Go through 7th Class Social Science Book Odia Medium Question Answer and Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ to understand textbook questions more clearly.
7th Class Social Science Chapter 3 Question Answer Odia Medium
Class 7 Social Science Chapter 3 Odia Medium
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
Question 1.
ଜଳବାୟୁ ନିୟାମକଗୁଡ଼ିକ ସହ ସେମାନଙ୍କର ଫଳାଫଳ ସଂଯୋଗ କର ।
| ‘କ’ ସ୍ତମ୍ଭ | ‘କ’ ସ୍ତମ୍ଭ |
| (୧) ଅକ୍ଷାଂଶ | (କ) ଗ୍ରୀଷ୍ମଋତୁରେ ଭାରତକୁ ଆର୍ଦ୍ରବାୟୁ ଆଣେ |
| (୨) ସମୁଦ୍ର ପତ୍ତନଠାରୁ ଉଚ୍ଚତା | (ଖ) ଉତ୍ତର ଓ ଦକ୍ଷିଣରେ ବିଭିନ୍ନ ଜଳବାୟୁ ସୃଷ୍ଟିକରେ |
| (୩) ସମୁଦ୍ର ସମୀପତା | (ଗ) ଉଚ୍ଚସ୍ଥାନକୁ ଥଣ୍ଡା ରଖେ |
| (୪) ମୌସୁମୀ ବାୟୁ | (ଘ) ତାପକୁ ନିୟନ୍ତ୍ରଣ କରେ |
Answer:
| ‘କ’ ସ୍ତମ୍ଭ | ‘କ’ ସ୍ତମ୍ଭ |
| (୧) ଅକ୍ଷାଂଶ | (ଖ) ଉତ୍ତର ଓ ଦକ୍ଷିଣରେ ବିଭିନ୍ନ ଜଳବାୟୁ ସୃଷ୍ଟିକରେ |
| (୨) ସମୁଦ୍ର ପତ୍ତନଠାରୁ ଉଚ୍ଚତା | (ଗ) ଉଚ୍ଚସ୍ଥାନକୁ ଥଣ୍ଡା ରଖେ |
| (୩) ସମୁଦ୍ର ସମୀପତା | (ଘ) ତାପକୁ ନିୟନ୍ତ୍ରଣ କରେ |
| (୪) ମୌସୁମୀ ବାୟୁ | (କ) ଗ୍ରୀଷ୍ମଋତୁରେ ଭାରତକୁ ଆର୍ଦ୍ରବାୟୁ ଆଣେ |
Question 2.
ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ ।
(କ) ପାଗ ଓ ଜଳବାୟୁ ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
(i) ପାଗ : ପାଗ ହେଉଛି ବାୟୁମଣ୍ଡଳର କୌଣସି ଏକ ସ୍ଥାନରେ ଏଇ ଅବସ୍ଥା ଯାହା କିଛି ଘଣ୍ଟା କିମ୍ବା କିଛି ଦିନ ପାଇଁ ରହିଥାଏ ଏବଂ ଶୀଘ୍ର ପରିବର୍ତ୍ତନ ଘଟେ । ଏପରିକି ଗୋଟିଏ ଦିନର ସକାଳ, ସନ୍ଧ୍ୟା ଓ ରାତି ସମୟର ପାଗ ମଧ୍ଯ ଭିନ୍ନ ହୋଇଥାଏ । କେତେବେଳେ ‘ଖରାପାଗ’ ତ କେତେବେଳେ ‘ବର୍ଷାପାଗ’, ‘କୋହଲା ପାଗ’ ଆଦି ହୋଇଥାଏ ।
(ii) ଜଳବାୟୁ : ଜଳବାୟୁ କହିଲେ କୌଣସି ଅଞ୍ଚଳର ବହୁବର୍ଷ ବ୍ୟାପି (ଦଶନ୍ଧି ଦଶନ୍ଧି ଧରି) ପାଣିପାଗର ହାରାହାରି ଅବସ୍ଥାକୁ ବୁଝାଇଥାଏ । ଅଞ୍ଚଳ ଭିତ୍ତିରେ ଜଳବାୟୁରେ ଭିନ୍ନତା ଦେଖାଯାଏ ।
Question (ଖ).
ସମୁଦ୍ରଠାରୁ ଦୂରରେ ଥିବା ସ୍ଥାନ ଅପେକ୍ଷା ନିକଟବର୍ତ୍ତୀ ସ୍ଥାନରେ ତାପମାତ୍ରା ମୃଦୁ ହୋଇଥାଏ କାହିଁକି ?
Answer:
ସମୁଦ୍ରଠାରୁ ଦୂରରେ ଥିବା ସ୍ଥାନ ଅପେକ୍ଷା ନିକଟବର୍ତ୍ତୀ ସ୍ଥାନର ତାପମାତ୍ରା ମୃଦୁ ହୋଇଥାଏ କାରଣ, ସମୁଦ୍ର ତାପମାତ୍ରାରେ ନିୟନ୍ତ୍ରକ ଭାବେ କାର୍ଯ୍ୟ କରେ । ଜଳଭାଗ ସ୍ଥଳଭାଗ ଅପେକ୍ଷା ବିଳମ୍ବରେ ଉତ୍ତପ୍ତ ହୁଏ ଏବଂ ବିଳମ୍ବରେ ଶୀତଳ ହୁଏ । ଗ୍ରୀଷ୍ମ ଋତୁରେ ସମୁଦ୍ରରୁ ଶୀତଳ ବାୟୁ ସ୍ଥଳଭାଗକୁ ପ୍ରବାହିତ ହୋଇ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଶୀତଦିନେ ସମୁଦ୍ରର ତାପମାତ୍ରା ସ୍ଥଳଭାଗ ଅପେକ୍ଷା ଅଧିକ ଥିବା ଏହା ପ୍ରଭାବରେ ଉପକୂଳ ଅଞ୍ଚଳ ‘ଉଷ୍ଣ ରହେ । ଫଳରେ ସମୁଦ୍ର ନିକଟବର୍ତ୍ତୀ ସ୍ଥାନରେ ତାପମାତ୍ରା ମୃଦୁ ହୋଇଥାଏ । ମାତ୍ର ସମୁଦ୍ରଠାରୁ ଦୂରବର୍ତ୍ତୀ ସ୍ଥାନମାନଙ୍କରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୋଇ ନଥାଏ । ତେଣୁ ସେଠାରେ ଗ୍ରୀଷ୍ମଦିନେ ଅଧ୍ଵ ଗରମ ଓ ଶୀତଦିନେ ଅଧୁକ ଥଣ୍ଡା ଅନୁଭୂତ ହୁଏ ।
Question (ଗ).
ଭାରତର ଜଳବାୟୁକୁ ପ୍ରଭାବିତ କରିବାରେ ମୌସୁମୀ ବାୟୁର ଭୂମିକା କ’ଣ ?
Answer:
ଭାରତର ଜଳବାୟୁ ମୌସୁମୀ ବାୟୁଦ୍ଵାରା ବହୁଳ ଭାବରେ ପ୍ରଭାବିତ ହୋଇଥାଏ । ଖରାଦିନେ ଏହା ସମୁଦ୍ରଆଡୁ ସ୍ଥଳଭାଗଆଡ଼କୁ ପ୍ରବାହିତ ହୋଇଥାଏ । ବିଶେଷକରି ଭାରତର ଦକ୍ଷିଣରୁ ଏହି ବାୟୁ ପ୍ରବାହିତ ହୋଇଥାଏ । ଏହି ବାୟୁ ଜଳୀୟବାଷ୍ପ ପୂର୍ଣ୍ଣ ହୋଇଥିବାରୁ ସ୍ଥଳଭାଗରେ ଘନୀଭୂତ ହୋଇ ପ୍ରଚୁର ବର୍ଷା ହୋଇଥାଏ । ଏହି ବର୍ଷା କୃଷିପାଇଁ ଉପଯୋଗୀ ହୋଇଥାଏ । ନଦୀ, ପୋଖରୀ ମଧ୍ଯ ପୂର୍ଣ୍ଣ ହୋଇଯାଏ । ଶୀତଦିନେ ମୌସୁମୀ ଭୂମିରୁ ସମୁଦ୍ର ଆଡ଼କୁ ପ୍ରବାହିତ ହୋଇଥାଏ । ଯାହା ଥଣ୍ଡା ଏବଂ ଶୁଖୁଲା ପାଗ ସୃଷ୍ଟି କରିଥାଏ । ଭାରତରେ ଏହି ମୌସୁମୀ ବାୟୁର ପ୍ରଭାବ ବର୍ଷସାରା ଅନୁଭୂତ ହୋଇଥାଏ ।
Question (ଘ).
ଚେନ୍ନାଇ ବର୍ଷସାରା ଉଷ୍ମ ବା ଉତ୍ତପ୍ତ ଥିବାବେଳେ ଲେହ ଥଣ୍ଡା ଥାଏ କାହିଁକି ? କଲା ।
Answer:
ଚେନ୍ନାଇ ସମୁଦ୍ରକୂଳରେ ଅବସ୍ଥିତ ହୋଇଥିବାରୁ ଏଠାରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୋଇଥାଏ । ପୁନଶ୍ଚ ଏହା ବିଷୁବରେଖାର ନିକଟତର ହୋଇଥବବାରୁ ବର୍ଷସାରା ଉଷ୍ଣ ଓ ଉତ୍ତପ୍ତ ରହିଥାଏ । ମାତ୍ର ଲେହ ସମୁଦ୍ରଠାରୁ ଅଧୂକ ଦୂରରେ ଅବସ୍ଥିତ, ତେଣୁ ଏଠାରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୁଏ ନାହିଁ । ଏହା ମଧ୍ୟ ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ଅବସ୍ଥିତ । ତେଣୁ ଲେହ ବର୍ଷସାରା ଥଣ୍ଡା ରହିଥାଏ ।
Question 3.
ଏହି ପୁସ୍ତକର ଶେଷରେ ଦିଆଯାଇଥିବା ଭାରତର ମାନଚିତ୍ରକୁ ଦେଖ ।
ଏହି ସହରଗୁଡ଼ିକର ଜଳବାୟୁ ଚିହ୍ନିତ କର : ଲେହ, ଚେନ୍ନାଇ, ଦିଲ୍ଲୀ, ପାଣାଜି ଏବଂ ଜୟପୁର ।
- ଏହି ସ୍ଥାନ ସମୁଦ୍ର ନିକଟରେ, ପର୍ବତ ଉପରେ ବା ମରୁଭୂମିରେ ଅବସ୍ଥିତ ?
- ଏହି ନିୟାମକଗୁଡ଼ିକ କିପରି ସେହିସବୁ ସ୍ଥାନର ଜଳବାୟୁକୁ ପ୍ରଭାବିତ କରେ ?
Answer:
ନିମ୍ନରେ ଲେହ, ଚେନ୍ନାଇ, ଦିଲ୍ଲୀ, ପାଣାଜୀ ଏବଂ ଜୟପୁର ଆଦି ସହରଗୁଡ଼ିକର ଜଳବାୟୁ ସମ୍ପର୍କରେ ଉଲ୍ଲେଖ କରାଗଲା ।
(i) ଲେହ – ଏହା ସମୁଦ୍ରଠାରୁ ବହୁ ଦୂରରେ ହିମାଳୟ ପାର୍ବତ୍ୟମାଳା ଅନ୍ତର୍ଗତ ଲଦାଖ ଅଞ୍ଚଳରେ ଅବସ୍ଥିତ । ଏହାର ଜଳବାୟୁ ଥଣ୍ଡା ଏବଂ ଶୀତଦିନେ ଅତ୍ୟନ୍ତ ଥଣ୍ଡା, ଖରାଦିନେ ଶୁଷ୍କ ଏବଂ ଥଣ୍ଡାଥାଏ ।
ପ୍ରଭାବ – ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ଦୂରରେ ଥିବାରୁ ଏହାର ତାପମାତ୍ରା ନିମ୍ନ ଏବଂ ଏଠାରେ ଶୁଷ୍କବାୟୁ ପ୍ରବାହିତ ହୁଏ । ଶୀତଦିନେ ଏଠାରେ ବରଫପାତ ହୋଇଥାଏ ।
(ii) ଚେନ୍ନାଇ – ଏହା ସମୁଦ୍ର କୂଳରେ ଅବସ୍ଥିତ । ବର୍ଷର ଅଧିକାଂଶ ସମୟ ଏଠାରେ ଉଷ୍ଣ, ଆର୍ଦ୍ର ଓ ଶୁଷ୍କ ଜଳବାୟୁ ଅନୁଭୂତ ହୁଏ ।
ପ୍ରଭାବ – ସମୁଦ୍ର କୂଳରେ ଏହାର ଅବସ୍ଥିତି ଥିବା ହେତୁ ଏହାର ତାପମାତ୍ରା ମଧ୍ୟମ ରହେ କିନ୍ତୁ ଆର୍ଦ୍ରତା ବଢ଼ିଯାଏ । ଉତ୍ତର ପୂର୍ବ ମୌସୁମୀ ବାୟୁ ହେତୁ ଏଠାରେ ମଧ୍ୟ ବର୍ଷା ହେଉଥିବାରୁ ଏଠାରେ ବର୍ଷକୁ ଦୁଇଯି ବର୍ଷାଋତୁ ହୋଇଥାଏ ।
(iii) ଦିଲ୍ଲୀ – ସମତଳ ଅଞ୍ଚଳରେ ସମୁଦ୍ରଠାରୁ ଦୂରରେ ଦିଲ୍ଲୀ ଅବସ୍ଥିତ । ଏଠାରେ ଜଳବାୟୁ ଗ୍ରୀଷ୍ମଦିନେ ଅଧ୍ବକ ଉଷ୍ଣ .ଏବଂ ଶୀତଦିନେ ମଧ୍ଯ ଅଧିକ ଥଣ୍ଡାଥାଏ ।
ପ୍ରଭାବ ସମୁଦ୍ରଠାରୁ ଦୂରରେ ଥିବାରୁ ସମୁଦ୍ର ତାହାର ତାପମାତ୍ରାକୁ ମଧ୍ଯ କରିପାରେ ନାହିଁ । ସୁତରାଂ ଏଠାରେ ଅଧ୍ବକ ଉତ୍ତାପ କିମ୍ବା ଅଧିକ ଥଣ୍ଡା ଅନୁଭୂତ ହୁଏ ।
(iv) ପାଣାଜୀ – ଏହା ଆରବ ସାଗର କୂଳରେ ଅବସ୍ଥିତ, ଏଠାରେ ଉଷ୍ଣମଣ୍ଡଳୀୟ ମୌସୁମୀ ଜଳବାୟୁ ପ୍ରବାହିତ ହୋଇଥାଏ । ଉଷ୍ଣ ଏବଂ ଆର୍ଦ୍ରତା ସହିତ ମୌସୁମୀ ପ୍ରଭାବରୁ ଅଧ୍ବକ ବର୍ଷା ହୋଇଥାଏ ।
ପ୍ରଭାବ – ସମୂଦ୍ର ଏହାର ତାପମାତ୍ରାକୁ ନିମ୍ନ କରିଥାଏ । ଅତ୍ୟତ୍ଵିକ ଆର୍ଦ୍ରତା ଏବଂ ମୌସୁମୀ ଯୋଗୁଁ ଅତ୍ୟଧ୍ଵକ ବର୍ଷା ମଧ୍ଯ ହୋଇଥାଏ ।
(v) ଜୟପୁର – ଏହି ସହ ରାଜସ୍ଥାନର ଥର୍ ମରୁଭୂମି ମଧ୍ଯରେ ଅବସ୍ଥିତ । ଏହାର ଜଳବାୟୁ ବେଶ୍ ଶୁଷ୍କ ଅଟେ । ଗ୍ରୀଷ୍ମ ଋତୁରେ ଏହା ଉତ୍ତପ୍ତ ଏବଂ ଶୀତ ଋତୁରେ ମଧ୍ଯମ ଧାରଣର ଥଣ୍ଡା ହୋଇଥାଏ ।
ପ୍ରଭାବ – ମରୁଭୂମି ନିକଟରେ ଥିବାରୁ ଗ୍ରୀଷ୍ମ ଦିନେ ଅଧିକ ତାପମାତ୍ରା ଏବଂ ଏଠାରେ ସ୍ଵଳ୍ପ ବର୍ଷା ହୋଇଥାଏ ।
![]()
Question 4.
ଭାରତ ମାନଚିତ୍ରରେ ଗ୍ରୀଷ୍ମ ଓ ଶୀତ ଋତୁରେ ମୌସୁମୀ ଚକ୍ର ଦର୍ଶାଅ |
(କ) କେଉଁଠାରେ ପବନ ଗ୍ରୀଷ୍ମ ଓ ଶୀତ ଋତୁରେ ବହେ, ଚିହ୍ନଟ କର ।
(ଖ) ମୌସୁମୀ ସମୟରେ ବାୟୁର ଦିଗ ଦର୍ଶାଅ ।
Answer:

Question 5.
ଭାରତର କୃଷି ଓ ପାଗ ସହିତ ଜଡ଼ିତ ପର୍ବପର୍ବାଣି (ଅକ୍ଷୟ ତୃତୀୟା, ହୋଲି) ଦର୍ଶାଇ ରଙ୍ଗୀନ ପୋଷ୍ଟରମାନ ପ୍ରସ୍ତୁତ କର । ଏହି ପର୍ବପର୍ବାଣିର ଚିତ୍ର ବା ଛବି ଅଙ୍କନ କର ।
Answer:
ଭାରତରେ କୃଷି ସହିତ ଜଡ଼ିତ ଅନେକ ପର୍ବପର୍ବାଣୀ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଆରମ୍ଭକରି ହୋଲିରେ ଶେଷ ହୋଇଥାଏ । ଲୋରୀ, ବିହୁ, ପୋଙ୍ଗଲ ଏବଂ ମକରସଂକ୍ରାନ୍ତି ପର୍ବ ଭାରତର ବିଭିନ୍ନ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଥାଏ । ଏହି ପର୍ବଗୁଡ଼ିକ ବିଶେଷକରି କୃଷି ସହିତ ଜଡ଼ିତ ହୋଇଥାଏ । ମକର ସଂକ୍ରାନ୍ତି ପର୍ବ ଭାରତର ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ପାଳିତ ହୋଇଥାଏ । ସେହିପରି ଲୋରୀ ହରିୟାଣା, ହିମାଚଳପ୍ରଦେଶ ଓ ପଞ୍ଜାବରେ ପାଳିତ ହୋଇଥାଏ । ବିହୁ ପର୍ବ ଆସାମ ଓ ଉତ୍ତର ପୂର୍ବ ଭାରତରେ ପାଳିତ ହୋଇଥାଏ । ଓନମ୍ ଏବଂ ପୋଙ୍ଗଲ ଯଥାକ୍ରମେ କେରଳ ଓ ତାମିଲନାଡୁରେ ପାଳିତ ହୋଇଥାଏ । ଏହି ପର୍ବକୁ ଜାମ୍ମୁ ଏବଂ କାଶ୍ମୀରରେ ଶିଶୁର ସଂକ୍ରାନ୍ତି କୁହାଯାଏ । ଉ ଉତ୍ତର ପ୍ରଦେଶରେ ଏହି ପର୍ବକୁ କିଚେରି କୁହାଯାଉଥିବାବେଳେ ପଶ୍ଚିମରେ ଏହାକୁ ପୌଷ ସଂକ୍ରାନ୍ତି କୁହାଯାଏ । ଏହିପରି ଭାବରେ ଏହି ଶସ୍ୟ ପର୍ବଟି ସମଗ୍ର ଭାରତବର୍ଷରେ ପାଳିତ ହୋଇଥାଏ ।

Question 6.
ନିଜକୁ ଜଣେ କୃଷକ ମନେକର । ବର୍ଷାଋତୁପାଇଁ ତୁମେ କିପରି ପ୍ରସ୍ତୁତ ରହିବ ସେ ସମ୍ବନ୍ଧରେ ଏକ କ୍ଷୁଦ୍ର ଅନୁଚ୍ଛେଦ ଲେଖ ।
Answer:
ଅନୁଚ୍ଛେଦ : ମୁଁ ଜଣେ କୃଷକ । ବର୍ଷାଦିନ ଆସିବା ପୂର୍ବରୁ ଜମିକୁ ହଳକରି ଅକ୍ଷୟ ତୃତୀୟା ଦିନ ଧାନ ବିହନ ବୁଣାବୁଣି କରିଦେବି । ବର୍ଷା ପାଣି ଜମିରୁ ବୋହି ନଯିବାପାଇଁ ମୁଁ ଜମି ଚାରିପଟେ ଥିବା ହିଡ଼କୁ ଭଲ ଭାବରେ ଦୃଢ଼ କରିଦେବି । ଅଧ୍ବକ ବର୍ଷା ହେଲେ କିଛିପାଣି ବହି ଯିବାପାଇଁ ଜମି ସୀମାରେ ଏକ ଛୋଟ ନାଳ ଖୋଳିରଖୁଥାଏ । ଧାନଗଛ ଉଠିବାପରେ ଜମିରୁ ବାଳୁଙ୍ଗା ଗଛକୁ ବାଛି ଅଲଗା କରିଦେବି । ଠିକ୍ ସମୟରେ ବିଲରେ ତଳି ରୋଇବା, ବିଲ ବାଛିବା, ହିଡ଼ ହାଣିବା, କୀଟନାଶକ ଔଷଧ ଆଦି ପକାଇବା କାମ କରିବି । ମୁଁ ଜମିର ଓ ଫସଲର ଉପଯୁକ୍ତ ଯନ୍ ନେଲେ ବର୍ଷ ଶେଷରେ ଭଲ ଫସଲ ଅମଳ କରିପାରିବି ।
Question 7.
ପ୍ରାକୃତିକ ବିପର୍ଯ୍ୟୟ (ବାତ୍ୟା, ବନ୍ୟା, ଭୂ-ସ୍ଖଳନ ଓ ବନାଗ୍ନି) ଚିହ୍ନଟ କର । ଏଗୁଡ଼ିକର କାରଣ ଓ ପ୍ରଭାବ ସମ୍ପର୍କରେ ଛୋଟ ପ୍ରବନ୍ଧ ଲେଖ । ଏଗୁଡ଼ିକର ପ୍ରଭାବ ହାସ କରିବାପାଇଁ ବ୍ୟକ୍ତି, ଗୋଷ୍ଠୀ ଓ ସରକାର କି କି ପଦକ୍ଷେପ ନେଇପାରିବେ ସେ ସମ୍ବନ୍ଧରେ ପରାମର୍ଶ ଦିଅ ।
Answer:
ପୃଥିବୀ ବକ୍ଷରେ ପ୍ରକୃତିରେ ବାସ କରୁଥିବା ମାନବ ଓ ଅନ୍ୟ ପ୍ରାଣୀମାନେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥା’ନ୍ତି । ଏହି ବିପର୍ଯ୍ୟୟଗୁଡ଼ିକ ହେଲା, ବାତ୍ୟା, ବନ୍ୟା, ଭୂସ୍ଖଳନ, ଭୂମିକମ୍ପ ଏବଂ ବନାଗ୍ନି ।
ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇ କ୍ରମେ ବାତ୍ୟା ସୃଷ୍ଟି ହୋଇଥାଏ । ଏହା ସାମୁଦ୍ରିକ ଝଡ଼ ଭାବରେ ଭୂଭାଗରେ ପ୍ରବେଶ କରି ତୀବ୍ର ବେଗରେ ପ୍ରବାହିତ ହେବା ଯୋଗୁଁ ବହୁ ଘରଦ୍ଵାରା ଉଡ଼ାଇନିଏ । ବଡ଼ବଡ଼ ବୃକ୍ଷ ଉପୁଡ଼ି ପଡ଼େ । ଏଥିରେ ଅନେକ ଧନଜୀବନ ନଷ୍ଟ ହୋଇଥାଏ । ସେହିପରି ବନ୍ୟା ବର୍ଷାଦିନେ ନଦୀମାନଙ୍କରେ ଆସିଥାଏ । ବନ୍ୟାରେ ଘରଦ୍ୱାରା, ମଣିଷ, ପଶୁ ପ୍ରଭୃତି ଜଳସ୍ରୋତରେ ଭାସିଯାଆନ୍ତି । ଚାଷ ଜମିରେ ପାଣି ମାଡ଼ିଯାଇ ଫସଲ ନଷ୍ଟ ହୁଏ । ଭୂସ୍ଖଳନ ପାହାଡ଼ିଆ ଅଞ୍ଚଳରେ ସାଧାରଣତଃ ହୋଇଥାଏ । ଭୂମିକମ୍ପ ମଧ୍ଯ ଭୂପୃଷ୍ଠର କମ୍ପନ ହେତୁ ସମୟ ସମୟରେ ହୋଇଥାଏ । ସେହିପରି ଗ୍ରୀଷ୍ମଋତୁରେ ଜଙ୍ଗଲରେ ନିଆଁଲାଗି ବନାଗ୍ନି ସୃଷ୍ଟି ହୋଇଥାଏ । ଏହିସବୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବାପାଇଁ ଏବଂ ଏହାର ପ୍ରଭାବକୁ ହ୍ରାସ କରିବାପାଇଁ ବ୍ୟକ୍ତି, ଗୋଷ୍ଠୀ ଏବଂ ସହରକର ବିଭିନ୍ନ ପଦକ୍ଷେପମାନ ନେଇଥା’ନ୍ତି । ଲୋକମାନେ ସଚେତନ ରହିବା ସହିତ ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷା ଦେବାପାଇଁ ଆବଶ୍ୟକ ପଦକ୍ଷେପ ନେଇଥା’ନ୍ତି । ସରକାର ଏବଂ ବିଭିନ୍ନ ଗୋଷ୍ଠୀ ମଧ୍ୟ ଆବଶ୍ୟକୀୟ କାର୍ଯ୍ୟ କରିଥାନ୍ତି ଯଥା- ବାତ୍ୟା ସମୟରେ ବାତ୍ୟା’ ଆଶ୍ରୟ ସ୍ଥଳକୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା, ବନ୍ୟା ସମୟରେ ସରକାରଙ୍କଦ୍ଵାରା ଆଶ୍ରୟସ୍ଥଳକୁ ସ୍ଥାନୀନ୍ତର କରିବା ଏବଂ ରିଲିଫ୍ ବଣ୍ଟନ କାର୍ଯ୍ୟ କରାଯାଇଥାଏ । ଏହିସବୁ ପ୍ରାକୃତିକ ବିପର୍ଯ୍ୟୟରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଅଗ୍ନିଶମବାହିନୀ, ସାମରିକ ବାହିନୀ ଏବଂ ଆକାଶ ବାହିନୀ ନିୟୋଜିତ ହୋଇଥା’ନ୍ତି । ସେହିପରି ବିଭିନ୍ନ ଗୋଷ୍ଠୀରେ ଲୋକମାନେ ଦଳବଦ୍ଧ ହୋଇ ବନ୍ୟା ବାତ୍ୟାର ମୁକାବିଲା କରିଥା’ନ୍ତି । ଯାହାଫଳରେ ଅନେକ ଧନଜୀବନର ସୁରକ୍ଷା ହୋଇଥାଏ ।
ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୪୫) :
Question 1.
କେଉଁ କାରଣରୁ ଭାରତର ଜଳବାୟୁରେ ବିବିଧତା ଦେଖାଯାଏ ।
Answer:
(i) ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ । ଏହା ମଧ୍ୟ ଜଳବାୟୁ କ୍ଷେତ୍ରରେ ପ୍ରଯୁଜ୍ୟ । ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ ଆଲ୍ପୀୟ ଜଳବାୟୁ ଅନୁଭୂତ ହୁଏ । ଶୀତଦିନେ ଅଧ୍ଵ ଥଣ୍ଡା ଓ ତୁଷାରପାତ ହୋଇଥାଏ । ଗ୍ରୀଷ୍ମ କାଳରେ ଶୀତଳ ଜଳବାୟୁ ଅନୁଭୂତ ହୁଏ । ଏଠାରେ ଲୋକମାନେ ସବୁଠାରୁ ମୋଟା ଶୀତବସ୍ତ୍ର ପରିଧାନ କରିଥାନ୍ତି ।
(ii) ହିମାଳୟର ନିମ୍ନଭାଗରେ ଅନେକ ପାହାଡ଼ିଆ ଅଞ୍ଚଳରେ ନାତିଶୀତୋଷ୍ଣ ଜଳବାୟୁ ଅନୁଭୂତ ହୁଏ । ଏଠାରେ ଶୀତଦିନେ ମଧ୍ୟମ ଧରଣର ଶୀତ ଓ ଗ୍ରୀଷ୍ମକାଳରେ ଅଧିକ ଗରମ ହୋଇ ନଥାଏ । ଏଥିପାଇଁ ଏଠାରେ ଶୈଳନିବାସମାନ ଦେଖାଯାଏ ।
(iii) ଉତ୍ତରସ୍ଥ ସମତଳ ଭୂମିରେ ଉପକ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୁଏ । ଏଠାକାର ଗ୍ରୀଷ୍ମଋତୁ ଉତ୍ତପ୍ତ ଏବଂ ଶୀତଋତୁ ବେଶ୍ ଥଣ୍ଡା । ଏହି ଅଞ୍ଚଳରେ ଭାରତର ସର୍ବାଧିକ ଗହମ ଚାଷ ହୋଇଥାଏ ।
(iv) ପଶ୍ଚିମସ୍ଥ ଥର୍ ମରୁଭୂମିର ଜଳବାୟୁ ଅତି ଶୁଷ୍କ । ଏଠାରେ ଦିନବେଳା ଅଧ୍ଵ ଗରମ ଏବଂ ରାତିରେ ଅଧିକ ଶୀତ ହୋଇଥାଏ ଏବଂ ଅତିକମ୍ ବୃଷ୍ଟିପାତ ହୋଇଥାଏ । ଏହି ଅଞ୍ଚଳର ଅସ୍ଵାସୀମାନେ ଜଳସଂଗ୍ରହ ଏବଂ ଜଳ ସଞ୍ଚୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥାମାନ କରିଛନ୍ତି ।
(v) ପଶ୍ଚିମ ଉପକୂଳ ଅଞ୍ଚଳରେ ମୌସୁମୀ ମାସରେ ପ୍ରଚୁର ବୃଷ୍ଟିପାତ ହୋଇଥାଏ । ଏଠାରେ ଆର୍ଦ୍ର କ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୁଏ । ଯାହା ଧାନ ଏବଂ ବିଭିନ୍ନ ମସଲା ଆଦିର ଚାଷ ପାଇଁ ବେଶ୍ ଉପଯୋଗୀ ହୋଇଥାଏ ।
(vi) କେନ୍ଦ୍ରୀୟ ଡେକାନ୍ ମାଳଭୂମିରେ ଅର୍ଥଶୁଷ୍କ ଜଳବାୟୁ ଅନୁଭୂତ ହୁଏ । ଏଠାକାର ଗ୍ରୀଷ୍ମଋତୁରେ ଗରମ, ଶୀତଋତୁରେ ହାଲ୍କା ଶୀତ ଏବଂ ବର୍ଷା ଋତୁରେ ମଧ୍ଯମ ଧାରଣର ବର୍ଷା ହୋଇଥାଏ । ପୂର୍ବ ଭାରତ ଏବଂ ଦକ୍ଷିଣ ଉପଦ୍ୱୀପରେ କ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୋଇଥାଏ । ଏଠାରେ ମୃଦୁ ଶୀତ ଋତୁ ଓ ମୌସୁମୀ ବାୟୁଦ୍ଵାରା ନିୟନ୍ତ୍ରିତ ନିର୍ଦ୍ଦିଷ୍ଟ ଶୁଷ୍କ ଓ ଆର୍ଦ୍ର ଋତୁ ବାସନୀୟ ପରିଲକ୍ଷିତ ହୁଏ ।
Question 2.
ମୌସୁମୀ କ’ଣ ? ଏହା କିପରି ସୃଷ୍ଟି ହୁଏ ?
Answer:
ମୌସୁମୀ ଶବ୍ଦ ସହିତ ଆମେମାନେ ବେଶ୍ ପରିଚିତ । ମୌସୁମୀ ବର୍ଷାରେ ନଦୀଗୁଡ଼ିକ ପୂରି ଉଠନ୍ତି, ମାଟି ଜଳରେ ଓଦା ହୁଏ । ବାଡ଼ିବଗିଚା ଓ କ୍ଷେତ ଶସ୍ୟଶ୍ୟାମଳା ହୋଇ ଉଠନ୍ତି । ବାସ୍ତବରେ ‘ମୌସୁମୀ’ ଶବ୍ଦଟି ଆରବ ଶବ୍ଦ ‘ମୌସୁମ୍’ରୁ ଆସିଛି, ଯାହାର ଅର୍ଥ ଋତୁ । ଆଷ୍ଟ୍ରଲିଆ, ଆଫ୍ରିକା, ଦକ୍ଷିଣ ଏସିଆ ସମେତ ଭାରତ ମହାସାଗର ଓ ଚତୁଃପାର୍ଶ୍ୱସ୍ଥ ବିସ୍ତୀର୍ଣ୍ଣ ଅଞ୍ଚଳରେ ପ୍ରବାହିତ ଋତୁକାଳୀନ ବାୟୁକୁ ଏହା ବୁଝାଇଥାଏ । ଏହା ପ୍ରଭାବରେ ଭାରତରେ ବର୍ଷା ହୋଇଥାଏ । ଏହାର ସୃଷ୍ଟି ପ୍ରକ୍ରିୟା ଜଟିଳ, ସ୍ଥଳଭାଗ ଜଳଭାଗ ତୁଳନାରେ ଶୀଘ୍ର ଉତ୍ତପ୍ତ ଓ ଶୀତଳ ହେବା ସରଳ ତଥ୍ୟ ଉପରେ ଏହା ପର୍ଯ୍ୟବସିତ । ସାଧାରଣତଃ ଗ୍ରୀଷ୍ମଋତୁରେ ଭାରତ ମହାସାଗର ଆଡୁ ଏହି ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ । ଗ୍ରୀଷ୍ମ ଋତୁରେ ସ୍ଥଳ ଭାଗ ଅଧିକ ଗରମ ହୋଇଥାଏ ଏବଂ ‘ଏହା ଉପରେ ଏକ ତୀବ୍ର ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଥାଏ । ଠିକ୍ ଏହି ସମୟରେ ସମୁଦ୍ର ଶୀତଳ ଥାଏ । ତେଣୁ ସେଠାରେ ଗୁରୁଚାପ ସୃଷ୍ଟି ହୋଇଥାଏ । ବାୟୁ ସର୍ବଦା ଗୁରୁଚାପ ଅଞ୍ଚଳରୁ ଲଘୁଚାପ ଅଞ୍ଚଳକୁ ପ୍ରବାହିତ ହୋଇଥାଏ । ଏହି କାରଣରୁ ସମୁଦ୍ରରୁ ବାୟୁ ସ୍ଥଳପଥ ଆଡ଼କୁ ପ୍ରବାହିତ ହୋଇଥାଏ ଏବଂ ଏହି ବାୟୁରେ ଜଳୀୟବାଷ୍ପପୂର୍ଣ୍ଣ ହୋଇଥାଏ । ଏହା ଉଷ୍ଣ ସ୍ଥଳଭାଗ ଉପରେ ଘନୀଭୂତ ହୁଏ ଏବଂ ପ୍ରଚୁର ବର୍ଷା କରାଇଥାଏ ।
ଶୀତଦିନେ ପରିସ୍ଥିତି ଓଲଟିଯାଏ । ସେତେବେଳେ ସ୍ଥଳଭାଗ, ଜଳଭାଗ ଅପେକ୍ଷା ଶୀଘ୍ର ଶୀତଳ ହୋଇଥାଏ । ଏହି ସମୟରେ ସ୍ଥଳଭାଗ ଉପରେ ଗୁରୁଚାପ ଓ ଜଳଭାଗରେ ଲଘୁଚାପ ସୃଷ୍ଟିହୁଏ । ଫଳରେ ବାୟୁ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ । ସ୍ଥଳଭାଗର ବାୟୁରେ ଜଳବାୟୁରେ ଜଳୀୟବାଷ୍ପ କମ୍ ଥିବାରୁ ଏସିଆର ଅଧିକାଂଶ ଅଞ୍ଚଳରେ ପାଗ ଶୁଖୁଲା ରହିଥାଏ ।
![]()
Question 3.
ଅର୍ଥନୀତି, ସଂସ୍କୃତି ଏବଂ ସମାଜ ଉପରେ ଜଳବାୟୁ କି ପ୍ରଭାବ ପକାଇଥାଏ ।
Answer:
ଜଳବାୟୁର ପ୍ରଭାବ ଭାରତର ଅର୍ଥନୀତି, ସଂସ୍କୃତି ଓ ସମାଜ ଉପରେ ବହୁ ମାତ୍ରାରେ ପଡ଼ିଥାଏ ।
(i) ଅର୍ଥନୀତି– ଭାରତର କୃଷି ମୌସୁମୀ ବାୟୁ ପ୍ରବାହ ଜନିତ ବର୍ଷା ଉପରେ ନିର୍ଭର କରିଥାଏ । ପର୍ଯ୍ୟାପ୍ତ ବର୍ଷା, କୃଷି ଏବଂ ଗ୍ରାମାଞ୍ଚଳର ନିଯୁକ୍ତିକୁ ସହାୟକ ହୋଇଥାଏ । ମୌସୁମୀ ବର୍ଷା ନହେଲେ କୃଷି ବାଧାପ୍ରାପ୍ତ ହୁଏ, ଜଳାଭାବ ଦେଖା ଯାଇଥାଏ, ଖାଦ୍ୟଶସ୍ୟର ଦରଦାମ୍ ବଢ଼ିଯାଏ । ଏପରିକି ମରୁଡ଼ି ମଧ୍ୟ ହୋଇଥାଏ । ସୁତରାଂ ଜଳବାୟୁ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇଥାଏ ।
(ii) ସାଂସ୍କୃତିକ ପ୍ରଭାବ – ଭାରତର ଅନେକ ପର୍ବପର୍ବାଣି ଯଥା ବୈଶାଖୀ, ପୋଙ୍ଗଲ, ଓନମ୍ ଇତ୍ୟାଦି କୃଷି ଓ ଜଳବାୟୁ ସହିତ ଜଡ଼ିତ । ଏହି ପର୍ବଗୁଡ଼ିକର ପାଳନ ଆମ ଦେଶର ସାଂସ୍କୃତିକ ପରମ୍ପରା ଜଳବାୟୁ ସହିତ ଜଡ଼ିତ ଥିବା ଦର୍ଶାଇଥାଏ ।
(iii) ସାମାଜିକ ପ୍ରଭାବ – ଜଳବାୟୁ ଲୋକମାନଙ୍କର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ । ସେମାନଙ୍କଋର ଖାଦ୍ୟ, ପୋଷାକ, ବାସଗୃହ ଏବଂ ଦୈନିକ କାର୍ଯ୍ୟକ୍ରମ ମଧ୍ୟ ଜଳବାୟୁଦ୍ଵାରା ନିୟନ୍ତ୍ରତ ହୋଇଥାଏ ।
(iv) ଉଦାହରଣ ସ୍ୱରୂପ – ଶୀଦିନେ ଉଷ୍ଣବସ୍ତ୍ର ପରିଧାନ, ଗୃହକୁ ଉଷ୍ଣ ରଖୁବା ଓ ଉଷ୍ଣ ଖାଦ୍ୟ, ଜଳ ଲୋକମାନେ ଗ୍ରହଣ କରିଥାନ୍ତି । ସେହିପରି ଗ୍ରୀଷ୍ମଦିନେ ସୂତାବସ୍ତ୍ର ପରିଧାନ, ଗୃହକୁ ଥଣ୍ଡା ରଖୁବା ଏବଂ ଥଣ୍ଡା ପାନୀୟ ମଧ୍ୟ ଲୋକମାନେ ପିଇଥାନ୍ତି ।
Question 4.
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାଜନିତ ପ୍ରସ୍ତୁତି ପାଇଁ ଜଳବାୟୁ ସମ୍ବନ୍ଧୀୟ ଜ୍ଞାନ କିପରି ସହାୟକ ହୋଇଥାଏ ?
Answer:
(i) ଜଳବାୟୁକୁ ସଠିକ୍ ବୁଝିବାଦ୍ୱାରା ପାଗ କେତେବେଳେ ଖରାପ ହୋଇଯିବ ସେ ବିଷୟରେ ଆମକୁ ଜଣାପଡ଼େ । ଫଳରେ ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷୟକ୍ଷତି ବହୁ ପରିମାଣରେ ରୋକି ହେବ । ଉଦାହରଣ ସ୍ଵରୂପ, ମୌସୁମୀ ଆସୁଛି ବୋଲି ଜାଣିବାଦ୍ଵାରା ଆମେ ନଦୀବନ୍ଧଗୁଡ଼ିକୁ ମରାମତି କରି ବନ୍ୟା ଜନିତ କ୍ଷୟକ୍ଷତି ହ୍ରାସ କରିପାରିବା ।
(ii) ‘ବାତ୍ୟାର ପୂର୍ବ ସୂଚନା ପାଇବାଦ୍ଵାରା ମନୁଷ୍ୟ ଗୃହପାଳିତ ପଶୁଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିପାରିବା । ଏହାଦ୍ଵାରା ଧନଜୀବନ ହାନି ବହୁମାତ୍ରାରେ ହ୍ରାସ ପାଇବ ।
(iii) ମରୁଡ଼ିର ସମ୍ଭାବନା ଥିଲେ ଜଳସଂରକ୍ଷଣ ତଥା ଉତ୍ତମ ପରିଚାଳନା ମାଧ୍ୟମରେ ଶସ୍ୟହାନି ରୋକିପାରିବା ।
(iv) ସୁତରାଂ, ଜଳବାୟୁ ସମ୍ବନ୍ଧୀୟ ଜ୍ଞାନ ଆମକୁ ତଥା ଆମ ଘର ଓ ଶସ୍ୟକୁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷିତ ରଖୁବାରେ ସହାୟକ ହୋଇଥାଏ ।
Question 5.
ଜଳବାୟୁ ପରିବର୍ତ୍ତନ କ’ଣ ? ଏହାର କି କି ପରିଣାମ ରହିଛି ?
Answer:
ଜଳବାୟୁରେ ଦୀର୍ଘକାଳୀନ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ । ଏହା ବ୍ୟାପକ ବା ଆଞ୍ଚଳିକ ଭିଭିରେ ହୋଇପାରେ । ଏହି ପରିବର୍ତ୍ତନ ତାପମାତ୍ରା, ବର୍ଷଣ ଏବଂ ପାଗଜନିତ ଘଟଣାବଳୀରେ ପରିବର୍ଭନ କାରଣରୁ ହୋଇଥାଏ । ନିୟୁତ ନିୟୁତ ବର୍ଷ ପୂର୍ବେ ବିଭିନ୍ନ ପ୍ରାକୃତିକ ପ୍ରକ୍ରିୟା ହିଁ ଜଳବାୟୁ ପରିବର୍ତ୍ତନର ବାରଣ ଥିଲା । ଉନବିଂଶ ଶତାବ୍ଦୀ ପରଠାରୁ ମୁଖ୍ୟତଃ ମାନବୀୟ କାର୍ଯ୍ୟକଳାପ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରୁଛି । ବିଶେଷତଃ ଜୀବାଶ୍ମ ଇନ୍ଧନର ଦହନ, ବନ୍ୟ କ୍ଷୟ, ପରିବେଶ ପାଇଁ କ୍ଷତିକାରକ ଶିଳ୍ପୀକରଣ, ଅଧୂକ ଉତ୍ପାଦନ ଓ ବିଭିନ୍ନ ସାମଗ୍ରୀର ଅତ୍ୟଧିକ ତଥା ଅପବ୍ୟବହାର, ପୂର୍ଣ୍ଣ ଉପଭୋଗ ଆଦି ଏଥିପାଇଁ ଦାୟୀ ।
ଜଳବାୟୁ ପରିବର୍ତ୍ତନର ପରିଣାମ ଅନେକ ଦେଖିବାକୁ ମିଳିଥାଏ । ଏହାଦ୍ଵାରା ପୃଥିବୀ ବକ୍ଷରେ ତାପମାତ୍ରା ବୃଦ୍ଧିପାଏ, ବରଫାବୃତ ଅଞ୍ଚଳଗୁଡ଼ିକ ତାପଦ୍ଵାରା ତରଳି ସମୁଦ୍ର ପତ୍ତନ ବୃଦ୍ଧିପାଏ । ବନ୍ୟା, ବାତ୍ୟା, ମରୁଡ଼ି ମଧ୍ଯ ଦେଖାଦିଏ । କୃଷି ଓ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଜଟିଳ ସମସ୍ୟା ସୃଷ୍ଟି ହୋଇଥାଏ । ପରିବେଶ ପ୍ରତି ମଧ୍ୟ ଅନେକ ଆହ୍ବାନ ଦେଖାଦିଏ । ସର୍ବଶେଷରେ ଅର୍ଥନୀତି ଓ ମାନବ ସ୍ଵାସ୍ଥ୍ୟ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦିଏ ।
ଆସ ଅନୁସନ୍ଧାନ କରିବା :
Question 1.
ତୁମ ପ୍ରିୟ ଋତୁଟି କ’ଣ ? ଏହାର କାରଣ ବୁଝାଇ ଏକ ସଂକ୍ଷିପ୍ତ ରଚନା ଲେଖ ।
Answer:
ମୁଁ ଶୀତ ଋତୁକୁ ଅଧିକ ଉପଭୋଗ କରେ । ଶୀତୁଆ ସକାଳର ଗରମ ଚା’କପ୍ ଅତ୍ୟନ୍ତ ଆନନ୍ଦଦାୟକ ହୋଇଥାଏ । ଏହି ଋତୁରେ ବଗିଚାରେ ଫୁଟିଥୁବା ନାନାଦି କିସମର ଫୁଲ ଯଥା- ଗେଣ୍ଡୁ, ଡାଲିଆ, ଜିନିଆ, ଗୋଲାପ, ସୂର୍ଯ୍ୟମୂଖୀ ଆଦି ମନକୁ ମୋହିଦିଏ । ଏହି ସମୟରେ ବହୁତ ପ୍ରକାର ପନିପରିବା ଯଥା କୋବି, ବିନ୍, ବିଲାତିବାଇଗଣ, ବାଇଗଣ, ମଟର ଛୁଇଁ, ଗାଜର ଆଦି ସୁଲଭ ଦରରେ ମିଳିଥାଏ । ଶୀତ ଲାଗୁଥୁବାରୁ ଗରମ ପୋଷାକର ଆବଶ୍ୟକତା ପଡ଼ିଥାଏ । ପ୍ଲେଟର, କୋଟ, ମଫଲର, ସାଲ୍ ଆଦିରେ ଶରୀରକୁ ଆବୃତ୍ତ କରି ରଖୁବାକୁ ପଡ଼େ । ଏହି ସମୟରେ ଖରାର ପ୍ରକୋପ କମ୍ ଥିବାରୁ ବାହାରେ ବଣଭୋଜି କରିବାକୁ ଭଲ ଲାଗେ । ଏହି ଋତୁକୁ ସାଧାରଣତଃ ବଣଭୋଜି ଋତୁ କହିଲେ ଭୁଲ୍ ହେବନାହିଁ ।
Question 2.
ତୁମ ଶ୍ରେଣୀର ତିନି ଚାରିଜଣ ପିଲାମିଶି ଗୋଟିଏ ଗୋଟିଏ ଦଳ ଗଠନ କର । ଋତୁ ବିଷୟରେ ତୁମ ଅଞ୍ଚଳରେ ସଙ୍ଗଠିତ ନିର୍ଦ୍ଦିଷ୍ଟ ଘଟଣାବଳୀଗୁଡ଼ିକ ସମ୍ବନ୍ଧରେ ଆଲୋଚନା କର । ସେହି ଘଟଣା ସମ୍ବନ୍ଧିତ ସଙ୍ଗୀତ, ଭୋଜିଭାତରେ ହେଉଥିବା ସ୍ଵତନ୍ତ୍ର ଖାଦ୍ୟ, ତଥା ଚଳଣି ଆଦି ବିଷୟରେ ତଥ୍ୟ ସଂଗ୍ରହ କର । ଏହି ତଥ୍ୟଗୁଡ଼ିକୁ ଲିପିବଦ୍ଧ କର ଏବଂ ତୁମର ଉପଲବ୍ଧିକୁ ଶ୍ରେଣୀଗୃହରେ ଆଲୋଚନା କର ।
Answer:
ମୁଁ ଏବଂ ମୋର ଶ୍ରେଣୀର ତିନିଜଣ ପିଲା ମିଶି ବିଭିନ୍ନ ଋତୁରେ ହେଉଥିବା ପର୍ବପର୍ବାଣି, ସଙ୍ଗୀତ, ଇତ୍ୟାଦି ସମ୍ପର୍କରେ ଏକ ଆଲୋଚନା କଲୁ । ପ୍ରଥମେ ଆମେ ଜାନୁୟାରୀ ମାସରେ ହେଉଥିବା ମକର ସଂକ୍ରାନ୍ତି ପର୍ବ ବିଷୟରେ କଥା ହେଲୁ । ଏହି ପର୍ବ ସୂର୍ଯ୍ୟଦେବତାଙ୍କୁ ଅର୍ପଣ କରାଯାଇଥାଏ ଏବଂ ଏହା ଅତ୍ୟନ୍ତ ପବିତ୍ର ପର୍ବ । ଲୋକମାନେ ଏହି ପର୍ବରେ ବିଭିନ୍ନ ପ୍ରକାର ଲଡୁ, ମିଠା, ମୁଆଁ ଇତ୍ୟାଦି ପ୍ରସ୍ତୁତ କରିଥାନ୍ତି । ନଦୀରେ ଗାଧେଇଥା’ନ୍ତି । ଗୁଡ଼ି ଉଡ଼ାଇଥା’ନ୍ତି । ଏହି ପର୍ବକୁ ଅନ୍ୟ ରାଜ୍ୟରେ ମଧ୍ୟ ଭିନ୍ନ ନାମରେ ପାଳନ କରାଯାଇଥାଏ, ଯଥା- ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋରୀ ଇତ୍ୟାଦି ।
ବସନ୍ତ ଋତୁର ଆଗମନରେ ବସନ୍ତ ପଞ୍ଚମୀ ପର୍ବ ପାଳିତ ହୋଇଥାଏ । ଏହି ପର୍ବରେ ମା’ ସରସ୍ଵତୀଙ୍କୁ ପୂଜା କରାଯାଇଥାଏ । ଘରେ ଘରେ ହଳଦିଆ ଖାଦ୍ୟ ଇତ୍ୟାଦି ରନ୍ଧନ କରାଯାଇଥାଏ ଏବଂ ଲୋକମାନେ ମଧ୍ଯ ହଳଦିଆ ବସ୍ତ୍ର ପରିଧାନ କରିଥାନ୍ତି । ମାର୍ଚ୍ଚ ମାସରେ ଦୋଳ ଏବଂ ହୋଲି ପର୍ବ ପାଳିତ ହୋଇଥାଏ । ଗ୍ରୀଷ୍ମ ଋତୁରେ ରଜ ଓ ବୈଶାଖୀ ମେଳା ପାଳିତ ହୋଇଥାଏ । ପବିତ୍ର ଅକ୍ଷୟ ତୃତୀୟାରେ କୃଷକ ଜମିକୁ ହଳକରି ବିହନ ବୁଣିଥାଏ । ସେହିପରି ଅକ୍ଟୋବର ମାସରେ ପାଳିତ ହେଉଥିବା ଦଶହରା ପର୍ବ ବିଷୟରେ ଆଲୋଚନା କଲୁ । ଏହି ପର୍ବରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ ।
ଶେଷରେ ଆମେ ଓନମ୍ ପର୍ବ ବିଷୟରେ ଆଲୋଚନା କଲୁ । ଏହା କେରଳରେ ପାଳିତ ହୋଇଥାଏ । ଭଲ ଶସ୍ୟ ଅମଳ ହୋଇଥିବାରୁ ଏହି ପର୍ବ ସେହି ଉପଲକ୍ଷେ ପାଳନ କରାଯାଏ । ଲୋକମାନେ ଘରକୁ ଅତି ସୁନ୍ଦର ଭାବରେ ଫୁଲରେ ସଜାଇଥା’ନ୍ତି । ଦୋଳିର ଆୟୋଜେନ ହୋଇଥାଏ । ସାଂସ୍କୃତିକ ପର୍ବ ଭାବେ ଏଥରେ ନୌକା ପ୍ରତିଯୋଗିତା କରାଯାଇଥାଏ ।
Question 3.
ଶୀତ ଋତୁ ଆସିବା ପୂର୍ବରୁ ତୁମ ଅଞ୍ଚଳର କେଉଁ ବୃକ୍ଷଗୁଡ଼ିକ ସେମାନଙ୍କର ରୂପ ରଙ୍ଗ ବଦଳାଇଥା’ନ୍ତି ? ଏହି ସମୟରେ କିଛି ବୃକ୍ଷ, ପତ୍ରଝଡ଼ା ଦେଇଥା’ନ୍ତି କି ? ଏପରି କାହିଁକି ହୁଏ ବୋଲି ଭାବୁଛ ? ସେହି ଗଛଗୁଡ଼ିକୁ ଚିହ୍ନଟ କର ଏବଂ ସେଗୁଡ଼ିକର ସ୍ଥାନୀୟ ନାମ ଲେଖ ।
Answer:
ଶୀତଋତୁ ଆସିବା ପୂର୍ବରୁ କେତେକ ବୃକ୍ଷ ସେମାନଙ୍କର ରୂପରଙ୍ଗ ବଦଳାଇଥା’ନ୍ତି । ଶରତ ଏବଂ ହେମନ୍ତ ଋତୁରେ କିଛି ସ୍ଥାନରେ ବୃକ୍ଷଗୁଡ଼ିକ ପତ୍ରଝଡ଼ା ଦେଇଥାନ୍ତି । ଏହି ବୃକ୍ଷଗୁଡ଼ିକ ହେଲା ମନ୍ଦାର, ଟଗର, ଚମ୍ପା, ପିପ୍ପଳ ଇତ୍ୟାଦି । ତାପମାତ୍ରା କମିବାରୁ ଏହି ଗଛଗୁଡ଼ିକ ମଧ୍ୟରେ ଏପରି ପରିବର୍ତ୍ତନ ଆସିଥାଏ ।
Question 4.
ଉଦ୍ଗାମଣ୍ଡଳମ୍ (ଉଟି) ଓ କୋଇମ୍ବାଟୁର ସ୍ଥାନ ଦୁଇଟି ପ୍ରାୟ ସମାନ ଉଚ୍ଚତାରେ ଅବସ୍ଥିତ । ତେବେ ଭଟିଠାରେ ଗ୍ରୀଷ୍ମକାଳରେ ତାପମାତ୍ରାର ବ୍ୟବଧାନ ୧୦°-୨୫° ସେଲ୍ସିୟସ୍ ହୋଇଥିବାବେଳେ କୋଇମ୍ବାଟୁରରେ ଏହା ୨୫° – ୩୮° ସେଲ୍ସିୟସ୍ । ଏହି ସ୍ଥାନ ଦୁଇଟି ମଧ୍ଯରେ ଏତେ ପରିମାଣରେ ତାପମାତ୍ରାରେ ପାର୍ଥକ୍ୟ ହୋଇଥାଏ କାହିଁକି ? ଏ ବିଷୟରେ ତୁମେ କ’ଣ ଚିନ୍ତା କରୁଛ ?
Answer:
ଯଦିଓ ଉଟି ଏବଂ କୋଏମ୍ବାଟୁର ପ୍ରାୟ ଏକ ଅକ୍ଷାଂଶରେ ଅବସ୍ଥିତ ତଥାପି ସେମାନଙ୍କର ତାପମାତ୍ରାରେ ପାର୍ଥକ୍ୟ ଆସିଥାଏ । ଉଟିର ତାପମାତ୍ରା ୧୦°ରୁ ୨୫° ସେଲ୍ସିୟସ୍ ହୋଇଥିବାବେଳେ କୋଏମ୍ବାଟୁର୍ର ତାପମାତ୍ରା ୨୫° ରୁ ୩୮° ସେଲ୍ସିୟସ୍ ହୋଇଥାଏ । ଏହି ଦୁଇଟି ସ୍ଥାନ ମଧ୍ୟରେ ତାପମାତ୍ରାର ପାର୍ଥକ୍ୟ ସ୍ଥାନ ଦୁଇଟିର ସମୁଦ୍ର ପତ୍ତନରୁ ଉଚ୍ଚତା ଭିତ୍ତିରେ ହୋଇଥାଏ । ଉଟି ସମୁଦ୍ର ପତ୍ତନରୁ ଅଧିକ ଉଚ୍ଚରେ ଥିବାରୁ ତା’ର ତାପମାତ୍ରା କମ୍ ଥାଏ ଏବଂ କୋଏମ୍ବାଟୁର ସମୁଦ୍ର ପତ୍ତନରୁ କମ୍ ଉଚ୍ଚରେ ଥିବାରୁ ତା’ର ତାପମାତ୍ରା ଉଟି ତୁଳନାରେ ଅଧିକ ଥାଏ ।
Question 5.
ମୌସୁମୀ ବର୍ଷାର ପୂର୍ବାନୁମାନ କରିବାର କ୍ଷମତା ଭାରତରେ ଜୀବନଯାତ୍ରାରେ ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ହୋଇଥିବାରୁ ଆମର ପୂର୍ବପୁରୁଷମାନେ ଚତୁଃପାର୍ଶ୍ଵର ପ୍ରକୃତିକୁ ଯନ୍ତ୍ର ସହକାରେ ନିରୀକ୍ଷଣ କରୁଥିଲେ । ସେମାନେ ନିଜସ୍ଵ ଅଭିଜ୍ଞତା ଆଧାରରେ ସ୍ଥାନୀୟ ପାରମ୍ପରିକ ଜ୍ଞାନ ବିକଶିତ କରିଛନ୍ତି । ଏହି ପାରମ୍ପରିକ ଜ୍ଞାନ ଆମର ଐତିହ୍ୟ, ଏହାକୁ ସବୁ ପ୍ରକାରେ ସଂରକ୍ଷିତ ରଖୁବା ଆବଶ୍ୟକ । ଉଦାହରଣ ସ୍ୱରୂପ, କୋଙ୍କଣ ଉପକୂଳର ଧୀବରମାନେ ମାଛମାନଙ୍କ ବ୍ୟବହାରରୁ ମୌସୁମୀ ବାୟୁର ଆଗମନ ବିଷୟରେ ଜାଣିଥା’ନ୍ତି । ସାଧାରଣତଃ ମୌସୁମୀ ପ୍ରବାହ ପୂର୍ବରୁ ଗଭୀର ଜଳରେ ଥିବା ମାଛମାନେ ଜଳପୃଷ୍ଠକୁ ଚାଲି ଆସିଥା’ନ୍ତି । ଦକ୍ଷିଣ ଭାରତରେ ସୁନାରୀ ଗଛ (କାଶିଆ ଫିସ୍ତୁଲା)ରେ ଫୁଲ ଧରିଲେ ପଚାଶ ଦିନ ମଧ୍ୟରେ ମୌସୁମୀ ଆସିବ ବୋଲି କୁହାଯାଏ । କେତେକ ସଂପ୍ରଦାୟ ବିଶ୍ଵାସ କରନ୍ତି ଯେ କାଉମାନେ ଗଛର ଉପର ଅଂଶରେ ବସା ବାନ୍ଧିଲେ ସ୍ୱଳ୍ପ ବୃଷ୍ଟି ହୋଇଥାଏ । ପ୍ରକାରାନ୍ତରେ ବସାଗୁଡ଼ିକ ଅଳ୍ପ ଉଚ୍ଚରେ ଥିଲେ ପ୍ରବଳ ବର୍ଷା ହେବାର ସୂଚନା ଦେଇଥାଏ । ତୁମ ଅଞ୍ଚଳରେ ବର୍ଷା, କୁହୁଡ଼ି, ତୁଷାରପାତ ଓ କୁଆପଥର ବୃଷ୍ଟି ଭଳି ଘଟଣା ସବୁର ପୂର୍ବାନୁମାନ ପାଇଁ ବ୍ୟବହୃତ ସ୍ଥାନୀୟ ଜ୍ଞାନର ଏକ ତାଲିକା ପ୍ରସ୍ତୁତ କର ।
Answer:
ଆମର ପୂର୍ବପୁରୁଷମାନେ ଥିଲେ ପ୍ରକୃତିର ନୀରବ ସାଧକ । ଆଜିକାଲି ଭଳି ବୈଜ୍ଞାନିକ ଜ୍ଞାନ ସେମାନଙ୍କର ନଥିଲା । ତେଣୁ ସେମାନେ ପ୍ରକୃତିରେ ବାସ କରୁଥିବା ପ୍ରାଣୀ, ବୃକ୍ଷ, ପଶୁ, ପକ୍ଷୀ ଇତ୍ୟାଦିଙ୍କର ଚାଲିଚଳଣିକୁ ଅନୁଧ୍ୟାନ କରି ବର୍ଷା, କୁହୁଡ଼ି, ତୁଷାରପାତ ଓ କୁଆପଥର ବୃଷ୍ଟି ଭଳି ଘଟଣାର ପୂର୍ବାନୁମାନ କରୁଥିଲେ । ପାରାମାନେ ଧୁଳିରେ ଝାଡ଼ିହେବା, କିମ୍ବା ଘରଚଟିଆ ଜୋର୍ରେ ବୋବାଇବା ଘଟଣା ବର୍ଷା ଆଗମନର ସଙ୍କେତ ଦେଇଥାଏ । ସେହିପରି ପିମ୍ପୁଡ଼ିମାନେ ସେମାନଙ୍କର ଗୃହରେ ଖାଦ୍ୟ ସଂଗ୍ରହ କରି ରହିଯିବା ଘଟଣା ମଧ୍ୟ ବର୍ଷା ହେବାର ସୂଚନା ଦେଇଥାଏ ।
ଶୀତଦିନେ ସକାଳୁ କାକର ପଡ଼ିବା, ଭଲ ପାଗର ସୂଚନା ଦେଇଥାଏ । ବସନ୍ତ ଋତୁରେ ହଠାତ୍ କୋହଲା ପାଗ ସୃଷ୍ଟି ହେବା ଏବଂ କଳା ବାଦଲ ଦେଖାଦେବା ସଙ୍କେତ କୁଆପଥର ବୃଷ୍ଟି ହେବାର ସୂଚନା ଦେଇଥାଏ । ସୁତରାଂ ଏହିପରି ଭାବରେ ପୂର୍ବରୁ ପାଣିପାଗର ପରିବର୍ତ୍ତନକୁ ଅନୁମାନ କରାଯାଉଥିଲା ।
Question 6.
ତୁମେ ତୁମ ଜେଜେବାପା ଜେଜେମା ଅଥବା ପଡ଼ୋଶୀରେ ରହୁଥିବା ବୟସ୍କ ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କର । ସେମାନଙ୍କୁ ସେମାନଙ୍କ ପିଲାଦିନ ଏବଂ ଯୁବକାବସ୍ଥାରେ, ବିଶେଷକରି କୃଷି ଓ ବର୍ଷା ସହିତ ଜଡ଼ିତ ମନେରଖୁଥିବା ବିଭିନ୍ନ ପାରମ୍ପରିକ ପର୍ବ ଓ ନୃତ୍ୟ ବିଷୟରେ ପଚାରି ବୁଝ । ସେମାନେ କେଉଁସବୁ ରୀତିନୀତିରେ ଅଂଶଗ୍ରହଣ କରୁଥିଲେ ? ତୁମେ ସାଙ୍ଗସହ ମିଶି ଏକ ପାରମ୍ପରିକ ସାଂସ୍କୃତିକ ଉତ୍ସବର ଆୟୋଜନ କର । ବୟସ୍କମାନେ କହିଥିବା କିଛି ନାଚ, ଗୀତ ଓ କାର୍ଯ୍ୟକ୍ରମ ଆଦି ପ୍ରଦର୍ଶନ କର । ଏହା ଏକ ନୃତ୍ୟ, ଫସଲ ଅମର ପର୍ବ କିମ୍ବା ବର୍ଷାପାଇଁ ଇନ୍ଦ୍ରଦେବତାଙ୍କୁ ପୂଜା କରିବା ଭଳି ଛୋଟିଆ ଗଳ୍ପ ହୋଇପାରେ । ଏସବୁ ପରମ୍ପରାକୁ ତୁମ ଶ୍ରେଣୀ ସାଥୀମାନଙ୍କୁ ଜୀବନ୍ତ କରିବାକୁ ଚେଷ୍ଟାକର ।
Answer:
ବିଦ୍ୟାଳୟରୁ ଫେରି ମୁଁ ମୋର ଜେଜେବାପା ଓ ଜେଜେମା ପଡ଼ୋଶୀରେ ରହୁଥିବା ବୟସ୍କ ବ୍ୟକ୍ତିମାନଙ୍କ ସହ ପାରମ୍ପରିକ ପର୍ବପର୍ବାଣି ଏବଂ ନୃତ୍ୟ ସମ୍ପର୍କରେ ଆଲୋଚନା କଲି ଯାହା ବୃଷ ଓ ବର୍ଷା ସହ ଜଡ଼ିତ । ସେମାନେ ମୋ କଥା ଶୁଣି ସେମାନଙ୍କ ଅଭିଜ୍ଞତାରୁ କିଛି ଉଦ୍ଧାର କରି କହିଲେ, କୃଷିର ଆରମ୍ଭ ଓ ବର୍ଷାପାଇଁ ବୈଶାଖ ମାସରେ ସେମାନେ ଅକ୍ଷୟ ତୃତୀୟା ପର୍ବ ପାଳନ କରିଥାନ୍ତି । ଅକ୍ଷୟ ତୃତୀୟା ଦିନ ଚଷାପୁଅ ଗାଧେଇ ସାରି ନୂତନ ବସ୍ତ୍ର ପିନ୍ଧି ପୂର୍ବରୁ ହଳ କରାଯାଇଥିବା ଜମିକୁ ଧାନ ବିହନ ଧରି ଯାଏ । ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟମାନେ ଜମିକୁ ଯାଇ ଜମି ଉପରେ ଏକ ପୂଜା କରିଥା’ନ୍ତି । ପୂଜା ପରେ ବିହନ ବୁଣାଯାଇଥାଏ । ସେହିଦିନଠାରୁ ଜମିଗୁଡ଼ିକରେ ବିହନ ବୁଣା କାର୍ଯ୍ୟ ଆରମ୍ଭ ହୁଏ । ଏହି ଉତ୍ସବରେ ପିଠାପଣା ଇତ୍ୟାଦି କରି ଖୁଯାଏ । କେତେକ ସ୍ଥାନରେ ମଧ୍ୟ ନୃତ୍ୟ, ସଙ୍ଗୀତ ଏବଂ ଦାଣ୍ଡିଆ ନୃତ୍ୟ କରାଯାଇଥାଏ । ଆମ ରାଜ୍ୟ ଓଡ଼ିଶାରେ ନବାନ୍ନ ପର୍ବ ପାଳିତ ହୋଇଥାଏ ।
![]()
Question 7.
ତୁମେ ବନ୍ୟା ଦେଖୁଛ କି ? ନା ଖାଲି ପଢ଼ିଛ ? ଭାରତର ଭୌତିକ ମାନଚିତ୍ରକୁ ଲକ୍ଷ୍ୟକର । ତୁମେମାନେ ଦୁଇ ଜଣିଆ ଦଳ ଗଠନ କରି ଉପରେ ଦିଆଯାଇଥିବା ରାଜ୍ୟଗୁଡ଼ିକରେ ବାରମ୍ବାର ବନ୍ୟା ହେବାର କାରଣ ଖୋଜି ବହାର କର ।
Answer:
ହଁ, ମୁଁ ବନ୍ୟା ବିଷୟରେ ପଢ଼ିଛି ଏବଂ ବନ୍ୟା ଦେଖୁଛି । ଏହାର ଅନେକ କାରଣ ଥାଇପାରେ, ଯଥା— ପ୍ରବଳ ବର୍ଷା ଏବଂ ନଦୀ ବନ୍ଧର ଅବ୍ୟବସ୍ଥା, ସମ୍ବଳର ଅପବ୍ୟବହାର ଇତ୍ୟାଦି । ଏତଦ୍ବ୍ୟତୀତ ନଦୀ, ସମୁଦ୍ରର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସବୁବେଳେ ବନ୍ୟାଜଳ ପ୍ରବାହିତ ହୋଇଥାଏ । ଏହା ଧନଜୀବନର ଅନେକ କ୍ଷୟକ୍ଷତି ଘଟାଇଥାଏ । ଏହା ମଧ୍ୟ କିଛି ମାନବକୃତ କାରଣରୁ ହୋଇଥାଏ । ସେଗୁଡ଼ିକ ହେଲା, ସହରୀକରଣ, ଜଙ୍ଗଲ କାଟିଦେବା, ଜଳବାହୀ ନାଳ ଉପରେ ଅବ୍ୟବସ୍ଥିତ ନିର୍ମାଣ ଯୋଗୁଁ ଜଳ ନିଷ୍କାସନ ହୋଇ ପାରିବା ଇତ୍ୟାଦି । ଅଧିକାଂଶ ଭୂମି ଉପରେ କଂକ୍ରିଟ୍ ବା ପିଚୁର ସଡ଼କ ହୋଇଥିବାରୁ ତାହା ଜଳ ଶୋଷଣ କରିପାରେ ନାହିଁ । ହିମାଳୟ ଅଞ୍ଚଳରେ ହିମବାହ ହ୍ରଦଗୁଡ଼ିକ ତରଳିବା ଯୋଗୁଁ ମଧ୍ଯ ନିମ୍ନ ଅଞ୍ଚଳକୁ ପ୍ରଚୁର ଜଳ ପ୍ରବାହିତ ହୋଇଥାଏ, ଯାହାକି ବନ୍ୟା ସୃଷ୍ଟିର କାରଣ ହୋଇଥାଏ, ସୁତରାଂ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ କାରଣରୁ ବନ୍ୟା ସୃଷ୍ଟି ହୋଇଥାଏ ।
Question 8.
ଚିତ୍ର ୩.୧୫କୁ ଲକ୍ଷ୍ୟ କର ଓ ବୃକ୍ଷଲତା, ଜୀବଜନ୍ତୁ, ମନୁଷ୍ୟ ଓ ସେମାନଙ୍କ ଆର୍ଥନୀତିକ ଜୀବନ ଉପରେ ଏଗୁଡ଼ିକର କି ପ୍ରଭାବ ବର୍ଣ୍ଣନା କର ।
Answer:
ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ । ଅନେକ ଲୋକ ପ୍ରାଣ ହରାଇଥା’ନ୍ତି । ଘର ଭାଙ୍ଗିଯାଇଥାଏ, ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥାଏ, ଫସଲ ନଷ୍ଟ ହୋଇଯାଇଥାଏ । ଅନେକ ପଶୁପକ୍ଷୀ ମରିଯାଇଥା’ନ୍ତି । କଳକାରଖାନା ମଧ୍ୟ ସେମାନଙ୍କର ଭିତ୍ତିଭୂମି ନଷ୍ଟ ହୋଇଯାଇଥିବାରୁ ଅକାମୀ ହୋଇଯାଇଥାଏ । ଅନେକ ଆର୍ଥିକ ଦୁର୍ଗତିର ଶିକାର ହୋଇଥାନ୍ତି ଫଳରେ ସ୍ଥାନୀୟ ଏବଂ ଜାତୀୟ ଅର୍ଥନୀତି ଭୁଶୁଡ଼ିପଡ଼ିଥାଏ ।
Question 9.
ଶ୍ରେଣୀରେ ଚାରି ବା ପାଞ୍ଚଜଣିଆ ଦଳ ଗଠନ କର । ଚିତ୍ରରେ ପ୍ରଦତ୍ତ ପ୍ରତ୍ୟେକ ବିପର୍ଯ୍ୟୟର ପ୍ରାକୃତିକ ତଥା ମାନବୀୟ କାରଣ ସମ୍ବନ୍ଧରେ ଚିନ୍ତା କର । ତୁମର ନିଷ୍କର୍ଷଗୁଡ଼ିକୁ ତୁଳନା କର ।
Answer:
ଚିତ୍ରରେ ଦର୍ଶାଯାଇଥିବା ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ହେଲା- ବାତ୍ୟା, ଭୂସ୍ଖଳନ, ବନାଗ୍ନି ଏବଂ ବନ୍ୟା । ବାତ୍ୟା :
ବାତ୍ୟା ବା ଝଡ଼ ସମୟରେ ଭୀଷଣ ବେଗରେ ପବନ ବହିବା ସମୟରେ ବର୍ଷା ହୋଇଥାଏ । ଏହା ଧନଜୀବନ ସହିତ ଫସଲ, ଘରଦ୍ଵାର ଇତ୍ୟାଦିର ବ୍ୟାପକ କ୍ଷୟକ୍ଷତି କରିଥାଏ । ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ବନ୍ୟା ଏବଂ ମୃରିକା କ୍ଷୟକୁ ସାମ୍ନା କରିଥାନ୍ତି । ବାତ୍ୟାଦ୍ଵାରା ଗମନାଗମନ, ଯୋଗାଯୋଗ, ବିଦ୍ୟୁତ୍ ପ୍ରବାହ ଇତ୍ୟାଦି ମଧ୍ଯ ବାଧାପ୍ରାପ୍ତ ହୋଇଥାଏ । ଏହାଦ୍ଵାରା ମାନବର ଦୈନନ୍ଦିନ ଜୀବନ ମଧ୍ୟ ଅସ୍ଵାଭିକ ହୋଇଥାଏ । ମୋଟାମୋଟି କହିବାକୁ ଏସବୁ ସହିତ ଆର୍ଥିକ ଦୁର୍ଗତି ମଧ୍ଯ ଦେଖାଦିଏ ।
ଭୂସ୍ଖଳନ – ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ବୃଦ୍ଧିପାଇଛି । ମୁଖ୍ୟତଃ ଜଙ୍ଗଲ କ୍ଷୟ, ଅଣଅନୁମୋଦିତ ରାସ୍ତାଘାଟ ନିର୍ମାଣ ଓ ପ୍ରାକୃତିକ ଜଳପ୍ରବାହକୁ ପ୍ରତିରୋଧକାରୀ ଅତ୍ୟଧିକ ଗୃହନିର୍ମାଣ ଗୃହନିର୍ମାଣ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥାଏ ।
ବନାଗ୍ନି – ଶୁଷ୍କ ଜଳବାୟୁ ଜନିତ ପରିସ୍ଥିତି, ମରୁଡ଼ି, ବେଗଶାଳୀ ପବନ ଏହି ବନାଗ୍ନି ବ୍ୟାପିବାରେ ଇନ୍ଧନ ଯୋଗାଇଥାଏ । ମଣିଷର ଅସାବଧାନତା ଏହାର ଅନ୍ୟ ଏକ ପ୍ରମୁଖ କାରଣ । ବିସ୍ତୀର୍ଣ୍ଣ ଅଞ୍ଚଳରେ ଜଙ୍ଗଲ କ୍ଷୟସହ ବନାଗ୍ନି ବନ୍ୟପ୍ରାଣୀଙ୍କୁ କ୍ଷତି ପହଞ୍ଚାଇଥାଏ । ପରିବେଶର ଅବକ୍ଷୟ ଅଟେ । ବାୟୁର ଗୁଣବତ୍ତା ନଷ୍ଟ ହୁଏ ଓ ସ୍ଥାନୀୟ ଅସ୍ଵାସୀମାନେ ବିସ୍ଥାପିତ ହୋଇଥା’ନ୍ତି । ଫଳତଃ ଏହା ଯୋଗୁଁ ଉଭୟ ପାରିବେଶିକ ଓ ଆର୍ଥିକ ପ୍ରଭାବ ପଡ଼ିଥାଏ ।
ବନ୍ୟା- ପ୍ରବଳ ବୃଷ୍ଟିପାତ ହେଲେ ବନ୍ୟା ହୋଇଥାଏ । କେତେକ କ୍ଷେତ୍ରରେ ସହରର ଚାପଗ୍ରସ୍ତ ଜଳ ନିଷ୍କାସନ ବ୍ୟବସ୍ଥା ଏଥପାଇଁ ଦାୟୀ । ଅନ୍ୟ କେତେକ କ୍ଷେତ୍ରରେ ଜଳବାହୀ ନାଳ ଉପରେ ଅବ୍ୟବସ୍ଥିତ ନିର୍ମାଣ ଜନିତ ବାଧା ଯୋଗୁଁ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଅଧିକାଂଶ ଭୂମି କଂକ୍ରିଟ୍ ବା ପିଚୁରେ ତିଆରି ହୋଇଥିବାରୁ ତାହା ଜଳ ଶୋଷିପାରେ ନାହିଁ ।
ଏହିସବୁ ବିପର୍ଯ୍ୟୟ ଭୀଷଣ ବିପଦ ସୃଷ୍ଟି କରିଥାଏ । ଜୀବନ ପ୍ରକୃତି ଏବଂ ଆର୍ଥିକ ଅବସ୍ଥାକୁ କ୍ଷତିଗ୍ରସ୍ତ କରିଥାଏ ।
Question 10.
ଦଳଗତଭାବେ ଏହିସବୁ ବିପର୍ଯ୍ୟୟକୁ ପ୍ରତିହତ କରିବାପାଇଁ କି କି ପଦକ୍ଷେପ ନେବାର ଆବଶ୍ୟକତା ରହିଛି, ଆଲୋଚନା କର ।
Answer:
ଏହିସବୁ ବିପର୍ଯ୍ୟୟକୁ ପ୍ରତିହତ କରିବାପାଇଁ ନିମ୍ନଲିଖୂତ ପଦକ୍ଷେପମାନ ନେବାର ଆବଶ୍ୟକତା ରହିଛି । ପ୍ରାକୃତିକ ବିପର୍ଯ୍ଯ ରୂପେ ବାତ୍ୟା, ବନ୍ୟା, ଭୂସ୍ଖଳନ, ବନାଗ୍ନି ଏବଂ ଭୂମିକମ୍ପ ଇତ୍ୟାଦି ସୃଷ୍ଟି ହୋଇଥାଏ । ପ୍ରଥମେ ଏହିସବୁ ବିପଦରୁ ମୁକ୍ତ ହେବାପାଇଁ ସତର୍କ ପଦ୍ଧତିମାନ ରହିବା ଆବଶ୍ୟକ । ଯାହାଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ସୂଚନା ମିଳିପାରିବା ଏବଂ ତଦନୁଯାୟୀ ଲୋକମାନେ ନିରାପଦ ସ୍ଥଳକୁ ଯାଇପାରିବେ । ଦ୍ଵିତୀୟତଃ, ଜଙ୍ଗଲ କାଟିବା ବନ୍ଦ କରିବା, ଅଧୂକ ବୃକ୍ଷରୋପଣ କରିବା, ନଦୀବନ୍ଧଗୁଡ଼ିକୁ ସଶକ୍ତ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରଭାବହୀନ କରିବାପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହ ପ୍ରଶିକ୍ଷିତ ଉଦ୍ଧାରକାରୀ ଦଳ ଜାଗ୍ରତ କରିବା ଆବଶ୍ୟକ । ସହର ଓ ଗ୍ରାମମାନଙ୍କରେ ଜାଗରଣ କାର୍ଯ୍ୟକ୍ରମ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ । ସହରମାନଙ୍କରେ ନାଳ ଏବଂ ନର୍ଦ୍ଦମା ବ୍ୟବସ୍ଥାକୁ ଠିକ୍ ରଖୁବା ଆବଶ୍ୟକ । ସେହିପରି ଜଙ୍ଗଲରେ ଘଟୁଥିବା ବନାଗ୍ନିକୁ ନିୟନ୍ତ୍ରଣ କରିବାପାଇଁ ଆଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଜଳସିଞ୍ଚନର ସୁବ୍ୟବସ୍ଥା କରିବା ଆବଶ୍ୟକ ।
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
ବାୟୁମଣ୍ଡଳର ସାମୟିକ ଅବସ୍ଥାକୁ କ’ଣ କୁହାଯାଏ ?
Answer:
ପାଗ
Question 2.
ପୃଥିବୀରେ ଋତୁ ପରିବର୍ତ୍ତନ କ’ଣ ପାଇଁ ହୋଇଥାଏ ?
Answer:
ପୃଥିବୀର ପରିକ୍ରମଣ ପାଇଁ
Question 3.
ପୃଥିବୀର ଅଧୁକାଂଶ ଅଞ୍ଚଳରେ କେତେଗୋଟି ମୁଖ୍ୟତଃ ଋତୁ ଅନୁଭୂତ ହୋଇଥାଏ ?
Answer:
ବସନ୍ତ, ଗ୍ରୀଷ୍ମ, ଶରତ ଓ ଶୀତ
Question 4.
ଜଳବାୟୁ କାହାକୁ କୁହାଯାଏ ?
Answer:
କୌଣସି ସ୍ଥାନର ଦୀର୍ଘ ସମୟର ପାଣିପାଗର ହାରାହାରି ଅବସ୍ଥାକୁ
Question 5.
ଶୈଳନିବାସ ଦେଖାଯାଉଥିବା ସ୍ଥାନମାନଙ୍କରେ କେଉଁ ଜଳବାୟୁ ଅନୁଭୂତ ହୋଇଥାଏ ?
Answer:
ନାତିଶୀତୋଷ୍ଣ ଜଳବାୟୁ
Question 6.
କେନ୍ଦ୍ରୀୟ ଡେକାନ୍ ମାଳଭୂମିରେ କେଉଁ ଜଳବାୟୁ ଅନୁଭୂତ ହୋଇଥାଏ ?
Answer:
ଅର୍ଦ୍ଧଶୁଷ୍କ ଜଳବାୟୁ
Question 7.
ଅକ୍ଷାଂଶ କାହାକୁ କୁହାଯାଏ ?
Answer:
ପଶ୍ଚିମରୁ ପୂର୍ବକୁ ଅଣାଯାଇଥିବା କାଳ୍ପନିକ ରେଖା
Question 8.
ଭାରତରେ ବିଷୁବରେଖା ନିକଟବର୍ତ୍ତୀ କେଉଁ ଦୁଇଟି ସ୍ଥାନରେ ବର୍ଷସାରା ଉଷ୍ଣ ଜଳବାୟୁ ଅନୁଭୂତ ହୋଇଥାଏ ?
Answer:
କନ୍ୟାକୁମାରୀ ଓ ନିକୋବର ଦ୍ଵୀପପୁଞ୍ଜ
Question 9.
ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଅଧିକାଂଶ ସମୟରେ କେଉଁ ଦିଗରୁ ବାୟୁ ପ୍ରବାହିତ ହୋଇଥାଏ ?
Answer:
ପଶ୍ଚିମ ଦିଗ
Question 10.
ସୂକ୍ଷ୍ମ ଜଳବାୟୁ (Micro Climate) କାହାକୁ କୁହାଯାଇଥାଏ ?
Answer:
ଅତି କ୍ଷୁଦ୍ର ଅଞ୍ଚଳରେ ସ୍ଥାନୀୟ ଭାବେ ଅନୁଭୂତ ହେଉଥିବା ଜଳବାୟୁକୁ
Question 11.
ମୌସୁମୀ ବାୟୁ କାହାକୁ କୁହାଯାଏ ?
Answer:
ଋତୁଭେଦରେ ପ୍ରବାହିତ ହେଉଥିବା ବାୟୁକୁ
Question 12.
କେଉଁ ମୌସୁମୀ ବାୟୁଦ୍ଵାରା ଭାରତରେ ଜୁନ୍ ମାସରେ ବର୍ଷା ହୋଇଥାଏ ?
Answer:
ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ
Question 13.
ପୃଥିବୀର ବୃଷ୍ଟିବହୁଳ ଅଞ୍ଚଳ କାହାକୁ କୁହାଯାଏ ?
Answer:
ମେଘାଳୟର ମାଓସିନ୍ମ
Question 14.
ସ୍ଵତନ୍ତ୍ରଭାବେ ପ୍ରଶିକ୍ଷିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳକୁ ଇଂରାଜୀରେ କ’ଣ କୁହାଯାଇଥାଏ ?
Answer:
NDRF
Question 15.
ଆମ ଓଡ଼ିଶାର କଟକ ସହର ନିକଟସ୍ଥ କେଉଁ ସ୍ଥାନରେ NDRF କାର୍ଯ୍ୟାଳୟ ରହିଅଛି ?
Answer:
କଟକର ମୁଣ୍ଡଳି
Question 16.
ମେଘ କିପରି ସୃଷ୍ଟି ହୋଇଥାଏ ?
Answer:
ଧୂଳିକଣା ଓ ଜଳୀୟବାଷ୍ପ ମିଶ୍ରଣରେ
Question 17.
ହିମାଳୟ ଅଞ୍ଚଳରେ ହିମବାହଦ୍ଵାରା ସୃଷ୍ଟ ବିତ୍ପାତକୁ କ’ଣ କୁହାଯାଏ ?
Answer:
ହିମ ବିସ୍ଫୋଟ
![]()
Question 18.
ଉତ୍ତରାଖଣ୍ଡରେ ‘ହିମ ବିସ୍ଫୋଟ’ କେବେ ହୋଇଥିଲା ?
Answer:
୨୦୧୩ ମସିହା
Question 19.
ଭାରତର କେଉଁ ପବିତ୍ର ତୀର୍ଥସ୍ଥଳ ‘ହିମ ବିସ୍ଫୋଟ’ ଦ୍ଵାରା ସମ୍ପୂର୍ଣ୍ଣ ଧ୍ଵଂସ ପାଇଥିଲା ?
Answer:
କେଦାରନାଥ ମନ୍ଦିର
Question 20.
ବଣ ଜଙ୍ଗଲରେ ଅଣାୟତ ଭାବେ ଜୋରରେ ବ୍ୟାପୁଥିବା ନିଆଁକୁ କ’ଣ କୁହାଯାଏ ?
Answer:
ବନାଗ୍ନି
Question 21.
୨୦୨୫ ମସିହା ପ୍ରାରମ୍ଭରେ ଦେଶରେ ହାରାହାରି ତାପମାତ୍ରା ସାଧାରଣ କେତେ ତାପମାତ୍ରା ବୃଦ୍ଧି ପାଇଛି ?
Answer:
୧° ରୁ ୩° ପର୍ଯ୍ୟନ୍ତ
Question 22.
ଅକ୍ଷୟ ତୃତୀୟା ଭାରତରେ କେଉଁ ପର୍ବପର୍ବାଣିରେ ଅନ୍ତର୍ଭୁକ୍ତ କରାଯାଇଥାଏ ?
Answer:
କୃଷି ।
ଚାରୋଟି ବିକଳ୍ପ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳବାୟୁର ନିୟାମକ ନୁହେଁ ?
(କ) ଅକ୍ଷାଂଶ
(ଖ) ସମୁଦ୍ର ସମୀପତା
(ଗ) ସମୁଦ୍ର ପତ୍ତନରୁ ଉଚ୍ଚତା
(ଘ) ସମୁଦ୍ରର ଗଭୀରତା
Answer:
(ଘ) ସମୁଦ୍ରର ଗଭୀରତା
Question 2.
ଭାରତୀୟ ଉପମହାଦେଶକୁ ଶୀତଳ ପବନରୁ କେଉଁଟି ରକ୍ଷା କରିଥାଏ ?
(କ) ଆରାବଳୀ ପର୍ବତମାଳା
(ଖ) ହିମାଳୟ ପାର୍ବତ୍ୟମାଳା
(ଗ) ଥର ମରୁଭୂମି
(ଘ) ପଶ୍ଚିମଘାଟ ପର୍ବତମାଳା
Answer:
(ଖ) ହିମାଳୟ ପାର୍ବତ୍ୟମାଳା
Question 3.
ଆମ ଦେଶରେ ବସନ୍ତ ପଞ୍ଚମୀ ବା ସରସ୍ଵତୀ ପୂଜା କେଉଁ ଋତୁରେ ପାଳନ କରାଯାଇଥାଏ ?
(କ) ଗ୍ରୀଷ୍ମ
(ଖ) ବର୍ଷା
(ଗ) ଶୀତ
(ଘ) ବସନ୍ତ
Answer:
(ଘ) ବସନ୍ତ
Question 4.
ଭାରତର ମୁଖ୍ୟତଃ କେଉଁ ଦୁଇଟି ରାଜ୍ୟ ମୌସୁମୀବାୟୁର ପ୍ରଭାବରେ ବାରମ୍ବାର ବନ୍ୟା ଆସିଥାଏ ?
(କ) ପଞ୍ଜାବ ଓ ହରିୟାଣା
(ଖ) ଉତ୍ତରପ୍ରଦେଶ ଓ ବିହାର
(ଗ) ରାଜସ୍ଥାନ ଓ ଗୁଜୁରାଟ
(ଘ) ତାମିଲନାଡୁ ଓ କର୍ଣ୍ଣାଟକ
Answer:
(ଖ) ଉତ୍ତରପ୍ରଦେଶ ଓ ବିହାର
Question 5.
ଭୂ-ସ୍ଖଳନ ଯୋଗୁଁ ଆମ ଦେଶର କେଉଁ ଦୁଇଟି ରାଜ୍ୟରେ ପ୍ରଭାବିତ ହୋଇଥାନ୍ତି ?
(କ) ରାଜସ୍ଥାନ ଓ ଗୁଜୁରାଟ
(ଖ) ପଞ୍ଜାବ ଓ ହରିୟାଣା
(ଗ) ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ
(ଘ) ଛତିଶଗଡ଼ ଓ ଝାଡ଼ଖଣ୍ଡ
Answer:
(ଗ) ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ
Question 6.
ଭାରତର କେଉଁ ଉପକୂଳଟି ଶୀତଋତୁରେ ବର୍ଷା ହୋଇଥାଏ ?
(କ) କେରଳ
(ଖ) ପଶ୍ଚିମବଙ୍ଗ
(ଗ) ତାମିଲନାଡୁ
(ଘ) ମହାରାଷ୍ଟ୍ର
Answer:
(ଗ) ତାମିଲନାଡୁ
Question 7.
କେଉଁଠାରେ ସୂର୍ଯ୍ୟଙ୍କର ଲମ୍ବକିରଣ ପଡ଼ିଥାଏ ?
(କ) ବିଷୁବରେଖା
(ଖ) ମେରୁ ରେଖା
(ଗ) କେନ୍ଦ୍ରବିନ୍ଦୁ
(ଘ) ପ୍ରାନ୍ତବିନ୍ଦୁ
Answer:
(କ) ବିଷୁବରେଖା
Question 8.
୨୦୧୩ ମସିହାରେ ଉତ୍ତରାଖଣ୍ଡରେ କେଉଁ କାରଣରୁ ହିମ ବିସ୍ଫୋଟ ହୋଇଥିଲା ?
(କ) ଲଗାତର ପ୍ରବଳ ଭୂସ୍ଖଳନ
(ଖ) ଲଗାତର ପ୍ରବଳ ବର୍ଷା
(ଗ) କରକାପାତ
(ଘ) ଅଗ୍ନି ଉଦ୍ଗୀରଣ
Answer:
(ଖ) ଲଗାତର ପ୍ରବଳ ବର୍ଷା
Question 9.
ଆମ ଓଡ଼ିଶାର କଟକ ସହର ନିକଟସ୍ଥ କେଉଁ ସ୍ଥାନରେ ତୃତୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ରହିଛି ?
(କ) ନରାଜ
(ଖ) ଚୌଦ୍ଵାର
(ଗ) ବିଦ୍ଯାପୁର
(ଘ) ମୁଣ୍ଡଳି
Answer:
(ଘ) ମୁଣ୍ଡଳି
Question 10.
ବିଭିନ୍ନ ଶସ୍ୟ, ପନିପରିବା ଓ ଫଳ ଇତ୍ୟାଦି ମହଙ୍ଗା ହେଲେ, ଏହା ମୁଦ୍ରା ଉପରେ କ’ଣ ପ୍ରଭାବ ପକାଇଥାଏ ?
(କ) ମୁଦ୍ରାଙ୍ଗୀତି
(ଖ) ମୁଦ୍ରା ବିପ୍ଳବ
(ଗ) ବିମୁଦ୍ରାୟନ
(ଘ) ଆର୍ଥିକ ସଙ୍କଟ
Answer:
(କ) ମୁଦ୍ରାଙ୍ଗୀତି
Question 11.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଆମର ବର୍ଷାଋତୁ ଚକ୍ରର ଅନ୍ତର୍ଗତ ନୁହେଁ ?
(କ) ବସନ୍ତ
(ଖ) ଗ୍ରୀଷ୍ମ
(ଗ) ଚୈତ୍ର
(ଘ) ହେମନ୍ତ
Answer:
(ଗ) ଚୈତ୍ର
Question 12.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଶୈଳନିବାସ ନୁହେଁ ?
(କ) ମହାବଳେଶ୍ଵର
(ଖ) ନୈନିତାଲ
(ଗ) ମାଉଣ୍ଟ ଆବୁ
(ଘ) କାଜିରଙ୍ଗା
Answer:
(ଘ) କାଜିରଙ୍ଗା
![]()
Question 13.
ଆଲପସ୍ ପର୍ବତମାଳା ପୃଥିବୀର କେଉଁ ମହାଦେଶରେ ଅବସ୍ଥିତ ?
(କ) ଏସିଆ
(ଖ) ଆଫ୍ରିକା
(ଗ) ୟୁରୋପ
(ଘ) ଅଷ୍ଟ୍ରେଲିଆ
Answer:
(ଗ) ୟୁରୋପ
Question 14.
ଭାରତର ଉତ୍ତରସ୍ଥ ସମତଳଭୂମିରେ ନିମ୍ନୋକ୍ତ କି ପ୍ରକାରର ଜଳବାୟୁ ଅନୁଭୂତ ହେଉଥିବ ତୁମେ ଭାବୁଛ ?
(କ) ଉପକ୍ରାନ୍ତୀୟ
(ଖ) ନାତିଶୀତୋଷ୍ଣ
(ଗ) ଆଲ୍ୟ
(ଘ) କ୍ରାନ୍ତୀୟ
Answer:
(କ) ଉପକ୍ରାନ୍ତୀୟ
Question 15.
କେତେକ ପ୍ରାଣୀମାନଙ୍କ ଦେହରେ ଅଧିକ ଲୋମ କଅଁଳି ଥାଏ କେଉଁ ଋତୁରେ ?
(କ) ଗ୍ରୀଷ୍ମ
(ଖ) ବର୍ଷା
(ଗ) ଶୀତ
(ଘ) ବସନ୍ତ
Answer:
(ଗ) ଶୀତ
Question 16.
ଆସାମର ଅଧୂବାସୀମାନେ ମୁଖ୍ୟତଃ କେଉଁ ପର୍ବକୁ ସମସ୍ତେ ପାଳନ କରିଥାନ୍ତି ?
(କ) ଓନମ୍
(ଖ) ବୈଶାଖୁ
(ଗ) ପୋଙ୍ଗଲ
(ଘ) ବିହ୍ନ
Answer:
(ଘ) ବିହ୍ନ
ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
Question 1.
ବାୟୁମଣ୍ଡଳର ସାମୟିକ ଅବସ୍ଥାକୁ ____________ କୁହାଯାଏ । (ବାତ୍ୟା, ଘୂର୍ଣ୍ଣିଝଡ଼, ପାଗ, ଜଳବାୟୁ)
Answer:
ପାଗ
Question 2.
__________ ସର୍ବଦା ପରିବର୍ତ୍ତନଶୀଳ ଅଟେ । (ଲଘୁଚାପ, ଗୁରୁଚାପ, ଜଳବାୟୁ, ପାଣିପାଗ)
Answer:
ପାଣିପାଗ
Question 3.
ପୃଥିବୀର ___________ କାରଣରୁ ଋତୁ ପରିବର୍ତ୍ତନ ହୋଇଥାଏ । (ପରିକ୍ରମଣ, ଆବର୍ତ୍ତନ, ସ୍ଥିରତା, ଗତିଶୀଳତା)
Answer:
ପରିକ୍ରମଣ
Question 4.
ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ _____________ ଜଳବାୟୁ ଅନୁଭୂତ ହୋଇଥାଏ । (ନାତିଶୀତୋଷ୍ଣ, ଉପକ୍ରାନ୍ତୀୟ, କ୍ରାନ୍ତୀୟ, ଆଲ୍ୟ)
Answer:
ଆଲପୀୟ
Question 5.
କେନ୍ଦ୍ରୀୟ ଡେକାନ୍ ମାଳଭୂମିରେ __________ ଜଳବାୟୁ ଅନୁଭୂତ ହୋଇଥାଏ । (ଅର୍ଦ୍ଧଶୁଷ୍କ, ଶୁଷ୍କ, ଅତିଶୁଷ୍କ, ନାତିଶୀତୋଷ୍ଣ)
Answer:
ଅର୍ବଶୁଷ୍କ
Question 6.
ବାୟୁମଣ୍ଡଳ _____________ ଠାରେ ସୌରରଶ୍ମି କେନ୍ଦ୍ରୀଭୂତ ହୋଇଥାଏ । (ମେରୁ, ବିଷୁବରେଖା, ଦକ୍ଷିଣ ଗୋଲାର୍ଡ, ଉତ୍ତର ଗୋଲାର୍ଦ୍ଧ)
Answer:
ବିଷୁବରେଖା
Question 7.
ଅତି କ୍ଷୁଦ୍ର ଅଞ୍ଚଳରେ ସ୍ଥାନୀୟ ଭାବେ ଅନୁଭୂତ ଜଳବାୟୁକୁ ____________ ଜଳବାୟୁ କୁହାଯାଇଥାଏ । (ସୂକ୍ଷ୍ମ ଜଳବାୟୁ, ଅତି ସୂକ୍ଷ୍ମ ଜଳବାୟୁ, ଶୀତଳ ଜଳବାୟୁ, ଉଷ୍ଣ ଜଳବାୟୁ)
Answer:
ସୂକ୍ଷ୍ମ ଜଳବାୟୁ
Question 8.
‘ମୌସୁମୀ’ ଶବ୍ଦଟି ________________ ଶବ୍ଦ ମୌସମ୍ ଆସିଅଛି ଯାହାର ଅର୍ଥ ଋତୁ । (ପାର୍ସୀ, ଆରବ, ଊର୍ଦୁ, ତେଲୁଗୁ)
Answer:
ଆରବ
Question 9.
ମୌସୁମୀ ବର୍ଷା _______________ ମାସର ପ୍ରାରମ୍ଭରେ ଭାରତର ଦକ୍ଷିଣ ପ୍ରାନ୍ତରେ ଆରମ୍ଭ ହୋଇଥାଏ । (ଏପ୍ରିଲ୍, ମେ, ଜୁନ୍, ଜୁଲାଇ)
Answer:
ଜୁନ୍
Question 10.
ପୃଥିବୀର ବୃଷ୍ଟିବହୁଳ ଅଞ୍ଚଳ ମାଓସିନ୍ରାମ୍ _____________ ରାଜ୍ୟରେ ଅବସ୍ଥିତ । (ଆସାମ, ମେଘାଳୟ, ତ୍ରିପୁରା, ନାଗାଲାଣ୍ଡ)
Answer:
ମେଘାଳୟ
Question 11.
ଭାରତର ____________ ଗୋଟି ସ୍ଥାନରେ ଏନ୍.ଡି.ଆର୍.ଏଫ୍.ର ବାଟାଲିୟାନ୍ ରହିଛି । (୧୦, ୧୧, ୧୨, ୧୩)
Answer:
୧୨
Question 12.
ସାଧାରଣ ଭାବେ ଶୁଷ୍କ ରହୁଥିବା ଭୂମି ଜଳମଗ୍ନ ହେଲେ ତାହାକୁ _______________ କୁହାଯାଇଥାଏ । (ଜଳବନ୍ଦୀ, ପ୍ଳାବନଭୂମି, ଜଳପ୍ଲାବନ, ବନ୍ୟା)
Answer:
ବନ୍ୟା
Question 13.
ହିମାଳୟ ଅଞ୍ଚଳରେ ଗତିଶୀଳ ବରଫ ପାହାଡକୁ _______________ କୁହାଯାଇଥାଏ । (ହିମବାହ, ବରଫଚାଦର, ବରଫସେତୁ, ଇସ୍କୁ)
Answer:
ହିମବାହ
Question 14.
__________ ମସିହାରେ କେଦାରନାଥ ମନ୍ଦିର ସମ୍ପୂର୍ଣ ଧ୍ୱଂସ ପାଇଯାଇଥିଲା । (୨୦୧୩, ୨୦୧୪, ୨୦୧୫, ୨୦୧୬)
Answer:
୨୦୧୩
Question 15.
ବଣ ଜଙ୍ଗଲରେ ଅଣାୟତ ଭାବରେ ଜୋରରେ ବ୍ୟାପୁଥିବା ନିଆଁକୁ ____________ କୁହାଯାଏ । (ବନାଗ୍ନି, ଅରଣ୍ୟାନୀ, ଜଙ୍ଗଲଧ୍ୱଂସ, ବଣପୋଡ଼ି)
Answer:
ବନାଗ୍ନି
Question 16.
ଜୀବାଶ୍ମ ଇନ୍ଧନର ବ୍ୟବହାର ______________ ପ୍ରଭାବିତ କରିଥାଏ । (ପାଣିପାଗ, ପାଗ, ଜଳବାୟୁ, ହିମବାହ)
Answer:
ଜଳବାୟୁ
![]()
Question 17.
_________ ମସିହା ପ୍ରାରମ୍ଭରେ ଦେଶର ହାରାହାରି ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୧° ରୁ ୩° ବୃଦ୍ଧି ପାଇଛି । (୨୦୨୨, ୨୦୨୩, ୨୦୨୪, ୨୦୨୫)
Answer:
୨୦୨୫
ଠିକ୍ ଭକ୍ତି ପାଖରେ ଠିକ୍ ( ✓) ଚିହ୍ନ ଓ ଭୁଲ୍ ଭକ୍ତି ପାଖରେ ଭୁଲ୍ (✗) ଚିହ୍ନ ଦିଅ ।
Question 1.
ଜଳବାୟୁ ସର୍ବଦା ପରିବର୍ତ୍ତନଶୀଳ ।
Answer:
✗
Question 2.
କୌଣସି ଅଞ୍ଚଳର ଋତୁକ୍ରମ ଜଳବାୟୁ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
Answer:
✓
Question 3.
ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ ଅତି ଶୁଷ୍କ ଜଳବାୟୁ ଅନୁଭୂତ ହୋଇଥାଏ ।
Answer:
✗
Question 4.
ମରୁଭୂମି ଅଞ୍ଚଳରେ ଦିନବେଳା ଅଧ୍ଵକ ଗରମ ଓ ରାତିରେ ଅଧିକ ଶୀତ ହୋଇଥାଏ ।
Answer:
✓
Question 5.
ଭାରତର ପଶ୍ଚିମ ଉପକୂଳରେ ଧାନ ଓ ବିଭିନ୍ନ ପ୍ରକାର ମସଲା ଆଦି ଚାଷ କରିବା ପାଇଁ ବେଶ୍ ଅନୁକୂଳ ।
Answer:
✓
Question 6.
ବାୟୁମଣ୍ଡଳ ବିଷୁବରେଖାଠାରେ ସୌର ରଶ୍ମି ବିଚ୍ଛୁରିତ ହୋଇଥାଏ ।
Answer:
✗
Question 7.
କନ୍ୟାକୁମାରୀ ନିକୋବର ଦ୍ଵୀପପୁଞ୍ଜରେ ବର୍ଷସାରା ଗରମ ଜଳବାୟୁ ଅନୁଭୂତ ହୋଇଥାଏ ।
Answer:
✓
Question 8.
ଶୈଳନିବାସଗୁଡ଼ିକ ସମତଳ ଅଞ୍ଚଳଠାରୁ ଅପକ୍ଷାକୃତ କମ୍ ଉଚ୍ଚରେ ଅବସ୍ଥିତ ।
Answer:
✗
Question 9.
ଉଚ୍ଚତା ବୃଦ୍ଧି ସହ ବାୟୁଚାପ ତଥା ବାୟୁର ଘନତା ହ୍ରାସ ପାଇଥାଏ ।
Answer:
✓
Question 10.
ସମୁଦ୍ରଠାରୁ ଦୂରରେ ଥିବା ଅଭ୍ୟନ୍ତର ଅଞ୍ଚଳ ଆଡ଼କୁ ଗଲେ ଚରମ ତାପମାତ୍ରା ଅନୁଭୂତ ହୋଇଥାଏ ।
Answer:
✓
Question 11.
ମୁମ୍ବାଇ ତାପମାତ୍ରା ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ୧୪° ସେଲ୍ସିୟସ୍ ପାର୍ଥକ୍ୟ ଦେଖାଦେଇଥାଏ ।
Answer:
✓
Question 12.
ସମୁଦ୍ର ତଥା ଭୂପୃଷ୍ଠରୁ ଜଳ ବାଷ୍ପ ଆକାରରେ ବାୟୁମଣ୍ଡଳରେ ପ୍ରବେଶ କରେ ଏବଂ ବୃଷ୍ଟି, କୁଆପଥର ଓ ତୁଷାର ଆଦି ଆକାରରେ ଭୂପୃଷ୍ଠକୁ ଫେରି ଆସିଥାଏ ।
Answer:
✓
Question 13.
ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପରେ ପଶ୍ଚିମଘାଟ ପର୍ବତମାଳା କୌଣସି ପ୍ରଭାବ ପକାଇ ନଥାଏ ।
Answer:
✗
Question 14.
ସୂକ୍ଷ୍ମ ଜଳବାୟୁ ସ୍ଥାନୀୟ ଉଭିଦ ଓ ପ୍ରାଣୀ, ଶସ୍ୟ ଉତ୍ପାଦନ ଓ ମାନବ ସ୍ଵାସ୍ଥ୍ୟ ଓ ସୁଖ ସ୍ଵାଚ୍ଛନ୍ଦ୍ୟକୁ ପ୍ରଭାବିତ କରିଥାଏ ।
Answer:
✓
Question 15.
ଭାରତର ବର୍ଷା ଋତୁ ହିଁ ମାନବ କୈନ୍ଦ୍ରିକ ।
Answer:
✗
Question 16.
ମୌସୁମୀ ବାୟୁର ଏକ ବାର୍ଷିକ ଢାଞ୍ଚା ରହିଛି ।
Answer:
✓
Question 17.
ଉତ୍ତର-ପୂର୍ବ ମୌସୁମୀ ବାୟୁ ଆରବ ସାଗର ଦେଇ ଗତି କଲାବେଳେ ଜଳୀୟବାଷ୍ପ ସଂଗ୍ରହ କରିଥାଏ ।
Answer:
✗
Question 18.
ମେଘାଳୟରେ ଅବସ୍ଥିତ ଗାରୋଖାସି ପୃଥିବୀର ବୃଷ୍ଟିବହୁଳ ଅଞ୍ଚଳ ଅଟେ ।
Answer:
✗
Question 19.
କର୍ଣ୍ଣାଟକ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ବ୍ୟବହୃତ ଅନେକ ଭାଗ ମୌସୁମୀରୁ ପ୍ରେରଣା ପାଇଛି ।
Answer:
✓
ସ୍ତମ୍ଭ ମିଳନ କର ।
Question 1.
| ‘ଖ’ ସ୍ତମ୍ଭ | ‘କ’ ସ୍ତମ୍ଭ |
| ଛଟ୍ ପୂଜା | ଆନ୍ଧ୍ରପ୍ରଦେଶ |
| ବୈଶାଖ୍ | ବିହାର |
| ପୋଙ୍ଗଲ | କେରଳ |
| ଓନମ୍ | ଆସାମ |
| ବିହୁ | ପଞ୍ଜାବ |
Answer:
| ଛଟ୍ ପୂଜା | ବିହାର |
| ବୈଶାଖ୍ | ପଞ୍ଜାବ |
| ପୋଙ୍ଗଲ | ଆନ୍ଧ୍ରପ୍ରଦେଶ |
| ଓନମ୍ | କେରଳ |
| ବିହୁ | ଆସାମ |
Question 2.
| ‘ଖ’ ସ୍ତମ୍ଭ | ‘କ’ ସ୍ତମ୍ଭ |
| ଉଦ୍ରମଣ୍ଡଳମ୍ (ଉଚ୍ଚ) | ଓଡ଼ିଶା |
| ମହାବଳେଶ୍ୱର | ରାଜସ୍ଥାନ |
| ମାଉଣ୍ଟ ଆବୁ | ମହାରାଷ୍ଟ୍ର |
| ସିମଳା | ତାମିଲନାଡୁ |
| ଦାରିଙ୍ଗିବାଡ଼ି | ହିମାଚଳ ପ୍ରଦେଶ |
Answer:
| ‘ଖ’ ସ୍ତମ୍ଭ | ‘କ’ ସ୍ତମ୍ଭ |
| ଉଦ୍ରମଣ୍ଡଳମ୍ (ଉଚ୍ଚ) | ତାମିଲନାଡୁ |
| ମହାବଳେଶ୍ୱର | ମହାରାଷ୍ଟ୍ର |
| ମାଉଣ୍ଟ ଆବୁ | ରାଜସ୍ଥାନ |
| ସିମଳା | ହିମାଚଳ ପ୍ରଦେଶ |
| ଦାରିଙ୍ଗିବାଡ଼ି | ଓଡ଼ିଶା |
Question 3.
| ‘ଖ’ ସ୍ତମ୍ଭ | ‘କ’ ସ୍ତମ୍ଭ |
| ବୀତ୍ଯା | ଅତ୍ୟଧ୍ବକ ବୃଷ୍ଟିପାତ |
| ଭୂସ୍ଖଳନ | ଶୁଷ୍କଜଳବାୟୁ |
| ବନାଗ୍ନି | ସ୍ଵଳ୍ପବୃଷ୍ଟି |
| ବନ୍ୟା | ଲଘୁଚାପ |
| ମରୁଡ଼ି | ପାହାଡ଼ିଆ ଅଞ୍ଚଳ |
Answer:
| ‘ଖ’ ସ୍ତମ୍ଭ | ‘କ’ ସ୍ତମ୍ଭ |
| ବାତ୍ଯା | ଲଘୁଚାପ |
| ଭୂସ୍ଖଳନ | ପାହାଡ଼ିଆ ଅଞ୍ଚଳ |
| ବନାଗ୍ନି | ଶୁଷ୍କ ଜଳବାୟୁ |
| ବନ୍ୟା | ଅତ୍ୟଧ୍ବକ ବୃଷ୍ଟିପାତ |
| ମରୁଡ଼ି | ସ୍ଵଳ୍ପବୃଷ୍ଟି |
![]()
Question 4.
| ‘ଖ’ ସ୍ତମ୍ଭ | ‘କ’ ସ୍ତମ୍ଭ |
| ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳ | ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ |
| ଭାରତର ପଶ୍ଚିମ ଉପକୂଳ ଅଞ୍ଚଳ | ଉପକ୍ରାନ୍ତୀୟ ଜଳବାୟୁ |
| ଡେକାନ୍ ମାଳଭୂମି ଅଞ୍ଚଳ | ଆଲ୍ପୀୟ ଜଳବାୟୁ |
| ଦକ୍ଷିଣ ଉପଦ୍ଵୀପ ଅଞ୍ଚଳ | ଅର୍ବଶୁଷ୍କ ଜଳବାୟୁ |
| ଉତ୍ତର ଭାରତ ସମତଳ ଅଞ୍ଚଳ | କ୍ରାନ୍ତୀୟ ଜଳବାୟୁ |
Answer:
| ‘ଖ’ ସ୍ତମ୍ଭ | ‘କ’ ସ୍ତମ୍ଭ |
| ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳ | ଆଲ୍ପୀୟ ଜଳବାୟୁ |
| ଭାରତର ପଶ୍ଚିମ ଉପକୂଳ ଅଞ୍ଚଳ | ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ |
| ଡେକାନ୍ ମାଳଭୂମି ଅଞ୍ଚଳ | ଅର୍ବଶୁଷ୍କ ଜଳବାୟୁ |
| ଦକ୍ଷିଣ ଉପଦ୍ଵୀପ ଅଞ୍ଚଳ | କ୍ରାନ୍ତୀୟ ଜଳବାୟୁ |
| ଉତ୍ତର ଭାରତ ସମତଳ ଅଞ୍ଚଳ | ଉପକ୍ରାନ୍ତୀୟ ଜଳବାୟୁ |
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ସଂକ୍ଷେପରେ ଉତ୍ତର ଦିଅ ।
Question 1.
ଋତୁ ପରିବର୍ତ୍ତନ କ’ଣ ? ଏହାର ଆମ ପରିବେଶ ଓ ଧନଜୀବନ ଉପରେ କ’ଣ ସବୁ ପ୍ରଭାବ ପକାଇଥାଏ ?
Answer:
- ସାଧାରଣତଃ ପୃଥିବୀର ପରିକ୍ରମଣ ଗତି ଯୋଗୁଁ ଋତୁ ପରିବର୍ତ୍ତନ ହୋଇଥାଏ । ଗୋଟିଏ ବର୍ଷରେ ଛଅଗୋଟି ଋତୁ ଅନୁଭୂତ ହୋଇଥାଏ ।
- ଆମ ଜୀବନ ଋତୁ ସହ ତାଳ ଦେଇ ଗତି କରିଥାଏ । ଆମେ ଉତ୍ପାଦନ କରୁଥିବା ଶସ୍ୟ, ଖାଉଥିବା ଖାଦ୍ୟ ଓ ପିନ୍ଧୁଥିବା ବସ୍ତ୍ର ଆଦି ଋତୁ ସହ ପରିବର୍ତ୍ତନ ହୋଇଥାଏ ।
- ଅଞ୍ଚଳ ଭିଭିରେ କେତେକ ସ୍ଥାନରେ ଗଛଲତାଗୁଡ଼ିକ ବସନ୍ତ ଋତୁରେ ଫୁଲରେ ସଜାଇ ହୋଇଥାନ୍ତି । ଅନ୍ୟ କିଛି ସ୍ଥାନରେ ଶରତ ତଥା ହେମନ୍ତ ଋତୁରେ ବୃକ୍ଷଗୁଡ଼ିକ ପତ୍ରଝଡ଼ା ଦେଇଥା’ନ୍ତି ବା ରୂପରଙ୍ଗରେ – ପରିବର୍ତ୍ତନ ଆସିଥାଏ । ଶୀତ ଋତୁରେ କେତେକ ପ୍ରାଣୀଙ୍କ ଦେହରେ ଅଧିକ ଲୋମ କଅଁଳି ଥାଏ ।
Question 2.
ଅକ୍ଷାଂଶ ଆମ ଜଳବାୟୁକୁ କିପରି ନିୟନ୍ତ୍ରଣ କରେ ?
Answer:
- ବିଷୁବରେଖା ନିକଟବର୍ତ୍ତୀ ନିମ୍ନ ଅକ୍ଷାଂଶ ଅଞ୍ଚଳରେ ଜଳବାୟୁ ଉଷ୍ଣ ଓ ମେରୁ ଅଞ୍ଚଳ ବା ଉଚ୍ଚ ଅକ୍ଷାଂଶରେ ଅଧିକ ଥଣ୍ଡା ହୋଇଥାଏ ।
- ବିଷୁବ ରେଖା ନିକଟରେ ସୂର୍ଯ୍ୟଙ୍କର ଲମ୍ବ କିରଣ ପଡୁଥିବାବେଳେ ମେରୁ ଅଞ୍ଚଳରେ ସୌର ରଶ୍ମି ତୀର୍ଯ୍ୟକ ଭାବରେ ପଡ଼ିଥାଏ । ଫଳରେ ମେରୁ ଅଞ୍ଚଳରେ ବିଷୁବ ଅଞ୍ଚଳ ଅପେକ୍ଷା କମ୍ ତାପ ସଂଗୃହୀତ ହୋଇଥାଏ ।
- ଆମ ଦେଶରେ ବିଷୁବରେଖା ନିକଟବର୍ତ୍ତୀ କନ୍ୟାକୁମାରୀ ନିକୋବର ଦ୍ଵୀପପୁଞ୍ଜରେ ବର୍ଷ ସାରା ଉଷ୍ଣ ବା ଗରମ ଜଳବାୟୁ ଅନୁଭୂତ ହୋଇଥାଏ । କିନ୍ତୁ ଉତ୍ତରରେ ଅବସ୍ଥିତ ଶ୍ରୀନଗରର ଜଳବାୟୁ ବେଶ୍ ଶୀତଳ ହୋଇଥାଏ ।
Question 3.
ସହରୀ ତାପଦ୍ଵୀପ ବା (Urban Heat Island) କହିଲେ କ’ଣ ବୁଝ ?
Answer:
- ସହରୀ ତାପଦ୍ଵୀପ କହିଲେ ଆମେ ସାଧାରଣତଃ ସହରର ତାପମାତ୍ରାକୁ ବୁଝିଥାଉ । ଏହା ଗ୍ରାମାଞ୍ଚଳରୁ ପ୍ରାୟତଃ ଅଧିକ ଉଷ୍ଣ ରହିଥାଏ ।
- କାରଣ ସହରାଞ୍ଚଳରେ ବହୁସଂଖ୍ୟାରେ କୋଠାବାଡ଼ି ତଥା ଅନ୍ୟାନ୍ୟ କଂକ୍ରିଟ୍ ନିର୍ମାଣ ସହ କମ୍ ଗଛଲତା ଦେଖାଯାଏ । ଏଗୁଡ଼ିକ ତାପ ଗ୍ରହଣ କରିଥାନ୍ତି ଓ ସହରକୁ ଅପେକ୍ଷାକୃତ ଉତ୍ତପ୍ତ ରଖୁଥାନ୍ତି ।
- ସୂକ୍ଷ୍ମ ଜଳବାୟୁ ସ୍ଥାନୀୟ ଉଦ୍ଭିଦ ଓ ପ୍ରାଣୀ, ଶସ୍ୟ ଉତ୍ପାଦନ ଓ ମାନବ ସ୍ଵାସ୍ଥ୍ୟ ଓ ସୁଖ ସ୍ଵାଚ୍ଛନ୍ଦ୍ୟକୁ ପ୍ରଭାବିତ କରିଥାଏ ।
Question 4.
ମୌସୁମୀ ବାୟୁର ଆଗମନ ସମ୍ପର୍କରେ ଆମ ସମାଜରେ ଥିବା ପାରମ୍ପରିକ ବିଶ୍ଵାସରୁ ତିନିଗୋଟି ଉଲ୍ଲେଖ କର ।
Answer:
- ଦକ୍ଷିଣ ଭାରତର କୋଙ୍କଣ ଉପକୂଳର ଧୀବରମାନେ ମାଛମାନଙ୍କ ବ୍ୟବହାରରୁ ମୌସୁମୀ ବାୟୁର ଆଗମନ ବିଷୟରେ ଜାଣିଥାନ୍ତି । ସାଧାରଣତଃ ମୌସୁମୀ ବାୟୁ ପୂର୍ବରୁ ଗଭୀର ଜଳରେ ଥିବା ମାଛମାନେ ଜଳପୃଷ୍ଠକୁ ଚାଲି ଆସିଥାନ୍ତି ।
- ଆହୁରି ମଧ୍ୟ ଦକ୍ଷିଣ ଭାରତରେ ସୁନାରୀ ଗଛ ବା କାଶିଆ ଫିସ୍ତଲାରେ ଫୁଲ ଧରିଲେ ପଚାଶ ଦିନ ମଧ୍ୟରେ ମୌସୁମୀ ଆସିବ ବୋଲି କୁହାଯାଇଥାଏ ।
- ଆଉ କେତେକ ସମ୍ପ୍ରଦାୟ ବିଶ୍ଵାସ କରନ୍ତି ଯେ କାଉମାନେ ଗଛର ଉପର ଅଂଶରେ ବସା ବୃଷ୍ଟି ହୁଏ । ଅନ୍ୟ ପକ୍ଷରେ ବସାଗୁଡ଼ିକ ଅଳ୍ପ ଉଚ୍ଚରେ ଥିଲେ ପ୍ରବଳ ବର୍ଷା ହେବାର ସୂଚନା ବାନ୍ଧିଲେ ସ୍ଵଚ୍ଛ ଦେଇଥାଏ ।
Question 5.
ତୁମେ ଜାଣିବାରେ ଜଳବାୟୁ ପରିବର୍ତ୍ତନର ତିନିଗୋଟି କାରଣ ଉଲ୍ଲେଖ କର ।
Answer:
- ଜଳବାୟୁରେ ଉଲ୍ଲେଖନୀୟ ଦୀର୍ଘକାଳୀନ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଇଥାଏ । ଏହା ତାପମାତ୍ରା, ବର୍ଷଣ ଓ ଅନ୍ୟାନ୍ୟ ପାଗଜନିତ ଘଟଣାବଳୀରେ ପରିବର୍ଭନ କାରଣରୁ ହୋଇଥାଏ ।
- ଊନବିଂଶ ଶତାବ୍ଦୀ ପରଠାରୁ ମୁଖ୍ୟତଃ ମାନବୀୟ କାର୍ଯ୍ୟକଳାପ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରିତ କରୁଅଛି ।
- ବିଶେଷତଃ, ଜୀବାଶ୍ମ ଇନ୍ଧନରେ ଦହନ, ବନ୍ୟକ୍ଷୟ, ପରିବେଶ ପାଇଁ କ୍ଷତିକାରକ ଓ ଶିଳ୍ପୀକରଣ, ଅଧିକ ଉତ୍ପାଦନ ଓ ବିଭିନ୍ନ ସାମଗ୍ରୀର ଅତ୍ୟଧିକ ତଥା ଅପବ୍ୟବହାରପୂର୍ଣ ଉପଭୋଗ ଆଦି ଏହାର ପ୍ରମୁଖ କାରଣ ହୋଇଥାଏ ।
![]()
ପାର୍ଥକ୍ୟ ଦର୍ଶାଅ ।
Question 1.
ପାଗ ଓ ଜଳବାୟୁ ।
| ପାଗ | ଜଳବାୟୁ |
| (i) ବାୟୁ ମଣ୍ଡଳର ସାମୟିକ ଅବସ୍ଥାକୁ ପାଗ କୁହାଯାଏ । | (i) କୌଣସି ଅଞ୍ଚଳର ବହୁ ବର୍ଷ ବ୍ୟାପି ପାଣିପାଗର ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ । |
| (ii) ପାଣିପାଗ ସର୍ବଦା ପରିବର୍ତ୍ତନଶୀଳ । | (ii) ଜଳବାୟୁ ସାଧାରଣଭାବେ ଦୀର୍ଘ ସମୟ ଧରି ସ୍ଥିର ରହିଥାଏ । |
Question 2.
ଆଲ୍ୟ ଜଳବାୟୁ ଓ ନାତିଶୀତୋଷ ଜଳବାୟୁ ।
Answer:
| ଆଲ୍ପୀୟ ଜଳବାୟୁ | ନାତିଶୀତୋଷ୍ଣ ଜଳବାୟୁ |
| (i) ଆଲ ପୀୟ ଜଳବାୟୁ ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ ଅନୁଭୂତ ହୋଇଥାଏ । | (i) ନାତି ଶୀତୋଷ୍ଣ ଜଳ ବ ।ୟୁ ହି ମାଳ ୟର ନି ମ୍ନ ଭାଗରେ ତଥା ଭାରତର ଅନେକ ପାହାଡ଼ିଆ ଅଞ୍ଚଳରେ ଅନୁଭୂତ ହୋଇଥାଏ । |
| (ii) ଏହି ଅଞ୍ଚଳରେ ଶୀତଦିନେ ବେଶ୍ ଥଣ୍ଡା ଓ | ତୁଷାରପାତ ହୋଇଥାଏ । | (ii) ଏଠାରେ ଶୀତଦିନେ ମଧ୍ୟମ ଧରଣର ଶୀତ ଓ ଗ୍ରୀଷ୍ମ କାଳରେ ଅଧ୍ଵ ଗରମ ହୋଇ ନଥାଏ । |
| (iii) ଏହି ଅଞ୍ଚଳରେ ସବୁଠାରୁ ମୋଟା ଶୀତବସ୍ତ୍ର ବ୍ୟବହୃତ ହୋଇଥାଏ । | (iii) ଏହି ଅଞ୍ଚଳମାନଙ୍କରେ ଅଧୂକ ଶୈଳନିବାସ ଦେଖାଯାଇଥାଏ । |
Question 3.
ଉପକ୍ରାନ୍ତୀୟ ଜଳବାୟୁ ଓ ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ ।
| ଉପକ୍ରାନ୍ତୀୟ ଜଳବାୟୁ । | ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ |
| (i) ଉପକ୍ରାନ୍ତୀୟ ଜଳବାୟୁ ଭାରତର ଉତ୍ତ ର ସ୍ଥ ସମତଳ ଭୂମିରେ ଅନୁଭୂତ ହୋଇଥାଏ । | (i) ଆର୍ଦ୍ର କ୍ରାନ୍ତୀୟ ଜଳବାୟୁ ଭାରତର ପଶ୍ଚିମ ଉପକୂଳରେ ଅନୁଭୂତ ହୋଇଥାଏ । |
| (ii) ଏଠାରେ ଗ୍ରୀଷ୍ମଋତୁ ଉତ୍ତପ୍ତ ଏବଂ ଶୀତଋତୁ ବେଶ୍ । ଥଣ୍ଡା ହୋଇଥାଏ । | (ii) ଏଠାରେ ମୌସୁମୀ ମାସରେ ପ୍ରଚୁର ବୃଷ୍ଟି ହୋଇଥାଏ । |
| (iii) ଏହି ଅଞ୍ଚଳରେ ସର୍ବାଧିକ ଗହମ ଚାଷ ହୋଇଥାଏ । | (iii) ଏହି ଅଞ୍ଚଳମାନଙ୍କରେ ଧାନ ଓ ବିଭିନ୍ନ ମସଲା ଆଦି ଚାଷ କରାଯାଇଥାଏ । |
Question 4.
ବାତ୍ୟା ଓ ବନ୍ୟା ।
Answer:
| ବାତ୍ୟା | ବନ୍ୟା |
| (i) କେତେକ ସ୍ଵତନ୍ତ୍ର ପରିସ୍ଥିତରେ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଅପେକ୍ଷା ବାୟୁର ଚାପ କମ୍ ହେଲେ ସେଠାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ । ଏହାକୁ ବାତ୍ୟା କୁହାଯାଏ । | (i) ସାଧାରଣ ଭାବେ ଶୁଷ୍କ ରହୁଥିବା ଭୂମି ଜଳମଗ୍ନ ହେଲେ ବନ୍ୟା ହୋଇଥାଏ । |
| (ii) ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହିତ ପ୍ରଚୁର ବୃଷ୍ଟିପାତ କରାଇଥାଏ । | (ii) କୌଣସି ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ହେଲେ’ ନଦୀଜଳ ଉଛୁଳି ପଡ଼ିବା ସହିତ ବନ୍ଧ ଭାଙ୍ଗିଯାଏ । ଫଳରେ ବନ୍ୟା ସୃଷ୍ଟି ହୁଏ । |
| (iii) ବାତ୍ୟା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଥାଏ । | (iii) ବର୍ଷା ଋତୁରେ ବାରମ୍ବାର ବନ୍ୟା ହୋଇଥାଏ |
Question 5.
ସ୍ଖଳନ ଓ ବନାଗ୍ନି ।
Answer:
| ଭୂ-ସ୍ଖଳନ | ବନାଗ୍ନି |
| (i) ବର୍ଷା, ଭୂମିକମ୍ପ କିମ୍ବା ଅଗ୍ନି ଉଦ୍ଗୀରଣ ଜନିତ କାରଣ ଯୋଗୁଁ ଶିଳା, ମୃରିକା ତଥା ଅସଂଲଗ୍ନ ଶିଳା ସମୂହ ହଠାତ୍ ଉପରରୁ ତଳକୁ ଆସିବାକୁ ଭୂ-ସ୍ଖଳନ କୁହାଯାଏ | (i) ବଣ ଜଙ୍ଗଲରେ ଅନିୟନ୍ତ୍ରିତ ଭାବେ ବ୍ୟାପୁଥିବା ନିଆଁକୁ ବନାଗ୍ନି କୁହାଯାଏ । |
| (ii) ମୁଖ୍ୟତଃ ମୌସୁମୀ ବାୟୁ ପ୍ରବାହ ସମୟରେ ଭୂ-ସ୍ଖଳନ ବହୁ ପରିମାଣରେ ଘଟିଥାଏ । | (ii) ମଣିଷର ଅସାବଧାନତା ଏହାର ଅନ୍ୟ ଏକ ପ୍ରମୁଖ କାରଣ । |
| (iii) ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ସାଧାରଣତଃ ଭୂ- ସ୍ଖଳନ ଦେଖାଯାଏ । | (iii) ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ · ଓ ଛତି ଶଗଡ଼ରେ ସାଧାରଣତଃ ବନ । ଗ୍ନି ଦେଖାଯାଇଥାଏ । |
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଜାତୀୟ ଓ ରାଜ୍ୟସ୍ତରରେ NDRF ଓ SDRFର କାର୍ଯ୍ୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ସ୍ଵତନ୍ତ୍ର ପ୍ରଶିକ୍ଷଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ବା NDRF (National Disaster Response Force) ଭାରତର ବିଭିନ୍ନ ପ୍ରାନ୍ତରରେ ହେଉଥିବା ପ୍ରାକୃତିକ ତଥା ମାନବୀୟ ବିପର୍ଯ୍ୟୟ ବେଳେ ଧନଜୀବନ ରକ୍ଷା କରିଥାନ୍ତି ।
(ii) ଏନ୍.ଡି.ଆର୍.ଏଫ୍.ର ବାଟାଲିଆନ ଭାରତର ୧୨ଗୋଟି ସ୍ଥାନରେ ରହିଛି ।
(iii) ବାତ୍ୟା, ଭୂ-ସ୍ଖଳନ, ବନ୍ୟା ସମୟରେ ଏହି ଆପାତକାଳୀନ ଜଳ ଉଦ୍ଧାର ଓ ଅପସାରଣ କାର୍ଯ୍ୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।
(iv) ଆମ ଓଡ଼ିଶାର କଟକ ସହର ନିକଟସ୍ଥ ମୁଣ୍ଡଳୀଠାରେ ତୃତୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ରହିଅଛି ।
(v) ଠିକ୍ ସେହିପରି ଆମ ରାଜ୍ୟସ୍ତରରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ବା SDRF କାର୍ଯ୍ୟ କରୁଅଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଭୟ NDRF ଓ SDRF ମିଳିତ ଭାବରେ କାର୍ଯ୍ୟ କରିଥା’ନ୍ତି ।
![]()
Question 2.
ନୂତନ ଭାବେ ଦେଖାଯାଉଥିବା ପ୍ରାକୃତିକ ବିପର୍ଯ୍ୟୟ ‘ହିମ ବିସ୍ଫୋଟ’ ସମ୍ପର୍କରେ ଏକ ଟିପ୍ପଣୀ ପ୍ରଦାନ କର ।
Answer:
(i) ସାଧାରଣ ଭାବରେ କହିବାକୁ ଗଲେ, ହିମ ଅର୍ଥାତ୍ ବରଫ । ହଠାତ୍ କୌଣସି କାରଣରୁ ବରଫର ପାହାଡ଼ ବା ହିମବାହ ତରଳି ଜଳରେ ପରିଣତ ହେବାକୁ ‘ହିମ ବିସ୍ଫୋଟ’ କୁହାଯାଏ ।
(ii) ଏହା ହିମାଳୟ ଅଞ୍ଚଳରେ ହିମବାୟ ସୃଷ୍ଟ ହ୍ରଦଗୁଡ଼ିକ ଜଳପୂର୍ଣ୍ଣ ହେଲେ ତାହା ଉଛୁଳି ପଡ଼ିଥାଏ । ଏହି ହ୍ରଦଗୁଡ଼ିକ ଶିଳା ଏବଂ ବରଫର ବନ୍ଧକଦ୍ଵାରା ଜଳ ଧରି ରଖୁଥାନ୍ତି । ବରଫ ତରଳିବା ଯୋଗୁଁ ଏଠାରେ ଜଳର ପରିମାଣ ବଢ଼ିଯାଇଥାଏ ।
(iii) ବରଫ ଅତିଶୀଘ୍ର ତରଳିବା କାରଣରୁ କିମ୍ବା ପ୍ରଚୁର ବୃଷ୍ଟିପାତ ହେଲେ ଚାପ ବୃଦ୍ଧିପାଏ, ଶିଳା ଓ ବରଫର ବନ୍ଧ ଭାଙ୍ଗିଯାଏ । ଏହା ଫଳରେ ମଧ୍ଯ ‘ହିମ, ବିସ୍ଫୋଟ’ ହୋଇଥାଏ ।
(iv) ହଠାତ୍ ଖୁବ୍ ବେଗରେ ପାହାଡ଼ ଓ ପର୍ବତ ଉପରୁ ଜଳ ପ୍ରବାହିତ ହେବା ଫଳରେ ପାହାଡ଼ତଳେ ଥିବା ଲୋକମାନଙ୍କର ଘରଦ୍ଵାର ଓ କୋଠାବାଡ଼ି ଜଳସ୍ରୋତରେ ଭାସିଯାଇଥାଏ ।
(v) ଏଥିରେ ଅନେକ ସଂଖ୍ୟାରେ ଧନଜୀବନ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ । ୨୦୧୩ ମସିହାରେ ଉତ୍ତରାଖଣ୍ଡରେ ଅନେକ ଦିନ ଧରି ଲଗାତର ପ୍ରବଳ ବର୍ଷା ହେବା ଯୋଗୁଁ ‘ହିମ ବିସ୍ଫୋଟ’ ହୋଇଥିଲା । ଏଥିରେ ଭାରତର ପବିତ୍ର ତୀର୍ଥସ୍ଥଳୀ ‘କେଦାରନାଥ ମନ୍ଦିର’ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିଲା ।
Question 3.
‘ସବୁଜ ଗୃହ ପ୍ରଭାବ’ କହିଲେ କ’ଣ ବୁଝ ? ଏହାର ପରିବେଶ ଉପରେ କ’ଣ ପ୍ରଭାବ ରହିଛି ?
Answer:
(i) ପୃଥିବୀର ପ୍ରାକୃତିକ ‘ଅଙ୍ଗାରକ ଚକ୍ର’ରେ ଅଙ୍ଗାରକାମ୍ଳ ବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍ ଧୀରେଧୀରେ ବାୟୁମଣ୍ଡଳକୁ ଆସିଥାନ୍ତି ଓ ସୂର୍ଯ୍ୟଙ୍କ ତାପକୁ ଧରି ରଖୁଥାନ୍ତି । ଏହାକୁ ପ୍ରାକୃତିକ ‘ସବୁଜ ଗୃହ ପ୍ରଭାବ’ କୁହାଯାଇଥାଏ ।
(ii) ସବୁଜ ଗୃହ ପ୍ରଭାବ ପୃଥିବୀକୁ ଯଥେଷ୍ଟ ଉଷ୍ଣ ରଖୁବାଦ୍ଵାରା ଜୀବଜଗତ ତିଷ୍ଠି ରହିଥାଏ ।
(iii) ବିଗତ କିଛି ଶତାବ୍ଦୀଧରି ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯଥା— ଶିଳ୍ପ, ପରିବହନ ଓ କୃଷି କ୍ଷେତ୍ରରୁ ବହୁଳ ପରିମାଣରେ ବିଭିନ୍ନ ସବୁଜ ଗୃହ ଗ୍ୟାସ୍ ବାୟୁମଣ୍ଡଳକୁ ପ୍ରବେଶ କରିଛି । ସବୁଜ ଗୃହ ଗ୍ୟାସ୍ଗୁଡ଼ିକର ଅହେତୁକ ବୃଦ୍ଧି ଅଧିକ ତାପ ଧରି ରଖୁଛି ।
(iv) ଫଳତଃ ବିଶ୍ଵ ତାପମାତ୍ରାର ଦ୍ରୁତ ବୃଦ୍ଧିରେ ଏହା ସହାୟକ ହୋଇଛି । ଏହା ଯୋଗୁଁ ହଜାର ହଜାର ବର୍ଷଧରି ଜଳବାୟୁ ଧାରା ସହ ନିଜକୁ ଖାପଖୁଆଇ ଚଳି ଆସୁଥିବା ଉଦ୍ଭଦ, ପ୍ରାଣୀ ଓ ମାନବ ସମାଜରେ ବିଘଟନ ଦେଖାଯାଉଛି ।
(v) ୨୦୧୫ ମସିହା ପ୍ରାରମ୍ଭରେ ଦେଶର ହାରାହାରି ତାପମାତ୍ରା ସାଧାରଣତଃ ତାପମାତ୍ରାଠାରୁ ୧° ରୁ ୩° ସେଲ୍ସିୟସ୍ ବୃଦ୍ଧି ପାଇଛି । ଏଥିଯୋଗୁଁ ବିଗତ ଶୀତଋତ୍ରୁଟି ପୂର୍ବଗୁଡ଼ିକ ତୁଳନାରେ କମ୍ ଅବଧୂ ବିଶିଷ୍ଟ ଓ କମ୍ ଶୀତ ଅନୁଭୂତ ହୋଇଥିଲା । ଏହା କେବଳ କୃଷି ଉତ୍ପାଦନ ବ୍ୟତୀତ ବିଭିନ୍ନ କ୍ଷୁଦ୍ରଶିଳ୍ପକୁ ପ୍ରଭାବିତ କରିଥିଲା ।