Go through 8th Class Social Science Book Odia Medium Question Answer and Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ to understand textbook questions more clearly.
8th Class Social Science Chapter 7 Question Answer Odia Medium
Class 8 Social Science Chapter 7 Odia Medium
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
Question 1.
ଉତ୍ପାଦନର କାରକଗୁଡ଼ିକ ପରସ୍ପରଠାରୁ କିପରି ଭିନ୍ନ ଅଟନ୍ତି ? ତୁମ ବହି ଅନ୍ତର୍ଗତ ପ୍ରଦତ୍ତ ପ୍ରଶ୍ନରେ ଉତ୍ପାଦନର କାରକଗୁଡ଼ିକୁ ବର୍ଗୀକରଣ କରିବାରେ ତୁମେ କେଉଁ ଅସୁବିଧାର ସମ୍ମୁଖୀନ ହେଉଛ ?
Answer:
(i) ଭୂମି, ପୁଞ୍ଜି, ଶ୍ରମ, ଉଦ୍ୟୋଗିକୀ ଏବଂ ପ୍ରଯୁକ୍ତିବିଦ୍ୟା ଇତ୍ୟାଦି ଦ୍ରବ୍ୟ ଉତ୍ପାଦନପାଇଁ ନିହାତି ଆବଶ୍ୟକ ।
(ii) ଉତ୍ପାଦନର ପ୍ରକାର ଉପରେ ନିର୍ଭରକରି ପ୍ରତ୍ୟେକ କାରକର ବ୍ୟବହାର ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ସେଗୁଡ଼ିକ ବିଭିନ୍ନ ଅନୁପାତର କାର୍ଯ୍ୟ କରିଥା’ନ୍ତି ।
(iii) ଉତ୍ପାଦନର କାରକଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳିନଥାଏ । ଏହା ବିଭିନ୍ନ ଭୌଗୋଳିକ ସ୍ଥାନମାନଙ୍କରେ ଉପଲବ୍ଧ ହୋଇଥାଏ ।
(iv) ଏଣୁ ଭୌଗୋଳିକ ଆନ୍ତଃସଂଯୁକ୍ତତା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବିଭିନ୍ନ କାରକ ଯୋଗାଇଥା’ନ୍ତି । ତଥାପି ଉତ୍ପାଦନ କାର୍ଯ୍ୟକଳାପ କେତେକ ସମୟରେ ଗୁରୁତର “ଯୋଗାଣ ଶୃଙ୍ଖଳ (supply chain) ସମସ୍ୟାର ସମ୍ମୁଖୀନ ହୋଇଥାଏ ।
(v) ଯୋଗାଣ ଶୃଙ୍ଖଳ ସାମଗ୍ରୀର ଉତ୍ପାଦନ ଓ ବିକ୍ରୟ ସହ ଜଡ଼ିତ । ଏହା ବ୍ୟକ୍ତି, ସଙ୍ଗଠନ, ସମ୍ବଳ, କାର୍ଯ୍ୟକଳାପ ଓ ପ୍ରଯୁକ୍ତି ବିଦ୍ୟାର ଏକ ସାମୂହିକ ଜାଲକ ।
Question 2.
ମାନବ ପୁଞ୍ଜି ଭୌତିକ ପୁଞ୍ଜିଠାରୁ କିପରି ଭିନ୍ନ ?
Answer:
(i) ମାନବ ପୁଞ୍ଜି ଭୌତିକ ପୁଞ୍ଜିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
(ii) ଯେଉଁ ଦେଶରେ ମାନବ ପୁଞ୍ଜି ସୁଦୃଢ଼ ସେ ଦେଶ ସେତେ ଉନ୍ନତ ହୋଇଥାଏ । ଏହି ପୁଞ୍ଜି ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ, ତାଲିମ ଓ ଦକ୍ଷତା ଓ କାରିଗରୀ ଜ୍ଞାନକୌଶଳ ଉପରେ ନିର୍ଭର କରିଥାଏ ।
(iii) ସାକ୍ଷରତା, ଜନସଂଖ୍ୟା ମାନବ ପୁଞ୍ଜିର ଦକ୍ଷତା ଏବଂ ଉତ୍ପାଦିକତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
(iv) ଅନ୍ୟପକ୍ଷରେ ଭୌତିକ ପୁଞ୍ଜିର ମଧ୍ୟ ଆବଶ୍ୟକତା ରହିଛି । ବ୍ୟବସାୟର ଦୈନନ୍ଦିନ ପରିଚାଳନା ନିମନ୍ତେ ସ୍ଥାୟୀ ସମ୍ପତ୍ତି ଯଥା- ଯନ୍ତ୍ରପାତି, ଉପକରଣ, ସାଧନ, ଯାନବାହନ, କମ୍ପ୍ୟୁଟର, ଦୋକାନ ଓ କାର୍ଯ୍ୟାଳୟ ଇତ୍ୟାଦି ନିହାତି ଆବଶ୍ୟକ ।
![]()
Question 3.
ପ୍ରଯୁକ୍ତିବିଦ୍ୟା ଦ୍ଵାରା ଲୋକଙ୍କର ଦକ୍ଷତା ଏବଂ ଜ୍ଞାନ ବିକାଶ କରିବାର ପଦ୍ଧତି କିପରି ପରିବର୍ତ୍ତିତ ହେଉଛି ବୋଲି ତୁମେ ଭାବୁଛ ?
Answer:
(i) ପ୍ରଯୁକ୍ତିବିଦ୍ୟାଦ୍ଵାରା ଲୋକଙ୍କର ଦକ୍ଷତା ଏବଂ ଜ୍ଞାନବିକାଶ କରିବାରେ ଅନେକ ପଦ୍ଧତି ଦିନକୁ ଦିନ ପରିବର୍ତ୍ତିତ ହେବାର ଲାଗିଛି ।
(ii) ଅନେକ ସରକାରୀ ମଞ୍ଚ ଆଭାସୀ ପାଠ୍ୟକ୍ରମ (Online Course) ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ପାଇଁ ପଢ଼ିବାର ସୁଯୋଗ, ‘ସୃଷ୍ଟି କରିପାରିଛି ।
(iii) ବ୍ୟାପକ ମୁକ୍ତ ଆଭାସୀ ପାଠ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀମାନେ ରୋବୋଟିକ୍ସ, ଜଳୀୟ କୃଷି, ବୟନଛାପା ଆଦି ବିଷୟଗୁଡ଼ିକୁ ଅଧ୍ୟୟନ କରିପାରୁଛନ୍ତି ।
(iv) ଶିକ୍ଷାର୍ଥୀମାନେ ନିଯୁକ୍ତି ଓ ଅନ୍ୟାନ୍ୟ ପୀଠ୍ୟକ୍ରମ ଅଧ୍ୟୟନ କରିବା ସହିତ ନିଜ ସମୟ ସୁବିଧା ଅନୁସାରେ ଯେକୌଣସି ସ୍ଥାନରୁ ଏହି ଆଭାସୀ କ୍ଷେତ୍ରଦ୍ଵାରା ଉପକୃତ ହୋଇପାରୁଛନ୍ତି ।
(v) ସରକାରଙ୍କ ଜାତୀୟ ବୃତ୍ତିସେବା ପରି ଆଭାସୀ ଖୋଜିବାରେ ବିଭିନ୍ନ କ୍ଷେତ୍ରରେ ଚାକିରି ସୁଯୋଗ କ୍ଷେତ୍ରଗୁଡ଼ିକ ଲୋକଙ୍କୁ ସାହାଯ୍ୟ କରୁଛି । ଏହା ଭୌଗୋଳିକ ପ୍ରତିବନ୍ଧକକୁ ଦୂର କରି ଲୋକମାନଙ୍କର ଜ୍ଞାନ ଓ ଦକ୍ଷତା ବିକାଶ ତଥା ଦେଶ ବିଦେଶରେ ନିଯୁକ୍ତି ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି ।
Question 4.
ଶିକ୍ଷା ତଥା ଅଭ୍ୟାସଦ୍ୱାରା ନିଜକୁ ଉନ୍ନତ କରିବାହିଁ ଦକ୍ଷତା । ଦକ୍ଷତା ତୁମକୁ ଭଲଭାବରେ କାମ କରିବାରେ ସାହାଯ୍ୟ କରେ । କ୍ରୀଡ଼ା, ସୃଜନଶୀଳ ଲିଖନ, ଗାଣିତିକ ସମସ୍ୟାର ସମାଧାନ, ରୋଷେଇ କାମ, କିମ୍ବା ଲୋକଙ୍କ ସୁସମ୍ପର୍କ ରଖୁବା ଆଦି ଏହାର ଉଦାହରଣ । ତୁମେ ଆଜି ଗୋଟିଏ ଦକ୍ଷତା ଶିଖୁପାରିବ ବୋଲି ଭାବୁଛ କି ? ତାହା କ’ଣ ଓ କାହିଁକି ?
Answer:
(i) ବ୍ୟକ୍ତି ନିଜର କାର୍ଯ୍ୟକୌଶଳକୁ ବୃଦ୍ଧି କରିବାକୁ ଦକ୍ଷତା କୁହାଯାଏ I ଶିକ୍ଷା ତଥା ଅଭ୍ୟାସଦ୍ଵାରା ଏହାକୁ ଆମେ ଉନ୍ନତ କରିପାରିବା ।
(ii) ବର୍ତ୍ତମାନ ସମୟରେ ଜଣକୁ କୌଣସି ଗୋଟିଏ ବୃତ୍ତିରେ ଦକ୍ଷତା ହାସଲ କରିବାକୁ ପଡ଼ିବ । ସେ ଖେଳ, ରୋଷେଇ କି ସୃଜନଶୀଳ ଲିଖନ ହୋଇପାରେ । ଯଦି ମୁଁ କୌଣସି କାମରେ ଦକ୍ଷତା ହାସଲ କରିନପାରେ ଭବିଷ୍ୟତ ଜୀବନରେ କୌଣସି ଏକ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ ନାହିଁ ।
(iii) ମୁଁ ଯଦି ଜଣେ କ୍ରୀଡ଼ାବିତ୍ ହେବାକୁ ଚାହୁଁଛି ତେବେ ଆଜଠାରୁ ମୋତେ ସେ ଦିଗରେ ଟିକିନିଖ୍ ଶିକ୍ଷା ହାସଲ କରିବା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ବିଷୟରେ ଜ୍ଞାନ ଆହରଣ କରିବାକୁ ପଡ଼ିବ ।
(iv) ପରବର୍ତୀ ସମୟରେ ନିଜର ଦକ୍ଷତା ବଳରେ କୌଣସି ନୂତନ କର୍ମନିଯୁକ୍ତି ପାଇବାର ଆଶା ଉଜ୍ଜଳ କରିହେବ । ସେପରି ହେଲେ ମୁଁ ନିଜକୁ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ହିସାବରେ ପରିଗଣିତ କରିପାରିବି ।
(v) ନିଶ୍ଚିତ ଭାବରେ ମୁଁ ଭାବୁଛି ଯେକୌଣସି ଗୋଟିଏ ବିଷୟରେ ଦକ୍ଷତା ହାସଲ କରିବା ଉଚିତ । ସେଥିପାଇଁ ପ୍ରାରମ୍ଭିକ ସ୍ତରରୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ।
![]()
Question 5.
ଔଦ୍ୟୋଗିକୀକୁ ଉତ୍ପାଦନର ‘ଚାଳକ ଶକ୍ତି’ ବୋଳି ତୁମେ ଭାବୁଛ କି ? କାହିଁକି ବା କାହିଁକି ନୁହେଁ ?
Answer:
(i) ହଁ, ଔଦ୍ୟୋଗିକୀକୁ ମୁଁ ଉତ୍ପାଦନର ‘ଚାଳକ ଶକ୍ତି’ ବୋଲି ଭାବୁଛି । ଏହା ଦ୍ରବ୍ୟ ଉତ୍ପାଦନରେ ନୂଆ କୌଶଳ ଓ ନୂତନ ଜ୍ଞାନ ପ୍ରୟୋଗ କରି ବ୍ୟବହାର ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରିପାରିବ ।
(ii) ଉତ୍ପାଦନର ଉପାଦାନଗୁଡ଼ିକ ଏକତ୍ରିତ କରି ସେଥିରେ କଠିନ ପରିଶ୍ରମ ସାହାଯ୍ୟରେ ନୂତନ ଦ୍ରବ୍ୟ ଓ ସେବା ପ୍ରସ୍ତୁତ କରିପାରିବ ।
(iii) ଜଣେ ଉଦ୍ୟୋଗପତିଙ୍କ ଦୂରଦୃଷ୍ଟି ଫଳରେ ଅଭିନବ ଉତ୍ପାଦ ଓ ସେବା ଯୋଗାଇ ଦେବାରେ ସାହାଯ୍ୟ କରିଥା’ନ୍ତି ଓ ଏହା ସମାଜ ତଥା ଦେଶ ପାଇଁ ‘ଲାଭଦାୟକ ହୋଇଥାଏ ।
(iv) ସେମାନେ ନିଯୁକ୍ତ ସୁଯୋଗ ସୃଷ୍ଟିକରନ୍ତି ଓ ଜୀବନ ଜୀବିକାକୁ ବଜାୟ ରଖୁଥା’ନ୍ତି ।
(v) ଉଦ୍ୟୋଗପତିମାନେ ନିଜର ସ୍ଵପ୍ନ ସାକାର କରିବା ସହିତ ଦେଶର ଅର୍ଥନୀତିକୁ ଉନ୍ନତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି ।
Question 6.
ଉତ୍ପାଦନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା, ଶ୍ରମ ପରି ଅନ୍ୟ କାରକଗୁଡ଼ିକୁ ବଦଳାଇ ପାରିବ କି ? ଏହା ଭଲ ନା ଖରାପ ? ଏକ ଉଦାହରଣ ସାହାଯ୍ୟରେ ତୁମର ଉତ୍ତରକୁ ଯଥାର୍ଥ ବୋଲି ପ୍ରତିପାଦନ କର ।
Answer:
(i) ହଁ, ଉତ୍ପାଦନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା, ଶ୍ରମ ପରି ଅନ୍ୟ କାରକଗୁଡ଼ିକୁ ବଦଳାଯାଇ ପାରିବ ।
(ii) ଉତ୍ପାଦନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ କାର୍ଯ୍ୟକ୍ଷେତ୍ରରେ ଆଉ ଅଧିକ ଶ୍ରମ ଆବଶ୍ୟକ ପଡୁନାହିଁ । ଖୁବ୍ କମ୍ ସମୟରେ ଯନ୍ତ୍ରପାତି ସାହାଯ୍ୟରେ ଅଧିକ ଦ୍ରବ୍ୟ ଉତ୍ପାଦନ କରାଯାଇ ପାରୁଛି ଏବଂ ଏହି ଦ୍ରବ୍ୟଗୁଡ଼ିକ ଉନ୍ନତମାନର ମଧ୍ୟ ହୋଇପାରୁଛି ।
(iii) ନୂତନ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଫଳରେ କମ୍ ମୂଲ୍ୟରେ ଅଧିକ ପରିମାଣରେ ଦ୍ରବ୍ୟ ବଜାରରେ ଉପଲବ୍ଧ ହୋଇପାରୁଛି । ଏହା ପରିବେଶ ପ୍ରଦୂଷଣକୁ ହ୍ରାସ କରିବାରେ ସହାୟକ ହୋଇପାରୁଛି ।
(iv) ଆକଳନରୁ ଯାହା ଜଣାପଡୁଛି ପ୍ରଯୁକ୍ତିବିଦ୍ୟା ଭାରତରେ ଥିବା ୬୬ ଭାଗ ଯୁବକ ଯୁବତୀ ନିଯୁକ୍ତି କରିପାରିବ । ସୁଯୋଗ ସୃଷ୍ଟି କରିବାରେ ଯଥେଷ୍ଟ ସାହାଯ୍ୟ
(v) ପ୍ରଯୁକ୍ତିବିଦ୍ୟା ଆଜିର ଯୁବଗୋଷ୍ଠୀପାଇଁ ଅଧୁକ ଫଳପ୍ରଦ ହେବା ସହିତ ସେମାନେ ନିଜର ମନ ପସନ୍ଦର କାର୍ଯ୍ୟରେ ନିଯୁକ୍ତ ହୋଇପାରିବେ ଆମ ଦେଶର ଉନ୍ନତିରେ ଭାଗୀଦାର ହୋଇପାରିବେ ।
Answer:7.
ମାନବ ପୁଞ୍ଜିକୁ ଶିକ୍ଷା ଓ ଦକ୍ଷତା ତାଲିମ କିପରି ପ୍ରଭାବିତ କରେ ? ସେମାନେ ପରସ୍ପର ବିକଳ୍ପ ବା ପରିପୂରକ ହୋଇପାରିବେ କି ?
Answer:
(i) ଶିକ୍ଷା ଓ ଦକ୍ଷତା ତାଲିମ ମାନବ ପୁଞ୍ଜିକୁ ଅଧିକ ଦକ୍ଷତା ସଂପନ୍ନ କରିଥାଏ । ଆମ ଦେଶ ସ୍ଵାଧୀନତା ପରଠାରୁ ମାନବ ପୁଞ୍ଜିର ବିକାଶ କ୍ଷେତ୍ରରେ ଧୀରେଧୀରେ ଅଗ୍ରସର ହେଉଛି ।
(ii) ଉନ୍ନତ ମାନର ଦ୍ରବ୍ୟ ଉତ୍ପାଦନ ଓ ଅଧିକ ସଂଖ୍ୟକ ଦ୍ରବ୍ୟ ଉତ୍ପାଦନ କରିବାପାଇଁ ହେଲେ ଆମକୁ ସେହି ଅନୁସାରେ ଶ୍ରମିକମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ ।
(iii) ଜଣେ ଶିକ୍ଷିତ ଓ ଦକ୍ଷ ତାଲିମପ୍ରାପ୍ତ ବ୍ୟକ୍ତି ନିଶ୍ଚିତଭାବରେ ଅଣତାଲିମ ପ୍ରାପ୍ତ ବ୍ୟକ୍ତିଙ୍କଠାରୁ ଅଧିକ ଦ୍ରବ୍ୟ ଉତ୍ପାଦନ କରିପାରିବ ।
(iv) ଶିକ୍ଷା ଓ ଦକ୍ଷତା ତାଲିମ ପରସ୍ପର ପରିପୂରକ । ଏହି ଦୁଇଗୋଟି କାର୍ଯ୍ୟ ଗୁଣାତ୍ମକ ଦ୍ରବ୍ୟ ଉତ୍ପାଦନରେ ଅଧିକ ସହାୟକ ହୋଇଥାଏ ।
(v) ଶିକ୍ଷା ଓ ଦକ୍ଷତା ତାଲିମ କାର୍ଯ୍ୟକ୍ରମକୁ ଠିକ୍ ଢଙ୍ଗରେ ପରିଚାଳିତ କଲେ ଆମେ ଆମର ମାନବ ପୁଞ୍ଜିକୁ ସଠିକ୍ ଦିଗରେ ନେଇପାରିବା, ଯାହାକି ଦେଶର ଅର୍ଥନୈତିକ ପ୍ରଗତିରେ ସାହାଯ୍ୟ କରିପାରିବ । ବହୁକ୍ଷେତ୍ରରେ ପ୍ରଗତି ହାସଲ ସତ୍ତ୍ଵେ ଭାରତ ମାନବ ପୁଞ୍ଜି ବିକାଶ କରିବାରେ ଅନେକ ଆହ୍ଵାନର ସମ୍ମୁଖୀନ ହେଉଅଛି ।
![]()
Question 8.
ଧାତବ ପାଣି ବୋତଲର ଉତ୍ପାଦନ ଭଳି ଏକ ବ୍ୟବସାୟ ତୁମ୍ଭେ ଆରମ୍ଭ କରିବାକୁ ଚାହୁଁଛ ବୋଲି ଭାବ । ସେଥିପାଇଁ କି ପ୍ରକାର ସାଧନ ଆବଶ୍ୟକ ? ସେଗୁଡ଼ିକୁ ତୁମେ କିପରି ପାଇବ ? ମନେକର ଗୋଟିଏ ସାଧନ ତୁମେ ପାଇଲ ନାହିଁ । ତାହା ତୁମ ବ୍ୟବସାୟକୁ କିପରି ପ୍ରଭାବିତ କରିବ ?
Answer:
(i) ଯଦି ମୁଁ ଏକ ଧାତବ ପାଣି ବୋତଲ ଉତ୍ପାଦନ ପାଇଁ କାରଖାନା ବସାଇବା ପାଇଁ ଚାହିଁବି ପ୍ରଥମେ ସେଥିପାଇଁ ଆବଶ୍ୟକ ହେଉଥିବା ଉପାଦାନଗୁଡ଼ିକୁ ସଂଗ୍ରହ କରିବାପାଇଁ ଚେଷ୍ଟା କରିବି ।
(ii) କାରଖାନା ବସାଇବାପାଇଁ ଏକ ଘର, କଞ୍ଚାମାଲ, ଆବଶ୍ୟକୀୟ ଯନ୍ତ୍ରପାତି, ମେସିନ୍ ଓ କିଛି ତାଲିମ ପ୍ରାପ୍ତ ଶ୍ରମିକ ସଂଗ୍ରହ କରିବାକୁ ପଡ଼ିବ ।
(iii) କାରଖାନା ପାଇଁ ଆବଶ୍ୟକ ହେଉଥିବା ଉପାଦାନଗୁଡ଼ିକ ବିଭିନ୍ନ ଯୋଗାଣକାରୀ ସଂସ୍ଥାମାନଙ୍କରୁ ସଂଗ୍ରହ କରିବାକୁ ପଡ଼ିବ ।
(iv) ଶିକ୍ଷିତ ଓ ତାଲିମପ୍ରାପ୍ତ କୁଶଳୀ କାରିଗରମାନଙ୍କୁ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବମାନଙ୍କ ମଧ୍ୟରୁ ସଂଗ୍ରହ କରିବାକୁ ପଡ଼ିବ କିମ୍ବା ନିଯୁକ୍ତି ଯୋଗାଣ ସଂସ୍ଥାମାନଙ୍କଠାରୁ ଆଣିବାକୁ ପଡ଼ିବ ।
(v) ଯଦି ଉପରୋକ୍ତ ସାମଗ୍ରୀଗୁଡ଼ିକୁ ପାଇବାରେ ଅସମର୍ଥ ହୁଏ, ତେବେ କାରଖାନା ବସାଇବା କାର୍ଯ୍ୟ ବିଳମ୍ବିତ ହେଇପାରେ ନଚେତ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାର ଆଶଙ୍କା ରହିବ ।
Question 9.
ବ୍ୟବସାୟପାଇଁ ପ୍ରେରଣା, ସୁଯୋଗ ଓ ଆହ୍ବାନଗୁଡ଼ିକୁ ବୁଝିବାପାଇଁ ଜଣେ ଉଦ୍ୟୋଗୀ କିମ୍ବା ବ୍ୟବସାୟୀଙ୍କ ସାକ୍ଷାତକାର ନିଅ । ତୁମେ ଦୁଇ ଦୁଇଜଣ ହୋଇ ସୂଚନା ସଂଗ୍ରହ ନିମିତ୍ତ ପ୍ରଶ୍ନବଳୀ ତିଆରି କର ଏବଂ ମିଳିଥିବା ସୂଚନାରୁ ଯାହା ଶିକ୍ଷାଲାଭ କଲେ ତାହାକୁ ଅନ୍ୟମାନଙ୍କ ସହ ଆଲୋଚନା କର ।
Answer:
(i) ମୁଁ ଢେଙ୍କାନାଳର ଜଣେ ଲୁଗାକାରଖାନାର ମାଲିକଙ୍କ ସହିତ ଏକ ସାକ୍ଷାତକାର କରିଥିଲି । ଆମ ଦୁଇଜଣଙ୍କ ମଧ୍ୟରେ ଲୁଗାକାରଖାନା ସମ୍ବନ୍ଧୀୟ ବିଷୟରେ କଥାବାର୍ତ୍ତା ହୋଇଥିଲା । ସେଥୁମଧ୍ୟରୁ କିୟଦଂଶ ମୁଁ ଆପଣମାନଙ୍କ ସହିତ ବାଣ୍ଟିବାକୁ ଚାହୁଁଛି ।
(ii) ଛାତ୍ର – ନମସ୍କାର ସୁଜିତ ବାବୁ । ମୋ ପାଇଁ କିଛି ସମୟ ବାହାର କରିଥିବାରୁ ମୁଁ ଆପଣଙ୍କୁ କୃତଜ୍ଞତା ’ ଜଣାଉଛି । ମୋ ମନରେ ସବୁବେଳେ ପ୍ରଶ୍ନ ଉଠେ ସୁଜିତ୍ ବାବୁ ଏତେ କମ୍ ବୟସରେ ଏତେ ବଡ଼ ଗୋଟିଏ ଲୁଗାକଳର ମାଲିକ ହୋଇପାରିଲେ କିପରି ? ଏଥିପାଇଁ ଆପଣ କେଉଁଠାରେ ଶିକ୍ଷା କିମ୍ବା ତାଲିମ ନେଇଥିଲେ କି ? ଆପଣଙ୍କୁ ଏ କାମ କରିବାପାଇଁ କେଉଁଠାରୁ ପ୍ରେରଣା ପାଇଥିଲେ ?
(iii) ସୁଜିତ ବାବୁ – ମୋର ପିଲାଦିନରୁ ଏକ ସ୍ଵପ୍ନ ଥିଲା ଯେ ମୁଁ ବଡ଼ ହେଲେ କିଛି ଗୋଟାଏ କାରଖାନା କରିବି, ଯେଉଁଥରେ ଆମ ଅଞ୍ଚଳରୁ ଅଧିକ ଲୋକ ସେଥୁରେ କାମ କରିବାର ସୁଯୋଗ ପାଇପାରିବେ ।
(iv) ଶିକ୍ଷା ଓ ଦକ୍ଷତା ତାଲିମ ପରସ୍ପର ପରିପୂରକ । ଏହି ଦୁଇଗୋଟି କାର୍ଯ୍ୟ ଗୁଣାତ୍ମକ ଦ୍ରବ୍ୟ ଉତ୍ପାଦନରେ ଅଧିକ ସହାୟକ ହୋଇଥାଏ ।
(v) ଶିକ୍ଷା ଓ ଦକ୍ଷତା ତାଲିମ କାର୍ଯ୍ୟକ୍ରମକୁ ଠିକ୍ ଢଙ୍ଗରେ ପରିଚାଳିତ କଲେ ଆମେ ଆମର ମାନବ ପୁଞ୍ଜିକୁ ସଠିକ୍ ଦିଗରେ ନେଇପାରିବା, ଯାହାକି ଦେଶର ଅର୍ଥନୈତିକ ପ୍ରଗତିରେ ସାହାଯ୍ୟ କରିପାରିବ । ବହୁକ୍ଷେତ୍ରରେ ପ୍ରଗତି ହାସଲ ସତ୍ତ୍ଵେ ଭାରତ ମାନବ ପୁଞ୍ଜି ବିକାଶ କରିବାରେ ଅନେକ ଆହ୍ଵାନର ସମ୍ମୁଖୀନ ହେଉଅଛି । ସେଥିପାଇଁ ମୁଁ ଅନେକ ବଡ଼ ବଡ଼ ଲୁଗାକଳର ମାଲିକମାନଙ୍କୁ ଭେଟିଥିଲି । ସେମାନଙ୍କର ଗଠନମୂଳକ ମତାମତ ନେଇ ଆଗକୁ ବଢ଼ିଥିଲି । ମୋର କାରଖାନାର କାରିଗରୀ ଜ୍ଞାନକୌଶଳ ବ୍ୟବହାର କରିଥିଲି ।
(iv) ଛାତ୍ର– ଦୟାକରି ଟିକେ ଆପଣ କହିବେକି ଏହି ଲୁଗାକଳ ବସାଇବାରେ କେଉଁସବୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ସେଗୁଡ଼ିକୁ କିପରି ଆପଣ ଧୈର୍ଯ୍ୟର ସହିତ ମୁକାବିଲା କରିପାରିଥିଲେ ?
(v) ସୁଜିତ ବାବୁ – ମୁଁ ଯେତେବେଳେ କାରଖାନା ସ୍ଥାପନ କରିବାକୁ ଯାଇଥୁଲି ସେତେବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲି । ପ୍ରାରମ୍ଭିକ ସ୍ତରରେ ଗମ୍ଭୀର ସମସ୍ୟାମାନ ଦେଖାଦେଇଥିଲା । ବିଶେଷକରି ଆର୍ଥିକ ସମସ୍ୟା ଥିଲା ଅନ୍ୟତମ । ସେଥିପାଇଁ ମୁଁ ପୁଞ୍ଜି ନିବେଶକାରୀ ସଂସ୍ଥା ସହିତ ଯୋଗାଯୋଗ କରି ଟଙ୍କା ବା ପୁଞ୍ଜି ସଂଗ୍ରହ ବ୍ୟବସ୍ଥା କରିଥିଲି ।
(vi) ଛାତ୍ର – ଆପଣଙ୍କର ଆର୍ଥିକ ସଙ୍କଟ ସମୟରେ ଆପଣ ନିଜକୁ ଦୁର୍ବଳ ନଭାବି ଆଗକୁ ବଢ଼ିଚାଲିଲେ ? ଆପଣଙ୍କର ସେହି ଦୁର୍ଦ୍ଦିନର ଅନୁଭବରୁ କହିବେ କି ?
(vii) ସୁଜିତ ବାବୁ – ସେହି ସମୟ ମୋ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଥିଲା । ସେଥିପାଇଁ ଧୈର୍ଯ୍ୟର ସହିତ ନିରନ୍ତର କଠିନ ପରିଶ୍ରମ କରିବାକୁ ପଡ଼ିଥିଲା ।
(viii) ଛାତ୍ର – ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ଆପଣ ମୋ ସହିତ ଯେଉଁ ଅନୁଭୂତିଗୁଡ଼ିକ ବାଣ୍ଟିଲେ ତାହା ମୋତେ ଓ ଯୁବଉଦ୍ୟୋଗୀମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ, ଧନ୍ୟବାଦ ।
![]()
Question 10.
ନିଜକୁ ଜଣେ ଅର୍ଥନୀତିଜ୍ଞ ବୋଲି ଚିନ୍ତା କର । ପରିସ୍ଥିତିରେ ପରିବର୍ଜନ ହେଲେ, ‘ଆମ ରୋଷେଇ ଘର’ ବ୍ୟବସାୟରେ କ’ଣ ଘଟିପାରେ ବୋଲି ଭାବୁଛ, ଅନୁସନ୍ଧାନ କରେ । ଯଦି ତୁମେ ଶ୍ୟାମା ହୋଇଥା’ନ୍ତ, ନିମ୍ନଲିଖୁତ ପରିସ୍ଥିତିରେ କ’ଣ କରିଥା’ନ୍ତ ? ନିଜ ସହପାଠୀଙ୍କ ସହ ଆଲୋଚନା କର ।
(କ) ମନେକର ତୁମ ଭୋଜନାଳୟ ଘରର ଭଡ଼ା ହଠାତ୍ ଦ୍ଵିଗୁଣିତ ହୋଇଗଲା
- ତୁମେ ଏହି ଖର୍ଚ୍ଚ ପୂରଣ କରିବାପାଇଁ ପରିବେଷିତ ଖାଦ୍ୟର ମୂଲ୍ୟ ବୃଦ୍ଧି କରିବ କି ?
- ତୁମେ ଗୋଟିଏ ଶସ୍ତା ସ୍ଥାନ ଖୋଜିବ କି ?
- ଏହା ତୁମ ବ୍ୟବସାୟକୁ କିପରି ପ୍ରଭାବ ପକାଇବ ?
Answer:
(i) ହଁ, ମୁଁ ଖାଦ୍ୟର ମୁଖ୍ୟ ବୃଦ୍ଧି କରିବାପାଇଁ ବାଧ୍ୟ ହେବି, କାରଣ ଖର୍ଚ୍ଚକୁ ଭରଣା କରିବା ନିହାତି ଆବଶ୍ୟକ ।
(ii) ସ୍ଥାନଟିର ମୂଲ୍ୟ ଯଦି ହଠାତ୍ ବୃଦ୍ଧି ପାଇବ ଏବଂ ଭଡ଼ା ଦେବାକୁ ମୋ ପକ୍ଷରେ କଷ୍ଟକର ହେବ, ତା’ହେଲେ ମୁଁ ଆଉ ଗୋଟିଏ ଶସ୍ତା ବା କମ୍ ଦାମର ଭଡ଼ାଘର ଖୋଜିବାକୁ ବାଧ୍ୟ ହେବ ।
(iii) ଯଦି ଘରଭଡ଼ା ଦ୍ଵିଗୁଣିତ ହୋଇଯିବ ତାହାହେଲେ ମୋର ଖାଦ୍ୟସାମଗ୍ରୀର ମୂଲ୍ୟ ବଢ଼ିଯିବ । ମୋର ଲାଭାଂଶରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ତା’ ସହିତ ଦ୍ରବ୍ୟ ମୂଲ୍ୟବୃଦ୍ଧି ହେତୁ ଗ୍ରାହକମାନଙ୍କୁ ମଧ୍ୟ ବାଧ୍ରୁବ । ସେମାନେ ଶସ୍ତାରେ ଖାଦ୍ୟପଦାର୍ଥ ମିଳୁଥିବା ଭୋଜନାଳୟକୁ ଚାଲିଯିବେ, ଯାହାର ପ୍ରଭାବ ମୋ ବେପାର ଉପରେ ପଡ଼ିବ ।
Question (ଖ).
କଳ୍ପନା କର ଯେ ତୁମର ଜଣେ ସହାୟକ ହଠାତ ଚାକିରି ଛାଡ଼ିଦେଲା ।
- ଅବଶିଷ୍ଟ କର୍ମଚାରୀମାନେ କ’ଣ ସେହି କାମକୁ ସମାନ ଭାବରେ ପରିଚାଳନା କରିପାରିବେ ?
- ତୁମେ କ’ଣ ଅଧିକ ଦରମା ଦେଇ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବ ?
Answer:
ଏହା ବାସ୍ତବରେ ଅବଶିଷ୍ଟ କର୍ମଚାରୀମାନଙ୍କ ଉପରେ ନିର୍ଭର କରେ । ସେମାନେ କେତେ ପରିମାଣରେ କାମ କରିପାରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଯଦି ପୁରୁଣା କର୍ମଚାରୀମାନେ ଦାୟିତ୍ଵର ସହ କଠିନ ପରିଶ୍ରମ କରୁଥିବେ ତାହା ହେଲେ ଅବଶିଷ୍ଟ କର୍ମଚାରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଲେ ମଧ୍ୟ ସେମାନେ ଚାକିରି ଛାଡ଼ିଥିବା କର୍ମଚାରୀର କାମତକ କରିଦେବେ ।
(i) ଯଦି ଚାକିରି ଛାଡ଼ିଥିବା ସହାୟକ ଜଣକ ଦକ୍ଷ କାରିଗର ହୋଇଥାଏ, ତାହାହେଲେ ଅଧିକ ଦରମାଦେଇ ନୂତନ କର୍ମଚାରୀ ରଖୁବାକୁ ପଡ଼ିବ, ନଚେତ୍ ଭୋଜନାଳୟକୁ ବନ୍ଦ କରିବାକୁ ପଡ଼ିବ ।
Question (ଗ).
ତୁମ ଭୋଜନାଳୟରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ପାଇଁ ତୁମେ ଏକ କ୍ଷୁଦ୍ର ଋଣ ନେଲା ।
- ଏହାଦ୍ଵାରା ଉତ୍ପାଦନ ବୃଦ୍ଧି ସହିତ ଗୁଣବତ୍ତାରେ ଉନ୍ନତି ହେବ କି ?
- ଏହା ତୁମକୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚେଇବାରେ ସାହାଯ୍ୟକାରୀ ହେବ କି ?
Answer:
(i) ହଁ, ନିଶ୍ଚିତ ଭାବରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ ଉତ୍ପାଦନରେ ବୃଦ୍ଧିହେବା ସହିତ ଗ୍ରାହକମାନଙ୍କୁ ଉତ୍ତମ ଗୁଣବତ୍ତା ଭିଭିକ ଖାଦ୍ୟ ପ୍ରସ୍ତୁତ କରି ଦିଆଯାଇପାରିବ । ଯାହାଫଳରେ ସେମାନେ ଖୁବ୍ କମ୍ ସମୟରେ ସୁସ୍ୱାଦୁ ଖାଦ୍ୟ ପାଇପାରିବେ ଓ ଖୁସି ମଧ୍ୟ ହେବେ ।
(ii) ହଁ, ନୂତନ ପ୍ରଯୁକ୍ତି ବିଦ୍ୟାର ବିନିଯୋଗ ଫଳରେ ଅନଲାଇନ୍ ମାଧ୍ୟମରେ ଗ୍ରାହକମାନଙ୍କର ପସନ୍ଦ ଖାଦ୍ୟ ଅର୍ଡ଼ର ଗ୍ରହଣ କରି ଖୁବ୍ କମ୍ ସମୟରେ ତାଙ୍କ ପାଖରେ ପହଞ୍ଚାଇବାରେ ସୁବିଧା ହେବ । ଅଳ୍ପ ସମୟ ମଧ୍ୟରେ ଗ୍ରାହକମାନେ ଗରମ ଗରମ ଖାଦ୍ୟ ଖାଇବେ ଓ ପରବର୍ତ୍ତୀ ସମୟରେ ଆମକୁ ମଧ୍ଯ ଅଧ୍ଵରୁ ଅଧିକ ଖାଦ୍ୟସାମଗ୍ରୀ ପାଇଁ ଅର୍ଡ଼ର ଦେବେ ।
![]()
Question (ଘ).
ମନ୍ଥେକର ତୁମ ପକୋଶୀରେ ଅନ୍ୟ ଏକ ଭୋଜନାଳୟ ଖୋଲିଲା ।
- ତୁମେ କିପରି ଗ୍ରାହକମାନଙ୍କୁ ଆକର୍ଷିତ କରିବ ଏବଂ ତୁମର ପୁରୁଣା ଗ୍ରାହକମାନଙ୍କୁ ନିଜ ପାଖରେ ରଖୁପାରିବ ?
- ତୁମେ କ’ଣ ଉନ୍ନତ ସେବା ଦେଇ ମୂଲ୍ୟ ହ୍ରାସ କରିପାରିବ ବା ନୂତନ କିଛି ପ୍ରଦାନ କରିପାରିବ ?
Answer:
(i) ଯଦି ମୋ ପଡ଼ୋଶୀରେ ଅନ୍ୟ ଏକ ଭୋଜନାଳୟ ଖୋଲିଲା ନିଶ୍ଚିତ ଭାବରେ ଏହା ମୋପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ ବା କାରବାରରେ ବ୍ୟାଘାତ ସୃଷ୍ଟି କରିପାରେ । ତେଣୁ ମୋତେ କିଛି ନୂତନ ପନ୍ଥା ଅବଲମ୍ବନ କରିବାକୁ ପଡ଼ିବ, ଯଥା- ଗ୍ରାହକମାନଙ୍କୁ କିଛି ଅଫର ଦେବାର ବ୍ୟବସ୍ଥା ରଖୁବାକୁ ପଡ଼ିବ ଏବଂ ଖାଦ୍ୟର ମାନ ବୃଦ୍ଧି କରିବା ସହିତ ଅଧିକ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ ।
(ii) ହଁ, ନିଶ୍ଚିତ ଭାବରେ ମୋତେ କିଛି ନୂଆ କରି ଦେଖେଇବାକୁ ପଡ଼ିବ, ବିଭିନ୍ନ ପ୍ରକାର ଲୋଭନୀୟ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ । ଗ୍ରାହକମାନଙ୍କର ପସନ୍ଦ ମୁତାବକ ଖାଦ୍ୟକୁ ଖୁବ୍ ସମୟରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ପଡ଼ିବ । ନିୟମିତ ଆସୁଥୁବା ଗ୍ରାହକମାନଙ୍କର ରୁଚିକୁ ଗୁରୁତ୍ଵ ଦେବାକୁ ପଡ଼ିବ ।
ସବୁଠାରୁ ବଡ଼କଥା ହେଲା ଗ୍ରାହକମାନଙ୍କ ସହିତ ହେଉଥିବା କଥାବାର୍ତ୍ତା ଶୈଳୀରେ ସଂପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ପଡ଼ିବ । ସେମାନଙ୍କୁ ଆପଣାର ଲୋକ ବୋଲି ଭାବି ଯଥୋଚିତ ବ୍ୟବହାର କରିବାକୁ ପଡ଼ିବ । ଗ୍ରାହକଙ୍କୁ ବାନ୍ଧି ରଖୁବା ପାଇଁ ଆବଶ୍ୟକ ହେଲେ ଖାଦ୍ୟର ମୂଲ୍ୟ ହ୍ରାସ କରିବାକୁ ହେବ ନଚେତ୍ ଖାଦ୍ୟର ମାନ ଓ ପରିମାଣ ବୃଦ୍ଧି ପାଇବାକୁ ହେବ ।
Question (ଡି).
ବ୍ୟବସାୟକୁ ସହଜ ଓ ସୁଗମ କରିବା ସହିତ ଏହାର ଉନ୍ନତି ପାଇଁ କେଉଁ ସରକାରୀ ଆଇନ କିମ୍ବା ନିୟମ ପରିବର୍ତ୍ତନ କରାଯିବା ଉଚିତ୍ ବୋଲି ତୁମେ ଭାବୁଛ ?
Answer:
(i) ବ୍ୟବସାୟକୁ ସହଜ ଓ ସୁଗମ କରିବାପାଇଁ ହେଲେ ସରକାରୀ ନିୟମରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି ଯଥା— ଟ୍ୟାକ୍ସ ବ୍ୟବସ୍ଥାକୁ ସରଳୀକରଣ କରାଯିବା ଉଚିତ । ବ୍ୟବସାୟପାଇଁ ଆବଶ୍ୟକ ହେଉଥିବା ଲାଇସେନ୍ସ ବ୍ୟବସ୍ଥାକୁ ସହଜ ଓ ସୁଗମ କରିବାକୁ ପଡ଼ିବ । ବ୍ୟବସାୟୀମାନଙ୍କୁ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଯିବାକୁ ଯେପରି ନପଡ଼େ ସେଥିପାଇଁ ସୁବନ୍ଦୋବସ୍ତ କରାଯିବା ଦରକାର ।
(ii) ବ୍ୟବସାୟ ପାଇଁ ଆବଶ୍ୟକ ହେଉଥିବା ଲାଇସେନ୍ସ ଓ ରେଜିଷ୍ଟ୍ରେସନ ବ୍ୟବସ୍ଥାକୁ ଅନଲାଇନ୍ ମାଧ୍ୟମରେ କରାଯିବାର ଆବଶ୍ୟକତା ରହିଛି । ଦ୍ଵିତୀୟତଃ ଏଥିପାଇଁ ଉନ୍ନତ ଆପ୍ ବା ୱେବ୍ସାଇଟ୍ ଖୋଲିବାର ବ୍ୟବସ୍ଥା କରାଗଲେ ବ୍ୟବସାୟ ଖୁବ୍ ସହଜ ଓ ସୁଗମ ହୋଇପାରିବ ବୋଲି ମୁଁ ଭାବୁଛି !
ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧୬୯) :
Question 1.
ଉତ୍ପାଦନର କାରକଗୁଡ଼ିକ କ’ଣ ?
Answer:
- ସାମଗ୍ରୀ ଏବଂ ସେବା ସୃଷ୍ଟି କରିବା ପାଇଁ ବ୍ୟବହୃତ ମୌଳିକ ସମ୍ବଳଗୁଡ଼ିକୁ ଉତ୍ପାଦନର କାରକ କୁହାଯାଏ ।
- ଅର୍ଥନୀତି ଅନୁସାରେ ଉତ୍ପାଦନର ଚାରିଗୋଟି ମୁଖ୍ୟ କାରକ ରହିଛି । ସେଗୁଡ଼ିକ ହେଲା- ଭୂମି, ଶ୍ରମ, ପୁଞ୍ଜି ଏବଂ ଉଦ୍ୟୋଗ ।
![]()
Question 2.
ସେହି କାରକଗୁଡ଼ିକ କିପରି ପରସ୍ପର ସମ୍ପର୍କିତ ?
Answer:
- ଉତ୍ପାଦନର କାରକ ଭୂମି (ମାଟି, ଜଙ୍ଗଲ, ପାଣି), ଶ୍ରମ (କୁଶୀଳ ଶ୍ରମିକ), ପୁଞ୍ଜି (ଯନ୍ତ୍ରପାତି, ଉପକରଣ ) ଏବଂ ଉଦ୍ୟୋଗ (ମାଲିକ, ଧାରଣା ବିନାଶକାରୀ) ପରସ୍ପର ସହିତ ଜଡ଼ିତ – ‘କା’.
- ଯଦି ଏହି କାରକଗୁଡ଼ିକ ମଧ୍ୟରୁ କିଛି ଭୁଲ ସ୍ଥାନରେ ଦିଆଯାଏ କିମ୍ବା ଭୁଲ ଅନୁପାତରେ ବ୍ୟବହାର କରାଯାଏ, ତେବେ ଏହା ଉତ୍ପାଦନରେ ବାଧା ସୃଷ୍ଟି କରିପାରେ ।
Question 3.
ଉତ୍ପାଦନରେ ମାନବ ପୁଞ୍ଜିର ଭୂମିକା କ’ଣ ଏବଂ ଏହାର ପ୍ରବର୍ତ୍ତକଗୁଡ଼ିକ କ’ଣ ?
Answer:
- ମାନବ ପୁଞ୍ଜି ଶ୍ରମିକ କିମ୍ବା କର୍ମଚାରୀଙ୍କ ଦକ୍ଷତା, ଜ୍ଞାନ, ନିର୍ଣ୍ଣାୟକତା, ଅଭିଜ୍ଞତା ଏବଂ ସ୍ଵାସ୍ଥ୍ୟକୁ ବୁଝାଏ ।
- ଉତ୍ପାଦନରେ ମାନବ ପୁଞ୍ଜିର ଭୂମିକାରେ ଜ୍ଞାନୀ ଏବଂ ଦକ୍ଷ ଶ୍ରମିକ ଅନ୍ତର୍ଭୁକ୍ତ ଯେଉଁମାନେ ସାମଗ୍ରୀ ଏବଂ ସେବାର ଗୁଣବତ୍ତା ଏବଂ ଉତ୍ପାଦନକୁ ବୃଦ୍ଧି କରିପାରିବେ ।
- ସେମାନେ ଉତ୍ପାଦରେ ମୂଲ୍ୟ ଯୋଡ଼ିବା ପାଇଁ ସେମାନଙ୍କ ଅଭିଜ୍ଞତାକୁ ବ୍ୟବହାର କରିପାରିବେ ।
- ମାନବ ପୁଞ୍ଜିର ସହାୟତ ହେଉଛି ଶିକ୍ଷା ଏବଂ ତାଲିମ୍, ସ୍ଵାସ୍ଥ୍ୟସେବା, ସାମାଜିକ ଏବଂ ସାଂସ୍କୃତିକ ପ୍ରଭାବ ।
ଆସ ଅନୁସନ୍ଧାନ କରିବା :
Question 1.
ଗୋଟିଏ କ୍ଷୁଦ୍ର ଦଳ ଗଠନ କରି ତୁମ ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟାବଳୀଗୁଡ଼ିକୁ ଅଧ୍ୟୟନ କର । କେଉଁ ପ୍ରକାର ଦ୍ରବ୍ୟ ଓ ସେବା ଏଠାରେ ପ୍ରସ୍ତୁତ ହେଉଛି ବା ଯୋଗାଇ ଦିଆଯାଉଛି ?
Answer:
ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଦ୍ରବ୍ୟ ଏବଂ ସେବା ଉତ୍ପାଦିତ ହୋଇଥାଏ କିମ୍ବା ଯୋଗାଇ ଦିଆଯାଏ । ଏଠାରେ ମୁଁ ମୋର ପ୍ରିୟ ଦୋକାନ ଏବଂ ବ୍ୟବସାୟ ବିଷୟରେ ଏକ ବିବରଣୀ ଦେଇଛି ।
| ଦୋକାନର ପ୍ରକାର | ଅଞ୍ଚଳରେ ସଂଖ୍ୟା | ଉପଲବ୍ଧ ଉତ୍ପାଦିତ ଦ୍ରବ୍ୟ କିମ୍ବା ସେବା ପ୍ରଦାନ | ଆବଶ୍ୟକ ବିଭିନ୍ନ ସାଧନ |
| ମିଠା ଦୋକାନ | ୧୨ | ଭାରତୀୟ ମିଠା ଏବଂ ସ୍ନାକ୍ସ | ଘିଅ, କ୍ଷୀ, ଚିନି, ମଇଦା, ଶୁଖୁଲାଫଳ, |
| ବେକରୀ | ୩ | କେକ୍, ପେସ୍ଟ୍ରି, କୁକିଜ୍ | ଚିନି, ମଇଦା, ଶୁଖୁଲାଫଳ, ଅଣ୍ଡା, ଲହୁଣୀ, ଘିଅ |
| ଷ୍ଟେସନାରୀ ଦୋକାନ | ୧୮ | ନୋଟବୁକ୍, କଲମ, ସ୍କୁଲ ସାମଗ୍ରୀ | କାଗଜ, କାଳି, କାର୍ଡ଼ବୋର୍ଡ଼ ଓ ପ୍ଲାଷ୍ଟିକ୍ |
| ଅଳଙ୍କାର ଦୋକାନ | ୦୧ | ସୁନା, ରୁପା, ହୀରା ଅଳଙ୍କାର | ମୂଲ୍ୟବାନ ଧାତୁ |
| ଚପଲ ଦୋକାନ | ୦୩ | ଜୋତା, ଚପଲ | ଚମଡ଼ା, ରବର, ଅଠା, ସୂତା |
![]()
Question 2.
ଏଠାରେ ଲତା, ଆଶା, ମୋହନ ଓ ରୁଦ୍ର ମିଶି ଏକ କ୍ଷୁଦ୍ର ତାଲିକା ପ୍ରସ୍ତୁତ କରିଛନ୍ତି । ତୁମେ ଏହିପରି ଏକ ଦୋକାନ ପାଇଁ ନିଜ ପସନ୍ଦର ତାଲିକାଟିଏ ପ୍ରସ୍ତୁତ କର ।

Question 3.
ଲୋକମାନେ ସେମାନଙ୍କ ବ୍ୟବସାୟ ପାଇଁ ଆବଶ୍ୟକ ଅର୍ଥ କେଉଁଠାରୁ ପାଆନ୍ତି ?
Answer:
ଲୋକମାନେ ସେମାନଙ୍କ ବ୍ୟବସାୟ ପାଇଁ ଅର୍ଥ ପରିବାର ପାଣ୍ଠି, ବ୍ୟକ୍ତିଗତ ସଞ୍ଚୟ, ବ୍ୟାଙ୍କ ଋଣ କିମ୍ବା ନିବେଶକଙ୍କଠାରୁ ପାଆନ୍ତି । ବେଳେବେଳେ ସେମାନେ ବ୍ୟବସାୟ ଆରମ୍ଭ କରିବା ପାଇଁ ସେମାନଙ୍କର କିଛି ସମ୍ପତ୍ତି ବିକ୍ରି କରନ୍ତି ।
Question 4.
କେଶ ସଜ୍ଜାକାରୀ କେଉଁଠାରୁ ତାଲିମ୍ ପାଇଛନ୍ତି ?
Answer:
କେଶସଜ୍ଜାକାରୀ ସୌନ୍ଦର୍ଯ୍ୟ ପ୍ରତିଷ୍ଠାନରୁ ତାଲିମ ପାଇଛନ୍ତି । ସେମାନେ ଜଣେ ଅଭିଜ୍ଞ କେଶ କାରିଗର ନଚେତ୍ ପରିବାର ସଦସ୍ୟଙ୍କ ସହ କାମ କରି ତାଲିମ ପାଇଛନ୍ତି ।
![]()
Question 5.
ଖାଦ୍ୟ ବିକ୍ରେତାମାନଙ୍କୁ ରୋଷେଇ କରିବା କିଏ ଶିଖାଇଲା ?
Answer:
ଖାଦ୍ୟ ବିକ୍ରେତାମାନେ ସାଧାରଣତଃ ପରିବାର ସଦସ୍ୟଙ୍କଠାରୁ, ନିଜେ ଅଭ୍ୟାସ କରି କିମ୍ବା ଅନ୍ୟ ଅଭିଜ୍ଞ ବିକ୍ରେତାଙ୍କ ଅଧୀନରେ କାମ କରି ରୋଷେଇ କରିବା ଶିଖୁଛନ୍ତି । କେତେକ ବିକ୍ରେତା ଇଣ୍ଟନେଟ୍ରେ ଉପଲବ୍ଧ ରୋଷେଇ ପ୍ରଣାଳୀ ଶିଖୁଛନ୍ତି ।
Question 6.
ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିବାକୁ କେଉଁଠୁ ପ୍ରେରଣା ପାଇଥିଲେ ?
Answer:
ବ୍ୟବସାୟୀମାନେ ପ୍ରାୟତଃ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ହେବାର ଇଚ୍ଛା କିମ୍ବା ପରିବାରର ଜୀବିକା ଏବଂ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟବସାୟ କରିବାକୁ ପ୍ରେରଣା ପାଇଥିଲେ । ବ୍ୟକ୍ତିଗତ ସ୍ଵପ୍ନ କିମ୍ବା ସେମାନଙ୍କର ଚିନ୍ତାଧାରା ବିକଶିତ କରିବାର ଆଗ୍ରହ ମଧ୍ୟ ଅନେକଙ୍କୁ ବ୍ୟବସାୟ ଆରମ୍ଭ କରିବାକୁ ପ୍ରେରଣା ଦେଇଥିଲା ।
ଅର୍ଥଶାସ୍ତ୍ରରେ ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ସାଧନ କିମ୍ବା ଉତ୍ପାଦନର କାରକଗୁଡ଼ିକୁ ଚାରି ପ୍ରକାରରେ ବିଭକ୍ତ କରାଯାଇଛି – ଯଥା: ଭୂମି, ଶ୍ରମ, ପୁଞ୍ଜି ଏବଂ ଉଦ୍ୟୋଗିକୀ ।
Question 7.
ତୁମେ ପ୍ରସ୍ତୁତ କରିଥିବା ତଥ୍ୟଭିତ୍ତିକ ସାରଣୀକୁ ଅନୁଧ୍ୟାନ କର । ସାରଣୀରେ ଥିବା କେଉଁ ଜିନିଷଗୁଡ଼ିକ ‘ଭୂମି’ ଭାବରେ ଗ୍ରହଣ କରାଯାଇପାରିବ ?
Answer:
ଚାଷଜମି, ଖଣି କିମ୍ବା ପ୍ରାକୃତିକ ଉପାୟରେ ଉତ୍ପାଦିତ ଜିନିଷଗୁଡ଼ିକ (ଯେପରିକି କ୍ଷୀର, ପନିପରିବା, ଧାତୁ, ଫୁଲ ଇତ୍ୟାଦି) ଭୂମି ମଧ୍ଯରେ ଅନ୍ତର୍ଭୁକ୍ତ । ମୋ ରିପୋର୍ଟରେ ଥିବା ସାରଣୀ ଅନୁଯାୟୀ ଗହମ, ଅଣ୍ଡା, କ୍ଷୀର, ସୁନା, ରୁପା, ରନ୍ପଥର, ଚମଡ଼ା, ରବର ଇତ୍ୟାଦିକୁ ଭୂମି ଭାବରେ ଗ୍ରହଣ କରାଯାଇପାରିବ ।
![]()
Question 8.
ଆସ ଏକ ପରୀକ୍ଷଣ କରିବା । ତୁମ ପରିବାର ଏବଂ ପଡ଼ୋଶର ୧୦ ଜଣ ବୟସ୍କ କର୍ମଜୀବୀଙ୍କ ଏକ ତାଲିକା ପ୍ରସ୍ତୁତ କର । ସେମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରସ୍ଥ ସଂସ୍କୃତି ବର୍ଣ୍ଣନା କରିବାକୁ କୁହ । ସହପାଠୀଙ୍କ ସହ ତୁମ ଅଭିଜ୍ଞତା ଲିଖ୍ତ ଭାବେ ଆଲୋଚନା କର । ତୁମେ ଏଥୁରେ କ’ଣ ଅନୁଭବ କଲ ? ଏଥିରେ କେଉଁ ବିଶେଷଣାତ୍ମକ ଶବ୍ଦ ଅଧ୍ବକ ପ୍ରୟୋଗ ଘଟିଛି ?
Answer:
(i) ଆମ ପରିବାର ଏବଂ ପଡ଼ୋଶୀର ୧୦ ଜଣ ବୟସ୍କ କର୍ମଜୀବୀଙ୍କ ଏକା ତାଲିକା ପ୍ରସ୍ତୁତ କରି ସେମାନଙ୍କ କର୍ମକ୍ଷେତ୍ରସ୍ଥ ସଂସ୍କୃତ ବର୍ଣ୍ଣନା କରିବାକୁ କହିଲି ।
(ii) ମୋର ସହପାଠୀଙ୍କ ସହ ମୋର ଅଭିଜ୍ଞତା ଆଲୋଚନା କରିବାପରେ ମୁଁ ଜାଣିଲି ଯେ ଅନେକ ଲୋକ ପ୍ରାୟ ସମାନ ପରିବେଶରେ କାମ କରନ୍ତି । ଏଥିରେ କଠୋର, ସହାୟକ, ବନ୍ଧୁତ୍ଵପୂର୍ଣ୍ଣ ଏବଂ ଲକ୍ଷ୍ୟପ୍ରେରିତ ଆଦି ବିଶେଷଣାତ୍ମକ ଶବ୍ଦର ଅଧ୍ବକ ପ୍ରୟୋଗ ଘଟିଛି ।
Question 9.
ଅତୀତର ସ୍ମୃତି ଫର୍ଦ ଅଧ୍ୟାୟରେ ତୁମେ ଦୀର୍ଘ ଶତାବ୍ଦୀ ଧରି ଭାରତରେ କଳା ଏବଂ ସ୍ଥାପତ୍ୟର ଉଦାହରଣ ଦେଖୁଛି । ଏତେ ଉଚ୍ଚ ସ୍ତରର ଉତ୍କର୍ଷତା ହାସଲ କରିବାର କାରକଗୁଡ଼ିକ କ’ଣ ? ଦଳଗତ ଭାବେ ଆଲୋଚନା କରି ଶ୍ରେଣୀରେ ଉତ୍ପନ କର ।
Answer:
ଅତୀତର ସ୍ମୃତି ଫର୍ଘ ଅଧ୍ୟାୟରେ ଆମେ ଦୀର୍ଘ ଶତାବ୍ଦୀଧରି ଭାରତର କଳା ଏବଂ ସ୍ଥାପତ୍ୟର ଉଦାହରଣ ଦେଖୁଛୁ । ଏତେ ଉଚ୍ଚସ୍ତରର ଉତ୍କର୍ଷତା ହାସଲ କରିବାର କାରକଗୁଡ଼ିକ ହେଉଛି –
- କାରିଗରମାନେ ଅତ୍ୟନ୍ତ ଦକ୍ଷ ଥିଲେ ଏବଂ ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଉଥିଲା ।
- ପଥର, କାଠ, ଧାତୁ ଭଳି କଞ୍ଚାମାଲ ସେମାନଙ୍କ ପାଖରେ ସହଜରେ ପହଞ୍ଚୁଥୁଲା ଯାହା ସେମାନଙ୍କୁ ସେମାନଙ୍କ କାମରେ ସାହାଯ୍ୟ କରିଥିଲା ।
- ସେମାନଙ୍କ ଗଭୀର ଧର୍ମବିଶ୍ଵାସ ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସେମାନଙ୍କୁ ମନୋରମ କଳା ଏବଂ ସ୍ଥାପତ୍ୟ ସୃଷ୍ଟି କରିବାକୁ ପ୍ରେରଣା ଦେଇଥିଲା ।
- ରାଜାମାନେ ମଧ୍ୟ ଏହି ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସମ୍ବଳ ଏବଂ ଭୂମି ପ୍ରଦାନ କରି ସମର୍ଥନ କରିଥିଲେ ଯାହା ସେମାନଙ୍କର ସୃଜନଶୀଳତା ଏବଂ ଉତ୍କର୍ଷତାକୁ ଆହୁରି ଉତ୍ସାହିତ କରିଥିଲା ।
Question 10.
ଉତ୍ପାଦନର ଅନେକ ପାରମ୍ପରିକ କୌଶଳ ହଜିଗଲାଣି ବା ଲିଭିବାକୁ ବସିଲାଣି । ଉଦାହରଣ ସ୍ଵରୂପ, ଷୋଡଶ ଶତାବ୍ଦୀରେ ଭାରତରେ ୟୁରୋପୀୟମାନଙ୍କ ଆଗମନ ପରେ ସିଲେଇ ବୋଇତ ନିର୍ମାଣ କୌଶଳର ଦ୍ରୁତ ଅବକ୍ଷୟ ହେଲା । ଏହି କୌଶଳ ଏବେ ଛୋଟ ମାଛଧରା ଡଙ୍ଗା ପାଇଁ ବ୍ୟବହୃତ ହେଉଛି ।
ସ୍ଵଦେଶୀ ଜ୍ଞାନ କୌଶଳର ବ୍ୟବହାର ହ୍ରାସ ପାଇଛି ବୋଲି ତୁମେ କାହିଁକି ଭାବୁଛ ? ନିଜ ଶ୍ରେଣୀରେ ଏହାଲ’ ଆଲୋଚନା କର ।
Answer:
(i) ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଯୋଗୁଁ ସ୍ଵଦେଶୀ କୌଶଳର ବ୍ୟବହାର ହ୍ରାସ ପାଉଛି । ଆଧୁନିକ ଉପକରଣ ଏବଂ ଯନ୍ତ୍ରପାତିଗୁଡ଼ିକ ଅଧିକ ମୂଲ୍ୟ–ଦକ୍ଷ ଏବଂ ପୁଞ୍ଜି ସଘନଶୀଳ ।
(ii) ଅନ୍ୟପକ୍ଷରେ ପାରମ୍ପରିକ ଉତ୍ପାଦନ ପଦ୍ଧତିଗୁଡ଼ିକ ନୂତନ କିଛି ସୃଷ୍ଟି କରିବା ପାଇଁ ପ୍ରମୁଖ ମାନବ ପୁଞ୍ଜି ଏବଂ ସମୟ ଆବଶ୍ୟକ କରେ ।
![]()
Question 11.
ମନୁଷ୍ୟର ପ୍ରୟାସ ଓ ଦକ୍ଷତାକୁ ପ୍ରଦର୍ଶିତ କରୁଥିବା ନିଜ ଅଞ୍ଚଳର କିଛି ପାରମ୍ପରିକ କୌଶଳ ଓ ଉତ୍ପାଦନ ବିଷୟରେ ତଥ୍ୟ ବହାର କର । ଚିତ୍ର ତଥା ଲେଖା ମାଧ୍ୟମରେ ଏହାକୁ ଶ୍ରେଣୀଗୃହରେ ବୁଝାଅ ।
Answer:
- ଆମ ଅଞ୍ଚଳରେ କଂସାବାସନ, ଯାହା ଏହାର ଗୁଣବତ୍ତା ପାଇଁ ପ୍ରସିଦ୍ଧ । ଏହା ସହିତ ପିପିଲି ଚାନ୍ଦୁଆ ଭଳି ହସ୍ତଶିଳ୍ପ ମଧ୍ଯ ମହାନ ମାନବୀୟ ଦକ୍ଷତା ପ୍ରଦର୍ଶନ କରେ ।
- ଏହି ଉତ୍ପାଦଗୁଡ଼ିକ ପ୍ରାୟତଃ ପିଢ଼ି ପରେ ପିଢ଼ି ବଦଳୁଥିବା ପାରମ୍ପରିକ କୌଶଳ ଏବଂ ଉପକରଣ ବ୍ୟବହାର କରି ତିଆରି କରାଯାଏ ।
Question 12.
ତୁମ ଅଞ୍ଚଳରେ ଥିବା ଗୋଟିଏ କାରଖାନା ଚିହ୍ନଟ କର । କାରଖାନା ନିର୍ମାଣରେ କେତେ ପୁଞ୍ଜି ନିବେଶ ହୋଇଥବ ବୋଲି ତୁମେ ଭାବୁଛ, ତାହା ହିସାବ କରି ନିର୍ଣ୍ଣୟ କର (ତୁମେ ଏହାର ଏକ ଆକଳନ ଦେଇ ପାରିବ) । କାରଖାନା ତା’ର ଉତ୍ପାଦ ପ୍ରସ୍ତୁତ ପାଇଁ କେଉଁ ପ୍ରକାର ସରଞ୍ଜାମ ବା ଉପକରଣ ବ୍ୟବହାର କରୁଛି, ତାହା ଉଲ୍ଲେଖ କର ।
Answer:
- ଆମ ଅଞ୍ଚଳରେ ଏକ କପଡ଼ା କାରଖାନା ଅଛି, ଯାହା ସମ୍ବଲପୁରରେ ଆମ ଘର ପାଖରେ ଅବସ୍ଥିତ । ଏହା କପା ଓ ମିଶ୍ରିତ କପଡ଼ା ପୋଷାକ ଉତ୍ପାଦନ କରେ ।
- କାରଖାନା ନିର୍ମାଣ, ବିଦ୍ୟୁତ୍ ଏବଂ ଯନ୍ତ୍ରପାତି ସ୍ଥାପନ ପାଇଁ ପ୍ରାୟ ୫-୬ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥବ ବୋଲି ମୁଁ ଭାବୁଛି ।
- କାରଖାନା ତା’ର ଉତ୍ପାଦ ପ୍ରସ୍ତୁତି ପାଇଁ ସୂତା କଟା ଯନ୍ତ୍ର, କପଡ଼ା ବୁଣ ଯନ୍ତ୍ର, ରଙ୍ଗ ଦେବା ଯନ୍ତ୍ର, ସିଲାଇ ଯନ୍ତ୍ର ଏବଂ ଫିନିଶିଂ ଯନ୍ତ୍ର ବ୍ୟବହାର କରୁଛି ।
Question 13.
ତୁମ ଆଖପାଖର ଲୋକ ତଥା ଗୋଷ୍ଠୀଗତ ଜୀବନକୁ ପ୍ରଭାବିତ କରୁଥିବା ବିକଶିତ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଚିନ୍ତା କରିପାରିବ କି ? ଏ ବିଷୟରେ ଘରେ ତଥା ପଡ଼ୋଶୀରେ ଥିବା ବୟସ୍କ ବ୍ୟକ୍ତିଙ୍କ ସହ ଆଲୋଚନା କର ।
Answer:
ଆମ ଆଖପାଖର ଲୋକ ତଥା ଗୋଷ୍ଠୀଗତ ଜୀବନକୁ ପ୍ରଭାବିତ କରୁଥିବା ପ୍ରଯୁକ୍ତିବିଦ୍ୟା ମଧ୍ଯରେ ନିମ୍ନଲିଖତଗୁଡ଼ିକ ଅନ୍ତର୍ଭୁକ୍ତ ।
(i) ଅନ୍ଲାଇନ୍ ଶିକ୍ଷଣ ପାଠ୍ୟକ୍ରମ ଯାହା ଦକ୍ଷତା ଆଧାରିତ ପାଠ୍ୟକ୍ରମକୁ ସହଜ କରିଥାଏ ।
(ii) ଅନ୍ଲାଇନ୍ ଚାକିରି ସନ୍ଧାନ ପୋର୍ଟାଲ ଯାହା ବ୍ୟକ୍ତିବିଶେଷଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ କମ୍ପାନୀଗୁଡ଼ିକ ସହିତ ସଂଯୋଗ ସ୍ଥାପନ କରିବାରେ ସାହାଯ୍ୟ କରେ ।
(iii) ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଯାହା ନଗଦହୀନ କାରବାର ଏବଂ ବାସ୍ତବ–ସମୟ ସମାଧାନ ପ୍ରଦାନ କରେ ।
![]()
Question 14.
କୌଣସି ଏକ ସମସ୍ୟା ସମାଧାନ ପାଇଁ ତୁମେ ଚିନ୍ତା କର । ଏହା ସମ୍ପର୍କିତ ସୂଚନା ଗୋଟିଏ କାଗଜରେ ଲେଖ । ଯଥା- ଏହାର ନାମ, ଏହାର କାର୍ଯ୍ୟପ୍ରଣାଳୀ ଦର୍ଶାଇବା ପାଇଁ ଏକ ନକ୍ସା ପ୍ରସ୍ତୁତ କର । ଏ ବିଷୟରେ ତୁମେ ତୁମ ସହପାଠୀମାନଙ୍କ ସହ ଆଲୋଚନା କର ।
Answer:
(i) କୌଣସି ଏକ ସମସ୍ୟାର ସମାଧାନ ପାଇଁ ଚିନ୍ତାକରେ ଯେ ମୁଁ ଏକ ରୋଷେଇ ସହାୟକ ଉଦ୍ଭାବନ କରିବାକୁ ଚାହିଁବି ଏବଂ ଏହାର ନାମ ଫ୍ଲୋରା ରଖୁବି ।
(ii) ଏହା ନୂତନ ରୋଷେୟା, ଅନେକ ଛୋଟ ବିକ୍ରେତା ଏବଂ କ୍ଲାଉଡ଼ ରୋଷେଇଘର କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କୁ ମାର୍ଗଦର୍ଶନ କରିବ ।
(iii) ଏହା ଉପଲବ୍ଧ ଉପାଦାନ ସହିତ ରେସିପି ମଧ୍ଯ ପରାମର୍ଶ ଦେବି । ଏହା ଆମ ସହିତ ରୋଷେଇ ବିଷୟରେ କଥା ହେବ ଏବଂ ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ବିରତି ନେବ ।
ଏହା ବିଷୟରେ ଚିନ୍ତା କର :
Question 1.
ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ର, ଡାକ୍ତର, ଔଷଧ ଦୋକାନ, ନିଦାନାଗାର (dignostic labs) ଇତ୍ୟାଦି ଭିତ୍ତିଭୂମି ଓ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା ମାନବ ପୁଞ୍ଜି ବିକାଶରେ କିପରି ସହାୟକ ହୋଇଥାଏ ?
Answer:
(i) ଡାକ୍ତରଖାନା, ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଡାକ୍ତର, ଔଷଧ ଦୋକାନ, ନିଦାନାଗାର ଇତ୍ୟାଦି ଭିତ୍ତିଭୂମି ଓ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା ସିଧାସଳଖ ମାନବ ପୁଞ୍ଜିକୁ ପ୍ରଭାବିତ କରେ ।
(ii) ସମାଜର ଉତ୍ପାଦକତା ଏବଂ କଲ୍ୟାଣ ଉପରେ ଏଗୁଡ଼ିକର ଏକ ବଡ଼ ପ୍ରଭାବ ପଡ଼ିଥାଏ । ଏଗୁଡ଼ିକ ରୋଗକୁ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାରେ ଡାକ୍ତରଙ୍କୁ ସାହାଯ୍ୟ କରେ ।
(iii) ସ୍ଵାସ୍ଥ୍ୟକର୍ମୀମାନେ ଅଧିକ ସକ୍ରିୟ, ଦକ୍ଷ ଏବଂ କେନ୍ଦ୍ରିତ ହେବା ଉଚିତ ଏବଂ ମାନବ ପୁଞ୍ଜି ବିକାଶକୁ ପ୍ରୋତ୍ସାହିତ କରି ଦେଶର ଅର୍ଥନୀତିକୁ ଆହୁରି ପ୍ରଭାବଶାଳୀ ଭାବରେ ଯୋଗଦାନ ଦେବା ଉଚିତ ।
![]()
Question 2.
କୌଣସି ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ଶୁଭାଶୀଷକୁ ଦୁଇ ବର୍ଷ ପୂର୍ବେ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା, କାରଣ ତା’ର ବାପା ନିଜର ଚାକିରି ହରାଇଥିଲେ । ତୁମେ ଭାବୁଛ କି ଏହି ପାଠପଢ଼ା ଛାଡ଼ିବା ଶୁଭାଶୀଷର ଭବିଷ୍ୟତ ଜୀବନକୁ ପ୍ରଭାବିତ କରିବ ?
Answer:
(i) ବିକାଶ ପାଠପଢ଼ା ଛାଡ଼ିବା ତା’ର ଶିକ୍ଷଣ କ୍ଷମତା, ଚାକିରି ସୁଯୋଗ ଏବଂ ଆତ୍ମବିଶ୍ଵାସକୁ ପ୍ରଭାବିତ କରିପାରେ । ବିଭିନ୍ନ କ୍ଷେତ୍ରରେ ତା’ର ବୁଝାମଣା ପଛରେ ପଡ଼ିଯାଇପାରେ ଯାହା ଭବିଷ୍ୟତର ସୁଯୋଗଗୁଡ଼ିକୁ ସୀମିତ କରିପାରେ ।
(ii) ସେ ଅନ୍ୟମାନଙ୍କ ତୁଳନାରେ ଅଧୂକ ସଂଘର୍ଷ କରିପାରେ । ପାଠ ଛାଡ଼ିବା ପରେ ତା’ର ସାମାଜିକ ଦକ୍ଷତାକୁ ହ୍ରାସ କରିପାରେ କାରଣ ସ୍କୁଲ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ଆମେ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବା ଶିଖୁଥାଉ ।
Question 3.
ଆବଶ୍ୟକୀୟ ଦକ୍ଷତା ଥିବା କର୍ମଚାରୀ ନ ପାଇଲେ ବ୍ୟବସାୟଗୁଡ଼ିକ କେଉଁ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି ?
Answer:
ଆବଶ୍ୟକୀୟ ଦକ୍ଷତା ଥିବା କର୍ମଚାରୀ ନପାଇଲେ ବ୍ୟବସାୟ ବନ୍ଦ ହୋଇଯାଇପାରେ । ଉତ୍ପାଦନ ମନ୍ଥର ହୋଇଯାଇପାରେ ଏବଂ ଉତ୍ପାଦନର ଗୁଣବତ୍ତା ହ୍ରାସ ପାଇପାରେ ଯାହା ଫଳରେ ବିକ୍ରୟ ହ୍ରାସ ପାଇବ ।
Question 4.
କିଛି ଜୀବିକା ବା ଚାକିରି ଅନ୍ୟ ତୁଳନାରେ ଅଧୁକ ଗୁରୁତ୍ଵପୂର୍ଣ୍ଣ କି ? ଯଦି କେହି ରାସ୍ତା ସଫା ନ କରନ୍ତି, ଅଳିଆ ସଂଗ୍ରହ ନ କରନ୍ତି, ଚାଷୀମାନେ ଚାଷ କରିବା ବନ୍ଦ କରିଦିଅନ୍ତି, ରୋଗୀଙ୍କ ଚିକିତ୍ସା ପାଇଁ ନର୍ସ ଉପଲବ୍ଧ ନ ହୁଅନ୍ତି, ତେବେ କି ପରିସ୍ଥିତି ସୃଷ୍ଟି ହେବ ?
Answer:
(i) ପ୍ରତ୍ୟେକ ପ୍ରକାର ଚାକିରି ସମାଜ ପାଇଁ ଗୁରୁତ୍ଵପୂର୍ଣ ଏବଂ ସମାଜର ମୌଳିକ କାର୍ଯ୍ୟକାରିତା, ଜନସୁରକ୍ଷା ଏବଂ ସ୍ଵାସ୍ଥ୍ୟ ଅବସ୍ଥାକୁ ସନ୍ତୁଳିତ ଏବଂ ବଜାୟ ରଖୁବାର ସମାନ ଭାବରେ ଅବଦାନ ରଖେ ।
(ii) ଏହି ଚାକିରି ସହିତ ଜଡ଼ିତ ସମସ୍ତ ପ୍ରକାରର ଚାକିରି କିମ୍ବା ବ୍ୟକ୍ତିବିଶେଷ ଗୁରୁତ୍ଵପୂର୍ଣ୍ଣ ସେବା ପ୍ରଦାନ କରନ୍ତି ଯାହା ବ୍ୟତିରେକ ବିଭିନ୍ନ ବ୍ୟବସ୍ଥା ବନ୍ଦ ହୋଇଯିବ କିମ୍ବା ଅନେକ ଆହ୍ବାନ ଦେଇ ଗତି କରିବ ।
(iii) ଯଦି କେହି ରାସ୍ତା ସଫା ନ କରନ୍ତି, ଅଳିଆ ସଂଗ୍ରହ ନ କରନ୍ତି, ଚାଷୀମାନେ ଚାଷ କରିବା ବନ୍ଦ କରି ଦିଅନ୍ତି, ରୋଗୀଙ୍କ ଚିକିତ୍ସା ପାଇଁ ନର୍ସ ଉପଲବ୍ଧ ନ ହୁଅନ୍ତି ତେବେ ଆମର ପରିବେଶ ଅସୁରକ୍ଷିତ ବ୍ୟାହତ ହେବ, ଖାଦ୍ୟ ଅଭାବ ଦେଖାଯିବ ଏବଂ ରୋଗ ବୃଦ୍ଧି ପାଇବା ସମେତ ଅନେକ ସମସ୍ୟା ସୃଷ୍ଟି ହେବ ।
![]()
Question 5.
ଉପରୋକ୍ତ ଘଟଣାରୁ (ମହାନ୍ ଉଦ୍ୟୋଗପତି ଜେ.ଆର୍.ଡି.ଟାଟାଙ୍କ ଜୀବନରୁ) ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏଥରୁ କି’ ଶିକ୍ଷା ମିଳିବ ବୋଲି ତୁମେ ଭାବୁଛ ?
Answer:
- ଉପରୋକ୍ତ ଘଟଣାରୁ ଉଦ୍ୟୋଗୀମାନେ ଶିଖୁପାରିବେ ଯେ ବ୍ୟବସାୟ କେବଳ ଟଙ୍କା ରୋଜଗାର କରିବା ନୁହେଁ, ସମାଜକୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ।
- ସେମାନେ ଶିକ୍ଷା କରିବେ ଯେ ଦୂରଦୃଷ୍ଟି, କଠିନ ପରିଶ୍ରମ ଏବଂ କର୍ମଚାରୀଙ୍କ ପ୍ରତି ଯନ୍ତ୍ର ହେଉଛି ଦୀର୍ଘକାଳୀନ ସଫଳତାର ଚାବିକାଠି ।
Question 6.
ଉଦ୍ୟୋଗୀମାନେ ଉପଲବ୍ଧ ନିଜସ୍ଵ ଜ୍ଞାନଦ୍ୱାରା ସେମାନଙ୍କ ସମସ୍ୟାର ଆସନ୍ନ ସମାଧାନ କରିପାରିବେ କି ? କିମ୍ବା ସେମାନେ ଏହାର ସମାଧାନ ପାଇଁ ଅନ୍ୟ ଉତ୍ସର ସାହାଯ୍ୟ ନେବେ ?
Answer:
- ହଁ, ଉଦ୍ୟୋଗୀମାନେ ଉପଲବ୍ଧ ନିଜସ୍ଵ ଜ୍ଞାନଦ୍ୱାରା ସେମାନଙ୍କର ସମସ୍ୟାର ଆସନ୍ନ ସମାଧାନ କରିପାରିବେ ।
- ସେମାନଙ୍କର ସୃଜନଶୀଳ ଏବଂ ସହିତ ଖାପଖୁଆଇବାକୁ ଏବଂ ଖୋଜିବା ତଥା ନିରନ୍ତର ଶିକ୍ଷା ସମାଧାନ ଭିତ୍ତିକ ଚିନ୍ତାଧାରାକୁ ସମର୍ଥନ କରୁଥିବା ନୂତନ ପରିସ୍ଥିତି ସମାଜକୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସର୍ବୋତ୍ତମ ସମାଧାନ ପାଇଁ ବିଶେଷଜ୍ଞମାନଙ୍କର ପରାମର୍ଶ ନେଇପାରିବେ ।
Question 7.
ଜଣେ ଉଦ୍ୟୋଗୀଙ୍କ ପାଇଁ ‘ଲାଭ’ ହିଁ ଏକମାତ୍ର ପ୍ରେରଣା କି ? ଯଦି ‘ହଁ’ କାହିଁକି ? ଯଦି ‘ନା’ କାହିଁକି ନୁହେଁ ?
Answer:
(i) ନା, ଜଣେ ଉଦ୍ୟୋଗୀଙ୍କ ପାଇଁ ‘ଲାଭ’ ଏକମାତ୍ର ପ୍ରେରଣା ନୁହେଁ ।
(ii) ଜେ.ଆର୍.ଡି. ଟାଟାଙ୍କଦ୍ଵାରା ଦର୍ଶାଯାଇଥିବାପରି ସମାଜକୁ ସାହାଯ୍ୟ କରିବା, ଲୋକଙ୍କ ଜୀବନକୁ ଉନ୍ନତ କରିବା ଏବଂ ରାଷ୍ଟ୍ର ନିର୍ମାଣ କରିବା ମଧ୍ୟ ଉଦ୍ୟୋଗୀମାନଙ୍କ କର୍ତ୍ତବ୍ୟ ହେବା ଉଚିତ ।
(iii) ସମାଜର ମଙ୍ଗଳ ପାଇଁ କାମ କରିବା ଏବଂ ସେମାନଙ୍କର ଚିନ୍ତାଧାରାଗୁଡ଼ିକୁ ସଫଳ କରିବା ପାଇଁ ସମସ୍ତ ପ୍ରୟାସ କରିବା ପାଇଁ ଏକ ଦୃଢ଼ ପ୍ରେରଣା ହୋଇପାରେ ।
![]()
Question 8.
ଜଣେ ସଫଳ ଉଦ୍ୟୋଗୀ ହେବାପାଇଁ ଅନ୍ୟାନ୍ୟ ବ୍ୟକ୍ତିତ୍ଵ ଲକ୍ଷଣଗୁଡ଼ିକ କ’ଣ ହେବା ଆବଶ୍ୟକ ?
Answer:
ଜଣେ ସଫଳ ଉଦ୍ୟୋଗୀ ଦୂରଦୃଷ୍ଟିସମ୍ପନ୍ନ, ପରିଶ୍ରମୀ, ସଚ୍ଛୋଟ, ଯବାନ, ସାମାଜିକ ଦାୟିତ୍ଵନ ଏବଂ ଜୀବନକୁ ଉନ୍ନତ କରିବା ତଥା ପ୍ରତିବଦ୍ଧ ହେବା ଉଚିତ ଯାହାଦ୍ଵାରା ରାଷ୍ଟ୍ର ବିକାଶରେ ଯୋଗଦାନ ମିଳିବ ।
Question 9.
ମାନବିକ କାର୍ଯ୍ୟକଳାପଦ୍ୱାରା ସ୍ଥାନୀୟ ସମ୍ପ୍ରଦାୟ ଏବଂ ଜୈବ ବିବିଧତା କିପରି ପ୍ରଭାବିତ ହୁଏ ? ତୁମ ଚତୁଃପାର୍ଶ୍ୱସ୍ଥ କୌଣସି ସ୍ଥାନରେ ସମୟାନୁସାରେ ଜଳ ଓ ଭୂମି ଅବକ୍ଷୟ ହେଉଥୁବାର ଜାଣିଛ କି ? ଶ୍ରେଣୀ ଗୃହରେ ଆଲୋଚନା କର ।
Answer:
(i) ମାନବିକ କାର୍ଯ୍ୟକଳାପ ବିଶେଷକରି ଉତ୍ପାଦନ ପ୍ରକ୍ରିୟାରେ ବିଭିନ୍ନ ବିଷାକ୍ତ ଧାତୁ ସାମିଲ ଅଛି ଯାହା ଜଳଉତ୍ସକୁ ବ୍ୟାପକ ଭାବେ ପ୍ରଦୂଷିତ କରେ ।
(ii) ଅଣ-ପରିବେଶ ଅନୁକୂଳ ସମ୍ପଦର ବ୍ୟବହାର ମାଟିକୁ ପ୍ରଭାବିତ କରେ ଏବଂ ଏହାର ଉର୍ବରତା ହ୍ରାସ
କରେ ।
(iii) ମୋ ଚାରିପାଖରେ ଅନେକ ସ୍ଥାନ ଅଛି ଯେଉଁଠାରେ ଜଳ ଏବଂ ଭୂମି ଅବକ୍ଷୟ ହେଉଛି । ଶିଳ୍ପ ଏବଂ ଘରୋଇ ବ୍ୟବହୃତ ବର୍ଜ୍ୟ ଜଳ ଏବଂ ବସ୍ତୁଗୁଡ଼ିକ ଜଳ ଉତ୍ସରେ ନିର୍ଗତ ହେବା ଯୋଗୁଁ ଗୁରୁତର ଜଳ ପ୍ରଦୂଷଣ ହୁଏ । ଅନେକ ଶିଳ୍ପ ଆବର୍ଜନା ଖୋଲା ସ୍ଥାନରେ ପକାଯିବା ଯୋଗୁଁ ମାଟିର ଗୁଣବତ୍ତା ଏବଂ ଏହାର ଅନ୍ୟାନ୍ୟ ବୈଶିଷ୍ଟ୍ୟ ହ୍ରାସ ପାଏ ।
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
Question 1.
ଉତ୍ପାଦନର କାରକ କାହାକୁ କୁହାଯାଏ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଚୂଡ଼ାନ୍ତ ଉତ୍ପାଦ ପାଇଁ ସମ୍ବଳ ବା ସାଧନ ଆବଶ୍ୟକ ପଡ଼ିଥାଏ ଏବଂ ଉତ୍ପାଦନରେ ବ୍ୟବହୃତ ଏବଂ ଏହି ସମ୍ବଳ ବା ସାଧନଗୁଡ଼ିକୁ ଉତ୍ପାଦନର କାରକ (Factors of Production) ବୋଲି କୁହାଯାଇଥାଏ ।
![]()
Question 2.
ମାନବ ପୁଞ୍ଜିକୁ ଶ୍ରମର ଏକ ମୌଳିକ ପ୍ରୟାସ କୁହାଯାଇପାରିବ କି ?
Answer:
ମାନବ ପୁଞ୍ଜିକୁ କେବଳ ଶ୍ରମର ଏକ ମୌଳିକ ପ୍ରୟାସ କୁହାଯାଇପାରିବ ନାହିଁ, ବରଂ ଏହା ସେହି ଶ୍ରମର ଗୁଣବତ୍ତା ଓ ଦକ୍ଷତାକୁ ବୁଝାଇଥାଏ ।
Question 3.
ଶ୍ରମିକମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ମାଲିକମାନେ ଯବାନ ହେବା କାହିଁକି ଆବଶ୍ୟକତା ରହିଛି ?
Answer:
ଶ୍ରମିକମାନେ ସ୍ଵାସ୍ଥ୍ୟବାନ ହେଲେ ଶାରୀରିକ ଓ ମାନସିକ ଭାବରେ ସର୍ବୋତ୍ତମ ଅବଦାନ ଦେଇପାରିବେ ଏବଂ ସେମାନେ କମ୍ ସମୟ ମଧ୍ୟରେ ଅଧିକ କାମ କରିପାରିବେ ସୃଜନଶୀଳ ହୋଇପାରିବେ ।
Question 4.
କେଉଁସବୁ କୌଶଳ ଅବଲମ୍ବନ କରି ପୃଥିବୀର ଅନେକ ଦେଶ ଉନ୍ନତିର ଚରମସୀମାରେ ପହଞ୍ଚିପାରିଛନ୍ତି ?
Answer:
କଠିନ ପରିଶ୍ରମ, ନିରନ୍ତର ଉନ୍ନତି ପାଇଁ ପ୍ରୟାସ ଓ ଭଲଭାବରେ କାମ କରିବାପାଇଁ ପ୍ରଚେଷ୍ଟା ଇତ୍ୟାଦି ଗୁଣ ଯୋଗୁଁ ଅନେକ ଦେଶ ଉନ୍ନତିର୍ ଚରମ ସୀମାରେ ପହଞ୍ଚିପାରିଛନ୍ତି ।
![]()
Question 5.
୨୦୨୩ ମସିହାରେ ବିଶ୍ଵବ୍ୟାଙ୍କ୍ ସାକ୍ଷରତା ହାର ଉପରେ କେଉଁ ତଥ୍ୟ ପ୍ରକାଶ କରିଥିଲା ?
Answer:
୨୦୨୩ ମସିହାର ବିଶ୍ଵବ୍ୟାଙ୍କ୍ ଆକଳନ ଅନୁସାରେ ଭାରତରେ ପ୍ରାପ୍ତବୟସ୍କ ସାକ୍ଷରତା ହାର ପୁରୁଷମାନଙ୍କ କ୍ଷେତ୍ରରେ ୮୫ ପ୍ରତିଶତ ଥିବାବେଳେ ମହିଳାମାନଙ୍କ କ୍ଷେତ୍ରରେ ୭୦ ପ୍ରତିଶତ ରହିଛି ।
Question 6.
ଭାରତରେ ଏକ ଯୁବ, ଉତ୍ପାଦନକ୍ଷମ ଜନସଂଖ୍ୟା ରହିଛି ବୋଲି ଆମେ କିପରି ଜାଣିପାରୁଛେ ?
Answer:
ଭାରତର ଅର୍ଥନୈତିକ ସର୍ଭେ ୨୦୨୪ ଅନୁସାରେ, ଆମ ଦେଶର ୩୫ ବର୍ଷରୁ କମ୍ ବୟସର ଲୋକସଂଖ୍ୟା ୬୫ ଶତକଡ଼ା ଅଟେ, ଏହି ଆକଳନରୁ ଅନୁମାନ କରାଯାଉଛି ଯେ ଭାରତରେ ଏକ ଯୁବ ଉତ୍ପାଦନକ୍ଷମ ଜନସଂଖ୍ୟା ରହିଛି ।
Question 7.
ପୁଞ୍ଜି କ’ଣ ? ଏହାର ଆବଶ୍ୟକତା କେଉଁଠି ରହିଛି ?
Answer:
ଦ୍ରବ୍ୟ ଓ ସେବା ଉତ୍ପାଦନପାଇଁ ବ୍ୟବହୃତ ଅର୍ଥ ଓ ମାନବକୃତ ସମ୍ବଳକୁ ପୁଞ୍ଜି କୁହାଯାଏ ଏବଂ ଉତ୍ପାଦନ ବା ସେବା କ୍ଷେତ୍ରପାଇଁ ପୁଣି ଆବଶ୍ୟକ ହୋଇଥାଏ ।
![]()
Question 8.
ସଫଳ ଉଦ୍ୟୋଗପତିଙ୍କ ଦୂରଦୃଷ୍ଟି କିଭଳି ହେବା ଉଚିତ ?
Answer:
ଉଦ୍ୟୋଗପତିମାନେ ବଜାରକୁ ଅଭିନବ ଉତ୍ପାଦ ଓ ସେବା ଆଣିବାରେ ସାହାଯ୍ୟ କରିବା ସହିତ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଜୀବନ ଜୀବିକାକୁ ସହଜ କରିବାର ବାଟ ଦେଖାଇବା ଉଚିତ ।
Question 9.
ଭାରତର ପ୍ରଥମ ବିମାନ କମ୍ପାନୀ କ’ଣ ଥିଲା ? ଏହା କେବେଠାରୁ ଆରମ୍ଭ ହୋଇଥିଲା ?
Answer:
ଭାରତର ପ୍ରଥମ ବିମାନ କମ୍ପାନୀ ଥିଲା ‘ଟାଟା ଏୟାରଲାଇନ୍ସ’ ଏବଂ ଏହା ୧୯୩୨ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲା ।
Question 10.
ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର କ’ଣ ? ରତନ ଟାଟା ଏହି ପୁରସ୍କାର କେବେ ପାଇଥିଲେ ?
Answer:
ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ହେଉଛି ‘ଭାରତ ରନ୍’ ଏବଂ ୧୯୯୨ ମସିହାରେ ରତନ ଟାଟା ଏହି ପୁରସ୍କାର ପାଇଥିଲେ ।
![]()
Question 11.
SWAYAM ଓ M0OC ର ପୂରାତନ ନାମ ଇଂରାଜୀରେ ଲେଖ ।
Answer:
SWAYAM – Study webs of Active Learning for Young Aspiring minds.
MOOC – Massive Open Online Course.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
ଏକ ନିର୍ଦ୍ଦିଷ୍ଟ ସମୟ ଅବଧ୍ୟରେ ଅଧିକ କାର୍ଯ୍ୟ କରିବାର କ୍ଷମତା ।
Answer:
ଉତ୍ପାଦନଶୀଳତା
Question 2.
ଦ୍ରବ୍ୟ ଓ ସେବା ଉତ୍ପାଦନ ପାଇଁ ବ୍ୟବହୃତ ଯେକୌଣସି ଭୌତିକ କିମ୍ବା ଆର୍ଥିକ ସମ୍ପତ୍ତି ।
Answer:
ପୁଞ୍ଜି
Question 3.
ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଋଣଦାତାଙ୍କଠାରୁ ଆଣିଥିବା ଟଙ୍କାର ବିନିଯୋଗ ଦୃଷ୍ଟିରୁ ଋଣଦାତା ପରିଶୋଧ କରୁଥିବା ଅଧିକ ଅର୍ଥର ପରିମାଣ ।
Answer:
ସୁଧ
![]()
Question 4.
କମ୍ପାନୀଦ୍ଵାରା ଅଂଶଧନକାରୀମାନଙ୍କୁ ପ୍ରଦତ୍ତ ନିଜ ଲାଭାଂଶର ଅର୍ଥ ବା ଟଙ୍କା ।
Answer:
ଲାଭାଂଶ
Question 5.
ଏକ ପ୍ରତିଷ୍ଠାନ ବା ଦୋକାନ ବା କାରଖାନା ଯାହା ସାମଗ୍ରୀ ଦ୍ରବ୍ୟ ଉତ୍ପାଦନ କିମ୍ବା ବିକ୍ରୟ କରିବା ସହିତ ସେବା ପ୍ରଦାନ କରିଥାଏ ।
Answer:
ବ୍ୟବସାୟୀ
Question 6.
ଅଭ୍ୟାସ ଓ ତାଲିମ ଦ୍ଵାରା କୌଣସି କାର୍ଯ୍ୟ ଭଲଭାବରେ କରିବାର କ୍ଷମତା ।
Answer:
ଦକ୍ଷତା
![]()
Question 7.
ନିର୍ଦ୍ଦିଷ୍ଟ କାମ କରିବାପାଇଁ ଆବଶ୍ୟକୀୟ ଦକ୍ଷତା ହାସଲ କରିବାର ପ୍ରକ୍ରିୟା ।
Answer:
ପ୍ରଶିକ୍ଷଣ ବା ତାଲିମ
Answer:8.
ଶିଖୁବା, ଜାଣିବା ଏବଂ ବୁଝିବାର ପ୍ରକ୍ରିୟା ।
Answer:
ଜ୍ଞାନତ୍ମକ ।
ଶୂନ୍ୟସ୍ଥାନ ପୂରଣ କର ।
Question 1.
ନିବେଶ ଏବଂ _________ ଦ୍ଵାରା ପୁଞ୍ଜି ସୃଷ୍ଟି ହୁଏ ।
Answer:
ସଞ୍ଚୟ
![]()
Question 2.
ଉର୍ବର ମୃତ୍ତିକା ଏବଂ ଖଣିଜ ପଦାର୍ଥ __________ ର ଉଦାହରଣ ।
Answer:
ଭୂମି
Question 3.
ଭୌତିକ ପୁଞ୍ଜି ମଧ୍ୟରେ ଯନ୍ତ୍ରପାତି, ଉପକରଣ __________ ଅନ୍ତର୍ଭୁକ୍ତ ।
Answer:
ଘର
Question 4
ଦ୍ରବ୍ୟ ଓ ସେବା ଉତ୍ପାଦନରେ ବ୍ୟବହୃତ ସମ୍ବଳ ବା ସାଧନଗୁଡ଼ିକୁ ____________ କୁହାଯାଏ ।
Answer:
ଉତ୍ପାଦନର କାରକ
![]()
Question 5.
ବିଶ୍ଵବ୍ୟାଙ୍କ ଆକଳନ ଅନୁଯାୟୀ ୨୦୨୩ ମସିହା ସୁଦ୍ଧା ଭାରତରେ ପ୍ରାପ୍ତବୟସ୍କ ସାକ୍ଷରତା ହାର ପୁରୁଷଙ୍କ କ୍ଷେତ୍ରରେ __________ ପ୍ରତିଶତ ।
Answer:
୮୫
Question 6.
ଉତ୍ପାଦନର ମୁଖ୍ୟ କାରକଗୁଡ଼ିକ ହେଉଛି ଭୂମି, ଶ୍ରମ, ପୁଞ୍ଜି ଏବଂ __________ |
Answer:
ଔଦ୍ୟୋଗିକା
Question 7.
ଭୂମିଦ୍ଵାରା ଉପାର୍ଜନ କରାଯାଉଥିବା ରୋଜଗାରକୁ ____________ କୁହାଯାଏ ।
Answer:
ଭଡ଼ା
![]()
Question 8.
ଲୋକମାନଙ୍କର ଶିକ୍ଷା, କୌଶଳ ଏବଂ ସ୍ଵାସ୍ଥ୍ୟ ________ ପୁଞ୍ଜିକୁ ବୁଝାଏ ।
Answer:
ମାନବ
Question 9.
ଶ୍ରମ ପାଇଁ ଦିଆଯାଇଥିବା ଅର୍ଥକୁ _______________ କୁହାଯାଏ ।
Answer:
ମଜୁରୀ
Question 10.
ସୃଜନଶୀଳତା ____________ ର ପ୍ରଧାନ ଭୂମିକା ଅଟେ ।
Answer:
ଔଦ୍ୟୋଗିକୀ,
![]()
ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ଉତ୍ପାଦନ ପ୍ରକ୍ରିୟାରେ ନିମ୍ନୋକ୍ତ ମଧ୍ଯରୁ କେଉଁଟି ଏକ ସାଧନ ନୁହେଁ ?
(i) ସଞ୍ଚୟ
(ii) ଶ୍ରମ
(iii) ପୁଞ୍ଜି
(iv) ଭୂମି
Answer:
(i) ସଞ୍ଚୟ
Question 2.
ଜାପାନୀ ଭାଷାର କେଉଁ ଶବ୍ଦଟିର ଅର୍ଥ ‘ନିରନ୍ତର ଉନ୍ନତି’ ?
(i) ଲାଇଜେନ୍
(ii) କାଇଜେନ୍
(iii) ହୋରାଇଜେନ୍
(iv) ହାଇଡ୍ରୋଜେନ୍
Answer:
(ii) କାଇଜେନ୍
Question 3.
ପୃଥିବୀର କେଉଁ ଦେଶ ନିଜର ଉଚ୍ଚ-ଗୁଣବତ୍ତା ଶିଳ୍ପ ଉତ୍ପାଦନ ପାଇଁ ପ୍ରସିଦ୍ଧ ।
(i) ଭାରତ
(ii) ସୁଇଜରଲ୍ୟାଣ୍ଡ
(iii) ଜର୍ମାନୀ
(iv) ଜାପାନ
Answer:
(iii) ଜର୍ମାନୀ
![]()
Question 4.
ବିଶ୍ୱ ବ୍ୟାଙ୍କ ଆକଳନ ଅନୁଯାୟୀ ୨୦୨୩ରେ ଭାରତରେ ପୁରୁଷମାନଙ୍କ ସାକ୍ଷରତା ହାର କେତେ ଥିଲା ?
(i) ୮୦ ପ୍ରତିଶତ
(ii) ୮୫ ପ୍ରତିଶତ
(iii) ୭୦ ପ୍ରତିଶତ
(iv) ୭୫ ପ୍ରତିଶତ
Answer:
(ii) ୮୫ ପ୍ରତିଶତ
Question 5.
ଦ୍ରବ୍ୟ ଓ ସେବା ଉତ୍ପାଦନ ପାଇଁ ବ୍ୟବହୃତ ଅର୍ଥ ଓ ମାନବକୃତ ସମ୍ବଳକୁ କ’ଣ କୁହାଯାଇଥାଏ ?
(i) ପୁଞ୍ଜି
(ii) ଆର୍ଥିକ ଉନ୍ନତି
(iii) ନିବେଶ
(iv) ପ୍ରୋତ୍ସାହନ
Answer:
(i) ପୁଞ୍ଜି
Question 6.
ନିଜର ବ୍ୟବସାୟ ଆରମ୍ଭ କରିବା କିମ୍ବା କୌଣସି ସମସ୍ୟାର ସମାଧାନ ପାଇଁ ନୂଆ ସର୍ଜନା କରିବାକୁ କ’ଣ କୁହାଯାଏ ?
(i) ଉଦ୍ୟୋଗ
(ii) ଉଦ୍ୟୋଗପତି
(iii) ଉତ୍ପାଦନ
(iv) ଔଦ୍ୟୋଗିକୀ
Answer:
(iv) ଔଦ୍ୟୋଗିକୀ
![]()
Question 7.
ଭାରତର ପ୍ରଥମ ବିମାନ କମ୍ପାନୀ ‘ଟାଟା ଏୟାରଲାଇନ୍ସ’’ କେବେ ଆରମ୍ଭ କରାଯାଇଥିଲା ?
(i) ୧୯୩୦ ମସିହା
(ii) ୧୯୩୧ ମସିହା
(iii) ୧୯୩୨ ମସିହା
(iv) ୧୯୫୦ ମସିହା
Answer:
(iii) ୧୯୩୨ ମସିହା
Question 8.
କେଉଁ ଦେଶ ୨୦୧୪ ମସିହାରେ ସଙ୍ଗଠିତ ସାମାଜିକ ଦାୟିତ୍ଵ (CSR) ଉପରେ ଆଇନ ପ୍ରଣୟନ କରିଥିଲା ?
(i) ଯୁକ୍ତରାଷ୍ଟ୍ର ଆମେରିକା
(ii) ଋଷିଆ
(iii) ଜର୍ମାନୀ
(iv) ଭାରତ
Answer:
(iv) ଭାରତ
Question 9.
ବ୍ୟକ୍ତିବିଶେଷଙ୍କ ଜ୍ଞାନ, ଦକ୍ଷତା, ଅଭିଜ୍ଞତାକୁ କେଉଁ ପ୍ରକାର ପୁଞ୍ଜି କୁହାଯାଇଥାଏ ?
(i) ମାନବ ପୁଞ୍ଜି
(ii) ପାରିବାରିକ ପୁଞ୍ଜି
(iii) ସଞ୍ଚିତ ପୁଞ୍ଜି
(iv) ଗଚ୍ଛିତ ପୁଞ୍ଜି
Answer:
(i) ମାନବ ପୁଞ୍ଜି
![]()
Question 10.
ଶିକ୍ଷା ତଥା ଅଭ୍ୟାସଦ୍ୱାରା ନିଜକୁ ଉନ୍ନତ କରିବାକୁ କ’ଣ କୁହାଯାଇଥାଏ ?
(i) ପାରଦର୍ଶିତା
(ii) ଦକ୍ଷତା
(iii) କୁଶଳତା
(iv) ସହନଶୀଳତା
Answer:
(ii) ଦକ୍ଷତା
Question 11.
____________ ପୁଞ୍ଜି ଶ୍ରମର ଗୁଣବତ୍ତା ଓ ଦକ୍ଷତାକୁ ବୁଝାଇଥାଏ ।
(i) ଆର୍ଥିକ
(ii) ଶାରୀରିକ
(iii) ମାନବ
(iv) ଧାର୍ମିକ
Answer:
(iii) ମାନବ
Question 12.
ସିଲେଇ ବୋଇତ ନିର୍ମାଣ କୌଶଳ ___________ ମାନଙ୍କୁ ଭଲଭାବରେ ଜଣାଥିଲା
(i) ଭାରତୀୟ
(ii) ୟୁରୋପୀୟ
(iii) ପର୍ତ୍ତୁଗୀଜ
(iv) ଜାପାନୀ
Answer:
(i) ଭାରତୀୟ
![]()
Question 13.
___________ ମାଧ୍ୟମରେ କମ୍ପାନୀ ମାଲିକମାନେ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ କରିଥା’ନ୍ତି ।
(i) ଅର୍ଥବଜାର
(ii) କଳାବଜାର
(iii) ପୁଞ୍ଜିବଜାର..
(iv) ଲାଭାଂଶ ବଜାର
Answer:
(iii) ପୁଞ୍ଜିବଜାର..
Question 14.
ଜେ. ଆର.ଡି.ଟାଟା ଭାରତରେ ଜଣେ ____________ ଭାବରେ ପରିଚିତ ଥିଲେ ।
(i) ସୁନା ବ୍ୟବସାୟୀ
(ii) ହୀରା ବ୍ୟବସାୟୀ
(iii) ଉଦ୍ୟୋଗପତି
(iv) ସେନାପତି
Answer:
(iii) ଉଦ୍ୟୋଗପତି
Question 15.
____________ ଉତ୍ପାଦନର ଏକ ସାହାଯ୍ୟକାରୀ ଉପାଦାନ ଅଟେ ।
(i) ପ୍ରଯୁକ୍ତିବିଦ୍ୟା
(ii) ପୁଞ୍ଜି ସଂଗ୍ରହ ବିଦ୍ୟା
(iii) ଉଦ୍ୟୋଗ ବିଦ୍ୟା
(iv) ପାରମ୍ପରିକ ବିଦ୍ୟା
Answer:
(i) ପ୍ରଯୁକ୍ତିବିଦ୍ୟା
![]()
Question 16.
______ ସଂସ୍ଥା ମାଧ୍ୟମରେ ପିଲାମାନଙ୍କୁ ଅନଲାଇନ୍ ପ୍ରକ୍ରିୟାରେ ପାଠ ପଢ଼ାଯାଇଥାଏ ।
(i) ପ୍ରିୟମ
(ii) ସ୍ଵୟମ
(iii) ଆୟନ
(iv) ବାତାୟନ
Answer:
(ii) ସ୍ଵୟମ
Question 17.
କୃଷି ଏକ _________ ପ୍ରଧାନ କ୍ଷେତ୍ର ଅଟେ ।
(i) ପୁଞ୍ଜି
(ii) ଶ୍ରମ
(iii) କର୍ମ
(iv) ଲାଭ
Answer:
(ii) ଶ୍ରମ
Question 18.
ସମ୍ବଳଗୁଡ଼ିକୁ କିପରି ସଠିକ୍ ଭାବରେ ବ୍ୟବହାର କରାଯାଇପାରିବ ସେ ସମ୍ବନ୍ଧରେ _________ ମାନେ ମାର୍ଗ ଦର୍ଶନ କରାଇଥା’ନ୍ତି ।
(i) ଉଦ୍ୟୋଗପତି
(ii) ଇଞ୍ଜିନିୟର
(iii) କୁଶଳୀ କାରିଗର
(iv) ସରକାରୀ କର୍ମଚାରୀ
Answer:
(i) ଉଦ୍ୟୋଗପତି
![]()
Question 19.
ସ୍ମାର୍ଟଫୋନଗୁଡ଼ିକରେ ___________ ଧାତୁ ବ୍ୟବହାର କରାଯାଇଥାଏ ।
(i) ତମ୍ବା
(ii) ସୀସା
(iii) ଲୁହା
(iv) ଦସ୍ତା
Answer:
(ii) ସୀସା
Question 20.
ଭାରତରେ ସଙ୍ଗଠିତ ସାମାଜିକ ଦାୟିତ୍ଵ ଆଇନ (CSR) __________ ମସିହାର ପ୍ରଣୟନ କରାଯାଇଥିଲା ।
(i) ୨୦୧୨
(ii) ୨୦୧୩
(iii) ୨୦୧୪
(iv) ୨୦୧୫
Answer:
(iii) ୨୦୧୪
ଠିକ୍ ଭକ୍ତି ପାଖରେ ଠିକ୍ (✓) ଚିହ୍ନ ଓ ଭୁଲ୍ ଭକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।
Question 1.
ଉତ୍ପାଦନର କାରକଗୁଡ଼ିକ ପରସ୍ପରଠାରୁ ଭିନ୍ନ ଅଟନ୍ତି ।
Answer:
✓
![]()
Question 2.
ପ୍ରଯୁକ୍ତିବିଦ୍ୟା ଲୋକମାନଙ୍କର ଦକ୍ଷତା ଓ ଜ୍ଞାନ ବିକାଶରେ ସାହାଯ୍ୟ କରିନଥାଏ ।
Answer:
✗
Question 3.
ଶିକ୍ଷା ତଥା ଅଭ୍ୟାସଦ୍ୱାରା ନିଜକୁ ଉନ୍ନତ କରିବାହିଁ ଦକ୍ଷତା ।
Answer:
✓
Question 4.
ଔଦ୍ୟୋଗିକୀକୁ ଉତ୍ପାଦନର ‘ଚାଳକ ଶକ୍ତି’ କୁହାଯାଏ ।
Answer:
✓
![]()
Question 5.
ଉତ୍ପାଦନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଗ୍ରହଣୀୟ ନୁହେଁ ।
Answer:
✗
Question 6.
ମାନବ ପୁଞ୍ଜିକୁ ଶିକ୍ଷା ଓ ଦକ୍ଷତା ପ୍ରଭାବିତ କରିଥାଏ ।
Answer:
✓
Question 7.
ବ୍ୟବସାୟ ପାଇଁ ପ୍ରେରଣାର ଉତ୍ସ ହେଉଛନ୍ତି ଉଦ୍ୟୋଗପତି ।
Answer:
✓
![]()
Question 8.
ଅର୍ଥଶାସ୍ତ୍ରରେ ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ସାଧନଗୁଡ଼ିକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।
Answer:
✗
Question 9.
ମାନବ ପୁଞ୍ଜି କେବଳ ଶ୍ରମର ମୌଳିକ ପ୍ରୟାସ ନୁହେଁ, ବରଂ ଏହା ସେହି ଶ୍ରମର ଗୁଣବତ୍ତା ଓ ଦକ୍ଷତାକୁ ବୁଝାଇଥାଏ ।
Answer:
✓
Question 10.
କାଇଜେନ (Kaizen) ତତ୍ତ୍ଵ ଜର୍ମାନୀର ଲୋକମାନଙ୍କୁ ଉଚ୍ଚ ଜୀବନଧାରଣ ମାନ ହାସଲ କରିବାରେ ସାହାଯ୍ୟ କରିଥିଲା ।
Answer:
✗
ସ୍ତମ୍ଭ ମିଳନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| କାଈଜେନ | ଜର୍ମାନୀ |
| ପେଶାଗତ ନୀତି | ଭାରତ |
| ସିଲେଇ ବୋଇତ ନିର୍ମାଣ | ତାମିଲନାଡୁ |
| ଚମଡ଼ା କାରଖାନା | ଅରୁଣାଚଳ ପ୍ରଦେଶ |
| ବାଉଁଶଜାତ ଦ୍ରବ୍ୟ | ଜାପାନ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| କାଈଜେନ | ଜାପାନ |
| ପେଶାଗତ ନୀତି | ଜର୍ମାନୀ |
| ସିଲେଇ ବୋଇତ ନିର୍ମାଣ | ଭାରତ |
| ଚମଡ଼ା କାରଖାନା | ତାମିଲନାଡୁ |
| ବାଉଁଶଜାତ ଦ୍ରବ୍ୟ | ଅରୁଣାଚଳ ପ୍ରଦେଶ |
![]()
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ପୁଞ୍ଜି ବଜାର | ନିର୍ମାଣ କୌଶଳ |
| କୃଷି | ଅଂଶଧନ |
| ଉପଗ୍ରହ ନିର୍ମାଣ | ଶ୍ରମପ୍ରଧାନ |
| ସିଭିଲ ଇଞ୍ଜିନିୟରିଂ | ଆଭାସୀ ପାଠ୍ୟକ୍ରମ |
| ସ୍ଵୟମ ସଂସ୍ଥା | ପୁଞ୍ଜିପ୍ରଧାନ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ପୁଞ୍ଜି ବଜାର | ଅଂଶଧନ |
| କୃଷି | ଶ୍ରମପ୍ରଧାନ |
| ଉପଗ୍ରହ ନିର୍ମାଣ | ପୁଞ୍ଜିପ୍ରଧାନ |
| ସିଭିଲ ଇଞ୍ଜିନିୟରିଂ | ନିର୍ମାଣ କୌଶଳ |
| ସ୍ଵୟମ ସଂସ୍ଥା | ଆଭାସୀ ପାଠ୍ୟକ୍ରମ |
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଉତ୍ପାଦନ ବୃଦ୍ଧି କରିବାପାଇଁ ଅର୍ଥନୀତି ମାନଙ୍କର ଦୁଇଟି ପରାମର୍ଶ ଉଲ୍ଲେଖ କର ।
Answer:
- ପ୍ରଥମତଃ ଭୂମି, ଶ୍ରମ ଓ ପୁଞ୍ଜିର ଅଧ୍ଵକ କୁଶଳ ବ୍ୟବହାର ।
- ଦ୍ଵିତୀୟଟି ହେଉଛି ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ସର୍ବୋତ୍ତମ ବ୍ୟବହାର ।
Question 2.
ଉତ୍ପାଦନର କାରକ ଭାବରେ ପ୍ରାକୃତିକ ସମ୍ବଳଗୁଡ଼ିକୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ କାହିଁକି ?
Answer:
- ପ୍ରାକୃତିକ ସମ୍ବଳ କହିଲେ ମୃତ୍ତିକା, ଜଙ୍ଗଲ, ଜଳ, ବାୟୁ, ସୂର୍ଯ୍ୟକିରଣ, ଖଣିଜ ପଦାର୍ଥ, ତୈଳ ଓ ପ୍ରାକୃତିକ ଗ୍ୟାସକୁ ବୁଝାଇଥାଏ ।
- ଏହି ପ୍ରାକୃତିକ ସମ୍ବଳଗୁଡ଼ିକୁ ଆଧାର କରି ବିଭିନ୍ନ ପ୍ରକାର ଦ୍ରବ୍ୟ ଉତ୍ପାଦନ କରାଯାଇଥାଏ ।
![]()
Question 3.
ମନୁଷ୍ୟକୁ ଏକ ସମ୍ବଳ ହିସାବରେ ଗଣନା କରାଯାଏ କାହିଁକି ?
Answer:
- ମନୁଷ୍ୟ ପାଖରେ ଜ୍ଞାନ, ଦକ୍ଷତା ଓ ନିଷ୍ପତ୍ତି ନେବାର କ୍ଷମତା ଥାଏ ।
- ମନୁଷ୍ୟ ଏସବୁକୁ ପ୍ରୟୋଗ କରି ଉତ୍ପାଦନ ପ୍ରକ୍ରିୟାରେ ଦ୍ରବ୍ୟ ଓ ସେବା ସୃଷ୍ଟି କରିପାରିଥାଏ ।
Question 4.
ଉତ୍ପାଦନ କ୍ଷେତ୍ରରେ ତୁମେ କାହାକୁ ଅଧିକ ଗୁରୁତ୍ୱ ପ୍ରଦାନ କରିବ ଶିକ୍ଷା ନା ତାଲିମ ?
Answer:
- ମୋ ମତରେ ଉତ୍ପାଦନ କ୍ଷେତ୍ରରେ ଶିକ୍ଷା ଓ ତାଲିମ୍ ଉଭୟର ଆବଶ୍ୟକତା ରହିଛି ।
- ଜଣେ ଶିକ୍ଷିତ ଓ ତାଲିମପ୍ରାପ୍ତ ବ୍ୟକ୍ତି ଅଶିକ୍ଷିତ ଅଣତାଲିମପ୍ରାପ୍ତ ବ୍ୟକ୍ତିଠାରୁ ଅଧିକ ଦ୍ରବ୍ୟ ଉତ୍ପାଦନ କରିଥାଏ ।
Question 5.
ପେଶାଗତ ନୀତି (Work ethics) କ’ଣ ?
Answer:
- ପେଶାଗତ ନୀତି କହିଲେ ସାଧାରଣତଃ ସମୟାନୁବର୍ତ୍ତିତା, ଗୁଣବତ୍ତା ଓ ସବୁଜିନିଷକୁ ଟିକିନିଖ୍ ଅନୁଧ୍ୟାନ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିବାକୁ ବୁଝାଏ ।
- ଏହି ପେଶାଗତ ନୀତିକୁ ଜର୍ମାନମାନେ ଆପଣେଇ ଦେଇଥିବାରୁ ଉଚ୍ଚ-ଗୁଣବତ୍ତା ଶିଳ୍ପ ଉତ୍ପାଦ ପାଇଁ ପ୍ରସିଦ୍ଧ ହୋଇପାରିଛନ୍ତି ।
![]()
Question 6.
ଜନସାଂଖ୍ୟକୀୟ ଲାଭାଂଶ କହିଲେ କ’ଣ ବୁଝ ?
Answer:
- ଭାରତରେ ୩୫ ବର୍ଷରୁ କମ୍ ବୟସର ଲୋକସଂଖ୍ୟା ଶତକଡ଼ା ୬୫ ଅଟେ । ଏମାନେ ଯୁବକ ଶ୍ରେଣୀର ଅଟନ୍ତି ।
- ବହୁ ସଂଖ୍ୟକ ଯୁବ ଓ କର୍ମଜୀବୀ ବିଶିଷ୍ଟ ଜନସଂଖ୍ୟାର ଦେଶର ଉନ୍ନତିରେ ଯୋଗଦାନ କରିବାକୁ ଜନସାଂଖ୍ୟକୀୟ ଲାଭାଂଶ (demographic dividend) କୁହାଯାଇଥାଏ ।
Question 7.
ପୁଞ୍ଜି ବଜାର (Stock market) କ’ଣ ?
Answer:
- ବଡ଼ ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କର ବ୍ୟବସାୟ ବିସ୍ତାର କରିବା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ କରିଥା’ନ୍ତି । .
- ସେହି ଅର୍ଥ ସେମାନେ ପୁଞ୍ଜି ବଜାର ମାଧ୍ୟମରେ ଲୋକମାନଙ୍କଠାରୁ ଅଂଶଧନ ବିକ୍ରୟକରି ସଂଗ୍ରହ କରିଥାନ୍ତି ।
Question 8.
ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଉଦ୍ୟୋଗପତିମାନଙ୍କର ଭୂମିକା କ’ଣ ଥାଏ ?
Answer:
- ଉଦ୍ୟୋଗପତିମାନେ ନୂତନ କୌଶଳମାନ ପ୍ରୟୋଗ କରି ଦ୍ରବ୍ୟମାନ ପ୍ରସ୍ତୁତ କରନ୍ତି ।
- ଉତ୍ପାଦନର ବିଭିନ୍ନ କାରକଗୁଡ଼ିକୁ ସଂଗ୍ରହ କରନ୍ତି ଓ କଠିନ ପରିଶ୍ରମ କରି ନୂଆ ବ୍ୟବସାୟର ଶୁଭାରମ୍ଭ ସଫଳର ସହ କରିଥାନ୍ତି ।
![]()
Question 9.
ଜେ.ଆର୍.ଡି.ଟାଟା କିଏ ? ତାଙ୍କୁ କାହିଁକି ଆମେ ରଖୁଅଛୁ ?
Answer:
- ଜେହାଙ୍ଗୀର ରତନ୍ ଦାଦାଭୋୟ (ଜେ.ଆର.ଡ଼ି) ଟାଟା ଜଣେ ସଫଳ ଉଦ୍ୟୋପତି, ଶିଳ୍ପପତି ଓ ସମାଜସେବୀ ଥିଲେ ।
- ଭାରତର ଜଣେ ମହାନ ଉଦ୍ୟୋଗପତି ହେବା ସହିତ ଆଧୁନିକ ଭାରତ ନିର୍ମାଣରେ ସେ ବଡ଼ ଭୂମିକା ଗ୍ରହଣ କରିଥିଲେ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ପ୍ରଯୁକ୍ତିବିଦ୍ୟାକୁ ଉତ୍ପାଦନର ଏକ ସାହାଯ୍ୟକାରୀ ଉପାଦାନ କୁହାଯାଏ କାହିଁକି ?
Answer:
- ପ୍ରଯୁକ୍ତିବିଦ୍ୟା ହେଉଛି ବୈଜ୍ଞାନିକ ଜ୍ଞାନର ପ୍ରୟୋଗ ।
- ଯେକୌଣସି ଉତ୍ପାଦନ ସମ୍ପର୍କିତ କାର୍ଯ୍ୟକଳାପରେ କିଛି ନା କିଛି ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଅଛି ।
- ଆଜିକାଲି ବିଭିନ୍ନ କ୍ଷେତ୍ରରେ ନୂତନ ତଥା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବିକାଶ ଓ ପ୍ରୟୋଗଦ୍ଵାରା ଆମର ଜୀବନ ସହଜ ଓ ସରଳ ହୋଇପାରୁଛି । ଉଦାହରଣ ୟୁ.ପି.ଆଇ (UPI- Unitied payment Interface) ମାଧ୍ୟମରେ ଏକ ଅଙ୍ଗୁଠି ସ୍ପର୍ଶ କରି ଦେୟ ପୈଠ କରାଯାଇପାରୁଛି ।
Question 2.
ଶ୍ରମ-ପ୍ରଧାନ କ୍ଷେତ୍ର ଓ ପୁଞ୍ଜି-ପ୍ରଧାନ କ୍ଷେତ୍ର ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ?
Answer:
- ଯେଉଁ ଶିଳ୍ପଗୁଡ଼ିକ ଉତ୍ପାଦନ ପାଇଁ ଅଧିକ ଶ୍ରମ ଉପରେ ନିର୍ଭରଶୀଳ ହୋଇଥାଏ ତାହାକୁ ଶ୍ରମ-ପ୍ରଧାନ (Labourintensive) କ୍ଷେତ୍ର ବୋଲି କୁହାଯାଇଥାଏ ।
- ଉଦାହରଣ ଭାବରେ କୃଷି, ନିର୍ମାଣ ଏବଂ ହସ୍ତଶିଳ୍ପକୁ ବିଚାରକୁ ନିଆଯାଇପାରେ ।
- ଯେଉଁ ଶିଳ୍ପଗୁଡ଼ିକରେ ଅଧିକ ପୁଞ୍ଜି ଓ ସ୍ଵତନ୍ତ୍ର ଯନ୍ତ୍ରପାତିର ଆବଶ୍ୟକ ପଡ଼ିଥାଏ, ତାହାକୁ ପୁଞ୍ଜିପ୍ରଧାନ (Capital intensive) କ୍ଷେତ୍ର ବୋଲି କୁହାଯାଇଥାଏ । ଉଦାହରଣ- ଉପଗ୍ରହ ନିର୍ମାଣ ।
![]()
Question 3.
ଉତ୍ପାଦନର କାରକଗୁଡ଼ିକୁ ବ୍ୟବହାର କଲାବେଳେ ଆମେ ଦାୟିତ୍ଵବାନ ହେବା କାହିଁକି ?
Answer:
- ଦ୍ରବ୍ୟ ଉତ୍ପାଦନ କଲଶବେଳେ ଆମେ ଭୂମି, ଜଳ ଏବଂ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ବଳଗୁଡ଼ିକୁ ବ୍ୟବହାର କରିଥାଉ ।
- ଏହି ସମ୍ବଳଗୁଡ଼ିକ ସୀମିତ ଏବଂ ଆମେ ସତର୍କ ନ ରହିଲେ ଏଗୁଡ଼ିକ କ୍ଷତିଗ୍ରସ୍ତ ହୋଇପାରେ ।
- ତେଣୁ ପ୍ରାକୃତିକ ସମ୍ବଳଗୁଡ଼ିକୁ ଦାୟିତ୍ଵପୂର୍ଣ୍ଣ ଭାବରେ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ।
Question 4.
ସଙ୍ଗଠିତ ସାମାଜିକ ଦାୟିତ୍ଵ (CSR) ଆଇନ କ’ଣ ?
Answer:
(i) ସଙ୍ଗଠିତ ସାମାଜିକ ଦାୟିତ୍ଵ (C.S.R.- Corporate Social Responsibility) ଏକ ଆଇନ ।
(ii) ଏହାକୁ ଭାରତ ବିଶ୍ଵରେ ପ୍ରଥମ କରି ୨୦୧୪ ମସିହାରେ ପ୍ରଣୟନ କରିଥିଲା ।
(iii) ଏହାର ଉଦ୍ଦେଶ୍ୟ ହେଉଛି – ଏଥରେ କମ୍ପାନୀଗୁଡ଼ିକ ତିନିବର୍ଷ ଧରି ସେମାନଙ୍କର ହାରାହାରି ଲାଭର ଶତକଡ଼ା ୨ ଭାଗ ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ଖର୍ଚ୍ଚ କରିବାକୁ ବାଧ୍ୟ ବୋଲି ଉଲ୍ଲେଖ କରାଯାଇଛି ।
Question 5.
ଭାରତରେ ମାନବ ପୁଣିର ସ୍ଥିତି କ’ଣ ରହିଛି ?
Answer:
(i) ବିଭିନ୍ନ ଦୃଷ୍ଟିକୋଣରୁ ସ୍ଵାଧୀନତା ପରଠାରୁ ମାନବ ପୁଞ୍ଜିର ବିକାଶ କ୍ଷେତ୍ରରେ ଆମ ଦେଶ ଆଗକୁ ବଢ଼ିଛି ।
(ii) ଏଥୁରେ ସାକ୍ଷରତା ଓ ଜନସଂଖ୍ୟାର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହା ମାନବ ପୁଞ୍ଜିର ଦକ୍ଷତା ଏବଂ ଉତ୍ପାଦକତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
(iii) ବିଶ୍ଵବ୍ୟାଙ୍କ ଆକାଳନ ଅନୁସାରେ ୨୦୨୩ ମସିହା ସୁଦ୍ଧା ଭାରତରେ ପ୍ରାପ୍ତବୟସ୍କ ସାକ୍ଷରତା ହାର ପୁରୁଷମାନଙ୍କ କ୍ଷେତ୍ରରେ ୮୫ ପ୍ରତିଶତ ଏବଂ ମହିଳାଙ୍କ କ୍ଷେତ୍ରରେ ୭୦ ପ୍ରତିଶତ ରହିଛି । ବହୁକ୍ଷେତ୍ରରେ ପ୍ରଗତି ହାସଲ ସତ୍ତ୍ଵେ ଭାରତ ମାନବ ପୁଞ୍ଜି ବିକାଶ କରିବାରେ ଅନେକ ଆହ୍ଵାନର ସମ୍ମୁଖୀନ ହେଉଛି ।
![]()
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ବ୍ୟବସାୟ ସଂସ୍ଥାଗୁଡ଼ିକରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ମାଲିକମାନଙ୍କର କ’ଣସବୁ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି, ଆଲୋଚନା କର ।
Answer:
(i) ନ୍ୟାୟୋଚିତ କ୍ଷତିପୂରଣ ଏବଂ କାର୍ଯ୍ୟ ପରିବେଶ ନିଯୁକ୍ତିଦାତାମାନେ ନିଶ୍ଚିତ କରିବାକୁ ପଡ଼ିବ ଯେ ଶ୍ରମିକମାନଙ୍କୁ ସେମାନଙ୍କ ଶ୍ରମପାଇଁ ଯଥୋଚିତ ଦରମା ଦିଆଯାଇଛି ଓ ସେମାନେ ସୁରକ୍ଷିତ ପରିବେଶରେ କାମ କରୁଛନ୍ତି ।
(ii) ଦକ୍ଷତା ବିକାଶ ଓ ତାଲିମ – ପ୍ରତିଯୋଗିତାପୂର୍ଣ୍ଣ ଶ୍ରମ ଦକ୍ଷତା ବିକାଶ ସହିତ ଉଚିତ ତାଲିମ ସୁନିଶ୍ଚିତ କରିବା
(iii) କର୍ମକ୍ଷେତ୍ର ଅଧିକାର ଏବଂ ସୁରକ୍ଷା – ନ୍ୟାୟପୂର୍ଣ୍ଣ ତଥା ପ୍ରଦାନ, ସଚେତନ ଛୁଟି ପ୍ରଦାନ ସହ ଶ୍ରମିକଙ୍କ ଅଧିକାର ଉଚିତ । ବଜାରରେ ତିଷ୍ଠି ରହିବାପାଇଁ ଶ୍ରମିକମାନଙ୍କୁ ଉଦ୍ୟୋଗ ସଂସ୍ଥାଗୁଡ଼ିକର ଦାୟିତ୍ଵ । ଭେଦଭାବ ଶୂନ୍ୟ ବ୍ୟବହାର, ସ୍ଵାସ୍ଥ୍ୟ ସେବା ପାଇଁ ଆଇନ ଏବଂ ନିୟମ ପାଳନ କରାଯିବା
(iv) ନୂତନ କାରିଗରୀ ଜ୍ଞାନକୌଶଳ ପ୍ରତି ଆଗ୍ରହ ସୃଷ୍ଟି କରିବା – ଶ୍ରମିକମାନଙ୍କ ମଧ୍ୟରେ ନୂତନ ଜ୍ଞାନ କୌଶଳକୁ ଜାଣିବାପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ।
(v) ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା – କର୍ମଚାରୀମାନଙ୍କୁ ଯଥୋଚିତ ବ୍ୟବହାରର ପ୍ରଦର୍ଶନ କରିବା ଉଚିତ୍ । ସେମାନଙ୍କ ମନରୁ ଭୟ ଓ ଭ୍ରାନ୍ତି ଦୂର କରିବା ଆବଶ୍ୟକ ।
Question 2.
ପ୍ରଯୁକ୍ତିବିଦ୍ୟା ଆମର ଦୈନନ୍ଦିନ ଜୀବନ ଉପରେ କେଉଁସବୁ ପ୍ରଭାବ ପକାଉଛି ବୋଲି ତୁମେ ଭାବୁଛ, ସେ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
Answer:
(i) ଆଜିକାଲି ? ବିଭିନ୍ନ ‘କ୍ଷେତ୍ରରେ ନୂତନ ତଥା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବିକାଶ ଓ ପ୍ରୟୋଗଦ୍ଵାରା ଆମ ଜୀବନ ସହଜ ଓ ସରଳ ହୋଇପାରିଛି । ଉଦାହରଣ – ୟୁ.ପି.ଆଇ. (UPI- Unified Payment Interface) ମାଧ୍ୟମରେ ଏକ ଆଙ୍ଗୁଠି ସ୍ପର୍ଶ (Touch Screen) କରି ଦେୟ ପୈଠ କରାଯାଇ ପାରୁଛି ।
(ii) ଚାଷୀମାନେ ମଧ୍ୟ ଆଗୁଆ ପାଣିପାଗର ସଦ୍ୟତମ ସୂଚନା ପାଇପାରୁଛନ୍ତି । ବିଶ୍ଵ ସ୍ଥାନ ନିର୍ଦ୍ଧାରଣ ପଦ୍ଧତି (GPS- Global Positioning System) ଦ୍ଵାରା ସାମଗ୍ରୀ ପରିବହନର ନ୍ୟୁନତମ ଦୂରତା ନିର୍ଣ୍ଣୟ କରାଯାଇ ପାରୁଛି ।
(iii) ପ୍ରଯୁକ୍ତି ବିଦ୍ୟାଦ୍ଵାରା ଜନସାଧାରଣ ଓ ବ୍ୟବସାୟ ପାଇଁ ଅନେକ କାର୍ଯ୍ୟ କରାଯାଇପାରୁଛି ଓ ସେମାନଙ୍କର କାର୍ଯ୍ୟଶୈଳୀକୁ ଉନ୍ନତ କରିବାରେ ସାହାଯ୍ୟ କରୁଅଛି ।
(iv) ଉଦାହରଣ ଭାବରେ ଆମେ ଦେଖୁଲେ, ଡାକଦ୍ଵାରା ଚିଠି ପଠାଇବା ପରିବର୍ତ୍ତେ ଲୋକମାନେ ଇମେଲ (Email) ବ୍ୟବହାର କରି ଅତି ଶୀଘ୍ର ଓ କମ୍ ଖର୍ଚ୍ଚରେ ଯୋଗାଯୋଗ କରିପାରୁଛନ୍ତି ।
(v) ଶି କ୍ଷାର୍ଥୀମାନେ ସ୍ୱୟମ୍ଭ ସଂସ୍ଥା, ଭଳି ଆଭାସୀ ପାଠ୍ୟକ୍ରମ ମାଧ୍ୟମରେ ଶିକ୍ଷାଗ୍ରହଣ କରିପାରୁଛନ୍ତି । ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଇ ଅନେକ ଜଟିଳ ରୋଗଗୁଡ଼ିକର ଚିକିତ୍ସା କରାଯାଇ ପାରୁଛି ।
![]()
Question 3.
ଜଣେ ଉଦ୍ୟୋଗପତି କେଉଁସବୁ କାର୍ଯ୍ୟ ସମ୍ପାଦନ କରିଥା’ଛି ?
Answer:
(i) ଗୋଟିଏ ଉଦ୍ୟୋଗ ପ୍ରତିଷ୍ଠା କରିବା ପୂର୍ବରୁ ଅନେକଗୁଡ଼ିଏ ବିଷୟରେ ଚିନ୍ତାକରି ପଦକ୍ଷେପ ନେବାକୁ ପଡ଼ିଥାଏ । ଉଦ୍ୟୋଗର ଗଠନ, ଉତ୍ପାଦନ, କଞ୍ଚାମାଲ ସଂଗ୍ରହ ଓ ଉତ୍ପାଦିତ ଦ୍ରବ୍ୟର ବିତରଣ ଇତ୍ୟାଦି ଅନେକ ବ୍ୟବସ୍ଥାକୁ ଆଗରେ ରଖ୍ କାର୍ଯ୍ୟ କରିବାକୁ ପଡ଼ିଥାଏ ।
(ii) ପ୍ରଥମତଃ ଉଦ୍ୟୋଗପତି ସମସ୍ୟାକୁ ଚିହ୍ନଟ କରନ୍ତି ଏବଂ ଅଭିନବ ଉପାୟରେ ସମସ୍ୟାର ସମାଧାନ ଖୋଜି ବାହାର କରନ୍ତି ।
(iii) ଉଦ୍ୟୋଗୀ ସମୟ ଓ ଅର୍ଥର ବିନିମୟରେ ଆଶଙ୍କାକୁ ଗ୍ରହଣ କରି ବିହିତ ପଦକ୍ଷେପ ନେଇଥା’ନ୍ତି ।
(iv) ସେ ବ୍ୟବସାୟର ପରିଚାଳନା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥା’ନ୍ତି ।
(v) ଉତ୍ପାଦନର ବିଭିନ୍ନ କାରକଗୁଡ଼ିକୁ ସେ ଏକଜୁଟ କରିଥା’ଆନ୍ତି ଏବଂ ନିଜର ନବସୃଜନ ମାଧ୍ୟମରେ ସମାଜର କଲ୍ୟାଣରେ ଯୋଗଦାନ ମଧ୍ୟ କରିଥାନ୍ତି । ତାଙ୍କର ଦୂରଦୃଷ୍ଟି ବଜାରକୁ ଅଭିନବ ଉତ୍ପାଦ ଓ ସେବା ଆଣିବାରେ ସାହାଯ୍ୟ କରିଥାଏ, ଯାହାକି ଏହା ସମାଜ ଓ ଦେଶପାଇଁ ଲାଭଦାୟକ ହୋଇଥାଏ ।
Question 4.
ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ପୁଞ୍ଜିକୁ ପ୍ରାଧାନ୍ୟ ଦିଆଯାଇଥାଏ କାହିଁକି ? ଏହାକୁ କେଉଁମାନେ ଓ କିପରି ସଂଗ୍ରହ କରିବାର ବ୍ୟବସ୍ଥା କରିଥା’ନ୍ତି ?
Answer:
(i) ବ୍ୟବସାୟ ଓ ଉଦ୍ୟୋଗ ପ୍ରତିଷ୍ଠାପାଇଁ ପୁଞ୍ଜିର ଖୁବ୍ ବହୁତ କିଛି ଆବଶ୍ୟକତା ଥାଏ । ଦ୍ରବ୍ୟ ଓ ସେବା ଉତ୍ପାଦନପାଇଁ ବ୍ୟବହୃତ ଅର୍ଥ ଓ ମାନବକୃତ ସମ୍ବଳକୁ ପୁଞ୍ଜି କୁହାଯାଇଥାଏ ।
(ii) ପୁଣି ସଂଗ୍ରହ ପାଇଁ ଉଦ୍ୟୋଗପତିମାନେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିଥା’ନ୍ତି । ସେଥିମଧ୍ୟରୁ ପୁଞ୍ଜି ବଜାର (stockmarket) ଅନ୍ୟତମ ।
(iii) ସେମାନେ ପୁଞ୍ଜି ବଜାର ମାଧ୍ୟମରେ ସାଧାରଣ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ କରିଥା’ନ୍ତି । ଯେଉଁ ବିଶେଷ ପ୍ରକାରର ବଜାରରେ ଅଂଶଧନ କିଣାବିକା ହୋଇଥାଏ, ତାକୁ ପୁଞ୍ଜି ବଜାର କୁହାଯାଇଥାଏ ।
(iv) ବଡ଼ ବଡ଼ କମ୍ପାନୀମାନେ ଜନସାଧାରଣଠାରୁ ଅର୍ଥ ସଂଗ୍ରହ କରିଥା’ନ୍ତି ଓ ସେମାନଙ୍କୁ ଲାଭାଂଶ (Dividend) ଭାଗ ପ୍ରଦାନ କରିଥା’ନ୍ତି ।
(v) ଅନ୍ୟ ଅର୍ଥରେ କହିଲେ ବ୍ୟବସାୟ ସଂସ୍ଥାଗୁଡ଼ିକ ପୁଣି ବଜାର ମାଧ୍ୟମରେ ଅର୍ଥ ସଂଗ୍ରହ କରିଥା’ନ୍ତି ଏବଂ ବ୍ୟବସାୟର ଅଂଶଧନ (Share) ବିକ୍ରି କରିଥା’ନ୍ତି, ଯାହାଫଳରେ ଉଦ୍ୟୋଗପତି ଓ ସାଧାରଣ ଲୋକ ଉପକୃତ ହୋଇଥାନ୍ତି ।
![]()
Question 5.
ଚମଡ଼ାଶିଳ୍ପ ସ୍ମାର୍ଟଫୋନ୍ଗୁଡ଼ିକ ଜଳପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି କିପରି ?
Answer:
(i) ଦ୍ରବ୍ୟ ଉତ୍ପାଦନ କଲାବେଳେ ଆମେ ଭୂମି, ଜଳ ଏବଂ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ବଳଗୁଡ଼ିକୁ ବ୍ୟବହାର କରିଥାଉ । ସେଥିମଧ୍ୟରୁ ଚମଡ଼ା ଶିଳ୍ପ ଓ ସ୍ମାର୍ଟଫୋନ୍କୁ ନେଇ ଆଲୋଚନା କରିବା ।
(ii) ତାମିଲନାଡୁର ଚମଡ଼ା ଶିଳ୍ପରେ ଅନେକ ଲୋକ କମ କରି ଅର୍ଥ ଉପାର୍ଜନ କରିଥା’ନ୍ତି କିନ୍ତୁ ଏହି ଶିଳ୍ପଜାତ ଆବର୍ଜନା ନଦୀ ଓ ମୃତ୍ତିକାକୁ ପ୍ରଦୂଷିତ କରିଥାଏ ।
(iii) ସେହିପରି ଯଦି ପୁରୁଣା ସ୍ମାର୍ଟଫୋନ (Smart phone) ଗୁଡ଼ିକୁ ସଠିକ୍ ଭାବରେ ପୁନଃ ଚକ୍ରଣ କରାନଯାଏ, ସେଥୁରେ ଥିବା ସୀସା ଓ ପାରଦ ଭଳି କ୍ଷତିକାରକ ପଦାର୍ଥ ଭୂମି ଓ ଜଳରେ ମିଶିଥାଏ ।
(iv) ’ଏହି ପ୍ରଦୂଷଣ ମନୁଷ୍ୟ, ପଶୁପକ୍ଷୀ ଓ ଉଭିଦ ଗତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ ।
(v) ଏଥିପାଇଁ ଉତ୍ପାଦନକାରୀମାନଙ୍କ ପାଇଁ ପ୍ରାକୃତିକ ସମ୍ବଳର ଦାୟିତ୍ଵପୂର୍ଣ୍ଣ ବ୍ୟବହାର ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଛି । ଏହାଦ୍ଵାରା ଆମେ ଭବିଷ୍ୟତ ପିଢ଼ିର ଆବଶ୍ୟକତା ପୂରଣକୁ ସୁଗମ କରିବା ସହିତ ଆଜିର ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବା । ଏଥୁପ୍ରତି ଉତ୍ପାଦନକାରୀମାନେ ଧ୍ୟାନଦେବା ଉଚିତ ।