BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

Odisha State Board BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ Important Questions and Answers.

BSE Odisha Class 6 Geography Important Questions Chapter 6(g) ଅଷ୍ଟ୍ରେଲିଆ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଅଷ୍ଟ୍ରେଲିଆ ମହାଦେଶର ଜଳବାୟୁ ଓ ପ୍ରାକୃତିକ ଉଭିଦ ବିଷୟରେ ବର୍ଣ୍ଣନା କର ।
Answer:

  • ମକର ସଂକ୍ରାନ୍ତି ଅଷ୍ଟ୍ରେଲିଆ ମହାଦେଶର ମଧ୍ୟଭାଗ ଦେଇ ଯାଇଥିବାରୁ ଏହାର ଉତ୍ତରାଂଶ ଗ୍ରୀଷ୍ମମଣ୍ଡଳ ଓ ଦକ୍ଷିକାଂଶ ନାତିଶୀତୋଷ୍ଣ ମଣ୍ଡଳ ଅନ୍ତର୍ଭୁକ୍ତ ।
  • ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ହୋଇଥ‌ିବାରୁ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁବେଳେ ଅଷ୍ଟ୍ରେଲିଆରେ ଶୀତଋତୁ ହୋଇଥାଏ ।
  • ଗ୍ରୀଷ୍ମଋତୁରେ ମୌସୁମୀ ବାୟୁଦ୍ୱାରା ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ଅଧିକ ବୃଷ୍ଟିପାତ, ପଶ୍ଚିମ ଭାଗରେ କମ୍ ବୃଷ୍ଟିପାତ ଏବଂ ମଧ୍ୟଭାଗରେ ମଧ୍ୟମ ଧରଣର ବୃଷ୍ଟିପାତ ହୁଏ ।
  • ଅଷ୍ଟ୍ରେଲିଆର ନାତିଶୀତୋଷ ତୃଣଭୂମିକୁ ଡାଉନ୍‌ସ୍ କୁହାଯାଏ । ପଶ୍ଚିମସ୍ଥ ଉଷ୍ଣ ମରୁଭୂମି ଅଞ୍ଚଳରେ କଣ୍ଟା ଓ ସିଝୁ ଜାତୀୟ ବୁଦା ଦେଖାଯାଏ ।
  • ଉପକୂଳ ଅଞ୍ଚଳରେ ବିଭିନ୍ନ ଶକ୍ତକାଠର ବୃକ୍ଷ ଓ ଅଭ୍ୟନ୍ତରରେ ସିଡ଼ାର ଓ ରୋଜଉଡ଼ ବୃକ୍ଷ ବହୁଳ ପରିମାଣରେ ଦେଖାଯାଏ । ଇଉକାଲିପଟାସ୍ ଅଷ୍ଟ୍ରେଲିଆ ମହାଦେଶର ମୁଖ୍ୟ ବୃକ୍ଷ ।

୨। ଅଷ୍ଟ୍ରେଲିଆର ଅଧ‌ିବାସୀ ଓ ଜୀବନଯାପନ ପ୍ରଣାଳୀ ବିଷୟରେ ଲେଖ ।
Answer:

  • ପ୍ରଥମେ ଅଷ୍ଟ୍ରେଲିଆରେ କେବଳ ଆଦିମ ଅଧିବାସୀମାନେ ରହୁଥିଲେ । ସୁନାଖଣି ଆବିଷ୍କାର ହେବା ପରେ ଇଂରେଜମାନେ ସେଠାରେ ବସତି ସ୍ଥାପନ କଲେ ।
  • ମହାଦେଶର ଅର୍ଦ୍ଧାଧ‌ିକ ଲୋକ ବଡ଼ ବଡ଼ ସହରରେ ବାସ କରନ୍ତି । ଆଦିମ ଅଧ‌ିବାସୀମାନେ ଯାଯାବର ଜୀବନଯାପନ କରନ୍ତି ଓ ପଶୁପାଳନ କରି ଜୀବିକା ନିର୍ବାହ କରନ୍ତି ।
  • ଖୁବ୍ କମ୍ ଲୋକ ମେସିନ୍ ସାହାଯ୍ୟରେ ଚାଷକାମ କରିଥାନ୍ତି ।
  • ମାଂସ ଓ ପଶମ ପାଇଁ କେତେକ ଲୋକେ ମେଷପାଳନ କରନ୍ତି । ମେଷପାଳନ ନିଉଜଲ୍ୟାଣ୍ଡ ଅଧିବାସୀମାନଙ୍କ ପ୍ରଧାନ ଜୀବିକା ।
  • ଅଧିକାଂଶ ଲୋକ ଶିଳ୍ପ, ବାଣିଜ୍ୟ, ଶିକ୍ଷା, ଗବେଷଣା, ଗମନାଗମନ ଆଦି କ୍ଷେତ୍ରରେ ନିଯୁକ୍ତି ପାଇଥା’ନ୍ତି ।

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

ସଂକ୍ଷେପରେ ଉତ୍ତର ଦିଅ ।

୧। ଅଷ୍ଟ୍ରେଲିଆ ମହାଦେଶ କେଉଁ କେଉଁ ଦେଶକୁ ନେଇ ଗଠିତ ?
Answer:
(i) ଅଷ୍ଟ୍ରେଲିଆ ମହାଦେଶ ମୁଖ୍ୟ ଦେଶ ଅଷ୍ଟ୍ରେଲିଆକୁ ଛାଡ଼ିଦେଲେ ଆଉ କେତୋଟି କ୍ଷୁଦ୍ର କ୍ଷୁଦ୍ର ଦେଶକୁ ନେଇ ଗଠିତ ।
(ii) ସେଗୁଡ଼ିକ ହେଲା – ଅଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ, ପାପୁଆ, ନିଉଗିନି, ଟୋଙ୍ଗା, ଫିଜି ।

୨। ଅଷ୍ଟ୍ରେଲିଆର ନଦୀମାନଙ୍କ ବିଷୟରେ ସଂକ୍ଷେପରେ ଲେଖ ।
Answer:
(i) ମରେ ଏବା ଡାର୍ଲି ଅଷ୍ଟ୍ରେଲିଆ ମହାଦେଶର ପ୍ରଧାନ ନଦୀ । ଏହାଛଡ଼ା ସ୍ଵାନ ନଦୀ ଏହି ମହାଦେଶରେ ପ୍ରବାହିତ ।
(ii) ଅଷ୍ଟ୍ରେଲିଆର କେତେକ ନଦୀ ସମୁଦ୍ରରେ ନପଡ଼ି ହ୍ରଦରେ ପଡ଼ିଛି । ଏଭଳି ନଦୀକୁ ଅନ୍ତଃସ୍ଥଳୀୟ ନଦୀ କୁହାଯାଏ ।

୩। ଅଷ୍ଟ୍ରେଲିଆର ୪ଟି ବଡ଼ ବଡ଼ ସହରର ନାମ ଲେଖ ।
Answer:
ଅଷ୍ଟ୍ରେଲିଆର ୪ଟି ବଡ଼ ବଡ଼ ସହରର ନାମ ହେଲା – ସିଡ୍‌ନି, ମେଲବୋର୍ଡ଼, ପର୍ଥ ଓ କାନବେରା ।

୪। ଅଷ୍ଟ୍ରେଲିଆର କେଉଁ କେଉଁ ଅଞ୍ଚଳରେ ପ୍ରଚୁର ବୃଷ୍ଟିପାତ ହୁଏ ଓ କାହିଁକି ?
Answer:
(i) ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ଅଧିକ ବୃଷ୍ଟିପାତ ହୁଏ । ଅଷ୍ଟ୍ରେଲିଆର ମଧ୍ୟ ଭାଗରେ ମଧ୍ୟମ ଧରଣର ଓ ପଶ୍ଚିମ ଭାଗରେ ସ୍ଵଳ୍ପ ବୃଷ୍ଟିପାତ ହୋଇଥାଏ ।
(ii) ଏହାର ଉତ୍ତର ଭାଗରେ ଗ୍ରୀଷ୍ମକାଳରେ ମୌସୁମୀବାୟୁଦ୍ୱାରା ବୃଷ୍ଟିପାତ ହୋଇଥାଏ ।

୫। ପ୍ରବାଳ ପ୍ରାଚୀର କିପରି ସୃଷ୍ଟିହୁଏ ?
Answer:
(i) ପ୍ରବାଳ ଏକ ପ୍ରକାର ଛୋଟ ସାମୁଦ୍ରିକ ଜୀବ । ଶଙ୍ଖ ବା ଶାମୁକା ପରି ଏହାର ଖୋଳପା ଥାଏ ।
(ii) ମୃତ ପ୍ରବାଳର କଠିନ ଖୋଳପା ଗୁଡ଼ିକ ଏକତ୍ର ଜମାହେବା ଫଳରେ ପ୍ରବାଳ ପ୍ରାଚୀର ସୃଷ୍ଟିହୁଏ ।

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

(ଖ) ପାର୍ଥକ୍ୟ ଦର୍ଶାଅ ।
୧ । କୋଆଲା ଓ ପ୍ଲାଟିପସ୍ ।
(ଗ) ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
(i) ଯେଉଁ ନଦୀ ସମୁଦ୍ରରେ ନପଡ଼ି ତା’ର ଗତିପଥରେ ଥ‌ିବା କୌଣସି ହ୍ରଦରେ ବା ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ ତାହାକୁ ଅନ୍ତସ୍ଥଳୀୟ ନଦୀ କୁହାଯାଏ ।
(ii) ଅଷ୍ଟ୍ରେଲିଆର କେତେକ ନଦୀ ସମୁଦ୍ରରେ ନପଡ଼ି ହ୍ରଦରେ ପଡ଼ିଛନ୍ତି ।

୨। କଙ୍ଗାରୁ :
Answer:
(i) ଅଷ୍ଟ୍ରେଲିଆ ଜାତୀୟ ପଶୁ କଙ୍ଗାରୁ କେବଳ ଅଷ୍ଟ୍ରେଲିଆ ମହାଦେଶରେ ଦେଖାଯାଆନ୍ତି ।
(ii) ଏହାର ଆଗ ଗୋଡ଼ ଦୁଇଟି ଛୋଟ ଓ ପଛ ଦୁଇଟି ଗୋଡ଼ ଲମ୍ବା । ସେ ତା’ର ତଳି ପେଟରେ ଥ‌ିବା ଥଳୀରେ ଛୁଆକୁ ଧରି ଅନାୟସରେ ଦୌଡ଼ିପାରେ ମାତ୍ର ଉଡ଼ିପାରେ ନାହିଁ ।

୩। ପ୍ରବାଳ :
Answer:
(i) ପ୍ରବାଳ ଏକ ପ୍ରକାର ଛୋଟ ସାମୁଦ୍ରିକ ଜୀବ । ଏହା ଉଷ୍ଣ ସମୁଦ୍ର ଜଳରେ ସମୁଦ୍ରତଳ ସହିତ ଲାଗିକରି ଥାଏ ।
(ii) ଏହାର ଶଙ୍ଖ ବା ଶାମୁକାପରି ଖୋଳପା ଥାଏ । ମୃତ ପ୍ରବାଳର କଠିନ ଖୋଳପାଗୁଡ଼ିକ ଏକତ୍ର ଜମାହେବା ଫଳରେ ପ୍ରବାଳ ପ୍ରାଚୀର ସୃଷ୍ଟିହୁଏ ।

୪। ମୌସୁମୀ ବାୟୁ :
Answer:
ଯେଉଁ ବାୟୁ ଋତୁ ଅନୁସାରେ ଦିଗ ପରିବର୍ତ୍ତନ କରି ଗୋଟିଏ ଋତୁରେ ଯେଉଁ ଦିଗରୁ ବହେ ଅନ୍ୟ ଋତୁରେ ଠିକ୍ ତା’ର ବିପରୀତ ଦିଗରୁ ବହେ ତାହାକୁ ମୌସୁମୀ ବାୟୁ କୁହାଯାଏ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ଶୂନ୍ୟସ୍ଥାନ ପୂରଣ କର ।

(୧) _____________ ଅଷ୍ଟ୍ରେଲିଆର ରାଜଧାନୀ ଅଟେ ।
Answer:
କାନବେରା

(୨) ଅଷ୍ଟ୍ରେଲିଆ ମହାଦେଶର ପ୍ରଧାନ ନଦୀ _______________।
Answer:
ମରେ, ଡାଲିଂ

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

(୩) ପୃଥ‌ିବୀର କ୍ଷୁଦ୍ରତମ ମହାଦେଶ _____________ ।
Answer:
ଅଷ୍ଟ୍ରେଲିଆ

(୪) _________________ ନିଉଜିଲ୍ୟାଣ୍ଡର ବୃହତ୍ତମ ସହର ।
Answer:
ଅକ୍ ଲ ୩ ଣ୍ଡ

(୫) ନିଉଜିଲ୍ୟାଣ୍ଡ ଦେଶର ପ୍ରତୀକ _________________ ।
Answer:
ଦ୍ବିଇ

(୬) ଅଷ୍ଟ୍ରେଲିଆ ଦେଶର _________________ ପକ୍ଷୀ ଦିନରେ ଶୋଇରହେ ଓ ରାତିରେ ବୁଲେ ।
Answer:
କୋଆଲା

(ଖ) ଗୋଟିଏ ବା ଦୁଇଟି ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ ।
(୧) ଅଷ୍ଟ୍ରେଲିଆର ନାତିଶୀତୋଷ୍ଣ ତୃଣଭୂମିକୁ କୁହାଯାଏ – ଡାଉନ୍ସ
(୨) ଅଷ୍ଟ୍ରେଲିଆ ମହାଦେଶ ଯେଉଁ ଗୋଲାର୍ଦ୍ଧରେ ଅବସ୍ଥିତ – ଦକ୍ଷିଣ ଗୋଲାର୍ଦ୍ଧ
(୩) ଯେଉଁ ବାୟୁ ଋତୁ ଅନୁସାରେ ଦିଗ ପରିବର୍ତ୍ତନ କରେ – ମୌସୁମୀବାୟୁ
(୪) ଯେଉଁ ସାମୁଦ୍ରିକ ଜୀବର ଶଙ୍ଖ ବା ଶାମୁକା ପରି ଖୋଳପା ଥାଏ – ପ୍ରବାଳ
(୫) ପୃଥ‌ିବୀର କ୍ଷୁଦ୍ରତମ ମହାଦେଶ – ଅଷ୍ଟ୍ରେଲିଆ
(୬) ଅଷ୍ଟ୍ରେଲିଆର ଜାତୀୟ ପଶୁ – କଙ୍ଗାରୁ
(୭) ଅଷ୍ଟ୍ରେଲିଆର ଏକମାତ୍ର ମାଂସାସୀ ବନ୍ୟପ୍ରାଣୀ – ଡିଙ୍ଗୋ
(୮) ଅଷ୍ଟ୍ରେଲିଆ ମହାଦେଶର ମୁଖ୍ୟ ବୃକ୍ଷ – ଇଉକାଲିପଟାସ
(୯) ପଶୁ ଏବଂ ପକ୍ଷୀ ଉଭୟଙ୍କର ଲକ୍ଷଣ ଥ‌ିବା ଅଷ୍ଟ୍ରେଲିଆର ବିଚିତ୍ର ପ୍ରାଣୀ – ପ୍ଲାଟିପସ୍

(ଗ) ସ୍ତମ୍ଭ ମିଳନ କର ।

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 1
Answer:
BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 2

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 3
Answer:
BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 4

(ଘ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ନିମ୍ନଲିଖ ମଧ୍ୟରୁ ଅଷ୍ଟ୍ରେଲିଆର କେଉଁ ପକ୍ଷୀ ଦେଖିବାକୁ ଓଟପକ୍ଷୀପରି ?
(A) କୋକାବୁରା
(B) ଏମୁ
(C) ଲାୟାର
(D) କାଉ
Answer:
(B) ଏମୁ

୨ । ଅଷ୍ଟ୍ରେଲିଆର ବନ୍ୟ କୁକୁରର ନାମ କ’ଣ ?
(A) ଡ଼ିଙ୍ଗୋ
(B) କୋଆଲା
(C) ପ୍ଲାଟିପସ୍
(D) ଏମୁ
Answer:
(A) ଡ଼ିଙ୍ଗୋ

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

୩। ଅଷ୍ଟ୍ରେଲିଆର ନାତିଶୀତୋଷ୍ଣ ତୃଣଭୂମିକୁ କ’ଣ କହନ୍ତି ?
(A) ପମ୍ପାସ
(B) ସାଭାନା
(C) ସେଲ୍‌
(D) ଡାଉନ୍ସ
Answer:
(D) ଡାଉନ୍ସ

୪। ନିଉଜିଲ୍ୟାଣ୍ଡର ବୃହତ୍ତମ ସହରର ନାମ କ’ଣ ?
(A) ବ୍ରିସ୍‌ ବେନ
(B) ଅକ୍‌ଲ୍ୟାଣ୍ଡ
(C) ମେଲବୋର୍ଡ଼
(D) ୱେଲିଂଟନ
Answer:
(B) ଅକ୍‌ଲ୍ୟାଣ୍ଡ

୫। କଙ୍ଗାରୁ ପୃଥ‌ିବୀର କେଉଁ ମହାଦେଶରେ କେବଳ ଦେଖାଯାଏ -?
(A) ଉତ୍ତର ଆମେରିକା
(B) ଆଫ୍ରିକା
(C) ଅଷ୍ଟ୍ରେଲିଆ
(D) ଦକ୍ଷିଣ ଆମେରିକା
Answer:
(C) ଅଷ୍ଟ୍ରେଲିଆ

୬ । ନିମ୍ନଲିଖ ମଧ୍ୟରୁ ଅଷ୍ଟ୍ରେଲିଆର ଜାତୀୟ ପଶୁ କିଏ ?
(A) ଡିଙ୍ଗୋ
(B) ପ୍ଲାଟିପସ୍
(C) କଙ୍ଗାରୁ
(D) କୋଆଲା
Answer:
(C) କଙ୍ଗାରୁ

୭। ଅଷ୍ଟ୍ରେଲିଆର କେଉଁ ପକ୍ଷୀ ଦିନରେ ପ୍ରାୟ ଶୋଇରହେ ଓ ରାତିରେ ବୁଲେ ?
(A) ଡିଙ୍ଗୋ
(B) କୋଆଲା
(C) ପ୍ଲାଟିପସ୍
(D) ଏମୁ
Answer:
(B) କୋଆଲା

୮। ନିମ୍ନଲିଖ ମଧ୍ୟରୁ ଅଷ୍ଟ୍ରେଲିଆର ରାଜଧାନୀ କିଏ ?
(A) ମେଲବୋର୍ଡ଼
(B) ସିଡ୍‌ନି
(C) କାବେରା
(D) ୱେଲିଙ୍ଗଟନ୍
Answer:
(C) କାବେରା

୯ । ଅଷ୍ଟ୍ରେଲିଆ ମହାଦେଶ ଅନ୍ୟ କେଉଁ ନାମରେ ପରିଚିତ ?
(A) ଓସେନିଆ
(B) ବୁଲଗେରିଆ
(C) ରୁମାନିଆ
(D) ତୁର୍କ
Answer:
(A) ଓସେନିଆ

BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ

ତୁମ ପାଇଁ କାମ :

→ ଅଷ୍ଟ୍ରେଲିଆ ମହାଦେଶର ରେଖାଙ୍କିତ ମାନଚିତ୍ରରେ ନିମ୍ନଲିଖତଗୁଡ଼ିକୁ ଦର୍ଶାଅ ।
ଡାଲିଂ ନଦୀ, ପଶ୍ଚିମସ୍ଥ ମାଳଭୂମି, ଅକଲ୍ୟାଣ୍ଡ, ପର୍ଥ
Answer:
( ନିଜେ କର ।)

→ ଅଷ୍ଟ୍ରେଲିଆ ମହାଦେଶର ଦେଶ ଓ ସେଗୁଡ଼ିକର ରାଜଧାନୀର ନାମ ଲେଖ ।
Answer:
BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 5
BSE Odisha 6th Class Geography Important Questions Chapter 6(g) ଅଷ୍ଟ୍ରେଲିଆ 6

→ ଅଷ୍ଟ୍ରେଲିଆରେ ମିଳୁଥିବା ବନ୍ୟପ୍ରାଣୀମାନଙ୍କ ଫଟୋଚିତ୍ର ସଂଗ୍ରହ କର । ସେମାନଙ୍କ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ସଂଗ୍ରହ କରି ଖାତାରେ ଲେଖ ।
Answer:
( ନିଜେ କର ।)

Leave a Comment