Go through BSE Odisha Class 7 Science Notes Odia Medium and Class 7 Science Chapter 1 Notes Odia Medium ଚିର ବିକାଶଶୀଳ ବିଜ୍ଞାନ ଜଗତ to understand important concepts and topics more clearly.
7th Class Science Chapter 1 Notes Odia Medium
BSE Odisha Class 7 Science Chapter 1 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:
ଜିଜ୍ଞାସାର ଅର୍ଥ ହେଉଛି ଜାଣିବାକୁ ଇଚ୍ଛା । ଆମେ ଆମ ଚତୁଃପାର୍ଶ୍ୱସ୍ଥ ପ୍ରାକୃତିକ ଘଟଣା ସମ୍ବନ୍ଧରେ ପ୍ରଶ୍ନ ପଚାରିବା, ପରୀକ୍ଷା କରିବା, ଅଧିକ ଜାଣିବା ପାଇଁ ଅନୁସନ୍ଧାନ କରିବା ଓ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ ।
ପକ୍ଷୀ ଡେଣାର ଉଡ଼ାଣ ହିଁ ଉଡ଼ାଜାହାଜ ତିଆରିରେ ସାହାଯ୍ୟ କରିଛି, ଉଡ଼ିବାର ସ୍ଵପ୍ନ ମଧ୍ଯ ସରଳ ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣରୁ ହିଁ ଆରମ୍ଭ ହୋଇଥିଲା ।
ବିଜ୍ଞାନ ଏକ ପ୍ରକ୍ରିୟା ଯାହାକି ଜାଣିବାର ଆଗ୍ରହକୁ ଓ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରେ ଓ ଅଜ୍ଞାତକୁ ଜାଣିବାରେ ଉନ୍ମୁକ୍ତ ମାନସିକତା ସୃଷ୍ଟି କରିଥାଏ ।

ବିଜ୍ଞାନ ଏକ ନିରନ୍ତର ଅନ୍ଵେଷଣ ପ୍ରକ୍ରିୟା । ଆମ ପରିବେଶର ଆହ୍ଵାନଗୁଡ଼ିକ ସହ ପରିଚୟ କରିବା, ଏକ ପୋଷଣୀୟ ବିଶ୍ୱ ସୃଷ୍ଟି କରିବାରେ ବିଜ୍ଞାନର ଭୂମିକା ସହାୟକ ହେବ । ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ, ଜୀବବିଜ୍ଞାନ ଓ ଭୂବିଜ୍ଞାନ ପରି
ବିଜ୍ଞାନର ବିଭିନ୍ନ କ୍ଷେତ୍ର ପରସ୍ପର ସହ ନିବିଡ଼ଭାବେ ସଂପର୍କିତ ଯାହା ଆମକୁ ଅନେକ କ୍ଷେତ୍ରରେ ଅନ୍ଵେଷଣ କରିବାକୁ ପ୍ରେରଣା ଦେବ କିମ୍ବା ଅନ୍ୟ କ୍ଷେତ୍ରରେ ପ୍ରଶ୍ନ ପଚାରିବାକୁ ସୁଯୋଗ ଦେବ ।
ଜ୍ଞାନ କହିଲେ କୌଣସି ବିଷୟରେ ଜାଣିବାକୁ ବା ଅବଗତ ହେବାକୁ ବୁଝାଇଥାଏ । ଯେଉଁ ବସ୍ତୁ ବା ବିଷୟ ଯାହା, ତାହାକୁ ସେହି ରୂପରେ ଜାଣିବା ହିଁ ଜ୍ଞାନ ଅଟେ । ଗୋଟିଏ ବସ୍ତୁକୁ ଭିନ୍ନ ବସ୍ତୁ ରୂପରେ ଜାଣିଲେ ତାହା ଜ୍ଞାନ ନୁହେଁ ।
ଜ୍ଞାନ ଦୁଇ ପ୍ରକାର, ଯଥା ପ୍ରତ୍ୟକ୍ଷ ଓ ପରୋକ୍ଷ, ଆମେ ଆମ ଶରୀରର ଇନ୍ଦ୍ରିୟଦ୍ଵାରା ଯେଉଁ ଜ୍ଞାନ ପାଇଥାଉ ତାହା ପ୍ରତ୍ୟକ୍ଷ ଜ୍ଞାନ ଅଟେ । ପରୋକ୍ଷ ଜ୍ଞାନ ଇନ୍ଦ୍ରିୟମାନଙ୍କଦ୍ଵାରା ମିଳେ ନାହିଁ । ଏହା ଅନୁମାନ ସାହାଯ୍ୟରେ ମିଳିଥାଏ ।
ବିଜ୍ଞାନ କହିଲେ ଶୋଧୁତ ଓ ପ୍ରମାଣିତ ଜ୍ଞାନକୁ ବୁଝାଇଥାଏ । ପ୍ରତ୍ୟକ୍ଷ ଜ୍ଞାନ ଅନେକ ସମୟରେ ଶୋଧୃତ ଓ ପ୍ରମାଣିତ ହେବାର ଆବଶ୍ୟକତା ପଡ଼ିଥାଏ । ସୁତରାଂ, ପ୍ରମାଣିତ ଜ୍ଞାନ ହିଁ ବିଜ୍ଞାନ ଅଟେ । ପ୍ରକୃତ ସତ୍ୟ ନିକଟରେ ପହଞ୍ଚିବା ବିଜ୍ଞାନର ଲକ୍ଷ୍ୟ ଅଟେ ।
![]()
ବୈଜ୍ଞାନିକ ହେବା ମନୁଷ୍ୟର ପ୍ରାକୃତିକ ଗୁଣ । ପ୍ରଶ୍ନ କରିବା ତାହାର ସ୍ଵଭାବଗତ ଲକ୍ଷଣ । ଜଣେ ବୈଜ୍ଞାନିକର ମୌଳିକ ଗୁଣ ହେଉଛି ପ୍ରଶ୍ନ ପଚାରିବା ।
ପ୍ରତ୍ୟେକ ମନୁଷ୍ୟ ତା’ ଚାରିପଟେ ଘଟୁଥିବା ପ୍ରତ୍ୟେକ ଘଟଣାବଳୀ ସମ୍ବନ୍ଧରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାଏ । ଯାହା ସେ ବୁଝିପାରେ ନାହିଁ, ତାକୁ ବୁଝିବା ପାଇଁ ପ୍ରଶ୍ନ କରିଚାଲେ ।
କୌଣସି ଘଟଣା କାହିଁକି ଘଟୁଛି, ତାହା ପଛରେ କାରଣ କ’ଣ ରହିଛି ତାହା ଜାଣିବାପାଇଁ ତା’ର ଇଚ୍ଛା ତାକୁ ବୈଜ୍ଞାନିକ ସ୍ତରକୁ ନେଇଯାଏ । କୌଣସି ଘଟଣା ଆପେ ସଂଗଠିତ ହୁଏ ବୋଲି ଗ୍ରହଣ କରାଯାଇପାରେ ନାହିଁ । ଏହାହିଁ ବୈଜ୍ଞାନିକ ଚେତନା ।
ବୈଜ୍ଞାନିକ ନିକ ହେବା ପାଇଁ ବିଜ୍ଞାନ ସମ୍ବନ୍ଧରେ ଅଧ୍ୟୟନ ଜରୁରୀ, କିନ୍ତୁ ତା’ଠାରୁ ଅଧିକ ଜରୁରୀ ବୈଜ୍ଞାନିକ ଭାବନାର ବଶବର୍ତୀ ହେବା । ବୈଜ୍ଞାନିକ ଭାବନା ବ୍ୟକ୍ତିର ଚିନ୍ତାରେ, କଥାରେ ଓ କାର୍ଯ୍ୟରେ ପ୍ରତିଫଳିତ ହୋଇଥାଏ ।
ସଭ୍ୟତାର ବିକାଶ କ୍ଷେତ୍ରରେ ବିଜ୍ଞାନର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଆଦିମ ମନୁଷ୍ୟର ମନରେ ଅଙ୍କୁରିତ ହୋଇଥିବା କାହିଁକିର ପ୍ରଶ୍ନରୁ ଜନ୍ମ ନେଇଛି ବିଜ୍ଞାନ । ବୁଦ୍ଧିମତ୍ତାର ବିକାଶ ତାହାକୁ ବୈଜ୍ଞାନିକ ସ୍ତରକୁ ଉନ୍ନତ କରିଛି । ବିଜ୍ଞାନର ଅନୁଗାମୀ ହେବା ଏକ ସାଧନା । ଯେଉଁମାନେ ବିଜ୍ଞାନକୁ ଗ୍ରହଣ କରନ୍ତି ନାହିଁ, ସେମାନେ ପ୍ରାୟତଃ ଅନ୍ଧବିଶ୍ଵାସୀ ଓ ବିବେକହୀନ ହୋଇଥା’ନ୍ତି । ସମାଜରେ ସେହିମାନେ ଶ୍ରେଷ୍ଠ ଓ ଉନ୍ନତ, ଯେଉଁମାନେ ବିଜ୍ଞାନର ଅନୁଗାମୀ ହୁଅନ୍ତି ଏବଂ ବୈଜ୍ଞାନିକ ଚେତନାର ଅଧିକାରୀ ହୋଇଥା’ନ୍ତି ।
ଯଦି ଆମେ ଜିଜ୍ଞାସାର ପୃଷ୍ଠା ଲେଉଟାଇବା ତେବେ ଆମ ଚିନ୍ତାଧାରା ମଧ୍ୟ ପକ୍ଷୀପରି ଉଡ଼ିବାକୁ ଲାଗିବ ଓ ନୂତନ ଅନୁସନ୍ଧାନ, ବିସ୍ମୟକର ଅନ୍ଵେଷଣ ଇତ୍ୟାଦିକୁ ନେଇ ଆକାଶରେ ପହଞ୍ଚାଇବ ।
![]()
ଅନୁସନ୍ଧାନ କେବଳ ନୂତନ ତଥ୍ୟକୁ ଖୋଜି ବାହାର କରିବା ନୁହେଁ, ବରଂ ଏହା ଏକ ପ୍ରକ୍ରିୟା ଯାହାକି ଜାଣିବାର ଆଗ୍ରହକୁ ଓ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରିଥାଏ । ଏହା ମଧ୍ୟ ଅଜ୍ଞାତକୁ ଜାଣିବାରେ ଉନ୍ମୁକ୍ତ ମାନସିକତା ସୃଷ୍ଟି
କରିଥାଏ ।
ମନୁଷ୍ୟର କାର୍ଯ୍ୟଗୁଡ଼ିକ ପ୍ରାକୃତିକ ଜଗତ ସହିତ ଜଡ଼ିତ ଓ ସମାଜ ସହ ସମ୍ପୃକ୍ତ ଅଟେ । ଆମ ପରିବେଶର ଆହ୍ୱାନଗୁଡ଼ିକ ସହିତ ପରିଚିତ ହେବା ଏବଂ ଏକ ପୋଷଣୀୟ ବିଶ୍ୱ ସୃଷ୍ଟି କରିବାରେ ବିଜ୍ଞାନର ଭୂମିକା ସହାୟକ ହୋଇଥାଏ । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ଭୂବିଜ୍ଞାନ ପରି ଅନେକ ଉପବିଷୟକୁ ନେଇ ବିଜ୍ଞାନ ଗଠିତ ହୋଇଥାଏ । ଏହି ଉପ-ବିଷୟଗୁଡ଼ିକ ପରସ୍ପର ସହ ନିବିଡ଼ଭାବେ ସମ୍ପର୍କିତ, ଯାହା ଆମକୁ ଅନେକ କ୍ଷେତ୍ରରେ ଅନ୍ଵେଷଣ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ।
ଖାଦ୍ୟରେ ଥିବା ଅମ୍ଳଗୁଡ଼ିକ ହେଉଛି, ସାଇଟ୍ରିକ୍ ଅମ୍ଳ, ଆସ୍କରବିକ୍ ଅମ୍ଳ, ଟାରଟାରିକ୍ ଅମ୍ଳ ଓ ଅକ୍ଲିକ ଅମ୍ଳ ।
ଆମର ବୟସ ବୃଦ୍ଧିସହ ଶରୀରର ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ବଞ୍ଚିରହିବା ପାଇଁ ସମସ୍ତ ଜୀବଙ୍କଠାରେ ଜୈବିକ ପ୍ରକ୍ରିୟା ସଂଗଠିତ ହୋଇଥାଏ । ଆମ ଶରୀରର ବୃଦ୍ଧି ପାଇଁ ଖାଦ୍ୟ ଗ୍ରହଣ, ଶ୍ଵାସନ, ରେଚନ ଓ ରକ୍ତ ପ୍ରବାହର ଆବଶ୍ୟକତା ରହିଛି ।

ଆମ ଚତୁଃପାର୍ଶ୍ବରେ ଯେଉଁ ପରିବର୍ତ୍ତନ ହେଉଛି ସେଥୁରୁ କେତୋଟି ପ୍ରତ୍ୟାବର୍ତୀ ଓ କେତୋଟି ଅପ୍ରତ୍ୟାବର୍ତ୍ତୀ ହୋଇପାରେ । ବଞ୍ଚି ରହିବା ପାଇଁ ସମସ୍ତ ଜୀବଙ୍କଠାରେ ଜୈବିକ ପ୍ରକ୍ରିୟା ସଂଗଠିତ ହୁଏ । ଶରୀରର ପରିବର୍ତ୍ତନ ହୁଏ । ଆମର ବୃଦ୍ଧି ପାଇଁ ଆମ ଶରୀରକୁ ଖାଦ୍ୟ ଖାଇବା ସହ ଶ୍ଵାସନ ଓ ଖାଦ୍ୟ ସଂଚାଳନ ପାଇଁ ରକ୍ତ ପ୍ରବାହର ଆବଶ୍ୟକତା ରହିଛି । କେବଳ ପ୍ରାଣୀ କାହିଁକି, ଉଭିଦର ମଧ୍ୟ ବୃଦ୍ଧି ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ।
ବିଦ୍ୟୁତ୍ ଘଣ୍ଟା ଓ ଡିଜିଟାଲ୍ ଘଣ୍ଟା ଆସିବା ବହୁ ପୂର୍ବରୁ ସୂର୍ଯ୍ୟକିରଣକୁ ପର୍ଯ୍ୟବେକ୍ଷଣ କରି ତା’ର ଛାଇ ଅନୁସାରେ ସମୟ ନି ର୍ୟ ୟ କରାଯାଇଥିଲା ।
![]()
ଆଲୋକ ଓ ତା’ର ଛାୟା କେବଳ ସମୟ ଦେଖୁବା କିମ୍ବା କଣ୍ଢେଇ ଖେଳିବା ପାଇଁ ଉଦ୍ଦିଷ୍ଟ ନୁହେଁ । ପ୍ରକୃତରେ ଆଲୋକ ଆମକୁ ଦେଖିବାରେ ସାହାଯ୍ୟ କରେ । ଆଲୋକର ଉତ୍ପତ୍ତି ପାଇଁ ଆମେ ବହୁବିଧ ବ୍ୟବସ୍ଥା କରିଛେ (ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ମଧ୍ୟ ଆମେ ବହି ପଢ଼ି ପାରୁଛୁ) । ଆଲୋକର ପ୍ରକୃତି ଉପରେ ପ୍ରଶ୍ନ ପଚାରି ଆମେ ଆମର ବିଶ୍ଵ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝିପାରୁଛେ । ଆଲୋକ ଓ ଛାୟା କେବଳ ଗୃହ ମଧ୍ୟରେ ଥିବା ପଦାର୍ଥର ନୁହେଁ ବୋଲି ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଜାଣିପାରିବା ।

ପୃଥିବୀ ଓ ଚନ୍ଦ୍ର ଛାୟା ସୃଷ୍ଟି କରିପାରନ୍ତି, ଏହା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗରୁ ସ୍ପଷ୍ଟ ଜାଣିହୁଏ । ଅବଶ୍ୟ ପୃଥିବୀର ଦିନ ଓ ରାତି ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଉପରେ ନିର୍ଭର କରେ । ଏସବୁ ବୁଝିବା ପାଇଁ ପୃଥୁବୀ ନିଜ ଅକ୍ଷ ଚାରିପଟେ କିପରି ଗତି କରୁଛି, ସେହିପରି ଚନ୍ଦ୍ର କିପରି ପୃଥିବୀ ଚାରିପଟେ ଓ ପୃଥିବୀ କିପରି ସୂର୍ଯ୍ୟ ଚାରିପଟେ ଘୂରୁଛି ଜାଣିବା ଆବଶ୍ୟକ ।
ଆଲୋକ ଆମକୁ ଦେଖିବାରେ ସାହାଯ୍ୟ କରେ । ଆଲୋକର ପ୍ରକୃତି ଉପରେ ପ୍ରଶ୍ନ ପଚାରି ଆମେ ଆମର ବିଶ୍ଵ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝିପାରୁଛେ । ପୃଥିବୀ ଓ ଚନ୍ଦ୍ର ମଧ୍ୟ ଛାୟା ସୃଷ୍ଟି କରିଥା’ନ୍ତି । ଏହା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗରୁ ସ୍ପଷ୍ଟ ଜାଣିହୁଏ ।

ସରଳ ପର୍ଯ୍ୟବେକ୍ଷଣ ଓ କୌତୁକିଆ ପରୀକ୍ଷାରୁ ଆଶାନୁରୂପ ଫଳାଫଳ ନ ମିଳିଲେ ଆମକୁ ଆହୁରି ଅଧିକ ପ୍ରଶ୍ନ ପରାରିବାକୁ ଏବଂ ପରୀକ୍ଷା କରିବା ପାଇଁ ପ୍ରେରଣା ମିଳିବ ।

ଜଣେ ବୈଜ୍ଞାନିକ ପରି ଚିନ୍ତା କରିବାକୁ ହେଲେ ଆଗ୍ରହୋଦ୍ଦୀପକ ପ୍ରଶ୍ନ ସୃଷ୍ଟିକରିବା ଗୁରୁତ୍ଵପୂର୍ଣ୍ଣ । ସବୁବେଳେ ହିଁକି ଓ କିପରି’’ ଘଟୁଛି, ବୋଲି ପ୍ରଶ୍ନ ପଚାରି ତାହାର ସମାଧାନ କରିବାକୁ ହେବ ।
ଆନନ୍ଦଦାୟକ ଅନୁସନ୍ଧାନ :
କାର୍ଯ୍ୟ–୧ : ନିମ୍ନରେ ଥିବା ପ୍ରଶ୍ନ ର କର ।
ବିଦ୍ୟାଳୟରେ କିମ୍ବା ପରୀକ୍ଷାରେ ଉତ୍ତର କରିବା ପାଇଁ ସାଧାରଣତଃ କେତେକ ପ୍ରଶ୍ନ ଦିଆଯାଇଥାଏ । ଆମେ ଏହାର ବିପରୀତ ପ୍ରକ୍ରିୟା ଅବଲମ୍ବନ କରିବା ।