BSE Odisha 6th Class Science Solutions Chapter 13 ଚୁମ୍ବକ

Odisha State Board BSE Odisha 6th Class Science Solutions Chapter 13 ଚୁମ୍ବକ Textbook Exercise Questions and Answers.

BSE Odisha Class 6 Science Solutions Chapter 13 ଚୁମ୍ବକ

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) କୃତ୍ରିମ ଚୁମ୍ବକର ଗୋଟିଏ ଉଦାହରଣ ହେଉଛି ………….. ।
(ଖ) ପ୍ରାକୃତିକ ଚୁମ୍ବକରେ ଥିବା ଲୁହାପଥରର ନାମ ହେଉଛି ………….. ।
(ଗ) ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ………….. ।
(ଘ) ଦଣ୍ଡ ଚୁମ୍ବକର ଆକର୍ଷଣ ମଝି ଅଂଶ ଅପେକ୍ଷା ମେରୁଠାରେ ………….. ।
ଉ –
(କ) ଦଣ୍ଡଚୁମ୍ବକ
(ଖ) ମାଗ୍ନେଟାଇଟ୍
(ଗ) ୨
(ଘ) ଅଧ୍ବକ

Question 2.
ଭୁଲ୍ ଥିଲେ ସଂଶୋଧନ କରି ଲେଖ ଓ ସଂଶୋଧ ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
(କ) ଚୁମ୍ବକର ଆକୃତି ଚେପ୍‌ଟା ହୋଇପାରିବ ନାହିଁ ।
(ଖ) ସୀସା ଗୋଟିଏ ଅଚୁମ୍ବକୀୟ ବସ୍ତୁ ।
(ଗ) ଗୋଟିଏ ଚୁମ୍ବକର ମେରୁ ଦୁଇଟି ସମମେରୁ ।
(ଘ) ଅଶ୍ଵକ୍ଷୁରାକୃତି ଚୁମ୍ବକର ଦିଶାତ୍ମକ ଗୁଣ ନଥାଏ ।
ଉ –
(କ) ଚୁମ୍ବକର ଆକୃତି ଚେପ୍‌ଟା ହୋଇପାରିବ ।
(ଖ) ଏହା ଠିକ୍ ଅଛି ।
(ଗ) ଗୋଟିଏ ଚୁମ୍ବକର ମେରୁ ଦୁଇଟି ବିଷମ ମେରୁ ।
(ଘ) ଅଶ୍ଵକ୍ଷୁରାକୃତି ଚୁମ୍ବକର ଦିଶାତ୍ମକ ଗୁଣ ଥାଏ ।

BSE Odisha 6th Class Science Solutions Chapter 13 ଚୁମ୍ବକ

Question 3.
ଦୁଇଟି ସମଆକୃତିର ଦଣ୍ଡ ଦିଆଯାଇଛି । ଅନ୍ୟ କିଛି ବସ୍ତୁ ଏପରିକି ସୂତା ଖଣ୍ଡେ ମଧ୍ୟ ନାହିଁ । ଦୁଇଟି ଦଣ୍ଡ ଭିତରୁ ଗୋଟିଏ ଚୁମ୍ବକ ଓ ଅନ୍ୟଟି ଲୁହାଖଣ୍ଡ । ଦୁଇଟି ଦଣ୍ଡ ଭିତରୁ କେଉଁଟି ଲୁହାଦଣ୍ଡ ପରୀକ୍ଷାଦ୍ୱାରା କିପରି ନିର୍ଣ୍ଣୟ କରିବ ଲେଖ ।
ଉ –

  • ଦୁଇଟି ସମଆକୃତିର ଦଣ୍ଡ ନିଆଯାଉ ।
  • ଗୋଟିଏ ଦଣ୍ଡକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖ୍ ଅନ୍ୟ ଦଣ୍ଡଟିର ଏକ ପ୍ରାନ୍ତକୁ ପ୍ରଥମ ଦଣ୍ଡିଟର ଗୋଟିଏ ପ୍ରାନ୍ତ ନିକଟକୁ ନିଆଯାଉ ।
  • ପୁନଶ୍ଚ ପ୍ରଥମ ଦଣ୍ଡର ପ୍ରାନ୍ତଟି ଦ୍ବିତୀୟ ଦଣ୍ଡର ଅନ୍ୟ ପ୍ରାନ୍ତକୁ ଆକର୍ଷଣ କରିବାରୁ, ଏହା ଜଣାଗଲା ଯେ ପ୍ରଥମ ଦଣ୍ଡଟି ଚୁମ୍ବକ ଓ ଦ୍ୱିତୀୟ ଦଣ୍ଡଟି ଏକ ଲୁହାଦଣ୍ଡ । କାରଣ ଦ୍ବିତୀୟ ଦଣ୍ଡଟି ଚୁମ୍ବକ ହୋଇଥିଲେ ଚୁମ୍ବକଦ୍ବୟର

Question 4.
ଚୁମ୍ବକର ଧର୍ମଗୁଡ଼ିକୁ ସଂକ୍ଷେପରେ ବର୍ଣ୍ଣନା କର ।
ଉ –

  • ଚୁମ୍ବକ ଚୁମ୍ବକୀୟ ପଦାର୍ଥଗୁଡ଼ିକୁ ଆକର୍ଷଣ କରେ । ଚୁମ୍ବକ ଲୁହା, ଇସ୍ପାତ୍, ନିକେଲ ଓ କୋବାଲଟ୍‌ ଓ ସେଗୁଡ଼ିକର କିଛି ଯୌଗିକକୁ ଆକର୍ଷଣ କରେ । ଏଲୁମିନିୟମ୍, ସୀସା, ତମ୍ବା, କାଠ, କାଚ, ପ୍ଲାଷ୍ଟିକ ଆଦି ଅଚୁମ୍ବକୀୟ ପଦାର୍ଥକୁ ଆକର୍ଷଣ କରେ ନାହିଁ ।
  • ପ୍ରତି ଚୁମ୍ବକର ଦୁଇଟି ମେରୁ ଥାଏ ଓ ଏହି ମେରୁ ଚୁମ୍ବକର ଦୁଇମୁଣ୍ଡ ଆଡ଼କୁ ରହିଥାଏ । ମେରୁଠାରେ ଚୁମ୍ବକର ଆକର୍ଷଣ ଗୁଣ ଚୁମ୍ବକର ଅନ୍ୟ ଅଂଶର ଆକର୍ଷଣ ଗୁଣଠାରୁ ଅଧିକ ।
  • ଚୁମ୍ବକର ଦିଶାତ୍ମକ ଧର୍ମଥାଏ ।
    ଚୁମ୍ବକର ଯେଉଁ ମେରୁଟି ଉତ୍ତର ଦିଗ ଆଡ଼କୁ ରହେ ତାହାକୁ ଉତ୍ତର ମେରୁ କହନ୍ତି । ସେହିପରି ଯେଉଁ ମେରୁ ଦକ୍ଷିଣ ଦିଗକୁ ରହେ ତାହାକୁ ଦକ୍ଷିଣ ମେରୁ କହନ୍ତି ।
  • ଦୁଇଟି ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରନ୍ତି ଓ ବିଷମମେରୁ ପରସ୍ପରକୁ ଆକର୍ଷଣ କରନ୍ତି । ଦୁଇଟି ଚୁମ୍ବକର ସମମେରୁ ମଧ୍ୟରେ ବିକର୍ଷଣ ହିଁ ବସ୍ତୁଟି ଚୁମ୍ବକ କି ନୁହେଁ ତାହା ଜାଣିବାର ଅସଲ ପରୀକ୍ଷା ।

BSE Odisha 6th Class Science Solutions Chapter 13 ଚୁମ୍ବକ

Question 5.
ଗୋଟିଏ ଦଣ୍ଡ ଚୁମ୍ବକର ମେରୁଗୁଡ଼ିକ ଚିହ୍ନିତ ହୋଇନାହିଁ । ତାର ଦକ୍ଷିଣ ମେରୁକୁ କେମିତି ଚିହ୍ନିବ ?
ଉ –

  • ଗୋଟିଏ ଦଣ୍ଡ ଚୁମ୍ବକ ନେଇ ତାର ଗୋଟିଏ ପ୍ରାନ୍ତକୁ ଚଖଡ଼ି ଦ୍ଵାରା ଚିହ୍ନିତ କରାଯାଉ ।
  • ଖଣ୍ଡେ ଲମ୍ବା କାଠ ବାଡ଼ିନେଇ ତା’ର ମଝିରେ ସୂତା ସାହାଯ୍ୟରେ ଦଣ୍ଡ ଚୁମ୍ବକକୁ ଭୂସମାନ୍ତର ଭାବେ ଝୁଲାଇଦିଅ ଯେପରିକି ସୂତା ଚାରିପାରେ ଘୂରିପାରିବ ।
  • ଦଣ୍ଡ ଚୁମ୍ବକଟି କିଛି ସମୟ ଦୋହଲିବା ପରେ ସ୍ଥିର ହୋଇ ରହିବ । ଏହି ସମୟରେ ଚିହ୍ନିତ ହୋଇଥିବା ପ୍ରାନ୍ତ କେଉଁ ଦିଗରେ ରହୁଛି ତାହାକୁ ଚିହ୍ନିରଖ ।
  • ପୁଣିଥରେ ଚୁମ୍ବକଟିକୁ ହଲାଇ ଦିଅ । ଏହା ପୁନଶ୍ଚ କିଛି ସମୟ ଦୋଳନ କରି ସେହି ଏକାଦିଗରେ ସ୍ଥିର ହୋଇ ରହିବ ।
  • ତୁମେ ଦେଖ୍ ଚୁମ୍ବକର ଗୋଟିଏ ନିର୍ଦ୍ଦିଷ୍ଟ ମେରୁ ସବୁବେଳେ ଉତ୍ତର ଦିଗ ଆଡ଼କୁ ଓ ଅନ୍ୟ ମେରୁଟି ସବୁବେଳେ ଦକ୍ଷିଣ ଦିଗ ଆଡ଼କୁ ରହୁଛି । ଯେଉଁ ମେରୁଟି ଦକ୍ଷିଣ ଦିଗକୁ ରହିଲା ତାହା ଦକ୍ଷିଣ ମେରୁ ଅଟେ ।

Question 6.
ସେ.ମି.ର ଗୋଟିଏ ଦଣ୍ଡ ଚୁମ୍ବକକୁ କାଟି ଦୁଇଖଣ୍ଡ କରିଦିଆଗଲା । ଗୋଟିଏ ଖଣ୍ଡର ଲମ୍ବ ୧୨ ସେ.ମି. ଓ ଅନ୍ୟଟିର ଲମ୍ବ ୬ ସେ.ମି. । ତଳେ ଦିଆଯାଇଥ‌ିବା ବାକ୍ୟଗୁଡ଼ିକ ଠିକ୍ କି ଭୁଲ୍ ପ୍ରତିପାଦନ କର ।
(କ) ୧୨ ସେ.ମି. ଓ ୬ ସେ.ମି. ଲମ୍ବ ଉଭୟ ଖଣ୍ଡରେ କେବଳ ଗୋଟିଏ ଲେଖାଏଁ ମେରୁ ରହିବ ।
(ଖ) ୧୨ ସେ.ମି. ଖଣ୍ଡରେ ଦୁଇଟି ମେରୁ ଓ ୬ ସେ.ମି. ଖଣ୍ଡରେ ଗୋଟିଏ ମେରୁ ରହିବ ।
(ଗ) ୧୨ ସେ.ମି. ଖଣ୍ଡର ମେରୁର ଶକ୍ତି ୬ ସେ.ମି. ଖଣ୍ଡର ମେରୁର ଶକ୍ତିର ଦୁଇଗୁଣ ହେବ ।
(ଘ) ଉଭୟ ଖଣ୍ଡରେ ଦୁଇଟି ଲେଖାଏଁ ମେରୁ ରହିବ ।
ଉ –
(କ) ଭୁଲ୍,
(ଖ) ଭୁଲ୍,
(ଗ) ଠିକ୍,
(ଘ) ଠିକ୍ ।

BSE Odisha 6th Class Science Solutions Chapter 13 ଚୁମ୍ବକ

ଚୁମ୍ବକ Notes :

→ ଚୁମ୍ବକର ଆବିଷ୍କାର :
(i) ସର୍ବପ୍ରଥମେ ଗ୍ରୀସ୍ ଦେଶର ଏସିଆ ମାଇନର ଅଞ୍ଚଳରେ ମାଗ୍‌ନେସ୍ ନାମକ ଜଣେ ମେଷପାଳକ ଏକ ପଥର ଆବିଷ୍କାର କରିଥିଲେ । ତାଙ୍କ ନାମାନୁସାରେ ଏହି ପଥରର ନାମ ମାଗନେଟ୍ ।
(ii) ମାଗନେଟ୍‌ର ଓଡ଼ିଆ ଅନୁବାଦ ହେଉଛି ଚୁମ୍ବକ । ଚୁମ୍ବକର ଗୁଣକୁ ଚୁମ୍ବକତ୍ଵ କୁହାଯାଏ ।
(iii) ପ୍ରାକୃତିକ ଚୁମ୍ବକ ଚୁମ୍ବକତ୍ଵ ଗୁଣ ଦେଖାଏ । ଏହାର ଅନ୍ୟନାମ ହେଉଛି ଲୋନ୍‌ଷ୍ଟୋନ୍ । ଏଥ‌ିରେ ମାଗ୍ନେଟାଇଟ୍‌ ନାମକ ଲୁହାପଥର ରହିଥାଏ ।

→ ଚୁମ୍ବକର ବିଭିନ୍ନ ଆକୃତି :

  • ଚୁମ୍ବକ ପ୍ରାକୃତିକ ଓ କୃତ୍ରିମ ରୂପରେ ମିଳେ ।
  • ପ୍ରାକୃତିକ ଚୁମ୍ବକର ନିର୍ଦ୍ଦିଷ୍ଟ ଆକୃତି ନଥାଏ । ମାତ୍ର କୃତ୍ରିମ ଚୁମ୍ବକର ନିର୍ଦ୍ଦିଷ୍ଟ ଆକୃତି ଥାଏ; ଯଥା ଦଣ୍ଡ ଚୁମ୍ବକ, ଅଶ୍ଵକ୍ଷୁରାକୃତି ଚୁମ୍ବକ ବା U ଆକୃତିର ଚୁମ୍ବକ, ବଲ୍‌ବ ପ୍ରାନ୍ତୀୟ ଚୁମ୍ବକ, ସୂଚୀ ଚୁମ୍ବକ ଓ କମ୍ପାସ ଇତ୍ୟାଦି ।
    BSE Odisha 6th Class Science Solutions Chapter 13 ଚୁମ୍ବକ - 1

→ ଚୁମ୍ବକୀୟ ଓ ଅଚୁମ୍ବକୀୟ ବସ୍ତୁ :

  • ଚୁମ୍ବକ୍ ଯେଉଁ ବସ୍ତୁକୁ ନିଜ ଆଡ଼କୁ ଆକର୍ଷିତ କରେ ସେଗୁଡ଼ିକୁ ଚୁମ୍ବକୀୟ ବସ୍ତୁ କୁହାଯାଏ । ଲୁହା, ନିକେଲ୍, କୋବାଲ୍ଟ ଓ ଇସ୍ପାତ୍ ପ୍ରଭୃତି ଚୁମ୍ବକୀୟ ବସ୍ତୁ ।
  • ଚୁମ୍ବକଦ୍ବାରା ଆକର୍ଷିତ ହେଉନଥିବା ବସ୍ତୁକୁ ଅଚୁମ୍ବକୀୟ ବସ୍ତୁ କୁହାଯାଏ । କାଚ, କାଠ, କାଗଜ, ପ୍ଲାଷ୍ଟିକ୍ ଆଦି ଅଚୁମ୍ବକୀୟ ବସ୍ତୁ ।
    ସବୁ ଧାତୁ ଚୁମ୍ବକୀୟ ପଦାର୍ଥ ନୁହେଁ ।
  • ସବୁ କୃତ୍ରିମ ଚୁମ୍ବକ ଚୁମ୍ବକୀୟ ବସ୍ତୁରୁ ତିଆରି ହୁଏ ।
  • ବେଳେବେଳେ ବସ୍ତୁରେ ଆଲୁମିନିୟମ୍ ଧାତୁ ମିଶାଇ ହାଲୁକା ଓ ଶକ୍ତ ଚୁମ୍ବକ ତିଆରି କରାଯାଏ । ଏହାକୁ ଆଲ୍‌କୋ ଚୁମ୍ବକ କହନ୍ତି ।
    BSE Odisha 6th Class Science Solutions Chapter 13 ଚୁମ୍ବକ - 2

BSE Odisha 6th Class Science Solutions Chapter 13 ଚୁମ୍ବକ

ତୁମପାଇଁ କାମ – ୧

  • ତୁମ ଚାରିପଟେ ଥ‌ିବା କିଛି ବସ୍ତୁ ସଂଗ୍ରହ କର । ଦଣ୍ଡ ଚୁମ୍ବକଟିଏ ନିଅ । ତା’ର ଗୋଟିଏ ମୁଣ୍ଡକୁ ହାତରେ ଧରି ଆର ମୁଣ୍ଡକୁ ସଂଗ୍ରହ କରିଥିବା ଗୋଟିଏ ବସ୍ତୁ ପାଖକୁ ନିଅ ।
  • ବସ୍ତୁଟି ଚୁମ୍ବକ ଆଡ଼କୁ ଆକର୍ଷିତ ହେଉଛି କି ନାହିଁ ଲକ୍ଷ୍ୟ କରି ସାରଣୀଟି ପୂରଣ କର ।

→ ବସ୍ତୁର ପ୍ରକାର :

ତୁମପାଇଁ କାମ – ୩

  • ଖଣ୍ଡିଏ କାଗଜ ଟେବୁଲ ଉପରେ ବିଛାଇ ତା’ ଉପରେ କିଛି ଲୁହା ଗୁଣ୍ଡ ଛିଞ୍ଚି ଦିଅ ।
  • ଏହାରି ଉପରେ ଦଣ୍ଡ ଚୁମ୍ବକ ଗଡ଼ାଇ ଦିଅ, ଚୁମ୍ବକର କେଉଁ ଅଂଶରେ ବେଶି ଲୁହାଗୁଣ୍ଡ ଲାଗୁଛି ଭଲ କରି ଲକ୍ଷ୍ୟ କର ।
  • ଚୁମ୍ବକର ମଝିଅଂଶ ଅପେକ୍ଷା ଦୁଇ ପ୍ରାନ୍ତରେ ବେଶି ଲୁହା ଗୁଣ୍ଡ ଲାଗିଛି କି ?
    • ପ୍ରତି ଚୁମ୍ବକର ଦୁଇଟି ମେରୁ ଥାଏ ଓ ଏହି ମେରୁ ଚୁମ୍ବକର ଦୁଇମୁଣ୍ଡ ଆଡ଼କୁ ରହିଥାଏ ।
    • ବେଶୀ ଚୁମ୍ବକୀୟ ଗୁଣ ଦେଖାଉଥିବା ଚୁମ୍ବକର ଦୁଇ ପ୍ରାନ୍ତକୁ ମେରୁ କୁହାଯାଏ ।
    • ମେରୁର ଆକର୍ଷଣ ଗୁଣ ଚୁମ୍ବକର ଅନ୍ୟ ଅଂଶର ଆକର୍ଷଣ ଗୁଣଠାରୁ ଅଧ୍ଵ ।

ଚୁମ୍ବକଦ୍ୱାରା ଦିଗ ନିର୍ଣ୍ଣୟ –

  • ଏକ ଦଣ୍ଡ ଚୁମ୍ବକର ଠିକ୍ ମଝିରେ ସୂତାଟିଏ ବାନ୍ଧି ଝୁଲାଇଲେ, ଚୁମ୍ବକର ଗୋଟିଏ ନିର୍ଦ୍ଦିଷ୍ଟ ମେରୁ ସବୁବେଳେ ଉତ୍ତର ଆଡ଼କୁ ଓ ଅନ୍ୟ ମେରୁଟି ସବୁବେଳେ ଦକ୍ଷିଣ ଆଡ଼କୁ ରହିବ ।
  • ଦଣ୍ଡ ଚୁମ୍ବକର ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଉତ୍ତର ଦିଗ ଆଡ଼କୁ ରହେ ତାକୁ ଉତ୍ତର ସନ୍ଧାନୀ ମେରୁ ବା ଉତ୍ତର ମେରୁ କହନ୍ତି । ସେହିପରି ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଦକ୍ଷିଣ ଦିଗକୁ ରହେ ତାହାକୁ ଦକ୍ଷିଣ ସନ୍ଧାନୀ ମେରୁ ବା ଦକ୍ଷିଣ ମେରୁ କହନ୍ତି ।
    BSE Odisha 6th Class Science Solutions Chapter 13 ଚୁମ୍ବକ - 4
  • ଚୁମ୍ବକର ଦିଶାତ୍ମକ ଧର୍ମଯୋଗୁଁ ତାକୁ ମୁକ୍ତ ଭାବେ ଝୁଲାଇ ରଖିଲେ ଉତ୍ତର, ଦକ୍ଷିଣ ଦିଗ ନିର୍ଣ୍ଣୟରେ ସାହାଯ୍ୟ କରେ ।
    କମ୍ପାସ ଏକ ସ୍ବତନ୍ତ୍ରଭାବେ ନିର୍ମିତ ଚୁମ୍ବକ ଭିଭିକ ଯନ୍ତ୍ର ଯାହା ସାହାଯ୍ୟରେ ଦିଗ ନିରୂପଣ କରାଯାଏ ।

→ ଚୁମ୍ବକୀୟ ମେରୁମାନଙ୍କ ମଧ୍ୟରେ ଆକର୍ଷଣ ଓ ବିକର୍ଷଣ –
ଦୁଇଟି ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରନ୍ତି ଓ ବିଷମମେରୁ ପରସ୍ପରକୁ ଆକର୍ଷଣ କରନ୍ତି ।

→ ଚୁମ୍ବକର ବ୍ୟବହାର –

  • ଚୁମ୍ବକର ଦିଶାତ୍ମକ ଧର୍ମକୁ ବ୍ୟବହାରକରି ନାବିକ କମ୍ପାସ ତିଆରି କରାଯାଇଛି । ଏହାଦ୍ଵାରା ସହଜରେ ଦିଗ ନିର୍ଣ୍ଣୟ କରିହୁଏ ।
  • ଲୁହାଗୁଣ୍ଡ ସହିତ ଅନ୍ୟ ବସ୍ତୁର ମିଶ୍ରଣରୁ ଚୁମ୍ବକଦ୍ଵାରା ଲୁହାଗୁଣ୍ଡକୁ ଅଲଗା କରାଯାଇପାରେ ।
  • କେତେକ ଆଲମାରୀ ଓ ରେଫ୍ରିଜିରେଟର୍‌ର ଦ୍ଵାର ବନ୍ଦ କରିବାପାଇଁ ଚୁମ୍ବକ ବ୍ୟବହାର କରାଯାଏ । କେତେକ ବ୍ୟାଗକୁ ମଧ୍ଯ ଚୁମ୍ବକୀୟ ବୋତାମ ଦ୍ଵାରା ବନ୍ଦ କରାଯାଏ ।
  • ବିଦ୍ୟୁତ୍ ମୋଟର, ଜେନେରେଟର୍‌, ଭାରୀ ଲୁହା ଜାତୀୟ ବସ୍ତୁକୁ ଉଠାଇବାପାଇଁ କ୍ରେନ୍ ପ୍ରଭୃତି ଯନ୍ତ୍ରପାତିରେ
  • କେତେକ ଯନ୍ତ୍ର ଭିତରେ ଥିବା ଛୋଟ ସ୍କୁକୁ ଚୁମ୍ବକୀୟ ସ୍ଫୁଡ୍ରାଇଭର ବ୍ୟବହାର କରି ଖୋଲାଯାଏ ବା ଲଗାଯାଏ । ଚୁମ୍ବକକୁ ଟେଲିଭିଜନ୍, କମ୍ପ୍ୟୁଟର, କ୍ୟାସେଟ୍, ସି.ଡ଼ି. ପ୍ରଭୃତି ନିକଟକୁ ନେବା ଉଚିତ ନୁହେଁ, ନଚେତ୍‌ ସେଗୁଡ଼ିକ କ୍ଷତିଗ୍ରସ୍ତ ହେବ ।

Question
ତୁମେ ଦେଖୁଥ‌ିବା ଯନ୍ତ୍ରପାତି, ଯେଉଁଥରେ ଚୁମ୍ବକର ବ୍ୟବହାର ହେଉଛି, ତା’ର ଏକ ତାଲିକା କର ।
ଉ –
ରେଡ଼ିଓ, ଟେଲିଭିଜନ୍, କେତେକ ଖେଳନା, କ୍ରେନ୍, ରେଫ୍ରିଜେରେଟର୍, ଚୁମ୍ବକୀୟ ସ୍ଫୁଡ୍ରାଇଭର ଇତ୍ୟାଦିରେ ଚୁମ୍ବକର ବ୍ୟବହାର ହେଉଛି ।

BSE Odisha 6th Class Science Important Questions Chapter 13 ଚୁମ୍ବକ

Odisha State Board BSE Odisha 6th Class Science Important Questions Chapter 13 ଚୁମ୍ବକ Important Questions and Answers.

BSE Odisha Class 6 Science Important Questions Chapter 13 ଚୁମ୍ବକ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଆଲ୍‌କୋ ଚୁମ୍ବକ କହିଲେ କ’ଣ ବୁଝ ?
ଉ –

  • ସବୁ କୃତ୍ରିମ ଚୁମ୍ବକ ଚୁମ୍ବକୀୟ ବସ୍ତୁରୁ ତିଆରି ହୁଏ ।
  • ବେଳେବେଳେ ବସ୍ତୁରେ ଆଲୁମିନିୟମ୍ ଧାତୁ ମିଶାଇ ହାଲୁକା ଓ ଶକ୍ତ ଚୁମ୍ବକ ତିଆରି କରାଯାଏ । ଏହାକୁ ଆଲ୍‌ନିକୋ ଚୁମ୍ବକ କହନ୍ତି ।

Question 2.
ଏକ ଦଣ୍ଡ ଚୁମ୍ବକର ମେରୁକୁ ଚିହ୍ନିବା କିପରି ?
ଉ –

  • ଏକ ଦଣ୍ଡ ଚୁମ୍ବକକୁ ସୂତା ସାହାଯ୍ୟରେ ଝୁଲାଇଲେ, ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଉତ୍ତର ଦିଗ ଆଡ଼କୁ ରହେ ତାହାକୁ ଉତ୍ତର ମେରୁ କହନ୍ତି ।
  • ସେହିଭଳି ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଦକ୍ଷିଣ ଦିଗକୁ ରହେ ତାହାକୁ ଦକ୍ଷିଣ ମେରୁ କହନ୍ତି ।

Question 3.
ଚୁମ୍ବକର ସମମେରୁ ଓ ବିଷମ ମେରୁ ମଧ୍ୟରେ ପାର୍ଥକ୍ୟ ଲେଖ ।
ଉ –

  • ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରେ ।
  • ଚୁମ୍ବକର ବିଷମ ମେରୁ ପରସ୍ପରକୁ ଆକର୍ଷଣ କରେ ।

Question 4.
ଚୁମ୍ବକ ବ୍ୟବହୃତ ହେଉଥ‌ିବା 4ଟି ଯନ୍ତ୍ରର ନାମ ଲେଖ ।
ଉ –
ଚୁମ୍ବକ ବ୍ୟବହୃତ ହେଉଥିବା ଯନ୍ତ୍ରଗୁଡ଼ିକର ନାମ ହେଲା – କ୍ରେନ୍, ବିଦ୍ୟୁତ୍‌ମୋଟର୍‌, ଜେନେରେଟର୍, ଫ୍ରିଜ୍, ଟେଲିଭିଜନ ଇତ୍ୟାଦି ।

Question 5.
ଚୁମ୍ବକ କ’ଣ ? ଏହା କେତେ ପ୍ରକାରର ଓ କ’ଣ କ’ଣ ?
ଉ –
ଚୁମ୍ବକ ଦୁଇ ପ୍ରକାରର ଅଟେ; ଯଥା – ପ୍ରାକୃତିକ ଚୁମ୍ବକ ଓ କୃତ୍ରିମ ଚୁମ୍ବକ ।

BSE Odisha 6th Class Science Important Questions Chapter 13 ଚୁମ୍ବକ

Question 6.
କେଉଁସବୁ ଆକୃତିର କୃତ୍ରିମ ଚୁମ୍ବକ ମିଳେ ?
ଉ –
ବିଭିନ୍ନ ଆକୃତିର କୃତ୍ରିମ ଚୁମ୍ବକ ମିଳେ; ଯଥା – ଦଣ୍ଡ ଚୁମ୍ବକ, ଅଶ୍ୱକ୍ଷୁରାକୃତି ଚୁମ୍ବକ ବା U ଆକୃତିର ଚୁମ୍ବକ, ବଲ୍‌ବ ପ୍ରାନ୍ତୀୟ ଚୁମ୍ବକ, ସୂଚୀ ଚୁମ୍ବକ ଓ କମ୍ପାସ୍ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ପ୍ରାକୃତିକ ଚୁମ୍ବକ ଓ କୃତ୍ରିମ ଚୁମ୍ବକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 6th Class Science Important Questions Chapter 13 ଚୁମ୍ବକ - 1

Question 2.
ଗୋଟିଏ ବସ୍ତୁ ଚୁମ୍ବକ କି ଚୁମ୍ବକୀୟ ପଦାର୍ଥ କିପରି ଜାଣିବ ?
ଉ –

  • ଚୁମ୍ବକୀୟ ପଦାର୍ଥଟି ଅନ୍ୟ ଏକ ଦଣ୍ଡ ଚୁମ୍ବକର ଉଭୟ ମେରୁଦ୍ୱାରା ଆକର୍ଷିତ ହେବ ।
  • ବସ୍ତୁଟି ଚୁମ୍ବକ ହୋଇଥିଲେ ଏକ ଦଣ୍ଡ ଚୁମ୍ବକର ଗୋଟିଏ ମେରୁଦ୍ବାରା ଆକର୍ଷିତ ହେଲାବେଳେ ଅନ୍ୟ ମେରୁଦ୍ୱାରା ବିକର୍ଷିତ ହେବ ।
  • ଗୋଟିଏ ବସ୍ତୁ ଚୁମ୍ବକ କି ଚୁମ୍ବକୀୟ ପଦାର୍ଥ, ଏହା କେବଳ ଦୁଇଟି ଚୁମ୍ବକୀୟ ମେରୁ ମଧ୍ୟରେ ଥିବା ବିକର୍ଷଣ ବଳଦ୍ଵାରା ଜଣାପଡ଼ିଥାଏ । ବିକର୍ଷଣ ଚୁମ୍ବକତ୍ଵର ପ୍ରକୃତ ପରୀକ୍ଷା ।

Question 3.
ଚୁମ୍ବକର ବ୍ୟବହାର ଗୁଡ଼ିକ ଲେଖ ।
ଉ –

  • ଚୁମ୍ବକର ଦିଶାତ୍ମକ ଧର୍ମକୁ ବ୍ୟବହାର କରି, ନାବିକ କମ୍ପାସ ତିଆରି କରାଯାଇଛି । ଏହାଦ୍ଵାରା ସହଜରେ ଦିଗ ନିର୍ଣ୍ଣୟ କରିହୁଏ ।
  • ଲୁହାଗୁଣ୍ଡ ସହିତ ଅନ୍ୟବସ୍ତୁର ମିଶ୍ରଣରୁ ଚୁମ୍ବକଦ୍ୱାରା ଲୁହାଗୁଣ୍ଡକୁ ଅଲଗା କରାଯାଇପାରେ ।
  • କେତେକ ଆଲ୍‌ମାରୀ ଓ ରେଫ୍ରିଜେରେଟର୍ ଦ୍ୱାର ବନ୍ଦ କରିବାପାଇଁ ଚୁମ୍ବକ ବ୍ୟବହାର କରାଯାଏ । କେତେକ ବ୍ୟାଗକୁ ଚୁମ୍ବକୀୟ ବୋତାମ ଦ୍ଵାରା ବନ୍ଦ କରାଯାଏ ।
  • ବିଦ୍ୟୁତ୍ ମୋଟର, ଜେନେରେଟର, ଭାରୀ ଲୁହା ଜାତୀୟ ବସ୍ତୁକୁ ଉଠାଇବାପାଇଁ କ୍ରେନ୍ ପ୍ରଭୃତି ଯନ୍ତ୍ରପାତିରେ ଚୁମ୍ବକ ବ୍ୟବହାର କରାଯାଏ ।
  • କେତେକ ଯନ୍ତ୍ର ଭିତରେ ଥ‌ିବା ଛୋଟ ସ୍କୁକୁ ଚୁମ୍ବକୀୟ ସ୍କୃ ଡ୍ରାଇଭର ବ୍ୟବହାର କରି ଖୋଲାଯାଏ ବା ଲଗାଯାଏ ।

BSE Odisha 6th Class Science Important Questions Chapter 13 ଚୁମ୍ବକ

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଚୁମ୍ବକର …………… ଟି ମେରୁ ଥାଏ ।
(ଖ) ମ୍ୟାଗନେଟ୍‌ର ଅନ୍ୟ ନାମ ………….
(ଗ) କୃତ୍ରିମ ଚୁମ୍ବକ ………….. ବସ୍ତୁରୁ ତିଆରି କରାଯାଏ ।
(ଘ) ଚୁମ୍ବକୀୟ ମେରୁ …………… ।
(ଙ) ଆଲୁମିନିୟମ୍ ଗୋଟିଏ …………. ବସ୍ତୁ ।
(ଚ) ଚୁମ୍ବକୀୟ ଗୁଣ ଦେଖାଉଥ‌ିବା ଚୁମ୍ବକର ଦୁଇ ପ୍ରାନ୍ତକୁ ………………… କୁରାଯାଏ ।
ଉରର –
(କ) ଦୁଇ
(ଖ) ଲୋଡ଼ଷ୍ଟାନ୍
(ଗ) ଚୁମ୍ବକୀୟ
(ଘ) ଦିଗ
(ଙ) ଅଚୁମ୍ବକୀୟ
(ଚ) ମେରୁ

Question 2.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଚୁମ୍ବକର ଆକର୍ଷଣ କ୍ଷମତା
(i) ମେରୁଠାରେ ସର୍ବାଧ୍ଵ
(ii) ଚୁମ୍ବକର କେନ୍ଦ୍ରଭାଗରେ ସର୍ବାଧ୍ଵକ
(iii) ମେରୁଠାରେ ସର୍ବନିମ୍ନ
(iv) ସବୁଠାରେ ସମାନ
ଉ –
(i) ମେରୁଠାରେ ସର୍ବାଧ୍ଵ

BSE Odisha 6th Class Science Important Questions Chapter 13 ଚୁମ୍ବକ

(ଖ) ଚୁମ୍ବକର ଉତ୍ତର ମେରୁ ଅନ୍ୟ ଏକ ଚୁମ୍ବକର
(i) ଉରର ମେରୁକୁ ଆକର୍ଷଣ କରେ
(ii) ଉତ୍ତର ମେରୁକୁ ବିକର୍ଷଣ କରେ
(iii) ସ୍ଥିରବସ୍ଥାରେ ରହେ
(iv) ଆକର୍ଷଣ କିମ୍ବା ବିକର୍ଷଣ କରିପାରେ
ଉ –
(ii) ଉତ୍ତର ମେରୁକୁ ବିକର୍ଷଣ କରେ

(ଗ) କେଉଁଟି ଏକ ପ୍ରାକୃତିକ ଚୁମ୍ବକ ?
(i) ଲୁହା
(ii) କାର୍ବନ
(iii) ଲିଗ୍‌ନାଇଟ୍
(iv) ମ୍ୟାଗ୍ନେଟାଇଟ୍
ଉ –
(iv) ମ୍ୟାଗ୍ନେଟାଇଟ୍

(ଘ) କେଉଁଟି ଏକ ଚୁମ୍ବକୀୟ ପଦାର୍ଥ ?
(i) ପିତ୍ତଳ
(ii) ତମ୍ବା
(iii) ନିକେଲ
(iv) ରୁପା
ଉ –
(iii) ନିକେଲ

(ଙ) ବସ୍ତୁଟି ଚୁମ୍ବକତ୍ଵ ପାଇଛି କି ନାହିଁ, ତାହା ଏହାର କେଉଁ ଗୁଣରୁ ଜଣାପଡ଼େ ?
(i) ଦିଶାତ୍ମକ
(ii) କୃତିରେ ପରିବର୍ତ୍ତନ
(iii) ରଙ୍ଗରେ ପରିବର୍ତ୍ତନ
(iv) ଭୌତିକ ପରିବର୍ତ୍ତନ
ଉ –
(i) ଦିଶାତ୍ମକ

BSE Odisha 6th Class Science Important Questions Chapter 13 ଚୁମ୍ବକ

Question 3.
ବାମ ପାର୍ଶ୍ଵର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ସଂପର୍କ ଲେଖ ।
(କ) ସମମେରୁ : ବିକର୍ଷଣ :: ବିଷମ ମେରୁ : ………………..
(ଖ) ନିକେଲ୍‌ : ଚୁମ୍ବକୀୟ :: ତମ୍ବା : ………………..
(ଗ) ମାଗ୍‌ନେଟ୍ : ଚୁମ୍ବକ : : ଲୋଡ଼ଷ୍ଟୋନ୍ : ………………..
(ଘ) ପ୍ରାକୃତିକ ଚୁମ୍ବକ : ଅନିର୍ଦ୍ଦିଷ୍ଟ ଆକୃତି :: କୃତ୍ରିମ ଚୁମ୍ବକ : ………………..
(ଙ) ଚୁମ୍ବକ : ଲୁହାଗୁଣ୍ଡ ପୃଥକୀକରଣ :: କମ୍ପାସ : ………………..
ଉ –
(କ) ଆକର୍ଷଣ
(ଖ) ଅନୁମ୍ବକୀୟ
(ଗ) ପ୍ରାକୃତିକ ଚୁମ୍ବକ
(ଘ) ନିର୍ଦ୍ଦିଷ୍ଟ ଆକୃତି
(ଡ) ଦିଗ ନିଶ୍ଚୟ ।

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଚୁମ୍ବକ ଆକର୍ଷଣ କରୁଥିବା ବସ୍ତୁକୁ ଅଚୁମ୍ବକୀୟ ବସ୍ତୁ କହନ୍ତି ।
(ଖ) ଚୁମ୍ବକ ଯେଉଁ ବସ୍ତୁଗୁଡ଼ିକୁ ଆକର୍ଷଣ କରେ ନାହିଁ, ତାହା ଚୁମ୍ବକୀୟ ବସ୍ତୁ ।
(ଗ) ଆଲୁମିନିୟମ୍ ମିଶ୍ରିତ ଶକ୍ତ ଚୁମ୍ବକ୍‌କୁ ପ୍ରାକୃତିକ ଚୁମ୍ବକ କହନ୍ତି ।
(ଙ) ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ଚାରି ।
ଉ –
(କ) ଚୁମ୍ବକ ଆକର୍ଷଣ କରୁଥିବା ବସ୍ତୁକୁ ଚୁମ୍ବକୀୟ ବସ୍ତୁ କହନ୍ତି ।
(ଖ) ଚୁମ୍ବକ ଯେଉଁ ବସ୍ତୁଗୁଡ଼ିକୁ ଆକର୍ଷଣ କରେ ନାହିଁ, ତାହା ଅଚୁମ୍ବକୀୟ ବସ୍ତୁ ।
(ଗ) ଆଲୁମିନିୟମ୍ ମିଶ୍ରିତ ଶକ୍ତ ଚୁମ୍ବକକୁ ଆଲ୍‌କୋ କହନ୍ତି ।
(ଘ) ଚୁମ୍ବକତ୍ଵ ଦେଖାଉଥ‌ିବା ପଥର ହେଉଛି ପ୍ରାକୃତିକ ଚୁମ୍ବକ ।
(ଙ) ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ଦୁଇ ।

BSE Odisha 6th Class Science Important Questions Chapter 13 ଚୁମ୍ବକ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 13 ଚୁମ୍ବକ - 2
ଉ –
BSE Odisha 6th Class Science Important Questions Chapter 13 ଚୁମ୍ବକ - 3

BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

Odisha State Board BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ Important Questions and Answers.

BSE Odisha Class 6 Science Important Questions Chapter 12 ବିଦ୍ୟୁତ୍

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ମୁଦିତ ବିଦ୍ୟୁତ୍ ପରିପଥ କ’ଣ ?
ଉ –

  • ବିଦ୍ୟୁତ୍ ତାର ମାଧ୍ୟମରେ ସେଲ୍ ଓ ବଲ୍‌ବର ସଂଯୁକ୍ତ ବ୍ୟବସ୍ଥାକୁ ମୁଦିତ ବିଦ୍ୟୁତ୍ ପରିପଥ କୁହାଯାଏ ।
  • ମୁଦିତ ପରିପଥରେ ବିଦ୍ୟୁତ୍ ପ୍ରବାହ ହୋଇପାରେ । ପରିପଥଟି ମୁକ୍ତଥିଲେ ବା ସେଥ‌ିରେ କେଉଁଠି ଫାଙ୍କା ରହିଗଲେ ବିଦ୍ୟୁତ୍ ପ୍ରବାହ ହୋଇପାରେ ନାହିଁ ।

Question 2.
ବିଦ୍ୟୁତ୍ ପରିପଥରେ ସୁଇଚ୍‌ର କାର୍ଯ୍ୟ କ’ଣ ?
ଉ –

  • ସୁଇଚ୍ ଦ୍ଵାରା ପରିପଥକୁ ମୁଦିତ କଲେ ସେଥ‌ିରେ ବିଦ୍ୟୁତ୍ ପ୍ରବାହିତ ହୁଏ ।
  • ସୁଇଦ୍ୱାରା ପରିପଥକୁ ମୁକ୍ତ କଲେ ସେଥିରେ ବିଦ୍ୟୁତ୍ ପ୍ରବାହିତ ହୁଏନାହିଁ ।

Question 3.
ବିଦ୍ୟୁତ୍ ସୁପରିବାହୀ କହିଲେ କ’ଣ ବୁଝ ? ଚାରୋଟି ବିଦ୍ୟୁତ୍ ସୁପରିବାହୀର ଉଦାହରଣ ଦିଅ ।
ଉ –

  • ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ତାହାକୁ ବିଦ୍ୟୁତ୍ ସୁପରିବାହୀ କୁହାଯାଏ ।
  • ସମସ୍ତ ଧାତୁ; ଯଥା – ଲୁହା, ସୁନା, ରୁପା, ଆଲୁମିନିୟମ୍ ଆଦି ବିଦ୍ୟୁତ୍ ସୁପରିବାହୀ ।

BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

Question 4.
ଗୋଟିଏ ବିଦ୍ୟୁତ୍ ପରିପଥରେ ବଲ୍‌ବ ଓ ତାରର ଯୋଡ଼େଇ ସ୍ଥାନଗୁଡ଼ିକ ଠିକ୍ ଅଛି ଓ ସୁଇଚ୍ ମଧ୍ଯ ମୁଦିତ ଅଛି, ମାତ୍ର ବଲ୍‌ବ ଆଲୋକ ଦେଉନାହିଁ – କାରଣ ଦର୍ଶାଅ ।
ଉ –

  • ପରିପଥରେ ସେଲ୍ ସଂଯୁକ୍ତ ହୋଇନଥିବାରୁ ତାହା ସଂପୂର୍ଣ୍ଣ ନୁହେଁ ।
  • ସେଲ୍‌ ବିଦ୍ୟୁତ୍ ଶକ୍ତିର ଉତ୍ସ ଅଟେ । ସେଲ୍‌ନଥିବାରୁ ବିଦ୍ୟୁତ୍ ଶକ୍ତି ପାଇନପାରି ବଲ୍‌କ ଆଲୋକ ହେଉନାହିଁ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ବିଦ୍ୟୁତ୍ ସୁପରିବାହୀ ଓ ବିଦ୍ୟୁତ୍ କୁପରିବାହୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –

ବିଦ୍ୟୁତ୍ ସୁପରିବାହୀ ବିଦ୍ୟୁତ୍ କୁପରିବାହୀ
(i) ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ତାହାକୁ ବିଦ୍ୟୁତ୍ ସୁପରିବାହୀ କୁହାଯାଏ । (i) ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ନାହିଁ ତାହାକୁ ବିଦ୍ୟୁତ୍ କୁପରିବାହୀ କୁହାଯାଏ ।
(ii) ସମସ୍ତ ଧାତୁ, ଯଥା – ଲୁହା, ସୁନା, ରୁପା, ଆଲୁମିନିୟମ୍, ତମ୍ବା ଇତ୍ୟାଦି ବିଦ୍ୟୁତ୍ ସୁପରିବାହୀ । (ii) ପ୍ଲାଷ୍ଟିକ୍, ରବର, ଶୁଖୁକାଠ, କାଚ ଆଦି ବିଦ୍ୟୁତ୍ କୁପରିବାହୀ ।

 

Question 2.
ବିଦ୍ୟୁତ୍ ତାର, ସୁଇଚ୍ ଆଦି ସଜାଡ଼ିଲାବେଳେ ରବର ଜୋତା କାହିଁକି ପିନ୍ଧନ୍ତି ?
ଉ –

  • ମଣିଷ ଶରୀର ବିଦ୍ୟୁତ୍ ସୁପରିବାହୀ ଅଟେ ।
  • ବିଦ୍ୟୁତ୍ ତାର, ସୁଇଚ ଆଦି ସଜାଡ଼ିଲାବେଳେ କୌଣସି ପ୍ରକାରେ ଆମ ଶରୀର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାହା ଭୂମିକୁ ସ୍ପର୍ଶକଲେ ମୃତ୍ୟୁର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
  • ରବର ଜୋତା ବିଦ୍ୟୁତ୍ କୁପରିବାହୀ । ରବର ଜୋତା ପିନ୍ଧିଥିଲେ ଆମ ଶରୀରରେ ବିଦ୍ୟୁତ୍ ସ୍ରୋତ ପ୍ରବେଶ କଲେ ମଧ୍ୟ ଭୂମିକୁ ପ୍ରବାହିତ ହୋଇପାରୁନଥ‌ିବାରୁ ଶରୀରର କୌଣସି କ୍ଷତି ହୋଇନଥାଏ । ତେଣୁ ବିଦ୍ୟୁତ୍ ତାର, ସୁଇଚ୍ ଆଦି ସଜାଡ଼ିଲାବେଳେ ରବର ଜୋତା ପିନ୍ଧାଯାଏ ।

Question 3.
ସେଲ୍‌ର ଗଠନ ଚିତ୍ରସହ ବୁଝାଅ ।
ଉ –
BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ - 1

  1. ସେଲ୍‌ର ଗୋଟିଏ ମୁଣ୍ଡର ବାହାର ପଟେ ଛୋଟ ଧାତବ ଟୋପିଟିଏ ଓ ଅନ୍ୟ ମୁଣ୍ଡରେ ଖଣ୍ଡିଏ ଧାତବ ଫଳକ ଥାଏ । ଏହି ଫଳକଟି ଧାତବପାତ୍ରର ନିମାଂଶ ।
  2. ସେଲ୍‌ର ଘୋଡ଼ଣି ଦେହରେ ଟୋପି ପଟକୁ ଯୁକ୍ତ (+) ଓ ଅନ୍ୟ ପଟକୁ ବିଯୁକ୍ତ (-) ଚିହ୍ନ ଦିଆଯାଇଥାଏ । ଧାତବ ଟୋପିକୁ ଯୁକ୍ତ ବିଦ୍ୟୁତଗ୍ର ଓ ଧାତବ ପାତକୁ ବିଯୁକ୍ତ ବିଦ୍ୟୁତଗ୍ର ବୋଲି କୁହାଯାଏ ।
  3. ସେଲ୍ ଭିତରେ କିଛି ରାସାୟନିକ ପଦାର୍ଥ ରଖାଯାଇଥାଏ । ଯେତେବେଳେ ସେଲ୍‌ରୁ ବିଦ୍ୟୁତ୍ ପ୍ରବାହ ଆବଶ୍ୟକ ହୁଏ, ସେତେବେଳେ ଏହି ରାସାୟନିକ ପଦାର୍ଥ ଅନ୍ୟ ରୂପକୁ ପରିବର୍ତ୍ତନ ହୁଏ ଓ ସେଥୁରେ ଥିବା ରାସାୟନିକ ଶକ୍ତି ବିଦ୍ୟୁତ୍ ଶକ୍ତିକୁ ରୂପାନ୍ତରିତ ହୁଏ । ଫଳରେ ମୂଳ ରାସାୟନିକ ପଦାର୍ଥର ପରିମାଣ କମିଯାଏ । ଏହା
  4. ଏ ପ୍ରକାର ସେଲ୍‌ରେ ରାସାୟନିକ ପଦାର୍ଥଟି ପ୍ରାୟ ଶୁଖୁଲା ଅବସ୍ଥାରେ ରହୁଥ‌ିବାରୁ ଏହାକୁ ଶୁଷ୍କ ସେଲ୍ କୁହାଯାଏ । ଟର୍ଚ୍ଚ ଲାଇଟ୍‌, ଘଣ୍ଟା, କାଲ୍‌କୁଲେଟର, ସେଲ୍‌ଫୋନ୍‌, କମ୍ପ୍ୟୁଟର ପ୍ରଭୃତି ଉପକରଣରେ ଶୁଷ୍କ ସେଲ୍ ବ୍ୟବହାର କରାଯାଏ ।
  5. ମୋଟର ଗାଡ଼ି, ସ୍କୁଟର, ମୋଟର ସାଇକେଲ୍ ଆଦି ଯାନରେ ଭିନ୍ନ ପ୍ରକାର ବ୍ୟାଟେରୀ ରହିଥାଏ । ଏଥ‌ିରେ ରାସାୟନିକ ପଦାର୍ଥଟି ତରଳ ବା ଜଳୀୟ ଅବସ୍ଥାରେ ଥାଏ ।

BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଏକାଧ୍ଵକ ସେଲ୍‌ର ସଂଯୁକ୍ତ ରୂପକୁ ……….. କହନ୍ତି ।
(ଖ) ସେଲ୍ ……….. ର ଉତ୍ସରୂପେ କାର୍ଯ୍ୟ କରେ ।
(ଗ) ପରିପଥରେ ବିଦ୍ୟୁତ୍ ପ୍ରବାହ ପାଇଁ ପରିପଥଟି ………. ହେବା ଆବଶ୍ୟକ ।
(ଘ) …………. ଦ୍ଵାରା ବିଦ୍ୟୁତ୍ ପରିପଥକୁ ମୁକ୍ତ ଓ ମୁଦିତ କରାଯାଏ ।
(ଙ) ଯେଉଁ ବସ୍ତୁ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୁଏ ନାହିଁ ତାହା ବିଦ୍ୟୁତ୍‌ର ………… ।
(ଚ) ସେଲ୍‌ରେ ରାସାୟନିକ ଶକ୍ତି …………….. ଶକ୍ତିକୁ ରୂପାନ୍ତରିତ ହୁଏ ।
(ଛ) ଯେଉଁ ବସ୍ତୁ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୁଏ ତାହା ବିଦ୍ୟୁତ୍‌ର …………….. ।
(ଜ) ସମସ୍ତ ଧାତୁ ବିଦ୍ୟୁତ୍‌ର ………….. ।
ଉତ୍ତର
(କ) ବ୍ୟାଟେରୀ
(ଖ) ବିଦ୍ୟୁତ୍
(ଗ) ମୁଦିତ
(ଘ) ସୁଇଚ୍
(ଙ) କୁପରିବାହୀ
(ଚ) ବିଦ୍ୟୁତ୍
(ଛ) ସୁପରିବାହୀ
(ଜ) ସୁପରିବାହୀ

BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

Question 2.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) କେଉଁ ଉପକରଣରେ ସେଲ୍ ବ୍ୟବହୃତ ହୁଏ ନାହିଁ ?
(i) ରେଡ଼ିଓ
(ii) ପଙ୍ଖା
(iii) ଟର୍ଚ୍ଚ
(iv) କମ୍ପ୍ୟୁଟର
ଉ –
(ii) ପଙ୍ଖା

(ଖ) କେଉଁଟି ବିଦ୍ୟୁତ୍ କୁପରିବାହୀ ଅଟେ ?
(i) ଲୁହା
(ii) ତମ୍ବା
(iii) କାଠ
(iv) ଆଲୁମିନିୟମ୍
ଉ –
(iii) କାଠ

(ଗ) କେଉଁଟି ବିଦ୍ୟୁତ୍ ଶକ୍ତିରେ ଚାଲେ ନାହିଁ ?
(i) ରେଡ଼ିଓ
(ii) କାଲକୁଲେଟର
(iii) କମ୍ପ୍ୟୁଟର
(iv) ମୋବାଇଲ୍
ଉ –
(ii) କାଲକୁଲେଟର

(ଘ) ମୋଟର ଗାଡ଼ି ବ୍ୟାଟେରୀରେ ରାସାୟନିକ ପଦାର୍ଥ କେଉଁ ଅବସ୍ଥାରେ ଥାଏ ?
(i) ତରଳ
(ii) ଅର୍ଷତରଳ
(iii) କଠିନ
(iv) ଅର୍ଥ କଠିନ
ଉ –
(i) ତରଳ

(ଙ) କେଉଁଟି ବିଦ୍ୟୁତ୍ ସୁପରିବାହୀ ?
(i) କାଠ
(ii) କାଚ
(iii) ବିଶୁଦ୍ଧ ଜଳ
(iv) ଗ୍ରାଫାଇଟ୍
ଉ –
(iv) ଗ୍ରାଫାଇଟ୍

BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

Question 3.
ଯେଉଁଗୁଡ଼ିକ ବିଦ୍ୟୁତ୍ ସୁପରିବାହୀ ସେମାନଙ୍କ ଡାହାଣ ପାଖରେ ଠିକ୍ ଚିହ୍ନ (✓) ଓ ଯେଉଁଗୁଡ଼ିକ ବିଦ୍ୟୁତ୍ କୁପରିବାହୀ ସେମାନଙ୍କ ଡାହାଣ ପାଖରେ (✗) ଚିହ୍ନ ଦିଅ ।
BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ - 2
ଉ –
BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ - 3

Question 4.
ପ୍ରତ୍ୟେକ ପ୍ରଶ୍ନର ଶବ୍ଦ ଯୋଡ଼ାର ସମ୍ପର୍କକୁ ଦେଖୁ ଦ୍ବିତୀୟ ଯୋଡ଼ା ଶବ୍ଦ ପାଖରେ “?” ଚିହ୍ନ ସ୍ଥାନରେ ଉପଯୁକ୍ତ ଶବ୍ଦ ଲେଖ ।
(କ) ଧାତୁ : ସୁପରିବାହୀ :: ଅଧାତୁ : (?) ।
(ଖ) ଧାତବ ଟୋପି : ଯୁକ୍ତ ବିଦ୍ୟୁତଗ୍ର :: ଧାତବ ପାତ୍ର : (?) ।
(ଗ) ରେଫ୍ରିଜେରେଟର୍ : ବିଦ୍ୟୁତ୍ :: କାଲ୍‌କୁଲେଟର : (?) ।
(ଘ) ଇବୋନାଇଟ୍ : କୁପରିବାହୀ :: ଓଦାକାଠ : (?) ।
(ଙ) ଘଣ୍ଟା : ରାସାୟନିକ ପଦାର୍ଥ (ଶୁଖୁଲା) :: ମୋଟର ସାଇକେଲ୍ : (?) ।
ଉ –
(କ) କୁପରିବାହୀ
(ଖ) ବିଯୁକ୍ତ ବିଦ୍ୟୁତଗ୍ର
(ଗ) ଶୁଷ୍କସେଲ୍
(ଘ) ସୁପରିବାହୀ
(ଙ) ରାସାୟନିକ ପଦାର୍ଥ (ତରଳ)

BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

Question 5.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଶୁଷ୍କ ସେଲ୍‌ରେ ଗ୍ରାଫାଇଟ୍ ଯୁକ୍ତ ବିଦ୍ୟୁତ୍ଵଗ୍ର ରୂପେ କାର୍ଯ୍ୟ କରେ ।
(ଖ) ମୋଟରଗାଡ଼ିରେ ଶୁଷ୍କ ସେଲ୍ ବ୍ୟବହାର କରାଯାଏ ।
(ଗ) ରେଡ଼ିଓରେ ଶୁଷ୍କ ସେଲ୍ ବ୍ୟବହୃତ ହୁଏ ନାହିଁ ।
(ଘ) ଗ୍ରାଫାଇଟ୍ ଧାତୁ ନ ହେଲେ ମଧ୍ୟ ବିଦ୍ୟୁତ୍ କୁପରିବାହୀ ।
(ଙ) ସେଲରେ ରାସାୟନିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ମିଳି ନ ଥାଏ ।
ଉ –
(କ) ଶୁଷ୍କ ସେଲ୍‌ରେ ପିତ୍ତଳଟୋପି ଯୁକ୍ତ ବିଦ୍ୟୁତ୍ଵଗ୍ର ରୂପେ କାର୍ଯ୍ୟ କରେ ।
(ଖ) ମୋଟରଗାଡ଼ିରେ ଶୁଷ୍କ ସେଲ୍ ବ୍ୟବହାର କରାଯାଏ ନାହିଁ ।
(ଗ) ରେଡ଼ିଓରେ ଶୁଷ୍କ ସେଲ୍ ବ୍ୟବହୃତ ହୁଏ ।
(ଘ) ଗ୍ରାଫାଇଟ୍ ଧାତୁ ନ ହେଲେ ମଧ୍ୟ ବିଦ୍ୟୁତ୍ ସୁପରିବାହୀ ।
(ଙ) ସେଲ୍‌ରେ ରାସାୟନିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ମିଳିଥାଏ ।

Question 6.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ - 4
ଉ –
BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ - 5

BSE Odisha 6th Class Science Solutions Chapter 12 ବିଦ୍ୟୁତ୍

Odisha State Board BSE Odisha 6th Class Science Solutions Chapter 12 ବିଦ୍ୟୁତ୍ Textbook Exercise Questions and Answers.

BSE Odisha Class 6 Science Solutions Chapter 12 ବିଦ୍ୟୁତ୍

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ସେଲ୍‌ରେ …………… ଶକ୍ତିରୁ ବିଦ୍ୟୁତ୍ ଶକ୍ତି ମିଳିଥାଏ ।
(ଖ) ଗାଡ଼ିରେ ବ୍ୟବହୃତ ହେଉଥିବା ବ୍ୟାଟେରୀରେ ରାସାୟନିକ ………… ଅବସ୍ଥାରେ ଥାଏ ।
(ଗ) ପରିପଥରେ ଲାଗୁଥ‌ିବା ବିଦ୍ୟୁତ୍ ତାର …………… ବିଯୁକ୍ତ ବିଦ୍ୟୁତଗ୍ର ।
(ଘ) ସେଲ୍‌ରେ ବିଦ୍ୟୁତଗ୍ରଗୁଡ଼ିକର ନାମ ହେଉଛି ………………. ଓ …………… ।
ଉ –
(କ) ରାସାୟନିକ
(ଖ) ତରଳ
(ଗ) ଧାତବ
(ଘ) ଯୁକ୍ତ ବିଦ୍ୟୁତଗ୍ର ଓ

BSE Odisha 6th Class Science Solutions Chapter 12 ବିଦ୍ୟୁତ୍

Question 2.
ଭୁଲ୍ ଥିଲେ ସଂଶୋଧନ କରି ଲେଖ ।
(କ) ସେଲ୍‌ର ଯୁକ୍ତ ବିଦ୍ୟୁତଗ୍ର ଧାତବ ଟୋପି ହୋଇଥାଏ ।
(ଖ) ଥର୍ମୋକଲ୍‌ରେ ବିଦ୍ୟୁତ୍ ପ୍ରବାହ ହୁଏ ।
(ଗ) ବିଦ୍ୟୁତ୍ କୁପରିବାହୀ ବସ୍ତୁଟିଏ ସୁଇଚ୍ ଭାବେ କାର୍ଯ୍ୟ କରିପାରେ ।
(ଘ) ପରିପଥରେ ବିଦ୍ୟୁତ୍ ପ୍ରବାହ ସେଲ୍‌ର ଯୁକ୍ତ ବିଦ୍ୟୁତଗ୍ରରୁ ବାହାରି ବିଯୁକ୍ତ ବିଦ୍ୟୁତଗ୍ର ଆଡ଼କୁ ଯାଏ ।
ଉ –
(କ) ସେଲ୍‌ର ଯୁକ୍ତ ବିଦ୍ୟୁତ୍‌ ଧାତବ ଟୋପି ହୋଇଥାଏ ।
(ଖ) ଥର୍ମୋକଲ୍‌ରେ ବିଦ୍ୟୁତ୍ ପ୍ରବାହ ହୁଏ ନାହିଁ ।
(ଗ) ଏହା ଠିକ୍ ଅଛି ।
(ଘ) ଏହା ଠିକ୍ ଅଛି ।

Question 3.
କାରଣ ଦର୍ଶାଅ ।
(କ) ଗୋଟିଏ ବିଦ୍ୟୁତ୍ ପରିପଥରେ ବଲ୍‌ବ ଓ ତାରର ଯୋଡ଼େଇ ସ୍ଥାନଗୁଡ଼ିକ ଠିକ୍ ଅଛି । ସୁଇଚ୍ ମଧ୍ଯ ମୁଦିତ ଅଛି । ମାତ୍ର ବଲ୍‌ବ ଆଲୋକ ଦେଉ ନାହିଁ ।
(ଖ) ବିଦ୍ୟୁତ୍ ପରିବାହୀ ତାର ଉପରେ ପ୍ଲାଷ୍ଟିକ୍‌ର ଆବରଣ ଦିଆଯାଇଥାଏ ।
ଉ –
(କ)

  • ଗୋଟିଏ ବିଦ୍ୟୁତ୍ ପରିପଥରେ ବଲ୍‌ବ ଓ ତାରର ଯୋଡ଼େଇ ସ୍ଥାନଗୁଡ଼ିକ ଠିକ୍ ଅଛି । ସୁଇଚ୍ ମଧ୍ଯ
  • ଯଦି ସୁଇଚ୍ କଳଙ୍କି ବିହୀନ ଓ ସଫା ନ ଥୁବ ତେବେ ବିଦ୍ୟୁତ୍ ପରିପଥରେ ସୁଇଚ୍ ମୁଦିତ ହେଲେ ମଧ୍ୟ ବଲ୍‌ବ ଆଲୋକ ଦେବ ନାହିଁ ।

(ଖ)

  • ଯୋଡ଼ିକିଆ ତାର ଦେଇ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ । ଗୋଟିକରେ ଯୁକ୍ତାତ୍ମକ ଓ ଅନ୍ୟଟିରେ ବିଯୁକ୍ତାତ୍ମକ ଚାର୍ଜ ପ୍ରବାହିତ ହୋଇଥାଏ । ଏ ଦୁଇଟି ପରସ୍ପର ଯୋଡ଼ି ହୋଇଗଲେ ବିଦ୍ୟୁତ୍ ଦୁର୍ଘଟଣା ଘଟିବ ।
  • ବିଦ୍ୟୁତ୍ ତାର ଉନ୍ମୁକ୍ତ ରହିଲେ ଆମ ଶରୀର ସଂସ୍ପର୍ଶରେ ଆସି ଆମକୁ ବିଦ୍ୟୁତ୍ ଧକ୍କା ଲାଗି ମୃତ୍ୟୁ ହେବାର ସମ୍ଭାବନା ଥାଏ ।
  • ପ୍ଲାଷ୍ଟିକ୍ ବିଦ୍ୟୁତର କୁପରିବାହୀ । ତେଣୁ ବିଦ୍ୟୁତ୍ ତାର ଉପରେ ପ୍ଲାଷ୍ଟିକ୍‌ର ଆବରଣ ଦିଆଯାଇଥାଏ ।

BSE Odisha 6th Class Science Solutions Chapter 12 ବିଦ୍ୟୁତ୍

Question 4.
ଗୋଟିଏ ସେଲ୍‌ର ବିଦ୍ୟୁତଗ୍ର ଦୁଇଟିକୁ ଖଣ୍ଡିଏ ତମ୍ବା ତାରରେ ସଂଯୋଗ କରିଦେଲେ କ’ଣ ହେବ ବୁଝାଅ ।
ଉ –
ଗୋଟିଏ ସେଲ୍‌ର ବିଦ୍ୟୁତଗ୍ର ଦୁଇଟିକୁ ଖଣ୍ଡିଏ ତମ୍ବା ତାରରେ ସଂଯୋଗ କରିଦେଲେ ସେଲ୍‌ର ରାସାୟନିକ ପଦାର୍ଥ ଚଞ୍ଚଳ ସରିଯିବ ଓ ସେଲ୍‌ ଅକାମୀ ହୋଇଯିବ ।

ବିଦ୍ୟୁତ୍ Notes :

→ ଉପକ୍ରମ :
(i) ଘରେ ବିଜୁଳିବତୀ, ପଙ୍ଖା, ରେଡ଼ିଓ, ଟେଲିଭିଜନ, କମ୍ପ୍ୟୁଟର, ଇସ୍ତ୍ରୀ ପ୍ରଭୃତି ଉପକରଣ ଚଳାଇବା ପାଇଁ ବିଦ୍ୟୁତ୍ ଆବଶ୍ୟକ ହୁଏ ।
(ii) ଟର୍ଚ୍ଚ ଲାଇଟ୍‌ରେ ଗୋଟିଏ ବା ଏକାଧ୍ଵକ ସେଲ୍ ବିଦ୍ୟୁତଶକ୍ତିର ଉତ୍ସରୂପେ କାର୍ଯ୍ୟ କରେ ।
ଏକାଧ୍ଵକ ସେଲ୍‌ର ସମାହାରକୁ ବ୍ୟାଟେରୀ କୁହାଯାଏ ।
BSE Odisha 6th Class Science Solutions Chapter 12 ବିଦ୍ୟୁତ୍ - 1

→ ସେଲ୍ (Cell) :

  • ସେଲ୍ ବିଦ୍ୟୁତ୍‌ର ଉତ୍ସରୂପେ କାର୍ଯ୍ୟ କରେ । ଏହାର ଗୋଟିଏ ଯୁକ୍ତ ବିଦ୍ୟୁତଗ୍ର ଓ ଗୋଟିଏ ବିଯୁକ୍ତ ବିଦ୍ୟୁତଗ୍ର ଥାଏ ।
  • ସେଲ୍ ଭିତରେ କିଛି ରାସାୟନିକ ପଦାର୍ଥ ରଖାଯାଇଥାଏ । ଯେତେବେଳେ ସେଲ୍‌ରୁ ବିଦ୍ୟୁତ୍ ପ୍ରବାହ ଆବଶ୍ୟକ ହୁଏ ସେତେବେଳେ ଏହି ରାସାୟନିକ ପଦାର୍ଥ ଅନ୍ୟ ରୁପକୁ ପରିବର୍ତ୍ତନ ହୁଏ ।
    • ସେଲ୍‌ରେ ରାସାୟନିକ ଶକ୍ତି ବିଦ୍ୟୁତ୍ ଶକ୍ତିକୁ ରୂପାନ୍ତରିତ ହୁଏ ।
  • ଯେଉଁ ସେଲ୍‌ରେ ରାସାୟନିକ ପଦାର୍ଥଟି ପ୍ରାୟ ଶୁଖୁଲା ଅବସ୍ଥାରେ ରହେ, ତାହାକୁ ଶୁଷ୍କ ସେଲ୍ (Dry Cell) କୁହାଯାଏ ।
  • ଟର୍ଚ୍ଚଲାଇଟ୍‌, ଘଣ୍ଟା, କାଲ୍‌କୁଲେଟର, ସେଲଫୋନ୍, କମ୍ପ୍ୟୁଟର ପ୍ରଭୃତି ଉପକରଣରେ ଶୁଷ୍କ ସେଲ୍ ବ୍ୟବହାର କରାଯାଏ ।
  • ମୋଟର ଗାଡ଼ି, ସ୍କୁଟର, ମୋଟର ସାଇକେଲ୍ ଆଦି ଯାନରେ ଭିନ୍ନ ପ୍ରକାର ବ୍ୟାଟେରୀ ରହିଥାଏ । ଏଥିରେ ରାସାୟନିକ ପଦାର୍ଥଟି ତରଳ ବା ଜଳୀୟ ଅବସ୍ଥାରେ ଥାଏ ।

BSE Odisha 6th Class Science Solutions Chapter 12 ବିଦ୍ୟୁତ୍

→ ବିଦ୍ୟୁତ୍ ପରିପଥ (Electrical Circuit) :

  • ବିଦ୍ୟୁତ୍ ତାର ମାଧ୍ୟମରେ ସେଲ୍ ଓ ବଲ୍‌ବର ସଂଯୁକ୍ତ ବ୍ୟବସ୍ଥାକୁ ମୁଦିତ ବିଦ୍ୟୁତ୍ ପରିପଥ କୁହାଯାଏ ।
  • ମୁଦିତ ବା ସମ୍ପୂର୍ଣ୍ଣ ପରିପଥରେ ବିଦ୍ୟୁତ୍ ପ୍ରବାହ ହୋଇପାରେ । ପରିପଥଟି ମୁକ୍ତ ଥିଲେ ବା ସେଥୁରେ କେଉଁଠି ଫାଙ୍କା ରହିଗଲେ ବିଦ୍ୟୁତ୍ ପ୍ରବାହ ହୋଇପାରେ ନାହିଁ ।
  • ପରିପଥରେ ବିଦ୍ୟୁତ୍ ପ୍ରବାହ ପାଇଁ ପରିପଥଟି ମୁଦିତ ହେବା ଆବଶ୍ୟକ ।
  • ବିଦ୍ୟୁତ୍ ପରିପଥକୁ ମୁଦିତ ଓ ମୁକ୍ତ କରିବାପାଇଁ ଉପକରଣ ଗୁଡ଼ିକରେ ଗୋଟିଏ ଯାନ୍ତ୍ରିକ ବ୍ୟବସ୍ଥା କରାଯାଏ । ଏହାକୁ ସାଧାରଣତଃ ସୁଇଚ୍ କୁହାଯାଏ ।

ତୁମପାଇଁ କାମ – ୧

  • ୧୦ ରୁ ୧୨ ସେ.ମି. ଲମ୍ବର ଚାରିଖଣ୍ଡ ସରୁ ପ୍ଲାଷ୍ଟିକ୍ ଆବରଣ ଯୁକ୍ତ ବିଦ୍ୟୁତ୍ ତାର ନିଅ । ତାରଗୁଡ଼ିକର ଦୁଇ ମୁଣ୍ଡରୁ ୧-୧.୫ ସେ.ମି. ପର୍ଯ୍ୟନ୍ତ ଆବରଣ ଛଡ଼ାଇ ବ୍ୟାଟେରୀ ଦିଅ ।
    BSE Odisha 6th Class Science Solutions Chapter 12 ବିଦ୍ୟୁତ୍ - 2
  • ବର୍ତ୍ତମାନ ଦୁଇଖଣ୍ଡ ତାରର ଦୁଇ ମୁଣ୍ଡକୁ ସେଲ୍‌ର ଧାତବ ଟୋପି ଓ ଧାତବ ପାତ୍ରର ତଳ ଭାଗ ସହ ଅଠାଳିଆ କାଗଜ ବା ସେଲୋଟେପ୍ ଦ୍ଵାରା ଯୋଡ଼ିଦିଅ । ଏ ଦୁଇଟି ତାରର ଶେଷାଶକୁ ଯଥାକ୍ରମେ ୧ ଓ ୨ କୁହାଯାଉ ।
  • ସେଇଭଳି ଅନ୍ୟ ଦୁଇଟି ତାରର ଦୁଇ ମୁଣ୍ଡକୁ ବଲ୍‌ବର ଧାତବ ଆଧାର ଓ ତା ତଳେ ଥିବା ଛୋଟ ଧାତୁ ଖଣ୍ଡସହ ଯୋଡ଼ି ଦିଅ । ଏ ଦୁଇଟି ତାରର ଶେଷାଶକୁ ଯଥାକ୍ରମେ ୩ ଓ ୪ କୁହାଯାଉ ।

ତୁମପାଇଁ କାମ – ୨

  • ବର୍ତ୍ତମାନ ବଲ୍‌ବଟିକୁ ସେଲ୍‌ ନିକଟକୁ ନେଇ ଶେଷଶ ୩ କୁ ୧ ସହ ଓ ୪ କୁ ୨ ସହ ଲଗାଇ ରଖ । ସେଲ୍ ଓ ବଲ୍‌ବର ଏହି ସଂଯୁକ୍ତ ବ୍ୟବସ୍ଥାକୁ ମୁଦିତ ବିଦ୍ୟୁତ୍ ପରିପଥ (Closed electric circuit) କୁହାଯାଏ । ଏ କ୍ଷେତ୍ରରେ ସେଲ୍‌ର ଯୁକ୍ତ ବିଦ୍ୟୁତ୍‌ଅଗ୍ରରୁ ବିଦ୍ୟୁତ୍ ପ୍ରବାହ ବାହାରି ତାର ମଧ୍ୟ ଦେଇ ଆସି ଶେଷାଗ୍ର ୧ ଓ ୩ ଦେଇ ବଲ୍‌ବରେ ପ୍ରବେଶ କରେ ଏବଂ ବଲ୍‌ବରୁ ଶେଷାଗ୍ର ୪ ଓ ୨ ମାଧ୍ୟମରେ ସେଲ୍‌ର ବିଯୁକ୍ତ ବିଦ୍ୟୁତ୍ଵଗ୍ରରେ ପ୍ରବେଶ କରେ ।
  • ଏହି ଉପାୟରେ ବିଦ୍ୟୁତ୍‌ ପ୍ରବାହ ପଥ ବା ପରିପଥ ସମ୍ପୂର୍ଣ୍ଣ ବା ମୁଦିତ ହୁଏ ଏବଂ ବଲ୍‌ବ ଆଲୋକ ପ୍ରଦାନ କରେ ।
  • ବର୍ତ୍ତମାନ ୩ ଓ ୧ କୁ ଯୋଡ଼ି ରଖ୍ ୪ ଓ ୨ କୁ ଅଲଗା କରିଦେଲେ ବଲ୍‌ବରୁ ଆଲୋକ ବାହାରିବା ବନ୍ଦ ହୋଇଯିବ । ୪ ଓ ୨ ମଝିରେ ଫାଙ୍କ ହୋଇ ଯିବାରୁ ବିଦ୍ୟୁତ୍ ପରିପଥଟି ଅସମ୍ପୂର୍ଣ୍ଣ ବା ମୁକ୍ତ (Open) ହୋଇଗଲା ଏବଂ ସେଲ୍‌ରୁ ବିଦ୍ୟୁତ୍ ପ୍ରବାହ ବନ୍ଦ ହୋଇଗଲା ।
  • ବର୍ତ୍ତମାନ ୪ ଓ ୨ କୁ ସଂଯୁକ୍ତ କରି ୩ ଓ ୧ କୁ ବିଚ୍ଛିନ୍ନ କରିଦିଅ । ପରିପଥ ମୁକ୍ତ ହୋଇଗଲା କି ନାହିଁ ? ଏବେ ୩ କୁ ୨ ସହ ଓ ୪ କୁ ୧ ସହ ସଂଯୁକ୍ତ କର । ବଲ୍‌ବ ଆଲୋକ ଦେଲା କି ନାହିଁ ?

ଏହି ପରୀକ୍ଷାରୁ ତୁମେ ଜାଣିଲ ଯେ :

  • ମୁଦିତ ବା ସମ୍ପୂର୍ଣ୍ଣ ପରିପଥରେ ବିଦ୍ୟୁତ୍ ପ୍ରବାହ ହୋଇପାରେ । ପରିପଥଟି ମୁକ୍ତ ଥିଲେ ବା ସେଥ‌ିରେ କେଉଁଠି ଫାଙ୍କା ରହିଗଲେ ବିଦ୍ୟୁତ୍ ପ୍ରବାହ ହୋଇପାରେ ନାହିଁ ।
  • ତେଣୁ ପରିପଥରେ ବିଦ୍ୟୁତ୍ ପ୍ରବାହ ବନ୍ଦ କରିବାକୁ ହେଲେ ପରିପଥକୁ ମୁକ୍ତ କରିଦେବା ଆବଶ୍ୟକ ।
  • ତୁମେ ଜାଣିଥୁବା ବ୍ୟାଟେରୀ ଚାଳିତ ବିଭିନ୍ନ ଉପକରଣର ତାଲିକାଟିଏ କର ।
    ଉ –
    ବ୍ୟାଟେରୀ ଚାଳିତ ଉପକରଣଗୁଡ଼ିକ ହେଲା – ଟର୍ଚ୍ଚଲାଇଟ୍‌, ବିଭିନ୍ନ ଖେଳଣା ଓ କଣ୍ଢେଇ, ଘଣ୍ଟା, କାଲ୍‌କୁଲେଟର, ସେଲଫୋନ୍, କମ୍ପ୍ୟୁଟର, ସ୍କୁଟର, ମୋଟର ସାଇକେଲ, ମୋଟର ଗାଡ଼ି, ଏମରଜେନ୍ସି ଲାଇଟ୍ ।

→ବିଦ୍ୟୁତ୍ ସୁଇଚ୍ (Electric Switch) :

  • କରି ପରିପଥକୁ ମୁକ୍ତ କରୁଥୁଲ । ଏହି କାମକୁ ଗୋଟିଏ ସରଳ ସୁଇଚ ସାହାଯ୍ୟରେ କରିହେବ ।

ତୁମପାଇଁ କାମ – ୩
BSE Odisha 6th Class Science Solutions Chapter 12 ବିଦ୍ୟୁତ୍ - 3

  • ଗୋଟିଏ ପରିଷ୍କାର ଓ କଳଙ୍କିମୁକ୍ତ ଧାତବ ସେଫ୍‌ଟିପିନ୍ ଓ ଦୁଇଟି ଚଉଡ଼ା ମୁଣିଥିବା ଧାତବ ଡ୍ରଇଁ ପିନ୍ ନିଅ । ଖଣ୍ଡେ ଥର୍ମୋକୋଲ୍ ପଟି ବା ମୋଟା କାର୍ଡ଼ବୋର୍ଡ଼ ପଟିରେ ସେଫ୍‌ପିକୁ ଶୁଆଇ ଦିଅ ।
  • ତା’ର ତଳପାଖର ଗୋଲେଇ ମଝିରେ ଗୋଟିଏ ଡ୍ରଇଁ ପିକୁ ଚାପିଦିଅ ଯେପରିକି ପିନ୍ ଚାରିପାଖରେ ସେଫ୍‌ପିନ୍‌ ମୁକ୍ତ ଭାବେ ବୁଲିପାରିବ । ଅଳ୍ପ ଦୂରତାରେ ପଟି ଉପରେ ଅନ୍ୟ ଡ୍ରଇଁପିକୁ ଚାପିଦିଅ ଯେପରିକି ଦୁଇ ପିନ୍ ଭିତର ଦୂରତା ସେଫ୍‌ଟିପିନ୍‌ର ଦୈର୍ଘ୍ୟଠାରୁ କମ୍ ହେବ ଓ ସେଫ୍‌ଟିପିକୁ ବୁଲାଇଦେଲେ ତା’ର ଉପରମୁଣ୍ଡ ଦ୍ବିତୀୟ ପିକୁ ଛୁଉଁଥବ ।
  • ଦୁଇଟି ବିଦ୍ୟୁତ୍ ତାର ନେଇ ସେମାନଙ୍କ ଦୁଇ ଅଗ୍ରକୁ ଆବରଣମୁକ୍ତ କର । ଗୋଟିଏ ତାରର ଗୋଟିଏ ଅଗ୍ରକୁ ସେଫ୍‌ଟିପିନ୍‌ର ତଳ ଗୋଲେଇ ସହ ଭଲ କରି ଯୋଡ଼ିଦିଅ । ଅନ୍ୟ ତାରର ଗୋଟିଏ ଅଗ୍ରକୁ ଦ୍ବିତୀୟ ପିନ୍ଦେହରେ ଟାଣି କରି ଗୁଡ଼ାଇ ଦିଅ । ତାର ଦୁଇଟିର ବାକି ଦୁଇଟି ଅଗ୍ରକୁ ୫ ଓ ୬ ବୋଲି କୁହାଯାଉ । ଏବେ ପ୍ରସ୍ତୁତ ହୋଇଗଲା ଗୋଟିଏ ସରଳ ସୁଇଚ୍ ।

→ ବିଦ୍ୟୁତ୍ ସୁପରିବାହୀ ଓ କୁପରିବାହୀ (Euctrical conductors and non-conductors) :

  • ଯେଉଁ ବସ୍ତୁ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ, ତାହାକୁ ବିଦ୍ୟୁତ୍ ସୁପରିବାହୀ କୁହାଯାଏ । ସମସ୍ତ ଧାତୁ; ଯଥା – ସୁନା, ରୁପା, ତମ୍ବା, ଟିଣ, ଦସ୍ତା, ଲୁହା ଇତ୍ୟାଦି ସୁପରିବାହୀ ଅଟନ୍ତି ।
  • ଯେଉଁ ବସ୍ତୁ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ନାହିଁ, ତାହାକୁ ବିଦ୍ୟୁତ୍ କୁପରିବାହୀ କୁହାଯାଏ । କାଚ, ପ୍ଲାଷ୍ଟିକ୍, ରବର ଇତ୍ୟାଦି କୁପରିବାହୀ ଅଟନ୍ତି ।
  • ସୁରକ୍ଷା ପାଇଁ ବୈଦ୍ୟୁତିକ ଉପକରଣର ସୁପରିବାହୀ ଅଂଶକୁ କୁପରିବାହୀ ପଦାର୍ଥ ଦ୍ଵାରା ଆବୃତ କରାଯାଇଥାଏ ।

→ ସତର୍କ ସୂଚନା :
ଆମ ଶରୀର ବିଦ୍ୟୁତ୍ ସୁପରିବାହୀ । ତେଣୁ ଖାଲି|ଓଦା ହାତରେ କେବେ ହେଲେ କୌଣସି ବୈଦ୍ୟୁତିକ ଉପକରଣର ଧାତବ ଅଂଶକୁ ଛୁଇଁବ ନାହିଁ । ଘରେ ବା ବିଦ୍ୟାଳୟରେ ଖୋଲା ପ୍ଲଗ୍ ପଏଣ୍ଟ୍ ବା ସକେଟ୍ ଥିଲେ ତା’ ଭିତରେ ଆଙ୍ଗୁଠି ବା ଅନ୍ୟ କିଛି ଗେଞ୍ଜିବ ନାହିଁ । ସେମିତି ହେଲେ ମାରାତ୍ମକ ସକ୍ ଲାଗିପାରେ । ଏ ବିଷୟରେ ଛୋଟ ଭାଇ ଭଉଣୀମାନଙ୍କୁ ସତର୍କ କରାଇବ ।

ତୁମପାଇଁ କାମ – ୫

ବିଦ୍ୟୁତ୍ ସୁପରିବାହୀ ଓ କୁପରିବାହୀର ପରୀକ୍ଷଣ ପ୍ରଶ୍ନସହ ଉତ୍ତର
BSE Odisha 6th Class Science Solutions Chapter 12 ବିଦ୍ୟୁତ୍ - 4

BSE Odisha 6th Class Science Solutions Chapter 11 ଗତି

Odisha State Board BSE Odisha 6th Class Science Solutions Chapter 11 ଗତି Textbook Exercise Questions and Answers.

BSE Odisha Class 6 Science Solutions Chapter 11 ଗତି

Question 1.
ତଳେ ଦିଆଯାଇଥ‌ିବା ବାକ୍ୟଗୁଡ଼ିକୁ ଅନୁଧ୍ୟାନ କର ଏବଂ ଭୁଲ୍ ଥିଲେ ଠିକ୍ କରି ଖାତାରେ ଲେଖ ।
(କ) ସମୟ ସହ ଦୂରତ୍ବର ପରିବର୍ତ୍ତନକୁ ଗତି କୁହାଯାଏ ।
(ଖ) ଗୋଟିଏ ଗତିଶୀଳ ସ୍କୁଟର ଚକର ଗତି କେବଳ ସରଳରେଖ୍ୟ ଗତି ।
(ଗ) ତୁମେ ଗୋଟିଏ ଟ୍ରେନ୍‌ର ପ୍ରଥମ ଡବାରେ ବସିଛ ଓ ତୁମର ବନ୍ଧୁ ଟ୍ରେନ୍‌ର ଶେଷ ଡବାରେ ବସିଛନ୍ତି । ତେଣୁ ତୁମ ବନ୍ଧୁ ତୁମପାଇଁ ଗତିଶୀଳ ଅଟନ୍ତି ।
(ଘ) ତୁମ ପାଇଁ ସୂର୍ଯ୍ୟ ଗତିଶୀଳ ଅଟନ୍ତି ।
(ଙ) ଅଗ୍ନି ସଂଯୋଗ କରିବା ପରେ ଚକ୍ରବାଣ କେବଳ ବୃତ୍ତୀୟ ଗତି କରେ ।
ଉ –
(କ) ସମୟ ସହ ବସ୍ତୁର ବା ତାହାର ଅଂଶଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ଗତି କୁହାଯାଏ ।
(ଖ) ଏହା ଠିକ୍ ଅଛି ।
(ଗ) ତୁମେ ଗୋଟିଏ ଟ୍ରେନ୍‌ର ପ୍ରଥମ ଡବାରେ ବସିଛ ଓ ତୁମର ବନ୍ଧୁ ଟ୍ରେନ୍‌ର ଶେଷ ଡବାରେ ବସିଛନ୍ତି । ତେଣୁ ତୁମ ବନ୍ଧୁ ତୁମପାଇଁ ଗତିଶୀଳ ନୁହଁନ୍ତି । କାରଣ ଉଭୟ ଟ୍ରେନ ସହ ଗତିଶୀଳ ହେଉଛନ୍ତି ।
(ଘ) ଏହା ଠିକ୍ ଅଛି ।
(ଙ) ଏହା ଠିକ୍ ଅଛି ।

Question 2.
ସାଇକେଲ୍ଟି ଗତିଶୀଳ ଥିବାବେଳେ ସେଥୁରେ କି କି ପ୍ରକାର ଗତି ଦେଖାଯାଏ ?
ଉ –
ସାଇକେଲ୍ ଗତିଶୀଳ ଥିବାବେଳେ ସେଥ‌ିରେ ସରଳରେଖ ଗତି, ଆବର୍ଜୀ ଗତି ଓ ବୃତ୍ତୀୟ ଗତି ଦେଖାଯାଏ ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 3.
ବୃତ୍ତୀୟ ଗତି ଓ ଆବର୍ତୀ ଗତି ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟ ଲେଖ । ପ୍ରତ୍ୟେକ ଗତି ପାଇଁ ଦୁଇଟି ଉଦାହରଣ ଦିଅ ।
ଉ –
ସାମଞ୍ଜସ୍ୟ : ଉଭୟ ପ୍ରକାର ଗତିପାଇଁ ଗୋଟିଏ କେନ୍ଦ୍ରର ଆବଶ୍ୟକତା ରହିଥାଏ ।
ପାର୍ଥକ୍ୟ – ବସ୍ତୁଟି ବୃତ୍ତାକାର ପଥରେ ଘୁରି ବୁଲିବା ପ୍ରକ୍ରିୟାକୁ ବୃତ୍ତୀୟ ଗତି କୁହାଯାଏ କିନ୍ତୁ ବୃତ୍ତାକାର ପଥରେ ବସ୍ତୁଟି ଏକ ନିର୍ଦ୍ଦିଷ୍ଟ ସମୟ ପରେ ତାହାର ଗତିକୁ ପୁନରାବୃତ୍ତି କଲେ ତାହାକୁ ଦୋଳନ ଗତି କୁହାଯାଏ ।
ଉଦାହରଣ : ବୃତ୍ତୀୟ ଗତି – ବିଦ୍ୟୁତ୍ ପଙ୍ଖାର ବ୍ଲେଡ୍‌ର ଗତି, ବେଙ୍ଗଳାରେ ବଳଦମାନଙ୍କର ଗତି
ଆବର୍ତୀ ଗତି – ପୃଥ‌ିବୀର ନିଜ ଅକ୍ଷର ଚାରିପାଖରେ ଗତି, ଚନ୍ଦ୍ରର ନିଜ ଅକ୍ଷର ଚାରିପାଖରେ ଗତି

Question 4.
କେଉଁ ସ୍ଥିରବସ୍ତୁ ରାସ୍ତାରେ ଦୁର୍ଘଟଣା ରୋକିବାରେ ସାହାଯ୍ୟ କରେ ?
ଉ –
(i) ଜେବ୍ରା କ୍ରସିଂ
(ii) ଗ୍ରାଫିକ ଲାଇଟ୍
(iii) ରାସ୍ତାର ସଙ୍କେତ

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 5.
ତୁମେ ଗୋଟିଏ ଗତିଶୀଳ ବସ୍ ଭିତରେ ବସିଥିବାବେଳେ
(i) ବସ୍‌ ତୁମପାଇଁ ଗତିଶୀଳ କି ?
(ii) ରାସ୍ତାକଡ଼ରେ ଥ‌ିବା ଗଛ ତୁମ ପାଇଁ ଗତିଶୀଳ କି ?
ଉ –
(i) ଗତିଶୀଳ ବସ୍ ଭିତରେ ବସିଥିବାବେଳେ ବସ୍‌ ଆମପାଇଁ ଗତିଶୀଳ ନୁହେଁ ।
(ii) ଗତିଶୀଳ ବସ୍ ଭିତରେ ବସିଥିବାବେଳେ ରାସ୍ତାକଡ଼ରେ ଥିବା ଗଛ ଆମ ପାଇଁ ଗତିଶୀଳ ।

Question 6.
କେଉଁ ଉପାୟରେ ତୁମେ ଗୋଟିଏ ପର୍ବତକୁ ତୁମପାଇଁ ଗତିଶୀଳ କରିଦେଇ ପାରିବ ଲେଖ ।
ଉ –
ଆମେ ଟ୍ରେନ୍‌ର ବସି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତିକଲାବେଳେ ଟ୍ରେନ୍ ଧାରର ପାର୍ଶ୍ଵରେ ପର୍ବତ ଥିଲେ, ତାହା ଆମପାଇଁ ଗତିଶୀଳ ହୋଇଥାଏ ।

Question 7.
ଉଦାହରଣ ଦେଖୁ ସାରଣୀଟି ପୂରଣ କର । ପ୍ରଶ୍ନସହ ଉତ୍ତର ।
ଉ –
BSE Odisha 6th Class Science Solutiona Chapter 11 ଗତି - 1

ଗତି Notes :

→ ଆମ ଚତୁଃପାର୍ଶ୍ବର ଗତିଶୀଳ ବସ୍ତୁ :

Question 1.
ଗତିଶୀଳ ଓ ସ୍ଥିର ବସ୍ତୁଗୁଡ଼ିକର ଏକ ତାଲିକା କର ।
ଉ –
BSE Odisha 6th Class Science Solutiona Chapter 11 ଗତି - 2
(i)ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ, ତାହାକୁ ଗତିଶୀଳ ବସ୍ତୁ କୁହାଯାଏ ।
(ii) ଯେଉଁ ବସ୍ତୁ ସମୟ ସହ ସ୍ଥାନ ପରିବର୍ତ୍ତନ କରେ ନାହିଁ, ତାହାକୁ ସ୍ଥିରବସ୍ତୁ କୁହାଯାଏ ।
ସମୟ ଅନୁସାରେ ବସ୍ତୁର ବା ତାହାର ଅଂଶଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ଗତି କୁହାଯାଏ ।

Question 2.
ତୁମ ଚାରିପାଖରେ ଯେତେ ଗତିଶୀଳ ବସ୍ତୁ ଦେଖୁଛ, ତାହାର ଏକ ତାଲିକା କର ।
ଉ –

  • ରାସ୍ତାଘାଟରେ ଯା’ଆସ କରୁଥିବା ବିଭିନ୍ନ ଯାନବାହାନ,
  • ନଦୀ, ନାଳ, ଝରଣାରେ ବହିଯାଉଥ‌ିବା ପାଣି,
  • ପାଣିରେ ପହଁରୁଥିବା ମାଛ,
  • ଆକାଶରେ ଉଡ଼ୁଥ‌ିବା ପକ୍ଷୀ
  • ପଡ଼ିଆରେ ବୁଲୁଥିବା ଗାଈ, ଗୋରୁ, ଛେଳି, ମେଣ୍ଢା,
  • ଏବଂ (vi) ଘଣ୍ଟାରେ ବୁଲୁଥିବା ସେକେଣ୍ଡ, ମିନିଟ୍ ଓ ଘଣ୍ଟାକଣ୍ଟା

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

→ ଗତିର ପ୍ରକାର ଭେଦ :

  • ଗୋଟିଏ ଘର ଚଟାଣରେ ବାଲ୍ଟିର ଗତି ଏକ ସରଳରେଖ୍ୟ ଗତିର ଉଦାହରଣ ।
  • ବିଦ୍ୟୁତ୍ ପଙ୍ଖାର ବ୍ଲେଡ୍‌ର ଗତି ଏକ ବୃତ୍ତୀୟ ଗତିର ଉଦାହରଣ ।
  • ଝୁଲୁଥିବାବେଳେ ଦୋଳିର ଗତି ଏକ ଦୋଳନ ଗତିର ଉଦାହରଣ ।
  • ସୂର୍ଯ୍ୟ ଚାରିପାଖରେ ପୃଥ‌ିବୀ ଘୁର୍ଶନ କରିବା ବୃତ୍ତୀୟ ଗତିର ଉଦାହରଣ ହୋଇଥିଲାବେଳେ ପୃଥ‌ିବୀ ନିଜ ଅକ୍ଷ ଚାରିପାଖରେ କରୁଥିବା ଗତି ଆବର୍ତୀ ଅଟେ ।

→ 11.3.ଗୋଟିଏ ବସ୍ତୁରେ ଏକାତ୍ମକ ଗତି :
ଚିତ୍ର ‘କ’ରେ କ’ଣ ଦେଖୁଛ ?
ସିଲେଇ ମେସିଟିଏ ଗୋଟିଏ ସ୍ଥାନରେ ଅଛି । ଦରଜିର ପାଦର ଚାଳନା ଫଳରେ ମେସିନ୍ ଚକ ଏକ ବୃତ୍ତାକାର ପଥରେ ଘୂରେ ଏବଂ ମେସିନ୍‌ର ଛୁଞ୍ଚ୍ ଉପର ତଳ ହୋଇ ସରଳରୈଖ୍ୟ ଗତି କରିଥାଏ ।

ଚିତ୍ର ‘ଖ’ କୁ ଦେଖ୍ ଏଠାରେ କି କି ପ୍ରକାର ଗତି ହେଉଥ‌ିବାର ଦେଖାଯାଉଛି ତୁମ ଖାତାରେ ଲେଖ ।
ଉ –
ଏଠାରେ ଜଣେ ବ୍ୟକ୍ତି ସାଇକେଲ୍ ଚଳାଉଛନ୍ତି । ସାଇକେଲ୍ ଟି ସରଳ ରେଖ୍ ଗତି ପେଡ଼ାଲ୍ଟି ବୃତ୍ତୀୟ ଗତି କରିଥାଏ ।

ତୁମ ଚତୁଃପାର୍ଶ୍ଵରେ ବା ପୂର୍ବରୁ ଦେଖୁଥ‌ିବା ସରଳରେଖକ ଗତିରେ ଗତି କରୁଥିବା ବସ୍ତୁର ଏକ ତାଲିକା ପ୍ରସ୍ତୁତ କର ।
ଉ –
(i) ଚଟାଣରେ ବଲ୍‌ର ଗତି,
(ii) ଗଛରୁ ପଡ଼ୁଥ‌ିବା ଫଳର ଗତି,
(iii) ବନ୍ଧୁକର ଗୁଳିର ଗତି,
(iv) ଧନୁର ତୀରର ଗତି,
(v) ବସ୍, ଟ୍ରକ, ସ୍କୁଟର, ମଟର ସାଇକେଲର ଗତି କେତେକ ବୃତ୍ତୀୟ ଗତିର ଏକ ତାଲିକା ପ୍ରସ୍ତୁତ କର ।
ଏବଂ (vi) ଦୌଡ଼ାଳିର ଗତି ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

କେତେକ ବୃତ୍ତୀୟ ଗତିର ଏକ ତାଲିକା ପ୍ରସ୍ତୁତ କର ।
ଉ –
(i) ବିଦ୍ୟୁତ୍ ପଙ୍ଖାର ବ୍ଲେଡ୍‌ର ଗତି,
(iii) ଚକ୍ରି ଦୋଳିର ଗତି,
(ii) ବେଙ୍ଗଳାରେ ବଳଦର ଗତି,
(iv) ସିଲେଇ ମେସିନ୍‌ ଗତି
ଏବଂ (v) ଚନ୍ଦ୍ରର ଗତି ।

କେତେକ ଦୋଳନ ଗତିର ଉଦାହରଣ ଦିଅ ।
ଉ –
(i) କାନ୍ଥଘଣ୍ଟାରେ ପେଣ୍ଡୁଲମ୍‌ର ଗତି,
(ii) ସମସ୍ୱରକର ଭୁଜ
ଏବଂ (iii) ଦୋଳିର ଗତି ।

କେଉଁସବୁ ବସ୍ତୁ ଏକାଧ୍ଵ ଗତି କରିଥାନ୍ତି ଖାତାରେ ଲେଖ ।
ଉ –
(i) ଦରଜି ପାଦରେ ଟେଲର୍ ମେସିନ୍ ଚଲାଇବାର ଗତି,
(ii) କାନ୍ଥଘଣ୍ଟାର ଗତି,
(iii) ଚନ୍ଦ୍ରର
ଏବଂ (iv) ସୂର୍ଯ୍ୟ ଚାରିପାଖରେ ପୃଥ‌ିବୀର ଗତି ।

→ ବିଷୟ ମୁଖ୍ୟଶ :

  • ସମୟ ଅନୁସାରେ ବସ୍ତୁ ବା ତାହାର ଅଂଶଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ଗତି କୁହାଯାଏ ।
  • ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ ତାହାକୁ ଗତିଶୀଳ ବସ୍ତୁ କୁହାଯାଏ ।
  • ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ ନାହିଁ ତାହାକୁ ସ୍ଥିରବସ୍ତୁ କୁହାଯାଏ ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Odisha State Board BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ Textbook Exercise Questions and Answers.

BSE Odisha Class 6 Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 1.
ଉତ୍ତର ଦିଅ ।

(କ) ଗୋଟିଏ କୂଅର ଗଭୀରତା ଓ ସେଥ‌ିରେ ଥ‌ିବା ପାଣିର ଗଭୀରତା କିପରି ମାପିବ ?
ଉ-

  • କୂଅର ଗଭୀରତା ଓ ସେଥ‌ିରେ ଥ‌ିବା ପାଣିର ଗଭୀରତା ମାପିବାପାଇଁ ଏକ ବଡ଼ ବାଉଁଶ ଅଣାଯାଉ ।
  • ଏହି ବାଉଁଶକୁ କୂଅ ମଧ୍ଯରେ ପୂରାଯାଉ ଯେପର୍ଯ୍ୟନ୍ତ ବାଉଁଶଟି କୂଅ ମଧ୍ୟକୁ ପ୍ରବେଶ କରୁଥିବ ।
  • ବର୍ତ୍ତମାନ କୂଅର ମୁହଁ ପାର୍ଶ୍ଵକୁ ଲାଗିଥିବା ବାଉଁଶରେ ଧଳା ରଙ୍ଗର ଚିହ୍ନ ଦିଆଯାଉ । ତତ୍‌ପରେ କୂଅମଧ୍ୟରୁ ବାଉଁଶକୁ କାଢ଼ିନେଇ ଓଦା ଓ ଶୁଖୁଲା ଥିବା ମିଳନ ସ୍ଥଳରେ ଅନ୍ୟ ଏକ ନାଲିରଙ୍ଗର ଚିହ୍ନ ଦିଆଯାଉ ।
  • ଏହାପରେ ମାପଫିତା ସାହାଯ୍ୟରେ କୂଅ ମଧ୍ଯରେ ପୂରାଯାଇଥିବା ବାଉଁଶର ଶେଷ ଅଂଶକୁ ଧଳାରଙ୍ଗର ଚିହ୍ନ ପର୍ଯ୍ୟନ୍ତ ମାପିଲେ କୂଅର ଗଭୀରତା ଜଣାପଡ଼ିବ । ବାଉଁଶର ଶେଷ ଅଂଶରୁ ନାଲିରଙ୍ଗର ଚିହ୍ନ ପର୍ଯ୍ୟନ୍ତ ମାପିଲେ ପାଣିର ଗଭୀରତା ଜଣାପଡ଼ିବ ।

(ଖ) ଗଛ ଗଣ୍ଡିର ଗୋଲେଇ କେମିତି ମାପିବ ?
ଉ-

  • ଗଛ ଗଣ୍ଡିର ଗୋଲେଇ ମାପିବାପାଇଁ ଏକ ଦୀର୍ଘ ମାପଫିତା ବ୍ୟବହାର କରାଯାଏ ।
  • ଗଛ ଗଣ୍ଡିର ଗୋଟିଏ ସ୍ଥାନରେ ଏକ ଧଳା ଚିହ୍ନ ଦିଆଯାଉ । ସେହି ଚିହ୍ନ ସ୍ଥାନରୁ ମାପଫିତାକୁ ଗଛ ଗଣ୍ଡିର ଚାରିପାଖରେ ବୁଲାଇ ମାପିଲେ ମାପଫିତା ସାହାଯ୍ୟରେ ଗଛଗଣ୍ଡିର ଗୋଲେଇ ଜାଣିହେବ ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

(ଗ) ଗୋଟିଏ ଉତ୍ତପ୍ତ ପିନ୍‌କଣ୍ଟାର ଦୈର୍ଘ୍ୟ କେମିତି ମାପିବ ?
ଉ-

  • ପିନ୍‌କଣ୍ଟାର ଆରମ୍ଭ ଓ ଶେଷ ପ୍ରାନ୍ତକୁ ପେନ୍‌ସିଲଦ୍ଵାରା କାଗଜରେ ଚିହ୍ନଟ କରାଯାଉ ।
  • ପିକଣ୍ଟାକୁ ଉଠାଇ ଏହି ଦୁଇ ପ୍ରାନ୍ତ ବିନ୍ଦୁର ଦୈର୍ଘ୍ୟକୁ ସ୍କେଲଦ୍ୱାରା ମପାଯାଉ ।

(ଘ) ତୁମର ପକ୍କା ସ୍କୁଲ ଘରର ଉଚ୍ଚତା କିପରି ମାପିବ ?
ଉ-

  • ସ୍କୁଲର ପକ୍କା ଘରର ଛାତ ଉପରକୁ ଯାଇ ଏକ ଲମ୍ବ ଦଉଡି଼ ଗୋଟିଏ ପାର୍ଶ୍ଵକୁ ତଳକୁ ପକାଯାଉ ।
  • ଦଉଡ଼ିର ସେହି ପାର୍ଶ୍ଵ ଭୂମିକୁ ସ୍ପର୍ଶ କଲାପରେ ଅପର ପାର୍ଶ୍ଵକୁ ସ୍କୁଲ ଘରର ଉଚ୍ଚତା ସହିତ ସମାନ କରି ଚିହ୍ନିତ କରାଯାଉ ।
  • ମାପଫିତା ସାହାଯ୍ୟରେ ଚିହ୍ନିତ ସ୍ଥାନରୁ ଭୂମିକୁ ସ୍ପର୍ଶ କରୁଥିବା ପାର୍ଶ୍ଵପର୍ଯ୍ୟନ୍ତ ମାପିଲେ ସ୍କୁଲ ଘରର ଉଚ୍ଚତା ଜାଣିହେବ ।

Question 2.
ତଳ ଭକ୍ତିଗୁଡ଼ିକ ଠିକ୍ କି ଭୁଲ ଲେଖ ।

(କ) ଦୁଇଟି ସହର ମଧ୍ୟରେ ଦୂରତାକୁ ମିଟର ଏକକରେ ପ୍ରକାଶ କରାଯାଏ ।
(ଖ) ‘ମାନକ ମାପର’ ଆମର ଆବଶ୍ୟକତା ନାହିଁ ।
(ଗ) ମାପ ନେଲାବେଳେ ଆଖ୍ଟି ସାମନ ବିନ୍ଦୁର ଭୁଲମ୍ବରେ ରହିବା ଉଚିତ ।
ଉ-
(କ) ଭୁଲ୍
(ଖ) ଭୁଲ୍
(ଗ) ଠିକ୍

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 3.

ସେଣ୍ଟିମିଟର, ମିଲିମିଟର, କିଲୋମିଟର, ଡେସିମିଟର
ଉ-
ବଡ଼ରୁ ସାନକ୍ରମେ ସଜାଇଲେ – କିଲୋମିଟର, ଡେସିମିଟର, ସେଣ୍ଟିମିଟର, ମିଲିମିଟର ।

Question 4.
ଦରଜି ବ୍ୟବହାର କରୁଥ‌ିବା ମାପଫିତା ଏବଂ ସ୍କେଲ ମଧ୍ୟରେ ଗୋଟିଏ ସାମଞ୍ଜସ୍ୟ ଏବଂ ଗୋଟିଏ ପାର୍ଥକ୍ୟ ଲେଖ ।
ଉ-

  • ମାପଫିତାରେ ସେଣ୍ଟିମିଟର ଚିହ୍ନିତ କରାଯାଇଥାଏ । ସେହିପରି ସ୍କେଲ୍‌ରେ ମଧ୍ଯ ସେଣ୍ଟିମିଟର ଚିହ୍ନିତ କରାଯାଇଥାଏ ।
  • ଛୋଟ ସ୍କେଲ୍‌ର ଦୈର୍ଘ୍ୟ 15 ସେ.ମି. ଓ ବଡ଼ ସ୍କେଲର ଦୈର୍ଘ୍ୟ 30 ସେ.ମି. ହୋଇଥାଏ । କିନ୍ତୁ ଦରଜି ବ୍ୟବହାର କରୁଥିବା ମାପଫିତାର ଦୈର୍ଘ୍ୟ 150 ସେ.ମି. ହୋଇଥାଏ । ସ୍କେଲ୍‌ଦ୍ୱାରା କମ୍ ଦୂରତା ମାପ କରାଯାଉଥ‌ିବାବେଳେ ମାପଫିତା ସାହାଯ୍ୟରେ ଅଧିକ ଲମ୍ବ ଦୂରତାକୁ ଶୀଘ୍ର ମପାଯାଇପାରେ ।
  • ସ୍କେଲଦ୍ୱାରା କେବଳ ସରଳରେଖାର ଲମ୍ବ ଦୂରତା ମପାଯାଇପାରେ କିନ୍ତୁ ମାପଫିତାଦ୍ବାରା ଛାତି, ଅଣ୍ଟା ଓ ବେକର ଗୋଲେଇ ମାପକୁ ସହଜରେ ମପାଯାଏ ।

Question 5.
ଆମର ବାହୁର ଦୈର୍ଘ୍ୟକୁ କାହିଁକି ଦୂରତାର ଏକକ ରୂପେ ବ୍ୟବହାର କରିବା ନାହିଁ ।
ଉ-
ବାହୁର ଦୈର୍ଘ୍ୟକୁ ଦୂରତାର ଏକକ ରୂପେ ନେଲେ ସଠିକ୍ ଦୂରତା ଜାଣିହେବ ନାହିଁ । ତେଣୁ ଆମର ବାହୁର ଦୈର୍ଘ୍ୟକୁ ଦୂରତାର ଏକକ ରୂପେ ବ୍ୟବହାର କରିବା ନାହିଁ ।

Question 6.
୫.୩ ମିଟରକୁ ସେ.ମି.ରେ ପ୍ରକାଶ କର ।
ଉ-
୧ ମିଟର = 600 ସେ.ମି.
୫.୩ ମିଟର = ୫.୩ × ୧୦୦ ସେ.ମି. = ୫୩୦ ସେ.ମି.

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 7.
ଦୁଇଟି ସହର ମଧ୍ୟରେ ଦୂରତା ୩୭.୩ କି.ମି. ହେଲେ, ତାହା ମିଟରରେ କେତେ ହେବ ?
ଉ –
୧ କି.ମି. = ୧୦୦୦ ମିଟର ଦୁଇଟି ସହର ମଧ୍ୟରେ ଦୂରତା = ୩୭.୩ କି.ମି. = ୩୭.୩ × ୧୦୦୦ମି.
= ୩୭୩୦୦ ମିଟର ।

Question 8.
ଜଣେ ପିଲା ଗୋଟିଏ ପେନସିଲ୍‌ର ଦୈର୍ଘ୍ୟ ମାପିଲାବେଳେ ତାହାର ଗୋଟିଏ ପ୍ରାନ୍ତ ସ୍କୁଲ୍‌ରେ ୭.୩ ସେ.ମି. ସ୍ଥାନରେ ଏବଂ ଅନ୍ୟ ପ୍ରାନ୍ତଟି ୨.୯ ସେ.ମି. ସ୍ଥାନରେ ରହିଲେ, ପେନ୍‌ସିଲ୍‌ର ଦୈର୍ଘ୍ୟ କେତେ ?
ଉ –
ପେନସିଲ୍‌ର ଗୋଟିଏ ପ୍ରାନ୍ତ ସ୍କେଲର ୭.୩ ସେ.ମି. ସ୍ଥାନରେ ଓ ଅନ୍ୟ ପ୍ରାନ୍ତଟି ୨.୯ ସେ.ମି. ସ୍ଥାନରେ ରହିଲେ
ପେନସିଲ୍‌ର ଦୈର୍ଘ୍ୟ = ୭.୩ ସେ.ମି. – ୨.୯ ସେ.ମି. = ୪.୪ ସେ.ମି.

Question 9.
କମ୍ ଦୂରତା ମାପିବାପାଇଁ ସ୍କେଲ୍‌ ବ୍ୟବହାର କରାଯାଏ ।
ଉ –

  • କପଡ଼ା ବ୍ୟବସାୟୀ କପଡ଼ା ମାପିବାପାଇଁ ମିଟର ଦଣ୍ଡ ବ୍ୟବହାର କରିଥାଏ ।
  • ଦରଜି ପ୍ୟାଣ୍ଟ ଓ ସାର୍ଟ ତିଆରି କରିବାପାଇଁ କପଡ଼ାକୁ ମାପିବା ପାଇଁ ମାପଫିତା ବ୍ୟବହାର କରିଥାଏ ।
  • କୌଣସି ଜମିର ଦୈର୍ଘ୍ୟ ଓ ପ୍ରସ୍ଥ ମାପି ତାର ସଠିକତା ଜାଣିବାପାଇଁ ଅମିନ ଚେନ୍ ଓ କଡ଼ି ବ୍ୟବହାର କରିଥାଏ ।
  • ଦୁଇଟି ସହର ମଧ୍ୟରେ ଦୂରତା ଜାଣିବାପାଇଁ ଏବେ ଗାଡ଼ିର ସ୍ବିଡ଼ୋମିଟର ବ୍ୟବହାର କରାଯାଇଛି ।

Notes :

ତୁମେ ଦେଖୁଥ‌ିବା ପରିସ୍ଥିତିଗୁଡ଼ିକର ଯେଉଁଠାରେ ଦୈର୍ଘ୍ୟ ବା ଦୂରତାର ମାପନ ଦରକାର ହୁଏ ତା’ର ଏକ ତାଲିକା କର ।
ଉ –

  • ରାଜମିସ୍ତ୍ରୀ ଘର ତିଆରି କଲାବେଳେ ତା’ର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତାର ମାପନ ଦରକାର ହୁଏ ।
  • କାଠ ଯେଉଁଠାରେ ଚିରାହୁଏ ସେଠାରେ କାଠର ଦୈର୍ଘ୍ୟ ଓ ପ୍ରସ୍ଥର ମାପନ ଦରକାର ହୁଏ ।
  • ଦରଜି ସାର୍ଟ ଓ ପ୍ୟାଣ୍ଟ ତିଆରି ସମୟରେ କନାର ଦୈର୍ଘ୍ୟ ମାପନ ଦରକାର ହୁଏ ।

→ ଦୈର୍ଘ୍ୟ ଓ ମାପିବାର ଆବଶ୍ୟକତା :

  • ଦୈନନ୍ଦିନ ଜୀବନର ବିଭିନ୍ନ ଆବଶ୍ୟକତାର ପରିପୂର୍ତ୍ତି ନିମନ୍ତେ ବିଭିନ୍ନ ପଦାର୍ଥ ଓ ବସ୍ତୁର ମାପ କରିବା ଆବଶ୍ୟକ ହୁଏ ।
  • ଅନେକ ସମୟରେ ଆମର ଜୀବନଶୈଳୀ ଓ ତତ୍‌ସମ୍ବନ୍ଧୀୟ ନିଷ୍ପଭି ଆମର ଦୂରତ୍ବର ଜ୍ଞାନ ଉପରେ ନିର୍ଭର କରେ ।

→ ଦୈର୍ଘ୍ୟ ଓ ଦୂରତା :
ଗୋଟିଏ ବସ୍ତୁର ଦୁଇ ବିନ୍ଦୁ ମଧ୍ୟରେ ଥ‌ିବା ଦୂରତାକୁ ଦୈର୍ଘ୍ୟ କୁହାଯାଏ । ପୃଥ‌ିବୀପୃଷ୍ଠରେ ଦୁଇ ବିନ୍ଦୁ ମଧ୍ୟରେ ଦୂରତାକୁ ଦୂରତ୍ୱ କୁହାଯାଏ ।

→ ମାପନ :
(i) ପୂର୍ବକାଳରେ ପାଦର ଦୈର୍ଘ୍ୟ, ଚାଖଣ୍ଡ ଏବଂ ହାତର ଦୈର୍ଘ୍ୟ ଆଦି ଦୂରତା ମାପିବାର ଏକକ ରୂପେ ବ୍ୟବହୃତ ହେଉଥିଲା । ସିନ୍ଧୁ ସଭ୍ୟତାର ଲୋକମାନେ ଏହିପରି ମାପ କରୁଥିଲେ ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

ତୁମପାଇଁ କାମ – ୧

ବେଞ୍ଚର ଏକ ଚତୁର୍ଥାଂଶ ଏବଂ ଏକ ଅଷ୍ଟମାଂଶ ନିର୍ଣ୍ଣୟ କର ।
ଉ –

  • ଗୋଟିଏ ସୁତୁଲି ନେଇ ବେଞ୍ଚର ଦୈର୍ଘ୍ୟ ଦିଗରେ ପକାଯାଉ । ଏହି ସୁତୁଲି ଯେଉଁଠି ବେଞର ଦୁଇ ମୁଣ୍ଡରେ ରହୁଛି, ସେଠାରେ ଦୁଇଟି ଗଣ୍ଠି ପକାଯାଉ । ଦୁଇ ଗଣ୍ଠି ପଡ଼ିଥ‌ିବା ସୁତୁଲିର ମଝିଅଂଶକୁ ଚିହ୍ନଟ କରାଯାଉ । ସୁତୁଲିଟି ଦୈର୍ଘ୍ୟ ଦିଗରେ ପକାଇଲେ ଯେଉଁଠି ସୁତୁଲିର ମଝିଅଂଶ ରହୁଛି ବେଞ୍ଚ ଉପରେ ସେହିଠାରେ ଗୋଟିଏ ଚିହ୍ନ ଦିଆଯାଉ । ତାହାହିଁ ଟେବୁଲର ମଝିଅଂଶ ।
  • ସେହିପରି ଏକ ସୁତୁଲି ନେଇ ବେଞ୍ଚର ଗୋଟିଏ ମୁଣ୍ଡ ଓ ବେଞ୍ଚର ଚିହ୍ନିତ ଅଂଶ ଉପରେ ଦୈର୍ଘ୍ୟ ଦିଗରେ ପକାଯାଉ । ଏହି ସୁତୁଲି ଯେଉଁଠି ବେଞ୍ଚର ଗୋଟିଏ ମୁଣ୍ଡ ଓ ଚିହ୍ନିତ ସ୍ଥାନରେ ରହୁଛି, ସେଠାରେ ଦୁଇଟି ଗଣ୍ଠି ପକାଯାଉ । ବର୍ତ୍ତମାନ ସୁତୁଲିଟିର ମଝିଅଂଶକୁ ଚିହ୍ନଟ କରାଯାଉ । ସୁତୁଲିଟି ଦୈର୍ଘ୍ୟ ଦିଗରେ ବେଞ୍ଚର ଗୋଟିଏ ମୁଣ୍ଡରୁ ପକାଇ ଯେଉଁଠି ସୁତୁଲିର ମଝିଅଂଶ ରହୁଛି ବେଞ୍ଚଉପରେ ସେହିଠାରେ ଗୋଟିଏ ଚିହ୍ନ ଦିଆଯାଉ । ତାହାହିଁ ବେଞ୍ଚର ଏକ ଚତୁର୍ଥାଂଶ ।
  • ସେହିପରି ବେଞ୍ଚର ଏକ ଅଷ୍ଟମାଂଶ ନିର୍ଣ୍ଣୟ କରାଯିବା ନିମନ୍ତେ ଉପରୋକ୍ତ ସୋପାନ ଅନୁସରଣ କରିବା ବିଧେୟ ।

ତୁମପାଇଁ କାମ – ୧ ।
ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କର ପାଦକୁ ମାପର ଏକକ ନେଇ ଶ୍ରେଣୀଗୃହର ଦୈର୍ଘ୍ୟ ଓ ପ୍ରସ୍ଥକୁ ମାପି ତଳ ସାରଣୀ ପୂରଣ କର ।
ଶ୍ରେଣୀଗୃହର ଦୈର୍ଘ୍ୟ ଓ ପ୍ରସ୍ଥର ମାପ
BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 1
ଉ-
ନିଜେ କର ।

ତୁମପାଇଁ କାମ – ୩

ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ହାତ ଚାଖଣ୍ଡକୁ ମାପର ଏକକ ନେଇ ଶ୍ରେଣୀ ଟେବୁଲର ଦୈର୍ଘ୍ୟ ଓ ପ୍ରସ୍ଥ ମାପି ତଳ ସାରଣୀ ପୂରଣ କର ।
BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 2
ଉ-
ନିଜେ କର ।

  • ଇଜିପ୍ଟର ଲୋକମାନେ ଆଗକାଳରେ ସେହିପରି ହାତର (କହୁଣୀଠାରୁ ଆଙ୍ଗୁଳିର ଶୀର୍ଷ ପର୍ଯ୍ୟନ୍ତ) ମାପକୁ ଦୂରତାର ମାପର ଏକକ ରୂପେ ବ୍ୟବହାର କରୁଥିଲେ ।
  • ଇଜିପ୍‌ଟର ଲୋକମାନେ ଆଗକାଳରେ ସେହିପରି ହାତର (କହୁଣୀଠାରୁ ଆଙ୍ଗୁଳିର ଶୀର୍ଷ ପର୍ଯ୍ୟନ୍ତ) ମାପକୁ ଦୂରତାର ମାପର ଏକକ ରୂପେ ବ୍ୟବହାର କରୁଥିଲେ ।
  • ଆମ ଦେଶର ଲୋକମାନେ ଆଗକାଳରେ ହାତର ଆଙ୍ଗୁଳି ଏବଂ ମୁଠାକୁ ଦୈର୍ଘ୍ୟର ମାପ ପାଇଁ ବ୍ୟବହାର କରୁଥିଲେ ।
    ମାପନ ହେଉଛି ଗୋଟିଏ ଜଣାଥ‌ିବା ରାଶିସହ ଅନ୍ୟ ଅଜଣା ରାଶିର ତୁଳନା କରିବା ।

    • ଏହି ଜଣାଥିବା ରାଶିକୁ ଏକକ ରୂପେ ନିଆଯାଏ ।
  • ମାପକର ଫଳାଫଳକୁ ଯେଉଁ ଭୌତିକ ରାଶିରେ ପ୍ରକାଶ କରାଯାଏ, ତାହାର ଦୁଇଟି ଅଂଶ ଥାଏ । ତନ୍ମଧ୍ୟରୁ ଗୋଟିଏ ସଂଖ୍ୟା ଓ ଅନ୍ୟଟି ତାହାର ଏକକ ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

→ ଆନ୍ତର୍ଜାତିକ ଏକକ ପଦ୍ଧତି ;

  • ପୃଥ‌ିବୀର ବୈଜ୍ଞାନିକମାନେ ଗୋଟିଏ ପ୍ରକାର ମାନକ ଏକକ ମାପନ ପଦ୍ଧତି ଗ୍ରହଣ କରିଛନ୍ତି । ତାହାକୁ ଆନ୍ତର୍ଜାତିକ ଏକକ ପଦ୍ଧତି କୁହାଯାଏ ।
    ଆନ୍ତର୍ଜାତିକ ଏକକ ଦୈର୍ଘ୍ୟ ଏକକ ମିଟର ।
  • ୧ ମିଟର = ୧୦୦ ସେଣ୍ଟିମିଟର, ୧ ସେ.ମି. = ୧୦ ମିଲିମିଟର, ୧ କିଲୋମିଟର = ୧୦୦୦ ମିଟର

→ ତୁମପାଇଁ କାମ – ୪ ନିମ୍ନ ସାରଣୀକୁ ପୂରଣ କର । (ପ୍ରଶ୍ନ ସହ ଉତ୍ତର) :
୧ ମିଟର = ୧୦୦ ସେ.ମି.
୨ ମିଟର = ୨00 ସେ.ମି.
୨୯ ମିଟର = ୨୯୦୦ ସେ.ମି.
୨ ମି. ୨୫ ସେ.ମି. = ୨ ମି. ୨୫ ସେ.ମି.
୧୦୦ ସେ.ମି. = = ୧ ମିଟର
୫00 ସେ.ମି. = ୫ ମିଟର
୩୪୦୦ସେ.ମି. = ୩୪ ମି. ୦ ସେ.ମି.
୪୦୨୭ ସେ.ମି. = ୪୦ ମି. ୨୭ ସେ.ମି.

→ ମାପନ ବେଳେ ସତର୍କତା :

  • ସ୍କେଲ୍‌ର ଆରମ୍ଭ ମୁଣ୍ଡକୁ ବସ୍ତୁର ଆରମ୍ଭ ମୁଣ୍ଡ ସହିତ ଠିକ୍ ଭାବରେ ମିଶାଇ ରଖୁବା ଆବଶ୍ୟକ ।
  • ସ୍କେଲ୍‌ର ଆରମ୍ଭ ମୁଣ୍ଡରେ ଶୂନ ଥ‌ିବା ସ୍ଥାନ ଦନ୍ତଡ଼ା ବା ଭାଙ୍ଗିଯାଇଥିଲେ ସ୍କେଲ୍‌ର ବ୍ୟବହାରରେ ବିଶେଷ ସତର୍କତା
  • ଦୈର୍ଘ୍ୟ ମାପିବାବେଳେ ଚକ୍ଷୁର ଅବସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ।

ତୁମ ଜ୍ୟାମିତି ବାକ୍ସରେ ଥ‌ିବା ସ୍କେଲ୍‌ର ଦୈର୍ଘ୍ୟ କେତେ ସେ.ମି. ?
ଉ –
ଜ୍ୟାମିତି ବାକ୍ସରେ ଥ‌ିବା ସ୍କେଲ୍‌ର ଦୈର୍ଘ୍ୟ ୧୫ ସେ.ମି. ।

ଚିତ୍ର (କ)କୁ ଦେଖ୍ ବସ୍ତୁଟିର ଦୈର୍ଘ୍ୟ କେତେ କୁହ ? (ଖ)କୁ ଦେଖ୍ ବସ୍ତୁଟିର ଦୈର୍ଘ୍ୟ କେତେ କୁହ ?
BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 3
ଚିତ୍ର (କ)ରେ ବସ୍ତୁଟିର ଦୈର୍ଘ୍ୟ ୧୩ ସେ.ମି. ।
ଚିତ୍ର (ଖ)ରେ ବସ୍ତୁଟିର ଦୈର୍ଘ୍ୟ ୧୩.୪ ସେ.ମି. ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

ତୁମପାଇଁ କାମ – ୫

କର । ତଳ ସାରଣୀକୁ ଖାତାରେ ଅଙ୍କନ କରି ଉଭୟ ପ୍ରକାର ମାପକୁ ପୂରଣ କର ।
BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 4
ଉ –
ନିଜେ କର ।

→ ବକ୍ରରେଖାର ଦୈର୍ଘ୍ୟ ମାପନ :
BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 5

  • ବକ୍ରରେଖାର ଦୈର୍ଘ୍ୟକୁ ସ୍କଲ ଦ୍ୱାରା ମାପି ପାରିବ ନାହିଁ । ସୂତା ଖଣ୍ଡେ ବ୍ୟବହାର କରି ବକ୍ରରେଖାର ଦୈର୍ଘ୍ୟ ମାପି ପାରିବ ।
  • ସୂତାର ଗୋଟିଏ ମୁଣ୍ଡରେ ଗଣ୍ଠିଟିଏ ପକାଅ । ଏଇ ଗଣ୍ଠିକୁ ଚିତ୍ରର ‘କ’ ସ୍ଥାନରେ ରଖ । ସୂତାର ଅଳ୍ପ ଅଂଶକୁ ତୁମର ଦୁଇ ହାତ ସାହାଯ୍ୟରେ ବକ୍ରରେଖା ଉପରେ ପକାଅ । ଏହି ଶେଷ ଅଂଶକୁ ହାତରେ ଧରି ଅନ୍ୟ ହାତରେ ସୂତାର ଆଉ କିଛି ଅଂଶକୁ ବକ୍ରରେଖା ଉପରେ ପକାଅ । ଏହିପରି ମାପ କରିଚାଲ ।
  • ଶେଷରେ ତୁମେ ଚିହ୍ନିତ ଥ‌ିବା ‘ଖ’ ବିନ୍ଦୁରେ ପହଞ୍ଚି ଯିବ । ବକ୍ରରେଖାର ‘ଖ’ ବିନ୍ଦୁକୁ ସ୍ପର୍ଶ କରୁଥିବା ସୂତାର ଶେଷ ପ୍ରାନ୍ତକୁ ଚିହ୍ନିତ କର । ବକ୍ରରେଖା ଉପରୁ ସୂତା ଖଣ୍ଡିକ କାଢ଼ି ଆଣି, ସ୍କେଲ ଦ୍ବାରା ମାପି ବକ୍ରରେଖାର ପ୍ରକୃତ ଦୈର୍ଘ୍ୟ ପାଇବ ।

BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

Odisha State Board BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ Textbook Exercise Questions and Answers.

BSE Odisha Class 6 Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

Question 1.
ଧାନ ଓ କଦଳୀପତ୍ର ବ୍ୟତୀତ ଅନ୍ୟ ଯେଉଁ ପତ୍ରରେ ସମାନ୍ତରାଳ ଶିରା ବିନ୍ୟାସ ରହିଛି ସେଥୁରୁ ଦୁଇଟିର ଚିତ୍ର ଅଙ୍କନ କର ।
ଉ –
BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 1
ପିଆଜ, ରସୁଣ, ରଜନୀଗନ୍ଧା, ଅଦା, ହଳଦୀ, ଗହମ, ବାର୍ଲି ବାଉଁଶ ମକା ଆଦି ଗଛର ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ଦେଖାଯାଏ ।

Question 2.
ମୂଳର ଗଠନ ଓ କାର୍ଯ୍ୟଗୁଡ଼ିକ ଚିତ୍ର ସହ ବର୍ଣ୍ଣନା କର ।
ଉ –
ମୂଳର ଗଠନ :

  • କେତେକ ଉଭିଦର ପ୍ରଧାନମୂଳ ଥାଏ । ପ୍ରଧାନମୂଳରୁ ଶାଖାମୂଳ ଓ ସେଥୁରୁ ପ୍ରଶାଖା ମୂଳ ବାହାରି ମାଟିଭିତରେ ବଢ଼ିଥାଏ ଓ ଏହା ମାଟିର ବହୁତଳକୁ ଯାଇ ମାଟିକୁ ଜାବୁଡ଼ିଧରେ ।
  • ମୂଳର ଅଗ୍ରଭାଗରେ ଅତି କ୍ଷୁଦ୍ର ମୂଳତ୍ରାଣ ଟୋପି ପରି ରହିଥାଏ । ଏହା ମୂଳକୁ ମାଟି ସହ ଘଷି ହୋଇ କ୍ଷୟ ହେବାରୁ ରକ୍ଷାକରେ ।
  • ମୂଳତ୍ରାଣ ପଛକୁ କୋଷ ବିଭାଜନ ଓ ତା’ପରେ ଥ‌ିବା ବର୍ଷନଶୀଳ ଅଂଶ ମୂଳକୁ ବୃଦ୍ଧିରେ ସାହାଯ୍ୟ କରେ ।
  • ବର୍ଦ୍ଦନଶୀଳ ଅଂଶର ପଛରେ ଥ‌ିବା ମୂଳରୁ ଗୁଡ଼ିଏ ମୂଳଲୋମ ବାହାରିଥାଏ । ଏହି ମୂଳଲୋମ ହିଁ ଜଳ ଶୋଷଣ କରିବାରେ ସାହାଯ୍ୟ କରେ ।
  • ପ୍ରତ୍ୟେକ ଶାଖା ଓ ପ୍ରଶାଖା ମୂଳରେ ମଧ୍ଯ କୋଷ ବିଭାଜନ ଅଂଶ, ବର୍ଦ୍ଦନଶୀଳ ଅଂଶ, ମୂଳଲୋମ ଅଂଶ ରହିଥାଏ ।
    BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 2

BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

ମୂଳର କାର୍ଯ୍ୟ :

  • ମୂଳ ଉଦ୍ଭଦକୁ ମାଟିସହ ଜାବୁଡ଼ି ଧରିରଖୁଥାଏ, ଫଳରେ ଗଛଟି ମାଟି ଉପରେ ଦୃଢ଼ ଭାବରେ ଠିଆହୋଇରହେ ।
  • ଗଛର ମୂଳ ମାଟିରେ ଥ‌ିବା ଜଳ ଓ ଖଣିଜ ଲବଣକୁ ଶୋଷଣ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
  • ରୂପାନ୍ତରିତ ମୂଳଗୁଡ଼ିକ ଖାଦ୍ୟ ସଞ୍ଚୟ କରି ରଖୁ ସହ କାଣ୍ଡକୁ ଆଶ୍ରା ମଧ୍ୟ ଦେଇଥାଏ ।

Question 3.
କାଣ୍ଡ କେତେ ପ୍ରକାରର ଏବଂ ଏହା ଉଦ୍ଭଦର କେଉଁ କେଉଁ କାର୍ଯ୍ୟ କରିଥାଏ, ବର୍ଣ୍ଣନା କର ।
ଉ –
କାଣ୍ଡ :

  • (i) ଗଠନଦୃଷ୍ଟିରୁ କାଣ୍ଡଗୁଡ଼ିକ ଦୁଇପ୍ରକାରର ଅଟନ୍ତି, ଯଥା – ସବଳ କାଣ୍ଡ ଓ ଦୁର୍ବଳ କାଣ୍ଡ ।
  • (ii) ଆମ୍ବ, ପଣସ, ପିଜୁଳି, ବାଉଁଶ, ବାଇଗଣ ଆଦି ସବଳ କାଣ୍ଡ ଏବଂ କଖାରୁ, ପୋଇ, କଲରା, ଲାଉ ଆଦି ଦୁର୍ବଳ କାଣ୍ଡ ।

କାଣ୍ଡର କାର୍ଯ୍ୟ :

  • କାଣ୍ଡ ଉଭିଦର ବିଭିନ୍ନ ଅଂଶକୁ ଧରି ରଖିବା ସହ ସେଗୁଡ଼ିକୁ ସୂର୍ଯ୍ୟାଲୋକ ପାଇବାରେ ସାହାଯ୍ୟ କରିଥାଏ ।
  • କାଣ୍ଡ ମୂଳ ସାହାଯ୍ୟରେ ଶୋଷିତ ଜଳ ଓ ଖଣିଜ ଲବଣକୁ ପରିବହନ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
  • କାଣ୍ଡ ମଧ୍ଯ ପତ୍ରଦ୍ୱାରା ପ୍ରସ୍ତୁତ ଖାଦ୍ୟ ପରିବହନ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
  • ମାଟିତଳେ ଥବା ପିଆଜ, ଆଳୁ, ଓଲୁଅ ଆଦି ରୂପାନ୍ତରିତ କାଣ୍ଡ ଖାଦ୍ୟ ସଞ୍ଚୟ କରି ରଖା’ନ୍ତି ।

Question 4.
ଦୁଇଟି ମୌଳିକ ଓ ଦୁଇଟି ଯୌଗିକ ପତ୍ରର ନାମ ଲେଖ ।
ଉ –

  • ଆମ୍ବ, ପଣସର ପତ୍ର ମୌଳିକ ପତ୍ର ।
  • ନିମ୍ବ, ଶିମ୍ବର ପତ୍ର ଯୌଗିକ ପତ୍ର ।

Question 5.
ଯେଉଁ ଗଛର ମୂଳ ଗୁଚ୍ଛମୂଳ ହୋଇଥାଏ, ତାହାର ଶିରାବିନ୍ୟାସ କିପରି ହେବାର ସମ୍ଭାବନା ଥାଏ । ପର୍ଯ୍ୟବେକ୍ଷଣ କରି ଲେଖ ।
ଉ –

  • ଯେଉଁ ଗଛର ମୂଳ ଗୁଚ୍ଛମୂଳ ହୋଇଥାଏ, ତାହାର ସମାନ୍ତରାଳ ଶିରାବିନ୍ୟାସ ହେବାର ସମ୍ଭାବନା ଥାଏ ।
  • ଉଦାହରଣ – ଧାନ, କଦଳୀ ଇତ୍ୟାଦି ।

Notes :

→ ଉପକ୍ରମ :
ଜୀବ ବଞ୍ଚିବାପାଇଁ ଖାଦ୍ୟ, ଜଳ, ବାୟୁ ଇତ୍ୟାଦି ଅନେକ ପଦାର୍ଥ ଆବଶ୍ୟକ କରିଥାଏ । ଖାଦ୍ୟ ପ୍ରସ୍ତୁତି, ଜଳଶୋଷଣ ଶ୍ଵାସକ୍ରିୟା ରେଚନ ଓ ପ୍ରଜନନ ଆଦି କାର୍ଯ୍ୟ ଜୀବ ଶରୀରରେ ହୋଇଥାଏ । ଏହିସବୁ କାର୍ଯ୍ୟ ନିମନ୍ତେ ଜୀବ ଦେହରେ ବିଭିନ୍ନ ଅଂଶ ରହିଛି । ଏହି ଅଂଶଗୁଡ଼ିକଦ୍ୱାରା ଜୀବ କେତେକ କାର୍ଯ୍ୟ କରିଥାଏ । ସମସ୍ତ ଅଂଶ କାର୍ଯ୍ୟଦ୍ଵାରା ହିଁ ଶରୀର ବଞ୍ଚିରହେ ।

BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

→ ଉଭିଦର ବିଭିନ୍ନ ଅଂଶ :

ତୁମ ପାଇଁ କାମ – ୧
ଏକ ବଣ ଚାକୁଣ୍ଡା ଉପାଡ଼ି ଆଣ, ଉପାଡ଼ିଲାବେଳେ ତା’ର ମୂଳ ଯେପରି ଛିଡ଼ି ନ ଯାଏ ତାହା ଲକ୍ଷ୍ୟ ରହିବ । ଗଛଟିକୁ ଲକ୍ଷ୍ୟ କରି ତା’ର ବିଭିନ୍ନ ଅଂଶଗୁଡ଼ିକର ଗୋଟିଏ ଚିତ୍ର ଅଙ୍କନ କରି ଏହାର ବିଭିନ୍ନ ଅଂଶର ନାମ ଲେଖ ।

Question ୧।
ଗୋଟିଏ ଗଛର ଚିତ୍ର ଅଙ୍କନ କର ଓ ଏହାର ବିଭିନ୍ନ ଅଂଶର ନାମ ଲେଖ ।
ଉ –
ମୂଳ :
BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 3

  • ଉଭିଦର ଯେଉଁ ଅଂଶ ମୂଳରୁ ବାହାରି ମାଟି ଭିତରକୁ ଥାଏ ତାକୁ ମୂଳ କୁହାଯାଏ । ଏହା ଆଲୋକର ବିପରୀତ ଦିଗରେ (ମାଧ୍ୟାକର୍ଷଣ ଦିଗରେ) ମୃତ୍ତିକା ଆଡ଼କୁ ବଢ଼ିଥାଏ ।
  • ପ୍ରଧାନ ମୂଳରୁ ଶାଖାମୂଳ ଓ ସେଥୁରୁ ପ୍ରଶାଖା ମୂଳ ବାହାରି ମାଟିର ଜଳ ସଂଗ୍ରହ କରି ଦୃଢ଼ ଭାବରେ ବଢ଼ିଥାଏ ।

ମୂଳର ବିଭିନ୍ନ ଅଂଶ :

  • ମୂଳର ଅଗ୍ରଭାଗରେ ଅତି କ୍ଷୁଦ୍ର ଟୋପିପରି ରହି ମୂଳର ଅଗ୍ରଭାଗକୁ ମାଟି ସହ ଘଷିହୋଇ କ୍ଷୟ ହେବାରୁ ରକ୍ଷାକରେ । ଏହାକୁ ମୂଳତ୍ରାଣ କୁହାଯାଏ ।
  • ମୂଳତ୍ରାଣ ପଛକୁ କୋଷ ବିଭାଜନ ଓ ତା’ପରେ ଥ‌ିବା ବର୍ଦ୍ଦନଶୀଳ ଅଂଶ ମୂଳକୁ ବୃଦ୍ଧିରେ ସାହାଯ୍ୟ କରେ ।
  • ବର୍ଷନଶୀଳ ଅଂଶର ପଛରେ ଥ‌ିବା ମୂଳରୁ ଗୁଡ଼ିଏ ମୂଳଲୋମ ବାହାରିଥାଏ । ଏହି ମୂଳଲୋମ ହିଁ ଜଳ ଶୋଷଣ କରିବାରେ ସାହାଯ୍ୟ କରେ ।
    BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 4
  • ଭିତରେ ବଢ଼ିଥାଏ । ପ୍ରତ୍ୟେକ ଶାଖା ଓ ପ୍ରଶାଖା ମୂଳରେ ମଧ୍ୟ କୋଷ ବିଭାଜନ ଅଂଶ, ବର୍ଦ୍ଦନଶୀଳ ଅଂଶ, ମୂଳ ଲୋମ ଅଂଶ ରହିଥାଏ ।
  • ମୂଳର ଗଠନ ଓ କାର୍ଯ୍ୟ ଅନୁସାରେ ଏହାକୁ ପ୍ରଧାନ ମୂଳ, ଗୁଚ୍ଛମୂଳ ଓ ରୂପାନ୍ତରିତ ମୂଳ କୁହାଯାଏ ।
    BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 5

ତୁମ ପାଇଁ କାମ – ୨

  • ବର ଓହଳ ବା କିଆ ଗଛର ଚେର ସଂଗ୍ରହ କରି ଆଣ । ବୋରଝାଞ୍ଜକୁ ସଂଗ୍ରହ କରି ତା’ର ମୂଳର ଚିତ୍ର ଅଙ୍କନ କର ।
  • ବରଗଛର ଓହଳ ବାହାରି ମାଟି ଭିତରକୁ ଯାଇଥାଏ । ଏହା ବରଗଛକୁ ସଳଖ ଭାବରେ ରଖୁଏ । ଏହାକୁ ସ୍ତମ୍ଭମୂଳ କହନ୍ତ୍ର ।
  • କିଆ ଗଛରୁ ବାହାରିଥିବା ମୂଳ କିଆ ଗଛକୁ ଠେସି ରଖେ । ଏହାକୁ ଠେସମୂଳ କୁହାଯାଏ ।
  • ଏ ସମସ୍ତପ୍ରକାର ମୂଳକୁ ଆସ୍ଥାନିକ ରୂପାନ୍ତରିତମୂଳ କୁହାଯାଏ ।
  • ମୂଳା, ଗାଜର, ସାଲଗମ୍, ବିଟ୍ ଓ କନ୍ଦମୂଳ କ୍ଷେତ୍ରରେ ପ୍ରଧାନ ମୂଳ ରୂପାନ୍ତରିତ ହୋଇ ଭଣ୍ଡାର ମୂଳ ହୋଇଥାଏ ।

େସମୂଳ, ସ୍ତମ୍ଭମୂଳ, ଭଣ୍ଡାରମୂଳ ଆଦି ମୂଳକୁ ଆସ୍ଥାନିକ ରୂପାନ୍ତରିତ ମୂଳ କୁହାଯାଏ ।

BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

→ ମୂଳର କାର୍ଯ୍ୟ :
(i) ମୂଳ ଉଦ୍ଭିଦକୁ ମାଟିସହ ଜାବୁଡିଧରିବାସହ ମାଟିରୁ ଓ ଖଣିଜ ଲବଣ ଶୋଷଣ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
(ii) ରୂପାନ୍ତରିତ ମୂଳଗୁଡ଼ିକ ଖାଦ୍ୟ ସଞ୍ଚୟ କରି ରଖୁବାସହ କାଣ୍ଡକୁ ଆଶ୍ରା ମଧ୍ୟ ଦେଇଥାଏ ।

Question ୨।
ପ୍ରଧାନମୂଳ, ଗୁଚ୍ଛମୂଳ ଓ ରୂପାନ୍ତରିତ ମୂଳକୁ ଭିଭିକରି କେତେକ ଗଛର ନାମ ଲେଖ ।
ଉ –
BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 6

Question ୩ ।
କେଉଁ ମୂଳ ଖାଦ୍ୟ ସଞ୍ଚୟ କରିଥାଏ ତାହାର ଦୁଇଟି ଉଦାହରଣ ସହ ଲେଖ ।
ଉ –
(i) ରୂପାନ୍ତରିତ ମୂଳ ଖାଦ୍ୟ ସଞ୍ଚୟ କରିଥାଏ ।
(ii) ମୂଳା, ଗାଜର ଆଦି ରୂପାନ୍ତରିତ ମୂଳ ।

ତୁମ ପାଇଁ କାମ – ୩

  • କାଣ୍ଡର ଯେଉଁ ଅଂଶରୁ ପତ୍ର ବାହାରିଥାଏ ତାହାକୁ ଗଣ୍ଠି କହନ୍ତି ।
  • ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ପବ କହନ୍ତି ।
  • ଗଣ୍ଠିର ଯେଉଁଠାରୁ ପତ୍ର ବାହାରିଥାଏ ସେହିଠାରେ କାଣ୍ଡ ଓ ପତ୍ରର ମଧ୍ୟବର୍ତ୍ତୀ ସ୍ଥାନକୁ କକ୍ଷ କହନ୍ତି । ଏହି କକ୍ଷରେ କଢ଼ି ବା କଳିକା ଥାଏ । ଏହା କକ୍ଷ କଳିକା ଅଟେ । ଏହି କକ୍ଷ କଳିକାଗୁଡ଼ିକ ଶାଖା, କାଣ୍ଡ ଓ ଫୁଲରେ ପରିଣତ ହୁଅନ୍ତି ।

BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

Question ୪ ।
ବାଉଁଶ, ବିଶଲ୍ୟକରଣୀ, ଚାକୁଣ୍ଡା ଓ ଆଖୁ ଗଛର ଚିତ୍ର ଖାତାରେ ଅଙ୍କନ କରି ତାହାର ପବ, କକ୍ଷ, ଚିହ୍ନାଅ ।
ଉ –
BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 7

ତୁମ ପାଇଁ କାମ – ୪

  • ଗୋଟିଏ କଖାରୁଗଛ ଓ ପିଜୁଳିଗଛର କାଣ୍ଡକୁ ଭଲ ଭାବରେ ଲକ୍ଷ୍ୟ କର ।
  • କଖାରୁ କାଣ୍ଡଟି ଅନ୍ୟର ଆଶ୍ରାରେ ବଢ଼ିଲାବେଳେ ପିଜୁଳି କାଣ୍ଡଟି ସିଧାହୋଇ ବିନା ଆଶ୍ରାରେ ବଢ଼ିପାରୁଛି । ଗଠନରେ ଦୃଷ୍ଟିରୁ କାଣ୍ଡଗୁଡ଼ିକ ଦୁଇ ପ୍ରକାରର ଅଟନ୍ତି; ଯଥା – ସବଳ କାଣ୍ଡ, ଦୁର୍ବଳ କାଣ୍ଡ ।
  • ସବଳ କାଣ୍ଡ – ଆମ୍ବ, ପଣସ, ପିଜୁଳି, ବାଉଁଶ, ବାଇଗଣ ଇତ୍ୟାଦି ।
  • ଦୁର୍ବଳ କାଣ୍ଡ – କଖାରୁ, ପୋଇ, କଲରା ଇତ୍ୟାଦି ।
    BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 8

Question ୫ ।
କଖାରୁ ଗଛ ଓ ପିଜୁଳି ଗଛ ମଧ୍ଯରେ ଯେଉଁ ପାର୍ଥକ୍ୟ ଦେଖୁଛ ଲେଖ ।
ଉ –
BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 9

→ ଉଭିଦର କାଣ୍ଡ :
BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 10

  1. ଗୋଟିଏ ଉଭିଦର ଯେଉଁ ଅଂଶ ତା’ର ଭ୍ରୂଣ କାଣ୍ଡରୁ ବାହାରି ମାଟି ଉପରେ ବଢ଼ିଥାଏ, ତାହାକୁ କାଣ୍ଡ କୁହାଯାଏ ।
  2. କାଣ୍ଡର ଯେଉଁ ଅଂଶରୁ ପତ୍ର ବାହାରିଥାଏ, ତାହାକୁ ଗଣ୍ଠି କହନ୍ତି । ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ପବ କହନ୍ତି ।
  3. ଗଣ୍ଠିର ଯେଉଁଠାରୁ ପତ୍ର ବାହାରିଥାଏ ସ୍ଥାନକୁ କକ୍ଷ କହନ୍ତି । ଏହି କକ୍ଷରେ କଢ଼ି ବା କଳିକା ଥାଏ । ଏହାକୁ କକ୍ଷ କଳିକା କୁହାଯାଏ । ଏହି କକ୍ଷ କଳିକାଗୁଡ଼ିକ ଶାଖା, କାଣ୍ଡ ଓ ଫୁଲରେ ପରିଣତ ହୁଅନ୍ତି ।
  4. ଗଠନଦୃଷ୍ଟିରୁ କାଣ୍ଡଗୁଡ଼ିକ ଦୁଇପ୍ରକାର; ଯଥା – ସବଳ କାଣ୍ଡ ଓ ଦୁର୍ବଳ କାଣ୍ଡ । ଆମ୍ବ, ପଣସ, ପିଜୁଳି ଆଦି ସବଳ କାଣ୍ଡ ଓ କଖାରୁ, ପୋଇ, କଲରା ଶିମ୍ବ ଆଦି ଦୁର୍ବଳ କାଣ୍ଡ ଅଟେ ।

ଅଦା, ଆଳୁ, ପିଆଜ, ଓଲୁଅ ଆଦି ରୂପାନ୍ତରିତ କାଣ୍ଡ । ସପ୍ତଫେଣୀ, ନାଗଫେଣୀ ମଧ୍ଯ ରୂପାନ୍ତରିତ କାଣ୍ଡ । କଖାରୁ, ଜହ୍ନି, କଲରା ଆଦି ଗଛର ଆକର୍ଷୀ ମଧ୍ୟ ଗୋଟିଏ ରୂପାନ୍ତରିତ କାଣ୍ଡ ।

BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

→ କାଣ୍ଡର କାର୍ଯ୍ୟ :
BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 11

  • ଉଦ୍ଭିଦର ବାଣ୍ଡ ଉଦ୍ଭିଦର ବିଭିନ୍ନ ଅଂଶକୁ ଧରିରଖୁବା ସହ ସେଗୁଡ଼ିକୁ ସୂର୍ଯ୍ୟାଲୋକ
  • ଖଣିଜ ଲବଣକୁ ପରିବହନ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।
  • କାଣ୍ଡ ମଧ୍ଯ ପତ୍ରଦ୍ୱାରା ପ୍ରସ୍ତୁତ ଖାଦ୍ୟ ପରିବହନ କରି ଉଭିଦର ବିଭିନ୍ନ ଅଂଶକୁ ପଠାଇଥାଏ ।

ଅଦା, ଆଳୁ, ଓଲୁଅ ଆଦି ରୂପାନ୍ତରିତ କାଣ୍ଡ ଖାଦ୍ୟ ସଞ୍ଚୟ କରି ରଖିଥାଆନ୍ତି ।

ତୁମ ପାଇଁ କାମ – ୫

ଗୋଟିଏ ମନ୍ଦାରପତ୍ର ତୋଳିଆଣି ତା’ର ଗୋଟିଏ ଚିତ୍ର ଅଙ୍କନ କର । ପତ୍ରର ଅଂଶଗୁଡ଼ିକୁ ଚିହ୍ନ ।
BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 12

→ ଉଭିଦର ପତ୍ର :

  • ଅଧିକାଂଶ ପତ୍ରରେ ଥ‌ିବା ଓସାରିଆ ଅଂଶକୁ ଫଳକ କୁହାଯାଏ । ବୃନ୍ତଦ୍ୱାରା ଏହା ଉଦ୍ଭଦସହ ଲାଗିରହିଥାଏ ।
  • ବୁନ୍ତର ଉପସ୍ଥିତି ଅନୁ ଯାୟୀ ପତ୍ର ଦୁ ଇପ୍ର କାର ; ଯଥା – ସବୃନ୍ତକ ଓ ଅବୃନ୍ତକ । ଆମ୍ବ, ପଣସ ଗଛର ପତ୍ର ସବୃନ୍ତକ ଏବଂ ରଙ୍ଗଣୀ ଗଛର ପତ୍ର ଅବୃନ୍ତକ ଅଟେ ।

ତୁମ ପାଇଁ କାମ – ୬
BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 13

  • ପ୍ରତ୍ୟେକ ପତ୍ରକରେ ଛୋଟ ଛୋଟ ଡେମ୍ଫ ଥାଏ । ବେଳେବେଳେ ପତ୍ରକଟି ପତ୍ରଭଳି ଦେଖାଗଲେ ମଧ୍ୟ ଏହା ପତ୍ର ନୁହେଁ । ଏହା ଫଳକର ଗୋଟିଏ ଅଂଶ ମାତ୍ର । ଏହିଭଳି ପତ୍ରକ ଥ‌ିବା ପତ୍ରକୁ ଯୌଗିକ ପତ୍ର କୁହାଯାଏ । କିନ୍ତୁ ଆମ୍ବ, ପଣସ ଓ ଅମୃତଭଣ୍ଡା ଆଦିର ପତ୍ରକୁ ମୌଳିକ ପତ୍ର କୁହାଯାଏ ।
  • ଆମ୍ବ, ପଣସ, ପିଜୁଳି ଇତ୍ୟାଦି ପତ୍ରର ଧାର ଦନ୍ତୁରିତ ନୁହେଁ । କିନ୍ତୁ ମନ୍ଦାର ପତ୍ରର ଧାର ଦନ୍ତୁରିତ । ଅମୃତଭଣ୍ଡା ପତ୍ରର ଧାର ବହୁ ପରିମାଣରେ ଦନ୍ତୁରିତ ।
  • ଅଶ୍ଵତ୍‌ଥ ପତ୍ରର ଅଗ୍ର ଖୁବ୍ ଗୋଜିଆ ହେଲାବେଳେ ପଣସ ପତ୍ରର ଅଗ୍ର ଆଦୌ ଗୋଜିଆ ନୁହେଁ । ବହୁ ଜାତିର ପତ୍ରର ଅଗ୍ର ଅଳ୍ପବହୁତେ ଗୋଜିଆ ହୋଇଥାଏ; ମାତ୍ର କାଞ୍ଚନ ପତ୍ରର ଅଗ୍ରଟି ଦେଖ‌ିଲେ ମନେହୁଏ ଯେପରି ତାହା ଭିତରକୁ ପଶିଯାଇଛି ।
  • ବିଭିନ୍ନ ଜାତିର ପତ୍ର ଫଳକ ମଝିରେ ଗୋଟିଏ ଗୋଟିଏ ମୋଟା ଶିରା ଥାଏ ଏବଂ ସେଥୁରୁ ଶାଖା ଓ ପ୍ରଶାଖା ଶିରାମାନ ବାହାରିଥାଏ । ଦୁଇଟି ଶାଖା ଶିରାରୁ ବାହାରିଥିବା ଦୁଇଟି ପ୍ରଶାଖା ଶିରା ପରସ୍ପର ସହିତ ଯୋଡ଼ିହୋଇ ଫଳକ ଦେହରେ କୁହାଯାଏ ।

(iii) ଶିମ୍ବ, ନିମ୍ବ, ସଜନା ଆଦି ପତ୍ରର ଫଳକଗୁଡ଼ିକ ଛୋଟ ଛୋଟ ଅଂଶରେ ବିଭକ୍ତ । ଏହି ଛୋଟ ଅଂଶଗୁଡ଼ିକୁ ପତ୍ରକ କହନ୍ତି । ପ୍ରତ୍ୟେକ ପତ୍ରକରେ ଛୋଟ ଛୋଟ ଡେମ୍ଫ ଥାଏ ।
BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 14
(iv) ବେଳେବେଳେ ପତ୍ରକଟି ପତ୍ରଭଳି ଦେଖାଗଲେ ମଧ୍ୟ ଏହା ପତ୍ର ନୁହେଁ । ଏହା ଫଳକର ଗୋଟିଏ ଅଂଶ ମାତ୍ର । ଏହିଭଳି ପତ୍ରକ ଥିବା ପତ୍ରକୁ ଯୌଗିକ ପତ୍ର କୁହାଯାଏ । ଆମ୍ବ, ପଣସ ଓ ଅମୃତଭଣ୍ଡା ଆଦିର ପତ୍ରକୁ ମୌଳିକ ପତ୍ର କୁହାଯାଏ ।

BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ

→ ପତ୍ରର କାର୍ଯ୍ୟ :

  • ପତ୍ର ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ସମସ୍ତ ଜୀବଜଗତକୁ ଖାଦ୍ୟ ପ୍ରଦାନ କରିଥାଏ ।
  • ପତ୍ରରେ ଥ‌ିବା ଅସଂଖ୍ୟ ଛିଦ୍ରଦ୍ୱାରା ଉଭିଦ ବାୟୁମଣ୍ଡଳରୁ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ତ୍ୟାଗ କରି ଶ୍ବସନ କରିଥାଏ । ଏହି ଛିଦ୍ରଗୁଡ଼ିକ ଦ୍ଵାରା ଉଭିଦ ଶରୀରରୁ ଅତ୍ୟଧିକ ଜଳକୁ ଜଳୀୟବାଷ୍ପ ଆକାରରେ ବାହାରକୁ ଛାଡ଼ିଥାଏ । ଏହାକୁ ଉଚ୍ଛେଦନ କୁହାଯାଏ । ଏହି ପ୍ରକ୍ରିୟାଦ୍ଵାରା ଗଛପାଖ ଥଣ୍ଡା ଲାଗେ ।

ଫୁଲ :

  • ଫୁଲଟି ଗୋଟିଏ ବୃନ୍ତଦ୍ୱାରା କାଣ୍ଡ ସହିତ ଲାଗିରହିଥାଏ । ଗୋଟିଏ ଫୁଲରେ ବୃନ୍ତ, ବୃତ୍ତି, ଦଳ ବା ପାଖୁଡ଼ା, ପୁଂକେଶର ଓ ଗର୍ଭକେଶର ପରି ଅଂଶମାନ ଥାଏ ।
  • ଫୁଲଟି କଢ଼ ଅବସ୍ଥାରେ ବୃଦ୍ଧିଚକ୍ର (୧ମ ଚକ୍ର) ବାହାରକୁ ଦେଖାଯାଏ । କଢ଼ ବଡ଼ ହେଲେ ଦଳଚକ୍ର (୨ୟ ଚକ୍ର) ଦେଖାଯାଏ । ଫୁଲ ଫୁଟିଲେ ପୁଂକେଶର ଚକ୍ର (୩ୟ ଚକ୍ର) ଓ ଗର୍ଭକେଶର ଚକ୍ର (୪ର୍ଥ ଚକ୍ର) ଦେଖାଯାଏ ।

ପୁଂକେଶର ଚକ୍ର ଥାଏ । ଏଥ‌ିରେ ୧୦ଟି ଫୁକେଶର ଅଛି । ଫୁକେଶର ଚକ୍ର ଚାରିପାଖରେ ଦଳଚକ୍ର ଥାଏ । ଏଥ‌ିରେ ପ୍ରାୟ ୫ଟି ଦଳ ବା ପାଖୁଡ଼ା ଅଛି । ଦଳଚକ୍ରକୁ ବୃତ୍ତିଚକ୍ର ଘେରିରହିଥାଏ । ଏଥ‌ିରେ ୫ଟି ବୃତ୍ତି ଅଛି ।

ତୁମ ପାଇଁ କାମ ୭

→ ଫୁଲର କାର୍ଯ୍ୟ :

  1. ଫୁଲର ପ୍ରତ୍ୟେକ ପୁଂକେଶରରେ ଗୋଟିଏ ଦଣ୍ଡ ଓ ତା’ ଅଗରେ ପରାଗ ପେଟିକା ଥାଏ । ପରାଗ ପେଟିକାରେ ପରାଗ ରେଣୁ ଥାଏ ।
  2. ପ୍ରତି ଗର୍ଭକେଶର ଅଗ୍ରଭାଗରେ ଗର୍ଭଶୀର୍ଷ, ମଧ୍ୟଭାଗରେ ଗର୍ଭ ଦଣ୍ଡ ଓ ତଳ ଭାଗରେ ଗର୍ଭାଶୟ ଥାଏ ।
  3. ପାକଳ ପରାଗ ପରିପକ୍ବ ଗର୍ଭ ଶୀର୍ଷରେ ପଡ଼ିଲେ ପରାଗ ସଙ୍ଗମ ହୁଏ । ପରାଗ ସଙ୍ଗମର କିଛି ଦିନ ପରେ ଗର୍ଭାଶୟଟି ଫଳରେ ପରିଣତ ହୁଏ । ଗର୍ଭାଶୟ ମଧ୍ୟରେ ଗୋଟିଏ ବା ଗୁଡ଼ିଏ ଡିମ୍ବକୋଷ ରହିଥା’ନ୍ତି । ଫଳ ମଧ୍ୟରେ
  4. କଖାରୁ, କଲରା ଆଦି ଗଛରେ ଅଣ୍ଡିରା ଫୁଲରେ ଗର୍ଭ କେଶର ନଥାଏ ଏବଂ ମାଈ ଫୁଲରେ ଫୁକେଶର ନଥାଏ । ପୋଟଳ, କାଙ୍କଡ଼, ଅମୃତଭଣ୍ଡା, ତାଳ ଜାତିର ଅଣ୍ଡିରା ଗଛ ଓ ମାଈ ଗଛ ଦେଖାଯାଏ ।
    BSE Odisha 6th Class Science Solutions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ - 15

ଫଳ :
(i) ଗର୍ଭାଶୟଟି ପରାଗ ସଙ୍ଗମ ପରେ ଫଳ ହୁଏ । ପ୍ରତ୍ୟେକ ଫଳରେ ଗୋଟିଏ ଆବରଣ ଓ ଏକ କିମ୍ବା ଏକାଧ୍ଵ ବୀଜ ଥାଏ ।
(ii) ବୀଜ ଫଳ ଭିତରେ ନିରାପଦରେ ଗଠିତ ହୁଏ, ବଢ଼େ ଓ ପାକଳ ହୁଏ । ବୀଜ ପୁଣି ଆଉ ଥରେ ନୂତନ ଗଛ ହେବାପାଇଁ ସାହାଯ୍ୟ କରି ବଂଶବିସ୍ତାର କରେ ।

 

BSE Odisha 6th Class Science Solutions Chapter 8 ପରିସ୍ଥାନ

Odisha State Board BSE Odisha 6th Class Science Solutions Chapter 8 ପରିସ୍ଥାନ Textbook Exercise Questions and Answers.

BSE Odisha Class 6 Science Solutions Chapter 8 ପରିସ୍ଥାନ

Question 1.
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।

(କ) ପରିସ୍ଥାନ କାହାକୁ କୁହାଯାଏ ?
ଉ –
(i) ଉଦ୍ଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତା’ର ଚତୁଃପାର୍ଶ୍ୱକୁ ପରିସ୍ଥାନ କୁହାଯାଏ ।
(ii) ପରିସ୍ଥାନ ହେଉଛି ପରିବେଶର ଏକ ଅଂଶବିଶେଷ ।

(ଖ) ଉଭିଦର ଉପଯୋଜନ କାହିଁକି ଆବଶ୍ୟକ ?
ଉ –
ପରିବେଶର ପରିବର୍ତ୍ତନ ହେଲେ ସେଥ‌ିରେ ତିଷ୍ଠିରହିବାପାଇଁ ଉଭିଦର ଉପଯୋଜନ ଆବଶ୍ୟକ ହୋଇଥାଏ ।

(ଗ) ତିନୋଟି ଅଜୈବିକ କାରକର ନାମ ଲେଖ ।
ଉ –
ଜଳ, ବାୟୁ ଓ ଆଲୋକ ତିନୋଟି ଅଜୈବିକ କାରକ ।

BSE Odisha 6th Class Science Solutions Chapter 8 ପରିସ୍ଥାନ

Question 2.
କାରଣ ଲେଖ ।
(କ) ମାଛକୁ ପାଣିରୁ କାଢ଼ିଆଣିଲେ ସେ ମରିଯାଏ ।
ଉ –
(i) ଆମେ ଫୁସ୍‌ଫୁସ୍ ସାହାଯ୍ୟରେ ଶ୍ଵାସକ୍ରିୟା କଲାପରି ମାଛମାନେ ଗାଲିସି ସାହାଯ୍ୟରେ ଶ୍ଵାସକ୍ରିୟା କରନ୍ତି ।
(ii) ଜଳରେ ଦ୍ରବୀଭୂତ ହୋଇଥ‌ିବା ଅମ୍ଳଜାନର କିଛି ଅଂଶ ମାଛ ଶ୍ଵାସକ୍ରିୟାରେ ଗ୍ରହଣ କରି ବଞ୍ଚେ । ମାଛକୁ ପାଣିରୁ କାଢ଼ିଆଣିଲେ ସେ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ନପାରି ମରିଯାଏ ।

(ଖ) ଘୋଡ଼ା ମରୁଭୂମିରେ ରହିବା ସମ୍ଭବ ନୁହେଁ ।
ଉ –
(i) ଘୋଡ଼ାର ପାଦଦ୍ଵୟ ମରୁବାଲିରେ ଚାଲିବାରେ ସହାୟକ ହୁଏ ନାହିଁ ଏବଂ ଖାଦ୍ୟଭାବ ସମୟରେ ତା’ର
(ii) ଘୋଡ଼ାର ଶରୀର ମରୁଭୂମିରେ ରହିବାପାଇଁ ଉପଯୋଜିତ ହୁଏ ନାହିଁ । ତେଣୁ ଘୋଡ଼ା ମରୁଭୂମିରେ

(ଗ) କଲରା ଗଛ ସିଧା ଛିଡ଼ାହୋଇ ରହିପାରେ ନାହିଁ ।
ଉ –
(i) କଲରା ଏକ ଲତାଜାତୀୟ ଦୁର୍ବଳ ଉଭିଦ ଓ ଏହାର କାଣ୍ଡ ସରୁ ଓ ନରମ ।
(ii) କଲରା କାଣ୍ଡ ଦୁର୍ବଳ ହୋଇଥିବାରୁ ସେ ଅନ୍ୟର ସହାୟତାରେ ବଢ଼େ । ସେଥ‌ିପାଇଁ କଲରା ଗଛର କାଣ୍ଡ ଅଗରେ ଆକର୍ଷୀ ଥାଏ । ତେଣୁ କଲରା ଗଛ ସିଧା ଛିଡ଼ାହୋଇ ରହିପାରେ ନାହିଁ ।

Question 3.
କେଉଁଟି ଠିକ୍ (✓) ଚିହ୍ନଦ୍ୱାରା ଦର୍ଶାଅ ।
(କ) କାକୁଡ଼ି ଲତାର ଆକର୍ଷୀ ଏହାକୁ ମାଡ଼ିବାରେ ସାହାଯ୍ୟ କରେ ।
(ଖ) ମାଛର ଲାଞ୍ଜ ଦିଗ ପରିବର୍ତ୍ତନରେ ସାହାଯ୍ୟ କରେ ।
(ଗ) ଖଜୁରୀ ଏକ ମରୁଜ ଉଦ୍ଭଦ ।
(ଘ) ଓଟ ଏକ ଜଳଜ ଉଦ୍ଭିଦ ।
ଉ –
(କ) ✓
(ଖ) ✓
(ଗ) ✓
(ଘ) (✗)

BSE Odisha 6th Class Science Solutions Chapter 8 ପରିସ୍ଥାନ

ପରିସ୍ଥାନ Notes :

→ ଉପକ୍ରମ :

  • ତୁମେ ରହୁଥ‌ିବା ଅଞ୍ଚଳରେ କିମ୍ବା ଗାଁରେ ପୋଖରୀ ବା ଗାଡ଼ିଆ ଦେଖୁଥ‌ିବ । ଜଙ୍ଗଲରେ ଅନେକ ଜୀବ ରହୁଥ‌ିବା ମଧ୍ୟ ଜାଣିଥ‌ିବ ।
  • ଉଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତା’ର ଚତୁଃପାର୍ଶ୍ୱକୁ ପରିସ୍ଥାନ କୁହାଯାଏ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 1
  • ପୋଖରୀ, ଗାଡ଼ିଆ ଓ ଜଙ୍ଗଲରେ ବିଭିନ୍ନ ପ୍ରକାରର ଜୀବ ରହିଥା’ନ୍ତି । ସେମାନଙ୍କରଏକ ତାଲିକା ପ୍ରସ୍ତୁତ କରି କେଉଁମାନେ ଉଭିଦ ଓ କେଉଁମାନେ ପ୍ରାଣୀ ଚିହ୍ନଟ କରି ଏକ ସାରଣୀ କର ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 2

→ ପରିସ୍ଥାନ (Habitat) କ’ଣ:

  • ପ୍ରତ୍ୟେକ ଜୀବ ହେଉଛି ଜୀବଜଗତର ଏକ ଜୈବିକ ଏକକ । ଜୀବମାନଙ୍କ ଶରୀର ହେଉଛି ଜୈବିକ ପଦାର୍ଥର ସମାହାର ।
  • ଗୋଟିଏ ପରିସ୍ଥାନରେ ଅନେକ ପ୍ରକାରର ପ୍ରାଣୀ ଓ ଉଦ୍ଭିଦ ରହିଥା’ନ୍ତି । ପରିସ୍ଥାନରେ ଜୀବର ବୃଦ୍ଧି ହୁଏ ଓ ବଂଶ ବିସ୍ତାର ହୋଇ ମୃତ୍ୟୁ ମଧ୍ଯ ହୋଇଥାଏ ।
  • ପରିସ୍ଥାନ ହେଉଛି ପରିବେଶର ଏକ ଅଂଶବିଶେଷ । ପରିସ୍ଥାନ ଭିନ୍ନ ଭିନ୍ନ ଉପାଦାନକୁ ନେଇ ଗଠିତ । ପରିସ୍ଥାନ ଦୁଇଟି ଉପାଦାନରେ ଗଠିତ; ଯଥା – ଜୈବିକ କାରକ ଓ ଅଜୈବିକ କାରକ ।

→ ଜୈବିକ କାରକ :

  • ଏକ ନିର୍ଦ୍ଦିଷ୍ଟ ପରିସ୍ଥାନରେ ଯେଉଁ ଜୀବମାନେ ରହନ୍ତି, ସେହି ଜୀବମାନେ ସେହି ପରିସ୍ଥାନର ଜୈବିକ କାରକ ଅଟନ୍ତି । ଉପାଦାନ ଅନୁସାରେ ଯେ କୌଣସି
  • ପରିସ୍ଥାନର ଜୈବିକ କାରକକୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା –
    • (କ) ଉତ୍ପାଦକ ବା ସବୁଜ ଉଭିଦ
    • (ଖ) ଉକ୍ଷକ ବା ପ୍ରାଣୀ
    • (ଗ) ଅପଘଟକ ବା କେତେକ ଜାତିର ଅଣୁଜୀବ
  • ଉଭିଦ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହ ଅନ୍ୟ ଜୀବପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବାରୁ ସେମାନଙ୍କୁ ଉତ୍ପାଦକ କୁହାଯାଏ ।
  • ଅଣୁଜୀବ ଅତି କ୍ଷୁଦ୍ର, ଖାଲି ଆଖରେ ଦେଖାଯାଆନ୍ତି ନାହିଁ, ଅଧିକାଂଶ ଅଣୁଜୀବଙ୍କର ନିଜ ପାଇଁ ଖାଦ୍ୟ ପ୍ରସ୍ତୁତି କ୍ଷମତା ନ ଥାଏ । ସେମାନେ ପରଜୀବୀ କିମ୍ବା ମୃତଭୋଜୀଭାବେ ସେମାନଙ୍କର ପରିସ୍ଥାନରୁ ଖାଦ୍ୟ ସଂଗ୍ରହ କରିଥା’ନ୍ତି ।
  • ମୃତଭୋଜୀ ଅଣୁଜୀବମାନେ ଜୀବ ଶରୀରରୁ ଆବଶ୍ୟକ ଉପାଦାନ ଗ୍ରହଣକରନ୍ତି ଏବଂ ପରିବେଶକୁ ଯବକ୍ଷାରଜାନ, ଅମ୍ଳଜାନ ଓ ଅନ୍ୟାନ୍ୟ ପୋଷକ ପଦାର୍ଥ ତ୍ୟାଗକରନ୍ତି । ତାହା ପୁନର୍ବାର ଉଭିଦମାନେ ଗ୍ରହଣ କରି ନିଜର ବୃଦ୍ଧି ଓ ବିକାଶରେ ଲଗାନ୍ତି । ଏଥପାଇଁ ମୃତଭୋଜୀ ଅଣୁଜୀବଙ୍କୁ ଅପଘଟକ କୁହାଯାଏ ।

BSE Odisha 6th Class Science Solutions Chapter 8 ପରିସ୍ଥାନ

→ ଅଜୈବିକ କାରକ :
ଜଳ, ବାୟୁ, ଆଲୋକ, ତାପ, ମୃତ୍ତିକା, ଶିଳା ଇତ୍ୟାଦି କାରକଗୁଡ଼ିକୁ ପରିସ୍ଥାନର ଅଜୈବିକ କାରକ କୁହାଯାଏ । ସବୁଜ ଉଭିଦମାନେ ଆଲୋକ ଶକ୍ତିକୁ ଖାଦ୍ୟ ବା ରାସାୟନିକ ଶକ୍ତିରେ ପରିବର୍ତ୍ତନ କରିଥା’ନ୍ତି ।

  • ସବୁଜ ଉଭିଦମାନେ ଆଲୋକ ଶକ୍ତିକୁ ଖାଦ୍ୟ ବା ରାସାୟନିକ ଶକ୍ତିରେ ପରିବର୍ତ୍ତନ କରିଥା’ନ୍ତି ।
  • ସେହି ଖାଦ୍ୟ ଉପରେ ସମଗ୍ର ଜୀବଜଗତ ନିର୍ଭରଶୀଳ ।
  • ଆଲୋକର ତୀବ୍ରତା ଓ ଅବଧୂ ସହିତ ତାପମାତ୍ରା, ଜଳ, ବାୟୁ ମୃତ୍ତିକା ଇତ୍ୟାଦି ମିଶି ଏକ ପରିସ୍ଥାନରେ ଜଙ୍ଗଲ ହେବ କି ତୃଣଭୂମି ବା ମରୁଭୂମି ହେବ ନିର୍ଣ୍ଣୟ ହୋଇଥାଏ ।
  • ମନୁଷ୍ୟର ପ୍ରଥମ ବୈଜ୍ଞାନିକ ଉଦ୍ଭାବନ ହେଲା ନିଆଁ । ଏହାକୁ ବ୍ୟବହାର କରି ମଣିଷ ତାହାର ଖାଦ୍ୟ ପଦାର୍ଥକୁ ପୋଡ଼ି ଖାଇବା ଶିଖୁ ।
  • ଜଙ୍ଗଲରେ ନିଆଁ ଲାଗିଲେ ନିମିଷକ ମଧ୍ୟରେ ଘଞ୍ଚ ଜଙ୍ଗଲ ଥିବା ପରିସ୍ଥାନ ପୋଡ଼ି ପାଉଁଶ ହୋଇଯାଏ । ହଜାର ହଜାର ଜାତିର ଉଭିଦ ଓ ପ୍ରାଣୀ ଧ୍ଵଂସ ପାଇଥାଆନ୍ତି । ତେଣୁ ନିଆଁକୁ ଅଜୈବ କାରକ ହିସାବରେ ନିଆଯାଏ ।

→ ବିଭିନ୍ନ ପ୍ରକାର ପରିସ୍ଥାନ :

ତୁମପାଇଁ କାମ – ୨

  • ଗୋଟିଏ କୁଣ୍ଡରେ ଏକ ସପ୍ତଫେଣୀ ଜାତିର ଉଭିଦ ଏବଂ ଅନ୍ୟ ଏକ ମଲ୍ଲୀଗଛ ଲାଗିଥିବା କୁଣ୍ଡ ଆଣି ସେମାନଙ୍କର ମାଟି ଉପରିସ୍ଥ ଗଛର ଅଂଶକୁ ପଲିଥୁନ ଦ୍ବାରା ବାନ୍ଧି କିଛି ସମୟ ଖରାରେ ରଖୁଦିଅ ।
  • ଦେଖୁ ପଲିଥୁନ ମୁଣି ଭିତରେ ଛୋଟ ଛୋଟ ଜଳବିନ୍ଦୁ ଲାଗିଥବ । ଦୁଇଟି ଉଦ୍ଭଦରେ ଲାଗିଥ‌ିବା ମୁଣି ମଧ୍ୟରୁ ସପ୍ତଫେଣୀ ଜାତୀୟ ଉଦ୍ଭଦରେ କମ୍ ଜଳବିନ୍ଦୁ ଲାଗିଥ୍ବ କିମ୍ବା ଆଦୌ ନ ଥବ । କାରଣ ମରୁଭୂମିରେ ରହୁଥ‌ିବା ଉଭିଦମାନଙ୍କ ପାଇଁ
  • ସେଥ‌ିପାଇଁ ସେମାନଙ୍କ ପତ୍ରଗୁଡ଼ିକ କଣ୍ଟାରେ ରୂପାନ୍ତରିତ ହୋଇଥାଏ । ତା’ ଦେହରେ ଦେଖୁଥ‌ିବା ପତ୍ରଭଳି ମାଂସଳ ଅଂଶ ତାର ରୂପାନ୍ତରିତ କାଣ୍ଡ । ସେ ମଧ୍ୟ ଜଳ ସଂରକ୍ଷଣ କରିଥାଏ ।
  • ମାଛର ଶରୀର ଜଳରେ ରହିବା ପାଇଁ ଉପଯୁକ୍ତ । ତାହାର ଶ୍ଵାସକ୍ରିୟା ଜଳରେ ସମ୍ଭବପର ହୋଇଥାଏ । ସେଥ୍ପାଇଁ ସେ ଜଳରେ ବଞ୍ଚରେ ।
  • ପରିବେଶର ଅବସ୍ଥା ଓ ଆବଶ୍ୟକୀୟ ପଦାର୍ଥର ପରିମାଣକୁ ନେଇ ପରିସ୍ଥାନ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ; ଯଥା –
    (କ) ସ୍ଥଳୀୟ ପରିସ୍ଥାନ ଓ (ଖ) ଜଳୀୟ ପରିସ୍ଥାନ

BSE Odisha 6th Class Science Solutions Chapter 8 ପରିସ୍ଥାନ

ଉଭିଦମାନଙ୍କ ପରିସ୍ଥାନ :

  • ପରିସ୍ଥାନରେ ଜଳର ପରିମାଣ ଅନୁସାରେ ଉଭିଦର ଜୀବନଶୈଳୀ ଓ ଗଠନରେ ଅନେକ ପରିବର୍ତ୍ତନ ଦେଖାଯାଏ ।
    ଉଭିଦମାନଙ୍କ ପରିସ୍ଥାନରେ ଆଲୋକ, ତାପମାତ୍ରା, ମୃଭିକା, ବାୟୁର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
  • ପରିସ୍ଥାନ ଅନୁସାରେ ଉଭିଦମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଛି ; ଯଥା –
    • (କ) ମରୁଜ – ଜଳଭାବ ଅଞ୍ଚଳର ମରୁଭୂମି ଅଞ୍ଚଳର ଉଭିଦ
    • (ଖ) ଆର୍ଦ୍ରଭୂମିଜ – ଜଳାଭାବ ବା ଜଳାଧ‌ିକ୍ୟ ନଥ‌ିବା ଅଞ୍ଚଳର ଉଭିଦ ବା ସନ୍ତସନ୍ତିଆ ଅଞ୍ଚଳରେ ବଢୁଥ‌ିବା
    • (ଗ) ଜଳଜ – ଜଳାଧ୍ୟାକ୍ୟ ଅଞ୍ଚଳର ଉଭିଦ

→ ପ୍ରାଣୀମାନଙ୍କ ପରିସ୍ଥାନ :
ନିଜର ଆଚରଣ, ଖାଦ୍ୟ, ଜଳ ପରିମାଣ ଓ ଆଲୋକର ସହଜଲଭ୍ୟତା ଉପରେ ଆଧାର କରି ପ୍ରାଣୀମାନଙ୍କୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା – (କ) ସ୍ଥଳଚର, (ଖ) ଜଳଚର ଓ (ଗ) ଉଭୟଚର ।

(କ) ସ୍ଥଳଚର ପ୍ରାଣୀମାନେ ଜଙ୍ଗଲ, ମରୁଭୂମି, ତୃଣଭୂମି, ପାର୍ବତ୍ୟାଞ୍ଚଳ ଆଦି ପରିସ୍ଥାନରେ ରହିଥାଆନ୍ତି ।
(ଖ) ଜଳଚର ପ୍ରାଣୀମାନେ ନଦୀ, ହ୍ରଦ, ପୋଖରୀ, ସମୁଦ୍ର ଆଦି ପରିସ୍ଥାନରେ ରହିଥାଆନ୍ତି ।
(ଗ) ଉଭୟଚର ପ୍ରାଣୀଙ୍କର ଜଳ ଓ ସ୍ଥଳ ଭାଗରେ ରହିବା ପାଇଁ ଉପଯୋଜନ ଥାଏ ।

BSE Odisha 6th Class Science Solutions Chapter 8 ପରିସ୍ଥାନ

Question 1.
ତୁମେ ଜାଣିଥୁବା ଭିନ୍ନ ଭିନ୍ନ ଜୀବମାନଙ୍କର ଏକ ତାଲିକା କରି, ସେଗୁଡ଼ିକୁ ସାରଣୀରେ ସଜାଇ ଲେଖ । BSE Odisha 6th Class Science Solutions Chapter 8 ପରିସ୍ଥାନ - 3.1

→ ଜୀବ ଓ ସେମାନଙ୍କ ଉପଯୋଜନ (Adoptation) :

  • ଜୀବମାନେ ଯେଉଁଠାରେ ବାସକରନ୍ତି ସେ ସ୍ଥାନ ସହ ଖାପଖୁଆଇ ଚଳିଥା’ନ୍ତି; ଅର୍ଥାତ୍ ସେ ସ୍ଥାନର ଜଳବାୟୁ, ମୃତ୍ତିକା, ତାପମାତ୍ରା ଓ ଅନ୍ୟ ଜୀବମାନଙ୍କ ସହ ନିଜକୁ ମିଳାଇ ଚଳନ୍ତି ।
  • ମାଛ, କଙ୍କଡ଼ା, ତିମି, ପଦ୍ମ, କଇଁ ଜଳରେ ରୁହନ୍ତି । ସେହିପରି କାଉ, ପାରା, ବାଦୁଡ଼ି ଆକାଶରେ ଉଡ଼ିପାରନ୍ତି । ଓଟ, କୀଟ, ପତଙ୍ଗ ଏବଂ ସପ୍ତଫେଣୀ ପରି କଣ୍ଟାଜାତୀୟ ଉଦ୍ଭଦ ମରୁଭୂମିରେ ବଞ୍ଚିପାରନ୍ତି ।
    • ମାଛ ଗାଲି ସାହାଯ୍ୟରେ କେବଳ ଜଳରେ ହିଁ ଶ୍ଵାସକ୍ରିୟା ସମ୍ପାଦନ କରିପାରେ ।
    • ପରିବେଶ ପରିବର୍ତ୍ତନ ସହ ତାଳଦେଇ ପ୍ରତ୍ୟେକ ଜୀବର ଗାଠନିକ ଓ କ୍ରିୟାତ୍ମକ ପରିବର୍ତ୍ତନକୁ ଉପଯୋଜନ କୁହାଯାଏ ।

ପରିବେଶ ପରିବର୍ତ୍ତନ ସହ ତାଳଦେଇ ପ୍ରତ୍ୟେକ ଜୀବର ଗାଠନିକ ଓ କ୍ରିୟାତ୍ମକ ପରିବର୍ତ୍ତନକୁ ଉପଯୋଜନ କୁହାଯାଏ ।

→ ଜଳଜ ଉଭିଦ ଓ ପ୍ରାଣୀ :
(କ) ଜଳଜ ଉଭିଦ :

  • ଚିଙ୍ଗୁଡ଼ିଆ ଦଳ, ପଦ୍ମ, କଇଁ ଇତ୍ୟାଦି ଉଭିଦଙ୍କୁ ଆମେ ପୋଖରୀ, ଗାଡ଼ିଆରେ ଦେଖୁବାକୁ ପାଉ ।
  • ସେମାନଙ୍କ ମଧ୍ୟରୁ କେତେକ ଭାସମାନ ଅବସ୍ଥାରେ ଓ ଆଉ କେତେକ ପାଣିରେ ବୁଡ଼ିରହିଥାଆନ୍ତି ।
  • ସେହି ଉଭିଦଗୁଡ଼ିକର କାଣ୍ଡରେ ଅସଂଖ୍ୟ ବାୟୁ କୋଠରି ଥାଏ ଯାହା ସେଗୁଡ଼ିକୁ ପାଣିରେ ଭାସିବାରେ ସାହାଯ୍ୟ କରେ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 3

(ଖ) ଜଳଜ ପ୍ରାଣୀ :

  • ଜଳରେ ବାସକରୁଥିବା ପ୍ରାଣୀମାନଙ୍କୁ ଜଳଜ ପ୍ରାଣୀ ବୋଲି ଆମେ କହୁ । କରାଇଥାଏ ।
  • ଉଦାହରଣସ୍ୱରୂପ ମାଛର ପକ୍ଷ ପାଣିରେ ପହଁରିବାରେ, ଲାଞ୍ଜ ଦିଗ ବଦଳାଇବାରେ ଓ ଗାଲିସି ଜଳରେ ଶ୍ଵାସକ୍ରିୟା କରିବାରେ ସାହାଯ୍ୟ କରେ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 4

→ 8.7. ମରୁଜ ଉଦ୍ଭିଦ ଓ ପ୍ରାଣୀ :

(କ) ମରୁଜ ଉଦ୍ଭଦ :

  • ମରୁଭୂମିରେ ଦେଖାଯାଉଥ‌ିବା ସପ୍ତଫେଣୀ, ନାଗଫେଣୀ, ଖଜୁରୀ ଆଦି କଣ୍ଟାଜାତୀୟ ଉଭିଦକୁ ମରୁଜ ଉଭିଦ କୁହାଯାଏ ।
  • ସେଗୁଡ଼ିକର ପ୍ରାୟତଃ ପତ୍ର ଦେଖାଯାଏ ନାହିଁ ବା ସେଗୁଡ଼ିକ ରୂପାନ୍ତରିତ ହୋଇ କଣ୍ଟାରେ ପରିଣତ ହୋଇଥାଏ ।
  • ତେଣୁ ଉଭିଦଗୁଡ଼ିକ ଉୱେଦନ ପ୍ରକ୍ରିୟାରେ ଅତିକମ୍ ଜଳ ବାୟୁମଣ୍ଡଳକୁ ଛାଡ଼ିଥାଆନ୍ତି ।

BSE Odisha 6th Class Science Solutions Chapter 8 ପରିସ୍ଥାନ

(ଖ) ମରୁଜ ପ୍ରାଣୀ :

  • ଓଟ ଏକ ମରୁଜ ପ୍ରାଣୀ । ସେମାନଙ୍କ ଚର୍ମରେ ସ୍ବେଦଗ୍ରନ୍ଥୀ ଆଦୌ ନଥାଏ ।
  • ନାକପୁଡ଼ାରେ ଥ‌ିବା ଲୋମ ମରୁଭୂମିରେ ଧୂଳିବାଲିକୁ ଭିତରକୁ ପ୍ରବେଶ କରିବାକୁ ଦିଏ ନାହିଁ ।
  • ଓଟର ଗୋଟାଳିଆ ଖୁରାବିହୀନ ମାଂସଳ ପାଦ ସେମାନଙ୍କୁ ଉତ୍ତପ୍ତ ମରୁବାଲିରେ ଚାଲିବାରେ ସାହାଯ୍ୟ କରେ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 5

8.8. ଲତାଜାତୀୟ (ଦୁର୍ବଳ) ଉଦ୍ଭଦ :

  • କଲରା, କଖାରୁ, କାକୁଡ଼ି ଜାତୀୟ ଗଛଗୁଡ଼ିକର କାଣ୍ଡ ଦୁର୍ବଳ ସେମାନଙ୍କ କାଣ୍ଡରେ ଆକର୍ଷୀଗୁଡ଼ିକ ଥାଏ ।
  • ପ୍ରତ୍ୟେକ ଜୀବର ପରିସ୍ଥାନ ତା’ର ଜୀବନ ପାଇଁ ଗୁରୁତ୍ବପୂର୍ଣ । ତେଣୁ ଏଥ‌ିରେ କିଛି ପରିବର୍ତ୍ତନ ହେଲେ ପରିବେଶରେ ସନ୍ତୁଳନ ବିପର୍ଯ୍ୟସ୍ତ ହୋଇଯିବ ଏବଂ ଏହାର କୁପ୍ରଭାବ ଜୀବଜଗତ ଉପରେ ପଡ଼ିବ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 6

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

Odisha State Board BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ Textbook Exercise Questions and Answers.

BSE Odisha Class 6 Science Solutions Chapter 7 ଜୀବ ଓ ନିର୍ଜୀବ

Question 1.
ପଥର ଖଣ୍ଡ ଓ ବିଲେଇ ମଧ୍ୟରେ ଥ‌ିବା ତିନୋଟି ପାର୍ଥକ୍ୟ ଲେଖ ।
ଉ-
(i) ପଥର ଖଣ୍ଡ ଗୋଟେ ନିର୍ଜୀବ ବସ୍ତୁ; ମାତ୍ର ବିଲେଇ ଜୀବ ଅଟେ ।
(ii) ପଥର ଖାଦ୍ୟ, ଜଳ, ବାୟୁ ଆବଶ୍ୟକ କରେ ନାହିଁ; ମାତ୍ର ବିଲେଇର ଖାଦ୍ୟ, ଜଳ, ବାୟୁ ଆବଶ୍ୟକ ହୁଏ ।
(iii) ପଥର ଗୋଟିଏ ସ୍ଥାନରେ ପଡ଼ିରହିଥ‌ିବାବେଳେ, ବିଲେଇ ଚାରିଆଡ଼େ ଗତି କରିପାରେ ।

Question 2.
କୁକୁର ଓ ଆମ୍ବଗଛ ମଧ୍ୟରେ ଦୁଇଟି ସାମଞ୍ଜସ୍ୟ ଓ ଦୁଇଟି ପାର୍ଥକ୍ୟ ଲେଖ ।
ଉ –
BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 1

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

Question 3.
ଜୀବ ପରିବେଶ ସହ କିପରି ପ୍ରତିକ୍ରିୟା କରେ ତୁମର ଅନୁଭୂତିରୁ ତିନୋଟି ଉଦାହରଣ ଦେଇ ବୁଝାଅ ।
ଉ –
(i) ଗୋଟିଏ ଛୋଟିଆ ଗଛ ଉପରେ ମାଟି ହାଣ୍ଡିଟିଏ ଘୋଡ଼ାଇଦେଇ, ହାଣ୍ଡିରେ ଗୋଟିଏ କଣା କଲେ, ଗଛଟି କଣାଦେଇ ବାହାରକୁ ବାହାରିବ । ଗଛ ଆଲୋକ ପାଇବାପାଇଁ ଏଭଳି ପ୍ରତିକ୍ରିୟା ପ୍ରକାଶ କରେ ।
(ii) ଖାଲିପାଦରେ ଗଲାବେଳେ ଯଦି କଣ୍ଟା ଉପରେ ଆମ ପାଦ ପଡ଼ିଯାଏ; ତେବେ ପାଦ ଆପଣାଛାଏଁ ଉପରକୁ ଉଠିଯାଏ । ଏଭଳି ପାରିପାର୍ଶ୍ବକ ପରିବର୍ତ୍ତନରେ ଆମ ଶରୀର ପ୍ରତିକ୍ରିୟା ଦେଖାଇଥାଏ ।
(iii) ଆମେ ସୁଆଦିଆ ଖାଦ୍ୟ ବିଷୟରେ ଭାବିଲାବେଳକୁ ପାଟିରୁ ଲାଳ ବାହାରିଆସେ । ଏହିସବୁ ପାରିପାର୍ଶ୍ବକ ପରିବର୍ତ୍ତନରେ ଆମ ଶରୀର ପ୍ରତିକ୍ରିୟା ପ୍ରକାଶ କରିଥାଏ ।

Question 4.
ନିଆଁ ଜୀବ କି ? ତୁମ ଉତ୍ତରର ଯଥାର୍ଥତା ବୁଝାଅ ।
ଉ –
ନିଆଁ ଜୀବ ନୁହେଁ । କାରଣ ନିଆଁର ବଂଶବୃଦ୍ଧି, ଖାଦ୍ୟଗ୍ରହଣ, ରେଚନ ଆଦି ହୁଏ ନାହିଁ । ତେଣୁ ତାର ଜୀବନ ନାହିଁ । ଏହା ଜୀବ ନୁହେଁ ।

Question 5.
ଶିଉଳି ଜୀବ କି ନିର୍ଜୀବ ଯୁକ୍ତିଦ୍ଵାରା ବୁଝାଅ ?
ଉ –
ଶିଉଳି ଜୀବ । କାରଣ ଏହାର ବୃଦ୍ଧି, ଖାଦ୍ୟ ଗ୍ରହଣ, ଶ୍ଵାସକ୍ରିୟା, ରେଚନ, ବଂଶବୃଦ୍ଧି ଇତ୍ୟାଦି ହୋଇଥାଏ । ତେଣୁ ଏହା ଜୀବ ।

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

ଜୀବ ଓ ନିର୍ଜୀବ Notes :

→ ଉପକ୍ରମ :

  • ଆମ ପରିବେଶରେ ଆମେ ସମୁଦ୍ର, ନଦୀ, ପାହାଡ଼, ପର୍ବତ, ବିଭିନ୍ନ ପ୍ରକାର ପ୍ରାଣୀ, ଉଭିଦ, ଗାଡ଼ି, ମଟର, ଅଟ୍ଟାଳିକା ଇତ୍ୟାଦି ଅନେକ ବସ୍ତୁ ଦେଖୁଛେ ।
  • ଏହିସବୁ ବସ୍ତୁ ଏକ ପ୍ରକାର ନୁହଁନ୍ତି । ସବୁ ବସ୍ତୁ ଭିତରେ କିଛିନା କିଛି ପାର୍ଥକ୍ୟ ଅଛି । ସମସ୍ତଙ୍କର ଆକୃତି, ଗଠନ ଓ ବର୍ଣ୍ଣ ଅଲଗା ଅଲଗା ।

→ ଜୀବ କ’ଣ :

  • ପିମ୍ପୁଡ଼ି, ଜିଆ, ଜନ୍ଦା, ଅସରପା, କୁକୁର, କୁକୁଡ଼ା, ସାପ, ଏଣ୍ଡୁଅ, ଶୁଆ, କାଉ, ଜୀବନ ଅଛି ।
    ଯାହାର ଜୀବନ ଅଛି ତାହାକୁ ଜୀବ କୁହାଯାଏ ।
  • ଗାଡ଼ି, ମଟର, ବାସନକୁସନ, ବହି, କଲମ, ରେଡ଼ିଓ, ସାଇକେଲ ଇତ୍ୟାଦିର ଜୀବନ ନାହିଁ ।
    BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 2
  • ଯାହାର ଜୀବନ ନାହିଁ ତାହାକୁ ନିର୍ଜୀବ କୁହାଯାଏ ।
  • ବେଳେବେଳେ ଜୀବ ଓ ନିର୍ଜୀବ ସହଜରେ ଜୀବମାନଙ୍କ ପାଖରେ କିଛି ବିଶେଷତ୍ଵ ଥାଏ, ଯାହାଦ୍ୱାରା ସେମାନେ ନି ର୍ଜୀବ ମାନଙ୍କଠାରୁ ସଂପୂର୍ଣ୍ଣ ଅଲଗା ହୋଇଥା’ନ୍ତି ।

Question 1.
ଘରେ ଦେଖୁଥ‌ିବା ବସ୍ତୁଗୁଡ଼ିକର ଏକ ତାଲିକା କରି, ସେମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ଜୀବ ଓ କେଉଁଗୁଡ଼ିକ ନିର୍ଜୀବ ତା’ର ଏକ ସାରଣୀ କର ।
ଉ-
BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 3

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

→ ଜୀବର ଚଳନ :
BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 4

  • ଜୀବମାନେ ବଞ୍ଝାପାଇଁ ଖାଦ୍ୟ, ଜଳ ଓ ବାୟୁ ଆବଶ୍ୟକ କରିଥା’ନ୍ତି ।
  • ଜୀବମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଗତି କରିଥା’ନ୍ତି । ଉଭିଦମାନଙ୍କ କ୍ଷେତ୍ରରେ ପ୍ରତ୍ୟକ୍ଷ ଚଳନ ଦେଖାଯାଇ ନଥାଏ । କିନ୍ତୁ କେତେକ ଶ୍ରେଣୀର ଉଦ୍ଭଦ; ଯଥା – ଶୈବାଳ ଓ ବ୍ୟାକ୍ଟେରିଆମାନେ ଚଳନ କରିଥା’ନ୍ତି ।

→ ଜୀବ ଖାଦ୍ୟ ଖାଏ :
ସମସ୍ତ ଜୀବ ବଞ୍ଚିରହିବାପାଇଁ ଖାଦ୍ୟ ଆବଶ୍ୟକ କରନ୍ତି । ଖାଦ୍ୟ ଜୀବକୁ ଶକ୍ତି ପ୍ରଦାନ କରିବା ସହ ଚଳନ ଓ ବୃଦ୍ଧିରେସାହାଯ୍ୟ କରିଥାଏ ।

ତୁମପାଇଁ କାମ – ୨

  • ଖାଦ୍ୟ ଜୀବକୁ ଶକ୍ତି ପ୍ରଦାନ କରିବା ସହ ଚଳନ ଓ ବୃଦ୍ଧିରେ ସାହାଯ୍ୟ କରିଥାଏ ।

ଜୀବର ବୃଦ୍ଧି :
ଉଭିଦମାନେ ମାଟିରୁ ଜଳ ଓ ଖଣିଜ ଲବଣ ନେଇ ନିଜେ ନିଜ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । କିନ୍ତୁ ପ୍ରାଣୀମାନେ ନିଜ ଖାଦ୍ୟ ପାଇଁ ଉଭିଦମାନଙ୍କ ଉପରେ ନିର୍ଭର କରନ୍ତି ।
BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 5

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

→ ଜୀବର ଶ୍ୱସନ :

ତୁମପାଇଁ କାମ – ୩

  • ଗୋଟିଏ ବୋତଲରେ କିଛି ସ୍ବଚ୍ଛ ଚୂନ ପାଣି ନିଅ । ସେଥୁରେ କିଛି ଭିଜା ଗଜାମୁଗ ନେଇ ଗୋଟିଏ କନାରେ ବାନ୍ଧି ଝୁଲାଇ ଦିଅ । କିଛି ସମୟ ଅପେକ୍ଷା କର । କିଛି ସମୟ ପରେ ବୋତଲରେ ଥିବା ସ୍ଵଚ୍ଛ ଚୂନପାଣି ଦୁଧୂ ବର୍ଷ ହୋଇଯିବ । ଆମେ ପ୍ରଶ୍ଵାସ ଦ୍ବାରା ବାୟୁ ଶରୀର ଭିତରକୁ ନେଉ । ସେଥୁରେ ଥ‌ିବା ଅମ୍ଳଜାନକୁ ବ୍ୟବହାର କରି ପରେ ନିଃଶ୍ଵାସ ଦ୍ଵାରା ଅଙ୍ଗାରକାମ୍ଳ ଯୁକ୍ତ ବାୟୁକୁ ବାହାରକୁ ଛାଡୁ ।
    BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 6
  • ଏହି ନିଃଶ୍ଵାସ, ପ୍ରଶ୍ଵାସ କରିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ । ଶ୍ଵସନରେ ବାହାରୁଥିବା ଅଙ୍ଗାରକାମ୍ଳ ଚୂନପାଣିକୁ ଦୁଧୂଆ ବର୍ଷ କରିଦିଏ । ଏହିପରି ସମସ୍ତ ଜୀବ ଶ୍ବସନ କ୍ରିୟା କରନ୍ତି । ପ୍ରାଣୀମାନଙ୍କ ପରି ଉଭିଦମାନେ ମଧ୍ୟ ଶ୍ଵାସନକ୍ରିୟା କରନ୍ତି । ଗଜାମୁଗ ବଦଳରେ ଜିଆ କନାରେ ବାନ୍ଧି ପରୀକ୍ଷାଟି କର ।

(iv) ସମସ୍ତ ଜୀବ ଶ୍ୱସନ କ୍ରିୟା କରିଥା’ନ୍ତି । ନିଃଶ୍ୱାସ, ପ୍ରଶ୍ବାସ କରିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା ବା ଶ୍ୱସନକ୍ରିୟା କୁହାଯାଏ । ଶ୍ଵାସନରେ ବାହାରୁଥିବା ଅଙ୍ଗାରକାମ୍ଳ ଚୂନପାଣିକୁ ଦୁଧୂ ବର୍ଷ କରିଦିଏ ।

→ ଜୀବର ରେଚନ :
(v) ସମସ୍ତ ଜୀବ ଖାଦ୍ୟ ଖାଆନ୍ତି । ଖାଦ୍ୟର ସାରାଂଶ ଶରୀର ଗ୍ରହଣ କରିବା ପରେ ଏଥିରୁ କେତେକ ବର୍ଜ୍ୟବସ୍ତୁ ସୃଷ୍ଟି ହୁଏ । ବର୍ଜ୍ୟବସ୍ତୁ ଶରୀର ବାହାରକୁ ତ୍ୟାଗ କରିବାକୁ ରେଚନ କୁହାଯାଏ ।

  • ପ୍ରାଣୀମାନେ ରେଚନ କ୍ରିୟାଦ୍ଵାରା ମଳ, ମୂତ୍ର, ଝାଳ ତ୍ୟାଗକରନ୍ତି । ସଜନା ଗଛର ଅଠା ସେହି ଗଛର ଶରୀରରୁ ବାହାରୁଥିବା ଏକ ବର୍ଜ୍ୟବସ୍ତୁ ।

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

→ ଜୀବମାନଙ୍କ ପ୍ରତିକ୍ରିୟା :

ତୁମ ପାଇଁ କାମ – ୪

  • ଗୋଟିଏ ଛୋଟିଆ ଗଛ ଉପରେ ଗୋଟିଏ ମାଟି ହାଣ୍ଡିକୁ ଘୋଡ଼ାଇ ଦିଅ ଏବଂ ହାଣ୍ଡି ଦେହରେ ଗୋଟିଏ ପାଖକୁ ଛୋଟ କଣାଟିଏ କରିଦିଅ ।
  • କିଛି ଦିନ ଅପେକ୍ଷା କର । ହାଣ୍ଡି ଭିତରୁ ଗଛଟି କଣାଦେଇ ବାହାରକୁ ବାହାରିବ । କାରଣ ଗଛ ଆଲୋକ ପାଇବା ପାଇଁ ହାଣ୍ଡିର କଣା ମଧ୍ୟଦେଇ ପଦାକୁ ବାହାରିଲା ସମସ୍ତ ଜୀବ ପ୍ରତିକ୍ରିୟା କରନ୍ତି ।
    BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 7

→ ଜୀବମାନଙ୍କ ବଂଶବୃଦ୍ଧି :

  • କୁକୁଡ଼ା ଅଣ୍ଡା ଦିଏ । ସେହି ଅଣ୍ଡା ଫୁଟିବା ପରେ କୁକୁଡ଼ା ଛୁଆ ବାହାରେ । ବିଲେଇ, କୁକୁର ଆଦି ପ୍ରାଣୀ ମଧ୍ୟ ଛୁଆ ଜନ୍ମ କରନ୍ତି । ଏହିପରି ସମସ୍ତ ଜୀବଙ୍କର ବଂଶବୃଦ୍ଧି ଘଟିଥାଏ ।
  • ପ୍ରାଣୀମାନେ ଭିନ୍ନ ଭିନ୍ନ ଉପାୟରେ ନିଜର ବଂଶବୃଦ୍ଧି କରିଥା’ନ୍ତି । ଉଭିଦମାନେ ମଞ୍ଜି କିମ୍ବା ଗଛର ଅନ୍ୟ ଅଂଶରୁ ନିଜର ବଂଶବିସ୍ତାର କରିଥା’ନ୍ତି ।
    BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 8

ତୁମ ପାଇଁ କାମ – ୫

  • ଗୋଲାପ କିମ୍ବା ମନ୍ଦାରର ଡାଳ ନିଅ । ସେଗୁଡ଼ିକ କାଟି ମାଟିରେ ପୋତିଦିଅ । ମଝିରେ ମଝିରେ ପାଣି ଦିଅ । କିଛିଦିନ ଅପେକ୍ଷା କର । ଅନେକ ଡାଳରୁ ଚେର ବାହାରିବା ଦେଖୁବ ।ସେଗୁଡ଼ିକ ବଢ଼ି ନୂଆ ଗଛ ହୋଇଯିବ ।
  • ପ୍ରାଣୀମାନେ ଭିନ୍ନ ଭିନ୍ନ ଉପାୟରେ ନିଜର ବଂଶ ବୃଦ୍ଧି କରିଥାଆନ୍ତି । କିଏ ଅଣ୍ଡା ଦିଏ ତ କିଏ ଛୁଆ ଦେଇଥାଏ । ଉଭିଦମାନେ ମଞ୍ଜି କିମ୍ବା ଗଛର ଅନ୍ୟ ଅଂଶରୁ ନିଜର ବଂଶ ବିସ୍ତାର କରିଥାଆନ୍ତି ।
    BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 9

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

Question ୨ ।
ତୁମେ ଦେଖୁଥ‌ିବା ସଜୀବ ଓ ନିର୍ଜୀବ ବସ୍ତୁମାନଙ୍କର ତାଲିକା କରି ସେମାନଙ୍କଠାରେ ନିମ୍ନଲିଖ୍ତ ପ୍ରକ୍ରିୟା ହେଉଛି
ଉ –
BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 10

BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ

Odisha State Board BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ Textbook Exercise Questions and Answers.

BSE Odisha Class 6 Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ

Question 1.
ନିମ୍ନଲିଖୂତ ପରିବର୍ତ୍ତନଗୁଡ଼ିକ ଭିତରୁ କେଉଁଟି ପ୍ରତ୍ୟାବର୍ତୀ ଓ କେଉଁଟି ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଲେଖ ।
(କ) ଫୁଲରୁ ଫଳ ହେବା
(ଖ) ଲାଜକୁଳୀ ପତ୍ର ଆଘାତପାଇ ନଇଁଯିବା
(ଗ) ଲୁହାରେ କଳଙ୍କି ଲାଗିବା
(ଘ) ଲୁହାଖଣ୍ଡକୁ ଚୁମ୍ବକରେ ପରିଣତ କରିବା
ଉତ୍ତର –
(କ) ଅପ୍ରତ୍ୟାବର୍ତ୍ତୀ
(ଖ) ପ୍ରତ୍ୟାବର୍ତ୍ତୀ
(ଗ) ଅପ୍ରତ୍ୟାବର୍ତ୍ତୀ
(ଘ) ପ୍ରତ୍ୟାବର୍ତ୍ତୀ

Question 2.
ନିମ୍ନୋକ୍ତ ପ୍ରକ୍ରିୟା ମଧ୍ୟରୁ କେଉଁଟି ଅସ୍ଥାୟୀ, ପ୍ରତ୍ୟାବର୍ତ୍ତୀ, ଭୌତିକ ବା ରାସାୟନିକ ପ୍ରକ୍ରିୟା ଲେଖ ।
(କ) କିରୋସିନ୍‌ ଦହନ
(ଖ) କଳଙ୍କି ଲାଗି ଲୁହାକଣ୍ଟାର ବସ୍ତୁତ୍ଵରେ ବୃଦ୍ଧି
(ଗ) ବେଶୀ ବେଶୀ ଲୁଣ ଜଳରେ ଦ୍ରବୀଭୂତ କରାଇ ସଂତୃପ୍ତ ଦ୍ରବଣ ତିଆରି କରିବା ପ୍ରକ୍ରିୟା
(ଘ) ବୁଟକୁ ପାଣିରେ ବତୁରାଇ ଫୁଲାଇବା
(ଙ) ଚୁମ୍ବକ ଦଣ୍ଡକୁ ଗରମ କରିବା
ଉତ୍ତର –
(କ) ରାସାୟନିକ
(ଖ) ରାସାୟନିକ
(ଗ) ଭୌତିକ
(ଘ) ପ୍ରତ୍ୟାବର୍ତ୍ତୀ
(ଙ) ଅସ୍ଥାୟୀ

BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ

Question 3.
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଲେଖ ।

(କ) ଲୁହାକଣ୍ଟାକୁ ଉତ୍ତପ୍ତ କରି ଲାଲ କରିବା କେଉଁ ପ୍ରକାର ପରିବର୍ତ୍ତନ ?
ଉ –
ଲୁହାକଣ୍ଟାକୁ ଉତ୍ତପ୍ତ କରି ଲାଲ କରିବା ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।

(ଖ) ଗୋଟିଏ ରାସାୟନିକ ପରିବର୍ତ୍ତନ ଘଟିଲା ବୋଲି ଜାଣିବା କିପରି ?
ଉ –
(i) ତୁତିଆକୁ ଅଧ‌ିକ ଉତ୍ତପ୍ରକଲେ ଶେଷରେ ଏକ କଳା ରଙ୍ଗର କଠିନ ପଦାର୍ଥ ପରୀକ୍ଷା ନଳୀର ତଳେ ରହିଯିବ । ଏହି ନୂତନ ପଦାର୍ଥର ରାସାୟନିକ ନାମ କପର ଅକ୍‌ସାଇଡ୍ । ଏଥୁରୁ ଆଉ ତୁତିଆ ପ୍ରସ୍ତୁତ ହୋଇ ପାରିବ ନାହିଁ । ତେଣୁ ଏହି ପରିବର୍ତ୍ତନଟି ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ।
(ii) ଏହି ପରିବର୍ତ୍ତନଗୁଡ଼ିକର ଶେଷରେ ମିଳୁଥ‌ିବା ଉତ୍ପାଦଗୁଡ଼ିକ ଗୋଟିଏ ଗୋଟିଏ ନୂତନ ପଦାର୍ଥ । ତେଣୁ ଏହି ପରିବର୍ତ୍ତନରେ ରାସାୟନିକ ପରିବର୍ତ୍ତନ ଘଟିଲା ବୋଲି ଜାଣିବା ।

(ଗ) ମିଶ୍ରିକୁ ଜଳରେ ମିଳାଇ ସର୍ବତ ପ୍ରସ୍ତୁତ କରିବା କେଉଁ ପ୍ରକାର ପରିବର୍ତ୍ତନ ?
ଉ –
ମିଶ୍ରିକୁ ଜଳରେ ମିଳାଇ ସର୍ବତ ପ୍ରସ୍ତୁତ କରିବା ଏକ ଭୌତିକ ପରିବର୍ତ୍ତନ ।

Question 4.
ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ତୁତିଆ ଜଳରେ ଦ୍ରବୀଭୂତ ହୁଏ । ଏହା ତା’ର କି ପ୍ରକାର ଗୁଣ ?
ଉ –
ତୁତିଆ ଜଳରେ ଦ୍ରବୀଭୂତ ହୁଏ । ଏହା ତା’ର ଦ୍ରବଣୀୟତା ଗୁଣ ।

(ଖ) ଅତି ସଂତୃପ୍ତ ଦ୍ରବଣ କ’ଣ ?
ଉ –
(i) ସଂତୃପ୍ତ ଦ୍ରବଣକୁ ଗରମକଲେ, ତାହା ଆଉକିଛି ଅଧ‌ିକ ଦ୍ରାବକୁ ଦ୍ରବୀଭୂତ କରିଥାଏ । ଏହିପରିଭାବେ ଯେଉଁ ଦ୍ରବଣ ପ୍ରସ୍ତୁତ ହୁଏ ତାକୁ ଅତି ସଂତୃପ୍ତ ଦ୍ରବଣ କୁହାଯାଏ ।
(ii) ଲୁଣ ପାଣିରେ ତିଆରି ହୋଇଥ‌ିବା ସଂତୃପ୍ତ ଦ୍ରବଣକୁ ଗରମକଲେ ଦ୍ରବୀଭୂତ ନ ହୋଇ ରହିଯାଇଥ ଲୁଣ ମିଳାଇ ଯାଉଛି । ଆଉ ଲୁଣ ମିଶାଇଲେ ହୁଏତ ତାହା ଦ୍ରବୀଭୂତ ହେବ ନାହିଁ । ଏହି ଦ୍ରବଣକୁ ଅଦି
ସଂତୃପ୍ତ ଦ୍ରବଣ କୁହାଯାଏ ।

BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ

(ଗ) ତାପର ପରିବର୍ତ୍ତନରେ ଦ୍ରବଣ କି ପ୍ରକାର ପ୍ରଭାବିତ ହୁଏ ?
ଉ –
ଏହା ସବୁପ୍ରକାର ଦ୍ରାବ କ୍ଷେତ୍ରରେ ସତ୍ୟ ନୁହେଁ ।

Question 5.
ଜଳରେ ଦ୍ରବୀଭୂତ ନ ହେଉଥ‌ିବା ଚାରିଗୋଟି ପଦାର୍ଥର ନାମ ଲେଖ ।
ଉ –

ବାଲି
କାଚଗୁଣ୍ଡ
ଚକ୍‌ଗୁଣ୍ଡ
ଇଟାଗୁଣ୍ଡ ଆଦି ଜଳରେ ଦ୍ରବୀଭୂତ ହୁଏ ନାହିଁ । କାରଣ ଦର୍ଶାଅ ।

Question 6.
କାରଣ ଦର୍ଶାଅ ।

(କ) କ୍ଷୀର ଛିଣ୍ଡି ଛେନା ହେବା ଏକ ରାସାୟନିକ ପରିବର୍ତ୍ତନ ।
ଉ –
କ୍ଷୀର ଛିଣ୍ଡି ଛେନା ହେବା ଏକ ରାସାୟନିକ ପରିବର୍ତ୍ତନ; କାରଣ କ୍ଷୀରରୁ ଛେନା ହେବା ଏକ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ । ଛେନାକୁ ଆଉ କ୍ଷୀରରେ ପରିଣତ କରିହେବ ନାହିଁ । ତେଣୁ ଏହି ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନଟି ରାସାୟନିକ ପରିବର୍ତ୍ତନ ଅଟେ ।

(ଖ) ଲୁଣକୁ ଗୁଣ୍ଡ କରିବା ଏକ ରାସାୟନିକ ପରିବର୍ତ୍ତନ ନୁହେଁ ।
ଉ –
ଲୁଣକୁ ଗୁଣ୍ଡ କରିବା ଏକ ରାସାୟନିକ ପରିବର୍ତ୍ତନ ନୁହେଁ; କାରଣ ଏହା ଏକ ଭୌତିକ ପରିବର୍ତ୍ତନ । ଲୁଣକୁ ଗୁଣ୍ଡ କଲେ ସେହି ଲୁଣ ଗୁଣ୍ଡରେ ପରିଣତ ହୁଏ । ଏଠାରେ ଲୁଣର ଯେଉଁ ପରିବର୍ତ୍ତନ ଘଟିଲା ତାହା ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ । ଏହି ପରିବର୍ତ୍ତନରେ କୌଣସି ନୂତନ ଉତ୍ପାଦ ସୃଷ୍ଟି ହୋଇ ନାହିଁ । ତେଣୁ ଏହା ଏକ ରାସାୟନିକ ପରିବର୍ତ୍ତନ ନୁହେଁ ।

BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ

Question 7.
ପାର୍ଥକ୍ୟ ଦର୍ଶାଅ ।
(କ) ଭୌତିକ ପରିବର୍ତ୍ତନ ଓ ରାସାୟନିକ ପରିବର୍ତ୍ତନ
ଉ –
BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ - 1

(ଖ) ସଂତୃପ୍ତ ଦ୍ରବଣ ଓ ଅସଂତୃପ୍ତ ଦ୍ରବଣ
ଉ –
BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ - 2

ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ Notes :

→ ଉପକ୍ରମ :
(i) ଆମ ଚାରିପାଖରେ ଥ‌ିବା ବସ୍ତୁ ଓ ପଦାର୍ଥଗୁଡ଼ିକର ସର୍ବଦା ପରିବର୍ତ୍ତନ ଘଟିଚାଲିଛି ।
(ii) କେତେକ ପରିବର୍ତ୍ତନଗୁଡ଼ିକୁ ଦେଖୁରିବା ଓ ସେଗୁଡ଼ିକ ସହିତ ଆମ ସଂପର୍କ ମଧ୍ଯ ଜାଣିପାରିବା ।
(iii) ଆଉ କେତେକ ପରିବର୍ତ୍ତନକୁ ଜାଣିବା ଓ ବୁଝିବା ପାଇଁ ସାମାନ୍ୟ ଚେଷ୍ଟା କରିବା ଆବଶ୍ୟକ ହୋଇପାରେ ।

→ ବସ୍ତୁ ଓ ପଦାର୍ଥର ପରିବର୍ତ୍ତନ :
BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ - 3

→ ବସ୍ତୁ ଓ ପଦାର୍ଥର ବିଭିନ୍ନ ପ୍ରକାର ପରିବର୍ତ୍ତନ :

ତୁମପାଇଁ କାମ – ୧

BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ - 4

  • ମହମବତିଟି ମହମରେ ତିଆରି । ମହମ ଏକ ବାହନୀୟ ପଦାର୍ଥ ହୋଇଥିବାରୁ ସେଥ‌ିରେ ଥ‌ିବା ସଳିତାରେ ନିଆଁ ଲଗାଇଲେ ତାହା ଜଳେ ।
  • ମହମବତି ଜଳିଲାବେଳେ କିଛି ମହମ ତରଳିଯାଏ । ସେଥୁରୁ କିଛି ତଳକୁ ବୋହିଆସେ । ଅବଶିଷ୍ଟ ତରଳ ମହମ ଜଳିଯାଏ ।
  • ମହମବତି ଜଳିବାବେଳେ ଆଲୋକ ଓ ଉତ୍ତାପ ଦିଏ ।
  • ମହମ ତରଳି ତଳକୁ ବୋହିଆସି ଥଣ୍ଡାହୋଇ ପ୍ଲେଟ୍ ଉପରେ ପୁଣି କଠିନ ମହମରେ ପରିବର୍ତ୍ତିତ ହୋଇଯାଏ ।
  • ପ୍ଲେଟ୍‌ରେ ଥିବା କଠିନ ମହମକୁ ନେଇ ପୁଣି ଜଳିପାରୁଥିବା ମହମବତୀ ତିଆରି କରାଯାଇପାରିବ ।
  • ମହମବତିର ଜ୍ଵଳନ ବେଳେ ମହମର ଦୁଇ ପ୍ରକାର ପରିବର୍ତ୍ତନ ହୋଇଥାଏ । ପ୍ରଥମତଃ ଦହନ ଓ ତଜନିତ କ୍ଷୟ । ଏହା ଏକ ସ୍ଥାୟୀ ପରିବର୍ତ୍ତନ । ଏହା ମଧ୍ୟ ଏକ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ । କାରଣ ମହମ ଆଉ ଫେରାଇ ଆଣିହେବ ନାହିଁ ।
  • ଦ୍ଵିତୀୟତଃ, ଅଳ୍ପ ମହମର ଭୌତିକ ଅବସ୍ଥାରେ ପରିବର୍ତ୍ତନ ଘଟି, କଠିନକୁ ତରଳ ମହମ ଓ ପୁଣି ତରଳ ମହମ ଥଣ୍ଡା ହୋଇ କଠିନ ମହମରେ ପରିବର୍ତ୍ତିତ ହେଉଛି, ଏହି ପ୍ରକ୍ରିୟା ଭିନ୍ନ ଏକ ପରିବର୍ତ୍ତନ । ଏହା ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ କଠିନ ମହମରେ ପରିଣତ ହୋଇପାରୁଛି ।
    • ସବୁ ପରିବର୍ତ୍ତନ ଏକାପ୍ରକାର ନୁହେଁ ।
    • ଯେଉଁ ପରିବର୍ତ୍ତନ ସ୍ଥାୟୀ ଓ ପରିବର୍ତ୍ତନ ପରେ ପୂର୍ବ ଅବସ୍ଥାକୁ ଫେରିପାରେ ନାହିଁ, ତାହାକୁ ସ୍ଥାୟୀ ବା ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ ।
    • କାଠକୁ ଜଳାଇ ଅଙ୍ଗାର ତିଆରି କରିବା ଏକ ସ୍ଥାୟୀ ବା ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
    • ଯେଉଁ ପରିବର୍ତ୍ତନ ସ୍ଥାୟୀ ନୁହେଁ ଓ ପରିବର୍ତ୍ତନ ପରେ ପୂର୍ବ ଅବସ୍ଥାକୁ ଫେରିଆସିପାରେ, ତାହାକୁ ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ ।
    • ବରଫକୁ ତରଳାଇ ଜଳ ପାଇବା ଏକ ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।
      BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ - 5

BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ

→ ପରିବର୍ତ୍ତନରେ ତାପର ପ୍ରଭାବ :

ତୁମପାଇଁ କାମ – ୨

  • ତାପ ପ୍ରୟୋଗରେ ବାୟୁ ପ୍ରସାରିତ ହୁଏ ଏବଂ ଥଣ୍ଡାକଲେ ବାୟୁ ସଙ୍କୁଚିତ ହୁଏ ।
  • BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ - 6
  • ତାପର ପ୍ରଭାବରେ ମହମ ତରଳିଯାଇ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ଆସିଥାଏ । ତରଳ ମହମ ଅଧିକ ଥଣ୍ଡା ହେଲେ କଠିନ ଅବସ୍ଥାକୁ ଫେରିଯାଏ ।
  • ଜଳକୁ ଗରମକଲେ ବାମ୍ଫ ହୁଏ, ବାମ୍ଫକୁ ଥଣ୍ଡାକଲେ ପୁଣି ଜଳ ହୁଏ । ଜଳକୁ ଅଧିକ ଥଣ୍ଡାକଲେ ବରଫ ହୋଇଯାଏ ।
  • ତାପ ପ୍ରୟୋଗକଲେ ବସ୍ତୁ ବା ପଦାର୍ଥର ଭୌତିକ ଅବସ୍ଥାରେ ପରିବର୍ତ୍ତନ ଆସେ ।
    BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ - 7
  • ଅଧୂକ ତାପର ପ୍ରଭାବରେ ଦହନୀୟ ବସ୍ତୁ ପଦାର୍ଥଗୁଡ଼ିକ; ଯଥା – କାଗଜ, ତୁଳା, କପଡ଼ା, ମହମ, କିରୋସିନି, ପେଟ୍ରୋଲ, ରୋଷେଇ କାମରେ ବ୍ୟବହାର ହେଉଥିବା ଗ୍ୟାସ୍, ଶୁଖୁ ପତ୍ର, କାଠ ଓ କୋଇଲା ଇତ୍ୟାଦି ଜଳିଥା’ନ୍ତି ।

(v) ଧାତବ ପଦାର୍ଥକୁ ଉତ୍ତପ୍ତକଲେ ଆକାରରେ ପ୍ରସାରିତ ହୁଏ । ଥଣ୍ଡା ହୋଇଯିବା ପରେ ତାହା ସଙ୍କୁଚିତ ହୋଇ ପୂର୍ବାବସ୍ଥାକୁ ଫେରିଆସେ ।

  • ଧାତବ ପଦାର୍ଥ ଉତ୍ତପ୍ତ ହୋଇ ପ୍ରସାରିତ ହେବା ପୁଣି ଥଣ୍ଡାହୋଇ ପୂର୍ବ ଅବସ୍ଥାକୁ ଫେରି ଆସିବାକୁ ଅସ୍ଥାୟୀ, ପ୍ରତ୍ୟାବର୍ତ୍ତୀ ବା ଭୌତିକ ପରିବର୍ତ୍ତନ କୁହାଯାଏ ।

BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ

ତୁମପାଇଁ କାମ – ୩

  • ଗୋଟିଏ ମୋଟା ମଲାଟ ପଟା ବା ଖଣ୍ଡିଏ କାର୍ଡ଼ବୋର୍ଡ଼ ନିଅ । ପଟା ମଝିରୁ ଗୋଟିଏ ଧାତବ ଟଙ୍କାକିଆ ମୁଦ୍ରାର ବ୍ୟାସ ମାପରେ ଖଣ୍ଡିଏ କାଟି ବାହାର କରିଦିଅ ।
  • ଗୋଟିଏ ବ୍ଲେଡ୍ ମଝିରୁ ଭାଙ୍ଗି ଦିଖଣ୍ଡ କର । ଏହି ଦୁଇଟି ବ୍ଲେଡ୍ ଖଣ୍ଡକୁ କାର୍ଡ଼ବୋର୍ଡ଼ କଟାଯାଇଥିବା ଜାଗାର ଦୁଇପାଖରେ ଅଠା ସାହାଯ୍ୟରେ ଲଗାଇ ରଖ । ସେହି ଧାତବ ଟଙ୍କିକିଆ ମୁଦ୍ରା ନେଇ ଦେଖି ଯାହା କଟାଯାଇଥିବା ବାଟ ଦେଇ ଠିକ୍ ଯାଇପାରୁଥ୍ । ଅଧ୍ଵ ଢିଲା ନହେବା ଆବଶ୍ୟକ ।
  • ଧାତବ ମୁଦ୍ରାଟିକୁ ଚିମୁଟା ସାହାଯ୍ୟରେ ଧରି ମହମବତି ବା ସ୍ପିରିଟ୍ ବତିରେ ଗରମ କର । ସେହି ଗରମ ମୁଦ୍ରାଟିକୁ କାର୍ଡ଼ବୋର୍ଡ଼ର କଟା ସ୍ଥାନରେ ଗଳାଅ ।
  • ଦେଖୁ ଯେ ମୁଦ୍ରାଟି ବ୍ଲେଡ୍ ଦୁଇ ଖଣ୍ଡ ମଧ୍ୟରେ ଥ‌ିବା ସ୍ଥାନ ମଧ୍ୟ ଦେଇ ଗଳିପାରୁନାହିଁ, କାରଣ ମୁଦ୍ରାଟି ଉତ୍ତପ୍ତ ହେବାପରେ ଏହାର ଆକାର ସାମାନ୍ୟ ବଢ଼ିଯାଇଛି ।
  • ସେଇ ମୁଦ୍ରାଟି ଥଣ୍ଡା ହୋଇଯିବା ପରେ, ପୂର୍ବପରି ତାହା ପୁଣି ସେଇ ସ୍ଥାନରେ ଗଳିଯିବ ।
  • ଧାତବ ପଦାର୍ଥଟିଏ ଉତ୍ତପ୍ତ ହେଲେ ଆକାରରେ ପ୍ରସାରିତ ହୁଏ । ଥଣ୍ଡା ହୋଇଯିବା ପରେ ତାହା ସଂକୁଚିତ ହୋଇ ପୂର୍ବାବସ୍ଥାକୁ ଫେରିଆସେ ।

(vi) ଲୁଣ ପାଣିକୁ ପାତ୍ରରେ ନେଇ ଗରମକଲେ ସେଗୁଡ଼ିକର ଜଳ ବାମ୍ଫ ହୋଇ ଚାଲିଯିବା ପରେ ଗୋଳାଇ ହୋଇ ରହିଥିବା କଠିନ ପଦାର୍ଥ ହେଉଛି ଲୁଣ । ଲୁଣର ଯେଉଁ ପରିବର୍ତ୍ତନ ଘଟିଲା ତାହା ଏକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ

BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ

ତୁମପାଇଁ କାମ – ୪

  • ଗୋଟିଏ ପାତ୍ରରେ କପେ ପରିଷ୍କାର ଜଳନେଇ ସେଥ‌ିରେ ଅଧ ଚାମଚ ଖାଇବା ଲୁଣ ଗୋଳାଅ । ଲୁଣ ମିଳାଇ ଜଳରେ ମିଶିଯିବ । ଏହି ଲୁଣମିଶା ଜଳରୁ ଅଳ୍ପ ନେଇ ଚାଖ୍ଲେ କ’ଣ ଲାଗିବ ?
  • ସେହି ଲୁଣ ପାଣିକୁ ସେହି ପାତ୍ରରେ ନେଇ ଗରମ କର, ସବୁତକ ଜଳ ବାମ୍ଫ ହୋଇ ଚାଲିଯିବାପରେ, ଶେଷରେ ପାତ୍ରରେ କ’ଣ ରହିଲା ଦେଖ ।
  • ଲୁଣ ଜଳରେ ମିଳାଇଗଲେ ମଧ୍ୟ, ଲୁଣର ସ୍ବାଦରେ ପରିବର୍ତ୍ତନ ହୁଏ ନାହିଁ । ସେଥ‌ିପାଇଁ ଲୁଣପାଣି ଲୁଣିଆ ଲାଗେ ।
  • ଲୁଣ ପାଣିରୁ ଜଳକୁ ବାମ୍ଫ ରୂପରେ ଉଡ଼ାଇ ଦେବାପରେ, ସେଥ‌ିରେ ଗୋଳାଇ ହୋଇ ରହିଥିବା କଠିନ ପଦାର୍ଥ ମଧ୍ଯ ଲୁଣିଆ ଲାଗେ । କାରଣ ଏହା ଆଉ
  • କିଛି ନୁହେଁ, ପ୍ରଥମରୁ ଗୋଳାଇଥିବା ସେଇ ଲୁଣ । ଏଠାରେ ଲୁଣର ଯେଉଁ ପରିବର୍ତ୍ତନ ଘଟିଥିଲା ତାହା ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ।
  • ଓଦା ଲୁଗା ଖରାରେ ଶୁଖୁଯିବା ଓ ମିଶ୍ରି ମୁଣ୍ଡାକୁ ଭାଙ୍ଗି ଗୁଣ୍ଡ ମିଶ୍ରି କରିବା ଭୌତିକ ପରିବର୍ତ୍ତନର ଉଦାହରଣ କି ?
  • ବସ୍ତୁ ଓ ପଦାର୍ଥର ଅନ୍ୟ କେତେକ ପରିବର୍ତ୍ତନ ଘଟେ, ଯାହା ଉପରେ ଦିଆଯାଇଥିବା ପରିବର୍ତ୍ତନଗୁଡ଼ିକଠାରୁ ଭିନ୍ନ ।

(vii) ମାଗ୍ନେସିୟମ୍ ପାତକୁ ଜଳାଇଲେ ତାହା ଅତି ଉଜ୍ଜ୍ବଳ ଆଲୋକ ଦେଇ ଜଳିଉଠିବ ଓ ଧଳା ପାଉଁଶପରି ଗୋଟିଏ ନୂତନ ପଦାର୍ଥରେ ପରିଣତ ହେବ । ଏହାର ନାମ ମାଗ୍ନେସିୟମ୍‌ ଅକ୍‌ସାଇଡ୍ । ଏହା ଏକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।

BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ

ତୁମପାଇଁ କାମ – ୫

  • ଖଣ୍ଡିଏ ଛୋଟ ମାଗ୍ନେସିୟମ୍ ପାତକୁ ଚିମୁଟା ସାହାଯ୍ୟରେ ଧରି ସ୍ପିରିଟ୍‌ତି ବା ମହମବତିରେ ଉତ୍ତପ୍ତ କର । ଏହାଦ୍ଵାରା ମାଗ୍ନେସିୟମ୍ ଅତି ଉଜ୍ଜ୍ବଳ ଆଲୋକ ଦେଇ ଜଳିଉଠିବ ଓ ଧଳା ପାଉଁଶ ପରି ଗୋଟିଏ ନୂତନ ପଦାର୍ଥରେ ପରିଣତ
  • ଏହାର ରାସାୟନିକ ନାମ ମାଗ୍ନେସିୟମ୍ ଅକ୍‌ସାଇଡ୍ । ଏହା ଗୋଟିଏ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।

(viii) ଷ୍ଟିଲ୍‌ ଚାମଚରେ ଚିନିକୁ ନେଇ ଗରମକଲେ ଚିନିର ପରିବର୍ତ୍ତନ ଘଟି ଚିନି ଅଙ୍ଗାରରେ ପରିଣତ ହେବ । ଏହି ପ୍ରକାର ପରିବର୍ତ୍ତନ ମଧ୍ୟ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।

ତୁମପାଇଁ କାମ – ୬

  • ଗୋଟିଏ ପାତ୍ରରେ କିଛି ଗୁଣ୍ଡ ପୋଡ଼ା ଚୂନ ନେଇ ସେଥ‌ିରେ କିଛି ପରିମାଣରେ ପରିଷ୍କାର ଜଳ ମିଶାଅ । ଦେଖୁ ପାଣି ଫୁଟିବ ଓ ପାତ୍ରଟି ଖୁବ୍ ଉତ୍ତପ୍ତ ହୋଇଯିବ । ଶେଷରେ ଏହା କଲିଚୂନରେ ପରିବର୍ତ୍ତିତ ହୋଇଯିବ ।
  • ଏହି ସ୍ବଚ୍ଛ ଚୂନପାଣିରୁ ଅଳ୍ପ ଅନ୍ୟ ଏକ ପାତ୍ରରେ ନିଅ । ଚୂନପାଣି ମଧ୍ୟରେ ଗୋଟିଏ ସରବତ ନଳୀ ବୁଡ଼ାଇ ଫୁଙ୍କ । କିଛି ସମୟ ପରେ ଦେଖୁ ସ୍ବଚ୍ଛ ଚୂନପାଣିର ରଙ୍ଗ ଧଳା ହୋଇଯାଇଛି ଏବଂ ଏହାକୁ ରଖିଦେଲେ କିଛି ସମୟ ପରେ ପାତ୍ରର ତଳ ଭାଗରେ ଗୋଟିଏ ଧଳା ପଦାର୍ଥ ଜମିଯିବ । ଏହି ପଦାର୍ଥଟି ଦାନା ସଦୃଶ ଗୋଟିଏ ନୂଆ ପଦାର୍ଥ ଅଟେ । ଏହାର ରାସାୟନିକ ନାମ କାସିୟମ୍ କାର୍ବୋନେଟ୍ । ଏହି ପରିବର୍ତ୍ତନଗୁଡ଼ିକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ।

BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ

ତୁମପାଇଁ କାମ – ୭

ଗୋଟିଏ ଷ୍ଟିଲ୍ ଚାମଚରେ ଅଳ୍ପ ଚିନି ନେଇ ଗରମ କର । ଚିନି ପ୍ରଥମେ ହଳଦିଆ ତା’ପରେ ବାଦାମୀ ଓ ଶେଷରେ କଳା ପଡ଼ିଯିବ ।
ଥଣ୍ଡା କରି ଏହାକୁ ଚାଖୁଲେ ତାହା ଆଉ ମିଠା ଲାଗିବ ନାହିଁ । ଏହି ପରିବର୍ତ୍ତନ ଦ୍ବାରା ଚିନି ଆଉ ଚିନି ହୋଇ ରହିନାହିଁ । ଏହା ଅନ୍ୟ ଏକ ପଦାର୍ଥରେ ବଦଳିଯାଇଛି । ଏହାର ରାସାୟନିକ ନାମ ଚିନି ଅଙ୍ଗାର । ଏହାକୁ ଆଉ ଚିନିରେ ପରିଣତ କରାଯାଇପାରିବ ନାହିଁ । ଏହି ପରିବର୍ତ୍ତନଟି ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ।

ତୁମପାଇଁ କାମ – ୮

  • ଗୋଟିଏ ପରୀକ୍ଷା ନଳୀରେ କିଛି ଦାନା ବାନ୍ଧିଥ‌ିବା ତୁତିଆ ନେଇ ଆସ୍ତେ ଆସ୍ତେ ଗରମ. କର । ପ୍ରଥମେ ନୀଳ ରଙ୍ଗର ତୁତିଆ ଧଳା ହୋଇଯିବ ଏବଂ ସେଥୁରୁ ବାହାରି ଯାଇଥିବା ଜଳୀୟ ବାଷ୍ପ ଥଣ୍ଡା ହୋଇ ପରୀକ୍ଷାନଳୀର ଉପରି ଭାଗରେ ଛୋଟ ଛୋଟ ଟୋପା ହୋଇ ଲାଗିଯିବ ।
  • ତୁତିଆକୁ ଅଧ୍ଵ ଉତ୍ତପ୍ତକଲେ ଶେଷରେ ଏକ କଳାରଙ୍ଗର କଠିନ ପଦାର୍ଥ ପରୀକ୍ଷା ନଳୀର ତଳେ ରହିଯିବ । ଏହି ପଦାର୍ଥର ରାସାୟନିକ ନାମ କପର ଅକ୍‌ସାଇଡ୍ । ଏଥୁରୁ ଆଉ ତୁତିଆ ପ୍ରସ୍ତୁତ ହୋଇପାରିବ ନାହିଁ । ତେଣୁ ଏହି ପରିବର୍ତ୍ତନଟି ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ।

ତୁମପାଇଁ କାମ – ୯

  • ଗୋଟିଏ ପରୀକ୍ଷା ନଳୀରେ କିଛି ତମ୍ବାଗୁଣ୍ଡ (ଛୋଟ ତାର ବା ପାତର ଖଣ୍ଡ) ନିଅ । ସେଥ‌ିରେ ଅଳ୍ପ ଗନ୍ଧକ ଗୁଣ୍ଡ ମିଶାଅ । ଏହି ମିଶ୍ରଣକୁ ନେଇ ଏହା ଲାଲ୍ ହେବା ପର୍ଯ୍ୟନ୍ତ ଉତ୍ତପ୍ତ କଲେ । କପର ସଲ୍‌ଫେଟ୍ ସୃଷ୍ଟି ହେବ ।
  • କିଛି ସମୟ ପରେ ଏହା ଥଣ୍ଡା ହୋଇଗଲେ, ଏହା ଆଉ ତମ୍ବା ବା ଗନ୍ଧକ ନୁହେଁ । ଏଥୁରୁ ତମ୍ବା ବା ଗନ୍ଧକ ଫେରାଇ ଅଣାଯାଇପାରିବ ନାହିଁ । ଏହି ପରିବର୍ତ୍ତନଟି ମଧ୍ଯ ଏକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ।

ପଦାର୍ଥ । ଏଣୁ ଏହି ପରିବର୍ତ୍ତନକୁ ରାସାୟନିକ ପରିବର୍ତ୍ତନ କୁହାଯାଏ ।

BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ

Question ୧।
ନିମ୍ନ ପରିବର୍ତ୍ତନଗୁଡ଼ିକ କେଉଁ ପ୍ରକାର ପରିବର୍ତ୍ତନ ଜାଣି ଚିହ୍ନିତ ସ୍ଥାନରେ ଠିକ୍ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ - 8

ଦ୍ରବଣ :
BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ - 9

(i) ଦ୍ରବଣ ଏକ ମିଶ୍ରଣ ଅଟେ । ଚିନି ଓ ପାଣିର ଦ୍ରବଣ ମଧ୍ଯ ଏକ ମିଶ୍ରଣ । ଏଠାରେ ଜଳକୁ ଦ୍ରାବକ ଓ ଚିନିକୁ ଦ୍ରାବ କୁହାଯାଏ । ଜଳରେ ଦ୍ରବୀଭୂତ ହୋଇପାରୁଥ‌ିବା ଚିନି ଓ ଲୁଣ ଭଳି ପଦାର୍ଥର ଏହି ଗୁଣକୁ ଦ୍ରବଣୀୟତା କୁହାଯାଏ ।
(ii) ଅସଂତୃପ୍ତ ଦ୍ରବଣ ଦ୍ରାବକରେ ଯେତେବେଳପର୍ଯ୍ୟନ୍ତ ସ୍ରାବ ଦ୍ରବୀଭୂତ ହେଉଥାଏ, ସେତେବେଳପର୍ଯ୍ୟନ୍ତ ଦ୍ରବଣକୁ ଅସଂତୃପ୍ତ ଦ୍ରବଣ କୁହାଯାଏ ।
(iii) ସଂତୃପ୍ତ ଦ୍ରବଣ – ଯେଉଁ ଦ୍ରବଣ ଅଧିକ ଦ୍ରାବ ଦ୍ରବୀଭୂତ କରିପାରେ ନାହିଁ, ସେହିଭଳି ଦ୍ରବଣକୁ ସଂତୃପ୍ତ ଦ୍ରବଣ କୁହାଯାଏ ।
(iv) ଅତି ସଂତୃପ୍ତ ଦ୍ରବଣ – ସଂତୃପ୍ତ ଦ୍ରବଣକୁ ଗରିମକଲେ, ତାହା ଆଉ କିଛି ଅଧ‌ିକ ଦ୍ରାବକୁ ଦ୍ରବୀଭୂତ କରିଥାଏ । ଏହିପରିଭାବେ ଯେଉଁ ଦ୍ରବଣ ପ୍ରସ୍ତୁତ ହୁଏ, ତାହାକୁ ଅତି ସଂତୃପ୍ତ ଦ୍ରବଣ କୁହାଯାଏ ।

ତୁମପାଇଁ କାମ – ୧୦

  • ଗୋଟିଏ ଛୋଟ ପାତ୍ରରେ (ଷ୍ଟିଲ୍‌ ଗିନା) କପେ ପରିଷ୍କାର ଜଳ ନିଅ । ଖାଇବା ଲୁଣରୁ ଚାମଚେ ଲୁଣ ନେଇ ଗିନାରେ ।
  • ଜଳରେ ଲୁଣ ଦ୍ରବୀଭୂତ ହୋଇଯିବ ଓ ଗୋଟିଏ ଲୁଣିଆ ଦ୍ରବଣ ପ୍ରସ୍ତୁତ ହୋଇଯିବ । ଏହାକୁ ଅସଂତୃପ୍ତ ଦ୍ରବଣ କୁହାଯାଏ । ଏହି ଦ୍ରବଣରେ ଆଉ ଏକ ଚାମଚ ଲୁଣ ମିଶାଇ ଘାଣ୍ଟ । ଚାମଚ ପରେ ଚାମଚ କରି ଲୁଣ ମିଶାଇ ଚାଲିଲେ, ମିଶାଉଥ‌ିବା ଲୁଣ ଆଉ ମିଳାଇଯିବ ନାହିଁ । ଅଧ୍ଵକ ଲୁଣ ଗିନାର ତଳ ଭାଗରେ ସେହିପରି କଠିନ ଅବସ୍ଥାରେ ରହିଯିବ । ଏହିଭଳି ପ୍ରସ୍ତୁତ ହୋଇଥିବା ଲୁଣର ଦ୍ରବଣ ଅତ୍ୟଧିକ ଲୁଣିଆ ଲାଗିଥାଏ । ଏହା ଲୁଣ ପାଣିର ସଂତୃପ୍ତ ଦ୍ରବଣ ।
  • ଗୋଟିଏ ଷ୍ଟିଲ୍ ଗିନାରେ କପେ ପରିଷ୍କାର ଜଳ ନେଇ ସେଥ୍ରେ ଚାମଚେ ଲୁଣ ମିଶାଇ ଘାଣ୍ଟିଲେ ଲୁଣ ଦ୍ରବୀଭୂତ ହୋଇଯିବ ଓ ଗୋଟିଏ ଲୁଣିଆ ଦ୍ରବଣ ପ୍ରସ୍ତୁତ ହେବ । ଏହାକୁ ଅସଂତୃପ୍ତ ଦ୍ରବଣ କୁହାଯାଏ ।

→ ଦ୍ରବଣୀୟତା ଉପରେ ତାପର ପ୍ରଭାବ

  • ଏହି ସଂପୃକ୍ତ ଦ୍ରବଣକୁ ଗିନାରେ ନେଇ ଗରମକଲେ କିଛି ଲୁଣ ମିଳାଇଯିବ; ମାତ୍ର ଆଉ ଅଧ‌ିକ ଲୁଣ ମିଶାଇଲେ ତାହା ଆଉ ଦ୍ରବୀଭୂତ ହେବ ନାହିଁ । ସେତେବେଳେ ଏହାକୁ ଅତି ସଂତୃପ୍ତ ଦ୍ରବଣ କୁହାଯାଏ ।
  • ଦାସର ପ୍ରଭାବରେ ଦ୍ରବଣୀୟତା ବଢ଼ିଥାଏ ଓ ଥଣ୍ଡାକଲେ ବା ତାପ କମାଇଦେଲେ ଦ୍ରବଣୀୟତା କମିଯାଏ ।
  • ଦ୍ରବଣୀୟତା ଏକ ଭୌତିକ ପରିବର୍ତ୍ତନ ଅଟେ । ବିଭିନ୍ନ ଦ୍ରାବର ଦ୍ରବଣୀୟତା, ଗୋଟିଏ ଦ୍ରାବକରେ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।

ତୁମପାଇଁ କାମ – ୧୧

  • ଦୁଇଟି କାଚ ଗ୍ଲାସ ନେଇ ପ୍ରତ୍ୟେକରେ ସମାନ ପରିମାଣର (ଅଧାକପ) ପରିଷ୍କାର ଜଳ ନିଅ । ଗୋଟିଏ ଚାମଚ ଲୁଣ ପ୍ରଥମ ଗ୍ଲାସିରେ ଥ‌ିବା ଜଳରେ ମିଶାଇ ଘାଣ୍ଟ । ତାହା ଦ୍ରବୀଭୂତ ହୋଇଯିବା ପରେ ଆଉ ଚାମଚେ ଲୁଣ ଦେଇ ଘାଣ୍ଟ । ଏହିଭଳି କେତେ ଚାମଚ ଲୁଣ ନେଲେ ଦ୍ରବଣଟି ଏକ ସଂତୃପ୍ତ ଦ୍ରବଣରେ ପରିଣତ ହେଲା ତାହା ସାରଣୀରେ ଲେଖୁଖ ।
  • ତାପରେ ଦ୍ଵିତୀୟ ଗ୍ଲାସ୍‌ରେ ଥିବା ଜଳରେ ସେଇ ଚାମଚ ସାହାଯ୍ୟରେ ଚିନି ଥରକୁ ଚାମଚେ କରି ମିଶାଅ ଓ ଘାଣ୍ଟ । ଗୋଟିଏ ଚାମଚ ଚିନି ସଂପୂର୍ଣ୍ଣ ରୂପେ ଦ୍ରବୀଭୂତ ହୋଇସାରିବା ପରେ ଆଉ ଗୋଟିଏ ଚାମଚ ଚିନି ମିଶାଇବ । ଏପରି ଏକ ଅବସ୍ଥା ଆସିବ ଯେତେବେଳେ ଗୋଟିଏ ସଂତୃପ୍ତ ଦ୍ରବଣ ପ୍ରସ୍ତୁତ ହୋଇଯିବ ।
  • ଏଥୁରୁ ଜାଣିଲେ ଯେ ନିର୍ଦ୍ଦିଷ୍ଟ ପରିମାଣର ଦ୍ରାବକରେ ଏକ ସମାନ ତାପମାତ୍ରାରେ (ଏଠାରେ ବାୟୁମଣ୍ଡଳୀୟ ତାପମାତ୍ରା) ଭିନ୍ନ ଭିନ୍ନ ପରିମାଣର ଦ୍ରାବ (ଏଠାରେ ଲୁଣ ଓ ଚିନି) ଦ୍ରବୀଭୂତ ହୋଇଥାଏ ।
    BSE Odisha 6th Class Science Solutions Chapter 6 ବସ୍ତୁର ଓ ପଦାର୍ଥର ପରିବର୍ତ୍ତନ - 10

BSE Odisha 6th Class Science Important Questions Chapter 11 ଗତି

Odisha State Board BSE Odisha 6th Class Science Important Questions Chapter 11 ଗତି Important Questions and Answers.

BSE Odisha Class 6 Science Important Questions Chapter 11 ଗତି

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଗତି କହିଲେ କ’ଣ ବୁଝ ? ବିଭିନ୍ନ ପ୍ରକାର ଗତିର ନାମ ଲେଖ ।
ଉ –
(i) ସମୟ ଅନୁସାରେ ବସ୍ତୁ ବା ତାହାର ଅଂଶଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ଗତି କୁହାଯାଏ ।
(ii) ବିଭିନ୍ନ ପ୍ରକାର ଗତିଗୁଡ଼ିକ ହେଲା – ସରଳରେଖ ଗତି, ଆବର୍ତୀ ଗତି, ବୃତ୍ତୀୟ ଗତି, ଦୋଳନ ଗତି ।

Question 2.
ଦୋଳନ ଗତି କହିଲେ କ’ଣ ବୁଝ ?
ଉ –
(i) ଗୋଟିଏ ଦୋଳାୟମାନ ବସ୍ତୁ ଏକ ନିର୍ଦ୍ଦିଷ୍ଟ ସମୟରେ ପୁନରାବୃତ୍ତି କରୁଥିବା ଗତିକୁ ଦୋଳନ ଗତି କୁହାଯାଏ ।
(ii) ଘଣ୍ଟା ଦୋଳକର ଗତି, ଦୋଳିରେ ଝୁଲୁଥ୍ ପିଲାର ଗତି ଏହି ପ୍ରକାର ଗତି ।

Question 3.
ସାଇକେଲ୍ଟି ଗତିଶୀଳ ଥିବାବେଳେ ସେଥ‌ିରେ କି ପ୍ରକାର ଗତି ଦେଖାଯାଏ ?
ଉ –
(i) ସାଇକେଲ୍‌ ଗତିଶୀଳ ଥିବାବେଳେ ସେଥୁରେ ଦୁଇ ପ୍ରକାର ଗତି ଦେଖାଯାଏ – ଗୋଟିଏ ବୃତ୍ତୀୟ ଓ ଅନ୍ୟଟି ସରଳରେଖ୍ୟ ।
(ii) ଚକର ଘୂର୍ଣ୍ଣନ ବୃତ୍ତୀୟ ଗତି ଓ ଚକ ରାସ୍ତାରେ ଚାଲିବା ସରଳରେଖ୍ୟକ ଗତିର ଉଦାହରଣ ଅଟେ ।

Question 4.
ବସ୍‌ରେ ଯାତ୍ରା କଲାବେଳେ ରାସ୍ତାକଡ଼ରେ ଥ‌ିବା ଗଛଗୁଡ଼ିକ ଗତିଶୀଳ ବୋଲି ଜଣାପଡ଼େ ।
ଉ –
(i) ବସ୍‌ରେ ଯାତ୍ରାକଲାବେଳେ ବସ୍‌ ଗତିଶୀଳ ହୁଏ । ତେଣୁ ବସ୍ ଓ ରାସ୍ତାକଡ଼ରେ ଥିବା ଗଛ ମଧ୍ୟରେ ବ୍ୟବଧାନ ପରିବର୍ତ୍ତନ ହୁଏ ।
(ii) ଆମେ ବସ୍‌ରେ ବସିଥିବା ହେତୁ ବସ୍‌ ଆମକୁ ସ୍ଥିର ଜଣାପଡ଼େ ଓ ବସ୍ ଓ ଗଛ ମଧ୍ୟରେ ବ୍ୟବଧାନ ବଦଳୁଥ‌ିବାରୁ ଗଛଟି ଆମକୁ ଗତିଶୀଳ ଜଣାପଡ଼େ ।

BSE Odisha 6th Class Science Important Questions Chapter 11 ଗତି

Question 5.
ସରଳରୈଖିକ ଗତି ଓ ବୃତ୍ତୀୟ ଗତି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 6th Class Science Important Questions Chapter 11 ଗତି - 1

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ସମୟାନୁସାରେ ବସ୍ତୁର ସ୍ଥାନ ପରିବର୍ତ୍ତନକୁ ………… କୁହାଯାଏ ।
(ଖ) ବିଦ୍ୟୁତ୍ ପଙ୍ଖାର ବ୍ଲେଡ୍‌ର ଗତି ଗତିର ଉଦାହରଣ ………… ଅଟେ ।
(ଗ) ଦରଜି ମେସିନ୍ ଚଲାଉଥ‌ିବା ବେଳେ ମେସିନ୍ ଛୁଞ୍ଚ୍ ଉପର ତଳ ହୋଇ ………… ଗତି କରିଥାଏ ।
(ଘ) ସୂର୍ଯ୍ୟ ନିଜ ଅକ୍ଷ ଚାରିପାଖରେ କରୁଥିବା ଗତି ………… ଅଟେ ।
(ଙ) ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ ନାହିଁ, ତାହାକୁ ………… କୁହାଯାଏ ।
ଉ –
(କ) ଗତି
(ଖ) ବୃତ୍ତୀୟ
(ଗ) ସରଳଭୌଗ୍କ
(ଘ) ଆବର୍ତ୍ତା
(ଙ) ସ୍ଥିର ବିସ୍ତ୍ରୁ

Question 2.
ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥ‌ିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ନିମ୍ନଲିଖ ମଧ୍ୟରୁ କାହାର ଗତି ସରଳରେଖ୍କ ?
(i) ସାପର ଗତି
(ii) ପୃଥ‌ିବୀର ଗତି
(iii) ଟ୍ରକ୍‌ର ଗତି
(iv) ସୂର୍ଯ୍ୟରଶ୍ମିର ଗତି
ଉ –
(iv) ସୂର୍ଯ୍ୟରଶ୍ମିର ଗତି

BSE Odisha 6th Class Science Important Questions Chapter 11 ଗତି

(ଖ) ନିମ୍ନଲିଖ ମଧ୍ୟରୁ କେଉଁଟିକୁ ଦୋଳନ ଗତି କହିବା
(i) କାନ୍ଥ ଘଣ୍ଟାର ପେଣ୍ଡୁଲମ୍ର ଗତି
(ii) ରେଳଗାଡ଼ିର ଗତି
(iii) ଆକାଶରେ ଚନ୍ଦ୍ରର ଗତି
(iv) ବନ୍ଧୁକଗୁଳିର ଗତି
ଉ –
(i) କାନ୍ଥଘଣ୍ଟାର ପେଣ୍ଡୁଲମ୍ର ଗତି

(ଗ) ନିମ୍ନଲିଖ ମଧ୍ୟରୁ କେଉଁଟିକୁ ବୃତ୍ତୀୟ ଗତି କହିବା
(i) କାରର ଗତି
(ii) ସୂର୍ଯ୍ୟର ଗତି
(iii) ଚନ୍ଦ୍ରର ଗତି
(iv) ଗଛରୁ ପଡ଼ୁଥିବା ଫଳର ଗତି
ଉ –
(iii) ଚନ୍ଦ୍ରର ଗତି

(ଘ) ନିମ୍ନଲିଖ ମଧ୍ୟରୁ କେଉଁଟି ବୃତ୍ତୀୟ ଗତି ନୁହେଁ ?
(i) ପୃଥ‌ିବୀର ଗତି
(ii) ବେଙ୍ଗଳାରେ ବୁଲୁଥିବା ବଳଦର ଗତି
(iii) ଘୂରୁଥ‌ିବା ପଙ୍ଖାର ଗତି
(iv) ଦୋଳିର ଗତି
ଉ –
(iv) ଦୋଳିର ଗତି

Question 3.
ବାମ ପାର୍ଶ୍ଵର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ସଂପର୍କ ଲେଖ ।
(କ) ପାହାଡ଼ : ସ୍ଥିର :: ପକ୍ଷୀ : ……………..
(ଖ) ରଜଦୋଳି : ଦୋଳନ :: ସିଲେଇ କଳର ଛୁଞ୍ଚିର ଗତି : ……………..
(ଗ) ଆଲୋକର ଗତି : ସରଳରୈଖିକ :: ପଙ୍ଖାବ୍ଲେଡ଼ର ଗତି : ……………..
(ଘ) ପୃଥ‌ିବୀର ପରିକ୍ରମଣ : ବୃତ୍ତୀୟ ଗତି :: ପୃଥ‌ିବୀର ଆବର୍ତ୍ତନ : ……………..
(ଙ) କାର୍‌ର ଗତି : ସରଳରୈଖିକ ଗତି :: କାରର ଚକର ଗତି : ……………..
ଉ –
(କ) ଗତିଶୀଳ
(ଖ) ସରଳରେଖିକ ଗତି
(ଗ) ବୃତ୍ତୀୟ
(ଘ) ଆବର୍ତୀ ଗତି
(ଡ) ବୃତ୍ତୀୟ ଗତି ।

BSE Odisha 6th Class Science Important Questions Chapter 11 ଗତି

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଗୋଟିଏ ବସ୍ତୁ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୂରିବାକୁ ସରଳରେଖ୍ୟ ଗତି କହନ୍ତି ।
(ଖ) ଘଣ୍ଟାରେ ସେକେଣ୍ଡ କଣ୍ଟାର ଗତି ଦୋଳନ ଗତି ।
(ଘ) ପୃଥବୀ ନିଜ ଚାରିପଟେ ଘୂରିବା ଦୋଳନ ଗତିର ଉଦାହରଣ ।
(ଙ) ହୃତପିଣ୍ଡର ସ୍ପନ୍ଦନ ବୃତ୍ତୀୟ ଗତି ।
ଉ –
(କ) ଗୋଟିଏ ବସ୍ତୁ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୂରିବାକୁ ବୃତ୍ତୀୟ ଗତି କହନ୍ତି ।
(ଗ) ବେଙ୍ଗଳାରେ ବଳଦମାନଙ୍କର ଗତି ବୃତ୍ତୀୟ ଗତି ।
(ଘ) ପୃଥ‌ିବୀ ନିଜ ଚାରିପଟେ ଘୂରିବା ଆବର୍ତ୍ତୀ ଗତିର ଉଦାହରଣ ।
(ଙ) ହୃତ୍‌ପିଣ୍ଡର ସ୍ପନ୍ଦନ ଆବର୍ତୀ ଗତି ।

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 11 ଗତି - 2
ଉ –
BSE Odisha 6th Class Science Important Questions Chapter 11 ଗତି - 3