BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.6

Odisha State Board BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.6 Textbook Exercise Questions and Answers.

BSE Odisha Class 6 Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.6

Question 1. 

(କ) ନିମ୍ନଲିଖିତ ମାପବିଶିଷ୍ଟ କୋଣମାନଙ୍କର ଅନୁପୂରକ କୋଣର ମାପ ନିର୍ଣ୍ଣୟ କର ।
6°, 15°, 29°, 30°, 45°, 75°
ସମାଧାନ:
(i) 6° ର ଅନୁପୂରକ କୋଣର ମାପ = (90° – 6°) = 84°
(ii) 15° ର ଅନୁପୂରକ କୋଣର ମାପ = (90° – 15°) = 75°
(iii) 29° ର ଅନୁପୂରକ କୋଣର ମାପ = (90° – 29°) = 61°
(iv) 30° ର ଅନୁପୂରକ କୋଣର ମାପ = (90° – 30°) = 60°
(v) 45° ର ଅନୁପୂରକ କୋଣର ମାପ = (90° – 45°) = 45°
(vi) 75° ର ଅନୁପୂରକ କୋଣର ମାପ = (90° – 75°) = 15°

(ଖ) ନିମ୍ନଲିଖତ ମାପବିଶିଷ୍ଟ କୋଣମାନଙ୍କର ପରିପୂରକ କୋଣର ମାପ ନିର୍ଣ୍ଣୟ କର । 
27°, 52°, 70°, 110°, 145°, 150°
ସମାଧାନ:
(i) 27° ର ପରିପୂରକ କୋଣର ମାପ = (180° – 27°) = 153°
(ii) 52° ର ପରିପୂରକ କୋଣର ମାପ = (180° – 52°) = 128°
(iii) 70° ର ପରିପୂରକ କୋଣର ମାପ = (180° – 70°) = 110°
(iv) 110° ର ପରିପୂରକ କୋଣର ମାପ = (180° – 110°) = 70°
(v) 145° ର ପରିପୂରକ କୋଣର ମାପ = (180° – 145°) = 35°
(vi) 150° ର ପରିପୂରକ କୋଣର ମାପ = (180° – 150°) = 30°

Question 2.
(କ) 45° 45′ ମାପ ବିଶିଷ୍ଟ କୋଣର ଅନୁପୂରକ ଓ ପରିପୂରକ କୋଣର ମାପ ନିର୍ଣ୍ଣୟ କର । (1° = 60′)। 
ସମାଧାନ:
45° 45′ ମାପ ବିଶିଷ୍ଟ କୋଣର ଅନୁପୂରକ କୋଣର ମାପ = (90° – 45° 45′) = 44° 15′
45° 45′ ମାପ ବିଶିଷ୍ଟ କୋଣର ଅନୁପୂରକ କୋଣର ମାପ = (180° – 45° 45′) = 134° 15′

(ଖ) 48° ମାପବିଶିଷ୍ଟ କୋଣର ଅନୁପୂରକ କୋଣର ପରିପୂରକ କୋଣର ପରିମାଣ କେତେ?
ସମାଧାନ:
48° ମାପବିଶିଷ୍ଟ କୋଣର ଅନୁପୂରକ କୋଣର ପରିମାଣ = (90° – 48°) = 42° 
42° ମାପବିଶିଷ୍ଟ କୋଣର ପରିପୂରକ କୋଣର ପରିମାଣ = (180° – 42°) = 138° 
∴ 48° ମାପବିଶିଷ୍ଟ କୋଣର ଅନୁପୂରକ କୋଣର ପରିପୂରକ କୋଣର ପରିମାଣ 138° ।

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.6

Question 3. 
ନିମ୍ନ ମାପବିଶିଷ୍ଟ ଯୋଡ଼ିମାନଙ୍କ ମଧ୍ୟରୁ କେଉଁ ଯୋଡ଼ି ପରସ୍ପର ଅନୁପୂରକ ଓ କେଉଁ ଯୋଡ଼ି ପରସ୍ପର ପରିପୂରକ ଚିହ୍ନଟ କର ।

(କ) 68°, 22°
ସମାଧାନ:
68°, 22° → 68° + 22° = 90° (ଅନୁପୂରକ)

(ଖ) 163°, 17°
ସମାଧାନ:
163°, 17° → 163° + 17° = 180° (ପରିପୂରକ)

(ଗ) 73°, 17°
ସମାଧାନ:
73°, 17° → 73° + 17° = 90° (ଅନୁପୂରକ)

(ଘ) 80°, 10°
ସମାଧାନ:
80°, 10° → 80° + 10° = 90° (ଅନୁପୂରକ)

(ଙ) 42°, 138°
ସମାଧାନ:
42°, 138° → 42° + 138° = 180° (ପରିପୂରକ)

(ଚ) 90°, 90°
ସମାଧାନ:
90°, 90° → 90° + 90° = 180° (ପରିପୂରକ)

Question 4.
ଚିତ୍ର ଅଙ୍କନକରି ଅନୁପୂରକ କୋଣ ଓ ପରିପୂରକ କୋଣ ଯୋଡ଼ିମାନଙ୍କର ଉଦାହରଣ ଦିଅ ।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.6
ଚିତ୍ର-I ରେ ∠ABD ଓ ∠CBD ଯୋଡ଼ି ପରସ୍ପର ଅନୁପୂରକ ।
ଚିତ୍ର – II ଓ ଚିତ୍ର – III ର ∠MNP ଓ ∠XYZ ପରସ୍ପର ଅନୁପୂରକ ।
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.6 1
ଚିତ୍ର-IV ରେ ∠ACD ଓ ∠BCD ଯୋଡ଼ି ପରସ୍ପର ପରିପୂରକ ।
ଚିତ୍ର – V ଓ ଚିତ୍ର – VI ର ∠POR ଓ ∠EFG ଯୋଡ଼ି ପରସ୍ପର ପରିପୂରକ ।

Question 5. 
ତୁମ ଆଖପାଖରେ ଥିବା ବସ୍ତୁମାନଙ୍କ ମଧ୍ୟରୁ ପରସ୍ପର ପ୍ରତି ସମକୋଣରେ ରହୁଥ‌ିବା ବସ୍ତୁମାନଙ୍କର ତିନୋଟି ଉଦାହରଣ ଦିଅ।
ସମାଧାନ:
ଆମ ଆଖପାଖରେ ଥ‌ିବା ବସ୍ତୁମାନଙ୍କ ମଧ୍ୟରୁ ପରସ୍ପର ପ୍ରତି ସମକୋଣରେ ରହୁଥିବା ବସ୍ତୁଗୁଡ଼ିକ ହେଲା – 
(i) ଫଟୋଫ୍ରେମ୍ (ii) ଦୁଆର ବନ୍ଧ (iii) ଟେବୁଲ୍ ଗୋଡ଼

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.6

Question 6. 
ଗୋଟିଏ ଟ୍ରାଫିକ୍ ପୋଲିସ୍ ପୂର୍ବକୁ ମୁହଁ କରି ଠିଆ ହୋଇଛି। ଯଦି ସେ ତା’ର ବାମକୁ କ୍ରମାନ୍ୱୟରେ
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.6 2
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.6 3

(କ) ଏକ ସମକୋଣ 
ସମାଧାନ:
ପୂର୍ବରୁ ଏକ ସମକୋଣ ବାମକୁ ଘୂରିଲେ ମୁହଁ ଉତ୍ତର ଦିଗକୁ ରହିବ । 

(ଖ) ଦୁଇ ସମକୋଣ
ସମାଧାନ:
ପୂର୍ବରୁ ଦୁଇ ସମକୋଣ ବାମକୁ ଘୂରିଲେ ମୁହଁ ପଶ୍ଚିମ ଦିଗକୁ ରହିବ ।

(ଗ) ତିନି ସମକୋଣ
ସମାଧାନ:
ପୂର୍ବରୁ ତିନି ସମକୋଣ ବାମକୁ ଘୂରିଲେ ମୁହଁ ଦକ୍ଷିଣ ଦିଗକୁ ରହିବ । 

(ଘ) ଚାରି ସମକୋଣ ଘୂରେ, ତେବେ ପ୍ରତି ଥର ଘୂରିବା ପରେ ତା’ର ମୁହଁ କେଉଁ ଦିଗକୁ ରହିବ?
ସମାଧାନ:
ପୂର୍ବରୁ ଚାରି ସମକୋଣ ବାମକୁ ଘୂରିଲେ ମୁହଁ ପୁନଶ୍ଚ ପୂର୍ବ ଦିଗକୁ ରହିବ ।

Question 7. 
କି ପ୍ରକାର କୋଣ ସୃଷ୍ଟି ହେବ?
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.6 4

(କ) ଗୋଟିଏ ବିନ୍ଦୁରୁ ପୂର୍ବ ଓ ଦକ୍ଷିଣକୁ ଦୁଇଟି ରଶ୍ମି ଅଙ୍କନ କଲେ। 
ସମାଧାନ:
ଗୋଟିଏ ବିନ୍ଦୁରୁ ପୂର୍ବ ଓ ଦକ୍ଷିଣକୁ ଦୁଇଟି ରଶ୍ମି ଅଙ୍କନ କଲେ, ସମକୋଣ (90°) ସୃଷ୍ଟି ହେବ ।

(ଖ) ଗୋଟିଏ ବିନ୍ଦୁରୁ ଉତ୍ତର ଓ ଉତ୍ତର ପୂର୍ବକୁ ଦୁଇଟି ରଶ୍ମି ଅଙ୍କନ କଲେ ।
ସମାଧାନ:
ଗୋଟିଏ ବିନ୍ଦୁରୁ ଉତ୍ତର ଓ ଉତ୍ତର ପୂର୍ବକୁ ଦୁଇଟି ରଶ୍ମି ଅଙ୍କନ କଲେ ସୂକ୍ଷ୍ମକୋଣ (45°) ସୃଷ୍ଟି ହେବ ।

(ଗ) ଗୋଟିଏ ବିନ୍ଦୁରୁ ପୂର୍ବ ଓ ଉତ୍ତରକୁ ଦୁଇଟି ରଶ୍ମି ଅଙ୍କନ କଲେ।
ସମାଧାନ:
ଗୋଟିଏ ବିନ୍ଦୁରୁ ପୂର୍ବ ଓ ଉତ୍ତରକୁ ଦୁଇଟି ରଶ୍ମି ଅଙ୍କନ କଲେ ସମକୋଣ (90°) ସୃଷ୍ଟି ହେବ ।

Question 8. 
(କ) ଯେଉଁ କୋଣର ପରିମାଣ ତା’ର ଅନୁପୂରକ କୋଣର ପରିମାଣର ଦୁଇଗୁଣ, ତା’ର ପରିମାଣ କେତେ? 
ସମାଧାନ:
ମନେକର ଅନୁପୂରକ କୋଣର ପରିମାଣ l ଗୁଣ ଓ କୋଣଟିର ପରିମାଣ 2 ଗୁଣ ।
1 ଗୁଣ + 2 ଗୁଣ = 3 ଗୁଣ, 3 ଗୁଣ = 90°
1 ଗୁଣ = \(\frac{90^{\circ}}{3}\) = 30°, 2 ଗୁଣ = 30° × 2 = 60°
∴ କୋଣର ପରିମାଣ 60° ।

(ଖ) ଯେଉଁ କୋଣର ପରିମାଣ ତା’ର ପରିପୂରକ କୋଣର ପରିମାଣର ଦୁଇଗୁଣ, ତା’ର ପରିମାଣ କେତେ?
ସମାଧାନ:
ମନେକର ପରିପୂରକ କୋଣର ପରିମାଣ 1 ଗୁଣ ଓ କୋଣଟିର ପରିମାଣ 3 ଗୁଣ ।
1 ଗୁଣ + 2 ଗୁଣ = 3 ଗୁଣ, 3 ଗୁଣ = 180°, 1 ଗୁଣ = \(\frac{180^{\circ}}{3}\) = 60°
2 ଗୁଣ = 60° × 2 = 120°
∴ କୋଣଟିର ପରିମାଣ 120°

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5

Question 1.
35, 48, 31 ଓ 22 ର ହାରାହାରି ନିର୍ଣ୍ଣୟ କର ।
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 1
ହାରାହାରି ମୂଲ୍ୟ = \(\frac{35+48+31+22}{4}\) = \(\frac{136}{4}\) = 34

Question 2.
ଖଲିଲ୍ ବାବୁ ତାଙ୍କର ଥିବା ତିନିଗୋଟି ସାଇକେଲ୍ ଲାଗି ତିନୋଟି ସିକଭର କିଣିଲେ। ଗୋଟିକର ଦାମ 28 ଟଙ୍କା, ଆଉ ଗୋଟିକର ଦାମ୍ 24 ଟଙ୍କା ଓ ଅନ୍ୟଟିର ଦାମ୍ 23 ଟଙ୍କା । ତେବେ ସେ କିଣିଥିବା ସିକଭର ଗୁଡ଼ିକର ଗୋଟା ପ୍ରତି ହାରାହାରି ଦାମ୍ କେତେ ?
ସମାଧାନ:
ସିଭର୍ ତିନୋଟିର ଦାମ୍ ଯଥାକ୍ରମେ 28 ଟଙ୍କା, 24 ଟଙ୍କା ଓ 23 ଟଙ୍କା । 
ସିଭର ତିନୋଟିର ମୋଟ ଦାମ୍ = 28 ଟଙ୍କା + 24 ଟଙ୍କା + 23 ଟଙ୍କା = 75 ଟଙ୍କା
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 2
= \(\frac{75}{3}\) ଟଙ୍କା = 25 ଟଙ୍କା
∴ ଖଲିଲ୍‌ବାବୁ କିଣିଥିବା ସିଟ୍ କଭରଗୁଡ଼ିକର ଗୋଟା ପ୍ରତି ହାରାହାରି ଦାମ୍ 25 ଟଙ୍କା ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5

Question 3.
ଜଣେ କ୍ରିକେଟ୍ ଖେଳାଳି ପାଞ୍ଚଟି ଏକଦିବସୀୟ ଖେଳରେ 45, 30, 102, 113 ଓ 70 ରନ୍ କରିଥିଲେ । ତେବେ ସେ ଖେଳ ପ୍ରତି ହାରାହାରି କେତେ ରନ୍ କରିଥିଲେ ?
ସମାଧାନ:
ମୋଟ ରନ୍ = 45 + 30 + 102 + 113 + 70 = 360
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 3
= \(\frac{360}{5}\) = 72
∴ ସେ ଖେଳପ୍ରତି ହାରାହାରି 72 ରନ୍ କରିଥିଲେ ।

Question 4.
ଛଅଟି ପିଲାଥିବା ଗୋଟିଏ ଦଳରେ ପିଲା ପ୍ରତି ହାରାହାରି ବୟସ 10 ବର୍ଷ ହେଲେ, ସେମାନଙ୍କର ମୋଟ ବୟସ କେତେ ?
ସମାଧାନ:
ଦଳରେ ଥିବା ପିଲାସଂଖ୍ୟା = 6 ଓ ପିଲାପ୍ରତି ହାରାହାରି ବୟସ = 10 ବର୍ଷ
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 4
ବା, ମୋଟ ବୟସ = ହାରାହାରି ବୟସ × ପିଲାସଂଖ୍ୟା = 10 × 6 = 60
∴ ସେମାନଙ୍କର ମୋଟ ବୟସ 60 ବର୍ଷ ଥିଲା ।

Question 5.
ବାରଟି ଥଳିରେ ଥ‌ିବା ମୋଟ ଚିନିର ଓଜନ 111 କି. 600 ଗ୍ରାମ୍ ହେଲେ, ଥଳି ପ୍ରତି ଚିନିର ହାରାହାରି ଓ ଜନ କେତେ ?
ସମାଧାନ:
ଥଳି ସଂଖ୍ୟା = 12, ମୋଟ ଚିନିର ଓଜନ = 111 କି. 600 ଗ୍ରା. = 111600 ଗ୍ରାମ୍
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 5
∴ ଥଳି ପ୍ରତି ଚିନିର ହାରାହାରି ଓଜନ 9 କି. 300 ଗ୍ରାମ୍ ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5

Question 6.
ସାତ ଖଣ୍ଡ ବହିର ମୋଟ ଦାମ୍ 310 ଟଙ୍କା ଏବଂ ଅନ୍ୟ ତିନି ଖଣ୍ଡ ବହିର ଖଣ୍ଡ ପ୍ରତି ହାରାହାରି ଦାମ୍ 68 ଟଙ୍କା ହେଲେ, ଉକ୍ତ ଦଶଟିଯାକ ବହିର ଖଣ୍ଡ ପ୍ରତି ହାରାହାରି ଦାମ୍ ସ୍ଥିର କର ।
ସମାଧାନ:
7 ଖଣ୍ଡ ବହିର ମୋଟ୍ ଦାମ୍ = 310 ଟଙ୍କା
3 ଖଣ୍ଡ ବହିର ଖଣ୍ଡ ପ୍ରତି ହାରାହାରି ଦାମ୍ = 68 ଟଙ୍କା
3 ଖଣ୍ଡ ବହିର ମୋଟ୍ ଦାମ୍ = ହାରାହାରି ଦାମ୍ × ବହିସଂଖ୍ୟା = 68 × 3 = 204 ଟଙ୍କା
ମୋଟ ବହି ସଂଖ୍ୟା = 7 + 3 = 10 ଖଣ୍ଡ
10 ଖଣ୍ଡ ବହିର ମୋଟ ଦାମ୍ = 310 ଟଙ୍କା + 204 ଟଙ୍କା = 514 ଟଙ୍କା ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 6
= \(\frac{514}{10}\) ଟଙ୍କା = ଟ. 51.40 ପଇସା

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.5

Odisha State Board BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.5 Textbook Exercise Questions and Answers.

BSE Odisha Class 6 Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.5

Question 1. 
ଚିତ୍ର ଦେଖି ଖାତାରେ ଉତ୍ତର ଲେଖ ।
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.5
(କ) ଚିତ୍ରରେ ଥିବା କୋଣଟିର ନାମ କ’ଣ ଲେଖ। 
ସମାଧାନ:
∠PQR

(ଖ) ଏହାର ଶୀର୍ଷବିନ୍ଦୁ ଓ ବାହୁମାନଙ୍କର ନାମ ଲେଖ। 
ସମାଧାନ:
ଏହାର ଶୀର୍ଷବିନ୍ଦୁ O ଓ \(\overrightarrow{\mathrm{OP}}\) ଓ \(\overrightarrow{\mathrm{OR}}\) ବାହୁ ।

(ଗ) ଏହି କୋଣର ଅନ୍ତଃସ୍ଥ ବିନ୍ଦୁ ଓ ବହିଃସୁ ବିନ୍ଦୁର ନାମ ଲେଖ।
ସମାଧାନ:
ଏହି ଅନ୍ତଃସ୍ଥ ବିନ୍ଦୁ Y ଓ ବହିଃସୁ ବିନ୍ଦୁ X ।

Question 2. 
ନିମ୍ନସ୍ଥ ବାକ୍ୟମାନଙ୍କରେ ଥ‌ିବା ଶୂନ୍ୟସ୍ଥାନ ପୂରଣ କର।

(କ) ଗୋଟିଏ କୋଣର _____ ଗୋଟି ଶୀର୍ଷବିନ୍ଦୁ ଓ _____ ଗୋଟି ବାହୁ ଥାଏ।
ସମାଧାନ:
ଏକ, ଦୁକ

(ଖ) _____ ଚିହ୍ନଟି ହେଉଛି ଚିତ୍ରରେ ଥ‌ିବା କୋଣର ସାଙ୍କେତିକ ଚିହ୍ନ।
ସମାଧାନ:
∠

(ଗ) ଦୁଇଟି ସରଳରେଖା ପରସ୍ପରକୁ ଛେଦ କଲେ _____  ଗୋଟି କୋଣ ଉତ୍ପନ୍ନ ହୁଏ ।
ସମାଧାନ:
ଚାରି

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.5

Question 3. 
ସ୍କେଲ୍ ଓ ପେନ୍‌ସିଲ ସାହାଯ୍ୟରେ ତୁମ ଖାତାରେ ଦୁଇଟି କୋଣ ଅଙ୍କନ କରି ସେମାନଙ୍କ ନାମ ଦିଅ ।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.5 1

Question 4. 
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.5 2

(କ) ପାର୍ଶ୍ଵସ୍ଥ ଚିତ୍ରରେ କେତୋଟି କୋଣ ଅଛି?
ସମାଧାନ:
ପାର୍ଶ୍ୱସ୍ଥ ଚିତ୍ରରେ ୫ ଟି କୋଣ ଅଛି

(ଖ) କେବଳ ଶୀର୍ଷବିନ୍ଦୁକୁ ନେଇ କେଉଁ କେଉଁ କୋଣର ନାମକରଣ କରାଯାଇପାରିବ?
ସମାଧାନ:
∠BAD ବା ∠A ଏବଂ ∠BCD ବା ∠C

(ଗ) କେଉଁ କୋଣମାନଙ୍କର ଏକ ସାଧାରଣ ବାହୁ ଅଛି?
ସମାଧାନ:
∠ABD ଓ ∠ABC ର ସାଧାରଣ ବାହୁ \(\overline{\mathrm{AB}}\)
∠ADB ଓ ∠ADC ର ସାଧାରଣ ବାହୁ \(\overline{\mathrm{AD}}\)
∠ABD ଓ ∠CBD ର ସାଧାରଣ ବାହୁ \(\overline{\mathrm{BD}}\)
∠ADB ଓ ∠CBD ର ସାଧାରଣ ବାହୁ \(\overline{\mathrm{BD}}\)
∠CBD ଓ ∠CBA ର ସାଧାରଣ ବାହୁ \(\overline{\mathrm{BC}}\)
∠CDA ଓ ∠CDB ର ସାଧାରଣ ବାହୁ \(\overline{\mathrm{CD}}\)

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.4

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.4

Question 1.
ବିଭିନ୍ନ ବିଷୟରେ ରଖୁଥ‌ିବା ନମ୍ବରକୁ ସେ ବିଷୟରେ ଥିବା ମୋଟ ନମ୍ବରର ଶତକଡ଼ାରେ ପ୍ରକାଶ କର ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.4 1
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.4 2
(iii) 200 ରୁ 64 ନମ୍ବର । 
∴ ଶତକଡ଼ା ନମ୍ବର
= (\(\frac{64}{200}\) × 100)% = 32%

(iv) 200 ରୁ 124 ନମ୍ବର । 
∴ ଶତକଡ଼ା ନମ୍ବର
= (\(\frac{124}{200}\) × 100)% = 62%

(v) 500 ରୁ 230 ନମ୍ବର । 
∴ ଶତକଡ଼ା ନମ୍ବର
= (\(\frac{230}{500}\) × 100)% = 46%

(vi) 600 ରୁ 486 ନମ୍ବର । 
∴ ଶତକଡ଼ା ନମ୍ବର
= (\(\frac{485}{600}\) × 100)% = 81%

(vii) 800 ରୁ 336 ନମ୍ବର । 
∴ ଶତକଡ଼ା ନମ୍ବର
= (\(\frac{336}{800}\) × 100)% = 42%

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.4

Question 2.
ଛଅ ଗୋଟି ଗ୍ରାମର ମୋଟ ଲୋକସଂଖ୍ୟା ଓ ସାକ୍ଷର ସଂଖ୍ୟା ଦିଆଯାଇଛି । ସେ ସାକ୍ଷର ସଂଖ୍ୟାକୁ ଶତକଡ଼ାରେ ଲେଖା ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.4 3
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.4 4
(i) 1000 ରୁ ସ୍ବାକ୍ଷର 590 ।
∴ ଶତକଡ଼ା ସ୍ବାକ୍ଷର = \(\frac{590}{1000}\) × 100 = 59%

(ii) 3000 ରୁ ସ୍ବାକ୍ଷର 1800 ।
∴ ଶତକଡ଼ା ସ୍ବାକ୍ଷର = \(\frac{1800}{3000}\) × 100 = 60%

(iii) 2500 ରୁ ସ୍ବାକ୍ଷର 1600 ।
∴ ଶତକଡ଼ା ସ୍ବାକ୍ଷର = \(\frac{1600}{2500}\) × 100 = 64%

(iv) 1500 ରୁ ସ୍ବାକ୍ଷର 1175 ।
∴ ଶତକଡ଼ା ସ୍ବାକ୍ଷର = \(\frac{1175}{1500}\) × 100 = \(\frac{235}{3}\)% = 78\(\frac{1}{3}\)%

(v) 1200 ରୁ ସ୍ବାକ୍ଷର 960 ।
∴ ଶତକଡ଼ା ସ୍ବାକ୍ଷର = \(\frac{960}{1200}\) × 100 = 80%

(vi) 3200 ରୁ ସ୍ବାକ୍ଷର 1856 ।
∴ ଶତକଡ଼ା ସ୍ବାକ୍ଷର = \(\frac{1856}{3200}\) × 100 = 58%

Question 3.
ଗୋଟିଏ ସାର୍ଟର ଦାମ୍ 350 ଟଙ୍କା ଲେଖାଯାଇଛି । ଦୋକାନୀ 20% ରିହାତି ଦେଲା । ସାର୍ଟଟିର ପ୍ରକୃତ ବିକ୍ରି ଦାମ୍ କେତେ ?
ସମାଧାନ:
ସାର୍ଟର ଦାମ୍ = 350 ଟଙ୍କା
ରିହାତି ମିଳେ = 20%
350 ର 20% 350 × \(\frac{20}{100}\) = 70 ଟଙ୍କା
∴ ସାର୍ଟଟିର ପ୍ରକୃତ ବିକ୍ରିଦାମ୍ = 350 ଟଙ୍କା – 70 ଟଙ୍କା = 280 ଟଙ୍କା ।

Question 4.
ଏକ ସହର ପାଖରୁ ରାମର ଘର 120 କି.ମି. ଦୂର । ସେ ବସ୍‌ରେ 36 କି.ମି. ଆସିଲେ । ତାହା ସମୁଦାୟ ଦୂରତାର ଶତକଡ଼ା କେତେ ?
ସମାଧାନ:
ସହର ପାଖରୁ ରାମର ଘରର ଦୂରତା = 120 କି.ମି.
ରାମ ବସ୍‌ରେ 36 କି.ମି. ଆସିଲେ ।
120 କି.ମି.ରୁ ବସ୍‌ରେ ଆସିଥିବା ଦୂରତା 36 କି.ମି. I 
ଶତକଡ଼ା ଦୂରତା = \(\frac{36}{120}\) × 100 = 30%
∴ ବସ୍‌ରେ ଆସିଥିବା ଦୂରତା ସମୁଦାୟ ଦୂରତାର 30% ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.4

Question 5.
ମିତା ବାର୍ଷିକ ପରୀକ୍ଷାରେ 600 ନମ୍ବରରୁ 500 ନମ୍ବର ରଖୁଲା ଓ ଗୀତା 500 ନମ୍ବରରୁ 415 ନମ୍ବର ରଖିଲା । କାହାର ଶତକଡ଼ା ନମ୍ବର ଅଧିକ ଓ କେତେ ଅଧିକ ? 
ସମାଧାନ:
ମିତା ବାର୍ଷିକ ପରୀକ୍ଷାରେ 600 ନମ୍ବରରୁ 500 ନମ୍ବର ରଖିଥିଲା ।
ମିତାର ଶତକଡ଼ା ନମ୍ବର = \(\frac{500}{600}\) × 100 = \(\frac{250}{3}\)% = 83\(\frac{1}{3}\)%
ଗୀତା ବାର୍ଷିକ ପରୀକ୍ଷାରେ 500 ନମ୍ବରରୁ 415 ନମ୍ବର ରଖିଲା ।
ଗୀତାର ଶତକଡ଼ା ନମ୍ବର = \(\frac{415}{500}\) × 100 = 83%
∴ ମିତାର ଶତକଡ଼ା ନମ୍ବର ଅଧିକ ଓ 83\(\frac{1}{3}\)% – 83% = \(\frac{1}{3}\)% ଅଧିକ ।

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.4

Odisha State Board BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.4

Question 1. 
(କ) ଗୋଟିଏ ସରଳରେଖୀ ସୀମା ଥିବା ଆବଦ୍ଧ ଚିତ୍ର ଓ ଗୋଟିଏ ବକ୍ରରେଖୀ ସୀମା ବିଶିଷ୍ଟ ଆବଦ୍ଧ ଚିତ୍ର ଅଙ୍କନ କର।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.4

(ଖ) ଆଙ୍କିଥିବା ପ୍ରତ୍ୟେକ ଚିତ୍ରରେ ଦୁଇଟି ଅନ୍ତଃସୁ ବିନ୍ଦୁ ଓ ଦୁଇଟି ବହିଃସ୍ଥ ବିନ୍ଦୁ ଚିହ୍ନଟ କର । 
ସରଳରେଖୀ ସୀମା ବିଶିଷ୍ଟ ଚିତ୍ରର ଅନ୍ତଃସ୍ଥ ବିନ୍ଦୁ ଦୁଇଟିକୁ K ଓ L ନାମ ଦିଅ ଏବଂ ବହିଃସୁ ବିନ୍ଦୁ ଦୁଇଟିକୁ M ଓ N ନାମ ଦିଅ ।
ବକ୍ରରେଖୀ ସୀମା ବିଶିଷ୍ଟ ଚିତ୍ରର ଅନ୍ତଃସ୍ଥ ବିନ୍ଦୁ ଦୁଇଟିକୁ P ଓ Q ନାମ ଦିଅ ଏବଂ ବହିଃସୁ ବିନ୍ଦୁ ଦୁଇଟିକୁ R ଓ S ନାମ ଦିଅ |
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.4 1

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.4

(ଗ) ପ୍ରତ୍ୟେକ ଆବଦ୍ଧ ଚିତ୍ରର ସୀମା ଉପରେ ଗୋଟିଏ ଲେଖାଏଁ ବିନ୍ଦୁ ଚିହ୍ନିତ କର। ସରଳରେଖୀ ଚିତ୍ରରେ ଏହି ବିନ୍ଦୁର ନାମ ଦିଅ Y ଏବଂ ବକ୍ରରେଖୀ ସୀମା ଥିବା ଚିତ୍ରରେ ଏହି ବିନ୍ଦୁର ନାମ ଦିଅ Z ।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.4 2

Question 2. 
ଏପରି ଏକ ଚିତ୍ର ଅଙ୍କନ କର ଯାହାର ଅନ୍ତଃସ୍ଥ ବା ବହିଃସୁ ବିନ୍ଦୁ ଦର୍ଶାଇବା ସମ୍ଭବ ନୁହେଁ ।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.4 3

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3

Odisha State Board BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3

Question 1.
ପାର୍ଶ୍ୱସ୍ଥ ଚିତ୍ରରେ ଥିବା ସରଳରେଖା, ରେଖାଖଣ୍ଡ ଓ ରଶ୍ମିମାନଙ୍କର ନାମ ନିମ୍ନସାରଣୀ ଭଳି ସାରଣୀଟିଏ ତିଆରି କରି ସେଥୁରେ ପୂରଣ କର ।

ସରଳରେଖା ରେଖାଖଣ୍ଡ ରଶ୍ମି

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3
ସମାଧାନ:

ସରଳରେଖା ରେଖାଖଣ୍ଡ ରଶ୍ମି
\( \overleftrightarrow{X Y}\) \(\overline{\mathrm{AB}}, \overline{\mathrm{CD}}\) \(\overrightarrow{\mathrm{DA}}\)
\(\overline{\mathrm{MN}}, \overline{\mathrm{ND}}, \overline{\mathrm{DM}}\) \(\overrightarrow{\mathrm{DB}}\)

Question 2.
ତୁମ ଖାତାରେ ତିନୋଟି ରେଖାଖଣ୍ଡ AB, CD ଓ EF ଅଙ୍କନ କର । ପ୍ରତ୍ୟେକର ଦୈର୍ଘ୍ୟ ପ୍ରଥମେ କେବଳ ସ୍କେଲ୍ ସାହାଯ୍ୟରେ ଓ ପରେ ଡିଭାଇଡର ଏବଂ ସ୍କେଲ ସାହାଯ୍ୟରେ ମାପି ନିମ୍ନସ୍ଥ ସାରଣୀ ଭଳି ସାରଣୀଟିଏ କରି ସେଥ‌ିରେ ପୂରଣ କର ।

ରେଖାଖଣ୍ଡର ନାମ କେବଳ ସ୍କେଲ ସାହାଯ୍ୟରେ ପାଇଥିବା ଦୈର୍ଘ୍ୟ ଡିଭାଇଡର ଓ ସ୍କେଲ ସାହାଯ୍ୟରେ ପାଇଥିବା ଦୈର୍ଘ୍ୟ
\(\overline{\mathrm{AB}}\)
\(\overline{\mathrm{CD}}\)
\(\overline{\mathrm{EF}}\)

ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 1

ରେଖାଖଣ୍ଡର ନାମ କେବଳ ସ୍କେଲ ସାହାଯ୍ୟରେ ପାଇଥିବା ଦୈର୍ଘ୍ୟ ଡିଭାଇଡର ଓ ସ୍କେଲ ସାହାଯ୍ୟରେ ପାଇଥିବା ଦୈର୍ଘ୍ୟ
\(\overline{\mathrm{AB}}\) 8 ସେ.ମି. 8 ସେ.ମି.
\(\overline{\mathrm{CD}}\) 7.8 ସେ.ମି. 7.8 ସେ.ମି.
\(\overline{\mathrm{EF}}\) 7 ସେ.ମି. 7 ସେ.ମି.

Question 3. 
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 2

(କ) ପାର୍ଶ୍ଵସ୍ଥ ତ୍ରିଭୁଜର ନାମ କ’ଣ।
ସମାଧାନ:
Δ ABC

(ଖ) ଯେଉଁ ତିନୋଟି ରେଖାଖଣ୍ଡ ଦ୍ଵାରା ତ୍ରିଭୁଜଟି ସୃଷ୍ଟ, ସେଗୁଡ଼ିକର ନାମ ଲେଖ। 
ସମାଧାନ:
\(\overline{\mathrm{AB}}\), \(\overline{\mathrm{BC}}\), \(\overline{\mathrm{CA}}\)

(ଗ) ସ୍କେଲ୍ ସାହାଯ୍ୟରେ ପ୍ରତ୍ୟେକ ରେଖାଖଣ୍ଡର ଦୈର୍ଘ୍ୟ ମାପି ଲେଖ ।
ସମାଧାନ:
\(\overline{\mathrm{AB}}\) = 3.6 ସେ.ମି., \(\overline{\mathrm{BC}}\) = 2.7 ସେ.ମି., \(\overline{\mathrm{CA}}\) = 2.6 ସେ.ମି.

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3

Question 4.
ନିମ୍ନସ୍ଥ ବାକ୍ୟମାନଙ୍କ ମଧ୍ୟରୁ ଠିକ୍ ବାକ୍ୟଗୁଡିକୁ ବାଛି ଲେଖ।
(କ) ଗୋଟିଏ ସରଳରେଖା ଏକ ରେଖାଖଣ୍ଡର ଗୋଟିଏ ଅଂଶ ।
(ଖ) ଗୋଟିଏ ରେଖାଖଣ୍ଡର ଦୁଇଟି ପ୍ରାନ୍ତବିନ୍ଦୁ ଥାଏ। 
(ଗ) ଗୋଟିଏ ସରଳରେଖାର ଦୁଇଟି ପ୍ରାନ୍ତବିନ୍ଦୁ ଥାଏ ।
(ଘ) ଗୋଟିଏ ରଶ୍ମିର ଗୋଟିଏ ଆଦ୍ୟବିନ୍ଦୁ ଥାଏ। 
(ଙ) 1 ସେ.ମି. = 10 ମି. ମି.
ସମାଧାନ:
(ଖ), (ଘ), (ଙ) – ଠିକ୍ ବାକ୍ୟ
କହିଲ ଦେଖ୍ :
ସରଳରେଖା, ରଶ୍ମି ଓ ରେଖାଖଣ୍ଡ ମଧ୍ୟରୁ କାହାର ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ଅଛି? କାହିଁକି? 
ସମାଧାନ:
ରେଖାଖଣ୍ଡର ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ଅଛି । କାରଣ ରଶ୍ମି ଗୋଟିଏ ଦିଗକୁ ଓ ସରଳରେଖା ଦୁଇ ପାର୍ଶ୍ଵ କୁ ଅସୀମ ଭାବରେ ବିସ୍ତୃତ ।

Question 5. 
ଡାହାଣ ପାଖରେ ଥିବା ଚିତ୍ରରୁ ମାପି ଦେଖ ଯେ : 
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 3
(କ) AB + BD = AC + CD
ସମାଧାନ:
AB + BD = AC + CD
AB + BD = 2 ସେ.ମି. + 4 ସେ.ମି. = 6 ସେ.ମି.,
AC + CD = 4 ସେ.ମି. +2 ସେ.ମି. = 6 ସେ.ମି.,

(ଖ) AB + CD = AD – BC
ସମାଧାନ:
AB + CD = AD – BC
AB + CD = 2 ସେ.ମି. + 2 ସେ.ମି. = 4 ସେ.ମି., 
AD – BC = 6 ସେ.ମି. – 2 ସେ.ମି. = 4 ସେ.ମି.

Question 6. 
ତୁମ ଖାତାରେ ତିନୋଟି ସରଳ ରେଖା ଅଙ୍କନ କର, ପ୍ରତ୍ୟେକ ସରଳରେଖା ଉପରେ ତିନୋଟି ଲେଖାଏଁ ବିନ୍ଦୁ ନିଅ। ବାମରୁ ଡାହାଣପଟ କ୍ରମରେ ବିନ୍ଦୁ ତିନୋଟିକୁ P, Q ଓ R ନାମ ଦିଅ । କେଉଁ ବିନ୍ଦୁଟି ଅନ୍ୟ ଦୁଇଟି ବିନ୍ଦୁର ମଧ୍ୟବର୍ତୀ ତାହା କୁହ । ବର୍ତ୍ତମାନ PQ, QR ଓ PR ମଧ୍ୟରୁ କେଉଁଟି ଅନ୍ୟ ଦୁଇଟିର ସମଷ୍ଟି ସହ ସମାନ କୁହ ।
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 4
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 5

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.3

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.3

Question 1.
ଭଗ୍ନସଂଖ୍ୟାରେ ପରିଣତ କର । 
8%, 25%, 80%
ସମାଧାନ:
8% = \(\frac{8}{100}\) = \(\frac{2}{25}\),
25% = \(\frac{25}{100}\) = \(\frac{1}{4}\),
80% = \(\frac{80}{100}\) = \(\frac{4}{5}\)

Question 2.
ଅନୁପାତରେ ପରିଣତ କର।
15%, 19%, 49%
ସମାଧାନ:
15% = \(\frac{15}{100}\) = \(\frac{3}{20}\) = 3 : 20,
19% = \(\frac{19}{100}\) = 19 : 100,
49% = \(\frac{49}{100}\) = 49 : 100

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.3

Question 3.
ଦଶମିକ ସଂଖ୍ୟାରେ ପ୍ରକାଶ କର।
3%, 7%, 26%, 123%, 200%
ସମାଧାନ:
3% = \(\frac{3}{100}\) = 0.03,
7% = \(\frac{7}{100}\) = 0.07,
26% = \(\frac{26}{100}\) = 0.26,
123% = \(\frac{123}{100}\) = 1.23,
200% = \(\frac{200}{100}\) = 2.0

Question 4.
ନିମ୍ନ ସାରଣୀର ଖାଲିଘର ଗୁଡିକୁ ପୂରଣ କର:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.3 1
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.3 2

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.2

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.2

Question 1.
କେଉଁ ସଂଖ୍ୟା ଚାରୋଟି ସମାନୁପାତୀ ?
(କ) 10, 15, 20, 30
ସମାଧାନ:
ପ୍ରଥମ ଅନୁପାତ = \(\frac{10}{15}\) = \(\frac{2}{3}\)
ଦ୍ଵିତୀୟ ଅନୁପାତ = \(\frac{20}{30}\) = \(\frac{2}{3}\)
∴ ପ୍ରଥମ ଅନୁପାତ = ଦ୍ଵିତୀୟ ଅନୁପାତ
∴ 10, 15, 20, 30 ସମାନୁପାତୀ ଅଟନ୍ତି ।

ବିକଳ୍ପ ସମାଧାନ:
ପ୍ରାନ୍ତପଦ ଦ୍ଵୟର ଗୁଣଫଳ = 10 × 30 = 300
ମଧ୍ୟପଦଦ୍ୱୟର ଗୁଣଫଳ = 15 × 20 = 300
∴ 10, 15, 20, 30 ସମାନୁପାତୀ ଅଟନ୍ତି ।

(ଖ) 15, 20, 3, 5
ସମାଧାନ:
ପ୍ରଥମ ଅନୁପାତ = \(\frac{15}{20}\) = \(\frac{3}{4}\)
ଦ୍ଵିତୀୟ ଅନୁପାତ = \(\frac{3}{5}\)
∴ 15, 20, 3, 5 ସମାନୁପାତୀ ନାହଁନ୍ତି ।

(ଗ) 35, 30, 105, 120
ସମାଧାନ:
ପ୍ରଥମ ଅନୁପାତ = \(\frac{35}{30}\) = \(\frac{7}{6}\)
ଦ୍ଵିତୀୟ ଅନୁପାତ = \(\frac{105}{120}\) = \(\frac{7}{8}\)
∴ 35, 30, 105, 120 ସମାନୁପାତୀ ନାହଁନ୍ତି ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.2

(ଘ) 18, 20, 90, 4
ସମାଧାନ:
ପ୍ରଥମ ଅନୁପାତ = \(\frac{18}{20}\) = \(\frac{9}{10}\)
ଦ୍ଵିତୀୟ ଅନୁପାତ = \(\frac{90}{4}\) = \(\frac{45}{2}\)
∴ 18, 20, 90, 4 ସମାନୁପାତୀ ନାହଁନ୍ତି ।

(ଙ) 54, 72, 81, 108
ସମାଧାନ:
ପ୍ରଥମ ଅନୁପାତ = \(\frac{54}{72}\) = \(\frac{3}{4}\)
ଦ୍ଵିତୀୟ ଅନୁପାତ = \(\frac{81}{108}\) = \(\frac{3}{4}\)
∴ ପ୍ରଥମ ଅନୁପାତ = ଦ୍ଵିତୀୟ ଅନୁପାତ
∴ 54, 72, 81, 108 ସମାନୁପାତୀ ଅଟନ୍ତି ।

(ଚ) 15, 18, 10,20
ସମାଧାନ:
ପ୍ରଥମ ଅନୁପାତ = \(\frac{15}{18}\) = \(\frac{5}{6}\)
ଦ୍ଵିତୀୟ ଅନୁପାତ = \(\frac{10}{20}\) = \(\frac{1}{2}\)
∴ 15, 18, 10, 20 ସମାନୁପାତୀ ନାହଁନ୍ତି ।

Question 2.
ଯେଉଁ ସମାନୁପାତଗୁଡ଼ିକ ଠିକ୍ ସେଗୁଡ଼ିକୁ ତୁମ ଖାତାରେ ଲେଖ ।
(a) 16 : 36 :: 12 : 27
ସମାଧାନ:
ପ୍ରଥମ ଅନୁପାତ = \(\frac{16}{36}\) = \(\frac{4}{9}\)
ଦ୍ଵିତୀୟ ଅନୁପାତ = \(\frac{12}{27}\) = \(\frac{4}{9}\)
∴ ପ୍ରଥମ ଅନୁପାତ = ଦ୍ଵିତୀୟ ଅନୁପାତ
∴ 16 : 36 :: 12 : 27 (✓)

(b) 12 : 18 :: 28 : 42
ସମାଧାନ:
ପ୍ରଥମ ଅନୁପାତ = \(\frac{12}{18}\) = \(\frac{2}{3}\)
ଦ୍ଵିତୀୟ ଅନୁପାତ = \(\frac{28}{42}\) = \(\frac{2}{3}\)
∴ ପ୍ରଥମ ଅନୁପାତ = ଦ୍ଵିତୀୟ ଅନୁପାତ
∴ 12 : 18 :: 28 : 42 (✓)

(c) 21 : 6 :: 35 : 14
ସମାଧାନ:
ପ୍ରଥମ ଅନୁପାତ = \(\frac{21}{6}\) = \(\frac{7}{2}\)
ଦ୍ଵିତୀୟ ଅନୁପାତ = \(\frac{35}{14}\) = \(\frac{5}{2}\)
∴ 21 : 6 :: 35 : 14 (✗)

(d) 8 : 9 :: 24 : 27
ସମାଧାନ:
ପ୍ରଥମ ଅନୁପାତ = 8 : 9 = \(\frac{8}{9}\)
ଦ୍ଵିତୀୟ ଅନୁପାତ = \(\frac{24}{27}\) = \(\frac{8}{9}\)
∴ ପ୍ରଥମ ଅନୁପାତ = ଦ୍ଵିତୀୟ ଅନୁପାତ
∴ 8 : 9 :: 24 : 27 (✓)

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.2

(e) 15 : 18 :: 10 : 15
ସମାଧାନ:
ପ୍ରଥମ ଅନୁପାତ = \(\frac{15}{18}\) = \(\frac{5}{6}\)
ଦ୍ଵିତୀୟ ଅନୁପାତ = \(\frac{10}{15}\) = \(\frac{2}{3}\)
∴ 15 : 18 :: 10 : 15 (✗)

(f) 5.2 : 3.9 :: 4 : 3
ସମାଧାନ:
ପ୍ରଥମ ଅନୁପାତ = \(\frac{5.2}{3.9}\) = \(\frac{0.4}{0.3}\) = \(\frac{4}{3}\)
ଦ୍ଵିତୀୟ ଅନୁପାତ = \(\frac{4}{3}\)
∴ ପ୍ରଥମ ଅନୁପାତ = ଦ୍ଵିତୀୟ ଅନୁପାତ
∴ 5.2 : 3.9 :: 4 : 3 (✓)

Question 3.
ନିମ୍ନ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକୁ ବାଛ । 
(a) 99 କି.ଗ୍ରା. : 45 କି.ଗ୍ରା :: 44 ଟଙ୍କା : 20 ଟଙ୍କା
ସମାଧାନ:
ପ୍ରଥମ ଅନୁପାତ = 99 କି.ଗ୍ରା. : 45 କି.ଗ୍ରା = \(\frac{99}{45}\) = \(\frac{11}{5}\)
ଦ୍ଵିତୀୟ ଅନୁପାତ = 44 ଟଙ୍କା : 20 ଟଙ୍କା = \(\frac{44}{20}\) = \(\frac{11}{5}\)
∴ 99 କି.ଗ୍ରା. : 45 କି.ଗ୍ରା = 44 ଟଙ୍କା : 20 ଟଙ୍କା (✓)

(b) 32 ମି. : 64 ମି. :: 6 ସେକେଣ୍ଡ : 12 ସେକେଣ୍ଡ
ସମାଧାନ:
ପ୍ରଥମ ଅନୁପାତ = 32 ମି. : 64 ମି. = \(\frac{32}{64}\) = \(\frac{1}{2}\)
ଦ୍ଵିତୀୟ ଅନୁପାତ = 6 ସେକେଣ୍ଡ : 12 ସେକେଣ୍ଡ = \(\frac{6}{12}\) = \(\frac{1}{2}\)
∴ ପ୍ରଥମ ଅନୁପାତ = ଦ୍ଵିତୀୟ ଅନୁପାତ
∴ 32 ମି. : 64 ମି. = 6 ସେକେଣ୍ଡ : 12 ସେକେଣ୍ଡ (✓)

(c) 40 ଜଣ ଲୋକ : 200 ଜଣ ଲୋକ = 15 ଲିଟର : 75 ଲିଟର
ସମାଧାନ:
ପ୍ରଥମ ଅନୁପାତ = 40 ଜଣ ଲୋକ : 200 ଜଣ ଲୋକ = \(\frac{40}{200}\) = \(\frac{1}{5}\)
ଦ୍ଵିତୀୟ ଅନୁପାତ = 15 ଲିଟର : 75 ଲିଟର = \(\frac{15}{75}\) = \(\frac{1}{5}\)
∴ 40 ଜଣ ଲୋକ : 200 ଜଣ ଲୋକ = 15 ଲିଟର : 75 ଲିଟର (✓)

(d) 45 କି.ମି. : 60 କି.ମି. = 12 ଘଣ୍ଟା : 15 ଘଣ୍ଟା
ସମାଧାନ:
ପ୍ରଥମ ଅନୁପାତ = 45 କି.ମି. : 60 କି.ମି. = \(\frac{45}{60}\) = \(\frac{3}{4}\)
ଦ୍ଵିତୀୟ ଅନୁପାତ = 12 ଘଣ୍ଟା : 15 ଘଣ୍ଟା = \(\frac{12}{15}\) = \(\frac{4}{5}\)
∴ 45 କି.ମି. : 60 କି.ମି. = 12 ଘଣ୍ଟା : 15 ଘଣ୍ଟା (✗)

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.2

Question 4.
ହରି ଓ ରାମ ପାଖରେ ଥ‌ିବା କୋଳିର ଅନୁପାତ 4 : 5 । ହରି ପାଖରେ 60 ଟି କୋଳି ଥିଲେ, ରାମ ପାଖରେ କେତୋଟି କୋଳି ଅଛି ?
ସମାଧାନ:
ହରି ପାଖରେ ଥ‌ିବା କୋଳି ସଂଖ୍ୟା = 4 ଗୁଣ ଓ ରାମ ପାଖରେ ଥିବା କୋଳି ସଂଖ୍ୟା = 5 ଗୁଣ । 
4 ଗୁଣକୁ 60 ଟି କୋଳି ।
1 ଗୁଣକୁ 60 ÷ 4 = 15 ଟି କୋଳି, 5 ଗୁଣକୁ = 15 × 5 = 75 ଟି କୋଳି
∴ ରାମ ପାଖରେ 75 ଟି କୋଳି ଅଛି ।

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2

Odisha State Board BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2

Question 1. 
ଖାତାରେ ତିନୋଟି ବିନ୍ଦୁ ଚିହ୍ନିତ କରି ସେଗୁଡ଼ିକର ନାମ ଦିଅ ।
ସମାଧାନ:
A•  B•  •C

Question 2. 
ଦୁଇଟି ସରଳରେଖା ଅଙ୍କନ କରି ସେମାନଙ୍କର ନାମ ଦିଅ।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2
\(\stackrel{\leftrightarrow}{\mathrm{AB}}\) ଓ \(\stackrel{\leftrightarrow}{\mathrm{CD}}\) ଦୁଇଟି ସରଳରେଖା।

Question 3. 
ତୁମ ପାଖଆଖରେ ଦେଖୁଥୁବା ତିନୋଟି ସରଳରେଖା, ତିନୋଟି ବକ୍ରତଳ ଓ ତିନୋଟି ସମତଳର ଉଦାହରଣ ଦିଅ ।
ସମାଧାନ:
ସରଳରେଖା – ସ୍କେଲର ଧାର, ଟେବୁଲର ଧାର, ବହିପୃଷ୍ଠାର ଧାର
ବକ୍ରତଳ – କାଚଗୋଲିର ପୃଷ୍ଠ, ପେଣ୍ଡୁର ପୃଷ୍ଠ, ରୁଲବାଡ଼ିର ପୃଷ୍ଠ ।
ସମତଳ – କାଗଜ ପୃଷ୍ଠ, ଟେବୁଲର ପୃଷ୍ଠ, ଛାତ

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2

Question 4.
ନିମ୍ନ ଚିତ୍ରରେ ଥ‌ିବା ଗାରମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ସରଳରେଖା ଓ କେଉଁଗୁଡ଼ିକ ବକ୍ରରେଖା ଚିହ୍ନାଅ ।
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 1
ଲକ୍ଷ୍ୟ କର : ଚିତ୍ର ‘ଙ’ ରେ ଥ‌ିବା ରେଖାଟି ବହିର ପୃଷ୍ଠାକୁ ଦୁଇଟି ଭାଗରେ ପରିଣତ କରିଛି ଓ ଭାଗ ଦୁଇଟିକୁ ‘ପ’ ଓ ‘ଫ’ ଦ୍ଵାରା ଚିହ୍ନିତ କରାଯାଇଛି । ପ୍ରତ୍ୟେକ ଭାଗକୁ ରେଖାର ଗୋଟିଏ ପାର୍ଶ୍ବ ବୋଲି କୁହାଯାଏ।
ସମାଧାନ:
ଦତ୍ତ ଚିତ୍ର ମଧ୍ୟରୁ କ ଓ ଘ – ବକ୍ରରେଖା ଖ, ଗ ଓ ଙ – ସରଳରେଖା

Question 5.
ତୁମ ଖାତାରେ ଗୋଟିଏ ବିନ୍ଦୁ ଚିହ୍ନିତ କର ଓ ତା’ ମଧ୍ୟଦେଇ ସାତଟି ସରଳରେଖା ଅଙ୍କନ କର । ସେହି ବିନ୍ଦୁ ମଧ୍ୟ ଦେଇ ଆଉ କେତୋଟି ସରଳରେଖା ଅଙ୍କନ କରିପାରିବ ?
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 2
(i) ଖାତା ଉପରେ ଠ ବିନ୍ଦୁଦେଇ ସାତଟି ସରଳରେଖା ଅଙ୍କନ କର ।
(ii) ସେହି ବିନ୍ଦୁମଧ୍ୟଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ ।

Question 6.
ତୁମ ଖାତାରେ A ଓ B ନାମକ ଦୁଇଟି ବିନ୍ଦୁ ନିଅ ଓ ଉଭୟ ବିନ୍ଦୁକୁ ଧାରଣ କରୁଥିବା ସରଳରେଖା ଅଙ୍କନ କର। ଏପରି କେତୋଟି ସରଳରେଖା ଅଙ୍କନ କରିପାରିବ?
ସମାଧାନ:
A ଓ B ଦୁଇଟି ବିନ୍ଦୁ ନିଆଗଲା । A ଓ B ବିନ୍ଦୁରେ \(\stackrel{\leftrightarrow}{\mathrm{AB}}\) ଅଙ୍କନ କରାଗଲା । ଏହିପରି ଗୋଟିଏ ସରଳରେଖା ଅଙ୍କନ ହୋଇପାରିବ ।
A ଓ B ମଧ୍ୟଦେଇ \(\stackrel{\leftrightarrow}{\mathrm{AB}}\) ଭିନ୍ନ ଅନ୍ୟ ସରଳରେଖା ଅଙ୍କନ ସମ୍ଭବ ନୁହେଁ ।

Question 7.
(କ) ସାଧାରଣ ବିନ୍ଦୁ ଥବା ଦୁଇଟି ସରଳ ରେଖା ଅଙ୍କନ କର ସେହି ଦୁଇ ସରଳରେଖାକୁ ନାମକରଣ କର। ସାଧାରଣ ବିନ୍ଦୁର ନାମ P ଦିଅ ।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 3
\(\stackrel{\leftrightarrow}{\mathrm{AB}}\) ଓ \(\stackrel{\leftrightarrow}{\mathrm{AB}}\) ଦୁଇଟି ପରସ୍ପର ଛେଦୀ ସରଳରେଖା । ସରଳରେଖାଦ୍ବୟର ସାଧାରଣ ବିନ୍ଦୁ P ।

(ଖ) ତୁମ ଖାତା ଉପରେ ଯେ କୌଣସି ସାତଟି ବିନ୍ଦୁ ନିଅ। ସେଗୁଡ଼ିକର ନାମ ଦିଅ। ସେଗୁଡିକ ଏକରେଖୀ ହେଉଛନ୍ତି କି? କିପରି ଜାଣିଲ?
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 4
ଏହି ବିନ୍ଦୁମାନ ଏକରେଖା ଉପରିସ୍ଥ ନୁହଁନ୍ତି । ଏମାନେ ଅଣରେଖୀୟ ବିନ୍ଦୁ ।

Question 8.
ଗୋଟିଏ ସମତଳରେ ଥିବା ତିନୋଟି ସରଳରେଖା ପରସ୍ପରକୁ ଅତି କମ୍‌ରେ କେତୋଟି ବିନ୍ଦୁରେ ଛେଦ କରିବେ? ଅତି ବେଶିରେ କେତୋଟି ବିନ୍ଦୁରେ ଛେଦ କରିବେ?
ସମାଧାନ:
(i) ଗୋଟିଏ ସମତଳରେ ଥ‌ିବା ତିନୋଟି ସରଳରେଖା ପରସ୍ପରକୁ ଅତିକମ୍‌ରେ ଗୋଟିଏ ବିନ୍ଦୁରେ ଛେଦ କରିବେ । (ଚିତ୍ର ‘କ’ ଓ ଚିତ୍ର ‘ଖ’)
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 5
(ii)
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 6
ଗୋଟିଏ ସମତଳରେ ଥ‌ିବା ତିନୋଟି ସରଳରେଖା ପରସ୍ପରକୁ ଅତିବେଶିରେ ତିନୋଟି ବିନ୍ଦୁରେ ଛେଦ କରିବେ । (ଚିତ୍ର ‘ଗ’)

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2

Question 9.
ସ୍କେଲ୍ ବ୍ୟବହାର କରି ଦୁଇଟି ସରଳରେଖା ଅଙ୍କନ କର, ଯେପରି ସରଳରେଖା ଦ୍ଵୟ ସମାନ୍ତର ହେବେ ।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 7
\(\overleftrightarrow{\mathrm{AB}}\) ଓ \(\overleftrightarrow{\mathrm{CD}}\) ପରସ୍ପର ସମାନ୍ତର ।

Question 10. 
ନିମ୍ନସ୍ଥ ବାକ୍ୟମାନଙ୍କ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକୁ ବାଛି ଲେଖ ।
(କ) ‘ରେଖା’ କହିଲେ ଆମେ କେବଳ ‘ସରଳରେଖା’କୁ ବୁଝୁ ।
(ଖ) ଗୋଟିଏ ବିନ୍ଦୁ ମଧ୍ୟ ଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ ।
(ଗ) ଏକ ସମତଳରେ ଅବସ୍ଥିତ ଦୁଇଟି ବିନ୍ଦୁ ମଧ୍ୟଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ । 
(ଘ) ଏକ ସମତଳ ଉପରିସ୍ଥ ଗୋଟିଏ ବିନ୍ଦୁଦେଇ ମାତ୍ର ଗୋଟିଏ ସରଳରେଖା ଅଙ୍କନ କରାଯାଇପାରିବ । 
(ଙ) ଏକ ସମତଳରେ ଥ‌ିବା ଦୁଇଟି ବିନ୍ଦୁକୁ ଧାରଣ କରୁଥିବା ଗୋଟିଏ ମାତ୍ର ସରଳରେଖା ଅଙ୍କନ ସମ୍ଭବ । 
(ଚ) ଏକ ସମତଳ ଉପରିସ୍ଥ ଦୁଇଟି ଅସମାନ୍ତର ସରଳରେଖା ପରସ୍ପରକୁ ଗୋଟିଏ ମାତ୍ର ବିନ୍ଦୁରେ ଛେଦ କରନ୍ତି । 
(ଛ) ଦୁଇଟି ସମାନ୍ତର ସରଳରେଖାର କୌଣସି ଛେଦବିନ୍ଦୁ ନାହିଁ ।
ସମାଧାନ:
(କ), (ଖ), (ଙ), (ଚ), (ଛ) ବାକ୍ୟଗୁଡ଼ିକ ଠିକ୍ ।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

Odisha State Board BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ Important Questions and Answers.

BSE Odisha Class 6 Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ମାନଚିତ୍ର କାହାକୁ କୁହାଯାଏ ? ମାନଚିତ୍ର କେତେ ପ୍ରକାର ଓ କ’ଣ କ’ଣ ?
Answer:

  • ସମଗ୍ର ପୃଥ‌ିବୀ ଅଥବା ଏହାର ଅଂଶକୁ ଏକ ସମତଳ କାଗଜ ଉପରେ ଏକ ନିର୍ଦ୍ଦିଷ୍ଟ ମାନରେ ଦର୍ଶାଯାଇଥାଏ। ମାନ ବା ସ୍କେଲ୍‌ର ବ୍ୟବହାର କରାଯାଉଥିବାରୁ ଏହାକୁ ମାନଚିତ୍ର କୁହାଯାଏ।
  • ମାନଚିତ୍ର ବିଭିନ୍ନ ପ୍ରକାରର ହୋଇଥାଏ। ଯଥା— ପ୍ରାକୃତିକ ମାନଚିତ୍ର, ରାଜନୀତିକ ମାନଚିତ୍ର ଏବଂ ତଥ୍ୟଭିତ୍ତିକ ମାନଚିତ୍ର।
  • ପ୍ରାକୃତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ପ୍ରାକୃତିକ ମାନଚିତ୍ର କୁହାଯାଏ। ଏଥ‌ିରେ ପ୍ରକୃତି ସୃଷ୍ଟ ପର୍ବତ, ମାଳଭୂମି, ସମତଳ ଭୂମି, ନଦୀ, ସାଗର, ଅରଣ୍ୟ, ଜୀବଜନ୍ତୁ, ଜଳବାୟୁ ଦର୍ଶାଯାଇଥାଏ।
  • ରାଜନୀତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ରାଜନୀତିକ ମାନଚିତ୍ର କୁହାଯାଏ। ଏଥ‌ିରେ ମହାଦେଶ, ଦେଶ, ପ୍ରଦେଶ, ଜିଲ୍ଲା, ରାଜଧାନୀ ତଥା ବିଭିନ୍ନ ଅଞ୍ଚଳର ସୀମା ଦର୍ଶାଯାଇଥାଏ।
  • ତଥ୍ୟଭିଭିକ ମାନଚିତ୍ରରେ କୌଣସି ଗୋଟିଏ ତଥ୍ୟ ଉପସ୍ଥାପନ କରାଯାଇଥାଏ। ଏଥ‌ିରେ ଶିଳ୍ପ ମାନଚିତ୍ର, ରେଳପଥ ମାନଚିତ୍ର, ସଡ଼କ ମାନଚିତ୍ର, ଅରଣ୍ୟ ମାନଚିତ୍ର ଦର୍ଶାଯାଇଥାଏ।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୨।‘ମାନ’ କାହାକୁ କୁହାଯାଏ ? ମାନ ଭିତ୍ତିରେ ମାନଚିତ୍ରକୁ କେତେଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:

  • ପୃଥ‌ିବୀ ପୃଷ୍ଠର ଦୁଇଟି ସ୍ଥାନର ପ୍ରକୃତ ଦୂରତା ଏବଂ ମାନଚିତ୍ର ଉପରେ ଥ‌ିବା ସ୍ଥାନଦୁଇଟିର ଦୂରତାର ଅନୁପାତକୁ ‘ମାନ’ କୁହାଯାଏ।
  • ମାନ ଭିଭିରେ ମାନଚିତ୍ର ଦୁଇଟି ଶ୍ରେଣୀରେ ବିଭକ୍ତ ଯଥା— ବୃହତ୍‌ମାନ ବିଶିଷ୍ଟ ମାନଚିତ୍ର ଓ କ୍ଷୁଦ୍ରମାନ ବିଶିଷ୍ଟ ମାନଚିତ୍ର।
  • ବୃହତ୍‌ମାନ ବିଶିଷ୍ଟ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର, ନଗର, ଗ୍ରାମ ଆଦି ଦର୍ଶାଯାଇଥାଏ। ଏଥ‌ିରେ ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ମିଳିଥାଏ।
  • ପୃଥ‌ିବୀ, ମହାଦେଶ, ମହାସାଗର ତଥା ବିଭିନ୍ନ ଦେଶର ମାନଚିତ୍ର କ୍ଷୁଦ୍ରମାନରେ ପ୍ରକାଶ କରାଯାଇଥାଏ।
  • ପ୍ରତ୍ୟେକ ମାନଚିତ୍ରରେ ଭିନ୍ନ ଭିନ୍ନ ମାନ ବ୍ୟବହୃତ ହୁଏ।

(କ) ସଂକ୍ଷେପରେ ଉତ୍ତର ଦିଅ।

୧। ରେଖାଚିତ୍ର କାହାକୁ କୁହାଯାଏ ?
Answer:

  • ରେଖାଗୁଡ଼ିକ ସାହାଯ୍ୟରେ ବିଭିନ୍ନ ସ୍ଥାନର ଓ ପଦାର୍ଥର ଅବସ୍ଥିତି ଜାଣିବାପାଇଁ ମନରୁ ଯେଉଁ ଚିତ୍ର ଅଙ୍କାଯାଏ,ତାହାକୁ ରେଖାଚିତ୍ର କୁହାଯାଏ।
  • ଏଥ‌ିରେ ମାନ ବ୍ୟବହୃତ ହୋଇନଥିବାରୁ ଏଥିରେ ଥ‌ିବା ଦୁଇଟି ସ୍ଥାନର ଦୂରତ୍ବ ମାପି ହେବ ନାହିଁ।

୨। କମ୍ପାସ ଯନ୍ତ୍ର ସାହାଯ୍ୟରେ କିପରି ଦିଗ ନିର୍ଣ୍ଣୟ କରାଯାଏ ?
Answer:

  • କମ୍ପାସ ଯନ୍ତ୍ର ମଧ୍ୟରେ ଏକ ଚୁମ୍ବକୀୟ ସୂଚକ ରହିଛି । ଚୁମ୍ବକୀୟ ସୂଚକର ଉପରେ ଥ‌ିବା ତୀର ଚିହ୍ନ ଉତ୍ତର ଦିଗ ଦର୍ଶାଇଥାଏ।
  • ସ୍ଥିର ଅବସ୍ଥାରେ ମଧ୍ୟ ସୂଚକଟି ସର୍ବଦା ଉତ୍ତର-ଦକ୍ଷିଣ ହୋଇ ରହିଥାଏ।

୩। ରାଜନୀତିକ ମାନଚିତ୍ର କାହାକୁ କୁହାଯାଏ ? ଏଥ‌ିରେ କ’ଣ ଦର୍ଶାଯାଇଥାଏ ?
Answer:

  • ରାଜନୀତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ରାଜନୀତିକ ମାନଚିତ୍ର କୁହାଯାଏ।
  • ଏଥ‌ିରେ ମହାଦେଶ, ଦେଶ ପ୍ରଦେଶ, ଜିଲ୍ଲା, ରାଜଧାନୀ ତଥା ବିଭିନ୍ନ ଅଞ୍ଚଳର ସୀମା ଦର୍ଶାଯାଇଥାଏ।

୪। ତଥ୍ୟଭିତ୍ତିକ ବା ପ୍ରାସଙ୍ଗିକ ମାନଚିତ୍ର କ’ଣ ? ଏଥ‌ିରେ କେଉଁ କେଉଁ ପ୍ରସଙ୍ଗ ବା ତଥ୍ୟ ଉପସ୍ଥାପନ କରାଯାଇଥାଏ ?
Answer:

  • ତଥ୍ୟଭିତ୍ତିକ ମାନଚିତ୍ରରେ ଗୋଟିଏ ପ୍ରସଙ୍ଗ ବା ତଥ୍ୟ ଉପସ୍ଥାପନ କରାଯାଇଥାଏ।
  • ଶିଳ୍ପ ମାନଚିତ୍ର, ରେଳପଥ ମାନଚିତ୍ର, ସଡ଼କ ମାନଚିତ୍ର, ଅରଣ୍ୟ ମାନଚିତ୍ର ଆଦି ଗୋଟିଏ ଗୋଟିଏ ପ୍ରାସଙ୍ଗିକ ମାନଚିତ୍ର।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୫। ଆଟଲାସ୍ କାହାକୁ କୁହାଯାଏ ?
Answer:

  • ପୃଥ‌ିବୀ, ମହାଦେଶ, ମହାସାଗର, ଦେଶ, ସହର, ଗ୍ରାମପାଇଁ ଭିନ୍ନ ଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ ସ କରାଯାଏ।
  • ବିଭିନ୍ନ ପ୍ରକାରର ଅନେକ ମାନଚିତ୍ର ପୁସ୍ତକ ଆକାରରେ ପ୍ରକାଶିତ ହେଲେ, ତାହାକୁ ‘ଆଟଲାସ୍’ କୁହାଯାଏ।

୬। ପ୍ରାକୃତିକ ମାନଚିତ୍ର କାହାକୁ କୁହାଯାଏ ? ଏଥରେ କେଉଁ କେଉଁ ପ୍ରାକୃତିକ ତଥ୍ୟ ଦର୍ଶାଯାଇଥାଏ ?
Answer:

  • ପ୍ରାକୃତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ପ୍ରାକୃତିକ ମାନଚିତ୍ର କୁହାଯାଏ।
  • ଏଥିରେ ମୁଖ୍ୟତଃ ପର୍ବତ, ମାଳଭୂମି, ସମତଳ ଭୂମି, ନଦୀ, ସାଗର, ଅରଣ୍ୟ, ଜୀବଜନ୍ତୁ, ଜଳବାୟୁ ପ୍ରଭୃତି ଦର୍ଶାଯାଇଥିଲା।

୭। ବୃହତମାନବିଶିଷ୍ଟ ମାନଚିତ୍ର କ’ଣ ?
Answer:

  • ବୃହତ୍‌ମାନବିଶିଷ୍ଟ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର, ନଗର, ଗ୍ରାମ ଆଦି ଦର୍ଶାଯାଇଥାଏ। ଏଥ‌ିରେ ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ମିଳିଥାଏ।
  • ଏଥୁରେ ମାନ ଏକ ସେଣ୍ଟିମିଟର ପାଇଁ ୨ କି.ମି. ବା ତହିଁରୁ କମ୍ ଭୂମିର ଦୂରତ୍ବପାଇଁ ବ୍ୟବହୃତ ହୋଇଥାଏ।

୮। କ୍ଷୁଦ୍ରମାନ ବିଶିଷ୍ଟ ମାନଚିତ୍ର କ’ଣ ?
Answer:

  • ପୃଥ‌ିବୀ, ମହାଦେଶ, ମହାସାଗର ତଥା ବିଭିନ୍ନ ଦେଶର ମାନଚିତ୍ର କ୍ଷୁଦ୍ରମାନରେ ପ୍ରକାଶ କରାଯାଇଥାଏ।
  • ଛୋଟ କାଗଜରେ ବଡ଼ ଅଞ୍ଚଳକୁ ଦର୍ଶାଯାଇଥିବାରୁ ଏଥୁରୁ ସବିଶେଷ ବିବରଣୀ ମିଳି ନଥାଏ ।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

(ଖ ) ଭୌଗୋଳିକ କାରଣ ଦର୍ଶାଅ।

୧। ମାନଚିତ୍ରରେ ସଙ୍କେତ ବ୍ୟବହାର କରାଯାଏ।
Answer:

  • ମାନଚିତ୍ରରେ ଘର, ରାସ୍ତା, ମନ୍ଦିର, ପୋଲ, ବୃକ୍ଷ ଆଦିର ଆକାର ଓ ଆକୃତି ସଠିକ୍ ଭାବେ ଦର୍ଶାଇବା ସମ୍ଭବ ନୁହେଁ।
  • ତେଣୁ ଏଗୁଡ଼ିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଆଦି ସଙ୍କେତଦ୍ବାରା ମାନଚିତ୍ରରେ ଦର୍ଶାଇ ଦିଆଯାଇଥାଏ। ଭିନ୍ନ ଭିନ୍ନ ବିଷୟକୁ ଭିନ୍ନ ଭିନ୍ନ ସଙ୍କେତ ମାଧ୍ୟମରେ ଦର୍ଶାଇବା ମାନଚିତ୍ରର ବିଶେଷତ୍ଵ।

୨। ମାନଚିତ୍ରରେ ବିଶାଳ ପୃଥ‌ିବୀକୁ ଏକ ଛୋଟ କାଗଜ ମଧ୍ୟରେ ସୀମିତ କରାଯାଇଥାଏ।
Answer:

  • ପୃଥ‌ିବୀ ପୃଷ୍ଠରେ ଅବସ୍ଥିତ ଦୁଇଟି ସ୍ଥାନ ମଧ୍ୟରେ ଥ‌ିବା ଦୂରତ୍ବକୁ ମାନଚିତ୍ର ଉପରେ ମାତ୍ର ଅଳ୍ପ କେତେ ସେଣ୍ଟିମିଟରରେ ଦେଖାଯାଇଥାଏ। ‘ମାନ’ର ବ୍ୟବହାର ଦ୍ବାରା ଏହା ସମ୍ଭବ ହୋଇଥାଏ।
  • ତେଣୁ ମାନଚିତ୍ରରେ ବିଶାଳ ପୃଥ‌ିବୀକୁ ଏକ ଛୋଟ କାଗଜ ମଧ୍ୟରେ ସୀମିତ କରାଯାଇଥାଏ।

(ଗ) ସଂକ୍ଷିପ୍ତ ଟିପ୍ପଣୀ।
୧। କମ୍ପାସ :

  • କମ୍ପାସ ଯନ୍ତ୍ର ଏକ ଦିଗସୂଚକ ଯନ୍ତ୍ର। ଏହି ଯନ୍ତ୍ର ମଧ୍ୟରେ ଏକ ଚୁମ୍ବକୀୟ ସୂଚକ ରହିଅଛି।
  • ଏହି ସୂଚକର ଉପରେ ଥ‌ିବା ତୀର ଚିହ୍ନ ଉତ୍ତର ଦିଗ୍ ଦର୍ଶାଇଥାଏ। ସ୍ଥିର ଅବସ୍ଥାରେ ସୂଚକଟି ସର୍ବଦା ଉତ୍ତର-ଦକ୍ଷିଣ ହୋଇ ରହିଥାଏ।

୨। ଆଟ୍‌ସ :

  • ପୃଥ‌ିବୀ, ମହାଦେଶ, ମହାସାଗର, ଦେଶ, ସହର, ଗ୍ରାମପାଇଁ ଭିନ୍ନ ଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ କରାଯାଏ।
  • ବିଭିନ୍ନ ପ୍ରକାରର ଅନେକ, ମାନଚିତ୍ର ପୁସ୍ତକ ଆକାରରେ ପ୍ରକାଶିତ ହେଲେ, ତାହାକୁ ‘ଆଟ୍‌ସ୍’ କୁହାଯାଏ।

୩। ମାନଚିତ୍ର :

  • ମାନଚିତ୍ରରେ ସମଗ୍ର ପୃଥ‌ିବୀ ଅଥବା ଏହାର ଅଂଶକୁ ଏକ ସମତଳ କାଗଜ ଉପରେ ଏକ ନିର୍ଦ୍ଦିଷ୍ଟ ମାନରେ ଦର୍ଶାଯାଇଥାଏ।
  • ମାନ ବା ସ୍କେଲ୍‌ର ବ୍ୟବହାର କରାଯାଉଥ‌ିବାରୁ ଏହାକୁ ମାନଚିତ୍ର କୁହାଯାଏ।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୪। ରେଖାଚିତ୍ର :
Answer:

  • ରେଖାଗୁଡ଼ିକ ସାହାଯ୍ୟରେ ବିଭିନ୍ନ ସ୍ଥାନର ଓ ପଦାର୍ଥର ଅବସ୍ଥିତି ଜାଣିବାପାଇଁ ମନରୁ ଚିତ୍ର ଅଙ୍କାଯାଏ। ଏହାକୁ ରେଖାଚିତ୍ର କୁହାଯାଏ।
  • ଏଥରେ ମାନ ବ୍ୟବହୃତ ହୋଇନଥାଏ।

(କ) ଶୂନ୍ୟସ୍ଥାନ ପୂରଣ କର।

(୧) ମାନଚିତ୍ରରେ _________ ର ବ୍ୟବହାରଦ୍ୱାରା ମାନଚିତ୍ରରେ ଦୂରତା ମପାଯାଏ।
Answer:
ମାନ

(୨) ମାନଭିଭିରେ ମାନଚିତ୍ରକୁ _________ ଶ୍ରେଣୀରେ ବିଭକ୍ତ କରାଯାଇଛି।
Answer:
ଦୁଇଟି

(୩) ___________ ଯନ୍ତ୍ର ସାହାଯ୍ୟରେ ମଧ୍ୟ ଦିଗ ନିରୂପଣ କରିହୁଏ।
Answer:
କମ୍ପାସ୍

(୪) ପୃଥ‌ିବୀ ବିଷୟରେ ସବିଶେଷ ଜାଣିବାପାଇଁ ___________ ଆବଶ୍ୟକ ପଡ଼ିଥାଏ।
Answer:
ଭୂଗୋଲକ ବା ମାନଚିତ୍ର

(୫) __________ ଅବସ୍ଥାରେ କମ୍ପାସର ସୂଚକ ସର୍ବଦା ଉତ୍ତର-ଦକ୍ଷିଣ ହୋଇ ରହିଥାଏ।
Answer:
ସ୍ଥିର

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

(୬) ମାନଚିତ୍ରର ଉପରିଭାଗ _________ ଦିଗ ଅଟେ।
Answer:
ଉତ୍ତର

(୭) ପ୍ରତ୍ୟେକ ମାନଚିତ୍ରରେ _________ ଟି ମୌଳିକ ବୈଶିଷ୍ଟ୍ୟ ଥାଏ।
Answer:
୩ଟି

(୮) ସାଗର ଓ ମହାସାଗରଗୁଡ଼ିକୁ _______ ମାନଚିତ୍ରରେ ଦର୍ଶଯାଇଥାଏ।
Answer:
କ୍ଷୁଦ୍ରମାନବିଶିଷ୍ଟ ମାନଚିତ୍ର

(ଖ) ଗୋଟିଏ ବାକ୍ୟରେ ଉତ୍ତର ଲେଖ।

୧। କେଉଁ ମାନବିଶିଷ୍ଟ ମାନଚିତ୍ର ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ଦେଇଥାଏ ?
Answer:
ବୃହତ୍ ମାନବିଶିଷ୍ଟ ମାନଚିତ୍ର ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ଦେଇଥାଏ।

୨। ମାନଚିତ୍ରରେ ଅଗଭୀର ଜଳରାଶିକୁ କେଉଁ ରଙ୍ଗ ସୂଚାଏ ?
Answer:
ମାନଚିତ୍ରରେ ହାଲୁକା ନୀଳରଙ୍ଗ ଅଗଭୀର ଜଳରାଶିକୁ ସୂଚାଏ।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୩। ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ କ’ଣ ?
Answer:
ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ ହେଲା – ଦୂରତା, ଦିଗ ଓ ସଙ୍କେତ।

୪। ମାନଚିତ୍ରରେ ସବୁଜ ରଙ୍ଗ କାହାର ସୂଚନା ଦିଏ ?
Answer:
ମାନଚିତ୍ରରେ ସବୁଜ ରଙ୍ଗ ସମତଳ ଭୂମିକୁ ସୂଚାଏ।

୫। ରାଜନୀତିକ ମାନଚିତ୍ର କାହାକୁ କୁହାଯାଏ ?
Answer:
ରାଜନୀତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ରାଜନୀତିକ ମାନଚିତ୍ର କୁହାଯାଏ।

୬। ମାନଚିତ୍ରରେ ଗାଢ଼ ବାଦାମୀ ରଙ୍ଗ କାହାକୁ ସୂଚାଇଥାଏ ?
Answer:
ମାନଚିତ୍ରରେ ଗାଢ଼ ବାଦାମୀ ରଙ୍ଗ ଉଚ୍ଚ ପର୍ବତଭୂମିକୁ ସୂଚାଇଥାଏ।

୭। ମାନଚିତ୍ରରେ ହାଲୁକା ବାଦାମୀ ରଙ୍ଗ କାହାକୁ ସୂଚାଇଥାଏ ?
Answer:
ମାନଚିତ୍ରରେ ହାଲୁକା ବାଦାମୀ ରଙ୍ଗ ପାହାଡ଼କୁ ସୂଚାଇଥାଏ।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୮। କୌଣସି ଦେଶର ଭାଷା ନ ଜାଣିଲେ ମଧ୍ୟ କାହାର ସହାୟତାରେ ସମ୍ବନ୍ଧରେ ଅବଗତ ହୋଇହେବ ?
Answer:
କୌଣସି ଦେଶର ଭାଷା ନ ଜାଣିଲେ ମଧ୍ୟ ‘ପ୍ରଚଳିତ ସଙ୍କେତ’ ସହାୟତାରେ ସେ ଦେଶର ଭୌଗୋଳିକ ତଥ୍ୟ ସମ୍ବନ୍ଧରେ ଅବଗତ ହୋଇହେବ।

(ଗ) ଗୋଟିଏ ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ।

(୧) ମାନଚିତ୍ରରେ ଦକ୍ଷିଣ-ପୂର୍ବସ୍ଥ ମଧ୍ୟବର୍ତ୍ତୀ ଦିଗ –
Answer:
ଅଗ୍ନି

(୨) ଉଚ୍ଚ ପର୍ବତଭୂମିକୁ ଯେଉଁ ରଙ୍ଗଦ୍ଵାରା ଚିହ୍ନଟ କରାଯାଏ –
Answer:
ଗାଢ଼ବାଦାମୀ

(୩) ମାନଚିତ୍ରର ନିମ୍ନଭାଗ ଦର୍ଶାଉଥ‌ିବା ଦିଗ –
Answer:
ଦକ୍ଷିଣ ଦିଗ

(୪) ‘PS’ ମାନଚିତ୍ରରେ ଯାହାକୁ ବୁଝାଏ –
Answer:
ଥାନା

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

(୫) ଯେଉଁ ମାନଚିତ୍ର ଦେଶ ଦେଶ ମଧ୍ୟରେ ଥ‌ିବା ସୀମା ଦର୍ଶାଇଥାଏ –
Answer:
ରାଜନୀତିକ ମାନଚିତ୍ର

(୬) ପ୍ରାକୃତିକ ମାନଚିତ୍ରରେ ମାଳଭୂମି ଚିହ୍ନଟ ପାଇଁ ଦିଆଯାଇଥ‌ିବା ରଙ୍ଗ –
Answer:
ହଳଦିଆ

(୭) ପ୍ରାୟ ପ୍ରତ୍ୟେକ ମାନଚିତ୍ରର ଯାହାର ଉପରିଭାଗରେ ଏକ ତୀର ଚିହ୍ନ ଥାଏ –
Answer:
ଦକ୍ଷିଣପାର୍ଶ୍ଵ

(୮) କମ୍ପାସ ଯନ୍ତ୍ର ଯାହାର ନିର୍ଣ୍ଣୟ ପାଇଁ ବ୍ୟବହାର କରାଯାଏ –
Answer:
ଦିଗ

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

Objective Type Questions With Answers
(ଘ) ସ୍ତମ୍ଭ ମିଳନ କର।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ Q. 1
BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ Q. 2

(ଙ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ।

୧। ପ୍ରାକୃତିକ ମାନଚିତ୍ରରେ ଗାଢ଼ ନୀଳରଙ୍ଗ କେଉଁଥିପାଇଁ ବ୍ୟବହାର କରାଯାଏ ?
(A) ପର୍ବତ
(B) ଅଗଭୀର ଜଳରାଶି
(C) ଗଭୀର ଜଳରାଶି
(D) ଉଚ୍ଚଭୂମି
Answer:
(C) ଗଭୀର ଜଳରାଶି

୨। ନିମ୍ନଲିଖ ମଧ୍ୟରୁ କମ୍ପାସ ଯନ୍ତ୍ର କେଉଁଥିପାଇଁ ବ୍ୟବହାର କରାଯାଏ ?
(A) ଦୂରତା
(B) ଉଚ୍ଚତା
(C) ଦିଗ
(D) ସଙ୍କେତ।
Answer:
(C) ଦିଗ

୩। ମାନଚିତ୍ରରେ ଉପରିଭାଗ କେଉଁ ଦିଗ ଅଟେ ?
(A) ଉତ୍ତର
(B) ଦକ୍ଷିଣ
(C) ପୂର୍ବ
(D) ପଶ୍ଚିମ
Answer:
(A) ଉତ୍ତର

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୪। ନିମ୍ନଲିଖ ମଧ୍ୟରୁ ମାନଚିତ୍ରରେ ସମତଳ ଭୂମିପାଇଁ କେଉଁ ରଙ୍ଗ ଦିଆଯାଇଥାଏ ?
(A) ବାଦାମୀ
(B) ହଳଦିଆ
(C) ନୀଳ
(D) ସବୁଜ
Answer:
(D) ସବୁଜ

୫। ନିମ୍ନଲିଖ ମଧ୍ୟରୁ ଉଚ୍ଚ ପାର୍ବତ୍ୟଭୂମି ପାଇଁ କେଉଁ ରଙ୍ଗ ବ୍ୟବହାର କରାଯାଏ ?
(A) ହଳଦିଆ
(B) ସବୁଜ
(C) ଫିକା ବାଦାମୀ
(D) ଗାଢ଼ ବାଦାମୀ
Answer:
(D) ଗାଢ଼ବାଦାମୀ

(ଚ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

1. ମାନଚିତ୍ରରେ ସରୁଜରଙ୍ଗ ________ ର ସୂଚନା ଦିଏ।
(ମାଳଭୂମି, ସମତଳଭୂମି, ପାର୍ବତ୍ୟଭୂମି, ଜଳଭାଗ)
Answer:
ସମତଳଭୂମି

2. ମାନଚିତ୍ରରେ ଦକ୍ଷିଣ – ସୂର୍ବସ୍ଥ ମଧ୍ରଉ ଦିଗଗ୍ନି ________ ଦିଗକୁ ବୁଝାଏ।
(ନୈରତ, ବାୟୁ, ଐଶାନ୍ୟ, ଅଗ୍ନି)
Answer:
ଅଗ୍ନି

3. କମ୍ପାସ ଯନ୍ତ୍ର __________ନିର୍ଣ୍ଣୟ ପାଇଁ ବ୍ୟବହାର କରାଯାଏ।
(ସଙ୍କେତ, ଦିଗ, ଦୂରତା, ଉଚ୍ଚତା)
Answer:
ଦିଗ

4. ____________ ମାନଚିତ୍ରରେ ଦେଶ ଦେଶ ମଧ୍ୟରେ ଥିବା ସୀମା ଦର୍ଶାଯାଇଥାଏ ।ୟ
(ରାଜନୀତିକ, ପ୍ରାକୃତିକ, ତଥ୍ୟଭିଭିକ, ବୈଦେଶିକ)
Answer:
ରାଜନୀତିକ

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

5. __________ ରେ ମାନ ବ୍ୟବହାର କରାଯାଇଥାଏ।
(ରେଖାଚିତ୍ର, ମାନଚିତ୍ର, ସଙ୍କେତ, ଦୂରତା)
Answer:
ମାନଚିତ୍ର

6. ମାନଚିତ୍ରରେ ସମତଳଭୂମି ପାଇଁ — ରଙ୍ଗ ବ୍ୟବହୃତ ହୁଏ।
(ନୀଳ, ହଳଦିଆ, ସବୁଜ, ବାଦାମୀ)
Answer:
ସବୁଜ

7. ପ୍ରାକୃତିକ ମାନଚିତ୍ରରେ ମାଳଭୂମି ଚିହ୍ନଟ ପାଇଁ __________ ରଙ୍ଗ ବ୍ୟବହୃତ ହୁଏ ।
(କମଳା, ହଳଦିଆ, ନୀଳ, ବାଦାମୀ)
Answer:
ହଳଦିଆ

8. ଗାଢ଼ ନୀଳରଙ୍ଗ ସଂକେତ ପ୍ରାକୃତିକ ମାନଚିତ୍ରରେ _______ ପାଇଁ ବ୍ୟବହୃତ ହୋଇଥାଏ।
(ଗଭୀର ଜଳରାଶି, ମାଳଭୂମି, ସମତଳଭୂମି, ପାହାଡ଼)
Answer:
ଗଭୀର ଜଳରାଶି

9. ଉଚ୍ଚ ପର୍ବତଭୂମିକୁ ____________ ରଙ୍ଗଦ୍ଵାରା ଚିହ୍ନଟ କରାଯାଏ।
(ବାଦାମୀ, ହଳଦିଆ, ସବୁଜ, ଗାଢ଼ ବାଦାମୀ)
Answer:
ଗାଢ଼ ବାଦାମୀ

10. ପ୍ରାୟ ପ୍ରତ୍ୟେକ ମାନଚିତ୍ରର ____________ ର ଉପରିଭାଗରେ ଏକ ତୀର ଚିହ୍ନ ଥାଏ।
(ପୂର୍ବ ପାର୍ଶ୍ୱ, ପଶ୍ଚିମ ପାର୍ଶ୍ଵ, ଉତ୍ତର ପାର୍ଶ୍ଵ, ଦକ୍ଷିଣ ପାର୍ଶ୍ୱ)
Answer:
ଦକ୍ଷିଣ ପାର୍ଶ୍ଵ

11. ମାନଚିତ୍ରର ନିମ୍ନଭାଗ ___________ ଦିଗ ଅଟେ।
(ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ)
Answer:
ଦକ୍ଷିଣ

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

12. ‘PS’ ମାନଚିତ୍ରରେ __________ କୁ ବୁଝାଏ।
(ଡାକଘର, ଡାକ ଓ ତାର ଅଫିସ୍, ଥାନା, ଗଛ)
Answer:
ଥାନା।

ତୁମ ପାଇଁ କାମ :

  • ତୁମେ ତୁମ ସ୍କୁଲର ଏକ ରେଖାଚିତ୍ର ତିଆରି କର ଓ ସେଥୁରେ ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଠ, ପାଠାଗାର, ଖେଳପଡ଼ିଆ ଓ ତୁମ ଶ୍ରେଣୀଗୃହ ଦେଖାଅ।
    Answer:
    ( ନିଜେ କର ।)
  • ତୁମ ଶ୍ରେଣୀଗୃହର ଚିତ୍ର ମାନ ଅନୁସାରେ ପ୍ରସ୍ତୁତ କର ଓ ସେଥ‌ିରେ ଥ‌ିବା ଶିକ୍ଷକଙ୍କ ଟେବୁଲ, କଳାପଟା, ଝରକା ଓ କବାଟର ଅବସ୍ଥିତି ଦେଖାଅ।
    Answer:
    ( ନିଜେ କର ।)
  • ନିମ୍ନଲିଖ୍ତ ବିଷୟଗୁଡ଼ିକ ପାଇଁ ସଙ୍କେତ ଅଙ୍କନ କର।
    ପିଚୁରାସ୍ତା, ମାଟିରାସ୍ତା, ମନ୍ଦିର, ପୋଖରୀ, ଡାକଘର ଓ ରେଳପଥ।
    Answer:
    ( ନିଜେ କର ।)
  • କାଗଜମଣ୍ଡ, ବାଉଁଶପାତିଆ ଓ ତାର ବ୍ୟବହାର କରି ଭୂଗୋଲକ ତିଆରି କର।
    Answer:
    ( ନିଜେ କର ।)

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.3

Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.3

Question 1. 

ଉଦାହରଣରେ ଦେଖାଯାଇଥିବା ପରି ପ୍ରତ୍ୟେକ ଧାଡ଼ିରେ ମଝିଘରେ ଥିବା ସଂଖ୍ୟାର ପୂର୍ବବର୍ତ୍ତା ଓ ପରବର୍ତୀ ସଂଖ୍ୟା ଲେଖ ।

ପୂର୍ବବର୍ତ୍ତା ସଂଖ୍ୟା ସଂଖ୍ୟା ପରବର୍ତୀ ସଂଖ୍ୟା
9999 10,000 10,001
10090
29999
586452
358610
555555
708000
999999

ସମାଧାନ:

ପୂର୍ବବର୍ତ୍ତା ସଂଖ୍ୟା ସଂଖ୍ୟା ପରବର୍ତୀ ସଂଖ୍ୟା
9999 10,000 10,001
10089 10090 10091
29998 29999 30000
586451 586452 586453
358609 358610 358611
555554 555555 555556
707999 708000 708001
999998 999999 1000000

Question 2.
(କ) କୌଣସି ସଂଖ୍ୟାର ଠିକ୍ ପରବର୍ତୀ ସଂଖ୍ୟା ଓ ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରେ ଅନ୍ତର କେତେ?
ସମାଧାନ:
କୌଣସି ସଂଖ୍ୟାର ଠିକ୍ ପରବର୍ତୀ ସଂଖ୍ୟା ଓ ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରେ ଅନ୍ତର 2 ।

(ଖ) କୌଣସି ଯୁଗ୍ମ ସଂଖ୍ୟାର ଠିକ୍ ପରବର୍ତୀ ଓ ଠିକ୍ ପୂର୍ବବର୍ତୀ ସଂଖ୍ୟା ଯୁଗ୍ମ ସଂଖ୍ୟା ହେବେ କି? ଗୋଟିଏ ଉଦାହରଣ ନେଇ ପରୀକ୍ଷା କର ।
ସମାଧାନ:
କୌଣସି ଯୁଗ୍ମ ସଂଖ୍ୟାର ଠିକ୍ ପରବର୍ତୀ ଓ ଠିକ୍ ପୂର୍ବବର୍ତୀ ସଂଖ୍ୟା ଏକ ଯୁଗ୍ମ ସଂଖ୍ୟା ହେବେ ନାହିଁ । 
ଉଦାହରଣ – ମନେକର 4 ଏକ ଯୁଗ୍ମ ସଂଖ୍ୟା ।
4 ର ପୂର୍ବବର୍ତ୍ତୀ ସଂଖ୍ୟା = 3, ଏକ ଯୁଗ୍ମ ସଂଖ୍ୟା ନାହିଁ ।
ସେହିପରି 4 ର ପରବର୍ତ୍ତୀ ସଂଖ୍ୟା = 5, ଏକ ଯୁଗ୍ମ ସଂଖ୍ୟା ନୁହେଁ ।

(ଗ) ଏକ କୋଟିର ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତୀ ସଂଖ୍ୟା ଲେଖ ।
ସମାଧାନ:
ଏକ କୋଟିର ଠିକ୍ ପରବର୍ତୀ ସଂଖ୍ୟା = 10000000 – 1 = 9999999
ଏବଂ ଠିକ୍ ପରବର୍ତୀ ସଂଖ୍ୟା = 10000000 + 1 = 10000001

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.3

(ଘ) ତୁମ ମନରୁ ପାଞ୍ଚଟି ଆଠ ଅଙ୍କବିଶିଷ୍ଟ ସଂଖ୍ୟା ଲେଖ । ପ୍ରତ୍ୟେକ ସଂଖ୍ୟାର ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତୀ ସଂଖ୍ୟା ଲେଖ ।
ସମାଧାନ:
ଅଙ୍କବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା – 23405317, 18905563, 45632970, 38754021, 98765028 ।
(i) 23405317 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 23405316 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା  = 23405318 ।
(ii) 18905563 & ର ଠିକ୍ ପୂର୍ବବର୍ତୀ ସଂଖ୍ୟା  = 18905562 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 18905564 ।
(iii) 45632970 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 45632969 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 45632971 । 
(iv) 38754021  ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 38754020 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 38754022 ।
(v) 98765028 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 98765027 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 98765029 ।

Question 3.
ଗୋଟିଏ ତିନିଅଙ୍କ ବିଶିଷ୍ଟ ସଂଖ୍ୟା ନିଅ। ସେହି ସଂଖ୍ୟାର ଠିକ୍ ପରବର୍ତୀ ଓ ଠିକ୍ ପୂର୍ବବର୍ତୀ ସଂଖ୍ୟା ନିର୍ଣ୍ଣୟ କର । ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତୀ ସଂଖ୍ୟାକୁ ଯୋଗ କରି ଯୋଗଫଳକୁ ଦୁଇରେ ଭାଗ କର । କ’ଣ ପାଇଲ? ଆଉ ଗୋଟିଏ ଛଅ ଅଙ୍କ ବିଶିଷ୍ଟ ସଂଖ୍ୟା ନେଇ ଠିକ୍ ଏହି ଭଳି କାର୍ଯ୍ୟ କର ।
ସମାଧାନ:
ତିନିଅଙ୍କ ବିଶିଷ୍ଟ ଏକ ସଂଖ୍ୟା ହେଲା 845  
845 ର ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା = 844 ଓ ଠିକ୍ ପରବର୍ତୀ ସଂଖ୍ୟା = 846
ସଂଖ୍ୟାଦ୍ୱୟର ଯୋଗଫଳ = 844 + 846 = 1690 ।
ଯୋଗଫଳକୁ 2 ଦ୍ବାରା ଭାଗ କଲେ ହେବ = 1690 ÷ 2 = 845
∴ ପୂର୍ବବର୍ତୀ ଓ ପରବର୍ତୀ ସଂଖ୍ୟାଦ୍ୱୟର ଯୋଗଫଳକୁ 2ରେ ଭାଗକଲେ ମଧ୍ୟବର୍ତ୍ତୀ ସଂଖ୍ୟାଟି ମିଳେ ।
ଛଅଅଙ୍କ ବିଶିଷ୍ଟ ଅନ୍ୟ ଏକ ସଂଖ୍ୟା ହେଲା – 234573 ।
234573 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 234572 ଓ ଠିକ୍ ପରବର୍ତୀ ସଂଖ୍ୟା = 234574
ସଂଖ୍ୟାଦ୍ୱୟର ଯୋଗଫଳ = 234572 + 234574 = 469146
ଯୋଗଫଳକୁ ଦୁଇଭାଗ କଲେ ହେବ = 469146 ÷ 2 = 234573
∴ ପୂର୍ବବର୍ତୀ ଓ ପରବର୍ତ୍ତୀ ସଂଖ୍ୟାଦ୍ୱୟର ଯୋଗଫଳକୁ ଦୁଇରେ ଭାଗକଲେ ମଧ୍ୟବର୍ତ୍ତୀ ସଂଖ୍ୟାଟି ମିଳେ ।