CHSE Odisha Class 12 Political Science Chapter 1 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 1 ଗଣତନ୍ତ୍ର Objective Questions.

CHSE Odisha 12th Class Political Science Chapter 1 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ପ୍ରାଚୀନ ଗ୍ରୀସ୍ ଓ ଆଧୁନିକ ସୁଇଜରଲ୍ୟାଣ୍ଡରେ __________ ଗଣତନ୍ତ୍ର ପ୍ରଚଳିତ ଥିଲା ।
(i) ପରୋକ୍ଷ
(ii) ପ୍ରତ୍ୟକ୍ଷ
(iii) ପ୍ରତିନିଧମୂଳକ
(iv) ମୂଲ୍ୟବୋଧଭିତ୍ତିକ
Answer:
(ii) ପ୍ରତ୍ୟକ୍ଷ

୨ । ________ ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷଭାବରେ ସରକାରରେ ଅଂଶଗ୍ରହଣ କରନ୍ତି ।
(i) ମୂଲ୍ୟବୋଧଭିଭିକ
(ii) ପ୍ରତ୍ୟକ୍ଷ
(ii) ପ୍ରତିନିଧୁମୂଳକ
(iv) ପରୋକ୍ଷ
Answer:
(ii) ପ୍ରତ୍ୟକ୍ଷ

୩ । ନିର୍ବାଚନ ହେଉଛି ________ ଗଣତନ୍ତ୍ରର ମୁଖ୍ୟ ନୀତି ।
(i) ମୂଲ୍ୟବୋଧଭିଭିକ
(ii) ସାମାଜିକ
(iii) ପ୍ରତ୍ୟକ୍ଷ
(iv) ପରୋକ୍ଷ ବା ପ୍ରତିନିଧୁମୂଳକ
Answer:
(iv) ପରୋକ୍ଷ ବା ପ୍ରତିନିଧୁମୂଳକ

CHSE Odisha Class 12 Political Science Chapter 1 Objective Questions in Odia Medium

୪ । _________ କହିଥିଲେ, “ ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ନିମନ୍ତେ ଓ ଲୋକମାନଙ୍କଦ୍ୱାରା ଗଠିତ ସରକାର ।”
(i) ସିଲି
(ii) ବ୍ରାଇସ୍
(iii) ଆବ୍ରାହମ୍ ଲିଙ୍କନ୍
(iv) ଗାର୍ଲର୍
Answer:
(iii) ଆବ୍ରାହମ ଲିଙ୍କନ୍

୫ | ସିଲିଙ୍କ ମତରେ, ଗଣତନ୍ତ୍ର ଏକ ସରକାର ଯେଉଁଥରେ ପ୍ରତ୍ୟେକଙ୍କର _________ ଥାଏ ।
(i) ଅଂଶ
(ii) ଭାଗ
(iii) ଭୂମିକା
(iv) କର୍ତ୍ତବ୍ଯ
Answer:
(i) ଅଂଶ

୬ । ପୃଥ‌ିବୀର ବୃହତ୍ତମ ଗଣତନ୍ତ୍ର ରୂପେ _________ ପରିଚିତ ।
(i) ଭାରତ
(ii) ଇଂଲଣ୍ଡ
(iii) ଆମେରିକା
(iv) ସୁଇଜରଲ୍ୟାଣ୍ଡ
Answer:
(i) ଭାରତ

୭ । ଗଣତନ୍ତ୍ର ________ ପାଇଁ ଏକ ଶାସନ ବ୍ୟବସ୍ଥା ।
(i) ଶାସକ
(ii) ପୁଞ୍ଜିପତି
(iii) ଲୋକମାନଙ୍କ
(iv) ମାଲିକ
Answer:
(iii) ଲୋକମାନଙ୍କ

୮ । ‘ଗଣତନ୍ତ୍ର’ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ________ ଓ ________ ରୁ ଉଦ୍ଧୃତ ଯାହାର ଅର୍ଥ ଯଥାକ୍ରମେ ___________ ଓ ________।
(i) ଡେମୋସ୍ ଓ କ୍ରାଟସ୍; ଲୋକମାନେ ଓ କ୍ଷମତା
(ii) କ୍ରାଟସ୍ ଓ ଡେମୋସ୍; ଲୋକମାନେ ଓ କ୍ଷମତା
(iii) ପଲିସ୍ ଓ ସିଭିଟାସ୍; ନଗରରାଜ୍ୟ ଓ ନଗର
(iv) ଫୋଏଡ଼ସ୍ ଓ ନାସିଓ; ଚୁକ୍ତି ଓ ବଂଶ
Answer:
(i) ଡେମୋସ୍ ଓ କ୍ରାଟସ୍; ଲୋକମାନେ ଓ କ୍ଷମତା

୯ । ପ୍ରତ୍ୟକ୍ଷ ଗଣତନ୍ତ୍ରର ମାଧ୍ୟମଗୁଡ଼ିକ ହେଲା _______ ।
(i) ଗଣ ମତାମତ ଗ୍ରହଣ
(ii) ଗଣ ଉଦ୍ୟୋଗ
(iii) ପ୍ରତ୍ୟାହାର
(iv) ଗଣ ମତାମତ ଗ୍ରହଣ (ରେଫରେଣ୍ଡମ୍), ଗଣ ଉଦ୍ୟୋଗ (ଇନିସିଏଟିଭ୍) ଓ ପ୍ରତ୍ୟାହାର (ରିକଲ୍)
Answer:
(iv) ଗଣ ମତାମତ ଗ୍ରହଣ (ରେଫରେଣ୍ଡମ୍), ଗଣ ଉଦ୍ୟୋଗ (ଇନିସିଏଟିଭ୍) ଓ ପ୍ରତ୍ୟାହାର (ରିକଲ୍)

CHSE Odisha Class 12 Political Science Chapter 1 Objective Questions in Odia Medium

୧୦ | ପରୋକ୍ଷ ଗଣତନ୍ତ୍ରକୁ ______ କୁହାଯାଏ ।
(i) ପ୍ରତିନିଧୁମୂଳକ
(ii) ଶାସକଭିତ୍ତିକ
(iii) ସଂଖ୍ୟାଗରିଷ୍ଠର ସରକାର
(iv) ସର୍ବସାଧାରଣ ଶାସନ
Answer:
(i) ପ୍ରତିନିଧୂମୂଳକ

୧୧ । ଗଣତନ୍ତ୍ରର ଭିତ୍ତିଭୂମି ହେଉଛି ________ ।
(i) ନିର୍ବାଚିତ ସରକାର
(ii) ଜନମଙ୍ଗଳ ରାଷ୍ଟ୍ର
(ii) ଦ୍ବିସଦନୀୟତା
(iv) ଜନପ୍ରିୟ ସାର୍ବଭୌମତ୍ବ
Answer:
(iv) ଜନପ୍ରିୟ ସାର୍ବଭୌମତ୍ୱ

୧୨ । ନିମ୍ନଲିଖୁତ ଉପାଦାନଗୁଡ଼ିକ ମଧ୍ୟରୁ କେଉଁଟି ଗଣତାନ୍ତ୍ରିକ ସରକାରର ଉପାଦାନ ନୁହେଁ ?
(i) ଜଣେ ବ୍ୟକ୍ତିର ଶାସନ
(ii) ଦାୟିତ୍ଵଶୀଳ ସରକାର
(iii) ସୀମିତ ସରକାର
(iv) ଆଇନର ଶାସନ
Answer:
(i) ଜଣେ ବ୍ୟକ୍ତିର ଶାସନ

୧୩ । କେଉଁଟି ଗଣତନ୍ତ୍ରର ବିଭବ ଅଟେ ?
(i) ରାଜନୈତିକ ଗଣତନ୍ତ୍ର
(ii) ସାମାଜିକ ଗଣତନ୍ତ
(iii) ଅର୍ଥନୈତିକ ଗଣତନ୍ତ୍ର
(iv) ଉପରୋକ୍ତ ସମସ୍ତ ବିଭବ
Answer:
(iv) ଉପରୋକ୍ତ ସମସ୍ତ ବିଭବ

୧୪ । ପରୋକ୍ଷ ଗଣତନ୍ତ୍ର _________ ନାମରେ ମଧ୍ୟ ପରିଚିତ ।
(i) ଲୋକମାନଙ୍କର ସରକାର
(ii) ପ୍ରତିନିଧୁମୂଳକ ଗଣତନ୍ତ୍ର
(iii) ନିର୍ବାଚିତ ସରକାର
(iv) ଅଣପ୍ରତ୍ୟକ୍ଷ ଗଣତନ୍ତ୍ର
Answer:
(ii) ପ୍ରତିନିଧୁମୂଳକ ଗଣତନ୍ତ୍ର

CHSE Odisha Class 12 Political Science Chapter 1 Objective Questions in Odia Medium

୧୫ । ପରୋକ୍ଷ ଗଣତନ୍ତ୍ର ________ ନୀତି ଉପରେ ଆଧାରିତ ଅଟେ ।
(i) ରାଷ୍ଟ୍ରର ସାର୍ବଭୌମତ୍ୱ
(ii) ସମସ୍ତଙ୍କ ଶାସନ
(iii) ପ୍ରତ୍ୟକ୍ଷ ନିର୍ବାଚନ
(iv) ସରକାର ପରିଚାଳନାରେ ଲୋକମାନଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ
Answer:
(iv) ସରକାର ପରିଚାଳନାରେ ଲୋକମାନଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ ।

୧୬ । _________ ପ୍ରତ୍ୟକ୍ଷ ଗଣତନ୍ତ୍ରର ଏକ ମାଧ୍ୟମ ନୁହେଁ ।
(i) ଗଣ ଉଦ୍ୟୋଗ
(ii) ଗଣମତାମତ ଗ୍ରହଣ
(iii) ଅଧ୍ୟାଦେଶ
(iv) ପ୍ରତ୍ୟାହାର
Answer:
(iii) ଅଧ୍ୟାଦେଶ

୧୭ । ଗଣତନ୍ତ୍ରର ସଫଳତା ପାଇଁ କେଉଁ ସର୍ଭ ଅଧୁକ ବଳିଷ୍ଠ ଅଟେ ?
(i) ଗଣତାନ୍ତ୍ରିକ ନାଗରିକତା
(ii) ଜାଗ୍ରତ ନାଗରିକତା
(iii) ଅର୍ଥନୈତିକ ସମାନତା
(iv) ଉପରୋକ୍ତ ସମସ୍ତ ସର୍ଭ
Answer:
(iv) ଉପରୋକ୍ତ ସମସ୍ତ ସର୍ଭ

୧୮ | ଗଣମତାମତ ଗ୍ରହଣ ବା ରେଫରେଣ୍ଡମ୍ ଏକ ________ |
(i) ନାସ୍ତିସୂଚକ ମାଧ୍ୟମ
(ii) ଅସ୍ତିସୂଚକ ମାଧ୍ୟମ
(iii) ବ୍ୟବସ୍ଥାପିକା ମାଧ୍ୟମ
(iv) ହସ୍ତାନ୍ତରିତ ବ୍ୟବସ୍ଥାପନା ମାଧ୍ୟମ
Answer:
(i) ନାସ୍ତିସୂଚକ ମାଧ୍ୟମ

୧୯ । ଗଣ ଉଦ୍ୟୋଗ ବା ଇନିସିଏଟିଭ୍ ଅର୍ଥ ________ |
(i) ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ
(ii) ଆଇନକୁ ସ୍ବୀକୃତି ପ୍ରଦାନ
(iii) ପ୍ରତିନିଧୁତ୍ଵ ବ୍ୟବସ୍ଥା
(iv) ବ୍ୟବସ୍ଥାପନା ବ୍ୟବସ୍ଥା
Answer:
(i) ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ

୨୦ । ସୁଇଜରଲ୍ୟାଣ୍ଡର ଗୋଟିଏ କ୍ୟାଣ୍ଟନରେ ଲୋକମାନେ ଆଇନ ପ୍ରଣୟନ ଓ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଥିବା ବ୍ୟବସ୍ଥାକୁ _______ କୁହାଯାଏ ।
(i) ଜନପ୍ରିୟ ଆଇନ ପ୍ରଣୟନ
(ii) ଲେଣ୍ଡସ୍‌ମିଣ୍ଡ୍ (Landsgemeinde)
(iii) ପ୍ରତ୍ୟକ୍ଷ ଆଇନ ପ୍ରଣୟନ
(iv) ହସ୍ତାନ୍ତରିତ ଆଇନ ପ୍ରଣୟନ
Answer:
(ii) ଲେଣ୍ଡସ୍‌ମିଣ୍ଡ୍ (Landsgemeinde)

CHSE Odisha Class 12 Political Science Chapter 1 Objective Questions in Odia Medium

୨୧ । ଭାରତର କେଉଁ ରାଜ୍ୟର କେଉଁ ଗ୍ରାମର କେଉଁ ଗ୍ରାମରୁ ନକ୍ସଲପନ୍ଥୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
(i) ପଶ୍ଚିମବଙ୍ଗ, ପୁରୁଲିଆ
(ii) ପଶ୍ଚିମବଙ୍ଗ, ନକ୍ସଲବରୀ
(iii) ଛତିଶଗଡ଼, ନକ୍ସଲବରୀ
(iv) ଓଡ଼ିଶା, ନକ୍ସଲବରୀ
Answer:
(ii) ପଶ୍ଚିମବଙ୍ଗ, ନକ୍ସଲବରୀ

୨୨ । ନକ୍ସଲପନ୍ଥୀ ଆନ୍ଦୋଳନ ସର୍ବପ୍ରଥମେ କେବେ ଆରମ୍ଭ ହୋଇଥିଲା ?
(i) ମେ ୨୫, ୧୯୬୭
(ii) ମେ ୫, ୧୯୬୭
(iii) ମାର୍ଚ ୨୫, ୧୯୬୬
(iv) ଏପ୍ରିଲ ୨୫, ୧୯୬୮
Answer:
(i) ମେ ୨୫, ୧୯୬୭

୨୩ । ଭାରତରେ ୨୦୧୧ ଜନଗଣନା ଅନୁଯାୟୀ ପୁରୁଷ ସାକ୍ଷରତା ହାର କେତେ ?
(i) ୮୨.୩୩%
(ii) ୮୨.୧୪%
(iii) ୮୧.୩୩%
(iv) ୮୩.୧୪%
Answer:
(ii) ୮୨.୧୪%

୨୪ । କେବଳ ନିଜ ଅଞ୍ଚଳର ବିକାଶ ଚାହୁଁଥିବା ମତବାଦ କେଉଁ ନାମରେ ପରିଚିତ ?
(i) ଆଞ୍ଚଳିକ ଉତ୍କର୍ଷତା
(ii) ଆଞ୍ଚଳିକତାବାଦ
(iii) ଆଞ୍ଚଳିକ ଅସନ୍ତୁଳତା
(iv) ଆଞ୍ଚଳିକ ସଂଘର୍ଷ
Answer:
(ii) ଆଞ୍ଚଳିକତାବାଦ

୨୫ । ଭାରତରେ କୌଣସି ବ୍ୟକ୍ତି ପଢ଼ି ଓ ଲେଖୁ ପାରିଲେ ତାଙ୍କୁ କ’ଣ କୁହାଯାଏ ?
(i) ଅଶିକ୍ଷିତ
(ii) ଅର୍ଦ୍ରଶିକ୍ଷିତ
(iii) ଶିକ୍ଷିତ ବା ସାକ୍ଷର
(iv) ଉତ୍ତମ ନାଗରିକ
Answer:
(ii) ଶିକ୍ଷିତ ବା ସାକ୍ଷର

CHSE Odisha Class 12 Political Science Chapter 1 Objective Questions in Odia Medium

୨୬ । ଗଣତନ୍ତ୍ରରେ ସଂପ୍ରସାରଣଜନିତ ସମସ୍ୟା କେଉଁ ପ୍ରସଙ୍ଗଗୁଡ଼ିକ ସୂଚିତ କରିଥାଏ ?
(i) ସ୍ଥାନୀୟ ସାୟର ଶାସନ ସଂସ୍ଥାକୁ ଅଧିକ କ୍ଷମତା ପ୍ରଦାନ
(ii) ସବୁସ୍ଥାନରେ ଗଣତନ୍ତ୍ରର ମୌଳିକ ନୀତିର ପ୍ରୟୋଗ
(iii) ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳା ଓ ସଂଖ୍ୟାଲଘୁ ଶ୍ରେଣୀର ଅନ୍ତର୍ଭୁଢୀକରଣ
(iv) ଉପରୋକ୍ତ ସମସ୍ତ ପ୍ରସଙ୍ଗ
Answer:
(iv) ଉପରୋକ୍ତ ସମସ୍ତ ପ୍ରସଙ୍ଗ

୨୭ । ଗୋଟିଏ ଜାତିର ଅଧ‌ିକ ପ୍ରଭାବ ଓ ଉପଯୋଗକୁ କ’ଣ କୁହାଯାଏ ?
(i) ଜାତିବାଦ
(i) ଜାତିଗତ ପାବଚ୍ଛଶ୍ରେଣୀ
(iii) ଜାତିର ଆତ୍ମପତ୍ୟ
(iv) ଜାତି ସଂଘର୍ଷ
Answer:
(i) ଜାତିବାଦ

(B) ଶୂନ୍ୟସ୍ଥାନ ପୂରଣ କର ।

୧ । ___________ ଙ୍କ ମତରେ ‘‘ଗଣତନ୍ତ୍ର ଏକ ସରକାର ଯେଉଁଠି ପ୍ରତ୍ୟେକଙ୍କ ଅଂଶ ଥାଏ ।
Answer:
ସିଲ୍ଲ

୨ । ________ ରାଷ୍ଟ୍ରରେ ବର୍ତ୍ତମାନ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ।
Answer:
ସୁଇଜରଲାଣ୍ଡ ।

୩ । __________ ଙ୍କ ମତରେ ଗଣତନ୍ତ୍ର ଅଯୋଗ୍ୟତାର ଶାସନ ଅଟେ ।
Answer:
ଫାଗ୍ଟେ

୪ । ପରୋକ୍ଷ ଗଣତନର ଅନ୍ୟ ନାମ ________ ଗଣତନ ।
Answer:
ପ୍ରତିନିଧ୍ମୂଳକ

CHSE Odisha Class 12 Political Science Chapter 1 Objective Questions in Odia Medium

୫ । ଭାରତର ନକ୍ସଲପନ୍ଥୀ ଆନ୍ଦୋଳନ ପ୍ରଥମେ _________ ଆରମ୍ଭ କରିଥିଲେ ।
Answer:
ଚାରୁ ମଜୁମଦାର

୬ | ଗଣଭୋଟ ଓ ଗଣ ଉଦ୍ୟୋଗ __________ ଗଣତନ୍ତ୍ରର ମୌଳିକ ଉପାଦାନ ।
Answer:
ପ୍ରତ୍ୟଷ

୭ । ________ ଙ୍କ ମତରେ ବହୁତ ଲୋକଙ୍କଦ୍ବାରା ଶାସିତ ଖରାପ ବ୍ୟବସ୍ଥାକୁ ଗଣତନ୍ତ୍ର କୁହାଯାଏ ।
Answer:
ଆରିଷ୍ଟୋଟଲ୍

୮ । __________ କୁ ସଂଖ୍ୟା ଗରିଷ୍ଠଙ୍କ ଶାସନ କୁହାଯାଏ ।
Answer:
ଗଣତନ୍ତ

(C) ଭ୍ରମ ସଂଶୋଧନ କର ।

୧। ପ୍ରାଚୀନ ଗ୍ରୀସ୍‌ରେ ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା ।
Answer:
ପ୍ରାଚୀନ ଗ୍ରୀସ୍‌ରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା ।

୨ । ଗଣତନ୍ତ୍ର ନିରଙ୍କୁଶ ସାର୍ବଭୌମତ୍ବ ପ୍ରତିଷ୍ଠା କରିଥାଏ ।
Answer:
ଗଣତନ୍ତ୍ର ଜନପ୍ରିୟ ସାର୍ବଭୌମତ୍ତ୍ଵ ପ୍ରତିଷ୍ଠା କରିଥାଏ ।

CHSE Odisha Class 12 Political Science Chapter 1 Objective Questions in Odia Medium

୩ । ପରୋକ୍ଷ ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷ ଭାବରେ ସରକାରରେ ଅଂଶଗ୍ରହଣ କରିଥା’ନ୍ତି ।
Answer:
ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷ ଭାବରେ ସରକାରରେ ଅଂଶଗ୍ରହଣ କରିଥା’ନ୍ତି ।

୪ । ଯୁକ୍ତରାଷ୍ଟ୍ର ଆମେରିକା ପୃଥ‌ିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ।
Answer:
ଭାରତ ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ।

୫। ଶାସିତଙ୍କ ମତ ଓ ସମର୍ଥନରେ ଗଠିତ ସରକାରକୁ ରାଜତନ୍ତ୍ର କୁହାଯାଏ ।
Answer:
ଶାସିତଙ୍କ ମତ ଓ ସମର୍ଥନରେ ଗଠିତ ସରକାରକୁ ଗଣତନ୍ତ୍ର କୁହାଯାଏ ।

୬ । ନକ୍ସଲ ଆନ୍ଦୋଳନ ପଶ୍ଚିମବଙ୍ଗରୁ ୧୯୬୮ ମସିହାରେ ଆରମ୍ଭ ହେଲା ।
Answer:
ନକ୍ସଲ ଆନ୍ଦୋଳନ ପଶ୍ଚିମବଙ୍ଗରୁ ୧୯୬୭ ମସିହାରେ ଆରମ୍ଭ ହେଲା ।

୬ । ନକ୍ସଲ ଆନ୍ଦୋଳନ ପଶ୍ଚିମବଙ୍ଗରୁ ୧୯୬୮ ମସିହାରେ ଆରମ୍ଭ ହେଲା |
Answer:
ନକ୍ସଲ ଆନ୍ଦୋଳନ ପଶ୍ଚିମବଙ୍ଗରୁ ୧୯୬୭ ମସିହାରେ ଆରମ୍ଭ ହେଲା ।

୭ । ଜାତିସଂଘ ୧୯୯୫ ମସିହାକୁ ଆନ୍ତର୍ଜାତୀୟ ଶିକ୍ଷିତ କାର୍ଯ୍ୟରୂପେ ପାଳନ କରିଥିଲା ।
Answer:
ଜାତିସଂଘ ୧୯୯୦ ମସିହାକୁ, ଆନ୍ତର୍ଜାତୀୟ ଶିକ୍ଷିତ କାର୍ଯ୍ୟରୂପେ ପାଳନ କରିଥିଲା ।

୮ । ଭାରତ ସମ୍ବିଧାନରେ ଶିକ୍ଷା ରୂପକ ମୌଳିକ ଅଧ୍ଵଜାରକୁ ୨୦(କ) ଧାରାରେ ସଂଯୁକ୍ତ କରାଯାଇଛି ।
Answer:
ଭାରତ ସମ୍ବିଧାନରେ ଶିକ୍ଷା ରୂପକ ମୌଳିକ ଅସ୍ଵୀକାରକୁ ୨୧(୧) ଧାରାରେ ଯୋଗ କରାଯାଇଛି ।

CHSE Odisha Class 12 Political Science Chapter 1 Objective Questions in Odia Medium

୯ । ଭାରତରେ ସର୍ବଶିକ୍ଷା ଅଭିଯାନ ୨୦୧୦ ମସିହାରୁ ଆରମ୍ଭ ହୋଇଛି ।
Answer:
ଭାରତରେ ସର୍ବଶିକ୍ଷା ଅଭିଯାନ ୨୦୦୧ ମସିହାରୁ ଆରମ୍ଭ ହୋଇଛି ।

୧୦ । ୮୦ତମ ସମ୍ବିଧାନ ସଂଶୋଧନ ଆଇନ ୬-୧୪ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ ସାମ୍ବିଧାନିକ ଅଧିକାରର ମାନ୍ୟତା ଦେଇଛି ।
Answer:
୮୬ତମ ସମ୍ବିଧାନ ସଂଶୋଧନ ଆଇନ (୨୦୦୨) ୬-୧୪ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ ସାମ୍ବିଧାନିକ ଅଧିକାରର ମାନ୍ୟତା ଦେଇଛି ।

(D) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧ । ଗଣତନ୍ତ୍ରର ଯେକୌଣସି ଦୁଇଟି ଲକ୍ଷଣ ଦର୍ଶାଅ ।
Answer:
ପ୍ରଥମତଃ, ଗଣତନ୍ତ୍ର ସ୍ଵତନ୍ତ୍ରତା, ସମାନତା ଓ ନ୍ୟାୟର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । ଦ୍ବିତୀୟତଃ,ଋଣତନ୍ତ୍ର ଜନମତ ଓ ଜନସମର୍ଥନ ଉପରେ ପ୍ରତିଷ୍ଠିତ ଏକ ଦାୟିତ୍ଵଶୀଳ ଶାସନ ବ୍ୟବସ୍ଥା ଅଟେ ।

୨ । ଆରିଷ୍ଟୋଟଲ୍‌ଙ୍କ ମତରେ ବହୁତ ଲୋକଙ୍କଦ୍ବାରା ଶାସିତ ଖରାପ ବ୍ୟବସ୍ଥାକୁ କ’ଣ କୁହାଯାଏ ?
Answer:
ଆରିଷ୍ଟୋଟଲ୍‌ଙ୍କ ମତରେ ବହୁତ ଲୋକଙ୍କଦ୍ଵାରା ଶାସିତ ଖରାପ ବ୍ୟବସ୍ଥାକୁ ଗଣତନ୍ତ୍ର କୁହାଯାଏ ।

CHSE Odisha Class 12 Political Science Chapter 1 Objective Questions in Odia Medium

୩ । ପୃଥ‌ିବୀର ସର୍ବବୃହତ୍ ଗଣତନ୍ତ୍ର କିଏ ?
Answer:
ଭାରତ ପୃଥ‌ିବୀର ସର୍ବବୃହତ୍ ଗଣତନ୍ତ୍ର ଅଟେ ।

୪। ପ୍ରତ୍ୟକ୍ଷ ଗଣତନ୍ତ୍ରର ଆଧୁନିକ ମାଧ୍ୟମ ବା ଅଙ୍ଗଗୁଡ଼ିକ କ’ଣ ?
Answer:
ପ୍ରତ୍ୟକ୍ଷ ଗଣତନ୍ତ୍ରର ତିନିଗୋଟି ଆଧୁନିକ ମାଧ୍ୟମ ବା ଅଙ୍ଗ ରହିଛି; ଯଥା – ଗଣ ମତାମତ ଗ୍ରହଣ (Referendum) 6161 @694|6 (Initiative) 4 (Recall) |

୫ । ଗଣତନ୍ତ୍ରକୁ ଉତ୍ତରଦାୟୀ ସରକାର କୁହାଯାଏ କାହିଁକି ?
Answer:
ଗଣତନ୍ତ୍ରରେ ସରକାର ଜନମତ ଓ ଜନସମର୍ଥନ ଉପରେ ପ୍ରତିଷ୍ଠିତ ହୋଇ କାର୍ଯ୍ୟ କରୁଥିବାରୁ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଲୋକମାନଙ୍କ ପ୍ରତି ଉତ୍ତରଦାୟୀ ରହୁଥ‌ିବାରୁ ଏହାକୁ ଉତ୍ତରଦାୟୀ ସରକାର କୁହାଯାଏ ।

୬ । ପ୍ରତିନିଧୂମୂଳକ ଗଣତନ୍ତ୍ରକୁ ‘ଅଯୋଗ୍ୟର ଶାସନ’ କୁହାଯାଏ କାହିଁକି ?
Answer:
ପ୍ରତିନିଧୁମୂଳକ ଗଣତନ୍ତ୍ରରେ କୌଣସି ନିର୍ଦ୍ଦିଷ୍ଟ ଯୋଗ୍ୟତା ନଥିବା ପ୍ରତ୍ୟେକ ଭୋଟଦାତା ନିଜର ସମାନ ଅଧିକାର ବଳରେ ନିଜର ପ୍ରତିନିଧୁ ବାଛିପାରନ୍ତି ଓ ସେହି ପ୍ରତିନିଧୁମାନେ ଶାସନ କରିବାର କଳା ବା ଦକ୍ଷତା ପ୍ରାପ୍ତ ନହୋଇ ମଧ୍ଯ ଶାସନ କରିବାର ଗୁରୁଦାୟିତ୍ଵ ବହନ କରୁଥିବାରୁ ପରୋକ୍ଷ ଗଣତନ୍ତ୍ରକୁ ‘ଅଯୋଗ୍ୟ ଓ ଅଜ୍ଞ ଲୋକଙ୍କ ଶାସନ’ ବୋଲି ଅଭିହିତ କରାଯାଏ । ଏଠାରେ ଯୋଗ୍ୟତା ଅପେକ୍ଷା ସଂଖ୍ୟା ବା ପରିମାଣ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଥାଏ ।

୭ । ନିରକ୍ଷରତା ଭାରତରେ ଗଣତନ୍ତ୍ର ପ୍ରତି କିପରି ବିପଦ ସୃଷ୍ଟି କରୁଛି ?
Answer:
ଅର୍ଥନୈତିକ ବିକାଶ ଓ ରାଜନୈତିକ ଅଂଶଗ୍ରହଣ କ୍ଷେତ୍ରରେ ନିରକ୍ଷରତା ଭାରତରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି । ଜନମତ ସୃଷ୍ଟି ଓ ପ୍ରକୃତ ଜନସମର୍ଥନ ପାଇଁ ନିରକ୍ଷରତା ଦୂରୀକରଣ ହେବା ଆବଶ୍ୟକ ।

୮ | ଆଞ୍ଚଳିକତାବାଦ ଭାରତରେ ଗଣତନ୍ତ୍ର ପ୍ରତି କିପରି ଏକ ଆହ୍ବାନ ଅଟେ ?
Answer:
ଆଞ୍ଚଳିକତାବାଦ ଏକ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ହିସାବରେ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା ପ୍ରତି ଭାରତରେ ବିପଦ ସୃଷ୍ଟି କରୁଛି । ଏହା ଆନ୍ତଃ-ରାଜ୍ୟ ବିବାଦକୁ ଉତ୍ସାହିତ କରୁଛି । ଜାତୀୟ ସଂହତିପ୍ରତି ଏହା ଏକ ପ୍ରମୁଖ ଆହ୍ବାନ ଅଟେ ।

CHSE Odisha Class 12 Political Science Chapter 1 Objective Questions in Odia Medium

୯ । ନକ୍ସଲ ଆନ୍ଦୋଳନ ଭାରତରେ ଗଣତନ୍ତ୍ର ପ୍ରତି କିପରି ଏକ ଆହ୍ବାନ ଅଟେ ?
Answer:
ନକ୍ସଲ ଆନ୍ଦୋଳନ ଦଳିତ, ଆଦିବାସୀ, ଶୋଷିତ ବର୍ଗର ସାର୍ଥରକ୍ଷା ପାଇଁ ସଂଗଠିତ ଏକ ଆନ୍ଦୋଳନ ଅଟେ ଯାହା ହିଂସା ଓ ଭୀତି ସଞ୍ଚାର ମାଧ୍ୟମରେ ସରକାରୀ ନିଷ୍ପଭିଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥାଏ । ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ଗଣତନ୍ତ୍ରର ରୂପାୟନରେ ଜନଅଂଶଗ୍ରହଣକୁ ପ୍ରଭାବିତ କରୁଛି । କିନ୍ତୁ ବିକାଶ, ହିଂସା ଓ ସାମ୍ୟ ମଧ୍ୟରେ କୌଣସି ଅନ୍ତଃସମ୍ପର୍କ ନାହିଁ ।

CHSE Odisha Class 12 Political Science Chapter 9 Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 9 ସାଂପ୍ରତିକ ବିଶ୍ଵରେ ନିରାପତ୍ତା ପ୍ରସଙ୍ଗର ପରିବର୍ତ୍ତିତ ପୃଷ୍ଠଭୂମି Short Answer Questions.

CHSE Odisha 12th Class Political Science Chapter 9 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧। ନିରସ୍ତ୍ରୀକରଣ କ’ଣ ?
Answer:
ନିରସ୍ତ୍ରୀକରଣ ଅର୍ଥ ହେଲା ଅସ୍ତ୍ରଶସ୍ତ୍ର ପରିମାଣକୁ ହ୍ରାସ କରିବା ପରେ ଏହାକୁ ପରିସମାପ୍ତି କରିବାକୁ ବୁଝାଇଥାଏ । ନିରସ୍ତ୍ରୀକରଣ ଯୁଦ୍ଧଜନିତ କ୍ଷୟକ୍ଷତି ହ୍ରାସ କରିଥାଏ । ଆନ୍ତର୍ଜାତିକ ରାଜିନାମା ବା ବୁଝାମଣାଦ୍ୱାରା ନିରସ୍ତ୍ରୀକରଣ ସମ୍ଭବ ହୋଇଥାଏ ।

୨ । ଶସ୍ତ୍ର ନିୟନ୍ତ୍ରଣ କ’ଣ ?
Answer:
ଅସ୍ତ୍ରଶସ୍ତ୍ର ପ୍ରୟୋଗକୁ ସୀମିତ କରିବାର ପଦକ୍ଷେପକୁ ଶସ୍ତ୍ର ନିୟନ୍ତ୍ରଣ କୁହାଯାଏ । ଏହି ପ୍ରକ୍ରିୟାରେ ଭବିଷ୍ୟତରେ ଶସ୍ତ୍ର ଉତ୍ପାଦନ ଓ ପ୍ରୟୋଗ ହ୍ରାସ ପାଇଥାଏ ।

୩। ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା କ’ଣ ?
Answer:
ଦୁଇ ବା ତତୋଽଧିକ ରାଷ୍ଟ୍ର ମଧ୍ୟରେ ସାମରିକ ପ୍ରସ୍ତୁତିକୁ ନେଇ ପ୍ରତିଯୋଗିତାକୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା କୁହାଯାଏ । ଏହି ପ୍ରତିଯୋଗିତାରେ ସେନାବାହିନୀର ଶକ୍ତି ବୃଦ୍ଧି ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ ।

୪। ମାନବିକ ନିରାପତ୍ତା କହିଲେ କ’ଣ ବୁଝ ?
Answer:
ବିଶ୍ବର ସମସ୍ତ ଜନସାଧାରଣଙ୍କୁ ଭୋକ, ରୋଗବ୍ୟାଧ୍ ଓ ଦମନରୁ ରକ୍ଷା କରିବାକୁ ମାନବିକ ନିରାପତ୍ତା କୁହାଯାଏ । ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଜୀବନ ଯାତ୍ରା ସାବଲୀଳ ଓ ନିରନ୍ତର କରିବା ଏହାର ଉଦ୍ଦେଶ୍ୟ ।

୫। ମାନବିକ ନିରାପତ୍ତାର ଦୁଇଟି ଲକ୍ଷଣ ଲେଖ ।
Answer:

  • ମାନବିକ ନିରାପତ୍ତା ରାଷ୍ଟ୍ରକେନ୍ଦ୍ରିକ ନ ହୋଇ ବ୍ୟକ୍ତି କେନ୍ଦ୍ରିକ ଅଟେ ।
  • ଏହା ବହୁକେନ୍ଦ୍ରିକ ବା ବହୁବିଧ ହୋଇଥିବାରୁ ସମଗ୍ର ମାନବଜାତିର ଖାଦ୍ୟ, ସ୍ୱାସ୍ଥ୍ୟ, ଅଧିକାର ଆଦିକୁ ଗୁରୁତ୍ଵ ଦିଏ ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୬। ନୂତନ ଶୀତଳ ଯୁଦ୍ଧ ଓ ପୁରାତନ ଶୀତଳ ଯୁଦ୍ଧ ମଧ୍ଯରେ କି ତାରତମ୍ୟ ଥିଲା ?
Answer:
ନୂତନ ଶୀତଳ ଯୁଦ୍ଧ ଏବଂ ପୁରାତନ ଶୀତଳ ଯୁଦ୍ଧ ମଧ୍ଯରେ ନିମ୍ନପ୍ରକାର ତାରତମ୍ୟ ଥିଲା ।

  • ନୂତନ ଶୀତଳ ଯୁଦ୍ଧରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ସକ୍ରିୟଭାବେ ଜଡ଼ିତ ହୋଇନଥିଲେ; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ସକ୍ରିୟଭାବେ ଜଡ଼ିତ ହୋଇଥିଲେ ।
  • ନୂତନ ଶୀତଳ ଯୁଦ୍ଧରେ ଦୁଇ ମହାଶକ୍ତି ମଧ୍ୟରେ ଉତ୍ତେଜନା ଓ ଦ୍ବନ୍ଦ୍ବ ପରିପ୍ରକାଶ ପାଇଲା; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ସେମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ସେତେ ବ୍ୟାପକ ନଥିଲା ।
  • ନୂତନ ଶୀତଳ ଯୁଦ୍ଧରେ ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରତିଯୋଗିତା ଆରମ୍ଭ ହୋଇଥିଲା; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ଏହି ପ୍ରତିଯୋଗିତା ସେତେ ବ୍ୟାପକ ନ ଥିଲା ।

୭ । ଦାରିଦ୍ର୍ୟ କ’ଣ ?
Answer:
ସାଧାରଣ ଅର୍ଥରେ ଦାରିଦ୍ର୍ୟ କହିଲେ ବସ୍ତୁଗତ ସୁଖ ସୁବିଧା ଓ ଅର୍ଥ ଆଦିର ନିଅଣ୍ଟିଆ ଅବସ୍ଥାକୁ ବୁଝାଇଥାଏ ।

୮ । ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ କ’ଣ ?
Answer:
ସମଗ୍ର ବିଶ୍ଵର ରୋଗବ୍ୟାଧ୍ ନିବାରଣ ବିଶେଷ କରି ସଂକ୍ରାମକ ରୋଗର ନିୟନ୍ତ୍ରଣ କରିବା ପାଇଁ ମିଳିତ ଜାତିସଂଘର ଏକ ସଂସ୍ଥା ରହିଛି, ଯାହାକୁ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କୁହାଯାଏ ।

୯ । ଆଣବିକ ପରୀକ୍ଷଣ ନିଷିଦ୍ଧ ଚୁକ୍ତି କ’ଣ ?
Answer:
୧୯୬୩ ମସିହାରେ ସୋଭିଏତ୍ ଋଷ୍ ଯୁକ୍ତରାଷ୍ଟ୍ର ଆମେରିକା ଓ ଇଂଲଣ୍ଡର ପ୍ରତିନିଧୁମାନେ ଏହି ଆଣବିକ ପରୀକ୍ଷଣ ନିଷିଦ୍ଧ ଚୁକ୍ତିରେ ସ୍ବାକ୍ଷରିତ କରିଥିଲେ । ଏହାକୁ ସେହି ବର୍ଷ ଅକ୍ଟୋବର ମାସରେ ସ୍ବୀକୃତି ମିଳିଥିଲା ।

୧୦। SALT – I କ’ଣ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ଋଷ ବିପଦଜନକ ଓ ବିଧ୍ୱଂସକାରୀ ପରମାଣୁ ଅସ୍ତ୍ରକୁ ସୀମିତ କରିବାପାଇଁ ସାମରିକ କୌଶଳ ଶସ୍ତ୍ର ସୀମିତ ସନ୍ଧିରେ ୧୯୭୨ ମସିହାରେ ସ୍ଵାକ୍ଷର କରିଥିଲେ । ଏହାକୁ SALT – I କୁହାଯାଏ ।

୧୧। SALT – II କ’ଣ ?
Answer:
୧୯୭୨ ମସିହାରେ ସ୍ବାକ୍ଷରିତ ହେବାପରେ ପୁନର୍ବାର ୧୯୭୯ ମସିହା ମେ ମାସରେ ଆମେରିକାର ରାଷ୍ଟ୍ରପତି ଓ ସୋଭିଏତ୍ ଋଷ୍ଟ୍ରର ରାଷ୍ଟ୍ରପତିଙ୍କ ମଧ୍ୟରେ SALT – II ସ୍ବାକ୍ଷରିତ ହୋଇଥିଲା । ଏହା ସମୟସୀମା ୧୯୮୫ ମସିହା ପର୍ଯ୍ୟନ୍ତ ଥିଲା ।

୧୨ । START – 1 କ’ଣ ?
Answer:
୧୯୯୦ ମସିହା ମେ ୩୦ ତାରିଖଠାରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ମାଲ୍ଟା ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ଋଷ୍ ସାତବର୍ଷ ପାଇଁ ସେମାନଙ୍କର ଆକ୍ରମଣାତ୍ମକ ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ହ୍ରାସ କରିବାପାଇଁ ଚୁକ୍ତିବଦ୍ଧ ହେଲେ, ଏହା START – I ନାମରେ ପରିଚିତ । ଏହାକୁ କାର୍ଯ୍ୟକାରୀ କରିବାପାଇଁ ଉଭୟ ଦେଶ ଏକ ଯୁଗ୍ମ ଆୟୋଗ ଗଠନ କରିଥିଲେ ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୧୩ । START – II କ’ଣ ?
Answer:
୧୯୯୩ ମସିହା ଜାନୁଆରୀ ୩ ତାରିଖ ଦିନ ଆମେରିକା ଏବଂ ଋଷ୍ଟ୍ରର ରାଷ୍ଟ୍ରପତି START – IIରେ ସ୍ବାକ୍ଷର କରିଥିଲେ । ଏହି ସନ୍ଧି ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ପରମାଣୁ ଶସ୍ତ୍ର ଭଣ୍ଡାରକୁ ୧୯୬୦ ମସିହା ସ୍ଥିତିକୁ ଫେରାଇ ନେବାକୁ ସହମତ ହୋଇଥିଲା ।

୧୪ । ପରମାଣୁ ଅପ୍ରସାର ସନ୍ଧି (NPT) କ’ଣ ?
Answer:
ପରମାଣୁ ଅପ୍ରସାର ସନ୍ଧି ପ୍ରଥମେ ଆମେରିକା ଓ ସୋଭିଏତ୍ ରୁଷ୍ ମିଳିତଭାବେ ପ୍ରସ୍ତୁତ କରି ୧୯୬୮ ମସିହା ମାର୍ଚ୍ଚ ୧୧ ତାରିଖରେ ଏହା ଉପରେ ବିଚାର ବିମର୍ଶ କରିବା ପାଇଁ ମିଳିତ ଜାତିସଂଘର ସାଧାରଣ ସଭାରେ ଉପସ୍ଥାପନ କରିଥିଲେ । ଏହା ମିଳିତ ଜାତିସଂଘର ଗୃହୀତ ହେବା ପରେ ୧୯୭୦ ମସିହାରେ କାର୍ଯ୍ୟକାରୀ ହୋଇଥିଲା

୧୫ । ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) କ’ଣ ?
Answer:
୧୯୯୬ ମସିହାରେ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରମାନେ ପରସ୍ପର ସହମତି ପ୍ରକାଶ କରି ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି ପ୍ରସ୍ତୁତ କରିଥିଲା । ସେହିବର୍ଷ ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘର ରାଷ୍ଟ୍ରମାନେ ଏଥୁରେ ସ୍ବାକ୍ଷର କରିଥିଲେ ।

୧୬ । ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ କେବେ ଓ କାହିଁକି ଗଠିତ ହୋଇଥିଲା ? କେଉଁମାନେ ଏହାର ସଭ୍ୟ ରାଷ୍ଟ୍ର ଥିଲେ ?
Answer:

  • ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖରେ ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ଗଠିତ ହୋଇଥିଲା !
  • ଏଥ‌ିରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଥାଇଲାଣ୍ଡ, ଫିଲିପାଇନ୍ସ ଓ ପାକିସ୍ତାନ ସଭ୍ୟ ରାଷ୍ଟ୍ର ଥିଲେ ।

୧୭ । ରସ୍ ଚୁକ୍ତି କେବେ, କେଉଁଠାରେ କେଉଁ ଉଦ୍ଦେଶ୍ୟରେ ସ୍ୱାକ୍ଷରିତ ହୋଇଥିଲା ? କେଉଁ କେଉଁ ଦେଶ ମଧ୍ୟରେ ଏହି ଚୁକ୍ତି ହୋଇଥିଲା ?
Answer:

  • ୧୯୫୫ ମସିହାରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ୱାରସ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ଏହି ମେଣ୍ଟ ଗଠନ କରାଯାଇଥିଲା ।
  • ସୋଭିଏତ୍ ରୁଷ, ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲ୍‌ଗେରିଆ, ଆଲ୍‌ବାନିଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଏହି ଚୁକ୍ତି ହୋଇଥିଲା ।

୧୮ । ଆତ୍ମସ୍ ରାଜିନାମା କେବେ ସ୍ବାକ୍ଷରିତ ହୋଇଥିଲା ? ଏହା କେଉଁଥ‌ିପାଇଁ ଉଦ୍ଦିଷ୍ଟ ଥିଲା ?
Answer:

  • ୧୯୫୧ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।
  • ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥା ପରିଚାଳନା ନିମନ୍ତେ ଏହି ଚୁକ୍ତି ଉଦ୍ଦିଷ୍ଟ ଥିଲା ।

୧୯ । କିଏ କାହିଁକି ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଢ଼ିଥିଲା ?
Answer:

  • ଯୁକ୍ତରାଷ୍ଟ୍ର ଆମେରିକା ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଢ଼ିଥିଲା ।
  • ପଶ୍ଚିମ ଓ ମଧ୍ୟ ଇଉରୋପରେ ନିଜର ପ୍ରାଧାନ୍ୟ ବିସ୍ତାର ଓ ସୋଭିଏତ୍ ରୁଷର ପ୍ରତିପତ୍ତିକୁ ପରାହତ କରିବା ଏହାର ଉଦ୍ଦେଶ୍ୟ ଥିଲା ।

୨୦ । କେବେ ଓ କାହିଁକି ବାଗଦାଦ୍ ଚୁକ୍ତିର ନାମ ପରିବର୍ତ୍ତନ ହୋଇ କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ରଖାଗଲା ?
Answer:

  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ବାଗଦାଦ୍ ଚୁକ୍ତିରୁ ଓହରିଗଲା ।
  • ଏହାପରେ ଏହି ଚୁକ୍ତିର ନାମ ପରିବର୍ତ୍ତିତ ହୋଇ ‘କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ’ ରଖାଗଲା ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୨୧ । କେବେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଠିତ ହୋଇଥିଲା ? ଏଥ‌ିରେ କେଉଁ କେଉଁ ଦେଶ ଯୋଗ ?
Answer:

  • ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଠିତ ହୋଇଥିଲା ।
  • ଏଥ‌ିରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ବେଲ୍‌ଜିଅମ୍, ହଲାଣ୍ଡ, ଲକ୍ସେମ୍‌ବର୍ଗ, ଡେନ୍‌ମାର୍କ, ନରୱେ, ଆଇସ୍‌ଲାଣ୍ଡ, ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ ଓ ପର୍ତ୍ତୁଗାଲ୍ ଯୋଗ ଦେଇଥିଲେ ।

୨୨ । କେଉଁ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହେଲା ଓ କେବେ ?
Answer:

  • ବ୍ରସେଲସ୍ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହୋଇଥିଲା ।
  • ଏହା ୧୯୪୮ ମସିହାରେ ହୋଇଥିଲା ।

୨୩ । ଆନ୍‌ସ୍ ରାଜିନାମା କ’ଣ ? ଏଥରେ କି ବ୍ୟବସ୍ଥା କରାଯାଇଥିଲା ?
Answer:

  • ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥାର ପରିଚାଳନା ନିମନ୍ତେ
  • ଏହି ରାଜିନାମା ଅନୁସାରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଏବଂ ବାହ୍ୟଶତ୍ରୁ ଆକ୍ରମଣର ପ୍ରତିରୋଧ ନିମନ୍ତେ ଚୁକ୍ତିବଦ୍ଧ ଦେଶଗୁଡ଼ିକ ପରସ୍ପରକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ବ୍ୟବସ୍ଥା କରାଯାଇଥିଲା ।

୨୪ । ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି କିପରି ଘଟିଥିଲା ?
Answer:

  • ଦୀର୍ଘକାଳ ଯୁଦ୍ଧ ହେବାପରେ ସୋଭିଏତ୍ ସମର୍ଥ ଉତ୍ତର ଭିଏତ୍‌ନାମ ଏପ୍ରିଲ୍ ୧୯୭୫ରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥ ଦକ୍ଷିଣ ଭିଏତ୍‌ନାମ୍ ଉପରେ ବିଜୟ ହାସଲ କରିଥିଲା ।
  • ଏହାଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିଲା ଏବଂ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି ଘଟିଥିଲା ।

୨୫ । କେଉଁ ଦେଶଗୁଡ଼ିକ ମଧ୍ୟରେ ‘ବାଗ୍‌ଦ୍ ଚୁକ୍ତି’’ ସ୍ଵାକ୍ଷରିତ ହୋଇଥିଲା ?
Answer:
ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଏବଂ ପାକିସ୍ତାନ ମଧ୍ୟରେ ‘ବାଗ୍‌ଦାଦ୍ ଚୁକ୍ତି’’ ସ୍ବାକ୍ଷରିତ ହୋଇଥିଲା ।

୨୬ । କେନ୍ଦ୍ରୀୟ ଚୁକ୍ତି ସଂଗଠନ କେବେ ଓ କିପରି ଗଠିତ ହୋଇଥିଲା ?
Answer:

  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ବାଗ୍‌ଦାଦ୍ ଚୁକ୍ତିରୁ ଓହରି ଯାଇଥିଲା ।
  • ଏହାପରେ ଏହି ଚୁକ୍ତିର ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ହୋଇଥିଲା ଏବଂ ଏଥରେ ଆମେରିକା ସଭ୍ୟରୂପେ ଯୋଗ ଦେଇଥିଲା ।

୨୭ । ୱାରସ୍ ଚୁକ୍ତି ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ସୋଭିଏତ୍ ରୁଷ୍ ନେତୃତ୍ୱରେ ତା’ର ଅନୁଗାମୀ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନେ ୧୯୫୫ ମସିହା ମେ ୧ ତାରିଖରେ ‘ୱାରସ୍ ଚୁକ୍ତି’ ସ୍ବାକ୍ଷର କରିଥିଲେ ।
  • ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ସୋଭିଏତ୍ ରୁଷ୍, ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲ୍‌ଗେରିଆ, ଆଲ୍‌ବାନିଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଏହି ସାମରିକ ଚୁକ୍ତି ସମ୍ପାଦିତ ହୋଇଥିଲା । ଚୁକ୍ତି ସ୍ୱାକ୍ଷରକାରୀ ରାଷ୍ଟ୍ରମାନେ ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କର ଆକ୍ରମଣକୁ ମିଳିତ ଭାବରେ ପ୍ରତିରୋଧ କରିବେ ବୋଲି ଘୋଷଣା କରିଥିଲେ ।

୨୮ । ଦେର୍ତା କ’ଣ ?
Answer:

  • ୧୯୬୯ ମସିହାରୁ ୧୯୭୮ ମସିହା ମଧ୍ୟରେ ଦୁଇ ମହାଶକ୍ତିଙ୍କର ଆଶଙ୍କା ହୋଇଥିଲା ଯେ ସେମାନଙ୍କ ମଧ୍ୟରେ ଚାଲିଥିବା କ୍ରମାଗତ ଉତ୍ତେଜନା ଆଣବିକ ଯୁଦ୍ଧରେ ରୂପାନ୍ତରିତ ହୋଇ ଦିନେ ପୃଥ‌ିବୀକୁ ଧ୍ୱଂସାଭିମୁଖୀ କରିଦେବ ।
  • ଏହି ଆଶଙ୍କା ସେମାନଙ୍କୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ପ୍ରେରଣା ଯୋଗାଇବା ସଙ୍ଗେ ସଙ୍ଗେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ କରିଥିଲା ଏବଂ ଶୀତଳ ଯୁଦ୍ଧ ଏକ ନୂତନ ରୂପ ନେଇ ଦେଖାଁ ନାମରେ ପରିଚିତ ହୋଇଥିଲା !

CHSE Odisha Class 12 Political Science Chapter 9 Short Answer Questions in Odia Medium

୨୯ । ଦୈର୍ଘ୍ୟ ସମୟରେ ଦୁଇ ମହାଶକ୍ତି ମଧ୍ୟରେ ସମ୍ପର୍କରେ କି ପରିବର୍ତ୍ତନ ହୋଇଥିଲା ?
Answer:

  • ଦେର୍ତା ସମୟରେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଆଣବିକ ଅସ୍ତ୍ରର ପ୍ରସ୍ତୁତି, ପରୀକ୍ଷଣ ଓ ପ୍ରୟୋଗକୁ ନିୟନ୍ତ୍ରଣ କରିବା ଏବଂ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ହ୍ରାସ କରିବା ନିମନ୍ତେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।
  • ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ, ଉଚ୍ଚସ୍ତରୀୟ ପରିଦର୍ଶନ, ବାଣିଜ୍ୟ ଚୁକ୍ତି ଓ ଔଦ୍ୟୋଗିକ କ୍ଷେତ୍ରରେ ସହଯୋଗିତା ଆରମ୍ଭ ହୋଇ ଦୁଇ ମହାଶକ୍ତି ମଧ୍ୟରେ ସୁସମ୍ପର୍କ ସ୍ଥାପିତ ହୋଇଥିଲା ।

୩୦ । ନୂତନ ଶୀତଳ ଯୁଦ୍ଧ କ’ଣ ?
Answer:

  • ୧୯୭୯ ମସିହାର ଇରାନ୍ ବିଦ୍ରୋହ, ଚୀନ୍-ଭିଏତନାମ୍ ଯୁଦ୍ଧ, ଏଲ୍‌ସାଲ୍‌ଭେକ୍ଟରରେ ଯୁକ୍ତରାଷ୍ଟ୍ର ଆମେରିକାର ସଂପୃକ୍ତି, ଆଫଗାନିସ୍ତାନରେ ରୁଷିଆର ସାମରିକ ହସ୍ତକ୍ଷେପ ଆଦି ଘଟଣା ଯୋଗୁଁ ଦୁଇ ମହାଶକ୍ତି ମଧ୍ୟରେ ପ୍ରବଳ ଉତ୍ତେଜନାର ପରିପ୍ରକାଶ ଘଟିଥିଲା ।
  • ଫଳରେ ଦୈତାର ଅବସାନ ଘଟିଥିଲା ଏବଂ ନୂତନ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା । ଏଥିରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ଜଡ଼ିତ ହୋଇନଥିଲେ ।

B. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧। ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଉପରେ ଏକ ଟିପ୍‌ପଣୀ ଲେଖ ।
Answer:

  • ପଶ୍ଚିମ ଓ ମଧ୍ୟ ଇଉରୋପରେ ନିଜ ପ୍ରାଧାନ୍ୟ ବିସ୍ତାର ଓ ସୋଭିଏତ୍ ରୁସ୍‌ର ପ୍ରତିପତ୍ତିକୁ ପ୍ରତିହତ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଠନ କରିଥିଲା ।
  • ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ କାନାଡ଼ା, ବେଲଜିୟମ୍, ହଲାଣ୍ଡ, ଲକ୍ସେମ୍‌ବର୍ଗ, ଡେନ୍‌ମାର୍କ, ନରୱେ, ଆଇସ୍‌ଲାଣ୍ଡ, ବ୍ରିଟେନ୍, ଫ୍ରାନ୍ସ ଓ ପର୍ତ୍ତୁଗାଲ୍ ଯୋଗ ଦେଇଥିଲେ l
  • ଏହି ଚୁକ୍ତିରେ ଚୁକ୍ତିଭୁକ୍ତ ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଭ୍ୟ ଦେଶ ଉପରେ ଆକ୍ରମଣ ହେଲା ବୋଲି ଧରିନେବାପାଇଁ ଉଲ୍ଲେଖ ଥିଲା ।
  • ଫେବୃୟାରୀ ୧୯୫୨ରେ ଗ୍ରୀସ୍ ଓ ତୁର୍କୀ ଏବଂ ମେ ୧୯୫୫ରେ ଜର୍ମାନୀ ସଂଯୁକ୍ତ ସାଧାରଣତନ୍ତ୍ର ବା ପଶ୍ଚିମ ଜର୍ମାନୀ ଏହି ସାମରିକ ଚୁକ୍ତିରେ ଯୋଗ ଦେଇଥିଲେ ।
  • ଏହା ଫଳରେ ୧୯୪୯ ମସିହା ପରେ ସାମ୍ୟବାଦୀମାନେ ପଶ୍ଚିମ ଇଉରୋପ ଓ ଆଣ୍ଟିକ୍ ଅଞ୍ଚଳରେ କ୍ଷମତା ବିସ୍ତାର କରିପାରିଲେ ନାହିଁ ।

୨ । ସାମରିକ ମେଣ୍ଟ କହିଲେ କ’ଣ ବୁଝ ? ଏହାର ସର୍ଭ କ’ଣ ଥିଲା ? ବିଭିନ୍ନ ସମୟରେ ଗଠିତ ହୋଇଥ‌ିବା ସାମରିକ ମେଣ୍ଟର ବିବରଣୀ ପ୍ରଦାନ କର ।
Answer:

  • ସାମ୍ରାଜ୍ୟବାଦୀ ମନୋବୃତ୍ତି ନେଇ ନିଜର ପ୍ରାଧାନ୍ୟ ବିସ୍ତାର କରିବାପାଇଁ ବିଭିନ୍ନ ଚୁକ୍ତିରେ ଆବଦ୍ଧ ହେବାକୁ ସାମରିକ ମେଣ୍ଟ କୁହାଯାଏ ।
  • ଏହି ଚୁକ୍ତିର ସର୍ଭେ ଅନୁସାରେ ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଭ୍ୟ ଦେଶ ବା ଚୁକ୍ତିବଦ୍ଧ ଦେଶ ଉପର ଆକ୍ରମଣ ହେଲା ବୋଲି ଧରି ନିଆଯାଉଥିଲା ।
  • ୧୯୪୯ ମସିହା ଏପ୍ରିଲ ୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ରୁସ୍‌ର ପ୍ରତିପତ୍ତିକୁ ପ୍ରତିରୋଧ କରିବାକୁ ଯାଇ ଉତ୍ତର ଆଟ୍‌ଲାଣ୍ଟିକ୍ ରୁକ୍ତି ସଂଗଠନ ଗଢ଼ିଥିଲା । ୧୯୫୨ ମସିହାରେ ଗ୍ରୀସ୍ ଓ ତୁର୍କୀ ଏବଂ ୧୯୫୫ ମସିହାରେ ଜର୍ମାନୀ ଏହି ଚୁକ୍ତିରେ ଯୋଗ ଦେଇଥିଲେ ।
  • ୧୯୫୪ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା (ANZUS PACT) ସ୍ବାକ୍ଷରିତ ହୋଇଥିଲା ।
  • ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ରୁଷ୍ ଓ ସାମ୍ୟବାଦୀ ଚୀନର ପ୍ରଭାବକୁ ହ୍ରାସ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ ଗଠିତ ହୋଇଥିଲା ।
  • ସେହିଭଳି ୧୯୫୫ ମସିହାରେ ବାଗଦାଦ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଯାହା ପରେ କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ନାମରେ ନାମିତ ହେଲା ଓ ଯୁକ୍ତରାଷ୍ଟ୍ର ଆମେରିକା ଏଥୁରେ ଯୋଗଦେଲା । ଏହିସବୁ ମେଣ୍ଟ ଗଠନ ବିରୋଧରେ ସାମ୍ୟବାଦୀ ରାଷ୍ଟ୍ରମାନେ ରୁଷ୍ ନେତୃତ୍ବରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ୧୯୫୫ ମସିହାରେ ୱାରସ୍ ଚୁକ୍ତି ନାମକ ଏକ ସାମରିକ ମେଣ୍ଟ ଗଠିତ ହୋଇଥିଲା !

CHSE Odisha Class 12 Political Science Chapter 9 Short Answer Questions in Odia Medium

୩। ୱାରସ୍ ଚୁକ୍ତି ସଙ୍ଗଠନ ଉପରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ସୋଭିଏତ୍ ରୁଷ୍ ନେତୃତ୍ଵରେ ତା’ର ଅନୁଗାମୀ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନେ ୧୯୫୫ ମସିହା ମେ ୧ ତାରିଖରେ ଦ୍ଵାରସ୍ ଚୁକ୍ତି ସ୍ୱାକ୍ଷର କଲେ ।
  • ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ସୋଭିଏତ୍ ରୁଷ୍, ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲ୍‌ଗେରିଆ, ଆଲ୍‌ବାନିଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଗଠିତ ଏହି ସାମରିକ ମେଣ୍ଟ ଶୀତଳ ଯୁଦ୍ଧକୁ ତୀବ୍ରତର କରିବାରେ ସହାୟକ ହୋଇଥିଲା ।
  • ଚୁକ୍ତି ସ୍ୱାକ୍ଷରକାରୀ ରାଷ୍ଟ୍ରମାନେ ପୁଞ୍ଜିବାଦୀ ରାଷ୍ଟ୍ରଙ୍କର ଆକ୍ରମଣକୁ ମିଳିତଭାବେ ପ୍ରତିରୋଧ କରିବେ ବୋଲି ଘୋଷଣା କରିଥିଲେ ।
  • ୱାରସ୍ ଚୁକ୍ତି ସଙ୍ଗଠନ, ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଭଳି ଶୀତଳ ଯୁଦ୍ଧ ସମୟରେ ପ୍ରମୁଖ ସାମରିକ ମେଣ୍ଟ ଭାବେ କାର୍ଯ୍ୟ କଲା ।

୪। ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ (SEATO) ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:

  • ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ୧୯୫୪ ମସିହା ସେପ୍ଟେମ୍ବର ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ (SEATO) ଗଠିତ ହୋଇଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଥାଇଲାଣ୍ଡ, ପାକିସ୍ତାନ ଓ ଫିଲିପାଇନ୍ସ ଏହାର ସଭ୍ୟ ହୋଇଥିଲେ । ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଢାଞ୍ଚାରେ ଏହାର ନୀତିମାନ ନିର୍ଦ୍ଧାରିତ ହୋଇଥିଲା ।
  • ଦକ୍ଷିଣ-ପୂର୍ବ ଏସିଆରେ ଯେକୌଣସି ଆକ୍ରମଣକାରୀଙ୍କୁ ଏହାର ସଭ୍ୟମାନେ ମିଳିତ ଭାବରେ ପ୍ରତିରୋଧ କରି ସେହି ଅଞ୍ଚଳରେ ନିରାପତ୍ତା ରକ୍ଷା କରିବେ ବୋଲି ସ୍ଥିର ହେଲା ।
  • କିନ୍ତୁ ଭିଏତ୍‌ନାମ୍ ଯୁଦ୍ଧ ସମୟରେ ଏହି ଚୁକ୍ତିର କାର୍ଯ୍ୟକାରିତା ପରୀକ୍ଷିତ ହୋଇଥିଲା । ଦୀର୍ଘକାଳ ଯୁଦ୍ଧ ପରେ ସୋଭିଏତ୍ ସମର୍ଥିତ ଉତ୍ତର ଭିଏତ୍‌ନାମ୍, ୧୯୭୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥାତ ଦକ୍ଷିଣ ଭିଏତ୍‌ନାମ୍ ଉପରେ ବିଜୟ ହାସଲ କରିଥିଲା ।
  • ଫଳସ୍ୱରୂପ, ଯୁକ୍ତରାଷ୍ଟ୍ର ଆମେରିକାର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିଲା ଏବଂ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନର ପରିସମାପ୍ତି ଘଟିଥିଲା ।

୫। ବାଗ୍‌ବାଦ୍ ଚୁକ୍ତି ଉପରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:

  • ୧୯୫୫ ମସିହାରେ ଇରାକ୍ଟର ରାଜଧାନୀ ବାଗ୍‌ଦଠାରେ ବ୍ରିଟେନ୍ ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ ଏକ ସାମରିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ଏହା ବାଗ୍‌ଦାଦ୍ ଚୁକ୍ତି ନାମରେ ପରିଚିତ ।
  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ଏହି ମେଣ୍ଟରୁ ଓହରିଗଲା ଏବଂ ଏହାପରେ ଏହି ଚୁକ୍ତିର ନାମ କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ରଖାଗଲା ।
  • ଏଥ‌ିରେ ଯୁକ୍ତରାଷ୍ଟ୍ର ଆମେରିକା ସଭ୍ୟରୂପେ ଯୋଗ ଦେଇଥିଲା ।

୬ । ମାନବିକ ନିରାପତ୍ତାର ଗୁରୁତ୍ଵ
Answer:
ଲୋକମାନଙ୍କୁ ଭୋକ, ରୋଗ ବ୍ୟାଧ୍ ଓ ଦମନରୁ ରକ୍ଷା କରିବାକୁ ମାନବିକ ନିରାପତ୍ତା କୁହାଯାଏ । ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଜୀବନଯାତ୍ରାକୁ ସାବଲୀଳ ଓ ନିରନ୍ତର କରିବା ଏହାର ଉଦ୍ଦେଶ୍ୟ । ଅଯଥା ସାମରିକ ନିରାପତ୍ତା ଉପରେ ଗୁରୁତ୍ଵ ନ ଦେଇ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣି ଲୋକମାନଙ୍କୁ ହିଂସା ଓ ଅତ୍ୟାଚାରରୁ ମୁକ୍ତ କରିବା ଏହାର ଅନ୍ୟତମ ଲକ୍ଷ୍ୟ । ବର୍ତ୍ତମାନ ସମୟରେ ମହିଳା ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ସହ ସ୍ୱାସ୍ଥ୍ୟ ସୁରକ୍ଷା, ଗୋଷ୍ଠୀ ସୁରକ୍ଷା ଆଦି ନାନା ବିଷୟବସ୍ତୁକୁ ଏହାର ପରିସରଭୁକ୍ତ କରାଯାଇଛି ।

ବର୍ତ୍ତମାନ ବିଶ୍ବରେ ଜାତୀୟ ନିରାପତ୍ତା ପୂର୍ବପରି ସାମରିକ ଓ ଉଦ୍ଦେଶ୍ୟମୂଳକ ବିଷୟଗୁଡ଼ିକ ଗୁରୁତ୍ବ ଦେଉନାହିଁ । ପରିବର୍ତ୍ତିତ ପରିସ୍ଥିତି ଓ ଆନ୍ତର୍ଜାତିକ ସମ୍ପର୍କ ରକ୍ଷାକ୍ଷେତ୍ରରେ ନୂଆ ଆହ୍ବାନଗୁଡ଼ିକ ସମ୍ମୁଖୀନ ହେବାପାଇଁ ରାଷ୍ଟ୍ର ନିଜର ଜାତୀୟ ନିରାପତ୍ତାର ସୁରକ୍ଷା ପାଇଁ ଉଭୟ ପାରମ୍ପରିକ ନିରାପଭାଜନିତ ସମ୍ଭାବନା ସାମରିକ ଶକ୍ତି ବୃଦ୍ଧି, କୂଟନୈତିକ ପାରଦର୍ଶିତା ଓ ବଳପ୍ରୟୋଗକୁ ଗୁରୁତ୍ୱାରୋପ କରୁଥିବା ବେଳେ ଅଣପାରମ୍ପରିକ ନିରାପତ୍ତାଜନିତ ସମ୍ଭାବନା ମୁଖ୍ୟତଃ ସାମାଜିକ, ଆର୍ଥିକ, ମାନବୀୟ, ପାରିବେଶିକ ପରି ବିଷୟଗୁଡ଼ିକ ଉପରେ ଗୁରୁତ୍ୱାରୋପ କରୁଛି ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୭। ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର ପରିଣାମ ।
Answer:
ଦୁଇ ବା ତତୋଧ୍ଵ ରାଷ୍ଟ୍ର ମଧ୍ୟରେ ସାମରିକ ପ୍ରସ୍ତୁତିକୁ ନେଇ ପ୍ରତିଯୋଗିତା ହେଲେ ତାହାକୁ ଯୁଦ୍ଧାସ୍ତ୍ର ପ୍ରତିଯୋଗିତା କୁହାଯାଏ । ବିଜ୍ଞାନ ଓ ବୈଷୟିକ ବିଦ୍ୟାର ସାହାଯ୍ୟରେ ଏବଂ ଅନ୍ୟ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ରାଷ୍ଟ୍ରସହ ଚୁକ୍ତି ମାଧ୍ୟମରେ ବା କୌଣସି ସାମରିକ ମେଣ୍ଟର ସଦସ୍ୟଭାବେ ରାଷ୍ଟ୍ର ଅଧିକରୁ ଅଧିକ ଯୁଦ୍ଧାସ୍ତ୍ର ଓ ଅନୁଷଙ୍ଗିକ ସରଞ୍ଜାମ ଗଚ୍ଛିତ କରି ରଖେ । ଏହି ପ୍ରତିଯୋଗିତାର ଫଳସ୍ବରୂପ ସେନାବାହିନୀର ଶକ୍ତି ବୃଦ୍ଧି ପାଇଁ ଆଧୁନିକୀକରଣକୁ ଗୁରୁତ୍ଵ ଦିଆଯାଏ । ନୂଆ ନୂଆ ଅସ୍ତ୍ର ନିର୍ମାଣ, ଗଣବିଧ୍ୱଂସୀ କ୍ଷେପଣାସ୍ତ୍ର, ପାରମାଣବିକ ଯୁଦ୍ଧାସ୍ତ୍ର ପ୍ରସ୍ତୁତି, ଅତ୍ୟାଧୁନିକ ଗୁଇନ୍ଦା ବ୍ୟବସ୍ଥା, ଘାଟି ସ୍ଥାପନ, ସୀମାନ୍ତରେ ପ୍ରହରା ବ୍ୟବସ୍ଥାର ଦୃଢ଼ୀକରଣ ଆଦି ଅନେକ ପ୍ରକାର ପଦକ୍ଷେପଦ୍ବାରା ରାଷ୍ଟ୍ର ଅସ୍ତ୍ର ପ୍ରତିଯୋଗିତାରେ ସାମିଲ୍ ହୁଏ । ପଡ଼ୋଶୀ ରାଷ୍ଟ୍ରର ଯୁଦ୍ଧପ୍ରସ୍ତୁତିକୁ ଅନୁମାନ କରି ରାଷ୍ଟ୍ର ନିଜର ସାମରିକ କଳାକୌଶଳକୁ ଉନ୍ନତମାନର କରିବାକୁ ଗବେଷଣା ଉପରେ ଗୁରୁତ୍ବ ଦିଏ ଓ ସାମରିକ କ୍ଷେତ୍ରର ଖର୍ଚ୍ଚ ପାଇଁ ବଜେଟ୍‌ରେ ଅର୍ଥର ବ୍ୟବସ୍ଥା କରେ । ଉଭୟ ସଂଖ୍ୟାତ୍ମକ ଓ ଗୁଣାତ୍ମକ ଦୃଷ୍ଟିକୋଣରୁ ଦେଶ ଦେଶ ମଧ୍ୟରେ ସାମରିକ ପ୍ରତିଯୋଗିତା ହେଉଥୁବାର ଦୃଷ୍ଟିଗୋଚର ହେଉଛି । ଅନ୍ୟ ରାଷ୍ଟ୍ର ତୁଳନାରେ ନିଜକୁ ଯୁଦ୍ଧ ବ୍ୟାପାରରେ ଅଧୁକ ସଫଳ କରିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ।

୮ । ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର ସୁଫଳ
Answer:

  • ଯୁଦ୍ଧାସ୍ତ୍ର ପ୍ରତିଯୋଗିତାଦ୍ୱାରା ରାଷ୍ଟ୍ରର ନିରାପତ୍ତାକୁ ନିଶ୍ଚିତ କରାଯାଇପାରିବ ।
  • ଯୁଦ୍ଧାସ୍ତ୍ର ପ୍ରତିଯୋଗିତା ଆର୍ନ୍ତଜାତିକ ସ୍ତରରେ ରାଷ୍ଟ୍ରରେ ଗରିମା ବୃଦ୍ଧି କରେ ।
  • ଏହାଦ୍ଵାରା ଜାତୀୟ ସ୍ଵାର୍ଥ ସୁରକ୍ଷିତ ରଖାଯାଇପାରେ ।
  • ଯୁଦ୍ଧାସ୍ତ୍ର ଉତ୍ପାଦନ ଓ ବିକ୍ରିଦ୍ୱାରା ରାଷ୍ଟ୍ରର ଆର୍ଥିକ ସ୍ଥିତି ବଦଳିବା ସମ୍ଭବ ହୋଇଥାଏ
  • ଯୁଦ୍ଧଦ୍ଵାରା ଶାନ୍ତି ଆସେ । ଏଣୁ ଯୁଦ୍ଧାସ୍ତ୍ର ପ୍ରତିଯୋଗିତା ମାନବ ଇତିହାସରେ ସାଧାରଣ ଘଟଣା ଅଟେ ।
  • ପାରମାଣବିକ ଅସ୍ତ୍ର ପ୍ରତିଯୋଗିତା ଯୋଗୁଁ ପୃଥ‌ିବୀରେ ଶାନ୍ତି ବିରାଜମାନ କରିଛି । କାରଣ ପାରସ୍ପରିକ ଧ୍ୱଂସକୁ କୌଣସି ରାଷ୍ଟ୍ର ସ୍ବୀକାର କରିବେ ନାହିଁ ।

୯। ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର କୁଫଳ
Answer:
ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର କୁଫଳଗୁଡ଼କ ହେଲା –

  • କେବଳ ଯୁଦ୍ଧାସ୍ତ୍ର ପ୍ରତିଯୋଗିତା ନୁହେଁ ବରଂ ଏଥୁରୁ ଓହରି ଆସି ସାମରିକ ଓ ଆର୍ଥିକ ପ୍ରଗତି ପାଇଁ ପଦକ୍ଷେପ ନେଲେ ରାଷ୍ଟ୍ରର ନିରାପତ୍ତା ବିପନ୍ନ ହେବ ନାହିଁ ।
  • ଯୁଦ୍ଧପିପାସୁ ରାଷ୍ଟ୍ର ଓ ଏହାର ସରକାର କୌଣସି ରୂପରେ ବିଶ୍ଵ ସମୁଦାୟଦ୍ବାରା ଗ୍ରହଣୀୟ ନୁହଁନ୍ତି ।
  • ଯୁଦ୍ଧ ପ୍ରସ୍ତୁତି କେବଳ ଜାତୀୟ ସ୍ବାର୍ଥକୁ ସୁରକ୍ଷା ଦେଇପାରିବ ନାହିଁ । ଯୁଦ୍ଧର ପ୍ରସ୍ତୁତି ଓ ପ୍ରକୃତ ଯୁଦ୍ଧର ବ୍ୟୟ ରାଷ୍ଟ୍ରର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରେ ।
  • ଯୁଦ୍ଧାସ୍ତ୍ର ଉତ୍ପାଦନରେ ନିୟନ୍ତ୍ରଣ ଆଣି ଅନ୍ୟ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ବିଦ୍ୟାର ପ୍ରୟୋଗ ଓ ଶ୍ରମ ସଂସ୍କୃତି ସୃଷ୍ଟି କରି ପୁଞ୍ଜିବିନିବେଶ କଲେ ରାଷ୍ଟ୍ରର ଆର୍ଥିକ ସ୍ଥିତି ବଦଳିବ ।
  • ବିନା ଯୁଦ୍ଧରେ ମଧ୍ୟ ଶାନ୍ତି ଆସିପାରେ । ପାରସ୍ପରିକ ସହଯୋଗ, କୂଟନୀତିର ସଫଳ ପ୍ରୟୋଗ ଓ ପାରସ୍ପରିକ ଜାତୀୟ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିବ ।
  • ପାରମାଣବିକ ଅସ୍ତ୍ରର ସମ୍ପୂର୍ଣ୍ଣ ବିନାଶଦ୍ଵାରା ପୃଥ‌ିବୀରେ ଶାନ୍ତି ଆସିପାରିବ । ଏହି ଶକ୍ତିର ଶାନ୍ତିପୂର୍ଣ୍ଣ ପ୍ରୟୋଗକୁ ପ୍ରାଧାନ୍ୟ ଦେଲେ ବିଶ୍ଵର କଲ୍ୟାଣ ସାଧୁ ହେବ ।

୧୦ । ନିରସ୍ତ୍ରୀକରଣର ଅର୍ଥ
Answer:
ସଭ୍ୟତାର ଯେତେ ବିକାଶ ହୋଇଛି, ବିଜ୍ଞାନର ଯେତେ ଉନ୍ନତି ହୋଇଛି ରାଷ୍ଟ୍ରମାନେ ସୁରକ୍ଷା ନାମରେ ସେତିକି ପରିମାଣରେ ଭୟାନକ ଏବଂ ବିଧ୍ୱଂସକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିଛନ୍ତି । ହିରୋସିମା ଏବଂ ନାଗାସାକୀ ନଗରୀର ଧ୍ୱଂସକାହାଣୀ ବିଶ୍ବବାସୀ ଜାଣିବାକୁ ପାଇଲା ପରେ ପରମାଣୁ ବୋମା ବିରୋଧରେ ବିଶ୍ୱଜନମତ ସକ୍ରିୟ ହୋଇଉଠିଲା । ପୃଥ‌ିବୀର ଚିନ୍ତାଶୀଳ ଲୋକମାନେ ଜାଣିପାରିଲେ ପରମାଣୁ ବୋମାର ବ୍ୟବହାର ନିୟନ୍ତ୍ରିତ ନଲେ ସମଗ୍ର ମାନବଜାତି ଧ୍ୱଂସ ପାଇଯିବ ! ତେଣୁ ପରମାଣୁ ଯୁଦ୍ଧ କିପରି ନ ହେବ ସେଥ‌ିପାଇଁ ବୃହତ୍ ରାଷ୍ଟ୍ରମାନେ ତତ୍ପର ହୋଇଉଠିଲେ । ଜଳ, ସ୍ଥଳ, ଆକାଶରେ ପରମାଣୁ ବୋମା ପରୀକ୍ଷା ନ କରିବାପାଇଁ ଅନେକ ରାଜିନାମା ସ୍ବାକ୍ଷରିତ ହେଲା । ଆନ୍ତର୍ଜାତିକ ରାଜନୀତିରେ ନିରସ୍ତ୍ରୀକରଣ ସମସ୍ୟା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସମସ୍ୟ ଅଟେ । ଏହି ସମସ୍ୟା ଉପରେ ମାନବଜାତିର ଭବିଷ୍ୟତ ନିର୍ଭର କରେ ।

୧୧ । ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଓ ନିରସ୍ତ୍ରୀକରଣ ମଧ୍ଯରେ ପାର୍ଥକ୍ୟ ।
Answer:
ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଓ ନିରସ୍ତ୍ରୀକରଣ ମଧ୍ଯରେ ପାର୍ଥକ୍ୟଗୁଡ଼ିକ ହେଲା–

  • ନିରସ୍ତ୍ରୀକରଣର ଅର୍ଥ ଆନ୍ତର୍ଜାତିକ ବୁଝାମଣା ଅନୁସାରେ ଯୁଦ୍ଧ ସାମଗ୍ରୀ ଏବଂ ସୈନ୍ୟ ସଂଖ୍ୟାରେ କାଟ କରିବାକୁ ବୁଝାଏ । କିନ୍ତୁ ଶସ୍ତ୍ର ନିୟନ୍ତ୍ରଣର ଅର୍ଥ– ଶସ୍ତ୍ରର ପ୍ରୟୋଗକୁ ସୀମିତ କରିବା ଅର୍ଥରେ ବୁଝାଏ ।
  • ନିରସ୍ତ୍ରୀକରଣଦ୍ଵାରା ବିଦ୍ୟମାନ ଶସ୍ତ୍ରକୁ ସମାପ୍ତ କରିବା କିମ୍ବା ନଷ୍ଟ କରିବାପାଇଁ ଚେଷ୍ଟା କରାଯାଏ । କିନ୍ତୁ, ଶସ୍ତ୍ର ନିୟନ୍ତ୍ରଣରେ ଭବିଷ୍ୟତରେ ଶସ୍ତ୍ର ଉତ୍ପାଦନ ଏବଂ ତା’ର ପ୍ରୟୋଗର ନିୟନ୍ତ୍ରଣକୁ ବୁଝାଏ ।
  • ନିରସ୍ତ୍ରୀକରଣଦ୍ଵାରା ସାମରିକ ବଜେଟ୍ କମ୍ କରିବା, ସାମରିକ ଘାଟି ବନ୍ଦ କରିବାପାଇଁ ଚେଷ୍ଟା କରାଯାଇଥାଏ ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୧୨ । ନିରସ୍ତ୍ରୀକରଣର ଆବଶ୍ୟକତା
Answer:
ନିମ୍ନଲିଖ କାରଣ ଯୋଗୁଁ ନିରସ୍ତ୍ରୀକରଣର ଆବଶ୍ୟକତା ରହିଅଛି ।

  • ଯୁଦ୍ଧ ଭୟ ଦୂର କରି ଶାନ୍ତି ପ୍ରତିଷ୍ଠା ପାଇଁ ।
  • ବିନାଶକୁ ଦୂର କରି ଶାନ୍ତି ପ୍ରତିଷ୍ଠା ପାଇଁ ।
  • ରାଷ୍ଟ୍ରମାନଙ୍କର ଆର୍ଥିକ ବିକାଶ ପାଇଁ ।
  • ପରମାଣୁ ଅସ୍ତ୍ରଶସ୍ତ୍ର ଭୟ ଦୂର କରିବାପାଇଁ ।
  • ଆନ୍ତର୍ଜାତିକ ସୁରକ୍ଷା ଓ ସମସ୍ତ ରାଷ୍ଟ୍ରର ମଙ୍ଗଳ ପାଇଁ ।

୧୩ । ପରମାଣୁ ଅପ୍ରସାର ଚୁକ୍ତି (NPT) ଗୁରୁତ୍ଵ
Answer:
ପରମାଣୁ ଅପ୍ରସାର ସନ୍ଧି ଯାହାକୁ ସାଧାରଣ ଭାଷାରେ କୁହାଯାଇଛି, ତାକୁ ପ୍ରଥମେ ଆମେରିକା ଏବଂ ରୁଷ୍ ମିଳିମିଶି ପ୍ରସ୍ତୁତ କରିଥିଲେ । ୧୯୬୮ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଏହି ଚୁକ୍ତି ଉପରେ ବିଚାର ବିମର୍ଶ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏହାକୁ ଉପସ୍ଥାପିତ କରାଯାଇଥିଲା । ଏହି ଚୁକ୍ତି ଉପରେ ଭୋଟ ନେଲାବେଳେ ବିଶ୍ଵର ୨୧ ରାଷ୍ଟ୍ର ଅନୁପସ୍ଥିତ ଥିଲେ । ଏହି ଚୁକ୍ତି ସପକ୍ଷରେ ୯୫ଟି ରାଷ୍ଟ୍ରର ଭୋଟ ପାଇ ଏହି ଚୁକ୍ତି ଗୃହୀତ ହୋଇଥିଲେ ମଧ୍ୟ ବାସ୍ତବରେ ଏହା ୧୯୭୦ ମସିହାରେ କାର୍ଯ୍ୟକାରୀ ହୋଇଥିଲା । ଭାରତ ଏହି ଚୁକ୍ତିରେ ହସ୍ତାକ୍ଷର କରିନଥିଲା । ଯେଉଁମାନେ ଏହି ସନ୍ଧିରେ ହସ୍ତାକ୍ଷର କରିନଥୁଲେ ସେମାନଙ୍କର ଯୁକ୍ତି ହେଲା ଯେ ଏହି ସନ୍ଧି ସଂପୂର୍ଣ୍ଣ ପକ୍ଷପାତପୂର୍ଣ୍ଣ । ଏହି ସନ୍ଧିର ଉଦ୍ଦେଶ୍ୟ ହେଲା ଯେଉଁ ରାଷ୍ଟ୍ରଗୁଡ଼ିକ ପାଖରେ ପରମାଣୁ ଶସ୍ତ୍ର ଗଚ୍ଛିତ ଅଛି, ସେମାନଙ୍କୁ ହିଁ ଏହି ସନ୍ଧି ସୁହାଇବ । ତେଣୁ ଏହି ସନ୍ଧିରେ ସ୍ବାକ୍ଷର କରିନଥୁବା ରାଷ୍ଟ୍ରମାନଙ୍କ ମତରେ ଏହା ଏକ ‘ନକରାତ୍ମକ ସନ୍ଧି’ ।

୧୪ । ପରମାଣୁ ଅପ୍ରସାର ଚୁକ୍ତିର ସମାଲୋଚନା
Answer:

  • ଏହି ସନ୍ଧି ଆନ୍ତର୍ଜାତିକ ରାଜନୀତି କ୍ଷେତ୍ରରେ ନିରସ୍ତ୍ରୀକରଣ କିମ୍ବା ଶସ୍ତ୍ର ନିୟନ୍ତ୍ରଣ, କୌଣସି ପ୍ରାପ୍ତି ପାଇଁ ସହାୟକ ହୋଇପାରିବ ନାହିଁ ।
  • ଏହା ଏକ ପକ୍ଷପାତପୂର୍ଣ ସନ୍ଧି ଅଟେ I ପରମାଣୁ ଅସ୍ତ୍ରବିହୀନ ରାଷ୍ଟ୍ର ତୁଳନାରେ ପରମାଣୁ ଅସ୍ତ୍ରସଂପନ୍ନ ରାଷ୍ଟ୍ରର ଉଚ୍ଚତର ସ୍ଥିତିକୁ ବଜାୟ ରଖୁବା ଉଦ୍ଦେଶ୍ୟରେ ଏହି ସନ୍ଧି ତିଆରି ହୋଇଛି ।
  • ଏହା ପରମାଣୁ ତଥା ପରମାଣୁବିହୀନ ରାଷ୍ଟ୍ର ମଧ୍ୟରେ ଶକ୍ତି ବା କ୍ଷମତାର ପାର୍ଥକ୍ୟକୁ ଅନ୍ୟ ଭାବରେ ନାୟପୂର୍ଣ ବୋଲି ଜଣାଇବାକୁ ଚେଷ୍ଟା କରୁଛି ।
  • ପରମାଣୁ ଅପ୍ରସାର ସନ୍ଧି (NPT) ବାସ୍ତବରେ ଏକ ଏମିତି ରାଜନୈତିକ ଉପକରଣ, ଯାହା ରାଷ୍ଟ୍ରମାନଙ୍କୁ ପରମାଣୁ ସମ୍ପନ୍ନ ଓ ପରମାଣୁ ବିହୀନ ରାଷ୍ଟ୍ର ଭାବରେ ବାଣ୍ଟି ଦିଏ ।
  • ଫ୍ରାନ୍ସ ଏବଂ ଚୀନ୍ ବାରମ୍ବାର ପରମାଣୁ ପରୀକ୍ଷା କରି ସନ୍ଧିର ନିୟମକୁ ଖୁଲାପ କରି ଆସୁଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ।

୧୫ । ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT)ର ଗୁରୁତ୍ଵ
Answer:
ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ପରସ୍ପର ସହମତି ପ୍ରକାଶ କରି ପରମାଣୁ ପରୀକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇବାପାଇଁ ଏକ ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (C.T.B.T.) ପ୍ରସ୍ତୁତ କଲେ । ୧୯୯୬ ଡିସେମ୍ବର ୧୦ ତାରିଖ ଦିନ ମିଳିତ ଜାତିସଂଘର ସାଧାରଣ ସଭାରେ ଏହି ସନ୍ଧିକୁ ୧୫୮ଟି ଦେଶର ସଂଖ୍ୟାଗରିଷ୍ଠ ମତଦ୍ୱାରା ଗୃହୀତ କରାଯାଇଥିଲା । ଏହି ସନ୍ଧିରେ ସର୍ବପ୍ରଥମେ ଆମେରିକାର ରାଷ୍ଟ୍ରପତି ହସ୍ତାକ୍ଷର କରିଥିଲେ । ଏହାପରେ ଫ୍ରାନ୍ସ, ବ୍ରିଟେନ୍, ରୁଷ୍ ଏବଂ ଚୀନ୍ ମଧ୍ୟ ଏହି ସନ୍ଧିରେ ହସ୍ତାକ୍ଷର କରିଥିଲେ । କିନ୍ତୁ ପରମାଣୁ କ୍ଷମତାସମ୍ପନ୍ନ ୪୪ଟି ଦେଶ ଏହି ସନ୍ଧିକୁ ଅନୁମୋଦନ କଲେ ନାହିଁ । ୪୪ଟି ପରମାଣୁ କ୍ଷମତାସମ୍ପନ୍ନ ରାଷ୍ଟ୍ରମାନଙ୍କ ମଧ୍ୟରୁ କେବଳ ୨୫ଟି ରାଷ୍ଟ୍ର ଏହାର ଅନୁମୋଦନ କରିଥିଲେ । ୧୯୯୯ ମସିହା ଅକ୍ଟୋବର ୧୩ ତାରିଖ ଦିନ ଆମେରିକାର କଂଗ୍ରେସ ସଭା ଏହି ସନ୍ଧିକୁ ଅସ୍ବୀକାର କରିଥିଲା ।

୧୬ । ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧିର ବୈଶିଷ୍ଟ୍ୟସମୂହ ।
Answer:
ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧିର ବୈଶିଷ୍ଟ୍ୟସମୂହ ହେଲା –

  • ସମସ୍ତ ଦେଶଦ୍ବାରା ଯେକୌଣସି ପ୍ରକାର ପରମାଣୁ ପରୀକ୍ଷଣ କରିବାପାଇଁ ନିଷେଧ ।
  • ଏହି ସନ୍ଧିର ଉଲ୍ଲଘଂନ ରୋକିବାପାଇଁ ଆନ୍ତର୍ଜାତିକ ଅନୁସନ୍ଧାନ ବ୍ୟବସ୍ଥାର ସ୍ଥାପନା କରିବା ।
  • ସନ୍ଧିରେ ହସ୍ତାକ୍ଷର କରିଥିବା ପରମାଣୁ ଶସ୍ତ୍ରବିହୀନ ରାଷ୍ଟ୍ରର ପରମାଣୁ ଗବେଷଣାଗାର ଏବଂ ପରମାଣୁ କେନ୍ଦ୍ର ଉପରେ ନଜର ରଖୁବା ।
  • ପରମାଣୁ ଶସ୍ତ୍ରସମ୍ପନ୍ନ ରାଷ୍ଟ୍ରମାନଙ୍କୁ ନିଜର ମହଜୁଦ ପରମାଣୁ ଶସ୍ତ୍ରଗୁଡ଼ିକୁ ଗବେଷଣାଗାରରେ ପରୀକ୍ଷଣ ଏବଂ କମ୍ପ୍ୟୁଟର ପରୀକ୍ଷଣ ପାଇଁ ସ୍ଵତନ୍ତ୍ରତା ପ୍ରଦାନ ।

୧୭ । ମାନବିକ ନିରାପତ୍ତାର ଅର୍ଥ
Answer:
ଜଣେ ବ୍ୟକ୍ତି ବା ମାନବ ଗୋଷ୍ଠୀର ନିରାପତ୍ତାକୁ ମାନବିକ ନିରାପତ୍ତା କୁହାଯାଏ । ନିଜର ବିକାଶ ପାଇଁ, କାମ ପାଇଁ ବଞ୍ଚିବାପାଇଁ ମଣିଷ ନିରାପତ୍ତା ଚାହେଁ । ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ଥ‌ିବା ସମ୍ପର୍କ ତଥା କ୍ଷମତାର ବିକାଶ ସହ ମାନବିକ ନିରାପତ୍ତାର ଉଦ୍ଭବ ହୋଇଛି । ମାତ୍ର ରାଷ୍ଟ୍ରର ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯିବା ବେଳେ ବ୍ୟକ୍ତିର ନିରାପତ୍ତାକୁ ଗୌଣ ଆସନ ଦିଆଯିବାର ଦୃଷ୍ଟାନ୍ତ ପୃଥ‌ିବୀ ଇତିହାସରେ ପରିଦୃଷ୍ଟ ହୁଏ । ବିଗତ କିଛି ଦଶନ୍ଧି ହେଲା ବ୍ୟକ୍ତିର ମୁକ୍ତି, ସମ୍ମାନ ଓ ଅଧିକାର ଉପରେ ଗୁରୁତ୍ଵ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ! ବ୍ୟକ୍ତିର ସାମଗ୍ରିକ ସ୍ଥିତି ହିଁ ମାନବ ସମାଜର ଭାଗ୍ୟ ନିର୍ଦ୍ଧାରଣ କରେ ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୧୮ । ମାନବିକ ନିରାପତ୍ତାର ଲକ୍ଷଣ ।
Answer:
ମାନବିକ ନିରାପତ୍ତାର ଲକ୍ଷଣ ବା ବୈଶିଷ୍ଟ୍ୟମାନ ହେଲା –

  • ମାନବିକ ନିରାପତ୍ତା ରାଷ୍ଟ୍ରକେନ୍ଦ୍ରିକ ନ ହୋଇ ବ୍ୟକ୍ତିକେନ୍ଦ୍ରିକ ଅଟେ ।
  • ଏହା ବହୁକେନ୍ଦ୍ରିକ ବା ବହୁବିଧ ହୋଇଥିବାରୁ ସମଗ୍ର ମାନବଜାତିର ଖାଦ୍ୟ, ସ୍ୱାସ୍ଥ୍ୟ, ଅଧିକାର ଆଦିକୁ ଗୁରୁତ୍ଵ ଦିଏ ।
  • ଏହା ଲୋକମାନଙ୍କ କ୍ଷମତା ବୃଦ୍ଧି କରି ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ଓ ମୌଳିକ ଅଧିକାର ସୁରକ୍ଷାକୁ ଗୁରୁତ୍ଵ ଦିଏ ।
  • ଏହା ଏକ ଆନ୍ତର୍ଜାତିକ ବିଷୟ । ସମସ୍ତ ଦେଶରେ ଏହାକୁ ନିଶ୍ଚିତ କରି ଆନ୍ତର୍ଜାତିକ ନିରାପତ୍ତାକୁ ସାବ୍ୟସ୍ତ କରିହେବ ।
  • ମାନବୀୟ ବିକାଶ ସହ ମାନବିକ ନିରାପତ୍ତା ଜଡ଼ିତ । କର୍ମସଂସ୍ଥାନ ସୃଷ୍ଟି, କ୍ଷୁଧାରୁ ମୁକ୍ତି, ସ୍ୱାସ୍ଥ୍ୟସେବା, ଅସମାନତାର ଦୂର ପରି ବିକାଶମୂଳକ କାର୍ଯ୍ୟକ୍ରମଦ୍ୱାରା ମାନବିକ ନିରାପତ୍ତା ନିଶ୍ଚିତ କରାଯାଇପାରିବ ।
  • ମାନବ ଜୀବନର ସୁରକ୍ଷା ମାନବିକ ନିରାପତ୍ତାର ମୁଖ୍ୟ ଉଦ୍ଦେଶ୍ୟ । ଯେ କୌଣସି ପ୍ରକାର ଭୟ ଉଦ୍ରେକ ବିଷୟ ଯଥା ହିଂସା, ଦଙ୍ଗା, ବିଦେଶୀ ରାଷ୍ଟ୍ରର ଆକ୍ରମଣ, ବ୍ୟାସ୍‌, ପାରିବେଶିକ ସମସ୍ୟା ଆଦି ମାନବଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।

୧୯ ।ଆନ୍ତର୍ଜାତିକ ଦାରିଦ୍ର୍ୟର ଅର୍ଥ
Answer:
ଦାରିଦ୍ର୍ୟ ସାଧାରଣ ଭାବେ ବସ୍ତୁଗତ ସୁଖ ସୁବିଧା, ଅର୍ଥାଦିର ନିଅଣ୍ଟିଆ ଅବସ୍ଥାକୁ ବୁଝାଏ । ଏଣୁ ଆନ୍ତର୍ଜାତିକ ଦାରିଦ୍ର୍ୟ କହିଲେ ଏହି ସାଧାରଣ ନିଅଣ୍ଟିଆ ଅବସ୍ଥାର ପୃଥ‌ିବୀ ବ୍ୟାପି ଉପସ୍ଥିତିକୁ ସୂଚିତ କରେ । ଅନେକ ଆନ୍ତର୍ଜାତିକ ଆକଳନ ଅନୁଯାୟୀ ଆନ୍ତର୍ଜାତିକ ଦାରିଦ୍ର୍ୟର କ୍ରମାଗତ ବୃଦ୍ଧି ଘଟୁଛି । ୨୦୦୭ ମସିହାରେ ଏକ ରିପୋର୍ଟ ଅନୁଯାୟୀ ପୃଥ‌ିବୀର ୪୦ ଭାଗ ଲୋକ ରୋଜଗାର ଅସମାନତା ବୃଦ୍ଧି ପାଉଥିବା ଅଞ୍ଚଳର ବାସବାସ କରୁଛନ୍ତି । ଏଥ୍ ସହ ପୃଥିବୀର ଅନ୍ଧାଧିକ ଲୋକ ୨୦୦୮ ମସିହାରେ ଦୈନିକ ୨.୫୦ ଆମେରିକୀୟ ଡଲାର ରୋଜଗାର କରି ଜୀବନଧାରଣ କରୁଥିଲେ । ଆନ୍ତଜାତିକ ସହମତି ଅନୁଯାୟୀ ଦୈନିକ ୧.୫୦ ଆମେରିକୀୟ ଡଲାର ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଅତିଶୟ ଦାରିଦ୍ର୍ୟର ଶିକାର ବୋଲି ଗ୍ରହଣ କରାଯାଏ ।

୨୦ । ସମଗ୍ର ପୃଥ‌ିବୀରେ ଶୀତଳ ଯୁଦ୍ଧର କି ପ୍ରଭାବ ପଡ଼ିଥିଲା ?
Answer:

  • ଶୀତଳ ଯୁଦ୍ଧ ଯୋଗୁଁ ସମଗ୍ର ପୃଥ‌ିବୀରେ ଏକ ଅଜଣା ଯୁଦ୍ଧ-ଆତଙ୍କ ଖେଳିଯାଇଥିଲା ଏବଂ ଅନୁନ୍ନତ ଓ ବିକାଶଶୀଳ ଦେଶଗୁଡ଼ିକର ସାମାଜିକ ଓ ଅର୍ଥନୈତିକ ପ୍ରଗତି ବ୍ୟାହତ ହୋଇଥିଲା ।
  • ସମଗ୍ର ପୃଥ‌ିବୀ ସାମ୍ୟବାଦୀ ଗୋଷ୍ଠୀ ଏବଂ ପୁଞ୍ଜିବାଦୀ ଗୋଷ୍ଠୀ ଭାବରେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ, ଯାହାର ପରିଣାମରେ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିନଥିଲା ।
  • ସମ୍ମୁଖ ଯୁଦ୍ଧରେ ଉଭୟ ପକ୍ଷର ସୈନ୍ୟବାହିନୀ ନିୟୋଜିତ ହୋଇନଥିଲେ ସୁଦ୍ଧା ସେମାନଙ୍କର ବିରୋଧାତ୍ମକ କାର୍ଯ୍ୟକଳାପ ସମଗ୍ର ବିଶ୍ଵରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା ।
  • ସାମରିକ ମେଣ୍ଟଗୁଡ଼ିକରେ ଯୋଗଦେଇଥିବା ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ସାମରିକ ଶକ୍ତିର ବୃଦ୍ଧି ପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ ପ୍ରତିଯୋଗିତା କରିବା ସହିତ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିବାର ପ୍ରତିଦ୍ବନ୍ଦିତା ବିଶ୍ବବାସୀଙ୍କ ମଧ୍ୟରେ ଭୟ ସଂଚାର କରିଥିଲା ।
  • ଶେଷରେ ଦୁଇ ମହାଶକ୍ତି ମଧ୍ୟରେ ମହାକାଶ ଗବେଷଣା, ଚନ୍ଦ୍ରପୃଷ୍ଠରେ ମାନବର ଅବତରଣ ଏବଂ ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରତିଯୋଗିତାମୂଳକ ଉନ୍ନତି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ।

୨୧ । ସାମ୍ୟବାଦର ପ୍ରସାରକୁ ପ୍ରତିରୋଧ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଗଠିତ ହୋଇଥିବା ସାମରିକ ଚୁକ୍ତିଗୁଡ଼ିକ ସମ୍ପର୍କରେ ସଂକ୍ଷେପରେ ଉଲ୍ଲେଖ କର ।
Answer:

  • ସାମ୍ୟବାଦର ପ୍ରସାରକୁ ପ୍ରତିରୋଧ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ ଗଢ଼ିଥିଲା । ଚୁକ୍ତିଭୁକ୍ତ ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଦସ୍ୟ ଦେଶ ଉପରେ ଆକ୍ରମଣ ହେଲା ବୋଲି ଧରିନେବାକୁ ଏଥିରେ ଉଲ୍ଲେଖ ଥିଲା ।
  • ୧୯୫୧ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରତ ହୋଇଥିଲା । ବାହ୍ୟଶତ୍ରୁ ଆକ୍ରମଣର ପ୍ରତିରୋଧ ନିମନ୍ତେ ଚୁକ୍ତିବଦ୍ଧ ଦେଶଗୁଡ଼ିକ ପରସ୍ପରକୁ ସାହାଯ୍ୟ କରିବା ବ୍ୟବସ୍ଥା ଏଥ‌ିରେ କରାଯାଇଥିଲା ।
  • ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ ଗଠିତ ହୋଇଥିଲା । ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ଢାଞ୍ଚାରେ ଏଥରେ ନୀତିମାନ ସ୍ଥିରୀକୃତ ହୋଇଥିଲା ।
  • ୧୯୫୫ ମସିହାରେ ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ ବାଗଦାଦ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୧୯୫୮ ମସିହାରେ ଇରାକ୍ ଏଥରୁ ଓହରିଯିବା ପରେ ଏହା କେନ୍ଦ୍ରୀୟ ଚୁକ୍ତି ସଂଗଠନ ନାମରେ ନାମିତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା ଏହାର ସଭ୍ୟରୂପେ ଯୋଗ ଦେଲା ।

୨୨ । ଇଉରୋପୀୟ ରାଷ୍ଟ୍ରମାନେ ସେମାନଙ୍କର ସୁରକ୍ଷା ନିମନ୍ତେ କି ପଦକ୍ଷେପ ନେଇଥିଲେ ?
Answer:
ଇଉରୋପୀୟ ରାଷ୍ଟ୍ରମାନେ ସେମାନଙ୍କର ସୁରକ୍ଷା ନିମନ୍ତେ ନିମ୍ନଲିଖୂତ ପଦକ୍ଷେପମାନ ନେଇଥିଲେ ।

  • ୧୯୫୨ ମସିହା ମେ ମାସ ୨୭ ତାରିଖରେ ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀର ପ୍ରତିଷ୍ଠା ନିମନ୍ତେ ପ୍ୟାରିସ୍ତାରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା ।
  • ଏହି ଚୁକ୍ତିରେ ସମଗ୍ର ଇଉରୋପ ପାଇଁ ଏକ ସାଧାରଣ ରାଜନୈତିକ ଅନୁଷ୍ଠାନ, ସଶସ୍ତ୍ରବାହିନୀ, ବଜେଟ୍ ଏବଂ ଅସ୍ତ୍ରଶସ୍ତ୍ର ନିର୍ମାଣ କାର୍ଯ୍ୟ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ଏକ ମିଳିତ ସୈନ୍ୟବାହିନୀକୁ ଇଉରୋପ ପ୍ରତିରକ୍ଷା ବାହିନୀରୂପେ ଅଭିହିତ କରାଯାଇଥିଲା ।
  • ୧୯୫୪ ମସିହା ୨୮ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା ।
  • ୧୯୪୮ ମସିହାର ବ୍ରସେଲସ୍ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରାଯାଇ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠା ହୋଇଥିଲା ।
  • ପଶ୍ଚିମ ଇଉରୋପୀୟ ସଂଘର ପରିଷଦକୁ ବିଭିନ୍ନ ମୁଖ୍ୟ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବାକୁ କ୍ଷମତା ଅର୍ପଣ କରାଯାଇଥିଲା । ଫଳରେ ଏହା ଏକ ଆନ୍ତର୍ଜାତିକ ଅନୁଷ୍ଠାନରେ ପରିଣତ ହୋଇଥିଲା ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୨୩ । କିପରି ଶୀତଳ ଯୁଦ୍ଧର ଅବସାନ ଘଟିଲା ?
Answer:

  • ୧୯୮୫ ମସିହାରେ ମିଖାଇଲ୍ ଗୋର୍ବାଚୋଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେବାପରେ କେତେକ ସଂସ୍କାରମୂଳକ ନୀତି ପ୍ରଣୟନ କରିଥିଲେ ଯାହାକି ଦୁଇ ମହାଶକ୍ତି ମଧ୍ୟରେ ଲାଗି ରହିଥ‌ିବା ସଂଘର୍ଷର ଗତିକୁ ପରିବର୍ତ୍ତନ କରିଥିଲା ।
  • ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ଏବଂ ସହାବସ୍ଥାନ ଭାବ ଜାଗ୍ରତ ହେବା ଫଳରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ମଧ୍ୟ ହ୍ରାସ ପାଇଥିଲା ।
  • ପୂର୍ବ ଇଉରୋପୀୟ ଦେଶଗୁଡ଼ିକରୁ ସାମ୍ୟବାଦର ବିଲୋପ ମଧ୍ଯ ଘଟିଥିଲା ।
  • ୧୯୯୧ ମସିହା ଡିସେମ୍ବର ମାସରେ ସୋଭିଏତ୍ ସଂଘର ବିଲୟ ଘଟି ସ୍ଵାଧୀନ ରାଷ୍ଟ୍ରମାନଙ୍କର ରାଷ୍ଟ୍ରମଣ୍ଡଳ ହେଲା ।
  • ଫଳସ୍ଵରୂପ ୧୯୯୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମମଣ୍ଡଳର ରାଷ୍ଟ୍ରପତି ବୋରିସ୍ ୟେଲସିନ୍ ଶୀତଳ ଯୁଦ୍ଧର ଅବସାନ ଘଟିଲା ବୋଲି ଘୋଷଣା କରିଥିଲେ ।

CHSE Odisha Class 12 Political Science Chapter 9 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 9 ସାଂପ୍ରତିକ ବିଶ୍ଵରେ ନିରାପତ୍ତା ପ୍ରସଙ୍ଗର ପରିବର୍ତ୍ତିତ ପୃଷ୍ଠଭୂମି Objective Questions.

CHSE Odisha 12th Class Political Science Chapter 9 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। SALT – II କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
(i) ୧୯୭୦
(ii) ୧୯୭୩
(iii) ୧୯୭୯
(iv) ୧୯୯୦
Answer:
(iii) ୧୯୭୯

୨। କେଉଁ ମସିହାରେ START ସ୍ବାକ୍ଷରିତ ହୋଇଥିଲା ?
(i) ୧୯୭୯
(ii) ୧୯୮୦
(iii) ୧୯୭୯
(iv) ୧୯୯୦
Answer:
(iv) ୧୯୯୦

୩। ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
(i) ୧୯୯୦
(ii) ୧୯୯୫
(iii) ୧୯୯୬
(iv) ୧୯୯୯
Answer:
(iii) ୧୯୯୬

୪। ଭାରତ ଦ୍ଵିତୀୟ ଥର ପାଇଁ କେଉଁ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲେ ?
(i) ୧୯୯୦
(ii) ୧୯୯୨
(iii) ୧୯୯୬
(iv) ୧୯୯୮
Answer:
(iv) ୧୯୯୮

୫। ନିମ୍ନୋକ୍ତ ମଧ୍ୟରୁ କେଉଁ ରାଷ୍ଟ୍ର ପ୍ରଥମେ CTBTରେ ସ୍ଵାକ୍ଷର କରିଥିଲେ ?
(i) ଋଷିଆ
(ii) ଚୀନ
(iii) ଭାରତ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iv) ଯୁକ୍ତରାଷ୍ଟ୍ର ଆମେରିକା

CHSE Odisha Class 12 Political Science Chapter 9 Objective Questions in Odia Medium

୬। ବିଶ୍ୱ ଏଡସ୍ ଦିବସ କେବେ ପାଳନ କରାଯାଇଥାଏ ?
(i) ଜାନୁଆରୀ ୧୨
(ii) ମେ ୨୦
(iii) ଜୁଲାଇ ୧୦
(iv) ଡିସେମ୍ବର ୧
Answer:
(iv) ଡିସେମ୍ବର ୧

୭। ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ କେବେ ପାଳନ କରାଯାଇଥାଏ ?
(i) ଫେବୃଆରୀ ୫
(ii) ଏପ୍ରିଲ ୨୦
(iii) ଅକ୍ଟୋବର ୧୭
(iv) ଡିସେମ୍ବର ୧୦
Answer:
(iii) ଅକ୍ଟୋବର ୧୭

୮। କେଉଁ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ?
(i) ମାର୍ଚ୍ଚ ୩
(ii) ଏପ୍ରିଲ ୨୦
(iii) ଡିସେମ୍ବର ୧୦
(iv) ଡିସେମ୍ବର ୩
Answer:
(iii) ଡିସେମ୍ବର ୧୦

୯। ବିଶ୍ଵ ସ୍ଵାସ୍ଥ୍ୟ ଗଠନ (WHO) ରେ କେତେଜଣ ସଦସ୍ୟ ଅଛନ୍ତି ?
(i) ୧୯୦
(ii) ୧୯୧
(iii) ୧୯୩
(iv) ୧୯୪
Answer:
(iv) ୧୯୪

CHSE Odisha Class 12 Political Science Chapter 9 Objective Questions in Odia Medium

୧୦।‘‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା କାହାର ଉକ୍ତି ?
(i) ହାର୍ଟମ୍ୟାନ
(ii) ଲର୍ଡ଼ ଗ୍ରେ
(iii) ମରଗେଥାଉ
(iv) ଜବାହାରଲାଲ ନେହେରୁ
Answer:
(ii) ଲର୍ଡ଼ ଗ୍ରେ

୧୧। ଶୀତଳ ଯୁଦ୍ଧ ସମୟରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ସାମ୍ୟବାଦୀ ଗୋଷ୍ଠୀର ନେତୃତ୍ୱ ନେଇଥିଲା ?
(i) ଆମେରିକା
(ii) ଚୀନ୍
(iii) ସୋଭିଏତ୍ ରୁଷ୍
(iv) ଜାପାନ
Answer:
(iii) ସୋଭିଏତ୍ ରୁଷ୍

୧୨। ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ନିମ୍ନୋକ୍ତ କେଉଁ ମସିହାରେ ଗଠିତ ହୋଇଥିଲା ?
(i) ୧୯୫୧
(ii) ୧୯୫୨
(iii) ୧୯୫୩
(iv) ୧୯୫୪
Answer:
(iv) ୧୯୫୪

୧୩। କେବେ ଇରାକ୍ ବାଗଦାଦ୍ ଚୁକ୍ତିରୁ ଓହରିଗଲା ?
(i) ୧୯୫୬
(ii) ୧୯୫୭
(iii) ୧୯୫୮
(iv) ୧୯୫୯
Answer:
(iii) ୧୯୫୮

୧୪। କେଉଁ ସାମ୍ୟବାଦୀ ରାଷ୍ଟ୍ର ‘ୱାରସ୍ ଚୁକ୍ତି’ର ସଦସ୍ୟ ନ ଥିଲା ?
(i) ପୋଲାଣ୍ଡ
(ii) ହଙ୍ଗେରୀ
(iii) ବୁଲଗେରିଆ
(iv) ଚୀନ୍
Answer:
(iv) ଚୀନ୍

୧୫। ନିମ୍ନୋକ୍ତ କେଉଁ ମସିହାରେ ସୋଭିଏତ୍ ସଂଘର ବିଲୟ ଘଟିଥିଲା ?
(i) ୧୯୯୦
(ii) ୧୯୯୧
(iii) ୧୯୯୨
(iv) ୧୯୯୫
Answer:
(ii) ୧୯୯୧

CHSE Odisha Class 12 Political Science Chapter 9 Objective Questions in Odia Medium

୧୬। କେବେ ନୂତନ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା?
(i) ୧୯୭୭
(ii) ୧୯୭୮
(iii) ୧୯୭୯
(iv) ୧୯୮୦
Answer:
(iii) ୧୯୭୯

୧୭। ନିମ୍ନୋକ୍ତ କେଉଁ ମସିହାରେ ଆତ୍ମସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
(i) ୧୯୪୮
(i) ୧୯୪୯
(iii) ୧୯୫୦
(iv) ୧୯୫୧
Answer:
(iv) ୧୯୫୧

୧୮। ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନରେ ପଶ୍ଚିମ ଜର୍ମାନୀ କେବେ ଯୋଗ ଦେଇଥିଲା ?
(i) ଫେବୃୟାରୀ ୧୯୫୨
(ii) ମେ ୧୯୫୨
(iii) ଫେବୃୟାରୀ ୧୯୫୫
(iv) ମେ ୧୯୫୫
Answer:
(iv) ମେ ୧୯୫୫

୧୯। କିଏ ଆସ୍‌ର ସଭ୍ୟ ନଥିଲା ?
(i) ଅଷ୍ଟ୍ରେଲିଆ
(ii) ନେଦରଲାଣ୍ଡ
(iii) ନିଉଜିଲାଣ୍ଡ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iv) ଯୁକ୍ତରାଷ୍ଟ୍ର ଆମେରିକା

CHSE Odisha Class 12 Political Science Chapter 9 Objective Questions in Odia Medium

୨୦। କେବେ ବାଗ୍‌ଦାଦ୍ ଚୁକ୍ତି କେନ୍ଦ୍ରୀୟ ଚୁକ୍ତି ସଂଗଠନ ନାମରେ ନାମିତ ହେଲା ?
(i) ୧୯୪୯ ମସିହା
(i) ୧୯୫୨ ମସିହା
(ii) ୧୯୫୫ ମସିହା
(iv) ୧୯୫୮ ମସିହା
Answer:
(iv) ୧୯୫୮ ମସିହା

୨୧। କେବେ ଦେତାର ଅବସାନ ଘଟିଲା ?
(i) ୧୯୭୮ ମସିହା
(ii) ୧୯୭୯ ମସିହା
(ii) ୧୯୮୫ ମସିହା
(iv) ୧୯୯୦ ମସିହା
Answer:
(ii) ୧୯୭୯ ମସିହା

୨୨। କାହାର ସଂସ୍କାରମୂଳକ ନୀତି ଶୀତଳ ଯୁଦ୍ଧର ଅବସାନ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ?
(i) ୱାଲଟର ଲିଫ୍‌ମାନ୍
(ii) ମିଖାଇଲ୍ ଗୋର୍ବାଚେଭ୍
(iii) ଜର୍ଜ ବୁଶ୍
(iv) ବୋରିସ୍ ୟେଲସିନ୍
Answer:
(ii) ମିଖାଇଲ୍ ଗୋର୍ବାଚେଭ୍

୨୩। କେଉଁ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହେଲା ?
(i) ବ୍ରସେଲସ୍
(i) ମ୍ୟୁନିକ୍
(iii) ଆଟଲାଣ୍ଟା
(iv) ତାସ୍କେଣ୍ଟ୍
Answer:
(i) ବ୍ରସେଲସ୍

୨୪। କେବେ ଶୀତଳ ଯୁଦ୍ଧର ପରିସମାପ୍ତି ଘଟିଲା ବୋଲି ଘୋଷଣା କରାଗଲା ?
(i) ୧୯୯୧
(ii) ୧୯୯୨
(iii) ୧୯୯୩
(iv) ୧୯୯୪
Answer:
(ii) ୧୯୯୨

୨୫। କେବେ ଯୁକ୍ତରାଷ୍ଟ୍ର ଆମେରିକା ‘ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ’ ଗଠନ କରିଥିଲା ?
(i) ୧୯୪୯ ମସିହା ମାର୍ଚ୍ଚ ୧୪ ତାରିଖ
(ii) ୧୯୪୯ ମସିହା ଏପ୍ରିଲ ୪ ତାରିଖ
(iii) ୧୯୪୯ ମସିହା ମେ ୧୪ ତାରିଖ
(iv) ୧୯୪୯ ମସିହା ଜୁନ୍ ୧୪ ତାରିଖ
Answer:
(ii) ୧୯୪୯ ମସିହା ଏପ୍ରିଲ ୪ ତାରିଖ

CHSE Odisha Class 12 Political Science Chapter 9 Objective Questions in Odia Medium

୨୬। ୧୯୫୨ ମସିହାରେ କେଉଁ ଦୁଇ ଦେଶ ‘ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ’ରେ ଯୋଗ ଦେଇଥିଲେ ?
(i) ତୁର୍କୀ ଓ ଗ୍ରୀସ୍
(ii) ଗ୍ରୀସ୍ ଓ ପଶ୍ଚିମ ଜର୍ମାନୀ
(iii) ତୁର୍କୀ ଓ ପଶ୍ଚିମ ଜର୍ମାନୀ
(iv) ଗ୍ରୀସ୍ ଓ ବୁଲ୍‌ଗେରିଆ
Answer:
(i) ତୁର୍କୀ ଓ ଗ୍ରୀସ୍

୨୭। କେଉଁ ମସିହା ପରେ ସାମ୍ୟବାଦୀମାନେ ପଶ୍ଚିମ ଇଉରୋପ ଓ ଆଟଲାଣ୍ଟିକ୍ ଅଞ୍ଚଳରେ କ୍ଷମତା ବିସ୍ତାର କରିପାରି ନଥିଲେ ?
(i) ୧୯୪୨
(ii) ୧୯୪୬
(iii) ୧୯୪୯
(iv) ୧୯୫୨
Answer:
(iii) ୧୯୪୯

୨୮। ୧୯୫୨ ମସିହା ମେ ମାସ ୨୭ ତାରିଖରେ ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀର ପ୍ରତିଷ୍ଠା ନିମନ୍ତେ କେଉଁଠାରେ ଏକ ଚୁକ୍ତି ସାକ୍ଷରିତ ହୋଇଥିଲା ?
(i) ପ୍ୟାରିସ୍
(ii) ପୋଲାଣ୍ଡ
(iii) ହଲାଣ୍ଡ
(iv) ନରୱେ
Answer:
(i) ପ୍ୟାରିସ୍

୨୯। ୧୯୫୪ ମସିହା ୨୮ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ କେଉଁଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ
(i) ସେନ
(ii) ଜାପାନ
(iii) ଲଣ୍ଡନ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iii) ଲଣ୍ଡନ

CHSE Odisha Class 12 Political Science Chapter 9 Objective Questions in Odia Medium

୩୦। ୧୯୪୮ର କେଉଁ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପରେ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ?
(i) ୱାରସ୍ ଚୁକ୍ତି
(ii ) ପ୍ୟାରିସ୍ ଚୁକ୍ତି
(iii) ବ୍ରସେଲ୍ସ ଚୁକ୍ତି
(iv) ଭର୍ସାଇ ଚୁକ୍ତି
Answer:
(iii) ବ୍ରସେଲ୍‌ ଚୁକ୍ତି

୩୧। କେବେ ପଶ୍ଚିମ ଇଉରୋପୀୟ ସଂଘ ଜନ୍ମ ନେଇଥିଲା ?
(i) ୧୯୪୨
(ii) ୧୯୪୫
(iii) ୧୯୪୮
(iv) ୧୯୪୯
Answer:
(iii) ୧୯୪୮

୩୨। ଦକ୍ଷିଣ -ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ କାହା ନେତୃତ୍ୱରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ ଗଠିତ ହୋଇଥିଲା ?
(i) ସୋଭିଏତ୍ ରୁଷ୍
(ii) ସ୍ପେନ
(iii) ଇଟାଲୀ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iv) ଯୁକ୍ତରାଷ୍ଟ୍ର ଆମେରିକା

୩୩। ପାକିସ୍ତାନ କେଉଁ ସଂଗଠନର ସଦସ୍ୟ ଥିଲା ?
(i) ସିଆଟୋ
(ii) ୱାର୍‌ସ ଚୁକ୍ତି
(iii) ନାଟୋ
(iv) ବାଗ୍‌ଦାଦ୍ ଚୁକ୍ତି
Answer:
(i) ସିଆଟୋ

୩୪। କେବେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି ଘଟିଥିଲା ?
(i) ୧୯୭୦
(ii) ୧୯୭୨
(iii) ୧୯୭୫
(iv) ୧୯୭୬
Answer:
(iii) ୧୯୭୫

୩୫। ୧୯୫୫ ମସିହାରେ ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍ୱାରେ କେଉଁ ଚୁକ୍ତି ସାକ୍ଷରିତ ହୋଇଥିଲା ?
(i) ୱାର୍‌ସ ଚୁକ୍ତି
(ii) ବାଗ୍‌ଦାଦ୍ ଚୁକ୍ତି
(iii) ଲଣ୍ଡନ ଚୁକ୍ତି
(iv) ନାଟୋ
Answer:
(ii) ବାଦ୍ ଚୁକ୍ତି

CHSE Odisha Class 12 Political Science Chapter 9 Objective Questions in Odia Medium

୩୬। ‘ନାଟୋ’ର ପୂରାନାମ କ’ଣ ?
(i) ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ
(ii) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ
(iii) ବାଗ୍‌ଦାଦ୍ ଚୁକ୍ତି
(iv) ବ୍ରସେଲ୍ସ ଚୁକ୍ତି
Answer:
(i) ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ

୩୭। ‘ସିଆଟୋ’ର ପୂରାନାମ କ’ଣ ?
(i ) ବ୍ରସେଲ୍ସ ଚୁକ୍ତି
(ii) ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ
(iii) ୱାର୍‌ସ ଚୁକ୍ତି
(iv) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ
Answer:
(iv) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ

୩୮। ୧୯୫୮ ମସିହାରେ କେଉଁ ଦେଶ କେନ୍ଦ୍ରୀୟ ଚୁକ୍ତି ସଂଗଠନରେ ଯୋଗ ଦେଇଥିଲା ?
(i) ଜାପାନ
(ii) ଫ୍ରାନ୍ସ
(iii) ସୋଭିଏତ୍ ରୁଷ୍
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iv) ଯୁକ୍ତରାଷ୍ଟ୍ର ଆମେରିକା

୩୯। କେଉଁ ଦେଶ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନର ସଭ୍ୟ ନୁହେଁ ?
(i) ଆଇସ୍‌ଲାଣ୍ଡ
(ii) ନରୱେ
(iii) ପର୍ତ୍ତୁଗାଲ
(iv) ନେଦରଲାଣ୍ଡ
Answer:
(iv) ନେଦରଲାଣ୍ଡ

CHSE Odisha Class 12 Political Science Chapter 9 Objective Questions in Odia Medium

୪୦। କେଉଁ ଦେଶ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ସଭ୍ୟ ନୁହେଁ ?
(i) ସୋଭିଏତ୍ ରୁଷ୍
(ii) ଫ୍ରାନ୍ସ
(iii) ବ୍ରିଟେନ୍
(iv) ଅଷ୍ଟ୍ରେଲିଆ
Answer:
(i) ସୋଭିଏତ୍ ରୁଷ୍

୪୧। ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନରେ କେତେଜଣ ସଭ୍ୟ ଥିଲେ ?
(i) ୬ ଜଣ
(ii) ୮ ଜଣ
(iii) ୧୦ ଜଣ
(iv) ୧୨ ଜଣ
Answer:
(ii) ୮ ଜଣ

୪୨। ୧୯୫୫ ମସିହା ମେ ୧ ତାରିଖରେ ପୋଲାଣ୍ଡର ରାଜଧାନୀଠାରେ କେଉଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ?
(i) ବାଗ୍‌ଦାଦ୍ ଚୁକ୍ତି
(ii) କେନ୍ଦ୍ରୀୟ ଚୁକ୍ତି ସଂଗଠନ
(iii) ୱାର୍‌ସ ଚୁକ୍ତି
(iv) ବ୍ରସେଲ୍‌ ଚୁକ୍ତି
Answer:
(iii) ୱାର୍‌ସ ଚୁକ୍ତି

୪୩। ୱାର୍‌ସ ଚୁକ୍ତିରେ କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ?
(i) ୮ଟି
(ii) ୧୫ଟି
(ii) ୧୬ଟି
(iv) ୧୮ଟି
Answer:
(i) ୮ଟି

୪୪। କେଉଁ ଦେଶ ନେତୃତ୍ୱରେ ୱାର୍‌ସ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ?
(i) ଯୁକ୍ତରାଷ୍ଟ୍ର ଆମେରିକା
(ii) ଫ୍ରାନ୍ସସ
(iii) ତୁର୍କୀ
(iv) ସୋଭିଏତ୍ ରୁଷ୍
Answer:
(iv) ସୋଭିଏତ୍ ରୁଷ୍

୪୫। କେଉଁ ଚୁକ୍ତିରେ ସ୍ବାକ୍ଷର କରିଥିବା ରାଷ୍ଟ୍ରମାନେ ପୁଞ୍ଜିବାଦୀ ରାଷ୍ଟ୍ରଙ୍କର ଆକ୍ରମଣକୁ ମିଳିତ ଭାବରେ ପ୍ରତିରୋଧ କରିବେ ବୋଲି ଘୋଷଣା କରିଥିଲେ ?
(i) ବାଗ୍‌ଦାଦ୍ ଚୁକ୍ତି
(ii) ୱାର୍‌ସ ଚୁକ୍ତି
(iii) ଲଣ୍ଡନ ଚୁକ୍ତି
(iv) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି
Answer:
(ii) ୱାର୍‌ସ ଚୁକ୍ତି

CHSE Odisha Class 12 Political Science Chapter 9 Objective Questions in Odia Medium

୪୬। ୧୯୭୯ ମସିହାରେ କେଉଁ ଦେଶରେ ବିଦ୍ରୋହର ସୂତ୍ରପାତ ଘଟିଥିଲା ?
(i) ଇରାକ୍
(ii) ତୁର୍କୀ
(iii) ଇରାନ୍
(iv) ଥାଇଲାଣ୍ଡ
Answer:
(iii) ଇରାନ୍

୪୭। ଚୀନ୍-ଭିଏତନାମ ଯୁଦ୍ଧ କେବେ ସଂଘଟିତ ହୋଇଥିଲା ?
(i) ୧୯୭୨
(ii) ୧୯୭୫
(iii) ୧୯୭୮
(iv) ୧୯୭୯
Answer:
(iv) ୧୯୭୯

୪୮। ୧୯୭୯ ମସିହାରେ ଏଲ୍‌ ସାଲ୍‌ଭେଡ଼ର୍‌ରେ କେଉଁ ଦେଶର ସଂପୃକ୍ତି ଦେଖିବାକୁ ମିଳିଥିଲା ?
(i) ସୋଭିଏତ୍ ରୁଷ୍
(ii) ତୁର୍କୀ
(iii) ଫ୍ରାନ୍ସସ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iv) ଯୁକ୍ତରାଷ୍ଟ୍ର ଆମେରିକା

୪୯। ୧୯୭୯ ମସିହାରେ ଆଫଗାନିସ୍ଥାନରେ କେଉଁ ଦେଶର ସାମରିକ ହସ୍ତକ୍ଷେପ ଦେଖିବାକୁ ମିଳିଥିଲା ?
(i) ବ୍ରିଟେନ୍
(ii) ଇଟାଲୀ
(iii) ଜାପାନ
(iv) ସୋଭିଏତ୍ ରୁଷ୍
Answer:
(iv) ସୋଭିଏତ୍ ରୁଷ୍

CHSE Odisha Class 12 Political Science Chapter 9 Objective Questions in Odia Medium

୫୦। ସାନ୍ ସାଲଭେଡ଼ର୍‌ କେଉଁ ଦେଶର ରାଜଧାନୀ ?
(i) ଭିଏତନାମ
(ii) ଟ୍ଵିଟେମାଲା
(ii) ନାଇଜେରିଆ
(iv) ଏଲ୍ ସାଇଭେଡ଼ର୍‌
Answer:
(iv) ଏଲ୍ ସାଇଡ଼ର୍‌

୫୧। କେବେ ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ପଦ ଅଳଙ୍କୃତ କରିଥିଲେ ?
(i) ୧୯୮୪
(ii) ୧୯୮୫
(iii) ୧୯୮୮
(iv) ୧୯୯୧
Answer:
(ii) ୧୯୮୫

୫୨। କେଉଁ ମସିହା ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ?
(i) ୧୯୨୦
(ii) ୧୯୨୧
(iii) ୧୯୨୫
(iv) ୧୯୩୦
Answer:
(i) ୧୯୨୧

୫୩। ଲଣ୍ଡନ ନୌସେନା ସନ୍ଧି କେବେ ସ୍ବାକ୍ଷରିତ ହୋଇଥିଲା ?
(i) ୧୯୨୮
(ii) ୧୯୩୦
(iii) ୧୯୩୪
(iv) ୧୯୪୦
Answer:
(ii) ୧୯୩୦

୫୪। ଅଙ୍ଗୋ -ଜର୍ମାନ୍ ନୌସେନା ସନ୍ଧି କେବେ ସ୍ବାକ୍ଷରିତ ହୋଇଥିଲା ?
(i) ୧୯୩୦
(ii) ୧୯୩୨
(iii) ୧୯୩୪
(iv) ୧୯୩୫
Answer:
(iv) ୧୯୩୫

୫୫। ମିଳିତ ଜାତିସଂଘଦ୍ଵାରା ପରମ୍ପରାଗତ ଶସ୍ତ୍ର ଆୟୋଗ କେବେ ଗଠିତ ହୋଇଥିଲା ?
(i) ୧୯୪୫
(ii) ୧୯୪୬
(iii) ୧୯୪୭
(iv) ୧୯୫୦
Answer:
(iii) ୧୯୪୭

CHSE Odisha Class 12 Political Science Chapter 9 Objective Questions in Odia Medium

୫୬। ମିଳିତ ଜାତିସଂଘ କେବେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ?
(i) ୧୯୪୫
(ii) ୧୯୪୮
(iii) ୧୯୫୦
(iv) ୧୯୫୨
Answer:
(iv) ୧୯୫୨

୫୭। କେଉଁ ସମ୍ମିଳନୀରେ ଖୋଲା ଆକାଶ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ?
(i) ଜେନେଭା ଶିଖର ସମ୍ମିଳନୀ
(ii) ଲଣ୍ଡନ ସମ୍ମିଳନୀ
(iii) ୱାଶିଂଟନ ସମ୍ମିଳନୀ
(iv) କାଇରୋ ସମ୍ମିଳନୀ
Answer:
(i) ଜେନେଭା ଶିଖର ସମ୍ମିଳନୀ

୫୮। ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NPT) କେବେ ସ୍ବାକ୍ଷରିତ ହୋଇଥିଲା ?
(i) ୧୯୫୯
(ii) ୧୯୬୨
(iii) ୧୯୬୩
(iv) ୧୯୭୦
Answer:
(iv) ୧୯୭୦

୫୯। SALT – 1 କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
(i) ୧୯୭୦
(ii) ୧୯୭୨
(iii) ୧୯୭୫
(iv) ୧୯୭୬
Answer:
(ii) ୧୯୭୨

CHSE Odisha Class 12 Political Science Chapter 9 Objective Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧ । ________________ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ।
Answer:
୧୯୨୧

୨ । ଲଣ୍ଡନ ନୌସେନା ସନ୍ଧି __________________ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୩୦

୩ । ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି ________________ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
୧୯୩୫

୪। ମିଳିତ ଜାତିସଂଘଦ୍ୱାରା ପରମ୍ପରାଗତ ଶସ୍ତ୍ର ଆୟୋଗ ______________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୪୭

୫। ମିଳିତ ଜାତିସଂଘଦ୍ବାରା ନିରସ୍ତ୍ରୀକରଣ ଆୟୋଗ ______________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୫୨

୬। _______________ ସମ୍ମିଳନୀରେ ଖୋଲା ଆକାଶ ଯୋଜନାର ପ୍ରସ୍ତାବ ରଖୁଥିଲେ ?
Answer:
ଜେନେଭା ଶିଖର ସମ୍ମିଳନୀ

୭। ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NTBT) ______________ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
୧୯୬୩

୮ । ପରମାଣୁ ଅପ୍ରସାର ସନ୍ଧି (NPT) ________________ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।
Answer:
୧୯୭୦

୯। SALT-I ______________ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
୧୯୭୨

CHSE Odisha Class 12 Political Science Chapter 9 Objective Questions in Odia Medium

୧୦। SALT – II _______________ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୭୯

୧୧। ________________ ମସିହାରେ START ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୯୦

୧୨। ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) _______________ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୯୬

୧୩ । ଭାରତ ଦ୍ବିତୀୟଥର ପାଇଁ _______________ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲା ।
Answer:
୧୯୯୮

୧୪। ______________ ରାଷ୍ଟ୍ର ପ୍ରଥମେ CTBTରେ ସ୍ବାକ୍ଷର କରିଥିଲା ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୫୮ ବିଶ୍ଵ ଏଡ଼ସ୍ ଦିବସ ________________ ତାରିଖରେ ପାଳନ କରାଯାଇଥାଏ ।
Answer:
ଡିସେମ୍ବର ୧

୧୬ । ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ________________ ତାରିଖରେ ପାଳନ କରାଯାଇଥାଏ ।
Answer:
ଅକ୍ଟୋବର ୧୭

୧୭। ________________ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ।
Answer:
ଡିସେମ୍ବର ୧୦

୧୮ । ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (WHO)ରେ ______________ ଜଣ ସଦସ୍ୟ ଅଛନ୍ତି ।
Answer:
୧୯୪

CHSE Odisha Class 12 Political Science Chapter 9 Objective Questions in Odia Medium

୧୯। ‘‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା ____________ ଉକ୍ତ ।
Answer:
ଲର୍ଡ଼ ଗ୍ରେ

C. ଭ୍ରମ ସଂଶୋଧନ କର ।

୧। ତାଂଶିଟନ୍‌ ସମ୍ମିଳନୀରେ ଖୋଲା ଆକାଶ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ?
Answer:
ଜେନେଭା ଶିଖର ସମ୍ମିଳନୀ ସମ୍ମିଳନୀରେ ଖୋଲା ଆକାଶ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ।

୨। ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NTBT) ୧୯୫୯ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NTBT) ୧୯୬୩ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୩। ପରମାଣୁ ଅପ୍ରସାର ସନ୍ଧି (NPT) ୧୯୬୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।
Answer:
ପରମାଣୁ ଅପ୍ରସାର ସନ୍ଧି (NPT) ୧୯୭୦ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।

୪। SALT – 1 ୧୯୭୫ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
SALT – 1 ୧୯୭୨ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

୫ | SALT – II ୧୯୭୦ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
SALT – II ୧୯୭୯ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 9 Objective Questions in Odia Medium

୬ | ୧୯୨୦ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ।
Answer:
୧୯୨୧ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ।

୭ । ଲଣ୍ଡନ ନୌସେନା ସନ୍ଧି ୧୯୨୮ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
ଲଣ୍ଡନ ନୌସେନା ସନ୍ଧି ୧୯୩୦ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୮। ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି ୧୯୩୪ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି ୧୯୩୫ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୯ । ମିଳିତ ଜାତିସଂଘଦ୍ଵାରା ପରମ୍ପରାଗତ ଶସ୍ତ୍ର ଆୟୋଗ ୧୯୪୬ ମସିହାରେ ଗଠିତ ହୋଇଥିଲା ।
Answer:
ମିଳିତ ଜାତିସଂଘଦ୍ଵାରା ପରମ୍ପରାଗତ ଶସ୍ତ୍ର ଆୟୋଗ ୧୯୪୭ ମସିହାରେ ଗଠିତ ହୋଇଥିଲା ।

୧୦ । ମିଳିତ ଜାତିସଂଘ ୧୯୪୫ ମସିହାରେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ।
Answer:
ମିଳିତ ଜାତିସଂଘ ୧୯୫୨ ମସିହାରେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ।

୧୧। ୧୯୯୨ ମସିହାରେ START ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୯୦ ମସିହାରେ START ସ୍ବାକ୍ଷରିତ ହୋଇଥିଲା ।

୧୨ । ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) ୧୯୯୦ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) ୧୯୯୬ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

୧୩। ଭାରତ ଦ୍ଵିତୀୟ ଥରପାଇଁ ୧୯୯୬ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲେ ।
Answer:
ଭାରତ ଦ୍ବିତୀୟ ଥରପାଇଁ ୧୯୯୮ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲେ ।

୧୪। ଋଷିଆ ପ୍ରଥମେ CTBTରେ ସ୍ଵାକ୍ଷର କରିଥିଲା ।
Answer:
ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମେ CTBTରେ ସ୍ବାକ୍ଷର କରିଥିଲା ।

୧୫ । ବିଶ୍ବ ଏଡ଼ସ୍ ଦିବସ ଡିସେମ୍ବର ୧୨ ତାରିଖରେ ପାଳନ କରାଯାଇଥାଏ ।
Answer:
ବିଶ୍ବ ଏଡ଼ସ୍ ଦିବସ ଡିସେମ୍ବର ୧ ତାରିଖରେ ପାଳନ କରାଯାଇଥାଏ ।

CHSE Odisha Class 12 Political Science Chapter 9 Objective Questions in Odia Medium

୧୬ । ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ଅକ୍ଟୋବର ୫ ତାରିଖରେ ପାଳନ କରାଯାଇଥାଏ ।
Answer:
ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ଅକ୍ଟୋବର ୧୭ ତାରିଖରେ ପାଳନ କରାଯାଇଥାଏ ।

୧୭ । ମାର୍ଚ୍ଚ ୩ ତାରିଖକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ।
Answer:
ଡିସେମ୍ବର ୧୦ ତାରିଖକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ।

୧୮ । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO)ରେ ୧୯୬ ଜଣ ସଦସ୍ୟ ଅଛନ୍ତି ।
Answer:
ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO)ରେ ୧୯୪ଜଣ ସଦସ୍ୟ ଅଛନ୍ତି ।

୧୯। “‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା ଜବାହାରଲାଲ ନେହେରୁଙ୍କର ଉକ୍ତି ।
Answer:
‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା ଲର୍ଡ଼ ଗ୍ରେଙ୍କର ଉକ୍ତି ।

D. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧। କେଉଁ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ?
Answer:
୧୯୨୧ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ।

୨। ଲଣ୍ଡନ ନୌସେନା ସନ୍ଧି କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
ଲଣ୍ଡନ ନୌସେନା ସନ୍ଧି ୧୯୩୦ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୩ ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି ୧୯୩୫ ସ୍ବାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 9 Objective Questions in Odia Medium

୪ । ମିଳିତ ଜାତିସଂଘଦ୍ଵାରା ପରମ୍ପରାଗତ ଶସ୍ତ୍ର ଆୟୋଗ କେବେ ଗଠିତ ହୋଇଥିଲା ?
Answer:
ମିଳିତ ଜାତିସଂଘଦ୍ୱାରା ପରମ୍ପରାଗତ ଶସ୍ତ୍ର ଆୟୋଗ ୧୯୪୭ ମସିହାରେ ଗଠିତ ହୋଇଥିଲା ।

୫। ମିଳିତ ଜାତିସଂଘ କେବେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ?
Answer:
ମିଳିତ ଜାତିସଂଘ ୧୯୫୨ ମସିହାରେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ।

୬ । କେଉଁ ସମ୍ମିଳନୀରେ ଖୋଲା ଆକାଶ ତଳେ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ?
Answer:
ଜେନେଭା ଶିଖର ସମ୍ମିଳନୀରେ ଖୋଲା ଆକାଶ ତଳେ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ।

୭ । ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NIBT) କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NTBT) ୧୯୬୩ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

୮| ପରମାଣୁ ଅପ୍ରସାର ସନ୍ଧି (NPT) କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା ?
Answer:
ପରମାଣୁ ଅପ୍ରସାର ସନ୍ଧି (NPT) ୧୯୭୦ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।

୯। SALT – 1 କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
Answer:
SALT – 1 ୧୯୭୨ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

୧୦ । SALT – II କେଉଁ ମସିହାରେ ସ୍ବାକ୍ଷରିତ ହୋଇଥିଲା ?
Answer:
SALT – II ୧୯୭୯ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୧୧ । କେଉଁ ମସିହାରେ START ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୯୦ ମସିହାରେ START ସ୍ବାକ୍ଷରିତ ହୋଇଥିଲା ।

୧୨ । ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
Answer:
ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) ୧୯୯୬ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୧୩। ଭାରତ ଦ୍ଵିତୀୟ ଥରପାଇଁ କେଉଁ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲା ?
Answer:
ଭାରତ ଦ୍ଵିତୀୟ ଥରପାଇଁ ୧୯୯୮ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲା ।

୧୪ । କେଉଁ ରାଷ୍ଟ୍ର ପ୍ରଥମେ CTBTରେ ସ୍ବାକ୍ଷର କରିଥିଲା ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମେ CTBTରେ ସ୍ବାକ୍ଷର କରିଥିଲା ।

CHSE Odisha Class 12 Political Science Chapter 9 Objective Questions in Odia Medium

୧୫ । ବିଶ୍ୱ ଏଡ଼ସ୍ ଦିବସ କେଉଁ ମାସରେ ପାଳନ କରାଯାଇଥାଏ ?
Answer:
ବିଶ୍ଵ ଏଡ଼ସ୍ ଦିବସ ଡିସେମ୍ବର ୧ ତାରିଖରେ ପାଳନ କରାଯାଇଥାଏ ।

୧୬ । ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ କେବେ ପାଳନ କରାଯାଇଥାଏ ?
Answer:
ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ଅକ୍ଟୋବର ୧୭ ତାରିଖ ପାଳନ କରାଯାଇଥାଏ ।

୧୭ । କେଉଁ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ?
Answer:
ଡିସେମ୍ବର ୧୦ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ।

୧୮ । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO)ରେ କେତେଜଣ ସଦସ୍ୟ ଅଛନ୍ତି ?
Answer:
ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO)ରେ ୧୯୪ଜଣ ସଦସ୍ୟ ଅଛନ୍ତି ।

୧୯ । ‘‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’? ଏହା କାହାର ଉକ୍ତି ?
Answer:
‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା ଲର୍ଡ଼ ଗ୍ରେଙ୍କର ଉକ୍ତି ।

୨୦ । ଶୀତଳ ଯୁଦ୍ଧ ଯୋଗୁଁ ପୃଥ‌ିବୀ କେଉଁ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲା ?
Answer:
ଶୀତଳ ଯୁଦ୍ଧ ଯୋଗୁଁ ପୃଥ‌ିବୀ ସାମ୍ୟବାଦୀ ଗୋଷ୍ଠୀ ଓ ପୁଞ୍ଜିବାଦୀ ଗୋଷ୍ଠୀ ନାମକ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲା ।

୨୧ । ଶୀତଳ ଯୁଦ୍ଧ କିପରି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ?
Answer:
ଶୀତଳ ଯୁଦ୍ଧ ଯୋଗୁଁ ସୋଭିଏତ୍ ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମହାକାଶ ଗବେଷଣା, ଚନ୍ଦ୍ରପୃଷ୍ଠରେ ମାନବର ଅବତରଣ ଏବଂ ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରତିଯୋଗିତାମୂଳକ ଉନ୍ନତି ଏକ ନୂତନ ପ୍ରଯୁକ୍ତି – ବିଦ୍ୟାର ଯୁଗ ଆରମ୍ଭ କରିଥିଲା ।

୨୨ । ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ ଏପ୍ରିଲ୍ ୪, ୧୯୪୯ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 9 Objective Questions in Odia Medium

୨୩ । କେବେ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ?
Answer:
୧୯୫୪ ମସିହା ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

୨୪ । କେଉଁସବୁ ରାଷ୍ଟ୍ରଙ୍କ ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ଵାକ୍ଷରିତ ହୋଇଥିଲା ?
Answer:
ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୨୫ । ବାଗ୍‌ଦାଦ୍ ଚୁକ୍ତିର ପରିବର୍ତ୍ତିତ ନାମ କ’ଣ ?
Answer:
ବାଗ୍‌ଦାଦ୍ ଚୁକ୍ତିର ପରିବର୍ତ୍ତିତ ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ।

୨୬ । ୱାରସ୍ ଚୁକ୍ତି କେବେ ଓ କେଉଁଠାରେ ସମ୍ପାଦିତ ହୋଇଥିଲା ?
Answer:
ୱାରସ୍ ଚୁକ୍ତି ୧୯୫୫ ମସିହା ମେ ମାସ ୧ ତାରିଖରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ସମ୍ପାଦିତ ହୋଇଥିଲା ।

୨୭ । କେଉଁ ମସିହାରେ ଦୈତାର ସହସା ଅବସାନ ଘଟିଲା ?
Answer:
୧୯୭୯ ମସିହାରେ ଦୈତାର ସହସା ଅବସାନ ଘଟିଲା ।

୨୮ । ମିଖାଇଲ୍ ଗୋର୍ବାଚେଭ୍ କେବେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେଲେ ?
Answer:
ମିଖାଇଲ୍ ଗୋର୍ବାଚୋଭ୍ ୧୯୮୫ ମସିହାରେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେଲେ ।

୨୯ । ଶୀତଳ ଯୁଦ୍ଧର ଅବସାନ ହେଲା ବୋଲି କେଉଁ ଦୁଇ ଜଣ ଘୋଷଣା କଲେ ?
Answer:
ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମମଣ୍ଡଳର ରାଷ୍ଟ୍ରପତି ବୋରିସ୍ ୟେଲସିନ୍ ଶୀତଳ ଯୁଦ୍ଧର ଅବସାନ ହେଲା ବୋଲି ଘୋଷଣା କରିଥିଲେ ।

E. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଶବ୍ଦରେ ଲେଖ ।

୧। କେଉଁ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ?
Answer:
୧୯୨୧

୨। ଲଣ୍ଡନ ନୌସେନା ସନ୍ଧି କେଉଁ ମସିହାରେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୩୦

୩। ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି କେଉଁ ମସିହାରେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୩୫

୪। ମିଳିତ ଜାତିସଂଘଦ୍ଵାରା ପରମ୍ପରାଗତ ଶସ୍ତ୍ର ଆୟୋଗ କେବେ ଗଠିତ ହୋଇଥିଲା ?
Answer:
୧୯୪୭

୫। ମିଳିତ ଜାତିସଂଘ କେବେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ?
Answer:
୧୯୫୨

CHSE Odisha Class 12 Political Science Chapter 9 Objective Questions in Odia Medium

୬ । କେଉଁ ସମ୍ମିଳନୀରେ ଖୋଲା ଆକାଶ ତଳେ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ?
Answer:
ଜେନେଭା ଶିଖର ସମ୍ମିଳନୀ

୭ । ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NIBT) କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୬୩

୮ । ପରମାଣୁ ଅପ୍ରସାର ସନ୍ଧି (NPT) କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା ?
Answer:
୧୯୭୦

୯ । SALT – 1 କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
Answer:
୧୯୭୨

୧୦ SALT – II କେଉଁ ମସିହାରେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୭୯

୧୧ । କେଉଁ ମସିହାରେ START ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୯୦

୧୨ ।ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
Answer:
୧୯୯୬

୧୩ । ଭାରତ ଦ୍ଵିତୀୟ ଥରପାଇଁ କେଉଁ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲା ?
Answer:
୧୯୯୮

୧୪ । କେଉଁ ରାଷ୍ଟ୍ର ପ୍ରଥମେ CTBTରେ ସ୍ୱାକ୍ଷର କରିଥିଲା ?
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୫ । ବିଶ୍ୱ ଏଡ଼ସ୍ ଦିବସ କେଉଁ ଦିନରେ ପାଳନ କରାଯାଇଥାଏ ?
Answer:
ଡିସେମ୍ବର ୧ ତାରିଖ

CHSE Odisha Class 12 Political Science Chapter 9 Objective Questions in Odia Medium

୧୬ । ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ କେବେ ପାଳନ କରାଯାଇଥାଏ ?
Answer:
ଅକ୍ଟୋବର ୧୭ ତାରିଖ

୧୭। କେଉଁ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ?
Answer:
ଡିସେମ୍ବର ୧୦ ତାରିଖ

୧୮। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (WHO)ରେ କେତେଜଣ ସଦସ୍ୟ ଅଛନ୍ତି ?
Answer:
୧୯୪

୧୯ ।‘‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା କାହାର ଉକ୍ତି ?
Answer:
ଲର୍ଡ଼ ଗ୍ରେ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(e)

Question 1.
Δ ABC ରେ a = 6 ସେ.ମି., AX ମଧ୍ଯମାର ଦୈର୍ଘ୍ୟ = 5.6 ସେ.ମି. ଓ m∠B = 60° । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 1
(a) 5.6 ସେ.ମି. ଦୈର୍ଘ୍ୟ ବିଶିଷ୍ଟ B͞C ଅଙ୍କନ କର । ଏହାକୁ X ବିନ୍ଦୁରେ ସମଦ୍ବିଖଣ୍ଡ କର ।
(b) BC ର B ବିନ୍ଦୁରେ ∠MBC ଅଙ୍କନ କର ଯାହାର ପରିମାଣ 60° ।
(c) X କୁ କେନ୍ଦ୍ରକରି 5.6 ସେ.ମି. ବ୍ୟାସାର୍ଦ୍ର ବିଶିଷ୍ଟ ଚାପ \(\overrightarrow{\mathrm{BM}}\) କୁ A ବିନ୍ଦୁରେ ଛେଦକରୁ । AX ଅଙ୍କନ କର ।
(d) A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e)

Question 2.
Δ ABC ରେ AB = 7.5 ସେ.ମି., AC = 6.5 ସେ.ମି. ଏବଂ ମଧ୍ୟମା AX ର ଦୈର୍ଘ୍ୟ 6 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 2
(a) କୌଣସି ଏକ ସରଳରେଖା ଅଙ୍କନ କରି ଏଥୁରୁ AM ଅଙ୍କନ କର ଯାହାର ଦୈର୍ଘ୍ୟ 12 ସେ.ମି. (2 × AX) ହେବ ।
(b) A କୁ କେନ୍ଦ୍ରକରି 6.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଓ Yକୁ କେନ୍ଦ୍ରକରି 7.5 ସେ.ମି. ବ୍ୟାସାଦ୍ଧ ବିଶିଷ୍ଟ ଦୁଇଟି ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁ C ହେଉ ।
(c) ସେହିପରି A କୁ କେନ୍ଦ୍ରକରି 7.5 ସେ.ମି. ବ୍ୟାସାର୍ଦ୍ଧ ଓ M କୁ କେନ୍ଦ୍ରକରି 6.5 ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇ ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁ B ହେଉ ।
(d) A͞B ଓ A͞C ଅଙ୍କନ କରି Δ ABC ସଂପୂର୍ଣ କର ।

Question 3.
Δ ABC ରେ m∠A = 60°, AX ମଧ୍ଯମାର ଦୈର୍ଘ୍ୟ = 4.5 ସେ.ମି., AB = 6 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 3
(a) 6 ସେ.ମି. ଦୈର୍ଘ୍ୟ ବିଶିଷ୍ଟ A͞B ଅଙ୍କନ କର ।
(b) A ବିନ୍ଦୁରେ ∠BAN ଅଙ୍କନ କର ଯାହାର ପରିମାଣ 60° ହେଉ ।
(c) A͞B ର ମଧ୍ୟବିନ୍ଦୁ M ନିରୂପଣ କର ।
(d) AN ସହ ସମାନ୍ତର କରି \(\overrightarrow{\mathrm{MY}}\) ଅଙ୍କନ କର ।
(e) A କୁ କେନ୍ଦ୍ର ଓ 4.5 ସେ.ମି.କୁ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ତାହା \(\overrightarrow{\mathrm{MX}}\) କୁ X ବିନ୍ଦୁରେ ଛେଦ କରୁ ।
(f) \(\overrightarrow{\mathrm{BX}}\) ଓ \(\overrightarrow{\mathrm{AN}}\) ଦ୍ଵୟର ଛେଦବିନ୍ଦୁ C ହେଉ ।
(g) ବର୍ତ୍ତମାନ Δ ABC ଆବଶ୍ୟକୀୟ ତ୍ରିଭୁଜ ।

Question 4.
Δ ABC ର AB = 6.5 ସେ.ମି., B͞Y ମଧ୍ଯମାର ଦୈର୍ଘ୍ୟ = 6 ସେ.ମି., BC = 7 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 4
(a) କୌଣସି ଏକ ସରଳରେଖା ଅଙ୍କନ କରି ଏଥୁରୁ \(\overrightarrow{\mathrm{BX}}\) ଅଙ୍କନ କର ଯାହାର ଦୈର୍ଘ୍ୟ 12 ସେ.ମି. (2 x BY) ।
(b) B କୁ କେନ୍ଦ୍ରକରି 7 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଓ Y କୁ କେନ୍ଦ୍ରକରି 6.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇ ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁ C ହେଉ ।
(c) B͞Y ର ମଧ୍ୟବିନ୍ଦୁ ଓ ନିରୂପଣ କର । \(\overrightarrow{\mathrm{CO}}\) ଉପରେ A ବିନ୍ଦୁ ନିରୂପଣ କର ଯେପରି CO = AO ଏବଂ C – O – A ହେବ ।
(d) AB ଓ BC ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e)

Question 5.
Δ ABC ରେ c = 6.5 ସେ.ମି., ମଧ୍ୟମା C͞Z ର ଦୈର୍ଘ୍ୟ = 5 ସେ.ମି., a = 5.5 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 5
(a) 6.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ AB ଅଙ୍କନ କର ।
(b) AB ର ମଧ୍ୟବିନ୍ଦୁ Z, ନିରୂପଣ କର ।
(c) Z କୁ କେନ୍ଦ୍ର ଏବଂ 5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଚାପ ଅଙ୍କନ କର । ସେହିପରି B କୁ କେନ୍ଦ୍ରକରି 5.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଅନ୍ୟ ଏକ ଚାପ ପୂର୍ବୋକ୍ତ ଚାପକୁ C ବିନ୍ଦୁରେ ଛେଦ କରିବ ।
(d) AC ଓ B͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

Question 6.
Δ ABC ରେ AB = BC = 4 ସେ.ମି., ମଧ୍ୟମା AX ର ଦୈର୍ଘ୍ୟ = 3 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 6

(a) 4 ସେ.ମି. ଦୈର୍ଘ୍ୟ ବିଶିଷ୍ଟ B͞C ଅଙ୍କନ କର ।
(b) 4 ସେ.ମି. ଦୈର୍ଘ୍ୟ ବିଶିଷ୍ଟ B͞C ଅଙ୍କନ କର ।
(c) B ଓ X କୁ କେନ୍ଦ୍ରକରି ଯଥାକ୍ରମେ 4 ସେ.ମି. ଏବଂ 3 ସେ.ମି. ବିଶିଷ୍ଟ ବ୍ୟାସାର୍ଦ୍ଧ ନେଇ ଦୁଇଟି ଚାପ ଅଙ୍କନ କର ଏବଂ ସେମାନଙ୍କର ଛେଦବିନ୍ଦୁ A ହେଉ ।
(d) A͞B ଓ A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

Question 7.
Δ ABC ରେ AB = 5 ସେ.ମି., AC = 5.4 ସେ.ମି.ଓ ମଧ୍ୟମା AX ର ଦୈର୍ଘ୍ୟ = 3.5 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 7
(a) କୌଣସି ଏକ ସରଳରେଖା ଅଙ୍କନ କରି ଏଥୁରୁ AM ଅଙ୍କନ କର ଯାହାର ଦୈର୍ଘ୍ୟ 7 ସେ.ମି. (2AX) ।
(b) Aକୁ କେନ୍ଦ୍ରକରି 5.4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଓ Mକୁ କେନ୍ଦ୍ରକରି 5 ସେ.ମି. ବ୍ୟାସାର୍କ ବିଶିଷ୍ଟ ଦୁଇଟି ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁର ନାମ C ହେଉ ।
(c) ପୁନଶ୍ଚ A କୁ କେନ୍ଦ୍ର କରି 5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଓ M କୁ କେନ୍ଦ୍ର କରି 5.4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁର ନାମ B ହେଉ ।

Question 8.
Δ ABC ରେ a = 9 ସେ.ମି.,m∠B = 75°, A͞X ମଧ୍ଯମାର ଦୈର୍ଘ୍ୟ = 8 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 8
(a) B͞C ରେଖାଖଣ୍ଡ ଅଙ୍କନ କର ଯାହାର ଦୈର୍ଘ୍ୟ 9 ସେ.ମି. ।
(b) B͞C ଉପରେ B ବିନ୍ଦୁରେ 75° ପରିମିତ ∠YBC ଅଙ୍କନ କର।
(c) B͞C କୁ ସମଦ୍ବିଖଣ୍ଡକ କରି ମଧ୍ୟବିନ୍ଦୁ X ନିର୍ଣ୍ଣୟ କର ।
(d) X କୁ କେନ୍ଦ୍ରକରି 8 ସେ.ମି. ବ୍ୟାସାର୍କ ବିଶିଷ୍ଟ ଚାପ ଅଙ୍କନ କର । ଉକ୍ତ ଚାପ BY କୁ A ବିନ୍ଦୁରେ ଛେଦ କରୁ । AX ଅଙ୍କନ କର ।
(e) A͞C ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e)

Question 9.
Δ ABC ରେ ଉଚ୍ଚତା = 4.5 ସେ.ମି., AX ମଧ୍ଯମାର ଦୈର୍ଘ୍ୟ = 5 ସେ.ମି., AB = 6 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 9
(a) \(\overleftrightarrow{\mathrm{ZY}}\) ଅଙ୍କନ କରି ଏହା ଉପରିସ୍ଥ ଯେକୌଣସି ଏକ ବିନ୍ଦୁ D ରେ \(\overrightarrow{\mathrm{CP}}\) ଲମ୍ବ ଅଙ୍କନ କର ।
(b) \(\overrightarrow{\mathrm{CP}}\) ଉପରେ A ଏକ ବିନ୍ଦୁ ନିଅ ଯେପରିକି DA = 4.5 ସେ.ମି. ହେବ । A କୁ କେନ୍ଦ୍ରକରି 6 ସେ.ମି. ଓ 5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ପୃଥକ୍ ଚାପ \(\overleftrightarrow{\mathrm{ZY}}\) କୁ ଯଥାକ୍ରମେ B ଓ X ବିନ୍ଦୁରେ ଛେଦକରୁ ।
(c) \(\overleftrightarrow{\mathrm{ZY}}\) ଉପରେ C ଏକ ବିନ୍ଦୁ ନିଅ ଯେପରିକି B – X – C ଏବଂ BX = XC ହେବ ।
(d) A͞C ଓ A͞B ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

Question 10.
Δ ABC ରେ ଉଚ୍ଚତା AD = 6.6 ସେ.ମି., m∠B = 60°, AX ମଧ୍ଯମାର ଦୈର୍ଘ୍ୟ = 7 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 10
(a) \(\overrightarrow{\mathrm{BM}}\) ର B ବିନ୍ଦୁରେ ∠PBM ଅଙ୍କନ କର ଯେପରିକି ଉକ୍ତ କୋଣର ପରିମାଣ 60° ହେବ ।
(b) B ବିନ୍ଦୁରେ \(\overrightarrow{\mathrm{BN}}\) ଲମ୍ବ ଅଙ୍କନ କର । \(\overrightarrow{\mathrm{BN}}\) ଉପରିସ୍ଥ R ଏକ ବିନ୍ଦୁ ଯେପରିକି BR = 6.6 ସେ.ମି. ହେବ ।
(c) R ବିନ୍ଦୁରେ \(\overrightarrow{\mathrm{BM}}\) ସହ ସମାନ୍ତର କରି ଅଙ୍କିତ ରଶ୍ମି \(\overrightarrow{\mathrm{RY}}\), \(\overrightarrow{\mathrm{BP}}\) କୁ A ବିନ୍ଦୁରେ ଛେଦ କରୁ ।
(d) A କୁ କେନ୍ଦ୍ର ଓ A͞X ପରିମିତ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଯାହା \(\overrightarrow{\mathrm{BM}}\) କୁ X ବିନ୍ଦୁରେ ଛେଦ କରୁ ।
(e) \(\overrightarrow{\mathrm{BM}}\) ଉପରେ C ଏକ ବିନ୍ଦୁ ଯେପରିକି B – X – C ଏବଂ BX = XC ହେବ ।
(f) A͞B ଓ A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

CHSE Odisha Class 12 History Chapter 9 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 9 ମୋଗଲ ଯୁଗର ସଂସ୍କୃତି Short & Long Answer Questions

CHSE Odisha 12th Class History Chapter 9 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଆକବରଙ୍କ ଶ୍ରେଷ୍ଠ ସ୍ଥାପତ୍ୟ କୃତି କେଉଁଠାରେ ବିକଶିତ ହୋଇଥିଲା ? ସେଠାରେ ଥ‌ିବା ପ୍ରଖ୍ୟାତ ମହଲଗୁଡ଼ିକ କ’ଣ କ’ଣ ?
Answer:
ଆକବରଙ୍କର ଶ୍ରେଷ୍ଠ ସ୍ଥାପତ୍ୟ କୃତି ଫତେପୁରସିକ୍ରିଠାରେ ବିକଶିତ ହୋଇଥିଲା । ସେଠାରେ ଥିବା ପ୍ରଖ୍ୟାତ ମହଲଗୁଡ଼ିକ ହେଲା– ଦିୱାନ-ଇ-ଖାସ୍‌, ଦିୱାନ୍-ଇ-ଆମ୍ବ, ପଞ୍ଚମହଲା, ବୁଲନ୍ଦ ଦରୱାଜା, ଯୋଧାବାଈ ପ୍ରାସାଦ, ବୀରବଲ ପ୍ରାସାଦ ଓ ଜୁମା ମସଜିଦ୍ ।

୨। ସୌଧ ନିର୍ମାଣ କରିବାପାଇଁ ବାବର କେଉଁମାନଙ୍କୁ କନ୍‌ଷ୍ଟାଣ୍ଟିନୋପଲରୁ ଭାରତକୁ ଆଣିଥିଲେ ? ସେମାନଙ୍କଦ୍ୱାରା ନିର୍ମିତ ଦୁଇଟି ସୌଧର ନାମ ଲେଖ ।
Answer:
ସୌଧ ନିର୍ମାଣ କରିବାପାଇଁ ବାବର କନଷ୍ଟାଣ୍ଟିନୋପଲ୍‌ରୁ ଆଲବାନୀୟ ସ୍ଥପତି ସିନାନ୍‌ଙ୍କର ଶିଷ୍ୟମାନଙ୍କୁ ଭାରତକୁ ଆଣିଥିଲେ । ସେମାନଙ୍କଦ୍ଵାରା ପାନିପଥଠାରେ ଥିବା ଏକ ମସ୍‌ଜିଦ୍ ଓ ସମ୍ବଲର ଜୁମା ମସ୍‌ଜିଦ୍ ନିର୍ମିତ ହୋଇଥିଲା ।

୩ । କାହିଁକି ଆକବର ଧର୍ମକ୍ଷେତ୍ରରେ ଉଦାରନୀତି ଅନୁସରଣ କରିଥିଲେ ?
Answer:
ଆକବର ଭଲଭାବେ ଜାଣିଥୁଲେ ଯେ, ସଂଖ୍ୟାଗରିଷ୍ଠ ହିନ୍ଦୁମାନଙ୍କ ସାହାଯ୍ୟ ଓ ସହାନୁଭୂତି ବିନା ଭାରତରେ ମୋଗଲ ସାମ୍ରାଜ୍ୟ ସ୍ଥାୟୀ ହୋଇପାରିବ ନାହିଁ । ସେ ମଧ୍ୟ ଆବୁଲଫାଜିଲ୍, ଫାୟାଜୀ ଏବଂ ସୁଫିସନ୍ଥ ତଥା ଭକ୍ତିବାଦର ପ୍ରଚାରକଙ୍କ ଉଦାର ଧର୍ମମତଦ୍ୱାରା ପ୍ରଭାବିତ ହୋଇଥିଲେ । ଅଭିଭାବକ ବୈରାମ ଖାଁ ଏବଂ ଗୃହଶିକ୍ଷକ ଅବଦୁଲ ଲତିଫ୍ ଆକବରଙ୍କୁ ଧର୍ମସହିଷ୍ଣୁତାର ଉପକାରିତା ସମ୍ବନ୍ଧରେ ମଧ୍ଯ ଶିକ୍ଷା ପ୍ରଦାନ କରିଥିଲେ ।

୪। ଦିନ୍-ଇ-ଇଲାହୀ ଧର୍ମ କ’ଣ ?
Answer:
ଆକବର ୧୫୮୨ ଖ୍ରୀଷ୍ଟାବ୍ଦରେ ଦିନ୍-ଇ-ଇଲାହୀ ନାମରେ ଏକ ନୂତନ ଧର୍ମ ପ୍ରତିଷ୍ଠା କରିଥିଲେ । ହିନ୍ଦୁ ଧର୍ମଗ୍ରନ୍ଥ, କୋରାନ୍, ବାଇବେଲ, ଜେନ୍ଦା-ଆଭେସ୍ତା ଆଦିରୁ ସାରତତ୍ତ୍ଵ ସଂଗ୍ରହକରି ସେ ଏହି ସ୍ଵର୍ଗୀୟ ଧର୍ମ ପ୍ରତିଷ୍ଠା କରିଥିଲେ । ଏହି ଧର୍ମ ସର୍ବେଶ୍ୱରବାଦ ଉପରେ ଆଧାରିତ ଥିଲା । ଏଥିରେ ଗୂଢ଼ଜ୍ଞାନ, ତତ୍ତ୍ବ, ଦର୍ଶନ ଓ ପ୍ରକୃତି ଉପାସନାର ସଂଯୋଗ ଘଟିଥିଲା ।

୫। ଜାହାଙ୍ଗୀର କେଉଁ କେଉଁ ଚିତ୍ରଶିଳ୍ପୀମାନଙ୍କୁ ପୃଷ୍ଠପୋଷକତା ଯୋଗାଇଥିଲେ ?
Answer:
ବିରାଟର ଆଗାରେଜା ଓ ଅବୁଲ ହାସାନ୍, ସମରକନ୍ଦର ମହମ୍ମଦ ନାଦିର, ମହମ୍ମଦ ମୁରାଦ ଓ ଉସ୍ତାଦ ମନସୁର ପ୍ରଭୃତି ଚିତ୍ରଶିଳ୍ପୀମାନଙ୍କୁ ଜାହାଙ୍ଗୀର ପୃଷ୍ଠପୋଷକତା ଯୋଗାଇଥିଲେ ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୬ । ଲାଲ୍‌କିଲ୍ଲା ସମ୍ପର୍କରେ ଲେଖ ।
Answer:
ଶାହାଜାହାନ୍ ଦିଲ୍ଲୀ ନିକଟରେ ୧୬୩୮ ଖ୍ରୀ.ଅ.ରେ ଶାହାଜାହାନବାଦ ସହର ନିର୍ମାଣ କରିଥିଲେ । ଏହି ସହରର ସେ ଗଢ଼ିଥିଲେ ପ୍ରସିଦ୍ଧ ଲାଲକିଲ୍ଲା । ଏହାର ନିର୍ମାଣ କାର୍ଯ୍ୟ ୧୬୩୯ ଖ୍ରୀ.ଅ.ରେ ଆରମ୍ଭ ହୋଇ ଦଶବର୍ଷ ପରେ ଅର୍ଥାତ୍ ୧୬୪୯ ଖ୍ରୀ.ଅ.ରେ ସମାପ୍ତ ହୋଇଥିଲା । ଏହା ମଧ୍ୟରେ ଥିବା ସୌଧଗୁଡ଼ିକ ମଧ୍ୟରୁ ମୋତି ମହଲ, ହୀରା ମହଲ, ରଙ୍ଗ ମହଲ, ଦିୱାନ୍-ଇ-ଖାସ୍ ଆଦି ଅତୀବ ମନୋରମ ।

୭ । କିଏ କେବେ ହୁମାୟୁନ୍ କବର ନିର୍ମାଣ କରିଥିଲେ ? ତାହାର ସ୍ଥପତି କିଏ ଥିଲେ ?
Answer:
ଆକବରଙ୍କ ରାଜତ୍ଵ କାଳରେ ହୁମାୟୁନ୍‌ଙ୍କ ବିଧବା ପତ୍ନୀ ହୁମାୟୁନ୍ କବର ନିର୍ମାଣ କରିଥିଲେ । ଏହାର ସ୍ଥପତି ଥିଲେ ମୀର୍ଜା ଗିୟାସ୍ ।

୮ | ଆକବରଙ୍କ ସମୟର ସ୍ଥାପତ୍ୟ ସମ୍ପର୍କରେ ଲେଖ ।
Answer:
ଆକବରଙ୍କର ସ୍ଥାପତ୍ୟ କଳାର ନିଦର୍ଶନ ହେଉଛି ଲାଲଦୁର୍ଗ । ଏହା ମଧ୍ୟରେ ଆକବର ପାଞ୍ଚଶହରୁ ଅଧିକ କକ୍ଷ ନିର୍ମାଣ କରିଥିଲେ । ଦୁର୍ଗ ମଧ୍ଯରେ ସବୁଠାରୁ ଚିତ୍ତାକର୍ଷକ ଥିଲା ଜାହାଙ୍ଗୀର ମହଲ । ଫତେପୁରସିକ୍ରିଠାରେ ସେ ଦିୱାନ-ଇ-ଖାସ୍, ଦିୱାନ-ଇ-ଆମ୍, ପଞ୍ଚମୂହଲା, ବୁଲନ୍ଦ ଦରୱାଜା, ଯୋଧବାଈ ପ୍ରାସାଦ, ବୀରବଲ ପ୍ରାସାଦ ଓ କୁମା ମସଜିଦ୍ ଆଦି ନିର୍ମାଣ କରାଇଥିଲେ । ସିକ୍ରିଠାରେ ଥ‌ିବା ଚିସ୍ତିଙ୍କ କବର ସୌନ୍ଦର୍ଯ୍ୟପୂର୍ଣ୍ଣ ଅଟ୍ଟାଳିକାମାନଙ୍କ ମଧ୍ୟରୁ ଅନ୍ୟତମ । ସିକନ୍ଦରସ୍ଥିତ ଆକବରଙ୍କ ମସଜିଦ୍ ଓ ଆଲ୍ଲାହାବାଦସ୍ଥିତ ଚାଳିଶସ୍ତମ୍ଭବିଶିଷ୍ଟ ପ୍ରାସାଦ ଅତ୍ୟନ୍ତ ମନୋମୁଗ୍‌ଧକର ।

୯ । ଇବାଦଖାନା ବିଷୟରେ ଲେଖ ।
Answer:
ସଇଦ୍ ମୁଇଉଦ୍ଦିନ ସଲିମ୍‌ଙ୍କ ସଂସ୍ପର୍ଶରେ ଆସି ୧୫୭୫ ଖ୍ରୀ.ଅ.ରେ ଆକବର ଫତେପୁରସିକ୍ରିଠାରେ ଇବାଦନା ନିର୍ମାଣ କରିଥିଲେ । ଏଠାକୁ ସେ ସବୁ ଧର୍ମର ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କଠାରୁ ଧାର୍ମିକ ଅଭିବ୍ୟକ୍ତି ଗ୍ରହଣ କରିଥିଲେ । ସେ ଉପଲବ୍‌ କରିଥିଲେ ଯେ ପ୍ରତ୍ୟେକ ଧର୍ମର କିଛି କିଛି ମତ ଅନ୍ୟ ଧର୍ମଗୁଡ଼ିକ ସହିତ ମିଶୁଛି ଏବଂ ପ୍ରତ୍ୟେକ ଧର୍ମ ଅନ୍ୟ ଧର୍ମ ଉପରେ ଆକ୍ଷେପ ମଧ୍ଯ କରୁଛି । ତେଣୁ ସେ ସବୁଧର୍ମର ସାରତତ୍ତ୍ଵକୁ ନେଇ ‘ଦିନ୍~ଇ-ଇଲାହୀ ନାମକ ଏକ ସାର୍ବଜନୀନ ଧର୍ମ ପ୍ରତିଷ୍ଠା କରିଥିଲେ ।

୧୦ । ଆଗ୍ରାର ତାଜମହଲ ସମ୍ପର୍କରେ ଲେଖ ।
Answer:
ଆଗ୍ରାର ତାଜମହଲ ହେଉଛି ଶାହାଜାହାନଙ୍କର ସର୍ବଶ୍ରେଷ୍ଠ କୀର୍ତ୍ତି । ଉସ୍ତାଦ ଇସା ଥିଲେ ଏହାର ମୁଖ୍ୟ ସ୍ଥପତି । ଏହା ଶ୍ୱେତମର୍ମର ପ୍ରସ୍ତରରେ ନିର୍ମିତ । ଏହାକୁ ନିର୍ମାଣ କରିବାପାଇଁ ୨୦,୦୦୦ ଶିଳ୍ପୀଙ୍କ ଦୀର୍ଘ ୨୨ ବର୍ଷ ଲାଗିଥିଲା । ଏଥୁରେ ହିନ୍ଦୁ ସ୍ଥାପତ୍ୟ ଓ କାରୁକାର୍ଯ୍ୟ ପ୍ରତିଫଳିତ ହୋଇଅଛି । ଈଶ୍ଵରୀପ୍ରସାଦଙ୍କ ମତରେ, ‘ତାଜମହଲ ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଓ ଆନୁଗତ୍ୟର ଅନୁପମ ସୂତି-ସୌଧ ।’’

୧୧ । ଆଉରଙ୍ଗଜେବଙ୍କ ସମୟର ସ୍ଥାପତ୍ୟ ସମ୍ପର୍କରେ ଲେଖ ।
Answer:
କଳା ପ୍ରତି ଆଉରଙ୍ଗଜେବଙ୍କର ଆଦୌ ଆଗ୍ରହ ନଥିଲା । ଏଥ‌ିପାଇଁ ତାଙ୍କ ସମୟର ସ୍ଥାପତ୍ୟକଳା ଅତି ନିକୃଷ୍ଟ ବୋଲି ବିବେଚିତ ହୋଇଥାଏ । ଏହାସତ୍ତ୍ଵେ ସେ ଲାଲକିଲ୍ଲା ମଧ୍ୟରେ ମୋତି ମସ୍‌ଜିଦ୍‌ ନିର୍ମାଣ କରିଥିଲେ । ସେ ଔରଙ୍ଗାବାଦଠାରେ ତାଙ୍କର ରାଣୀ ରୁନିଆ-ଇଦ୍-ହରାନୀଙ୍କ ସମାଧ୍ ପାଠ ଏବଂ ନିଜ ପାଇଁ ସମାଧୂ ନିର୍ମାଣ କରିଥିଲେ । ମଥୁରାର କେଶବଦେବ ମନ୍ଦିର ପ୍ରାଙ୍ଗଣରେ ସେ ଅନ୍ୟ ଏକ ମସ୍‌ଜିଦ୍‌ ନିର୍ମାଣ କରିଥିଲେ ।

୧୨ । କେବେ, କିଏ ଓ କେଉଁଠାରେ ମୋତି ମସ୍‌ଜିଦ୍ ନିର୍ମାଣ କରିଥିଲେ ? ଏହା କାହିଁକି ନିର୍ମାଣ କରାଯାଇଥିଲା ?
Answer:
୧୬୬୨ ଖ୍ରୀ. ଅ. ରେ ଦିଲ୍ଲୀର ଲାଲକିଲ୍ଲା ମଧ୍ୟରେ ଆଉରଙ୍ଗଜେବ୍‌ ମୋତି ମସ୍ଜିଦ୍ ନିର୍ମାଣ କରିଥିଲେ । ଏହା ସମ୍ରାଟଙ୍କର ଓ ମୋଗଲ ରମଣୀମାନଙ୍କର ବ୍ୟବହାର ପାଇଁ ନିର୍ମିତ ହୋଇଥିଲା ।

୧୩ । ଶାହାଜାହାନ୍‌ଙ୍କ ସମୟର ଚିତ୍ରକଳା ସମ୍ପର୍କରେ ଲେଖ ।
Answer:
ଶାହାଜାହାନ୍ ସ୍ଥାପତ୍ୟଠାରୁ ଚିତ୍ରକଳା ପ୍ରତି କମ୍ ଧ୍ୟାନ ଦେଉଥିଲେ । ମୀର ହାସାନ୍, ଅନୁପ ଓ ଚିନ୍ତାମଣି ତାଙ୍କ ସମୟର ପ୍ରଧାନ ଚିତ୍ରଶିଳ୍ପୀ ଥିଲେ । ଚିତ୍ରଶିଳ୍ପୀମାନଙ୍କୁ ସେତେବେଳେ ଅମୀର ଓ ଉଚ୍ଚପଦାଧିକାରୀମାନେ ପୃଷ୍ଠପୋଷକତା କରୁଥିଲେ । ଶାହାଜାହାନ୍‌ଙ୍କ ପୁତ୍ର ଦାରା ମଧ୍ୟ ଥିଲେ ଜଣେ ଚିତ୍ରକଳାର ପୃଷ୍ଠପୋଷକ ।

୧୪ । ଚିତ୍ରକଳାର ଉନ୍ନତି ପାଇଁ ଆକବର କି କି ପଦକ୍ଷେପ ନେଇଥିଲେ ?
Answer:
ଆକବର ଭାରତୀୟ ଓ ପାରସ୍ୟ ଚିତ୍ରଶୈଳୀର ସଂଯୋଗ ଘଟାଇଥିଲେ । ତାଙ୍କ ପୃଷ୍ଠପୋଷକତା ଲାଭକରି ଯଶୋବନ୍ତ ଜଣେ ପ୍ରଖ୍ୟାତ ଚିତ୍ରକର ରୂପେ ଖ୍ୟାତିଲାଭ କରିଥିଲେ । ଆକବରଙ୍କ ସମୟରେ ମଧ୍ୟ ଅଜନ୍ତାରୀତି ଅନୁଯାୟୀ ପ୍ରାଚୀର ଚିତ୍ରକଳାର ଉନ୍ନତି ବିଧାନ କରାଯାଇଥିଲା । ସେ ଚିତ୍ର ସମ୍ବଳିତ ପୁସ୍ତକ ଓ ପାଣ୍ଡୁଲିପିଗୁଡ଼ିକ ସାଇତି ରଖୁବାପାଇଁ ଲାଇବ୍ରେରୀ ନିର୍ମାଣ କରାଇଥିଲେ ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୧୫ । ଆଉରଙ୍ଗଜେବଙ୍କ ସମୟରେ ଚିତ୍ରକଳାର ପତନ କାହିଁକି ଘଟିଥିଲା ?
Answer:
ବାଣୀକୁ ଅବମାନନା କରିବା । ସେ ଚିତ୍ରଶିଳ୍ପୀ ଓ କାରିଗରମାନଙ୍କୁ ଧର୍ମାନ୍ଧ ବୋଲି ବିବେଚନା କରୁଥିଲେ । କେବଳ ସେତିକି ନୁହେଁ, ପୂର୍ବରୁ ଅଙ୍କିତ ହୋଇଥିବା କେତେଗୁଡ଼ିଏ ଚିତ୍ର ସେ ଲିଭାଇ ଦେଇଥିଲେ l

B. ପାଞ୍ଚଟି/ ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ମୋଗଲ ଯୁଗରେ ଶିକ୍ଷାର ବିକାଶ ସମ୍ପର୍କରେ ଲେଖ ।
Answer:
ଶିକ୍ଷା ପାଇଁ ମୋଗଲ ସମ୍ରାଟ୍‌ମାନେ ଯନ୍ତ୍ରଶୀଳ ଥିଲେ । ମୁସଲମାନମାନେ ସ୍କୁଲଶିକ୍ଷା ସମାପନ କରି ମଦ୍ରାସା ବା କଲେଜରେ ଅଧ୍ୟୟନ କରୁଥିଲେ । ସେଠାରେ ଗଣିତ, ଜ୍ୟୋତିଷ, ଧର୍ମ ଏବଂ ଇତିହାସ ଆଦି ବିଷୟ ଶିକ୍ଷା ପ୍ରଦାନ କରାଯାଇଥିଲା । ଆଗ୍ରା, ଦିଲ୍ଲୀ, ଲାହୋର, ଜୌନପୁର, ଗୁଜରାଟ, ଅହମ୍ମଦାବାଦ, ସିଆଲ୍‌କୋଟ୍ ଆଦି ସ୍ଥାନରେ ଏହି ମଦ୍ରାସାମାନ ଗଢ଼ିଉଠିଥିଲା । ସେଠାରୁ ଉତ୍ତୀର୍ଣ୍ଣ ହେବାପରେ ଅଧୁକ ଅଧ୍ୟୟନ ପାଇଁ ମୁସଲମାନ ଛାତ୍ରମାନେ ଦକ୍ଷିଣ ଏବଂ ମଧ୍ୟ-ଏସିଆର ବିଭିନ୍ନ ସ୍ଥାନ, ଯଥା- ମକ୍କା, ମଦିନା, ୟେମେନ୍, ବାଗଦାଦ୍, ଖୁରାସାନ ଆଦିରେ ଥ‌ିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ଯାଉଥିଲେ । ନାରୀଶିକ୍ଷା ସୀମିତ ଥିଲା । ସମ୍ଭ୍ରାନ୍ତ ଏବଂ ଉଚ୍ଚବଂଶର ମୁସଲମାନ ନାରୀମାନେ ଶିକ୍ଷାଲାଭ କରୁଥିଲେ । ସାଧାରଣ ମୁସଲମାନ ନାରୀମାନଙ୍କ ଭାଗ୍ୟରେ ଏହା ନଥିଲା । ସେମାନେ ଶିକ୍ଷାଲାଭରୁ ସମ୍ପୂର୍ଣ୍ଣ ବଞ୍ଚିତ ଥିଲେ ।

୨। ମୋଗଲ ଯୁଗରେ ହିନ୍ଦୁସମାଜର ଜୀବନଧାରା କିପରି ଥୁଲା ?
Answer:
ମୋଗଲ ଯୁଗରେ ହିନ୍ଦୁ ସମାଜର ଜୀବନଧାରାରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୋଇ ନ ଥିଲା । ବହୁବର୍ଷ ଧରି ବାସ କରିବା ଫଳରେ ହିନ୍ଦୁ ମୁସଲମାନ ସଂସ୍କୃତିର ମିଳନ ଘଟିଥିଲା । ଏହି ସମୟରେ ହିନ୍ଦୁ ସମାଜର ସ୍ଥିତି ଟିକିଏ ବଦଳି ଥିଲା । ପୂର୍ବରୁ ପ୍ରଚଳିତ ବର୍ଣ୍ଣବ୍ୟବସ୍ଥା ଅନେକାଂଶରେ କୋହଳ ହୋଇଥିଲା । ବ୍ରାହ୍ମଣମାନେ ପାର୍ଶୀ ଭାଷା ଅଧ୍ୟୟନ କରି ଦରବାରରେ ଚାକିରି ପାଇ ଉଚ୍ଚସମ୍ମାନ ଲାଭ କରୁଥିଲେ । ନାରୀମାନଙ୍କର ପ୍ରାଧାନ୍ୟ ବହୁମାତ୍ରାରେ ହ୍ରାସ ପାଇଥିଲା । ସମାଜରେ ପର୍ଦାପ୍ରଥା ପ୍ରଚଳିତ ଥିଲା । ବାଲ୍ୟବିବାହ ପ୍ରଥା ସମାଜରେ ପରିଲକ୍ଷିତ ହୋଇଥିଲା । ‘ସତୀପ୍ରଥା’ ଏବଂ ‘ଜହର ବ୍ରତ’ ସମାଜରେ ପ୍ରଚଳିତ ଥିଲା । ସମ୍ଭ୍ରାନ୍ତମାନେ ମୂଲ୍ୟବାନ୍ ପୋଷାକ ପରିଧାନ କରୁଥିବାବେଳେ ସାଧାରଣ ଲୋକେ ମୋଟା ସୂତାରେ ପ୍ରସ୍ତୁତ ପୋଷାକ ପରିଧାନ କରୁଥିଲେ । ନାରୀମାନେ ପ୍ରସାଧନପ୍ରିୟ ଥିଲେ ଏବଂ ଶାଢ଼ି ପରିଧାନ କରୁଥିଲେ । ଖେଚୁଡ଼ି ଲୋକମାନଙ୍କର ପ୍ରିୟ ଖାଦ୍ୟ ଥିଲା । ଭାତ, ରୋଟି ଏବଂ ତରକାରି ଲୋକମାନଙ୍କର ମୁଖ୍ୟ ଖାଦ୍ୟ ଥିଲା । ମଲ୍ଲଯୁଦ୍ଧ, କୁସ୍ତି ଏବଂ ଶିକାର ଲୋକମାନଙ୍କର ଅବସର ବିଦୋଦନର ମାଧ୍ୟମ ଥିଲା । ଏହି ସମୟରେ ହିନ୍ଦୁମାନଙ୍କର ଶିକ୍ଷା ଅନୁନ୍ନତ ଅବସ୍ଥାରେ ରହିଥିଲା । ନାରୀଶିକ୍ଷାକୁ ପ୍ରୋତ୍ସାହିତ କରାଯାଉ ନ ଥିଲା । ହିନ୍ଦୁସମାଜରେ ଦାସତ୍ଵପ୍ରଥା ମୁଣ୍ଡ ଟେକିଥିଲା । ଅସ୍ପୃଶ୍ୟତା ସମାଜରେ ପୂରି ରହିଥିଲା ।

୩। ମୋଗଲ ଯୁଗରେ ଭକ୍ତିବାଦର ବିକାଶ କିପରି ଘଟିଥିଲା ?
Answer:
ମୋଗଲ ଯୁଗରେ ଭକ୍ତିବାଦର ପ୍ରସାର ଘଟିଥିଲା । ଏହି ସମୟରେ ପଶ୍ଚିମ ଭାରତରେ ପ୍ରଥମେ ଭକ୍ତିବାଦର ଉନ୍ମେଷ ଘଟିଥିଲା । ଏହାର ପ୍ରବକ୍ତା ଥିଲେ ମହାରାଷ୍ଟ୍ରର ସନ୍ଥ ଏକନାଥ । ଏହା ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ଆଣିବାରେ ସହାୟକ ହୋଇଥିଲା । ମହାରାଷ୍ଟ୍ରର ଅନ୍ୟତମ ସନ୍ଥ ଥିଲେ ତୁକାରାମ । ବାଜୁ ଏବଂ ରାମଦାସ ମଧ୍ୟ ଏହି ଭକ୍ତିବାଦର ପ୍ରବକ୍ତା ଥିଲେ । ଛତ୍ରପତି ଶିବାଜୀ ରାମଦାସଙ୍କଦ୍ଵାରା ଗଭୀରଭାବେ ଅନୁପ୍ରାଣିତ ହୋଇଥିଲେ । ବାଜୁ ପ୍ରଭ୍ରମ ସମ୍ପ୍ରଦାୟ ଗଠନ କରିଥିଲେ ଏବଂ ବିଭିନ୍ନ ଧର୍ମାବଲମ୍ବୀମାନଙ୍କୁ ଏକତାର ସୂତ୍ରରେ ବାନ୍ଧିବାପାଇଁ ପ୍ରୟାସ କରିଥିଲେ । ପ୍ରାଣନାଥ ନାମକ ଜଣେ ହିନ୍ଦୁ ‘ମହିତରିବଳ’ ନାମକ ପୁସ୍ତକ ରଚନା କରିଥିଲେ ଯେଉଁଥରେ ‘ବେଦ’ ଏବଂ ‘କୋରାନ୍’ର ବାଣୀ ଏବଂ ଉଦାହରଣମାନ ପ୍ରଦାନ କରି ସେହି ଦୁଇ ଗ୍ରନ୍ଥ ମଧ୍ୟରେ ଥ‌ିବା ସାମ୍ୟ ଦେଖାଇଥିଲେ । ଏହିପରି ଭାବରେ ମୋଗଲ ଯୁଗରେ ‘ଭକ୍ତିବାଦ’ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ଆଣିବାରେ ସହାୟକ ହୋଇଥିଲା ।

୪। ମହଦ ଆନ୍ଦୋଳନ ସମ୍ପର୍କରେ ଲେଖ ।
Answer:
ଇସ୍‌ଲାମ ଧର୍ମର ପୁନଃସଂସ୍କାର ପାଇଁ ଆରମ୍ଭ ହୋଇଥିଲା ମହଦ ଆନ୍ଦୋଳନ । ଜୌନ୍‌ପୁରରେ ସୟଦ୍ ମହମ୍ମଦ ଏହାର ଶୁଭାରମ୍ଭ କରିଥିଲେ । ଏହା ଇସ୍‌ଲାମ ଧର୍ମକୁ ତା’ର ପବିତ୍ର ଅବସ୍ଥାକୁ ଫେରାଇ ନେବାପାଇଁ ଅଭିପ୍ରେତ ଥିଲା । ଏହି ଆନ୍ଦୋଳନକୁ ଯେଉଁମାନେ ସମର୍ଥନ କରିଥିଲେ ସେମାନଙ୍କୁ ‘ମହଦ’ କୁହାଗଲା। ସେମାନେ ଏକେଶ୍ୱରବାଦରେ ବିଶ୍ଵାସ ରଖୁଥୁଲେ ଏବଂ ମହାପୁରୁଷ ମହମ୍ମଦଙ୍କର ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ । ଉଲେମାମାନେ ଏହି ମତବାଦକୁ ଖଣ୍ଡନ କରିଥିଲେ ଏବଂ ଏହାକୁ ଦମନ କରିବାପାଇଁ ଚେଷ୍ଟା କରିଥିଲେ । ଫଳରେ ଏହାର ଆଦର ବଢିଥିଲା ।

୫। ହଦ୍ଦିସ୍ ଆନ୍ଦୋଳନ ସମ୍ପର୍କରେ ଲେଖ ।
Answer:
ଇସ୍‌ଲାମୀୟ ଆନ୍ଦୋଳନଗୁଡ଼ିକ ମଧ୍ୟରେ ହର୍ଦ୍ଦିସ୍ ଆନ୍ଦୋଳନ ଥିଲା ଅନ୍ୟତମ । ଆବୁଲ୍‌ଫାଜିଲ୍ ଏବଂ ଅବଦୁର୍ ରହମାନ ‘ହଦ୍ଦିସ୍ ଆନ୍ଦୋଳନ’ର ସୂତ୍ରଧର ଥିଲେ । ସେମାନେ ‘ହଦ୍ଦିସ୍’ର ଅଧ୍ୟୟନ ଉପରେ ଗୁରୁତ୍ୱାରୋପ କରୁଥିଲେ । ଏହାଫଳରେ ମହାପୁରୁଷ ମହମ୍ମଦଙ୍କର ବାଣୀକୁ ଲୋକାମାନେ ସହଜରେ ବୁଝିପାରିଥିଲେ । ଏହି ଆନ୍ଦୋଳନଦ୍ଵାରା ମୁସଲମାନମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହା ଶାରିୟତ୍ ଏବଂ ସୁନ୍ନଟ ଉପରେ ଗୁରୁତ୍ୱାରୋପ କରୁଥିଲା ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୬ । ମୋଗଲ ଯୁଗର ଚିତ୍ରକଳା ସଂପର୍କରେ ଲେଖ ।
Answer:
ଚିତ୍ରକଳାର ପୁନରୁଦ୍ଧାର ପାଇଁ ମୋଗଲ ରାଜତ୍ଵ ପ୍ରସିଦ୍ଧିଲାଭ କରିଥିଲା । ବାବର ନିଜେ ଚିତ୍ରଶିଳ୍ପୀ ନଥିଲେ ମଧ୍ୟ ସେ ଭାରତବର୍ଷକୁ ବହୁ ଚିତ୍ରଶିଳ୍ପୀ ଆଣି ଭାରତୀୟ ଚିତ୍ରଶିଳ୍ପକୁ ପ୍ରୋତ୍ସାହିତ କରିଥିଲେ । ସେହିପରି ହୁମାୟୁନ ପାରସ୍ୟରେ ଅବସ୍ଥାନ କରୁଥିବା ସମୟରେ ମୀର୍ ଅତିବ୍ରିଜ ଏବଂ ବ୍ଲାଜା’ ଅବଦୁଲ ସମାଦ ନାମକ ଲବ୍‌ଧପ୍ରତିଷ୍ଠ ଚିତ୍ରଶିଳ୍ପୀଙ୍କୁ ତାଙ୍କ ସହ ଭାରତବର୍ଷକୁ ନେଇ ଆସିଥିଲେ ଓ ସେହିମାନେ ହୋଇଥିଲେ ଭାରତରେ ମୋଗଲ ଚିତ୍ରକଳାର ପ୍ରାଣପ୍ରତିଷ୍ଠାତା । ଏହି କଳା ଆକବରଙ୍କ ରାଜତ୍ଵରେ ବିକଶିତ ହୋଇଥିଲା । ମୋଗଲ ଚିତ୍ରକଳା ବାସ୍ତବପକ୍ଷେ ଜାହାଙ୍ଗୀରଙ୍କ ରାଜତ୍ଵରେ ଉନ୍ନତିର ଚରମସୀମା ସ୍ପର୍ଶ କରିଥିଲା ।

୭ । ଫତେପୁରସିକ୍ରି କାହିଁକି ପ୍ରସିଦ୍ଧ ?
Answer:
ଆକବରଙ୍କ ଶ୍ରେଷ୍ଠ ସ୍ଥାପତ୍ୟକୃତି ଫତେପୁରଠାରେ ବିକଶିତ ହୋଇଅଛି । ଏଠାରେ ଥ‌ିବା ପ୍ରଖ୍ୟାତ ମହଲଗୁଡ଼ିକ ହେଲା – ଦିୱାନ୍- ଇ-ଖାସ୍, ଦିୱାନ୍-ଇ-ଆମ୍, ପଞ୍ଚମହଲା, ବୁଲନ୍ଦ ଦରୱାଜା, ଯୋଧବାଈ ପ୍ରାସାଦ, ବୀରବଲ ପ୍ରାସାଦ ଓ ଜୁମ୍ମା ମସ୍‌ଜିଦ୍‌ । ଜୁମ୍ମା ମସ୍‌ଜିଦ୍‌କୁ ଫତେପୁରର ଗୌରବ ବୋଲି ବର୍ଣ୍ଣନା କରାଯାଇଛି । ଆକବରଙ୍କ ଦାକ୍ଷିଣାତ୍ୟ ବିଜୟକୁ ସ୍ମରଣ ରଖୁବାପାଇଁ ଏଠାରେ ବିରାଟ ଗମ୍ବୁଜ ନିର୍ମାଣ କରାଯାଇଛି । ସିକ୍ରିଠାରେ ଥ‌ିବା ରିସ୍ତିଙ୍କ ଶ୍ଵେତମାର୍ବଲ କବର ଭାରତର ଶ୍ରେଷ୍ଠ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଟ୍ଟାଳିକାମାନଙ୍କ ମଧ୍ୟରୁ ଅନ୍ୟତମ । ସ୍ମିଥଙ୍କ ଭାଷାରେ, ‘ଫତେପୁର ସ୍ଥାପତ୍ୟ ହେଉଛି ପଥରର ରୋମାଞ୍ଚ, କୌଣସି ସମୟରେ, କୌଣସି ପରିସ୍ଥିତିରେ ଏହା ଅଚିନ୍ତନୀୟ ଓ ଅସମ୍ଭବ ।’’

୮ । ମୟୂର ସିଂହାସନ ସମ୍ପର୍କରେ ଲେଖ ।
Answer:
ଶାହାଜାହାନଙ୍କଦ୍ୱାରା ଲାଲ୍‌କିଲ୍ଲାଠାରେ ମୟୂର ସିଂହାସନ ନିର୍ମାଣ କରାଯାଇଥିଲା । ଏହାର ୩ ୨ ଗଜ ଓସାର ଏବଂ ପାଞ୍ଚ ଗଜ ଉଚ୍ଚତା ବିଶିଷ୍ଟ ଥିଲା, ଏଥରେ ୧୨ଟି ମର୍କତମଣିର ସ୍ତମ୍ଭ ରହିଥିଲା ଏବଂ ପ୍ରତି ସ୍ତମ୍ଭ ଉପରେ ମାଣିକ୍ୟ ଖଚିତ ଦୁଇଟି ମୟୂର ସ୍ଥାପିତ ହୋଇଥିଲା ପରବର୍ତ୍ତୀ ସମୟରେ ପାରସ୍ୟ ସମ୍ରାଟ ନାଦିରଶାହା ଭାରତରୁ ନେଇଯାଇଥିଲେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ମୋଗଲ ଯୁଗରେ ସାମାଜିକ ଜୀବନ ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
ମୋଗଲ ଯୁଗର ରାଜନୈତିକ ଇତିହାସ ଯେପରି ରୋମାଞ୍ଚକର, ତା’ର ସାମାଜିକ ଓ ସାଂସ୍କୃତିକ ଜୀବନ ସେହିପରି କୌତୂହଳପୂର୍ଣ୍ଣ । ଇଉରୋପୀୟ ପରିବ୍ରାଜକଙ୍କ ଭ୍ରମଣ ବୃତ୍ତାନ୍ତର ତତ୍‌କାଳୀନ ସମାଜର ସାମାଜିକ ଜୀବନ ସମ୍ବନ୍ଧରେ ବହୁ ମୂଲ୍ୟବାନ୍ ତଥ୍ୟ ମିଳିଥାଏ । ସେମାନଙ୍କ ମଧ୍ୟରୁ ସାର୍ ଟମାସ୍ ରୋ, ଟାଭାର୍ଣ୍ଣୟର, ମାନୁକି ଥିଲେ ପ୍ରଧାନ । ଏତଦ୍‌ଭିନ୍ନ ଆବୁଲଫାଜିଲ୍‌ଙ୍କ ‘ଆଇନ-ଇ-ଆକବରୀ’ ଓ ସମସାମୟିକ ସାହିତ୍ୟ ସେ ଯୁଗର ଲୋକମାନଙ୍କ ସାମାଜିକ ଜୀବନ ସମ୍ପର୍କରେ ସୂଚନା ପ୍ରଦାନ କରେ ।

ସାମାଜିକ ଶ୍ରେଣୀ:
ତତ୍‌କାଳୀନ ସମାଜରେ ମୁଖ୍ୟତଃ ତିନିଶ୍ରେଣୀର ଅଧ୍ୟାବାସୀ ରହିଥିଲେ । ସେମାନେ ହେଲେ– ସାମନ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ନିମ୍ନବିତ୍ତ ଶ୍ରେଣୀ । ସମାଜରେ ସମ୍ରାଟ୍ ଓ ରାଜାଙ୍କ ନିମ୍ନରେ ଥିଲେ ସାମନ୍ତ ଶ୍ରେଣୀର ଲୋକେ । ମନ୍ତ୍ରୀ, ରାଜକୀୟ ଶାସନକର୍ତ୍ତା ଏବଂ ସେନାଧ୍ୟକ୍ଷ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ । ସେମାନେ ଧନୀ ଥିଲେ ଏବଂ ବିଳାସବ୍ୟସନରେ ଜୀବନଯାପନ କରୁଥିଲେ । ସେମାନେ ବହୁ ରମଣୀଙ୍କ ଗହଣରେ ସେମାନଙ୍କ ମନୋରମ ପ୍ରାସାଦ ଏବଂ ସୁରମ୍ୟ ଅଟ୍ଟାଳିକାରେ ବାସ କରୁଥିଲେ । ଏହି ଶ୍ରେଣୀର ଲୋକେ ମଦ, ନର୍ତ୍ତକୀ, ମୂଲ୍ୟବାନ୍ ପୋଷାକ ଓ ମଣିମାଣିକ୍ୟର ପ୍ରାଚୁର୍ଯ୍ୟରେ ବହୁ ଅର୍ଥ ବ୍ୟୟକରି ନିଜର ଗରିମା ପ୍ରଦର୍ଶନ କରିଥିଲେ । ସମାଜରେ ମଧ୍ୟବିତ୍ତ ଶ୍ରେଣୀର ଲୋକ । ବ୍ୟବସାୟୀ ଗୋଷ୍ଠୀ, ଚିକିତ୍ସକ, ଲେଖକ ଓ କଳାକାର ଥିଲେ । ସମାଜର ନିମ୍ନଶ୍ରେଣୀରେ ଥିଲେ କୃଷକ, ଶ୍ରମିକ ଓ କାରିଗର ।

ସମାଜରେ ନାରୀର ସ୍ଥାନ:
ମୋଗଲ ସମାଜରେ ନାରୀମାନେ ପ୍ରାଚୀନ ହିନ୍ଦୁ ସମାଜର ନାରୀମାନଙ୍କ ପରି ଉଚ୍ଚ ଆସନ ଲାଭ କରିପାରିନଥିଲେ । ସେ ସମୟରେ ବହୁବିବାହ ପ୍ରଥା ଓ ପରଦାପ୍ରଥା ପ୍ରଚଳିତ ଥିଲା । ରାଜପୁତ୍ ରମଣୀଙ୍କ ମଧ୍ୟରେ ଜହରବ୍ରତ ପ୍ରଚଳିତ ହୋଇଥିଲା । ସମାଜରେ ହିନ୍ଦୁ ପରିବାରର ଲୋକେ କନ୍ୟା ଜନ୍ମକୁ ଏକ ବୋଝ ବୋଲି ଭାବି କେତେକ ସ୍ଥାନରେ ସେମାନଙ୍କୁ ହତ୍ୟା କରୁଥିଲେ । କନ୍ୟାମାନଙ୍କୁ ବାଲ୍ୟବିବାହରେ ଆବଦ୍ଧ କରାଯାଇଥିଲା । ଏହାସତ୍ତ୍ଵେ ମାତା ଭୂମିକାରେ ସମାଜରେ ହିନ୍ଦୁନାରୀ ସମ୍ମାନଜନକ ସ୍ଥାନ ଅଧିକାର କରିପାରିଥିଲେ । ହିନ୍ଦୁନାରୀଙ୍କ ତୁଳନାରେ ମୁସଲମାନ ନାରୀ ଅଧ‌ିକ ସୁବିଧାସୁଯୋଗ ଲାଭ କରିପାରୁଥିଲେ । ସେ ସମୟରେ କେତେକ ମହୀୟସୀ ମହିଳାଙ୍କ ମଧ୍ୟରୁ ଚାନ୍ଦବିବି, ନୁର୍‌ଜାହାନ, ରୋସ୍‌ନାରା, ତାରାବାଈ ଓ ଜୀଜାବାଈଙ୍କ ନାମ ଉଲ୍ଲେଖଯୋଗ୍ୟ ।

ଜାତି ଓ ଦାସପ୍ରଥା:
ମୋଗଲ ରାଜତ୍ଵରେ ହିନ୍ଦୁମାନଙ୍କର ସାମାଜିକ ପ୍ରଥା ମୁଖ୍ୟତଃ ଜାତିପ୍ରଥା ଉପରେ ପ୍ରତିଷ୍ଠିତ ଥିଲା । ହିନ୍ଦୁମାନଙ୍କ ମଧ୍ୟରେ ଅସ୍ପୃଶ୍ୟତା ଅତି କଠୋରଭାବେ ରହିଥିଲା । ଅବଶ୍ୟ ଇସ୍‌ଲାମ ଧର୍ମର ପ୍ରଭାବରେ ଏହି ଜାତିପ୍ରଥା ସାମାନ୍ୟ କୋହଳ ହୋଇଯାଇଥିଲା । ସେତେବେଳେ ମୁସଲମାନମାନଙ୍କ ମଧ୍ୟରେ ଦାସପ୍ରଥା ଥିଲା ଏକ ସାମାଜିକ କଳଙ୍କ ।

ପୋଷାକ ଓ ଅଳଙ୍କାର:
ବିଭିନ୍ନ ବର୍ଗର ଲୋକଙ୍କପାଇଁ ବିଭିନ୍ନ ପ୍ରକାରର ଓ ବିଭିନ୍ନ ମୂଲ୍ୟର ପୋଷାକ ବ୍ୟବହୃତ ହେଉଥିଲା । ସମ୍ରାଟ୍ ଓ ଉଚ୍ଚଶ୍ରେଣୀର ଲୋକେ ବହୁ ମୂଲ୍ୟବାନ୍ ଓ ସୌଖୀନ ପୋଷାକ ପରିଧାନ କରୁଥିଲେ । ନିମ୍ନବିତ୍ତ ଶ୍ରେଣୀର ଲୋକେ ମୋଟା ସୂତାରେ ତିଆରି ପୋଷାକ ବ୍ୟବହାର କରୁଥିଲେ । ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକ ପଗଡ଼ି ବ୍ୟବହାର କରୁଥିଲେ । ହିନ୍ଦୁନାରୀମାନେ ଶାଢ଼ି ପିନ୍ଧୁଥ‌ିବାବେଳେ ମୁସଲମାନ ନାରୀମାନେ ସାଲୁଆର ଓ ବୁର୍ଖା ବ୍ୟବହାର କରୁଥିଲେ । ମୋଗଲ ଯୁଗରେ ନାରୀମାନେ ଅଳଙ୍କାରପ୍ରିୟ ଥିଲେ । ହିନ୍ଦୁ ସମାଜରେ ପୁରୁଷମାନେ କଣ୍ଠକୁଣ୍ଡଳ ଓ ମୁଦ୍ରିକା ବ୍ୟବହାର କରୁଥିଲେ । ନାରୀମାନେ ସେମାନଙ୍କର ସୌନ୍ଦର୍ଯ୍ୟ ବିକାଶ ପ୍ରତି ଯଥେଷ୍ଟ ଯନୁଶୀଳ ଥିଲେ । ସେମାନେ କଜ୍ଵଳ, ସିନ୍ଦୂର, ମେହେନ୍ଦୀ, କସ୍ତୁରୀ, ନଖରଞ୍ଜକ ଓ ବିଭିନ୍ନ ପ୍ରକାରର ଅତର ବ୍ୟବହାର କରୁଥିଲେ ।

ଖାଦ୍ୟ:
ସାଧାରଣତଃ ହିନ୍ଦୁମାନେ ନିରାମିଷାଶୀ ଥିଲାବେଳେ ମୁସଲମାନମାନେ ମାଂସାଶୀ ଥିଲେ । ସେତେବେଳେ ଖେଚୁଡ଼ି ପ୍ରିୟଖାଦ୍ୟ ଥିଲା । ଦକ୍ଷିଣ ଓ ପୂର୍ବ ଭାରତର ଲୋକମାନେ ଅନ୍ନକୁ ପ୍ରଧାନ ଖାଦ୍ୟଭାବେ ରଖୁଥିଲାବେଳେ ଉତ୍ତର ଭାରତର ଲୋକମାନେ ରୁଟିକୁ ପ୍ରଧାନ ଖାଦ୍ୟଭାବେ ବ୍ୟବହାର କରୁଥିଲେ । ପାନ, ଅଫିମ, ମଦ, ଭାଙ୍ଗ ଓ ଦୋକ୍ତା ପ୍ରଭୃତି ମାଦକ ଦ୍ରବ୍ୟର ବ୍ୟବହାର ସମାଜରେ ଥିଲା ।

ସାମାଜିକ ପ୍ରଥା ଓ ପୂଜାପଦ୍ଧତି:
ସେତେବେଳେ ସମାଜରେ ଉଭୟ ସଂପ୍ରଦାୟର ଲୋକେ ଅନ୍ଧବିଶ୍ଵାସ ଉପରେ ବିଶ୍ଵାସ ରଖୁଥଲେ । ବିଶେଷତଃ, ଜ୍ୟୋତିଷଶାସ୍ତ୍ର ଏବଂ ଭବିଷ୍ୟ କଥନ ଉପରେ ସେମାନଙ୍କର ଅଗାଧ ବିଶ୍ଵାସ ଥିଲା । ସତୀଦାହ, ଶିଶୁହତ୍ୟା, ବାଲ୍ୟବିବାହ, ଯୌତୁକ, ପରଦା ଓ ବହୁବିବାହ ପ୍ରଥା ସମାଜରେ ପ୍ରଚଳିତ ଥିଲା । ଉଭୟ ସଂପ୍ରଦାୟର ଲୋକ ବିଭିନ୍ନ ପ୍ରକାରର ଉତ୍ସବ ଓ ପର୍ବ ପାଳନ କରୁଥିଲେ । ହିନ୍ଦୁମାନେ ଜନ୍ମଉତ୍ସବ, ମୁଣ୍ଡନକର୍ମ, ଉପନୟନ, ବିବାହ ଆଦି ଉତ୍ସବ ସମ୍ପାଦନ କରିଥିଲାବେଳେ ମୁସଲମାନମାନେ କେବଳ ପୁତ୍ରର ଜନ୍ମଉତ୍ସବ ପାଳନ କରୁଥିଲେ । ହିନ୍ଦୁମାନେ ହୋଲି, ଦଶହରା, ଦୀପାବଳୀ, ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ଶିବରାତ୍ରି ଓ ରାମନବମୀ ଆଦି ଉତ୍ସବ ପାଳନ କରୁଥିବାସ୍ଥଳେ ମୁସଲମାନମାନେ ମହରମ୍, ସାଦ-ଇ-ବାରାତ୍, ଇଦୁଲଫିତର, ଇଦୁଜୁହା ଆଦି ପାଳନ କରୁଥିଲେ ।

ଶିକ୍ଷା:
ମୋଗଲ ଯୁଗରେ ଶିକ୍ଷା କ୍ଷେତ୍ରରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇନଥିଲା । ହିନ୍ଦୁମାନଙ୍କର ଟୋଲ୍ ବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ସହ ମନ୍ଦିର ସଂଲଗ୍ନ ହୋଇଥିବାସ୍ଥଳେ ମୁସଲମାନମାନଙ୍କର ମକତବ ବା ପ୍ରାଥମିକ ବିଦ୍ୟାଳୟ ମସ୍‌ଜିଦ୍ ସହ ସଂଲଗ୍ନ ହୋଇଥିଲା । ବାରାଣସୀ, ମଥୁରା, ନଦିଆ, ମିଥୁଳା, ମୁଲତାନ ଓ ସରହିନ୍ଦ୍ ଆଦି ବହୁ ସ୍ଥାନ ହିନ୍ଦୁ ଶିକ୍ଷାର ପ୍ରଧାନ କେନ୍ଦ୍ର ହୋଇଥିବାସ୍ଥଳେ ଆଗ୍ରା, ଦିଲ୍ଲୀ, ଲାହୋର, ଜୈନପୁର, ଗୁଜରାଟ ଓ ଅହମଦାବାଦ ଇସ୍‌ଲାମୀୟ ଶିକ୍ଷାର ପ୍ରଧାନ କେନ୍ଦ୍ର ହୋଇଥିଲା । ନାରୀଶିକ୍ଷା ସେତେବେଳେ ଅନୁନ୍ନତ ଅବସ୍ଥାରେ ଥିଲା ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୨। ଦିନ-ଇ-ଇଲାହୀର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଲୋକପାତ କର ।
Answer:
ଆକବର ଯଦି ମୋଗଲ ସମ୍ରାଟ୍‌ମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଭାରତ ଇତିହାସରେ ଅବିସ୍ମରଣୀୟ ହୋଇ ରହିପାରିଛନ୍ତି ତାହା ତାଙ୍କ ବିଶାଳ ସାମ୍ରାଜ୍ୟ ସ୍ଥାପନ ଯୋଗୁଁ ନୁହେଁ, ବରଂ ଏକ ଉଦାର ଧର୍ମନୀତି ପାଇଁ । ଏ ସମ୍ପର୍କରେ ଐତିହାସିକ ଭି.ଏ. ସ୍ମିଥ୍ (V.A. Smith) କହିଛନ୍ତି ଯେ, ‘‘ଭାରତର ସମସ୍ତ ଶାସକମାନଙ୍କ ମଧ୍ୟରୁ ଆକବର ଏକ ଗୌରବମୟ ସ୍ଥାନ ଅଧିକାର କରିଛନ୍ତି । ସେ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରିବା ବ୍ୟତୀତ ଭାରତରେ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟକୁ ପରସ୍ପର ପ୍ରତି ଆକୃଷ୍ଟ କରାଇବା ଦିଗରେ ଆପ୍ରାଣ ଚେଷ୍ଟା କରିଥିଲେ ।’’ ପ୍ରକୃତରେ ଆକବର ହିନ୍ଦୁମାନଙ୍କ ପ୍ରତି ଉଦାର ନୀତି ଅବଲମ୍ବନ କରି ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠା କରିପାରିଥିଲେ । ଏହା ଥିଲା ତାଙ୍କ ରାଜତ୍ଵର ବୈଶିଷ୍ଟ୍ୟ ।

ଉଦାର ଧର୍ମନୀତିର କାରଣ – ଆକବର ଉଦାର ଧର୍ମନୀତି ଅବଲମ୍ବନ କରିବା ମୂଳରେ କେତୋଟି କାରଣ ରହିଥିଲା । ପ୍ରଥମତଃ, ଆକବରଙ୍କ ପିତା ଜଣେ ହିନ୍ଦୁ ରାଜାଙ୍କ ପାଖରେ ଆଶ୍ରୟରେ ଥିବାବେଳେ ଆକବରଙ୍କର ଜନ୍ମ ହୋଇଥିଲା । ହୁମାୟୁନ୍‌ଙ୍କର ହିନ୍ଦୁବିଦ୍ବେଷ ନୀତି ଆଦୌ ନଥିଲା । ଆକବରଙ୍କ ମାତା ହମିଦାବାନୁ ବେଗମ୍ ଜଣେ ସିହା ଧର୍ମାବଲମ୍ବୀ ହୋଇଥିବାରୁ ସେ ଥିଲେ ଜଣେ ଉଦାରପନ୍ଥୀ ମହୀୟସୀ ମହିଳା । ଆକବରଙ୍କ ଅଭିଭାବକ ବୈରାମ ଖାଁ ଥିଲେ ଜଣେ ଉଦାରଚେତା ଲୋକ ଏବଂ ସେ ଆକବରଙ୍କୁ ଉଦାର ଧର୍ମନୀତିରେ ପ୍ରଭାବିତ କରିଥିଲେ ।

ଆକବର ବିଭିନ୍ନ ପଣ୍ଡିତମାନଙ୍କଠାରୁ ବିଭିନ୍ନ ଧର୍ମତତ୍ତ୍ଵମାନ ଶୁଣି ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ସବୁ ଧର୍ମର ମୂଳତତ୍ତ୍ଵ ଏକ । ଏହାପରେ ସେ ୧୫୮୧ ଖ୍ରୀ.ଅ.ରେ ସବୁ ଧର୍ମର ସାରତତ୍ତ୍ଵକୁ ଏକାଠିକରି ଦିନ୍-ଇ-ଇଲାହୀ ନାମକ ଏକ ନୂତନ ଧର୍ମ ସୃଷ୍ଟି କରିଥିଲେ । ଦିନ୍-ଇ-ଇଲାହୀ ଥିଲା ଆକବରଙ୍କ ମାନସ-ସନ୍ତାନ । ଦିନ୍-ଇ-ଇଲାହୀର ଅର୍ଥ ହେଲା ‘ସ୍ୱର୍ଗୀୟ ବିଶ୍ଵାସ’ । ଶୁଦ୍ଧପୂତ ଜୀବନଯାପନ କରିବାପାଇଁ ଏଥ‌ିରେ କେତେକ ନୀତିନିୟମ ସନ୍ନିବେଶିତ ହୋଇଥିଲା ।

  • ଦିନ୍-ଇ-ଇଲାହୀ ଗ୍ରହଣ କରିଥିବା ଜଣେ ବ୍ୟକ୍ତି ଅନ୍ୟଜଣକୁ ଦେଖୁ ‘ଆଲ୍ଲା-ହୋ-ଆକବର’ ବୋଲି ସମ୍ଭାଷଣ କଲେ ଅନ୍ୟଜଣେ ‘ଜାଲି–ଜିଲ୍ଲାଇ-ଉ’ ବୋଲି ପ୍ରତିସମ୍ଭାଷଣ କରିବ ।
  • ପ୍ରତ୍ୟେକ ବ୍ୟକ୍ତି ଜୀବିତାବସ୍ଥାରେ ଏକ ପଂକ୍ତିଭୋଜନର ଆୟୋଜନ କରି ଅନ୍ୟମାନଙ୍କୁ ଆପ୍ୟାୟିତ କରିବେ ।
  • ଏହି ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ମାଂସ, ପିଆଜ ଓ ରସୁଣ ଆଦି ଦ୍ରବ୍ୟକୁ ବର୍ଜନ କରିବେ ।
  • ପ୍ରତ୍ୟେକ ବ୍ୟକ୍ତି ତା’ର ଜନ୍ମଦିନରେ ଭୋଜନ ଦେବା ଉଚିତ । ସେ ଭିକ୍ଷାଦାନ କରିବା ଉଚିତ । ଏହାଦ୍ଵାରା ସେ ପରବର୍ତ୍ତୀ ଜୀବନପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ ।
  • ଦିନ୍-ଇ-ଇଲାହୀ ଗ୍ରହଣ କରିଥିବା ବ୍ୟକ୍ତି କଂସେଇ, ଚଢ଼େଇଧରାଳୀ ବା ଶିକାରୀ ସହିତ ସମ୍ପର୍କ ରଖୁପାରିବେ ନାହିଁ ।
  • ସେମାନେ ସବୁ ଧର୍ମକୁ ସମ୍ମାନ ପ୍ରଦର୍ଶନ କରିବେ ଏବଂ ଅଗ୍ନିକୁ ପବିତ୍ର ବୋଲି ମାନିବେ ।
  • ସେମାନେ ଅପ୍ରାପ୍ତବୟସ୍କା ବାଳିକା ବା ବୃଦ୍ଧାଙ୍କୁ ବିବାହ କରିପାରିବେ ନାହିଁ ।
  • ଏହି ଧର୍ମ ଗ୍ରହଣ କରିଥିବା ଲୋକ ପୂର୍ବଦିଗକୁ ମୁଣ୍ଡ ଏବଂ ପଶ୍ଚିମ ଦିଗକୁ ଗୋଡ଼ ରଖ୍ ଶୟନ କରିବ ।
  • ସମସ୍ତେ ଉତ୍ତମ ଚରିତ୍ର ଓ ପବିତ୍ରତା ବଜାୟ ରଖୁବେ ।
  • ୧୬ ବର୍ଷ ନ ପୂରିଲେ ପୁଅ ଏବଂ ୧୪ ବର୍ଷ ନ ପୂରିଲେ ଝିଅ ବିବାହ କରିବା ନିଷେଧ ।

ଦିନ-ଇ-ଇଲାହୀର ପ୍ରସାର: ଆକବର ଦିନ୍-ଇ-ଇଲାହୀର ପ୍ରସାରପାଇଁ କେବେ ଚେଷ୍ଟା କରିନଥିଲେ କିମ୍ବା ଏହି ଧର୍ମ ଗ୍ରହଣ କରିବାପାଇଁ କାହାକୁ ବାଧ୍ୟ କରି ନଥିଲେ । ମୁସଲମାନମାନେ ଏହି ଧର୍ମକୁ ଗ୍ରହଣ କରି ନଥିଲେ । ସମ୍ଭବତଃ, ଉଲେମାମାନଙ୍କ ପ୍ରରୋଚନାରେ ସେମାନେ ଏହି ଧର୍ମ ଗ୍ରହଣ କରି ନଥୁଲେ । ଆକବରଙ୍କ ଜୀବନକାଳ ମଧ୍ୟରେ ଏହି ଧର୍ମ ଆଦୌ ଲୋକପ୍ରିୟ ହୋଇ ନଥିଲା । ଆକବରଙ୍କ ଦିନ୍-ଇ-ଇଲାହୀ ଧର୍ମ ବିଷୟରେ ଐତିହାସିକମାନେ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି । ଐତିହାସିକ ଭି.ଏ. ସ୍ମିଥ୍ଙ୍କ ଭାଷାରେ, ‘ଏହି ଧର୍ମ ଆକବରଙ୍କ ନିର୍ବୋଧତାର ସ୍ମୃତିସୌଧ ଥିଲା, ତାଙ୍କ ବିଜ୍ଞତାର ନୁହେଁ ।’’

ଅପରପକ୍ଷରେ ପ୍ରଫେସର ଏସ୍.ଆର୍. ଶର୍ମାଙ୍କ ଭାଷାରେ, ‘ଏହା ସମ୍ରାଟ୍‌ଙ୍କର ଜାତୀୟ ଆଦର୍ଶର ମୂର୍ଖ ପରିପ୍ରକାଶ ଥିଲା ।’’ ଈଶ୍ୱରୀପ୍ରସାଦଙ୍କ ମତରେ, ‘ଦିନ୍-ଇ-ଇଲାହୀ ରହସ୍ୟବାଦ ଦର୍ଶନ ଓ ପ୍ରକୃତି ପୂଜନର ଏକ ଅପୂର୍ବ ସମ୍ମିଶ୍ରଣ ଥିଲା ।’’ ବହୁ ସମାଲୋଚନାର ଶିକାର ହୋଇଥିଲେ ମଧ୍ୟ ଦିନ୍-ଇ-ଇଲାହୀ ପ୍ରବର୍ତ୍ତନ କରି ଆକବର ସବୁ ଧର୍ମ ମଧ୍ଯରେ ସଦ୍‌ଭାବ ପ୍ରତିଷ୍ଠା କରିବା ଦିଗରେ ଯେ ଏକ ଅଭିନବ ଉଦ୍ୟମ କରିଥିଲେ ଏଥ‌ିରେ ସନ୍ଦେହ ନାହିଁ । ଆକବରଙ୍କ ଧର୍ମନୀତିର ଫଳାଫଳ ଅତି ସୁଦୂରପ୍ରସାରୀ ଥିଲା । ଉଦାର ଧର୍ମନୀତି ଯୋଗୁଁ ସେ ଜାତି-ଧର୍ମ ନିର୍ବିଶେଷରେ ସମସ୍ତଙ୍କର ଶ୍ରଦ୍ଧା, ଭକ୍ତି ଓ ସାହାଯ୍ୟ ଲାଭ କରିପାରିଥିଲେ । ବିଶେଷତଃ, ହିନ୍ଦୁମାନଙ୍କର ସହଯୋଗ ଓ ପରାକାଷ୍ଠା ମୋଗଲ ସାମ୍ରାଜ୍ୟକୁ ଶତାବ୍ଦୀ ଶତାବ୍ଦୀ ଧରି ମଜଭୁତ କରି ରଖୁପାରିଥିଲା ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୩ । କଳା ଓ ସ୍ଥାପତ୍ୟକୁ ମୋଗଲ ଶାସକମାନଙ୍କର ଅବଦାନ ସମ୍ପର୍କରେ ଆଲୋଚନା କର ।
Answer:
କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ମୋଗଲ ରାଜତ୍ଵ ଏକ ନୂତନ ଯୁଗ ଉନ୍ମୋଚନ କରିଥିଲା । ଅବଶ୍ୟ ଏ ଦିଗରେ ଏହି ଯୁଗ ଯେ କିଛି ନୂତନତ୍ୱ ଆଣି ଦେଇଥୁଲା ତା ନୁହେଁ, କେବଳ ତୁର୍କ-ଆଫଗାନ୍ ସମୟର କଳା-ସ୍ଥାପତ୍ୟକୁ ଅବଲମ୍ବନ କରାଯାଇଥିଲା । ଏହାସତ୍ତ୍ବେ ଏହି ସମୟରେ ମୁସଲମାନ ଓ ହିନ୍ଦୁ କଳା ଓ ସ୍ଥାପତ୍ୟର ଏକ ମିଶ୍ରଣ ପରିଲକ୍ଷିତ ହୋଇଥିଲା । ଜେବଙ୍କ ବ୍ୟତୀତ ଅନ୍ୟାନ୍ୟ ମୋଗଲ ସମ୍ରାଟ୍ ନିର୍ମାତାଭାବେ ଭାରତ ଇତିହାସରେ ପ୍ରସିଦ୍ଧିଲାଭ କରିଛନ୍ତି ।

ବାବରଙ୍କ ସମୟରେ କଳା ଓ ସ୍ଥାପତ୍ୟ:
ବାବର ତାଙ୍କ ଅଟ୍ଟାଳିକା ନିର୍ମାଣ କରିବାପାଇଁ କନ୍‌ଷ୍ଟାଣ୍ଟିନୋପଲ୍‌ରୁ ସ୍ୱନାମଧନ୍ୟ ସ୍ଥପତି ସିନାନଙ୍କର ପୁତ୍ରକୁ ଭାରତକୁ ଅଣାଇଥିଲେ । ବାବର ଆଗ୍ରା, ସିକ୍ରି, ବାୟନା, ଧୋଳ, ଗୋଓ୍ବାଲିୟର ଓ କୋଲିଠାରେ ନିର୍ମାଣ କରିଥିବା ବହୁ ସୌଧ ସମୟ ଚକ୍ରରେ ଧୂଳିସାତ୍ ହୋଇଯାଇଛି । ସେ ନିର୍ମାଣ କରିଯାଇଥିବା ସୌଧଗୁଡ଼ିକ ମଧ୍ୟରୁ ପାନିପଥଠାରେ ଏକ ବିଶାଳ ମସ୍‌ଜିଦ୍‌ ଓ ସମ୍ବଲଠାରେ ଜୁମ୍ମା ମସ୍ଜିଦ୍‌ ଏବେ ମଧ୍ୟ ଅକ୍ଷତ ଅବସ୍ଥାରେ ଦଣ୍ଡାୟମାନ ।

ହୁମାୟୁନ ଓ ଶେରଶାହଙ୍କ ସମୟରେ କଳା ଓ ସ୍ଥାପତ୍ୟ:
ହୁମାୟୁନଙ୍କ ରାଜତ୍ଵରେ ନିର୍ମିତ ଆଗ୍ରାଠାରେ ଏକ ସୌଧ, ପଞ୍ଜାବର ହିସାର ଜିଲ୍ଲାରେ ଅବସ୍ଥିତ ଫତେବାଦ ମସ୍‌ଜିଦ୍ ଅର୍ଶଭଗ୍ନ ଅବସ୍ଥାରେ ଦଣ୍ଡାୟମାନ ହୋଇ ମଧ୍ୟ ନିର୍ମାତାଭାବରେ ହୁମାୟୁନଙ୍କର ଯଶଗାନ କରିଥାଏ । ଶେରଶାହ କଳା ଓ ସ୍ଥାପତ୍ୟ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ତାଙ୍କ ରାଜତ୍ଵରେ ସାସାରାମଠାରେ ନିର୍ମିତ ମସ୍‌ଜିଦ୍ ହିନ୍ଦୁ-ମୁସଲମାନ ସ୍ଥାପତ୍ୟର ଏକ ଆକର୍ଷଣୀୟ ମିଶ୍ରଣ । କନିଂହାମ୍ ଏହି ସୌଧକୁ ଦେଖ୍ ଏତେ ଖୁସି ହୋଇଯାଇଥିଲେ ଯେ ସେ ଏହାକୁ ତାଜମହଲ ସହ ତୁଳନା କରିବାକୁ ପଛାଇ ନାହାନ୍ତି ।

ଆକବରଙ୍କ ସମୟରେ କଳା ଓ ସ୍ଥାପତ୍ୟ:
ଆକବରଙ୍କର ନିର୍ମାଣକଳା ପ୍ରତି ବିଶେଷ ଆଗ୍ରହ ରହିଥିଲା । ତାଙ୍କଦ୍ୱାରା ନିର୍ମିତ ଫତେପୁରସିକ୍ରି ଉତ୍କୃଷ୍ଟ ନିର୍ମାଣକଳାର ଏକ ଅନୁପମ ପରିଚାୟକ । ଏହାକୁ ପ୍ରଶଂସାକରି ଡି. ହ୍ୟୁମରେସ୍ ଲେଖୁଛନ୍ତି, ‘ଫତେପୁରସିକ୍ରି ଥିଲା ଭର୍‌ସାଇଲ ନଗରୀଠାରୁ ଅଧ‌ିକ ମନୋରମ ।’’ ଏଠାରେ ନିର୍ମିତ ଯୋଧବାଈ ଓ ବୀରବଲଙ୍କ ପ୍ରାସାଦ, ପଞ୍ଚମହଲା, ସଲିମ୍ ଚିସ୍ତିଙ୍କ ମସ୍‌ଜିଦ୍‌, ଜୁମ୍ମା ମସ୍‌ଜିଦ୍, ବୁଲନ୍ଦ ଦରୱାଜା, ଦେୱାନୀ-ଇ-ଖାସ୍ ଆଦି ଅତୁଳନୀୟ କଳାକୃତିର ପରିଚୟ ପ୍ରଦାନ କରିଥାଏ । ଭି.ଏ. ସ୍ମିଥ୍ ଫତେପୁରସିକ୍ରିର ପ୍ରଶଂସାକରି ଲେଖୁଛନ୍ତି ଯେ ‘‘ଫତେପୁରସିକ୍ରି ଭଳି ନଗର ପୂର୍ବରୁ ନିର୍ମିତ ହୋଇନଥୁଲା କି ପୁନର୍ବାର ନିର୍ମିତ ହୋଇପାରିବ ନାହିଁ। ପ୍ରସ୍ତରର ଏହା ଏକ ରୋମାଞ୍ଚକର ନଗରୀ ।’’ଆକବରଙ୍କ ସମୟରେ ଅନ୍ୟାନ୍ୟ କୃତି ଥିଲା ସିକନ୍ଦରସ୍ଥିତ ଆକବରଙ୍କ ମସ୍‌ଜିଦ୍‌, ଆଲ୍ଲାହାବାଦସ୍ଥିତ ଚାଳିଶ ସ୍ତମ୍ଭବିଶିଷ୍ଟ ଏକ ସୁବିଶାଳ ପ୍ରାସାଦ ଏବଂ ଆଗ୍ରାର ଜାହାଙ୍ଗୀର-ମହଲ । ଲାହୋର ଦୁର୍ଗ ଆକବରଙ୍କ ସମୟରେ ନିର୍ମିତ ହୋଇଥିଲା ।

ଜାହାଙ୍ଗୀରଙ୍କ ସମୟରେ କଳା ଓ ସ୍ଥାପତ୍ୟ:
ଜାହାଙ୍ଗୀରଙ୍କ ସମୟରେ କେବଳ ଦୁଇଟି ସୌଧ ତାଙ୍କ ରାଣୀ , ନୁର୍‌ଜାହାନଙ୍କଦ୍ଵାରା ନିର୍ମିତ ହୋଇଥିଲା । ସେଗୁଡ଼ିକ ମଧ୍ୟରୁ ନୁର୍‌ଜାହାନଙ୍କ ପିତା ଇତ୍‌ମୁଦୌଲାଙ୍କ ପାଇଁ ନିର୍ମିତ ସମାଧ୍ ସୌଧ ମୋଗଲ ସ୍ଥାପତ୍ୟର ଏକ ଅନୁପମ ସ୍ମାରକୀଭାବେ ଏବେ ମଧ୍ୟ ଉଦ୍‌ଜୀବିତ । ସେହିପରି ସାହଦରାସ୍ଥିତ ଜାହାଙ୍ଗୀରଙ୍କ ସମାସୌଧ ମଧ୍ଯ ଜାହାଙ୍ଗୀରଙ୍କ ଶାସନକାଳର ଅନ୍ୟ ଏକ ଅକ୍ଷୟ କୀର୍ତ୍ତି ।

ଶାହାଜାହାନଙ୍କ ସମୟରେ କଳା ଓ ସ୍ଥାପତ୍ୟ – ଶାହାଜାହାନଙ୍କ ସମୟରେ କଳା ଓ ସ୍ଥାପତ୍ୟର ଯୁଗଭାବେ ଅଭିହିତ କରାଯାଏ । ତାଙ୍କ ରାଜତ୍ଵ ସମୟରେ ଇଣ୍ଡୋ-ଇସ୍‌ଲାମୀୟ କଳା ଓ ସ୍ଥାପତ୍ୟର ବିକାଶ ଚରମ ସୀମାରେ ଉପନୀତ ହୋଇଥିଲା । ରୋମ ସମ୍ରାଟ୍ ଅଗଷ୍ଟସ୍ ସିଜର ଇଟାରେ ନିର୍ମିତ ରୋମ୍ ସହରକୁ ମାର୍ବଲ କରିଥିଲେ । ଜଣେ ସୌନ୍ଦର୍ଯ୍ୟପିପାସୁ, ବିଳାସୀ ଓ ଆଡ଼ମ୍ବରପ୍ରିୟ ସମ୍ରାଟ୍ ଥିବାରୁ ସେ ଦିଲ୍ଲୀ, ଆଗ୍ରା ଓ ଅନ୍ୟାନ୍ୟ ଦେଇଛନ୍ତି । ଶାହାଜାହାନଙ୍କ ସମୟରେ ନିର୍ମିତ ସୌଧଗୁଡ଼ିକ ମଧ୍ୟରୁ ଦିଲ୍ଲୀର ଲାଲକିଲ୍ଲା ଓ ଜୁମା ମସ୍‌ଜିଦ୍ ଏବଂ ଆଗ୍ରାର ତାଜମହଲ ଓ ମୋତି ମସ୍‌ଜିଦ୍‌ ସ୍ଥାପତ୍ୟ ଜଗତର କେତୋଟି ସଫଳ କୃତିରୂପେ ପରିଗଣିତ । ଏତଦ୍‌ଭିନ୍ନ ତାଙ୍କ ରାଜୁତିରେ ବହୁ ଅଟ୍ଟାଳିକା, ସୌଧ, ଦୁର୍ଗ ଓ ମସ୍‌ଜିଦ୍ ନିର୍ମିତ ହୋଇଥିଲା ଏବଂ ସେଗୁଡ଼ିକ ମୁଖ୍ୟତଃ ଲାହୋର, କାବୁଲ, କାଶ୍ମୀର, କାନ୍ଦାହାର, ଆଜମୀର ଓ ଅହମ୍ମଦାବାଦରେ ପ୍ରତିଷ୍ଠିତ ହୋଇଥିଲା । ଯମୁନା ନଦୀ କୂଳରେ ଶାହାଜାହାନ ଲାଲକିଲ୍ଲା ନିର୍ମାଣ କରିଥିଲେ ।

ଏହି ବିରାଟ ପ୍ରାସାଦ ମଧ୍ଯରେ ରଙ୍ଗମହଲ, ମମତାଜ ମହଲ, ହୀରାମହଲ, ଦେୱାନୀ-ଇ-ଖାସ୍‌, ଦେୱାନୀ-ଇ-ଆମ୍ ଆଦି ସୌଧ ନିର୍ମିତ ହୋଇଥିଲା । ଏତଦ୍‌ବ୍ୟତୀତ ଆଗ୍ରାରେ ମୋତି ମସ୍‌ଜିଦ୍‌ ଓ ମୁସମନ ବୁର୍ଜ ଏବଂ ଦିଲ୍ଲୀର ଜୁମା ମସଜିଦ୍ ଶାହାଜାହାନଙ୍କ ରାଜୁତିର ଅନ୍ୟ କେତୋଟି ଅମର କୀର୍ତ୍ତି । ଲାଲକିଲ୍ଲାର ଅଦୂରରେ ଅବସ୍ଥିତ ଜୁମା ମସ୍‌ଜିଦ୍ ଭାରତର ସର୍ବବୃହତ୍ ମସ୍‌ଜିଦ୍‌ରୂପେ ଖ୍ୟାତ । ଶାହାଜାହାନଙ୍କ କୀର୍ତ୍ତିଗୁଡ଼ିକ ମଧ୍ୟରୁ ଆଗ୍ରାରେ ନିର୍ମିତ ତାଜମହଲ ସର୍ବଶ୍ରେଷ୍ଠ ବୋଲି ବିବେଚିତ । ଶାହାଜାହାନ ନିଜର ପ୍ରିୟତମା ପତ୍ନୀଙ୍କର ସ୍ମୃତିକୁ ଜୀବନ୍ତ ରଖିବାପାଇଁ ଆଗ୍ରାର ଯମୁନା ନଦୀ କୂଳରେ ଏହି ବିଶ୍ବପ୍ରସିଦ୍ଧ ଓ ଅଦ୍ୱିତୀୟ ସ୍ମୃତିସମାଧ୍ଵ ନିର୍ମାଣ କରିଥିଲେ । ଈଶ୍ୱରୀପ୍ରସାଦ ଏହାର ଭୂୟସୀ ପ୍ରଶଂସା କରି ଲେଖୁଛନ୍ତି, ‘ବିଶ୍ଵରେ ତାଜମହଲ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଓ ଆନୁଗତ୍ୟର ଅନୁପମ ସୂତି-ସୌଧଭାବେ ବିରାଜିତ । ଏହାକୁ ଯେ ନଦେଖୁଛି, ଏହାର ସୌନ୍ଦର୍ଯ୍ୟ ବିଷୟରେ ଧାରଣା କରିବା ତା ପକ୍ଷରେ ଅସମ୍ଭବ ।’’

ଶାହାଜାହାନଙ୍କଦ୍ଵାରା ନିର୍ମିତ ମୟୂର ସିଂହାସନ ତାଙ୍କର ଏକ ଅନବଦ୍ୟ କଳାକୀର୍ତ୍ତି । ହୀରା, ମୋତି, ମାଣିକ୍ୟ, ସ୍ଵର୍ଣ୍ଣ ଆଦି ବହୁ ମୂଲ୍ୟବାନ୍ ପ୍ରସ୍ତର ଖଚିତ ଏହି ସିଂହାସନଟି ନିର୍ମାଣ କରିବାପାଇଁ ସାତବର୍ଷ ସମୟ ଲାଗିଥିଲା । ଏଥିରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ୧୭୯୩ ଖ୍ରୀ.ଅ.ରେ ପାରସିକ ଆକ୍ରମଣକାରୀ ନାଦିରଶାହ ଏହାକୁ ଲୁଣ୍ଠନ କରିଥିଲେ । ଆଉରଙ୍ଗଜେବଙ୍କ ରାଜୁତିରେ ମୋଗଲ କଳା ଓ ସ୍ଥାପତ୍ୟର ଅଧୋପତନ ପରିଲକ୍ଷିତ ହୋଇଥିଲା । ତାହା ମୂଳରେ ଥିଲା ମୁଖ୍ୟତଃ ନିଜେ ସମ୍ରାଟ୍ ଆଉରଙ୍ଗଜେବଙ୍କର ଶିଥୁଳତା । ସେ ସ୍ଥପତି ଓ କାରିଗରମାନଙ୍କୁ କୌଣସିପ୍ରକାରେ ଉତ୍ସାହିତ କରୁନଥିଲେ । ଏହା ସତ୍ତ୍ଵେ ତାଙ୍କ ରାଜୁତିରେ ସ୍ଥାପିତ ହୋଇଥିବା ବାରାଣସୀର ଏକ ମସ୍‌ଜିଦ, ଲାହୋରରେ ବାଦଶାହୀ ମସ୍‌ଜିଦ୍‌, ଔରଙ୍ଗାବାଦରେ ନିଜ ପତ୍ନୀଙ୍କ ପାଇଁ ନିର୍ମିତ ରେଜିୟା ମସ୍‌ଜିଦ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୪ । ମୋଗଲ ଯୁଗର ଚିତ୍ରକଳା ସମ୍ପର୍କରେ ଆଲୋଚନା କର ।
Answer:
କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ମୋଗଲ ରାଜତ୍ଵ ଏକ ନୂତନ ଯୁଗ ଉନ୍ମୋଚନ କରିଥିଲା । ଅବଶ୍ୟ ଏ ଦିଗରେ ଏହି ଯୁଗ ଯେ କିଛି ନୂତନତ୍ୱ ଆଣିଦେଇଥିଲା ତା’ ନୁହେଁ, ବରଂ ତୁର୍କ-ଆଫଗାନ୍ ସମୟର କଳା-ସ୍ଥାପତ୍ୟକୁ ଅବଲମ୍ବନ କରିଯାଇଥିଲା । ଏହାସତ୍ତ୍ୱେ ଏହି ସମୟରେ ମୁସଲମାନ ଓ ହିନ୍ଦୁ କଳା ଓ ସ୍ଥାପତ୍ୟର ଏକ ମିଶ୍ରଣ ପରିଲକ୍ଷିତ ହୋଇଥିଲା । ମୋଗଲ ଯୁଗରେ ଚିତ୍ରକଳା ଅଙ୍କନରେ ଅନେକ ପ୍ରଗତି ପରିଲକ୍ଷିତ ହୋଇଥାଏ । ମୋଗଲ ଚିତ୍ରକଳାରେ ପାର୍ସୀ ଓ ଭାରତୀୟ ଶୈଳୀର ସମନ୍ଵୟ ହୋଇଥିବା ଦେଖାଯାଏ । ପାରସ୍ୟ ଦରବାର ସହିତ ମୋଗଲମାନଙ୍କ ନିବିଡ଼ ସମ୍ପର୍କ ଥିବାରୁ ସେଠାକାର ପରମ୍ପରା ସେମାନେ ଭାରତକୁ ଆଣିଥିଲେ । ଏଥିରେ ଚୀନ୍‌ର ପ୍ରଭାବ ମଧ୍ୟ ଅନୁଭୂତ ହୋଇଥାଏ । ଆକବରଙ୍କ ସମୟରେ ଆନୀତ ଚିତ୍ରକଳା ପରମ୍ପରା ଭାରତରେ ଗୃହୀତ ହୋଇଥିଲା । ଆକବରଙ୍କ ରାଜତ୍ଵରେ ଆରମ୍ଭ ହୋଇ ଜାହାଙ୍ଗୀରଙ୍କ ରାଜତ୍ଵରେ ଚିତ୍ରକଳା ଚରମ ଉତ୍କର୍ଷ ଲାଭ କରିଥିଲା । ଜାହାଙ୍ଗୀର ନିଜେ ଚିତ୍ରକଳାକୁ ଆଦର କରୁଥିଲେ ଓ ତା’ର ପୃଷ୍ଠପୋଷକ ଥିଲେ ।

ଚିତ୍ରକଳାର ବିକାଶ ପାଇଁ ପ୍ରଥମେ ଆକବର ଏକ ସ୍ଵତନ୍ତ୍ର ବିଭାଗ ସ୍ଥାପନ କରିଥିଲେ । ବ୍ଲାଜା ଅବଦୁସ୍ ସମାଦ ଥିଲେ ତା’ର ମୁଖ୍ୟ । ତାଙ୍କ ନେତୃତ୍ୱରେ ଏକ ଅନୁଷ୍ଠାନ ଆରମ୍ଭ ହୋଇଥିଲା । ସେଥ‌ିରେ ପ୍ରତିଛବି ଆଙ୍କିବାକୁ ଉତ୍ସାହିତ କରାଯାଇଥିଲା । କେତେକ ସମବେତ ଦୃଶ୍ୟ ମଧ୍ୟ ଶିଳ୍ପୀମାନେ ଅଙ୍କନ କରିଥିଲେ । ଭାରତ ଓ ଭାରତ ବାହାରୁ ଖ୍ୟାତନାମା ଚିତ୍ରଶିଳ୍ପୀମାନେ ଆକବରଙ୍କ ଦରବାରକୁ ନିମନ୍ତ୍ରିତ ହୋଇଥିଲେ । ଫତେପୁର ସିକ୍ରି ରାଜମହଲର କାନ୍ଥମାନଙ୍କରେ ସେମାନେ ଚିତ୍ର ଅଙ୍କନ କରିଥିଲେ । ଆକବର ପ୍ରାୟ ଶତାଧ୍ଵକ ଶିଳ୍ପୀଙ୍କୁ ଉକ୍ତ କାର୍ଯ୍ୟପାଇଁ ନିୟୋଜିତ କରିଥିଲେ । ସେତେବେଳେ ଖ୍ୟାତନାମା ଚିତ୍ରକର ଥିଲେ ଅବଦୁସ୍ ସମାଦ, ଫରୁକ୍ ବେଗ ଏବଂ ଜାମସେଦ୍ । ସତରଜଣ ପ୍ରଖ୍ୟାତ କଳାକାରଙ୍କ ମଧ୍ୟରୁ ତେରଜଣ ହିନ୍ଦୁ କଳାକାର ଥିଲେ । ସେମାନେ ହେଲେ ଦସନ୍ତ, ସନୱାଲ ଦାସ, ତାରାଚାନ୍ଦ, ଲାଲକେସୁ, ମୁକୁନ୍ଦ ଏବଂ ହରିବଂଶ । ଚେଙ୍ଗିଜନାମା, ଜାଫରନାମା, ରାମାୟଣ, କାଳୀୟ ଦମନ ଏବଂ ଆୟର୍ବାନିସ୍ ପ୍ରଭୃତି ଗ୍ରନ୍ଥରେ ଚିତ୍ରାଙ୍କନ ପାଇଁ ଖ୍ୟାତନାମା ଚିତ୍ରକରଙ୍କୁ ଆକବର ନିଯୁକ୍ତି ଦେଇଥିଲେ । ସେତେବେଳେ ସେମାନେ ଥିଲେ ସର୍ବଶ୍ରେଷ୍ଠ ଚିତ୍ରକର ।

ଆକବରଙ୍କ ବ୍ୟକ୍ତିଗତ ଆଗ୍ରହ ଓ ପୃଷ୍ଠପୋଷକତା ଫଳରେ ଭାରତୀୟ ଚିତ୍ରଶିଳ୍ପୀ ଅତି ଉଚ୍ଚ ସ୍ଥାନକୁ ଉନ୍ନୀତ ହୋଇପାରିଥିଲେ । ସମ୍ରାଟଙ୍କ ନିଜ ଜୀବନର ଅନେକ ଘଟଣା ଶିଳ୍ପୀମାନେ ଅଙ୍କନ କରିଥିଲେ ।
ଜାହାଙ୍ଗୀର ଥୁଲେ ଚିତ୍ରକଳାର ସର୍ବଶ୍ରେଷ୍ଠ ପୂଜାରୀ ଓ ପୃଷ୍ଠପୋଷକ । ଆକବରଙ୍କ ସମୟରେ ଯେଉଁ ବଳିଷ୍ଠ ପରମ୍ପରାର ଆରମ୍ଭ ଘଟିଥିଲା ତାକୁ ଜାହାଙ୍ଗୀର ଉଚ୍ଚତମ ସୋପାନକୁ ନେଇପାରିଥିଲେ । ସେଥୁପାଇଁ ସେ ପ୍ରଶଂସନୀୟ । ଚିତ୍ର ପ୍ରତି ତାଙ୍କର ସ୍ଵତନ୍ତ୍ର ଅନୁରାଗ ଥିଲା । ସେଥ‌ିରେ ସେ ଜଣେ ବିଶେଷଜ୍ଞ ଥିଲେ । ଚିତ୍ର ଦେଖୁ ସେ କଳାକାରର ନାମ ଓ ପରିଚୟ ଦେଇପାରୁଥିଲେ । ମୋଗଲ ଚିତ୍ରକଳାକୁ Miniature Painting କୁହାଯାଏ । ଆକାର ଦୃଷ୍ଟିରୁ ଚିତ୍ରମାନ ବୃହତ୍ ଧରଣର ନ ଥିଲା । କିନ୍ତୁ କ୍ଷୁଦ୍ର ପରିସର ଭିତରେ ରଙ୍ଗ ଓ ଭାବର ଅପୂର୍ବ ବିନ୍ୟାସ ଚିତ୍ରଗୁଡ଼ିକୁ ଜୀବନ୍ତ କରିପାରୁଥିଲା । ଦରବାରର ଘଟଣାବଳୀ, ଶିକାର, ଯୁଦ୍ଧ, ପଶୁଯୁଦ୍ଧ ଆଦି ଦୃଶ୍ୟ ବର୍ଣ୍ଣରେ ଶିଳ୍ପୀମାନେ ଅତି ନିପୁଣତା ପ୍ରଦର୍ଶନ କରିଥିଲେ । ପ୍ରକୃତିର ଚିତ୍ରଣ ମଧ୍ୟ ଅତି ବାସ୍ତବତାର ସହ ସେମାନେ କରିପାରୁଥିଲେ ।

ଜାହାଙ୍ଗୀରଙ୍କ ସମସାମୟିକ ଚିତ୍ରକରଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ଥିଲେ ଫରୁକ୍ ବେଗ୍, ମହମ୍ମଦ ନଦୀର, ମହମ୍ମଦ ମୁରାଦ୍, ଆଗାରେଜା ଏବଂ ଉସ୍ତାଦ୍ ମନସୁର । ହିନ୍ଦୁ ଚିତ୍ରକରଙ୍କ ଭିତରେ ଖ୍ୟାତନାମା ଶିଳ୍ପୀ ଥିଲେ ବିସନ ଦାସ, କେଶବ ମନୋହର, ମାଧବ ଓ ତୁଲସୀ । ଜାହାଙ୍ଗୀରଙ୍କ ମୃତ୍ୟୁ ପରେ ମୋଗଲ ଚିତ୍ରକଳାର ଅବନତି ଘଟିଥିଲା । ଶାହାଜାହାନଙ୍କ ଆଗ୍ରହ କଳା ସ୍ଥାପତ୍ୟରେ ବେଶି ଥିଲା । ଚିତ୍ରକଳା ପ୍ରତି ତାଙ୍କର ସେପରି ଆଗ୍ରହ ଥ‌ିବାର ଦେଖାଯାଏ ନାହିଁ । ତେଣୁ ଦରବାରରେ ଥିବା ଚିତ୍ରକରମାନଙ୍କ ସଂଖ୍ୟା କମିଯାଇଥିଲା । ଯେଉଁ କେତେକ ଚିତ୍ରକଳା ତାଙ୍କ ସମୟରେ ପ୍ରସ୍ତୁତ ହୋଇଥିଲା ତାହାର ଗୁଣାତ୍ମକ ମାନ ସେତେ ଉଚ୍ଚ ନୁହେଁ । ଦରବାର ଦୃଶ୍ୟ, ସମ୍ରାଟ୍‌ଙ୍କ ଦୈନନ୍ଦିନ ଜୀବନକୁ କେନ୍ଦ୍ରକରି ଦୃଶ୍ୟମାନ, ସମ୍ଭ୍ରାନ୍ତ ସାମନ୍ତମାନଙ୍କ ଜୀବନ, ପୋଷାକ, ଅଳଙ୍କାର ଆଦିକୁ ସେମାନେ ଅଙ୍କନ କରିଥିଲେ । ସାମସମୟିକ ଜୀବନର ନିଚ୍ଛକ ଚିତ୍ରଣ ସେଥୁରେ ମିଳେ ନାହିଁ । ଦରବାର ତରଫରୁ ଚିତ୍ରକରମାନେ କୌଣସି ଅନୁଦାନ ବା ପୃଷ୍ଠପୋଷକତା ନ ପାଇବାରୁ ଚିତ୍ରକଳାର ଆଦର କମିଗଲା ଓ ଏକ ବଳିଷ୍ଠ ପରମ୍ପରାର ବିଲୟ ଘଟିଥିଲା ।

CHSE Odisha Class 12 History Chapter 9 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 9 ମୋଗଲ ଯୁଗର ସଂସ୍କୃତି Objective Questions.

CHSE Odisha 12th Class History Chapter 9 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ‘ରାମଚରିତ ମାନସ’ର ରଚୟିତା କିଏ ?
(କ) ତୁଳସୀ ଦାସ
(ଖ) ସାରଳା ଦାସ
(ଗ) ବାଲ୍ମିକୀ
(ଘ) ଜଗନ୍ନାଥ ଦାସ
Answer:
(ଘ) ତୁଳସୀ ଦାସ୍

୨। ମୋଗଲ ଦରବାରର ଉଚ୍ଚପଦସ୍ଥ କର୍ମଚାରୀମାନେ କେଉଁ ନାମରେ ପରିଚିତ ଥିଲେ ? (କ) ମାନସରୀ
(କ) ମାନସବ୍‌ରୀ
(ଖ) ଏକହଜାରୀ
(ଗ) ପାଞ୍ଚହଜାରା
(ଘ) ଦଶହଜାରା
Answer:
(କ) ମାନସର୍‌ଦାରୀ

୩ । ‘ଆଇନ-ଇ-ଆକବରୀ’ ଗ୍ରନ୍ଥର ରଚୟିତା କିଏ ?
(କ) ଆକବର
(ଖ) ଆବୁଲଫାଜଲ
(ଗ) ଫାୟାଜା
(ଘ) ଅବଦୁଲ ନବା
Answer:
(ଖ) ଆବୁଲଫଜଲ

୪ । କେବେ ଆକବର ‘ଦିନ୍-ଇ-ଇଲାହୀ’ ନାମକ ଏକ ନୂତନ ଧର୍ମମତ ସୃଷ୍ଟି କରିଥିଲେ ?
(କ) ୧୫୮୦ ଖ୍ରୀ.ଅ.
(ଖ) ୧୫୮୧ ଖ୍ରୀ.ଅ.
(ଗ) ୧୫୮୨ ଖ୍ରୀ.ଅ.
(ଘ) ୧୫୮୩ ଖ୍ରୀ.ଅ.
Answer:
(ଗ) ୧୫୮୨ ଖ୍ରୀ.ଅ.

୫। ଆକବର କେଉଁ ଉଦ୍ଦେଶ୍ୟରେ ଫତେପୁରସିକ୍ରିଠାରେ ଇବାଦଖାନା ନିର୍ମାଣ କରାଇଥିଲେ ?
(କ) ଶାସନ ପରିଚାଳନା
(ଖ) ଧର୍ମସମ୍ବନ୍ଧୀୟ ଆଲୋଚନା କେନ୍ଦ୍ର
(ଗ) ଗରିବମାନଙ୍କ ଆଶୁୟସ୍ଥଳୀ
(ଘ) ଉଲେମାମାନଙ୍କ ବିଶ୍ରାମ ଗୃହ
Answer:
(ଖ) ଧର୍ମସମ୍ବନ୍ଧୀୟ ଆଲୋଚନା କେନ୍ଦ୍ର

CHSE Odisha Class 12 History Chapter 9 Objective Questions in Odia Medium

୬ । କେଉଁ ହିନ୍ଦୁ ପଣ୍ଡିତ ଆକବରଙ୍କଦ୍ଵାରା ନିମନ୍ବିତ ହୋଇ ଧର୍ମାଲୋଚନାରେ ଅଂଶଗ୍ରହଣ କରିଥିଲେ ?
(କ) ପୁରୁଷୋତ୍ତମ ଓ ଦେବୀ
(ଖ) ଅବଦୁଲ ନବୀ ଏବଂ ଅବଦୁଲ୍ଲା ସୁଲତାନପୁରୀ
(ଗ) ହୀରାବିଜୟ ସୁରୀ ଏବଂ ଭାନୁଚନ୍ଦ୍ର ଉପାଧ୍ୟାୟ
(ଘ) ବିହାରୀମଲ୍ଲ ଓ ମାନସିଂହ
Answer:
(କ) ପୁରୁଷୋତ୍ତମ ଓ ଦେବୀ

୭ । କେଉଁ ଖ୍ରୀଷ୍ଟିଆନ ପଣ୍ଡିତ ଆକବରଙ୍କଦ୍ଵାରା ନିମନ୍ତ୍ରିତ ହୋଇ ଧର୍ମାଲୋଚନାରେ ଅଂଶଗ୍ରହଣ କରିଥିଲେ ?
(କ) ଫାଦର ରୋଡ଼ାଲ୍‌ ମନସରେଟ ଏବଂ ଆକୁଆ ଭାଇଭା
(ଖ) ମଖଦମ-ଉଲ-ମୁଲକ ଏବଂ ଅବଦୁଲ୍ଲା ସୁଲତାନପୁରୀ
(ଗ) ଭାନୁଚନ୍ଦ୍ର ଉପାଧ୍ୟାୟ ଏବଂ ଦୀନଚନ୍ଦ୍ର
(ଘ) ଆବୁଲଫାଜଲ ଏବଂ ଫାୟାଜୀ
Answer:
(କ) ଫାଦର ରୋଡ଼ାଲଫୋ ମନସରେଟ ଏବଂ ଆକୁଆ ଭାଇଭା

୮ | ଜୈନଧର୍ମର କେଉଁ ପଣ୍ଡିତଙ୍କୁ ଆକବର ଧର୍ମାଲୋଚନା ପାଇଁ ଇବାଦତ୍ଖାନାକୁ ନିମନ୍ତ୍ରଣ କରିଥିଲେ ?
(କ) ପୁରୁଷୋତ୍ତମ ଓ ଦେବୀ
(ଖ) ହୀରାବିଜୟ ସୁରୀ ଓ ବିଜୟସେନ ସୁରୀ
(ଗ) ରୋଡ଼ୋଲ୍‌ଫୋ ମନ୍ସରେଟ୍ ଏବଂ ଆକୁଆ ଭାଇଭା
(ଘ) ଅବଦୁଲ ନବୀ ଏବଂ ଅବଦୁଲ୍ଲା ସୁଲତାନପୁରୀ
Answer:
(ଖ) ହୀରାବିଜୟ ସୁରୀ ଓ ବିଜୟସେନ ସୁରୀ

୯ । କେବେ ଆକବର ତୀର୍ଥକର ଉଚ୍ଛେଦ କରିଥିଲେ ?
(କ) ୧୫୫୬ ଖ୍ରୀ.ଅ.
(ଖ) ୧୫୬୦ ଖ୍ରୀ.ଅ.
(ଗ) ୧୫୬୩ ଖ୍ରୀ.ଅ.
(ଘ) ୧୫୭୫ ଖ୍ରୀ.ଅ.
Answer:
(ଗ) ୧୫୬୩ ଖ୍ରୀ.ଅ.

୧୦ । କେବେ ଆକବର ଜିଜିୟା କର ଉଚ୍ଛେଦ କରିଥିଲେ ?
(କ) ୧୫୫୬ ଖ୍ରୀ.ଅ.
(ଖ) ୧୫୬୦ ଖ୍ରୀ.ଅ.
(ଗ) ୧୫୬୨ ଖ୍ରୀ.ଅ.
(ଘ) ୧୫୬୪ ଖ୍ରୀ.ଅ.
Answer:
(ଖ) ୧୫୬୪ ଖ୍ରୀ.ଅ.

୧୧ । କିଏ ତାଜମହଲ ନିର୍ମାଣ କରିଥିଲେ ?
(କ) ହୁମାୟୁନ
(ଖ) ଜାହାଙ୍ଗାର
(ଗ) ଶାହାଜାହାନ
(ଘ) ଆଉରଙ୍ଗଜେବ୍
Answer:
(ଗ) ଶାହାଜାହାନ

୧୨ । ହିନ୍ଦୁମାନଙ୍କ ମଧ୍ୟରୁ କିଏ ଦିନ-ଇ-ଇଲାହୀ ଧର୍ମ ଗ୍ରହଣ କରିଥିଲେ ?
(କ) ବୀରବଲ
(ଖ) ଭଗବାନ ଦାସ
(ଗ) ମାନସିହ
(ଘ) ବଦାଉନି
Answer:
(କ) ବୀରବଲ

୧୩ । ସୌଧ ନିର୍ମାଣ କରିବାପାଇଁ କିଏ ସ୍ଥପତି ସିନାନଙ୍କ ଶିଷ୍ୟମାନଙ୍କୁ କନ୍‌ଷ୍ଟାଣ୍ଟିନୋପରୁ ଭାରତକୁ ଆଣିଥିଲେ ?
(କ) ବାବର
(ଖ) ହୁମାୟୁନ
(ଗ) ଆକବର
(ଘ) ଜାହାଙ୍ଗାର
Answer:
(କ) ବାବର

CHSE Odisha Class 12 History Chapter 9 Objective Questions in Odia Medium

୧୪ । ସାସାରାମ ସମାଧ୍ୱ ସ୍ତୂପ ଇସ୍‌ଲାମୀୟ ଶୈଳୀରେ ନିର୍ମିତ ହୋଇଥିଲେ ମଧ୍ୟ ତା’ର ଅଭ୍ୟନ୍ତର କାରୁକାର୍ଯ୍ୟ ଥୁଲା ହିନ୍ଦୁରୀତିର । ଏହାକୁ କିଏ ନିର୍ମାଣ କରାଇଥିଲେ ?
(କ) ବାବର
(ଖ) ହୁମାୟୁନ
(ଗ) ଶେରଶାହା
(ଘ) ଆକବର
Answer:
(ଗ) ଶେରଶାହା

୧୫ । ହୁମାୟୁନଙ୍କ କବରଟି ତୈମୁରଙ୍କ ସମାଧୁର ନମୁନା ଅନୁସାରେ ନିର୍ମିତ ହୋଇଥିଲା । ଏହାର ସ୍ଥପତି କିଏ ଥିଲେ ?
(କ) ସିନାନ
(ଖ) ମୀର୍ଜା ଗିୟାସ
(ଗ) କାଶିମ୍ ଖାଁ
(ଘ) ଉସ୍ତାଦ ଇସା
Answer:
(ଖ) ମୀର୍ଜା ଗିୟାସ

୧୬ । ଆକବରଙ୍କ ନୂତନ ସ୍ଥାପତ୍ୟକଳାର ପୁରାତନ ନମୁନା ହେଉଛି ଆଗ୍ରାସ୍ଥିତ ଲାଲଦୁର୍ଗ । କାହା ତତ୍ତ୍ଵାବଧାନରେ ଏହି ଦୁର୍ଗ ଆରମ୍ଭ ହୋଇଥିଲା ?
(କ) କାଶିମ୍ ଖାଁ
(ଖ) ଆକବର
(ଗ) ବୈରାମ୍ ଖାଁ
(ଘ) ଉସ୍ତାଦ ଇସା
Answer:
(କ) କାଶିମ୍ ଖାଁ

୧୭ । ଆଗ୍ରା ଦୁର୍ଗ ତୁଳନାରେ ଫତେପୁରସିକ୍ରିର ସ୍ଥାପତ୍ୟ ଅଧିକ ସଂହତ ଓ ମନୋହର । ଏହାକୁ ‘ଲାଲ ବାଲୁକା ପ୍ରସ୍ତରର ଏକ ମହାକାବ୍ୟ’ ବୋଲି କୁହାଯାଇଛି । ଏହାର ନିର୍ମାଣ କାର୍ଯ୍ୟ ହିନ୍ଦୁକଳାଦ୍ୱାରା ବିଶେଷ ପ୍ରଭାବିତ । ଏହି କଳା ସୃଷ୍ଟି କରିବା ପଛରେ କିଏ ଯନବାନ୍ ହୋଇଥିଲେ ?
(କ) ହୁମାୟୁନ
(ଖ) ଶେରଶାହା
(ଗ) ଆକବର
(ଘ) ଜାହାଙ୍ଗାର
Answer:
(ଗ) ଆକବର

୧୮ । କେଉଁ ଶାସକଙ୍କର ଦାକ୍ଷିଣାତ୍ୟ ବିଜୟକୁ ସ୍ମରଣ ରଖିବାପାଇଁ ବୁଲନ୍ଦ ଦରୱାଜା ନିର୍ମିତ ହୋଇଥିଲା ?
(କ) ଆକବର
(ଖ) ଜାହାଙ୍ଗାର
(ଗ) ଶାହାଜାହାନ
(ଘ) ଆଉରଙ୍ଗଜେବ
Answer:
(କ) ଆକବର

୧୯ । କିଏ କହିଥିଲେ, ‘ଫତେପୁର ସ୍ଥାପତ୍ୟ ହେଉଛି ପଥରର ରୋମାଞ୍ଚ । କୌଣସି ସମୟରେ, କୌଣସି ପରିସ୍ଥିତିରେ ଏହା ଅଚିନ୍ତନୀୟ ଓ ଅସମ୍ଭବ ।’
(କ) ଭି.ଏ. ସ୍ମିଥ୍
(ଖ) ଈଶ୍ୱରୀପ୍ରସାଦ
(ଗ) ଏସ୍.ଆର୍.ଶର୍ମା
(ଘ) ଆର୍.ସି.ମଜୁମ୍‌ଦାର
Answer:
(କ) ଭି.ଏ. ସ୍ମିଥ୍

୨୦ । କେଉଁ ମୋଗଲ ସମ୍ରାଟ୍ ନିଜ କନ୍ୟା ଜାହାନାରାଙ୍କ ସମ୍ମାନାର୍ଥେ ମୋତି ମସ୍‌ଜିଦ୍ ନିର୍ମାଣ କରିଥିଲେ ?
(କ) ଆକବର
(ଖ) ଜାହାଙ୍ଗାର
(ଗ) ଶାହାଜାହାନ
(ଘ) ଆଉରଙ୍ଗଜେବ
Answer:
(କ) ଶାହାଜାହାନ

୨୧ । କିଏ କହିଥିଲେ, ‘ତାଜମହଲ ହେଉଛି ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଓ ଆନୁଗତ୍ୟର ଅନୁପମ ସ୍ମୃତିସୌଧ ?
(କ) ଭି.ଏ. ସ୍ମିଥ୍
(ଖ) ପର୍ସି ବ୍ରାଉନ୍
(ଗ) ଈଶ୍ୱରୀପ୍ରସାଦ
(ଘ) ଏସ୍.ଆର୍.ଶର୍ମା
Answer:
(ଖ) ଈଶ୍ୱରୀପ୍ରସାଦ

୨୨ । ମୋଗଲ ରାଜତ୍ଵର ସର୍ବଶ୍ରେଷ୍ଠ କୀର୍ତ୍ତି ହେଉଛି ?
(କ) ତାଜମହଲ
(ଖ) ଲାଲକିଲ୍ଲା
(ଗ) ମୋତି ମସ୍‌ଜିଦ୍
(ଘ) ଜୁମା ମସ୍‌ଜିଦ୍
Answer:
(କ) ତାଜମହଲ

CHSE Odisha Class 12 History Chapter 9 Objective Questions in Odia Medium

୨୩ । ଦିନ୍-ଇ-ଇଲାହୀ ଧର୍ମର ପ୍ରତିଷ୍ଠାତା କିଏ ଥିଲେ ?
(କ) ଆକବର
(ଖ) ଶାହାଜାହାନ
(ଗ) ଆଉରଙ୍ଗଜେବ
(ଘ) ଜାହାଙ୍ଗାର
Answer:
(କ) ଆକବର

୨୪ । ଫତେପୁରସିକ୍ରିର ନିର୍ମାଣ କିଏ କରିଥିଲେ ?
(କ) ଆକବର
(ଖ) ଜାହାଙ୍ଗାର
(ଗ) ଶାହାଜାହାନ
(ଘ) ଆଉରଙ୍ଗଜେବ
Answer:
(କ) ଆକବର

୨୫ । ଲାଲକିଲ୍ଲାର ନିର୍ମାଣ କିଏ କରିଥିଲେ ?
(କ) ଆକବର
(ଖ) ଜାହାଙ୍ଗୀର
(ଗ) ଶାହାଜାହାନ
(ଘ) ଆଉରଙ୍ଗଜେବ
Answer:
(ଗ) ଶାହାଜାହାନ୍

୨୬ । ଆଗ୍ରାର ମୋତି ମସ୍‌ଜିଦ୍‌ର ନିର୍ମାତା କିଏ ?
(କ) ବାବର
(ଖ) ଆକବର
(ଗ) ଜାହାଙ୍ଗୀର
(ଘ) ଶାହାଜାହାନ
Answer:
(ଘ) ଶାହାଜାହାନ୍

୨୭ । ଗୋଲ ଗମ୍ବୁଜ କେଉଁ ସ୍ଥାନରେ ନିର୍ମାଣ କରାଯାଇଥିଲା ?
(କ) ବିଜାପୁର
(ଖ) ଜୟପୁର
(ଗ) ଗୋଆଲିୟର୍
(ଘ) ରାଜସ୍ଥାନ
Answer:
(କ) ବିଜାପୁର

୨୮ । ମାନ ମନ୍ଦିର କେଉଁଠି ନିର୍ମାଣ କରାଯାଇଥିଲା ?
(କ) ଆଗ୍ରା
(ଖ) ଗୋଆଲିୟର୍
(ଗ) ଜୟପୁର
(ଘ) ପଞ୍ଜାବ
Answer:
(ଗ) ଜୟପୁର

୨୯ । ଆଗାରେଜା କିଏ ଥିଲେ ?
(କ) ବିଖ୍ୟାତ ଚିତ୍ରକର
(ଖ) ବିଖ୍ୟାତ କବି
(ଗ) ବିଖ୍ୟାତ ସ୍ଥପତି
(ଘ) ଜଣେ ସମ୍ରାଟ
Answer:
(କ) ବିଖ୍ୟାତ ଚିତ୍ରକର

CHSE Odisha Class 12 History Chapter 9 Objective Questions in Odia Medium

୩୦ । ବିସନ ଦାସ କାହିଁକି ପ୍ରସିଦ୍ଧ ଥିଲେ ?
(କ) ସ୍ଥାପତ୍ୟ
(ଖ) କବିତା
(ଗ) ଚିତ୍ରକଳା
(ଘ) ନାଟ୍ୟକାର
Answer:
(ଗ) ଚିତ୍ରକଳା

୩୧ । କାହାଦ୍ଵାରା ଅତର-ଇ-ଜାହାଙ୍ଗୀର ନାମକ ଅତର ଗୋଲାପ ଫୁଲରୁ ତିଆରି ହୋଇଥିଲା ?
(କ) ଜାହାଙ୍ଗୀର
(ଖ) ନୁରଜାହାନ୍
(ଗ) ନୁର୍‌ଜାହାନ୍‌ଙ୍କ ମାତା
(ଘ) ମମତାଜ୍ ବେଗମ୍
Answer:
(ଗ) ନୁର୍‌ଜାହାନ୍‌ଙ୍କ ମାତା

୩୨ । ମୟୂର ସିଂହାସନର ନିର୍ମାତା କିଏ ଥିଲେ ?
(କ) ଆକବର
(ଖ) ଶାହାଜାହାନ୍
(ଗ) ଜାହାଙ୍ଗୀର
(ଘ) ଆଉରଙ୍ଗଜେବ୍
Answer:
(ଖ) ଶାହାଜାହାନ୍

୩୩ । ହାୱାମହଲ କେଉଁ ସ୍ଥାନରେ ଦୃଷ୍ଟିଗୋଚର ହୁଏ ?
(କ) ରାଜସ୍ଥାନ
(ଖ) ଦିଲ୍ଲୀ
(ଗ) ଜୟପୁର
(ଘ) ଜୟପୁର
Answer:
(ଘ) ଜୟପୁର

୩୪ । ଦିଲ୍ଲୀର ଜୁମା ମସ୍‌ଜିଦ୍‌ର ନିର୍ମାଣ କିଏ କରିଥିଲେ ?
(କ) ଶାହାଜାହାନ୍
(ଖ) ଆଉରଙ୍ଗଦେବ୍
(ଗ) ଜାହାଙ୍ଗୀର
(ଘ) ହୁମାୟୁନ୍
Answer:
(କ) ଶାହାଜାହାନ୍

୩୫ । କେଉଁଠାରେ ଶେରଶାହାଙ୍କ ସମାଧ୍ଵ ସୌଧ ଦେଖିବାକୁ ମିଳେ ?
(କ) ଫତେପୁରସିକ୍ରି
(ଖ) ରାଜସ୍ଥାନ
(ଗ) ସାସାରାମ
(ଘ) ଜୟପୁର
Answer:
(ଗ) ସାସାରାମ

୩୬ । ଆହ୍ଲାବାଦଠାରେ ଚାଳିଶ ସ୍ତମ୍ଭ ବିଶିଷ୍ଟ ପ୍ରାସାଦ କେଉଁ ମୋଗଲ ଶାସକଙ୍କ ସମୟର ନିର୍ମିତ ହୋଇଥିଲା ?
(କ) ହୁମାୟୁନ୍
(ଖ) ଜାହାଙ୍ଗୀର
(ଗ) ଶାହାଜାହାନ
(ଘ) ଆକବର
Answer:
(ଘ) ଆକବର

CHSE Odisha Class 12 History Chapter 9 Objective Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧ । ଶିଖ୍ ଗୁରୁ _______________ ଙ୍କୁ ଜାହାଙ୍ଗୀର ହତ୍ୟା କରିଥିଲେ ।
Answer:
ଗୁରୁ ଅର୍ଜୁନ ସିଂହ

୨। ଜୋରାଷ୍ଟର ଧର୍ମର ପାର୍ଶୀ ଧର୍ମତତ୍ତ୍ଵବିଦ୍ _______________ ଆକବରଙ୍କ ମନକୁ ପ୍ରଭାବିତ କରିଥିଲେ ।
Answer:
ବସ୍ତୁର ମହରଜୀ ରାଣା

୩ । ଜୈନପଣ୍ଡିତ _______________ ମୋଗଲ ସମ୍ରାଟ ଆକବରଙ୍କ ମନକୁ ପ୍ରଭାବିତ କରିପାରିଥିଲେ ।
Answer:
ଭାନୁଚନ୍ଦ୍ର ଉପାଧ୍ୟାୟ

୪ । ଅନ୍ୟ ଜଶେ ଜୈନପଣ୍ଡିତ _______________ ଙ୍କଦ୍ଵାରା ଆକବର ପ୍ରଭାବିତ ହୋଇଥିଲେ ।
Answer:
ଜୀନଚନ୍ଦ୍ର

୫ । ମୀର ସୟଦ ଅଲ୍ଲୀ___________ ପାଇଁ ମୋଗଲ ଯୁଗରେ ପ୍ରସିଦ୍ଧ ଥିଲେ ।
Answer:
ଚିତ୍ରକଳା

CHSE Odisha Class 12 History Chapter 9 Objective Questions in Odia Medium

୬ । ଜାହାଙ୍ଗୀରଙ୍କ ରାଜତ୍ଵ ସମୟରେ ହେରାଟର _________________ ଜଣେ ପ୍ରସିଦ୍ଧ ଚିତ୍ରକର ଥିଲେ ।
Answer:
ଆବୁଲ ହାସନ୍

୭। _______________ ପୁସ୍ତକର ଆଇନ ନଂ ୭୭ରେ ଆବୁଲଫାଜଲ ଦିନ-ଇ-ଇଲାହୀ ସମ୍ପର୍କରେ ସରକାରୀ ବିବରଣୀ ପ୍ରଦାନ କରିଛନ୍ତି ।
Answer:
ଆଇନ-ଇ-ଆକବରୀ

୮ | ତାଜମହଲର ମୁଖ୍ୟ ସ୍ଥପତି ______________ ଥିଲେ ।
Answer:
ଉସ୍ତାଦ ଇସା

୯ । ମୀର ହାସାନ୍ ଥିଲେ ଶାହାଜାହାନ୍‌ଙ୍କ ସମୟରେ ପ୍ରସିଦ୍ଧ ____________ ।
Answer:
ଚିତ୍ରକର

୧୦ । ବ୍ରାହ୍ମଣ ପଣ୍ଡିତ _____________ ଓ _____________ ଙ୍କୁ ହିନ୍ଦୁ ଧର୍ମନୀତି ବ୍ୟାଖ୍ୟା କରିବାପାଇଁ ଆକବର ଆମନ୍ତ୍ରଣ କରିଥିଲେ ।
Answer:
ପୁରୁଷୋତ୍ତମ ଓ ଦେବୀ

୧୧ । ଗୃହ ଶିକ୍ଷକ _____________ ଙ୍କ ଉଦାହରଣ ଓ ଅତ୍ଯୁଚ୍ଚ ଧାରଣାଦ୍ଵାରା ଆକବର ପ୍ରେରଣା ଲାଭ କରିଥିଲେ ।
Answer:
ଅବଦୁଲ୍ ଲତିଫ୍

୧୨ । ଖୁଡ଼ିବା ଦୁଇମାସ ପାଠ କରିସାରିବା ପରେ ଆକବରଙ୍କ ଇଙ୍ଗିତରେ ଶେଖ୍ ମୁବାରକ ଏକ ସ୍ଵତନ୍ତ୍ର ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ । ଏହା ଥିଲା ତଥାକଥିତ _________________ ।
Answer:
ଅଭ୍ରାନ୍ତ ଘୋଷଣା

୧୩ । ଆକବରଙ୍କ ଧର୍ମ ଦିନ୍-ଇ-ଇଲାହୀ _______________ ବାଦ ଉପରେ ଆଧାରିତ ଥିଲା ।
Answer:
ସର୍ବେଶ୍ୱର

୧୪ । ଆକବର ଭକ୍ତମାନଙ୍କୁ ଦାନ କରିଥିବା ଶସ୍ତ୍ରରେ ______________ ଖୋଦିତ ହେଉଥିଲା ।
Answer:
ଆଲ୍ଲା ହୋ ଆକବର

୧୫। __________________ ଖ୍ରୀ.ଅ. ପରେ ମୁସଲିମ୍ ଓ ହିନ୍ଦୁ ନିର୍ମାଣ ଶୈଳୀରେ ଏକ ସୁନ୍ଦର ସମନ୍ଵୟ ଘଟିଥିଲା ।
Answer:
୧୫୨୬

୧୬ । ଆକବରଙ୍କ ରାଜତ୍ଵର ଆରମ୍ଭ କାଳରେ ହୁମାୟୁନଙ୍କ ବିଧବାପନ୍ଥୀ ହୁମାୟୁନଙ୍କ କବର ନିର୍ମାଣ କରିଥିଲେ । ଏହାର ସ୍ଥପତି ଥିଲେ _______________ ।
Answer:
ମୀର୍ଜା ଗୀୟାସ୍- ବେଗ

୧୭ । _______________ କୁ ‘ଫତେପୁରର ଗୌରବ’ ବୋଲି ବର୍ଣ୍ଣନା କରାଯାଇଛି ।
Answer:
ଜୁମା ମସ୍‌ଜିଦ୍‌

CHSE Odisha Class 12 History Chapter 9 Objective Questions in Odia Medium

୧୮ । ସିକ୍ରିଠାରେ ଥ‌ିବା ______________ ଙ୍କ ଶ୍ଵେତ ମାର୍ବଲ କବର ଭାରତର ଶ୍ରେଷ୍ଠ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଟ୍ଟାଳିକାମାନଙ୍କ ମଧ୍ୟରୁ ଅନ୍ୟତମ ।
Answer:
ଚିସ୍ତି

୧୯ । ଶେରୱାନୀ କହିଛନ୍ତି, _____________ ଥିଲା ତାଜ ନିର୍ମାଣର ପୂର୍ବ ଲକ୍ଷଣ ।
Answer:
ଇମୁର୍ଣ୍ଣୋଲା କବର

୨୦ । ଶାହାଜାହାନ୍ ଦିଲ୍ଲୀ ନିକଟରେ ______________ ଖ୍ରୀ.ଅ.ରେ ଶାହାଜାହାବାଦ ସହର ନିର୍ମାଣ କରିଥିଲେ ।
Answer:
୧୬୩୮

୨୧ । ଶାହାଜାହାନ୍ _______________ ଠାରେ ତାଙ୍କର ଅନ୍ତିମ କାଳ ଅତିବାହିତ କରିଥିଲେ ।
Answer:
ମୁସ୍‌ମାନ୍ ଦୁର୍ଜ

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଶାହାଜାହାନଙ୍କ ସମୟରେ ପ୍ରଧାନ ଚିତ୍ରଶିଳ୍ପୀମାନଙ୍କର ନାମ ଲେଖ ।
Answer:
ମୀର ହାସାନ୍, ଅନୁପ ଓ ଚିନ୍ତାମଣି ଶାହାଜାହାନ୍‌ଙ୍କ ସମୟର ପ୍ରଧାନ ଚିତ୍ରଶିଳ୍ପୀ ଥିଲେ ।

୨ । ଶିଖ୍ ଧର୍ମର ପ୍ରତିଷ୍ଠାତା କିଏ ?
Answer:
ଶିଖ୍ଧର୍ମର ପ୍ରତିଷ୍ଠାତା ହେଉଛନ୍ତି ନାନକ ।

୩ । ଦସ୍ତୁର ମହରଜୀ ରାଣା କିଏ ଥିଲେ ?
Answer:
ଦସ୍ତୁର ମହରଜୀ ରାଣା ଥିଲେ ଆକବରଙ୍କ ସାମସମୟିକ ଜୋରାଷ୍ଟର ଧର୍ମତତ୍ତ୍ୱବିତ୍ ।

୪ । ଆବୁଲ ହାସାନ କିଏ ଥିଲେ ?
Answer:
ଆବୁଲ ହାସାନ ଜାହାଙ୍ଗୀରଙ୍କ ରାଜତ୍ଵ ସମୟରେ ଜଣେ ପ୍ରସିଦ୍ଧ ଚିତ୍ରକର ଥିଲେ ।

୫। ପଶ୍ଚିମ ଭାରତର ଭକ୍ତିବାଦର ପ୍ରବକ୍ତା କିଏ ଥିଲେ ?
Answer:
ପଶ୍ଚିମ ଭାରତରେ ଭକ୍ତିବାଦର ପ୍ରବକ୍ତା ଥିଲେ ସନ୍ଥ ଏକନାଥ ।

୬ । ମୋଗଲ ଯୁଗରେ ମୁସଲମାନ ସମାଜରେ ପର୍ଘାପ୍ରଥା ପ୍ରଚଳିତ ଥିଲା କି ?
Answer:
ମୋଗଲ ଯୁଗରେ ମୁସଲମାନ ସମାଜରେ ପର୍ଦାପ୍ରଥା ପ୍ରଚଳିତ ଥିଲା ।

୭ । ମୋଗଲ ରାଜତ୍ଵରେ ମୁସଲମାନ ସମାଜରେ ଦାସତ୍ଵ ପ୍ରଥା ପ୍ରଚଳିତ ଥିଲା କି ?
Answer:
ମୋଗଲ ରାଜତ୍ଵରେ ମୁସଲମାନ ସମାଜରେ ଦାସତ୍ଵ ପ୍ରଥା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 9 Objective Questions in Odia Medium

୯ । ମୋଗଲ ରାଜତ୍ଵରେ ମୁସଲମାନମାନେ କେଉଁ ଦୁଇ ସଂପ୍ରଦାୟରେ ବିଭକ୍ତ ହୋଇଥିଲେ ?
Answer:
ମୋଗଲ ରାଜତ୍ଵରେ ମୁସଲମାନମାନେ ସୁଖୀ ଏବଂ ସିହା ସଂପ୍ରଦାୟରେ ବିଭକ୍ତ ହୋଇଥିଲେ ।

୯ । ଇବାଦଖାନା କେଉଁଠାରେ ଅବସ୍ଥିତ ?
Answer:
ଫତେପୁରସିକ୍ରିଠାରେ ଇବାଦଖାନା ଅବସ୍ଥିତ ।

୧୦ । ଅବଦୁଲ୍ ନବୀ କିଏ ?
Answer:
ଅବଦୁଲ୍ ନବୀ ଜଣେ ପ୍ରସିଦ୍ଧ ମୁସଲମାନ ସନ୍ଥ, ଯାହାଙ୍କ ସହିତ ଆକବର ପ୍ରଥମେ ଧର୍ମ ଆଲୋଚନା କରିଥିଲେ ।

୧୧ । ମୁସଲମାନ ସମାଜକୁ କେଉଁ ପ୍ରଥା କଳଙ୍କିତ କରୁଥିଲା ?
Answer:
ମୁସଲମାନ ସମାଜକୁ ଦାସପ୍ରଥା କଳଙ୍କିତ କରୁଥିଲା ।

୧୨ । ‘ଆଇନ-ଇ-ଆକବରୀ’ ବର୍ଣ୍ଣନାନୁଯାୟୀ ମୋଗଲ ଯୁଗରେ ଲୋକମାନେ କେତେ ପ୍ରକାର ପ୍ରସାଧନୀ ଦ୍ରବ୍ୟ ପିନ୍ଧୁଥିଲେ ?
Answer:
‘ଆଇନ-ଇ-ଆକବରୀ’ ବର୍ଣ୍ଣନାନୁଯାୟୀ ମୋଗଲ ଯୁଗରେ ଲୋକମାନେ ୧୬ ପ୍ରକାରର ପ୍ରସାଧନୀ ସାମଗ୍ରୀ ବ୍ୟବହାର କରୁଥିଲେ ।

୧୩ । ମୋଗଲ ଯୁଗରେ କିଏ ଗୋଲାପପୁଷ୍ପର ଏକପ୍ରକାର ଅତର ପ୍ରସ୍ତୁତ କରୁଥିଲେ ?
Answer:
ମୋଗଲ ଯୁଗରେ ନୁରଜାହାନ୍‌ଙ୍କ ମାତା ଗୋଲାପ ପୁଷ୍ପର ଏକପ୍ରକାର ଅତର ପ୍ରସ୍ତୁତ କରୁଥିଲେ ।

CHSE Odisha Class 12 History Chapter 9 Objective Questions in Odia Medium

୧୪ । ମୋଗଲ ଯୁଗରେ କେଉଁଠାରେ ଜାହାଜ ନିର୍ମାଣ କାରଖାନା ଥୁଲା ?
Answer:
ମୋଗଲ ଯୁଗରେ କଚ୍ଛ ଓ ବମ୍ବେ ପ୍ରଭୃତି ସ୍ଥାନରେ ଜାହାଜ ନିର୍ମାଣ କାରଖାନା ଥିଲା ।

୧୫ । ମୋଗଲ ଯୁଗରେ କେଉଁ ଶିଳ୍ପ ଅଧ୍ବକ ଲୋକପ୍ରିୟ ଥିଲା ?
Answer:
ମୋଗଲ ଯୁଗରେ ବୟନ ଶିଳ୍ପ ଅଧ୍ଵକ ଲୋକପ୍ରିୟ ଥିଲା ।

୧୬ । ମୋଗଲ ଯୁଗରେ ଚିନି କାରଖାନାମାନ କେଉଁଠାରେ ସ୍ଥାପନ କରାଯାଇଥିଲା ।
Answer:
ମୋଗଲ ଯୁଗରେ ବଙ୍ଗଳା, ଗୁଜରାଟ ଓ ପଞ୍ଜାବରେ ଚିନି କାରଖାନାମାନ ସ୍ଥାପନ କରାଯାଇଥିଲା ।

୧୭ । ମୋଗଲ ଯୁଗରେ ମୃଣ୍ମୟ ଖେଳନାମାନ କେଉଁଠାରେ ଗଢ଼ାଯାଇଥିଲା ?
Answer:
ଦିଲ୍ଲୀ, ବନାରସ ଓ ଗୁନାରଠାରେ ମୃଣ୍ମୟ ଖେଳନାମାନ ଗଢ଼ାଯାଇଥିଲା ।

୧୮ । କାଷ୍ଠ କାମ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ ଥୁଲା ?
Answer:
କାଶ୍ମୀର ଓ କର୍ଣ୍ଣାଟକ କାଷ୍ଠକାମ ପାଇଁ ପ୍ରସିଦ୍ଧ ଥିଲା ।

୧୯ । ମୋଗଲ ଯୁଗରେ ତାମ୍ର ଏବଂ ପିତ୍ତଳ କାରଖାନାମାନ କେଉଁଠାରେ ରହିଥିଲା ?
Answer:
ମୋଗଲ ଯୁଗରେ ଦିଲ୍ଲୀରେ ତାମ୍ର ଏବଂ ବଙ୍ଗଳା ଓ ବନାରସରେ ପିତ୍ତଳ କାରଖାନାମାନ ରହିଥିଲା ।

୨୦ । ମୋଗଲ ଯୁଗରେ ତମ୍ବା ଖଣି କେଉଁଠାରେ ରହିଥିଲା ?
Answer:
ମୋଗଲ ଯୁଗରେ ତମ୍ବା ଖଣି ରାଜସ୍ଥାନ ଓ ମଧ୍ଯ ଭାରତରେ ରହିଥିଲା ।

୨୧ । ମୋଗଲ ଯୁଗରେ କାଚ କାରଖାନା ନିମିତ୍ତ କେଉଁ ସ୍ଥାନ ପ୍ରସିଦ୍ଧି ଲାଭ କରିଥିଲା ?
Answer:
ମୋଗଲ ଯୁଗରେ ଫତେପୁରସିକ୍ରି, ବେରାର ଓ ବିହାର ଅଞ୍ଚଳ କାଚ କାରଖାନା ପାଇଁ ପ୍ରସିଦ୍ଧି ଲାଭ କରିଥିଲା ।

୨୨ । ମଧ୍ୟଯୁଗରେ ପଶମବସ୍ତ୍ର ଏବଂ ଗାଲିଚା ପାଇଁ କେଉଁ ସ୍ଥାନ ଖ୍ୟାତ ଥିଲା ?
Answer:
ମଧ୍ୟଯୁଗରେ ଅମୃତସର, ମୁଲତାନ ଓ କାଶ୍ମୀର ପ୍ରଭୃତି ଅଞ୍ଚଳ ପଶମବସ୍ତ୍ର ଓ ଗାଲିଚା ପାଇଁ ଖ୍ୟାତ ହୋଇଥିଲା ।

୨୩ । ମଧ୍ୟଯୁଗରେ ମଦ କେଉଁ ଦେଶମାନଙ୍କରୁ ଆମଦାନୀ ହେଉଥୁଲା ?
Answer:
ମଧ୍ୟଯୁଗରେ ମଦ ଇଉରୋପୀୟ ଦେଶମାନଙ୍କରୁ ଆମଦାନୀ ହେଉଥିଲା ।

CHSE Odisha Class 12 History Chapter 9 Objective Questions in Odia Medium

୨୪ । ମୋଗଲ ଯୁଗର ପ୍ରଧାନ ପ୍ରଧାନ ବନ୍ଦରର ନାମ ଲେଖ ।
Answer:
ମୋଗଲ ଯୁଗର ସୁରାଟ, ବମ୍ବେ, ବେସିନ୍, ଗୋଆ, କାଲିକଟ୍ ଓ ମଚ୍ଛଲିପଟ୍ଟମ୍ ଆଦି ପ୍ରଧାନ ବନ୍ଦର ଥିଲା ।

୨୫ । ୧୫୧୦ ଖ୍ରୀଷ୍ଟାବ୍ଦ ବେଳକୁ କେଉଁ ଇଉରୋପୀୟମାନେ ଗୋଆରେ ପ୍ରଭାବଶାଳୀ ଥିଲେ ?
Answer:
୧୫୧୦ ଖ୍ରୀଷ୍ଟାବ୍ଦବେଳକୁ ପର୍ତ୍ତୁଗୀଜ୍‌ମାନେ ଗୋଆରେ ପ୍ରଭାବଶାଳୀ ଥିଲେ ।

୨୬ । ଆକବରଙ୍କର ଅଭିଭାବକଙ୍କର ନାମ କ’ଣ ?
Answer:
ବୈରାମ ଖାଁ ଆକବରଙ୍କର ଅଭିଭାବକ ଥିଲେ ।

୨୭ । କାହାର ପରାମର୍ଶକ୍ରମେ ଆକବର ଫତେପୁରସିକ୍ରିଠାରେ ଥିବା ମସ୍‌ଦ୍ରରେ ଖୁଡ଼ ପାଠ କରିଥିଲେ ?
Answer:
ଶେଖ୍ ମୁବାରକଙ୍କ ସହାୟତାରେ ଆକବର ଫତେପୁରସିକ୍ରିଠାରେ ଥିବା ମସ୍‌ଦ୍‌ରେ ଖୁତ୍ଵା ପାଠ କରିଥିଲେ ।

୨୮ । ସୁଲ-ଇ-ଜୁଲ୍ କହିଲେ କ’ଣ ବୁଝ ?
Answer:
ସୁଲ-ଇ-କୁଲ୍ କହିଲେ ସମସ୍ତଙ୍କଠାରେ ଶାନ୍ତି ବିରାଜିତ ହେବାକୁ ବୁଝାଇଥାଏ ।

୨୯ । ବଦାଉନି କିଏ ?
Answer:
ବଦାଉନି ଥିଲେ ଜଣେ ଧର୍ମାନ୍ଧ ଓ ନୈଷିକ ମୁଲ୍ଲା ।

୩୦ । କେଉଁଠାରେ ଆକବରଙ୍କ ଶ୍ରେଷ୍ଠ ସ୍ଥାପତ୍ୟ କୃତି ବିକଶିତ ହୋଇଥିଲା ?
Answer:
ଫତେପୁରସିକ୍ରିଠାରେ ଆକବରଙ୍କ ଶ୍ରେଷ୍ଠ ସ୍ଥାପତ୍ୟ ଆଦି ବିକଶିତ ହୋଇଥିଲା ।

୩୧ । କେଉଁମାନଙ୍କ ପ୍ରରୋଚନାରେ ମୁସଲମାନମାନେ ଦିନ୍-ଇ-ଇଲାହୀ ଧର୍ମଗ୍ରହଣ କରିନଥିଲେ ?
Answer:
ଉଲେମାମାନଙ୍କ ପ୍ରରୋଚନାରେ ମୁସଲମାନମାନେ ଦିନ୍-ଇ-ଇଲାହୀ ଧର୍ମଗ୍ରହଣ କରିନଥିଲେ ।

୩୨ । ନୁର୍‌ଜାହାନ୍ ନିର୍ମାଣ କରିଥିବା କବରଟିର ନାମ କ’ଣ ?
Answer:
ନୁର୍‌ଜାହାନ୍ ନିର୍ମାଣ କରିଥିବା କବରଟିର ନାମ ଇତ୍‌ମୁଦୌଲା ।

୩୩ । ମୋଗଲ ଯୁଗର ଶ୍ରେଷ୍ଠ ନିର୍ମାତା କିଏ ?
Answer:
ମୋଗଲ ଯୁଗର ଶ୍ରେଷ୍ଠ ନିର୍ମାତା ଥିଲେ ଶାହାଜାହାନ୍ ।

୩୪ । ଆଉରଙ୍ଗଜେବ୍ କେଉଁଠାରେ ନିଜର ସମାଧ୍ ନିର୍ମାଣ କରିଥିଲେ ?
Answer:
ଆଉରଙ୍ଗଜେବ୍ ଔରଙ୍ଗାବାଦଠାରେ ନିଜର ସମାଧ୍ ନିର୍ମାଣ କରିଥିଲେ ।

CHSE Odisha Class 12 History Chapter 9 Objective Questions in Odia Medium

୩୫ । ଜାହାଙ୍ଗୀରଙ୍କ ସମୟର ଜଣେ ହିନ୍ଦୁ ଚିତ୍ରଶିଳ୍ପୀଙ୍କ ନାମ ଲେଖ ।
Answer:
ଜାହାଙ୍ଗୀରଙ୍କ ସମୟର ଜଣେ ହିନ୍ଦୁ ଚିତ୍ରଶିଳ୍ପୀଙ୍କ ନାମ ହେଲା– ବିସନ ଦାସ ।

D. ଭ୍ରମ ସଂଶୋଧନ କର ।

୧। ଇସ୍‌ଲାମ ଧର୍ମର ପ୍ରଭାବ ଯୋଗୁଁ ଆକବର ସୂର୍ଯ୍ୟ, ଅଗ୍ନି ଓ ଆଲୋକ ପ୍ରତି ଭକ୍ତି ପ୍ରଦର୍ଶନପୂର୍ବକ ଉପାସନା କରୁଥିଲେ ।
Answer:
ଜୋରାଷ୍ଟର ଧର୍ମର ପ୍ରଭାବ ଯୋଗୁଁ ଆକବର ସୂର୍ଯ୍ୟ, ଅଗ୍ନି ଓ ଆଲୋକ ପ୍ରତି ଭକ୍ତି ପ୍ରଦର୍ଶନପୂର୍ବକ ଉପାସନା କରୁଥିଲେ ।

୨ । ବୌଦ୍ଧଧର୍ମ ପ୍ରଭାବରେ ଆକବର ବନ୍ଦୀମାନଙ୍କୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ସ୍ଵୟଂ ଶିକାର ପରିହାର କରି କେତେକ ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ପଶୁପକ୍ଷୀ ନିଷେଧ କରିଥିଲେ ।
Answer:
ଜୈନଧର୍ମ ପ୍ରଭାବରେ ଆକବର ବନ୍ଦୀମାନଙ୍କୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ସ୍ଵୟଂ ଶିକାର ପରିତ୍ୟାଗ କରି କେତେକ ନିର୍ଦ୍ଦିଷ୍ଟ ଦିନଗୁଡ଼ିକର ପଶୁପକ୍ଷୀ ବଧ ନିଷେଧ କରିଥିଲେ ।

୩ । ଶାହାଜାହାନ୍ ତାଙ୍କର ଅନ୍ତିମ କାଳ ମୋତି ମସ୍ତିଦଠାରେ ଅତିବାହିତ କରିଥିଲେ ।
Answer:
ଶାହାଜାହାନ୍ ତାଙ୍କର ଅନ୍ତିମ କାଳ ମୁସମାନ୍ ବୁର୍ଜଠାରେ ଅତିବାହିତ କରିଥିଲେ ।

CHSE Odisha Class 12 History Chapter 9 Objective Questions in Odia Medium

୪ । ଦିନ୍-ଇ-ଇଲାହୀର ଅନ୍ୟନାମ ଥିଲା ତାରିକ୍-ଇ-ଅଜିଜ୍ ।
Answer:
ଦିନ୍-ଇ-ଇଲାହୀର ଅନ୍ୟନାମ ଥିଲା ତାରିକ୍-ଇ-ଅଜିଜ୍ ।

CHSE Odisha Class 12 History Chapter 10 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 10 ସୁଫି ଓ ଭକ୍ତି ଆନ୍ଦୋଳନ Short & Long Answer Questions

CHSE Odisha 12th Class History Chapter 10 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । କବୀର କାହାର ଶିଷ୍ୟ ଥିଲେ ? ତାଙ୍କର ଲାଳନ ପାଳନ ଦାୟିତ୍ବ କିଏ ବହନ କରିଥିଲେ ?
Answer:
କବୀର ରାମାନନ୍ଦଙ୍କର ଶିଷ୍ୟ ଥିଲେ । ତାଙ୍କର ଲାଳନପାଳନ ଦାୟିତ୍ଵ ଜଣେ ମୁସଲମାନ ତନ୍ତୀ ନୀରୁ ଓ ତାଙ୍କ ପତ୍ନୀ ନିମା ନେଇଥିଲେ ।

୨ । ଅମୀର ଖୁସ୍ରୁଙ୍କ ସମ୍ପର୍କରେ ଲେଖ ।
Answer:
ଅମୀର ଖୁସ୍ରୁ ସୁଲତାନୀ ଯୁଗର ଖ୍ୟାତାନାମା ସାହିତ୍ୟିକ ତଥା କବି ଥିଲେ । ସେ ସୁଲତାନ ବଲବନ୍‌ଙ୍କ ରାଜତ୍ଵକାଳରୁ ଗିୟାସୁଦ୍ଦିନ୍ ତୋଗଲକଙ୍କ ରାଜତ୍ଵ ପର୍ଯ୍ୟନ୍ତ ରାଜଦରବାର ମଣ୍ଡନ କରିଥିଲେ । ସେ ତାଙ୍କ କବିତାରେ ପ୍ରଥମେ ଉର୍ଦୁଭାଷା ପ୍ରୟୋଗ କରିଥିଲେ । ତାଙ୍କ ରଚିତ ପୁସ୍ତକ ହେଉଛି ଖଜାଇନ୍-ଉଲ୍-ଫୁତୁ ଏବଂ ତାରିଖ-ଇ- ଆଲ୍ଲାଇ ।

୩। ବଲ୍ଲଭାଚାର୍ଯ୍ୟ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ସେ କେଉଁ ଦେବତାଙ୍କ ଭକ୍ତ ରୂପେ ଖ୍ୟାତ ? ପ୍ରଥମେ ସେ କେଉଁ ରାଜାଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ ?
Answer:
ବଲ୍ଲଭାଚାର୍ଯ୍ୟ ୧୪୭୯ ଖ୍ରୀଷ୍ଟାବ୍ଦରେ ବାରାଣାସୀଠାରେ ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କୃଷ୍ଣଭକ୍ତ ରୂପେ ଖ୍ୟାତ । ପ୍ରଥମେ ସେ ରାଜା କୃଷ୍ଣଦେବରାୟଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ ।

୪ । ଇସଲାମ୍ ଧର୍ମର କେଉଁ ନୀତି ହିନ୍ଦୁସନ୍ଥ ଏବଂ ଧର୍ମପ୍ରଚାରକମାନଙ୍କୁ ପ୍ରଭାବିତ କରିଥିଲା ?
Answer:
ଇସଲାମ୍ ଧର୍ମର ଏକେଶ୍ଵରବାଦ ଏବଂ ସାର୍ବଜନୀନ ଭ୍ରାତୃଭାବ ଆଦି ଚିନ୍ତାଧାରା ହିନ୍ଦୁସନ୍ଥ ଏବଂ ଧର୍ମପ୍ରଚାରକମାନଙ୍କୁ ବିଶେଷଭାବେ ପ୍ରଭାବିତ କରିଥିଲା । ଇସଲାମ୍ ଧର୍ମରେ ଜାତିପ୍ରଥା ନଥିଲା ।

୫ । ଚିସ୍ତି ସଂପ୍ରଦାୟର ଅନ୍ୟତମ ସନ୍ଥ ଫରିଦୁଦ୍ଦିନ୍ (ବାବା ଫରିଦ୍)ଙ୍କ ସମ୍ପର୍କରେ ଲେଖ ।
Answer:
ଚିସ୍ତି ସଂପ୍ରଦାୟର ଅନ୍ୟତମ ସୁଫିସନ୍ଥ ଥିଲେ ଫରିବୁଦ୍ଦିନ୍ । ସେ ବାବା ଫରିଦ୍ ନାମରେ ଖ୍ୟାତିଲାଭ କରିଥିଲେ । ଫରିଦ୍ ଆଫଗାନିସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ହାନ୍ସୀ ଥିଲା ତାଙ୍କର ମୁଖ୍ୟ କର୍ମସ୍ଥଳୀ । ତାଙ୍କର ବାଣୀ ଥିଲା, ‘ରାଜା ଓ ସମ୍ଭ୍ରାନ୍ତମାନଙ୍କ ସହିତ ବନ୍ଧୁତା ସ୍ଥାପନ କରନାହିଁ । ତୁମର ଆଧ୍ୟାତ୍ମିକ ଜୀବନ ପ୍ରତି ସେମାନଙ୍କର ସାକ୍ଷାତକୁ ମାରାତ୍ମକ ବୋଲି ବିବେଚନା କର ।’’

CHSE Odisha Class 12 History Chapter 10 Short & Long Answer Questions in Odia Medium

୬ । ଶେଖ୍ ନାସିରୁଦ୍ଦିନ୍‌ଙ୍କ ସମ୍ପର୍କରେ ଲେଖ ।
Answer:
ଚିସ୍ତି ସଂପ୍ରଦାୟର ଶେଷ ବିଖ୍ୟାତ ସୁଫିସନ୍ଥ ଥିଲେ ନାସିରୁଦ୍ଦିନ୍ । ତାଙ୍କୁ ‘ଦିଲ୍ଲୀର ଚିରାଗ୍’ ବୋଲି କୁହାଯାଏ । ୪୫ ବର୍ଷ ବୟସରେ ସେ ଦିଲ୍ଲୀଠାରେ ଶେଖ୍ ନିଜାମୁଦ୍ଦିନ୍ ଆଉଲିଆଙ୍କ ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ଗୁରୁଙ୍କ ପରି ସେ ଦଳିତ ଓ ଅସହାୟମାନଙ୍କ ଗହଣରେ ସମୟ ଅତିବାହିତ କରୁଥିଲେ । ସେ ମଧ୍ୟ ନିଜକୁ ସୁଲତାନ ଓ ଅମୀରମାନଙ୍କଠାରୁନିଜକୁ ଦୂରେଇ ରଖୁଥିଲେ । ୧୩୩୬ ଖ୍ରୀଷ୍ଟାବ୍ଦରେ ସେ ଦେହତ୍ୟାଗ କରିଥିଲେ ।

୭। ଚୈତନ୍ୟ ପିଲାଦିନେ କେଉଁ କେଉଁ ନାମରେ ପରିଚିତ ଥିଲେ ? ତାଙ୍କ ପିତାମାତାଙ୍କ ନାମ କ’ଣ ଥିଲା ?
Answer:
ଚୈତନ୍ୟ ପିଲାଦିନେ ବିଶ୍ବମ୍ଭର ଓ ନିମାଇଁ ନାମରେ ପରିଚିତ ଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଜଗନ୍ନାଥ ମିଶ୍ର ଓ ମାତାଙ୍କ ନାମ ଥିଲା ସଚ୍ଚିଦେବୀ ।

୮ । ସୁଫିସନ୍ଥମାନଙ୍କର ପ୍ରଚାର ଫଳରେ ଆଞ୍ଚଳିକ ସାହିତ୍ୟର ବିକାଶ କିପରି ଘଟିଥିଲା ?
Answer:
ସୁଫିସନ୍ଥମାନଙ୍କର ପ୍ରଚାର ଫଳରେ ଆଞ୍ଚଳିକ ସାହିତ୍ୟ, ବିକାଶଲାଭ କରିଥିଲା । ଏହାଦ୍ଵାରା ଗୁରୁମୁଖୀ, ମରାଠୀ, ବଙ୍ଗାଳୀ ଓ ହିନ୍ଦୀ ପ୍ରଭୃତି ଭାଷାଗୁଡ଼ିକର ଉନ୍ନତି ହୋଇଥିଲା । ମୁସଲମାନମାନେ ହିନ୍ଦୀ ଶବ୍ଦଗୁଡ଼ିକ ଗ୍ରହଣ କରିଥିଲେ । ପରିଶେଷରେ ଉର୍ଦୁଭାଷା ଜନ୍ମଲାଭ କରିଥିଲା ।

୯ । ସୁଫିସନ୍ଥମାନେ କିପରି ଇସ୍‌ଲାମ୍ ଧର୍ମରେ ଥ‌ିବା କଠୋରତାକୁ କୋହଳ କରିଦେଇଥିଲେ ?
Answer:
ସୁଫିସନ୍ଥମାନେ ଏକେଶ୍ୱରବାଦ ଉପରେ ବିଶ୍ଵାସ କରୁଥିଲେ ଏବଂ ଜଟିଳ କର୍ମକାଣ୍ଡ ଓ ପୂଜାପଦ୍ଧତିର ବିରୁଦ୍ଧାଚରଣ କରିଥିଲେ । ଭକ୍ତି, ପ୍ରେମ ଓ ସ୍ନେହଦ୍ଵାରା ଈଶ୍ଵରଙ୍କୁ ଆରାଧନା କଲେ ମୋକ୍ଷପ୍ରାପ୍ତି ହୋଇପାରିବ ବୋଲି ସେମାନେ ପ୍ରଚାର କରିଥିଲେ । ଏହାଫଳରେ ଇସଲାମ୍ ଧର୍ମରେ ରହିଥ‌ିବା କଠୋରତା କୋହଳ ହୋଇପାରିଥିଲା ।

୧୦ । ବଲ୍ଲଭାଚାର୍ଯ୍ୟଙ୍କ ଧର୍ମମତ କ’ଣ ଥିଲା ?
Answer:
ବୈଷ୍ଣବଧର୍ମର ଅନ୍ୟତମ ପ୍ରଚାରକ ଥିଲେ ବଲ୍ଲଭାଚାର୍ଯ୍ୟ । କୃଷ୍ଣଙ୍କୁ ପୂଜାକରିବାପାଇଁ ସେ ପରାମର୍ଶ ଦେଇଥିଲେ । ସେ ପ୍ରଚାର କରିଥିଲେ– ବ୍ରହ୍ମ ଓ ମନୁଷ୍ୟ ମଧ୍ୟରେ ପ୍ରଭେଦ ନାହିଁ । ଭକ୍ତଦ୍ଵାରା ଆତ୍ମା ସମସ୍ତ ବନ୍ଧନରୁ ମୁକ୍ତିଲାଭ କରିଥାଏ । ସାଂସାରିକ ଜୀବନ ମୋକ୍ଷପ୍ରାପ୍ତିରେ ପ୍ରତିବନ୍ଧକ ସୃଷ୍ଟି କରିପାରିନଥାଏ ।

୧୧ । ଭକ୍ତି ଆନ୍ଦୋଳନ କିପରି ଆଞ୍ଚଳିକ ସାହିତ୍ୟର ବିକାଶ ଘଟାଇବାରେ ସମର୍ଥ ହୋଇଥିଲା ?
Answer:
ସଂସ୍କୃତ ଭାଷା ପରିବର୍ତ୍ତେ ଧର୍ମମତଗୁଡ଼ିକ ଆଞ୍ଚଳିକ ଭାଷାରେ ପ୍ରଚାରିତ ହୋଇଥିଲା । କବୀର ହିନ୍ଦୀରେ, ନାନକ ଗୁରୁମୁଖୀ ଭାଷାରେ ଏବଂ ଶ୍ରୀଚୈତନ୍ୟ ବଙ୍ଗଳା ଭାଷାରେ ପ୍ରଚାର କରିଥିଲେ । ଭକ୍ତିଯୁଗର ସାହିତ୍ୟଗୁଡ଼ିକ ମରାଠୀ, ମୈଥୁଳୀ, ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ଭାଷାରେ ଲେଖାଯିବାରୁ ଆଞ୍ଚଳିକ ସାହିତ୍ୟର ସମୃଦ୍ଧି ଘଟିଥିଲା । ଭକ୍ତି ଆନ୍ଦୋଳନର ପ୍ରଭାବରେ ତୁଳସୀଦାସ ‘ରାମଚରିତ ମାନସ’ ଲେଖୁଥିଲେ । ହିନ୍ଦୀ ଓ ପାରସିକ ଭାଷାର ମିଶ୍ରଣଯୋଗୁଁ ଉର୍ଦୁଭାଷା ସୃଷ୍ଟି ହୋଇଥଲା ।

୧୨ । ଶିଖ୍ ଧର୍ମର ପ୍ରତିଷ୍ଠାତା କିଏ ଥିଲେ ? ସେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଶିଖ୍ ଧର୍ମର ପ୍ରତିଷ୍ଠାତା ନାନକ ଥିଲେ । ସେ ୧୪୬୯ ଖ୍ରୀଷ୍ଟାବ୍ଦରେ ଲାହୋର ନିକଟବର୍ତ୍ତୀ ତାଲୱନ୍ଦୀ (ଆଧୁନିକ ନାନକୋନା) ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୧୩ । ଚୈତନ୍ୟଙ୍କୁ କିଏ କୃଷ୍ଣମନ୍ତ୍ର ପ୍ରଦାନ କଲେ ? ଯେଉଁ ଦୁଇଜଣ ଭକ୍ତଙ୍କ ସହଯୋଗରେ ଚୈତନ୍ୟ ବାଣୀ ପ୍ରଚାର କଲେ ସେମାନଙ୍କ ନାମ କ’ଣ ? ତାଙ୍କ ମୃତ୍ୟୁବେଳକୁ ସେ କେଉଁଠାରେ ଅବସ୍ଥାନ କରିଥିଲେ ?
Answer:
ଈଶ୍ୱରପୁରୀ ନାମକ ଜଣେ ସନ୍ନ୍ୟାସୀ ଚୈତନ୍ୟଙ୍କୁ କୃଷ୍ଣମନ୍ତ୍ର ପ୍ରଦାନ କରିଥିଲେ । ଚୈତନ୍ୟ ଅଦ୍ଵୈତ ଓ ନିତ୍ୟାନନ୍ଦ ନାମକ ଦୁଇଜଣ ଭକ୍ତଙ୍କ ସହଯୋଗରେ ନିଜର ବାଣୀ ପ୍ରଚାର କରିଥିଲେ । ମୃତ୍ୟୁବେଳକୁ ସେ ୧୫୩୩ ଖ୍ରୀ.ଅ.ରେ ପୁରୀଠାରେ ଅବସ୍ଥାନ କରିଥିଲେ ।

୧୪ । ସୁଫିବାଦ କ’ଣ ?
Answer:
ସୁଫିବାଦ ମୁଖ୍ୟତଃ କୋରାନ୍ ଓ ମହମ୍ମଦଙ୍କ ବାଣୀ ଉପରେ ପ୍ରତିଷ୍ଠିତ ହୋଇଥିଲା । ଏହା ମଧ୍ୟ ବ୍ରାହ୍ମଣ୍ୟଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମରୁ କେତେକ ଧାରଣା ଗ୍ରହଣ କରିଥିଲା । ‘ସୁଫି ମତବାଦ’ ପ୍ରେମ ଉପରେ ପ୍ରତିଷ୍ଠିତ । ଏକେଶ୍ୱରବାଦ ଉପରେ ଏହା ବିଶ୍ଵାସସ୍ଥାପନ କରିଥାଏ । ଈଶ୍ବର ହିଁ ଚିର ଶାଶ୍ଵତ ଓ ଚିର ମଙ୍ଗଳମୟ । ଭଜନଗାନ କରାଯାଇ ଈଶ୍ଵରଙ୍କୁ ବଶୀଭୂତ କରାଯାଇପାରିବ । ଆତ୍ମା ଓ ପରମାତ୍ମା ମଧ୍ୟରେ ସଂଯୋଗ ରକ୍ଷାକରିବା ଧର୍ମର ପ୍ରକୃତ ଲକ୍ଷ୍ୟ ।

୧୫ । ମହମ୍ମଦ ସରହିନ୍ଦ୍ କିଏ ?
Answer:
ମହମ୍ମଦ ସରହିନ୍ଦ୍ ଥିଲେ ବାକ୍ସିବିଲ୍ଲାଙ୍କ ଶିଷ୍ୟ । ସେ କହୁଥିଲେ ଈଶ୍ଵର ଓ ମନୁଷ୍ୟ ମଧ୍ୟରେ ସମ୍ପର୍କ ଭୃତ୍ୟ ଓ ମାଲିକ ପରି । ଅନ୍ୟ ସୁଫିମାନେ ମନେ କରୁଥିବା ପ୍ରେମିକ ଓ ପ୍ରିୟଜନଙ୍କ ପରି ନୁହେଁ । ସେ ଅତୀନ୍ଦ୍ରିୟଭାବ ସହିତ ରକ୍ଷଣଶୀଳ ଇସ୍‌ଲାମ ତତ୍ତ୍ଵ ମିଳିତ କରାଇବାପାଇଁ ଚେଷ୍ଟା କରୁଥିଲେ ।

୧୬ । ସୁଫି ମଦବାଦ ପ୍ରସାର ଫଳରେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ କିପରି ଏକତା ସ୍ଥାପନ କରାଯାଇଥିଲା ?
Answer:
ସୁଫି ମତବାଦ ପ୍ରସାର ଫଳରେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକତା ସ୍ଥାପନ ହୋଇପାରିଥିଲା । ପରସ୍ପର ସମ୍ପ୍ରଦାୟ ମଧ୍ୟରେ ଥ‌ିବା ତିକ୍ତତାର ଅବସାନ ଘଟିଥିଲା । ଉଭୟ ସମ୍ପ୍ରଦାୟ ମଧ୍ଯରେ ସାମ୍ୟଭାବ, ଭ୍ରାତୃଭାବ ଓ ସହନଶୀଳତା ବିକାଶ ଲାଭ କରିଥିଲା ।

୧୭ । ସଲିମ୍ ଚିସ୍ତିଙ୍କ ବିଷୟରେ ଯାହା ଜାଣ ଲେଖ ।
Answer:
ସଲିମ୍ ଚିମ୍ପି ଥିଲେ ଚିସ୍ତା ସମ୍ପ୍ରଦାୟର ଅନ୍ୟ ଜଣେ ପ୍ରମୁଖ ସନ୍ଥ । ସେ ଫତେପୁରସିକ୍ରିଠାରେ ଅବସ୍ଥାନ କରୁଥିଲେ । ସମ୍ରାଟ ଆକବର ତାଙ୍କୁ ବାରମ୍ବାର ସାକ୍ଷାତ କରିଥିଲେ । ତାଙ୍କର କବର ଉପରେ ଆକବର ମାର୍ବଲର ଏକ ସ୍ମୃତି ମସ୍‌ଜିଦ୍ ନିର୍ମାଣ କରିଥିଲେ ।

୧୮ । ସୁରୱର୍ଦ୍ଦି ସମ୍ପ୍ରଦାୟ କ’ଣ ?
Answer:
ଥିଲେ ସଇଖ୍ ବାହାଉଦ୍ଦିନ୍ ଜାକାରିୟା ସୁରୱର୍ଦ୍ଦି । ସଦ୍‌ରୁଦ୍ଦିନ ଅରିଫ୍ ଓ ରୁକ୍‌ଦିନ ଆବୁଲ୍ ଫାଡ୍‌ ଏହି ସମ୍ପ୍ରଦାୟର ଦୁଇଜଣ ବିଶିଷ୍ଟ ସନ୍ଥ ଥିଲେ । ମହମ୍ମଦ ତୋଗଲକ ଏବଂ ଫିରୋଜଶାହା ତୋଗଲକଙ୍କ ସମୟରେ ଏହି ସମ୍ପ୍ରଦାୟ ବିଶେଷ ପ୍ରସିଦ୍ଧି ଲାଭ କରିଥିଲା ।

୧୯ । କାଦିର ସମ୍ପ୍ରଦାୟ କହିଲେ କ’ଣ ବୁଝ ?
Answer:
ଅବ୍‌ଦୁଲ୍ କାଦିର୍ ଜିଲାନି ଥୁଲେ କାଦିର ସମ୍ପ୍ରଦାୟର ମୁଖ୍ୟ । ସେ ବାଗ୍‌ରେ ଏହି ସମ୍ପ୍ରଦାୟର ଶୁଭାରମ୍ଭ କରିଥିଲେ । ଭାରତରେ ଏହି ସମ୍ପ୍ରଦାୟର ଶୁଭାରମ୍ଭ କରିଥିଲେ ଶାହା ଜିଆମତୁଲ୍ଲା ଏବଂ ମଖଦୁମ୍ ମହମ୍ମଦ ଜିଲ୍ଲାନି । ସିନ୍ଧୁପ୍ରଦେଶର ଉତ୍ସ ଥିଲା ଏହି ସମ୍ପ୍ରଦାୟର ମୁଖ୍ୟ କାର୍ଯ୍ୟସ୍ଥଳୀ । ଶଇଖ୍ ହମିଦ୍ ଗଞ୍ଜ ବକ୍‌ସ, ଶଇଖ୍ ଦାଉଦ୍ କମାବୀ ଏବଂ ଶଇଖ୍ ମାଲି କାଦିର୍ ଆଦି ଏହି ସମ୍ପ୍ରଦାୟର ଅନ୍ୟତମ ସନ୍ଥରୂପେ ପରିଗଣିତ ହେଉଥିଲେ ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୨୦ । ନକ୍‌ବନ୍ଦୀ ସମ୍ପ୍ରଦାୟ କ’ଣ ?
Answer:
ଏହି ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଖୁଜା ବାହାଉଦ୍ଦିନ୍ ନକ୍‌ବନ୍ଦ । ପ୍ଲୀଜା ବାକ୍ସିବିଲ୍ଲା, ଶଇଖ୍ ଅହମ୍ମଦ ସର୍‌ହିନ୍ଦ୍, ଶଇଖ ବୁର୍‌ହାନ୍ ଏବଂ ଶାହା ୱାଲିଭଲ୍ଲା ଆଦି ଏହି ସମ୍ପ୍ରଦାୟର ଅନ୍ୟତମ ସନ୍ଥ ରୂପେ ପରିଗଣିତ ହେଉଥିଲେ । ଭାରତରେ ଏହି ସନ୍ଥ ବିଶେଷରୂପେ ପ୍ରସିଦ୍ଧ ଲାଭ କରିପାରିନଥିଲେ ।

୨୧ । ନିମ୍ବାର୍କ କିଏ ଓ ସେ କାହିଁକି ପ୍ରସିଦ୍ଧ ?
Answer:
ରାମାନୁଜଙ୍କ ପରେ ନିମ୍ବାର୍କ ଭକ୍ତିମାର୍ଗର ଅନ୍ୟତମ ପୁରୋଧାଭାବେ କାର୍ଯ୍ୟ କରିଥିଲେ । ସେ ଈଶ୍ଵରଭକ୍ତିକୁ ମନୁଷ୍ୟର ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟାପାରରେ ପରିଣତ କରିବାପାଇଁ ଚେଷ୍ଟା କରିଥିଲେ । ସେ ରାଧା ଓ କୃଷ୍ଣଙ୍କୁ ପୂଜା କରୁଥିଲେ । ନିମ୍ବାର୍କ ସର୍ବମୟ ଭଗବାନ୍‌ଙ୍କ ନିକଟରେ ଆତ୍ମସମର୍ପଣ କରିବାପାଇଁ ଉପଦେଶ ଦେଉଥିଲେ ।

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ସୁଫିସନ୍ଥମାନଙ୍କ ବାଣୀ ସଂପର୍କରେ ଲେଖ ।
Answer:
ସେମାନେ ତୀବ୍ର ବିରୋଧ କରିଥିଲେ । ଭକ୍ତି ଥିଲା ସେମାନଙ୍କର ମୁଖ୍ୟ ଉପଜୀବ୍ୟ । ଏକେଶ୍ଵରବାଦ ଥିଲା ଏହାର ମୂଳତତ୍ତ୍ଵ । ଭକ୍ତି ଓ ପ୍ରେମ ଥିଲା ଏହାର ଆଧାର । ଭକ୍ତି ଏବଂ ପ୍ରେମ ମାଧ୍ୟମରେ ଈଶ୍ବରଙ୍କୁ ଆରାଧନା କରି ମୋକ୍ଷ ପ୍ରାପ୍ତି କରାଯାଇପାରେ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ତେଣୁ ଉଭୟ ହିନ୍ଦୁ ଏବଂ ମୁସଲମାନ ସୁଫିସନ୍ଥମାନଙ୍କର ଏହି ବାଣୀକୁ ଆନନ୍ଦରେ ଗ୍ରହଣ କରିଥିଲେ । ସୁଫିସନ୍ଥମାନେ ସାମାଜିକ କୁସଂସ୍କାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ।

୨। ଭକ୍ତି ଆନ୍ଦୋଳନ କାହିଁକି ଜନପ୍ରିୟ ହୋଇପାରିଥିଲା ?
Answer:
ଭକ୍ତି ଆନ୍ଦୋଳନ ଜନପ୍ରିୟ ହେବାର ବହୁ କାରଣ ଅଛି । ପ୍ରଥମତଃ, ଏହି ଆନ୍ଦୋଳନ ସହଜ ଓ ସରଳ ଉପାୟରେ ଈଶ୍ଵରଙ୍କୁ ଆରାଧନା କରିବାପାଇଁ ପଥପ୍ରଦର୍ଶନ କରିଥିଲା । ଦ୍ଵିତୀୟତଃ, ଭକ୍ତିବାଦ ସରଳ ‘ଦୋହା’, ‘ଭଜନ’ ଏବଂ ‘ସଂକୀର୍ତ୍ତନ’ ମାଧ୍ୟମରେ ପ୍ରଚାରିତ ହେବାରୁ ଲୋକମାନେ ଏଥୁପ୍ରତି ଆକର୍ଷିତ ହୋଇଥିଲେ । ତୃତୀୟତଃ, ଭକ୍ତି ଆନ୍ଦୋଳନର ପୁରୋଧାମାନଙ୍କର ନିରାଡ଼ମ୍ବର ଏବଂ ଅମାୟିକ ବ୍ୟକ୍ତିତ୍ଵ ସମସ୍ତଙ୍କୁ ଆକର୍ଷଣ କରିଥିଲା । ଚତୁର୍ଥତଃ, ଏହି ଆନ୍ଦୋଳନର ପ୍ରଚାରକମାନେ ଆଞ୍ଚଳିକ ଭାଷାରେ ନୀତିବାଣୀଗୁଡ଼ିକ ପ୍ରଚାର କରିଥିବାରୁ ଏହା ଜନାଦୃତ ହୋଇଥିଲା । ପଞ୍ଚମତଃ, ଭକ୍ତି ଓ ପ୍ରେମ ବଳରେ ଈଶ୍ଵରଲାଭ କରାଯାଇପାରେ ବୋଲି ପ୍ରଚାରିତ ହେବା ଫଳରେ ସାଧାରଣ ଲୋକମାନେ ଆଶ୍ୱସ୍ତି ଅନୁଭବ କରିଥିଲେ ।

୩ । ଭାରତୀୟ ସମାଜ ଇସ୍‌ଲାମ ଧର୍ମଦ୍ଵାରା କିପରି ପ୍ରଭାବିତ ହୋଇଥିଲା ?
Answer:
ଇସ୍‌ଲାମ ଧର୍ମ ବହୁମାତ୍ରାରେ ଭାରତୀୟ ସମାଜକୁ ପ୍ରଭାବିତ କରିଥିଲା । ସମୟକ୍ରମେ ଭାରତୀୟମାନେ ମୁସଲମାନମାନଙ୍କ ଖାଦ୍ୟପେୟ, ପୋଷାକ-ପରିଚ୍ଛଦ, ଚାଲିଚଳଣ ଓ ରୀତିନୀତିକୁ ଅନୁକରଣ କରିଥିଲେ । ସାମାଜିକ ସ୍ତରରେ ନାରୀ ସ୍ଵାଧୀନତା ସଂକୁଚିତ ହୋଇଥିଲା । ସମାଜରେ ଦାସତ୍ଵ ପ୍ରଥା ପ୍ରଚଳିତ ହେଲା । ସମ୍ଭ୍ରାନ୍ତବଂଶୀୟ ହିନ୍ଦୁମାନେ ଭୋଗବିଳାସରେ ରହି ଦାସଦାସୀମାନଙ୍କୁ ନିଯୁକ୍ତି ଦେଇଥିଲେ । ନୂତନଭାବରେ ବିରିୟାନୀ, କବାବ ଆଦି ଖାଦ୍ୟ ହିନ୍ଦୁସମାଜରେ ପ୍ରଚଳିତ ହେଲା । ମୁସଲମାନମାନଙ୍କୁ ଅନୁକରଣ କରି ହିନ୍ଦୁମାନେ ସାଲୱାର, ପାଇଜାମା, ଅଚକନ, ଲୁଙ୍ଗି ଆଦି ପୋଷାକ ପରିଧାନ କଲେ ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୪। ରାମାନୁଜଙ୍କ ସମ୍ପର୍କରେ ଯାହା ଜାଣ ଲେଖ ।
Answer:
ଦ୍ଵାଦଶ ଶତାବ୍ଦୀର ପ୍ରଥମ ଭାଗରେ ରାମାନୁଜ ବୈଷ୍ଣବ ମତବାଦ ପ୍ରଚାର କରିବା ସଙ୍ଗେ ସଙ୍ଗେ ପ୍ରଥମେ ଭକ୍ତି ଆନ୍ଦୋଳନର ସୂତ୍ରପାତ କରାଇଥିଲେ । ସେ ଦକ୍ଷିଣ ଭାରତର ଆନ୍ଧ୍ର ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ରାମାନୁଜଙ୍କ ମତରେ, ଭକ୍ତିହିଁ ହେଉଛି ଈଶ୍ଵରପ୍ରାପ୍ତି ପାଇଁ ସର୍ବଶ୍ରେଷ୍ଠ ଉପାୟ । ସର୍ବଶକ୍ତିମୟ ଭଗବାନ୍ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ଲୟର ଏକମାତ୍ର କାରଣ । ନିଜ ପ୍ରାଣରେ ପ୍ରକୃତ ଭକ୍ତି ଉଦ୍ରେକପାଇଁ ମନୁଷ୍ୟ ପକ୍ଷରେ ଗୁରୁଙ୍କର ଆବଶ୍ୟକତା ରହିଛି । ରାମାନୁଜ ସବୁ ମଣିଷକୁ ସମାନ ଦୃଷ୍ଟିରେ ଦେଖୁଥିଲେ ।

୫। ଭକ୍ତି ଆନ୍ଦୋଳନର ଫଳାଫଳ ସଂକ୍ଷେପରେ ଲେଖ ।
Answer:
ଭକ୍ତି ଆନ୍ଦୋଳନର ଫଳାଫଳ ଥିଲା ସୁଦୂରପ୍ରସାରୀ । ପ୍ରଥମତଃ, ଏହି ଆନ୍ଦୋଳନ ଫଳରେ ହିନ୍ଦୁ ଧର୍ମରୁ କୁସଂସ୍କାର ଦୂରହେବା ସହିତ ଜାତି ଜାତି ମଧ୍ୟରେ ପାର୍ଥକ୍ୟ ଦୂରହୋଇ ସେମାନଙ୍କ ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠା ହୋଇଥିଲା । ଦ୍ଵିତୀୟତଃ, ବ୍ରାହ୍ମଣମାନଙ୍କର ପ୍ରତିପତ୍ତି, ମୂର୍ତ୍ତି ଉପାସନା ଆଦି ଜଟିଳ ପୂଜାପଦ୍ଧତିକୁ ପରିହାର କରି ହିନ୍ଦୁମାନେ ଭକ୍ତିଧର୍ମର ସରଳ ମାର୍ଗ ପ୍ରତି ଆକର୍ଷିତ ହୋଇଥିଲେ । ତୃତୀୟତଃ, ଭକ୍ତି ଆନ୍ଦୋଳନଦ୍ୱାରା ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇଥିଲା । ହିନ୍ଦୁ ଓ ଇସ୍‌ଲାମ ଧର୍ମର ସମନ୍ଵୟରେ ‘ସତ୍ୟପୀର’ ପୂଜା ସୃଷ୍ଟି ହୋଇଥିଲା । ଚତୁର୍ଥରେ, ଏହି ଆନ୍ଦୋଳନଦ୍ଵାରା ଆଞ୍ଚଳିକ ସାହିତ୍ୟର ଅଭିବୃଦ୍ଧି ସାଧୂତ ହୋଇଥିଲା । ଏହି ସମୟରେ ହିନ୍ଦୀ ଓ ପାରସିକ ଭାଷାର ସମନ୍ଵୟରେ ‘ଉର୍ଦୁ’ ଭାଷାର ଉଦ୍ଭବ ହୋଇଥିଲା ।

୬ । ବ୍ଲାଜା ମଇନୁଦ୍ଦିନ ଚିସ୍ତଙ୍କ ସମ୍ପର୍କରେ ଟିପ୍ପଣୀ ଦିଅ ।
Answer:
ମଧ୍ୟଯୁଗୀୟ ସୁଫି ଆନ୍ଦୋଳନର ସର୍ବପ୍ରଥମ ସନ୍ଥ ଥିଲେ ଧ୍ଵଜା ମଇନୁଦ୍ଦିନ ଚିନ୍ତି । ସେ ୧୧୪୩ ଖ୍ରୀ.ଅ.ରେ ସେଇସ୍ଥାନ ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମତରେ, ଈଶ୍ଵର ପ୍ରେମହିଁ ଥିଲା ସର୍ବଶ୍ରେଷ୍ଠ ଧର୍ମ । ସେ କହିଥିଲେ ଯେ ଭକ୍ତି ମାଧ୍ୟମରେ ଈଶ୍ଵରଙ୍କୁ ପ୍ରାପ୍ତି କରିହେବ ଏବଂ ଏଥ‌ିପାଇଁ ପୂଜାର୍ଚ୍ଚନା, ବ୍ରତ, ତୀର୍ଥଯାତ୍ରାର ଆବଶ୍ୟକତା ନାହିଁ । ଏକେଶ୍ଵରବାଦକୁ ସେ ଗ୍ରହଣ କରିଥିଲେ । ମଣିଷ ମଣିଷ ମଧ୍ୟରେ କୌଣସି ଭେଦଭାବ ରହିବା ଉଚିତ ନୁହେଁ ବୋଲି ସେ କହିଥିଲେ ।

୭ । ଶେଖ୍ ନିଜାମୁଦ୍ଦିନ୍ ଆଉଲିଆଙ୍କ ସମ୍ବନ୍ଧରେ ଲେଖ ।
Answer:
ନିଜାମୁଦ୍ଦିନ୍ ଆଉଲିଆ ୧୨୩୬ ଖ୍ରୀ.ଅ.ରେ ବାଦାଉନ୍‌ଠାରେ ଜନ୍ମଗ୍ରହଣ କରିଥିଲେ । ସେ ବାବା ଫରିଦ୍‌ଙ୍କ ପ୍ରଧାନ ଶିଷ୍ୟ ଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ସେ ଦିଲ୍ଲୀର ସାତଜଣ ସ୍କୁଲତାନଙ୍କ ଶାସନକାଳ ଦେଖୁଥିଲେ । ସାର୍ବଜନୀନ ପ୍ରେମ ଓ ବିଶ୍ଵଭ୍ରାତୃତ୍ଵର ବାଣୀ ସେ ପ୍ରଚାର କରିଥିଲେ । ଈଶ୍ଵରଭକ୍ତି ଉପରେ ସେ ପ୍ରାଧାନ୍ୟ ଦେଇଥିଲେ । ମଣିଷ ପ୍ରତି ଦୟା, ସ୍ନେହ ଓ ଶ୍ରଦ୍ଧା ଆଦି ଐଶ୍ଵରିକ ଗୁଣଗୁଡ଼ିକ ପ୍ରଦର୍ଶନ ପାଇଁ ସେ କହିଥିଲେ । ସେ କହିଥିଲେ ଯେ ସବୁମଣିଷ ସମାନ ଓ ଏକ ଈଶ୍ଵରଙ୍କ ସନ୍ତାନ । ଏଣୁ ପରସ୍ପରକୁ ଭଲପାଇବାପାଇଁ ସେ ମାନବ ସମାଜକୁ ଉପଦେଶ ଦେଇଥିଲେ ।

୮। ଭକ୍ତି ଆନ୍ଦୋଳନର ବିଶେଷତ୍ଵ କ’ଣ ଥିଲା ?
Answer:
ଭକ୍ତି ଆନ୍ଦୋଳନର ପ୍ରଧାନ ବିଶେଷତ୍ଵ ଥିଲା ଏକେଶ୍ଵରବାଦ ପ୍ରତିଷ୍ଠା । ଏକମାତ୍ର ଈଶ୍ଵର ଉପାସନା ଉପରେ ପ୍ରାଧାନ୍ୟ ଦେବା ଥିଲା ଭକ୍ତି ଆନ୍ଦୋଳନର ବିଶେଷତ୍ଵ । ଈଶ୍ବର ହେଉଛନ୍ତି ଅଦୃଶ୍ୟ ଓ ନିରାକାର ଏବଂ ଈଶ୍ଵରଙ୍କ ଉପରେ ଦୃଢ଼ ବିଶ୍ଵାସ ତଥା ଭକ୍ତି ରଖୁଲେ ତାଙ୍କୁ ଭଲ କରିହେବ । ଈଶ୍ଵରଙ୍କୁ ଭକ୍ତି ପ୍ରଦର୍ଶନ କରିବା ଥିଲା ଏହାର ଅନ୍ୟ ଏକ ବିଶେଷତ୍ଵ । ପବିତ୍ର ଓ ନୈତିକ ଜୀବନଯାପନ ପାଇଁ ଏହି ଆନ୍ଦୋଳନରେ ଗୁରୁତ୍ଵ ଦିଆଯାଇଥିଲା । ଜଟିଳ ପୂଜାପଦ୍ଧତି, କର୍ମକାଣ୍ଡ, ବ୍ରାହ୍ମଣମାନଙ୍କ ପ୍ରାଧାନ୍ୟ ଓ ମୂର୍ତ୍ତିପୂଜାକୁ ବିରୋଧ କରାଗଲା । ଏହି ଧର୍ମ ଜାତିପ୍ରଥାକୁ ଘୋର ବିରୋଧ କରିଥିଲା ।

୯ । କବୀରଙ୍କ ଧର୍ମମତ ବିଷୟରେ ଲେଖ ।
Answer:
କବୀର ବିଭିନ୍ନ ଜାତିପ୍ରଥା ତଥା ସମ୍ପ୍ରଦାୟ ମଧ୍ୟରେ ଐକ୍ୟଭାବ ପ୍ରତିଷ୍ଠା ପାଇଁ ଶିକ୍ଷା ଦେଇଥିଲେ । ସେ ଏକେଶ୍ୱରବାଦର ପ୍ରବକ୍ତା ଥିଲେ । ତାଙ୍କ ମତରେ, ସବୁ ମଣିଷ ଈଶ୍ଵରଙ୍କ ସନ୍ତାନ । ସେ ମୂର୍ତ୍ତିପୂଜା, ବେଦ, କୋରାନ୍, ହିନ୍ଦୁ ଓ ମୁସଲମାନ ଧର୍ମର ପୂଜାପଦ୍ଧତି, ତୀର୍ଥଯାତ୍ରା, ବ୍ରତ, ଉପବାସ ଇତ୍ୟାଦିରେ ବିଶ୍ଵାସ କରୁ ନ ଥିଲେ । ତାଙ୍କ ମତରେ, ଗୁରୁ ଈଶ୍ଵରଙ୍କଠାରୁ ଶ୍ରେଷ୍ଠ । ଭକ୍ତି ହିଁ ଈଶ୍ୱରପ୍ରାପ୍ତିର ଏକମାତ୍ର ପନ୍ଥା । ସେ ହିନ୍ଦୁ ପଣ୍ଡିତ ଓ ମୁସଲମାନ ମୌଲବୀମାନଙ୍କୁ କଠୋର ସମାଲୋଚନା କରିଥିଲେ । ତାଙ୍କର ଧର୍ମବାଣୀଗୁଡ଼ିକ ‘ବୀଜକ’ ନାମକ ଗ୍ରନ୍ଥରେ ଲିପିବଦ୍ଧ ।

୧୦ । ଗୁରୁ ନାନକଙ୍କ ନୀତିଶିକ୍ଷା କ’ଣ ଥିଲା ?
Answer:
ନାନକ କୌଣସି ଧର୍ମର ଜ୍ଞାନନୀତିକୁ ଗ୍ରହଣ କରି ନ ଥିଲେ । ସେ ଜାତିପ୍ରଥାକୁ ଅସ୍ୱୀକାର କରିଥିଲେ । ସେ ଏକେଶ୍ଵରବାଦ ପ୍ରଚାର କରିଥିଲେ । ଉଭୟ ହିନ୍ଦୁ ଓ ଇସ୍‌ଲାମ ଧର୍ମର ଅନ୍ଧବିଶ୍ଵାସ ଓ କୁସଂସ୍କାରଗୁଡ଼ିକର ସମାଲୋଚନା କରିବା ସଙ୍ଗେ ସଙ୍ଗେ ସହନଶୀଳତା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ପ୍ରେମ, ଭକ୍ତି ଓ ସକର୍ମଦ୍ଵାରା ଈଶ୍ଵରଙ୍କୁ ଲାଭ କରିହେବ ବୋଲି ସେ କହୁଥିଲେ । ନାନକ ନୈତିକତା, ସତ୍ୟ, ଦୟା ଓ ସାଧୁତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ତାଙ୍କ ଧର୍ମବାଣୀ ଆଦିଗ୍ରନ୍ଥ ବା ଗ୍ରନ୍ଥସାହେବରେ ଲିପିବଦ୍ଧ ହୋଇଛି । ସେ ଶିଖୁଧର୍ମର ପ୍ରବର୍ତ୍ତକ ଥିଲେ ।

୧୧ । ଶ୍ରୀଚୈତନ୍ୟଙ୍କ ଧର୍ମମତ କ’ଣ ଥୁଲା ?
Answer:
ଶ୍ରୀଚୈତନ୍ୟ ଗୌଡ଼ୀୟ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ । ସେ ପ୍ରେମ ଓ ମୈତ୍ରୀର ବାଣୀ ପ୍ରଚାର କରି ସମସ୍ତଙ୍କୁ ଆକର୍ଷିତ କରିପାରିଥିଲେ । କୃଷ୍ଣଭକ୍ତି କୀର୍ତ୍ତନଦ୍ଵାରା ଈଶ୍ଵରପ୍ରାପ୍ତି ସମ୍ଭବ ବୋଲି ସେ ପ୍ରଚାର କରିଥିଲେ । ସେ ସମଗ୍ର ମାନବଜାତିକୁ ବିଶ୍ବଭ୍ରାତୃତ୍ଵରେ ବାନ୍ଧି ରଖୁବାକୁ ପ୍ରୟାସ କରିଥିଲେ । ସେ ପୂଜାପଦ୍ଧତି, ରୀତିନୀତି ଓ ବ୍ରାହ୍ମଣମାନଙ୍କ ପ୍ରାଧାନ୍ୟକୁ ଅସ୍ଵୀକାର କରିଥିଲେ । ଈଶ୍ବରଙ୍କ ନାମ ସଂକୀର୍ତ୍ତନ ପାଇଁ ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ । ସେ ‘ହରେକୃଷ୍ଣ ହରେରାମ’ ସରଳ ମନ୍ତ୍ର ଜପକରି ଇହଧାମରୁ ମୁକ୍ତି ପାଇବାପାଇଁ ‘ମାନବ ସମାଜକୁ ପରାମର୍ଶ ଦେଇଥିଲେ । ଶ୍ରୀଚୈତନ୍ୟଙ୍କ ଶିଷ୍ୟମାନେ ତାଙ୍କୁ ବିଷ୍ଣୁଙ୍କ ଅବତାରରୂପେ ଗ୍ରହଣ କରି ଗୌରାଙ୍ଗ ମହାପ୍ରଭୁରୂପେ ପୂଜା କରିଥିଲେ ।

CHSE Odisha Class 12 History Chapter 10 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତରେ ସୁଫି ଆନ୍ଦୋଳନ ଉପରେ ଏକ ବିଶଦ ବିବରଣୀ ଦିଅ ।
Answer:
ମଧ୍ୟଯୁଗୀୟ ଭାରତ, ଇତିହାସରେ ମୁସଲମାନମାନଙ୍କ ମଧ୍ୟରେ ବହୁ ସମାଜ ସଂସ୍କାରକ, ସାଧୁସନ୍ଥଙ୍କର ଆବିର୍ଭାବ ଘଟିଥିଲା । ସେହି ସାଧୁସନ୍ଥମାନେ ବହୁଧର୍ମର ମତବାଦକୁ ଏକତ୍ରିତ କରି ଇସ୍‌ଲାମ୍ ଧର୍ମକୁ ସରଳ ଓ ସଂସ୍କାରଯୁକ୍ତ କରିବାପାଇଁ ଉଦ୍ୟମ କରିଥିଲେ । ଏହା ସୁଫିବାଦ ନାମରେ ପରିଚିତ । ଏହି ମତବାଦର ପ୍ରବକ୍ତାମାନେ ଇସଲାମ୍ ଧର୍ମକୁ ସରଳ ତଥା ଉଦାର କରିବାପାଇଁ ପ୍ରୟାସୀ ହୋଇଉଠିଲେ । ଏହି ମତାବଲମ୍ବୀର ସନ୍ଥମାନେ ବିଭିନ୍ନ ସଂପ୍ରଦାୟର ପ୍ରତିନିଧ୍ୱ କରୁଥିଲେ । ଭାରତରେ ‘ଚିସ୍ତି’, ସୁରଓର୍ଦ୍ଦି ଏବଂ ନକ୍‌ବନ୍ଦୀ ସୁଫି ସଂପ୍ରଦାୟ ଦେଖାଦେଇଥିଲା ।

ବ୍ଲାଜା ମଇନୁଦ୍ଦିନ୍ ଚିସ୍ତି – ଭାରତରେ ଏହିପ୍ରକାର ମୁସଲମାନ ସାଧୁମାନଙ୍କ ମଧ୍ୟରେ ସର୍ବପ୍ରଥମେ ଥିଲେ ଖୁଜା ମଇନୁଦ୍ଦିନ୍ ଚିନ୍ତି । ସେ ସେଇସ୍ତାନ ନାମକ ସ୍ଥାନରେ ୧୧୪୩ ଖ୍ରୀ.ଅ. ରେ ଜନ୍ମଲାଭ କରିଥିଲେ । ସେ ବହୁସ୍ଥାନ ଭ୍ରମଣ କରି ଶେଷରେ ଭାରତରେ ୧୨୦୦ ଖ୍ରୀ.ଅ. ରେ ପହଞ୍ଚି ଆଜମିରରେ ବସତି ସ୍ଥାପନ କଲେ । ସେ ୧୨୩୪ ଖ୍ରୀ.ଅ. ରେ ଦେହତ୍ୟାଗ କରିଥିଲେ । ସେତେବେଳକୁ ମୁସଲମାନ ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇସାରିଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କ ସୁଫୀ ଶିଷ୍ୟମାନେ ଲୋକମାନଙ୍କ ମଧ୍ୟରେ ଭକ୍ତିଭାବ ପ୍ରଚାର କରି ବୁଲିଥିଲେ । ଈଶ୍ଵର ପ୍ରେମହିଁ ଥିଲା ସୁଫିମତର ମୂଳ ବିଷୟ । ମଇନୁଦ୍ଦିନ ଚିସ୍ତି ଅଦ୍ଵୈତବାଦ ବା ଏକେଶ୍ଵରବାଦ ପ୍ରଚାର କରିଥିଲେ । ତାଙ୍କ ମତରେ, ଈଶ୍ଵର ଏକ ଅଦ୍ଵିତୀୟ, ତାଙ୍କୁ କେବଳ ପବିତ୍ର ହୃଦୟରେ ଭକ୍ତିକଲେ ତାଙ୍କ ଆଶୀର୍ବାଦ ମିଳିପାରିବ ।

ଶେଖ୍ ନିଜାମୁଦ୍ଦିନ୍ ଆଉଲିଆ– ବାବା ଫରିଦ୍‌ଙ୍କ ଶିଷ୍ୟମାନଙ୍କ ମଧ୍ୟରେ ନିଜାମୁଦ୍ଦିନ୍ ଆଉଲିଆ ଥିଲେ ସର୍ବପ୍ରଧାନ । ସେ ୧୨୩୬ ଖ୍ରୀ.ଅ.ରେ ବାଦାଉନ୍ ନାମକ ସ୍ଥାନରେ ଜନ୍ମଲାଭ କରିଥିଲେ । ପରବର୍ତୀ ସମୟରେ ସେ ଦିଲ୍ଲୀଠାରେ ଅବସ୍ଥାନ କରିଥିଲେ । ଦୀର୍ଘ ୬୦ ବର୍ଷକାଳ ସେହି ସ୍ଥାନ ତାଙ୍କର ଆଧ୍ୟାତ୍ମିକ କାର୍ଯ୍ୟର କେନ୍ଦ୍ରସ୍ଥଳ ଥିଲା । ଭାରତୀୟ ମୁସଲମାନମାନଙ୍କର ସେ ଥିଲେ ପ୍ରଧାନ ଧର୍ମଗୁରୁ । ଈଶ୍ଵରଭକ୍ତି ଉପରେ ଗୁରୁତ୍ଵ ପ୍ରଦାନପୂର୍ବକ ସାଂସାରିକ ଆସକ୍ତିରୁ ମୁକ୍ତ ହେବାପାଇଁ ସେ ମନୁଷ୍ୟକୁ ଉପଦେଶ ଦେଇଥିଲେ । ଉଚ୍ଚତର ଆଧ୍ୟାତ୍ମିକ ଚିନ୍ତାପାଇଁ ସଂକୀର୍ଣ୍ଣ ଧର୍ମୀୟ ମନୋଭାବ ତ୍ୟାଗ କରିବା ଉଚିତ ‘ବୋଲି ସେ କହିଥିଲେ ।

ତାଙ୍କ ପ୍ରଚାରିତ ସୁଫି ମତ ଜ୍ଞାନୀ ବ୍ୟକ୍ତିମାନଙ୍କୁ ପଥ ଦେଖାଇଥିଲା । ସେ କହିଥିଲେ, ଈଶ୍ଵରପ୍ରାପ୍ତି ପାଇଁ ଏକମାତ୍ର ଉପାୟ ହେଉଛି ଈଶ୍ୱରପ୍ରେମ । ଯେଉଁମାନେ ପ୍ରେମମାର୍ଗ ଅନୁସରଣ କରିବେ, ସେହିମାନେହିଁ ଈଶ୍ଵର ଉପଲବ୍‌ କରିପାରିବେ । ଈଶ୍ଵର ପ୍ରେମ ମଧ୍ୟରେ ସୁଫିମାନେ ମାନବିକ ପ୍ରେମର ସନ୍ଧାନ ପାଇଥିଲେ । ଈଶ୍ବରଙ୍କୁ ଭଲପାଇବା ଅର୍ଥ ହେଉଛି ତାହାଙ୍କଦ୍ୱାରା ସୃଷ୍ଟି ହୋଇଥିବା ମନୁଷ୍ୟ ସମାଜକୁ ଭଲପାଇବା । ମନୁଷ୍ୟ ପ୍ରତି ଦୟା, ସ୍ନେହ, ମମତା ଓ ଶ୍ରଦ୍ଧା ନ ଥିଲେ ଈଶ୍ଵରପ୍ରାପ୍ତି ଅସମ୍ଭବ । ପ୍ରତ୍ୟେକ ମନୁଷ୍ୟ ପ୍ରାଣରେ ଈଶ୍ଵର ବିରାଜିତ । ତେଣୁ ମଣିଷକୁ ଘୃଣା କରିବା ହେଉଛି ପାପ । ନିଜାମୁଦ୍ଦିନ୍ ଆଉଲିଆ ତାଙ୍କ ଶିଷ୍ୟମାନଙ୍କୁ ସମସ୍ତ ମନୁଷ୍ୟ ସମାଜକୁ ଭଲପାଇବା ପାଇଁ ଉପଦେଶ ଦେଇଥିଲେ ।

ସୁଫି ସନ୍ଥମାନଙ୍କ ଦର୍ଶନ ଥୁଲା ଅତି ଚମତ୍କାର । ସୁଫିମାନେ ଈଶ୍ୱରପ୍ରେମ ତଥା ଏକେଶ୍ୱରବାଦରେ ବିଶ୍ୱାସ କରୁଥିଲେ । ସେମାନଙ୍କ ମତରେ, ଯେଉଁମାନେ ଈଶ୍ବରଙ୍କ ପଦାଙ୍କ ଅନୁସରଣ କରନ୍ତି, ସେମାନେ ଭଗବାନ୍‌ଙ୍କ ସତ୍ତା ଉପଲବ୍‌ଧ କରି ଜୀବନରେ ପ୍ରକୃତ ଆନନ୍ଦ ଲାଭ କରନ୍ତି । ସେମାନଙ୍କ ମତରେ, ଭଗବାନ୍ ସ୍ଵର୍ଗୀୟ, ସୌନ୍ଦର୍ଯ୍ୟମୟ ଅଟନ୍ତି ଏବଂ ତାଙ୍କୁ ପ୍ରେମରୂପକ ଯାଦୁକରୀ ସ୍ପର୍ଶରେ ପ୍ରାପ୍ତ କରିହେବ । ସୁଫିମାନଙ୍କ ମତରେ, ମନୁଷ୍ୟର ତିନିପ୍ରକାର ପ୍ରକୃତି ଦେଖାଯାଏ, ଯଥା – ଶାରୀରିକ, ବୌଦ୍ଧିକ ଓ ଧାର୍ମିକ । ବାସ୍ତବ ଗୁରୁ ଜଣେ ମଣିଷର ଏହି ତିନିପ୍ରକାର ପ୍ରକୃତି ମଧ୍ୟରେ ସମନ୍ଵୟ ରକ୍ଷାକରିବାକୁ ଉଚିତ ଶିକ୍ଷା ପ୍ରଦାନ କରିଥା’ନ୍ତି । ସୁଫିମାନେ ଗୁରୁଙ୍କ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥା’ନ୍ତି । ସେମାନଙ୍କ ମତରେ, ଜଣେ ଗୁରୁ ସତ୍‌ପଥରେ ଚାଲିବାପାଇଁ ତା’ର ଶିଷ୍ୟକୁ ଉତ୍ତମ ଶିକ୍ଷା ପ୍ରଦାନ କରିଥାଏ ଏବଂ ମଣିଷ ଏହି ସୁକର୍ମଦ୍ଵାରା ମୋକ୍ଷପ୍ରାପ୍ତି କରିବାକୁ ସକ୍ଷମ ହୋଇଥାଏ । ସୁଫିଧର୍ମ ପାର୍ଥିବ ଧନସଂପରି ତଥା ଇନ୍ଦ୍ରିୟଗତ ସୁଖକୁ ନିରୋଧ କରିଥିଲା । ସେମାନେ ସରଳ ତଥା ସୁନିୟନ୍ତ୍ରିତ ପବିତ୍ର ଜୀବନଯାପନ କରିବାକୁ ଉପଦେଶ ଦେଇଥିଲେ ।

ସୁଫିଧର୍ମର ସମ୍ବାଜ ଉପରେ ପ୍ରଭାବ :
(କ) ଭକ୍ତିବାଦ :
ସୁଫିସନ୍ଥମାନେ ଥିଲେ ସମାଜ ସୁଧାରକ । ଜାତିପ୍ରଥା, ବହୁଦେବଦେବୀ ପୂଜନ ଏବଂ ଜଟିଳ କର୍ମକାଣ୍ଡକୁ ସେମାନେ ତୀବ୍ର ବିରୋଧ କରୁଥିଲେ । ଭକ୍ତି ଥିଲା ସେମାନଙ୍କର ପ୍ରଧାନ ଉପଜୀବ୍ୟ । ଏକେଶ୍ୱରବାଦ ଥିଲା ଏହାର ମୂଳତତ୍ତ୍ୱ । ଉଭୟ ହିନ୍ଦୁ ଓ ମୁସଲମାନ ସୁଫିସନ୍ଥଙ୍କର ଏହି ବାଣୀକୁ ଆନନ୍ଦରେ ଗ୍ରହଣ କରିଥିଲେ ।

(ଖ) ସାମାଜିକ ଓ ଧାର୍ମିକ ସଂସ୍କାର :
ସମାଜ ଓ ଧର୍ମକ୍ଷେତ୍ରରେ ସୁଫିସନ୍ଥମାନେ ବହୁ ସଂସ୍କାର ଆଣିଥିଲେ । ସେମାନେ ଜାତିପ୍ରଥାର ବିରୋଧ କରିବା ସହିତ ଦଳିତ ଓ ନିଶେଷିତମାନଙ୍କର ଉତ୍‌ଥାନ ନିମିତ୍ତ ପ୍ରଯନ୍ କରିଥିଲେ । ନାରୀମାନଙ୍କର ଉତ୍‌ଥାନ ପାଇଁ ସେମାନେ ଚେଷ୍ଟା କରିଥିଲେ ।

(ଗ) ହିନ୍ଦୁ ମୁସଲମାନ ଏକତା :
ସୁଫିବାଦର ସାଧୁମାନେ ହିନ୍ଦୁ .ଓ ମୁସଲମାନମାନଙ୍କ ଏକତାର ଗୁରୁତ୍ୱ ଆରୋପ କରିଥିଲେ । ସୁଫିଧର୍ମାବଲମ୍ବୀମାନେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥ‌ିବା ବୈଷମ୍ୟକୁ ଦୂରୀଭୂତ କରି ଧର୍ମ କ୍ଷେତ୍ରରେ ସହନଶୀଳତା ଓ ସଦ୍‌ଭାବ ସୃଷ୍ଟି କରିବାପାଇଁ ଚେଷ୍ଟା କରିଥିଲେ ।

(ଘ) ସ୍ନେହ ଓ ପ୍ରେମ :
ପରସ୍ପରକୁ ସ୍ନେହ କରିବା ଓ ଭଲପାଇବାର ଶିକ୍ଷା ସୁଫି ସନ୍ଥମାନେ ଦେଇଥିଲେ । ପ୍ରତ୍ୟେକ ମଣିଷ ଅନ୍ୟମାନଙ୍କ ପ୍ରତି ସ୍ନେହ, ମମତା ଏବଂ ପ୍ରେମ ଭାବ ପ୍ରଦର୍ଶନ କରିବା ଉଚିତ, ତା ନହେଲେ ଈଶ୍ୱରପ୍ରାପ୍ତି ଅସମ୍ଭବ । ଏହି ବାଣୀ ପ୍ରଚାରଦ୍ଵାରା ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥିବା ଦୂରତ୍ୱ ହ୍ରାସ ପାଇଥିଲା ।

(‍ଙ) ଆଞ୍ଚଳିକ ସାହିତ୍ୟର ବିକାଶ :
ସୁଫି ସନ୍ଥମାନଙ୍କର ପ୍ରଚାର ଫଳରେ ଆଞ୍ଚଳିକ ସାହିତ୍ୟର ବିକାଶ ସାଧୁତ ହୋଇଥିଲା । ଏହି ଧର୍ମର ପ୍ରଚାର ଫଳରେ ଗୁରୁମୁଖୀ, ମରାଠୀ, ହିନ୍ଦୀ ଓ ବଙ୍ଗଳା ସାହିତ୍ୟ ସୃଷ୍ଟି ହୋଇଥିଲା ।

ସାମାଜିକ ନ୍ୟାୟ, ମାନବିକ ଭ୍ରାତୃତ୍ୱ, ଧର୍ମୀୟ ଉଦାରତା ଓ ବ୍ୟକ୍ତିଗତ ସାଧୁତା ଉପରେ ସୁଫିମାନେ ଗୁରୁତ୍ୱ ଦେଇଥିଲେ । ସେମାନଙ୍କ ପ୍ରଚାରଦ୍ଵାରା ହିନ୍ଦୁ ଓ ମୁସଲମାନ ସମସ୍ତେ ଉପକୃତ ହୋଇଥିଲେ । ସେମାନଙ୍କ ପ୍ରଚାର କାଳରେ ହିନ୍ଦୁମାନଙ୍କ ମଧ୍ୟରେ ଭକ୍ତି ଆନ୍ଦୋଳନ ଦେଖାଦେଇଥିଲା । ସୁଫି ଓ ଭକ୍ତି ଆନ୍ଦୋଳନ ଫଳରେ ଏକ ନୂତନ ଧର୍ମୀୟ ସଚେତନତା ପ୍ରକାଶ ପାଇଥିଲା ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୨। ଭକ୍ତି ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା କବୀରଙ୍କ ଜୀବନୀ ଓ ବାଣୀ ଆଲୋଚନା କର ।
Answer:
କବୀର ଥିଲେ ଭକ୍ତି ଆନ୍ଦୋଳନର ଶ୍ରେଷ୍ଠ ପୁରୋଧା । ସେ ବୁଦ୍ଧଙ୍କ ପରି ସଂସାରତ୍ୟାଗୀ ସନ୍ନ୍ୟାସୀ ନ ଥିଲେ ଅଥବା ଅଶୋକଙ୍କ ପରି ଧର୍ମ ପାଇଁ ତରବାରି ପରିତ୍ୟାଗ କରି ନ ଥିଲେ, ବରଂ ସଂସାର ମଧ୍ଯରେ ସଂସାରିକ ଜୀବନଯାତ୍ରା କରି ଭକ୍ତିଦ୍ଵାରା ଈଶ୍ୱରପ୍ରାପ୍ତି ହେବାର ସୂଚନା ସେ ଲୋକମାନଙ୍କୁ ପ୍ରଦାନ କରିଥିଲେ । ତାଙ୍କ ପ୍ରଚାରିତ ଭକ୍ତିଧର୍ମ ମଧ୍ୟଯୁଗୀୟ ଧର୍ମ ସଂସ୍କାର ଆନ୍ଦୋଳନକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା ।

ଜୀବନୀ :
କବୀରଙ୍କ ଜୀବନୀ ରହସ୍ୟାବୃତ ଭାବରେ ରହିଯାଇଛି । ସେ ସମ୍ଭବତଃ ୧୪୪୦ ଖ୍ରୀ.ଅ.ରେ ଜନ୍ମଲାଭ କରି ୧୫୧୦ ଖ୍ରୀ.ଅ.ରେ ମୃତ୍ୟୁବରଣ କରିଥିଲେ । ସେ ଜଣେ ହିନ୍ଦୁଜନନୀଙ୍କର ପୁତ୍ର ଥିଲେ । ଜନ୍ମ ପରେ ତାଙ୍କ ମାତା ତାଙ୍କୁ ବାରାଣସୀର ଏକ ପୁଷ୍କରଣୀ ନିକଟରେ ଛାଡ଼ି ଚାଲିଯାଇଥିଲେ । ସେହି ପଥରେ ନୀରୁ ନାମକ ଜଣେ ମୁସଲମାନ ତନ୍ତୀ ତାଙ୍କ ସ୍ତ୍ରୀ ନିମାଙ୍କ ସହିତ ଯାଉଥିବାବେଳେ କବୀରଙ୍କୁ ନେଇ ପୁତ୍ରଭାବରେ ନିଜ ଘରେ ପାଳିଥିଲେ । କବୀର ବ୍ରାହ୍ମଣ ହୋଇ ମଧ୍ୟ ଜଣେ ମୁସଲମାନ ଘରେ ମୁସଲମାନରୂପେ ଜୀବନ ଅତିବାହିତ କରିଥିଲେ । ପିତାଙ୍କର ଦାରିଦ୍ର୍ୟଯୋଗୁଁ କବୀର ଉପଯୁକ୍ତ ଶିକ୍ଷା ପାଇପାରି ନଥିଲେ । ଶିକ୍ଷାରୁ ବଞ୍ଚିତ ହୋଇ ପିତାଙ୍କ ସହିତ ବସ୍ତ୍ରବୟନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସେ ସଦାସର୍ବଦା ଗଭୀରଭାବରେ ଚିନ୍ତାମଗ୍ନ ରହୁଥିଲେ । ଈଶ୍ଵରଙ୍କ ଉପରେ ତାଙ୍କର ପ୍ରଗାଢ଼ ଆସ୍ଥା ରହିଥିଲା ।

ଯୁବକ ଅବସ୍ଥାରେ କବୀର ରାମାନନ୍ଦଙ୍କ ବାଣୀରେ ଆକୃଷ୍ଟ ହୋଇ ତାଙ୍କୁ ଗୁରୁଭାବରେ ଗ୍ରହଣ କରିଥିଲେ । ସେ ଉଭୟ ହିନ୍ଦୁ ଏବଂ ଇସ୍‌ଲାମ୍ ଧର୍ମର ଗ୍ରନ୍ଥଗୁଡ଼ିକୁ ଅଧ୍ୟୟନ କରିଥିଲେ । ଏଣୁ ସେ ଉଭୟ ଧର୍ମର ସାରତତ୍ତ୍ଵକୁ ଗ୍ରହଣ କରିପାରିଥିଲେ । କବୀର ବିବାହ କରି ଗୃହସ୍ଥ ଜୀବନ ଆରମ୍ଭ କଲେ ଏବଂ ପିତାଙ୍କ କୌଳିକ ବ୍ୟବସାୟ ଲୁଗାବୁଣାଦ୍ଵାରା ଜୀବିକା ନିର୍ବାହ କରୁଥିଲେ । ଏହା ସହିତ ସେ ଧର୍ମପ୍ରଚାର କାର୍ଯ୍ୟ ଚାଲୁ ରଖୁଥିଲେ । କ୍ରମେ ଜନସାଧାରଣ ତାଙ୍କର ଆଧ୍ୟାତ୍ମିକ ଜ୍ଞାନ ପ୍ରତି ଆକୃଷ୍ଟ ହେଲେ । ବହୁ ଲୋକ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ସେ ଉଭୟ ଧର୍ମର ଦୁର୍ବଳତାକୁ ବିଦ୍ରୂପ କରିଥିଲେ । ଫଳରେ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟର ଲୋକ ତାଙ୍କୁ ଗୁରୁଭାବରେ ଗ୍ରହଣ କରିଥିଲେ । କବୀରଙ୍କ ମୁଖନିଃସୃତ ବାଣୀକୁ ତାଙ୍କ ଶିଷ୍ୟମାନେ ଲିପିବଦ୍ଧ କରୁଥିଲେ । କବୀରଙ୍କ ବାଣୀଗୁଡ଼ିକ ସଂକଳିତ ହୋଇଥ‌ିବା ଗ୍ରନ୍ଥକୁ ‘ବୀଜକ’ କୁହାଯାଏ । କବୀରଙ୍କ ଭଜନଗୁଡ଼ିକୁ ‘ଦୋହା’ କୁହାଯାଏ ଏବଂ ତାଙ୍କର ଶିଷ୍ୟମାନଙ୍କୁ ‘କବୀରପନ୍ଥୀ’ କହନ୍ତି । କବୀର ହିନ୍ଦୀ ଭାଷାରେ ତାଙ୍କର ବାଣୀଗୁଡ଼ିକ ପ୍ରଚାର କରିଥିଲେ ।

ନୀତିବାଣୀ :
କବୀରଙ୍କ ନୀତିବାଣୀଗୁଡ଼ିକ ଅତ୍ୟନ୍ତ ସରଳ ଓ ମାର୍ମିକ ଥିଲା । ପ୍ରେମ ଥିଲା କବୀରଙ୍କ ମୁଖ୍ୟ ନୀତିବାଣୀ । ଈଶ୍ଵର ପ୍ରାପ୍ତିପାଇଁ ପ୍ରେମ ଓ ଭକ୍ତି ଥିଲା ପରମ ଉପାୟ । ମଣିଷକୁ ଏକତା ସୂତ୍ରରେ ବାନ୍ଧିବାର ମାର୍ଗ ହେଉଛି ପ୍ରେମ । ପାରସ୍ପରିକ ତିକ୍ତତା ପରିହାର କରି ପରସ୍ପରକୁ ପ୍ରେମଭାବରେ ଆବଦ୍ଧ କରିବାପାଇଁ କବୀର ତାଙ୍କର ଶିଷ୍ୟମାନଙ୍କୁ ଉପଦେଶ ଦେଇଥ୍ଲେ । ଈଶ୍ବର ଥିଲେ କବୀରଙ୍କ ଧର୍ମର କେନ୍ଦ୍ରବିନ୍ଦୁ । ସେ ତାଙ୍କୁ ବିଭିନ୍ନ ନାମରେ ଡାକୁଥିଲେ । ତାଙ୍କ ମତରେ ରାମ-ରହିମ୍, କେଶବ–କରିମ୍ , ହରି-ହଜରତ, ଈଶ୍ଵର-ଆଲ୍ଲା ସେହି ପରମେଶ୍ଵରଙ୍କ ବିଭିନ୍ନ ନାମ । ଈଶ୍ବର ପରିବ୍ୟାପ୍ତ ଓ ଅସୀମ । ଯେଉଁ ନାମ ଧରି ଡାକିଲେ ମଧ୍ୟ ଈଶ୍ଵର ଏକ, ଅଭିନ୍ନ ଓ ଅଦ୍ଵିତୀୟ । ତେଣୁ କବୀର ଏକେଶ୍ୱରବାଦ ଉପରେ ଗୁରୁତ୍ଵ ଦେଇଥିଲେ ।

କବୀର ଗୁରୁଙ୍କ ଉପରେ ବିଶେଷ ଗୁରୁତ୍ଵ ପ୍ରଦାନ କରିଥିଲେ । ଗୁରୁଙ୍କ ଶିକ୍ଷାହିଁ ମଣିଷକୁ ସଦ୍‌ବୁଦ୍ଧି ପ୍ରଦାନ କରିଥାଏ ବୋଲି କବୀର କହିଥିଲେ । ଈଶ୍ୱରପ୍ରାପ୍ତିର ମାର୍ଗ ଭକ୍ତି ବୋଲି କବୀର ମତବ୍ୟକ୍ତ କରିଥିଲେ । ମନର ପବିତ୍ରତା ଓ ଈଶ୍ବରଙ୍କ ପଦାରବିନ୍ଦରେ ମନୋନିବେଶପୂର୍ବକ ତାଙ୍କୁ ପ୍ରାର୍ଥନା କଲେ ମଣିଷ ତାଙ୍କୁ ଲାଭ କରିଥାଏ । କବୀରଙ୍କ ଅଧ୍ୟାତ୍ମିକ ବାଣୀ ମଧ୍ଯରେ ‘ଆତ୍ମା’ ସମ୍ବନ୍ଧୀୟ ଜ୍ଞାନ ଥୁଲା ଅନ୍ୟତମ । ଆତ୍ମାହିଁ ଜୀବନ, ପ୍ରଶ୍ଵାସ, ଜୀବନ ଓ ଜ୍ଞାନ । ସେ ସୃଷ୍ଟି ଓ ସ୍ରଷ୍ଟା । ଆତ୍ମା ହେଉଛି ଏକ, ଅଭିନ୍ନ ଓ ସ୍ଵୟଂସ୍କୃ । ପୃଥିବୀର ଅସ୍ଥାୟିତ୍ଵ ଉପରେ ସେ ଲୋକମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ ସେ ପୃଥ‌ିବୀର କ୍ଷଣଭଙ୍ଗୁରତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସେ ପୃଥ‌ିବୀ ଓ ଆକାଶକୁ ଦୁଇଟି ଘୂର୍ଣାୟମାନ ଚକ୍ରରୂପେ ବର୍ଣ୍ଣନା କରିଥିଲେ ।

ଏହି ଚକ୍ରଦ୍ଵୟ ମଧ୍ୟରେ ଯେଉଁମାନେ ଆସିଥା’ନ୍ତି, ସେମାନେ ମୃତ୍ୟୁବରଣ କରିଥା’ନ୍ତି । ଅତଏବ ପୃଥ‌ିବୀର ସମସ୍ତ ଜିନିଷ କ୍ଷଣଭଙ୍ଗୁର । ଯିଏ ପୃଥ‌ିବୀରେ ଜନ୍ମଗ୍ରହଣ କରିବ, ଅବଶ୍ୟ ମୃତ୍ୟୁବରଣ କରିବ । ଏଥୁରୁ ସ୍ପଷ୍ଟ ଯେ କବୀର ପୃଥ‌ିବୀର ଅସ୍ଥାୟିତ୍ଵ ଉପରେ ବିଶ୍ଵାସ ରଖୁଥିଲେ । କବୀର ଜାତିପ୍ରଥାର ଘୋର ବିରୁଦ୍ଧାଚରଣ କରିଥିଲେ । ଛୁଆଁ-ଅଛୁଆଁ, ସାନ–ବଡ଼ ଏସବୁକୁ ମଣିଷ ତ୍ୟାଗ କରିବା ଉଚିତ ବୋଲି କହିଥିଲେ । ହିନ୍ଦୁମାନଙ୍କ ମୂର୍ତ୍ତିପୂଜା ଉପରେ ତାଙ୍କର ବିଶ୍ଵାସ ନ ଥିଲା । ସେହିପରି ମୁସଲମାନମାନଙ୍କ ନମାଜ, ଉପବାସ ଓ ହଜ୍‌ଯାତ୍ରାକୁ ସେ ସମାଲୋଚନା କରିଥିଲେ । କବୀରଙ୍କ ମତରେ, ଈଶ୍ଵର ଭକ୍ତିପାଇଁ ଆତ୍ମଶୁଦ୍ଧି ଆବଶ୍ୟକ । ମଣିଷ ନିଜ ମନରୁ ଗର୍ବ, ଅହଙ୍କାର, କ୍ରୋଧ, ଲୋଭ, ଅସାଧୁତା ଆଦି ତ୍ୟାଗ କରିବା ଉଚିତ ବୋଲି ସେ ମତପୋଷଣ କରିଥିଲେ ।

କବୀର ହିନ୍ଦୁ ଥୁଲେ କିମ୍ବା ମୁସଲମାନ ଥିଲେ, ସେ ବିଷୟରେ ତର୍କ-ବିତର୍କ ନିରର୍ଥକ । କାରଣ ସେ ଥିଲେ ଜଣେ ପରମଭକ୍ତ, ଯାହାଙ୍କ ଦୃଷ୍ଟିରେ ଭକ୍ତିହିଁ ଥିଲା ଏକମାତ୍ର ଧର୍ମ । କବୀରଙ୍କ ମୃତ୍ୟୁ ପରେ ତାଙ୍କର ଶବ-ସତ୍କାର ମିଳିତଭାବରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ସମ୍ପନ୍ନ କରିଥିଲେ । ଏହିପରି ଭାବରେ କବୀର ଥିଲେ ଜଣେ ଭକ୍ତ ଓ ସଂସ୍କାରକ । ତାଙ୍କର ନୀତିବାଣୀ ସମାଜରୁ ସବୁପ୍ରକାର କୁସଂସ୍କାର ଓ ଅନ୍ଧବିଶ୍ଵାସ ଦୂରକରିବାପାଇଁ ଉଦ୍ଦିଷ୍ଟ ଥିଲା । ତାଙ୍କର ନୀତିବାଣୀ ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କର ହୃଦୟକୁ ସ୍ପର୍ଶ କରିଥିଲା । ଏଥିପାଇଁ ବହୁସଂଖ୍ୟାରେ ହିନ୍ଦୁ ଓ ମୁସଲମାନମାନେ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ବାସ୍ତବିକ, କବୀରଙ୍କ ଧର୍ମବାଣୀ ମଧ୍ୟଯୁଗୀୟ ଧର୍ମସଂସ୍କାର ଆନ୍ଦୋଳନକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୩ । ଭକ୍ତି ଆନ୍ଦୋଳନରେ ଗୁରୁ ନାନକଙ୍କ ଭୂମିକା ନିରୂପଣ କର ।
Answer:
ଭକ୍ତି ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ଥିଲେ ଗୁରୁ ନାନକ । ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବାପାଇଁ ସେ ଆରମ୍ଭ କରିଥିଲେ ଧର୍ମସଂସ୍କାର ଆନ୍ଦୋଳନ । ଶିଖ୍ ଧର୍ମର ପ୍ରବକ୍ତାଭାବେ ସେ ସରଳ ଭକ୍ତିବାଦର ପ୍ରଚାର କରିଥିଲେ । ଜାତିପ୍ରଥାର ଘୋର ବିରୋଧ କରି ଭକ୍ତି ମାଧ୍ୟମରେ ଈଶ୍ଵରପ୍ରାପ୍ତି ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ । ତାଙ୍କ ପ୍ରଚାରିତ ବାଣୀ ‘ଆଦିଗ୍ରନ୍ଥ’ ବା ‘ଗ୍ରନ୍ଥସାହେବ’ରେ ଲିପିବଦ୍ଧ ହୋଇଛି ।

ଜୀବନୀ:
ଗୁରୁ ନାନକ ୧୪୬୯ ଖ୍ରୀ.ରେ ଲାହୋରର ତାଲୱାନ୍ଦୀ (ଆଧୁନିକ ନାନକୋନା) ଗ୍ରାମରେ ଏକ କ୍ଷତ୍ରିୟ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା କାଲୁବେଦୀ ବା କାଲାଚାନ୍ଦ । ବାଲ୍ୟକାଳରୁ ସେ ଚିନ୍ତାଶୀଳ ଓ ଗମ୍ଭୀର ଥିଲେ । ଅଧିକାଂଶ ସମୟ ସାଧୁସନ୍ଥଙ୍କ ଗହଣରେ ରହି ଧର୍ମ ଆଲୋଚନାରେ ଭାଗ ନେଉଥିଲେ । ତାଙ୍କର ଏଭଳି ପରିବର୍ତ୍ତନ ଦେଖୁ ପିତା ଚିନ୍ତିତ ହୋଇପଡ଼ିଥିଲେ । ଥରେ ସେ ଘରୁ ସଉଦାପାଇଁ ୨୦ ଟଙ୍କା ଆଣି ଏହି ଅର୍ଥକୁ ସାଧୁସନ୍ଥଙ୍କ ଭୋଜନରେ ବିନିଯୋଗ କରିଥିଲେ । ଏହାକୁ ‘ସଚ୍ଚା ସଉଦା’ କୁହାଯାଏ । ପୁତ୍ରର ଏଭଳି ବୈରାଗ୍ୟଭାବକୁ ଲକ୍ଷ୍ୟକରି ତାଙ୍କ ପିତା ତାଙ୍କୁ ‘ସୁଲଖଇନ’ ନାମକ ଜଣେ ତରୁଣୀ ସହିତ ବିବାହ କରାଇ ଦେଇଥିଲେ । ଏହାପରେ ତାଙ୍କୁ ବ୍ୟବସାୟରେ ନିଯୁକ୍ତ କରାଯାଇଥିଲା ।

କିନ୍ତୁ ସେ ବ୍ୟବସାୟରେ ମନୋନିବେଶ ନ କରି ସାଧୁସନ୍ଥଙ୍କ ସହିତ ସମୟ ଅତିବାହିତ କଲେ । ମାତ୍ର ୩୦ ବର୍ଷ ବୟସରେ ସେ ନିଜ ଚାକିରିରୁ ଅବ୍ୟାହତି ନେଇ ସାଧୁସନ୍ଥଙ୍କ ସହିତ ମକ୍‌କା, ମଦିନା ଓ ବାଗ୍‌ଦ ଭ୍ରମଣରେ ଯାଇଥିଲେ । ସେଠାରୁ ଫେରି ସେ ରାବୀ ନଦୀକୂଳରେ କର୍ତ୍ତାରପୁରଠାରେ ଏକ ଆଶ୍ରମ ପ୍ରତିଷ୍ଠା କରି ନିଜର ଧର୍ମବାଣୀ ପ୍ରଚାର କଲେ । ଜଣେ ଧର୍ମପ୍ରଚାରକଭାବେ ସେ ପ୍ରଚାର କଲେ ଯେ, ‘‘କେହି ବ୍ୟକ୍ତି ହିନ୍ଦୁ ନୁହେଁ ବା ମୁସଲମାନ ନୁହେଁ, ସମସ୍ତେ ହେଉଛନ୍ତି ମଣିଷ ।’’ ଲୋକେ ତାଙ୍କୁ ଗୁରୁଭାବେ ଭକ୍ତକରି ତାଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ତାଙ୍କ ଶିଷ୍ୟମାନଙ୍କୁ ‘ଶିଖ୍’ କୁହାଗଲା । ସେ ପଞ୍ଜାବୀ ବା ଗୁରୁମୁଖୀ ଭାଷାରେ ନିଜର ଧର୍ମ ପ୍ରଚାର କରିଥିଲେ । ୧୫୩୮ ଖ୍ରୀ. ରେ କର୍ତ୍ତାରପୁରଠାରେ ସେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପୂର୍ବରୁ ଅଙ୍ଗଦ ନାମକ ଜଣେ ଶିଷ୍ୟଙ୍କୁ ତାଙ୍କର ଉତ୍ତରାଧିକାରୀ ରୂପେ ମନୋନୀତ କରିଥିଲେ ।

ଧର୍ମବାଣୀ:
ଗୁରୁ ନାନକ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରଖ୍ ତାଙ୍କର ଧର୍ମବାଣୀ ପ୍ରଚାର କରିଥିଲେ । ପ୍ରଥମତଃ, ସେ ହିନ୍ଦୁଧର୍ମରେ ସଂସ୍କାର ଆଣିବାକୁ ଉଦ୍ୟମ କରିଥିଲେ । ଦ୍ଵିତୀୟତଃ, ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକତା ଓ ସମନ୍ଵୟ ଆଣିବାପାଇଁ ଲକ୍ଷ୍ୟ ରଖୁଥିଲେ । ନାନକଙ୍କ ସରଳ ଧର୍ମବାଣୀଗୁଡ଼ିକ ସତ୍ୟ ଓ ବାସ୍ତବତା ଉପରେ ପ୍ରସ୍ଫୁଟିତ ଥିଲା । ଈଶ୍ଵରଙ୍କ ଏକତ୍ଵ ଉପରେ ନାନକ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ତାଙ୍କ ମତରେ, ଈଶ୍ଵର ଏକ ଏବଂ ଅଦ୍ଵିତୀୟ ଏବଂ ସେ ହେଉଛନ୍ତି ନିରାକାର । ଈଶ୍ବର ହେଉଛନ୍ତି ସର୍ବଶକ୍ତିମାନ୍ ଓ ସୃଷ୍ଟିର ଆଦିମୂଳ । ବିଶ୍ଵ ହେଉଛି ଈଶ୍ୱରଙ୍କ ସୃଷ୍ଟି । ସେ ଈଶ୍ଵରଙ୍କୁ ସର୍ବବ୍ୟାପୀ ଓ ସର୍ବଶକ୍ତିମାନରୂପେ ଗ୍ରହଣ କରିଥିଲେ । ଈଶ୍ୱର ସୃଷ୍ଟ ମନୁଷ୍ୟର ଏକମାତ୍ର ଧର୍ମ ହେଉଛି ଈଶ୍ଵରଙ୍କ ନିକଟରେ ଆତ୍ମସମର୍ପଣ କରିବା ଓ ତାଙ୍କ ପ୍ରତି ଅଗାଧ ଭକ୍ତି ପ୍ରଦର୍ଶନ କରିବା ।

ସେ କହିଥିଲେ ଈଶ୍ବରଙ୍କୁ କୌଣସି ଆକୃତି ଭାବରେ ବା ମୂର୍ତ୍ତିରୂପେ ପୂଜା କରିବା ଅନାବଶ୍ୟକ । କେବଳ ଭକ୍ତିଦ୍ଵାରା ଈଶ୍ଵରଙ୍କ ଆଶୀର୍ବାଦ ଲାଭ କରିହେବ । ଈଶ୍ବର କୌଣସି ମନ୍ଦିର ବା ମସ୍‌ଜିଦ୍‌ରେ ଆବଦ୍ଧ ହୋଇ ରହିନାହାନ୍ତି । ସେ କହୁଥିଲେ ଯେ ତୀର୍ଥଯାତ୍ରା କରି ବା ବ୍ରତ, ଉପବାସ କରି ଭଗବାନଙ୍କୁ ଲାଭ କରିହେବ ନାହିଁ । ଈଶ୍ଵରପ୍ରାପ୍ତି ନିମନ୍ତେ କଠୋର ଆତ୍ମଶୁଦ୍ଧି ଏବଂ ଉତ୍ତମ ଚରିତ୍ର ଆବଶ୍ୟକ । ମନୁଷ୍ୟର ନୈତିକତା ଉପରେ ଗୁରୁ ନାନକ ଅଗାଧ ବିଶ୍ଵାସ ରଖୁଥିଲେ । ନୈତିକ ଜୀବନଯାପନ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ସେ କହୁଥିଲେ ଯେ, ହୃଦୟ ପବିତ୍ର, ମନ ନିର୍ମଳ ଓ ଉତ୍ତମ ଚରିତ୍ର ହେଲେ ଈଶ୍ଵର ପ୍ରାପ୍ତି ସହଜ ହୋଇଥାଏ । ମିଥ୍ୟା, ଶଠତା, ସ୍ୱାର୍ଥପରତା ଓ କପଟତା ତ୍ୟାଗ କରିବାପାଇଁ ସେ ଲୋକମାନଙ୍କୁ ଉପଦେଶ ଦେଇଥିଲେ ।

ତାଙ୍କ ମତରେ, ଶାସ୍ତ୍ର ଆଲୋଚନାଦ୍ଵାରା ପୁଣ୍ୟଲାଭ ହୁଏ ନାହିଁ । ପବିତ୍ର ମନୋଭାବ, ନମ୍ରତା, ସାଧୁତା, ଦୟା, କ୍ଷମା ଓ ସତ୍ଵକର୍ମଦ୍ଵାରା ପୁଣ୍ୟଲାଭ ହୁଏ । ସେଥ‌ିପାଇଁ ପ୍ରତ୍ୟେକ ମଣିଷ ସତ୍‌କର୍ମ ତଥା ସତ୍ ଜୀବନଯାତ୍ରା କରିବା ବିଧେୟ । ଭଗବାନ୍‌ଙ୍କ ନାମ ସଂକୀର୍ତ୍ତନଦ୍ଵାରା ମଣିଷ ହୃଦୟରେ ପବିତ୍ରତା ଜାଗ୍ରତ ହୋଇଥାଏ । କବୀରଙ୍କ ଭଳି ଗୁରୁ ନାନକ ଜାତିପ୍ରଥାର ଘୋର ବିରୋଧ କରିଥିଲେ । ଯେ ନିଜକୁ କୌଣସି ଜାତିର ବୋଲି କହୁ ନଥୁଲେ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଓ ବୌଦ୍ଧ ସମସ୍ତେ ଭ୍ରାତୃପ୍ରେମରେ ଆବଦ୍ଧ ହୋଇ ଚଳିବାପାଇଁ ଉପଦେଶ ଦେଇଥୁଲେ । ସେ ଧ୍ୟାନ, ଭକ୍ତି ଓ ଈଶ୍ଵରଙ୍କ ନାମ ସଂକୀର୍ତ୍ତନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେ କର୍ମବାଦ ଉପର ବିଶ୍ଵାସ ରଖୁଥିଲେ । ଏ କ୍ଷଣଭଙ୍ଗୁର ପୃଥିବୀରେ ମୋକ୍ଷହିଁ ପ୍ରତ୍ୟେକ ମାନବର ଏକମାତ୍ର ଲକ୍ଷ୍ୟ ।

ପବିତ୍ର ଜୀବନଯାପନ ଏବଂ ଈଶ୍ଵରଭକ୍ତିଦ୍ଵାରା କେବଳ ଏହି ମୋକ୍ଷପ୍ରାପ୍ତି କରିହେବ ବୋଲି ସେ ବିଶ୍ଵାସ କରୁଥିଲେ । ସେ ବେଦ କିମ୍ବା କୋରାକୁ ବିଶ୍ଵାସ କରୁନଥିଲେ । ସେ ମଧ୍ୟ ବ୍ରାହ୍ମଣ କିମ୍ବା ମୌଲବୀମାନଙ୍କ ପ୍ରଭୁତ୍ଵ ଉପରେ ଆସ୍ଥା ରଖୁନଥିଲେ । ନାନକଙ୍କ ମତରେ, ବାକ୍‌ଚାତୁରୀରେ ଧର୍ମ ନଥାଏ । ନୀରବ ଭାବରେ ବସି ଧ୍ୟାନ କଲେ କିମ୍ବା ତୀର୍ଥସ୍ଥାନକୁ ଯାଇ ସ୍ନାନ କଲେ ଧର୍ମ ଉପାର୍ଜନ ହୁଏନାହିଁ । କଳୁଷିତ ସଂସାରରେ ପବିତ୍ରଭାବରେ ବାସ କରିପାରିଲେ ହିଁ ପ୍ରକୃତ ଧର୍ମର ସନ୍ଧାନ ମିଳେ । ହରିନାମ ଉଚ୍ଚାରଣ, ଗୁରୁଙ୍କ ପ୍ରତି ଭକ୍ତି ଜ୍ଞାପନ ଓ ଦୁଃସ୍ଥ ଲୋକଙ୍କୁ ଅର୍ଥଦାନ କରିବାପାଇଁ ସେ ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନାନକ ଆତ୍ମା ଉପରେ ବିଶ୍ବାସ ସ୍ଥାପନ କରିଥିଲେ । ସେ ଆତ୍ମା ସମ୍ବନ୍ଧରେ ଅତ୍ୟନ୍ତ ସରଳ ଭାଷାରେ ନିଜର ମତ ଉପସ୍ଥାପନା କରିଥିଲେ । ମଣିଷ ଦୁଷ୍କର୍ମ କଲେ ପାପ କରିଥାଏ । ଏହି ପାପର ବୋଝ ଅଧିକ ହେଲେ ଆତ୍ମା ଉପରକୁ ଯାଇପାରେ ନାହିଁ । ତେଣୁ ତା’ର ନିର୍ବାଣ ହୋଇନଥାଏ । ତେଣୁ ସେ ସତ୍‌କର୍ମ ମାଧ୍ୟମରେ ଈଶ୍ୱରପ୍ରାପ୍ତି ଏବଂ ଆତ୍ମାର ନିର୍ବାଣ ସମ୍ଭବ ବୋଲି ନାନକ ମତବ୍ୟକ୍ତ କରିଥିଲେ ।

ନାନକ ଥିଲେ ଏକେଶ୍ୱରବାଦର ପ୍ରଚାରକ । ସେ ଈଶ୍ଵର ଏକ ଓ ଅଭିନ୍ନ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କୁ ବିଭିନ୍ନ ଧର୍ମର ଲୋକ ଭିନ୍ନ ଭିନ୍ନ ନାମରେ ଡାକିଲେ ମଧ୍ୟ ସେ ଏକ । ଭକ୍ତିଭାବ ମନରେ ରଖ୍ ତାଙ୍କ ନିକଟରେ ଆତ୍ମସମର୍ପଣ କଲେ ସେ ପ୍ରାପ୍ତି ହୋଇଥା’ନ୍ତି ବୋଲି ନାନକ ମତବ୍ୟକ୍ତ କରିଥିଲେ । ଏହା ନାନକଙ୍କ ଏକେଶ୍ବରବାଦ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ । ନାନକ ଭଜନ ଓ ସୁନ୍ଦର ସୁନ୍ଦର ଉପଖ୍ୟାନ ମାଧ୍ୟମରେ ନିଜର ଧର୍ମବାଣୀ ପ୍ରଚାର କରୁଥିଲେ । ସେ ଗୁରୁମୁଖୀ ଭାଷାରେ ନିଜର ଧର୍ମବାଣୀଗୁଡ଼ିକୁ ପ୍ରଚାର କରିଥିଲେ । ହିନ୍ଦୁ ଓ ଇସ୍‌ଲାମ୍ ଧର୍ମର ମୂଳତତ୍ତ୍ଵଗୁଡ଼ିକୁ ଏକତ୍ର କରି ସେ ‘ଶିଖ୍’ ଧର୍ମ ନାମରେ ଏକ ନୂତନ ଧର୍ମ ସୃଷ୍ଟି କରିଥିଲେ । ‘ଶିଖ୍’ ଶବ୍ଦର ଅର୍ଥ ହେଉଛି ଶିଷ୍ୟ । ନାନକଙ୍କ ଧର୍ମବାଣୀଗୁଡ଼ିକ ‘ଆଦିଗ୍ରନ୍ଥ’ ନାମକ ପୁସ୍ତକରେ ଲିପିବଦ୍ଧ ହୋଇଛି । ଏହାକୁ ‘ଗ୍ରନ୍ଥସାହେବ’ ମଧ୍ୟ କୁହାଯାଏ । ନାନକଙ୍କ ଶିଷ୍ୟମାନେ ଶିଖ୍ ନାମରେ ପରିଚିତ ହୋଇଥିଲେ ।

ମୃତ୍ୟୁ ପୂର୍ବରୁ ନାନକ ତାଙ୍କ ଉତ୍ତରାଧୁକାରୀ ରୂପେ ଅଙ୍ଗଦ ନାମକ ଜଣେ ଶିଷ୍ୟଙ୍କୁ ମନୋନୀତ କରିଥିଲେ । ସେ ଶିଖ୍ୟାମାନଙ୍କୁ ସଂଗଠିତ କଲେ । କ୍ରମେ କ୍ରମେ ଶିଖ୍ ଧର୍ମର ଅଭ୍ୟୁତ୍‌ଥାନ ଘଟିଲା । ବହୁସଂଖ୍ୟକ ହିନ୍ଦୁ ସେହି ନୂତନ ଧର୍ମରେ ଦୀକ୍ଷିତ ହେଲେ । ଚତୁର୍ଥ ଗୁରୁ ‘ରାମଦାସ’ ଅମୃତସରରେ ପ୍ରସିଦ୍ଧ ସ୍ଵର୍ଣ୍ଣମନ୍ଦିର ନିର୍ମାଣ କରିଥିଲେ । ସେହିଠାରେ ଆଦିଗ୍ରନ୍ଥ ପୂଜିତ ହେଲା ଏବଂ ସ୍ଵର୍ଣ୍ଣମନ୍ଦିର ଶିଖ୍ମାନଙ୍କର ପବିତ୍ର ତୀର୍ଥସ୍ଥାନରେ ପରିଣତ ହେଲା ।

CHSE Odisha Class 12 History Chapter 10 Short & Long Answer Questions in Odia Medium

୪। ଚୈତନ୍ୟଙ୍କ ଜୀବନୀ ଓ ଧର୍ମବାଣୀ ସମ୍ପର୍କରେ ଆଲୋଚନା କର ।
Answer:
ଭକ୍ତି ଆନ୍ଦୋଳନର ଅନ୍ୟତମ ପ୍ରବକ୍ତାଭାବେ ଶ୍ରୀଚୈତନ୍ୟ ସମଗ୍ର ଭାରତରେ ପ୍ରସିଦ୍ଧିଲାଭ କରିଥିଲେ । ନିଜର ଧର୍ମବାଣୀ ମାଧ୍ୟମରେ ଭକ୍ତି ଓ ପ୍ରେମର ଶ୍ରେଷ୍ଠ ନିଦର୍ଶନ ପ୍ରଦର୍ଶନ କରିଥିଲେ ଶ୍ରୀଚୈତନ୍ୟ । ତାଙ୍କ ଧର୍ମବାଣୀରେ ପ୍ରେମ ଓ ଭକ୍ତିର ଅପୂର୍ବ ସମନ୍ଵୟ ଘଟିଥିଲା । ସେ ବୈଷ୍ଣବ ଧର୍ମକୁ ଅତ୍ୟନ୍ତ ଜନପ୍ରିୟ କରାଇଥିଲେ ଏବଂ ଅଗଣିତ ନରନାରୀଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରାଇଥିଲେ । ସେ ନିଜର ଧର୍ମବାଣୀକୁ ନାମମହିମା ସଂକୀର୍ତ୍ତନ ମାଧ୍ୟମରେ ପ୍ରଚାର କରିଥିଲେ । ଏହି ସଂକୀର୍ତ୍ତନ ତାଙ୍କୁ ଭକ୍ତି ଆନ୍ଦୋଳନର ଶ୍ରେଷ୍ଠ ପ୍ରଚାରକରୂପେ ସମଗ୍ର ଭାରତବର୍ଷରେ ପ୍ରତିଷ୍ଠିତ କରାଇଥିଲା ।

ଜୀବନୀ:
୧୪୮୬ ଖ୍ରୀ.ଅ.ରେ ଶ୍ରୀଚୈତନ୍ୟ ବଙ୍ଗଳାର ନବଦ୍ଵୀପରେ ଜନ୍ମଲାଭ କରିଥିଲେ । ତାଙ୍କର ବାଲ୍ୟନାମ ଥିଲା ନିମାଇଁ ବା ବିଶ୍ଵମ୍ଭର । ତାଙ୍କର ପିତା ଜଗନ୍ନାଥ ମିଶ୍ର ଓ ମାତା ଶଚୀଦେବୀ ପବିତ୍ର ଜୀବନଯାପନ କରୁଥିଲେ । ସେମାନେ ତାଙ୍କର ପୁତ୍ରକୁ ସ୍ନେହରେ ଗୌରାଙ୍ଗ ବୋଲି ଡାକୁଥିଲେ । ବାଲ୍ୟକାଳରୁ ଶ୍ରୀଚୈତନ୍ୟ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ । ମାତ୍ର ୧୫ ବର୍ଷ ବେଳକୁ ସେ ସଂସ୍କୃତ, ବ୍ୟାକରଣ ଓ ସାହିତ୍ୟରେ ପ୍ରଗାଢ଼ ଜ୍ଞାନ ଅର୍ଜନ କରିସାରିଥିଲେ । ତର୍କଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ୧୮ ବର୍ଷ ବୟସରେ ଲକ୍ଷ୍ମୀ ନାମ୍ନୀ ଏକ କନ୍ୟାକୁ ବିବାହ କରିଥିଲେ । କ୍ରମଶଃ ସଂସାର ପ୍ରତି ତାଙ୍କର ବିତୃଷ୍ଣା ଭାବ ଆସିଥିଲା । ୨୨ ବର୍ଷ ବୟସରେ ସେ ପିତାଙ୍କ ପିଣ୍ଡଦାନ କରିବା ଉଦ୍ଦେଶ୍ୟରେ ଗୟା ଯାତ୍ରା କରିଥିଲେ ।

ସେଠାରେ ସେ ‘ଈଶ୍ୱରପୁରୀ’ ନାମକ ଜଣେ ସାଧୁଙ୍କଠାରୁ କୃଷ୍ଣମନ୍ତ୍ର ଗ୍ରହଣ କରିଥିଲେ । ୨୪ ବର୍ଷ ବୟସରେ ସେ ସଂସାର ତ୍ୟାଗକରି ସନ୍ନ୍ୟାସ ବ୍ରତ ଗ୍ରହଣ କରିଥିଲେ । ସେ ସର୍ବଦା କୃଷ୍ଣନାମ ଗାନକରି ଭାବବିହ୍ଵଳ ହୋଇପଡୁଥିଲେ ଏବଂ ଅନେକ ସମୟରେ ଚେତାଶୂନ୍ୟ ହୋଇପଡୁଥିଲେ । ସେତେବେଳେ ଶ୍ରୀକ୍ଷେତ୍ର ପୁରୀ ବୈଷ୍ଣବଧର୍ମର ମୁଖ୍ୟସ୍ଥଳୀ ଭାବରେ ଭାରତ ପ୍ରସିଦ୍ଧ ଥିଲା । ଶ୍ରୀଚୈତନ୍ୟ ୧୫୧୦ ଖ୍ରୀ.ଅ.ରେ ପ୍ରଥମେ ପୁରୀ ଆଗମନ କରିଥିଲେ । ଦୀର୍ଘ ୧୮ ବର୍ଷକାଳ ପୁରୀରେ ଅବସ୍ଥାନ କରି ସେ ବୈଷ୍ଣବ ଧର୍ମପ୍ରଚାର କରିଥିଲେ । ସେ ଓଡ଼ିଶାର ଗଜପତି ରାଜା ପ୍ରତାପରୁଦ୍ରଦେବଙ୍କୁ ବୈଷ୍ଣବ ଧର୍ମରେ ଦୀକ୍ଷିତ କରାଇଥିଲେ । ଓଡ଼ିଶାରୁ ସେ କାଶୀ, ବୃନ୍ଦାବନ, ମଥୁରା, ବାରାଣସୀ, ଦ୍ଵାରକା ଓ ପ୍ରୟାଗ ଆଦି ସ୍ଥାନ ଭ୍ରମଣ କରି କୃଷ୍ଣନାମ ପ୍ରଚାର କରିଥିଲେ ।

ଶିଷ୍ୟମାନଙ୍କ ମଝିରେ ମୃଦଙ୍ଗ, ଝାଞ୍ଜ ପ୍ରଭୃତିର ତାଳେ ତାଳେ ସେ ତନ୍ମୟ ଚିତ୍ତରେ କୃଷ୍ଣନାମ ଗାନ କରୁଥିଲେ । ସେ ଏହିପରି ୬ ବର୍ଷ ଭ୍ରମଣ କଲାପରେ ପୁନର୍ବାର ପୁରୀ ଯାଇ ସେଠାରେ ଜୀବନର ଅନ୍ତିମ ୧୬ ବର୍ଷ କଟାଇଥିଲେ । ପୁରୀରେ ଅବସ୍ଥାନ କରୁଥିବାବେଳେ ପଞ୍ଚସଖା ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତ ଦାସ, ଯଶୋବନ୍ତ ଦାସ ଓ ଅନନ୍ତ ଦାସ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ଜଗନ୍ନାଥ ଦାସଙ୍କ ଜ୍ଞାନରେ ମୁଗ୍ଧ ହୋଇ ତାଙ୍କୁ ସେ ‘ଅତିବଡ଼ୀ’ ଉପାଧ୍ଧରେ ଭୂଷିତ କରିଥିଲେ । ୧୫୩୩ ଖ୍ରୀ.ଅ.ରେ ଚୈତନ୍ୟ ପୁରୀଧାମରେ ପ୍ରାଣତ୍ୟାଗ କରିଥିଲେ । ଶ୍ରୀଚୈତନ୍ୟଙ୍କ ଧର୍ମବାଣୀ କୃଷ୍ଣଦାସ ରଚିତ ‘ଚୈତନ୍ୟ ଚରିତାମୃତ’ରେ ସଂଗୃହୀତ ହୋଇଛି ।

ଧର୍ମବାଣୀ:
ଜୀବନ ପ୍ରତି ଦୟା ଓ ଭଗବାନ୍‌ଙ୍କ ପ୍ରତି ଭକ୍ତି – ଏହି ପ୍ରେମ-ଧର୍ମ ଚୈତନ୍ୟ ପ୍ରଚାର କରିଥିଲେ । ଜାତିପ୍ରଥାର ସେ ଘୋର ବିରୋଧୀ ଥିଲେ । ବିଶ୍ୱଭ୍ରାତୃତ୍ଵ ପ୍ରଚାର କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ଅସ୍ପୃଶ୍ୟ, ପତିତ, ପାପୀ ଓ ନୀଚ ସମସ୍ତଙ୍କୁ ସେ ପ୍ରେମ ଆଲିଙ୍ଗନ କରୁଥିଲେ । ଯବନ ହରିଦାସ ତାଙ୍କର ଜଣେ ମୁସଲମାନ ଶିଷ୍ୟ ଥିଲେ । ସେଥ‌ିପାଇଁ ସେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁ ନ ଥିଲେ । ସେ ବ୍ରାହ୍ମଣମାନଙ୍କ ପୂଜାପଦ୍ଧତିକୁ ଆଦୌ ବିଶ୍ଵାସ କରୁ ନ ଥିଲେ । ଈଶ୍ଵରଙ୍କ ସମ୍ମୁଖରେ ସମସ୍ତେ ସମାନ ବୋଲି କହୁଥିଲେ । ଗର୍ବ, ଅହଂକାର ତ୍ୟାଗପୂର୍ବକ ଈଶ୍ଵରଙ୍କ ନାମ ସ୍ମରଣ, ନାମ ସଂକୀର୍ତ୍ତନ ଏବଂ ତାଙ୍କଠାରେ ନିଜକୁ ସମର୍ପଣ କରିବାପାଇଁ ସେ ତାଙ୍କର ଶିଷ୍ୟମାନଙ୍କୁ ପରାମର୍ଶ ଦେଉଥିଲେ ।

କୃଷ୍ଣପ୍ରେମ ଥିଲା ତାଙ୍କ ଧର୍ମବାଣୀର ମୁଖ୍ୟ ଉପଜୀବ୍ୟ । କୃଷ୍ଣ ଓ ରାଧାଙ୍କ ନାମ ଉଚ୍ଚାରଣ କଲେ ଅପୂର୍ବ ଆନନ୍ଦ ମିଳେ ବୋଲି ସେ କହିଥିଲେ । ଶ୍ରୀଚୈତନ୍ୟ ସଂକୀର୍ତ୍ତନ ଉପରେ ଅଧିକ ଗୁରୁତ୍ଵ ଦେଉଥିଲେ । ତାଙ୍କ ମତରେ, ପ୍ରକୃତ ଈଶ୍ଵର ଉପାସନା ପ୍ରେମ, ଭକ୍ତି, ଗୀତ ଓ ନୃତ୍ୟ ଉପରେ ନିର୍ଭର କରୁଥିଲା । ସଂକୀର୍ତ୍ତନହିଁ ଈଶ୍ୱରପ୍ରାପ୍ତି ପାଇଁ ପ୍ରକୃତ ସାଧନା ଥିଲା । ପ୍ରେମଦ୍ୱାରା ସମସ୍ତଙ୍କୁ ଭ୍ରାତୃତ୍ଵରେ ଆବଦ୍ଧ କରିବାପାଇଁ; ଗର୍ବ, ଅହମିକା, କ୍ଷମତା ଓ ଅର୍ଥମୋହ ପରିତ୍ୟାଗ କରିବାପାଇଁ; ଦୁଃଖୀ, ଦରିଦ୍ର ଓ ଦୁର୍ବଳ ପ୍ରତି ଦୟାଭାବ ପ୍ରଦର୍ଶନ କରିବାପାଇଁ ଏବଂ ହରିପାଦରେ ମନୋନିବେଶ କରିବାପାଇଁ ସେ ଉପଦେଶ ଦେଇଥିଲେ । ସେ ଥିଲେ ମାନବ ପ୍ରେମର ଅବତାର ।

ଶ୍ରୀଚୈତନ୍ୟ ପୁରୋହିତ ଓ ବ୍ରାହ୍ମଣମାନଙ୍କ ସାହାଯ୍ୟ ଅପେକ୍ଷା ଧର୍ମକାର୍ଯ୍ୟରେ ‘ଗୁରୁ’ଙ୍କ ନିର୍ଦ୍ଦେଶ ମାନିବାପାଇଁ କହିଥିଲେ । ବାହ୍ୟିକ କ୍ରିୟାକାଣ୍ଡ ଅପେକ୍ଷା ଭତ୍ତି ଉପରେ ବିଶ୍ଵାସ ରଖୁବାକୁ ସେ ଶିକ୍ଷା ଦେଇଥିଲେ । ଶ୍ରୀଚୈତନ୍ୟ ‘ଅଚିନ୍ତ୍ଯ ଭେଦଭାବ’ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ଏହା ଅନୁସାରେ ଈଶ୍ଵର ସୃଷ୍ଟିର ଏକ ଅଂଶ ଏବଂ ଏହାଠାରୁ ଭିନ୍ନ ମଧ୍ୟ । ଅତଏବ ଈଶ୍ଵରଙ୍କ ନାମ ଏବଂ ଅବତାର ମଧ୍ଯରେ କିଛି ପାର୍ଥକ୍ୟ ନାହିଁ । ତେଣୁ ଈଶ୍ଵରଙ୍କ ନାମ ସଂକୀର୍ତ୍ତନ ପାଇଁ ସେ ଉପଦେଶ ଦେଇଥିଲେ । ଏହି ନାମଜପଦ୍ଵାରା ଈଶ୍ଵରପ୍ରାପ୍ତି ଅତ୍ୟନ୍ତ ସହଜ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଶ୍ରୀଚୈତନ୍ୟ ବ୍ରାହ୍ମଣ୍ୟ ପୂଜାପଦ୍ଧତିର ତୀବ୍ର ନିନ୍ଦା କରିଥିଲେ । ଏହା ଶୋଷଣକୁ ପ୍ରଶ୍ରୟ ଦେଉଛି ବୋଲି ସେ ମତବ୍ୟକ୍ତ କରିଥିଲେ । ସେ ଆଡ଼ମ୍ବରପୂର୍ଣ୍ଣ ଜଟିଳ ପୂଜାପଦ୍ଧତିରୁ ଦୂରରେ ରହି ‘ହରେକୃଷ୍ଣ ହରେରାମ’ – ଏହି ସରଳ ମନ୍ତ୍ର ଜପକରି ଇହଧାମରୁ ମୁକ୍ତି ପାଇବାପାଇଁ ମାନବ ସମାଜକୁ ପରାମର୍ଶ ଦେଇଥିଲେ ।

ଶ୍ରୀଚୈତନ୍ୟଙ୍କ ପ୍ରଚାରଦ୍ଵାରା ବୈଷ୍ଣବ ମତବାଦ ପରିପୁଷ୍ଟ ହୋଇଥିଲା । ବୈଷ୍ଣବ ଧର୍ମ ତତ୍‌କାଳୀନ ସମାଜରେ ଏକ ନୂତନ ଜାଗରଣ ସୃଷ୍ଟି କରିଥିଲା । ସମାଜର ସବୁ ଶ୍ରେଣୀର ଲୋକଙ୍କ ମନରେ ତାଙ୍କ ମତର ପ୍ରଭାବ ପଡ଼ିଥିଲା । ବଙ୍ଗ ଓ ଓଡ଼ିଶାରେ ହରିନାମ ସଂକୀର୍ତ୍ତନ ଏକ ସାଧାରଣ ରୀତିରେ ପରିଣତ ହୋଇଥିଲା । ଶ୍ରୀଚୈତନ୍ୟଙ୍କ ବାଣୀ ପ୍ରତ୍ୟେକ ମାନବର ହୃଦୟରେ ଈଶ୍ଵରଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ କରିଥିଲା । ତାଙ୍କ ପ୍ରଚାର ଫଳରେ ଭକ୍ତି-ସାହିତ୍ୟର ବହୁଳ ଉନ୍ନତି ସାଧୁତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବୈଷ୍ଣବ ଭକ୍ତି ଆନ୍ଦୋଳନ ଅଧ୍ଵତର ବ୍ୟାପକ ଆକାର ଧାରଣ କରିଥିଲା । ତାଙ୍କର ଅନୁଗାମୀମାନେ ତାଙ୍କୁ ବିଷ୍ଣୁଙ୍କର ଅବତାରରୂପେ ଗ୍ରହଣ କରି ‘ଗୌରାଙ୍ଗ ମହାପ୍ରଭୁ’ ରୂପେ ପୂଜା କରିଥିଲେ । ସର୍ବୋପରି ଚୈତନ୍ୟଙ୍କ ଭକ୍ତିମାର୍ଗ ସମାଜରେ ଏକ ଧର୍ମୀୟ ପରିବେଶ ସୃଷ୍ଟି କରିଥିଲା ।

CHSE Odisha Class 12 History Chapter 8 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 8 ଦିଲ୍ଲୀରେ ସୁଲତାନୀ ରାଜତ୍ଵ Objective Questions.

CHSE Odisha 12th Class History Chapter 8 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ଦିଲ୍ଲୀର ସୁଲତାନୀ ରାଜ୍ୟ ଥିଲା-
(କ) ଧର୍ମକୈନ୍ଦ୍ରିକ
(ଖ) ଏକଚ୍ଛତ୍ରବାଦୀ
(ଗ) ଗୋଷ୍ଠୀତନ୍ତ୍ର
(ଘ) ଗଣତାନ୍ତ୍ରକ
Answer:
(କ) ଧର୍ମକୈନ୍ଦ୍ରିକ

୨ । ସୁଲତାନମାନେ ଥିଲେ କାହାର ପ୍ରତିନିଧି ଥିଲେ ?
(କ) ମହାପୁରୁଷ ମହମ୍ମଦ
(ଖ) ଇସ୍‌ଲାମ ଧର୍ମ
(ଗ) ଖଲିଫାଙ୍କ
(ଘ) ମୁସଲମାନମାନଙ୍କ
Answer:
(ଗ) ଖଲିଫାଙ୍କ

CHSE Odisha Class 12 History Chapter 8 Objective Questions in Odia Medium

୩ । ସୁଲତାନଙ୍କ କର୍ତ୍ତୃତ୍ୱ ବା କ୍ଷମତା କାହା ଉପରେ ନିର୍ଭର କରୁଥିଲା ?
(କ) ଖଲିଫାଙ୍କ ସମର୍ଥନ
(ଖ) ମୁସଲମାନମାନଙ୍କର ସମର୍ଥନ
(ଗ) ଉଲେମାମାନଙ୍କ ସ୍ଵୀକୃତି
(ଘ) ସାମରିକ ଶକ୍ତି
Answer:
(ଘ) ସାମରିକ ଶକ୍ତି

୪ । କେଉଁ ନୀତି ଅନୁସାରେ ସୁଲତାନମାନେ ରାଜ୍ୟ ଶାସନ କରୁଥିଲେ ?
(କ) ଶାରିଆତ୍
(ଖ) ମୁସଲମାନମାନଙ୍କର ନିଷ୍ପତ୍ତି
(ଗ) ଖଲିଫାଙ୍କ ଆଦେଶ
(ଘ) ଉଲେମାମାନଙ୍କ ନିଷ୍ପତ୍ତି
Answer:
(କ) ଶାରିଆତ୍

୫ । ଇସଲାମ୍ ଧର୍ମର ନୀତି ଅନୁଯାୟୀ କିଏ ଇସଲାମ୍ ଜଗତର ରାଜନୈତିକ ଓ ଧର୍ମୀୟ ମୁଖ୍ୟ ଥିଲେ ?
(କ) ପୋପ୍
(ଖ) ଖଲିଫା
(ଗ) ଓ୍ୱାଜିର
(ଘ) ଦିୱାନ
Answer:
(ଖ) ଖଲିଫ

୬ । ଦିଲ୍ଲୀର ସୁଲତାନ କି ପ୍ରକାର ଶାସନ ପ୍ରତିଷ୍ଠା କରିଥିଲେ ?
(କ) ନିରଙ୍କୁଶ ଏକଚ୍ଛତ୍ର ଶାସନ
(ଖ) ଧର୍ମଭିତ୍ତିକ ଶାସନ
(ଗ) ଉଦାର ଶାସନ
(ଘ) ଗଣତାନ୍ତ୍ରକ ଶାସନ
Answer:
(କ) ନିରଙ୍କୁଶ ଏକଚ୍ଛତ୍ର ଶାସନ

୭। ସୁଲତାନୀ ଶାସନରେ ପ୍ରଧାନମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ?
(କ) ୱାଜିର
(ଖ) ନାଏବ – ଜିର
(ଗ) ଆରିଜ-ଇ-ମମଲିକ
(ଘ)ଦିୱାନ୍-ଇ-ଇନ୍‌ସା
Answer:
(କ) ୱାଜିର୍‌

CHSE Odisha Class 12 History Chapter 8 Objective Questions in Odia Medium

୮ । ରାଜକୀୟ ପତ୍ର ଆଦାନ ପ୍ରଦାନ ଦାୟିତ୍ଵରେ ଥ‌ିବା ମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ?
(କ) ୱାଜିର
(ଖ) ନାଏବ – ୱାଜିର
(ଗ) ବରିଦ୍-ଇ-ମମଲିକ୍
(ଘ)ଦିୱାନ୍-ଇ-ଇନ୍‌ସା
Answer:
(ଗ) ବରିଦ୍-ଇ-ମମଲିକ୍

୯ । ଧର୍ମ ସମ୍ବନ୍ଧୀୟ ଏକ ଦାତବ୍ୟ କାର୍ଯ୍ୟ ପରିଚାଳନା କରୁଥିବା ମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ?
(କ) ଦିୱାନ-ଇ-କ୍ୱାଜା
(ଖ) ସଦ୍‌-ଉସ୍-ସଦର
(ଗ) ଆରିଜ-ଇ-ମମଲିକ
(ଘ) ବରିଦ୍-ଇ-ମମଲିକ
Answer:
(ଖ) ସଦର-ଉସ୍- ସଦର

୧୦ । ସୁଲତାନୀ ଶାସନରେ ସାମରିକ ବିଭାଗର ମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ?
(କ) ଆରିଜ୍-ଇ-ମମଲିକ
(ଖ) ୱାଜିର
(ଗ) ଦିୱାନ-ଇ-କ୍ୱାଜା
(ଘ) ସଦର-ଉସ୍- ସଦର
Answer:
(କ) ଆରିଜ୍-ଇ-ମମଲିକ

୧୧ । ସୁଲତାନୀ ଶାସନରେ କୃଷି ବିଭାଗର ମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ?
(କ) ଦିୱାନ-ଇ-କ୍ୱାଜା
(ଖ) ଅମୀର-ଇ-କୋହି
(ଗ) ଅମୀର-ଇ-ଶୀକାର
(ଘ) ଓକିଲ-ଇ-ଦର୍
Answer:
(ଖ) ଅମୀର-ଇ-କୋହି

୧୨ । ପ୍ରତିରକ୍ଷା ଦାୟିତ୍ଵରେ ଥିବା ମନ୍ତ୍ରୀଙ୍କ ବିଭାଗକୁ କ’ଣ କୁହାଯାଉଥିଲା ?
(କ) ଦିୱାନ-ଇ-ଅରିଜ୍
(ଖ) ଦିୱାନ୍-ଇ-ଇନ୍ସା
(ଗ) ଦିୱାନ୍-ଇ-ରସାୟତ୍
(ଘ) ଦିୱାନ-ଇ-ୱାଜରତ
Answer:
(କ) ଦିୱାନ-ଇ-ଅରିଜ୍

CHSE Odisha Class 12 History Chapter 8 Objective Questions in Odia Medium

୧୩ । ସୁଲତାନୀ ଶାସନରେ ରାଜପରିବାରର ଦାୟିତ୍ଵରେ କିଏ ରହିଥିଲେ ?
(କ) ଦିୱାନ-ଇ-ମମଲିକ୍
(ଖ) ଓକିଲ-ଇ-ଦର୍
(ଗ) ବରିଦ୍-ଇ-ମମଲିକ୍
(ଘ) ଦିୱାନ୍-ଇ-ଇନ୍ସା
Answer:
(ଖ) ଓକିଲ-ଇ-ଦର୍‌

୧୪ । ସୁଲତାନୀ ଶାସନରେ ଜିଲ୍ଲାର ଶାସନ ଦାୟିତ୍ଵ କାହା ଉପରେ ନ୍ୟସ୍ତ ଥୁଲା ?
(କ) ସିଦାର
(ଖ) ଅମୀର
(ଗ) କାନୁନ୍‌ଗୋ
(ଘ) ନାଜିର
Answer:
(କ) ସିଦାର

୧୫ । ଅଣମୁସଲମାନମାନଙ୍କ ଉପରେ ଲାଗୁ କରାଯାଇଥିବା ଧର୍ମ କରକୁ କ’ଣ କୁହାଯାଉଥିଲା ?
(କ) ଜାକତ୍
(ଖ) ଜିଜିୟା
(ଗ) ଉଶର୍
(ଘ) ଖାରଜ୍
Answer:
(ଖ) ଜିଜିୟା

୧୬ । ଧନୀ ମୁସଲମାନମାନଙ୍କଠାରୁ ଆଦାୟ କରାଯାଉଥିବା କରକୁ କ’ଣ କୁହାଯାଉଥିଲା ?
(କ) ଉଶର
(ଖ) ଖାରଜ
(ଗ) ଖାମ
(ଘ) ଜାକତ୍
Answer:
(କ) ଉଶର

୧୭ । ଅଣମୁସଲମାନମାନଙ୍କଠାରୁ ଆଦାୟ ହେଉଥ‌ିବା ଭୂମି କରକୁ କ’ଣ କୁହାଯାଉଥିଲା ?
(କ) ଖାମ
(ଖ) ଖାରଜ
(ଗ) ଜାକତ୍
(ଘ) ଜିଜିୟା
Answer:
(ଖ) ଖାରଜ

୧୮ । ସୁଲତାନୀ ଶାସନରେ ପ୍ରାଦେଶିକ ଶାସନକର୍ତ୍ତାଙ୍କୁ କ’ଣ କୁହାଯାଉଥିଲା ?
(କ) ଜିର
(ଖ) ଅମୀର
(ଗ) ୱାଲି
(ଘ) କାନୁନ୍‌ଗୋ
Answer:
(ଗ) ୱାଲି

୧୯ । କିଏ ‘ବନ୍ଦେଗାନ୍-ଇ-ଚିହିଲଗାନ୍’ (୪୦ ଜଣ ସଦସ୍ୟ ପରିଷଦ) ଗଠନ କରିଥିଲେ ?
(କ) ବଲ୍‌ବନ୍
(ଖ) ଆଲ୍ଲାଉଦ୍ଦିନ ଖୁଲ୍‌
(ଗ) ଇଲ୍‌ଡ୍‌ମିସ୍‌
(ଘ) କୁତବୁଦ୍ଦିନ ଆଇବାକ୍
Answer:
(ଗ) ଇଲ୍‌ଡ୍‌ମିସ୍‌

CHSE Odisha Class 12 History Chapter 8 Objective Questions in Odia Medium

୨୦ । କିଏ ‘ସ୍ୱର୍ଗୀୟ ରାଜତାନ୍ତ୍ରିକ ତତ୍ତ୍ୱ’ରେ ବିଶ୍ଵାସ କରୁଥିଲେ ?
(କ) ଇମିସ୍
(ଖ) ଆଲ୍ଲାଉଦ୍ଦିନ୍ ଖୁଲ୍‌
(ଗ) ବଲବନ୍‌
(ଘ) କୁତବୁଦ୍ଦିନ ଆଇବାକ୍
Answer:
(ଗ) ବଲବନ୍

୨୧ । କିଏ ‘ସିଦା’ ଏବଂ ‘ପାଇବସ୍’ ନୀତି ପ୍ରଚଳନ କରିଥିଲେ ?
(କ) ଗିୟାସୁଦ୍ଦିନ ବଲ୍‌ବନ୍
(ଖ) ଆଲ୍ଲାଉଦ୍ଦିନ୍ ଖୁଲ୍‌
(ଗ) ଇଲ୍ତୁତ୍ମିସ୍
(ଘ) କୁତବୁଦ୍ଦିନ୍ ଆଇବାକ୍
Answer:
(କ) ଗିୟାସୁଦ୍ଦିନ୍ ବଲ୍‌ବନ୍

୨୨ । ‘ଜିର୍’ କାହାକୁ କୁହାଯାଉଥିଲା ?
(କ) ପ୍ରଧାନମନ୍ତ୍ରୀ
(ଖ) ମୁଖ୍ୟମନ୍ତ୍ରୀ
(ଗ) ସେନାପତି
(ଘ) ଦୁତ
Answer:
(କ)ପ୍ରଧାନମନ୍ତ୍ରୀ

୨୩ । ‘ଦିୱାନ୍-ଇ-ଇନ୍‌ସା’ କିଏ ଥିଲେ ?
(କ) ଚିଠିପତ୍ର ଦାୟିତ୍ଵରେ ଥିବା ମନ୍ତ୍ରୀ
(ଖ) କୋଷାକ୍ଷ
(ଗ) ବୈଦେଶିକ ମନ୍ତ୍ରୀ
(ଘ) ପ୍ରଧାନମନ୍ତ୍ର
Answer:
(କ) ଚିଠିପତ୍ର ଦାୟିତ୍ଵରେ ଥ‌ିବା ମନ୍ତ୍ରୀ

୨୪ । ଖବର ସରବରାହ ସଂସ୍ଥାର ମୁଖ୍ୟଙ୍କୁ କ’ଣ କୁହାଯାଉଥିଲା ?
(କ) ଦିୱାନ୍-ଇ-ରିୟାସତ୍
(ଖ) ଦିୱାନ୍-ଇ-ଇନ୍ସା
(ଗ) ବରିଦ୍-ଇ-ମମଲିକ୍
(ଘ) କାଜି -ଉଲ୍- କାଜତ୍
Answer:
(ଗ) ବରିଦ୍-ଇ-ମମଲିକ୍

CHSE Odisha Class 12 History Chapter 8 Objective Questions in Odia Medium

୨୫ । ଅମୀର-ଇ-କୋହି କେଉଁ ମନ୍ତ୍ରୀଙ୍କୁ କୁହାଯାଉଥିଲା ?
(କ) କୃଷି ବିଭାଗ ମନ୍ତ୍ରୀ
(ଖ) ନିର୍ମାଣ ବିଭାଗ ମନ୍ତ୍ରୀ
(ଗ) ଶିକାର ବିଭାଗ ମନ୍ତ୍ରୀ
(ଘ) ବୈଦେଶିକ ମନ୍ତ୍ରୀ
Answer:
(କ)କୃଷି ବିଭାଗ ମନ୍ତ୍ରୀ

୨୬ । ମୁସଲମାନ ସମାଜର ଆଭିଜାତ୍ୟ ଶ୍ରେଣୀର ଲୋକମାନଙ୍କୁ କ’ଣ କୁହାଯାଉଥିଲା ?
(କ) ଉମାର୍
(ଖ) ଖଲକ୍
(ଗ) ଆୱାମ୍
(ଘ) ଉଲେମା
Answer:
(କ) ଉମାର୍

୨୭ । ଦିଲ୍ଲୀର କେଉଁ ସୁଲତାନ୍ ବଜାର ନିୟନ୍ତ୍ରଣ ବ୍ୟବସ୍ଥା ପ୍ରଚଳନ କରିଥିଲେ ?
(କ) ଆଲ୍ଲାଉଦ୍ଦିନ୍ ଖୁଲ୍‌ଜୀ
(ଖ) ଫିରୋଜଶାହା ତୋଗଲକ
(ଗ) ମହମ୍ମଦ ବିନ୍ ତୋଗଲକ
(ଘ) ଇବ୍ରାହିମ୍ ଲୋଦୀ
Answer:
(କ) ଆଲ୍ଲାଉଦ୍ଦିନ୍ ଖୁଲ୍‌ଜୀ

୨୮ । ଉଲେମା କାହାକୁ କୁହାଯାଉଥିଲା ?
(କ) ମୁସଲମାନ ଧର୍ମତତ୍ତ୍ଵବିଦ୍
(ଖ) ରାଜସ୍ୱ ବିଭାଗ ମନ୍ତ୍ରୀ
(ଗ) ସାମରିକ ବିଭାଗ ମନ୍ତ୍ରୀ
(ଘ) ପ୍ରଧାନମନ୍ତ୍ରୀ
Answer:
(କ) ମୁସଲମାନ ଧର୍ମତତ୍ତ୍ଵବିଦ୍

୨୯ । ଇସ୍‌ଲାମୀୟ ଜଗତରେ କିଏ ମୁଖ୍ୟ ବୋଲି ବିଚାର କରାଯାଉଥୁଲା ?
(କ) ଖଲିଫା
(ଖ) ଉଲେମା
(ଗ) ସୁଲତାନ୍
(ଘ) ଅମୀର୍
Answer:
(କ)ଖଲିଫା

CHSE Odisha Class 12 History Chapter 8 Objective Questions in Odia Medium

୩୦ । ଶାରିଆଡ୍ କହିଲେ କ’ଣ ବୁଝ ?
(କ) ମୁଖ୍ୟ ବିଚାର ବିଭାଗୀୟ କର୍ମଚାରୀ
(ଖ) ଏକପ୍ରକାର କର
(ଗ) ଇସ୍‌ଲାମୀୟ ଆଇନ
(ଘ) ଦଣ୍ଡ ବ୍ୟବସ୍ଥା
Answer:
(ଗ) ଇସ୍‌ଲାମୀୟ ଆଇନ

୩୧ । ସୁଲତାନୀ ଶାସନ ସମୟରେ ଗ୍ରାମରେ କିଏ ଆୟବ୍ୟୟର ହିସାବ ରଖୁଥିଲେ ?
(କ) ପଟୱାରୀ
(ଖ) ଅମୀର୍
(ଗ) ଚୌଧୁରୀ
(ଘ) କିରାଣୀ
Answer:
(କ) ପଟୱାରୀ

୩୨ । ‘ଜାକତ୍’ କହିଲେ କ’ଣ ବୁଝାଯାଏ ?
(କ) ସୁଲତାନୀ ରାଜତ୍ଵର ରାଜସ୍ଵ କର୍ମଚାରୀ
(ଖ) ସୁଲତାନୀ ରାଜତ୍ଵ ସମୟରେ ଏକ ଧର୍ମୀୟ କର
(ଗ) ସୁଲତାନୀ ରାଜତ୍ଵ ସମୟରେ କେତେକ ଗ୍ରାମ
(ଘ) ସୁଲତାନୀ ରାଜତ୍ଵ ସମୟରେ ଦଣ୍ଡ ବ୍ୟବସ୍ଥା
Answer:
(ଖ) ସୁଲତାନୀ ରାଜତ୍ଵ ସମୟରେ ଏକ ଧର୍ମୀୟ କର

୩୩ । ସୁଲତାନ୍ ସାମ୍ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ବ୍ୟାପାରରେ ନିମ୍ନୋକ୍ତ କେଉଁ ରାଜସଭା ସହିତ ପରାମର୍ଶ କରୁଥିଲେ ?
(କ) ମଜୁଲିସ୍‌ -ଇ-ଖଲ୍ୱାତ୍
(ଖ) କାଜିରଲ୍ ଜାକତ୍
(ଗ) ବିରିଦ୍-ଇ-ମମଲିକ୍
(ଘ) ଓକିଲ-ଇ-ଦର
Answer:
(କ) ମଜୁଲିସ୍‌ -ଇ-ଖଲ୍ୱାତ୍

୩୪ । ଜିତଲ୍ କହିଲେ କ’ଣ ବୁଝ ?
(କ) ସୁଲତାନୀ ଯୁଗର ଏକ ତାମ୍ରମୁଦ୍ରା
(ଖ) ସୁଲତାନୀ ଯୁଗର ଏକପ୍ରକାର କର
(ଗ) ସୁଲତାନୀ ଯୁଗର ବ୍ୟବସାୟସ୍ଥଳୀ
(ଘ) ସୁଲତାନୀ ଯୁଗର ମନ୍ତ୍ରୀମଣ୍ଡଳ
Answer:
(କ) ସୁଲତାନୀ ଯୁଗର ଏକ ତାମ୍ରମୁଦ୍ରା

CHSE Odisha Class 12 History Chapter 8 Objective Questions in Odia Medium

୩୫ । ଦିଲ୍ଲୀର ସୁଲତାନଙ୍କ ମଧ୍ୟରୁ କିଏ ସୈନ୍ୟବାହିନୀର ସାଂଗଠନିକ ଓ କାର୍ଯ୍ୟଦକ୍ଷତା ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ ?
(କ) ଆଲ୍ଲାଉଦ୍ଦିନ୍ ଖୁଲ୍‌ଜୀ
(ଖ) ମହମ୍ମଦ ବିନ୍ ତୋଗଲୋକ
(ଗ) ଇଲ୍‌ତୁଡ୍‌ମିସ୍‌
(ଘ) ଫିରୋଜଶାହା ତୋଗଲୋକ
Answer:
(କ)ଆଲ୍ଲାଉଦ୍ଦିନ୍ ଖୁଲ୍‌ଜୀ

୩୬ । ସୁଲତାନୀ ରାଜତ୍ଵରେ ନିମ୍ନୋକ୍ତ କେଉଁ କର୍ମଚାରୀ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟ ସମ୍ପାଦନ କରୁଥିଲେ ?
(କ) ଆରିଜ୍ -ଇ-ମମଲିକ୍
(ଖ) ଅମୀର-ଇ-କୋହି
(ଗ) ଅମୀର-ଇ-ଦାଦ୍
(ଘ) ଦିୱାନ୍-ଇ-କ୍ୱାଜା
Answer:
(ଗ) ଅମୀର-ଇ-ଦାଦ୍

୩୭ । ନିମ୍ନୋକ୍ତ କେଉଁ ସୁଲତାନ୍ ସାମ୍ରାଜ୍ୟରୁ ଅଙ୍ଗଚ୍ଛେଦନ ବ୍ୟବସ୍ଥା ଉଠାଇ ଦେଇଥିଲେ ?
(କ) ଇମିସ୍
(ଖ) ଆଲ୍ଲାଉଦ୍ଦିନ୍ ଖୁଲ୍‌
(ଗ) ବଲ୍‌ବନ୍
(ଘ) ଫିରୋଜଶାହା ତୋଗଲୋକ
Answer:
(ଘ) ଫିରୋଜଶାହା ତୋଗଲୋକ

୩୮ । ନିମ୍ନୋକ୍ତ କେଉଁ ସୁଲତାନ ପ୍ରଥମେ ଭାରତୀୟ ମୁସଲମାନମାନଙ୍କୁ ଶାସନର ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେଉଥିଲେ ?
(କ) ଇଲ୍‌ତୁଡ୍‌ମିସ୍‌
(ଖ) ବଲ୍‌ବନ୍
(ଗ) ଆଲ୍ଲାଉଦ୍ଦିନ୍ ଖୁଲ୍‌
(ଘ)ଗିୟାସୁଦ୍ଦିନ୍ ଭୋଗଲୋକ
Answer:
(ଗ) ଆଲ୍ଲାଉଦ୍ଦିନ୍ ଖୁଲ୍‌

୩୯ । ନିମ୍ନୋକ୍ତ କେଉଁ ସୁଲତାନଙ୍କ ସମୟରେ ବିଦେଶୀ ମୁସଲମାନମାନେ ଶାସନକ୍ଷେତ୍ରରେ ଅଧିକ ନିଯୁକ୍ତି ପାଇଥିଲେ ?
(କ) ମହମ୍ମଦ ତୋଗଲୋକ
(ଖ) ଗିୟାସୁଦ୍ଦିନ୍ ଭୋଗଲୋକ
(ଗ) ଫିରୋଜଶାହା ତୋଗଲୋକ
(ଘ) ଆଲ୍ଲାଉଦ୍ଦିନ୍ ଖୁଲ୍‌
Answer:
(କ) ମହମ୍ମଦ ତୋଗଲୋକ

CHSE Odisha Class 12 History Chapter 8 Objective Questions in Odia Medium

୪୦ । ସୁଲତାନୀ ରାଜତ୍ଵ କାଳରେ ହିନ୍ଦୁ ସମାଜ ନିମ୍ନୋକ୍ତ କେଉଁ ପ୍ରଥା ଉପରେ ପ୍ରତିଷ୍ଠିତ ଥୁଲା ?
(କ) ବାଲ୍ୟବିବାହ ପ୍ରଥା
(ଖ) ନରବଳୀ ପ୍ରଥା
(ଗ) ଜାତିପ୍ରଥା
(ଘ) ବିଧବା ବିବାହ ପ୍ରଥା
Answer:
(ଗ) ଜାତିପ୍ରଥା

B. ଶୂନ୍ୟସ୍ଥାନ ପୂରଣ କର ।

୧। ସୁଲତାନୀ ଯୁଗରେ ସହରର ଲୋକମାନଙ୍କର ନୈତିକ ଚରିତ୍ର ଓ ବଜାର ନିୟନ୍ତ୍ରଣ କରୁଥିବା କର୍ମଚାରୀଙ୍କୁ _________ କୁହାଯାଉଥିଲା ।
Answer:
ମୋହତାସିବ୍

୨ । ମୁସଲମାନ ଓ ଅଣମୁସଲମାନଙ୍କ ମଧ୍ୟରେ ଯେଉଁ ଧର୍ମଯୁଦ୍ଧ ହୋଇଥିଲା ତାକୁ __________ କୁହାଯାଉଥ୍ଲା ।
Answer:
ଜିହାଦ୍

୩ । _________ ଥିଲେ ଆଫ୍ରିକାରୁ ଆସିଥିବା ପର୍ଯ୍ୟଟକ ଯିଏ ୧୩୩୪ରୁ ୧୩୪୨ ଖ୍ରୀ.ଅ. ପର୍ଯ୍ୟନ୍ତ ଭାରତ ପରିଭ୍ରମଣ କରିଥିଲେ ।
Answer:
ଇବନ ବହୁତା

୪ । __________ ଥିଲେ ପର୍ତ୍ତୁଗୀଜ୍ ପରିବ୍ରାଜକ ଯିଏ ୧୫୦୦ରୁ ୧୫୧୨ ମସିହା ପର୍ଯ୍ୟନ୍ତ ଭାରତ ପରିଭ୍ରମଣ କରିଥିଲେ ।
Answer:
ଦୁଆରତେ ବରଦୋସା

CHSE Odisha Class 12 History Chapter 8 Objective Questions in Odia Medium

୫ । ତ୍ରୟୋଦଶ ଶତାବ୍ଦୀର ଶେଷ ଦଶନ୍ଧିରେ ଦକ୍ଷିଣ ଭାରତ ପରିଭ୍ରମଣ କରିଥିବା ଇଉରୋପୀୟ ପର୍ଯ୍ୟଟକ ଥିଲେ ________।
Answer:
ମାର୍କୋପୋଲୋ

୬ । ସୁଲତାନୀ ଯୁଗର ମୁସଲମାନ ପ୍ରଜାମାନେ ନିଜ ଜମି ପାଇଁ __________ ନାମକ ଭୂରାଜସ୍ଵ ସରକାରଙ୍କୁ ଦେଉଥିଲେ ।
Answer:
ଉସର

୭। ଜିଆଉଦ୍ଦିନ୍ ବାରାନୀ ଜଣେ ____________ ।
Answer:
ଐତିହାସିକ

୮ | ___________ ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ସ୍ଥାନାଧି ର କରିଥିଲେ ।
Answer:
ମହମ୍ମଦ ବିନ୍ ତୋଗଲକ

୯ । ସୁଲତାନ୍ __________ ବିଖ୍ୟାତ କୁତବ୍‌ମିନାର କାମ ଆରମ୍ଭ କରିଥିଲେ ।
Answer:
କୁତବୁଦ୍ଦିନ୍ ଆଇବାକ୍

୧୦ । ସୁଲତାନ୍ __________ ବିଖ୍ୟାତ କୁତବ୍‌ମିନାର୍‌ର ନିର୍ମାଣ ସମ୍ପୂର୍ଣ୍ଣ କରିଥିଲେ ।
Answer:
ଇଡ୍‌ମିସ୍

୧୧। __________ ପ୍ରତିମା ପୂଜା ପ୍ରତି ଏପରି ଅସହିଷ୍ଣୁ ହୋଇଥିଲେ ଯେ ହିନ୍ଦୁ ମନ୍ଦିର ଭାଙ୍ଗିଦେବା ପାଇଁ ଆଦେଶ ଦେଇଥିଲେ ।
Answer:
ସିକନ୍ଦର ଲୋଦୀ

CHSE Odisha Class 12 History Chapter 8 Objective Questions in Odia Medium

୧୨ । __________ ଙ୍କ ସମୟରେ ବ୍ରାହ୍ମଣମାନଙ୍କ ଉପରେ ଜିଜିୟା କର ଲାଗୁ ହୋଇଥିଲା ।
Answer:
ଫିରୋଜଶାହା ତୋଗଲକ

୧୩ । ଖଲିଫାଙ୍କ ନାମରେ ____________ ପାଠ କରାଯାଉଥିଲା ।
Answer:
ଖୁଡ଼ିବା

୧୪ । ୱାଜିର୍‌ଙ୍କ କାର୍ଯ୍ୟାଳୟକୁ ____________ କୁହାଯାଉଥ୍ଲା ।
Answer:
ଦିୱାନ୍-ଇ-ୱାଜରତ୍

୧୫ । ସୁଲତାନୀ ରାଜତ୍ଵ କାଳରେ __________ ମାନେ ନାଏବ୍, ୱାଲି ବା ମୁକ୍ତି ନାମରେ ପରିଚିତ ହେଉଥିଲେ ।
Answer:
ଗଭର୍ଣ୍ଣର

୧୬ । ବହିର୍ଦେଶ ସହିତ କୂଟନୀତିକ ସମ୍ପର୍କ ସ୍ଥାପନ କରିବା __________ ଙ୍କ କାର୍ଯ୍ୟ ଥିଲା ।
Answer:
ଦିୱାନ୍-ଇ- ରସାଲତ୍

୧୭ । ଦଶଜଣ ଅଶ୍ୱାରୋହୀ ସୈନିକଙ୍କ ମୁଖ୍ୟ ________ ଥିଲେ ।
Answer:
ସର-ଇ-ଖିଲ୍

୧୮ । ବିଚାର ବିଭାଗକୁ ________ ନାମରେ ଅଭିହିତ କରାଯାଇଥିଲା ।
Answer:
ଦିୱାନ୍-ଇ-କ୍ସାଜା

CHSE Odisha Class 12 History Chapter 8 Objective Questions in Odia Medium

୧୯ । ମୁସଲିମ୍ ଆଇନ ଅନୁଯାୟୀ __________ କର ଦେଉ ନଥ‌ିବା ବ୍ୟକ୍ତିଙ୍କର ମୁସଲମାନ ସାମ୍ରାଜ୍ୟ ମଧ୍ୟରେ ବାସ କରିବାର ଅଧ୍ୟାର ନଥାଏ ।
Answer:
ଜିଜିୟା

୨୦ । ମୁସ୍‌ଲିମ୍ ନୀତି ଅନୁଯାୟୀ ମୁସଲମାନମାନଙ୍କର କେବଳ ମାତ୍ର ଜଣେ ଶାସକ ଥାଆନ୍ତି ଏବଂ ସେ ହେଉଛନ୍ତି __________ ।
Answer:
ଖଲିଫା

୨୧। _________ ‘ନିଷ୍ଠାପର ବ୍ୟକ୍ତିମାନଙ୍କର ନେତା’ ରୂପେ ଜଣାଶୁଣା ଥିଲେ ।
Answer:
ଖଲିଫା

୨୨ । ସୁଲତାନ୍‌ଙ୍କ ରାଜ୍ୟ _________ ର ନିର୍ଦେଶ ଅନୁଯାୟୀ ପରିଚାଳିତ ହେଉଥିଲା ।
Answer:
ଶାରୀଆତ୍

୨୩ । ସୁଲତାନଙ୍କ ସାମ୍ରାଜ୍ୟ __________ ଶକ୍ତି ଉପରେ ପ୍ରତିଷ୍ଠିତ ଥିଲା ।
Answer:
ସାମରିକ

୨୪ । ସୁଲତାନ୍ ରାଜଧାନୀରେ ଅନୁପସ୍ଥିତ ଥ‌ିବା ସମୟରେ ____________ ଶାସନକାର୍ଯ୍ୟ ପରିଚାଳନା କରୁଥିଲେ ।
Answer:
ନାଏବ୍

୨୫ । ଆରିଜ୍-ଇ-ମମଲିକ୍ __________ ବିଭାଗର ମନ୍ତ୍ରୀ ଥିଲେ ।
Answer:
ସାମରିକ

୨୬ । ପଦାତିକ ସୈନ୍ୟଙ୍କୁ ________ କୁହାଯାଉଥ୍ଲା ।
Answer:
ପାୟକ

CHSE Odisha Class 12 History Chapter 8 Objective Questions in Odia Medium

୨୭ । ___________ ପ୍ରାଦେଶିକ ସ୍ତରରେ ମକଦ୍ଦମା ବିଚାର କରୁଥିଲେ ।
Answer:
କାଜୀ

୨୮। __________ ଙ୍କ ରାଜତ୍ଵ କାଳରେ ବ୍ଲାଜା ଜାହାନ ନାମକ ଜଣେ ହିନ୍ଦୁ ବ୍ରାହ୍ମଣ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ ।
Answer:
ଫିରୋଜଶାହା ତୋଗଲକ

୨୯ । ଦୌଲତାବାଦର ଅନ୍ୟ ନାମ __________ ।
Answer:
ଦେବଗିରି

୩୦ । ସୁଲତାନୀ ଯୁଗରେ ସହରରେ ________ ଶାନ୍ତିଶୃଙ୍ଖଳା ସ୍ଥାପନ କରୁଥିଲେ ।
Answer:
କଟୱାଲ

୩୧ । ଆଲ୍ଲାଉଦ୍ଦିନ୍ ଖ୍ଜୀ ________ ଙ୍କୁ ନାଏବ ସୁଲତାନ୍ ପଦରେ ଅଭିଷିକ୍ତ କରିଥିଲେ ।
Answer:
ମାଲିକ୍ କାଫୁର

୩୨ । ଦିଲ୍ଲୀ ସୁଲତାନ୍ ନିଜକୁ ________ ରୂପେ ଘୋଷଣା କରିଥିଲେ ।
Answer:
ବିଲ୍-ଇଲ୍ଲାହା

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ସୁଲତାନୀ ଯୁଗରେ ସହରରେ କିଏ ଶାନ୍ତିଶୃଙ୍ଖଳା ଦାୟିତ୍ଵରେ ଥିଲେ ?
Answer:
ସୁଲତାନୀଯୁଗରେ ସହରରେ କଟୱାଲ୍ ଶାନ୍ତିଶୃଙ୍ଖଳା ଦାୟିତ୍ଵରେ ଥିଲେ ।

CHSE Odisha Class 12 History Chapter 8 Objective Questions in Odia Medium

୨ । ପୋଲିସ୍ ବିଭାଗର ମୁଖ୍ୟ କ’ଣ କୁହାଯାଇଥିଲା ?
Answer:
ପୋଲିସ୍ ବିଭାଗର ମୁଖ୍ୟଙ୍କୁ କଲ କୁହାଯାଉଥିଲା ।

୩ । ସ୍କୁଲତାନୀ ରାଜତ୍ଵରେ କେଉଁ ଦୁଇଜଣ ସ୍କୁଲତାନ ଖଲିଫାଙ୍କୁ ସମ୍ମାନ ଦେଉ ନଥିଲେ ଏବଂ ନୈଷ୍ଠିକ ମୁସଲମାନମାନଙ୍କ ଶୋଷଣରୁ ପ୍ରଜାମାନଙ୍କୁ ମୁକ୍ତ କରିଥିଲେ ?
Answer:
ସୁଲତାନ ଆଲ୍ଲାଉଦ୍ଦିନ୍ ଖୁଲ୍‌ ଏବଂ ସୁଲତାନ୍ ମୁବାରକ ଶାହା ଖଲିଫାଙ୍କୁ ସମ୍ମାନ ଦେଉ ନଥିଲେ ଏବଂ ନୈଷ୍ଠିକ ମୁସଲମାନମାନଙ୍କ ଶୋଷଣରୁ ପ୍ରଜାମାନଙ୍କୁ ମୁକ୍ତ କରିଥିଲେ ।

୪ । ସୁଲତାନ୍‌ଙ୍କ ସାମ୍ରାଜ୍ୟ କାହାର ନିର୍ଦ୍ଦେଶ ଅନୁଯାୟୀ ପରିଚାଳିତ ହେଉଥୁଲା ?
Answer:
ସୁଲତାନ୍‌ଙ୍କ ସାମ୍ରାଜ୍ୟ ଶାରାର ନିର୍ଦ୍ଦେଶ ଅନୁଯାୟୀ ପରିଚାଳିତ ହେଉଥିଲା ।

୫। ସୁଲତାନୀ ଶାସନ ସମୟରେ କାହାକୁ ଜିମି କୁହାଯାଉଥିଲା ?
Answer:
ସୁଲତାନୀ ଶାସନରେ ଅଣମୁସଲମାନମାନଙ୍କୁ ଜିମି କୁହାଯାଉଥିଲା ।

୬ । ଜେହାଦର ଅର୍ଥ କଣ ?
Answer:
ଯୁଦ୍ଧରେ ପ୍ରାଣବଳି ଦେଇ ସହିଦ୍ ହେବାକୁ ଉଲେମାମାନେ ମୁସଲିମ୍ ଯୁବକମାନଙ୍କୁ ଉତ୍ସାହିତ କରୁଥିଲେ, ଯାହାକୁ ଜେହାଦ୍ କୁହାଯାଉଥିଲା ।

୭ । ଦିଲ୍ଲୀ ସୁଲତାନ୍‌ମାନେ କେଉଁ ଶାସନ ଶୈଳୀ ଗ୍ରହଣ କରିଥିଲେ ?
Answer:
ଦିଲ୍ଲୀ ସୁଲତାନ୍‌ମାନେ ଆରବ ଓ ପାରସିକ ଶାସନ ଶୈଳୀ ଗ୍ରହଣ କରିଥିଲେ ।

୮। ଦିୱାନ୍-ଇ-ମୁସ୍ତଖରାଜ ବିଭାଗର କାମ କ’ଣ ଥିଲା ?
Answer:
ଦିୱାନ୍-ଇ-ମୁସ୍ତଖରାଜ ବିଭାଗ କୃଷକ ବା ରାଜସ୍ୱ ଆଦାୟକାରୀମାନଙ୍କଠାରୁ ବଳକା ଅର୍ଥ ଆଦାୟ କରୁଥିଲେ ।

CHSE Odisha Class 12 History Chapter 8 Objective Questions in Odia Medium

୯ । ମହମ୍ମଦ ବିନ୍ ଭୋଗଲୋକଙ୍କ ସମୟରେ ପ୍ରଦେଶର ସଂଖ୍ୟା କେତୋଟି ଥିଲା ?
Answer:
ମହମ୍ମଦ ବିନ୍ ତୋଗଲୋକଙ୍କ ସମୟରେ ପ୍ରଦେଶର ସଂଖ୍ୟା ୨୩ ଥିଲା ।

୧୦ । ସୁଲତାନୀ ଶାସନରେ ଗଭର୍ଣ୍ଣରମାନେ କେଉଁ ନାମରେ ପରିଚିତ ହୋଇଥିଲେ ?
Answer:
ସୁଲତାନୀ ଶାସନରେ ଗଭର୍ଣ୍ଣରମାନେ ନାଏବ୍, ୱାଲି ବା ମୁକ୍ତି ନାମରେ ପରିଚିତ ହୋଇଥିଲେ ।

୧୧ । ସ୍କୁଲତାନୀ ସୈନ୍ୟମାନେ ବ୍ୟବହାର କରୁଥିବା ଦୁଇଟି କମାଣର ନାମ ଲେଖ ।
Answer:
ସୁଲତାନୀ ସୈନ୍ୟମାନେ ବ୍ୟବହାର କରୁଥିବା ଦୁଇଟି କମାଣର ନାମ ହେଲା – ମଙ୍ଗୋନେଲ ଏବଂ ମଙ୍ଗନ ।

୧୨ । କେଉଁ ସୁଲତାନ, ସାମ୍ରାଜ୍ୟରୁ ଅଙ୍ଗଚ୍ଛେଦନ ବ୍ୟବସ୍ଥା ଉଠାଇ ଦେଇଥିଲେ ?
Answer:
ସୁଲତାନ ଫିରୋଜଶାହ ତୋଗଲୋକ ସାମ୍ରାଜ୍ୟରୁ ଅଙ୍ଗଚ୍ଛେଦନ ବ୍ୟବସ୍ଥା ଉଠାଇ ଦେଇଥିଲେ ।

୧୩ । ଦାସବଂଶର ପ୍ରତିଷ୍ଠାତା କିଏ ?
Answer:
ଦାସବଂଶର ପ୍ରତିଷ୍ଠାତା ଥିଲେ କୁତବୁଦ୍ଦିନ୍ ଆଇବାକ୍ ।

୧୪ । ଖୁଜୀ ବଂଶର ପ୍ରତିଷ୍ଠାତା କିଏ ?
Answer:
ଜଲାଲଉଦ୍ଦିନ୍ ଖୁଲ୍‌ ଖୁଲ୍‌ ବଂଶର ପ୍ରତିଷ୍ଠାତା ଥିଲେ ।

୧୫ । ୱାଜିରଙ୍କ କାର୍ଯ୍ୟାଳୟର ନାମ କ’ଣ ଥିଲା ?
Answer:
ୱାଜିରଙ୍କ କାର୍ଯ୍ୟାଳୟର ନାମ ‘ଦିୱାନ-ଇ-ୱାଜିରାତ’ ଥିଲା ।

୧୬ । ସୁଲତାନୀ ଶାସନରେ ସାମରିକ ବିଭାଗ ମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ?
Answer:
ସୁଲତାନୀ ଶାସନରେ ସାମରିକ ବିଭାଗ ମନ୍ତ୍ରୀଙ୍କୁ ‘ଅରିଜ୍-ଇ-ମମ୍ଲିକ୍’ କୁହାଯାଉଥିଲା ।

CHSE Odisha Class 12 History Chapter 8 Objective Questions in Odia Medium

୧୭ । ସୁଲତାନୀ ଶାସନରେ ଧର୍ମ ସମ୍ବନ୍ଧୀୟ ବ୍ୟାପାରରେ ମୁଖ୍ୟ କିଏ ଥିଲେ ?
Answer:
ସୁଲତାନୀ ଶାସନରେ ଧର୍ମ ସମ୍ବନ୍ଧୀୟ ବ୍ୟାପାରର ମୁଖ୍ୟଙ୍କୁ ‘ସଦର-ଉସ୍-ସଦର’ କୁହାଯାଉଥିଲା ।

୧୮ । ‘ଦିନ-ଇ-ଜ୍ଵାଜା’ କେଉଁ ବିଭାଗୀୟ ମନ୍ତ୍ରୀ ଥିଲେ ?
Answer:
‘ଦିୱାନ-ଇ-କ୍ୱାଜା’ ବିଚାର ବିଭାଗର ମୁଖ୍ୟ ଥିଲେ ।

୧୯ । ଗୁପ୍ତଚର ଓ ଡାକ ବିଭାଗର ମୁଖ୍ୟଙ୍କୁ କ’ଣ କୁହାଯାଉଥିଲା ?
Answer:
ଗୁପ୍ତଚର ଓ ଡାକ ବିଭାଗର ମୁଖ୍ୟଙ୍କୁ ‘ବରିଦ୍‌-ଇ-ମମ୍ଲିକ୍’ କୁହାଯାଉଥିଲା ।

୨୦ । ଇକ୍‌ତା କ’ଣ ?
Answer:
ସୁଲତାନୀ ସାମ୍ରାଜ୍ୟକୁ କେତୋଟି ‘ଇକ୍‌’ ବା ପ୍ରଦେଶରେ ବିଭକ୍ତ କରିଥିଲେ ।

୨୧ । ‘ସିକ୍’ର ଶାସନମୁଖ୍ୟଙ୍କୁ କ’ଣ କୁହାଯାଉଥିଲା ।
Answer:
‘ସିକ୍’ର ଶାସନମୁଖ୍ୟଙ୍କୁ ସିଦାର କୁହାଯାଉଥିଲା ।

D. ଭ୍ରମ ସଂଶୋଧନ କର ।

୧ । ସୁଲତାନ୍ ଆଲ୍ଲାଉଦ୍ଦିନ୍ ଖୁଲ୍‌ଜୀ ଏବଂ ମହମ୍ମଦ ବିନ୍ ତୋଗଲୋକ ଖଲିଫାଙ୍କୁ ପ୍ରାଧାନ୍ୟ ଦେଇଥିଲେ ।
Answer:
ସୁଲତାନ୍ ଆଲ୍ଲାଉଦ୍ଦିନ୍ ଖୁଲ୍‌ଜୀ ଏବଂ ମହମ୍ମଦ ବିନ୍ ତୋଗଲୋକ ଖଲିଫାଙ୍କୁ ପ୍ରାଧାନ୍ୟ ଦେଇ ନଥିଲେ ।

CHSE Odisha Class 12 History Chapter 8 Objective Questions in Odia Medium

୨ । ସୁଲତାନ୍‌ଙ୍କ ଦେହରକ୍ଷୀମାନଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ଵରେ ଓକିଲ୍ସ-ଇ-ଦର୍‌ଙ୍କୁ ନିଯୁକ୍ତି ଦିଆଯାଇଥିଲା ।
Answer:
ସୁଲତାନ୍‌ଙ୍କ ଦେହରକ୍ଷୀମାନଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ଵରେ ସର୍-ଇ-ଜନ୍ଦରଙ୍କୁ ନିଯୁକ୍ତି ଦିଆଯାଇଥିଲା ।

୩ । ସୁଲତାନୀ ଶାସନର ରାଜପରିବାର ଦାୟିତ୍ଵରେ ରହିଥିଲେ ଦିୱାନ-ଇ-ଅରିଜ୍ ।
Answer:
ସୁଲତାନୀ ଶାସନର ରାଜପରିବାର ଦାୟିତ୍ଵରେ ରହିଥିଲେ ଓକିଲ-ଇ-ଦର୍ ।

୪ । ସୁଲତାନୀ ଶାସନରେ ଉପଦେଷ୍ଟା ମଣ୍ଡଳୀକୁ ଅମୀର-ଇ-ଶୀକାର କୁହାଯାଉଥିଲା ।
Answer:
ସୁଲତାନୀ ଶାସନରେ ଉପଦେଷ୍ଟା ମଣ୍ଡଳୀକୁ ମଜଲିସ୍-ଇ-ଖଣତ କୁହାଯାଉଥିଲା ।

୫ । ସୁଲତାନ ମହମ୍ମଦ ବିନ୍ ତୋଗଲୋକ ‘ହୁଲିଆ’ ବ୍ୟବସ୍ଥା ପ୍ରଚଳନ କରିଥିଲେ ।
Answer:
ସୁଲତାନ୍ ଆଲ୍ଲାଉଦ୍ଦିନ୍ ଖୁଲ୍‌ ହୁଲିଆ ବ୍ୟବସ୍ଥା ପ୍ରଚଳନ କରିଥିଲେ ।

୬ । ମୁସଲମାନମାନଙ୍କଠାରୁ ଆଦାୟ କରାଯାଉଥିବା ଭୂରାଜସ୍ଵର ନାମ ଜିଜିୟା ଥୁଲା, ଯାହା ଉତ୍ପନ୍ନ ଶସ୍ୟର ୧/୧୫ ଭାଗ ଥିଲା ।
Answer:
ମୁସଲମାନମାନଙ୍କଠାରୁ ଆଦାୟ କରାଯାଉଥିବା ଭୂରାଜସ୍ଵର ନାମ ଉସର ଥିଲା ଯାହା ଉତ୍ପନ୍ନ ଶସ୍ୟର ୧/୧୦ ଭାଗ ଥିଲା ।

୭ । ପ୍ରତ୍ୟେକ ପ୍ରସିଦ୍ଧ ସହରରେ ସୁଲତାନ୍ ସଦର୍-ଉସ୍-ସଦର୍‌ ନାମକ ବିଚାରପତିଙ୍କୁ ନିଯୁକ୍ତି ଦେଇଥିଲେ ।
Answer:
ପ୍ରତ୍ୟେକ ପ୍ରସିଦ୍ଧ ସହରରେ ସୁଲତାନ୍ ମୀର୍-ଇ-ଦାଦ୍ ନାମକ ବିଚାରପତିଙ୍କୁ ନିଯୁକ୍ତି ଦେଇଥିଲେ ।

CHSE Odisha Class 12 History Chapter 8 Objective Questions in Odia Medium

୮ | ସୁଲତାନୀ ଶାସନରେ ଅଣମୁସଲମାନମାନଙ୍କୁ ମଦଦ୍-ଇ-ମାସ୍ ନାମକ ନିଷ୍କର ଜମି ଯୋଗାଇ ଦିଆଯାଉଥିଲା ।
Answer:
ସୁଲତାନୀ ଶାସନରେ ଦରିଦ୍ର ମୁସଲମାନମାନଙ୍କୁ ମଦଦ୍-ଇ-ମାସ୍ ନାମକ ନିଷ୍କର ଜମି ଯୋଗାଇ ଦିଆଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 8 ଦିଲ୍ଲୀରେ ସୁଲତାନୀ ରାଜତ୍ଵ Short & Long Answer Questions.

CHSE Odisha 12th Class History Chapter 8 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଦିୱାନ-ଇ-ରସାଲତଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ଦିୱାନ୍-ଇ-ରସାଲତ୍ ଥିଲେ ବୈଦେଶିକ ମନ୍ତ୍ରୀ । ସେ ସର୍ବଦା ବହିର୍ଦେଶମାନଙ୍କ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରୁଥିଲେ । ବିଦେଶକୁ ଦୂତମାନଙ୍କୁ ପ୍ରେରଣ କରିବା ଓ ସେଠାରୁ ଦୂତ ଗ୍ରହଣ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ସେ ଗୁପ୍ତଚରମାନଙ୍କ ମାଧ୍ୟମରେ ବହିର୍ଦେଶଗୁଡ଼ିକର କାର୍ଯ୍ୟକଳାପ ଉପରେ ସଜାଗ ଦୃଷ୍ଟି ରଖୁଥିଲେ ।

୨ । ସୁଲତାନୀ ସମାଜରେ ବିଦ୍ୟାର୍ଥୀମାନଙ୍କୁ କେଉଁ ଭାଷାରେ ଶିକ୍ଷାଦାନ କରାଯାଉଥିଲା ? ଦେଶରେ କେତୋଟି ମଦ୍ରାସା ଥିଲା ?
Answer:
ସୁଲତାନୀ ସମାଜରେ ବିଦ୍ୟାର୍ଥୀମାନଙ୍କୁ ଆରବୀ ଏବଂ ପାର୍ଶୀ ଭାଷାରେ ଶିକ୍ଷାଦାନ କରାଯାଉଥିଲା । ଦେଶରେ ୩୦ଟି ମଦ୍ରାସା ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୩ । ଦିୱାନ୍-ଇ-ଇନ୍ସା ସମ୍ପର୍କରେ ଲେଖ ।
Answer:
ଏହି ବିଭାଗ ଦାୟିତ୍ଵରେ ସୁଲତାନଙ୍କ ପତ୍ର ବିନିମୟ କାର୍ଯ୍ୟ କରାଯାଉଥିଲା । ସୁଲତାନ ଓ ପ୍ରାଦେଶିକ ଶାସକ ଏବଂ ସୁଲତାନ ଓ କରଦ ରାଜାଙ୍କ ମଧ୍ୟରେ ଏହା ସୁଲତାନଙ୍କ ପତ୍ର ଆଦାନ ପ୍ରଦାନ କରୁଥିଲା । ସୁଲତାନଙ୍କ ସମସ୍ତ ପ୍ରକାର ଘୋଷଣା ଏହି ବିଭାଗଦ୍ଵାରା ପ୍ରକାଶିତ ହେଉଥିଲା ।

୪ । ସୁଲତାନୀ ଶାସନରେ ଆରିଜ୍-ଇ-ମମଲିକ୍‌ଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ଆରିଜ୍-ଇ-ମମଲିକ ସାମରିକ୍ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ବିଭାଗକୁ ଦିୱାନ-ଇ-ଆର୍ଜ କୁହାଯାଉଥିଲା । ସୈନ୍ୟମାନଙ୍କୁ ନିଯୁକ୍ତି ଏବଂ ତାଲିମ ଦେବା କାର୍ଯ୍ୟକୁ ସେ ହିଁ କରୁଥିଲେ । ସୈନ୍ୟମାନଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷାକରିବା ଓ ସେମାନଙ୍କୁ ଉତ୍କୃଷ୍ଟ ଅସ୍ତ୍ରଶସ୍ତ୍ର, ଖାଦ୍ୟ ଓ ଔଷଧ ଯୋଗାଇବା ତାଙ୍କର ଦାୟିତ୍ଵ ଥିଲା ।

୫ । ଅମୀର ଖୁସ୍ରୁ କେଉଁ ସୁଲତାନଙ୍କ ରାଜଦରବାରରେ ଥିଲେ ? ତାଙ୍କଦ୍ୱାରା ଲେଖାହୋଇଥିବା ପୁସ୍ତକର ନାମ କ’ଣ ?
Answer:
ଅମୀର ଖୁସ୍ରୁ ସୁଲତାନ ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀଙ୍କ ରାଜଦରବାରରେ ଥିଲେ । ତାଙ୍କଦ୍ଵାରା ଲିଖ୍ ପୁସ୍ତକର ନାମ ତାରିକ୍-ଇ-ଆଲାଇ ଥିଲା ।

୬। ‘ତାରିକ୍‌-ଇ-ଆଲାଇ’ ପୁସ୍ତକର ରଚୟିତା କିଏ ? ସେ ଏଥ‌ିରେ କେଉଁ ବିଷୟରେ ବର୍ଣ୍ଣନା କରିଛନ୍ତି ?
Answer:
‘ତାରିକ୍-ଇ-ଆଲାଇ’ ପୁସ୍ତକର ରଚୟିତା ଅମୀର ଖୁସ୍ରୁ । ସେ ଏଥିରେ ସୁଲତାନ୍‌ ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀଙ୍କ ଦିଗ୍‌ବିଜୟ କଥା ବର୍ଣ୍ଣନା କରିଛନ୍ତି ।

୭ | ସୁଲତାନୀ ଶାସନରେ ବରିଦ୍‌-ଇ-ମମଲିକ୍ ଏବଂ ସର୍-ଇ-ଜନ୍ଦରଙ୍କ ମୁଖ୍ୟ କାର୍ଯ୍ୟ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ବରିଦ୍-ଇ-ମମଲିକ୍ ଦେଶର ଗୁପ୍ତଚର ବିଭାଗରେ ଏବଂ ସର୍-ଇ-ଜନ୍ଦର ସୁଲତାନଙ୍କ ଦେହରକ୍ଷୀମାନଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ଵରେ ରହିଥିଲେ ।

୮ | ସୁଲତାନୀ ଶାସନରେ ଦିୱାନ୍-ଇ-ଇନ୍‌ସାଙ୍କ ଦାୟିତ୍ୱ କ’ଣ ଥିଲା ? ଏହି ଶାସନରେ କାହାକୁ ଦିୱାନ୍-ଇ-ମମଲିକ୍ କୁହାଯାଉଥିଲା ?
Answer:
ସୁଲତାନୀ ଶାସନରେ ଦିୱାନ୍-ଇ-ଇନ୍ସ ରାଷ୍ଟ୍ରର ଚିଠିପତ୍ର ଦାୟିତ୍ଵରେ ରହିଥିଲେ । ଏହି ଶାସନରେ ସୈନ୍ୟ ବିଭାଗର ମୁଖ୍ୟଙ୍କୁ ଦିୱାନ-ଇ-ମମଲିକ୍ କୁହାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୯। କିଏ ହୁଲିଆ ବ୍ୟବସ୍ଥା ପ୍ରଚଳନ କରିଥିଲେ ? ଦିଲ୍ଲୀ ସୁଲତାନମାନେ କେତେ ପ୍ରକାର କର ଆଦାୟ କରୁଥିଲେ ? ସେଗୁଡ଼ିକର ନାମ ଲେଖ ।
Answer:
ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀ ହୁଲିଆ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଦିଲ୍ଲୀ ସୁଲତାନମାନେ ପାଞ୍ଚ ପ୍ରକାର କର ଆଦାୟ କରୁଥିଲେ; ସେଗୁଡ଼ିକ ହେଲା – ଜାକତ୍, ଖାରଜ୍, ଖାମସ୍, ଜିଜିୟା ଏବଂ ଉସର୍ ।

୧୦ । ଇକ୍‌ତା କ’ଣ ? ଆଲାଉଦ୍ଦିନ୍ ଖିଲ୍‌ଜୀଙ୍କ ସମୟରେ କେତୋଟି ପ୍ରଦେଶ ଥିଲା ?
Answer:
ସୁଲତାନୀ ଶାସନରେ ପ୍ରଦେଶଗୁଡ଼ିକୁ ଇକ୍‌ତା କୁହାଯାଉଥିଲା । ଆଲାଉଦ୍ଦିନ୍ ଖିଜୀଙ୍କ ସମୟରେ ୧୦ଟି ପ୍ରଦେଶ ଥିଲା ।

୧୧ । କେଉଁ କେଉଁ ଭାଷାର ସମ୍ମିଶ୍ରଣରେ ଊର୍ଦ୍ଧ୍ଵ ଭାଷା ସୃଷ୍ଟି ହୋଇଥିଲା ? ‘ତାରିଖ୍-ଇ-ଫିରୋଜଶାହୀ’ କିଏ ରଚନା କରିଥିଲେ ?
Answer:
ପାର୍ଶୀ ଓ ହିନ୍ଦୀ ଭାଷାର ସମ୍ମିଶ୍ରଣରେ ଊର୍ଦ୍ଧ୍ଵ ଭାଷା ସୃଷ୍ଟି ହୋଇଥିଲା । ଜିଆ-ଉଦ୍ଦିନ ବରାନୀ ‘ତାରିଖ-ଇ- ଫିରୋଜଶାହୀ’ ରଚନା କରିଥିଲେ ।

୧୨ । ଶାରିଆତ୍ ଅନୁଯାୟୀ ସୁଲତାନ୍ ଯେଉଁ ପାଞ୍ଚଟି ଉତ୍ସରୁ ଆୟ କରୁଥିଲେ ଓ ସେଗୁଡ଼ିକର ନାମ କ’ଣ ଥିଲା ?
Answer:
ଶାରିଆତ୍ ଅନୁଯାୟୀ ସୁଲତାନ୍ ପାଞ୍ଚଗୋଟି ଉତ୍ସରୁ ଆୟ କରୁଥିଲେ । ସେଗୁଡ଼ିକ ହେଲା – ଉସର୍, ଖାରଜ୍, ଖାମସ୍, ଜାକତ୍ ଏବଂ ଜିଜିୟା ।

୧୩ । ମହତାସିବ୍‌ମାନଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ପ୍ରଧାନ ପ୍ରଧାନ ସହରରେ ମହତାସିବ୍ ନାମକ କର୍ମଚାରୀମାନଙ୍କୁ ଅବସ୍ଥାପିତ କରାଯାଇଥିଲା । ସେମାନେ ଜନସାଧାରଣଙ୍କ ଆଚରଣ ପ୍ରତି ଦୃଷ୍ଟି ଦେଉଥିଲେ, ବଜାର ନିୟନ୍ତ୍ରଣ କରୁଥିଲେ, ମାପ ଓ ଓଜନ ତଦାରଖ କରୁଥିଲେ ଏବଂ ମଦ୍ୟ, ଭାଙ୍ଗ ଓ ଗଞ୍ଜେଇ ପ୍ରଭୃତି ସେବନ ନିଷେଧ କରୁଥିଲେ ।

୧୪ । ସୁଲତାନୀ ଶାସନରେ ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରଧାନ କିଏ ଥିଲେ ? ତାଙ୍କ କାର୍ଯ୍ୟାଳୟକୁ କ’ଣ କୁହାଯାଉଥିଲା ?
Answer:
ସୁଲତାନୀ ଶାସନରେ ମନ୍ତ୍ରୀମାନଙ୍କ ମଧ୍ୟରେ ୱାଜିର ଶ୍ରେଷ୍ଠ ଥିଲେ । ତାଙ୍କ କାର୍ଯ୍ୟାଳୟକୁ ଦିୱାନ୍-ଇ-ଜରାତ୍ କୁହାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୧୫ । ସୁଲତାନୀ ଶାସନରେ ସର୍ବୋଚ୍ଚ ବିଚାରପତି କିଏ ଥିଲେ ? ବିଚାର ବିଭାଗର ନାମ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ସର୍ବୋଚ୍ଚ ବିଚାରପତି ସୁଲତାନ୍ ଥିଲେ । ବିଚାର ବିଭାଗକୁ ଦିୱାନ୍-ଇ-କ୍ୱାଜା ନାମରେ ଅଭିହିତ କୁରାଯାଇଥିଲା ।

୧୬ । ସୁଲତାନୀ ଶାସନରେ ରାଜସ୍ବ ବିଭାଗର କେଉଁ ପଦବୀଗୁଡ଼ିକ ହିନ୍ଦୁମାନେ ଲାଭ କରୁଥିଲେ ? ସ୍ୱତନ୍ତ୍ର କୃଷି ଦପ୍ତରକୁ କ’ଣ କୁହାଯାଉଥିଲା ?
Answer:
ସୁଲତାନୀ ଶାସନରେ ରାଜସ୍ୱ ବିଭାଗର ମକଦ୍ଦମ, ଖୁତ୍ ଓ ଚୌଧୁରୀ ଆଦି ପଦବୀଗୁଡ଼ିକ ହିନ୍ଦୁମାନେ ଲାଭ କରୁଥିଲେ । ସେ ସମୟରେ ସ୍ଵତନ୍ତ୍ର କୃଷି ଦପ୍ତରକୁ ଦିୱାନ୍-ଇ- କୋହି କୁହାଯାଉଥିଲା ।

୧୭ । ଜିଜିୟା କ’ଣ ? ଏହା କେଉଁମାନଙ୍କ ଉପରେ ଲାଗୁ ହୋଇନଥିଲା ?
Answer:
ଶାରିଆତ୍ ନିୟମ ଅନୁଯାୟୀ ସୁଲତାନ୍ ସାମ୍ରାଜ୍ୟରୁ ଆଦାୟ କରୁଥିବା ପାଞ୍ଚଗୋଟି କର ମଧ୍ଯରୁ ଜିଜିୟା କର ଥିଲା ଅନ୍ୟତମ । ମହିଳା, ପିଲା, ପଙ୍ଗୁ, ଭିକ୍ଷୁକ ଓ ସନ୍ନ୍ୟାସୀମାନଙ୍କଠାରୁ ଏହି କର ଆଦାୟ ହେଉନଥିଲା । ଏହା ଏକ ଧର୍ମକର ଥିଲା ଏବଂ ମୁସଲମାନମାନଙ୍କ ଉପରେ ଲାଗୁ କରାଯାଇନଥିଲା ।

୧୮ । ସୁଲତାନୀ ଶାସନରେ ସାମ୍ରାଜ୍ୟର ସମସ୍ତ ଜମିକୁ କେଉଁ ଚାରି ଭାଗରେ ବିଭକ୍ତ କରାଯାଉଥିଲା ?
Answer:
ସୁଲତାନୀ ଶାସନରେ ସାମ୍ରାଜ୍ୟର ସମସ୍ତ ଚାଷଜମିକୁ ଚାରି ଭାଗରେ ବିଭକ୍ତ କରାଯାଉଥିଲା; ଯଥା— ଖାଲସା ଜମି, ଇକ୍ତାତାର ଜମି, ହିନ୍ଦୁ ସମ୍ଭ୍ରାନ୍ତମାନଙ୍କ ଜମି ଏବଂ ମୁସଲମାନ ବିଦ୍ୱାନ୍ ବା ସନ୍ୟାସୀମାନଙ୍କୁ ଦାନ ଦିଆଯାଉଥ‌ିବା ଜମି (ଇନାମ ବା ୱାକୁଫ) ।

୧୯ । ସୁଲତାନୀ ରାଜତ୍ଵ କାଳରେ ହିନ୍ଦୁମାନଙ୍କ ଅବସ୍ଥା କିପରି ଥିଲା ?
Answer:
ମୁସଲିମ୍ ଶାସନ ହିନ୍ଦୁମାନଙ୍କ ପାଇଁ ଯନ୍ତ୍ରଣାଦାୟକ ଥିଲା । ହିନ୍ଦୁମାନଙ୍କୁ ଶାସନ ବା ସାମରିକ କ୍ଷେତ୍ରରେ ପଦପଦବୀ ମିଳୁନଥିଲା । ଅବଶ୍ୟ ରାଜସ୍ୱ ବିଭାଗରେ କେବଳ ଖୁତ୍, ମକଦ୍ଦମ ଓ ଚୌଧୁରୀ ପଦବୀରେ ହିନ୍ଦୁମାନଙ୍କୁ ରଖାଯାଉଥିଲା । ମୁସଲମାନମାନଙ୍କ ଆଗମନ ଯୋଗୁ ହିନ୍ଦୁ ସମାଜରେ ଜାତିପ୍ରଥା ଅତୀବ କଠୋର ହୋଇଥିଲା । ହିନ୍ଦୁକନ୍ୟାମାନେ ସୁନ୍ଦରୀ ଥିବାରୁ ମୁସଲମାନମାନେ ସେମାନଙ୍କୁ ବିବାହ କରିବାପାଇଁ ପ୍ରଲୋଭିତ କରୁଥିଲେ । ହିନ୍ଦୁ ସମାଜରେ ବାଲ୍ୟବିବାହ ଓ ପର୍ଦା ପ୍ରଥା କ୍ରମଶଃ ପ୍ରବେଶ କରିଥିଲା ।

୨୦ । କେଉଁମାନେ ଖଲିଫାଙ୍କ ପ୍ରତିନିଧ୍ ଭାବେ ଶାସନ କରୁଥିଲେ ? ଖଲିଫାଙ୍କ ସମ୍ମାନ ପାଇଁ ସେମାନେ କ’ଣ କରୁଥିଲେ ?
Answer:
ସୁଲତାନମାନେ ଖଲିଫାଙ୍କ ପ୍ରତିନିଧ୍ ଭାବେ ଶାସନ କରୁଥିଲେ । ଖଲିଫାଙ୍କ ସମ୍ମାନ ପାଇଁ ଖଲିଫାଙ୍କ ନାମରେ ମୁଦ୍ରା ଅଙ୍କନ ଓ ଖୁତ୍ଵା-ପାଠ କରାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୨୧ । ଇବନ ବହୁତା କିଏ ? ସେ କେଉଁ ସମ୍ରାଟଙ୍କ ସମୟରେ ଭାରତକୁ ଆସିଥିଲେ ?
Answer:
ଇବନ ବତ୍ରୁତା ଚତୁର୍ଦ୍ଦଶ ଶତାବ୍ଦୀର ଜଣେ ବୈଦେଶିକ ପର୍ଯ୍ୟଟକ । ସେ ସୁଲତାନ୍ ମହମ୍ମଦ୍-ବିନ୍-ତୋଗଲକ୍‌ଙ୍କ ସମୟରେ ଭାରତକୁ ଆସିଥିଲେ ।

୨୨ । ଅମୀର-ଇ-ଦାଦ୍ କିଏ ? ତାଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ଅମୀର-ଇ-ଦାଦ୍ ନାମକ ଜଣେ କର୍ମଚାରୀ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟ ସମ୍ପାଦନ କରୁଥିଲେ । ସେ କାଜିଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁଥିଲେ ଓ ତାଙ୍କ ସହାୟତାରେ ଅପରାଧୀମାନଙ୍କ ବିଚାର କରୁଥିଲେ ।

B. ପାଞ୍ଚଟି/ ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ସୁଲତାନୀ ଶାସନରେ ବିଚାର ବ୍ୟବସ୍ଥା କିପରି ଥିଲା ?
Answer:
ସୁଲତାନ ନ୍ୟାୟର ନିର୍ଝର ଥିଲେ ମଧ୍ୟ ଦିୱାନ-ଇ-କ୍‌ଜା (ବିଚାର ବିଭାଗ) ନ୍ୟାୟ ପ୍ରଦାନ କରୁଥିଲା । ଏହି ବିଭାଗର ମୁଖ୍ୟଙ୍କୁ କାଜି-ଉଲ୍-କାଜତ୍ କୁହାଯାଉଥିଲା । ତାଙ୍କୁ ମଧ୍ଯ ସଦର-ଉତ୍ସ–ସଦର କୁହାଯାଉଥିଲା । ପ୍ରତ୍ୟେକ ପ୍ରଦେଶରେ ସୁଲତାନଙ୍କଦ୍ଵାରା କାଜି ବା ସଦରଙ୍କୁ ନିଯୁକ୍ତ କରାଯାଉଥିଲା । ବଡ଼ ବଡ଼ ସହରରେ ସୁଲତାନ ମୀର୍-ଇ- ଦାଦ୍ ନାମକ ବିଚାରପତିଙ୍କୁ ନିଯୁକ୍ତ କରିଥିଲେ । ଗ୍ରାମରେ ପଞ୍ଚାୟତ ନ୍ୟାୟ ପ୍ରଦାନ କରୁଥିଲା । କ୍ଵାଜି ମୁସଲମାନମାନଙ୍କର ବିଚାର କାଳରେ ‘କୋରାନ୍’ରେ ଲିପିବଦ୍ଧ ନିୟମର ସହାୟତା ନେଉଥିଲେ । ପ୍ରଚଳିତ ରୀତି ଓ ନୀତିକୁ ଆଧାର କରି ସେ ହିନ୍ଦୁମାନଙ୍କୁ ଦଣ୍ଡିତ କରୁଥିଲେ । ସୁଲତାନୀ ଯୁଗର ଦଣ୍ଡ ବ୍ୟବସ୍ଥା ଥିଲା ଅତି ଭୟଙ୍କର । ସାଧାରଣ ଦୋଷ ପାଇଁ ଅଙ୍ଗଚ୍ଛେଦନ ଏବଂ ମୃତ୍ୟୁଦଣ୍ଡ ଦିଆଯାଉଥିଲା ।

୨ । ସୁଲତାନୀ ଶାସନରେ ରାଜସ୍ଵ ବ୍ୟବସ୍ଥା କିପରି ଥୁଲା ?
Answer:
ସୁଲତାନୀ ଶାସନରେ ଉସର୍, ଖାରଜ, ଖାମସ୍, ଜାକତ୍ ଏବଂ ଜିଜିୟା ପ୍ରଭୃତି କର ସରକାରଙ୍କ ଆୟର ପ୍ରଧାନ ପନ୍ଥା ଥିଲା । ‘ଉସର୍’ ଥିଲା ଭୂମି କର ଏବଂ ଏହାର ପରିମାଣ ଥିଲା ସମୁଦାୟ ଉତ୍ପାଦନର ଏକ–ଦଶମାଂଶ । ଏହି କର କେବଳ ମୁସଲମାନ ସଂପ୍ରଦାୟ ଉପଭୋଗ କରୁଥିବା ଜମିରୁ ସଂଗ୍ରହ କରାଯାଉଥିଲା । ଅଣମୁସଲମାନ ସଂପ୍ରଦାୟ ଭୋଗ କରୁଥିବା ଚାଷଜମିରୁ ‘ଖାରଜ୍’ ସଂଗୃହୀତ ହେଉଥିଲା । ଏହି ରାଜସ୍ଵର ପରିମାଣ ଥିଲା ସମୁଦାୟ ଉତ୍ପାଦନର ଏକ-ଦଶମାଂଶ । ମୁସଲମାନ ସଂପ୍ରଦାୟର ଜନସାଧାରଣ ‘ଜାକତ୍’ ନାମରେ ଏକ ଧର୍ମ କର ପ୍ରଦାନ କରୁଥିଲେ । ଅଣମୁସଲମାନ ସଂପ୍ରଦାୟ ଉପରେ ‘ଜିଜିୟା’ କର ଧାର୍ଯ୍ୟ କରାଯାଉଥିଲା । ଏତଦ୍‌ବ୍ୟତୀତ ଖଣି ଓ ଜଙ୍ଗଲ ବିଭାଗରୁ ମଧ୍ଯ ସରକାର ରାଜସ୍ୱ ସଂଗ୍ରହ କରୁଥିଲେ । ବହିଃ ରାଷ୍ଟ୍ରରୁ ଆମଦାନୀ କରାଯାଉଥିବା ବିଭିନ୍ନ ଜିନିଷ ଉପରେ ଶତକଡା ୨୨ ଭାଗ ଆମଦାନୀ ଶୁଳ୍କ ଧାର୍ଯ୍ୟ କରାଯାଉଥିଲା । ପ୍ରଜାମାନଙ୍କୁ ଗୃହ କର ଓ ଚାରଣ କରି ମଧ୍ୟ ଦେବାକୁ ପଡ଼ୁଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୩ । ସୁଲତାନୀ ଶାସନରେ ଭୂରାଜସ୍ଵ ବ୍ୟବସ୍ଥା କିପରି ଥିଲା ?
Answer:
ଭୂରାଜସ୍ୱ ଦିଲ୍ଲୀ ସୁଲତାନମାନଙ୍କ ଆୟର ଏକ ପ୍ରଧାନ ପନ୍ଥା ଥିଲା । ଚୌଧୁରୀ ଏବଂ ମକଦ୍ଦମ ପ୍ରଭୃତି କର୍ମଚାରୀମାନଙ୍କ ସହାୟତାରେ ଭୂରାଜସ୍ୱ ସଂଗୃହୀତ ହେଉଥିଲା । ଅମୀଲ ନାମକ ଜଣେ ରାଜସ୍ଵ କର୍ମଚାରୀ ଚୌଧୁରୀ ଓ ମକଦ୍ଦମମାନଙ୍କଠାରୁ ଭୂରାଜସ୍ୱ ସଂଗ୍ରହ କରୁଥିଲେ । ଇକ୍‌ ବା ପ୍ରାଦେଶିକ ଶାସନ କ୍ଷେତ୍ରରେ ମୁଫ୍ ରାଜସ୍ଵର ପରିମାଣ ଧାର୍ଯ୍ୟ କରୁଥିଲେ । ଭୂରାଜସ୍ୱ ସଂଗ୍ରହ କାର୍ଯ୍ୟ ତଦାରଖ କରିବାପାଇଁ ସୁଲତାନ ପ୍ରତ୍ୟେକ ଇକ୍‌ରେ ‘ସ୍ଵାଜା’ ନାମକ ଏକ କର୍ମଚାରୀଙ୍କୁ ନିଯୁକ୍ତ କରିଥିଲେ । ଆଲ୍ଲାଉଦ୍ଦିନ୍ ପ୍ରଥମେ ଭୂରାଜସ୍ୱ ସଂଗ୍ରହ କ୍ଷେତ୍ରରେ ସଂସ୍କାର ପ୍ରବର୍ତ୍ତନ କରିଥିଲେ । ନିଷ୍କର ଜମି ଭୋଗ କରୁଥିବା ମୁସଲମାନମାନଙ୍କଠାରୁ ସେହି ସୁବିଧା ପ୍ରତ୍ୟାହାର କରାଯାଇଥିଲା । ଏଥୁସହିତ ମକଦ୍ଦମ ଓ ଚୌଧୁରୀ ପ୍ରଭୃତି ରାଜସ୍ୱ ଆଦାୟକାରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିଲା । ସେମାନେ ଭୋଗ କରୁଥିବା ଜମି ଉପରେ ରାଜସ୍ୱ ଧାର୍ଯ୍ୟ କରାଯାଇଥିଲା । ଏଥୁସହିତ ଗୃହ କର ଏବଂ ଚାରଣ କର ମଧ୍ୟ ସେମାନଙ୍କଠାରୁ ସଂଗ୍ରହ କରିବାପାଇଁ ସୁଲତାନ ନିର୍ଦ୍ଦେଶ ଦେଇଥିଲେ । ସମୁଦାୟ ଉତ୍ପାଦନର ଶତକଡ଼ା ପଚାଶ ଭାଗ ଭୂରାଜସ୍ଵଭାବେ ସଂଗ୍ରହ କରାଯାଉଥିଲା ।

୪। ମୁସଲିମ୍ ରାଜ୍ୟରେ ଉଲେମାମାନଙ୍କ ଭୂମିକା କ’ଣ ଥିଲା ?
Answer:
ସୁଲତାନୀ ଶାସନ ସମୟରେ ସମାଜରେ ଆଭିଜାତ୍ୟ ଶ୍ରେଣୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଶ୍ରେଣୀର ଅନ୍ୟ ଏକ ବର୍ଗ ଥିଲେ ଉଲେମା । ସେମାନେ ଥିଲେ ଜ୍ଞାନୀ ଏବଂ ଗୁଣୀ ଓ ଅଣତୁର୍କ ଜାତୀୟ । ସେମାନେ ଶିକ୍ଷା ଏବଂ ଧାର୍ମିକ ତଥା ଦାତବ୍ୟ ଅନୁଷ୍ଠାନଗୁଡ଼ିକ ନିୟନ୍ତ୍ରଣ କରୁଥିଲେ । ଏହି ଉଲେମାମାନେ ଥିଲେ ସୁଲତାନଙ୍କ ମସ୍ତିଷ୍କ ସଦୃଶ । ସେମାନଙ୍କ ମଧ୍ୟରୁ ଅନେକ କାଜି-ଉଲ୍-ଜାକତ୍, ସଦର-ଉସ୍-ସଦର, କାଜି, ମୁଫ୍ତି ଆଦି ପଦବୀ ଅଳଙ୍କୃତ କରୁଥିଲେ । ସେମାନଙ୍କ ମଧ୍ୟରୁ ଶେଖ୍ ଏବଂ ସୟଦ୍‌ମାନଙ୍କର ସ୍ଥାନ ସମାଜରେ ବହୁ ଉଚ୍ଚରେ ଥିଲା । ଏହି ଉଲେମାମାନେ ବସ୍ତୁତଃ ଆଭ୍ୟନ୍ତରୀଣ ଶାସନକୁ ନିୟନ୍ତ୍ରଣ କରୁଥିଲେ ଏବଂ ସୁଲତାନମାନଙ୍କୁ ନିଜ ଇଙ୍ଗିତରେ ପରିଚାଳିତ କରୁଥିଲେ ।

୫ । ସୁଲତାନୀ ଶାସନରେ ନାରୀମାନଙ୍କର ସ୍ଥାନ କ’ଣ ଥିଲା ?
Answer:
ନାରୀ ସ୍ଵାଧୀନତା ସୁଲତାନୀ ଯୁଗରେ ବହୁପରିମାଣରେ ସଙ୍କୁଚିତ ହୋଇଥିଲା । ଜଣେ ସ୍ଵାମୀ ତା’ର ସ୍ତ୍ରୀକୁ ପରିତ୍ୟାଗ (ତଲାକ୍) କଲେ ସେ ଅନ୍ୟଜଣେ ସ୍ତ୍ରୀକୁ ବିବାହ କରିପାରୁଥିଲା । ସମାଜରେ ବିଧବା ବିବାହ ପ୍ରଥା ପ୍ରଚଳିତ ଥିଲା । ସମ୍ଭ୍ରାନ୍ତବଂଶୀୟ ନାରୀମାନଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଶିକ୍ଷାଲାଭରୁ ବଞ୍ଚତ ଥିଲେ । ନାରୀମାନେ ଛୁଞ୍ଜାମ, ସିଲେଇ, ରନ୍ଧନ ଆଦି କର୍ମରେ ପାରଦର୍ଶିତା ଲାଭ କରୁଥିଲେ । ନାରୀମାନେ ବୁର୍ଖା ପରିଧାନ କରୁଥିଲେ । ସାଧାରଣ ମୁସଲମାନମାନେ ଗୋଟିଏ ସ୍ତ୍ରୀ ରଖୁଥିଲେ । ମାତ୍ର ସମ୍ଭ୍ରାନ୍ତବଂଶୀୟ ମୁସଲମାନମାନେ ଏକାଧ୍ଵ (ଚାରିଜଣ) ସ୍ତ୍ରୀ ରଖୁଥିଲେ । କୋରାନ୍‌ର ନିୟମ ଅନୁସାରେ ସମାଜରେ ବହୁବିବାହ ପ୍ରଥା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୬। ଦିଲ୍ଲୀ ସୁଲତାନମାନେ ଖଲିଫାଙ୍କୁ କିପରି ସମ୍ମାନିତ କରୁଥିଲେ ?
Answer:
ଦିଲ୍ଲୀରେ ସୁଲତାନମାନେ ନିଜକୁ ଖଲିଫାଙ୍କ ପ୍ରତିନିଧ‌ି ବୋଲି ବିଚାର କରାଯାଉଥିଲା । ସେମାନେ ଖଲିଫାଙ୍କୁ ସମ୍ମାନୀତ କରୁଥିଲେ । ଖଲିଫାଙ୍କ ନାମ ମୁଦ୍ରାରେ ଉତ୍କର୍ଣ୍ଣ ହୋଇଥିଲା ଏବଂ ତାଙ୍କ ନାମରେ ଖୁତ୍ଵା ପାଠ କରାଯାଉଥିଲା । ଏହାଦ୍ଵାରା ସୁଲତାନମାନଙ୍କର ସାର୍ବଭୌମତ୍ୱ ପ୍ରତିପାଦିତ ହେଉଥିଲା, କିନ୍ତୁ ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀ ଓ ମୁବାରକ ଶାହ ଖଲିଫାଙ୍କୁ ଅନ୍ୟମାନଙ୍କ ପରି ସମ୍ମାନିତ କରୁନଥିଲେ ।

୭। ଶାରିଆଡ୍ କହିଲେ କ’ଣ ବୁଝ ?
Answer:
ସୁଲତାନ୍‌ଙ୍କ ରାଜ୍ୟ ଶାରିଆତ୍‌ର ନିର୍ଦ୍ଦେଶ ଅନୁଯାୟୀ ପରିଚାଳିତ ହେଉଥିଲା କାରଣ ଆଇନ ଥିଲା ମୁସଲିମ୍ ରାଜ୍ୟର ପ୍ରକୃତ ସାର୍ବଭୌମ । ମୁସଲମାନମାନେ ବିଶ୍ଵାସ କରୁଥିଲେ ଯେ ଶାରିଆତ୍ ଥିଲା ମହମ୍ମଦଙ୍କୁ ପ୍ରଦାନ କରାଯାଇଥିବା ଈଶ୍ଵରଙ୍କର ମୁଖନିଃସୃତ ବାଣୀ । ଶାରିଆଡ଼ ଥିଲା ଅଣମୁସଲମାନମାନଙ୍କର ସ୍ଵାର୍ଥର ପରିପନ୍ଥୀ, ଅଣମୁସଲମାନମାନଙ୍କୁ ଜିୱି କୁହାଯାଉଥିଲା । ନିଜର ଜୀବନ ଓ ସମ୍ପତ୍ତି ରକ୍ଷା କରିବାପାଇଁ ସେମାନଙ୍କୁ ଜିଜିୟା କର ଦେବାକୁ ପଡୁଥିଲା । ଅଣମୁସଲମାନମାନଙ୍କୁ ଧର୍ମାନ୍ତର କରିବାକୁ ସୁଲତାନ କଠୋର ପଦକ୍ଷେପମାନ ଗ୍ରହଣ କରୁଥିଲେ ।

୮ । ସୁଲତାନୀ ଶାସନ କାଳରେ ପ୍ରାଦେଶିକ ଶାସନରେ ଗଭର୍ଣ୍ଣରଙ୍କ ଭୂମିକା କ’ଣ ଥିଲା ?
Answer:
ସୁଲତାନୀ ଶାସନ କାଳରେ ପ୍ରାଦେଶିକ ଶାସନରେ ଗଭର୍ଣ୍ଣରଙ୍କ ଭୂମିକା ଅତ୍ୟନ୍ତ ପ୍ରଭାବଶାଳୀ ଥିଲା । ସେ ନିଜ ପ୍ରଦେଶର ଆଇନ ଶୃଙ୍ଖଳା ରକ୍ଷା କରିବା ସହିତ ବାହ୍ୟଶକ୍ତିର ଆକ୍ରମଣକୁ ପ୍ରତିରୋଧ କରିବାପାଇଁ ଉପଯୁକ୍ତ ପଦକ୍ଷେପମାନ ନେଉଥିଲେ । ସେ ପ୍ରଦେଶର ରାଜସ୍ୱ ଆଦାୟ କରୁଥିଲେ । ବାର୍ଷିକ ଆୟ ବ୍ୟୟ ବିବରଣୀ ସେ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରୁଥିଲେ । ପ୍ରାଦେଶିକ ବିଚାରପତି ଭାବରେ ଗଭର୍ଣ୍ଣର ପ୍ରାଦେଶିକ ବିଚାରକୁ ତଦାରଖ କରୁଥିଲେ । ଇସଲାମୀୟ ଆଇନଗୁଡ଼ିକ ଯେପରି ଠିକ୍ ରୂପେ ପ୍ରୟୋଗ କରାଯାଏ ସେଥୁପ୍ରତି ସେ ଦୃଷ୍ଟି ଦେଉଥିଲେ ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୯ । ଦିଲ୍ଲୀ ସୁଲତାନଙ୍କ ଅଧୀନରେ ସୈନ୍ୟମାନଙ୍କର ଯୁଦ୍ଧକୌଶଳ କିପରି ଥିଲା ?
Answer:
ସୁଲତାନ୍ ନିଜେ ରଣକୌଶଳ ପ୍ରସ୍ତୁତ କରୁଥିଲେ । ସୈନ୍ୟମାନଙ୍କୁ ମଧ୍ୟ, ବାମ, ଦକ୍ଷିଣ ଓ ସଂରକ୍ଷିତ, ଏହିପରି ଚାରି ଭାଗରେ ବିଭକ୍ତ କରାଯାଇ ଯୁଦ୍ଧ କରାଯାଉଥିଲା । ଶତ୍ରୁ ସୈନ୍ୟମାନଙ୍କର ଶକ୍ତି କଳ୍ପନା କରିବା ଉଦ୍ଦେଶ୍ୟରେ ଏକ ଆଗୁଆ ବାହିନୀ ପଠାଯାଉଥିଲା ଓ ଜୟ ଲାଭ କରିବାପାଇଁ ଅତର୍କିତ ଭାବରେ ଆକ୍ରମଣ କରାହେଉଥିଲା । ସୀମା ଓ ଦୁର୍ଗଗୁଡ଼ିକରେ ଅଭିଜ୍ଞ ଓ ଧୁରନ୍ଧର ସୈନ୍ୟ ଓ ସେନାପତିଙ୍କୁ ମୁତୟନ କରାଯାଉଥିଲା ।

୧୦ । ସୁଲତାନୀ ଶାସନର ମନ୍ତ୍ରୀମଣ୍ଡଳ ଉପରେ ଧାରଣା ଦିଅ ।
Answer:
ଶାସନର ସୁବିଧା ନିମିତ୍ତ ଦିଲ୍ଲୀର ସୁଲତାନମାନେ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେଉଥିଲେ । ସେମାନଙ୍କ ସହିତ ସେ ପ୍ରଶାସନ, ଅର୍ଥ ଓ ବିଚାର ବ୍ୟାପାରରେ ଆଲୋଚନା କରୁଥିଲେ । ସୁଲତାନ ଯେଉଁ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେଉଥିଲେ,ସେମାନେ ହେଲେ ୱାଜିର୍, ଆରିଜ୍-ଇ-ମମଲିକ୍, ଦିୱାନ୍-ଇ-ଇସା, ଦିୱାନ୍-ଇ-ରସାଲତ୍, ସଦର-ଉସ୍-ସଦର ଓ ଦିୱାନ୍-ଇ-କ୍ୱାଜା । ମନ୍ତ୍ରୀମାନେ ସୁଲତାନଙ୍କ ଅନୁଗ୍ରହ ଲାଭ କରିବା ପର୍ଯ୍ୟନ୍ତ ନିଜ ନିଜ ପଦବୀରେ ରହିପାରୁଥିଲେ । ବେଳେବେଳେ ନାଏବ ସୁଲତାନ ପଦବୀ ସୃଷ୍ଟି କରାଯାଉଥିଲା । ସୁଲତାନ ରାଜଧାନୀରେ ଅନୁପସ୍ଥିତ ଥ‌ିବା ସମୟରେ ନାଏବ ଶାସନକାର୍ଯ୍ୟ ପରିଚାଳନା କରୁଥିଲେ ।

୧୧ । ସୁଲତାନୀ ଶାସନରେ ପୋଲିସ ଶାସନ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:
ସୁଲତାନୀ ଶାସନରେ ସାମ୍ରାଜ୍ୟର ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ରକ୍ଷା କରିବାପାଇଁ ଗୋଟିଏ ପୋଲିସ ବିଭାଗ ରହିଥିଲା । କଟୱାଲ୍ ଥିଲେ ପୋଲିସ ବିଭାଗର ମୁଖ୍ୟ । ବଡ଼ବଡ଼ ସହରରେ କଟୱାଲଙ୍କୁ ନିଯୁକ୍ତି ଦିଆଯାଉଥିଲା । ପ୍ରଧାନ ସହରରେ ମହତାସିବ ନାମକ କର୍ମଚାରୀମାନଙ୍କୁ ଅବସ୍ଥାପିତ କରାଯାଇଥିଲା, ସେମାନେ ଜନସାଧାରଣଙ୍କ ଆଚରଣ ପ୍ରତି ଦୃଷ୍ଟି ଦେଉଥିଲେ, ବଜାର ନିୟନ୍ତ୍ରଣ କରୁଥିଲେ, ମାପ ଓ ଓଜନ ତଦାରଖ କରୁଥିଲେ ଏବଂ ମଦ୍ୟ, ଭାଙ୍ଗ ଓ ଗଞ୍ଜାଇ ପ୍ରଭୃତି ନିଶା ସେବନ ନିଷେଧ କରୁଥିଲେ । ଛୋଟ ସହର ଓ ଗ୍ରାମାଞ୍ଚଳରେ ପୋଲିସ୍ ଶାସନ ଚାଲୁ ନ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୧୨ । ସୁଲତାନୀ ଯୁଗର ସାମରିକ ଶାସନ ବ୍ୟବସ୍ଥା କିପରି ଥୁଲା ?
Answer:
ସାମ୍ରାଜ୍ୟର ଦୃଢ଼ୀକରଣ, ସମ୍ଭ୍ରାନ୍ତମାନଙ୍କୁ ଦମନ ଓ ଆଭ୍ୟନ୍ତରୀଣ ବିଦ୍ରୋହ ଦମନ ନିମିତ୍ତ ସୁଲତାନମାନେ ଏକ ବିଶାଳ ସୈନ୍ୟବାହିନୀ ସଙ୍ଗଠିତ କରିଥିଲେ । ସୁଲତାନୀ ସୈନ୍ୟବାହିନୀକୁ ୪ଗୋଟି ଭାଗରେ ବିଭକ୍ତ କରାଯାଇଥିଲା (୧) ସୁଲତାନଙ୍କ ଅଧୀନରେ ନିଯୁକ୍ତ ସୈନ୍ୟବାହିନୀ, (୨) ପ୍ରାଦେଶିକ ଶାସକ ଓ ସମ୍ଭ୍ରାନ୍ତମାନଙ୍କ ଅଧୀନରେ ଥ‌ିବା ସୈନ୍ୟବାହିନୀ, (୩) ଯୁଦ୍ଧ ସମୟରେ ନିଯୁକ୍ତ ସୈନ୍ୟବାହିନୀ, (୪) ଧର୍ମଯୁଦ୍ଧ ବା ଜିହାଦରେ ଅଂଶଗ୍ରହଣ କରୁଥିବା ମୁସଲମାନ ସ୍ଵେଚ୍ଛାସେବୀ, ତୁର୍କ, ପାରସିକ, ମଙ୍ଗୋଲ, ଆଫଗାନ, ଆରବ, ଆବିସିନୀୟ । ଭାରତୀୟ ମୁସଲମାନ ଓ ହିନ୍ଦୁମାନଙ୍କୁ ନେଇ ସୁଲତାନୀ ସୈନ୍ୟବାହିନୀ ଗଠିତ ହୋଇଥିଲା । ସୈନ୍ୟମାନଙ୍କର ନିଯୁକ୍ତି, ତାଲିମ ଓ ପଦୋନ୍ନତି ନିମିତ୍ତ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରାଯାଇ ପାରି ନ ଥିଲା । ସେହିପରି ପଦାତିକ, ଅଶ୍ଵାରୋହୀ, ଗଜାରୋହୀମାନଙ୍କୁ ନେଇ ସୈନ୍ୟବାହିନୀ ଗଢ଼ାଯାଇଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସୁଲତାନୀ ସାମ୍ରାଜ୍ୟର ଶାସନ ବ୍ୟବସ୍ଥାର ବିଭିନ୍ନ ବିଭାଗଗୁଡ଼ିକ ଉପରେ ବିବରଣୀ ପ୍ରଦାନ କର ।
Answer:
ଦିଲ୍ଲୀର ସୁଲତାନୀ’ ସାମ୍ରାଜ୍ୟ ‘ଧର୍ମଭିଭିକ’ ଥିଲା । ଦିଲ୍ଲୀରେ ତୁର୍କ ଓ ଆଫଗାନ ଶାସକମାନେ ଦୀର୍ଘ ତିନି ଶହ ବର୍ଷକାଳ ଶାସନକାର୍ଯ୍ୟ ପରିଚାଳନା କରିଥିଲେ । ଏହି ସମୟରେ ଇସ୍‌ଲାମ ଧର୍ମ ଥିଲା ଦେଶର ମୁଖ୍ୟ ତଥା ସ୍ୱୀକୃତ ଧର୍ମ । ଭାରତ ଏକ ହିନ୍ଦୁବହୁଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏହାକୁ ଏକ ଇସ୍‌ଲାମୀୟ ରାଷ୍ଟ୍ର (Dar-Ul-Islam)ରେ ପରିଣତ କରିବା ସୁଲତାନମାନଙ୍କର ଥିଲା ପ୍ରଧାନ ଉଦ୍ଦେଶ୍ୟ ।
ସୁଲତାନ ଇଲ୍‌ଡ୍‌ମିସ୍, ଆଲ୍ଲାଉଦ୍ଦିନ୍ ଖୁଲ୍‌, ଫିରୋଜଶାହ ତୋଗଲକ ନିଜକୁ ଖଲିଫାଙ୍କର ପ୍ରତିନିଧ୍ଵରୂପେ ବିବେଚନା କରି ଶାସନକାର୍ଯ୍ୟ ପରିଚାଳନା କରୁଥିଲେ ।

  • କେନ୍ଦ୍ରୀୟ ଶାସନ – ଦିଲ୍ଲୀର ତୁର୍କ ଶାସକଗଣ ସୁଲତାନ ଉପାଧ୍ ଧାରଣ କରିଥିଲେ । ସୁଲତାନମାନେ ନିଜକୁ ଭଗବାନ ଆଲ୍ଲାଙ୍କ ପ୍ରତିନିଧୁ ବୋଲି ଅଭିହିତ କରିଥିଲେ । ସେମାନେ ଈଶ୍ଵର ପ୍ରଦତ୍ତ ଆଇନ ଅନୁସାରେ ଶାସନ କରୁଥିଲେ । ସୁଲତାନ ଥିଲେ ରାଜ୍ୟର ଶାସନମୁଖ୍ୟ ଏବଂ ତାଙ୍କ ହସ୍ତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ ହୋଇଥିଲା । ସୁଲତାନଙ୍କ କ୍ଷମତା ମୁଖ୍ୟତଃ ସାମରିକ ଶକ୍ତି ଉପରେ ପ୍ରତିଷ୍ଠିତ ଥିଲା । ସୁଲତାନଙ୍କୁ ସାହାଯ୍ୟ କରିବାପାଇଁ ମନ୍ତ୍ରୀମାନେ ତାଙ୍କର ଆଜ୍ଞାଧୀନ କର୍ମଚାରୀରୂପେ କାର୍ଯ୍ୟ କରୁଥିଲେ । ପ୍ରଚଳିତ ପ୍ରଥା ଅନୁଯାୟୀ ସୁଲତାନମାନେ କୋରାନ୍‌ରେ ଲିପିବଦ୍ଧ ଆଇନକୁ ଶାସନକ୍ଷେତ୍ରରେ ଅନୁସରଣ କରୁଥିଲେ ।
    ସୁଲତାନଙ୍କ ପରେ ଦେଶର ସର୍ବୋଚ୍ଚ କ୍ଷମତାସମ୍ପନ୍ନ ବ୍ୟକ୍ତି ଥିଲେ ନାଏବ ବା ଡେପୁଟି ସୁଲତାନ ! ସୁଲତାନଙ୍କ ଅନୁପସ୍ଥିତିରେ ସେ ଶାସନକାର୍ଯ୍ୟ ତଦାରଖ କରୁଥିଲେ ।
  • ମନ୍ତ୍ରୀଗଣ – ଶାସନକାର୍ଯ୍ୟରେ ସହାୟତାପାଇଁ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଉଥିଲା । ଦାସବଂଶ ଶାସନକାଳରେ ଚାରିଜଣ ମନ୍ତ୍ରୀ ସୁଲତାନଙ୍କୁ ଶାସନକାର୍ଯ୍ୟରେ ସାହାଯ୍ୟ କରୁଥିଲେ । ସେମାନେ ହେଲେ– ୱାଜିର, ଦିୱାନ-ଇ-ଆରିଜ୍, ଦିୱାନ-ଇ-ଇସା, ଦିୱାନ-ଇ-ରସାଲତ୍ । ପରବର୍ତ୍ତୀ କାଳରେ ଆଉ ଦୁଇଜଣ ମନ୍ତ୍ରୀ ସଦର-ଉସ୍-ସଦର ଓ ଦିୱାନ- ଇ-କ୍ଵାଜାଙ୍କୁ ନଯୁକ୍ତି ଦିଆଯାଇଥିଲା ।
  • ୱାଜିର – ୱାଜିର ଥିଲେ କେନ୍ଦ୍ରୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ । ସେ ଅର୍ଥବିଭାଗର ମୁଖ୍ୟ ଥିଲେ । ସେ ସାଧାରଣ ପ୍ରଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ସୁଲତାନଙ୍କ ପ୍ରତିନିଧୁଭାବେ ସେ ଅନ୍ୟ ରାଜକର୍ମଚାରୀମାନଙ୍କୁ ନିଯୁକ୍ତି ଦେଉଥ‌ିଲେ । ଅର୍ଥବିଭାଗର ମୁଖ୍ୟ ଭାବରେ ସେ ଦେଶର ଆୟବ୍ୟୟ ସମ୍ବନ୍ଧୀୟ ବିବରଣୀ ନିଜେ ରଖୁଥିଲେ । ରାଜସ୍ୱ ଆଦାୟ ଓ ନିର୍ଦ୍ଧାରଣ କାର୍ଯ୍ୟ ସେ ବୁଝୁଥିଲେ । ୱାଜିରଙ୍କ କାର୍ଯ୍ୟାଳୟକୁ ‘ଦିନ-ଇ-ଓ୍ୱାଜିରାତ୍’ କୁହାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

  • ଆରିଜ୍-ଇ-ମମ୍‌ଲିକ୍ – ଆରିଜ୍-ଇ-ମମ୍‌ଲିକ୍ ସାମରିକ ବିଭାଗର ମୁଖ୍ୟ ଥିଲେ । ତାଙ୍କ ବିଭାଗକୁ ଦେୱାନ – ଇ-ଆରିଜ୍ କୁହାଯାଉଥିଲା । ସୈନ୍ୟମାନଙ୍କର ନିଯୁକ୍ତି, ତାଲିମ ଓ ସଙ୍ଗଠନ ତାଙ୍କର ପ୍ରଧାନ ଦାୟିତ୍ଵ ଥିଲା । ସୈନ୍ୟବାହିନୀର ଦକ୍ଷତା ଓ ଶୃଙ୍ଖଳା ବୃଦ୍ଧିପାଇଁ ସେ ଦୃଷ୍ଟି ଦେଉଥିଲେ । କୌଣସି ସାମରିକ ଅଭିଯାନରେ ବହିର୍ଗତ ହେବା ପୂର୍ବରୁ ଆରିଜ୍ – ଇ-ମମ୍‌ଲିକ ସୈନ୍ୟବାହିନୀର ସାମରିକ ପ୍ରସ୍ତୁତିପାଇଁ ଆୟୋଜନ କରୁଥିଲେ ।
  • ଦିୱାନ-ଇ-ଇନ୍ସା – ଏହି ବିଭାଗଟି ସୁଲତାନଙ୍କର ସମସ୍ତ ପ୍ରକାରର ଘୋଷଣାକୁ ପ୍ରକାଶ କରୁଥିଲେ । ଏହି ବିଭାଗର ମୁଖ୍ୟ ଥିଲେ ‘ଦେବର-ଇ-ଖାସ୍’ । ଏହି ମନ୍ତ୍ରୀଙ୍କ ମାଧ୍ୟମରେ ସୁଲତାନ ଓ ଅନ୍ୟ ରାଜ୍ୟର ଏବଂ କରଦ ରାଜ୍ୟମାନଙ୍କ ମଧ୍ୟରେ ପତ୍ର ବିନିମୟ ହେଉଥିଲା ।
  • ଦିୱାନଇ–ରସାଲତ୍ – ଏହି ବିଭାଗଟି ବୈଦେଶିକ ବ୍ୟାପାର ପରିଚାଳନା ଦାୟିତ୍ଵ ହାତକୁ ନେଇଥିଲା । ଏହି ବିଭାଗ ମଧ୍ୟ କେତେକ କ୍ଷେତ୍ରରେ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ କରୁଥିଲେ ।
  • ସଦର–ଇସ୍–ସଦର – ସଦର-ଉସ୍-ସଦର ଧର୍ମ ସମ୍ବନ୍ଧୀୟ ବ୍ୟାପାରର ମୁଖ୍ୟ ଥିଲେ । ଇସ୍‌ଲାମ ଧର୍ମାବଲମ୍ବୀମାନେ ସେହି ଧର୍ମର ନୀତିନିୟମଗୁଡ଼ିକୁ ଯେପରି ଉତ୍ତମଭାବେ ପାଳନ କରିବେ ସେଥୁପ୍ରତି ସଦର-ଉସ୍-ସଦର ଦୃଷ୍ଟି ଦେଉଥ‌ିଲେ । ସେ ମଧ୍ଯ ଇସ୍‌ଲାମ ଧର୍ମ ସମ୍ବନ୍ଧୀୟ ଆଇନ କାର୍ଯ୍ୟକାରୀ କରୁଥିଲେ । ପଣ୍ଡିତ, ଜ୍ଞାନୀ ଏବଂ ଗରିବ ନିଃସହାୟମାନଙ୍କୁ ଏହି ସଂସ୍ଥା ଆର୍ଥିକ ଭତ୍ତା ପ୍ରଦାନ କରୁଥିଲା । ସୁଲତାନ ମନ୍ତ୍ରୀମାନଙ୍କ ପରାମର୍ଶ ଗ୍ରହଣ କରିବା ସହିତ ସେ ଉଲେମା, ସମ୍ଭ୍ରାନ୍ତ, ବିଶ୍ବସ୍ତ କର୍ମଚାରୀ ଓ ଅନ୍ତରଙ୍ଗ ବନ୍ଧୁଙ୍କୁ ନେଇ ଗଠିତ ଏକ ପରିଷଦର ପରାମର୍ଶ ମଧ୍ୟ ଗ୍ରହଣ କରୁଥିଲେ । ଏହି ପରିଷଦର ନାମ ମସ୍‌ସ୍-ଇ-ଖଲୱାତ୍ ଥିଲା । ଉପରିବର୍ତ୍ତିତ ବିଭାଗଗୁଡ଼ିକ ବ୍ୟତୀତ ରାଜଧାନୀରେ ଅନ୍ୟ କେତୋଟି ବିଭାଗୀୟ ମୁଖ୍ୟ ମଧ୍ଯ ଅବସ୍ଥାନ କରୁଥିଲେ । ‘ବରିଦ୍-ଇ-ଖଇରାତ’ ନାମକ ଏକ ଦାତବ୍ୟ ସଂସ୍ଥା ଫିରୋଜଶାହ ତୋଗଲକ ପ୍ରତିଷ୍ଠା କରିଥିଲେ । ଏହି ବିଭାଗ ମାଧ୍ୟମରେ ଗରିବ ଓ ନିଃସହାୟ ଲୋକଙ୍କୁ ଅର୍ଥଦାନ କରାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

  • ରାଜପ୍ରାସାଦର କର୍ମଚାରୀ– ଓକିଲ୍-ଇ-ଦର, ବାର୍ବକ, ଅମୀର-ଇ-ହାଜିବ୍, ଅମୀର-ଇ-ଶିକାର ଏବଂ ସର- ଇ-ଜନ୍ଦର ପ୍ରଭୃତି ରାଜପ୍ରାସାଦରେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରୁଥିଲେ । ଓକିଲ୍-ଇ-ଦର ସୁଲତାନ ଅନୁଚରବର୍ଗ ରୂପେ କାର୍ଯ୍ୟ କରୁଥିଲେ । ବାର୍ବକ ଓ ଅମୀର-ଇ-ହାଜିବ୍ ଏହି ଦୁଇ ପଦବୀ ଜଣେ ଲୋକ ହାତରେ ଥିଲା । ବାର୍ବକ ସୁଲତାନଙ୍କ ଦରବାର ପରିଚାଳନା ଦାୟିତ୍ଵ ବହନ କରିଥିଲେ । ସୁଲତାନ ଶିକାରପାଇଁ ଯାତ୍ରା କରିବାକୁ ଇଚ୍ଛା କରୁଥିଲେ ତାହାର ଆୟୋଜନ କରୁଥିଲେ ଅମୀର-ଇ-ଶିକାର । ସୁଲତାନଙ୍କ ନିରାପତ୍ତାରକ୍ଷୀମାନଙ୍କୁ ଜନ୍ଦର କୁହାଯାଉଥିଲା । ପ୍ରାଦେଶିକ ସାମରିକ ଶାସକ ପ୍ରାଦେଶିକ ଶାସନ କ୍ଷେତ୍ରରେ ଥିଲେ ସର୍ବୋଚ୍ଚ କର୍ତ୍ତା । ସେମାନେ ନିଜ ନିଜ ପ୍ରଦେଶର ନିରାପତ୍ତା ପାଇଁ ସ୍ଵତନ୍ତ୍ର ସାମରିକ ବାହିନୀ ପ୍ରତିଷ୍ଠା କରିଥିଲେ । ଶାସନକାର୍ଯ୍ୟ ପରିଚାଳନା କରିବାପାଇଁ ଅନେକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ଯୁଦ୍ଧ ସମୟରେ ସୁଲତାନଙ୍କୁ ସୈନ୍ୟ ଯୋଗାଇବା ଥୁଲା ପ୍ରାଦେଶିକ ଶାସନକର୍ତ୍ତାଙ୍କର ମୁଖ୍ୟ କାର୍ଯ୍ୟ । ବାର୍ଷିକ ଆୟ-ବ୍ୟୟର ବିବରଣୀ ସେମାନେ କେନ୍ଦ୍ର ସରକାରଙ୍କ ପାଖରେ ପୈଠ କରୁଥିଲେ । ପ୍ରାଦେଶିକ ଶାସକମାନଙ୍କର ବିଶେଷ କ୍ଷମତା ଥିଲା । ଏଣୁ ସମୟ ସମୟରେ ସୁଲତାନଙ୍କ ଦୁର୍ବଳତାର ସୁଯୋଗ ନେଇ ସେମାନେ ନିଜ ନିଜର ସ୍ଵାଧୀନତା ଘୋଷଣା କରୁଥିଲେ । ଫିରୋଜଶାହଙ୍କ ମୃତ୍ୟୁ ପରେ ଏଭଳି ପରିସ୍ଥିତି ଉପୁଜିଥିଲା । ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ପ୍ରାଦେଶିକ ଶାସନ କ୍ଷେତ୍ରରେ କେତେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା । ଶାସନଗତ ସୁବିଧାପାଇଁ ବଡ଼ ବଡ଼ ପ୍ରଦେଶଗୁଡ଼ିକୁ କେତେକ ‘ସିକ୍’ରେ ବିଭକ୍ତ କରାଯାଇଥିଲା । ସିକର ଶାସନମୁଖ୍ୟ ଥିଲେ ସିଦାର । ପ୍ରତ୍ୟେକ ସିକ୍ କେତେକ ‘ପ୍ରଗଣା’ରେ ବିଭକ୍ତ ଥିଲା । ପ୍ରଗଣାର ଶାସକଙ୍କୁ ‘ଚୌଧୁରୀ’ କୁହାଯାଉଥିଲା । କେତୋଟି ଗ୍ରାମର ସମ୍ମିଶ୍ରଣରେ ପ୍ରଗଣା ଗଠିତ ହୋଇଥିଲା । ଗ୍ରାମର ପଞ୍ଚାୟତ ସମସ୍ତ ମକଦ୍ଦମା ବିଚାର କରୁଥିଲେ ।

୨ । ସୁଲତାନୀ ଯୁଗର ସାମାଜିକ ଓ ଅର୍ଥନୈତିକ ଅବସ୍ଥା କିପରି ଥୁଲା ଆଲୋଚନା କର ।
Answer:
ମଧ୍ୟଯୁଗର ପ୍ରାରମ୍ଭରୁ ମୁସଲମାନମାନେ ଭାରତକୁ ବହୁବାର ଆକ୍ରମଣ କରିବା ଫଳରେ ତୁର୍କୀସ୍ଥାନ, ଆଫଗାନିସ୍ଥାନ, ପାରସ୍ୟ ଓ ଆରବ ପ୍ରଭୃତି ଦେଶରୁ ବହୁସଂଖ୍ୟକ ମୁସଲମାନ ଭାରତକୁ ଆସି ଏଠାରେ ବସବାସ କରି ରହିଥିଲେ । କାଳକ୍ରମେ ସେମାନେ ଏଠାକାର ଧର୍ମ, ଭାଷା ଓ ସାମାଜିକ ରୀତିନୀତି ସହିତ ନିଜର ସଂସ୍କୃତି ଗଢ଼ିତୋଳିଲେ । ଅବଶ୍ୟ ଏହା ଥିଲା ତତ୍‌କାଳୀନ ହିନ୍ଦୁ ସଂସ୍କୃତିଠାରୁ ଭିନ୍ନ । ଭାରତରେ ମୁସଲମାନ ସଂପ୍ରଦାୟ ମଧ୍ୟରେ ଲୋକଙ୍କର କାର୍ଯ୍ୟକଳାପକୁ ଭିଭିକରି ସମାଜରେ କେତୋଟି ସ୍ଵତନ୍ତ୍ର ଶ୍ରେଣୀର ଅଭ୍ୟୁଦୟ ହୋଇଥିଲା । ସେଗୁଡ଼ିକ ଥିଲେ ଆଭିଜାତ୍ୟ ଶ୍ରେଣୀ, ପୁରୋହିତ ବା ଉଲେମା ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ଜନସାଧାରଣ ।

ମୁସଲମାନ ସମାଜରେ ଜୀବନଧାରା :
ଆଭିଜାତ୍ୟ ଶ୍ରେଣୀ : ମୁସଲମାନ ସଂପ୍ରଦାୟ ମଧ୍ୟରେ ଆଭିଜାତ୍ୟ ଶ୍ରେଣୀର ଲୋକେ ଥିଲେ ମୁଖ୍ୟତଃ ବିଦେଶାଗତ ମୁସଲମାନମାନଙ୍କର ବଂଶଧର । ସେମାନେ ସମାଜର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହୋଇଥିଲେ । ସେମାନେ ନିଜକୁ ମାଲିକ୍ ଓ ଖାଁ ଉପାଧ୍ଵରେ ଭୂଷିତ କରିଥିଲେ । ସେମାନେ ମଧ୍ୟ ବିଶାଳ ଜାଗିର ବା ନିଷ୍କର ଜମି ଉପଭୋଗ କରୁଥିଲେ । ତେଣୁ ସେମାନେ ସାଧାରଣତଃ ବିଳାସବ୍ୟସନ ଓ ଆଡ଼ମ୍ବର ସହକାରେ ଜୀବନଯାପନ କରୁଥିଲେ । ଏହି ଶ୍ରେଣୀର ଲୋକେ ବର୍ଣ୍ଣାଢ଼ ଓ ମନୋରମ ପ୍ରାସାଦରେ ରହୁଥିଲେ । ସେମାନଙ୍କ ସେବାପାଇଁ ସେମାନେ ଦାସ ଓ ଦାସୀମାନଙ୍କୁ ନିଯୁକ୍ତ କରିଥିଲେ । ମଦ୍ୟପାନ ଓ ଜୁଆଖେଳ ସେମାନଙ୍କ ମଧ୍ୟରେ ଏକ ସାଧାରଣ କଥା ଥିଲା । ସେମାନେ ବହୁପନ୍ଥୀର ନାୟକ ହୋଇ ସେମାନଙ୍କ ଗହଣରେ ଏକ ସ୍ଵପ୍ଲିଳ ଜୀବନଯାପନ କରୁଥିଲେ ।

CHSE Odisha Class 12 History Chapter 8 Short & Long Answer Questions in Odia Medium

ଉଲେମା ବା ପୁରୋହିତ ଶ୍ରେଣୀ : ଆଭିଜାତ୍ୟ ଶ୍ରେଣୀ ପରି ଉଲେମାମାନେ ମଧ୍ୟ ସମାଜରେ ଉଚ୍ଚ ଆସନ ଅଳଂକୃତ କରିଥିଲେ । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଥିଲା ଊଣାଅଧିକେ ଖାଁ ଓ ମାଲିକଙ୍କ ଜୀବନ ପରି । ଉଲେମାମାନେ ଧର୍ମ କ୍ଷେତ୍ରରେ ଅଖଣ୍ଡ କ୍ଷମତା ବିସ୍ତାର କରିଥିଲେ । କେତେକ କ୍ଷେତ୍ରରେ ସେମାନେ ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ହସ୍ତକ୍ଷେପ କରୁଥିବାର ପରିଲକ୍ଷିତ ହେଉଥିଲା । ଅବଶ୍ୟ ସୁଲତାନ ଦୁର୍ବଳ ଥିଲେ ସେମାନେ ଏହି କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ ।

ମଧ୍ୟବିତ୍ତ ଶ୍ରେଣୀ : ମୁସଲମାନ ସମାଜରେ ମଧ୍ୟବିତ୍ତ ଶ୍ରେଣୀର ଲୋକ ବିଭିନ୍ନ ପ୍ରକାର ବ୍ୟବସାୟରେ ଲିପ୍ତ ଥିଲେ । ତତ୍‌କାଳୀନ ବ୍ୟବସାୟୀ, ହାକିମ୍, ମୁଫତି ବା ନିମ୍ନମାନର ଆଇନବିତ୍ ଥିଲେ ଏହି ଶ୍ରେଣୀର । ସେମାନେ ମୁଖ୍ୟତଃ ସହରାଞ୍ଚଳରେ ବାସ କରୁଥିଲେ ।

ସର୍ବସାଧାରଣ ଶ୍ରେଣୀ : ମୁସଲମାନ ସଂପ୍ରଦାୟ ମଧ୍ୟରେ ସର୍ବସାଧାରଣ ଶ୍ରେଣୀ ଥିଲେ ସବୁଠାରୁ ନିମ୍ନ ଶ୍ରେଣୀ । ସେମାନେ ମୁଖ୍ୟତଃ କୃଷକ, ଶ୍ରମିକ, କାରିଗର ଏବଂ ସୈନ୍ୟ । ସେମାନଙ୍କର ଜୀବନଧାରଣ ଥିଲା ସରଳ ଓ ନିରାଡ଼ମ୍ବର । ଅବଶ୍ୟ ସେମାନେ ହିନ୍ଦୁମାନଙ୍କ ତୁଳନାରେ ଅପେକ୍ଷାକୃତ ଅଧିକ ଉନ୍ନତ ଅବସ୍ଥାରେ ଥିଲେ । ଧର୍ମବିଶ୍ଵାସ ବ୍ୟତୀତ ସେମାନଙ୍କର ଜୀବନଯାପନ ପ୍ରଣାଳୀ ହିନ୍ଦୁମାନଙ୍କ ସହିତ ମିଶିଯାଉଥିଲା । ସେମାନେ କେତେକ ହିନ୍ଦୁପ୍ରଥା ଗ୍ରହଣ କରି ବିଭିନ୍ନ ହିନ୍ଦୁ ପର୍ବପର୍ବାଣି ପାଳନ କରୁଥିଲେ ।

କ୍ରୀତଦାସ :
ସୁଲତାନୀ ରାଜତ୍ଵରେ ଭାରତରେ କ୍ରୀତଦାସ ପ୍ରଥା ଅତି ସାଧାରଣ ଥିଲା । ସୁଲତାନ ଥିଲେ ଆଭିଜାତ୍ୟ ଶ୍ରେଣୀର ଲୋକ । ଧାନାତ୍ମ୍ୟ ବ୍ୟକ୍ତିମାନେ କ୍ରୀତଦାସ ରଖୁଥିଲେ । କ୍ରୀତଦାସମାନେ ବଜାରରେ ବିକ୍ରି ହେଉଥିଲେ । କ୍ରୀତଦାସମାନଙ୍କର ସ୍ଵାଧୀନତା ନଥିଲା କି ସେମାନେ ସମାଜରେ କୌଣସି ସୁବିଧା ଉପଭୋଗ କରୁ ନଥିଲେ । ମାତ୍ର ସେମାନେ ସେମାନଙ୍କର କଠୋର ପରିଶ୍ରମ ବଳରେ ରାଜନୈତିକ ଓ ସାମାଜିକ ସ୍ତରରେ ନିଜର ପ୍ରତିଷ୍ଠା ଅର୍ଜନ କରିପାରିଥିଲେ । ଉଦାହରଣସ୍ୱରୂପ – ଇଲ୍‌ଡ୍‌ମିସ୍ ଓ ଗିୟାସୁଦ୍ଦିନ୍ ବଲବନ୍ କ୍ରୀତଦାସ ହୋଇ ମଧ୍ୟ ନିଜର ପାରଦର୍ଶିତା ବଳରେ ଦିଲ୍ଲୀର ସୁଲତାନ ଆସନ ଅଳଂକୃତ କରିପାରିଥିଲେ ।

ନାରୀମାନଙ୍କର ସ୍ଥାନ :
ମୁସଲମାନ ସମାଜରେ ନାରୀମାନଙ୍କର ସ୍ଥିତି ଅତି ନୂନ ଥିଲା । ସୁଲତାନ ଓ ଆଭିଜାତ୍ୟ ପରିବାରର ବ୍ୟକ୍ତି ମାନେ ବହୁସଂଖ୍ୟକ ରକ୍ଷିତା ଓ ଦାସୀ ରଖୁପାରୁଥିଲେ । ନାରୀସମାଜରେ ପରଦାପ୍ରଥା କଠୋର ଭାବରେ ପ୍ରଚଳିତ ଥିଲା । ମୁସଲମାନ ସମାଜରେ ବିଧବା ବିବାହ ପ୍ରଚଳିତ ଥିଲା । ସ୍ଵାମୀର ମୃତ୍ୟୁପରେ ସ୍ତ୍ରୀକୁ ସତୀ ହେବାକୁ ପଡୁନଥିଲା । ମୁସଲମାନ ସମାଜରେ ଛାଡ଼ପତ୍ର ପ୍ରଥା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

ହିନ୍ଦୁ ସମାଜରେ ଜୀବନଧାରା :
ସୁଲତାନୀ ଯୁଗରେ ସମୁଦାୟ ଜନସଂଖ୍ୟାର ସର୍ବମୋଟ ୯୫ ଭାଗ ହିନ୍ଦୁ ଥିଲେ । ତତ୍‌କଳୀନ ହିନ୍ଦୁ ସମାଜରେ ଜାତିପ୍ରଥା କଠୋର ଥିଲା । ବ୍ରାହ୍ମଣମାନେ ସମାଜର ସର୍ବୋଚ୍ଚ ଆସନରେ ଅଧ୍ଵଷ୍ଠିତ ଥିଲେ । ସେମାନେ ସମସ୍ତପ୍ରକାର ସୁବିଧାସୁଯୋଗ ଉପଭୋଗ କରୁଥିଲେ । ଲୋକମାନେ କୁହୁକ, ଯାଦୁ ଓ ହଟଚମକ ବିଦ୍ୟାରେ ବିଶ୍ଵାସ କରୁଥିଲେ । ସେହି ସମୟରେ ବାଳକମାନଙ୍କ ପାଇଁ ଶିକ୍ଷାକେନ୍ଦ୍ରମାନ ଖୋଲିଥିଲା । ପ୍ରତ୍ୟେକ ଗ୍ରାମରେ ଗୋଟିଏ ଗୋଟିଏ ବିଦ୍ୟାଳୟ ସ୍ଥାପନ କରାଯାଇ ସେଠାରେ ପଠନ, ଲିଖନ ଓ ଗଣିତ ଶିକ୍ଷା ଦିଆଯାଉଥିଲା । ହିନ୍ଦୁମାନଙ୍କର ନୈତିକ ଜୀବନ ଥିଲା ସାଧୁତା ଓ ପବିତ୍ରତାର ପ୍ରତୀକ  ମୁସଲମାନ ନାରୀଙ୍କ ପରି ହିନ୍ଦୁ ନାରୀମାନେ ସମାଜରେ ସମ୍ମାନାସ୍ପଦ ସ୍ଥାନ ଗ୍ରହଣ କରିନଥିଲେ । ସମାଜରେ ପୁତ୍ରସନ୍ତାନକୁ ଅଧିକ ଗୁରୁତ୍ଵ ଦିଆଯାଉଥିଲା । ନାରୀ ସ୍ଵାଧୀନତା ଆଦୌ ନଥିଲା । ନାରୀମାନେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହୁଥିଲେ । ସମାଜରେ ପରଦାପ୍ରଥା ପ୍ରଚଳିତ ଥିଲା । କେତେକ କ୍ଷେତ୍ରରେ କୃଷକ ଓ କାରିଗର ଗୋଷ୍ଠୀର ନାରୀମାନେ ବାହାରକୁ ଯିବାପାଇଁ ସ୍ଵାଧୀନତା ପାଇଥିଲେ । ନାରୀଶିକ୍ଷା କେବଳ ଧନିକଶ୍ରେଣୀ ମଧ୍ୟରେ ସୀମିତ ଥିଲା । ପରିବାର ମଧ୍ୟରେ ବହୁପନ୍ଥୀ ବିବାହର ପ୍ରଚଳନ ଥିଲା । ସେତେବେଳେ ବାଲ୍ୟବିବାହ ପ୍ରଚଳିତ ଥିଲା । ସମାଜରେ ସତୀପ୍ରଥା ମଧ୍ୟ ରହିଥିଲା, ମାତ୍ର ବିଧବା ପ୍ରଥା ପ୍ରଚଳିତ ନଥିଲା । ମୁସଲମାନ ରାଜତ୍ଵର ଆରମ୍ଭରେ ପ୍ରଶାସନିକ ତଥା ସାମରିକ କ୍ଷେତ୍ରରେ ହିନ୍ଦୁମାନଙ୍କୁ କୌଣସି ପଦବୀ ଦିଆଯାଉନଥିଲା । ମାତ୍ର ପରବର୍ତ୍ତୀ ସମୟରେ ସେମାନେ ଏହିପ୍ରକାର ସୁବିଧା ଲାଭ କରିପାରିଥିଲେ । ତଥାପି ସାଧାରଣତଃ ବଡ଼ ବଡ଼ ପଦବଦବୀ ସବୁ ମୁସଲମାନମାନଙ୍କୁ ଦିଆଯାଉଥିଲା । ହିନ୍ଦୁମାନେ ନିମ୍ନ ପଦବୀରେ ନିଯୁକ୍ତି ପାଉଥିଲେ । ଅବଶ୍ୟ କେତେକ କ୍ଷେତ୍ରରେ ହିନ୍ଦୁମାନଙ୍କୁ ପ୍ରାଦେଶିକ ଶାସନକର୍ତ୍ତା ଓ ସେନାଧ୍ୟକ୍ଷଭାବେ ନିଯୁକ୍ତି ଦେବାର ଦୃଷ୍ଟାନ୍ତ ରହିଛି । ହିନ୍ଦୁମାନେ ରାଜସ୍ୱ ବିଭାଗର ନିମ୍ନ ପଦପଦବୀରେ ନିଯୁକ୍ତ ହେଉଥିଲେ । ଉକ୍ତ ବିଭାଗରେ ସେମାନେ ଖୁଟ୍, ଚୌଧୁରୀ ଓ ମକଦ୍ଦମ ଆଦି ପଦବୀରେ ନିଯୁକ୍ତ ହେଉଥିଲେ ।

ଅର୍ଥନୈତିକ ଅବସ୍ଥା :
ଶତାବ୍ଦୀ ଶତାବ୍ଦୀ ଧରି ମୁସଲମାନ ଆକ୍ରମଣକାରୀମାନେ ଭାରତର ଧନଦୌଲତଦ୍ଵାରା ଆକର୍ଷିତ ହୋଇ ଏ ଦେଶକୁ ଆକ୍ରମଣ କରିଥିଲେ । ସବୁ ମୁସଲମାନ ଆକ୍ରମଣକାରୀ ଭାରତରୁ ଅଜସ୍ର ଧନଦୌଲତ, ଆକର୍ଷିତ ହୋଇ ଏ ଦେଶକୁ ଆକ୍ରମଣ କରିଥିଲେ । ସବୁ ମୁସଲମାନ ଆକ୍ରମଣକାରୀ ଭାରତରୁ ଅଜସ୍ର ଧନଦୌଲତ, ସୁନାରୂପା ଆଦି ଲୁଣ୍ଠନ କରିଥିଲେ । ମାମୁଦ୍ କେବଳ ଭାରତର ଧନଦୌଲତ ପାଇଁ ଭାରତକୁ ୧୭ ଥର ଆକ୍ରମଣ କରିଥିଲେ । ସମୟକ୍ରମେ ଭାରତରେ ମୁସଲମାନ ଶାସନ ପ୍ରତିଷ୍ଠିତ ହେବାପରେ କେତେକ ସୁଲତାନ ଭାରତର ଅର୍ଥନୈତିକ ପ୍ରଗତି ପାଇଁ ଚେଷ୍ଟା କରିଥିଲେ । ଏ ଦିଗରେ ବଲବନ୍ ଓ ଆଲ୍ଲାଉଦ୍ଦିନ୍ ପ୍ରମୁଖ ବିଶେଷ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଆଲ୍ଲାଉଦ୍ଦିନଙ୍କ ମୃତ୍ୟୁପରେ ଭାରତର ଆର୍ଥିକ ମାନଦଣ୍ଡ କ୍ରମେ ଦୁର୍ବଳ ହୋଇପଡ଼ିଲା । ଏହି ସମୟରେ ମହମ୍ମଦ ତୋଗଲକ ଆର୍ଥିକ ପରିସ୍ଥିତି ସୁଧାରିବାପାଇଁ କେତେକ ପଦକ୍ଷେପ ନେଇଥିଲେ ମଧ୍ୟ ବିଫଳ ହୋଇଥିଲେ । ତୈମୁରଲଙ୍ଗଙ୍କ ଭାରତ ଆକ୍ରମଣ ପରେ ଭାରତର ବାଣିଜ୍ୟ ବ୍ୟବସାୟ କ୍ରମେ ଶିଥୁଳ ହୋଇପଡ଼ିଥିଲା ।

କୃଷି :
କୃଷି ଥିଲା ରାଜସ୍ୱର ପ୍ରଧାନ ଅଙ୍ଗ । ସେତେବେଳେ ଭାରତରେ କାର୍ପାସ, ଆଖୁ, ତୈଳବୀଜ, ଡାଲି, ଲଙ୍କା ପ୍ରଭୃତି ଅର୍ଥକରୀ ଫସଲ ବହୁଳଭାବେ ଚାଷ କରାଯାଉଥିଲା । ଖାଦ୍ୟଶସ୍ୟ ବହୁଳ ପରିମାଣରେ ଉତ୍ପନ୍ନ କରାଯାଉଥିଲା । ଆଲ୍ଲାଉଦ୍ଦିନ୍‌ଙ୍କ ସମୟରେ ଗୋଟିଏ ମହଣ ଗହମର ମୂଲ୍ୟ ମାତ୍ର ୭ ଜିତାଲ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

ବାଣିଜ୍ୟ ଓ ଶିଳ୍ପ :
ସୁଲତାନୀ ଯୁଗରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ପ୍ରଗତି ହାସଲ ହୋଇପାରିଥିଲା । ସେ ସମୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କଳକାରଖାନାଗୁଡ଼ିକ ସ୍ଥାପିତ ହୋଇଥିଲା । ସୁଲତାନୀ ଯୁଗରେ ଦୁଇପ୍ରକାରର କଳକାରଖାନା ଥୁବାର ପରିଦୃଷ୍ଟ ହୁଏ । ପ୍ରଥମତଃ, ସୁଲତାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାପିତ କାରଖାନା ଓ ଦ୍ଵିତୀୟତଃ, ଘରୋଇ ଉଦ୍ୟମରେ ସ୍ଥାପିତ କାରଖାନା । ସୁଲତାନ୍‌ଙ୍କ କାରଖାନା ମୁଖ୍ୟତଃ ଦିଲ୍ଲୀରେ ଅବସ୍ଥିତ ଥୁଲା, ଯେଉଁଠି ହଜାର ହଜାର ଶ୍ରମିକ କାର୍ଯ୍ୟ କରୁଥିଲେ । ସିଲ୍କକ ଓ କାର୍ପାସ ବସ୍ତ୍ର ବହୁଳ ପରିମାଣରେ ଉତ୍ପାଦିତ ହେଉଥିଲା । ସୁନା ଓ ରୁପାରେ ତିଆରି ବିଭିନ୍ନ ଦ୍ରବ୍ୟ ଦେଶର ବିଭିନ୍ନ ଅଞ୍ଚଳରେ ତିଆରି ହେଉଥିଲା । ଘରୋଇ କାରଖାନାଗୁଡ଼ିକ ମଧ୍ୟରେ କାଗଜକଳ ମୁଖ୍ୟ ଥିଲା । ସେ ସମୟରେ ଜୋତା ତିଆରି, ଅସ୍ତ୍ରଶସ୍ତ୍ର ତିଆରି ଓ ମଦ୍ୟ ଉତ୍ପାଦନ ବହୁଳଭାବରେ ଚାଲିଥିଲା । ବାଣିଜ୍ୟିକ କ୍ଷେତ୍ରରେ ଭାରତ ସେତେବେଳେ ଅନ୍ୟ ଦେଶଗୁଡ଼ିକ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲା । ଭାରତରୁ ଉତ୍ପାଦିତ ହେଉଥିବା ସିଲ୍‌କବସ୍ତ୍ର, ଅଫିମ ଓ ଅନ୍ୟାନ୍ୟ ସୌଖୀନ ଅଳଙ୍କାର ବହୁ ଦୂରଦୂରାନ୍ତ ଦେଶକୁ ରପ୍ତାନୀ କରାଯାଇ ବହୁଳ ଅର୍ଥ ଉପାର୍ଜନ କରାଯାଇ ପାରୁଥିଲା । ସେତେବେଳେ ଭାରତ ସହିତ ଚୀନ୍, ମାଳୟ, ଶ୍ରୀଲଙ୍କା, ଭୁଟାନ୍, ତିବ୍ବତ, ପାରସ୍ୟ ପ୍ରଭୃତି ଦେଶ ବାଣିଜ୍ୟିକ କାରବାରରେ ଅଂଶଗ୍ରହଣ କରିଥିଲେ । ଭାରତ ସେତେବେଳେ ବିଭିନ୍ନ ପ୍ରକାରର ଦ୍ରବ୍ୟ, ଯଥା- ମଣି, ମାଣିକ, ମୁକ୍ତା, ହାତୀଦାନ୍ତ, ଚନ୍ଦନକାଠ, ଝୋଟ, ନଡ଼ିଆ, ଲବଙ୍ଗ, କର୍ପୂର ଆଦି ରପ୍ତାନୀ କରି ତା’ର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିଥିଲା । ସାଧୁତା ଓ ସମ୍ଭୋଟତା ପାଇଁ ଭାରତୀୟ ବଣିକମାନେ ବିଦେଶରେ ସମ୍ମାନିତ ହେଉଥିଲେ । ବର୍ହିର୍ବାଣିଜ୍ୟ ଉଭୟ ଜଳପଥ ଓ ସ୍ଥଳପଥ ଦେଇ ଚାଲୁଥିଲା । ଉପରୋକ୍ତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଲେ ଜଣାଯାଏ ଯେ ସୁଲତାନୀ ଯୁଗରେ ଭାରତର ଅର୍ଥନୈତିକ ପ୍ରଗତି ହାସଲ ହୋଇପାରିଥିଲା । ଫଳରେ ଜନସାଧାରଣଙ୍କର ଆର୍ଥିକ ମାନଦଣ୍ଡ ଉନ୍ନତ ଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 7 ପରିବ୍ରାଜକଙ୍କ ଚକ୍ଷୁରେ ଭାରତୀୟ ସମାଜ ସମ୍ପର୍କରେ ଧାରଣା Short & Long Answer Questions.

CHSE Odisha 12th Class History Chapter 7 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଆଲ୍‌ବିରୁଣୀ କିଏ ? ତାଙ୍କଦ୍ବାରା ଲିଖ ପ୍ରସିଦ୍ଧ ପୁସ୍ତକର ନାମ କ’ଣ ?
Answer:
ଏକାଦଶ ଶତାବ୍ଦୀରେ ଆଲ୍‌ବିରୁଣୀ ମଧ୍ଯ ଏସିଆର ଜଣେ ବିଦ୍ବାନ୍ ଥିଲେ । ତାଙ୍କଦ୍ବାରା ଲିଖ୍ତ ପୁସ୍ତକର ନାମ ଥିଲା ‘କିତାବ୍-ଉଲ୍-ହିନ୍ଦ୍’ ।

୨। ଆଲ୍‌ବିରୁଣୀ କେବେ ଓ କାହାଙ୍କଦ୍ଵାରା କେଉଁଠାରୁ ବନ୍ଦୀହୋଇ ଗଜନୀ ଆସିଥିଲେ ?
Answer:
୧୦୧୭ ଖ୍ରୀ.ଅ.ରେ ଆଲବିରୁଣୀ ଗଜନୀର ସୁଲତାନ୍ ମାମୁଦ୍ରଙ୍କଦ୍ଵାରା ବନ୍ଦୀ ହୋଇ ଗଜନୀକୁ ଆସିଥିଲେ । ମାମୁଦ୍ ତାଙ୍କୁ ଖୁରିଜମୂରୁ ବନ୍ଦୀ କରିଥିଲେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

୩ । ଇବନ ବତୁତାଙ୍କୁ କିଏ ତାଙ୍କର ଭ୍ରମଣକାହାଣୀ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ସେ କ’ଣ କରିଥିଲେ ?
Answer:
ଇବନ ବତୁତାଙ୍କୁ ମରକ୍କୋର ସୁଲତାନ ଆବୁ ଇନାମ ତାଙ୍କର ଭ୍ରମଣ କାହାଣୀ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥ‌ିପାଇଁ ସେ ଇବାନ ଜୁଡ଼ାଏ ନାମକ ଜଣେ ମୁସଲିମ୍ ପଣ୍ଡିତଙ୍କୁ ନିଯୁକ୍ତି ଦେଇଥିଲେ ।

୪ । ସେ ସମୟର ଦୁଇଟି ପ୍ରଧାନ ସହରର ନାମ ଲେଖ ।
Answer:
ଇବନ ବତ୍ରୁତା ତାଙ୍କର ପୁସ୍ତକ ‘ରିହାଲା’ରେ ଭାରତର ନଡ଼ିଆ ଓ ପାନକୁ ବେଶୀ ଗୁରୁତ୍ଵ ଦେଇଥିଲେ । ସେ ସମୟର ଦୁଇଟି ପ୍ରଧାନ ସହରର ନାମ ହେଲା – ଦିଲ୍ଲୀ, ଦୌଲତାବାଦ ।

୫। ଇବନ ବତ୍ରୁତାଙ୍କର ପ୍ରକୃତ ନାମ କ’ଣ ଥିଲା ? ସେ କେଉଁ ଅଞ୍ଚଳର ବାସିନ୍ଦା ଥିଲେ ?
Answer:
ଇବନ ବତ୍ରୁତାଙ୍କର ପ୍ରକୃତ ନାମ ଆବୁ ଅବଦୁଲ୍ଲା ମହମ୍ମଦ ଥିଲା ସେ ମରକ୍କୋ ସହରର ବାସିନ୍ଦା ଥିଲେ ।

୬ | ଇବନ ବତୁତା କେବେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଇବନ ବତୁତା ୧୩୦୪ ମସିହା ଫେବୃୟାରୀ ୨୪ ତାରିଖରେ ମରକ୍‌ ସହରର ତାଞ୍ଜିଆରଠାରେ ଜନ୍ମଗ୍ରହଣ କରିଥିଲେ ।

୭ । ଇବନ ବତୁତା ଲେଖୁଥ‌ିବା ପୁସ୍ତକ ‘ରହାଲା’ରେ ଦିଲ୍ଲୀର କେଉଁ ସମ୍ରାଟଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିଥାଏ । ଏହି ପୁସ୍ତକ ସେ କେଉଁ ଭାଷାରେ ଲେଖିଥିଲେ ?
Answer:
ଇବନ ବତ୍ରୁତା ଲେଖୁଥ‌ିବା ପୁସ୍ତକ ‘ରିହାଲା’ରେ ଦିଲ୍ଲୀର ସମ୍ରାଟ ମହମ୍ମଦ ବିନ୍ ତୋଗଲକ୍‌ଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିଥାଏ । ଏହି ପୁସ୍ତକକୁ ସେ ଆରବିକ୍ ଭାଷାରେ ଲେଖିଥିଲେ ।

୮ | ଫ୍ରାଙ୍କୋଇସ୍ ବଣ୍ଡିୟର କେବେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ସେ ବୃତ୍ତିରେ କ’ଣ ଥିଲେ ?
Answer:
ଫ୍ରାଙ୍କୋଇସ୍ ବଣ୍ଠିୟର୍ ୧୬୨୦ ଖ୍ରୀ.ଅ. ସେପ୍ଟେମ୍ବର ୨୫ ତାରିଖରେ ଫ୍ରାନ୍ସର ଗୋମର୍ଡ ନିକଟରେ ଯୋଏ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଡାକ୍ତର ଥିଲେ ।

୯। କେଉଁ ସମ୍ରାଟଙ୍କ ଅନୁରୋଧକ୍ରମେ ଫ୍ରାଙ୍କୋଇସ୍ ବର୍ଷିୟର ତାଙ୍କର ପ୍ରସିଦ୍ଧ କେଉଁ ପୁସ୍ତକଟିକୁ ଲେଖୁଥିଲେ ?
Answer:
ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କ ଅନୁରୋଧକ୍ରମେ ଫ୍ରାଙ୍କୋଇସ୍ ବର୍ଷିୟର ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟି ଲେଖୁଥିଲେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

୧୦ । ଫ୍ରାଙ୍କୋଇସ୍ ବର୍ଷିୟରଙ୍କ ପୁସ୍ତକ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ କେଉଁ ଭାଷାରେ ରଚିତ ହୋଇଥିଲା ଏବଂ ପରେ ଏହାକୁ କିଏ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ ?
Answer:
ଫ୍ରାଙ୍କୋଇସ୍ ବର୍ଷିୟରଙ୍କ ପୁସ୍ତକ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ଫ୍ରେଞ୍ଚ ଭାଷାରେ ରଚିତ ହୋଇଥିଲା ଏବଂ ପରେ ଏହାକୁ ଓଲ୍ଡନେବର୍ଗ ନାମକ ଜଣେ ଲେଖକ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ ।

B. ପାଞ୍ଚଟି/ ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। କିତାବ୍-ଉଲ୍-ହିନ୍ଦ୍ :
Answer:
କିତାବ୍-ଉଲ୍-ହିନ୍ଦ୍ ପୁସ୍ତକଟି ରାଷ୍ଟ୍ରଦୂତ ଆଲ୍‌ବିରୁଣୀଙ୍କ ଏକ ବଳିଷ୍ଠ କୃତି ଯାହାକୁ ସେ ୧୦୩୧ ଖ୍ରୀ.ଅ.ରେ ଗଜନୀରେ ଥିଲାବେଳେ ଲେଖୁଥିଲେ । ଆରବିକ୍ ଭାଷାରେ ଲିଖ୍ ଏହି ପୁସ୍ତକକୁ ତାରିଖ୍-ଉଲ୍-ହିନ୍ଦୁ ମଧ୍ୟ କୁହାଯାଏ । ଏହି ପୁସ୍ତକଟି ୮୦ଟି ଅଧ୍ୟାୟରେ ବିଭକ୍ତ । ଏଥୁରେ ହିନ୍ଦୁଧର୍ମ, ଦର୍ଶନ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା, ଭାରତୀୟମାନଙ୍କର ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଜୀବନ, ଭୂଗୋଳ, ଦେବାଦେବୀ ମୂର୍ତ୍ତି, ଧର୍ମୀୟ ପରମ୍ପରା, ସାହିତ୍ୟ, ଆଇନ, କଳାସ୍ଥାପତ୍ୟ, ଭାସ୍କର୍ଯ୍ୟ ଇତ୍ୟାଦି ବିଷୟରେ ବର୍ଣ୍ଣିତ ଅଛି । ଏହି ପୁସ୍ତକଟି ଲେଖୁବା ମୂଳରେ ଆଲ୍‌ବିରୁଣୀଙ୍କର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପ୍ରଥମତଃ, ଯେଉଁମାନେ ହିନ୍ଦୁତ୍ୱ ଏବଂ ଦର୍ଶନ ଉପରେ ଜାଣିବାକୁ ଚାହିଁବେ ସେମାନଙ୍କୁ ଏହି ପୁସ୍ତକଟି ସାହାଯ୍ୟ କରିବ । ଦ୍ଵିତୀୟତଃ, ଯେଉଁ ବ୍ୟକ୍ତି ତାଙ୍କଠାରୁ ଭିନ୍ନ ମତ ପୋଷଣ କରିବ ତାକୁ ସେ ତାଙ୍କ ପୁସ୍ତକରେ ସ୍ଥାନ ଦେବେ ।

୨। ଆଲ୍‌ବିରୁଣୀ :
Answer:
ଏକାଦଶ ଶତାବ୍ଦୀରେ ଭାରତ ଭ୍ରମଣରେ ଆସିଥିବା ବୈଦେଶିକ ପରିବ୍ରାଜକମାନଙ୍କ ମଧ୍ୟରୁ ଆଲ୍‌ବିରୁଣୀ ଥିଲେ ଅନ୍ୟତମ । ତାଙ୍କର ପୂରାନାମ ଥିଲା ମହମ୍ମଦ ଇବାନ ଅହମ୍ମଦ ଆବୁ ରାଏହାନ୍ ଆଲ୍‌ବିରୁଣୀ । ସେ ୯୭୩ ଖ୍ରୀ.ଅ. ସେପ୍ଟେମ୍ବର ୪ ତାରିଖରେ ଉବେକିସ୍ଥାନର ଖୁରିଜମ୍‌ଠାରେ ଜନ୍ମଗ୍ରହଣ କରିଥିଲେ । ୧୦୧୭ ଖ୍ରୀ.ଅ.ରେ ଗଜନୀର ସୁଲତାନ୍ ମାମୁଦ୍ ଖୁରିଜମ୍ ଅଧୂକାର କରି ତାଙ୍କୁ ବନ୍ଦୀ କରି ଗଜନୀ ଆଣିଥିଲେ । କିନ୍ତୁ ଆଲବିରୁଣୀଙ୍କ ଜ୍ଞାନ ଓ ପ୍ରତିଭାରେ ପ୍ରଭାବିତ ହୋଇ ମାମୁଦ୍ ତାଙ୍କୁ ମୁକ୍ତ କରିବା ସହ ସାହା-ଇ-ଖୁରିଜମ୍ ଉପାଧିରେ ସମ୍ମାନୀତ କରିଥିଲେ । ୧୦୩୧ ଖ୍ରୀ.ଅ.ରେ ଗଜନୀରେ ଥିଲାବେଳେ ଆଲ୍‌ବିରୁଣୀ କିତାବ୍-ଉଲ୍-ହିନ୍ଦ୍ ନାମକ ଏକ ପୁସ୍ତକ ଲେଖୁଥିଲେ । ଆରବିକ୍ ଭାଷାରେ ଲିଖ୍ ଏହି ପୁସ୍ତକଟିକୁ ମଧ୍ୟ ତାରିଖ-ଉଲ୍-ହିନ୍ଦ୍ କୁହାଯାଏ । ଏହି ପୁସ୍ତକଟି ୮୦ଟି ଅଧ୍ୟାୟରେ ବିଭକ୍ତ । ଉକ୍ତ ପୁସ୍ତକରୁ ସେ ସମୟର ଭାରତୀୟମାନଙ୍କର ଜୀବନଶୈଳୀ ଉପରେ ଏକ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥାଏ । ୧୦୪୮ ଖ୍ରୀ.ଅ.ରେ ଏହି ମହାନ୍ ପଣ୍ଡିତଙ୍କର ଦେହାନ୍ତ ହୋଇଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

୩ । ରିହାଲା :
Answer:
‘ରିହାଲା’ ଗ୍ରନ୍ଥଟି ଚତୁର୍ଦ୍ଦଶ ଶତାବ୍ଦୀର ବୈଦେଶିକ ପରିବ୍ରାଜକ ଇବନ ବତୁତାଙ୍କଦ୍ୱାରା ଲିଖ୍ ହୋଇଅଛି । ମରକ୍କୋର ସୁଲତାନ୍ ଆବୁ ଇନାମଙ୍କ ନିର୍ଦ୍ଦେଶରେ ୧୩୫୪ ଖ୍ରୀ.ଅ.ରେ ଆରମ୍ଭ ହୋଇଥିବା ଏହି ପୁସ୍ତକଟି ୧୩୫୫ ଖ୍ରୀ.ଅ.ରେ ପୂର୍ଣ୍ଣତା ଲାଭ କରିଥିଲା । ଏହା ଆରବିକ୍ ଭାଷାରେ ଲେଖାଯାଇଥିଲା । ସେ ଏଥିରେ ଭାରତୀୟମାନଙ୍କର ଜୀବନଶୈଳୀ, ତଥା ତତ୍କାଳୀନ ସାମାଜିକ ଅବସ୍ଥାକୁ ଅତି ଚମତ୍କାର ଶୈଳୀରେ ଫୁଟାଇପାରିଛନ୍ତି । ସେ ଏହି ପୁସ୍ତକରେ ଭାରତର ନଡ଼ିଆ ଓ ପାନକୁ

୪ । ଇବନ ବତୁତା :
Answer:
ଚତୁର୍ଦ୍ଦଶ ଶତାବ୍ଦୀରେ ଭାରତ ଭ୍ରମଣରେ ଆସିଥିବା ବୈଦେଶିକ ପରିବ୍ରାଜକମାନଙ୍କ ମଧ୍ୟରୁ ଇବନ ବତ୍ରୁତା ଥିଲେ ଅନ୍ୟତମ ! ତାଙ୍କର ପ୍ରକୃତ ନାମ ଥିଲା ଆବୁ ଅବଦୁଲ୍ଲା ମହମ୍ମଦ । ସେ ୧୩୦୪ ଖ୍ରୀ.ଅ. ଫେବୃୟାରୀ ୨୪ ତାରିଖରେ ପ୍ରସିଦ୍ଧ ମରକ୍କୋ ସହରର ତାଞ୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ଇସଲାମିକ୍ ଆଇନ ‘ଶାରିଆତ୍’ର ମୁଖ୍ୟ ତର୍ଜମାକାରୀ ଥିଲେ । ୧୩୨୫ ଖ୍ରୀ.ଅ.ରେ ଇବନ ବତୁତା ତାଙ୍କର ପ୍ରଥମ ମକ୍‌କା ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସେ ସିରିଆ, ଇରାନ୍, ପର୍ସିଆ, ୟେମେନ୍, ଓମାନ୍ ଏବଂ ପୂର୍ବ ଆଫ୍ରିକା ପ୍ରଭୃତି ଯାତ୍ରା କରିଥିଲେ । ୧୩୩୪ ଖ୍ରୀ.ଅ.ରେ ସେ ଦିଲ୍ଲୀଠାରେ ପହଞ୍ଚିଥିଲେ । ମୋଗଲ ସମ୍ରାଟ ମହମ୍ମଦ-ବିନ୍-ତୋଗଲକ୍ ତାଙ୍କର ବିଜ୍ଞତାରେ ପ୍ରଭାବିତ ହୋଇ ଦିଲ୍ଲୀର କାଜି ଭାବରେ ନିଯୁକ୍ତି ଦେଇଥିଲେ । ୧୩୪୨ ଖ୍ରୀ.ଅ. ଜୁଲାଇ ୨୧ ତାରିଖରେ ସେ ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରି ଶ୍ରୀଲଙ୍କା, ବଙ୍ଗ, ଆସାମ ଇତ୍ୟାଦି ସ୍ଥାନ ଭ୍ରମଣ କରି ୧୩୪୬ ଖ୍ରୀ.ଅ.ରେ ସୁମାତ୍ରା ଯାଇ ୧୩୪୭ ଖ୍ରୀ.ଅ.ରେ ସେ ଚୀନ୍‌ରେ ପହଞ୍ଚିଥିଲେ । ସେଠାରେ ସେ ମାତ୍ର ଦୁଇବର୍ଷ ରହି ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ୧୩୭୭ ଖ୍ରୀ.ଅ.ରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ତାଙ୍କର ଭ୍ରମଣ କାହାଣୀ ‘ରିହାଲା’ ନାମକ ଏକ ପୁସ୍ତକରେ ଲେଖୁଥିଲେ । ଏହା ଆରବିକ୍ ଭାଷାରେ ଲେଖାଯାଇଥିଲା । ଇବନ ବତୁତାଙ୍କର ପୁସ୍ତକ ‘ରିହାଲା’ ନିଃସନ୍ଦେହରେ ଭାରତ ଇତିହାସ ପାଇଁ ଏକ ଅମୂଲ୍ୟ ଉପାଦାନ ଅଟେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

୫ । ଫ୍ରାଙ୍କୋଇସ୍ ବର୍ଷିୟର :
Answer:
ସପ୍ତଦଶ ଶତାବ୍ଦୀର ବୈଦେଶିକ ପରିବ୍ରାଜକମାନଙ୍କ ମଧ୍ୟରୁ ଫ୍ରାଙ୍କୋଇସ୍ ବର୍ଷିୟର ଥିଲେ ଅନ୍ୟତମ । ୧୬୨୦ ଖ୍ରୀ.ଅ. ସେପ୍ଟେମ୍ବର ୨୫ ତାରିଖରେ ସେ ଫ୍ରାନ୍ସର ଗୋମର୍ଡ ନିକଟରେ ଯୋଏ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଜଣେ ଡାକ୍ତର ଥିଲେ । ୧୬୫୬ ଖ୍ରୀ.ଅ.ରେ କାଏରୋରୁ ଏକ ଜାହାଜରେ ଆସି ଭାରତର ସୁରତ୍ ବନ୍ଦରଠାରେ ସେ ପହଞ୍ଚିଥିଲେ । ସେ ସମୟରେ ମୋଗଲ ସମ୍ରାଟ ଶାହାଜାହାନ୍‌ଙ୍କ ପୁତ୍ରମାନଙ୍କ ମଧ୍ୟରେ ଉତ୍ତରାଧ୍ୟାକାରୀ ପାଇଁ ଯୁଦ୍ଧ ଲାଗିଥାଏ । ଶାହାଜାହାନ୍‌ଙ୍କ ଜ୍ୟେଷ୍ଠପୁତ୍ର ଦାରାଙ୍କ ସହ ଫ୍ରାଙ୍କୋଇସ୍ ବଣ୍ଡିୟର୍ ସାକ୍ଷାତ କରିଥିଲେ ଏବଂ କିଛିଦିନ ପାଇଁ ସେ ସେଠାରେ ଡାକ୍ତର ଭାବରେ ନିଯୁକ୍ତି ପାଇଥିଲେ । ୧୬୬୮ ଖ୍ରୀ.ଅ. ପର୍ଯ୍ୟନ୍ତ ସେ ଭାରତରେ ରହିଥିଲେ । ଭାରତରୁ ସେ ପ୍ୟାରିସ୍ ଯାଇଥିଲେ । ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କ କଥା ରକ୍ଷା କରି ଫ୍ରାଙ୍କୋଇସ୍ ବର୍ଷିୟର୍ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟି ୧୬୭୦ ଖ୍ରୀ.ଅ.ରେ ଲେଖୁଥିଲେ । ଏହା ଫ୍ରେଞ୍ଚ ଭାଷାରେ ଲେଖାହୋଇଥିଲା ଏବଂ ପରେ ହେନେରୀ ଓଲ୍ଡନେବର୍ଗ ନାମକ ଜଣେ ବିଦ୍ଵାନ୍ ଏହାକୁ ଇଂରାଜୀ ଭାଷାରେ ଲେଖିଥିଲେ । ଉକ୍ତ ପୁସ୍ତକଟି ଲେଖିବାରେ ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା, ଭାରତର ବିକାଶକୁ ସହିତ ଇଉରୋପରେ ହୋଇଥିବା ବିକାଶ ସହିତ ତୁଳନା କରିବା । ସେ ଏହି ପୁସ୍ତକରେ ମୋଟାମୋଟି ଇଉରୋପକୁ ପ୍ରଶଂସା କରିଥିଲାବେଳେ ଭାରତକୁ ପାଶ୍ଚାତ୍ୟ ଦେଶ ତୁଳନାରେ ନିକୃଷ୍ଟ ବୋଲି ଦର୍ଶାଇଥିଲେ । ଫ୍ରାନ୍ସର ଏହି ବିଦ୍ବାନ୍ ୧୬୮୮ ଖ୍ରୀ.ଅ.ରେ ଇହଲୀଳା ସମ୍ବରଣ କରିଥିଲେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଆଲ୍‌ବିରୁଣୀଙ୍କ ଜୀବନୀ ଓ ଭ୍ରମଣ କାହାଣୀ ବର୍ଣ୍ଣନା କର ।
Answer:
ବିଶିଷ୍ଟ ପରିବ୍ରାଜକ ଆଲ୍‌ବିରୁଣୀ ଏକାଦଶ ଶତାବ୍ଦୀରେ ମଧ୍ୟଏସିଆର ଜଣେ ମହାନ୍ ବିଦ୍ବାନ୍ ଥିଲେ । ସେ ଭାରତକୁ ଗଜନୀର ସୁଲତାନ ମାମୁଦ୍ରଙ୍କ ସହ ଆସିଥିଲେ । ସେ ହିନ୍ଦୁ ଦର୍ଶନଦ୍ଵାରା ପ୍ରଭାବିତ ହୋଇଥିଲେ । ତାଙ୍କଦ୍ଵାରା ଲିଖ୍ ପ୍ରସିଦ୍ଧ ପୁସ୍ତକ ‘କିତାବ-ଉଲ୍-ହିନ୍ଦୁ’ରେ ସେ ଭାରତୀୟ ସଂସ୍କୃତି ଏବଂ ସଭ୍ୟତା ଉପରେ ବିଶଦ ଭାବରେ ଆଲୋକପାତ କରିଛନ୍ତି । ଉକ୍ତ ପୁସ୍ତକଟି ମଧ୍ୟଯୁଗର ଭାରତ ଇତିହାସ ପାଇଁ ଏକ ଅମୂଲ୍ୟ ଉପାଦାନ ।

  • ଜୀବନୀ – ଆଲ୍‌ବିରୁଣୀଙ୍କ ପୂରାନାମ ଥିଲା ମହମ୍ମଦ ଇବାନ ଅହମ୍ମଦ ଆବୁ ରାଏହାନ୍ ଆଲ୍‌ବିରୁଣୀ । ସେ ୯୭୩ ମସିହା ସେପ୍ଟେମ୍ବର ୪ ତାରିଖରେ ଉକିସ୍ଥାନର ଖୁରିଜମରେ ଜନ୍ମ ହୋଇଥିଲେ । ସେ ପ୍ରସିଦ୍ଧ ଶିକ୍ଷାକେନ୍ଦ୍ର ଖୁରିଜମରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ସେ ଅନେକ ଭାଷା; ଯଥା – ଆରବିକ୍, ପାର୍ଶୀ, ହିବୁ, ସଂସ୍କୃତ ଏବଂ ସିରିଆକ୍ ସହ ପରିଚିତ ଥିଲେ । ସେ ନିଜର ଦକ୍ଷତା ଓ ପାରଦର୍ଶିତା ବଳରେ ଖୁବ୍‌ଶୀଘ୍ର ସଫଳତା ଓ ଗୌରବର ଶୀର୍ଷାର୍ଗରେ ପହଞ୍ଚି ପାରିଥିଲେ । ସେ ପଦାର୍ଥବିଜ୍ଞାନ (Physics), ରସାୟନବିଜ୍ଞାନ, ଆଷ୍ଟୋନୋମି, ଆଷ୍ଟ୍ରୋଲୋମି ଏବଂ ଗଣିତରେ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ସେ ମଧ୍ୟ ଖୁରିଜମ ପରିଷଦର ସଭ୍ୟ ଥିଲେ । ୧୦୧୭ ଖ୍ରୀଷ୍ଟାବ୍ଦରେ ଗଜନୀର ସୁଲତାନ ମାମୁଦ୍ ଯେତେବେଳେ ଖୁରିଜମ ଅଧିକାର କଲେ, ସେ ଆଲ୍‌ବିରୁଣୀଙ୍କୁ ବନ୍ଦୀ କରି ଗଜନୀ ଆଣିଥିଲେ; କିନ୍ତୁ ଆଲ୍‌ବିରୁଣୀଙ୍କ ଜ୍ଞାନ ଓ ପ୍ରତିଭାରେ ପ୍ରଭାବିତ ହୋଇ ମାମୁଦ୍ ତାଙ୍କୁ ବନ୍ଦୀରୁ ମୁକ୍ତି କରିବାସହ ‘ଶାହା-ଇ-ଖୁରିଜମ’ ଉପାଧ୍ଧରେ ସମ୍ମାନୀତ କରିଥିଲେ । ଏହି ଘଟଣା ଆଲ୍‌ବିରୁଣୀଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା । ସେ ଗଜନୀରେ ଥିଲାବେଳେ, ଭାରତ- ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • କିତାବ-ଉଲ୍-ହିନ୍ଦ୍ – ଏହି ପୁସ୍ତକଟି ଆଲ୍‌ବିରୁଣୀଙ୍କ ଏକ ବଳିଷ୍ଠ କୃତି, ଯାହାକୁ ସେ ୧୦୩୧ ମସିହାରେ ଗଜନୀରେ ଥିଲାବେଳେ ଲେଖିଥିଲେ । ଏହା ଭାରତ ସହିତ ସଂଶ୍ଳିଷ୍ଟ । ଆରବିକ୍ ଭାଷାରେ ଲିଖ୍ ଏହି ପୁସ୍ତକଟିକୁ ମଧ୍ୟ ‘ତାରିଖ୍-ଉଲ୍-ହିନ୍ଦ୍’ ମଧ୍ୟ କୁହାଯାଏ । ସେ ଭାରତୀୟ ସମାଜକୁ ଭଲ ଭାବରେ ବୁଝିବାପାଇଁ ବହୁତ ଉଦ୍ୟମ କରିଥିଲେ । ସେ ପ୍ରଥମେ ବ୍ରାହ୍ମଣମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରିଥିଲେ । ଦ୍ଵିତୀୟତଃ, ସେ ବ୍ରାହ୍ମଣମାନଙ୍କଠାରୁ ସଂସ୍କୃତ ଭାଷା ଶିକ୍ଷାକଲେ । ତୃତୀୟତଃ, ସେ ବେଦ, ପୁରାଣ, ଭଗବଦ୍ ଗୀତା, ପାତଞ୍ଜଳୀ ଓ ମନୁସ୍ମୃତି ଇତ୍ୟାଦି ପଢ଼ିଲେ । ‘କିତାବ-ଉଲ-ହିନ୍ଦୁ’ ଲେଖୁ ପଛରେ ତାଙ୍କର ଦୁଇଟି ମୁଖ୍ୟ କାରଣ ଥିଲା । ପ୍ରଥମଟି ହେଲା ସେ ଚାହୁଁଥିଲେ ଯେଉଁମାନେ ହିନ୍ଦୁ ଧର୍ମ ଓ ଦର୍ଶନ ଉପରେ ଜାଣିବାକୁ ଚାହିଁବେ ଏହା ତାଙ୍କୁ ସାହାଯ୍ୟ କରିବେ । ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ତାଙ୍କଠାରୁ ଭିନ୍ନ ମତ ପୋଷଣ କରିବେ, ତାହା ସେ ତାଙ୍କ ପୁସ୍ତକରେ ସ୍ଥାନ ଦେବେ । ଉକ୍ତ ପୁସ୍ତକଟି ୮୦ଟି ଅଧ୍ୟାୟରେ ବିଭକ୍ତ । ସେଥୁରେ ହିନ୍ଦୁ ଧର୍ମ, ଦର୍ଶନ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା, ଲୋକମାନଙ୍କର ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଜୀବନ, ଭୂଗୋଳ, ଦେବଦେବୀ ମୂର୍ତ୍ତି, ଧର୍ମୀୟ ପରମ୍ପରା, ସାହିତ୍ୟ, ଆଇନ ଏବଂ ଭାସ୍କର୍ଯ୍ୟ ଇତ୍ୟାଦି ବର୍ଣ୍ଣିତ ଅଛି ।
  • ଭାରତରେ ଜାତିପ୍ରଥା – ଆଲ୍‌ବିରୁଣୀ ଭାରତରେ ପ୍ରଚଳିତ ଜାତିପ୍ରଥା ବିଷୟରେ ତାଙ୍କ ପୁସ୍ତକରେ ଲେଖୁଛନ୍ତି । ତାଙ୍କ ମତରେ ଭାରତୀୟମାନେ ତାଙ୍କ ଜାତିକୁ ନେଇ ବେଶ୍ ଗର୍ବିତ । ସେମାନେ ବିଦେଶୀମାନଙ୍କୁ ଘୃଣା କରୁଥିଲେ ଏବଂ ସେମାନଙ୍କୁ ମେଚ୍ଛ ବୋଲି କହୁଥିଲେ । ସେ ସମୟରେ ଭାରତୀୟ ସମାଜ ଚାରୋଟି ଜାତିରେ ବିଭକ୍ତ ହୋଇଥିଲେ; ଯଥା – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର । ଆଲ୍‌ବିରୁଣୀଙ୍କ ମତରେ ବ୍ରାହ୍ମଣମାନେ ସମାଜରେ ଶ୍ରେଷ୍ଠ ଥିଲେ ଏବଂ ସେମାନେ ବ୍ରହ୍ମାଙ୍କ ମସ୍ତକରୁ ସୃଷ୍ଟି ବୋଲି ବିଶ୍ଵାସ କରାଯାଏ । ସେମାନେ ବେଦ ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ପାଠକରୁଥିଲେ । ହିନ୍ଦୁ ରାଜାମାନେ ସେମାନଙ୍କୁ ପୁରୋହିତବୋଲି ବିଶ୍ଵାସ କରାଯାଏ । ସେମାନେ ବେଦ ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ପାଠକରୁଥିଲେ । ହିନ୍ଦୁ ରାଜାମାନେ ସେମାନଙ୍କୁ ପୁରୋହିତ ଦ୍ୱିତୀୟ ସ୍ଥାନ ମିଳିଥିଲା । ସେମାନଙ୍କୁ ବ୍ରହ୍ମାଙ୍କ ବାହୁରୁ ଜାତ ବୋଲି କୁହାଯାଏ । ସମାଜରେ ସେମାନଙ୍କ ସ୍ଥିତି ବ୍ରାହ୍ମଣମାନଙ୍କ ତଳକୁ ଥିଲା । ସେମାନଙ୍କ କାର୍ଯ୍ୟ ଥିଲା ରାଜ୍ୟର ପ୍ରଶାସନ ଏବଂ ସୁରକ୍ଷା । ରାଜାମାନେ ଏହି କ୍ଷତ୍ରିୟ କୁଳରୁ ଜାତ ହେଉଥିଲେ । ସେମାନେ ସାଧାରଣତଃ ରାଜାଙ୍କ ସୈନ୍ୟ ବିଭାଗରେ କାର୍ଯ୍ୟ କରୁଥିଲେ । ସମାଜର ତୃତୀୟ ଶ୍ରେଣୀରେ ଥିଲେ ବୈଶ୍ୟ । ସେମାନେ ବ୍ରହ୍ମାଙ୍କ ନାଭିରୁ ଜାତ ବୋଲି କୁହାଯାଏ । ସେମାନେ କୃଷି ଓ ବାଣିଜ୍ୟ ଆଦି କାର୍ଯ୍ୟ କରୁଥିଲେ ଏବଂ ଅନ୍ୟମାନଙ୍କୁ ଖାଦ୍ୟ ଯୋଗାଉଥିଲେ । ସମାଜର ନିମ୍ନରେ ଥିଲେ ଶୂଦ୍ର, ଯେଉଁମାନେ ବ୍ରହ୍ମାଙ୍କ ପାଦରୁ ଜାତ ବୋଲି କୁହାଯାଏ । ସେମାନେ ସେବାକାରୀ ଜାତି ଭାବରେ ଅନ୍ୟ ତିନି ଜାତିର ବିଭିନ୍ନ ସେବା କରୁଥିଲେ । ସେମାନଙ୍କ ଉପରେ ଅନେକ କଟକଣା ଲାଗୁ ହେଉଥିଲା । ସେମାନଙ୍କପ୍ରତି ଅସଭ୍ୟ ବ୍ୟବହାର ମଧ୍ୟ କରାଯାଉଥିଲା । ସେମାନେ କୌଣସି ସାମାଜିକ ଓ ଧାର୍ମିକ ଅଧିକାରକୁ ଉପଭୋଗ କରୁ ନଥିଲେ । ଏତଦ୍‌ବ୍ୟତୀତ ଆଲ୍‌ବିରୁଣୀ କୁହନ୍ତି ଅନ୍ୟଏକ ଜାତିର ଲୋକ ଥିଲେ ଯାହାଙ୍କୁ ‘ଅନ୍ତଜ’ କୁହାଯାଉଥିଲା, ଯାହାର ଅର୍ଥ ଜାତିପ୍ରଥାର ବାହାରେ । ସେମାନଙ୍କ ସ୍ଥିତି ଶୂଦ୍ରଙ୍କଠାରୁ ବି ହୀନ ଥିଲା । ଆଲ୍‌ବିରୁଣୀ ଏହି ଜାତିପ୍ରଥାକୁ ବିରୋଧ କରିଥିଲେ ଏବଂ କହିଥିଲେ, ‘ଏହା ହେଉଛି ପ୍ରକୃତିର ବିପରୀତ କାର୍ଯ୍ୟ ।’’

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ବର୍ଣ୍ଣାଶ୍ରମ – ଆଲ୍‌ବିରୁଣୀଙ୍କ ମତରେ, ହିନ୍ଦୁମାନେ ସେ ସମୟରେ ବର୍ଣ୍ଣ ବ୍ୟବସ୍ଥାରେ ବିଶ୍ଵାସ କରୁଥିଲେ । ମନୁଷ୍ୟର ଜୀବନକୁ ଶହେବର୍ଷ ବିଚାର କରି ସେମାନେ ତାକୁ ଚାରିଭାଗରେ ବିଭକ୍ତ କରିଥିଲେ ଓ ପ୍ରତ୍ୟେକ ଭାଗକୁ ୨୫ ବର୍ଷରେ ରଖୁଥିଲେ । ଏହି ବ୍ୟବସ୍ଥାକୁ ବର୍ଷାଶ୍ରମ କୁହାଯାଏ । ସେଗୁଡ଼ିକ ହେଲା – ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ । ପ୍ରଥମ ଆଶ୍ରମ ବ୍ରହ୍ମଚର୍ଯ୍ୟରେ ଜଣେ ତା’ର ଜୀବନକୁ ଛାତ୍ର ଭାବରେ ଗୁରୁକୁଳାଶ୍ରମରେ ବିତାଇଥାଏ । ସେ ଉପଯୁକ୍ତ ଜ୍ଞାନଲାଭ କରି ଘରକୁ ଫେରିଆସେ ଏବଂ ବିବାହ କରି ଗାର୍ଯ୍ୟସ୍ଥ ଜୀବନ ଆରମ୍ଭ କରେ । ଏହି ସମୟରେ ସେ ନିଜର ବୃତ୍ତି କରିବା ସହିତ ସମସ୍ତ ଗୃହସ୍ଥ କାର୍ଯ୍ୟ କରିଥାଏ । ତୃତୀୟ ଆଶ୍ରମ ବାନପ୍ରସ୍ଥରେ ସେ ନିଜକୁ ସମସ୍ତ ଗୃହସ୍ଥ କାର୍ଯ୍ୟରୁ ନିବୃତ୍ତ ରଖେ ଏବଂ ବିଭିନ୍ନ ଧର୍ମୀୟ କାର୍ଯ୍ୟରେ ଲିପ୍ତରୁହେ । ଚତୁର୍ଥ ଆଶ୍ରମ ହେଲା ସନ୍ୟାସ । ଏହି ପର୍ଯ୍ୟାୟରେ ବ୍ୟକ୍ତି ଗୃହତ୍ୟାଗ କରି ନିର୍ବାଣ ପ୍ରାପ୍ତିପାଇଁ ସନ୍ୟାସୀରୂପେ ପରମଆତ୍ମା ସହିତ ସମ୍ପର୍କ ରଖେ ।
  • ବିବାହ – ଆଲ୍‌ବିରୁଣୀଙ୍କ ମତରେ ବିବାହ ହିନ୍ଦୁମାନଙ୍କର ଏକ ପବିତ୍ର କାର୍ଯ୍ୟ, ଯାହାକୁ ସେମାନେ ଅତି ନିଷ୍ଠାର ସହ ସମ୍ପାଦନ କରୁଥିଲେ । ସେ ସମୟରେ ବିବାହ ଯେହେତୁ କମ୍ ବୟସରେ ହେଉଥିଲା, ତାହା ସାଧାରଣତଃ ପିତା ଓ ମାତା ଆୟୋଜନ କରୁଥିଲେ । ନିଜ ଗୋତ୍ରରେ ବିବାହ ଉପରେ ପ୍ରତିବନ୍ଧକ ଥିଲା । ହିନ୍ଦୁ ସମାଜରେ ଛାଡ଼ପତ୍ର କ୍ଵଚିତ୍ ଥିଲା । ବିଧବା ବିବାହ ମଧ୍ୟ ନଥୁଲା ।
  • ନାରୀମାନଙ୍କ ସ୍ଥାନ – ଆଲ୍‌ବିରୁଣୀଙ୍କ ମତରେ ଭାରତୀୟ ସମାଜରେ ନାରୀମାନଙ୍କ ସ୍ଥାନ ଉତ୍ତମ ଥିଲା । ସେମାନଙ୍କ ସହଯୋଗ ବିନା କୌଣସି ଧାର୍ମିକ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉ ନଥିଲା । ସେମାନେ ଗୃହର ସମସ୍ତ କାର୍ଯ୍ୟରେ ଅଂଶଗ୍ରହଣ କରୁଥିଲେ । ଅମହତ ନାରୀଙ୍କୁ ସମାଜରେ ତିରସ୍କାର କରାଯାଉଥିଲା । ସେ ସମୟରେ ବାଲ୍ୟବିବାହ ପ୍ରଚଳିତ ଥିଲା । ଅଳ୍ପବୟସରେ କନ୍ୟାମାନଙ୍କୁ ବିବାହ ଦିଆଯାଉଥିଲା । ବିଧବା ପୁନର୍ବିବାହ ନଥିଲା । ସେମାନଙ୍କୁ ଖରାପ ବ୍ୟବହାର ସାମ୍ନା କରିବାକୁ ପଡୁଥିଲା । ତେଣୁ ଅଧିକାଂଶ ନାରୀ ସେମାନଙ୍କ ସ୍ବାମୀଙ୍କ ମୃତ୍ୟୁପରେ ସତୀ ହେବାକୁ ପସନ୍ଦ କରୁଥିଲେ । ଦେବଦାସୀମାନଙ୍କୁ ମନ୍ଦିରରେ ରଖାଯାଉଥିଲା ।
  • ଧର୍ମୀୟ ବ୍ୟବସ୍ଥା – ଆଲବିରୁଣୀ ହିନ୍ଦୁମାନଙ୍କ ଧର୍ମୀୟ ବ୍ୟବସ୍ଥା ଉପରେ ଅନେକ ଆଲୋକପାତ କରିଛନ୍ତି । ସେମାନେ ଏକେଶ୍ୱରବାଦରେ ବିଶ୍ବାସ କରୁଥିଲେ; କିନ୍ତୁ ଅନେକ ଦେବଦେବୀଙ୍କୁ ପୂଜା କରୁଥିଲେ । ସେମାନେ ବିଶାଳ ମନ୍ଦିରମାନ ନିର୍ମାଣ କରୁଥିଲେ ଏବଂ ତା’ମଧ୍ୟରେ ଦେବଦେବୀଙ୍କର ସୁନ୍ଦର ମୂର୍ତ୍ତିମାନ ସ୍ଥାପନ କରୁଥିଲେ । ସେମାନେ ଆତ୍ମା, କର୍ମ ଏବଂ ପୁନର୍ଜନ୍ମରେ ବିଶ୍ଵାସ କରୁଥିଲେ । ହିନ୍ଦୁମାନଙ୍କର ଦୃଢ଼ବିଶ୍ଵାସ ଥିଲା ଯେ ପ୍ରତ୍ୟେକ ବ୍ୟକ୍ତି ତା’ର କର୍ମର ଫଳ ଲାଭ କରିଥାଏ । ସେ ସମୟର ହିନ୍ଦୁ ଲୋକମାନେ ତୀର୍ଥଯାତ୍ରାରେ ଯାଉଥିଲେ, ଯଜ୍ଞ ଓ ଦାନଧର୍ମ କରୁଥିଲେ । ଆଲ୍‌ବିରୁଣୀଙ୍କ ମତରେ ସେ ସମୟରେ ବୈଷ୍ଣବ ଧର୍ମ ଜନପ୍ରିୟତା ଲାଭକରିଥିଲା ।
  • ରାଜନୈତିକ ଅବସ୍ଥା – ରାଜନୈତିକ ଅବସ୍ଥାକୁ ବର୍ଣ୍ଣନା କରି ଆଲ୍‌ବିରୁଣୀ କହିଥିଲେ ଭାରତ ଏକ ବିଶାଳ ଦେଶ ହେଲେ ମଧ୍ୟ ତାହା ଅନେକଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇ ବିଭିନ୍ନ ରାଜାମାନଙ୍କଦ୍ୱାରା ଶାସିତ ହେଉଥିଲା । ରାଜ୍ୟଗୁଡ଼ିକ ମଧ୍ୟରେ ଏକତା ନଥିଲା । ତେଣୁ ସେମାନେ ବୈଦେଶିକ ଆକ୍ରମଣର ଶିକାର ହେଉଥିଲା । ଏକତା ନଥ‌ିବାରୁ ରାଜାମାନେ ଗଜନୀର ସୁଲତାନ ମାମୁଦ୍ରଙ୍କ ହସ୍ତରୁ ବାରମ୍ବାର ପରାସ୍ତ ହେଉଥିଲେ । ସେ ସମୟରେ କନୌଜ, ମାଳବ, ଗୁଜରାଟ, ସିନ୍ଦୂ ଏବଂ କାଶ୍ମୀର ପ୍ରସିଦ୍ଧ ରାଜ୍ୟ ଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ନ୍ୟାୟିକ ପ୍ରଶାସନ – ଆଲ୍‌ବିରୁଣୀ ଲେଖୁଛନ୍ତି ଯେ, ଭାରତୀୟ ରାଜାମାନେ ନ୍ୟାୟର ପ୍ରତୀକ ଥିଲେ । ପ୍ରଜାମାନଙ୍କୁ ନ୍ୟାୟ ଦେବାପାଇଁ ସେମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ନ୍ୟାୟାଳୟ ପ୍ରତିଷ୍ଠା କରିଥିଲେ । ଗ୍ରାମପଞ୍ଚାୟତ ସର୍ବନିମ୍ନ ଅଦାଲତ ଥିଲା । ଗ୍ରାମର ଅଧିକାଂଶ ବିବାଦ ଗ୍ରାମପଞ୍ଚାୟତଦ୍ୱାରା ସମାଧାନ କରାଯାଉଥିଲା । ଗ୍ରାମପଞ୍ଚାୟତଦ୍ୱାରା ନିଷ୍ପତ୍ତିକୁ ଲୋକମାନେ ସମ୍ମାନ ଦେଉଥିଲେ । ସରକାର ଗ୍ରାମର ସମସ୍ୟାରେ ହସ୍ତକ୍ଷେପ କରୁ ନଥିଲେ । ରାଜା ଥିଲେ ନ୍ୟାୟର ସର୍ବୋଚ୍ଚ କର୍ତ୍ତା । ତାଙ୍କ ନିଷ୍ପତ୍ତିକୁ ଶେଷ ନିଷ୍ପତ୍ତି ଭାବରେ ଗ୍ରହଣ କରାଯାଉଥିଲା । ତାଙ୍କ ମୁଖରୁ ବାହାରୁଥ‌ିବା ପ୍ରତିଟି ଶବ୍ଦ ଆଇନ ଥିଲା । ସେ ସମୟରେ ଦଣ୍ଡ ବ୍ୟବସ୍ଥା ଏତେ କଠୋର ନଥିଲା । ମୃତ୍ୟୁଦଣ୍ଡ ପ୍ରାୟ ଦିଆଯାଉ ନଥିଲା ।
  • ଆର୍ଥିକ ବ୍ୟବସ୍ଥା – ଆରୁଣୀ ଭାରତର ତତ୍କାଳୀନ ଆର୍ଥିକ ଅବସ୍ଥାକୁ ମଧ୍ୟ ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ସେ ଲେଖୁଛନ୍ତି ଯଦିଓ ସେତେବେଳେ, ଭାରତର ବୈଦେଶିକ ବାଣିଜ୍ୟ ହ୍ରାସ ପାଇଥିଲା; ତଥାପି ଭାରତ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧିଶାଳୀ ଥିଲା । ଭାରତୀୟ ମନ୍ଦିରମାନଙ୍କରୁ ମିଳିଥିବା ଅଜସ୍ର ଧନରୁ ଏହାକୁ ପ୍ରମାଣିତ କରାଯାଇଛି । ସେତେବେଳେ ଭାରତରେ ଆଭ୍ୟନ୍ତରଣୀୟ ବାଣିଜ୍ୟ ସମୃଦ୍ଧିଶାଳୀ ଥିଲା । ସେ ମଧ୍ୟ ମାପ, ଓଜନ ଏବଂ ମୁଦ୍ରା ଉପରେ ଆଲୋକପାତ କରିଥିଲେ । ସେ ସମୟରେ ଆଦାୟ କରାଯାଉଥିବା ବିଭିନ୍ନ କର ଉପରେ ମଧ୍ୟ ସେ ଲେଖୁଛନ୍ତି । ଆୟର ମୁଖ୍ୟ ପନ୍ଥା ଥିଲା ଭୂ-ରାଜସ୍ୱ, ଦେଶୀମାନଙ୍କଠାରୁ ଆଦାୟ ଧନ, ବାଣିଜ୍ୟ କର, ରାସ୍ତା କର ଏବଂ ଦେବଦାସୀ କର । ରାଜା ଆୟର ଅଧିକାଂଶ ଭାଗ ସୈନ୍ୟବାହିନୀ ଏବଂ ପ୍ରଜାମଙ୍ଗଳ କାର୍ଯ୍ୟରେ ଖର୍ଚ୍ଚ କରୁଥିଲେ ।

୨। ପ୍ରସିଦ୍ଧ ପରିବ୍ରାଜକ ଇବନ ବତୁତାଙ୍କ ଜୀବନୀ ଓ ଭ୍ରମଣ କାହାଣୀ ବର୍ଣ୍ଣନା କର ।
Answer:

  • ଉପକ୍ରମ – ଚତୁର୍ଦ୍ଦଶ ଶତାବ୍ଦୀରେ ଭାରତ ଭ୍ରମଣରେ ଆସିଥିବା ବୈଦେଶିକ ପରିବ୍ରାଜକଙ୍କ ମଧ୍ୟରୁ ଇବନ ବତୁତା ଥିଲେ ଅନ୍ୟତମ । ଏହି ମହାନ୍ ବିଦ୍ଵାନ ଥିଲେ ମରକ୍‌ ବାସିନ୍ଦା । ସେ ଭ୍ରମଣ କରିବାକୁ ଅଧ‌ିକ ଭଲପାଉଥ‌ିବାରୁ, ନିଜ ଜୀବଦ୍ଦଶା ଭିତରେ, ଅନେକ ଦେଶ ବୁଲିପାରିଥିଲେ l ସେ ଭାରତକୁ ମହମ୍ମଦ-ବିନ୍-ତୋଗଲକ୍‌ଙ୍କ ସମୟରେ ଆସି ବହୁଦିନ ରହିଥିଲେ । ସେ ତାଙ୍କର ପ୍ରଥମ ବୈଦେଶିକ ବିବରଣୀ ‘ରିହାଲା’ (Rihla) କୁ ଆରବିକ୍ ଭାଷାରେ ଲେଖିଥିଲେ । ସେ ଏଥିରେ ନିଜ ଆଖ୍ୟାରେ ଦେଖୁଥ‌ିବା ଘଟଣାମାନ ବର୍ଣ୍ଣନା କରିଛନ୍ତି । ସେଥ‌ିପାଇଁ ‘ରିହାଲା’କୁ ଅତ୍ୟନ୍ତ ପ୍ରାମାଣିକ ଏବଂ ଅମୂଲ୍ୟ ଉପାଦାନ ରୂପେ ଗଣାଯାଏ ଯେଉଁଥରେ ମହମ୍ମଦ-ବିନ୍-ତୋଗଲକ୍‌ଙ୍କ ବିଷୟରେ ଅନେକ ତଥ୍ୟ ମିଳିଥାଏ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ଜୀବନୀ – ଇବନ ବତୁତାଙ୍କ ପ୍ରକୃତ ନାମଥିଲା ଆବୁ ଅବଦୁଲା ମହମ୍ମଦ । ସେ ୧୩୦୪ ମସିହା ଫେବୃଆରୀ ୨୪ ତାରିଖରେ ପ୍ରସିଦ୍ଧ ମରକ୍କୋ ସହରର ତାଞ୍ଜିଆରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ସେ ସମୟରେ ଖୁବ୍ ଶିକ୍ଷିତ ଏବଂ ସମ୍ମାନନୀୟ ଥିଲା । ତାଙ୍କ ପରିବାର ଇସ୍‌ଲାମିକ୍ ଆଇନ ‘ଶାରିଆତ୍’ର ମୁଖ୍ୟ ତର୍ଜମାକାରୀ ଥିଲେ । ଏହି ବିଜ୍ଞତାପାଇଁ, ତାଙ୍କ ପରିବାରର ଅଧିକାଂଶ ସଦସ୍ୟ ବିଭିନ୍ନ ଦେଶରେ କାଜିରୂପେ ନିଯୁକ୍ତି ପାଉଥିଲେ । ପରିବାର ପ୍ରଥା ଅନୁସାରେ ଇବନ ବତୁତା ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଥିଲେ । ଇବନ ବତୁତା ଏକାଧାରରେ ଥିଲେ ଜଣେ ଭ୍ରମଣପ୍ରିୟ ଏବଂ ଜ୍ଞାନପିପାସୁ । ବିଭିନ୍ନ ଦେଶ ଭ୍ରମଣ କରି ଜ୍ଞାନ ଆହରଣ କରିବାରେ ତାଙ୍କର ପ୍ରବଳ ଇଚ୍ଛା ଥିଲା । ସେଥିପାଇଁ ୨୨ ବର୍ଷ ବୟସରେ ନିଜ ପ୍ରିୟଜନମାନଙ୍କୁ ପଛରେ ଛାଡ଼ି ସେ ବିଭିନ୍ନ ଦେଶ ଭ୍ରମଣରେ ବାହାରି ପଡ଼ିଥିଲେ । ସେ ତାଙ୍କର ପ୍ରଥମ ଯାତ୍ରା ୧୩୨୫ ଖ୍ରୀଷ୍ଟାବ୍ଦ ଜୁନ୍ ୧୪ ତାରିଖରେ ଆରମ୍ଭ କରି ପ୍ରଥମେ ମକ୍‌କା ଯାତ୍ରା କରିଥିଲେ । ଏହି ଯାତ୍ରା ତାଙ୍କୁ ଅଧ‌ିକ ଉତ୍ସାହିତ କରିଥିଲା । ଏହାପରେ ସେ ସିରିଆ, ଇରାକ୍, ପର୍ସିଆ, ୟେମେନ୍, ଓମାନ ଏବଂ ପୂର୍ବ ଆଫ୍ରିକା ପ୍ରଭୃତି ଯାତ୍ରା କରିଥିଲେ । ଏହାପରେ ଇବନ୍ ବତୁତା ଭାରତ ଭ୍ରମଣ ପାଇଁ ନିଷ୍ପତ୍ତି ନେଇଥିଲେ । ସେ ୧୩୩୩ ମସିହା ସେପ୍ଟେମ୍ବର ୧୨ ତାରିଖରେ ଭାରତର ସିନ୍ଧିଠାରେ ପହଞ୍ଚିଥିଲେ । ସେ ଆଗରୁ ଦିଲ୍ଲୀର ସୁଲତାନ ମହମ୍ମଦ-ବିନ୍-ତୋଗଲକ୍‌ଙ୍କ ସମ୍ପର୍କରେ ବହୁତ କିଛି ଶୁଣିଥିଲେ । ସେ ଜଣେ ବିଦ୍ବାନ୍ ଓ କଳା ଓ ସଂସ୍କୃତିପ୍ରିୟ ବୋଲି ମଧ୍ୟ ସେ ଶୁଣିଥିଲେ । ତେଣୁ ଇବନ୍‌ତୁତା ଉତ୍ ଏବଂ ମୁଲତାନ ପାର କରି ୧୩୩୪ ମସିହା ମାର୍ଚ୍ଚ ୨୦ ତାରିଖରେ ଦିଲ୍ଲୀରେ ପହଞ୍ଚିଲେ । ମହମ୍ମଦ-ବିନ୍-ତୋଗଲକ୍ ତାଙ୍କୁ ଏକ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କଲେ । ସୁଲତାନ ଇବନ ବତୁତାଙ୍କ ବିଜ୍ଞତା କଥା ଶୁଣି ବହୁଭାବରେ ପ୍ରଭାବିତ ହୋଇଥିଲେ । ତେଣୁ ସେ ତାଙ୍କୁ ଦିଲ୍ଲୀର କାଜି ଭାବରେ ନିଯୁକ୍ତି ଦେଲେ । ଏହିଭଳି ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ମହମ୍ମଦ ତୋଗଲକ୍‌ଙ୍କୁ ସେ ଅତି ନିକଟରୁ ଜାଣିଥିଲେ । ହଠାତ୍‌ ଉଭୟଙ୍କ ମଧ୍ୟରେ ଏକ ଭୁଲ ବୁଝାମଣା ହେବାରୁ ଇବନ ବତୁତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା । କିନ୍ତୁ ସୁଲତାନ ଖୁବ୍‌ଶୀଘ୍ର ତାଙ୍କ ଭୁଲ୍ ବୁଝିବାପରେ ତାଙ୍କୁ ଜେଲରୁ ମୁକ୍ତ କରିଥିଲେ । ସୁଲତାନ, ତାଙ୍କୁ ଚୀନ୍‌ର ଶାସକ ମଙ୍ଗୋଲ ବୀର ତୁଘ୍ରାନ୍ ତିମୁରଙ୍କ ଦରବାରକୁ ରାଷ୍ଟ୍ରଦୂତ କରି ପଠାଇବାର ନିଷ୍ପତ୍ତି ନେଲେ । ଚୀନରେ ମାତ୍ର ୧ ବର୍ଷ ରହି ୧୩୪୭ରେ ଫେରିଆସିଲେ । ପରେ ୧୩୪୯ରେ ସେ ନିଜ ଗୃହ ମରକ୍‌କୁ ଫେରିଗଲେ । ତାଙ୍କର ମୃତ୍ୟୁ ୧୩୭୭ରେ ହୋଇଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ରିହାଲା (Rihla) – ଇବନ ବନ୍ଧୁତା ଭାରତ ଏବଂ ଅନ୍ୟାନ୍ୟ ଦେଶ ଭ୍ରମଣ କରି ୧୩୫୪ରେ ନିଜ ଜନ୍ମସ୍ଥାନ ମରକ୍‌ରେ ପହଞ୍ଚିଲାପରେ ତାଙ୍କୁ ସେଠାକାର ସୁଲତାନ ଆବୁ ଇନାମ୍ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସୁଲତାନ ତାଙ୍କୁ ତାଙ୍କ ଭ୍ରମଣ ବିବରଣୀ ଲେଖିବାକୁ ନିର୍ଦେଶ ଦେଇଥିଲେ । ଇବାନ ଜୁଡ଼ାଏ ନାମକ ଜଣେ ମୁସଲିମ୍ ପଣ୍ଡିତଙ୍କୁ ତାଙ୍କୁ ସାହାଯ୍ୟ କରିବାକୁ ନିଯୁକ୍ତି ଦେଇଥିଲେ । ଏହି କାର୍ଯ୍ୟ ୧୩୫୪ରେ ଆରମ୍ଭ ହୋଇ ୧୩୫୫ରେ ପୂର୍ଣ୍ଣତା ଲାଭକଲା । ଏହା ଆରବିକ୍ ଭାଷାରେ ଲେଖାହୋଇଥିଲା । ସେ ବିଶେଷକରି ଯେଉଁକଥା ଲୋକମାନଙ୍କୁ ଅଜଣା, ସେଗୁଡ଼ିକୁ ଚମତ୍କାର ଶୈଳୀରେ ଲେଖୁଥିଲେ । ସେ ଭାରତରେ ‘ନଡ଼ିଆ’ ଓ ‘ପାନ’କୁ ଅତି ଚମତ୍କାର ଢଙ୍ଗରେ ବର୍ଣ୍ଣନା କରିଛନ୍ତି ।
  • ଭାରତୀୟ ସହର – ଇବନ ବହୁତା ଭାରତର ଅନେକ ସହର ଭ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରେ ଦିଲ୍ଲୀ, ଦୌଲତାବାଦ ଆଦି ଥୁଲା ପ୍ରଧାନ ସହରଗୁଡ଼ିକରେ ଜନବସତି ଘଞ୍ଚ ଥିଲା ଏବଂ ସେଠାରେ ବିଭିନ୍ନପ୍ରକାର କାର୍ଯ୍ୟକଳାପ କରାଯାଉଥିଲା । ବିଶେଷକରି ସେ ଦିଲ୍ଲୀ ସହରକୁ ଭଲ ଭାବରେ ବର୍ଣ୍ଣନା କରିଥିଲେ । ଏତଦ୍‌ବ୍ୟତୀତ ସେ ମୁଲତାନ୍, କାଉଲ୍, ଗୋୱାଲିୟର, ବ୍ୟାୟାନା, ଉଜ୍ଜୟିନୀ, ଚନ୍ଦରୀ, ଧର ଏବଂ ସାଗର ଇତ୍ୟାଦି ସହରଲ ଉପରେ ଆଲୋକପାତ କରିଛନ୍ତି ।
  • ବଜାର – ଇବନ ବତୁତା ତାଙ୍କ ପୁସ୍ତକ ‘ରିହାଲା’ରେ ଭାରତୀୟ ବଜାରମାନଙ୍କ ସମ୍ପର୍କରେ ଲେଖୁଛନ୍ତି । ସେ ଲେଖୁଛନ୍ତି ଯେ ଭାରତୀୟ ବଜାରଗୁଡ଼ିକରେ କେବଳ ଆର୍ଥିକ କାରବାର ହେଉ ନଥିଲା, ଏହା ମଧ୍ୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସ୍ଥଳ ଥିଲା । ଅନେକ ବଜାରରେ ମନ୍ଦିର ଓ ମସ୍‌ଜିଦ୍ ଥ୍ଲା । ନର୍ତ୍ତକୀ, ସଙ୍ଗୀତଜ୍ଞ ଓ ଗୀତିକାରମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଉ ଥିଲା । ଦୌଲତାବାଦରେ ସେ ଏପରି କିଛି କାର୍ଯ୍ୟକ୍ରମ ଦେଖୁଥିଲେ ।
  • କୃଷି ଏବଂ ବାଣିଜ୍ୟ – ଇବନ ବନ୍ଧୁତାଙ୍କ ମତରେ ଭାରତରେ କୃଷି ଉତ୍ପାଦନ ବହୁତ ହେଉଥିଲା । ଏପରି ହେବାର କାରଣ ଭାରତର ଜମି ଉର୍ବର ଥିଲା । ତେଣୁ କୃଷକମାନେ ବର୍ଷକୁ ଦୁଇଟି ଶସ୍ୟ ଫଳାଉଥିଲେ । ମୁଖ୍ୟ ଶସ୍ୟଗୁଡ଼ିକ ଥିଲା – ଗହମ, ଧାନ, ବାର୍ଲି, ଆଖୁ, ଆମ୍ବ ଓ ନଡ଼ିଆ ଇତ୍ୟାଦି । ସେ ସମୟରେ ଆନ୍ତର୍ଜାତୀୟ ଏବଂ ଅନ୍ତର୍ଦେଶୀୟ ଉଭୟ ବାଣିଜ୍ୟରେ ଉନ୍ନତି ହୋଇଥିଲା । ମଧ୍ୟଏସିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ଭାରତୀୟ ଦ୍ରବ୍ୟଗୁଡ଼ିକର ଚାହିଦା ଥିଲା । ଭାରତର କଟନ୍ ବସ୍ତ୍ର, ଫାଇନ୍ ମୁସ୍‌ଲିନ୍ ବ୍ରୋକାଡ଼େ ଏବଂ ସାଟିସ୍‌ର ଚାହିଦା ବହୁତ ଥିଲା । ଏଗୁଡ଼ିକ ମଧ୍ୟରୁ ମୁସଲିନ୍ ବସ୍ତ୍ର ବହୁତ ଦାମରେ ବିକ୍ରି ହେଉଥ‌ିବାରୁ କେବଳ ଧନୀ ବ୍ୟକ୍ତିମାନେ କିଣୁଥିଲେ । ଏତଦ୍‌ବ୍ୟତୀତ ଭାରତରୁ ଅନ୍ୟ ଦେଶକୁ ଗହମ, ଚାଉଳ ଏବଂ ମସଲା ରପ୍ତାନୀ କରାଯାଉଥିଲା । ସେହିପରି ଅନ୍ୟ ଦେଶମାନଙ୍କରୁ ସିଲିକ୍, ଆଲଭରି, କାଷ୍ଠନିର୍ମିତ ଜିନିଷ, ମୂଲ୍ୟବାନ୍ ପଥର ଏବଂ ଘୋଡ଼ାମାନ ଆମଦାନୀ କରାଯାଉଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ଡାକ ବ୍ୟବସ୍ଥା – ଇବନ ବତୁତା ସେ ସମୟରେ ପ୍ରଚଳିତ ଡାକ ବ୍ୟବସ୍ଥା ସମ୍ପର୍କରେ ଲେଖୁଛନ୍ତି । ଭାରତରେ ଦୁଇପ୍ରକାର ଡାକ ବ୍ୟବସ୍ଥା ଥିଲା; ଯଥା – ଘୋଡ଼ା ପୋଷ୍ଟ ଏବଂ ଫୁଟ-ପୋଷ୍ଟ । ପ୍ରତି ଏକ ମାଇଲରେ ତିନୋଟି ଷ୍ଟେସନ ଥିଲା । ଫୁଟ୍ ପୋଷ୍ଟ ଦ୍ରୁତଗତିରେ କାର୍ଯ୍ୟ କରୁଥୁଲା ଓ ଏହା ଦେଶସାରା ଥିଲା ।
  • କ୍ରୀତଦାସ – ଇବନ ବତୁତା ଭାରତରେ ପ୍ରଚଳିତ କ୍ରୀତଦାସ ପ୍ରଥା ସମ୍ପର୍କରେ ମଧ୍ୟ ଲେଖୁଛନ୍ତି । ସୁଲତାନ ମହମ୍ମଦ ତୋଗଲକ୍‌ଙ୍କର ଅନେକ କ୍ରୀତଦାସ ଥିଲେ । ଅଧିକାଂଶ କ୍ରୀତଦାସମାନେ ଥିଲେ ଯୁଦ୍ଧବନ୍ଦୀ, ଯେଉଁମାନଙ୍କୁ ଜବରଦସ୍ତ ଧରାଯାଇ ଅଣାଯାଇଥିଲା । ଅନେକ ଲୋକ ମଧ ଦାରିଦ୍ର୍ୟ କାରଣରୁ ସେମାନଙ୍କ ପିଲାଙ୍କୁ କ୍ରୀତଦାସଙ୍କୁ ଭାବେ ବିକ୍ରି କରୁଥିଲେ । କ୍ରୀତଦାସକୁ ମଧ୍ୟ ଉପହାର ରୂପେ ଦିଆଯାଉଥିଲା । ଇବନ ବହୁତା ନିଜେ ମଧ୍ୟ କ୍ରୀତଦାସ କିଣିଥିଲେ । ସମ୍ଭ୍ରାନ୍ତମାନେ ମଧ୍ୟ କ୍ରୀତଦାସରଖୁଥିଲେ । ନାରୀ କ୍ରୀତଦାସମାନେ ଦାସୀ ରୂପେ କାର୍ଯ୍ୟ କରୁଥିଲେ ।
  • ସମୀକ୍ଷା – ଇବନ ବତୁତାଙ୍କ ପୁସ୍ତକ ରିହାଲା (Rihla) ନିଃସନ୍ଦେହରେ ଭାରତ ଇତିହାସ ପାଇଁ ଏକ ଅମୂଲ୍ୟ ଉପାଦାନ ଅଟେ । ସେ ଏଥରେ ନିଜ ଅଙ୍ଗେନିଭା କଥା ବର୍ଣ୍ଣନା କରିଛନ୍ତି । ସେ ଏକ ମର୍ଯ୍ୟାଦାଜନକ ଓ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହି ଏହାକୁ ଲେଖିବାରୁ, ସେ ସ୍ପଷ୍ଟ ମତ ଦେବାରେ କୌଣସି ଭୟ ବା ପ୍ରତିବନ୍ଧକକୁ ଖାତିର କରି ନଥିଲେ । ଏହା ନିଶ୍ଚିତ ଏକ ଉଚ୍ଚକୋଟୀର ଉପାଦାନ ।

୩ । ପରିବ୍ରାଜକ ଫ୍ରାଙ୍କୋଇସ୍ ବର୍ଷିୟର୍‌ଙ୍କର ଜୀବନୀ ଓ ଭ୍ରମଣକାହାଣୀ ବର୍ଣ୍ଣନା କର ।
Answer:
ଫ୍ରାଙ୍କୋଇସ୍ ବଣ୍ଠିୟର୍ ୧୬୨୦ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ୨୫ ତାରିଖରେ ଫ୍ରାନ୍ସର ଗୋମର୍ଡ ନିକଟରେ ଯୋଏ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାଲ୍ୟଜୀବନ ସମ୍ପର୍କରେ ବିଶେଷ ଜଣା ନଥିଲା । ସେ ୧୬୫୨ ଖ୍ରୀ.ଅ.ରେ ଜଣେ ଡାକ୍ତର ହେଲେ । ସେ ପ୍ୟାରିସ୍‌ରେ କିଛି ସମୟ ରହିଥିଲେ । ପରେ ସେ ସିରିଆ, ପାଲେଷ୍ଟାଇନ୍ ଏବଂ ମିଶର ଯାତ୍ରା କରିଥିଲେ । ସେ ୧୬୫୬ ଖ୍ରୀ.ଅ.ରେ କାଏରୋରୁ ଏକ ଜାହାଜରେ ଆସି ଭାରତର ଏକ ବନ୍ଦର ସୁରତ୍‌ରେ ପହଞ୍ଚିଲେ । ଯେତେବେଳେ ସେ ଭାରତରେ ପହଞ୍ଚିଲେ ସେତେବେଳେ ମୋଗଲ ସମ୍ରାଟ ଶାହାଜାହାନ୍‌ଙ୍କ ପୁତ୍ରମାନଙ୍କ ମଧ୍ୟରେ ଉତ୍ତରାଧ୍ୟାକାରୀ ପାଇଁ ଯୁଦ୍ଧ ଲାଗିଥାଏ । ସେ ଶାହାଜାହାନଙ୍କ ଜ୍ୟେଷ୍ଠପୁତ୍ର ଦାରା ସିଖୋଙ୍କୁ ଅହମ୍ମଦାବାଦରେ ଦେଖାକରିବାର ସୁଯୋଗ ପାଇଥିଲେ । ଦାରା ତାଙ୍କୁ ନିଜର ବ୍ୟକ୍ତିଗତ ଡାକ୍ତର ରୂପେ ନିଯୁକ୍ତି ଦେଲେ । ଦାରାଙ୍କର ପତନ ପରେ, ଡାନିସମଣ୍ଡ ଖାଁ ନାମକ ଜଣେ ମୋଗଲ ଦରବାରର ସମ୍ଭ୍ରାନ୍ତ ତାଙ୍କୁ ଜଣେ ବିଦ୍ୱାନ ଓ ବୈଜ୍ଞାନିକ ଭାବେ ନିଜ ପାଖରେ ରଖୁଥିଲେ । ଫ୍ରାଙ୍କୋଇସ୍ ବଣ୍ଣୟର୍ ଭାରତରେ ୧୬୬୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରହିଥିଲେ । ଭାରତରେ ତାଙ୍କର ରହଣି ମଧ୍ଯରେ ସେ ଦିଲ୍ଲୀ, କାଶ୍ମୀର, ଆଗ୍ରା, ବଙ୍ଗ ଏବଂ ଗୋଲକୋଣ୍ଡା ଇତ୍ୟାଦି ସ୍ଥାନ ଭ୍ରମଣ କରିଥିଲେ । ସେ ୧୬୬୮ ଖ୍ରୀ.ଅ. ପ୍ୟାରିସ୍ ଫେରିଯାଇଥିଲେ । ସେ ଯେତେବେଳେ ୧୬୬୯ ଖ୍ରୀ.ଅ.ରେ ପ୍ୟାରିସ୍‌ରେ ପହଞ୍ଚିଲେ, ସେତେବେଳେ ଫ୍ରାନ୍ସର ସମ୍ରାଟ ଚତୁର୍ଦ୍ଦଶ ଲୁଇ ତାଙ୍କୁ ଏକ ହାର୍ଦ୍ଦିକ ସ୍ବାଗତ ଜଣାଇଥିଲେ । ସମ୍ରାଟଙ୍କ କଥା ରକ୍ଷାକରି ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’’ ୧୬୭୦ ମସିହାରେ ଲେଖୁଥିଲେ । ଫ୍ରାନ୍ସର ଏହି ବିଦ୍ଵାନ୍‌ ୧୬୮୮ଖ୍ରୀ.ଅ.ରେ ଇହଲୀଳା ସମ୍ବରଣ କରିଥିଲେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ – ଫ୍ରାଙ୍କୋଇସ୍ ବଣ୍ଡିୟର୍ ତାଙ୍କର ଭାରତ ଭ୍ରମଣ ବିଷୟରେ ଏକ ପୁସ୍ତକ ୧୬୭୦ ଖ୍ରୀଷ୍ଟାବ୍ଦରେ ଲେଖୁଥିଲେ । ଏହି ପୁସ୍ତକର ନାମ ଥିଲା ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ (Travels in the Mughal Empire) । ସେ ଏହାକୁ ଫ୍ରେଞ୍ଚ ଭାଷାରେ ଲେଖିଥିଲେ । ପୁସ୍ତକଟି ଅଶେଷ ଜନପ୍ରିୟତା ଲାଭକଲା, ସେଥ୍‌ପାଇଁ ତାକୁ ୧୬୭୦ ରୁ ୧୭୨୫ ମଧ୍ୟରେ ଆଠଥର ପୁନଃ ପ୍ରକାଶିତ କରାଯାଇଥିଲା । ପୁସ୍ତକଟିକୁ ପ୍ରଥମେ ହେନେରୀ ଓଲ୍ଡନେବର୍ଗ ନାମକ ଜଣେ ଲେଖକ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ । ଏହା ଇଂରାଜୀ ଭାଷାରେ ୧୬୮୪ ସୁଦ୍ଧା ତିନିଥର ପୁନଃ ପ୍ରକାଶିତ ହୋଇଥିଲା । ଏହା ପୁନଃଶ୍ଚ ୧୬୭୫-୭୬ ସୁଦ୍ଧା ଡଚ୍, ଜର୍ମାନ୍ ଏବଂ ଇଟାଲୀ ଭାଷାରେ ଅନୁବାଦିତ ହୋଇଥିଲା । ଫ୍ରାଙ୍କୋଇସ୍ ବର୍ଷିୟର୍ ଉକ୍ତ ପୁସ୍ତକଟିକୁ ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କୁ ଉତ୍ସର୍ଗୀକୃତ କରିଥିଲେ । ଉକ୍ତ ପୁସ୍ତକଟି ଲେଖୁବାର ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ଭାରତର ବିକାଶକୁ ସହିତ ଇଉରୋପରେ ହୋଇଥିବା ବିକାଶ ସହିତ ତୁଳନା କରିବା । ସେ ମୁଖ୍ୟତଃ ଭାରତକୁ ଫ୍ରାନ୍ସ ସହିତ ତୁଳନା କରିଥିଲେ । ସେ ଏହି ପୁସ୍ତକରେ ମୋଟାମୋଟି ଭାବରେ ଭାରତ ତୁଳନାରେ ଇଉରୋପକୁ ପ୍ରଶଂସା କରିଥିଲେ । ସେ ଏଭଳି ଭାବରେ ବର୍ଣ୍ଣନା କରିଛନ୍ତି ଯେ ଭାରତ ପାଶ୍ଚାତ୍ୟ ଦେଶ ତୁଳନାରେ ନିକୃଷ୍ଟ ହୋଇଯାଇଛି । ପ୍ରସିଦ୍ଧ ଲେଖକ E. F. Oatonଙ୍କ ଭାଷାରେ “Francois Bernier sought in the Indies not spices, nor gold, nor diamonds but knowledge”.
  • ଜମି ମାଲିକାନା (Land Ownership) – ଫ୍ରାଙ୍କୋଇସ୍ ବଣ୍ଠିୟର୍ ଭାରତୀୟ କୃଷକମାନଙ୍କ ଅବସ୍ଥାକୁ ଦୟନୀୟ ରୂପେ ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ, ଭାରତର ଅଧିକାଂଶ ସ୍ଥାନ ମରୁଭୂମି ଓ ପାହାଡ଼ ପର୍ବତପୂର୍ଣ୍ଣ ହୋଇଥ‌ିବାରୁ ସେହି ସ୍ଥାନମାନଙ୍କରେ ଜନସଂଖ୍ୟା କମ୍ ଅଟେ । ସେହି ସ୍ଥାନମାନଙ୍କରେ ଚାଷଜମିର ପରିମାଣ ମଧ୍ୟ କମ୍ । କୃଷକ ଅଭାବ ଥ‌ିବାରୁ ଅଧୂକ ଜମି ଚାଷକରିବା ସମ୍ଭବ ନୁହେଁ । ପ୍ରାଦେଶିକ ସୁବେଦାର ଏବଂ ଅନ୍ୟ କର୍ମଚାରୀଙ୍କ ଅତ୍ୟାଚାର ହେତୁ କୃଷକମାନଙ୍କୁ ଅଧୂକ ଦୁଃଖ ଓ କଷ୍ଟ ଭୋଗିବାକୁ ପଡ଼ିଥାଏ । ଯେତେବେଳେ ସେମାନେ ଏହି ଅତ୍ୟାଚାରୀ ଜମିଦାରମାନଙ୍କ ଦାବିକୁ ପୂରଣ କରିପାରନ୍ତି ନାହିଁ, ସେତେବେଳେ ସେମାନେ ସେମାନଙ୍କର ଜୀବିକା ହରେଇବା ସହିତ ନିଜ ପିଲାମାନଙ୍କୁ ମଧ୍ୟ ହରାଇଥା’ନ୍ତି । ଏହି ପିଲାମାନଙ୍କୁ ଜମିଦାରମାନେ କ୍ରୀତଦାସ ଭାବେ ନେଇଯାଆନ୍ତି । ସେମାନେ କୌଣସି କର୍ତ୍ତୃପକ୍ଷଙ୍କୁ ଆପତ୍ତି କରିପାରନ୍ତି ନାହିଁ । ତେଣୁ କୃଷି ଛାଡ଼ିବାକୁ ବାଧ୍ୟ ହୁଅନ୍ତି ଏବଂ ଅନାହାରର ଶିକାର ହୁଅନ୍ତି । ବର୍ଣ୍ଣୟରଙ୍କ ମତରେ ଏହାର ମୁଖ୍ୟ କାରଣ ହେଉଛି ଅଧିକାଂଶ ଭାରତୀୟ କୃଷକମାନଙ୍କର ନିଜସ୍ବ ମାଲିକାନା ସ୍ୱତ୍ୱରେ ଜମି ନାହିଁ । ମୋଗଲ ସାମ୍ରାଜ୍ୟରେ ରାଜା ସମସ୍ତ ଜମିର ମାଲିକ । ସେ ଏହାକୁ ତାଙ୍କର ଅନୁଗତ ସମ୍ଭ୍ରାନ୍ତମାନଙ୍କ ମଧ୍ୟରେ ବାଣ୍ଟି ଦେଇଥା’ନ୍ତି । ସେମାନେ ମଧ୍ୟ ସମ୍ରାଟ ତାଙ୍କ ଉପରେ ଖୁସିଥ‌ିବା ପର୍ଯ୍ୟନ୍ତ ଜାଗିରି ସୂତ୍ରରେ ଜମିର ମାଲିକ ହୋଇ ରହିଥା’ନ୍ତି । ଯେଉଁ ସମୟରେ ସେମାନେ ସମ୍ରାଟଙ୍କ କ୍ରୋଧର ଶିକାର ହୁଅନ୍ତି, ସେହିଦିନ ଜାଗିରି ହରାଇବସନ୍ତି । ଏହି ସମ୍ଭ୍ରାନ୍ତ ଜାଗିରିଦାରମାନେ ସମ୍ରାଟଙ୍କ ବିନା ଅନୁମତିରେ ଜାଗିରିଦାରୀ ନିଜର ପୁତ୍ରକୁ ମଧ୍ଯ ଦେଇପାରୁ ନଥିଲେ । ସୁତରାଂ ସେମାନେ ଜମିର ଉନ୍ନତି କିମ୍ବା ଜଳସେଚନ ଇତ୍ୟାଦି କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ମୁଣ୍ଡ ପୂରାଉ ନଥିଲେ । ମୋଗଲ ସମ୍ରାଟମାନେ ମଧ୍ୟ କୃଷିର ଉନ୍ନତି ପାଇଁ କିଛି କରୁ ନଥିଲେ । ଫଳରେ ଭାରତୀୟ କୃଷି ପଛୁଆ ଥିଲା । କୃଷକମାନେ ତାଙ୍କ ହାତରୁ ଚାଷ ଚାଲିଯିବାର ଭୟରେ ସର୍ବଦା ରହୁଥିଲେ । ରାଜାଙ୍କ ହାତରେ ମାଲିକାନା ସ୍ୱତ୍ଵ ରହିବା ଫଳରେ ରାଜ୍ୟ ଓ ସମାଜ ଉପରେ ଭୟଙ୍କର ପ୍ରଭାବ ପଡ଼ୁଥିଲା । ବର୍ଷିୟର୍ ଭାରତୀୟ ସମାଜକୁ ଦରିଦ୍ର ଲୋକମାନଙ୍କର ସମାଜ ବୋଲି ଅବହିତ କରିଛନ୍ତି । ସେମାନେ ମୁଷ୍ଟିମେୟ ଧନୀ ଏବଂ ଶକ୍ତିଶାଳୀ ଶାସକ ଶ୍ରେଣୀଦ୍ଵାରା ଶାସିତ ଓ ନିଷ୍ପେଷିତ ହୋଇଥିଲେ । ଏହି ଧନୀ ଓ ଗରିବଙ୍କ ମଧ୍ୟରେ କୌଣସି ଶ୍ରେଣୀ ନଥବାରୁ, ବର୍ଷିୟର୍ ଦମ୍ଭର ସହ କହିଛନ୍ତି ଭାରତରେ କୌଣସି ମଧ୍ୟବିତ୍ତ ଶ୍ରେଣୀ ନଥିଲା । ଏହି କାରଣରୁ ମୋଗଲ ସମ୍ରାଟଙ୍କୁ ବର୍ଣ୍ଣୟର ଭିକାରୀ ଏବଂ ଅନାର୍ଯ୍ୟମାନଙ୍କ ରାଜା ବୋଲି କହିଥିଲେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ରାଷ୍ଟ୍ରୀୟ କାରଖାନା – ଫ୍ରାଙ୍କୋଇସ୍ ବର୍ଷିୟର୍ ରାଜ୍ୟର କାରଖାନାଗୁଡ଼ିକର ଏକ ବିଶଦ ବିବରଣୀ ପ୍ରଦାନ କରିଛନ୍ତି । ଏହି କାରଖାନାଗୁଡ଼ିକୁ କାରିଗରୀ ଲୋକଙ୍କ କର୍ମଶାଳା ବୋଲି ସେ ଅଭିହିତ କରିଛନ୍ତି । କାରଖାନାଗୁଡ଼ିକ ବଡ଼ ବଡ଼ ଲମ୍ବା ଘରେ ଚାଲୁଥିଲା, ଯେଉଁଠି ବିଭିନ୍ନ ପ୍ରକାର କାରିଗର; ଯଥା – ତନ୍ତୀ, କମାର, ସ୍ଵର୍ଣ୍ଣକାର, କୁମ୍ଭାର, ଚିତ୍ରକାର, ବଢ଼େଇ, ଜୋତା କାରିଗର ଇତ୍ୟାଦି କାର୍ଯ୍ୟ କରୁଥିଲେ । ଏତଦ୍‌ବ୍ୟତୀତ ସିଲିକ୍, ବ୍ରୋକେଡ଼ ଫାଇନ୍ ମୁସଲିନ୍‌ର ନିର୍ମାଣକାରୀ ଥିଲେ । କାରିଗରମାନେ ପ୍ରତ୍ୟହ ସକାଳୁ ଆସି କାରଖାନାରେ ଉପସ୍ଥିତ ହେଉଥିଲେ । ଦିନସାରା କାର୍ଯ୍ୟ କରି ସନ୍ଧ୍ୟାରେ ଘରକୁ ଫେରୁଥିଲେ । ସେମାନେ କୌଣସି ପ୍ରକାରର ଉତ୍ପାଦନର ବୃଦ୍ଧି କରୁନଥିଲେ କିମ୍ବା ଉତ୍ପାଦିତ ଦ୍ରବ୍ୟର ଗୁଣାତ୍ମକ ମାନ ବଢ଼ାଉ ନଥିଲେ କାରଣ ସେମାନେ ମଜୁରି ବ୍ୟତୀତ ଲାଭରୁ କିଛି ଅଂଶ ପାଉ ନଥିଲେ । ସମସ୍ତ ଲାଭ ସରକାର ବା ରାଷ୍ଟ୍ର ହାତକୁ ଯାଉଥିଲା । ଏହା ନିଃସନ୍ଦେହରେ, ଉତ୍ପାଦନର ବୃଦ୍ଧିକୁ ହ୍ରାସ କରିଥିଲା । ବଣ୍ଡିୟର୍ ଲେଖୁଛନ୍ତି, ସାଧାରଣ କାରିଗରମାନଙ୍କର ଅବସ୍ଥାର ପରିବର୍ତ୍ତନ ପାଇଁ କେହି ଦୃଷ୍ଟି ଦେଉନଥିଲେ ।
  • ସହର – ବର୍ଣ୍ଣୟର୍ ଲେଖୁଛନ୍ତି, ସପ୍ତଦଶ ଶତାବ୍ଦୀ ସୁଦ୍ଧା ୧୫ ପ୍ରତିଶତ ଲୋକ ସହରରେ ବସବାସ କରୁଥିଲେ । ଏହା ପାଶ୍ଚାତ୍ୟ ଦେଶର ହାରାହାରିଠାରୁ ଅଧ୍ଵ ଥିଲା; କିନ୍ତୁ ସହରଗୁଡ଼ିକ ଶିବିର ସହରଭଳି ଥିଲା ! ମୋଗଲ ସମ୍ରାଟ ଶିବିର ପକାଇ ଯେଉଁ ସ୍ଥାନରେ କିଛି ବର୍ଷ ବିତାଉଥିଲେ, ତାହା ଏକ ସହରରେ ପରିଣତ ହେଉଥିଲା । ଯେତେବେଳେ ରାଜଦରବାର ସେଠାରୁ ଉଠି ଅନ୍ୟତ୍ର ଚାଲିଯାଉଥିଲା । ସେ ସ୍ଥାନରୁ ସହର ଉଠିଯାଉଥିଲା । ଏହାର କାରଣ ହେଉଛି ଲୋକମାନଙ୍କର ସାମାଜିକ ଓ ଆର୍ଥନୀତିକ ସ୍ଥିତି ସୁଦୃଢ଼ ନଥିଲା । ସେମାନେ ରାଜକୀୟ ପୃଷ୍ଠପୋଷକତା ଉପରେ ନିର୍ଭର କରୁଥିଲେ । ବର୍ଷିୟର୍ ତାଙ୍କ ଭ୍ରମଣ ବୃତ୍ତାନ୍ତରେ ଅନେକଗୁଡ଼ିଏ ସହରର ବର୍ଣ୍ଣନା କରିଛନ୍ତି । ସେମାନଙ୍କ ମଧ୍ୟରୁ ଦିଲ୍ଲୀ, ଆଗ୍ରା, ବନାରସ, ମଥୁରା, କାଶ୍ମୀର, ସୁରତ୍, ଅହମ୍ମଦାବାଦ, ମସୁଲିପାଟନମ୍ ଏବଂ ଗୋଲକୋଣ୍ଡା ପ୍ରମୁଖ ଥିଲା । ଏହି ସହରଗୁଡ଼ିକ ବିଭିନ୍ନ ଦୃଷ୍ଟିରୁ; ଯଥା – ବାଣିଜ୍ୟ କେନ୍ଦ୍ର, ଉତ୍ପାଦନ କେନ୍ଦ୍ର ଏବଂ ତୀର୍ଥସ୍ଥାନ ଭାବେ ଖ୍ୟାତି ଅର୍ଜନ କରିଥିଲା । ବଣିକ ସମ୍ପ୍ରଦାୟ ଲୋକଙ୍କର ଏହି ସହରମାନଙ୍କରେ ଯଥେଷ୍ଟ ପ୍ରଭାବ ଥିଲା । ସେମାନେ ମହାଜନ, ସେଠ ଏବଂ ନଗର ସେଠ ନାମରେ ପରିଚିତ ଥିଲେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ସତୀପ୍ରଥା – ଫ୍ରାଙ୍କୋଇସ୍ ବଣ୍ଡିୟର୍ ଭାରତୀୟ ସମାଜରେ ପ୍ରଚଳିତ ସତୀପ୍ରଥା ଉପରେ ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି, ଯାହାକୁ ସେ ଅମାନବିକ ବୋଲି କହିଛନ୍ତି । ଏହି ପ୍ରଥା ଅନୁଯାୟୀ ଯଦି କୌଣସି ହତଭାଗିନୀ ମହିଳା ତା’ର ସ୍ୱାମୀକୁ ହରାଉଥୁଲା, ତାକୁ ତା’ର ସ୍ୱାମୀର ଚିତାଗ୍ନିରେ ଜୀବନ୍ତ ଜଳାଇ ଦିଆଯାଉଥିଲା । ଯେଉଁ ସ୍ତ୍ରୀ ସତୀ ହେବ, ସେ ଗାଧୋଇସାରି ନୂତନ ବସ୍ତ୍ର ପରିଧାନପୂର୍ବକ ସମସ୍ତ ଅଳଙ୍କାରରେ ମଧ୍ୟ ଭୂଷିତ ହେଉଥିଲା । ତା’ପରେ ତାକୁ ଏକ ପ୍ରୋସେସନ୍‌ରେ ସତୀ ହେବା ସ୍ଥାନକୁ ନିଆଯାଉଥିଲା । ସ୍ଵାମୀଙ୍କ ଚିତାଗ୍ନିରେ ଝାସଦେବା ପୂର୍ବରୁ ସେ ଅଗ୍ନି ଦେବତାଙ୍କୁ ପୂଜା କରୁଥିଲେ । ତା’ପରେ ସେ ଅଗ୍ନିକୁ ଝାସ ଦେଉଥିଲେ । ଯେହେତୁ ବିଧବା ଜୀବନ ଏକ ନାରକୀୟ ଜୀବନ ଥିଲା, ତେଣୁ ସତୀ ହେବାକୁ ଅଧିକାଂଶ ନାରୀ ପସନ୍ଦ କରୁଥିଲେ । ଯେଉଁମାନେ ରାଜିହେଉ ନଥିଲେ ସେମାନଙ୍କୁ ଜୋର୍ କରି ହାତଗୋଡ଼ ବାନ୍ଧି ଅଗ୍ନିରେ ଫିଙ୍ଗିଦିଆଯାଉଥିଲା, ତା’ର କ୍ରନ୍ଦନ କାଳେ ଶୁଭାଯିବ, ସେଥୂପାଇଁ ଡ୍ରମ, ଖୋଳ, ଗିନି, ଘଣ୍ଟ, ପଖଞ୍ଜ ଜୋର୍‌ରେ ବଜାଯାଉଥିଲା । ବର୍ଷିୟର୍ ନିଜ ଆଖ୍ୟାରେ ଦେଖୁଛନ୍ତି ଏକ ୧୨ ବର୍ଷର ବିଧବା ବାଳିକାକୁ କିପରି ଜବରଦସ୍ତ ସତୀ କରାଯାଇଥିଲା । ସେ କହିଛନ୍ତି ଏପରିକି ବାଲ୍ୟ ବିଧବାଙ୍କ ପ୍ରତି ମଧ୍ୟ ସେମାନଙ୍କର ଅନୁକମ୍ପା ନଥିଲା । ବର୍ଷିୟରଙ୍କର ଏହି ଭ୍ରମଣକାହାଣୀ ଭାରତ ଇତିହାସ ସୃଷ୍ଟିର ଏକ ଅମୂଲ୍ୟ ଉପାଦାନ।

CHSE Odisha Class 12 History Chapter 7 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 7 ପରିବ୍ରାଜକଙ୍କ ଚକ୍ଷୁରେ ଭାରତୀୟ ସମାଜ ସମ୍ପର୍କରେ ଧାରଣା Objective Questions.

CHSE Odisha 12th Class History Chapter 7 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ବିଶିଷ୍ଟ ବିଦ୍ବାନ୍ ଏବଂ ପରିବ୍ରାଜକ ଆଲ୍‌ବିରୁଣୀ ନିମ୍ନୋକ୍ତ କେଉଁ ଶତାବ୍ଦୀର ଥିଲେ ?
(କ) ନବମ ଶତାବ୍ଦୀ
(ଖ) ଦଶମ ଶତାବ୍ଦୀ
(ଗ) ଏକାଦଶ ଶତାବ୍ଦୀ
(ଘ) ଦ୍ଵାଦଶ ଶତାବ୍ଦୀ
Answer:
(ଗ) ଏକାଦଶ ଶତାବ୍ଦୀ

୨। ଆଲ୍‌ବିରୁଣୀ ଭାରତକୁ ନିମ୍ନୋକ୍ତ କାହା ସହିତ ଆସିଥିଲେ ?
(କ) ଗଜନୀର ସୁଲତାନ୍ ମାମୁଦ୍
(ଖ) ମହମ୍ମଦ ଘୋରୀ
(ଗ) ତୁଘିଲ୍ ଖାଁ
(ଘ) କୁତବୁଦ୍ଦିନ୍ ଆଇବାକ୍
Answer:
(କ) ଗଜନୀର ସୁଲତାନ୍ ମାମୁଦ୍

୩ । ଆଲ୍‌ବିରୁଣୀ ନିମ୍ନୋକ୍ତ କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ?
(କ) ଆରବ
(ଖ) ମକ୍କା
(ଗ) ଖୁରିଜମ୍
(ଘ) ଗଜନୀ
Answer:
(ଗ) ଖୁରିଜମ୍

CHSE Odisha Class 12 History Chapter 7 Objective Questions in Odia Medium

୪ । ଫ୍ରାଙ୍କାଇସ୍ ବଣ୍ଣୟର୍ କେଉଁ ଦେଶର ବ୍ୟକ୍ତି ଥିଲେ ?
(କ) ଜାପାନ
(ଖ) ଫ୍ରାନ୍ସ
(ଗ) ଚୀନ୍
(ଘ) ଭାରତ
Answer:
(ଖ) ଫ୍ରାନ୍ସ

୫ । ମାମୁଦ୍ ଆଲ୍‌ବିରୁଣୀଙ୍କ ଜ୍ଞାନରେ ମୁଗ୍ଧହୋଇ ତାଙ୍କୁ କେଉଁ ଉପାଧ୍ଧରେ ସମ୍ମାନିତ କରିଥିଲେ ?
(କ) ଶାହା -ଇ-ମଣ୍ଡି
(ଖ) ଶାଇଜମ୍
(ଗ) ଶାହା-ଇ-ଗଜନୀ
(ଘ) ଶାହା-ଇ-ଖୁରିଜମ୍
Answer:
(ଘ) ଶାହା-ଇ-ଖୁରିଜମ୍

୬ । ‘କିତାବ୍-ଉଲ୍-ହିନ୍ଦ୍’କୁ ଆଲବିରୁଣୀ ନିମ୍ନୋକ୍ତ କେଉଁ ଭାଷାରେ ଲେଖିଥିଲେ ?
(କ) ହିନ୍ଦୀ
(ଖ) ଆରବିକ୍
(ଗ) ପାର୍ଶୀ
(ଘ) ସଂସ୍କୃତ
Answer:
(ଖ) ଆରବିକ୍

୭ । ‘କିତାବ୍-ଉଲ୍-ହିନ୍ଦ୍’ ପୁସ୍ତକରେ ଆଲ୍‌ବିରୁଣୀ ମୁଖ୍ୟତଃ କେଉଁ ଦେଶ ବିଷୟରେ ଲେଖୁଛନ୍ତି ?
(କ) ଆରବ
(ଖ) ପାକିସ୍ତାନ
(ଗ) ଦକ୍ଷିଣ ଆଫ୍ରିକା
(ଘ) ଭାରତ
Answer:
(ଘ) ଭାରତ

୮ । ଭାରତୀୟ ଧର୍ମ, ସଂସ୍କୃତି, ପରମ୍ପରା ଇତ୍ୟାଦି ସମ୍ପର୍କରେ ଜ୍ଞାନଲାଭ କରିବାପାଇଁ ଆଲ୍‌ବିରୁଣୀଙ୍କୁ କେଉଁ ଭାଷା ଶିକ୍ଷା କରିବାକୁ ପଡ଼ିଥିଲା ?
(କ) ହିନ୍ଦୀ
(ଖ) ପାର୍ଶୀ
(ଗ) ଆରବୀ
(ଘ) ସଂସ୍କୃତ
Answer:
(ଘ) ସଂସ୍କୃତ

୯। ‘କିତାବ-ଉଲ୍-ହିନ୍ଦୁ’ ପୁସ୍ତକଟି କେତେଗୋଟି ଅଧ୍ୟାୟରେ ବିଭକ୍ତ ହୋଇଥିଲା ?
(କ) ୧୨୦
(ଖ) ୮୦
(ଗ) ୯୦
(ଘ) ୭୦
Answer:
(ଖ) ୮୦

CHSE Odisha Class 12 History Chapter 7 Objective Questions in Odia Medium

୧୦ । ଆଲ୍‌ବିରୁଣୀଙ୍କ ପୁସ୍ତକ ‘କିତାବ୍-ଉଲ୍-ହିନ୍ଦୁ’ରେ ଭାରତର ବର୍ଷାଶ୍ରମକୁ ସେ କେତୋଟି ଭାଗରେ ବିଭକ୍ତ କରିଥିଲେ ?
(କ) ୪
(ଖ) ୫
(ଗ) ୬
(ଘ) ୭
Answer:
(କ) ୪

୧୧ । କେଉଁ ଶତାବ୍ଦୀରେ ଇବନ ବତୁତା ଭାରତ ଭ୍ରମଣ କରିଥିଲେ ?
(କ) ଚତୁର୍ଦ୍ଦଶ ଶତାବ୍ଦୀ
(ଖ) ପଞ୍ଚଦଶ ଶତାବ୍ଦୀ
(ଗ) ଷୋଡ଼ଶ ଶତାବ୍ଦୀ
(ଘ) ସପ୍ତଦଶ ଶତାବ୍ଦୀ
Answer:
(କ) ଚତୁର୍ଦ୍ଦଶ ଶତାବ୍ଦୀ

୧୨ । ଇବନ ବତୁତା କେଉଁ ସ୍ଥାନର ଅଧ‌ିବାସୀ ଥିଲେ ?
(କ) ଭାରତ
(ଖ) ମରକ୍କୋ
(ଗ) ଆରବ
(ଘ) ଗଜନୀ
Answer:
(ଖ) ମରକ୍କୋ

୧୩। ଇବନ ବତୁତା ଭାରତ ଭ୍ରମଣରେ ଆସିଥିଲାବେଳେ ତତ୍କାଳୀନ ଦିଲ୍ଲୀର ସୁଲତାନ କିଏ ଥିଲେ ?
(କ) ମହମ୍ମଦ-ବିନ୍-ତୋଗଲକ୍
(ଖ) ଫିରୋଜ ତୋଗଲକ
(ଗ) ଇଲତୁତ୍‌ମିସ୍
(ଘ) ବଲ୍‌ବନ୍
Answer:
(କ) ମହମ୍ମଦ-ବିନ୍-ତୋଗଲକ୍

୧୪ । ଇବନ ବହୁତାଙ୍କ ପ୍ରଥମ ଭ୍ରମଣ କାହାଣୀର ନାମ କ’ଣ ଥିଲା ?
(କ) କିତାବ-ଉଲ୍-ହିନ୍ଦ୍
(ଖ) ରିହାଲା
(ଗ) ସୁହାଲା
(ଘ) ତାରିକ୍-ଇ-ହିନ୍ଦ୍
Answer:
(ଖ) ରିହାଲା

CHSE Odisha Class 12 History Chapter 7 Objective Questions in Odia Medium

୧୫ । ଇବନ ବହୁତାଙ୍କ ପିତାଙ୍କ ନାମ କ’ଣ ଥିଲା ?
(କ) ଶେଖ୍ ହାସିମ୍ ଖାଁ
(ଖ) ଶେଖ୍ ଅବ୍‌ଦୁଲ୍ଲା
(ଗ) ଶେଖ୍ ହଜରତ ଖାଁ
(ଘ) ଫାରୁକ୍ ଅବଦୁଲ୍ଲା
Answer:
(ଖ) ଶେଖ୍ ଅବଦୁଲା

୧୬ । ଇବନ ବତ୍ରୁତାଙ୍କ ପାଣ୍ଡିତ୍ୟରେ ମୁଗ୍ଧହୋଇ ମହମ୍ମଦ-ବିନ୍-ତୋଗଲକ୍ ତାଙ୍କୁ ନିମ୍ନୋକ୍ତ କେଉଁ ପଦରେ ନିଯୁକ୍ତି ହେଇଥିଲେ ।
(କ) ଦିଲ୍ଲୀର କାଜି
(ଖ) ଉତ୍ତର ପ୍ରଦେଶର ଗଭର୍ଣ୍ଣର
(ଗ) ପଞ୍ଜାବର ଅମିନ
(ଘ) ବେଙ୍ଗାଲୁରୁର ଚୌକିଦାର
Answer:
(କ) ଦିଲ୍ଲୀର କାଜି

୧୭ । ଫ୍ରାଙ୍କୋଇସ୍ ବଣ୍ଡିୟର୍‌ଙ୍କଦ୍ୱାରା ରଚିତ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟି ନିମ୍ନୋକ୍ତ କେଉଁ ଭାଷାରେ ରଚିତ ହୋଇଥିଲା ?
(କ) ଆରବୀ
(ଖ) ଊର୍ଦ୍ଧ୍ବ
(ଗ) ପାର୍ଶୀ
(ଘ) ଫ୍ରେଞ୍ଚ
Answer:
(ଘ) ଫ୍ରେଞ୍ଚ

୧୮। ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟିକୁ କିଏ ପ୍ରଥମେ ଇଂରାଜୀରେ ଅନୁବାଦ କରିଥିଲେ ?
(କ) ଜିନ୍ ଗୁଟେନ୍‌ବର୍ଗ
(ଖ) ହେନେରୀ ଓଲ୍ଡନେବର୍ଗ
(ଗ) ଜନ୍ ମିଲ୍‌ଟନ୍
(ଘ) ହେନେରୀ ରାଓନିୟନସନ୍
Answer:
(ଖ) ହେନେରୀ ଓଲ୍ଡନେବର୍ଗ

୧୯ । ଇବନ ବତୁତାଙ୍କର ଜନ୍ମସ୍ଥାନ କେଉଁଠି ଥିଲା ?
(କ) ମରକ୍କୋର ଉଚ୍ଚବେକିସ୍ଥାନରେ
(ଖ) ମରକ୍କୋର ତାଞ୍ଜିଆରରେ ସହରର
(ଗ) ପାକିସ୍ତାନର ଇସ୍‌ଲାମ୍ବାଦଠାରେ
(ଘ) ଭାରତର ଦିଲ୍ଲୀଠାରେ
Answer:
(ଖ) ମରକ୍କୋର ସହରର ତାଞ୍ଜିଆରରେ

୨୦ । ଇବନ ବତୁତା ନିମ୍ନୋକ୍ତ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ ?
(କ) ୧୨୦୪ ଖ୍ରୀ.ଅ.
(ଖ) ୧୩୦୪ ଖ୍ରୀ.ଅ.
(ଗ) ୧୪୯୬ ଖ୍ରୀ.ଅ.
(ଘ) ୧୫୦୭ ଖ୍ରୀ.ଅ.
Answer:
(ଖ) ୧୩୦୪ ଖ୍ରୀ.ଅ.

୨୧ । ଇବନ ବନ୍ଧୁତା ତାଙ୍କର ପ୍ରଥମ ଯାତ୍ରା କେବେ ଆରମ୍ଭ କରିଥିଲେ ?
(କ) ୧୩୨୨ ଖ୍ରୀ.ଅ. ଜୁନ୍ ୧୨
(ଖ) ୧୩୨୫ ଖ୍ରୀ.ଅ. ମେ ୨୭
(ଗ) ୧୩୨୫ ଖ୍ରୀ.ଅ. ଜୁନ୍ ୧୪
(ଘ) ୧୩୨୬ ଖ୍ରୀ.ଅ. ଜୁଲାଇ ୨୫
Answer:
(ଗ) ୧୩୨୫ ଖ୍ରୀ.ଅ. ଜୁନ୍ ୧୪

CHSE Odisha Class 12 History Chapter 7 Objective Questions in Odia Medium

୨୨ । ଇବନ ବହୁତା ଭାରତ ମାଟିରେ କେବେ ପ୍ରଥମେ ପଦାର୍ପଣ କରିଥିଲେ ?
(କ) ୧୩୩୦ ଖ୍ରୀ.ଅ. ଜୁଲାଇ ୮
(ଖ) ୧୩୩୩ ଖ୍ରୀ.ଅ. ସେପ୍ଟେମ୍ବର ୧୨
(ଗ) ୧୩୩୫ ଖ୍ରୀ.ଅ. ଜୁଲାଇ ୧୮
(ଘ) ୧୩୪୩ ଖ୍ରୀ.ଅ. ଜୁନ୍ ୧୪
Answer:
(ଖ) ୧୩୩୩ ମସିହା ସେପ୍ଟେମ୍ବର ୧୨

୨୩ । ନିମ୍ନୋକ୍ତ କେଉଁ ମସିହାରେ ଇବନ ବତୁତା ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରିଥିଲେ ?
(କ) ୧୩୪୦ ଖ୍ରୀ.ଅ. ଅଗଷ୍ଟ ୧୮ ତାରିଖ
(ଖ) ୧୩୪୨ ଖ୍ରୀ.ଅ. ଜୁଲାଇ ୨୨ ତାରିଖ
(ଗ) ୧୩୪୨ ଖ୍ରୀ.ଅ. ମେ ୮ ତାରିଖ
(ଘ) ୧୩୪୫ ଖ୍ରୀ.ଅ. ଜୁଲାଇ ୨୯ ତାରିଖ
Answer:
(ଖ) ୧୩୪୨ ମସିହା ଜୁଲାଇ ୨୨ ତାରିଖ

୨୪ । ଫ୍ରାଙ୍କୋଇସ୍ ବଣ୍ଡିୟର୍ ପେସାରେ କ’ଣ ଥିଲେ ?
(କ) ଓକିଲ
(ଖ) ପ୍ରଫେସର
(ଗ) ଉ।କ୍ତିର
(ଘ) ବ୍ୟବସାୟୀ
Answer:
(ଗ) ଡାକ୍ତର

୨୫ । ଫ୍ରାଙ୍କୋଇସ୍ ବଣ୍ଠିୟର୍‌ଙ୍କୁ କିଏ ଭାରତୀୟ ଡାକ୍ତର ଭାବେ ନିଯୁକ୍ତି ଦେଇଥିଲେ ?
(କ) ଜାହାଙ୍ଗୀର
(ଖ) ଶାହାଜାହାନ୍
(ଗ) ଶାହାଜାହାନ୍‌ଙ୍କ ପୁତ୍ର ଦାରା
(ଘ) ଆଉରଙ୍ଗଜେବ୍
Answer:
(ଗ) ଶାହାଜାହାନ୍‌ଙ୍କ ପୁତ୍ର ଦାରା

୨୬ । ଫ୍ରାଙ୍କୋଇସ୍ ବର୍ଷିୟର୍ ଭାରତରେ କେବେ ପଦାର୍ପଣ କରିଥିଲେ ?
(କ) ୧୬୬୦ ଖ୍ରୀ.ଅ.
(ଖ) ୧୬୫୬ ଖ୍ରୀ.ଅ.
(ଗ) ୧୬୬୮ ଖ୍ରୀ.ଅ.
(ଘ) ୧୬୮୦ ଖ୍ରୀ.ଅ.
Answer:
(ଖ) ୧୬୫୬ ଖ୍ରୀ.ଅ.

CHSE Odisha Class 12 History Chapter 7 Objective Questions in Odia Medium

୨୭ । ଫ୍ରାଙ୍କୋଇସ୍ ବର୍ଷିୟର୍ ଲେଖୁଥ‌ିବା ପୁସ୍ତକର ନାମ କ’ଣ ଥିଲା ?
(କ) କିତାବ ଉଲ୍ ହିନ୍ଦ୍
(ଖ) ମୋଗଲ ସାମ୍ରାଜ୍ୟରେ ଭ୍ରମଣ
(ଗ) ରିହାଲା
(ଘ) ଆକବରନାମା
Answer:
(ଖ) ମୋଗଲ ସାମ୍ରାଜ୍ୟରେ ଭ୍ରମଣ

୨୮ । ଫ୍ରାଙ୍କୋଇସ୍ ବର୍ଷିୟର୍ ପ୍ୟାରିସ୍‌ରେ ପହଞ୍ଚିବା ପରେ ସେଠାରେ କିଏ ତାଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜଣାଇଥିଲେ ?
(କ) ଚତୁର୍ଦ୍ଦଶ ଲୁଇ
(ଖ) ପଞ୍ଚଦଶ ଲୁଇ
(ଗ) ଷୋଡ଼ଶ ଲୁଇ
(ଘ) ରାସପୁଟିନ୍
Answer:
(କ) ଚତୁର୍ଦ୍ଦଶ ଲୁଇ

୨୯ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟି ନିମ୍ନୋକ୍ତ କେଉଁ ଖ୍ରୀଷ୍ଟାବ୍ଦରେ ରଚିତ ହୋଇଥିଲା ?
(କ) ୧୬୬୫ ଖ୍ରୀ.ଅ.
(ଖ) ୧୬୬୮ ଖ୍ରୀ.ଅ.
(ଗ) ୧୬୭୦ ଖ୍ରୀ.ଅ.
(ଘ) ୧୬୬୯ ଖ୍ରୀ.ଅ.
Answer:
(ଖ) ୧୬୬୮ ଖ୍ରୀ.ଅ.

B. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଆଲ୍‌ବିରୁଣୀ ତାଙ୍କ ପୁସ୍ତକ କିତାବ୍-ଉଲ୍-ହିକୁ କେଉଁ ଖ୍ରୀଷ୍ଟାବ୍ଦରେ ଲେଖୁଥିଲେ ?
Answer:
ଆଲବିରୁଣୀ ତାଙ୍କ ପୁସ୍ତକ ‘କିତାବ୍-ଉଲ୍-ହିନ୍ଦ୍’କୁ ୧୦୩୧ ଖ୍ରୀ.ଅ.ରେ ଲେଖୁଥିଲେ ।

୨ । ‘କିତାବ୍-ଉଲ୍-ହିନ୍ଦ୍’ର ଅନ୍ୟନାମ କ’ଣ ଥିଲା ?
Answer:
‘କିତାବ୍-ଉଲ୍-ହିନ୍ଦୁ’ର ଅନ୍ୟନାମ ‘ତାରିଖ୍-ଉଲ୍-ହିନ୍ଦ୍’ ଥିଲା ।

CHSE Odisha Class 12 History Chapter 7 Objective Questions in Odia Medium

୩ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟିକୁ କିଏ ଇଂରାଜୀ ଭାଷାରେ ଅନୁବାଦିତ କରିଥିଲେ ?
Answer:
‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକକୁ ହେନେରୀ ଓଲ୍ଡନେବର୍ଗ ନାମକ ଜଣେ ଲେଖକ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ ।

୪ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକ ଲେଖୁବା ପଛରେ ଫ୍ରାଙ୍କୋଇସ୍ ବଣ୍ଣୟର୍‌ଙ୍କର ଉଦ୍ଦେଶ୍ୟ କ’ଣ ଥିଲା ? କିମ୍ବା, କେଉଁ ଉଦ୍ଦେଶ୍ୟ ନେଇ ଫ୍ରାଙ୍କୋଇସ୍ ବଣ୍ଠିୟର ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟି ଲେଖୁଥିଲେ ?
Answer:
ଭାରତର ବିକାଶ ସହିତ ଇଉରୋପରେ ହୋଇଥିବା ବିକାଶକୁ ତୁଳନା କରିବା ଥିଲା ଫ୍ରାଙ୍କୋଇସ୍ ବଣ୍ଡିୟରଙ୍କର ‘‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’’ ପୁସ୍ତକ ଲେଖୁବାର ମୂଳ ଉଦ୍ଦେଶ୍ୟ ।

୫ । ଇବନ ବନ୍ଧୁତା ତାଙ୍କର ପ୍ରଥମ ବୈଦେଶିକ ବିବରଣୀ ‘ରିହାଲା’କୁ କେଉଁ ଭାଷାରେ ଲେଖିଥିଲେ ?
Answer:
ଇବନ ବନ୍ଧୁତା ତାଙ୍କର ପ୍ରଥମ ବୈଦେଶିକ ବିବରଣୀ ‘ରିହାଲା’କୁ ଫ୍ରେଞ୍ଚ ଭାଷାରେ ଲେଖିଥିଲେ ।

୬ । ଇବନ ବତ୍ରୁତାଙ୍କର ଭାରତ ଆଗମନ ସମୟରେ ମୋଗଲ ସାମ୍ରାଜ୍ୟର ସମ୍ରାଟ କିଏ ଥିଲେ ?
Answer:
ଇବନବନ୍ଧୁତାଙ୍କର ଭାରତ ଆଗମନ ସମୟରେ ମୋଗଲ ସାମ୍ରାଜ୍ୟର ସମ୍ରାଟ ମହମ୍ମଦ ବିନ୍ ତୋଗଲକ୍ ଥିଲେ ।

୭ | ମୋଗଲ ସମ୍ରାଟ ମହମ୍ମଦ-ବିନ୍-ତୋଗଲକ୍ ରାଷ୍ଟ୍ରଦୂତ ଇବନ ବତୁତାଙ୍କ ଗୁଣରେ ମୁଗ୍ଧହୋଇ ତାଙ୍କୁ କେଉଁ ପଦବୀରେ ନିଯୁକ୍ତି ଦେଇଥିଲେ ?
Answer:
ମୋଗଲ ସମ୍ରାଟ ମହମ୍ମଦ-ବିନ୍-ତୋଗଲକ୍ ରାଷ୍ଟ୍ରଦୂତ ଇବନ ବତୁତାଙ୍କ ଗୁଣରେ ମୁଗ୍ଧହୋଇ ତାଙ୍କୁ ଦିଲ୍ଲୀର କାଜି ଭାବରେ ନିଯୁକ୍ତି ଦେଇଥିଲେ ।

୮|ଇବନ ବତୁତା ଦିଲ୍ଲୀରୁ କେବେ ପ୍ରତ୍ୟାବର୍ତ୍ତନ କରିଥିଲେ ?
Answer:
ଇବନ ବତ୍ରୁତା ୧୩୪୨ ଖ୍ରୀ.ଅ. ଜୁଲାଇ ୨୨ ତାରିଖରେ ପ୍ରତ୍ୟାବର୍ତ୍ତନ କରିଥିଲେ ।

୯। ଇବନ ବତ୍ରୁତା ଭାରତର କେଉଁ ଦ୍ରବ୍ୟକୁ ଅତି ଚମତ୍କାର ଶୈଳୀରେ ତାଙ୍କର ପୁସ୍ତକ ‘ରିହାଲା’ରେ ଫୁଟାଇପାରିଛନ୍ତି ?
Answer:
ଇବନ ବହୁତା ଭାରତର ନଡ଼ିଆ ଓ ପାନକୁ ଅତି ଚମତ୍କାର ଶୈଳୀରେ ତାଙ୍କର ପୁସ୍ତକ ‘ରିହାଲା’ରେ ଫୁଟାଇ ପାରି ଛନ୍ତି ।

୧୦ । ପ୍ୟାରିସ୍‌ ପହଞ୍ଚିବା ପରେ ଫ୍ରାଙ୍କାଇସ୍ ବର୍ଷିୟର୍‌ଙ୍କୁ କିଏ ହାର୍ଦ୍ଦିକ ସ୍ବାଗତ କରିଥିଲେ ?
Answer:
ପ୍ୟାରିସ୍‌ରେ ପହଞ୍ଚିବାପରେ ଫ୍ରାଙ୍କୋଇସ୍ ବଣ୍ଡିୟରଙ୍କୁ ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇ ହାର୍ଦ୍ଦିକ ସ୍ବାଗତ କରିଥିଲେ ।

CHSE Odisha Class 12 History Chapter 7 Objective Questions in Odia Medium

୧୧ । ଫ୍ରାଙ୍କୋଇସ୍ ବର୍ଷିୟର୍ ବୃତ୍ତିରେ କ’ଣ ଥିଲେ ?
Answer:
ଫ୍ରାଙ୍କୋଇସ୍ ବଣ୍ଠିୟର ବୃତ୍ତିରେ ଡାକ୍ତର ଥିଲେ ।

୧୨ । ‘‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’’ ପୁସ୍ତକର ରଚୟିତା କିଏ ?
Answer:
‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’’ ପୁସ୍ତକର ରଚୟିତା ରାଷ୍ଟ୍ରଦୂତ ଫ୍ରାଙ୍କୋଇସ୍ ବଣ୍ଡିୟର ।

୧୩। ଫ୍ରାଙ୍କୋଇସ୍ ବର୍ଷିୟର୍‌ଙ୍କୁ କିଏ ନିଜର ବ୍ୟକ୍ତିଗତ ଡାକ୍ତର ଭାବରେ ନିଯୁକ୍ତି ଦେଇଥିଲେ ?
Answer:
ଫ୍ରାଙ୍କୋଇସ୍ ବଣ୍ଠିୟରଙ୍କୁ ମୋଗଲ ସମ୍ରାଟ ଶାହାଜାହାନ୍‌ଙ୍କ ପୁତ୍ର ଦାରା ନିଜର ବ୍ୟକ୍ତିଗତ ଡାକ୍ତର ଭାବରେ ନିଯୁକ୍ତି ଦେଇଥିଲେ ।

C. ଶୂନ୍ୟସ୍ଥାନ ପୂରଣ କର ।

୧ । ଭାରତରେ ଆଲ୍ବିରୁଣୀ ମ୍ରଥମେ ___________ ମାନଙ୍କ ସହିତ ମିଶିଥିଲେ ।
Answer:
ବ୍ରାହ୍ମଣ

୨ । ଇବନ ବତୁତାଙ୍କର ଭାରତ ଆଗମନ ସମୟରେ ଦିଲ୍ଲୀର ସମ୍ରାଟ __________ ଥିଲେ ।
Answer:
ମହମ୍ମଦ-ବିନ୍-ତୋଗଲକ୍

୩ । ଇବନ ବହୁତା _________ ଖ୍ରୀ.ଅ.ରେ ଭାରତରୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
Answer:
୧୩୪୯

CHSE Odisha Class 12 History Chapter 7 Objective Questions in Odia Medium

୪ । ଫ୍ରାଙ୍କୋଇସ୍ ବଣ୍ଡିୟର୍ ତାଙ୍କର ___________ ପୁସ୍ତକଟିକୁ ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କୁ ଉତ୍ସର୍ଗ କରିଥିଲେ ।
Answer:
ମୋଗଲ ସାମ୍ରାଜ୍ୟରେ ଭ୍ରମଣ

୫। ଫ୍ରାଙ୍କୋଇସ୍ ବଣ୍ଠିୟର୍ ତାଙ୍କର ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକରେ ___________ ଦେଶକୁ ପ୍ରଶଂସା କରି ଛନ୍ତି ।
Answer:
ଇଉରୋପ

୬ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ଗ୍ରନ୍ଥଟି ___________ ଭାଷାରେ ରଚିତ ହୋଇଥିଲା ।
Answer:
ଫ୍ରେଞ୍ଚ

D. ଭ୍ରମ ସଂଶୋଧନ କର ।

୧। ‘କିତାବ-ଉଲ୍-ହିନ୍ଦୀ’ ପୁସ୍ତକରେ ଆଲ୍‌ବିରୁଣୀ ପାକିସ୍ତାନ ବିଷୟରେ ଲେଖୁଛନ୍ତି ।
Answer:
‘କିତାବ୍-ଉଲ୍-ହିନ୍ଦ୍’ ପୁସ୍ତକରେ ଆଲ୍‌ବିରୁଣୀ ଭାରତ ବିଷୟରେ ଲେଖୁଛନ୍ତି ।

୨ । ‘କିତାବ ଉଲ୍ ହିନ୍ଦ୍’ ପୁସ୍ତକଟି ୧୦ଟି ଅଧ୍ୟାୟରେ ବିଭକ୍ତ ଅଟେ ।
Answer:
‘କିତାବ ଉଲ୍ ହିନ୍ଦ୍’ ପୁସ୍ତକଟି ୮୦ଟି ଅଧ୍ୟାୟରେ ବିଭକ୍ତ ଅଟେ ।

୩ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକରେ ଫ୍ରାଙ୍କୋଇସ୍ ବର୍ଷିୟର୍ ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତକୁ ଉତ୍କୃଷ୍ଟ ବୋଲି ଦର୍ଶାଇଛନ୍ତି ।
Answer:
‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକରେ ଫ୍ରାଙ୍କାଇସ୍ ବର୍ଷିୟର୍ ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତକୁ ନିକୃଷ୍ଟ ବୋଲି ଦର୍ଶାଇଛନ୍ତି ।

CHSE Odisha Class 12 History Chapter 7 Objective Questions in Odia Medium

୪ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକର ରଚୟିତା ରାଷ୍ଟ୍ରଦୂତ ଇବନ ବହୁତା ଅଟନ୍ତି ।
Answer:
‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକର ରଚୟିତା ରାଷ୍ଟ୍ରଦୂତ ଫ୍ରାଙ୍କୋଇସ୍ ବଣ୍ଡିୟର୍ ଅଟନ୍ତି ।

୫ । ଇବନ ବନ୍ଧୁତାଙ୍କ ପୁସ୍ତକ ‘ରିହାଲା’ରୁ ମୋଗଲ ସମ୍ରାଟ ଆକବରଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିଥାଏ ।
Answer:
ଇବାନବତୃତାଙ୍କ ପୁସ୍ତକ ‘ରିହାଲା’ରୁ ତୋଗଲକ ସମ୍ରାଟ ମହମ୍ମଦ-ବିନ୍-ତୋଗଲକ୍‌ଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିଥାଏ ।

୬। ମହମ୍ମଦ-ବିନ୍-ତୋଗଲକ୍ ରାଷ୍ଟ୍ରଦୂତ ଇବନ ବତୁତାଙ୍କ ଉପରେ ମୁଗ୍ଧହୋଇ ତାଙ୍କୁ ପ୍ରାଦେଶିକ ଗଭର୍ଣ୍ଣର ଭାବରେ ନିଯୁକ୍ତି ଦେଇଥିଲେ ।
Answer:
ମହମ୍ମଦ-ବିନ୍-ତୋଗଲକ୍ ରାଷ୍ଟ୍ରଦୂତ ଇବନ ବତୁତାଙ୍କ ଉପରେ ମୁଗ୍ଧହୋଇ ତାଙ୍କୁ ଦିଲ୍ଲୀର କାଜି ଭାବରେ ନିଯୁକ୍ତି ଦେଇଥିଲେ ।