BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5

Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5 Textbook Exercise Questions and Answers.

BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5

Question 1.
ପୁସ୍ତକମେଳାରେ ପାଞ୍ଚଦିନରେ କେତେ ଟଂକାର ବହି ବିକ୍ରି ହୋଇଥିଲା, ତାହା ନିମ୍ନରେ ଦିଆଯାଇଛି ।
ପ୍ରଥମ ଦିନ 47, 22, 780 ଟଙ୍କା
ଦ୍ୱିତୀୟ ଦିନ 41, 01, 524 ଟଙ୍କା
ଦ୍ୱିତୀୟ ଦିନ 72, 24, 218 ଟଙ୍କା
ଚତୁର୍ଥ ଦିନ 76, 55, 320 ଟଙ୍କା
ପଞ୍ଚମ ଦିନ 92, 70, 148 ଟଙ୍କା
BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5

(କ) କେଉଁ ଦିନ ସବୁଠାରୁ ଅଧିକ ମୂଲ୍ୟର ଓ କେଉଁ ଦିନ ସବୁଠାରୁ କମ୍ ମୂଲ୍ୟର ବହି ବିକ୍ରି ହୋଇଥିଲା? 
ସମାଧାନ:
ପଞ୍ଚମ ଦିନ ସବୁଠାରୁ ଅଧ‌ିକ ମୂଲ୍ୟର ଓ ଦ୍ବିତୀୟ ଦିନ ସବୁଠାରୁ କମ୍ ମୂଲ୍ୟର ବହି ବ୍ରିକି ହୋଇଥିଲା । 

(ଖ) ଚତୁର୍ଥ ଦିନ ତୁଳନାରେ ପଞ୍ଚମଦିନ କେତେ ଟଙ୍କାର ଅଧିକ ବହି ବିକ୍ରି ହୋଇଥୁଲା? 
ସମାଧାନ:
ଚତୁର୍ଥ ଦିନ ବିକ୍ରି ହୋଇଥିଲା = 76,55,320 ଟଙ୍କା, ପଞ୍ଚମ ଦିନ ବିକ୍ରି ହୋଇଥିଲା = 92,70,148 ଟଙ୍କା  
∴ ଚତୁର୍ଥ ଦିନ ତୁଳନାରେ ପଞ୍ଚମ ଦିନ ବ୍ରିକ୍ରି ହୋଇଥିଲା
= 92,70,148 61 ଟଙ୍କା – 76,55,320 ଟଙ୍କା = 16,14,828 ଟଙ୍କା

(ଗ) ପୁସ୍ତକମେଳାରେ ମୋଟ କେତେ ଟଙ୍କା ମୂଲ୍ୟର ବହି ବିକ୍ରି ହୋଇଥିଲା?
ସମାଧାନ:
ପ୍ରଥମ ଦିନ ବିକ୍ରି ହୋଇଥିଲା = 47,22,780 ଟଙ୍କା, ଦ୍ବିତୀୟ ଦିନ ବିକ୍ରି ହୋଇଥିଲା = 41,01,524 ଟଙ୍କା 
ତୃତୀୟ ଦିନ ବିକ୍ରି ହୋଇଥିଲା = 72,24,218 ଟଙ୍କା, ଚତୁର୍ଥ ଦିନ ବିକ୍ରି ହୋଇଥିଲା = 76, 55,320 ଟଙ୍କା
ପଞ୍ଚମ ଦିନ ବିକ୍ରି ହୋଇଥିଲା = 92,70,148 ଟଙ୍କା
ମୋଟ ବିକ୍ରି ହୋଇଥିଲା = 47,22,780 ଟଙ୍କା + 41,01,524 ଟଙ୍କା  + 72,24,218 ଟଙ୍କା  + 76,55,320 ଟଙ୍କା + 92,70,148 ଟଙ୍କା = 3,29,73,990 ଟଙ୍କା

(ଘ) ପ୍ରଥମ ଓ ଶେଷ ଦିନ ମଧ୍ୟରୁ କେଉଁଦିନ କମ୍ ଟଙ୍କାର ବହି ବିକ୍ରି ହୋଇଥିଲା ଓ କେତେ କମ୍ ଟଙ୍କାର ବହି ବିକ୍ରି ହୋଇଥିଲା?
ସମାଧାନ:
ପ୍ରଥମ ଦିନ ବିକ୍ରି ହୋଇଥିଲା = 47,22,780 ଟଙ୍କା, ଶେଷ ଦିନ ବିକ୍ରି ହୋଇଥିଲା = 92,70,148 ଟଙ୍କା
ପ୍ରଥମ ଦିନ ଶେଷଦିନଠାରୁ କମ୍ ବିକ୍ରି ହୋଇଥିଲା = 92,70,148 – 47,22,780 = 45,47,368 ଟଙ୍କା 
∴ ପ୍ରଥମ ଦିନ 45,47,368 ଟଙ୍କାର ବହି ବିକ୍ରି ହୋଇଥିଲା ।

Question 2.
ଗୋଟିଏ ଲୋକସଭା ନିର୍ବାଚନରେ ଜଣେ ବିଜୟୀ ପ୍ରାର୍ଥୀ 5,45,200 ଟି ଭୋଟପାଇ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀଙ୍କୁ 1,78,298 ଭୋଟ୍‌ରେ ହରାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କେତେ ଖଣ୍ଡ ଭୋଟ ପାଇଥିଲେ?
BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5 1
ସମାଧାନ:
ବିଜୟୀ ପ୍ରାର୍ଥୀ ପାଇଥିବା ଭୋଟ୍ ସଂଖ୍ୟା = 5,45,200
ସେ ନିକଟତମ ପ୍ରତିଦ୍ଵନ୍ଦୀଙ୍କୁ ହରାଇଥିବା ଭୋଟସଂଖ୍ୟା = 1,78,298
ପ୍ରତିଦ୍ଵନ୍ଦୀ ପାଇଥିବା ଭୋଟ ସଂଖ୍ୟା = 5,45,200 – 1,78,298 = 3,66,902 ଟଙ୍କା 

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5

Question 3.
ମହେଶକୁ 22721 ରେ 18 ଗୁଣିବାକୁ କୁହାଯାଇଥିଲା । କିନ୍ତୁ ସେ ଭୁଲ୍‌ରେ 22721 ରେ 81 ଗୁଣିଦେଲା । ସେ ପାଇଥ‌ିବା ଉତ୍ତର, ପ୍ରକୃତ ଉତ୍ତରଠାରୁ କେତେ ଅଧ୍ଵ ବା କମ୍ ହେବ?
ସମାଧାନ:
ପ୍ରକୃତ ଉତ୍ତର  = 22721 × 18 = 408978,
ଭୁଲ୍‌ରେ ପାଇଥ‌ିବା ଉତ୍ତର = 22721 × 81 = 1840401
1840401 – 408978 = 1431423
∴ ମହେଶ ପାଇଥ‌ିବା ଉତ୍ତର, ପ୍ରକୃତ ଉତ୍ତରଠାରୁ 1431423 ଅଧିକ ।

Question 4. 
ଗୋଟିଏ କଣ୍ଟା ତିଆରି କାରଖାନାରେ ଦିନକୁ 62,736 ଟି କଣ୍ଟା ଉତ୍ପାଦନ କରାଯାଏ ।

(କ) ସେହି କାରଖାନାରେ ଗୋଟିଏ ସପ୍ତାହରେ କେତୋଟି କଣ୍ଟା ଉତ୍ପାଦନ କରାହେବ (ପ୍ରତି ସପ୍ତାହରେ କେବଳ ରବିବାର ଦିନ କାରଖାନା ବନ୍ଦ ରହେ)?
ସମାଧାନ:
ଗୋଟିଏ କଣ୍ଟା ତିଆରି କାରଖାନାରେ ଦିନକୁ 62,736 ଟି କଣ୍ଟା ଉତ୍ପାଦନ କରାଯାଏ ।
ରବିବାର ଦିନ ବ୍ୟତୀତ ସପ୍ତାହର ଅନ୍ୟ 6 ଦିନରେ କଣ୍ଟା ତିଆରି ହେବ = 62,736 × 6 = 3,76,416

(ଖ) ଜୁଲାଇ ମାସରେ ସେହି କାରଖାନାରେ କେତୋଟି କଣ୍ଟା ତିଆରି ହେବ ( ଯଦି ସେହି ମାସରେ ଋରୋଟି ରବିବାର ଥାଏ)?
ସମାଧାନ:
ଜୁଲାଇ ମାସର ଦିନ ସଂଖ୍ୟା = 31 ଦିନ
ଜୁଲାଇ ମାସରେ 4 ଟି ରବିବାର ପଡ଼ିଥିଲେ 31 – 4 = 27 ଦିନ କାମ ହୋଇଛି ।
କାରଖାନାରେ ଦିନକୁ 62,736 ଟି କଣ୍ଟା ଉତ୍ପାଦନ କରାଯାଏ ।
27 ଦିନରେ ଉତ୍ପାଦନ କରାଯିବ = 62,736 × 27 = 16,93,872 ଟି କଣ୍ଟା
ଜୁଲାଇ ମାସରେ 16,93,872 ଟି କଣ୍ଟା ତିଆରି ହେବ ।

(ଗ) 24ଟି କଣ୍ଟାକୁ ଗୋଟିଏ ପ୍ୟାକେଟ୍‌ରେ ଭର୍ତ୍ତି କରାଯାଇ ବିକ୍ରି ପାଇଁ ବାହାରକୁ ପଠାଯାଉଥିଲା । ତେବେ ଗୋଟିଏ ସପ୍ତାହରେ ଉତ୍ପାଦନ ହୋଇଥିବା କଣ୍ଟାଗୁଡିକୁ କେତୋଟି ପ୍ୟାକେଟ୍ କରାଯିବ?
ସମାଧାନ:
ଏକ ସପ୍ତାହର କାରଖାନାରେ ତିଆରି ହୋଇଥିବା କଣ୍ଟା ସଂଖ୍ୟା = 3,76,416 
24 ଟି କଣ୍ଟାକୁ ଗୋଟିଏ ପ୍ୟାକେଟ୍‌ରେ ଭର୍ତ୍ତି କରାଯାଏ ।
3,76,416 ଟି କଣ୍ଟା ରହିବ = 3,76,416 ÷ 24 = 15,684 ଟି ପ୍ୟାକେଟ୍‌ରେ
∴ ଗୋଟିଏ ସପ୍ତାହରେ ଉତ୍ପାଦନ ହୋଇଥ‌ିବା କଣ୍ଟାଗୁଡ଼ିକୁ 15,684 ଟି ପ୍ୟାକେଟ୍ କରାଯିବ ।

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2

Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2

Question 1. 
ଉପଯୁକ୍ତ ସ୍ଥାନରେ କମା ବ୍ୟବହାର କରି ନିମ୍ନରେ ଦିଆଯାଇଥ‌ିବା ସଂଖ୍ୟାଗୁଡ଼ିକୁ ଲେଖ ଓ ପ୍ରତ୍ୟେକର ସଂଖ୍ୟାନାମ ଲେଖ ।
320418, 7538425, 13247819, 10702000, 53214803
ସମାଧାନ:
320418 – 3,20,418 – ତିନି ଲକ୍ଷ କୋଡ଼ିଏ ହଜାର ଚାରିଶହ ଅଠର
7538425 – 75,38,425 – ପଚସ୍ତରୀ ଲକ୍ଷ ଅଠତିରିଶି ହଜାର ଚାରିଶହ ପଚିଶି
13247819 – 1,32,47,819 – ଏକ କୋଟି ବତିଶି ଲକ୍ଷ ସତଚାଳିଶ ହଜାର ଆଠଶହ ନ‍ଅ
10702000 – 1,07,02,000 – ଏକ କୋଟି ସାତଲକ୍ଷ ଦୁଇ ହଜାର
53214803 – 5,32,14,803 – ପାଞ୍ଚ କୋଟି ବତିଶି ଲକ୍ଷ ଚଉଦ ହଜାର ଆଠଶହ ତିନି

Question 2.
ତୁମେ କେବଳ 3, 4, 0 ଓ 7 ଅଙ୍କଗୁଡ଼ିକୁ ବ୍ୟବହାର କରି ପାଞ୍ଚଟି ଲେଖାଏଁ ଛଅ ଅଙ୍କ ବିଶିଷ୍ଟ ଓ ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର ।

(କ) ପ୍ରତ୍ୟେକ ସଂଖ୍ୟାକୁ ସହଜରେ ପଢ଼ିବା ପାଇଁ କମା ବ୍ୟବହାର କର। 
ସମାଧାନ:
(i) 3, 4, 0 ଓ 7 ଅଙ୍କଗୁଡ଼ିକୁ ବ୍ୟବହାର କରି ଗଠିତ ଛଅ ଅଙ୍କବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା –
4,03,740; 7,44,073; 3,74,073; 3,40,734; 4,37,047
(ii) 3, 4, 0 ଓ 7 ଅଙ୍କଗୁଡ଼ିକୁ ବ୍ୟବହାର କରି ଗଠିତ ଆଠ ଅଙ୍କବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା –
7,40,37,407; 3,40,47,307; 7,47,34,002; 3,04,74,330; 4,03,74,374

(ଖ) ସଂଖ୍ୟାଗୁଡ଼ିକୁ ବଡ଼ରୁ ସାନ କ୍ରମରେ ସଜାଇ ଲେଖ।
ସମାଧାନ:
(i) 7,44,073 > 4,37,047 > 4,03,740 > 3,74,073 > 3,40,734
(ii) 7,47,34,003 > 7,40,37,407 > 4,03,74,374 >3,40,47,307 > 3,04,74,330

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2

Question 3.
କେବଳ 1, 0, 8 ଓ 4 କୁ ବ୍ୟବହାର କରି ଆଠଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା ଓ ଆଠ ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ତିଆରି କର (ପ୍ରତ୍ୟେକ ସଂଖ୍ୟାରେ ଋରିଟିଯାକ ଅଙ୍କ ବ୍ୟବହାର ହୋଇଥିବ)। ତୁମେ ତିଆରି କରିଥିବା ସଂଖ୍ୟାଦୁଇଟିକୁ ବିସ୍ତାରିତ ରୂପରେ ଲେଖ।
ସମାଧାନ:
1, 0, 8 ଓ 4 ଅଙ୍କଗୁଡ଼ିକୁ ବ୍ୟବହାର କରି ଗଠିତ ବୃହତ୍ତମ ସଂଖ୍ୟା = 88888410 ଓ କ୍ଷୁଦ୍ରତମ ସଂଖ୍ୟା = 10000048
88888410 ର ବିସ୍ତାରିତ ରୂପ = 8 × 10000000 + 8 × 1000000 + 8 × 100000 + 8 × 10000 + 8 × 1000 + 4 × 100 + 1 × 10 + 0
10000048 ର ବିସ୍ତାରିତ ରୂପ = 1 × 10000000 +0 × 1000000 + 0 × 100000 +0 × 10000 + 0 × 1000 +0 × 100 + 4 × 10 + 8

Question 4.
ବ୍ୟାଙ୍କରେ ଗୋଟିଏ ସପ୍ତାହର କେଉଁ ଦିନ ମୋଟ କେତେ ଟଙ୍କା ଜମା କରାଯାଇଥିଲା, ତାର ବିବରଣୀ ଦିଆଯାଇଛି । ତାହାକୁ ଦେଖୁ ତଳ ପ୍ରଶ୍ନମାନଙ୍କର ଉତ୍ତର ଲେଖ ।

(କ) କେଉଁ ଦିନ କେତେ ଟଙ୍କା ଜମା କରାଯାଇଥିଲା ଅକ୍ଷରରେ ଲେଖ ।
ସୋମବାର  ମଙ୍କଳବାର  ବୁଧବାର  ଗୁରୁବାର  ଶୁକ୍ରବାର  ଶନିବାର
1,23,64,072  86,92,945  89,80,001  1,08,72,666  90,72,709  60,12,010
ସମାଧାନ:
ସୋମବାର – 1, 23, 64,072 – ଏକ କୋଟି ତେଇଶି ଲକ୍ଷ ଚଉଷଠି ହଜାର ବାସ୍ତରୀ
ମଙ୍କଳବାର – 86,92,945 – ଛୟାଅଶୀ ଲକ୍ଷ ବୟାନବେ ହଜାର ନଅଶହ ପଇଁଚାଳିଶି
ବୁଧବାର – 89,80,001 – ଅଣାନବେ ଲକ୍ଷ ଅଶୀହଜାର ଏକ
ଗୁରୁବାର – 1,08,72,666 – ଏକ କୋଟି ଆଠ ଲକ୍ଷ ବାସ୍ତରୀ ହଜାର ଛଅଶହ ଛଅଷଠି
ଶୁକ୍ରବାର – 90,72,709 – ନବେ ଲକ୍ଷ ବାସ୍ତରୀ ହଜାର ସାତଶହ ନଅ
ଶନିବାର – 60, 12, 010ଷାଠିଏ ଲକ୍ଷ ବାର ହଜାର ଦଶ

(ଖ) କେଉଁ ଦିନ ସବୁଠାରୁ ଅଧିକ ଟଙ୍କା ଜମା କରାଯାଇଥିଲା?
ସମାଧାନ:
ସୋମବାର ଦିନ ସବୁଠାରୁ ଅଧିକ ଟଙ୍କା ଜମା କରାଯାଇଥିଲା । 

(ଗ) କେଉଁ ଦିନ ସବୁଠାରୁ କମ୍ ପରିମାଣ ଟଙ୍କା ଜମା କରାଯାଇଥିଲା? 
ସମାଧାନ:
ଶନିବାର ଦିନ ସବୁଠାରୁ କମ୍ ପରିମାଣ ଟଙ୍କା ଜମା କରାଯାଇଥିଲା ।

(ଘ) କେଉଁ କେଉଁ ଦିନ 90 ଲକ୍ଷ ଟଙ୍କାରୁ ଅଧ୍ଵ ପରିମାଣ ଟଙ୍କା ଜମା କରାଯାଇଥିଲା?
ସମାଧାନ:
ସୋମବାର, ଗୁରୁବାର ଓ ଶୁକ୍ରବାର ଦିନ 90 ଲକ୍ଷ ଟଙ୍କାରୁ ଅଧ୍ଵ ପରିମାଣ ଟଙ୍କା ଜମା କରାଯାଇଥିଲା ।

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2

Question 5. 
(କ) ଗୋଟିଏ ସଂଖ୍ୟାର ଲକ୍ଷ ସ୍ଥାନରେ 4, ଅୟୁତ ସ୍ଥାନରେ 7, ହଜାର ସ୍ଥାନରେ 2, ଶତକ ସ୍ଥାନରେ 0, ଦଶକ ସ୍ଥାନରେ 8 ଓ ଏକକ ସ୍ଥାନରେ 5 ଅଛି । ସେହି ସଂଖ୍ୟାଟିକୁ ଲେଖ ।
ସମାଧାନ:
ଲକ୍ଷ ସ୍ଥାନରେ = 4, ଅୟୁତ ସ୍ଥାନରେ = 7, ହଜାର ସ୍ଥାନରେ = 2, ଶତକ ସ୍ଥାନରେ = 0, ଦଶକ ସ୍ଥାନରେ = 8 ଓ ଏକକ ସ୍ଥାନରେ = 5 ଅଛି ।
∴ ସଂଖ୍ୟାଟି = 4,72,085

(ଖ) ସବିତା ଗୋଟିଏ କାଗଜରେ ସଂଖ୍ୟାଟିଏ ଲେଖୁଲା । ସେହି ସଂଖ୍ୟାର ଏକକ ସ୍ଥାନରେ 5, ହଜାର ସ୍ଥାନରେ 2, ଶତିକ ସ୍ଥାନରେ 2, ଲକ୍ଷ ସ୍ଥାନରେ 5, ଅୟୁତ ସ୍ଥାନରେ 3, କୋଟି ସ୍ଥାନରେ 1, ନିୟୁତ ସ୍ଥାନରେ 7 ଓ ଦଶକ ସ୍ଥାନରେ 4 ଥିଲା । ସବିତା କେଉଁ ସଂଖ୍ୟା ଲେଖିଥିଲା?
ସମାଧାନ:
ସବିତା ଲେଖୁଥ‌ିବା ସଂଖ୍ୟାଟିର କୋଟି ସ୍ଥାନରେ = 1, ନିୟୁତ ସ୍ଥାନରେ = 7, ଲକ୍ଷ ସ୍ଥାନରେ = 5, ଅୟୁତ ସ୍ଥାନରେ = 3, ହଜାର ସ୍ଥାନରେ = 2, ଶତକ ସ୍ଥାନରେ = 2 ଦଶକ ସ୍ଥାନରେ = 4 ଓ ଏକକ ସ୍ଥାନରେ = 5 
ସଂଖ୍ୟାଟି = 1,75,32,245 
∴ ସବିତା ଲେଖୁଥ‌ିବା ସଂଖ୍ୟାଟି ହେଲା 1,75,32,245 

(ଗ) ଯୋଶେଫ ଗୋଟିଏ ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖୁଥିଲା। ଏହାର ହଜାର ସ୍ଥାନରେ 3, କୋଟି ସ୍ଥାନରେ 7, ଦଶ ଓ ଏକ ପ୍ରତ୍ୟେକ ସ୍ଥାନରେ 4 ଓ ଅନ୍ୟ ସ୍ଥାନ ଗୁଡ଼ିକରେ 0 ଲେଖୁଥିଲା। ସେ କେଉଁ ସଂଖ୍ୟା ଲେଖୁଥୁଲା? ସେହି ସଂଖ୍ୟାକୁ ଓ ଲଟାଇ ଲେଖିଲେ କେଉଁ ସଂଖ୍ୟା ମିଳିବ?
ସମାଧାନ:
ଯୋଶେଫ ଲେଖିବା ସଂଖ୍ୟାଟି = 7,00,03,044 ଓ ଲଟାଇ ଲେଖିଲେ ହେବ

Question 6. 
(କ) 32759084 ରେ 2, 9, 8, 4 ସ୍ଥାନୀୟ ମାନ ଲେଖ ।
ସମାଧାନ:
32759084 ରେ 2 ସ୍ଥାନୀୟ ମାନ = 2000000
9 ର ସ୍ଥାନୀୟ ମାନ = 9000, 8 ର ସ୍ଥାନୀୟ ମାନ = 80 ଓ 4 ର ସ୍ଥାନୀୟ ମାନ = 4

(ଖ) 375248 ରେ ପ୍ରତ୍ୟେକ ଅଙ୍କର ସ୍ଥାନୀୟ ମାନ ଲେଖ । ଏହି ସଂଖ୍ୟାକୁ ଓଲଟାଇ ଲେଖୁ ଯେଉଁ ସଂଖ୍ୟା ପାଇଲ ତାହାର ପ୍ରତ୍ୟେକ ଅଙ୍କର ସ୍ଥାନୀୟ ମାନ କେତେ ହେବ?
ସମାଧାନ:
375248 ରେ 3 ସ୍ଥାନୀୟ ମାନ = 300000,
7 ର ସ୍ଥାନୀୟ ମାନ = 70000, 5 ର ସ୍ଥାନୀୟ ମାନ = 5000,
2 ର ସ୍ଥାନୀୟ ମାନ = 200, 4 ର ସ୍ଥାନୀୟ ମାନ = 40 8 ର ସ୍ଥାନୀୟ ମାନ = 8
375248 କୁ ଓ ଲଟାଇ ଲେଖିଲେ ହେବ 842573
842573 ରେ 8ର ସ୍ଥାନୀୟ ମାନ = 800000,
4 ର ସ୍ଥାନୀୟ ମାନ = 40000, 2 ର ସ୍ଥାନୀୟ ମାନ = 2000,
5 ର ସ୍ଥାନୀୟ ମାନ = 500, 7 ର ସ୍ଥାନୀୟ ମାନ = 70 ଓ 3 ର ସ୍ଥାନୀୟ ମାନ = 3

(ଗ) ତୁମ ମନରୁ ଗୋଟିଏ ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ। ସେହି ସଂଖ୍ୟାର ପ୍ରତ୍ୟେକ ଅଙ୍କର ସ୍ଥାନୀୟ ମାନ ଲେଖ।
ସମାଧାନ:
ଆଠଅଙ୍କ ବିଶିଷ୍ଟ ସଂଖ୍ୟା = 98543210
98543210 ରେ 9 ର ସ୍ଥାନୀୟ ମାନ = 90000000,
8 ର ସ୍ଥାନୀୟ ମାନ = 8000000, 5 ର ସ୍ଥାନୀୟ ମାନ = 500000,
4 ର ସ୍ଥାନୀୟ ମାନ = 40000, 3 ର ସ୍ଥାନୀୟ ମାନ = 3000, 2 ର ସ୍ଥାନୀୟ ମାନ = 200, 1 ର ସ୍ଥାନୀୟ ମାନ = 10 ଓ 0 ର ସ୍ଥାନୀୟ ମାନ = 0

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2

(ଘ) ଆଠ ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ଓ ବଡ଼ ସଂଖ୍ୟାକୁ ଲେଖ ।
ସମାଧାନ:
ଆଠ ଅଙ୍କବିଶିଷ୍ଟ ସବୁଠାରୁ ବଡ଼ସଂଖ୍ୟା = 99999999 ଓ ସାନ ସଂଖ୍ୟା = 10000000

ସଂଖ୍ୟାରେ ମକା:
11111111 ରେ ଅଙ୍କମାନଙ୍କର ସମଷ୍ଟି 8, 22222222 ରେ ଅଙ୍କମାନଙ୍କର ସମଷ୍ଟି 16, 33333333 ରେ ଅଙ୍କମାନଙ୍କର ସମଷ୍ଟି 24, 44444444 ରେ ଅଙ୍କମାନଙ୍କର ସମଷ୍ଟି 32, 55555555 ରେ ଅଙ୍କମାନଙ୍କର ସମଷ୍ଟି 40, ତଲେଖିବା ସଂଖ୍ୟାସାନଙ୍କର ଅଙ୍କମାନଙ୍କର ସମଷ୍ଟି କେତେହେବ ମିଶାଣ ନ କରି କହ । 66666666, 77777777, 88888888, 99999999 ।
ସମାଧାନ:
66666666 ରେ ଅଙ୍କମାନଙ୍କର ସମଷ୍ଟି 48 । 
77777777 ରେ ଅଙ୍କମାନଙ୍କର ସମଷ୍ଟି 56 ।
88888888 ରେ ଅଙ୍କମାନଙ୍କର ସମଷ୍ଟି 64 ।
99999999 ରେ ଅଙ୍କମାନଙ୍କର ସମଷ୍ଟି 72 ।

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

Odisha State Board BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ Important Questions and Answers.

BSE Odisha Class 6 Geography Important Questions Chapter 6(g) ଅଷ୍ଟ୍ରେଲିଆ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଅଷ୍ଟ୍ରେଲିଆ ମହାଦେଶର ଜଳବାୟୁ ଓ ପ୍ରାକୃତିକ ଉଭିଦ ବିଷୟରେ ବର୍ଣ୍ଣନା କର ।
Answer:

  • ମକର ସଂକ୍ରାନ୍ତି ଅଷ୍ଟ୍ରେଲିଆ ମହାଦେଶର ମଧ୍ୟଭାଗ ଦେଇ ଯାଇଥିବାରୁ ଏହାର ଉତ୍ତରାଂଶ ଗ୍ରୀଷ୍ମମଣ୍ଡଳ ଓ ଦକ୍ଷିକାଂଶ ନାତିଶୀତୋଷ୍ଣ ମଣ୍ଡଳ ଅନ୍ତର୍ଭୁକ୍ତ ।
  • ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ହୋଇଥ‌ିବାରୁ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁବେଳେ ଅଷ୍ଟ୍ରେଲିଆରେ ଶୀତଋତୁ ହୋଇଥାଏ ।
  • ଗ୍ରୀଷ୍ମଋତୁରେ ମୌସୁମୀ ବାୟୁଦ୍ୱାରା ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ଅଧିକ ବୃଷ୍ଟିପାତ, ପଶ୍ଚିମ ଭାଗରେ କମ୍ ବୃଷ୍ଟିପାତ ଏବଂ ମଧ୍ୟଭାଗରେ ମଧ୍ୟମ ଧରଣର ବୃଷ୍ଟିପାତ ହୁଏ ।
  • ଅଷ୍ଟ୍ରେଲିଆର ନାତିଶୀତୋଷ ତୃଣଭୂମିକୁ ଡାଉନ୍‌ସ୍ କୁହାଯାଏ । ପଶ୍ଚିମସ୍ଥ ଉଷ୍ଣ ମରୁଭୂମି ଅଞ୍ଚଳରେ କଣ୍ଟା ଓ ସିଝୁ ଜାତୀୟ ବୁଦା ଦେଖାଯାଏ ।
  • ଉପକୂଳ ଅଞ୍ଚଳରେ ବିଭିନ୍ନ ଶକ୍ତକାଠର ବୃକ୍ଷ ଓ ଅଭ୍ୟନ୍ତରରେ ସିଡ଼ାର ଓ ରୋଜଉଡ଼ ବୃକ୍ଷ ବହୁଳ ପରିମାଣରେ ଦେଖାଯାଏ । ଇଉକାଲିପଟାସ୍ ଅଷ୍ଟ୍ରେଲିଆ ମହାଦେଶର ମୁଖ୍ୟ ବୃକ୍ଷ ।

୨। ଅଷ୍ଟ୍ରେଲିଆର ଅଧ‌ିବାସୀ ଓ ଜୀବନଯାପନ ପ୍ରଣାଳୀ ବିଷୟରେ ଲେଖ ।
Answer:

  • ପ୍ରଥମେ ଅଷ୍ଟ୍ରେଲିଆରେ କେବଳ ଆଦିମ ଅଧିବାସୀମାନେ ରହୁଥିଲେ । ସୁନାଖଣି ଆବିଷ୍କାର ହେବା ପରେ ଇଂରେଜମାନେ ସେଠାରେ ବସତି ସ୍ଥାପନ କଲେ ।
  • ମହାଦେଶର ଅର୍ଦ୍ଧାଧ‌ିକ ଲୋକ ବଡ଼ ବଡ଼ ସହରରେ ବାସ କରନ୍ତି । ଆଦିମ ଅଧ‌ିବାସୀମାନେ ଯାଯାବର ଜୀବନଯାପନ କରନ୍ତି ଓ ପଶୁପାଳନ କରି ଜୀବିକା ନିର୍ବାହ କରନ୍ତି ।
  • ଖୁବ୍ କମ୍ ଲୋକ ମେସିନ୍ ସାହାଯ୍ୟରେ ଚାଷକାମ କରିଥାନ୍ତି ।
  • ମାଂସ ଓ ପଶମ ପାଇଁ କେତେକ ଲୋକେ ମେଷପାଳନ କରନ୍ତି । ମେଷପାଳନ ନିଉଜଲ୍ୟାଣ୍ଡ ଅଧିବାସୀମାନଙ୍କ ପ୍ରଧାନ ଜୀବିକା ।
  • ଅଧିକାଂଶ ଲୋକ ଶିଳ୍ପ, ବାଣିଜ୍ୟ, ଶିକ୍ଷା, ଗବେଷଣା, ଗମନାଗମନ ଆଦି କ୍ଷେତ୍ରରେ ନିଯୁକ୍ତି ପାଇଥା’ନ୍ତି ।

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

ସଂକ୍ଷେପରେ ଉତ୍ତର ଦିଅ ।

୧। ଅଷ୍ଟ୍ରେଲିଆ ମହାଦେଶ କେଉଁ କେଉଁ ଦେଶକୁ ନେଇ ଗଠିତ ?
Answer:
(i) ଅଷ୍ଟ୍ରେଲିଆ ମହାଦେଶ ମୁଖ୍ୟ ଦେଶ ଅଷ୍ଟ୍ରେଲିଆକୁ ଛାଡ଼ିଦେଲେ ଆଉ କେତୋଟି କ୍ଷୁଦ୍ର କ୍ଷୁଦ୍ର ଦେଶକୁ ନେଇ ଗଠିତ ।
(ii) ସେଗୁଡ଼ିକ ହେଲା – ଅଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ, ପାପୁଆ, ନିଉଗିନି, ଟୋଙ୍ଗା, ଫିଜି ।

୨। ଅଷ୍ଟ୍ରେଲିଆର ନଦୀମାନଙ୍କ ବିଷୟରେ ସଂକ୍ଷେପରେ ଲେଖ ।
Answer:
(i) ମରେ ଏବା ଡାର୍ଲି ଅଷ୍ଟ୍ରେଲିଆ ମହାଦେଶର ପ୍ରଧାନ ନଦୀ । ଏହାଛଡ଼ା ସ୍ଵାନ ନଦୀ ଏହି ମହାଦେଶରେ ପ୍ରବାହିତ ।
(ii) ଅଷ୍ଟ୍ରେଲିଆର କେତେକ ନଦୀ ସମୁଦ୍ରରେ ନପଡ଼ି ହ୍ରଦରେ ପଡ଼ିଛି । ଏଭଳି ନଦୀକୁ ଅନ୍ତଃସ୍ଥଳୀୟ ନଦୀ କୁହାଯାଏ ।

୩। ଅଷ୍ଟ୍ରେଲିଆର ୪ଟି ବଡ଼ ବଡ଼ ସହରର ନାମ ଲେଖ ।
Answer:
ଅଷ୍ଟ୍ରେଲିଆର ୪ଟି ବଡ଼ ବଡ଼ ସହରର ନାମ ହେଲା – ସିଡ୍‌ନି, ମେଲବୋର୍ଡ଼, ପର୍ଥ ଓ କାନବେରା ।

୪। ଅଷ୍ଟ୍ରେଲିଆର କେଉଁ କେଉଁ ଅଞ୍ଚଳରେ ପ୍ରଚୁର ବୃଷ୍ଟିପାତ ହୁଏ ଓ କାହିଁକି ?
Answer:
(i) ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ଅଧିକ ବୃଷ୍ଟିପାତ ହୁଏ । ଅଷ୍ଟ୍ରେଲିଆର ମଧ୍ୟ ଭାଗରେ ମଧ୍ୟମ ଧରଣର ଓ ପଶ୍ଚିମ ଭାଗରେ ସ୍ଵଳ୍ପ ବୃଷ୍ଟିପାତ ହୋଇଥାଏ ।
(ii) ଏହାର ଉତ୍ତର ଭାଗରେ ଗ୍ରୀଷ୍ମକାଳରେ ମୌସୁମୀବାୟୁଦ୍ୱାରା ବୃଷ୍ଟିପାତ ହୋଇଥାଏ ।

୫। ପ୍ରବାଳ ପ୍ରାଚୀର କିପରି ସୃଷ୍ଟିହୁଏ ?
Answer:
(i) ପ୍ରବାଳ ଏକ ପ୍ରକାର ଛୋଟ ସାମୁଦ୍ରିକ ଜୀବ । ଶଙ୍ଖ ବା ଶାମୁକା ପରି ଏହାର ଖୋଳପା ଥାଏ ।
(ii) ମୃତ ପ୍ରବାଳର କଠିନ ଖୋଳପା ଗୁଡ଼ିକ ଏକତ୍ର ଜମାହେବା ଫଳରେ ପ୍ରବାଳ ପ୍ରାଚୀର ସୃଷ୍ଟିହୁଏ ।

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

(ଖ) ପାର୍ଥକ୍ୟ ଦର୍ଶାଅ ।
୧ । କୋଆଲା ଓ ପ୍ଲାଟିପସ୍ ।
(ଗ) ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
(i) ଯେଉଁ ନଦୀ ସମୁଦ୍ରରେ ନପଡ଼ି ତା’ର ଗତିପଥରେ ଥ‌ିବା କୌଣସି ହ୍ରଦରେ ବା ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ ତାହାକୁ ଅନ୍ତସ୍ଥଳୀୟ ନଦୀ କୁହାଯାଏ ।
(ii) ଅଷ୍ଟ୍ରେଲିଆର କେତେକ ନଦୀ ସମୁଦ୍ରରେ ନପଡ଼ି ହ୍ରଦରେ ପଡ଼ିଛନ୍ତି ।

୨। କଙ୍ଗାରୁ :
Answer:
(i) ଅଷ୍ଟ୍ରେଲିଆ ଜାତୀୟ ପଶୁ କଙ୍ଗାରୁ କେବଳ ଅଷ୍ଟ୍ରେଲିଆ ମହାଦେଶରେ ଦେଖାଯାଆନ୍ତି ।
(ii) ଏହାର ଆଗ ଗୋଡ଼ ଦୁଇଟି ଛୋଟ ଓ ପଛ ଦୁଇଟି ଗୋଡ଼ ଲମ୍ବା । ସେ ତା’ର ତଳି ପେଟରେ ଥ‌ିବା ଥଳୀରେ ଛୁଆକୁ ଧରି ଅନାୟସରେ ଦୌଡ଼ିପାରେ ମାତ୍ର ଉଡ଼ିପାରେ ନାହିଁ ।

୩। ପ୍ରବାଳ :
Answer:
(i) ପ୍ରବାଳ ଏକ ପ୍ରକାର ଛୋଟ ସାମୁଦ୍ରିକ ଜୀବ । ଏହା ଉଷ୍ଣ ସମୁଦ୍ର ଜଳରେ ସମୁଦ୍ରତଳ ସହିତ ଲାଗିକରି ଥାଏ ।
(ii) ଏହାର ଶଙ୍ଖ ବା ଶାମୁକାପରି ଖୋଳପା ଥାଏ । ମୃତ ପ୍ରବାଳର କଠିନ ଖୋଳପାଗୁଡ଼ିକ ଏକତ୍ର ଜମାହେବା ଫଳରେ ପ୍ରବାଳ ପ୍ରାଚୀର ସୃଷ୍ଟିହୁଏ ।

୪। ମୌସୁମୀ ବାୟୁ :
Answer:
ଯେଉଁ ବାୟୁ ଋତୁ ଅନୁସାରେ ଦିଗ ପରିବର୍ତ୍ତନ କରି ଗୋଟିଏ ଋତୁରେ ଯେଉଁ ଦିଗରୁ ବହେ ଅନ୍ୟ ଋତୁରେ ଠିକ୍ ତା’ର ବିପରୀତ ଦିଗରୁ ବହେ ତାହାକୁ ମୌସୁମୀ ବାୟୁ କୁହାଯାଏ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ଶୂନ୍ୟସ୍ଥାନ ପୂରଣ କର ।

(୧) _____________ ଅଷ୍ଟ୍ରେଲିଆର ରାଜଧାନୀ ଅଟେ ।
Answer:
କାନବେରା

(୨) ଅଷ୍ଟ୍ରେଲିଆ ମହାଦେଶର ପ୍ରଧାନ ନଦୀ _______________।
Answer:
ମରେ, ଡାଲିଂ

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

(୩) ପୃଥ‌ିବୀର କ୍ଷୁଦ୍ରତମ ମହାଦେଶ _____________ ।
Answer:
ଅଷ୍ଟ୍ରେଲିଆ

(୪) _________________ ନିଉଜିଲ୍ୟାଣ୍ଡର ବୃହତ୍ତମ ସହର ।
Answer:
ଅକ୍ ଲ ୩ ଣ୍ଡ

(୫) ନିଉଜିଲ୍ୟାଣ୍ଡ ଦେଶର ପ୍ରତୀକ _________________ ।
Answer:
ଦ୍ବିଇ

(୬) ଅଷ୍ଟ୍ରେଲିଆ ଦେଶର _________________ ପକ୍ଷୀ ଦିନରେ ଶୋଇରହେ ଓ ରାତିରେ ବୁଲେ ।
Answer:
କୋଆଲା

(ଖ) ଗୋଟିଏ ବା ଦୁଇଟି ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ ।
(୧) ଅଷ୍ଟ୍ରେଲିଆର ନାତିଶୀତୋଷ୍ଣ ତୃଣଭୂମିକୁ କୁହାଯାଏ – ଡାଉନ୍ସ
(୨) ଅଷ୍ଟ୍ରେଲିଆ ମହାଦେଶ ଯେଉଁ ଗୋଲାର୍ଦ୍ଧରେ ଅବସ୍ଥିତ – ଦକ୍ଷିଣ ଗୋଲାର୍ଦ୍ଧ
(୩) ଯେଉଁ ବାୟୁ ଋତୁ ଅନୁସାରେ ଦିଗ ପରିବର୍ତ୍ତନ କରେ – ମୌସୁମୀବାୟୁ
(୪) ଯେଉଁ ସାମୁଦ୍ରିକ ଜୀବର ଶଙ୍ଖ ବା ଶାମୁକା ପରି ଖୋଳପା ଥାଏ – ପ୍ରବାଳ
(୫) ପୃଥ‌ିବୀର କ୍ଷୁଦ୍ରତମ ମହାଦେଶ – ଅଷ୍ଟ୍ରେଲିଆ
(୬) ଅଷ୍ଟ୍ରେଲିଆର ଜାତୀୟ ପଶୁ – କଙ୍ଗାରୁ
(୭) ଅଷ୍ଟ୍ରେଲିଆର ଏକମାତ୍ର ମାଂସାସୀ ବନ୍ୟପ୍ରାଣୀ – ଡିଙ୍ଗୋ
(୮) ଅଷ୍ଟ୍ରେଲିଆ ମହାଦେଶର ମୁଖ୍ୟ ବୃକ୍ଷ – ଇଉକାଲିପଟାସ
(୯) ପଶୁ ଏବଂ ପକ୍ଷୀ ଉଭୟଙ୍କର ଲକ୍ଷଣ ଥ‌ିବା ଅଷ୍ଟ୍ରେଲିଆର ବିଚିତ୍ର ପ୍ରାଣୀ – ପ୍ଲାଟିପସ୍

(ଗ) ସ୍ତମ୍ଭ ମିଳନ କର ।

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 1
Answer:
BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 2

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 3
Answer:
BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 4

(ଘ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ନିମ୍ନଲିଖ ମଧ୍ୟରୁ ଅଷ୍ଟ୍ରେଲିଆର କେଉଁ ପକ୍ଷୀ ଦେଖିବାକୁ ଓଟପକ୍ଷୀପରି ?
(A) କୋକାବୁରା
(B) ଏମୁ
(C) ଲାୟାର
(D) କାଉ
Answer:
(B) ଏମୁ

୨ । ଅଷ୍ଟ୍ରେଲିଆର ବନ୍ୟ କୁକୁରର ନାମ କ’ଣ ?
(A) ଡ଼ିଙ୍ଗୋ
(B) କୋଆଲା
(C) ପ୍ଲାଟିପସ୍
(D) ଏମୁ
Answer:
(A) ଡ଼ିଙ୍ଗୋ

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

୩। ଅଷ୍ଟ୍ରେଲିଆର ନାତିଶୀତୋଷ୍ଣ ତୃଣଭୂମିକୁ କ’ଣ କହନ୍ତି ?
(A) ପମ୍ପାସ
(B) ସାଭାନା
(C) ସେଲ୍‌
(D) ଡାଉନ୍ସ
Answer:
(D) ଡାଉନ୍ସ

୪। ନିଉଜିଲ୍ୟାଣ୍ଡର ବୃହତ୍ତମ ସହରର ନାମ କ’ଣ ?
(A) ବ୍ରିସ୍‌ ବେନ
(B) ଅକ୍‌ଲ୍ୟାଣ୍ଡ
(C) ମେଲବୋର୍ଡ଼
(D) ୱେଲିଂଟନ
Answer:
(B) ଅକ୍‌ଲ୍ୟାଣ୍ଡ

୫। କଙ୍ଗାରୁ ପୃଥ‌ିବୀର କେଉଁ ମହାଦେଶରେ କେବଳ ଦେଖାଯାଏ -?
(A) ଉତ୍ତର ଆମେରିକା
(B) ଆଫ୍ରିକା
(C) ଅଷ୍ଟ୍ରେଲିଆ
(D) ଦକ୍ଷିଣ ଆମେରିକା
Answer:
(C) ଅଷ୍ଟ୍ରେଲିଆ

୬ । ନିମ୍ନଲିଖ ମଧ୍ୟରୁ ଅଷ୍ଟ୍ରେଲିଆର ଜାତୀୟ ପଶୁ କିଏ ?
(A) ଡିଙ୍ଗୋ
(B) ପ୍ଲାଟିପସ୍
(C) କଙ୍ଗାରୁ
(D) କୋଆଲା
Answer:
(C) କଙ୍ଗାରୁ

୭। ଅଷ୍ଟ୍ରେଲିଆର କେଉଁ ପକ୍ଷୀ ଦିନରେ ପ୍ରାୟ ଶୋଇରହେ ଓ ରାତିରେ ବୁଲେ ?
(A) ଡିଙ୍ଗୋ
(B) କୋଆଲା
(C) ପ୍ଲାଟିପସ୍
(D) ଏମୁ
Answer:
(B) କୋଆଲା

୮। ନିମ୍ନଲିଖ ମଧ୍ୟରୁ ଅଷ୍ଟ୍ରେଲିଆର ରାଜଧାନୀ କିଏ ?
(A) ମେଲବୋର୍ଡ଼
(B) ସିଡ୍‌ନି
(C) କାବେରା
(D) ୱେଲିଙ୍ଗଟନ୍
Answer:
(C) କାବେରା

୯ । ଅଷ୍ଟ୍ରେଲିଆ ମହାଦେଶ ଅନ୍ୟ କେଉଁ ନାମରେ ପରିଚିତ ?
(A) ଓସେନିଆ
(B) ବୁଲଗେରିଆ
(C) ରୁମାନିଆ
(D) ତୁର୍କ
Answer:
(A) ଓସେନିଆ

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

ତୁମ ପାଇଁ କାମ :

→ ଅଷ୍ଟ୍ରେଲିଆ ମହାଦେଶର ରେଖାଙ୍କିତ ମାନଚିତ୍ରରେ ନିମ୍ନଲିଖତଗୁଡ଼ିକୁ ଦର୍ଶାଅ ।
ଡାଲିଂ ନଦୀ, ପଶ୍ଚିମସ୍ଥ ମାଳଭୂମି, ଅକଲ୍ୟାଣ୍ଡ, ପର୍ଥ
Answer:
( ନିଜେ କର ।)

→ ଅଷ୍ଟ୍ରେଲିଆ ମହାଦେଶର ଦେଶ ଓ ସେଗୁଡ଼ିକର ରାଜଧାନୀର ନାମ ଲେଖ ।
Answer:
BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 5
BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 6

→ ଅଷ୍ଟ୍ରେଲିଆରେ ମିଳୁଥିବା ବନ୍ୟପ୍ରାଣୀମାନଙ୍କ ଫଟୋଚିତ୍ର ସଂଗ୍ରହ କର । ସେମାନଙ୍କ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ସଂଗ୍ରହ କରି ଖାତାରେ ଲେଖ ।
Answer:
( ନିଜେ କର ।)

BSE Odisha 6th Class Maths Solutions Chapter 11 ପରିମିତି Ex 11.1

Odisha State Board BSE Odisha 6th Class Maths Solutions Chapter 11 ପରିମିତି Ex 11.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 11 ପରିମିତି Ex 11.1

Question 1.
ତୁମ ଶ୍ରେଣୀରେ ପଡ଼ିଥିବା ଟେବୁଲର ଉପରି ଭାଗର ଚାରୋଟି ଯାକ ଧାରର ଦୈର୍ଘ୍ୟ ମାପ ଓ ତୁମେ ପାଇଥବା ମାପଗୁଡ଼ିକୁ ତଳେ ଦିଆଯାଇଥିବା ଭଳି ଲେଖ । (ପ୍ରଶ୍ନ ସହ ଉତ୍ତର)
BSE Odisha 6th Class Maths Solutions Chapter 11 ପରିମିତି Ex 11.1
ପ୍ରଥମ ଧାରର ଦୈର୍ଘ୍ୟ = _______ ସେ.ମି.,
ଦ୍ଵିତୀୟ ଧାରର ଦୈର୍ଘ୍ୟ = _______ ସେ.ମି. 
ତୃତୀୟ ଧାରର ଦୈର୍ଘ୍ୟ = _______ ସେ.ମି.,
ଚତୁର୍ଥ ଧାରର ଦୈର୍ଘ୍ୟ = _______ ସେ.ମି.
ଏହାର ଚାରୋଟି ଧାରର ସମଷ୍ଟି = _______ ସେ.ମି. + _______ ସେ.ମି. + _______ ସେ.ମି. + _______ ସେ.ମି.
ଟେବୁଲ ଉପରିଭାଗର ପରିସାମା କେତେ ?
ସମାଧାନ:
ପ୍ରଥମ ଧାରର ଦୈର୍ଘ୍ୟ = 100 ସେ.ମି., ଦ୍ଵିତୀୟ ଧାରର ଦୈର୍ଘ୍ୟ = 60 ସେ.ମି. 
ତୃତୀୟ ଧାରର ଦୈର୍ଘ୍ୟ = 100 ସେ.ମି., ଚତୁର୍ଥ ଧାରର ଦୈର୍ଘ୍ୟ = 60 ସେ.ମି.
ଏହାର ଚାରୋଟି ଧାରର ସମଷ୍ଟି = 100 ସେ.ମି. + 60 ସେ.ମି. + 100 ସେ.ମି. + 60 ସେ.ମି.
ଟେବୁଲ ଉପରି ଭାଗର ପରିସୀମା = 320 ସେ.ମି.

BSE Odisha 6th Class Maths Solutions Chapter 11 ପରିମିତି Ex 11.1

Question 2.
ତଳେ ଦିଆଯାଇଥ‌ିବା ଚିତ୍ର ମାନଙ୍କର ପରିସୀମା ନିର୍ଣ୍ଣୟ କର।
(କ)
BSE Odisha 6th Class Maths Solutions Chapter 11 ପରିମିତି Ex 11.1 1
ସମାଧାନ:
ପରିସାମା = 4 × ଦୈର୍ଘ୍ୟ =4 × 4= 16 ସେ.ମି.

(ଖ)
BSE Odisha 6th Class Maths Solutions Chapter 11 ପରିମିତି Ex 11.1 2
ସମାଧାନ:
ପରିସୀମା = 2 (ଦୈର୍ଘ୍ୟ + ପ୍ରସ୍ଥ) = 2 (3 + 1) ସେ.ମି. = 8 ସେ.ମି.

(ଗ)
BSE Odisha 6th Class Maths Solutions Chapter 11 ପରିମିତି Ex 11.1 2
ସମାଧାନ:
ପରିସୀମା = 3 + 3 + 1 + 3 + 3 + 1 + 3 + 3 + 1 + 3 + 3 + 1 = 28 ସେ.ମି.

(ଘ)
BSE Odisha 6th Class Maths Solutions Chapter 11 ପରିମିତି Ex 11.1 4
ସମାଧାନ:
ପରିସୀମା = AB + BC + CD + DE + EF + AF
= (100 + 60 + 50 + 30 + 40 + 60) ସେ.ମି. = 340 ସେ.ମି.

Question 3.
ଗୋଟିଏ ଆୟତାକୃତି ବିଶିଷ୍ଟ ପାର୍କର ଦୈର୍ଘ୍ୟ 50 ମିଟର ଓ ପ୍ରସ୍ଥ 35 ମିଟର । ଜଣେ ଖେଳାଳୀ ଏହି ପାର୍କର ଚାରିପାଖରେ 10 ଥର ଦଉଡ଼ିଲେ ସେ ମୋଟ କେତେ ବାଟ ଦୌଡ଼ିବେ ? 
ସମାଧାନ:
ଆୟତାକୃତି ପାର୍କର ଦୈର୍ଘ୍ୟ = 50 ମି. ଓ ପ୍ରସ୍ଥ = 35 ମି. ।
∴ ପାର୍କର ପରିସୀମା = 2 (ଦୈର୍ଘ୍ୟ + ପ୍ରସ୍ଥ) = 2(50 + 35) ମି. = 2 × 85 ମି. = 170 ମି.
ଜଣେ ଖେଳାଳି 1 ଥର ଦୌଡ଼ିଲେ 170 ମି. ବାଟ ଯିବ
10 ଥର ଦୌଡ଼ିଲେ (170 × 10) ମି. = 1700 ମି.
∴ ଖେଳାଳୀ ଜଣକ ପାର୍କର ଚାରିପାଖରେ 10 ଥର ଦଉଡ଼ିଲେ ମୋଟ 1700 ମିଟର ବାଟ ଦୌଡ଼ିବ ।

Question 4.
ଗୋଟିଏ ଚତୁର୍ଭୁଜାକୃତି ବିଶିଷ୍ଟ ଜମିର ଚାରୋଟି ଯାକ ପାଖର ଦୈର୍ଘ୍ୟ ଯଥାକ୍ରମେ 15 ମିଟର, 12 ମିଟର, 17 ମିଟର ଓ 11 ମିଟର । ଏହାର ଚାରିପଟେ ବାଡ଼ ବୁଜିବାପାଇଁ ମିଟରପିଛା 6 ଟଙ୍କା ହିସାବରେ କେତେ ଖର୍ଚ୍ଚ ହେବ ?
ସମାଧାନ:
ଚତୁର୍ଭୁଜାକୃତି ଜମିର ପରିସୀମା = 15 ମି. + 12 ମି. + 17 ମି. + 11 ମି. = 55 ମି.
1 ମିଟର ବାଡ଼ବୁଜିବା ପାଇଁ ଖର୍ଚ୍ଚ ହୁଏ 6 ଟଙ୍କା ।
55 ମିଟର ବାଡ଼ବୁଜିବା ପାଇଁ ଖର୍ଚ୍ଚ ହେବ = (55 × 6) ଟଙ୍କା = 330 ଟଙ୍କା 
∴ ଚତୁର୍ଭୁଜାକୃତି ବିଶିଷ୍ଟ ଜମିର ଚାରିପଟେ ବାଡ଼ବୁଜିବା ପାଇଁ 330 ଟଙ୍କା ଖର୍ଚ୍ଚ ହେବ ।

BSE Odisha 6th Class Maths Solutions Chapter 11 ପରିମିତି Ex 11.1

Question 5.
3 ମିଟର ଦୈର୍ଘ୍ୟ ବିଶିଷ୍ଟ ଗୋଟିଏ ଆୟତାକୃତି ବିଶିଷ୍ଟ ଟେବୁଲର ଉପରିଭାଗର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ 3 ମି. ଓ 1 ମି. 50 ସେ.ମି. । ଏହାର ଚାରି ଧାରରେ ସରୁ ରଙ୍ଗୀନ ଝାଲେରି ଲଗାଯିବ । କେତେ ମିଟର ଦୈର୍ଘ୍ୟର ରଙ୍ଗୀନ ଝାଲେରି ଆବଶ୍ୟକ ?
ସମାଧାନ:
ଟେବୁଲର ଦୈର୍ଘ୍ୟ = 3 ମି. ଓ ପ୍ରସ୍ଥ = 1 ମି. 50 ସେ.ମି.
ଟେବୁଲର ଚାରିଧାରର ପରିସୀମା = 2 (ଦୈର୍ଘ୍ୟ + ପ୍ରସ୍ଥ) = 2 (3 ମି. + 1 ମି. 50 ସେ.ମି.)
= 2 × 4 ମି. 50 ସେ.ମି. = 9 ମିଟର
∴ 9 ମିଟର ରଙ୍ଗୀନ ଝାଲେରି ଆବଶ୍ୟକ ।

Question 6.
ଗୋଟିଏ ବର୍ଗାକୃତି ବିଶିଷ୍ଟ ଟେବୁଲର ପରିସୀମା 3 ମି. 20 ସେ.ମି. । ଏହାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ କେତେ ?
ସମାଧାନ:
ବର୍ଗାକୃତି ବିଶିଷ୍ଟ ଟେବୁଲର ସମସ୍ତ ବାହୁର ଦୈର୍ଘ୍ୟ ସମାନ ।
ବର୍ଗାକୃତି ବିଶିଷ୍ଟ ଟେବୁଲର ପରିସୀମା = 3 ମି. 20 ସେ.ମି. = 320 ସେ.ମି.
∴ ଗୋଟିଏ ବାହୁର ଦୈର୍ଘ୍ୟ = ପରିସୀମା ÷ 4 = 320 ସେ.ମି. ÷ 4 = 80 ସେ.ମି.

Question 7.
ନିମ୍ନୋକ୍ତ କେଉଁ କେଉଁ କ୍ଷେତ୍ରରେ ପରିସୀମା ବାହାର କରିବା ଆବଶ୍ୟକ ପଡ଼ିବ ?
BSE Odisha 6th Class Maths Solutions Chapter 11 ପରିମିତି Ex 11.1 8
(କ) ଗୋଟିଏ ଋଷ ଜମିର ଋଷ କରାଯାଉଥ‌ିବା ସ୍ଥାନର ପରିମାଣ ନିର୍ଣ୍ଣୟ କରିବା।
ସମାଧାନ:
ପରିସୀମା ବାହାର କରିବା ଆବଶ୍ୟକ ପଡ଼ିବ ନାହିଁ ।

(ଖ) ଗୋଟିଏ ଖେଳପଡ଼ିଆର ଚାରିପଟେ ସାଇକେଲରେ ବୁଲିଆସିବା । 
ସମାଧାନ:
ପରିସୀମା ବାହାର କରିବା ଆବଶ୍ୟକ ପଡ଼ିବ ।

(ଗ) ଗୋଟିଏ କୋଠରିର ଚଟାଣରେ ମାର୍ବଲ ବିଛାଇବା।
ସମାଧାନ:
ପରିସୀମା ବାହାର କରିବା ଆବଶ୍ୟକ ପଡ଼ିବ ନାହିଁ ।

(ଘ) ଗୋଟିଏ ଫଟୋକୁ ବନ୍ଧାଇବା ପାଇଁ ଆବଶ୍ୟକ ପଡୁଥିବା କାଠର ଦୈର୍ଘ୍ୟ ଜାଣିବା।
ସମାଧାନ:
ପରିସୀମା ବାହାର କରିବା ଆବଶ୍ୟକ ପଡ଼ିବ ।

BSE Odisha 6th Class Maths Solutions Chapter 11 ପରିମିତି Ex 11.1

Question 8.
ଯଦି 30 ମିଟର ଦୀର୍ଘ ସରୁ ଲୁହା ତାର ଖଣ୍ଡେ ଆଣି ତାକୁ ଆବଶ୍ୟକମତେ ବଙ୍କାଇ ନିମ୍ନଲିଖୂତ ଆକୃତି କରାଯାଏ । ତେବେ ସେହି ଆକୃତିର ପ୍ରତ୍ୟେକ ବାହୁର ଦୈର୍ଘ୍ୟ କେତେ ହେବ ?
(କ) ବର୍ଗକ୍ଷେତ୍ର
BSE Odisha 6th Class Maths Solutions Chapter 11 ପରିମିତି Ex 11.1 5
ସମାଧାନ:
ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ = ପରିସୀମା ÷ 4 = 30 ମି. ÷ 4 = 7 ମି. 50 ସେ.ମି.

(ଖ) ସୁଷମ ଷଡ଼ଭୁଜ
BSE Odisha 6th Class Maths Solutions Chapter 11 ପରିମିତି Ex 11.1 6
ସମାଧାନ:
ସୁଷମ ଷଡ଼ଭୁଜର ବାହୁର ଦୈର୍ଘ୍ୟ = ପରିସୀମା ÷ 6 = 30 ମି. ÷ 6 = 5 ମି.

(ଗ) ସମବାହୁ ତ୍ରିଭୁଜ 
BSE Odisha 6th Class Maths Solutions Chapter 11 ପରିମିତି Ex 11.1 7
ସମାଧାନ:
ସମବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟ = ପରିସୀମା ÷ 3 = 30 ମି. ÷ 3 = 10 ମି.

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

Odisha State Board BSE Odisha 6th Class Geography Important Questions Chapter 2 ଭୂଗୋଲକ: ଅକ୍ଷାଂଶ ଓ ଦ୍ରାଘିମା Important Questions and Answers.

BSE Odisha Class 6 Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଗ୍ଲୋବ କ’ଣ ? ଏଥରେ କ’ଣ ଦର୍ଶାଯାଇଥାଏ ? ସୁମେରୁ ଓ କୁମେରୁ କାହାକୁ କୁହାଯାଏ ?
Answer:

  • ପୃଥ‌ିବୀର ପ୍ରତିରୂପକୁ ଗ୍ଲୋବ୍ କୁହାଯାଏ।
  • ଏଥରେ ପୃଥ‌ିବୀ ପୃଷ୍ଠର ବିଭିନ୍ନ ଭୂମିରୂପ, ଜଳ ଓ ସ୍ଥଳଭାଗର ବଣ୍ଟନ, ଦେଶ, ମହାଦେଶ ପ୍ରଭୃତିର ଅବସ୍ଥିତି ଦର୍ଶାଯାଇଥାଏ।
  • ପୃଥ‌ିବୀର ଉତ୍ତରସ୍ଥ ପ୍ରାନ୍ତ ବିନ୍ଦୁକୁ ଉତ୍ତରମେରୁ ବା ସୁମେରୁ ଏବଂ ଦକ୍ଷିଣସ୍ଥ ପ୍ରାନ୍ତବିନ୍ଦୁକୁ ଦକ୍ଷିଣମେରୁ ବା କୁମେରୁ କୁହାଯାଏ।
  • ଗ୍ଲୋବ୍‌ରେ ଦର୍ଶାଯାଇଥିବା ଉତ୍ତରମେରୁ ଏବଂ ଦକ୍ଷିଣମେରୁ ଏକ ଦଣ୍ଡଦ୍ୱାରା ସଂଯୋଜିତ। ଏହି ଦଣ୍ଡଟିକୁ ଅକ୍ଷ କୁହାଯାଏ।
  • ପ୍ରକୃତ କ୍ଷେତ୍ରରେ ପୃଥ‌ିବୀରେ ଏହିପରି ଦଣ୍ଡ ବା ଅକ୍ଷ ନାହିଁ। ଏହା ଏକ କାଳ୍ପନିକ ଅକ୍ଷ ଦଣ୍ଡ ମାତ୍ର।

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୨। ସମାକ୍ଷରେଖା ଓ ଦ୍ରାଘିମା ରେଖା କ’ଣ ? ଦ୍ରାଘିମା ରେଖାଗୁଡ଼ିକ ଦୈର୍ଘ୍ୟ ସମାନ ହୋଇଥିବାବେଳେସମାକ୍ଷ ରେଖାଗୁଡ଼ିକର ଦୈର୍ଘ୍ୟ ସମାନ ହୋଇଥ‌ିବାବେଳେ ସମାକ୍ଷ ରେଖାଗୁଡ଼ିକର ଦୈର୍ଘ୍ୟ ସମାନ ନୁହେଁ କାହିଁକି ?
Answer:

  • ଗ୍ଲୋବ୍ ଉପରେ ପୂର୍ବ-ପଶ୍ଚିମ ଦିଗରେ ପରସ୍ପର ସମାନ୍ତରଭାବେ ଅଙ୍କିତ ବୃତ୍ତାକାର ରେଖାଗୁଡ଼ିକୁ ସମାକ୍ଷ ରେଖା କୁହାଯାଏ।
  • ଗ୍ଲୋବ୍ ଉପରେ ଉତ୍ତର-ଦକ୍ଷିଣଭାବେ ଉତ୍ତରମେରୁ ଓ ଦକ୍ଷିଣମେରୁକୁ ସଂଯୋଗ କରି ଅଙ୍କିତ ଅର୍ଦ୍ଧବୃତ୍ତାକାର ରେଖାଗୁଡ଼ିକୁ ଦ୍ରାଘିମା ରେଖା କୁହାଯାଏ।
  • ପ୍ରକୃତରେ ଭୂପୃଷ୍ଠ ଉପରେ ଏପରି କୌଣସି ରେଖା ନାହିଁ; ଏଗୁଡ଼ିକୁ କେବଳ କଳ୍ପନା କରାଯାଇଛି।
  • ଦ୍ରାଘିମା ରେଖାଗୁଡ଼ିକ ଦୁଇ ମେରୁକୁ ସଂଯୋଗ କରୁଥିବାରୁ ଏଗୁଡ଼ିକର ଦୈର୍ଘ୍ୟ ସମାନ।
  • ପୃଥ‌ିବୀ ଗୋଲାକାର ହୋଇଥିବାରୁ ବିଷୁବରେଖାଠାରୁ ଉତ୍ତର ଓ ଦକ୍ଷିଣକୁ ଅଙ୍କିତ ସମାକ୍ଷରେଖାଗୁଡ଼ିକର ଦୈର୍ଘ୍ୟ କ୍ରମଶଃ କମି କମି ଯାଏ ଏବଂ ଦୁଇମେରୁ ନିକଟରେ ଗୋଟିଏ ଗୋଟିଏ ବିନ୍ଦୁରେ ପରିଣତ ହୋଇଥାଏ।

୩। ପୃଥ‌ିବୀର ବିଭିନ୍ନ ତାପମଣ୍ଡଳ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର।
Answer:

  • ପୃଥ‌ିବୀର ଅକ୍ଷ ତାହାର କକ୍ଷ ତଳ ସହିତ ୬୬୧|୨ ଡିଗ୍ରୀ ଆନତ ହୋଇ ସୂର୍ଯ୍ୟଙ୍କ ଚତୁର୍ଦ୍ଦିଗରେ ପରିକ୍ରମଣକରୁଥାଏ।
  • ତେଣୁ କର୍କଟକ୍ରାନ୍ତି ଏବଂ ମକରକ୍ରାନ୍ତି ଉପରେ ବର୍ଷକୁ ଥରେ ଏବଂ ସେମାନଙ୍କ ମଧ୍ୟବର୍ତ୍ତୀ ପ୍ରତ୍ୟେକ ସମାକ୍ଷରେଖା ଉପରେ ବର୍ଷକୁ ଦୁଇଥର ସୂର୍ଯ୍ୟ ଲମ୍ବଭାବରେ ଅବସ୍ଥାନ କରନ୍ତି। ଏହା ଫଳରେ ଏହି ଅଞ୍ଚଳରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡୁଥିବାରୁ ତାହା ସର୍ବାଧ‌ିକ ଉତ୍ତାପ ପାଇଥାଏ। ଏହି ଅଞ୍ଚଳକୁ ଗ୍ରୀଷ୍ମମଣ୍ଡଳ କୁହାଯାଏ।
  • କର୍କଟ କ୍ରାନ୍ତିର ଉତ୍ତରକୁ ଓ ମକରକ୍ରାନ୍ତିର ଦକ୍ଷିଣକୁ କୌଣସି ସ୍ଥାନ ଉପରେ ସୂର୍ଯ୍ୟ ଲମ୍ବଭାବେ ଦେଖାଯାଆନ୍ତି ନାହିଁ। ଏସବୁ ଅଞ୍ଚଳରେ ସୂର୍ଯ୍ୟଙ୍କର ତୀର୍ଯ୍ୟକ କିରଣ ପଡୁଥିବାରୁ ଅଧିକ ଗରମ କିମ୍ବା ଥଣ୍ଡା ହୁଏ ନାହିଁ । ଏହି ଅଞ୍ଚଳକୁ ନାତିନୀତୋଷ ମଣ୍ଡଳ କୁହାଯାଏ।
  • ମେରୁବୃତ୍ତ ଓ ମେରୁ ମଧ୍ୟବର୍ତ୍ତୀ ଅଞ୍ଚଳରେ ସୂର୍ଯ୍ୟ ଦିଗ୍‌ବଳୟଠାରେ ଦେଖାଯାଉଥ‌ିବାରୁ ଏଠାରେ ଅତି ତିର୍ଯ୍ୟକ କିରଣ ପଡ଼େ। କମ୍ ସୂର୍ଯ୍ୟାଲୋକ ଓ କମ୍ ଉତ୍ତାପ ପାଉଥ‌ିବାରୁ ଏଠାରେ ପ୍ରବଳ ଥଣ୍ଡା ହୁଏ। ଏହାକୁ ହିମମଣ୍ଡଳ କୁହାଯାଏ। ଏହା ସର୍ବଦା ବରଫାଚ୍ଛନ୍ନ ଥାଏ।

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୪। ଗ୍ରୀନିଚ୍ ପ୍ରମାଣ ସମୟ ଆଧାରରେ କିପରି ପୃଥ‌ିବୀର ବିଭିନ୍ନ ସ୍ଥାନର ସମୟ ନିର୍ଦ୍ଧାରଣ କରାଯାଇଛି ବର୍ଣ୍ଣନା କର।
Answer:

  • ଗ୍ରୀନିଟ୍ ଦ୍ରାଘିମା ଦେଇ ଯାଇଥବା ମୂଳ ଦ୍ରାଘିମାର ସମୟକୁ ‘ଗ୍ରୀନିତ୍ ପ୍ରମାଣ ସମୟ’ କୁହାଯାଏ।
  • ଏହି ଗ୍ରୀନିଚ ସମୟ ଆଧାରରେ ପୃଥ‌ିବୀର ଅନ୍ୟାନ୍ୟ ସ୍ଥାନର ନିର୍ଦ୍ଧାରଣ କରାଯାଏ।
  • ପୃଥ‌ିବୀ ପଶ୍ଚିମରୁ ପୂର୍ବକୁ ଆବର୍ତ୍ତନ କରୁଥିବାରୁ ଗ୍ରୀନିବର ପୂର୍ବରେ ଥ‌ିବା ସ୍ଥାନଗୁଡ଼ିକର ସମୟ ପଛୁଆ ହୋଇଥାଏ।
  • ପୃଥ‌ିବୀ ୧° ଦ୍ରାଘିମା ବ୍ୟବଧାନ ଅତିକ୍ରମ କରିବାପାଇଁ ୪ ମିନିଟ୍ ସମୟ ନେଉଥ‌ିବାରୁ ଗ୍ରୀନିଚ୍‌ର ପୂର୍ବରେ ୧° ଦ୍ରାଘିମାରେ ସମୟ ୪ ମିନିଟ୍ ଆଗୁଆ ଏବଂ ପଶ୍ଚିମରେ ୧° ଦ୍ରାଘିମାରେ ସମୟ ୪ ମିନିଟ୍ ପଛୁଆ ହେବ।
  • ଉଦାହରଣ ସ୍ୱରୂପ, ଆମ ଦେଶର ପ୍ରମାଣ ଦ୍ରାଘିମା ୮୨° ୩୦’ ପୂର୍ବ, ଅର୍ଥାତ୍ ମୂଳ ଦ୍ରାଘିମାଠାରୁ ୮୨° ୩୦’ ପୂର୍ବରେ ଅବସ୍ଥିତ। ତେଣୁ ୧° ଦ୍ରାଘିମାର ବ୍ୟବଧାନ ୪ ମିନିଟ୍ ଅନୁସାରେ ଆମ ଦେଶର ସମୟ ଗ୍ରୀନିଟ୍ ପ୍ରମାଣ ସମୟଠାରୁ ୫ ଘଣ୍ଟା ୩୦ ମିନିଟ୍ ଆଗୁଆ।

୫। ପୃଥ‌ିବୀର ଏକ ଚିତ୍ର ଅଙ୍କନ କରି ସେଥ‌ିରେ ତାପମଣ୍ଡଳଗୁଡ଼ିକୁ ଦେଖାଅ।

BSE Odisha 6th Class Geography Important Questions Chapter 2 ଭୂଗୋଲକ ଅକ୍ଷାଂଶ ଓ ଦ୍ରାଘିମା

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ସଂକ୍ଷେପରେ ଉତ୍ତର ଦିଅ।

୧। ଆବର୍ତ୍ତନ ଗତି କାହାକୁ କୁହାଯାଏ ?
Answer:

  • ଗ୍ଲୋବ୍‌ ଯେପରି ତା’ର ଅକ୍ଷ ଚତୁଃପାର୍ଶ୍ଵରେ ଘୂରିପାରେ ପୃଥ‌ିବୀ ସେହିପରି ଏକ କାଳ୍ପନିକ ଅକ୍ଷ ଚତୁଃପାର୍ଶ୍ଵରେ ପଶ୍ଚିମରୁ ପୂର୍ବକୁ ଅନବରତ ଘୂରୁଥାଏ
  • ପୃଥ‌ିବୀର ଏହି ଘୂର୍ଣ୍ଣନକୁ ଆବର୍ତ୍ତନ ଗତି କୁହାଯାଏ।

୨। ପରିକ୍ରମଣ ଗତି କାହାକୁ କୁହାଯାଏ ?
Answer:

  • ପୃଥ‌ିବୀ ନିଜର ଆବର୍ତ୍ତନ ଗତି ସହିତ ସୂର୍ଯ୍ୟ ଚାରିପାଖରେ ଏକ ନିର୍ଦ୍ଦିଷ୍ଟ ପଥରେ ପ୍ରଦକ୍ଷିଣ କରିଥାଏ।
  • ପୃଥ‌ିବୀର ଏହି ଗତିକୁ ପରିକ୍ରମଣ କୁହାଯାଏ।

୩। ଭୂପୃଷ୍ଠରେ ଥ‌ିବା ଦେଶ, ମହାଦେଶ ଏବଂ ସାଗର, ମହାସାଗର ଇତ୍ୟାଦିକୁ ଗ୍ଲୋବରେ କିପରି ଦର୍ଶାଯାଇଥାଏ ?
Answer:
ଭୂପୃଷ୍ଠରେ ଥ‌ିବା ଦେଶ, ମହାଦେଶ ଏବଂ ସାଗର, ମହାସାଗର ଇତ୍ୟାଦିକୁ ଉପଯୁକ୍ତ ମାନ (ସ୍କେଲ୍) ଅନୁଯାୟୀ ଗ୍ଲୋବ୍‌ରେ ଦର୍ଶାଯାଇଥାଏ।

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୪। ଗ୍ଲୋବ୍‌ରେ ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ ରେଖାଗୁଡ଼ିକୁ କ’ଣ କୁହାଯାଏ ?
Answer:

  • ଗ୍ଲୋବ୍‌ରେ ପୂର୍ବ-ପଶ୍ଚିମ ରେଖାଗୁଡ଼ିକୁ ସମାକ୍ଷ ରେଖା କୁହାଯାଏ। କୁହାଯାଏ।
  • ଗ୍ଲୋବ୍‌ରେ ଉତ୍ତର-ଦକ୍ଷିଣ ରେଖାଗୁଡ଼ିକୁ ଦ୍ରାଘିମାରେଖା ବା ମଧ୍ଯନ୍ଦିନ ରେଖା କୁହାଯାଏ।

୫। ନିରକ୍ଷବୃତ୍ତ କାହାକୁ କୁହାଯାଏ ?
Answer:
ଶୂନ ଡିଗ୍ରୀ ଅକ୍ଷାଂଶରେ ଅବସ୍ଥିତ ସ୍ଥାନଗୁଡ଼ିକୁ ସଂଯୋଗ କରି ଯେଉଁ ବୃତ୍ତାକାର ରେଖା କଳ୍ପନା କରାଯାଇଛି ତାକୁ ପୃଥ‌ିବୀର ବିଷୁବ ବୃତ୍ତ ବା ନିରକ୍ଷ ବୃତ୍ତ କୁହାଯାଏ।

୬। ଅକ୍ଷାଂଶ କାହାକୁ କୁହାଯାଏ ?
Answer:
ଭୂପୃଷ୍ଠରେ ଅବସ୍ଥିତ କୌଣସି ସ୍ଥାନ ଭୂ-କେନ୍ଦ୍ରଠାରେ ବିଷୁବରେଖା ସହିତ ଯେଉଁ କୋଣ ସୃଷ୍ଟି କରେ ତାହାକୁ ସେହିସ୍ଥାନର ଅକ୍ଷାଂଶ କୁହାଯାଏ।

୭। ମଧ୍ୟନ୍ଦିନ ରେଖା କାହାକୁ କୁହାଯାଏ ?
Answer:
ଉତ୍ତରମେରୁ ଓ ଦକ୍ଷିଣ ମେରୁକୁ ସଂଯୋଗ କରୁଥିବା ଅର୍ଥବୃତ୍ତ ଉପରେ ଅବସ୍ଥିତ ସମସ୍ତ ସ୍ଥାନରେ ଏକା ସମୟରେ ସୂର୍ଯ୍ୟ ଉଦୟ, ସୂର୍ଯ୍ୟାସ୍ତ ଏବଂ ମଧ୍ୟାହ୍ନ ହୋଇଥାଏ। ଏଗୁଡ଼ିକୁ ମଧ୍ୟନ୍ଦିନ ରେଖା କୁହାଯାଏ।

୮। ଦ୍ରାଘିମା କାହାକୁ କୁହାଯାଏ ?
Answer:
୦° ମଧ୍ୟନ୍ଦିନ ଅନ୍ଧବୃତ୍ତକୁ ପ୍ରଧାନ ମଧନ୍ଦିନ ରେଖା ଭାବରେ ଗ୍ରହଣ କଲେ, ଏହା ସହିତ ଅନ୍ୟ ଯେକୌଣସି ସ୍ଥାନରେ ମଧ୍ୟବିତ ଅର୍ଥବୃତ୍ତ ଅକ୍ଷରେଖାଠାରେ ମିଳିତ ହୋଇ ଯେଉଁ କୋଣ ସୃଷ୍ଟିକରେ, ସେହି କୋଣକୁ ଦ୍ରାଘିମା କୋଣ ବା ଦ୍ରାଘିମା କୁହାଯାଏ।

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୯। ‘ନାତିଶୀତୋଷ୍ଣ ମଣ୍ଡଳ’ କାହାକୁ କୁହାଯାଏ ?
Answer:
କର୍କଟ କ୍ରାନ୍ତିର ଉତ୍ତର ଓ ମକରିକ୍ରାନ୍ତିର ଦକ୍ଷିଣକୁ କୌଣସି ସ୍ଥାନ ଉପରେ ସୂର୍ଯ୍ୟ ଲମ୍ବଭାବରେ ଦେଖାଯାଆନ୍ତି ନାହିଁ। ଏଠାରେ ସୂର୍ଯ୍ୟକିରଣ ତୀର୍ଯ୍ୟକ ଭାବେ ପଡ଼େ। ଏହି ଅଞ୍ଚଳକୁ ନାତିଶୀତୋଷ୍ଠ ମଣ୍ଡଳ କୁହାଯାଏ।

୧୦। ସମୟ ମଣ୍ଡଳ କାହାକୁ କୁହାଯାଏ ?
Answer:

  • ପୃଥ‌ିବୀର ଆବର୍ତ୍ତନ ସମୟ ପ୍ରାୟ ୨୪ ଘଣ୍ଟା ଅର୍ଥାତ୍ ପୃଥ‌ିବୀ ୨୪ ଘଣ୍ଟାରେ ୩୬୦° ଘୂର୍ଣ୍ଣନ କରିଥାଏ।
  • ଏକ ଘଣ୍ଟାରେ ପୃଥ‌ିବୀ ୧୫° ଦ୍ରାଘିମ୍ବା ବ୍ୟବଧାନ ଅତିକ୍ରମ କରିଥାଏ। ଏହି ବ୍ୟବଧାନକୁ ଏକ ସମୟ ମଣ୍ଡଳ କୁହାଯାଏ।

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

(ଖ) ପାର୍ଥକ୍ୟ ଦର୍ଶାଅ।

୧। ସୁମେରୁ ଓ କୁମେରୁ:
Answer:

ସୁମେରୁ କୁମେରୁ
  • ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧର ପ୍ରାନ୍ତବିନ୍ଦୁ କୁ ଉତ୍ତରମେରୁ ବା ସୁମେରୁ କୁହାଯାଏ।
  • ସୁମେରୁକୁ ସୁମେରୁ ମହାସାଗର ଘେରି ରହିଛି।
  •  ପୃଥ‌ିବୀର ଦକ୍ଷିଣ ଗୋଲାର୍ଦ୍ଧର ପ୍ରାନ୍ତବିନ୍ଦୁକୁ କୁମେରୁ ବା ଦକ୍ଷିଣମେରୁ କୁହାଯାଏ।
  • କୁମେରୁକୁ ଆଣ୍ଟାର୍କଟିବା ମହାଦେଶ ଘେରି ରହିଛି।

୨। କର୍କଟକ୍ରାନ୍ତି ଓ ମକରକ୍ରାନ୍ତି :
Answer:

କର୍କଟକ୍ରାନ୍ତି ମକରକ୍ରାନ୍ତି
  • ଉତ୍ତର ଗୋଲାର୍ଦ୍ଧରେ ୨୩ ୧°/୨ ସମାକ୍ଷରେଖାକୁ କର୍କଟକ୍ରାନ୍ତି କହନ୍ତି।
  • କର୍କଟକ୍ରାନ୍ତିର ଦକ୍ଷିଣରେ ଗ୍ରୀଷ୍ମମଣ୍ଡଳ ଓ ଉତ୍ତରରେ ନାତିଶୀତୋଷ ମଣ୍ଡଳ ଅବସ୍ଥିତ।
  • ଦକ୍ଷିଣ ଗୋଲାର୍ଦ୍ଧରେ ୨୩ ୧°/୨ ମକର କ୍ରାନ୍ତି କହନ୍ତି।
  • ମକରକ୍ରାନ୍ତିର ଦକ୍ଷିଣରେ ନାତିଶୀତୋଷ୍ଣ ମଣ୍ଡଳ ଓ ଉତ୍ତରରେ ଗ୍ରୀଷ୍ମମଣ୍ଡଳ ଅବସ୍ଥିତ।

୩। ଗ୍ରୀଷ୍ମମଣ୍ଡଳ ଓ ହିମମଣ୍ଡଳ :
Answer:

ଗ୍ରୀଷ୍ମମଣ୍ଡଳ ହିମମଣ୍ଡଳ
  • କର୍କଟକ୍ରାନ୍ତି ମକରକ୍ରାନ୍ତିର ମଧ୍ୟବର୍ତ୍ତୀ ଅଞ୍ଚଳକୁ ଗ୍ରୀଷ୍ମମଣ୍ଡଳ କୁହାଯାଏ।
  • ଏଠାରେ ସୂର୍ଯ୍ୟଙ୍କର ଲମ୍ବକିରଣ ପଡ଼ୁଥ‌ିବାରୁ ବର୍ଷସାରା ପ୍ରବଳ ଗରମ ଅନୁଭୂତ ହୁଏ।
  • ସୁମେରୁ ବୃତ୍ତଠାରୁ ସୁମେରୁ ଏବଂ କୁମେରୁ ବୃତ୍ତଠାରୁ କୁମେରୁ ପର୍ଯ୍ୟନ୍ତ ଅଞ୍ଚଳକୁ ହିମମଣ୍ଡଳ କୁହାଯାଏ।
  • ଏଠାରେ ସୂର୍ଯ୍ୟଙ୍କର ତିର୍ଯ୍ୟକ କିରଣ ପଡୁଥ‌ିବାରୁ ବର୍ଷସାରା ପ୍ରବଳ ଥଣ୍ଡା ଅନୁଭୂତ ହୁଏ।

 

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

(ଗ) ଭୌଗୋଳିକ କାରଣ ଦର୍ଶାଅ।

୧। ପ୍ରତ୍ୟେକ ଦେଶର ‘ପ୍ରମାଣ ସମୟ’ ଭିନ୍ନ ଭିନ୍ନ।
Answer:
ଦ୍ରାଘିମାର ଭିନ୍ନତା ଦୃଷ୍ଟିରୁ ଦେଶ ମଧ୍ୟରେ ସମୟର ଭିନ୍ନତା ଦେଖାଯାଏ। ତେଣୁ ପ୍ରତ୍ୟେକ ଦେଶର ମଧ୍ୟଭାଗ ଦେଇ ଯାଇଥବା ଦ୍ରାଘିମା ରେଖାକୁ ସେ ଦେଶର ପ୍ରମାଣ ଦ୍ରାଘିମା ଏବଂ ତାହାର ସମୟକୁ ସେ ଦେଶର ପ୍ରମାଣ ସମୟ ବୋଲି ଧରାଯାଏ। ନିର୍ବାହ କରିବାରେ ସକ୍ଷମ ହେଉଛନ୍ତି।

୨। ଲଣ୍ଡନରେ ଦିନ ୧୨ ଘଣ୍ଟା ସମୟରେ ଦିଲ୍ଲୀରେ ସନ୍ଧ୍ୟା ୫ ଘଣ୍ଟା ୩୦ ମିନିଟ୍ ହୋଇଥାଏ।
Answer:

  • ଗ୍ରୀନିଟ୍ ସମୟଟି ଇଂଲଣ୍ଡର ପ୍ରମାଣ ସମୟ ଅଟେ । ଆମ ଦେଶର ପ୍ରମାଣ ଦ୍ରାଘିମା ହେଉଛି ୮୨°୩୦’ ପୂର୍ବ ଅର୍ଥାତ୍ ମୂଳ ଦ୍ରାଘିମାଠାରୁ ୮୨°୩୦’ ପୂର୍ବ।
  • ଏକ ଡିଗ୍ରୀ ଦ୍ରାଘିମାର ବ୍ୟବଧାନକୁ ୪ ମିନିଟ୍ ହିସାବରେ ଆମ ସମୟ ଗ୍ରୀନିଟ୍ ବା ଇଂଲଣ୍ଡଠାରୁ ୫ଘ.୩୦ମିନିଟ୍ ଆଗୁଆ ହୋଇଥାଏ। ତେଣୁ ଲଣ୍ଡନରେ ଦିନ ୧୨ ଘଣ୍ଟା ସମୟରେ ଦିଲ୍ଲୀରେ ସନ୍ଧ୍ୟା ୫ଘଣ୍ଟା ୩୦ ମିନିଟ୍ ହୋଇଥାଏ।

୩। ରୁଷିଆରେ ୧୧ଟି ପ୍ରମାଣ ସମୟ ବ୍ୟବହୃତ ହେଉଅଛି।
Answer:

  • ରୁଷିଆ ଦେଶର ପୂର୍ବ-ପଶ୍ଚିମ ବିସ୍ତୃତି ଖୁବ୍ ଅଧୂକ। ଏହାର ବିଭିନ୍ନ ଅଞ୍ଚଳ ମଧ୍ୟରେ ସମୟର ତାରତମ୍ୟ ଖୁବ୍ ବେଶି।
  • ତେଣୁ ବ୍ୟବସାୟ, ବାଣିଜ୍ୟ, ଗମନାଗମନ ଓ ଅନ୍ୟାନ୍ୟ କାର୍ଯ୍ୟନିର୍ବାହ ସହଜରେ କରିବା ପାଇଁ ରୁଷିଆରେ ୧୧ଟି ପ୍ରମାଣ ସମୟ କାର୍ଯ୍ୟକାରୀ ହେଉଅଛି।

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୪। ସମାକ୍ଷ ରେଖାଗୁଡ଼ିକୁ ସମାନ୍ତର ବୃତ୍ତ କୁହାଯାଏ।
Answer:

  • ପୃଥ‌ିବୀ ଉପରେ କଳ୍ପିତ ସମାକ୍ଷରେଖାଗୁଡ଼ିକ ବୃତ୍ତାକାର।
  • ପ୍ରତ୍ୟେକ ସମାକ୍ଷରେଖା ବିଷୁବ ବୃତ୍ତ ସହ ସମାନ୍ତର ଏବଂ ପରସ୍ପର ସମାନ୍ତର ହୋଇଥିବାରୁ ଏଗୁଡ଼ିକୁ ସମାନ୍ତର ବୃତ୍ତ କୁହାଯାଏ।

(ଘ) ସଂକ୍ଷିପ୍ତ ଟିପ୍ପଣୀ।

୧। ଅକ୍ଷାଂଶ :
Answer:

  • ଭୂପୃଷ୍ଠରେ ଅବସ୍ଥିତ କୌଣସି ସ୍ଥାନ ଭୂ-କେନ୍ଦ୍ରଠାରେ ବିଷୁବରେଖା ସହିତ ଯେଉଁ କୋଣ ସୃଷ୍ଟିକରେ ତାହାକୁ ସେହିସ୍ଥାନର ଅକ୍ଷାଂଶ କୁହାଯାଏ।
  • ଅକ୍ଷାଂଶରୁ କୌଣସି ସ୍ଥାନ ବିଷୁବ ବୃତ୍ତଠାରୁ କେତେ ଉତ୍ତର ବା ଦକ୍ଷିଣରେ ଅଛି ଜାଣିହୁଏ । ଭୂ-ପୃଷ୍ଠରେ ଏହି ଦୂରତ୍ବକୁ କୌଣିକ ଦୂରତ୍ୱ କୁହାଯାଏ।

୨। ବିଷୁବ ବୃତ୍ତ ବା ନିରକ୍ଷ ବୃତ୍ତ :
Answer:

  • ଯେଉଁ କାଳ୍ପନିକ ବୃତ୍ତ ପୃଥ‌ିବୀକୁ ଦୁଇ ସମାନ ଭାଗରେ ବିଭକ୍ତ କରିଛି, ତାହାକୁ ବିଷୁବ ବୃତ୍ତ କୁହାଯାଏ।
  • ଏହାର ଅକ୍ଷାଂଶ ‘୦°’। ଏହା ସବୁଠାରୁ ବୃହତ୍ତମ ସମାକ୍ଷବୃତ୍ତ ଅଟେ।

୩। ଗ୍ଲୋବ ବା ଭୂଗୋଲକ :

  • ପୃଥ‌ିବୀର କ୍ଷୁଦ୍ର ପ୍ରତିରୂପକୁ ଗ୍ଲୋବ୍‌ ବା ଭୂଗୋଲକ କୁହାଯାଏ।
  • ପୃଥ‌ିବୀର ବିଶାଳ ଆକାର ସମ୍ବନ୍ଧରେ କଳନା କରିବା ସହଜ ନୁହେଁ। ସେଥ୍ପାଇଁ ଏହାର ଏକ ଅବିକଳ କ୍ଷୁଦ୍ର ପ୍ରତିରୂପ ପ୍ରସ୍ତୁତ କରାଯାଇଛି।

୪। ଭାରତୀୟ ପ୍ରମାଣ ସମୟ (I.S.T.) :
Answer:

  • ଆଲ୍ହାବାଦ ସହର ନିକଟରେ ଯାଇଥିବା ୮୨°୩୦’ ପୂର୍ବ ଦ୍ରାଘିମାକୁ ଆମ ଦେଶର ପ୍ରମାଣ ଦ୍ରାଘିମା ଏବଂ ଏହାର ସ୍ଥାନୀୟ ସମୟକୁ ଆମ ଦେଶର ପ୍ରମାଣ ସମୟ ରୂପେ ଗ୍ରହଣ କରାଯାଇଛି।
  • ଏହାକୁ ଭାରତୀୟ ପ୍ରମାଣ ସମୟ (I.S.T.) କୁହାଯାଏ।

୫। ଆନ୍ତର୍ଜାତିକ ତାରିଖ ରେଖା :
Answer:

  • ଏକ ଓ ଅଭିନ୍ନ ୧୮୦° ପୂର୍ବ ତଥା ୧୮୦° ପଶ୍ଚିମ ଦ୍ରାଘିମା ରେଖାର ଦିଗକୁ ସାମାନ୍ୟ ପରିବର୍ତ୍ତନ କରାଯାଇ କେବଳ ଜଳଭାଗ ଉପରେ ମାନଚିତ୍ରରେ ଦର୍ଶିତ ହୋଇଥାଏ।
  • ଏହି ପରିବର୍ତ୍ତିତ ରେଖାଟିକୁ ଆନ୍ତର୍ଜାତିକ ରେଖା କହନ୍ତି।

୬। ଗ୍ରୀନିଚ୍ ପ୍ରମାଣ ସମୟ (G.M.T.) :

  • କୌଣସି ଦେଶ ବା ଅଞ୍ଚଳର ଅନେକ ଦ୍ରାଘିମା କଳ୍ପନା କରାଯାଇଥାଏ। ଦ୍ରାଘିମାର ଭିନ୍ନତା ଦୃଷ୍ଟିରୁ ଦେଶ ମଧ୍ୟରେ ସମୟର ଭିନ୍ନତା ଦେଖାଯାଏ। ଏଥିରେ ସମନ୍ବୟ ରଖିବା ପାଇଁ ଗ୍ରୀନିତ୍‌ର ମୂଳଦ୍ରାଘିମାକୁ ଆଧାର କରି ସମୟ ହିସାବ କରାଯାଉଛି।
  • ଏହି ସମୟକୁ ଗ୍ରୀନିତ୍‌ ପ୍ରମାଣ ସମୟ (G.M.T.) କୁହାଯାଏ।

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

(କ) ଶୂନ୍ୟସ୍ଥାନ ପୂରଣ କର।

(୧) ପୃଥ‌ିବୀର ଅକ୍ଷ ତାହାର କକ୍ଷତଳ ସହିତ __________ ଡିଗ୍ରୀ ଆନତ ହୋଇ ରହିଥାଏ।
Answer:
୬୬୧°/୨

(୨) ପୃଥ‌ିବୀ ଏକ ଡିଗ୍ରୀ ଆବର୍ତ୍ତନ କରିବାପାଇଁ _________ ମିନିଟ୍ ସମୟ ନିଏ।
Answer:
୪ ମିନିଟ୍

(୩) ବିଷୁବ ବୃତ୍ତର ଉତ୍ତର ବା ଦକ୍ଷିଣରେ କୌଣସି ସ୍ଥାନର କୌଣିକ ଦୂରତାକୁ _______ କୁହାଯାଏ।
Answer:
ଅକ୍ଷାଂଶ

(୪) ବିଷୁବ ବୃତ୍ତର ଉତ୍ତରକୁ __________ କୁହାଯାଏ।
Answer:
ଉତ୍ତର ଗୋଲାର୍ଦ୍ଧ

(୫) ଗୋଟିଏ ସମାକ୍ଷବୃତ୍ତ ଓ ଗୋଟିଏ ମଧ୍ଯନ୍ଦିନ ଅର୍ଥବୃତ୍ତ ପରସ୍ପରକୁ __________ କୋଣରେ ଛେଦ କରନ୍ତି।
Answer:
ସମ

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

(୬) ଦୁଇଟି ପାଖାପାଖ୍ ମଧ୍ୟନ୍ଦିନ ରେଖା ମଧ୍ୟରେ ବ୍ୟବଧାନ ______ ଠାରେ ସବୁଠାରୁ କମ୍ ବା ‘୦’ ଅଟେ।
Answer:
ମେରୁ

(୭) ଲଣ୍ଡନ ନଗରୀର ଅକ୍ଷାଂଶ _________ ।
Answer:
୫୧ ଡିଗ୍ରୀ

(୮) ପୃଥ‌ିବୀ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଥିବା ପଥକୁ ________ କୁହାଯାଏ।
Answer:
କକ୍ଷପଥ

(ଖ) ଗୋଟିଏ ବାକ୍ୟରେ ଉତ୍ତର ଦିଅ।

୧। ଆମ ଦେଶର ପ୍ରମାଣ ଦ୍ରାଘିମା କେତେ ?
Answer:
ଆମ ଦେଶର ପ୍ରମାଣ ଦ୍ରାଘିମା ୮୨°୩୦′ ପୂର୍ବ।

୨। ଜାଲକ ବା ଗ୍ରୀଡ୍ କାହାକୁ କୁହାଯାଏ ?
Answer:
ଅକ୍ଷାଂଶରେଖା ଓ ଦ୍ରାଘିମାରେଖା ଜାଲ ସଦୃଶ ଗ୍ଲୋବ ବା ମାନଚିତ୍ରରେ ବିଛାଇ ହୋଇ ରହିଥାଆନ୍ତି। ଏହି ଚିତ୍ରକୁ ଜାଲକ ବା ଗ୍ରୀଡ଼ କୁହାଯାଏ।

୩। ଗ୍ଲୋବ୍‌ର ଅକ୍ଷଦଣ୍ଡ ଭୂପୃଷ୍ଠ ସହିତ ଲମ୍ବଭାବେ ନ ରହି କେତେ ଡିଗ୍ରୀ ଆନତ ହୋଇ ରହିଥାଏ?
Answer:
ଗ୍ଲୋବ୍‌ର ଅକ୍ଷଦଣ୍ଡ ଭୂପୃଷ୍ଠ ସହିତ ଲମ୍ବଭାବେ ନ ରହି ୬୬୧°/୨ ଡିଗ୍ରୀ ଆନତ ହୋଇ ରହିଥାଏ।

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୪। ପୃଥ‌ିବୀର ଆକାରକୁ କ’ଣ କୁହାଯାଏ ?
Answer:
ପୃଥ‌ିବୀର ଆକାରକୁ ‘ପୃଥୀରୂପ’ ବା ‘ଭୂ-ଆକୃତିକୀ’ କୁହାଯାଏ।

୫। ଭୂପୃଷ୍ଠରେ ଥ‌ିବା ଦେଶ, ମହାଦେଶ ଏବଂ ସାଗର, ମହାସାଗର ଇତ୍ୟାଦିକୁ କାହା ଅନୁଯାୟୀ ଗ୍ଲୋବ୍‌ରେ ଦର୍ଶାଯାଇଥାଏ ?
Answer:
ଭୂପୃଷ୍ଠରେ ଥ‌ିବା ଦେଶ, ମହାଦେଶ ଏବଂ ସାଗର, ମହାସାଗର ଇତ୍ୟାଦିକୁ ଉପଯୁକ୍ତ ମାନ ଅନୁଯାୟୀ ଗ୍ଲୋବରେ ଦର୍ଶାଯାଉଥାଏ।

୬। ବିଷୁବ ରେଖାଠାରୁ ଉତ୍ତର ଓ ଦକ୍ଷିଣମେରୁ ପ୍ରତ୍ୟେକର କୌଣିକ ଦୂରତ୍ୱ କେତେ ?
Answer:
ବିଷୁବ ରେଖାଠାରୁ ଉତ୍ତର ଓ ଦକ୍ଷିଣମେରୁ ପ୍ରତ୍ୟେକର କୌଣିକ ଦୂରତ୍ୱ ୯୦°।

୭। ସୂର୍ଯ୍ୟଙ୍କର ଲମ୍ବକିରଣ କେଉଁଠାରେ ପଡ଼ିଥାଏ ?
Answer:
ଗ୍ରୀଷ୍ମମଣ୍ଡଳରେ ସୂର୍ଯ୍ୟଙ୍କର ଲମ୍ବ କିରଣ ପଡ଼ିଥାଏ।

୮। ଯୁକ୍ତରାଷ୍ଟ୍ର ଆମେରିକାରେ କେତୋଟି ପ୍ରମାଣ ସମୟ ପ୍ରଚଳିତ ?
Answer:
ଯୁକ୍ତରାଷ୍ଟ୍ର ଆମେରିକାରେ ୭ଟି ପ୍ରମାଣ ସମୟ ପ୍ରଚଳିତ।

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୯। କର୍କଟକ୍ରାନ୍ତି କାହାକୁ କୁହାଯାଏ ?
Answer:
ବିଷୁବ ବୃତ୍ତର ଉତ୍ତରରେ କଳ୍ପିତ ୨୩୧°/୨ ସମାକ୍ଷବୃତ୍ତକୁ କର୍କଟକ୍ରାନ୍ତି କାହାକୁ।

୧୦। ମୂଳଦ୍ରାଘିମା କେଉଁ ସହର ଦେଇ କଳ୍ପିତ ହୋଇଛି ?
Answer:
ମୂଳଦ୍ରାଘିମା ଲଣ୍ଡନ ସହର ଦେଇ କଚ୍ଛିତ ହୋଇଛି।

୧୧। ରୁଷିଆରେ କେତୋଟି ପ୍ରମାଣ ସମୟ ପ୍ରଚଳିତ ?
Answer:
ରୁଷିଆରେ ୧୧ଟି ପ୍ରମାଣ ସମୟ ପ୍ରଚଳିତ।

୧୨। ଅକ୍ଷ କାହାକୁ କୁହାଯାଏ ?
Answer:
ଗ୍ଲୋବର ଉତ୍ତରମେରୁ ଓ ଦକ୍ଷିଣ ମେରୁକୁ ସଂଯୋଗ କରୁଥିବା ଦଣ୍ଡକୁ ଅକ୍ଷ କୁହାଯାଏ।

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

(ଗ) ଗୋଟିଏ ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ।

(୧) କମ୍ ସୂର୍ଯ୍ୟତାପ ଏବଂ ସୂର୍ଯ୍ୟାଲୋକ ପାଉଥିବା ତାପମଣ୍ଡଳ –
Answer:
ହିମମଣ୍ଡଳ

(୨) ଆମର ଦକ୍ଷିଣମେରୁ ଯେଉଁ ମହାଦେଶ ମଧ୍ୟରେ ଅବସ୍ଥିତ –
Answer:
ଆଣ୍ଟାର୍କଟିକା

(୩) ଭାରତର ଆହ୍ଲାବାଦ ଏବଂ ପାକିସ୍ତାନର ହାଇଦ୍ରାବାଦ ଉଭୟର ଅକ୍ଷାଂଶ –
Answer:
୨୫°୨୫

(୪) ବିଷୁବରେଖା ସହିତ ସମାନ୍ତରାଳଭାବେ ଅଙ୍କିତ ବୃତ୍ତାକାର ରେଖା –
Answer:
ସମାକ୍ଷରେଖା

(୫) ଯେଉଁ ତାପମଣ୍ଡଳ ଅଞ୍ଚଳରେ ସର୍ବାଧ‌ିକ ଉତ୍ତାପ ପାଇଥାଏ –
Answer:
ଗ୍ରୀଷ୍ମମଣ୍ଡଳ

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

(୬) ପୃଥ‌ିବୀ ସୂର୍ଯ୍ୟକୁ ପରିକ୍ରମଣ କରୁଥିବା ପଥ –
Answer:
କକ୍ଷପଥ

(୭) ସବୁଠାରୁ ବଡ଼ ସମାକ୍ଷରେଖା –
Answer:
ବିଷୁବରେଖା ବା ବିଷୁବ ବୃତ୍ତ

(୮) ବିଷୁବ ବୃତ୍ତର ୬୬ °/୨ଦକ୍ଷିଣରେ କଳ୍ପିତ ସମାକ୍ଷବୃତ୍ତ –
Answer:
କୁମେରୁ ବୃତ୍ତ

(୯) ୨୩ ଉତ୍ତର ସମାକ୍ଷ ରେଖା —
Answer:
କର୍କଟକ୍ରାନ୍ତି

(୧୦)ଏକ ଉପବୃତ୍ତାକାର ପଥରେ ସୂର୍ଯ୍ୟ ଚାରିପାଖରେ ପୃଥ‌ିବୀର ଘୂର୍ଣ୍ଣନ –
Answer:
ପରିକ୍ରମଣ

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

Objective Type Questions With Answers
(ଘ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

୧। ପ୍ରତ୍ୟେକ ମେରୁର ଅକ୍ଷାଂଶ କେତେ?
(A) ୫୫°
(B) ୬୬୧°/୨
(C)୧୩ ୧°/୨
(D) ୯୦°
Answer:
(D) ୯୦°

୨। ନିମ୍ନୋକ୍ତ ମଧ୍ଯରୁ ଭୁବନେଶ୍ୱରର ଅକ୍ଷାଂଶ କେତେ?
(A) ୨୦°୧୫ ପୂର୍ବ
(B) ୨୦°୧୫’ ଉତ୍ତର
(C) ୨୦°୧୫’ ପଶ୍ଚିମ
(D) ୨୦°୧୫’ ଦକ୍ଷିଣ
Answer:
(B) ୨୦°୧୫’ ଉତ୍ତର

୩। ପରିକ୍ରମଣ ସମୟରେ ପୃଥ‌ିବୀର ଅକ୍ଷ ତା’ର କକ୍ଷତଳ ସହିତ କେତେ ଡିଗ୍ରୀ ଢଳିରହେ?
(A) ୬୬୧°/୨
(B) ୨୩ ୧°/୨
(C) ୯୦°
(D) ୧୮୦°
Answer:
(A) ୬୬୧°/୨

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୪। ପୃଥ‌ିବୀ ଆବର୍ତ୍ତନ ବେଳେ କେଉଁ ଦିଗରୁ କେଉଁ ଦିଗକୁ ଘୂରେ?
(A) ଉତ୍ତରରୁ ଦକ୍ଷିଣକୁ
(B) ପୂର୍ବରୁ ପଶ୍ଚିମକୁ
(C) ପଶ୍ଚିମରୁ ପୂର୍ବକୁ
(D) ଦକ୍ଷିଣରୁ ଉତ୍ତରକୁ
Answer:
(C) ପଶ୍ଚିମରୁ ପୂର୍ବକୁ

୫। ଭାରତର ପ୍ରମାଣ ଦ୍ରାଘିମା କେତେ ସହର ଦେଇଯାଇଅଛି ?
(A) ଦିଲ୍ଲୀ
(B) ମୁମ୍ବାଇ
(C) ଆଲ୍ହାବାଦ
(D) କୋଲକାତା
Answer:
(C) ଆଲ୍ହାବାଦ

୬। ସର୍ବମୋଟ ଦ୍ରାଘିମାରେଖା କେତୋଟି ଅଛି ?
(A) ୧୮୦
(B) ୩ ୬ ୦
(C) ୨୪୦
(D)୯୦
Answer:
(B) ୩ ୬ ୦

୭। ଗ୍ରୀଷ୍ମମଣ୍ଡଳ ମଝିରେ ନିମ୍ନଲିଖୂତ ମଧ୍ୟରୁ କେଉଁଟି ଅଛି ?
(A) କର୍କଟକ୍ରାନ୍ତି
(B) ବିଷୁବରେଖା
(C) ମକର କ୍ରାନ୍ତି
(D) କୁମେରୁବୃତ୍ତ
Answer:
(B) ବିଷୁବରେଖା

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୮| ଭାରତର ପ୍ରମାଣ ଦ୍ରାଘିମା କେତେ ?
(A) ୮୨°୩୦’ ପଶ୍ଚିମ
(B) ୮୨°୩୦’ ପୂର୍ବ
(C) ୮୨°୩୦’ ଉତ୍ତର
(D) ୮୨°୩୦’ ଦକ୍ଷିଣ
Answer:
(B) ୮୨°୩୦’ ପୂର୍ବ

(ଙ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

1. ମଧ୍ଦିନ ବରେଖାକୁ ____________ କୁହାଯାଏ।
(ଅକ୍ଷାଂଶ, ବିଷୁବରେଖା, ଦ୍ରାଘିମା, ସମାକ୍ଷରେଖା )
Answer:
ଦ୍ରାଘିମା

2. ଅକ୍ଷାଂଶ ଗୋଟିଏ ______।
(ରେଖା, ବିନ୍ଦୁ, କୋଣ, ଦ୍ରାଘିମା)
Answer:
କୋଣ

3. ପୃଥ‌ିବୀର ଅକ୍ଷ ତା’ର କକ୍ଷତଳ ସହ _________ ଡିଗ୍ରୀ ଆନତ ହୋଇ ରହିଥାଏ।
(୬୬୧°/୨, ୨୩୧°/୨,୦°,୬୦°)
Answer:
୬୬୧°/୨

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

4. ପୃଥ‌ିବୀର _________ ଟି ସମୟମଣ୍ଡଳ ଅଛି।
(୧୮, ୨୦, ୨୪, ୨୬)
Answer:
୨୪

5. ରୁଷିଆରେ _______ ଟି ପ୍ରମାଣ ସମୟ ପ୍ରଚଳିତ।
(୧୦, ୧୧, ୧୨, ୧୩)
Answer:
୧୧

6. ମୂଳ ଦ୍ରାଘିମା ରେଖା _______ ଡିଗ୍ରୀ।
(୯୦°,୦°,୬୦°,୧୮୦°)
Answer:
୦°

7 .ଗ୍ରୀଷମଣ୍ଡଳ ମଆରେ ______ ଅଛି।
(କର୍କଟକ୍ରାନ୍ତି, ବିଷୁବରେଖା, ମକରକ୍ରାନ୍ତି, କୁମେରୁ ବୃତ୍ତ)
Answer:
ବିଷୁବରେଖା

8. ସର୍ବମୋଟ ________ ଟି ଦ୍ରାଘିମାରେଖା ରହିଛି।
(୩୬୦, ୧୮୦,୯୦,୨୪୦)
Answer:
୩୬୦

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

9. କୁମେରୁ ବୃତ୍ତ _________ ରେ ଅବସ୍ଥିତ।
(ଉତ୍ତର ଗୋଲାର୍ଦ୍ଧ, ଦକ୍ଷିଣ ଗୋଲାର୍ଦ୍ଧ, ପୂର୍ବ ଗୋଲାର୍ଦ୍ଧ, ପଶ୍ଚିମ ଗୋଲାର୍ଦ୍ଧ)
Answer:
ଦକ୍ଷିଣ ଗୋଲାର୍ଦ୍ଧ

10. କେପ୍‌ଟାଉନ୍‌ର ଅକ୍ଷାଂଶ _________ ।
(୩୩ °ଉ, ୩୪° ଉ, ୨୬ °ଉ, ୪୩° ଉ)
Answer:
୩୪° ଉ

11. ବିଷୁବବୃତ୍ତର ଅକ୍ଷାଂଶ ________ ।
(୦°, ୨୩ ୧°/୨,୬ ୬ ୧°/୨, ୬୦°)
Answer:
୦°

12. ୧ ଘଣ୍ଟାରେ ପୃଥ‌ିବୀ _________ ଦ୍ରାଘିମା ବ୍ୟବଧାନ ଅତିକ୍ରମ କରିଥାଏ।
(୨୫°, ୬୮°, ୧୮୦°, ୧୫°)
Answer:
୧୫°

13. ଆହ୍ଲାବାଦ ସହର ନିକଟରେ ଯାଇଥିବା ___________ ଦ୍ରାଘିମାକୁ ଆମ ଦେଶର ପ୍ରମାଣ ଦ୍ରାଘିମା ରୂପେ ଗ୍ରହଣ କରାଯାଇଛି ।
(୮୨° ୩୦’ ପୂ., ୧୮° ପୂ., ୬୮° ୩୬’ ପ., ୨୫° ୨୫’ ପୂ.)
Answer:
୮୨° ୩୦’ ପୂ.

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

14. ୨୩୧°/୨ ଉତ୍ତର ସମାକ୍ଷରେଖାକୁ _________ କୁହାଯାଏ।
(ସୁମେରୁବୃତ୍ତ, ମକରକ୍ରାନ୍ତି, କୁମେରୁବୃତ୍ତ, କର୍କଟକ୍ରାନ୍ତି )
Answer:
କର୍କଟକ୍ରାନ୍ତି

15. ଗୋଟିଏ ସ୍ଥାନର ଅକ୍ଷାଂଶ ଅତିବେଶିରେ ____________ ଡିଗ୍ରୀ ହୋଇପାରେ।
(୩୦ , ୬୦,୯୦, ୧୦୫)
Answer:
୯୦

BSE Odisha 6th Class Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

ତୁମ ପାଇଁ କାମ

  • ମାନଚିତ୍ର ସାହାଯ୍ୟରେ ନିମ୍ନ ସାରଣୀଟି ପୂରଣ କର । (ସାରଣୀଟି ପୂରଣ କରି ଦିଆଯାଇଛି ।)

BSE Odisha 6th Class Geography Important Questions Chapter 2 ଭୂଗୋଲକ ଅକ୍ଷାଂଶ ଓ ଦ୍ରାଘିମା

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.1

Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.1

Question 1.
ଆଠଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟାରୁ ଆରମ୍ଭକରି ପରବର୍ତୀ ପାଞ୍ଚଟି ସଂଖ୍ୟାକୁ ଉପଯୁକ୍ତ ସ୍ଥାନରେ କମା ବ୍ୟବହାର କରି ଲେଖ ଓ ସେଗୁଡ଼ିକୁ ପଢ଼ ।
ସମାଧାନ:
ଆଠଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା = 1,00,00,000 – ଏକ କୋଟି
ଏହାର ପରବର୍ତୀ ପାଞ୍ଚଟି ସଂଖ୍ୟା ହେଲା 
1,00,00,001 – ଏକ କୋଟି ଏକ,
1,00,00,002 – ଏକ କୋଟି ତୁଇ,
1,00,00,003 – ଏକ କୋଟି ତିନି, 
1,00,00,004 – ଏକ କୋଟି ଚାରି,
1,00,00,005 – ଏକ କୋଟି ପାଞ୍ଚ

Question 2.

1 0 2
5 6 3
7 4 8

ପାର୍ଶ୍ୱସ୍ଥ ଅଙ୍କଗ୍ରୀଡ଼ରୁ ଅଙ୍କ ନେଇ ପାଞ୍ଚଟି ଆଠଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର । ସେହି ସଂଖ୍ୟାଗୁଡ଼ିକର ସଂଖ୍ୟା ନାମ ଲେଖ ।
ସମାଧାନ:
ଆଠଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା –
8,76,54,321 – ଆଠ କୋଟି ଛଅସ୍ତରୀ ଲକ୍ଷ ଚଉବନ ହଜାର ତିନିଶହ ଏକୋଇଶି
7,04,56,328 – ସାତ କୋଟି ଚାରିଲକ୍ଷ ଛପନ ହଜାର ତିନିଶହ ଅଠେଇଶି
1,23,45,670 – ଏକ କୋଟି ତେଇଶି ଲକ୍ଷ ପଇଁଚାଳିଶ ହଜାର ଛଅଶହ ସତୁରୀ
8,12,04,567 – ଆଠ କୋଟି ବାର ଲକ୍ଷ ଚାରି ହଜାର ପାଞ୍ଚଶହ ସତଷଠି
3,42,57,860 – ତିନିକୋଟି ବୟାଳିଶି ଲକ୍ଷ ସତାବନ ହଜାର ଆଠଶହ ଷାଠିଏ

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.1

Question 3.
ଏପରି ଆଠଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର, ଯାହାର ପ୍ରତ୍ୟେକ ଅଙ୍କ ସମାନ । ଏହିପରି ଯେତୋଟି ସଂଖ୍ୟା ସମ୍ଭବ, ସେଗୁଡ଼ିକୁ ଲେଖ ।
ସମାଧାନ:
1,11,11,111; 2,22,22,222; 3,33,33,333; 4,44,44,444; 5,55,55,555; 6,66,66,666; 7,77,77,777; 8,88,88,888; 9,99,99,999

Question 4. 
(କ) କେବଳ ଦୁଇଟି ଅଙ୍କ ବ୍ୟବହାର କରି ଏପରି ଗୋଟିଏ ଆଠ ଅଙ୍କବିଶିଷ୍ଟ ସଂଖ୍ୟା ଲେଖ, ଯାହାର ଅଙ୍କଗୁଡ଼ିକୁ ଓଲଟା କ୍ରମରେ ଲେଖୁଲେ ମିଳିଥିବା ସଂଖ୍ୟାଟି ମୂଳ ସଂଖ୍ୟା ସହ ସମାନ ହେବ।
ସମାଧାନ:
ମନେକର ଅଙ୍କ ଦୁଇଟି 2 ଓ 5 । ନିର୍ଣ୍ଣେୟ ସଂଖ୍ୟା = 2,55,55,552
ଏହି ସଂଖ୍ୟାକୁ ଓଲଟାଇ ଲେଖୁଲେ ମଧ୍ୟ ସେହି ସଂଖ୍ୟା ହେବ ।

(ଖ) ତିନୋଟି ଅଙ୍କ ବ୍ୟବହାର କରି ଏପରି ଆଠ ଅଙ୍କବିଶିଷ୍ଟ ସଂଖ୍ୟାଟିଏ ଲେଖ, ଯାହାର ଅଙ୍କମାନଙ୍କର ସମଷ୍ଟି ୫ ହେବ । ଏହିପରି ଆଉ କେତେଗୁଡ଼ିଏ ସଂଖ୍ୟା ଲେଖ ।
ସମାଧାନ:
ମନେକର ଅଙ୍କ ତିନୋଟି 2, 0, 6 । ନିର୍ୟୟ ସଂଖ୍ୟା = 2,00,00,006
ଏହି ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି = 2 + 0 + 0 + 0 + 0 + 0 + 0 + 6 = 8

BSE Odisha 6th Class Geography Important Questions Chapter 6(f) ଇଉରୋପ

Odisha State Board BSE Odisha 6th Class Geography Important Questions Chapter 6(f) ଇଉରୋପ Important Questions and Answers.

BSE Odisha Class 6 Geography Important Questions Chapter 6(f) ଇଉରୋପ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଇଉରୋପ ମହାଦେଶର ଜଳବାୟୁ ଓ ନଦୀଗୁଡ଼ିକ ବିଷୟରେ ବର୍ଣ୍ଣନା କର ।
Answer:

  • ଇଉରୋପ ମହାଦେଶର ଅଧିକାଂଶ ଭାଗ ସମୁଦ୍ର ନିକଟବର୍ତ୍ତୀ ହୋଇଥିବାରୁ ସେଠାରେ ସାମୁଦ୍ରିକ ପ୍ରଭାବ ପଡ଼ିଥାଏ ।
  • ଭାଗ ଓ ମଧ୍ୟଭାଗ ସମୁଦ୍ରଠାରୁ ଦୂରରେ ଥ‌ିବାରୁ ସେସବୁ ଅଞ୍ଚଳରେ ସାମୁଦ୍ରିକ ଅଞ୍ଚଳ ପଡ଼ୁନଥିବାରୁ ଗ୍ରୀଷ୍ମଋତୁରେ ଅଧ‌ିକ ଗରମ ଓ ଶୀତଋତୁରେ ଅଧ୍ଵ ଥଣ୍ଡାହୁଏ ।
  • ଇଉରୋପ ମହାଦେଶରେ ପ୍ରବାହିତ ନଦୀଗୁଡ଼ିକ ଆକାରରେ କ୍ଷୁଦ୍ର ହେଲେହେଁ ଚିରସ୍ରୋତା ଓ ସୁନାବ୍ୟା ।
  • ଇଉରୋପର ସର୍ବପ୍ରଧାନ ନଦୀ ରାଇନ୍ ଆଲପସ୍ ପର୍ବତରୁ ବାହାରି ଜର୍ମାନୀ ଓ ନେଦରଲ୍ୟାଣ୍ଡ ମଧ୍ୟରେ ପ୍ରବାହିତ ହୋଇ ଉତ୍ତର ସାଗରରେ ପଡ଼ିଛି ।
  • ଏହି ମହାଦେଶର ଅନ୍ୟାନ୍ୟ ନଦୀଗୁଡ଼ିକ ମଧ୍ୟରେ ପୋ, ଟେମସ୍, ରୁର୍, ଏଲବ୍, ଡ଼ାନ୍ୟୁବ୍, ଭଲଗା, ଡନ, ନିପର ଆଦି ପ୍ରଧାନ ।

୨। ଇଉରୋପ ମହାଦେଶର ପ୍ରାକୃତିକ ଉଭିଦ ଓ ଜୀବଜନ୍ତୁଙ୍କ ବିଷୟରେ ବର୍ଣ୍ଣନା କର ।
Answer:

  • ମେରୁ ନିକଟବର୍ତୀ ଇଉରୋପର ଉତ୍ତରାଞ୍ଚଳରେ ଲାଇକେନ ଜାତୀୟ ଶୈବାଳ ଓ ହିମଗୁଳ୍ମ ଆଦି ତୁନ୍ଦ୍ରା ଉଭିଦ ଜନ୍ମେ ।
  • ଏହି ତୁନ୍ଦ୍ରା ଅଞ୍ଚଳରେ ବଲ୍‌ଗାହରିଣ, ଧଳାଭାଲୁ, ସିଲ୍ ଓ ୱାଲରସ୍ ଆଦି ବନ୍ୟପ୍ରାଣୀ ବାସ କରନ୍ତି ।
  • ନ୍ଦ୍ରାଞ୍ଚଳର ଦକ୍ଷିଣସ୍ଥ ଟାଇଗା ଅଞ୍ଚଳରେ ଓକ୍, ପାଇନ୍, ସ୍ପୃଶ୍, ଫିର୍ ଜାତୀୟ ବୃକ୍ଷ ଦେଖାଯାଏ ।
  • ଏହି ଅଞ୍ଚଳରେ ଲିଙ୍କସ୍, ମିଙ୍କ୍, ଏରମିନ୍, ଧଳାକୋକିଶିଆଳୀ ଆଦି ପ୍ରାଣୀ ଦେଖାଯାଆନ୍ତି ।
  • ଇଉରୋପର ପୂର୍ବଭାଗରେ କମ୍ ବର୍ଷା ଯୋଗୁଁ ତୃଣ ଓ ଗୁଳ୍ମ ଜନ୍ମିଥାଏ । ଏହି ତୃଣଭୂମି ଅଞ୍ଚଳକୁ ଷ୍ଟେପ୍ କୁହାଯାଏ ।

BSE Odisha 6th Class Geography Important Questions Chapter 6(f) ଇଉରୋପ

ସଂକ୍ଷେପରେ ଉତ୍ତର ଦିଅ ।
(କ) ସଂକ୍ଷେପରେ ଉତ୍ତର ଲେଖ ।

୧। ଇଉରୋପ ମହାଦେଶର ଅବସ୍ଥିତି ସଂକ୍ଷେପରେ ଲେଖ ।
Answer:
(i) ଇଉରୋପ ମହାଦେଶ ସମ୍ପୂର୍ଣ୍ଣ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ । ଏହା ୩୫° ଉ. ଅକ୍ଷାଂଶରୁ ୭୧° ଉ. ଅକ୍ଷାଂଶ ଏବଂ ୧୦° ପ. ଦ୍ରାଘିମାରୁ ୬୫° ପୂର୍ବ, ଦ୍ରାଘିମା ମଧ୍ୟରେ ଅବସ୍ଥିତ ।
(ii) ଏହାର ଉତ୍ତରରେ ସୁମେରୁ ମହାସାଗର, ପୂର୍ବରେ ଏସିଆ ମହାଦେଶ ଏବଂ ପଶ୍ଚିମରେ ଆଟଲାଣ୍ଟିକ୍ ମହାସାଗର ଅବସ୍ଥିତ ।

୨। ଇଉରୋପର ନଦୀମାନଙ୍କ ବିଷୟରେ ସଂକ୍ଷେପରେ ଲେଖ ।
Answer:
(i) ଇଉରୋପର ଅଧିକାଂଶ ନଦୀ କ୍ଷୁଦ୍ର ହେଲେ ହେଁ ଚିରସ୍ରୋତା ଓ ସୁନାବ୍ୟା । ରାଇନ୍ ନଦୀ ଇଉରୋପର ସର୍ବପ୍ରଧାନ ନଦୀ । ଏହା ଆଲପସ୍ ପର୍ବତରୁ ବାହାରି ଜର୍ମାନୀ ଓ ନେଦରଲାଣ୍ଡ ମଧ୍ୟ ଦେଇ ଉତ୍ତର ସାଗରରେ ପଡ଼ିଅଛି ।
(ii) ଇଉରୋପର ଅନ୍ୟ ନଦୀଗୁଡ଼ିକ ମଧ୍ୟରେ ପୋ, ଟେମ୍‌, ରୁର, ଏଲ୍‌ବ, ଡାନୁବ, ଭଲ୍‌ଗା, ଡନ୍, ନିପର ଆଦି ପ୍ରଧାନ ।

୩। ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ଚାରୋଟି ବନ୍ୟପ୍ରାଣୀଙ୍କର ନାମ ଲେଖ ।
Answer:
(i) ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ଚାରୋଟି ବନ୍ୟପ୍ରାଣୀ ହେଲେ – ବଲ୍‌ଗାହରିଣ, ଧଳାଭାଲୁ, ସିଲ୍ ଓ ୱାଲରସ୍ ।

୪। ଇଉରୋପରେ ବାସ କରୁଥିବା ମୁଖ୍ୟ ବନ୍ୟପ୍ରାଣୀମାନଙ୍କର ନାମ ଲେଖ ।
Answer:
(i) ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ମୁଖ୍ୟ ବନ୍ୟପ୍ରାଣୀ ହେଲା– ବଲ୍‌ଗାହରିଣ, ଧଳାଭାଲୁ, ସିଲ୍, ୱାଲରସ୍ ।
(ii) ଟାଇଗା ଅଞ୍ଚଳରେ ଦେଖାଯାଉଥ‌ିବା ବନ୍ୟପ୍ରାଣୀଗୁଡ଼ିକ ହେଲା– ଲିଙ୍କସ୍‌, ମିଙ୍କ୍, ଏରମିନ୍, ଧଳା କୋକିଶିଆଳୀ ।

BSE Odisha 6th Class Geography Important Questions Chapter 6(f) ଇଉରୋପ

୫। ଇଉରୋପ ମହାଦେଶର ମୁଖ୍ୟ ଦେଶଗୁଡ଼ିକର ନାମ ଲେଖ ।
Answer:
(i) ଇଉରୋପ ମହାଦେଶର ମୁଖ୍ୟ ଦେଶଗୁଡ଼ିକ ହେଲା– ଫ୍ରାନ୍ସ, ଯୁକ୍ତରାଜ୍ୟ, ସ୍ପେନ୍, ବେଲ୍‌ଜିୟମ୍, ଜର୍ମାନୀ, ପୋଲଶଣ୍ଡ, ନରୱେ, ଇଟାଲୀ, ସୁଇଜରଲ୍ୟାଣ୍ଡ ।
(ii) ରୁଷିଆ ଦେଶ ଇଉରୋପ ଓ ଏସିଆ ଉଭୟ ମହାଦେଶରେ ଅବସ୍ଥିତ ।

(ଖ) ପାର୍ଥକ୍ୟ ଦର୍ଶାଅ ।
୧। ଦ୍ବୀପ ଓ ଉପଦ୍ୱୀପ ।
Answer:

ଦ୍ବୀପ ଉପଦ୍ୱୀପ
(i)ଯେଉଁ ବୃହତ୍ ସ୍ଥଳଭାଗର ଚତୁର୍ଦ୍ଦିଗରେ ମହାସମୁଦ୍ର ଘେରି ରହିଥାଏ; ତାହାକୁ ଦ୍ବୀପ କୁହାଯାଏ ।
(ii) ଶ୍ରୀଲଙ୍କା ଗୋଟିଏ ଦ୍ବୀପ ଅଟେ ।
(i)ଯେଉଁ ଭୂଖଣ୍ଡର ତିନି ପଟେ ଜଳରାଶି ଘେରି ରହିଥାଏ ଏବଂ ଗୋଟିଏ ପଟେ ସ୍ଥଳଭାଗ ଥାଏ, ତାହାକୁ ଉପଦ୍ଵୀପ କୁହାଯାଏ ।
(ii) ଇଉରୋପ ମହାଦେଶ ଗୋଟିଏ ଉପଦ୍ୱୀପ ଅଟେ ।

(ଗ) ଭୌଗୋଳିକ କାରଣ ଦର୍ଶାଅ ।
୧। ଇଉରୋପର ଅଧ୍ବବାସୀମାନେ ବେଶ୍ ଧନୀ ଓ ସମୃଦ୍ଧ ।
Answer:
(i) ଇଉରୋପ ମହାଦେଶ ଶିଳ୍ପ ସମୃଦ୍ଧ ଓ ସବୁଠାରୁ ବିକଶିତ । ଏହି ମହାଦେଶର ଅଧିକାଂଶ ଲୋକ ଶିଳ୍ପ, – ବାଣିଜ୍ୟ, ଖଣି କାର୍ଯ୍ୟରେ ନିୟୋଜିତ ।
(ii) ଏହି ମହାଦେଶର ଲୋକମାନେ କର୍ମଠ, କୁଶଳୀ ଓ ଶିକ୍ଷିତ । ତେଣୁ ସେମାନେ ବିଭିନ୍ନ କାର୍ଯ୍ୟରେ ନିଜ ନିଜକୁ ନିୟୋଜିତ କରି ଉପାର୍ଜନ କରିଥାନ୍ତି । ତେଣୁ ସେମାନେ ଧନୀ ଓ ସମୃଦ୍ଧ ।

୨। ଇଉରୋପ ମହାଦେଶ ଏକ ଉପଦ୍ବୀପ ।
Answer:
(i) ଇଉରୋପ ମହାଦେଶର ଉତ୍ତରରେ ସୁମେରୁ ମହାସାଗର, ପୂର୍ବରେ ଏସିଆ ମହାଦେଶ, ଦକ୍ଷିଣରେ ଭୂମଧ୍ଯସାଗର ଓ ଆଫ୍ରିକା ମହାଦେଶ ଏବଂ ପଶ୍ଚିମରେ ଆଣ୍ଟିକ ମହାସାଗର ଅବସ୍ଥିତ ।
(ii) ତେଣୁ ଇଉରୋପ ମହାଦେଶର ତିନିପଟେ ଜଳରାଶି ଗୋଟିଏ ପଟେ ସ୍ଥଳଭାଗ ଥିବାରୁ ଏହାକୁ ଉପଦ୍ୱୀପ କୁହାଯାଏ ।

(ଘ) ସଂକ୍ଷିପ୍ତ ଟିପ୍ପଣୀ ଲେଖ :
୧। ଭାଟିକାନ ସିଟି :
Answer:
(i) ଭାଟିକାନ୍ ସିଟି ପୃଥବୀର କ୍ଷୁଦ୍ରତମ ଦେଶ ।
(ii) ଏହା ଇଉରୋପ ମହାଦେଶରେ ଅବସ୍ଥିତ ।

୨। ଷ୍ଟେପ୍ :
Answer:
(i) ଇଉରୋପର ପୂର୍ବଭାଗରେ କମ୍ ବର୍ଷା ହେଉଥ‌ିବାରୁ ସେଠାରେ ତୃଣ ଓ ଗୁଳ୍ମ ଜନ୍ମିଥାଏ ।
(ii) ଏହି ତୃଣଭୂମି ଅଞ୍ଚଳକୁ ଷ୍ଟେପ୍ କହନ୍ତି ।

୩ । ଟାଇଗା :
Answer:
(i) ତୁନ୍ଦ୍ରାଞ୍ଚଳର ଦକ୍ଷିଣକୁ ଟାଇଗା ଅଞ୍ଚଳ ଅବସ୍ଥିତ ।
(ii) ଏହି ଅରଣ୍ୟରେ ଓକ୍, ପାଇନ୍, ସ୍ପଶ୍ ଓ ଫିର୍ ଜାତୀୟ ବୃକ୍ଷ ଦେଖାଯାଏ ।

BSE Odisha 6th Class Geography Important Questions Chapter 6(f) ଇଉରୋପ

୪। ରାଇନ୍ ନଦୀ :
Answer:
(i) ରାଇନ୍ ନଦୀ ଇଉରୋପ୍‌ ସର୍ବପ୍ରଧାନ ନଦୀ ।
(ii) ଏହା ଆଲ୍‌ପସ୍ ପର୍ବତରୁ ବାହାରି ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ପ୍ରବାହିତ ହୋଇ ଉତ୍ତର ସାଗରରେ ପଡ଼ିଅଛି ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ଶୂନ୍ୟସ୍ଥାନ ପୂରଣ କର ।

(୧) ରାଇନ୍ ନଦୀ _________________ ଜଳରାଶିରେ ପଡ଼ିଅଛି ।
Answer:
ଉତ୍ତର ସାଗର

(୨) ପୃଥ‌ିବୀର କ୍ଷୁଦ୍ରତମ ଦେଶ _______________ ।
Answer:
ଭାଟିକାନ୍ ସିଟି

(୩) ଇଉରୋପର ତୃଣଭୂମି ଅଞ୍ଚଳକୁ _________________ କୁହାଯାଏ ।
Answer:
ଷ୍ଟେପ୍

(୪) ଇଉରୋପର ପ୍ରଧାନ ପବତମାଳା __________________ ।
Answer:
ଆଲପସ୍

(୫) __________________ ନଦୀ ଇଉରୋପର ସର୍ବପ୍ରଧାନ ନଦୀ ।
Answer:
ରାଇନ୍

BSE Odisha 6th Class Geography Important Questions Chapter 6(f) ଇଉରୋପ

(୬) ଇଉରୋପର ଚାଷକାର୍ଯ୍ୟ ପ୍ରାୟତଃ ___________________ ସାହାଯ୍ୟରେ କରାଯାଏ ।
Answer:
ମେସିନ୍

(ଖ) ସଂକ୍ଷେପରେ ଉତ୍ତର ଦିଅ ।
୧। ଇଉରୋପର ସର୍ବପ୍ରଧାନ ନଦୀ କିଏ ?
Answer:
ରାଇନ୍ ଇଉରୋପର ସର୍ବପ୍ରଧାନ ନଦୀ ଅଟେ ।

୨। ପୃଥ‌ିବୀର ସବୁଠାରୁ ସାନ ଦେଶର ନାମ କ’ଣ ?
Answer:
ଇଉରୋପ ମହାଦେଶ ଅନ୍ତର୍ଗତ ଭାଟିକାନ ସିଟି ପୃଥ‌ିବୀର ସବୁଠାରୁ ସାନ ଦେଶ ।

୩ । ଷ୍ଟେପ୍ କହିଲେ କ’ଣ ବୁଝ ?
Answer:
ଇଉରୋପର ପୂର୍ବଭାଗରେ କମ୍ ବୃଷ୍ଟି ଯୋଗୁଁ ସେଠାରେ ଦେଖାଯାଉଥ‌ିବା ତୃଣଭୂମିକୁ ‘ଷ୍ଟେପ୍’ କୁହାଯାଏ ।

୪। କେଉଁ ପର୍ବତଶ୍ରେଣୀ ଇଉରୋପ ମହାଦେଶକୁ ଏସିଆଠାରୁ ଅଲଗା କରୁଛି ?
Answer:
ୟୁରାଲ ପର୍ବତଶ୍ରେଣୀ ଇଉରୋପ ମହାଦେଶକୁ ଏସିଆଠାରୁ ଅଲଗା କରୁଛି ।

୫। କିଏ ପୃଥ‌ିବୀର ଷଷ୍ଠ ବୃହତ୍ତମ ମହାଦେଶ ।
Answer:
ଇଉରୋପ ପୃଥ‌ିବୀର ଷଷ୍ଠ ବୃହତ୍ତମ ମହାଦେଶ ।

BSE Odisha 6th Class Geography Important Questions Chapter 6(f) ଇଉରୋପ

୬। ଇଉରୋପର ପ୍ରଧାନ ପର୍ବତମାଳା କିଏ ?
Answer:
ଆଲ୍‌ପସ୍ ଇଉରୋପର ପ୍ରଧାନ ପର୍ବତମାଳା ଅଟେ ।

(ଗ) ଗୋଟିଏ ବା ଦୁଇଟି ଭୌଗୋଳିକ ଶବ୍ଦରେ ପ୍ରକାଶ କର ।
(୧) ଇଉରୋପର ସର୍ବପ୍ରଧାନ ନଦୀ – ରାଇନ୍
(୨) ଉଭୟ ଇଉରୋପ ଓ ଏସିଆ ମହାଦେଶ ମଧ୍ୟରେ ଥ‌ିବା ଦେଶ – ରୁଷିଆ
(୩) ପୃଥ‌ିବୀର ଷଷ୍ଠ ବୃହତ୍ତମ ଦେଶ – ଇଉରୋପ
(୪) ଇଉରୋପର ତୃଣଭୂମି ଅଞ୍ଚଳ – ଷ୍ଟେପ୍
(୫) ଏସିଆ ଓ ଇଉରୋପର ସୀମା ନିର୍ଦ୍ଧାରଣ କରୁଥ‌ିବା ପର୍ବତଶ୍ରେଣୀ – ୟୁରାଲ
(୬) ଧଳା କୋକିଶିଆଳୀ ଦେଖାଯାଉଥ‌ିବା ଅଞ୍ଚଳ – ଟାଇଗା

ତୁମ ପାଇଁ କାମ :

→ ଇଉରୋପ ମହାଦେଶର ରେଖାଙ୍କିତ ମାନଚିତ୍ରରେ ନିମ୍ନଲିଖତଗୁଡ଼ିକ ଦର୍ଶାଅ ।
(ଭଲଗା ନଦୀ, ଆଲପସ୍ ପର୍ବତମାଳା, ରୋମ୍, ମସ୍କୋ)
Answer:
( ନିଜେ କର ।)

BSE Odisha 6th Class Geography Important Questions Chapter 6(f) ଇଉରୋପ

→ ଇଉରୋପ ମହାଦେଶର ଦେଶ ଓ ସେଗୁଡ଼ିକର ରାଜଧାନୀର ନାମର ଏକ ତାଲିକା ପ୍ରସ୍ତୁତ କର ।
Answer:
BSE Odisha 6th Class Geography Important Questions Chapter 6(f) ଇଉରୋପ 1
BSE Odisha 6th Class Geography Important Questions Chapter 6(f) ଇଉରୋପ 2

BSE Odisha 6th Class Maths Solutions Chapter 11 ପରିମିତି Ex 11.3

Odisha State Board BSE Odisha 6th Class Maths Solutions Chapter 11 ପରିମିତି Ex 11.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 11 ପରିମିତି Ex 11.3

ନିମ୍ନରେ କେତେକ ପ୍ରଶ୍ନ ଦିଆଯାଇଛି। ସେହି ପ୍ରଶ୍ନଗୁଡ଼ିକୁ କେତେକ ପିଲା ଯେପରି ସମାଧାନ କରିଛନ୍ତି, ତାହା ଲେଖାଯାଇଛି । ସେହି ସମାଧାନରେ କ’ଣ ଭୁଲ ଅଛି ଚିହ୍ନାଅ । ଏପରି ଭୁଲ କରିବାର କାରଣ କ’ଣ ଲେଖ।
Question 1.
ଗୋଟିଏ ଆୟତାକୃତି ବିଶିଷ୍ଟ ବଗିଟର ଚିତ୍ର ଆଙ୍କି ତାହାର ପରିସୀମାକୁ ଚିହ୍ନାଅ । 
ରଂଜିତା ଚିତ୍ରରେ କିପରି ରଙ୍ଗ ଦେଇ ପରିସୀମାକୁ ଚିହ୍ନାଇଲା ତାହା ତଳେ ଦେଖାଇ ଦିଆଯାଇଛି ।
ସମାଧାନ:
ଏଠାରେ ରଂଜିତା ପରିସୀମା ନ ଚିହ୍ନାଇ କ୍ଷେତ୍ରଫଳରେ ରଙ୍ଗ ଦେଇଛି ।
ରଂଜିତାର ପରିସୀମାର ଧାରଣା ନାହିଁ ।

Question 2.
ଗୋଟିଏ ଆୟତାକୃତି ବିଶିଷ୍ଟ ରୁମାଲର ଦୈର୍ଘ୍ୟ 24 ସେ.ମି. ଓ ପ୍ରସ୍ଥ 18 ସେ.ମି । ଏହାର ପରିସୀମା କେତେ ?
ଏହାର ପରିସୀମା = 24 ସେ.ମି. + 18 ସେ.ମି. = 42 ସେ.ମି. 
ସମାଧାନ:
ଏଠାରେ ସମାଧାନରେ ଭୁଲ୍ ଅଛି । କେବଳ ଦୈର୍ଘ୍ୟ ଓ ପ୍ରସ୍ଥର ମିଶାଣ ହୋଇଛି କିନ୍ତୁ 2 ଗୁଣନ କରାଯାଇନାହିଁ  ।
ଆମେ ଜାଣିଛୁ, ପରିସୀମା = 2 × (ଦୈର୍ଘ୍ୟ + ପ୍ରସ୍ଥ)

Question 3.
ଗୋଟିଏ ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ 3 ମିଟର । ଏହାର କ୍ଷେତ୍ରଫଳ କେତେ ହେବ ?
ବର୍ଗକ୍ଷେତ୍ରର କ୍ଷେତ୍ରଫଳ = ବାହୁ × ବାହୁ
= 3 ମିଟର × 3 ମିଟର
= 9 ମିଟର
ସମାଧାନ:
3 ମି. × 3 ମି. = 9 ମିଟର । ଏହା ଭୁଲ୍ । କାରଣ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ନିର୍ଣ୍ଣୟ କଲାବେଳେ ଏକକ ଓ ଏକକ ଗୁଣିଲେ ବର୍ଗ ଏକକ ହୁଏ ।

BSE Odisha 6th Class Maths Solutions Chapter 11 ପରିମିତି Ex 11.3

Question 4.
ପାର୍ଶ୍ଵରେ ଦିଆଯାଇଥିବା ଚିତ୍ରର ପରିସୀମା କେତେ ହେବ ?
BSE Odisha 6th Class Maths Solutions Chapter 11 ପରିମିତି Ex 11.3 1.
ଏହାର ଦୈର୍ଘ୍ୟ = 2 ସେ.ମି., ଏହାର ପ୍ରସ୍ତୁ = 3 ସେ.ମି.
ପରିସୀମା = ଦୈର୍ଘ୍ୟ ଓ ପ୍ରସ୍ତୁର ଯୋଗଫଳର ଦୁଇ ଗୁଣ
= (2 ସେ.ମି. + 3 ସେ.ମି.) × 2 = 5 ସେ.ମି. × 2 = 10 ସେ.ମି.
ସମାଧାନ:
ଏହି ଚିତ୍ରଟି ଏକ ଚତୁର୍ଭୁଜ । ଏହା ଆୟତକ୍ଷେତ୍ର କିମ୍ବା ବର୍ଗକ୍ଷେତ୍ର ନୁହେଁ ।
ତେଣୁ ଏହାର ପରିସୀମା ସୂତ୍ର ନିର୍ଣ୍ଣୟ କରିବା ଠିକ୍ ହୋଇନାହିଁ ।

Question 5.
ଥରେ ମଧୁମିତା କହିଲା – ମୁଁ ମୋ ଖାତାରେ ଗୋଟିଏ ଚିତ୍ର ଆଙ୍କିଛି ଓ ତା’ର ପରିସୀମା ନିର୍ଣ୍ଣୟ କରିଛି । 
ପରିସୀମା = 2 ସେ.ମି. + 3 ସେ.ମି. + 3 ସେ.ମି. + 4 ସେ.ମି. = 12 ସେ.ମି.
BSE Odisha 6th Class Maths Solutions Chapter 11 ପରିମିତି Ex 11.3 2.
ସମାଧାନ:
ଏହି ଚିତ୍ରଟି ଏକ ଆବଦ୍ଧ କ୍ଷେତ୍ର ନୁହେଁ । ତେଣୁ ଏହାର ପରିସୀମା ନିର୍ଣ୍ଣୟ କରିହେବ ନାହିଁ ।

Question 6.
ଗୋଟିଏ ଆୟତାକୃତି ବିଶିଷ୍ଟ କାଗଜର ଦୈର୍ଘ୍ୟ l ମିଟର ଓ ପ୍ରସ୍ଥ 80 ସେ.ମି. । ଏହାର ପରିସୀମା କେତେ ହେବ ? ରାଧ୍କା ପ୍ରଶ୍ନଟିର ସମାଧାନ ନିମ୍ନମତେ କଲା ।
ଦୈର୍ଘ୍ୟ = 1 ମିଟର, ପ୍ରସ୍ଥ = 80 ସେ.ମି.
ପରିସୀମା = 2 × (ଦୈର୍ଘ୍ୟ + ପ୍ରସ୍ଥ )
= 2 × (1 ମିଟର + 80 ସେ.ମି.)
= 2 × 81 ମିଟର
= 162 ମିଟର ।
ସମାଧାନ:
ଏହି ସମାଧାନରେ ଦୈର୍ଘ୍ୟ 1 ମିଟର = 100 ସେ.ମି. ଓ ପ୍ରସ୍ଥ 80 ସେ.ମି. ସହ ମିଶାଇ 2 ଗୁଣିଥିଲେ ଠିକ୍ ହୋଇଥାନ୍ତା ।
ଏଠାରେ 1 ମିଟର + 80 ସେ.ମି. = 81 ମିଟର ଲେଖାଯାଇଛି, ଏହା ସଂପୂର୍ଣ୍ଣ ଭୁଲ ।

Question 7.
ଗୋଟିଏ ଆୟତକ୍ଷେତ୍ର ଚିତ୍ର ଆଙ୍କି ତାହାର କ୍ଷେତ୍ରଫଳକୁ ଲାଲ ରଙ୍ଗରେ ସୂଚାଇବାପାଇଁ ତିନିଜଣ ପିଲାଙ୍କୁ କୁହାଗଲା । ସେମାନେ କିପରି ଦେଖାଇଛନ୍ତି ଆସ ଦେଖିବା ।
BSE Odisha 6th Class Maths Solutions Chapter 11 ପରିମିତି Ex 11.3 3
ସମାଧାନ:
ଏହି ୩ଟି ଚିତ୍ର ମଧ୍ୟରୁ ୧ମ ଚିତ୍ରଟି ରଙ୍ଗ ଦିଆଯାଇନାହିଁ । ୨ ୟରେ ଅଧା ଓ ୩ୟଟି ଆୟତକ୍ଷେତ୍ର ନୁହେଁ । ତେଣୁ ପ୍ରଶ୍ନ ଅନୁସାରେ ଉତ୍ତର ଠିକ୍ ହୋଇନାହିଁ । କାରଣ ଆୟତଚିତ୍ରକୁ ଠିକ୍ ଚିହ୍ନିପାରିନାହାନ୍ତି ।

Question 8.
ଗୋଟିଏ ଆୟତାକୃତି ବିଶିଷ୍ଟ ଚିତ୍ର ଆଙ୍କି ତା’ର କ୍ଷେତ୍ରଫଳ ନିର୍ଣ୍ଣୟ କର ।
ରମେଶ କିପରି ଚିତ୍ର ଆଙ୍କି ତା’ର କ୍ଷେତ୍ରଫଳ ନିର୍ଣ୍ଣୟ କରିଥିଲା ଦେଖ ।
ଦୈର୍ଘ୍ୟ = 4 ସେ.ମି., ପ୍ରସ୍ଥ = 2 ସେ.ମି.
କ୍ଷେତ୍ରଫଳ = 4 ସେ.ମି. × 2 ସେ.ମି. = 8 ବର୍ଗ ସେ.ମି. ।
ସମାଧାନ:
BSE Odisha 6th Class Maths Solutions Chapter 11 ପରିମିତି Ex 11.3 4
ରମେଶ ଆଙ୍କିଥିବା ଚିତ୍ର ଏକ ଆବଦ୍ଧ ଚିତ୍ର ନୁହେଁ ।
ତେଣୁ ଏହାର କ୍ଷେତ୍ରଫଳ ନିର୍ଣ୍ଣୟ କରିବା ସମ୍ଭବ ନୁହେଁ ।

Question 9.
ତଳେ ଗୋଟିଏ ଆବଦ୍ଧ ଚିତ୍ର ଦେଖାଯାଇଛି । ଏହାର ପରିସୀମା କେତେ ?
ଏହି କ୍ଷେତ୍ରର ପରିସୀମା = 4 × 3 × 6 × 5 ବର୍ଗ ସେ.ମି. = 360 ବର୍ଗ ସେ.ମି. ।
BSE Odisha 6th Class Maths Solutions Chapter 11 ପରିମିତି Ex 11.3 5
ସମାଧାନ:
ଏହାର ପରିସୀମା ନିର୍ଣ୍ଣୟ କଲାବେଳେ ଦୈର୍ଘ୍ୟଗୁଡ଼ିକ ମିଶାଯିବ ମାତ୍ର ଗୁଣନ କରାଯାଇଛି ।

Question 10.
ଗୋଟିଏ ଆୟତାକୃତି ବିଶିଷ୍ଟ କ୍ଷେତ୍ରର ଦୈର୍ଘ୍ୟ 1 ମିଟର ଓ ପ୍ରସ୍ଥ 40 ସେ.ମି. । ଏହାର କ୍ଷେତ୍ରଫଳ କେତେ ?
ଆୟତକ୍ଷେତ୍ରର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 1 ମିଟର × 40 ସେ.ମି. = 40 ବର୍ଗ ମିଟର
ସମାଧାନ:
ଏଠାରେ 1 ମି. × 40 ସେ.ମି. = 1 ମିଟର × \(\frac{40}{100}\) ମିଟର = \(\frac{40}{100}\) ବର୍ଗ ମିଟର = 0.4 ବର୍ଗ ମିଟର ହୋଇଥାନ୍ତା ।
କିନ୍ତୁ 1 ମିଟର × 40 ସେ.ମି. = 40 ବର୍ଗ ମିଟର ହୋଇଛି । ଏହା ଭୁଲ୍ ଅଟେ ।

BSE Odisha 6th Class Maths Solutions Chapter 11 ପରିମିତି Ex 11.3

Question 11.
12 ସେ.ମି. ଦୀର୍ଘ ଓ 8 ସେ.ମି. ପ୍ରସ୍ଥ ଗୋଟିଏ ଆୟତଚିତ୍ର ABCD ଅଙ୍କନ କରାଯାଇଥିଲା (ଚିତ୍ର -କ) । ତା’ ସହିତ ଲଗାଇ 6 ସେ.ମି. ଦୀର୍ଘ ଓ 3 ସେ.ମି. ପ୍ରସ୍ଥ ଅନ୍ୟ ଏକ ଆୟତଚିତ୍ର ଅଙ୍କନ କରାଗଲା (ଚିତ୍ର – ଖ) (ଚିତ୍ର-ଖ) ରେ ଥ‌ିବା କ୍ଷେତ୍ରର ପରିସୀମା କେତେ ? ଭାବନା ନିମ୍ନମତେ ଏହି ପ୍ରଶ୍ନର ସମାଧାନ କଲା ।
(କ)
BSE Odisha 6th Class Maths Solutions Chapter 11 ପରିମିତି Ex 11.3 6
(ଖ)
BSE Odisha 6th Class Maths Solutions Chapter 11 ପରିମିତି Ex 11.3 7
ABCD ର ପରିସୀମା = 2 (ଦୈର୍ଘ୍ୟ + ପ୍ରସ୍ଥ ) = 2 (12 + 8) = 2 × 20 ସେ.ମି. = 40 ସେ.ମି.
DEFG ର ପରିସୀମା = 2 (ଦୈର୍ଘ୍ୟ + ପ୍ରସ୍ଥ) = 2 (6 + 3) = 2 × 9 = 18 ସେ.ମି.
ସମଗ୍ର କ୍ଷେତ୍ରର ପରିସୀମା = ABCD ର ପରିସୀମା + DEFG ର ପରିସୀମା
= 40 ସେ.ମି. + 18 ସେ.ମି. = 58 ସେ.ମି. ।
ସମାଧାନ:
ଏଠାରେ ABCD କ୍ଷେତ୍ରର ପରିସୀମା ସହିତ DEFG ର ପରିସୀମା ମିଶାଇଲେ ଠିକ୍ ହେବ ନାହିଁ ।
କାରଣ ABCD କ୍ଷେତ୍ରର ପରିସୀମା ସହିତ FG + ED ର ଦୈର୍ଘ୍ୟ ମିଶିଲେ ସମଗ୍ରକ୍ଷେତ୍ରର ପରିସୀମା ନିର୍ଣ୍ଣୟ ଠିକ୍ ହେବ ।
କାରଣ GD ଦୁଇଥର ଯୋଗ କରାଯାଉଛି ।
ABCD କ୍ଷେତ୍ରର ପରିସୀମା = 2 (ଦୈର୍ଘ୍ୟ + ପ୍ରସ୍ଥ) = 2 (12 + 8) ସେ.ମି. 
= (2 × 20) ସେ.ମି.  = 40 ସେ.ମି.
ଚିତ୍ର (ଖ) ରେ କ୍ଷେତ୍ରର ପରିସୀମା = (40 + 3 + 3) ସେ.ମି.  = 46 ସେ.ମି.

BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା

Odisha State Board BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା Important Questions and Answers.

BSE Odisha Class 6 Geography Important Questions Chapter 6(e) ଆଣ୍ଟାର୍କଟିକା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଆଣ୍ଟାର୍କଟିକା ମହାଦେଶର ଅବସ୍ଥିତି ଓ ଜଳବାୟୁ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ଦିଅ ।
Answer:

  • ଆଣ୍ଟାର୍କଟିକା ପୃଥବୀର ପଞ୍ଚମ ବୃହତ୍ତମ ମହାଦେଶ । ଏହା ଦକ୍ଷିଣମେରୁକୁ ଘେରି ରହିଛି ।
  • ଏହାର ପ୍ରାୟ ସମସ୍ତ ଭାଗ ୬୬\(\frac{୧}{୨}\) ଡିଗ୍ରୀ ଦକ୍ଷିଣ ସମାକ୍ଷରେଖା ଓ ଦକ୍ଷିଣମେରୁ ମଧ୍ୟରେ ଅବସ୍ଥିତ ।
  • ଏହି ମହାଦେଶର ଚାରିପଟେ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ଘେରି ରହିଛି ।
  • ଏହି ମହାଦେଶ ସର୍ବଦା ବରଫାଚ୍ଛନ୍ନ ଥାଏ ଓ ଏଠାରେ ବର୍ଷସାରା ପ୍ରବଳ ଥଣ୍ଡା ଅନୁଭୂତ ହୁଏ । ଏହି ମହାଦେଶର ଭୋଷ୍ଟକ ପୃଥ‌ିବୀର ଶୀତଳତମ ସ୍ଥାନ ।
  • ଏଠାରେ ସର୍ବଦା ତୁଷାରପାତ ହୁଏ ଓ ସମୟେ ସମୟେ ପ୍ରବଳ ବରଫଝଡ଼ ହୁଏ । ଏଠାରେ ଗ୍ରୀଷ୍ମକାଳ ସ୍ଵସ୍ଥାୟୀ ।

ସଂକ୍ଷେପରେ ଉତ୍ତର ଦିଅ ।
(କ) ସଂକ୍ଷେପରେ ଉତ୍ତର ଲେଖ ।
୧। ଅଣ୍ଟାର୍କଟିକା ବିଷୟରେ କେଉଁ ଆନ୍ତର୍ଜାତିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ?
Answer:
(i) ଆଣ୍ଟାର୍କଟିକା ମହାଦେଶର ସ୍ଥାୟୀ ଅସ୍ଵାସୀ ନାହାନ୍ତି ଏବଂ ଏହା ସବୁବେଳେ ବରଫାଛନ୍ନ ।
(ii) ଏହାକୁ କୌଣସି ଦେଶ ଅଧିକାର କରିପାରିବେ ନାହିଁ ବୋଲି ଆନ୍ତର୍ଜାତିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଅଛି ।

୨। ପେଙ୍ଗୁଇନ୍‌ ପକ୍ଷୀ କେଉଁଠାରେ ଦେଖାଯାଆନ୍ତି ଓ ସେମାନଙ୍କର ଚାଲିଚଳନ କିପରି ?
Answer:
(i) ଆଣ୍ଟାର୍କଟିକାର ସମୁଦ୍ରକୂଳରେ ପେଙ୍ଗୁଇନ୍ ପକ୍ଷୀ ଦେଖାଯାଆନ୍ତି ।
(ii) ଏମାନଙ୍କର ଦୁଇଟି ଡେଣା ଅଛି ମାତ୍ର ଏମାନେ ଉଡ଼ି ପାରନ୍ତି ନାହିଁ । ଏମାନେ ସମୁଦ୍ରରେ ସନ୍ତରଣ କରିପାରନ୍ତି । ପାଦ ଓ ଲାଞ୍ଜ ସାହାଯ୍ୟରେ ଏମାନେ ସିଧା ହୋଇ ଠିଆ ହୁଅନ୍ତି ଓ ଡେଇଁ ଡେଇଁ ଚାଲନ୍ତି ।

BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା

୩। ତିମି କ’ଣ ? ଏହାକୁ କ’ଣପାଇଁ ଶିକାର କରାଯାଏ ?
Answer:
(i) ତିମି ଏକ ସ୍ତନ୍ୟପାୟୀ ପ୍ରାଣୀ ।
(ii) ଏହାକୁ ମାଂସ ଓ ତେଲପାଇଁ ଶିକାର କରାଯାଏ ।

୪। ଆଣ୍ଟାର୍କଟିକାରେ କେଉଁ କେଉଁ ଉଦ୍ଭିଦ ଦେଖାଯାଏ ?
Answer:
(i) ସମୁଦ୍ରକୂଳ ବ୍ୟତୀତ ଏହି ମହାଦେଶରେ କୌଣସି ଉଭିଦ ଜନ୍ମେ ନାହିଁ ।
(ii) ସମୁଦ୍ରକୂଳରେ ବରଫ ତରଳିଗଲେ ଶିଉଳି ଓ ଲାଇକେନ୍ ଜନ୍ମେ । ଗ୍ରୀଷ୍ମକାଳ ଅଳ୍ପଦିନ ସ୍ଥାୟୀ ହୋଇଥିବାରୁ ଉଭିଦମାନଙ୍କର ଅଙ୍କୁରୋଦଗମ୍ ହୁଏ ନାହିଁ ।

୫। ଆଣ୍ଟାର୍କଟିକାରେ କେଉଁ କେଉଁ ପଶୁପକ୍ଷୀ ଦେଖାଯାଆନ୍ତି ?
Answer:
(i) ଆଣ୍ଟାର୍କଟିକାର ସମୁଦ୍ରରେ ତିମି, ସିଲ୍, ପେଙ୍ଗୁଇନ୍ ପକ୍ଷୀ ଦେଖାଯାଆନ୍ତି ।
(ii) ଆଣ୍ଟାର୍କଟିକାରେ ଅନେକ ପ୍ରକାର କୀଟପତଙ୍ଗ, ଆଇବାଟ୍ରିସ୍ ପକ୍ଷୀ ଓ ଅନ୍ତରୀପ ପାରା ଦେଖ‌ିବାକୁ ମିଳେ ।

(ଖ) ଭୌଗୋଳିକ କାରଣ ଦର୍ଶାଅ ।
୧। ଆଣ୍ଟାର୍କଟିକାରେ ସ୍ଥାୟୀ ଭାବରେ ବାସ କରିବା ସମ୍ଭବ ନୁହେଁ ।
Answer:
(i) ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥ‌ିବାରୁ ଏହାର ଭୂମି ବର୍ଷସାରା ବରଫାବୃତ ରହେ ।
(ii) ଏଠାରେ ଗ୍ରୀଷ୍ମକାଳ ସ୍ଵଳ୍ପ ସ୍ଥାୟୀ । ଏଠାକାର ଜଳବାୟୁ ଅତ୍ୟନ୍ତ ଶୀତଳ ହେତୁ ଏଠାରେ ସ୍ଥାୟୀଭାବେ ବସବାସ କରିବା ସମ୍ଭବ ନୁହେଁ ।

୨। ଆଣ୍ଟାର୍କଟିକାର ସମୁଦ୍ରକୂଳ ବ୍ୟତୀତ ଅନ୍ୟଠାରେ କୌଣସି ଉଭିଦ ଜନ୍ମେ ନାହିଁ ।
Answer:
(i) କେବଳ ସମୁଦ୍ରକୂଳରେ ବରଫ ତରଳିଗଲେ ଶିଉଳି ଓ ଲାଇକେନ୍ ଜନ୍ମେ । ତେଣୁ ସମୁଦ୍ରକୂଳ ବ୍ୟତୀତ ଆଣ୍ଟାର୍କଟିକାରେ ଅନ୍ୟ କୌଣସିଠାରେ ଉଭିଦ ଜନ୍ମେ ନାହିଁ ।
(ii) ଆଣ୍ଟାର୍କଟିକାରେ ଅନ୍ୟ କୌଣସିଠାରେ ଉଭିଦ ଜନ୍ମେ ନାହିଁ ।

BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା

୩। ଆଣ୍ଟାର୍କଟିକାକୁ ଦକ୍ଷିଣମେରୁ ମହାଦେଶ କୁହାଯାଏ ।
Answer:
(i) ପୃଥ‌ିବୀର ଦକ୍ଷିଣ ମେରୁକୁ ଆଣ୍ଟାର୍କଟିକା ମହାଦେଶ ଘେରି ରହିଛି ।
(ii) ତେଣୁ ଆଣ୍ଟାର୍କଟିକାକୁ ଦକ୍ଷିଣ ମେରୁ ମହାଦେଶ ବୋଲି କୁହାଯାଏ ।

(ଗ) ସଂକ୍ଷିପ୍ତ ଟିପ୍ପଣୀ ।
୧। ପେଙ୍ଗୁଇନ୍ :
Answer:
(i) ପେଙ୍ଗୁଇନ୍ ପକ୍ଷୀ କେବଳ ଆଣ୍ଟାର୍କଟିକାରେ ବହୁ ସଂଖ୍ୟାରେ ଦେଖାଯାଆନ୍ତି । ଏମାନଙ୍କର ଦୁଇଟି ଡେଣା ଅଛି; ମାତ୍ର ଏମାନେ ବହୁଦୂର ଉଡ଼ିପାରନ୍ତି ନାହିଁ ।
(ii) ଏହି ପକ୍ଷୀ ସମୁଦ୍ରରେ ସନ୍ତରଣ କରିପାରେ । ପାଦ ଓ ଲାଞ୍ଜ ସାହାଯ୍ୟରେ ଏମାନେ ସିଧା ହୋଇ ଠିଆ ହୁଅନ୍ତି ଓ ଡେଇଁ ଡେଇଁ ଚାଲନ୍ତି ।

୨। ତିମି:
Answer:
(i) ତିମି ଏକ ସ୍ତନ୍ୟପାୟୀ ପ୍ରାଣୀ । ଏହି ପ୍ରାଣୀ ଉପକୂଳବର୍ତ୍ତୀ ସମୁଦ୍ରରେ ବାସ କରନ୍ତି ।
(ii) ଏହାକୁ ମାଂସ ଓ ତେଲପାଇଁ ଶିକାର କରାଯାଏ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ଶୂନ୍ୟସ୍ଥାନ ପୂରଣ କର ।

(୧) ପୃଥ‌ିବୀର ପଞ୍ଚମ ବୃହତ୍ତମ ମହାଦେଶ _________________ ।
Answer:
ଆଣ୍ଟାର୍କଟିକା

(୨) ଆଣ୍ଟାର୍କଟିକାର ___________________ ମାଛକୁ ମାଂସ ଓ ତେଲ ପାଇଁ ଶିକାର କରାଯାଏ ।
Answer:
ତିମି

(୩) ଆଣ୍ଟାର୍କଟିକାର __________________ ସ୍ଥାନ ପୃଥ‌ିବୀର ଶୀତଳତମ ।
Answer:
ଭୋଷ୍ଟକ

BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା

(୪) ଆଣ୍ଟାର୍କଟିକାରେ ଭାରତ ନିର୍ମାଣ କରିଥିବା ସ୍ଥାୟୀ ଗବେଷଣାଗାରର ନାମ __________________ ଏବଂ ____________________।
Answer:
ଦକ୍ଷିଣ ଗଙ୍ଗୋତ୍ରୀ, ମୈତ୍ରୀ

(୫) ଆଣ୍ଟାର୍କଟିକାର ସମୁଦ୍ରକୂଳରେ ___________________ ପକ୍ଷୀ ବହୁ ସଂଖ୍ୟାରେ ଦେଖାଯାଆନ୍ତି ।
Answer:
ପେଙ୍ଗୁଇନ୍

(ଖ) ଗୋଟିଏ ବା ଦୁଇଟି ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ ।
(୧) ପୃଥ‌ିବୀର ଶୀତଳତମ ସ୍ଥାନ – ଭୋଷ୍ଟକ
(୨) ସ୍ଥାୟୀ ଅସ୍ଵାସୀ ନଥିବା ମହାଦେଶ – ଆଣ୍ଟାର୍କଟିକା
(୩) ମାଂସ ଓ ତେଲପାଇଁ ଶିକାର କରାଯାଉଥ‌ିବା ସ୍ତନ୍ୟପାୟୀ ପ୍ରାଣୀ – ତିମି
(୪) ଆଲବାଟ୍ରସ ପକ୍ଷୀ ଦେଖାଯାଉଥ‌ିବା ମହାଦେଶ – ଆଣ୍ଟାର୍କଟିକା
(୫) ଆଣ୍ଟାର୍କଟିକା ମହାଦେଶ ଯେଉଁ ମେରୁକୁ ଘେରି ରହିଛି – ଦକ୍ଷିଣମେରୁ

ତୁମ ପାଇଁ କାମ :

ଆଣ୍ଟାର୍କଟିକା ସଂପର୍କରେ ଅବ୍ଲକ ତଥ୍ୟ ସଂଗ୍ରହ କର ଏବଂ ଏହାର ପ୍ରାଧାନ୍ୟ ଉପରେ ଆଲୋଚନା କର ।
Answer:
(ନିଜେ କର ।)

BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା

ଆଣ୍ଟାର୍କଟିକାର ବରଫଖଣ୍ଡମାନ ତରଳିବାକୁ ଆରମ୍ଭ କଲାଣି । ଏହାର କାରଣ ଓ ପ୍ରଭାବ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ଖାତାରେ ଲେଖ ।
Answer:
(ନିଜେ କର ।)

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

Odisha State Board BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ Important Questions and Answers.

BSE Odisha Class 6 Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ହିମାଳୟ ପର୍ବତମାଳା ବିଷୟରେ ସଂକ୍ଷିପ୍ତ ସୂଚନା ଦିଅ ।
Answer:

  • ପର୍ବତମାଳା ଗଠିତ; ଯଥା – ଟ୍ରାନ୍ସ ହିମାଳୟ, ଉଚ୍ଚ ହିମାଳୟ ବା ହିମାଦ୍ରି, କ୍ଷୁଦ୍ର ହିମାଳୟ ଓ ସିଲିକ୍ ।
  • ଟ୍ରାନ୍ସ ହିମାଳୟ ଜାମ୍ମୁ ଓ କାଶ୍ମୀରର ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ । ଗଡ଼ୱିନ୍ ଅଷ୍ଟିନ୍ ବା K, ଏହାର ସର୍ବୋଚ୍ଚ ଶୃଙ୍ଗ ।
  • ଜାମ୍ମୁ ଓ କାଶ୍ମୀରରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ହିମାଳୟର ଉତ୍ତରାଂଶରେ ଉଚ୍ଚ ହିମାଳୟ ଅବସ୍ଥିତ । ପୃଥ‌ିବୀର ଉଚ୍ଚତମ ଶୃଙ୍ଗ ଏଭେରେଷ୍ଟ ଏଥିରେ ଅବସ୍ଥିତ । ଏହାଛଡ଼ା ନନ୍ଦାଦେବୀ ଓ କାଞ୍ଚନଜଙ୍ଗା ଆଦି ଗିରିଶୃଙ୍ଗ ଏଥରେ ଅବସ୍ଥିତ ।
  • ଉଚ୍ଚ ହିମାଳୟର ଦକ୍ଷିଣକୁ କ୍ଷୁଦ୍ର ହିମାଳୟ ଅବସ୍ଥିତ । ଭାରତର ପ୍ରମୁଖ ଶୈଳନିବାସ ସିମଳା ଏହି ପର୍ବତମାଳାରେ ଅବସ୍ଥିତ ।
  • ସିୱାଲିକ ହିମାଳୟର ଦକ୍ଷିଣତମ ପର୍ବତଶ୍ରେଣୀ ଓ ହିମାଳୟର ପାଦଦେଶରେ ଅବସ୍ଥିତ । ଏଥ‌ିରେ ଡେରାଡୁନ ଅବସ୍ଥିତ ।

୨। ଦକ୍ଷିଣ ଭାରତ ମାଳଭୂମି ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ଦକ୍ଷିଣ ଭାରତର ସମତଳଭୂମିର ଦକ୍ଷିଣରେ ଦକ୍ଷିଣ ଭାରତ ମାଳଭୂମି ରହିଛି । ଏହାର ଆକାର ତ୍ରିଭୁଜାକାର ।
  • ଏହାର ଭୂମିରୂପ ଅସମାନ ଏବଂ ପଶ୍ଚିମରୁ ପୂର୍ବ ଆଡ଼କୁ ଢାଲୁ । ଏଠାରେ ଅନେକ ଛୋଟବଡ଼ ପାହାଡ଼ ଓ ଅଗଭୀର ନଦୀ ଉପତ୍ୟକାମାନ ଦେଖାଯାଏ ।
  • ଏହାର ଉତ୍ତର-ପଶ୍ଚିମରେ ଆରାବଳୀ ପର୍ବତମାଳା ଅବସ୍ଥିତ । ମାଉଣ୍ଟଆବୁ ପର୍ବତରେ ଥ‌ିବା ଗୁରୁଶିଖ୍ୟର ଏହାର ଉଚ୍ଚତମ ଶୃଙ୍ଗ ।
  • ଏହାର ପଶ୍ଚିମ ଉପକୂଳକୁ ଲାଗି ପଶ୍ଚିମଘାଟ ପର୍ବତ ଅଛି ଓ କାଲସୁବାଇ ଏହାର ଉଚ୍ଚତମ ଶୃଙ୍ଗ । ପୂର୍ବଘାଟ ପର୍ବତମାଳା ଏହା ପୂର୍ବର ଉପକୂଳରେ ଅବସ୍ଥିତ ଏବଂ ଓଡ଼ିଶାର ଦେଓମାଳୀ ଏହାର ଉଚ୍ଚତମ ଶୃଙ୍ଗ ।
  • ଦକ୍ଷିଣ ଭାରତ ମାଳଭୂମି ପୁରାତନ କଠିନ ଶିଳାରେ ଗଠିତ । ଲୁହାପଥର, ମାଙ୍ଗାନିଜ୍, କ୍ରୋମାଇଟ୍, ବକ୍‌ସାଇଟ୍ ଓ କୋଇଲା ଭଳି ଅନେକ ପ୍ରକାର ଖଣିଜ ପଦାର୍ଥ ଏହି ମାଳଭୂମିରୁ ମିଳିଥାଏ ।

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ସଂକ୍ଷେପରେ ଲେଖ ।

୧। ଓଡ଼ିଶାର କେଉଁ ଜିଲ୍ଲାଗୁଡ଼ିକ ମହାନଦୀର ବନ୍ୟାଦ୍ଵାରା କ୍ଷତିଗ୍ରସ୍ତ ହୋଇଥାନ୍ତି ?
Answer:
ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଯଥା – କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଯାଜପୁର ଆଦି ଜିଲ୍ଲାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାନ୍ତି ।

୨ । ଭାରତ ସହ ସ୍ଥଳ ସୀମାରେଖାରେ ଲାଗି ରହିଥ‌ିବା ସାତଟି ଦେଶର ନାମ ଲେଖ ।
Answer:
ଭାରତର ଯେଉଁ ସାତଟି ଦେଶ ସହ ସ୍ଥଳ ସୀମାରେଖାରେ ଲାଗି ରହିଛି ସେଗୁଡ଼ିକ ହେଲା – ଚୀନ୍, ନେପାଳ, ଭୁଟାନ୍, ମିଆଁମାର, ବାଙ୍ଗଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନ ।

୩ । କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠାରୁ ବଡ଼ ରାଜ୍ୟ ଓ ସବୁଠାରୁ ଛୋଟ ରାଜ୍ୟର ନାମ ଲେଖ ।
Answer:
(i) କ୍ଷେତ୍ରଫଳ ଦୃଷ୍ଟିରୁ ରାଜସ୍ଥାନ ସବୁଠାରୁ ବଡ଼ ରାଜ୍ୟ ଅଟେ ।
(ii) ଗୋଆ ସବୁଠାରୁ ଛୋଟ ରାଜ୍ୟ ଅଟେ ।

୪। ଭାରତର ନିକଟତମ ଦରିଆପାରି ପଡ଼ୋଶୀ ରାଷ୍ଟ୍ର ଦୁଇଟିର ନାମ ଲେଖ ।
Answer:
ଭାରତର ନିକଟତମ ଦରିଆପାରି ପଡ଼ୋଶୀ ରାଷ୍ଟ୍ର ଦୁଇଟିର ନାମ ହେଲା – ଶ୍ରୀଲଙ୍କା ଓ ମାଳଦ୍ୱୀପ ।

୫। କେଉଁ ଚାରିଗୋଟି ପର୍ବତଶ୍ରେଣୀକୁ ନେଇ ହିମାଳୟ ପର୍ବତମାଳା ଗଠିତ ?
Answer:
(i) ଉତ୍ତର ଭାରତର ନଦୀଗୁଡ଼ିକ ହେଲେ ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ଏବଂ ସେମାନଙ୍କର ଉପନଦୀ ।
(ii) ଏଗୁଡ଼ିକ ହିମାଳୟ ପର୍ବତମାଳାରୁ ଉତ୍ପତ୍ତି ଲାଭ କରିଥିବାରୁ ଚିରସ୍ରୋତା ଅଟନ୍ତି ।

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

୬। କେଉଁ ଚାରିଗୋଟି ପର୍ବତଶ୍ରେଣୀକୁ ନେଇ ହିମାଳୟ ପର୍ବତମାଳା ଗଠିତ ?
Answer:
(i) ଚାରିଗୋଟି ସମାନ୍ତରାଳ ପର୍ବତଶ୍ରେଣୀକୁ ନେଇ ହିମାଳୟ ପର୍ବତମାଳା ଗଠିତ ।
(ii) ସେଗୁଡ଼ିକ ହେଲା- (୧) ଟ୍ରାନ୍ସ ହିମାଳୟ (୨) ହିମାଦ୍ରୀ, (୩) ହିମାଚଳ, (୪) ସିଲିକ୍

୭ । ଭାରତର ଚାରିଦିଗରେ କେଉଁ କେଉଁ ପ୍ରାକୃତିକ ବିଭାଗ ରହିଛି ?
Answer:
ଭାରତର ଉତ୍ତରରେ ସୁଉଚ୍ଚ ହିମାଳୟ ପର୍ବତମାଳା, ପଶ୍ଚିମରେ ଆରବସାଗର, ପୂର୍ବରେ ବଙ୍ଗୋପସାଗର ଓ ଦକ୍ଷିଣରେ ଭାରତ ମହାସାଗର ଅବସ୍ଥିତ ।

(ଖ) ପାର୍ଥକ୍ୟ ଦର୍ଶାଅ ।
୧। କ୍ଷୁଦ୍ର ହିମାଳୟ ବା ହିମାଚଳ ଓ ସିୱାଲିକ୍ :
Answer:

କ୍ଷୁଦ୍ର ହିମାଳୟ ବା ହିମାଚଳ ସିୱାଲିକ୍
(i)ଉଚ୍ଚ ହିମାଳୟର ଦକ୍ଷିଣକୁ କ୍ଷୁଦ୍ର ହିମାଳୟ ବା ହିମାଚଳ ଅବସ୍ଥିତ । ସିୱାଲିକ୍ ତୁଳନାରେ ଏହାର
(ii) ହିମାଚଳ ପ୍ରଦେଶର ରାଜଧାନୀ ଓ ଭାରତର ଏକ ପ୍ରମୁଖ ଶୈଳନିବାସ ସିମ୍ୱା ଏହି ପର୍ବତମାଳା ଉପରେ ଅବସ୍ଥିତ ।
(i) ସିଲିକ୍ ହିମାଳୟର ଦକ୍ଷିଣତମ ପର୍ବତଶ୍ରେଣୀ । ଏହା କମ୍ ଉଚ୍ଚତା ବିଶିଷ୍ଟ ।
(ii)ଏହା ହିମାଳୟର ପାଦଦେଶରେ ଅବସ୍ଥିତ ଏବଂ ଏଥ‌ିରେ ଡେରାଡୁନ୍ ଅବସ୍ଥିତ ।

୨। ଉପନଦୀ ଓ ଶାଖାନଦୀ :
Answer:

ଉପନଦୀ ଶାଖାନଦୀ
(i) ମୁଖ୍ୟ ନଦୀକୁ ଉଭୟ ପାର୍ଶ୍ଵ ରୁ ଜଳ ଯୋଗାଉଥ‌ବା ନଦୀକୁ ଉପନଦୀ କୁହାଯାଏ ।
(ii) ଉପନଦୀ ମୁଖ୍ୟ ନଦୀରେ ମିଶିଲେ ନିଜର ନାମ ହରାଇଥାଏ ।
(i) ମୁଖ୍ୟନଦୀରୁ ଉଭୟ ପାର୍ଶ୍ଵକୁ ଜଳଧାରା ପ୍ରବାହିତ କରୁଥ‌ିବା ନଦୀକୁ ଶାଖାନଦୀ କୁହାଯାଏ ।
(ii) ମୁଖ୍ୟ ନଦୀରୁ ଶାଖାନଦୀ ନୂତନ ନାମ ଦେଇ ପ୍ରବାହିତ ହୁଏ ।

(ଗ) ଭୌଗୋଳିକ କାରଣ ଦର୍ଶାଅ ।
୧। ଉତ୍ତର ଭାରତର ନଦୀଗୁଡ଼ିକ ଚିରସ୍ରୋତା :
Answer:
(i) ଉତ୍ତର ଭାରତର ନଦୀ ଓ ସେମାନଙ୍କର ଉପନଦୀଗୁଡ଼ିକ ହିମାଳୟରୁ ଉତ୍ପତ୍ତି ଲାଭ କରିଛନ୍ତି ।
(ii) ତେଣୁ ବର୍ଷସାରା ଜଳ ପ୍ରବାହିତ ହୋଇଥ‌ିବାରୁ ଏହି ନଦୀଗୁଡ଼ିକ ଚିରସ୍ରୋତା ।

୨। ହିମାଚଳ ପ୍ରଦେଶର ରାଜଧାନୀ ସିମଳା ଭାରତର ଏକ ପ୍ରମୁଖ ଶୈଳନିବାସ ରୂପେ ପରିଗଣିତ ।
Answer:
(i) କ୍ଷୁଦ୍ର ହିମାଳୟ ଉପରେ ସିମଳା ସହର ଅବସ୍ଥିତ । ଏହି ସହର ବହୁ ଉଚ୍ଚରେ ଅବସ୍ଥିତ ହୋଇଥିବାରୁ ଏଠାରେ ଗ୍ରୀଷ୍ମଋତୁରେ ବେଶି ଗରମ ହୁଏ ନାହିଁ ।
(ii) ତେଣୁ ଭାରତର ଶୈଳନିବାସଗୁଡ଼ିକ ମଧ୍ୟରେ ସିମଳା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ଶୈଳନିବାସକୁ ଆସିଥାଆନ୍ତି ।

୩। ଭାରତକୁ ଏକ ଉପଦ୍ବୀପ କୁହାଯାଏ ।
Answer:
(i) ତିନି ପାର୍ଶ୍ଵରେ ଜଳରାଶି ଘେରି ରହିଥିବା ପ୍ରାକୃତିକ ଭୂଭାଗକୁ ଉପଦ୍ବୀପ କୁହାଯାଏ ।
(ii) ପୂର୍ବରେ ବଙ୍ଗୋପସାଗର, ଦକ୍ଷିଣରେ ଭାରତ ମହାସାଗର ଏବଂ ପଶ୍ଚିମରେ ଆରବ ସାଗର ଭାରତର ତିନିପାର୍ଶ୍ଵରେ ଘେରି ରହିଥ‌ିବାରୁ ଏହାକୁ ଉପଦ୍ୱୀପ କୁହାଯାଏ ।

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

(ଘ) ସଂକ୍ଷିପ୍ତ ଟିପ୍ପଣୀ ଲେଖ।
୧। ଉଚ୍ଚ ହିମାଳୟ :
Answer:
(i) ଜାମ୍ମୁ ଓ କାଶ୍ମୀରରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ହିମାଳୟର ଉତ୍ତରାଂଶରେ ଉଚ୍ଚ ହିମାଳୟ ଅବସ୍ଥିତ । ଏହା ହିମାଳୟର ଉଚ୍ଚତମ ପର୍ବତଶ୍ରେଣୀ ।
(ii) ଏଥ‌ିରେ ପୃଥ‌ିବୀର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଅବସ୍ଥିତ । ଅନ୍ୟାନ୍ୟ ଅନେକ ଉଚ୍ଚ ଗିରିଶୃଙ୍ଗ ଏଥ‌ିରେ ରହିଛି ।

୨। ଇନ୍ଦିରାପଏଣ୍ଟ :
Answer:
(i) ଗ୍ରେଟ୍ ନିକୋବର ଦ୍ବୀପର ଦକ୍ଷିଣରେ ୬° ୫୦’ଉ. ଅକ୍ଷାଂଶରେ ଇନ୍ଦିରାପଏଣ୍ଟ ଅବସ୍ଥିତ ।
(ii) ଏହିସ୍ଥାନଟି ଭାରତର ଦକ୍ଷିଣତମ ସ୍ଥାନ ଅଟେ ।

୩ । ନନ୍ଦାଦେବୀ :
Answer:
(i) ଏହା ହିମାଳୟ ପର୍ବତରେ ଥିବା ଏକ ପର୍ବତଶୃଙ୍ଗ ।
(ii) ଏହା ହିମାଳୟ ଅନ୍ତର୍ଗତ ଭାରତର ଉଚ୍ଚତମ ଶୃଙ୍ଗ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ଶୂନ୍ୟସ୍ଥାନ ପୂରଣ କର ।
(୧) ପ୍ରତି ଏକ ଡିଗ୍ରୀ ଦ୍ରାଘିମାପାଇଁ __________________ ମିନିଟ୍ ସମୟ ପାର୍ଥକ୍ୟ ରହିଥାଏ ।
Answer:
୪ ମିନିଟ୍

(୨) ___________________ କୁ ଦକ୍ଷିଣ ଭାରତର ଗଙ୍ଗା କୁହାଯାଏ ।
Answer:
ଗୋଦାବରୀ ନଦୀ

(୩) ପୃଥ‌ିବୀର ଉଚ୍ଚତମ ଶୃଙ୍ଗ _________________ ।
Answer:
ଏଭେରେଷ୍ଟ

(୪) ନଦୀ ଯେଉଁଠି ସମୁଦ୍ର ସହ ମିଳିତ ହୁଏ ତାକୁ _______________________ କୁହାଯାଏ ।
Answer:
ନଦୀ ମୁହାଣ

(୫) ଭାରତର ଉତ୍ତରରେ _______________ ପର୍ବତମାଳା ଅଛି ।
Answer:
ହିମାଳୟ

(୬) ପୃଥ‌ିବୀର ଦ୍ବିତୀୟ ଜନବହୁଳ ଦେଶ ________________ ।
Answer:
ଭାରତ

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

(୭) ଓଡ଼ିଶାର _____________________ ପୂର୍ବଘାଟ ପର୍ବତମାଳାର ଉଚ୍ଚତମ ଶୃଙ୍ଗ ।
Answer:
ଦେଓମାଳି

(୮) ସମୁଦ୍ର ତଳରେ ଭୂମିକମ୍ପ ଯୋଗୁଁ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଢେଉକୁ __________________ କୁହାଯାଏ ।
Answer:
ସୁନାମି

(୯) ___________________ ତ୍ରିକୋଣଭୂମି ପୃଥ‌ିବୀର ବୃହତ୍ତମ ତ୍ରିକୋଣଭୂମି ଅଟେ ।
Answer:
ସୁନ୍ଦରବନ

(୧୦) ______________________ ନଦୀକୁ ଦକ୍ଷିଣ ଭାରତର ଗଙ୍ଗା କୁହାଯାଏ ।
Answer:
ଗୋଦାବରୀ

(ଗ) ସ୍ତମ୍ଭ ମିଳନ କର ।
Answer:
BSE Odisha 6th Class Geography Important Questions Chapter 7(a) ଭାରତ 1
Answer:
BSE Odisha 6th Class Geography Important Questions Chapter 7(a) ଭାରତ 2

(ଘ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ନିମ୍ନଲିଖ ମଧ୍ୟରୁ ଭାରତର କ୍ଷେତ୍ରଫଳ ପ୍ରାୟ କେତେ ବର୍ଗ କିଲୋମିଟର ?
(A) ୩.୨୮ ନିୟୁତ
(B) ୩. ୨୫ ନିୟୁତ
(C) ୩.୨୮ ଲକ୍ଷ
(D) ୩.୨୯ ନିୟୁତ
Answer:
(A) ୩.୨୮ ନିୟୁତ

୨ । ନିମ୍ନଲିଖ ମଧ୍ୟରୁ କେଉଁଟି ହେନ୍ତାଳ ବଣର ମୁଖ୍ୟ ବୃକ୍ଷ ଅଟେ ?
(A) ସୁନ୍ଦରୀ
(B) ଶାଳ
(C) ପାଇନ୍
(D) ହେନ୍ତାଳ
Answer:
(D) ହେନ୍ତାଳ

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

୩ । ମହାନଦୀ କେଉଁ ସାଗରରେ ପଡ଼ିଛି ?
(A) ଆରବ ସାଗର
(B) ବଙ୍ଗୋପସାଗର
(C) ଭାରତ ମହାସାଗର
(D) ଆଣ୍ଟାର୍କଟିକା
Answer:
(B) ବଙ୍ଗୋପସାଗର

୪। ନିମ୍ନଲିଖ ମଧ୍ୟରୁ ଭାରତର ରାଜଧାନୀ କିଏ ?
(A) ଚେନ୍ନାଇ
(B) କୋଲକାତା
(C) ମୁମ୍ବାଇ
(D) ନୂଆଦିଲ୍ଲୀ
Answer:
(D) ନୂଆଦିଲ୍ଲୀ

୫। କେଉଁ ସମାକ୍ଷରେଖା ଭାରତର ମଧ୍ୟଭାଗ ଦେଇ ଯାଇଛି ?
(A) କର୍କଟକ୍ରାନ୍ତି
(B) ମକର କ୍ରାନ୍ତି
(C) ବିଷୁବରେଖା
(D) ସୁନ୍ଦରକ୍ରାନ୍ତି
Answer:
(A) କର୍କଟକ୍ରାନ୍ତି

୬ । ଭାରତ ଓ ଶ୍ରୀଲଙ୍କାକୁ ବିଚ୍ଛିନ୍ନ କରୁଥିବା ପ୍ରଣାଳୀର ନାମ କ’ଣ ?
(A) ୟୁରାଲ ପ୍ରଣାଳୀ
(B) ବେରିଂ ପ୍ରଣାଳୀ
(C) ପକ୍ ପ୍ରଣାଳୀ
(D) ରାନୋସ ପ୍ରଣାଳୀ
Answer:
(C) ପକ୍ ପ୍ରଣାଳୀ

୭ । କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠାରୁ ବଡ଼ ରାଜ୍ୟ କିଏ ?
(A) ମଧ୍ୟପ୍ରଦେଶ
(B) ତାମିଲନାଡୁ
(C) ଉତ୍ତରପ୍ରଦେଶ
(D) ରାଜସ୍ଥାନ
Answer:
(D) ରାଜସ୍ଥାନ

୮ । ନିମ୍ନଲିଖ ମଧ୍ୟରୁ ସହ୍ୟାଦ୍ରୀର ଅନ୍ୟନାମ କ’ଣ ?
(A) ଆରାବଳୀ
(B) ପଶ୍ଚିମଘାଟ
(C) ପୂର୍ବଘାଟ
(D) ମାଉଣ୍ଟଆବୁ
Answer:
(B) ପଶ୍ଚିମଘାଟ

୯ । ଭାରତରେ ବର୍ତ୍ତମାନ କେତୋଟି ରାଜ୍ୟ ଅଛି ?
(A)୨୫
(B) ୩୦
(C) ୩୨
(D)୨୯
Answer:
(D)୨୯

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

୧୦ । କ୍ଷେତ୍ରଫଳ ଦୃଷ୍ଟିରୁ କେଉଁଟି ଭାରତର ସବୁଠାରୁ ଛୋଟରାଜ୍ୟ ?
(A) ବିହାର
(B) ଛତିଶଗଡ଼
(C) ଗୋଆ
(D) ଓଡ଼ିଶା
Answer:
(C) ଗୋଆ

ତୁମ ପାଇଁ କାମ :
→ଭାରତର ରେଖାଙ୍କିତ ମାନଚିତ୍ର ଆଙ୍କି ନିମ୍ନଲିଖଗୁଡ଼ିକୁ ଦର୍ଶାଅ ।

  • କର୍କଟକ୍ର।ନ୍ତି
  • ଭାରତର ପ୍ରମାଣ ଦ୍ରାଘିମାରେଖା
  • ତୁମେ ଯେଉଁ ରାଜ୍ୟରେ ରହୁଛ
  • ଆଣ୍ଡାମାନ ଓ ଲାକ୍ଷାଦ୍ବୀପ
  • ପଶ୍ଚିମଘାଟ ଓ ପୂର୍ବଘାଟ

Answer:
(ନିଜେ କର ।)

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.4

Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.4

Question 1.
>, < ଓ = ମଧ୍ୟରୁ ଉପଯୁକ୍ତ ଚିହ୍ନକୁ କୋଠରି ମଧ୍ୟରେ ଲେଖ ।
(କ) 34587 ______ 10000
ସମାଧାନ:
>

(ଖ) 100000 _____ 99999
ସମାଧାନ:
>

(ଗ) 548421+2 _____ 548121
ସମାଧାନ:
>

(ଘ) 875600 _____ 915840
ସମାଧାନ:
<

(ଙ) 965842 _____ 965742
ସମାଧାନ:
>

(ଚ) 1278942 _____ 999985-2
ସମାଧାନ:
>

(ଛ) 478007+2 _____ 478010-1
ସମାଧାନ:
=

(ଜ) 488007 _____ 4880002
ସମାଧାନ:
<

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.4

Question 2. 
ଦୁଇଟି ସଂଖ୍ୟା ମଧ୍ୟରେ ବଡ଼/ ସାନ ଚିହ୍ନିବା ପାଇଁ ନିମ୍ନୋକ୍ତ କେଉଁ ଉକ୍ତିଗୁଡ଼ିକ ଠିକ୍?

(କ) ଦୁଇଟି ସଂଖ୍ୟାର ଅଙ୍କ ସଂଖ୍ୟା ଅସମାନ ହେଲେ ଯେଉଁ ସଂଖ୍ୟାର ଅଙ୍କ ସଂଖ୍ୟା ଅଧ‌ିକ ସେହି ସଂଖ୍ୟାଟି ବଡ଼ । 
ସମାଧାନ:

(ଖ) ଯଦି ସଂଖ୍ୟା ଦୁଇଟିର ଅଙ୍କ ସଂଖ୍ୟା ସମାନ,ତେବେ ଯେଉଁ ସଂଖ୍ୟାର ବାମପଟ ଅଙ୍କଟି ବଡ଼ ସେହି ସଂଖ୍ୟାଟି ବଡ଼ । 
ସମାଧାନ:

(ଗ) ଯଦି ସଂଖ୍ୟା ଦୁଇଟିର ଅଙ୍କ ସଂଖ୍ୟା ସମାନ, ତେବେ କେବଳ ଡାହାଣ ପାଖରେ ଥିବା ଅଙ୍କଦୁଇଟିକୁ ତୁଳନା କରି ବଡ଼ ସଂଖ୍ୟା ଓ ସାନ ସଂଖ୍ୟା ବଛାଯାଇ ପାରିବ ।
ସମାଧାନ:

(ଘ) ସଂଖ୍ୟା ଦୁଇଟିର ଅଙ୍କସଂଖ୍ୟା ଅସମାନ ହେଲେ କେବଳ ଡାହାଣପଟ ଘରେ ଥ‌ିବା ଅଙ୍କମାନଙ୍କୁ ତୁଳନାକରି ବଡ଼ ସଂଖ୍ୟା ଓ ସାନସଂଖ୍ୟା ନିର୍ଣ୍ଣୟ କରିହେବ ।
ସମାଧାନ:

Question 3.
କେବଳ 1 ଓ 0 କୁ ବ୍ୟବହାର କରି ପାଞ୍ଚଟି ଆଠଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର । ସେଗୁଡ଼ିକୁ ବଡ଼ରୁ ସାନକ୍ରମରେ ସଜାଇ ଲେଖ ।
1 ଓ 0 କୁ ବ୍ୟବହାର କରି ଆଠଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା – 10101010, 10010011, 11111110, 10000000, 11110000 ।
ବଡ଼ରୁ ସାନକ୍ରମରେ ସଜାଇ ଲେ 11111110 > 11110000 > 10101010 > 10010011 > 10000000