Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Go through 7th Class Social Science Book Odia Medium Question Answer and Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ to understand textbook questions more clearly.

7th Class Social Science Chapter 3 Question Answer Odia Medium

Class 7 Social Science Chapter 3 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଜଳବାୟୁ ନିୟାମକଗୁଡ଼ିକ ସହ ସେମାନଙ୍କର ଫଳାଫଳ ସଂଯୋଗ କର ।

‘କ’ ସ୍ତମ୍ଭ ‘କ’ ସ୍ତମ୍ଭ
(୧) ଅକ୍ଷାଂଶ (କ) ଗ୍ରୀଷ୍ମଋତୁରେ ଭାରତକୁ ଆର୍ଦ୍ରବାୟୁ ଆଣେ
(୨) ସମୁଦ୍ର ପତ୍ତନଠାରୁ ଉଚ୍ଚତା (ଖ) ଉତ୍ତର ଓ ଦକ୍ଷିଣରେ ବିଭିନ୍ନ ଜଳବାୟୁ ସୃଷ୍ଟିକରେ
(୩) ସମୁଦ୍ର ସମୀପତା (ଗ) ଉଚ୍ଚସ୍ଥାନକୁ ଥଣ୍ଡା ରଖେ
(୪) ମୌସୁମୀ ବାୟୁ (ଘ) ତାପକୁ ନିୟନ୍ତ୍ରଣ କରେ

Answer:

‘କ’ ସ୍ତମ୍ଭ ‘କ’ ସ୍ତମ୍ଭ
(୧) ଅକ୍ଷାଂଶ (ଖ) ଉତ୍ତର ଓ ଦକ୍ଷିଣରେ ବିଭିନ୍ନ ଜଳବାୟୁ ସୃଷ୍ଟିକରେ
(୨) ସମୁଦ୍ର ପତ୍ତନଠାରୁ ଉଚ୍ଚତା (ଗ) ଉଚ୍ଚସ୍ଥାନକୁ ଥଣ୍ଡା ରଖେ
(୩) ସମୁଦ୍ର ସମୀପତା (ଘ) ତାପକୁ ନିୟନ୍ତ୍ରଣ କରେ
(୪) ମୌସୁମୀ ବାୟୁ (କ) ଗ୍ରୀଷ୍ମଋତୁରେ ଭାରତକୁ ଆର୍ଦ୍ରବାୟୁ ଆଣେ

Question 2.
ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ ।
(କ) ପାଗ ଓ ଜଳବାୟୁ ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
(i) ପାଗ : ପାଗ ହେଉଛି ବାୟୁମଣ୍ଡଳର କୌଣସି ଏକ ସ୍ଥାନରେ ଏଇ ଅବସ୍ଥା ଯାହା କିଛି ଘଣ୍ଟା କିମ୍ବା କିଛି ଦିନ ପାଇଁ ରହିଥାଏ ଏବଂ ଶୀଘ୍ର ପରିବର୍ତ୍ତନ ଘଟେ । ଏପରିକି ଗୋଟିଏ ଦିନର ସକାଳ, ସନ୍ଧ୍ୟା ଓ ରାତି ସମୟର ପାଗ ମଧ୍ଯ ଭିନ୍ନ ହୋଇଥାଏ । କେତେବେଳେ ‘ଖରାପାଗ’ ତ କେତେବେଳେ ‘ବର୍ଷାପାଗ’, ‘କୋହଲା ପାଗ’ ଆଦି ହୋଇଥାଏ ।

(ii) ଜଳବାୟୁ : ଜଳବାୟୁ କହିଲେ କୌଣସି ଅଞ୍ଚଳର ବହୁବର୍ଷ ବ୍ୟାପି (ଦଶନ୍ଧି ଦଶନ୍ଧି ଧରି) ପାଣିପାଗର ହାରାହାରି ଅବସ୍ଥାକୁ ବୁଝାଇଥାଏ । ଅଞ୍ଚଳ ଭିତ୍ତିରେ ଜଳବାୟୁରେ ଭିନ୍ନତା ଦେଖାଯାଏ ।

Question (ଖ).
ସମୁଦ୍ରଠାରୁ ଦୂରରେ ଥିବା ସ୍ଥାନ ଅପେକ୍ଷା ନିକଟବର୍ତ୍ତୀ ସ୍ଥାନରେ ତାପମାତ୍ରା ମୃଦୁ ହୋଇଥାଏ କାହିଁକି ?
Answer:
ସମୁଦ୍ରଠାରୁ ଦୂରରେ ଥିବା ସ୍ଥାନ ଅପେକ୍ଷା ନିକଟବର୍ତ୍ତୀ ସ୍ଥାନର ତାପମାତ୍ରା ମୃଦୁ ହୋଇଥାଏ କାରଣ, ସମୁଦ୍ର ତାପମାତ୍ରାରେ ନିୟନ୍ତ୍ରକ ଭାବେ କାର୍ଯ୍ୟ କରେ । ଜଳଭାଗ ସ୍ଥଳଭାଗ ଅପେକ୍ଷା ବିଳମ୍ବରେ ଉତ୍ତପ୍ତ ହୁଏ ଏବଂ ବିଳମ୍ବରେ ଶୀତଳ ହୁଏ । ଗ୍ରୀଷ୍ମ ଋତୁରେ ସମୁଦ୍ରରୁ ଶୀତଳ ବାୟୁ ସ୍ଥଳଭାଗକୁ ପ୍ରବାହିତ ହୋଇ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଶୀତଦିନେ ସମୁଦ୍ରର ତାପମାତ୍ରା ସ୍ଥଳଭାଗ ଅପେକ୍ଷା ଅଧିକ ଥିବା ଏହା ପ୍ରଭାବରେ ଉପକୂଳ ଅଞ୍ଚଳ ‘ଉଷ୍ଣ ରହେ । ଫଳରେ ସମୁଦ୍ର ନିକଟବର୍ତ୍ତୀ ସ୍ଥାନରେ ତାପମାତ୍ରା ମୃଦୁ ହୋଇଥାଏ । ମାତ୍ର ସମୁଦ୍ରଠାରୁ ଦୂରବର୍ତ୍ତୀ ସ୍ଥାନମାନଙ୍କରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୋଇ ନଥାଏ । ତେଣୁ ସେଠାରେ ଗ୍ରୀଷ୍ମଦିନେ ଅଧ୍ଵ ଗରମ ଓ ଶୀତଦିନେ ଅଧୁକ ଥଣ୍ଡା ଅନୁଭୂତ ହୁଏ ।

Question (ଗ).
ଭାରତର ଜଳବାୟୁକୁ ପ୍ରଭାବିତ କରିବାରେ ମୌସୁମୀ ବାୟୁର ଭୂମିକା କ’ଣ ?
Answer:
ଭାରତର ଜଳବାୟୁ ମୌସୁମୀ ବାୟୁଦ୍ଵାରା ବହୁଳ ଭାବରେ ପ୍ରଭାବିତ ହୋଇଥାଏ । ଖରାଦିନେ ଏହା ସମୁଦ୍ରଆଡୁ ସ୍ଥଳଭାଗଆଡ଼କୁ ପ୍ରବାହିତ ହୋଇଥାଏ । ବିଶେଷକରି ଭାରତର ଦକ୍ଷିଣରୁ ଏହି ବାୟୁ ପ୍ରବାହିତ ହୋଇଥାଏ । ଏହି ବାୟୁ ଜଳୀୟବାଷ୍ପ ପୂର୍ଣ୍ଣ ହୋଇଥିବାରୁ ସ୍ଥଳଭାଗରେ ଘନୀଭୂତ ହୋଇ ପ୍ରଚୁର ବର୍ଷା ହୋଇଥାଏ । ଏହି ବର୍ଷା କୃଷିପାଇଁ ଉପଯୋଗୀ ହୋଇଥାଏ । ନଦୀ, ପୋଖରୀ ମଧ୍ଯ ପୂର୍ଣ୍ଣ ହୋଇଯାଏ । ଶୀତଦିନେ ମୌସୁମୀ ଭୂମିରୁ ସମୁଦ୍ର ଆଡ଼କୁ ପ୍ରବାହିତ ହୋଇଥାଏ । ଯାହା ଥଣ୍ଡା ଏବଂ ଶୁଖୁଲା ପାଗ ସୃଷ୍ଟି କରିଥାଏ । ଭାରତରେ ଏହି ମୌସୁମୀ ବାୟୁର ପ୍ରଭାବ ବର୍ଷସାରା ଅନୁଭୂତ ହୋଇଥାଏ ।

Question (ଘ).
ଚେନ୍ନାଇ ବର୍ଷସାରା ଉଷ୍ମ ବା ଉତ୍ତପ୍ତ ଥିବାବେଳେ ଲେହ ଥଣ୍ଡା ଥାଏ କାହିଁକି ? କଲା ।
Answer:
ଚେନ୍ନାଇ ସମୁଦ୍ରକୂଳରେ ଅବସ୍ଥିତ ହୋଇଥିବାରୁ ଏଠାରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୋଇଥାଏ । ପୁନଶ୍ଚ ଏହା ବିଷୁବରେଖାର ନିକଟତର ହୋଇଥବବାରୁ ବର୍ଷସାରା ଉଷ୍ଣ ଓ ଉତ୍ତପ୍ତ ରହିଥାଏ । ମାତ୍ର ଲେହ ସମୁଦ୍ରଠାରୁ ଅଧୂକ ଦୂରରେ ଅବସ୍ଥିତ, ତେଣୁ ଏଠାରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୁଏ ନାହିଁ । ଏହା ମଧ୍ୟ ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ଅବସ୍ଥିତ । ତେଣୁ ଲେହ ବର୍ଷସାରା ଥଣ୍ଡା ରହିଥାଏ ।

Question 3.
ଏହି ପୁସ୍ତକର ଶେଷରେ ଦିଆଯାଇଥ‌ିବା ଭାରତର ମାନଚିତ୍ରକୁ ଦେଖ ।
ଏହି ସହରଗୁଡ଼ିକର ଜଳବାୟୁ ଚିହ୍ନିତ କର : ଲେହ, ଚେନ୍ନାଇ, ଦିଲ୍ଲୀ, ପାଣାଜି ଏବଂ ଜୟପୁର ।

  • ଏହି ସ୍ଥାନ ସମୁଦ୍ର ନିକଟରେ, ପର୍ବତ ଉପରେ ବା ମରୁଭୂମିରେ ଅବସ୍ଥିତ ?
  • ଏହି ନିୟାମକଗୁଡ଼ିକ କିପରି ସେହିସବୁ ସ୍ଥାନର ଜଳବାୟୁକୁ ପ୍ରଭାବିତ କରେ ?

Answer:
ନିମ୍ନରେ ଲେହ, ଚେନ୍ନାଇ, ଦିଲ୍ଲୀ, ପାଣାଜୀ ଏବଂ ଜୟପୁର ଆଦି ସହରଗୁଡ଼ିକର ଜଳବାୟୁ ସମ୍ପର୍କରେ ଉଲ୍ଲେଖ କରାଗଲା ।
(i) ଲେହ – ଏହା ସମୁଦ୍ରଠାରୁ ବହୁ ଦୂରରେ ହିମାଳୟ ପାର୍ବତ୍ୟମାଳା ଅନ୍ତର୍ଗତ ଲଦାଖ ଅଞ୍ଚଳରେ ଅବସ୍ଥିତ । ଏହାର ଜଳବାୟୁ ଥଣ୍ଡା ଏବଂ ଶୀତଦିନେ ଅତ୍ୟନ୍ତ ଥଣ୍ଡା, ଖରାଦିନେ ଶୁଷ୍କ ଏବଂ ଥଣ୍ଡାଥାଏ ।

ପ୍ରଭାବ – ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ଦୂରରେ ଥିବାରୁ ଏହାର ତାପମାତ୍ରା ନିମ୍ନ ଏବଂ ଏଠାରେ ଶୁଷ୍କବାୟୁ ପ୍ରବାହିତ ହୁଏ । ଶୀତଦିନେ ଏଠାରେ ବରଫପାତ ହୋଇଥାଏ ।

(ii) ଚେନ୍ନାଇ – ଏହା ସମୁଦ୍ର କୂଳରେ ଅବସ୍ଥିତ । ବର୍ଷର ଅଧିକାଂଶ ସମୟ ଏଠାରେ ଉଷ୍ଣ, ଆର୍ଦ୍ର ଓ ଶୁଷ୍କ ଜଳବାୟୁ ଅନୁଭୂତ ହୁଏ ।
ପ୍ରଭାବ – ସମୁଦ୍ର କୂଳରେ ଏହାର ଅବସ୍ଥିତି ଥିବା ହେତୁ ଏହାର ତାପମାତ୍ରା ମଧ୍ୟମ ରହେ କିନ୍ତୁ ଆର୍ଦ୍ରତା ବଢ଼ିଯାଏ । ଉତ୍ତର ପୂର୍ବ ମୌସୁମୀ ବାୟୁ ହେତୁ ଏଠାରେ ମଧ୍ୟ ବର୍ଷା ହେଉଥିବାରୁ ଏଠାରେ ବର୍ଷକୁ ଦୁଇଯି ବର୍ଷାଋତୁ ହୋଇଥାଏ ।

(iii) ଦିଲ୍ଲୀ – ସମତଳ ଅଞ୍ଚଳରେ ସମୁଦ୍ରଠାରୁ ଦୂରରେ ଦିଲ୍ଲୀ ଅବସ୍ଥିତ । ଏଠାରେ ଜଳବାୟୁ ଗ୍ରୀଷ୍ମଦିନେ ଅଧ୍ବକ ଉଷ୍ଣ .ଏବଂ ଶୀତଦିନେ ମଧ୍ଯ ଅଧିକ ଥଣ୍ଡାଥାଏ ।
ପ୍ରଭାବ ସମୁଦ୍ରଠାରୁ ଦୂରରେ ଥ‌ିବାରୁ ସମୁଦ୍ର ତାହାର ତାପମାତ୍ରାକୁ ମଧ୍ଯ କରିପାରେ ନାହିଁ । ସୁତରାଂ ଏଠାରେ ଅଧ୍ବକ ଉତ୍ତାପ କିମ୍ବା ଅଧ‌ିକ ଥଣ୍ଡା ଅନୁଭୂତ ହୁଏ ।

(iv) ପାଣାଜୀ – ଏହା ଆରବ ସାଗର କୂଳରେ ଅବସ୍ଥିତ, ଏଠାରେ ଉଷ୍ଣମଣ୍ଡଳୀୟ ମୌସୁମୀ ଜଳବାୟୁ ପ୍ରବାହିତ ହୋଇଥାଏ । ଉଷ୍ଣ ଏବଂ ଆର୍ଦ୍ରତା ସହିତ ମୌସୁମୀ ପ୍ରଭାବରୁ ଅଧ୍ବକ ବର୍ଷା ହୋଇଥାଏ ।
ପ୍ରଭାବ – ସମୂଦ୍ର ଏହାର ତାପମାତ୍ରାକୁ ନିମ୍ନ କରିଥାଏ । ଅତ୍ୟତ୍ଵିକ ଆର୍ଦ୍ରତା ଏବଂ ମୌସୁମୀ ଯୋଗୁଁ ଅତ୍ୟଧ୍ଵକ ବର୍ଷା ମଧ୍ଯ ହୋଇଥାଏ ।

(v) ଜୟପୁର – ଏହି ସହ ରାଜସ୍ଥାନର ଥର୍ ମରୁଭୂମି ମଧ୍ଯରେ ଅବସ୍ଥିତ । ଏହାର ଜଳବାୟୁ ବେଶ୍ ଶୁଷ୍କ ଅଟେ । ଗ୍ରୀଷ୍ମ ଋତୁରେ ଏହା ଉତ୍ତପ୍ତ ଏବଂ ଶୀତ ଋତୁରେ ମଧ୍ଯମ ଧାରଣର ଥଣ୍ଡା ହୋଇଥାଏ ।
ପ୍ରଭାବ – ମରୁଭୂମି ନିକଟରେ ଥ‌ିବାରୁ ଗ୍ରୀଷ୍ମ ଦିନେ ଅଧିକ ତାପମାତ୍ରା ଏବଂ ଏଠାରେ ସ୍ଵଳ୍ପ ବର୍ଷା ହୋଇଥାଏ ।

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 4.
ଭାରତ ମାନଚିତ୍ରରେ ଗ୍ରୀଷ୍ମ ଓ ଶୀତ ଋତୁରେ ମୌସୁମୀ ଚକ୍ର ଦର୍ଶାଅ |
(କ) କେଉଁଠାରେ ପବନ ଗ୍ରୀଷ୍ମ ଓ ଶୀତ ଋତୁରେ ବହେ, ଚିହ୍ନଟ କର ।
(ଖ) ମୌସୁମୀ ସମୟରେ ବାୟୁର ଦିଗ ଦର୍ଶାଅ ।
Answer:
Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ-1

Question 5.
ଭାରତର କୃଷି ଓ ପାଗ ସହିତ ଜଡ଼ିତ ପର୍ବପର୍ବାଣି (ଅକ୍ଷୟ ତୃତୀୟା, ହୋଲି) ଦର୍ଶାଇ ରଙ୍ଗୀନ ପୋଷ୍ଟରମାନ ପ୍ରସ୍ତୁତ କର । ଏହି ପର୍ବପର୍ବାଣିର ଚିତ୍ର ବା ଛବି ଅଙ୍କନ କର ।
Answer:
ଭାରତରେ କୃଷି ସହିତ ଜଡ଼ିତ ଅନେକ ପର୍ବପର୍ବାଣୀ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଆରମ୍ଭକରି ହୋଲିରେ ଶେଷ ହୋଇଥାଏ । ଲୋରୀ, ବିହୁ, ପୋଙ୍ଗଲ ଏବଂ ମକରସଂକ୍ରାନ୍ତି ପର୍ବ ଭାରତର ବିଭିନ୍ନ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଥାଏ । ଏହି ପର୍ବଗୁଡ଼ିକ ବିଶେଷକରି କୃଷି ସହିତ ଜଡ଼ିତ ହୋଇଥାଏ । ମକର ସଂକ୍ରାନ୍ତି ପର୍ବ ଭାରତର ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ପାଳିତ ହୋଇଥାଏ । ସେହିପରି ଲୋରୀ ହରିୟାଣା, ହିମାଚଳପ୍ରଦେଶ ଓ ପଞ୍ଜାବରେ ପାଳିତ ହୋଇଥାଏ । ବିହୁ ପର୍ବ ଆସାମ ଓ ଉତ୍ତର ପୂର୍ବ ଭାରତରେ ପାଳିତ ହୋଇଥାଏ । ଓନମ୍ ଏବଂ ପୋଙ୍ଗଲ ଯଥାକ୍ରମେ କେରଳ ଓ ତାମିଲନାଡୁରେ ପାଳିତ ହୋଇଥାଏ । ଏହି ପର୍ବକୁ ଜାମ୍ମୁ ଏବଂ କାଶ୍ମୀରରେ ଶିଶୁର ସଂକ୍ରାନ୍ତି କୁହାଯାଏ । ଉ ଉତ୍ତର ପ୍ରଦେଶରେ ଏହି ପର୍ବକୁ କିଚେରି କୁହାଯାଉଥ‌ିବାବେଳେ ପଶ୍ଚିମରେ ଏହାକୁ ପୌଷ ସଂକ୍ରାନ୍ତି କୁହାଯାଏ । ଏହିପରି ଭାବରେ ଏହି ଶସ୍ୟ ପର୍ବଟି ସମଗ୍ର ଭାରତବର୍ଷରେ ପାଳିତ ହୋଇଥାଏ ।
Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ-2

Question 6.
ନିଜକୁ ଜଣେ କୃଷକ ମନେକର । ବର୍ଷାଋତୁପାଇଁ ତୁମେ କିପରି ପ୍ରସ୍ତୁତ ରହିବ ସେ ସମ୍ବନ୍ଧରେ ଏକ କ୍ଷୁଦ୍ର ଅନୁଚ୍ଛେଦ ଲେଖ ।
Answer:
ଅନୁଚ୍ଛେଦ : ମୁଁ ଜଣେ କୃଷକ । ବର୍ଷାଦିନ ଆସିବା ପୂର୍ବରୁ ଜମିକୁ ହଳକରି ଅକ୍ଷୟ ତୃତୀୟା ଦିନ ଧାନ ବିହନ ବୁଣାବୁଣି କରିଦେବି । ବର୍ଷା ପାଣି ଜମିରୁ ବୋହି ନଯିବାପାଇଁ ମୁଁ ଜମି ଚାରିପଟେ ଥ‌ିବା ହିଡ଼କୁ ଭଲ ଭାବରେ ଦୃଢ଼ କରିଦେବି । ଅଧ୍ବକ ବର୍ଷା ହେଲେ କିଛିପାଣି ବହି ଯିବାପାଇଁ ଜମି ସୀମାରେ ଏକ ଛୋଟ ନାଳ ଖୋଳିରଖୁଥାଏ । ଧାନଗଛ ଉଠିବାପରେ ଜମିରୁ ବାଳୁଙ୍ଗା ଗଛକୁ ବାଛି ଅଲଗା କରିଦେବି । ଠିକ୍ ସମୟରେ ବିଲରେ ତଳି ରୋଇବା, ବିଲ ବାଛିବା, ହିଡ଼ ହାଣିବା, କୀଟନାଶକ ଔଷଧ ଆଦି ପକାଇବା କାମ କରିବି । ମୁଁ ଜମିର ଓ ଫସଲର ଉପଯୁକ୍ତ ଯନ୍ ନେଲେ ବର୍ଷ ଶେଷରେ ଭଲ ଫସଲ ଅମଳ କରିପାରିବି ।

Question 7.
ପ୍ରାକୃତିକ ବିପର୍ଯ୍ୟୟ (ବାତ୍ୟା, ବନ୍ୟା, ଭୂ-ସ୍ଖଳନ ଓ ବନାଗ୍ନି) ଚିହ୍ନଟ କର । ଏଗୁଡ଼ିକର କାରଣ ଓ ପ୍ରଭାବ ସମ୍ପର୍କରେ ଛୋଟ ପ୍ରବନ୍ଧ ଲେଖ । ଏଗୁଡ଼ିକର ପ୍ରଭାବ ହାସ କରିବାପାଇଁ ବ୍ୟକ୍ତି, ଗୋଷ୍ଠୀ ଓ ସରକାର କି କି ପଦକ୍ଷେପ ନେଇପାରିବେ ସେ ସମ୍ବନ୍ଧରେ ପରାମର୍ଶ ଦିଅ ।
Answer:
ପୃଥ‌ିବୀ ବକ୍ଷରେ ପ୍ରକୃତିରେ ବାସ କରୁଥିବା ମାନବ ଓ ଅନ୍ୟ ପ୍ରାଣୀମାନେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥା’ନ୍ତି । ଏହି ବିପର୍ଯ୍ୟୟଗୁଡ଼ିକ ହେଲା, ବାତ୍ୟା, ବନ୍ୟା, ଭୂସ୍ଖଳନ, ଭୂମିକମ୍ପ ଏବଂ ବନାଗ୍ନି ।

ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇ କ୍ରମେ ବାତ୍ୟା ସୃଷ୍ଟି ହୋଇଥାଏ । ଏହା ସାମୁଦ୍ରିକ ଝଡ଼ ଭାବରେ ଭୂଭାଗରେ ପ୍ରବେଶ କରି ତୀବ୍ର ବେଗରେ ପ୍ରବାହିତ ହେବା ଯୋଗୁଁ ବହୁ ଘରଦ୍ଵାରା ଉଡ଼ାଇନିଏ । ବଡ଼ବଡ଼ ବୃକ୍ଷ ଉପୁଡ଼ି ପଡ଼େ । ଏଥ‌ିରେ ଅନେକ ଧନଜୀବନ ନଷ୍ଟ ହୋଇଥାଏ । ସେହିପରି ବନ୍ୟା ବର୍ଷାଦିନେ ନଦୀମାନଙ୍କରେ ଆସିଥାଏ । ବନ୍ୟାରେ ଘରଦ୍ୱାରା, ମଣିଷ, ପଶୁ ପ୍ରଭୃତି ଜଳସ୍ରୋତରେ ଭାସିଯାଆନ୍ତି । ଚାଷ ଜମିରେ ପାଣି ମାଡ଼ିଯାଇ ଫସଲ ନଷ୍ଟ ହୁଏ । ଭୂସ୍ଖଳନ ପାହାଡ଼ିଆ ଅଞ୍ଚଳରେ ସାଧାରଣତଃ ହୋଇଥାଏ । ଭୂମିକମ୍ପ ମଧ୍ଯ ଭୂପୃଷ୍ଠର କମ୍ପନ ହେତୁ ସମୟ ସମୟରେ ହୋଇଥାଏ । ସେହିପରି ଗ୍ରୀଷ୍ମଋତୁରେ ଜଙ୍ଗଲରେ ନିଆଁଲାଗି ବନାଗ୍ନି ସୃଷ୍ଟି ହୋଇଥାଏ । ଏହିସବୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବାପାଇଁ ଏବଂ ଏହାର ପ୍ରଭାବକୁ ହ୍ରାସ କରିବାପାଇଁ ବ୍ୟକ୍ତି, ଗୋଷ୍ଠୀ ଏବଂ ସହରକର ବିଭିନ୍ନ ପଦକ୍ଷେପମାନ ନେଇଥା’ନ୍ତି । ଲୋକମାନେ ସଚେତନ ରହିବା ସହିତ ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷା ଦେବାପାଇଁ ଆବଶ୍ୟକ ପଦକ୍ଷେପ ନେଇଥା’ନ୍ତି । ସରକାର ଏବଂ ବିଭିନ୍ନ ଗୋଷ୍ଠୀ ମଧ୍ୟ ଆବଶ୍ୟକୀୟ କାର୍ଯ୍ୟ କରିଥାନ୍ତି ଯଥା- ବାତ୍ୟା ସମୟରେ ବାତ୍ୟା’ ଆଶ୍ରୟ ସ୍ଥଳକୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା, ବନ୍ୟା ସମୟରେ ସରକାରଙ୍କଦ୍ଵାରା ଆଶ୍ରୟସ୍ଥଳକୁ ସ୍ଥାନୀନ୍ତର କରିବା ଏବଂ ରିଲିଫ୍ ବଣ୍ଟନ କାର୍ଯ୍ୟ କରାଯାଇଥାଏ । ଏହିସବୁ ପ୍ରାକୃତିକ ବିପର୍ଯ୍ୟୟରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଅଗ୍ନିଶମବାହିନୀ, ସାମରିକ ବାହିନୀ ଏବଂ ଆକାଶ ବାହିନୀ ନିୟୋଜିତ ହୋଇଥା’ନ୍ତି । ସେହିପରି ବିଭିନ୍ନ ଗୋଷ୍ଠୀରେ ଲୋକମାନେ ଦଳବଦ୍ଧ ହୋଇ ବନ୍ୟା ବାତ୍ୟାର ମୁକାବିଲା କରିଥା’ନ୍ତି । ଯାହାଫଳରେ ଅନେକ ଧନଜୀବନର ସୁରକ୍ଷା ହୋଇଥାଏ ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୪୫) :

Question 1.
କେଉଁ କାରଣରୁ ଭାରତର ଜଳବାୟୁରେ ବିବିଧତା ଦେଖାଯାଏ ।
Answer:
(i) ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ । ଏହା ମଧ୍ୟ ଜଳବାୟୁ କ୍ଷେତ୍ରରେ ପ୍ରଯୁଜ୍ୟ । ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ ଆଲ୍‌ପୀୟ ଜଳବାୟୁ ଅନୁଭୂତ ହୁଏ । ଶୀତଦିନେ ଅଧ୍ଵ ଥଣ୍ଡା ଓ ତୁଷାରପାତ ହୋଇଥାଏ । ଗ୍ରୀଷ୍ମ କାଳରେ ଶୀତଳ ଜଳବାୟୁ ଅନୁଭୂତ ହୁଏ । ଏଠାରେ ଲୋକମାନେ ସବୁଠାରୁ ମୋଟା ଶୀତବସ୍ତ୍ର ପରିଧାନ କରିଥାନ୍ତି ।

(ii) ହିମାଳୟର ନିମ୍ନଭାଗରେ ଅନେକ ପାହାଡ଼ିଆ ଅଞ୍ଚଳରେ ନାତିଶୀତୋଷ୍ଣ ଜଳବାୟୁ ଅନୁଭୂତ ହୁଏ । ଏଠାରେ ଶୀତଦିନେ ମଧ୍ୟମ ଧରଣର ଶୀତ ଓ ଗ୍ରୀଷ୍ମକାଳରେ ଅଧ‌ିକ ଗରମ ହୋଇ ନଥାଏ । ଏଥିପାଇଁ ଏଠାରେ ଶୈଳନିବାସମାନ ଦେଖାଯାଏ ।

(iii) ଉତ୍ତରସ୍ଥ ସମତଳ ଭୂମିରେ ଉପକ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୁଏ । ଏଠାକାର ଗ୍ରୀଷ୍ମଋତୁ ଉତ୍ତପ୍ତ ଏବଂ ଶୀତଋତୁ ବେଶ୍ ଥଣ୍ଡା । ଏହି ଅଞ୍ଚଳରେ ଭାରତର ସର୍ବାଧ‌ିକ ଗହମ ଚାଷ ହୋଇଥାଏ ।

(iv) ପଶ୍ଚିମସ୍ଥ ଥର୍ ମରୁଭୂମିର ଜଳବାୟୁ ଅତି ଶୁଷ୍କ । ଏଠାରେ ଦିନବେଳା ଅଧ୍ଵ ଗରମ ଏବଂ ରାତିରେ ଅଧିକ ଶୀତ ହୋଇଥାଏ ଏବଂ ଅତିକମ୍ ବୃଷ୍ଟିପାତ ହୋଇଥାଏ । ଏହି ଅଞ୍ଚଳର ଅସ୍ଵାସୀମାନେ ଜଳସଂଗ୍ରହ ଏବଂ ଜଳ ସଞ୍ଚୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥାମାନ କରିଛନ୍ତି ।

(v) ପଶ୍ଚିମ ଉପକୂଳ ଅଞ୍ଚଳରେ ମୌସୁମୀ ମାସରେ ପ୍ରଚୁର ବୃଷ୍ଟିପାତ ହୋଇଥାଏ । ଏଠାରେ ଆର୍ଦ୍ର କ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୁଏ । ଯାହା ଧାନ ଏବଂ ବିଭିନ୍ନ ମସଲା ଆଦିର ଚାଷ ପାଇଁ ବେଶ୍ ଉପଯୋଗୀ ହୋଇଥାଏ ।

(vi) କେନ୍ଦ୍ରୀୟ ଡେକାନ୍ ମାଳଭୂମିରେ ଅର୍ଥଶୁଷ୍କ ଜଳବାୟୁ ଅନୁଭୂତ ହୁଏ । ଏଠାକାର ଗ୍ରୀଷ୍ମଋତୁରେ ଗରମ, ଶୀତଋତୁରେ ହାଲ୍‌କା ଶୀତ ଏବଂ ବର୍ଷା ଋତୁରେ ମଧ୍ଯମ ଧାରଣର ବର୍ଷା ହୋଇଥାଏ । ପୂର୍ବ ଭାରତ ଏବଂ ଦକ୍ଷିଣ ଉପଦ୍ୱୀପରେ କ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୋଇଥାଏ । ଏଠାରେ ମୃଦୁ ଶୀତ ଋତୁ ଓ ମୌସୁମୀ ବାୟୁଦ୍ଵାରା ନିୟନ୍ତ୍ରିତ ନିର୍ଦ୍ଦିଷ୍ଟ ଶୁଷ୍କ ଓ ଆର୍ଦ୍ର ଋତୁ ବାସନୀୟ ପରିଲକ୍ଷିତ ହୁଏ ।

Question 2.
ମୌସୁମୀ କ’ଣ ? ଏହା କିପରି ସୃଷ୍ଟି ହୁଏ ?
Answer:
ମୌସୁମୀ ଶବ୍ଦ ସହିତ ଆମେମାନେ ବେଶ୍ ପରିଚିତ । ମୌସୁମୀ ବର୍ଷାରେ ନଦୀଗୁଡ଼ିକ ପୂରି ଉଠନ୍ତି, ମାଟି ଜଳରେ ଓଦା ହୁଏ । ବାଡ଼ିବଗିଚା ଓ କ୍ଷେତ ଶସ୍ୟଶ୍ୟାମଳା ହୋଇ ଉଠନ୍ତି । ବାସ୍ତବରେ ‘ମୌସୁମୀ’ ଶବ୍ଦଟି ଆରବ ଶବ୍ଦ ‘ମୌସୁମ୍’ରୁ ଆସିଛି, ଯାହାର ଅର୍ଥ ଋତୁ । ଆଷ୍ଟ୍ରଲିଆ, ଆଫ୍ରିକା, ଦକ୍ଷିଣ ଏସିଆ ସମେତ ଭାରତ ମହାସାଗର ଓ ଚତୁଃପାର୍ଶ୍ୱସ୍ଥ ବିସ୍ତୀର୍ଣ୍ଣ ଅଞ୍ଚଳରେ ପ୍ରବାହିତ ଋତୁକାଳୀନ ବାୟୁକୁ ଏହା ବୁଝାଇଥାଏ । ଏହା ପ୍ରଭାବରେ ଭାରତରେ ବର୍ଷା ହୋଇଥାଏ । ଏହାର ସୃଷ୍ଟି ପ୍ରକ୍ରିୟା ଜଟିଳ, ସ୍ଥଳଭାଗ ଜଳଭାଗ ତୁଳନାରେ ଶୀଘ୍ର ଉତ୍ତପ୍ତ ଓ ଶୀତଳ ହେବା ସରଳ ତଥ୍ୟ ଉପରେ ଏହା ପର୍ଯ୍ୟବସିତ । ସାଧାରଣତଃ ଗ୍ରୀଷ୍ମଋତୁରେ ଭାରତ ମହାସାଗର ଆଡୁ ଏହି ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ । ଗ୍ରୀଷ୍ମ ଋତୁରେ ସ୍ଥଳ ଭାଗ ଅଧ‌ିକ ଗରମ ହୋଇଥାଏ ଏବଂ ‘ଏହା ଉପରେ ଏକ ତୀବ୍ର ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଥାଏ । ଠିକ୍ ଏହି ସମୟରେ ସମୁଦ୍ର ଶୀତଳ ଥାଏ । ତେଣୁ ସେଠାରେ ଗୁରୁଚାପ ସୃଷ୍ଟି ହୋଇଥାଏ । ବାୟୁ ସର୍ବଦା ଗୁରୁଚାପ ଅଞ୍ଚଳରୁ ଲଘୁଚାପ ଅଞ୍ଚଳକୁ ପ୍ରବାହିତ ହୋଇଥାଏ । ଏହି କାରଣରୁ ସମୁଦ୍ରରୁ ବାୟୁ ସ୍ଥଳପଥ ଆଡ଼କୁ ପ୍ରବାହିତ ହୋଇଥାଏ ଏବଂ ଏହି ବାୟୁରେ ଜଳୀୟବାଷ୍ପପୂର୍ଣ୍ଣ ହୋଇଥାଏ । ଏହା ଉଷ୍ଣ ସ୍ଥଳଭାଗ ଉପରେ ଘନୀଭୂତ ହୁଏ ଏବଂ ପ୍ରଚୁର ବର୍ଷା କରାଇଥାଏ ।

ଶୀତଦିନେ ପରିସ୍ଥିତି ଓଲଟିଯାଏ । ସେତେବେଳେ ସ୍ଥଳଭାଗ, ଜଳଭାଗ ଅପେକ୍ଷା ଶୀଘ୍ର ଶୀତଳ ହୋଇଥାଏ । ଏହି ସମୟରେ ସ୍ଥଳଭାଗ ଉପରେ ଗୁରୁଚାପ ଓ ଜଳଭାଗରେ ଲଘୁଚାପ ସୃଷ୍ଟିହୁଏ । ଫଳରେ ବାୟୁ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ । ସ୍ଥଳଭାଗର ବାୟୁରେ ଜଳବାୟୁରେ ଜଳୀୟବାଷ୍ପ କମ୍ ଥିବାରୁ ଏସିଆର ଅଧିକାଂଶ ଅଞ୍ଚଳରେ ପାଗ ଶୁଖୁଲା ରହିଥାଏ ।

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 3.
ଅର୍ଥନୀତି, ସଂସ୍କୃତି ଏବଂ ସମାଜ ଉପରେ ଜଳବାୟୁ କି ପ୍ରଭାବ ପକାଇଥାଏ ।
Answer:
ଜଳବାୟୁର ପ୍ରଭାବ ଭାରତର ଅର୍ଥନୀତି, ସଂସ୍କୃତି ଓ ସମାଜ ଉପରେ ବହୁ ମାତ୍ରାରେ ପଡ଼ିଥାଏ ।
(i) ଅର୍ଥନୀତି– ଭାରତର କୃଷି ମୌସୁମୀ ବାୟୁ ପ୍ରବାହ ଜନିତ ବର୍ଷା ଉପରେ ନିର୍ଭର କରିଥାଏ । ପର୍ଯ୍ୟାପ୍ତ ବର୍ଷା, କୃଷି ଏବଂ ଗ୍ରାମାଞ୍ଚଳର ନିଯୁକ୍ତିକୁ ସହାୟକ ହୋଇଥାଏ । ମୌସୁମୀ ବର୍ଷା ନହେଲେ କୃଷି ବାଧାପ୍ରାପ୍ତ ହୁଏ, ଜଳାଭାବ ଦେଖା ଯାଇଥାଏ, ଖାଦ୍ୟଶସ୍ୟର ଦରଦାମ୍ ବଢ଼ିଯାଏ । ଏପରିକି ମରୁଡ଼ି ମଧ୍ୟ ହୋଇଥାଏ । ସୁତରାଂ ଜଳବାୟୁ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇଥାଏ ।

(ii) ସାଂସ୍କୃତିକ ପ୍ରଭାବ – ଭାରତର ଅନେକ ପର୍ବପର୍ବାଣି ଯଥା ବୈଶାଖୀ, ପୋଙ୍ଗଲ, ଓନମ୍ ଇତ୍ୟାଦି କୃଷି ଓ ଜଳବାୟୁ ସହିତ ଜଡ଼ିତ । ଏହି ପର୍ବଗୁଡ଼ିକର ପାଳନ ଆମ ଦେଶର ସାଂସ୍କୃତିକ ପରମ୍ପରା ଜଳବାୟୁ ସହିତ ଜଡ଼ିତ ଥ‌ିବା ଦର୍ଶାଇଥାଏ ।

(iii) ସାମାଜିକ ପ୍ରଭାବ – ଜଳବାୟୁ ଲୋକମାନଙ୍କର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ । ସେମାନଙ୍କଋର ଖାଦ୍ୟ, ପୋଷାକ, ବାସଗୃହ ଏବଂ ଦୈନିକ କାର୍ଯ୍ୟକ୍ରମ ମଧ୍ୟ ଜଳବାୟୁଦ୍ଵାରା ନିୟନ୍ତ୍ରତ ହୋଇଥାଏ ।

(iv) ଉଦାହରଣ ସ୍ୱରୂପ – ଶୀଦିନେ ଉଷ୍ଣବସ୍ତ୍ର ପରିଧାନ, ଗୃହକୁ ଉଷ୍ଣ ରଖୁବା ଓ ଉଷ୍ଣ ଖାଦ୍ୟ, ଜଳ ଲୋକମାନେ ଗ୍ରହଣ କରିଥାନ୍ତି । ସେହିପରି ଗ୍ରୀଷ୍ମଦିନେ ସୂତାବସ୍ତ୍ର ପରିଧାନ, ଗୃହକୁ ଥଣ୍ଡା ରଖୁବା ଏବଂ ଥଣ୍ଡା ପାନୀୟ ମଧ୍ୟ ଲୋକମାନେ ପିଇଥାନ୍ତି ।

Question 4.
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାଜନିତ ପ୍ରସ୍ତୁତି ପାଇଁ ଜଳବାୟୁ ସମ୍ବନ୍ଧୀୟ ଜ୍ଞାନ କିପରି ସହାୟକ ହୋଇଥାଏ ?
Answer:
(i) ଜଳବାୟୁକୁ ସଠିକ୍ ବୁଝିବାଦ୍ୱାରା ପାଗ କେତେବେଳେ ଖରାପ ହୋଇଯିବ ସେ ବିଷୟରେ ଆମକୁ ଜଣାପଡ଼େ । ଫଳରେ ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷୟକ୍ଷତି ବହୁ ପରିମାଣରେ ରୋକି ହେବ । ଉଦାହରଣ ସ୍ଵରୂପ, ମୌସୁମୀ ଆସୁଛି ବୋଲି ଜାଣିବାଦ୍ଵାରା ଆମେ ନଦୀବନ୍ଧଗୁଡ଼ିକୁ ମରାମତି କରି ବନ୍ୟା ଜନିତ କ୍ଷୟକ୍ଷତି ହ୍ରାସ କରିପାରିବା ।

(ii) ‘ବାତ୍ୟାର ପୂର୍ବ ସୂଚନା ପାଇବାଦ୍ଵାରା ମନୁଷ୍ୟ ଗୃହପାଳିତ ପଶୁଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିପାରିବା । ଏହାଦ୍ଵାରା ଧନଜୀବନ ହାନି ବହୁମାତ୍ରାରେ ହ୍ରାସ ପାଇବ ।

(iii) ମରୁଡ଼ିର ସମ୍ଭାବନା ଥିଲେ ଜଳସଂରକ୍ଷଣ ତଥା ଉତ୍ତମ ପରିଚାଳନା ମାଧ୍ୟମରେ ଶସ୍ୟହାନି ରୋକିପାରିବା ।

(iv) ସୁତରାଂ, ଜଳବାୟୁ ସମ୍ବନ୍ଧୀୟ ଜ୍ଞାନ ଆମକୁ ତଥା ଆମ ଘର ଓ ଶସ୍ୟକୁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷିତ ରଖୁବାରେ ସହାୟକ ହୋଇଥାଏ ।

Question 5.
ଜଳବାୟୁ ପରିବର୍ତ୍ତନ କ’ଣ ? ଏହାର କି କି ପରିଣାମ ରହିଛି ?
Answer:
ଜଳବାୟୁରେ ଦୀର୍ଘକାଳୀନ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ । ଏହା ବ୍ୟାପକ ବା ଆଞ୍ଚଳିକ ଭିଭିରେ ହୋଇପାରେ । ଏହି ପରିବର୍ତ୍ତନ ତାପମାତ୍ରା, ବର୍ଷଣ ଏବଂ ପାଗଜନିତ ଘଟଣାବଳୀରେ ପରିବର୍ଭନ କାରଣରୁ ହୋଇଥାଏ । ନିୟୁତ ନିୟୁତ ବର୍ଷ ପୂର୍ବେ ବିଭିନ୍ନ ପ୍ରାକୃତିକ ପ୍ରକ୍ରିୟା ହିଁ ଜଳବାୟୁ ପରିବର୍ତ୍ତନର ବାରଣ ଥିଲା । ଉନବିଂଶ ଶତାବ୍ଦୀ ପରଠାରୁ ମୁଖ୍ୟତଃ ମାନବୀୟ କାର୍ଯ୍ୟକଳାପ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରୁଛି । ବିଶେଷତଃ ଜୀବାଶ୍ମ ଇନ୍ଧନର ଦହନ, ବନ୍ୟ କ୍ଷୟ, ପରିବେଶ ପାଇଁ କ୍ଷତିକାରକ ଶିଳ୍ପୀକରଣ, ଅଧୂକ ଉତ୍ପାଦନ ଓ ବିଭିନ୍ନ ସାମଗ୍ରୀର ଅତ୍ୟଧିକ ତଥା ଅପବ୍ୟବହାର, ପୂର୍ଣ୍ଣ ଉପଭୋଗ ଆଦି ଏଥ‌ିପାଇଁ ଦାୟୀ ।

ଜଳବାୟୁ ପରିବର୍ତ୍ତନର ପରିଣାମ ଅନେକ ଦେଖିବାକୁ ମିଳିଥାଏ । ଏହାଦ୍ଵାରା ପୃଥ‌ିବୀ ବକ୍ଷରେ ତାପମାତ୍ରା ବୃଦ୍ଧିପାଏ, ବରଫାବୃତ ଅଞ୍ଚଳଗୁଡ଼ିକ ତାପଦ୍ଵାରା ତରଳି ସମୁଦ୍ର ପତ୍ତନ ବୃଦ୍ଧିପାଏ । ବନ୍ୟା, ବାତ୍ୟା, ମରୁଡ଼ି ମଧ୍ଯ ଦେଖାଦିଏ । କୃଷି ଓ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଜଟିଳ ସମସ୍ୟା ସୃଷ୍ଟି ହୋଇଥାଏ । ପରିବେଶ ପ୍ରତି ମଧ୍ୟ ଅନେକ ଆହ୍ବାନ ଦେଖାଦିଏ । ସର୍ବଶେଷରେ ଅର୍ଥନୀତି ଓ ମାନବ ସ୍ଵାସ୍ଥ୍ୟ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦିଏ ।

ଆସ ଅନୁସନ୍ଧାନ କରିବା :

Question 1.
ତୁମ ପ୍ରିୟ ଋତୁଟି କ’ଣ ? ଏହାର କାରଣ ବୁଝାଇ ଏକ ସଂକ୍ଷିପ୍ତ ରଚନା ଲେଖ ।
Answer:
ମୁଁ ଶୀତ ଋତୁକୁ ଅଧିକ ଉପଭୋଗ କରେ । ଶୀତୁଆ ସକାଳର ଗରମ ଚା’କପ୍ ଅତ୍ୟନ୍ତ ଆନନ୍ଦଦାୟକ ହୋଇଥାଏ । ଏହି ଋତୁରେ ବଗିଚାରେ ଫୁଟିଥୁବା ନାନାଦି କିସମର ଫୁଲ ଯଥା- ଗେଣ୍ଡୁ, ଡାଲିଆ, ଜିନିଆ, ଗୋଲାପ, ସୂର୍ଯ୍ୟମୂଖୀ ଆଦି ମନକୁ ମୋହିଦିଏ । ଏହି ସମୟରେ ବହୁତ ପ୍ରକାର ପନିପରିବା ଯଥା କୋବି, ବିନ୍, ବିଲାତିବାଇଗଣ, ବାଇଗଣ, ମଟର ଛୁଇଁ, ଗାଜର ଆଦି ସୁଲଭ ଦରରେ ମିଳିଥାଏ । ଶୀତ ଲାଗୁଥୁବାରୁ ଗରମ ପୋଷାକର ଆବଶ୍ୟକତା ପଡ଼ିଥାଏ । ପ୍ଲେଟର, କୋଟ, ମଫଲର, ସାଲ୍ ଆଦିରେ ଶରୀରକୁ ଆବୃତ୍ତ କରି ରଖୁବାକୁ ପଡ଼େ । ଏହି ସମୟରେ ଖରାର ପ୍ରକୋପ କମ୍ ଥ‌ିବାରୁ ବାହାରେ ବଣଭୋଜି କରିବାକୁ ଭଲ ଲାଗେ । ଏହି ଋତୁକୁ ସାଧାରଣତଃ ବଣଭୋଜି ଋତୁ କହିଲେ ଭୁଲ୍ ହେବନାହିଁ ।

Question 2.
ତୁମ ଶ୍ରେଣୀର ତିନି ଚାରିଜଣ ପିଲାମିଶି ଗୋଟିଏ ଗୋଟିଏ ଦଳ ଗଠନ କର । ଋତୁ ବିଷୟରେ ତୁମ ଅଞ୍ଚଳରେ ସଙ୍ଗଠିତ ନିର୍ଦ୍ଦିଷ୍ଟ ଘଟଣାବଳୀଗୁଡ଼ିକ ସମ୍ବନ୍ଧରେ ଆଲୋଚନା କର । ସେହି ଘଟଣା ସମ୍ବନ୍ଧିତ ସଙ୍ଗୀତ, ଭୋଜିଭାତରେ ହେଉଥିବା ସ୍ଵତନ୍ତ୍ର ଖାଦ୍ୟ, ତଥା ଚଳଣି ଆଦି ବିଷୟରେ ତଥ୍ୟ ସଂଗ୍ରହ କର । ଏହି ତଥ୍ୟଗୁଡ଼ିକୁ ଲିପିବଦ୍ଧ କର ଏବଂ ତୁମର ଉପଲବ୍ଧିକୁ ଶ୍ରେଣୀଗୃହରେ ଆଲୋଚନା କର ।
Answer:
ମୁଁ ଏବଂ ମୋର ଶ୍ରେଣୀର ତିନିଜଣ ପିଲା ମିଶି ବିଭିନ୍ନ ଋତୁରେ ହେଉଥ‌ିବା ପର୍ବପର୍ବାଣି, ସଙ୍ଗୀତ, ଇତ୍ୟାଦି ସମ୍ପର୍କରେ ଏକ ଆଲୋଚନା କଲୁ । ପ୍ରଥମେ ଆମେ ଜାନୁୟାରୀ ମାସରେ ହେଉଥ‌ିବା ମକର ସଂକ୍ରାନ୍ତି ପର୍ବ ବିଷୟରେ କଥା ହେଲୁ । ଏହି ପର୍ବ ସୂର୍ଯ୍ୟଦେବତାଙ୍କୁ ଅର୍ପଣ କରାଯାଇଥାଏ ଏବଂ ଏହା ଅତ୍ୟନ୍ତ ପବିତ୍ର ପର୍ବ । ଲୋକମାନେ ଏହି ପର୍ବରେ ବିଭିନ୍ନ ପ୍ରକାର ଲଡୁ, ମିଠା, ମୁଆଁ ଇତ୍ୟାଦି ପ୍ରସ୍ତୁତ କରିଥାନ୍ତି । ନଦୀରେ ଗାଧେଇଥା’ନ୍ତି । ଗୁଡ଼ି ଉଡ଼ାଇଥା’ନ୍ତି । ଏହି ପର୍ବକୁ ଅନ୍ୟ ରାଜ୍ୟରେ ମଧ୍ୟ ଭିନ୍ନ ନାମରେ ପାଳନ କରାଯାଇଥାଏ, ଯଥା- ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋରୀ ଇତ୍ୟାଦି ।

ବସନ୍ତ ଋତୁର ଆଗମନରେ ବସନ୍ତ ପଞ୍ଚମୀ ପର୍ବ ପାଳିତ ହୋଇଥାଏ । ଏହି ପର୍ବରେ ମା’ ସରସ୍ଵତୀଙ୍କୁ ପୂଜା କରାଯାଇଥାଏ । ଘରେ ଘରେ ହଳଦିଆ ଖାଦ୍ୟ ଇତ୍ୟାଦି ରନ୍ଧନ କରାଯାଇଥାଏ ଏବଂ ଲୋକମାନେ ମଧ୍ଯ ହଳଦିଆ ବସ୍ତ୍ର ପରିଧାନ କରିଥାନ୍ତି । ମାର୍ଚ୍ଚ ମାସରେ ଦୋଳ ଏବଂ ହୋଲି ପର୍ବ ପାଳିତ ହୋଇଥାଏ । ଗ୍ରୀଷ୍ମ ଋତୁରେ ରଜ ଓ ବୈଶାଖୀ ମେଳା ପାଳିତ ହୋଇଥାଏ । ପବିତ୍ର ଅକ୍ଷୟ ତୃତୀୟାରେ କୃଷକ ଜମିକୁ ହଳକରି ବିହନ ବୁଣିଥାଏ । ସେହିପରି ଅକ୍ଟୋବର ମାସରେ ପାଳିତ ହେଉଥ‌ିବା ଦଶହରା ପର୍ବ ବିଷୟରେ ଆଲୋଚନା କଲୁ । ଏହି ପର୍ବରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ ।

ଶେଷରେ ଆମେ ଓନମ୍ ପର୍ବ ବିଷୟରେ ଆଲୋଚନା କଲୁ । ଏହା କେରଳରେ ପାଳିତ ହୋଇଥାଏ । ଭଲ ଶସ୍ୟ ଅମଳ ହୋଇଥିବାରୁ ଏହି ପର୍ବ ସେହି ଉପଲକ୍ଷେ ପାଳନ କରାଯାଏ । ଲୋକମାନେ ଘରକୁ ଅତି ସୁନ୍ଦର ଭାବରେ ଫୁଲରେ ସଜାଇଥା’ନ୍ତି । ଦୋଳିର ଆୟୋଜେନ ହୋଇଥାଏ । ସାଂସ୍କୃତିକ ପର୍ବ ଭାବେ ଏଥରେ ନୌକା ପ୍ରତିଯୋଗିତା କରାଯାଇଥାଏ ।

Question 3.
ଶୀତ ଋତୁ ଆସିବା ପୂର୍ବରୁ ତୁମ ଅଞ୍ଚଳର କେଉଁ ବୃକ୍ଷଗୁଡ଼ିକ ସେମାନଙ୍କର ରୂପ ରଙ୍ଗ ବଦଳାଇଥା’ନ୍ତି ? ଏହି ସମୟରେ କିଛି ବୃକ୍ଷ, ପତ୍ରଝଡ଼ା ଦେଇଥା’ନ୍ତି କି ? ଏପରି କାହିଁକି ହୁଏ ବୋଲି ଭାବୁଛ ? ସେହି ଗଛଗୁଡ଼ିକୁ ଚିହ୍ନଟ କର ଏବଂ ସେଗୁଡ଼ିକର ସ୍ଥାନୀୟ ନାମ ଲେଖ ।
Answer:
ଶୀତଋତୁ ଆସିବା ପୂର୍ବରୁ କେତେକ ବୃକ୍ଷ ସେମାନଙ୍କର ରୂପରଙ୍ଗ ବଦଳାଇଥା’ନ୍ତି । ଶରତ ଏବଂ ହେମନ୍ତ ଋତୁରେ କିଛି ସ୍ଥାନରେ ବୃକ୍ଷଗୁଡ଼ିକ ପତ୍ରଝଡ଼ା ଦେଇଥାନ୍ତି । ଏହି ବୃକ୍ଷଗୁଡ଼ିକ ହେଲା ମନ୍ଦାର, ଟଗର, ଚମ୍ପା, ପିପ୍ପଳ ଇତ୍ୟାଦି । ତାପମାତ୍ରା କମିବାରୁ ଏହି ଗଛଗୁଡ଼ିକ ମଧ୍ୟରେ ଏପରି ପରିବର୍ତ୍ତନ ଆସିଥାଏ ।

Question 4.
ଉଦ୍‌ଗାମଣ୍ଡଳମ୍ (ଉଟି) ଓ କୋଇମ୍ବାଟୁର ସ୍ଥାନ ଦୁଇଟି ପ୍ରାୟ ସମାନ ଉଚ୍ଚତାରେ ଅବସ୍ଥିତ । ତେବେ ଭଟିଠାରେ ଗ୍ରୀଷ୍ମକାଳରେ ତାପମାତ୍ରାର ବ୍ୟବଧାନ ୧୦°-୨୫° ସେଲ୍‌ସିୟସ୍ ହୋଇଥିବାବେଳେ କୋଇମ୍ବାଟୁରରେ ଏହା ୨୫° – ୩୮° ସେଲ୍‌ସିୟସ୍ । ଏହି ସ୍ଥାନ ଦୁଇଟି ମଧ୍ଯରେ ଏତେ ପରିମାଣରେ ତାପମାତ୍ରାରେ ପାର୍ଥକ୍ୟ ହୋଇଥାଏ କାହିଁକି ? ଏ ବିଷୟରେ ତୁମେ କ’ଣ ଚିନ୍ତା କରୁଛ ?
Answer:
ଯଦିଓ ଉଟି ଏବଂ କୋଏମ୍ବାଟୁର ପ୍ରାୟ ଏକ ଅକ୍ଷାଂଶରେ ଅବସ୍ଥିତ ତଥାପି ସେମାନଙ୍କର ତାପମାତ୍ରାରେ ପାର୍ଥକ୍ୟ ଆସିଥାଏ । ଉଟିର ତାପମାତ୍ରା ୧୦°ରୁ ୨୫° ସେଲ୍‌ସିୟସ୍ ହୋଇଥିବାବେଳେ କୋଏମ୍ବାଟୁର୍‌ର ତାପମାତ୍ରା ୨୫° ରୁ ୩୮° ସେଲ୍‌ସିୟସ୍ ହୋଇଥାଏ । ଏହି ଦୁଇଟି ସ୍ଥାନ ମଧ୍ୟରେ ତାପମାତ୍ରାର ପାର୍ଥକ୍ୟ ସ୍ଥାନ ଦୁଇଟିର ସମୁଦ୍ର ପତ୍ତନରୁ ଉଚ୍ଚତା ଭିତ୍ତିରେ ହୋଇଥାଏ । ଉଟି ସମୁଦ୍ର ପତ୍ତନରୁ ଅଧ‌ିକ ଉଚ୍ଚରେ ଥିବାରୁ ତା’ର ତାପମାତ୍ରା କମ୍ ଥାଏ ଏବଂ କୋଏମ୍ବାଟୁର ସମୁଦ୍ର ପତ୍ତନରୁ କମ୍ ଉଚ୍ଚରେ ଥିବାରୁ ତା’ର ତାପମାତ୍ରା ଉଟି ତୁଳନାରେ ଅଧିକ ଥାଏ ।

Question 5.
ମୌସୁମୀ ବର୍ଷାର ପୂର୍ବାନୁମାନ କରିବାର କ୍ଷମତା ଭାରତରେ ଜୀବନଯାତ୍ରାରେ ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ହୋଇଥିବାରୁ ଆମର ପୂର୍ବପୁରୁଷମାନେ ଚତୁଃପାର୍ଶ୍ଵର ପ୍ରକୃତିକୁ ଯନ୍ତ୍ର ସହକାରେ ନିରୀକ୍ଷଣ କରୁଥିଲେ । ସେମାନେ ନିଜସ୍ଵ ଅଭିଜ୍ଞତା ଆଧାରରେ ସ୍ଥାନୀୟ ପାରମ୍ପରିକ ଜ୍ଞାନ ବିକଶିତ କରିଛନ୍ତି । ଏହି ପାରମ୍ପରିକ ଜ୍ଞାନ ଆମର ଐତିହ୍ୟ, ଏହାକୁ ସବୁ ପ୍ରକାରେ ସଂରକ୍ଷିତ ରଖୁବା ଆବଶ୍ୟକ । ଉଦାହରଣ ସ୍ୱରୂପ, କୋଙ୍କଣ ଉପକୂଳର ଧୀବରମାନେ ମାଛମାନଙ୍କ ବ୍ୟବହାରରୁ ମୌସୁମୀ ବାୟୁର ଆଗମନ ବିଷୟରେ ଜାଣିଥା’ନ୍ତି । ସାଧାରଣତଃ ମୌସୁମୀ ପ୍ରବାହ ପୂର୍ବରୁ ଗଭୀର ଜଳରେ ଥ‌ିବା ମାଛମାନେ ଜଳପୃଷ୍ଠକୁ ଚାଲି ଆସିଥା’ନ୍ତି । ଦକ୍ଷିଣ ଭାରତରେ ସୁନାରୀ ଗଛ (କାଶିଆ ଫିସ୍ତୁଲା)ରେ ଫୁଲ ଧରିଲେ ପଚାଶ ଦିନ ମଧ୍ୟରେ ମୌସୁମୀ ଆସିବ ବୋଲି କୁହାଯାଏ । କେତେକ ସଂପ୍ରଦାୟ ବିଶ୍ଵାସ କରନ୍ତି ଯେ କାଉମାନେ ଗଛର ଉପର ଅଂଶରେ ବସା ବାନ୍ଧିଲେ ସ୍ୱଳ୍ପ ବୃଷ୍ଟି ହୋଇଥାଏ । ପ୍ରକାରାନ୍ତରେ ବସାଗୁଡ଼ିକ ଅଳ୍ପ ଉଚ୍ଚରେ ଥିଲେ ପ୍ରବଳ ବର୍ଷା ହେବାର ସୂଚନା ଦେଇଥାଏ । ତୁମ ଅଞ୍ଚଳରେ ବର୍ଷା, କୁହୁଡ଼ି, ତୁଷାରପାତ ଓ କୁଆପଥର ବୃଷ୍ଟି ଭଳି ଘଟଣା ସବୁର ପୂର୍ବାନୁମାନ ପାଇଁ ବ୍ୟବହୃତ ସ୍ଥାନୀୟ ଜ୍ଞାନର ଏକ ତାଲିକା ପ୍ରସ୍ତୁତ କର ।
Answer:
ଆମର ପୂର୍ବପୁରୁଷମାନେ ଥିଲେ ପ୍ରକୃତିର ନୀରବ ସାଧକ । ଆଜିକାଲି ଭଳି ବୈଜ୍ଞାନିକ ଜ୍ଞାନ ସେମାନଙ୍କର ନଥିଲା । ତେଣୁ ସେମାନେ ପ୍ରକୃତିରେ ବାସ କରୁଥିବା ପ୍ରାଣୀ, ବୃକ୍ଷ, ପଶୁ, ପକ୍ଷୀ ଇତ୍ୟାଦିଙ୍କର ଚାଲିଚଳଣିକୁ ଅନୁଧ୍ୟାନ କରି ବର୍ଷା, କୁହୁଡ଼ି, ତୁଷାରପାତ ଓ କୁଆପଥର ବୃଷ୍ଟି ଭଳି ଘଟଣାର ପୂର୍ବାନୁମାନ କରୁଥିଲେ । ପାରାମାନେ ଧୁଳିରେ ଝାଡ଼ିହେବା, କିମ୍ବା ଘରଚଟିଆ ଜୋର୍‌ରେ ବୋବାଇବା ଘଟଣା ବର୍ଷା ଆଗମନର ସଙ୍କେତ ଦେଇଥାଏ । ସେହିପରି ପିମ୍ପୁଡ଼ିମାନେ ସେମାନଙ୍କର ଗୃହରେ ଖାଦ୍ୟ ସଂଗ୍ରହ କରି ରହିଯିବା ଘଟଣା ମଧ୍ୟ ବର୍ଷା ହେବାର ସୂଚନା ଦେଇଥାଏ ।

ଶୀତଦିନେ ସକାଳୁ କାକର ପଡ଼ିବା, ଭଲ ପାଗର ସୂଚନା ଦେଇଥାଏ । ବସନ୍ତ ଋତୁରେ ହଠାତ୍ କୋହଲା ପାଗ ସୃଷ୍ଟି ହେବା ଏବଂ କଳା ବାଦଲ ଦେଖାଦେବା ସଙ୍କେତ କୁଆପଥର ବୃଷ୍ଟି ହେବାର ସୂଚନା ଦେଇଥାଏ । ସୁତରାଂ ଏହିପରି ଭାବରେ ପୂର୍ବରୁ ପାଣିପାଗର ପରିବର୍ତ୍ତନକୁ ଅନୁମାନ କରାଯାଉଥିଲା ।

Question 6.
ତୁମେ ତୁମ ଜେଜେବାପା ଜେଜେମା ଅଥବା ପଡ଼ୋଶୀରେ ରହୁଥ‌ିବା ବୟସ୍କ ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କର । ସେମାନଙ୍କୁ ସେମାନଙ୍କ ପିଲାଦିନ ଏବଂ ଯୁବକାବସ୍ଥାରେ, ବିଶେଷକରି କୃଷି ଓ ବର୍ଷା ସହିତ ଜଡ଼ିତ ମନେରଖୁଥ‌ିବା ବିଭିନ୍ନ ପାରମ୍ପରିକ ପର୍ବ ଓ ନୃତ୍ୟ ବିଷୟରେ ପଚାରି ବୁଝ । ସେମାନେ କେଉଁସବୁ ରୀତିନୀତିରେ ଅଂଶଗ୍ରହଣ କରୁଥିଲେ ? ତୁମେ ସାଙ୍ଗସହ ମିଶି ଏକ ପାରମ୍ପରିକ ସାଂସ୍କୃତିକ ଉତ୍ସବର ଆୟୋଜନ କର । ବୟସ୍କମାନେ କହିଥିବା କିଛି ନାଚ, ଗୀତ ଓ କାର୍ଯ୍ୟକ୍ରମ ଆଦି ପ୍ରଦର୍ଶନ କର । ଏହା ଏକ ନୃତ୍ୟ, ଫସଲ ଅମର ପର୍ବ କିମ୍ବା ବର୍ଷାପାଇଁ ଇନ୍ଦ୍ରଦେବତାଙ୍କୁ ପୂଜା କରିବା ଭଳି ଛୋଟିଆ ଗଳ୍ପ ହୋଇପାରେ । ଏସବୁ ପରମ୍ପରାକୁ ତୁମ ଶ୍ରେଣୀ ସାଥୀମାନଙ୍କୁ ଜୀବନ୍ତ କରିବାକୁ ଚେଷ୍ଟାକର ।
Answer:
ବିଦ୍ୟାଳୟରୁ ଫେରି ମୁଁ ମୋର ଜେଜେବାପା ଓ ଜେଜେମା ପଡ଼ୋଶୀରେ ରହୁଥ‌ିବା ବୟସ୍କ ବ୍ୟକ୍ତିମାନଙ୍କ ସହ ପାରମ୍ପରିକ ପର୍ବପର୍ବାଣି ଏବଂ ନୃତ୍ୟ ସମ୍ପର୍କରେ ଆଲୋଚନା କଲି ଯାହା ବୃଷ ଓ ବର୍ଷା ସହ ଜଡ଼ିତ । ସେମାନେ ମୋ କଥା ଶୁଣି ସେମାନଙ୍କ ଅଭିଜ୍ଞତାରୁ କିଛି ଉଦ୍ଧାର କରି କହିଲେ, କୃଷିର ଆରମ୍ଭ ଓ ବର୍ଷାପାଇଁ ବୈଶାଖ ମାସରେ ସେମାନେ ଅକ୍ଷୟ ତୃତୀୟା ପର୍ବ ପାଳନ କରିଥାନ୍ତି । ଅକ୍ଷୟ ତୃତୀୟା ଦିନ ଚଷାପୁଅ ଗାଧେଇ ସାରି ନୂତନ ବସ୍ତ୍ର ପିନ୍ଧି ପୂର୍ବରୁ ହଳ କରାଯାଇଥିବା ଜମିକୁ ଧାନ ବିହନ ଧରି ଯାଏ । ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟମାନେ ଜମିକୁ ଯାଇ ଜମି ଉପରେ ଏକ ପୂଜା କରିଥା’ନ୍ତି । ପୂଜା ପରେ ବିହନ ବୁଣାଯାଇଥାଏ । ସେହିଦିନଠାରୁ ଜମିଗୁଡ଼ିକରେ ବିହନ ବୁଣା କାର୍ଯ୍ୟ ଆରମ୍ଭ ହୁଏ । ଏହି ଉତ୍ସବରେ ପିଠାପଣା ଇତ୍ୟାଦି କରି ଖୁଯାଏ । କେତେକ ସ୍ଥାନରେ ମଧ୍ୟ ନୃତ୍ୟ, ସଙ୍ଗୀତ ଏବଂ ଦାଣ୍ଡିଆ ନୃତ୍ୟ କରାଯାଇଥାଏ । ଆମ ରାଜ୍ୟ ଓଡ଼ିଶାରେ ନବାନ୍ନ ପର୍ବ ପାଳିତ ହୋଇଥାଏ ।

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 7.
ତୁମେ ବନ୍ୟା ଦେଖୁଛ କି ? ନା ଖାଲି ପଢ଼ିଛ ? ଭାରତର ଭୌତିକ ମାନଚିତ୍ରକୁ ଲକ୍ଷ୍ୟକର । ତୁମେମାନେ ଦୁଇ ଜଣିଆ ଦଳ ଗଠନ କରି ଉପରେ ଦିଆଯାଇଥିବା ରାଜ୍ୟଗୁଡ଼ିକରେ ବାରମ୍ବାର ବନ୍ୟା ହେବାର କାରଣ ଖୋଜି ବହାର କର ।
Answer:
ହଁ, ମୁଁ ବନ୍ୟା ବିଷୟରେ ପଢ଼ିଛି ଏବଂ ବନ୍ୟା ଦେଖୁଛି । ଏହାର ଅନେକ କାରଣ ଥାଇପାରେ, ଯଥା— ପ୍ରବଳ ବର୍ଷା ଏବଂ ନଦୀ ବନ୍ଧର ଅବ୍ୟବସ୍ଥା, ସମ୍ବଳର ଅପବ୍ୟବହାର ଇତ୍ୟାଦି । ଏତଦ୍‌ବ୍ୟତୀତ ନଦୀ, ସମୁଦ୍ରର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସବୁବେଳେ ବନ୍ୟାଜଳ ପ୍ରବାହିତ ହୋଇଥାଏ । ଏହା ଧନଜୀବନର ଅନେକ କ୍ଷୟକ୍ଷତି ଘଟାଇଥାଏ । ଏହା ମଧ୍ୟ କିଛି ମାନବକୃତ କାରଣରୁ ହୋଇଥାଏ । ସେଗୁଡ଼ିକ ହେଲା, ସହରୀକରଣ, ଜଙ୍ଗଲ କାଟିଦେବା, ଜଳବାହୀ ନାଳ ଉପରେ ଅବ୍ୟବସ୍ଥିତ ନିର୍ମାଣ ଯୋଗୁଁ ଜଳ ନିଷ୍କାସନ ହୋଇ ପାରିବା ଇତ୍ୟାଦି । ଅଧିକାଂଶ ଭୂମି ଉପରେ କଂକ୍ରିଟ୍ ବା ପିଚୁର ସଡ଼କ ହୋଇଥିବାରୁ ତାହା ଜଳ ଶୋଷଣ କରିପାରେ ନାହିଁ । ହିମାଳୟ ଅଞ୍ଚଳରେ ହିମବାହ ହ୍ରଦଗୁଡ଼ିକ ତରଳିବା ଯୋଗୁଁ ମଧ୍ଯ ନିମ୍ନ ଅଞ୍ଚଳକୁ ପ୍ରଚୁର ଜଳ ପ୍ରବାହିତ ହୋଇଥାଏ, ଯାହାକି ବନ୍ୟା ସୃଷ୍ଟିର କାରଣ ହୋଇଥାଏ, ସୁତରାଂ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ କାରଣରୁ ବନ୍ୟା ସୃଷ୍ଟି ହୋଇଥାଏ ।

Question 8.
ଚିତ୍ର ୩.୧୫କୁ ଲକ୍ଷ୍ୟ କର ଓ ବୃକ୍ଷଲତା, ଜୀବଜନ୍ତୁ, ମନୁଷ୍ୟ ଓ ସେମାନଙ୍କ ଆର୍ଥନୀତିକ ଜୀବନ ଉପରେ ଏଗୁଡ଼ିକର କି ପ୍ରଭାବ ବର୍ଣ୍ଣନା କର ।
Answer:
ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ । ଅନେକ ଲୋକ ପ୍ରାଣ ହରାଇଥା’ନ୍ତି । ଘର ଭାଙ୍ଗିଯାଇଥାଏ, ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥାଏ, ଫସଲ ନଷ୍ଟ ହୋଇଯାଇଥାଏ । ଅନେକ ପଶୁପକ୍ଷୀ ମରିଯାଇଥା’ନ୍ତି । କଳକାରଖାନା ମଧ୍ୟ ସେମାନଙ୍କର ଭିତ୍ତିଭୂମି ନଷ୍ଟ ହୋଇଯାଇଥିବାରୁ ଅକାମୀ ହୋଇଯାଇଥାଏ । ଅନେକ ଆର୍ଥିକ ଦୁର୍ଗତିର ଶିକାର ହୋଇଥାନ୍ତି ଫଳରେ ସ୍ଥାନୀୟ ଏବଂ ଜାତୀୟ ଅର୍ଥନୀତି ଭୁଶୁଡ଼ିପଡ଼ିଥାଏ ।

Question 9.
ଶ୍ରେଣୀରେ ଚାରି ବା ପାଞ୍ଚଜଣିଆ ଦଳ ଗଠନ କର । ଚିତ୍ରରେ ପ୍ରଦତ୍ତ ପ୍ରତ୍ୟେକ ବିପର୍ଯ୍ୟୟର ପ୍ରାକୃତିକ ତଥା ମାନବୀୟ କାରଣ ସମ୍ବନ୍ଧରେ ଚିନ୍ତା କର । ତୁମର ନିଷ୍କର୍ଷଗୁଡ଼ିକୁ ତୁଳନା କର ।
Answer:
ଚିତ୍ରରେ ଦର୍ଶାଯାଇଥିବା ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ହେଲା- ବାତ୍ୟା, ଭୂସ୍ଖଳନ, ବନାଗ୍ନି ଏବଂ ବନ୍ୟା । ବାତ୍ୟା :

ବାତ୍ୟା ବା ଝଡ଼ ସମୟରେ ଭୀଷଣ ବେଗରେ ପବନ ବହିବା ସମୟରେ ବର୍ଷା ହୋଇଥାଏ । ଏହା ଧନଜୀବନ ସହିତ ଫସଲ, ଘରଦ୍ଵାର ଇତ୍ୟାଦିର ବ୍ୟାପକ କ୍ଷୟକ୍ଷତି କରିଥାଏ । ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ବନ୍ୟା ଏବଂ ମୃରିକା କ୍ଷୟକୁ ସାମ୍‌ନା କରିଥାନ୍ତି । ବାତ୍ୟାଦ୍ଵାରା ଗମନାଗମନ, ଯୋଗାଯୋଗ, ବିଦ୍ୟୁତ୍ ପ୍ରବାହ ଇତ୍ୟାଦି ମଧ୍ଯ ବାଧାପ୍ରାପ୍ତ ହୋଇଥାଏ । ଏହାଦ୍ଵାରା ମାନବର ଦୈନନ୍ଦିନ ଜୀବନ ମଧ୍ୟ ଅସ୍ଵାଭିକ ହୋଇଥାଏ । ମୋଟାମୋଟି କହିବାକୁ ଏସବୁ ସହିତ ଆର୍ଥିକ ଦୁର୍ଗତି ମଧ୍ଯ ଦେଖାଦିଏ ।

ଭୂସ୍ଖଳନ – ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ବୃଦ୍ଧିପାଇଛି । ମୁଖ୍ୟତଃ ଜଙ୍ଗଲ କ୍ଷୟ, ଅଣଅନୁମୋଦିତ ରାସ୍ତାଘାଟ ନିର୍ମାଣ ଓ ପ୍ରାକୃତିକ ଜଳପ୍ରବାହକୁ ପ୍ରତିରୋଧକାରୀ ଅତ୍ୟଧିକ ଗୃହନିର୍ମାଣ ଗୃହନିର୍ମାଣ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥାଏ ।

ବନାଗ୍ନି – ଶୁଷ୍କ ଜଳବାୟୁ ଜନିତ ପରିସ୍ଥିତି, ମରୁଡ଼ି, ବେଗଶାଳୀ ପବନ ଏହି ବନାଗ୍ନି ବ୍ୟାପିବାରେ ଇନ୍ଧନ ଯୋଗାଇଥାଏ । ମଣିଷର ଅସାବଧାନତା ଏହାର ଅନ୍ୟ ଏକ ପ୍ରମୁଖ କାରଣ । ବିସ୍ତୀର୍ଣ୍ଣ ଅଞ୍ଚଳରେ ଜଙ୍ଗଲ କ୍ଷୟସହ ବନାଗ୍ନି ବନ୍ୟପ୍ରାଣୀଙ୍କୁ କ୍ଷତି ପହଞ୍ଚାଇଥାଏ । ପରିବେଶର ଅବକ୍ଷୟ ଅଟେ । ବାୟୁର ଗୁଣବତ୍ତା ନଷ୍ଟ ହୁଏ ଓ ସ୍ଥାନୀୟ ଅସ୍ଵାସୀମାନେ ବିସ୍ଥାପିତ ହୋଇଥା’ନ୍ତି । ଫଳତଃ ଏହା ଯୋଗୁଁ ଉଭୟ ପାରିବେଶିକ ଓ ଆର୍ଥିକ ପ୍ରଭାବ ପଡ଼ିଥାଏ ।

ବନ୍ୟା- ପ୍ରବଳ ବୃଷ୍ଟିପାତ ହେଲେ ବନ୍ୟା ହୋଇଥାଏ । କେତେକ କ୍ଷେତ୍ରରେ ସହରର ଚାପଗ୍ରସ୍ତ ଜଳ ନିଷ୍କାସନ ବ୍ୟବସ୍ଥା ଏଥପାଇଁ ଦାୟୀ । ଅନ୍ୟ କେତେକ କ୍ଷେତ୍ରରେ ଜଳବାହୀ ନାଳ ଉପରେ ଅବ୍ୟବସ୍ଥିତ ନିର୍ମାଣ ଜନିତ ବାଧା ଯୋଗୁଁ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଅଧିକାଂଶ ଭୂମି କଂକ୍ରିଟ୍ ବା ପିଚୁରେ ତିଆରି ହୋଇଥିବାରୁ ତାହା ଜଳ ଶୋଷିପାରେ ନାହିଁ ।

ଏହିସବୁ ବିପର୍ଯ୍ୟୟ ଭୀଷଣ ବିପଦ ସୃଷ୍ଟି କରିଥାଏ । ଜୀବନ ପ୍ରକୃତି ଏବଂ ଆର୍ଥିକ ଅବସ୍ଥାକୁ କ୍ଷତିଗ୍ରସ୍ତ କରିଥାଏ ।

Question 10.
ଦଳଗତଭାବେ ଏହିସବୁ ବିପର୍ଯ୍ୟୟକୁ ପ୍ରତିହତ କରିବାପାଇଁ କି କି ପଦକ୍ଷେପ ନେବାର ଆବଶ୍ୟକତା ରହିଛି, ଆଲୋଚନା କର ।
Answer:
ଏହିସବୁ ବିପର୍ଯ୍ୟୟକୁ ପ୍ରତିହତ କରିବାପାଇଁ ନିମ୍ନଲିଖୂତ ପଦକ୍ଷେପମାନ ନେବାର ଆବଶ୍ୟକତା ରହିଛି । ପ୍ରାକୃତିକ ବିପର୍ଯ୍ଯ ରୂପେ ବାତ୍ୟା, ବନ୍ୟା, ଭୂସ୍ଖଳନ, ବନାଗ୍ନି ଏବଂ ଭୂମିକମ୍ପ ଇତ୍ୟାଦି ସୃଷ୍ଟି ହୋଇଥାଏ । ପ୍ରଥମେ ଏହିସବୁ ବିପଦରୁ ମୁକ୍ତ ହେବାପାଇଁ ସତର୍କ ପଦ୍ଧତିମାନ ରହିବା ଆବଶ୍ୟକ । ଯାହାଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ସୂଚନା ମିଳିପାରିବା ଏବଂ ତଦନୁଯାୟୀ ଲୋକମାନେ ନିରାପଦ ସ୍ଥଳକୁ ଯାଇପାରିବେ । ଦ୍ଵିତୀୟତଃ, ଜଙ୍ଗଲ କାଟିବା ବନ୍ଦ କରିବା, ଅଧୂକ ବୃକ୍ଷରୋପଣ କରିବା, ନଦୀବନ୍ଧଗୁଡ଼ିକୁ ସଶକ୍ତ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରଭାବହୀନ କରିବାପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହ ପ୍ରଶିକ୍ଷିତ ଉଦ୍ଧାରକାରୀ ଦଳ ଜାଗ୍ରତ କରିବା ଆବଶ୍ୟକ । ସହର ଓ ଗ୍ରାମମାନଙ୍କରେ ଜାଗରଣ କାର୍ଯ୍ୟକ୍ରମ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ । ସହରମାନଙ୍କରେ ନାଳ ଏବଂ ନର୍ଦ୍ଦମା ବ୍ୟବସ୍ଥାକୁ ଠିକ୍ ରଖୁବା ଆବଶ୍ୟକ । ସେହିପରି ଜଙ୍ଗଲରେ ଘଟୁଥ‌ିବା ବନାଗ୍ନିକୁ ନିୟନ୍ତ୍ରଣ କରିବାପାଇଁ ଆଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଜଳସିଞ୍ଚନର ସୁବ୍ୟବସ୍ଥା କରିବା ଆବଶ୍ୟକ ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ବାୟୁମଣ୍ଡଳର ସାମୟିକ ଅବସ୍ଥାକୁ କ’ଣ କୁହାଯାଏ ?
Answer:
ପାଗ

Question 2.
ପୃଥ‌ିବୀରେ ଋତୁ ପରିବର୍ତ୍ତନ କ’ଣ ପାଇଁ ହୋଇଥାଏ ?
Answer:
ପୃଥ‌ିବୀର ପରିକ୍ରମଣ ପାଇଁ

Question 3.
ପୃଥ‌ିବୀର ଅଧୁକାଂଶ ଅଞ୍ଚଳରେ କେତେଗୋଟି ମୁଖ୍ୟତଃ ଋତୁ ଅନୁଭୂତ ହୋଇଥାଏ ?
Answer:
ବସନ୍ତ, ଗ୍ରୀଷ୍ମ, ଶରତ ଓ ଶୀତ

Question 4.
ଜଳବାୟୁ କାହାକୁ କୁହାଯାଏ ?
Answer:
କୌଣସି ସ୍ଥାନର ଦୀର୍ଘ ସମୟର ପାଣିପାଗର ହାରାହାରି ଅବସ୍ଥାକୁ

Question 5.
ଶୈଳନିବାସ ଦେଖାଯାଉଥ‌ିବା ସ୍ଥାନମାନଙ୍କରେ କେଉଁ ଜଳବାୟୁ ଅନୁଭୂତ ହୋଇଥାଏ ?
Answer:
ନାତିଶୀତୋଷ୍ଣ ଜଳବାୟୁ

Question 6.
କେନ୍ଦ୍ରୀୟ ଡେକାନ୍ ମାଳଭୂମିରେ କେଉଁ ଜଳବାୟୁ ଅନୁଭୂତ ହୋଇଥାଏ ?
Answer:
ଅର୍ଦ୍ଧଶୁଷ୍କ ଜଳବାୟୁ

Question 7.
ଅକ୍ଷାଂଶ କାହାକୁ କୁହାଯାଏ ?
Answer:
ପଶ୍ଚିମରୁ ପୂର୍ବକୁ ଅଣାଯାଇଥିବା କାଳ୍ପନିକ ରେଖା

Question 8.
ଭାରତରେ ବିଷୁବରେଖା ନିକଟବର୍ତ୍ତୀ କେଉଁ ଦୁଇଟି ସ୍ଥାନରେ ବର୍ଷସାରା ଉଷ୍ଣ ଜଳବାୟୁ ଅନୁଭୂତ ହୋଇଥାଏ ?
Answer:
କନ୍ୟାକୁମାରୀ ଓ ନିକୋବର ଦ୍ଵୀପପୁଞ୍ଜ

Question 9.
ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଅଧିକାଂଶ ସମୟରେ କେଉଁ ଦିଗରୁ ବାୟୁ ପ୍ରବାହିତ ହୋଇଥାଏ ?
Answer:
ପଶ୍ଚିମ ଦିଗ

Question 10.
ସୂକ୍ଷ୍ମ ଜଳବାୟୁ (Micro Climate) କାହାକୁ କୁହାଯାଇଥାଏ ?
Answer:
ଅତି କ୍ଷୁଦ୍ର ଅଞ୍ଚଳରେ ସ୍ଥାନୀୟ ଭାବେ ଅନୁଭୂତ ହେଉଥ‌ିବା ଜଳବାୟୁକୁ

Question 11.
ମୌସୁମୀ ବାୟୁ କାହାକୁ କୁହାଯାଏ ?
Answer:
ଋତୁଭେଦରେ ପ୍ରବାହିତ ହେଉଥ‌ିବା ବାୟୁକୁ

Question 12.
କେଉଁ ମୌସୁମୀ ବାୟୁଦ୍ଵାରା ଭାରତରେ ଜୁନ୍ ମାସରେ ବର୍ଷା ହୋଇଥାଏ ?
Answer:
ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ

Question 13.
ପୃଥ‌ିବୀର ବୃଷ୍ଟିବହୁଳ ଅଞ୍ଚଳ କାହାକୁ କୁହାଯାଏ ?
Answer:
ମେଘାଳୟର ମାଓସିନ୍‌ମ

Question 14.
ସ୍ଵତନ୍ତ୍ରଭାବେ ପ୍ରଶିକ୍ଷିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳକୁ ଇଂରାଜୀରେ କ’ଣ କୁହାଯାଇଥାଏ ?
Answer:
NDRF

Question 15.
ଆମ ଓଡ଼ିଶାର କଟକ ସହର ନିକଟସ୍ଥ କେଉଁ ସ୍ଥାନରେ NDRF କାର୍ଯ୍ୟାଳୟ ରହିଅଛି ?
Answer:
କଟକର ମୁଣ୍ଡଳି

Question 16.
ମେଘ କିପରି ସୃଷ୍ଟି ହୋଇଥାଏ ?
Answer:
ଧୂଳିକଣା ଓ ଜଳୀୟବାଷ୍ପ ମିଶ୍ରଣରେ

Question 17.
ହିମାଳୟ ଅଞ୍ଚଳରେ ହିମବାହଦ୍ଵାରା ସୃଷ୍ଟ ବିତ୍ପାତକୁ କ’ଣ କୁହାଯାଏ ?
Answer:
ହିମ ବିସ୍ଫୋଟ

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 18.
ଉତ୍ତରାଖଣ୍ଡରେ ‘ହିମ ବିସ୍ଫୋଟ’ କେବେ ହୋଇଥିଲା ?
Answer:
୨୦୧୩ ମସିହା

Question 19.
ଭାରତର କେଉଁ ପବିତ୍ର ତୀର୍ଥସ୍ଥଳ ‘ହିମ ବିସ୍ଫୋଟ’ ଦ୍ଵାରା ସମ୍ପୂର୍ଣ୍ଣ ଧ୍ଵଂସ ପାଇଥିଲା ?
Answer:
କେଦାରନାଥ ମନ୍ଦିର

Question 20.
ବଣ ଜଙ୍ଗଲରେ ଅଣାୟତ ଭାବେ ଜୋରରେ ବ୍ୟାପୁଥ‌ିବା ନିଆଁକୁ କ’ଣ କୁହାଯାଏ ?
Answer:
ବନାଗ୍ନି

Question 21.
୨୦୨୫ ମସିହା ପ୍ରାରମ୍ଭରେ ଦେଶରେ ହାରାହାରି ତାପମାତ୍ରା ସାଧାରଣ କେତେ ତାପମାତ୍ରା ବୃଦ୍ଧି ପାଇଛି ?
Answer:
୧° ରୁ ୩° ପର୍ଯ୍ୟନ୍ତ

Question 22.
ଅକ୍ଷୟ ତୃତୀୟା ଭାରତରେ କେଉଁ ପର୍ବପର୍ବାଣିରେ ଅନ୍ତର୍ଭୁକ୍ତ କରାଯାଇଥାଏ ?
Answer:
କୃଷି ।

ଚାରୋଟି ବିକଳ୍ପ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳବାୟୁର ନିୟାମକ ନୁହେଁ ?
(କ) ଅକ୍ଷାଂଶ
(ଖ) ସମୁଦ୍ର ସମୀପତା
(ଗ) ସମୁଦ୍ର ପତ୍ତନରୁ ଉଚ୍ଚତା
(ଘ) ସମୁଦ୍ରର ଗଭୀରତା
Answer:
(ଘ) ସମୁଦ୍ରର ଗଭୀରତା

Question 2.
ଭାରତୀୟ ଉପମହାଦେଶକୁ ଶୀତଳ ପବନରୁ କେଉଁଟି ରକ୍ଷା କରିଥାଏ ?
(କ) ଆରାବଳୀ ପର୍ବତମାଳା
(ଖ) ହିମାଳୟ ପାର୍ବତ୍ୟମାଳା
(ଗ) ଥର ମରୁଭୂମି
(ଘ) ପଶ୍ଚିମଘାଟ ପର୍ବତମାଳା
Answer:
(ଖ) ହିମାଳୟ ପାର୍ବତ୍ୟମାଳା

Question 3.
ଆମ ଦେଶରେ ବସନ୍ତ ପଞ୍ଚମୀ ବା ସରସ୍ଵତୀ ପୂଜା କେଉଁ ଋତୁରେ ପାଳନ କରାଯାଇଥାଏ ?
(କ) ଗ୍ରୀଷ୍ମ
(ଖ) ବର୍ଷା
(ଗ) ଶୀତ
(ଘ) ବସନ୍ତ
Answer:
(ଘ) ବସନ୍ତ

Question 4.
ଭାରତର ମୁଖ୍ୟତଃ କେଉଁ ଦୁଇଟି ରାଜ୍ୟ ମୌସୁମୀବାୟୁର ପ୍ରଭାବରେ ବାରମ୍ବାର ବନ୍ୟା ଆସିଥାଏ ?
(କ) ପଞ୍ଜାବ ଓ ହରିୟାଣା
(ଖ) ଉତ୍ତରପ୍ରଦେଶ ଓ ବିହାର
(ଗ) ରାଜସ୍ଥାନ ଓ ଗୁଜୁରାଟ
(ଘ) ତାମିଲନାଡୁ ଓ କର୍ଣ୍ଣାଟକ
Answer:
(ଖ) ଉତ୍ତରପ୍ରଦେଶ ଓ ବିହାର

Question 5.
ଭୂ-ସ୍ଖଳନ ଯୋଗୁଁ ଆମ ଦେଶର କେଉଁ ଦୁଇଟି ରାଜ୍ୟରେ ପ୍ରଭାବିତ ହୋଇଥାନ୍ତି ?
(କ) ରାଜସ୍ଥାନ ଓ ଗୁଜୁରାଟ
(ଖ) ପଞ୍ଜାବ ଓ ହରିୟାଣା
(ଗ) ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ
(ଘ) ଛତିଶଗଡ଼ ଓ ଝାଡ଼ଖଣ୍ଡ
Answer:
(ଗ) ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ

Question 6.
ଭାରତର କେଉଁ ଉପକୂଳଟି ଶୀତଋତୁରେ ବର୍ଷା ହୋଇଥାଏ ?
(କ) କେରଳ
(ଖ) ପଶ୍ଚିମବଙ୍ଗ
(ଗ) ତାମିଲନାଡୁ
(ଘ) ମହାରାଷ୍ଟ୍ର
Answer:
(ଗ) ତାମିଲନାଡୁ

Question 7.
କେଉଁଠାରେ ସୂର୍ଯ୍ୟଙ୍କର ଲମ୍ବକିରଣ ପଡ଼ିଥାଏ ?
(କ) ବିଷୁବରେଖା
(ଖ) ମେରୁ ରେଖା
(ଗ) କେନ୍ଦ୍ରବିନ୍ଦୁ
(ଘ) ପ୍ରାନ୍ତବିନ୍ଦୁ
Answer:
(କ) ବିଷୁବରେଖା

Question 8.
୨୦୧୩ ମସିହାରେ ଉତ୍ତରାଖଣ୍ଡରେ କେଉଁ କାରଣରୁ ହିମ ବିସ୍ଫୋଟ ହୋଇଥିଲା ?
(କ) ଲଗାତର ପ୍ରବଳ ଭୂସ୍ଖଳନ
(ଖ) ଲଗାତର ପ୍ରବଳ ବର୍ଷା
(ଗ) କରକାପାତ
(ଘ) ଅଗ୍ନି ଉଦ୍‌ଗୀରଣ
Answer:
(ଖ) ଲଗାତର ପ୍ରବଳ ବର୍ଷା

Question 9.
ଆମ ଓଡ଼ିଶାର କଟକ ସହର ନିକଟସ୍ଥ କେଉଁ ସ୍ଥାନରେ ତୃତୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ରହିଛି ?
(କ) ନରାଜ
(ଖ) ଚୌଦ୍ଵାର
(ଗ) ବିଦ୍ଯାପୁର
(ଘ) ମୁଣ୍ଡଳି
Answer:
(ଘ) ମୁଣ୍ଡଳି

Question 10.
ବିଭିନ୍ନ ଶସ୍ୟ, ପନିପରିବା ଓ ଫଳ ଇତ୍ୟାଦି ମହଙ୍ଗା ହେଲେ, ଏହା ମୁଦ୍ରା ଉପରେ କ’ଣ ପ୍ରଭାବ ପକାଇଥାଏ ?
(କ) ମୁଦ୍ରାଙ୍ଗୀତି
(ଖ) ମୁଦ୍ରା ବିପ୍ଳବ
(ଗ) ବିମୁଦ୍ରାୟନ
(ଘ) ଆର୍ଥିକ ସଙ୍କଟ
Answer:
(କ) ମୁଦ୍ରାଙ୍ଗୀତି

Question 11.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଆମର ବର୍ଷାଋତୁ ଚକ୍ରର ଅନ୍ତର୍ଗତ ନୁହେଁ ?
(କ) ବସନ୍ତ
(ଖ) ଗ୍ରୀଷ୍ମ
(ଗ) ଚୈତ୍ର
(ଘ) ହେମନ୍ତ
Answer:
(ଗ) ଚୈତ୍ର

Question 12.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଶୈଳନିବାସ ନୁହେଁ ?
(କ) ମହାବଳେଶ୍ଵର
(ଖ) ନୈନିତାଲ
(ଗ) ମାଉଣ୍ଟ ଆବୁ
(ଘ) କାଜିରଙ୍ଗା
Answer:
(ଘ) କାଜିରଙ୍ଗା

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 13.
ଆଲପସ୍ ପର୍ବତମାଳା ପୃଥ‌ିବୀର କେଉଁ ମହାଦେଶରେ ଅବସ୍ଥିତ ?
(କ) ଏସିଆ
(ଖ) ଆଫ୍ରିକା
(ଗ) ୟୁରୋପ
(ଘ) ଅଷ୍ଟ୍ରେଲିଆ
Answer:
(ଗ) ୟୁରୋପ

Question 14.
ଭାରତର ଉତ୍ତରସ୍ଥ ସମତଳଭୂମିରେ ନିମ୍ନୋକ୍ତ କି ପ୍ରକାରର ଜଳବାୟୁ ଅନୁଭୂତ ହେଉଥ‌ିବ ତୁମେ ଭାବୁଛ ?
(କ) ଉପକ୍ରାନ୍ତୀୟ
(ଖ) ନାତିଶୀତୋଷ୍ଣ
(ଗ) ଆଲ୍‌ୟ
(ଘ) କ୍ରାନ୍ତୀୟ
Answer:
(କ) ଉପକ୍ରାନ୍ତୀୟ

Question 15.
କେତେକ ପ୍ରାଣୀମାନଙ୍କ ଦେହରେ ଅଧିକ ଲୋମ କଅଁଳି ଥାଏ କେଉଁ ଋତୁରେ ?
(କ) ଗ୍ରୀଷ୍ମ
(ଖ) ବର୍ଷା
(ଗ) ଶୀତ
(ଘ) ବସନ୍ତ
Answer:
(ଗ) ଶୀତ

Question 16.
ଆସାମର ଅଧୂବାସୀମାନେ ମୁଖ୍ୟତଃ କେଉଁ ପର୍ବକୁ ସମସ୍ତେ ପାଳନ କରିଥାନ୍ତି ?
(କ) ଓନମ୍
(ଖ) ବୈଶାଖୁ
(ଗ) ପୋଙ୍ଗଲ
(ଘ) ବିହ୍ନ
Answer:
(ଘ) ବିହ୍ନ

ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

Question 1.
ବାୟୁମଣ୍ଡଳର ସାମୟିକ ଅବସ୍ଥାକୁ ____________ କୁହାଯାଏ । (ବାତ୍ୟା, ଘୂର୍ଣ୍ଣିଝଡ଼, ପାଗ, ଜଳବାୟୁ)
Answer:
ପାଗ

Question 2.
__________ ସର୍ବଦା ପରିବର୍ତ୍ତନଶୀଳ ଅଟେ । (ଲଘୁଚାପ, ଗୁରୁଚାପ, ଜଳବାୟୁ, ପାଣିପାଗ)
Answer:
ପାଣିପାଗ

Question 3.
ପୃଥ‌ିବୀର ___________ କାରଣରୁ ଋତୁ ପରିବର୍ତ୍ତନ ହୋଇଥାଏ । (ପରିକ୍ରମଣ, ଆବର୍ତ୍ତନ, ସ୍ଥିରତା, ଗତିଶୀଳତା)
Answer:
ପରିକ୍ରମଣ

Question 4.
ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ _____________ ଜଳବାୟୁ ଅନୁଭୂତ ହୋଇଥାଏ । (ନାତିଶୀତୋଷ୍ଣ, ଉପକ୍ରାନ୍ତୀୟ, କ୍ରାନ୍ତୀୟ, ଆଲ୍‌ୟ)
Answer:
ଆଲପୀୟ

Question 5.
କେନ୍ଦ୍ରୀୟ ଡେକାନ୍ ମାଳଭୂମିରେ __________ ଜଳବାୟୁ ଅନୁଭୂତ ହୋଇଥାଏ । (ଅର୍ଦ୍ଧଶୁଷ୍କ, ଶୁଷ୍କ, ଅତିଶୁଷ୍କ, ନାତିଶୀତୋଷ୍ଣ)
Answer:
ଅର୍ବଶୁଷ୍କ

Question 6.
ବାୟୁମଣ୍ଡଳ _____________ ଠାରେ ସୌରରଶ୍ମି କେନ୍ଦ୍ରୀଭୂତ ହୋଇଥାଏ । (ମେରୁ, ବିଷୁବରେଖା, ଦକ୍ଷିଣ ଗୋଲାର୍ଡ, ଉତ୍ତର ଗୋଲାର୍ଦ୍ଧ)
Answer:
ବିଷୁବରେଖା

Question 7.
ଅତି କ୍ଷୁଦ୍ର ଅଞ୍ଚଳରେ ସ୍ଥାନୀୟ ଭାବେ ଅନୁଭୂତ ଜଳବାୟୁକୁ ____________ ଜଳବାୟୁ କୁହାଯାଇଥାଏ । (ସୂକ୍ଷ୍ମ ଜଳବାୟୁ, ଅତି ସୂକ୍ଷ୍ମ ଜଳବାୟୁ, ଶୀତଳ ଜଳବାୟୁ, ଉଷ୍ଣ ଜଳବାୟୁ)
Answer:
ସୂକ୍ଷ୍ମ ଜଳବାୟୁ

Question 8.
‘ମୌସୁମୀ’ ଶବ୍ଦଟି ________________ ଶବ୍ଦ ମୌସମ୍‌ ଆସିଅଛି ଯାହାର ଅର୍ଥ ଋତୁ । (ପାର୍ସୀ, ଆରବ, ଊର୍ଦୁ, ତେଲୁଗୁ)
Answer:
ଆରବ

Question 9.
ମୌସୁମୀ ବର୍ଷା _______________ ମାସର ପ୍ରାରମ୍ଭରେ ଭାରତର ଦକ୍ଷିଣ ପ୍ରାନ୍ତରେ ଆରମ୍ଭ ହୋଇଥାଏ । (ଏପ୍ରିଲ୍, ମେ, ଜୁନ୍, ଜୁଲାଇ)
Answer:
ଜୁନ୍

Question 10.
ପୃଥିବୀର ବୃଷ୍ଟିବହୁଳ ଅଞ୍ଚଳ ମାଓସିନ୍‌ରାମ୍ _____________ ରାଜ୍ୟରେ ଅବସ୍ଥିତ । (ଆସାମ, ମେଘାଳୟ, ତ୍ରିପୁରା, ନାଗାଲାଣ୍ଡ)
Answer:
ମେଘାଳୟ

Question 11.
ଭାରତର ____________ ଗୋଟି ସ୍ଥାନରେ ଏନ୍.ଡି.ଆର୍.ଏଫ୍.ର ବାଟାଲିୟାନ୍ ରହିଛି । (୧୦, ୧୧, ୧୨, ୧୩)
Answer:
୧୨

Question 12.
ସାଧାରଣ ଭାବେ ଶୁଷ୍କ ରହୁଥିବା ଭୂମି ଜଳମଗ୍ନ ହେଲେ ତାହାକୁ _______________ କୁହାଯାଇଥାଏ । (ଜଳବନ୍ଦୀ, ପ୍ଳାବନଭୂମି, ଜଳପ୍ଲାବନ, ବନ୍ୟା)
Answer:
ବନ୍ୟା

Question 13.
ହିମାଳୟ ଅଞ୍ଚଳରେ ଗତିଶୀଳ ବରଫ ପାହାଡକୁ _______________ କୁହାଯାଇଥାଏ । (ହିମବାହ, ବରଫଚାଦର, ବରଫସେତୁ, ଇସ୍କୁ)
Answer:
ହିମବାହ

Question 14.
__________ ମସିହାରେ କେଦାରନାଥ ମନ୍ଦିର ସମ୍ପୂର୍ଣ ଧ୍ୱଂସ ପାଇଯାଇଥିଲା । (୨୦୧୩, ୨୦୧୪, ୨୦୧୫, ୨୦୧୬)
Answer:
୨୦୧୩

Question 15.
ବଣ ଜଙ୍ଗଲରେ ଅଣାୟତ ଭାବରେ ଜୋରରେ ବ୍ୟାପୁଥ‌ିବା ନିଆଁକୁ ____________ କୁହାଯାଏ । (ବନାଗ୍ନି, ଅରଣ୍ୟାନୀ, ଜଙ୍ଗଲଧ୍ୱଂସ, ବଣପୋଡ଼ି)
Answer:
ବନାଗ୍ନି

Question 16.
ଜୀବାଶ୍ମ ଇନ୍ଧନର ବ୍ୟବହାର ______________ ପ୍ରଭାବିତ କରିଥାଏ । (ପାଣିପାଗ, ପାଗ, ଜଳବାୟୁ, ହିମବାହ)
Answer:
ଜଳବାୟୁ

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 17.
_________ ମସିହା ପ୍ରାରମ୍ଭରେ ଦେଶର ହାରାହାରି ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୧° ରୁ ୩° ବୃଦ୍ଧି ପାଇଛି । (୨୦୨୨, ୨୦୨୩, ୨୦୨୪, ୨୦୨୫)
Answer:
୨୦୨୫

ଠିକ୍ ଭକ୍ତି ପାଖରେ ଠିକ୍ ( ✓) ଚିହ୍ନ ଓ ଭୁଲ୍ ଭକ୍ତି ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ଜଳବାୟୁ ସର୍ବଦା ପରିବର୍ତ୍ତନଶୀଳ ।
Answer:
✗

Question 2.
କୌଣସି ଅଞ୍ଚଳର ଋତୁକ୍ରମ ଜଳବାୟୁ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
Answer:
✓

Question 3.
ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ ଅତି ଶୁଷ୍କ ଜଳବାୟୁ ଅନୁଭୂତ ହୋଇଥାଏ ।
Answer:
✗

Question 4.
ମରୁଭୂମି ଅଞ୍ଚଳରେ ଦିନବେଳା ଅଧ୍ଵକ ଗରମ ଓ ରାତିରେ ଅଧିକ ଶୀତ ହୋଇଥାଏ ।
Answer:
✓

Question 5.
ଭାରତର ପଶ୍ଚିମ ଉପକୂଳରେ ଧାନ ଓ ବିଭିନ୍ନ ପ୍ରକାର ମସଲା ଆଦି ଚାଷ କରିବା ପାଇଁ ବେଶ୍ ଅନୁକୂଳ ।
Answer:
✓

Question 6.
ବାୟୁମଣ୍ଡଳ ବିଷୁବରେଖାଠାରେ ସୌର ରଶ୍ମି ବିଚ୍ଛୁରିତ ହୋଇଥାଏ ।
Answer:
✗

Question 7.
କନ୍ୟାକୁମାରୀ ନିକୋବର ଦ୍ଵୀପପୁଞ୍ଜରେ ବର୍ଷସାରା ଗରମ ଜଳବାୟୁ ଅନୁଭୂତ ହୋଇଥାଏ ।
Answer:
✓

Question 8.
ଶୈଳନିବାସଗୁଡ଼ିକ ସମତଳ ଅଞ୍ଚଳଠାରୁ ଅପକ୍ଷାକୃତ କମ୍ ଉଚ୍ଚରେ ଅବସ୍ଥିତ ।
Answer:
✗

Question 9.
ଉଚ୍ଚତା ବୃଦ୍ଧି ସହ ବାୟୁଚାପ ତଥା ବାୟୁର ଘନତା ହ୍ରାସ ପାଇଥାଏ ।
Answer:
✓

Question 10.
ସମୁଦ୍ରଠାରୁ ଦୂରରେ ଥିବା ଅଭ୍ୟନ୍ତର ଅଞ୍ଚଳ ଆଡ଼କୁ ଗଲେ ଚରମ ତାପମାତ୍ରା ଅନୁଭୂତ ହୋଇଥାଏ ।
Answer:
✓

Question 11.
ମୁମ୍ବାଇ ତାପମାତ୍ରା ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ୧୪° ସେଲ୍‌ସିୟସ୍ ପାର୍ଥକ୍ୟ ଦେଖାଦେଇଥାଏ ।
Answer:
✓

Question 12.
ସମୁଦ୍ର ତଥା ଭୂପୃଷ୍ଠରୁ ଜଳ ବାଷ୍ପ ଆକାରରେ ବାୟୁମଣ୍ଡଳରେ ପ୍ରବେଶ କରେ ଏବଂ ବୃଷ୍ଟି, କୁଆପଥର ଓ ତୁଷାର ଆଦି ଆକାରରେ ଭୂପୃଷ୍ଠକୁ ଫେରି ଆସିଥାଏ ।
Answer:
✓

Question 13.
ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପରେ ପଶ୍ଚିମଘାଟ ପର୍ବତମାଳା କୌଣସି ପ୍ରଭାବ ପକାଇ ନଥାଏ ।
Answer:
✗

Question 14.
ସୂକ୍ଷ୍ମ ଜଳବାୟୁ ସ୍ଥାନୀୟ ଉଭିଦ ଓ ପ୍ରାଣୀ, ଶସ୍ୟ ଉତ୍ପାଦନ ଓ ମାନବ ସ୍ଵାସ୍ଥ୍ୟ ଓ ସୁଖ ସ୍ଵାଚ୍ଛନ୍ଦ୍ୟକୁ ପ୍ରଭାବିତ କରିଥାଏ ।
Answer:
✓

Question 15.
ଭାରତର ବର୍ଷା ଋତୁ ହିଁ ମାନବ କୈନ୍ଦ୍ରିକ ।
Answer:
✗

Question 16.
ମୌସୁମୀ ବାୟୁର ଏକ ବାର୍ଷିକ ଢାଞ୍ଚା ରହିଛି ।
Answer:
✓

Question 17.
ଉତ୍ତର-ପୂର୍ବ ମୌସୁମୀ ବାୟୁ ଆରବ ସାଗର ଦେଇ ଗତି କଲାବେଳେ ଜଳୀୟବାଷ୍ପ ସଂଗ୍ରହ କରିଥାଏ ।
Answer:
✗

Question 18.
ମେଘାଳୟରେ ଅବସ୍ଥିତ ଗାରୋଖାସି ପୃଥ‌ିବୀର ବୃଷ୍ଟିବହୁଳ ଅଞ୍ଚଳ ଅଟେ ।
Answer:
✗

Question 19.
କର୍ଣ୍ଣାଟକ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ବ୍ୟବହୃତ ଅନେକ ଭାଗ ମୌସୁମୀରୁ ପ୍ରେରଣା ପାଇଛି ।
Answer:
✓

ସ୍ତମ୍ଭ ମିଳନ କର ।

Question 1.

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ଛଟ୍ ପୂଜା ଆନ୍ଧ୍ରପ୍ରଦେଶ
ବୈଶାଖ୍ ବିହାର
ପୋଙ୍ଗଲ କେରଳ
ଓନମ୍ ଆସାମ
ବିହୁ ପଞ୍ଜାବ

Answer:

ଛଟ୍ ପୂଜା ବିହାର
ବୈଶାଖ୍ ପଞ୍ଜାବ
ପୋଙ୍ଗଲ ଆନ୍ଧ୍ରପ୍ରଦେଶ
ଓନମ୍ କେରଳ
ବିହୁ ଆସାମ

Question 2.

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ଉଦ୍ରମଣ୍ଡଳମ୍ (ଉଚ୍ଚ) ଓଡ଼ିଶା
ମହାବଳେଶ୍ୱର ରାଜସ୍ଥାନ
ମାଉଣ୍ଟ ଆବୁ ମହାରାଷ୍ଟ୍ର
ସିମଳା ତାମିଲନାଡୁ
ଦାରିଙ୍ଗିବାଡ଼ି ହିମାଚଳ ପ୍ରଦେଶ

Answer:

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ଉଦ୍ରମଣ୍ଡଳମ୍ (ଉଚ୍ଚ) ତାମିଲନାଡୁ
ମହାବଳେଶ୍ୱର ମହାରାଷ୍ଟ୍ର
ମାଉଣ୍ଟ ଆବୁ ରାଜସ୍ଥାନ
ସିମଳା ହିମାଚଳ ପ୍ରଦେଶ
ଦାରିଙ୍ଗିବାଡ଼ି ଓଡ଼ିଶା

Question 3.

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ବୀତ୍ଯା ଅତ୍ୟଧ୍ବକ ବୃଷ୍ଟିପାତ
ଭୂସ୍ଖଳନ ଶୁଷ୍କଜଳବାୟୁ
ବନାଗ୍ନି ସ୍ଵଳ୍ପବୃଷ୍ଟି
ବନ୍ୟା ଲଘୁଚାପ
ମରୁଡ଼ି ପାହାଡ଼ିଆ ଅଞ୍ଚଳ

Answer:

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ବାତ୍ଯା ଲଘୁଚାପ
ଭୂସ୍ଖଳନ ପାହାଡ଼ିଆ ଅଞ୍ଚଳ
ବନାଗ୍ନି ଶୁଷ୍କ ଜଳବାୟୁ
ବନ୍ୟା ଅତ୍ୟଧ୍ବକ ବୃଷ୍ଟିପାତ
ମରୁଡ଼ି ସ୍ଵଳ୍ପବୃଷ୍ଟି

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 4.

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳ ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ
ଭାରତର ପଶ୍ଚିମ ଉପକୂଳ ଅଞ୍ଚଳ ଉପକ୍ରାନ୍ତୀୟ ଜଳବାୟୁ
ଡେକାନ୍ ମାଳଭୂମି ଅଞ୍ଚଳ ଆଲ୍‌ପୀୟ ଜଳବାୟୁ
ଦକ୍ଷିଣ ଉପଦ୍ଵୀପ ଅଞ୍ଚଳ ଅର୍ବଶୁଷ୍କ ଜଳବାୟୁ
ଉତ୍ତର ଭାରତ ସମତଳ ଅଞ୍ଚଳ କ୍ରାନ୍ତୀୟ ଜଳବାୟୁ

Answer:

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳ ଆଲ୍‌ପୀୟ ଜଳବାୟୁ
ଭାରତର ପଶ୍ଚିମ ଉପକୂଳ ଅଞ୍ଚଳ ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ
ଡେକାନ୍ ମାଳଭୂମି ଅଞ୍ଚଳ ଅର୍ବଶୁଷ୍କ ଜଳବାୟୁ
ଦକ୍ଷିଣ ଉପଦ୍ଵୀପ ଅଞ୍ଚଳ କ୍ରାନ୍ତୀୟ ଜଳବାୟୁ
ଉତ୍ତର ଭାରତ ସମତଳ ଅଞ୍ଚଳ ଉପକ୍ରାନ୍ତୀୟ ଜଳବାୟୁ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

ସଂକ୍ଷେପରେ ଉତ୍ତର ଦିଅ ।

Question 1.
ଋତୁ ପରିବର୍ତ୍ତନ କ’ଣ ? ଏହାର ଆମ ପରିବେଶ ଓ ଧନଜୀବନ ଉପରେ କ’ଣ ସବୁ ପ୍ରଭାବ ପକାଇଥାଏ ?
Answer:

  1. ସାଧାରଣତଃ ପୃଥ‌ିବୀର ପରିକ୍ରମଣ ଗତି ଯୋଗୁଁ ଋତୁ ପରିବର୍ତ୍ତନ ହୋଇଥାଏ । ଗୋଟିଏ ବର୍ଷରେ ଛଅଗୋଟି ଋତୁ ଅନୁଭୂତ ହୋଇଥାଏ ।
  2. ଆମ ଜୀବନ ଋତୁ ସହ ତାଳ ଦେଇ ଗତି କରିଥାଏ । ଆମେ ଉତ୍ପାଦନ କରୁଥିବା ଶସ୍ୟ, ଖାଉଥ‌ିବା ଖାଦ୍ୟ ଓ ପିନ୍ଧୁଥ‌ିବା ବସ୍ତ୍ର ଆଦି ଋତୁ ସହ ପରିବର୍ତ୍ତନ ହୋଇଥାଏ ।
  3. ଅଞ୍ଚଳ ଭିଭିରେ କେତେକ ସ୍ଥାନରେ ଗଛଲତାଗୁଡ଼ିକ ବସନ୍ତ ଋତୁରେ ଫୁଲରେ ସଜାଇ ହୋଇଥାନ୍ତି । ଅନ୍ୟ କିଛି ସ୍ଥାନରେ ଶରତ ତଥା ହେମନ୍ତ ଋତୁରେ ବୃକ୍ଷଗୁଡ଼ିକ ପତ୍ରଝଡ଼ା ଦେଇଥା’ନ୍ତି ବା ରୂପରଙ୍ଗରେ – ପରିବର୍ତ୍ତନ ଆସିଥାଏ । ଶୀତ ଋତୁରେ କେତେକ ପ୍ରାଣୀଙ୍କ ଦେହରେ ଅଧିକ ଲୋମ କଅଁଳି ଥାଏ ।

Question 2.
ଅକ୍ଷାଂଶ ଆମ ଜଳବାୟୁକୁ କିପରି ନିୟନ୍ତ୍ରଣ କରେ ?
Answer:

  1. ବିଷୁବରେଖା ନିକଟବର୍ତ୍ତୀ ନିମ୍ନ ଅକ୍ଷାଂଶ ଅଞ୍ଚଳରେ ଜଳବାୟୁ ଉଷ୍ଣ ଓ ମେରୁ ଅଞ୍ଚଳ ବା ଉଚ୍ଚ ଅକ୍ଷାଂଶରେ ଅଧ‌ିକ ଥଣ୍ଡା ହୋଇଥାଏ ।
  2. ବିଷୁବ ରେଖା ନିକଟରେ ସୂର୍ଯ୍ୟଙ୍କର ଲମ୍ବ କିରଣ ପଡୁଥ‌ିବାବେଳେ ମେରୁ ଅଞ୍ଚଳରେ ସୌର ରଶ୍ମି ତୀର୍ଯ୍ୟକ ଭାବରେ ପଡ଼ିଥାଏ । ଫଳରେ ମେରୁ ଅଞ୍ଚଳରେ ବିଷୁବ ଅଞ୍ଚଳ ଅପେକ୍ଷା କମ୍ ତାପ ସଂଗୃହୀତ ହୋଇଥାଏ ।
  3. ଆମ ଦେଶରେ ବିଷୁବରେଖା ନିକଟବର୍ତ୍ତୀ କନ୍ୟାକୁମାରୀ ନିକୋବର ଦ୍ଵୀପପୁଞ୍ଜରେ ବର୍ଷ ସାରା ଉଷ୍ଣ ବା ଗରମ ଜଳବାୟୁ ଅନୁଭୂତ ହୋଇଥାଏ । କିନ୍ତୁ ଉତ୍ତରରେ ଅବସ୍ଥିତ ଶ୍ରୀନଗରର ଜଳବାୟୁ ବେଶ୍‌ ଶୀତଳ ହୋଇଥାଏ ।

Question 3.
ସହରୀ ତାପଦ୍ଵୀପ ବା (Urban Heat Island) କହିଲେ କ’ଣ ବୁଝ ?
Answer:

  1. ସହରୀ ତାପଦ୍ଵୀପ କହିଲେ ଆମେ ସାଧାରଣତଃ ସହରର ତାପମାତ୍ରାକୁ ବୁଝିଥାଉ । ଏହା ଗ୍ରାମାଞ୍ଚଳରୁ ପ୍ରାୟତଃ ଅଧ‌ିକ ଉଷ୍ଣ ରହିଥାଏ ।
  2. କାରଣ ସହରାଞ୍ଚଳରେ ବହୁସଂଖ୍ୟାରେ କୋଠାବାଡ଼ି ତଥା ଅନ୍ୟାନ୍ୟ କଂକ୍ରିଟ୍‌ ନିର୍ମାଣ ସହ କମ୍ ଗଛଲତା ଦେଖାଯାଏ । ଏଗୁଡ଼ିକ ତାପ ଗ୍ରହଣ କରିଥାନ୍ତି ଓ ସହରକୁ ଅପେକ୍ଷାକୃତ ଉତ୍ତପ୍ତ ରଖୁଥାନ୍ତି ।
  3. ସୂକ୍ଷ୍ମ ଜଳବାୟୁ ସ୍ଥାନୀୟ ଉଦ୍ଭିଦ ଓ ପ୍ରାଣୀ, ଶସ୍ୟ ଉତ୍ପାଦନ ଓ ମାନବ ସ୍ଵାସ୍ଥ୍ୟ ଓ ସୁଖ ସ୍ଵାଚ୍ଛନ୍ଦ୍ୟକୁ ପ୍ରଭାବିତ କରିଥାଏ ।

Question 4.
ମୌସୁମୀ ବାୟୁର ଆଗମନ ସମ୍ପର୍କରେ ଆମ ସମାଜରେ ଥିବା ପାରମ୍ପରିକ ବିଶ୍ଵାସରୁ ତିନିଗୋଟି ଉଲ୍ଲେଖ କର ।
Answer:

  1. ଦକ୍ଷିଣ ଭାରତର କୋଙ୍କଣ ଉପକୂଳର ଧୀବରମାନେ ମାଛମାନଙ୍କ ବ୍ୟବହାରରୁ ମୌସୁମୀ ବାୟୁର ଆଗମନ ବିଷୟରେ ଜାଣିଥାନ୍ତି । ସାଧାରଣତଃ ମୌସୁମୀ ବାୟୁ ପୂର୍ବରୁ ଗଭୀର ଜଳରେ ଥ‌ିବା ମାଛମାନେ ଜଳପୃଷ୍ଠକୁ ଚାଲି ଆସିଥାନ୍ତି ।
  2. ଆହୁରି ମଧ୍ୟ ଦକ୍ଷିଣ ଭାରତରେ ସୁନାରୀ ଗଛ ବା କାଶିଆ ଫିସ୍ତଲାରେ ଫୁଲ ଧରିଲେ ପଚାଶ ଦିନ ମଧ୍ୟରେ ମୌସୁମୀ ଆସିବ ବୋଲି କୁହାଯାଇଥାଏ ।
  3. ଆଉ କେତେକ ସମ୍ପ୍ରଦାୟ ବିଶ୍ଵାସ କରନ୍ତି ଯେ କାଉମାନେ ଗଛର ଉପର ଅଂଶରେ ବସା ବୃଷ୍ଟି ହୁଏ । ଅନ୍ୟ ପକ୍ଷରେ ବସାଗୁଡ଼ିକ ଅଳ୍ପ ଉଚ୍ଚରେ ଥିଲେ ପ୍ରବଳ ବର୍ଷା ହେବାର ସୂଚନା ବାନ୍ଧିଲେ ସ୍ଵଚ୍ଛ ଦେଇଥାଏ ।

Question 5.
ତୁମେ ଜାଣିବାରେ ଜଳବାୟୁ ପରିବର୍ତ୍ତନର ତିନିଗୋଟି କାରଣ ଉଲ୍ଲେଖ କର ।
Answer:

  1. ଜଳବାୟୁରେ ଉଲ୍ଲେଖନୀୟ ଦୀର୍ଘକାଳୀନ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଇଥାଏ । ଏହା ତାପମାତ୍ରା, ବର୍ଷଣ ଓ ଅନ୍ୟାନ୍ୟ ପାଗଜନିତ ଘଟଣାବଳୀରେ ପରିବର୍ଭନ କାରଣରୁ ହୋଇଥାଏ ।
  2. ଊନବିଂଶ ଶତାବ୍ଦୀ ପରଠାରୁ ମୁଖ୍ୟତଃ ମାନବୀୟ କାର୍ଯ୍ୟକଳାପ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରିତ କରୁଅଛି ।
  3. ବିଶେଷତଃ, ଜୀବାଶ୍ମ ଇନ୍ଧନରେ ଦହନ, ବନ୍ୟକ୍ଷୟ, ପରିବେଶ ପାଇଁ କ୍ଷତିକାରକ ଓ ଶିଳ୍ପୀକରଣ, ଅଧିକ ଉତ୍ପାଦନ ଓ ବିଭିନ୍ନ ସାମଗ୍ରୀର ଅତ୍ୟଧିକ ତଥା ଅପବ୍ୟବହାରପୂର୍ଣ ଉପଭୋଗ ଆଦି ଏହାର ପ୍ରମୁଖ କାରଣ ହୋଇଥାଏ ।

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

ପାର୍ଥକ୍ୟ ଦର୍ଶାଅ ।

Question 1.
ପାଗ ଓ ଜଳବାୟୁ ।

ପାଗ ଜଳବାୟୁ
(i) ବାୟୁ ମଣ୍ଡଳର ସାମୟିକ ଅବସ୍ଥାକୁ ପାଗ କୁହାଯାଏ । (i) କୌଣସି ଅଞ୍ଚଳର ବହୁ ବର୍ଷ ବ୍ୟାପି ପାଣିପାଗର ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ ।
(ii) ପାଣିପାଗ ସର୍ବଦା ପରିବର୍ତ୍ତନଶୀଳ । (ii) ଜଳବାୟୁ ସାଧାରଣଭାବେ ଦୀର୍ଘ ସମୟ ଧରି ସ୍ଥିର ରହିଥାଏ ।

Question 2.
ଆଲ୍‌ୟ ଜଳବାୟୁ ଓ ନାତିଶୀତୋଷ ଜଳବାୟୁ ।
Answer:

ଆଲ୍‌ପୀୟ ଜଳବାୟୁ ନାତିଶୀତୋଷ୍ଣ ଜଳବାୟୁ
(i) ଆଲ ପୀୟ ଜଳବାୟୁ ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ ଅନୁଭୂତ ହୋଇଥାଏ । (i) ନାତି ଶୀତୋଷ୍ଣ ଜଳ ବ ।ୟୁ ହି ମାଳ ୟର ନି ମ୍ନ ଭାଗରେ ତଥା ଭାରତର ଅନେକ ପାହାଡ଼ିଆ ଅଞ୍ଚଳରେ ଅନୁଭୂତ ହୋଇଥାଏ ।
(ii) ଏହି ଅଞ୍ଚଳରେ ଶୀତଦିନେ ବେଶ୍ ଥଣ୍ଡା ଓ | ତୁଷାରପାତ ହୋଇଥାଏ । (ii) ଏଠାରେ ଶୀତଦିନେ ମଧ୍ୟମ ଧରଣର ଶୀତ ଓ ଗ୍ରୀଷ୍ମ କାଳରେ ଅଧ୍ଵ ଗରମ ହୋଇ ନଥାଏ ।
(iii) ଏହି ଅଞ୍ଚଳରେ ସବୁଠାରୁ ମୋଟା ଶୀତବସ୍ତ୍ର ବ୍ୟବହୃତ ହୋଇଥାଏ । (iii) ଏହି ଅଞ୍ଚଳମାନଙ୍କରେ ଅଧୂକ ଶୈଳନିବାସ ଦେଖାଯାଇଥାଏ ।

Question 3.
ଉପକ୍ରାନ୍ତୀୟ ଜଳବାୟୁ ଓ ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ ।

ଉପକ୍ରାନ୍ତୀୟ ଜଳବାୟୁ । ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ
(i) ଉପକ୍ରାନ୍ତୀୟ ଜଳବାୟୁ ଭାରତର ଉତ୍ତ ର ସ୍ଥ ସମତଳ ଭୂମିରେ ଅନୁଭୂତ ହୋଇଥାଏ । (i) ଆର୍ଦ୍ର କ୍ରାନ୍ତୀୟ ଜଳବାୟୁ ଭାରତର ପଶ୍ଚିମ ଉପକୂଳରେ ଅନୁଭୂତ ହୋଇଥାଏ ।
(ii) ଏଠାରେ ଗ୍ରୀଷ୍ମଋତୁ ଉତ୍ତପ୍ତ ଏବଂ ଶୀତଋତୁ ବେଶ୍ । ଥଣ୍ଡା ହୋଇଥାଏ । (ii) ଏଠାରେ ମୌସୁମୀ ମାସରେ ପ୍ରଚୁର ବୃଷ୍ଟି ହୋଇଥାଏ ।
(iii) ଏହି ଅଞ୍ଚଳରେ ସର୍ବାଧ‌ିକ ଗହମ ଚାଷ ହୋଇଥାଏ । (iii) ଏହି ଅଞ୍ଚଳମାନଙ୍କରେ ଧାନ ଓ ବିଭିନ୍ନ ମସଲା ଆଦି ଚାଷ କରାଯାଇଥାଏ ।

Question 4.
ବାତ୍ୟା ଓ ବନ୍ୟା ।
Answer:

ବାତ୍ୟା ବନ୍ୟା
(i) କେତେକ ସ୍ଵତନ୍ତ୍ର ପରିସ୍ଥିତରେ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଅପେକ୍ଷା ବାୟୁର ଚାପ କମ୍ ହେଲେ ସେଠାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ । ଏହାକୁ ବାତ୍ୟା କୁହାଯାଏ । (i) ସାଧାରଣ ଭାବେ ଶୁଷ୍କ ରହୁଥିବା ଭୂମି ଜଳମଗ୍ନ ହେଲେ ବନ୍ୟା ହୋଇଥାଏ ।
(ii) ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହିତ ପ୍ରଚୁର ବୃଷ୍ଟିପାତ କରାଇଥାଏ । (ii) କୌଣସି ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ହେଲେ’ ନଦୀଜଳ ଉଛୁଳି ପଡ଼ିବା ସହିତ ବନ୍ଧ ଭାଙ୍ଗିଯାଏ । ଫଳରେ ବନ୍ୟା ସୃଷ୍ଟି ହୁଏ ।
(iii) ବାତ୍ୟା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଥାଏ । (iii) ବର୍ଷା ଋତୁରେ ବାରମ୍ବାର ବନ୍ୟା ହୋଇଥାଏ

Question 5.
ସ୍ଖଳନ ଓ ବନାଗ୍ନି ।
Answer:

ଭୂ-ସ୍ଖଳନ ବନାଗ୍ନି
(i) ବର୍ଷା, ଭୂମିକମ୍ପ କିମ୍ବା ଅଗ୍ନି ଉଦ୍‌ଗୀରଣ ଜନିତ କାରଣ ଯୋଗୁଁ ଶିଳା, ମୃରିକା ତଥା ଅସଂଲଗ୍ନ ଶିଳା ସମୂହ ହଠାତ୍ ଉପରରୁ ତଳକୁ ଆସିବାକୁ ଭୂ-ସ୍ଖଳନ କୁହାଯାଏ (i) ବଣ ଜଙ୍ଗଲରେ ଅନିୟନ୍ତ୍ରିତ ଭାବେ ବ୍ୟାପୁଥ‌ିବା ନିଆଁକୁ ବନାଗ୍ନି କୁହାଯାଏ ।
(ii) ମୁଖ୍ୟତଃ ମୌସୁମୀ ବାୟୁ ପ୍ରବାହ ସମୟରେ ଭୂ-ସ୍ଖଳନ ବହୁ ପରିମାଣରେ ଘଟିଥାଏ । (ii) ମଣିଷର ଅସାବଧାନତା ଏହାର ଅନ୍ୟ ଏକ ପ୍ରମୁଖ କାରଣ ।
(iii) ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ସାଧାରଣତଃ ଭୂ- ସ୍ଖଳନ ଦେଖାଯାଏ । (iii) ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ · ଓ ଛତି ଶଗଡ଼ରେ ସାଧାରଣତଃ ବନ । ଗ୍ନି ଦେଖାଯାଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଜାତୀୟ ଓ ରାଜ୍ୟସ୍ତରରେ NDRF ଓ SDRFର କାର୍ଯ୍ୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ସ୍ଵତନ୍ତ୍ର ପ୍ରଶିକ୍ଷଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ବା NDRF (National Disaster Response Force) ଭାରତର ବିଭିନ୍ନ ପ୍ରାନ୍ତରରେ ହେଉଥ‌ିବା ପ୍ରାକୃତିକ ତଥା ମାନବୀୟ ବିପର୍ଯ୍ୟୟ ବେଳେ ଧନଜୀବନ ରକ୍ଷା କରିଥାନ୍ତି ।

(ii) ଏନ୍.ଡି.ଆର୍.ଏଫ୍.ର ବାଟାଲିଆନ ଭାରତର ୧୨ଗୋଟି ସ୍ଥାନରେ ରହିଛି ।

(iii) ବାତ୍ୟା, ଭୂ-ସ୍ଖଳନ, ବନ୍ୟା ସମୟରେ ଏହି ଆପାତକାଳୀନ ଜଳ ଉଦ୍ଧାର ଓ ଅପସାରଣ କାର୍ଯ୍ୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

(iv) ଆମ ଓଡ଼ିଶାର କଟକ ସହର ନିକଟସ୍ଥ ମୁଣ୍ଡଳୀଠାରେ ତୃତୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ରହିଅଛି ।

(v) ଠିକ୍ ସେହିପରି ଆମ ରାଜ୍ୟସ୍ତରରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ବା SDRF କାର୍ଯ୍ୟ କରୁଅଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଭୟ NDRF ଓ SDRF ମିଳିତ ଭାବରେ କାର୍ଯ୍ୟ କରିଥା’ନ୍ତି ।

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 2.
ନୂତନ ଭାବେ ଦେଖାଯାଉଥ‌ିବା ପ୍ରାକୃତିକ ବିପର୍ଯ୍ୟୟ ‘ହିମ ବିସ୍ଫୋଟ’ ସମ୍ପର୍କରେ ଏକ ଟିପ୍ପଣୀ ପ୍ରଦାନ କର ।
Answer:
(i) ସାଧାରଣ ଭାବରେ କହିବାକୁ ଗଲେ, ହିମ ଅର୍ଥାତ୍ ବରଫ । ହଠାତ୍ କୌଣସି କାରଣରୁ ବରଫର ପାହାଡ଼ ବା ହିମବାହ ତରଳି ଜଳରେ ପରିଣତ ହେବାକୁ ‘ହିମ ବିସ୍ଫୋଟ’ କୁହାଯାଏ ।

(ii) ଏହା ହିମାଳୟ ଅଞ୍ଚଳରେ ହିମବାୟ ସୃଷ୍ଟ ହ୍ରଦଗୁଡ଼ିକ ଜଳପୂର୍ଣ୍ଣ ହେଲେ ତାହା ଉଛୁଳି ପଡ଼ିଥାଏ । ଏହି ହ୍ରଦଗୁଡ଼ିକ ଶିଳା ଏବଂ ବରଫର ବନ୍ଧକଦ୍ଵାରା ଜଳ ଧରି ରଖୁଥାନ୍ତି । ବରଫ ତରଳିବା ଯୋଗୁଁ ଏଠାରେ ଜଳର ପରିମାଣ ବଢ଼ିଯାଇଥାଏ ।

(iii) ବରଫ ଅତିଶୀଘ୍ର ତରଳିବା କାରଣରୁ କିମ୍ବା ପ୍ରଚୁର ବୃଷ୍ଟିପାତ ହେଲେ ଚାପ ବୃଦ୍ଧିପାଏ, ଶିଳା ଓ ବରଫର ବନ୍ଧ ଭାଙ୍ଗିଯାଏ । ଏହା ଫଳରେ ମଧ୍ଯ ‘ହିମ, ବିସ୍ଫୋଟ’ ହୋଇଥାଏ ।

(iv) ହଠାତ୍ ଖୁବ୍ ବେଗରେ ପାହାଡ଼ ଓ ପର୍ବତ ଉପରୁ ଜଳ ପ୍ରବାହିତ ହେବା ଫଳରେ ପାହାଡ଼ତଳେ ଥିବା ଲୋକମାନଙ୍କର ଘରଦ୍ଵାର ଓ କୋଠାବାଡ଼ି ଜଳସ୍ରୋତରେ ଭାସିଯାଇଥାଏ ।

(v) ଏଥିରେ ଅନେକ ସଂଖ୍ୟାରେ ଧନଜୀବନ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ । ୨୦୧୩ ମସିହାରେ ଉତ୍ତରାଖଣ୍ଡରେ ଅନେକ ଦିନ ଧରି ଲଗାତର ପ୍ରବଳ ବର୍ଷା ହେବା ଯୋଗୁଁ ‘ହିମ ବିସ୍ଫୋଟ’ ହୋଇଥିଲା । ଏଥ‌ିରେ ଭାରତର ପବିତ୍ର ତୀର୍ଥସ୍ଥଳୀ ‘କେଦାରନାଥ ମନ୍ଦିର’ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିଲା ।

Question 3.
‘ସବୁଜ ଗୃହ ପ୍ରଭାବ’ କହିଲେ କ’ଣ ବୁଝ ? ଏହାର ପରିବେଶ ଉପରେ କ’ଣ ପ୍ରଭାବ ରହିଛି ?
Answer:
(i) ପୃଥ‌ିବୀର ପ୍ରାକୃତିକ ‘ଅଙ୍ଗାରକ ଚକ୍ର’ରେ ଅଙ୍ଗାରକାମ୍ଳ ବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍ ଧୀରେଧୀରେ ବାୟୁମଣ୍ଡଳକୁ ଆସିଥାନ୍ତି ଓ ସୂର୍ଯ୍ୟଙ୍କ ତାପକୁ ଧରି ରଖୁଥାନ୍ତି । ଏହାକୁ ପ୍ରାକୃତିକ ‘ସବୁଜ ଗୃହ ପ୍ରଭାବ’ କୁହାଯାଇଥାଏ ।

(ii) ସବୁଜ ଗୃହ ପ୍ରଭାବ ପୃଥ‌ିବୀକୁ ଯଥେଷ୍ଟ ଉଷ୍ଣ ରଖୁବାଦ୍ଵାରା ଜୀବଜଗତ ତିଷ୍ଠି ରହିଥାଏ ।

(iii) ବିଗତ କିଛି ଶତାବ୍ଦୀଧରି ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯଥା— ଶିଳ୍ପ, ପରିବହନ ଓ କୃଷି କ୍ଷେତ୍ରରୁ ବହୁଳ ପରିମାଣରେ ବିଭିନ୍ନ ସବୁଜ ଗୃହ ଗ୍ୟାସ୍ ବାୟୁମଣ୍ଡଳକୁ ପ୍ରବେଶ କରିଛି । ସବୁଜ ଗୃହ ଗ୍ୟାସ୍‌ଗୁଡ଼ିକର ଅହେତୁକ ବୃଦ୍ଧି ଅଧ‌ିକ ତାପ ଧରି ରଖୁଛି ।

(iv) ଫଳତଃ ବିଶ୍ଵ ତାପମାତ୍ରାର ଦ୍ରୁତ ବୃଦ୍ଧିରେ ଏହା ସହାୟକ ହୋଇଛି । ଏହା ଯୋଗୁଁ ହଜାର ହଜାର ବର୍ଷଧରି ଜଳବାୟୁ ଧାରା ସହ ନିଜକୁ ଖାପଖୁଆଇ ଚଳି ଆସୁଥ‌ିବା ଉଦ୍ଭଦ, ପ୍ରାଣୀ ଓ ମାନବ ସମାଜରେ ବିଘଟନ ଦେଖାଯାଉଛି ।

(v) ୨୦୧୫ ମସିହା ପ୍ରାରମ୍ଭରେ ଦେଶର ହାରାହାରି ତାପମାତ୍ରା ସାଧାରଣତଃ ତାପମାତ୍ରାଠାରୁ ୧° ରୁ ୩° ସେଲ୍‌ସିୟସ୍ ବୃଦ୍ଧି ପାଇଛି । ଏଥ‌ିଯୋଗୁଁ ବିଗତ ଶୀତଋତ୍ରୁଟି ପୂର୍ବଗୁଡ଼ିକ ତୁଳନାରେ କମ୍ ଅବଧୂ ବିଶିଷ୍ଟ ଓ କମ୍ ଶୀତ ଅନୁଭୂତ ହୋଇଥିଲା । ଏହା କେବଳ କୃଷି ଉତ୍ପାଦନ ବ୍ୟତୀତ ବିଭିନ୍ନ କ୍ଷୁଦ୍ରଶିଳ୍ପକୁ ପ୍ରଭାବିତ କରିଥିଲା ।