Go through 8th Class Science Book Odia Medium Question Answer and Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ to understand textbook questions more clearly.
8th Class Science Chapter 5 Question Answer Odia Medium
Class 8 Science Chapter 5 Odia Medium
ଜିଜ୍ଞାସା ବଜାୟ ରଖ
Question 1.
ସ୍ତମ୍ଭରେ ଦର୍ଶାଯାଇଥିବା ବିଭିନ୍ନ ପ୍ରକାର ବଳ ସହିତ ‘ଖ’ ସ୍ତମ୍ଭର ଦୃଷ୍ଟାନ୍ତଗୁଡ଼ିକ ସହ ମେଳ କର ।

Answer:
| ‘କ’ ସ୍ତମ୍ଭ (ବଳର ପ୍ରକାର) | ‘ଖ’ ସ୍ତମ୍ଭ (ଉଦାହରଣ) |
| (i) ମାଂସପେଶୀୟ ବଳ | (b) ଏକ ପିଲା ସ୍କୁଲବ୍ୟାଗ ଉଠାଉଛି |
| (ii) ଚୂମ୍ବକୀୟ ବଳ | (e) ଉତ୍ତର ଦୀଗକୁ ମୁଖ କରିଥିବା କମ୍ପାସ ସୂଚୀ |
| (iii) ଘର୍ଷଣ ବଳ | (a) ସୀମାରେଖା ସ୍ପର୍ଶ କରିବା ପୂର୍ବରୁ ଏକ କ୍ରିକେଟ ବଲ ନିଜେ ଅଟକି ଯାଉଛି |
| (iv) ମାଧ୍ୟାକର୍ଷଣ ବଳ | (c) ଗଛରୁ ପଡୁଥିବା ଫଳ |
| (iv) ସ୍ଥିର ବୈଦ୍ୟୁତିକ ବଳ | (d) ପଶମ କପଡ଼ା ଉପରେ ଘର୍ଷିତ ବେଲୁନ୍ ଯାହା କେଶସୂତ୍ରକୁ ଆକର୍ଷଣ କରେ |
Question 2.
ପଶମ କପଡ଼ା ଉପରେ ଘର୍ଷିତ ବେଲୁନ୍ ଯାହା କେଶସୂତ୍ରକୁ ଆକର୍ଷଣ କରେ
(i) ଏକ ବସ୍ତର ଗତିର ବେଗ ପରିବର୍ତ୍ତନ କରିବାପାଇଁ ସର୍ବଦା ଏକ ବଳ ଆବଶ୍ୟକ ।
Answer:
ସତ୍ଯ
(ii) ଘର୍ଷଣଯୋଗୁ ଏକ ସମତଳ ଭୂମିରେ ବଲ୍ ଗଡ଼ିବାର ବେଗ ବୃଦ୍ଧିପାଏ ।
Answer:
ମିଥ୍ୟା
(iii) ଅଳ୍ପ ବ୍ୟବଧାନରେ ରଖାଯାଇଥିବା ଦୁଇଟି ଚାର୍ଜଯୁକ୍ତ ବସ୍ତୁ ମଧ୍ୟରେ କୌଣସି ବଳ ନାହିଁ
Answer:
ମିଥ୍ୟା
Question 3.
ପଶମ କପଡ଼ାରେ ଘଷି ହୋଇଥିବା ଦୁଇଟି ବେଲୁନ୍ ପରସ୍ପର ପାଖକୁ ଅଣାଗଲେ କ’ଣ ହେବ, କାହିଁକି ?
Answer:
ପଶମ କପଡ଼ାରେ ଘଷିହୋଇଥିବା ଦୁଇଟି ବେଲୁନ୍ ପରସ୍ପର ପାଖକୁ ଅଣାଗଲେ ବେଲୁନ ଦୁଇଟି ସମାନ ପ୍ରକାର ଚାର୍ଜ ବହନ କରି ପରସ୍ପରକୁ ବିକର୍ଷଣ କରିବେ ଅର୍ଥାତ୍ ପରସ୍ପରଠାରୁ ଦୂରେଇ ଯିବେ । ଉକ୍ତ କ୍ଷେତ୍ରରେ ବେଲୁନଦ୍ଵୟ ଉଭୟ ଋଣାତ୍ମକ ଚାର୍ଜ ବହନ କରିଥାଆନ୍ତି । ସମଚାର୍ଜ ମଧ୍ଯରେ ବିକର୍ଷଣ ଓ ପରସ୍ପର ବୀପରିତ ଚାର୍ଜ ମଧ୍ୟରେ ଆକର୍ଷଣ ବୈଦ୍ୟୁତିକ ବଳର ନିୟମ ହେତୁ, ବେଲୁନ୍ଦ୍ଵୟ ପରସ୍ପରଠାରୁ ଦୂରେଇଯିବେ । ଏଠାରେ ଅନୁଭୂତ ବଳକୁ ସ୍ଥିର ବୈଦ୍ୟୁତିକ ବଳ କହନ୍ତି ।
Question 4.
ଯେତେବେଳେ ତୁମେ ଏକ ଗ୍ଲାସ ପାଣିରେ ଗୋଟିଏ ମୁଦ୍ରା ପକାଅ, ଏହା ବୁଡ଼ିଯାଏ, କିନ୍ତୁ ଯେତେବଳେ ଏକ ବଡ଼କାଠଖଣ୍ଡ ପାଣିରେ ରଖ, ଏହା ଭାସିଥାଏ । ବ୍ୟାଖ୍ୟା କର ।
Answer:
ମୁଦ୍ରାର ସାନ୍ଦ୍ରତା ଜଳର ସାନ୍ଦ୍ରତା ଅପେକ୍ଷା ଅଧିକ ହେତୁ ଜଳରେ ମୁଦ୍ରାଟିଏ ପକାଇଲେ ଏକା ବୁଡ଼ିଯାଏ । ଏଠାରେ ମୁଦ୍ରାର ଓଜନ ବା ମୁଦ୍ରାପାଇଁ ପୃଥିବୀର ମାଧ୍ୟାକର୍ଷଣ ବଳ ଏହା ଉପରେ ଜଳର ଉର୍ଦ୍ଧ୍ୱମୁଖୀ ବଳ ବା ପ୍ଳବନ ବଳ ଅପେକ୍ଷା ଅଧିକ ହୋଇଥାଏ । ଅନ୍ୟ ପକ୍ଷରେ ବଡ଼ କାଠଖଣ୍ଡର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ । ବଡ଼କାଠଖଣ୍ଡପାଇଁ ଜଳର ଉର୍ଦ୍ଧ୍ୱମୁଖୀ ବଳ ବା ପ୍ଲାବନ ବଳ ଏହାର ଓଜନ ଅପେକ୍ଷା ଅଧିକ ହେତୁ କାଠଖଣ୍ଡ ଜଳରେ ଭାସେ ।
Question 5.
ଯଦି ଏକ ବଲ୍ ଉପରକୁ ଫିଙ୍ଗାଯାଏ, ତେବେ ଏହା ଧୀର ହୋଇଯାଏ ଏବଂ ତା’ପରେ ଭୂମିରେ ପଡ଼ିଯାଏ । ବଲ୍ ଉପରେ କାର୍ଯ୍ୟ କରୁଥିବା ବଳଗୁଡ଼ିକର ନାମ ଉଲ୍ଲେଖ କର ଏବଂ ସେମାନଙ୍କର ଦିଗ ନିର୍ଣ୍ଣୟ କର ।
(i) ଏହା ଉପରକୁ ଗତି କରିବା ସମୟରେ
(ii) ଏହାର ନିମ୍ନଗାମୀ ଗତି ସମୟରେ
(iii) ଏହାର ସର୍ବୋଚ୍ଚ ସ୍ଥାନରେ
Answer:
(i) ବଲ୍ଟି ଉପରକୁ ଗତିକରିବା ସମୟରେ ବଲ୍ ଉପରେ ମାଂସପେଶୀୟ ବଳ ଓ ପୃଥିବୀର ମାଧ୍ୟାକର୍ଷଣ ବଳ କାର୍ଯ୍ୟକାରୀ ହୁଏ । ବଳଦୁଇଟି ପରସ୍ପର ବିପରୀତ ଦିଗରେ ଥାଏ । ମାଂସପେଶୀୟ ବଳ ମାଧ୍ୟାକର୍ଷଣ ବଳ ଅପେକ୍ଷା ଅଧିକ ହେବା ସମୟରେ ବିଲ୍ ଉପରକୁ ଉଠେ ମାତ୍ର ଏହାର ବେଗ କ୍ରମଶଃ ହ୍ରାସପାଏ । ମାଂସପେଶୀୟ ବଳର ଦିଗ ଉର୍ଦ୍ଧ୍ୱମୁଖୀ ହୋଇଥିବାବେଳେ, ମାଧ୍ୟାକର୍ଷଣ ବଳର ଦିଗ ନିମ୍ନମୁଖୀ ବା ପୃଥିବୀର କେନ୍ଦ୍ରଆଡ଼କୁ ଥାଏ ।
(ii) ବଲ୍ର ନିମ୍ନମୁଖୀ ଗତି ସମୟରେ ଏହା ଉପରେ ପୃଥିବୀର ମାଧ୍ୟାକର୍ଷଣ ବଳ କାର୍ଯ୍ୟକାରୀ ହୁଏ । ତେଣୁ, ଏହାର ଦିଗ ପୃଥିବୀର କେନ୍ଦ୍ର ଆଡ଼କୁ ଥାଏ ।
(iii) ବଲ୍ଟି ସର୍ବୋଚ୍ଚ ସ୍ଥାନରେ କ୍ଷଣିକ ପାଇଁ ଥିବା ସମୟରେ ମାଂସପେଶୀୟ ବଳ ଓ ମାଧ୍ୟାକର୍ଷଣ ବଳ ମୂହୁର୍ଭକ ପାଇଁ ସନ୍ତୁଳିତ ହୋଇଥାଏ, ମାତ୍ର ମାଧ୍ୟାକର୍ଷଣର ପ୍ରଭାବ ନିରବଚ୍ଛିନ୍ନ ଥିବାରୁ ବଲଟି ଭୂପୃଷ୍ଠକୁ ଖସିବାକୁ ଆରମ୍ଭ କରେ ଏବଂ ଭୂମିଆଡ଼କୁ ଏହାର ବେଗ କ୍ରମଶଃ ବୃଦ୍ଧିପାଏ ।
Question 6.
ଏକ ବଲ୍ P ବିନ୍ଦୁରୁ ଗଡ଼ାଗଲା ଏବଂ ଏହା ଏକ ଆନତ ସମତଳ ଉପରେ ଗଢ଼ି କରି ତା’ପରେ ଚିତ୍ର ୫.୧୬ରେ ଦେଖାଯାଉଥବାପରି ଏକ ଭୂସମାନ୍ତର ପୃଷ୍ଠରେ ଗତିକରେ । ଏହା ଭୂସମାନ୍ତର ପୃଷ୍ଠରେ (A) ବିନ୍ଦୁରେ ଅଟକିଯାଏ । ଏକ ଉପାୟ ଚିନ୍ତାକର ଯାହାଦ୍ଵାରା ବଲ୍ P ବିନ୍ଦୁରେ ଗଡ଼ାହେଲେ, ଏହା
(i) ବିନ୍ଦୁ A ପୂର୍ବରୁ ବନ୍ଦ ହୋଇଯିବ
(ii) A ବିନ୍ଦୁ ଅତିକ୍ରମ କରିବା ପରେ କିଛି ବାଟ ଅଗ୍ରସର ହୋଇ ବନ୍ଦହେବ ।

Answer:
(i) ବଲ୍ଟି A ବିନ୍ଦୁରେ ପହଞ୍ଚିବା ପୂର୍ବରୁ ଯେଉଁ ସମତଳରେ ଅଟକି ଯାଉଛି, ଉକ୍ତ ସମତଳକୁ ଅଧିକ ଅନିୟମିତ ବା ଆବଡ଼ା ଖାବଡ଼ା କରାଗଲେ ଘର୍ଷଣ ବଳ ଅଧୂକ ହେବ ଏବଂ ବଲ୍ କମ୍ ବାଟ ଅତିକ୍ରମ କରି A ବିନ୍ଦୁରେ ପହଁଞ୍ଚିବା ପୂର୍ବରୁ ଅଟକି ଯିବ ।
(ii) ବଲ୍ ଯେଉଁ ସମତଳରେ ଗତିକରି A ବିନ୍ଦୁରେ ପହଁଞ୍ଚିଲା ସେହି ପଥକୁ ଅଧିକ ମସୃଣ ବା ଅଧିକ ସମତଳ କରାଗଲେ, ଗଡ଼ିବା ପଥର ଘର୍ଷଣ ବଳ କମିଯିବ । ବଲ ଅନାୟାସରେ ଗତିକରି A ବିନ୍ଦୁ ଅତିକ୍ରମ କରି ଆହୁରି ଆଗକୁ ଯାଇପାରିବ । ବଳର ଅନ୍ତିମ ସ୍ଥିତି ଗଡ଼ିବା ପଥର ଘର୍ଷଣ ବଳ ଉପରେ ନିର୍ଭର କରେ ।
![]()
Question 7.
ଆମେ ବେଳେ ବେଳେ ବରଫ କିମ୍ବା ପଲିସ୍ ହୋଇଥୁବା ଚଟାଣ ପରି ମସୃଣ ପୃଷ୍ଠରେ କାହିଁକି ଖସିଯାଉ ? ବ୍ୟାଖ୍ୟା କର ।
Answer:
ବରଫ କିମ୍ବା ପଲିସ୍ ହୋଇଥିବା ଚଟାଣ ପରି ମସୃଣ ପୃଷ୍ଠରେ ଆମେ ଅଧିକାଂଶ କ୍ଷେତ୍ରରେ ଖସିଯାଉ, ଏହାର କାରଣ ହେଉଛି ପୃଷ୍ଠତଳ ଯେତେ ଅଧିକ ମସୃଣ ହୁଏ, ଘର୍ଷଣ ବଳ ସେତେ କମ୍ ହୁଏ । ଆମପାଦ ପୃଷ୍ଠତଳକୁ ଧରି ରଖୁପାରେ ନାହିଁ । ପୃଷ୍ଠତଳର ଘର୍ଷଣ ବଳ ଅଧିକ ହୋଇଥିଲେ ଆମେ ଚାଲୁଥିବା ସମୟରେ ଆମ୍ବ ପାଦ ପୃଷ୍ଠତଳ ଭଲଭାବରେ ଧରି ରଖୁରନ୍ତା । ମସୃଣ ପୃଷ୍ଠର ଘର୍ଷଣ ବଳ କହେତୁ ଏହା ଆମ ପାଦକୁ ଠେଲିଦିଏ, ଯାହାଦ୍ଵାରା ଆମେ ଶରୀରର ଭାରସାମ୍ୟ ରଖୁନପାରି ଖସିଯାଉ ।
Question 8.
ଅସମାନ ଗତିରେ ଥିବା ଏକ ବସ୍ତୁ ଉପରେ କୌଣସି ବଳ ପ୍ରୟୋଗ କରାଯାଉଅଛି କି ?
Answer:
ଅସମ ଗତି କ୍ଷେତ୍ରରେ ବସ୍ତର ବେଗ ଓ ଦିଗ ସମାନ ନ ଥାଏ । କେବଳ ବଳର ପ୍ରଭାବରେ ବସ୍ତର ବେଗ ଓ ଦିଗ ପରିବର୍ତ୍ତିତ ହୋଇଥାଏ । ବସ୍ତୁ ଉପରେ ବଳର ପ୍ରଭାବ ନଥିଲେ, ବସ୍ତର ବେଗ କିମ୍ବା ଗତିର ଦିଗ ବଦଳିପାରିବ ନାହିଁ । ଏଣୁ ଅସମଗତିରେ ବସ୍ତ ଉପରେ ଘର୍ଷଣ ବଳ କିମ୍ବା ଅନ୍ୟ କୌଣସି ବଳ କାର୍ଯ୍ୟକାରୀ ହୋଇ ଏହାର ବେଗ ଓ ଦିଗରେ ପରିବର୍ତ୍ତନ ଆଣିଥାଏ ।
Question 9.
ଚନ୍ଦ୍ରରେ ଏକ ବସ୍ତୁର ଓଜନ, ପୃଥିବୀରେ ଏହାର ଓଜନର ଏକ ଷଷ୍ଠାଶ ହୋଇଥାଏ । ଏହି ପରିବର୍ତ୍ତନର କାରଣ କଣ ? ସେଠାରେ ବସ୍ତୁର ବସ୍ତୁତ୍ଵ ପୃଥିବୀ ପୃଷ୍ଠରେ ଏହାର ବସ୍ତୁତ୍ଵର ଏକ ଷକ୍ଷାଂଶ ହୋଇଯାଏ କି ?
Answer:
ବସ୍ତୁର ବସ୍ତୁତ୍ଵ ବିଶ୍ଵରେ ସର୍ବତ୍ର ସମାନ । ଏଣୁ ପୃଥିବୀ ପୃଷ୍ଠରେ ବସ୍ତୁର ବସ୍ତୁତ୍ଵ ଯାହା, ଚନ୍ଦ୍ରପୃଷ୍ଠରେ ବସ୍ତୁର ବସ୍ତୁତ୍ଵ ମଧ୍ଯ ତାହା । କିନ୍ତୁ ପୃଥିବୀର ବସ୍ତୁତ୍ଵ ଚନ୍ଦ୍ରର ବସ୍ତୁତ୍ଵ ଅପେକ୍ଷା ଅଧିକ ହେତୁ ଏହାର ମାଧ୍ୟାକର୍ଷଣ ବଳ ଚନ୍ଦ୍ରର ମାଧ୍ୟାକର୍ଷଣ ବଳର ପ୍ରାୟ ୬ ଗୁଣ । ବସ୍ତୁ ଉପରେ କାର୍ଯ୍ୟକାରୀ ମାଧ୍ୟାକର୍ଷଣ ବଳକୁ ଓଜନ କରନ୍ତି । ଏଣୁ ପୃଥିବୀରେ କୌଣସି ବସ୍ତୁର ଓଜନ ଯାହା ଚନ୍ଦ୍ରରେ ସେହି ବସ୍ତୁର ଓଜନ ଏହାର ଏକ ଷତାଂଶ ହୋଇଥାଏ ।
(ଓଜନ = ବସ୍ତତ୍ଵ × ମାଧ୍ୟାକର୍ଷଣ ଜନିତ ତ୍ଵରଣ or w = mg
ଚନ୍ଦ୍ରର g, ପୃଥିବୀର \(\frac{1}{6}\) ଗୁଣ)
Question 10.
ସମାନ ଆକାର ଏବଂ ଆକୃତିର ଭିନ୍ନ ଭିନ୍ନ ସାମଗ୍ରୀରେ ତିଆରି ତିନୋଟି ବସ୍ତ୍ର 1, 2 ଓ 3 ପାଣିରେ ରଖାଗଲା । ଚିତ୍ରରେ ଦେଖାଯାଉଥିବା ପରି ସେମାନେ ଭିନ୍ନ ଭିନ୍ନ ଗଭୀରତା ପର୍ଯ୍ୟନ୍ତ ବୁଡ଼ି ରହିଲେ । ଯଦି ବସ୍ତୁ 1, 2 ଓ 3 ର ଓଜନ ଯଥାକ୍ରମେ W1, W2, ଓ W3, ହୋଇଥାଏ, ତେବେ କେଉଁଠି ଠିକ୍ ?

(i) W1 = W2 = W3
(ii) W1 > W2 > W3
(iii) W2 > W3 > W1
(iv)W3 > W1 > W2
Answer:
(ii) W1 > W2 > W3, ଠିକ୍ (ଏକ ବସ୍ତର ଓଜନ ଯେତେ ଅଧିକ ହେବ, ଏହା ତରଳ ପଦାର୍ଥ ଭିତରେ ସେତେ ଗଭୀରକୁ ବୁଡ଼ିବ ।
ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର
Question 1.
ସମତଳ ଭୂମି ତୁଳନାରେ ପାହାଡ଼ ଉପରକୁ ଉଠିବା ସମୟରେ ସାଇକେଲର ପେଡ଼ାଲ ଘୂରାଇବା କଷ୍ଟସାଧ୍ୟ କାହିଁକି ?
Answer:
ସାଇକେଲ ପାହାଡ଼ ଉପରକୁ ଉଠିବା ସମୟରେ ଆମକୁ ମାଧ୍ୟାକର୍ଷଣ ବଳର ବିରୁଦ୍ଧରେ ମାଂସପେଶୀୟ ବଳ ପ୍ରୟୋଗ କରିବାକୁ ପଡ଼ିଥାଏ । ଏହା ବ୍ୟତୀତ ଘର୍ଷଣବଳ ମଧ୍ଯ ବିପରୀତ ପ୍ରଭାବ ପକାଇଥାଏ । ସମତଳ ଭୂମିରେ ଉପରୋକ୍ତ ବଳଦ୍ଵୟର ପ୍ରଭାବ ସେତେ ଅଧିକ ନୁହେଁ । ଏଣୁ ପାହାଡ଼ ଉପରକୁ ସାଇକେଲ୍ ଚଳାଇ ଯିବାବେଳେ ପେଡ଼ାଲ ଘୂରାଇବା କଷ୍ଟସାଧ୍ୟ ହୋଇଥାଏ ।
Question 2.
ଓଦା ପୃଷ୍ଠରେ ଖସିବା କାହିଁକି ସହଜ ?
Answer:
ସୁଖୁଲା ପୃଷ୍ଠ ତୁଳନାରେ ଓଦା ପୃଷ୍ଠରେ ଘର୍ଷଣ ବଳ ସର୍ବନିମ୍ନ । ଘର୍ଷଣ ବଳ ଆମେ ଚାଲିବା ସମୟରେ ଆମ ଗୋଡ଼ସହ ପ୍ରତିକ୍ରିୟା କରି ଆମର ସ୍ଥିରତା ଆଣିଥାଏ । ଓଦା ପୃଷ୍ଠରେ ଘର୍ଷଣ ବଳ ଆମ ପାଦ ଉପରେ ବିଶେଷ କ୍ରିୟାଶୀଳ ହେଉନଥିବାରୁ ଆମ ପାଦକୁ ଅଟକାଇ ପାରେନାହିଁ । ତେଣୁ ଆମ ପାଦ ଖସିଯାଇ ଭୂମି ଉପରେ ପଡ଼ିଯିବାର ସମ୍ଭାବନା ରହେ ।
Question 3.
ଆମର ଦୋଳି ସର୍ବୋଚ୍ଚ ସ୍ଥାନରେ ପହଞ୍ଚ୍ ତଳକୁ ଆସିବା ଆରମ୍ଭ କରିବା ପରେ ଆମେ କାହିଁକି ‘ହାଲୁକା’ ଅନୁଭବ କରୁ ଏବଂ ଆମେ ‘ଭାସିବା’ ପରି ଅନୁଭବ କରୁ ?
Answer:
ଦୋଳିରେ ସର୍ବୋଚ୍ଚ ସ୍ଥାନକୁ ଉଠେ, ଏକ ମୁହୁର୍ଭକ ପାଇଁ ଅଟକି ଯାଇ ଖସିବା ସମୟରେ ମାଧ୍ୟାକର୍ଷଣ ବଳ ଆମକୁ ତଳକୁ ଟାଣେ । ଆମେ ସେତେବେଳେ ମୁକ୍ତ ପତନ ବସ୍ତୁପରି (ହାଲୁକା) ଅନୁଭବ କରୁ । ଦୋଳିର ଓଜନ କମିଯାଏ ଫଳରେ ଆମେ ନିଜର ଓଜନ ଅନୁଭବ କରି ନପାରି ଭାସିବା ପରି ଅନୁଭବ କରୁ ।
ପାଠ୍ୟ ବିଷୟ ଅନ୍ତର୍ଗତ ପ୍ରଶ୍ନୋତ୍ତର
Question 1.
ଯେତେବେଳେ ବସ୍ତୁର ବେଗ, ଦିଗ ଓ ଆକୃତି ବଦଳିଯାଏ, ସେତେବେଳେ ବସ୍ତୁ ଉପରେ ବଳର ପ୍ରଭାବ ହୋଇଥାଏ । ଏହା ସତ୍ୟ କି ?
Answer:
କେବଳ ପ୍ରୟୋଗିତ ବଳର ପ୍ରଭାବରେ ବସ୍ତୁର ଗତି, ଗତିର ଦିଗ ଆକୃତି ବଦଳିବା ସମ୍ଭବ । ବସ୍ତର ଗତିରେ ପରିବର୍ତ୍ତନ ଓ ଅବସ୍ଥାନର ବିଚ୍ୟୁତି ବଳଯୋଗୁ ଘଟିଥାଏ । ତେଣୁ ବସ୍ତରେ ଉପରୋକ୍ତ ପରିବର୍ତ୍ତନ ବଳ ପ୍ରୟୋଗଯୋଗୁଁ ସମ୍ଭବ ହୁଏ ।
Question 2.
ମାଂସପେଶୀୟ ବଳ ଓ ଘର୍ଷଣ ବଳ ବ୍ୟତୀତ ଅନ୍ୟକିଛି ସମ୍ପର୍କ ବଳ ଅଛି କି ? ବୁଝାଇ ଲେଖ ।
Answer:
ମାଂସପେଶୀୟ ବଳ ଓ ଘର୍ଷଣ ବଳ ବ୍ୟତୀତ ଅନ୍ୟକିଛି ସମ୍ପର୍କ ବଳ ମଧ୍ୟ ରହିଛି । ଜଳ ଓ ବାୟୁର ଉର୍ଦ୍ଧ୍ୱମୁଖବଳ ବା ପ୍ଳବନ ବଳ ମଧ୍ଯ ଗୋଟିଏ ସଂସ୍ପର୍ଶ ବଳ । ବସ୍ତଟିଏ ଏହାର ପୃଷ୍ଠତଳ ଉପରେ ରହିଥିବା ବଳ ଉପରେ ଯେଉଁ ଉର୍ଦ୍ଧ୍ୱମୁଖୀ ବଳ ପ୍ରଦାନ କରେ ତାହା ମଧ୍ୟ ଏକ ସସ୍ପର୍ଶ ବଳ । ପ୍ରତିକ୍ରିୟା ବଳ ମଧ୍ଯ ଏକ ସସ୍ପର୍ଶ ବଳ ଅଟେ ।
Question 3.
ବସ୍ତୁଟିଏ କୌଣସି ପୃଷ୍ଠତଳ ଉପରେ ଘସିହୋଇ ଗତିକରୁଥିଲେ ଘର୍ଷଣ ବଳ ଅଧ୍ବକ ହୁଏ କିପରି ?
Answer:
ଗୋଟିଏ ବସ୍ତୁ ଅନ୍ୟ ଏକ ବସ୍ତୁର ପୃଷ୍ଠତଳ ଉପରେ ଗତିକରୁଥିବା ସମୟରେ ଉଭୟ ବସ୍ତୁର ପୃଷ୍ଠତଳ ଉପରେ ଘର୍ଷଣ ବଳ ନିର୍ଭର କରେ । ଯଦି ଉଭୟର ପୃଷ୍ଠତଳ ଅନିୟମିତ ବା ଅସମ ହୋଇଥାଏ ତେବେ ଘର୍ଷଣ ବଳ ଅଧିକ ହୁଏ । ଅସମ ପୃଷ୍ଠତଳରେ ବସ୍ତଦ୍ଵୟ ମଧ୍ଯରେ ଅଧୁକ ଅନିୟମିତ (irregularies) ଥିବାରୁ ସେଗୁଡ଼ିକ ପରସ୍ପର ଛନ୍ଦିହୋଇ ଯାଆନ୍ତି, ଯାହାଦ୍ଵାରା ଘର୍ଷଣ ବଳ ଅଧ୍ଵକ ହୁଏ । ଏହା ଗତିଶୀଳ ବସ୍ତୁର ଗତିର ପ୍ରତିରୋଧରୁ ଜଣାପଡ଼େ ।
Question 4.
ଗୋଟିଏ ବସ୍ତ ଅନ୍ୟ ବସ୍ତ ଉପରେ ବଳ ପ୍ରୟୋଗ କରିବା ପାଇଁ ସର୍ବଦା ତା’ସହିତ ସଂସ୍ପର୍ଶରେ ରହିବା ଜରୁରୀ କି ?
Answer:
ଗୋଟିଏ ବସ୍ତୁ ଅନ୍ୟ ଉପରେ ବଳ ପ୍ରଦାନ କରିବା ବା ପରସ୍ପର ଉପରେ ବଳ ପ୍ରଦାନ କରିବାପାଇଁ ସଂପର୍ଶ (contact) ଏକାନ୍ତ ଆବଶ୍ୟକ ନୁହେଁ । ବିନା ସଂପର୍ଶରେ ମଧ୍ୟ ବଳ ଅନୁଭୂତ ହୁଏ । ଚୁମ୍ବକୀୟ ବଳ, ସ୍ଥିର ବିଦ୍ୟୁତ ବଳ ଓ ମହାକର୍ଷଣ ବଳ ବିନା ସଂସ୍ପର୍ଶରେ ଅନୁଭୂତ ହୁଏ । ପୃଥିବୀ ବିନା ସଂସ୍ପର୍ଶରେ ବିଭିନ୍ନ ବସ୍ତୁ ଉପରେ ଆକର୍ଷଣ ବଳ ପ୍ରଦାନକରେ ଯାହାକୁ ମାଧ୍ୟାକର୍ଷଣ ବଳ କହନ୍ତି ।
Question 5.
ବିଦ୍ୟୁତ ଚାର୍ଜ କେତେ ପ୍ରକାର ?
Answer:
ବିଦ୍ୟୁତ୍ ଚାର୍ଜ ଦୁଇପ୍ରକାର ଯଥା— ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ । ଯେଉଁ ବସ୍ତୁରେ ଇଲେକ୍ଟ୍ରୋ, ନ ସଂଖ୍ୟା ଅଧିକ ତାହା ବିଯୁକ୍ତାତ୍ମକ ଓ ଯାହାର କମ୍ ତାହା ଯୁକ୍ତାତ୍ମକ । ଦୁଇଟି ସମଚାର୍ଜ ମଧ୍ଯରେ ବିକର୍ଷଣ ବଳ ଓ ଦୁଇଟି ପରସ୍ପର ବୀପରୀତ ଚାର୍ଜ ମଧ୍ଯରେ ଆକର୍ଷଣ ବଳ ଦେଖାଯାଏ ।
Question 6.
ବସ୍ତୁଗୁଡ଼ିକ ପୃଥିବୀ ପୃଷ୍ଠରେ ପଡ଼ିଯିବାର କାରଣ କ’ଣ ସେଗୁଡ଼ିକ ଉପରେ କିଛି ବଳ ଅନୁଭୂତ ହୁଏ କି ?
Answer:
ପୃଥିବୀର ବସ୍ତୁତ୍ଵ ଯୋଗୁ ଏହା ମାଧ୍ୟାକର୍ଷଣ ବଳ ଧାରଣ କରେ । ପୃଥିବୀ ନିକଟବର୍ତ୍ତୀ ବସ୍ତୁ ଏହି ବଳଦ୍ଵାରା ପୃଥୁବୀର କେନ୍ଦ୍ର ଆଡ଼କୁ ଆକର୍ଷିତ ହୁଅନ୍ତି । ବସ୍ତର ମୁକ୍ତ ପତନ ପାଇ ମାଧ୍ୟାକର୍ଷଣ ଦାୟୀ । ଏଣୁ ପୃଥିବୀ ପୃଷ୍ଠରେ ପଡୁଥିବା ସମସ୍ତ ବସ୍ତୁ ଉପରେ ପୃଥିବୀର ମାଧ୍ୟାକର୍ଷଣ ବଳ କାର୍ଯ୍ୟକାରୀ ହୁଏ । ପୃଥିବୀ ପୃଷ୍ଠରେ ଥିବା ବିଭିନ୍ନ ବସ୍ତର ଓଜନ ମଧ୍ୟ ମାଧ୍ୟାକର୍ଷଣ ବଳ ଅଟେ ।
Question 7.
ପୃଥିବୀ ସବୁ ବସ୍ତୁକୁ ସମାନ ପରିମିତ ବଳରେ ଆକର୍ଷଣ କରେ କି ?
Answer:
ପୃଥିବୀ ସବୁ ବସ୍ତୁକୁ ସମପରିମିତ ବଳଦ୍ଵାରା ଆକର୍ଷଣ କରେନାହିଁ । ବସ୍ତୁର ବସ୍ତୁତ୍ଵ ଅଧିକ ହେଲେ ଆକର୍ଷଣ ବଳ (ମାଧ୍ୟାକର୍ଷଣ) ଅଧିକ ହୁଏ । ବସ୍ତୁତ୍ଵ କମ୍ ହେଲେ ଏହି ବଳର ପରିମାଣ କମିଯାଏ । ଏଣୁ ଭାରି ପଦାର୍ଥଗୁଡ଼ିକ ପାଇଁ ପୃଥିବୀର ଆକର୍ଷଣ ବଳ ଅଧିକ । ଖଣ୍ଡିଏ ଲୁହା ଓ ଖଣ୍ଡିଏ କାଠ ସମାନ ଉଚ୍ଚତାରୁ ଭୂପୃଷ୍ଠରେ ପଡ଼ିଲେ ଲୁହା ଶିଘ୍ର ଭୂପୃଷ୍ଠରେ ପହଞ୍ଚିବାର କାରଣ ଏହା ଉପରେ ମାଧ୍ୟାକର୍ଷଣ ବଳର ପ୍ରଭାବ ଅଧିକ ।
Question 8.
ବସ୍ତୁତ୍ଵ ଓ ଓଜନ ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
(i) ବସ୍ତୁରେ ଥିବା ପଦାର୍ଥର ମାତ୍ରାକୁ ବସ୍ତୁତ୍ଵ କହନ୍ତି କିନ୍ତୁ ବସ୍ତୁ ସହ ସଂଯୁକ୍ତ ପୃଥିବୀର ମାଧ୍ୟାକର୍ଷଣ ବଳକୁ ଓଜନ କହନ୍ତି ।
(ii) ବସ୍ତୁର ବସ୍ତୁତ୍ଵ ବିଶ୍ଵରେ ସର୍ବତ୍ର ସମାନ କିନ୍ତୁ ଓଜନ ବିଶ୍ଵର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ।
(iii) ବସ୍ତୁତ୍ୱ ସାଧାରଣ ନିକିତିରେ ମାପ କରାଯାଏ କିନ୍ତୁ ଓଜନ କମାନୀ ନିକିତିରେ ମାପ କରାଯାଏ ।
(iv) ବସ୍ତତ୍ଵର SI ଏକକ କି.ଗ୍ରା. କିନ୍ତୁ ଓଜନର SI ଏକକ ନିଉଟନ ।
Question 9.
ଜଳରେ କିଛି ବସ୍ତୁକୁ ପକାଇଲେ କେତେକ ବସ୍ତୁ ଭାସନ୍ତି ଓ ଅନ୍ୟଗୁଡ଼ିକ ବୁଡ଼ି ନିମ୍ନକୁ ଖସିଯାଆନ୍ତି । ମାଧ୍ୟାକର୍ଷଣ ବଳ ସମସ୍ତ ବସ୍ତୁ ଉପରେ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ସମସ୍ତ ବସ୍ତୁ ତଳକୁ କାହିଁକି ପଡୁନାହିଁ ?
Answer:
ପୃଥିବୀର ମାଧ୍ୟାକର୍ଷଣ ବଳ ସମସ୍ତ ବସ୍ତୁ ଉପରେ କାର୍ଯ୍ୟ କରୁଥିଲେ ମଧ୍ୟ ସମସ୍ତ ବସ୍ତ ଜଳରେ ବୁଡ଼ିଯାଆନ୍ତି ନାହିଁ । ଜଳର ଉର୍ଦ୍ଧମୁଖୀ ବଳ ଏଥିପାଇଁ ଦାୟୀ । ଯଦି ବସ୍ତପାଇଁ ଜଳର ଉର୍ଦ୍ଧ୍ୱମୁଖୀ ବଳ ବା ପ୍ଳବନ ବଳ, ସେହି ବସ୍ତ ନିମିତ୍ତ ମାଧ୍ୟାକର୍ଷଣ ବଳ ଅପେକ୍ଷା ଅଧିକ ହୁଏ ତେବେ ବସ୍ତୁ ଜଳରେ ଭାସେ । ଅନ୍ୟ ପକ୍ଷରେ ଯଦି ବସ୍ତୁପାଇଁ ପ୍ଳବନ ବଳ, ଏହା ସହ ସଂଯୁକ୍ତ ମାଧ୍ୟାକର୍ଷଣ ବଳଠାରୁ କମ୍ ହୁଏ ତେବେ ବସ୍ତୁଟି ଜଳରେ ବୁଡ଼ିଯାଏ । ତେଣୁ ବସ୍ତୁଟି ଜଳରେ ଭାସିବା ବା ବୁଡ଼ିବା ଏହାର ସାନ୍ଦ୍ରତା (density) ଉପରେ ନିର୍ଭର କରେ । ବସ୍ତର ସାନ୍ଦ୍ରତା ଜଳର ସାନ୍ଦ୍ରତା ଅପେକ୍ଷା ଅଧିକ ହେଲେ ଏହା ଜଳରେ ବୁଡ଼ିଯାଏ ଏବଂ କମ୍ ହେଲେ ବସ୍ତ ଜଳରେ ଭାସେ
ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ମୌଖିକ ଶବ୍ଦରେ ଉତ୍ତର ଦିଅ ।
Question 1.
ଉଚ୍ଚରୁ ନିଜକୁ ଗଡ଼ାଣି ରାସ୍ତାରେ କେଉଁ ବଳ ସାଇକେଲର ବେଗ ଗଢ଼ାଇ ଦିଏ ?
Answer:
ପୃଥିବୀର ମାଧ୍ୟାକର୍ଷଣ ବଳ
Question 2.
ତେଲାଟିଏ ସିଧା ଉପରକୁ ଗତି କରୁଥିବା ସମୟରେ କେଉଁ ବଳର ପ୍ରଭାବରେ ଏହା ଗତିକରେ ?
Answer:
ମାଂସପେଶୀୟ ବଳ
Question 3.
ଆମେ ସର୍ବଦା କେଉଁ ଦୁଇପ୍ରକାର ବଳ ଅନୁଭବ କରୁ ?
Answer:
ଟଣା ଓ ଠେଲା ବଳ
![]()
Question 4.
ଗତିଶୀଳ ବଲ୍ଟିକୁ ବ୍ୟାଟ୍ରେ ଆଘାତ କଲେ କ’ଣ ଘଟେ ଏବଂ କେଉଁ ପ୍ରକାର ବଳ ପ୍ରଭାବ ଘଟେ ?
Answer:
ବଲ୍ର ଗତିର ଦିଗ ପରିବର୍ତ୍ତିତ ହୁଏ, ମାସପେଶୀୟ ବଳର ପ୍ରଭାବ
Question 5.
ଜଳରେ ପହଁରିବା ସମୟରେ କେଉଁ ବଳ ପ୍ରୟୋଗିତ ହୁଏ ?
Answer:
ମାଂସପେଶୀୟ ବଳ
Question 6.
ଡ୍ରୟର ଖୋଲିଲାବେଳେ କି ପ୍ରକାର ବଳ ଅନୁଭୂତ ହୁଏ ?
Answer:
ଟଣାବଳ
Question 7.
ଗୋଟିଏ ସ୍ଥିର ବସ୍ତରେ ଅନୁଭୂତ ବଳଗୁଡ଼ିକ କେଉଁ ଅବସ୍ଥାରେ ଥାଆନ୍ତି ?
Answer:
ସଜ୍ଜ୍ବଳନ
Question 8.
ଅତି କମ୍ରେ କେତୋଟି ବଳର ପାରସ୍ପରିକ କ୍ରିୟାଦ୍ଵାରା ବଳ ସୃଷ୍ଟିହୁଏ ?
Answer:
ଦୁଇଟି
Question 9.
ବଳର SI ଏକକ କ’ଣ ?
Answer:
ନିଉଟନ ବା N
Question 10.
ମାଂସପେଶୀୟ ବଳ କେଉଁ ପ୍ରକାର ବଳର ଉଦାହରଣ ?
Answer:
ସଂସ୍ପର୍ଶବଳ
Question 11.
ମାସପେଶୀୟ ବଳ ପ୍ରୟୋଗ ବେଳେ ମାଂସପେଶୀଗୁଡ଼ିକରେ କ’ଣ ଘଟେ ?
Answer:
ସଙ୍କୋଚନ ଓ ପ୍ରସାରଣ
Question 12.
ପକ୍ଷୀଟି ଉଡ଼ିବା ସମୟରେ ଏହା କେଉଁ ବଳ ପ୍ରୟୋଗ କରେ ?
Answer:
ମାଂସପେଶୀୟ ବଳ
Question 13.
ପରିବହନ କାର୍ଯ୍ୟରେ ପଶୁମାନଙ୍କର କେଉଁ ବଳ ବିନିଯୋଗ ହୁଏ ?
Answer:
ମାଂସପେଶୀୟ` ବଳ
Question 14.
ରକ୍ତ ସଞ୍ଚାଳନ ସମୟରେ ଆମ ଶରୀରରେ କେଉଁ ବଳ ଅନୁଭୂତ ହୁଏ ?
Answer:
ମାଂସପେଶୀୟ ବଳ
Question 15.
ପଡ଼ିଆରେ ଗଡ଼ି ଗଡ଼ି ଯାଉଥବା ବଲ୍ କେଉଁ ବଳ ପ୍ରଭାବରେ ଆପେ ଅଟକି ଯିବାର ଦେଖାଯାଏ ?
Answer:
ଘର୍ଷଣ ବଳ
Question 16.
କେତୋଟି ପୃଷ୍ଠତଳ ମଧ୍ୟରେ ଘର୍ଷଣ ବଳ କାର୍ଯ୍ୟକରେ ?
Answer:
ଦୁଇଟି
Question 17.
ବସ୍ତର ଗତିର ବିପରୀତ ଦିଗରେ କେଉଁ ବଳ କାର୍ଯ୍ୟକାରୀ ହୁଏ ?
Answer:
ଘର୍ଷଣ ବଳ
Question 18.
ଘର୍ଷଣ ବଳର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ବସ୍ତର ଗତିକୁ ବାଧାଦେବା
Question 19.
କେଉଁ ପୃଷ୍ଠରେ ଘର୍ଷଣ ବଳ ସର୍ବାଧ୍ଯକ ହୋଇଥାଏ ?
Answer:
ଅସମ ପୃଷ୍ପ (ଆବଡ଼ାଖାବଡ଼ା, ଖଦଡ଼ା, ଖାଲଢ଼ିପ)
Question 20.
କଠିନ, ତରଳ ଏବଂ ବାୟୁ ମଧ୍ୟରୁ କାହାର ଘର୍ଷଣ ବଳ ସର୍ବାଧିକ ?
Answer:
କଠିନ
Question 21.
ଗୋଟିଏ ଚାର୍ଜିତ ବସ୍ତୁ ଅନ୍ୟ ଏକ ଚାର୍ଜିତ ବା ଅଣଚାର୍ଜିତ ବସ୍ତୁ ଉପରେ ପ୍ରୟୋଗ କରୁଥିବା ବଳକୁ କ’ଣ କହନ୍ତି ?
Answer:
ସ୍ଥିର ବୈଦ୍ୟୁତିକ ବଳ
Question 22.
ପ୍ଲାଷ୍ଟିକ ପାନିଆକୁ ମୁଣ୍ଡଚୁଟିରେ ଘଷିଲେ ପାନିଆ କେଉଁ ଚାର୍ଜ ପ୍ରାପ୍ତ ହୁଏ ?
Answer:
ବିଯୁକ୍ତାତ୍ମକ
Question 23.
ଗୋଟିଏ କାଚରଡ଼କୁ ପଶମ କପଡ଼ାରେ ଘଷିଲେ କାଚରଡ଼ କେଉଁ ଚାର୍ଜ ବହନ କରେ ?
Answer:
ଯୁକ୍ତଚାର୍ଜ
Question 24.
ଗୋଟିଏ ବେଲୁନ୍କୁ ପଶମ କନାରେ ଘଷିଲେ ବେଲୁନ୍ କେଉଁ ଚାର୍ଜ ପ୍ରାପ୍ତହୁଏ ?
Answer:
ବିଯୁକ୍ତ ଚାର୍ଜ
Question 25.
କେଉଁ ବଳ ଦୁଇଟିର ଉଭୟ ଆକର୍ଷଣ ଓ ବିକର୍ଷଣ ଗୁଣଥାଏ ?
Answer:
ଚୁମ୍ବକୀୟ ବଳ ଓ ବୈଦ୍ୟୁତିକ ବଳ
Question 26.
କେଉଁ ଅଣ-ସଂସ୍ପର୍ଶ ବଳର କେବଳ ଆକର୍ଷଣ ଗୁଣ ଥାଏ ?
Answer:
ମହାକର୍ଷଣ
Question 27.
ଉପରକୁ ଫିଙ୍ଗାଯାଇଥୁବା ବସ୍ତ ସର୍ବୋଚ୍ଚ ଉଚ୍ଚତାରେ ଥିବା ସମୟରେ ଏହା ଉପରେ କେଉଁ ବଳର ପ୍ରଭାବ ଥାଏ ।
Answer:
ପୃଥିବୀର ମାଧ୍ୟାକର୍ଷଣ
Question 28.
ଓଜନ ଏକ ବଳ । ଉକ୍ତିଟି ସତ୍ୟ ନା ମିଥ୍ୟା ?
Answer:
ସତ୍ୟ
Question 29.
ସ୍ତ୍ରୀଙ୍ଗ୍ ତରାଜୁରେ ଗୋଟିଏ ଛୋଟ ବିଭାଗ (Small Division) କେତେ ଓଜନ ସୂଚାଏ ?
Answer:
0.2 ନିଉଟନ୍
Question 30.
ବସ୍ତତ୍ଵର SI ଏକକ କ’ଣ ?
Answer:
କିଲୋଗ୍ରାମ୍
Question 31.
କେଉଁ ବଳର ମାନ ବିଭିନ୍ନ ଗ୍ରହରେ ଭିନ୍ନ ଭିନ୍ନ ?
Answer:
ମାଧ୍ୟାକର୍ଷଣ
Question 32.
ପୃଥିବୀ ପୃଷ୍ଠରେ ମାଧ୍ୟାକର୍ଷଣ ତ୍ଵରଣର ହାରାହାରି ମାନ କେତେ ?
Answer:
୨.୫ ମିଟର / ବର୍ଗସେକେଣ୍ଡ
Question 33.
ପୃଥିବୀ, ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତି ଗ୍ରହ ମଧ୍ୟରୁ କେଉଁଠାରେ ବସ୍ତର ଓଜନ ସର୍ବାଧିକ ଏବଂ କେଉଁଠାରେ ସର୍ବନିମ୍ନ ?
Answer:
ବୃହସ୍ପତିରେ ସର୍ବାଧିକ ଓ ମଙ୍ଗଳର ସର୍ବନିମ୍ନ
![]()
Question 34.
ପୃଥିବୀ ପୃଷ୍ଠରେ କେଉଁ ସ୍ଥାନରେ ବସ୍ତର ଓଜନ ସର୍ବାଧିକ ହେବ ?
Answer:
ଉଭୟ ମେରୁଠାରେ
Question 35.
ପୃଥିବୀରେ 60 କି.ଗ୍ରା. ଓଜନ ବସ୍ତର ଓଜନ ଚନ୍ଦ୍ରପୃଷ୍ଠରେ କେତେ ହେବ ?
Answer:
10 କି.ଗ୍ରା.
Question 36.
ବସ୍ତର ବସ୍ତୁତ୍ଵ ଓ ଆୟତନର ଅନୁପାତକୁ କ’ଣ କହନ୍ତି ?
Answer:
ସାନ୍ଦ୍ରତା
Question 37.
ସାନ୍ଦ୍ରତାର ଏକକ କ’ଣ ?
Answer:
କି.ଗ୍ରା.|ଘନମିଟର ବା ଗ୍ରାମ/ଘନସେ.ମି.
Question 38.
ତରଳର ଉର୍ଦ୍ଧମୁଖୀ ବଳକୁ କ’ଣ କହନ୍ତି ?
Answer:
ପ୍ଳବନ ବଳ
Question 39.
ଜଳରେ ବସ୍ତର ଭାସମାନ ନିୟମ କିଏ ଆବିଷ୍କାର କରିଥିଲେ ?
Answer:
ଗ୍ରିକ୍ ବୈଜ୍ଞାନିକ ଆର୍କିମିଡିସ୍
Question 40.
କେଉଁ ପଥର ଜଳରେ ଭାସେ ?
Answer:
ପୁଂମିସ୍
Question 41.
ବସ୍ତପାଇଁ ତରଳର ପ୍ଳବନ ବଳ, ମାଧ୍ୟାକର୍ଷଣ ବଳ ସହ ସମାନ ହେଲେ, ଭାସମାନ ସ୍ଥିତିରେ କ’ଣ ଘଟିବ ?
Answer:
ବସ୍ତୁଟି ସ୍ଥିର ହୋଇ ଭାସିବ
Question 42.
ସମ ଆକୃତି ଓ ସମଆୟତନ ବିଶିଷ୍ଟ ଦୁଇଟି ବସ୍ତୁ A ଓ B ର ଓଜନ ଯଥାକ୍ରମେ W1 ଓ W2 I ବସ୍ତୁ ଦ୍ଵୟ ଜଳରେ ପଢ଼ିବା ପରେ B ବସ୍ତୁଟି ଅଧୁକ ନିମଜ୍ଜିତ ହେଲା । ତେବେ W1 ଓ W2 ମଧ୍ୟରେ ସମ୍ବନ୍ଧ କ’ଣ ?
Answer:
W1 > W2
(ଖ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
ପ୍ରତ୍ୟେକ ପ୍ରଶ୍ନତଳେ ଚାରୋଟି ସମ୍ଭାବ୍ୟ ଉତ୍ତର ଦଉଅଛି । ଠିକ ଉତ୍ତରଟି ବାଛି ଲେଖ ।
Question 1.
ଚିତ୍ରରେ A ଓ B ଦୁଇଟି ବାଳକ ଗୋଟିଏ ବାକ୍ସକୁ ପରସ୍ପର ଦିଗରେ ଠେକୁଛନ୍ତି । ବାକ୍ସଟି ଦକ୍ଷିଣ ଦିଗକୁ ଗତିକଲେ କେଉଁଟି ଠିକ୍ ।
(a) A ପ୍ରୟୋଗ କରୁଥିବା ବଳର ପରିମାଣ B ପ୍ରୟୋଗ କରୁଥିବା ବ ବଳ ଠାରୁ ଅଧିକ ।
(b) A ପ୍ରୟୋଗ କରୁଥିବା ବଳର ପରିମାଣ B ର ବଳ ଅପେକ୍ଷା କମ୍ ।
(c) A ଦିଗରେ ପରିଣାମ ବଳ କ୍ରିୟାଶୀଳ ।
(d) A ଓ B ଦ୍ଵାରା ପ୍ରୟୋଗିତ ବଳ ଦୁଇଟିର ପରିମାଣ ସମାନ ।
Answer:
(a) A ପ୍ରୟୋଗ କରୁଥିବା ବଳର ପରିମାଣ B ପ୍ରୟୋଗ କରୁଥିବା ବ ବଳ ଠାରୁ ଅଧିକ ।
Question 2.
ଓଜନର SI ଏକକ ହେଉଛି ।
(a) କିଲୋଗ୍ରାମ
(b) ନିଉଟନ
(c) ଗ୍ରାମ
(d) ମିଟର
Answer:
(b) ନିଉଟନ
Question 3.
ନିମ୍ନୋକ୍ତ କେଉଁଟି ସଂପର୍ଶ ବଳ ଅଟେ ?
(a) ମାଧ୍ୟାକର୍ଷଣ
(b) ଘର୍ଷଣ ବଳ
(c) ଚୁମ୍ବକୀୟ ବଳ
(d) ସ୍ଥିର ବୈଦ୍ୟୁତିକ ବଳ
Answer:
(b) ଘର୍ଷଣ ବଳ
Question 4.
ନିମ୍ନୋକ୍ତ କେଉଁ କ୍ଷେତ୍ରରେ ଘର୍ଷଣ ବଳ ଅଧୂକ ଅନୁଭୂତ ହେଉଛି ?
(a) ଶୁଷ୍କ ଚଟାଣ
(b) ଆର୍ଦ୍ର ସମତଳ ଚଟାଣ
(c) ଗୋଟିଏ ସମତଳ କାଚ ପୃଷ୍ଠ
(d) ତେଲିଆ ଇସ୍ପାତ ପୃଷ୍ଠତଳ
Answer:
(a) ଶୁଷ୍କ ଚଟାଣ
![]()
Question 5.
ଶୁଖୁଲା ପାଗରେ ମୁଣ୍ଡ କୁଣ୍ଡାଇଲେ ଚୁଟିଗୁଡ଼ିକ ଛଡ଼ାଛଡ଼ା ହୋଇ ଯାଆନ୍ତି । ଏଥିପାଇଁ କେଉଁ ବଳ ଦାୟୀ ?
(a) ମାଧ୍ୟାକର୍ଷଣ
(b) ସ୍ଥିର ବୈଦ୍ୟୁତିକ ବଳ
(c) ଘର୍ଷଣ ବଳ
(d) ରବର ବଲ୍
Answer:
(b) ସ୍ଥିର ବୈଦ୍ୟୁତିକ ବଳ
Question 6.
ଗୋଟିଏ ଚୁମ୍ବକୀୟ ବଳ କେଉଁ ବସ୍ତରେ ଅନୁଭୂତ ହୁଏ ?
(a) ପ୍ଲାଷ୍ଟିକ
(b) କାଠଖଣ୍ଡ
(c) ଲୁହାଖଣ୍ଡ
(d) ଚୁମ୍ବକୀୟ ବଳ
Answer:
(c) ଲୁହାଖଣ୍ଡ
Question 7.
ତମେ ଟେବୁଲ ଉପରେ ବହିଟିଏ ରଖୁଲ । ବହିଟି ପଡ଼ି ଯାଉନାହିଁ କାହିଁକି ?
(a) ଏହା ଉପରେ କିଛି ବଳ ଅନୁଭୂତ ହେଉନାହିଁ
(b) କେବଳ ମାଧ୍ୟାକର୍ଷଣ ଏହାକୁ ଟାଣୁଛି
(c) ଟେବୁଲ୍ର ଉର୍ନମୁଖୀ ବଳ ମାଧ୍ୟାକର୍ଷଣକୁ ସନ୍ତୁଳନ କରୁଛି
(d) ବହିଟିର ଓଜନ ନାହିଁ
Answer:
(c) ଟେବୁଲ୍ର ଉର୍ନମୁଖୀ ବଳ ମାଧ୍ୟାକର୍ଷଣକୁ ସନ୍ତୁଳନ କରୁଛି
Question 8.
ଉପରକୁ ଫିଙ୍ଗାଯାଇଥିବା ବଲ୍ ତଳକୁ କାହିଁକି ଖସିଆସେ ?
(a) ପବନର ପ୍ରତିରୋଧ ହେତୁ
(b) ଏହା ବେଗ ଅଧିକ ହେତୁ
(c) ଚୂମ୍ବକୀୟ ବଳ ଯୋଗୁଁ
(d) ମାଧ୍ୟାକର୍ଷଣ ବଳଯୋଗୁଁ
Answer:
(d) ମାଧ୍ୟାକର୍ଷଣ ବଳଯୋଗୁଁ
Question 9.
ବସ୍ତୁତ୍ଵ ଓ ଓଜନକୁ ନେଇ କେଉଁ ଉକ୍ତିଟି ଠିକ୍ ?
(a) ବସ୍ତୁତ୍ୱ ଓ ଓଜନର ପରିମାଣ ସମାନ
(b) ବସ୍ତୁତ୍ୱ ସ୍ଥାନକୁ ସ୍ଥାନ ବଦଳେ କିନ୍ତୁ ଓଜନ ବଦଳେ ନାହିଁ
(c) ବସ୍ତୁତ୍ୱ ସ୍ଥିର କିନ୍ତୁ ଓଜନ ମାଧ୍ୟାକର୍ଷଣକୁ ନେଇ ବଦଳେ
(d) ତାପମାତ୍ରା ଯୋଗୁ ଉଭୟ ବସ୍ତୁତ୍ଵ ଓ ଓଜନ ବଦଳିଯାଏ
Answer:
(c) ବସ୍ତୁତ୍ୱ ସ୍ଥିର କିନ୍ତୁ ଓଜନ ମାଧ୍ୟାକର୍ଷଣକୁ ନେଇ ବଦଳେ
Question 10.
ପଥରଟି ଜଳରେ ବୁଡ଼ିଯାଏ କିନ୍ତୁ ପ୍ଲାଷ୍ଟିକ ବଲ ଜଳରେ ଭାସିବାର କାରଣ କ’ଣ ?
(a) ପଥର ଓଜନିଆ
(b) ପ୍ଲାଷ୍ଟିକ ବଲ୍ ଆକାରରେ ବଡ଼
(c) ପଥରର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ
(d) ପଥର ନରମ
Answer:
(c) ପଥରର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ
Question 11.
ଗୋଟିଏ ବସ୍ତୁ ଜଳରେ ଭାସିବ ଯଦି
(a) ଏହାର ଓଜନ ଉÉମୁଖୁ ବଳଠାରୁ ଅଧିକ ହୁଏ
(b) ଏହାର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧୂକ ହୁଏ
(c) ଏହାର ଓଜନ ଜଳର ଉର୍ଦ୍ଧ୍ୱମୁଖୁ ବଳ ସହ ସମାନ ହୁଏ
(d) ଯଦି ମାଧ୍ୟାକର୍ଷଣ ବଳ ନ ଥାଏ
Answer:
(c) ଏହାର ଓଜନ ଜଳର ଉର୍ଦ୍ଧ୍ୱମୁଖୁ ବଳ ସହ ସମାନ ହୁଏ
Question 12.
ଜଳରେ ବସ୍ତଟି ବୁଡ଼ିବାପାଇଁ କେଉଁଠି ଠିକ୍ ?
(a) ପ୍ଲବନ ବଳ ବସ୍ତର ଓଜନ ଠାରୁ ଅଧିକ
(b) କ୍ଲବନ ବଳ ବସ୍ତର ଓଜନ ସହ ସମାନ
(c) ବସ୍ତର ଓଜନ ପ୍ଲବନ ବଳ ଅପେକ୍ଷା ଅଧିକ
(d) କୌଣସି ବଳ କାର୍ଯ୍ୟକାରୀ ନହୁଏ
Answer:
(c) ବସ୍ତର ଓଜନ ପ୍ଲବନ ବଳ ଅପେକ୍ଷା ଅଧିକ
(ଗ) ଶୂନ୍ୟସ୍ଥାନ ପୂରଣ କର ।
1. ଯଦି ବସ୍ତୁ ଉପରେ ପ୍ରୟୋଗିକ ଦୁଇଟି ବଳର ପରିମାଣ ସମାନ ଏବଂ ପରସ୍ପର ବିପରୀତ ଦିଗରେ ଅନୁଭୂତ ହୁଏ, ତେବେ ସେ ବଳ ଦୁଇଟି _______ ବଳ ଅଟନ୍ତି ।
Answer:
ସମତୁଲ
2. ମନୁଷ୍ୟ କିମ୍ବା ପ୍ରାଣୀମାନଙ୍କର ମାଂସପେଶୀଦ୍ଵାରା ପ୍ରୟୋଗିତ ବଳକୁ _______ ବଳ କହନ୍ତି ।
Answer:
ମାଂସପେଶୀୟ
3. ଯଦି ଗୋଟିଏ ବସ୍ତୁ ତା’ର ଗତିର ବେଗ ବୃଦ୍ଧିକରେ ତେବେ ବଳ ଏହାର ଗତିର _______ ଦିଗରେ କ୍ରିୟାଶୀଳ ହୁଏ ।
Answer:
ସମ
4. ଗୋଟିଏ ସମତଳ ପୃଷ୍ଠରେ ଗଡ଼ଗଡ଼ି ଯାଉଥବା ବଲ୍ ଅଧିକ ସମୟ ଗଡ଼ିଚାଲେ ତେବେ ପୃଷ୍ଠର _______ କମ୍ ଅଛି ବୋଲି ଜଣାପଡ଼େ ।
Answer:
ଘର୍ଷଣ
5. ଚୁମ୍ବକର ସମମେରୁ ପରସ୍ପରକୁ _______ ଓ ବିଷମମେରୁ ପରସ୍ପରକୁ _______ କରନ୍ତି ।
Answer:
ବିକର୍ଷଣ, ଆକର୍ଷଣ
6. ଓଜନ ଯନ୍ତ୍ରରେ ପାଠ୍ୟଙ୍କ ପୃଥିବୀ ତୁଳନାରେ ଚନ୍ଦ୍ରପୃଷ୍ଠରେ କମ୍ ହୁଏ କାରଣ ଚନ୍ଦ୍ରରେ _______ ର ମାନ କମ୍ ଅଟେ ।
Answer:
ମାଧ୍ୟାକର୍ଷଣ
7. ଯଦିଓ ଦୁଇଟି ବ୍ୟାଗ ସମାନ ଆକୃତିର ସେଥୁରୁ ଗୋଟିଏ ଅନ୍ୟଠାରୁ ଓଜନିଆ ଜଣାପଡ଼େ କାରଣ ଏହା ଭିତରେ ଅଧ୍ବକ _______ ଥାଏ ।
Answer:
ବସ୍ତ
8. ଆମେ ପହଁରିବା ସମୟରେ ଆମ ଶରୀର ହାଲୁକା ମନେହୁଏ କାରଣ ଜଳ ଶରୀର ଉପରେ ଯେଉଁ ଉର୍ଦ୍ଧ୍ୱମୁଖୀ ବଳ ପ୍ରଦାନ କରେ ତାହା ହେଉଛି _______ ବଳ ।
Answer:
ଉର୍ଦ୍ଧ୍ୱମୁଖୀବଳ
9. ଲୁହାରେ ତିଆରି ଜାହାଜଟି ଜଳରେ ଭାସେ କାରଣ ଏହାର ମୋଟାମୋଟି ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ଯେହେତୁ ଏହାର ଭିତର ଅଂଶର _______ ର ଆୟତନ ବହୁତ ବେଶୀ ।
Answer:
ବାୟୁ
10. ଜଳ ବସ୍ତସହ ଉର୍ଦୁମୁଖୀ ବଳ ଏହାର ଓଜନଠାରୁ କମିଗଲା ତେବେ ବସ୍ତଟି ଜଳରେ _______ ।
Answer:
ବୁଡ଼ିଯିବ
![]()
(ଘ) ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା ଲେଖ ।
1. ବସ୍ତୁକୁ ଗତିଶୀଳ କରିବାପାଇଁ ବଳ ଦରକାର ମାତ୍ର ଦିଗ ପରିବର୍ତ୍ତନ ପାଇଁ ନୁହେଁ ।
Answer:
ମିଥ୍ୟା
2. ସମତୁଲ ବଳ ବସ୍ତର ଆକୃତି ପରିବର୍ତ୍ତନ କରିପାରେ ।
Answer:
ସତ୍ଯ
3. ମାଂଶପେଶୀୟ ବଳ କିଛି ଦୂରରୁ ପ୍ରୟୋଗିତ ହୋଇପାରିବ ।
Answer:
ମିଥ୍ୟା
4. ଘର୍ଷଣ ଗୋଟିଏ ଅଣ-ସମ୍ପର୍କ ବଳ ।
Answer:
ମିଥ୍ୟା
5. ପଶମରେ ଘଷାଯାଇଥିବା ବେଲୁନ୍ କାଗଜ ଟୁକୁଡ଼ାକୁ ଆକର୍ଷଣ କରିପାରିବ ।
Answer:
ସତ୍ଯ
6. କେବଳ ଗତିଶୀଳ ବସ୍ତରେ ମାଧ୍ୟାକର୍ଷଣ ବଳ କାର୍ଯ୍ୟକରେ ।
Answer:
ମିଥ୍ୟା
7. ଚନ୍ଦ୍ରର ମାଧ୍ୟାକର୍ଷଣ ନଥିବାରୁ ବସ୍ତର ଓଜନ ସେଠାରେ ଶୂନ ।
Answer:
ମିଥ୍ୟା
8. ସ୍ଥିର ବିଦ୍ୟୁତ ବଳ କିଛି ଦୂରରୁ ଅନୁଭୂତ ହୋଇପାରେ ।
Answer:
ସତ୍ଯ
9. ଗୋଟିଏ କାଠବାକ୍ସ କଠିନ ପଦାର୍ଥ ହୋଇଥିବାରୁ ଜଳରେ ବୁଡ଼ିଯାଏ ।
Answer:
ମିଥ୍ୟା
10. ବସ୍ତ ତରଳରେ ଅଧିକରୁ ଅଧିକ ବୁଡୁଥିବା ସମୟରେ ପ୍ଲବନ ବଳ ବୃଦ୍ଧିପାଏ ।
Answer:
ସତ୍ଯ
(ଖ) ‘କ’ ଶବ୍ଦ ସହିତ ‘ଖ’ ଶବ୍ଦକୁ ମିଳନ କର ।
Question 1.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ତଥ୍ୟକୁ ମିଳନ କର ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ମାଧ୍ୟାକର୍ଷଣ ବଳ | (1) ଚୁମ୍ବକ ନିକଟରେ ଲୁହାକଣ୍ଟା ରଖୁଲେ |
| (b) ପ୍ଳବନ ବଳ | (2) କିଛି ଉଚ୍ଚତାରୁ ପଥର ଖସିଲେ |
| (c) ଚୁମ୍ବକୀୟ ବଳ | (3) ସୋଲ ପାଣିରେ ଭାସିଲେ |
| (d) ସଂସ୍ପର୍ଶ ବଳ | (4) ଟେବୁଲକୁ ଠେଲିଲେ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ମାଧ୍ୟାକର୍ଷଣ ବଳ | (2) କିଛି ଉଚ୍ଚତାରୁ ପଥର ଖସିଲେ |
| (b) ପ୍ଳବନ ବଳ | (3) ସୋଲ ପାଣିରେ ଭାସିଲେ |
| (c) ଚୁମ୍ବକୀୟ ବଳ | (1) ଚୁମ୍ବକ ନିକଟରେ ଲୁହାକଣ୍ଟା ରଖୁଲେ |
| (d) ସଂସ୍ପର୍ଶ ବଳ | (4) ଟେବୁଲକୁ ଠେଲିଲେ |
Question 2.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ତଥ୍ୟକୁ ମିଳନ କର ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ହାତ ପାପୁଲି ଦ୍ଵୟକୁ ଘଷିଲେ | (1) ସ୍ଥିର ବୈଦ୍ୟୁତିକ ବଳ |
| (b) ବେଲୁନ କାଗଜକୁ ଆକର୍ଷଣ କଲେ | (2) ଘର୍ଷଣ ବଳ |
| (c) ବସ୍ତର ମୁକ୍ତ ପତନ ଘଟିଲେ | (3) ମାଧ୍ୟାକର୍ଷଣ ବଳ |
| (d) ଲୁହାଖଣ୍ଡକୁ ଚୁମ୍ବକ ଟାଣିଲେ | (4) ଚୁମ୍ବକୀୟ ବଳ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ହାତ ପାପୁଲି ଦ୍ଵୟକୁ ଘଷିଲେ | (2) ଘର୍ଷଣ ବଳ |
| (b) ବେଲୁନ କାଗଜକୁ ଆକର୍ଷଣ କଲେ | (1) ସ୍ଥିର ବୈଦ୍ୟୁତିକ ବଳ |
| (c) ବସ୍ତର ମୁକ୍ତ ପତନ ଘଟିଲେ | (3) ମାଧ୍ୟାକର୍ଷଣ ବଳ |
| (d) ଲୁହାଖଣ୍ଡକୁ ଚୁମ୍ବକ ଟାଣିଲେ | (4) ଚୁମ୍ବକୀୟ ବଳ |
ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ପିଲାଟିଏ ତାର ସବୁ ବଳ ପ୍ରୟୋଗ କରି କାନ୍ଥକୁ ଠେଲୁଛି କିନ୍ତୁ କାନ୍ଥ ଗତିକରୁନାହିଁ । ପ୍ରୟୋଗିତ ବଳ ଏବଂ ଗତି ସମ୍ବନ୍ଧରେ ଏହା କ’ଣ ସୂଚାଉଛି ?
Answer:
କାନ୍ଥ ଉପରେ ବଳ ପ୍ରୟୋଗ ହେଉଛି ମାତ୍ର କାନ୍ଥ ଚଳୁନାହିଁ । କାରଣ କାନ୍ଥଦ୍ଵାରା ସୃଷ୍ଟି ସମାନ ଓ ବିପରୀତ ବଳ ଯୋଗୁ ଏହା ସନ୍ତୁଳିତ ହୋଇଯାଉଛି । ଅସନ୍ତୁଳିତ ବଳ ବିନା ଗତି ସମ୍ଭବ ନୁହେଁ ।
Question 2.
ତମେ ବହିଟିଏ ଟେବୁଲ ଉପରେ ଘୂଞ୍ଚାଇ ଦେଲ ଏବଂ ତୁମେ ପୁନର୍ବାର ଛୁଇଁବା ପୂର୍ବରୁ ଏହା ସ୍ଥିର ହୋଇଗଲା । କେଉଁ ଅଦୃଶ୍ୟ ବଳ ବହିଟିକୁ ସ୍ଥିର କଲା ?
Answer:
ବହି ଓ ଟେବୁଲ ପୃଷ୍ଠ ମଧ୍ୟରେ ସୃଷ୍ଟି ଘର୍ଷଣ ବଳ ବହିର ଗତିକୁ ବାଧା ଦେଲା ଏବଂ କ୍ରମେ କ୍ରମେ ଧୀର କରି ଶେଷରେ ସ୍ଥିର କଲା ।
Question 3.
ମସୃଣ ବରଫ ପୃଷ୍ଠରେ ଚାଲିବା କଷ୍ଟସାଧ୍ୟ କାହିଁକି ?
Answer:
ମସୃଣ ବରଫ ପୃଷ୍ଠ ଅଳ୍ପ ମାତ୍ରାରେ ଘର୍ଷଣ ବଳ ସୃଷ୍ଟି କରେ । ଏଣୁ ଆମ ପାଦ ପୃଷ୍ଠତଳକୁ ଚାପିଧରି ପାରେନାହିଁ ଏବଂ ଫଳରେ ଚାଲିବା କଷ୍ଟକର ହୁଏ ।
Question 4.
ଶୁଖୁଲା ପାଗରେ କୃତ୍ରିମ ତନ୍ତୁରେ ତିଆରି ପୋଷାକ ବହୁକ୍ଷେତ୍ରରେ ଆମ ଚର୍ମକୁ ଫୋଡ଼ିଦିଏ । ଏହି ଦୃଷ୍ଟାନ୍ତ ପାଇଁ କେଉଁ ପ୍ରକାର ବଳ ଦାୟୀ ?
Answer:
ଶୁଖୁଲା ପାଗରେ, ତନ୍ତୁରେ ତିଆରି ପୋଷାକ ଆମ ଚର୍ମକୁ ସ୍ଥିର ବୈଦ୍ୟୁତିକ ବଳ ପ୍ରଭାବରେ ଆଘାତ ହୁଏ ।
Question 5.
ଦୁଇଟି ଚୁମ୍ବକର ସମମେରୁ ପରସ୍ପର ମୁଖା ହୋଇଛନ୍ତି । ସେମାନେ ପରସ୍ପରକୁ ଠେଲିବା ଆରମ୍ଭ କରିବେ । ଏହା କି ପ୍ରକାର ବଳ ?
Answer:
ଏହା ହେଉଛି ଅଣ-ସଂସ୍ପର୍ଶୀ ଚୁମ୍ବକୀୟ ବଳ । ସମମେରୁ ଦ୍ଵୟ ପାଖାପାଖୁ ଥିବାରୁ ବିକର୍ଷଣ କରିବେ । ବିନା ସ୍ପର୍ଶରେ ଏହି ବଳ ଅନୁଭୂତ ହୋଇଥାଏ ।
Question 6.
ତୁମେ ଗୋଟିଏ ପମ୍ପାବୋତଲକୁ ଜଳପୂର୍ଣ୍ଣ କରି ଗୋଟିଏ ବାଲଟି ଭିତରକୁ ପକାଇ ଦେଲ । ଏହା ବାଲଟିରେ ଥିବା ଜଳ ଭିତରେ ବୁଡ଼ିଗଲା । ତାପରେ ତୁମେ ଠିପିବନ୍ଦ ଖାଲି ବୋତଲଟି ବାଲଟିରେ ପକାଇବାକୁ ଏହା ଭାସିଲା । ଜଳରେ ବସ୍ତୁର ଭାସମାନ ନିୟମ ଉପରେ ଏହି ପରୀକ୍ଷାଟି କି ସୂଚନା ଦେଲା ?
Answer:
ଠିପି ବନ୍ଦ ଖାଲି ବୋତଲର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ୍ । ଏହାଦ୍ଵାରା ଅପସାରିତ ଜଳ ଯେଉଁ ଉର୍ଦ୍ଧ୍ୱମୁଖୀ ବଳ ପ୍ରଦାନ କଲା ତାହା ବୋତଲର ଓଜନଠାରୁ ଅଧିକ । ତେଣୁ ଏହା ଜଳରେ ଭାସେ । ଜଳପୂର୍ଣ୍ଣ ବୋତଲଟିର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ ହୋଇଥିବାରୁ ଏହା ଜଳରେ ବୁଡ଼ିଯାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ
Question 1.
ଗୋଟିଏ ରୁଟି ତିଆରି ଯନ୍ତ୍ର ଅଟାଗୁଳାଗୁଡ଼ିକୁ ରୁଟିରେ ପରିଣତ କରେ । ଏହି ପ୍ରକ୍ରିୟାରେ ବଳର କେଉଁ ପ୍ରଭାବ ପରିଲକ୍ଷିତ ହୁଏ ?
Answer:
ରୁଟି ତିଆରି ଯନ୍ତ୍ର ଦୁଇଟି ଉତ୍ତପ୍ତ ପ୍ଲେଟ ମଧ୍ୟରେ ଅଟାଗୁଳାକୁ ରଖ୍ ଚାପ ପ୍ରୟୋଗ କରେ । ଏଠାରେ ପ୍ରୟୋଗିକ ବଳ ଅଟାଗୁଳାକୁ ପତଳା ଗୋଲାକାର ରୁଟିରେ ପରିଣତ କରେ । ଦୃଷ୍ଟାନ୍ତଟି ବଳ ପ୍ରଭାବରେ ବସ୍ତର ଆକାର ପରିବର୍ତ୍ତନ ପ୍ରଭାବ ଦର୍ଶାଇଥାଏ ।
Question 2.
ବିଭିନ୍ନ ବସ୍ତୁତ୍ଵର ଦୁଇଟି ଲୁହା ବ୍ଲକ୍ ଗୋଟିଏ ସିମେଣ୍ଟ ଚଟାଣ ଉପରେ ରଖାଯାଇଛି । ସ୍ଥିରାବସ୍ଥାରୁ ଗତିକରିବାପାଇଁ କେଉଁଟି ଅଧୁକ ବଳ ଆବଶ୍ୟକ କରିବ ?
Answer:
ଚିତ୍ରରେ ଥିବା 2-Unit ବସ୍ତୁତ୍ଵ ବିଶିଷ୍ଟ ଲୁହା ବ୍ଲକ୍ ଗତିଶୀଳ ହେବାପାଇଁ ଅଧୁକ ବଳ ଆବଶ୍ୟକ କରିବ । ବ୍ଲକ୍ ଓ ସିମେଣ୍ଟ ଚଟାଣ ମଧ୍ୟରେ ଥିବା ଘର୍ଷଣ ବଳ ବ୍ଲକ ଦୁଇଟିର ଓଜନ ଉପରେ ନିର୍ଭର କରେ । 2-Unit ବ୍ଲକ୍ର ବସ୍ତତ୍ଵ ଅଧିକ ଥିବାରୁ ଏହା ଯୋଗୁ ଘର୍ଷଣ ବଳ ଅଧିକ ହେବ । ଏହି ବୃହତ୍ତର ଘର୍ଷଣ ବଳକୁ ଅତିକ୍ରମ କରି ବ୍ଲକ୍ଟିକୁ ଗତିଶୀଳ କରାଇବାକୁ ଅଧିକ ବଳ ଆବଶ୍ୟକ ହେବ ।
![]()
Question 3.
ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରୁ ଏକ ମାର୍ବଲ ଆନତ ସମତଳ ଉପରେ ଗଡ଼ଗଡ଼ି ତଳକୁ ଖସିଲା । ଆନତ ସମତଳର ପାଦଦେଶରେ ଏହା ଆନୁଭୂମିକ ସମତଳରେ ଗତିକଲା । ପଥମେ ଏହା ରେଶମ କପଡ଼ାରେ ଆବୃତ ପୃଷ୍ଠତଳ ଏହାପରେ ବାଲିସ୍ତରଦ୍ଵାରା ଆବୃତ ପୃଷ୍ଠତଳ ଓ ଶେଷରେ ଏକ କାଚ ଚଦରଦ୍ଵାରା ଆବୃତ ପୃଷ୍ଠତଳ ଉପରେ ଗତିକଲା । କେଉଁ ପୃଷ୍ଠତଳ ଉପରେ ଏହା ନିମ୍ନରେ ଦୂରତା ଅତିକ୍ରମ କରିବ ବୁଝାଇଲେଖ ।
Answer:
ମାର୍ବଲ ଖଣ୍ଡଟି ବାଲୁକାସ୍ତର ଚଟାଣ ଉପରେ ସର୍ବନିମ୍ନ ଦୂରତା ଅତିକ୍ରମ କରିବ । ବାଲୁକା ସ୍ତର ଆବୃତ ଚଟାଣର ଘର୍ଷଣ ବଳଠାରୁ ଅଧିକ । ଘର୍ଷଣ ବଳ ବସ୍ତର ଗତିକୁ ପ୍ରତିରୋଧ କରୁଥିବାରୁ ବାଲୁକାସ୍ତର ଥିବା ଚଟାଣ ଉପରେ ମାର୍ବଲଟି ସର୍ବନିମ୍ନ ଦୂରତା ଅତିକ୍ରମ କରିବ ।
Question 4.
ଗୋଟିଏ ସରଳ ପରୀକ୍ଷାଦ୍ଵାରା ତୁମେ କିପରି ପ୍ରମାଣ କରିବ ଯେ ଚୁମ୍ବକୀୟ ବଳ ଗୋଟିଏ ଅଣ ସଂସ୍ପର୍ଶୀବଳ ଅଟେ ?
Answer:
ଗୋଟିଏ ଚୁମ୍ବକକୁ କିଛି ଲୁହା କଣ୍ଟାର ନିକଟକୁ ଅଣାଯାଉ । ଚୁମ୍ବକଟି ଲୁହାକଣ୍ଟାର ନିକଟକୁ ଅଣାଗଲେ, କଣ୍ଟାଗୁଡ଼ିକ ଚୁମ୍ବକ ଆଡ଼କୁ ଟାଣି ହୋଇଯିବେ । ଏଠାରେ ଚୁମ୍ବକ ଲୁହାକଣ୍ଟା ପରସ୍ପରକୁ ସ୍ପର୍ଶ କରୁନଥିଲେ ସୁଦ୍ଧା ଲୁହାକଣ୍ଟାଗୁଡ଼ିକ ଆକର୍ଷଣ ବଳ ଦ୍ଵାରା ପ୍ରଭାବିତ ହେବେ । ଏହା ପ୍ରମାଣିତ କରେ ଚୁମ୍ବକୀୟ ବଳ କିଛି ଦୂରରୁ ଅନୁଭୂତ ହୁଏ ତେଣୁ ଏହା ଏକ ଅଣ ସଂସ୍ପର୍ଶୀ ବଳ ଅଟେ ।
Question 5.
ଗୋଟିଏ ଚୁମ୍ବକ ଏବଂ ବସ୍ତୁ ମଧ୍ୟରେ ଥିବା ଦୂରତା କିପରି ବସ୍ତୁ ଉପରେ କ୍ରିୟାଶୀଳ ଚୁମ୍ବକୀୟ ବଳକୁ ପ୍ରଭାବିତ କରେ ବୁଝାଇଲେଖ ।
Answer:
ଦୂରତା ବୃଦ୍ଧିପାଇଲେ ଚୁମ୍ବକୀୟ ବଳ ହ୍ରାସପାଏ ଏବଂ ଦୂରତା କମିଲେ ଚୁମ୍ବକୀୟ ବଳ ବୃଦ୍ଧିପାଏ । ବସ୍ତୁଟି ଚୁମ୍ବକର ଯେତେ ନିକଟବର୍ତ୍ତୀ ହେବ, ଚୁମ୍ବକୀୟ ବଳ ସେତେ ଶକ୍ତିଶାଳୀ ହେବ । ଯଦି ବସ୍ତୁଟି ଚୁମ୍ବକଠାରୁ ଦୂରରେ ରହିବ, ତେବେ ଚୁମ୍ବକୀୟ ବଳ ଦୁର୍ବଳ ହେବ ଏବଂ ବସ୍ତୁଟିକୁ ପ୍ରଭାବିତ କରିନପାରେ ।
Question 6.
ଧାତବ ପଦାର୍ଥ ଧରି କାର୍ପେଟ ଉପରେ ଚାଲିଲେ ଆମେ ବେଳେବେଳେ ସାମାନ୍ୟ ବିଦ୍ୟୁତ୍ ଚାର୍ଜ ଅନୁଭବ କରୁ କାହିଁକି ?
Answer:
କାର୍ପେଟ ଉପରେ ଚାଲିବା ସମୟରେ ଆମର ପାଦ ଓ କାର୍ପେଟ ମଧ୍ଯରେ ଘର୍ଷଣ ହେତୁ ଆମ ଶରୀରରେ ଚାର୍ଜ ଅନୁଭୂତ ହୁଏ । ଆମ ଶରୀରରେ ଏହି ସମୟରେ ସ୍ଥିର ବିଦ୍ୟୁତ ସୃଷ୍ଟିହୁଏ । ଆମେ ଯଦି ଏକ ଧାତବ ପଦାର୍ଥ ସଂସ୍ପର୍ଶରେ ଆସୁ, ମାତ୍ରାତ୍ଵିକ ଚାର୍ଜ ଆମ ଶରୀର ମଧ୍ୟଦେଇ ଧାତୁକୁ ସ୍ଥାନାନ୍ତରିତ ହୁଏ । ଏହା ଏକ ମଧ୍ୟମଧରଣ ବିଦ୍ୟୁତ ସଂଘାତ ଯାହା ସ୍ଥିର ବୈଦ୍ୟୁତିକ ବଳର ପ୍ରଭାବ ଯୋଗୁ ଦେଖାଯାଏ ।
Question 7.
ଦୁଇଟି ପ୍ଲାଷ୍ଟିକ ନଳୀକୁ କପଡ଼ାରେ ଘଷିଲେ ସେମାନେ ପରସ୍ପରଠାରେ ଦୂରେଇ ଯାଆନ୍ତି କାହିଁକି ?
Answer:
ଯେତେବେଳେ ପ୍ଲାଷ୍ଟିକ ନଳୀଦ୍ଵୟ ଗୋଟିଏ କପଡ଼ାରେ ଘଷାଯାଏ ଉଭୟ ଏକ ପ୍ରକାର ଚାର୍ଜ (ଋଣାତ୍ମକ) ପ୍ରାପ୍ତ ହୁଅନ୍ତି । ସମଚାର୍ଜ ପରସ୍ପରକୁ ବିକର୍ଷଣ କରୁଥିବାରୁ ପ୍ଲାଷ୍ଟିକ ନଳୀଦ୍ଵୟ ନିକଟବର୍ତ୍ତୀ ହେଲେ ପରସ୍ପରକୁ ବିକର୍ଷଣ କରନ୍ତି ।
Question 8.
ମାଧ୍ୟାକର୍ଷଣ ବଳ ଧୂଳିକଣା ଉପରେ କାର୍ଯ୍ୟ କରେ କି ?
Answer:
ଧୂଳିକଣା ଉପରେ ମାଧ୍ୟାକର୍ଷଣ ବଳ କାର୍ଯ୍ୟକରେ । ଧୂଳିକଣା ଗୁଡ଼ିକ ଅତି କ୍ଷୁଦ୍ର ଓ ହାଲୁକା ହେଲେ ମଧ୍ୟ ସେଗୁଡ଼ିକର ବସ୍ତୁତ୍ଵ ଥାଏ । ଯେକୌଣସି ପଦାର୍ଥର ବସ୍ତୁତ୍ଵ ଥିଲେ ଏଥିରେ ଆକର୍ଷଣ ବଳ ଅନୁଭୂତ ହୁଏ । ପୃଥିବୀ ଏହି କଣିକାଗୁଡ଼ିକ ନିମ୍ନକୁ ଆକର୍ଷଣ କରେ ଯାହାଦ୍ଵାରା ସେଗୁଡ଼ିକ ଭୂପୃଷ୍ଠରେ ଜମା ହୋଇଯାଆନ୍ତି ଏବଂ ବାୟୁସ୍ରୋତରେ ଭାସିବାର ଦେଖାଯାଏ ନାହିଁ ।
Question 9.
ଯଦି ବାୟୁର ଉÉମୁଖୀ ବଳ (ପ୍ଳବନବଳ) ଅଧୁକ ହୁଏ କିମ୍ବା ବେଲୁନଠାରେ ଅନୁଭୂତ ମାଧ୍ୟାକର୍ଷଣ ଅପେକ୍ଷା କମ ହୁଏ, ତେବେ ବେଲୁନ୍ ଉପରକୁ ଉଠେ କାହିଁକି ?
Answer:
ବାୟୁ ପୂର୍ଣ୍ଣ ବେଲୁନ୍ ସେତିକି ବେଳେ ଉପରକୁ ଉଠେ ଯେତେବେଳେ ଏହାପ୍ରତି ବାୟୁର ପ୍ଳବନ ବଳ ବେଲୁନର ମାଧ୍ୟାକର୍ଷଣ ବଳ ବା ଓଜନକୁ ଅତିକ୍ରମ କରିଥାଏ । ବେଲୁନ ଉପରେ ଅସନ୍ତୁଳନ ବଳ କ୍ରିୟାଶୀଳ ହେଉଥିବାରୁ ବେଲୁନ ଉପରକୁ ଉଠେ । ଯେକୌଣସି ପଦାର୍ଥ ପାଇଁ ବାୟୁର ଉର୍ଦ୍ଧ୍ୱମୁଖୀ ବଳ ବସ୍ତୁର ଓଜନଠାରୁ ଅଧିକ ହେଲେ ବସ୍ତୁଟି ବାୟୁ ମାଧ୍ୟମରେ ଉପରକୁ ଉଠେ ।
Question 10.
ଗୋଟିଏ କାଠଖଣ୍ଡ ଜଳରେ ଭାସେ କିନ୍ତୁ ଲୁହା କଣ୍ଟା ଜଳରେ ବୁଡ଼ିଯାଏ । ଯଦିଓ ଉଭୟ ପଦାର୍ଥକୁ ଧୀରେ ଧୀରେ ଜଳପୃଷ୍ଠରେ ମୁକ୍ତ କରାଯାଏ ଏପରି ଘଟେ କାହିଁକି ?
Answer:
କାଠଖଣ୍ଡର ସାନ୍ଦ୍ରତା ଜଳଠାରୁ କମ୍ ହୋଇଥିବାରୁ ଏହାପ୍ରତି ଜଳର ପ୍ଳବନ ବଳ, କାଠ ପ୍ରତି ପୃଥିବୀର ମାଧ୍ୟାକର୍ଷଣ ବଳ ଅପେକ୍ଷା ଅଧୂକ ହୋଇ କାଠଖଣ୍ଡକୁ ଜଳରେ ଭସାଇଥାଏ । ଅନ୍ୟପକ୍ଷରେ ଲୁହାଖଣ୍ଡର ସାନ୍ଦ୍ରତା ଅଧିକ ଥିବାରୁ ଏବଂ ଆୟତନ କମ୍ ହେତୁ ଏହା ପ୍ରତି ଜଳର ପ୍ଳବନବଳ କମ୍ ହୁଏ । କଣ୍ଟାର ଓଜନ ବା ପୃଥିବୀର ମାଧ୍ୟାକର୍ଷଣ ଅଧିକ ହୋଇ କଣ୍ଟାଟିକୁ ଜଳରେ ବୁଡ଼ାଇଦିଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
(କ) ଦୁଇଜଣ ସାଙ୍ଗ ଗୋଟିଏ ବଡ଼ ଲୁହାବାକ୍ସକୁ ଠେଲିବାରେ କଷ୍ଟ ଅନୁଭବ କରୁଛନ୍ତି କାହିଁକି ?
Answer:
ବାକ୍ସଟି ଓଜନିଆ । ଏହାର ବସ୍ତୁତ୍ଵ ଅଧିକ ହେତୁ ଜଡ଼ତା ଅଧିକ । ବାକ୍ସ ଭୂମି ଓ ଚଟାଣର ପୃଷ୍ଠତଳ ମଧ୍ୟରେ ଘର୍ଷଣ ବଳ ଅଧୂକ । ଏହି ଘର୍ଷଣ
ବଳ ଠେଲାବଳକୁ ବାଧାଦିଏ । ପିଲା ଦୁଇଟି କୌଣସି ଯାନ୍ତ୍ରିକ ମାଧ୍ୟମ ଗ୍ରହଣ ନକରି ସେମାନଙ୍କ ହାତରେ ବାକ୍ସକୁ ଠେଲିବାକୁ ଅଧିକ ମାଂସପେଶୀୟ ବଳ ଆବଶ୍ୟକ ହେଉଛି ।
(ଖ) କେଉଁ ଉପାୟ କଲେ ଠେଲିବା ସହଜ ହେବ ?
Answer:
ରୋଲର କିମ୍ବା ଟ୍ରଲି ବ୍ୟବହାର କରାଗଲେ କାର୍ଯ୍ୟ ସହଜ ହେବ । ଏହା ବାକ୍ସ ଓ ଟ୍ରଲି ମଧ୍ଯରେ ଘର୍ଷଣ ବଳ କମାଇଦେବ । ଏହାଛଡ଼ା ପୃଷ୍ଠତଳ ଗୁଡ଼ିକରେ ଗ୍ରିଜ୍ ବା ତେଲ ଘଷିଲେ, ଘର୍ଷଣ ବଳ ହ୍ରାସ ପାଇ ବାକ୍ସଟିକୁ ଆଗକୁ ଠେଲି ହୋଇ ପାରିବ । ସମତଳଟି ଆନତ ହେଲେ (ଗଡ଼ାଣିଆ) ଟ୍ରଲି ଘୂଞ୍ଚିବା ସହଜ ହେବ । ସାଙ୍ଗଦ୍ଵୟ ଏକା ସଙ୍ଗରେ ଏବଂ ଏକାଦିଗରେ ମାଂସ ପେଶୀୟ ବଳ ପ୍ରୟୋଗ କରିବା ଉଚିତ୍ ।
Question 2.
ଜଣେ ଧନୁ ଧାରଣକାରୀ (archer) ଆନୁଭୂମିକ (ଭୂମି ସହ ସମାନ୍ତର) ଦିଗରେ ତୀର ମାରିଲା ଦୂର ଯିବାପରେ ତୀରଟି ଭୂମିଉପରେ ପଡ଼ିଲା । କିଛି ତୀର ଗତିର ଆରମ୍ଭରେ କେଉଁ ବଳ କାର୍ଯ୍ୟକାରୀ ହେଲା ? ତୀରଟି ଶେଷରେ ଭୂମି ଉପରେ ପଡ଼ିବାର କାରଣ କ’ଣ ?
Answer:
ପ୍ରାରମ୍ଭରେ ତୀରରେ ପ୍ରୟୋଗିତ ବଳ ହେଉଛି ଧନୁ ଧାରଣକାରୀର ମାଂସପେଶୀୟ ବଳ । ଧନୁ ଧାରଣକାରୀ ଯେତେବେଳେ ଧନୁର ସୂତାକୁ ପଛକୁ ଟାଣିଧରେ ଏବଂ ଛାଡ଼େ, ତୀରରେ ସ୍ଥିତିଜ ଶକ୍ତି ଗତିଜ ଶକ୍ତିକୁ ରୂପାନ୍ତରଣ ହୋଇ ତୀର ଉପରେ ଅନୁଭୂତ ହୁଏ । ଏଣୁ ମାଂସପେଶୀୟ ବଳ ତୀରକୁ ପ୍ରାରମ୍ଭିକ ଠେଲା ପ୍ରଦାନ କରେ । ତେଣୁ ତୀରଟି ସିଧା ଗତିକରେ । ତୀରଟି ବାୟୁରେ ଅନାୟାସରେ ଗତି କରେ । ଏହି ସମୟରେ ମାଧ୍ୟାକର୍ଷଣ ବଳ ଅନବରତ ତୀର ଉପରେ କ୍ରିୟାଶୀଳ ହୁଏ । ଏହା ତୀରକୁ ସର୍ବଦା ଭୂପୃଷ୍ଠକୁ ଟାଣିବାକୁ ଚେଷ୍ଟାକରେ । ଯଦିଓ ତୀରଟିରେ ଆନୁଭୂମିକ ଗତି ଦେଖାଯାଇଥାଏ । ଶେଷରେ ଏହାର ଭୂଲମ୍ବ ଗତି ନିମ୍ନକୁ ମାଧ୍ୟାକର୍ଷଣ ପ୍ରଭାବରେ ଘଟିଥାଏ ।
ଏଣୁ ତୀର ଉପରେ ଆନୁଭୂମିକ ମାଂସପେଶୀୟ ବଳ ଓ ଭୂଲମ୍ବ ମାଧ୍ୟାକର୍ଷଣ ବଳ ଏକ ସଙ୍ଗରେ କାର୍ଯ୍ୟକରେ । ଏହା ତୀରକୁ ଏକ ବକ୍ରାକାର ପଥକୁ (projectile) ଟାଣିନିଏ । ଶେଷରେ ଏହା ଭୂପୃଷ୍ଠରେ ପଡ଼ିଯାଏ । ଏଥିପାଇଁ ବାୟୁର ଘର୍ଷଣ ବଳ ମଧ୍ଯ ଭୂମିକା ଗ୍ରହଣ କରେ ।
Question 3.
ତୁମ ପାଖରେ ଏକ ଦଣ୍ଡ ଚୁମ୍ବକ ଏବଂ କିଛି ଅନେକ ଅଜଣା ଧାତବପଦାର୍ଥ ରହିଛି । ଧାତୁଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଚୁମ୍ବକୀୟ ଧାତୁ ତାହା ଜାଣିବାପାଇଁ ଏକ ସରଳ ପରୀକ୍ଷା କର । ପରୀକ୍ଷାରେ କ’ଣସବୁ ଲକ୍ଷ୍ୟ କରିବ ଏବଂ ଏହାର ସିଦ୍ଧାନ୍ତ କ’ଣ ହେବ ଉଲ୍ଲେଖ କର ।
Answer:
ପୃଥକ ଭାବେ ପ୍ରତ୍ୟେକଟି ଧାତବ ପଦାର୍ଥ ନିକଟକୁ ଦଣ୍ଡ ଚୁମ୍ବକଟିକୁ ଅଣାଯିବ । ଯେଉଁ ପଦାର୍ଥଗୁଡ଼ିକ ଦଣ୍ଡ ଚୂମ୍ବକ ଆଡ଼କୁ ଆକର୍ଷିତ ହୋଇ ଟାଣି ହୋଇଯିବେ ସେଗୁଡ଼ିକ ଲୁହା, ନିକେଲ କିମ୍ବା କୋବାଲ୍ଟ ପରି ଚୁମ୍ବକୀୟ ଧାତୁରେ ତିଆରି ବୋଲି ଜଣାପଡ଼ିବ । ଯେଉଁ ପଦାର୍ଥଗୁଡ଼ିକ ଦଣ୍ଡଚୁମ୍ବକଦ୍ୱାରା ଆକର୍ଷିତ ହେବେନାହିଁ, ସେଗୁଡ଼ିକ ଅଚୁମ୍ବକୀୟ ଧାତୁରେ ତିଆରି ବୋଲି ଧରାଯିବ ।
ପରୀକ୍ଷାଟି ସୂଚାଇ ଦେବ ରୂମ୍ବକୀୟ ବଳ କେବଳ ଲୁହା, ନିକେଲ ଓ କୋବାଲଟ ପରି ଚୂମ୍ବକୀୟ ଧାତୁ ଉପରେ ପ୍ରଭାବ ପକାଇବ । ଅନ୍ୟପକ୍ଷରେ ଏହି ବଳବିନା ସ୍ପର୍ଶରେ ଅନୁଭୂତ ହେଉଥିବାରୁ ଚୁମ୍ବକୀୟ ବଳ ଏକ ଅଣ-ସଂସ୍ପର୍ଶ ବଳ ବୋଲି ପ୍ରମାଣିତ ହେବ । ପରୀକ୍ଷାଟି ଚୁମ୍ବକୀୟ ବଳର ଧର୍ମ ସମ୍ବନ୍ଧରେ କିଛି ସୂଚନା ପ୍ରଦାନ କରିବ ।
Question 4.
ତୁମେ ତୁମ ସାର୍ଟରେ ଗୋଟିଏ ପ୍ଲାଷ୍ଟିକ ସ୍କେଲକୁ ଘଷିଲ, ଏହାକୁ କାଗଜ ଟୁକୁଡ଼ାପରି ସୂକ୍ଷ୍ମ ପଦାର୍ଥ ନିକଟକୁ ଆଣିଲ । ପଦାର୍ଥଗୁଡ଼ିକ ସ୍କୁଲ ପାଖକୁ ଟାଣିହୋଇଗଲା ଏବଂ ସ୍କେଲରେ ଲାଗି ରହିଲା । କିଛି ସମୟ ପରେ ସେଗୁଡ଼ିକ ଖସି ପଡ଼ିଲା । କାହିଁକି ଏପରି ଘଟିଲା ବୁଝାଇଲେଖ ।
Answer:
ସ୍କେଲଟିକୁ ସାର୍ଟରେ ଘଷିବାଦ୍ଵାରା ଏହା ବିଯୁକ୍ତାତ୍ମକ ଚାର୍ଜ ପ୍ରାପ୍ତ ହୁଏ । ଫଳରେ ଏହା କାଗଜ ଟୁକୁଡ଼ା ପରି ସୁକ୍ଷ୍ମ ପଦାର୍ଥଗୁଡ଼ିକୁ ଆକର୍ଷଣ କରେ । କିଛି ସମୟପରେ ଚାର୍ଜ କଣିକାଗୁଡ଼ିକ ବାୟୁକୁ ସ୍ଥାନାନ୍ତରିତ ହୁଏ କିମ୍ବା ଆର୍ଦ୍ରବାୟୁ ସଂସ୍ପର୍ଶରେ ଆସି ସ୍କେଲ୍ ଚାର୍ଜବିହୀନ ହୋଇଯାଏ । ସ୍କେଲଟି ଚାର୍ଜଯୁକ୍ତ କଣିକା ହରାଇବା ପରେ ସ୍ଥିର ବୈଦ୍ୟୁତିକ ବଳ ଅପସରି ଯାଏ । ଏହା ପ୍ରମାଣ କରେ ସ୍ଥିର ବୈଦ୍ୟୁତିକ ବଳ ଅସ୍ଥାୟୀ ଏବଂ ଏହା ଶୁଷ୍କ ଅବସ୍ଥାରେ ଥିବା ଅଣଚାର୍ଜିତ ବସ୍ତୁକୁ ଆକର୍ଷଣ କରିବାରେ । ବିନା ସ୍ପର୍ଶରେ ପଦାର୍ଥଗୁଡ଼ିକ ସ୍କେଲ ଆଡ଼କୁ ଆକର୍ଷିତ ହେଉଥିବାରୁ ସ୍ଥିର ବୈଦ୍ୟୁତିକ ବଳ ଗୋଟିଏ ଅଣ ସଂସ୍ପର୍ଶୀ ବଳ ଅଟେ ।
Question 5.
ତୁମେ ଗୋଟିଏ ପୋଖରିରେ ପହଁରୁଛ । ସ୍ଥଳଭାଗରେ ଥିବା ସମୟ ତୁଳନାରେ ତୁମ ପହଁରିବା ସମୟରେ ନିଜକୁ ହାଲୁକା ମନେକରୁଛ ।
(i) ଏହି ପ୍ରକାର ଚିନ୍ତାଧାରାର କାରଣ କ’ଣ ?
(ii) ଏଥପାଇଁ କେଉଁ ପ୍ରକାର ବଳ ଦାୟୀ ଏବଂ ଏହା କିପରି କାର୍ଯ୍ୟକରେ ?
(iii) ଏହାକୁ ଉର୍ଦ୍ଧ୍ୱମୁଖୀ ବଳସହ ସମ୍ବନ୍ଧିତ କର ।
Answer:
(i) ଆମେ ଜଳରେ ପହଁରିବା ସମୟରେ ହାଲୁକା ଅନୁଭବ କରୁ । ଏହାର କାରଣ ହେଲା ଜଳ ଆମ ଶରୀର ପ୍ରତି ଏକ ଉମୁଖୁ ବଳ ପ୍ରୟୋଗ କରେ । ଏହି ଉର୍ଦ୍ଧ୍ୱମୁଖୀ ବଳ ଆମର ଆଭାସୀ ଓଜନ ହ୍ରାସପାଇଁ ଦାୟୀ । ତେଣୁ ଭୂମି ଉପର ତୁଳନାରେ ଜଳ ଭିତରେ ଆମେ ହାଲୁକା ଅନୁଭବ କରୁ ।
(ii) ଏହି ଉର୍ଦୁମୁଖୀ ବଳକୁ ଜଳର ପ୍ଳବନ ବଳ (buoyant force) କହନ୍ତି । ଜଳର ଗଭୀରତା ବୃଦ୍ଧିରେ ଏହାର ଉÉଚାପ ବୃଦ୍ଧି ହୁଏ । ଶରୀରର ନିମ୍ନଅଂଶ (ଜଳକୁ ଲାଗିଥିବା ଅଂଶ) ଉପରଅଂଶ ତୁଳନାରେ ଅଧିକ ଚାପର ସମ୍ମୁଖୀନ ହୁଏ । ଏଠାରେ ଶରୀର ଉପରେ ପରିଣାମୀ ବଳ ଉର୍ଦ୍ଧ୍ୱମୁଖୀ ହୋଇଥାଏ ।
(iii) ଆର୍କିମିଡ଼ିସ୍ଙ୍କ ନୀତି ଅନୁଯାଇ ଜଳରେ ଆମ ଶରୀର ଯେଉଁ ଜଳ ଅପସାରଣ କରେ ତାର ଓଜନ ଉର୍ଦ୍ଧ୍ୱମୁଖୀ ବଳ ସହ ସମାନ । ଉର୍ଦ୍ଧ୍ୱମୁଖୁ ବଳ ଦ୍ଵାରା ଆମେ ହାଲୁକା ଅନୁଭବ କରୁ ।
ଘଟଣା ଆଧାରିତ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ
(i) ରିଆ ବିଦ୍ୟାଳୟର ବିଜ୍ଞାନ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରେ । ଆମ ଦୈନନ୍ଦିନ ଜୀବନରେ ଘର୍ଷଣ ବଳର ପ୍ରଭାବ ଦର୍ଶାଇବାକୁ ସେ ସ୍ଥିର କଲା । ସେ ଗୋଟିଏ ରାମ୍ଫ (Ramp) ତିଆରି କରି ସେଣ୍ଡ୍ରେ ଗୋଟିଏ କାଠ ବାକ୍ସ, ଗୋଟିଏ ଇସ୍ପାତ ବଲ୍ ଏବଂ ଗୋଟିଏ ପ୍ଲାଷ୍ଟିକ ବଲ ଗଡ଼ାଇବା ଦେଖାଇଲା । ପରେ ସେ ରାମ୍ପରେ ପ୍ରଥମେ ପ୍ଲାଷ୍ଟିକ ଚଦର ଓ ପରେ ବାଲିକାଗଜ ଏବଂ ଗାମୁଛାଟିଏ ପକାଇଲା । ଗଡ଼ାଯାଇଥିବା ପଦାର୍ଥଗୁଡ଼ିକ ପ୍ରତ୍ୟେକ କେତେଦୂର ଗତିକଲା ସେଗୁଡ଼ିକ ଲିପିବଦ୍ଧ କଲା ।
ସେ ଦେଖୁଲା ଯେ ଇସ୍ପାତ କମ୍ ପ୍ଲାଷ୍ଟିକ ଚଦର ଉପରେ ଅନ୍ୟ ଦୁଇଟି ବସ୍ତୁ ତୁଳନାରେ ଅଧିକ ପଥ ଅତିକ୍ରମ କଲା ଏବଂ ରବର ବଲ୍ ସର୍ବନିମ୍ନ ବାଟ ଗଲା । ସେ ବୁଝାଇଲା ବିଭିନ୍ନ ସମତଳ ଉପରେ ଏବଂ ଭିନ୍ନ ଭିନ୍ନ ପଦାର୍ଥକୁ ନେଇ ଘର୍ଷଣ ବଳ ଭିନ୍ନ ଭିନ୍ନ ହୁଏ । ଏହାକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
ରବର ବଲ୍ ବାଲିକାଗଜ ଉପରେ ଗଡ଼ଗଡ଼ି ଯିବା ତୁଳନାରେ ଇସ୍ପାତ ବଲ୍ ପ୍ଲାଷ୍ଟିକ ଚଦର ଉପରେ ଗଡ଼ି ଅଧ୍ବକ ଦୂର ଅତିକ୍ରମ କଲା କାହିଁକି ? ଏହା ଘର୍ଷଣ ବଳ ବିଷୟରେ କି ତଥ୍ୟ ଦିଏ ।
(ii) ରିଆ ରାମ୍ପ (Ramp) ର ଘର୍ଷଣ ବଳକୁ କମାଇବାକୁ ଚାହିଁଲା । ଏହାଦ୍ଵାରା ବସ୍ତୁ ସହଜରେ ଗଡ଼ିପାରିବ ବୋଲି ସେ ମନେକଲା । ସେ କି ପ୍ରକାର ଉପାୟ କଲା ଏବଂ ଏହା ବସ୍ତର ଗତିକୁ କିପରି ପ୍ରଭାବିତ କଲା ?
(iii) ଯଦିଓ ଘର୍ଷଣ ଗତିକୁ ପ୍ରତିରୋଧ କରେ, ରିଆ ତା’ର ଲେଖାରେ ଘର୍ଷଣ ବଳ ଆବଶ୍ୟକ ବୋଲି ଦର୍ଶାଇ ଥଲା । ତେଣୁ କେଉଁ ଦୃଷ୍ଟିରୁ ଘର୍ଷଣ ବଳ ଉଭୟ ଉପକାରି ଓ ଅଦରକାରି ?
Answer:
(i) ଇସ୍ପାତ ବଲ ପ୍ଲାଷ୍ଟିକ ଚଦର ପୃଷ୍ଠତଳ ଉପରେ ଗଡ଼ି ଅଧିକ ପଥ ଅତିକ୍ରମ କରିବ କାରଣ ପ୍ଲାଷ୍ଟିକ ଚଦରର ଘର୍ଷଣ ବଳ ସର୍ବନିମ୍ନ । ଏହା ବ୍ୟତୀତ ଇସ୍ପାତ ବଲ୍ର ସାନ୍ଦ୍ରତା ଅଧିକ ହେତୁ ଏହା ଉପରେ ମାଧ୍ୟାକର୍ଷଣ ବଳ ମଧ୍ୟ ଅଧିକ ହେବ । ଏଥୁରୁ ଜଣାପଡ଼େ ଘର୍ଷଣ ବଳ ପୃଷ୍ଠତଳର ପ୍ରକୃତି ଉପରେ ନିର୍ଭର କରେ ।
(ii) ରିଆ ରାମ୍ପ ଉପରେ ତେଲ, ଗ୍ରିଜ୍ କିମ୍ବା ପାଉଡ଼ର ପ୍ରୟୋଗ କରି ପୃଷ୍ଠତଳର ସମତା ବୃଦ୍ଧି କରିପାରିବ ଏବଂ ଘର୍ଷଣ ବଳ କମାଇପାରିବ । ଏହାଦ୍ଵାରା ଘଣେ କମିଯିବ ଏବଂ ବସ୍ତୁ ସହଜରେ ଗଡ଼ି ଅଧିକ ଦୂରତା ଅତିକ୍ରମ କରିବେ ।
(iii) ଘର୍ଷଣ ବଳ ଗତିକୁ ପ୍ରତିରୋଧ କରେ । ଏହାର ଉପକାରିତା ଓ ଅପକାରିତା ଦୈନନ୍ଦିନ ଜୀବନରେ ଉପଲବ୍ଧ । ଘର୍ଷଣ ବଳଯୋଗୁ ଆମେ ଚଟାଣରେ ଚାଲିବା ଓ ଗାଡ଼ିମଟର ରାସ୍ତାରେ ଗଡ଼ିବା ସହଜ ହୁଏ । କୌଣସି ପଦାର୍ଥକୁ ଜାବୁଡ଼ି ଧରିବା, ପେନ୍ ଓ ପେନ୍ସିଲ୍ରେ ଲେଖିବାରେ ଘର୍ଷଣ ବଳ ସହାୟକ ହୁଏ । ଘର୍ଷଣ ଯୋଗୁ ଯାନବାହନରେ ବ୍ରେକ୍ ଦେବା ସହଜ ।
ଘର୍ଷଣ ବଳ କମ୍ ହେଲେ ଚାଲିବା ସମୟରେ ଦୁର୍ଘଟଣା ଘଟେ । ଘର୍ଷଣ ବଳ ନ ଥିଲେ ଆମେ ଗତିଶୀଳ ବସ୍ତକୁ ନିଜ ହାତକୁ ଆଣିପାରିବା ନାହିଁ ।
![]()
Question 6.
ରୋହନ ଗ୍ରୀଷ୍ମ ଛୁଟିରେ ଗାଁକୁ ଗଲା । ଗାଁ ପୋଖରୀରୁ ପାଣି ବାଲଟି ଉଠାଇବା ବେଳେ ପାଣି ଭିତରେ ବାଲ୍ଟି ହାଲୁକା ଲାଗିଲା । କିନ୍ତୁ ପାଣି ସ୍ତର ଉପରକୁ ବାଲ୍ଟି ଆସିବାପରେ ଓଜନିଆ ହେଲା । ଉତ୍ସାହିତ ହୋଇ ସେ ଗୋଟିଏ ବାୟୁ ଭିର୍ଜି ପ୍ଲାଷ୍ଟିକ ବୋତଲକୁ ଜଳରେ ବୁଡ଼ାଇବାକୁ ଯାଇ ସଫଳ ହେଲାନାହିଁ । ସେତେବେଳେ ସେ ଠିପିଖୋଲି ପାଣି ଭର୍ତ୍ତିକଲା, ବୋତଲ ପାଣିରେ ବୁଡ଼ିଗଲା । ଘଟଣାକୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର
ଦିଅ ।
(i) ପାଣିରେ ବୁଡ଼ି ରହିଥୁବା ସମୟରେ ବାଲ୍ଟି ହାଲୁକା ଲାଗେ କିନ୍ତୁ ପାଣି ସ୍ତର ଉପରକୁ ଆସିଲେ ଓଜନିଆ ଲାଗେ କାହିଁକି ?
(ii) ବାୟୁପୂର୍ଣ ପ୍ଲାଷ୍ଟିକ ବୋତଲ ଜଳରେ ଭାସେ କିନ୍ତୁ ଜଳପୂର୍ଣ ବୋତଲ ବୁଡ଼ିଯାଏ । ବଳ ଓ ଓଜନ ଦୃଷ୍ଟିରୁ ବିଚାର କର ।
(iii) ଉର୍ଦ୍ଧ୍ୱମୁଖୀ ବଳର ଅବଧାରଣା ବାସ୍ତବ ଜୀବନରେ କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
(i) ପାଣିରେ ବୁଡ଼ିଥିବା ସମୟରେ ଜଳ ବାଲ୍ଟି ଉପରେ ଉର୍ଦ୍ଧ୍ୱମୁଖୀ ବଳ ପ୍ରୟୋଗ କରୁଥିବାରୁ ଏହାର ଓଜନ ହ୍ରାସପରି ଲାଗେ । ଏହା ପ୍ଳବନ ବଳ ଅଟେ । ବାଲଟି ଜଳପୂର୍ଣ୍ଣ ହୋଇ ଜଳସ୍ତର ଛାଡ଼ିବାପରେ ଏହା ଉପରେ ଜଳର ପ୍ଳବନ ବଳ ନଥାଏ କେବଳ ପୃଥିବୀର ମାଧ୍ୟାକର୍ଷଣ ବଳ (ଓଜନ) ଅନୁଭୂତ ହୁଏ । ଫଳରେ ବାଲଟି ଓଜନିଆ ଲାଗେ ।
(ii) ଠିପିବନ୍ଦ ବାୟୁପୂର୍ଣ୍ଣ ପ୍ଲାଷ୍ଟିକ ବୋତଲର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ । ଜଳରେ ବୋତଲକୁ ବୁଡ଼ାଇବା ସମୟରେ ଜଳର ପ୍ଳବନ ବଳ ବୋତଲ ଉପରେ ପୃଥିବୀର ମାଧ୍ୟାକର୍ଷଣ ବଳ ଅପେକ୍ଷା ଅଧିକ ହୁଏ । ତେଣୁ ଏହା ଜଳରେ ଭାସେ । କିନ୍ତୁ ପାଣିଭର୍ତ୍ତି ହୋଇଥିବା ପ୍ଲାଷ୍ଟିକ ବୋତଲର ସାନ୍ଦ୍ରତା ଜଳର ସାନ୍ଦ୍ରତା ଅପେକ୍ଷା ଅଧିକ । ଏଠାରେ ବୋତଲ ଉପରେ ଜଳର ପ୍ଳବନ ବଳ ମାଧ୍ୟାକର୍ଷଣ ବଳ ଅପେକ୍ଷା କମ୍ । ଏଣୁ ଜଳପୂର୍ଣ୍ଣ ବୋତଲ ପାଣିରେ ବୁଡ଼ିଯାଏ ।
(iii) ଜାହାଜ ଓ ଡଙ୍ଗା ଲୁହାରେ ତିଆରି ହୋଇ ମଧ୍ୟ ସେଗୁଡ଼ିକ ମଧ୍ୟରେ ଥିବା ଫମ୍ପା ସ୍ଥାନଯୋଗୁ ଆୟତନ ଅଧିକ ହୋଇ ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମିଯାଏ । ତେଣୁ ସେଗୁଡ଼ିକ ଜଳରେ ଭାସେ । ଜଳର ଉର୍ଦ୍ଧ୍ୱମୁଖୀବଳ ଆମକୁ ପହଁରିବାରେ ସାହାଯ୍ୟ କରେ । ବାୟୁର ପ୍ଳବନ ବଳ ବେଲୁନକୁ ଉପରକୁ ଉଠାଇବାରେ ଓ ପାରାଚୁଟ୍ରେ ଓହ୍ଲାଇବାରେ ସହାୟକ ହୁଏ ।
ଦୃଢୋକ୍ତି – କାରଣ ପ୍ରଶ୍ନୋତ୍ତର (Assertion – Reason Question Answers)
ନିମ୍ନଲିଖତ ପ୍ରଶ୍ନଗୁଡ଼ିକରେ ପ୍ରତ୍ୟେକରେ ଦୁଇଟି ଉକ୍ତି ରହିଛି । ପ୍ରଥମଟି ଦୃଢୋକ୍ତି (Assertion) ବା (A) ଏବଂ ଦ୍ଵିତୀୟଟି କାରଣ (Reason) ବା (R) ସଠିକ ତଥ୍ୟ ଭିଭିରେ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଉଭୟ A ଏବଂ R ସତ୍ୟ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ
(ଖ) ଉଭୟ A ଏବଂ R ସତ୍ୟ ଏବଂ R, A ର ସଠିକ ବ୍ୟାଖ୍ୟାକରଣ ନୁହେଁ
(ଗ) A ସତ୍ୟ କିନ୍ତୁ R ମିଥ୍ୟା
(ଘ) A ମିଥ୍ୟା କିନ୍ତୁ R ସତ୍ୟ
1. ଦୃଢୋକ୍ତି (A) : ଗୋଟିଏ ରବର ବଲକୁ ଚାପ ପ୍ରୟୋଗ କଲେ ଏହାର ଆକାରର ପରିବର୍ତ୍ତନ ଘଟେ ।
କାରଣ (R) : ବଳ ନରମ ବସ୍ତର ଆକୃତିରେ ପରିବର୍ତ୍ତନ ଆଣେ ।
Answer:
ଉଭୟ A ଓ R ସତ୍ୟ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ
2. ଦୃଢୋକ୍ତି (A) : ଘର୍ଷଣ ବଳ ଗତିଶୀଳ ବସ୍ତର ଗତିକୁ କମାଇଦିଏ ।
କାରଣ (R) : ଘର୍ଷଣ ବଳ ସର୍ବଦା ବସ୍ତର ଗତିର ଦିଗରେ କାର୍ଯ୍ୟକ୍ରରେ ।
Answer:
A ସତ୍ୟ କିନ୍ତୁ R ମିଥ୍ୟା
3. ଦୃଢୋକ୍ତି (A) : ଚାଲିବାବେଳେ ଘର୍ଷଣ ବଳ ଦରକାର ହୁଏ ନାହିଁ ।
କାରଣ (R) : ଘର୍ଷଣ ଆମର ଗତିକରିବାର ଦକ୍ଷତା କମାଇଦିଏ ।
Answer:
A ମିଥ୍ୟା କିନ୍ତୁ R ସତ୍ୟ
4. ଦୃଢୋକ୍ତି (A) : ବସ୍ତୁ ଜଳରେ ନିମଜ୍ଜିତ ଅବସ୍ଥାରେ ଉମୁଖୀ ବଳ ଅନୁଭବ କରେ ।
କାରଣ (R) : ତରଳ ନିମଜ୍ଜିତ ବସ୍ତ ଉପରେ ଉର୍ଷ୍ଟବଳ ପ୍ରୟୋଗ କରେ ।
Answer:
ଉଭୟ A ଓ R ସତ୍ୟ ଏବଂ R ହେଉଛି Aର ସଠିକ ବ୍ୟାଖ୍ୟାକରଣ
5. ଦୃଢୋକ୍ତି (A) : ବ୍ୟକ୍ତି ସାଧାରଣ ଜଳ ତୁଳନାରେ ଲୁଣାଜଳରେ ସହଜରେ ଭାସିପାରେ ।
କାରଣ (R) : ଲବଣଯୁକ୍ତ ଜଳର ସାନ୍ଦ୍ରତା ଅଧିକ ଏବଂ ଏହା ଅଧିକ ଉର୍ଷ୍ଟବଳ ଦେଇଥାଏ ।
Answer:
ଉଭୟ À ଉଭୟ R ସତ୍ୟ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ
ଘଟଣା ଆଧାରିତ ପ୍ରଶ୍ନୋତ୍ତର :
Question 1.
ଗୋଟିଏ ପରିବା ବୋଝେଇ ଶଗଡ଼ ଗାଡ଼ିକୁ ଠେଳିବାରେ ରବି, ବାପାଙ୍କୁ ସାହାଯ୍ୟ କଲା । ଶଗଡ଼ଟି ସିମେଣ୍ଟ ତିଆରି କଂକ୍ରିଟ ରାସ୍ତାଦେଇ ଗଲା । ରବି ଦେଖୁଲା ଶଗଡ଼ଟିକୁ ଠେଲିବାପାଇଁ ଅଧୁକ ବଳ ଦରକାର ହେଲା । ସେ ଠେଲିବା ବନ୍ଦ କରିଦେବାରୁ ଶଗଡ଼ଟି ଧୀରେ ଧୀରେ ଅଟକିଗଲା । ବାପା କହିଲେ ରାସ୍ତାଟି ଅସମତଳ ଥିବାରୁ ଶଗଡ଼ର ଗତିରେ ବାଧାସୃଷ୍ଟି ହେଉଛି । ଘଟଣାଟି ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଦିଅ ।
(i) ଶଗଡ଼ ଠେଲିବାରେ ରବି କି ପ୍ରକାର ବଳ ପ୍ରୟୋଗ କଲା ?
(a) ମାଧ୍ୟାକର୍ଷଣ
(c) ଚୁମ୍ବକୀୟ
(b) ମାଂସପେଶୀୟ
(d) ସ୍ଥିର ବୈଦ୍ୟୁତିକ
Answer:
(b) ମାଂସପେଶୀୟ
(ii) ରବି ଠେଲିବା ବନ୍ଦ କଲାପରେ ଶଗଡ଼ଟି ଅଟକି ଗଲା କାହିଁକି ?
(a) ବାୟୁଚାପର ଅଭାବ ଯୋଗୁ
(b) ଚୁମ୍ବକୀୟ ଆକର୍ଷଣ ଯୋଗୁଁ
(c) ଶଗଡ଼ ଚକ ଓ ରାସ୍ତା ମଧ୍ୟରେ ଘର୍ଷଣ ବଳ ଯୋଗୁଁ
(d) ମାଧ୍ୟାକର୍ଷଣ ବିକର୍ଷଣ ଯୋଗୁଁ
Answer:
(c) ଶଗଡ଼ ଚକ ଓ ରାସ୍ତା ମଧ୍ୟରେ ଘର୍ଷଣ ବଳ ଯୋଗୁଁ
(iii) ରାସ୍ତାଟି ସଂପୂର୍ଣ୍ଣ ସମତଳ ହୋଇଥିଲେ କ’ଣ ଘଟିଥାଆନ୍ତା ?
(a) ଶଗଡ଼ ଦ୍ରୁତ ବେଗରେ ଗତି କରିଥାଆନ୍ତା
(b) ଶଗଡ଼ଟି ଉଡ଼ି ଥାଆନ୍ତା
(c) ଘର୍ଷଣବଳ ବୃଦ୍ଧି ହୋଇଥାଆନ୍ତା
(d) ଶଗଡ଼ ଉଠାତ ଅଟକି ଯାଇଥାଆନ୍ତା
Answer:
(a) ଶଗଡ଼ ଦ୍ରୁତ ବେଗରେ ଗତି କରିଥାଆନ୍ତା
Question 2.
ପ୍ରିୟା ତାର ବିଜ୍ଞାନ ବହିରେ ପଢ଼ିଥିଲା ଯେ ପୃଥିବୀରେ ୬୦ ନିଉଟନ ଓଜନର ବସ୍ତୁକୁ ଚନ୍ଦ୍ରପୃଷ୍ଠରେ ଓଜନ କଲେ ୧୦ ନିଉଟନ ହୁଏ । ସେ ଦ୍ଵନ୍ଦରେ ପଡ଼ିଲା କାରଣ ସେ ଭାବିଲା ଯେ ବସ୍ତୁ ସବୁ ଯାଗାରେ ସମାନ । ତା’ର ଶିକ୍ଷକ ବୁଝାଇଲେ ବସ୍ତୁର ବସ୍ତୁତ୍ଵ ସବୁ ଯାଗାରେ ସମାନ କିନ୍ତୁ ଓଜନ ଗ୍ରହ କିମ୍ବା ଚନ୍ଦ୍ରର ମାଧ୍ୟାକର୍ଷଣ ବଳର ଭିନ୍ନତା ଯୋଗୁ ଭିନ୍ନ ଭିନ୍ନ ହୁଏ । ପରିସ୍ଥିତିକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) କାହିଁକି ବସ୍ତର ଓଜନ ଚନ୍ଦ୍ରପୃଷ୍ଠରେ ବଦଳିଗଲା ?
(a) ବାୟୁଚାପର ପରିବର୍ତ୍ତନ
(b) ମାଧ୍ୟାକର୍ଷଣ ବଳର ପରିବର୍ତ୍ତନ
(c) ବସ୍ତୁତ୍ଵର ପରିବର୍ତ୍ତନ
(d) ବସ୍ତର ଆକୃତିର ପରିବର୍ତ୍ତନ
Answer:
(b) ମାଧ୍ୟାକର୍ଷଣ ବଳର ପରିବର୍ତ୍ତନ
(ii) ନିମ୍ନୋକ୍ତ ମଧ୍ୟରୁ ବସ୍ତୁର କେଉଁଟି ସର୍ବତ୍ର ସମାନ ?
(a) ଓଜନ
(b) ଆୟତନ
(c) ବସ୍ତତ୍ଵ
(d) ମାଧ୍ୟାକର୍ଷଣ ଆକର୍ଷଣ ଯୋଗୁ
Answer:
(c) ବସ୍ତତ୍ଵ
(iii) ଓଜନ କେଉଁ ଯନ୍ତ୍ରରେ ମାପ କରାଯାଏ ?
(a) ଚୁଲର୍
(b) ଥର୍ମୋମିଟର
(c) ସ୍ପ୍ରିଙ୍ଗ୍ ନିକିତି
(d) ମାପକ ସିଲିଣ୍ଡର
Answer:
(c) ସ୍ପ୍ରିଙ୍ଗ୍ ନିକିତି