Go through BSE Odisha Class 6 Science Notes Odia Medium and Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି to understand important concepts and topics more clearly.
6th Class Science Chapter 9 Notes Odia Medium
BSE Odisha Class 6 Science Chapter 9 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :
ଚାଉଳରେ ଗୋଡ଼ି ଓ ଅଗାଡ଼ି ସହ ବିଭିନ୍ନ ପଦାର୍ଥ ମିଶି ରହିଥାଏ । ଆମେ ଏହି ଗୋଡ଼ିଗୁଡ଼ିକୁ ବାଛିବା ଯାହାଦ୍ଵାରା ଏହା ରୋଷେଇ ପାଇଁ ଉପଯୁକ୍ତ ହେବ ।
ହାତରେ ବାଛିବା ପ୍ରଣାଳୀ
- ଗହମ ଓ ଚାଉଳରୁ ଛୋଟ ଛୋଟ ଗୋଡି଼ ଓ ଅଗାଡ଼ି ଭଳି ପଦାର୍ଥକୁ ହାତରେ ବାଛି ଅଲଗା କରିବା ପଦ୍ଧତିକୁ ହାତରେ ବାଛିବା ପ୍ରଣାଳୀ କୁହାଯାଏ ।
- କଣିକାଗୁଡ଼ିକର ଆକାର, ରଙ୍ଗ ଏବଂ ଆକୃତିର ଭିନ୍ନତା ଆଧାରରେ ଏହି କାର୍ଯ୍ୟ କରାଯାଏ ।
- ଯଦି ବଛାଯିବାକୁ ଥିବା କଣିକାଗୁଡ଼ିକ ଅଳ୍ପ ପରିମାଣର ଥାଏ, ଏହା ସହଜରେ ହାତରେ ବଛାଯାଇପାରିବ । ପୃଥକୀକରଣର ଏହା ଏକ ସୁବିଧାଜନକ ପଦ୍ଧତି ।
- ହାତରେ ବାଛିବା ପ୍ରଣାଳୀ ସାହାଯ୍ୟରେ ନିମ୍ନଲିଖୂ ଖାଦ୍ୟ ପଦାର୍ଥକୁ ପରିଷ୍କାର କରାଯାଇପାରିବ ।
(କ) ବିରିରୁ ଗୋଡି଼ ଅଲଗା କରିବା ।
(ଖ) ଧାନରୁ ଗୋଡି଼ ଅଲଗା କରିବା ।
(ଗ) ଚାଉଳରୁ ଧାନ ଅଲଗା କରିବା ।
(ଘ) ଚୂଡ଼ାରୁ ଧାନ ଅଲଗା କରିବା ।
ଝଡ଼ାଇବା ପ୍ରଣାଳୀ
ଚାଷୀ ଜମିରୁ ଧାନ ଓ ଗହମ କାଟି ତାହାକୁ ବିଡ଼ା କରି ରଖୁଥାଏ । ଏହି ବିଡ଼ାରେ ଧାନ ବା ଗହମର ଅନେକ ଶସ୍ୟ ରହିଥାଏ । ଏକ ବଡ଼ କାଠ ଗଦାରେ ସେହି ବିଡ଼ାଗୁଡ଼ିକୁ ବାଡ଼େଇ ଶସ୍ୟ ସଂଗ୍ରହ କରଯାଇଥାଏ ।
ଧାନ ବା ଗହମ ବିଡ଼ାରୁ ଶସ୍ୟ ସଂଗ୍ରହ କରିବାର ଏହି ପ୍ରକ୍ରିୟାକୁ ଝଡ଼ାଇବା କୁହାଯାଏ ।
![]()
କାର୍ଯ୍ୟ-୧ : ଆସ ଖୋଜିବା
- ଏକ ମୁଠା ଭଜା ହୋଇଥବା ଚିନାବାଦାମକୁ ପାପୁଲିରେ ନେଇ ଘଷିଲେ ଚିନାବାଦାମରୁ ଚୋପା ଅଲଗା ହୋଇଥାଏ ।
- ଏବେ ଏହାକୁ ଫୁଙ୍କିବାକୁ ଚେଷ୍ଟା କର । ତୁମେ କ’ଣ ନିରୀକ୍ଷଣ କରିବ ?
ଉ. ଏମାନଙ୍କ ମଧ୍ୟରୁ ଚିନାବାଦାମ ଚୋପା ଉଡ଼ିଯିବ । - ଆମେ ଜାଣିଲୁ ପବନ ବହିବାଦ୍ଵାରା ଭାରୀ ଏବଂ ହାଲୁକା ଉପାଦାନ ଅଲଗା ହୋଇଯାଏ ।
- ଚାଷୀମାନେ କେମିତି ଶସ୍ୟରୁ ଏତେ ଅଗାଡ଼ି ଅଲଗା କରନ୍ତି ?
ଉ. ପାରମ୍ପରିକ ଭାବରେ, ଶସ୍ୟ ମିଶ୍ରଣର ଭାରୀ ଏବଂ ହାଲୁକା ଉପାଦାନଗୁଡ଼ିକୁ ଅଲଗା କରିବା ପାଇଁ ଏକ କୁଲା ବ୍ୟବହୃତ ହୁଏ ।
ଉଡ଼ାଇବା ପ୍ରଣାଳୀ
- ବେଳେବେଳେ ଅଲଗା ହୋଇଥିବା ଶସ୍ୟ ସହିତ ଅଗାଡ଼ି ମିଶି ରହିଥାଏ । ଶସ୍ୟଗୁଡ଼ିକରୁ ଅଗାଡ଼ିକୁ ହାତରେ ବାଛି ଅଲଗା କରିବା ସମ୍ଭବ ହୋଇ ନ ଥାଏ ।
- ତେଣୁ ଶସ୍ୟରେ ଥିବା ଭାରୀ ଓ ହାଲୁକା (ଅଗାଡ଼ି) ଉପାଦାନକୁ ଅଲଗା କରିବା ପାଇଁ କୁଲା ବ୍ୟବହାର କରାଯାଏ ।
- ବାଉଁଶ କୁଲାରେ ପାଛୁଡ଼ିବାବେଳେ ପବନ ବହିବା ଫଳରେ ଭାରୀ ଓ ହାଲୁକା ଉପାଦାନଗୁଡ଼ିକ ଅଲଗା ହୋଇଯାଏ ।

- ପବନ ବହୁଥୁବା ଦିଗରେ ଜୁଲାଦ୍ଵାରା ଶସ୍ୟଗୁଡ଼ିକୁ ଉଡ଼ାଇବାଦ୍ଵାରା ଭାରୀ ଶସ୍ୟ ଗୋଟିଏ ସ୍ଥାନରେ ପଡ଼ିଥାଏ ଏବଂ ହାଲୁକା ଉପାଦାନଗୁଡ଼ିକ ଅଲଗା ସ୍ଥାନକୁ ଉଡ଼ିଯାଇଥାଏ ।

- ପବନରେ କିମ୍ବା କୁଲା ବାଡ଼େଇ ଓଜନିଆ ଏବଂ ହାଲୁକା ପଦାର୍ଥର ମିଶ୍ରଣରୁ ଉପାଦାନଗୁଡ଼ିକୁ ପୃଥକ କରିବାର ଏହି ପଦ୍ଧତିକୁ ଉଡ଼ାଇବା ପ୍ରଣାଳୀ କୁହାଯାଏ । ଚାଉଳ ଓ କୁଣ୍ଡାକୁ ମଧ୍ୟ ଏହି ପ୍ରଣାଳୀରେ ଅଲଗା କରାଯାଇଥାଏ । ବିରି, ମୁଗ ଆଦି ଶସ୍ୟକୁ ପାଛୁଡ଼ି ବା ଉଡ଼ାଇ ସଫା କରାଯାଏ ।
ବୈଷୟିକ ଉନ୍ନତି ଯୋଗୁଁ ଥେସର୍ ନାମକ ମେସିନ୍ ତିଆରି ହୋଇଛି । ଏହି ମେସିନ୍ଗୁଡ଼ିକ ଶସ୍ୟରୁ ଅଗାଡ଼ି ଅଲଗା କରିବା ପାଇଁ ବ୍ୟବହୃତ ହୁଏ । ଏହା ଏକା ସାଙ୍ଗରେ ନଡ଼ା ଏବଂ ଅଗାଡ଼ି ଉଭୟରୁ ଶସ୍ୟକୁ ପୃଥକ କରିଥାଏ ।
![]()
ଚଳାଇବା ପ୍ରଣାଳୀ :
- କଠିନ–କଠିନ ମିଶ୍ରଣର ଉପାଦାନଗୁଡ଼ିକ ଭିନ୍ନ ଭିନ୍ନ ଆକାରରେ ଥିଲେ ଆମେ ଚାଲୁଣୀରେ ଚଳାଇବା ପ୍ରଣାଳୀ ବ୍ୟବହାର କରିଥାଉ ।
- ଚାଲୁଣୀର ଛିଦ୍ର ଦେଇ କ୍ଷୁଦ୍ର କଣିକା ତଳକୁ ପଡ଼ିଯାଏ ଏବଂ ବଡ଼ କଣିକା ଚାଲୁଣୀ ଉପରେ ରହିଥାଏ ।
- ଚାଲୁଣୀ ଦେଇ ଯାଇଥିବା କଣିକା ଏବଂ ଚାଲୁଣୀରେ ରହୁଥିବା କଣିକାର ଆକାରରେ ଭିନ୍ନତା ରହିଥାଏ ।

ତୁମେ କେବେ ଦେଖୁଛ କି ବାଲିରୁ ଗୋଡ଼ି ଓ ପଥରକୁ ଅଲଗା କରିବା ପାଇଁ ନିର୍ମାଣ ସ୍ଥଳରେ ଚାଲୁଣୀର ବ୍ୟବହାର କରାଯାଇଥାଏ ?
ଉ. ହଁ, ଚାଲୁଣୀ ବ୍ୟବହାର କରି ବାଲିରୁ ଗୋଡ଼ି ଓ ପଥର ଅଲଗା କରିବା ମୁଁ ଦେଖୁଛି ।
ସାବରମତୀ ଆଶ୍ରମ କ’ଣ ପାଇଁ ପ୍ରସିଦ୍ଧ ?
ଦାଣ୍ଡି ଶୋଭାଯାତ୍ରାକୁ ଦର୍ଶାଉଥିବା ଏକ ପୋଷ୍ଟର ପ୍ରସ୍ତୁତ କର ଏବଂ ଏହା କାହିଁକି ଆୟୋଜନ କରାଗଲା ସେ ବିଷୟରେ ଆଲୋଚନା କର ।
ଡ. ବ୍ରିଟିଶ୍ ସରକାରଙ୍କ ଅନ୍ୟାୟ ଲବଣ ଆଇନକୁ ପ୍ରତିବାଦ କରିବା ଓ ଲବଣ ଆଇନକୁ ଭଙ୍ଗ କରିବା ଉଦ୍ଦେଶ୍ୟରେ ଦାଣ୍ଡି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।
ବାଷ୍ପୀକରଣ ପ୍ରଣାଳୀ :
ସମୁଦ୍ର ଜଳ ହେଉଛି ଲବଣ ଏବଂ ଅନ୍ୟ କିଛି ପଦାର୍ଥର ମିଶ୍ରଣ ଯାହା ପାଣିରେ ଦ୍ରବୀଭୂତ ହୋଇ ରହିଥାଏ । ଲୁଣ ପାଇବା ପାଇଁ ସମୁଦ୍ର ଜଳକୁ ପଟାଳିରେ ସୂର୍ଯ୍ୟକିରଣ ଓ ବାୟୁ ସଂସ୍ପର୍ଶରେ ରଖାଯାଏ । କିଛି ଦିନ ପରେ ପାଣି ବାଷ୍ପୀଭୂତ ହୋଇଯାଏ ଏବଂ ଗାତରେ ସମ୍ପୂର୍ଣ୍ଣ ଭାବରେ ଲୁଣ କଠିନ ମିଶ୍ରଣ ଭାବରେ ରହିଯାଇଥାଏ ।

ଏହାପରେ ଏହି ମିଶ୍ରଣର ଅଧ୍ବକ ଶୁଦ୍ଧିକର ଣ କରିବାଦ୍ଵାରା ସାଧାରଣ ଲୁଣ ମିଳିଥାଏ ।
![]()
ଆୟୁର୍ବେଦ ନାମକ ପାରମ୍ପରିକ ଭାରତୀୟ ଚିକିତ୍ସା ପ୍ରଣାଳୀରେ ଜଡ଼ି ବୁଟି ବା ଗଛର ବିଭିନ୍ନ ଅଂଶକୁ ଔଷଧ ଭାବରେ ଗ୍ରହଣ କରାଯାଇଥାଏ । ବିଭିନ୍ନ ଔଷଧୀୟ ଗଛର ଚେର, ପତ୍ର, ଫୁଲ କିମ୍ବା ମଞ୍ଜି ଭଳି ଉପାଦାନକୁ ପ୍ରାୟତଃ ଛାଇରେ ଶୁଖାଇ ଦିଆଯାଏ । ଏହାଦ୍ଵାରା ଗଛରେ ଥିବା ଅତିରିକ୍ତ ଜଳର ବାଷ୍ପୀକରଣ ସହଜରେ ହୋଇଥାଏ ଓ ଔଷଧୀୟ ଅଂଶ ସୁରକ୍ଷିତ ହୋଇ ରହିଥାଏ ।
ତୁମେ ଭାରତର ଏମିତି କିଛି ଜଳାଶୟ ବିଷୟରେ ଜାଣକି ଯେଉଁଥିରେ ସାଧାରଣ ଲୁଣ ରହିଥାଏ । ଏଭଳି ଏକ ଉତ୍ସ ହେଉଛି ଓଡ଼ିଶାର ଚିଲିକା ଏବଂ ରାଜସ୍ଥାନର ସାୟର ହ୍ରଦ ।
କାର୍ଯ୍ୟ-୨ : ଆସ ନିରୀକ୍ଷଣ କରିବା ଏବଂ ତିଆରି କରିବା
- ଏକ ପାତ୍ର ନେଇ ସେଥିରେ ଅଧା ପାତ୍ର ପାଣି ଭରି ଦିଆଯାଉ ।
- ଏହି ପାଣିରେ 2-3 ଚାମଚ ଲୁଣ ମିଶାଯାଉ ଏବଂ ଲୁଣ ଦ୍ରବୀଭୂତ ହେବା ପର୍ଯ୍ୟନ୍ତ ଗୋଳାଇ ଏହାର ଏକ ଦ୍ରବଣ ତିଆରି କରାଯାଉ ।
- କଳା କିମ୍ବା ଗାଢ଼ ରଙ୍ଗର ମୋଟା କାଗଜର ଏକ ଛୋଟ ଖଣ୍ଡ ନେଇ ସେଥିରେ ଲୁଣ ଦ୍ରବଣର କିଛି ବୁନ୍ଦା ପକାଯାଉ ।
- ଏହି ଲୁଣ ଦ୍ରବଣରେ ତୁମେ ନିଜ ପସନ୍ଦର ଯେ କୌଣସି ଚିତ୍ର ମଧ୍ୟ ତିଆରି କରିପାରିବ ।
- ଏହାକୁ ଶୁଖ୍କୁ ଦିଆଯାଉ ଏବଂ ତା’ପରେ ଏହାକୁ ନିରୀକ୍ଷଣ କରାଯାଉ ।

- ତୁମ କାଗଜରେ କିଛି ଚିହ୍ନ ଦେଖାଯାଉଛି କାଗଜକୁ ସ୍ପର୍ଶ କରିବାଦ୍ଵାରା ଏଥିରେ ଲୁଣର ଉପସ୍ଥିତି ଅନୁଭବ କରିହେବ । ପାଣି ବାଷ୍ପୀଭୂତ ହୋଇ ଅଦୃଶ୍ୟ ହୋଇଗଲା ।
କାର୍ଯ୍ୟ–୩ : ଆସ ଅନୁସନ୍ଧାନ କରିବା
- ଏହି କାର୍ଯ୍ୟ ଶିକ୍ଷକଙ୍କଦ୍ୱାରା ପ୍ରଦର୍ଶନ କରାଯାଇପାରେ ।
- ଚିନାମାଟି ପାତ୍ରରେ କିଛି ଲୁଣ ଦ୍ରବଣ (କାର୍ଯ୍ୟ-୨ ରେ ଯେପରି ପ୍ରସ୍ତୁତ ହୋଇଥିଲା) ନିଅ । ଚିନାମାଟି ପାତ୍ର ଉପଲବ୍ଧ ନ ହେଲେ ଅନ୍ୟ ଏକ ଉପଯୁକ୍ତ ପାତ୍ର ବ୍ୟବହାର କରାଯାଇପାରେ ।
- ଜଳକୁ ଗରମ କରି ଫୁଟିବାକୁ ଦିଆଯାଉ ଯେପରି ଚିତ୍ରରେ ଦର୍ଶାଯାଇଛି ।
- ଚିନାମାଟି ପାତ୍ରକୁ ଥଣ୍ଡା ହେବାକୁ ଦିଆଯାଉ ।

- ଆଙ୍ଗୁଠିରେ ଲୁଣକୁ ସ୍ପର୍ଶ କରି ଚିନାମାଟି ପାତ୍ରରେ ଲୁଣର ଉପସ୍ଥିତି ଅନୁଭବ କରିପାରିବ ।
![]()
ଏପରି କୌଣସି ପଦ୍ଧତି ଅଛି କି ଯାହା ମାଧ୍ୟମରେ ମୁଁ ଉଭୟ ଲୁଣ ଏବଂ ପାଣି ଫେରି ପାଇବି ?
ଉ. ହଁ ଏପରି ପଦ୍ଧତି ଅଛି । ମୁଁ ଏକ କେଟ୍ଲୀରେ ଲୁଣ ପାଣିକୁ ଗରମ କରିବି ଏବଂ ସେଥୁରୁ ବାମ୍ଫ ଆଗରେ ଏକ ଢାଙ୍କୁଣୀ ଦେଖାଇ ବାମ୍ଫକୁ ଅଟକାଇବାଦ୍ୱାରା ତାହା ଜଳବିନ୍ଦୁରେ ପରିଣତ ହେବ । ତଳେ ଏକ ପାତ୍ର ରଖିଲେ ସେଥିରେ ଜଳ ବିନ୍ଦୁ ସଂଗ୍ରହ ହେବ । କେଟ୍ଲୀରୁ ଜଳ ବାଷ୍ପୀଭୂତ ହେବାପରେ କେଟ୍ଲୀରେ ଲୁଣ ରହିବ ।

ଚିତ୍ରକୁ ନିରୀକ୍ଷଣ କର । ଏହା ପ୍ରଶ୍ନର ଉତ୍ତର କି ? ତୁମେ ସମ୍ପୃକ୍ତ ପ୍ରକ୍ରିୟାର କି ?
ଉ. ହଁ, ଏହା ପ୍ରଶ୍ନର ଉତ୍ତର । ଏହି ପ୍ରକ୍ରିୟାର ନାମ ଘନୀକରଣ –ବାଷ୍ପୀକରଣ ।
ଆସ୍ରବଣ ଓ ଅବକ୍ଷେପଣ :
- ଗୋଟିଏ ପାତ୍ରରେ କିଛି ଚାଉଳ ନେଇ ସେଥୁରେ ଜଳ ମିଶାଇ ଭଲ ଭାବରେ ଗୋଳାଇ ଦିଅ । କିଛି ସମୟ ସ୍ଥିର ଭାବରେ ରଖ୍ ଦିଅ ।
- ଜଳରେ ହାଲୁକା କୁଣ୍ଡା, କାଠି, ଧୂଳି ଭାସିବ । ପାତ୍ରର ତଳେ ଗୋଡ଼ି, ବାଲି ଓ ଚାଉଳ ବସିଯିବ ।
- ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳିଦେଲେ ସେଥୁରେ ଧୂଳି, କୁଣ୍ଡା ଓ କାଠି ଚାଲିଯିବ । ଜଳ ସହିତ ହାଲୁକା କଠିନ ପଦାର୍ଥକୁ ଅନ୍ୟ ଏକ ପାତ୍ରକୁ ଢାଳିବା ପ୍ରଣାଳୀକୁ
- ଆସ୍ରବଣ କହନ୍ତି । ତଳେ କଠିନ, ଓଜନିଆ ପଦାର୍ଥ ବସିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ ।

- ଆମେ ଜାଣିଲେ ଜଳ ସହିତ ହାଲୁକା ପଦାର୍ଥକୁ ଅନ୍ୟ ଏକ ପାତ୍ରକୁ ଢାଳିବା ପ୍ରଣାଳୀକୁ ଆସ୍ରବଣ କହନ୍ତି ତଳେ କଠିନ, ଓଜନିଆ ପଦାର୍ଥ ବସିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ
- ଜଳ ସହିତ ମିଶି ରହିଥିବା ଅଦ୍ରବଣୀୟ କଠିନ ଓଜନିଆ ପଦାର୍ଥକୁ ଅବକ୍ଷେପଣ ଏବଂ ହାଲୁକା ପଦାର୍ଥକୁ ଆସ୍ରବଣ ପ୍ରଣାଳୀରେ ପୃଥକ୍ କରାଯାଏ ।
- ସୋରିଷ, ଜୀରା, ମେଥ୍ ଆଦିକୁ ଅବକ୍ଷେପଣ ଓ ଆସ୍ରବଣ ପ୍ରଣାଳୀରେ ପରିଷ୍କାର କରାଯାଏ ।
- ଚାଉଳ ଧୋଇବା ଓ ସଫା କରିବାରେ ମଧ୍ୟ ଆସ୍ରବଣ ପ୍ରଣାଳୀ ବ୍ୟବହୃତ ହୋଇଥାଏ ।
- ଚା’ ତିଆରି କଲାବେଳେ ଚା’ ଥିବା ପାତ୍ରକୁ କିଛି ସମୟ ସ୍ଥିର ରଖିଦେଲେ, ଚା’ଗୁଣ୍ଡ ପାତ୍ରର ନିମ୍ନଭାଗରେ ବସିଯିବ । ତରଳ ପଦାର୍ଥର ତଳଭାଗରେ ଓଜନିଆ, ଅଦ୍ରବଣୀୟ ଉପାଦାନ
- ରହିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ । ପତ୍ରକୁ ଅଣେଇ ତରଳ ପଦାର୍ଥ ବାହାର କରି ନିଷ୍କାସନ କରିବା ପ୍ରାଣାଳୀକୁ ଆସ୍ରବଣ କୁହାଯାଏ ।
![]()
ପରିସ୍ରବଣ ପ୍ରଣାଳୀ :
ଆସ୍ରବଣ ପ୍ରଣାଳୀରେ ସମସ୍ତ ଚା’ ଗୁଣ୍ଡକୁ ଚା’ରୁ ସଂପୂର୍ଣ୍ଣ ଭାବରେ ଅଲଗା କରି ହୋଇ ନଥାଏ । ଏହା ପୃଥକୀକରଣର ଉପଯୁକ୍ତ ପଦ୍ଧତି ନୁହେଁ ।
ଚା’– ଛଣା ଯନ୍ତ୍ରରେ ଏହି କାର୍ଯ୍ୟକୁ ସଠିକ୍ ରୂପେ କରାଯାଇଥାଏ । ଚା’ରୁ ଚା’ ଗୁଣ୍ଡ ପୃଥକ୍ କରିବାର ଏହି ପ୍ରକ୍ରିୟାକୁ ପରିସ୍ରବଣ କୁହାଯାଏ ।

ଏହି ପ୍ରଣାଳୀରେ କାଦୁଅ ପାଣିକୁ ଏକ କପଡ଼ା ମାଧ୍ୟମରେ ଛାଣି ପୃଥକ୍ କରାଯାଇଥାଏ । ଯଦି ଜଳରେ ଏବେବି କାଦୁଅ ରହିଛି, ତେବେ ଛୋଟ ଛୋଟ କଣା ଥିବା ଛଣା ବ୍ୟବହାର କରି ଅଦ୍ରାବ୍ୟ ପଦାର୍ଥକୁ ଅଲଗା କରାଯାଇପାରିବ । ଫିଲଟର ପେପର ହେଉଛି ଏପରି ଏକ ପଦାର୍ଥ ଯେଉଁଥିରେ ଅସଂଖ୍ୟ ସୂକ୍ଷ୍ମ ରନ୍ଧ୍ର ରହିଥାଏ ।
ବନ୍ୟା ସମୟରେ ନଦୀ ଓ ପୋଖରୀ ପାଣି ଗୋଳିଆ ହୋଇଯାଇଥାଏ ।
ଜଳରେ ମାଟି, ବାଲି, ଧୂଳି ମିଶିଗଲେ ଏହା ଗୋଳିଆ ହୋଇଯାଏ । ଏହି ଗୋଳିଆ ଜଳକୁ ଗୋଟିଏ କାଚ ଗ୍ଲାସ୍ରେ ଅଧା ପର୍ଯ୍ୟନ୍ତ ପୂରାଅ ।
ଏହାକୁ କିଛି ସମୟ ସ୍ଥିର ଭାବରେ ଗୋଟିଏ ସ୍ଥାନରେ ରଖୁଲେ ଦେଖୁବ ଗ୍ଲାସ୍ର ତଳଭାଗରେ କ’ଣ ଜମିଯାଇଛି । ହାଲୁକା କାଠି, କୁଟା ଓ ଧୂଳିକଣା ଜଳରେ ଭାସିବ । ଓଜନିଆ ବାଲି, ଗୋଡ଼ି ଓ ମାଟି ଜଳ ତଳେ ଜମିରହିବ । ଏହି ଜମି ରହିବାକୁ ଅବକ୍ଷେପଣ କହନ୍ତି । ଉପର ପାଣିକୁ ଅନ୍ୟ ଏକ ଗ୍ଲାସକୁ ଧୀରେ ଧୀରେ ଢାଳିଦିଅ । ଏହାକୁ ଆସ୍ରବଣ ପଦ୍ଧତି କୁହାଯାଏ ।
ଗୋଟିଏ ପ୍ଲାଷ୍ଟିକ୍ ବୋତଲ ଖୋଲା ମୁହଁରେ ଉପଯୁକ୍ତ ଆକାରର ଫନେଲ୍ ବା ଫୁଲଣା ପୂରାଅ । ଫୁଲଣା ଭିତରେ ଖଣ୍ଡିଏ ଫିଲଟର୍ ପେପର ଭାଙ୍ଗି ରଖ । ଦ୍ଵିତୀୟ କ୍ଲାସରେ ସଂଗୃହୀତ ଜଳକୁ ଫୁଲଣା ଭିତରେ ଥିବା ଫିଲଟର୍ ପେପର ଉପରେ ଧୀରେ ଧୀରେ ଢାଳ । ବୋତଲ ଭିତରେ ଯେଉଁ ଜଳ ପଡୁଛି ତାହା ପରିଷ୍କାର ଦେଖାଯାଉଛି । ଏହି ପ୍ରଣାଳୀକୁ ପରିସ୍ରବଣ ପ୍ରଣାଳୀ କୁହାଯାଏ ।
![]()
ଏହି ପ୍ରଣାଳୀଦ୍ଵାରା ତରଳ ପଦାର୍ଥରେ ରହିଥିବା ଅଦ୍ରବଣୀୟ କଠିନ ପଦାର୍ଥକୁ ତରଳ ପଦାର୍ଥରୁ ପୃଥକ୍ କରାଯାଇପାରେ ।
ପ୍ରଥମେ ଚା’ବ୍ୟାଗ୍ ରେଶମ ଭଳି ନରମ କପଡ଼ାରେ ତିଆରି ହେଉଥିଲା, କାରଣ ଏହା ଚା’ ଗୁଣ୍ଡକୁ ଧରି ରଖ୍ ପାଣିକୁ ବାହାର କରିଦେଇପାରେ । ରେଶମ ଶକ୍ତ ଥିଲା ଓ ଗରମ ପାଣି ସଂସ୍ପର୍ଶରେ ଆସିଲେ ଏହା ନଷ୍ଟ ହେଉ ନଥିଲା । ପରବର୍ତୀ ସମୟରେ ଲୋକମାନେ ଗଜ୍ କିମ୍ବା ମସଲିନ୍ ବ୍ୟବହାର କରିବା ଆରମ୍ଭ କରିଥିଲେ । ଶେଷରେ ସେମାନେ ଫିଲଟର ପେପର ବ୍ୟବହାର କରିବା ଆରମ୍ଭ କଲେ, ଯେଉଁଥରେ ଆଜିକାଲି ଅଧିକାଂଶ ଚା’ ବ୍ୟାଗ୍ ତିଆରି ହୋଇଥାଏ ।
କାର୍ଯ୍ୟ-୪ : ଆସ ପରୀକ୍ଷଣ କରିବା
ଫିଲ୍ମର ପେପରକୁ ନିଜେ ଭାଙ୍ଗ କରିବାକୁ ଚେଷ୍ଟା କର ଏବଂ ଚିତ୍ରରେ ଦର୍ଶାଯାଇଥିବା ଅନୁଯାୟୀ ଏକ କୋନ ତିଆରି କର ।

ଏହାକୁ ଏକ କୋନିକାଲ ଫ୍ଲସ୍କ ଉପରେ ରଖାଯାଇଥିବା ଏକ ଫନେଲ ଭିତରେ ରଖ ଏବଂ ସେଥିରେ କାଦୁଅ ପାଣି ଢାଳିଦିଅ ।

ଫନେଲରୁ ଆସୁଥିବା ପାଣିକୁ କୋନିକାଲ ଫ୍ଲସ୍କରେ ସଂଗ୍ରହ କରାଯିବ ।
ତୁମେ ଫିଲଟର ପେପରରେ ଅବଶିଷ୍ଟ କାଦୁଅ ପାଇବ ଏବଂ କୋନିକାଲ ଫ୍ଲାସ୍କରେ ଛଣା ହୋଇଥିବା ସଫା ପାଣି ପାଇବ ।
ଫିଲଟର ପେପର ବ୍ୟତୀତ କପା/ ତୁଳା, କୋଇଲା ଓ ବାଲି ଭଳି ଅନେକ ବସ୍ତ ମଧ୍ଯ ଛାଣିବା ପାଇଁ ବ୍ୟବହୃତ ହୋଇପାରିବ । ଛଣାର ଚୟନ, ଅପସାରଣ ହେବାକୁ ଥିବା ପଦାର୍ଥର କଣିକାଗୁଡ଼ିକର ଆକାର ଉପରେ ନିର୍ଭର କର ।
![]()
ମନ୍ଥନ ପ୍ରଣାଳୀ :
- କ୍ଷୀରକୁ ଏକ ମନ୍ଥନ ଦଣ୍ଡଦ୍ଵାରା ଗୋଳାଇଲେ ଏଥିରେ ଥିବା ହାଲୁକା କଣିକା ଲହୁଣୀ ରୂପରେ କ୍ଷୀର ଉପରେ ଭାସିବ । ହାତରେ ଛାଣି ବା ଛଣା ଯନ୍ତ୍ରରେ ଛାଣି ଏହାକୁ ବାହାର କରାଯାଇପାରିବ । ଘୋଳ ଦହି ସ୍ଥିର ହୋଇ ତଳେ ରହିଯିବ ।
- ଏହି ଲହୁଣୀ ପୃଥକ୍ କରିବା ପ୍ରଣାଳୀକୁ ମନ୍ଥନ ପ୍ରଣାଳୀ କୁହାଯାଏ ।

ଚୁମ୍ବକୀୟ ପ୍ରଣାଳୀ :
- ଚୁମ୍ବକଦ୍ଵାରା ଆକର୍ଷିତ ହେଉଥିବା ପଦାର୍ଥକୁ ଚୁମ୍ବକୀୟ ପଦାର୍ଥ କୁହାଯାଏ ।
- କାଠଗୁଣ୍ଡ ସହିତ ଲୁହା କଣ୍ଟା ମିଶିଥିଲେ ଏହାକୁ ଚୁମ୍ବକଦ୍ଵାରା ଲୁହାକଣ୍ଟାକୁ ଅଲଗା କରାଯାଇପାରିବ କାରଣ ଲୁହାକଣ୍ଟା ହେଉଛି ଏକ ଚୁମ୍ବକୀୟ ପଦାର୍ଥ ।
- ଚୁମ୍ବକ ବ୍ୟବହାର କରି ଚୁମ୍ବକୀୟ ଓ ଅଚୁମ୍ବକୀୟ ପଦାର୍ଥକୁ ଅଲଗା କରିବାକୁ ଚୁମ୍ବକୀୟ ପୃଥକୀକରଣ ପ୍ରଣାଳୀ କୁହାଯାଏ ।
- ଆଜିକାଲି କବାଡ଼ିବାଲାମାନେ ଆବର୍ଜନା ଗଦାରୁ ଲୁହା ସମାଗ୍ରୀକୁ ଅଲଗା ପାଇଁ ଚୁମ୍ବକ ବ୍ୟବହାର କରିଥାନ୍ତି । ଅନେକ ଶିଳ୍ପର ବର୍ଜ୍ୟବସ୍ତରେ ପ୍ରାୟତଃ ସ୍ଟ୍ରାପ୍ ଆଇରନ୍ ରହିଥାଏ ।
- କ୍ରେନ୍ରେ ଲାଗିଥିବା ଚୁମ୍ବକ ବ୍ୟବହାର କରି ଏହାକୁ ବର୍ଜ୍ୟବସ୍ତୁ ଗଦାରୁ ଅଲଗା କରାଯାଇଥାଏ ।
କାର୍ଯ୍ୟ-୫ : ଆସ ନିଜସ୍ଵ ଜଜଣଳଜର ତିଆରି କରିବା
- ଟିନା ତାଙ୍କ ଜେଜେ ମା’ଙ୍କ ସହ ପ୍ରକୃତି ଭ୍ରମଣରେ ଗଲା ଏବଂ ଏକ ପାତ୍ରରେ ଗୋଟିଏ ପୋଖରୀରୁ କିଛି ଜଳ ସଂଗ୍ରହ କରି ଆଣିଲା ।
- ଏଥିରେ କିଛି ଅଦରକାରୀ ପଦାର୍ଥ ଥିବା ସେ ଦେଖିବାକୁ ପାଇଲା ।
- ସ୍ଵଳ୍ପ ମୂଲ୍ୟର ସାମଗ୍ରୀ ବ୍ୟବହାର କରି ପାଣି ଛଣାର ଏକ କାର୍ଯ୍ୟକାରୀ ମଡ଼େଲ ତିଆରି କଲା ।
![]()
କାର୍ଯ୍ୟ–୬ : ଆସ ଖେଳିବା
ଉକ୍ତିଗୁଡ଼ିକୁ ପଢ଼ ଓ ପ୍ରଣାଳୀର ନାମ ଲେଖ । (ପ୍ରଶ୍ନ ସହିତ ଉତ୍ତର)
୧. ଡାଲିରୁ ଛୋଟ ଛୋଟ ପଥରକୁ ଅଲଗା କରିବା – ଚାଲୁଣୀରେ ଚଲେଇବା
୨. ଲହୁଣୀ ପାଇବା ପାଇଁ ଦହି ମନ୍ଥନ କରିବା – ମନ୍ଥନ ପ୍ରଣାଳୀ
୩. ରନ୍ଧା ଦଲିଆ (ଗହମ ଗୁଣ୍ଡରେ ପ୍ରସ୍ତୁତ ଖାଦ୍ୟ) କିମ୍ବା ଚୁଡ଼ା ଉପମାରୁ କଞ୍ଚା ଲଙ୍କା ବାହାର କରିବା – ହାତରେ ବାଛିବା
୪. ତରଭୁଜରୁ ମଞ୍ଜି ବାହାର କରିବା – ହାତରେ ବାଛିବା କଣ୍ଟାଗୁଡ଼ିକୁ କାଢ଼ିବା
୫. ନିର୍ମାଣ ସମାଗ୍ରୀର ମିଶ୍ରିତ ଗଦାରୁ ଲୁହା – ଚୁମ୍ବକୀୟ ପ୍ରଣାଳୀ
୬. ମାଳ ତିଆରି କରିବା ପାଇଁ ଅନ୍ୟ ଫୁଲ ଗଦାରୁ ଗେଣ୍ଡୁ ଫୁଲକୁ ଅଲଗା କରିବା – ହାତରେ ଛିଣ୍ଡାଇବା
୭. ବାଲିରୁ ଗୋଡ଼ି ଅଲଗା କରିବା – ଚାଲୁଣୀରେ ଚଲେଇବା
୮. ଚାଉଳ ଚୁନାରୁ ଚାଉଳକୁ ଅଲଗା କରିବା – ଚାଲୁଣୀରେ ଚଲେଇବା
୯. ପାଣିରୁ ତେଲ ଅଲଗା କରିବା – ଆସ୍ରବଣ ଓ ପୃଥକକାରୀ ଫନେଲ
୧୦. ଲୁଣ ଦ୍ରବଣରୁ ଲୁଣକୁ ଅଲଗା କରିବା – ବାଷ୍ପୀକରଣ

ତୁମେ ପଦାର୍ଥଗୁଡ଼ିକୁ ଅଲଗା କରିବାର କାରଣ କେତେ ବୁଝିଛ ଜାଣିବା ପାଇଁ ଏହି କାର୍ଯ୍ୟଟି ତୁମକୁ ସାହାଯ୍ୟ କରିବା ।
ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ
୧. ମନ୍ଥନ
୨. ମିଶ୍ରଣ
୩. ଆସ୍ରବଣ
୪. ଅବକ୍ଷେପଣ
୫. ବାଷ୍ପୀକରଣ
୬. ଛାଣିବା
୭. ପରିସ୍ରବଣ
୮. ଝଡ଼ାଇବା
୯. ହାତରେ କିଛି ପୃଥକୀକରଣ
୧୦. ଉଡ଼ାଇବା
୧୧. ଚୁମ୍ବକୀୟ ପୃଥକୀକରଣ
![]()
ବିଷୟବସ୍ତୁର ସାରାଂଶ :
- ଏକ ମିଶ୍ରଣରୁ ଆକାର, ରଙ୍ଗ ଏବଂ ଆକୃତିର ଭିନ୍ନତା ହାତରେ ବାଛିବା ପ୍ରଣାଳୀ ବ୍ୟବହାର କରାଯାଏ ।
- ଆଧାରରେ କଠିନ ପଦାର୍ଥକୁ ଅଲଗା କରିବା ପାଇଁ ଯେଉଁ ପ୍ରକ୍ରିୟାରେ ଶସ୍ୟ ବିଡ଼ାକୁ ବାଡ଼େଇ ବାଡ଼େଇ ଅଲଗା କରାଯାଏ ତାହାକୁ ଝଡ଼ାଇବା ପ୍ରଣାଳୀ କୁହାଯାଏ । ପବନ ପ୍ରବାହିତ କରି କିମ୍ବା କୁଲା ବାଡ଼େଇ ଓଜନିଆ ଶସ୍ୟରୁ ହାଲୁକା ଅଗାଡ଼ିକୁ ଅଲଗା କରିବାର ପଦ୍ଧତିକୁ ଉଡ଼ାଇବା ପ୍ରଣାଳୀ କୁହାଯାଏ ।
- ଚାଲୁଣୀ ବ୍ୟବହାର କରି କଣିକା ଆକାରରେ ଭିନ୍ନତା ଆଧାରରେ ଏକ ମିଶ୍ରଣରୁ ଭିନ୍ନ ଭିନ୍ନ କଠିନ ପଦାର୍ଥକୁ ଅଲଗା କରିବା ପ୍ରକ୍ରିୟାକୁ ଚଲାଇବା କୁହାଯାଏ ।
- ଯେଉଁ ପ୍ରକ୍ରିୟାରେ ତରଳ ପଦାର୍ଥ ବାଷ୍ପରେ ପରିଣତ ହୁଏ ତାହାକୁ ବାଷ୍ପୀକରଣ କୁହାଯାଏ । ଏହା ତରଳ ପଦାର୍ଥରୁ ଦ୍ରବୀଭୂତ କଠିନ ପଦାର୍ଥକୁ ଅଲଗା କରିବାକୁ ବ୍ୟବହୃତ ହୋଇଥାଏ ।
- ତରଳ ପଦାର୍ଥର ତଳଭାଗରେ ଥିବା ଓଜନିଆ ଅଦ୍ରବଣୀୟ ଉପାଦାନକୁ ଅଲଗା କରିବା ପଦ୍ଧତିକୁ ଅବକ୍ଷେପଣ କୁହାଯାଏ । ପାତ୍ରକୁ ଅଣେଇ ତରଳ ପଦାର୍ଥରୁ ଅଦ୍ରବଣୀୟ ପଦାର୍ଥକୁ ଅଲଗା କରିବା ପଦ୍ଧତିକୁ ଆସ୍ରବଣ କୁହାଯାଏ । ତରଳ ପଦାର୍ଥରୁ ଅଦ୍ରବଣୀୟ କଠିନ ଉପାଦାନଗୁଡ଼ିକୁ ଅଲଗା କରିବା ପାଇଁ ପରିସ୍ରବଣ ପ୍ରଣାଳୀ ବ୍ୟବହାର କରାଯାଇପାରେ ।
- ଦହିରୁ ଲହୁଣୀ ବାହାର ପାଇଁ ମନ୍ଥନ ପ୍ରଣାଳୀ ବ୍ୟବହାର କରାଯାଏ ।
- ଚୁମ୍ବକ ବ୍ୟବହାର କରି ଚୁମ୍ବକୀୟ ଏବଂ ଅ–ଚୁମ୍ବକୀୟ ପଦାର୍ଥକୁ ଅଲଗା କରିବାକୁ ଚୁମ୍ବକୀୟ ପୃଥକୀକରଣ କୁହାଯାଏ ।