Go through BSE Odisha Class 7 Science Notes Odia Medium and Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ to understand important concepts and topics more clearly.
7th Class Science Chapter 3 Notes Odia Medium
BSE Odisha Class 7 Science Chapter 3 Notes Odia Medium
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ :
ଘରକୁ ଆଲୋକୀକରଣ କରିବା, ଘରକୁ ଥଣ୍ଡା ବା ଗରମ ରଖୁବା, ମୋବାଇଲ ଚାର୍ଜ କରିବା, ଟିଭି ଦେଖୁବା ପାଇଁ ଆମେ ବହୁଳ ଭାବରେ ବିଦ୍ୟୁତ୍ ଶକ୍ତି ଉପରେ ନିର୍ଭର କରିଥାଉ ।
ବୈଦ୍ୟୁତିକ ଯାନବାହନ (electric vehicle) ର ଚଳପ୍ରଚଳ ପାଇଁ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତିଗୁଡ଼ିକର କାର୍ଯ୍ୟକାରିତା ପାଇଁ ବିଦ୍ୟୁତ୍ ଶକ୍ତିର ଚାହିଦା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
ବିଦ୍ୟୁତ୍ ବିଭିନ୍ନ ଉପାୟରେ ଯଥା ପବନ କଳରୁ ପବନ ଶକ୍ତି ବ୍ୟବହାର କରି, ସୌର ପ୍ୟାନେଲଦ୍ୱାରା ସୂର୍ଯ୍ୟଙ୍କ ରଶ୍ମିକୁ ଗ୍ରହଣ କରି, ଜଳ ଶକ୍ତି ଦ୍ଵାରା, ପ୍ରାକୃତିକ ଗ୍ୟାସ୍ କିମ୍ବା କୋଇଲା ଦ୍ଵାରା ଉତ୍ପନ୍ନ ହୋଇଥାଏ । ଏହିସବୁ ଉତ୍ସରୁ ବିଦ୍ୟୁତ୍ ଉତ୍ପନ୍ନ ହୋଇ ପରିବାହୀ ତାର ମାଧ୍ୟମରେ ବାସଗୃହ ଓ କାରଖାନାକୁ ଯୋଗାଇ ଦିଆଯାଇଥାଏ । ଉଦାହରଣ ସ୍ଵରୂପ, ଆମ ଘରେ ବିଭିନ୍ନ ଯନ୍ତ୍ରପାତି ବା ଉପକରଣ ଚଳେଇବା ପାଇଁ ଆମେ କାନ୍ଥରେ ଥିବା ପ୍ଲଗ୍ ଓ ସୁଇଚ୍ ବ୍ୟବହାର କରୁ । ତଥାପି, ବିଦ୍ୟୁତ୍ ବିଷୟରେ ଜାଣିବାକୁ ହେଲେ, ଆମେ ବ୍ୟବହାର କରୁଥିବା ଏବଂ ସହଜରେ ନେବା ଆଣିବା କରିହେଉଥିବା ବିଦ୍ୟୁତ୍ ଉତ୍ସ ପ୍ରତି ଧ୍ୟାନ ଦେବା । ଆସ, ଟର୍ଚ୍ଚଲାଇଟ୍ ‘ଭଳି ଏକ ସାଧାରଣ ଯନ୍ତ୍ରରୁ ଆମେ ଆରମ୍ଭ କରିବା ।
ଇନ୍ଧନ : ବିଦ୍ୟୁତ୍ କେଟଲ, ମିକ୍ସର ଗ୍ରାଇଣ୍ଡର, ଟୋଷ୍ଟର, ଓଭନ୍, ମାଇକ୍ରୋୱେଭ୍ ଆଲୋକୀକରଣ : ଘର, ଅଫିସ୍, ଗଳିରାସ୍ତା, ବଜାର, କଳକାରଖାନା
ଗମନାଗମନ : ଟ୍ରେନ୍, ବସ୍, କାର୍, ସ୍କୁଟର, ଲିଫ୍ଟ, ଏସ୍କାଲେଟର
ଗରମ ଓ ଥଣ୍ଡା : ପଙ୍ଖା, ରୁମ୍ ହିଟର, ଇମର୍ସନ ରଡ଼, ଗିଜର, ଫ୍ରିଜ୍, ଏୟାରକଣ୍ଡିସନର ମନୋରଞ୍ଜନ : ଟେଲିଭିଜନ, ରେଡ଼ିଓ
ଯୋଗାଯୋଗ : ମୋବାଇଲ୍ ଫୋନ୍, ଇଣ୍ଟରନେଟ୍
ଅନ୍ୟାନ୍ୟ : ୱାଟରପମ୍ପ, କ୍ରେନ, କମ୍ପ୍ୟୁଟର
ସତର୍କତା : ବିଦ୍ୟୁତ୍ ଖୁଣ୍ଟ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣଗୁଡ଼ିକ ଉପରେ ବିପଦ ସଙ୍କେତ ଲୋକଙ୍କୁ ସତର୍କ କରାଇଥାଏ । ଯଦି ଆମେ ସତର୍କତାର ସହିତ ବ୍ୟବହାର ନ କରିବା ତେବେ ବିଦ୍ୟୁତ୍ ଆମ ପାଇଁ ବିପଦ ସୃଷ୍ଟି କରିପାରେ । ଘର କିମ୍ବା ବିଦ୍ୟାଳୟରେ ହୋଇଥିବା ବିଦ୍ୟୁତ୍ ଯୋଗାଣ ସହିତ ଲାଗିବା ଉଚିତ ନୁହେଁ । ଏପରିକି ଛୋଟ ପୋର୍ଟେବଲ୍ ଜେନେରେଟର ମଧ୍ୟ ବିଦ୍ୟୁତ୍ ବିପଦ ସୃଷ୍ଟି କରିପାରେ । କୌଣସି ପରୀକ୍ଷଣ ପାଇଁ କେବଳ ଟର୍ଚ୍ଚଲାଇଟ୍, କାନ୍ଥ ଘଣ୍ଟା, ରେଡ଼ିଓ ବା ରିମୋଟରେ ବ୍ୟବହାର କରାଯାଉଥିବା ବ୍ୟାଟେରୀ କିମ୍ବା ସେଲ୍ ବ୍ୟବହାର କରିବାକୁ ହେବ ।
![]()
ଟର୍ଚ୍ଚ ଲାଇଟ୍ :
କାର୍ଯ୍ୟ-୧ : ଆସ ଅନୁସନ୍ଧାନ କରିବା

ଗୋଟିଏ ଟର୍ଚ୍ଚ ଲାଇଟ୍ ନିଆଯାଉ ।
ଏହାକୁ ଯନ୍ର ସହିତ ଅନୁଧ୍ୟାନ କରିଲେ ଏକ ଲ୍ୟାମ୍ପ ଓ ଏକ ସୁଇଚ୍ ଦେଖୁପାରିବା ।
- ସ୍ଵିଚ୍କୁ ଆଗକୁ ଖସାଇ ଓ ଅନୁଧ୍ୟାନ କଲେ ଟର୍ଚ୍ଚ ଜଳୁଛି ।
- ବର୍ତ୍ତମାନ ସୁଇଟ୍କୁ ପଛକୁ ଖସାଇ ମୂଳ ସ୍ଥାନକୁ ଆଣ ଏବଂ ଟର୍ଚ୍ଚକୁ ପର୍ଯ୍ୟବେକ୍ଷଣ କର । ଟର୍ଚ୍ଚ ଜଳୁନାହିଁ ୟ ଲକ୍ଷ୍ୟ କରିଥିବ ଯେ ସୁଇଚ୍ର ପ୍ରଥମ ସ୍ଥିତିରେ ଟର୍ଚ୍ଚ ଜଳିଲା ଏବଂ ଦ୍ଵିତୀୟ ସ୍ଥିତିରେ ଜଳିଲା ତୁମେ ନିଶ୍ଚୟ ନାହିଁ ।
- ବର୍ତ୍ତମାନ, ଟର୍ଚ୍ଚ ଲାଇଟ୍ଟିକୁ ଖୋଲିଦେଲେ ଟର୍ଚଲାଇଟ୍ ଭିତରେ ଦୁଇ କିମ୍ବା ଅଧିକ ବୈଦ୍ୟୁତିକ ସେଲ୍ ଦେଖିବାକୁ ମିଳିବ ।
ଗୋଟିଏ ସରଳ ବିଦ୍ୟୁତ୍ ପରିପଥର ଉପାଦାନ
ବିଦ୍ୟୁତ୍ କୋଷ (Electric cell) :
କାର୍ଯ୍ୟ –୨ : ଆସ ଗ ପରୀକ୍ଷା କରିବା
ଏକ ବିଦ୍ୟୁତ୍ କୋଷ ନେଇ, ଏହାର ଦୁଇପାର୍ଶ୍ଵକୁ ଦେଖ । ତୁମେ ଯୁକ୍ତ ଅଗ୍ର ବିଦ୍ୟୁତ୍ କୋଷ ଉପରେ ଏକ ଯୁକ୍ତ ଚିହ୍ନ (+) ଏବଂ ଅନ୍ୟଟି ବିଯୁକ୍ତ ଚିହ୍ନ (–) ଲେଖାଥିବାର ଦେଖୁବ ? ଏହାର ଗୋଟିଏ ମୁଣ୍ଡରେ ଏକ ଛୋଟ ଧାତବ ଟୋପି ଏବଂ ଅନ୍ୟ ଏକ ମୁଣ୍ଡରେ ଚଟକା ଧାତବ ପଦାର୍ଥଟିଏ ଲାଗିଥିବାର ଦେଖୁବ ।

ଗୋଟିଏ ବିଦ୍ୟୁତ୍ କୋଷରେ ଦୁଇଟି ଅଗ୍ର ଥାଏ । ଗୋଟିଏ ଯୁକ୍ତ (+) ଅଗ୍ର, ଅନ୍ୟଟି ବିଯୁକ୍ତ (–) ଅଗ୍ର । ଆମେ ନେଇଥିବା ବିଦ୍ୟୁତ୍ କୋଷରେ ଧାତୁ ଟୋପି ହେଉଛି ବୈଦ୍ୟୁତିକ କୋଷର ଯୁକ୍ତ (+) ଓ ଅନ୍ୟଟି (ଚଟକା ଧାତବ ପଦାର୍ଥ) ବିଯୁକ୍ତ (–) ଅଗ୍ର । ବିଦ୍ୟୁତ୍ କୋଷ ହେଉଛି ସୁବିଧାରେ ନେବା ଆଣିବା କରି ହେଉଥିବା (Portable) ବିଦ୍ୟୁତ୍ ଶକ୍ତିର ଉତ୍ସ ।
ବ୍ୟାଟେରୀ : ଏକ ଟର୍କରେ ଆମେ ସାଧାରଣତଃ ସେଗୁଡ଼ିକୁ ଅଧିକ କୋଷର ବ୍ୟବହାର କରିଥାଉ । ଗୋଟିଏରୁ ଏକ ନିର୍ଦ୍ଦିଷ୍ଟ କ୍ରମରେ ରଖାଯାଇଥାଏ । ଦୁଇ କିମ୍ବା ଅଧିକ କୋଷ ଏପରି ସଂଯୋଗକୁ ବ୍ୟାଟେରୀ କୁହାଯାଏ ।
![]()
କାର୍ଯ୍ୟ–୩ : ଆସ ପରୀକ୍ଷା କରିବା
ଦୁଇଟି କୋଷ ବ୍ୟବହାର କରୁଥିବା ଏକ ଟର୍ଚ୍ଚ ନିଅ । ଏହାର କୋଷ ଥିବା କୋଠରିକୁ ଖୋଲି କୋଷଗୁଡ଼ିକୁ ବାହାର କରାଯାଉ ।
ପ୍ରଥମ କୋଷଗୁଡ଼ିକୁ ଗୋଟିଏ ପଛରେ ଗୋଟିଏର ବିପରୀତ ଦିଗରେ ରଖ୍ ସ୍ଵିଚ୍ ଅନ୍ କଲେ ଦେଖୁବା ଟର୍ଚ୍ଚ ଜଳୁଛି । ପୁଣି କୋଷ ଦୁଇଟିକୁ ଆଉ ଗୋଟିଏ ଅଲଗା କ୍ରମରେ ରଖିଲେ ଟର୍ଚ୍ଚ ଜଳିବ ନାହିଁ ।
ଟର୍ଚ୍ଚରେ କୋଷଗୁଡ଼ିକୁ ଚିତ୍ରରେ ଦେଖାଯାଇଥିବା କ୍ରମରେ ରଖୁଲେ ଟର୍ଚ୍ଚ ଜଳେ । ଦୁଇଟି କୋଷର ଅଗ୍ର କିପରି ସଂଯୁକ୍ତ ହୋଇଛି ତାହା ଲକ୍ଷ୍ୟ କର । ଗୋଟିଏ କୋଷର ଯୁକ୍ତ (+) ଅଗ୍ର ଅନ୍ୟ କୋଷର ବିଯୁକ୍ତ (–) ଅଗ୍ର ସହ ସଂଯୁକ୍ତ ହେଲେ ଟର୍ଚ୍ଚ ଜଳିଥାଏ । ଦୁଇ କିମ୍ବା ଅଧିକ କୋଷର ଏହିପରି ସଂଯୋଗକୁ ବ୍ୟାଟେରୀ କୁହାଯାଏ ।

ଅଧିକାଂଶ ସମୟରେ ଯନ୍ତ୍ର ଉପକରଣ ପାଇଁ ଆମେ ଗୋଟିଏରୁ ଅଧିକ କୋଷ ବ୍ୟବହାର କରିଥାଉ । ତେଣୁ ଚିତ୍ରରେ ଦିଆଯାଇଥିବା ଭଳି ଦୁଇ କିମ୍ବା ଅଧିକ କୋଷକୁ ଏକାଠି ସଂଯୋଗ କରୁ । ଅଧିକ କୋଷ ସଂଯୋଗ କରିବାଦ୍ଵାରା ଉପକରଣଗୁଡ଼ିକୁ ଅଧିକ ସମୟ ଧରି ଅଧୂକ ଶକ୍ତି ପାଇଥାଏ ।
ଗୋଟିଏ ସେଲ୍ ବା କୋଷକୁ ଆମେ ସାଧାରଣତଃ ବ୍ୟାଟେରୀ କହୁ । ଆମର ମୋବାଇଲ ଫୋନକୁ ଶକ୍ତି ଦେଉଥିବା ଗୋଟିଏ ସେଲ୍ ପାଇଁ ମଧ୍ୟ ଆମେ ବ୍ୟାଟେରୀ ବ୍ୟବହାର କରୁ ।
![]()
ବିଦ୍ୟୁତ୍ ବତୀ
ଉଜ୍ଜ୍ଵଳ ଲ୍ୟାମ୍ପ (Incandescent Lamp) :
- ଗୋଟିଏ ଟର୍ଚ୍ଚ ନେଇ ତା’ର ବତୀକୁ ପରୀକ୍ଷା କରାଯାଉ । କାଚ ବଲ୍ବ ମଝିରେ ଏକ ସରୁ ପତଳା ତାର ଲାଗିଥିବା ଲକ୍ଷ୍ୟ କରିବ ।
- ଟର୍ଚ୍ଚକୁ ଜଳାଇଲେ ବଲ୍ବ ମଝିରେ ଥିବା ପତଳା ତାର ଦୀପ୍ତିମାନ ହୋଇ ଆଲୋକ ପ୍ରଦାନ କରିଥାଏ । ଏହି ସବୁ ପତଳା ତାରକୁ ବଲ୍ବର ଫିଲାମେଣ୍ଟ କୁହାଯାଏ ।

ଫିଲାମେଣ୍ଟଟି ଦୁଇଟି ମୋଟା ତାର ସହିତ ସଂଯୁକ୍ତ କରାଯାଇଛି । ଗୋଟିଏ ମୋଟା ତାର ବଲ୍ବର କଡ଼ରେ ଥିବା ଧାତବ ଖୋଳ ସହିତ ଏବଂ ଅନ୍ୟଟି ତଳ କେନ୍ଦ୍ରରେ ଥିବା ଧାତବ ଶୀର୍ଷ ସହ ସଂଯୁକ୍ତ ହୋଇଛି । ବତୀ ସହ ସଂଯୁକ୍ତ ଏଇ ଦୁଇଟି ତାର ଏପରି ରଖାଯାଇଛି ଯେପରିକି ପରସ୍ପରକୁ ଆଦୌ ସ୍ପର୍ଶ କରିବେ ନାହିଁ । ବଲ୍ବର ଫିଲାମେଣ୍ଟ ହିଁ ଉତ୍ତପ୍ତ ହେବା ସହ ଦୀପ୍ତିମାନ ହୋଇ ଆଲୋକ ସୃଷ୍ଟି କରେ ।
ଏଲ୍ଇଡ଼ି (LED) ବତୀ :
ଆଜିକାଲି ବ୍ୟବହୃତ ହେଉଥିବା ଅଧୁକାଂଶ ଟର୍ଚ୍ଚରେ ଓ ଅନ୍ୟାନ୍ୟ ଉପକରଣରେ ତାପଦୀପ୍ତ ବଲ୍ବ ବଦଳରେ ଆଲୋକ ନିର୍ଗତକାରୀ ଡାୟୋଡ଼ LED (Light Emitting Diode) ଲ୍ୟାମ୍ପ୍ ବ୍ୟବହୃତ ହେଉଛି ।

କାର୍ଯ୍ୟ-୫ : ଆସ ପର୍ଯ୍ୟବେକ୍ଷଣ କରିବା
କୌଣସି ରଙ୍ଗର LED ବଲ୍ବ ନେଇ ଲକ୍ଷ୍ୟ କଲେ ଦେଖାଯିବ ଯେ, ଏହା ଭିତରେ କୌଣସି ଫିଲାମେଣ୍ଟ ରହିନାହିଁ ।
LED ସହିତ ସଂଲଗ୍ନ ଦୁଇଟି ତାରର ଦୈର୍ଘ୍ୟକୁ ଦେଖିଲେ, ଗୋଟିଏ ଅନ୍ୟ ଅପେକ୍ଷା ଅଧିକ ଲମ୍ବା ଦିଶୁଛି । ତାପଦୀପ୍ତ ବଲ୍ସବ ପରି LED ରେ ଫିଲାମେଣ୍ଟ ନାହିଁ । ସେମାନଙ୍କର ମଧ୍ୟ ଦୁଇଟି ଅଗ୍ର ଅଛି, କିନ୍ତୁ ଗୋଟିଏ ଯୁକ୍ତାତ୍ମକ ଏବଂ ଲମ୍ବା ତାର ସହିତ ସଂଲଗ୍ନ ଓ ଅନ୍ୟଟି ବିଯୁକ୍ତାତ୍ମକ ଏବଂ ଛୋଟ ତାର ସହ ସଂଯୁକ୍ତ । ଗୋଟିଏ ଟର୍କରେ ବିଭିନ୍ନ ଆକୃତିର ଗୋଟିଏ କିମ୍ବା ଅଧୁକ LED ବ୍ୟବହାର କରାଯାଇପାରେ ।

ବିଦ୍ୟୁତ କୋଷ, ବ୍ୟାଟେରୀ ଏବଂ ବିଦ୍ୟୁତ୍ ବତୀ ବ୍ୟବହାର କରି ଟର୍ଚ୍ଚଲାଇଟ୍ ଜଳାଇ ପାରିବା ।
ବ୍ୟାଟେରୀ ବ୍ୟବହାର କରି ବିଦ୍ୟୁତ୍ ବତୀଟିଏ ଜଳାଇବା :
![]()
କାର୍ଯ୍ୟ-୬ : ଆସ ତିଆରି କରିବା
ଆବଶ୍ୟକୀୟ ଉପକରଣ : ଏକ ବିଦ୍ୟୁତ୍ ସେଲ୍, ଟର୍ଚ୍ଚରେ ବ୍ୟବହୃତ ଏକ ତାପଦୀପ୍ତ ବଲ୍, ଏକ ସେଲ୍ ଧାରକ, ବତୀଧାରକ ଏବଂ ଚାରି ଖଣ୍ଡ ତାର ନିଅ ।
ପ୍ରତ୍ୟେକ ତାରର ଉଭୟ ପ୍ରାନ୍ତରୁ ପ୍ରାୟ ୧ ସେ.ମି. ପ୍ଲାଷ୍ଟିକ୍ ଆବରଣ ଖୋଲି ଧାତୁ ବାହାର କରାଯାଉ ।
ଧାରକର ଦୁଇ ଅଗ୍ର ସହିତ ଦୁଇଟି ତାର ସଂଲଗ୍ନ କରାଯାଉ ।

ଧାରକରେ ସେଲ୍କୁ ଏପରି ଭାବରେ ରଖ ଯେପରି ଏହାର ବିଯୁକ୍ତାତ୍ମକ ଅଗ୍ର ଧାରକର ସ୍ପ୍ରିଙ୍ଗ ଆଡ଼କୁ ଥିବ । ଏକ ସେଲ୍ ଧାରକ କିମ୍ବା ବୈଦ୍ୟୁତିକ ଟେପ୍ ବ୍ୟବହାର କରି ଦୁଇଟି ତାରକୁ ସେଲ୍ ସହିତ ସମାୟୋଜନ କରାଯାଉ ।
ବଲ୍ବ ଧାରକର ସ୍କୃ ସହିତ ଦୁଇଟି ତାର ସଂଲଗ୍ନ କରି ଧାରକକୁ ଧୀରେ ଧୀରେ ବୁଲାଇ ଧାରକରେ ଲ୍ୟାମ୍ପ୍କୁ ସଂଯୋଗ କର । ଯଦି ଏକ ବତୀ ଧାରକ ଉପଲବ୍ଧ ନଥାଏ, ତେବେ ବତୀର ଦୁଇ ପ୍ରାନ୍ତରେ ଦୁଇଟି ତାର ସଂଲଗ୍ନ କରିବା ପାଇଁ ବୈଦ୍ୟୁତିକ ଟେପ୍ ବ୍ୟବହାର କରାଯାଉ ।

![]()
ବର୍ତ୍ତମାନ ଆଲୋକ ସୃଷ୍ଟି କରିବା ପାଇଁ ସେଲ୍କୁ ବଲ୍ବ ସହିତ ଯୋଡ଼ିବା :
- ଆମେ ଏହି କାର୍ଯ୍ୟକୁ ଦୁଇଟି ଭାଗରେ କରିବା – ପୂର୍ବାନୁମାନ ଏବଂ ପର୍ଯ୍ୟବେକ୍ଷଣ । ବିଲ୍ବ ଏବଂ ସେଲ୍କୁ କିପରି ସଂଯୋଗ କରାଯାଇ ପାରିବ ତାହାର କିଛି ଉପାୟ ସାରଣୀରେ ଦିଆଯାଇଛି ।
- ପ୍ରତ୍ୟେକ ବ୍ୟବସ୍ଥା ପାଇଁ ବତୀ ଜଳିବ କି ନାହିଁ ପୂର୍ବାନୁମାନ କର ଏବଂ ସାରଣୀରେ ତୁମର ପୂର୍ବାନୁମାନ ଲେଖାଯାଉ ।
ବର୍ତ୍ତମାନ ବଲବ୍ ଏବଂ ସେଲ୍ ସଂଯୋଗ କରି ବଲ୍ବ ଜଳୁଛି କି ନାହିଁ ପର୍ଯ୍ୟବେକ୍ଷଣ କରାଯାଉ । ସାରଣୀରେ ତୁମର ପର୍ଯ୍ୟବେକ୍ଷଣକୁ ଲେଖ । ଯେଉଁ ବଲ୍ବଗୁଡ଼ିକ ଜଳିବ, ସେମାନଙ୍କର ଉପର କାଚକୁ ହଳଦିଆ ରଙ୍ଗ କରାଯାଉ ।
ସାରଣୀ : ବତୀ ଜଳାଇବାର ପ୍ରଚେଷ୍ଟା

ସିଦ୍ଧାନ୍ତ : ସାରଣୀର କ୍ରମିକ ନମ୍ବର ୧ ଓ ୬ ବ୍ୟବସ୍ଥାରେ ବଲ୍ବ ଜଳିବ ଓ ଅନ୍ୟ ସବୁ ବ୍ୟବସ୍ଥାରେ ଜଳିବ ନାହିଁ । ଯେଉଁଟି ବଲ୍ ଜଳି ପାରିବ ସେଠାରେ ପରିପଥ ସଂପୂର୍ଣ୍ଣ ଅଛି । ଯେଉଁଠି ବଲ୍ ଜଳିବ ନାହିଁ ସେଠାରେ ପରିପଥ ବିଛିନ୍ନ ଅଛି ।
ଗୋଟିଏ ବିଦ୍ୟୁତ୍ ପରିପଥ :
ଏକ ବତୀ ବା ବଲ୍ର ଦୁଇ ଅଗ୍ରକୁ ଯଥାକ୍ରମେ ସେଲ୍ର ଦୁଇ ଅଗ୍ର ସହିତ ଠିକ୍ ଭାବରେ ସଂଯୁକ୍ତ ହେଲେ ବଲ୍ ଜଳିଥାଏ । ଏହି ବ୍ୟବସ୍ଥା ଏକ ବିଦ୍ୟୁତ୍ ପରିପଥ ସୃଷ୍ଟି କରେ, ଯାହା ବଲ୍ବ ମଧ୍ୟ ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହ କରିବା ନିମିତ୍ତ ଏକ ପଥ ସଂପୂର୍ଣ୍ଣ କରେ । କେବଳ ବିଦ୍ୟୁତ୍ ସ୍ରୋତ ବିଦ୍ୟୁତ୍ ପରିପଥରେ ପ୍ରବାହିତ ହେଲେ ବଲ୍ବଟି ଜଳେ ।

ଏକ ବୈଦ୍ୟୁତିକ ପରିପଥ ଏକ ବିଦ୍ୟୁତ୍ ପରିପଥରେ ବିଦ୍ୟୁତ୍ ପ୍ରବାହର ଦିଗ ବିଦ୍ୟୁତ୍ ସେଲ୍ର ଯୁକ୍ତ (+) ଅଗ୍ରରୁ ବିଯୁକ୍ତ (-) ଅଗ୍ର ଆଡ଼କୁ ହୋଇଥାଏ । ଯେତେବେଳେ ବିଦ୍ୟୁତୀ ଓ ସେଲ୍ର ଉଭୟ ଅଗ୍ର ପରିବାହୀ ତାରଦ୍ଵାରା ଉପଯୁକ୍ତ ଭାବରେ ସଂଯୁକ୍ତ କରାଯାଏ, ସେତେବେଳେ ବିଦ୍ୟୁତ୍ ସ୍ରୋତ ବତୀର ଫିଲାମେଣ୍ଟରେ ପ୍ରବାହିତ ହୋଇ ବଲ୍ବକୁ ଜଳାଏ । ଗୋଟିଏ ତାପଦୀପ୍ତ ବତୀରେ କେଉଁ ଅଗ୍ର ବ୍ୟାଟେରୀରେ ଯୁକ୍ତ (+) ବା ବିଯୁକ୍ତ (–) ଅଗ୍ର ସହ ସଂଯୁକ୍ତ ହୋଇଛି, ତାହା ଗୁରୁତ୍ଵପୂର୍ଣ୍ଣ ନୁହେଁ । ବିଦ୍ୟୁତ୍ ସ୍ରୋତ ବିଦ୍ୟୁତ୍ ପରିପଥ ମଧ୍ୟଦେଇ ଫିଲାମେଣ୍ଟରେ ପ୍ରବାହିତ ହେବା ପର୍ଯ୍ୟନ୍ତ ବଲ୍ବ ଜଳୁଥିବ ।
![]()
ବେଳେବେଳେ ତାପଦୀପ୍ତ ବତୀ ସେଲ୍ ସହ ସଂଯୁକ୍ତ ହେଲା ପରେ ମଧ୍ୟ ବଲ୍ବ ଜଳେ ନାହିଁ । ଆମେ କହୁ ବଲ୍ବଟି ଫ୍ୟୁଜ୍ ହୋଇଯାଇଛି କାରଣ ଫିଲାମେଣ୍ଟଟି ଛିଡ଼ି ଯାଇଥାଏ । ଛିଡ଼ା ପିଲାମେଣ୍ଟ ବିଦ୍ୟୁତ୍ ପ୍ରବାହକୁ ବନ୍ଦ କରିଦିଏ, ତେଣୁ ବତୀଟି ଜଳିପାରେ ନାହିଁ ।
ବର୍ତ୍ତମାନ LED ଜଳାଇବାକୁ ଚେଷ୍ଟା କରିବା
କାର୍ଯ୍ୟ –୭ : ଆସ ପରୀକ୍ଷା କରିବା
- ଦୁଇଟି ବିଦ୍ୟୁତ୍ ସେଲ୍, ଯେକୌଣସି ରଙ୍ଗର ଗୋଟିଏ LED, ଗୋଟିଏ ସେଲ ଧାରକ ଏବଂ ଦୁଇ ଖଣ୍ଡ ବିଦ୍ୟୁତ୍ ତାର ନିଆଯାଉ ।
- ବିଦ୍ୟୁତ୍ ତାରଖଣ୍ଡର ଉଭୟ ଅଗ୍ରରୁ ପ୍ରାୟ ଏକ ସେଣ୍ଟିମିଟର ପ୍ଲାଷ୍ଟିକ୍ କାଟି ଦିଅ ଯେପରି ଧାତୁ ଅଂଶ ଦେଖାଯିବ ।
- ଦୁଇଟି ତାରକୁ ସେଲ୍ ଧାରକ ସହ ସଂଯୋଗ କରାଯାଉ ।
- ଦୁଇଟି ସେଲ୍କୁ ଧାରକରେ ଯୋଡ଼ିଦିଅ, ଯେପରି ପ୍ରତ୍ୟେକ ସେଲ୍ ବିଯୁକ୍ତ (–) ଅଗ୍ର ଧାରକର ସ୍ପ୍ରିଙ୍ଗ୍ ସହ ସଂଯୁକ୍ତ ହେବ । ଏବେ ବ୍ୟାଟେରୀ ବ୍ୟବହାର ପାଇଁ ପ୍ରସ୍ତୁତ ହେଲା ।


କେଉଁଟି ବ୍ୟାଟେରୀର ଯୁକ୍ତ (+) ଅଗ୍ର କିପରି ସ୍ଥିର କରିବ ?
ଉ. ସେଲ୍ର ଯୁକ୍ତ (+) ଅଗ୍ର ଧାରକର ଯେଉଁ ଅଗ୍ର ସହ ସଂଯୁକ୍ତ ହୋଇଥିବ ତାହା ଧାରକର ଯୁକ୍ତ (+) ଅଗ୍ର ଏବଂ କୋଷର ବିଯୁକ୍ତ (–) ଅଗ୍ର ଧାରକର ଯେଉଁ ଅଗ୍ର ସହ ସଂଯୁକ୍ତ ହୋଇଥିବ ତାହା ବିଯୁକ୍ତ (–) ଅଗ୍ର ।
ବ୍ୟାଟେରୀ ଯୁକ୍ତ (+) ଅଗ୍ରରେ ଥିବା ତାରକୁ LED ର ଲମ୍ବା ତାର ସହିତ ଏବଂ ବିଯୁକ୍ତ (–) ଅଗ୍ରରେ ଥିବା ତାରକୁ LED ର ଛୋଟ ତାର ସହ ସଂଯୁକ୍ତ କଲେ LED ଜଳୁଛି ।
ଉପରୋକ୍ତ LED ସଂଯୋଗର ବିପରୀତ ତାର ଦୁଇଟିକୁ ଅଦଳବଦଳ ପୂର୍ବକ ସଂଯୋଗ କରି ଦେଖୁଲେ LED ଜଳିବ ନାହିଁ ।
ସିଦ୍ଧାନ୍ତ : ପ୍ରଥମ ସଂଯୋଗରେ LED ଜଳିଲା ଓ ଦ୍ୱିତୀୟ ସଂଯୋଗରେ LED ଜଳିଲା ନାହିଁ । ଏହାର କାରଣ ହେଉଛି LED ବିଦ୍ୟୁତ୍ ସ୍ରୋତ କେବଳ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ । ଯେତେବେଳେ LED ର ଯୁକ୍ତ (+) ଅଗ୍ର (ଲମ୍ବା ତାର) ବ୍ୟାଟେରୀ ଯୁକ୍ତ (+) ଅଗ୍ର ସହ ଓ ବିଯୁକ୍ତ (–) ଅଗ୍ର (ଛୋଟ ତାର) ବ୍ୟାବେରୀ ବିଯୁକ୍ତ (–) ଅଗ୍ର ସହ ସଂଯୁକ୍ତ ହୋଇଥାଏ ସେତେବେଳେ LED ରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇଥାଏ । ବିଦ୍ୟୁତ୍ ସ୍ରୋତ LED ମଧ୍ୟରେ ପ୍ରବାହିତ ହେଲେ LED ଜଳେ । LED ର ଠିକ୍ ସଂଯୋଗ ପାଇଁ ଦେଖୁବା ଉଚିତ ।
ବେଳେବେଳେ ଦେଖାଯାଏ, କେତେକ ବୈଦ୍ୟୁତିକ ଯନ୍ତ୍ରପାତିରେ କୋଷଗୁଡ଼ିକ ଉପକରଣର ପାର୍ଶ୍ଵରେ ଲଗା ଯାଇଥାଏ । ତେବେ ସେଲ୍ର ଅଗ୍ରଗୁଡ଼ିକ କିପରି ସଂଯୋଗ କରାଯାଇଥାଏ ? ଯଦି ବ୍ୟାଟେରୀ କୋଠରି ମଧ୍ୟରୁ ଭଲ ଭାବରେ ନିରୀକ୍ଷଣ କରିବ ଦେଖୁବ ଗୋଟିଏ ସେଲ୍ର ଯୁକ୍ତ ଅଗ୍ର ଅନ୍ୟ ସେଲ୍ର ବିଯୁକ୍ତ ଅଗ୍ର ସହ ଏକ ମୋଟା ଧାତବ ପଟିଦ୍ଵାରା ସଂଯୁକ୍ତ ହୋଇଥିବ । ସଠିକ୍ ସଂଯୋଗ ପାଇଁ ତା’ ଭିତରେ + ଓ – ଚିହ୍ନିତ ହୋଇଥାଏ ।
![]()
ବିଦ୍ୟୁତ ସୁଇଚ୍
କାର୍ଯ୍ୟ-୮ : ଆସ ତିଆରି କରିବା
ଗୋଟିଏ ସୁଇଚ୍ ଏକ ଟର୍ଚ୍ଚକୁ କିପରି ଜଳାଏ ବା ବନ୍ଦ କରେ ସେ ବିଷୟରେ ଜାଣିବା ।
ଦୁଇଟି ଡ୍ରଇଂ ପିନ୍, ଗୋଟିଏ ସେଫଟି ପିନ୍ ବା କାଗଜ କ୍ଳିପ୍, ଦୁଇ ଖଣ୍ଡ ତାର ଏବଂ ଖଣ୍ଡେ କାର୍ଡବୋର୍ଡ ସଂଗ୍ରହ କରାଯାଉ ।
ଗୋଟିଏ ଡ୍ରଇଂ ପିନ୍କୁ ସେଫଟି ପିନ୍ କଣାରେ ଭର୍ତ୍ତି କରି କାର୍ଡବୋର୍ଡ ଉପରେ ଲଗାଅ, ଯେପରି ସେଫ୍ଟି ପିନ୍ ମୁକ୍ତ ଭାବରେ ଘୂରି ପାରିବ । ଅନ୍ୟ ପିନ୍ ଡ୍ରଇଂ ପିଟିକୁ କାର୍ଡ଼ବୋର୍ଡ଼ ଉପରେ ଏପରି ଲଗାଅ ଯେପରି ସେଫ୍ଟି ପିନ୍ ମୁକ୍ତ ଅଗ୍ରଟି ଏହାକୁ ସ୍ପର୍ଶ କରିପାରୁଥିବ ।

ପ୍ରତ୍ୟେକ ଡ୍ରଇଂ ପିନ୍ ସହିତ ଗୋଟିଏ ଲେଖାଏଁ ତାରଦ୍ଵାରା ସଂଯୋଗ କରାଯାଉ । ଏବେ ସୁଇଚ୍ ପ୍ରସ୍ତୁତ ହୋଇଗଲା ।
କାର୍ଯ୍ୟ – ୯ : ଆସ ସ ପରୀକ୍ଷା କରିବା
ବିଦ୍ୟୁତ୍ କୋଷ, ବତୀ (ବଲ୍ବ) ଓ ସୁଇକୁ ସଂଯୋଗ କଲେ ବତୀ ଜଳିବ ନାହିଁ ।
ସେଫଟିପିନ୍ ମୁକ୍ତ ଅଗ୍ରଟିକୁ ଘୂରାଅ ଯେପରିକି ଏହା ଅନ୍ୟ ଡ୍ରଇଂ ପିକୁ ସ୍ପର୍ଶ କରିବ । ବତୀ ଜଳୁଛି କି ନାହିଁ ଲକ୍ଷ୍ୟ କର । ସେଫ୍ଟି ପିନ୍ ଭଭୟ ଡ୍ରଇଂ ପିକୁ ସ୍ପର୍ଶ କରେ ଯେତେବେଳେ ଏହା ପରିପଥ କୌଣସି ଫାଙ୍କା ନ ଥାଇ ସଂପୂର୍ଣ୍ଣ ହୁଏ ।
![]()
ଆମେ ଏହାକୁ ସୁଇଚ୍ ଅନ୍ ଅବସ୍ଥା କହିଥାଉ । ଯେତେବେଳେ ପରିପଥ ମୁଦିତ (on) ଥାଏ ଏବଂ ବିଦ୍ୟୁତ୍ ସ୍ରୋତ ସେଲ୍ର ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ରକୁ ପ୍ରବାହିତ ହୋଇ ବଲ୍ବକୁ ଜଳାଏ ।

ଯେତେବେଳେ ପରିପଥଟି ମୁକ୍ତ (off) ଥାଏ ସେଫ୍ଟି ପିନ୍ ଦ୍ଵିତୀୟ ଡ୍ରଇଂ ପିନ୍କୁ ସ୍ପର୍ଶ କରେ ନାହିଁ, ସେତେବେଳ ପରିପଥରେ ଥିବା ଫାଙ୍କ ବିଦ୍ୟୁତ୍ ସ୍ରୋତ ପ୍ରବାହକୁ ବାଧା ଦିଏ ଏବଂ ବତୀ (ବଲ୍ବ) ଜଳେ ନାହିଁ । ଏହି ଅଫ୍ ଅବସ୍ଥାରେ ଆମେ କହିବା ପରିପଥ ଖୋଲା (ମୁକ୍ତ) ଅଛି ।
ପରିପଥର ଯେକୌଣସି ସ୍ଥାନରେ ସୁଇଚ୍କୁ ଲଗା ଯାଇପାରିବ । ସ୍ଵିଚ୍ ଗୋଟିଏ ସରଳ ଯନ୍ତ୍ର ଯାହା ପରିପଥକୁ ସମ୍ପୂର୍ଣ୍ଣ କରେ ବା ବିଚ୍ଛିନ୍ନ କରିଦିଏ । ଘରେ ବ୍ୟବହାର କରାଯାଉଥିବା ବିଭିନ୍ନ ଯନ୍ତ୍ରପାତିରେ ଏହିପରି ସ୍ଵିଚ୍ ବ୍ୟବହାର କରାଯାଇଥାଏ, ସେଗୁଡ଼ିକ ଯେକୌଣସି ଆକାରର ହୋଇଥିଲେ ମଧ୍ୟ ଏକାଭଳି କାର୍ଯ୍ୟ କରିଥା’ନ୍ତି ।
ବୈଦ୍ୟୁତିକ ପରିପଥର ଚିତ୍ର : ଗୋଟିଏ ବୈଦ୍ୟୁତିକ ପରିପଥର ବିଭିନ୍ନ ଉପାଦାନକୁ ସାରଣୀରେ ଦର୍ଶାଯାଇଥିବା ବିଭିନ୍ନ ସଂକେତ ଦ୍ଵାରା ପ୍ରକାଶ କରାଯାଇଥାଏ ।
ବୈଦ୍ୟୁତିକ ଉପାଦାନ ଓ ସେମାନଙ୍କର ସଙ୍କେତ

ବିଦ୍ୟୁତ ସେଲ୍ର ସଙ୍କେତରେ ଲମ୍ବା ରେଖାଟି ଯୁକ୍ତ (+) ଅଗ୍ର ଓ ଛୋଟ ରେଖାଟି ବିଯୁକ୍ତ (–) ଅଗ୍ରକୁ ସୂଚାଏ । LED ପାଇଁ ଉଦ୍ଦିଷ୍ଟ ସଙ୍କେତରେ ଥିବା ତ୍ରିଭୁଜ ସଙ୍କେତଟି ବିଦ୍ୟୁତ ସ୍ରୋତ ପ୍ରବାହର ଦିଗ ସୂଚାଏ । ଦୁଇଟି ତୀର ଚିହ୍ନ LED ଦ୍ଵାରା ଆଲୋକ ରଶ୍ମି ନିର୍ଗତ ହୋଇଥିବାର ସୂଚନା ଦେଇଥାଏ ।

ବୈଦ୍ୟୁତିକ ଉପାଦାନଗୁଡ଼ିକୁ ଉପସ୍ଥାପନ ପାଇଁ ସଙ୍କେତ ବ୍ୟବହାର କରିବାଦ୍ଵାରା ବୈଦ୍ୟୁତିକ ପରିପଥ ଆଙ୍କିବା ଓ ବୁଝିବା ସହଜ ହୋଇଥାଏ । ସଙ୍କେତ ବ୍ୟବହାର କରି ବୈଦ୍ୟୁତିକ ପରିପଥର ଉପସ୍ଥାପନକୁ ପରିପଥ ଚିତ୍ର (Circuit diagram) କୁହାଯାଏ ।
![]()
ପରିପଥ ଚିତ୍ର ଅଙ୍କନ କରିବା : ସାରଣୀରେ ଦର୍ଶାଯାଇଥିବା ଓ ଏକ LED ର ବୈଦ୍ୟୁତିକ ପରିପଥ ଚିତ୍ର ନିମ୍ନରେ ଦର୍ଶା ସଙ୍କେତକୁ ବ୍ୟବହାର କରି ଏକ ତାପଦୀପ୍ତ ବତୀ ଯାଇଛି !

ଅନ୍ତର୍ଜାତୀୟ ଇଲେକ୍ଟ୍ରୋନିକାଲ୍ ଆୟୋଗ (IEC), ଆମେରିକୀୟ ଜାତୀୟ ଷ୍ଟାଣ୍ଡାର୍ଡ ଅନୁଷ୍ଠାନ (ANSI) ଏବଂ ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରମାନଙ୍କ ଅନୁଷ୍ଠାନ (IEEE) ଇତ୍ୟାଦି ଆନ୍ତର୍ଜାତୀୟ ସଂସ୍ଥାମାନେ ଇଲେକ୍ଟ୍ରି କାଲ ଓ ଇଲେକ୍ଟ୍ରୋନିକ ଅଂଶ ପାଇଁ ମାନକ ସଙ୍କେତ ସୃଷ୍ଟି କରିଛନ୍ତି । ଏହି ସଙ୍କେତ ସବୁକୁ ବ୍ୟବହାର କରି ସମଗ୍ର ପୃଥିବୀରେ ବିଭିନ୍ନ ଦେଶ ଓ ଶିଳ୍ପ ଅନୁଷ୍ଠାନ ପରସ୍ପର ମଧ୍ୟରେ ସହଜରେ ବୁଝି ପାରୁଛନ୍ତି ।
ବିଦ୍ୟୁତ୍ ପରିବାହୀ ଓ ବିଦ୍ୟୁତରୋଧୀ (ଅପରିବାହୀ) ପଦାର୍ଥ
- ବୈଦ୍ୟୁତିକ ତାର ପାଇଁ ଆମେ କାହିଁକି ଧାତବ ତାର ବ୍ୟବହାର କରୁ ?
- ବିଦ୍ୟୁତ୍ ତାରଗୁଡ଼ିକୁ କାହିଁକି ପ୍ଲାଷ୍ଟିକ ବା ରବର ଆବରଣ ଦିଆଯାଇଥାଏ ?
ଉ. ମନେକର ଆମେ ଧାତୁ ବ୍ୟତୀତ ଅନ୍ୟ ତିଆରି କରିବାରେ ବ୍ୟବହାର କରିବା ସାମଗ୍ରୀରେ ତାର ତିଆରି କରିବା । ଏହି ପରିପଥରେ ଏହି ସାମଗ୍ରୀ ଏବଂ ତାକୁ ବୈଦ୍ୟୁତିକ ପରିପଥ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ଗତି କରିବ ନାହିଁ ।
ଆସ ଚିହ୍ନଟ କରିବା
ଗୋଟିଏ ବିଦ୍ୟୁତ୍ ସେଲ୍ର ଏକ ଅଗ୍ରକୁ ଗୋଟିଏ ବତୀ (ବଲ୍ବ)ର ଏକ ଅଗ୍ର ସହ ସଂଯୋଗ କରି ସେଲ୍ର ଓ ବତୀର ଅନ୍ୟ ଅଗ୍ରଦ୍ଵୟରେ ତାର ଲଗାଇ ଖୋଲା ରଖାଯାଉ ।
ଦୁଇ ତାରର ମୁକ୍ତ ଶେଷାଗ୍ରକୁ ଅସ୍ଥାୟୀ ଭାବରେ କିଛି ସମୟ ପାଇଁ ସ୍ପର୍ଶ କରାଯାଉ । ଯଦି ବଲ୍ବ ଜଳୁଛି ତା’ହେଲେ ପରୀକ୍ଷା ପାଇଁ ଟେଷ୍ଟର ପ୍ରସ୍ତୁତ ହୋଇଗଲା । ଏହି ଟେଷ୍ଟର ବ୍ୟବହାର କରି କେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁସ୍ରୋତ ପ୍ରବାହିତ ହେଉଛି କି ନାହିଁ ତାହା ଚିହ୍ନଟ କରିପାରିବା ।
![]()
ଧାତବ ଚାମଚ, ମୁଦ୍ରା, ସୋଲ ନିର୍ମିତ ପଦାର୍ଥ, ରବର, କାଚ, ଚାବି, ପିନ୍କଣ୍ଟା, ପ୍ଲାଷ୍ଟିକ୍ ସ୍କେଲ୍, କାଠଖଣ୍ଡ, ଆଲୁମିନିୟମ୍ ପାତ୍ର, ମହମବତୀ, ସିଲେଇ ଛୁଞ୍ଚ୍, କାର୍ଡ଼ବୋର୍ଡ଼, କାଗଜ ଓ ପେନ୍ସିଲ୍ ସୀସା ଭଳି ବିଭିନ୍ନ ସାମଗ୍ରୀ ସଂଗ୍ରହ କରାଯାଉ । ସମସ୍ତ ପଦାର୍ଥକୁ ଗୋଟି ଗୋଟି କରି ସଂଯୋଗ କର । ପ୍ରତ୍ୟେକ କ୍ଷେତ୍ରରେ ବଲ୍ବ ଜଳୁଛି କି ନାହିଁ ଦେଖ । ଦୁଇ ତାରର ଅଗ୍ରଦ୍ଵୟ ଯେପରି ସିଧା ସଂଯୁକ୍ତ ନ ହୁଅନ୍ତି, ସେଥ୍ୟପ୍ରତି ସତର୍କ ରହିବାକୁ ହେବ ।

ଏହି ପରୀକ୍ଷଣର ଅନୁଧ୍ୟାନକୁ ସାରଣୀରେ ଲିପିବଦ୍ଧ କରାଗଲା ।
ସାରଣୀ : ବିଦ୍ୟୁତ ପରିବାହୀ ଓ ବିଦ୍ୟୁତରୋଧୀ ବସ୍ତୁ ଚିହ୍ନଟ କରିବା
| କକ୍ର.ନଂ | ବାସ୍ତୁ | କେଉଁଥରେ ତିଆରି | ବତୀ ଜଳୁଛି (ହଁ/ନା) | ସିଦ୍ଧାନ୍ତ(ପରିବାହୀ/ପ୍ରତିରୋଧୀ) |
| ୧. | ବାଡ଼ି | କାଠ | ନା | ପ୍ରତିରୋଧୀ |
| 9. | ସ୍କେଲ୍ | ପ୍ଲାଷ୍ଟିକ୍ଧ | ନା | ପ୍ରତିରୋଧୀ |
| ୩. | ଚୁଡ଼ି | କାଚ | ନା | ପ୍ରତିରୋଧୀ |
| ୪. | କାଗଜ ପଟି | କାଗଜ | ନା | ପ୍ରତିରୋଧୀ |
| ୫. | ମହମବତୀ | ମହମ | ନା | ପ୍ରତିରୋଧୀ |
| ୬. | ଚାବିକାଠି | ଧାତୁ | ହଁ | ପରିବାହୀ |
| ୭. | ଇରେଜର | ରବର | ନା | ପ୍ରତିରୋଧୀ |
| ୮. | ମୁଦ୍ରା | ଧାତୁ | ହଁ | ପରିବାହୀ |
| ୯. | ତମ୍ବା ତାର | ଧାତୁ | ହଁ | ପରିବାହୀ |
| ୧୦. | ରୁମାଲ | କନା | ନା | ପ୍ରତିରୋଧୀ |
ପର୍ଯ୍ୟବେକ୍ଷଣଗୁଡ଼ିକ ବିଶ୍ଳେଷଣ କର । ସମସ୍ତ ବସ୍ତୁ ସଂଯୁକ୍ତ ହେବା ସମୟରେ କିଛି ସାମଗ୍ରୀ ପାଇଁ ବତୀ ଜଳେ । ଏହାର କାରଣ ଯେଉଁ ସାମଗ୍ରୀ ମାଧ୍ଯମରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇଥାଏ, ସେହି କ୍ଷେତ୍ରରେ ମାଧ୍ଯମରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇପାରେ ନାହିଁ, ସେହି ବତୀ ଜଳେ, କିନ୍ତୁ ଯେଉଁ ସାମଗ୍ରୀ କ୍ଷେତ୍ରରେ ବତୀ ଜଳେ ନାହିଁ ।
![]()
ଯେଉଁ ସାମଗ୍ରୀ ମାଧ୍ୟମରେ ବିଦ୍ୟୁତ ସ୍ରୋତ ସହଜରେ ପ୍ରବାହିତ ହୋଇପାରେ ତାକୁ ବିଦ୍ୟୁତ ସୁପରିବାହୀ କୁହାଯାଏ । ଯେଉଁ ସାମଗ୍ରୀ ମଧ୍ୟ ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇପାରେ ନାହିଁ ତାକୁ କୁପରିବାହୀ ବା ବିଦ୍ୟୁତରୋଧୀ କୁହାଯାଏ ।
ଏଥୁରୁ ଆମେ ଜାଣିଲୁ, ଧାତୁଗୁଡ଼ିକ ଯଥା – ଲୁହା, ତମ୍ବା, ସୁନା, ରୂପା ଇତ୍ୟାଦି ବିଦ୍ୟୁତ୍ ପରିବାହୀ ଓ ସେଥିପାଇଁ ତାର ତିଆରି ପାଇଁ ଧାତୁ ବ୍ୟବହାର କରାଯାଇଥାଏ । ଅଧାତୁଗୁଡ଼ିକ ଯଥା –କାଠ, ପ୍ଲାଷ୍ଟିକ୍, କାଗଜ, କାଚ ଇତ୍ୟାଦି ବିଦ୍ୟୁତ୍ରୋଧୀ ଅଟନ୍ତି ।
ରୂପା, ତମ୍ବା ଓ ସୁନା ହେଉଛି ବିଦ୍ୟୁତ୍ର ଅତି ଉତ୍ତମ ପରିବାହୀ । କମ୍ ଖର୍ଚ୍ଚ ଦୃଷ୍ଟିରୁ ଓ ଅଧ୍ବକ ଯୋଗାଣ ନିମନ୍ତେ ମୁଖ୍ୟତଃ ତାରଗୁଡ଼ିକ ତମ୍ବାରେ ତିଆରି କରାଯାଇଥାଏ । ଭିନ୍ନ ଭିନ୍ନ ବ୍ୟବହାର ପାଇଁ ଭିନ୍ନ ଭିନ୍ନ ପ୍ରକାର ତାର ବ୍ୟବହାର କରାଯାଇଥାଏ ।
ପ୍ଲାଷ୍ଟିକ୍, ରବର ଓ ଚିନାମାଟିରେ ତିଆରି ପଦାର୍ଥଗୁଡ଼ିକ ବିଦ୍ୟୁତ୍ରୋଧୀ । ତେଣୁ ତାରଗୁଡ଼ିକ ଏହି ପଦାର୍ଥଦ୍ଵାରା ଆବୃତ କରାଯାଇଥାଏ । ପରିବାହୀ ଓ ବିଦ୍ୟୁତରୋଧୀ ଉଭୟ ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ । ବିଦ୍ୟୁତ୍ ତାର, ସୁଇଚ୍, ପ୍ଲଗ-ସଂଯୋଜକ ସଂଯୋଗକାରୀ ଓ କଣା ଥିବା ପ୍ଲଗ୍ (socket) ଗୁଡ଼ିକ ପରିବାହୀରେ ତିଆରି । ବିଦ୍ୟୁତ୍ ଧକ୍କାରୁ ରକ୍ଷା ପାଇବା ପାଇଁ ତାର ଉପରେ ପ୍ଲଗର ଉପର ଅଂଶ ଓ ସୁଇଟ୍ରେ ରବର, ପ୍ଲାଷ୍ଟିକ ବା ଚିନାମାଟିର ଆବରଣ ବ୍ୟବହାର କରାଯାଇଥାଏ ।
ଆମ ଶରୀର ବିଦ୍ୟୁତ୍ରର ପରିବାହୀ, ଆମ ଶରୀରରେ ବିଦ୍ୟୁତ୍ ପ୍ରବାହିତ ହେଲେ (ସକ୍ ଲାଗିଲେ) ଆମର ବହୁତ କ୍ଷତି ହୁଏ, ଏପରିକି ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ଥାଏ । ସର୍ବଦା ଘରୋଇ ବିଦ୍ୟୁତ୍ ଉପକରଣଗୁଡ଼ିକ ଯନ୍ତ୍ରର ସହିତ ବ୍ୟବହାର କର । ଓଦା ହାତରେ ସୁଇଚ୍, ପ୍ଲଗକୁ ଛୁଇଁବ ନାହିଁ ଓ ଓଦା ଅଞ୍ଚଳରେ ଥିବା ବିଦ୍ୟୁତ୍ ଯନ୍ତ୍ରପାତିକୁ ବ୍ୟବହାର କରିବ ନାହିଁ । ଭଙ୍ଗା ପ୍ଲଗ୍, ଭଙ୍ଗା ସୁଇଚ୍, ଅତି ପୁରୁଣା ବିଦ୍ୟୁତ୍ ସରଞ୍ଜାମଗୁଡ଼ିକୁ ଆଦୌ ବ୍ୟବହାର କରିବ ନାହିଁ କି ଛୁଇଁବ ନାହିଁ ।
ବିଦ୍ୟୁତ୍ କୋଷ (cell) ବା ବ୍ୟାଟେରୀରୁ ଆସୁଥିବା ବିଦ୍ୟୁତ୍ ଓ କାନ୍ଥରେ ଲାଗିଥିବା ପ୍ଲଗ୍ ଥିବା ସକେଟ୍ରୁ ଆସୁଥିବା ବିଦ୍ୟୁତ୍ ମଧ୍ୟରେ ପାର୍ଥକ୍ୟ କ’ଣ ?
ଉ. ସାଧାରଣତଃ ବ୍ୟାଟେରୀରୁ ଆସୁଥିବା ବିଦ୍ୟୁତ୍ କ୍ଷୁଦ୍ର ଯନ୍ତ୍ରପାତିକୁ କାର୍ଯ୍ୟକ୍ଷମ କରାଇଥାଏ ଏବଂ ଏହା ସଳଖ ବିଦ୍ୟୁତ୍ DC (Direct Current) ପ୍ରକାରର ହୋଇଥାଏ । ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରୁ ଯେଉଁ ବିଦ୍ୟୁତ୍ ସ୍ରୋତ ଆମ ଘରକୁ ଆସିଥାଏ, ତାହାକୁ ପ୍ରତ୍ୟାବର୍ତ୍ତୀ ସ୍ରୋତ ବା AC (Alternating Current) କୁହାଯାଏ । ପ୍ରତ୍ୟାବର୍ତ୍ତୀ ସ୍ରୋତଦ୍ଵାରା ବଡ଼ ବଡ଼ ବିଦ୍ୟୁତ୍ ଉପକରଣ କାର୍ଯ୍ୟକ୍ଷମ ହୋଇଥାଏ ।
![]()
ବିଷୟବସ୍ତୁର ସାରାଂଶ :
- ବିଦ୍ୟୁତ୍ ସେଲ୍ ହେଉଛି ସହଜରେ ସୁବିଧାରେ ନେବା ଆଣିବା କରି ପାରୁଥିବା ଏକ ବିଦ୍ୟୁତ୍ ଶକ୍ତିର ଉତ୍ସ ।
- ଗୋଟିଏ ବିଦ୍ୟୁତ୍ କୋଷରେ ଦୁଇଟି ଅଗ୍ର ଥାଏ, ଗୋଟିଏ ଯୁକ୍ତ (+) ଅଗ୍ର ଅନ୍ୟଟି ବିଯୁକ୍ତ (–) ଅଗ୍ର ।
- ଗୋଟିଏ ଦୀପ୍ତିମାନ ବତୀରେ ଥିବା ସୂକ୍ଷ୍ମ ପତଳା ତାରକୁ ଫିଲାମେଣ୍ଟ କୁହାଯାଏ । ଏହା ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଏହା ଉତ୍ତପ୍ତ ହୋଇ ଆଲୋକ ଉତ୍ପନ୍ନ କରିଥାଏ ।
- ଗୋଟିଏ LED ର ଦୁଇଟି ଶେଷାଗ୍ର ଥାଏ । ଗୋଟିଏ ଯୁକ୍ତ (+) (ଲମ୍ବା ତାର ସହ ସଂଯୁକ୍ତ ହୋଇଥାଏ) ଅନ୍ୟଟି ବିଯୁକ୍ତ (–) (ଛୋଟ ତାର ସହ ସଂଯୁକ୍ତ ହୋଇଥାଏ) ।
- LED ମଧ୍ୟରେ ବିଦ୍ୟୁତ୍ ସ୍ରୋତ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ ।
- ଗୋଟିଏ LED ର ଯୁକ୍ତ (+) ଅଗ୍ର (ଲମ୍ବା ତାର) ବ୍ୟାଟେରୀର ଯୁକ୍ତ ଅଗ୍ର (+) ସହ ଏବଂ ବିଯୁକ୍ତ (–) ଅଗ୍ର (ସାନ ତାର) ବ୍ୟାଟେରୀର ବିଯୁକ୍ତ (–) ଅଗ୍ର ସହ ସଂଯୁକ୍ତ ହେଲେ LED ଆଲୋକ ଦିଏ ।
- ସୁଇଚ୍ ଏକ ସରଳ ଯନ୍ତ୍ର ଯାହା ବିଦ୍ୟୁତ୍ ପରିପଥକୁ ସମ୍ପୂର୍ଣ୍ଣ କରାଏ ଅଥବା ବନ୍ଦ କରାଏ ।
- ଏକ ବିଦ୍ୟୁତ୍ କୋଷରେ ମୁଦିତ ପରିପଥରେ (Closed electrical circuit) ବିଦ୍ୟୁତ୍ ସ୍ରୋତ ଯୁକ୍ତ (+) ଅଗ୍ରରୁ ବିଯୁକ୍ତ (–) ଅଗ୍ର ଆଡ଼କୁ ପ୍ରବାହିତ ହୁଏ ।
- ବୈଦ୍ୟୁତିକ ସଙ୍କେତ ବ୍ୟବହାର କରି ବୈଦ୍ୟୁତିକ ପରିପଥର ଉପସ୍ଥାପନକୁ ପରିପଥ ଚିତ୍ର (circuit diagram) କୁହାଯାଏ ।
- ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇପାରେ ତାକୁ ବିଦ୍ୟୁତ୍ର ସୁପରିବାହୀ କୁହାଯାଏ ।
- ଯେଉଁ ପଦାର୍ଥ ମଧ୍ୟ ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇପାରେ ନାହିଁ ତାକୁ ବିଦ୍ୟୁତ୍ର କୁପରିବାହୀ ବା ବିଦ୍ୟୁତ୍ରୋଧୀ କୁହାଯାଏ ।