Processing math: 2%

BSE Odisha 9th Class Physical Science Notes Chapter 9 ଧ୍ଵନି

Odisha State Board BSE Odisha 9th Class Physical Science Notes Chapter 9 ଧ୍ଵନି will enable students to study smartly.

BSE Odisha Class 9 Physical Science Notes Chapter 9 ଧ୍ଵନି

→ ଉପକ୍ରମ (Introduction) :
(i) ଧ୍ଵନି ହେଉଛି ଶକ୍ତିର ଏକ ରୂପ । ଧ୍ଵନି ଶକ୍ତି କାନରେ ଶୁଣିବାର ଏକ ଇନ୍ଦ୍ରିୟାନୁ ଭୂତି ସୃଷ୍ଟିକରେ, ଫଳରେ ଆମେ ଧ୍ଵନିକୁ ଶୁଣିପାରୁ ।
(ii) ଧ୍ଵନି ବ୍ୟତୀତ ଅନ୍ୟ ଶକ୍ତିଗୁଡ଼ିକ ହେଲା- ଯାନ୍ତ୍ରିକ ଶକ୍ତି, ତାପ ଶକ୍ତି, ଆଲୋକ ଶକ୍ତି ଓ ବିଦ୍ୟୁତ୍ ଶକ୍ତି ବତ୍ୟାଦି ।
(iii) ଶକ୍ତି ସଂରକ୍ଷଣର ନିୟମ ହେଲା-ଶକ୍ତିକୁ ସୃଷ୍ଟି କରାଯାଇ ପାରିବ ନାହିଁ କି ବିନାଶ କରାଯାଇ ପାରିବ ନାହିଁ । ଏହା କେବଳ ଗୋଟିଏ ରୂପରୁ ଅନ୍ୟ ଏକ ରୂପକୁ ରୂପାନ୍ତରିତ ହୋଇଥାଏ ।

→ ଧ୍ବନିର ସୃଷ୍ଟି (Production of Sound) :
(i) ବିଭିନ୍ନ ବସ୍ତୁର କମ୍ପନରୁ ଧ୍ୱନି ସୃଷ୍ଟି ହୁଏ ।
(ii) ସିତାର, ଗିଟାର ଆଦି ବାଦ୍ୟଯନ୍ତ୍ରରେ ତାରକୁ ଟାଣି କମ୍ପନ ସୃଷ୍ଟିକରି ଧ୍ଵନି ସୃଷ୍ଟି କରାଯାଏ । ତବଲା, ଡ୍ରମ ଇତ୍ୟାଦି ବାଦ୍ୟଯନ୍ତ୍ରର ଚମଡ଼ା ପଟ୍ଟଳକୁ ଘଷି କିମ୍ବା ହାତରେ ବାଡ଼େଇ କମ୍ପିତ କରି ସେଥୁରୁ ଧ୍ଵନି ସୃଷ୍ଟି କରାଯାଏ । ବଂଶୀ, ସାହାନାଇ, କାହାଳୀ ଧ୍ଵନି ନିଃସୃତ ହୁଏ ।
(iii) ଗୋଟିଏ ବସ୍ତୁ ଦ୍ରୁତଗତିରେ ଏକ ମାଧ୍ଯ ଅବସ୍ଥାନର ଏକଡ଼-ସେକଡ଼ (to & fro) ହେବାକୁ କମ୍ପନ କୁହେଯାଏ ।
(iv) ଦୁଇ ପାର୍ଶ୍ଵ ଟାଣି ହୋଇ ବନ୍ଧା ହୋଇଥବା ରବର ବ୍ୟାଣ୍ଡକୁ ମଝିରୁ ଟାଣି ଛାଡ଼ିଦେଲେ ରବର ବ୍ୟାଣ୍ଡଟି କମ୍ପିତ ହୁଏ । ସେହି କମ୍ପନ ବାୟୁ ମାଧ୍ୟମରେ ସଞ୍ଚାରିତ ହୋଇ ବାୟୁରେ କମ୍ପନ ସୃଷ୍ଟି କରେ । ତେଣୁ ଆମେ ଧ୍ଵନି ଶୁଣିପାରୁ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 1

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଧ୍ୱନିର ସଞ୍ଚାରଣ (Propagation of Sound):
(i) ବସ୍ତୁର କମ୍ପନରୁ ଧ୍ଵନି ସୃଷ୍ଟି ହୁଏ । ଧ୍ଵନି ଯେଉଁ ପଦାର୍ଥ ବା ବସ୍ତୁ ମଧ୍ୟଦେଇ ସଞ୍ଚାରିତ ହୁଏ, ତାହାକୁ ମାଧ୍ୟମ (medium) କୁହାଯାଏ । ଏହି ମାଧ୍ଯମ କଠିନ, ତରଳ କିମ୍ବା ଗ୍ୟାସୀୟ ହୋଇପାରେ ।
(ii) ଯେତେବେଳେ କୌଣସି ବସ୍ତୁ ବାୟୁ ମାଧ୍ୟମରେ କମ୍ପିତ ହୁଏ, ସେତେବେଳେ କମ୍ପିତ ବସ୍ତୁର କମ୍ପନ ତାହାର ଚତୁଃପାର୍ଶ୍ଵରେ ଥ‌ିବା ବାୟୁ ମାଧ୍ୟମକୁ ପ୍ରସାରିତ ହୋଇଥାଏ । ଏହି କମ୍ପନର ଶକ୍ତି (vibrational energy) ଯୋଗୁ ବାୟୁର କଣିକାମାନେ ଦୋଳାୟିତ ହୁଅନ୍ତି ।
(iii) ଏହି କଣିକାମାନଙ୍କ ଦୋଳନ ଶକ୍ତି ଧ୍ଵନି ତରଙ୍ଗ ରୂପରେ ବାୟୁ ମାଧ୍ୟମରେ ସଞ୍ଚାରିତ ହୁଏ । ଧ୍ଵନି ସଞ୍ଚାରଣବେଳେ ମାଧ୍ୟମର କଣିକାମାନେ ମାଧ୍ଯମର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କରନ୍ତି ନାହିଁ । ସେମାନେ କେବଳ ନିଜ ସ୍ଥାନରେ ଦୋଳିତ ହୁଅନ୍ତି । ଧ୍ଵନି ତରଙ୍ଗ, କମ୍ପିତ ବସ୍ତୁ ନିକଟରୁ ଶ୍ରୋତାର କାନ ପର୍ଯ୍ୟନ୍ତ ଗତି କରିଥାଏ ।
(iv) ଧ୍ଵନି ହେଉଛି, ମାଧ୍ୟମରେ ସୃଷ୍ଟି ହେଉଥିବା ଏକ ବିଚଳନ (disturbance) ଯାହା ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇ ଆଗକୁ ଆଗକୁ ଗତିକରେ । ମାଧ୍ୟମରେ ଏହି ବିଚଳନର ଗତିକୁ ତରଙ୍ଗ ଗତି (wave motion) କୁହାଯାଏ ।
(v) ଗୋଟିଏ ମାଧ୍ୟମରେ ଧ୍ଵନି ଏହିପରି ଭାବରେ ତରଙ୍ଗ ରୂପରେ ସଞ୍ଚାରିତ ହୁଏ । ଧ୍ଵନିକୁ ଯାନ୍ତ୍ରିକ ତରଙ୍ଗ (mechanical wave) କୁହାଯାଏ ।
(vi) ବାୟୁ ମାଧ୍ୟମରେ ଦେ।ଳ। ୟିତ କଣି କାମ ନେ ହେ ଉଥ୍ ଲ। ବେ ଳେ ନିକଟବର୍ତ୍ତୀ ହୋଇଥା’ନ୍ତି । ଏହା ଫଳରେ ମାଧ୍ୟମରେ ସମ୍ପୀଡ଼ନ (Compression- C) ହୁଏ ।
(vii) ଯେତେବେଳେ କଣିକ।ମନେ ପରସ୍ପରଠାରୁ ଦୂରେଇ ଯା”ନ୍ତି ସେତେବେଳେ ସେହି ଅଞ୍ଚଳରେ ବିରଳନ (Rarefaction – R) ସୃଷ୍ଟି ହୁଏ ।
(viii) ସମ୍ପୀଡ଼ନ ଓ ବିରଳନ ଗୋଟିଏ ଅଞ୍ଚଳରେ ଏକାନ୍ତର ଭାବରେ ସୃଷ୍ଟି ହୁଏ ।
(ix) ମାଧ୍ୟମର ସମ୍ପୀଡ଼ନ ଅଞ୍ଚଳରେ କଣିକାମାନେ ପରସ୍ପର ଆଡ଼କୁ ଗତି କରି ନିକଟବର୍ତ୍ତୀ ହେବା ଫଳରେ ସେଠାରେ ସାନ୍ଦ୍ରତା ଓ ଚାପ ବୃଦ୍ଧି ହୁଏ ।
(x) ବିରଳନ ଅଞ୍ଚଳରେ କଣିକାମାନେ ପରସ୍ପରଠାରୁ ଦୂରେଇ ଯିବା ଫଳରେ ସେଠାରେ ସାନ୍ଦ୍ରତା କମିଯାଏ। ଓ ଚାପ ମଧ୍ଯ ହ୍ରାସ ପାଏ ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଧ୍ୱନି ଗତି କରିବାପାଇଁ ଏକ ମାଧ୍ୟମ ଆବଶ୍ୟକ (Sound needs a medium to travel) :
(i) ଧ୍ଵନି ଏକ ଯାନ୍ତ୍ରିକ ତରଙ୍ଗ (mechanical wave) । ଏହା ସଞ୍ଚାରିତ ହେବାପାଇଁ ଏକ ଜଡ଼ୀୟ ମାଧ୍ୟମନ୍ତ ଯଥା-ଜଳ, ବାୟୁ, ଷ୍ଟିଲ୍ ଇତ୍ୟାଦି ପରି ମାଧ୍ୟମବ ଆବଶ୍ୟକ କରେ ।
(ii) ଧ୍ଵନି ଶୂନ୍ୟ (vacuum) ରେ ଗତି କରିପାରେ ନାହିଁ ।

ପରୀକ୍ଷା :
(i) ଗୋଟିଏ ବିଦ୍ୟୁତ୍ ବେଲ୍‌ ଏବଂ ଗୋଟିଏ ବାୟୁରୁଦ୍ଧ (air tight) ବେଲ୍‌ଜାର୍ ନିଆଯାଉ ।
(ii) ଚିତ୍ରରେ ଦେଖାଯାଇଥିବା ଭଳି ବିଦ୍ୟୁତ୍ ବେଲ୍‌କୁ ବେଲ୍‌ଜାର୍ ମଧ୍ଯରେ ଝୁଲାଇ ରଖାଯାଉ ।
(iii) ବେଲ୍‌ର ଦୁଇ ଶେଷାଗ୍ରକୁ ବେଲ୍‌ଜାର୍ ମୁହଁରେ ଥ‌ିବା କର୍କ ବାଟେ ବାହାରକୁ କାଢ଼ି ଏକ ବାହ୍ୟ ବିଦ୍ୟୁତ୍ ପରିପଥ ସହ ସଂଯୁକ୍ତ କରାଯାଉ ।
(iv) ବିଦ୍ୟୁତ୍ ପରିପଥକୁ ସଂପୂର୍ଣ୍ଣ କଲେ ବିଦ୍ୟୁତ୍ ବେଲ୍ ବାଜିବ ଓ ଧ୍ଵନି ଶୁଣାଯିବ । ବେଲ୍‌ ଜାର୍ ମଧ୍ଯରେ ବାୟୁ ଥିବାରୁ ଧ୍ଵନି ଶୁଣାଗଲା ।
(v) ବିଦ୍ୟୁତ୍ ବେଲ୍‌ରୁ ଧ୍ଵନି ନିଃସୃତ ହେଉଥିଲାବେଳେ ବାୟୁ ନିଷ୍କାସନ ପମ୍ପ୍ ସାହାଯ୍ୟରେ ବେଲ୍‌ଜାର୍‌ରୁ ବାୟୁ ନିଷ୍କାସନ କରାଯାଉ ।
(vi) ବେଲ୍‌ର୍‌ରୁ ବାୟୁ କମି ଆସୁଥିଲାବେଳେ ଧ୍ଵନିର ପ୍ରବଳତା (loudness) ମଧ୍ଯ କ୍ଷୀଣ ହୋଇ ଆସିବ । ଯେତେବେଳେ ବେଲ୍‌ ଜାର୍‌ଟି ସମ୍ପୂର୍ଣ୍ଣ ବାୟୁଶୂନ୍ୟ ହୋଇଯିବ, ସେତେବେଳେ ଧ୍ଵନି ଆଉ ଶୁଣାଯିବ ନାହିଁ । ଏହି ପରୀକ୍ଷାରୁ ଜଣାଗଲା ଯେ-ଧ୍ବନି ସଞ୍ଚାରଣ ପାଇଁ ଏକ ମାଧ୍ୟମ ଆବଶ୍ୟକ ହୁଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 2

→ ଧ୍ୱନି ତରଙ୍ଗର ଲକ୍ଷଣ (Characteristics of a Sound wave):
ଧ୍ୱନି ତରଙ୍ଗର ଲକ୍ଷଣଗୁଡ଼ିକ ହେଲା-ଆବୃତ୍ତି (frequency), ଆୟାମ (amplitude), ତରଙ୍ଗର ଦୈର୍ଘ୍ୟ (wave length) 16° 666 666 (speed of wave) ।
BSE Odisha 9th Class Physical Science Notes Chapter 9 ଧ୍ଵନି - 4
(i) ସମ୍ପୀଡ଼ନ ଅଞ୍ଚଳରେ କଣିକାମାନେ ପରସ୍ପରର ନିକଟବର୍ତ୍ତୀ ହୋଇଥା’ନ୍ତି । ଚିତ୍ର (c) ରେ ଏହାକୁ ପାହାଡ଼ (hill) ସଦୃଶ ଦର୍ଶାଯାଇଛି । ଏହି ଉପର ଅଂଶର ଶୀର୍ଷବିନ୍ଦୁ ସର୍ବାଧ‌ିକ ସମ୍ପୀଡ଼ନର ସୂଚନା ଦିଏ । ଏହି ସମ୍ପୀଡ଼ନ ଅଞ୍ଚଳରେ ସାନ୍ଦ୍ରତା ଏବଂ ଚାପ ଅଧିକ ହୋଇଥାଏ ।
(ii) ବିରଳନ ଅଞ୍ଚଳରେ ଚାପ କମ୍ ଥାଏ ଏବଂ କଣିକାଗୁଡ଼ିକ ପରସ୍ପରଠାରୁ ଦୂରେଇ ରହିଥା’ନ୍ତି । ଚିତ୍ର (c)ରେ ଏହାକୁ ଉପତ୍ୟକା (valley) ସଦୃଶ ଦର୍ଶାଯାଇଛି । ଗ୍ରାଫ୍‌ର ଉପର ଅକ୍ଷାଂଶକୁ ଶିଖର (crest) ଏବଂ ନିମ୍ନ ଅକ୍ଷାଂଶକୁ ଗହ୍ଵର (trough) କହନ୍ତି ।

→ ତରଙ୍ଗ ଦୈର୍ଘ୍ୟ (Wave length):
(i) ଦୁଇଟି କ୍ରମିକ ସମ୍ପୀଡ଼ନ (C) ବା ଦୁଇଟି କ୍ରମିକ ବିରଳନ (R) ର ମଧ୍ୟବିନ୍ଦୁ ମଧ୍ୟରେ ଥିବା ଦୂରତାକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ ।
(ii) ଏହାକୁ ଗ୍ରୀକ୍ ଅକ୍ଷର ଲାମ୍ବଡ଼ା ( λ) ଦ୍ଵାରା ସୂଚିତ କରାଯାଏ ।
(iii) SI ପଦ୍ଧତିରେ ତରଙ୍ଗ ଦୈର୍ଘ୍ୟର ଏକକ ହେଉଛି ମିଟର (m) ।

→ ଆବୃତ୍ତି (Frequency):
(i) ଧ୍ଵନି ଗତି କରୁଥ‌ିବା ମାଧ୍ୟମରେ ଗୋଟିଏ କଣିକା ଏକକ ସମୟରେ ଯେତେଥର ଦୋଳିତ ହୁଏ, ତାହାକୁ ଧ୍ଵନି ତରଙ୍ଗର ଆବୃତ୍ତି କୁହାଯାଏ ।
(ii) ଧ୍ଵନି ଏକ ମାଧ୍ୟମରେ ଗତି କଲାବେଳେ, ସର୍ବନିମ୍ନ ମୂଲ୍ୟ ମଧ୍ଯରେ ଦୋଳିତ ହୁଏ ।
(iii) ମାଧ୍ୟମର ଏକ ସ୍ଥାନରେ ସାନ୍ଦ୍ରତା ସର୍ବୋଚ୍ଚ – ମୂଲ୍ୟରୁ ସର୍ବନିମ୍ନ ମୂଲ୍ୟକୁ ପରିବର୍ତ୍ତିତ ହୋଇ ଏକ ସଂପୂର୍ଣ୍ଣ ଦୋଳନ କହନ୍ତି ।
(iv) ଆବୃତ୍ତିକୁ ଗ୍ରୀକ୍ ଅକ୍ଷର ନିଉ (v) ଦ୍ଵାରା ପ୍ରକାଶ କରାଯାଏ । କିନ୍ତୁ ଏଠାରେ f ଦ୍ଵାରା ପ୍ରକାଶ କରାଯାଇଛି ।
(v) S.I. ପଦ୍ଧତିରେ ଆବୃତ୍ତିର ଏକକ ହେଉଛି ହର୍ଜ (Hertz) ବା ହର୍ସ (H2) ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଆବର୍ଷକାଳ (Time period):
(i) ମାଧ୍ୟମରେ ତରଙ୍ଗ ଗତି କରୁଥିବା ସମୟରେ ମାଧ୍ୟମର ଏକକ କଣିକା ଗୋଟିଏ ଥର ପୂର୍ଣ୍ଣ ଦୋଳନ କରିବାକୁ ଯେତିକି ସମୟ’ନିଏ, ତାହାକୁ ତରଙ୍ଗର ଆବର୍ଷକାଳ କୁହାଯାଏ । ଅର୍ଥାତ୍ ଦୁଇଟି କ୍ରମିକ ସମ୍ପୀଡ଼ନ ବା ବିରଳନ ମାଧ୍ୟମର ଏକ ନିର୍ଦ୍ଦିଷ୍ଟ ବିନ୍ଦୁକୁ ଅତିକ୍ରମ କରିବାର ସମୟକୁ ତରଙ୍ଗର ଆବର୍ତ୍ତକାଳ କୁହାଯାଏ।
(ii) ଏହାକୁ T ସଙ୍କେତଦ୍ଵାରା ପ୍ରକାଶ କରାଯାଏ ।
(iii) S.I. ପଦ୍ଧତିରେ ଆବର୍ତ୍ତକାଳର ଏକକ ହେଉଛି ସେକେଣ୍ଡ (s) ।

→ ତାରତ୍ଵ (Pitch):
(i) ଆମର ମସ୍ତିଷ୍କ ଧ୍ଵନି ତରଙ୍ଗର ଆବୃତ୍ତିକୁ ଯେଉଁ ପ୍ରକାର ବ୍ୟାଖ୍ୟା (interpret) କରେ, ତାହାକୁ ପିଚ୍ କୁହାଯାଏ ।
ଉଦାହରଣ-ମନେକର ଅର୍କେଷ୍ଟ୍ରାରେ ଏକ ସମୟରେ ବେହେଲା (violin) ଏବଂ ବଂଶୀ (flute) ବାଜୁଛି । ସେମାନଙ୍କ ଧ୍ଵନି ବାୟୁ ମାଧ୍ୟମରେ ସମାନ ବେଗରେ ଗତିକରି କାନ ପାଖରେ ଏକା ସମୟରେ ପହଞ୍ଚିଲେ ମଧ୍ୟ ଉଭୟର ଧ୍ଵନି ଭିନ୍ନ ଭିନ୍ନ ଲାଗେ । ଧ୍ଵନି ସହିତ ସଂପୃକ୍ତ ବିଭିନ୍ନ ଲକ୍ଷଣ ହେତୁ ଏମିତି ଲାଗେ । ତାରତ୍ଵ ବା ପିଚ୍ (pitch) ଏହି ଲକ୍ଷଣମାନଙ୍କ ମଧ୍ୟରୁ ଗୋଟିଏ ଅଟେ ।
(ii) ଉତ୍ସର କମ୍ପନ କ୍ଷିପ୍ରତର ହେଲେ ଧ୍ଵନିର ଆବୃତି ଅଧ୍ଯକ ହୁଏ ଏବଂ ପିଚ୍ ମଧ୍ୟ ଅଧିକ ହୁଏ ।
(iii) ଏକ ଅଧ୍ବକ ପିଚ୍ ବିଶିଷ୍ଟ ଧ୍ଵନିରେ ଅଧିକ ଅତିକ୍ରମ କରିଥା’ନ୍ତି ।
(iv) ବିଭିନ୍ନ ଆକାରର ବସ୍ତୁ ଭିନ୍ନ ଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ଆବୃତ୍ତିରେ କମ୍ପିତ ହୋଇ ଭିନ୍ନ ଭିନ୍ନ ପ୍ରକାର ପିଚ୍‌ ଧ୍ଵନି ସୃଷ୍ଟି କରନ୍ତି ।
BSE Odisha 9th Class Physical Science Notes Chapter 9 ଧ୍ଵନି - 5

→ ଆୟାମ (Amplitude):
(i) ଗୋଟିଏ ମାଧ୍ୟମରେ ଥବ। କଣି କାର ମାଧ୍ୟାବସ୍ଥାର ଉଭୟ ପଟେ ଦୋଳନରତ କଣିକାର ସର୍ବୋଚ୍ଚ ବିସ୍ଥାପନକୁ ତରଙ୍ଗର ଆୟାମ କହାଯାଏ ।
(ii) ଏହାକୁ ଇଂରାଜୀ ‘A’ ଅକ୍ଷରଦ୍ଵାରା ସୂଚିତ କରାଯାଏ ।
(iii) SJ, ପଦ୍ଧତିରେ ଆୟାମର ଏକକ ମିଟର (m) ଅଟେ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 6

BSE Odisha 9th Class Physical Science Notes Chapter 9 ଧ୍ଵନି

ଧ୍ୱନିର ପ୍ରବଳତା :
(i) ଧ୍ୱନିର ପ୍ରବଳତା ବା କୋମଳତା ଧ୍ଵନି ତରଙ୍ଗର ଆୟାମ ଉପରେ ନିର୍ଭର କରେ । ଧ୍ୱନି ସୃଷ୍ଟିକାରୀ ବସ୍ତୁ ଯେଉଁ ବଳଦ୍ଵାରା କମ୍ପିତ ହୁଏ, ତାହା ଉପରେ ଧ୍ଵନି ତରଙ୍ଗର ଆୟାମ ନିର୍ଭର କରେ ।
(ii) ଉଚ୍ଚ ସ୍ୱରର ଧ୍ଵନି ଅଧୂକ ଶକ୍ତି ସଂପନ୍ନ ହୋଇଥ‌ିବାରୁ ଏକ ମାଧ୍ୟମରେ ଅଧୂକ ଦୂରତା ପର୍ଯ୍ୟନ୍ତ ଗତି କରିବ । ଏହାର ଆୟାମ ଅଧିକ ।
(iii) ଧ୍ଵନି ତରଙ୍ଗ ତାହାର ଉତ୍ସରୁ ବାହାରି ସବୁ ଦିଗକୁ ବ୍ୟାପି ଯାଏ । ଏହି ତରଙ୍ଗ ତାହାର ଉତ୍ସରୁ ଦୂରକୁ ଗଲେ ତାହାର ଶକ୍ତ ଓ ଆୟାମ କମିଯାଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 7

→ ଟିମ୍ବ୍ରେ (Timbre) ଗୁଣବତ୍ତା (Quality):
(i) ଟିମ୍ବର ବା ସ୍ଵରବୈଶିଷ୍ଟ୍ୟ ଏବଂ ଗୁଣାତ୍ମକ ବୈଶିଷ୍ଟ୍ୟ ବା ଗୁଣବତ୍ତା, ଧ୍ଵନିର ଅନ୍ୟ ଦୁଇଟି ଲକ୍ଷଣ ଅଟେ । ଏହାଦ୍ଵାରା ଦୁଇଟି ସମାନ ତାରତ୍ଵ ଓ ସମାନ ପ୍ରବଳତା ବିଶିଷ୍ଟ ଧ୍ଵନି ମଧ୍ୟରେ ପ୍ରଭେଦ ଜଣାଯାଏ ।
(ii) ଯେଉଁ ଧ୍ଵନି କାନକୁ ପ୍ରୀତିକର (pleasant) ଲାଗେ ତାହାର ଗୁଣାତ୍ମକ ବୈଶିଷ୍ଟ୍ୟ ଉଚ୍ଚମାନର (rich) ହୋଇଥାଏ ।
(iii) ଗୋଟିଏ ଆବୃତ୍ତି ବିଶିଷ୍ଟ ଧ୍ଵନିକୁ ଟୋନ୍ (tone) କୁହାଯାଏ । ବିଭିନ୍ନ ଆବୃତ୍ତିର ମିଶ୍ରଣରେ ସୃଷ୍ଟି ହୋଇଥିବା ଧ୍ଵନିକୁ ନୋଟ୍ (note) କୁହାଯାଏ । ଏହା କାନ ପାଇଁ ପ୍ରୀତିକର ଓ ଶ୍ରୁତିମଧୁର ଅଟେ । କର୍କଶ ଶବ୍ଦ (noise) ଶ୍ରୁତିକଟୁ ଅଟେ ।

ତରଙ୍ଗ ବେଗ, ତରଙ୍ଗ ଆବୃତ୍ତି ଓ ତରଙ୍ଗ ଦୈର୍ଘ୍ୟ ମଧ୍ୟରେ ସଂପର୍କ :
(i) ଏକକ ସମୟରେ ଧ୍ଵନି ତରଙ୍ଗ ଅତିକ୍ରାନ୍ତ କରୁଥିବା ଦୂରତାକୁ ତାହାର ବେଗ କୁହାଯାଏ ।
(ii) ଧ୍ଵନି ତରଙ୍ଗ ଏକ ଆବର୍ତ୍ତକାଳ ମଧ୍ୟରେ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ଧ୍ୱନି ତରଙ୍ଗର ତରଙ୍ଗ ଦୈର୍ଘ୍ୟ କୁହାଯାଏ ।
(iii) ଦୁଇଟି କ୍ରମିକ ସମ୍ପୀଡ଼ନ ବା ବିରଳନର ମଧ୍ୟବିନ୍ଦୁ ମଧ୍ୟରେ ଥିବା ଦୂରତ୍ଵକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ । ତରଙ୍ଗ ଦୈର୍ଘ୍ୟ λ, ତରଙ୍ଗର ଆବର୍ତ୍ତକାଳ T, ତରଙ୍ଗ ବେଗ v ଓ ତରଙ୍ଗର ଆବୃତ୍ତି ମୁଁ ହେଲେ –
BSE Odisha 9th Class Physical Science Notes Chapter 9 ଧ୍ଵନି - 8
ଅର୍ଥାତ୍ ‘ତରଙ୍ଗ ବେଗ = ତରଙ୍ଗ ଆବୃତ୍ତି × ତରଙ୍ଗ ଦୈର୍ଘ୍ୟ

→ ଶବ୍ଦର ତୀବ୍ରତା (Intensity of Sound):
(i) ମାଧ୍ୟମର ଗୋଟିଏ ବିନ୍ଦୁ ଚାରିପଟେ ତରଙ୍ଗ ଗତିର ଅଭିଲମ୍ବ ଦିଗରେ ଏକକ କ୍ଷେତ୍ରଫଳବିଶିଷ୍ଟ କ୍ଷେତ୍ର ମଧ୍ୟଦେଇ ପ୍ରତି ସେକେଣ୍ଡରେ ଯେତିକି ଧ୍ଵନି ଶକ୍ତି ଅତିକ୍ରମ କରେ ତାହାର ପରିମାଣକୁ ସେହି ବିନ୍ଦୁରେ ଧ୍ଵନିର ତୀବ୍ରତା କୁହାଯାଏ ।
(ii) ବେଳେବେଳେ ଧ୍ଵନି ପ୍ରବଳତା (loudness) ଓ ଧ୍ଵନିର ତୀବ୍ରତାକୁ ଅଦଳବଦଳ କରି ବ୍ୟବହାର କରାଯାଏ । ମାତ୍ର ସେମାନେ ସମାନ ନୁ ହଁନ୍ତି ।
(iii) ଧ୍ଵନି ପ୍ରବଳତା କାନ ଉପରେ ପଡୁଥୁବା ଧ୍ଵନିର ପ୍ରଭାବର ଏକ ମାପକ ଭାବରେ ଗ୍ରହଣ କରାଯାଇଥାଏ । ଗୋଟିଏ ଧ୍ଵନିର ପ୍ରବଳତା ଭିନ୍ନ ଭିନ୍ନ ଶ୍ରୋତାଙ୍କ କାନ ପାଇଁ ଅଲଗା ଅଲଗା ହୋଇପାରେ ।
(iv) ଦୁଇଟି ଧ୍ଵନିର ତୀବ୍ରତା ସମାନ ହୋଇଥିଲେ କାନ ଗୋଟିଏ ଧ୍ଵନିକୁ ଅନ୍ୟଠାରୁ ଅଧ‌ିକ ପ୍ରବଳ (loud) ଭାବରେ ଶୁଣିପାରେ ।

→ ବିଭିନ୍ନ ମାଧ୍ୟମରେ ଧ୍ଵନିର ବେଗ (Speed of Sound in different Media):
(i) ଧ୍ଵନି ଗୋଟିଏ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବେଗରେ ସଞ୍ଚାରିତ ହୁଏ ।
(ii) ଧ୍ଵନି ଗତିର ବେଗ ମାଧ୍ୟମର ଧର୍ମ ଓ ମାଧ୍ୟମର ତାପମାତ୍ରା ଉପରେ ଧ୍ୱନି ର ନିର୍ଭର କରେ ।
(iii) ବାୟୁରେ ଧ୍ଵନିର ବେଗ ୦°C ତାପମାତ୍ରାରେ 331 m/s ହେଲାବେଳେ 22°C ତାପମାତ୍ରାରେ ଏହା ପ୍ରାୟ 344 m/s ହୋଇଥାଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 10

BSE Odisha 9th Class Physical Science Notes Chapter 9 ଧ୍ଵନି

→ ସୋନିକ୍ ବୁମ୍ (Sonic boom):
(i) କୌଣସି ବସ୍ତୁର ଗତିର ବେଗ ଧ୍ଵନିର ବେଗଠାରୁ ଅଧିକ ହେଲେ, ବସ୍ତୁର ସେହି ବେଗକୁ ସୁପରସୋନିକ୍ ବେଗ କୁହାଯାଏ ।
(ii) ଜେଟ୍ ବିମାନ, ବନ୍ଧୁକର ଗୁଳି ଇତ୍ୟାଦି ଅନେକ ସମୟରେ ସୁପରସୋନିକ୍ ବେଗରେ ଗତିକରିଥା’ନ୍ତି ।
(iii) କୌଣସି ଧ୍ୱନି ସୃଷ୍ଟିକାରୀ ଉତ୍ସ ଧ୍ଵନିର ବେଗଠାରୁ ଅଧ‌ିକ ବେଗରେ ଗତିକଲେ ଏହା ବାୟୁରେ ସକ୍ ତରଙ୍ଗ (shock wave) ସୃଷ୍ଟିକରେ । ଏହି ସକ୍ ତରଙ୍ଗ ସମୂହରେ ପ୍ରଚୁର ଶକ୍ତି ରହିଥାଏ ।
(iv) ଏହି ତରଙ୍ଗ ସହିତ ଜଡ଼ିତ ବାୟୁ ଚାପରେ ପରିବର୍ତ୍ତନ ଅନୁ ସାରେ ଏହି ସକ୍ ତରଙ୍ଗ ଏକ ପ୍ରକାର ତୀବ୍ର ଏବଂ ଉଚ୍ଚ ଶବ୍ଦ ସୃଷ୍ଟି କରେ, ତାହାକୁ ସୋନିକ୍ ବୁମ୍ କୁହାଯାଏ ।

→ ଶବ୍ଦର ପ୍ରତିଫଳନ (Reflection of Sound):
(i) ଧ୍ଵନି କଠିନ ବା ତରଳ ପୃଷ୍ଠରେ ବାଧାପାଇ ଫେରିଆସେ । ଆଲୋକ ପରି ଧ୍ଵନି ମଧ୍ୟ କଠିନ ଓ ତରଳ ପୃଷ୍ଠରୁ ପ୍ରତିଫଳିତ ହୁଏ ଏବଂ ପ୍ରତିଫଳନର ନିୟମକୁ ମାନିଥାଏ ।
ଧ୍ଵନି ପ୍ରତିଫଳନ ନିୟମଗୁଡ଼ିକ ହେଲା –
(ii) ଧ୍ଵନି ତରଙ୍ଗର ପ୍ରତିଫଳନ ପାଇଁ ପ୍ରତିଫଳକ ବନ୍ଧୁର ବା ମସୃଣ ହୋଇପାରେ ମାତ୍ର ତାହାର ଆକାର ବଡ଼ ହେବା ଆବଶ୍ୟକ ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ପ୍ରତିଧ୍ଵନି (Echo) :
(i) କୌଣସି ପ୍ରତିଫଳକ ନିକଟରେ ଉପଯୁକ୍ତ ସ୍ଥାନରେ ଠିଆହୋଇ ତାଳି ମାରିଲେ ବା ଜୋର୍‌ରେ ଚିତ୍କାର କଲେ, ସେହି ଧ୍ଵନିକୁ ପୁଣି କିଛି ସମୟ ପରେ ଶୁଣାଯାଏ । ଏହାକୁ ପ୍ରତିଧ୍ଵନି କୁହାଯାଏ ।
(ii) ଧ୍ଵନି ଶୁଣିବାର ଇନ୍ଦ୍ରିୟାନୁଭୂତି (sensation) ଆମ ମସ୍ତିଷ୍କରେ 01 ସେକେଣ୍ଡ ପର୍ଯ୍ୟନ୍ତ ରହେ । ସେହି ସମୟ ମଧ୍ୟରେ ଯଦି ପ୍ରତିଫଳିତ ଧ୍ଵନି ଆମ କାନରେ ପହଁଞ୍ଚେ, ତେବେ ମୂଳ ଧ୍ଵନିରୁ ପ୍ରତିଧ୍ଵନିକୁ ଅଲଗା କରି ଜାଣିହେବ ନାହିଁ ।
(iii) ଏକ ନିର୍ଦ୍ଦିଷ୍ଟ ତାପମାତ୍ରା 22°C ରେ 1 ସେକେଣ୍ଡରେ ଧ୍ଵନିର ଅତିକ୍ରାନ୍ତ ଦୂରତା = 34.4 ମି
0.1 ସେକେଣ୍ଡରେ ଧ୍ଵନିର ଅତିକ୍ରାନ୍ତ ଦୂରତା
BSE Odisha 9th Class Physical Science Notes Chapter 9 ଧ୍ଵନି - 16
ଧ୍ୱନି ସୃଷ୍ଟି ହେବା ସ୍ଥାନରୁ ଫେରି ଆସିବା ଦୂରତା = 34.4 ମିଟର
BSE Odisha 9th Class Physical Science Notes Chapter 9 ଧ୍ଵନି - 15
(iv) ପ୍ରତିଫଳକର ଦୂରତା ବାୟୁ ମାଧ୍ୟମର ତାପମାତ୍ରା ଉପରେ ନିର୍ଭର କରେ ।
(v) ବହୁ ପ୍ରତିଫଳନ ଯୋଗୁଁ ଏକାଧ୍ଵକ ପ୍ରତିଧ୍ଵନି ମଧ୍ୟ ଶୁଣାଯାଏ ।
(vi) ବେଳେବେଳେ ଘଡ଼ଘଡ଼ି ଶବ୍ଦ ଥରେ ଆରମ୍ଭ ହେଲେ ଅନେକ ସମୟ ପର୍ଯ୍ୟନ୍ତ ବାରମ୍ବାର ଶୁଣାଯାଏ । ଏହା ବାଦଲ ଓ ପୃଥିବୀ ପୃଷ୍ଠ ମଧ୍ଯରେ ଘଡ଼ଘଡ଼ି ଧ୍ୱନିର (ଏକାତ୍ମକ) ବହୁ ପ୍ରତିଫଳନ ଯୋଗୁ ହୋଇଥାଏ ।

→ ପ୍ରତ୍ୟାବର୍ତ୍ତନ (Reverberation):
(i) ପ୍ରତିଫଳକରୁ ପ୍ରତିଫଳନର ପୁନରାବୃତି ଯୋଗୁ ଯେଉଁ ପୁନଃ ପୁନଃ ପ୍ରତିଧ୍ୱନି ସୃଷ୍ଟିହୁଏ, ତାହାକୁ ପ୍ରତିବାଦ କୁହାଯାଏ ।
ଉଦାହରଣ –
କୌଣସି ବଡ଼ ହଲ୍‌ରେ ଧ୍ଵନି ସୃଷ୍ଟିହେଲେ ଏହା ବାରମ୍ବାର ପ୍ରତିଫଳିତ ହୋଇ କ୍ଷୀଣ ନହେବା ପର୍ଯ୍ୟନ୍ତ କିଛି ସମୟ ଧରି ବାରମ୍ବାର ସେହି ହଲ୍‌ରେ ଶୁଭେ । ଏହା ହିଁ ପ୍ରତିନାଦ ।
(ii) ଅଡ଼ିଟୋରିୟମ୍ ବା ବଡ଼ ହଲ୍‌ରେ ଅତ୍ୟଧ୍ଵ ପ୍ରତିନାଦ କେହି ଚାହାଁନ୍ତି ନାହିଁ, କାରଣ ଏହାଦ୍ଵାରା ଧ୍ଵନି ସ୍ପଷ୍ଟ ଭାବରେ ଶୁଣାଯାଏ ନାହିଁ ।

ପୁତିନାଚକୁ କମ୍ କରିବାର ଉପାୟ :
(i) ଅଡ଼ିଟୋରିୟମ୍ ବା ବଡ଼ ହଲ୍‌ର ଛାତ ଏବଂ ଭିତର କାନ୍ଥକୁ ଧ୍ଵନି ଶୋଷଣ କରିପାରୁଥିବା ପଦାର୍ଥ; ଯଥା-ସଙ୍କୁଚିତ ଫାଇବର, ବନ୍ଧୁର ପ୍ଲାଷ୍ଟର କିମ୍ବା କନାର ବସ୍ତୁଦ୍ଵାରା ଆଚ୍ଛାଦିତ କରାଯାଇଥାଏ ।
(ii) ଏହି ହଲ୍ ବା ଅଡ଼ିଟୋରିୟମ୍ ଚୌକି ଗୁଡ଼ିକ ମଧ୍ୟ ଧ୍ଵନି ଶୋଷଣକାରୀ ପଦାର୍ଥଦ୍ଵାରା ପ୍ରସ୍ତୁତ କରାଯାଇଥାଏ ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଧ୍ୱନିର ବହୁ ପ୍ରତିଫଳନର ବ୍ୟବହାର (Uses of Multiple Reflection of Sound) :
(i) ଲାଉଡ୍ ସ୍ପିକର, ମେଗାଫୋନ୍, କାହାଳୀ (horn) ଓ କେତେକ ବାଦ୍ୟଯନ୍ତ୍ର; ଯଥା – ସାହାନାଇ, ଟ୍ରମ୍ପ୍ଲେଟ୍ ଇତ୍ୟାଦିରୁ ନିଃସୃତ ଧ୍ଵନି ବିଚ୍ଛୁରିତ ନ ହୋଇ କେବଳ ଗୋଟିଏ ଦିଗରେ ଗତିକରେ । ଏହିସବୁ ବାଦ୍ୟଯନ୍ତ୍ରମାନଙ୍କରେ ଶଙ୍ଖ (conicat) ସଦୃଶ ମୁହଁ ଥାଏ । ଏହା ମଧ୍ୟଦେଇ ଧ୍ଵନି ବାରମ୍ବାର ପ୍ରତିଫଳିତ ହୋଇ ଆଗକୁ ଅଗ୍ରସର ହୋଇ ଶ୍ରୋତାମାନଙ୍କ ପାଖରେ ପହଁଞ୍ଚିଥାଏ ।
(ii) ଡାକ୍ତରମାନେ ଶରୀର ଭିତରେ ଥ‌ିବା ହୃତ୍‌ପିଣ୍ଡର ସ୍ପନ୍ଦନ ବା ଫୁସ୍‌ଫୁସ୍‌ର କ୍ଷୀଣ ଧ୍ଵନିକୁ ସ୍ପଷ୍ଟ ଜାଣିବାପାଇଁ ଷ୍ଟେଥୋସ୍କୋପ୍ (stethoscope) ବ୍ୟବହାର କରନ୍ତି । ଏହି ଷ୍ଟେଥୋସ୍କୋପ୍ ନଳୀଭିତରେ ଏକାଧ୍ଵକୁ ପ୍ରତିଫଳନ ଯୋଗୁ କ୍ଷୀଣ ଧନି ସଂଳାବରେ ବାରରଙ୍କ କାନରେ ଶୁଭେ ।
(iii) ବକ୍ତୃତା କକ୍ଷ, କନଫରେନ୍ସ ହଲ୍ ଏବଂ ସିନେମାହଲ୍‌ର ଛାତକୁ ବକ୍ର (curved) ଆକୃତିର କରାଯାଇଥିବା ଯୋଗୁ ଧ୍ଵନି ପ୍ରତିଫଳିତ ହୋଇ ହଲ୍‌ର ସବୁ ସ୍ଥାନରେ ପହଞ୍ଚିପାରେ । ଅନେକ ସମୟରେ ବକ୍ତାର ପଛପଟେ ଅବତଳ ଧ୍ଵନି ପ୍ରତିଫଳକ ରଖାଯାଇଥାଏ । ଅବତଳ ପୃଷ୍ଠର ଫୋକସ୍‌ରେ ବକ୍ତା ଛିଡ଼ାହୋଇ କହିଲେ ତାଙ୍କ ଧ୍ଵନିର ଉପଯୁକ୍ତ ପ୍ରତିଫଳନ ଯୋଗୁ ଧ୍ଵନି ତରଙ୍ଗ ବିଭିନ୍ନ ଦିଗରେ ବିକ୍ଷିପ୍ତ ନ ହୋଇ ଶ୍ରୋତାଙ୍କ ଦିଗରେ ସଞ୍ଚାରିତ ହୋଇଥାଏ ।

(i) ଶ୍ରବଣର ଫ୍ରିକ୍ୱେନ୍ସି ପରିସର (Frequency Range of Hearing):
ମନୁ ଷ୍ୟ 20Hzରୁ 20 kHz ଆବୃତ୍ତିର ସୀମା ମଧ୍ୟରେ ଥ‌ିବା ଧ୍ଵନି ତରଙ୍ଗକୁ ଶୁଣିପାରୁଥିବାରୁ ଏହି ଆବୃତ୍ତି ସୀମା ମଧ୍ୟରେ କୌଣସି କମ୍ପନ ଯୋଗୁ ସୃଷ୍ଟ ତରଙ୍ଗକୁ ଶ୍ରାବ୍ୟ ‘ଧ୍ୱନି ତରଙ୍ଗ (audible sound wave) କୁହାଯାଏ ।
(ii) 5 ବର୍ଷରୁ କମ୍ ପିଲା ଏବଂ କୁକୁର ପରି କେତେକ ପଶୁ 25 kHz ପର୍ଯ୍ୟନ୍ତ ଆବୃତ୍ତିର ଧ୍ଵନି ତରଙ୍ଗକୁ ଶୁଣିପାରନ୍ତି । ବୟସ ଅଧ‌ିକ ହେଲେ ଶ୍ରାବ୍ୟ ଆବୃତ୍ତିର ଉଚ୍ଚ ସୀମା 20 kHz ରୁ ତଳକୁ କମି ଆସେ ।

→ ଇନ୍‌ଫ୍ରାସୋନିକ୍ ଧ୍ଵନି (Infrasonic Sound):
(i) ଧ୍ଵନି ତରଙ୍ଗର ଆବୃତ୍ତି 20Hz ରୁ କମ୍ ହେଲେ ତାହାକୁ ଇନଫ୍ରାସୋନିକ୍ ଧ୍ଵନି କୁହାଯାଏ ।
(ii) ହାତୀ, ଗଣ୍ଡା ଓ ତିମି ଆଦି ପ୍ରାଣୀମାନେ ଇନ୍‌ଫ୍ରାସୋନିକ୍ ଆବୃତ୍ତିର ଧ୍ଵନି ତରଙ୍ଗ ସୃଷ୍ଟି କରନ୍ତି ।
(iii) ଭୂମିକମ୍ପ ଆରମ୍ଭବେଳେ କମ୍ ଆବୃତ୍ତିର ଇନ୍‌ଫ୍ରାସୋନିକ୍ ଧ୍ଵନି ସଞ୍ଚାରିତ ହୁଏ ।

→ ଅଲଟ୍ରାସୋନିକ୍ ଧ୍ଵନି (Ultrasonic Sound):
(i) ଧ୍ୱନି ତରଙ୍ଗର ଆବୃଦ୍ଧି 20 kHz ରୁ ଅଧ‌ିକ ହେଲେ ତାହାକୁ ଅଲଟ୍ରାସୋନିକ୍ ବା ପାରସ୍ଵନିକ୍ ଧ୍ବନି କୁହାଯାଏ । ଏହାକୁ ମଧ୍ୟ ଅଲଟ୍ରାସାଉଣ୍ଡ୍ କୁହାଯାଏ ।
(ii) ଉଲ୍‌ଫିନ୍, ପରପଏମ୍, ବାଦୁଡ଼ି, କେତେକ ପକ୍ଷୀ ଓ କୀଟପତଙ୍ଗ ଅଲଟ୍ରାସାଉଣ୍ଡ୍ ଧ୍ୱନି ସୃଷ୍ଟି କରିପାରନ୍ତି ।
(iii) ମୂଷାମାନେ ମଧ୍ଯ ଅଲଟ୍ରାସାଉଣ୍ଟ୍ ଧ୍ଵନି ଉତ୍ପନ୍ନ କରି ପରସ୍ପର ସହିତ ଖେଳନ୍ତି ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଶ୍ରବଣ ସହାୟକ ଯନ୍ତ୍ର (Hearing aid):
(i) ଶ୍ରବଣ ଶକ୍ତି ହରାଇଥିବା ବ୍ୟକ୍ତିମାନେ ଶ୍ରବଣ ସହାୟକ ଯନ୍ତ୍ର (hearing aid) ବ୍ୟବହାର କରନ୍ତି । ଏହା ବ୍ୟାଟେରୀ ଚାଳିତ ଗୋଟିଏ ଇଲେକ୍ଟ୍ରୋନିକ ଯନ୍ତ୍ର ।
(ii) ଶ୍ରାବଣ ସଚ୍ଛାୟନ ଯନ୍ତ୍ର ଏକ କ୍ଷୁଦ୍ର ମାଇକ୍ରୋଫୋନ୍ ସାହାଯ୍ୟରେ ଧ୍ଵନି ଗ୍ରହଣ କରେ । ମାଇକ୍ରୋଫୋନ୍ ଧ୍ଵନି ତରଙ୍ଗକୁ ବୈଦ୍ୟୁତିକ ସିଗ୍‌ନାଲ୍‌ରେ ରୂପାନ୍ତରିତ କରେ ।
(iii) ଏହି ବୈଦ୍ୟୁତିକ ସିଗ୍‌ନାଲ୍‌କୁ ଆପ୍ଲିଫାୟାର ସାହାଯ୍ୟରେ ବହୁଗୁଣିତ କରାଯାଏ ଓ ଏହି ବର୍ଷିତ ସିଗ୍‌ନାଲକୁ ଶ୍ରବଣ ସହାୟକ ଯନ୍ତ୍ରର ସ୍ପିକର ନିକଟକୁ ପ୍ରେରଣ କରାଯାଏ । ସ୍ପିକର ବିଦ୍ୟୁତ ସିଗ୍‌ନାଲ୍‌କୁ ପୁଣି ଧ୍ଵନିରେ ପରିଣତ କରେ ଯାହା ବ୍ୟକ୍ତି ସ୍ପଷ୍ଟ ଭାବରେ ଶୁଣିପାରେ ।

→ ଅଲଟ୍ରାସାଉଣ୍ଡର ପ୍ରୟୋଗଗୁଡ଼ିକ (Applications of Ultrasound):
(i) ଭିତରକୁ ହାତ ପଶିପାରୁନଥିବା ସ୍ପାଇରାଲ କୁଣ୍ଡଳୀ ପରି କେତେକ ଇଲେକ୍ଟ୍ରୋନିକ୍‌ ସାମଗ୍ରୀକୁ ସହଜରେ ସଫା କରିହୁଏ ନାହିଁ । ସେସବୁ ସାମଗ୍ରୀକୁ ଅଲଟ୍ରାସାରଣ ସାହାଯ୍ୟରେ ସଫା କରାଯାଏ । ସେହି ଯନ୍ତ୍ରକୁ ସଫା କରାଯାଉଥିବା ଦ୍ରବଣ ମଧ୍ଯରେ ରଖ୍ ଅଲଟ୍ରାସାଉଣ୍ଡ ତରଙ୍ଗ ଏହା ମଧ୍ୟକୁ ପ୍ରବେଶ କରାଯାଏ । ଅଲଟ୍ରାସାଉଣ୍ଡର ଉଚ୍ଚ ଆବୃତ୍ତି ହେତୁ ଗ୍ରୀଜ୍, ଧୂଳିକଣା କିମ୍ବା ମଇଳା ଇତ୍ୟାଦି ବସ୍ତୁ ମଧ୍ୟରୁ ବାହାରି ଆସି ଦ୍ରବଣ ମଧ୍ଯରେ ମିଶିଯାଏ । ଫଳରେ ଯନ୍ତ୍ରପାତି ସାମଗ୍ରୀଗୁଡ଼ିକ ଭଲଭାବରେ ସଫା ହୋଇଯାଏ ।

(ii) ଅଲଟ୍ରାସାଉଣ୍ଡ ପ୍ରୟୋଗ କରି ବଡ଼ ବଡ଼ ଧାତବ ବ୍ଳକ ମଧ୍ୟରେ ଫାଟ ଚିହ୍ନଟ କରଯାଏ । ବାହାରକୁ ଭାବରେ ଚିହ୍ନଟ ନ ହେଲେ ଏହି ଧାତବ ବ୍ଲକ୍ ଗୁଡ଼ିକ ଦ୍ଵାର। ନିର୍ମିତ ବଡ଼ ଆଦି ବିପଦଗ୍ରସ୍ତ ହେବ । ଧାତବ ବ୍ଲକ୍ ଠିକ୍ ଭାବେ ନିର୍ମିତ ହୋଇଛି କି ନା ଜାଣିବା ପାଇଁ ପ୍ରଥମେ ଅଲଟ୍ରାସାଉଣ୍ଡକୁ ଧାତବ ଖଣ୍ଡ ମଧ୍ଯରେ ପ୍ରବେଶ କରାଯାଏ ଏବଂ ଡିଟେକ୍‌ଟର ସାହାଯ୍ୟରେ ତ୍ରୁଟିଟି ଜଣାପଡ଼େ । ସାମାନ୍ୟ ଫାଟ ବା ତ୍ରୁଟି ଥିଲେ ଅଲଟ୍ରାସାଉଣ୍ଡ ତରଙ୍ଗ ସେହି ସ୍ଥାନରୁ ପ୍ରତିଫଳିତ ହୋଇ ଫେରି ଆସେ ଯାହା ସେହି ଫାଟର ସୂଚନା ଦିଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 11

(iii) ହୃତ୍‌ପିଣ୍ଡର ବିଭିନ୍ନ ଅଂଶରୁ ଅଲଟ୍ରାସୋନିକ୍ ତରଙ୍ଗର ପ୍ରତିଫଳନ କରାଇ ସେହି ଅଂଶମାନଙ୍କର ପ୍ରତିବିମ୍ବ ତିଆରି କରାଯାଏ । ଏହି ଫଟୋ ଦେଖୁ ଡାକ୍ତରମାନେ ଚିକିତ୍ସା କରନ୍ତି । ଏହି ପ୍ରକାର ପଦ୍ଧତିକୁ ଚିକିତ୍ସା ବିଜ୍ଞାନରେ ‘ଇକୋକାର୍ଡିଓଗ୍ରାଫି’ (echocardiography) କୁହାଯାଏ ।

(iv) ଅଲଟ୍ରାସାଉଣ୍ଡ ସ୍କାନର ଯନ୍ତ୍ର ସାହାଯ୍ୟରେ ମନୁଷ୍ୟ ଶରୀରର ଆଭ୍ୟନ୍ତର ଅଙ୍ଗପ୍ରତ୍ୟଙ୍ଗକୁ ଯାଞ୍ଚ କରି (scanning) ଫଟୋ ଉତ୍ତୋଳନ କରାଯାଇଥାଏ । ରୋଗୀର ଲିଭର୍‌, ଗଲବ୍ଲାଡ଼ର, ଇଉଟେରସ୍ ଏବଂ କିଡ଼ନି ଇତ୍ୟାଦିର ତ୍ରି-ବିତ୍ତୀୟ ଛବି କମ୍ପ୍ୟୁଟରର ମନିଟର୍‌ରେ ଦେଖୁହୁଏ । ଏହି ଛବି ଦେଖୁ ଡାକ୍ତରମାନେ ରୋଗ ନିର୍ଣ୍ଣୟ କରି ଚିକିତ୍ସା କରନ୍ତି । ଏହି ଚିକିତ୍ସା ପଦ୍ଧତିକୁ ଅଲଟ୍ରାସୋନୋଗ୍ରାଫି (Ultrasonography) କୁହାଯାଏ ।

(v) ଅଲଟ୍ରାସାଉଣ୍ଡ ତରଙ୍ଗ ସାହାଯ୍ୟରେ କିଡ୍‌ନିରେ ସୃଷ୍ଟି ହୋଇଥ‌ିବା ଛୋଟ ଛୋଟ ପଥରକୁ ଛୋଟ ଛୋଟ ଦାନାରେ ଭାଙ୍ଗି ଦିଆଯାଏ । ଯାହା ପରେ ମୂତ୍ରରେ ମିଶି ପଦାକୁ ବାହାରି ଆସେ ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଶବ୍ଦ ନାଭିଗେସନ୍ ଏବଂ ରେଙ୍ଗିଙ୍ଗ୍ – SONAR (Sound Navigation And Ranging – SONAR):
ସୋନାର ଯନ୍ତ୍ର ସାହାଯ୍ୟରେ ଜଳ ମଧ୍ୟରେ ଥିବା ବସ୍ତୁର ଉପସ୍ଥିତି, ଦୂରତ୍ଵ, ଦିଗ ଓ ବେଗ ଜାଣିହୁଏ । ଏହାର କାର୍ଯ୍ୟକାରିତା ଧ୍ଵନି ପ୍ରତିଫଳନର ମୌଳିକ ନିୟମ ଉପରେ ପର୍ଯ୍ୟବସିତ । ସୋନାର୍‌ରେ ଅଲଟ୍ରାସୋନିକ୍ ତରଙ୍ଗ ବ୍ୟବହୃତ ହୁଏ ।
କାର୍ଯ୍ୟପ୍ରଣାଳୀ :
(i) ସୋନାର୍‌ରେ ଗୋଟିଏ ଟ୍ରାନ୍ ସମିଟର (transmitter) ଏବଂ ଗୋଟିଏ ଡିଟେକ୍ଟର (ditector) ଥାଏ । ଏହା ବଡ଼ ବଡ଼ ଶକ୍ତିଚାଳିତ ଡଙ୍ଗା (power boat), ସବ୍‌ମାରିନ୍ ବା ଜାହାଜରେ ଖଞ୍ଜା ହୋଇଥାଏ ।
(ii) ଟ୍ରାନ୍ ସମିଟରରୁ ଶକ୍ତିଶାଳୀ ଅଲଟ୍ରାସୋନିକ୍ ତରଙ୍ଗ ପଲ୍ ସ (pulse) ପାଣି ଭିତର କୁ ପଠାଯାଏ । ସେହି ପଲ୍‌ ସମୁଦ୍ର ଶଯ୍ୟାରେ କିମ୍ବା ସମୁଦ୍ର ଜଳରେ ବୁଡ଼ିରହିଥିବା ଜାହାଜ, ପାହାଡ଼ ବା ଅନ୍ୟ ବଲ୍ଲମାନଙ୍କଦ୍ୱାରା ବାଧାପ୍ରାପ୍ତ ତହୋଇ ପ୍ରତିଫଳିତ ହେବା ପରେ ଫେରିଆସେ ।
(iii) ଡିଟେକ୍ଟର ଦ୍ଵାରା ଅଲଟ୍ରାସୋନିକ୍ ପ୍ରତିଧ୍ଵନି ଗ୍ରହଣ କରାଯାଏ । ଏହା ଅଲଟ୍ରାସୋନିକ୍ ତରଙ୍ଗକୁ ବିଦ୍ୟୁତ୍ ସଙ୍କେତ (signal)ରେ ପରି ଣତ କରେ ଯାହାର ବିଶ୍ଳେଷଣ କରାଯାଏ ।
(iv) ଧ୍ଵନିର ପ୍ରେରଣ ଓ ପ୍ରତିଧ୍ଵନି ଗ୍ରହଣ ମଧ୍ୟରେ ଥ‌ିବା ସମୟ ବ୍ୟବଧାନ = t ସମୁଦ୍ର ଜଳରେ ଅଲଟ୍ରାସୋନିକ୍ ତରଙ୍ଗର ବେଗ = v ଓ ଜାହାଜଠାରୁ ପ୍ରତିବନ୍ଧକର ଦୂରତା = d ହେଲେ ଅଲଟ୍ରାସାଉଣ୍ଡ 2d ଦୂରତା ଅତିକ୍ରମ କରିଥାଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 12
(v) 2 ଏହି ସୂତ୍ର ବ୍ୟବହାର କରି ଜଳ ମଧ୍ଯରେ ବୁଡ଼ି ରହିଥ‌ିବା ଅଦୃଶ୍ୟ ବସ୍ତୁମାନଙ୍କର ଜଳପୃଷ୍ଠଠାରୁ ଦୂରତା ହିସାବ କରାଯାଏ । ଏହି ପଦ୍ଧତିକୁ ଇକୋ ରେଜିଂ (Echo ranging) ପଦ୍ଧତି କୁହାଯାଏ ।

BSE Odisha 9th Class Physical Science Notes Chapter 9 ଧ୍ଵନି

ବ୍ୟବହାର :
(i) ସୋନାର୍ ସାହାଯ୍ୟରେ ସମୁଦ୍ର ଜଳ ମଧ୍ୟରେ ବୁଡ଼ି ରହିଥିବା ଜାହାଜ, ପାହାଡ଼, ବଡ଼ ବଡ଼ ଶିଳାଖଣ୍ଡ, ବରଫସ୍ତୂପ ଇତ୍ୟାଦି ବସ୍ତୁମାନଙ୍କ ଉପସ୍ଥିତି ଓ ଜଳପୃଷ୍ଠତଳେ ସେମାନଙ୍କ ଦୂରତା ନିର୍ଣ୍ଣୟ କରିହୁଏ ।
(ii) ଏହାଦ୍ଵାରା ସମୁଦ୍ର ଜଳର ସଜାଗତା ନିର୍ଣ୍ଣୟ କରିହୁଏ ।

→ ବାହୁଡ଼ିର ଅଲ୍‌ଟ୍ରାସାଉଣ୍ଡ ପ୍ରେରଣ ଓ ଗ୍ରହଣ :
(i) ବାଦୁଡ଼ି ରାତିର ଅନ୍ଧକାରରେ ଗତି କରିପାରେ ଏବଂ ତାହାର ଖାଦ୍ୟ ସଂଗ୍ରହ କରିପାରେ ।
(ii) ବାଦୁଡ଼ି ରାତିରେ ଉଡ଼ିଲାବେଳେ ଅବିରତ ଭାବରେ ଅଲଟ୍ରାସୋନିକ୍ ତରଙ୍ଗ ନିର୍ଗତ କରେ ଓ ତାହାର ପ୍ରତିଧ୍ଵନିକୁ ଗ୍ରହଣ କରି ତା’ର ଚତୁଃପାର୍ଶ୍ଵ ରେ ଥ‌ିବା ବସ୍ତୁମାନଙ୍କୁ ଜାଣିପାରେ ।
(iii) ବାଦୁଡ଼ି ଉଚ୍ଚ ତାରତ୍ଵ (high pitch) ଅଲଟ୍ରାସୋନିକ୍ ପଲ୍‌ସମାନଙ୍କୁ ନିର୍ଗତ କରି ପ୍ରେରଣ କରେ ଯାହା ପ୍ରତିବନ୍ଧକଦ୍ଵାରା ପ୍ରତିଫଳିତ ହୋଇ ବାଦୁଡ଼ି କାନ ପାଖକୁ ଫେରିଆସେ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 13
(iv) ପ୍ରତିଫଳିତ ଅଲଟ୍ରାସୋନିକ୍ ତରଙ୍ଗର ଲକ୍ଷଣରୁ ବାଦୁଡ଼ି ପ୍ରତିବନ୍ଧକ ବା ପ୍ରତିଫଳକର ଉପସ୍ଥିତି, ଆକୃତି ଓ ପ୍ରକୃତି ଜାଣିପାରେ । ତେଣୁ ନିଜ ଖାଦ୍ୟ ପାଖରେ ସେ ଅନ୍ଧାର ରାତିରେ ବିନା ବାଧାରେ ପହଞ୍ଚିଯାଏ ।
(v) ପ୍ରାକୃତିକ ଉପାୟରେ ବାଦୁଡ଼ି ପ୍ରୟୋଗ କରୁଥିବା ଏହି କୌଶଳ ହିଁ ସୋନାର୍‌ରେ ପ୍ରୟୋଗ ହୋଇଛି ।

→ ମାନବ କର୍ପୂର ଗଠନ (Structure of Human Ear):
(i) ବାହ୍ୟ କଣ୍ଠକୁ ପିନା (pinna) କୁହାଯାଏ । ଏହା ଚତୁଃ ପାର୍ଶ୍ଵ ର ଧ୍ଵନିକୁ ଗ୍ରହଣ କରି ଶ୍ରୁତିନାଳୀ (auditory canal) ବାଟଦେଇ ଭିତରକୁ ପଠାଏ ।
(ii) କର୍ଷ ଭିତରେ ଥିବା କ୍ଷୁଦ୍ର ଓ ପତଳା ଝିଲ୍ଲୀକୁ କର୍ଣ୍ଣପଟହ (ear drum) ବା ଟିମ୍ପାନିକ୍ ଝିଲ୍ଲୀ କୁହାଯାଏ ।
(iii) ବାୟୁ ମାଧ୍ୟମର ସମ୍ପାଳନ ବର୍ଷ ପରେ ପହଞ୍ଚିଲେ, କର୍ଣ୍ଣପଟହର ବାହାର ପଟେ ବାଘ ହୃଦ୍ଧି ହୁଏ ଏବଂ ତାହା କର୍ଷପଟକୁ ଭିତରକୁ ବୃଦ୍ଧି ହୁଏ ଏବଂ ତାହା କର୍ଣ୍ଣପଟହକୁ ଭିତରକୁ ଠେଲେ।
(iv) ସେହିଭଳି ବିଚଳନ କର୍ଣ୍ଣପଟହ ନିକଟରେ ପହଞ୍ଚିଲେ, କର୍ଣ୍ଣପଟହ ଉପରେ ଚାପ ହ୍ରାସ ପାଏ, ତେଣୁ କର୍ଣ୍ଣପଟହ ବିପରୀତ ଦିଗରେ ବାହାରକୁ ଚାଲିଆସେ । ଏହାଦ୍ଵାରା କର୍ଣ୍ଣପଟହ ବାରମ୍ବାର ଆଗପଛ ହୋଇ କମ୍ପିତ ହୁଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 14
(v) ଏହି କମ୍ପନ କଣ୍ଠରେ ଥ‌ିବା ତିନୋଟି ହାଡ଼; ଯଥା-ହାମର, ଆନ୍ ଭିଲ୍ ଓ ଷ୍ଟିରପ୍‌ରା ବହୁଗୁଣିତ ହୋଇଥାଏ ।
(vi) ମଧ୍ଯକର୍ଣ୍ଣ ଏହି ଚାପର ପରିବର୍ତ୍ତନକୁ ଅନ୍ତଃକର୍ଣ୍ଣ (inner ear) କୁ ପଠାଏ । ସେଠାରେ କର୍ଣ୍ଣକନ୍ତୁକ (cochlea) ଚାପର ପରିବର୍ତ୍ତନକୁ ବୈଦ୍ୟୁତିକ ସିଗ୍‌ନାଲ୍ସରେ ପରିଣତ କରେ ।
(vii) ଏହି ସିଗ୍‌ନାଲ୍‌ ଶ୍ରୁତିସ୍ନାୟୁ (auditory nerve) ବାଟଦେଇ ମସ୍ତିଷ୍କକୁ ଯାଏ ଏବଂ ମସ୍ତିଷ୍କ ଏହାକୁ ବ୍ୟାଖ୍ୟାକରି ଧ୍ଵନିଭାବରେ ବୁଝିପାରେ ।

BSE Odisha 9th Class Physical Science Notes Chapter 9 ଧ୍ଵନି

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

Odisha State Board BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି will enable students to study smartly.

BSE Odisha Class 9 Physical Science Notes Chapter 7 କାର୍ଯ୍ୟ ଓ ଶକ୍ତି

→ କାର୍ଯ୍ୟ (Work)
(i) ଗୋଟିଏ ସ୍ଥାନରେ ବସି କିଛି କ୍ରିୟା (action) କରିବା, ଅଧ୍ବକ ବଳ ପ୍ରୟୋଗ କରି କାନ୍ଥକୁ ଠେଲିବା, ମୁଣ୍ଡରେ ବୋଝ ମୁଣ୍ଡେଇ ଠିଆହୋଇ ରହିବା, ଗୋଟିଏ ସ୍ଥାନରେ ଠିଆହୋଇ ପାଠ ପଢ଼ାଇବା ଇତ୍ୟାଦିରେ କାର୍ଯ୍ୟ ହୁଏ ବୋଲି ଅନେକ ଭାବନ୍ତି ମାତ୍ର ବିଜ୍ଞାନରେ ଏହାକୁ କାର୍ଯ୍ୟ ବୋଲି ବିବେଚନା କରାଯାଏ ନାହିଁ ।
(ii) ଉପରିସ୍ଥ ଉଦାହରଣଗୁଡ଼ିକରେ ବଳ ପ୍ରୟୋଗ ସତ୍ତ୍ଵେ ବସ୍ତୁ ବିସ୍ଥାପିତ ନହୋଇ ସ୍ଥିର ରହୁଥ‌ିବାରୁ ସେଠାରେ କାର୍ଯ୍ୟ ସମ୍ପାଦିତ ହେଉନାର୍ହି।
(iii) ଫୁଟ୍‌ବଲ୍‌ ଖେଳିଲାବେଳେ, ଗଛ ଚଢ଼ିଲାବେଳେ, ଶିଡ଼ି ଚଢ଼ିଲାବେଳେ, ଚାଲିଲାବେଳେ, ଦୌଡ଼ିଲାବେଳେ କାର୍ଯ୍ୟ ସମ୍ପାଦିତ ହୁଏ । ଉପରୋକ୍ତ ଉଦାହରଣରେ ବଳ ପ୍ରୟୋଗଦ୍ଵାରା ବସ୍ତ୍ର ବିସ୍ଥାପିତ ହୋଇ ଗତଶୀଳ ରହୁଥ‌ିବାରୁ କାର୍ଯ୍ୟ ହୋଇଥାଏ ।

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

→ ବୈଜ୍ଞାନିକ ଦୃଷ୍ଟିରେ କାର୍ଯ୍ୟ (Scientific Concept of Work) :
ବୈଜ୍ଞାନିକ ପରିଭାଷାରେ କାର୍ଯ୍ୟର ସଂଜ୍ଞାକୁ ସରଳ ଭାବରେ ବୁଝିବାପାଇଁ କେତେକ ଉଦାହରଣ ଦିଆଯାଇଛି ।
(i) ଜମି ଉପରେ ଏକ ବସ୍ତକ ବଳପ୍ରୟୋଗ କରି ଠେଲିବାଦ୍ଵାରା ତାହା ବିସ୍ଥାପିତ ହୋଇଥାଏ । ଏଠାରେ ଠେଲାବଳ ବସ୍ତୁ ଉପରେ କାର୍ଯ୍ୟ କରିଥାଏ ।
(ii) ଚକଲଗା ଖେଳନାରେ ସୂତା ବାନ୍ଧି ଟାଣିଲେ ଖେଳନାଟି ଗତିଶୀଳ ହୁଏ । ଏଠାରେ ଟଣାବଳଦ୍ଵାରା ଖେଳନା ଉପରେ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
(iii) ଟେବୁଲ ଉପରେ ଥ‌ିବା ବହିଟିକୁ ଉପରକୁ ଉଠାଇଲେ ବହିଟି ଉପରେ ବଳପ୍ରୟୋଗ ହୋଇଥାଏ । ଏଠାରେ ବଳ ପ୍ରୟୋଗ ଦ୍ଵାରା ବହି କିଛି ଉପରକୁ ଉଠିଥିବାରୁ କାର୍ଯ୍ୟ ସଂପାଦିତ ହୋଇଥାଏ ।

→ ଏକ ନିର୍ଦ୍ଦିଷ୍ଟ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟ (Work done by a Constant Force):
(i) ମନେକର ଗୋଟିଏ ବସ୍ତୁ ଉପରେ ଏକ ନିର୍ଦ୍ଦିଷ୍ଟ ବଳ F କାର୍ଯ୍ୟ କରୁଛି ଚକ ପ୍ରୟୋଗ ଫଳରେ ଏହି ବସ୍ତୁଟି ବଳପ୍ରୟୋଗ ଦିଗରେ s ଦୂରତା ବିସ୍ଥାପିତ ହୋଇ W କାର୍ଯ୍ୟ ସମ୍ପାଦିତ ହେଲା ।
(ii) କାର୍ଯ୍ୟର କେବଳ ପରିମାଣ ଥାଏ ଦିଗ ନଥାଏ । ତେଣୁ କାର୍ଯ୍ୟ ଏକ ଅଦିଶ ରାଶି ।
ଏକକ : କାର୍ଯ୍ୟର ଦୁଇଟି ମୌଳିକ ଏକକ ହେଲା ଜୁଲ୍ ଓ ଅର୍ଗ ।
ଅର୍ଗ : ଏକ ଡାଇନ୍ ବଳ ଏକ ବସ୍ତୁ ଉପରେ କାର୍ଯ୍ୟକରି ବସ୍ତୁକୁ ବଳ ଦିଗରେ ଏକ ସେଣ୍ଟିମିଟର ବିସ୍ଥାପିତ କଲେ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟର ପରିମାଣକୁ ଏକ ଅର୍ଗ କୁହାଯାଏ ।
ଜୁଲ୍ : ଏକ ନିଉଟନ୍ ବଳ ଏକ ବସ୍ତୁ ଉପରେ କାର୍ଯ୍ୟକରି ବସ୍ତୁକୁ ବଳ ଦିଗରେ ଏକ ମିଟର ବିସ୍ଥାପିତ କଲେ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟର ପରିମାଣକୁ ଏକ ଜୁଲ୍ କୁହାଯାଏ ।
ଜୁଲ୍ ଓ ଅର୍ଗ ମଧ୍ୟରେ ସମ୍ପର୍କ :
1 ସ୍କୁଲ୍ = 1 ନିଉଟନ୍ × 1 ମିଟର = 105 ଡାଇନ୍ x 102 ସେ.ମି. = 107 ଡାଇନ୍ × ସେ.ମି. = 107 ଅର୍ଗ

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

→ ଯୁକ୍ତାତ୍ମକ କାର୍ଯ୍ୟ :
(i) ପ୍ରଯୁକ୍ତ ବଳ ଦିଗରେ ବିସ୍ଥାପନ ହେଲେ କାର୍ଯ୍ୟ ଯୁକ୍ତାତ୍ମକ ହୁଏ ।
(ii) ପାହାଡ଼ରୁ ଓହ୍ଲାଇବାବେଳେ ମାଧ୍ୟାକର୍ଷଣ ବଳ କାର୍ଯ୍ୟକରି ଓହ୍ଲାଇବାକୁ ସହଜ କରେ । ଏଠାରେ ବିସ୍ଥାପନ ମାଧ୍ୟାକର୍ଷଣ ବଳ ଦିଗରେ ତଳକୁ’ ହୋଇଥାଏ ।

ବିଯୁକ୍ତାତ୍ମକ କାର୍ଯ୍ୟ :
(i) ପ୍ରଯୁକ୍ତ ବଳର ବିପରୀତ ଦିଗରେ ବିସ୍ଥାପନ ହେଲେ କାର୍ଯ୍ୟ ବିଯୁକ୍ତାତ୍ମକ ହୁଏ ।
(ii) ପାହାଡ଼ ଉପରକୁ ଚଢ଼ିବାବେଳେ, କୂଅରୁ ପାଣି କାଢ଼ିବାବେଳେ, ଲିଫ୍‌ଟରେ ଉପରକୁ ଗଲାବେଳେ, ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ବସ୍ତୁର ବିସ୍ଥାପନ ହୁଏ ।
କାର୍ଯ୍ୟ = ବଳ × ବିସ୍ଥାପନ
⇒ W = F × (- s) ⇒ W= – Fs

→ ଶକ୍ତି (Energy):
(i) କାର୍ଯ୍ୟ କରିବାପାଇଁ ଶକ୍ତି ଆବଶ୍ୟକ ହୁଏ ।
(ii) ସୂର୍ଯ୍ୟ ହେଉଛି ସବୁଠାରୁ ବଡ଼ ପ୍ରାକୃତିକ ଶକ୍ତିର ଉତ୍ସ । ବିଭିନ୍ନ ଶକ୍ତିର ଉତ୍ସ ଏହି ସୌରଶକ୍ତିରୁ ମିଳିଥାଏ । ଏଥିପାଇଁ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଉତ୍ସ ବୋଲି କୁହାଯାଏ ।
(iii) ଅଣୁ, ପରମାଣ, ଭଗର୍ଭ, ପବନ ଏବଂ ସାମୁଦ୍ରିକ ଢେଉ ବା ଜୁଆରରୁ ମଧ୍ୟ ଶକ୍ତି ମିଳିଥାଏ ।

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

→ ଶକ୍ତିର ପ୍ରକାରଭେଦ (Forms of Energy):
ଶକ୍ତିର ବିଭିନ୍ନ ପ୍ରକାର ରୂପ ଅଛି; ଯଥା – ଯାନ୍ତ୍ରିକ ଶକ୍ତି (ସ୍ଥିତିଜ ଶକ୍ତି + ଗତିଜ ଶକ୍ତି), ତାପଜ ଶକ୍ତି, ରାସାୟନିକ ଶକ୍ତି, ବିଦ୍ୟୁତ୍ ଶକ୍ତି, ଆଲୋକ ଶକ୍ତି ଇତ୍ୟାଦି ।

→ ଗତିଜ ଶକ୍ତି (Kinetic Energy):
ଗୋଟିଏ ବସ୍ତୁ ତାହାର ଗତି ଯୋଗୁଁ ଯେଉଁ ଶକ୍ତି ଆହରଣ କରିଥାଏ, ତାହାକୁ ବସ୍ତୁର ଗତିଜ ଶକ୍ତି କୁହାଯାଏ ।

→ ଏକ ଉଚ୍ଚତାରେ ଏକ ବସ୍ତୁର ସମ୍ଭାବ୍ୟ ଶକ୍ତି (Potential Energy of an Object at a Height):
(i) ଗୋଟିଏ ବସ୍ତୁକୁ କିଛି ଉଚ୍ଚତାକୁ ଉଠାଇଲେ ତାହା ଅଧିକ ଶକ୍ତି ଆହରଣ କରିଥାଏ । ବସ୍ତୁଟିକୁ ଉପରକୁ ଉଠାଇଲାବେଳେ ତାହା ଉପରେ ହେଉଥିବା କାର୍ଯ୍ୟ ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ସଂପାଦିତ ହୋଇଥାଏ । ଉତ୍ତୋଳିତ ବସ୍ତୁଟିରେ ଗଚ୍ଛିତ ହୋଇଥବା ଏପରି ଶକ୍ତିକୁ ମାଧ୍ୟାକର୍ଷଣୀୟ ସ୍ଥିତିଜ ଶକ୍ତି କୁହାଯାଏ ।
(ii) ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ଗୋଟିଏ ବସ୍ତୁକୁ ଭୂମି ଉପରେ କୌଣସି ଉଚ୍ଚତାକୁ ଉଠାଇବା ପାଇଁ ସମ୍ପାଦିତ ହୋଇଥିବା କାର୍ଯ୍ୟକୁ ସେହି ବସ୍ତୁର ମାଧ୍ୟାକର୍ଷଣୀୟ ସ୍ଥିତିଜ ଶକ୍ତି (Gravitational Potential Energy) କୁହାଯାଏ ।

ସ୍ଥିତିଜ ଶକ୍ତି ନିମନ୍ତେ ଗାଣିତିକ ସୂତ୍ର :
(i) ମାନେକର । ପରିମାଣ ବଳ ପ୍ରୟୋଗ କରାଯାଇ m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁକୁ ଭୂପୃଷ୍ଠ ଉପରେ h ଉଚ୍ଚତା ପର୍ଯ୍ୟନ୍ତ ଉଠାଗଲା । h ଉଚ୍ଚତା ପର୍ଯ୍ୟନ୍ତ ଉଠାଇବାପାଇଁ ଆବଶ୍ୟକ ବଳର ପରିମାଣ_F = mg ।
(ii) ଏଠାରେ ବସ୍ତୁଳି ଉପରେ ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ସଂପାଦିତ କାର୍ଯ୍ୟ, W = ବସ୍ତୁ ଉପରେ କାର୍ଯ୍ୟକାରୀ ବାହ୍ୟବଳ (F) x ବସ୍ତୁର ବିସ୍ଥାପନ (h) = mg x h = mgh
(iii) ଏହି କାର୍ଯ୍ୟ ବସ୍ତୁଟିକୁ ଉପରକୁ ଉଠାଇଲାବେଳେ ସଂପାଦିତ ହୋଇଥିବାରୁ ବସ୍ତୁର ସ୍ଥିତିଜ ଶକ୍ତି ରୂପେ ଗଚ୍ଛିତ ହୋଇ ରହେ । h ଉଚ୍ଚତାରେ ବସ୍ତୁର ମାଧ୍ୟାକର୍ଷଣୀୟ ସ୍ଥିତିଜ ଶକ୍ତି Ep = mgh
(iv) ଭୂପୃଷ୍ଠ ଉପରେ ବସ୍ତୁର ଅବସ୍ଥାନ ଜନିତ ସ୍ଥିତିଜ ଶକ୍ତି ତାହାର ବସ୍ତୁତ୍ଵ (m), ମାଧ୍ୟାକର୍ଷଣ ଜନିତ ତ୍ଵରଣ (g) ଏବଂ ଭୂପୃଷ୍ଠରୁ ବସ୍ତୁର ଉଚ୍ଚତା (h) ଉପରେ ନିର୍ଭର କରେ ।
BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି - 1

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

→ ଶକ୍ତି ସଂରକ୍ଷଣର ନିୟମ (Law of Conservation of Energy):
ଶକ୍ତିର ସୃଷ୍ଟି ନାହିଁ କିମ୍ବା ବିନାଶ ନାହିଁ । ଏହା କେବଳ ଗୋଟିଏ ରୂପରୁ ଅନ୍ୟ ଏକ ରୂପକୁ ପରିବର୍ଜିତ ହୋଇଥାଏ । ବିଶ୍ଵର ମୋଟ ଶକ୍ତିର ପରିମାଣ ସର୍ବଦା ସ୍ଥିର ଅଟେ । ଏହାହିଁ ଶକ୍ତି ସଂରକ୍ଷଣର ନିୟମ ଅଟେ ।

ଉଦାହରଣ:
(i) ମନେକର m ବସ୍ତୁତ୍ଵ ଥ‌ିବା ଗୋଟିଏ ବସ୍ତୁ ଭୂମି ଉପରେ h ଉଚ୍ଚତାରେ ଅଛି । ଏହି ଉଚ୍ଚତାରେ ବସ୍ତୁ ଟି କୁ ଛାଡ଼ିଦେଲେ ତା’ର ମୁକ୍ତ ପତନ (Free fall) ହେବ । ପ୍ରାରମ୍ଭରେ ଛାଡ଼ିବା ପୂର୍ବରୁ ବସ୍ତୁର ସ୍ଥିତିଜ ଶକ୍ତି = mgh ସ୍ଥିର ଅବସ୍ଥାରେ ବସ୍ତୁର ପରିବେଗ ଶୂନ ହୋଇଥିବାରୁ ଗତିଜ ଶକ୍ତି = 0 ତେଣୁ ପ୍ରାରମ୍ଭରେ ବସ୍ତୁର ମୋଟ ଶକ୍ତି = mgh ।
(ii) ଯେତେବେଳେ ବସ୍ତୁଟି ଉପରୁ ତଳକୁ ପଡ଼ିବା ଆରମ୍ଭ କରେ ସେତେବେଳ ତାହାର ପରିବେଗ ବୃଦ୍ଧି ପାଏ ଓ ବସ୍ତୁର ସ୍ଥିତିଜ ଶକ୍ତି ଗତିଜ ଶକ୍ତିରେ ରୂପାନ୍ତରିତ ହୋଇଥାଏ । ଏହା ଫଳରେ ସ୍ଥିତିଜ ଶକ୍ତି କମିଯାଏ ଓ ଗତିଜ ଶକ୍ତି ବଢ଼ିଚାଲେ । ଯଦି ବସ୍ତୁଟିର ପରିବେଗ କୌଣସି ଏକ ସମୟରେ v ହୋଇଥାଏ, ତେବେ ସେହି ସମୟରେ ତାହାର ଗତିଜ ଶକ୍ତି ମୁଁ mv ହୋଇଥାଏ ।
(iii) ଯେତେବେଳେ ବସ୍ତୁଟି ଠିକ୍ ଭୂମି ଉପରେ ପଡ଼ିବାକୁ ଯାଏ ସେତେବେଳେ ଉଚ୍ଚତା h = 0 ହୁଏ ଏବଂ ପରିବେଗ ସର୍ବାଧ‌ିକ ହୁଏ । ତେଣୁ ଏଠାରେ ଗତିଜ ଶକ୍ତି ସର୍ବାଧ୍ଯକ ହୁଏ ଏବଂ ସ୍ଥିତିଜ ଶକ୍ତି ଶୂନ ରହିଥାଏ ।
(iv) ବସ୍ତୁଟି ତଳକୁ ଖସୁଥ‌ିବା ସମୟରେ ପ୍ରତ୍ୟେକ ସ୍ଥାନରେ ବସ୍ତୁର ଗତିଜ ଶକ୍ତି ଓ ସ୍ଥିତିଜ ଶକ୍ତିର ଯୋଗଫଳ ଅର୍ଥାତ ବସ୍ତର ମୋଟ ଶକ୍ତିର ପରିମାଣ ସ୍ଥିର ରହିଥାଏ । ଅର୍ଥାତ୍ ସ୍ଥିତିଜ ଶକ୍ତି + ଗତିଜ ଶକ୍ତି = ସ୍ଥିର
⇒ mgh + \frac {1}{2} mv2 = Constant
(v) ମୁକ୍ତଭାବେ ଖସିପଡ଼ୁଥୁବା ବସ୍ତୁଟିର ସ୍ଥିତିଜ ଶକ୍ତି ତା’ର ପତନ ପଥର କୌଣସି ସ୍ଥାନରେ ହ୍ରାସ ପାଇଲେ ତା’ର ଗତିଜ ଶକ୍ତି ସମପରିମାଣରେ ବୃଦ୍ଧିପାଏ । ବସ୍ତୁ ମୁକ୍ତଭାବରେ ଖସିପଡ଼ୁଥ‌ିବାବେଳେ ବସ୍ତୁର ମାଧ୍ୟାକର୍ଷଣ ଜନିତ ସ୍ଥିତିଜ ଶକ୍ତି ଅବିରତ ଭାବରେ ତା’ର ଗତିଜ ଶକ୍ତିରେ ରୂପାନ୍ତରିତ ହୋଇଥାଏ ।

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

→  କାର୍ଯ୍ୟ କରିବାର ହାର (Rate of Doing Work) :
(i) ଏକ କାରକ (agent) ଦ୍ଵାରା କାର୍ଯ୍ୟ କେତେ ଶୀଘ୍ର ବା କେତେ ଧୀର ସମ୍ପାଦିତ ହୋଇଥାଏ, ତାହା ସେହି କାରକର କ୍ଷମତାରୁ ଜଣାପଡ଼େ ।
(ii) ଯଦି କୌଣସି କାରକ ଏକ କାର୍ଯ୍ୟ (W)କୁ t ସମୟ ମଧ୍ୟରେ ସମ୍ପାଦିତ କରିପାରେ, ତେବେ ତାହାର ପାୱାର,
ଏକକ : ପାୱାରର ଏକକ ହେଉଛି ୱାଟ୍ । ଯଦି ଗୋଟିଏ କାରକ ଏକ ସେକେଣ୍ଡରେ ଏକ ଜୁଲ୍ କାର୍ଯ୍ୟ ସମ୍ପାଦନ କରିପାରେ, ତେବେ ତାହାର ପାୱାର ଏକ ୱାଟ୍ ବୋଲି କୁହାଯାଏ ।
(iii) କାର୍ଯ୍ୟ ସମ୍ପାଦନ ସମୟରେ ମୋଟ ନିୟୋଜିତ ଶକ୍ତି ବା ମୋଟ ସମ୍ପାଦିତ କାର୍ଯ୍ୟ ଏବଂ ମୋଟ ସମୟର ଅନୁପାତରୁ ହାରାହାରି ପାୱାର (Average Power) ନିର୍ଣ୍ଣୟ କରାଯାଇଥାଏ ।
BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି - 2

→  ଶକ୍ତି ବାଣିଜ୍ୟିକ ଏକକ (Commercial Unit of Energy):
(i) ଅଧ‌ିକ ପରିମାଣର ଶକ୍ତିକୁ ସୁବିଧା ପାଇଁ ଏକ ବୃହତ୍ତର ଏକ କ କିଲୋ। ୱାଟ୍ ଘଣ୍ଟା (kwh) ରେ ପ୍ରକାଶ କରାଯାଏ ।
1 kWh = 1 kw × th
= 1000 W × 3600 s = 1000 J/s × 3600 s = 36,00,000 J
∴ 1 କିଲୋୱାଟ୍ ଘଣ୍ଟା (kwh) = 3.6 × 106 ଜୁଲ୍
(ii) ଘରେ ଏବଂ କଳକାରଖାନାମାନଙ୍କରେ ବ୍ୟବହୃତ ହେଉଥ‌ିବା ବିଜୁଳି ଶକ୍ତିର ପରିମାଣକୁ ସାଧାରଣତଃ କିଲୋଓ୍ୱାନ୍ସରେ ପ୍ରକାଶ କରାଯାଇଥାଏ ।
(iii) ଘରେ ବୈଦ୍ୟୁତିକ ଶକ୍ତିର ମାସିକ ପରିମାଣକୁ ଯେଉଁ ୟୁନିଟ୍ (Unit) ବା ଏକକରେ ପ୍ରକାଶ କରାଯାଇଥାଏ, ତାହା ହେଉଛି ଏକ କିଲୋୱାଟ-ଘଣ୍ଟା (kwh) ଏକକ । 1 unit = 1 kwh

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Odisha State Board BSE Odisha 9th Class Odia Solutions Chapter 4 ମଣିଷ ଭାଇ Textbook Exercise Questions and Answers.

BSE Odisha Class 9 Odia Solutions Chapter 4 ମଣିଷ ଭାଇ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ଚିନ୍ତାବା, ଝୋଲା ମାରିବା, ବୁଝିବା, ଝୁରିବା, ସ୍ମରଣ କରିବା –ଏହି ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ଶୋକ କରିବା ଅର୍ଥ ପ୍ରକାଶ କରୁଛି ?
Answer:
ଝୁରିବା ।

Question ୨।
ବନ୍ଧନୀ ମଧ୍ୟରେ ଥ‌ିବା ଶବ୍ଦଗୁଡ଼ିକରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(ନିବିଡ଼, ଲାଞ୍ଛିତ, ନିୟତି, ଟୀକା, ପୀଡ଼ିତ)
(କ) ବ୍ୟକ୍ତି ନିଜର ଭବିଷ୍ୟତକୁ ___________________ ଉପରେ ଛାଡ଼ି ଦିଅନ୍ତି ।
(ଖ) ଗାନ୍ଧାରୀଙ୍କ ଆଶୀର୍ବାଦ ଲାଭ କରି ଦୁର୍ଯ୍ୟୋଧନ ମହାଭାରତ ଯୁଦ୍ଧରେ ବିଜୟର ________________ ହାସଲ କରିବେ ବୋଲି ଆଶାପୋଷଣ କରିଥିଲେ ।
(ଗ) ___________________ ବ୍ୟକ୍ତିଙ୍କ ଉନ୍ନତି ନିମନ୍ତେ ଗାନ୍ଧିଜୀ ସର୍ବଦା ଚେଷ୍ଟିତ ଥିଲେ ।
(ଘ) ପଦ୍ମ ଓ ସୂର୍ଯ୍ୟ ମଧ୍ୟରେ ________________________ ସମ୍ପର୍କ ଅଛି ।
(ଙ) ଉତ୍କଳମଣି ଗୋପବନ୍ଧୁ _________________ ଜନତାଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ।
Answer:
(କ) ନିୟତି (ଖ) ଟୀକା (ଗ) ଲାଞ୍ଛିତ (ଘ) ନିବିଡ଼ (ଡ) ପୀଡ଼ିତ

Question ୩।
ନିମ୍ନଲିଖ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ଜନମି, ନୁହଇ, ଅରପି, କରମ, ପରାଣରେ
Answer:
ପଗଦ୍ୟରୂ – ଗଦ୍ୟରୂପ

ଜନମି – ଜନ୍ମି/ଜନ୍ମହୋଇ
ନୁହଇ – ନୁହେଁ
ଅରପି – ଅର୍ପି / ଅର୍ପଣ କରି
କରମ – କର୍ମ
ପରାଣରେ – ପ୍ର।ଣରେ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୪।
ନିମ୍ନଲିଖତ ଶବ୍ଦଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ମାନବିକ ସୁଗୁଣର ମହତ୍ତ୍ବ ଦର୍ଶାଉଛି, ସେଗୁଡ଼ିକୁ ଚିହ୍ନଟ କର ।
କ୍ରୋଧ, କ୍ଷମା, ଲୋଭ, ସହନଶୀଳତା, ହତାଶ, ସେବା, ନମ୍ରତା, ପରଶ୍ରୀକାତରତା, ଭକ୍ତି, ହିଂସା ।
Answer:
କ୍ଷମା, ସହନଶୀଳତା, ସେବା, ନମ୍ରତା, ଭକ୍ତି ।

Question ୫।
କବିତା ଅନୁସରଣରେ ନିମ୍ନରେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତି ବାଛି ଲେଖ ।
(କ) ଦୁଃଖ ଆମର ଭାଗ୍ୟଲିପି ।
(ଖ) ଚାଲ, ଜୀବନକୁ ମଉଜ ମଜଲିସ୍‌ରେ ବିତେଇ ଦେବା ।
(ଗ) ମଣିଷ ତା’ ଭିତରେ ଲୁଚି ରହିଥ‌ିବା ଶତ୍ରୁକୁ ଦମନ କଲେ ଦେବତାର ଆସନ ଲାଭ କରିପାରିବ ।
(ଘ) ଏ ପୃଥ‌ିବୀ ନିରନ୍ତର ଧ୍ୱଂସ ପଥରେ ଆଗେଇ ଚାଲିଛି ।
(ଙ) ବିଧାତାର ବରପୁତ୍ରମାନେ ଦୀନହୀନ ଭାବରେ ଜୀବନ ଯାପନ କରନ୍ତି ।
Answer:
(ଗ) ମଣିଷ ତା’ ଭିତରେ ଲୁଚି ରହିଥ‌ିବା ଶତ୍ରୁକୁ ଦମନ କଲେ ଦେବତାର ଆସନ ଲାଭ କରିପାରିବ ।

Question ୬।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଅନ୍ଧାର, ଶୃଙ୍ଖଳିତ, ଅମୃତ, ମୃତ୍ୟୁ, ବିଚାର, ସୁନ୍ଦର, ଶୁଭ ।
Answer:
ପ୍ରଶ୍ନ।ପ୍ରଦତ୍ତ ଶବ୍ଦ – ବିପରୀତାର୍ଥବୋଧକ ଶବ୍ଦ

ଅନ୍ଧାର – ଆଲୋକ / ଆଲୁଅ
ଶୃଙ୍ଖଳିତ – ମୁକ୍ତ / ବିଶୃଙ୍ଖଳିତ
ଅମୃତ – ବିଷ
ମୃତ୍ୟୁ – ଜନ୍ମ
ବିଚାର – ଅବିଚାର
ସୁନ୍ଦର – ଅସୁଦର / କଦାକାର
ଶୁଭ – ଅଶୁଭ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୭ ।
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ଯୋଗକରି ବାକ୍ୟ ଗଢ଼ ।
BSE Odisha 9th Class Odia Solutions Chapter 4 ମଣିଷ ଭାଇ 1
Answer:
BSE Odisha 9th Class Odia Solutions Chapter 4 ମଣିଷ ଭାଇ 2

ବାକ୍ୟ:

ନିବିଡ଼ ଅନ୍ଧାର ରାତି ମନରେ ଭୟ ସଞ୍ଚାର କରେ ।
ଏ ବିଶାଳ ଜଗତୀରେ ବହୁ ବିସ୍ମୟକର ଦୃଶ୍ୟ ପ୍ରତୀୟମାନ ହୁଏ ।
ଏ ସଂସାର ମାନବ ପାଇଁ ବିଳାସର ଲୀଳା ନିକେତନ ନୁହେଁ ।
ବିଧାତା-ବିଚାରରେ ପକ୍ଷପାତିତା ନ ଥାଏ ।
ମାନବର ଜୀବନ-ସୂତ୍ର ସର୍ବଦା ପରମେଶ୍ଵରଙ୍କ ହାତରେ ସୁରକ୍ଷିତ ରହିଛି ।

Question ୮।
ଅକ୍ଷରଗୁଡ଼ିକ ସଜାଇ ସାର୍ଥକ ଶବ୍ଦରେ ପରିଣତ କର ।
ଶୂଳିଙ୍ଖତ , ତନିକେନ, ବାଶ୍ଵସୀବି, ପନମାଅ, ରଚରାଚ ।
Answer:
ଶୂଳିଙ୍ଖତ – ଶୂଙ୍ଖଳିତ
ତନିକେନ – ନିକେତନ
ବାଶ୍ଵସୀବ – ବାଶ୍ଵବସୀ
ପନମାଅ – ଅପନମା
ରଚରାଚ – ଚରାଚର

Question ୯।
ଅଭିଧାନ ନିୟମ ଅନୁସାରେ ସଜେଇ ଲେଖ ।
ଜୀବନ, ଦେବତା, ଅରିନ୍ଦମ, ଅହମିକା, ନିକେତନ, ସନ୍ତାନ, ଜନମ ।
Answer:
ଅରିନ୍ଦମ, ଅହମିକା, ଜନମ, ଜୀବନ, ଦେବତା, ନିକେତନ, ସନ୍ତାନ ।

Question ୧୦ ।
ନିମ୍ନଲିଖତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ମନୁଷ୍ୟ, ବିଧାତା, ଦେବତା, ଶୋଣତ, ନିକେତନ
Answer:
ମନୁଷ୍ୟ – ମାନବ,ନର
ବିଧାତା – ଦୈବ,ବିଧ୍
ଦେବତା – ସୁର,ତ୍ରିଦଶ,ବିବୁଧ
ଶୋଣତ – ରକ୍ତ, ଲହୁ, ରୁଧ୍ର
ନିକେତନ – ଗୃହ,ଘର

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୧୧ ।
ଅର୍ଥଗତ ପାର୍ଥକ୍ୟ ଦର୍ଶାଇ ନିମ୍ନୋକ୍ତ ସମୋଚ୍ଚାରିତ ଶବ୍ଦଗୁଡ଼ିକୁ ସାର୍ଥକ ବାକ୍ୟରେ ପରିଣତ କର ।
ଦୀନ-ଦିନ, କାଳି-କାଳୀ, ବଳି-ବଳୀ
Answer:
ଦୀନ – ଦରିଦ୍ର – ଗୋପବନ୍ଧୁ ବାସ୍ତବରେ ଥିଲେ ଦୀନଜନର ବନ୍ଧୁ ।
ଦିନ – ଦିବସ – ଦିନବେଳା ଶୋଇବା ସ୍ୱାସ୍ଥ୍ୟ ପକ୍ଷେ ଅହିତକର ।
କାଳି – ବାକି ସାଧୁ ସାହୁ କାଳିରେ ଜିନିଷ ଦିଏ ନାହିଁ ।
ସ୍ୟାହି-ଶିକ୍ଷକ ନାଲି କାଳିରେ ଖାତା ଦେଖନ୍ତି ।
କାଳୀ – ଦେବୀ ଆଦ୍ୟାଶକ୍ତି – ଦୀପାବଳି ଦିନ ମା’ କାଳୀଙ୍କର ପୂଜା ହୁଏ ।
ପ୍ରାଣୀ ହତ୍ୟା – ପୂର୍ବେ ଦେବୀ ପୀଠରେ ଛାଗ ବଳି ଦିଆଯାଉ ଥିଲା ।
ବଳି –ଦୈତ୍ୟରାଜ – ବାମନ ବଳିରାଜାଙ୍କୁ ତ୍ରିପାଦ ଭୂମି ଦାନ ମାଗିଥିଲେ ।
ବଳୀ – ବଳବାନ୍ – ଭୀମ ମହାବଳୀ ଥିଲେ ।

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୨ ।
ମଣିଷ- ମଣିଷ ମଧ୍ୟରେ ବିଭିନ୍ନ ସମ୍ପର୍କ ଥିବା ସତ୍ତ୍ବେ ‘ଭାଇ’ ସମ୍ବୋଧନ କରାଯାଇଛି କାହିଁକି ?
Answer:
‘ବସୁଧୈବ କୁଟୁମ୍ବକମ୍’ ନ୍ୟାୟରେ ସମଗ୍ର ମାନବଜାତି ଗୋଟିଏ ପରିବାର । ସୁତରାଂ ଜଣେ ଅନ୍ୟ ଜଣଙ୍କର ଭାଇ । ତେଣୁ କବିତାରେ ମଣିଷକୁ ‘ଭାଇ’ ବୋଲି ସମ୍ବୋଧନ କରାଯାଇଛି ।

Question ୧୩ ।
କବି ‘ମଣିଷ ଭାଇ’ ବୋଲି କେଉଁମାନଙ୍କୁ ସମ୍ବୋଧନ କରିଛନ୍ତି ?
Answer:
ସମାଜରେ ଶୋଷିତ, ଲାଞ୍ଛିତ ଓ ନିଷ୍ପେଷିତ ମଣିଷମାନଙ୍କୁ କବି ‘ମଣିଷ ଭାଇ’‘ବୋଲି ସମ୍ବୋଧନ କରିଛନ୍ତି ।

Question ୧୪ ।
ମଣିଷ କେଉଁଥିପାଇଁ ଜନ୍ମଲାଭ କରିନାହିଁ ବୋଲି କବି କହିଛନ୍ତି ?
Answer:
ମଣିଷ ଝୁରି ମରିବାକୁ କିମ୍ବା ବୁଡ଼ି ମରିବାକୁ ଜନ୍ମଲାଭ କରିନାହିଁ ବୋଲି କବି କହିଛନ୍ତି ।

Question ୧୫ ।
ନୈରାଶ୍ୟକୁ ଅନ୍ଧାର ରୂପେ କବି କାହିଁକି ଦେଖୁଛନ୍ତି ?
Answer:
ମଣିଷ ଆଶାଶୂନ୍ୟ ହୋଇଗଲେ, ତାକୁ ଚାରିଆଡ଼ ଅନ୍ଧାର ଦେଖାଯାଏ, ତେଣୁ କବି ନୈରାଶ୍ୟକୁ ଅନ୍ଧାର ରୂପେ ବର୍ଣ୍ଣନା କରିଛନ୍ତି ।

Question ୧୬ ।
ମଣିଷର ଭାଗ୍ୟ କାହା ମଧ୍ୟରେ ସୀମାବଦ୍ଧ ନୁହେଁ ବୋଲି କବି କହିଛନ୍ତି ?
Answer:
ମଣିଷର ଭାଗ୍ୟ ଲାଞ୍ଛନା, ପ୍ରବଞ୍ଚନା ତଥା ଦୁଃଖଯନ୍ତ୍ରଣା ମଧ୍ଯରେ ସୀମାବଦ୍ଧ ନୁହେଁ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୧୭ ।
ହତୋତ୍ସାହ ହୋଇପଡ଼ିଥ‌ିବା ମନୁଷ୍ୟ ପୃଥ‌ିବୀକୁ କେଉଁ ଦୃଷ୍ଟିରେ ଦେଖନ୍ତି ?
Answer:
ହତୋତ୍ସାହ ହୋଇପଡ଼ିଥି ମନୁଷ୍ୟ ଏ ପୃଥ‌ିବୀକୁ ‘ଧ୍ଵଂସର ଯାତ୍ରୀ ତଥା ମୃତ୍ୟୁର ଧାତ୍ରୀ’ ରୂପେ ଦେଖନ୍ତି ।

Question ୧୮।
‘ଅମୃତର ସନ୍ତାନ’ ବୋଲି କେଉଁମାନଙ୍କୁ କୁହାଯାଇଛି ?
Answer:
‘ଅମୃତର ସନ୍ତାନ’ ବୋଲି ମାନବମାନଙ୍କୁ କୁହାଯାଇଛି ।

Question ୧୯ ।
ବିଶାଳ ଜଗତର ସୃଷ୍ଟି କ’ଣ ପାଇଁ ନୁହେଁ ବୋଲି କବି କହିଛନ୍ତି ?
Answer:
ବିଶାଳ ଜଗତ କାହାରି ବିଳାସର ଲୀଳାକ୍ଷେତ୍ର ନିମନ୍ତେ ସୃଷ୍ଟି ନୁହେଁ ବୋଲି କବି କହିଛନ୍ତି ।

Question ୨୦ ।
କେଉଁ ଧରଣର ପିପାସା ମେଣ୍ଟେ ନାହିଁ ?
Answer:
ଦୁର୍ବଳକୁ ପଦଦଳିତ କରି ନିର୍ଦ୍ଦୟଭାବରେ ତା’ପ୍ରତି ଅତ୍ୟାଚାର କରି ତା`ର ରକ୍ତକ୍ଷୟ କରିବାର ପିପାସା କେବେହେଲେ ମେଣ୍ଟେ ନାହିଁ ।

Question ୨୧ ।
ବିଶ୍ୱ କେଉଁମାନଙ୍କ ପାଇଁ ସୁନ୍ଦର ନୁହେଁ ?
Answer:
ନୈରାଶ୍ୟଦଗ୍‌ଧ ହୋଇ ସଂସାରକୁ ଧ୍ବଂସାଭିମୁଖୀ ତଥା ଜୀବନକୁ ମୃତ୍ୟୁପଥର ଯାତ୍ରୀ ବୋଲି ବିବେଚନା କରୁଥିବା ମାନବ ପାଇଁ ଏ ବିଶ୍ଵ ସୁନ୍ଦର ନୁହେଁ ।

Question ୨୨ ।
ବିଧାତାଙ୍କ ବିଚାରରେ କେଉଁ କାର୍ଯ୍ୟ ଉଚିତ ନୁହେଁ ?
Answer:
ବିଶ୍ୱକୁ ବିଳାସ କ୍ଷେତ୍ର ମନେକରି ଦୁର୍ବଳକୁ ପଦଦଳିତ କରି ନିଜକୁ ନିଜେ ବିନାଶ କରିବା ବିଧାତାଙ୍କ ବିଚାର ନୁହେଁ ।

Question ୨୩ ।
କବି କିଭଳି ସଂସାରର ପରିକଳ୍ପନା କରିଛନ୍ତି ?
Answer:
କବି ସଂସାରକୁ କର୍ମର ଶୁଭ ଭୁବନ ଭାବେ ପରିକଳ୍ପନା କରିଛନ୍ତି ।

Question ୨୪ ।
ମଣିଷ କେତେବେଳେ ବୀରତ୍ବର ଟୀକା ଲାଭ କରିପାରିବ ?
Answer:
ଲଜ୍ଜା, ଭୟ, ଅପମାନ ଓ ଅହଂକାରକୁ ତ୍ୟାଗକରି ପଶୁତ୍ଵ-ଦେବତ୍ୱ ପରୀକ୍ଷାରେ ବିଜୟୀ ହେବାପରେ ମନୁଷ୍ୟ ବୀରତ୍ବର ଟୀକା ଲାଭ କରିପାରିବ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୨୫ ।
କବି ଏହି ପୃଥ‌ିବୀକୁ କାହାର ଭୁବନ ବୋଲି ଦର୍ଶାଇଛନ୍ତି ?
Answer:
କବି ଏହି ପୃଥ‌ିବୀକୁ କର୍ମର ଶୁଭଭୁବନ ବୋଲି ଦର୍ଶାଇଛନ୍ତି ।

Question ୨୬ ।
ମଣିଷର କେଉଁ ପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାପାଇଁ କବି ଆହ୍ବାନ ଦେଇଛନ୍ତି ?
Answer:
କବି ମଣିଷକୁ ଲଜ୍ଜା, ଭୟ, ଅପମାନ ଓ ଅହମିକା ପ୍ରଭୃତି କୁପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାପାଇଁ ଆହ୍ୱାନ ଦେଇଛନ୍ତି ।

Question ୨୭ ।
ଭଗବାନଙ୍କୁ କେତେବେଳେ ଋଣୀ କରାଯାଇପାରିବ ?
Answer:
ବିଶ୍ୱଜୀବନର କଲ୍ୟାଣ ନିମନ୍ତେ ଆୟୋତ୍ସର୍ଗ କରିପାରିଲେ ହିଁ ଭଗବାନଙ୍କୁ ଋଣୀ କରାଯାଇପାରିବ ।

Question ୨୮ ।
ମଣିଷ ଭାଇକୁ କବି ‘ଅରିନ୍ଦମ’ ବୋଲି କାହିଁକି ସମ୍ବୋଧନ କରିଛନ୍ତି ?
Answer:
ମାନବ ହିଁ କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାସ୍କର୍ଯ୍ୟ ପ୍ରଭୃତି ଷଡ଼ରିପୁଙ୍କୁ ଜୟ କରିପାରେ ବୋଲି କବି ତାକୁ ‘ଅରିନ୍ଦମ’ ବୋଲି କହିଛନ୍ତି ।

Question ୨୯ ।
ମଣିଷ କେତେବେଳେ ଦେବତା ରୂପେ ପୂଜିତ ହୋଇପାରିବ ?
Answer:
ମାନବ ଯେତେବେଳେ କାମ-କ୍ରୋଧାଦି ଷଡ଼ରିପୁକୁ ଜୟକରି ବିଶ୍ୱଜୀବନର କଲ୍ୟାଣ ନିମନ୍ତେ ଆୟୋତ୍ସର୍ଗ କରିବାକୁ ସମର୍ଥ ହେବ, ସେତେବେଳେ ସେ ଦେବତାରୂପେ ପୂଜିତ ହୋଇପାରିବ ।

Question ୩୦ ।
ମଣିଷ ଦୀନ-ହୀନ ଭାବରେ କେତେବେଳେ ଜୀବନ ଯାପନ କରିଥାଏ ?
Answer:
ମାନବ ଯେତେବେଳେ ମାନବିକତାକୁ ଭୁଲି ପଶୁତ୍ୱର ଅଧିକାରୀ ହୋଇଯାଏ, ସେତେବେଳେ ସେ ଯାବତୀୟ ହିଂସାତ୍ମକ କାର୍ଯ୍ୟକରି ଆପଣାକୁ କଳୁଷ କାଳିମାରେ କଳଙ୍କିତ କରିବା ସହ ସଂସାରରେ ଦୀନହୀନ ଭାବରେ କାଳଯାପନ କରେ ।

Question ୩୧ ।
କବି ‘ବରପୁତ୍ର’ ସମ୍ବୋଧନ କାହାକୁ ଏବଂ କାହିଁକି କରିଛନ୍ତି ?
Answer:
କବି ମାନବକୁ ବିଧାତାର ବରପୁତ୍ର ବୋଲି ସମ୍ବୋଧନ କରିଛନ୍ତି, କାରଣ ମାନବ ହିଁ ଦିବ୍ୟ ମାନବୀୟ ଗୁଣାବଳୀରେ ଭୂଷିତ ହୋଇ ଦେବତ୍ୱର ଅଧିକାରୀ ହୋଇପାରେ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୩୨ ।
ଜୀବନ କେତେବେଳେ ସୁରୁଖୁରୁରେ ଅତିବାହିତ ହୋଇପାରିବ ବୋଲି କବି କହିଛନ୍ତି ?
Answer:
ମୃତ୍ୟୁ ରଜ୍ଜୁକୁ ଛିନ୍ନ କରି ଜୀବନ ସୂତ୍ରକୁ ଧରି ସ୍ବକର୍ତ୍ତବ୍ୟ ପଥରେ ଗତିକଲେ ଜୀବନ ସୁରୁଖୁରୁରେ ଅତିବାହିତ ହୋଇପାରିବ ବୋଲି କବି କହିଛନ୍ତି ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୩୩ ।
ଶୁଣ ହେ ମଣିଷ ଭାଇ !
ଅମୃତ ଦୀପ୍ତି ସନ୍ତାନ ତୁମେ ମରଣ ତୁମର କାହିଁ ?
Answer:
ଶୁଣ ହେ …………………………. ତୁମର କାହିଁ ?
ଶଂସିତ ପଦ୍ୟାଶଟି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ ‘ସ୍ଫୁଲିଙ୍ଗ’ କବିତା ପୁସ୍ତକରୁ ସଂଗୃହୀତ ‘ମଣିଷ ଭାଇ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଜାଗରଣଧର୍ମୀ ଆହ୍ବାନ ଦେଇଛନ୍ତି ।
ବିଦେଶୀ ଶାସକବର୍ଗର ଅର୍ଥନୈତିକ ଶୋଷଣ, ନିପୀଡ଼ନ,ଦେଶବାସୀଙ୍କ ଉତ୍କଟ ଦାରିଦ୍ର୍ୟ, ଜମିଦାର ତଥା ବିଦେଶୀ
ଏଠାରେ କବୟିତ୍ରୀ ପରାଧୀନ ଓଡ଼ିଆ ଜାତିର ନୈରାଶ୍ୟଦଗ୍ଧ ପ୍ରାଣରେ ଆଶା ଓ ଆତ୍ମବିଶ୍ଵାସ ଭରିଦେବାପାଇଁ ଜାଗରଣଧର୍ମୀ ଆହ୍ବାନ ଦେଇଛନ୍ତି ।

ଶାସକଙ୍କ ପଦଲେହନକାରୀ ବିଶ୍ୱାସଘାତକଙ୍କ କୂଟ ଚକ୍ରାନ୍ତର ଶିକାର ହୋଇ ଓଡ଼ିଶାର ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା । ଦୁଃଖ, ଯନ୍ତ୍ରଣା ଓ ଅନୁଶୋଚନାର ତୀବ୍ର ମାନସିକ ଜ୍ଵଳନ ମଧ୍ୟରେ ମଣିଷ ଭାଗ୍ୟକୁ ଧକ୍‌କାର କରି ଏଥୁରୁ ନିସ୍ତାର ପାଇବାପାଇଁ ମୃତ୍ୟୁକୁ ଶ୍ରେୟସ୍କର ବୋଲି ବିଚାର କରୁଥିଲା । ଦୁର୍ଦ୍ଦଶାଗ୍ରସ୍ତ ଜନତାଙ୍କ ପାଇଁ କବୟିତ୍ରୀଙ୍କ ମନର କୋମଳ କାରୁଣ୍ୟ କବିତାରେ ରୂପାୟିତ ହୋଇଛି । ତେଣୁ କବୟିତ୍ରୀ ମଣିଷର ଦୁଃଖରେ ବ୍ୟଥ୍‌ତ ହୋଇ ତା’ ମନରେ ଆଶାର ଅସରନ୍ତି ବିଶ୍ୱାସ ଭରିଦେବାକୁ ଯାଇ କହିଛନ୍ତି ଯେ ମଣିଷ ଈଶ୍ବରଙ୍କ ସୃଷ୍ଟିରେ ଅମୃତର ସନ୍ତାନ ।

ତେଣୁ ଭାଗ୍ୟକୁ ନିନ୍ଦାକରି ନିଜକୁ ମୃତ୍ୟୁପଥର ଯାତ୍ରୀ ବୋଲି ଚିନ୍ତା କରିବା ଆଦୌ ସମୀଚୀନ ନୁହେଁ । ସୁଖ-ଦୁଃଖ, ହସ-କାନ୍ଦ ମାନବ ଜୀବନର ଚିର ସହଚର । ଦୁଃଖ, ନିର୍ଯାତନା, ଦାରିଦ୍ର୍ୟ ଓ କଷଣରୁ ମୁକ୍ତି ପାଇବାପାଇଁ ମୃତ୍ୟୁକୁ ଶେଷ ପନ୍ଥା ବୋଲି ବିବେଚନା କରି କର୍ମବିମୁଖ ହେବା ଏବଂ ଏ ସଂସାରକୁ ଧ୍ବଂସପଥ ଅଭିମୁଖୀ ବୋଲି ବିବେଚନା କରିବା ଅବିବେକିତାର ପରିଚୟ । ମଙ୍ଗଳମୟ ପରମେଶ୍ୱରଙ୍କ ଦିବ୍ୟସୃଷ୍ଟିରେ ନିଜକୁ ଅମୃତର ସନ୍ତାନ ମନେକରି ସମସ୍ତ କର୍ମକୁ ଈଶ୍ବରୀୟ ବୋଲି ଗ୍ରହଣ କରିବାକୁ କବୟିତ୍ରୀ ଉପଦେଶ ଦେଇଛନ୍ତି ।

Question ୩୪ ।
ଏ ନୁହେଁ ବିଧାତା ବିଚାର,
ଧ୍ଵଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ ନୁହେଁ ଏ ସୁନ୍ଦର ସଂସାର ।
Answer:
ଏ ନୁହେଁ ………………….. ସୁନ୍ଦର ସଂସାର ।
ପ୍ରଦତ୍ତ” ପଦ୍ୟାଶଟି ପ୍ରଖ୍ୟାତ ନାରୀକବି କୁନ୍ତଳା କୁମାରୀ ସାବତଙ୍କ କବିତା ପୁସ୍ତକ ‘ସ୍କୁଲିଙ୍ଗ’ରୁ ସଂଗୃହୀତ ‘ମଣିଷ ଭାଇ’ ଶୀର୍ଷକ କବିତାରୁ ଆନୀତ ।

ଏଠାରେ କବୟିତ୍ରୀ ପରମେଶ୍ଵରଙ୍କ ଅମୃତମୟ ସୃଷ୍ଟିରେ ନିୟତିର ବିଚିତ୍ର ବିଧାନ ଉପରେ ଆଲୋକପାତ କରିଛନ୍ତି । ପ୍ରାକ୍ ସ୍ବାଧୀନତା କାଳରେ ବିଦେଶୀ ଶାସକଙ୍କ ରାଜନୈତିକ ସ୍ୱେଚ୍ଛାଚାରିତା, କ୍ଷମତାଧିକାରୀଙ୍କ ଶୋଷଣ ଓ ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଥିଲା ତତ୍‌କାଳୀନ ଜନଜୀବନ । ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ଓଡ଼ିଶାର ସାମାଜିକ ଜୀବନ । ଏତଦ୍‌ଭିନ୍ନ ବନ୍ୟା ଓ ମରୁଡ଼ିର କରାଳ ଗ୍ରାସରେ ଓଡ଼ିଶାର ଜନସାଧାରଣଙ୍କ ଜୀବନ-ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ।

ଦୁଃଖ, ଯନ୍ତ୍ରଣା ଓ ଦାରିଦ୍ର୍ୟର କଷାଘାତରେ ଅତିଷ୍ଠ ହୋଇପଡ଼ିଥିଲା ଜନଜୀବନ । ଶୋଷଣ, କଷଣ, ଅତ୍ୟାଚାର ଓ ନିର୍ଯାତନା ଅସହ୍ୟ ହୋଇପଡ଼ିଥିଲା । ମଣିଷ ଏସବୁକୁ ଭାଗ୍ୟର ବିଡ଼ମ୍ବନା ବୋଲି ଧରିନେଇ ମୃତ୍ୟୁକୁ ଶ୍ରେୟସ୍କର ମଣିଥିଲା । କବୟିତ୍ରୀ କୁନ୍ତଳା କୁମାରୀ ମଣିଷର ଏତାଦୃଶ ଦୁରବସ୍ଥା ଦର୍ଶନରେ ମ୍ରିୟମାଣ ହୋଇପଡ଼ିଛନ୍ତି । ନିଜକୁ ଅସହାୟ ବୋଧ କରୁଥିବା ଚିର ନିଷ୍ପେଷିତ, ଲାଞ୍ଚ, ବଞ୍ଚତ ମାନବ ଜାତିର ଏ ଦୁର୍ଦ୍ଦିନରେ ସମ୍ବେଦନଶୀଳ ହୋଇ ତା’ର ନୈରାଶ୍ୟଦଗ୍ଧ ପ୍ରାଣରେ ଆଶା, ଆଶ୍ୱାସନା ସଞ୍ଚାର କରିବାକୁ ଯାଇ କବି କହିଛନ୍ତି ଯେ ବିଧାତାର ବିଚାର ସର୍ବଦା ନ୍ୟାୟୋଚିତ ଓ ମଙ୍ଗଳକାରକ । ଈଶ୍ୱରଙ୍କ ମହନୀୟ ସୃଷ୍ଟିରେ ମଣିଷ ହେଉଛି ଅମୃତର ସନ୍ତାନ ।

ପରମେଶ୍ବର ମଣିଷକୁ କର୍ମତତ୍ପୁର ରହି କର୍ତ୍ତବ୍ୟ ସମ୍ପାଦନରେ ବ୍ରତୀ ହେବା ନିମନ୍ତେ ଏ ସଂସାରକୁ ପଠାଇଛନ୍ତି । ସୁଖ-ଦୁଃଖ ଓ ହସ-କାନ୍ଦର ଚିର ପରିବର୍ତ୍ତନଶୀଳ ଦୁନିଆରେ ଦୁଃଖ, ଯନ୍ତ୍ରଣା, ଦାରିଦ୍ର୍ୟ, ଲଜ୍ଜା ଓ ଅପମାନରେ ମଣିଷ ଯେ ଚିରକାଳ ଦଗ୍ଧଭୂତ ହେଉଥ‌ିବ– ଏହା ନିୟତିର ବିଧାନ ନୁହେଁ । ଶୋଷଣ, କଷଣ, ଅଭାବ, ଅନଟନ ଯେତେ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ତା’ର ଗତି ମୃତ୍ୟୁ ନୁହେଁ କି ଏ ସଂସାର କଦାପି ଧ୍ୱଂସାଭିମୁଖୀ ନୁହେଁ । ସମୟର ଚକ୍ର ଚିର ଘୂର୍ଣ୍ଣନଶୀଳ । ଦୁଃଖ ପରେ ସୁଖର ସମୟ ଅବଶ୍ୟ ଉପଗତ ହେବ । ଏଣୁ ମନରୁ ନୈରାଶ୍ୟ ଓ ହୀନମନ୍ୟତା ପରିହାର କରି କର୍ମରେ ନିଜକୁ ନିୟୋଜିତ କରିବାକୁ କବୟିତ୍ରୀ ଆହ୍ବାନ ଦେଇଛନ୍ତି ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୩୫ ।
ଶୁଣ ଶୁଣ ବିଶ୍ବବାସି !
କରମର ଶୁଭ ଭୁବନ ଏହିଟି, କରମରେ ଶ୍ରମ ନାଶି ।
Answer:
ଶୁଣ ଶୁଣ……………………….ଶ୍ରମ ନାଶି ।
ଶଂସିତ ପଦ୍ୟାଶଟି ନାରୀକବି କୁନ୍ତଳା କୁମାରୀ ସାବତଙ୍କ ରଚିତ ‘ସ୍ଫୁଲିଙ୍ଗ’ କବିତା ପୁସ୍ତକରୁ ସଂଗୃହୀତ ‘ମଣିଷ ଭାଇ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବୟିତ୍ରୀ କର୍ମର ଜୟଗାନ କରି କର୍ମକୁ ଜୀବନର ମାନଦଣ୍ଡ ଭାବେ ଗ୍ରହଣ କରିବାକୁ ମନୁଷ୍ୟକୁ ଆହ୍ଵାନ ଦେଇଛନ୍ତି । ପରାଧୀନ ଦେଶବାସୀ ବିଦେଶୀ ଶାସକଙ୍କ ଶୋଷଣ, କଷଣ ଓ ଅତ୍ୟଚାରରେ ଅତିଷ୍ଠ ହୋଇ ଭାଗ୍ୟକୁ ଧିକ୍‌କାର କରିବା ପୂର୍ବକ ମୃତ୍ୟୁକୁ ଶ୍ରେୟସ୍କର ବୋଲି ବିବେଚନା କରୁଥିଲେ । କବୟିତ୍ରୀ କୁନ୍ତଳା କୁମାରୀ ମଣିଷର ନୈରାଶ୍ୟଦଗ୍ଧ ପ୍ରାଣରେ ଆଶା ଓ ଆତ୍ମବିଶ୍ଵାସ ସୃଷ୍ଟି କରିବାପାଇଁ ତାକୁ ଭାଗ୍ୟବାଦୀ ନ ହୋଇ କର୍ମରେ ନିୟୋଜିତ ହେବାକୁ ପରାମର୍ଶ ଦେଇଛନ୍ତି ।

ଈଶ୍ବର ମଣିଷକୁ କର୍ମ କରିବାପାଇଁ ଏ ଧରାଧାମରେ ଜନ୍ମ ଦେଇଛନ୍ତି । ଫଳ ବାଞ୍ଛା ନ କରି ସର୍ବଦା କର୍ମରତ ରହିଲେ ମନ ମଧ୍ୟକୁ କୁଭାବନା ପ୍ରବେଶ କରିପାରେ ନାହିଁ । ନିରାଶା, ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତି ପାଇବାର ଏକମାତ୍ର ପଥ ହେଉଛି କର୍ମତତ୍ପରତା । ଏ ସଂସାର ହେଉଛି ମାନବର କର୍ମଭୂମି । ତେଣୁ ନିଜକୁ ମଣିଷ କର୍ମରେ ଜଡ଼ିତ କରି ପରମେଶ୍ଵରଙ୍କ ଅମୃତମୟ ସୃଷ୍ଟିକୁ ମହନୀୟ କରିବାକୁ କବୟିତ୍ରୀ ପରାମର୍ଶ ଦେଇଛନ୍ତି । ବାସ୍ତବିକତା ଦୃଷ୍ଟିରୁ କର୍ମଠ ଜୀବନ ମାନସିକ ସନ୍ତୁଳନ ସୁରକ୍ଷା ଓ କାୟିକ ସୁସ୍ଥତା ରକ୍ଷାରେ ସହାୟକ ହୁଏ । ତେଣୁ ଜୀବନର ସବୁ ମାନ-ଅପମାନ, ଲଜ୍ଜା-ଭୟ, ଅଶ୍ରୁ-ଅଭିଳାଷ, ଦୁଃଖ-ଅବସୋସକୁ ବିଭୁ ପଦାରବିନ୍ଦରେ ସମର୍ପଣପୂର୍ବକ କର୍ମରେ ବିନିଯୁକ୍ତ ହେବାକୁ ମଣିଷ ଭାଇକୁ ନାରୀକବି ଆହ୍ୱାନ କରିଛନ୍ତି ।

Question ୩୬ ।
ବିଧାତାର ବରପୁତ୍ର
ଯୁଗାନ୍ତ-ମୃତ୍ୟୁ ରଜ୍ଜୁ ଛିଣ୍ଡାଇ ଧର ହେ ଜୀବନ ସୂତ୍ର ।
Answer:
ବିଧାତାର …………………..ଜୀବନ ସୂତ୍ର ।
ପ୍ରୋକ୍ତ ପଦ୍ୟାଶଟି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ ‘ସ୍ଫୁଲିଙ୍ଗ’ କବିତା ପୁସ୍ତକ ଅନ୍ତର୍ଗତ ‘ମଣିଷ ଭାଇ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବୟିତ୍ରୀ ଦୁଃଖ, ଯନ୍ତ୍ରଣା, ଦାରିଦ୍ର୍ୟ ଓ ଅପମାନରେ ବ୍ୟଥୂତ ମୃତ୍ୟୁକାମୀ ମଣିଷ ଭାଇକୁ ତା’ର ମହାର୍ଘ ଜୀବନର ମହତ୍ତ୍ବ ରକ୍ଷାରେ ପ୍ରୟାସୀ ହେବାକୁ ଆହ୍ଵାନ କରିଛନ୍ତି । ଅନନ୍ତ ମରଣ ଯେ ମଣିଷର କପାଳ ଲିଖନ ନୁହେଁ, ଜୀବନର ଶେଷ ଗତି ନୁହେଁ କବୟିତ୍ରୀ ଏହି ଭାବନା ମଣିଷ ମନରେ ଭରିଦେବାକୁ ତାଙ୍କ କବିତା ମାଧ୍ୟମରେ ଆହ୍ଵାନ କରିଛନ୍ତି । ମନର ସମସ୍ତ ନୈରାଶ୍ୟ ଓ ହତାଶବୋଧ ଦୂର କରିବାପାଇଁ କର୍ମରେ ନିମଜ୍ଜିତ ରହିବା ହିଁ ଶ୍ରେଷ୍ଠ ବିକଳ୍ପ । କବୟିତ୍ରୀଙ୍କ ମତରେ ମାନବ ହେଉଛି ବିଧାତାଙ୍କ ଶ୍ରେଷ୍ଠ ବରପୁତ୍ର ।

ଜୀବନ ଯୁଦ୍ଧରେ କ୍ଷତାକ୍ତ ହୋଇଗଲେ ମୃତ୍ୟୁକୁ ଶେଷ ଗତି ବୋଲି ଭାବି ନୀରବରେ ଅଶୁ ବିସର୍ଜନ କରିବା ବୀରତ୍ୱର ପରିଚାୟକ ନୁହେଁ । ସାମାନ୍ୟ ରକ୍ତପାତରେ ଜୀବନ କ୍ଷୀଣ ବା ଦୁର୍ବଳ ହୋଇଯାଏ ନାହିଁ କିମ୍ବା ଲଜ୍ଜା ଓ ଅପମାନର କଳଙ୍କ କାଳିମାରେ ମନୁଷ୍ୟ ଦୀନହୀନ ହୋଇଯାଏ ନାହିଁ । ବରଂ ସମସ୍ତ ବିଷାଦ-ବ୍ୟର୍ଥତା, ଦୁଃଖ-କାତରତା ଓ ହୀନମନ୍ୟତାର ବଳୟ ମଧ୍ୟରୁ ମୁକ୍ତି ପାଇବାର ପ୍ରକୃଷ୍ଟ ପନ୍ଥା ହେଉଛି କର୍ମତତ୍ପରତା । ସଂସାର ରୂପକ ଏହି ବିଶାଳ କର୍ମଭୂମିରେ ବିଭୁ ପ୍ରେରିତ କର୍ମୀ ବୋଲି ନିଜକୁ ମନେକରି କର୍ମରେ ନିୟୋଜିତ ରହିଲେ ମଣିଷ ଜୀବନ-ସୂତ୍ର ଧାରଣରେ ସମର୍ଥ ହୋଇପାରିବ । ମୃତ୍ୟୁକାମୀ ମାନବ ମନରେ ଆତ୍ମବିଶ୍ଵାସ ଭରିଦେବାରେ କବୟିତ୍ରୀଙ୍କ ଆଶାବାଦୀ ଆହ୍ବାନ ଓ ମାନବ ଦରଦୀ ଭାବୋଚ୍ଛାସ ପ୍ରଣିଧାନଯୋଗ୍ୟ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୭ ।
ହତୋତ୍ସାହିତ ହୋଇପଡ଼ିଥିବା ମଣିଷଙ୍କୁ କବି କି ପ୍ରକାର ପ୍ରେରଣା ଯୋଗାଇଛନ୍ତି, ପଠିତ କବିତା ଅନୁସରଣରେ ଆଲୋଚନା କର ।
କିମ୍ବା, ନୈରାଶ୍ୟବାଦୀ ମନରେ ଆଶାର ସଞ୍ଚାର କରିବା ଥିଲା ଉତ୍କଳ-ଭାରତୀ କୁନ୍ତଳା କୁମାରୀଙ୍କର ରଚନାର ବୈଶିଷ୍ଟ୍ୟ – ଏହା କେତେଦୂର ଯଥାର୍ଥ ଆଲୋଚନା କର ।
କିମ୍ବା, ଦୁଃଖ, ଦୈନ୍ୟ ଓ ଦୁର୍ଦ୍ଦଶା ପ୍ରପୀଡ଼ିତ ମାନବ ସମାଜ ପାଇଁ କବି କୁନ୍ତଳା କୁମାରୀଙ୍କର ଅକୁଣ୍ଠ ଦରଦ ସମ୍ପର୍କରେ ପଠିତ କବିତାରୁ ଏକ ସମୀକ୍ଷାମୂଳକ ତଥ୍ୟ ପ୍ରଦାନ କର।
Answer:
ଓଡ଼ିଆ ସାହିତ୍ୟର ବାଣୀ-ବିତାନରେ ଉତ୍କଳ-ଭାରତୀ କୁନ୍ତଳା କୁମାରୀଙ୍କ ସାହିତ୍ୟ ସାଧନା ଓ ସୃଷ୍ଟି ଓଡ଼ିଆ ସାହିତ୍ୟର ଇତିହାସ ପୃଷ୍ଠାରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଛି । ଜୀବନର ସ୍ବଳ୍ପକାଳ ମଧ୍ୟରେ ପ୍ରତିଭାର ସୁବିନିଯୋଗ କରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନିଜର ଅମଳିନ ପରିଚୟ ରଖୁ ଯାଇଛନ୍ତି ନାରୀକବି । କବୟିତ୍ରୀଙ୍କ କାବ୍ୟ ପରିକ୍ରମାରେ ପରିଣତ ପର୍ଯ୍ୟାୟରେ ତାଙ୍କୁ ବାସ୍ତବବାଦୀ ହୋଇପଡ଼ିଥିବା ଦେଖିବାକୁ ମିଳେ । ଭାଷା ଓ ଭାବର ପ୍ରାଞ୍ଜଳତାରେ, ବର୍ଣ୍ଣିତ କଥା- ବସ୍ତୁର ବାସ୍ତବବାଦୀ କାରୁଣ୍ୟରେ ତଥା ବର୍ଣ୍ଣନାଭଙ୍ଗୀର ନିରାଭରଣ ସାବଲୀଳତାରେ କବୟିତ୍ରୀଙ୍କ କବିତାମାନ ଅଧିକ ପ୍ରାଣବନ୍ତ ହୋଇଛି ।

ଅବିନଶ୍ବର ପ୍ରତିଭାଦୀପ୍ତ ଏହି ପ୍ରଜ୍ଞାପରିମିତାଙ୍କ ସୃଷ୍ଟିନିଚୟ ବାସ୍ତବବାଦ ସହ ଆଶାବାଦର ମଧୁର ସମନ୍ବୟରେ ଯେଭଳି ଅନୁରଣିତ ହୋଇଛି ତା’ର ପଟାନ୍ତର ନାହିଁ । କବୟିତ୍ରୀଙ୍କ ଲେଖନୀ ନିଃସୃତ ‘ଅଞ୍ଜଳି’, ‘ଉଲ୍ଲାସ’, ‘ଅର୍ଜନା’, ‘ସ୍ଫୁଲିଙ୍ଗ’ ଓ ‘ଆହ୍ବାନ’ ଆଦି କବିତା ପୁସ୍ତକ; ‘ଭ୍ରାନ୍ତି’, ‘ନ’ତୁଣ୍ଡୀ, ‘ପରଶମଣି, ‘ରଘୁ ଅରକ୍ଷିତ’, ‘କାଳୀବୋହୂ’ଆଦି ଉପନ୍ୟାସ ତାଙ୍କ ଅମଳିନ ବହୁମୁଖୀ ପ୍ରତିଭାର ବଳିଷ୍ଠ ନିଦର୍ଶନ । ଡାକ୍ତରୀ ବିଦ୍ୟା ତାଙ୍କର ବୃତ୍ତି ଥିଲେ ମଧ୍ୟ ସାହିତ୍ୟ ସାଧନକୁ ନିଜର ବ୍ରତ ଭାବେ ଗ୍ରହଣ କରି ନେଇଥିଲେ କବୟିତ୍ରୀ । ବିଶ୍ବଜନୀନତା, ସେବାପରାୟଣତା, ଭଗବତ୍ ବିଶ୍ଵାସ ଓ କର୍ତ୍ତବ୍ୟପରାୟଣତାକୁ ଆଧାର କରି କାବ୍ୟକବିତା ରଚନା କରିବାରେ କବୟିତ୍ରୀଙ୍କ ଲେଖନୀ ଶତମୁଖ ହୋଇଥିଲା ।

‘ମଣିଷ ଭାଇ ଶୀର୍ଷକ କବିତା କବୟିତ୍ରୀଙ୍କ ‘ସ୍ଫୁଲିଙ୍ଗ’କବିତା ପୁସ୍ତକରୁ ସଂଗୃହୀତ । ଏହି ପୁସ୍ତକର ରଚନାକାଳ ପ୍ରାକ୍- ସ୍ଵାଧୀନତାକାଳୀନ, ଯେତେବେଳେ ବିଦେଶୀ ଶାସକର ସ୍ବେଚ୍ଛାଚାରିତା, ଶୋଷଣ ଓ ଅତ୍ୟାଚାର, ଜମିଦାର ଶ୍ରେଣୀ ବ୍ୟକ୍ତି- ବିଶେଷଙ୍କ ଜୁଲମ ଓ ନାଲିଆଖୁ ଓଡ଼ିଶାର ସାଧାରଣ ଜନଜୀବନକୁ ଦୁର୍ବିସହ କରିଦେଇଥିଲା । ନିଷ୍ପେଷିତ, ଲାଞ୍ଛିତ ମଣିଷ ନିନ୍ଦା, ଅପମାନ, ଲଜ୍ଜା ଓ ଭୟରେ କାକୁସ୍ଥ ହୋଇ ଦୁଃଖ ଓ ଯନ୍ତ୍ରଣାରେ ଅତିଷ୍ଠ ହୋଇଉଠିଥିଲା ।

ଏତଦ୍‌ଭିନ୍ନ ବନ୍ୟା ଓ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟବାସୀଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲିଦେଇ ଏକ ହାହାକାରମୟ ପରିସ୍ଥିତି ସୃଷ୍ଟି କରିଥିଲା । ରାଜ- ପ୍ରପୀଡ଼ନର ଦୁଃଖ, ଦୁର୍ଦ୍ଦଶା ସହ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ମଣିଷର ଦୁର୍ବିପାକ ସନ୍ଦର୍ଶନରେ କବୟିତ୍ରୀଙ୍କ ମାନବ- ଦରଦୀ ମନ ଚହଲି ଯାଇଛି । ସାମାଜିକ ଜୀବନର ବିପର୍ଯ୍ୟସ୍ତ ପରିସ୍ଥିତି ଓ ମଣିଷ ଭାଇ ହୃଦୟରେ ବସା ବାନ୍ଧିଥ‌ିବା ନୈରାଶ୍ୟ ଅବଲୋକନରେ କବୟିତ୍ରୀ ମ୍ରିୟମାଣ ହୋଇପଡ଼ିଛନ୍ତି । ଉତ୍କଟ ବାସ୍ତବବାଦୀ କବିତାଟିରେ କୁନ୍ତଳା କୁମାରୀଙ୍କ ଓଡ଼ିଆ ଜାତିପ୍ରୀତି, ଦୁର୍ଦ୍ଦଶାଗ୍ରସ୍ତ ମଣିଷ ଭାଇ ପ୍ରତି ସମ୍ବେଦନଶୀଳତା ତଥା ଆଶାବାଦର ସୁମଧୁର ସମନ୍ୱୟ କବିତାକୁ ଅଧିକ ପ୍ରାଣବନ୍ତ ଓ ମନୋଜ୍ଞ କରିଛି ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

ରାଜନୈତିକ ତଥା ସାମାଜିକ ଜୀବନର ସମସ୍ତ ପ୍ରତିକୂଳତାର ସମ୍ମୁଖୀନ ହୋଇ ମଣିଷ ଭାଗ୍ୟବାଦୀ ହେବାକୁ ବାଧ୍ୟ ହୋଇଛି । ଦୁଃଖ, ଲାଞ୍ଛନା, ଅପମାନ ଓ ଅପବାଦକୁ ଭାଗ୍ୟଲିପି ବୋଲି ଧରିନେଇ ସଂସାରକୁ ଧ୍ବଂସପଥର ଯାତ୍ରୀ ଓ ମୃତ୍ୟୁ ପଥର ଧାତ୍ରୀ ବୋଲି ଚିନ୍ତା କରିଛି । ମୃତ୍ୟୁରେ ହିଁ ଦୁଃଖପୂର୍ଣ୍ଣ ଜୀବନର ପରିସମାପ୍ତି ବୋଲି ତା’ର ମନରେ ଦୃଢ଼ ଧାରଣା ସୃଷ୍ଟି ହୋଇଛି । ସେମାନଙ୍କ ନୈରାଶ୍ୟଦଗ୍ଧ ପ୍ରାଣରେ ଆଶା ଓ ଆତ୍ମବିଶ୍ଵାସ ଭରିଦେବା ପାଇଁ କବୟିତ୍ରୀଙ୍କ ଲେଖନୀରୁ ଝରିପଡ଼ିଛି କବିତା ‘ ମଣିଷ ଭାଇଁ । ସେମାନଙ୍କ ଦୁଃଖରେ ସମଦୁଃଖୀ ହୋଇ କବି ଗାଇ ଉଠିଛନ୍ତି –

‘‘ ଶୁଣ ହେ ମଣିଷ ଭାଇ ! ଝୁରି ମରିବାକୁ ବୁଡ଼ି ମରିବାକୁ
ମଣିଷ ଜନମି ନାହିଁ ।”

ହତୋତ୍ସାହିତ ମଣିଷ ଭାଇକୁ ବଞ୍ଚିବାର ରାହା ଦେଖାଇବାକୁ ଯାଇ କବୟିତ୍ରୀ କେତୋଟି ମୂଲ୍ୟବାନ୍ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଆଶାବାଦୀ ଅନୁପ୍ରେରଣାରେ ସେମାନଙ୍କ ମନରେ ଆତ୍ମବିଶ୍ଵାସ ଜାଗ୍ରତ କରିବାକୁ ପ୍ରୟାସ କରିଛନ୍ତି । ପ୍ରଥମେ ଦୁଃଖ ଦୁର୍ଦ୍ଦଶାକୁ ବିଧ ଅଭିପ୍ରେତ ବୋଲି ବିବେଚନା କରି ଭାଗ୍ୟକୁ ଧ୍କାର ନ କରିବାକୁ କି ଶତ ହତଶ୍ବାସରେ ଜୀବନକୁ ଅଧିକ ଯନ୍ତ୍ରଣା ଜର୍ଜରିତ ନ କରିବାକୁ କବୟିତ୍ରୀ ସମ୍ବେଦନଭରା ଆଶ୍ବାସନା ବାଣୀ ଶୁଣାଇଛନ୍ତି ।

କବୟିତ୍ରୀଙ୍କ ମତରେ ମାନବ ନିୟତିର ଅଧୀନ ହେଲେ ମଧ୍ୟ ଜଣେ ଯନ୍ତ୍ରଣାଦଗ୍ଧ ଅନ୍ଧକାର କାରାଗୃହରେ ଚିର ଶୃଙ୍ଖଳିତ, ଲାଞ୍ଛିତ ଓ ବଞ୍ଚିତ ଜୀବନ ଅତିବାହିତ କରୁଥୁବ; ଏହା ବିଧ୍ୱନିର୍ଦ୍ଦିଷ୍ଟ ନୁହେଁ । ମାନବ ଜାତି କଦାପି ଧ୍ୱଂସପଥର ଯାତ୍ରୀ ନୁହେଁ କି ଏ ସଂସାର ମୃତ୍ୟୁର ମରଣଯନ୍ତା ନୁହେଁ । ଈଶ୍ଵର ସୃଷ୍ଟ ଏ ନିଷ୍ଫଳ ବିଶ୍ବ ହେଉଛି ମାନବର କର୍ମଭୂମି । ଅମୃତର ସନ୍ତାନ ମନୁଷ୍ୟ ପରମେଶ୍ଵରଙ୍କ ମହନୀୟ ସୃଷ୍ଟି । ହସ- କାନ୍ଦ, ସୁଖ-ଦୁଃଖ, ଭଲ-ମନ୍ଦର ସଦା ପରିବର୍ତ୍ତିତ ସମୟକୁ ନେଇ ଏ ସଂସାରରେ ସବୁକିଛି ଆତଯାତ ହେଉଛି । ତେଣୁ ସୁଖ- ସ୍ଵପ୍ନଭରା ଅତୀତକୁ ଝୁରି ତଥା ସାମ୍ପ୍ରତିକ ଦୁଃଖ – ଯନ୍ତ୍ରଣାର କାରୁଣ୍ୟରେ ହୃଦୟକୁ ଭାରାକ୍ରାନ୍ତ କରି ପଳାୟନପନ୍ଥୀ ପରି ନୈରାଶ୍ୟଦଗ୍ଧ ଜୀବନ ଅତିବାହିତ କରିବା ବିବେକୀର ଲକ୍ଷଣ ନୁହେଁ ।

ନାରୀକବିଙ୍କ ମତରେ ଏ ସଂସାର ହେଉଛି ମାନବ ପାଇଁ କର୍ମଭୂମି । ସଦା କର୍ମତତ୍ପର ରହି କର୍ତ୍ତବ୍ୟ ସମ୍ପାଦନ କରିଯିବାକୁ ପରମେଶ୍ୱର ଏହି ସୁନ୍ଦର ସଂସାରକୁ ଆମକୁ ପଠାଇଛନ୍ତି । ଫଳ ବାଞ୍ଛା ନ କରି କର୍ମ ସମ୍ପାଦନ କରି ଚାଲିଲେ ଲାଞ୍ଛନା, ଅପମାନ, ଅପବାଦକୁ ବିସ୍ତୃତ ହେବା ସଙ୍ଗେ ସଙ୍ଗେ ମନରୁ କୁଭାବନା ଦୂରେଇ ରହିବ । ମନରେ ଅହମିକା ପୋଷଣ କରି କ୍ରୋଧଯୁକ୍ତ ହେଲେ କିମ୍ବା ପ୍ରତିଶୋଧପରାୟଣ ମନୋବୃତ୍ତି ପୋଷଣ କଲେ ତା’ର ବିଷକ୍ରିୟାରେ ମନକୁ ପାଶବିକତା ଗ୍ରାସ କରିବ । ଜୀବନର ସବୁ ମାନ – ଅପମାନ, ଦୁଃଖ-ଯନ୍ତ୍ରଣାକୁ ବିଭୁ ପଦାରବିନ୍ଦରେ ସମର୍ପଣ ପୂର୍ବକ ନିଜକୁ କର୍ମତତ୍ପର ରଖୁରିଲେ ହିଁ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

ପଶୁତ୍ଵ-ଦେବତ୍ୱର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଅନ୍ତଃରିପୁ ଦମନ ପ୍ରତି ଯତ୍ନଶୀଳ ହେବାକୁ ମଧ୍ୟ କବୟିତ୍ରୀ ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାସର୍ଯ୍ୟାଦି ଷଡ଼ରିପୁ ତଥା ଇନ୍ଦ୍ରିୟ ସୁଖ ଲାଳସା ମାନବାତ୍ମାକୁ କଳୁଷିତ କରି ପାପାତ୍ମାରେ ପରିଣତ କରିଥାଏ । ତେଣୁ ସେହି ଷଡ଼ରିପୁ ଦମନରେ ପ୍ରୟାସୀ ହେଲେ ମଣିଷ ଦିବ୍ୟଜୀବନ ଲାଭ କରିବାରେ ସମର୍ଥ ହୋଇ ଦେବତ୍ୱର ଅଧିକାରୀ ହୋଇପାରିବ । ପରମେଶ୍ବରଙ୍କୁ ଋଣୀ କରିବାପାଇଁ ମାନବୀୟ ଧର୍ମର ଯଥାଯଥ ପାଳନ ଅନିବାର୍ଯ୍ୟ । ତେଣୁ ଈଶ୍ବରଙ୍କ ଏହି ମହନୀୟ ସୃଷ୍ଟିର ସୌନ୍ଦର୍ଯ୍ୟ ବୃଦ୍ଧିରେ ନିଜକୁ ଉତ୍ସର୍ଗ କରି ଜୀବନକୁ ସତ୍ଵକର୍ମରେ ବିନିଯୁକ୍ତ କରିବାକୁ ନାରୀକବି ଆହ୍ୱାନ ଦେଇଛନ୍ତି । ତାଙ୍କ ଭାଷାରେ –

‘‘ଋଣୀ କର ଭବରାଣେ
ତା’ଙ୍କ ରଚା ଚରାଚର ପରାଣରେ ବଳି ଦିଅ ନିଜ ପ୍ରାଣେ ।’’

ମଙ୍ଗଳମୟ ପରମେଶ୍ବର ତାଙ୍କ ଅମୃତମୟ ସୃଷ୍ଟିର ଅଭିନବ ବିକାଶ ଦର୍ଶନରେ ଚିର ଆଗ୍ରହୀ । ସେ ହିଁ ମଣିଷର ସବୁ ବିଷାଦ -ବ୍ୟର୍ଥତା, ଦୁଃଖ – କାତରତା ତଥା ଯାବତୀୟ ହୀନମନ୍ୟତା ରୂପକ କଳଙ୍କ କାଳିମାକୁ ତାଙ୍କ ଦିବ୍ୟସ୍ପର୍ଶରେ ଧୋଇଦେଇ ତାକୁ ଅମୃତ ପିପାସୀ କରାଇବେ । ତେଣୁ ମୃତ୍ୟୁକାମୀ ମଣିଷ ଭାଇ ମନରୁ ସମସ୍ତ ନୈରାଶ୍ୟ ଓ ଅସହାୟବୋଧ ଭାବନାକୁ ପରିହାର କରି ଜୀବନ ସୂତ୍ର ଧାରଣ କରିବାକୁ ନାରୀକବି ଆହ୍ୱାନ ଦେଇଛନ୍ତି । ନାରୀକବିଙ୍କ ମାନବପ୍ରେମୀ ଆଭିମୁଖ୍ୟ ଆଶାବାଦିତାର ଉଜ୍ଜ୍ବଳ ମୟୂଖରେ ଯେ ଚିର ଦୀପ୍ତିମାନ, ଆଲୋଚ୍ୟ କବିତାରୁ ତାହା ସ୍ପଷ୍ଟ ପରିଦୃଷ୍ଟ ହୁଏ ।

Question ୩୮ ।
କବି ଜଣେ ମାନବବାଦୀ – ଏ ଭକ୍ତିର ଯଥାର୍ଥତା ‘ମଣିଷ ଭାଇ’ କବିତା ଅବଲମ୍ବନରେ ପ୍ରତିପାଦନ କର ।
କିମ୍ବା, ନାରୀକବି କୁନ୍ତଳାକୁମାରୀଙ୍କ ଲେଖନୀ ମୁନରେ ମାନବବାଦର ଯେଉଁ ଜ୍ଵଳନ୍ତ ସ୍ଫୁରଣ ଘଟିଛି, ତାହା ଆଲୋଚନା କର ।
କିମ୍ବା, କୁନ୍ତଳାକୁମାରୀଙ୍କର ‘ମଣିଷ ଭାଇ’ କବିତା ଆମୂଳଚୂଳ ମାନବବାଦର ଆଦର୍ଶରେ ଭରପୂର– ଏହାର ଯଥାର୍ଥତା ପ୍ରତିପାଦନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରବହମାନ କାଳ ବକ୍ଷରେ ସବୁଜ ଯୁଗ ଓ ପ୍ରଗତିବାଦର ସନ୍ଧିକ୍ଷଣରେ ବାସ୍ତବବାଦ, ଆତ୍ମଭୌତିକ ଚେତନା ଓ ରହସ୍ୟବାଦକୁ ଆଧାର କରି ସ୍ଵକୀୟ ଲେଖନୀ ଚାଳନା କରିଥିଲେ ମାନବବାଦୀ କବୟିତ୍ରୀ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ । ବିଶେଷତଃ ପ୍ରାକ୍-ସ୍ବାଧୀନତା କାଳରେ ଜଣେ ଏକକ ନାରୀକଣ୍ଠର ସ୍ବର – ସମ୍ଭାର ତତ୍‌କାଳୀନ ଓଡ଼ିଶାବାସୀଙ୍କୁ କେବଳ ଯେ ଚମତ୍କୃତ କରିଥିଲା ତାହା ନୁହେଁ, ବରଂ ପ୍ରତିଷ୍ଠିତ ସାହିତ୍ୟିକମାନଙ୍କୁ ତାଙ୍କ ସାରସ୍ବତ ସୃଷ୍ଟିନିଚୟ ବିସ୍ମିତ କରିଥିଲା ।

ବୃତ୍ତିରେ ଚିକିତ୍ସକ ଓ ପ୍ରବୃତ୍ତିରେ ସାହିତ୍ୟ ସାଧନା; କବୟିତ୍ରୀଙ୍କ ବହୁମୁଖୀ ପ୍ରତିଭାର ଉଜ୍ଜ୍ଵଳ ନିଦର୍ଶନ । ମାତ୍ର ୩୮ ବର୍ଷର ସ୍ୱଳ୍ପ ଜୀବନକାଳ ମଧ୍ୟରେ ପ୍ରତିଭାର ସୁବିନିଯୋଗ କରି ସେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନିଜର ଅମଳିନ ପରିଚୟ ରଖିଯାଇଛନ୍ତି । କବୟିତ୍ରୀଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ୟରେ ‘ଅଞ୍ଜଳି, ‘ଉଲ୍ଲାସ, ‘ଅର୍ଜନା’, ‘ସ୍କୁଲିଙ୍ଗ ଓ ‘ ଆହ୍ୱାନ ପରି କବିତା ପୁସ୍ତକ; ‘ ଭ୍ରାନ୍ତି’, ‘ନ’ତୁଣ୍ଡୀ, ‘ ପରଶମଣି, ‘ରଘୁ ଅରକ୍ଷିତ ଓ ‘ କାଳୀବୋହୂ’ ଆଦି ଉପନ୍ୟାସ ନାରୀକବିଙ୍କ ସାରସ୍ବତ ପ୍ରତିଭାର ବଳିଷ୍ଠ ନିଦର୍ଶନ । ବିଶ୍ୱଜନୀନତା, ସେବାପରାୟଣତା, କର୍ତ୍ତବ୍ୟପରାୟଣତା, ଭଗବତ୍ ବିଶ୍ୱାସ ଓ ସର୍ବୋପରି ମାନବିକ ମୂଲ୍ୟବୋଧ କବିଙ୍କ କାବ୍ୟକବିତାର ବୈଶିଷ୍ଟ୍ୟ ।

ଆଲୋଚ୍ୟ ‘ମଣିଷ ଭାଇ କବିତାଟି କବୟିତ୍ରୀଙ୍କ କବିତାଗୁଚ୍ଛ ‘ସ୍ଫୁଲିଙ୍ଗ’ରୁ ସଂଗୃହୀତ । କବୟିତ୍ରୀଙ୍କ ପ୍ରାକ୍- ସ୍ଵାଧୀନତାକାଳୀନ ଏହି କବିତାରେ ତତ୍‌କାଳୀନ ସମାଜ ଓ ଜନଜୀବନର ନିଚ୍ଛକ ଚିତ୍ର ପ୍ରକାଶ ପାଇଛି । ପରାଧୀନ ଓଡ଼ିଶାରେ ବିକଟ ଦାରିଦ୍ର୍ୟ ଓ ନିପୀଡ଼ିତ ଜୀବନ ନେଇ ଓଡ଼ିଆ ଜାତି ନୈରାଶ୍ୟର ଘନ ଅନ୍ଧକାର ମଧ୍ଯରେ ସଢ଼ୁଥିଲାବେଳେ ସେମାନଙ୍କ ବ୍ୟର୍ଥିତ ପ୍ରାଣରେ ଆଶାର ସଞ୍ଜୀବନୀ ବାରି ବର୍ଷଣ କରିବାକୁ କୁନ୍ତଳା କୁମାରୀଙ୍କ କାଳଜୟୀ ଲେଖନୀ ଆଗେଇ ଆସିଛି। ସମ୍ବେଦନଶୀଳ କବି ହୃଦୟରୁ ମାନବ ପ୍ରୀତି ଝରିପଡ଼ିଛି କବିତା ‘ମଣିଷ ଭାଇ’ରେ ।

ଶୋଷିତ, ଲାଞ୍ଛିତ ଜନଜୀବନର ଦାରିଦ୍ର୍ୟ, କଷଣ, ରୋଗବ୍ୟାଧ୍ ଓ ଅଭାବ ଅନଟନଜନିତ ଅସହାୟବୋଧ, ନାରୀକବିଙ୍କ ଦରଦୀ ପ୍ରାଣରେ ବ୍ୟଥା ଓ ବିଷାଦ ଭରିଦେଇଛି । ତାଙ୍କ ଆୟୋପଲବ୍ଧି ଓ ମାନବୀୟ ମହତ୍ତ୍ଵ ଯେ ଗଭୀର ଆଶାବାଦିତାର ଉଜ୍ଜ୍ବଳ ମୟୂଖରେ ଦୀପ୍ତିମାନ ହୋଇଉଠିଛି ତାହା କବିତାର ପଂକ୍ତିଗୁଡ଼ିକରେ ସ୍ପଷ୍ଟ ରୂପାୟିତ । ମଣିଷ ଭାଇକୁ ହତାଶାବୋଧର ଘୂର୍ତ୍ତି ମଧ୍ୟରୁ ରକ୍ଷା କରିବାପାଇଁ କବୟିତ୍ରୀଙ୍କ ପ୍ରେରଣାପୂର୍ଣ ଆହ୍ବାନ ତଥା ଉପଯୁକ୍ତ ଦିଗ୍‌ଦର୍ଶନ ପ୍ରଦାନ, ତାଙ୍କ ଦୃଢ଼ ମାନସିକତା, ମାନବିକ ମୂଲ୍ୟବୋଧ ତଥା ପ୍ରଗାଢ଼ ଆଶାବାଦିତାର ପରିଚୟ ଦେଇଥାଏ ।

କବିତା ‘ ମଣିଷ ଭାଇ’ରେ ନୈରାଶ୍ୟଦଗ୍ଧ ମଣିଷକୁ କବୟିତ୍ରୀ ଯେଉଁ ପରାମର୍ଶଗୁଡ଼ିକ ଦେଇଛନ୍ତି, ସେଥୁରୁ ସ୍ପଷ୍ଟ ଭାବେ ପ୍ରତୀତ ହୁଏ ଯେ, ସେ ଥିଲେ ଜଣେ ସଫଳ ମନୋବିଜ୍ଞାନୀ । କବୟିତ୍ରୀ ଅନୁଭବ କରିଥିଲେ ଯେ ତତ୍‌କାଳୀନ ସାମାଜିକ ପରିସ୍ଥିତି ମଣିଷକୁ ମାନସିକ ଭାବେ ଦୁର୍ବଳ କରିଦେଇଛି । ତେଣୁ ତା’ ମନରେ ପ୍ରଥମେ ସାହସ ଓ ଧୈର୍ଯ୍ୟ ଭରିଦେବାକୁ ବାଣୀ ପ୍ରୟୋଗ କରିଛନ୍ତି । କବୟିତ୍ରୀଙ୍କ ଭାଷାରେ –

BSE Odisha 9th Class Odia Solutions Chapter 4 ମଣିଷ ଭାଇ

‘‘ଶୁଣ ହେ ମଣିଷ ଭାଇ ! ଝୁରି ମରିବାକୁ ବୁଡ଼ି ମରିବାକୁ
ମଣିଷ ଜନମି ନାହିଁ । ”
ଅମୃତ ଦୀପ୍ତି ସନ୍ତାନ ତୁମେ ମରଣ ତୁମର କାହିଁ ?”’

ତତ୍‌ପରେ କବୟିତ୍ରୀ ଅନୁଭବ କରିଛନ୍ତି ଯେ ଅସହାୟ ମଣିଷ ମନରେ କର୍ମମୁଖର ଜୀବନର ଜୟଗୀତି ଶୁଣାଇବାକୁ ହେବ । କର୍ମରେ ନିୟୋଜିତ ରହିଲେ ମଣିଷ ଯେ ଦୁଃଖ, ଅବସାଦ, ଅପମାନ, ଲଜ୍ଜା ଓ ଭୟ ଆଦି ମାନସିକ ଦୌର୍ବଲ୍ୟଜନିତ ବସ୍ତୁତ ହେବ, କବୟିତ୍ରୀ ଏହା ଆତ୍ମପଲବ୍ଧିରୁ ଅବଗତ ଥିଲେ । ତେଣୁ କର୍ମର ଜୟଗାନ କରି ସେ ଗାଇଛଠିଛନ୍ତି –

‘‘ ଶୁଣ ଶୁଣ ବିଶ୍ୱବାସୀ ! କରମର ଶୁଭ ଭୁବନ ଏହିଟି,
କରମରେ ଶ୍ରମ ନାଶି । ’’

କବିୟତ୍ରୀଙ୍କ ମତରେ ଏ ସଂସାର ହେଉଛି ମାନବର କର୍ମଭୂମି । ଫଳବାଞ୍ଛାବିହୀନ କର୍ମରେ ନିଯୁକ୍ତ ରହିବାକୁ ପରମେଶ୍ୱର ଆମକୁ ଏ ବିଶାଳ ସଂସାରକୁ ପ୍ରେରଣ କରିଛନ୍ତି । ମଣିଷ କର୍ମତତ୍ପର ରହି ସ୍ଵକର୍ତ୍ତବ୍ୟ ସମ୍ପାଦନ କରିଚାଲିଲେ ଈଶ୍ବର ସୃଷ୍ଟିର ସାର୍ଥକତାରେ ପରମ ପ୍ରୀତ ହେବେ । ଅନନ୍ତ ମରଣକୁ କପାଳଲିଖନ ବୋଲି ବିବେଚନା ନ କରି କର୍ମକୁ ଜୀବନର ମାନଦଣ୍ଡ ଭାବେ ଗ୍ରହଣ କରିବାକୁ କବୟିତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ତ ମାନସିକ ସ୍କାନିକୁ ଦୂର କରିବାପାଇଁ ଜଣେ ସଫଳ କର୍ମଯୋଗୀ ଭାବେ ଜୀବନ ଯାପନ କରିବାକୁ କବୟିତ୍ରୀଙ୍କ ଦିବ୍ୟ ପରାମର୍ଶ ହିଁ ବାସ୍ତବିକ ଉଲ୍ଲେଖଯୋଗ୍ୟ । ଦୁଃଖ, ଯନ୍ତ୍ରଣାକୁ କର୍ମହୀନ ଜୀବନ ବହୁଗୁଣିତ କରିଥାଏ ।

ଆଳସ୍ୟପୂର୍ଣ୍ଣ ଜୀବନ ମାନବକୁ ଅନ୍ତଃରିପୁମାନଙ୍କ ଦୌରାତ୍ମ୍ୟ ମଧ୍ୟକୁ ଠେଲି ଦେଇଥାଏ । କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାସର୍ଯ୍ୟାଦିର ଅଧୀନ ହୋଇଗଲେ ତା’ ମନରେ ପାଶବିକ ପ୍ରବୃତ୍ତିର ଅଭ୍ୟୁଦୟ ଘଟେ, ପରବର୍ତ୍ତୀ ସମୟରେ କ୍ରୋଧ ଓ ପ୍ରତିଶୋଧପରାୟଣ ମନୋବୃତ୍ତି ତା’ ପୁଣ୍ୟ ମାନବାତ୍ମାରେ କଳୁଷ କାଳିମାର କଳଙ୍କ ଲଗାଇ ପାପାତ୍ମାରେ ପରିଣତ କରେ । ସଂସାରକୁ ଧ୍ବଂସପଥର ଯାତ୍ରୀ ବୋଲି ଚିନ୍ତା କରୁଥିବା ଅସହାୟ ମଣିଷକୁ ଅମୃତର ସନ୍ତାନ ଭାବେ ବର୍ଣ୍ଣନା କରି ସକଳ କର୍ମ ମଧ୍ଯରେ ‘ଆଧାତ୍ମିକତାର ପୀୟୂଷ ପାନ କରିବାକୁ କବୟିତ୍ରୀଙ୍କ ମହାପରାମର୍ଶ ଲାଜ, ଭୟ, ଅପମାନ ଓ ଲାଞ୍ଛନା ପରି ମାନସିକ ଅସନ୍ତୁଳନତାର ମହାନ୍ ଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ନାରୀକବିଙ୍କ ଭାଷାରେ –

‘‘ ଉଠ ଦେବ ତେଜେ ତେଜି ଲାଜ ଭୟ ଅପମାନ ଅହମିକା,
ପଶୁତ୍ବ ଦେବତ୍ୱ ପରୀକ୍ଷାରେ ଜୟୀ ଲଭ ବୀରତ୍ଵର ଟୀକା
ଋଣୀ କର ଭବରାଣେ
ତା’ଙ୍କ ରଚା ଚରାଚର ପରାଣରେ ବଳିଦିଅ ନିଜ ପ୍ରାଣେ ।’’

ଭାଗ୍ୟବାଦୀ ମଣିଷକୁ ନିୟତି ବିଚାରର ନିରପେକ୍ଷତା ତଥା ପରିବର୍ତ୍ତନଶୀଳ ଦୁନିଆର ବହମାନ ସ୍ରୋତରେ ସୁଖ- ଦୁଃଖ, ହସ-କାନ୍ଦ ଓ ସମ୍ପଦ– ଦାରିଦ୍ର୍ୟର ପଟ୍ଟ ପରିବର୍ତ୍ତନ ରୂପ ସ୍ମରଣ କରାଇଛନ୍ତି । ତେଣୁ ନିଜକୁ ହୀନମନ୍ୟ ଚିନ୍ତାଚେତନାରୁ ମୁକ୍ତ କରି ଜୀବନକୁ ଅମୃତଅନ୍ଵେଷୀ କରିବା ଯେ ମାନବୋଚିତ ଧର୍ମ ଏହି ପରାମର୍ଶ ଦେଇ ନିରାଶାନ୍ଧକାରରେ ପଥଚ୍ୟୁତ ମଣିଷକୁ ନାରୀକବି ଆହ୍ୱାନ ଦେଇଛନ୍ତି । ମୃତ୍ୟୁ ଯେ ଜୀବନର ଶେଷ ଗତି ନୁହେଁ ଏହି ଦିବ୍ୟ ଭାବନାକୁ ହୃଦୟରେ ଧାରଣ କରି କର୍ମପ୍ରବଣ ଜୀବନ ଯାପନରେ ପ୍ରୟାସୀ ହେଲେ ଜୀବନ ଅଧ୍ବକ ଉପଭୋଗ୍ୟ ହୋଇଉଠିବ ବୋଲି ନାରୀକବିଙ୍କ ମହାନ୍ ଉପଦେଶ ତାଙ୍କ ମାନବବାଦୀ ଦୃଷ୍ଟିଭଙ୍ଗୀର ବଳିଷ୍ଠ ପ୍ରମାଣ ପ୍ରଦାନ କରେ ।

Question ୩୯ ।
ଅମୃତର ସନ୍ତାନ ମଣିଷ କିପରି ତା’ର ଜୀବନକୁ ସରସ ସୁନ୍ଦର କରିପାରିବ ବୋଲି କବି ପ୍ରେରଣା ଦେଇଛନ୍ତି ?
କିମ୍ବା, ମଣିଷ, ଅମୃତର ସନ୍ତାନ– ଏହି ଆଶାବାଦମୂଳକ ଆୟୋପଲବ୍ଧିକୁ କବି ମଣିଷ ମନରେ ସଞ୍ଚାର କରିବାକୁ କି ଦିଗ୍‌ଦର୍ଶନ ଦେଇଛନ୍ତି, ପଠିତ କବିତା ଅବଲମ୍ବନରେ ବର୍ଣ୍ଣନା କର ।
Answer:
ଉତ୍କଳ ସାରସ୍ଵତ ଗଗନର ଅନ୍ୟତମ ଜ୍ୟୋତିର୍ମୟ ଜ୍ୟୋତିଷ୍କ, ଆଧ୍ୟାତ୍ମିକ ଚେତନାର ବାର୍ତ୍ତାବହ ତଥା ମାନବବାଦର ଯଥାର୍ଥ ରୂପକାର ନାରୀକବି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ପ୍ରାକ୍-ସ୍ଵାଧୀନତା କାଳର ଏକ ସୁଦୂରପ୍ରସାରୀ ନାମ । ବିପ୍ଳବର ଅନିର୍ବାଣ ଅଗ୍ନିଶିଖା ତଥା ମାନବତାର ପରିପୂର୍ଣ୍ଣ ଉତ୍ସ କୁନ୍ତଳା କୁମାରୀ ଉଭୟ ଗୁଣ ଓ ପରିଣାମରେ ପ୍ଲାବନ କଲାଭଳି ଏପରି ଏକ ସାହିତ୍ୟିକ ବ୍ୟକ୍ତିତ୍ବ, ଯାହା ଏ ପର୍ଯ୍ୟନ୍ତ ଓଡ଼ିଆ ନାରୀ ଜଗତରେ ଦେଖା ଦେଇନାହିଁ ।

କବିତା, ପ୍ରବନ୍ଧ ଓ ଉପନ୍ୟାସ ଆଦି ସାହିତ୍ୟର ବିଭିନ୍ନ ଦିଗକୁ ତାଙ୍କ ଲେଖନୀ ସ୍ପର୍ଶ କରିଛି । ପୂର୍ବଗୌରବାନୁଚିନ୍ତା, ଦେଶାତ୍ମବୋଧ, ପ୍ରେମ, ପ୍ରକୃତିପ୍ରାଣତା, ବିଭୁଚେତନା ପ୍ରଭୃତି କାବ୍ୟକବିତାର ବିଭିନ୍ନ ବିଭାଗ ମଧ୍ୟରେ ତାଙ୍କ ଲେଖନୀର ଜୟଯାତ୍ରା ପରିଲକ୍ଷିତ ହୁଏ । କବୟିତ୍ରୀଙ୍କ ସାରସ୍ବତ ସୃଷ୍ଟିନିଚୟ ମଧ୍ୟରେ ‘ଅଞ୍ଜଳି’, ‘ଉଲ୍ଲାସ’, ‘ଅର୍ଜନା’, ‘ସ୍କୁଲିଙ୍ଗ’, ‘ଆହ୍ବାନ’ ଆଦି କବିତା ପୁସ୍ତକ; ‘ଭ୍ରାନ୍ତି’, ‘ନ’ତୁଣ୍ଡୀ’, ‘ପରଶମଶି’, ‘ରଘୁ ଅରକ୍ଷିତ’, ‘କାଳୀବୋହୂ’ ଆଦି ଉପନ୍ୟାସ ତାଙ୍କ ସୃଷ୍ଟି ନୈପୁଣ୍ୟର ପରିଚାୟକ ।

କବିତା ‘ ମଣିଷ ଭାଇଁ ନାରୀକବିଙ୍କ କବିତା ପୁସ୍ତକା ‘ସ୍ଫୁଲିଙ୍ଗ’ ଅନ୍ତର୍ଭୁକ୍ତ ଏକ ଆହ୍ୱାନଧର୍ମୀ ସମ୍ବୋଧୀ କବିତା । ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ଦେଶବାସୀ ବିଦେଶୀ ଶାସକର ଶୋଷଣ, ଅତ୍ୟାଚାରରେ ଅତିଷ୍ଠ ହୋଇ ଦୟନୀୟ ଜୀବନ ଯାପନ କରୁଥିଲେ । ଭୂମିକା, ରୋଗବ୍ୟାଧ, ବନ୍ୟା ଓ ମରୁଡ଼ିଜନିତ ପ୍ରାକୃତିକ ବିପର୍ଯୟ ଆଦି ନାନାବିଧ ପ୍ରତିକୂଳ ପରିସ୍ଥିତି ମଧ୍ୟଦେଇ ଘୋର ନୈରାଶ୍ୟପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ । ଅସହାୟ ମଣିଷ ନିଜ ଦୁରବସ୍ଥା ପାଇଁ ଭାଗ୍ୟକୁ ଦାୟୀ କରି ଓ ମୃତ୍ୟୁରେ ହିଁ ଜୀବନଯନ୍ତ୍ରଣାର ମଣିଷକୁ ମଣିଷପରି ବଞ୍ଚିବାପାଇଁ କବିତାଟିରେ ରହିଛି ନାରୀକବିଙ୍କର ଆଶାନ୍ବିତ ଆହ୍ୱାନ।

ଅମୃତର ସନ୍ତାନ ମଣିଷ ପାଇଁ ନାରୀ କବିଙ୍କର ଆତ୍ମବିଶ୍ବାସଭରା ଆଶା ଆଶ୍ବାସନାର ଦିବ୍ୟବାଣୀ ରହିଛି କବିତାଟିରେ । ଦୁଃଖ ଦୁର୍ଦ୍ଦଶାକୁ କପାଳ ଲିଖନ ବୋଲି ବିବେଚନା କପାଳ ଲିଖନ ବୋଲି ବିବେଚନା କରି ଶତ ହତଶ୍ଵାସରେ ଭାଗ୍ୟକୁ ଧିକ୍‌କାର କରି ଓ ଜୀବନକୁ ମୃତ୍ୟୁପଥର ଯାତ୍ରୀ ବୋଲି ଧରିନେଇ ଘୋର ନୈରାଶ୍ୟ ମଧ୍ୟରେ ଛଟପଟ ହେଉଥ‌ିବା ମଣିଷ ପ୍ରତି ନାରୀକବି ସମ୍ବେଦନଶୀଳ ହୋଇଛନ୍ତି । ତାଙ୍କ ମତରେ ମାନବ ଜୀବନ ନିୟତି ଅଧୀନ ହେଲେ ମଧ୍ୟ ଚିର ଶୃଙ୍ଖଳିତ ଜୀବନ ନେଇ ମାନବ ଯେ ଯନ୍ତ୍ରଣାର କାରାଗାରରେ ଚିର ବନ୍ଦୀ ହୋଇ ପଡ଼ିଥିବ ଏହା କଦାପି ଭାଗ୍ୟଲିପି ନୁହେଁ ମାନବ ଜାତି କଦାପି ହଂସପଥର ଯାତ୍ରୀ ନୁହେଁ କି ଏ ସଂସାର ମୃତ୍ୟୁଯନ୍ତା ନୁହେଁ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

ଦୁଃଖ, ଯାତନା ଓ ଅନୁଶୋଚନାର ତୀବ୍ର ଜ୍ଵଳନକୁ ନତଶିର ହୋଇ ଚିରଦିନ ସହ୍ୟ କରିବା ମାନବର ନିୟତି ନୁହେଁ । ସେହିପରି ଧନୀ, ପୁଞ୍ଜିପତି ଓ କ୍ଷମତାଧ୍ୟାକାରୀ ଅତ୍ୟାଚାରୀ ଶାସକ ଦୁର୍ବଳ ନିରୀହ ଜନତା ଉପରେ ଚିର ଆଧୂପତ୍ୟ ବିସ୍ତାର କରି ଶୋଷଣ, କଷଣରେ ଜୀବନକୁ ଦୁର୍ବିଷହ କରିଚାଲିଥବ, ଏହା କଦାପି ବିଧାତା ବିଧାନ ନୁହେଁ । ନାରୀକବିଙ୍କ ଭାଷାରେ –

କୁର ଅତ୍ୟାଚାରେ ଦଳିବ ଦୁର୍ବଳେ ରକ୍ତ ପିପାସା ଶମିବ
ନତଶିରେ ସୁଖେ ଶ୍ରୀପାଦେ ଅରପି ଆପଣାକୁ ଆପେ ବଧୂବ
ଏ ନୁହେଁ ବିଧାତା ବିଚାର,
ଧ୍ଵଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ ନୁହେଁ ଏ ସୁନ୍ଦର ସଂସାର ।’’

ନାରୀକବିଙ୍କ ମତରେ ପରମେଶ୍ବରଙ୍କ ସୃଷ୍ଟ ଏ ସଂସାର ଚିର ଆନନ୍ଦମୟ ଓ ମଙ୍ଗଳମୟ । ସଂସାରବାସୀ ହେଉଛନ୍ତି ଅମୃତର ସନ୍ତାନ । ମଣିଷ ଚାହିଁଲେ ତା’ ଜୀବନକୁ ମଧୁମୟ, ସରସ ଓ ସୁନ୍ଦର କରିପାରିବ । ତେଣୁ ମୃତ୍ୟୁପଥର ଯାତ୍ରୀ ବୋଲି ଭାବି ମଣିଷ ସ୍ଵକର୍ତ୍ତବ୍ୟ ସମ୍ପାଦନରୁ ନିବୃତ୍ତ ରହିବା ଅବିବେକତାର ପରିଚୟ । ନାରୀକବି ବିଶ୍ବବାସୀଙ୍କୁ ସଦା କର୍ମତତ୍ପର ରହି କର୍ତ୍ତବ୍ୟ କରିଯିବାକୁ ଉପଦେଶ ଦେଇଛନ୍ତି । କର୍ମରେ ନିମଜ୍ଜିତ ରହିଲେ ମନ ଭିତରୁ ନୈରାଶ୍ୟ ଓ ହତାଶାବୋଧ ଦୂରକରିବା ସମ୍ଭବ ।

ମନ ମଧ୍ଯରୁ ଲଜ୍ଜା, ଭୟ, ଅପମାନ ଓ ଅପବାଦକୁ ବିସ୍ମୃତ ହେବାପାଇଁ କର୍ମଯୋଗ ହିଁ ଶ୍ରେଷ୍ଠ ଉପଚାର । ମନରେ ଅହମିକା ପୋଷଣ କରି କ୍ରୋଧଯୁକ୍ତ ହେଲେ ବା ପ୍ରତିଶୋଧପରାୟଣ ଭାବନା ମନରେ ଧାରଣ କଲେ ଆତ୍ମା କଳୁଷିତ ହୁଏ । କାମ, କ୍ରୋଧ, ଲୋଭ, ମୋହ, ମଦ, ମାସର୍ଯ୍ୟାଦି ଅନ୍ତଃରିପୁମାନଙ୍କୁ ଦୃଢ଼ ଭାବେ ଦମନ କରି ମାନବୀୟ ଗୁଣାବଳୀରେ ଭୂଷିତ ହେଲେ ପରମେଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ଇନ୍ଦ୍ରିୟଲାଳସା ପରିହାର କରି ମନରେ ଦିବ୍ୟଚେତନା ଜାଗ୍ରତ କଲେ ମାନବ ଦେବତ୍ୱର ଅଧିକାରୀ ହେବ । ନୈତିକତାପୂର୍ଣ୍ଣ ଜୀବନ ଶୈଳୀକୁ ପାଥେୟ କରି ଓ ମନରେ ଫଳପ୍ରାପ୍ତି ବାଞ୍ଛା ନ କରି କର୍ମରେ ନିୟୋଜିତ ରହିଲେ ସବୁ ସମସ୍ୟା ସହଜରେ ସମାହିତ ହୋଇପାରିବ ବୋଲି କବୟିତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କର୍ମମୟ ସଂସାରରେ କର୍ତ୍ତବ୍ୟ ସମ୍ପାଦନରେ ବ୍ରତୀ ହେବା ହିଁ ମାନବିକତାର ଶ୍ରେଷ୍ଠ ପରିଚୟ । କର୍ମତତ୍ପରତାଦ୍ବାରା ଈଶ୍ଵରଙ୍କ ଇଚ୍ଛା ପୂର୍ଣ କରାଯାଇପାରିବ ଓ ପଶୁତ୍ଵ- ଦେବତ୍ୱର ଭୀଷଣ ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ମଣିଷ ମାନବିକ ମୂଲ୍ୟବୋଧର ବିଜୟ ବୈଜୟନ୍ତୀ ଉଡ଼ାଇପାରିବ । ଫଳତଃ ପରମେଶ୍ଵର ତାଙ୍କ ସୃଷ୍ଟିର ସାର୍ଥକତା ଅବଲୋକନ କରି ଚିର ସନ୍ତୁଷ୍ଟ ହେବେ ଓ ମାନବ ନିକଟରେ ଚିର ଋଣୀ ରହିବେ । ତାଙ୍କ ଅମୃତମୟ ସୃଷ୍ଟିକୁ ସୁନ୍ଦରତର କରିବାରେ ମଣିଷ ନିଜକୁ ଉତ୍ସର୍ଗ କରିବାକୁ କବୟିତ୍ରୀ ଆହ୍ବାନ ଦେଇଛନ୍ତି । ତାଙ୍କ ଭାଷାରେ –

‘‘ଉଠ ଦେବ ତେଜେ ତେଜି ଲାଜ ଭୟ ଅପମାନ ଅହମିକା,
ପଶୁତ୍ଵ ଦେବତ୍ୱ ପରୀକ୍ଷାରେ ଜୟୀ ଲଭ ବୀରତ୍ଵର ଟୀକା
ଋଣୀ କର ଭବରାଣେ
ତା’ଙ୍କ ରଚା ଚରାଚର ପରାଣରେ ବଳି ଦିଅ ନିଜ ପ୍ରାଣେ ।’’

କବିଙ୍କ ମତରେ ମାନବ ହେଉଛି ବିଧାତାର ବରପୁତ୍ର । ଜୀବନ ଯୁଦ୍ଧରେ ସାମାନ୍ୟ କ୍ଷତାକ୍ତ ହୋଇଗଲେ ସେ ନିଜକୁ କ୍ଷୀଣ ବା ଦୁର୍ବଳ ମନେକରିବା ଅନୁଚିତ । ଦୁଃଖ, ଯନ୍ତ୍ରଣା, ଲଜ୍ଜା, ଅପମାନ, ଅପବାଦରେ ନିଜକୁ ଦୀନ-ହୀନ ମନେକରିବା ମଧ୍ୟ ଅନୁଚିତ । ଧୈର୍ଯ୍ୟ, ସାହସ ଓ ବିକ୍ରମ ସହ ଜୀବନ ସଂଗ୍ରାମର ସମ୍ମୁଖୀନ ହେବା ବୀରୋଚିତ ଲକ୍ଷଣ । କାରଣ ପରମେଶ୍ଵର ତାଙ୍କ ଅମୃତମୟ ସୃଷ୍ଟିର ଅଭିନବ ବିକାଶ ଦର୍ଶନରେ ଚିର ଆଗ୍ରହୀ, ଅମୃତ ସନ୍ତାନ ମାନବର ଆଧ୍ୟାତ୍ମିକ ବିକାଶ ଦର୍ଶନରେ ସେ ସଦା ସନ୍ତୁଷ୍ଟ ।

ତେଣୁ ମଣିଷର ସବୁ ବିଷାଦ – ବ୍ୟର୍ଥତା, ଦୁଃଖ – କାତରତା, ତଥା ଯାବତୀୟ ହୀନମନ୍ୟତା ରୂପକ କଳଙ୍କ କାଳିମାକୁ ଧୋଇଦେଇ କ୍ଷତାକ୍ତ ମାନବାତ୍ମାକୁ ସେ ତାଙ୍କ ସୁଧାସ୍ପର୍ଶରେ ନବରୂପ ପ୍ରଦାନ ପୂର୍ବକ ତାକୁ ପୀୟୂଷ ପିପାସୀ କରାଇବେ । ଫଳରେ ଜୀବନ ହୋଇଉଠିବ ସରସ, ସୁନ୍ଦର, ଆନନ୍ଦମୟ ଓ ଅମୃତମୟ । ମଣିଷ ମନରେ ଆତ୍ମଚୈତନ୍ୟ, ପ୍ରାଣପ୍ରାଚୁର୍ଯ୍ୟ ତଥା କର୍ମମୟ ଜୀବନରେ ଉନ୍ମାଦନା ଭରିଦେବାରେ ‘ମଣିଷ ଭାଇ’ କବିତା ଯେ ନାରୀକବିଙ୍କର ଏକ ସାର୍ଥକ ସୃଷ୍ଟି ଏଥରେ ଦ୍ବିରୁକ୍ତି ନାହିଁ ।

Question ୪୦ ।
ବିଷାଦଗ୍ରସ୍ତ ହୋଇପଡ଼ିଥିବା ତୁମର ଜଣେ ବନ୍ଧୁଙ୍କୁ କବିତା ଅନୁସରଣରେ ଆଶ୍ୱାସନାର ବାଣୀ ଦେଇ ପତ୍ରଟିଏ ଲେଖ ।
Answer:

କଟକ
ତା ୨୫.୩.୨୦୧୮

ପ୍ରିୟ ସାଥୀ ସ୍ବାତୀ,
ଶୁଭେଚ୍ଛା ନେବୁ । ମଉସା, ମାଉସୀଙ୍କୁ ମୋର ପ୍ରଣାମ ଜଣାଇବୁ ଓ ତୋ’ ଗେହ୍ଲା ଭାଇ ସୁମନକୁ ମୋର ସ୍ନେହ । କାଲି ତୋ’ ଚିଠି ପାଇଲି । ତୋ’ ଜେଜେଙ୍କ ମୃତ୍ୟୁରେ ତୁ’ ଯେ ଗଭୀର ଭାବେ ମର୍ମାହତ ତାହା ମୁଁ ଅନୁଭବ କଲି । ତୋ’ ଦୁଃଖରେ ସମବେଦନା ଜଣାଇବାକୁ ଦୁଇଧାଡ଼ି ଲେଖୁଛି । ତତେ ଉପଦେଶ ଦେଉଛି ବୋଲି ଭାବିବୁନି । ଏହା ଅବଶ୍ୟ ସତ ଯେ ମଣିଷ ଯାହାଠାରୁ ବେଶୀ ସ୍ନେହ ଆଦର ପାଇଥାଏ ତା’ ବିୟୋଗରେ ମନ ଭିତରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୁଏ ତାହା ଅପୂରଣୀୟ। ତାଙ୍କର ସେହି ସ୍ନେହବୋଳା ଡାକ, ମମତାଭରା କଥାପଦେ ତୁ ଆଉ ଶୁଣିବୁନି ।

କିନ୍ତୁ ଏକଥା ମଧ୍ୟ ସତ ଯେ ‘ଜାତସ୍ୟ ହି ଧ୍ରୁବମୃତ୍ୟୁ ।’’ ମଣିଷ ଦିନେ ନା ଦିନେ ଧରାଧାମରୁ ବିଦାୟ ନେବ ଏବଂ ଏହା ବିଧ୍ଵନିର୍ଦ୍ଦିଷ୍ଟ । ସାର୍ କହୁଥିଲେ, ଆତ୍ମାର ମୃତ୍ୟୁ ନାହିଁ । ଜରାଜୀର୍ଣ୍ଣ ପୋଷାକ ପରିବର୍ତ୍ତନ କରି ଏକ ନୂତନ ପୋଷାକ ପରିଧାନ କରିବା ପରି ଆତ୍ମା କେବଳ ଘଟ ପରିବର୍ତ୍ତନ କରେ । ସ୍ୱର୍ଗରେ ଥାଇ ତାଙ୍କ ଆତ୍ମା ତୋ’ ଉପରେ ନିଶ୍ଚୟ ଆଶିଷ ବର୍ଷା କରିବେ ଏଥ‌ିରେ ସନ୍ଦେହ ନାହିଁ । ତା’ ଛଡ଼ା ତାଙ୍କ ପାଇଁ ମନକୁ ବିଷାଦିତ କରି ବସିରହିବା ମଧ୍ୟ ବିବେକୀର ଲକ୍ଷଣ ନୁହେଁ ।

ମନ ଭାରାକ୍ରାନ୍ତ ରହିଲେ କୌଣସି କାମରେ ଉତ୍ସାହ ଆସେନାହିଁ ସତ୍ୟ; ମାତ୍ର କର୍ତ୍ତବ୍ୟରେ ଅବହେଳା କଲେ ତା’ର ପରିଣାମ ଆମକୁ ହିଁ ଭୋଗିବାକୁ ପଡ଼ିବ । ଯିଏ ଯେତେଦିନ ପାଇଁ ଆସିଛନ୍ତି ସେଥୁରୁ ମୁହୂର୍ଭେ ଅଧିକ ସମୟ ରଖୁବା କଦାପି ସମ୍ଭବ ନୁହେଁ । ଜନ୍ମ ଓ ମୃତ୍ୟୁ ପରି ଜୀବନର ଦୁଇ ମହାସତ୍ୟକୁ ଆମକୁ ମାନିବାକୁ ହେବ । ଠିକ୍ ଅନୁରୂପଭାବେ ଆମ କର୍ମମୟ ଜୀବନକୁ କିପରି କର୍ତ୍ତବ୍ୟ ସମ୍ପାଦନ ପୂର୍ବକ ଅଧ୍ଵ ସାର୍ଥକ କରିହେବ ତାହା ଚିନ୍ତା କରିବାକୁ ହେବ । କର୍ମ ହିଁ ଜୀବନ । କର୍ମତତ୍ପର ରହିବାଦ୍ୱାରା ଆମେ ଆମ ମନର ସବୁ ଦୁଃଖ ଭୁଲିଯାଇ ପାରିବା ।

ତା’ ଛଡ଼ା ମନର ସୁସ୍ଥତା ରହିଲେ କର୍ମରେ ଉତ୍ସାହ ଆସେ । ତୁ’ ତ ଜାଣୁ, ଯେ ଆମେ ଯେତେବେଳେ କୌଣସି ଏକ କାମରେ ନିୟୋଜିତ ରହୁ, ସେତେବେଳେ ଅନ୍ୟକୌଣସି ଭାବନା ମନକୁ ଆସେନାହିଁ । ତୁମର ମଧ୍ଯ କୁନ୍ତଳା କୁମାରୀଙ୍କ ‘ମଣିଷ ଭାଇ’ କବିତା ପଢ଼ା ସରିଥିବ । ନାରୀକବି କର୍ମର ଜୟଗାନ କରି ଯେଉଁ ପରାମର୍ଶଗୁଡ଼ିକ ଦେଇଛନ୍ତି ସେଗୁଡ଼ିକ ବହୁତ ମନଛୁଆଁ ନା ! ଈଶ୍ବରଙ୍କ ଏହି ଚିରଶୋଭାମୟ ସଂସାର ହେଉଛି ମାନବର କର୍ମଭୂମି । ତାଙ୍କ ପଦାରବିନ୍ଦରେ ସବୁ ଦୁଃଖ, ଦୁର୍ଭାବନାକୁ ସମର୍ପଣ କରି କର୍ମରେ ନିୟୋଜିତ ରହିଲେ, ସେ ସବୁ ସମସ୍ୟାର ସମାଧାନ କରିଦେବେ ।

ସ୍ୱାତୀ, ତୋ’ ପଢ଼ାପଢ଼ି ବିଷୟରେ ଲେଖୁ ଜଣାଇବୁ । ମାସିକ ପରୀକ୍ଷାଗୁଡ଼ିକରେ କେମିତିସବୁ ନମ୍ବର ଆସୁଛି ଜଣାଇବୁ । ଗଲା ପରୀକ୍ଷାରେ ଗଣିତରେ ମୋର ଭଲ ହେଲା; କିନ୍ତୁ ବିଜ୍ଞାନରେ ଭଲ ପ୍ରସ୍ତୁତି ନ ଥିବାରୁ ବହୁତ ଖରାପ ନମ୍ବର ଆସିଲା । ଭଲ ମନ୍ଦ ଜଣାଇ ମଝିରେ ମଝିରେ ଚିଠି ଖଣ୍ଡେ ଖଣ୍ଡେ ଦେଉଥୁବୁ । ରହୁଛି ।

ତୋର ସାଙ୍ଗ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

ଠିକଣା
ପ୍ରେରକ :

ପ୍ରାପ୍ତେଷୁ : [ଉ।କଟିକଟ]

ପୂଜା ପ୍ରିୟଦଶିନୀ
ମାଫିତ୍ – ସଂଗ୍ରାମ ପଟ୍ଟନାୟକ
ସେକ୍ଟର –
ସି.ଡି.ଏ. ମର୍କତ ନଗର,
କଟକ – ୭୫୩୦୧୪
ସ୍ୱ।ତୀ ସ୍ୱ।ଗତିକା
ମାଫିତ – ପ୍ରବୀର ମହାପାତ୍ର
କ୍ବାଟର ନମ୍ବର – ସି ୯୫
ଛେଣ୍ଡ କଲୋନୀ
ରାଉରକେଲା – ୭୫୯୦୦୨

ତୁମପାଇଁ କାମ

୪୧ । କୁନ୍ତଳା କୁମାରୀଙ୍କ ରଚନାଗୁଡ଼ିକ ସଂଗ୍ରହ କରି ପଢ଼ ।
୪୨ । କୁନ୍ତଳା କୁମାରୀଙ୍କ ସମସାମୟିକ କବିମାନଙ୍କର ଏକ ତାଲିକା ପ୍ରସ୍ତୁତ କର ।
୪୩ । ମାନବିକ ମୂଲ୍ୟବୋଧ ପ୍ରକାଶ କରୁଥ‌ିବା ପଦଗୁଡ଼ିକୁ ବାଛି ଟିପାଖାତାରେ ଟିପି ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. କବି ‘ବରପୁତ୍ର’ ବୋଲି ସମ୍ବୋଧନ କାହାକୁ କରିଛନ୍ତି ?
Answer:
କବି ମାନବକୁ ବିଧାତାର ବରପୁତ୍ର ବୋଲି ସମ୍ବୋଧନ କରିଛନ୍ତି ।

2. କବି ମାନବକୁ ‘ବରପୁତ୍ର’ ବୋଲି କାହିଁକି କହିଛନ୍ତି ?
Answer:
ମାନବ ଦିବ୍ୟ ମାନବୀୟ ଗୁଣାବଳୀରେ ଭୂଷିତ ହୋଇ ଦେବତ୍ୱର ଅଧିକାରୀ ହୋଇପାରେ । କବି ମାନବକୁ ବରପୁତ୍ର ବୋଲି କହିଛନ୍ତି ।

3. ହୋଇପାରିବ ବୋଲି କବି କହିଛନ୍ତି ?
Answer:
ମୃତ୍ୟୁରଜୁକୁ ଛିନ୍ନ କରି ଜୀବନ ସୂତ୍ରକୁ ଧରି ସ୍ଵକର୍ତ୍ତବ୍ୟ ପଥରେ ଅଗ୍ରସର ହେଲେ ଜୀବନ ସୁରୁଖୁରୁରେ ଅତିବାହିତ ହୋଇପାରିବ ବୋଲି କବି କହିଛନ୍ତି ।

4. କବି ‘ମଣିଷ ଭାଇ’ ବୋଲି କେଉଁମାନଙ୍କୁ ସମ୍ବୋଧନ କରିଛନ୍ତି ?
Answer:
ସମାଜରେ ଶୋଷିତ, ଲାଞ୍ଛିତ ଓ ନିଷ୍ପେଷିତ ମଣିଷମାନଙ୍କୁ କବି ‘ମଣିଷ ଭାଇ’ ବୋଲି ସମ୍ବୋଧନ କରିଛନ୍ତି ।

5. ମଣିଷ କେଉଁପାଇଁ ଜନ୍ମଲାଭ କରିନାହିଁ ବୋଲି କବି କହିଛନ୍ତି ?
Answer:
ମଣିଷ ଝୁରି ମରିବାକୁ କିମ୍ବା ବୁଡ଼ି ମରିବାକୁ ଜନ୍ମଲାଭ କରିନାହିଁ ବୋଲି କବି କହିଛନ୍ତି ।

6. ନୈରାଶ୍ୟକୁ ଅନ୍ଧାର ରୂପେ କବି କାହିଁକି ଦେଖୁଛନ୍ତି ?
Answer:
ମଣିଷ ଆଶାଶୂନ୍ୟ ହୋଇଗଲେ, ତାକୁ ଚାରିଆଡ଼ ଅନ୍ଧାର ଦେଖାଯାଏ, ତେଣୁ କବି ନୈରାଶ୍ୟକୁ ଅନ୍ଧାର ରୂପେ ବର୍ଣ୍ଣନା କରିଛନ୍ତି ।

7. ମଣିଷର ଭାଗ୍ୟ କାହା ମଧ୍ୟରେ ସୀମାବଦ୍ଧ ବୋଲି କବି କହିଛନ୍ତି ?
Answer:
ମଣିଷର ଭାଗ୍ୟ ଲାଞ୍ଛନା, ପ୍ରବଞ୍ଚନା ତଥା ଦୁଃଖଯନ୍ତ୍ରଣା ମଧ୍ୟରେ ସୀମାବଦ୍ଧ ନୁହେଁ ।

8. ହତୋତ୍ସାହ ହୋଇପଡ଼ିଥି ମନୁଷ୍ୟ ପୃଥ‌ିବୀକୁ କେଉଁ ଦୃଷ୍ଟିରେ ଦେଖେ ?
Answer:
ହତୋତ୍ସାହ ହୋଇପଡ଼ିଥି ମନୁଷ୍ୟ ଏ ପୃଥ‌ିବୀକୁ ‘ଧ୍ୱଂସର ଯାତ୍ରୀ ତଥା ମୃତ୍ୟୁର ଧାତ୍ରୀ’ ରୂପେ ଦେଖେ ।

୨. ‘ ଅମୃତର ସନ୍ତାନ’ ବୋଲି କେଉଁମାନଙ୍କୁ କୁହାଯାଇଛି ?
Answer:
‘ଅମୃତର ସନ୍ତାନ’ ବୋଲି ମାନବମାନଙ୍କୁ କୁହାଯାଇଛି ।

10. ବିଶାଳ ଜଗତର ସୃଷ୍ଟି କ’ଣ ପାଇଁ ନୁହେଁ ବୋଲି କବି କହିଛନ୍ତି ?
Answer:
ବିଶାଳ ଜଗତ କାହାରି ବିଳାସର ଲୀଳାକ୍ଷେତ୍ର ନିମନ୍ତେ ସୃଷ୍ଟି ନୁହେଁ ବୋଲି କବି କହିଛନ୍ତି ।

11. କେଉଁ ଧରଣର ପିପାସା ମେଣ୍ଟେ ନାହିଁ ?
Answer:
ଦୁର୍ବଳକୁ ପଦଦଳିତ କରି ନିର୍ଦ୍ଦୟଭାବରେ ତା’ପ୍ରତି ଅତ୍ୟାଚାର କରି ତା’ର ରକ୍ତକ୍ଷୟ କରିବାର ପିପାସା କେବେହେଲେ ମେଣ୍ଟେ ନାହିଁ ।

12. ବିଶ୍ବ କେଉଁମାନଙ୍କ ପାଇଁ ସୁନ୍ଦର ନୁହେଁ ?
Answer:
ନୈରାଶ୍ୟଦଗ୍‌ଧ ହୋଇ ସଂସାରକୁ ଧ୍ୱଂସାଭିମୁଖୀ ତଥା ଜୀବନକୁ ମୃତ୍ୟୁପଥର ଯାତ୍ରୀ ବୋଲି ବିବେଚନା କରୁଥିବା ମାନବ ପାଇଁ ଏ ବିଶ୍ଵ ସୁନ୍ଦର ନୁହେଁ ।

13. ବିଧାତାଙ୍କ ବିଚାରରେ କେଉଁ କାର୍ଯ୍ୟ ଉଚିତ ନୁହେଁ ?
Answer:
ବିଶ୍ବକୁ ବିଳାସ କ୍ଷେତ୍ର ମନେକରି ଦୁର୍ବଳକୁ ପଦଦଳିତ କରି ନିଜକୁ ନିଜେ ବିନାଶ କରିବା ବିଧାତାଙ୍କ ବିଚାର ନୁହେଁ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

14. କବି କିଭଳି ସଂସାରର ପରିକଳ୍ପନା କରିଛନ୍ତି ?
Answer:
କବି ସଂସାରକୁ କର୍ମର ଶୁଭ ଭୁବନ ଭାବେ ପରିକଳ୍ପନା କରିଛନ୍ତି ।

15. ମଣିଷ କେତେବେଳେ ବୀରତ୍ଵର ଟୀକା ଲାଭ କରିପାରିବ ?
Answer:
ଲଜ୍ଜା, ଭୟ, ଅପମାନ ଓ ଅହଂକାରକୁ ତ୍ୟାଗକରି ପଶୁତ୍ଵ-ଦେବତ୍ଵ ପରୀକ୍ଷାରେ ବିଜୟୀ ହେବାପରେ ମନୁଷ୍ୟ ବୀରତ୍ଵର ଟୀକା ଲାଭ କରିପାରିବ ।

16. କବି ଏହି ପୃଥ‌ିବୀକୁ କାହାର ଭୁବନ ବୋଲି ଦର୍ଶାଇଛନ୍ତି ?
Answer:
କବି ଏହି ପୃଥ‌ିବୀକୁ କର୍ମର ଶୁଭ ଭୁବନ ବୋଲି

17. ମଣିଷକୁ କେଉଁ ପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାପାଇଁ କବି ଆହ୍ୱାନ ଦେଇଛନ୍ତି ?
Answer:
କବି ଲଜ୍ଜା, ଭୟ, ଅପମାନ ଓ ଅହମିକା ପ୍ରଭୃତି କୁପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାପାଇଁ ମଣିଷକୁ ଆହ୍ଵାନ ଦେଇଛନ୍ତି ।

18. ଭଗବାନଙ୍କୁ
ଋଣୀ କରାଯାଇପାରିବ ?
Answer:
ବିଶ୍ବ ଜୀବନର କଲ୍ୟାଣ ନିମନ୍ତେ ଆୟୋତ୍ସର୍ଗ କରିପାରିଲେ ହିଁ ଭଗବାନଙ୍କୁ ଋଣୀ କରାଯାଇପାରିବ ।

19. ମଣିଷ ଭାଇକୁ କବି ‘ଅରିନ୍ଦମ’ ବୋଲି କାହିଁକି ସମ୍ବୋଧନ କରିଛନ୍ତି ?
Answer:
ମାନବ ହିଁ କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାସ୍କର୍ଯ୍ୟ ପ୍ରଭୃତି ଷଡ଼ରିପୁଙ୍କୁ ଜୟ କରିପାରେ ବୋଲି କବି ତାକୁ ‘ଅରିନ୍ଦମ’ ବୋଲି କହିଛନ୍ତି ।

20. ମଣିଷ କେତେବେଳେ ଦେବତା ରୂପେ ପୂଜିତ ହୋଇପାରିବ ?
Answer:
ମାନବ ଯେତେବେଳେ କାମ-କ୍ରୋଧାଦି ଷଡ଼ରିପୁକୁ ଜୟକରି ବିଶ୍ୱଜୀବନର କଲ୍ୟାଣ ନିମନ୍ତେ ଆୟୋତ୍ସର୍ଗ କରିବାକୁ ସମର୍ଥ ହେବ, ସେତେବେଳେ ସେ ଦେବତାରୂପେ ପୂଜିତ ହୋଇପାରିବ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. ବ୍ୟକ୍ତି ନିଜର ଭବିଷ୍ୟତକୁ କାହା ଉପରେ ଛାଡ଼ିଦିଏ ?
Answer:
ନିୟତି ଉପରେ

2. କିଏ ଝୁରି ମରିବାକୁ ବୁଡ଼ି ମରିବାକୁ ଜନମି ନାହିଁ ବୋଲି କବି କହିଛନ୍ତି ?
Answer:
ମାନବ

3. ଏ ବିଶାଳ ଜଗତୀ କାହାର ଯାତ୍ରୀ ନୁହେଁ ?
Answer:
ଧ୍ବଂସର

4. ଏ ସଂସାରକୁ କବି କାହାର ଶୁଭ ଭୁବନ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
କର୍ମର

5. କେଉଁ ପରୀକ୍ଷାରେ ବିଜୟୀ ହୋଇ ବୀରତ୍ଵର ଟୀକା ଲାଭ କରିବାକୁ କବି କହିଛନ୍ତି ?
Answer:
ପଶୁତ୍ଵ -ଦେବତ୍ୱ

6. ପଶଉତ୍ସ- ଦେବତ୍ୱ ପରୀକ୍ଷାରେ ବିଜୟୀ ହୋଇ କାହାକୁ ଋଣୀ କରିବାକୁ କବି କହିଛନ୍ତି ?
Answer:
ଈଶ୍ବରଙ୍କୁ

7. ଏ ସାରା ସଂସାରର ରଚୟିତା କିଏ ?
Answer:
ଈଶ୍ବର

BSE Odisha 9th Class Odia Solutions Chapter 4 ମଣିଷ ଭାଇ

8. କବି କାହାକୁ ବିଧାତାର ବରପୁତ୍ର ବୋଲି କହିଛନ୍ତି ?
Answer:
ମଣିଷକୁ

9. କବି ମଣିଷ ଭାଇକୁ କେଉଁ ରଜ୍ଜୁ ଛିଣ୍ଡାଇବାକୁ କହିଛନ୍ତି ?
Answer:
ଯୁଗାନ୍ତ-ମୃତ୍ୟୁ ରଜ୍ଜୁ

10. କେଉଁ ସୂତ୍ର ଧରିବାକୁ କବି ମଣିଷ ଭାଇକୁ ନିବେଦନ କରିଛନ୍ତି ?
Answer:
ଜୀବନ ସୂତ୍ର

11. ଅମୃତ ଦୀପ୍ତି ସନ୍ତାନ ଭାବେ କବି କାହାକୁ ବର୍ଣନା କରିଛନ୍ତି ?
Answer:
ମଣିଷମାନଙ୍କୁ

12. କାହାକୁ କବି ଅନ୍ଧକାର ରୂପେ ବର୍ଣ୍ଣନା କରିଛନ୍ତି ?
Answer:
ନୈରାଶ୍ୟ

13. ‘ନିକେତନ’ ଶବ୍ଦର ଅର୍ଥ କ’ଣ ?
Answer:
ଗୃହ

14. ବିଧାତାଙ୍କ ବିଚାରରେ କେଉଁ କାର୍ଯ୍ୟ ଉଚିତ ନୁହେଁ ?
Answer:
ଆପଣାକୁ ଆପେ ବଧୂ

15. ଏ ସଂସାର କେଉଁମାନଙ୍କ ପାଇଁ ସୁନ୍ଦର ନୁହେଁ ?
Answer:
ଧ୍ଵଂସର ଯାତ୍ରୀ ଓ ମୃତ୍ୟୁର ଧାତ୍ରୀ

16. କାହାକୁ ଋଣୀ କରିବାକୁ କବି ମନୁଷ୍ୟମାନଙ୍କୁ କହିଛନ୍ତି ?
Answer:
ଭବରାଣଙ୍କୁ

17. ‘ମଣିଷ ଭାଇ’ କବିତାର କବି କିଏ ?
Answer:
କୁନ୍ତଳାକୁମାରୀ ସାବତ୍

18. ‘ମଣିଷ ଭାଇ’ କବିତାଟି କବିଙ୍କର କେଉଁ କବିତା ପୁସ୍ତକରୁ ଆସିଅଛି ?
Answer:
ସ୍ଫୁଲିଙ୍ଗ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

19. କୁନ୍ତଳାକୁ ମାରୀ କେଉଁ ଉପାଧ୍ଧରେ ଭୂଷିତ ହୋଇଥିଲେ ?
Answer:
ଉତ୍କଳ ଭାରତୀ

20. କବିତାରେ କବି କାହାକୁ ଭାଇଁ ବୋଲି ସମ୍ବୋଧନ କରିଛନ୍ତି ?
Answer:
ମଣିଷକୁ

C ଶୂନ୍ୟସ୍ଥାନ ପୂରଣ କର ।
1. କବିଙ୍କ ମତରେ ମଣିଷ ହେଉଛି ବିଧାତାର _______________।
Answer:
ବରପୁତ୍ର

2. କବିଙ୍କ ମତରେ ପରମେଶ୍ବରଙ୍କ ସୃଷ୍ଟ ଏ ସଂସାର ଚିର ଆନନ୍ଦମୟ ଓ ________________ ।
Answer:
ମଙ୍ଗଳମୟ

3. କର୍ମର ଶୁଭ ଭୁବନ ବୋଲି କବି ____________ କୁ କହିଛନ୍ତି ।
Answer:
ସଂସାର

4. କବି ଅରିନ୍ଦମ ବୋଲି __________________ କୁ ସମ୍ବୋଧନ କରିଛନ୍ତି ।
Answer:
ମଣିଷ

5. __________________ ର ଆସନ ତାରା ଦଳେ ବୋଲି କବି କହିଛନ୍ତି ।
Answer:
ମଣିଷ

6. _______________ ପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାକୁ କବି ମଣିଷକୁ ଆହ୍ବାନ ଦେଇଛନ୍ତି ।
Answer:
ଲାଜ, ଭୟ, ଅପମାନ

7. ମଣିଷ ନିଜ ଭିତରେ ଥ‌ିବା _______________ ଗୁଡ଼ିକୁ ଦମନ କଲେ ଦେବତାର ଆସନ ଲାଭ କରିପାରିବ ।
Answer:
ଅନ୍ତଃଶତ୍ରୁ

8. ଏ ପୃଥ‌ିବୀ ନିରନ୍ତର ________________ ପଥରେ ଆଗେଇ ଚାଲିଛି ।
Answer:
ଧ୍ବଂସ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

9. ‘ଚରାଚର’ କହିଲେ _____________________ କୁ ବୁଝାଏ ।
Answer:
ସାରା ସଂସାର

10. କୁନ୍ତଳାକୁମାରୀଙ୍କର ବୃତ୍ତି ______________ ଥିଲା ।
Answer:
ଡାକ୍ତରି

11. ଦେବତା ପୂଜିତ ______________ ରେ ତବାସନ ବୋଲି କବି ମଣିଷକୁ କହିଛନ୍ତି ।
Answer:
ଆକାଶ

12. ________________ କାଳିରେ ଦୀନହୀନ ନ ହେବାକୁ କବି ମଣିଷ ଭାଇକୁ କହିଛନ୍ତି ।
Answer:
କଳୁଷର କଳଙ୍କ

13. କବିତାରେ କବି ______________ କୁ ଭାଇ ବୋଲି ସମ୍ବୋଧନ କରିଛନ୍ତି ।
Answer:
ମଣିଷ

14. ମଣିଷ ______________ ପାଇଁ ଜନ୍ମଲାଭ କରିନାହିଁ ବୋଲି କବି କହିଛନ୍ତି ।
Answer:
ଝୁରି ମରିବାକୁ

15. କବି ନୈରାଶ୍ୟକୁ _____________ ରୂପରେ ବର୍ଣ୍ଣନା କରିଛନ୍ତି ।
Answer:
ଅନ୍ଧାର

16. ମଣିଷର ନିୟତି _____________ ମଣିଷର ନିୟତି ବୋଲି କବି କହିଛନ୍ତି ।
Answer:
କଷଣ କାରା

17. ହତୋତ୍ସାହ ହୋଇପଡ଼ିଥି ମନୁଷ୍ୟ ପୃଥ‌ିବୀକୁ ___________ ଦୃଷ୍ଟିରେ ଦେଖନ୍ତି ।
Answer:
ମୃତ୍ୟୁର ଧାତ୍ରୀ

18. କବି ______________ ମାନଙ୍କୁ ଅମୃତର ସନ୍ତାନ ବୋଲି କହିଛନ୍ତି ।
Answer:
ମଣିଷ

19. ଏ ବିଶାଳ ଜଗତୀ ______________ ର ଧାତ୍ରୀ ନୁହେଁ ।
Answer:
ମୃତ୍ୟୁ

20. କବିଙ୍କ ମତରେ _______________ ର ମରଣ ନାହିଁ ।
Answer:
ଅମୃତଦୀପ୍ତ ସନ୍ତାନ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ପଶୁ ଝୁରି ମରିବାକୁ ବୁଡ଼ି ମରିବାକୁ ଜନମି ନାହିଁ ବୋଲି
Answer:
ଭୁଲ୍

BSE Odisha 9th Class Odia Solutions Chapter 4 ମଣିଷ ଭାଇ

2. ଏ ସଂସାରକୁ କବି ଭାଗ୍ୟର ଶୁଭ ଭୁବନ ବୋଲି ବର୍ଣ୍ଣନା କରିଛନ୍ତି ।
Answer:
ଭୁଲ୍

3. ପଶୁତ୍ଵ-ଦେବତ୍ୱ ପରୀକ୍ଷାରେ ବିଜୟୀ ହୋଇ ମଣିଷକୁ ଋଣୀ କରିବାକୁ କବି କହିଛନ୍ତି ।
Answer:
ଭୁଲ୍

4. କବି ମଣିଷକୁ ବିଧାତାର ବରପୁତ୍ର ବୋଲି କହିଛନ୍ତି ।
Answer:
ଠିକ୍

5. ଜୀବନ ସୂତ୍ର ଧରିବାକୁ କବି ମଣିଷ ଭାଇକୁ ନିବେଦନ କରିଛନ୍ତି ।
Answer:
ଠିକ୍

6. ନୈରାଶ୍ୟକୁ କବି ଅନ୍ଧକାର ରୂପେ ବର୍ଣ୍ଣନା କରିଛନ୍ତି ।
Answer:
ଠିକ୍

7. ବିଧାତାଙ୍କ ବିଚାରରେ ଆପଣାକୁ ଆପେ ବାଧିବା କାର୍ଯ୍ୟ ଉଚିତ ନୁହେଁ ।
Answer:
ଠିକ୍

8. ଭବରାଣଙ୍କୁ ଋଣୀ କରିବାକୁ କବି ମନୁଷ୍ୟମାନଙ୍କୁ କହିଛନ୍ତି ।
Answer:
ଠିକ୍

9. କବିତାରେ କବି ଭଗବାନକୁ ଭାଇ ବୋଲି ସମ୍ବୋଧନ କରିଛନ୍ତି ।
Answer:
ଭୁଲ୍

10. କବିଙ୍କ ମତରେ ପରମେଶ୍ବରଙ୍କ ସୃଷ୍ଟି ଏ ସଂସାର ଚିର ଆନନ୍ଦମୟ ଓ ମଙ୍ଗଳମୟ ।
Answer:
ଠିକ୍

11. କବି ଅରିନ୍ଦମ ବୋଲି ଭଗବାନକୁ ସମ୍ବୋଧନ କରିଛନ୍ତି ।
Answer:
ଭୁଲ୍

12. ଲାଜ, ଭୟ, ଅପମାନ ପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାକୁ କବି ମଣିଷକୁ ଆହ୍ଵାନ ଦେଇଛନ୍ତି ।
Answer:
ଠିକ୍

BSE Odisha 9th Class Odia Solutions Chapter 4 ମଣିଷ ଭାଇ

13. ଏ ପୃଥ‌ିବୀ ନିରନ୍ତର ଅଗ୍ରସର ପଥରେ ଆଗେଇ ଚାଲିଛି ।
Answer:
ଭୁଲ୍

14. କୁନ୍ତଳାକୁମାରୀଙ୍କର ବୃତ୍ତି ଚାକିରି ଥିଲା ।
Answer:
ଭୁଲ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ବ୍ୟକ୍ତି ନିଜର ଭବିଷ୍ୟତକୁ କାହା ଉପରେ ଛାଡ଼ି ଦିଅନ୍ତି ?
(A) କର୍ମ
(B) କର୍ତ୍ତବ୍ଯ
(C) ନିୟତି
(D) ଭଗବାନ୍
Answer:
(C) ନିୟତି

2. କିଏ ଝୁରି ମରିବାକୁ ବୁଡ଼ି ମରିବାକୁ ଜନମି ନାହିଁ ବୋଲି କବି କହିଛନ୍ତି ?
(A) ମାନବ
(B) ମହାମାନବ
(C) ପରମପୁରୁଷ
(D) ପୁରୁଷୋତ୍ତମ
Answer:
(A) ମାନବ

3. ଏ ବିଶାଳ ଜଗତୀ କାହାର ଯାତ୍ରୀ ନୁହେଁ ?
(A) ମୃତ୍ୟୁର
(B) ଧ୍ବଂସର
(C) ଦାରିଦ୍ର୍ୟର
(D) ଅନଟନର
Answer:
(B) ଧ୍ବଂସର

4. ଏ ସଂସାରକୁ କବି କାହାର ଶୁଭ ଭୁବନ ବୋଲି ବର୍ଣ୍ଣନା କରିଛନ୍ତି ?
(A) କର୍ମର
(B) ଧର୍ମର
(C) ତ୍ଯାଗର
(D) ଉପକାରର
Answer:
(A) କର୍ମର

5. କେଉଁ ପରୀକ୍ଷାରେ ବିଜୟୀ ହୋଇ ବୀରତ୍ଵର ଟୀକା ଲାଭ କରିବାକୁ କବି କହିଛନ୍ତି ?
(A) ପଶୁତ୍ଵ-ଦେବତ୍ଵ
(B) ଦେବତ୍ୱ-ମାନବତ୍ଵ
(C) ମାନବତ୍ବ-ପଶୁତ୍ଵ
(D) ଦେବତ୍ୱ-ଦାନବତ୍ୱ
Answer:
(A) ପଶୁତ୍ଵ-ଦେବତ୍ଵ

6. ପରୀକ୍ଷାରେ ବିଜୟୀ ହୋଇ କାହାକୁ ଋଣୀ କରିବାକୁ କବି କହିଛନ୍ତି ?
(A) ପୃଥିବୀବାସୀଙ୍କୁ
(B) ଦେବତାଙ୍କୁ
(C) ଈଶ୍ବରଙ୍କୁ
(D) ସଂସାରକୁ
Answer:
(C) ଈଶ୍ବରଙ୍କୁ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

7. ଏ ସାରା ସଂସାରର ରଚୟିତା କିଏ ?
(A) ସୂର୍ଯ୍ୟ
(B) ଈଶ୍ବର
(C) କର୍ମ
(D) ଚନ୍ଦ୍ର
Answer:
(B) ଈଶ୍ବର

8. କବି କାହାକୁ ବିଧାତାର ବରପୁତ୍ର ବୋଲି କହିଛନ୍ତି ?
(A) ମହାପୁରୁଷମାନଙ୍କୁ
(B) ସଜ୍ଜନଙ୍କୁ
(C) ମଣିଷକୁ
(D) ଦେବତାଙ୍କୁ
Answer:
(C) ମଣିଷକୁ

9. କବି ମଣିଷ ଭାଇକୁ କେଉଁ ରଜ୍ଜୁ ଛିଣ୍ଡାଇବାକୁ କହିଛନ୍ତି ?
(A) ଜୀବନ ରଜ୍ଜୁ
(B) ବନ୍ଧୁତ୍ଵ ରଜୁ
(C) ଯୁଗାନ୍ତ-ମୃତ୍ୟୁ ରଜ୍ଜୁ
(D) ସମ୍ପର୍କ ରଜ୍ଜୁ
Answer:
(C) ଯୁଗାନ୍ତ-ମୃତ୍ୟୁ ରଜ୍ଜୁ

10. କେଉଁ ସୂତ୍ର ଧରିବାକୁ କବି ମଣିଷ ଭାଇକୁ ନିବେଦନ କରିଛନ୍ତି ?
(A) ସମ୍ପର୍କ ସୂତ୍ର
(B) ଜନ୍ମ ସୂତ୍ର
(C) ଜୀବନ ସୂତ୍ର
(D) ମୃତ୍ୟୁ ସୂତ୍ର
Answer:
(C) ଜୀବନ ସୂତ୍ର

11. କେଉଁ ଧରଣର ପିପାସା ମେଣ୍ଟେ ନାହିଁ ?
(A) ଜଳ ପିପାସା
(B) ସୁରା ପିପାସା
(C) ରକ୍ତ ପିପାସା
(D) କେଉଁଟି ନୁହେଁ
Answer:
(D) କେଉଁଟି ନୁହେଁ

12. କେଉଁଟି ମାନବର ଷଡ଼ରିପୁ ମଧ୍ୟରୁ ଏକ ଶତ୍ରୁ ନୁହେଁ ?
(A) କାମ
(B) କ୍ରୋଧ
(C) ଲୋଭ
(D) କ୍ଷମା
Answer:
(D) କ୍ଷମା

13. କର୍ମର ଶୁଭ ଭୁବନ ବୋଲି କବି କାହାକୁ କହିଛନ୍ତି ?
(A) ସଂସାରକୁ
(B) ପାତାଳକୁ
(C) ସ୍ବର୍ଗକୁ
(D) ତ୍ରିଲୋକକୁ
Answer:
(A) ସଂସାରକୁ

14. କବି ଅରିନ୍ଦମ ବୋଲି କାହାକୁ ସମ୍ବୋଧନ କରିଛନ୍ତି ?
(A) ଈଶ୍ବରଙ୍କୁ
(B) ସବଳକୁ
(C) ଦୁର୍ବଳକୁ
(D) ମଣିଷକୁ
Answer:
(D) ମଣିଷକୁ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

15. ତାରା ଦଳେ କାହାର ଆସନ ବୋଲି କବି କହିଛନ୍ତି ?
(A) ଚନ୍ଦ୍ରଙ୍କର
(B) ସୂର୍ଯ୍ୟଙ୍କର
(C) ସପ୍ତର୍ଷିମଣ୍ଡଳର
(D) ମଣିଷର
Answer:
(D) ମଣିଷର

16. ମଣିଷର କେଉଁ ପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାକୁ କବି ଆହ୍ବାନ ଦେଇଛନ୍ତି ?
(A) ସତ୍ୟ, ଧର୍ମ, ନ୍ୟାୟ
(B) କ୍ରୋଧ, ଲୋଭ, ମୋହ
(C) ଲାଜ, ଭୟ, ଅପମାନ
(D) ଦୟା, କ୍ଷମା, ସଂଯମ
Answer:
(C) ଲାଜ, ଭୟ, ଅପମାନ

17. ମଣିଷ କେତେବେଳେ ଦେବତାର ଆସନ ଲାଭ କରିପାରିବ ?
(A) ସ୍ଵର୍ଗଜୟ କଲେ
(B) ପୃଥ‌ିବୀର ରାଜା ହେଲେ
(C) ତା’ ଭିତରେ ଥ‌ିବା ଅନ୍ତଃ ଶତ୍ରୁଗୁଡ଼ିକୁ ଦମନ କଲେ
(D) ସୁକାର୍ଯ୍ୟ କଲେ
Answer:
(C) ତା’ ଭିତରେ ଥ‌ିବା ଅନ୍ତଃ ଶତ୍ରୁଗୁଡ଼ିକୁ ଦମନ କଲେ

18. ଏ ପୃଥ‌ିବୀ ନିରନ୍ତର କେଉଁ ପଥରେ ଆଗେଇ ଚାଲିଛି ?
(A) ଅବନତି ପଥରେ
(B) ଉନ୍ନତି ପଥରେ
(C) ଧ୍ବଂସପଥରେ
(D) ଗତିପଥରେ
Answer:
(C) ଧ୍ବଂସପଥରେ

19. ‘ରୋଚର’ କହିଲେ କ’ଣ ବୁଝ ?
(A) ଚାରଣ ଭୂମି
(B) ଗୋଚର ଭୂମି
(C) ମରୁଭୂମି
(D) ସାରା ସଂସାର
Answer:
(D) ସାରା ସଂସାର

20. କୁନ୍ତଳାକୁମାରୀଙ୍କର ବୃତ୍ତି କ’ଣ ଥିଲା ?
(A) ସାହିତ୍ୟ
(B) ସମାଜସେବା
(C) ଡାକ୍ତରି
(D) କାରିଗରି
Answer:
(C) ଡାକ୍ତରି

କବୟିତ୍ରୀଙ୍କ ସମ୍ବନ୍ଧରେ :
ଓଡ଼ିଆ ସାହିତ୍ୟରେ ନାରୀକବି ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ ଏକ ସୁଦୂରପ୍ରସାରୀ ନାମ । ଚିତ୍ତାକର୍ଷକ ବ୍ୟକ୍ତିତ୍ଵ, ବିପ୍ଳବର ଅନିର୍ବାଣ ଅଗ୍ନିଶିଖା, ମାନବିକତାର ଏକ ପରିପୂର୍ଣ୍ଣ ଉତ୍ସ ଏହି ମହୀୟସୀ କବୟିତ୍ରୀଙ୍କ ଲେଖନୀ କବିତା, ପ୍ରବନ୍ଧ, ଉପନ୍ୟାସ ପ୍ରଭୃତି ସାହିତ୍ୟର ବିଭିନ୍ନ ଦିଗକୁ ସ୍ପର୍ଶ କରିଛି । ପୂର୍ବ ଗୌରବାନୁଚିନ୍ତା, ଦେଶାତ୍ମବୋଧ ପ୍ରେମ, ପ୍ରକୃତି, ଭଗବାନ ପ୍ରଭୃତିଙ୍କୁ ଆଧାର କରି କାବ୍ୟ କବିତାର ବିଭିନ୍ନ ବିଭାଗ ମଧ୍ୟରେ ତାଙ୍କ ଲେଖନୀର ଜୟଯାତ୍ରା । ତାଙ୍କ କବିତାରେ ଓଡ଼ିଆ ପ୍ରୀତି ଓ ଓଡିଆ ଭାଷା ପ୍ରୀତିର ଅପୂର୍ବ ନମୁନା ପରିଦୃଷ୍ଟ ହୁଏ । କୁନ୍ତଳା କୁମାରୀଙ୍କ ଜନ୍ମ ୧୯୦୧ ଖ୍ରୀଷ୍ଟାବ୍ଦ ଫେବୃୟାରୀ ୮ ତାରିଖରେ ଓଡ଼ିଶାର ଏକ ବିଚ୍ଛିନ୍ନାଞ୍ଚଳ ବସ୍ତର ଗଡ଼ଜାତରେ ।

ସାରସ୍ଵତ ପ୍ରତିଭାର ଉଜ୍ଜଳତର ସ୍ବାକ୍ଷର ଦେବାକୁ ଯାଉଥିଲାବେଳେ ୧୯୩୮ ମସିହାରେ ସେ ଇହଧାମରୁ ବିଦାୟ ନେଇଥିଲେ । ତେରବର୍ଷ ପର୍ଯ୍ୟନ୍ତ ଓଡ଼ିଆ ବର୍ଣ୍ଣ ପରିଚୟ ପାଇ ନ ଥିବା ଏହି ଅସାଧାରଣ ଧୀଶକ୍ତିସମ୍ପନ୍ନା ଅଳ୍ପ କେତୋଟି ଦିନ ମଧ୍ୟରେ ଓଡ଼ିଆ ଭାଷା ଶିକ୍ଷା କରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଯେଉଁ ଗୌରବର ଅଧିକାରୀ ହୋଇପାରିଥିଲେ ତାହା ବାସ୍ତବିକ ବିସ୍ମୟକର । ବୃତ୍ତିରେ ଡାକ୍ତର ଥିଲେ ମଧ୍ୟ ତାଙ୍କ ପ୍ରବୃତ୍ତି ଥିଲା ସାରସ୍ବତ ସାଧନା । କେବଳ ଓଡ଼ିଆ ସାହିତ୍ୟ ନୁହେଁ ହିନ୍ଦୀ ସାହିତ୍ୟରେ ମଧ୍ୟ ତାଙ୍କର ଗଭୀର ପ୍ରବେଶ ଥିଲା । ହିନ୍ଦୀରେ ‘ବରମାଲା’ ନାମକ ଏକ ଗୀତିଗୁଚ୍ଛ ରଚନା କରି ତଥା ବହୁ ହିନ୍ଦୀ ପତ୍ରିକାର ସମ୍ପାଦନା ଦାୟିତ୍ଵରେ ରହି ସେ ହିନ୍ଦୀ ସାହିତ୍ୟ କ୍ଷେତ୍ରରେ ସୁପ୍ରତିଷ୍ଠିତା ହୋଇ ପାରିଥିଲେ ।

ଭାଷଣ ଦେବାର ଗୌରବ ଲାଭ କରିଥିଲେ ସେ । ପ୍ରତିଷ୍ଠାର ଉଚ୍ଚତମ ଶିଖରରେ ଥିଲାବେଳେ ତାଙ୍କୁ ସଂସାର ତ୍ୟାଗ କରିବାକୁ ପଡ଼ିଥିଲା । ମାତ୍ର ୩୮ ବର୍ଷର ସ୍ୱଳ୍ପ ଜୀବନକାଳ ମଧ୍ୟରେ ନିଜ ପ୍ରତିଭାର ସୁବିନିଯୋଗ କରି ସେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନିଜର ଅମଳିନ ପରିଚୟ ରଖ୍ଯାଇଛନ୍ତି । ‘ଅଞ୍ଜଳି’, ‘ଉଲ୍ଲାସ’, ‘ଅର୍ଜନା’, ‘ସ୍କୁଲିଙ୍ଗ’ ଓ ‘ଆହ୍ବାନ’ ଆଦି କବିତା ପୁସ୍ତକ; ‘ଭ୍ରାନ୍ତି’, ‘ନ’ ତୁଣ୍ଡୀ’, ‘ପରଶମଣି’, ‘ରଘୁ ଅରକ୍ଷିତ’, ‘କାଳୀବୋହୂ’ ଆଦି ଉପନ୍ୟାସ ତାଙ୍କ ଉଜ୍ଜ୍ଵଳ ପ୍ରତିଭାର ନିଦର୍ଶନ । ତାଙ୍କ ସାରସ୍ବତ କୃତି ପାଇଁ ପୁରୀର ‘ମହିଳା ବନ୍ଧୁ’ ଅନୁଷ୍ଠାନ ତାଙ୍କୁ ‘ଉତ୍କଳ ଭାରତୀ’ ଉପାଧ୍ ପ୍ରଦାନ କରିଥିଲେ । ବିଶ୍ୱଜନୀନତା, ସେବାପରାୟଣତା, ଭଗବତ୍ ବିଶ୍ଵାସ, ମାନବିକ ମୂଲ୍ୟବୋଧ ଓ କର୍ତ୍ତବ୍ୟପରାୟଣତାକୁ ଆଧାର କରି ସାହିତ୍ୟ ସୃଷ୍ଟିରେ ତାଙ୍କ ଲେଖନୀ ଶତମୁଖ ହୋଇଉଠିଛି ।

କବିତାର ପୃଷ୍ଠଭୂମି :
ଓଡ଼ିଶାର ସ୍ଵାଧୀନତା ଲୋପଠାରୁ ନବ ସ୍ଵାଧୀନତା ଲାଭ ପର୍ଯ୍ୟନ୍ତ ଉତ୍କଳୀୟମାନଙ୍କ ଜୀବନ ଥିଲା ଦୁର୍ଦ୍ଦିନ ରାତ୍ରିର ତିମିରିତ କାଳ । ବିକଟ ଦାରିଦ୍ର୍ୟ ଓ ନିପୀଡ଼ିତ ଜୀବନ ନେଇ ଓଡ଼ିଆ ଜାତି ନୈରାଶ୍ୟର ଘନ ଅନ୍ଧକାର ମଧ୍ଯରେ ହା-ହୁତାଶମୟ ଜୀବନ ଅତିବାହିତ କରୁଥିଲା । ଏହି ସମୟରେ କୁନ୍ତଳା କୁମାରୀ ଓଡ଼ିଆମାନଙ୍କ ମୁମୂର୍ଷୁ ଧମନୀକୁ ସ୍ପନ୍ଦିତ କରିବାପାଇଁ ଆଶାର ସଙ୍ଗୀତ ଶୁଣାଇଛନ୍ତି । ସେମାନଙ୍କ ନୈରାଶ୍ୟଦଗ୍ଧ ପ୍ରାଣରେ ଆଶାର ଅସୁମାରି ସ୍ବପ୍ନ ଭରିଦେଇ ଧୈର୍ଯ୍ୟ ଧାରଣପୂର୍ବକ କର୍ମମୟ ଜୀବନରେ ଉନ୍ମାଦନା ଓ ଆତ୍ମଚୈତନ୍ୟ ଜାଗରଣ କରିବାକୁ କବୟିତ୍ରୀ ଆହ୍ବାନ ଜଣାଇଛନ୍ତି ।

ବୀର ଓଡ଼ିଆଜାତିର ସ୍ମାରକୀ ବାରବାଟୀ ଭାଙ୍ଗି ପଡ଼ିଥିଲେ ମଧ୍ୟ, ଓଡ଼ିଆ ଶିଳ୍ପୀ ଓ ସ୍ଥପତିଙ୍କ ଅତୁଳନୀୟ କାରୁକଳାର ପ୍ରତୀକ କୋଣାର୍କ ମାଟିରେ ଲୋଟିଥିଲେ ମଧ୍ୟ, ଓଡ଼ିଆ ସାଧବ ପୁଅର ନୌବାଣିଜ୍ୟ ବିଭବ ଲୋପ ପାଇଯାଇଥିଲେ ମଧ୍ୟ, ଏପରିକି ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷ ପରି ପ୍ରକୃତିର କ୍ରୂର ପରିହାସରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ ମଧ୍ୟ ଉତ୍କଳରୁ ମନୁଷ୍ୟତା ନିଃଶେଷ ହୋଇଯାଇ ନାହିଁ । ଜାତିର ମାନବିକ ମୂଲ୍ୟବୋଧ ଉପରେ କବୟିତ୍ରୀଙ୍କର ନିବିଡ଼ ଆସ୍ଥା ରହିଛି ।

ଅସହାୟ ଓଡ଼ିଆ ଜାତିପ୍ରାଣରେ ଆଶା ଓ ଉଦ୍ଦୀପନାର ସୁଧାବାରି ସିଞ୍ଚନ କରିବାକୁ ଯାଇ କବୟିତ୍ରୀ ସୃଷ୍ଟି କରିଛନ୍ତି କବିତା ‘ମଣିଷ ଭାଇ’। କବିତାଟି କବୟିତ୍ରୀଙ୍କ କବିତା ପୁସ୍ତକ ସ୍ଫୁଲିଙ୍ଗ ରୁ ଉଦ୍ଧୃତ ହୋଇଛି, ଯାହାର ରଚନାକାଳ ୧୯୨୯ ମସିହା । ତତ୍‌କାଳୀନ ରାଜନୈତିକ ଓ ସାମାଜିକ ପରିସ୍ଥିତି ଥିଲା ଉତ୍ତେଜନାପ୍ରବଣ । ବିଦେଶୀ ଶାସକଙ୍କ ଅର୍ଥନୈତିକ ଶୋଷଣ, ନିପୀଡ଼ନ, ଦେଶବାସୀଙ୍କ ଉତ୍କଟ ଦାରିଦ୍ର୍ୟ, ରୋଗବ୍ୟାଧ, ରାଜା ଜମିଦାରଙ୍କ ବିଳାସବ୍ୟସନ, ବିଦେଶୀ ପଦଲେହନକାରୀଙ୍କର ବିଶ୍ୱାସଘାତୀ ଭୂମିକା ପ୍ରଭୃତି ଦେଶର ଘୋର ଅସହାୟ ଅବସ୍ଥାରେ ସାଧାରଣ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା ।

ଧନୀ-ନିର୍ଜନ, ଶୋଷକ ଓ ଶୋଷିତ ମଧ୍ୟରେ ଥ‌ିବା ଯୁଗ ‘ଯୁଗର ବ୍ୟବଧାନ ନାରୀକବିଙ୍କ ଦୃଷ୍ଟିକୁ ଏଡ଼ାଇ ଯାଇ ପାରି ନ ଥିଲା । ମଣିଷର ଦୁଃଖରେ କବୟିତ୍ରୀ କେଉଁଠାରେ ବ୍ୟଥ୍‌ତା ତ କେଉଁଠି ଜାତୀୟ ଜୀବନର ଦୁର୍ଗତି ଲକ୍ଷ୍ୟ କରି ଅବସାଦଗ୍ରସ୍ତା । ଶୋଷିତ, ଲାଞ୍ଛିତ ତଥା ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଜନତାର ଦୁର୍ଦ୍ଦଶା ମୋଚନ ପାଇଁ ତାଙ୍କ କାବ୍ୟସ୍ୱରରେ ଉଗ୍ରତା ନାହିଁ; ମାତ୍ର ଅଭିଯୋଗ ଅଛି । ଦୁର୍ଦ୍ଦଶାଗ୍ରସ୍ତ ଜନତାଙ୍କ ପାଇଁ କବୟିତ୍ରୀଙ୍କ ମନର କୋମଳ କାରୁଣ୍ୟ କବିତାରେ ରୂପାୟିତ ହୋଇଛି । ଏହି ଗ୍ଳାନିକର ପରିସ୍ଥିତି ଭିତରେ କବୟିତ୍ରୀଙ୍କ ଅନ୍ତରରେ ଆଶାର ଅସରନ୍ତି ବିଶ୍ବାସ ସୃଷ୍ଟି ହୋଇପାରିଛି ଓ ମଣିଷର ମହାନତାକୁ ଘୋଷଣା କରି ସେ ଗାଇଛନ୍ତି –

‘ଶୁଣ ହେ ମଣିଷ ଭାଇ !
ଝୁରି ମରିବାକୁ ବୁଡ଼ି ମରିବାକୁ
ମଣିଷ ଜନମି ନାହିଁ ।”

BSE Odisha 9th Class Odia Solutions Chapter 4 ମଣିଷ ଭାଇ

କବିତାର ସାରମମ :
ନାରୀକବି କୁନ୍ତଳା କୁମାରୀଙ୍କ କାବ୍ୟସ୍ୱରରେ ମଣିଷ ପାଇଁ ଅଶେଷ ସ୍ନେହ ଓ ଦିବ୍ୟାଶୀର୍ବାଦର ଧାରା ଉତ୍ସାରିତ ହୋଇଛି । ସମାଜର ଦଳିତ, ଲାଞ୍ଛିତ, ପତିତ ଓ ନିପୀଡ଼ିତ ମଣିଷ ଜାତି ପାଇଁ ତାଙ୍କ ଚିତ୍ତର କୋମଳ କାରୁଣ୍ୟ କବିତାରେ ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ । ମାନବ ସମାଜର ଐକ୍ୟ, ପ୍ରୀତି ଓ କଲ୍ୟାଣ କାମନାରେ କବୟିତ୍ରୀଙ୍କ ସାହିତ୍ୟରେ ଅମୃତର ବାର୍ତ୍ତା ପରିବେଷିତ ହୋଇଛି ।
କୁନ୍ତଳା କୁମାରୀଙ୍କ ସମ୍ଭୋଧୀ କବିତା ‘ମଣିଷ ଭାଇ’ ଅମୃତର ସନ୍ତାନ ମଣିଷ ପାଇଁ ଆତ୍ମବିଶ୍ଵାସଭରା ଆଶା, ଆଶ୍ୱାସନାର ଦିବ୍ୟବାଣୀ ଶୁଣାଇଛି । ସୁଖସ୍ଵପ୍ନଭରା ଅତୀତ ସ୍ମୃତିର ରୋମନ୍ଥନ କରି ତଥା ସାମ୍ପ୍ରତିକ ଦୁଃଖ, ଯନ୍ତ୍ରଣାର କାରୁଣ୍ୟରେ ହୃଦୟକୁ ଅଯଥା ଭାରାକ୍ରାନ୍ତ ନ କରି ଉପସ୍ଥିତ ପରିସ୍ଥିତିକୁ ସାହସର ସହିତ ସାମନା କରିବା ବିବେକୀର କାର୍ଯ୍ୟ ।

ସମୟ ଚକ୍ରରେ ଚିର ଘୂର୍ଣ୍ଣନଶୀଳ ଦୁଃଖର ଅମାରାତ୍ରି ପରେ ନବ ପ୍ରଭାତର ନବୀନ ସୁଖ-ସୂର୍ଯ୍ୟର ଉଦୟ ଅବଶ୍ୟମ୍ଭାବୀ । ତେଣୁ ଦୁଃଖ-ଦୁର୍ଦ୍ଦଶାକୁ କପାଳ ଲିଖନ ବୋଲି ବିବେଚନା ନ କରି ଓ ଭାଗ୍ୟକୁ ସ୍ଵୀକାର କରି ଶତ ହତଶ୍ଵାସରେ ଜୀବନକୁ ଅଧିକ ଜନ୍ତ୍ରଣାଜର୍ଜର ନ କରିବାକୁ କବୟିତ୍ରୀ ସମ୍ବେଦନଶୀଳ ଆଶ୍ୱାସନା ବାଣୀ ଶୁଣାଇଛନ୍ତି । କାରଣ ଅନାଗତ ଭବିଷ୍ୟତ ନିଶ୍ଚିତଭାବେ ଜୀବନକୁ ନୂତନ ଆଶା ଓ ନିବ ଉନ୍ମାଦନାରେ ସ୍କନ୍ଦିତ କରିବ । ଯେହେତୁ ପରିବର୍ତ୍ତନ ଧାରାର ପ୍ରବହମାନତାରେ ବିଧାତାଙ୍କ ସୃଷ୍ଟି ଚିର ମଙ୍ଗଳମୟ, ମାନବ ଜୀବନ ,ଯେ ନିୟତିର ଅଧୀନ, ଏକଥା ସତ୍ୟ । ମାତ୍ର ଯନ୍ତ୍ରଣା ପରିପୂର୍ଣ୍ଣ କାରାଗାରରେ ଚିର ଶୃଙ୍ଖଳିତ ଜୀବନ ଧରି ମାନବ ଯେ କେବଳ । ଲାଞ୍ଛନା, ଦୁଃଖ, ଅପମାନ ଓ ଅତ୍ୟାଚାରକୁ ନୀରବରେ ସହ୍ୟ କରି ଚାଲିଥିବ ଏହା କଦାପି ନିୟତିର ବିଧାନ ନୁହେଁ । ମାନବ ଜାତି କେବେ ବି ଧ୍ୱଂସପଥର ଯାତ୍ରୀ ନୁହେଁ କି ଏ ସଂସାର ତା’ ପାଇଁ ମୃତ୍ୟୁର ମହାକାଳ ନୁହେଁ ।

ଈଶ୍ବର ସୃଷ୍ଟ ଏ ବିଶାଳ ଜଗତ ହେଉଛି ଅମୃତ ସନ୍ତାନ, ମାନବର ଲୀଲାକ୍ଷେତ୍ର, ଯେଉଁଠି ତା’ ଜୀବନର ସୁଖ -ଦୁଃଖ, ହସ – କାନ୍ଦ ଗୋଟିଏ ଘୂର୍ଣାୟମାନ ମୁଦ୍ରାର ଦୁଇପାର୍ଶ୍ଵ ସଦୃଶ । ସମୟାନୁକ୍ରମେ ମୁଦ୍ରାର ପଟ ପରିବର୍ତ୍ତନରେ ଦୁଃଖ – ଦୁର୍ଦ୍ଦଶାର ପତନ ଘଟିବ ଏବଂ ସୁଖ-ସମୃଦ୍ଧିର ପ୍ରାଚୁର୍ଯ୍ୟରେ ଜୀବନପାତ୍ର ଭରିଉଠିବ । ପରମେଶ୍ଵରଙ୍କ ଅମୃତମୟ ସୃଷ୍ଟିରେ ଏ ଜଗତ ମଧ୍ଯ କାହାରି ପାଇଁ ଚିର ବିଳାସର ମଧୁକୁଞ୍ଜ ନୁହେଁ । ଧନ, ସମ୍ପଦ ଓ କ୍ଷମତାରେ ମଦମତ୍ତ ହୋଇ ଦଳେ ବିଳାସ, ବ୍ୟସନ ଓ ସୁଖ ସମ୍ଭୋଗରେ ଚିର ମତୁଆଲା ହେଉଥ‌ିବେ ଅଥଚ ଅନ୍ୟ ଦଳକ ଶୋଷଣ, କଷଣ, ଅତ୍ୟାଚାର ଓ ଦାରିଦ୍ର୍ୟର କଷାଘାତରେ ଚିର ଜର୍ଜରିତ ହୋଇ ଭାଗ୍ୟ ଆଦରି ନୀରବରେ ସବୁ ସହ୍ୟ କରି ଚାଲିଥିବେ, ଏହା କଦାପି ନିୟତିର ବିଧାନ ନୁହେଁ ।

ଧନୀ, ପୁଞ୍ଜିପତି, ସ୍ୱେଚ୍ଛାଚାରୀ ଶାସକ ସଦାବେଳେ ଦୁର୍ବଳ, ନିରୀହ ମନୁଷ୍ୟ ଉପରେ ଚିର ଆଧୂପତ୍ୟ ବିସ୍ତାର କରି କଷଣ, ପେଷଣରେ ତା’ର ଜୀବନକୁ ଦୁର୍ବିଷହ କରି ଚାଲିଥିବ; ଏହାକୁ ବିଧ୍ଵନିର୍ଦ୍ଦିଷ୍ଟ ବୋଲି କଦାପି କୁହାଯାଇ ନ ପାରେ । ଦୁଃଖ, ବେଦନା ଓ ଅନୁଶୋଚନାର ତୀବ୍ର ତାଡ଼ନା ମଧ୍ୟରେ ସବୁ ଯନ୍ତ୍ରଣାକୁ ନତଶିରେ ସହ୍ୟ କରି ମନୁଷ୍ୟ କେବଳ ଲୋତକ ବର୍ଷଣ କରିଚାଲିଥବ ଓ ଜୀବନ ଯୁଦ୍ଧରେ ପରାଜିତ ସୈନିକ ପରି ହତଭାଗ୍ୟ ବୋଲି ନିଜକୁ ଶତ ଧକ୍‌କାର କରି ଚାଲିଥବ, ଏହାକୁ ଭାଗ୍ୟଲିପି ବୋଲି କହି ମୃତ୍ୟୁ ଅପେକ୍ଷାରେ ପଡ଼ିରହିବାକୁ ଶ୍ରେୟ ମନେକରୁଥିବା ମଣିଷ ମନରେ ଆଶା ଓ ବିଶ୍ୱାସ ଭରିଦେବାକୁ କବୟିତ୍ରୀ ଆପ୍ରାଣ ଉଦ୍ୟମ କରିଛନ୍ତି । କବୟିତ୍ରୀଙ୍କ ମତରେ ଈଶ୍ବରଙ୍କ ସୃଷ୍ଟି ଏ ସଂସାର ସଦା ଶୋଭାମୟ ଓ ଚିର ଆନନ୍ଦମୟ ।

ମଙ୍ଗଳମୟଙ୍କ ସୃଷ୍ଟିରେ ଏ ସଂସାରବାସୀ ହେଉଛନ୍ତି ବିଶ୍ଵନିୟନ୍ତାଙ୍କ ଅମୃତ ସନ୍ତାନ । ତେଣୁ ଭାଗ୍ୟକୁ ଆଦରି ମାନବ ନିଜକୁ କେବଳ ମୃତ୍ୟୁପଥର ଯାତ୍ରୀ ବୋଲି ଭାବି ସ୍ଵକର୍ତ୍ତବ୍ୟ ସମ୍ପାଦନରୁ ନିବୃତ୍ତ ରହିବା ସର୍ବାଦୌ ଅନୁଚିତ । କବୟିତ୍ରୀଙ୍କ ମତରେ ଏ ବିଶାଳ ଜଗତ କଦାପି ହଂସାଭିମୁଖୀ ନୁହେଁ ଏବଂ ଅମୃତର ସନ୍ତାନ ମନୁଷ୍ୟ ମୃତ୍ୟୁ-ପଥର ଯାତ୍ରୀ ନୁହେଁ । କବୟିତ୍ରୀଙ୍କ ମତରେ ଏ ବିଶାଳ ଜଗତ କଦାପି ଧ୍ୱଂସାଭିମୁଖୀ ନୁହେଁ ଏବଂ ଅମୃତର ସନ୍ତାନ ମନୁଷ୍ୟ ମୃତ୍ୟୁ-ପଥର ଯାତ୍ରୀ ନୁହେଁ । କବୟିତ୍ରୀଙ୍କ ଭାଷାରେ –

‘ନତଶିରେ ସୁଖେ ଶ୍ରୀପାଦେ ଅରପି ଆପଣାକୁ ଆପେ ବଧୂବ
ଏ ନୁହେଁ ବିଧାତା ବିଚାର,
ଧ୍ଵଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ ନୁହେଁ ଏ ସୁନ୍ଦର ସଂସାର ।’’

BSE Odisha 9th Class Odia Solutions Chapter 4 ମଣିଷ ଭାଇ

କବୟିତ୍ରୀ ବିଶ୍ବବାସୀଙ୍କୁ ସଦା କର୍ମତତ୍ପର ରହି କର୍ତ୍ତବ୍ୟ ସମ୍ପାଦନ କରିଯିବାପାଇଁ ଉପଦେଶ ଦେଇଛନ୍ତି । କବୟିତ୍ରୀଙ୍କ ମତରେ ଏ ଜଗତ ହେଉଛି କର୍ମମୟ । ଏହି କର୍ମମୟ ଜଗତରେ ମାନବ ନିଜକୁ ଜଣେ ସଟ କର୍ମୀ ମନେକରି କର୍ମକୁ ଜୀବନର ମାନଦଣ୍ଡ ଭାବେ ଗ୍ରହଣ କରିବା ଉଚିତ ବୋଲି କହି କବୟିତ୍ରୀ କର୍ମର ଜୟଗାନ କରିଛନ୍ତି । କର୍ମରେ ନିମଜ୍ଜିତ ରହିଲେ ମନରୁ ନୈରାଶ୍ୟ ଓ ହତାଶାବୋଧ ଆପେ ଦୂରେଇଯିବ । ମାନସିକ ଗ୍ଳାନିର ବିସ୍କରଣ ପାଇଁ କର୍ମତତ୍ପର ଜୀବନ ହିଁ ପ୍ରକୃଷ୍ଟ ମାର୍ଗ ବୋଲି କବୟିତ୍ରୀ କହିଛନ୍ତି ।

ନିଜକୁ ଅସହାୟ ମନେକରୁଥିବା ଚିର ନିଷ୍ପେଷିତ, ଲାଞ୍ଛିତ, ବଞ୍ଚିତ ମଣିଷ ଭାଇ ଯେତେବେଳେ ନିଜକୁ ଧ୍ବଂସ ପଥର ଯାତ୍ରୀ ବୋଲି ଚିନ୍ତାକରି ଆତ୍ମଗ୍ଳାନିରେ ମ୍ରିୟମାଣ ହୋଇପଡ଼ିଛି, ସେତେବେଳେ ମାନବିକ ଦରଦ ନେଇ ଭରିଦେବାକୁ କବି ମଣିଷ ଭାଇକୁ କର୍ତ୍ତବ୍ୟ କର୍ମରେ ବୁଡ଼ି ରହିବାକୁ ଉପଦେଶ ଦେଇଛନ୍ତି । ଅନନ୍ତ ମରଣ ଯେ ମାନବର ଶେଷଗତି ନୁହେଁ ଏହି ଭାବନାକୁ ମାନବ ହୃଦୟରେ ଭରିଦେବାକୁ କବୟିତ୍ରୀ ଆପ୍ରାଣ ଉଦ୍ୟମ କରିଛନ୍ତି । ତାଙ୍କ ମତରେ ସବୁ ଲାଜ, ଭୟ, ଅପମାନ ଆଦି ମାନସିକ ଗ୍ଳାନିର ବିସ୍କରଣ ପାଇଁ ତାକୁ କର୍ମଯୋଗୀର ଜୀବନ ଆଦରି ନେବାକୁ ହେବ ।

ମନରେ ଅହମିକା ପୋଷଣ କରି କ୍ରୋଧ ଓ ପ୍ରତିଶୋଧପରାୟଣ ହେବା ପଶୁତ୍ଵର ପରିଚାୟକ । ଅପରନ୍ତୁ ଜୀବନର ସବୁ ମାନ-ଅପମାନ, ଲଜ୍ଜା-ଭୟ, ଅଶ୍ରୁ-ଅଭିଳାଷ, ହା-ହତାଶ, ଦୁଃଖ – ଅବସୋସକୁ ବିଭୁଙ୍କ ପଦାରବିନ୍ଦରେ ସମର୍ପଣ କରିଦେଇ ପରମେଶ୍ଵରଙ୍କ କର୍ମମୟ ସଂସାରରେ କେବଳ କର୍ତ୍ତବ୍ୟ ସମ୍ପାଦନରେ ବ୍ରତୀ ହେବା ହିଁ ମାନବିକତାର ପରିଚାୟକ । ଫଳପ୍ରାପ୍ତିରେ ଆଶା ନ ରଖ୍ କର୍ମରେ ଲିପ୍ତ ହେବାରେ ଜୀବନର ସାର୍ଥକତା ବିଦ୍ୟମାନ ।

ତଦ୍ବାରା ହିଁ ଈଶ୍ଵରଙ୍କ ଇଚ୍ଛା ପୂର୍ଣ ହୋଇପାରିବ ଓ ମଣିଷ ପଶୁତ୍ଵ- ଦେବତ୍ଵର ଭୀଷଣ ପରୀକ୍ଷାରେ ସସମ୍ମାନେ ଉତ୍ତୀର୍ଣ୍ଣ ହୋଇ ମାନବିକ ମୂଲ୍ୟବୋଧର ବିଜୟ ବୈଜୟନ୍ତୀ ଉଡ଼ାଇ ପାରିବ । ପରମେଶ୍ଵର ମଧ୍ଯ ତାଙ୍କ ସୃଷ୍ଟିର ସାର୍ଥକତାରେ ଚିରସନ୍ତୁଷ୍ଟ ହୋଇ ମାନବ ଜାତି ନିକଟରେ ଚିର ଋଣୀ ରହିବେ । ତେଣୁ ତାଙ୍କ ରଚିତ ଅନୁପମ ସୃଷ୍ଟିକୁ ସୁନ୍ଦରତର କରିବାପାଇଁ ମଣିଷ ଭାଇ ନିଜକୁ ଉତ୍ସର୍ଗ କରୁ ବୋଲି କବୟିତ୍ରୀ କାମନା କରିଛନ୍ତି । କବୟିତ୍ରୀଙ୍କ ଭାଷାରେ –

‘‘ପଶୁତ୍ବ ଦେବତ୍ୱ ପରୀକ୍ଷାରେ ଜୟୀ ଲଭ ବୀରତ୍ଵର ଟୀକା
ଋଣୀ କର ଭବରାଣେ
ତା’ଙ୍କ ରଚା ଚରାଚର ପରାଣରେ ବଳି ଦିଅ ନିଜ ପ୍ରାଣେ ।’’

ବୁଦ୍ଧି ଓ ବିବେକର ଅଧିକାରୀ ମାନବ ହିଁ ବିଧାତାଙ୍କ ସୃଷ୍ଟିରେ ଶ୍ରେଷ୍ଠ ପ୍ରାଣୀ । ତା’ ଜୀବନର ଚିର ଶତ୍ରୁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟକୁ ଦୃଢ଼ତାର ସହ ଦମନ କଲେ ହିଁ ସେ ଜୀବନର ସାର୍ଥକତା ପ୍ରତିପାଦନ କରିପାରେ ଓ ତା’ ଜୀବନ ଧନ୍ୟ ହୁଏ । ଶତ୍ରୁଞ୍ଜୟ ଜୀବନ ତା’ର ଦିବ୍ୟତାରେ ଭରିଉଠେ, ଶାଶ୍ବତ ଜ୍ଞାନରେ ମାନବାତ୍ମା ତା’ର ଦୀପ୍ତିମନ୍ତ ହୋଇଉଠେ । ତା’ର ପ୍ରତିଟି କର୍ମରେ ସେ ଅନୁଭବ କରେ ଈଶ୍ବରସତ୍ତା । ସାତ୍ତ୍ଵିକ ଜୀବନାଦର୍ଶକୁ ପାଥେୟ କରୁଥିବା ମାନବାତ୍ମା ପରିଣତ ହୁଏ ଦିବ୍ୟାତ୍ମାରେ । ମୃତ୍ୟୁ ପରେ ସେହି ଜୀବାତ୍ମା ଅନନ୍ତ ଗଗନରେ ସୁଦୀପ୍ତ ତାରକାର ଆସନ ଅଳଙ୍କୃତ କରେ । କବୟିତ୍ରୀଙ୍କ ମତରେ –

‘ଶୁଣ ଶୁଣ ଅରିନ୍ଦମ ! ଷଡ଼ରିପୁଜିତ, ଦେବତା ପୂଜିତ
ତାରାଦଳେ ତବାସନ ।’’

କବୟିତ୍ରୀଙ୍କ ମତରେ ମାନବ ହେଉଛି ବିଧାତାର ବରପୁତ୍ର । ତେଣୁ କୌଣସି ପରିସ୍ଥିତିରେ ସେ ନିଜକୁ ପରାଜିତ ମନେକରିବା ଅନୁଚିତ୍ । ଜୀବନ ଯୁଦ୍ଧରେ କ୍ଷତାକ୍ତ ହୋଇଗଲେ ମଧ୍ଯ ସାହସ ଓ ବିକ୍ରମ ସହ ଶତ୍ରୁର ମୁକାବିଲା କରିବା ହେଉଛି ବୀରୋଚିତ କାର୍ଯ୍ୟ । ସାମାନ୍ୟ ରକ୍ତପାତରେ ସେ ନିଜକୁ କ୍ଷୀଣ ବା ଦୁର୍ବଳ ମନେକରିବା ଅନୁଚିତ । କଳୁଷିତ ଜୀବନର କଳଙ୍କ କାଳିମାରେ ଦୀନହୀନ ହୋଇଯାଏ ନାହିଁ । ଦେବତ୍ୱର ମହିମାରେ ଦୀପ୍ତିମନ୍ତ ହୋଇ ତା’ର ପୁନରୁତ୍‌ଥାନ ଅବଶ୍ୟ ଘଟିଥାଏ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

କାରଣ ବିଶ୍ଵନିୟନ୍ତା ପରମେଶ୍ଵର ତାଙ୍କ ଅମୃତମୟ ସୃଷ୍ଟିର ଅଭିନବ ବିକାଶ ଦର୍ଶନରେ ତୃପ୍ତ ହୁଅନ୍ତି । ତେଣୁ ମଣିଷ ଜୀବନର ସମସ୍ତ ବିଷାଦ, ବ୍ୟର୍ଥତା, ଦୁଃଖ, କାତରତା ତଥା ଯାବତୀୟ ହୀନମନ୍ୟତାକୁ ଧୋଇଦେଇ କ୍ଷତାକ୍ତ ଶରୀରକୁ ତାଙ୍କ ସୁଧାସ୍ପର୍ଶରେ ନବ ରୂପ ପ୍ରଦାନପୂର୍ବକ ତାକୁ ଅମୃତପିପାସୀ କରାଇବେ । ତେଣୁ ଭାଗ୍ୟବାଦୀ ମୃତ୍ୟୁକାମୀ ମାନବ ନିଜ ମନରୁ ଅସହାୟବୋଧତାକୁ ପରିହାର କରି ଜୀବନ ସୂତ୍ର ଧାରଣରେ ବ୍ରତୀ ହେବାକୁ କବୟିତ୍ରୀ ଆହ୍ବାନ ଦେଇଛନ୍ତି । କବୟିତ୍ରୀଙ୍କ ଆୟୋପଲବ୍ଧି ଓ ଜୀବନ ଦର୍ଶନ ଯେ ଗଭୀର ଆଶାବାଦିତାର ଉଜ୍ଜ୍ବଳ ମୟୂଖରେ ଚିର ଦୀପ୍ତିମାନ, ଆଲୋଚ୍ୟ କବିତାରୁ ତାହା ସ୍ପଷ୍ଟ ପରିଦୃଷ୍ଟ ହୁଏ । ଆବେଗଧର୍ମୀ ପ୍ରାଣବନ୍ତ ଭାଷାବିନ୍ୟାସ କବୟିତ୍ରୀଙ୍କ ଭାବୋଚ୍ଛାସକୁ ଅଧିକ ଜୀବନ୍ତ କରିଛି ଏଥରେ ଦ୍ବିମତ ନାହିଁ ।

ବିଷୟଗତ ଶବ୍ଦ ଓ ଅର୍ଥ :

  • ଝୁରି ମରିବା – ଶୋକ କରିବା / ଗୁଣ ସ୍ମରଣ କରି ଦୁଃଖ
  • ନିରାଶେ – ଦୁଃଖରେ / ଆଶାଶୂନ୍ୟ ଭାବରେ ।
  • ଲାଞ୍ଛିତ – ଅପମାନିତ ।
  • ପୀଡ଼ିତ – ରୋଗଗ୍ରସ୍ତ / ଦୁଃଖୁତ ।
  • କାରାରେ – ବନ୍ଦୀଶାଳରେ / ଜେଲଖାନାରେ ।
  • ଧ୍ୱଂସର ଯାତ୍ର। – ନଷ୍ଟ ପଥର ପଥୁ ।
  • ବିଶାଳ ଜଗତ – ବିରାଟ ପୄଥ୍କ
  • ସନ୍ତ।ନ – ପୁତ୍ର ।
  • ବିଳାସ – ସୁଖ ଭୋଗ ।
  • ବିଶ୍ୱ – ପୃଥ‌ିବୀ ।
  • କୂ୍ର – ନିଷ୍ଠୁର ।
  • ଦଳିବ – ଚାପିଦେବା, ଦମନ କରିବା ।
  • ରକ୍ତପିପାସା – ରକ୍ତତୃଷ୍ଣା ।
  • ନତଶିରେ – ମଥା ନୁଆଇଁ ।
  • ବଧ୍ବ – ମାରିବ ।
  • ଭୁବନ – ଘର ।
  • ଦେବ ତେଜେ – ପରାକ୍ରମରେ
  • ଅହମିକା – ଅହଂଭାବ / ଗର୍ବ ।
  • ଦେବତ୍ୱ – ଦେବଭାବ ସ୍ବଭାବ ।
  • ଭବଗ।ଣ – ଈଶ୍ବର, ଭଗବାନ୍ ।
  • ରଚା – ସୃଷ୍ଟି ହୋଇଥବା, ରଚିତ ହୋଇଥିବା ।
  • ଚର।ଚର – ସାରା ସଂସାର ।
  • ଅରିଦମ – ଶତ୍ରୁ ଦମନକାରୀ ।
  • ପ୍ର।ଣ – ଜୀବନ ।
  • ଷଡ଼ରିପୁ – କାମ, କ୍ରୋଧ, ଲୋଭ, ମୋହ, ମଦ, ମାସ୍କର୍ଯ୍ୟ ପ୍ରଭୃତି ମାନବର ଛଅଗୋଟି ଶତ୍ରୁ ।
  • ତବାସନ – ତୁମରି ଆସନ ବା ସ୍ଥାନ ।
  • ଶୋଣିତ ଶ୍ରାବ – ରକ୍ତଧାର
  • ହତଶ୍ୱ।ସେ- ହତାଶ ଭାବରେ ।
  • ନିବିଡ଼ – ଘନ ।
  • ବୟତି – ବାଦ୍ ଯିବା, ଅପ୍ରାପ୍ତି ।
  • କଷଣ – କଷ୍ଟ ।
  • ନିୟତି – ଭାଗ୍ୟ ।
  • ମୃତ୍ୟୁର ଧାତ୍ରୀ – ମରଣର ସହଚରୀ ।
  • ଅମୃତ ଦୀପ୍ତି – ଅମୃତର ତେଜ, ଜ୍ୟୋତି, ଉଜ୍ଜ୍ବଳତା ।
  • ନର-ନାରୀ – ପୁରୁଷ -ସ୍ତ୍ରୀ ।
  • ନିକେତନ – ଗୃହ ।
  • ସତତ – ସବୁବେଳ ପାଇଁ ।
  • ଅତ୍ୟ।ଚାର – ଅମାନୁଷିକ ଆଚରଣ ।
  • ଦୁର୍ବଳେ – ବଳହୀନରେ ।
  • ଶମିବ – ଶାନ୍ତ ହେବ ।
  • ଅରପି – ଅର୍ପଣ କରି ।
  • ବିଧାତା ବିଚାର – ନିୟତିର ବିଚାର ବା ଇଚ୍ଛା ।
  • ବିଶ୍ୱବାସୀ- ପୃଥ‌ିବୀର ଜୀବଗଣ ।
  • ଶ୍ରମ – ପରିଶ୍ରମ ।
  • ଶୌର୍ଯ୍ୟ – ଶକ୍ତି, ବୀରତ୍ଵ।
  • ପଶୁତ୍ୱ – ପଶୁବୃତ୍ତି ବା ସ୍ଵଭାବ ।
  • ପୀକା – ସଙ୍କେତ, ଚିତା
  • ପରାଣେ – ପ୍ରାଣରେ ।
  • ବଳିଦିଅ – ଉତ୍ସର୍ଗ କରିବା ।
  • କ୍ଷତଶିରେ – ଖଣ୍ତିଆ ମଥାରେ
  • କ୍ଳୀଷ୍ନ – ଯନ୍ତ୍ରଣାପୀଡ଼ିତ, କ୍ଳେଶଜର୍ଜରିତ
  • କ୍ଷୀଣ – କମିଯିବା, ପତଳା ହେବା ।
  • କଳଙ୍କ – ଅପଯଶ
  • ଦୀନ – ଦରିଦ୍ର (ଏଠାରେ ଦୈନ୍ୟ -ନିକୃଷ୍ଟ) ।
  • ଯୁଗ।ନ୍ତ – ଯୁଗ ଯୁଗ ଧରି ।
  • ଛିଣ୍ଡ।ଇ – ନଷ୍ଟ କରି ।
  • କଳୁଷ – ପାପ ।
  • ହୀନ – ସାନ ।
  • ବିଧାତାର ବରପୁତ୍ର – ଈଶ୍ବରଙ୍କ ଶ୍ରେଷ୍ଠ ସନ୍ତାନ ।
  • ମୃତୁ୍ୟରତୁ – ମରଣର ଡୋରି ।
  • ଜୀବନସୂତ୍ର – ବଞ୍ଝାର ଡୋର ।
  • ନିୟତି – ଭାଗ୍ୟ ।
  • ଧାତ୍ରି – ଧାଈ / ଉପମାତା ।
  • ଜଗତୀ – ଅଟ୍ଟାଳିକା / ଭବନ । (ଏଠାରେ ଏ ଶବ୍ଦଟି ପୃଥ‌ିବୀ ଅର୍ଥରେ ବ୍ୟବହୃତ ହୋଇଛି ।)
  • ଦୀପ୍ତି – ତେଜ ।
  • ପିପ।ସା – ପିଇବାର ଇଚ୍ଛା/ଶୋଷ ।
  • ନତ – ନଇଁବା ।
  • ଭବରାଣ – ଈଶ୍ବର ।
  • ଯୁଗ।ନ୍ତ – ଯୁଗର ଅନ୍ତ ।
  • ରଜୁ – ଦଉଡ଼ି ।
  • ଶୃଙ୍ଖଳିତ – ଶୃଙ୍ଖଳରେ ବନ୍ଦୀ ।
  • ଶୋଣିତ – ରକ୍ତ ।
  • ନିରାଶେ – ଆଶାଶୂନ୍ୟ ଭାବରେ ।
  • ପୀଡ଼ିତ – ରୋଗଗ୍ରସ୍ତ, ଦୁଃଖ୍

BSE Odisha 9th Class Physical Science Notes Chapter 7 ମହାକର୍ଷଣ

Odisha State Board BSE Odisha 9th Class Physical Science Notes Chapter 7 ମହାକର୍ଷଣ will enable students to study smartly.

BSE Odisha Class 9 Physical Science Notes Chapter 7 ମହାକର୍ଷଣ

→ ଉପକ୍ରମ (Introduction) :
(i) ଗୋଟିଏ ବସ୍ତୁର ଗତିର ଦିଗ ଓ ବେଗରେ ପରିବର୍ତ୍ତନ ପାଇଁ ବଳ ଆବଶ୍ୟକ ହୋଇଥାଏ । ପୃଥିବୀ ଉପରେ କିଛି ଉଚ୍ଚତାରୁ ପଡୁଥିବା ବସ୍ତୁର ଗତିର ଦିଗ ସର୍ବଦା ପୃଥ‌ିବୀର କେନ୍ଦ୍ର ଆଡ଼କୁ ନିମ୍ନଗାମୀ ହୋଇଥାଏ ।
(ii) ସୂର୍ଯ୍ୟ ଚତୁର୍ଦ୍ଦିଗରେ ଗ୍ରହମାନେ ଓ ପୃଥ‌ିବୀ ଚାରିପଟେ ଚନ୍ଦ୍ର ଅହରହ ଘୂର୍ଣ୍ଣନ କରନ୍ତି । ଉଚ୍ଚରୁ ତଳକୁ ପଢୁଥ‌ିବା ବସ୍ତୁ ଉପରେ ଏବଂ ଘୂର୍ଣ୍ଣନରତ ଗ୍ରହ ଓ ଚନ୍ଦ୍ର ଉପରେ ନିଶ୍ଚିତଭାବେ କୌଣସି ବାହ୍ୟବଳ ‘କାର୍ଯ୍ୟ କରୁଛି । ଏହି ବଳ ପ୍ରଭାବରେ ଏମାନେ ଗତି କରୁଛନ୍ତି ।
(iii) ସାର୍ ଆଇଜାକ୍ ନିଉଟନ୍ ଙ୍କ ମତରେ, ଏ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବଳର ଲକ୍ଷଣ ଏକ ଓ ଅଭିନ୍ନ ଅଟେ । ଏହି ବଳକୁ ମହାକର୍ଷଣ ବଳ (Gravitational force) କୁହାଯାଏ ।

→ ମହାକର୍ଷଣ (Gravitation):
(i) ଖଣ୍ଡିଏ ସୂତାର ଗୋଟିଏ ମୁଣ୍ଡରେ ଏକ ଛୋଟ ଗୋଲକଟିଏ ବାନ୍ଧି ଅନ୍ୟ ମୁଣ୍ଡଟିକୁ ହାତରେ ଧରି ଗୋଲକଟିକୁ ବୁଲାଇଲେ, ବୃତ୍ତାକାର ପଥରେ ଘୂରିଲାବେଳେ ଗୋଲକର ଗତିର ଦିଗ ସେହି ବୃତ୍ତାକାର ପଥର ପ୍ରତ୍ୟେକ ବିନ୍ଦୁରେ ପରିବର୍ତ୍ତିତ ହୋଇଥାଏ ।
(ii) ଘୂର୍ଣ୍ଣନରତ ଗୋଲକରେ ତା’ର ପରିବେଗର ପରିବର୍ତ୍ତନ ଯୋଗୁ ତ୍ଵରଣ ଥାଏ । ଏହି ତ୍ଵରଣ ଯେଉଁ ବଳଦ୍ଵାରା ସୃଷ୍ଟି ହୁଏ, ତାହାକୁ କେନ୍ଦ୍ରାଭିସାରୀ (centripetal) ବଳ କୁହାଯାଏ । ଏହି ବଳର ଦିଗ ସର୍ବଦା ବୃତ୍ତାକାର ଘୂର୍ଣ୍ଣନ ପଥର କେନ୍ଦ୍ର ଆଡ଼କୁ ରହିଥାଏ ।
(iii) କେନ୍ଦ୍ରାଭିସାରୀ ବଳ ଯେତେ ସମୟ ପାଇଁ ଗୋଲକ ଉପରେ କାର୍ଯ୍ୟ କରେ ସେହି ସମୟ ପର୍ଯ୍ୟନ୍ତ ଗୋଲକଟି ଘୂରୁଥାଏ ।
(iv) ସୂତାଟି ଛିଣ୍ଡିଗଲେ ବା ସୂତାକୁ ଛାଡ଼ିଦେଲେ ଏହି କେନ୍ଦ୍ରାଭିସାରୀ ବଳ ଉଭେଇ (vanish) ଯାଏ । ଗୋଲକଟି ସେହି ପଥରୁ ବିଚ୍ୟୁତ ହୋଇ ବୃତ୍ତପ୍ରତି ଥିବା ସ୍ପର୍ଶକ ଦିଗରେ ଏକ ସରଳରେଖାରେ ବୃତ୍ତଠାରୁ ବିଚ୍ଛିନ୍ନ ହୋଇ ଚାଲିଯାଏ ।
(v) ଗଛରୁ ଛିଣ୍ଡିଗଲା ପରେ ସେଓ ପୃଥ‌ିବୀ ଆଡ଼କୁ ଆକର୍ଷିତ ହୋଇ ତଳକୁ ଖସିପଡ଼େ । ନିଉଟନ୍‌ଙ୍କ ତୃତୀୟ ଗତି ନିୟମାନୁ ସାରେ ସେଓଟି ମଧ୍ଯ ପୃଥ‌ିବୀକୁ ନିଜ ଆଡ଼କୁ ଆକର୍ଷିତ କରେ ।
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 1
(vi ) ନିଉଟନ୍‌ଙ୍କ ଦ୍ଵିତୀୟ ଗତି ନିୟମାନୁ ସାରେ,
ବଳ = ବସ୍ତୁତ୍ଵ x ତ୍ଵରଣ । F = m × a ⇒ a = \frac {F}{m}
ଯଦି ପ୍ରଯୁକ୍ତ ବଳ ସ୍ଥିର ରହେ ତେବେ a ∝ \frac {1}{m}
ଅର୍ଥାତ୍ ଏକ ସ୍ଥିର ବଳଦ୍ଵାରା ବସ୍ତୁରେ ସୃଷ୍ଟି ହେଉଥ‌ିବା ତ୍ଵରଣ ବସ୍ତୁର ବସ୍ତୁତ୍ଵ ସହିତ ପ୍ରତିଲୋମାନୁପାତୀ ହୋଇଥାଏ ।
(vii) ପୃଥ‌ିବୀର ବସ୍ତୁତ୍ୱ ସେଓର ବସ୍ତୁତ୍ୱଠାରୁ ଯଥେଷ୍ଟ ଅଧ‌ିକ ହୋଇଥିବାରୁ ସେଓର ଆକର୍ଷଣ ବଳଦ୍ଵାରା ପୃଥ‌ିବୀରେ ଅତି ଅଳ୍ପ ଓ ନଗଣ୍ୟ ତ୍ଵରଣ ସୃଷ୍ଟି ହୁଏ । ତେଣୁ ପୃଥ‌ିବୀ ସେଓ ଆଡ଼କୁ ଗତି କରିବା ଜଣାପଡ଼େ ନାହିଁ ।
(ix) ଏହି କାରଣରୁ ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣ କରେ କିନ୍ତୁ ପୃଥ‌ିବୀ ଚନ୍ଦ୍ରପଟେ ଘୂରି ନଥାଏ ।
(x) ସୂର୍ଯ୍ୟ ଓ ପ୍ରତ୍ୟେକ ଗ୍ରହ ମଧ୍ଯରେ ଏକ ବଳ କାର୍ଯ୍ୟ କରୁଥିବାରୁ ପ୍ରତ୍ୟେକ ଗ୍ରହ ସୂର୍ଯ୍ୟ ଚାରିପଟେ ଘୂରନ୍ତି।
(xi) ପୃଥ‌ିବୀର ମହାକର୍ଷଣ ବଳକୁ ଏକ ବିଶେଷ ନାମ ଦେଇ ମାଧ୍ୟାକର୍ଷଣ ବଳ (Force of gravity) କୁହାଯାଏ ।

BSE Odisha 9th Class Physical Science Notes Chapter 7 ମହାକର୍ଷଣ

→ ମାଧ୍ୟାକର୍ଷଣର ସର୍ବଭାରତୀୟ ନିୟମ (Universal Law of Gravitation):
ବିଶ୍ଵର ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ । ଏହି ଆକର୍ଷଣ ବଳର ପରିମାଣ ବସ୍ତୁତ୍ଵୟର ବସ୍ତୁତ୍ଵର ଗୁଣଫଳ ସହ ସମାନୁପାତୀ ଏବଂ ସେମାନଙ୍କ ବସ୍ତୁତ୍ଵ କେନ୍ଦ୍ର ମଧ୍ୟରେ ଥ‌ିବା ଦୂରତାର ବର୍ଗ ସହ ପ୍ରତିଲୋମାନୁପାତୀ ଅଟେ । ଏହି ବଳ ବସ୍ତୁଦ୍ଵୟର ବସ୍ତୁତ୍ଵ କେନ୍ଦ୍ରକୁ ସଂଯୋଗ କରୁଥିବା ସରଳରେଖା ଦିଗରେ କାର୍ଯ୍ୟକାରୀ ହୁଏ । ଏହାକୁ ସାର୍ବଜନୀନ ମହାକର୍ଷଣ ନିୟମ କୁହାଯାଏ ।
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 2

ଗାଣିତିକ ବ୍ୟାଖ୍ୟା :
(i) ମନେକର A ଓ B ବସ୍ତୁଦ୍ଵୟର ବସ୍ତୁତ୍ଵ ଯଥାକ୍ରମେ M ଓ m । A ଓ B ମଧ୍ୟରେ ଦୂରତା = d
ବସ୍ତୁଦ୍ଵୟ ମଧ୍ଯରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳ = F
ମହାକର୍ଷଣ ନିୟମ ଅନୁ ଯାୟୀ F ∝ M x m ………….(1)
ଏବଂ F ∝ \frac{1}{\mathrm{~d}^2} ………….(2)
(1) ଓ (2) ରୁ F ∝ \frac{\mathrm{M} \times \mathrm{m}}{\mathrm{d}^2} ⇒ F = G \begin{gathered}\mathrm{M} \times \mathrm{m} \\\mathrm{d}^2\end{gathered} ………….(3)
ଏଠାରେ ଓ ଏକ ସମାନୁ ପାତୀ ସ୍ଥିରାଙ୍କ । ଏହାକୁ ମଧ୍ୟ ସାର୍ବଜନୀନ ମହାକର୍ଷଣୀୟ ସ୍ଥିରାଙ୍କ (Universal Gravitational Constant) କୁହାଯାଏ ।
(ii) G ର ମୂଲ୍ୟ ବସ୍ତୁଗୁଡ଼ିକର ପ୍ରକୃତି, ଗଠନ, ସେମାନଙ୍କର ବସ୍ତୁତ୍ଵ ବା ଅବସ୍ଥାନ ଉପରେ ନିର୍ଭର କରେ ନାହିଁ ।
(iii) ଏହାର ମୂଲ୍ୟ ସର୍ବତ୍ର ସମାନ । ତେଣୁ ଏହାକୁ ସାର୍ବଜନୀନ ମହାକର୍ଷଣୀୟ ଧ୍ରୁବାଙ୍କ କୁହାଯାଏ ।
(iv) ଦୁଇଟି ବସ୍ତୁ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳ ସେହି ବସ୍ତୁଦ୍ଵୟର ବସ୍ତୁତ୍ଵ ଓ ସେମାନଙ୍କ ମଧ୍ୟରେ ଥିବା ଦୂରତ୍ଵ ଉପରେ ନିର୍ଭର କରେ । ଏହି ବଳ ସେହି ବସ୍ତୁଦ୍ଵୟକୁ ଯୋଗ କରୁଥିବା ସରଳରେଖା ଦିଗରେ କାର୍ଯ୍ୟ କରେ ।
(v) ଯଦି M = m = 1 କି.ଗ୍ରା.
ଏବଂ d = 1 ମିଟର ହୁଏ,
ତେବେ F = G = 6.673 x 10-11 ନିଉଟନ୍ ମି/କି.ଗ୍ରା ହେବ ।
(vi) ମହାକର୍ଷଣ ବଳର ପରିମାଣ ବହୁତ କମ୍ ହୋଇଥ‌ିବାରୁ ଏହାକୁ ଦୁର୍ବଳ ବଳ (weak force of nature) କୁହାଯାଏ ।

BSE Odisha 9th Class Physical Science Notes Chapter 7 ମହାକର୍ଷଣ

→ ମାଧ୍ୟାକର୍ଷଣର ସର୍ବଭାରତୀୟ ନିୟମର ଗୁରୁତ୍ୱ (Importance of the Universal Law of Gravitation):
(i) ମହାକର୍ଷଣ ବଳ ଯୋଗୁଁ ସମସ୍ତ ଜୀବଜଗତ ପୃଥ‌ିବୀ ପୃଷ୍ଠରେ ଅବସ୍ଥାନ କରିଛନ୍ତି ।
(ii) ଏହି ବଳ ଯୋଗୁଁ ସୂର୍ଯ୍ୟ ଚାରିପଟେ ଗ୍ରହମାନେ ଓ ପୃଥବୀ ଚାରିପଟେ ଚନ୍ଦ୍ର ଅହରହ ଘୂରୁଛନ୍ତି ।
(iii) ସମସ୍ତ ଜଡ଼ୀୟ ବସ୍ତୁର ଗତି ଓ ସ୍ଥିତି ଏହି ବଳ ଉପରେ ନିର୍ଭର କରେ ।

→ ମୁକ୍ତ ପତନ (Free Fall) :
(i) ବସ୍ତୁଟିଏ ଉପରୁ ତଳକୁ ପୃଥ‌ିବୀ ଆଡ଼କୁ ଖସିଲାବେଳେ ତାହା କେବଳ ପୃଥ‌ିବୀର ମହାକର୍ଷଣ ବଳ ଯୋଗୁଁ ଖସେ । ବସ୍ତୁର ଏପ୍ରକାର ଗତିକୁ ମୁକ୍ତ ପତନ (Free Fall) କୁହାଯାଏ ।
(ii) ଯଦି ଗୋଟିଏ ବସ୍ତୁ କେବଳ ମହାକର୍ଷଣ ବଳର ପ୍ରଭାବ ଯୋଗୁଁ ଗତି କରୁଥାଏ ତେବେ ତାହାର ଗତିକୁ ମୁକ୍ତପତନ ଗତି କୁହାଯାଏ ।
(iii) ପୃଥ‌ିବୀର ଆକର୍ଷଣ ବା ମାଧ୍ୟାକର୍ଷଣ ଯୋଗୁଁ ଜାତ ହେଉଥ‌ିବା ତ୍ଵରଣକୁ ମାଧ୍ୟାକର୍ଷଣଜନିତ ତ୍ଵରଣ (acceleration due to gravity) କୁହାଯାଏ ।
(iv) ମାଧ୍ୟାକର୍ଷଣଜନିତ ତ୍ଵରଣକୁ ‘g’ ଅକ୍ଷରଦ୍ଵାରା ସୂଚିତ କରାଯାଏ । ଏହାର ଦିଗ ସର୍ବଦା ତଳକୁ ଅର୍ଥାତ୍ ପୃଥ‌ିବୀ ଆଡ଼କୁ ହୋଇଥାଏ ।
(v) ବସ୍ତୁଟିଏ ତଳକୁ ପଡ଼ୁଥିବାବେଳେ ତ୍ଵରଣ ଗତି ଦିଗରେ ହେଉଥ‌ିବାରୁ ଏହାକୁ ଯୁକ୍ତାତ୍ମକ ଓ ବସ୍ତୁଟି ଉପରକୁ ଯାଉଥ‌ିବାବେଳେ ତ୍ଵରଣର ଦିଗ ଗତି ଦିଗର ବିପରୀତ ହୋଇଥିବାରୁ ଏହାକୁ ବିଯୁକ୍ତାତ୍ମକ ବୋଲି ଧରାଯାଏ ।

g ଓ G ମଧ୍ୟରେ ସଂପର୍କ :
(i) ନିଉଟନ୍‌ଙ୍କ ଗତିର ଦ୍ଵିତୀୟ ନିୟମାନୁସାରେ, ବଳର ପରିମାଣ ବସ୍ତୁତ୍ଵ ଓ ତ୍ଵରଣର ଗୁଣଫଳ ସହ ସମାନ । ମନେକର
(ii) m ବସ୍ତୁତ୍ଵର ଏକ ବସ୍ତୁ ମୁକ୍ତଭାବରେ ଭୂପୃରେ ପଡୁଛି । ଏଠାରେ ବସ୍ତୁର ତ୍ଵରଣ = ମାଧ୍ୟାକର୍ଷଣ ଜନିତ ତ୍ଵରଣ = g I
ପୃଥ‌ିବୀଦ୍ଵାରା ବସ୍ତୁ ଉପରେ ପ୍ରୟୋଗ ହେଉଥିବା ବଳ, F = mg ………….(1)
ପୃଥ‌ିବୀ ଓ ବସ୍ତୁ ମଧ୍ୟରେ ମହାକର୍ଷଣ ବଳ, F = G \begin{gathered}\mathrm{M} \times \mathrm{m} \\\mathrm{d}^2\end{gathered} ………….(2)
ସମୀକରଣ (1) ଓ (2)ରୁ mg = G \begin{gathered}\mathrm{M} \times \mathrm{m} \\\mathrm{d}^2\end{gathered} ⇒g = \frac{\mathrm{GM}}{\mathrm{d}^2} ………….(3)
ଏଠାରେ M = ପୃଥ‌ିବୀର ବସ୍ତୁତ୍ଵ ଓ d = ପୃଥ‌ିବୀଠାରୁ ବସ୍ତୁର ଦୂରତା ।
(iii) ମନେକର ବସ୍ତୁଟି ପୃଥ‌ିବୀ ପୃଷ୍ଠରେ ଅବସ୍ଥାନ କରୁଛି । ଏଠାରେ d = R = ପୃଥ‌ିବୀର ବ୍ୟାସାର୍ଦ୍ଧ । ସମୀକରଣ (3)ରେ d = R ସ୍ଥାପନ କଲେ g = \frac{\mathrm{GM}}{\mathrm{d}^2} …………….(4)
(iv) ପୃଥିବୀପୃଷ୍ଠରେ gର ମୂଲ୍ୟ Rର ମୂଲ୍ୟ ଉପରେ ନିର୍ଭର କରେ ଏବଂ gର ମୂଲ୍ୟ R2 ସହିତ ପ୍ରତି କେ। ମାନୁପାତୀ ଅଟେ ।

→ G ର ମୂଲ୍ୟ ଗଣନା କରିବାକୁ (To calculate the value of g):
ସାର୍ବଜନୀନ ମହାକର୍ଷଣୀୟ ଧ୍ରୁବାଙ୍କ G = 6.7 x 10-11 ନିଉଟନ୍ ମି. କି.ଗ୍ରା2
ପୃଥ‌ିବୀର ବସ୍ତୁତ୍ଵ M = 6 x 1024 କି.ଗ୍ରା., ପୃଥ‌ିବୀର ବ୍ୟାସାର୍ଦ୍ଧ R = 6.4 x 106 ମିଟର
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 3
∴ ମାଧ୍ୟାକର୍ଷଣଜନିତ ତରଣ (g)ର ମୂଲ୍ୟ ୨୫ ମି. /ସେ2 |

BSE Odisha 9th Class Physical Science Notes Chapter 7 ମହାକର୍ଷଣ

→ ମାଧ୍ୟାକର୍ଷଣ ବଳ ପ୍ରଭାବରେ ବସ୍ତୁର ଗତି (Motion of objects under the influence of Gravitational Force of the Earth):
(i) ମୁକ୍ତ ପତନରେ ବସ୍ତୁର ଗତି ସମୀକରଣର ରୂପ ସମତ୍ଵରଣରେ ଗତି କରୁଥିବା ବସ୍ତୁର ଗତି ସମୀକରଣର ରୂପ ସହ ସମାନ । ରୂପ ସହ ସମାନ ।
(ii) ମନେକର ଗୋଟିଏ ବସ୍ତୁ t ସମୟ ପାଇଁ ମୁକ୍ତ ପତନରେ ଖସୁଛି । ଏଠାରେ ବସ୍ତୁର ପ୍ରାରମ୍ଭିକ ବେଗ = u, ଅନ୍ତିମ ବେଗ = v ଓ ମାଧ୍ୟାକର୍ଷଣ ଜନିତ ତ୍ଵରଣ = g ଏବଂ t ସମୟରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା = s ହେଲେ,
(iii) ତ୍ଵରଣର ଦିଗ ବସ୍ତୁର ଗତି ଦିଗରେ ହେଲେ gର ମୂଲ୍ୟ ଯୁକ୍ତାତ୍ମକ ଓ ଗତି ଦିଗର ବିପରୀତ ହେଲେ gର ମୂଲ୍ୟ ବିଯୁକ୍ତାତ୍ମକ ହେବ ।

→ ମାସ (Mass):
(i) କୌଣସି ବସ୍ତୁ ମଧ୍ୟରେ ଥ‌ିବା ପଦାର୍ଥର ପରିମାଣକୁ ବସ୍ତୁର ବସ୍ତୁତ୍ଵ କୁହାଯାଏ ।
(ii) ଯେଉଁ ବସ୍ତୁର ବସ୍ତୁତ୍ଵ ଯେତେ ଅଧ‌ିକ ତାହାର ଜଡ଼ତା ସେତେ ବେଶୀ ।
(iii) ବସ୍ତୁର ବସ୍ତୁତ୍ୱ ତାହାର ଅବସ୍ଥିତି ଉପରେ ନିର୍ଭର କରେ ନାହିଁ । ଅର୍ଥାତ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେଲେ ବସ୍ତୁର ବସ୍ତୁତ୍ଵର କୌଣସି ପରବର୍ତ୍ତନ ହୁଏ ନାହିଁ ।
(iv) ବସ୍ତୁର ବସ୍ତୁତ୍ଵ ସବୁ ସ୍ଥାନରେ ସ୍ଥିର ରହେ ।
(v) ଏହା ଏକ ଅଦିଶ ରାଶି ଓ ଏହାକୁ ଭୌତିକ ନିକିତିରେ ମାପ କରାଯାଏ ।

→ ଓଜନ (Weight):
ପୃଥ‌ିବୀ ଯେଉଁ ମାଧ୍ୟାକର୍ଷଣ ବଳ ପ୍ରୟୋଗ କରି ଗୋଟିଏ ବସ୍ତୁକୁ ନିଜ ଆଡ଼କୁ ଆକର୍ଷିତ କରେ, ତାହାକୁ ଉକ୍ତ ବସ୍ତୁର ଓଜନ କୁହାଯାଏ ।
(i) ଏକ ବସ୍ତୁ ଉପରେ କ୍ରିୟାଶୀଳ ହେଉଥୁବା ପୃଥ‌ିବୀର ମାଧ୍ୟାକର୍ଷଣ ବଳକୁ ସେହି ବସ୍ତୁର ଓଜନ କୁହାଯାଏ । W= mg 620162 m = ବସ୍ତୁର ବସ୍ତୁତ୍ଵ, g = ମାଧ୍ୟାକର୍ଷଣଜନିତ ତ୍ଵରଣ ଓ W = ବସ୍ତୁର ଓଜନ ।
(ii) ଓଜନର ଏକକ ବଳର ଏକକ ସହ ସମାନ ।
(iii) ଓଜନ ଏକ ସଦିଶ ରାଶି । ଏହାର ପରିମାଣ ଓ ଦିଗ ଉଭୟ ଥାଏ । ଏହାର ଦିଗ ସର୍ବଦା ପୃଥ‌ିବୀର କେନ୍ଦ୍ର ଆଡ଼କୁ ନିମ୍ନମୁଖୀ ହୋଇଥାଏ ।
(iv) ‘g’ ର ମୂଲ୍ୟ ସବୁ ସ୍ଥାନରେ ସମାନ ନଥ‌ିବାରୁ ବସ୍ତୁର ଓଜନ ମଧ୍ୟ ସବୁ ସ୍ଥାନରେ ସ୍ଥିର ନୁହେଁ । ଭିନ୍ନ ଭିନ୍ନ ସ୍ଥାନରେ ବସ୍ତୁର ଓଜନ ଭିନ୍ନ ଭିନ୍ନ ହୋଇଥାଏ ।
(v) ଏହାକୁ କମାନୀ ନିକିତିରେ ମାପ କରାଯାଏ ।
(vi) ଏହା ଏକ ସଦିଶ ରାଶି ।

→ ଚନ୍ଦ୍ରପୃଷ୍ଠରେ ବସ୍ତୁର ଓଜନ (Weight of an object on the Moon) :
(i) ଚନ୍ଦ୍ରପୃଷ୍ଠରେ ଚନ୍ଦ୍ର ଯେଉଁ ମାଧ୍ୟାକର୍ଷଣ ବଳ ପ୍ରୟୋଗ କରି ଗୋଟିଏ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ ତାହାକୁ ଚନ୍ଦ୍ରପୃଷ୍ଠରେ ଉକ୍ତ ବସ୍ତୁର ଓଜନ କୁହାଯାଏ । ପୃଥ୍ବୀ ତୁଳନାରେ ଚନ୍ଦ୍ରର ବସ୍ତୁତ୍ଵ କମ୍ ହୋଇଥିବାରୁ ଏହା ବସ୍ତୁ ଉପରେ କମ୍ ମାଧ୍ୟାକର୍ଷଣ ବଳ ପ୍ରୟୋଗ କରେ ।
(ii) ମନେକର m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁର ଓଜନ ଚନ୍ଦ୍ରପୃଷ୍ଠରେ = Wm ଚନ୍ଦ୍ରର ବସ୍ତୁତ୍ଵ = Mm ଓ ଚନ୍ଦ୍ରର ବ୍ୟାସାର୍ଦ୍ଧ = Rm ହୁଏ,
ମହାକର୍ଷଣ ବଳର ନିୟମାନୁ ଯାୟୀ, Wm = G \begin{gathered}\mathrm{M}_{\mathrm{m}} \times \mathrm{m} \\\mathrm{R}_{\mathrm{m}}^2\end{gathered} …………(1)
(iii) m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁର ଓଜନ ପୃଥ‌ିବୀପୃଷ୍ଠରେ = We ପୃଥ‌ିବୀର ବସ୍ତୁତ୍ଵ = We ଓ ପୃଥ‌ିବୀର ବ୍ୟାସାର୍ଦ୍ଧ = Re ହୁଏ,
ତେବେ We = G \begin{gathered}\mathrm{M}_{\mathrm{m}} \times \mathrm{m} \\\mathrm{R}_{\mathrm{m}}^2\end{gathered} …………(2)
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 4
(v) ଯଦି gm = ଚନ୍ଦ୍ରପୃଷ୍ଠରେ ମାଧ୍ୟାକର୍ଷଣ ଜନିତ ତ୍ଵରଣ,
ge = ପୃଥ‌ିବୀପୃଷ୍ଠରେ ମାଧ୍ୟାକର୍ଷଣ ଜନିତ ତ୍ଵରଣ, m = ବସ୍ତୁର ବସ୍ତୁତ୍ଵ
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 6

BSE Odisha 9th Class Physical Science Notes Chapter 7 ମହାକର୍ଷଣ

→ ଥ୍ରଷ୍ଟ ଏବଂ ଚାପ (Thrust and Pressure):
ସଂଘାତ (Thrust) :
ବସ୍ତୁର ପୃଷ୍ଠ ସହ ସଂସ୍ପର୍ଶରେ ଆସି ପୃଷ୍ଠପ୍ରତି ଲମ୍ବଭାବରେ କାର୍ଯ୍ୟ କରୁଥିବା ମୋଟ ବଳକୁ ସଂଘାତ କୁହାଯାଏ । ସଂଘାତର ଏକକ ବଳର ଏକକ ସହ ସମାନ ।

ଉଦ।ହ୍ରରଶ:
(i) ଏକ ହାତୁଡ଼ିଦ୍ଵାରା କାନ୍ଥରେ କଣ୍ଟା ପିଟିବା ସମୟରେ କଣ୍ଟାର ଚେପ୍‌ଟା ମୁଣ୍ଡରେ ବଳ ପ୍ରୟୋଗ କରିବାକୁ ହୁଏ । ଏହି ବଳ କଣ୍ଟାର ମୁନିଆ ଅଗ୍ରଭାଗରେ କାର୍ଯ୍ୟ କରିଥାଏ ଓ କାନ୍ଥ ପ୍ରତି ଲମ୍ବ ଦିଗରେ କାର୍ଯ୍ୟ କରେ ।
(ii) ବାଲି ଉପରେ ଠିଆହେଲେ ପାଦ ଦୁଇଟି ବାଲି ଭିତରକୁ ଦବିଯାଏ, କିନ୍ତୁ ବାଲି ଉପରେ ଶୋଇ ପଡ଼ିଲେ ଦେହ ବାଲି ଭିତକରୁ ଦବିଯାଏ ନାହିଁ । ଉଭୟ କ୍ଷେତ୍ରରେ ଶରୀରର ଓଜନ ବଳ ବାଲି ଉପରେ ଲମ୍ବ ଭାବରେ କାର୍ଯ୍ୟ କରିଥାଏ ।

→ ଚାପ (Pressure):
ଏକ ମଟନ ମତି ଏକକ କ୍ଷେତ୍ରଫଳ ଉପର ଲମ୍ବ ଭାବରେ କାର୍ଯ୍ୟ କରୁଥିବା ମୋଟ ବଳ ବା ସଂଘାତକୁ ଚାପ କୁହାଯାଏ । ଅର୍ଥାତ୍ ଚାପ ହେଉଛି ସଂଘାତ ଓ କ୍ଷେତ୍ରଫଳର ଅନୁପାତ ।
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 5
ଯେଉଁଠାରେ, P = ପୃଷ୍ଠତଳ ଉପରେ ଚାପ, F = ପୃଷ୍ଠତଳ ଉପରେ ସଂଘାତ ଓ A = ପୃଷ୍ଠତଳର କ୍ଷେତ୍ରଫଳ

ଉଦ।ହ୍ରରଶ:
(i) କାନ୍ଥ ଉପରେ କଣ୍ଟାର ଚେପ୍‌ଟା ମୁଣ୍ଡ ରଖ୍ ମୁନିଆଁ ଅଗ୍ରଭାଗରେ ହାତୁଡିରେ ବଳ ପ୍ରୟୋଗ କଲେ କଣ୍ଟାଟି କାନ୍ଥରେ ପଶେନାହିଁ; କିନ୍ତୁ କାନ୍ଥରେ କଣ୍ଟାର ମୁନିଆଁ ଅଗ୍ରଭାଗକୁ ରଖ୍ ଚେପ୍‌ଟା ମୁଣ୍ଡରେ ବଳ ପ୍ରୟୋଗ କଲେ କଣ୍ଟାଟି କାନ୍ଥ ଭିତରକୁ ପଶିଯାଏ । କାରଣ ମୁନିଆଁ ଅଗ୍ରଭାଗର ସ୍ପର୍ଶ କ୍ଷେତ୍ରଫଳ କମ୍ ହେବାରୁ ବଳର ପ୍ରଭାବ ଅଧିକ ହୁଏ । ଫଳରେ ଚାପ ଅଧିକ ହୁଏ ।
(ii) ଛୁରୀର ପିଠିପଟ ଦ୍ଵାରା ଫଳ କାଟି ହୁଏନାହିଁ । କିନ୍ତୁ ତୀକ୍ଷଣ ଧାରଦ୍ଵାରା ସହଜରେ ଫଳ କାଟି ହୁଏ । ଧାର ପାର୍ଶ୍ଵର ସ୍ପର୍ଶ କ୍ଷେତ୍ରଫଳ କମ୍ ଲବାର ନାମ ଅଧିକ ହୋଇଥାଏ ।

→ ତରଳ ପଦାର୍ଥର ଚାପ (Pressure in Fluids) :
(i) ତରଳ ପଦାର୍ଥ ଯେଉଁ ପାତ୍ରରେ ରହେ, ସେହି ପାତ୍ରର ତଳେ ଓ କାନ୍ଥ ଉପରେ ଚାପ ପକାଏ ।
(ii) ତରଳ ପଦାର୍ଥ ମଧ୍ଯରେ ଏହି ଚାପ ଗୋଟିଏ ବିନ୍ଦୁର ସବୁ ଦିଗରେ ସମାନ ଭାବେ ପ୍ରଯୁକ୍ତ ହୁଏ ।

BSE Odisha 9th Class Physical Science Notes Chapter 7 ମହାକର୍ଷଣ

→ ବୋଇତ (Bouyancy):
(i) ତରଳ ପଦାର୍ଥରେ ବୁଡ଼ିଥିବା ପ୍ରତ୍ୟେକ ବସ୍ତୁ ଉପରେ ତରଳ ପଦାର୍ଥ ଏକ ଉର୍ଦୁବଳ ପ୍ରୟୋଗ କରେ । ଏହାକୁ ପୂବନ ବଳ କୁହାଯାଏ । ତରଳ ପଦାର୍ଥର ଏହି ଉର୍ଦୁବଳ ପ୍ରୟୋଗ କରିବା ଗୁଣକୁ ପ୍ଲବତା କୁହାଯାଏ ।
(ii) କୌଣସି ବସ୍ତୁ ଜଳ ମଧ୍ୟରେ ବୁଡ଼ିଲେ ସେହି ବସ୍ତୁ ଉପରେ କ୍ରିୟାଶୀଳ ଊର୍ଦ୍ଧ୍ୱମୁଖୀ ପ୍ଲବନ ବଳର ପରିମାଣ ଅପସାରିତ ଜଳର ଓଜନର ପରିମାଣ ସହିତ ସମାନ।

→ ଆର୍କିମିଡେଙ୍କ ନୀତି (Archimede’s Principle) :
କୌଣସି ଏକ ତରଳରେ କୌଣସି ଏକ ବସ୍ତୁକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ବୁଡ଼ାଇଲେ ବସ୍ତୁଟିର ଓଜନ ହ୍ରାସ ପାଏ । ବସ୍ତୁର ଓଜନର ଏହି ଆଭାସୀ ହ୍ରାସ ବସ୍ତୁଦ୍ଵାରା ଅପସାରିତ ତରଳର ଓଜନ ସହ ସମାନ ହୋଇଥାଏ । ଅର୍ଥାତ୍ ଗୋଟିଏ ବସ୍ତୁକୁ ତରଳ ପଦାର୍ଥରେ ବୁଡ଼ାଇଲେ ତାହାର ଓଜନ କିଛି କମିଗଲା ପରି ଜଣାପଡେ । ଏହି ଓଜନ ହ୍ରାସକୁ ଆଭାସୀ ହ୍ରାସ କୁହାଯାଏ । କାରଣ ବସ୍ତୁଟି ତରଳରୁ ବାହାରି ଆସିଲେ ତାହା ତା’ର ପ୍ରକୃତ ଓଜନକୁ ଫେରିଆସେ ।

→ ଆପେକ୍ଷିକ ଘନତା (Relative Density):
(i) ଏକ ବସ୍ତୁର ପ୍ରତି ଏକକ ଆୟତନରେ ଥିବା ବସ୍ତୁତ୍ଵକୁ ବସ୍ତୁର ସାନ୍ଦ୍ରତା କୁହାଯାଏ ।
(ii) ସାନ୍ଦ୍ରତାର ଏକକ କି.ଗ୍ରା. ମି ।
(iii) “ସାନ୍ଦ୍ରତା ପ୍ରତ୍ୟେକ ବସ୍ତୁର ଏକ ସ୍ଵତନ୍ତ୍ର ଗୁଣ । ଭିନ୍ନ ଭିନ୍ନ ବସ୍ତୁର ସାନ୍ଦ୍ରତା ଭିନ୍ନ ଭିନ୍ନ ।
(iv) ଗୋଟିଏ ବସ୍ତୁର ସାନ୍ଦ୍ରତାରୁ ତା’ର ଶୁଦ୍ଧତା । (purity) ଜଣାପଡ଼େ ।
(v) ଗୋଟିଏ ବସ୍ତୁର ସାନ୍ଦ୍ରତା ଓ ଜଳର ସାନ୍ଦ୍ରତାର ଅନୁ ପାତକୁ ସେହି ବସ୍ତୁର ଆପେକ୍ଷିକ ସାନ୍ଦ୍ରତା କୁହାଯାଏ ।
(vi) ଆପେକ୍ଷିକ ସାନ୍ଦ୍ରତାର କୌଣସି ଏକକ ନାହିଁ ।

BSE Odisha 9th Class Physical Science Notes Chapter 7 ମହାକର୍ଷଣ

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

Odisha State Board BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ will enable students to study smartly.

BSE Odisha Class 9 Physical Science Notes Chapter 6 ବଳ ଓ ଗତି ନିୟମ

→ ଉପକ୍ରମ (Introduction):
(i) ବସ୍ତୁର ଗତି ସମ ଗତି ବା ଅସମ ଗତି ହୋଇପାରେ ।
(ii) ଭୂମି ଉପରେ ଥ‌ିବା ଏକ ବଲ୍‌କୁ ଆଘାତ କଲେ ତାହା ଅବିରତ ଭାବରେ ଗତି କରେ ନାହିଁ । କିଛି ବାଟ ଗତି କଲାପରେ ତାହା ଆପେ ଆପେ ସ୍ଥିର ହୋଇଯାଏ ।
(iii) ଏକ ସ୍ଥିର ବସ୍ତୁକୁ ଗତିଶୀଳ କରିବାପାଇଁ ବା ଏକ ଗତିଶୀଳ ବସ୍ତୁକୁ ସ୍ଥିର କରିବାପାଇଁ କିଛି ପ୍ରୟାସ (effort) ଦରକାର ହୁଏ । ସାଧାରଣତଃ ଏହି ପ୍ରୟାସକୁ ଆମେ ମାଂସପେଶୀୟ ପ୍ରୟାସ ଭାବରେ ଅନୁ ଭବ କରୁ ।
(iv) ବଳର ଅବଧାରଣା (concept) ଠେଲିବା, ଟାଣିବା ବା ଆଘାତ ଦେବା ଉପରେ ପର୍ଯ୍ୟବସିତ ।
(v) ଠେଲିବା, ଟାଣିବା ଓ ଆଘାତ ଦେବା ହେଉଛି ଗୋଟିଏ ଗୋଟିଏ କାର୍ଯ୍ୟପ୍ରଣାଳୀ (method) ଯାହାଦ୍ୱାରା ଆମେ ବସ୍ତୁରେ ଗତି ସୃଷ୍ଟି କରିପାରିବା ।
(vi) ବସ୍ତୁଗୁଡ଼ିକୁ ଠେଲି, ଟାଣି କିମ୍ବା ଆଘାତ କରି ସେମାନଙ୍କର ସ୍ଥିତାବସ୍ଥାରେ ପରିବର୍ତ୍ତନ କରିହୁଏ ।
(vii) ବଳ ପ୍ରୟୋଗ କରି ବସ୍ତୁର ବେଗରେ, ଗତିର ଦିଗରେ, ଆକାର ଓ ଆକୃତିରେ ପରିବର୍ତ୍ତନ କରାଯାଇପାରିବ ।

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

→ ଆମ ଜୀବନରେ ବଳ (Force in our Life):
(i) ଆମ ଦୈନନ୍ଦିନ ଜୀବନରେ ‘କଳ’ ଶବ୍ଦର ବ୍ୟବହାର ଅତି ସାଧାରଣ । ଭୂମି ଉପରେ ଚାଲିବାପାଇଁ, ବସ୍ତୁକୁ ଉଠାଇବାପାଇଁ, କ୍ରିକେଟ୍ ବଲ୍‌କୁ ଫୋପାଡ଼ିବାପାଇଁ କିମ୍ବା ଗୋଟିଏ ବସ୍ତୁକୁ ଘୁଞ୍ଚାଇବ। ପାଇଁ ଆମେ ବଳ ଉପଯୋଗ କରିଥାଉ ।
(ii) ବିଭିନ୍ନ ପ୍ରକାର ବଳ ରହିଛି । କିନ୍ତୁ ବଳ ସାଧାରଣତଃ ଠେଲା (Push) କିମ୍ବା ଟଣା (Pull)କୁ ବୁଝାଇଥାଏ ।
(iii) ଯେତେବେଳେ ଗୋଟିଏ ବସ୍ତୁ ଉପରେ ବଳ ପ୍ରୟୋଗ କରାଯାଏ, ତାହା ଗତି କରିବାକୁ ଆରମ୍ଭ କରେ । ବଳ ପ୍ରୟୋଗଦ୍ଵାରା ସ୍ଥିର ବସ୍ତୁ ଗତିଶୀଳ ହୁଏ କିମ୍ବା ଗତିଶୀଳ ବସ୍ତୁ ସ୍ଥିର ହୁଏ କିମ୍ବା ବସ୍ତୁର ଗତି ଧୀର କିମ୍ବା ଦ୍ରୁତ ହୁଏ କିମ୍ବା ଗତିର ଦିଗ ପରିବର୍ତ୍ତିତ ହୋଇଥାଏ ।
(iv) ବଳ ଏକ ବାହ୍ୟ କାରଣ ଯାହାକି ସ୍ଥିରାବସ୍ଥାରେ ପରିବର୍ତ୍ତନ ଆଣିଥାଏ କିମ୍ବା ବସ୍ତୁର ସରଳରେଖ୍କ ସମଗତିରେ ପରିବର୍ତ୍ତନ ଆଣିଥାଏ ।
(v) ବଳର ବିଭିନ୍ନ ପ୍ରଭାବ ସହିତ ଆମେ ଅତି ପରିଚିତ । ଆମେ ଯେଉଁ ଠେଲା ଓ ଟଣା ବଳ ପ୍ରୟୋଗ କରିଥାଉ, ସେଗୁଡ଼ିକୁ ସଂସ୍ପର୍ଶ ବଳ କୁହାଯାଏ ।
(vi) ଅନ୍ୟ ଏକ ବଳ ଅଛି ଯାହା ବିନା ସଂସ୍ପର୍ଶରେ ଅର୍ଥାତ୍ ଶୂନ୍ୟରେ କ୍ରିୟାଶୀଳ ହୋଇଥାଏ । ଏହାକୁ ଅସଂସ୍ପର୍ଶ ବଳ କୁହାଯାଏ । ମାଧ୍ୟାକର୍ଷଣ ବଳ ଓ ଚୁମ୍ବକୀୟ ବଳଦ୍ଵୟ ଅସଂସ୍ପର୍ଶ ବଳର ଉଦାହରଣ ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 1

→ ବଳର ପ୍ରଭାବ (Effects of Force):
(a) ସ୍ଥିର ବସ୍ତୁକୁ ଗତିଶୀଳ କରାଏ
(i) ଜଣେ ଖେଳାଳି ବଲ୍‌କୁ ଗୋଡ଼ରେ ଆଘାତ ଦେଲେ ତାହା ଗତିଶୀଳ ହୁଏ ।
(ii) ରେଳ ଇଞ୍ଜିନ୍ ରେଳଡ଼ବାଗୁଡିକୁ ବଳ ପ୍ରୟୋଗଦ୍ଵାରା ଟାଣିଥାଏ କିମ୍ବା ଠେଲିଥାଏ ।
(iii) ଓଜନଦାର ଜିନିଷପତ୍ର ବଳଦ, ଗଧ କିମ୍ବା ଘୋଡ଼ାଦ୍ଵାରା ପରିବାହିତ ହୋଇଥାଏ ।
(iv) ଗଛରୁ ଫଳଟି ଛିଣ୍ଡି ମାଧ୍ୟାକର୍ଷଣ ବଳ ପ୍ରଭାବରେ ଭୂମିରେ ପଡେ ।
(v) ଗୋଟିଏ ଚୁମ୍ବକ ଲୁହାକଣ୍ଟାକୁ ଗତିଶୀଳ କରାଇପାରେ ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 2

(b) ଗତିଶୀଳ ବସ୍ତୁକୁ ସ୍ଥିରାବସ୍ଥାକୁ ଆଣେ
(i) ଭୂମି ସହିତ ଘର୍ଷଣଦ୍ଵାରା ଗଡ଼ିଯାଉଥିବା ବଲ୍ ଅଟକିଯାଏ ।
(ii) ବ୍ରେକ୍ ପ୍ରୟୋଗଦ୍ଵାରା ଗତିଶୀଳ ଟ୍ରେନ୍ କିମ୍ବା କାର୍‌କୁ ଅଟକାଯାଇପାରେ ।
(iii) ଭୂଲମ୍ବ ଦିଗରେ ଉପରକୁ ନିକ୍ଷେପ ହୋଇଥିବା ପଥରର ଗତି ମାଧ୍ୟାକର୍ଷଣ ବଳ ପ୍ରଭାବରେ ଧୀର ହୁଏ ବା ଶେଷରେ ବନ୍ଦ ହୋଇଯାଏ ।
(iv) ମୁକ୍ତ ଭାବରେ ଦୋଳାୟମାନ ଦୋଳକର ଦୋଳନ ବାୟୁର ଘର୍ଷଣ ବଳଦ୍ଵାରା ବନ୍ଦ ହୋଇଯାଏ ।

(c) ଗତିଶୀଳ ବସ୍ତୁକୁ ବେଗ ଓ ଦିଗରେ ପରିବର୍ତ୍ତନ ଆଣେ:
(i) ଭୂଲମ୍ବ ଦିଗରେ ଉପରକୁ ନିକ୍ଷେପ ହୋଇଥିବା ପଥରର ବେଗ ଓ ଦିଗରେ ମାଧ୍ୟାକର୍ଷଣ ବଳ ପ୍ରଭ।ବରେ ପରିବର୍ତ୍ତନ ଘଟିଥାଏ ।
(ii) ଷ୍ଟିଅରିଂ ଚକିରେ ବଳ ପ୍ରୟୋଗ କରି ଗତିଶୀଳ କାର ଦିଗ ବଦଳାଯାଇପାରେ ।
(iii) ସାଇକେଲ୍ ପ୍ୟାଡ଼େଲ୍‌ରେ ଅଧିକ ବଳ ପ୍ରୟୋଗ କଲେ ତାହା ଅଧିକ ବେଗରେ ଗଡ଼ିଚାଲେ ।
(iv) ଉପଗ୍ରହଗୁଡ଼ିକ ପୃଥ‌ିବୀ ଚାରିପଟେ ସ୍ଥିର ବେଗରେ ଘୂରୁଥାଆନ୍ତି । କିନ୍ତୁ ମାଧ୍ୟାକର୍ଷଣ ବଳ ପ୍ରଭାବରେ ସେଗୁଡିକର ଦିଗରେ କ୍ରମାଗତ ପରିବର୍ତ୍ତନ ଘଟିଥାଏ ।

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

(d) ଆକୃତିରେ ପରିବର୍ତ୍ତନ ଆଣିଥାଏ।
(i) ଟଣାବଳ ପ୍ରୟୋଗଦ୍ଵାରା ରବର ଫିତାର ଦୈର୍ଘ୍ୟ ବୃଦ୍ଧି ଘଟିଥାଏ ।
(ii) ସଂପୀଡ଼ନ ବଳ ପ୍ରୟୋଗଦ୍ଵାରା ସ୍ପ୍ରିଙ୍ଗ୍‌ର ଦୈର୍ଘ୍ୟ ହ୍ରାସ ପାଏ ।
(iii) ସୁନାକୁ ପିଟି ପତଳା ଚଦରରେ ପରିଣତ କରାଯାଏ ।
(iv) ହାତରେ ବଳ ପ୍ରୟୋଗ କରି କାଦୁଅକୁ ବିଭିନ୍ନ ଆକୃତି ଦିଆଯାଏ ।

→ ସନ୍ତୁଳିତ ଏବଂ ଅସନ୍ତୁଳିତ ଶକ୍ତି (Balanced and Unbalanced Force):
(a) ଯେଉଁ ବଳଗୁଡ଼ିକ ପ୍ରଭାବରେ ବସ୍ତୁର ସ୍ଥିତାବସ୍ଥାରେ ବା ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ସେଗୁଡିକୁ ସନ୍ତୁ ଳିତ ବଳ (Balanced Force) କୁହାଯାଏ ।
(b) ‘ଯେତେବେଳେ ଗୋଟିଏ ବସ୍ତୁ ଉପରେ ଅନେକଗୁଡ଼ିଏ ବଳ କ୍ରିୟାଶୀଳ ହୁଏ ଏବଂ ଯଦି ଏହି ବଳଗୁଡ଼ିକର ପରିଣାମୀ ବସ୍ତୁ ଉପରେ ଶୂନ ହୁଏ, ସେହି ବଳଗୁଡ଼ିକୁ ସନ୍ତୁଳିତ ବଳ କୁହାଯାଏ ।
ଉଦାହରଣ – 1:
(i) ଏକ ଭୂସମାନ୍ତର ଟେବୁଲ ପୃଷ୍ଠ ଉପରେ ଗୋଟିଏ କାଠଖଣ୍ଡ (wooden block) ରଖ୍ ଏହାର ଦୁଇ ମୁଣ୍ଡରେ X ଓ Y ନାମକ ଦୁଇଟି ଦୃଢ଼ ସୂତା ଲଗାଯାଉ ।
(ii) X-ସୂତାକୁ ଟାଣି କାଠଖଣ୍ଡ ଉପରେ ବଳ ପ୍ରୟୋଗ କଲେ ତାହା ଡାହାଣ ଦିଗକୁ ଗତିକରି ଘୁଞ୍ଚିଯିବ । ସେହିପରି Y-ସୂତାକୁ ଟାଣି କାଠଖଣ୍ଡ ଉପରେ ବଳ ପ୍ରୟୋଗ କଲେ ତାହା ବାମ ଦିଗକୁ ଗତିଶୀଳ ହେବ ।
(iii) ଯଦି X ଓ Y ସୂତାକୁ ଧରି ଏକା ସମୟରେ ସମାନ ବଳ ପ୍ରୟୋଗ କରି ଦୁଇ ପାର୍ଶ୍ଵକୁ ଟାଣିବା ତେବେ କାଠଖଣ୍ଡଟି କୌଣସି ପାର୍ଶ୍ଵକୁ ନଯାଇ ସ୍ଥିର ହୋଇ ରହିବ । ଏହି ପ୍ରକାର ବଳକୁ ସନ୍ତୁଳିତ ବଳ କୁହାଯାଏ ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 3
(iv) ଯଦି ସୂତା ଦୁଇଟିକୁ ଧରି ଅସମ ବଳ ପ୍ରୟୋଗ କରାଯାଏ, ତେବେ କାଠଖଣ୍ଡଟି ବୃହତ୍ତର ବଳ ଦିଗରେ ଗତି କରିବାକୁ ଆରମ୍ଭ କରିବ।
(v) ଏ କ୍ଷେତ୍ରରେ ବିପନ୍ତ୍ରୀତମୁଖୀ ବଳଦୂର ପରିମାଣ ଅସମାନ ହୋଇଥିବାରୁ ସେମାନେ ଏକ ଆଲାନ୍ତୁ ଳିତ ବଳ ସୃଷ୍ଟି କରନ୍ତି । ତେଣୁ କାଠଖଣ୍ଡଟି ଅସନ୍ତୁଳିତ ବଳ ଦିଗ ଆଡକୁ ଗତି କରେ । ‘‘ଯେତେବେଳେ ଗୋଟିଏ ବସ୍ତୁ ଉପରେ ଅନେକଗୁଡ଼ିଏ ବଳ କ୍ରିୟାଶୀଳ ହୁଏ ଏବଂ ଯଦି ଏହି ବଳଗୁଡ଼ିକର ପରିଣାମୀ ବସ୍ତୁ ଉପରେ ଶୂନ ନ ହୁଏ, ସେହି ବଳଗୁଡ଼ିକୁ ଅସନ୍ତୁଳିତ ବଳ କୁହାଯାଏ ।’’

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

ଉଦାହରଣ – 2:
(i) ଏକ ବନ୍ଧୁର (rough) ଚଟାଣ ଉପରେ ଗୋଟିଏ ବାକ୍ସକୁ ଅଳ୍ପ ବଳ ପ୍ରୟୋଗ କରି ଠେଲିଲେ ତାହା ଘୁଞ୍ଚିବ ନାହିଁ, କାରଣ ବାକ୍ସର ନିମ୍ନ ପୃଷ୍ଠ ଓ ଚଟାଣ ମଧ୍ୟରେ ଏକ ଘର୍ଷଣ ବଳ ଠେଲାବଳର ବିପରୀତ
ଦିଗରେ କାର୍ଯ୍ୟ କରେ ।
(ii) ଦୁଇଟି ପୃଷ୍ଠ ଲାଗି କ ରି ର ହି ଥ୍ ଲେ ସେମାନଙ୍କ ମଧ୍ୟରେ ଘର୍ଷଣ ବଳ ଉତ୍ପନ୍ନ ହୁଏ । ଠେଲାବଳର ପରିମାଣ କମ୍ ହୋଇଥିବାରୁ ବିପରୀତମୁଖୀ ଘର୍ଷଣ ବଳ ସେହି ଠେଲାବଳକୁ ସନ୍ତୁଳିତ କରିଦିଏ । ତେଣୁ ବାକ୍ସ ତା’ ସ୍ଥାନରୁ ଘୁଞ୍ଚେ ନାହିଁ ।
(iii) ଅଧିକ ବଳ ପ୍ରୟୋଗକରି ବାକ୍‌ସକୁ ଠେଲିଲେ, ତାହା ଗତି କରିବାକୁ ଆରମ୍ଭ କରେ । ଏ କ୍ଷେତ୍ରରେ ଠେଲାବଳ ବିପରୀତମୁଖୀ ଘର୍ଷଣ ବଳଠାରୁ ଅଧିକ ହୁଏ । ତେଣୁ ଏକ ମୋଟ ଅସନ୍ତୁଳିତ ବଳ ବାକ୍ସ ଉପରେ କାର୍ଯ୍ୟ କରିବାରୁ ତାହା ଠେଲାବଳ ଦିଗରେ ଗତିଶୀଳ ହେଲା ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 4

ଉଦାହରଣ – 3:
(i) ରାଷ୍ଟ୍ରରେ ସାଟ୍ଟକୋଲ୍ ଚଳlଇଲ୍। ବେଳେ ପେଡ଼ାଲ୍ ମାରିବା ବନ୍ଦ କରିଦେଲେ ସାଇକେଲ୍‌ର ଗତି କ୍ରମଶଃ ମନ୍ଥର ହୋଇଯାଏ ।
(ii) ଏଠାରେ ରାସ୍ତାର ପୃଷ୍ଠ ଓ ସାଇକେଲ୍‌ର ଚକ ମଧ୍ୟରେ ସୃଷ୍ଟି ହୋଇଥିବା ଘର୍ଷଣ ବଳ ସାଇକେଲ୍‌ର ଗତି ଦିଗର ବିପରୀତମୁଖୀ ହୋଇଥାଏ ଓ ତାହା ସାଇକେଲ୍‌ର ଗତିକୁ ବିରୋଧ କରେ ।
(iii) ସାଇକେଲର ଗତିକୁ ବଜାୟ ରଖୁବାକୁ ହେଲେ ଅବିଚ୍ଛିନ୍ନ ଭାବରେ ପେଡ଼ାଲ ମାରିବାକୁ ହୁଏ । ପେଡ଼ାଲ ମାରିଲାବେଳେ ସାଇକେଲ୍ ଉପରେ ବାହ୍ୟ ବଳ କାର୍ଯ୍ୟ କରେ । ତେଣୁ ସାଇକେଲ୍ ଆଗକୁ ଗତିକରେ।
(iv) ଗୋଟିଏ ବସ୍ତୁ ଉପରେ ଅବିରତ (continuous) ଅସନ୍ତୁଳିତ ବଳ ପ୍ରୟୋଗ କଲେ ସେହି ବସ୍ତୁ ତାହାର ଗତିକୁ ବଜାୟ ରଖେ । କିନ୍ତୁ ଏହା ସର୍ବଦା ସତ୍ୟ ନୁହେଁ।
(v) ଯେତେବେଳେ ବସ୍ତୁ ଉପରେ ପ୍ରଯୁକ୍ତ ବଳଗୁଡ଼ିକ ସନ୍ତୁଳିତ ହୋଇଯାଆନ୍ତି ସେତେବେଳେ ବସ୍ତୁ ଉପରେ କୌଣସି ମୋଟ ବାହ୍ୟ ବଳ କାମ କରେ ନାହିଁ ଓ ବସ୍ତୁସମପରିବେଗରେ ଗତିକରେ ।
(vi) ଯେତେବେଳେ ଏକ ଅସନ୍ତୁଳିତ ବଳ ବସ୍ତୁ ଉପରେ କାର୍ଯ୍ୟକରେ ସେତେବେଳେ ବସ୍ତୁର ବେଗରେ ଗତିର ଦିଗରେ ବା ଉଭୟରେ ପରିବର୍ତ୍ତନ ଆସେ ଓ ବସ୍ତୁ ତ୍ୱରାନ୍ଵିତ ହୁଏ । ତେଣୁ ଗୋଟିଏ ବସ୍ତୁକୁ ତ୍ଵରାନ୍ଵିତ କରିବା ପାଇଁ ଏକ ଅସନ୍ତୁ ଳିତ ବାହ୍ୟ ବଳ ଆବଶ୍ୟକ ହୁଏ ।

→ ନିଉଟନ୍ ଙ୍କ ଗତି ନିୟମ । (Newton’s Laws of Motion)
(i) ଇଟାଲି ଦେଶର ବୈଜ୍ଞାନିକ ଗାଲି ଲି ଓ ଗତି ଓ ବଳ ମଧ୍ଯରେ ଥ‌ିବ। ସଂପର୍କକୁ ଜାଣିବାପାଇଁ ଗବେଷଣା କରିଥିଲେ ଓ ଅନେକ ମୌଳିକ ତଥ୍ୟ ପ୍ରକାଶ କରିଥିଲେ ।
(ii) ଗାଲିଲିଓଙ୍କ ବଳ ଓ ଗତି ସଂପର୍କୀୟ ସେହି ମୌଳିକ ଧାରଣାଗୁଡ଼ିକୁ ଆଇଜାକ୍ ନିଉଟନ୍ ଅଧୂକ ଅଧ୍ୟୟନ କରି ବସ୍ତୁମାନଙ୍କ ଗତି ସମ୍ପର୍କରେ ତିନୋଟି ମୌଳିକ ନିୟମ ଉପସ୍ଥାପନା କରିଥିଲେ, ଯାହାକୁ ନିଉଟନ୍ ଙ୍କ ଗତି ନିୟମ (Newton’s Laws of Motion) କୁହାଯାଏ ।

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

→ ନ୍ୟୁଟନ୍ ର ଗତିର ପ୍ରଥମ ନିୟମ । (Newton’s First Law of Motion):
ଜଡ଼ତ୍ଵ (Inertia):
(i) ବସ୍ତୁ ତା’ର ସ୍ଥିତାବସ୍ଥା ବା ଗତିର ଅବସ୍ଥାର ପରିବର୍ତ୍ତନକୁ ବିରୋଧ କରେ । ବସ୍ତୁ ସ୍ଥିର ହୋଇ ରହିଥିଲେ ସ୍ଥିର ହୋଇ ରହିବାକୁ ଚାହେଁ କିମ୍ବା ସମଗତିରେ ଯାଉଥିଲେ ନିଜର ସମ ଗତି ବଜାୟ ରଖୁବାକୁ ଚାହେଁ ।
(ii) ବାହ୍ୟବଳ ପ୍ରୟୋଗ ସତ୍ତ୍ଵେ ନିଜର ସ୍ଥିରାବସ୍ଥା ବା ସରଳରେଖ୍ୟ ସମ ଗତି ଅବସ୍ଥାକୁ ବଜାୟ ରଖିବା ପାଇଁ ଚପ୍ତର ଯେଉଁ ପ୍ରାକୃତିକ ପ୍ରବୃତ୍ତି (natural tendency) ଥାଏ, ତାହାକୁ ବସ୍ତୁର ଜଡ଼ତ୍ଵ (inertia) କୁହାଯାଏ ।
(iii) ଜଡ଼ତ୍ଵ ଦୁଇ ପ୍ରକାରର; ଯଥା-ସ୍ଥିରତାର ଜଡ଼ତା ଓ ଗତିର ଜଡ଼ତା ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 5

→ ସ୍ଥିରତାର ଜଡ଼ତା (Inertia of Rest) :
ବାହ୍ୟବଳ ପ୍ରୟୋଗ ସତ୍ତ୍ଵେ ସ୍ଥିର ଥ‌ିବା ବସ୍ତୁ ସ୍ଥିର ହୋଇ ରହିବାକୁ ଚାହେଁ । ଏହାକୁ ସ୍ଥିରତାର ଜଡ଼ତା କୁହାଯାଏ । ବାହ୍ୟବଳ ପ୍ରୟୋଗ ନହେବା ପର୍ଯ୍ୟନ୍ତ ବସ୍ତୁର ସ୍ଥିରାବସ୍ଥାରେ ପରିବର୍ତ୍ତନ ଘଟିବ ନାହିଁ ।
ଉଦାହରଣ –
ସ୍ଥିର ବସ୍ ଭିତରେ କିଛି ନ ଧରି ଯାତ୍ରୀ ଠିଆ ହୋଇଥାଆନ୍ତି । ବସ୍ ହଠାତ୍ ଗତିକଲେ, ଯାତ୍ରୀ ପଛକୁ ଝୁଙ୍କିପଡ଼ନ୍ତି । ଯାତ୍ରୀମାନଙ୍କର ପାଦ ବସ୍ ସହ ଲାଗି ରହିଥାଏ । ବସ୍‌ ଗତିକଲେ ପାଦ ମଧ୍ଯ ଆଗକୁ ଗତି କରେ । କିନ୍ତୁ ଯାତ୍ରୀମାନଙ୍କର ଶରୀରର ଅନ୍ୟ ଅଂଶ ସ୍ଥିରତାର ଜଡ଼ତା ଯୋଗୁଁ ନିଜ ନିଜ ସ୍ଥାନରେ ସ୍ଥିର ରହିଥାଏ ।ଫଳରେ ଯାତ୍ରୀମାନେ ପଛକୁ ଝୁଙ୍କିପଡ଼ନ୍ତି।

→ ଜଡ଼ତ୍ଵ ଓ ବସ୍ତୁତ୍ୱ (Inertia and Motion):
(i) ବସ୍ତୁ ସର୍ବଦା ତା’ର ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନକୁ ବିରୋଧ କରେ । ବସ୍ତୁ ଯଦି ସ୍ଥିର ରହିଥାଏ ତେବେ ତାହା ସ୍ଥିର ହୋଇ ରହିବାକୁ ଚାହେଁ । ବସ୍ତୁ ଯଦି ଗତି କରୁଥାଏ ତେବେ ତାହା ନିଜର ଗତି ଅବସ୍ଥାକୁ ବଜାୟ ରଖୁବାକୁ ପ୍ରବୃତ୍ତି ପ୍ରଦର୍ଶନ କରେ । ବସ୍ତୁର ଏହି ଗୁଣକୁ ବସ୍ତର ଜଡ଼ତ୍ଵ କୁହାଯାଏ ।
(ii) ଯେଉଁ ବସ୍ତୁର ବସ୍ତୁତ୍ଵ ଅଧିକ ତାହାର ଜଡ଼ତ୍ଵ ଅଧିକ । ପରିମାଣାତ୍ମକ (quantitatively) ଭାବେ ବସ୍ତୁର ଜଡ଼ତ୍ଵ ତା’ ନିଜର ବସ୍ତୁତ୍ଵ ଉପରେ ନିର୍ଭର କରେ ।

ଉଦାହରଣ :
(i) କୌଣସି ପୃଷ୍ଠ ଉପରେ ଗୋଟିଏ ଖାଲି ହାଲୁକା ବାକ୍ସକୁ ପେଲିବା ସହଜ ହୁଏ, ମାତ୍ର ବହିଦ୍ଵାରା ପରିପୂର୍ଣ୍ଣ ଏକ ଭାରି ବାକ୍ସକୁ ପେଲିବା କଷ୍ଟକର ହୋଇଥାଏ ।
(ii) ଗୋଟିଏ ଫୁଟ୍‌ବଲ୍‌କୁ ଗୋଡ଼ରେ ମାରିଲେ ତାହା ସହଜରେ ଦୂରକୁ ଗଡ଼ିଯାଏ । କିନ୍ତୁ ସମାନ ଆକାର ଓ ଆକୃତିର ଏକ ଲୁହା ଗୋଲକକୁ ଗୋଡ଼ରେ ମାରିଲେ ଗୋଲକଟି ଆଗକୁ ଯାଏ ନାହିଁ ବରଂ ଗୋଡ଼ ଆଘାତପ୍ରାପ୍ତ ହୋଇ ଭାଙ୍ଗିଯିବାର ସମ୍ଭାବନା ଥାଏ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

Odisha State Board BSE Odisha 9th Class Odia Solutions Chapter 3 ହେ ମୋର କଲମ Textbook Exercise Questions and Answers.

BSE Odisha Class 9 Odia Solutions Chapter 3 ହେ ମୋର କଲମ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ ।
(କ) କଲମ ସଦାବେଳେ ସତ୍ୟ, ଅହିଂସା, ଶାନ୍ତି ପ୍ରତିଷ୍ଠା କରିବାପାଇଁ ନୀରବରେ ବିପ୍ଳବ କରିଆସିଛି ।
(ଖ) କଲମ ମଡ଼ା ଦେହରେ ଜୀବନ ସଞ୍ଚାର କରିପାରେ ।
(ଗ)କଲମକୁ ନିଜର ବିଶ୍ବସ୍ତ ବନ୍ଧୁ ବୋଲି କବି କହିଛନ୍ତି ।
(ଘ) କବିଙ୍କ ମତରେ କଲମର ଗାର ଅମର ଅଟେ ।
(ଙ) ଯୁଗ ଯୁଗ ଧରି ଛଳନା, ଗୁଣ୍ଡାମି, ପେଷଣ ଓ ଶୋଷଣ କଲମ ନିକଟରେ ପରାଜୟ ସ୍ବୀକାର କରିଛି ।
(ଚ) ପୃଥ‌ିବୀରେ ସମସ୍ତ ମତବାଦ କ୍ଷୀଣସ୍ଥାୟୀ ହୋଇଥାଏ ।
(ଛ) କଲମର ମୁନ ସମସ୍ତ ଅସ୍ତ୍ରଠାରୁ ଶକ୍ତିଶାଳୀ ।
Answer:
(କ), (ଖ), (ଗ), (ଘ), (ଙ), (ଚ), (ଛ) ଉକ୍ତିଗଡ଼ିକ ଠିକ୍ ଅଛି ।

Question ୨।
‘ଅନ୍ଧ ଦେଇଚ ଆଖ୍’ର ଚାରିଗୋଟି ଅର୍ଥ ନିମ୍ନରେ ସୂଚିତ ହୋଇଛି । ଏଥୁମଧ୍ୟରୁ ଠିକ୍ ଅର୍ଥଟିକୁ ବାଛି ଲେଖ ।
(କ) ଅନ୍ଧକୁ ଆଖ୍ ଦାନ କରିଛ ।
(ଖ) ଅନ୍ଧ ଆଖୁ ଦାନ କରିଛି ।
(ଗ) ଅଜ୍ଞାନ ଜନତାକୁ ଜ୍ଞାନ ପ୍ରଦାନ କରିଛ ।
(ଘ) ଆଦାନ କରିବାକୁ ଅନ୍ଧକୁ କହିଛ ।
Answer:
(ଗ) ଅଜ୍ଞାନ ଜନତାକୁ ଜ୍ଞାନ ପ୍ରଦାନ କରିଛ ।

Question ୩।
ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ଚୀର-ଚିର, ପୁର-ପୂର, ବିଷ-ବିସ, ଦିନ-ଦୀନ
Answer:
ଚୀର – ଛିନ୍ନ ବସ୍ତୁ/ବଳ୍‌କଳ
ଚିର – ସବୁଦିନପାଇଁ
ପୁର – ଗୃହ/ ପ୍ରାସାଦ/ଦେହ
ପୂର – ଜଳରାଶି/ପ୍ରବାହ/ସମୂହ/ପିଷ୍ଟକ ମଧ୍ୟବର୍ତ୍ତୀ ମିଷ୍ଟଦ୍ରବ୍ୟ ବିଶେଷ
ବିଷ – ଗରଳ/ଜହର
ବିସ – ପଦ୍ମନାଡ଼
ଦିନ – ଦିବସ
ଦୀନ – ଦରିଦ୍ର

Question ୪।
ନିମ୍ନଲିଖତ ଶବ୍ଦଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ଦୁର୍ବଳ, ଜାଗ୍ରତ, ଆପଣା, ବିଶ୍ଵାସୀ, ବନ୍ଧନ
Answer:
ଦୁର୍ବଳ – ସବଳ
ଜାଗ୍ରତ – ସୁପ୍ତ
ଆପଣା – ପର
ବିଶ୍ଵାସୀ – ଅବିଶ୍ଵାସୀ
ବନ୍ଧନ – ମୋଚନ

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୫।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର ।
ଅହରହ,ତୀକ୍ଷ୍ଣଣ,ଅଳୀକ, ଦୁର୍ବିଷହ, ଶୋଷଣ
Answer:
ଅହରହ – ସଂପ୍ରତି ଦେଶରେ ଅହରହ ଦରବୃଦ୍ଧି ହେତୁ ସାଧାରଣ ଖାଉଟି ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି ।
ତୀକ୍ଷ୍ଣଣ – ସୈନ୍ୟବାହିନୀ ସୀମାନ୍ତରେ ଶତ୍ରୁମାନଙ୍କ ଗତିବିଧ‌ି ଉପରେ ତୀକ୍ଷ୍ଣଣ ଦୃଷ୍ଟି ରଖୁଛି ।
ଅଳୀକ – ଅଳୀକ କଥାରେ ଭାସିଯାଅ ନାହିଁ ।
ଦୁର୍ବିଷହ – ମାଲିକର ଦୁର୍ବିଷହ ଅତ୍ୟାଚାର ସହି ନପାରି କର୍ମଚାରୀ ଜଣକ ଚାକିରି ଛାଡ଼ିଦେଲେ ।
ଶୋଷଣ – ପୂର୍ବେ ଜମିଦାରମାନେ ପ୍ରଜାଙ୍କୁ ଶୋଷଣ କରୁଥିଲେ ।

Question ୬ ।
ନିମ୍ନଲିଖ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ତନୁ, ଧରା, ଗିରି, ଜଳ, ଦେବତା
Answer:
ତନୁ – ଦେହ, ଶରୀର
ଧରା – ଧରଣୀ, ପୃଥ‌ିବୀ
ଗିରି – ଶୈଳ, ପର୍ବତ
ଜଳ – ନୀର, ବାରି
ଦେବତା – ଈଶ୍ବର, ଭଗବାନ

Question ୭ ।
ନିମ୍ନଲିଖ ବିଶେଷଣ ଶବ୍ଦକୁ ବିଶେଷ୍ୟ ଶବ୍ଦରେ ପରିଣତ କର ।
ଦୁର୍ବଳ, ଅମର, ଜଡ଼, ସୁନ୍ଦର, ସଭ୍ୟ
Answer:
ଦୁର୍ବଳ – ଦେହ,ଶରୀର
ଅମର – ଧରଶା,ପୄଥ୍ଚୀ
ଜଡ଼ – ଶୈଳ, ପର୍ବତ
ସୁନ୍ଦର – ନୀର, ବାରି
ସଭ୍ୟ – ସଭ୍ୟତା

Question ୮।
ଓଡ଼ିଆ ଅଭିଧାନ ନିୟମ କ୍ରମରେ ନିମ୍ନ ପ୍ରଦତ୍ତ ଶବ୍ଦଗୁଡ଼ିକୁ ସଜାଅ ।
ଅନ୍ତର, ଅମର, ଅବତାର, ଅନ୍ଧ, ଅକ୍ଷର
Answer:
ଅକ୍ଷର, ଅନ୍ତର, ଅନ୍ଧ, ଅବତାର, ଅମର

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୯।
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ଯୋଗ କର ।
Answer:
BSE Odisha 9th Class Odia Solutions Chapter 3 ହେ ମୋର କଲମ 1
BSE Odisha 9th Class Odia Solutions Chapter 3 ହେ ମୋର କଲମ 2

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୦ ।
‘ଚିର ବିପ୍ଳବୀ ବୋଲି କବି କାହାକୁ ସମ୍ବୋଧନ କରିଛନ୍ତି ?
Answer:
‘ଚିର ବିପ୍ଳବୀ’ ବୋଲି କବି କଲମକୁ ସମ୍ବୋଧନ କରିଛନ୍ତି ।

Question ୧୧ ।
କଲମକୁ ମୌନୀ ବୋଲି କବି କାହିଁକି କହିଛନ୍ତି ?
Answer:
କଲମ ନୀରବରେ କବିଙ୍କ ମନୋଭାବକୁ ପ୍ରକାଶ କରୁଥିବାରୁ କବି ତାକୁ ମୌନୀ ବୋଲି କହିଛନ୍ତି ।

Question ୧୨ ।
ଦୁର୍ବଳ ଶରୀର ସତ୍ତ୍ବେ କଲମର ଦକ୍ଷତା ସମ୍ପର୍କରେ କବି କ’ଣ କହିଛନ୍ତି ?
Answer:
ଦୁର୍ବଳ ଶରୀର ସତ୍ତ୍ଵେ କଲମ ଜନତାର ହୃଦ-ମନ୍ଦିର ଓ ଧରାତଳକୁ ଥରାଇ ଦେଇପାରେ ବୋଲି କବି କହିଛନ୍ତି ।

Question ୧୩ ।
‘କଲମ ବନ୍ଦୀ ହୋଇଯାଇଛି କି ?? କବି ଏପରି କହିବାର କାରଣ କ’ଣ ?
Answer:
ତତ୍‌କାଳୀନ ସମାଜରେ ସୃଷ୍ଟି ହେଉଥ‌ିବା ଅସାମାଜିକତା ତଥା ଶୋଷଣ ଅତ୍ୟାଚାରକୁ ଅବଲୋକନ କରି ମଧ୍ୟ ଚିର ବିପ୍ଳବୀ କଲମ ମୌନ ରହୁଥ‌ିବାରୁ କବି ‘କଲମ ବନ୍ଦୀ ହୋଇଯାଇଛି କି’ ବୋଲି କହିଛନ୍ତି ।

Question ୧୪।
କଲମକୁ କ’ଣ କରିବାପାଇଁ କବି ଆହ୍ୱାନ କରିଛନ୍ତି ?
Answer:
ସୁପ୍ତଜାତିର ଜଡ଼ତାକୁ ଭାଙ୍ଗି ଜାତିକୁ ଜାଗ୍ରତ କରିବାପାଇଁ କବି କଲମକୁ ଆହ୍ୱାନ ଜଣାଇଛନ୍ତି ।

Question ୧୫ ।
କବିଙ୍କର ବିଶ୍ବସ୍ତ ସଖା କିଏ ?
Answer:
କଲମ ହିଁ କବିଙ୍କର ବିଶ୍ବସ୍ତ ସଖା ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୧୬ ।
କଲମଟି କିଭଳି ବନ୍ଧୁ ବୋଲି କବି କହିଛନ୍ତି ?
Answer:
କବି କଲମକୁ ଅତି ଆପଣାର ବନ୍ଧୁ ରୂପେ ଅଭିହିତ କରିଛନ୍ତି ।

Question ୧୭ ।
କଲମ କ’ଣ କରି ଅମର ଯଶ ବରଣ କରିଛି ?
Answer:
କଲମ ତା’ର ତୀକ୍ଷ୍ଣଣ ମୁନରେ କବିଙ୍କ ମନଲେଖାକୁ ପ୍ରକାଶ କରି କୋଟି ଜନମନକୁ ପୁଲକିତ କରି ଅମର ଯଶ ବରଣ କରିଛି ।

Question ୧୮ ।
କଲମଦ୍ଵାରା କେଉଁ ଦୁଆର ଖୋଲିବାପାଇଁ କବି କହିଛନ୍ତି ?
Answer:
କଲମଦ୍ୱାରା ମୁକ୍ତିର ଦ୍ଵାର ଖୋଲିବାପାଇଁ କବି କହିଛନ୍ତି ।

Question ୧୯ ।
କରବାଳ, ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି ?
Answer:
କରବାଳ, ବଜ୍ର ଓ ମୁଷଳ କଲମ ନିକଟରେ ପରାସ୍ତ ହୁଅନ୍ତି ।

Question ୨୦ ।
ଧରଣୀ ଦୁଇଦିନର ବୋଲି କବି କାହିଁକି କହିଛନ୍ତି ?
Answer:
ପରିବର୍ତ୍ତନଶୀଳ ଏହି ଧରଣୀରେ ସବୁକିଛି କ୍ଷଣସ୍ଥାୟୀ ହୋଇଥିବାରୁ କବି ଧରଣୀକୁ ଦୁଇଦିନର ବୋଲି କହିଛନ୍ତି ।

Question ୨୧ ।
ସତ୍ୟ ନାମରେ ଏଠାରେ କ’ଣ ଘଟୁଛି ବୋଲି କବି କହିଛନ୍ତି ?
Answer:
ସତ୍ୟ ନାମରେ ଏ ସଂସାରରେ ଦୁର୍ବିଷହ ଛଳନା ତଥା ପ୍ରତାରଣାମାନ ଘଟୁଛି ବୋଲି କବି କହିଛନ୍ତି ।

Question ୨୨ ।
ନର ଦେବତାରୂପେ ପ୍ରତିଷ୍ଠା ଲାଭ କରେ କିପରି ?
Answer:
ଜଗତଜନର କଲ୍ୟାଣ ସାଧନ ନିମନ୍ତେ ଆତ୍ମନିୟୋଗ କରିଥିବା ମଣିଷ ହିଁ ସଂସାରରେ ଦେବତାରୂପେ ପ୍ରତିଷ୍ଠା ଲାଭକରେ ।

Question ୨୩ ।
କେଉଁମାନଙ୍କର ବଚନକୁ କଲମ ଧରି ରଖୁଛି ?
Answer:
ଗୌତମବୁଦ୍ଧ, ଶଙ୍କରାଚାର୍ଯ୍ୟ ତଥା ଯୀଶୁଖ୍ରୀଷ୍ଟଙ୍କ ମହାନ୍ ବାଣୀକୁ କଲମ ଧରି ରଖୁଛି ।

Question ୨୪ ।
କଲମ କେଉଁ କଥାକୁ ଖାତିର ନ କରି ଆଗେଇ ଚାଲିଛି ?
Answer:
କାହାର ଗୁଣ୍ଡାମିକୁ ଖାତିର ନ କରି କଲମ ଆଗେଇ ଚାଲିଛି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୨୫ ।
କଲମର ବିପ୍ଳବ କେଉଁ ଆଦର୍ଶରେ ପରିଚାଳିତ ?
Answer:
ସତ୍ୟ-ଶାନ୍ତି-ଶିବ-ସୁନ୍ଦରର ପବିତ୍ର ଆଦର୍ଶରେ କଲମର ବିପ୍ଳବ ପରିଚାଳିତ ।

Question ୨୬ ।
କାଳବକ୍ଷରେ କଲମ କିପରି ଅମର ହୋଇ ରହିଛି ?
Answer:
କାଳବକ୍ଷରେ ଘଟୁଥିବା ପ୍ରତିଟି ଘଟଣାକୁ କଲମ ତା’ର ମୁନରେ ରୂପଦେଇ ବାନ୍ଧି ରଖୁଥ‌ିବାରୁ କଲମ ଅମର ହୋଇ ରହିଛି ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୨୭ ।
ମୂଲ୍ୟ ତୁମର କେତୋଟି ପଇସା, ତନୁ ତବ ଦୁର୍ବଳ
ଥରାଇଚ କେତେ ହୃଦମନ୍ଦିର, ବନ୍ଧୁର ଧରାତଳ ।
Answer:
ମୂଲ୍ୟ ତୁମର …………………………… ବନ୍ଧୁର ଧରାତଳ ।
ଶଂସିତ ପଦ୍ୟାଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ ଶୀର୍ଷକ କବିତାରୁ ଆନୀତ ।
ଏଠାରେ କବି କ୍ଷୀଣ ଶରୀରବିଶିଷ୍ଟ କଲମର ଅପରିସୀମ ଶକ୍ତି, ସାମର୍ଥ୍ୟ ବିଷୟରେ ଆଲୋକପାତ କରିଛନ୍ତି ।

ଏକ ସାଧାରଣ ପଣ୍ୟଦ୍ରବ୍ୟଭାବେ ସାମାନ୍ୟ କେତୋଟି ପଇସା ବିନିମୟରେ କଲମଟିଏ ସହଜରେ ଉପଲବ୍ଧ ହୋଇଥାଏ । ଏହାର କଳେବର କ୍ଷୁଦ୍ର ଓ ଦୁର୍ବଳ । ମାତ୍ର ଏହାର ଶକ୍ତି ଅକଳନ । କବି, ଲେଖକଙ୍କ ହାତରେ ଏହା ଶକ୍ତିଶାଳୀ ଅସ୍ତ୍ର ଭାବେ ଶୋଭାପାଏ । କଲମ କବିଙ୍କ ପାଇଁ ଅତି ଆପଣାର ବନ୍ଧୁ ଓ ବିଶ୍ବସ୍ତ ସଖା । କବିଙ୍କ ହାତର ସେହି ଅସ୍ତ୍ର ସମାଜରେ ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ ଶାସକ ପ୍ରାଣରେ କୋକୁଆ ଭୟ ସୃଷ୍ଟି କରିପାରେ । ସ୍ୱେଚ୍ଛାଚାରୀ ପୁଞ୍ଜିପତି ହୃଦୟରେ କମ୍ପନ ସୃଷ୍ଟି କରିପାରେ ।

ଜାତିଗତ ବୈଷମ୍ୟ ଓ ଧର୍ମଗତ ବିଭେଦକୁ ଦୃଢ଼ ହସ୍ତରେ ଦମନ କରିପାରେ କ୍ଷୀଣ ତନୁଧାରୀ କଲମ । ଧନୀକର ଧନ କି ଶକ୍ତିଶାଳୀର ବାହୁବଳ ତା’ ପାଖରେ ହାର ମାନେ । ଅତ୍ୟାଚାରୀ ଓ ଶୋଷକ ଶ୍ରେଣୀର ବ୍ୟକ୍ତିବର୍ଗଙ୍କ ହୃଦସ୍ପନ୍ଦନ ବୃଦ୍ଧି କରିବାରେ କଲମର ଭୂମିକା ଅନସ୍ବୀକାର୍ଯ୍ୟ । ସର୍ବୋପରି ତୀକ୍ଷଣ ଅସିଠାରୁ ଏହାର ତୀକ୍ଷ୍ଣତା ଯେ ଅଧ୍ବକ ଭୟଙ୍କର କବି ଏଠାରେ ଏହାହିଁ ପ୍ରକାଶ କରିଛନ୍ତି ।

Question ୨୮ ।
ଭାଜେ କରବାଳ, ବଜ୍ର, ମୁଷଳ କେତେ ଏହି ମହୀତଳେ
ବାଡ଼ବ ଉଠଇ, ଗିରି ଓଲଟଇ, ଭାସେ ମରୁ ଧରା ଜଳେ ।
Answer:
ଭାଜେ କରବାଳ ……………………………….ମରୁ ଧରା ଜଳେ ।
ପ୍ରୋକ୍ତ ପଦ୍ୟାଶଟି ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ’ ପଦ୍ୟ ସଙ୍କଳନ ଅନ୍ତର୍ଗତ ‘ହେ ମୋର କଲମ’ ଶୀର୍ଷକ କବିତାରୁ ଆନୀତ ।
ଏଠାରେ କବି ଏକ ସାଧାରଣ କଲମର ଅତୁଳନୀୟ, ଅପ୍ରମିତ ଶକ୍ତି ଉପରେ ଆଲୋକପାତ କରିଛନ୍ତି ।

ସାମାନ୍ୟ କେତୋଟି ପଇସା ବିନିମୟରେ ଉପଲବ୍ଧ କ୍ଷୀଣ, ଦୁର୍ବଳ ତନୁବିଶିଷ୍ଟ କଲମଟିର ଶକ୍ତି ଯେ ଅପରିସୀମ, କବି ଏଠାରେ ତାହାହିଁ ଉଲ୍ଲେଖ କରିଛନ୍ତି । ଧରାଧାମରେ ନିଜକୁ ସର୍ବଶକ୍ତିମାନ ମନେକରୁଥିବା ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ସୁ ଶାସକ ନିଜ ସୈନ୍ୟବଳ, ଧନବଳ ଓ କୂଟନୀତି ବଳରେ ଧରାକୁ ସରା ଜ୍ଞାନ କରନ୍ତି । ଶୋଷଣ ଓ ଅତ୍ୟାଚାରରେ ଜନଜୀବନକୁ ହାହାକାର ମଧ୍ୟକୁ ଠେଲି ଦିଅନ୍ତି । ମାତ୍ର ସାମାନ୍ୟ ଏକ କଲମ ସେମାନଙ୍କର ସମସ୍ତ ଦୁର୍ନୀତି, ବ୍ୟଭିଚାର ଓ ଭ୍ରଷ୍ଟାଚାର ବିରୋଧରେ ଜନଜାଗରଣ ସୃଷ୍ଟିକରି ତା’ର ସବୁ ଅହଙ୍କାରକୁ ଧୂଳିସାତ୍‌ କରିପାରେ ।

ନିରୀହ ପ୍ରଜାମଣ୍ଡଳଙ୍କ କଣ୍ଠରେ ବିପ୍ଳବର ବାଣୀ ଶୁଣାଇ ଶାସନତନ୍ତ୍ର ବିରୋଧରେ ବିଦ୍ରୋହ ସୃଷ୍ଟି କରିପାରେ କଲମ । ପର୍ବତ ପ୍ରାୟ ଦୃଢ଼ ପ୍ରତିରକ୍ଷା ବଳ ଅକ୍ଳେଶରେ ପରାହତ ହୁଏ । କଲମର ଶକ୍ତି ସମ୍ମୁଖରେ ନରହନ୍ତାର ତରବାରି ଭାଙ୍ଗି ଚୂରମାର୍ ହୋଇଥାଏ, ବଜ୍ର ଓ ମୁଷଳ ପରି ତା’ର ଶକ୍ତିଶାଳୀ ଅସ୍ତ୍ର ହୁଏ ଚୂର୍ଣ୍ଣବିଚୂର୍ଣ । ଏହି କଲମ ସାଗର ବକ୍ଷରେ ସୃଷ୍ଟି କରିପାରେ ଅଗ୍ନିର ତାଣ୍ଡବ, ମରୁଭୂମିରେ ସୃଜି ପାରେ ବନ୍ୟାର ପ୍ଲାବନ । ଅପ୍ରତ୍ୟାଶିତ ପରିବର୍ତ୍ତନ ସଂରଚନା କରିପାରେ ଲେଖନୀର ଶକ୍ତି । ଅସିଠାରୁ ମସୀର ଶକ୍ତି ଯେ କେତେ ବିଶାଳ ଲେଖକ ଏଠାରେ ତାହାହିଁ ଉଲ୍ଲେଖ କରିଛନ୍ତି ।

Question ୨୯ ।
କେତେ ଅବତାରେ ଧରଣୀ ବୁକୁରେ ଦେବତା ହୋଇଲା ନର
କାଳ ଇଙ୍ଗିତରେ ଲୁଚିଗଲେ ସବୁ ରହିଲା ତୁମରି ଗାର ||
Answer:
କେତେ ଅବତାରେ …………………………………… ତୁମରି ଗାର ।
ଉଦ୍ଧୃତାଂଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି କଲମର କାଳଜୟୀ ଭୂମିକା ଉପରେ ଗୁରୁତ୍ବାରୋପ କରିଛନ୍ତି ।
ଯୁଗ ଯୁଗାନ୍ତରେ ବହୁ ମହାମନୀଷୀ ଏ ଧରଣୀ ବୁକୁରେ ଆବିର୍ଭୂତ ହୋଇ ସେମାନଙ୍କ ମହାମାନବୀୟ କାର୍ଯ୍ୟଧାରା ଓ ଅତିମାନବୀୟ ଦିବ୍ୟବାଣୀ ପ୍ରଦାନରେ ମହିମାବନ୍ତ ହୋଇ ପୟଗମ୍ବର ଭାବେ ପୂଜିତ ହୋଇଛନ୍ତି ।

ସେମାନଙ୍କର ଉଚ୍ଚାଦର୍ଶଯୁକ୍ତ ଜୀବନଶୈଳୀ ଓ ସୁମହାନ୍ ସାଧୁତା ସେମାନଙ୍କୁ ଜନସମାଜରେ ଦେବତାର ଆସନରେ ଉପବିଷ୍ଟ କରିଛି । ସେମାନଙ୍କର ମୁଖନିଃସୃତ ଶାଶ୍ଵତ ବାଣୀକୁ ଅଦ୍ୟାବଧୂ ଜନସମାଜରେ ପରିପ୍ରଚାର ଓ ପରିପ୍ରସାର କରିବାରେ କଲମର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ସେମାନେ ଆଜି ଇହଧାମରେ ନାହାନ୍ତି ସତ; ମାତ୍ର ସେମାନଙ୍କୁ ଚିର ଅମର କରିରଖୁଛି ଲେଖକର ଲେଖନୀ । ପରିବର୍ତ୍ତନଶୀଳ ଦୁନିଆରେ କୌଣସି ବ୍ୟକ୍ତି ଚିରସ୍ଥାୟୀ ନୁହେଁ । ମାଟିର ଘଟ ଦିନେ ନା ଦିନେ ମାଟିରେ ମିଶିଯାଏ । ଭାଗବତର ବାଣୀ ଅନୁସାରେ –

‘‘ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହୋଇଲେ ମରଇ ।’’

କିନ୍ତୁ ସେହି ନରଦେବତାର ଅମୃତବାଣୀକୁ ଯୁଗଯୁଗାନ୍ତ ପାଇଁ ଧରିରଖେ କଲମ । କାଳର କରାଳ ବୁକୁରେ ସବୁକିଛି ବିଲୁପ୍ତ ହୋଇଯାଉଥିଲେ ମଧ୍ୟ ଲେଖନୀ ଗାର ଚିର ଅମର ହୋଇଯାଏ । ଏଠାରେ କବି ଲେଖନୀକୃତ ସୃଷ୍ଟିସମ୍ଭାରର ଚିରନ୍ତନତା ଉପରେ ଗୁରୁତ୍ବାରୋପ କରିଛନ୍ତି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୩୦ ।
ତୁମେ ତ ଚାଲିନ’ ଛଳନାରେ କେବେ ଥକିନ’ ଗୁଣ୍ଡାମିରେ
ପେଷଣ, ଶୋଷଣ, ଦୂଷଣ ଦେଇଚ ଆଡ଼େଇ ଏକଇ ଗାରେ ।
Answer:
ତୁମେ ତ ……………………………………… ଏକଇ ଗାରେ ।
ଶଂସିତ ପଦ୍ୟାଶଟି ପ୍ରଖ୍ୟାତ ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ସମାଜରେ ପରିଦୃଷ୍ଟ ଶୋଷଣ, ଅତ୍ୟାଚାର, ଭ୍ରଷ୍ଟାଚାର ଆଦିର ମୂଳୋତ୍ପାଟନରେ କଲମର ଗୁରୁତ୍ଵପୂର୍ଣ ଭୂମିକା ଅବତାରଣା କରିଛନ୍ତି ।

କରନ୍ତି । ଅସାମାଜିକତାକୁ ଲକ୍ଷ୍ୟକଲେ ତାଙ୍କ ଅନ୍ତର କାନ୍ଦିଉଠେ । ତାଙ୍କ ଲେଖନୀ ହୋଇଉଠେ ଚଳଚଞ୍ଚଳ । ସମାଜରେ ଘଟିଯାଉଥ‌ିବା ଶୋଷଣ, ପେଷଣ ଓ ଅତ୍ୟାଚାର ବିରୋଧରେ ତାଙ୍କ ଲେଖନୀ ଜନସଚେତନତା ସୃଷ୍ଟି କରେ । ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀର ଯଥେଚ୍ଛାଚାର ବିରୋଧରେ ବିଷୋଦ୍‌ଗାର କରେ କଲମ । ଅଗ୍ନିବର୍ଷୀ ଲେଖା ମାଧ୍ୟମରେ ଦଳିତ, ଶୋଷିତ ଓ ଯନ୍ତ୍ରଣା ଜର୍ଜରିତ ଜନସାଧାରଣଙ୍କ ମନରେ ସେ ବିପ୍ଳବର ବୀଜ ବପନ କରେ । ବଳଶାଳୀ ଗୁଣ୍ଡାର ଗୁଣ୍ଡାମିକୁ ଖାତିର କରେନା କଲମ ।

ତା’ର ସ୍ପଷ୍ଟବାଦିତା ନିକଟରେ ସବୁ ଛଳନା ଓ ଅବିଶ୍ଵାସ ହାର ମାନେ । ଲେଖନୀ ମୁନର ଗୋଟିଏ ଗାର, ସମାଜରେ ଦୁର୍ନୀତିରୂପକ କର୍କଟ ବ୍ୟାଧ ପାଇଁ ମହୌଷଧର କାର୍ଯ୍ୟ କରେ । କଲମ ମୁନରୁ ଝରିପଡ଼ୁଥ‌ିବା ଶାଣିତ ବାକ୍ୟବାଣ କ୍ଷମତାଶାଳୀ, ପ୍ରଜାପୀଡ଼କ ଶାସକ ହୃଦୟରେ କମ୍ପନ ସୃଷ୍ଟିକରେ । ଏଠାରେ ସମାଜର କଳଙ୍କିତ, ମନ୍ଦବୁଦ୍ଧିସମ୍ପନ୍ନ, ସ୍ଵାର୍ଥାନ୍ଵେଷୀ ବ୍ୟକ୍ତିମାନଙ୍କ ପ୍ରତି କବି ମନର ସ୍ବତଃସ୍ଫୁର୍ଭ ବିଦ୍ରୋହ ପ୍ରକାଶ ପାଇଛି ।

Question ୩୧ ।
ବିପ୍ଳବ ତବ ସତ୍ୟ, ଶାନ୍ତି, ଶିବ ସୁନ୍ଦର ରସେ
ଯୁଗଯୁଗାନ୍ତ ଅନ୍ଧାର ଭେଦି ତୁମରି ପ୍ରଦୀପ ହସେ ।
Answer:
ବିପ୍ଳବ ତବ……………………………. ପ୍ରଦୀପ ହସେ ।
ପ୍ରଦତ୍ତ ପଦ୍ୟାଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ସମାଜରେ ସତ୍ୟ, ଶାନ୍ତି ଓ ଅହିଂସାର ମହାନତା ପ୍ରତିଷ୍ଠାରେ କଲମର ନୀରବ ବିପ୍ଳବ ଓ କାଳଜୟୀ ଭୂମିକାର ଜୟଗାନ କରିଛନ୍ତି ।

ଦୁନିଆର ସମସ୍ତ ମହାଶକ୍ତିର ଊର୍ଦ୍ଧ୍ବରେ ଯେ କଲମର ଶକ୍ତି ଏହା ସର୍ବଜନସ୍ବୀକୃତ । ମନୁଷ୍ୟ ହୃଦୟରେ ଶାଶ୍ୱତ ଚେତନା ଭରିଦେଇ ଦେବଗୁଣରେ ଭୂଷିତ କରିପାରେ କଲମ । ଅଜ୍ଞାନାନ୍ଧକାରରେ ପଥହରା ମନୁଷ୍ୟକୁ ସତ୍ୟର ପଥ ପ୍ରଦର୍ଶନ କରେ ସେ । ମାନବ ପ୍ରାଣରେ ସୃଷ୍ଟିକରେ ସତ୍ୟ-ଶିବ-ସୁନ୍ଦରର ଦିବ୍ୟଚେତନା । କଲମକୃତ ବିପ୍ଳବ ଧ୍ୱଂସକାରୀ ନ ହୋଇ ମାନବ ଜାତିକୁ କରେ ସତ୍ମାର୍ଗ ପ୍ରଦର୍ଶନ । ମହାପୁରୁଷମାନଙ୍କ ମୁଖନିଃସୃତ ଶାଶ୍ୱତ ବାଣୀକୁ ଲିପିବଦ୍ଧ କରାଇ ଯୁଗଯୁଗାନ୍ତକୁ ସାଇତି ରଖେ ଉପଦେଶାମୃତ ।

ଶାନ୍ତି ଓ ଅହିଂସାର ଆଦର୍ଶକୁ ଅନୁସରଣ କରି ଦିବ୍ୟଜୀବନର ଅଧିକାରୀ ହେବାକୁ ପ୍ରେରଣା ପ୍ରଦାନ କରେ କଲମ । ସକଳ ନୈତିକତା ଓ ପୂର୍ଣ୍ଣ ଶୁଦ୍ଧତାକୁ ଜୀବନର ପାଥେୟ କରିବାକୁ ଏହା ପ୍ରେରଣା ପ୍ରଦାନ କରେ । କାଳର ବିବର୍ତ୍ତନରେ ସବୁକିଛିର ପରିବର୍ତ୍ତନ ଘଟୁଥିଲେ ମଧ୍ୟ କଲମର ସ୍ଥାନ ଚିରନ୍ତନ ଓ ତା’ର କୃତି ଚିର ଅମର । ପ୍ରଦୀପର ଆଲୋକ ଶିଖା ଅନ୍ଧକାର ଦୂର କଲାପରି କଲମ ସୃଷ୍ଟ ଅକ୍ଷରମାଳା ମାନବର ଅଜ୍ଞାନ ରୂପକ ତିମିର ନାଶ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୨ ।
‘ହେ ମୋର କଲମ’ କବିତା ଅବଲମ୍ବନରେ କବିଙ୍କର ବିପ୍ଳବାତ୍ମକ ମନୋବୃତ୍ତିର ପରିଚୟ ପ୍ରଦାନ କର ।
କିମ୍ବା, ‘ହେ ମୋର କଲମ’ କବିତାରେ କବି ଗୋଦାବରୀଶଙ୍କର ବିପ୍ଳବାତ୍ମକ ଚେତନାର ଯେଉଁ ସ୍ଫୁରଣ ଘଟିଛି, ତାହାର ଆଲୋଚନା କର ।
କିମ୍ବା, ‘କଲମ’ ହିଁ କବିର ବିପ୍ଳବର ସନ୍ତକ – ଏହା ପଠିତ କବିତା ଅନୁସରଣରେ ପ୍ରତିପାଦନ କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକମାନଙ୍କ ଆଦର୍ଶରେ ଅନୁପ୍ରାଣିତ କବି ଗୋଦାବରୀଶ ମହାପାତ୍ର ଏକାଧାରରେ ଥିଲେ ଜଣେ ଜାତୀୟତାବାଦୀ ବ୍ୟକ୍ତିତ୍ବ, ନିଭୀକ ସାମ୍ବାଦିକ ଓ ମାନବବାଦୀ ସାରସ୍ବତ ସ୍ରଷ୍ଟା । ଇତିହାସ ସଚେତନତା, ସ୍ୱଦେଶପ୍ରୀତି, ମାନବିକ ସମ୍ବେଦନା ତଥା ବୈପ୍ଳବିକ ଜୀବନାଦର୍ଶ ତାଙ୍କ କବିତାର ବୈଶିଷ୍ଟ୍ୟ । କବି ଥିଲେ ସ୍ପଷ୍ଟବାଦୀ । ନିଜଦ୍ବାରା ପ୍ରତିଷ୍ଠିତ ତଥା ସମ୍ପାଦିତ ବ୍ୟଙ୍ଗାତ୍ମକ ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟା’ ପାଇଁ ସେ ଓଡ଼ିଶାର ବୁଦ୍ଧିଜୀବୀ ତଥା ସଚେତନ ନାଗରିକଙ୍କ ନିକଟରେ ବିଶେଷଭାବେ ପରିଚିତ ଥିଲେ ।

ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ, ‘ ବଙ୍କା ଓ ସିଧା’, ‘ପାହାଚ ତଳର ଘାସ’, ‘ ହାଣ୍ଡିଶାଳର ବିପ୍ଳଟ ପରି କବିତା ପୁସ୍ତକ; ‘ଏବେ ମଧ୍ୟ ବଞ୍ଚିଛି’, ‘ନୀଳ ମାଷ୍ଟ୍ରାଣୀ, ‘ଶ୍ରୁତି ସଞ୍ଚୟନ, ‘ ମୁଁ ଦିନେ ମନ୍ତ୍ରୀ ଥୁଲି’, ‘ ମଦଦୋକାନର ଇତିହାସ’, ‘ଗରିବର ଭଗବାନ’, ‘ମାଟିର ମାୟା’ ପରି ଗଳ୍ପ ସଙ୍କଳନ ତଥା ‘ ବିଦ୍ରୋହ’, ‘ରକ୍ତପାତ ଓ ‘ରାଜଦ୍ରୋହୀ’ ପରି ଉପନ୍ୟାସ କବିଙ୍କ ଅମଳିନ ପ୍ରତିଭାର ପରିଚାୟକ ।

ଆଲୋଚ୍ୟ କବିତା ‘ହେ ମୋର କଲମ’ କବିଙ୍କ ‘ହେ ମୋର କଲମ’ ଶୀର୍ଷକ କବିତା ସଙ୍କଳନରୁ ଉଦ୍ଧୃତ । କବିତାଟିରେ କବିଙ୍କର ବୈପ୍ଳବିକ ଆଦର୍ଶର ବାସ୍ତବ ଆଲେଖ୍ୟ ପରିଦୃଷ୍ଟ । ଅବକ୍ଷୟୀ ସମାଜରେ ଦଳିତ, ଶୋଷିତ ଜନତାଙ୍କ ହୃଦୟରେ ବିପ୍ଳବର ବୀଜ ବପନ କରିଆସିଥିବା କଲମର ମୌନ ଭାବ କବିଙ୍କୁ ବିବ୍ରତ କରିଛି । ଓଡ଼ିଶାର ତତ୍‌କାଳୀନ ଗମ୍ଭୀର ପରିସ୍ଥିତିରେ ଉତ୍କଳୀୟମାନଙ୍କ ଜଡ଼ପ୍ରାଣରେ ଜାତିପ୍ରେମର ଚେତନା ଓ ଜାଗୃତି ସୃଷ୍ଟି କରିବାରେ ତାଙ୍କ ଲେଖନୀ ପୂର୍ବବତ୍ ଚଳଚଞ୍ଚଳ ହୋଇ ଉଠିବାକୁ କବି ବ୍ୟଗ୍ରତା ପ୍ରକାଶ କରିଛନ୍ତି ।

ସ୍ୱାଧୀନତା ପରେ ରାଜନୈତିକ ନେତୃବୃନ୍ଦ ଓ କ୍ଷମତାଧ୍ୟାକାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ଵର ଉତ୍ତୋଳନ କରିବାପାଇଁ ସେ ତାଙ୍କ କଲମକୁ ଆକୁଳ ଆହ୍ବାନ ଦେଇଛନ୍ତି । ଯେଉଁ କଲମ ଅତୀତରେ ତାଙ୍କର ଅତି ଆପଣାର ବିଶ୍ୱସ୍ତ ସଖା ଭାବେ ତାଙ୍କ ମନର ସବୁ ଚିନ୍ତା, କଳ୍ପନା ଓ ଆବେଗକୁ ଅକ୍ଷରମାଳାରେ ସୁସଜ୍ଜିତ କରି କାବ୍ୟକବିତାର କୋଣାର୍କ ନିର୍ମାଣ କରିଥିଲା, ସେହି କଲମ ଉଦାସୀନ ଭାବେ ପଡ଼ିରହିଥ‌ିବା ଓଡ଼ିଆ ଜାତିପ୍ରାଣରେ ଜାଗରଣର ବାରି ସିଞ୍ଚନ କରି ତା’ ମନରେ ପୂର୍ବବତ୍ ଆଶା ଓ ଆତ୍ମବିଶ୍ଵାସ ସୃଷ୍ଟି କରିବାରେ ସଫଳତା ଲାଭ କରୁ ବୋଲି କବିତାରେ କବି ମନର ବୈକଲ୍ୟ ପ୍ରକାଶ ପାଇଛି । କବିଙ୍କ ଭାଷାରେ –

ଅତି ଆପଣାର ବନ୍ଧୁ ହେ ମମ, ଅତି ବିଶ୍ଵାସୀ ସଖା
ତୁମର ତୀକ୍ଷ୍ଣଣ ମୁନରେ ଫୁଟିଛି, କେତେ ମୋର ମନଲେଖା ।
ଆଜି ଏତେବେଳେ ହେ କଲମ ! ବାରେ ଚର୍ ଚର୍ ଚର୍ ଚାଲ
ଜାଗ୍ରତ କର, ଉଦ୍ୟତ କର, ମୁକ୍ତି ଦୁଆର ଖୋଲ ।

କବି ହେଉଛନ୍ତି ସମାଜର ଚିତ୍ରକାର, ସମାଜର ଜାଗ୍ରତ ପ୍ରହରୀ । ହାତରେ ତାଙ୍କର କଲମ ପରି ମହାଶକ୍ତିଶାଳୀ ଅସ୍ତ୍ର, ଯାହାର ସୁତୀକ୍ଷ୍ଣ ଧାର ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ ଶାସକର ସମସ୍ତ ମାରଣାସ୍ତ୍ରଠାରୁ ଭୟଙ୍କର । ସେହି କଲମ କେତେ କେତେ ମହାବଳଶାଳୀର ବାହୁବଳ, ଧନବଳ ଓ କୂଟନୈତିକ ବଳକୁ ସହଜରେ ପ୍ରତିହତ କରି ତା’ ହୃଦୟରେ କମ୍ପନ ସୃଷ୍ଟି କରିପାରେ । ବଜ୍ର, ମୁଷଳ ଓ ତରବାରିର ଶକ୍ତି ସାମର୍ଥ୍ୟ କଲମ ନିକଟରେ ପରାଜୟ ସ୍ବୀକାର କରେ । ସାଗର ବକ୍ଷର ଶୀତଳ ଜଳପୃଷ୍ଠରେ ବାଡ଼ବାଗ୍ନି ସୃଷ୍ଟି କରିପାରେ ଲେଖନୀ, ପର୍ବତ ତୁଲ୍ୟ ଦୃଢ଼ ରାଜଶକ୍ତିକୁ ଦୋହଲାଇ ଦେଇପାରେ ସେ, ମରୁଭୂମିରେ ସୃଷ୍ଟି କରିପାରେ ଜଳର ପ୍ଲାବନ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ଅପରିମିତ ଶକ୍ତିର ଅଧିକାରୀ ସେହି କଲମର ପୁନର୍ଜାଗରଣ ଶାନ୍ତ, ସରଳ, ନିରୀହ ଉତ୍କଳୀୟଙ୍କ କଣ୍ଠରେ ବିପ୍ଳବର ମହାମନ୍ତ୍ର ଶୁଣାଇ ଅନ୍ୟାୟ, ଅତ୍ୟାଚାର ଓ ଅବିଚାର ବିରୋଧରେ ସ୍ୱର ଉତ୍ତୋଳନ କରିବାର ସାହସ ଓ ଶକ୍ତି ହୃଦୟରେ ଭରି ଦେଇପାରିବ ବୋଲି କବି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଯେଉଁ ଓଡ଼ିଆ ଜାତି ଏକଦା ପ୍ରବଳ ବିକ୍ରମରେ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରିପାରିଥିଲା, ରଣାଙ୍ଗନରେ ସମରକଳା ପ୍ରଦର୍ଶନ କରି ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ବୀରତ୍ବର ପରାକାଷ୍ଠା ପ୍ରଦର୍ଶନ କରିପାରିଥିଲା, ସେହି ଜାତିର ଶିକୂଳତା ଓ ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରିବାପାଇଁ ମନରେ ନୈତିକ ସାହସର ଅଭାବ ଲକ୍ଷ୍ୟକରି କବି ମ୍ରିୟମାଣ ହୋଇପଡ଼ିଛନ୍ତି ।

ସ୍ଵାଧୀନଚେତା ଓଡ଼ିଆ ଜାତିର ସ୍ବଚ୍ଛନ୍ଦ ସାବଲୀଳ ଜୀବନର ପ୍ରବହମାନତାରେ ଭଟ୍ଟା ଲକ୍ଷ୍ୟକରି କବି ବ୍ୟଥ୍‌ତ ହୋଇଛନ୍ତି । ନିଥର ପ୍ରାଣର ଜଡ଼ ଚେତନାରେ ଜାଗୃତିର ବାରି ସିଞ୍ଚନ କରିବାପାଇଁ କବି ବ୍ୟଗ୍ରତା ପ୍ରକାଶ କରି ମୌନୀ କଲମକୁ ଚଳଚଞ୍ଚଳ ହୋଇ ଉଠିବାକୁ ଆହ୍ବାନ ଦେଇଛନ୍ତି । କବିଙ୍କ ଭାଷାରେ –

‘‘ ସବୁରି ଉପରେ ତୁମେ ଅଛ ଥରେ, ଦେବାକୁ ଅମର ଗାର
ଆଜି ଏତେବେଳେ ଜଡ଼ କି କଲମ, ମୁଣ୍ଡା କି ହେଲା ଧାର !”’

ଛଳନା, ମିଥ୍ୟା, ପ୍ରବଞ୍ଚନା ଓ ଶଠତାରେ ପରିପୂର୍ଣ୍ଣ ହୋଇ ଉଠିଥିବା ଅବକ୍ଷୟମୁଖୀ ପତନୋନୁ ଖୀ ସମାଜରେ ଦ୍ରୁତ ସଂସ୍କାର ଆଣିବା ଜରୁରି ବୋଲି ଅନୁଭବ କରି କବି ଜନତାଙ୍କ ଉଦ୍ଦେଶ୍ୟରେ ବିପ୍ଳବୀ ବାର୍ତ୍ତା ରଚନା କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି । ଧର୍ମ ନାମରେ ରାଜନୀତି, ସତ୍ୟ ନାମରେ ଶୋଷଣ ଓ ଶୃଙ୍ଖଳା ନାମରେ ପେଷଣ ଲକ୍ଷ୍ୟକରି କବିପ୍ରାଣ ବିଷାଦିତ ହୋଇଛି । ଏସବୁରେ ପୂର୍ଣ୍ଣଚ୍ଛେଦ ଟାଣିବାରେ କଲମର ଜାଗରଣ ଅବଶ୍ୟମ୍ଭାବୀ ବୋଲି ଅନୁଭବ କରିଛନ୍ତି କବି । ତେଣୁ ଆବେଗ – ଭରା କଣ୍ଠରେ କହିଛନ୍ତି –

‘ହେ କଲମ ମୋର, ଅତି ଆପଣାର ଅନ୍ତର କଥା କହ
ଦେଖୁଚ କି ଏତେ ସତ୍ୟ ନାମରେ ଛଳନା ଦୁର୍ବିଷହ !’’

ଲେଖନୀ ମୁନର ଅଗ୍ନିବର୍ଷୀ ଶବ୍ଦପୁଞ୍ଜ ସମାଜରୁ ସମସ୍ତ ଶୋଷଣ, ପେଷଣ, ଦୁଃଖ, ଯନ୍ତ୍ରଣାକୁ ଅଚିରେ ଦୂର କରିପାରେ । ଜନତାର ସବୁ ବନ୍ଧନ ମୋଚନରେ କଲମର ଅତୁଳନୀୟ ଅବଦାନ ଅନସ୍ବୀକାର୍ଯ୍ୟ । ଜନମାନସରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବାପାଇଁ କବିଙ୍କ ବିପ୍ଳବୀ ମନର ଅଗ୍ନିବର୍ଷୀ ଆହ୍ବାନ କବିତାରେ ପ୍ରାଣପ୍ରାଚୁର୍ଯ୍ୟ ଭରିଦେଇଛି ।

Question ୩୩ ।
କଲମ ମାଧ୍ୟମରେ କବି ବର୍ତ୍ତମାନ ସମାଜକୁ ଯେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି, ସେ ସମ୍ପର୍କରେ ଆଲୋଚନା କର ।
କିମ୍ବା, କବି ଗୋଦାବରୀଶ ‘ହେ ମୋର କଲମ’ କବିତା ମାଧ୍ୟମରେ ବର୍ତ୍ତମାନ ସମାଜକୁ ଦେଇଥ‌ିବା ବାର୍ତ୍ତାରେ ଉତ୍କଳୀୟମାନଙ୍କର ନବଜାଗରଣ ପାଇଁ କି କି ଉପାଦାନ ରହିଛି, ଉଲ୍ଲେଖ କର ।
କିମ୍ବା, ଓଡ଼ିଶାର ଜନଜୀବନରେ ପରିଦୃଷ୍ଟ ଜୀବତା ଓ ଉଦାସୀନତାର ଅପସାରଣ ପାଇଁ କବି ଗୋଦାବରୀଶ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ପଠିତ କବିତାର ଅନୁସରଣରେ ବର୍ଣ୍ଣନା କର ।
Answer:
ସତ୍ୟବାଦୀର ଜାତୀୟ ଚେତନାରେ ଉଦ୍‌ବୁଦ୍ଧ କବି ଗୋଦାବରୀଶ ମହାପାତ୍ର ଏକାଧାରରେ ଥିଲେ ଜଣେ ମାନବବାଦୀ କବି, ଦରଦୀ ଗାଳ୍ପିକ, ସଫଳ ଔପନ୍ୟାସିକ, ସ୍ପଷ୍ଟବାଦୀ ସାମ୍ବାଦିକ ତଥା ସଂସ୍କାରଧର୍ମୀ ସମାଲୋଚକ । ସତ୍ୟବାଦୀ ଗୁରୁକୁଳର ଆଦର୍ଶରେ ଅନୁପ୍ରାଣିତ କବି ନୈତିକ ମୂଲ୍ୟବୋଧକୁ ଅଗ୍ରାଧ‌ିକାର ଦେଇ ଦେଶ ଓ ଜାତିର ସେବାରେ ଲେଖନୀ ଚାଳନା କରିଥିଲେ । ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟା’ ପାଇଁ ସେ ଓଡ଼ିଶାର ଅଗଣିତ ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ସଚେତନ ଜନଗଣଙ୍କଠାରେ ସୁପରିଚିତ ହୋଇପାରିଥିଲେ ।

ତାଙ୍କ ସାରସ୍ବତ ସୃଷ୍ଟିନିଚୟ ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ, ‘ବଙ୍କା ଓ ସିଧା, ‘ପାହାଚ ତଳର ଘାସ’, ‘ ହାଣ୍ଡିଶାଳର ବିପ୍ଳବ ଆଦି କବିତା ପୁସ୍ତକ ; ‘ ଏବେ ମଧ୍ୟ ବଞ୍ଚୁଛି, ‘ନୀଳମାଷ୍ଟ୍ରାଣୀ’, ‘ଶ୍ରୁତି ସଞ୍ଚୟନ, ‘ମୁଁ ଦିନେ ମନ୍ତ୍ରୀ ଥୁଲି’ ଆଦି ଗଳ୍ପ ସଙ୍କଳନ ତଥା ‘ ରକ୍ତପାତି, ‘ବନ୍ଦୀର ମାୟା’, ‘ବୀର ଯୁବକ ପରି ଉପନ୍ୟାସ କବିଙ୍କ ଅସାମାନ୍ୟ ପ୍ରତିଭାର ବଳିଷ୍ଠ ନିଦର୍ଶନ । ଏତଦ୍‌ଭିନ୍ନ କବି ଦୈନିକ ସମ୍ବାଦପତ୍ର ‘ ସମାଜ ଓ ‘ ଆଶା’ର ସମ୍ପାଦକ ଭାବେ ତାଙ୍କ ସ୍ପଷ୍ଟବାଦିତାର ପରିଚୟ ପ୍ରଦାନ କରିଛନ୍ତି ।

କବିତା ‘ ହେ ମୋର କଲମ’ କବିଙ୍କର ‘ହେ ମୋର କଲମ ଶୀର୍ଷକ କବିତା ସଙ୍କଳନରୁ ଗୃହୀତ । କବିତାଟିରେ ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ରହିଛି ଜାଗୃତିର ବାର୍ତ୍ତା । ସ୍ଵାଧୀନତା ପ୍ରାପ୍ତି ପରେ ଲୋକଙ୍କ ଆଶା ଓ ବିଶ୍ଵାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ ଓ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଲକ୍ଷ୍ୟ କବି ନୀରବ ରହିପାରି ନାହାନ୍ତି । ଓଡ଼ିଶାର ଗଣଜୀବନରେ ପରିଦୃଷ୍ଟ କ୍ଲବତା ଓ ଉଦାସୀନତାକୁ ଦୂର କରି ସେମାନଙ୍କ ହୃଦୟରେ ନୂତନ ସ୍ପନ୍ଦନ ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି । ଜଡ଼ ଜାତିର ନିଥର ପ୍ରାଣରେ ଜାଗରଣ ସୃଷ୍ଟି କରିବାପାଇଁ ସେ ତାଙ୍କ କଲମକୁ ମୌନ ଭଙ୍ଗ ପାଇଁ ନିବେଦନ କରିଛନ୍ତି ।

ଯୁଗେ ଯୁଗେ ଲେଖକର ଲେଖନୀ ମୂକ ଜନତାକୁ ବାଚାଳ କରିଛି । ପଙ୍ଗୁର ଶରୀରରେ ଭରିଦେଇଛି ଅସାଧାରଣ ବଳ ବିକ୍ରମ, ସାଧାରଣ ନିରୀହ ପ୍ରଜା ମନରେ ଭରିଦେଇଛି ଗଭୀର ଆଶା ଓ ଆତ୍ମବିଶ୍ଵାସ । ଓଡ଼ିଶାର ଦୁର୍ଦ୍ଦିନରେ ସ୍ୱେଚ୍ଛାଚାରୀ ଶାସକର ଯଥେଚ୍ଛାଚାର, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ସମାଜରେ ସ୍ଵାର୍ଥାନ୍ଵେଷୀ ଅସାଧୁ ବଡ଼ପଣ୍ଡାମାନଙ୍କର ଛଳନାପୂର୍ଣ୍ଣ କାର୍ଯ୍ୟକଳାପ ବିରୋଧରେ ବିଷୋଦ୍‌ଗାର କରି ସେମାନଙ୍କ ଛଦ୍ମବେଶ ଖୋଲିଦେବାପାଇଁ କବି ତାଙ୍କ କଲମକୁ ନିବେଦନ କରିଛନ୍ତି । କବିତାର ପ୍ରାରମ୍ଭରେ କବି ଗାଇଛନ୍ତି –

”ହେ ମୋର କଲମ ! ଚିର ବିପ୍ଳବୀ, ହେ ଚିର ମୌନୀ କହ
ସାଥ୍‌ ଥିଲ ଅବା ଜୀବନେ ଜୀବନେ ଯୁଗେ ଯୁଗେ ଅହରହ ।”
ଆଜି ଏତେବେଳେ ବନ୍ଦୀ କି ତୁମେ ପ୍ରାକ୍ତନ ଉତ୍କଳେ ?
ଜାଗ୍ରତ କର, ଉଦ୍ୟତ କର ଏ ମଡ଼ା ଜାତିକି ଥରେ ।’’

ସ୍ଵାଧୀନତା ଲାଭପରେ ଆଦୃଶିଆ ପରିବର୍ତ୍ତନ ଆଶା କରୁଥିବା ଜନତା ପୂର୍ବବତ୍ ଶୋଷଣ, ପେଷଣ, ଅତ୍ୟାଚାରରେ ଜର୍ଜରିତ ହେଉଥିଲାବେଳେ ସ୍ଵାର୍ଥାନ୍ଵେଷୀ ରାଜନୈତିକ ନେତା ଓ ସରକାରୀ କର୍ମଚାରୀ ସଂକୀର୍ଣ୍ଣ ସ୍ବାର୍ଥସାଧନରେ ବ୍ୟସ୍ତରହି ନିରୀହ ଜନସାଧାରଣଙ୍କୁ ଦୁଃଖ ଓ ଅଶାନ୍ତ ଭିତରକୁ ଠେଲିଦେବାକୁ ପଶ୍ଚାତ୍‌ପଦ ହେଉ ନ ଥ‌ିବା ଲକ୍ଷ୍ୟକରି କବି ବ୍ୟଥ୍‌ତ ହୋଇଛନ୍ତି । ଜାତୀୟତାବାଦୀ କବି ଓଡ଼ିଆ ଜାତିର ଏ ଦୁର୍ଦ୍ଦିନରେ ଚୁପ୍ ହୋଇ କିପରି ବା ରହିପାରନ୍ତେ ? ନିଷ୍ପେଷିତ ଜନତାର ପ୍ରତିନିଧୂ କରି ସେମାନଙ୍କ ହୃଦୟରେ ବିପ୍ଳବର ବହ୍ନି ପ୍ରଜ୍ବଳିତ କରିବାକୁ ସେ ନିଜ କଲମକୁ ଆହ୍ଵାନ କରିଛନ୍ତି । କ୍ଷୀଣ କଳେବରଧାରୀ କଲମଟିଏ ଯେ ଧରାପୃଷ୍ଠରେ ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ସୁ ଶାସକ ପ୍ରାଣରେ କୋକୁଆ ଭୟ ସୃଷ୍ଟି କରିପାରେ ଏଥରେ ଦ୍ବିମତ ନାହିଁ । ଦଳିତ ଜାତି ପ୍ରାଣରେ ଶକ୍ତି ସଞ୍ଚାର କରିପାରେ କଲମ ମୁନର କେଇଥାଡ଼ି ବାକ୍ୟ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ଏହା ଅନୁଭବ କରି ଅନ୍ୟାୟ, ଅତ୍ୟାଚାର ଓ ଅବିଚାର ବିରୋଧରେ ସ୍ବର ଉତ୍ତୋଳନ କରି ସୁପ୍ତ ଓଡ଼ିଆ ଜାତିର ଶିଥୁଳ ପ୍ରାଣରେ ଉନ୍ମାଦନା ଭରିଦେବାକୁ ନିଜ କଲମକୁ କବି ନିବେଦନ କରିଛନ୍ତି । ଛଳନା, ମିଥ୍ୟା, ପ୍ରବଞ୍ଚନା ଓ ଶଠତାକୁ ଘୃଣା କରୁଥିବା କବି ଅବକ୍ଷୟୀ ସମାଜର ଦ୍ରୁତ ପତନୋନ୍ମୁଖୀ ସମାଜର ଦୁଃସ୍ଥିତିରେ ମ୍ରିୟମାଣ ହୋଇପଡ଼ିଛନ୍ତି । କଲମ ମାଧ୍ୟମରେ ଶିମୂଳ ଜାତିକୁ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାପାଇଁ ମନରେ ସାହସ ଓ ଆତ୍ମବିଶ୍ବାସ ସୃଷ୍ଟି କରିବାକୁ କବି ପ୍ରେରଣା ଦେଇଛନ୍ତି । କଲମ ଉଦ୍ଦେଶ୍ୟରେ କବି ମନର ଆବେଗ ତାଙ୍କ ଜାତିପ୍ରୀତିର ଉଜ୍ଜ୍ବଳ ନମୁନା ପ୍ରଦର୍ଶନ କରେ-

‘ସବୁରି ଉପରେ ତୁମେ ଅଛ ଥରେ, ଦେବାକୁ ଅମର ଗାର
ଆଜି ଏତେବେଳେ ଜଡ଼ କି କଲମ, ମୁଣ୍ଡା କି ହେଲା ଧାର !”’

ଯେଉଁ ଓଡ଼ିଆ ଜାତି ଏକଦା ବୀର ବିକ୍ରମରେ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରିଥିଲା, ରଣାଙ୍ଗନରେ ଅପୂର୍ବ ସମରକଳା କୌଶଳ ପ୍ରଦର୍ଶନ କରି ଦେଶରେ ଏକ ସ୍ବତନ୍ତ୍ର ପରିଚୟର ଅଧ୍ୟାକାରୀ ହୋଇଥିଲା, ସେହି ଜାତି ନୀରବରେ ସବୁ ଦୁର୍ନୀତି ଓ ଅତ୍ୟାଚାରକୁ ମଥାପାତି ସହିଯାଉଥ‌ିବା ଲକ୍ଷ୍ୟ କରି କବି ବ୍ୟଥ୍‌ତ ହୋଇଛନ୍ତି । ଓଡ଼ିଆ ଜାତିର ଶାନ୍ତ, ସରଳ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ବେଳେ ଜନସାଧାରଣ ମୂକ ଭଳି ଆଚରଣ ପ୍ରଦର୍ଶନ କରୁଥ‌ିବାରୁ କବି ବ୍ୟସ୍ତ ହୋଇ ପଡ଼ିଛନ୍ତି । ଜନତାର ଶୀତଳ ପ୍ରାଣରେ ଉଷ୍ଣତା ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି ।

କବି ଅନୁଭବ କରିଛନ୍ତି ଯେ ତାଙ୍କ କଲମର କେତୋଟି ଗାର ସମାଜରୁ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଧ୍ବଂସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ । ଦୁନିଆର ସମସ୍ତ ଶକ୍ତିର ଊର୍ଦ୍ଧ୍ବରେ ଲେଖନୀର ଶକ୍ତି । କଲମ ମାନବର ସବୁ ବନ୍ଧନ ମୋଚନ କରିପାରେ, ତାକୁ ଶୃଙ୍ଖଳମୁକ୍ତ କରିପାରେ । ଅଜ୍ଞ ଓ ଅଜ୍ଞାନ ଜନକୁ ମାର୍ଗଦର୍ଶନ କରାଇପାରେ । ସଦା ସତ୍ୟପକ୍ଷର ସମର୍ଥନ କରି ଛଳନା ଓ ପ୍ରତାରଣା କରୁଥିବା ବ୍ୟକ୍ତିଙ୍କ ଛଦ୍ମରୂପ ଖୋଲି ଦେଇପାରେ । ଉତ୍କଳୀୟମାନଙ୍କୁ ସେମାନଙ୍କ ସ୍ବାଭିମାନ ସ୍ମରଣ କରାଇ ଅନ୍ୟାୟ ବିରୋଧରେ ବିପ୍ଳବ କରିବାକୁ ଆଗେଇ ଆସିବାପାଇଁ କବି କଲମ ମାଧ୍ୟମରେ ଆହ୍ବାନ ଦେଇଛନ୍ତି ।

Question ୩୪ ।
କଲମକୁ ‘ଚିର ବିପ୍ଳବୀ’ ଓ ‘ଚିର ମୌନୀ’ କହିବାର ତାତ୍ପର୍ଯ୍ୟ ବୁଝାଇ ଦିଅ ।
କିମ୍ବା, ସମାଜର ଅନ୍ୟାୟ, ଅତ୍ୟାଚାରକୁ ଲକ୍ଷ୍ୟ କରି ନୀରବଦ୍ରଷ୍ଟା ସାଜିଥ‌ିବା କବିର ବିପ୍ଲବ ଲେଖନୀରେ ହିଁ ଆତ୍ମପ୍ରକାଶ – ଏହା ପଠିତ କବିତା ‘ହେ ମୋର କଲମ’ ମାଧ୍ୟମରେ ସାବ୍ୟସ୍ତ କର ।
କିମ୍ବା, ମୌନତାର ଲକ୍ଷଣ କେବଳ ସହନଶୀଳତା ନୁହେଁ, ଏହା ସମୟ ସମୟରେ ଅଗ୍ନିମୟ ବିପ୍ଳବ ମଧ୍ୟ ସୃଷ୍ଟି କରିପାରେ । ଏହାର ଜ୍ଵଳନ୍ତ ଦୃଷ୍ଟାନ୍ତ ହିଁ କବିର ‘ଲେଖନୀ’ – ପଠିତ କବିତା ମାଧ୍ୟମରେ ଏହାର ସମୀକ୍ଷା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରବହମାନ କାଳବକ୍ଷରେ ସବୁଜ ଯୁଗ ଓ ପ୍ରଗତି ପର୍ବର ସନ୍ଧିସ୍ଥଳରେ ମାନବବାଦ, ଜାତିପ୍ରୀତି ଓ ସମାଜ ସଂସ୍କାରକୁ ଆଧାର କରି ସ୍ଵକୀୟ ଲେଖନୀ ଚାଳନା କରିଥିଲେ ସତ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ କବି ଗୋଦାବରୀଶ ମହାପାତ୍ର । ସହଜ ଓ ସରଳ ଭାଷାରେ ହୃଦୟସ୍ପର୍ଶୀ କଥା କହିବା ତାଙ୍କ ଲେଖନୀର ସ୍ଵାତନ୍ତ୍ର୍ୟ । ଇତିହାସ ସଚେତନତା, ସ୍ୱଦେଶପ୍ରୀତି, ମାନବିକ ସମ୍ବେଦନା ତଥା ବୈପ୍ଳବିକ ଜୀବନଦର୍ଶନ ତାଙ୍କ ରଚନାର ବୈଶିଷ୍ଟ୍ୟ ।

ବ୍ୟଙ୍ଗାତ୍ମକ ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟ’ ପାଇଁ ସେ ଓଡ଼ିଶାର ଜନଗଣଙ୍କ ନିକଟରେ ସୁପରିଚିତ ଥିଲେ । ତାଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ, ‘ ବଙ୍କା ଓ ସିଧା, ‘ପାହାଚ ତଳର ଘାସ, ‘ହାଣ୍ଡିଶାଳର ବିପ୍ଳଟ ପରି କବିତା ସଙ୍କଳନ, ‘ ଏବେ ମଧ୍ୟ ବଞ୍ଚିଛି’, ‘ମୁଁ ଦିନେ ମନ୍ତ୍ରୀ ଥୁଲି’, ‘ମାଟିର ମାୟା ପରି ଗଳ୍ପ ସଙ୍କଳନ ଓ ‘ରକ୍ତପାତ ଓ ‘ ବିଦ୍ରୋହ ପରି ଉପନ୍ୟାସ କବିଙ୍କ ବହୁମୁଖୀ ପ୍ରତିଭାର ପରିଚୟ ବହନ କରେ । ତାଙ୍କ କବିତା ପୁସ୍ତକ ‘ କଣ୍ଟା ଓ ଫୁଲ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଛି ।

ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ‘ହେ ମୋର କଲମ ଏକ ସମ୍ଭୋଧୀ କବିତା । ସ୍ଵାଧୀନତୋତ୍ତର ସମାଜରେ ପରିଦୃଷ୍ଟ ରାଜନେତା ଓ କ୍ଷମତାଧ୍ୟାକାରୀଙ୍କ ଛଳନା, ଭଣ୍ଡାମି, ପ୍ରତାରଣା, ଦୁର୍ନୀତି, ଭ୍ରଷ୍ଟାଚାର ଆଦିର ଶିକାର ହୋଇଥବା ନିରୀହ, ଶୋଷିତ, ନିଷ୍ପେଷିତ ଓ ପଦଦଳିତ ସାଧାରଣ ଜନତାର ଜଡ଼ ପ୍ରାଣରେ ସାହସ ଓ ଆତ୍ମବିଶ୍ଵାସ ଭରିଦେଇ ଦୁର୍ନୀତିଗ୍ରସ୍ତ ସ୍ଵାର୍ଥାନ୍ଵେଷୀ ଶାସକ ବିରୋଧରେ ବିପ୍ଳବ କରିବାକୁ ଆହ୍ୱାନ ଦେଇଛନ୍ତି କବି ।

ତାଙ୍କ କଲମ ସମାଜକୁ ଅବକ୍ଷୟରୁ ଉଦ୍ଧାର କରିବାପାଇଁ ଚଳଚଞ୍ଚଳ ହୋଇଉଠୁ ବୋଲି କବି ମନରେ ଦୃଢ଼ କାମନା ପୋଷଣ କରିଛନ୍ତି । ସାମାନ୍ୟ କେତୋଟି ପଇସା ବିନିମୟରେ ଉପଲବ୍ଧ କଲମ କ୍ଷୀଣ ତନୁବିଶିଷ୍ଟ ହୋଇଥିଲେ ମଧ୍ୟ ଦୁସ୍ଥ ଓ ନିର୍ଯାତିତ ଜନତାର ହୃଦୟରେ ବିଦ୍ରୋହର ବୀଜ ବପନ କରିପାରେ । ସ୍ପଷ୍ଟବାଦୀ ଓଡ଼ିଆ ଜାତିର ଶିଥୁଳ ଧମନୀରେ ଉଷ୍ଣତା ଭରିଦେବାପାଇଁ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିବ ଓ ମୁକ୍ତିକାମୀ ଜାତିକୁ ଶୃଙ୍ଖଳମୁକ୍ତ କରି ପୁନଶ୍ଚ ଶାନ୍ତି, ସହାବସ୍ଥାନର ବାତାବରଣ ସୃଷ୍ଟି କରିପାରିବ, ଏହି ବିଶ୍ଵାସ କବିଙ୍କ ମନରେ ଦୃଢ଼ୀଭୂତ ହୋଇଛି ।

ଅତୀତରେ କଲମର ଅପରିସୀମ ଶକ୍ତି ଓ ବହୁ ପ୍ରଭାବଶାଳୀ ଭୂମିକାକୁ କବି ସ୍ମରଣ କରିଛନ୍ତି । ଯେଉଁ ଲେଖନୀ ସୁଧା ବର୍ଷଣ କରି ବହୁ ବିଦଗ୍ଧ ପ୍ରାଣରେ ଦିବ୍ୟଚେତନା ସୃଷ୍ଟି କରିପାରେ ସେହି ଲେଖନୀର ବିଷୋଦ୍‌ର ସ୍ୱେଚ୍ଛାଚାରୀ, ଦୁର୍ନୀତିଗ୍ରସ୍ତ ଶାସକର ଯଥେଚ୍ଛାଚାରକୁ ଅଚିରେ ବିଲୋପ କରିପାରେ । କବିଙ୍କ ଭାଷାରେ-

‘‘ କରି ମୁଖରିତ କେବେ ପୁରତଳ, ବରିଚ ଅମର ଯଶ
ଧରିଚ ଅଳୀକ ଧରଣୀ ବୁକୁରେ କେତେ ସୁଧା, କେତେ ବିଷ ।”

ଶାସକର ସ୍ୱେଚ୍ଛାଚାରିତା, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ଅସାଧୁ ବ୍ୟବସାୟୀର ଅପମିଶ୍ରଣ, ଅସାମାଜିକ ବ୍ୟକ୍ତିମାନଙ୍କ ବ୍ୟଭିଚାର ତଥା ସମାଜରେ ଧର୍ମ ନାମରେ କୁସଂସ୍କାର ତଥା ସଂକୀର୍ଣ ରାଜନୀତି କରୁଥିବା ସୁବିଧାବାଦୀ ସ୍ଵାର୍ଥାନ୍ଵେଷୀ ଛଦ୍ମବେଶୀ ବ୍ୟକ୍ତିବିଶେଷଙ୍କ ମୁଖା ଖୋଲିଦେବାରେ କଲମର ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ତାହା ଅନସ୍ବୀକାର୍ଯ୍ୟ । ଯୁଗ ଯୁଗ ଧରି ସାଧାରଣ ନିରୀହ ଜନସାଧାରଣଙ୍କ ଉପରେ ହେଉଥିବା ଶୋଷଣ, ପେଷଣ, ଛଳନା ଓ ଗୁଣ୍ଡାମି କଲମ ନିକଟରେ ପରାଜୟ ସ୍ବୀକାର କରେ । ଦୃଢ଼କଣ୍ଠରେ ବିଦ୍ରୋହ ଘୋଷଣା କରି ସ୍ଵେଚ୍ଚାଚାରୀ ଶାସକର ସିଂହାସନ ଦୋହଲାଇ ଦେଇପାରେ କଲମ । ସେହି କଲମ ପୁନଶ୍ଚ ସତ୍ୟ, ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇ ଏକ ନୀରବ ବିପ୍ଳବର କର୍ଣ୍ଣଧାର ସାଜେ । ତେଣୁ କବି ଯଥାର୍ଥରେ କଲମକୁ ଚିର ବିପ୍ଳବୀର ଆଖ୍ୟା ଦେଇଛନ୍ତି । କବିଙ୍କ ଭାଷାରେ –

‘ତୁମେ ତ ଚାଲିନ’ ଛଳନାରେ କେବେ, ଥକିନ’ ଗୁଣ୍ଡାମିରେ,
ପେଷଣ, ଶୋଷଣ, ଦୂଷଣ ଦେଇଚ ଆଡ଼େଇ ଏକଇ ଗାରେ ।’’

କବି, ଲେଖକମାନେ ହିଁ ସମାଜର ଚିତ୍ରର, ସମାଜର ଜାଗ୍ରତ ପ୍ରହରୀ ସଦୃଶ । ସାମାଜିକ ମଣିଷଠାରେ ଯାବତୀୟ ଅସାମାଜିକତାକୁ ସେମାନେ ସହ୍ୟ କରିପାରନ୍ତି ନାହିଁ । ତାଙ୍କ ଅନ୍ତର ବ୍ୟଥାତୁର ହୋଇଉଠେ । ସମାଜର ପ୍ରତିଟି ଅଘଟଣ ତାଙ୍କ ଦୃଷ୍ଟିପଥରୁ ବିଚ୍ୟୁତ ହୋଇପାରେ ନାହିଁ । ତାଙ୍କ ମନ ବିଦ୍ରୋହୀ ହୋଇଉଠେ, ଲେଖନୀ ହୋଇଉଠେ ଚଳଚଞ୍ଚଳ । ଅନ୍ୟାୟ, ଅତ୍ୟାଚାରକୁ ମୁଣ୍ଡପାତି ସହିଯାଉଥ‌ିବା ନିରୀହ ଜନତାର ପ୍ରତିନିଧୂତ୍ବ କରିବାକୁ ସେମାନଙ୍କ ଲେଖନୀ ତତ୍ପର ହୋଇଉଠେ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ପ୍ରାକ୍ତନ ଉତ୍କଳର ରାଜନୈତିକ ଅସ୍ଥିରତା ଯେତେବେଳେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ପ୍ରତି ବିପଦ ସୃଷ୍ଟି କରିଥିଲା, ସେତେବେଳେ କବି ଗୋଦାବରୀଶଙ୍କ ଜାତୀୟତାବାଦୀ ମନ ବିକଳ ହୋଇଉଠିଥିଲା । ମାତୃଭୂମିର ମୁକ୍ତି ପାଇଁ ତାଙ୍କ ହୃଦୟ ବିଳପି ଉଠିଥିଲା । ତେଣୁ କବି ଅସତ୍ୟ, ଅନୀତି, ଗୁଣ୍ଡାମି ଓ ଦାଦାଗିରି ବିରୋଧରେ ଅଗ୍ନି ଉଦ୍‌ଗୀରଣ କରି ଜଡ଼ ଜାତିପ୍ରାଣରେ ଉଷ୍ଣତା ଭରି ଦେଇଥିଲେ । ସ୍ଵାଧୀନତା ପରେ ତାଙ୍କ କଲମ ଦୀର୍ଘଦିନ ଧରି ମୌନତା ଅବଲମ୍ବନ କରିଥିଲା ।

ମାତ୍ର ସ୍ଵାଧୀନତା ପ୍ରାପ୍ତି ପରେ ଲୋକଙ୍କ ଆଶା ଓ ବିଶ୍ୱାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ଵ ତଥା ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଲକ୍ଷ୍ୟ କରି କବି ଆଉ ନୀରବରେ ରହିପାରି ନାହାନ୍ତି । ଜନଗଣଙ୍କୁ କ୍ଷମତାଧୀକାରୀମାନଙ୍କ ଦୁର୍ନୀତି ବିଷୟରେ ଅବଗତ କରାଇବାପାଇଁ ପୁନଶ୍ଚ ଲେଖନୀ ଚାଳନା ପାଇଁ କବି ଉଦ୍ୟତ ହୋଇଛନ୍ତି । ଜନତାଙ୍କ ସମ୍ମୁଖରେ ସୌମ୍ୟବନ୍ତ ରାଜନୀତିଜ୍ଞ ତଥା ଛଦ୍ମବେଶୀ ସ୍ଵାର୍ଥନ୍ୱେଷୀ ବ୍ୟକ୍ତିବିଶେଷଙ୍କ ମୁଖା ଖୋଲି ଦେବାପାଇଁ କବି ତାଙ୍କ ଚିର ମୌନୀ କଲମକୁ ଆହ୍ଵାନ କରିଛନ୍ତି । ତାଙ୍କ ଭାଷାରେ-

‘‘ଆଜି ଏତେବେଳେ ହେ କଲମ ! ବାରେ ଚର୍ ଚର୍ ଚର୍ ଚାଲ
ଜାଗ୍ରତ କର, ଉଦ୍ୟତ କର, ମୁକ୍ତି ଦୁଆର ଖୋଲ ।’’
‘ଛେଦନ କରିଚ ବନ୍ଧନ ଯେତେ, ଅଛେ ଦେଇଚ ଆଖ୍
କାଳ ବକ୍ଷରେ ମହା ଅକ୍ଷରେ ପଦେ ପଦେ ଲେଖୁ ଲେଖୁ ।’

ଯୁଗ ଯୁଗ ଧରି ମାନବର ଅଜ୍ଞାନ-ତିମିରିତ ହୃଦୟରେ ଜ୍ଞାନର ଆଲୋକବର୍ତ୍ତିକା ତୋଳି ଧରିବାପାଇଁ ଓ ସଦା ସତ୍ୟର ପକ୍ଷ ସମର୍ଥନ ପୂର୍ବକ ମାଟିର ମଣିଷ ହୃଦୟରେ ଜାଗୃତି ଭରିଦେବାପାଇଁ କଲମ ପ୍ରତି କବିଙ୍କର ଆବେଗଭରା ଆହ୍ୱାନ କବିତାରେ ଭାବୋଚ୍ଛାସ ସୃଷ୍ଟି କରିଛି ।

Question ୩୫ ।
ନିଜକୁ କଲମ ମନେକରି ତୁମ ମନରେ ଆସୁଥ‌ିବା ଉନ୍ନତ ଭାବନାଗୁଡ଼ିକୁ ଲେଖ ।
କିମ୍ବା, ବିପ୍ଳବର ଅନ୍ତର୍ଦାହରେ ଜର୍ଜରିତ କଲମର ଜୀବନୀ ପଠିତ କବିତା ଅନୁସରଣରେ ଆଲୋଚନା କର ।
କିମ୍ବା, ପଠିତ କବିତାରେ ‘ବିପ୍ଳବୀ’, ‘ମୌନୀ’ କଲମର ଆତ୍ମଜୀବନୀ ନିଜ ଭାଷାରେ ଉଲ୍ଲେଖ କର ।
କିମ୍ବା, ‘କଲମ’ର ସମାଜ ପ୍ରତି ଥିବା କର୍ତ୍ତବ୍ୟ ଓ ଦାୟିତ୍ବବୋଧକୁ ସମ୍ବଳ କରି ତା’ର ଏକ ଆତ୍ମଜୀବନୀ ଲେଖ ।
Answer:
ଏ ସଂସାରରେ ଏପରି କୌଣସି ବ୍ୟକ୍ତି ନାହିଁ ଯାହା ପାଖରେ ମୋର ପରିଚୟ ଅଜଣା ରହିଯାଇଛି । ଉଚ୍ଚଶିକ୍ଷିତ, ଅର୍ଥଶିକ୍ଷିତ, ଅଶିକ୍ଷିତ ଏପରିକି ନିରକ୍ଷର ବ୍ୟକ୍ତି ମଧ୍ୟ ମୋତେ ଚିହ୍ନିପାରେ । ମାତ୍ର ବିଦ୍ବାନ୍ ଓ ବୁଦ୍ଧିସମ୍ପନ୍ନ ବ୍ୟକ୍ତି ପାଇଁ ମୁଁ ଅମୂଲ୍ୟ ବସ୍ତୁ ଭାବେ ମର୍ଯ୍ୟାଦା ଲାଭ କରେ । ମୂଲ୍ୟ ଅନୁସାରେ ମୋର ତନୁର ସୌନ୍ଦର୍ଯ୍ୟ ଓ କାର୍ଯ୍ୟଦକ୍ଷତାର ପରିମାପ କରାଯାଏ; ମାତ୍ର ଅଳ୍ପ କିଛି ମୁଦ୍ରା ବିନିମୟରେ ମୁଁ ପ୍ରାପ୍ତ ହୋଇପାରେ । ରୂପ ଓ ରଙ୍ଗରେ ନୁହେଁ, ମୋର କାର୍ଯ୍ୟକାରିତା ହିଁ ବ୍ୟକ୍ତିକୁ ସମାଜରେ ପରିଚିତ କରାଏ ।

କଳେବର କ୍ଷୁଦ୍ର ହେଲେ ମଧ୍ୟ ମୋର ଶକ୍ତି ଅପରିମିତ । କବି, ଭାବୁକ ଓ ଲେଖକଙ୍କ ହାତ ସ୍ପର୍ଶରେ ମୁଁ ସୃଷ୍ଟି କରିପାରେ ସାହିତ୍ୟର ଅନୁପମ କୋଣାର୍କ । ଚିହ୍ନରା ପାଠକମାନଙ୍କ ସମ୍ମୁଖରେ ବାଢ଼ିଦିଏ କାବ୍ୟ, କବିତା, ଗଳ୍ପ, ଉପନ୍ୟାସର ଛବିଳ ପସରା । ସାରସ୍ଵତ ସ୍ରଷ୍ଟାକୁ ଯଶସ୍ବୀ କରି ବିଶ୍ଵବନ୍ଦିତ କରିପାରେ ମୁଁ ।

ସାମ୍ବାଦିକ ହାତରେ ମୁଁ ସାଜେ ସମ୍ବାଦଦାତା । ଦେଶ ବିଦେଶର ଟିକିନିଖ୍ ଖବର ବାଢ଼ିଦିଏ ପ୍ରତିଟି ସକାଳେ । ଛାତ୍ରଛାତ୍ରୀମାନଙ୍କର ମୁଁ ଚିର ନମସ୍ୟ । ଦେବଦେବୀଙ୍କୁ ସ୍ପର୍ଶ କରାଇ ମୋ ଦେହରେ ଶକ୍ତି ସଞ୍ଚାର କରିବାକୁ ସେମାନେ ବ୍ୟଗ୍ର ହୋଇଉଠନ୍ତି । ବିଦ୍ୟାଶିକ୍ଷା କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମୋ ଯୋଗୁ ହିଁ ପ୍ରମାଣିତ ହୋଇଥାଏ । ମୋତେ ଅସ୍ତ୍ର କରି ଲେଖକ ସମାଜର ଚିତ୍ର ବାଢ଼ିଦିଏ ଜନତାର ସମ୍ମୁଖରେ ।

କ୍ଷମତାଲିପ୍‌ସୁ ଶାସକ ପ୍ରାଣରେ ମୁଁ ହୃତ୍‌କମ୍ପନ ସୃଷ୍ଟି କରିପାରେ । ତା’ର ସ୍ୱେଚ୍ଛାଚାର ବିରୋଧରେ ମୁଁ ଜନଗଣଙ୍କ ହୃଦୟରେ ବିପ୍ଳବର ବୀଜବପନ କରିପାରେ । ଦଳିତ ଜାତିପ୍ରାଣରେ ଶକ୍ତିର ସଞ୍ଚାର କରିପାରେ ମୁଁ । ମୁଁ ସ୍ପଷ୍ଟବାଦୀ । ଅନ୍ୟାୟ, ଅତ୍ୟାଚାର, ଶୋଷଣ ଓ ଅବିଚାର ବିରୋଧରେ ସଂଗ୍ରାମ କରିବାପାଇଁ ଦଳିତ, ନିଷ୍ପେଷିତ ଜନଗଣଙ୍କ ପ୍ରାଣରେ ଉତ୍ତେଜନା ଭରିଦେଇପାରେ ।

ନିଷ୍ଠୁର, ଅତ୍ୟାଚାରୀ ବ୍ୟକ୍ତିବିଶେଷଙ୍କ ଛଳନା, କପଟତାକୁ ସର୍ବସାଧାରଣରେ ପରିପ୍ରକାଶ କରିବାକୁ ମୁଁ ତିଳେମାତ୍ର ପଶ୍ଚାତ୍‌ପଦ ହୁଏନାହିଁ । ଅତୀତରେ ବହୁ କୁର ଶାସକଙ୍କୁ ଗାଦିଚ୍ୟୁତ କରାଇବାରେ ମୋର ଭୂମିକା ବିଶ୍ବବାସୀ ଜାଣନ୍ତି । ଋଷୋ, ଭଲ୍‌ଟାୟାର, ମଣ୍ଡେସ୍କୁଙ୍କ ପରି ଦାର୍ଶନିକଙ୍କ ହାତରେ ରହି ମୁଁ ଫରାସୀବାସୀଙ୍କୁ ବିଦ୍ରୋହ କରିବାପାଇଁ ସାହସ ଓ ଶକ୍ତି ଦେଇଥୁଲି । ମୋ ପାଇଁ ଫ୍ରାନ୍ସରେ ରାଜତନ୍ତ୍ରର ପତନ ହୋଇଥିଲା । ଏହିପରି ମୋ ଅମାପ ଶକ୍ତିର ବହୁ ଉଦାହରଣ ରହିଛି ବିଶ୍ଵ ଇତିହାସରେ ।

ପରିବର୍ତ୍ତନଶୀଳ ଦୁନିଆରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ । ବିଶ୍ୱବୁକୁରେ ବହୁ ସଭ୍ୟତା, ବହୁ ମତବାଦ ସୃଷ୍ଟି ହୋଇ କାଳର କରାଳ ଗର୍ଭରେ ଲୀନ ହୋଇଯାଇଛି । ସେସବୁକୁ ଇତିହାସ ପୃଷ୍ଠାରୁ ଯେ ଆପଣମାନେ ଜାଣିପାରୁଛନ୍ତି, ତା’ମୂଳରେ ଥବା ମୋର ଅବଦାନକୁ କେହି ଅସ୍ବୀକାର କରିପାରିବେ ନାହିଁ । ବିବର୍ତ୍ତନର ସୋପାନ ଅତିକ୍ରମ କରି ସବୁକିଛିର ରୂପାନ୍ତର ଘଟୁଥିଲେ ମଧ୍ୟ ସବୁରି ଉର୍କରେ ମୋର ସ୍ଥିତି । ଲିପି ସୃଷ୍ଟି ହେଲା ଦିନଠାରୁ ଅଦ୍ୟାବଧୂ ମୁଁ ସୃଷ୍ଟି କରିଚାଲିଛି ଅଜସ୍ର ପାଠକୀୟ କୃତି ।

ମୋ ପାଇଁ ଶିକ୍ଷା ଓ ସଂସ୍କୃତି ଉନ୍ନତିର ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛି । ସମୟାନୁକ୍ରମେ ମୋର ରୂପରେ ପରିବର୍ତ୍ତନ ଆସିଥୁଲେ ମଧ୍ଯ ମୋର କାର୍ଯ୍ୟଧାରା ପୂର୍ବବତ୍ ସାରସ୍ଵତ ସୃଷ୍ଟିସମ୍ଭାରର ପ୍ରାଚୁର୍ଯ୍ୟରେ ଭାଷାଭାରତୀଙ୍କୁ ଅଳଙ୍କୃତ କରିଚାଲିଛି । ବହୁ ଉପାଦେୟ କାଳଜୟୀ ରଚନାକୁ ଜୀବନ୍ୟାସ ଦେଇ ସ୍ରଷ୍ଟାକୁ ଯଶସ୍ବୀ କରିଛି ।

ବହୁ ମହାମନୀଷୀଙ୍କ ପବିତ୍ର କରସ୍ପର୍ଶରେ ମୁଁ ସତ୍ୟ, ଶାନ୍ତି ଓ ଅହିଂସାର ପବିତ୍ର ଗ୍ରନ୍ଥ ସୃଷ୍ଟି କରିଛି । ମାନବ ପ୍ରାଣରେ ଦିବ୍ୟଚେତନା ଭରିଦେବାପାଇଁ ସେସବୁର ଭୂମିକା କେବଳ ବିଦଗ୍ଧ ପାଠକ ହିଁ ଅନୁଭବ କରିପାରେ । ଅଜ୍ଞଜନକୁ ସତ୍ୟର ପଥ ପ୍ରଦର୍ଶନ କରି ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରିବାରେ ମୋର ଭୂମିକାକୁ ଆପଣମାନେ କଦାପି ଅସ୍ବୀକାର କରିପାରିବେ ନାହିଁ । ଜ୍ଞାନୀ, ଗୁଣୀ ଲୋକଙ୍କର ମୁଁ ସବୁଠାରୁ ପ୍ରିୟ ବସ୍ତୁ । ମୁଁ ସାଥୀରେ ଥିଲେ ଆପଣମାନେ ନିର୍ଭୟରେ ମନର ଆବେଗ, ଚିନ୍ତା, କଳ୍ପନାରୁ ରୂପ ଦେଇପାରିବେ, ଏହା ନିଃସନ୍ଦେହ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ତୁମପାଇଁ କାମ

୩୬ । ଗୋଦାବରୀଶ ମହାପାତ୍ରଙ୍କର ଅନ୍ୟାନ୍ୟ କୃତି ସଂଗ୍ରହ କରି ପଢ଼ ।
୩୭ । ସତ୍ୟବାଦୀ ବନବିଦ୍ୟାଳୟ ସହ ସଂପୃକ୍ତ କବିମାନଙ୍କର ଏକ ତାଲିକା ପ୍ରସ୍ତୁତ କର ।
୩୮ । କଲମର ମହନୀୟତା ପ୍ରତିପାଦନ କରୁଥିବା ପଦଗୁଡ଼ିକ ଟିପା ଖାତାରେ ଟିପି ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ
1. କଲମକୁ ମୌନୀ ବୋଲି କବି କାହିଁକି କହିଛନ୍ତି ?
Answer:
କଲମ ନୀରବରେ କବିଙ୍କ ମନୋଭାବକୁ ପ୍ରକାଶ କରୁଥିବାରୁ କବି ତାକୁ ମୌନୀ ବୋଲି କହିଛନ୍ତି ।

2. ଦୁର୍ବଳ ଶରୀର ସତ୍ତ୍ଵେ କଲମର ଦକ୍ଷତା ସମ୍ପର୍କରେ କବି କ’ଣ କହିଛନ୍ତି ?
Answer:
ଦୁର୍ବଳ ଶରୀର ସତ୍ତ୍ଵେ କଲମ ଜନତାର ହୃଦ-ମନ୍ଦିର ଓ ଧରାତଳକୁ ଥରାଇ ଦେଇପାରେ ବୋଲି କବି ଓ ଧରାତଳକୁ ଥରାଇ ଦେଇପାରେ ବୋଲି କବି କହିଛନ୍ତି ।

3. ‘କଲମ ବନ୍ଦୀ ହୋଇଯାଇଛି କି ?’ କବି ଏପରି କହିବାର କାରଣ କ’ଣ ?
Answer:
ତତ୍‌ କାଳୀନ ସମାଜରେ ସୃଷ୍ଟି ହେଉଥ୍ବା ଅସାମାଜିକତା ତଥା ଶୋଷଣ ଅତ୍ୟାଚାର କୁ ଅବଲୋକନ କରି ମଧ୍ୟ ଚିର ବିପ୍ଳବୀ କଲମ ମୌନ ରହୁଥ‌ିବାରୁ କବି ‘କଲମ ବନ୍ଦୀ ହୋଇଯାଇଛି କି’ ବୋଲି କହିଛନ୍ତି ।

4. କଲମକୁ କ’ଣ କରିବାପାଇଁ କବି ଆହ୍ବାନ କରିଛନ୍ତି ?
Answer:
ସୁପ୍ତଜାତି ର ଜଡ଼ତାକୁ ଭାଙ୍ଗି ଜାତିକୁ ଜାଗ୍ରତ କରିବାପାଇଁ କବି କଲମକୁ ଆହ୍ଵାନ ଜଣାଇଛନ୍ତି ।

5. କବିଙ୍କର ବିଶ୍ବସ୍ତ ସଖା କିଏ ?
Answer:
କଲମ ହିଁ କବିଙ୍କର ବିଶ୍ବସ୍ତ ସଖା ।

6. କଲମଟି କିଭଳି ବନ୍ଧୁ ବୋଲି କବି କହିଛନ୍ତି ?
Answer:
କବି କଲମକୁ ଅତି ଆପଣାର ବନ୍ଧୁ ବୋଲି ଅଭିହିତ କରିଛନ୍ତି।

7. କଲମ କ’ଣ କରି ଅମର ଯଶ ବରଣ କରିଛି ?
Answer:
କଲମ ତା’ର ତୀକ୍ଷ୍ଣଣ ମୁନରେ କବିଙ୍କ ମନଲେଖାକୁ ପ୍ରକାଶ କରି କୋଟି ଜନମନକୁ ପୁଲକିତ କରି ଅମର ଯଶ ବରଣ କରିଛି ।

8.କଲମଦ୍ଵାରା କେଉଁ ଦୁଆର ଖୋଲିବାପାଇଁ କବି କହିଛନ୍ତି ?
Answer:
କଲମଦ୍ୱାରା ମୁକ୍ତିର ଦ୍ଵାର ଖୋଲିବାପାଇଁ କବି କହିଛନ୍ତି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

9. କରବାଳ, ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି ?
Answer:
କରବାଳ, ବଜ୍ର ଓ ମୁଷଳ କଲମ ନିକଟରେ ପରାସ୍ତ ହୁଅନ୍ତି ।

10. ଧରଣୀ ଦୁଇଦିନର ବୋଲି କବି କାହିଁକି କହିଛନ୍ତି ?
Answer:
ପରିବର୍ତ୍ତନଶୀଳ ଏହି ଧରଣୀରେ ସବୁକିଛି କ୍ଷଣସ୍ଥାୟୀ ହୋଇଥିବାରୁ କବି ଧରଣୀକୁ ଦୁଇଦିନର ବୋଲି କହିଛନ୍ତି ।

11. ସତ୍ୟ ନାମରେ ଏଠାରେ କ’ଣ ଘଟୁଛି ବୋଲି କବି କହିଛନ୍ତି ?
Answer:
ସତ୍ୟ ନାମରେ ଏ ସଂସାରରେ ଦୁର୍ବିସହ ଛଳନା ତଥା ପ୍ରତାରଣାମାନ ଘଟୁଛି ବୋଲି କବି କହିଛନ୍ତି ।

12. ନର ଦେବତାରୂପେ ପ୍ରତିଷ୍ଠା ଲାଭ କରେ କିପରି ?
Answer:
ଜଗତଜନର କଲ୍ୟାଣ ସାଧନ ନିମନ୍ତେ ଆତ୍ମନିୟୋଗ କରିଥିବା ମଣିଷ ହିଁ ସଂସାରରେ ଦେବତାରୂପେ ପ୍ରତିଷ୍ଠା ଲାଭକରେ ।

13. କେଉଁମାନଙ୍କର ବଚନକୁ କଲମ ଧରି ରଖୁଛି ?
Answer:
ଗୌତମବୁଦ୍ଧ, ଶଙ୍କରାଚାର୍ଯ୍ୟ ତଥା ଯୀଶୁଖ୍ରୀଷ୍ଟଙ୍କ ମହାନ୍ ବାଣୀକୁ କଲମ ଧରି ରଖୁଛି ।

14. କଲମ କେଉଁ କଥାକୁ ଖାତିର ନ କରି ଆଗେଇ ଚାଲିଛି ?
Answer:
କାହାର ଗୁଣ୍ଡାମିକୁ ଖାତିର ନ କରି କଲମ ଆଗେଇ ଚାଲିଛି ।

15. କଲମର ବିପ୍ଳବ କେଉଁ ଆଦର୍ଶରେ ପରିଚାଳିତ ?
Answer:
ସତ୍ୟ-ଶାନ୍ତି -ଶିବ-ସୁନ୍ଦରର ପବିତ୍ର ଆଦର୍ଶରେ କଲମର ବିପ୍ଲବ ପରିଚାଳିତ ।

16. କାଳବକ୍ଷରେ କଲମ କିପରି ଅମର ହୋଇ
Answer:
କାଳବକ୍ଷରେ ଘଟୁଥିବା ପ୍ରତିଟି ଘଟଣାକୁ କଲମ ତା’ର ମୁନରେ ରୂପଦେଇ ବାନ୍ଧି ରଖୁଥିବାରୁ କଲମ ଅମର ହୋଇ ରହିଛି ।

17. ‘ଚିର ବିପ୍ଳବୀ’ ବୋଲି କବି କାହାକୁ ସମ୍ବୋଧନ କରିଛନ୍ତି ?
Answer:
‘ଚିର ବିପ୍ଳବୀ’ ବୋଲି କବି କଲମକୁ ସମ୍ବୋଧନ କରିଛନ୍ତି ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. କବିଙ୍କ ମତରେ କଲମର ଗାର କ’ଣ ଅଟେ ?
Answer:
ଅମର

2. ସକଳ ଛଳନା ଗୁଣ୍ଡାମି କାହା ନିକଟରେ ପରାଜୟ ସ୍ଵୀକାର କରିଛି ?
Answer:
କଲମ ନିକଟରେ

3. କବିର ପ୍ରଧାନ ଅସ୍ତ୍ର କ’ଣ ?
Answer:
କଲମ

4. ହିଟ୍‌ଲରଙ୍କ ପୂର୍ଣ୍ଣ ନାମ କ’ଣ ?
Answer:
ଆଡ଼ଲଫ୍ ହିଟ୍‌ର

5. ବାଡ଼ବ କହିଲେ କାହାକୁ ବୁଝାଏ ?
Answer:
ସମୁଦ୍ରର ଅଗ୍ନି

BSE Odisha 9th Class Odia Solutions Chapter 3 ହେ ମୋର କଲମ

6. କଲମ କେଉଁମାନଙ୍କର ବଚନକୁ ଧରି ରଖୁଛି ?
Answer:
ଗୌତମ, ଶଙ୍କର, ଯୀଶୁଙ୍କର

7. ପୃଥ‌ିବୀରେ ସମସ୍ତ ମତବାଦ କ’ଣ ହୋଇଥାଏ ?
Answer:
କ୍ଷଣସ୍ଥାୟୀ

8. ‘କରବାଳ’ କହିଲେ କାହାକୁ ବୁଝାଏ ?
Answer:
ଖଡ଼ଗ

9. ସତ୍ୟ ନାମରେ କ’ଣ ଦୁର୍ବିସହ ବୋଲି କବି କହିଛନ୍ତି ?
Answer:
ଅନ୍ୟାୟ

10. ଗୋଦାବରୀଶ ମହାପାତ୍ରଙ୍କଦ୍ବାରା ପ୍ରକାଶିତ ବ୍ୟଙ୍ଗାତ୍ମକ ପତ୍ରିକାର ନାମ କ’ଣ ଥିଲା ?
Answer:
ନିଆଁଖୁଣ୍ଟା

11. କଲମର ତନୁ କିପରି ବୋଲି କବି କହିଛନ୍ତି ?
Answer:
ଦୁର୍ବଳ

12. ‘ ଜାଗ୍ରତ କର – ଏ ମଡ଼ା ଜାତିକି ଥରେ’ – ଏଠାରେ ‘ମଡ଼ା ଜାତି’ କାହାକୁ ଲକ୍ଷ୍ୟକରି କୁହାଯାଇଛି ?
Answer:
ଉତ୍କଳୀୟମାନଙ୍କୁ

13. ଦୁର୍ବଳ ଜାତିକୁ କ’ଣ କରିବାକୁ କବି କଲମକୁ ଆହ୍ଵାନ ଦେଇଛନ୍ତି ?
Answer:
କର୍ମତତ୍ପର

14. କାଳର ଇଙ୍ଗିତରେ ସବୁ ଲୁଚିଗଲେ ସୁଦ୍ଧା କିଏ ଚିର ଅମର ହୋଇରହିଛି ?
Answer:
କଲମର ଗାର

15. କଲମ ତା’ର ଗୋଟିଏ ଗାରରେ କ’ଣ ଆଡ଼େଇଦେବାକୁ ସକ୍ଷମ ହୋଇଛି ?
Answer:
ପେଷଣ, ଶୋଷଣ ଓ ଦୂଷଣ

16. କଲମ କ’ଣ ଛେଦନ କରିଛି ବୋଲି କବି କହିଛନ୍ତି ?
Answer:
ସକଳ ବନ୍ଧନ

17. ‘ହେ ମୋର କଲମ’ କବିତାର କବି କିଏ ?
Answer:
ଗୋଦାବରୀଶ ମହାପାତ୍ର

18. କିଏ ସର୍ବଦା ସତ୍ୟ, ଅହିଂସା ଓ ଶାନ୍ତି ପ୍ରତିଷ୍ଠା କରିବାପାଇଁ ନୀରବରେ ବିପ୍ଳବ କରି ଆସିଛି ?
Answer:
କଲମ

BSE Odisha 9th Class Odia Solutions Chapter 3 ହେ ମୋର କଲମ

19. କବି କଲମକୁ ନିଜର କ’ଣ ବୋଲି କହିଛନ୍ତି ?
Answer:
ବିଶ୍ବସ୍ତ ବନ୍ଧୁ

20. ସମସ୍ତ ଅସ୍ତ୍ରଠାରୁ ଶକ୍ତିଶାଳୀ କିଏ ?
Answer:
କଲମ

C ଶୂନ୍ୟସ୍ଥାନ ପୂରଣ କର ।
1. କବି _______________ କୁ ନିଜର ଅତି ଆପଣାର ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ।
Answer:
କଲମ

2. __________________ କବିଙ୍କର ବିଶ୍ଵାସୀ ସଖା ଅଟେ ।
Answer:
କଲମ

3. କଲମର ତୀକ୍ଷ୍ଣଣ ମୁନରେ _______________ ଫୁଟି ଉଠିଛି ।
Answer:
କବିଙ୍କ ମନଲେଖା

4. କେତେ ପୁରତଳକୁ ମୁଖରିତ କରି କଲମ ________________ ବରଣ କରିଛି ।
Answer:
ଅମର ଯଶ

5. କବି _____________________ କୁ ଅଳୀକ ବୋଲି କହିଛନ୍ତି ।
Answer:
ପୃଥ‌ିବୀ

6. ପୃଥ‌ିବୀ ବୁକୁରେ କଲମ ____________________ ଧରି ରଖୁଛି ବୋଲି କବି କହିଛନ୍ତି ।
Answer:
ସୁଧା ଓ ବିଷ

7. କବି କଲମକୁ ________________ ଦ୍ଵାର ଖୋଲିବାକୁ ନିବେଦନ କରିଥିଲେ ।
Answer:
ମୁକ୍ତି

8. ସବୁରି ଉପରେ ଅମର ଗାର ଦେବାପାଇଁ ________________ ଅଛି ବୋଲି କବି କହିଛନ୍ତି ।
Answer:
କଲମ

୨. ଆଜି କଲମ ____________________ ହୋଇଯାଇଛି ବୋଲି କବି କଳ୍ପନା କରିଛନ୍ତି ।
Answer:
ଜଡ଼

10. ଆଜି କଲମର ଧାର _________________ ହୋଇଯାଇଛି ବୋଲି କବି ଭାବିଛନ୍ତି ।
Answer:
ମୁଣ୍ଡା

11. ଅସିଠାରୁ __________________ ଶକ୍ତିଶାଳୀ ବୋଲି କବି ବର୍ଣ୍ଣନା କରିଛନ୍ତି ।
Answer:
ମସୀ

BSE Odisha 9th Class Odia Solutions Chapter 3 ହେ ମୋର କଲମ

12. କବି ଏହି ଧରଣୀକୁ _______________ ଦିନର ବୋଲି କହିଛନ୍ତି ।
Answer:
ଦୁଇ

13. କବିତାରେ ବ୍ୟବହୃତ ‘ବୁଦ୍‌ବୁଦ’ ଶବ୍ଦର ଅର୍ଥ _______________।
Answer:
ପାଣିଫୋଟକା

14. କବି ____________________ କୁ ଚିର ବିପ୍ଳବୀ ବୋଲି କହିଛନ୍ତି ।
Answer:
କଲମ

15. କବିଙ୍କ ମତରେ _________________ ଚିରମୌନୀ ଅଟେ ।
Answer:
କଲମ

16. ଯୁଗେ ଯୁଗେ କବିଙ୍କର ______________ ସାଥୀ ଥିଲା ବୋଲି କବି କହିଛନ୍ତି ।
Answer:
କଲମ

17. _______________ ର ମୂଲ୍ୟ ମାତ୍ର କେତୋଟି ପଇସା ଅଟେ ।
Answer:
କଲମ

18. ଦୁର୍ବଳ ଶରୀର ସତ୍ତ୍ବେ କଲମ _______________ କୁ ଥରାଇ ଦେଇଛି ।
Answer:
ଧରାତଳ

19. ପ୍ରାକ୍ତନ ଉତ୍କଳରେ କବି ______________ କୁ ବନ୍ଦୀ ହୋଇଯାଇଛ କି ବୋଲି ପ୍ରଶ୍ନ କରିଛନ୍ତି ।
Answer:
କଲମ

20. ଏ ମଡ଼ା ଜାତିକୁ _____________ କରିବାପାଇଁ କବି କଲମକୁ ନିବେଦନ କରିଛନ୍ତି ।
Answer:
ଜାଗ୍ରତ

21. କବି କଲମକୁ ______________ ବୋଲି ସମ୍ବୋଧନ କରିଛନ୍ତି ।
Answer:
ଚିର ବିପ୍ଳବୀ

22. __________________ ର ତନୁ ଦୁର୍ବଳ ବୋଲି କବି କହିଛନ୍ତି ।
Answer:
କଲମ

23. କବି _______________ କୁ ଜାଗ୍ରତ କରିବାପାଇଁ କଲମକୁ ନିବେଦନ କରିଛନ୍ତି ।
Answer:
ଏ ମଡ଼ା ଜାତି

24. ____________ ର ତୀକ୍ଷ୍ଣଣ ମୁନରେ କବିଙ୍କର ମନଲେଖା ଫୁଟି ଉଠିଛି ।
Answer:
କଲମ

25. _________________ ଦୁଆର ଖୋଲିବାପାଇଁ କବି କଲମକୁ ନିବେଦନ କରିଛନ୍ତି ।
Answer:
ମୁକ୍ତି

BSE Odisha 9th Class Odia Solutions Chapter 3 ହେ ମୋର କଲମ

26. ଚେଙ୍ଗିସ୍ ଖାଁ ________________ ର ଅଧିନାୟକ ଥିଲେ ।
Answer:
ମଙ୍ଗୋଲମାନଙ୍କର

27. କବି ତାଙ୍କ କଲମକୁ _______________ କଥା କହିବାକୁ ନିବେଦନ କରିଛନ୍ତି ।
Answer:
ଅନ୍ତର

28. ଏଠାରେ ସତ୍ୟ ନାମରେ ____________________ ଚାଲିଛି ।
Answer:
ଛଳନା

29. ପୃଥ‌ିବୀ ପୃଷ୍ଠରେ କେତେ ଅବତାରରେ ନର _______________ ହୋଇଛି ।
Answer:
ଦେବତା

30. କାଳ ଇଙ୍ଗିତରେ ସବୁ ଲୁଚି ଗଲା ପରେ କେବଳ ______________ ରହିଛି ।
Answer:
କଲମର ଗାର

31. କଲମ କଦାପି _______________ ମାର୍ଗରେ ଚାଲିନାହିଁ ।
Answer:
ଛଳନା

32. କଲମ ________________ ରେ କେବେ ଥକି ପଡ଼ିନାହିଁ ।
Answer:
ଗୁଣ୍ଡାମିରେ

33. କଲମ _________________ କୁ ଗୋଟିଏ ଗାରରେ ଆଡ଼େଇ ଦେଇଛି ।
Answer:
ଶୋଷଣ ଦୂଷଣ

34. କଲମ ସକଳ ବନ୍ଧନକୁ _______________ କରିଛି ।
Answer:
ଛେଦନ

35. କଲମ ________________ କୁ ଆଖ୍ ଦେଇଛି ।
Answer:
ଅନ୍ଧ

36. __________________ ଅନ୍ଧାର ଭେଦ କରି କଲମର ପ୍ରଦୀପ ହସେ ।
Answer:
ଯୁଗଯୁଗାନ୍ତର

D ଠିକ୍ କିମ୍ବା ଭୁଲ୍ ଲେଖ ।
1. କବିଙ୍କ ମତରେ କଲମର ଗାର ମରଣ ଅଟେ ।
Answer:
ଭୁଲ୍

2. ବାଡ଼ବ କହିଲେ ସମୁଦ୍ରର ଅଗ୍ନି ବୁଝାଏ ।
Answer:
ଠିକ୍

BSE Odisha 9th Class Odia Solutions Chapter 3 ହେ ମୋର କଲମ

3. ପୃଥ‌ିବୀରେ ସମସ୍ତ ମତବାଦ ଦୀର୍ଘସ୍ଥାୟୀ ହୋଇଥାଏ ।
Answer:
ଭୁଲ୍

4. ‘କରବାଳ’ କହିଲେ ହାତକୁ ବୁଝାଏ ।
Answer:
ଭୁଲ୍

5. କାଳର ଇଙ୍ଗିତରେ ସବୁ ଲୁଚିଗଲେ ସୁଦ୍ଧା କଲମର ଗାର ଚିର ଅମର ହୋଇରହିଛି ।
Answer:
ଠିକ୍

6. କଲମ ସକଳ ବନ୍ଧନ ଛେଦନ କରିଛି ବୋଲି କବି କହିଛନ୍ତି ।
Answer:
ଠିକ୍

7. ‘ହେ ମୋର କଲମ’ କବିତାର କବି ଗୋଦାବରୀଶ ମହାପାତ୍ର ।
Answer:
ଠିକ୍

8. ସମସ୍ତ ଅସ୍ତ୍ରଠାରୁ କଲମ ଶକ୍ତିଶାଳୀ ଅସ୍ତ୍ର ଅଟେ ।
Answer:
ଠିକ୍

୨. କବିଙ୍କର ବିଶ୍ଵାସୀ ସଖା କଲମ ଅଟେ ।
Answer:
ଠିକ୍

10. ପୃଥ‌ିବୀ ବୁକୁରେ କଲମ ସୁଧା ଓ ବିଷ ଧରି ରଖୁଛି ବୋଲି କବି କହିଛନ୍ତି ।
Answer:
ଠିକ୍

11. କବି କଲମକୁ ରୁଦ୍ଧଦ୍ଵାର ଖୋଲିବାକୁ ନିବେଦନ କରିଥିଲେ ।
Answer:
ଭୁଲ୍

12. ଅସିଠାରୁ ମସୀ ଶକ୍ତିଶାଳୀ ବୋଲି କବି ବର୍ଣ୍ଣନା
Answer:
ଠିକ୍

13. ଯୁଗେ ଯୁଗେ କବିଙ୍କର କଲମ ସାଥୀ ଥିଲା ବୋଲି କବି କହିଛନ୍ତି ।
Answer:
ଠିକ୍

14. ପ୍ରାକ୍ତନ ଉତ୍କଳରେ କବି ମଣିଷକୁ ବନ୍ଦୀ ହୋଇଯାଇଛକି ବୋଲି ପ୍ରଶ୍ନ କରିଛନ୍ତି ।
Answer:
ଭୁଲ୍

15. ଅସୀର ତୀକ୍ଷ୍ଣଣ ମୁନରେ କବିଙ୍କର ମନଲେଖା ଫୁଟି ଉଠିଛି ।
Answer:
ଭୁଲ୍

BSE Odisha 9th Class Odia Solutions Chapter 3 ହେ ମୋର କଲମ

16. ଏଠାରେ ସତ୍ୟ ନାମରେ ଛଳନା ଚାଲିଛି ।
Answer:
ଠିକ୍

17. କଲମ କଦାପି ସତ୍ୟ ମାର୍ଗରେ ଚାଲିନାହିଁ ।
Answer:
ଭୁଲ୍

18. କଲମ ସକଳ ବନ୍ଧନକୁ ଛେଦନ କରିଛି ।
Answer:
ଠିକ୍

19. ଯୁଗଯୁଗାନ୍ତର ଅନ୍ଧାର ଭେଦ କରି କଲମର ପ୍ରଦୀପ ହସେ ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ନିମ୍ନଲିଖ କୃତି ମଧ୍ୟରୁ କେଉଁଟି ଏକ କବିତା ପୁସ୍ତକ ?
(A) ନୀଳ ମାଷ୍ଟ୍ରାଣୀ
(B) ଏବେ ମଧ୍ୟ ବଞ୍ଚିଛି
(C) କଣ୍ଟା ଓ ଫୁଲ
(D) ଶ୍ରୁତି ସଞ୍ଚୟନ
Answer:
(C) କଣ୍ଟା ଓ ଫୁଲ

2. ଗୋଦାବରୀଶଙ୍କର ପ୍ରଥମ କବିତାର ନାମ କ’ଣ ?
(A) ଚିଲିକା
(B) ବାଣପୁର
(C) ଉଠାକଙ୍କାଳ
(D) ବରୁଣେଇ
Answer:
(D) ବରୁଣେଇ

3. କବି ଚିରବିପ୍ଳବୀ ଓ ଚିରମୌନୀ ବୋଲି କାହାକୁ କହିଛନ୍ତି ?
(A) ନିଜକୁ
(B) ସମାଜକୁ
(C) କଲମକୁ
(D) ମଣିଷକୁ
Answer:
(C) କଲମକୁ

4. ‘ବନ୍ଧୁର ଧରାତଳ’ କହିଲେ କ’ଣ ବୁଝୁଛ ?
(A) ଅସମତଳ ଧରାପୃଷ୍ଠ
(B) ଅସମତଳ ମାଟି
(C) ଅସମତଳ କ୍ଷେତ
(D) ଅସମତଳ ଜମିବାଡ଼ି
Answer:
(A) ଅସମତଳ ଧରାପୃଷ୍ଠ

BSE Odisha 9th Class Odia Solutions Chapter 3 ହେ ମୋର କଲମ

5. କରବାଳ, ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି ?
(A) ମଣିଷ
(B) ପଶୁ
(C) ଭୋକ
(D) କଲମର ଅମରଗାର
Answer:
(D) କଲମର ଅମରଗାର

6. ଏଇ ଧରଣୀ କେତେଦିନର ବୋଲି କବି କହିଛନ୍ତି ?
(A) ପାଞ୍ଚଦିନର
(B) ଦି’ଦିନର
(C) ତିନିଦିନର
(D) ଚାରିଦିନର
Answer:
(B) ଦି’ଦିନର

7. ସତ୍ୟ ନାମରେ ଏଠାରେ କ’ଣ ଘଟୁଛି ?
(A) ପ୍ରତାରଣା
(C) ଛଳନା
(B) ବଞ୍ଚନା
(D) ଠକାମି
Answer:
(C) ଛଳନା

8. ସମସ୍ତେ କାହାର ଇଙ୍ଗିତରେ ଲୁଚିଗଲେ ?
(A) ସମୟ
(B) କଲମ
(C) କାଳ
(D) କବି
Answer:
(C) କାଳ

9. କଲମ କେଉଁଥରେ ଚାଲି ନାହିଁ ?
(A) ଗୀତିରେ
(B) ଛଳନାରେ
(C) ପ୍ରତାରଣାରେ
(D) ବିଶ୍ଵାସରେ
Answer:
(B) ଛଳନାରେ

10. କଲମ କେଉଁଥିରେ ଥକିଯାଇ ନାହିଁ ?
(A) ଭଣ୍ଡାମି
(B) ଛଳନା
(C) ଗୁଣ୍ଡାମି
(D) ଆଦେଶ
Answer:
(C) ଗୁଣ୍ଡାମି

11. କବି କଲମକୁ କ’ଣ ବୋଲି ସମ୍ବୋଧନ କରିଛନ୍ତି ?
(A) ଚିର ବିପ୍ଳବୀ
(B) ଚିର ବିଦ୍ରୋହୀ
(C) ଦେଶଦ୍ରୋହୀ
(D) ମହାନ୍ ବିପ୍ଳବୀ
Answer:
(A) ଚିର ବିପ୍ଳବୀ

12. କାହାର ତନୁ ଦୁର୍ବଳ ବୋଲି କବି କହିଛନ୍ତି ?
(A) କବିଙ୍କର
(B) ଜନତାର
(C) କଲମର
(D) ସମସ୍ତଙ୍କର
Answer:
(C) କଲମର

BSE Odisha 9th Class Odia Solutions Chapter 3 ହେ ମୋର କଲମ

13. କବି କାହାକୁ ଜାଗ୍ରତ କରିବାପାଇଁ କଲମକୁ ନିବେଦନ କରିଛନ୍ତି ?
(A) ଏ ବୀର ଜାତିକୁ
(B) ମାନବ ଜାତିକୁ
(C) ଭାରତବାସୀଙ୍କୁ
(D) ଏ ମଡ଼ା ଜାତିକୁ
Answer:
(D) ଏ ମଡ଼ା ଜାତିକୁ

14. କାହାର ତୀକ୍ଷ୍ଣଣ ମୁନରେ କବିଙ୍କର ମନଲେଖା ଫୁଟି ଉଠିଛି ?
(A) ଖଡ୍‌ଗର
(B) ତୀରର
(C) କଲମର
(D) ବର୍ଚ୍ଛାର
Answer:
(C) କଲମର

15. କେଉଁ ଦୁଆର ଖୋଲିବାପାଇଁ କବି କଲମକୁ ନିବେଦନ କରିଛନ୍ତି ?
(A) ରୁଦ୍ଧଦ୍ବାର
(B) ଧନଦ୍ବାର
(C) ଭକ୍ତିଦ୍ଵାର
(D) ମୁକ୍ତିଦ୍ଵାର
Answer:
(D) ମୁକ୍ତିଦ୍ଵାର

16. ଚେଙ୍ଗିସ୍ ଖାଁ କାହାର ଅଧିନାୟକ ଥିଲେ ?
(A) ମୋଗଲମାନଙ୍କର
(B) ମଙ୍ଗୋଲମାନଙ୍କର
(C) ମୁସଲମାନମାନଙ୍କର
(D) ପଠାଣମାନଙ୍କର
Answer:
(B) ମଙ୍ଗୋଲମାନଙ୍କର

17. ହିଟ୍‌ରଙ୍କ ପୂର୍ଣ୍ଣ ନାମ କ’ଣ ?
(A) ଉଡ଼ଲଫ୍ ହିଟ୍‌ର
(B) ଆଡ଼ଲଫ୍ ହିଟ୍‌ର
(C) ଏଡ଼ଲଫ୍ ହିଟ୍‌ର
(D) ଓଡ଼ଲଫ୍ ହିଟ୍‌ର
Answer:
(B) ଆଡ଼ଲଫ୍ ହିଟ୍‌ର

18. ବାଡ଼ବ କହିଲେ କାହାକୁ ବୁଝାଏ ?
(A) ବନର ଅଗ୍ନି
(B) ସମୁଦ୍ରର ଅଗ୍ନି
(C) ଉଦରର ଅଗ୍ନି
(D) ଯଜ୍ଞକୁଣ୍ଡର ଅଗ୍ନି
Answer:
(B) ସମୁଦ୍ରର ଅଗ୍ନି

19. କଲମ କେଉଁମାନଙ୍କର ବଚନକୁ ଧରି ରଖୁଛି ?
(A) ଶିଶୁମାନଙ୍କର
(B) ନାରୀମାନଙ୍କର
(C) ବୃଦ୍ଧମାନଙ୍କର
(D) ଗୌତମ, ଶଙ୍କର, ଯିଶୁଙ୍କର
Answer:
(D) ଗୌତମ, ଶଙ୍କର, ଯିଶୁଙ୍କର

BSE Odisha 9th Class Odia Solutions Chapter 3 ହେ ମୋର କଲମ

20. ପୃଥ‌ିବୀରେ ସମସ୍ତ ମତବାଦ କିପରି ହୋଇଥାଏ ?
(A) ଚିରସ୍ଥାୟୀ
(B) ଦୀର୍ଘସ୍ଥାୟୀ
(C) କ୍ଷଣସ୍ଥାୟୀ
(D) ସ୍ଥାୟୀ
Answer:
(C) କ୍ଷଣସ୍ଥାୟୀ

21. କାହାର ମୂଲ୍ୟ ମାତ୍ର କେତୋଟି ପଇସା ଅଟେ ?
(A) ଖଡ୍‌ଗର
(B) ଗ୍ରନ୍ଥର
(C) ବଜ୍ରର
(D) କଲମର
Answer:
(D) କଲମର

22. ଦୁର୍ବଳ ଶରୀର ସତ୍ତ୍ଵେ କଲମ କାହାକୁ ଥରାଇ ଦେଇଛି ?
(A) ଗ୍ରନ୍ଥକୁ
(B) ଖଡ଼କୁ
(C) ଧରାତଳକୁ
(D) କାହାକୁ ନୁହେଁ
Answer:
(C) ଧରାତଳକୁ

23. ପ୍ରାକ୍ତନ ଉତ୍କଳରେ କବି କାହାକୁ ବନ୍ଦୀ ହୋଇଯାଇଛ ବୋଲି ପ୍ରଶ୍ନ କରିଛନ୍ତି ?
(A) ଉତ୍କଳୀୟମାନଙ୍କୁ
(B) ନିଜକୁ
(C) ଖଡ୍‌ଗକୁ
(D) କଲମକୁ
Answer:
(D) କଲମକୁ

24. ଏ ମଡ଼ାଜାତିକୁ କ’ଣ କରିବାପାଇଁ କବି କଲମକୁ ନିବେଦନ କରିଛନ୍ତି ?
(A) ସୁପ୍ତ କରିବାକୁ
(B) ଜାଗ୍ରତ କରିବାକୁ
(C) ନୀରବ କରିବାକୁ
(D) ରକ୍ଷା କରିବାକୁ
Answer:
(B) ଜାଗ୍ରତ କରିବାକୁ

25. କବିଙ୍କର ବିଶ୍ଵାସୀ ସଖା କିଏ ?
(A) ଖଡ୍‌ଗ
(B) ପୁସ୍ତକ
(C) କଲମ
(D) ସମ୍ବାଦପତ୍ର
Answer:
(C) କଲମ

26. କବି କାହାକୁ ଅଳୀକ ବୋଲି କହିଛନ୍ତି ?
(A) ପୃଥ‌ିବୀକୁ
(B) ସାହିତ୍ୟକୁ
(C) ଜ୍ଞାନକୁ
(D) ବିଦ୍ଯାକୁ
Answer:
(A) ପୃଥ‌ିବୀକୁ

BSE Odisha 9th Class Odia Solutions Chapter 3 ହେ ମୋର କଲମ

27. ଆଜି କଲମ କ’ଣ ହୋଇଯାଇଛି ବୋଲି କବି କଳ୍ପନା କରିଛନ୍ତି ?
(A) ଚତୁର
(B) ଜଡ଼
(C) ଶକ୍ତିହୀନ
(D) ଅଶାନ୍ତ
Answer:
(B) ଜଡ଼

28. ଆଜି କଲମର ଧାର କିପରି ହୋଇଯାଇଛି ବୋଲି କବି ଭାବିଛନ୍ତି ?
(A) ତୀକ୍ଷ୍ଣ
(B) ମୁଣ୍ଡା
(C) ଶାଣିତ
(D) ପ୍ରଶାନ୍ତ
Answer:
(B) ମୁଣ୍ଡା

29. ପୃଥ‌ିବୀ ପୃଷ୍ଠରେ କେତେ ଅବତାରରେ ନର କ’ଣ ହୋଇଛି ?
(A) ପୁରୁଷ
(B) ମହାପୁରୁଷ
(C) ଉଦାର ପୁରୁଷ
(D) ଦେବତା
Answer:
(D) ଦେବତା

30. କାଳ ଇଙ୍ଗିତରେ ସବୁ ଲୁଚିଗଲା ପରେ କେବଳ କ’ଣ ରହିଛି ?
(A) ସତ୍ୟ
(B) ଧର୍ମ
(C) କୀର୍ତି
(D) କଲମର ଗାର
Answer:
(D) କଲମର ଗାର

31. କେଉଁ ଅନ୍ଧାର ଭେଦ କରି କଲମର ପ୍ରଦୀପ ହସେ ?
(A) ଅମାବାସ୍ୟାର
(B) ମେଘଅନ୍ଧାରର
(C) ଯୁଗଯୁଗାନ୍ତର
(D) ସଂସାରର
Answer:
(C) ଯୁଗଯୁଗାନ୍ତର

କବିଙ୍କ ସମ୍ବନ୍ଧରେ :
ସତ୍ୟବାଦୀ ବକୁଳ ବନର ଛୁରୀଅନା କୁଞ୍ଜତଳେ ଯେଉଁ ବନବିଦ୍ୟାଳୟ ଗଢ଼ିଉଠିଥିଲା, ତାହା ଥିଲା ବାସ୍ତବରେ ମଣିଷ ତିଆରି କାରଖାନା । ପଣ୍ଡିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ କୃପାସିନ୍ଧୁ ଓ ଗୋଦାବରୀଶ ମିଶ୍ରଙ୍କ ପରି ଉତ୍ସର୍ଗୀକୃତ ଶିକ୍ଷକ, ମହାନ୍ ଜନନେତା ଓ ପ୍ରବୀଣ ସାରସ୍ଵତ ସାଧକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହି ଓ ସେମାନଙ୍କଦ୍ୱାରା ଅନୁପ୍ରାଣିତ ହୋଇ କବି ଗୋଦାବରୀଶ ମହାପାତ୍ର ସାହିତ୍ୟ ସାଧନା ସହିତ ଦେଶମାତୃକାର ସେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଏହି ଜାତୀୟତାବାଦୀ ଓ ମାନବବାଦୀ କବି ୧୮୯୮ ମସିହାରେ ପୁରୀ ଜିଲ୍ଲାର ବାଣପୁର ଅନ୍ତର୍ଗତ କୁମାରଙ୍ଗ ଶାସନରେ ଜନ୍ମଗ୍ରହଣ କରିଥିଲେ ।

୧୯୧୪ ମସିହାରେ ତାଙ୍କର ପ୍ରଥମ କବିତା ‘ ବାଣପୁର ପ୍ରକାଶ ପାଇ ଗୁଣୀଜନମାନଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ମୃତ୍ୟୁ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ସେ ବହୁ କବିତା, ଗଳ୍ପ, ଉପନ୍ୟାସ ଓ ବ୍ୟଙ୍ଗାତ୍ମକ ରଚନାର ଭେଟି ପ୍ରଦାନ କରିଯାଇଛନ୍ତି । ବହୁଜନପ୍ରିୟ ଦୈନିକ ସମ୍ବାଦପତ୍ର ‘ ସମାଜ ଓ ‘ ଦୈନିକ ଆଶାର ସମ୍ପାଦନା ସହିତ ସେ ସମ୍ପୃକ୍ତ ଥିଲେ । ତାଙ୍କଦ୍ବାରା ବ୍ୟଙ୍ଗାତ୍ମକ ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟ ୧୯୩୮ ମସିହାରେ ପ୍ରକାଶ ପାଇଥିଲା ।

ଏହି ପତ୍ରିକାରେ ସେ ସମାଜ, ରାଜ୍ୟ ତଥା ଦେଶ ପ୍ରତି ଅଙ୍ଗୀକାରବଦ୍ଧତା ପରିବର୍ତ୍ତେ ବ୍ୟକ୍ତିଗତ ସ୍ଵାର୍ଥ ସାଧନରେ ପ୍ରୟାସୀ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ ବ୍ୟକ୍ତିମାନଙ୍କ ଛଦ୍ମରୂପକୁ ପ୍ରକାଶ କରି ଜନଚେତନା ସୃଷ୍ଟି କରୁଥିଲେ । କବି ଥିଲେ ସ୍ପଷ୍ଟବାଦୀ । ଶାଣିତ ଶ୍ଳେଷ, ତୀକ୍ଷ୍ଣ ବ୍ୟଙ୍ଗ ବିଦୁପାତ୍ମକ ପ୍ରକାଶଭଙ୍ଗୀ ସହିତ ସ୍ବାଧୀନ ସ୍ଵଚ୍ଛନ୍ଦ ବିଚାରଧାରା ତାଙ୍କ ରଚନାର ବୈଶିଷ୍ଟ୍ୟ । ସହଜ, ସରଳ ଭାଷାରେ ହୃଦୟସ୍ପର୍ଶୀ କଥା କହିବା ତାଙ୍କ ଲେଖନୀର ମୁଖ୍ୟ ଆଭିମୁଖ୍ୟ । ଇତିହାସ ସଚେତନତା, ସ୍ଵଦେଶପ୍ରୀତି, ମାନବିକ ସମ୍ବେଦନଶୀଳତା ଓ ବୈପ୍ଳବିକ ଜୀବନ ଦର୍ଶନ ତାଙ୍କ କବିତାମାନଙ୍କର ବୈଶିଷ୍ଟ୍ୟ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ତାଙ୍କ ସାରସ୍ଵତ ସୃଷ୍ଟିସମ୍ଭାର ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ’, ‘ବଙ୍କା ଓ ସିଧା’, ‘ପାହାଚ ତଳର ଘାସ’, ‘ହାଣ୍ଡିଶାଳର ବିପ୍ଳର୍ବ, ‘ ବାଣପୁର’ ଖଣ୍ଡକାବ୍ୟ ଆଦି କବିତା ସଙ୍କଳନ; ‘ନୀଳ ମାଷ୍ଟ୍ରାଣୀ, ‘ ଏବେ ମଧ୍ୟ ବଞ୍ଚୁଛି, ‘ମୁଁ ଦିନେ ମନ୍ତ୍ରୀ ଥୁଲି’, ‘ମଦ ଦୋକାନର ଇତିହାସ’, ‘ମାଟିର ମାୟା’, ‘ ଗରିବର ଭଗବାନ, ‘ହଠାତ୍ ଭାର୍ଯ୍ୟାଲାଭ ପରି ଗଳ୍ପ ସଙ୍କଳନ; ‘ରକ୍ତପାତ’, ‘ ବିଦ୍ରୋହ, ‘ବନ୍ଦୀର ମାୟା’, ‘ବୀର ଯୁବକ, ‘ରାଜଦ୍ରୋହୀ, ‘ ପ୍ରେମପଥେ’ ଆଦି ଉପନ୍ୟାସ ଓ ‘ମୋ ଖେଳସାଥୀ ପରି ଉଚ୍ଚକୋଟୀର ଶିଶୁ ସାହିତ୍ୟ ତାଙ୍କ ଅସାମାନ୍ୟ ପ୍ରତିଭାର ବଳିଷ୍ଠ ନିଦର୍ଶନ ।

ତାଙ୍କ ‘କଣ୍ଟା ଓ ଫୁଲ’ କବିତା ସଙ୍କଳନ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ ହୋଇଛି । ସର୍ବୋପରି ‘ ନିଆଁଖୁଣ୍ଟା’ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଭାବରେ ସେ ଓଡ଼ିଶାର ବୁଦ୍ଧିଜୀବୀ ତଥା ସଚେତନ ନାଗରିକଙ୍କ ନିକଟରେ ଅତି ପରିଚିତ ।

ଶଂସିତ କବିତା ‘ହେ ମୋର କଲମ କବିଙ୍କ ‘ହେ ମୋର କଲମ ଶୀର୍ଷକ କବିତା ସଂକଳନରୁ ଆନୀତ । କବି, ଭାବୁକ ଓ ସମାଲୋଚକ ଆଦି ସାରସ୍ଵତ ସାଧକମାନଙ୍କ ହସ୍ତରେ କଲମ ହିଁ ବିଶ୍ବସ୍ତ ସଖା ଓ ଏକମାତ୍ର ଅସ୍ତ୍ର ଯାହାକି ପୁଞ୍ଜିପତିର ଧନ, ବଳବାନ୍‌ର ବଳ ବିକ୍ରମଠାରୁ ଅଧିକ ଶକ୍ତିଶାଳୀ । ରାଜାର ସ୍ଵେଚ୍ଛାଚାରିତା, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ଅସାଧୁ ବ୍ୟବସାୟୀର ଅପମିଶ୍ରଣ, ଅସାମାଜିକ ବ୍ୟକ୍ତିର ବ୍ୟଭିଚାର, ସମାଜରେ ମତଲବୀ, ସୁବିଧାବାଦୀ ଓ ସ୍ଵାର୍ଥାନ୍ଵେଷୀମାନଙ୍କ ଧର୍ମ ନାମରେ ଅନ୍ଧବିଶ୍ଵାସ ଓ କୁସଂସ୍କାରକୁ ପ୍ରୋତ୍ସାହନ ଆଦି ସମାଜର କର୍କଟ ବ୍ୟାଧର ମୂଳୋତ୍ପାଟନ କରିବାରେ କଲମର ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ତାହା ଅନସ୍ବୀକାର୍ଯ୍ୟ ।

ଧର୍ମ, ସତ୍ୟ, ଶାନ୍ତି, ଅହିଂସା ଆଦି ଶାଶ୍ୱତ ଶକ୍ତିର ପ୍ରତିଷ୍ଠା ପାଇଁ ଲେଖନୀ ସୃଷ୍ଟି କରିପାରେ ଏକ ନୀରବ ବିପ୍ଳବ । ଯୁଗ ଯୁଗ ଧରି ଶୋଷଣ, ପେଷଣ, ଛଳନା ଓ ଗୁଣ୍ଡାମି ସାଧାରଣ ଏକ କଲମ ନିକଟରେ ପରାଜୟ ସ୍ଵୀକାର କରେ । ଏହି ଲେଖନୀ ପୁଣି ଲେଖକକୁ କାଳବକ୍ଷରେ କରେ ଚିର ଅମର ଓ ତା’ର ସୃଷ୍ଟିସମ୍ପଦକୁ କରେ କାଳଜୟୀ । ଯୁଗେ ଯୁଗେ ‘‘ ଅସିଠାରୁ ମସୀ ଯେ ଶକ୍ତିଶାଳୀ ’’ ତାହା ଏହି କବିତାରେ ପ୍ରତିପାଦିତ ହୋଇଛି । କବିତାଟିରେ କବିଙ୍କର ବୈପ୍ଳବିକ ଆଦର୍ଶର ବହୁଳ ନିଦର୍ଶନ କବିତାକୁ କରିଛି ସୁଖପାଠ୍ୟ ।

ସ୍ଵାଧୀନତା ପୂର୍ବରୁ ଲେଖକଙ୍କ କଲମରୁ କେବଳ ଜାତୀୟ ଚେତନା ଓ ଦେଶାତ୍ମବୋଧ ଭାବନାମୂଳକ ରଚନା ତଥା ସ୍ଵାଧୀନତାଲାଭ ପାଇଁ ଜନତାଙ୍କୁ ସଂଗ୍ରାମରେ ଝାସ ଦେବାପାଇଁ ଆହ୍ବାନଧର୍ମୀ ଲେଖା ଝରିପଡ଼ୁଥିଲା । ଆଲୋଚ୍ୟ କବିତାଟି ୧୯୫୦ ମସିହାରେ ରଚିତ ହୋଇଥିଲା । ସେତେବେଳକୁ ଭାରତ ତା’ର ଚିର ଈପ୍‌ସିତ ସ୍ଵାଧୀନତା ହାସଲ କରିସାରିଲାଣି । ସ୍ଵାଧୀନତା ଲାଭର ଅବ୍ୟବହିତ ପୂର୍ବରୁ ଯେଉଁ କଲମ ଏ ଜାତିକୁ ଉଦ୍‌ବୋଧନ ଦେଇ ଅତୀତର ଗରିମାଦୀପ୍ତ, ଗୌରବଗାଥା ଶୁଣାଇ ଜନଗଣଙ୍କ ମନରେ ଆଶାର ଦୃଢ଼ତା ଜାଗ୍ରତ କରିଥିଲା, ସେହି କଲମ ସ୍ଵାଧୀନତା ପ୍ରାପ୍ତିପରେ ଲୋକଙ୍କ ଆଶା ଓ ବିଶ୍ଵାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ ଓ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବାପାଇଁ ଆହ୍ଵାନ ନ ଦେଇ ରହିପାରିଲା ନାହିଁ ।

ଓଡ଼ିଶାର ଗଣଜୀବନରେ ପରିଦୃଷ୍ଟ କ୍ଲବତା ଓ ଉଦାସୀନତାକୁ ଭାଙ୍ଗି, ସେମାନଙ୍କ ହୃଦୟରେ ଏକ ନୂତନ ସ୍ପନ୍ଦନ ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି । ଜାତିର ପତନ ଓ ଅଭ୍ୟୁତ୍‌ଥାନ ମଧ୍ୟରେ ରହିଥ‌ିବା ପାର୍ଥକ୍ୟର ସମୀକ୍ଷା କରିବାକୁ ଯାଇ କବି ଲକ୍ଷ୍ୟ କରିଛନ୍ତି ଯେ ସ୍ଵାଧୀନତା ପୂର୍ବରୁ ବିଦେଶୀ ଶାସକର ଅତ୍ୟାଚାରରେ ଜନଜୀବନ ଧ୍ୱସ୍ତ ହୋଇଥିଲାବେଳେ ସ୍ଵାଧୀନତା ପରେ ସମାଜର ତଥାକଥ୍ତ ସୌମ୍ୟବନ୍ତ ରାଜନୀତିକ ବ୍ୟକ୍ତିବିଶେଷ ଓ କ୍ଷମତାଧିକାରୀମାନଙ୍କ ଶଠତା ଓ ପ୍ରତାରଣାରେ ଜନସାଧାରଣଙ୍କ ଆଶା ମଉଳିଯାଇଛି ।

ସାମାଜିକ ଗ୍ଳାନି, ଦୁଷ୍କୃତି ଓ ଅସଙ୍ଗତି କବିପ୍ରାଣକୁ ବ୍ୟଥ୍‌ତ କରିଛି । ୧୯୪୭ ପରବର୍ତ୍ତୀ ସମାଜ ଜୀବନ ଓ ଜାତୀୟ ଜୀବନର ବହୁ ଘଟଣା ଓ ଦୁର୍ଘଟଣାରେ କବିପ୍ରାଣ ବିପ୍ଳବୀ ହୋଇଉଠିଛି । ସମାଜରେ ପରିଦୃଷ୍ଟ ଦୋଷ ଦୁର୍ବଳତା, ଅସଙ୍ଗତି ଓ ଅଧୋଗତି ତଥା ଅନ୍ତଃସାରଶୂନ୍ୟତା ଲକ୍ଷ୍ୟ କରି, ଏ ସମାଜ ଯେ ସୁଧୁରି ନାହିଁ, କାଳିମାଗ୍ରସ୍ତ ରାଜନୀତିର ସଙ୍କଟ ସମାଜକୁ ବରଂ ଆହୁରି ଭୟଙ୍କର ଅପନ୍ତରା ଭିତରକୁ ଠେଲି ଦେଇଛି ବୋଲି ଅନୁଭବ କରି କବିପ୍ରାଣ ବିଷାଦିତ ହୋଇଉଠିଛି । ସମାଜର ଏତାଦୃଶ ସ୍ଖଳନ ଦୃଶ୍ୟରେ ସ୍ବାଧୀନତା ଲାଭର ମୋହଭଙ୍ଗ ହୋଇଛି ।

କବିତାର ପୃଷ୍ଠଭୂମି :
ଶଂସିତ କବିତା ‘ହେ ମୋର କଲମ କବିଙ୍କ ‘ ହେ ମୋର କଲମ ଶୀର୍ଷକ କବିତା ସଂକଳନରୁ ଆନୀତ । କବି, ଭାବୁକ ଓ ସମାଲୋଚକ ଆଦି ସାରସ୍ଵତ ସାଧକମାନଙ୍କ ହସ୍ତରେ କଲମ ହିଁ ବିଶ୍ବସ୍ତ ସଖା ଓ ଏକମାତ୍ର ଅସ୍ତ୍ର ଯାହାକି ପୁଞ୍ଜିପତିର ଧନ, ବଳବାନ୍‌ର ବଳ ବିକ୍ରମଠାରୁ ଅଧିକ ଶକ୍ତିଶାଳୀ । ରାଜାର ସ୍ଵେଚ୍ଛାଚାରିତା, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ଅସାଧୁ ବ୍ୟବସାୟୀର ଅପମିଶ୍ରଣ, ଅସାମାଜିକ ବ୍ୟକ୍ତିର ବ୍ୟଭିଚାର, ସମାଜରେ ମତଲବୀ, ସୁବିଧାବାଦୀ ଓ ସ୍ଵାର୍ଥାନ୍ଵେଷୀମାନଙ୍କ ଧର୍ମ ନାମରେ ଅନ୍ଧବିଶ୍ଵାସ ଓ କୁସଂସ୍କାରକୁ ପ୍ରୋତ୍ସାହନ ଆଦି ସମାଜର କର୍କଟ ବ୍ୟାଧର ମୂଳୋତ୍ପାଟନ କରିବାରେ କଲମର ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ତାହା ଅନସ୍ବୀକାର୍ଯ୍ୟ ।

ଧର୍ମ, ସତ୍ୟ, ଶାନ୍ତି, ଅହିଂସା ଆଦି ଶାଶ୍ୱତ ଶକ୍ତିର ପ୍ରତିଷ୍ଠା ପାଇଁ ଲେଖନୀ ସୃଷ୍ଟି କରିପାରେ ଏକ ନୀରବ ବିପ୍ଳବ । ଯୁଗ ଯୁଗ ଧରି ଶୋଷଣ, ପେଷଣ, ଛଳନା ଓ ଗୁଣ୍ଡାମି ସାଧାରଣ ଏକ କଲମ ନିକଟରେ ପରାଜୟ ସ୍ବୀକାର କରେ । ଏହି ଲେଖନୀ ପୁଣି ଲେଖକକୁ କାଳବକ୍ଷରେ କରେ ଚିର ଅମର ଓ ତା’ର ସୃଷ୍ଟିସମ୍ପଦକୁ କରେ କାଳଜୟୀ । ଯୁଗେ ଯୁଗେ ‘ଅସିଠାରୁ ମସୀ ଯେ ଶକ୍ତିଶାଳୀ ’’ ତାହା ଏହି କବିତାରେ ପ୍ରତିପାଦିତ ହୋଇଛି । କବିତାଟିରେ କବିଙ୍କର ବୈପ୍ଳବିକ ଆଦର୍ଶର ବହୁଳ ନିଦର୍ଶନ କବିତାକୁ କରିଛି ସୁଖପାଠ୍ୟ ।

କବିତାଟି ସମସାମୟିକ ରାଜନୈତିକ ବ୍ୟକ୍ତିତ୍ଵ, ବିବୃତି ଓ ଦୋଷତ୍ରୁଟିକୁ ନେଇ ରଚିତ । କବିଙ୍କ ଦୃଷ୍ଟିରେ ସତ୍ୟବାଦୀରେ ସେବାଦର୍ଶର ଯେଉଁ ଉନ୍ନତ ରୂପ କବି ପ୍ରତ୍ୟକ୍ଷ କରିଥିଲେ, ତା’ରି ମାପକାଠିରେ ସମସାମୟିକ ରାଜନୀତିର ଅନାଦର୍ଶ ଓ ଅର୍ଥଲୋଲୁପ ଚିତ୍ର କଳନା କଲାବେଳେ ତାଙ୍କ ଅନ୍ତର ବିଷାଦରେ ଭରିଉଠିଛି । ସମାଜର ଅବମୂଲ୍ୟାୟନ ସହିତ ମାନସିକ ସାଲିସ୍ କରିବାକୁ କବି ଅକ୍ଷମ ହୋଇଛନ୍ତି । ଲୋକଙ୍କ ଦୁର୍ଗତି ଓ ଦୁଃସ୍ଥିତି ମଧ୍ୟରୁ ସ୍ଵାଧୀନତା ପରବର୍ତ୍ତୀ ରାଜନୈତିକ ନେତାମାନେ ଯେଉଁ ଫାଇଦା ଉଠାଇବାକୁ ତତ୍‌ପର ହୋଇଛନ୍ତି, ତାହା କବିଦୃଷ୍ଟିରୁ ବାଦ୍ ଯାଇନାହିଁ ।

କବିଙ୍କ ମନରେ ଗଭୀର କ୍ଷୋଭ ଜାତ୍ର ହୋଇଛି ଯେ; ଏ ଜାତିଟା ବୁଡ଼ି ବୁଡ଼ି ଯାଉଛି । ତାକୁ ତା’ର ଅଧୋଗତିକୁ ଉଦ୍ଧାର କରିବାପାଇଁ ଗୋପବନ୍ଧୁ, ମଧୁବାବୁଙ୍କ ପରି ବ୍ୟକ୍ତିତ୍ବର ଅଭାବ କବି ଲକ୍ଷ୍ୟ କରିଛନ୍ତି । ଦେଶସେବା ନାମରେ ଛଳନା ଓ ମିଥ୍ୟାଚାର ସମାଜରେ ଯେଉଁ ଉତ୍କଟ ବ୍ୟବଧାନ ସୃଷ୍ଟି କରିଛି, ସେ ବିଷୟରେ ଜନତାଙ୍କୁ ଅବଗତ କରାଇବାପାଇଁ କବି ନିଜ ଲେଖନୀକୁ ଆହ୍ଵାନ କରିଛନ୍ତି ।

ସ୍ଵାଧୀନତାଲାଭ ପାଇଁ ଜନତାଙ୍କୁ ସଂଗ୍ରାମରେ ଝାସ ଦେବାପାଇଁ ଆହ୍ବାନଧର୍ମୀ ଲେଖା ଝରିପଡୁଥିଲା । ଆଲୋଚ୍ୟ କବିତାଟି ୧୯୫୦ ମସିହାରେ ରଚିତ ହୋଇଥିଲା । ସେତେବେଳକୁ ଭାରତ ତା’ର ଚିର ଈପ୍‌ସିତ ସ୍ଵାଧୀନତା ହାସଲ କରିସାରିଲାଣି । ସ୍ଵାଧୀନତା ଲାଭର ଅବ୍ୟବହିତ ପୂର୍ବରୁ ଯେଉଁ କଲମ ଏ ଜାତିକୁ ଉଦ୍‌ବୋଧନ ଦେଇ ଅତୀତର ଗରିମାଦୀପ୍ତ, ଗୌରବଗାଥା ଶୁଣାଇ ଜନଗଣଙ୍କ ମନରେ ଆଶାର ଦୃଢ଼ତା ଜାଗ୍ରତ କରିଥିଲା, ସେହି କଲମ ସ୍ଵାଧୀନତା ପ୍ରାପ୍ତିପରେ ଲୋକଙ୍କ ଆଶା ଓ ବିଶ୍ଵାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ ଓ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବାପାଇଁ ଆହ୍ଵାନ ନ ଦେଇ ରହିପାରିଲା ନାହିଁ ।

ଓଡ଼ିଶାର ଗଣଜୀବନରେ ପରିଦୃଷ୍ଟ କ୍ଲବତା ଓ ଉଦାସୀନତାକୁ ଭାଙ୍ଗି, ସେମାନଙ୍କ ହୃଦୟରେ ଏକ ନୂତନ ସ୍ପନ୍ଦନ ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି । ଜାତିର ପତନ ଓ ଅଭ୍ୟୁତ୍‌ଥାନ ମଧ୍ୟରେ ରହିଥ‌ିବା ପାର୍ଥକ୍ୟର ସମୀକ୍ଷା କରିବାକୁ ଯାଇ କବି ଲକ୍ଷ୍ୟ କରିଛନ୍ତି ଯେ ସ୍ଵାଧୀନତା ପୂର୍ବରୁ ବିଦେଶୀ ଶାସକର ଅତ୍ୟାଚାରରେ ଜନଜୀବନ ଧ୍ୱସ୍ତ ହୋଇଥିଲାବେଳେ ସ୍ଵାଧୀନତା ପରେ ସମାଜର ତଥାକଥ୍ତ ସୌମ୍ୟବନ୍ତ ରାଜନୀତିକ ବ୍ୟକ୍ତିବିଶେଷ ଓ କ୍ଷମତାଧିକାରୀମାନଙ୍କ ଶଠତା ଓ ପ୍ରତାରଣାରେ ଜନସାଧାରଣଙ୍କ ଆଶା ମଉଳିଯାଇଛି ।

ସାମାଜିକ ଗ୍ଳାନି, ଦୁଷ୍କୃତି ଓ ଅସଙ୍ଗତି କବିପ୍ରାଣକୁ ବ୍ୟଥ୍‌ତ କରିଛି । ୧୯୪୭ ପରବର୍ତ୍ତୀ ସମାଜ ଜୀବନ ଓ ଜାତୀୟ ଜୀବନର ବହୁ ଘଟଣା ଓ ଦୁର୍ଘଟଣାରେ କବିପ୍ରାଣ ବିପ୍ଳବୀ ହୋଇଉଠିଛି । ସମାଜରେ ପରିଦୃଷ୍ଟ ଦୋଷ ଦୁର୍ବଳତା, ଅସଙ୍ଗତି ଓ ଅଧୋଗତି ତଥା ଅନ୍ତଃସାରଶୂନ୍ୟତା ଲକ୍ଷ୍ୟ କରି, ଏ ସମାଜ ଯେ ସୁଧୁରି ନାହିଁ, କାଳିମାଗ୍ରସ୍ତ ରାଜନୀତିର ସଙ୍କଟ ସମାଜକୁ ବରଂ ଆହୁରି ଭୟଙ୍କର ଅପନ୍ତରା ଭିତରକୁ ଠେଲି ଦେଇଛି ବୋଲି ଅନୁଭବ କରି କବିପ୍ରାଣ ବିଷାଦିତ ହୋଇଉଠିଛି । ସମାଜର ଏତାଦୃଶ ସ୍ଖଳନ ଦୃଶ୍ୟରେ ସ୍ବାଧୀନତା ଲାଭର

BSE Odisha 9th Class Odia Solutions Chapter 3 ହେ ମୋର କଲମ

କବିତାର ସାରମର୍ମ :
ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ‘ହେ ମୋର କଲମ’ ଏକ ସମ୍ଭୋଧୀ କବିତା । ଯୁଗ ଯୁଗ ଧରି ଦଳିତ ଓ ଶୋଷିତ ଜନତାର ହୃଦୟରେ ବିପ୍ଳବର ବୀଜ ବପନ କରି ଆସିଥିବା କବିଙ୍କର ପ୍ରିୟ ସାଥୀ କଲମଠାରେ ମୌନଭାବ ଲକ୍ଷ୍ୟକରି କବି ବ୍ୟଥ୍‌ତ ହୋଇଛନ୍ତି ଓ ତତ୍‌କାଳୀନ ଗମ୍ଭୀର ପରିସ୍ଥିତିରେ ଜଡ଼ ଜନତାର ପ୍ରାଣରେ ଜାତିପ୍ରେମର ଚେତନା ସୃଷ୍ଟି କରିବାକୁ ତାହା ପୂର୍ବବତ୍ ଚଳଚଞ୍ଚଳ ହୋଇ ଉଠିବାକୁ ଆହ୍ଵାନ କରିଛନ୍ତି ।

ସମାଜରେ ପରିଦୃଷ୍ଟ ମିଥ୍ୟା, ଛଳନା, ପ୍ରତାରଣା, ପ୍ରବଞ୍ଚନା ଓ ଭଣ୍ଡାମିର ପ୍ରାଦୁର୍ଭାବ କବିଙ୍କୁ ଅସହ୍ୟ ବୋଧ ହୋଇଛି । ଶୋଷିତ, ନିଷ୍ପେଷିତ ଓ ପଦଦଳିତ ଅଜ୍ଞ ଜନତାର ଜଡ଼ ପ୍ରାଣରେ ଜାଗରଣ ସୃଷ୍ଟି କରିବାପାଇଁ କବି ତାଙ୍କ କଲମକୁ ଆକୁଳ ଆହ୍ବାନ ଦେଇଛନ୍ତି । ସାମାନ୍ୟ କେତୋଟି ପଇସା ବିନିମୟରେ ଲବ୍ଧ କ୍ଷୀଣ କଳେବରଧାରୀ ଯେଉଁ କଲମଟି ଧରାପୃଷ୍ଠରେ ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ସୁ ଶାସକ ପ୍ରାଣରେ ହୃତ୍‌କମ୍ପନ ସୃଷ୍ଟି କରିପାରେ, ଦଳିତ ଜାତିପ୍ରାଣରେ ଶକ୍ତି ସଞ୍ଚାର କରିପାରେ, ସେହି ଲେଖନୀ ଉତ୍କଳର ଦୁର୍ଦ୍ଦିନରେ କାହିଁକି ନୀରବତା ଅବଲମ୍ବନ କରିଛି ବୋଲି କବି କଲମକୁ ପ୍ରଶ୍ନ କରିଛନ୍ତି । ଶବତୁଲ୍ୟ ପଡ଼ିରହିଥିବା ସୁପ୍ତ ଓଡ଼ିଆ ପ୍ରାଣରେ ଜାଗରଣର ବାରି ସିଞ୍ଚନ କରି ତା’ ମନରେ ପୂର୍ବବତ୍ ଆଶା ଓ ଆତ୍ମବିଶ୍ଵାସ ଜାଗ୍ରତ କରାଇବାକୁ ସେ କଲମକୁ ଆହ୍ଵାନ ଦେଇଛନ୍ତି ।

କବି ହେଉଛନ୍ତି ସମାଜର ଚିତ୍ରକର, ସମାଜର ଜାଗ୍ରତ ପ୍ରହରୀ । କଲମ ହେଉଛି ତାଙ୍କ ଅସ୍ତ୍ର । ଅତି ଆପଣାର ବନ୍ଧୁ, ବିଶ୍ୱସ୍ତ ସାଥୀ ଭାବେ ଜୀବନର ସବୁ ଦୁଃଖ-ସୁଖରେ ଏହା ତାଙ୍କୁ ସହାୟତା ଦେଇ ଆସିଛି । ତାଙ୍କ ମନର ସମସ୍ତ ଚିନ୍ତା, କଳ୍ପନା ଓ ଆବେଗକୁ ଅକ୍ଷର ରୂପ ଦେଇଥାଏ କଲମ । ସେହି କଲମ ଅତୀତରେ ବହୁ ଉପାଦେୟ, କାଳଜୟୀ ସୃଷ୍ଟିକୁ ଜୀବନ୍ୟାସ ବେଇ ତାଙ୍କୁ ବହୁ ଯଶଖ୍ୟାତିର ଅଧିକାରୀ କରିଛି, ଯାହା ତାଙ୍କୁ ଗଭୀର ଆତ୍ମତୃପ୍ତି ପ୍ରଦାନ କରିଆସିଛି ।

ସେହି ଯଶ ଓ ଗୌରବର ଶ୍ରେୟ ସେ ସାଥୀ କଲମକୁ ଦେଇଛନ୍ତି । ସମାଜରେ ଘଟିଯାଉଥବା ଘଟଣ-ଅଘଟଣକୁ କବି ପ୍ରତ୍ୟକ୍ଷ କରନ୍ତି । ସାମାଜିକ ମଣିଷଠାରେ ଅସାମାଜିକତା ଲକ୍ଷ୍ୟ କଲେ ତାଙ୍କ ଅନ୍ତର କେତେବେଳେ ବ୍ୟଥାତୁର ହୋଇଉଠେ; ପୁଣି କେତେବେଳେ ପ୍ରତିକ୍ରିୟା ସୃଷ୍ଟିକରି ବିପ୍ଳବୀ ହୋଇଉଠେ । ସେତେବେଳେ ଲେଖନୀ ହୋଇଉଠେ ଚଳଚଞ୍ଚଳ । ଅନ୍ୟାୟ, ଅତ୍ୟାଚାର, ଅବିଚାର ବିରୋଧରେ ସ୍ୱର ଉତ୍ତୋଳନ କରେ । ସେତେବେଳେ ସମାଜର ବିଷବୃକ୍ଷ ଉତ୍ପାଟନରେ ତୀକ୍ଷ୍ଣ କୁଠାର ତୁଲ୍ୟ ଲେଖନୀ ଜନଜାଗରଣ ପାଇଁ ଉଗ୍ରରୂପ ଧାରଣ କରେ । ପୁଣି କେତେବେଳେ ସ୍ନିଗ୍‌ଧ କମନୀୟ ରୂପ ଧାରଣ କରି ବିଦଗ୍ଧ ପ୍ରାଣରେ ଦିବ୍ୟଚେତନାର ସୁଧା ବର୍ଷଣ କରେ । କବିଙ୍କ ଭାଷାରେ –

‘‘ କରି ମୁଖରିତ କେତେ ପୁରତଳ, ବରିଚ ଅମର ଯଶ
ଧରିଚ ଅଳୀକ ଧରଣୀ ବୁକୁରେ କେତେ ସୁଧା, କେତେ ବିଷ ।’’

ଅତି ଆପଣାର କଲମଟି ଯେ ଅପରିସୀମ ଶକ୍ତିର ଅଧିକାରୀ ଏହା ଉପଲବ୍ଧି କରି ବୀର ଓଡ଼ିଆ ଜାତିର ଶିଥୁଳ ଧମନୀରେ ଉଷ୍ମତା ଭରିଦେବାପାଇଁ ସେହି ଲେଖନୀ ପୁନଶ୍ଚ ଜାଗିଉଠୁ ବୋଲି କବି ଆକୁଳ ଆହ୍ଵାନ କରିଛନ୍ତି । ଯେଉଁ ଓଡ଼ିଆ ଜାତି ଏକଦା ବୀର ବିକ୍ରମରେ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରିପାରିଥିଲା, ଚାରୁକଳା, କାରୁକଳା, ସଙ୍ଗୀତ, ସାହିତ୍ୟ, ସଂସ୍କୃତି ଓ ସମର କଳାକୌଶଳରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା, ସେହି ଜାତିର ସ୍ଥାଣୁତା ଓ ମନରେ ନୈତିକ ସାହସର ଅଭାବ କବିଙ୍କୁ ମ୍ରିୟମାଣ କରିଛି । ସ୍ଵାଧୀନଚେତା ଓଡ଼ିଆ ଜାତିର ସ୍ବଚ୍ଛନ୍ଦ ପ୍ରବହମାନତାରେ ଭଟ୍ଟା ଲକ୍ଷ୍ୟ କରି କବିପ୍ରାଣ ବ୍ୟର୍ଥାତ ହୋଇଛି । ନିଥର ଜଡ଼ ପ୍ରାଣରେ ଜାଗୃତି ଭରିଦେବାପାଇଁ କବି ମନର ବୈକଲ୍ୟ ପ୍ରକାଶ ପାଇଛି । ଛଳନା, ମିଥ୍ୟା, ପ୍ରବଞ୍ଚନା ଓ ଶଠତାକୁ ଘୃଣା କରୁଥିବା କବି ଅବକ୍ଷୟୀ ସମାଜର ଦୁଃସ୍ଥିତିରେ ମ୍ରିୟମାଣ ହୋଇପଡ଼ିଛନ୍ତି । କଲମ ଯେ ନିଷ୍ଠୁର, ଅତ୍ୟାଚାରୀ, ନରହନ୍ତାର ଗର୍ବୋନ୍ମତ୍ତ ତରବାରୀକୁ ଚୂର୍ଣ ବିଚୂର୍ଣ୍ଣ କରିପାରେ, ପର୍ବତ ପ୍ରାୟ ମହାଶକ୍ତିକୁ ପ୍ରତିହତ କରିପାରେ ଏବଂ ଯେଉଁ ଲେଖନୀ ଜନତାର ଶୀତଳ ପ୍ରାଣରେ ଅଗ୍ନି ସଂଯୋଗ କରିପାରେ, ସେହି କଲିମର ନୀରବତା ଲକ୍ଷ୍ୟ କରି କବି ମନ ବିଷାଦିତ ହୋଇଛି । ରାଜନୀତିକ ଭ୍ରଷ୍ଟାଚାର ଓ କ୍ଷମତାଧିକାରୀଙ୍କ ଦୁର୍ନୀତି ବିରୋଧରେ ବିଷୋଦ୍‌ଗାର କରିବାକୁ ଆହ୍ଵାନ ଦେଇ କବି

“ ଆଜି ଏତେବେଳେ ଜଡ଼ କି କଲମ, ମୁଣ୍ଡା କି ହେଲା ଧାର !
ହେ କଲମ ମୋର, ଅତି ଆପଣାର ଅନ୍ତର କଥା କହ ।’’

ଇତିହାସକୁ ଲକ୍ଷ୍ୟକଲେ ଜଣାଯାଏ, ଏହି ବିଶ୍ଵରେ ବହୁ ନରହନ୍ତା, କ୍ଷମତାଲିପ୍‌ସୁ ବ୍ୟକ୍ତି ହତ୍ୟା, ରକ୍ତପାତ ତଥା ବହୁ ଲୋମହର୍ଷଣକାରୀ ଘଟଣାର ନାୟକ ସାଜି ଅମାନୁଷିକତାର ପରିଚୟ ଦେଇଯାଇଛନ୍ତି । ତ୍ରୟୋଦଶ ଶତାବ୍ଦୀରେ ମଙ୍ଗୋଲ- ମାନଙ୍କ ଅଧୂନାୟକ ଚେଙ୍ଗିଜ୍ ଖାଁ ମଧ୍ୟ-ଏସିଆର ମୁସଲମାନ ସାମ୍ରାଜ୍ୟ ଧ୍ବଂସ କରିଥିଲେ । ଜଣେ ନିଷ୍ଠୁର, ରକ୍ତପିପାସୁ,.. ରାଜ୍ୟଲିପ୍‌ସୁ ଭାବେ ସେ ଇତିହାସରେ ପରିଚିତ । ସେହିପରି ଜର୍ମାନୀର ନାଜି ଶାସକ ହିଟ୍‌ର ଏକ ସାଧାରଣ ପରିବାରରୁ ଆସି ଉଚ୍ଚାଭିଳାଷ ଓ ଦୃଢ଼ ମନୋବଳକୁ ପାଥେୟ କରି ସମଗ୍ର ଜର୍ମାନୀର ସର୍ବୋଚ୍ଚ ଅଧିକାରୀ ହୋଇପାରିଥିଲେ । କାଳବକ୍ଷରେ ଏହି ବିଶ୍ୱରେ ବହୁ ସଭ୍ୟତା, ବହୁ ମତବାଦ ଗଢ଼ିଉଠି, ଉନ୍ନତିର ଚରମଶୀର୍ଷ ସ୍ପର୍ଶକରି ପୁନଶ୍ଚ କରାଳ ଗର୍ଭରେ ଲୀନ ହୋଇଯାଇଛି ଏହିପରି ସବୁକିଛିର ଉତ୍‌ଥାନ, ପତନ ଗୋଟିଏ ସତ୍ୟ କହିଯାଏ ଯେ ଏ କାଳବକ୍ଷରେ କିଛିହେଲେ ଚିରସ୍ଥାୟୀ ନୁହେଁ ପରିବର୍ତ୍ତନଶୀଳ ଦୁନିଆରେ ସବୁରି ଊର୍ଦ୍ଧ୍ବରେ କିନ୍ତୁ ରହିଛି ଏକମାତ୍ର କଲମ । ତା’ର ସ୍ଥିତି ଥୁଲା, ଅଛି ଓ ଚିରକାଳ ସେ ହିଁ ରାଜୁତି କରୁଥ୍ ।

ବିବର୍ତ୍ତନର କରାଳ ଗର୍ଭରେ ସବୁକିଛିର ରୂପାନ୍ତର ଘଟୁଥିଲେ ମଧ୍ୟ ସେସବୁର ମୂକସାକ୍ଷୀ ରହିଯାଏ କଲମର ଗାର । ଏଇ ବିଶ୍ୱବକ୍ଷରେ ବହୁ ମହାମନୀଷୀ ସତ୍ୟ ଓ ଶାନ୍ତିର ପ୍ରତିଷ୍ଠା ପାଇଁ ତଥା ମାନବଧର୍ମର ସୁରକ୍ଷା ପାଇଁ ମହାବାଣୀ ଦେଇଯାଇଛନ୍ତି । ଗୌତମ ବୁଦ୍ଧ, ଶଙ୍କରାଚାର୍ଯ୍ୟ, ଯୀଶୁଖ୍ରୀଷ୍ଟଙ୍କ ପରି ପୟଗମ୍ବରମାନଙ୍କ ମୁଖନିଃସୃତ ଶାଶ୍ୱତବାଣୀ ଅଦ୍ୟାବଧୂ ମାନବଜାତିକୁ ସତ୍ୟର ପଥ ନିର୍ଦ୍ଦେଶ କରିଚାଲିଛି । କାଳବକ୍ଷରେ ସେମାନେ ଲୁଚିଯାଇଥିଲେ ମଧ୍ୟ ସେମାନଙ୍କର ଅମୃତ ଉପଦେଶକୁ ଚିରକାଳ ପାଇଁ ସାଇତି ରଖୁଛି ଲେଖନୀ । ମିଥ୍ୟା, ଛଳନାପୂର୍ଣ୍ଣ ଆଜିର ଦୁନିଆରେ ଧର୍ମ ଓ ସତ୍ୟର ପୁନଃ ପ୍ରତିଷ୍ଠା ପାଇଁ ଜାଗିଉଠି ମାନବ ଜାତିକୁ ଉଚିତ ମାର୍ଗ ଦର୍ଶନ କରାଇବାର ସମୟ ଉପଗତ ।

ତେଣୁ ଜନଜାଗରଣ ପାଇଁ ସେହି ଲେଖନୀ ପୁନଶ୍ଚ ସକ୍ରିୟ ହୋଇଉଠୁ… ବୋଲି କବି କାମନା କରିଛନ୍ତି । କାରଣ ଲେଖନୀ ହିଁ ଛଳନା କି ପ୍ରତାରଣା କରିପାରେନା କି ଗୁଣ୍ଡାମି ଆଗରେ ମଥାନତ .. କରେନା । ଲେଖନୀ ହିଁ ସମାଜରେ କୁର ଖଳନାୟକର ଛଦ୍ମବେଶ ଖୋଲିଦେଇ ତା’ର ଅସଲ ଚେହେରାକୁ ଲୋକଲୋଚନକୁ,. ଆଣେ । ଭ୍ରଷ୍ଟାଚାର, ବ୍ୟଭିଚାର, ସ୍ଵେଚ୍ଛାଚାର ଓ ଯଥେଚ୍ଛାଚାର ବିରୋଧରେ ଜନତାର ଅଜ୍ଞାନାନ୍ଧକାର ପୂର୍ଣ୍ଣ ହୃଦୟରେ ଜାଳିଦିଏ.. ‘ ବିଦ୍ରୋହର ଅଗ୍ନିଶିଖା । ସମସ୍ତ ଶୋଷଣ, ପେଷଣ, ଅତ୍ୟାଚାରକୁ କଲମର କେତୋଟି ଗାର ମୂଳୋତ୍ପାଟନ କରିପାରେ । , ଦୁନିଆର ସମସ୍ତ ଦୈହିକ, ଯାନ୍ତ୍ରିକ ତଥା କୂଟକପଟ ଶକ୍ତି ଊର୍କରେ କଲମର ଶକ୍ତି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

କଲମ ମୁନର ମହାଶକ୍ତି ମାନବର ଦୃଢ… ଶୃଙ୍ଖଳକୁ ଛିନ୍ନ ବିଚ୍ଛିନ୍ନ କରେ, ସବୁ ବନ୍ଧନ ମୋଚନ କରିପାରେ । ଅଜ୍ଞ ଓ ଅନ୍ଧ ଜନର ଚକ୍ଷୁ ଉନ୍ନୀଳନ କରେ ଓ ସଦା ସତ୍ୟର ପକ୍ଷ ସମର୍ଥନ କରେ । ମାନବ ପ୍ରାଣରେ ସୃଷ୍ଟି କରେ ସତ୍ୟ-ଶିବ-ସୁନ୍ଦରର ଦିବ୍ୟଚେତନା । ଯୁଗ ଯୁଗ ଧରି ମାନବର ଅଜ୍ଞାନ ତିମିରିତ ହୃଦୟରେ ତୋଳିଧରେ ଜ୍ଞାନର ଆଲୋକବର୍ତ୍ତିକା । ସେହି କଲମର ପୁନର୍ଜାଗରଣପାଇଁ କବି ମନର ଆବେଗପୂର୍ଣ୍ଣ ବ୍ୟଗ୍ରତା କବିତାରେ ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ ।

ବିଷୟଗତ ଶବ୍ଦ ଓ ଅର୍ଥ :

  • ଚିର – ସବୁଦିନ ପାଇଁ ।
  • ମୌନୀ – ଯେ ନୀରବ ରହନ୍ତି। ଚୁପ୍ ରହିଥା’ନ୍ତି ।
  • ତନୁ – ପୃଥ‌ିବୀପୃଷ୍ଠ ।
  • ଜାଗ୍ରତ – ପ୍ରେରଣା ଦେବା, ଉଠାଇଦେବା ।
  • ମମ – ମୋର ।
  • ସଖା – ସହଚର, ବନ୍ଧୁ ।
  • ମନଲେଖା – ମନକଥା ।
  • ମନଳେଖା – ନଗର/ ଗୃହ ।
  • ପୁର – ଭୂମି ଉପର/ ଅଧୋଭାଗ ।
  • ତଳ – କ୍ରାନ୍ତିକାରୀ, ଆଲୋଡ଼ନ ସୃଷ୍ଟିକାରୀ ।
  • ବିପ୍ଳ- ସବୁବେଳେ ।
  • ଅହରହ – ଅସମତଳ ।
  • ବଷୁର – ପୂର୍ବକାଳୀନ ।
  • ଉଦ୍ୟତ କର – ଚେଷ୍ଟା, ନିରତ, ଉଦ୍ୟମରତ ।
  • ବିଶ୍ୱ।ସ- ଅନ୍ତରଙ୍ଗ, ଆପଣାର ।
  • ତୀଷଶ – ଧାରୁଆ ।
  • ମୁଖରିତ – ଧ୍ଵନିତ। ଶବ୍ଦାୟମାନ ।
  • ବରିଚ – ବରଣ କରିଚ(ଛ) ।
  • ଅମର ଯଶ – ଶାଶ୍ଵତ କୀର୍ତ୍ତି ।
  • ଧାରଣା ବୁକୁ – ପୃଥ‌ିବୀ ବକ୍ଷ ।
  • ଜାଗ୍ରତ କର – ଜଗାଇଦେବା, ଉଠାଇଦେବା ।
  • ମୁଳ୍ତି – ସ୍ବାଧୀନ ।
  • କରବାଳ – ଖଣ୍ଡା ।
  • ମୁଷଳ – ଗଦା ।
  • ବାଡ଼ବ – ସମୁଦ୍ର ଅଗ୍ନି ।
  • ମରୁ – ମରୁଭୂମି, ଶୁଦ୍ଧଭୂମି ।
  • ଚେଙ୍ଗିସ୍ – ତ୍ରୟୋଦଶ ଶତାବ୍ଦୀରେ ମଙ୍ଗୋଲମାନଙ୍କ ଅଧ୍ୟାନାୟକ ଚେଙ୍ଗିସ୍ ଖାଁ ମଧ୍ୟ-ଏସିଆରେ ମୁସଲମାନ ସାମ୍ରାଜ୍ୟ ଧ୍ବଂସ କରିଥିଲେ । ଜଣେ ନିଷ୍ଠୁର, ନରହନ୍ତାକାରୀ ଓ ରାଜ୍ୟଲିପ୍‌ସୁ ଭାବରେ ସେ ଇତିହାସରେ ପରିଚିତ ।
  • ହିଟ୍‌ଲର୍ – ଆଡ଼ଲଫ୍ ହିଟଲର (୧୮୮୯-୧୯୪୫) ଅଷ୍ଟ୍ରିଆରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜଣେ ଦୃଢ଼ମନା, ଉଚ୍ଚାଭିଳାଷୀ ଓ ନିଷ୍ଠୁର ପ୍ରକୃତି ସମ୍ପନ୍ନ ବ୍ୟକ୍ତିଭାବରେ ସେ ପରିଚିତ । ନାଜି ପାର୍ଟି ଗଠନ କରି ସେ ଜର୍ମାନୀର ସର୍ବୋଚ୍ଚ ଅଧିକାରୀ ହୋଇଥଲେ ।
  • ଧରଣୀ ଦୁଆରେ – ପୃଥ‌ିବୀ ଉପରେ ।
  • ଅମର ଗାର – ଅଲିଭା ରେଖା ।
  • ମୁଶ୍ତ। – ତୀକ୍ଷ୍ଣଣହୀନତା ଗୋଡ଼ି ।
  • ଅନ୍ତର – ହୃଦୟ ।
  • ଦୁବିହ – ମଣିଷ ।
  • ଇଙ୍ଗିତରେ – ନିର୍ଦ୍ଦେଶରେ ।
  • ବଚନ – କଥା, ବାକ୍ୟ ।
  • ଉଦ୍ୟତ – ପ୍ରଚେଷ୍ଟା କରିବା ।
  • ଗୁଣ୍ଡ।ମି – ବଳପ୍ରୟୋଗ
  • ଦୂଷଣ – ନିନ୍ଦା, ଅପବାଦ ।
  • ବଷରେ- ଛାତିରେ ।
  • ଶିବ – ମଙ୍ଗଳମୟ ।
  • ପ୍ରଦୀପ ହସେ – ଦୀପର ଉଜ୍ଜ୍ୱଳ ଆଲୋକ
  • ଅଳୀକ – ମିଥ୍ୟା, କ୍ଷଣିକ ।
  • ସୁଧା – ଅମୃତ ।
  • ଉଦ୍ୟତ – ପ୍ରସ୍ତୁତ ।
  • ଭାଜେ – ଭାଙ୍ଗିଯାଏ ।
  • ବଜ୍ର – ଶକ୍ତ ସମରାସ୍ତ ।
  • ଧରାଜଳେ – ପୃଥ‌ିବୀରେ ।
  • ଗିରି – ପର୍ବତ ।
  • ଧରାଜଳେ – ପୃଥ‌ିବୀର ପାଣିରେ ।
  • ବୁଦ୍ବୁଦ୍- ଫୋଟକା ।
  • ଜଡ଼ – ଚଳତୃଶକ୍ତିବିହୀନ ।
  • ଧାର – ମୁନ ।
  • ଧରଣୀ ବୁକୁ – ପୃଥ‌ିବୀପୃଷ୍ଠ ।
  • କାଳ – ମୃତ୍ୟୁ ।
  • ଗାର – ରେଖା ।
  • ଜାଗ୍ରତ – ସଚେତନ
  • ଥକିବା – ହାଲିଆ ହେବା ।
  • ପେଷିଣ – ପେଷି ହୋଇଯିବା ।
  • ଛେଦନ – ଛିଣ୍ଡାଇଦେବା ।
  • ବିପ୍ଳବ – ଆନ୍ଦୋଳନ ।
  • ଯୁଗଯୁଗାନ୍ତ – କାଳ କାଳାନ୍ତର ।

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

Odisha State Board BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ will enable students to study smartly.

BSE Odisha Class 9 Physical Science Notes Chapter 4 ପରମାଣୁ ଗଠନ

→ ପରିଚୟ (Introduction):
(i) ଡାଲ୍‌ନ୍‌ଙ୍କ ପରମାଣୁ ତତ୍ତ୍ବ ଅନୁଯାୟୀ, ‘‘ପରମାଣୁ ହେଉଛି ମୌଳିକର କ୍ଷୁଦ୍ରତମ, ଅବିଭାଜ୍ୟ, ଅବିଧ୍ୱଂସୀ କଣିକା ଏବଂ ଏହି କଣିକାଟି ରାସାୟନିକ ପରିବର୍ତ୍ତନରେ ଅଂଶ ଗ୍ରହଣ କରିଥାଏ ।
(ii) ଊନବିଂଶ ଶତାବ୍ଦୀରେ ପଦାର୍ଥର ବୈଦ୍ୟୁତିକ ପ୍ରକୃତିକୁ ଭିଭିକରି ବୈଜ୍ଞାନିକମାନେ ମତଦେଲେ ଯେ, ପରମାଣୁ କ୍ଷୁଦ୍ରତମ କଣିକା ନୁହେଁ, ପରମାଣୁ ମଧ୍ଯରେ କ୍ଷୁଦ୍ରତର କଣିକା ବା ଇଲେକ୍‌ଟ୍ରନ, ପ୍ରୋଟନ ଓ ନିଉଟ୍ରନ ପରି ଅବପରମାଣୁ କଣିକା (Subatomic particles) ଦ୍ଵାରା ଗଠିତ । ଏହି କଣିକାଗୁଡ଼ିକୁ

→ ପରମାଣୁର ଗଠନ (Structure of an Atom) :
(i) ପରମାଣୁ ଭିତରେ ଇଲେକ୍‌ଟ୍ରନ୍‌ ଓ ପ୍ରୋଟନ୍‌ ଗୁଡ଼ିକ କିପରି ସଜ୍ଜିତ ହୋଇ ରହିଛନ୍ତି ତାହା ଜାଣିବାପାଇଁ ଏବଂ ଏହାକୁ ବୁଝାଇବା ପାଇଁ ଅନେକ ବୈଜ୍ଞାନିକ ବିଭିନ୍ନ ପରମାଣୁ ମଡ଼େଲ ପ୍ରସ୍ତାବ କରିଥିଲେ ।
(ii) ବୈଜ୍ଞାନିକ ଜେ.ଜେ. ଟମସନ୍ ସର୍ବପ୍ରଥମେ ପରମାଣୁ ଗଠନର ଏକ ମଡ଼େଲର ପ୍ରସ୍ତାବ ଦେଇଥିଲେ ।

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

→ ଥୋମସନ୍ ର ପରମାଣୁର ମଡେଲ୍  (Thomson’s Model of an Atom):
(i) ଟମ୍‌ସନ୍ ଙ୍କ ପରମାଣୁ ମଡ଼େଲ ଅନୁ ଯାୟୀ ପରମାଣୁଟି ଯୁକ୍ତାତ୍ମକ ଚାର୍ଜ ରହିଥ‌ିବା ଏକ ଗୋଲକ । ଇଲେକ୍‌ଟ୍ରଗୁଡ଼ିକ ଏହା ଭିତରେ ବାଣ୍ଟି ହୋଇ ରହିଥା’ନ୍ତି ।
(ii) ପରମାଣୁର ଯୁକ୍ତାତ୍ମକ ଚାର୍ଜ ବିସ୍ତାରିତ ହୋଇଥିବା ବେଳେ ପରମାଣୁରେ ଇଲେକ୍‌ଟ୍ରନ୍‌ ଗୁଡ଼ିକ ବିଚ୍ଛୁରିତ ହୋଇ ରହିଥାନ୍ତି ।

ଟମସନ୍‌ଙ୍କ ପ୍ରସ୍ତାବ ଅନୁ ସାରେ :
(i) ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରିଥିବା ଗୋଲକ ଏବଂ ଏଥିରେ ଇଲେକ୍‌ଟ୍ରଗୁଡ଼ିକ ସବୁଆଡ଼େ ଦୃଢ଼ଭାବରେ ସଂଯୁକ୍ତ ହୋଇ ରହିଥା’ନ୍ତି ।
(ii) ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ଥାଏ । ତେଣୁ ପରମାଣୁଟି ବିଦ୍ୟୁତ୍ ନିରପେକ୍ଷ (neutral) ।
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 1

→ ରଥରଫୋର୍ଡର ଏକ ପରମାଣୁର ମଡେଲ୍ । (Rutherford’s Model of an Atom) : ବୈଜ୍ଞାନିକ ରଦରଫୋର୍ଡ଼ ଏକ ପରୀକ୍ଷାର ପରିକଳ୍ପନା କରିଥିଲେ । ଏହି ପରୀକ୍ଷାରେ ଖଣ୍ଡିଏ ଅତି ପତଳା ସୁନାପାତିଆ ଉପରେ ତୀବ୍ର ବେଗରେ ଗତି କରୁଥିବା α କଣିକାକୁ ନିକ୍ଷେପ କରାଗଲା । α, କଣିକା ହେଉଛି । ହିଲିୟମ୍ ଆୟନ (He++) ଯାହା ଦ୍ଵି ଯୁକ୍ତାତ୍ମକ ଚାର୍ଜ (++) ବହନ କରେ ଏବଂ ଏହାର ବସ୍ତୁତ୍ଵ 4u ହୋଇଥିବାରୁ ଏଥିରେ ଯଥେଷ୍ଟ ପରିମାଣରେ ଶକ୍ତି ରହିଥାଏ।
ପର୍ଯ୍ୟବେକ୍ଷଣ :
(i) ଅଧିକାଂଶ -କଣିଳା ସନାପାନିଆ ମଧ୍ୟଦେଇ ସାଧାସଳଖ ଭାବରେ ଗତକଲା
(ii) କିଛି α-କଣିକାର ଗତିପଥ ବଙ୍କେଇ ହୋଇଗଲା ।
(iii) ଅଳ୍ପକିଛି α-କଣିକା ସୁନାପାତିଆକୁ ଭେଦ ନକରି ଯେଉଁ ଦିଗରେ ଯାଇଥିଲା ଠିକ୍ ତା’ର ବିପରୀତ ଦିଗରେ ପଛକୁ ଫେରିଆସଲା
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 2

ସିଦ୍ଧାନ୍ତ :
(i) ଅଧିକାଂଶ α- କ ଣିକ। ସୁନା ପାତିଆ ମଧ୍ୟଦେଇ ଗଳି ଯାଉଥ୍ ବା ରୁ ଭିତରେ ଅସ୍ଵୀକାଂଶ ସ୍ଥାନ ଫମ୍ପା (empty) ।
(ii) ଖୁବ୍ କମ୍ ସଂଖ୍ୟକ α-କଣିକା ଗତିପଥରେ ବଙ୍କାଇ ଯାଉଥିବାରୁ ପରମାଣୁର ଯୁକ୍ତାତ୍ମକ ଚାର୍ଜ କମ୍ ସ୍ଥାନ ଦଖଲ କରିଛି ।
(iii) ଅତି ଅଳ୍ପ ନଂ-କଣିକା ସୁନାପାତିଆକୁ ଭେଦକରି ନପାରି ପଛକୁ ଫେରିଆସିବାରୁ ସୂଚନା ମିଳୁଛି ଯେ, ସୁନା ପରମାଣୁର ସମସ୍ତ ଯୁକ୍ତାତ୍ମକ ଚାର୍ଜ ଓ ବସ୍ତୁତ୍ଵ କେନ୍ଦ୍ରୀଭୂତ ହୋଇ ପରମାଣୁ ମଧ୍ୟରେ ଖୁବ୍ କମ୍ ସ୍ଥାନ ଆଧ୍କାର କରିଛି ।

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ରଦରଫୋର୍ଡ଼ଙ୍କ ପ୍ରସ୍ତାବ ଅନୁସାରେ :
(i) ପରମାଣୁରେ ଏକ ଯୁକ୍ତାତ୍ମକ ଚାର୍ଜିତ କେନ୍ଦ୍ର ରହିଛି, ଯାହାକୁ ନ୍ୟୁକ୍ଲିୟସ୍ କୁହାଯାଏ । ପରମାଣୁର ପ୍ରାୟ ସମସ୍ତ ବସ୍ତୁତ୍ଵ ଏହି ନ୍ୟୁକ୍ଲିୟସ୍‌ରେ କେନ୍ଦ୍ରୀଭୂତ ହୋଇ ରହିଛି । ନ୍ୟୁକ୍ଲିୟସ୍ ଚାରିପଟେ ବହୁତ ଫାଙ୍କା
(ii) ଇଲେକ୍‌ଟ୍ରଗୁଡ଼ିକ ନ୍ୟୁକ୍ଲିୟସ୍ ଚାରିପଟେ ଥିବା ଫାଙ୍କା ସ୍ଥାନରେ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୂରନ୍ତି ।
(iii) ପରମାଣୁର ଅକାର ତୁଳନାରେ ନ୍ୟୁକ୍ଲିୟସ୍‌ର ଆକାର ଖୁବ୍‌ ଛୋଟ ।

→ ରଥରଫୋର୍ଡର ମଡେଲର ପରମାଣୁର ତ୍ରୁଟି (Drawbacks of Rutherford’s Model of Atom):
(i) ପରମାଣୁ ମଧ୍ୟରେ ନ୍ୟୁକ୍ଲିୟସ୍ ଚାରିପଟେ ଘୂର୍ଣ୍ଣନ କରୁଥିବା ଇଲେକ୍‌ଟ୍ରନ୍‌ ତ୍ଵରଣ ଥିବାରୁ ଘୂର୍ଣ୍ଣନରତ ଇଲେକ୍‌ଟ୍ରନ୍ ଏକ ତ୍ଵରାନ୍ଵିତ ଚାର୍ଜିତ କଣିକା ।
(ii) ତ୍ଵରାନ୍ଵିତ ଚାର୍ଜିତ କଣିକାରୁ ଶକ୍ତି ବିକିରଣ ହୁଏ । ତେଣୁ ପରମାଣୁ ଭିତରେ ନ୍ୟୁକ୍ଲିୟସ୍ ଚାରିପଟେ ଘୂରି ବୁଲୁଥିବା ଇଲେକ୍‌ଟ୍ରନ୍‌ରୁ ଅନବରତ ଶକ୍ତି ବିକିରିତ ହେବା ଆଶା କରାଯାଏ । ଫଳରେ ଇଲେକ୍‌ଟ୍ରନ୍‌ର ଶକ୍ତିସ୍ତର ଅନବରତ ହ୍ରାସ ପାଇବ ।
(iii) ଏହି କାରଣରୁ ଇଲେକ୍‌ଟ୍ରନ୍ ବୃତ୍ତାକାର କକ୍ଷପଥରେ ନ ଘୂରି କୁଣ୍ଡଳାୟିତ ପଥରେ ଘୂରି ଘୂରି ଶେଷରେ ନ୍ୟୁକ୍ଲିୟସ୍‌ରେ ମିଶିଯିବ । ଏହାଦ୍ଵାରା ଇଳେକ୍‌ଟ୍ରନ୍ ବର୍ଭୁଳପଥରେ ସ୍ଥାୟୀ ହୋଇ ରହିବ ନାହିଁ ।
(iv) ମାତ୍ର ଇଲେକ୍‌ଟ୍ରନ୍ ପରମାଣୁ ମଧ୍ୟରେ କୁଣ୍ଡଳାୟିତ ପଥରେ ଘୂରି ଘୂରି ନ୍ୟୁକ୍ଲିୟସରେ ମିଶିଯାଏ ନାହିଁ । ରଦରଫୋର୍ଡ଼ ଏହାର କାରଣ ବୁଝାଇପାରିଲେ ନାହିଁ ।

→ ବୋ’ରଙ୍କ ପରମାଣୁ ମଡ଼େଲ (Bohr’s Model of Atom):
ରଦରଫୋର୍ଡ଼ଙ୍କ ମଡ଼େଲରେ ଥିବା ତ୍ରୁଟିକୁ ଦୂର କରିବାପାଇଁ 1913 ମସିହାରେ ବୈଜ୍ଞାନିକ ବୋ’ର ଏକ ନୂଆ ପରମାଣୁ ମଡ଼େଲ ଉପସ୍ଥାପନ କଲେ । ବୋ’ରଙ୍କ ପରମାଣୁ ମଡ଼େଲର ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ ସହିତ ଅନେକ ସାମଞ୍ଜସ୍ୟ ଥିଲା । ବୋ’ରଙ୍କ ମଡ଼େଲ୍ ଅନୁ ସାରେ ଏକ ଯକ୍ତା ମକ କେନ୍ଦ୍ର ସ୍ଥଳୀ ଥାଏ. ଏକ ଯୁକ୍ତାତ୍ମକ କେନ୍ଦ୍ର ସ୍ଥଳୀ ଥାଏ, ଯାହାକୁ ନ୍ୟୁକ୍ଲିୟସ୍ କୁହାଯାଏ । ନ୍ୟୁକ୍ଲ ୟସ୍ ଚାରି ପଟେ ଥିବ । ଶୂନ୍ୟସ୍ଥାନରେ ଇଲେକ୍ ଟ୍ରନ୍ ଗୁଡ଼ିକ କେ ବ ଳ କେ ତେ ଗୁ ଡ଼ିଏ ନି ର୍ଦ୍ଦିଷ୍ଟ କେତେ ବର୍ଭୁ ଳାକାର କକ୍ଷପଥରେ ନ୍ୟୁକ୍ଲିୟସ୍ଚାରିପଟେ ଘୂର୍ଣ୍ଣନ କରନ୍ତି ।’’

ବୋ’ରଙ୍କ ସ୍ଵୀକାର :
(i) ନ୍ୟୁକ୍ଲିୟସ୍ ଚାରିପଟେ କେବଳ କେତେକ ନିର୍ଦ୍ଦିଷ୍ଟ କକ୍ଷପଥରେ ଇଲେକ୍‌ଟ୍ରଗୁଡ଼ିକ ଘୂର୍ଣ୍ଣନ କରେ ।
(ii) କ କ୍ଷ ପଥରେ ଘୂରୁ ଥ୍ ବି । ବେ ଳେ ନିର୍ଦିଷ୍ଠ କପଥରେ ଘୁରୁଥ୍ଚାବେ କେ ଇଲେକ୍‌ଟ୍ରଗୁଡ଼ିକ ଶକ୍ତି ବିକିରଣ କରନ୍ତି ନାହିଁ । ତେଣୁ ସେହି କକ୍ଷପଥକୁ ବିକିରଣବିହୀନ (non-radiating) କକ୍ଷ କୁହାଯାଏ ।
(iii) ଏହି କକ୍ଷପଥ ବା ସେଲ୍ (shell) ଗୁଡ଼ିକୁ ଶକ୍ତିସ୍ତର (energy level) କୁହାଯାଏ ।
(iv) କକ୍ଷପଥ ବା ସେଲ୍‌ଗୁଡ଼ିକୁ ନ୍ୟୁକ୍ଲିୟସ୍ଠାରୁ ଦୂରତା କ୍ରମରେ ଯଥାକ୍ରମେ K, L, M, N ଇତ୍ୟାଦି ଅକ୍ଷରଦ୍ଵାରା ବା 1, 2, 3, 4 ଇତ୍ୟାଦି ସଂଖ୍ୟାଦ୍ଵାରା ସୂଚିତ କରାଯାଏ ।
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 3

→ ନିଉଟ୍ରନ୍ (Neutron):
(i) 1932 ମସିହାରେ ବ୍ରିଟିଶ୍ ବୈଜ୍ଞାନିକ ଜେମ୍‌ସ ଚାଦଉଇକ୍ ପରମାଣୁ ଭିତରେ ଥ‌ିବା ‘ନିଉଟ୍ରନ୍’ କଣିକାର ଆବିଷ୍କାର କରିଥିଲେ ।
(ii) ନିଉଟ୍ରନ୍ ଚାର୍ଜବିହୀନ ଏବଂ ଏହାର ବସ୍ତୁତ୍ଵ ପ୍ରୋଟନ୍‌ର ବସ୍ତୁତ୍ଵ ସହ ପ୍ରାୟ ସମାନ ।
(iii) ହାଇଡ୍ରୋଜେନ୍ ବ୍ୟତୀତ ଅନ୍ୟସବୁ ପରମାଣୁର ନ୍ୟୁକ୍ଲିୟସ୍ ଭିତରେ ନିଉଟ୍ରନ୍ ରହିଥାଏ ।
(iv) ପ୍ରୋଟନ୍‌ ବା ନିଉଟ୍ରନ୍‌ର ବସ୍ତୁତ୍ଵ ତୁଳନାରେ ଇଲେକ୍‌ଟ୍ରିନ୍‌ର ବସ୍ତୁତ୍ଵ ନଗଣ୍ୟ

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ପରମାଣୁରେ ଥିବା ମୁଖ୍ୟ କଣିକାର ପ୍ରତୀକ, ଚାର୍ଜ ଓ ବସ୍ତୁତ୍ଵ
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 4

କଷପଥ ମଧ୍ୟରେ ଇକେକ୍ଟ୍ରନ୍‌ ମାନଙ୍କର ସଜ୍ଵ ।
ପରମାଣୁର ବିଭିନ୍ନ କକ୍ଷପଥରେ ଇଲେକ୍‌ଟ୍ରନ୍ ଗୁଡ଼ିକ କିପରି ବାଣ୍ଟିହୋଇ ରହିବେ, ତାହା ବୋ’ର ଏବଂ ବରି ପ୍ରସ୍ତାବ ଦେଇଥିଲେ ।
(i) କୌଣସି ସେଲ୍‌ରେ ରହୁଥ‌ିବା ସର୍ବାଧ‌ିକ ଇଲେକ୍‌ଟ୍ରନ୍ ସଂଖ୍ୟା 2n2 ଅଟେ । n ହେଉଛି କକ୍ଷମାନଙ୍କର କ୍ରମିକ ସଂଖ୍ୟା ବା ଶକ୍ତିସ୍ତର ସୂଚନାଙ୍କ (n = 1, 2, 3…) ।
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 5
(ii) ପରମାଣୁର ବାହ୍ୟତମ କକ୍ଷରେ ସର୍ବାଧ‌ିକ 8ଟି ଇଲେକ୍‌ଟ୍ରନ୍ ରହିପାରିବ । ଯଦି ଗୋଟିଏ ପରମାଣୁର ତୃତୀୟ କକ୍ଷଟି ବାହ୍ୟତମ କକ୍ଷ ହୋଇଥାଏ, ତେବେ ସେଥ‌ିରେ ୫ଟିରୁ ଅଧୂକ ଇଲେକ୍‌ଟ୍ରନ୍ ରହିପାରିବ ନାହିଁ । ଚତୁର୍ଥ କକ୍ଷ ଯଦି ବାହ୍ୟତମ କକ୍ଷ ହୁଏ, ତେବେ ସେଥ‌ିରେ ମଧ୍ୟ ୫ଟି ଇଲେକ୍‌ଟ୍ରନ୍ ରୁ ଅଧିକ ରହିବ ନାହିଁ।
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 6

→ ସଂଯୋଜକ ଇଲେକ୍‌ଟ୍ରନ୍‌ (Valency Electron) :
(i) ଯେଉଁ ମୌଳିକଗୁଡିକର ପରମାଣୁର ବାହ୍ୟତମ ସେଲ୍‌ରେ ସର୍ବା ଧୂକ (୫ଟି) ଅର୍ଥାତ୍ ସଂପୂର୍ଣ୍ଣ ମାତ୍ରା । ରେ (completely filled) ଇଲେକ୍‌ଟ୍ରନ୍ ରହିଥାଏ, ସେଗୁଡ଼ିକ ନିଷ୍କ୍ରିୟ ଏବଂ ସେମାନଙ୍କର ସଂଯୋଜନ କ୍ଷମତା ବା ଯୋଗ୍ଯତା ହେଉଛି ଶୂନ ।
(ii) ଏହିପରି ନିଷ୍କ୍ରିୟ ମୌଳିକଗୁଡ଼ିକ ମଧ୍ୟରେ ହିଲିୟମ୍ ପରମାଣୁର ବାହ୍ୟତମ କକ୍ଷରେ ଦୁଇଟି ଇଲେକ୍‌ଟ୍ରନ୍ ରହିଛି ଏବଂ ଅନ୍ୟ ନିଷ୍କ୍ରିୟ ମୌଳିକ; ଯଥା-ନିୟନ, ଆରଗନ୍, କ୍ରିପ୍‌ଟନ୍, ଜେନନ୍, ରାଡ଼ନ୍ ଆଦି ପରମାଣୁର ବାହ୍ୟତମ କକ୍ଷରେ 8 ଟି ଇଲେକ୍‌ଟ୍ରନ୍ ରହିଥାଏ ।
(iii) ବାହ୍ୟତମ କକ୍ଷରେ ୫ଟି ଇଲେକ୍‌ଟ୍ରିନ୍ ରହିଲେ ତାକୁ ଅଗ୍ନେଟ (octet) ସ୍ଥିତି କୁହାଯାଏ ।
(iv) ଅଣୁ ଗଠନବେଳେ ପ୍ରତ୍ୟେକ ପରମାଣୁ ତାହାର ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁ ସଂରଚନାରେ ରହିବାକୁ ଚେଷ୍ଟା କରେ ।
କେତେକ ପରମାଣୁ ଇଲେକ୍‌ଟ୍ରନ୍ ତ୍ୟାଗକରି, କେତେକ ପରମାଣୁ ଇଲେକ୍‌ଟ୍ରନ୍‌ ଗ୍ରହଣ କରି ଏବଂ ଅନ୍ୟ କେତେକ ପରମାଣୁ ଭିନ୍ନ ପରମାଣୁ ସହ ମିଳିତ ଭାବେ ଇଲେକ୍‌ଟ୍ରନ୍ ସହଭାଗ (share) କରି ଅଣୁ ଗଠନ କରନ୍ତି ।
(vi) ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନାପାଇଁ କିମ୍ବା ଅକ୍ଟିସ୍ଥିତି ପାଇଁ ପରମାଣୁ ତ୍ୟାଗ କରୁଥିବା, ଗ୍ରହଣ କରୁଥିବା କିମ୍ବା ଭାଗ କରୁଥିବା ଇଲେକ୍‌ଟ୍ରମ୍ ସଂଖ୍ୟାରୁ ସିଧାସଳଖ ମୌଳିକର ସଂଯୋଜନ କ୍ଷମତା ବା ଯୋଗ୍ୟତା ଜଣାପଡ଼େ ।

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ଉଦାହରଣ :
(a) ଲିଥ୍ୟମ୍ ଓ ସୋଡ଼ିୟମ୍ ପରମାଣୁ ପ୍ରତ୍ୟେକର’ ବାହ୍ୟତମ ସେଲ୍‌ରେ ଗୋଟିଏ ଇଲେକ୍‌ଟ୍ରିନ୍ ଥାଏ । ଲିଥୁମ୍ ପରମାଣୁ ହିଲିୟମ୍ ପରମାଣୁର ସଂରଚନାରେ ଏବଂ ସୋଡ଼ିୟମ୍ ପରମାଣୁ ନିୟନ ପରମାଣୁର ସଂରଚନାରେ ରହିବାକୁ ଚାହେଁ । ତେଣୁ ଲିଥୁମ୍ ଓ ସୋଡ଼ିୟମ୍ ମୌଳିକର ଯୋଗ୍ୟତା । ।
(b) ମ୍ୟାଗ୍ନେସିୟମ୍ ଓ ଏଲୁମିନିୟମ୍‌ର ବାହ୍ୟତମ ସେଲ୍‌ରେ ଯଥାକ୍ରମେ 2ଟି ଓ 3ଟି ଇଲେକ୍‌ଟ୍ରନ୍ ଥୁବାରୁ ଏମାନଙ୍କର ଯୋଗ୍ୟତା ଯଥାକ୍ରମେ 2 ଓ 3 ।
(vii) ଗୋଟିଏ ପରମାଣୁର ବାହ୍ୟତମ ସେଲ୍‌ର ଇଲେକ୍‌ଟ୍ରନ୍‌ ସଂଖ୍ୟା ତାହାର ପୂର୍ଣ୍ଣ (ସର୍ବାଧ‌ିକ) କ୍ଷମତାର ପାଖାପାଖୁ ବା ନିକଟତର ହୋଇଥାଏ, ତାହାର ଯୋଗ୍ୟତା ଭିନ୍ନ ପ୍ରକାରେ ନିର୍ଣ୍ଣୟ କରାଯାଏ ।

ଉଦାହରଣ :
କ୍ଲୋରିନ୍ ପରମାଣୁର ବାହ୍ୟତମ ସେଲ୍‌ରେ 7ଟି ଇଲେକ୍‌ଟ୍ରନ୍ ଅଛି । କ୍ଲୋରିନ୍ ପାଇଁ 7ଟି ଇଲେକ୍‌ଟ୍ରନ୍‌ ତ୍ୟାଗ କରିବା ଅପେକ୍ଷା ଗୋଟିଏ ଇଲେକ୍‌ଟ୍ରନ୍ ଗ୍ରହଣ କରିବା ସହଜ ହୋଇଥାଏ । ତେଣୁ ଅକ୍ଟେଟ୍ (8)ରୁ 7ଟି ଇଲେକ୍‌ଟ୍ରନ୍ ବିୟୋଗ କରି ଏହାର ଯୋଗ୍ୟତା ନିର୍ଣ୍ଣୟ କରାଯାଏ । ତେଣୁ କ୍ଲୋରିନ୍‌ର ଯୋଗ୍ୟତା l ହୋଇଥାଏ । ସେହିପରି ଅକ୍‌ସିଜେନ୍‌ର ଯୋଗ୍ୟତା 2 ଅଟେ ।
(viii) ପ୍ରତ୍ୟେକ ମୌଳିକର ପରମାଣୁର ଏକ ନିର୍ଦ୍ଦିଷ୍ଟ ସଂଯୋଜନ କ୍ଷମତା ରହିଛି । ଏହାକୁ ମୌଳିକର ଯୋଗ୍ଯତା
କୁହାଯାଏ ।

→ ପରମାଣୁ କ୍ରମାଙ୍କ (Atomic Number):
(i) ବିଭିନ୍ନ ପ୍ରକାର ପରମାଣର ନ୍ୟୁକ୍ଲିୟସରେ ପ୍ରୋଟନ ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ ।
(ii) ପରମାଣୁ କ୍ରମାଙ୍କକୁ Z ଦ୍ଵାରା ସୂଚିତ କରାଯାଏ ।
(iii) ପ୍ରତ୍ୟେକ ମୌଳିକର କେବଳ ଗୋଟିଏ ପରମାଣୁ କ୍ରମାଙ୍କ ଥାଏ I

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ଉଦାହରଣ :
(a) ହାଇଡ୍ରୋଜେନ୍ ପରମାଣୁର ନ୍ୟୁକ୍ଲିୟସ୍‌ରେ କେବଳ ଗୋଟିଏ ପ୍ରୋଟନ୍ ଥ‌ିବାରୁ ତାହାର ପରମାଣୁ କ୍ରମାଙ୍କ । ।
(b) କାର୍ବନ ପରମାଣୁର ନ୍ୟୁକ୍ଲିୟସ୍‌ରେ ଟେ ପ୍ରୋଟନ୍ ଥ‌ିବାରୁ କାର୍ବନର ପରମାଣୁ କ୍ରମାଙ୍କ 6 ।

ବିଭିନ୍ନ – ସେଲ୍‌ରେ ଇଲେକ୍‌ଟ୍ରନ୍ ବଣ୍ଟନ ସହ ପ୍ରଥମ କେତୋଟି ମୌଳିକର ପରମାଣୁ ଗଠନ
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 8

→ ବସ୍ତୁତ୍ୱ ସଂଖ୍ୟା (Mass Number) :
(i) ପରମାଣୁ ମଧ୍ୟରେ ପ୍ରୋଟନ୍, ନିଉଟ୍ରନ୍ ଓ ଇଲେକ୍‌ଟ୍ରିନ୍ ଥାଏ । ପ୍ରୋଟନ୍‌ ବା ନିଉଟ୍ରନ୍‌ର ବସ୍ତୁତ୍ଵ ତୁଳନାରେ ଇଲେକ୍‌ଟ୍ରିନ୍‌ର ବସ୍ତୁତ୍ଵ ନଗଣ୍ୟ ହୋଇଥିବାରୁ ପରମାଣୁର ବସ୍ତୁତ୍ଵ ନିଶ୍ଚୟ କଲାବେଳେ ଅନେକ କ୍ଷେତ୍ରରେ ଇଲେକ୍‌ଟ୍ରିନ୍‌ର ବସ୍ତୁତ୍ୱକୁ ଉପେକ୍ଷା କରାଯାଏ ।
(ii) ପରମାଣୁର ନ୍ୟୁକ୍ଲିୟସ୍‌ରେ ରହିଥ‌ିବାରୁ ପ୍ରୋଟନ୍ ଓ ନିଉଟ୍ରନ୍‌କୁ ନ୍ୟୁକ୍ଲିୟନ୍ (Neucleon) କୁହାଯାଏ ।
(iii) ପରମାଣୁର ବସ୍ତୁତ୍ଵ ଏହାର ନ୍ୟୁକ୍ଲିୟସ୍‌ରେ ନିହିତ ଥାଏ ।

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ଉଦାହରଣ :
(a) ନାଇଟ୍ରୋଜେନ୍‌ର ପ୍ରୋଟନ୍‌ ସଂଖ୍ୟା = 7 ଓ ନ୍ୟୁଟ୍ରନ୍‌ ସଂଖ୍ୟା = 7
∴ ନାଇଟ୍ରୋଜେନ୍ ର ବସ୍ତୁତ୍ଵ = 7u + 7u = 14u
(b) ସୋଡ଼ିୟମ୍‌ର ପ୍ରୋଟନ୍‌ ସଂଖ୍ୟା = 11 ଓ ନିଉଟ୍ରନ୍ ସଂଖ୍ୟା = 12
∴ସୋଡ଼ିୟମ୍‌ର ବସ୍ତୁତ୍ଵ = 11u + 12u = 23u
(v) ଗୋଟିଏ ପରମାଣୁ ପାଇଁ ସଙ୍କେତନ (notation) ରେ ମୌଳିକର ପରମାଣୁ କ୍ରମାଙ୍କ, ବସ୍ତୁତ୍ୱ ସଂଖ୍ୟା ଓ ପ୍ରତୀକ ନିମ୍ନ ପ୍ରକାରେ ପ୍ରକାଶ କରାଯାଏ ।
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 9

ଉଦାହରଣ :
(a) ସୋଡ଼ିୟମକୁ 2311Na ରୂପେ ପ୍ରକାଶ କରାଯାଏ । ଏଥୁରୁ ବୁଝାଯାଏ ସୋଡ଼ିୟମ୍‌ର ପରମାଣୁ କ୍ରମାଙ୍କ 11 ଓ ବସ୍ତୁତ୍ୱ ସଂଖ୍ୟା 23 1
(b) କାର୍ବନ ପରମାଣୁର ଟି ପ୍ରୋଟନ୍ ଓ ଟିଂ ନିଉଟ୍ରନ୍ ରହିଛି । ତେଣୁ କାର୍ବନର ବସ୍ତୁତ୍ଵ ସଂଖ୍ୟା 12 । ଏହାକୁ ସଂକ୍ଷେପରେ 126C ଲେଖାଯାଏ ।

ଏ ଆଇସୋଟୋପ୍ (Isotope) :
(i) ଅନେକ ମୌଳିକ ଆଜସେ ଟେ। ପଗୁଡ଼ିକର ମିଶ୍ରଣରେ ଗଠିତ ହୋଇଥାଏ । ଗୋଟିଏ ମୌଳିକର ପ୍ରତ୍ୟେକଟି ଆଇସୋଟୋପ୍ ଏକ ବିଶୁଦ୍ଧ ପଦାର୍ଥ ଅଟେ ।
(ii) ଆଇସୋଟୋପ୍‌ଗୁଡ଼ିକର ରାସାୟନିକ ଧର୍ମରେ ପାର୍ଥକ୍ୟ ଦେଖାଯାଏ ନାହିଁ, କିନ୍ତୁ ସେମାନଙ୍କର ଭୌତିକ ଧର୍ମଗୁଡ଼ିକ ଭିନ୍ନ ଅଟେ ।
(iii) ଯେଉଁ ମୌଳିକର ଆଇସୋଟୋପ୍ ନାହିଁ, ସେହି ମୌଳିକର ପାରମାଣବିକ ବସ୍ତୁତ୍ଵ, ଏହାର ପରମାଣୁରେ ଥିବା ପ୍ରୋଟନ୍ ସଂଖ୍ୟା ଓ ନିଉଟ୍ରନ୍ ସଂଖ୍ଯାର ସମଷ୍ଟି ସହିତ ସମାନ ।

ଉଦାହରଣ :
(a) ହାଇଡ୍ରୋଜେନ୍‌ର 3ଟି ଆଇସୋଟୋପ୍ ହେଲା- ହାଇଡ୍ରୋଜେନ୍ ବା ପ୍ରୋଟିୟମ୍ (11H), ଡିଉଟେରିୟମ୍ (21H ବା D) ଏବଂ ଟ୍ରାଇଟିୟମ୍ (31H ବା T) ।
(b) ନାଇଟ୍ରୋଜେନ୍ ର 2ଟି ଆଇସୋଟୋପ୍ ହେଲା – 147N ଏବଂ 157N ।
(c) ଅକ୍‌ସିଜେନ୍ ର 3ଟି ଆଇସୋଟୋପ୍ ହେଲା – 168O, 178O ଏବଂ 188O ।
(d) କ୍ଲୋରିନ୍‌ ର 2ଟି ଆଇସୋଟୋପ୍ ହେଲା – 3517Cl ଏବଂ 3717Cl ।
(e) ପୋଟାସିୟମ୍‌ର 3ଟି ଆଇସୋଟୋପ୍ ହେଲା – 3919K, 4019K ଏବଂ 4119K

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ଆଇସୋଟୋପ୍‌ର ବସ୍ତୁତ୍ଵ ନିରୂପଣ :
(i) ଯେଉଁ ମୌଳିକର ଆଇସୋଟୋପ୍ ରହିଛି, ତାହାର ବସ୍ତୁତ୍ଵ ନିରୂପଣ କରିବାପାଇଁ ଆଇସୋଟୋପ୍‌ଗୁଡ଼ିକର ଶତକଡ଼ା ଅନୁପାତ ଜାଣିବା ଆବଶ୍ୟକ ।
(ii) 3517Cl ଏବଂ 3717Cl ପ୍ରକୃତିରେ ଯଥାକ୍ରମେ 75% ଓ 25% ଅନୁପାତରେ ମିଳେ ।
(iii) କ୍ଲୋରିନ୍‌ ପରମାଣୁର ହାରାହାରି ପାରମାଣବିକ ବସ୍ତୁତ୍ଵ
= 35 × \frac{75}{00}+37 \times \frac{25}{100}=\frac{105}{4}+\frac{37}{4}=\frac{142}{4} = 35.5u
(iv) ଏକ ନିର୍ଦ୍ଦିଷ୍ଟ ପରିମାଣର କ୍ଲୋରିନ୍‌ରେ ଦୁଇଟିଯାକ ଆଇସୋଟୋପ୍ ରହିଥାଏ ଏବଂ କ୍ଲୋରିନ୍‌ ହାରାହାରି ବସ୍ତୁତ୍ଵ ହେଉଛି 35.5u ।

→ ଆଇସୋବାର୍ (Isobar):
ସମାନ ବସ୍ତୁତ୍ଵ ସଂଖ୍ୟା କିନ୍ତୁ ଭିନ୍ନ ପରମାଣୁ କ୍ରମାଙ୍କର ପରମାଣୁଗୁଡ଼ିକୁ ଆଇସୋବାର୍ କୁହାଯାଏ ।
ଉଦାହରଣ :
4019K ଓ 4020Ca ଆଇସୋବାର୍‌ ଅଟନ୍ତି ।

BSE Odisha 9th Class Maths Notes Geometry Chapter 2 ତ୍ରିଭୁଜମାନଙ୍କ ସର୍ବସମତା

Odisha State Board BSE Odisha 9th Class Maths Notes Geometry Chapter 2 ତ୍ରିଭୁଜମାନଙ୍କ ସର୍ବସମତା will enable students to study smartly.

BSE Odisha Class 9 Maths Notes Geometry Chapter 2 ତ୍ରିଭୁଜମାନଙ୍କ ସର୍ବସମତା

ସର୍ବସମତା (Congruence):
ଦୁଇଟି ଏକପ୍ରକାର ଜ୍ୟାମିତିକ ଚିତ୍ର ମଧ୍ୟରୁ ଗୋଟିକର ଅବିକଳ ନକଲ (trace copy) କୁ ନେଇ ଅନ୍ୟ ଉପରେ ପକାଇଲେ ଯଦି ସେହି ଚିତ୍ରଦ୍ଵୟ ପରସ୍ପର ସହିତ ସଂପୂର୍ଣ୍ଣ ଭାବରେ ମିଳିଯାଆନ୍ତି, ତେବେ ଚିତ୍ରଦ୍ଵୟ ମଧ୍ୟରେ ପୂର୍ଣ୍ଣମେଳନ ସଂପର୍କ ଅଛି ବୋଲି କୁହାଯାଏ । ଏପରିସ୍ଥଳେ ଚିତ୍ରଦ୍ଵୟ ସର୍ବସମ (equal in all respects) ହୁଅନ୍ତି । ସର୍ବସମ ସଂପର୍କକୁ ‘=’ ଦ୍ଵାରା ସୂଚିତ କରାଯାଏ । ସର୍ବସମ କହିଲେ ଆକାର ଓ ଆକୃତିକୁ ବୁଝାଏ ।

(i) ଦୁଇଟି ରେଖାଖଣ୍ଡର ସର୍ବସମତା ( Congruence of two segments):
BSE Odisha 9th Class Maths Notes Geometry Chapter 2 ତ୍ରିଭୁଜମାନଙ୍କ ସର୍ବସମତାରେଖାଖଣ୍ଡଦ୍ଵୟ ସର୍ବସମ ଅଟନ୍ତି ।
AB ଓ CD ଦୁଇଟି ରେଖାଖଣ୍ଡ ଯେପରି କି 
AB = CD । ତେବେ AB ଓ CD ସର୍ବସମ ଅଟନ୍ତି । 
ଅର୍ଥାତ୍ AB = CD ⇔ AB ≅ CD

(ii) ଦୁଇଟି କୋଣର ସର୍ବସମତା (Congruence of two angles):
BSE Odisha 9th Class Maths Notes Geometry Chapter 2 ତ୍ରିଭୁଜମାନଙ୍କ ସର୍ବସମତା 1ଦୁଇଟି କୋଣର ପରିମାଣ ସମାନ ହେଲେ ସେହି କୋଣଦ୍ୱୟ
ସର୍ବସମ ହୁଅନ୍ତି ।
∴ ∠ABC ∠PQR ଦୁଇଟି କୋଣ ଯେପରି m∠ABC = m∠PQR 
∴ ∠ABC ଓ ∠PQR ସର୍ବସମ ଅଟନ୍ତି ।
∴ m∠ABC = m∠PQR ⇔ ∠ABC = ∠PQR

ଦୁଇଟି ତ୍ରିଭୁଜର ସର୍ବସମତା (Congruence of two triangle):
BSE Odisha 9th Class Maths Notes Geometry Chapter 2 ତ୍ରିଭୁଜମାନଙ୍କ ସର୍ବସମତା 2(i) ଦୁଇଟି ତ୍ରିଭୁଜ ମଧ୍ୟରେ ଗୋଟିଏ ତ୍ରିଭୁଜର ତିନିବାହୁ ଅନ୍ୟଟିର ତିନିବାହୁ ସହ ସର୍ବସମ ହେଲେ ଏବଂ ସର୍ବସମ ବାହୁଗୁଡ଼ିକର ବିପରୀତ କୋଣମାନ ସର୍ବସମ ହେଲେ ତ୍ରିଭୁଜଦ୍ଵୟକୁ ସର୍ବସମ ତ୍ରିଭୁଜ କୁହାଯାଏ ।
AB ≅ DE, BC ≅ EF, AC ≅ DF
ଏବଂ ∠A ≅ ∠D, ∠B ≅ ∠E, ∠C ≅ ∠F 626 Δ ABC ≅ ΔDEF 
(ii) ତ୍ରିଭୁଜ ଦ୍ବୟରେ AB, BC ଓ CA ବାହୁମାନଙ୍କର ଯଥାକ୍ରମେ DE, EF ଓ F͞D ଅନୁରୂପ ବାହୁ ଓ ∠A, ∠B, ∠Cର ଯଥାକ୍ରମେ ∠D, ∠E, ∠F ଅନୁରୂପ କୋଣ ଅଟନ୍ତି । ।

BSE Odisha 9th Class Maths Notes Geometry Chapter 2 ତ୍ରିଭୁଜମାନଙ୍କ ସର୍ବସମତା

ଦୁଇଟି ତ୍ରିଭୁଜର ସର୍ବସମତା ପାଇଁ ନୂନତମ ସର୍ଭ :
ସ୍ଵୀକାର୍ଯ୍ଯ -10 : ବା-କୋ-ବା (ବାହୁ-କୋଣ-ବାହୁ) ସ୍ଵୀକାର୍ଯ୍ୟ :
ଦୁଇଟି ତ୍ରିଭୁଜ ମଧ୍ୟରେ ଗୋଟିକର ଦୁଇ ବାହୁ ଓ ଅନ୍ତର୍ଗତ କୋଣ ଯଥାକ୍ରମେ ଅନ୍ୟ ତ୍ରିଭୁଜର ଦୁଇବାହୁ ଓ ଅନ୍ତର୍ଗତ କୋଣ ସହ ସର୍ବସମ ହେଲେ ତ୍ରିଭୁଜଦ୍ବୟ ସର୍ବସମ ।
ଉଦାହରଣ ସ୍ୱରୂପ : Δ ABC ଓ Δ DEF ମଧ୍ୟରେ \overline{\mathrm{AB}} \cong \overline{\mathrm{DE}}, \overline{\mathrm{BC}} \cong \overline{\mathrm{EF}} ଏବଂ ∠B ≅ ∠E ହେଲେ Δ ABC = Δ DEF 
ଏହାକୁ ବାହୁ-କୋଣ-ବାହୁ (ବା-କୋ-ବା) ସ୍ଵୀକାର୍ଯ୍ୟ (Side-Angle-Side or S-A-S axiom) କୁହାଯାଏ ।
BSE Odisha 9th Class Maths Notes Geometry Chapter 2 ତ୍ରିଭୁଜମାନଙ୍କ ସର୍ବସମତା 3

ଉପପାଦ୍ୟ – 11 : ଗୋଟିଏ ତ୍ରିଭୁଜର ଦୁଇଟି ବାହୁ ସର୍ବସମ ହେଲେ, ସେହି ବାହୁଦ୍ୱୟର ସମ୍ମୁଖୀନ କୋଣଦ୍ୱୟ ସର୍ବସମ ।
ଅନୁସିଦ୍ଧାନ୍ତ :

  • ଏକ ସମବାହୁ ତ୍ରିଭୁଜର କୋଣ ତ୍ରୟର ପରିମାଣ ସମାନ ।
  • Δ ABC ରେ AB = AC ହେଲେ ∠Aର ସମଦ୍ବିଖଣ୍ଡକ BC ର ସମଦ୍ବିଖଣ୍ଡକ ଲମ୍ବ ହେବ ।

ଉପପାଦ୍ୟ – 12 (କୋ-ବା-କୋ ଉପପାଦ୍ୟ) : ଗୋଟିଏ ତ୍ରିଭୁଜର ଦୁଇକୋଣ ଓ ଅନ୍ତର୍ଗତ ବାହୁ ଯଥାକ୍ରମେ ଅନ୍ୟ ଏକ ତ୍ରିଭୁଜର ଦୁଇ କୋଣ ଓ ଅନ୍ତର୍ଗତ ବାହୁ ସହ ସର୍ବସମ ହେଲେ, ତ୍ରିଭୁଜଦ୍ଵୟ ସର୍ବସମ । 
ଅନୁସିଦ୍ଧାନ୍ତ (କୋ-କୋ-ବା ସର୍ବସମତା) : ଗୋଟିଏ ତ୍ରିଭୁଜର ଦୁଇକୋଣ ଓ ଯେକୌଣସି ଗୋଟିଏ ବାହୁ ଯଥାକ୍ରମେ ଅନ୍ୟ ଏକ ତ୍ରିଭୁଜର ଦୁଇକୋଣ ଓ ଅନୁରୂପ ବାହୁ ସହ ସର୍ବସମ ହେଲେ ତ୍ରିଭୁଜଦ୍ଵୟ ସର୍ବସମ ।
ଉପପାଦ୍ୟ – 13 : ଗୋଟିଏ ତ୍ରିଭୁଜର ଦୁଇଟି କୋଣ ସର୍ବସମ ହେଲେ, ସେମାନଙ୍କର ସମ୍ମୁଖୀନ ବାହୁଦ୍ୱୟ ମଧ୍ୟ ସର୍ବସମ ।
ଉପପାଦ୍ୟ – 14 (ବା-ବା-ବା ସର୍ବସମତା) : ଗୋଟିଏ ତ୍ରିଭୁଜର ତିନି ବାହୁ ଅନ୍ୟ ଏକ ତ୍ରିଭୁଜର ତିନିବାହୁ ସହ ସର୍ବସମ ହେଲେ, ତ୍ରିଭୁଜଦ୍ଵୟ ସର୍ବସମ ।
ଉପପାଦ୍ୟ – 15 (ସ-କ-ବା ସର୍ବସମତା) : ଗୋଟିଏ ସମକୋଣୀ ତ୍ରିଭୁଜର କଣ୍ଠ ଓ ଅନ୍ୟ ଏକ ବାହୁ ଯଥାକ୍ରମେ ଅନ୍ୟ ଏକ ସମକୋଣୀ ତ୍ରିଭୁଜର କର୍ଣ୍ଣ ଓ ଏକ ବାହୁ ସହ ସର୍ବସମ ହେଲେ, ତ୍ରିଭୁଜ ଦୁଇଟି ସର୍ବସମ ।

ତ୍ରିଭୁଜରେ କିଛି ଅସମାନତା ସମ୍ବନ୍ଧ (Some Inequality Relations in a triangle) :
ଉପପାଦ୍ୟ – 16 : ଗୋଟିଏ ତ୍ରିଭୁଜର ଏକ ବାହୁର ଦୈର୍ଘ୍ୟ ଏହାର ଅନ୍ୟ ଏକ ବାହୁର ଦୈର୍ଘ୍ୟଠାରୁ ବୃହତ୍ତର ହେଲେ, ବୃହତ୍ତର ଦୈର୍ଘ୍ୟବିଶିଷ୍ଟ ବାହୁର ସମ୍ମୁଖୀନ କୋଣର ପରିମାଣ କ୍ଷୁଦ୍ରତର ଦୈର୍ଘ୍ୟବିଶିଷ୍ଟ ବାହୁର ସମ୍ମୁଖୀନ କୋଣର ପରିମାଣଠାରୁ ବୃହତ୍ତର ।
ଅନୁସିଦ୍ଧାନ୍ତ ଗୋଟିଏ ତ୍ରିଭୁଜର ବୃହତ୍ତମ ଦୈର୍ଘ୍ୟବିଶିଷ୍ଟ ବାହୁର ସମ୍ମୁଖୀନ କୋଣ ବୃହତ୍ତମ ପରିମାଣ ବିଶିଷ୍ଟ ।
ଉପପାଦ୍ୟ – 17 : ଗୋଟିଏ ତ୍ରିଭୁଜର ଗୋଟିଏ କୋଣର ପରିମାଣ ଅନ୍ୟ ଏକ କୋଣର ପରିମାଣଠାରୁ ବୃହତ୍ତର ହେଲେ, ବୃହତ୍ତର ପରିମାଣବିଶିଷ୍ଟ କୋଣର ସମ୍ମୁଖୀନ ବାହୁର ଦୈର୍ଘ୍ୟ, କ୍ଷୁଦ୍ରତର ପରିମାଣବିଶିଷ୍ଟ କୋଣର ସମ୍ମୁଖୀନ ବାହୁର ଦୈର୍ଘ୍ୟଠାରୁ ବୃହତ୍ତର ।
ଅନୁସିଦ୍ଧାନ୍ତ: ଗୋଟିଏ ତ୍ରିଭୁଜର ବୃହତ୍ତମ ପରିମାଣବିଶିଷ୍ଟ କୋଣର ସମ୍ମୁଖୀନ ବାହୁ ବୃହତ୍ତମ ଦୈର୍ଘ୍ୟବିଶିଷ୍ଟ ।
ଉପପାଦ୍ୟ – 18 : ତ୍ରିଭୁଜର ଯେକୌଣସି ଦୁଇ ବାହୁର ଦୈର୍ଘ୍ୟର ସମଷ୍ଟି ତୃତୀୟ ବାହୁର ଦୈର୍ଘ୍ୟଠାରୁ ବୃହତ୍ତର ।
ଉପପାଦ୍ୟ – 19 : ଗୋଟିଏ ସରଳରେଖାର ବହିଃସ୍ଥ ଏକ ବିନ୍ଦୁକୁ ସରଳରେଖାଟିର ବିନ୍ଦୁମାନଙ୍କ ସହିତ ଯୋଗକରି ଯେତେଗୁଡ଼ିଏ ରେଖାଖଣ୍ଡ ଅଙ୍କନ କରାଯାଇପାରେ ସେମାନଙ୍କ ମଧ୍ୟରେ ଲମ୍ବ ହେଉଥ‌ିବା ରେଖାଖଣ୍ଡର ଦୈର୍ଘ୍ୟ କ୍ଷୁଦ୍ରତମ ।

BSE Odisha 9th Class Odia Solutions Chapter 2 ପଦ୍ମ

Odisha State Board BSE Odisha 9th Class Odia Solutions Chapter 2 ପଦ୍ମ Textbook Exercise Questions and Answers.

BSE Odisha Class 9 Odia Solutions Chapter 2 ପଦ୍ମ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
‘ଦରଶନେ’ର ଗଦ୍ୟରୂପ ‘ଦର୍ଶନରେ’ । ଏହିପରି ପଦ୍ୟରୂପ ଲେଖାଯାଇଥିବା ଶବ୍ଦଗୁଡ଼ିକର ଗଦ୍ୟରୂପ ପଠିତ କବିତାରୁ ବାଛି ଲେଖ ।
Answer:
BSE Odisha 9th Class Odia Solutions Chapter 2 ପଦ୍ମ 1
BSE Odisha 9th Class Odia Solutions Chapter 2 ପଦ୍ମ 2

Question ୨।
‘ପଦ୍ମ’, ‘ଭଗବାନ’, ‘ସୂର୍ଯ୍ୟ’ର ପ୍ରତିଶବ୍ଦଗୁଡ଼ିକ କବିତାରୁ ବାଛି ଲେଖ ।
Answer:

  • ପଦ୍ମ – ନଳିନୀ, କମଳ, ଅରବିନ୍ଦ, ପୁଷ୍କର, ଉତ୍କଳ, ତାମରସ, ପଙ୍କଜ, ରାଜୀବ ।
  • ଭଗବାନ – ବିଧ, ବିଧାତା, ବିହି, ପ୍ରଭୁ, ପରମେଶ୍ଵର, ବିଭୁ, ଅନନ୍ତ, ମହେଶ୍ୱର ।
  • ସୂର୍ଯ୍ୟ – ଭାସ୍କର, ଦିବାକର ।

Question ୩ ।
‘ଜୀବନ-ମରଣ’ ଭଳି ବିପରୀତ ଅର୍ଥସୂଚକ ଯୋଡ଼ିଶବ୍ଦର ପାଞ୍ଚଗୋଟି ଉଦାହରଣ ଦିଅ ।
Answer:
ସୁଖ – ଦୁଃଖ
ଭଲ – ମନ୍ଦ
ଆଲୁଅ – ଅନ୍ଧାର
ଉତ୍‌ଥାନ – ପତନ
ଆକାଶ – ପାତାଳ
ପାପ ଲାଭ – କ୍ଷତି
ଆଦାନ – ପ୍ରଦାନ ।

Question ୪।
ସନ୍ଧି ବିଚ୍ଛେଦ କର ।
ପରମେଶ୍ଵର, ପଦାରବିନ୍ଦ, ମହେଶ୍ଵର, ମନୋରଥ
Answer:
ପରମେଶ୍ଵର = ପରମ + ଈଶ୍ବର
ପଦାରବିନ୍ଦ = ପଦ + ଅରବିନ୍ଦ
ମହେଶ୍ଵର = ମହା + ଈଶ୍ବର
ମନୋରଥ = ମନଃ + ରଥ

BSE Odisha 9th Class Odia Solutions Chapter 2 ପଦ୍ମ

Question ୫।
କବିତାଟିରେ କେଉଁ ଶବ୍ଦ ଏକାଧ୍ଵ ଥର ବ୍ୟବହାର କରାଯାଇଛି ଲେଖ ।
Answer:
ଢଳ, ତୋ’, ହସ, ତୁ, ସେ, ତୁହି, ଅମୃତ, ପଦ୍ମ, ଦର୍ଶନ, ମଧୁ, ପ୍ରେମ, ପବିତ୍ର, ନାମ, ଅରବିନ୍ଦ, ଶୁଭ୍ର, ସଦା,ମନ ।

Question ୬ ।
ଅର୍ଥଗତ ପାର୍ଥକ୍ୟ ଦର୍ଶାଇ ନିମ୍ନୋକ୍ତ ସମୋଚ୍ଚାରିତ ଶବ୍ଦଗୁଡ଼ିକୁ ସାର୍ଥକ ବାକ୍ୟରେ ବ୍ୟବହାର କର ।
ବାସ-ବାସ, ବର-ବର, କର-କର, ଉପମା-ଉପମା, ଯୋଗ-ଯୋଗ ।
Answer:
ବାସ – ଗୃହ – ବାସଚ୍ୟୁତ ଲୋକଙ୍କୁ ଥଇଥାନ କରିବାପାଇଁ ସରକାର ବହୁବିଧ ଯୋଜନା କରୁଛନ୍ତି ।
ବାସ – ବସ୍ତ୍ର – ପିନ୍ଧା ବାସ ପ୍ରତ୍ୟହ ପରିବର୍ତ୍ତନ କରିବା ଆବଶ୍ୟକ ।
ବର – ଆଶୀର୍ବାଦ – ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ମହିଷାସୁର ଇନ୍ଦ୍ର-ଚନ୍ଦ୍ର ମାନିଲା ନାହିଁ ।
ବର – ବୃକ୍ଷବିଶେଷ – ବରଗଛର ଡାଳରେ ପକ୍ଷୀମାନେ ବସା ବାନ୍ଧିଥାଆନ୍ତି ।
କର – ହାତ — ବହୁଲୋକଙ୍କର ବାମ କର ଦକ୍ଷିଣ କର ଅପେକ୍ଷା ଅଧ୍ବକ ଦକ୍ଷ ।
କର – ଖଜଣା – ସେ ଦୁଇବର୍ଷ ହେଲା ଜଳକର ଦେଇନାହାନ୍ତି ।
ଉପମା – (ସୁଜିରେ ପ୍ରସ୍ତୁତ ଖାଦ୍ୟବିଶେଷ) – ମୋତେ ଉପମା ଖାଇବାକୁ ଭଲ ଲାଗେ ।
ଉପମା – (ଅର୍ଥାଳଙ୍କାର) – କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟଗୁଡ଼ିକରେ ଉପମାର ବହୁଳ ପ୍ରୟୋଗ ଦେଖିବାକୁ ମିଳେ ।
ଯୋଗ – (ମିଶାଣ) – ଆଜିକାଲି ଅଧିକାଂଶ ସରଳ କମ୍ପ୍ୟୁଟରଦ୍ଵାରା ଯୋଗ ବିୟୋଗାଦି ଗାଣିତିକ କ୍ରିୟା ସମ୍ପାଦିତ ହେଉଛି ।
ଯୋଗ – (ଶାରୀରିକ କ୍ରିୟା) – ବାବା ରାମଦେବଙ୍କ ପ୍ରଦର୍ଶିତ ଯୋଗ ସମ୍ପ୍ରତି ଲୋକପ୍ରିୟ ହେବାରେ ଲାଗିଛି ।

Question ୭।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଅମୃତ, ଆନନ୍ଦ, ଶୀତଳ, ପବିତ୍ର, ପୁଣ୍ୟ ।
Answer:
ଅମୃତ – ବିଷ
ଆନନ୍ଦ – ନିରାନଦ/ବିଷ।ଦ
ଶୀତଳ – ଉଷ୍ମ
ପବିତ୍ – ଅପବିତ୍ର/କଳୁଷିତ
ପୁଣ୍ୟ – ପାପ

Question ୮।
ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ଯୋଗ କର ।
BSE Odisha 9th Class Odia Solutions Chapter 2 ପଦ୍ମ 3
BSE Odisha 9th Class Odia Solutions Chapter 2 ପଦ୍ମ 4

Question ୯।
ଅଭିଧାନ ନିୟମ ଅନୁସାରେ ସଜାଇ ଲେଖ ।
ପୀୟୂଷ, ସୌରଭ, ତନୁ, ତାମରସ, ଶିରୀ, ପୁଷ୍କର, ଅରବିନ୍ଦ ।
Answer:
ଅରବିନ୍ଦ, ତନୁ, ତାମରସ, ପୀୟୂଷ, ପୁଷ୍କର, ଶିରୀ, ସୌରଭ

Question ୧୦।
‘ଦିବାକର’ – ଏହି ଶବ୍ଦପରି ଶେଷ ଦୁଇ ଅକ୍ଷର ‘କର’ ଥିବା ତିନୋଟି ଶବ୍ଦ ଲେଖ ।
Answer:
ନିଶାକର – ଚନ୍ଦ୍ର
କାକର – ଶିଶିର
ପ୍ରଭାକର – ସୂର୍ଯ୍ୟ
ଆକର – ଖଣି
ରତ୍ନାକର – ସମୁଦ୍ର ।

BSE Odisha 9th Class Odia Solutions Chapter 2 ପଦ୍ମ

Question ୧୧।
‘ସୁମନୋହର’ – ଏହିପରି ‘ସୁ’ ଲଗାଇ ପାଞ୍ଚଗୋଟି ଶବ୍ଦ ଲେଖ ।
Answer:
ସୁଉଚ୍ଚ
ସୁକୋମଳ
ସୁଲୋଚନା
ସୁକର୍ମ
ସୁଢ଼ଳ
ସୁକାନ୍ତି

Question ୧୨ ।
ଅକ୍ଷରଗୁଡ଼ିକ ସଜାଇ ଶବ୍ଦରେ ପରିଣତ କର ।
ମନ୍ଦରକ, ଷରେଭହର, ରତାସମ, ରହନୋମ ।
Answer:
ମନ୍ଦରକ – ମକରନ୍ଦ
ଷରେଭହର – ହରଷଭରେ
ରତାସମ – ତାମରସ
ରହନୋମ – ମନୋହର

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୩ ।
ପଦ୍ମ ଦର୍ଶନରେ କବିଙ୍କ ହୃଦୟରେ କି ଭାବ ସୃଷ୍ଟି ହୁଏ ?
Answer:
ପଦ୍ମର ସନ୍ଦର୍ଶନରେ କବିଙ୍କ ହୃଦୟ ପୁଣ୍ୟ ଆନନ୍ଦରେ ଅମୃତମୟ ହୋଇଉଠେ ।

Question ୧୪ ।
ପଦ୍ମଫୁଲଟି କାହା ମଧ୍ଯରେ ଢଳ ଢଳ ହେଉଛି ?
Answer:
ପୁଷ୍କରିଣୀର ନୀଳ ଜଳରାଶି ମଧ୍ୟରେ ତରଙ୍ଗାୟିତ ଉଜ୍ଜ୍ଵଳ ସୂର୍ଯ୍ୟକିରଣ ତଥା ଶ୍ୟାମଳ ପତ୍ରରାଜି ଗହଳରେ ପଦ୍ମଫୁଲଟି ଢଳଢ଼ଳ ହେଉଅଛି ।

Question ୧୫ ।
ସୂର୍ଯ୍ୟ ପଦ୍ମ ମୁଖରେ କ’ଣ ଢାଳନ୍ତି ?
Answer:
ସୂର୍ଯ୍ୟ ପଦ୍ମ ମୁଖରେ ଅବିରତ ଜ୍ୟୋତିଧାରା ଢାଳନ୍ତି ।

Question ୧୬ ।
କବି କାହାକୁ ପୀୟୂଷ ସହିତ ତୁଳନା କରିଛନ୍ତି ?
Answer:
କବି ସୂର୍ଯ୍ୟଙ୍କର ଶୁଭ୍ର ଜ୍ୟୋତିଧାରାକୁ ପୀୟୂଷ ସହ ତୁଳନା କରିଛନ୍ତି ।

Question ୧୭ ।
କବି କାହାକୁ ଧନ୍ୟ ବୋଲି କହିଛନ୍ତି ?
Answer:
କବି ପଦ୍ମ ତଥା ତା’ର ପ୍ରଭୁ ସୂର୍ଯ୍ୟଦେବଙ୍କୁ ଧନ୍ୟ ବୋଲି କହିଛନ୍ତି ।

BSE Odisha 9th Class Odia Solutions Chapter 2 ପଦ୍ମ

Question ୧୮ ।
ମଧୁପଦଳ କ’ଣ ପାଇଁ ପାଗଳ ହୁଅନ୍ତି ?
Answer:
ପଦ୍ମର ହୃଦୟରେ ଥ‌ିବା ମକରଦ ରୂପକ ଅମୃତ ପାନ କରିବାପାଇଁ ମଧୁପଦଳ ପାଗଳ ହୋଇ ଉଠନ୍ତି ।

Question ୧୯ ।
ପଦ୍ମଫୁଲ ଦେଖିବାକୁ କିପରି ?
Answer:
ଶ୍ଵେତ ଓ ଲୋହିତ ରଙ୍ଗରେ ରଞ୍ଜିତ ପଦ୍ମର ଶୁଭ୍ର ଶରୀର ଅବିସ୍ମରଣୀୟ ତଥା ସର୍ବଶୋଭାର ଉପମାସ୍ଥଳ ଅଟେ ।

Question ୨୦ ।
କେଉଁ ରସରେ ପଦ୍ମ ଅନ୍ତର ପରିପୂର୍ଣ୍ଣ ?
Answer:
ସ୍ନେହ, କରୁଣା ଓ ଭକ୍ତିରୂପକ ପବିତ୍ର ରସରେ ପଦ୍ମ ଅନ୍ତର ପରିପୂର୍ଣ୍ଣ ହୋଇଛି ।

Question ୨୧ ।
ପଦ୍ମ ସହିତ ଶରୀରର କେଉଁ ଅଙ୍ଗଗୁଡ଼ିକୁ ତୁଳନା କରାଯାଏ ?
Answer:
ପଦ୍ମ ସହିତ ଶରୀରର ମୁଖ, ନୟନ, କର ଓ ଚରଣ ପ୍ରଭୃତି ଅଙ୍ଗଗୁଡ଼ିକୁ ତୁଳନା କରାଯାଏ ।

Question ୨୨ ।
ଶରୀରର କେଉଁ କେଉଁ ଅଙ୍ଗ ପଦ୍ମ ନାମ ସହିତ ମିଶିଥାଏ ?
Answer:
ଶରୀରର ମୁଖ, ଲୋଚନ, ହସ୍ତ ଓ ପାଦାଦି ଅଙ୍ଗଗୁଡ଼ିକ ପଦ୍ମ ନାମ ସହିତ ମିଶିଥାଏ ।

Question ୨୩ ।
ସତ୍ୟ ଶିବ ସୁନ୍ଦର କିଏ ?
Answer:
ପରମେଶ୍ଵର ହିଁ ସତ୍ୟ-ଶିବ-ସୁନ୍ଦର ଅଟନ୍ତି ।

Question ୨୪ ।
ସର୍ବଶୋଭାର ମିଳନସ୍ଥଳ ବୋଲି କବି କାହାକୁ କହିଛନ୍ତି ?
Answer:
କବି ପଦ୍ମକୁ ସର୍ବଶୋଭାର ମିଳନସ୍ଥଳ ବୋଲି କହିଛନ୍ତି ।

Question ୨୫ ।
କବି ନିଜକୁ ପଦ୍ମ ସହିତ ତୁଳନା କରିବାରେ ଦୁଃଖ୍ କାହିଁକି ?
Answer:
ପାପ ପଙ୍କରେ ମଳିନ ହୋଇଥବା କବି ରବିଙ୍କର ସ୍ପର୍ଶରେ ଦିବ୍ୟ ସୌନ୍ଦର୍ଯ୍ୟ, ସୁରଭି ଓ ପବିତ୍ରତାର ଅଧିକାରୀ ହୋଇଥିବା ପଦ୍ମ ସହିତ ନିଜକୁ ତୁଳନା କରିବାକୁ ଅଯୋଗ୍ୟ ବୋଲି ମନେକରି ଦୁଃଖ୍ ହୋଇଛନ୍ତି ।

Question ୨୬ ।
‘ତୋ ପରି ଶୁଭ୍ର ହେବି’– କବି କାହାକୁ ଏପରି କହିଛନ୍ତି ?
Answer:
“ତୋ ପରି ଶୁଭ୍ର ହେବି’ ବୋଲି କବି ପଦ୍ମକୁ କହିଛନ୍ତି ।

Question ୨୭ ।
କବି କାହାଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ?
Answer:
କବି ପଦ୍ମଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

Question ୨୮ ।
କବି କେଉଁ ପୁଣ୍ୟବ୍ରତ ଶିଖୁବାପାଇଁ ଇଚ୍ଛା କରିଛନ୍ତି ?
Answer:
ଈଶ୍ଵରଙ୍କଠାରେ ନିଜକୁ ପୂର୍ଣ୍ଣଭାବରେ ସମର୍ପିତ କରିବା ରୂପକ ପୁଣ୍ୟବ୍ରତକୁ ଶିକ୍ଷା କରିବାପାଇଁ କବି ଇଚ୍ଛା କରିଛନ୍ତି ।

BSE Odisha 9th Class Odia Solutions Chapter 2 ପଦ୍ମ

Question ୨୯ ।
ପ୍ରିୟଜନଙ୍କର ବିଭିନ୍ନ ଅଙ୍ଗ କେତେବେଳେ ସୁଖର କାରଣ ହୋଇଥାଏ ବୋଲି କବି କହିଛନ୍ତି ?
Answer:
ପ୍ରିୟଜନଙ୍କର ବିଭିନ୍ନ ଅଙ୍ଗ ପଦ୍ମର ନାମ ସହ ସଂଯୁକ୍ତ ହେଲେ ସୁଖର କାରଣ ହୋଇଥାଏ ।

Question ୩୦ ।
ସୂର୍ଯ୍ୟ ଓ ପଦ୍ମ ମଧ୍ଯରେ କି ସମ୍ପର୍କ ରହିଛି ?
Answer:
ସୂର୍ଯ୍ୟ ଏବଂ ପଦ୍ମ ମଧ୍ଯରେ ‘ଭକ୍ତ-ଭଗବାନ’ ଏବଂ ‘ପ୍ରିୟ-ପ୍ରିୟାର’ ମଧୁର ସମ୍ପର୍କ ରହିଅଛି ।

Question ୩୧ ।
ପଦ୍ମ ସୂର୍ଯ୍ୟଙ୍କୁ କିପରି ଚାହିଁଥାଏ ?
Answer:
ପଦ୍ମ ସୂର୍ଯ୍ୟଙ୍କୁ ଆନନ୍ଦରେ ସହାସ୍ୟ ବଦନରେ ତଥା ଅପଲକ ନେତ୍ରରେ ଚାହିଁ ରହିଥାଏ ।

Question ୩୨ ।
ଇଚ୍ଛା ପୂରଣ ପାଇଁ କବି କାହାର ଆଶୀର୍ବାଦ କାମନା କରିଛନ୍ତି ?
Answer:
ଇଚ୍ଛା ପୂରଣ ପାଇଁ କବି ପଦ୍ମର ଆଶୀର୍ବାଦ କାମନା କରିଛନ୍ତି ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୩୩ ।
‘‘ଆହା କି ଦିବ୍ୟଶିରୀ ତହୁଁ ତୁ ଲଭୁ,
ଧନ୍ୟ ଉତ୍ପଳ ଧନ୍ୟ ତୋହାର ପ୍ରଭୁ ।
Answer:
‘‘ଆହା କି………………………ତୋହାର ପ୍ରଭୁ ।’’
ଶଂସିତ ପଦ୍ୟାଶଟି ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ଛାନ୍ଦମାଳା ଦ୍ଵିତୀୟ ଭାଗ ଅନ୍ତର୍ଭୁକ୍ତ ‘ପଦ୍ମ ଶୀର୍ଷକ କବିତାରୁ ଏଠାରେ କବି ସୁଷମା ସୌରଭ ବିମଣ୍ଡିତ ପଦ୍ମ ଓ ତା’ର ପ୍ରାଣପ୍ରିୟ ପ୍ରଭୁ ତପନ, ଉଭୟଙ୍କ ମହାନତାର ଜୟଗାନ କରିଛନ୍ତି ।

ସୂର୍ଯ୍ୟପ୍ରିୟା ପଦ୍ମ ରବିରଶ୍ମି ସ୍ପର୍ଶରେ ବିକଶିତ ହୁଏ । ପ୍ରାଣପ୍ରିୟ ପ୍ରଭୁଙ୍କ ଅବିରଳ ନିପତିତ ଜ୍ୟୋତିଧାରାକୁ ସଭକ୍ତି ଆକଣ୍ଠ ପାନ କରି ସେ ଅପୂର୍ବ ରୂପଲାବଣ୍ୟ ଲାଭ କରେ । ନିଜ ଆରାଧ ପ୍ରଭୁ ଦିବାକରଙ୍କ ଦିବ୍ୟସ୍ପର୍ଶ ହିଁ ତାକୁ ଅପୂର୍ବ ଅନୁପମ ତନୁଶ୍ରୀ ପ୍ରାପ୍ତ କରାଇଛି । ଚିରକୃତଜ୍ଞ ରାଜୀବ ମଧ୍ଯ ସଦା ସହାସ୍ୟ ବଦନରେ, ନିର୍ନିମେଷ ନୟନରେ ପ୍ରାଣପ୍ରିୟଙ୍କ ପ୍ରତି ଉନ୍ମୁଖ ରହିଛି । ଉଭୟଙ୍କ ମଧ୍ୟରେ ରହିଥ‌ିବା ଅପୂର୍ବ ଶାଶ୍ବତ ପ୍ରେମ କବିଙ୍କୁ ମହନୀୟତାର ଅନନ୍ୟ ଆଦର୍ଶଭାବେ ପ୍ରତୀୟମାନ ହୋଇଛି । ତେଣୁ ଅନିର୍ବଚନୀୟ ଦିବ୍ୟଶ୍ରୀମଣ୍ଡିତ ଉତ୍ପଳ ଓ ତା’ର ପ୍ରାଣପ୍ରିୟ ତପନ, ଉଭୟେ ଧନ୍ୟ ବୋଲି ବର୍ଣ୍ଣନା କରି ପଦ୍ମଠାରୁ ସେହି ମହାନ୍ ଗୁଣ ଶିକ୍ଷା କରିଛନ୍ତି ବୋଲି କବି କହିଛନ୍ତି ।

Question ୩୪ ।
‘‘ସର୍ବଶୋଭାର ତୁହି ଉପମା ସ୍ଥଳ,
ଭକତ ପ୍ରେମିକର ତୁହି ସମ୍ବଳ ।’’
Answer:
‘‘ସର୍ବଶୋଭାର…………………ତୁହି ସମ୍ବଳ।”’
ପ୍ରଦତ୍ତ ପଦ୍ୟାଶଟି ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ଛାନ୍ଦମାଳା’ ଦ୍ବିତୀୟ ଭାଗରୁ ଗୃହୀତ ‘ପଦ୍ମ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି କୋଟି ଲାବଣ୍ୟନିଧୂ ପଦ୍ମର ଅନିର୍ବଚନୀୟ ରୂପମାଧୁରୀରେ ବିମୋହିତ ହୋଇ ଭକ୍ତ ଓ ପ୍ରେମିକଙ୍କ ପାଇଁ ସେ କିପରି ଦିବ୍ୟ ଆକର୍ଷଣର ବସ୍ତୁ ତାହା ବର୍ଣ୍ଣନା କରିଛନ୍ତି । ସୃଷ୍ଟିରେ ପଦ୍ମପୁଷ୍ପର ସ୍ଵତନ୍ତ୍ର ସୁଷମା ଓ ସୁରଭି ତାକୁ ଭକ୍ତ ଓ ଭଗବାନ, ଉଭୟଙ୍କ ପାଇଁ ଆକର୍ଷଣୀୟ କରାଇଛି । ଏହି ଦେବପ୍ରିୟ ପୁଷ୍ପକୁ କବି ସାରା ବିଶ୍ବରେ ପ୍ରକଟିତ ସର୍ବଶୋଭାର ମିଳନସ୍ଥଳ ବୋଲି ବର୍ଣ୍ଣନା କରିଛନ୍ତି । ଶ୍ଵେତ ଓ ଲୋହିତ ରଙ୍ଗ ସମ୍ମିଶ୍ରଣରେ ଅପୂର୍ବ ରୂପଲାବଣ୍ୟ ଲାଭକରି ଦର୍ଶକ ପ୍ରାଣକୁ ଦିବ୍ୟତାରେ ଭରିଦିଏ ଏହି ପୁଷ୍ପ ।

ପଦ୍ମର ସୌନ୍ଦର୍ଯ୍ୟ ଅତୁଳନୀୟ । କବିଙ୍କ ମତରେ ରୂପମାଧୁରୀ ଦୃଷ୍ଟିରୁ ପଦ୍ମ ନିଜେ ହିଁ ନିଜର ଉପମା । ବରଂ ଏହି ଅନନ୍ୟ ପୁଷ୍ପର ମନୋହାରିତା ସୃଷ୍ଟିର ଅନ୍ୟ ସମସ୍ତ ଶୋଭାସମ୍ଭାର ପାଇଁ ଉପମା ଭାବେ ବିବେଚିତ ହୋଇପାରେ । ଭକ୍ତ ପଦ୍ମର ସ୍ଵର୍ଗୀୟ ସୁଷମାରେ ପରମେଶ୍ୱରଙ୍କ ରୂପ ଦର୍ଶନ କରେ । ଭଗବାନଙ୍କ ଅଙ୍ଗପ୍ରତ୍ୟଙ୍ଗ ସହ ପଦ୍ମ ନାମକୁ ସଂଯୋଜିତ କରି ସେ ଦିବ୍ଯପ୍ରେମରେ ତଲ୍ଲୀନ ହୁଏ । ପ୍ରିୟଜନର ମୁଖ, ନୟନ, କର ଓ ଚରଣାଦି ସହ ପଦ୍ମ ନାମ ସଂଲଗ୍ନ କରି ପ୍ରେମିକ ହୁଏ ଉଲ୍ଲସିତ । ସେଥ୍ପାଇଁ କବି ପଦ୍ମକୁ ଭକ୍ତ ଓ ପ୍ରେମିକର ସମ୍ବଳ ଭାବେ ବର୍ଣ୍ଣନା କରିଛନ୍ତି ।

BSE Odisha 9th Class Odia Solutions Chapter 2 ପଦ୍ମ

Question ୩୫ ।
‘‘ମଧୁମୟ ପବିତ୍ର ଯାହା ବିଶ୍ଵରେ ତୋ’
ନାମ ସଙ୍ଗେ ମିଶା ବିଧାତା ବରେ ।’
Answer:
‘ ମଧୁମୟ ପବିତ୍ର …………………….. କବିତାରୁ ଉଦ୍ଧୃତ ।
ଶଂସିତ ପଦ୍ୟାଶଟି ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ଛାନ୍ଦମାଳା’ ଦ୍ଵିତୀୟ ଭାଗରୁ ଗୃହୀତ ‘ପଦ୍ମ’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ ଭକ୍ତକବି ପଦ୍ମକୁ ବିଶ୍ବରେ ଅଦ୍ୱିତୀୟ ଦିବ୍ୟପୁଷ୍ପଭାବେ ବର୍ଣ୍ଣନା କରିଛନ୍ତି ଏବଂ ତା’ର ପବିତ୍ର ନାମ ସୃଷ୍ଟିର ସମସ୍ତ ମଧୁମୟ ଶାଶ୍ଵତ ନାମ ସହ ସଂଲଗ୍ନ ହୋଇ ବିରଳ ସୌଭାଗ୍ୟର ଅଧ୍ବକାରୀ ହୋଇଛି ଓ ତାହା କେବଳ ବିଭୁକଲ୍ୟାଣ ଯୋଗୁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ।
ପଦ୍ମର ରୂପ ଦର୍ଶନରେ କବିଙ୍କ ହୃଦୟ ପୁଣ୍ୟ ଆନନ୍ଦରେ ଅମୃତମୟ ହୋଇଉଠିଛି ।

ପଦ୍ମର ସୁଷମା, ସୌରଭ ତାଙ୍କ ପ୍ରାଣରେ ସ୍ବଚ୍ଛ ଓ ପବିତ୍ରଭାବ ସୃଷ୍ଟିକରି ବିଭୁପ୍ରେମର ଅମିୟ ରସରେ ଅବଗାହନ କରାଇଛି । କବିଙ୍କ ମତରେ ବିଶ୍ବରେ ପରିଦୃଷ୍ଟ ଯାହାକିଛି ମଧୁମୟ ଓ ପବିତ୍ର, ତାହା ସହ ପଦ୍ମ ନାମର ସଂଯୋଗ କେବଳ ପରମେଶ୍ୱରଙ୍କ ଆଶୀର୍ବାଦ ହେତୁ ସମ୍ଭବ ହୋଇ ପାରିଛି । ପ୍ରିୟଜନର ମୁଖ, ନୟନ, କର ଓ ଚରଣାଦି ସହ ପଦ୍ମ ନାମ ସଂଯୁକ୍ତ ହୋଇ ଆମୋଦ ପ୍ରଦାୟକ ହୋଇଥାଏ ଏବଂ ସତ୍ୟ-ଶିବ-ସୁନ୍ଦର ପରମେଶ୍ଵରଙ୍କ ହସ୍ତପାଦାଦି ଅଙ୍ଗ ପ୍ରତ୍ୟଙ୍ଗ ସହ ତା’ର ନାମକୁ ସଂଯୋଜିତ କରି ଭକ୍ତ ଭାବାବେଗରେ ତନ୍ମୟ ହୁଏ । ସେହି କାରଣରୁ ହିଁ ଭକ୍ତଜନର ସେ ଅନନ୍ୟ ପବିତ୍ର ପୁଷ୍ପ ଭାବେ ବିବେଚିତ ହୁଏ ।

Question ୩୬ ।
‘କଳୁଷ-ପଙ୍କ ମୁହିଁ କେଡ଼େ ମଳିନ,
କେମନ୍ତେ ସରି ତୋର ହେବି ନଳିନ ।’
Answer:
‘‘ କଳୁଷ-ପଙ୍କ………………………….ହେବି ନଳିନ ।’’
ପ୍ରଦତ୍ତ ପଦ୍ୟାଶଟି ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ଛାନ୍ଦମାଳା’ ଦ୍ଵିତୀୟ ଭାଗ ଅନ୍ତର୍ଗତ ‘ପଦ୍ମ ଶୀର୍ଷକ କବିତାରୁ ଆନୀତ ।
ଏଠାରେ କବି ନିଜକୁ ପାପପଙ୍କପୂର୍ବ ସାଂସାରିକ ଜଞ୍ଜାଳ ଜର୍ଜର ଏକ ନଗଣ୍ୟ ବ୍ୟକ୍ତି ଭାବେ ବର୍ଣ୍ଣନା କରି ସେ କଦାପି ପଦ୍ମ ପରି ପବିତ୍ର ପୁଷ୍ପ ସହ ସମକକ୍ଷ ହୋଇପାରିବେ ନାହିଁ ବୋଲି ଖେଦୋକ୍ତି ପ୍ରକାଶ କରିଛନ୍ତି ।

କବି ପଦ୍ମର ସ୍ୱର୍ଗୀୟ ସୁଷମାରେ କେବଳ ଯେ ମୁଗ୍ଧ ହୋଇଛନ୍ତି ତାହା ନୁହେଁ, ତାହାଠାରୁ ମହତ୍ ଶିକ୍ଷା ଲାଭକରି ସେସବୁକୁ ନିଜ ଜୀବନରେ ପ୍ରୟୋଗ କରିବାକୁ ପ୍ରୟାସୀ ହୋଇଛନ୍ତି । ପରଂବ୍ରହ୍ମ ପରମେଶ୍ଵରଙ୍କ ପାଦପଦ୍ମରେ ସମର୍ପିତ ହୋଇ ତାଙ୍କ ପ୍ରତି ସଦା ଉନ୍ମୁଖ ରହିବାକୁ ପଦ୍ମ କବିଙ୍କୁ ଇଙ୍ଗିତ ପ୍ରଦାନ କରିଛି । ମାତ୍ର ପାପପଙ୍କପୂର୍ଣ ସାଂସାରିକ ଜଞ୍ଜାଳରେ ନିମଗ୍ନ କବି ଶୁଭ୍ର ପବିତ୍ର ପଦ୍ମ ସହ ନିଜକୁ ତୁଳନା କରିବାର ସାହସ କରିପାରି ନାହାନ୍ତି ।

କାମ, କ୍ରୋଧ, ଲୋଭ, ମୋହାଦି ପରିପୂର୍ଣ୍ଣ ସଂସାରରେ ବୁଡ଼ି ରହି କବି ନିଜର ସ୍ୱଚ୍ଛତା ଓ ପବିତ୍ରତା ରକ୍ଷା କରିବାରେ ଅସଫଳ ହୋଇଛନ୍ତି ବୋଲି ନିଜ ଜୀବନ ଦର୍ଶନର ଅନୁଶୀଳନ କରି ଆତ୍ମଗ୍ଲାନିରେ ଭାରାକ୍ରାନ୍ତ ହୋଇ ପଡ଼ିଛନ୍ତି । କଳୁଷିତ ମନ ଓ ପ୍ରାଣର ଅଧିକାରୀ ହୋଇ ସେ ପଦ୍ମ ପରି ଦିବ୍ୟଶ୍ରୀ ମଣ୍ଡିତ ହୋଇ ପାରିବେ ନାହିଁ ବୋଲି ବିଷାଦଗ୍ରସ୍ତ ହୋଇଛନ୍ତି ।

Question ୩୭ ।
‘‘ଶିଖାଅ ମୋତେ ସଦା ଏ ପୁଣ୍ୟବ୍ରତ,
ତୋ’ର ଆଶିଷେ ପୂରୁ ମୋ’ ମନୋରଥ ।’’
Answer:
‘‘ ଶିଖାଅ ମୋତେ……………………ମୋ’ ମନୋରଥ ।’’
ଶଂସିତ ପଦ୍ୟାଶଟି ଭକ୍ତକବି ମଧୁସୂଦନ ରାଓଙ୍କ ବିରଚିତ ‘ଛାନ୍ଦମାଳା’ ଦ୍ବିତୀୟ ଭାଗ ଅନ୍ତର୍ଭୁକ୍ତ ‘ପଦ୍ମ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ‘ପଦ୍ମ’ କୁ ନିଜ ଆଧ୍ୟାତ୍ମିକ ଗୁରୁ ଆସନରେ ଆସୀନ କରି ତା’ଠାରୁ ବିଶ୍ବନିୟନ୍ତାଙ୍କ ନିକଟରେ ସମର୍ପିତ ହେବା ପୂର୍ବକ ତାଙ୍କ ପ୍ରତି ସଦା ଉନ୍ମୁଖ ରହିବାର ପବିତ୍ର ବ୍ରତ ଶିକ୍ଷାଲାଭ କରିବାକୁ ଏବଂ ସେହି ଅଭୀପ୍‌ସା ପରିପୂରଣ ଦିଗରେ ପଦ୍ମର ଶୁଭାଶିଷ କାମନା କରିଛନ୍ତି ।

ପଦ୍ମ ସଦା ସହାସ୍ୟ ବଦନରେ, ଅପଲକ ନୟନରେ ନିଜ ପ୍ରାଣପ୍ରିୟ ଆରାଧ୍ୟ ଦେବତା ତପନଙ୍କ ପ୍ରତି ଉନ୍ମୁଖ ରହେ । ଦିବାକର ମଧ୍ୟ ପ୍ରାଣପ୍ରିୟାର ମୁଖମଣ୍ଡଳରେ କର-କିରଣ ସ୍ପର୍ଶ ଦେଇ ତାକୁ ଦୀପ୍ତିମନ୍ତ କରନ୍ତି । ତାଙ୍କ ଦିବ୍ୟସ୍ପର୍ଶରେ ପଦ୍ମର ସୁକୋମଳ ତନୁଶ୍ରୀ ହୋଇଉଠେ ଅମୃତମୟ । ସୂର୍ଯ୍ୟଙ୍କ ଅବିରଳ ନିପତିତ ଜ୍ୟୋତିଧାରାକୁ ଆକଣ୍ଠ ପାନ କରି ପଦ୍ମ ହୋଇଉଠେ କୋଟି ଲାବଣ୍ୟନିଧୂ । ଅନିର୍ବଚନୀୟ ଦିବ୍ୟଶ୍ରୀ ମଣ୍ଡିତ ହୋଇ ତା’ର ଜୀବନ ଧନ୍ୟ ହୋଇଉଠେ । ପଦ୍ମଠାରେ ସେହି ଏକନିଷ୍ଠ ସାଧନା ଲକ୍ଷ୍ୟ କରି ତା’ରି ଆଦର୍ଶରେ କବି ଅନୁପ୍ରାଣିତ ହୋଇଛନ୍ତି ।

ସାଧନାର ସେହି ପୁଣ୍ୟବ୍ରତ ତା’ଠାରୁ ଶିକ୍ଷା ଲାଭ କରି ଅନନ୍ତ ମହେଶ୍ଵର ପରଂବ୍ରହ୍ମ ପରାଷ୍ଟ୍ରଙ୍କଠାରେ ନିଜକୁ ସମର୍ପିତ କରିବାକୁ ମନରେ ଅଭୀପ୍‌ସା ପୋଷଣ କରିଛନ୍ତି । ତାଙ୍କର ଏହି ମନୋକାମନା ଯେ ପଦ୍ମର ଶୁଭାଶିଷଦ୍ବାରା ସମ୍ଭବ ଏହା ଚିନ୍ତା କରି କବି ପଦ୍ମର ଶରଣାପନ୍ନ ହୋଇଛନ୍ତି । ଗୁରୁ ଆଶୀର୍ବାଦ ପ୍ରାପ୍ତ ହେଲେ ସେ ମଧ୍ୟ ବ୍ରହ୍ମସ୍ଵାଦ ଲାଭ କରିପାରିବେ ଓ ବ୍ରହ୍ମ ସ୍ବରୂପ ଧାରଣ କରିବାରେ ସକ୍ଷମ ହେବେ ବୋଲି ମନରେ ଆସ୍ଥା ପ୍ରକଟ କରିଛନ୍ତି ।

BSE Odisha 9th Class Odia Solutions Chapter 2 ପଦ୍ମ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୮ ।
ପଦ୍ମଠାରୁ ମଣିଷ କି ଶିକ୍ଷା ଲାଭ କରିଥାଏ ? ପଠିତ କବିତା ଆଧାରରେ ଲେଖ ।
କିମ୍ବା, ‘ପଦ୍ମ’ ମଣିଷ ପାଇଁ ଏକ ଆଦର୍ଶ ଚରିତ୍ର- ପଠିତ ‘ପଦ୍ମ’ କବିତା ଆଧାରରେ ଆଲୋଚନା କର ।
କିମ୍ବା, ମଣିଷ ପାଇଁ ‘ପଦ୍ମ’ରେ ଜୀବନସମ୍ଭାରରେ ଯେଉଁ ଶିକ୍ଷଣୀୟ ବସ୍ତୁ ରହିଛି, ତାହା ଉଲ୍ଲେଖ କର ।
Answer:
କାବ୍ୟ କବିତାରେ ଜନଜୀବନର ବାସ୍ତବତା, ରୁଚିବୋଧ, ବିଭୁଚେତନା ଓ ପ୍ରକୃତିରେ ମାନବାତ୍ମା ଆରୋପକୁ ଗୁରୁତ୍ଵ ଦେଇ ଯେଉଁ କତିପୟ ସାରସ୍ଵତ ସ୍ରଷ୍ଟା ଉତ୍କଳର ବାଣୀଭଣ୍ଡାରକୁ ଅଧିକ ରସାଳ, ମଞ୍ଜୁଳ ଓ ଭାବପୂର୍ଣ୍ଣ କରିପାରିଛନ୍ତି, ସେମାନଙ୍କ ମଧ୍ୟରେ ଭକ୍ତକବି ମଧୁସୂଦନ ରାଓ ଅନ୍ୟତମ । ଏହି ଋଷିପ୍ରତିମ କବିଙ୍କ ଲେଖନୀ ପ୍ରକୃତିର ପ୍ରତିଟି ଉପାଦାନରେ ଈଶ୍ୱରୀୟ ସତ୍ତା ଅନ୍ଵେଷଣ କରିଛି ।

ନିର୍ଝରିଣୀର କଳନାଦ, ବନବିଥ୍‌କାର ମର୍ମର ଗୁଞ୍ଜରଣ, ଦୂର ପର୍ବତର ସବୁଜିମା, ଅନନ୍ତ ଆକାଶର ନୀଳିମା, ରାକା ରଜନୀର ରଜତ ଜ୍ୟୋତ୍ସ୍ନା ଓ ମେଘମେଦୁରିତ ଆକାଶରେ ଇନ୍ଦ୍ରଧନୁର ବର୍ଣ୍ଣାଳୀ ଆଦି ପ୍ରାକୃତିକ ଶୋଭାସମ୍ଭାରାଦି ତାଙ୍କ କବିତାଗୁଡ଼ିକରେ ଯେଉଁ କାନ୍ତ, କମନୀୟ, ସଂଯତ ଓ ବିମଳ ମାଧୁରୀର ଛଟା ପରିପ୍ରକାଶ କରି ପାଠକ ପ୍ରାଣରେ ସ୍ବଚ୍ଛ ଓ ପବିତ୍ର ଭାବର ଉଦ୍ରେକ କରିଛି ତାହା ଅନନ୍ୟ ସାଧାରଣ ।

କବିଙ୍କ ଅଭିନବ ପୀୟୂଷବର୍ଷୀ ସୃଷ୍ଟିନିଚୟ ମଧ୍ୟରେ ‘କବିତାବଳୀ’, ‘ଛାନ୍ଦମାଳା’, ‘କୁସୁମାଞ୍ଜଳି’, ‘ବସନ୍ତଗାଥା’, ‘ପ୍ରବନ୍ଧମାଳା’ ଓ ‘ବର୍ଷବୋଧ’ ଆଦି କବିଙ୍କ ଅସାମାନ୍ୟ ସାରସ୍ବତ ସୃଷ୍ଟିନୈପୁଣ୍ୟର ପରିଚୟ ପ୍ରଦାନ କରେ । ଆଲୋଚ୍ୟ କବିତା ‘ପଦ୍ମ କବିଙ୍କ ‘ଛାନ୍ଦମାଳା ଦ୍ଵିତୀୟ ଭାଗରୁ ସଂଗୃହୀତ ଏକ ସମ୍ଭୋଧୀ କବିତା । ସୌନ୍ଦର୍ଯ୍ୟବୋଧ ସହିତ ଈଶ୍ବରାନୁଭୂତିର ସୁମଧୁର ସମ୍ମିଶ୍ରଣ କବିତାଟିର ଭାବ ନିର୍ଯ୍ୟାସ । କବିତାର ଭାବଗାମ୍ଭୀର୍ଯ୍ୟ ଓ ଅର୍ଥବୈଭବ ମନୁଷ୍ୟ ପାଇଁ ଏକ ଉତ୍ତରଣର ମାର୍ଗ କହିଲେ ଅତିଶୟୋକ୍ତି ହେବ ନାହିଁ ।

ଋଷିକବି ମଧୁସୂଦନଙ୍କ କବିତା ‘ପଦ୍ମ ପାଠକ ପ୍ରାଣରେ ବିଭୁପ୍ରେମର ଅମୀୟ ରସ ବର୍ଷାକରେ । କାମ, କ୍ରୋଧ, ଲୋଭ, ମୋହ, ମଦ, ମାସର୍ଯ୍ୟାଦି କଳୁଷପୂର୍ଣ୍ଣ ସଂସାର ଜଞ୍ଜାଳରେ ଉବୁଟୁବୁ ହେଉଥ‌ିବା ମାନବାତ୍ମାକୁ ସ୍ଵଚ୍ଛତା ଓ ପବିତ୍ରତାର ମନ୍ଦାକିନୀ ଧାରାରେ ଅବଗାହନ କରାଇ, ହୃଦୟରେ ଆଧ୍ୟାତ୍ମିକତାର ସ୍ବର୍ଗୀୟ ଫଲ୍‌ଗୁ ପ୍ରବହମାନ କରାଇବାରେ ‘ପଦ୍ମ ଯେ ଯଥାର୍ଥ କବିତା ଏହା ନିଃସନ୍ଦେହରେ କୁହାଯାଇପାରେ। ହୃଦୟ ପଦ୍ମର ରୂପ ଦର୍ଶନ କରି ପୁଣ୍ୟ ଆନନ୍ଦରେ ଅମୃତମୟ ହୋଇଉଠିଛି ।

ଏହାର ଅନୁପମ ରୂପଲାବଣ୍ୟ କବି ପ୍ରାଣରେ ଦିବ୍ୟଚେତନା ସୃଷ୍ଟି କରିଛି । ତେଣୁ ସେ ପଦ୍ମକୁ କୋଟି ଲାବଣ୍ୟନିଧ୍ ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ଏହାର ସୁକୋମଳ ତନୁଶ୍ରୀ ସ୍ରଷ୍ଟାଙ୍କର ଦିବ୍ୟସ୍ପର୍ଶରେ ଅମୃତମୟ ହୋଇଉଠିଛି । ପ୍ରକୃତିର ପ୍ରତ୍ୟେକଟି ଉପାଦାନ ଯେ ବିଧାତାଙ୍କ ଅମିୟ ସ୍ପର୍ଶରେ ସୁଷମାମୟ ହୋଇଉଠିଛି ଏହା ଅନସ୍ବୀକାର୍ଯ୍ୟ । ତେଣୁ ମଧୁମୟ ପ୍ରକୃତିର ଅପରୂପ ଶୋଭାସମ୍ଭାର ପାଇଁ ଆମକୁ ବିଶ୍ବନିୟନ୍ତାଙ୍କ ନିକଟରେ ଚିରକୃତଜ୍ଞ ରହିବାକୁ ହେବ । ଭକ୍ତକବି ପରଂବ୍ରହ୍ମଙ୍କଠାରେ ନିଜର କୃତଜ୍ଞତା ପ୍ରକାଶ କରି କହିଛନ୍ତି –

BSE Odisha 9th Class Odia Solutions Chapter 2 ପଦ୍ମ 5

ସୌର ରଶ୍ମିସ୍ନାତ ଦେବପ୍ରିୟ କମଳ କବିଙ୍କ ପାଇଁ ସର୍ବଶୋଭାର ପ୍ରତୀକ । ସରସୀର ସୁନୀଳ ଜଳରାଶିରେ ପ୍ରସ୍ଫୁଟିତ ସରସିଜର ଦର୍ଶନ, କବିପ୍ରାଣରେ ଆଧ୍ୟାତ୍ମ ଭାବର ଅଫୁରନ୍ତ ସ୍ଫୁରଣ ଘଟାଇଛି । ସୂର୍ଯ୍ୟପ୍ରିୟା ପଦ୍ମ ରବିରଶ୍ମି ସ୍ପର୍ଶରେ ହୁଏ ବିକଶିତ । ଏ ସୃଷ୍ଟିରେ ଅନ୍ୟ କେଉଁ ପୁଷ୍ପ ଏପରି ସୌଭାଗ୍ୟର ଅଧିକାରୀ ନୁହଁନ୍ତି । ସଦା ସହାସ୍ୟ ବଦନରେ ନିର୍ନିମେଷ ନୟନରେ ନିଜ ଆରାଧ୍ୟ ଦେବତାଙ୍କ ପ୍ରତି ଉନ୍ମୁଖ ରହେ ଅରବିନ୍ଦ ।

ତପନ ମଧ୍ୟ ପ୍ରାଣପ୍ରିୟାର ଏକନିଷ୍ଠତାରେ ମୁଗ୍ଧ ହୋଇ ତା’ର ମୁଖମଣ୍ଡଳରେ କର-କିରଣ ସ୍ପର୍ଶ ପ୍ରଦାନ କରନ୍ତି । ପ୍ରାଣପ୍ରିୟ ଦେବତାଙ୍କ ଅବିରଳ ନିପତିତ ଜ୍ୟୋତିଧାରାକୁ ଭକ୍ତି ସହକାରେ ଆକଣ୍ଠ ପାନ କରି ପଦ୍ମ ଅପୂର୍ବଶ୍ରୀ ଲାଭକରେ । ସେଥ‌ିପାଇଁ ଅନିର୍ବଚନୀୟ, ଦିବ୍ୟଶ୍ରୀମଣ୍ଡିତ, ଦେବାଶିଷପ୍ରାପ୍ତ ଉତ୍ପଳ ଓ ତା’ର ପ୍ରାଣପ୍ରିୟ ସୂର୍ଯ୍ୟଦେବ ଉଭୟେ ଧନ୍ୟ ବୋଲି କବି କହିଛନ୍ତି । କବିଙ୍କ ଭାଷାରେ–

BSE Odisha 9th Class Odia Solutions Chapter 2 ପଦ୍ମ 6

ଏଠାରେ ପଦ୍ମ ଓ ସୂର୍ଯ୍ୟଙ୍କ ମଧ୍ୟରେ ପରିଦୃଷ୍ଟ ସମ୍ପର୍କ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥ‌ିବା ସୁମଧୁର ସମ୍ପର୍କକୁ ସୂଚିତ କରେ । ପରୋକ୍ଷରେ ଏହା ମାନବ ସମାଜକୁ ଏକ ମହାନ୍ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରେ । କାୟ-ମନୋବାକ୍ୟରେ ଈଶ୍ବରଙ୍କ ପ୍ରତି ସଭକ୍ତି ସମର୍ପିତ ହେଲେ ପରମାତ୍ମା ଯେ ଅକୁଣ୍ଠ ଚିତ୍ତରେ କଲ୍ୟାଣ ବର୍ଷା କରନ୍ତି, ମଣିଷ ଏହି ଶିକ୍ଷା ଲାଭ କରିଥାଏ । ପରମେଶ୍ୱରଙ୍କ ଆଶୀର୍ବାଦ ଲାଭ କରିବାପାଇଁ ମନୁଷ୍ୟକୁ ପଦ୍ମର ଆଦର୍ଶ ଅନୁସରଣ କରିବାକୁ ହେବ । ଭକ୍ତିପୂତ ହୃଦୟରେ ଏକନିଷ୍ଠ ଭାବେ ବିଭୁ ପଦାରବିନ୍ଦରେ ଧ୍ୟାନ ରଖ୍ ସ୍ବକର୍ତ୍ତବ୍ୟ ସମ୍ପାଦନ କରିଚାଲିଲେ ପରମେଶ୍ୱରଙ୍କ ଆଶୀର୍ବାଦ ଯେ ସ୍ଵତଃ ଝରିପଡ଼ିବ, ପଦ୍ମ ଆମକୁ ଅବିରତ ସେହି ଶିକ୍ଷା ପ୍ରଦାନ କରୁଛି ।

BSE Odisha 9th Class Odia Solutions Chapter 2 ପଦ୍ମ

ପଦ୍ମ ସଂସାରର ସମସ୍ତ ପବିତ୍ର, ମଧୁମୟ, ମନୋହର ବସ୍ତୁ ସହ ସମ୍ପର୍କୀକୃତ ହୋଇଛି; ଯାହାକି ବିଧାତାର ଆଶୀର୍ବାଦ ବିନା ଅସମ୍ଭବ । ପ୍ରିୟଜନର ମୁଖ, ଲୋଚନ, ହସ୍ତପାଦାଦି ଅଙ୍ଗପ୍ରତ୍ୟଙ୍ଗ ସହ ପଦ୍ମର ନାମ ସଂଯୋଜିତ ହୋଇ ଯେ କେବଳ ଆମୋଦପ୍ରଦାୟକ ହୋଇଛି ତାହା ନୁହେଁ, ସତ୍ୟ-ଶିବ-ସୁନ୍ଦର ପରମେଶ୍ୱରଙ୍କ ହସ୍ତପାଦାଦି ସହ ଅରବିନ୍ଦ ନାମ ସଂଯୋଜିତ କରି ଭକ୍ତ ହୁଏ ଭାବାବେଗରେ ତନ୍ମୟ । ସେହି କାରଣରୁ ଭକ୍ତଜନର ସେ ପବିତ୍ର ପୁଷ୍ପ । ବିଶ୍ଵନିୟନ୍ତାଙ୍କ ନିକଟରେ ପୂର୍ଣ୍ଣ ସମର୍ପିତ ହୋଇ ତାଙ୍କ ପ୍ରତି ସଭକ୍ତି ଉନ୍ମୁଖ ରହିବା ପରି ମହତ୍ ଶିକ୍ଷା, ପଦ୍ମ ମନୁଷ୍ୟକୁ ପ୍ରଦାନ କରୁଛି ।

ମନୁଷ୍ୟ ଏକ ସାଂସାରିକ ଜୀବ । ସଂସାର ଜଞ୍ଜାଳରେ ନିମଗ୍ନ ରହି ସେ ପରମେଶ୍ଵରଙ୍କ ପ୍ରତି ତା’ର କର୍ଭବ୍ୟ ଭୁଲିଯାଏ । କାମ, କ୍ରୋଧ, ଲୋଭ, ମୋହାଦିପୂର୍ଣ୍ଣ କଳୁଷିତ ଜୀବନ, ସ୍ୱଚ୍ଛତା ଓ ପବିତ୍ରତାଠାରୁ ତା’କୁ ଦୂରେଇଦିଏ । କବି ମଧ୍ଯ ନିଜ ଜୀବନ ଦର୍ଶନ ଅନୁଶୀଳନ କରି ଆତ୍ମସ୍କାନିରେ ବିଷାଦିତ ହୋଇଛନ୍ତି । ଭାରାକ୍ରାନ୍ତ ମନ ନେଇ ଗାଇଛନ୍ତି –

BSE Odisha 9th Class Odia Solutions Chapter 2 ପଦ୍ମ 7

ପରମୁହୂର୍ତ୍ତରେ ସେ ଯେତେବେଳେ ପଦ୍ମର ଜନ୍ମରହସ୍ୟ ସ୍ମରଣ କରିଛନ୍ତି, ସେତେବେଳେ ତାଙ୍କ ମନ ଉଲ୍ଲସିତ ହୋଇଉଠିଛି । ପୂତିଗନ୍ଧମୟ ଆବର୍ଜନା ପଙ୍କରୁ ଜନ୍ମ ନେଇ ଯଦି ପଙ୍କଜ ସର୍ବଶୋଭର ଅଧିକାରୀ ହୋଇପାରିଛି, ଦେବଯୋଗ୍ୟ ଓ ପବିତ୍ର ପୁଷ୍ପ ଭାବେ ଆଦୃତ ହୋଇପାରିଛି, ତେବେ ପାପପଙ୍କିଳ ସାଂସାରିକ ଜଞ୍ଜାଳଯୁକ୍ତ ହୋଇ କବି କାହିଁକି ବିଭୁକୃପାରୁ ବଞ୍ଚିତ ହେବେ ? କେବଳ କବି ନୁହଁନ୍ତି ସାଧାରଣ ମନୁଷ୍ୟ ମଧ୍ଯ ସଂସାର ମଧ୍ୟରେ ରହି, ଆତ୍ମଶୁଦ୍ଧି ବଳରେ, ଈଶ୍ବରଙ୍କ ପଦାରବିନ୍ଦରେ ପୂର୍ଣ ସମର୍ପିତ ହୋଇ ଦିବ୍ୟଗତି ପ୍ରାପ୍ତିର ମାର୍ଗ ସୁଗମ କରିପାରିବ ।

ଅନନ୍ତ ମହେଶ୍ଵର ପରଂବ୍ରହ୍ମ ପରମେଶ୍ୱରଙ୍କ କୃପା ଲାଭ କରି ସୁଷମା ସୁରଭିତ ଜୀବନର ଅଧୀକାରୀ ହୋଇପାରିବ । ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ ଉଦ୍ଦେଶ୍ୟରେ ମନୁଷ୍ୟ ମନରେ ଯଦି ସକଳ ନୈତିକତା ଓ ପୂର୍ଣ୍ଣ ଶୁଦ୍ଧତା ଲାଭର ଅଭୀପ୍‌ସା ଜାଗ୍ରତ ହୁଏ, ତେବେ ପରଂବ୍ରହ୍ମ ପରାତ୍ରଙ୍କ ଶୁଭାଶୀର୍ବାଦ ତା’ର ମସ୍ତକରେ ଝରିପଡ଼ିବ । ପରମାନନ୍ଦ ଲାଭ କରି ସେ ମଧ୍ୟ ବ୍ରହ୍ମସ୍ଵରୂପ ଧାରଣ କରିପାରିବ । କବିଙ୍କ ଭାଷାରେ–

BSE Odisha 9th Class Odia Solutions Chapter 2 ପଦ୍ମ 8

ପଦ୍ମର ଜୀବନାଦର୍ଶ ଅନୁସରଣ କରି ମନୁଷ୍ୟ ଆତ୍ମା-ପରମାତ୍ମାର ସମ୍ବନ୍ଧ ଓ ସ୍ରଷ୍ଟାର ମହନୀୟତା ସମ୍ପର୍କରେ ଅବଗତ ହୁଏ । ସର୍ବୋପରି ମନୁଷ୍ୟକୁ ଦିବ୍ୟଚେତନା ଓ ଆଧ୍ୟାତ୍ମିକ ଜଗତକୁ ଅନୁପ୍ରବେଶର ସୁମହାନ୍ ଶିକ୍ଷା ପ୍ରଦାନ କରିବାରେ ପଦ୍ମର ଭୂମିକା ଅନସ୍ବୀକାର୍ଯ୍ୟ ।

BSE Odisha 9th Class Odia Solutions Chapter 2 ପଦ୍ମ

Question ୩୯ ।
ପଠିତ କବିତା ଅନୁସରଣରେ କବିଙ୍କ ଜୀବନ ପ୍ରତି ଆଭିମୁଖ୍ୟ ଆଲୋଚନା କର ।
କିମ୍ବା, ‘ପଦ୍ମ’ ମାଧ୍ୟମରେ କବି ମଧୁସୂଦନ କିପରି ଜୀବନଦର୍ଶନର ମହାନ୍ ତତ୍ତ୍ଵକୁ ଆବିଷ୍କାର କରିପାରିଛନ୍ତି ତାହା ଉଲ୍ଲେଖ କର ।
କିମ୍ବା, ‘ପଦ୍ମ’ର ଜୀବନ ଚରିତ ଭିତରେ ମଣିଷର ଜୀବନଚିତ୍ର କିପରି ପ୍ରତିଫଳିତ ହୋଇଛି, ତାହା ଆଲୋଚନା କର ।
Answer:
ଉତ୍କଳ ସାରସ୍ଵତ ଗଗନର ଅନ୍ୟତମ ଉଜ୍ଜ୍ଵଳ ଜ୍ୟୋତିଷ୍କ, ପ୍ରକୃତିର ପରମପୂଜାରୀ, ସାହିତ୍ୟ-ସାଧନାର ଚିନ୍ମୟ ସାଧକ, ସନ୍ନ୍ୟାସୀ ଭକ୍ତକବି ମଧୁସୂଦନ ରାଓ ଥିଲେ ମାନବବାଦର ଜଣେ ଯଥାର୍ଥ ରୂପକାର । ବିଭୁ-ରସ-ସୁଧାବର୍ଷୀ ତାଙ୍କ ଲେଖନୀ ବିଶ୍ବନିୟନ୍ତା ପରମେଶ୍ଵରଙ୍କ ଅପାର ମହିମା ପ୍ରକାଶରେ ମୁଖରିତ ହୋଇ ଭକ୍ତି ରସାମୃତ କାବ୍ୟ କବିତାର ପସରା ସଜାଡ଼ି ଦେଇଛି, ପାଠକମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ଭରିଦେବାପାଇଁ ।

ତେଣୁ ମଧୁସୂଦନଙ୍କ ସୃଷ୍ଟି ହୋଇଉଠିଛି ଆନନ୍ଦମୟ, ଅମୃତମୟ, ମଧୁମୟ ଓ ମଙ୍ଗଳମୟ । ଏହି ଋଷିକବିଙ୍କ ସାରସ୍ବତ ସୃଷ୍ଟିନିଚୟ ମଧ୍ୟରେ ‘ବର୍ଷବୋଧ’, ‘ଶିଶୁବୋଧ’, ‘ସାହିତ୍ୟ ମଞ୍ଜରୀ’, ‘ସାହିତ୍ୟ କୁସୁମ’, ‘ସାହିତ୍ୟ ପ୍ରସଙ୍ଗ’ ଆଦି ପାଠ୍ୟପୁସ୍ତକ ଏବଂ ‘କବିତାବଳୀ’, ‘ଛାନ୍ଦମାଳା’, ‘କୁସୁମାଞ୍ଜଳି’, ‘ବସନ୍ତଗାଥା’ ଆଦି କବିତାଗ୍ରନ୍ଥ ଏବଂ ‘ପ୍ରବନ୍ଧମାଳା’ ପରି ଉଚ୍ଚକୋଟୀର ଗଦ୍ୟ ରଚନା କବିଙ୍କ ଅସାମାନ୍ୟ ପ୍ରତିଭାର ପରିଚୟ ପ୍ରଦାନ କରେ ।

କବିଙ୍କ ‘ଛାନ୍ଦମାଳା’ ଗ୍ରନ୍ଥ ଦ୍ବିତୀୟ ଭାଗରୁ ସଂଗୃହୀତ କବିତା ‘ପଦ୍ମ କବିଙ୍କର ଈଶ୍ବରଭକ୍ତି, ରହସ୍ୟବାଦୀ ଚିନ୍ତାଧାରା, ସର୍ବୋପରି ଜୀବନବାଦୀ ଭାବଧାରାର ପରିପ୍ରକାଶ କହିଲେ ଅତ୍ୟୁକ୍ତି ହେବନାହିଁ । କବିଙ୍କ ମତରେ ମାନବ ଜୀବନ ହେଉଛି ସୃଷ୍ଟିରେ ଈଶ୍ଵରଙ୍କ ଶ୍ରେଷ୍ଠ ଦାନ । କିନ୍ତୁ ଏହି ଜୀବନ କ୍ଷଣସ୍ଥାୟୀ । ଜୀବନର ଅଳୀକତାକୁ ସ୍ମରଣ ରଖ୍, ସକଳ ନୈତିକତା ଓ ପବିତ୍ରତାକୁ ପାଥେୟ କରି, ମାନବକୁ ନିଜ ଲକ୍ଷ୍ୟପଥରେ ଅଗ୍ରସର ହେବାକୁ ହେବ । ଈଶ୍ବରଙ୍କ ନିକଟରେ ଚିରକୃତଜ୍ଞ ରହିବାକୁ ହେବ । ଶୃଙ୍ଖଳିତ ଜୀବନର ଅଧିକାରୀ ହିଁ ବାସ୍ତବ ସୁଖ ଲାଭ କରିଥାଏ । ଶୃଙ୍ଖଳିତ ଜୀବନ ମାନବର ମଞ୍ଜୁଳ ବିକାଶରେ ସହାୟକ ହୁଏ । ଜଳର ବୁଦ୍‌ବୁଦ୍ ପ୍ରାୟ ଅଳୀକ ଜୀବନକାଳ ସମ୍ପର୍କରେ କବି ତାଙ୍କ କାଳଜୟୀ କବିତା ‘ ଜୀବନଚିନ୍ତା’ରେ ଗାଇଛନ୍ତି –

BSE Odisha 9th Class Odia Solutions Chapter 2 ପଦ୍ମ 9

ଜୀବନ ଚିରସ୍ଥାୟୀ ନୁହେଁ ଓ ମନୁଷ୍ୟକୁ ଦିନେନା ଦିନେ ମୃତ୍ୟୁ ପରି ପରମ ସତ୍ୟର ସମ୍ମୁଖୀନ ହେବାକୁ ହେବ, ଏହି ବିଧ୍ଵନିର୍ଦ୍ଦିଷ୍ଟ ଚିରନ୍ତନତା ପ୍ରତି ସଜାଗ ରହି, ପରମେଶ୍ୱରଙ୍କ ସାନ୍ନିଧ ପ୍ରାପ୍ତି ନିମିତ୍ତ ନିଜକୁ ପ୍ରସ୍ତୁତ କରିପାରିଲେ ହିଁ ମାନବ ଜୀବନର ସାର୍ଥକତା ପ୍ରତିପାଦିତ ହେବ । ସାଂସାରିକ ମୋହ, ମାୟାଦି ପୂର୍ଣ୍ଣ ଜୀବନ ଜଞ୍ଜାଳ ମରୀଚିକା ପ୍ରାୟ, ମାନବକୁ ସତ୍ୟପଥରୁ ବିଚ୍ୟୁତ କରିଥାଏ । କାମ, କ୍ରୋଧ, ଲୋଭ ଓ ମୋହାଦି ରିପୁଗଣ ମନୁଷ୍ୟକୁ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ କରାଇ ପାପସିନ୍ଧୁର ଅତଳ ଘୁଣ୍ଠିକୁ ଟାଣିନିଅନ୍ତି । ପରବର୍ତ୍ତୀ ସମୟରେ ଜୀବନର ଲକ୍ଷ୍ୟ ସମ୍ପର୍କରେ ଅଚେତନ ମାନବ ‘ବୁଡ଼ିଗଲା ଗୋଡ଼ ତଳକୁ— ତଳକୁ’ ନ୍ୟାୟରେ ସେହି ଘୂଣ୍ଡିରୁ ମୁକୁଳି ପାରେ ନାହିଁ ।

ପାପପଙ୍କିଳ ସାଂସାରିକ ମୋହ-ମାୟା-ବନ୍ଧନ ରଜ୍ଜୁର ବଳିଷ୍ଠ ବେଷ୍ଟନୀରୁ ମୁକ୍ତି ପାଇବାପାଇଁ ପ୍ରଥମେ ଆତ୍ମଶୁଦ୍ଧି ଆବଶ୍ୟକ ।ଜଞ୍ଜାଳଗ୍ରସ୍ତ ଜୀବନରୁ ଦିବ୍ୟଜୀବନ ଆଡ଼କୁ ପ୍ରଧାବିତ ହେବାପାଇଁ ଶୁଦ୍ଧ ସଂକଳ୍ପର ଆବଶ୍ୟକତା ଅପରିହାର୍ଯ୍ୟ । କବି ପଦ୍ମର ରୂପଲାବଣ୍ୟ ଦର୍ଶନରେ ଆତ୍ମହରା ହୋଇଛନ୍ତି । ପଦ୍ମର ସ୍ବର୍ଗୀୟ ସୁଷମା ତାଙ୍କ ପ୍ରାଣରେ ଦିବ୍ୟଚେତନା ସୃଷ୍ଟି କରିଛି । କବି ଅନୁଭବ କରିଛନ୍ତି ଯେ ପଦ୍ମ ତା’ର ପ୍ରାଣପ୍ରିୟ ପ୍ରଭୁ ତପନଦେବଙ୍କ ଆଶୀର୍ବାଦ ଲାଭ କରି ଏପରି ସୁଷମା ସୌରଭର ଅଧିକାରୀ ହୋଇପାରିଛି ।

ସଦା ସହାସ୍ୟ ବଦନରେ, ନିର୍ନିମେଷ ନୟନରେ ପ୍ରାଣପ୍ରିୟଙ୍କ ପ୍ରତି ଉନ୍ମ ଖ ରହି ଓ ଅବିରତ ନିପତିତ ଜ୍ୟୋତିଧାରା ପାନ କରି ସେ ଅପୂର୍ବ ତନୁଶ୍ରୀ ଲାଭ କରିଛି ଓ ଦେବପ୍ରିୟ ପୁଷ୍ପ ହେବାର ମର୍ଯ୍ୟାଦା ଲାଭ କରିଛି । ତାମରସର ଅନ୍ତରରେ ଭରା ଅମୃତରସର ସୁବାସରେ କବି ଲକ୍ଷ୍ୟ କରିଛନ୍ତି ସ୍ନେହ-କରୁଣା-ଭକ୍ତି, ତ୍ରିବେଣୀ ସଙ୍ଗମର ପବିତ୍ରତା । ବୋଧହୁଏ ସେଇଥପାଇଁ ପଦ୍ମ ଦର୍ଶନରେ କବି ହୃଦୟରେ ସୃଷ୍ଟି ହୋଇଛି ଦିବ୍ୟାନୁଭୂତି । କବିଙ୍କ ଭାଷାରେ –

BSE Odisha 9th Class Odia Solutions Chapter 2 ପଦ୍ମ 10

ସଂସାରର ସମସ୍ତ ମାୟାବନ୍ଧନ-ରଜ୍ଜୁ ଛିନ୍ନ କରି ଅତୀନ୍ଦ୍ରିୟ ରାଜ୍ୟରେ ପ୍ରେମସୁଧା ଆସ୍ବାଦନ କରିବାପାଇଁ କବି ମନ ବ୍ୟାକୁଳିତ ହୋଇଉଠିଛି । ବିଶ୍ଵନିୟନ୍ତାଙ୍କ ନିକଟରେ ସମର୍ପିତ ହୋଇ ତାଙ୍କ ପ୍ରତି ପୂର୍ଣ୍ଣରୂପେ ଉନ୍ମ ଖ ରହିବାକୁ ପଦ୍ମ ପରୋକ୍ଷରେ କବିଙ୍କୁ ଇଙ୍ଗିତ ପ୍ରଦାନ କରିଛି । ପଦ୍ମଠାରୁ ଜୀବନର ଏହି ମହାପୁଣ୍ୟ ବ୍ରତ ଶିକ୍ଷା କରିବାପାଇଁ ତାକୁ କବି ଗୁରୁର ମର୍ଯ୍ୟାଦା ଦେଇଛନ୍ତି । ତେଣୁ ଜୀବନ, ମୃତ୍ୟୁରେ ଦିବାନିଶି ତା’ସହ ସଂଯୋଗ ରକ୍ଷା କରିବାର ଅଭୀପ୍‌ସା ତାଙ୍କ ମନରେ ଜାଗ୍ରତ ହୋଇଛି ।

BSE Odisha 9th Class Odia Solutions Chapter 2 ପଦ୍ମ

କବି ଯେତେବେଳେ ନିଜ ଜୀବନ ଦର୍ଶନ ଅନୁଶୀଳନ କରିଛନ୍ତି ତାଙ୍କ ମନ ବିଷାଦିତ ହୋଇଉଠିଛି । ଶୁଦ୍ଧ, ପବିତ୍ର ପଦ୍ମ ସହ ନିଜକୁ ତୁଳନା କରିବାକୁ ସେ ସମର୍ଥ ନୁହଁନ୍ତି । ଏହି ଭାବନା ତାଙ୍କୁ ମ୍ରିୟମାଣ କରିଛି । କାରଣ କଳୁଷିତ ଜୀବନ ଜଞ୍ଜାଳରେ ଅନୁବନ୍ଧିତ ହୋଇ ସେ ନିଜର ସ୍ଵଚ୍ଛତା ଓ ପବିତ୍ରତା ରକ୍ଷା କରିବାରେ ଅସଫଳ ହୋଇଛନ୍ତି । ଆତ୍ମଗ୍ଲାନିରେ ଭାରାକ୍ରାନ୍ତ କବିଙ୍କ ମନର ଭାବନା ଲେଖନୀ ମୁନରେ ରୂପ ପାଇଛି । କବିଙ୍କ ଭାଷାରେ –

BSE Odisha 9th Class Odia Solutions Chapter 2 ପଦ୍ମ 11

ଏହିପରି ଭାବେ, ବ୍ୟଥ୍‌ତ ହୃଦୟରେ, ନିଜକୁ ଅସହାୟ ବୋଧ କରୁଥିଲାବେଳେ ନୈରାଶ୍ୟର ଘନ ଅନ୍ଧକାର ମଧ୍ଯରେ ଆଶାର ଏକ କ୍ଷୀଣ ଜ୍ୟୋତି ତାଙ୍କ ମାନସ ପଟରେ ପ୍ରତିଭାତ ହୋଇଛି । ସଂସାରର ସବୁଠାରୁ ନିକୃଷ୍ଟ, ଘୃଣ୍ୟ, ଆବର୍ଜନା, ପୂତିଗନ୍ଧମୟ ପଙ୍କରୁ ଜନ୍ମଲାଭ କରି ପଦ୍ମ ଯଦି ଶୁଭ୍ର, ସତେଜ, ସୁଷମା-ସୌରଭ-ମଣ୍ଡିତ, ଦେବଯୋଗ୍ୟ ପୁଷ୍ପର ଗୌରବରେ ଗରୀୟାନ ହୋଇପାରିଛି, ତେବେ ପାପ-ପଙ୍କପୂର୍ଣ ସାଂସାରିକ ଜଞ୍ଜାଳ ମଧ୍ୟରେ ରହି ସେ କାହିଁକି ବିଭୁକୃପାରୁ ବଞ୍ଚିତ ହେବେ ? ସେ କାହିଁକି ସୁଷମା-ସୁରଭିତ ଜୀବନର ଅଧିକାରୀ ହୋଇ ନ ପାରିବେ ? ପରମାନନ୍ଦ ଲାଭରୁ ସେ କାହିଁକି ବଞ୍ଚତ ହେବେ ? କବିଙ୍କ ଭାଷାରେ –

BSE Odisha 9th Class Odia Solutions Chapter 2 ପଦ୍ମ 12

କବି ମନର ଏହି ଭାବନାରୁ ଜୀବନ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀର ସ୍ପଷ୍ଟ ପରିଚୟ ମିଳିଥାଏ । ଯେତେ ସାଂସାରିକ ଜଞ୍ଜାଳ ମଧ୍ୟରେ ଛନ୍ଦି ହୋଇଥିଲେ ମଧ୍ୟ ମଣିଷ ମନରେ ଦିବ୍ୟଚେତନା ଜାଗ୍ରତ କରି ପରମେଶ୍ୱରଙ୍କ ଆଶୀର୍ବାଦ ଲାଭ କରିବାରେ ସମର୍ଥ ହୋଇପାରିବ ଓ ଦିବ୍ୟଗତି ପ୍ରାପ୍ତିର ମାର୍ଗ ସୁଗମ କରିପାରିବ । ଏହା କେବଳ ଆତ୍ମଶୁଦ୍ଧି ବଳରେ ସମ୍ଭବ ହୋଇପାରିବ । ମଣିଷ ଯେ ଅମୃତର ସନ୍ତାନ, ଏହି ଭାବନା ନେଇ ମନରେ ଆତ୍ମବିଶ୍ଵାସ ଜାଗ୍ରତ କରିପାରିଲେ ମନରେ ସକଳ ନୈତିକତା ଓ ପୂର୍ଣ୍ଣ ଶୁଦ୍ଧତା ଲାଭ କରିବାର ଦୃଢ଼ ସଙ୍କଳ୍ପ ସୃଷ୍ଟି ହୋଇପାରିବ । ପରମୁହୂର୍ତ୍ତରେ ଜୀବନ ହୋଇଉଠିବ ଆନନ୍ଦମୟ, ମଧୁମୟ, ଅମୃତମୟ ଓ ପରମେଶ୍ଵରଙ୍କ ସାନ୍ନିଧ୍ୟ ଲାଭ ଦିଗରେ କ୍ରମ ପ୍ରଧାବିତ ହେବ । ଋଷିକବି ମଧୁସୂଦନଙ୍କ ‘ପଦ୍ମ କବିତାରେ କବିଙ୍କର ଜୀବନ ପ୍ରତି ଆଭିମୁଖ୍ୟ ସ୍ପଷ୍ଟ ରୂପାୟିତ ହୋଇଛି ।

Question ୪୦ ।
ମଣିଷ ସହିତ ପଦ୍ମର କିପରି ଗଭୀର ସମ୍ପର୍କ ରହିଛି, ଆଲୋଚନା କର ।
କିମ୍ବା, ‘ପଦ୍ମ’ର ଜୀବନ ଆଦର୍ଶ ସହ ମଣିଷ ଜୀବନ ଦର୍ଶନର ଯେଉଁ ସାମ୍ୟ ରହିଛି, ତାହା ଆଲୋଚନା କର ।
କିମ୍ବା, ପ୍ରକୃତିର ମହନୀୟ ସୃଷ୍ଟି ‘ପଦ୍ମ’ ଭିତରେ ଯେଉଁ ମାନବୀୟ ଗୁଣ ପରିପୂର୍ଣ୍ଣ ହୋଇରହିଛି, ତାହାର ଏକ ତୁଳନାତ୍ମକ ସମୀକ୍ଷା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର କାବ୍ୟକବିତାରେ ଭକ୍ତବାଦ ତଥା ମାନବବାଦର ଅପୂର୍ବ ସମନ୍ୱୟ ପ୍ରତିଷ୍ଠା କରି ଯେଉଁ କତିପୟ ସାଧକଗଣ ସ୍ବୀୟ ଅତନ୍ଦ୍ର ସାଧନାରେ ଉତ୍କଳ ଭାରତୀଙ୍କୁ ଅଳଙ୍କୃତ କରିଛନ୍ତି, ସେମାନଙ୍କ ମଧ୍ୟରେ ପ୍ରକୃତିର ଅନ୍ୟତମ ପୂଜାରୀ ଭକ୍ତକବି ମଧୁସୂଦନ ରାଓ ଅନ୍ୟତମ । କବି ତାଙ୍କ କାବ୍ୟକବିତାରେ ଯେଉଁ କାନ୍ତ, କମନୀୟ, ସଂଯତ ଓ ବିମଳ ମାଧୁରୀର ଛଟା ଫୁଟାଇଛନ୍ତି ତାହା ତାଙ୍କ ଅସାମାନ୍ୟ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ ।

ବ୍ରହ୍ମାପାସନାରେ ଚିରତଲ୍ଲୀନ ଏହି ସାରସ୍ଵତ ସ୍ରଷ୍ଟାଙ୍କ ସୃଷ୍ଟିନିଚୟ ପ୍ରକୃତି ଉପାସନା, ସୌନ୍ଦର୍ଯ୍ୟାନୁଭୂତି, ଭକ୍ତିଭାବନା, ରସହ୍ୟବାଦ ଓ ମାନବିକ ମୂଲ୍ୟବୋଧର ସାର୍ଥକ ଅଭିବ୍ୟକ୍ତି ମଧ୍ୟରେ ଚିରଭାସ୍କର । ଏହି ଋଷିକବିଙ୍କ କାଳଜୟୀ ସୃଷ୍ଟିସମ୍ଭାର ମଧ୍ୟରେ ବହୁ ପ୍ରବନ୍ଧ, ଶିଶୁସାହିତ୍ୟ ଏବଂ ‘ଛାନ୍ଦମାଳା’, ‘ବର୍ଣ୍ଣବୋଧ’, ‘କୁସୁମାଞ୍ଜଳି’, ‘ବସନ୍ତଗାଥା’, ‘କବିତାବଳୀ’ ପରି ଚିରନ୍ତନ ମୂଲ୍ୟବୋଧ ପରିପୂର୍ଣ୍ଣ କାବ୍ୟକବିତା କବିଙ୍କ ବହୁମୁଖୀ ପ୍ରତିଭାର ପରିଚାୟକ ।

କବିତା ‘ପଦ୍ମ ମଣିଷ ପାଇଁ ଏକ ଉତ୍ତରଣର ମାର୍ଗ ପ୍ରଦର୍ଶନ କରିଛି । ଆଦର୍ଶ, ନିଷ୍ଠାପର, ପବିତ୍ର ଜୀବନ ନିର୍ବାହ କରିବାପାଇଁ ପ୍ରେରଣା ଭରିରହିଛି କବିତାଟିରେ । ସୃଷ୍ଟିରେ ମନୁଷ୍ୟ ହିଁ ଈଶ୍ଵରଙ୍କ ସର୍ବଶ୍ରେଷ୍ଠ ମହନୀୟ ଅବଦାନ । ଧରାପୃଷ୍ଠରେ ଆତଯାତ ସମସ୍ତ ଜୀବ ମଧ୍ୟରେ ବୁଦ୍ଧି ଓ ବିବେକର ଅଧିକାରୀ ମାନବ ହିଁ ଦୁର୍ଲଭ ଶରୀର ପ୍ରାପ୍ତ ହୋଇଛି । ଜୀବନର ସାର୍ଥକତା ପ୍ରତିପାଦନ ନିମିତ୍ତ ପରମେଶ୍ବର ତାକୁ ଉପଯୁକ୍ତ ବିଚାର ପାଇଁ ଦେଇଛନ୍ତି ଉନ୍ନତ ମସ୍ତିଷ୍କ ଏବଂ ଦୟା, କ୍ଷମା, ସ୍ନେହ ଓ ଭଲପାଇବା ପରି ସ୍ବର୍ଗୀୟ ଗୁଣର ଅଧିକାରୀ ହେବାପାଇଁ ଦେଇଛନ୍ତି ମହାର୍ଘ ବିବେକ ।

ଜୀବନ ଯେ କ୍ଷଣସ୍ଥାୟୀ, ଏହି ଶାଶ୍ବତ ସତ୍ୟ ସମ୍ପର୍କରେ ମାନବ ଅବଗତ । ମୃତ୍ୟୁର ମହାସିନ୍ଧୁ ଦିଗରେ ତୀବ୍ରବେଗରେ ପ୍ରଧାବିତ ଜୀବନ ତଟିନୀର ସ୍ନେହ-ପ୍ରେମ-ଦୟା-କ୍ଷମା ରୂପକ ସୁଶୀତଳ ଶୁଦ୍ଧପୂତ ବାରିରାଶି ଯଦି ପାରିପାର୍ଶ୍ବକ ଜନଜୀବନକୁ କିଞ୍ଚିତ୍ ପରିମାଣରେ ପରିତୃପ୍ତ କରିପାରେ, ତେବେ ଆତ୍ମତୃପ୍ତି ଲାଭପୂର୍ବକ ସେ ସ୍ରଷ୍ଟାଙ୍କ ଅମୃତ ଅବଦାନକୁ ଯେ ମର୍ଯ୍ୟାଦାବନ୍ତ କରିପାରିବ ଏଥରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ।

ତେଣୁ ଜୀବନର କ୍ଷଣସ୍ଥାୟୀତ୍ୱକୁ ସ୍ମରଣ କରି ସକଳ ନୈତିକତା ଓ ପବିତ୍ରତାପୂର୍ଣ୍ଣ ଜୀବନଶୈଳୀକୁ ପାଥେୟ କରି ମଣିଷକୁ ନିଜ ଲକ୍ଷ୍ୟପଥରେ ଅଗ୍ରସର ହେବାକୁ ହେବ । ସ୍ରଷ୍ଟାଙ୍କ ନିକଟରେ ଚିରକୃତଜ୍ଞ ରହିବାକୁ ହେବ । ଶୃଙ୍ଖଳିତ ଜୀବନର ଅଧିକାରୀ ହିଁ ବାସ୍ତବ ସୁଖ ଲାଭ କରିଥାଏ । ଅନନ୍ତ ମହେଶ୍ଵର ପରଂବ୍ରହ୍ମ ପରାତ୍ପରଙ୍କ ଦିବ୍ୟ ସାନ୍ନିଧ୍ୟ ଲାଭ ପାଇଁ ସକଳ ନୈତିକତା ଓ ପୂର୍ଣ୍ଣ ଶୁଦ୍ଧତାକୁ ଜୀବନଶୈଳୀର ପାଥେୟ ଭାବେ ଅଙ୍ଗୀକାର କରିବାକୁ ହେବ । ଏହି ଦୃଷ୍ଟିରୁ ପଦ୍ମ ସହ ମନୁଷ୍ୟ ଜୀବନର ଗଭୀର ସାମଞ୍ଜସ୍ୟ ପରିଲକ୍ଷିତ ହୁଏ ।

ପଦ୍ମର ଅନ୍ୟନାମ ପଙ୍କଜ । ସଂସାରର ସବୁଠାରୁ ଘୃଣ୍ୟ, ହୀନ ଆବର୍ଜନା, ପୂତିଗନ୍ଧମୟ ପଙ୍କରୁ ତା’ର ଜନ୍ମ । ଠିକ୍ ଯେପରି କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାସ୍କର୍ଯ୍ୟ ପରି ମହାରିପୁମାନଙ୍କ ଉପଦ୍ରବ କ୍ଷେତ୍ର ପାପପଙ୍କିଳ ସଂସାରରେ ମାନବର ଜନ୍ମ । ପଙ୍କ ପରି ନିକୃଷ୍ଟ ଆବର୍ଜନାରୁ ଜନ୍ମ ନେଇଥିଲେ ମଧ୍ୟ ପଦ୍ମଠାରେ ପଙ୍କର ରୂପ, ରସ, ଗନ୍ଧ ତିଳେ ମାତ୍ର ପରିଲକ୍ଷିତ ହୋଇ ନ ଥାଏ । ବରଂ ସମଗ୍ର ବିଶ୍ଵରେ ସେ କୋଟି-ଲାବଣ୍ୟ-ନିଧ୍ରର ମର୍ଯ୍ୟାଦା ଲାଭ କରିଛି ।

BSE Odisha 9th Class Odia Solutions Chapter 2 ପଦ୍ମ

ଦିବ୍ଯ ସୁଷମା ଓ ସ୍ଵର୍ଗୀୟ ସୌରଭର ଅଧିକାରୀ ହୋଇ ଦେବଯୋଗ୍ୟ ପୁଷ୍ପ ହେବାର ଗୌରବରେ ଗରୀୟାନ ହୋଇଛି । ତା’ର ଅନିର୍ବଚନୀୟ ରୂପମାଧୁରୀ ଦର୍ଶନରେ କବିଙ୍କ ମନରେ ଚେତନା ସୃଷ୍ଟି ହୋଇଛି । ତା’ର ବିମଳ ଶୋଭା ସୌରଭକୁ କବି ପ୍ରାଣେ ପ୍ରାଣେ ଅନୁଭବ କରିଛନ୍ତି । କେବଳ କବି ନୁହଁନ୍ତି ଯେ କୌଣସି ବ୍ୟକ୍ତି ପଦ୍ମର ଅପରୂପ ଶୋଭାରେ ବିମୁଗ୍ଧ ହୁଏ । କବିଙ୍କ ଭାଷାରେ–


କବି ପଦ୍ମର ଜନ୍ମଜାତକ ଅନୁଶୀଳନ କଲାପରେ ତା’ର ସ୍ଵର୍ଗୀୟ ରୂପଲାବଣ୍ୟ ଓ ଦିବ୍ୟ ସୁଗନ୍ଧର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଛନ୍ତି । ତାଙ୍କର ହୃଦ୍‌ବୋଧ ହୋଇଛି ଯେ ପଦ୍ମ ତା’ର ପ୍ରାଣପ୍ରିୟ ପ୍ରଭୁ ତପନଙ୍କଠାରେ ପୂର୍ଣ୍ଣ ସମର୍ପିତ । ସୂର୍ଯ୍ୟଦେବଙ୍କ ପ୍ରତି ସଦା ସହାସ୍ୟ ବଦନରେ, ନିର୍ନିମେଷ ନୟନରେ ଉନ୍ମୁଖ ରହେ ଅରବିନ୍ଦ । କେବଳ ବିଭୁ ଆଶୀର୍ବାଦ ପ୍ରାପ୍ତ ହୋଇ ସେ ଶୁଭ୍ର ଲାବଣ୍ୟମୟ ତନୁଶ୍ରୀର ଅଧିକାରୀ ହୋଇପାରିଛି ।

ଦିବାକର ମଧ୍ୟ ପଦ୍ମର ଏକନିଷ୍ଠ ସାଧନା, ଅନନ୍ୟ ଭକ୍ତି ଓ ପୂର୍ଣ୍ଣ ସମର୍ପଣ ଭାବରେ ସନ୍ତୁଷ୍ଟ ହୋଇ କର-କିରଣ ସ୍ପର୍ଶରେ ତାକୁ ଦୀପ୍ତିମନ୍ତ କରିଛନ୍ତି । ଅବିରତ ନିପତିତ ରବିରଶ୍ମିଧାରାକୁ ସଭକ୍ତି ଆକଣ୍ଠ ପାନ କରି ଅତୁଳନୀୟ ଦିବ୍ୟଶ୍ରୀ ମଣ୍ଡିତ ହୋଇଛି ଉତ୍କଳ । କବିଙ୍କ ଭାଷାରେ –

BSE Odisha 9th Class Odia Solutions Chapter 2 ପଦ୍ମ 14
ପଦ୍ମକୁ ନିଜ ଗୁରୁ ଆସନରେ ଅଧିଷ୍ଠିତ କରି କବି ତା’ଠାରୁ ସେହି ମହନୀୟ ଗୁଣ ଶିକ୍ଷା କରିବାକୁ ଆଗ୍ରହୀ ହୋଇଛନ୍ତି । କେବଳ କବି ନୁହେଁ, ଅମୃତର ସନ୍ତାନ ମନୁଷ୍ୟ ମଧ୍ଯ ପଦ୍ମର ସେହି ନିଷ୍ଠା, ସାଧନା ଓ ସମର୍ପଣ ଭାବକୁ ଶିକ୍ଷାକରି ପରମେଶ୍ୱରଙ୍କ ପ୍ରତି ସଦା ଉନ୍ମୁଖ ରହିଲେ ବିଭୁକୃପା ଅବଶ୍ୟ ଲାଭ କରିବ ଏଥ‌ିରେ ସନ୍ଦେହ ନାହିଁ । କଳୁଷ-କାଳିମାପୂର୍ଣ୍ଣ ସଂସାର ଜଞ୍ଜାଳର ଆବିଳ ଘୂଷ୍ଣିବଳୟ ମଧ୍ୟରୁ ତାକୁ ଉର୍ଦ୍ଧ୍ବକୁ ଉଠିବାକୁ ହେବ । ମୋହ-ମାୟା-ବନ୍ଧନ-ରଜ୍ଜୁର ଦୃଢ଼ ବନ୍ଧନରୁ ମୁକ୍ତ ହେବାପାଇଁ ତାକୁ ପ୍ରୟାସ କରିବାକୁ ହେବ ।

ମୋହ-ମାୟାପୂର୍ଣ୍ଣ ସଂସାର ବନ୍ଧନ ଯେ ତାକୁ ବିପଥଗାମୀ କରିବ ସେ ସମ୍ପର୍କରେ ତାକୁ ସଚେତନ ହେବାକୁ ପଡ଼ିବ । କାମ, କ୍ରୋଧ, ଲୋଭ ଓ ମୋହାଦିପୂର୍ଣ୍ଣ କଳୁଷିତ ଜୀବନଶୈଳୀ ମନୁଷ୍ୟ ମନରୁ ସ୍ବଚ୍ଛତା ଓ ପବିତ୍ରତା ଲୋପ କରେ । ଅନୀତି, ଅସତ୍ୟ, ଅବିବେକିତା ପରିପୂର୍ଣ୍ଣ ଜୀବନଚର୍ଯ୍ୟା ତାକୁ ରସାତଳଗାମୀ କରାଏ । ସଂସାର ବନ୍ଧନରେ ଆବଦ୍ଧ କବିଙ୍କ ମନକୁ ମଧ୍ୟ ସେହି ଭାବନା ବିଷାଦିତ କରିଥିଲା । ପଦ୍ମ ପରି ବିଭୁକୃପା ଲାଭରୁ ସେ ବଞ୍ଚିତ ହେବେ ବୋଲି ବ୍ୟଥ୍ତ ହୋଇଥିଲେ । ତାଙ୍କ ଭାଷାରେ–

BSE Odisha 9th Class Odia Solutions Chapter 2 ପଦ୍ମ 15

ପଦ୍ମର ପଙ୍କଜ ନାମ ତାଙ୍କ ନୈରାଶ୍ୟଦଗ୍ଧ ପ୍ରାଣରେ ଆଶା ସଂଜୀବିତ କରିଛି । ପଙ୍କରୁ ସୃଷ୍ଟି ହୋଇ ମଧ୍ୟ ନିଜର ପୂର୍ଣ୍ଣ ସମର୍ପଣ ଭାବ, ଭକ୍ତିପୂର୍ଣ୍ଣ ସାଧନାଦ୍ଵାରା ପଦ୍ମ ବିଭୁ ଆଶୀର୍ବାଦ ପ୍ରାପ୍ତ ହୋଇଛି । ଠିକ୍ ସେହିପରି ମନୁଷ୍ୟ ଯେତେବେଳେ ପୂର୍ବ ସମର୍ପଣ ଭାବ, ଭକ୍ତିପୂର୍ଣ୍ଣ ସାଧନାଦ୍ଵାରା ପଦ୍ମ ବିଭୁ ଆଶୀର୍ବାଦ ପ୍ରାପ୍ତ ହୋଇଛି । ଠିକ୍ ସେହିପରି ମନୁଷ୍ୟ ଯେତେବେଳେ କରନ୍ତି । ତା’ ମନରେ ଦିବ୍ୟ ଚେତନା ଭରିଦିଅନ୍ତି ଓ ତା’ର ଦିବ୍ୟଗତି ପ୍ରାପ୍ତିର ମାର୍ଗ ସୁଗମ କରିଦିଅନ୍ତି ।

ବିଭୁକୃପା ପ୍ରାପ୍ତି ପାଇଁ ଅଖଣ୍ଡ ଧୈର୍ଯ୍ୟ ଓ ଆତ୍ମବିଶ୍ଵାସ ସର୍ବାଦୌ ଆବଶ୍ୟକ । ପଙ୍କରୁ ଉତ୍‌ତ ହୋଇ, ଜଳସ୍ତର ଅତିକ୍ରମ କରି ଊର୍ଷକୁ ଉଠିବା ପର୍ଯ୍ୟନ୍ତ ସୁଦୀର୍ଘ ସମୟ ପଦ୍ମର ନିଷ୍ଠାପର ସାଧନା ଓ ଶୁଭ ସଂକଳ୍ପକୁ ସୂଚିତ କରୁଛି । ଠିକ୍ ସେହିପରି ଆତ୍ମଶୁଦ୍ଧି ପୂର୍ବକ ସକଳ ନୈତିକତା, ଶୃଙ୍ଖଳା ଓ ଶୁଦ୍ଧପୂତ ଜୀବନଶୈଳୀକୁ ପାଥେୟ କରି ପରଂବ୍ରହ୍ମଙ୍କଠାରେ ପୂର୍ଣ୍ଣ ସମର୍ପଣଦ୍ୱାରା ମାନବ ଅବଶ୍ୟ ପରମାନନ୍ଦ ପ୍ରାପ୍ତ ହେବ, ‘ପଦ୍ମ’ କବିତାରୁ ଏହି ଶିକ୍ଷା ମିଳିଥାଏ ।

Question ୪୧ ।
ପଠିତ କବିତା ଅନୁସରଣରେ କବିଙ୍କ ଭକ୍ତିଭାବର ପରିଚୟ ଦିଅ ।
କିମ୍ବା, କବି ମଧୁସୂଦନ ରାଓଙ୍କର ‘ଭକ୍ତକବି’ ଉପାଧ୍ ଏକ ଦିବ୍ୟ ବିଚାରୋଚିତ ଉପାଧ୍ – ଏ ମନ୍ତବ୍ୟର ସମୀକ୍ଷା କର ।
କିମ୍ବା, ଭକ୍ତକବିଙ୍କର ସମସ୍ତ ସାରସ୍ଵତ ସୃଷ୍ଟିରେ ଦିବ୍ଯଚିନ୍ତାର ଏକ ଅଫୁରନ୍ତ ପରିପ୍ରକାଶ ଘଟିଥାଏ ସତ୍ୟ ଆଲୋଚନା କର । – ଏହା କେତେଦୂର ସତ୍ୟ ଆଲୋଚନା କର ।
Answer:
କବି, ଭାବୁକ, ଦାର୍ଶନିକ ପ୍ରକୃତି ବକ୍ଷରେ ପରିଦୃଷ୍ଟ ଅନନ୍ୟ ଶୋଭାସମ୍ଭାର ମଧ୍ଯରେ ଦେଖନ୍ତି ପରମପୁରୁଷଙ୍କ ଅବ୍ୟକ୍ତ ଲୀଳା ଓ ଲେଖନୀ ମୁନରେ ସୃଷ୍ଟି କରନ୍ତି ଦିବ୍ୟ ଭାବନାର ଅନନ୍ତ ସବୁଜିମା । ପ୍ରକୃତିର ଛତ୍ରେ ଛତ୍ରେ ବ୍ରହ୍ମସ୍ୱରୂପ ଦର୍ଶନ କରି, ଭକ୍ତି ଭାବରେ ତନ୍ମୟ ହୋଇ, ପରମେଶ୍ଵରଙ୍କ ଅପାର କରୁଣା ପାଇଁ ଚିରକୃତଜ୍ଞ ରହି ଯିଏ ସାରସ୍ଵତ ସୃଷ୍ଟିରେ ନିଜକୁ ଉତ୍ସର୍ଗ କରିଥିଲେ ସେ ହେଉଛନ୍ତି ଋଷିକବି ମଧୁସୂଦନ ରାଓ । କୈଶୋର ବୟସରୁ ତାଙ୍କଠାରେ ସତ୍ୟାନୁସନ୍ଧିତ୍ସା ଓ ସତ୍ୟାନୁରାଗ ଆଦି ମହନୀୟ ଗୁଣାବଳୀ ରହିଥିଲା ।

ପରବର୍ତ୍ତୀ ସମୟରେ ପ୍ରତିମାପୂଜା ଓ ବ୍ରାହ୍ମଣ-ପୁରୋହିତମାନଙ୍କ କ୍ରିୟାକାଣ୍ଡ ପ୍ରତି ବୀତସ୍ପୃହ ହୋଇ ସେ ଏକେଶ୍ବରବାଦରେ ବିଶ୍ବାସ ସ୍ଥାପନ କରିଥିଲେ ଓ ବ୍ରାହ୍ମଧର୍ମ ପ୍ରତି ଆସ୍ଥା ପ୍ରକଟ କରିଥିଲେ । ଭକ୍ତକବିଙ୍କ କର୍ମମୟ ଜୀବନ ଶିକ୍ଷା ବିଭାଗ ସହ ସଂପୃକ୍ତ ଥିବାରୁ ସେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ ଉପାଦେୟ ପୁସ୍ତକ ରଚନା କରି ଉତ୍କଳର ପୁରପଲ୍ଲୀରେ ପରଚିତ ହୋଇପାରିଥିଲେ । ତାଙ୍କ ସାରସ୍ଵତ ସୃଷ୍ଟିସମ୍ଭାର ମଧ୍ଯରେ ‘ବର୍ଣ୍ଣବୋଧ’, ‘ସାହିତ୍ୟ ମଞ୍ଜରୀ’, ‘ସାହିତ୍ୟ କୁସୁମ’, ‘ସାହିତ୍ୟ ପ୍ରସଙ୍ଗ’, ‘କୁସୁମାଞ୍ଜଳି’, ‘କବିତାବଳୀ’, ‘ଛାନ୍ଦମାଳା’, ‘ବସନ୍ତଗାଥା’, ‘ପ୍ରବନ୍ଧମାଳା’ ଆଦି କୃତି ତାଙ୍କ ପ୍ରତିଭାଦୀପ୍ତ ସୃଜନଶକ୍ତିର ପରିଚାୟକ ।

BSE Odisha 9th Class Odia Solutions Chapter 2 ପଦ୍ମ

କବିତା ‘ପଦ୍ମ କବିଙ୍କର ପ୍ରକୃତିପ୍ରୀତି, ସୌନ୍ଦର୍ଯ୍ୟବୋଧ ଓ ଦିବ୍ୟାନୁରାଗର ପରିଚୟ ପ୍ରଦାନ କରେ । ଈଶ୍ଵରଭକ୍ତି, ରହସ୍ୟବାଦୀ ଚିନ୍ତାଧାରା ସର୍ବୋପରି ଜୀବନବାଦୀ ଭାବଧାରା ତାଙ୍କ କବିତାଗୁଡ଼ିକୁ ଚିରନ୍ତନ ମୂଲ୍ୟବୋଧରେ ଋଦ୍ଧିମନ୍ତ କରିଛି । ବ୍ରାହ୍ମଧର୍ମ ଗ୍ରହଣ ପରେ ତାଙ୍କ କବିତାର ଆମ୍ବିକ ବିଭାବରେ ପରିବର୍ତ୍ତନ ପରିଦୃଷ୍ଟ ହେଲେ ମଧ୍ୟ ତାହା ମଧ୍ୟରେ ଉପନିଷଦୀୟ ଭାବଧାରା ଉପଲବ୍ଧ କରିହୁଏ । କିଶୋର ବୟସରୁ ତାଙ୍କର ସରଳ ସାଧୁ ବ୍ୟବହାର ଓ ମିଷ୍ଟାଳାପ ପାଇଁ ସେ ସହାଧ୍ୟାୟୀଙ୍କଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ସହକର୍ମୀମାନଙ୍କର ଘନିଷ୍ଠ ହୋଇପାରିଥିଲେ ।

କବିଙ୍କର ସମସ୍ତ କବିତା, ଗଳ୍ପ ଓ ପ୍ରବନ୍ଧାଦିରୁ କବିଙ୍କ ମହନୀୟ ଜୀବନଦର୍ଶନର ପୂର୍ଣ୍ଣ ପରିଚୟ ପରିଦୃଷ୍ଟ ହୁଏ । ମାନବ ପ୍ରାଣରେ ଶାଶ୍ବତ ଚେତନା ଜାଗ୍ରତ କରିବାରେ ତାଙ୍କ ଲେଖନୀ ସୃଷ୍ଟିରେ ଅମୃତସିଞ୍ଚନ କରିଛି । ବିଶ୍ୱବାସୀଙ୍କୁ ସୃଷ୍ଟିକର୍ତ୍ତାଙ୍କ ଅଯାଚିତ ଅବଦାନ ସ୍ମରଣ କରାଇ ସେ ମୁକ୍ତକଣ୍ଠରେ ଘୋଷଣା କରି ଗାଇଛନ୍ତି –

BSE Odisha 9th Class Odia Solutions Chapter 2 ପଦ୍ମ 16

‘ପଦ୍ମ’ କବିତାର ପ୍ରତି ପଂକ୍ତିରେ ବିଭୁପ୍ରେମର ଅମିୟ ରସ ପାଠକ ପ୍ରାଣରେ ସ୍ଵଚ୍ଛ ଓ ପବିତ୍ର ଭାବର ଉଦ୍ରେକ କରେ । ମଧୁସୂଦନ ତାଙ୍କ କବିତାରେ ଶିବତ୍ଵ ଆରୋପ କରିଛନ୍ତି । ତାଙ୍କ ଧାନନେତ୍ର ସୃଷ୍ଟିରେ ଅମୃତର ଆବିଷ୍କାର କରିଛି । ପଦ୍ମର ରୂପଲାବଣ୍ୟ କବିପ୍ରାଣରେ ସୃଷ୍ଟି କରିଛି ଦିବ୍ୟଚେତନା । ଏହାର ପୀୟୂଷସ୍ପର୍ଶୀ ବିମଳ ଶୋଭା ସୌରଭକୁ କବି ପ୍ରାଣେ ପ୍ରାଣେ ଅନୁଭବ କରିଛନ୍ତି । ପଦ୍ମକୁ ସେ କୋଟି ଲାବଣ୍ୟନିଧ୍ ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ଏହାର ସୁକୋମଳ ତନୁଶ୍ରୀ ସ୍ରଷ୍ଟାଙ୍କର ଦିବ୍ୟସ୍ପର୍ଶରେ ଅମୃତମୟ ହୋଇଉଠିଛି । କବିଙ୍କ ଭାଷାରେ–

BSE Odisha 9th Class Odia Solutions Chapter 2 ପଦ୍ମ 17

ପଦ୍ମର ଶୁଭ୍ର ଲାବଣ୍ୟମୟ ରୂପବୈଭବ କବିଙ୍କ ହୃଦୟରେ ବିମଳ ଶାଶ୍ଵତ ଭାବନା ସୃଷ୍ଟି କରିଛି । ତାମରସର ଅନ୍ତରରେ ଛିନ୍ନ କରି ଅତୀନ୍ଦ୍ରିୟ ରାଜ୍ୟରେ ପବିତ୍ର ପ୍ରେମରସ ଆସ୍ବାଦନ ପାଇଁ ମନ ତାଙ୍କର ବ୍ୟାକୁଳ ହୋଇଉଠିଛି ।

ସୂର୍ଯ୍ୟପ୍ରିୟା ପଦ୍ମ ରବିରଶ୍ମି ସ୍ପର୍ଶରେ ହୁଏ ବିକଶିତ । ସଦା ସହାସ୍ୟ ବଦନରେ ନିର୍ନିମେଷ ନୟନରେ ନିଜ ଆରାଧ୍ୟ ଦେବତାଙ୍କ ପ୍ରତି ଉନ୍ମୁଖ ରହେ ଅରବିନ୍ଦ । ଅବିରଳ ନିପତିତ ସୌରରଶ୍ମି ଧାରାକୁ ସଭକ୍ତି ପାନ କରି ପଦ୍ମ ଅପୂର୍ବ ରୂପଶ୍ରୀ ଲାଭ କରେ । ତେଣୁ ଅନିର୍ବଚନୀୟ ଦିବ୍ୟଶ୍ରୀ-ମଣ୍ଡିତ ଉତ୍ପଳ ଓ ତା’ର ପ୍ରାଣପ୍ରିୟ ପ୍ରଭୁ ତପନ ଉଭୟେ ଧନ୍ୟ ବୋଲି କବି ପ୍ରକାଶ କରିଛନ୍ତି । ପଦ୍ମକୁ ଗୁରୁଭାବେ ଗ୍ରହଣ କରି ତାହାଠାରୁ ବିଭୁ ପଦାରବିନ୍ଦରେ ସମର୍ପିତ ହେବାର ମହତ୍ ଶିକ୍ଷା ଲାଭ କରିବାକୁ କବି ଅଭୀପ୍‌ସା ପୋଷଣ କରିଛନ୍ତି । ମାତ୍ର ସାଂସାରିକ ଜଞ୍ଜାଳରେ ନିମଗ୍ନ କବି ଶୁଭ୍ର ପବିତ୍ର ପଦ୍ମ ସହ ନିଜକୁ ତୁଳନା କରିବାକୁ ସାହସ କରିପାରି ନାହାନ୍ତି । ତାଙ୍କ ମତରେ—

BSE Odisha 9th Class Odia Solutions Chapter 2 ପଦ୍ମ 18

କାମ, କ୍ରୋଧ, ଲୋଭ, ମୋହାଦି ପୂର୍ବ ପାପପଙ୍କିଳ ସାଂସାରିକ ବନ୍ଧନରେ ଆବଦ୍ଧ ହୋଇ କବି ନିଜର ସ୍ୱଚ୍ଛତା ପବିତ୍ରତା ରକ୍ଷା କରିବାରେ ଅସଫଳ ହୋଇଛନ୍ତି ବୋଲି ଅନୁଭବ କରିଛନ୍ତି । ନିଜ ଜୀବନ ଦର୍ଶନର ଅନୁଶୀଳନ କରୁ କରୁ ଆତ୍ମଗ୍ଳାନିରେ ମନ ତାଙ୍କର ଭାରାକ୍ରାନ୍ତ ହୋଇଉଠିଛି । ପରମୁହୂର୍ତ୍ତରେ ନୈରାଶ୍ୟର ଘନ ଅନ୍ଧକାର ମଧ୍ୟରେ ତାଙ୍କ ବିଷାଦିତ ମନରେ ଆଶାର କ୍ଷୀଣ ଝଲକ ଦେଖାଦେଇଛି ।

ସଂସାରର ଘୃଣ୍ୟ ଆବର୍ଜନାମୟ ପଙ୍କ ମଧ୍ୟରୁ ଜନ୍ମ ନେଇ ଯଦି ପଙ୍କଜ ସର୍ବଶୋଭାର ଉତ୍ସ, ଦେବଯୋଗ୍ୟ ଓ ପବିତ୍ର ହୋଇପାରେ ତେବେ ସେ କାହିଁକି ସାଂସାରିକ ଜଞ୍ଜାଳଯୁକ୍ତ ହୋଇ ବିଭୁକଲ୍ୟାଣ ପ୍ରାପ୍ତ ହୋଇପାରିବେ ନାହିଁ ? ଆତ୍ମଶୁଦ୍ଧି ବଳରେ, ଅନନ୍ତ ମହେଶ୍ଵର ପରଂବ୍ରହ୍ମ ପରାତ୍ପରଙ୍କଠାରେ ନିଜକୁ ସମର୍ପଣ କରି, ସେ ମଧ୍ୟ ବ୍ରହ୍ମସ୍ଵାଦ ଲାଭ କରିପାରିବେ ଓ ବ୍ରହ୍ମସ୍ଵରୂପ ଧାରଣ କରିପାରିବେ, ଏହି ଆତ୍ମବିଶ୍ଵାସ ତାଙ୍କ ହୃଦୟରେ ଦୃଢ଼ୀଭୂତ ହୋଇଛି । କବିଙ୍କ ଭାଷାରେ–

BSE Odisha 9th Class Odia Solutions Chapter 2 ପଦ୍ମ 19

ଆତ୍ମସମୀକ୍ଷା ବଳରେ, ପଦ୍ମଠାରେ ନିଜ ଜୀବନ ଦର୍ଶନର ପ୍ରତିଫଳନ ଲକ୍ଷ୍ୟ କରି କବି ସଦାସର୍ବଦା ପଦ୍ମର ପଦାଙ୍କ ଅନୁସରଣ କରିବାକୁ ସଂକଳ୍ପ କରିଛନ୍ତି । ପଦ୍ମର ସର୍ବବିଧ ସୌନ୍ଦର୍ଯ୍ୟ ଓ ପୂତସୌରଭ ଯେପରି ତା’ର ପ୍ରାଣପ୍ରିୟ ପ୍ରଭୁ ତପନଙ୍କ ପାଇଁ ଉଦ୍ଦିଷ୍ଟ, ସେହିପରି କବିଙ୍କର ସକଳ ନୈତିକତା ଓ ପୂର୍ଣ୍ଣ ଶୁଦ୍ଧତା- ଲିପ୍‌ସା ଅନନ୍ତ ମହେଶ୍ଵରଙ୍କ ସାନ୍ନିଧ୍ୟ ଲାଭ ଉଦ୍ଦେଶ୍ୟରେ ଆୟୋଜିତ ହେବ ବୋଲି କବି ଆତ୍ମବିଶ୍ଵାସ ଜାଗ୍ରତ କରିଛନ୍ତି । ପରମେଶ୍ଵରଙ୍କ ପଦାରବିନ୍ଦରେ ନିଜ ମନପଦ୍ମକୁ ଜଡ଼ାଇ ରଖ୍ ସେ ଦିବ୍ୟଗତିର ମାର୍ଗ ସୁଗମ କରିପାରିବେ ବୋଲି ଆଶା କରିଛନ୍ତି । କବି କଣ୍ଠରେ-

BSE Odisha 9th Class Odia Solutions Chapter 2 ପଦ୍ମ 20

ପଦ୍ମ ପରି ପ୍ରକୃତିର ଏକ ଉପାଦାନର ବର୍ଣ୍ଣନା କରୁ କରୁ ଭାବାବେଗରେ କବି ଆତ୍ମା-ପରମାତ୍ମାର ସମ୍ବନ୍ଧ ଓ ସ୍ରଷ୍ଟାର ମହନୀୟତାରେ ଆତ୍ମବିଭୋର ହୋଇଉଠିଛନ୍ତି । ତାଙ୍କ ପାଇଁ ଏ ସୃଷ୍ଟି ହୋଇଉଠିଛି ଆନନ୍ଦମୟ ଓ ମଧୁମୟ । ଦିବ୍ୟରସ ପରିପ୍ ତ କବିତା ‘ପଦ୍ମ ବାସ୍ତବିକ କବିଙ୍କ ଭକ୍ତିଭାବର ପରିଚୟ ପ୍ରଦାନ କରିଥାଏ ।

Question ୪୨ ।
ପଠିତାଂଶ ଅବଲମ୍ବନରେ କବିଙ୍କର ପ୍ରକୃତିପ୍ରାଣତା ସମ୍ପର୍କରେ ଆଲୋଚନା କର ।
କିମ୍ବା, ପ୍ରକୃତି ମଧ୍ଯରେ ଜୀବନୀଶକ୍ତି ସଞ୍ଚାର କରିବାର ଦିବ୍ୟଚିନ୍ତା ଭକ୍ତକବିଙ୍କର ଲେଖନୀର ଏକ ମହାର୍ଘ ଅବଦାନ –
‘ପଦ୍ମ’ କବିତା ଅନୁସରଣରେ ଏ ସତ୍ୟର ସତ୍ୟତା ଦର୍ଶାଅ ।
Answer:
ଉତ୍କଳ ସାରସ୍ଵତ ଗଗନର ଅନ୍ୟତମ ଜ୍ୟୋତିର୍ମୟ ଜ୍ୟୋତିଷ୍କ ଭକ୍ତକବି ମଧୁସୂଦନ ରାଓ ଥିଲେ ପ୍ରକୃତିର ପରମପୂଜାରୀ ଓ ଏକେଶ୍ବରବାଦର ଯଥାର୍ଥ ରୂପକାର । ଅବିନଶ୍ବର ପ୍ରତିଭାଦୀପ୍ତ ଏହି ପ୍ରଜ୍ଞାପୁରୁଷଙ୍କ ସୃଷ୍ଟିନିଚୟ ପ୍ରକୃତିରେ ଅମୃତର ଆବିଷ୍କାର କରିଛି । ତେଣୁ ତାଙ୍କର ସୃଷ୍ଟି ହୋଇଉଠିଛି ଆନନ୍ଦମୟ, ଅମୃତମୟ ଓ ମଧୁମୟ । କବିଙ୍କ ସମସ୍ତ କବିତାରେ ପରିଦୃଷ୍ଟ ବିଭୁପ୍ରେମ ଓ ବିଭୁଦୟା ତାଙ୍କୁ ଯଥାର୍ଥରେ ଭକ୍ତକବିର ମାନ୍ୟତା ପ୍ରଦାନ କରେ ।

BSE Odisha 9th Class Odia Solutions Chapter 2 ପଦ୍ମ

ତାଙ୍କ ରଚିତ ‘ସ୍ତବ, ‘ସନ୍ଧ୍ୟା’, ‘ପୃଥ‌ିବୀ ପ୍ରତି’, ‘ଶୋଭା’, ‘ଧ୍ଵନି’ ଓ ‘ଋଷିପ୍ରାଣେ ଦେବାବତରଣ’ ଆଦି କବିତାଗୁଡ଼ିକରେ ଯେଉଁ କାନ୍ତ, କମନୀୟ, ସଂଯତ ଓ ବିମଳ ମାଧୁରୀର ଛଟା ସେ ଫୁଟାଇଛନ୍ତି ତାହା ତାଙ୍କ ଅସାମାନ୍ୟ ସାରସ୍ଵତ ପ୍ରତିଭାର ପରିଚୟ ପ୍ରଦାନ କରେ । କବିଙ୍କ ପ୍ରମୁଖ ରଚନାବଳୀ ମଧ୍ଯରେ ‘କବିତାବଳୀ’, ‘ଛାନ୍ଦମାଳା’, ‘କୁସୁମାଞ୍ଜଳି’, ‘ବସନ୍ତଗାଥା’, ‘ପ୍ରବନ୍ଧମାଳା’, ‘ବର୍ଷବୋଧ’ ଆଦି ଓଡ଼ିଆ ସାହିତ୍ୟକୁ ଚିରସମୃଦ୍ଧ କରିଛି ।

କବିଙ୍କ ‘ଛାନ୍ଦମାଳା’ର ଦ୍ବିତୀୟ ଭାଗରୁ ସଂଗୃହୀତ କବିତା ‘ପଦ୍ମ କବିଙ୍କ ସୌନ୍ଦର୍ଯ୍ୟାନୁଭୂତି, ପ୍ରକୃତିପ୍ରୀତି ତଥା ଈଶ୍ଵରାନୁଭୂତିର ପ୍ରକୃଷ୍ଟ ପରିଚୟ ପ୍ରଦାନ କରେ । ପ୍ରକୃତିର ଛତ୍ରେ ଛତ୍ରେ ମଧୁସୂଦନ ପରଂବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି । ସେ ତାଙ୍କ ଦାର୍ଶନିକ -ସମ୍ମୋହିତ-ଦୃଷ୍ଟିରେ ଅବଲୋକନ କରିଛନ୍ତି ଭୂମା ପୁରୁଷଙ୍କ ମହୀୟସୀ ଲୀଳା । କବିଙ୍କ ପ୍ରତିଟି କବିତା ପୁଣ୍ୟଶ୍ରୀ-ମଣ୍ଡିତ ଓ ମାର୍ଜିତ ରୁଚିସମ୍ପନ୍ନ । ଆକାଶ, ଧରଣୀ, ସୂର୍ଯ୍ୟ, ଚନ୍ଦ୍ର, ଉଷା, ପ୍ରଦୋଷ ଆଦି ପ୍ରକୃତିର ପ୍ରତିଟି ଉପାଦାନରେ ଅମରାବତୀର ଅନୁପମ ସୌନ୍ଦର୍ଯ୍ୟ ।

ଆକାଶ, ଧରଣୀ, ସୂର୍ଯ୍ୟ, ଚନ୍ଦ୍ର, ଉଷା, ପ୍ରଦୋଷ ଆଦି ପ୍ରକୃତିର ପ୍ରତିଟି ଉପାଦାନରେ ପରମେଶ୍ଵରଙ୍କ ଅମୃତ ସ୍ପର୍ଶ ସେ ଉପଲବ୍ଧ କରନ୍ତି । ସ୍ୱରଚିତ ‘ସ୍ତବ କବିତାରେ କବିଙ୍କ ଲେଖନୀ ଗାଇ ଉଠିଛି-

BSE Odisha 9th Class Odia Solutions Chapter 2 ପଦ୍ମ 21

ଋତୁରାଜ ବସନ୍ତ ଯେତେବେଳେ ଧରାପୃଷ୍ଠର ସ୍ଥାବର, ଜଙ୍ଗମ ପ୍ରତିଟି ପ୍ରାଣରେ ବାସନ୍ତୀ ସ୍ପର୍ଶ ଦେଇ ପୁଲକ ସଞ୍ଚାର କରେ, ପଲ୍ଲୀପ୍ରାଣରେ ଆନନ୍ଦ ଉଲ୍ଲାସର ଝଙ୍କାର ତୋଳେ, ସେତେବେଳେ ଧରଣୀ ବୁକୁରେ ପ୍ରକୃତି ରାଣୀ ଅନବଦ୍ୟ ରୂପ- ରଙ୍ଗ-ରସର ପସରା ଧରି ଉଭା ହୋଇଯାଏ । ସରୋବରର ସ୍ବଚ୍ଛ ସ୍ଫଟିକ ସୁନୀଳ ଜଳରାଶି ପୃଷ୍ଠରେ ସରସିଜ କଳିକା ତା’ର ଅନିନ୍ଦ୍ୟ ରୂପଲାବଣ୍ୟ ନେଇ ଦେଖାଦିଏ । ମଳୟର ମୃଦୁ ହିଲ୍ଲୋଳରେ ତରଙ୍ଗାୟିତ ଜଳରାଶି ଉପରେ ରବିରଶ୍ମିର ପ୍ରତିବିମ୍ବ ହୀରକ ହାରର ଭ୍ରମ ସୃଷ୍ଟିକରେ ।

ଜଳପୃଷ୍ଠରେ ଶ୍ୟାମଳ ଶତଦଳ ପତ୍ର ଜଳ ତରଙ୍ଗରେ ଦୋଳାୟିତ ହୋଇ ଅଭିନବ ଶୋଭା ପରିପ୍ରକାଶ କରେ । ସବୁଜ ସାରସ ପତ୍ର ଉପରେ ଜଳବିନ୍ଦୁର ଢଳ ଢଳ ଚଳନ ଓ ସର୍ବଶୋଭା ଗ୍ରହଣରେ ପୁଷ୍ପରାଣୀ ପଦ୍ମର ନର୍ତ୍ତନ ଦର୍ଶନ କରି କବି ବିମୋହିତ ହୋଇଛନ୍ତି । ପୁଣ୍ୟ ଆନନ୍ଦରେ ତାଙ୍କ ହୃଦୟ ଅମୃତମୟ ହୋଇଉଠିଛି । ଆଦ୍ୟାନୁପ୍ରାସରେ ଅଳଙ୍କୃତ କବିଙ୍କ ଅକ୍ଷରଶିଳ୍ପ ପାଠକ ପ୍ରାଣରେ ସେହି ଅନୁପମ ଦୃଶ୍ୟର ପ୍ରତିବିମ୍ବ ଗଠନ କରେ । କବିଙ୍କ ଭାଷାରେ–

BSE Odisha 9th Class Odia Solutions Chapter 2 ପଦ୍ମ 22
ସମୀର ସଞ୍ଚାଳିତ ପଦ୍ମ ସହ ବାର୍ତ୍ତାଳାପ କରିବାକୁ କବି ଆଗ୍ରହୀ ହୋଇଛନ୍ତି । ପଦ୍ମର ଅନିନ୍ଦ୍ୟ ରୂପଶ୍ରୀ କବିଙ୍କୁ ବିଭୋର କରିଛି । ତାକୁ କୋଟି ଲାବଣ୍ୟନିଧୂ ବୋଲି କହି କବି ସମ୍ବୋଧନ କରିଛନ୍ତି । କବିଙ୍କୁ ପ୍ରତୀତ ହୋଇଛି, ସତେ ଯେପରି ରାଜୀବ ତା’ର ପ୍ରାଣପ୍ରିୟ ପ୍ରଭୁ ତପନଙ୍କୁ ଏକଲୟରେ ଚାହିଁରହି ତାଙ୍କ ସାନ୍ନିଧକୁ ପ୍ରାଣଭରି ଉପଭୋଗ କରୁଛି । ସୂର୍ଯ୍ୟପ୍ରିୟା ନଳିନୀର ସହାସ୍ୟ ବଦନ ଓ ନିର୍ନିମେଷ ଦୃଷ୍ଟି କେବଳ ଦିବାକରଙ୍କ ଉଦ୍ଦେଶ୍ୟରେ ଅଭିପ୍ରେତ ବୋଲି କବି ଅନୁଭବ କରିଛନ୍ତି । ସୂର୍ଯ୍ୟଦେବ ମଧ୍ୟ ପ୍ରାଣପ୍ରିୟାର ମୁଖମଣ୍ଡଳରେ ଦିବ୍ୟ କରକିରଣ ସ୍ପର୍ଶ ଦେଇ ତାକୁ ଧନ୍ୟ କରୁଛନ୍ତି । ଅବିରଳ ନିପତିତ ଜ୍ୟୋତିଧାରାକୁ ସଭକ୍ତି ପାନ କରି ପୁଷ୍କର ଏପରି ଅନିର୍ବଚନୀୟ ଲାବଣ୍ୟମୟ ତନୁଶ୍ରୀର ଅଧିକାରିଣୀ ହୋଇପାରିଛି ବୋଲି କବି ଅନୁଭବ କରିଛନ୍ତି । ପଦ୍ମ ପ୍ରତି ସୂର୍ଯ୍ୟଙ୍କ ଅଯାଚିତ ଶୁଭ୍ର ଜ୍ୟୋତିଧାରା ବର୍ଷଣ ଓ ପ୍ରାଣପ୍ରିୟ ତପନଙ୍କ ପ୍ରତି ପୂର୍ଣ୍ଣ ସମର୍ପିତ ରାଜୀବର ଚିର ଉନ୍ମ ଖ ଭାବ ଲକ୍ଷ୍ୟ କରି କବି ଉଭୟଙ୍କୁ ଧନ୍ୟ ବୋଲି ବର୍ଣ୍ଣନା କରିଛନ୍ତି । କବିଙ୍କ ଭାଷାରେ –

BSE Odisha 9th Class Odia Solutions Chapter 2 ପଦ୍ମ 23

ଶ୍ଵେତ, ଲୋହିତ ରଙ୍ଗର ସମ୍ମିଶ୍ରଣରେ ପଦ୍ମର ଶୁଭ୍ର ଲାବଣ୍ୟମୟ ଦଳମଣ୍ଡଳ କବି ହୃଦୟରେ ଦିବ୍ୟଚେତନା ସୃଷ୍ଟି କରିଛି । ତେଣୁ କବି ବାରମ୍ବାର ସେହି ରୂପ ଦର୍ଶନରେ ବିଭୋର ହେବାକୁ ଇଚ୍ଛା କରିଛନ୍ତି । ସୌରରଶ୍ମିସ୍ନାତ କମଳ କବିଙ୍କ ପାଇଁ ହୋଇଛି ସର୍ବଶୋଭାର ଗନ୍ତାଘର, ସକଳ ସୌନ୍ଦର୍ଯ୍ୟର ଉପମାସ୍ଥଳ । ପଦ୍ମର ମୃଦୁମଧୁର ସୁରଭି କବିଙ୍କ ମନରେ ଭାବାନ୍ତର ସୃଷ୍ଟି କରିଛି । ମକରନ୍ଦ ଅମୃତଭରା ଏହାର ଅନ୍ତର ଦିବ୍ୟ ସୌରଭର ଭଣ୍ଡାର ବୋଲି କବି କହିଛନ୍ତି ।

ସେହି ଅମିୟ ମଧୁଗନ୍ଧରେ ଲୁବ୍ଧ ମଧୁପ ଦଳ ମଧୁପାନରେ ପ୍ରମତ୍ତ ହୋଇ ଆମୋଦିତ ହେଉଛନ୍ତି । ତାମରସର ଅନ୍ତରରେ ଭରା ଅମୃତ ରସରେ କବି ଲକ୍ଷ୍ୟ କରିଛନ୍ତି ସ୍ନେହ- କରୁଣା-ଭକ୍ତିର ତ୍ରିବେଣୀ ସଙ୍ଗମ । ତେଣୁ ତା’ର ରୂପ ଦର୍ଶନରେ କବି ହୃଦୟ ବିମଳ ଶାଶ୍ଵତ ଭାବନାରେ ପରିପୂର୍ଣ୍ଣ ହୋଇଛି । ଦେବପ୍ରିୟ ପୁଷ୍ପ ପଦ୍ମର ନାମ ସଂସାରର ସକଳ ପବିତ୍ର, ମଧୁମୟ ଓ ମନୋହର ବସ୍ତୁ ସହ ଯେ ସଂଯୋଜିତ ହେବାର ସୌଭାଗ୍ୟ ଲାଭ କରିଛି ତାହା କେବଳ ବିଧାତାର ଆଶୀର୍ବାଦ ହେତୁ ସମ୍ଭବ ହୋଇପାରିଛି ବୋଲି କବି କହିଛନ୍ତି ।

ସର୍ବୋପରି କବିଙ୍କ ପାଇଁ ପ୍ରକୃତି ପରମେଶ୍ଵରଙ୍କ ପୁଣ୍ୟ ସ୍ପର୍ଶରେ ଦିବ୍ୟଶ୍ରୀମଣ୍ଡିତ, ଆନନ୍ଦମୟ, ମଧୁମୟ ଓ ଅମୃତମୟ । ସେଥ‌ିପାଇଁ ପଦ୍ମର ଶାଶ୍ଵତ ସୁଷମା ଓ ପୂତସୌରଭ କବିଙ୍କୁ କରିଛି ଭାବାବେଗରେ ତନ୍ମୟ । ପ୍ରକୃତିର ଏହି ଅନୁପମ ପୁଷ୍ପ ନାମରେ ରଚିତ କବିତାର ଭାଷା, ଭାବ ଓ ଛନ୍ଦ ସାହିତ୍ୟରେ ଅଭିନବ ପୀୟୂଷ ବର୍ଷାକରେ ।

BSE Odisha 9th Class Odia Solutions Chapter 2 ପଦ୍ମ

ତୁମପାଇଁ କାମ

୪୩। ମଧୁସୂଦନ ରାଓଙ୍କର ଅନ୍ୟାନ୍ୟ କୃତିଗୁଡ଼ିକ ପାଠ କର ।
୪୪ । ମଧୁସୂଦନ ରାଓଙ୍କର୍‌ ଲେଖାରୁ ଭକ୍ତିବାଦ ପ୍ରତିଫଳିତ ହେଉଥ‌ିବା ପଦଗୁଡ଼ିକୁ ଟିପାଖାତାରେ ଟିପିରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ପଦ୍ମ ସହିତ ଶରୀରର କେଉଁ ଅଙ୍ଗଗୁଡ଼ିକୁ ତୁଳନା କରାଯାଏ ?
Answer:
ପଦ୍ମ ସହିତ ଶରୀରର ମୁଖ, ନୟନ, କର ଓ ଚରଣ ପ୍ରଭୃତି ଅଙ୍ଗଗୁଡ଼ିକୁ ତୁଳନା କରାଯାଏ ।

2. ଶରୀରର କେଉଁ କେଉଁ ଅଙ୍ଗ ପଦ୍ମ ନାମ ସହିତ ମିଶିଥାଏ ?
Answer:
ଶରୀରର ମୁଖ, ଲୋଚନ, ହସ୍ତ ଓ ପାଦାଦି ଅଙ୍ଗଗୁଡ଼ିକ ପଦ୍ମ ନାମ ସହିତ ମିଶିଥାଏ ।

3. ସତ୍ୟ ଶିବ ସୁନ୍ଦର କିଏ ?
Answer:
ପରମେଶ୍ଵର ହିଁ ସତ୍ୟ-ଶିବ-ସୁନ୍ଦର ଅଟନ୍ତି ।

4. ସର୍ବଶୋଭାର ମିଳନସ୍ଥଳ ବୋଲି କବି କାହାକୁ କହିଛନ୍ତି ?
Answer:
କବି ପଦ୍ମକୁ ସର୍ବଶୋଭାର ମିଳନସ୍ଥଳ ବୋଲି କହିଛନ୍ତି ।

5. କବି ନିଜକୁ ପଦ୍ମ ସହିତ ତୁଳନା କରିବାରେ ଦୁଃଖ୍ତ କାହିଁକି ?
Answer:
ପାପ ପଙ୍କରେ ମଳିନ ହୋଇଥିବା କବି ରବିଙ୍କର ସ୍ପର୍ଶରେ ଦିବ୍ୟ ସୌନ୍ଦର୍ଯ୍ୟ, ସୁରଭି ଓ ପବିତ୍ରତାର ଅଧିକାରୀ ହୋଇଥିବା ପଦ୍ମ ସହିତ ନିଜକୁ କରିବାକୁ ଅଯୋଗ୍ୟ ବୋଲି ମନେକରି ଦୁଃଖ୍ତ କରିଇଛନ୍ତି।

6. ‘ତୋ ପରି ଶୁଭ୍ର ହେବି’– କବି କାହାକୁ ଏପରି କହିଛନ୍ତି ?
Answer:
‘ତୋ ପରି ଶୁଭ୍ର ହେବି’ ବୋଲି କବି ପଦ୍ମକୁ କହିଛନ୍ତି ।

7. କବି କାହାଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ?
Answer:
କବି ପଦ୍ମଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

8. କବି କେଉଁ ପୁଣ୍ୟବ୍ରତ ଶିଖୁବାପାଇଁ ଇଚ୍ଛା କରିଛନ୍ତି ?
Answer:
ଈଶ୍ୱରଙ୍କଠାରେ ନିଜକୁ ପୂର୍ଣଭାବରେ ସମର୍ପିତ କରିବା ରୂପକ ପୁଣ୍ୟବ୍ରତକୁ ଶିକ୍ଷା କରିବାପାଇଁ କବି ଇଚ୍ଛା କରିଛନ୍ତି।

9. ପ୍ରିୟଜନଙ୍କର ବିଭିନ୍ନ ଅଙ୍ଗ କେତେବେଳେ ସୁଖର କାରଣ ହୋଇଥାଏ ବୋଲି କବି କହିଛନ୍ତି ?
Answer:
ପ୍ରିୟଜନଙ୍କର ବିଭିନ୍ନ ଅଙ୍ଗ ପଦ୍ମର ନାମ ସହ ସଂଯୁକ୍ତ ହେଲେ ସୁଖର କାରଣ ହୋଇଥାଏ ।

10. ସୂର୍ଯ୍ୟ ଓ ପଦ୍ମ ମଧ୍ଯରେ କି ସମ୍ପର୍କ ରହିଛି ?
Answer:
ଏବଂ ପଦ୍ମ ମଧ୍ଯରେ ‘ଭକ୍ତ-ଭଗବାନ’ ଏବଂ ‘ପ୍ରିୟ-ପ୍ରିୟାର’ ମଧୁର ସଂପର୍କ ରହିଅଛି ।

11. ପଦ୍ମ ସୂର୍ଯ୍ୟଙ୍କୁ କିପରି ଚାହିଁଥାଏ ?
Answer:
ପଦ୍ମ ସୂର୍ଯ୍ୟଙ୍କୁ ଆନନ୍ଦରେ ସହାସ୍ୟ ବଦନରେ ତଥା ଅପଲକ ନେତ୍ରରେ ଚାହିଁ ରହିଥାଏ ।

12. ଇଚ୍ଛା ପୂରଣ ପାଇଁ କବି କାହାର ଆଶୀର୍ବାଦ କାମନା କରିଛନ୍ତି ?
Answer:
ଇଚ୍ଛା ପୂରଣ ପାଇଁ କବି ପଦ୍ମର ଆଶୀର୍ବାଦ କାମନା ରହିଅଛି ।

BSE Odisha 9th Class Odia Solutions Chapter 2 ପଦ୍ମ

13. ପଦ୍ମ ଦର୍ଶନରେ କବିଙ୍କ ହୃଦୟରେ କି ଭାବ ସୃଷ୍ଟି ହୁଏ ?
Answer:
ପଦ୍ମର ସନ୍ଦର୍ଶନରେ କବିଙ୍କ ହୃଦୟ ପୁଣ୍ୟ ଆନନ୍ଦରେ ଅମୃତମୟ ହୋଇଉଠେ ।

14. ପଦ୍ମଫୁଲଟି କାହା ମଧ୍ୟରେ ଢଳ ଢଳ ହେଉଛି ?
Answer:
ପୁଷ୍କରିଣୀର ନୀଳ ଜଳରାଶି ମଧ୍ୟରେ ତରଙ୍ଗାୟିତ ଉଜ୍ଜ୍ଵଳ ସୂର୍ଯ୍ୟକିରଣ ତଥା ଶ୍ୟାମଳ ପତ୍ରରାଜି ଗହଳରେ ପଦ୍ମଫୁଲଟି ଢଳଢ଼ଳ ହେଉଅଛି ।

15. ସୂର୍ଯ୍ୟ ପଦ୍ମ ମୁଖରେ କ’ଣ ଢାଳନ୍ତି ?
Answer:
ସୂର୍ଯ୍ୟ ପଦ୍ମ ମୁଖରେ ଅବିରତ ଜ୍ୟୋତିଧାରା ଢାଳନ୍ତି ।

16. କବି କାହାକୁ ପୀୟୂଷ ସହିତ ତୁଳନା କରିଛନ୍ତି ?
Answer:
କବି ସୂର୍ଯ୍ୟଙ୍କର ଶୁଭ୍ର ଜ୍ୟୋତିଧାରାକୁ ପୀୟୂଷ ସହ ତୁଳନା କରିଛନ୍ତି।

7. କବି କାହାକୁ ଧନ୍ୟ ବୋଲି କହିଛନ୍ତି ?
Answer:
କବି ପଦ୍ମ ତଥା ତା’ର ପ୍ରଭୁ ସୂର୍ଯ୍ୟଦେବଙ୍କୁ ଧନ୍ୟ ବୋଲି ରହିଅଛି ।

18. ମଧୁପଦଳ କ’ଣ ପାଇଁ ପାଗଳ ହୁଅନ୍ତି ?
Answer:
ପଦ୍ମର ହୃଦୟରେ ଥିବା ମକରଦ ରୂପକ ଅମୃତ ପାନ କରିବାପାଇଁ ମଧୁପଦଳ ପାଗଳ ହୋଇ ଉଠନ୍ତି ।

19. ପଦ୍ମଫୁଲ ଦେଖିବାକୁ କିପରି ?
Answer:
ଶ୍ଵେତ ଓ ଲୋହିତ ରଙ୍ଗରେ ରଞ୍ଜିତ ପଦ୍ମର ଶୁଭ୍ରଶରୀର ଅବିସ୍ମରଣୀୟ ତଥା ସର୍ବଶୋଭାର ଉପମାସ୍ଥଳ ଅଟେ ।

20. କେଉଁ ରସରେ ପଦ୍ମ ଅନ୍ତର ପରିପୂର୍ଣ୍ଣ ?
Answer:
ସ୍ନେହ, କରୁଣା ଓ ଭକ୍ତିରୂପକ ପବିତ୍ର ରସରେ ପଦ୍ମ ଅନ୍ତର ପରିପୂର୍ଣ୍ଣ ରହିଅଛି ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. ଢଳଢଳ ସୁନୀଳ ସରସୀ ଜଳରେ କାହାର ରଶ୍ମି ଉଜ୍ଜଳ ହୋଇଛଠୁଛି ?
Answer:
ଭାସ୍କରଙ୍କର

2. ପଦ୍ମ ହସହସ ବଦନରେ କାହାକୁ ଅନାଇ ରହିଥାଏ ?
Answer:
ଦିବାକରଙ୍କୁ

3. ଦିବାକର ପଦ୍ମମୁଖରେ ଅବିରତ କ’ଣ ଢାଳୁଥା’ନ୍ତି ?
Answer:
ନିଗୂଢ଼ ଯୋଗ

4. ପଦ୍ମର ହୃଦୟରେ କ’ଣ ପରିପୂର୍ଣ୍ଣ ହୋଇ ରହିଛି ?
Answer:
ମକରନ୍ଦାମୃତ

5. ପଦ୍ମ ସହିତ କବିଙ୍କର କି ଯୋଗ ଅଛି ବୋଲି କହିଛନ୍ତି ?
Answer:
ନିଗୂଢ଼ ଯୋଗ

BSE Odisha 9th Class Odia Solutions Chapter 2 ପଦ୍ମ

6. କବି କାହାକୁ ପୀୟୂଷ ସହିତ ତୁଳନା କରିଛନ୍ତି ?
Answer:
ସୂର୍ଯ୍ୟଙ୍କ ଜ୍ୟୋତିଧାରାକୁ

7. କବି କାହାକୁ ଧନୀ ବୋଲି କହିଛନ୍ତି ?
Answer:
ପଦ୍ମ ଓ ତା’ର ପ୍ରଭୁଙ୍କୁ

8. ଶରୀରର ମୁଖ, ନୟନ, କର ଓ ଚରଣକୁ କାହା ସହିତ ତୁଳନା କରାଯାଏ ?
Answer:
କମଳ

9. ସତ୍ୟ, ଶିବ ଓ ସୁନ୍ଦର କିଏ ?
Answer:
ପରମେଶ୍ଵର

10. କବି ତାଙ୍କ ମନକୁ କାହା ସହିତ ତୁଳନା କରିଛନ୍ତି ?
Answer:
ପଦ୍ମ ସହ

11. ‘ପଦ୍ମ’ କବିତାଟି କବିଙ୍କର କେଉଁ ରଚ ନାର ଅଂଶବିଶେଷ ?
Answer:
ଛାନ୍ଦମାଳା

12. ‘ଭାସ୍କର’ କହିଲେ କାହାକୁ ବୁଝାଏ ?
Answer:
ସୂର୍ଯ୍ୟଙ୍କୁ

13. ପଦ୍ମ ହୃଦୟରେ ଅମୃତ ତୁଲ୍ୟ କେଉଁ ସୁବାସିତ ପଦାର୍ଥ ଭରି ରହିଛି ?
Answer:
ମକରନ୍ଦ

14. ପଦ୍ମଫୁଲର ରଙ୍ଗ ଦେଖୁବାକୁ କିପରି ?
Answer:
ଶ୍ଵେତଲୋହିତ

15. କବି ପଦ୍ମଠାରୁ କେଉଁ ପୁଣ୍ୟବ୍ରତ ଶିଖ୍ ପାଇଁ ଇଚ୍ଛାପ୍ରକାଶ କରିଛନ୍ତି ?
Answer:
ଅନନ୍ତ ମହେଶ୍ଵରଙ୍କଠାରେ ନିଷ୍ଠା

16. ‘ପଦ୍ମ’ କବିତାରେ ବ୍ୟବହୃତ ‘ସଦୃ’ ଶବ୍ଦର ଅର୍ଥ କ’ଣ ?
Answer:
ଘର

17. କବି ନିଜକୁ ପଦ୍ମ ସହିତ ତୁଳନା କରି ଦୁଃଖ୍ତ ହୋଇଛନ୍ତି କାହିଁକି ?
Answer:
କଳୁଷ ପଙ୍କରେ ବୁଡ଼ି ରହିଥିବାରୁ

18. ‘ପଦ୍ମ’ କବିତାର କବି କିଏ ?
Answer:
ମଧୁସୂଦନ ରାଓ

19. ‘କୋଟି ଲାବଣ୍ୟନିଧ୍’ ବୋଲି କବି କାହାକୁ କହିଛନ୍ତି ?
Answer:
ପଦ୍ମକୁ

20. ପଦ୍ମର ସନ୍ଦର୍ଶନରେ କବିଙ୍କ ହୃଦୟ ପୁଣ୍ୟାନନ୍ଦରେ କ’ଣ ହୋଇଉଠେ ?
Answer:
ଅମୃତମୟ

BSE Odisha 9th Class Odia Solutions Chapter 2 ପଦ୍ମ

C ଶୂନ୍ୟସ୍ଥାନ ପୂରଣ କର ।
1. ପଦ୍ମ ଆନନ୍ଦରେ __________________ ପାନ କରେ ବୋଲି କବି ବର୍ଣଓମା କହିଛନ୍ତି ।
Answer:
ଜ୍ଯୋତିଧାରା

2. କମଳ ଆନନ୍ଦ ମନରେ ଜ୍ୟୋତିଧାରା ପାନ କରି _________________ ଲାଭ କରିଛି ବୋଲି କବି କହିଛନ୍ତି ।
Answer:
ଦିବ୍ୟ ସୌନ୍ଦର୍ଯ୍ୟ

3. ___________ଉତ୍ପଳର ପ୍ରଭୁ ଅଟନ୍ତି ।
Answer:
ସୂର୍ଯ୍ୟ

4. ପଦ୍ମ ହୃଦୟରେ ମକରନ୍ଦ ରୂପକ ଅମୃତ ଥ‌ିବାରୁ ___________________ ସ୍ଫୁରଣ ହୁଏ ।
Answer:
ମନୋହର ବାସ

5. ପଦ୍ମ ହୃଦୟରେ ଥିବା ମକରନ୍ଦ ରୂପକ ଅମୃତର ସୌରଭରେ ପ୍ର।ଣ ________________ ହୋଇଉଠେ ।
Answer:
ଶୀତଳ

6. ___________________ ର ଥରେ ଦେଖ‌ିଲେ ମାନସପଟରୁ କଦାପି ବିସ୍ମୃତ ହେବ ନାହିଁ ବୋଲି କବି କହିଛନ୍ତି ।
Answer:
ପଦ୍ମର ଶୁଭ୍ରତନୁ

7. ‘ତାମରସ’ର ଅନ୍ୟନାମ ___________________ ।
Answer:
କମଳ

8. ସ୍ନେହ, କରୁଣା, ଭକ୍ତିକୁ କବି ______________ ବେ ରସ ବୋଲି କହିଛନ୍ତି ।
Answer:
ପବିତ୍ର

୨. ବିଶ୍ଵରେ ଯାହା ମଧୁମୟ ପବିତ୍ର, ତାହା ବିଧାତାଙ୍କ ଆଶୀର୍ବ।ଦରେ ________________ ର ନାମ ସହିତ ମିଶି ରହିଛି ।
Answer:
ପଦ୍ମ

10. ପରମେଶ୍ଵରଙ୍କ ନାମ ସହିତ _______________ ର ନାମ ଯୁକ୍ତ ହୋଇ ରହିଛି ।
Answer:
କମଳ

11. କବି _________________________ ପଙ୍କରେ ମଳିନ ହୋଇପଡ଼ିଛନ୍ତି ବୋଲି କହିଛନ୍ତି ।
Answer:
କଳୁଷ

12. କବି ପଦ୍ମକୁ ଭରସା କରିଛନ୍ତି, କାରଣ ପଦ୍ମ _____________ ଅଟେ ।
Answer:
ପଙ୍କଜ

13. କବି ________________________ ଙ୍କୁ ‘ମୋ ପ୍ରାଣ ସାଇଁ’’ ବୋଲି କହିଛନ୍ତି ।
Answer:
ଅନନ୍ତ ମହେଶ୍ୱର

14. କବି ______________________ ଠାରୁ ଆଶିଷ କାମନା କରିଛନ୍ତି ।
Answer:
ପଦ୍ମ

BSE Odisha 9th Class Odia Solutions Chapter 2 ପଦ୍ମ

15. ତୋ ପରି ଶୁଭ୍ର ହେବି- କବି ଏପରି _______________ କୁ କରିଛନ୍ତି ।
Answer:
ପଦ୍ମ

16. କମଳବାନ୍ଧବ ବୋଲି ___________________ ଙ୍କୁ କୁହାଯାଏ ।
Answer:
ସୂର୍ଯ୍ୟଦେବ

17. ସୂର୍ଯ୍ୟ ପ୍ରିୟା ___________________ ।
Answer:
କମଳ

18. ଓଡ଼ିଶାର ଜନମାନସରେ ମଧୁସୂଦନ ରାଓ ___________________ କବି ଭାବେ ପରିଚିତ ।
Answer:
ଭକ୍ତ

19. ପଦ୍ମର ତନୁକୁ _______________ ଗଢ଼ିଛି ବୋଲି କବି କହିଛନ୍ତି ।
Answer:
ବିହି

20. ସୁନୀଳ ସରସୀ ଜଳରେ ________________ ଢଳ ଢଳ ହେଛନ୍ତି ବୋଲି କବି କହିଛନ୍ତି ।
Answer:
କମଳ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ପଦ୍ମ ହସହସ ବଦନରେ ଚନ୍ଦ୍ରଙ୍କୁ ଅନାଇ ରହିଥାଏ ।
Answer:
ଭୁଲ୍

2. ପଦ୍ମର ହୃଦୟରେ ମକରନ୍ଦାମୃତ ପରିପୂର୍ଣ୍ଣ ହୋଇ ରହିଛି ।
Answer:
ଠିକ୍

3. କବି ସୂର୍ଯ୍ୟଙ୍କ ଜ୍ୟୋତିଧାରାକୁ ପୀୟୂଷ ସହିତ ତୁଳନା
Answer:
ଠିକ୍

4. କବି ପଦ୍ମ ଓ ତା’ର ପ୍ରଭୁଙ୍କୁ ଧନୀ ବୋଲି କହିଛନ୍ତି ।
Answer:
ଠିକ୍

5. ଶରୀରର ମୁଖ, ନୟନ, କର ଓ ଚରଣକୁ କଇଁ ସହିତ ତୁଳନା କରାଯାଏ ।
Answer:
ଭୁଲ୍

6. ପଦ୍ମଫୁଲର ରଙ୍ଗ ଦେଖିବାକୁ ଶ୍ୱେତଲୋହିତ ।
Answer:
ଠିକ୍

7. ‘ପଦ୍ମ’ କବିତାରେ ବ୍ୟବହୃତ ‘ସଦ୍ଗ’ ଶବ୍ଦର ଅର୍ଥ ଘର ।
Answer:
ଠିକ୍

BSE Odisha 9th Class Odia Solutions Chapter 2 ପଦ୍ମ

8. ମଧୁସୂଦନ ରାଓ ‘ପଦ୍ମ’ କବିତାର କବି ଅଟନ୍ତି ।
Answer:
ଠିକ୍

9. ଚନ୍ଦ୍ର ଉତ୍କଳର ପ୍ରଭୁ ଅଟନ୍ତି ।
Answer:
ଭୁଲ୍

10. ପଦ୍ମ ହୃଦୟରେ ଥିବା ମକରଦ ରୂପକ ଅମୃତର ସୌରଭରେ ପ୍ରାଣ ଗରମ ହୋଇଉଠେ ।
Answer:
ଭୁଲ୍

11. ‘ତାମରସ’ର ଅନ୍ୟନାମ କମଳ ।
Answer:
ଠିକ୍

12. କମଳବାନ୍ଧବ ବୋଲି ଚନ୍ଦ୍ରଙ୍କୁ କୁହାଯାଏ ।
Answer:
ଭୁଲ୍

13. କବି ଚନ୍ଦ୍ର ସହିତ ସମାନ ହୋଇପାରିବେ ନାହିଁ ବୋଲି କରିଛନ୍ତି ।
Answer:
ଭୁଲ୍

14. କବି ପଦ୍ମ ପରି ଶୁଭ୍ର ହେବେ ବୋଲି କାମନା କରିଛନ୍ତି ।
Answer:
ଠିକ୍

15. କବି ପଦ୍ମକୁ ପୁଣ୍ୟବ୍ରତ ଶିକ୍ଷା ଦେବା ନିମନ୍ତେ ନିବେଦନ କରିଛନ୍ତି ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ମଧୁସୂଦନ ରାଓ କେଉଁ ଧର୍ମ ଗ୍ରହଣ କରିଥିଲେ ?
(A) ଖ୍ରୀଷ୍ଟଧର୍ମ
(B) ଇସଲାମଧର୍ମ
(C) ବ୍ରାହ୍ମଧର୍ମ
(D) ଶିଖ୍ମ
Answer:
(C) ବ୍ରାହ୍ମଧର୍ମ

2. କବି ମଧୁସୂଦନଙ୍କର କବିତାରେ ମୁଖ୍ୟତଃ କେଉଁ ଭାବଧାରା ପ୍ରତିଫଳିତ ହୁଏ ?
(A) ବୈଦିକ
(B) ବ୍ରାହ୍ମଣ୍ୟ
(C) ଶାକ୍ତ
(D) ଉପନିଷଦୀୟ
Answer:
(D) ଉପନିଷଦୀୟ

3. ‘ପଦ୍ମ’ କବିତାଟି କବିଙ୍କ ରଚିତ କେଉଁ ପୁସ୍ତକରୁ ସଂଗୃହୀତ ?
(A) କବିତାବଳୀ
(B) ଛାନ୍ଦମାଳା
(C) କୁସୁମାଞ୍ଜଳି
(D) ବସନ୍ତଗାଥା
Answer:
(B) ଛାନ୍ଦମାଳା

BSE Odisha 9th Class Odia Solutions Chapter 2 ପଦ୍ମ

4. ‘ପଦ୍ମ’ କବିତାଟିରେ ସୌନ୍ଦର୍ଯ୍ୟବୋଧ ସହିତ ଆଉ କ’ଣ ସମ୍ମିଶ୍ରିତ ହୋଇ ରହିଛି ?
(A) ଜୀବନବାଦ
(B) ଈଶ୍ବର ଭକ୍ତି
(C) ଈଶ୍ବରାନୁଭୂତି
(D) ରହସ୍ୟବାଦୀ ଚିନ୍ତାଧାରା
Answer:
(C) ଈଶ୍ବରାନୁଭୂତି

5. କବି କୋଟି ଲାବଣ୍ୟନିଧୁ ବୋଲି କାହାକୁ ସମ୍ବୋଧନ କରିଛନ୍ତି ?
(A) କୁମୁଦକୁ
(B) ପଦ୍ମକୁ
(C) ନିଜକୁ
(D) ସୂର୍ଯ୍ୟଙ୍କୁ
Answer:
(B) ପଦ୍ମକୁ

6. ସରସୀର ଜଳ କେଉଁ ବର୍ଷ ଧାରଣ କରିଛି ?
(A) ସୁଶ୍ୟାମଳ
(B) ସୁନୀଳ
(C) ସୁ-ଧବଳ
(D) ସୁ-ଲାଲ
Answer:
(B) ସୁନୀଳ

7. ଶ୍ୟାମଳ ରଙ୍ଗ କିଏ ଧାରଣ କରି ଢଳଢଳ ହେଉଛି ?
(A) ପୋଖରୀ ଜଳ
(B) ପଦ୍ମପତ୍ର
(C) ପଦ୍ମପାଖୁଡ଼ା
(D) ପଦ୍ମନାଡ଼
Answer:
(B) ପଦ୍ମପତ୍ର

8. ସୂର୍ଯ୍ୟ ପଦ୍ମ ମୁଖରେ କ’ଣ ଢାଳନ୍ତି ?
(A) ଅମୃତ
(B) ପୀୟୂଷ
(C) ଜ୍ଯୋତିଧାରା
(D) ଶ୍ରଦ୍ଧାସ୍ନେହ
Answer:
(C) ଜ୍ଯୋତିଧାରା

9. ସୂର୍ଯ୍ୟ ପଦ୍ମର କେଉଁଠି ଜ୍ୟୋତିଧାରା ଢାଳିଥା’ନ୍ତି ?
(A) ଦେହରେ
(B) ପାଖୁଡ଼ାରେ
(C) ମୁଖରେ
(D) କେଶରରେ
Answer:
(C) ମୁଖରେ

10. କବି କାହାକୁ ପୀୟୂଷ ସହିତ ତୁଳନା କରିଛନ୍ତି ?
(A) ଶୁଭ୍ର ଜ୍ୟୋତିଧାରା
(B) ଶୁଭ୍ର ଆଲୋକ
(C) ଶୁଭ୍ର ରଶ୍ମି
(D) ଶୁଭ୍ର ଦୀପ୍ତି
Answer:
(A) ଶୁଭ୍ର ଜ୍ୟୋତିଧାରା

BSE Odisha 9th Class Odia Solutions Chapter 2 ପଦ୍ମ

11. ପଦ୍ମ ହସହସ ବଦନରେ କାହାକୁ ଅନାଇ ରହିଥାଏ ?
(A) ନିଶାକରଙ୍କୁ
(B) ହିମାକରଙ୍କୁ
(C) କ୍ଷମାକରଙ୍କୁ
(D) ଦିବାକରଙ୍କୁ
Answer:
(D) ଦିବାକରଙ୍କୁ

12. ଦିବାକର ପଦ୍ମମୁଖରେ ଅବିରତ କ’ଣ ଢାଳୁଥା’ନ୍ତି ?
(A) ଅମୃତଧାରା
(B) ସୁଧାଧାରା
(C) ଜଳଧାରା
(D) ଜ୍ଯୋତିଧାରା
Answer:
(D) ଜ୍ଯୋତିଧାରା

13. ପଦ୍ମର ହୃଦୟରେ କ’ଣ ପରିପୂର୍ଣ୍ଣ ହୋଇ ରହିଛି ?
(A) ବଚନାମୃତ
(B) କଥାମୃତ
(C) ମକରନ୍ଦାମୃତ
(D) ଅମୃତ
Answer:
(C) ମକରନ୍ଦାମୃତ

14. କେଉଁମାନେ ମଧୁପାନରେ ପ୍ରମତ୍ତ ହୁଅନ୍ତି ?
(A) ମଧୁପଦଳ
(C) ମଶକଦଳ
(B) ମକ୍ଷିକାଦଳ
(D) ମୂଷିକଦଳ
Answer:
(A) ମଧୁପଦଳ

15. ପଦ୍ମର ଶୁଭ୍ରତନୁ କେଉଁ ରଙ୍ଗରେ ରଙ୍ଗିତ ହୋଇଛି ?
(A) ଶ୍ଵେତହରିତ
(B) ହରିତନୀଳ
(C) ଶ୍ଵେତଲୋହିତ
(D) ନୀଳଲୋହିତ
Answer:
(C) ଶ୍ଵେତଲୋହିତ

16. କବି ପଦ୍ମକୁ କାହାର ଉପମାସ୍ଥଳ ବୋଲି ବର୍ଣ୍ଣନା କରିଛନ୍ତି ?
(A) ଭକ୍ତର
(B) ପ୍ରେମିକର
(C) ସୌନ୍ଦର୍ଯ୍ୟର
(D) ସର୍ବଶୋଭାର
Answer:
(D) ସର୍ବଶୋଭାର

17. କବି ଭକ୍ତ ଓ ପ୍ରେମିକର ସମ୍ବଳ ବୋଲି କାହାକୁ ହୋଇଛି ?
(A) ଈଶ୍ବରଙ୍କୁ
(B) ପଦ୍ମକୁ
(C) ସୂର୍ଯ୍ୟଙ୍କୁ
(D) ପୀୟୂଷକୁ
Answer:
(B) ପଦ୍ମକୁ

BSE Odisha 9th Class Odia Solutions Chapter 2 ପଦ୍ମ

18. ପଦ୍ମର ଅନ୍ତରରେ କେଉଁ ପବିତ୍ର ରସ ପରିପୂର୍ଣ୍ଣ ହୋଇ ହୋଇଛି ?
(A) ଦୟା, କ୍ଷମା
(B) ସ୍ନେହ, କରୁଣା, ଭକ୍ତି
(C) ଭକ୍ତି ଓ ପ୍ରୀତି
(D) ସତ୍ୟ ଓ ଅହିଂସା
Answer:
(B) ସ୍ନେହ, କରୁଣା, ଭକ୍ତି

19. ପଦ୍ମର ସନ୍ଦର୍ଶନରେ ମନ କେଉଁ ରସରେ ମଗ୍ନ ହୋଇଯାଏ ?
(A) ଭକ୍ତି ରସରେ
(B) ଷଡ଼ ରସରେ
(C) ନବ ରସରେ
(D) ବିମଳ ପ୍ରେମ ରସରେ
Answer:
(D) ବିମଳ ପ୍ରେମ ରସରେ

20. କବି ପଦ୍ମକୁ ସର୍ବଶୋଭାର କ’ଣ ବୋଲି ବର୍ଣ୍ଣନା କରିଛନ୍ତି ?
(A) ସଦ୍ଗ
(B) ବିହ୍ନ
(C) ଘର୍ମ
(D) ଉତ୍ସ
Answer:
(A) ସଦ୍ଗ

21. ଓଡ଼ିଶାର ଜନମାନସରେ ମଧୁସୂଦନ ରାଓ କେଉଁ କବି ଭାବେ ପରିଚିତ ?
(A) କାନ୍ତକବି
(B) ଭକ୍ତକବି
(C) ଗୀତିକବି
(D) ସନ୍ଥକବି
Answer:
(B) ଭକ୍ତକବି

22. କମଳ ଆନନ୍ଦ ମନରେ ଜ୍ୟୋତିଧାରା ପାନ କରି କ’ଣ ଲାଭ କରିଛି ବୋଲି କବି କହିଛନ୍ତି ?
(A) ଦିବ୍ଯସୌନ୍ଦର୍ଯ୍ୟ
(B) ତନୁ
(C) ଶ୍ୟାମଳଦଳ
(D) ଦିବ୍ୟାନନ୍ଦ
Answer:
(A) ଦିବ୍ଯସୌନ୍ଦର୍ଯ୍ୟ

23. ପଦ୍ମ ହୃଦୟରେ ମକରନ୍ଦ ରୂପକ ଅମୃତ ଥ‌ିବାରୁ କ’ଣ ସ୍ଫୁରଣ ହୁଏ ?
(A) କିରଣ
(B) ମନୋହର ବାସ
(C) ସୌନ୍ଦର୍ଯ୍ୟ
(D) କାନ୍ତି
Answer:
(B) ମନୋହର ବାସ

BSE Odisha 9th Class Odia Solutions Chapter 2 ପଦ୍ମ

24. କାହାକୁ ଥରେ ଦେଖ‌ିଲେ ମାନସପଟରୁ କଦାପି ବିସ୍ମତ ହେବ ନାହିଁ ବୋଲି କବି କହିଛନ୍ତି ?
(A) ପଦ୍ମର ଶୁଭ୍ରତନୁକୁ
(B) ପଦ୍ମର ସୁବାସକୁ
(C) ମକରନ୍ଦକୁ
(D) ସରସୀକୁ
Answer:
(A) ପଦ୍ମର ଶୁଭ୍ରତନୁକୁ

25. ସ୍ନେହ, କରୁଣା, ଭକ୍ତିକୁ କବି କି ରସ ବୋଲି କହିଛନ୍ତି ?
(A) ପବିତ୍ର
(B) ସ୍ଵଚ୍ଛ
(C) ମଧୁ
(D) ଦିବ୍ଯ
Answer:
(A) ପବିତ୍ର

କବିଙ୍କ ସମ୍ବନ୍ଧରେ :
ଊନବିଂଶ ଶତାବ୍ଦୀରେ ଉତ୍କଳ ସାହିତ୍ୟାକାଶରେ ଯେଉଁ କତିପୟ ନକ୍ଷତ୍ର ଉଜ୍ଜ୍ବଳତମ ହୋଇ ପ୍ରତିଭାତ ହୋଇଥିଲେ ସେମାନଙ୍କ ମଧ୍ୟରେ ଭକ୍ତକବି ମଧୁସୂଦନ ରାଓ ଅନ୍ୟତମ ଥିଲେ । ଭଞ୍ଜୀୟ ଯୁଗର ଅବସାନ ପରେ ଆଧୁନିକ ଓଡ଼ିଆ ସାହିତ୍ୟ ପ୍ରତି ଦୃଷ୍ଟିନିକ୍ଷେପ କଲେ ସର୍ବପ୍ରଥମେ ଆମେ ରାଧାନାଥ ଓ ମଧୁସୂଦନଙ୍କ ନାମୋଚ୍ଚାରଣ କରିଥାଉ । ରାଧାନାଥ ଜୀବନର ସତ୍ୟତା ଓ ବାସ୍ତବତାକୁ ଉପଲବ୍ଧି କରି ତାଙ୍କ କାବ୍ୟକବିତାକୁ ଅନୁରୂପ ଭାବେ ରସୋତ୍ତୀର୍ଣ କରିଥିବାବେଳେ ମଧୁସୂଦନ ତାଙ୍କ କବିତାରେ ଶିବତ୍ୱ ଆରୋପ କରିଛନ୍ତି । ବ୍ରାହ୍ମଧର୍ମ ଗ୍ରହଣ ପରେ ତାଙ୍କ କବିତାରେ ଆର୍ଥିକ ବିଭାବରେ ପରିବର୍ତ୍ତନ ପରଲକ୍ଷିତ ହୋଇଥିଲେ ମଧ୍ୟ ଉପନିଷଦୀୟ ଭାବଧାରା ତାହା ଭିତରେ ଉପଲବ୍ଧି କରିହୁଏ । ମଧୁସୂଦନଙ୍କ ଧ୍ୟାନନେତ୍ର ସୃଷ୍ଟିରେ ଅମୃତର ଆବିଷ୍କାର କରିଛି ।

ଯେଉଁଦିନ ବିଦ୍ୟାପ୍ରଦାୟିନୀ ବାଗ୍‌ଦେବୀ ସରସ୍ଵତୀଙ୍କ ପୂଜାର୍ଚ୍ଚନାରେ ଧରାବାସୀ ବିଭୋର ଥିଲେ ୧୮୫୩ ମସିହା ଜାନୁୟାରୀ ୨୯ ତାରିଖର ସେହି ପବିତ୍ର ଶ୍ରୀପଞ୍ଚମୀ ତିଥ୍ୟରେ, ନୀଳାଚଳଧାମରେ ମରହଟ୍ଟା ବଂଶସମ୍ଭୂତ ପିତା ଭାଗିରଥ ରାଓ ଓ ମାତା ଅମ୍ବିକା ବାଈଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ ଏହି ପୁଣ୍ୟାତ୍ମା ମଧୁସୂଦନ । ଛାତ୍ରାବସ୍ଥାରୁ ତାଙ୍କର ଅଧ୍ୟବସାୟ ଓ ଐକାନ୍ତିକତା ତାଙ୍କୁ ପରବର୍ତ୍ତୀ ସମୟରେ ସଫଳତାର ଚୂଡ଼ାରେ ଅଧିଷ୍ଠିତ କରାଇପାରିଥିଲା ।

ନୋବେଲ ପୁରସ୍କାର ବିଜେତା ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସହ ବହୁପ୍ରସଙ୍ଗରେ ଆଲୋଚନା କରୁଥିଲେ ମଧୁସୂଦନ । ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ସେ ଯେଉଁ ସମ୍ମାନ ଓ ଯଶର ଅଧିକାରୀ ହୋଇପାରିଥିଲେ ତଦପେକ୍ଷା ଅଧ୍ଵ ଖ୍ୟାତିସମ୍ପନ୍ନ ହୋଇଥିଲେ ନିଜର ପ୍ରଶସ୍ତ ହୃଦୟବତ୍ତା, ସତ୍ୟନିଷ୍ଠା ଓ ନିର୍ମଳ ଚରିତ୍ର ପାଇଁ । ଏହି ସନ୍ନ୍ୟାସୀ କବି ଶିକ୍ଷା ବିଭାଗର ଉଚ୍ଚ ପଦପଦବୀ ମଣ୍ଡନ କରି ସରକାରୀ କାର୍ଯ୍ୟରୁ ଅବସର ନେବା ପରେ ନାନା ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ମାର୍ଜିତ ରୁଚି ଓ ସଂସ୍କାରର ପ୍ରବର୍ତ୍ତନ କରିବା ଉଦ୍ଦେଶ୍ୟ ନେଇ ସେ ବହୁ ନୈଶ ବିଦ୍ୟାଳୟ ବିଶେଷତଃ ଭିକ୍ଟୋରିଆ ସ୍କୁଲ (ବର୍ତ୍ତମାନର ଭକ୍ତମଧୁ ବିଦ୍ୟାପୀଠ) ପ୍ରତିଷ୍ଠା କରିଥିଲେ ।

ଏହି ମହାନ୍ ଆତ୍ମା ୧୯୧୨ ଖ୍ରୀଷ୍ଟାବ୍ଦ ଡିସେମ୍ବର ୨୮ ତାରିଖରେ ତାଙ୍କ ଈପ୍‌ସିତ ଧାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପୁରପଲ୍ଲୀରେ ପରିଚିତ କରାଇଥିଲା । ଏତଦ୍‌ଭିନ୍ନ ‘ଶିଶୁବୋଧ’, ‘ବିଜ୍ଞାନପାଠୀ’, ‘ସାହିତ୍ୟ ମଞ୍ଜରୀ’, ‘ସାହିତ୍ୟ କୁସୁମ’, ‘ସାହିତ୍ୟ ପ୍ରସଙ୍ଗ ଆଦି ବହୁ ପାଠ୍ୟପୁସ୍ତକର ସେ ରଚୟିତା ଥିଲେ । ତାଙ୍କର ସ୍ଵଭାବସୁଲଭ ସାଧୁତା, ମଧୁର ବ୍ୟବହାର ଓ ମହାନ୍ ଚରିତ୍ର ଏବଂ ସାରସ୍ଵତ ଅବଦାନ ପାଇଁ ସରକାରଙ୍କ ତରଫରୁ ସେ ‘ରାୟବାହାଦୁର’ ଉପାଧିରେ ଭୂଷିତ ହେଲେ; ମାତ୍ର ଏହାର ବହୁପୂର୍ବରୁ ସେ ଉତ୍କଳର ଘରେ ଘରେ ପରିଚିତ ହୋଇ ବହୁ ଉଚ୍ଚ ଉପାଧ୍ ‘ଭକ୍ତକବି’ ଆଖ୍ୟା ପାଇସାରିଥିଲେ ।

BSE Odisha 9th Class Odia Solutions Chapter 2 ପଦ୍ମ

ମଧୁସୂଦନ ଏକାଧାରରେ ଥିଲେ ଜଣେ ମହାନ୍ ଗୀତିକବି, ଉଚ୍ଚକୋଟିର ପ୍ରାବନ୍ଧିକ, ସଫଳ ଅନୁବାଦକ ଓ ଦକ୍ଷ ଶିଶୁ ସାହିତ୍ୟିକ । ବିଶେଷ କରି ଓଡ଼ିଆ ପ୍ରବନ୍ଧ ଓ ଶିଶୁ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ । ଈଶ୍ବର ଭକ୍ତ, ରହସ୍ୟବାଦୀ ଚିନ୍ତାଧାରା ଓ ଜୀବନବାଦୀ ଭାବଧାରା ତାଙ୍କ କବିତାଗୁଡ଼ିକୁ ଚିରନ୍ତନ ମୂଲ୍ୟବୋଧରେ ଋଦ୍ଧିମନ୍ତ କରିଛି । ଏହି ମହାନ୍‌ ସନ୍ନ୍ୟାସୀ, ସାରସ୍ଵତ ସ୍ରଷ୍ଟାଙ୍କ ଲେଖନୀ ନିଃସୃତ ‘କବିତାବଳୀ, ‘ଛାନ୍ଦମାଳା (୧ମ ଭାଗ ଓ ୨ୟ ଭାଗ), ‘କୁସୁମାଞ୍ଜଳି’, ‘ବସନ୍ତଗାଥା’, ‘ପ୍ରବନ୍ଧମାଳା’ ଆଦି ବହୁବିଧ ସୃଷ୍ଟି କବିଙ୍କ ଅମଳିନ ପ୍ରତିଭାର ସ୍ବାକ୍ଷର ବହନ କରେ ।

କବିତାର ପୃଷ୍ଠଭୂମି :
ସୌନ୍ଦର୍ଯ୍ୟବୋଧ ସହିତ ଈଶ୍ବରାନୁଭୂତି ସମ୍ମିଶ୍ରିତ । ବାଲ୍ୟାବସ୍ଥାରୁ ମଧୁସୂଦନଙ୍କର ଧର୍ମ ଓ ଈଶ୍ୱରଭକ୍ତିରେ ପ୍ରଗାଢ଼ ବିଶ୍ୱାସ ଥିଲା । କୈଶୋର ଅବସ୍ଥାରୁ ତାଙ୍କଠାରେ ପ୍ରବଳ ସତ୍ୟାନୁସନ୍ଧିତ୍ସା ଓ ସତ୍ୟାନୁରାଗ ଆଦି ବିଶେଷ ଗୁଣ ବିକଶିତ ହୋଇଥିଲା । କଟକ ସ୍କୁଲରେ ଛାତ୍ରଭାବେ ଅଧ୍ୟୟନରତ ଥିବା ସମୟରୁ ସେ ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ । ପରବର୍ତ୍ତୀ ସମୟରେ ‘ଯେ ବୈ ଭୂମା ତତ୍ ସୁଖମ୍ ନାଜେ ସତ୍ୟମନ୍ଥି” – ଏହି ମହାମନ୍ତ୍ରରେ ଦୀକ୍ଷିତ ହୋଇ ସେ ନିରାକାର, ସତ୍ୟରୂପୀ ମହତୋ ମହୀମାନ୍ ପୁରୁଷଙ୍କୁ ଆରାଧନା କରିବାକୁ ଲାଗିଲେ ।

ତାଙ୍କୁ ସମଗ୍ର ପ୍ରକୃତି ବ୍ରହ୍ମମୟ ପ୍ରତୀୟମାନ ହେଲା । ପ୍ରକୃତିର ଛତ୍ରେ ଛତ୍ରେ ସେ ବିଶ୍ଵନିୟନ୍ତା ପରଂବ୍ରହ୍ମଙ୍କ ଉପସ୍ଥିତି ଅନୁଭବ କଲେ । ତେଣୁ ତାଙ୍କ ସୃଷ୍ଟିଗୁଡ଼ିକ ହୋଇଉଠିଲା ଆନନ୍ଦମୟ, ଅମୃତମୟ, ମଧୁମୟ ଓ ମଙ୍ଗଳମୟ । ମାନବ ପ୍ରାଣରେ ଶାଶ୍ବତ ଚେତନା ଜାଗ୍ରତ କରିବାରେ ଏକେଶ୍ବରବାଦରେ ବିଶ୍ବାସୀ ଏହି ଋଷିପ୍ରତିମ କବିକଣ୍ଠରୁ ଝରିଆସିଛି –

BSE Odisha 9th Class Odia Solutions Chapter 2 ପଦ୍ମ 24
କବିଙ୍କର ସମସ୍ତ କବିତାରେ ବିଭୁପ୍ରେମ ବିଭୁଦୟାର ଆଭାସ ମିଳିଥାଏ । ତାଙ୍କର ‘ସ୍ତର୍ବ, ‘ସନ୍ଧ୍ୟା’, ‘ପୃଥ‌ିବୀ ପ୍ରତି’, ‘ଶୋଭା’, ‘ଧ୍ବନି’ଓ ‘ଋଷିପ୍ରାଣେ ଦେବାବତରଣ ଆଦି କବିତାଗୁଡ଼ିକରେ ଯେଉଁ କାନ୍ତ, କମନୀୟ, ସଂଯତ ଓ ବିମଳ ମାଧୁରୀର ଛଟା ଫୁଟିଉଠିଛି ତାହା ତାଙ୍କ ଅସାମାନ୍ୟ ସାରସ୍ଵତ ପ୍ରତିଭାର ପରିଚୟ ପ୍ରଦାନ କରିବାରେ ଯଥେଷ୍ଟ । ‘ପଦ୍ମ କବିତାର ଛତ୍ରେ ଛତ୍ରେ ବିଭୁପ୍ରେମର ଅମୀୟ ରସ ପାଠକ ପ୍ରାଣରେ ସ୍ଵଚ୍ଛ ଓ ପବିତ୍ର ଭାବର ଉଦ୍ରେକ କରେ । କବିତାର ଭାଷା, ଭାବ, ରସ ଓ ଛନ୍ଦ ସାହିତ୍ୟରେ ଅଭିନବ ପୀୟୂଷ ବର୍ଷା କରେ ।

କବିତାର ସାରମର୍ମ :
କବି ହୃଦୟ ପଦ୍ମର ରୂପ ଦର୍ଶନ କରି ପୁଣ୍ୟ ଆନନ୍ଦରେ ଅମୃତମୟ ହୋଇଉଠିଛି । ପଦ୍ମର ରୂପଲାବଣ୍ୟ କବିପ୍ରାଣରେ ଦିବ୍ୟଚେତନା ସୃଷ୍ଟି କରିଛି । ଏହାର ବିମଳ ଶୋଭା ସୌରଭକୁ କବି ପ୍ରାଣେ ପ୍ରାଣେ ଅନୁଭବ କରିଛନ୍ତି । ପଦ୍ମକୁ ସେ କୋଟି ଲାବଣ୍ୟନିଧ ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ଏହାର ସୁକୋମଳ ତନୁଶ୍ରୀ ସ୍ରଷ୍ଟାଙ୍କର ଦିବ୍ୟସ୍ପର୍ଶରେ ଅମୃତମୟ ହୋଇଉଠିଛି । ଏହାର ଶୋଭା ସନ୍ଦର୍ଶନରେ କବିପ୍ରାଣ ପୁଲକିତ ହୋଇଉଠିଛି । ଆଦ୍ୟାନୁପ୍ରାସରେ ରଚିତ ପଂକ୍ତିମାନ ରସମୟ ହୋଇଉଠିଛି କବିଙ୍କ ଲେଖନୀ ସ୍ପର୍ଶରେ –

BSE Odisha 9th Class Odia Solutions Chapter 2 ପଦ୍ମ 25

ସୌର ରଶ୍ମିସ୍ନାତ କମଳ କବିଙ୍କ ପାଇଁ ସର୍ବଶୋଭାର ପ୍ରତୀକ । ଏକ ଶାନ୍ତ-ନୀରବ-ଗମ୍ଭୀର ମୁହୂର୍ତ୍ତରେ ସୁନୀଳ ସରସୀ ଜଳରେ ପ୍ରସ୍ଫୁଟିତ ସରସିଜର ଦର୍ଶନ କବିପ୍ରାଣରେ ଭାବର ଅଫୁରନ୍ତ ସ୍ଫୁରଣ ଘଟାଇଛି । ଏହାକୁ ଅପରୂପ ଶୋଭାମୟ କରିବାକୁ ବିହି ସତେକି ଏହାର ତନୁରେ ଅମୃତ ହସ୍ତର ସ୍ପର୍ଶ ଦେଇଛନ୍ତି । ସୂର୍ଯ୍ୟପ୍ରିୟା ପଦ୍ମ ରବିରଶ୍ମି ସ୍ପର୍ଶରେ ହୁଏ ବିକଶିତ । ଏ ସୃଷ୍ଟିରେ ଅନ୍ୟ କେଉଁ ପୁଷ୍ପ ଏପରି ସୌରଭର ଅଧିକାରୀ ? ସଦା ସହାସ୍ୟ ବଦନରେ, ନିର୍ନିମେଷ ନୟନରେ ନିଜ ଆରାଧ୍ୟ ଦେବତାଙ୍କ ପ୍ରତି ଉନ୍ମୁଖ ରହେ ଅରବିନ୍ଦ ।

ଦିବାକର ମଧ୍ୟ ପ୍ରାଣପ୍ରିୟାର ମୁଖମଣ୍ଡଳରେ କର-କିରଣ ସ୍ପର୍ଶଦେଇ ତାକୁ ଦୀପ୍ତିମନ୍ତ କରନ୍ତି । ସେହି ଅବିରଳ ନିପତିତ ଜ୍ୟୋତିଧାରାକୁ ଭକ୍ତି ସହକାରେ ଆକଣ୍ଠ ପାନ କରି ପଦ୍ମ ଅପୂର୍ବ ରୂପଶ୍ରୀ ଲାଭକରେ । ତେଣୁ ଅନିର୍ବଚନୀୟ ଦିବ୍ୟଶ୍ରୀ ମଣ୍ଡିତ ଉତ୍ପଳ ଓ ତା’ର ପ୍ରାଣପ୍ରିୟ ପ୍ରଭୁ ତପନ ଉଭୟେ ଧନ୍ୟ ବୋଲି କବି ପ୍ରକାଶ କରିଛନ୍ତି । ପଦ୍ମର ମୁଦୁମଧୁର ସୁରଭି କବିପ୍ରାଣରେ ଭାବାନ୍ତର ସୃଷ୍ଟି କରିଛି । ମକରନ୍ଦ-ଅମୃତଭରା ଏହାର ଅନ୍ତର ଦିବ୍ୟ ସୌରଭର ଭଣ୍ଡାର । ଏହି ମଧୁଗନ୍ଧରେ ଆମୋଦିତ ମଧୁପ ଦଳ ମଧୁପାନରେ ପ୍ରମତ୍ତ ।

ପଦ୍ମର ସେହି ପବିତ୍ର ସୁବାସ କବି ପ୍ରାଣରେ ଶୀତଳତା ଭରି ଦେଇଛି । ଶ୍ଵେତ, ଲୋହିତ ରଙ୍ଗର ସମ୍ମିଶ୍ରଣରେ ପଦ୍ମର ଶୁଭ୍ର ଲାବଣ୍ୟମୟ ତନୁଶ୍ରୀ କବି ହୃଦୟରେ ଦିବ୍ୟଚେତନା ସୃଷ୍ଟି କରିଛି । ତେଣୁ କବି ବାରମ୍ବାର ତା’ର ରୂପ ଦର୍ଶନରେ ବିଭୋର ହେବାକୁ ଇଚ୍ଛା କରିଛନ୍ତି । ଭକ୍ତ ଓ ପ୍ରେମିକର ସମ୍ବଳଭାବେ ପଦ୍ମକୁ ସର୍ବଶୋଭାର ଉପମାସ୍ଥଳ ବୋଲି କବି ବର୍ଣ୍ଣନା କରିଛନ୍ତି । ତାମରସର ଅନ୍ତରରେ ଭରା ଅମୃତ ରସରେ କବି ଲକ୍ଷ୍ୟ କରିଛନ୍ତି ସ୍ନେହ-କରୁଣା-ଭକ୍ତିର ତ୍ରିବେଣୀ ସଙ୍ଗମ ।

BSE Odisha 9th Class Odia Solutions Chapter 2 ପଦ୍ମ

ତେଣୁ ତା’ର ଦର୍ଶନରେ କବି ହୃଦୟ ବିମଳ ଶାଶ୍ୱତ ଭାବନାରେ ପରିପୂର୍ଣ୍ଣ ହୋଇଉଠିଛି । ସଂସାରର ସମସ୍ତ ମାୟାବନ୍ଧନର ରଜ୍ଜୁ ଛିନ୍ନ କରି ଅତୀନ୍ଦ୍ରିୟ ରାଜ୍ୟରେ ପବିତ୍ର ପ୍ରେମରସ ଆସ୍ବାଦନ ପାଇଁ ମନ ତାଙ୍କର ବ୍ୟାକୁଳ ହୋଇଉଠିଛି । ସଂସାରର ସମସ୍ତ ପବିତ୍ର, ମଧୁମୟ ଓ ମନୋହର ବସ୍ତୁ ସହ ସମ୍ପର୍କୀକୃତ ହେବା ବିଧାତାର ଆଶୀର୍ବାଦ ବିନା ଅସମ୍ଭବ । ପ୍ରିୟଜନର ମୁଖ, ଲୋଚନ, ହସ୍ତପାଦାଦି ଅଙ୍ଗପ୍ରତ୍ୟଙ୍ଗ ସହ ପଦ୍ମର ନାମ ସଂଯୋଜିତ ହୋଇ ଯେପରି ଆନନ୍ଦ ପ୍ରଦାୟକ ହୋଇଥାଏ, ସେହିପରି ସତ୍ୟ-ଶିବ-ସୁନ୍ଦର ପରମେଶ୍ୱରଙ୍କ ହସ୍ତପାଦାଦି ସହ ଅରବିନ୍ଦ ନାମକୁ ସଂଯୋଜିତ କରି ଭକ୍ତ ଭାବାବେଗରେ ତନ୍ମୟ ହୁଏ ।

ସେହି କାରଣରୁ ଭକ୍ତଜନର ସେ ପ୍ରିୟ ଓ ପବିତ୍ର ପୁଷ୍ପ । କବି ପଦ୍ମର ସୁଷମାରେ ଯେ କେବଳ ମୁଗ୍ଧ ହୋଇଛନ୍ତି ତାହା ନୁହେଁ, ବରଂ ତା’ଠାରୁ ମହତ୍ ଶିକ୍ଷା ଲାଭ କରି, ସେସବୁକୁ ନିଜ ଜୀବନରେ ପ୍ରୟୋଗ କରିବାକୁ ପ୍ରୟାସୀ ହୋଇଛନ୍ତି । ବିଶ୍ଵନିୟନ୍ତାଙ୍କ ନିକଟରେ ସମର୍ପିତ ହୋଇ ତାଙ୍କ ପ୍ରତି ସଦା ଉନ୍ମ ଖ ରହିବାକୁ ପଦ୍ମ କବିଙ୍କୁ ଇଙ୍ଗିତ ପ୍ରଦାନ କରିଛି । ଏହି ମହାନ୍ ବ୍ରତ କବି ପଦ୍ମଠାରୁ ଶିକ୍ଷା କରିଛନ୍ତି । ତେଣୁ ଜୀବନ ଓ ମୃତ୍ୟୁରେ ଦିବାନିଶି ତାଙ୍କ ସହ ସଂଯୋଗ ରକ୍ଷା କରିବାର କାମନା କବିଙ୍କ ମନରେ ଜାଗ୍ରତ ହୋଇଛି ।

ମାତ୍ର ସାଂସାରିକ ଜଞ୍ଜାଳରେ ନିମଗ୍ନ କବି ଶୁଭ୍ର, ପବିତ୍ର ପଦ୍ମ ସହ ନିଜକୁ ତୁଳନା କରିବାକୁ ମନରେ ସାହସ ସଞ୍ଚୟ କରିପାରି ନାହାନ୍ତି । କାମ, କ୍ରୋଧ, ଲୋଭ ଓ ମୋହାଦି ପୂର୍ବ ସଂସାରରେ କବି ନିଜର ସ୍ୱଚ୍ଛତା ଓ ପବିତ୍ରତା ରକ୍ଷା କରିବାରେ ଅସଫଳ ହୋଇଛନ୍ତି ବୋଲି ଅନୁଭବ କରି ନିଜ ଜୀବନ ଦର୍ଶନର ଅନୁଶୀଳନ କରୁ କରୁ ଅତ୍ମନିରେ ମନ ତାଙ୍କର ଭାରାକ୍ରାନ୍ତ ହୋଇଉଠିଛି । କବିଙ୍କ ଭାଷାରେ –

BSE Odisha 9th Class Odia Solutions Chapter 2 ପଦ୍ମ 26

ଠିକ୍ ପର ମୁହୂର୍ତ୍ତରେ ନୈରାଶ୍ୟର ଘନ ଅନ୍ଧକାର ମଧ୍ଯରେ ଏକ କ୍ଷୀଣ ଆଶାର ଆଲୋକ ତାଙ୍କ ମାନସପଟରେ ପ୍ରତିଭାତ ହୋଇଛି । ଶୁଭ୍ର, ସତେଜ, ସୁଷମା-ସୌରଭ-ମଣ୍ଡିତ ପଦ୍ମର ଜନ୍ମ ପୂତିଗନ୍ଧମୟ ପଙ୍କରୁ । ନିକୃଷ୍ଟ ଆବର୍ଜନା ମଧ୍ୟରୁ ଜନ୍ମଲାଭ କରି ମଧ୍ୟ ସେ ସର୍ବଶୋଭାର ଉତ୍ସ, ଦେବଯୋଗ୍ୟ ଓ ପବିତ୍ର । ସୂର୍ଯ୍ୟଙ୍କର ଅନାବିଳ ସ୍ବର୍ଗୀୟ ପ୍ରେମଲାଭ କରିବାର ଗୌରବରେ ଗରୀୟାନ ।

ଯଦି ସଂସାରର ସବୁଠାରୁ ଘୃଣ୍ୟ, ହୀନ ଆବର୍ଜନାରୁ ଜନ୍ମ ନେଇ ପଦ୍ମ ଏତେ ସୌଭାଗ୍ୟର ଅଧିକାରୀ ହୋଇପାରିଛି, ତେବେ ପାପପଙ୍କପୂର୍ଣ୍ଣ ସାଂସାରିକ ଜଞ୍ଜାଳ ମଧ୍ୟରେ ବୁଡ଼ିରହି ସେ କାହିଁକି ବିଭୁକୃପାରୁ ବଞ୍ଚିତ ହେବେ ? ସେ କାହିଁକି ସୁଷମ। ସୁରଭିତ ଜୀବନର ଅଧିକାରୀ ନ ହେବେ ? ପରମାନନ୍ଦ ଲାଭରୁ ସେ କାହିଁକି ବଞ୍ଚିତ ହେବେ ? ପଦ୍ମର ଜନ୍ମରହସ୍ୟ କବିଙ୍କୁ ଆଶାବାଦୀ କରିଛି । ତାଙ୍କ ଭାଷାରେ –

BSE Odisha 9th Class Odia Solutions Chapter 2 ପଦ୍ମ 27

ଅନନ୍ତ ମହେଶ୍ଵର-ପରଂବ୍ରହ୍ମ-ପରାପରଙ୍କଠାରେ ନିଜକୁ ସମର୍ପିତ କରି ସେ ମଧ୍ୟ ବ୍ରହ୍ମସ୍ଵାଦ ଲାଭ କରିପାରିବେ ଓ ବ୍ରହ୍ମସ୍ଵରୂପ ଧାରଣ କରିପାରିବେ, ଏହି ଦୃଢ଼ତା ସୃଷ୍ଟି ହୋଇଛି କବିଙ୍କ ପ୍ରାଣରେ । ଆତ୍ମଶୁଦ୍ଧି ବଳରେ, ପରମେଶ୍ୱରଙ୍କ ପଦାରବିନ୍ଦରେ ନିଜ ମନୋପଦ୍ମକୁ ଜଡ଼ାଇ ରଖ୍, ଦିବ୍ୟଗତି ପ୍ରାପ୍ତିର ମାର୍ଗ ସୁଗମ କରିପାରିବେ, ଏହି ଆତ୍ମବିଶ୍ଵାସ ନେଇ କବି ପଦ୍ମକୁ ନିଜର ଗୁରୁ କରି, ତା’ଠାରୁ ସେହି ପୁଣ୍ୟବ୍ରତ ଶିକ୍ଷା କରିବାକୁ ପ୍ରୟାସୀ ହୋଇଛନ୍ତି ।

ଆତ୍ମସମୀକ୍ଷା ବଳରେ ପଦ୍ମଠାରେ ନିଜ ଜୀବନ ଦର୍ଶନର ପ୍ରତିଫଳନ ଲକ୍ଷ୍ୟକରି କବି ସଦାସର୍ବଦା ପଦ୍ମର ପଦାଙ୍କ ଅନୁସରଣ କରିବାକୁ ସଂକଳ୍ପ କରିଛନ୍ତି । ପଦ୍ମର ସର୍ବବିଧ ସୌନ୍ଦର୍ଯ୍ୟ ଓ ପୂତ ସୌରଭ ଯେପରି ପ୍ରାଣପ୍ରିୟ ତପନଙ୍କ ପାଇଁ ଉଦ୍ଦିଷ୍ଟ, ସେହିପରି କବିଙ୍କର ସକଳ ନୈତିକତା ଓ ପୂର୍ଣ୍ଣ ଶୁଦ୍ଧତା- ଲାଭର ଅଭୀପ୍‌ସା, ସେହି ଅନନ୍ତ ମହେଶ୍ଵରଙ୍କ ସାନ୍ନିଧ୍ୟ ଲାଭ ଉଦ୍ଦେଶ୍ୟରେ ଆୟୋଜିତ ହେବାକୁ କବି କାମନା ପୋଷଣ କରିଛନ୍ତି । ଶେଷରେ କବି ପ୍ରକାଶ କରିଛନ୍ତି –

BSE Odisha 9th Class Odia Solutions Chapter 2 ପଦ୍ମ 28

ପଦ୍ମ ପରି ପ୍ରକୃତିର ଏକ ଉପାଦାନର ବର୍ଣ୍ଣନା କରୁ କରୁ ଭାବାବେଗରେ କବି ଆତ୍ମା ପରମାତ୍ମାଙ୍କର ସମ୍ବନ୍ଧ ଓ ସ୍ରଷ୍ଟାଙ୍କର ମହନୀୟତାରେ ଆତ୍ମବିଭୋର ହୋଇଉଠିଛନ୍ତି ଓ ପରଂବ୍ରହ୍ମଙ୍କ ସୃଷ୍ଟିସମୂହ ତାଙ୍କ ପାଇଁ ହୋଇଉଠିଛି ଆନନ୍ଦମୟ ଓ ମଧୁମୟ । ଅନ୍ୟତ୍ର କବି କଣ୍ଠରେ –

BSE Odisha 9th Class Odia Solutions Chapter 2 ପଦ୍ମ 29

ଭାଷାର ପରିପାଟୀ, ଭାବର ଗାମ୍ଭୀର୍ଯ୍ୟ, ସର୍ବୋପରି ଦିବ୍ୟରସରେ ପରିପ୍ଟ ତ କବିତା ‘ପଦ୍ମ କବିଙ୍କର ଅନ୍ୟତମ ସଫଳ କୃତି।

BSE Odisha 9th Class Odia Solutions Chapter 2 ପଦ୍ମ

ବିଷୟଗତ ଶବ୍ଦ ଓ ଅର୍ଥ :

  • କୋଟି – କୋଟିଏ ସଂଖ୍ୟା (ଏଠାରେ ଅଗଣିତ ଅର୍ଥରେ) ।
  • ନିଧ୍ – ସମ୍ପତ୍ତି ।
  • ବିହି – ବିଧାତା /ସ୍ରଷ୍ଟା ।
  • ସୁନୀଳ – ଗାଢ଼ ନୀଳ ।
  • ଜଳ – ପାଣି
  • ନଳିନୀ ଦଳ – ପଦ୍ମ ପତ୍ର ।
  • ଉତ୍ୱଳ – ଚକ୍ ଚକ୍ ।
  • ହସହସ ବଦନେ – ହର୍ଷ ମୁଖରେ ।
  • ଜେ୍ୟତିଧାରା – କିରଣଧାରା ।
  • ପୁଷ୍ନର – ପଦ୍ନ
  • ଶୁଭ୍ର – ପବିତ୍ର, ଧଳା ।
  • ଉପ୍ଳ – ପଦ୍ମ ।
  • ଫୁଲର ରସ – ମହୁ ।
  • ବାସ – ସୁବାସ ।
  • ମଧୁପାନେ – ମହୁ ପିଇବା ।
  • ନତ୍ତ – ଉନ୍ମତ୍ତ, ଉଲ୍ଲସିତ
  • ପରାଣ – ପ୍ରାଣ ।
  • ଶ୍ୱେତ – ଧଳା ।
  • ତନୁ – ଶରୀର
  • ଶୋଭାର – ସୌନ୍ଦର୍ଯ୍ୟର
  • ସମ୍ୱଳ – ଆଶ୍ରୟ/ ପୁଞ୍ଜି ।
  • ପବିତ୍ର – ପୁଣ୍ୟର ଧାରା ।
  • ତାମରସ – ପଦ୍ମ ।
  • ବିମଳ – ନିର୍ମଳ ।
  • ମଧୁମୟ – ମାଧୁର୍ଯ୍ୟପୂର୍ଣ୍ଣ ।
  • ମୁଖ – ମୁହଁ ।
  • କର – ହାତ ।
  • ଲାବଣ୍ୟ – ସୌନ୍ଦର୍ଯ୍ୟ ।
  • ତନୁ – ଶରୀର ।
  • ସରସୀ – ପୁଷ୍କରିଣୀ ।
  • ଶ୍ୟ।ମଳ – ସବୁଜ ।
  • ଭାସ୍କର ରଶ୍ମି – ସୂର୍ଯ୍ୟକିରଣ ।
  • କମଳ – ପଦ୍ମ ।
  • ଦିବାକର – ସୂର୍ଯ୍ୟ ।
  • ଅବିରଳ – ନିରବଚ୍ଛିନ୍ନ ଭାବେ/ସଦାସର୍ବଦା ।
  • ପୀୟୂଷ – ଅମୃତ ।
  • ଦିବ୍ୟଶିରୀ – ସ୍ବର୍ଗୀୟ ସମ୍ପଦ ବା ସୌନ୍ଦର୍ଯ୍ୟ ।
  • ମକରନ୍ଦ – ପୁଷ୍ପମଧୁ /ଫୁଲର ମହୁ ।
  • ସୁରଇ – ନିର୍ଗତ ହେବା, କ୍ଷରଣ ହେବା ।
  • ମନୋହର – ସୁନ୍ଦର ।
  • ମଧୁପ – ଭ୍ରମର ।
  • ସୌରଭ – ବାସ୍ନା /ସୁବାସ ।
  • ଶୀତଳ – ଥଣ୍ଡା, ତୃପ୍ତ ।
  • ଲୋହିତ – ଲାଲ ।
  • ବାରେ – ଥରେ ।
  • ଉପମାସ୍ଥଳ – ତୁଳନାର ଆଧାର ବସ୍ତୁ ।
  • କରୁଣା – ଦୟା ।
  • ଅନ୍ତର – ହୃଦୟ ।
  • ଦର୍ଶନେ – ଦେଖ‌ିଲେ ।
  • ମଗନ – ନିମଜ୍ଜିତ ।
  • ବିଶ୍ୱରେ – ସଂସାରରେ, ପୃଥିବୀରେ ।
  • ନୟନ – ଆଖ୍ ।
  • ଚରଣ – ପାଦ ।
  • ସୁଖ କାରଣ – ସୁଖର ହେତୁ
  • ବିଧାତା ବରେ – ଭଗବାନଙ୍କ ଆଶୀର୍ବାଦରେ ।
  • ବିଭୁ – ଈଶ୍ଵର, ପରମେଶ୍ଵର ।
  • ସୁମନୋହର – ସୌନ୍ଦର୍ଯ୍ୟପୂର୍ଣ୍ଣ ।
  • ଲାଗ୍ନ – ଲାଗିବା / ଯୋଡ଼ିହେବା / ଯୁକ୍ତ ।
  • ଦିବସ ନିଶି – ଦିନରାତି ।
  • ମନ-ପଦ୍ମ – ମନରୂପକ ପଦ୍ମ ।
  • ମଳିନ – ତେଜହୀନ, ନିସ୍ତେଜ ।
  • ପଙ୍କଜ – ପଦ୍ମ ।
  • ପ୍ରାଣସାଇଁ – ପ୍ରାଣର ପ୍ରଭୁ ବା ସ୍ଵାମୀ ।
  • ପବିତ୍ର ବ୍ରତ – ପବିତ୍ର ନିଷ୍ଠା ବା ସଙ୍କଳ୍ପ ।
  • ପୂରୁ – ପୂରଣ ହେଉ ।
  • ଶିବି – ମଙ୍ଗଳମୟ, କଲ୍ୟାଣକର ।
  • ଅରବି୍ଦ- ପଦ୍ମ ।
  • ପଦାରବିନ୍ଦ (ପଦ + ଅରବିନ୍ଦ) – ପାଦପଦ୍ମ ।
  • ଶୋଭାର ସଦ୍ନ – ସୌନ୍ଦର୍ଯ୍ୟର ଆଧାର ବା ମିଳନସ୍ଥଳ ।
  • ନିଗୂଢ଼ – ଗଭୀର/ରହସ୍ୟାଚ୍ଛନ୍ନ ।
  • ଯୋଗ – ସମ୍ପର୍କ/ ଯୁକ୍ତ ହେବା ।
  • କଳୁଷ – ପାପ ।
  • ନଳିନ (ସମ୍ବାଧରେ ) – ପଦ୍ମ ।
  • ଭରସା – ଆଶ୍ରୟସ୍ଥଳ, ସାହାରା ।
  • ସୁଦଶା – ସୌଭାଗ୍ୟ ।
  • ରାଜୀବ – ପଦ୍ମ ।
  • ଆଶିଷେ – ଆଶୀର୍ବାଦରେ ।
  • ମନୋରଥ – ମନୋକାମନା।
  • ଭାସ୍କର – ସୂର୍ଯ୍ୟ ।
  • ସଦ୍ମ – ମିଳନସ୍ଥଳ/ ଘର ।
  • ସାଇଁ – ସ୍ଵାମୀ/ ପ୍ରଭୁ ।
  • ରଶ୍ମି – କିରଣ ।
  • ଶିରୀ – ସୌନ୍ଦର୍ଯ୍ୟ ।

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

Odisha State Board BSE Odisha 9th Class Physical Science Solutions Chapter 7 ମହାକର୍ଷଣ Textbook Exercise Questions and Answers.

BSE Odisha Class 9 Physical Science Solutions Chapter 7 ମହାକର୍ଷଣ

1. ଦୁଇଟି ବସ୍ତୁ ମଧ୍ୟରେ ଥ‌ିବା ଦୂରତାକୁ ଅଧା କରିଦେଲେ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣରେ କି ପରିବର୍ତ୍ତନ ହୁଏ ?
ଉ –
ମନେକର ଦୁଇଟି ବସ୍ତୁର ବସ୍ତୁତ୍ଵ ଯଥାକ୍ରମେ m1 ଏକକ ଓ m2 ଏକକ ହେଉ ।
ସେମାନଙ୍କ ମଧ୍ୟରେ ଦୂରତା = 2d ଏକକ
ଓ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ = F1
ନିଉଟନ୍‌ଙ୍କ ମହାକର୍ଷଣ ନିୟମ ଅନୁଯାୟୀ, ଦୁଇଟି ବସ୍ତୁ ମଧ୍ୟରେ ଥିବା ଆକର୍ଷଣ ବଳର
ପରିମାଣ BSE Odisha 9th Class Physical Science Solutions Chapter 7 img-1 (G ମହାକର୍ଷଣଜନିତ ଧ୍ରୁବାଙ୍କ) = BSE Odisha 9th Class Physical Science Solutions Chapter 7 img-2 = \frac { 1 }{ 4 } BSE Odisha 9th Class Physical Science Solutions Chapter 7 img-3
ବର୍ତ୍ତମାନ ବସ୍ତୁତ୍ଵୟର ମଧ୍ୟବର୍ତ୍ତୀ ଦୂରତାକୁ ଅଧା କରିଦେଲେ ଦୂରତା ହେବ୍ = d ଏକକ
∴ F2 = BSE Odisha 9th Class Physical Science Solutions Chapter 7 img-3 (F2 = ବସ୍ତୁଦ୍ଵୟ ମଧ୍ଯରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ )
∴ F2 = BSE Odisha 9th Class Physical Science Solutions Chapter 7 img-3 = 4 x BSE Odisha 9th Class Physical Science Solutions Chapter 7 img-2 = 4F1
∴ ଦୁଇଟି ବସ୍ତୁ ମଧ୍ୟରେ ଥ‌ିବା ଦୂରତାକୁ ଅଧା କରିଦେଲେ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ 4 ଗୁଣ ହେବ ।

2. ପୃଥ‌ିବୀ ଓ ପୃଥ‌ିବୀ ପୃଷ୍ଠରେ ଥିବା ଏକ କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳର ପରିମାଣ କେତେ ? (ପୃଥୁବୀର ବସ୍ତୁତ୍ଵ 6 x 1024 କି.ଗ୍ରା. ଓ ବ୍ୟାସାର୍ଦ୍ଧ 6.4 x 106 ମି.)
ଉ –
ଏଠାରେ ଏକ ବସ୍ତୁର ବସ୍ତୁତ୍ଵ (m1) = 1 kg, ପୃଥ‌ିବୀର ବସ୍ତୁତ୍ଵ (M) = 6 x 1024 kg
ପୃଥିବୀର ବ୍ୟାସାର୍ଦ୍ଧ (R) = 6.4 x 106m, ମହାକର୍ଷଣୀୟ ଧ୍ରୁବାଙ୍କ (G) = 6.7 x 10-11 n . BSE Odisha 9th Class Physical Science Solutions Chapter 7 img-4
∴ ମହାକର୍ଷଣୀୟ ବଳର ପରିମାଣ
BSE Odisha 9th Class Physical Science Solutions Chapter 7 img-5
∴ ମହାକର୍ଷଣ ବଳର ପରିମାଣ 9.8 ନିଉଟନ୍ ।

3. ପୃଥ‌ିବୀ ଚନ୍ଦ୍ରକୁ ଯେତିକି ବଳରେ ଆକର୍ଷଣ କରେ, ଚନ୍ଦ୍ର ପୃଥ‌ିବୀକୁ ସେତିକି ବଳରେ ଆକର୍ଷଣ କରେ କି ? କାରଣ ସହ ବୁଝାଅ ।
ଉ –
ମନେକର ଚନ୍ଦ୍ରର ବିସ୍ତୁତ୍ଵ = m1 ଓ ପୃଥ‌ିବୀର ବସ୍ତୁତ୍ଵ = m2 |
ସେମାନଙ୍କ କେନ୍ଦ୍ର ମଧ୍ୟରେ ବ୍ୟବଧାନ = R, ମହାକର୍ଷଣଜନିତ ଧୁବାଙ୍କ = G
ମହାକର୍ଷଣ ବଳର ନିୟମ ଅନୁଯାୟୀ,
F ବଳରେ ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣ କରିବ ଅର୍ଥାତ୍‌ F = BSE Odisha 9th Class Physical Science Solutions Chapter 7 img-6
F ବଳରେ ମଧ୍ୟ ପୃଥବୀ ଚନ୍ଦ୍ରକୁ ଆକର୍ଷଣ କରିବ ଅର୍ଥାତ୍ F = BSE Odisha 9th Class Physical Science Solutions Chapter 7 img-6
ତେଣୁ ଉଭୟ ବଳର ପରିମାଣ ସମାନ । ଅର୍ଥାତ୍ ପୃଥ‌ିବୀ ଚନ୍ଦ୍ରକୁ ଯେତିକି ବଳରେ ଆକର୍ଷଣ କରେ, ଚନ୍ଦ୍ର ପୃଥ‌ିବୀକୁ ସେତିକି ବଳରେ ଆକର୍ଷଣ କରିବ ।

4. ଯଦି ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣ କରେ, ତେବେ ପୃଥ‌ିବୀ ଚନ୍ଦ୍ରଆଡ଼କୁ ଗତି କରେ ନାହିଁ କାହିଁକି ?
ଉ –

  • ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣ କରିବା ସଙ୍ଗେ ସଙ୍ଗେ ପୃଥ‌ିବୀ ମଧ୍ଯ ଚନ୍ଦ୍ରକୁ ଆକର୍ଷଣ କରେ ।
  • ଚନ୍ଦ୍ର ତୁଳନାରେ ପୃଥ‌ିବୀର ବସ୍ତୁତ୍ଵ ବହୁତ ଅଧିକ । ତେଣୁ ପୃଥ‌ିବୀଠାରେ ଖୁବ୍ କମ୍ ପରିମାଣର ତ୍ଵରଣ ଉତ୍ପନ୍ନ ହୁଏ, ଯାହା ଜାଣିହୁଏ ନାହିଁ । ଫଳରେ ପୃଥ‌ିବୀ ଚନ୍ଦ୍ର ଆଡ଼କୁ ଗତିକରେ ନାହିଁ ।

5. ଦୁଇଟି ବସ୍ତୁ ମଧ୍ୟରେ ଥିବା ଆକର୍ଷଣ ବଳ ନିମ୍ନଲିଖୁତ ପରିସ୍ଥିତିରେ କିପରି ପରିବର୍ତ୍ତିତ ହେବ ?
(i) ଯଦି ଗୋଟିଏ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ ।
(ii) ଯଦି ବସ୍ତୁଦ୍ଵୟ ମଧ୍ୟରେ ଥିବା ଦୂରତା ତ୍ରିଗୁଣିତ ହୁଏ ।
(iii) ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ ।
(iv) ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହେବ ଓ ସେମାନଙ୍କ ମଧ୍ୟରେ ଥିବା ଦୂରତା ମଧ୍ଯ ଦ୍ଵିଗୁଣିତ ହେବ ।
ଉ –
ମନେକର ପ୍ରଥମ ବସ୍ତୁର ବସ୍ତୁତ୍ଵ = m1 kg ଓ ଦ୍ଵିତୀୟ ବସ୍ତୁର ବସ୍ତୁତ୍ଵ = m2kg
ବସ୍ତୁଦ୍ଵୟ ମଧ୍ୟରେ ବ୍ୟବଧାନ = R ନିଉଟନ୍ ଙ୍କ ମହାକର୍ଷଣ ନିୟମ ଅନୁଯାୟୀ, ବସ୍ତୁଦ୍ଵୟ ମଧ୍ଯରେ ଆକର୍ଷଣ ବଳ F = G \frac{m_1 m_2}{R^2}
(i) ଯଦି ଗୋଟିଏ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ, ଅର୍ଥାତ୍ ବସ୍ତୁତ୍ଵ (m1) = 2m1
BSE Odisha 9th Class Physical Science Solutions Chapter 7 img-7
ଅର୍ଥାତ୍ ଗୋଟିଏ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହେଲେ ଆକର୍ଷଣ ବଳର ପରିମାଣ ମଧ୍ଯ ଦ୍ଵିଗୁଣିତ ହେବ ।

(ii) ଯଦି ବସ୍ତୁଦ୍ଵୟ ମଧ୍ୟରେ ଦୂରତା ତ୍ରିଗୁଣିତ ହୁଏ, ତେବେ ଦୂରତା (R) = 3R
BSE Odisha 9th Class Physical Science Solutions Chapter 7 img-8
ଅର୍ଥାତ୍ ବସ୍ତୁଦ୍ଵୟ ମଧ୍ୟରେ ଦୂରତା ତ୍ରିଗୁଣିତ ହେଲେ, ଆକର୍ଷଣ ବଳର ପରିମାଣ ପୂର୍ବ ବଳର ଏକ – ନଚମାଂଶ ହେବ

(iii) ଯଦି ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ, ତେବେ m1 = 2m1 ଓ m2 = 2m2
BSE Odisha 9th Class Physical Science Solutions Chapter 7 img-9
ଅର୍ଥାତ୍ ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହେଲେ ଆକର୍ଷଣ ବଳର ପରିମାଣ ପୂର୍ବ ବଳର 4 ଗୁଣ ହେବ ।

(iv) ଯଦି ଉଭୟ ବସ୍ତର ବସ୍ତତ୍ଵ ଦ୍ଵିଗୁଣିତ ହେବ ଏବଂ ଦୂରତା ମଧ୍ଯ ଦ୍ଵିଗୁଣିତ ହେବ,
ତେବେ m1 = 2m1, m2, = 2m2, ଏବଂ R = 2R
BSE Odisha 9th Class Physical Science Solutions Chapter 7 img-10
ଅର୍ଥାତ୍ ଉଭୟ ବସ୍ତର ବସ୍ତୁତ୍ଵ ଦ୍ଵିଗୁଣିତ ହେଲେ ଓ ବସ୍ତୁଦ୍ଵୟ ମଧ୍ଯରେ ଦୂରତା ଦ୍ଵିଗୁଣିତ ହେଲେ ଆକର୍ଷଣ ବଳର ପରିମାଣ ପୂର୍ବ ବଳ ସହିତ ସମାନ ହେବ ।

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

6. ମହାକର୍ଷଣ ବଳର ନିୟମର ଗୁରୁତ୍ଵ କ’ଣ ?
ଉ –
ମହାକର୍ଷଣ ବଳର ନିୟମର ଗୁରୁତ୍ଵ :

  • ଏହି ବଳ ଯୋଗୁଁ ଆମ୍ଭେମାନେ ପୃଥ‌ିବୀପୃଷ୍ଠରେ ଅବସ୍ଥାନ କରିଛୁ ।
  • ଏହି ବଳ ଯୋଗୁଁ ସୂର୍ଯ୍ୟ ଚାରିପଟେ ଗ୍ରହମାନେ ଓ ପୃଥ‌ିବୀ ଚାରିପଟେ ଚନ୍ଦ୍ର ଅହରହ ଘୂରୁଛି ।
  • ଚନ୍ଦ୍ର ଓ ସୂର୍ଯ୍ୟ ଯୋଗୁଁ ଜୁଆର ସୃଷ୍ଟି ହେଉଛି ।

7. ମୁକ୍ତ ପତନରେ ବସ୍ତୁର ତ୍ଵରଣ କେତେ ?
ଉ –

  • ବାୟୁ ମଧ୍ୟରେ ବସ୍ତୁଟିଏ ଗତିକଲାବେଳେ କିମ୍ବା ଖସିଲାବେଳେ ବାୟୁର ପ୍ରତିରୋଧ ବଳ ନଗଣ୍ୟ ହୁଏ । ତେଣୁ ବସ୍ତୁଟିଏ ତଳକୁ ଖସିଲାବେଳେ ତାହା କେବଳ ପୃଥ‌ିବୀର ମହାକର୍ଷଣ ବଳ ଯୋଗୁ ଖସେ । ବସ୍ତୁର ଏ ପ୍ରକାର ଗତିକୁ ମୁକ୍ତ ପତନ କୁହାଯାଏ ।
  • ମୁକ୍ତ ପତନ ବେଳେ ବସ୍ତୁର ତ୍ଵରଣ ପୃଥ‌ିବୀର ଆକର୍ଷଣ ବା ମାଧ୍ୟାକର୍ଷଣ ଯୋଗୁ ଜାତ ହୋଇଥାଏ । ତେଣୁ ଏହାକୁ ମାଧ୍ୟାକର୍ଷଣ ଜନିତ ତ୍ଵରଣ କୁହାଯାଏ ଓ g ଦ୍ଵାରା ସୂଚିତ କରାଯାଏ । ଅର୍ଥାତ୍ ମୁକ୍ତ ପତନରେ ବସ୍ତୁର ତ୍ୱରଣ (g) ର ମୂଲ୍ୟ = 9-8 m/s2

8. ପୃଥ‌ିବୀ ଓ ଯେକୌଣସି ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳକୁ କ’ଣ କୁହାଯାଏ ?
ଉ –
ପୃଥ‌ିବୀ ଓ ଯେକୌଣସି ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳକୁ ଓଜନ କୁହାଯାଏ ।

9. ରାମ ଦକ୍ଷିଣ ମେରୁଠାରେ 5 ଗ୍ରାମ୍ ଓଜନର ସୁନା କିଣିଲା । ବିଷୁବ ବୃତ୍ତଠାରେ ସେ ସେହି ସୁନା ତା’ସାଙ୍ଗକୁ ଦେଲା । ସାଙ୍ଗଜଣକ ସୁନାର ଓଜନ ସହ ସମ୍ମତ ହେବ କି ? ଯଦି ନୁହେଁ କାହିଁକି ?
ଉ –
ଦକ୍ଷିଣ ମେରୁ ଠାରେ 5 ଗ୍ରାମ୍ ସୁନାର ଓଜନ (W) = mg = 5 ଗ୍ରାମ୍ x 983 . 2 cm/sec2 = 4916 ଡାଇନ୍
ବିଷୁବ ବୃତ୍ତଠାରେ 5 ଗ୍ରାମ୍ ସୁନାର ଓଜନ (W) = mg = 5 ଗ୍ରାମ୍ × 978 cm/s2 = 4890 ଡାଇନ୍
∴ ମେରୁ ଅପେକ୍ଷା ବିଷୁବ ବୃତ୍ତଠାରେ ସୁନାର ଓଜନ କମ୍ ହେବ । ତେଣୁ ବନ୍ଧୁ ଜଣକ ସୁନାର ଓଜନ ସହ ସମ୍ମତ ହେବ ନାହିଁ |

10. କାଗଜ ଗୁଳା ଅପେକ୍ଷା ଖଣ୍ଡିଏ ଫର୍ଦ୍ଦ କାଗଜ ଡ଼େରିରେ ତଳକୁ ପଡ଼େ କାହିଁକି ?
ଉ –

  • କାଗଜଗୁଳାର ପୃଷ୍ଠକ୍ଷେତ୍ରଫଳଠାରୁ ଫହେଁ କାଗଜର ପୃଷ୍ଠ କ୍ଷେତ୍ରଫଳ ଅଧିକ ଅଟେ ।
  • ପୃଷ୍ଠକ୍ଷେତ୍ରଫଳ ଅଧ‌ିକ ହୋଇଥିବାରୁ ଊର୍ଦ୍ଧ୍ଵଚାପ ଫର୍ଦ୍ଦେ କାଗଜରେ ବେଶୀ ହେବ । ତେଣୁ ଫର୍କେ କାଗଜ କାଗଜ ଗୁଳା ଅପେକ୍ଷା ଡେରିରେ ତଳକୁ ପଡ଼ିବ ।

11. 100 କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁର ଓଜନ ପୃଥ‌ିବୀ ଚନ୍ଦ୍ର ପୃଷ୍ଠରେ କେତେ ହେବ କଳନା କର ।
ଉ –
ପୃଥ‌ିବୀ ପାଇଁ ମାଧ୍ୟାକର୍ଷଣଜନିତ ତ୍ଵରଣ (g) = 9.8 m/s2, ବସ୍ତୁତ୍ଵ (m) = 100 କି.ଗ୍ରା.
ପୃଥ‌ିବୀ ପୃଷ୍ଠରେ ବସ୍ତୁର ଓଜନ (We) = mg2 = 100 କି.ଗ୍ରା. × 9.8 m/s2 = 980 ନିଉଟନ୍
ଚନ୍ଦ୍ରପୃଷ୍ଠରେ ବସ୍ତୁର ଓଜନ = \frac{\mathrm{W}_{\mathrm{e}}}{6} = \frac { 980 }{ 6 } ନିଉଟନ୍‌ = 163.33 ନିଉଟନ୍

12. ତୁମର ବସ୍ତୁତ୍ଵ କେତେ ? ଚନ୍ଦ୍ରରେ ତୁମ ଓଜନ କେତେ ହେବ ନିର୍ଣ୍ଣୟ କର । (ge = 10m / s2)
ଉ –
ମନେକର ତୁମର ବସ୍ତୁତ୍ଵ (m) = 54.6 kg, ge = 10 m/s2
∴ ତୁମର ପୃଥ‌ିବୀ ପୃଷ୍ଠରେ ଓଜନ = m x ge = 54.6 kg x 10 m/s2 = 546ନିଉଟନ୍
∴ ଚନ୍ଦ୍ର ପୃଷ୍ଠରେ ଓଜନ = \frac { w }{ 6 } = \frac { 546 }{ 6 } ନିଉଟନ୍‌ = 91 ନିଉଟନ୍

13. 19.6 ମିଟର ଉଚ୍ଚ ଏକ କୋଠାର ଛାତ ଉପରୁ ଗୋଡ଼ିଟିଏ ପକାଗଲା । ଏହା ଭୂମିରେ ଠିକ୍ ପଡ଼ିଲା ବେଳେ ଏହାର ପରିବେଗ କେତେ ହେବ ?
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0, g = 9.8 m/s2, ହରତା (s) = 19.6 m
ଗତିର ତୃତୀୟ ସମୀକରଣ ଅନୁ ସାରେ v2 = u2 + 2 gs
∴ v2 = 02 + 2 x 9.8 m/s2 × 19.6 m = (19.6 m/s)2
⇒ v = 19.6 m/s
∴ ଭୂମିରେ ଠିକ୍ ପଡ଼ିଲାବେଳେ ଗୋଡ଼ିଟିର ପରିବେଗ 19.6 m/s ହେବ ।

14. 40 ମି. | ସେ. ପରିବେଗରେ ଏକ ବଲ୍‌କୁ ଭୂପୃଷ୍ଠରୁ ଉପରକୁ ଫିଙ୍ଗାହେଲା, (g 10 ମି / ସେ2 )

  • ଏହା ସର୍ବୋଚ୍ଚ କେତେ ଉଚ୍ଚତାକୁ ଉଠିବ ?
  • ସର୍ବୋଚ୍ଚ ସ୍ଥାନରେ ବଦ୍ଵାରା ଅତିକ୍ରାନ୍ତ ଦୂରତା ଓ ବଲ୍‌ର ବିସ୍ଥାପନ ତୁଳନା କର ।
  • ବଲ୍ଟି ଭୂମି ଉପରେ ଫେରିଆସି ପଡ଼ିଲା ପରେ ବଲ୍‌ର ବିସ୍ଥାପନ ଓ ବଦ୍ଵାରା ଅତିକ୍ରାନ୍ତ ଦୂରତା କେତେ ହେବ, ତାହା ନିର୍ଣ୍ଣୟ କର ।

ଉ –
ଏଠାରେ ପ୍ରାରମ୍ଭିକ ପରିବେଖ (u) = 40 m/s, g = – 10 m/s2
ସର୍ବୋଚ୍ଚ ଉଚ୍ଚତାକୁ ଉଡ଼ିଲେ ଅନ୍ତିମ ପରିବେଗ (v) = 0
ଗତିର ତୃତୀୟ ସମୀକରଣ ଅନୁ ସାରେ v2 = u2 + 2 gs
BSE Odisha 9th Class Physical Science Solutions Chapter 7 img-11

  • ବଲ୍ଟି ସର୍ବୋଚ୍ଚ 80 m ଉଚ୍ଚତାକୁ ଉଠିବ ।
  • ସର୍ବୋଚ୍ଚ ସ୍ଥାନରେ ବଲ୍‌ର ଅତିକ୍ରାନ୍ତ ଦୂରତା = 80m ଓ ବିସ୍ଥାପନ = 80 m
  • ବଲ୍ଟି ଭୂମିରେ ପଡ଼ିଲେ ବଲ୍‌ର ବିସ୍ଥାପନ = 80m + (-80 m) = 0
    ବଲ୍ଟିର ଅତିକ୍ରାନ୍ତ ଦୂରତା 80 m + 80 m = 160 m

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

15. ପୃଥ‌ିବୀ ଓ ସୂର୍ଯ୍ୟ ମଧ୍ୟରେ ଥ‌ିବା ମହାକର୍ଷଣ ବଳର ପରିମାଣ କଳନା କର । ( ପୃଥ‌ିବୀର ବସ୍ତୁତ୍ଵ = 6 x 1024 କି.ଗ୍ରା., ସୂର୍ଯ୍ୟର ବସ୍ତୁତ୍ଵ = 2 × 1030 କି.ଗ୍ରା., ଉଭୟଙ୍କ ମଧ୍ୟରେ ଥିବା ହାରାହାରି ଦୂରତା = 1.5 × 1011 ମିଟର |)
ଉ –
ପୃଥ‌ିବୀର ବସ୍ତୁତ୍ଵ (m1) = 6 × 1024 kg, ସୂର୍ଯ୍ୟର ବସ୍ତୁତ୍ଵ (m2) = 2 x 1030 କି.ଗ୍ରା.
ଉଭୟଙ୍କ ମଧ୍ୟରେ ଥିବା ହାରାହାରି ଦୂରତା (R) = 1.5 x 1011 ମିଟର,
ମହାକର୍ଷଣୀୟ ଧ୍ରୁବାଙ୍କ (G) = 6.7 × 1011 n.m2/kg2
BSE Odisha 9th Class Physical Science Solutions Chapter 7 img-12

16. 100 ମିଟର ଉଚ୍ଚ ଏକ ଟାୱାର ଉପରୁ ପଥରଟିଏ ତଳକୁ ପକାଗଲା । ଏକା ସମୟରେ ଅନ୍ୟ ଏକ ପଥରକୁ 25 ମି./ସେ. ପରିବେଗରେ ଲମ୍ବଭାବେ ଉପରକୁ ଫିଙ୍ଗାଗଲା । ଦୁଇଟି ପଥର କେତେବେଳେ ଓ କେଉଁଠାରେ ପରସ୍ପରକୁ ଅତିକ୍ରମ କରିବେ ?
ଉ –
ଉପରୁ ଖସୁଥ‌ିବା ପଥର ପାଇଁ ପ୍ରାରମ୍ଭିକ ପରିବେଗ (u) = 0, ତ୍ଵରଣ (a) = g ଓ ସମୟ = t
∴ s1 = ut + \frac { 1 }{ 2 }at2 = 0 x t + \frac { 1 }{ 2 } gt2= \frac { 1 }{ 2 }gt2
ଉପରକୁ ଫିଙ୍ଗାଯାଇଥିବା ପଥର ପାଇଁ ପ୍ରାରମ୍ଭିକ ପରିବେଗ (u) = 25 m/s, ତ୍ଵରଣ (a) = – g ଓ ସମୟ = t
∴ s2 = ut + \frac { 1 }{ 2 }at2 = 25 t – \frac { 1 }{ 2 }gt2

କିନ୍ତୁ s1 + s2 = 100
\frac { 1 }{ 2 } gt2 + 25t – \frac { 1 }{ 2 }gt2
⇒ 25 t = 100
⇒ t = \frac { 100 }{ 25 } = 4
∴ 4 ସେକେଣ୍ଡ ପରେ ଉଭୟେ ପରସ୍ପରକୁ ଅତିକ୍ରମ କରିବେ ।
s2 = 25t – \frac { 1 }{ 2 } gt2 (25 × 4 – \frac { 1 }{ 2 } x 10 x 16) m = (100 – 80) m = 20 m
∴ ଦୁଇଟି ପଥର 4 ସେକେଣ୍ଡ ପରେ ଓ 20 ମି. ଉଚ୍ଚରେ ପରସ୍ପରକୁ ଅତିକ୍ରମ କରିବେ ।

17. ଲମ୍ବଭାବେ ଉପରକୁ ଫୋପଡ଼ା ବଲ୍ 6 ସେକେଣ୍ଡ ପରେ ତଳକୁ ଫେରିଆସିଲା । ତେବେ –

  • କେତେ ପରିବେଗରେ ଏହାକୁ ଫୋପଡ଼ା ଯାଇଥିଲା ?
  • ଏହା ସର୍ବୋଚ୍ଚ କେତେ ଉଚ୍ଚତାକୁ ଉଠିଥ‌ିବ ?
  • 4 ସେକେଣ୍ଡ ପରେ ଏହା କେତେ ଦୂରତା ଅତିକ୍ରମ କରିଥିଲା ?

ଉ –

(i) ମନେକର u ପରିବେଗରେ ବଲ୍ଟିକୁ ଫୋପଡ଼ା ଯାଇଥିଲା ।
ଏହା ଉପରକୁ ଉଠିଲେ v = 0 ଓ a = – g ତ୍ଵେବ | v = u + at
⇒ 0 = u – gt
⇒ u = gt
ବଲ୍ଟି ଉପରକୁ ଉଠିବାକୁ ଯେତିକି ସମୟ ନେବ, ଖସିବାକୁ ସେତିକି ସମୟ ନେବ ।
ତେଣୁ t = 3 ସେକେଣ୍ଡ ।
∴ u = 10 m/s2 x 3s = 30 m/s
∴ 30 m/s ପରିବେଗରେ ବଲ୍‌ଟିକୁ ଫୋପଡ଼ା ଯାଇଥିଲା ।

(ii) s = ut + \frac { 1 }{ 2 } gt2 = 30 m/s x 3s + \frac { 1 }{ 2 } x (- 10 m/s2) × (3s)2
= 90 m – \frac { 1 }{ 2 } x 10 m/s2 x 9s2 = 90 m – 45 m = 45 m

(iii) ତଳକୁ ଫେରିବା ପାଇଁ u = 0, g = 10 m/s2, t = 1 sec.
∴ s = ut + \frac { 1 }{ 2 } gt2 = 0 x t + \frac { 1 }{ 2 } x 10 m/s2 × 1 s2 = 5m
∴ 4 sec ପରେ ବସ୍ତୁଟି ଭୂମିଠାରୁ 45 m – 5m = 40 m ଉଚ୍ଚରେ ଥ‌ିବ ।

18. ତରଳ ପଦାର୍ଥରେ ବୁଡ଼ିଥିବା ବସ୍ତୁ ଉପରେ ପ୍ଲବନ ବଳ କେଉଁ ଦିଗରେ କାର୍ଯ୍ୟ କରିଥାଏ ?
ଉ –
ତରଳ ପଦାର୍ଥରେ ବୁଡ଼ିଥୁବା ବସ୍ତୁ ଉପରେ ପ୍ଲବନ ବଳ ଉର୍ଦ୍ଧ୍ୱମୁଖୀ ବଳ ପ୍ରୟୋଗ କରିଥାଏ ।

19. ପାଣିରେ ଏକ ପ୍ଲାଷ୍ଟିକ୍ ବୋତଲକୁ ବୁଡ଼ାଇ ଛାଡ଼ିଦେଲେ ତାହା ଆପେ ଆପେ ପୃଷ୍ଠକୁ ଉଠିଆସେ କାହିଁକି ?
ଉ –

  • ପାଣିରେ ଏକ ପ୍ଲାଷ୍ଟିକ୍ ବୋତଲକୁ ବୁଡ଼ାଇ ଛାଡ଼ିଦେଲେ ପାଣି ବୋତଲ ଉପରେ ଏକ ଉବଳ ପ୍ରୟୋଗ କରେ । ତେଣୁ ବୋତଲଟି ଉପରକୁ ଉଠିଯାଏ ।
  • ପାଣି ଭିତରେ ଏକ ଊର୍ଦୁବଳର ପରିମାଣ ପୃଥୁବୀର ମାଧ୍ୟାକର୍ଷଣ ବଳର ପରିମାଣ ଅର୍ଥାତ୍ ବୋତଲଟିର ଓଜନଠାରୁ ଅଧିକ ହୁଏ । ତେଣୁ ବୋତଲଟି ଉପରକୁ ଉଠିଆସେ ।

20. 50 ଗ୍ରାମ୍ ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁର ଆୟତନ 20 ଘନ ସେ.ମି. । ଏହାକୁ ଏକ ଜଳପୂର୍ଣ କୁଣ୍ଡରେ ପକାଇଲେ ଏହା ବୁଡ଼ିବ ନା ଭାସିବ ବୁଝାଅ । (ଜଳର ସାନ୍ଦ୍ରତା ଏକ ଗ୍ରାମ୍ | ସେ.ମି)3
ଉ –
ବସ୍ତୁଟିର ବସ୍ତୁତ୍ଵ (m) = 50 ଗ୍ରାମ୍ ଓ ଆୟତନ (v) = 20 ଘନ ସେ.ମି.
∴ ସାନ୍ଦ୍ରତା (d) = \frac { m }{ v } = \frac { 50 }{ 20 } ଗ୍ରାମ୍/ଘନ ସେ.ମି. = 2.5 ଗ୍ରାମ୍/ଘନ ସେ.ମି. ।
ଜଳର ସାନ୍ଦ୍ରତା = 1 ଗ୍ରାମ୍/ଘନ ସେ.ମି.
∴ ଜଳର ସାନ୍ଦ୍ରତାଠାରୁ ବସ୍ତୁର ସାନ୍ଦ୍ରତା ଅଧିକ ହେତୁ ବସ୍ତୁଟିକୁ ଜଳପୂର୍ଣ୍ଣ କୁଣ୍ଡରେ ପକାଇଲେ ଏହା ପାଣିରେ ରୁଡ଼ିଯିବ |

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

ପ୍ରଶାବଳୀ ଓ ଉତ୍ତର

1. ସାର୍ବଜନୀନ ମହାକର୍ଷଣ ନିୟମ କ’ଣ ଲେଖ । ଏହାର ଗାଣିତିକ ପରିପ୍ରକାଶଟି ଉଲ୍ଲେଖ କର । ସେଥୁରେ ବ୍ୟବହୃତ ସଂକେତମାନଙ୍କୁ ସୂଚିତ କର ।
ଉ –
(i) ବିଶ୍ଵର ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ । ଏହି ଆକର୍ଷଣ ବଳର ପରିମାଣ ବସ୍ତୁଦ୍ଵୟର ବସ୍ତୁତ୍ଵର ଗୁଣଫଳ ସହ ସମାନୁପାତୀ ଓ ସେମାନଙ୍କ ବସ୍ତୁତ୍ଵ କେନ୍ଦ୍ର ମଧ୍ୟରେ ଥ‌ିବା ଦୂରତାର ବର୍ଗ ସହ ପ୍ରତିଲୋମାନୁପାତୀ ଅଟେ । ଏହି ବଳ ବସ୍ତୁତ୍ଵୟର ବସ୍ତୁତ୍ଵ କେନ୍ଦ୍ରକୁ ସଂଯୋଗ କରୁଥିବା ସରଳରେଖା ଦିଗରେ କାର୍ଯ୍ୟକାରୀ ହୁଏ ।

(ii) ଏହାର ଗାଣିତିକ ପରିପ୍ରକାଶ ହେଲା F = G \frac{\mathrm{Mm}}{\mathrm{d}^2}
(i) F = ମହାକର୍ଷଣ ବଳ, M = ପୃଥ‌ିବୀର ବସ୍ତୁତ୍ଵ, m = ବସ୍ତୁର ବସ୍ତୁତ୍ଵ ।
d = ପୃଥ‌ିବୀ ଓ ବସ୍ତୁ ମଧ୍ୟରେ ଥିବା ବ୍ୟବଧାନ ଓ G = ମହାକର୍ଷଣୀୟ ଧ୍ରୁବାଙ୍କ

2 ବସ୍ତୁତ୍ଵ ଓ ଓଜନ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 9th Class Physical Science Solutions Chapter 7 img-13

3. ଚନ୍ଦ୍ରପୃଷ୍ଠରେ କୌଣସି ବସ୍ତୁର ଓଜନ ପୃଥ‌ିବୀ ପୃରେ ବସ୍ତୁର ଓଜନର ଏକ ଷତାଂଶ କାହିଁକି ?
ଉ –
ଚନ୍ଦ୍ରପୃଷ୍ଠରେ ବସ୍ତୁର ଓଜନ Wm = m x gm
m = ବସ୍ତୁର ବସ୍ତୁତ୍ଵ ଓ gm = ଚନ୍ଦ୍ରପୃଷ୍ଠରେ ମାଧ୍ୟାକର୍ଷଣ ଜନିତ ତ୍ଵରଣ
gm = \frac { 1 }{ 6 } ge ଯେଉଁଠାରେ ge = ପୃଥ‌ିବୀର ମାଧ୍ୟାକର୍ଷଣ ଜନିତ ତ୍ଵରଣ
∴Wm = m x gm = m x \frac { 1 }{ 6 } ge = \frac { 1 }{ 6 } x m x ge = \frac { 1 }{ 6 } x ପୃଥ‌ିବୀପୃଷ୍ଠରେ ବସ୍ତୁର ଓଜନ ।

4.
(i) ମୋଟା ଫିତା ଥିବା ବ୍ୟାଗ୍ ଅପେକ୍ଷା ପତଳା ଫିତାଥିବା ବ୍ୟାଗକୁ କାନ୍ଧରେ ବୋହିବା କଷ୍ଟକର କାହିଁକି ?
(ii) ପ୍ଳବତା କ’ଣ ?
(iii) ଗୋଟିଏ ବସ୍ତୁକୁ ଜଳପୃଷ୍ଠରେ ରଖିଲେ ତାହା ଜଳରେ କେତେବେଳେ ବୁଡ଼ିଯାଏ ଓ କେତେବେଳେ ଭାସେ ?
ଉ –
(i)
(a) ମୋଟା ଫିତା ଥ‌ିବା ବ୍ୟାଗର ଫିତାର ପୃଷ୍ଠକ୍ଷତ୍ରଫଳ ଅଧ‌ିକ ହୋଇଥିବାରୁ ଚାପ କମ୍ ଅନୁଭୂତ ହୁଏ ।
(b) ପତଳା ଫିତା ଥ‌ିବା ବ୍ୟାଗ୍‌ର ଫିତାର ପୃଷ୍ଠକ୍ଷେତ୍ରଫଳ କମ୍ ହୋଇଥିବାରୁ ଚାପ ଅଧିକ ଅନୁଭୂତ ହୁଏ । ତେଣୁ ମୋଟା ଫିତା ଥ‌ିବା ବ୍ୟାଗ୍ ଅପେକ୍ଷା ପତଳା ଫିତା ଥ‌ିବା ବ୍ୟାଗକୁ କାନ୍ଧରେ ବୋହିବା କଷ୍ଟକର ହୋଇଥାଏ ।

(ii) କୌଣସି ଏକ ବସ୍ତୁକୁ ତରଳରେ ବୁଡ଼ାଇଲେ ବସ୍ତୁଟି ହାଲୁକା ଲାଗେ । ଅର୍ଥାତ୍ ତାହା ଓଜନ ହରାଇଲା ଭଳି ଜଣାଯାଏ; କାରଣ ତରଳ ବସ୍ତୁ ଉପରେ ଊର୍ଦ୍ଧ୍ୱସଂଘାତ ପ୍ରୟୋଗ କରେ । ଏହି ପ୍ରକ୍ରିୟାକୁ କ୍ଲବତା କୁହାଯାଏ ।

(iii) ବସ୍ତୁର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ ହେଲେ ତାହା ଜଳରେ ବୁଡ଼ିଯାଏ ଏବଂ ବସ୍ତୁର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହେଲେ ତାହା ଜଳରେ ଭାସେ ।

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

କାର୍ଯ୍ୟାବଳୀ (Activity) :

ତୁମପାଇଁ କାମ – 7.1 :
ଖଣ୍ଡିଏ ସୂତା ନିଅ । ସୂତାର ଗୋଟିଏ ମୁଣ୍ଡରେ ଗୋଟିଏ ଛୋଟ ଗୋଲକଟିଏ ବାନ୍ଧି ଅନ୍ୟ ମୁଣ୍ଡଟିକୁ ହାତରେ ଧରି ଗୋଲକଟିକୁ ବୁଲାଅ । ଗୋଲକର ଗତିକୁ ଲକ୍ଷ୍ୟକର । ଏହାପରେ ଗୋଲକଟି ଘୂରୁଥିବା ସମୟରେ ହାତରୁ ସୂତାଟିକୁ ଛାଡ଼ିଦିଅ । ବର୍ତ୍ତମାନ ଗୋଲକଟିର ଗତିର ଦିଗକୁ ଲକ୍ଷ୍ୟକର । କ’ଣ ଦେଖ‌ିଲ ?
ଉ –
ଖଣ୍ଡିଏ ସୂତାର ଗୋଟିଏ ମୁଣ୍ଡରେ ଏକ ଛୋଟ ଲୌହଗୋଲକ ବାନ୍ଧି ଅନ୍ୟମୁଣ୍ଡଟିକୁ ହାତରେ ଧରି ଗୋଲକଟିକୁ ଘୂରାଇଲେ ତାହା ବୃତ୍ତାକାର ପଥରେ ଘୂରିବ । ଘୂରୁଥିବା ସମୟରେ ସୂତାଟିକୁ ଛାଡ଼ିଦେଲେ ସୂତାଟି ସେହି ସମୟର ଘୂରିବା ଦିଗରେ ଏକ ସରଳରେଖାରେ ଗତିକରି ଛିଟିକିଯାଏ ।
BSE Odisha 9th Class Physical Science Solutions Chapter 7 img-14

ତୁମପାଇଁ କାମ 7.2
ସମାନ ଉଚ୍ଚତାରୁ ଖଣ୍ଡିଏ ପର ଓ ଗୋଟିଏ ଗୋଡ଼ିକୁ ଏକା ସାଙ୍ଗରେ ତଳକୁ ପକାଅ ।

  • କେଉଁଟି ପ୍ରଥମେ ତଳେ ପଡୁଛି, ତାହା ଲକ୍ଷ୍ୟ କର ।
  • ପୁନଶ୍ଚ ଗୋଟିଏ ବାୟୁ ଶୂନ୍ୟ କାଚଘର ଭିତରେ ସେହି ପର ଓ ଗୋଡ଼ିକୁ ସମାନ ଉଚ୍ଚତାରୁ ଆଉ ଥରେ ତଳକୁ ପକାଅ ଓ ଦେଖି ସେମାନେ କିପରି ଭାବରେ ତଳେ ପଡୁଛନ୍ତି ।

ଉ –

  • ପ୍ରଥମେ ଗୋଡ଼ିଟି ତଳେ ପଡ଼ିବ ।
  • ଏକ ବାୟୁଶୂନ୍ୟ କାଚଘର ଭିତରେ ସେହି ପର ଓ ଗୋଡ଼ିକୁ ସମାନ ଉଚ୍ଚତାରୁ ଆଉ ଥରେ ତଳକୁ ପକାଇଲେ ଉଭୟେ ସମାନ ସମୟରେ ତଳେ ପଡ଼ିବେ ।

ସିଦ୍ଧାନ୍ତ : ପ୍ରଥମ ପରିସ୍ଥିତିରେ ମୁକ୍ତ ପତନବେଳେ ବାୟୁର ଘର୍ଷଣଜନିତ ପ୍ରତିରୋଧ ବଳ କାର୍ଯ୍ୟ କରେ, ତେଣୁ ହାଲୁକା ପରର ଗତି ବାଧାପ୍ରାପ୍ତ ହୁଏ । ତେଣୁ ପକ୍ଷୀର ପର ବିଳମ୍ବରେ ପଡ଼େ । ଦ୍ଵିତୀୟ ପରିସ୍ଥିତିରେ ବାୟୁ ନଥିବାରୁ
ବାୟୁସହ ଘର୍ଷଣଜନିତ ପ୍ରତିରୋଧ ବଳ ନଥାଏ । ତେଣୁ ଉଭୟ ସମାନ ସମୟରେ ତଳେ ପଡୁଛି ।

ତୁମପାଇଁ କାମ 7.3 :
ଗୋଟିଏ ଖାଲି ପ୍ଲାଷ୍ଟିକ୍ ବୋତଲର ଠିପି ବନ୍ଦକରି ଏକ ପାଣିଭର୍ତ୍ତି ବାଲ୍ଟିରେ ରଖ । ବୋତଲଟି ପାଣିରେ ଭାସିବ । ବୋତଲଟିକୁ ପାଣି ଭିତରକୁ ଠେଲିବାକୁ ଚେଷ୍ଟାକର । ତୁମେ ଏକ ଊର୍ଷ୍ଟବଳ ଅନୁଭବ କରିବ ଯାହା ବୋତଲଟିକୁ ପାଣିରେ ଠେଲି ତଳକୁ ପୂରାଇବା କାର୍ଯ୍ୟରେ ବାଧା ଦିଏ । ବୋତଲଟିକୁ ଜଳପୃଷ୍ଠରୁ ଯେତେ ଅଧିକ ଭିତରକୁ ଠେଲିବ, ବୋତଲ ଉପରେ ଜଳ ସେତେ ଅଧିକ ଊତ୍ସବଳ ପ୍ରୟୋଗ କରିବ । ବୋତଲଟିକୁ ପାଣିରେ ସମ୍ପୂର୍ଣ୍ଣ ବୁଡ଼ାଇ ଛାଡ଼ିଦେଲେ, ଏହା ଆପେ ଆପେ ଉପରକୁ ଉଠିଆସିବ ।
ଏଠାରେ କେତୋଟି ପ୍ରଶ୍ନ ମନକୁ ଆସେ, ଯେପରିକି

  • ପୃଥ‌ିବୀର ମାଧ୍ୟାକର୍ଷଣ ବଳ ବୋତଲ ଉପରେ କାର୍ଯ୍ୟକରେ କି ?
  • ଯଦି କରେ, ତେବେ ବୋତଲଟିକୁ ଜଳ ଭିତରେ ତଳକୁ ବୁଡ଼ାଇ ଛାଡ଼ିଦେଲେ ତାହା ସେହି ସ୍ଥାନରେ ରହିବା ପରିବର୍ତ୍ତେ ଉପରକୁ ଉଠିଆସେ କାହିଁକି ?
  • ବୋତଲଟିକୁ କିପରି ପାଣିରେ ବୁଡ଼ାଯାଇ ପାରିବ ?

ଉ –

  • ପୃଥ‌ିବୀର ମାଧ୍ୟାକର୍ଷଣ ବଳ ବୋତଲ ଉପରେ କାର୍ଯ୍ୟ କରେ ।
  • ଜଳ ବୋତଲ ଉପରେ ଏକ ଊର୍ଷ୍ଟବଳ ପ୍ରୟୋଗ କରେ ଯାହାଫଳରେ ବୋତଲଟି ଉପରକୁ ଠେଲିହୁଏ । ଯେତେବେଳେ ଜଳ ଭିତରେ ଏହି ଊର୍ଦ୍ଧବଳର ପରିମାଣ ପୃଥିବାର ମାଧ୍ୟାକର୍ଷଣ ବଳର ପରିମାଣ ଅର୍ଥାତ୍ ବୋତଲଟିର ଓଜନଠାରୁ ଅଧିକ ହୁଏ, ସେତେବେଳେ ବୋତଲଟି ଉପରକୁ ଉଠିଆସେ ।
  • ବୋତଲଟିକୁ ବୁଡ଼ାଇବାପାଇଁ ବୋତଲର ଓଜନ ବୋତଲ ଉପରେ କ୍ରିୟାଶୀଳ ଊର୍ଦ୍ଧବଳର ପରିମାଣଠାରୁ ଅଧିକ ହେବା ଆବଶ୍ୟକ । ବୋତଲ ଉପରେ ଏକ ଅତିରିକ୍ତ ନିମ୍ନମୁଖୀ ବାହ୍ୟବଳ ପ୍ରୟୋଗ କଲେ ବୋତଲଟିକୁ ଜଳ ମଧ୍ୟରେ ବୁଡ଼ାଇ ରଖୁବା ସମ୍ଭବ ହେବ ।

ଜଳରେ ବସ୍ତୁଟିଏ ବୁଡ଼େ ବା ଭାସେ କାହିଁକି ?
ପରୀକ୍ଷା : ଗୋଟିଏ ବିକର୍‌ରେ ପାଣି ରଖୁ ତାହାର ପୃଷ୍ଠରେ ଏକ ଲୁହାକଣ୍ଟା ରଖାଯାଉ । କଣ୍ଟାଟି ପାଣିରେ ବୁଡ଼ିଯିବ । ଏଠାରେ କଣ୍ଟା ଉପରେ ଦୁଇଟି ବଳ କାର୍ଯ୍ୟ କରେ । ପ୍ରଥମଟି ପୃଥ‌ିବୀର ମାଧ୍ୟାକର୍ଷଣ ବଳ ବା କଣ୍ଟାର ଓଜନ ଓ ଦ୍ୱିତୀୟଟି ପ୍ଲବନ ବଳ । ଏହି ଦୁଇଟି ବିପରୀତମୁଖୀ ବଳ ମଧ୍ୟରୁ ପ୍ରଥମଟିର ଅର୍ଥାତ୍ ମାଧ୍ୟାକର୍ଷଣ ବଳ ବା ଓଜନର ପରିମାଣ ପ୍ଲାବନ ବଳଠାରୁ ଅଧିକ ହେବାରୁ କଣ୍ଟାଟି ପାଣିରେ ବୁଡ଼ିଗଲା ।

ତୁମପାଇଁ କାମ 7.4 :

  • ଗୋଟିଏ ଜଳପୂର୍ଣ ବିକର୍‌ରେ ସମାନ ବସ୍ତୁତ୍ଵ ବିଶିଷ୍ଟ ଏକ ଲୁହାକଣ୍ଟା ଓ ଗୋଟିଏ କର୍କକୁ ରଖ ।
  • ଲୁହାକଣ୍ଟାଟି ବୁଡ଼ିଯିବ ମାତ୍ର କର୍କଟି ପାଣିରେ ଭାସିବ । ଏହା ବସ୍ତୁଦ୍ଵୟର ସାନ୍ଦ୍ରତାର ପାର୍ଥକ୍ୟ ଯୋଗୁ ଘଟିଥାଏ ।
  • ଲୁହାକଣ୍ଟାର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ବେଶୀ ହେତୁ ଲୁହାକଣ୍ଟାଟି ବୁଡ଼ିଗଲା । ମାତ୍ର କର୍କର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହେତୁ କର୍କଟି ପାଣିରେ ଭାସିଲା ।

BSE Odisha 9th Class Physical Science Solutions Chapter 7 img-15
ସିଦ୍ଧାନ୍ତ : ଯେଉଁ ବସ୍ତୁର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ତାହା ଜଳରେ ଭାସେ ଓ ଯାହାର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ ତାହା ଜଳରେ ବୁଡ଼ିଯାଏ ।

ତୁମପାଇଁ କାମ 7.5

  • ଗୋଟିଏ କମ୍ପାନୀ ନିକିତିରେ ନିଦା ଓଜନିଆ ବସ୍ତୁଟିଏ ଝୁଲାଇ କୌଣସି ତରଳରେ ବସ୍ତୁଟିକୁ ଆଂଶିକଭାବେ ବୁଡ଼ାଇବା ମାତ୍ରେ ନିକିତିର ସୂଚକ ଉପରକୁ ଠେଲି ହୋଇଯିବ ।
  • ବସ୍ତୁ ଉପରେ ଊର୍ଦ୍ଧ୍ୱମୁଖୀ ପ୍ଳବନ ବଳର ପ୍ରଭାବ ହେତୁ ତା’ର ଓଜନ ହ୍ରାସ ପାଏ ଏବଂ ସୂଚକ ଉପରକୁ 860 1
  • ବସ୍ତୁଟିକୁ ଆଉ ଅଧିକ ବୁଡ଼ାଇଲେ, ପ୍ଲବନ ବଳ ଆନୁପାତିକ ଭାବେ ବଢ଼ିବ ଏବଂ ସୂଚକଟି ଆହୁରି ଉପରକୁ ଉଠିବ । କାରଣ ବସ୍ତୁର ଓଜନ ଆହୁରି ହ୍ରାସ ପାଇବ ।
  • ବସ୍ତୁଟି ସଂପୂର୍ଣ୍ଣ ବୁଡ଼ିଗଲେ ପ୍ଲବନ ବଳ ସର୍ବାଧ୍ଵକ ହୁଏ ଓ ବସ୍ତୁଟି ଅତ୍ୟଧିକ ହାଲୁକା ଜଣାପଡ଼େ ଓ ସୂଚକ ସବୁଠାରୁ ଉଚ୍ଚସ୍ଥାନରେ ରହେ ।
  • ବସ୍ତୁ ଉପରେ ତରଳ ପ୍ରୟୋଗ କରୁଥିବା ପ୍ଳବନ ବଳ ତରଳ ମଧ୍ୟରେ ବସ୍ତୁର ବୁଡ଼ିରହିଥ‌ିବା ‘ଅଂଶର ଆୟତନ ଉପରେ ନିର୍ଭରଶୀଳ । ବୁଡ଼ିବା ଅଂଶର ଆୟତନ ବଢ଼ିଲେ ପ୍ଲବନ ବଳ ବଢ଼େ ।
  • ପ୍ରତ୍ୟେକ ବସ୍ତୁର ନିଜସ୍ଵ ପ୍ରକୃତ ଓଜନ ଅଛି । ଗୋଟିଏ ବସ୍ତୁ ଏକ ତରଳ ମଧ୍ୟରେ ବୁଡ଼ିଲେ ତାହାର ଓଜନ କିଛି କମିଗଲା ପରି ଜଣାପଡ଼େ । ଏହି ଓଜନ ହ୍ରାସକୁ ଆଭାସୀ (apparent) ହ୍ରାସ କୁହାଯାଏ ।
  • ଗୋଟିଏ ବସ୍ତୁକୁ ତରଳରେ ବୁଡ଼ାଇଲେ ତାହା ବୁଡ଼ିଥିବା ଅଂଶର ଆୟତନ ସହ ସମାନ ଆୟତନର ତରଳ ଅପସାରିତ କରିଥାଏ ।
  • ବସ୍ତୁଦ୍ଵାରା ଅପସାରିତ ତରଳର ଓଜନ ଏବଂ ବୁଡ଼ିଥିବା ବେଳେ ତାହାର ଓଜନର ଆଭାସୀ ହ୍ରାସ (apparent loss) ମଧ୍ୟରେ ଥିବା ସଂପର୍କ ବିଷୟରେ ଆକିମିଡ଼ିସ୍‌ ଅନୁଧ୍ୟାନ କରି ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ତାହା ତାଙ୍କ ନାମାନୁ ସାରେ ଆର୍କିମିଡ଼ିସ୍‌ଙ୍କ ସୂତ୍ର ନାମରେ ପରିଚିତ ।

ଆର୍କିମିଡ଼ିସ୍‌ଙ୍କ ସୂତ୍ରର ପ୍ରୟୋଗ :

  • ବସ୍ତୁର ଆପେକ୍ଷିକ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।
  • ଅଧିକାଂଶ ଭାସମାନ ଅନୁପ୍ରଯୁକ୍ତି (appliance) ର ନିର୍ମାଣରେ ଏହି ସୂତ୍ର ବ୍ୟବହାର କରାଯାଏ । ଜାହାଜ, ବୁଡ଼ାଜାହାଜ, ଡଙ୍ଗାର ନିର୍ମାଣ କୌଶଳ ଏହି ସୂତ୍ର ଉପରେ ପର୍ଯ୍ୟବସିତ ହୋଇଥାଏ ।
  • ଲାକ୍ଟୋମିଟର ଓ ହାଇଡ୍ରୋମିଟରର କାର୍ଯ୍ୟ ଏହି ତଥ୍ୟ ଉପରେ ପର୍ଯ୍ୟବସିତ ।

BSE Odisha 9th Class Physical Science Notes Chapter 5 ଗତି

Odisha State Board BSE Odisha 9th Class Physical Science Notes Chapter 5 ଗତି will enable students to study smartly.

BSE Odisha Class 9 Physical Science Notes Chapter 5 ଗତି

→ ଉପକ୍ରମ (Introduction):
(i) ବସ୍ତୁର ଅବସ୍ଥାନରେ ପରିବର୍ତ୍ତନ ଘଟିଲେ ବସ୍ତୁ ଗତି କରୁଛି ବୋଲି କୁହାଯାଏ ।
(ii) ଗୋଟିଏ ସ୍ଥିର ବସ୍ତୁକୁ ଭିଭିକରି ଅନ୍ୟ ଗୋଟିଏ ବସ୍ତୁର ଅବସ୍ଥିତି ନିର୍ଣ୍ଣୟ କରାଯାଏ ।

→ ବିଶ୍ରାମ ଏବଂ ଗତି (Rest and Motion):
(i) ଘର, ବାଡ଼ି, ଗଛଲତା, ପାହାଡ଼ ପର୍ବତ, ନଦୀ, ନାଳ ଓ ସମୁଦ୍ର ଆଦିକୁ ସ୍ଥିର ବସ୍ତୁ କୁହାଯାଏ; କାରଣ ଏକ ନିର୍ଦ୍ଦିଷ୍ଟ ବିନ୍ଦୁଠାରୁ ସେମାନଙ୍କର ଅବସ୍ଥାନର ପରିବର୍ତ୍ତନ ହୋଇ ନଥାଏ ।
(ii) ରାସ୍ତାଘାଟରେ ଯା’ଆସ କରୁଥିବା ଯାନବାହନ, ମନୁ ଷ୍ୟ, ନଈ, ନାଳ, ଝରଣା ଇତ୍ୟାଦିରେ ବହିଯାଉଥ‌ିବା ପାଣି; ପାଣିରେ ପହଁରୁଥ‌ିବା ମାଛ ଓ ହଂସ, ଅକାଶରେ ଉଡୁଥ‌ିବା ପକ୍ଷୀ ଆଦିକୁ ଗତିଶୀଳ କୁହାଯାଏ ।
(iii) କେତେକ କ୍ଷେତ୍ରରେ ଗତିକୁ ପରୋକ୍ଷ ଭାବରେ ଜାଣିହୁଏ ।

ଉଦାହରଣ :
(a) ବାଲିକଣା ଉଡ଼ିଲେ ତାହାର ଗତିରୁ ବାୟୁର ଗତି ଜଣାପଡ଼େ ।
(b) ବାଲିକଣା ଉଡ଼ିଲେ ତାହାର ଗତିରୁ ବାୟୁର ଗତି ଜଣାପଡ଼େ ।
(c) ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଏବଂ ଋତୁ ପରିବର୍ତ୍ତନ ପୃଥ‌ିବୀର ଗତି ଯୋଗୁଁ ହୋଇଥାଏ । କିନ୍ତୁ ପୃଥ‌ିବୀର ଗତିକୁ ଦେଖୁହୁଏ ନାହିଁ ।
(iv) ଅନ୍ୟ କ୍ଷେତ୍ରରେ ଗୋଟିଏ ବସ୍ତୁ ଜଣକୁ ଗତିଶୀଳ ଜଣାଯାଉଥିଲେ ମଧ୍ୟ ଆଉ ଜଣକୁ ତାହା ସ୍ଥିର ବୋଲି ସବୁ ପୃଥ‌ିବୀର ଗତିକୁ ଦେଖୁହୁଏ ନାହିଁ ଗତି କରୁଥିବାର ଦେଖେ କିନ୍ତୁ ବସ୍‌ରେ ଯାଉଥିବା ତା’ର ସହଯାତ୍ରୀମାନଙ୍କୁ ସ୍ଥିର ଥିବାର ଦେଖେ ।
(v) ବସ୍ତୁର ଅବସ୍ଥାନର ପରିବର୍ତ୍ତନ ହେଲେ, ତାହାକୁ ଗତିଶୀଳ ବୋଲି କୁହାଯାଏ ।
(i) ବସ୍ତୁର ବିଭିନ୍ନ ପ୍ରକାର ଗତି ଥାଏ; ଯଥା-ସରଳରୈଖ୍ୟକ ଗତି, ଘୂର୍ଣ୍ଣନ ଗତି, ଦୋଳନ ଗତି, କମ୍ପନ ଗତି ଇତ୍ୟାଦି ।
(ii) ସଳଖ ପଥରେ ଗତି କରୁଥିବା ବସ୍ତୁଗୁଡ଼ିକୁ ସରଳରେଖକ ଗତି କୁହାଯାଏ ।

BSE Odisha 9th Class Physical Science Notes Chapter 5 ଗତି

ବସ୍ତୁର ଅବସ୍ଥାନ : ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥିର ବିନ୍ଦୁଠାରୁ ବସ୍ତୁର ଅବସ୍ଥାନକୁ ଏହାର ଦୂରତା କୁହାଯାଏ । ଏହି ବିନ୍ଦୁକୁ ମୂଳ ବିନ୍ଦୁ କୁହାଯାଏ । ମୂଳ ବିନ୍ଦୁକୁ ନେଇ ବସ୍ତୁର ଅବସ୍ଥାନ ଜାଣିହୁଏ ।

→ ଗତି (Motion):
ସମୟ ଅନୁ ସାରେ ବସ୍ତୁର ଅବସ୍ଥାନର ପରିବର୍ତ୍ତନକୁ ବସ୍ତୁର ଗତି କୁହାଯାଏ । ବସ୍ତୁର ଅବସ୍ଥାନ ହେଉଛି ଏକ ନିର୍ଦ୍ଦିଷ୍ଟ ବିନ୍ଦୁଠାରୁ ଏହାର ଦୂରତା । ଏହି ବିନ୍ଦୁକୁ ନିର୍ଦ୍ଦେଶକ ବିନ୍ଦୁ (Reference point) ବା ମୂଳବିନ୍ଦୁ (origin) କୁହାଯାଏ । ଏହି ମୂଳବିନ୍ଦୁକୁ ଭିଭିକରି ଅନ୍ୟ ବସ୍ତୁର ଅବସ୍ଥିତି ନିର୍ଣ୍ଣୟ କରାଯାଏ ।

→ ଏକ ସରଳରେଖାରେ ଗତି (ସରଳରେଖକ ଗତି) (Motion along a straight line):
ବସ୍ତୁ ସରଳରେଖାରେ ଗତି କଲେ, ବସ୍ତୁର ସେହି ଗତିକୁ ସରଳରେଖ୍ୟକ ଗତି କୁହାଯାଏ ।
ଉଦାହରଣ :
ଚଟାଣରେ ବଲ୍‌ର ଗତି; ବସ୍, ଟ୍ରକ୍, ସ୍କୁଟର, ମଟର ସାଇକେଲ୍‌ର ଗତି; ଗଛରୁ ପଡୁଥିବା ଳର ଗତି ଆଦି ସରଳରେଖ୍ୟକ ଗତିର ଅନ୍ତର୍ଗତ ।

→ ଦୂରତା (Distance):
ଗୋଟିଏ ବସ୍ତୁ ପ୍ରାରମ୍ଭିକ ବିନ୍ଦୁରୁ ବାହାରି କୌଣସି ଏକ ପଥରେ ଗତିକରି ଅନ୍ତିମ ବିନ୍ଦୁରେ ପହଞ୍ଚିଲେ ବସ୍ତୁଟି ଅତିକ୍ରମ କରିଥିବା ପଥର ପ୍ରକୃତ ଦୈର୍ଘ୍ୟ (Length) କୁ ଦୂରତା
(i) ଦୂରତା ଏକ ଅଦିଶ ରାଶି (scalar quantity) କାରଣ ଏହାର ଦିଗ ନଥାଏ ।
(ii) ଏହି ଭୌତିକ ‘ରାଶିର ପରିମାଣକୁ କେବଳ ସଂଖ୍ୟାଦ୍ଵାରା ପ୍ରକାଶ କରାଯାଏ ।
ଏକକ : S.I. ପଦ୍ଧତିରେ ଦୂରତାର ଏକକ କି.ମି. ବା ମି. । CGS ପଦ୍ଧତିରେ ଦୂରତାର ଏକକ ସେ.ମି. ।
ଉଦାହରଣ :
BSE Odisha 9th Class Physical Science Notes Chapter 5 ଗତି - 1

ମନେକର ଗୋଟିଏ ବସ୍ତୁ ଏକ ସରଳରେଖାରେ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ( ଠାରୁ ତାହାର ଗତି ଆରମ୍ଭ କଲା । ଭିନ୍ନ ଭିନ୍ନ ସମୟରେ A, B ଓ C ବସ୍ତୁର ବିଭିନ୍ନ ଅବସ୍ଥାନର ତିନୋଟି ବିନ୍ଦୁ । ବସ୍ତୁଟି C ଓ B ବିନ୍ଦୁ ଦେଇ A ଆଡ଼କୁ ଯାଇଛି । ସେଠାରୁ ପୁନଶ୍ଚ ସେ B ବିନ୍ଦୁ ଦେଇ C ବିନ୍ଦୁକୁ ଫେରିଆସିଛି ।
ବସ୍ତୁଟି ଅତିକ୍ରାନ୍ତ କରିଥିବା ମୋଟ ଦୂରତା = OA+ AC = 70 କି.ମି. + 50 କି.ମି. = 120 କି.ମି.।

BSE Odisha 9th Class Physical Science Notes Chapter 5 ଗତି

→ ବିସ୍ଥାପନ (Displacement):
(i) ଗୋଟିଏ ବସ୍ତୁ ଏକ ପ୍ରାରମ୍ଭିକ ବିନ୍ଦୁରୁ ତା’ର ଗତି ଆରମ୍ଭ କରି ଏକ ଅନ୍ତିମ ବିନ୍ଦୁରେ ପହଞ୍ଚିଲା ପରେ ସେହି ବିନ୍ଦୁଦ୍ଵୟ ମଧ୍ୟରେ ଥ‌ିବା ସର୍ବନିମ୍ନ ଦୂରତାକୁ ବସ୍ତୁର ବିସ୍ଥାପନ କୁହାଯାଏ । ଅର୍ଥାତ୍ ପ୍ରାରମ୍ଭିକ ବିନ୍ଦୁରୁ ଅନ୍ତିମ ବିନ୍ଦୁପର୍ଯ୍ୟନ୍ତ ବସ୍ତୁର ଅତିକ୍ରମ ଦୂରତାକୁ ବିସ୍ଥାପନ କୁହାଯାଏ ।
(ii) ବିସ୍ଥାପନ ଏକ ସଦିଶ ରାଶି (Vector quantity) କାରଣ ଏହାର ଉଭୟ ପରିମାଣ ଓ ଦିଗ ରହିଥାଏ ।
(iii) ବିସ୍ଥାପନର ଦିଗ ସର୍ବଦା ପ୍ରାରମ୍ଭିକ ବିନ୍ଦୁରୁ ଅନ୍ତିମ ବିନ୍ଦୁ ଆଡ଼କୁ ହୋଇଥାଏ ।

ଉଦାହରଣ :
(i) ଉପରିସ୍ଥ ଚିତ୍ରରେ ବସ୍ତୁଟି ଠ ଠାରୁ A ପର୍ଯ୍ୟନ୍ତ ଏକ ସରଳରେଖାରେ 70 କି.ମି. ଦୂରତା ଯାଇଛି । = 70 କି.ମି. ଏଠାରେ ବିସ୍ଥପନର ପରିମାଣ = ଦୂରତା = 70 କି.ମି
(ii) ବସ୍ତୁଟି ଠ ଠାରୁ A ପର୍ଯ୍ୟନ୍ତ ଯାଇ ପୁନଶ୍ଚ Bକୁ ଫେରି ଆସିଲେ ଅତିକ୍ରାନ୍ତ ଦୂରତା OA + AB = 70 କି.ମି.+ 20 କି.ମି. = 90 କି.ମି. ମାତ୍ର B ସ୍ଥାନରେ ମୂଳବିନ୍ଦୁ ( ଠାରୁ ବସ୍ତୁର ବିସ୍ଥାପନ 50 କି.ମି. । ତେଣୁ ବିସ୍ଥାପନର ପରିମାଣ (50 କି.ମି.) ଅତିକ୍ରାନ୍ତ ଦୂରତାର ପରିମାଣ (90 କି.ମି.) ସହ ସମାନ ନୁହେଁ ।
(iii) ଯଦି ବସ୍ତୁଟି ମୂଳବିନ୍ଦୁ ୦ ଠାରୁ ବାହାରି A ପର୍ଯ୍ୟନ୍ତ ଯାଇ ପୁଣି ଠ କୁ ଫେରି ଆସିଲେ, ଅତିକ୍ରାନ୍ତ ଦୂରତା = 70 କି.ମି. + 70 କି.ମି. = 140 କି.ମି. ।
କିନ୍ତୁ ବସ୍ତୁର ପ୍ରାରମ୍ଭିକ ବିନ୍ଦୁ ଓ ଅନ୍ତିମ ବିନ୍ଦୁ ସମାନ ହୋଇଯିବାରୁ ବସ୍ତୁର ବିସ୍ଥାପନ ଶୂନ ହେବ ।

  • ଗୋଟିଏ ବିନ୍ଦୁରେ ବସ୍ତୁର ବିସ୍ଥାପନ ଶୂନ ହୋଇପାରେ, ମାତ୍ର ଅତିକ୍ରାନ୍ତ ଦୂରତା ଶୂନ ହେବ ନାହିଁ ।
  • ଦୂରତାର ଏକକ ବିସ୍ଥାପନର ଏକକ ସହ ସମାନ ।
  • ମୋଟରଯାନ ଗତି କରୁଥିବାବେଳେ ଅତିକ୍ରମ କରୁଥିବା ଦୂରତା ମାପିବା ପାଇଁ ସେଥୁରେ ଓଡ଼ୋମିଟର (Odometer) ଲାଗିଥାଏ ।

→ ୟୁନିଫର୍ମ ଗତି ଏବଂ ଅଣ ୟୁନିଫର୍ମ ଗତି। (Uniform Motion & Non-Uniform Motion) :
ସମଗତି :
(i) ଗୋଟିଏ ବସ୍ତୁ ସମାନ ସମୟ ଅନ୍ତରାଳରେ ସମାନ ଦୂରତା ଅତିକ୍ରମ କଲେ, ତାହାର ଗତିକୁ ସମଗତି କୁହାଯାଏ ।
(ii) ସମଗତି କ୍ଷେତ୍ରରେ ସମୟର ଅନ୍ତରାଳ କମ୍ ହେବା ଉଚିତ । ସମଗତି କ୍ଵଚିତ୍ ଦେଖାଯାଏ ।

BSE Odisha 9th Class Physical Science Notes Chapter 5 ଗତି

ଉଦାହରଣ:
ମନେକର ଗୋଟିଏ ବସ୍ତୁ ଏକ ସରଳ ପଥରେ ପ୍ରଥମ ଘଣ୍ଟାରେ 5 କି.ମି., ଦ୍ଵିତୀୟ ଘଣ୍ଟାରେ 5 କି.ମି., ତୃତୀୟ ଘଣ୍ଟାରେ 5 କି.ମି. ଏବଂ ଚତୁର୍ଥ ଘଣ୍ଟାରେ ମଧ୍ଯ 5 କି.ମି. ଦୂରତା ଅତିକ୍ରମ କରୁଛି; ଅର୍ଥାତ୍ ପ୍ରତି ଏକ ଘଣ୍ଟା ସମୟ ଅନ୍ତରାଳ (interval)ରେ ଏହା 5 କି.ମି. ଯାଉଅଛି । ଏଠାରେ ବସ୍ତର ଗତି ସମଗତି ଅଟେ ।
ଅସମ ଗତି :
(i) ଗୋଟିଏ ବସ୍ତୁ ସମାନ ସମୟ ଅନ୍ତରାଳରେ ଅସମାନ ଦୂରତା ଅତିକ୍ରମ କଲେ ତାହାର ଗତିକୁ ଅସମ’ ଗତି କୁହାଯାଏ ।
(ii) ପ୍ରକୃତିରେ ଅଧୁକାଂଶ ଗତି ଅସମ ଅଟେ ।

ଉଦାହରଣ:
(ii)ଜନଗହଳି ରାସ୍ତାରେ ଯାନର ଗତି ଓ ଉଠାଣି ବା ଗଡ଼ାଣି ସ୍ଥାନରେ ଯାନର ଗତି ଅସ ଅଟେ ।
(i) ମନେକର ଗୋଟିଏ ବସ୍ତୁ ପ୍ରଥମ ଘଣ୍ଟାରେ 5′ କି.ମି., ଦ୍ଵିତୀୟ ଘଣ୍ଟାରେ 3 କି.ମି. ଓ ତୃତୀୟ ଘଣ୍ଟାରେ 7 କି.ମି ଦୂରତା ଅତିକ୍ରମ କରୁଛି । ଏଠାରେ ପ୍ରତି ଏକ ଘଣ୍ଟା ସମୟ ଅନ୍ତରାଳରେ ଅସମାନ ଦୂରତା ଅତିକ୍ରମ କରୁଛି । ଏଠାରେ ବସ୍ତୁର ଗତି ଅସମ ଅଟେ ।

→ ଗତି (Speed):
(i) ଏକକ ସମୟ ବ୍ୟବଧାନରେ ଏକ ବସ୍ତୁ ଅତିକ୍ରାନ୍ତ କରିଥିବା ଦୂରତାକୁ ସେହି ବସ୍ତୁର ବେଗ କୁହାଯାଏ ।
(ii) ଏକ ବସ୍ତୁ t ସମୟରେ s ଦୂରତା ଅତିକ୍ରମ କଲେ, ତାହାର ବେଗ BSE Odisha 9th Class Physical Science Notes Chapter 5 ଗତି - 2
BSE Odisha 9th Class Physical Science Notes Chapter 5 ଗତି - 3
ବେଗର ପରିମାଣ ଥାଏ କିନ୍ତୁ ଦିଗ ନଥାଏ, ତେଣୁ ଏହା ଏକ ଅଦିଶ ରାଶି ।

BSE Odisha 9th Class Physical Science Notes Chapter 5 ଗତି

→ ୟୁନିଫର୍ମ ସ୍ପିଡ୍ ଏବଂ ଅଣ ୟୁନିଫର୍ମ ସ୍ପିଡ୍। (Uniform Speed and Non-Uniform Speed):
(i) ଗତିଶୀଳ ବସ୍ତୁ ସମାନ ସମୟ ଅନ୍ତରାଳରେ ସମାନ ଦୂରତା ଅତିକ୍ରମ କରୁଥିଲେ, ତାହା ସମବେଗରେ ଗତି କରୁଛି ବୋଲି କୁହାଯାଏ ।
(ii) ଗତିଶୀଳ ବସ୍ତୁ ସମାନ ସମୟ ଅନ୍ତରାଳରେ ଅସମାନ ଦୂରତା ଅତିକ୍ରମ କରୁଥିଲେ, ତାହାର ବେଗକୁ ଅସମ ବେଗ କୁହାଯାଏ । ଅସମ ବେଗରେ ଯାଉଥିବା ଗତିଶୀଳ ବସ୍ତୁର ହାରାହାରି ବେଗ ଅନେକ କ୍ଷେତ୍ରରେ ନିର୍ଣ୍ଣୟ କରାଯାଏ ।
BSE Odisha 9th Class Physical Science Notes Chapter 5 ଗତି - 4
BSE Odisha 9th Class Physical Science Notes Chapter 5 ଗତି - 20 ଯେଉଁଠି u = ବସ୍ତୁର ହାରାହାରି ବେଗ
s = ବସ୍ତୁ ଅତିକ୍ରମ କରିଥିବା ମୋଟ ଦୂରତା, t = ବସ୍ତୁ ନେଇଥ‌ିବା ମୋଟ ସମୟ

→ ପରିବେଗ (Velocity):
(i) ଏକ ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ ବସ୍ତୁର ବେଗକୁ ପରିବେଗ (velocity) କୁହାଯାଏ ।
(ii) ବସ୍ତୁର ଏହି ପରିବେଗ ସମପରିବେଗ କିମ୍ବା ପରିବର୍ତୀ (variable) ପରିବେଗ ହୋଇପାରେ । ବସ୍ତୁର ବେଗ କିମ୍ବା ତାହାର ଗତିର ଦିଗ କିମ୍ବା ଉଭୟର ପରିବର୍ତ୍ତନ ହେଲେ ପରିବେଗର ପରିବର୍ତ୍ତନ ହୁଏ ।
(iii) ବସ୍ତୁର ପରିବେଗ ସମୟ ଅନୁସାରେ ସମାନ ହାରରେ ପରିବର୍ତ୍ତିତ ହେଲେ :
BSE Odisha 9th Class Physical Science Notes Chapter 5 ଗତି - 5
BSE Odisha 9th Class Physical Science Notes Chapter 5 ଗତି - 6
ଯେଉଁଠାରେ vav = ବସ୍ତୁର ହାରାହାରି ପରିବେଗ
u = ବସ୍ତୁର ପ୍ରାରମ୍ଭିକ ପରିବେଗ
v = ବସ୍ତୁର ଅନ୍ତିମ ପରିବେଗ

→ ତ୍ୱରଣ (Acceleration):
(i) ପରି ବେଗର ପରିବର୍ତ୍ତନ ହାରକୁ ତ୍ଵରଣ (Acceleration) ତ୍ଵରଣ କୁହାଯାଏ ।
କିମ୍ବା, ଏକକ ସମୟ ଅବଧ୍ଧରେ ବସ୍ତୁର ପରିବେଗର ପରିବର୍ତ୍ତନକୁ ବସ୍ତୁର ତ୍ଵରଣ କୁହାଯାଏ
(ii) ଯଦି ଗୋଟିଏ ବସ୍ତୁର ପରିବେଗ t ସମୟ ମଧ୍ୟରେ uରୁ vକୁ ପରିବର୍ତ୍ତିତ ହୁଏ, ତେବେ ତ୍ଵରଣ BSE Odisha 9th Class Physical Science Notes Chapter 5 ଗତି - 21
(iii) ତ୍ଵରଣ ଗୋଟିଏ ସଦିଶ ରାଶି । ଏହାର ଉଭୟ ପରିମାଣ ଓ ଦିଗ ଥାଏ ।
(iv) ଗତିଶୀଳ ବସ୍ତୁର ତ୍ଵରଣ ଥିଲେ, ବସ୍ତୁର ଗତିକୁ ତ୍ୱରାନ୍ବିତ (accelerated) ଗତି କୁହାଯାଏ ।
(v) ପରିବେଗ ଦିଗରେ ତ୍ଵରଣ ହେଲେ ତାହାକୁ ଯୁକ୍ତାତ୍ମକ (Positive) ତ୍ଵରଣ ଏବଂ ପରିବେଗର ବିପରୀତ ଦିଗରେ ତ୍ଵରଣ ହେଲେ ତାହାକୁ ବିଯୁକ୍ତାତ୍ମକ ତ୍ଵରଣ ବା ମନ୍ଦନ (Retardation) କୁହାଯାଏ ।
(vi) ଏକ ସରଳରେଖାରେ ଗତି କରୁଥିବା ବସ୍ତୁର ପରିବେଗ ସମାନ ସମୟ ଅନ୍ତରାଳରେ ସମାନ ପରିମାଣରେ ବୃଦ୍ଧି କିମ୍ବା ହ୍ରାସ ପାଉଥିଲେ ବସ୍ତୁଟି ସମତ୍ଵରଣରେ ଗତି କରୁଛି ବୋଲି କୁହାଯାଏ ।
(vii) ବସ୍ତୁର ପରିବେଗ ଅସମ ହାରରେ ପରିବର୍ତ୍ତିତ ହେଲେ ତାହାର ତ୍ଵରଣ ଅସୀମ ଅଟେ ।
ଉଦାହରଣ:
ଜନଗହଳିପୂର୍ଣ୍ଣ ରାସ୍ତାରେ ଗତିଶୀଳ କାର୍‌ର ଗତି ଅସମ-ତ୍ଵରଣ ଅଟେ ।

BSE Odisha 9th Class Physical Science Notes Chapter 5 ଗତି

→ ଗତିର ଲୈଖକ ବା ଗ୍ରାଫିକାଲ୍ ପରିପ୍ରକାଶ (Graphical Representation of Motion):
(i) ଆଲେଖ (Graph) ଦ୍ୱାରା ବିଭିନ୍ନ ପ୍ରକାର ଗତିର ତଥ୍ୟକୁ ସହଜରେ ଓ ସୁବିଧାରେ ଜାଣିହୁଏ ।
(ii) ରେଖା ଗ୍ରାଫ୍‌ରୁ ଗୋଟିଏ ବସ୍ତୁର ଗତି ସମ୍ପର୍କରେ ଅନେକ ତଥ୍ୟ ସହଜରେ ଜାଣିହୁଏ ।
(iii) ରେଖା ଗ୍ରାଫ୍‌ରେ ଗତିର ସାଧାରଣ ସମୟକୁ X-ଅକ୍ଷରେଖାରେ ଓ ବସ୍ତୁର ବେଗ ବା ପରିବେଗ ବା ଦୂରତା ବା ବିସ୍ଥାପନ ଇତ୍ୟାଦିକୁ Y-ଅକ୍ଷରେଖାରେ ନିଆଯାଏ । ଅନେକ କ୍ଷେତ୍ରରେ ଭୌତିକ ରାଶିଗୁଡ଼ିକୁ ଅଲଗା ଅକ୍ଷରେ ମଧ୍ୟ ନିଆଯାଏ ।
(iv) ଗ୍ରାଫ୍ ପାଇଁ ଯେଉଁ ଦୁଇଟି ରାଶିକୁ ନିଆଯାଏ ତାହା ମଧ୍ୟରୁ ସ୍ଵାଧୀନ ଚଳ (Independent variable)କୁ x-ଅକ୍ଷରେଖାରେ ଓ ନିର୍ଭରଶୀଳ ଚଳ (Dependent variable) କୁ Y-ଅକ୍ଷରେଖାରେ ନିଆଯାଇଥାଏ ।

→ ସମୟ-ଦୂରତା ଗ୍ରା ଫ୍ (Distance-Time Graph):
ବସ୍ତୁଟି ସମ-ବେଗରେ ବା ଅସମ ବେଗରେ ଗତି କରୁଥିଲେ ବା ସ୍ଥିର ହୋଇ ରହିଥିଲେ ତାହାର ସମୟ- ଦୂରତା ଗ୍ରାଫ୍ ଅଙ୍କନ କରାଯାଇ ପାରିବ ।

(a) ସମ ବେଗରେ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍:
(i) ମନେକର ଗୋଟିଏ ବସ୍ତୁ ସରଳରେଖାରେ ସମ ବେଗରେ ଗତି କରୁଛି । ଏହି ଗତିରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା ସମାନ ସମୟ ଅନ୍ତରାଳରେ ସମାନ ପରିମାଣରେ ବୃଦ୍ଧିପାଏ ।
(ii) ସମ ବେଗରେ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍ ତୀର୍ଯ୍ୟକ ସରଳରେଖା ହୁଏ ଓ ଏଥିରୁ ଜଣାଯାଏ ଦୂରତା ସମହାରରେ ବୃଦ୍ଧି ପାଉଛି ।
(iii) ସମୟ-ଦୂରତା ଗ୍ରାଫ୍‌ରେ ଦୁଇଟି ବିନ୍ଦୁ A ଓ B ନିଆଯାଉ । À ସ୍ଥାନରେ ସମୟର ପାଠ୍ୟଙ୍କ t1 ଏବଂ B ସ୍ଥାନରେ ସମୟର ପାଠ୍ୟାଙ୍କ ହେଉ । A ବିନ୍ଦୁ ର ପାଠ୍ୟଙ୍କ s1 ଏବଂ ଦୂର ତାର B ବି ନ୍ଦୁ ର s2 ହେଉ ।
BSE Odisha 9th Class Physical Science Notes Chapter 5 ଗତି - 9
(iv) A ବିନ୍ଦୁରୁ X-ଅକ୍ଷରେଖା କରି ଅନ୍ୟ ଏକ ରେଖା ସହ ସମାନ୍ତର କରି ଏକ ରେଖା ଏବଂ B ବିନ୍ଦୁରୁ Y-ଅକ୍ଷରେଖା ସହ ସମାନ୍ତର ଟାଣ । ରେଖାଦ୍ଵୟ ପରସ୍ପରକୁ ୯ ବିନ୍ଦୁରେ ଛେଦ କରନ୍ତୁ ।
(v) ∆ ABC ରେ AC = ସମୟ ବ୍ୟବଧାନ = t2 – t1 ଓ BC = ଦୂରତାର ବ୍ୟବଧାନ = s2 – S1
 BSE Odisha 9th Class Physical Science Notes Chapter 5 ଗତି - 22
(b) ଅସମ ବେଗରେ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍ :
(i) ଗୋଟିଏ ଗତିଶୀଳ କାରର ପ୍ରତି ଦୁଇ ସେକେଣ୍ଡ ଅନ୍ତରାଳରେ ଅତିକ୍ରାନ୍ତ ଦୂରତାକୁ ଦର୍ଶାଯାଇଛି
BSE Odisha 9th Class Physical Science Notes Chapter 5 ଗତି - 10
(ii) ଅସମ ବେଗରେ ଗତି ଶୀଳ ବସ୍ତୁଦ୍ୱାରା ଅତିକ୍ରାନ୍ତ ଦୂରତା ସମାନ ସମୟ ଅନ୍ତରା କରେ ଅପମାନ ପରିମାଣରେ ବୃଦ୍ଧି ପାଏ ।
(iii) ଏ ପ୍ରକାର ଗତି ପାଇଁ ସମୟ-ଦୂରତା ଗ୍ରାଫ୍ ଏକ ବକ୍ରରେଖା ହୋଇଥାଏ । ଏହି ଗ୍ରାଫରୁ ସୂଚନା ମିଳେ ଯେ ଦୂରତା ଅସମ ହାରରେ ବୃଦ୍ଧି ପାଉଛି ।

(c) ସ୍ଥିର ବସ୍ତୁର ସମୟ-ଦୂରତା ଗ୍ରାଫ୍ :
ଯଦି ବସ୍ତୁ ର ଅବସ୍ଥାନ ସମୟ ଅନୁ ସାରେ ନ ବଦଳେ, ତେବେ ଗ୍ରାଫ୍‌ର ଅନୁ ରେଖ ଏକ ଭୂସମାନ୍ତର ସରଳରେଖା ହେବ ।
BSE Odisha 9th Class Physical Science Notes Chapter 5 ଗତି - 11

→ ସମୟ-ପରିବେଗ ଗ୍ରାଫ୍ (Velocity-Time Graph) : (କାରର ସମୟ-ଦୂରତା ଗ୍ରାଫ୍)
ସମୟ- ପରିବେଗ ଗ୍ରାଫ୍‌ରେ ସମୟକୁ X-ଅକ୍ଷରେଖାରେ ଏବଂ ପରିବେଗକୁ Y-ଅକ୍ଷରେଖାରେ ନିଆଯାଏ।
(a) ସମ ପରିବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ଟ :
(i) ଯଦି ବସ୍ତୁଟି ସମ ପରିବେଗରେ ଗତି କରୁଥାଏ ତେବେ ସମୟ-ପରିବେଗ ଗ୍ରାଫ୍ ସମୟ ଅକ୍ଷରେଖା ସମାନ୍ତର ଏକ ସରଳରେଖା ସହି ତ ହୁଏ । ଏହି। ରଉଚ୍ଚତା ସମୟ ଅକ୍ଷରେଖା ସହ ପରିବର୍ତ୍ତନ ହେବ ନାହିଁ ।
(ii) ସମୟ-ପରିବେଗ ଗ୍ରାଫ୍ AB ଦ୍ଵାରା ସୂଚିତ ହୋଇଛି । ଚିତ୍ରରେ ପ୍ରଦର୍ଶିତ ସ୍ଥିର ପରିବେଗ 40km/h ରେ ଗତି ପାଉଛି ।
(iii) A ଓ B ବିନ୍ଦୁରୁ ଦୁଇଟି ଲମ୍ବ AC ଓ BD ଅଙ୍କନ କଲେ ତାହା X-ଅକ୍ଷରେଖାକୁ ଯଥାକ୍ରମେ C ଓ D ବିନ୍ଦୁରେ ଛେଦ କରିବ ।
BSE Odisha 9th Class Physical Science Notes Chapter 5 ଗତି - 12
(iv) A ବିନ୍ଦୁ ଓ B ବିନ୍ଦୁଠାରେ ସମୟର ପାଠ୍ୟଙ୍କ ଯଥାକ୍ରମେ
t, ଓ t2 ହେର୍ତ୍ତ । AC = BD = 40 km/h 10° AB = CD = t2 – t1
(v) କାର୍‌ଟି (t1 – t2) ସମୟ ମଧ୍ୟରେ ଅତିକ୍ରାନ୍ତ କରିଥିବା ଦୂରତା / ପରିବେଗକୁ s ଦ୍ଵାରା ପ୍ରକାଶ କଲେ,
ବିସ୍ଥାପନ (s) = ABDCର କ୍ଷେତ୍ରଫଳ = AC × CD
BSE Odisha 9th Class Physical Science Notes Chapter 5 ଗତି - 23
(vi) ଯଦି ବସ୍ତୁଟି ସମ ପରିବେଗରେ ଗତି କରୁଥାଏ, ତେବେ ପରିବେଗ ଓ ସମୟର ଗୁଣଫଳ ବିସ୍ଥାପନକୁ ସୂଚାଏ ।

BSE Odisha 9th Class Physical Science Notes Chapter 5 ଗତି

(b) ସମ ତ୍ଵରାନ୍ଵିତ ବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ :
(i) ମନେକର ଗୋଟିଏ କାର୍ ସଳଖ ପଥରେ ସମ ତ୍ଵରାନ୍ଵିତ ବେଗରେ ଗତିକରୁଛି । ନିମ୍ନ ସାରଣୀରେ ପ୍ରତି 5 ସେକେଣ୍ଡରେ ତାହାର ଗତିକୁ m/s ଏକକରେ ଦର୍ଶାଯାଇଛି ।
BSE Odisha 9th Class Physical Science Notes Chapter 5 ଗତି - 8
(ii) ଏଠାରେ ଗତ ଶୀଳ ବସ୍ତୁର ପର ବେଗ ସମାନ ସମୟ ଅନ୍ତରାଳରେ ପରିବର୍ତ୍ତିତ ହେଉଛି । ଦତ୍ତ ସାରଣୀଦ୍ଵାରା ସୂଚିତ ସମ ତ୍ଵରାନ୍ଵିତ ଗତି ସମୟ-ପରିବେଗ ଗ୍ରାଫ୍ ଗୋଟିଏ ତୀର୍ଯ୍ୟକ୍ ସରଳରେଖା ହେବ ।
(iii) ସମୟ-ପରିବେଗ ଗ୍ରାଫ୍ ଓ ସମୟ ଅକ୍ଷ ମଧ୍ୟରେ ଦୁଇଟି ସମୟ ମୁହୂର୍ତ୍ତ ମଧ୍ୟରେ ଆବଦ୍ଧ କ୍ଷେତ୍ରଫଳ, କାର୍‌ଟି ଅତିକ୍ରାନ୍ତ କରୁଥିବା ମୋଟ ଦୂରତାକୁ ସୂଚାଏ । ଦୂରତା (s) = ABCDE କ୍ଷେତ୍ର ର କ୍ଷେତ୍ରଫଳ = ଆୟତକ୍ଷେତ୍ରର = ABCD ag
କ୍ଷେତ୍ରଫଳ + A ADE ର କ୍ଷେତ୍ରଫଳ
= AB × BC + \frac {1}{2} (AD × ED)

(c) ଅସମ ତ୍ଵରାନ୍ଵିତ ବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ :
(i) ଅସମ ତ୍ଵରାନ୍ଵିତ ବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ ପରିବେଗ ଗ୍ରାଫ୍ ଯେକୌଣସି ଆକୃତିର ହୋଇପାରେ ।
(ii) ସମୟ-ପରିବେଗ ଗ୍ରାଫ୍ (a)ରେ ବସ୍ତୁର ପରିବେଗ ସମୟ ଅନୁ ସାରେ ହ୍ରାସ ପାଇଛି ।
(iii) ଗ୍ରାଫ୍ (b)ରେ ବସ୍ତୁ ଅସମ ପରିବର୍ତ୍ତୀ ପରିବେଗରେ ଗତି କରୁଛି ।

→ ଲୈଖୁକ ପଦ୍ଧତିରେ ଗତି ସମୀକରଣଗୁଡ଼ିକର ବ୍ୟୁତ୍ପତ୍ତି (Derivation of Equations of Motion by Graphical Methods):
(i) ମନେକର ଗୋଟିଏ ବସ୍ତୁ ଏକ ସରଳରେଖାରେ ସମ ତ୍ଵରଣରେ ଗତି କରୁଛି । ବସ୍ତୁଟି ଗୋଟିଏ ବିନ୍ଦୁରୁ ବାହାରି । ସମୟ ପରେ ଆଉ ଗୋଟିଏ ସ୍ଥାନରେ ପହଞ୍ଚୁଛି । t = 0 ସମୟରେ ବସ୍ତୁର ପ୍ରାରମ୍ଭିକ ପରିବେଗ = u
t ସମୟରେ ବସ୍ତୁର ଅନ୍ତିମ ପରିବେଗ = v
ଗତି କରୁଥିବା ସମୟ ଅବଧୂ = t
ବସ୍ତୁର ତ୍ଵରଣ = a
t ସମୟ ପରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା = s
(ii) X-ଅକ୍ଷରେଖାରେ ସମୟକୁ ଏବଂ Y-ଅକ୍ଷରେଖାରେ ଗତି କରୁଥ‌ିବାରୁ ସମୟ-ପରି ବେଗ ଗ୍ରା, AB ସରଳରେଖାଦ୍ଵାରା ଦର୍ଶାଯାଇଛି ।
(iii) B ବିନ୍ଦୁରୁ X-ଅକ୍ଷରେଖା ପ୍ରତି BC ଲମ୍ବ ଅଙ୍କନ କରାଯାଉ ଯାହା À ବିନ୍ଦୁରୁ X-ଅକ୍ଷରେଖା ପ୍ରତି ଅଙ୍କିତ AD ସମାନ୍ତର ରେଖା BCକୁ D ବିନ୍ଦୁରେ ଛେଦ କରିବ ।

(iv) ଏହି ରାଶିମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ତିନୋଟି ସମୀକରଣ ମାଧ୍ୟମରେ ପ୍ରକାଶ କରିହେବ । ଏମାନଙ୍କୁ ଗତି ସମୀକରଣ (Equation of Motion) କୁହାଯାଏ । ଏହି ସମୀକରଣଗୁଡ଼ିକ ହେଲା –

BSE Odisha 9th Class Physical Science Notes Chapter 5 ଗତି

→ ପ୍ରଥମ ଗତି ସମୀକରଣ
ସମୟ-ପରିବେଗ ସମ୍ପର୍କିତ ସମୀକରଣ (Equation for Velocity-Time Relation):
A ବିନ୍ଦୁ t = 0 ସମୟରେ ବସ୍ତୁର ପ୍ରାରମ୍ଭିକ ଅବସ୍ଥାନ ଏବଂ ଏହାର ନିର୍ଦ୍ଦେଶାଙ୍କଦ୍ଵୟ (0, u) । B ବିନ୍ଦୁ t = t ସମୟରେ ବସ୍ତୁର ଅନ୍ତିମ ଅବସ୍ଥାନ ଏବଂ ଏହାର ନିର୍ଦ୍ଦେଶାଙ୍କ ଦ୍ଵୟ (t, v) ।
OA = DC = u, BC = v, AD = t, BD = BC – DC = v – u

∴ v = u + at ଏହା ପ୍ରଥମ ଗତି ସମୀକରଣ ଅଟେ ।

ଦ୍ଵିତୀୟ ଗତି ସମୀକରଣ :
→ ସମୟ-ଅବସ୍ଥାନ ସମ୍ପର୍କ ସମୀକରଣ (Equation for Position-Time Relation):
(i) ଗୋଟିଏ ବସ୍ତୁର ବିସ୍ଥାପନ ଓ ସମୟ ମଧ୍ୟରେ ଥିବା ସମ୍ପର୍କର ସମୀକରଣକୁ ଦ୍ୱିତୀୟ ଗତି ସମୀକରଣ କୁହାଯାଏ ।
(ii) ଦତ୍ତ ଚିତ୍ରରେ ଲେଖ AB ଏକ ସମ ତ୍ଵରାନ୍ଵିତ ବସ୍ତୁର ସରଳରେଖ୍ୟକ ଗତି ପାଇଁ ଅଙ୍କିତ ହୋଇଛି ।
(iii) ମନେକର ବସ୍ତୁଟି ମୂଳବିନ୍ଦୁରୁ ଯାତ୍ରା ଆରମ୍ଭ କରି ଏକ ସରଳରେଖାରେ ତ୍ଵରଣ ଥରେ ଗତିକରି । ସମୟ ମଧ୍ୟରେ s ଦୂରତା ଅତିକ୍ରମ କରିଛି ।
(iv) ଲେଖ AB ଓ X-ଅକ୍ଷରେଖା ମଧ୍ଯରେ t ସମୟ OABCର କ୍ଷେତ୍ର ଳ t ସମୟ ମଧ୍ୟରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା s ର ପରିମାଣ ସହ ସମାନ ।
s = OABC କ୍ଷେତ୍ରର କ୍ଷେତ୍ରଫଳ
= OADC ଆୟକ୍ଷେତ୍ରର କ୍ଷେତ୍ରଫଳ + ∆ ABDର କ୍ଷେତ୍ରଫଳ
= (OA × OC) + \frac {1}{2} (AD × BD) = u x t + \frac {1}{2} t × at (∵ BD = v – u = at) = ut + \frac {1}{2} at2
s = ut + \frac {1}{2} at2 ଏହା ଦ୍ଵିତୀୟ ଗତି ସମୀକରଣ ଅଟେ।

BSE Odisha 9th Class Physical Science Notes Chapter 5 ଗତି

ତୃତୀୟ ଗତି ସମୀକରଣ :
ପରିବେଗ-ଅବସ୍ଥାନ ସମ୍ପର୍କିତ ସମୀକରଣ (Equation for Position-Velocity Relation):
ବସ୍ତୁର ସମୟ-ପରିବେଗ ଗ୍ରାଫ୍‌ରେ ବସ୍ତୁଟି t ସମୟ ମଧ୍ୟରେ ଅତିକ୍ରାନ୍ତ କରୁଥିବା ଦୂରତା sକୁ ଅନ୍ୟ ଏକ ସମୀକର ଦ୍ଵାରା ପ୍ରକାଶ କରାଯାଇପାରିବ

→ ସମବୃତ୍ତୀୟ ଗତି (Uniform Circular Motion):
(i) ବୃତ୍ତକାର ପଥରେ ଗୋଟିଏ ବସ୍ତୁ ସମବେଗରେ ଗତି କରିବାକୁ ସମବୃତ୍ତୀୟ ଗତି କୁହାଯାଏ ।
(ii) କୌଣସି ବସ୍ତୁର ପରିବେଗରେ ପରିବର୍ତ୍ତନ ହେଲେ ବସ୍ତୁଟି ତ୍ଵରାନ୍ଵିତ ଗତି କରୁଛି ବୋଲି କୁହାଯାଏ । ପରିବେଗରେ ପରିବର୍ତ୍ତନ ପରିବେଗର ପରିମାଣ କିମ୍ବା ଦିଗ କିମ୍ବା ଉଭୟର ପରିବର୍ତ୍ତନ ଯୋଗୁଁ ହୋଇଥାଏ ।
(iii) ବୃତ୍ତାକାର ପଥରେ ଗତି କରିବା ଏକ ତ୍ଵରାନ୍ଵିତ ଗତି ଅଟେ ।
(iv) ମନେକର ଗୋଟିଏ ବୃତ୍ତର ବ୍ୟାସାର୍ଦ୍ଧ = r
∴ ବୃତ୍ତର ପରିଧ୍ଵ = 2πr
ଯଦି ଜଣେ ଧାବକ ଗୋଟିଏ ଥର ବୃତ୍ତାକାର ପଥରେ ଗତି କରିବାକୁ t ସେକେଣ୍ଡ ସମୟ ନିଏ, ଧାବକର ବେଗ BSE Odisha 9th Class Physical Science Notes Chapter 5 ଗତି - 19