Go through 7th Class Social Science Book Odia Medium Question Answer and Class 7 Social Science Chapter 2 Question Answer Odia Medium ପାଣିପାଗକୁ ବୁଝିବା to understand textbook questions more clearly.
7th Class Social Science Chapter 2 Question Answer Odia Medium
Class 7 Social Science Chapter 2 Odia Medium
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
Question 1.
ପାଣିପାଗ ଯନ୍ତ୍ର ସହ ଏହା ମାପୁଥିବା ଉପାଦାନଗୁଡ଼ିକ ମଧ୍ୟରେ ସମ୍ପର୍କ ସ୍ଥାପନ କର ।
| ବ୍ୟବହୃତ ଯନ୍ତ୍ର | ପାଗର ଉପାଦାନ |
| (୧) ହାଇଡ୍ରୋମିଟର | (କ) ବର୍ଷଣ |
| (୨) ଆମିନୋମିଟର | (ଖ) ବାୟୁମଣ୍ଡଳର ଚାପ |
| (୩) ବାରୋମିଟର | (ଗ) ପବନର ଦିଗ ଓ ବେଗ |
| (୪) ଥର୍ମୋମିଟର | (ଘ) ଆର୍ଦ୍ରତା |
| (୫) ରେନ୍ ଗଜ୍ | (ଙ) ତାପମାତ୍ରା |
Answer:
| ବ୍ୟବହୃତ ଯନ୍ତ୍ର | ପାଗର ଉପାଦାନ |
| (୧) ହାଇଡ୍ରୋମିଟର | (ଘ) ଆର୍ଦ୍ରତା |
| (୨) ଆମିନୋମିଟର | (ଗ) ପବନର ଦିଗ ଓ ବେଗ |
| (୩) ବାରୋମିଟର | (ଖ) ବାୟୁମଣ୍ଡଳର ଚାପ |
| (୪) ଥର୍ମୋମିଟର | (ଙ) ତାପମାତ୍ରା |
| (୫) ରେନ୍ ଗଜ୍ | (କ) ବର୍ଷଣ |
Question 2.
ଜ୍ୟୋତ୍ସ୍ନା ଜୁନ ମାସରେ ବିଦ୍ୟାଳୟ ତରଫରୁ ମୁମ୍ବାଇ ପରିଭ୍ରମଣ ପାଇଁ କେଉଁ କେଉଁ ପୋଷାକ ନେବ ଚିନ୍ତା କରୁଛି । ସେ ପାଗର ପୂର୍ବାନୁମାନ ବିଷୟରେ ଅବଗତ ହେଲା, ଯେଉଁଥରେ ସେଠିକାର ତାପମାତ୍ରା ୨୯° ସେଲ୍ସିୟସ୍ ଓ ଆର୍ଦ୍ରତା ୮୪° ଅଛି ବୋଲି ଜାଣିଲା । ତୁମେ ତାକୁ କି ପ୍ରକାର ପୋଷାକ ନେବାକୁ ପରାମର୍ଶ ଦେବ ।
Answer:
ମୁମ୍ବାଇଠାରେ ଜୁନ୍ ମାସର ପାଗ ହେଉଛି ଗରମ ଏବଂ ଅତ୍ୟଧିକ ଆର୍ଦ୍ର । ତେଣୁ ଏଥିପାଇଁ ଆମେ ଜ୍ୟୋତ୍ସାକୁ ହାଲୁକା ଏବଂ ଢିଲା ପୋଷାକ ଯାହା ପ୍ରାକୃତିକ ତନ୍ତୁରେ ତିଆରି ସେହି ପୋଷାକ ନେବାପାଇଁ ପରାମର୍ଶ ଦେବା ।
Question 3.
କିଛି ପିଲା ମିଶି ଏକ ରେନ୍ଗଗଜ୍ (ବୃଷ୍ଟି ମାପକ ଯନ୍ତ୍ର) ତିଆରି କରିଛ ବୋଲି ଭାବ । ରେନ୍ଗଗଜ୍ କେଉଁଠି ସ୍ଥାପନ କରାଯିବ ଦଳଗତ ଭାବେ ଆଲୋଚନା କର ଓ ସ୍ଥାନଟିକୁ ଚିହ୍ନଟ କର । (ନିମ୍ନ ବିକଳ୍ପ ମଧ୍ୟରୁ)
(୧) ବିଦ୍ୟାଳୟର ପରିବା ଉଦ୍ୟାନ
(୨) ବିଦ୍ୟାଳୟ କୋଠାର ପାହାବ
(୩) ଖୋଲା ପଡ଼ିଆ ଅନ୍ତର୍ଗତ ଏକ ଉତ୍ତ ସମପ୍ରାୟ ଭୂମି
(୪) ବିଦ୍ୟାଳୟ ପ୍ରାଚୀର
(୫) ବିଦ୍ୟାଳୟ ପରୀକ୍ଷାଗାରର ବାରଣ୍ଡା
ଦଳଗତ ଭାବେ ଆଲୋଚନା କର ଏବଂ ସ୍ଥାନଟିକୁ ଚିହ୍ନଟ କର । ତୁମେ ସ୍ଥାନଟି ବାଛିବାର କାରଣ ଲେଖ ।
Answer:
ବୃଷ୍ଟିମାପକ ଯନ୍ତ୍ରଟିକୁ ଖୋଲାପଡ଼ିଆ ଅନ୍ତର୍ଗତ ଏକ ଉତ୍ତ ସମପ୍ରାୟ ଭୂମିରେ ସ୍ଥାପନ କରାଯିବ । କାରଣ ଏଠାରେ କେବଳ ବର୍ଷାପାଣି ସଂଗୃହୀତ ହେବ । ପ୍ରକୃତ ବର୍ଷାର ପରିମାଣ ଜଣାପଡ଼ିବ । ଖୋଲା ପଡ଼ିଆ ମଝିର ଉତ୍ତ ସମପ୍ରାୟ ଭୂମିରେ କୌଣସି ଗଛର ପାଣି କିମ୍ବା ପାଣି ଛିଟିକା ସଂଗୃହୀତ ହେବ ନାହିଁ ଏବଂ କେବଳ ବର୍ଷାପାଣି ସଂଗୃହୀତ ହେବ ଏବଂ କେତେ ବର୍ଷା ହୋଇଛି ତାହା ସଠିକ୍ ଜଣାପଡ଼ିବ ।
Question 4.
ନିମ୍ନରେ ଭାରତ ପାଣିପାଗ ବିଭାଗରୁ ଉଦ୍ଧୃତ ଏକ ଚାର୍ଟ (ସାରଣୀ) ପ୍ରଦାନ କରାଯାଇଛି । ତା ୦୧.୦୨.୨୦୨୪ରିଖ ପାଇଁ ପ୍ରଦତ୍ତ ତଥ୍ୟ ଆଧାରରେ ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ପ୍ରାନ୍ତର ପାଗ ପରିସ୍ଥିତି ସମ୍ବନ୍ଧରେ ସଂକ୍ଷିପ୍ତ ଲେଖାଟିଏ ପ୍ରସ୍ତୁତ କର । (ସୂଚନା : ତାପ ବ୍ୟବଧାନ, ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା, ଆର୍ଦ୍ରତା, ବର୍ଷଣ ଆଦି ବିଷୟରେ ଚର୍ଚ୍ଚା କର ।)

Answer:
ଜାମ୍ମୁ ଓ କାଶ୍ମୀର ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ଏବଂ ସମୂଦ୍ରଠାରୁ ଦୂରରେ ଅବସ୍ଥିତ ହୋଇଥିବାରୁ ଏଠାରେ ଶୀତଳ ଗରମ ଜଳବାୟୁ ଅନୁଭୂତ ହୁଏ । ପାଣିପାଗ ବିଭାଗଦ୍ଵାରା ତା୦୧.୦୨.୨୦୨୪ରିଖ ସାରଣୀରୁ ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ପ୍ରାନ୍ତର ପାଗକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସେଠାକାର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ସର୍ବଦା କମ୍ ରହିଅଛି । ଅର୍ଥାତ୍ ସେଠାରେ ତାପ ବ୍ୟବଧାନ ବିଯୁକ୍ତାତ୍ମକ ରହୁଅଛି । କାଜିଗଣ୍ଡଠାରେ ସର୍ବାଧିକ ତାପମାତ୍ରା ସ୍ଵାଭାବିକଠାରୁ ସବୁଠାରୁ ଅଧିକ ୫.୩° ସେଲ୍ସିୟସ୍ କମ୍ ଏବଂ ଶ୍ରୀନଗରଠାରେ ସର୍ବାଧିକ ତାପମାତ୍ରାର ବ୍ୟବଧାନ ପହଲାଗ୍ରାମଠାରେ ସର୍ବାଧିକ ୨.୦° ସେଲସିୟସ୍ ଥିବାବେଳେ ଗୁଲମାର୍ଗଠାରେ ଆଦୌ ବ୍ୟବଧାନ ନାହିଁ । ସେହିଦିନ ମୁଜାଫରାବାଦ୍ୱାରେ ସର୍ବାଧିକ ତାପମାତ୍ରା ୮.୫°ସେ. ଥିବାବେଳେ ଗୁଲମାର୍ଗ ସବୁଠାରୁ ଥଣ୍ଡା ସ୍ଥାନ ଅର୍ଥାତ୍ ସେଠାରେ ସର୍ବାଧିକ ତାପମାତ୍ରା ୨.୬°ସେ. ରହିଅଛି । ଏହିଦିନର ସର୍ବନିମ୍ନ ତାପମାତ୍ରାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଗୁଲମାର୍ଗରେ – ୭.୬°ସେ. ସର୍ବନିମ୍ନ ରହିଥିବାବେଳେ ସର୍ବାଧିକ ନିମ୍ନତମ ତାପମାତ୍ରା ୫.୬°ସେ. ମୁଜାଫରପୁରଠାରେ ଲିପିବଦ୍ଧ ହୋଇଛି ।
ଗୁଲମାର୍ଗ ସେହିଦିନ ଜାମ୍ମୁ ଓ କାଶ୍ମୀରର ସବୁଠାରୁ ଥଣ୍ଡା ସ୍ଥାନ ଥିଲା । ସେହିଦିନର ଆପେକ୍ଷିକ ଆର୍ଦ୍ରତା ସର୍ବାଧିକ ୯୭% କାଜିଗଣ୍ଡ ଓ କୁକେରନାଗଠାରେ ରେକର୍ଡ଼ ହୋଇଛି । ଘ୧୭.୩୦ ସୁଦ୍ଧା ସର୍ବାଧିକ ଆର୍ଦ୍ରତା ଗୁଲମାର୍ଗଠାରେ ୧୦୦% ଥିବାବେଳେ କାଜିଗଣ୍ଡଠାରେ ସେହି ସମୟରେ ୯୦% ଥିଲା । ସେହିଦିନ ସର୍ବାଧିକ ବୃଷ୍ଟିପାତ ୩୬.୨ ମି.ମି. କାଜିଗଣ୍ଡଠାରେ ଏବଂ ସର୍ବନିମ୍ନ ବୃଷ୍ଟିପାତ ୧୩.୪.ମି.ମି. ଶ୍ରୀନଗରଠାରେ ଓ ସର୍ବାଧିକ ତୁଷାରପାତ ଗୁଲମାର୍ଗଠାରେ ୩୫.୦ ସେ.ମି. ଓ ସର୍ବନିମ୍ନ ୨.୪ ସେ.ମି. ଶ୍ରୀନଗରଠାରେ ରେକର୍ଡ଼ ହୋଇଛି । ଏଥୁରେ ଜଣାଯାଏ ଯେ, ଶ୍ରୀନଗରଠାରେ ସେହିଦିନର ପାଗ ସବୁଠାରୁ ଭଲ ଥିଲା ।
![]()
Question 5.
ନିମ୍ନରେ ଭାରତ ପାଣିପାଗ ବିଭାଗରୁ ଉଦ୍ଧୃତ ଏକ ଚାର୍ଟ (ସାରଣୀ) ପ୍ରଦାନ କରାଯାଇଛି । ତା ୦୧.୦୫.୨୦୨୫ରିଖ ପାଇଁ ପ୍ରଦତ୍ତ ତଥ୍ୟ ଆଧାରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ପାଗ ପରିସ୍ଥିତି ସମ୍ବନ୍ଧରେ ସଂକ୍ଷିପ୍ତ ଲେଖାଟିଏ ପ୍ରସ୍ତୁତ କର । (ସୂଚନା : ତାପ ବ୍ୟବଧାନ, ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା, ଆର୍ଦ୍ରତା, ବର୍ଷଣ ଆଦି ବିଷୟରେ ଚର୍ଚ୍ଚା କର ।)

ଟିପ୍ପଣୀ : ACT ଅର୍ଥ ପ୍ରକୃତ, NOR ଅର୍ଥ ସ୍ଵାଭାବିକ, DEP ଅର୍ଥ ସ୍ଵାଭାବିକରୁ କମ୍ । ଅଧ୍ବକ, R/F ହେଉଛି ବର୍ଷା, TR ନଗଣ୍ୟ ପରିମାଣ, S/N ତୁଷାରପାତ ।
Answer:
ତା୦୧.୦୫.୨୦୨୫ରିଖ ଦିନ ଓଡ଼ିଶାର ଅଧିକାଂଶ ପ୍ରାନ୍ତରେ ତାପମାତ୍ରା ସ୍ଵାଭାବିକଠାରୁ କମ୍ ଥିଲା । ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଭୁବନେଶ୍ଵର, ବାଲେଶ୍ଵର, ଚାନ୍ଦବାଲି, ଗୋପାଳପୁର, ପୁରୀ, ଝାରସୁଗୁଡ଼ା, କେନ୍ଦୁଝର ଓ ହୀରାକୁଦଠାରେ ସ୍ଵାଭାବିକଠାରୁ କମ୍ ଥିଲା । ପାରାଦ୍ଵୀପରେ ତାପ ବ୍ୟବଧାନ ସର୍ବାଧିକ ୦.୭° ସେଲସିୟସ୍ ଥିବାବେଳେ କେନ୍ଦୁଝରର ତାପ ବ୍ୟବଧାନ ସର୍ବନିମ୍ନ -୪.୪° ସେଲ୍ସିୟସ୍ ଥିଲା । ଏହିଦିନ ସମ୍ବଲପୁରର ତାପମାତ୍ରା ସର୍ବାଧୁକ ୩୮.୭° ସେଲସିୟସ୍ ଥିବାବେଳେ କେନ୍ଦୁଝରର ତାପମାତ୍ରା ସର୍ବନିମ୍ନ ୨୦.୬° ସେଲ୍ସିୟସ୍ ରେକର୍ଡ ହୋଇଥିଲା । ସେହିଦିନ ଓଡ଼ିଶାର ସବୁ ସ୍ଥାନରେ ପାଗ ଶୁଖୁଲା ଥିଲା ଏବଂ କେନ୍ଦୁଝରକୁ ଛାଡ଼ି ଅନ୍ୟ ସବୁ ସ୍ଥାନର ଆକାଶ ନିର୍ମଳ ଥିଲା । ଆପେକ୍ଷିକ ଆର୍ଦ୍ରତା ସର୍ବାଧିକ ଶତକଡ଼ା ୭୬ ଗୋପାଳପୁରଠାରେ ସକାଳ ୮.୩୦ରେ ରେକର୍ଡ଼ ହୋଇଥିବାବେଳେ ଘ୧୭.୩୦ ବେଳକୁ ଏହା ୭୦%କୁ ଖସି ଆସିଥିଲା । ସେଦିନ ସବୁଠାରୁ କମ୍ ଆପେକ୍ଷିକ ଆର୍ଦ୍ରତା ଥୁବା ସ୍ଥାନ ଝାରସୁଗୁଡ଼ା ଯାହା ସକାଳ ୮.୩୦ରେ ୫୫% ଥିବାବେଳେ ସନ୍ଧ୍ୟା ୧୭.୩୦ରେ ୩୫% ଥିଲା ।
ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୨୭) :
Question 1.
ଆମ ଚତୁଃପାର୍ଶ୍ୱସ୍ଥ ପାଣିପାଗ ବା ପାଗକୁ ଆମେ କିପରି ମାପିବା ଓ ନିରୀକ୍ଷଣ କରିବା ?
Answer:
(i) ଆମ ଚତୁଃପାର୍ଶ୍ୱସ୍ଥ ପାଣିପାଗ ବା ପାଗକୁ ଆମେ ବିଭିନ୍ନ ପ୍ରକାର ଯନ୍ତ୍ର ବ୍ୟବହାର କରି ଏବଂ ନିଜର ଅନୁଭବଦ୍ଵାରା ମାପିପାରିବା ।
(ii) ପାଣିପାଗ ବା ପାଗକୁ ମାପିବାପାଇଁ ଯନ୍ତ୍ରଗୁଡ଼ିକ ହେଲା- ଆର୍ଦ୍ରତା ଜାଣିବାପାଇଁ ହାଇକ୍ରୋମିଟର, ପବନର ବେଗ ଜାରିବାପାଇଁ ଆମିନୋମିଟର, ବାୟୁମଣ୍ଡଳର ଚାପ ଜାଣିବାପାଇଁ ବାରୋମିଟର, ତାପମାତ୍ରା ଜାଣିବାପାଇଁ ଥର୍ମୋମିଟର, ବୃଷ୍ଟିପାତର ପରିମାଣ ମାପିବା ପାଇଁ ରେନ୍ଗଗଜ୍ ଏବଂ ପବନର ଦିଗ ଜାଣିବାପାଇଁ ଉଇଣ୍ଡଭେନ୍ ।
(iii) ବେଳେବେଳେ ପବନର ବେଗ ଓ ଦିଗ, ବାୟୁମଣ୍ଡଳର ଆର୍ଦ୍ରତା ଏବଂ ଆକାଶରେ ଥିବା ବାଦଲକୁ ଦେଖୁ ପାଣିପାଗ ସମ୍ବନ୍ଧରେ ଆମେ ସମ୍ୟକ୍ ଅନୁଭବ କରିପାରିଥାଉ ।
Question 2.
ପାଣିପାଗର ପୂର୍ବାନୁମାନ ଆମକୁ କିପରି ପ୍ରବଳ ବର୍ଷା, ଝଡ଼ ତୋଫାନ, ମରୁଡ଼ି, ଗ୍ରୀଷ୍ମ ପ୍ରବାହ ଆଦି ବିପର୍ଯ୍ୟୟରୁ ରକ୍ଷା ପାଇଁ ସାହାଯ୍ୟ କରେ ?
Answer:
(i) ପାଣିପାଗର ସଠିକ୍ ପୂର୍ବାନୁମାନ ଆମକୁ ପ୍ରାକୃତିକ ଦୁର୍ବିପାକ ପାଇଁ ସତର୍କ କରିବା ସହିତ, ଏହା ସ୍ଥାନୀୟ ପ୍ରଶାସନ ସରକାରଙ୍କୁ ସମ୍ବଳ ଯୋଗାଡ଼ କରିବା ତଥା ବିପର୍ଯ୍ୟୟକୁ ସାମନା କରିବାପାଇଁ ପ୍ରସ୍ତୁତ ରଖୁଥାଏ ।
(ii) ଉଦାହରଣ ସ୍ଵରୂପ କର୍ତ୍ତୃପକ୍ଷ ଆଗୁଆ ପଦକ୍ଷେପ ନେଇ ଜନସାଧାରଣଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଜରୁରୀ ଅତ୍ୟାବଶ୍ୟକୀୟ ପଦାର୍ଥଗୁଡ଼ିକର ଯୋଗାଣ, ଭିଭିଭୂମି ମଜ୍ବୁତ୍ କରିବା ତଥା ଲୋକମାନଙ୍କୁ ନିରାପତ୍ତା ପାଇଁ ସତର୍କ କରାଇ ଦେଇଥାନ୍ତି ।
(iii) ଆଗୁଆ ସୂଚନା ପାଇବାଦ୍ଵାରା ଲୋକମାନେ ନିଜର ଧନ, ଗୁରୁତ୍ଵପୂର୍ଣ୍ଣ କାଗଜପତ୍ରକୁ ନିରାପଦରେ ରଖୁବା ସହିତ ନିଜର ପିଇବା ପାଣି ମଧ୍ୟ ପ୍ରସ୍ତୁତ କରି ରଖୁଥାନ୍ତି । ପାଣିପାଗର ପୂର୍ବାନୁମାନ ବହୁ ଧନଜୀବନକୁ ଆସନ୍ନ ବିପଦରୁ ରକ୍ଷା କରିପାରିଥାଏ ।
ଆସ ନୁସନ୍ଧାନ କରିବା
Question 1.
ସ୍ଥାନୀୟ ଭାଷାରେ ପାଣିପାଗକୁ ବର୍ଣ୍ଣନା କରିବାକୁ ତୁମେ କି କି ଶବ୍ଦ ବ୍ୟବହାର କର ? ଓଡ଼ିଆରେ ସାଧାରଣ ଭାବେ ଗରମ, ଥଣ୍ଡା, ଉଷୁମ, ଶୀତୁଆ, ଖରା, ଆରାମଦାୟକ, ଗୁଳୁଗୁଳିଆ ଓ ମେଘୁଆ ଆଦି ଶବ୍ଦ ପାଗ ବର୍ଣ୍ଣନାରେ ବ୍ୟବହୃତ ହୋଇଥାଏ ।
Answer:
ସ୍ଥାନୀୟ ଭାଷାରେ ପାଣିପାଗକୁ ବର୍ଣ୍ଣନା କରିବାକୁ ଆମେ ଗରମ, ଝାଞ୍ଜି, କୋହଲା, କୁହୁଡ଼ିଆ, ଶୀତୁଆ, ଖରାଟିଆ, ମେଘୁଆ, ଗୁଳୁଗୁଳିଆ ଓ ଆରାମଦାୟକ ଇତ୍ୟାଦି ଶବ୍ଦ ବ୍ୟବହାର କରିଥାଉ ।
Question 2.
ପାଗକୁ ଅଧ୍ବକ ସଠିକ୍ଭାବେ ନିରୂପଣ କରିବାର ଆଉ କେଉଁ କେଉଁ ଉପାୟ ଥାଇପାରେ ? ଏହା ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ କିପରି ସାହାଯ୍ୟ କରେ ଚିନ୍ତା କର ।
Answer:
ଉପଗ୍ରହ, ରାଡ଼ାର ଓ ପାଗ ବେଲୁନ୍ ସହାୟତାରେ ଆମେ ପାଗକୁ ଅଧିକ ସଠିକ୍ଭାବେ ନିରୂପଣ କରିଥାଉ । ଏତଦ୍ବ୍ୟତୀତ ବାୟୁମଣ୍ଡଳର ସାମୟିକ ପରିବର୍ତ୍ତନକୁ ଲକ୍ଷ୍ୟକରି ମଧ୍ୟ ପାଗକୁ ସଠିକ୍ ଭାବରେ ନିରୂପଣ କରାଯାଇପାରେ । ପାଣିପାଗର ପୂର୍ବାନୁମାନ ମାଧ୍ୟମରେ ସଠିକ୍ ତଥ୍ୟ ପାଇବାପରେ ଲୋକମାନେ ନିଜର ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର, ଜିନିଷପତ୍ର ଇତ୍ୟାଦିକୁ ସୁରକ୍ଷିତ ସ୍ଥାନରେ ରଖୁବାପାଇଁ ବ୍ୟବସ୍ଥା କରିବା ସହ ନିଜେ ମଧ୍ୟ ସୁରକ୍ଷିତ ସ୍ଥାନରେ ରହିଥା’ନ୍ତି ଏବଂ ନିକଟରେ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଯଥା ଔଷଧ, ମହମବତୀ, ପିଇବାପାଣି, ଶୁଖୁଲା ଖାଦ୍ୟ (ଛତୁଆ, ବିସ୍କୁଟ୍) ଆଦି ଯୋଗାଡ଼ କରି ରଖୁଥା’ନ୍ତି ।
![]()
Question 3.
ତୁମ ଆଖପାଖରେ ରହୁଥିବା ବୟସ୍କ ବ୍ୟକ୍ତିମାନଙ୍କ ସହ କଥା ହୁଅ । ସେମାନେ ପାଗର ପୂର୍ବାନୁମାନ କିପରି କରନ୍ତି ପଚାରି ବୁଝ । ପ୍ରକୃତିର କେଉଁ ସଙ୍କେତଦ୍ୱାରା ସେମାନେ ପୂର୍ବାନୁମାନ କରିଥା’ନ୍ତି ? ସେମାନଙ୍କ ମତରେ ପାଣିପାଗ ପୂର୍ବାନୁମାନ କିପରି କରାଯାଏ ତାହା ନିଜ ଆଞ୍ଚଳିକ ଭାଷାରେ ଲିପିବଦ୍ଧ କର ।
Answer:
ଆମ ଆଖପାଖରେ ରହୁଥିବା ବୟସ୍କ ବ୍ୟକ୍ତିମାନଙ୍କୁ ପାଗର ପୂର୍ବନୁମାନ ସମ୍ପର୍କରେ ପଚାରିବା ପରେ କିଛି ତଥ୍ୟ ଜାଣିବାକୁ ମିଳିଲା । ସେମାନଙ୍କଠାରୁ ଆକାଶରେ ବାଦଲର ରଙ୍ଗ ପରିବର୍ତ୍ତନ, ପିମ୍ପୁଡ଼ିମାନେ ସେମାନଙ୍କର ଅଣ୍ଡାଗୁଡ଼ିକୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରିବା, ବେଙ୍ଗର ରଡ଼ି, ପାଇନ୍ ଗଛର ଶଙ୍କାକୃତି ଫଳ ବାୟୁମଣ୍ଡଳର ଆର୍ଦ୍ରତାଦ୍ଵାରା ବନ୍ଦ ହେବା ଏବଂ ଶୁଖୁଲା ପାଗରେ ଫଳ ଖୋଲିବା ଆଦି ବହୁ ସଙ୍କେତରୁ ପାଗର ପରିବର୍ତ୍ତନ ସମ୍ପର୍କରେ ଜାଣିବାକୁ ମିଳିଲା । ଏତଦ୍ବ୍ୟତୀତ ଆଧୁନିକ ସମୟରେ ପାଗର ଉପାଦାନଗୁଡ଼ିକୁ ସଠିକ୍ ଭାବରେ ମାପିବାପାଇଁ ବିଭିନ୍ନ ପଦ୍ଧତି ନିର୍ଣ୍ଣୟ କରାଯାଇଛି । କେତେକ ବୈଜ୍ଞାନିକ ଉପକରଣ ମାଧ୍ୟମରେ ପାଣିପାଗର ପୂର୍ବାନୁମାନ କିଛି ଘଣ୍ଟା, କିଛି ଦିନ, ବା କିଛି ସପ୍ତାହ ପୂର୍ବରୁ ମଧ୍ୟ ଜାଣି ହୋଇଥାଏ ।
Question 4.
ବର୍ଷା କାହିଁକି ସୂର୍ଯ୍ୟଙ୍କଠାରୁ ସୃଷ୍ଟି ହୋଇଥାଏ ? ଏହାର କୌଣସି କାରଣ ଚିନ୍ତା କରିବ କି ?
Answer:
ଜଳଚକ୍ର ମାଧ୍ୟମରେ ସୂର୍ଯ୍ୟଙ୍କଠାରୁ ବର୍ଷା ସୃଷ୍ଟି ହୋଇଥାଏ । ମହାସାଗର, ସାଗର, ନଦୀ, ହ୍ରଦ ଆଦିର ଜଳ ସୂର୍ଯ୍ୟଙ୍କର ଉତ୍ତାପରେ ବାଷ୍ପୀଭୂତ ହୋଇ ଜଳୀୟବାଷ୍ପରେ ପରିଣତ ହୋଇଥାଏ । ବାୟୁମଣ୍ଡଳର ଊର୍ଦ୍ଧ୍ବସ୍ତରରେ ଜଳୀୟବାଷ୍ପ ଘନୀଭୂତ ହୋଇ ବାଦଲ ସୃଷ୍ଟି ହୋଇଥାଏ । ବାଦଲ ବାୟୁମଣ୍ଡଳରେ ଥଣ୍ଡା ହେବାପରେ ଅଧିକ ଘନୀଭୂତ ହୋଇ ଜଳକଣାରେ ପରିଣତ ହୁଏ । ଏହା ପୃଥିବୀ ବକ୍ଷକୁ ବର୍ଷା ଆକାରରେ ଝରି ପଡ଼ିଥାଏ । ଏହିପରି ଭାବରେ ବର୍ଷା ସୂର୍ଯ୍ୟଙ୍କଠାରୁ ସୃଷ୍ଟି ହୋଇଥାଏ ।
Question 5.
ଏଠାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ଦିନର ତାପମାତ୍ରାର ଏକ ଚାର୍ଟ (ସାରଣୀ) ଦିଆଯାଇଛି । ଦର୍ଶାଇଥବା ସପ୍ତାହରେ ସର୍ବାଧିକ ତାପମାତ୍ରା କେତେ ରେକର୍ଡ଼ କରାଯାଇଛି ? ସର୍ବନିମ୍ନ କେତେ ? ଏହାର ବ୍ୟବଧାନ ହିସାବ କର ।

Answer:
ଏହି ଚାର୍ଟରେ ସପ୍ତାହରେ ସର୍ବାଧ୍ଵକ ୩୮° ସେଲସିୟସ୍ ତାପମାତ୍ରା ରେକର୍ଡ଼ କରାଯାଇଛି । ସର୍ବନିମ୍ନ ତାପମାତ୍ରା ୨୦° ସେଲସିୟସ୍ ରେକର୍ଡ଼ କରାଯାଇଛି । ଏହାର ବ୍ୟବଧାନ ୧୮° ସେଲସିୟସ୍ ।
Question 6.
ଉପରୋକ୍ତ ତାଲିକାର ଅନୁସରଣରେ ତୁମେ ଏକ ସପ୍ତାହର ବିଭିନ୍ନ ଦିନର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାର ଏକ ତାଲିକା ତୁମ ସହପାଠୀମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତ କର ।
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ଆଲୋଚନା କରିବେ ।
Question 7.
ଚିତ୍ରରେ ପ୍ରଦତ୍ତ ବୃଷ୍ଟିମାପକ ଯନ୍ତ୍ରଭଳି ଆଉ ଏକ ଯନ୍ତ୍ର ତିଆରି କର । ସେହି ଯନ୍ତ୍ରଟିକୁ କୌଣସି ଖୋଲା ସ୍ଥାନରେ ନେଇ ରଖ । ବର୍ଷାକୁ ବାଧା ଦେଲାଭଳି କୌଣସି ବଡ଼ ବୃକ୍ଷ ବା ଉଚ୍ଚ ଅଟ୍ଟାଳିକାଠାରୁ ଏହା ଦୂରରେ ରହିବା ଆବଶ୍ୟକ । ଯନ୍ତ୍ରଟି ଏକ ସମତଳରେ ରହିବା ନିତାନ୍ତ ଆବଶ୍ୟକ । ଏହା ଯେପରି ପବନରେ ଢଳି ନଯାଏ ବା ଗଡ଼ି ନ ପଡ଼େ ସେଥିପ୍ରତି ବିଶେଷ ଧ୍ୟାନ ଦେବା । ସିଲିଣ୍ଡରରେ ଦିଆଯାଇଥିବା ପରିମାପକ ଚିହ୍ନଦ୍ଵାରା ସଂଗୃହୀତ ବର୍ଷା ଜଳର ପରିମାଣ ନିର୍ଣ୍ଣୟ କର । ତେବେ ମନେରଖ, ଏକ ମାସର ପ୍ରତ୍ୟେକ ଏକ ନିର୍ଦ୍ଦିଷ୍ଟ ସମୟରେ ବୃଷ୍ଟିପାତର ପରିମାଣ ନିର୍ଣ୍ଣୟ ହେବା ଆବଶ୍ୟକ । ମୁଖ୍ୟତଃ ବର୍ଷା ଋତୁରେ ଏକ ମାସ ଧରି ଏହି କାର୍ଯ୍ୟ ସୂଚାରୁ ରୂପେ କରିବା ଆବଶ୍ୟକ । (ଯେଉଁ ଅଞ୍ଚଳରେ ତୁଷାରପାତ ହେଉଥବ ସେଠାରେ ବରଫ ତରଳିଲା ପରେ ହିଁ ମାପ ନିଆଯିବ ।) ତୁମ ପାଖରେ ଥିବା ବୃଷ୍ଟିପାତର ତଥ୍ୟରୁ ମାସର ପ୍ରତ୍ୟେକ ସପ୍ତାହର ହାରାହାରି ବୃଷ୍ଟିପାତ ନିର୍ଣ୍ଣୟ କର ଏବଂ ସପ୍ତାହରୁ ସପ୍ତାହ ମଧ୍ୟରେ ବୃଷ୍ଟିପାତରେ ଥିବା ପରିବର୍ତ୍ତନ ଉପରେ ନିଜର ମତାମତ ଦିଅ ।

Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ କରନ୍ତୁ ।
Question 8.
ଆର୍ଦ୍ରତା ପୁରୀ କିମ୍ବା ରାଉରକେଲା କେଉଁଠି ଅଧୁକ ଥବ ବୋଲି ତୁମେ ଭାବୁଛ ? ପୁରୀ ସମୁଦ୍ରକୂଳରେ ଥିବାରୁ ଏଠାରେ ଆର୍ଦ୍ରତା ଅଧିକ ଏବଂ ରାଉରକେଲା ସମୁଦ୍ରଠାରୁ ଦୂରରେ ଥିବାରୁ ଏଠାରେ ଆର୍ଦ୍ରତା କମ୍ ଥବ ବୋଲି ତୁମେ ଜାଣିପାରୁଥିବ । କିନ୍ତୁ ତୁମେ ଏ ବିଷୟରେ ନିଶ୍ଚିତ ହେବ କିପରି ? ପୁରୀ ଓ ରାଉରକେଲା ମଧ୍ୟରେ ଆର୍ଦ୍ରତା ସ୍ତରକୁ ଆମେ କିପରି ତୁଳନା କରିବା ? ଏ ବିଷୟରେ ଶ୍ରେଣୀଗୃହରେ ଆଲୋଚନା କର ।
Answer:
ଆର୍ଦ୍ରତା ପୁରୀଠାରେ ଅଧୂକ ଥିବ । ସମୂଦ୍ର ହେଉଛି ଜଳୀୟବାଷ୍ପର ଏକ ବିରାଟ ଉତ୍ସ ଏବଂ ସମୁଦ୍ରର ପ୍ରଚୁର ଜଳକଣା ବାଷ୍ପୀଭୂତ ହୋଇ ବାୟୁରେ ମିଶିଥାଏ । ପୁରୀ ସମୁଦ୍ର କୂଳରେ ଅବସ୍ଥିତ ଥିବାରୁ ସେଠାରେ ଆର୍ଦ୍ରତା ଅଧିକ, ମାତ୍ର ରାଉରକେଲା ନିକଟରେ ସମୁଦ୍ର ନ ଥିବାରୁ ସେଠାକାର ବାୟୁରେ ଜଳୀୟବାଷ୍ପର ପରିମାଣ କମ୍ ଥାଏ । ସୁତରାଂ ସେଠାରେ ପୁରୀଠାରୁ ଆର୍ଦ୍ରତା କମ୍ ରହିଥାଏ । ଆମେ ବର୍ତ୍ତମାନ ପାଣିପାଗ ବିବରଣୀକୁ ଦେଖୁବା । ପୁରୀ ଓ ରାଉରକେଲାର ଆର୍ଦ୍ରତା ସ୍ତରକୁ ତୁଳନା କରିପାରିବା । ପାଣିପାଗ ବିବରଣୀରେ କୌଣସି ସ୍ଥାନରେ ବାୟୁମଣ୍ଡଳରେ ଶତକଡ଼ା କେତେ ଜଳୀୟବାଷ୍ପ ରହିଛି ଦର୍ଶାଯାଇଥାଏ । ସେଥୁରୁ ଆମେ ଏହି ଦୁଇ ସ୍ଥାନରେ ଆର୍ଦ୍ରତାକୁ ତୁଳନା କରିପାରିବା ।
![]()
Question 9.
ତୁମ ଶ୍ରେଣୀରେ ଦୁଇଜଣଙ୍କୁ ନେଇ ଦଳ ଗଠନ କର । ବିଭିନ୍ନ ପରିସ୍ଥିତିରେ ପାଣିପାଗର ପୂର୍ବାନୁମାନ ଆମ ପାଇଁ କିପରି ଉପଯୋଗୀ ହୋଇଛି ଆଲୋଚନା କର । ତୁମେ ଆଲୋଚନା କରିଥିବା ତଥ୍ୟଗୁଡ଼ିକ ବିଷୟରେ ଏକ ତାଲିକା ପ୍ରସ୍ତୁତ କର ଏବଂ ତୁମେ ଯେଉଁ ପାଣିପାଗର ପରିସ୍ଥିତି ବିଷୟରେ ତର୍ଜମା କରିଛ, ତାହାକୁ ପାଖରେ ବସିଥିବା ଦଳ ସହିତ ଆଲୋଚନା କର । ଅନାଲୋଚିତ ପାଗ ପରିସ୍ଥିତି ସମ୍ବନ୍ଧରେ ଶିକ୍ଷକଙ୍କଠାରୁ ପଚାରି ବୁଝ । ପାଗ ସମ୍ବନ୍ଧୀୟ କେତେ ପ୍ରକାରର ଅବସ୍ଥା ତୁମେ ଚିହ୍ନଟ କରିପାରିଲ ?
Answer:
ପାଣିପାଗର ପୂର୍ବାନୁମାନ ଆମକୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କିପରି ସତର୍କ ରହବାକୁ ହେବ, ତାହାର ସୂଚନା ଦେଇଥାଏ । ଏହାର ଆବଶ୍ୟକତା ସବୁସ୍ତରରେ ଯଥା- ସରକାରୀ, ବେସରକାରୀ, ସାମାଜିକ ତଥା ବ୍ୟକ୍ତିଗତ ଜୀବନରେ ରହିଛି ।
(i) ପାଣିପାଗର ପୂର୍ବାନୁମାନ କୃଷିକାର୍ଯ୍ୟ ପାଇଁ ଅତ୍ୟନ୍ତ ଜରୁରୀ । ଏହା କୃଷକକୁ ବିହନ ବୁଣିବା | ଗଛ ଲଗାଇବା, ଜମିରେ ପାଣି ମଡ଼ାଇବା, ଫସଲ ଅମଳ ପାଇଁ ବିଶେଷ ସାହାଯ୍ୟ କରିଥାଏ ।
(ii) ଉଡ଼ାଜାହାଜ, ଟ୍ରେନ୍, ପାଣିଜାହାଜ ତଥା ଗାଡ଼ି ମୋଟର ଚଳାଇବା ତଥା ବାହାରକୁ ବୁଲିଯିବା ଆଦି କାର୍ଯ୍ୟ ଘନ କୁହୁଡ଼ି, ବାତ୍ୟା, ପ୍ରବଳ ବର୍ଷା ଆଦିରେ ସମ୍ଭବ ହୋଇ ନଥାଏ । ସୁତରାଂ ପାଣିପାଗ ପୂର୍ବାନୁମାନଦ୍ଵାରା ଆମକୁ ସତର୍କ ରହିବାକୁ ପଡ଼େ । ଅନେକ ଧନଜୀବନ ହାନିକୁ ରୋକାଯାଇଥାଏ ।
(iii) ବିପର୍ଯ୍ୟୟ ପରିଚାଳନାରେ ପାଣିପାଗ ପୂର୍ବାନୁମାନର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସରକାର ଲୋକଙ୍କୁ ପ୍ରତିକୂଳ ପାଣିପାଗରେ ସତର୍କ ରହିବାକୁ ପରାମର୍ଶ ଦେଇଥାନ୍ତି । ଆବଶ୍ୟକସ୍ଥଳେ (ବନ୍ୟା ଓ ବାତ୍ୟା ସମୟରେ) ଲୋକଙ୍କୁ ନିରାପଦ ସ୍ଥାନକୁ ନେଇ ରଖୁଥା’ନ୍ତି ।
(iv) ଗ୍ରୀଷ୍ମ ପ୍ରବାହ, ଶୀତ ଲହରୀ ତଥା ଅନ୍ୟାନ୍ୟ ଚରମ ପାଗ ପାଇଁ ଲୋକମାନେ ସେମାନଙ୍କର ପୋଷାକ, ପାନୀୟ ତଥା ଘର ବାହାରେ ବିଭିନ୍ନ କାର୍ଯ୍ୟ ପାଇଁ ସତର୍କତାମୂଳକ ପଦକ୍ଷେପ ନେଇଥାନ୍ତି ।
(v) ପର୍ଯ୍ୟଟନ ସଞ୍ଚାଳନକାରୀ ସଂସ୍ଥାମାନେ ମଧ୍ୟ ପ୍ରତିକୂଳ ପାଗର ସମ୍ଭାବନା ଥିଲେ ସେମାନଙ୍କର କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିଥାନ୍ତି ।
(vi) ସର୍ବୋପରି ସମସ୍ତ ବର୍ଗର ଲୋକମାନେ ପାଣିପାଗର ସ୍ଥିତି ଉପରେ ନିଜର କାର୍ଯ୍ୟକ୍ରମ ଠିକ୍ କରିଥାନ୍ତି । ପ୍ରତିକୂଳ ପାଗର ସମ୍ଭାବନା ଥିଲେ, ଘରେ ବାହାରେ ସବୁଠି ସତର୍କ ରହିବା ଦରକାର ପଡ଼ିଥାଏ ।
ଏହିପରି ଭାବରେ, ବିଭିନ୍ନ ପ୍ରତିକୂଳ ପାଗର ପୂର୍ବାନୁମାନ କିପରି ଆମ ଧନଜୀବନ ହାନି ରୋକିବାରେ ସାହାଯ୍ୟ କରିଥାଏ, ତାହାର ଏକ ତାଲିକା କର ।
Question 10.
ସେହି ଦିନ କେଉଁ କେଉଁ ଘଟଣାବଳୀ ସଙ୍ଗଠିତ ହେଉଛି ? ଲୋକ ମାନେ କେଉଁ ସବୁ ପାଣି ପାଗ ଅବସ୍ଥା ପାଇଁ ସତର୍କ ର ହି ବାକ୍ସ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଉଛି ?
Answer:

ଉପରେ କ୍ତ ପାଣି ପାଗ ମାନଚିତ୍ରରୁ ସ୍ପଷ୍ଟ ଭାବରେ ବୁଝିହୁଏ କି ଯେ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ର ବ ହ, ଗୁଳୁଗୁଳି, ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା, ଅନ୍ୟ କେତେକ ଅଞ୍ଚଳରେ ପ୍ରବଳ ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ରାଜ୍ୟରେ ଉଷ୍ମ ଓ ଆର୍ଦ୍ରତା ଯୋଗୁଁ ଭାରୀ ବର୍ଷା ହେବାର ସୂଚନ। ମିଳୁଛି । ଏସବୁ ଅବସ୍ଥା ପାଇଁ ଲୋକମାନେ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
Question 11.
କେଉଁ ରାଜ୍ୟଗୁଡ଼ିକପାଇଁ ସତର୍କ ସୂଚନା ଦିଆଯାଇଛି ?
Answer:
କର୍ଣ୍ଣାଟକର ଦକ୍ଷିକାଂଶ, ଗୁଜୁରାଟ, ରାଜସ୍ଥାନର ପୂର୍ବଭାଗ, ଉତ୍ତରପ୍ରଦେଶ, ବିହାର, ଆସାମ, ମେଘାଳୟ ଆଦି ରାଜ୍ୟ ପାଇଁ ସତର୍କ ସୂଚନା ଦିଆଯାଇଛି ।
Question 12.
ଭାରତର କେଉଁସବୁ ଅଞ୍ଚଳରେ ପାଗ ଖରାପ ହେବାର ସମ୍ଭାବନା ନାହିଁ ?
Answer:
ଜାମ୍ମୁ-କାଶ୍ମୀର, ସିକିମ୍, ନାଗାଲାଣ୍ଡ, ମିଲୋରାମ୍ ତ୍ରିପୁରା, ଓଡ଼ିଶାର ପୂର୍ବ ଓ ଦକ୍ଷିଣଂଶ, ଆନ୍ଧ୍ରପ୍ରଦେଶର ପଶ୍ଚିମ ଭାଗ ପାଇଁ ପାଗ ଖରାପ ହେବାର ସମ୍ଭାବନା ନାହିଁ ।
Question 13.
କେଉଁସବୁ ରାଜ୍ୟରେ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଛି ?
Answer:
ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ, ହରିଆନା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର ଆଦି ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି ।
Question 14.
ତ୍ରିପୁରା ଓ ଲକ୍ଷାଦ୍ଵୀପରେ କେଉଁସବୁ କାରଣପାଇଁ ସତର୍କ ସୂଚନା ଦିଆଯାଇଛି ?
Answer:
ତ୍ରିପୁରା ଓ ଲକ୍ଷାଦ୍ଵୀପରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ସତର୍କ ସୂଚନା ଦିଆଯାଇଛି ।
ଏହା ବିଷୟରେ ଚିନ୍ତା କର :
Question 1.
ବାୟୁମଣ୍ଡଳୀୟ ଚାପ ମାପିବା ଗୁରୁତ୍ଵପୂର୍ଣ କାହିଁକି ? କେଉଁମାନେ ଏହି ଚାପ ମାପକୁ କାମରେ ଲଗାଇଥାନ୍ତି ବା ବ୍ୟବହାର କରିଥା’ନ୍ତି ?
Answer:
ପାଣିପାଗର ଭବିଷ୍ୟବାଣୀ, ବିମାନ ଚଳାଚଳ, ନୌଚଳାଚଳ ଏବଂ ବୈଜ୍ଞାନିକ ଗବେଷଣା ପାଇଁ ବାୟୁମଣ୍ଡଳୀୟ ଚାପ ମାପିବା ଗୁରୁତ୍ଵପୂର୍ଣ୍ଣ ଅଟେ । କାରଣ ପାଗ ପରିବର୍ତ୍ତନ ଏବଂ ଉଚ୍ଚତା ବୃଦ୍ଧି ବା ହ୍ରାସ ମୂଖ୍ୟତଃ ଚାପରୁ ଜଣାଯାଇଥାଏ । ପାଣିପାଗ ବିଶେଷଜ୍ଞ, ବିମାନ ଚଳାଚଳ, ନାବିକ, ପର୍ବତାରୋହୀ ଏବଂ ଭୌଗୋଳିକ ସ୍ଥିତି ବ୍ୟବସ୍ଥା (GPS) ବିକାଶ କରୁଥିବା ବ୍ୟକ୍ତି ଚାପକୁ କାମରେ ଲଗାଇଥା’ନ୍ତି ବା ବ୍ୟବହାର କରିଥାନ୍ତି ।
Question 2.
ଶିମିଳି ତୁଳା ଭଳି ତନ୍ତୁଯୁକ୍ତ ମଞ୍ଜିଗୁଡ଼ିକ ପବନରେ ଉଡୁଥିବା ଦେଖୁଛ କି ? ଯଦି ପବନ ବହୁ ନଥା’ନ୍ତା ଏ ମଞ୍ଜିଗୁଡ଼ିକର କ’ଣ ହୋଇଥା’ନ୍ତା ?

Answer:
ହଁ, ଶି ମିଳି ତୁଳାଭଳି ତନ୍ତୁଯୁକ୍ତ ମଞ୍ଜିଗୁଡ଼ିକ ପବନରେ ଉଡ଼ିଥାଏ । ଯଦି ପବନ ବହୁନଥା’ନ୍ତା ଏ ମଞ୍ଜି ଗୁଡ଼ିକ ଗଛତଳେ ଗଦା ହୋ ଇ ଏଣେତେଣେ ପଡ଼ିଥା’ନ୍ତା ।
Question 3.
କ’ଣ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବିକ୍ଷେପ ହୋଇଥା’ନ୍ତେ କି ?
Answer:
ନାଁ, ପବନ ବହୁ ନଥିଲେ ମଞ୍ଜିଗୁଡ଼ିକ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବିକ୍ଷେପ ହୋଇ ନଥା’ନ୍ତେ । ଫଳରେ ଶିମିଳି ଗଛର ବଂଶ ବୃଦ୍ଧି ହୋଇପାରି ନଥା’ନ୍ତା ।
Question 4.
ଗୋପାଳପୁରର ଏକ ନିର୍ଦ୍ଦିଷ୍ଟ ଦିନରେ ଆର୍ଦ୍ରତା ୮୪% ଓ ନୂଆପଡ଼ାର ଆର୍ଦ୍ରତା ୫୨% । ଉକ୍ତ ଦୁଇଗୋଟି ସ୍ଥାନ ମଧ୍ୟରୁ କେଉଁଠାରେ ତୁମ ଓଦା ଲୁଗାଟି ଶୀଘ୍ର ଶୁଖୁବ ? ଯଦି ଉଭୟ ସ୍ଥାନର ତାପମାତ୍ରା ସମାନ ଥାଏ ତା’ହେଲେ କେଉଁଠି ଅଧିକ ଝାଳ ବୋହିବ ?
Answer:
ଗୋପାଳପୁର ଏବଂ ନୂଆପଡ଼ା ସ୍ଥାନ ମଧ୍ୟରୁ ଓଦା ଲୁଗାଟି ନୂଆପଡ଼ାରେ ଶୀଘ୍ର ଶୁଖୁଯିବ ।
ଯଦି ଉଭୟ ସ୍ଥାନରେ ତାପମାତ୍ରା ସମାନ ଥାଏ ତା’ହେଲେ ଗୋପାଳପୁରଠାରେ ଅଧିକ ଝାଳ ବୋହିବ ।
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
Question 1.
ପାଗର ଉପାଦାନଗୁଡ଼ିକ କ’ଣ ?
Answer:
ପାଗର ଅନେକଗୁଡ଼ିଏ ଉପାଦାନ ରହିଛି । ସେଗୁଡ଼ିକ ହେଲା- ତାପମାତ୍ରା, ବର୍ଷଣ, ଆର୍ଦ୍ରତା, ବାୟୁ ମଣ୍ଡଳୀୟ ଚାପ, ପବନ ।
![]()
Question 2.
ବର୍ଷା ଆସିବା ପୂର୍ବରୁ ପିମ୍ପୁଡ଼ିମାନେ କିପରି ପାଗ ପରିବର୍ତ୍ତନର ସୂଚନା ଦେଇଥାନ୍ତି ?
Answer:
ବର୍ଷା ଆସିବା ପୂର୍ବରୁ ପିମ୍ପୁଡ଼ିମାନଙ୍କ ପ୍ରକୃତିକୁ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ । ସେମାନେ ତାଙ୍କର ଅଣ୍ଡାଗୁଡ଼ିକୁ ଉଚ୍ଚସ୍ଥାନମାନଙ୍କୁ ସ୍ଥାନାନ୍ତରିତ କରିଦେଇଥାନ୍ତି ।
Question 3.
ପାଗର ଭିନ୍ନ ଭିନ୍ନ ପ୍ରତିଶବ୍ଦଗୁଡ଼ିକ କ’ଣ ?
Answer:
ପାଗର ଭିନ୍ନ ଭିନ୍ନ ପ୍ରତିଶବ୍ଦଗୁଡ଼ିକ ହେଲା- ଗରମ, ଥଣ୍ଡା, ବର୍ଷା, ମେଘୁଆ, ଆର୍ଦ୍ର, ତୁଷାରପାତ, ଇତ୍ୟାଦି ।
Question 4.
ଭାରତର ପାଣିପାଗ ବିଭାଗର ମୂଳମନ୍ତ୍ର କ’ଣ ?
Answer:
ଭାରତର ପାଣିପାଗ ବିଭାଗର ମୂଳମନ୍ତ୍ର ହେଉଛି ‘ଆଦିତ୍ୟାତ୍ ଜୟତେ ବୃଷ୍ଟି’’ ଅର୍ଥାତ୍ ସୂର୍ଯ୍ୟଙ୍କଠାରୁ ବର୍ଷା ଉତ୍ପନ୍ନ ହୁଏ ।
Question 5.
ପବନ କାହାକୁ କୁହାଯାଏ ?
Answer:
ଗତିଶୀଳ ବାୟୁକୁ ପବନ କୁହାଯାଏ ।
Question 6.
ଆର୍ଦ୍ରତା କ’ଣ ?
Answer:
ବାୟୁମଣ୍ଡଳର ଜଳୀୟବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ ।
Question 7.
ଆର୍ଦ୍ରତାର ପରିମାଣ କାହାଦ୍ଵାରା ପ୍ରଭାବିତ ହୋଇଥାଏ ?
Answer:
ଆର୍ଦ୍ରତାର ପରିମାଣ ତାପମାତ୍ରା, ବାୟୁଚାପ ଓ ସ୍ଥାନ ଆଦି ଦ୍ଵାରା ପ୍ରଭାବିତ ହୋଇଥାଏ ।
Question 8.
ପାଣିପାଗ କାହା ସହିତ ଅନ୍ତରଙ୍ଗ ଭାବେ ଜଡ଼ିତ ।
Answer:
ଜଳବାୟୁ ସହିତ ପାଣିପାଗ ଅନ୍ତରଙ୍ଗ ସହିତ ଜଡ଼ିତ ।
ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
‘ପାଣିପାଗରେ କୌଣସି ପରିବର୍ତ୍ତନ ପୃଥ୍ବୀ ତଥା ବ୍ୟକ୍ତିବିଶେଷରେ ନୂତନତା ଆଣିଥାଏ ।’’- କିଏ କହିଥିଲେ ?
(କ) ଟି.ଏଚ.ମାର୍ଶାଲ୍
(ଖ) ମାର୍ଶାଲ ଫ୍ରାଷ୍ଟ
(ଗ) ହେରୋ.ଡଟସ୍
(ଘ) ଟି.ଏଚ.ଗ୍ରୀନ୍
Answer:
(ଖ) ମାର୍ଶାଲ ଫ୍ରାଷ୍ଟ
Question 2.
ପୃଥିବୀକୁ ଲାଗି ରହିଥିବା ସର୍ବନିମ୍ନ ସ୍ତରକୁ କ’ଣ କୁହାଯାଏ ?
(କ) ସମୋଷିୟର
(ଖ) ଟ୍ରପୋସ୍ପିୟର୍
(ଗ) ଆକ୍ୟୁସ୍ପିୟର
(ଘ) ମେସୋସ୍ପିୟର
Answer:
(ଖ) ଟ୍ରପୋସ୍ପିୟର୍
Question 3.
ଟ୍ରପୋସ୍ପିୟର୍ ଉଚ୍ଚତା କେଉଁଠାରେ ସର୍ବନିମ୍ନ ହୋଇଥାଏ ?
(କ) ବିଷୁବ ବୃତ୍ତ
(ଖ) କ୍ରାନ୍ତୀୟ ଅଞ୍ଚଳ
(ଗ) ମେରୁ ଅଞ୍ଚଳ
(ଘ) ଉପକ୍ରାନ୍ତୀୟ ଅଞ୍ଚଳ
Answer:
(ଗ) ମେରୁ ଅଞ୍ଚଳ
Question 4.
ହିମ କିମ୍ବା ଆଂଶିକ ହିମବୃଷ୍ଟିକୁ କ’ଣ କୁହାଯାଏ ?
(କ) ତୁଷାରପାତ
(ଖ) କୁଆପଥର
(ଗ) ଜଳୀୟବାଷ୍ପ
(ଘ) କାକର
Answer:
(କ) ତୁଷାରପାତ
Question 5.
ବାୟୁଚାପକୁ ମାପିବାପାଇଁ କେଉଁ ଏକକର ବ୍ୟବହାର କରାଯାଇଥାଏ ?
(କ) କିଲୋଗ୍ରାମ୍
(ଖ) ଡିଗ୍ରୀ ସେଲସିୟସ୍
(ଗ) ମିଲିବାର
(ଘ) ମିଟର
Answer:
(ଗ) ମିଲିବାର
Question 6.
ଆନିମୋମିଟର ଯନ୍ତ୍ର କ’ଣ ମାପିବାପାଇଁ ବ୍ୟବହାର କରାଯାଇଥାଏ ?
(କ) ବାୟୁର ବେଗ
(ଖ) ବର୍ଷାର ବେଗ
(ଗ) ସ୍ଥାନର ତାପମାତ୍ରା
(ଘ) ବାୟୁର ଚାପ
Answer:
(କ) ବାୟୁର ବେଗ
![]()
Question 7.
କେଉଁ ଯନ୍ତ୍ରଦ୍ୱାରା ବାୟୁମଣ୍ଡଳର ଆର୍ଦ୍ରତାକୁ ମାପ କରାଯାଇଥାଏ ?
(କ) ଥର୍ମୋମିଟର
(ଖ) ଲାକ୍ଟିମିଟର
(ଗ) ବାରୋମିଟର
(ଘ) ହାଇଡ୍ରୋମିଟର
Answer:
(ଘ) ହାଇଡ୍ରୋମିଟର
Question 8.
ଭାରତ ପାଣିପାଗ ବିଭାଗ କେଉଁ ମସିହାରେ ପ୍ରତିଷ୍ଠିତ ହୋଇଥିଲା ?
(କ) ୧୮୬୫
(ଖ) ୧୮୭୫
(ଗ) ୧୮୮୫
(ଘ) ୧୮୯୦
Answer:
(ଖ) ୧୮୭୫
Question 9.
ପାଗର ପରିବର୍ତ୍ତନ ମୂଖ୍ୟତଃ ପ୍ରବଳ ବର୍ଷାର ଆଗାମୀ ସୂଚନୀ କେଉଁମାନଙ୍କ ବ୍ୟବହାରରେ ଦୃଷ୍ଟିଗୋଚର ହୋଇଥାଏ ?
(କ) ପିମ୍ପୁଡ଼ିମାନଙ୍କ
(ଖ) ଅସରପାମାନଙ୍କ
(ଗ) ଝିଟିପିଟି
(ଘ) ପ୍ରଜାପତିଙ୍କ
Answer:
(କ) ପିମ୍ପୁଡ଼ିମାନଙ୍କ
Question 10.
ଏକ ଶୀତଳ ଗୃହର ତାପମାତ୍ରା ଯଦି ୧୫ ଡିଗ୍ରୀ ସେଲସିୟସ୍ (୧୫°C) ଉଲ୍ଲେଖ ହେବ, ତେବେ ଏହା ___________ ଫାରେନ୍ହିଟ୍ ସହ ସମାନ ।
(କ) ୪୫° F
(ଖ) ୫୫° F
(ଗ) ୫୯°F
(ଘ) ୬୨° F
Answer:
(ଗ) ୫୯°F
Question 11.
କୌଣସି ସ୍ଥାନରେ ବର୍ଷାର ପରିମାଣ, ବୃଷ୍ଟି ପରିମାପକ ଯନ୍ତ୍ର ___________ ଦ୍ଵାରା ମପାଯାଏ ।
(କ) ସେନ୍ଗଜ
(ଖ) ରେନ୍ଜ୍
(ଗ) ମେନ୍ଜ
(ଘ) ଗଜ୍
Answer:
(ଖ) ରେନ୍ଜ୍
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
ପବନର ଦିଗ ଜାଣିବାପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ରକୁ କ’ଣ କୁହାଯାଏ ?
Answer:
ଉଇଣ୍ଡଭେନ୍
Question 2.
ବାୟୁର ବେଗ ମାପିବାପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ରକୁ କ’ଣ କୁହାଯାଏ ?
Answer:
ଆନିମୋମିଟର
Question 3.
ବାୟୁରେ ଆର୍ଦ୍ରତା ପରିମାଣ ମାପିବାପାଇଁ ବ୍ୟବହୃତ ହୋଇଥିବା ଯନ୍ତ୍ରକୁ କ’ଣ କୁହାଯାଏ ?
Answer:
ହାଇଡ୍ରୋମିଟର
Answer:4.
ବର୍ଷାର ପରିମାଣ ମାପିବାପାଇଁ ବ୍ୟବହୃତ ଏକକକୁ କ’ଣ କୁହାଯାଏ ?
Answer:
ରେନ୍ଗଗଜ୍
Question 5.
ବାୟୁମଣ୍ଡଳର ସର୍ବନିମ୍ନ ସ୍ତରକୁ କ’ଣ କୁହାଯାଏ ?
Answer:
ଟ୍ରପୋସ୍ପିୟର
![]()
Answer:6.
ପୃଥିବୀର ଚାରିପାଖରେ ଘେରି ରହିଥିବା ଗ୍ୟାସୀୟ ସ୍ତରକୁ କ’ଣ କୁହାଯାଏ ?
Answer:
ବାୟୁମଣ୍ଡଳ
Question 7.
ଜଳର ଗ୍ୟାସୀୟ . ଅବସ୍ଥାକୁ କ’ଣ କୁହାଯାଏ ?
Answer:
ଜଳୀୟବାଷ୍ପ
Question 8.
ବାୟୁମଣ୍ଡଳରେ ଉପସ୍ଥିତ ଜଳୀୟବାଷ୍ପର ପରିମାଣକୁ କ’ଣ କୁହାଯାଏ ?
Answer:
ତୁଷାରପାତ
Question 9.
ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ଦ୍ଦିଷ୍ଟ ସମୟରେ ବାୟୁମଣ୍ଡଳର ଅବସ୍ଥାକୁ କ’ଣ କୁହାଯାଏ ?
Answer:
ପାଗ
Question 10.
ଉତ୍ତର ଭାରତରେ ଗ୍ରୀଷ୍ମ କାଳରେ ପ୍ରବାହିତ ବେଗଶାଳୀ ଧୂଳି ଓ ବାଲି ମିଶା ପବନକୁ କ’ଣ କୁହାଯାଏ ?
Answer:
ଲୁ ।
ଏକପଦରେ ପ୍ରକାଶ କର ।
Question 1.
ତାପମାତ୍ରା ମାପିବାପାଇଁ ବ୍ୟବହୃତ ଯନ୍ତ୍ର –
Answer:
ଥର୍ମୋମିଟର
Question 2.
ଉଡ଼ାଜାହାଜ ପଡ଼ିଆମାନଙ୍କରେ ଥିବା ପବନ ଦିଗ୍ଦର୍ଶକ –
Answer:
ବାତାଶଙ୍କୁ
Question 3.
ବାୟୁର ଚାପକୁ ମାପିବାପାଇଁ ବ୍ୟବହୃତ ଏକକ –
Answer:
ମିଲିବାର
Question 4.
ଘଟଣା ଜାଣିବାପୂର୍ବରୁ ଅନୁମାନ କରିବା-
Answer:
ପୂର୍ବାନୁମାନ
Question 5.
ଜଳର କଠିନ ଅବସ୍ଥା-
Answer:
ବରଫ
Question 6.
ଜଳ ଗ୍ୟାସୀୟ ଅବସ୍ଥା-
Answer:
ଜଳୀୟବାଷ୍ପ
Question 7.
ନୂତନ ଜଳବାୟୁ କିମ୍ବା ନୂତନ ପରିସ୍ଥିତି ସହିତ ଖାପଖୁଆଇ ଚଳିବା –
Answer:
ଅଭ୍ୟସ୍ତ ହେବା
Question 8.
ହିମ କିମ୍ବା ଆଂଶିକ ହିମ ବୃଷ୍ଟି –
Answer:
ତୁଷାରପାତ
Question 9.
ଆକାଶରୁ ବର୍ଷା ପରି କ୍ଷୁଦ୍ର କଠିନ ବରଫର ଗୋଲାକାର ବୃଷ୍ଟିପାତ –
Answer:
କୁଆପଥର
Question 10.
ପାଗର ଧାରାବାହିକ ଅଧ୍ୟୟନ ଓ କ୍ରମବିବର୍ତ୍ତନ –
Answer:
ଜଳବାୟୁ ବିଜ୍ଞାନ
Question 11.
ଏକ ନିର୍ଦ୍ଦିଷ୍ଟ ସ୍ଥାନର ନିର୍ଦ୍ଦିଷ୍ଟ ସମୟରେ ବାୟୁମଣ୍ଡଳର ଅବସ୍ଥା –
Answer:
ପାଗ
![]()
Question 12.
ବାୟୁମଣ୍ଡଳ କେତେ ଉଷ୍ଣ କେତେ ଶୀତଳ –
Answer:
ତାପମାତ୍ରା
Answer:13.
ଆକାଶରୁ ପଢ଼ୁଥିବା ଜଳର ବିଭିନ୍ନ ସ୍ଵରୂପ –
Answer:
ବର୍ଷଣ
Answer:14.
ଗତିଶୀଳ ବାୟୁ –
Answer:
ପବନ
Question 15.
ବାୟୁମଣ୍ଡଳରେ ଉପସ୍ଥିତ ଜଳୀୟବାଷ୍ପର ପରିମାଣ –
Answer:
ଆର୍ଦ୍ରତା ।
ଶୂନ୍ୟସ୍ଥାନ ପୂରଣ କର ।
Question 1.
ଏକ ନିର୍ଦ୍ଦିଷ୍ଟ ସ୍ଥାନର ନିର୍ଦ୍ଦିଷ୍ଟ ସମୟରେ ବାୟୁମଣ୍ଡଳର ଅବସ୍ଥାକୁ ___________ କୁହାଯାଏ ।
Answer:
ପାଗ
Question 2.
ପୃଥିବୀକୁ ଚାରିପାଖରେ ଘେରି ରହିଥିବା ଗ୍ୟାସୀୟ ସ୍ତରକୁ ____________ କୁହାଯାଏ ।
Answer:
ବାୟୁମଣ୍ଡଳ
Question 3.
ବାୟୁମଣ୍ଡଳରେ ଥିବା ସମସ୍ତ ଗ୍ୟାସ୍ଗୁଡ଼ିକୁ _____________ କୁହାଯାଏ ।
Answer:
ବାୟୁ
Question 4.
ଟ୍ରପୋସ୍ପିୟର୍ ଭୂଭାଗର __________ ରୁ ___________ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ।
Answer:
୬ ରୁ ୧୮ କି.ମି.
Question 5.
ଉପକୂଳ ଅଞ୍ଚଳରେ ବାୟୁଚାପ ଅଧିକ ଥାଏ ଏବଂ ସ୍ଥାନର __________ ବୃଦ୍ଧି ସହ ଏହା ହ୍ରାସ ପାଇଥାଏ ।
Answer:
ଉଚ୍ଚତା
Question 6.
ଯେଉଁ ଅଞ୍ଚଳରେ ତୁଷାରପାତ ହେଉଥିବ ସେଠାରେ ___________ ତରଳିଲାପରେ ହିଁ ମାପ ନିଆଯିବ ।
Answer:
ବରଫ
Question 7.
___________ ନାମକ ଯନ୍ତ୍ରଦ୍ୱାରା ବାୟୁଚାପ ମପାଯାଏ ।
Answer:
ବାରୋମିଟର
Question 8.
ଲଦାଖର ଖାରଡୁଙ୍ଗଲା ଭଳି ସ୍ଥାନ ସମୁଦ୍ର ପତ୍ତନର ____________ ମିଟର ଉଚ୍ଚତାରେ ଅବସ୍ଥିତ ।
Answer:
୫୬୦୦
Question 9.
___________ ଯନ୍ତ୍ର ସାହାଯ୍ୟରେ ପବନର ଦିଗ ମପାଯାଏ ।
Answer:
ଉଇଣ୍ଡଭେନ୍
Question 10.
ଉଡ଼ାଜାହାଜ ପଡ଼ିଆମାନଙ୍କରେ ଥିବା ପବନ ଦିଗ୍ଦର୍ଶକ ଗୁଡ଼ିକୁ ____________କୁହାଯାଏ ।
Answer:
ବାତାଶଙ୍କୁ
![]()
Question 11.
ବାୟୁମଣ୍ଡଳରେ ଥିବା ଜଳୀୟବାଷ୍ପର ପରିମାଣକୁ _____________ କୁହାଯାଏ ।
Answer:
ଆର୍ଦ୍ରତା
Question 12.
ବାୟୁରେ ଆଦୌ ଜଳୀୟବାଷ୍ପ ନଥିଲେ ଆପେକ୍ଷିକ ଆର୍ଦ୍ରତା ଶତକଡ଼ା _____________ ଏବଂ ଜଳୀୟବାଷ୍ପ ପରିପୂର୍ଣ୍ଣ ଥିଲେ ଆପେକ୍ଷିକ ଆର୍ଦ୍ରତା _________ ହୋଇଥାଏ ।
Answer:
୦%, ୧୦୦%
Question 13.
୨୦୨୩ ମସିହାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ୪୮୦୦ ମିଟର ଉଚ୍ଚତାରେ ସ୍ଥାପନ କରିଥିବା ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର __________ ରାଜ୍ୟରେ ରହିଅଛି ।
Answer:
ସିକିମ୍
Question 14.
____________ ଋତୁରେ ବାଷ୍ପୀଭବନ ମନ୍ଥର ହୋଇଥାଏ ।
Answer:
ବର୍ଷା
Question 15.
ମେରୁ ଅଞ୍ଚଳରେ ଶୀତଳବାୟୁ ଘନୀଭୂତ ହୋଇ _________ ହୋଇଥାଏ ।
Answer:
ସଙ୍କୁରିତ
Question 16.
________ ମଣ୍ଡଳରେ ଟ୍ରପୋସ୍ପିୟର୍ର ବିସ୍ତୃତି ଅଧ୍ବକ ।
Answer:
କ୍ରାନ୍ତୀ
Question 17.
ବାୟୁଚାପ ୧୦୦୦ ମିଲିବାରରୁ କମିଗଲେ ___________ ରେ ପରିଣତ ହୁଏ ।
Answer:
ଅବପାତ
Question 18.
__________ ଅଞ୍ଚଳରେ ବାୟୁଚାପ ଅଧିକ ହୋଇଥାଏ ।
Answer:
ଉପକୂଳ ।
ବାମ ପାର୍ଶ୍ଵର ଶବ୍ଦଦ୍ୱୟର ସମ୍ପର୍କ ଦେଖୁ ଦକ୍ଷିଣ ପାର୍ଶ୍ଵରେ ଥିବା ଶୂନ୍ୟସ୍ଥାନ ପୂରଣ କର ।
Question 1.
ବାରୋମିଟର : ବାୟୁର ଚାପ :: ରେନ୍ଗଗଜ୍ : ____________
Answer:
ବୃଷ୍ଟିପାତ
Question 2.
ବାୟୁଚାପ : ମିଲିବାର :: ଉତ୍ତାପ : __________
Answer:
ସେଲ୍ସିୟସ୍
Question 3.
ପବନର ବେଗ : ଆନିମୋମିଟର :: ପବନର ଦିଗ : ____________
Answer:
ଉଇଣ୍ଡଭେନ୍
Question 4.
ହାଇକ୍ରୋମିଟର : ଆର୍ଦ୍ରତା :: ଥର୍ମୋମିଟର : ___________
Answer:
ତାପମାତ୍ରା
Question 5.
ଶୀତଳ ବାୟୁ : ନିମ୍ନଚାପବାୟୁ :: ଉଷ୍ମବାୟୁ : ____________
Answer:
ଉଚ୍ଚଚାପ ବାୟୁ ।
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ପାଗ କହିଲେ କ’ଣ ବୁଝ ?
Answer:
- ଏକ ନିର୍ଦ୍ଦିଷ୍ଟ ସମୟରେ ବାୟୁମଣ୍ଡଳର ଅବସ୍ଥାକୁ ପାଗ କୁହାଯାଏ ।
- ଏହାର ଉପାଦାନଗୁଡ଼ିକ ହେଲା ତାପମାତ୍ରା, ବର୍ଷଣ, ବାୟୁମଣ୍ଡଳୀୟ ଚାପ, ପବନ ଏବଂ ଆର୍ଦ୍ରତା ।
Question 2.
ବାୟୁମଣ୍ଡଳ କାହାକୁ କୁହାଯାଏ ?
Answer:
- ପୃଥିବୀକୁ ଚାରିପାଖରେ ଘେରି ରହିଥିବା ଗ୍ୟାସୀୟ ସ୍ତରକୁ ବାୟୁମଣ୍ଡଳ କୁହାଯାଏ । ଏଥିରେ ଥିବା ସମସ୍ତ ଗ୍ୟାସଗୁଡ଼ିକୁ ବାୟୁ କୁହାଯାଏ ।
- ପୃଥିବୀର ବାୟୁମଣ୍ଡଳ ଥାକ ପରେ ଥାକ ଥବା କୌଣସି କେକ୍ ସହିତ ତୁଳନା କରାଯାଇପାରେ ।
Question 3.
ଭାରତରେ ପାଣିପାଗ ବିଭାଗ କେବେ ପ୍ରତିଷ୍ଠିତ ହୋଇଥିଲା ? ଏହାର ମୂଳମନ୍ତ୍ର କ’ଣ ଥିଲା ?
Answer:
- ଭାରତ ପାଣିପାଗ ବିଭାଗ ୧୮୭୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
- ଏହାର ମୂଳମନ୍ତ୍ର ହେଉଛି ‘ଆଦିତ୍ୟାତ୍ ଦାୟତେ ବୃଷ୍ଟି’’ ଅର୍ଥାତ୍ ସୂର୍ଯ୍ୟଙ୍କଠାରୁ ବର୍ଷା ଉତ୍ପନ୍ନ ହୁଏ । ଏହି ବାକ୍ୟାଶଟି ପ୍ରାଚୀନ ଗ୍ରନ୍ଥ ‘ମନୁସ୍ମ ତି’ରୁ ଉଦ୍ଧୃତ ହୋଇଛି । ସମ୍ପୂର୍ଣ୍ଣ ଶ୍ଳୋକଟିର ଅର୍ଥ ହେଲା- ‘‘ସୂର୍ଯ୍ୟଙ୍କଠାରୁ ବର୍ଷା ଉତ୍ପନ୍ନ ହୁଏ, ବର୍ଷାରୁ ଖାଦ୍ୟ ଆସେ ଏବଂ ଖାଦ୍ୟରୁ ଜୀବଜଗତ ଉପ୍ତି ହୁଏ ।
Question 4.
ବାରୋମିଟର ସମ୍ପର୍କରେ ଏକ ଟିପ୍ପଣୀ ଲେଖ ।
Answer:
- ବାରୋମିଟର ସାହାଯ୍ୟରେ ବାୟୁର ଚାପ ମପାଯାଏ ।
- ମିଲିବାର ଏକକ ଦ୍ଵାରା ବାୟୁଚାପ ପ୍ରକାଶିତ ହୋଇଥାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ମେରୁ ଅଞ୍ଚଳରେ ଟ୍ରପୋସ୍ପିୟର ସ୍ତର ସର୍ବନିମ୍ନ ଓ କ୍ରାନ୍ତିମଣ୍ଡଳରେ ଏହାର ବିସ୍ତୃତ ଅଧ୍ବକ ।
Answer:
ମେରୁ ଅଞ୍ଚଳରେ ଟ୍ରପୋସ୍ଫିୟର ସ୍ତର ସର୍ବନିମ୍ନ ଓ କ୍ରାନ୍ତିମଣ୍ଡଳରେ ଏହାର ବିସ୍ତୃତ ଅଧିକ ହୋଇଥାଏ । କାରଣ ମେରୁ ଅଞ୍ଚଳରେ ସେଠାକାର ଶୀତଳ ବାୟୁ ଘନୀଭୂତ ହୋଇ ସଂକୁଚିତ ହୋଇଥିବାରୁ ସେଠାରେ ଟ୍ରପୋସ୍ପିୟର ସ୍ତରର ଉଚ୍ଚତା ସର୍ବନିମ୍ନ ହୋଇଥାଏ । ମାତ୍ର କ୍ରାନ୍ତି ମଣ୍ଡଳରେ ସେଠାକାର ଉଷ୍ମବାୟୁ ପ୍ରସାରିତ ହୋଇଥିବାରୁ ସେଠାରେ ଟ୍ରପୋସ୍ଫିୟରର ବିସ୍ତୃତି ଅଧ୍ବକ ହୋଇଥାଏ ।
![]()
Question 2.
ଅତ୍ୟଧିକ ଉଚ୍ଚତାରେ ମଣିଷ ଅଣନିଶ୍ଵାସୀ ହେବା ସଙ୍ଗେ ସଙ୍ଗେ ତାର ମୁଣ୍ଡ ବୁଲାଇଥାଏ ।
Answer:
ଅତ୍ୟଧିକ ଉଚ୍ଚତାରେ ବାୟୁ ପତଳା ଥାଏ ଏବଂ ପତଳା ବାୟୁରେ ଅମ୍ଳଜାନ କମ୍ ଥାଏ ଯାହାକି ମନୁଷ୍ୟର ଫୁସ୍ଫୁସ୍ର ଆବଶ୍ୟକତାଠାରୁ ମଧ୍ଯ କମ୍ ହୋଇଥାଏ । ରକ୍ତରେ କମ୍ ଅମ୍ଳଜାନ ମିଶୁଥିବାରୁ ଅତ୍ୟଧିକ ଉଚ୍ଚତାରେ ମଣିଷ ବେଳେବେଳେ ଅଣନିଶ୍ଵାସୀ ହୋଇଯାଇଥାଏ ଏବଂ ତା’ର ମୁଣ୍ଡ ବୁଲାଇବା ସହ ହୋଇ ସେ କ୍ଲାନ୍ତ ଅନୁଭବ କରିଥାଏ ।
Question 3.
ପାଣିପାଗ କେନ୍ଦ୍ରରେ ପାଗ ନିର୍ଣ୍ଣୟ ଓ ସହଜ ହୋଇଥାଏ ।
Answer:
କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ଓ ସମୟରେ ପାଣିପାଗକୁ ମାପିବାପାଇଁ ଅନେକଗୁଡ଼ିଏ ଯନ୍ତ୍ର ଆବଶ୍ୟକ ହୋଇଥାଏ । ପାଣିପାଗ କେନ୍ଦ୍ରରେ ଏ ସମସ୍ତ ଜିନିଷ ଏକାଠି ମିଳିଥାଏ ।
Question 4.
ପାଣିପାଗର ପୂର୍ବାନୁମାନ ଆଜିକାଲି ବେଶ୍ ଗୁରୁତ୍ଵ ବହନ କରେ ।
Answer:
ଜଳବାୟୁ ବିଜ୍ଞାନୀମାନେ ପାଣିପାଗ ମାପିବାପାଇଁ ପ୍ରସ୍ତୁତ ଯନ୍ତ୍ରପାତି ଗୁଡ଼ିକର ସାହାଯ୍ୟ ନେଇ ଦୀର୍ଘକାଳୀନ ତଥ୍ୟ ସଂଗ୍ରହ କରିଥାନ୍ତି । ସେମାନେ ଏହି ତଥ୍ୟଗୁଡ଼ିକୁ ଅଧ୍ୟୟନ କରନ୍ତି ଏବଂ ବୈଜ୍ଞାନିକ ପଦ୍ଧତିରେ ବିଶ୍ଳେଷଣ କରି ପାଣିପାଗର ପୂର୍ବାନୁମାନ କରିଥାନ୍ତି ।
ପାର୍ଥକ୍ୟ ଦର୍ଶାଅ ।
Question 1.
ପାଣିପାଗ ଓ ଜଳବାୟୁ ।
Answer:
| ପାଣିପାଗ | ଜଳବାୟୁ |
| (i) ନିର୍ଦ୍ଦିଷ୍ଟ ସମୟରେ କୌଣସି ସ୍ଥାନର ବାୟୁମଣ୍ଡଳର ସାମୟିକ ଅବସ୍ଥାକୁ ପାଣିପାଗ କୁହାଯାଏ । | (i) କୌଣସି ସ୍ଥାନର ପାଣିପାଗର ବହୁବର୍ଷ ଧରି ହାରାହାରି ଅବସ୍ଥାକୁ ଜେଳବାୟୁ ‘ |
| (ii) ଏହା ପରିବର୍ତ୍ତନଶୀଳ । | (ii) ଏହା ପରିବର୍ତ୍ତନଶୀଳ ନୁହେଁ । |
Question 2.
ଥର୍ମୋମିଟର ଓ ବାରୋମିଟର ।
Answer:
| ଥର୍ମୋମିଟର | ବାରୋମିଟର |
| (i) ଥର୍ମୋମିଟରରେ ବାୟୁମଣ୍ଡଳର ତାପମାତ୍ରା ମାପ କରାଯାଏ । | (i) ବୀରେ (ମି ଟର ରେ, ବାୟୁର ଚାପ ମାପ କରାଯାଏ । |
| (ii) ଥର୍ମୋମିଟରରେ ତାପମାତ୍ରାକୁ ମାପିବାପାଇଁ ଡିଗ୍ରୀ ସେଲସିୟସ୍ କିମ୍ବା ଡିଗ୍ରୀ ଫାରେନ୍ହିଟ୍ ଏକକ ବ୍ୟବହାର କରାଯାଏ । | (ii) ରୋମିଟରରେ ବାୟୁର ଚାପ ମାପିବାପାଇଁ ମିଲିବାର ଏକକ ବ୍ୟବହାର କରାଯାଏ । |
Question 3.
ତାପମାତ୍ରା ବ୍ୟବଧାନ ଓ ହାରାହାରି ଦୈନିକ ତାପମାତ୍ରା ।
Answer:
| ତାପମାତ୍ରା ବ୍ୟବଧାନ | ହାରାହାରି ଦୈନିକ ତାପମାତ୍ରା |
| (i) କୌଣସି ଦିନରେ ସାଧାରଣ ଭାବେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ସର୍ବନିମ୍ନ ତାପମାତ୍ରା ମଧ୍ୟରେ ବ୍ୟବଧାନକୁ ବୁଝାଏ । | (i) ହାରାହାରି ଦୈନିକ ତାପମାତ୍ରା କହିଲେ ୨୪ ଘଣ୍ଟା ମଧ୍ୟରେ ହାରାହାରି ତାପମାତ୍ରାକୁ ବୁଝାଏ । |
| (ii) ତାପମାତ୍ରାର ବ୍ୟବହାର ନିର୍ଣ୍ଣୟ କରିବାପାଇଁ ୨୪ ଘଣ୍ଟା ମଧ୍ୟରେ ଥିବା ସର୍ବୋଚ୍ଚ ତାପମାତ୍ରାରୁ ସେହି ସମୟ ମଧ୍ୟରେ ଥିବା ସର୍ବନିମ୍ନ ତାପମାତ୍ରାକୁ ବିୟୋଗ କରାଯାଏ । | (ii) ହାରାହାରି ଦୈନିକ ତାପମାତ୍ରା। ନିର୍ୟ ୟ କରିବାପାଇଁ କୌଣସି ଦିନର ସର୍ବୋଚ୍ଚ ତାପମାତ୍ରାକୁ ସେହି ଦିନର ସର୍ବନିମ୍ନ ତାପମାତ୍ରା ସହିତ ଯୋଗକରି ଦୁଇରେ ଭାଗ କରାଯାଏ । |
Question 4.
ପାଣିପାଗ କେନ୍ଦ୍ର ଏବଂ ସ୍ଵୟଂ ଚାଳିତ ପାଣିପାଗ କେନ୍ଦ୍ର ।
Answer:
| ପାଣିପାଗ କେନ୍ଦ୍ର | ସ୍ଵୟଂ ଚାଳିତ ପାଣିପାଗ କେନ୍ଦ୍ର | |
| (i) ପାଣିପାଗ କେନ୍ଦ୍ରରେ ମନୁଷ୍ୟର ହସ୍ତକ୍ଷେପରେ ପାଣିପାଗର ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଏ । | (i) ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ରରେ ମନୁଷ୍ୟର ବିନା ହସ୍ତକ୍ଷେପରେ ତଥ୍ୟଗୁଡ଼ିକ ମିଳିଥାଏ । | |
| (ii) ପାଣିପାଗ କେନ୍ଦ୍ରରେ ଥିବା ବିଭିନ୍ନ ଯନ୍ତ୍ର ବ୍ୟବହାର କରଯାଇ ପାଣି ପାଗର ତଥ୍ୟ ସଂଗୃହୀତ ହୋଇଥାଏ । | (ii) ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ରରେ ସେନ୍ସର ଦ୍ଵାରା । ପାଣି ପାଗର ତଥ୍ୟ ସଂଗୃହୀତ ହୋଇଥାଏ । |
![]()
Question 5.
ଉଇଣ୍ଡଭେନ୍ ଯନ୍ତ୍ର ଓ ଆନିମୋମିଟର
Answer:
| ଉଇଣ୍ଡଭେନ୍ ଯନ୍ତ୍ର | ଆମିନୋମିଟର |
| (i) ଏହି ଯନ୍ତ୍ର ସାହାଯ୍ୟରେ ପବନର ଦିଗ ମପାଯାଏ । | (i) ପବନର ବେଗ ମାପିବାପାଇଁ ଏହି ଯନ୍ତ୍ରର ବ୍ୟବହାର କରାଯାଏ । |
ସଂକ୍ଷେପରେ ଉତ୍ତର ଦିଅ ।
Question 1.
ଟ୍ରମୋସିୟର୍ :
Answer:
- ପୃଥିବୀକୁ ଲାଗି ରହିଥିବା ସର୍ବନିମ୍ନ ସ୍ତରକୁ ଟ୍ରପୋସ୍ଫିୟର କୁହାଯାଏ ।
- ଏହି ସ୍ତରରେ ଭୂଭାଗ ସମସ୍ତ ବୃକ୍ଷଲତା, ପଶୁପକ୍ଷୀ, ମାନବଜାତି ବାସ କରନ୍ତି ଓ ଶ୍ଵାସକ୍ରିୟା କରିଥାନ୍ତି ।
- ଏହି ସ୍ତରରେ, ପାଣିପାଗ ଜନିତ ସମସ୍ତ ଘଟଣାବଳୀ ଘଟିଥାଏ ।
- ଏହା ଭୂଭାଗରୁ ୬ ରୁ ୧୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ।
Question 2.
ଆଦିମ କାଳରେ ମନୁଷ୍ୟ ପ୍ରକୃତିର କେଉଁ କେଉଁ ସଙ୍କେତ ଦେଖୁ ପାଗର ପୂର୍ବାନୁମାନ କରିପାରୁଥିଲା ?
Answer:
- ଆଦିମ କାଳରେ ମନୁଷ୍ୟ ପ୍ରକୃତିର ସଙ୍କେତଗୁଡ଼ିକୁ ଦେଖୁ ପାଗର ପୂର୍ବାନୁମାନ କରିପାରୁଥିଲା । ତାହାହେଲା –
- ଅଳ୍ପ ଉଚ୍ଚତାରେ ଉଡୁଥିବା ପକ୍ଷୀ, ଅଣ୍ଡାବୋହି ନେଉଥିବା ପିମ୍ପୁଡ଼ି, ବିଭିନ୍ନ ମଞ୍ଜି ସଂଗ୍ରହ କରୁଥିବା ଖୋଲିବା ଓ ବନ୍ଦ ହେବା ଆଦି ଘଟଣା ପ୍ରଦାନ କରିଥାଏ । ଗୁଣ୍ଡୁଚିମୂଷା, ବେଙ୍ଗ ରଡ଼ ବିଶିଷ୍ଟ ପାଇନ୍ ଫଳର ପେନ୍ଥା ଆଗାମୀ ସମୟରେ ଝଡ଼ବର୍ଷା ହେବାର ମୂଲ୍ୟବାନ ସୂଚନା
Question 3.
ସ୍ଵୟଂଚାଳିତ ପାଣିପାଗ କେନ୍ଦ୍ର :
Answer:
- ସ୍ଵୟଂଚାଳିତ ପାଣିପାଗ କେନ୍ଦ୍ରଗୁଡ଼ିକରେ ସେନ୍ସର ଦ୍ଵାରା ତାପମାତ୍ରା, ଆର୍ଦ୍ରତା, ପବନର ବେଗ ଓ ଦିଗ, ବର୍ଷଣ, ବାୟୁଚାପଭଳି ପାଣିପାଗ ତଥ୍ୟ ସଂଗୃହୀତ ହୋଇଥାଏ ।
- ମନୁଷ୍ୟର ହସ୍ତକ୍ଷେପ ବିନା ମିଳୁଥିବା ଏହି ତଥ୍ୟଗୁଡ଼ିକ ବେଶ୍ ସଠିକ୍ ଓ ଉଚିତ୍ ସମୟରେ ଉପଲବ୍ଧ ହୋଇଥାଏ ।
- ଏହିଗୁଡ଼ିକ କୃଷି, ଉଡ଼ାଜାହାଜ ଚଳାଚଳ, ପାଣିଜାହାଜ ଚଳାଚଳ ତଥା ପରିବେଶ ନିରୀକ୍ଷଣ କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହୃତ ହେଉଛି ।
Question 4.
‘ଅବପାତ’ ବା ଲଘୁଚାପ କେନ୍ଦ୍ର –
Answer:
- ସମୁଦ୍ର ଉପକୂଳରେ ଉପରେ ବା ତଳେ ଥିବା ସମତଳ ଅଞ୍ଚଳରେ ବାୟୁର ଚାପ ସବୁବେଳେ ସମାନ ରହିନଥାଏ ।
- ବେଳେବେଳେ ଏଠାରେ ବାୟୁଚାପ ନାଟକୀୟ ଭାବେ ହ୍ରାସ ପାଇଥାଏ । ଜଳବାୟୁ ବିଜ୍ଞାନୀମାନେ ଏପ୍ରକାର ସ୍ଥିତିକୁ ଅବପାତ ବା ଲଘୁଚାପ କେନ୍ଦ୍ର ବୋଲି କହିଥାନ୍ତି ।
- ପରବର୍ତୀ ସମୟରେ ଏହା ଘୂର୍ଣ୍ଣିଝଡ଼ ବା ବାତ୍ୟାରେ ପରିଣତ ହୋଇଥାଏ ।
Question 5.
ବାତାଶଙ୍କୁ –
Answer:
- ଉଡାଜାହାଜ ପଡ଼ିଆମାନଙ୍କରେ ଥିବା ପବନ ଦିଗ୍ଦର୍ଶକଗୁଡ଼ିକୁ ‘ବାତାଶଙ୍କୁ’ କୁହାଯାଏ ।
- ଏହା ବୈଜ୍ଞାନିକମାନଙ୍କୁ ଉଡ଼ାଜାହାଜ ଉଡ଼ାଣ ଓ ଅବତରଣ ସମୟରେ ପବନର ଦିଗ ଜାଣିବାରେ ସାହାଯ୍ୟ କରିଥାଏ ।
- ଏହି ପ୍ରକାର ତାଙ୍କୁ କାରଖାନାରେ ବ୍ୟବହୃତ ହୋଇଥାଏ ଯେଉଁଥୁରୁ ଧୁଆଁ ଓ ଅନ୍ୟାନ୍ୟ ଗ୍ୟାସ୍ ନିର୍ମିତ ହୋଇଥାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ବାୟୁମଣ୍ଡଳର ସର୍ବନିମ୍ନ ସ୍ତରର ନାମ କ’ଣ ? ଏହା ବିଷୟରେ ସଂକ୍ଷେପରେ ଲେଖ ।
Answer:
- ପୃଥିବୀକୁ ଲାଗି ରହିଥିବା ସର୍ବନିମ୍ନ ସ୍ତରକୁ ଟ୍ରପୋସ୍ଫିୟର କୁହାଯାଏ l
- ଏହି ସ୍ତରରେ ଭୂଭାଗସ୍ଥ ସମସ୍ତ ବୃକ୍ଷଲତା, ମନୁଷ୍ୟ, ପଶୁପକ୍ଷୀ’ ଆଦି ବାସ କରନ୍ତି ଓ ଶ୍ଵାସକ୍ରିୟା କରିଥାନ୍ତି ।
- ଏହି ସ୍ତରରେ ପାଣିପାଗ ଜନିତ ସମସ୍ତ ଘଟଣାବଳୀ ଘଟିଥାଏ ।
- ଟ୍ରପୋସ୍ପିୟର ଭୂଭାଗରୁ ୬ ରୁ ୧୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ।
- ମେରୁ ଅଞ୍ଚଳରେ ଏହି ସ୍ତର ଉଚ୍ଚତା ସର୍ବନିମ୍ନ ରହିଥାଏ କାରଣ ଏଠାକାର ଶୀତଳ ବାୟୁ ଘନିଭୂତ ହୋଇ ସଙ୍କୁଚିତ ହୋଇଥାଏ । କ୍ରାନ୍ତୀମଣ୍ଡଳରେ ଏହାର ବିସ୍ତୃତି ଅଧ୍ବକ କାରଣ ଏଠାକାର ଉଷ୍ମବାୟୁ ପ୍ରସାରିତ ହୋଇଥାଏ ।
![]()
Question 2.
ପାଗ କହିଲେ କ’ଣ ବୁଝ ? ଏହାର ଉପାଦାନଗୁଡ଼ିକ ଲେଖ ।
Answer:
- ଏକ ନିର୍ଦ୍ଦିଷ୍ଟ ସ୍ଥାନର ନିର୍ଦ୍ଦିଷ୍ଟ ସମୟରେ ବାୟୁମଣ୍ଡଳର ଅବସ୍ଥାକୁ ପାଗ କୁହାଯାଏ । ଏହାର ଉପାଦାନଗୁଡ଼ିକ ହେଲା-
- ତାପମାତ୍ରା – ବାୟୁମଣ୍ଡଳ କେତେ ଉଷ୍ମ ବା ଶୀତଳ ।
- ବର୍ଷଣ – ଆକାଶରୁ ପଢ଼ୁଥିବା ଜଳର ବିଭିନ୍ନ ସ୍ଵରୂପ ଯଥା- ବୃଷ୍ଟିପାତ, ତୁଷାରପାତ, ହିମମିଶ୍ରିତ ବୃଷ୍ଟି ବା କୁଆପଥର ବୃଷ୍ଟି ଇତ୍ୟାଦି ।
- ବାୟୁମଣ୍ଡଳୀୟ ଚାପ – ଭୂପୃଷ୍ଠରେ ଅନୁଭୂତ ଆମ ଉପରେ ଥିବା ବାୟୁର ଓଜନ ।
- ପବନ – ଗତିଶୀଳ ବାୟୁର ବେଗ ଓ ଦିଗ ।
- ଆର୍ଦ୍ରତା – ବାୟୁମଣ୍ଡଳରେ ଉପସ୍ଥିତ ଜଳୀୟ ବାଷ୍ପର ପରିମାଣ ।
Question 3.
ବାୟୁର ଦିଗ କେଉଁ ଯନ୍ତ୍ରରେ ଓ କିପରି ନିର୍ଣ୍ଣୟ କରାଯାଇଥାଏ ?
Answer:
(i) ଦିଗବାରେଣୀ ବା ଉଇଣ୍ଡଭେନ୍ ଯନ୍ତ୍ର ସାହାଯ୍ୟରେ ପବନର ଦିଗ ମପାଯାଏ ।
(ii) ଏହି ଯନ୍ତ୍ରରେ ଏକ ଖମ୍ବ ଉପରେ ଏକ ଘୂର୍ଣାୟମାନ ତୀର ଲାଗିଥାଏ । ଏହାର ଗୋଟିଏ ପାର୍ଶ୍ଵ ମୁନିଆ ପରି ଏବଂ ଅନ୍ୟ ପାର୍ଶ୍ଵଟି ମାଛ ଲାଞ୍ଜ ସଦୃଶ ଚଉଡ଼ା ହୋଇଥାଏ ।
(iii) ପବନ ପ୍ରବାହିତ ହେଲେ ମୁନିଆ ପାର୍ଶ୍ଵଟି ପବନ ଯେଉଁ ଦିଗରୁ ବହୁଛି ସେହି ପଟକୁ ଲକ୍ଷ୍ୟ କରିଥାଏ । ଅର୍ଥାତ୍ ପବନ ଦକ୍ଷିଣ ଦିଗରୁ ବହୁଥୁଲେ ତୀରଟି ଦକ୍ଷିଣ ଦିଗକୁ ଚାହିଁଥାଏ ।
(iv) ପୁଚ୍ଛ ପାର୍ଶ୍ଵଟି ଏହାର ବିପରୀତ ଦିଗ ଅର୍ଥାତ୍ ଉତ୍ତର ପଟେ ଥାଏ । ଏପରିକି ଏହା ଅତି ହାଲୁକା ପବନରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରେ ।
(v) ଉଡ଼ାଜାହାଜ ପଡ଼ିଆମାନଙ୍କରେ ଥିବା ପବନ ଦିଗ୍ଦର୍ଶକଗୁଡ଼ିକୁ ‘ବାତାଶଙ୍କୁ’’ (wind sock) କୁହାଯାଏ । ଏହା ବୈଜ୍ଞାନିକମାନଙ୍କୁ ଉଡ଼ାଜାହାଜ ଉଡ଼ାଣ ଓ ଅବତରଣ ସମୟରେ ପବନରେ ଦିଗ ଜାଣିବାରେ ସାହାଯ୍ୟ କରିଥାଏ ।
Question 4.
ବାୟୁର ବେଗ ମାପିବାପାଇଁ କେଉଁ ଯନ୍ତ୍ରର ଆବଶ୍ୟକତା ପଡ଼ିଥାଏ ? ଏଥୁରେ କି ପରି ବାୟୁ ମପାଯାଇଥାଏ ।
Answer:
(i) ବାୟୁର ବେଗ ମାଗିବାପାଇଁ ଆନିମୋମିଟର ନାମକ ଏକ ସରଳ ଯନ୍ତ୍ର ବ୍ୟବହାର କରାଯାଇଥାଏ ।
(ii) ଏଥରେ ତିନୋଟି ବା ଚାରୋଟି ଅର୍ଦ୍ଧ ଗୋଲାକାର ଧାତବ କପ୍ ରହିଥାଏ । ଏହି କପ୍ଗୁଡ଼ିକ ଲମ୍ବଭାବେ
ଥିବା ଏକ ଧାତବ ଖମ୍ବ ସହିତ ସଂଯୁକ୍ତ ଥାଏ । ପବନ ବହିଲେ କପ୍ ଭିତରେ ପବନ ପଶେ ଓ କପ୍ଗୁଡ଼ିକ ଘୁରିବାକୁ ଲାଗେ । ପବନର ବେଗ ବୃଦ୍ଧିସହ କପ୍ଗୁଡ଼ିକ ଅଧିକରୁ ଅଧିକ ବେଗରେ ଘୁରି ଥାଏ ।
(iii) ଧାତବ ଖମ୍ବର ମୂଳରେ ଘଣ୍ଟାପରି ଏକ ପରିମାପକ ଯନ୍ତ୍ର ଥାଏ । ଏହି ଯନ୍ତ୍ରଟି ତା’ରଦ୍ଵାରା କପ୍ଗୁଡ଼ିକ ସହ ସଂଯୁକ୍ତ । ଫଳତଃ ପବନର ବେଗ ନିମ୍ନରେ ଥିବା ମାପ ଯନ୍ତ୍ରରେ ଜଣାପଡ଼େ । କପ୍ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟରେ କେତେଥର ଘୁରିଛନ୍ତି, ତାହା ମାପକ ଯନ୍ତ୍ର ହିସାବ ରଖେ ଏବଂ ବାୟୁର ବେଗକୁ କିଲୋମିଟର ପ୍ରତି ଘଣ୍ଟା ଆକାରରେ ପ୍ରକାଶ କରେ ।
Question 5.
ଆମେ କୌଣସି ସ୍ଥାନର ବୃଷ୍ଟିପାତକୁ କିପରି ମାପି ପାରିବା ?

Answer:
- କୌଣସି ସ୍ଥାନରେ ବର୍ଷାର ପରିମାଣ, ବୃଷ୍ଟି ପରି ମାପକ ଯନ୍ତ୍ର ବା ରେ ନ୍ ଗଡ୍ ଦ୍ଵାର। ମପାଯାଇଥାଏ ।
- ଏହି ଯନ୍ତ୍ରର ଉପର ଅଂଶରେ ଏକ କାଚ କାହାଳୀ ଥାଏ । କାହାଳୀର ନିମ୍ନଭାଗ ଏକ ସିଲିଣ୍ଡର ସଂଗ୍ରହ କାହାଳୀ ମଧ୍ୟକୁ ପ୍ରବେଶ କରିଥାଏ ।
- ବର୍ଷା ହେଲେ କାହାଳୀ ଉପରେ ପଡୁଥିବା ଜଳ ସିଲିଣ୍ଡର ମଧ୍ୟକୁ ପ୍ରବେଶ କରେ । ସିଲିଣ୍ଡରରେ ଏକ ଇଞ୍ଚ/ମିଲିମିଟର ଦାଗ ଥିବା ମାପକ ସଂଯୁକ୍ତ ଥାଏ ।
- ଉଦାହରଣ ସ୍ଵରୂପ, ଯେତେବେଳେ ସିଲିଣ୍ଡର ଭିତରେ ପାଣି ୫ ମି.ମି. ହୁଏ, ସେତେବେଳେ ସେହି ଅଞ୍ଚଳରେ ୫ ମି.ମି. ବୃଷ୍ଟିପାତ ହୋଇଛି ବୋଲି ଜଣାପଡ଼ିଥାଏ ।
Question 6.
ଆର୍ଦ୍ରତା କହିଲେ କ’ଣ ବୁଝ ? ଏହାକୁ କେଉଁଥରେ ମପାଯାଇଥାଏ ?
Answer:
- ବାୟୁମଣ୍ଡଳରେ ଥିବା ଜଳୀୟ ବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ ।
- ଆର୍ଦ୍ରତାର ପରିମାଣ, ତାପମାତ୍ରା, ପବନ, ବାୟୁଚାପ ଓ ସ୍ଥାନ ଆଦି ଦ୍ଵାରା ପ୍ରଭାବିତ ହୋଇଥାଏ ।
- ବାୟୁରେ ଜଳୀୟ ବାଷ୍ପର ପରିମାଣ’ ‘ଆପେକ୍ଷିକ ଆର୍ଦ୍ରତାରେ ଶତକଡ଼ା ବାୟୁରେ ଆଦୌ ଜଳୀୟ ବାଷ୍ପ ନଥୁଲେ ଆପେକ୍ଷିକ ଆର୍ଦ୍ରତା (ଶୂନ୍ୟ ଶତକଡ଼ା) ୦% ଏବଂ ଜଳୀୟ ବାଷ୍ପ ପରିପୂର୍ଣ୍ଣ ଥିଲେ ଆପେକ୍ଷିକ ଆର୍ଦ୍ରତା ୧୦୦% (ଶହେ ଶତକଡ଼ା) ହୋଇଥାଏ । ତେବେ ପାଗ ଶୁଷ୍କ ଥିଲେ ଆପେକ୍ଷିକ ଆର୍ଦ୍ରତା ୨୦% ରୁ ୪୦% ମଧ୍ୟରେ ଥାଏ । ଆର୍ଦ୍ର ପାଣି ପାଗରେ ଏହା ୬୦% ରୁ ୮୦% ରହିଥାଏ ।
- ଆର୍ଦ୍ରତାର ପରିମାଣାତ୍ମକ ସଂଖ୍ୟା ହାଇକ୍ରୋମିଟର ଯନ୍ତ୍ର ସାହାଯ୍ୟରେ ମାପି ପାରିବା ।
- ଏହି ହାଇଡ୍ରୋମିଟର ବିଭିନ୍ନ ପ୍ରକାରର ଅଟେ ।
Question 7.
ବାୟୁମଣ୍ଡଳର ଚାପ କହିଲେ କ’ଣ ବୁଝ ? ଏହାକୁ କେଉଁଥରେ ମପାଯାଇଥାଏ ?
Answer:
- ଝଡ଼ ତୋଫାନ ଆସିବା ପୂର୍ବରୁ ଆମ ଉପର ଓ ଚାରିପାର୍ଶ୍ଵର ବାୟୁମଣ୍ଡଳର ଓଜନ ଦ୍ଵାରାରା ପ୍ରଦତ୍ତ ଚାପ ଯୋଗୁଁ ପାଗ ଦ୍ଵାରା ଭାରି (ଗୁମ୍ମ୍) ଲାଗିଥାଏ । ଏହା ବାୟୁ ମଣ୍ଡଳୀୟ ଚାପ ସହ ଜଡ଼ିତ ।
- ଉପକୂଳ ଅଞ୍ଚଳରେ ବାୟୁଚାପ ଅଧିକ ଥାଏ ଏବଂ ସ୍ଥାନର ଉଚ୍ଚତା ବୃଦ୍ଧି ସହ ଏହା ହ୍ରାସ ପାଇଥାଏ ।
- ଉଚ୍ଚ ସ୍ଥାନରେ ବାୟୁ ପତଳା ଥାଏ, ତେଣୁ କମ୍ ଅମ୍ଳଜାନ ମିଳିଥାଏ ।
- ସମୁଦ୍ରର ଉପକୂଳରେ ଉପରେ ବା ତଳେ ସମତଳ ଅଞ୍ଚଳରେ ବେଳେବେଳେ ବାୟୁଚାପ ନାଟକୀୟ ଭାବେ ହ୍ରାସ ପାଇଥାଏ, ଯାହାକୁ ଜଳବାୟୁ ବିଜ୍ଞାନୀମାନେ ଅବପାତ ବା ଲଘୁଚାପ କେନ୍ଦ୍ରବୋଲି କହିଥାନ୍ତି । ଅବପାତ ପରବର୍ତ୍ତୀ ସମୟରେ ଏକ ଘୂର୍ଣ୍ଣିଝଡ଼ ବା ବାତ୍ୟାରେ ପରିଣତ ହୋଇଥାଏ ।
- ବାରୋମିଟର ନାମକ ଯନ୍ତ୍ରଦ୍ୱାରା ବାୟୁଚାପ ମପାଯାଏ । ମିଲିବାର ଏକକ ଦ୍ଵାରା ବାୟୁଚାପ ପ୍ରକାଶିତ ହୋଇଥାଏ ।
- ସମୁଦ୍ର ପତ୍ତନର ସାଧାରଣ ବାୟୁଚାପ ୧୦୧୩ ମିଲିବାର ହୋଇଥାଏ । ବାୟୁଚାପ ୧୦୦୦ ମିଲିବାରରୁ କମିଗଲେ ଅବପାତରେ ପରିଣତ ହୁଏ ।
![]()
Question 8.
ସ୍ଵୟଂଚାଳିତ ପାଣିପାଗ କେନ୍ଦ୍ର ଆମକୁ କିପରି ଭାବରେ ପାଣିପାଗର ପୂର୍ବାନୁମାନ କରିବାରେ ସାହାଯ୍ୟ କରିଥାଏ ?
Answer:
- ଆଜିକାଲି ଅନେକ ସ୍ଥାନରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରାଯାଇଛି ।
- ଏହିସବୁ କେନ୍ଦ୍ରଗୁଡ଼ିକରେ ସେନ୍ସର ଦ୍ଵାରା ତାପମାତ୍ରା, ଆର୍ଦ୍ରତା, ପବନର ବେଗ ଓ ଦିଗ, ବର୍ଷଣ, ବାୟୁଚାପ ଭଳି ପାଣିପାଗ ତଥ୍ୟ ସଂଗୃହୀତ ହୋଇଥାଏ ।
- ମନୁଷ୍ୟର ହସ୍ତକ୍ଷେପ ବିନା ମିଳୁଥିବା ଏହି ତଥ୍ୟଗୁଡ଼ିକ ବେଶ୍ ସଠିକ୍ ଓ ଉଚିତ ସମୟରେ ଉପଲବ୍ଧ
ହୋଇଥାଏ । - ଏହି ଗୁଡ଼ିକ କୃଷି, ଉଡ଼ାଜାହାଜ ଚଳାଚଳ, ପାଣିଜାହାଜ ଚଳାଚଳ ତଥା ପରିବେଶ ନିରୀକ୍ଷଣ କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହୃତ ହେଉଛି ।