BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Odisha State Board BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ Textbook Exercise Questions and Answers.

BSE Odisha Class 7 Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ପାହାଡ଼ ତଳ ବଣଭୂଇଁକି ସଫା କରାଗଲା କାହିଁକି ?
Answer:
ରାଜାଙ୍କ ଆଦେଶରେ ମଧୁପୁରଗଡ଼ର ଗଡ଼ପାହାଡ଼ ତଳିରେ ରାଜପ୍ରାସାଦ ନିର୍ମାଣ କରାଯିବା ସ୍ଥିର କରାଗଲା । ସେଥ‌ିପାଇଁ ପାହାଡ଼ ତଳ ବଣଭୂଇଁକୁ ସଫା କରାଗଲା ଓ ପାହାଡ଼ କାଟି ଭୂମିକୁ ସମତଳ କରାଗଲା ।

(ଖ) ସେ ପାହାଡ଼ର ନାଆଁ କ’ଣ ଥିଲା ?
Answer:
ଦିଗଦିଗନ୍ତ ବ୍ୟାପୀ ଜଙ୍ଗଲ ମଧ୍ୟରେ ରହିଥିବା ମଧୁପୁରଗଡ଼ ପାହାଡ଼କୁ ଲୋକେ ଗଡ଼ ଓ ରାଜପ୍ରାସାଦ ନିର୍ମାଣ ପରେ ନାମକରଣ କରିଥିଲେ । ପାହାଡ଼ର ନାଆଁ ଥିଲା ‘ଗଡ଼ପର୍ବତ’ ।

(ଗ) ରାଜା ପାହାଡ଼ କୋଳରୁ କେଉଁ ଶବ୍ଦ ଶୁଣିବାକୁ ପାଇଲେ ?
Answer:
ପାହାଡ଼ କୋଳରୁ ରାଜା ପଥରକଟାର ଠକ୍ ଠକ୍ ଶବ୍ଦ ଶୁଣିବାକୁ ପାଇଲେ । ତାହା ଥିଲା ପଥର କୋରଡ଼ବାସୀ ଭୀମ ଦାସର ପଥରକଟାର ଶବ୍ଦ ଯାହାକି ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥିଲା ।

(ଘ) ସେହି ଶବ୍ଦ କିଏ ଓ କିପରି ସୃଷ୍ଟି କରୁଥିଲା ?
Answer:
ପଥରକଟାର ଠକ୍ ଠକ୍ ଶବ୍ଦ ପାହାଡ଼ର କୋରଡ଼ ମଧ୍ୟରୁ ଭାସି ଆସୁଥିଲା । ତାହା ଥିଲା ପର୍ବତର କୋରଡ଼ରେ ବାସ କରୁଥିବା ଭୀମ ଦାସର ପଥରକଟାର ଶବ୍ଦ । ଗଡ଼ ନିର୍ମାଣ ହେଲାପରେ ମଧ୍ୟ ଭୀମ ଦାସର ପଥରକଟା ଶବ୍ଦ ବନ୍ଦ ହୋଇନଥିଲା । ସେ ପୂର୍ବବତ୍ ପଥରକଟା କାର୍ଯ୍ୟରେ ଲିପ୍ତ ରହୁଥିଲା ।

(ଙ) ସେହି ଶବ୍ଦ ବନ୍ଦ କରିବା ପାଇଁ ରାଜା କାହିଁକି ଆଦେଶ ଦେଲେ ?
Answer:
ରାଜଉଆସ ନିର୍ମାଣ ହେଲାପରେ ତା’ ମଧ୍ୟରେ ବିଳାସବ୍ୟସନର ସମସ୍ତ ବ୍ୟବସ୍ଥା ସଂପୂର୍ଣ୍ଣ ହେଲା । କିନ୍ତୁ ଭୀମ ଦାସର ପଥରକଟାର ଶବ୍ଦ ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟିକଲା । ସେହି ଶବ୍ଦ କେଉଁଠାରୁ ଆସୁଥିଲା ତାହା ରାଜା ଜାଣିନଥୁଲେ । ମାତ୍ର ରାଜାଙ୍କ ସୁନିଦ୍ରାପାଇଁ ସେହି ଶବ୍ଦ ବନ୍ଦ କରିବା ଜରୁରୀ ଥିଲା । ତେଣୁ ତାହା ତୁରନ୍ତ ବନ୍ଦ କରିବାପାଇଁ ରାଜା ଆଦେଶ ଦେଇଥିଲେ ।

(ଚ) ଭୀମ ଦାସକୁ ନିଜ ଉଆସକୁ ନେଇ ରାଜା ତା’ପାଇଁ କ’ଣ କଲେ ?
Answer:
ରାଜଉଆସ ନିର୍ମାଣ କାର୍ଯ୍ୟରେ ଭୀମ ଦାସର ଅବଦାନ ସମ୍ପର୍କରେ ଜାଣିଲା ପରେ ତା’ପାଇଁ ରାଜା ଉଆସ ମଧ୍ୟରେ ଏକ ସ୍ଵତନ୍ତ୍ର ଘରର ବ୍ୟବସ୍ଥା କଲେ । ତା’ ପାଇଁ ନୂଆ ଲୁଗା ଆଣିଲେ ଓ ନୂଆ ଖଟ ତିଆରି କରାଇଲେ । ସେଠାରେ ତା’ର ଯେପରି କିଛି ଅସୁବିଧା ନହୁଏ ସେଥ‌ିପାଇଁ ଚାକରବାକର ମଧ୍ୟ ଖଞ୍ଜି ଦେଲେ । ସେଠାରେ ଭୀମ ଦାସ ରାଜସମ୍ମାନ ସହ ରହିବାପାଇଁ ରାଜା ସମସ୍ତ ବ୍ୟବସ୍ଥା କରିଥିଲେ ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ପାହାଡ଼ ସବୁ ଦେଖିଲା, ସବୁ ସହିଲା, ମାତ୍ର କିଛି କରିପାରିଲା ନାହିଁ କାହିଁକି ?
ଯେଉଁଦିନ ଟମକ ବଜାଇ ରଜାଘର ଲୋକେ ପାହାଡ଼ ତଳଟାକୁ ମାପିଦେଇ, ସେଦିନଠାରୁ ଜଙ୍ଗଲ ସଫା ହୋଇ ପାହାଡ଼ ତଡ଼ାହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟଧାରାକୁ ପାହାଡ଼ ଖାଲି ନୀରବରେ ଦେଖୁଲା । କାଠୁରିଆର କୁଠାରାଘାତରେ ଗୋଟିକ ପରେ ଗୋଟିଏ ଗଛ ଟଳି ପଡୁଥ‌ିବା ଓ ଜଙ୍ଗଲର ବନ୍ୟଜନ୍ତୁମାନଙ୍କୁ ଗୁଳି, ଶର ଓ ଖଣ୍ଡାରେ ହତ୍ୟା କରାଯାଉଥ‌ିବା ପରି ମାନବର ସବୁ ଅତ୍ୟାଚାରକୁ ମୁଣ୍ଡ ପାତି ସହିନେବା ଛଡ଼ା ପାହାଡ଼ର କିଛି ଉପାୟ ନଥିଲା । ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡମାନ କଟାଯାଉଥିଲେ ମଧ୍ୟ ମୂକ ପାହାଡ଼ କିଂକର୍ତ୍ତବ୍ୟବିମୂଢ଼ ହୋଇ କୌଣସି ପ୍ରତିବାଦ

(ଖ) ଗଡ଼ ନିର୍ମାଣ କାର୍ଯ୍ୟ କିପରି ସମାପ୍ତ ହେଲା ?
ଲାଗିପଡ଼ିଲେ । ନଅର ମଧ୍ଯରେ ସୁନ୍ଦର ଉଆସ, ରଙ୍ଗୀନ ଆଲୋକ ପାଇଁ ଦୀପମାଳା ଇତ୍ୟାଦି ଖଞ୍ଜି ପ୍ରାସାଦଟିକୁ ଅପୂର୍ବ ସାଜସଜ୍ଜାରେ ମଣ୍ଡିତ କଲେ । ଗଡ଼ ନିର୍ମାଣ ପରେ ପରେ ତା’ମଧ୍ୟରେ ଆହୁରି କେତେ ଘର, ପାଚେରୀ, ଦେବୀମନ୍ଦିର ଆଦି ଯଥାସ୍ଥାନରେ ନିର୍ମିତ ହେଲା । ସମସ୍ତ ରାଜକଳ୍ପନାକୁ କର୍ମଚାରୀମାନେ ଯଥାବିଧ୍ କାର୍ଯ୍ୟକାରୀ କରାଇଲେ ଓ ନିର୍ମାଣକାର୍ଯ୍ୟ ଯଥା ସମୟରେ ସମାପ୍ତ ହେଲା ।

(ଗ) ସେ ରାତିରେ ନିଦରେ ଶୋଉଛି, ମାତ୍ର ଯୌବନର ସ୍ୱପ୍ନ ଦେଖୁନାହିଁ ଏକଥା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଏକଥା ଭୀମ ଦାସ ପ୍ରସଙ୍ଗରେ କୁହାଯାଇଛି । ଭୀମ ଦାସ ଅନ୍ୟମାନଙ୍କ ପରି ରକ୍ତମାଂସ ଦେହଧାରୀ ମଣିଷ ଥିଲା । ସୁଖ ସ୍ୱାଚ୍ଛନ୍ଦ୍ୟରେ ରହି ଜୀବନକୁ ଉପଭୋଗ କରିବାର କାମନା ମଧ୍ଯ ତା’ ମନରେ ସୃଷ୍ଟିହେବା ସ୍ଵାଭାବିକ । ମାତ୍ର ସଭ୍ୟ ସମାଜର ସବୁ ଅତ୍ୟାଚାରକୁ ମଥାପାତି ସହିନେଇଥିଲା ସେ । ବିଳାସପୂର୍ଣ୍ଣ ପ୍ରାସାଦ ତଥା ସୁରମ୍ୟ ଗଡ଼ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ରାଜକୀୟ ଶୋଷଣର ଶିକାର ହୋଇ ଜୀବନର ସମସ୍ତ ସୁଖରୁ ସେ ବଞ୍ଚତ ଥିଲା । ୧୫ ବର୍ଷ ବୟସରୁ ସେ ଦୀର୍ଘ ଷାଠିଏ ବର୍ଷକାଳ ପଥର କାଟି ଚାଲିଥିଲା । ଏହା ମଧ୍ୟରେ ତା’ର ଯୌବନ ଅତିକ୍ରାନ୍ତ ହୋଇ ବାର୍ଦ୍ଧକ୍ୟ ଆସିଯାଇଛି । ଯନ୍ତ୍ରବତ୍ କାର୍ଯ୍ୟ କରିଚାଲିବା ଭିତରେ ସେ ଯୌବନର ଉପସ୍ଥିତିକୁ ମଧ୍ୟ ଜାଣି ପାରିନଥିଲା ।

(ଘ) ଭୀମ ଦାସକୁ ରାଜା ନିଜ ଉଆସକୁ ଆଣିବା ମୂଳରେ କି ଉଦ୍ଦେଶ୍ୟ ଥିଲା ?
Answer:
ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥିବା ପଥରକଟାର ଠିକ୍ ଠକ୍ ଶବ୍ଦ ବନ୍ଦ କରିବାପାଇଁ ପାଇକମାନେ ଚାବୁକ୍ ଦେଇ ଭୀମ ଦାସକୁ ବାରଣ କଲେ ମଧ୍ୟ ପଟରକଟା ବନ୍ଦ ହୋଇନଥିଲା । ଦିନେ ପାରିକୁ ଯାଇ ସ୍ବୟଂ ରାଜା ଭୀମ ଦାସକୁ ପଥରକଟା କାର୍ଯ୍ୟରେ ନିମଗ୍ନ ଥ‌ିବା ଲକ୍ଷ୍ୟକରି ତା’ ସମ୍ପର୍କରେ ସମସ୍ତ ତଥ୍ୟ ବୁଝିଲେ ଏବଂ ନଅର ନିର୍ମାଣ କାର୍ଯ୍ୟରେ ସାରା ଜୀବନ ଉତ୍ସର୍ଗ କରିଥିବା ଲୋକଟିକୁ ସୁଖଶାନ୍ତିରେ ଶେଷଜୀବନ କଟାଇବାପାଇଁ ଉଆସ ମଧ୍ୟରେ ରଖାଇବାର ସମସ୍ତ ବ୍ୟବସ୍ଥା କରାଇଲେ । ଜଙ୍ଗଲ କାଟି ପାହାଡ଼ ତାଡ଼ି ଗୋଟିଏ ଅଗମ୍ୟ ଅପନ୍ତରା ଅଞ୍ଚଳକୁ ରାଜଉଆସରେ ପରିଣତ କରିଥିବା କାର୍ଯ୍ୟର ମୁଖ୍ୟ ବିନ୍ଧାଣିର ଦୁରବସ୍ଥା ଲକ୍ଷ୍ୟକରି ରାଜା ଦୁଃଖ ପ୍ରକାଶ କରିଥିଲେ ଓ ତା’ ଅବଦାନ ପାଇଁ ଉପଯୁକ୍ତ ମର୍ଯ୍ୟାଦା ଦେବାକୁ ରାଜଉଆସକୁ ଅଣାଇବାର ବନ୍ଦୋବସ୍ତ କରାଇଥିଲେ ।

Question ୩।
ଭୀମ ଦାସ ରାଜଉଆସରେ ରହିଲା ନାହିଁ କାହିଁକି ?
Answer:
ପନ୍ଦର ବର୍ଷ ବୟସରୁ ମଧୁପୁରଗଡ଼ ଜଙ୍ଗଲ ପାହାଡ଼ ଭିତରେ ଯନ୍ତ୍ରବତ୍ ଦିନରାତି ଜଙ୍ଗଲ ସଫେଇ ଓ ପଥରକଟା କାର୍ଯ୍ୟରେ ନିଯୁକ୍ତ ରହିଥିଲେ ମଧ୍ୟ ବଣର ଫଳମୂଳ ଆହାରରେ ଜୀବନ କଟାଇ ଓ ପଥର ଚଟାଣରେ କ୍ଲାନ୍ତି ମେଣ୍ଟାଇ ସେ ଆନନ୍ଦରେ ଥିଲା । ପ୍ରକୃତି କୋଳରେ ଜୀବନ କାଟି ଆଜୀବନ କର୍ମମୁଖର ଜୀବନ ଧରି ସେ ପାଉଥିଲା ପରମ ଶାନ୍ତି । ତେଣୁ ଚାକରବାକର ଗହଣରେ, ବିଳାସପୂର୍ଣ୍ଣ ଗୃହର ଆଧୁନିକ ପରିପାଟୀରେ ସେ ଅଣନିଃଶ୍ୱାସୀ ହୋଇପଡ଼ିଲା । ତେଣୁ ସେ ସେଠାରେ ମଧ୍ୟ ପଥର ଖୋଜିଲା । ମାଟି, ଗୋଡ଼ି, ପଥର ସହ ସାରାଜୀବନ କାଟିଥ୍ୟା ଭୀମ ଦାସ ରାଜ ଉଆସରେ
ଶାନ୍ତି ନପାଇ ପୁନରାୟ ଗଡ଼ପର୍ବତ ତଳିକୁ ଚାଲିଯାଇଥିଲା ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୪।
ପ୍ରସଙ୍ଗ ସହ ସରଳାର୍ଥ ଲେଖ ।
(କ) ମର୍ତ୍ତ୍ୟର ମରୁଭୂମିରେ ସ୍ଵର୍ଗର ଅମରାବତୀର ଛାୟା ପଡ଼ିଲା ।
Answer:
ମର୍ତ୍ତ୍ୟରେ ……………………………. ଛାୟା ପଡ଼ିଲା ।
ଉଦ୍ଧୃତାଂଶଟି ଗୋଦାବରୀଶ ମହାପାତ୍ରଙ୍କ ଲିଷ୍କୃତ ‘ଏ ମଣିଷକୁ ପଥର କଲା କିଏ’ ଗଳ୍ପରୁ ଉଦ୍ଧୃତ। ମଧୁପୁରଗଡ଼ର ବିସ୍ତୀର୍ଣ୍ଣ ଜଙ୍ଗଲରେ ରାଜନଅର ତିଆରି ହେବ। ପରିବେଶକୁ କିପରି ସୌନ୍ଦର୍ଯ୍ୟପୂର୍ଣ୍ଣ କରିଦେଲା ତାହା ଏଠା। ବର୍ଣ୍ଣିତ । ବହୁଦୂର ବ୍ୟାପି ମଧୁପୁରଗଡ଼ ପାହାଡ଼ତଳି ଅଞ୍ଚଳ ଘନଜଙ୍ଗଲ ଓ ଶ୍ଵାପଦସଙ୍କୁଳ ଥିଲା । ରାଜାଙ୍କର ଲୋକେ ଗଛ କାଟି, ଜଙ୍ଗଲ ସଫାକରି ନଅର ତୋଳା କାମ ଆରମ୍ଭ କଲେ। ପଥର କାରିଗର ଭୀମ ଦାସ ପାହାଡ଼ରୁ ପଥର କାଟି କାଟି ରାସ୍ତାଘାଟ, ନଅର, ପାଚେରି ଇତ୍ୟାଦି ତୋଳିବାରେ ସାହାଯ୍ୟ କଲା। ସୁନ୍ଦର ଉଆସ, ତା’ଭିତରେ ଦୀପମାଳା ଓ ଆଲୋକସଜ୍ଜା, ରାସ୍ତାଘାଟ, ଦେବଦେବୀ ମନ୍ଦିର କେତେ ଯେ କ’ଣ ନିର୍ମାଣ କରାଗଲା ତା’ର ହିସାବ ନାହିଁ। ଯେଉଁ ଜଙ୍ଗଲରେ କେବଳ ହିଂସ୍ରଜନ୍ତୁ ଓ ଜଙ୍ଗଲୀ ମଣିଷ ରହୁଥିଲେ, ଯାହାକି ନୀରବ, ନିସ୍ତବ୍ଧ ଥିଲା, ସେଠାରେ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଜନପଦ ସୃଷ୍ଟି ହୋଇଥିଲା। ତେଣୁ ଏଠାରେ ମଧୁପୁରଗଡ଼କୁ ମର୍ତ୍ତ୍ୟର ଅମରାବତୀ ବୋଲି କୁହାଯାଇଛି।

(ଖ ) ସେ ଦିନରେ ବାଟ ଚାଲୁଛି ମାତ୍ର କାହାକୁ ପଥ ପଚାରୁ ନାହିଁ ।
Answer:
ସେ ଦିନରେ …………………………. ପଚାରୁ ନାହିଁ ।
ଉକ୍ତ ଗଦ୍ୟାଶଟି ଗୋଦାବରୀଶ ମହାପାତ୍ରଙ୍କ ଲିଖିତ “ଏ ମଣିଷକୁ ପଥର କଲା କିଏ” ଗଳ୍ପରୁ ଆସିଅଛି । ପଥର କାମ କରି କରି ଭୀମଦାସ କିପରି ପ୍ରତିକ୍ରିୟାହୀନ ମଣିଷ ପାଲଟି ଯାଇଥିଲା, ତାହା ଏଠାରେ ଆଲୋଚ୍ୟ। ଶିଳ୍ପୀ ଭୀମଦାସ ମଧୁପୁରଗଡ଼ ନିର୍ମାଣ ପାଇଁ ପାହାଡ଼ରୁ ପ୍ରଥମେ ପଥର କାଟିଥିଲା। ଦିନଦିନ, ମାସମାସ, ବର୍ଷବର୍ଷ ଧରି ଷାଠିଏ ବର୍ଷ କାଳ ଭୀମଦାସ ଖରା, ବର୍ଷ, ଶୀତ, କାକର ଖାଇ ପଥର କାଟି ରାଜଉଆସ, ବିହାର ଉଦ୍ୟାନ, ମନ୍ଦିର, ରାସ୍ତାଘାଟ ସବୁକିଛି କରିଥିଲା। ତା’ର କୈଶୋରର ଚପଳତା, ଯୌବନର ଜ୍ୟୋତି, କୋମଳ କଥା, ଚିକ୍‌କଣ-ଶରୀର ଏବେ ବାର୍ଦ୍ଧକ୍ୟରେ ପହଞ୍ଚୁଛି । ପଥର କାଟି କାଟି ସତେଯେପରି ସେ ନିଜେ ପଥର ପାଲଟି ଯାଇଛି । ସେ ବାଟ ଚାଲୁଛି କିନ୍ତୁ ରାସ୍ତା ପଚାରୁ ନାହିଁ, ଚାହୁଁଛି, କିନ୍ତୁ କିଛି ଦେଖୁନାହିଁ। କାମ କରୁଛି, କିନ୍ତୁ କିଛି ଜାଣି ପାରୁନାହିଁ । ସେ ନିର୍ବାକୁ ନିଶ୍ଚଳ ଓ ପ୍ରତିକ୍ରିୟାହୀନ ହୋଇ କେବଳ କାମ କରିଛାଲିଛି।

(ଗ) ରାଜା ମନକୁ ମନ ଅତର୍କିତ ପ୍ରଶ୍ନ କଲେ, ‘‘ଏ ମଣିଷକୁ ପଥର କଲା କିଏ ???
Answer:
ରାଜା ମନକୁ ……………………………… କଲା କିଏ ?
ଉକ୍ତ ଗଦ୍ୟାଶଟି ଗୋଦାବରୀଶ ମହାପାତ୍ରଙ୍କ ଲିଖିତ “ ଏ ମଣିଷକୁ ପଥର କଲା କିଏ” ଗଳ୍ପରୁ ଉଦ୍ଧୃତ। ପଥର ପରି ମଣିଷଟିଏ ଭୀମ ଦାସଙ୍କୁ ଦେଖ୍ ରାଜା ବିସ୍ମିତ ହୋଇଥିବା କଥା ଏଠାରେ ଗାଳ୍ପିକ ପ୍ରକାଶ କରିଛନ୍ତି |
ପଥର କଟାର ଠକ୍ ଠକ୍ ଶବ୍ଦ ବାରି ରାଜା ଭୀମ ଦାସ ପାଖରେ ପହଞ୍ଚିଲେ। କିନ୍ତୁ ଭୀମ ଦାସ କିଛି କହିଲାନି କିମ୍ବା ରାଜାଙ୍କୁ ଚାହିଁଲାନି। ରାଜା ତାକୁ ରାଜଉଆସକୁ ଡକାଇ ନେଇ ସମ୍ମାନ ସହକାରେ ବିଶ୍ରାମ ନେବାପାଇଁ କହିଲେ। କିନ୍ତୁ ଉଆସ ଭିତରେ ସେ ପଥର ଖୋଜିଲା। ତା’ପରଦିନ ସେ ଉଆସରେ ନଥିଲା। ରାଜା ତାକୁ ଖୋଜି ଖୋଜି ପଥର କାଟୁଥିବାର ଦେଖ‌ିଲେ।

ରାଜାଙ୍କୁ ଦେଖୁ ମଧ୍ୟ ତା’ର ମନରେ କିଛି ଭାବାନ୍ତର ଆସି ନଥିଲା। ତେଣୁ ଏ ମଣିଷକୁ କିଏ ପଥର କରିଦେଲା ବୋଲି ରଜା ଦୁଃଖରେ ନିଜକୁ ନିଜେ ପ୍ରଶ୍ନ ପଚାରିଲେ ଏବଂ ନିଜେ ମଧ୍ୟ ଉତ୍ତର ଦେଇଥିଲେ। ଯେ  ରାଜା ହିଁ ତାକୁ ପଥର କରି ଦେଇଛନ୍ତି। ଅତୀତରେ ରାଜାଙ୍କର ନିଷ୍ଠୁର ସ୍ଵଭାବ ଓ ଅବହେଳା ଯୋଗୁଁ ଏ ମଣିଷର ଆଶା ଓ ଭାବନା ସବୁ ମରିଯାଇଛି। ସେଥ‌ିପାଇଁ ‘ରାଜା’ ଶବ୍ଦଟା ଶୁଣିବା ମାତ୍ରକେ ଭୀମ ଦାସ ରାଜାଙ୍କୁ କୁଣ୍ଡାଇ ଧରି ଚିତ୍କାର କରିଉଠିଥିଲା ।

Question ୪।
(କ) ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦର ସମ୍ପର୍କ ଯୋଡ଼ି ବାକ୍ୟ ଗଠନ କର ।

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଅବ୍ୟକ୍ତ ଜନତା
ଗୋପନୀୟ ଛାତ୍ର
ଭାତତ୍ରସ୍ତ ଦେବତା
ଜ୍ଞାନଲିପ୍ସ୍ ଦୃଶ୍ୟ
ରମଶାୟ ଜାବନ
ନିରଳସ ବିଷୟ

Answer:

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଅବ୍ୟକ୍ତ ଦେବତା
ଗୋପନୀୟ ବିଷୟ
ଭାତତ୍ରସ୍ତ ଜନତା
ଜ୍ଞାନଲିପ୍ସ୍ ଛାତ୍ର
ରମଶାୟ ଦୃଶ୍ୟ
ନିରଳସ ଜାବନ

 

  • ଦେବତାଙ୍କ ଅବ୍ୟକ୍ତ ଅବଦାନ ବିଶ୍ଵସୃଷ୍ଟିରେ ମାନବକୁ ବଞ୍ଝାରେ ସହାୟକ ହୋଇଛି ।
  • ଭୀତତ୍ରସ୍ତ ଜନତାଙ୍କ ମନରେ ସାନ୍ତନା ଦେବା ପାଇଁ ସରକାର ଗଣମାଧ୍ୟମରେ ସାହାଯ୍ୟ ନେଲେ । ଜ୍ଞାନଲିପ୍‌ସୁ ଛାତ୍ର ଜୀବନରେ ବହୁ ଉନ୍ନତି କରେ ।
  • ପ୍ରକୃତିର ରମଣୀୟ ଦୃଶ୍ୟ ମନରେ ଶାନ୍ତି ଆଣିଦିଏ ।
  • ନିରଳସ ଜୀବନ ଓ ଈଶ୍ୱରୀୟ ଭାବନା ମଣିଷକୁ ମହତ କରେ ।

Question ୫।
ନିମ୍ନରେ ଦିଆଯାଇଥବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପାହାଡ଼, ଫୁଲ, ପକ୍ଷୀ, ଦିନ, ଗଛ, ମଣିଷ
Answer:
ପାହାଡ଼ – ଶୈଳ, ଗିରି
ପକ୍ଷୀ – ବିହଗ, ବିହଙ୍ଗମ
ଗଛ – ବୃଷ, ପାଦପ
ଫୁଲ – ପୁଷ୍ପ, ସୁମନ
ଦିନ – ଦିବସ, ଅହ୍ନ
ମଣିଷ – ନର, ମନୁଷ୍ୟ

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୬।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟଗଠନ କର ।
ପ୍ରଚଣ୍ଡ, ଭୀତତ୍ରସ୍ତ, ଦୁର୍ଭେଦ୍ୟ, ବିସ୍ତୀର୍ଣ୍ଣ, ଅତ୍ୟାଚାର, ସୀମା, ପହୁଡ଼,
Answer:
ପ୍ରଚଣ୍ଡ – ପ୍ରଚଣ୍ଡ ଗ୍ରୀଷ୍ମରେ ନଦୀ, ନାଳ ଶୁଷ୍କ ହୋଇଯାଏ ।
ଭୀତତ୍ରସ୍ତ – ସୁନାମିର ଭୟାବହତା ଲୋକଙ୍କୁ ଭୀତତ୍ରସ୍ତ କଲା ।
ଦୁର୍ଭେଦ୍ୟ – ଦୁର୍ଭେଦ୍ୟ ଅରଣ୍ୟ ହିଁ ହିଂସ୍ରଜନ୍ତୁଙ୍କ ଆବାସସ୍ଥଳୀ ।
ଅତ୍ୟାଚାର – ଇଂରେଜ ଶାସକଙ୍କ ଅତ୍ୟାଚାର ରେ ଅତିଷ୍ଠ ହୋଇ ଭାରତୀୟମାନେ ବିଦ୍ରୋହ ଆରମ୍ଭ କରିଥିଲେ ।
ସୀମା – ଜମିର ସୀମା ଚିହ୍ନଟ କରିବାକୁ ଅମିନ ଆସିଥିଲେ ।
ପହୁଡ଼ – ଶ୍ରୀଜଗନ୍ନାଥଙ୍କ ପହୁଡ଼ ହେବା ପୂର୍ବରୁ ଆମେ ଦର୍ଶନ କରିବା ସୁଯୋଗ ପାଇଲୁ ।
ନିରଳସ – ଗୋପବନ୍ଧୁ ନିରଳସ ଜୀବନ ଶୈଳୀରେ ବିଶ୍ଵାସ କରୁଥିଲେ ।

Question ୭।
ପ୍ରାୟ ୧୫୦ଟି ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ମଧୁପୁରଗଡ଼ ପାହାଡ଼ ସହିତ ଭୀମ ଦାସର କି ସମ୍ପର୍କ ଥିଲା ?
Answer:
ଭୀମ ଦାସକୁ ବାଦ୍ ଦେଇ ମଧୁପୁରଗଡ଼ର ଇତିହାସ ରଚନା କରାଯାଇ ପାରିବ ନାହିଁ । ଗଡ଼ ନିର୍ମାଣର ପ୍ରତିଟି ଧୂଳିକଣା ଭୀମର ହାତସ୍ପର୍ଶ ପାଇଛି । ଏକଦା ମଧୁପୁରଗଡ଼ ପାହାଡ଼ତଳି ଅଞ୍ଚଳ ଥିଲା ଦୁର୍ଭେଦ୍ୟ ଅରଣ୍ୟ, ହିଂସ୍ରଜନ୍ତୁଙ୍କ ଆବାସସ୍ଥଳୀ । ସେହି ଅଞ୍ଚଳକୁ ପରିଷ୍କାର କରି ରାଜନଅର ନିର୍ମାଣ କରିବାକୁ ରାଜା ସିଦ୍ଧାନ୍ତ ନେଲାପରେ ଭୟସଙ୍କୁଳ ଅଗମ୍ୟ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟାରମ୍ଭ କରିବାକୁ ଆସିଥିଲେ ରାଜକର୍ମଚାରୀ । ମାତ୍ର ସେହି ଅଞ୍ଚଳ ବିଷୟରେ ଅଜ୍ଞ ଥ‌ିବାରୁ ସେମାନଙ୍କୁ ଭୀମ ଦାସର ସହାୟତା ନେବାକୁ ପଡ଼ିଥିଲା । ଟମକ କାଠିଠାରୁ ଆରମ୍ଭ କରି ଜଙ୍ଗଲର ଗଛକଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଭୀମ ଦାସ ହିଁ ସେମାନଙ୍କ ମାର୍ଗଦର୍ଶକ ସାଜିଥିଲା । ଜଙ୍ଗଲ ସଫାହେଲା ପରେ ପାହାଡ଼ ତଡ଼ା କାର୍ଯ୍ୟ ଓ ପଥରକଟା କାର୍ଯ୍ୟର ମୁଖ୍ୟ ସେ ହିଁ ଥିଲା । ପର୍ବତରୁ ପଥର ଫଟାଇ ସୁନ୍ଦର ରାଜନଥର ନିର୍ମାଣ ହେଲା । ଜଙ୍ଗଲ କାଟି, ପାହାଡ଼ ଭାଙ୍ଗି କେବଳ ଗଡ଼ ନିର୍ମାଣ ପରେ କାର୍ଯ୍ୟର ସମାପ୍ତି ଘଟିନଥିଲା । ପରେ ପରେ ଗଢ଼ିଉଠିଥିଲା କେତେ ଘର, ପାଚେରୀ, ଦେବୀ ମନ୍ଦିର ଇତ୍ୟାଦି ।

ଏଇ ଭଙ୍ଗାଗଢ଼ା ଭିତରେ କେତେ କାରିଗର, ଶିଳ୍ପୀ କାଳଗର୍ଭରେ ମରିହଜି ଗଲେ । ମାତ୍ର ଭୀମ ଦାସର ପଥରକଟା କାର୍ଯ୍ୟର ସମାପ୍ତି ନଥୁଲା । ମଧୁପୁରଗଡ଼ ପର୍ବତର ଅନ୍ଧାରିଆ ଗହ୍ଵର ମଧ୍ୟରେ ମାନବର ପ୍ରଥମ ସ୍ବର ଭୀମ ଦାସହିଁ ଶୁଣାଇଥିଲା । ବଣ, ପାହାଡ଼, ତରୁଲତା ସହ ନିବିଡ଼ ଭାବେ ପରିଚିତ ଭୀମ ଦାସ ନିଜ ହତିଆର ଧରି ପଥର କାଟି ଚାଲିଥିଲା ଦିନ ଦିନ, ମାସ ମାସ ଓ ବର୍ଷ ବର୍ଷ ଧରି । ଦୀର୍ଘ ଷାଠିଏ ବର୍ଷ କାଳ ଖରା, ବର୍ଷା, ଶୀତ, କାକର ସହି ସେ ଗଡ଼ପର୍ବତ ତଳି ଅଞ୍ଚଳକୁ ରମଣୀୟ ଉଆସରେ ପରିଣତ କରିଥିଲା । ଅକର୍ମ ଶିଳାକୁ ଅଭିନବ ବେଶରେ ସଜାଇ ସୁଦୃଶ୍ୟ ରାଜନଅର ନିର୍ମାଣରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ପନ୍ଦର ବର୍ଷ ବୟସରୁ ପଥରକଟା କାର୍ଯ୍ୟରେ ନିଯୁକ୍ତ ହୋଇ ଜୀବନର ସବୁ ସୁଖ ସ୍ବାଚ୍ଛନ୍ଦ୍ୟକୁ ସେ ଜଳାଞ୍ଜଳି ଦେଇଥିଲା । ମଧୁପୁରଗଡ଼ର ରାଜପୁରୀ, ଦେବୀ ମନ୍ଦିର, ନଅର, ଉଆସ, ବିହାର, ଉଦ୍ୟାନ କୌଣସିଠାରେ ଏପରି ଖଣ୍ଡିଏ ହେଲେ ପଥର ନାହିଁ, ଯେଉଁଥରେ କି ଭୀମଦାସର ହାତ ବାଜିନାର୍ହି।

(ଖ) ଗଡ଼ ତିଆରି ପରେ ଭୀମ ଦାସ କ’ଣ କଲା ?
Answer:
ମଧୁପୁରଗଡ଼ ନିର୍ମାଣ କାର୍ଯ୍ୟରେ ଭୀମ ଦାସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଜଙ୍ଗଲ ସଫା ହେବାଠାରୁ ଆରମ୍ଭ କରି ପାହାଡ଼ ତଡ଼ା ହେବା, ପଥର କାଟି ପ୍ରାସାଦ ନିର୍ମାଣ କରିବା ଆଦି ପ୍ରତ୍ୟେକଟି କାର୍ଯ୍ୟ ପଛରେ ଥିଲା ଭୀମ ଦାସର ହାତ ! ଗଡ଼ ନିର୍ମାଣ କାର୍ଯ୍ୟ ଶେଷହେବା ପରେ ମଧ୍ୟ ଭୀମ ଦାସର ପଥରକଟା କାର୍ଯ୍ୟ ସମାପ୍ତ ହୋଇ ନଥିଲା । ରାଜ ଉଆସ ପରେ ଗଡ଼ ଭିତରେ ବହୁ ସୁଦୃଶ୍ୟ ଘର, ପାଚେରୀ, ଦେବୀ ମନ୍ଦିର, ଏହିପରି ଗୋଟାକ ପରେ ଗୋଟାଏ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା। ଭୀମ ଦାସ ପଥର କାଟି ଯୋଗାଇ ଚାଲିଥିଲା । ସେହିସବୁ ନିର୍ମାଣ କାର୍ଯ୍ୟ ନିମନ୍ତେ ଦିନ ଦିନ, ମାସ ମାସ, ବର୍ଷ ବର୍ଷ ଧରି ଭୀମ ଦାସ ଖରାବର୍ଷା, ଶୀତ କାକରକୁ ଖାତିର ନକରି ଗଡ଼ପର୍ବତ ତଳେ ପଥର କାଟି ଚାଲିଥିଲା ।

ଅକର୍ମ ଶିଳାକୁ ଚିକ୍‌କଣ କରି ଉଆସକୁ ରମଣୀୟ କରିବା ଦାୟିତ୍ଵ ସତେଯେପରି ତା’ ଉପରେ ନ୍ୟସ୍ତ ଥିଲା । ଭୀମ ଦାସର ବୃତ୍ତି ଥିଲା ପଥରକଟା, ଜଙ୍ଗଲ ତା’ର ଘର ଓ ତା’ର ଖାଦ୍ୟ ବଣର ଫଳମୂଳ । ଗଡ଼ପର୍ବତର ଅନ୍ଧାରିଆ ଗୁହା ଭିତରେ ରହି ରାଜପୁରୀ, ଦେବୀମନ୍ଦିର, ନଅର, ଉଆସ, ବିହାର ଓ ଉଦ୍ୟାନ ପାଇଁ ସେ ପଥର ଯୋଗାଇ ଚାଲିଥିଲା । ଆଉ ପଥରର ଆବଶ୍ୟକତା ନାହିଁ ବୋଲି କହିଲା ପରେ ମଧ୍ୟ ତା’ର କାର୍ଯ୍ୟ ବନ୍ଦ ହୋଇନଥିଲା । ଏକ ମେସିନ୍ ପରି ସେ ତା’ର ପଥରକଟା କାମ କରି ଚାଲିଥିଲା । ସେ ପଥର କାଟି କାଟି ନିଜେ ଯେପରି ପଥର ପାଲଟି ଯାଇଥିଲା ।

(ଗ) ପାହାଡ଼ ତଳେ କିପରି ଗଡ଼ ନିର୍ମାଣ କରାଗଲା ?
Answer:
କାହିଁ କେତେ କାଳରୁ ବଣ ଜଙ୍ଗଲଘେରା ମଧୁପୁରଗଡ଼ ପର୍ବତ ତଳେ ରାଜନଅର ନିର୍ମାଣ କରିବା ସ୍ଥିର ହେଲାପରେ ରାଜାଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ଅଗମ୍ୟ ବନପଥରେ ଟମକ ବଜାର ମାପଚୁପ ଆରମ୍ଭ କଲେ । ହିଂସ୍ର ବନ୍ୟଜନ୍ତୁ ଭରା ଜଙ୍ଗଲରୁ ଗଛକଟା କାର୍ଯ୍ୟ ଭୀମ ଦାସ ହାତରେ ଆରମ୍ଭ ହେଲା । ଅଳ୍ପ କେଇଦିନ ମଧ୍ୟରେ ପାହାଡ଼ତଳି ଜଙ୍ଗଲ ସଫା ହୋଇଗଲା । ବନ୍ୟ ପଶୁପକ୍ଷୀମାନେ ଶିକାରୀର ତୀର, ଗୁଳି ଓ ଖଣ୍ଡା, ବର୍ଚ୍ଛାରେ ପ୍ରାଣ ଦେଲେ । ପରେ ପରେ ପାହାଡ଼ ତାଡ଼ିବା କାର୍ଯ୍ୟ ଆରମ୍ଭ ହେଲା । ଭୀମ ଦାସ ହିଁ ପାହାଡ଼ ତାଡ଼ିବା କାର୍ଯ୍ୟର ମୁଖ୍ୟ ଦାୟିତ୍ଵରେ ରହିଲା । ପାହାଡ଼ ଭଙ୍ଗାଯାଇ ଗୋଟା ଗୋଟା ପଥର, ଶଗଡ଼ ଶଗଡ଼ ରଙ୍ଗମାଟି, କେତେ ଗୋଡ଼ି, ଧୂଳି ପାହାଡ଼ତଳି ଅଞ୍ଚଳକୁ ବୁହାହୋଇ ଆସିଲା ।

ଗଡ଼ପର୍ବତ ତଳେ ରାଜପ୍ରସାଦ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ସୁନ୍ଦର ଉଆସ ଭିତରେ ରଙ୍ଗୀନ ଦୀପମାଳା ଓ ଅପୂର୍ବ ସାଜସଜ୍ଜା ଖଞ୍ଜି ଦିଆଗଲା । ବିଳାସ ବ୍ୟସନର ସମସ୍ତ ବ୍ୟବସ୍ଥା ଉଆସ ମଧ୍ଯରେ ରଖାଯାଇ ବାଇଦ ବାଜଣା ଓ ଆନନ୍ଦ ଉତ୍ସବର ଆୟୋଜନ କରାଗଲା । ରାଜା ଓ ରାଣୀ ଉଆସରେ ରହି ନଅରକୁ କିପରି ଆହୁରି ସୁନ୍ଦର କରାଯାଇ ପାରିବ ତା’ର ଯୋଜନା କଲେ । ପ୍ରଜାମାନଙ୍କ ପାଇଁ ଗଡ଼ ମଧ୍ଯରେ ବାସଗୃହ ନିର୍ମାଣ ହେଲା । ପରେ ପରେ ନିର୍ମାଣ ହେଲା ଦେବୀମନ୍ଦିର, ବିହାର, ଉଦ୍ୟାନ ଓ ରାଜପଥ । ଏ ସମସ୍ତ ନିର୍ମାଣ ପାଇଁ ଆବଶ୍ୟକ ପଥର କାଟି ଯୋଗାଇବାର ଦାୟିତ୍ଵ ସତେ ଯେପରି ଭୀମ ଦାସ ଉପରେ ନ୍ୟସ୍ତ ଥିଲା । ସେଥ‌ିପାଇଁ ତା’ କର୍ମରେ ବିରାମ ନଥିଲା । ନଅର ଓ ଗଡ଼ ନିର୍ମାଣ ପାଇଁ ପଥର ଯୋଗାଇ ଯୋଗାଇ ସେ ସତେ ଯେପରି ପଥର ପାଲଟି ଯାଇଥିଲା । ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ବୋଲି କହିଲା ପରେ ମଧ୍ୟ ଭୀମ ଦାସ ପଥର କାଟି ଚାଲିଥିଲା ।

(ଘ) ‘ଏ ମଣିଷକୁ ପଥର କଲା କିଏ’ – ଏପରି ନାମକରଣର ବିଶେଷତ୍ବ କ’ଣ ?
Answer:
ଗଳ୍ପର ବିଷୟବସ୍ତୁକୁ ଆଧାର କରି ଗଳ୍ପର ନାମକରଣ କରାଯାଇଥାଏ । ପଥର ଏକ ନିର୍ଜୀବ ବସ୍ତୁ । ତା’ର ଅନୁଭବ କରିବାର ଶକ୍ତି ନଥାଏ, ହୃଦୟ ନଥାଏ କି ମନ ବୋଲି କିଛି ନଥାଏ । ତାକୁ ଯେଉଁ କାର୍ଯ୍ୟ ପାଇଁ ରଖାଯାଏ, ସେହିଠାରେ ହିଁ ସେ ପଡ଼ିରହେ । ସେ କାହାରି କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରିପାରେ ନାହିଁ । ଦୁଃଖ-ସୁଖ, ଭଲ-ମନ୍ଦ,

ଭୀମ ଦାସ ଚରିତ୍ରକୁ ଲେଖକ ସେହିପରି ପଥର ସହ ତୁଳନା କରିଛନ୍ତି । ସେ ଆମରି ପରି ରକ୍ତମାଂସ ଦେହଧାରୀ ମଣିଷ ହେଲେ ମଧ୍ୟ ପଥରକଟା କାର୍ଯ୍ୟରେ ନିଯୁକ୍ତ ହେଲାପରେ ସେ ଯେପରି ପଥର ପାଲଟି ଯାଇଥିଲା । ମଧୁପୁର ଗଡ଼ପର୍ବତ କନ୍ଦର ଥିଲା ତା’ର ଘର । ବଣର ଫଳମୂଳ ଥିଲା ତା’ର ଆହାର । ପ୍ରକୃତି କୋଳରେ ହସି, ଖେଳି, ନାଚି, ଗାଇ ବୁଲୁଥିବା ଭୀମ ଦାସ ଉପରେ ଯେଉଁଦିନଠାରୁ ଜଙ୍ଗଲ ସଫେଇ ଓ ପଥରକଟା ଦାୟିତ୍ଵ ନ୍ୟସ୍ତ କରାଗଲା, ସେ କୌଣସି ପ୍ରତିବାଦ କରିନଥିଲା । ରାଜାଙ୍କ ଆଦେଶ ତା’ପାଇଁ ଥିଲା ସବୁଠୁ ଗୁରୁତ୍ଵପୂର୍ଣ୍ଣ । ତେଣୁ ରାଜପ୍ରାସାଦ, ଗଡ଼, ମନ୍ଦିର, ବିହାର ସବୁ କିଛି ନିର୍ମାଣ ପାଇଁ ସେ ପଥର କାଟି ଯୋଗାଇ ଚାଲିଥିଲା । ଏପରିକି ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥିବା ପଥର କଟାର ଠକ୍ ଠକ୍‌ ଶବ୍ଦ ବନ୍ଦ କରିବାକୁ ସିପାହି ତାକୁ ଚାବୁକ୍ ଦେଇ ବାରଣ କଲେ ମଧ୍ୟ ସେ ତା’ର କାର୍ଯ୍ୟରୁ ବିରତ ହୋଇନଥିଲା ।

ତା’ପାଇଁ ଉଆସରେ ସମସ୍ତ ରାଜକୀୟ ବ୍ୟବସ୍ଥା କରି, ଶେଷ ଜୀବନକୁ ଶାନ୍ତିରେ କାଟିବାକୁ କୁହାଗଲେ ମଧ୍ୟ ସେ ପୁଣି ଫେରିଯାଇଥିଲା ସେହି ଗଡ଼ପର୍ବତ ଖୋଲକୁ ଓ ଚିରାଚରିତ ଢଙ୍ଗରେ ପଥର କାଟିବା କାର୍ଯ୍ୟରେ ବ୍ୟସ୍ତ ରହିଲା । ତା’ପାଇଁ ଉଆସର ବିଳାସପୂର୍ଣ୍ଣ ବ୍ୟବସ୍ଥା ଆକର୍ଷଣୀୟ ନଥୁଲା, କି ରାଜକୀୟ ଖାଦ୍ୟ ପ୍ରତି ମଧ୍ୟ ତା’ର ରୁଚି ନଥିଲା । ପ୍ରକୃତିର କୋଳ ଥିଲା ତା’ପାଇଁ ଆନନ୍ଦପ୍ରଦ, କର୍ମରେ ଥିଲା ତା’ର ଆନନ୍ଦ । ପଥରକଟା ବନ୍ଦ କରିବାପାଇଁ ପାଇକମାନଙ୍କ ଚାବୁକ ମାଡ଼ ମଧ୍ୟ ତା’ ମନରେ କୌଣସି ପ୍ରତିକ୍ରିୟା କରିନଥିଲା ସତେରେଯପରି ପଥର କାଟି କାଟି ସେ ପଥର ହୋଇଯାଇଥିଲ। ଗଳ୍ପଟିର ବିଷୟବସ୍ତୁକୁ ଲକ୍ଷ୍ୟ କଲେ ନାମକରଣ ସାର୍ଥକତା ଉପଲବ୍‌ କରିହୁଏ ।

ତୁମପାଇଁ କାମ :

ଭୀମ ଦାସ ପରି ଚରିତ୍ର ଥ‌ିବା ଅନ୍ୟ କୌଣସି ଗଳ୍ପ ଖୋଜି ପଢ଼ ।
ପରିବେଶ ନଷ୍ଟ କରି ବଡ଼ ପ୍ରାସାଦ ତିଆରି କରିବା ଘଟଣାକୁ ନେଇ ଗଳ୍ପଟିଏ ଲେଖ ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ମଧୁପୁରଗଡ଼ ଜଙ୍ଗଲରେ ହାହାକାର ପଡ଼ିଗଲା କାହିଁକି ?
Answer:
ଉକ୍ତ ଗଳ୍ପରେ ଗାଳ୍ପିକ ଗୋଦାବରୀଶ ମହାପାତ୍ର ପ୍ରକୃତି ଉପରେ ମଣିଷର ଅତ୍ୟାଚାର କଥା ଅତି ସୁନ୍ଦର ଓ ସାବଲୀଳ ଭାଷାରେ ପ୍ରକାଶ କରିଛନ୍ତି । କେଉଁ ଆଦିମ କାଳରୁ ମଧୁପୁରଗଡ଼ ପାହାଡ଼ ତା’ର କୋଳରେ ଶ୍ୟାମଳ ବନରାଜି, ପଶୁପକ୍ଷୀଙ୍କୁ ଧରି ଆତି ଆନନ୍ଦରେ ଥିଲା। ହଠାତ୍ ଦିନେ ସହରୀ ସଭ୍ୟତାର ନାଗରା ବଜାଇ ଲୋକମାନେ ପାହାଡ଼ ତଳି ଅଞ୍ଚଳ ମାପଚୁପ କଲେ। ତା’ପରେ ଚାଲିଲା ଜଙ୍ଗଲ ସଫା କାର୍ଯ୍ୟ। ଅସୁମାରୀ ଗଛ ହଣା ହେଲା, ବଣବୁଦା ସଫା କରାଗଲା, ପଶୁପକ୍ଷୀଙ୍କୁ ଗୁଳି, ଶର, ଖଣ୍ଡାରେ ହତ୍ୟା କରାଗଲା। ଦୁର୍ଭେଦ୍ୟ ଜଙ୍ଗଲ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହେଲା। ଜଙ୍ଗଲର ଜୀବଜନ୍ତୁ, ତରୁଲତା ସମସ୍ତଙ୍କ ଭିତରେ ଭୟ ଓ ଆଶଙ୍କା ଦେଖାଦେଲା। ବନରାଜ୍ୟରେ ହାହାକାର ପଡ଼ିଗଲା।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୨।
“ଏ ମଣିଷକୁ ପଥର କଲା କିଏ ?” – ଗଳ୍ପର ଏପରି ନାମକରଣ କରାଯିବାର କାରଣ କ’ଣ ?
କିମ୍ବା, “ଏ ମଣିଷକୁ ପଥର କଲା କିଏ ? ” – ରାଜା କାହାକୁ ଲକ୍ଷ୍ୟକରି ଏକଥା କହିଛନ୍ତି ?
Answer:
‘ଏ ମଣିଷକୁ ପଥର କଲା କିଏ ?’ ଗଳ୍ପରେ ପଥର କାଟି କାଟି ରାଜଉଆସ ବନାଇ, ଆଧୁନିକ ସଭ୍ୟତାର ରୂପ ଦେଇ ଶିଳ୍ପୀ ଭୀମ ଦାସ କିପରି ନିଜେ ପଥର ପାଲଟି ଯାଇଥିଲା, ତାହା ଗାଳ୍ପିକ୍ ବର୍ଣନା କରିଛନ୍ତି । ମଧୁପୁର ପାହାଡ଼ର ପଥର କାଟିବା ଦାୟିତ୍ଵ ରାଜା ପନ୍ଦର ବର୍ଷୀୟ କିଶୋର ଭୀମ ଦାସକୁ ଦେଇଥିଲେ। ରାଜପୁରୀ, ଦେବମନ୍ଦିର, ନଅର, ଉଆସ, ବିହାର, ଉଦ୍ୟାନ ଯେଉଁ ପଥରରେ ତିଆରି ହେଲା ସବୁଥରେ ଭୀମ ଦାସର ହାତ ବାଜିଛି। କେତେ ଦିନ, ମାସ, ବର୍ଷ ବିତିଯାଇଛି ତା’ର ହିସାବ ନାହିଁ । ସେ ପଥରକଟା କାମରେ ଖାଇବା, ପିଇବା ଏବଂ ନିଜର ଭୋବିଳାସ ସବୁ ଭୁଲିଯାଇଛି । ଖରା, ବର୍ଷା, ଶୀତ, କାକର ସହି କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି କେବଳ ପଥର କାଟି ଚାଲିଛି ଭୀମ ଦାସ । ଶେଷରେ ସେ ଅଶୀବର୍ଷୀୟ ବୃଦ୍ଧ ହୋଇଯାଇଛନ୍ତି। କିନ୍ତୁ ସମସ୍ତ ସୁଖ ସୁବିଧା, ବିଳାସ ଯାହା ପାଇଁ ମିଳିଲା, ରାଜା ଦିନେହେଲେ ସେହି ଶିଳ୍ପୀ କଥା ବୁଝିବାକୁ ଚେଷ୍ଟା କରିନାହାନ୍ତି । ପଥର କାଟି କାଟି ସତେ ଯେପରି ସେ ପଥର ପାଲଟି ଯାଇଛି । ତେଣୁ ଯୁବରାଜ ଭୀମ ଦାସଠାରେ ନିର୍ଲିପ୍ତ, ନିର୍ବାକ୍, ନିଷ୍ପନ୍ଦ ଭାବ ଲକ୍ଷ୍ୟକରି ଏପରି କହିଛନ୍ତି।

Question ୩।
ଯୁବରାଜ କିପରି ଭୀମ ଦାସର ସନ୍ଧାନ ପାଇଲେ ?
Answer:
କିପରି ବିକାଶ ଘଟିଛି, ତାହା ଏଠାରେ ଗାଳ୍ପିକ ଗୋଦାବରୀଶ ମହାପାତ୍ର ବର୍ଣ୍ଣନା କରିଛନ୍ତି। ରାଜାଙ୍କ ପରେ ଯୁବରାଜ ଗାଦିରେ ବସିଲେ । ୟା ଭିତରେ ପଚାଶ ବର୍ଷ ଅତିକ୍ରମ କରିଗଲା। କିନ୍ତୁ ଭୀମ ଦାସର ପଥର କାଟିବାର ଠକ୍ ଠକ୍ ଶବ୍ଦ ବନ୍ଦ ହୋଇ ନ ଥିଲା। ଯୁବରାଜ ସେହି ଠକ୍ ଠକ୍ ଶବ୍ଦ ବାରି ଗୀତ, ଗୁହା, କୁଞ୍ଜ ପାର ହୋଇ ଭୀମ ଦାସ ନିକଟରେ ପହଞ୍ଚିଲେ । ଯେଉଁ ଶବ୍ଦ ତାଙ୍କର ଶୟନରେ ବାଧା ସୃଷ୍ଟି କରୁଥିଲା, ସେହି ଶବ୍ଦ ସୃଷ୍ଟି କରୁଥିବା ଶିଳ୍ପୀ ପାଖରେ ପହଞ୍ଚି ଜଣେ ଯାଇଛ୍ଛା ତେଶୁ ଯୁବରାଜ ଭାମ ଦାସଠାରେ ନିଲିପ୍ତ, ନିର୍ବାକ, ନିଷନ୍ଦ ଭାବ ଲକ୍ଷ୍ୟକରି ଏପରି କହିଛନ୍ତି।

Question ୪।
ରାଜା ଭୀମ ଦାସକୁ ଉଆସକୁ କାହିଁକି ଆଣିଥିଲେ ?
Answer:
ମଧୁପୁରଗଡ଼ ଉଆସରୁ କେତେ ରାଜା ଗଲେ । ଶେଷରେ ଯୁବରାଜ ଗାଦିରେ ବସିଲେ । ରାଜାଙ୍କ ଶାନ୍ତନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥିବା ଭୀମ ଦାସର ପଥରକଟା ଶବ୍ଦ ବନ୍ଦ କରିବାପାଇଁ ପାଇକମାନେ ତାକୁ ଚାବୁକ୍‌ରେ ପିଟିଲେ। ଶେଷରେ ରାଜା ନିଜେ ଜଙ୍ଗଲ ଭିତରେ ଶବ୍ଦ ବାରି ସେହି ଶିଳ୍ପୀ ନିକଟରେ ପହଞ୍ଚିଲେ। ରାଜା ଭୀମ ଦାସର କର୍ତ୍ତବ୍ୟ ପରାୟଣତା, ନିଃସ୍ୱାର୍ଥଭାବ, ନିର୍ଲିପ୍ତ ଭାବନା ଲକ୍ଷ୍ୟ କରି ଦୁଃଖିତ ହେଲେ। ଯେଉଁ ଶିଳ୍ପୀ ଜଙ୍ଗଲ କାଟି, ପାହାଡ଼ ତାଡି ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ବଳିଦେଇ ରାଜଉଆସକୁ ସ୍ଵର୍ଗର ନନ୍ଦନକାନନ କରାଇ ପାରିଛି, ତା’ ପାଇଁ ତାଙ୍କ ମନରେ ସମବେଦନା ଭାବ ସୃଷ୍ଟି ହେଲା । ପରିଶ୍ରମର ଉପଯୁକ୍ତ ମର୍ଯ୍ୟାଦା ଓ ସୁଖଶାନ୍ତି ଦେବାପାଇଁ ରାଜା ଭୀମ ଦାସକୁ ଉଆସକୁ ନେଇଆସିଲେ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ଜଙ୍ଗଲ ଜୀବଜନ୍ତୁ ଚମକି ଉଠିଥିଲେ କାହିଁକି ?
Answer:
ଟମକ ବଜାଇ ପାହାଡ଼ ତଳ ଅଞ୍ଚଳ ଜଙ୍ଗଲକୁ ମାପ କରାଇବାକୁ ଆସିଥିବା ଲୋକମାନଙ୍କ କାର୍ଯ୍ୟକୁ ଦେଖୁ ଜଙ୍ଗଲର ଜୀବଜନ୍ତୁ ଚମକି ଉଠିଥିଲେ ।

Question ୨।
ବନରାଜ୍ୟରେ ହାହାକାର ପଡ଼ିଗଲା କାହିଁକି ?
Answer:
କାଠୁରିଆଙ୍କ କୁଠାରଘାତରେ ପାହାଡ଼ ତଳର ଭୀଷଣ ଦୁର୍ଭେଦ୍ୟ ଜଙ୍ଗଲ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହେଲା ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୩।
ଜଙ୍ଗଲବାସୀ ଜୀବଗଣକୁ କିପରି ଲୋପ କରିବାକୁ ଚେଷ୍ଟା କରାଗଲା ?
Answer:
ଜଙ୍ଗଲବାସୀ ଜୀବଗଣକୁ ଗୁଳି, ଶର, ଖଣ୍ଡା ବଳରେ ଲୋପ କରିବାକୁ ଚେଷ୍ଟା କରାଗଲା।

Question ୪।
ରାଜ ନଅରରେ କେଉଁସବୁ ବ୍ୟବସ୍ଥା କରାଗଲା ?
Answer:
ରାଜ ନଅରରେ ସୁନ୍ଦର ଉଆସ, ତା’ ଭିତରେ ଦୀପମାଳା, ଅପୂର୍ବ ସାଜସଜ୍ଜାର ବ୍ୟବସ୍ଥା ହୋଇଥିଲା। ପାଚେରୀ, ଦେବୀମନ୍ଦିର ଆଦି ନିର୍ମାଣ କରାଗଲା।

Question ୫।
ମଧୁପୁରଗଡ଼ରେ କାହାର ବିରାମ ହେଲା ନାହିଁ ?
Answer:
ମଧୁପୁରଗଡ଼ରେ ଘରତୋଳାର ବିରାମ ହେଲା ନାହିଁ।

Question ୬।
କାହାର ପ୍ରଥମ ଚୋଟ ଗଛ ଦେହରେ ବାଜିଥିଲା ଓ ପ୍ରଥମ ପଥର ଖଣ୍ଡ ସେ ତାଡ଼ିଥିଲା ?
Answer:
ଭୀମ ଦାସର ପ୍ରଥମ ଚୋଟ ଗଛ ଦେହରେ ବାଜିଥିଲା ଓ ପ୍ରଥମ ପଥର ଖଣ୍ଡ ସେ ତାଡ଼ିଥିଲା।

Question ୭।
ପାଇକ ଭୀମ ଦାସକୁ କ’ଣ କରିବାକୁ କହିଲେ ?
Answer:
ରାଜାଙ୍କ ନିର୍ଦ୍ଦେଶରେ ପାଇକ ଭୀମ ଦାସ ପିଠିରେ ଚାବୁକ ଦେଇ ପଥରକଟା ବନ୍ଦ କରିବାକୁ କହିଲେ।

Question ୮।
ରାଜା କାହାପାଇଁ ଉଆସ ଭିତରେ ଏକ ସ୍ଵତନ୍ତ୍ର ଘର ଠିକ୍ କଲେ ?
Answer:
ରାଜା ଭୀମ ଦାସ ପାଇଁ ଉଆସ ଭିତରେ ଏକ ସ୍ଵତନ୍ତ୍ର ଘର ଠିକ୍ କଲେ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୯।
ରାଜା ଅବାକ୍ ହୋଇ ପୁଣି ସେହି ପର୍ବତଗୁହା ଆଡ଼କୁ କାହିଁକି ଗଲେ ?
Answer:
ରାଜା ସକାଳୁ ଭୀମ ଦାସକୁ ଘରେ ନ ଥିବାର ଦେଖିଲେ; ତେଣୁ ସେ ଅବାକ୍ ହୋଇ ପୁଣି ସେଇ ପର୍ବତ ଗୁହା ଆଡ଼କୁ ଗଲେ ।

Question ୧୦।
ଭୀମ ଦାସ ରାଜାଙ୍କୁ ନିବିଡ଼ ଭାବରେ ଜାକି ଧରି କାହିଁକି ଚିତ୍କାର କଲା ?
Answer:
ଭୀମ ଦାସ ପଥର କାଟିବା ଆଦେଶ ପାଇବା ପରେ କାର୍ଯ୍ୟକରି ଚାଲିଥିଲା। ନିଜ ଜୀବନକୁ ପଥର କରିବା ଭିତରେ ସେ ରାଜାଙ୍କୁ କେବେହେଲେ ଦେଖୁ ନ ଥିଲା ପରି ନିବିଡ଼ ଭାବରେ ଜାକି ଧରି ରାଜା ରାଜା ବୋଲି ଚିତ୍କାର କଲା।

ବସ୍ତୁନିଷ୍ଠ ପ୍ରଶ୍ନେ।ତ୍ତର

Question ୧।
କାହାର ଶବ୍ଦ ପାହାଡ଼କୋଳରୁ ଭାସିଆସୁଥିଲା ?
(କ) ହିଂସ୍ରଜନ୍ତୁଙ୍କର ଶବ୍ଦ
(ଖ) ପଥରକଟାର ଶବ୍ଦ
(ଗ) ଜଳର କଳକଳ ଶବ୍ଦ
(ଘ) ପବନର ସୁ ସୁ ଶବ୍ଦ
Answer:
(ଖ) ପଥରକଟାର ଶବ୍ଦ

Question ୨।
ଜା ଭୀମ ଦାସର ପଥରକଟାର ଠକ୍ ଠକ୍ ଶବ୍ଦ ବନ୍ଦ କରିବାକୁ କାହିଁକି ଆଦେଶଦେଲେ ?
(କ) ରାଣୀ ରାଜାଙ୍କ ପାଖରେ ଅଭିଯୋଗ କରିବାରୁ
(ଖ) ଯୁବରାଜ ରାଜାଙ୍କ ନିକଟରେ ଅଭିଯୋଗ କରିବାରୁ
(ଗ) ଅମରାବତୀର ସ୍ପର୍ଶ ରାଜଉଆସରେ ନହେବାରୁ
(ଘ) ରାଜାଙ୍କ ପହଡ଼ରେ ବ୍ୟାଘାତ ଲାଗିବାରୁc
Answer:
(ଘ) ରାଜାଙ୍କ ପହଡ଼ରେ ବ୍ୟାଘାତ ଲାଗିବାରୁc

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୩।
ରାଜା କାହାକୁ ଉଆସକୁ ନେଇଆସିଲେ ?
(କ) ଯୁବରାଜଙ୍କୁ
(ଖ) ଗଡ଼ବାସାଙ୍କୁ
(ଗ) ଭାଗ ଦାସଙ୍କୁ
(ଘ) ଅମରାବତାକୁ
Answer:
(ଗ) ଭାଗ ଦାସଙ୍କୁ

Question ୪।
ଠିକ୍ ପଚାଶ ବର୍ଷ ପରେ ରାଜା କେଉଁଠାକୁ ଗଲେ ?
(କ) ପ୍ରାନ୍ତ୍ରରକୁ
(ଖ) ପାରିଧିକୁ
(ଗ) ମଧୁପୁର ଗଡ଼ଙ୍କୁ
(ଘ) ଶିକାରକୁ
Answer:
(ଖ) ପାରିଧିକୁ

Question ୫।
କେଉଁ ଲେଖାଟି ଗୋଦାବରୀଶ ମହାପାତ୍ରଙ୍କ ଲେଖନୀ
(କ) ଗରିବର ଭଗବାନ
(ଖ) ଜୀବନ ରହସ୍ୟ
(ଗ) ଗନ୍ଦାର ମାୟା
(ଘ) ନାଳମାଷ୍ଟ୍ରାଣା
Answer:
(ଖ) ଜୀବନ ରହସ୍ୟ

Question ୬।
ହାଡ଼ି ହାତକୁ ଟମକ କାଠି କାଟି କିଏ ଦେଇଥିଲା ?
(କ) ମନ୍ତ୍ରୀ
(ଖ) ରାଜା
(ଗ) ଭାମ ଦାସ
(ଘ) କ୍ଷୁବରାଜ
Answer:
(ଗ) ଭାମ ଦାସ

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୭।
କେଉଁମାନେ ଅବ୍ୟକ୍ତ ଭାଷାରେ କୁହାକୁହି ହେଲେ – ‘ଏ ରାଜ୍ୟରେ ପୁଣି ଏ କ’ଣ ?
(କ) ରାଜ୍ୟବାସୀ
(ଖ) ଗଛପତ୍ର
(ଗ) ବନବାସା
(ଘ) ଜାଗଜନ୍ତୁ
Answer:
(ଖ) ଗଛପତ୍ର

Question ୮।
ଏଠାରେ କାହା ସମ୍ବନ୍ଧରେ କୁହାଯାଇଛି – ‘ତା’ର ଇତିହାସ କେହି ଜାଣନ୍ତି ନାହିଁ’’ ?
(କ) ପାହାଡ଼ର
(ଖ) ଗଛପତ୍ର
(ଗ) ଉଆସର
(ଘ) ରାଜାଙ୍କର
Answer:
(କ) ପାହାଡ଼ର

Question ୯।
‘ପହୁଡ଼ ବେଳ, ପହୁଡ଼ ବେଳ – କାମ ବନ୍ଦ କର-ବନ୍ଦ କର- ବନ୍ଦ କର ।’’ – ଏହା କାହାର ଉକ୍ତି ?
(କ) ରାଜାଙ୍କର
(ଖ) ରାଣୀଙ୍କର
(ଗ) ଯୁବରାଜଙ୍କର
(ଘ) ପାଇକର
Answer:
(ଘ) ପାଇକର

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୧୦।
‘ସେ ସେହିଠାରେ ପ୍ରଥମେ ହସିଥିଲା, ସେହିଠାରେ ପ୍ରଥମେ ଗୀତ ବୋଲିଥିଲା ।’-ଏଠାରେ ‘ସେ’ କାହାକୁ ସୂଚାଉଛି ?
(କ) ଭାମ ଦାସ
(ଖ) ରାଜା
(ଗ) ପାଇକ
(ଘ) ପଥର
Answer:
(କ) ଭାମ ଦାସ

ଗାଞ୍ଜିକ ପରିଚୟ :

ସତ୍ୟବାଦା ସାହିତ୍ୟ ଗୋଷ୍ଠାର ସାଧକମାନଙ୍କ ପ୍ରେରଣା ପାଇ ଗୋଦାବରୀଶ ମହାପାତ୍ର ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ । ସେ ଥିଲେ ଏକାଧାରରେ ଜଣେ କବି, ଗାଳ୍ପିକ, ରମ୍ୟରଚନାର ସ୍ରଷ୍ଟା, ଭଗ୍ର ଦେଶପ୍ରେମୀ ତଥା ପ୍ରକୃତିପ୍ରେମୀ । କବିତା, ଗଳ୍ପ, ଉପନ୍ୟାସ ତଥା ଅନ୍ୟାନ୍ୟ ସାହିତ୍ୟିକ ରଚନା ସୃଷ୍ଟି କରିବାରେ ସେ ଥିଲେ ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧ୍ କାରା ସମାଜର ବା ସାଧାରଣ ଘଟଣାକୁ ଅସାଧାରଣ ଭଙ୍ଗୀରେ ଉପସ୍ଥାପନ କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ । ତାଙ୍କର ସମସ୍ତ ରଚନାରେ ମାନବିକ ସମ୍ବେଦନଶୀଳତା, ମୂଲ୍ୟବୋଧ, ସମାଜ ସଚେତନତା ଏବଂ ସଂସ୍କାର ପ୍ରୟାସ ପରିଲକ୍ଷିତହୁଏ । ସେ ‘ନିଆଁଖୁଣ୍ଟା’ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରି ସାମାଜିକ ଦୁର୍ନୀତି ବିରୋଧରେ ‘ଟୁଆଁଟୁଇଁ’ ନାମକ ଅନ୍ୟ ଏକ ପତ୍ରିକା ମଧ୍ୟ ତାଙ୍କଦ୍ୱାରା ପ୍ରକାଶିତ ହେତ୍ତଥ୍ଲା । ତାଙ୍କ ସାରସ୍ଵତ ସୃଷ୍ଟିଗୁଡ଼ିକ ମଧ୍ୟରେ ‘କଣ୍ଟା ଓ ଫୁଲ’, ‘ଉଠ କଙ୍କାଳ’, ‘ନୀଳ ମାଷ୍ଟରାଣୀ’, ଓ ‘ମୁଁ ଦିନେ ମନ୍ତ୍ରୀ ଥୁଲି’ ଗ୍ରନ୍ଥ ଅତ୍ୟନ୍ତ ଲୋକପ୍ରିୟ ।

ଗଞ୍ଜିର ପୃଷ୍ଠଭୂମି :

ଆଲୋଚ୍ୟ ଗଳ୍ପ ‘ଏ ମଣିଷକୁ ପଥର କଲା କିଏ’ ପ୍ରାବନ୍ଧିକଙ୍କ ଏକ ସଂସ୍କାରଧର୍ମୀ ରଚନା । ଆଧୁନିକ ସହରୀ ସଭ୍ୟତା ପ୍ରଭାବରେ ଆମ ଚତୁଃପାର୍ଶ୍ୱସ୍ଥ ରମ୍ୟ ପ୍ରାକୃତିକ ପରିବେଶ କିପରି ଧ୍ୱଂସାଭିମୁଖୀ ହେଉଛି ଏବଂ ସରଳ ମଣିଷ ଜୀବନର ସୁଖଶାନ୍ତି କିପରି ବ୍ୟାହତ ହେଉଛି ଲେଖକ ଏଥିରେ ତାହା ବର୍ଣ୍ଣନା କରିଛନ୍ତି ।

ଗଳ୍ପର ସାରକଥା :

ମଧୁପୁରଗଡ଼ ପାହାଡ଼ ଓ ଏହାର ତଳି ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳରେ ରାଜପ୍ରାସାଦ ଓ ଜନପଦ ନିର୍ମାଣ କରିବାପାଇଁ ରାଜାଦେଶ ଆସିଲା। ନାଗରା ଦିଆଯାଇ ପାହାଡ଼ ତଳ ମପାଗଲା । ପରେ ପରେ ଜଙ୍ଗଲ ସଫା କାର୍ଯ୍ୟ ଆରମ୍ଭ କରି ଦିଆଗଲା । ଏକ ମନୋରମ ସବୁଜ ବନାନୀ ଦିନ କେଇଟାରେ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହୋଇଗଲା। ଜଙ୍ଗଲ ପରେ ପରେ ପାହାଡ଼ ଉପରେ ଆରମ୍ଭ ହେଲା ଅତ୍ୟାଚାର । ପାହାଡ଼ ଫଟାଇ ପଥର, ଗୋଡ଼ି, ମାଟିଧୂଳିକୁ ସମତୁଲ କରି ରାଜନଅର ନିର୍ମାଣ ଆରମ୍ଭ ହେଲା । ବିଳାସପୂର୍ଣ୍ଣ ରାଜପ୍ରାସାଦ ନିର୍ମାଣ ପରେ ମଧ୍ୟ କାମ ସରିଲା ନାହିଁ । ଏହାର ଚତୁଃପାର୍ଶ୍ବରେ ଆଉ କେତେ ଘର, ପାଚେରୀ, ମନ୍ଦିର ଗୋଟିକ ପରେ ଗୋଟିଏ ଗଢ଼ିଉଠିଲା । ରାଜାଙ୍କ କଳ୍ପନାକୁ ରୂପ ଦେବାପାଇଁ ବହୁ ପ୍ରସ୍ତାବ ଆଗତ ହୋଇ କାର୍ଯ୍ୟକାରା ହେବାକୁ ଲାଗିଲା ମଧୁପୁରଗଡ଼ର ଗଡ଼ପର୍ବତରୁ ପଥରକଟା ଓ ଘରତୋଳା କାର୍ଯ୍ୟ ତ୍ବରାନ୍ବିତ ହୋଇ ପାହାଡ଼ ତଳି ଅଞ୍ଚଳ ଏକ ବିରାଟ ଜନପଦରେ ପରିଣତ
ହେଲା । ବୁଢ଼ାରାଜାଙ୍କ ଅମଳରେ ଆରମ୍ଭ ହୋଇଥିବା ନିର୍ମାଣକାର୍ଯ୍ୟ ଯୁବରାଜଙ୍କ ଅମଳରେ ମଧ୍ୟ ପୂର୍ବବତ୍‌ ଚାଲୁରହିଲା ।

ପ୍ରଥମରୁ ଡେଙ୍ଗୁରାପିଟା କାଠି ତିଆରି କରିବା, ଜଙ୍ଗଲର ଗଛକଟା କାର୍ଯ୍ୟ ଆରମ୍ଭ କରିବା, ଏପରିକି ଗଡ଼ପର୍ବତରୁ ପ୍ରଥମ କରି ପଥର ତାଡ଼ିବା କାର୍ଯ୍ୟ ଆରମ୍ଭ କରିଥିବା ଭୀମ ଦାସର କାର୍ଯ୍ୟରେ ବିରାମ ନଥିଲା । ସକାଳୁ ସନ୍ଧ୍ୟାଯାଏ ପାହାଡ଼ ଭିତରୁ ପଥର କାଟିବାର ଠକ୍ ଠକ୍ ଶବ୍ଦ କେବେ ବି ବନ୍ଦ ନଥିଲା । ପଥରକଟାକୁ ନିଜ ବୃତ୍ତି ଭାବେ ଧରିନେଇଥବା ସେଇ ମଣିଷଟା ଜଙ୍ଗଲରେ ରହି ବଣ ଫଳମୂଳ ଖାଇ ବଞ୍ଚୁଥିଲା । ଚାକଚକ୍ୟପୂର୍ଣ୍ଣ ବିଳାସମୟ ରାଜଉଆସମାନଙ୍କରେ ସୁଖ ସମ୍ପଦର ପ୍ରାଚୁର୍ଯ୍ୟ ମଧ୍ୟରେ ରହି କେହି ଦିନେ ମଧ୍ଯ ଭୀମ ଦାସ ବିଷୟରେ ପଚାରି ନଥିଲେ । ଦିନ, ମାସ, ବର୍ଷ ଧରି ଷାଠିଏ ବର୍ଷକାଳ ଖରା, ବର୍ଷା, ଶୀତ, କାକରରେ ଗଡ଼ପର୍ବତ ତଳିକୁ ରମଣୀୟ ଉଆସରେ ପରିଣତ କରିଥିବା ଲୋକଟି ସଭିଙ୍କ ଦୃଷ୍ଟି ଆଢୁଆଳରେ ରହି ପୂର୍ବପରି ତା’ ନିତ୍ୟନୈମିତ୍ତିକ ପଥରକଟା କାର୍ଯ୍ୟରେ ବୁଡ଼ି ରହିଥିଲା । ପନ୍ଦର ବର୍ଷର କିଶୋର ଭୀମ ଦାସ ତା’ର ଯୌବନ କାଳର ସମସ୍ତ ଶକ୍ତିକୁ ପଥରକଟା କାର୍ଯ୍ୟରେ ନିଃଶେଷ କରି ଆଜି ଅଶୀବର୍ଷ ବୟସର ବାର୍ଦ୍ଧକ୍ୟରେ ଉପନୀତ ହୋଇଥିଲେ ମଧ୍ୟ ପର୍ବତ ଭିତରେ ତା’ର ପଥରକଟାର ଠକ୍ ଠକ୍ ଶବ୍ଦ ପ୍ରତି କେହି ଦିନେ ହେଲେ କର୍ଣ୍ଣପାତ କରିନଥିଲେ ।

ଦିନେ ପଥରକଟାର ଠକ୍ ଠକ୍ ଶବ୍ଦ ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବାରୁ ରାଜାଦେଶରେ ପାଇକସୈନ୍ୟ ଭୀମ ଦାସ ପିଠିରେ ଚାବୁକ୍ ଦେଇ ପହୁଡ଼ ବେଳେ ପଥରକଟା ବନ୍ଦ କରିବାକୁ ଆଦେଶ ଦେଇଗଲେ । ମାତ୍ର ମୂକ ଭୀମ ଦାସର ପଥରକଟା ବନ୍ଦ ହୋଇନଥିଲା । ଦିନେ ରାଜା ପାରିସ୍ ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ପଥର କଟାଳି ଭୀମ ଦାସକୁ ତା’ର ଚିରାଚରିତ କାମରେ ବୁଡ଼ିରହିଥିବା ଲକ୍ଷ୍ୟକଲେ । ତା’ ବିଷୟରେ ସବୁ ଜାଣିବା ପରେ ଦୟାପରବଶ ହୋଇ ଲୋକଙ୍କଦ୍ବାରା ତାକୁ ରାଜଧାନୀକୁ ନେଇଆସି ଏକ ସୁରମ୍ୟ ଗୃହରେ ରଖାଇବାର ବ୍ୟବସ୍ଥା କରାଇଥିଲେ । ଚାକରବାକର ଗହଣରେ ସମ୍ମାନର ସହ ତା’ ରହିବାର ସୁବନ୍ଦୋବସ୍ତ କରାଗଲା । ମାତ୍ର ଭୀମ ଦାସ ଖୋଜୁଥିଲା ସେହି ପାହାଡ଼କୁ ଓ ପଥରକୁ । ରାଜା ଯେତେବେଳେ କହିଥିଲେ ଯେ ତା’ ହାତକଟା ପଥର ଘରେ ସେ ରହୁଛି ବୋଲି ସେତେବେଳେ ଭୀମ ଚଟାଣକୁ କୁଣ୍ଢାଇ ପକାଇ ‘ମୋ ପଥର’, ‘ମୋ ପଥର’ କହି କାନ୍ଦି ଉଠିଥିଲା ।

ସେଦିନ ରାତିରେ ଭୀମ ଦାସ ସେ ଘର ଛାଡ଼ି ଚାଲିଯାଇଥିଲା ସେହି ପାହାଡ଼ ନିକଟକୁ । ତା’କୁ ଖୋଜି ଖୋଜି ରାଜା ତା’ ନିକଟରେ ପହଞ୍ଚିଲାବେଳକୁ ସେ ତା’ର ପଥରକଟା ହତିଆର ସବୁ ସଜାଡ଼ୁଥିଲା । ତା’ର ଆଚରଣ, ଗତିବିଧ୍ ରାଜାଙ୍କୁ ବିସ୍ମିତ କରିଥିଲା । ତାଙ୍କ କଣ୍ଠରୁ ଅଜାଣତରେ ବାହାରି ଆସିଲା, ‘ଏ ମଣିଷକୁ ପଥର କଲା କିଏ ? ’’ ସେହି କେତୋଟି ଶବ୍ଦ ପର୍ବତରେ ଧକ୍‌କା ଖାଇ ପ୍ରତିଧ୍ଵନିତ ହୋଇଉଠୁଥିଲା । ରାଜାଙ୍କ ପରିଚୟ ପାଇଲା ପରେ ଭୀମ ଦାସ ତାଙ୍କୁ କୁଣ୍ଢାଇ ପକାଇ କହିଲା ‘ରାଜା ! ମୋ ରାଜା ! ଯେ ମୋତେ ପଥର କାଟିବାକୁ ଆଦେଶ ଦେଇଥିଲେ ସେହି ମୋର ରାଜା ।’’ ସେ ପଥର କାଟିବା ଭିତରେ କେବେହେଲେ ରାଜାଙ୍କୁ ଦେଖୁଥିଲା । ସେ ରାଜାଙ୍କୁ ଜୋରରେ କୁଣ୍ଢାଇ ଧରି ‘ରାଜା’, ‘ରାଜା’ ବୋଲି ଚିତ୍କାର। ପର୍ବତରେ ପ୍ରତିଧ୍ଵନିର ଶେଷ ଶବ୍ଦ ଶୁଭିଲା, ‘ହା-ହା-ହା-ଆ’। ପର୍ବତର ଏହି ଉପହାସ ମଧ୍ଯରେ ରାଜା ନିଜର ଉତ୍ତର ପାଇସାରିଥିଲେ ।

କଠିନ ଶବ୍ଦ।ର୍ଥ :

  • ଆଦ୍ୟ – ଆରମ୍ଭ ।
  • ଅବ୍ୟକ୍ତ – ଯାହା କହିହେବ ନାହିଁ ।
  • ଦର୍ଭେଦ୍ୟ – ଯାହା ଭେଦ କରିବା କଷ୍ଟକର ।
  • ପ୍ରାନ୍ତର – ପଡ଼ିଆ ।
  • ଶ୍ରୀହୀନ – ଶୋଭା ହୀନ ରୂ ପିଲା ବି ଣ୍ୟ ହଜିଯାଇଥ‌ିବା
  • ରାଷ୍ଟ୍ର ହେଲା – ସମ୍ବାଦ ଚାରିଆଡ଼େ ପ୍ରସାରିତ ହେଲା । ପ୍ରଚାରିତ ହେଲା ।
  • ପିଶାଚ – ଅସୁର / ଭୟଙ୍କର ରୂପଧାରୀ ରାକ୍ଷସ ।
  • ଯୁବରାଜ – ରାଜାଙ୍କର ପୁଅ ।
  • ପାରିଧ – ଶିକାର ।
  • ବୃକୋଦର – ଭୀମ ।
  • ଅମରାବତ – ସ୍ୱର୍ଗପୁର ।
  • ଟମକ – ନାଗରା ।
  • ଆରକ୍ତ – ଲାଲ ।
  • ଜରା – ବାର୍ଦ୍ଧକ୍ୟ ।
  • ଭୀମକର୍ମା – ଭୟଙ୍କର କାର୍ଯ୍ୟରେ ରତ ବ୍ୟକ୍ତି ।
  • ଲିପ୍‌ – ଲାଭ କରିବାକୁ ଇଚ୍ଛା କରୁଥିବା ଲୋକ ।
  • ଗହ୍ବର – ଗାତ।
  • ରମଣୀୟ – ଅତି ସୁନ୍ଦର ।

CHSE Odisha Class 12 Psychology Unit 1 Short Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Short Answer Questions.

CHSE Odisha 12th Class Psychology Unit 1 Short Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ/ ତିନିଗୋଟି ବାକ୍ୟ ମଧ୍ୟରେ ଲେଖ ।
Question ୧।
ବିକାଶ କାହାକୁ କୁହନ୍ତି ?
Answer:
ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ‘ବିକାଶ’ କୁହାଯାଏ । ଏହା ପରିବର୍ତ୍ତନ ଓ ଗତିର ଏପରି ଏକ ପ୍ରତିରୂପ ଯାହା ମାତୃଗର୍ଭରେ ସ୍ଥାପିତ ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗତିଶୀଳ ରହିଥାଏ । ଏହା ଉଭୟ ସକାରାତ୍ମକ ଓ ନକରାତ୍ମକ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଏ । ଏହା ଜୈବିକ, ସଂଜ୍ଞାନାତ୍ମକ ଏବଂ ସାମାଜିକ-ସଂଜ୍ଞାନାତ୍ମକ ପ୍ରକ୍ରିୟାଗୁଡ଼ିକର ପରସ୍ପର ସମ୍ବନ୍ଧକୁ ନେଇ ଆକାର ପ୍ରାପ୍ତ ହୋଇଥାଏ । ବିକାଶ ଏକ ପ୍ରଗତିଶୀଳ, କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ଵତା ଆଡ଼କୁ ମାନବକୁ ଆଗେଇ ନିଏ ।

Question ୨।
ବିକାଶର ଆମସ୍ତକ-ପାଦ ଅନୁକ୍ରମ କ’ଣ ?
Answer:
ବିକାଶ ଏକ ସୁବ୍ୟବସ୍ଥିତ ତଥା ପ୍ରତ୍ୟାଶିତ ପଦ୍ଧତି ଅନୁସାରେ ହୋଇଥାଏ । ଶାରୀରିକ, ସାମାଜିକ ଓ ଭାଷା ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ହୋଇଥାନ୍ତି । ମାତ୍ର ବିକାଶ ମସ୍ତିଷ୍କରେ ଆରମ୍ଭ ହୋଇ ଗୋଡ଼ ଆଡ଼କୁ ଅଗ୍ରସର ହୋଇଥାଏ। ତାହାକୁ ‘ଆମସ୍ତକ-ପାଦ’ ଅନୁକ୍ରମ କୁହାଯାଏ । ଆମସ୍ତକ-ପାଦ ଧାରା ଅନୁଯାୟୀ ଶିଶୁର ଶରୀରର ଗଠନ ଓ କାର୍ଯ୍ୟ ନିର୍ଦ୍ଧାରିତ ହୋଇଥାଏ ।

Question ୩।
ଜୀବନ କିପରି ଆରମ୍ଭ ହୋଇଥାଏ ଲେଖ ।
Answer:
ପୁରୁଷ ଶୁକ୍ରାଣୁ ଓ ସ୍ତ୍ରୀର ଡିମ୍ବାଣୁର ସଂଯୋଗ ଫଳରେ ଯୁଗ୍ମଜ ସୃଷ୍ଟି ହୋଇଥାଏ । ଠିକ୍ ସେହି ସମୟ ଠାରୁ ସ୍ତ୍ରୀର ଋତୁସ୍ରାବ ଚକ୍ର ଯାହାକି ୨୮ ଦିନରେ ଦେଖାଯାଇଥାଏ ତାହା ବନ୍ଦ ହୋଇଯାଏ । ଋତୁସ୍ରାବ ବନ୍ଦ ହେବା ଦିନଠାରୁ ସ୍ତ୍ରୀର ଗର୍ଭାଶୟରେ ସୃଷ୍ଟି ହୋଇଥିବା ଯୁଗ୍ମଜର ଜୀବନ ଆରମ୍ଭ ହୋଇଥାଏ । ତେଣୁ ଗର୍ଭଧାରଣ ଦିନଠାରୁ ନବଜାତ ଶିଶୁର ଜୀବନ ଆରମ୍ଭ ହୁଏ ।

Question ୪।
ଶୈଶବାବସ୍ଥାରେ ଶିଶୁର ମାନସିକ ବିକାଶ କିପରି ହୁଏ ଲେଖ ।
Answer:
ଶୈଶବାବସ୍ଥାରେ କେତେଗୁଡ଼ିଏ ସରଳ ମାନସିକ ପ୍ରକ୍ରିୟାର ବିକାଶ ହୋଇଥାଏ । ସେ କ୍ରମଶଃ ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂପର୍କ ସୃଷ୍ଟି କରିପାରିଥାଏ । ଭାଷା ମାଧ୍ୟମରେ ନିଜର ଅନୁଭବକୁ ପ୍ରକାଶ କରିବା ପାଇଁ ସେ ଶିକ୍ଷା କରିଥାଏ। ଏହାଦ୍ଵାରା ଶିଶୁଟିର ସାମାଜିକ ଓ ଆବେଗିକ ବିକାଶରେ ଉନ୍ନତି ଘଟିଥାଏ । ପିଆଜେଙ୍କ ମତରେ ଉକ୍ତ ଅବସ୍ଥାରେ ଶିଶୁଟିର ବୌଦ୍ଧିକ ବିକାଶ ଆରମ୍ଭ ହୋଇଥାଏ ।

Question ୫।
ବାଲ୍ୟାବସ୍ଥାରେ ଶିଶୁର ସାମାଜିକ ବିକାଶ କିପରି ହୋଇଥାଏ ଉଲ୍ଲେଖ କର ।
Answer:
ବାଲ୍ୟାବସ୍ଥାରେ ଶିଶୁମାନଙ୍କର ସାମାଜିକ ବିକାଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥାଏ । ଶିଶୁଟିର ସଂପର୍କ ତା’ର ଆତ୍ମୀୟସ୍ୱଜନଠାରୁ ଆରମ୍ଭ କରି କ୍ରମଶଃ ସାଙ୍ଗସାଥୀ ଓ ଅନ୍ୟ ଶିଶୁମାନଙ୍କୁ ପ୍ରାପ୍ତ ହୋଇଥାଏ । ମାତ୍ର ଶିଶୁଟିର ସାମାଜିକୀକରଣ ପ୍ରକ୍ରିୟା ପ୍ରଥମେ ତା’ର ଗୃହରୁ ଆରମ୍ଭ ହୋଇଥାଏ । ଏହି ବୟସରେ ଶିଶୁ ନିଜକୁ ଦଳଗତ କାର୍ଯ୍ୟରେ ସାମିଲ କରିବାକୁ ଅଧ୍ବକ ପସନ୍ଦ କରିଥାଏ । ଏହି ସମୟରେ ଶିଶୁଟିର ବ୍ୟକ୍ତିତ୍ଵର ବିକାଶ ଘଟିଥାଏ । ନୈତିକତାର ବିକାଶ, ସ୍ଵାଧୀନ ଚିନ୍ତାଧାରା, ଆଚରଣ, ଯୌନ ବିକାଶ ଏବଂ ଆବେଗିକ ବ୍ୟବହାର ଇତ୍ୟାଦି ଶିଶୁର ସାମାଜିକ ବ୍ୟବହାରକୁ ବିଶେଷ ପ୍ରଭାବିତ କରିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୬।
ବୃଦ୍ଧାବସ୍ଥାର ଶାରୀରିକ ପରିବର୍ତ୍ତନଗୁଡ଼ିକ ଉଲ୍ଲେଖ କର ।
Answer:
ବୃଦ୍ଧାବସ୍ଥାରେ ଶାରୀରିକ ପରିବର୍ତ୍ତନ ସାଧାରଣତଃ ଦୁଇଗୋଟି ମୁଖ୍ୟ କାରଣରୁ ହୋଇଥାଏ । ପ୍ରଥମତଃ ଇନ୍ଦ୍ରିୟ କାରକ ପରିବର୍ତ୍ତନ ଓ ଦ୍ବିତୀୟତଃ ସ୍ନାୟବିକ ପରିବର୍ତ୍ତନ । ବୃଦ୍ଧାବସ୍ଥାରେ ମନୁଷ୍ୟର ଇନ୍ଦ୍ରିୟ ଯଥା ଆଖୁ, ନାକ, କାନଗୁଡ଼ିକର କ୍ଷମତା ଆସ୍ତେ ଆସ୍ତେ କମିବାରେ ଲାଗେ । ଏହାଦ୍ଵାରା ଶାରୀରିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇଥାଏ । ସ୍ନାୟବିକ ପରିବର୍ତ୍ତନ ଫଳରେ ବ୍ୟକ୍ତିର ମାଂସପେଶୀଗୁଡ଼ିକର କ୍ଷମତା, ମସ୍ତିଷ୍କର ଦକ୍ଷତା ଓ ବିଭିନ୍ନ ଗ୍ରନ୍ଥିଗୁଡ଼ିକର କ୍ରିୟାକଳାପରେ ଦୃଢ଼ ମନ୍ଥରତା ପରିଲକ୍ଷିତ ହୁଏ ।

Question ୭।
ସ୍ବୟଂ କହିଲେ କ’ଣ ବୁଝ ?
Answer:
ନିଜକୁ ଏକ ବସ୍ତୁ ରୂପେ ମନେ କରି ନିଜ ସମ୍ବନ୍ଧରେ ହେଉଥୁବା ସାମଗ୍ରିକ ବିଚାରଧାରା ଏବଂ ଅନୁଭୂତିକୁ “ସ୍ୱ ସ୍ୱୟଂ” କୁହାଯାଏ। ସମସ୍ତ ମାନବୀୟ କ୍ରିୟାକଳାପର କେନ୍ଦ୍ରବିନ୍ଦୁ ହେଉଛି ସ୍ଵୟଂ | ସ୍ଵୟଂ ସଂରଚନା ଥରେ ହୋଇଗଲେ ତାହା ବ୍ୟକ୍ତିର ବ୍ୟବହାରକୁ ସାର୍ଥକ ଭାବେ ପ୍ରଭାବିତ କରିଥାଏ । ସ୍ଵ ସମ୍ବନ୍ଧରେ କହିବା ବେଳେ ଦୁଇଟି ଶବ୍ଦ ଯଥା ‘ମୁଁ’ ଏବଂ ‘ମୋର’ ଉପଯୋଗ କରାଯାଉଥାଏ । ‘ମୁଁ’ ସ୍ଵର ଜ୍ଞାତା ପକ୍ଷକୁ ଓ ‘ମୋର’ ସ୍ଵର ଜ୍ଞେୟ ପକ୍ଷକୁ ବୁଝାଇଥାଏ ।

Question ୮।
ବ୍ୟକ୍ତିତ୍ଵ କାହାକୁ କହନ୍ତି ?
Answer:
ଜଣେ ବ୍ୟକ୍ତିର ବିଶିଷ୍ଟ ତଥା ଅପେକ୍ଷାକୃତ ସ୍ଥାୟୀଗୁଣଗୁଡ଼ିକ ଯାହା ବିଭିନ୍ନ ପରିସ୍ଥିତିରେ ତଥା ଏକ ସମୟ ଅନ୍ତରାଳରେ ବ୍ୟବହାରର ପ୍ରତିରୂପକୁ ବ୍ୟକ୍ତ କରିଥାଏ ତାକୁ ବ୍ୟକ୍ତିତ୍ଵ କୁହାଯାଏ । ମନୋବୈଜ୍ଞାନିକ ଆଲପୋର୍ଟଙ୍କ ମତରେ “ ବ୍ୟକ୍ତିତ୍ଵ ହେଉଛି ବ୍ୟକ୍ତି ମଧ୍ୟରେ ଥ‌ିବା ମାନସ-ଭୌତିକ ତନ୍ତ୍ରୀଗୁଡ଼ିକର ଏକ ଗତିଶୀଳ ସଂଗଠନ, ଯାହାକି ବ୍ୟକ୍ତିର ପରିବେଷ୍ଟନୀ ସହିତ ଉପଯୋଜନ କ୍ରିୟାକୁ ନିରୂପଣ କରିଥାଏ ।”

Question ୯।
ଶୀଳଗୁଣ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ଗୋଟିଏ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଠାରୁ ଯେଉଁ ଅର୍ଥରେ ଅପେକ୍ଷାକୃତ ସ୍ଥାୟୀ ଭାବରେ ଭିନ୍ନ ହୋଇଥାଏ ତାହାକୁ ‘ଶୀଳଗୁଣ’ କୁହନ୍ତି। ଶୀଳଗୁଣ ଏପରି ବିଶେଷ ଧରଣର ଲକ୍ଷଣ ଯାହା ସାଧାରଣ କ୍ରିୟା ପ୍ରବୃତ୍ତି ପରି କାର୍ଯ୍ୟ କରିଥାଏ । ଏହା ବ୍ୟବହାରର ବିସ୍ତୃତିକୁ ସୂଚାଇଥାଏ ଏବଂ ପରିସ୍ଥିତି ଅନୁଯାୟୀ ବ୍ୟକ୍ତିର ବ୍ୟବହାରରେ ପ୍ରକଟିତ ହୋଇଥାଏ। ବ୍ୟକ୍ତିତ୍ଵର ବର୍ଣ୍ଣନଙ୍କ ଏବଂ ବିଶ୍ଳେଷଣ ପାଇଁ ଶୀଳଗୁଣ ଉପଯୋଗ ବହୁତ ଅଧ‌ିକ ପ୍ରଚଳିତ । କେତେକ ଶୀଳଗୁଣର ସଂଗଠନ ଓ ପ୍ରବଳତାରେ ପରିବର୍ଭନ କାରଣରୁ ବ୍ୟକ୍ତିତ୍ଵର ଭିନ୍ନତା ଦେଖାଯାଇଥାଏ।

Question ୧୦।
ବ୍ୟକ୍ତିତ୍ଵ ମୂଲ୍ୟାୟନ କହିଲେ କ’ଣ ବୁଝ ?
Answer:
ମୂଲ୍ୟାଙ୍କନ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବିବିଧତା ଅଧ୍ୟୟନ କରିବାରେ, ପରିବର୍ତ୍ତୀମାନଙ୍କ ମଧ୍ୟରେ ସମ୍ବନ୍ଧ ଜାଣିବାରେ, ବିକାଶାତ୍ମକ ପରିବର୍ତ୍ତନ ଅଧ୍ୟୟନ କରିବାରେ, ନିଦାନ, ସ୍ଥାପନା ତଥା ପରାମର୍ଶ ଇତ୍ୟାଦିରେ ଉପଯୋଗ କରାଯାଉଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୧୧।
A – ପ୍ରକାର ବ୍ୟକ୍ତିତ୍ଵର ଗୁଣାବଳୀ ଉଲ୍ଲେଖ କର ।
Answer:
A-ପ୍ରକାର ବ୍ୟକ୍ତିତ୍ଵର ଅଧିକାରୀ ବ୍ୟକ୍ତିମାନେ କମ୍ ସମୟରେ ଅଧ‌ିକ କାର୍ଯ୍ୟ କରିବାରେ ଓ ଅଧ‌ିକ ଉପଲବ୍‌ କରିବା ପାଇଁ ନିରନ୍ତର ଚେଷ୍ଟା କରନ୍ତି । କ୍ଷମତାଲିପ୍‌ସା, ଉଚ୍ଚାକାଂକ୍ଷା, ପ୍ରତିଯୋଗିତା ମନୋଭାବ, କ୍ରୋଧ, ଉତ୍ତେଜନା ଏମାନଙ୍କର ପ୍ରମୁଖ ଲକ୍ଷଣ । A-ପ୍ରକାର ବ୍ୟକ୍ତି ହୃଦୟ ଧମନୀ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।

ତିନିନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ୟରେ ଉଲ୍ଲେଖ କର ।
Question ୧।
ବିକାଶ ଓ ଅଭିବୃଦ୍ଧି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ବିକାଶ :
(୧) ବିକାଶ ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଇଥାଏ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟର ବିକାଶ ହୋଇଥାଏ ।
(୨) ବିକାଶ ଏକ ପ୍ରଗତିଶୀଳ କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ବତା ଆଡ଼କୁ ମାନବକୁ ଆଗେଇ ନିଏ ।
(୩) ବିକାଶର କାର୍ଯ୍ୟ ହେଲା ବିଭିନ୍ନ ଗଠନ ପ୍ରଣାଳୀ ଏବଂ କ୍ରିୟାକଳାପର ସଂହତି ତଥା ସଂଗଠନ ।

ଅଭିବୃଦ୍ଧି :
(୧) ମାନବ ଶରୀରର ପରିମାଣାତ୍ମକ ବା ମାତ୍ରିକ ପରିବର୍ତ୍ତନକୁ ଅଭିବୃଦ୍ଧି କୁହାଯାଉଥାଏ, ଯେପରିକି – ବୟସ ବୃଦ୍ଧି, ଶରୀର୍ ଓଜନରେ ବୃଦ୍ଧି, ଉଚ୍ଚତାରେ ବୃଦ୍ଧି ଇତ୍ୟାଦି ।
(୨) ଶିଶୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମସ୍ତିଷ୍କର ବୃଦ୍ଧି ମଧ୍ୟ ଘଟେ। ଫଳରେ ଶିଶୁର ଶିକ୍ଷଣ ଶକ୍ତି, ସ୍ମରଣ ଶକ୍ତି ଓ ବିଚାର ଶକ୍ତି ପ୍ରଭୃତି ବୃଦ୍ଧି ପାଏ ।
(୩) ବୃଦ୍ଧି ନିରବଚ୍ଛିନ୍ନ ନୁହେଁ । ଏହା ପରିମାଣାତ୍ମକ ପରିବର୍ତ୍ତନ ଏକ ସକରାତ୍ମକ ପ୍ରତିରୂପ ।

Question ୨।
ବିକାଶର ଯେ କୌଣସି ଦୁଇଟି ନିୟମ ଉଲ୍ଲେଖ କର ।
Answer:
(i) ବିକାଶ ସାଧାରଣରୁ ସ୍ଵତନ୍ତ୍ରତା ଆଡ଼କୁ ଗତି କରେ – ଶିଶୁଟିର ପ୍ରତ୍ୟେକ ବିକାଶ ସାଧାରଣରୁ ଆରମ୍ଭ ହୋଇ କ୍ରମଶଃ ସ୍ଵତନ୍ତ୍ରତା ଆଡ଼କୁ ଗତି କରିଥାଏ । ଶିଶୁଟିର ମାନସିକ ବା ଶାରୀରିକ ବିକାଶ କ୍ଷେତ୍ରରେ ଏହା ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ । ଶିଶୁଟି ପ୍ରଥମେ ପ୍ରଥମେ ସାଧାରଣ ଶବ୍ଦ ଶିଖୁବା ଆରମ୍ଭ କରେ ଓ କ୍ରମଶଃ ସେ ସ୍ଵତନ୍ତ୍ର ଶବ୍ଦମାନ ଶିଖୁଥାଏ । ଏପରିକି ଶୈଶବରେ ଶିଶୁଟି କୌଣସି ଏକ ଜିନିଷ ଧରିବା ପାଇଁ ତା’ର ସଂପୂର୍ଣ୍ଣ ଶରୀରକୁ ଚଳାୟମାନ କରିଥାଏ । ପରେ ପରେ ସେ ଉକ୍ତ ଜିନିଷଟିକୁ ଧରିବା ପାଇଁ ଶରୀରର ସ୍ଵତନ୍ତ୍ର ଅଂଶକୁ ଚଳାୟମାନ କରିବା ପାଇଁ ଶିଖୁଥାଏ ।

(ii) ବିକାଶର ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ – ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପାଇଁ ବିକାଶର ହାର ସମାନ ନୁହେଁ । ବିଭିନ୍ନ ଅବସ୍ଥାରେ ମଧ୍ୟ ବିକାଶର ହାରରେ ଭିନ୍ନତା ଦେଖାଦେଇଥାଏ । ଶୈଶବ ଅବସ୍ଥାରୁ ଆରମ୍ଭ କରି ଯୁବକ ଅବସ୍ଥା ପର୍ଯ୍ୟନ୍ତ ଶାରୀରିକ ଅଭିବୃଦ୍ଧି କ୍ଷିପ୍ର ଭାବରେ ଦେଖାଦେଇଥାଏ । ଯୁବକ ଅବସ୍ଥା ଠାରୁ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ଧୀର ଭାବରେ ଦେଖାଯାଏ । ସେହିପରି ହୃତ୍‌ପିଣ୍ଡ ଓ ପାକତନ୍ତ୍ର ଇତ୍ୟାଦିର ବୃଦ୍ଧି ଶୈଶବାବସ୍ଥାରେ ଥ‌ିବା ବେଳେ ଯୁବାବସ୍ଥାରେ କ୍ଷିପ୍ର ହୋଇଥାଏ ।

Question ୩।
ଭୃଣାବସ୍ଥା ସଂପର୍କରେ ବର୍ଣ୍ଣନା କର ।
Answer:
ଭୃଣାବସ୍ଥା ଗର୍ଭସଞ୍ଚାରର ୨ୟ ସପ୍ତାହଠାରୁ ୮ମ ସପ୍ତାହ ପର୍ଯ୍ୟନ୍ତ ଗତି କରିଥାଏ । ଏହି ଅବସ୍ଥା ସମୟରେ ଶିଶୁଟିର ସମସ୍ତ ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗର ବିକାଶ ଘଟିଥାଏ । ଉକ୍ତ ବିକାଶର ଧାରା ଏତେ କ୍ଷିପ୍ର ହେଉଥାଏ ଯେ ସାମାନ୍ୟ ଭ୍ରୂଣଟି କ୍ରମଶଃ ଏକ କ୍ଷୁଦ୍ର ଶିଶୁରେ ପରିଣତ ହୋଇଥାଏ । ନିଷିକ୍ତ ଡିମ୍ବାଣୁ ସମୟଠାରୁ ଉକ୍ତ ଅବସ୍ଥାର ଶେଷ ସମୟ ବେଳକୁ ଯୁଗ୍ମଜର ଆକାରରେ ଶତକଡ଼ା ଦୁଇ ମିଲିୟନ୍ ବୃଦ୍ଧି ଘଟିଥାଏ । ଯୁଗ୍ମଜଟିର ଅନ୍ତରୀଣ ସମୂହ ତିନିଗୋଟି ସ୍ତରରେ ବିଭକ୍ତ ହୋଇଥାଏ ଯଥା :

(i) ବାହ୍ୟ ଚର୍ମସ୍ତର (Ectoderm)
(ii) ମଧ୍ୟାଦିସ୍ତର (Mesoderm)
(iii) ଅନ୍ତଃ ଚର୍ମସ୍ତର (Endoderm)

ବାହ୍ୟଚର୍ମ ସ୍ତର ଜରିଆରେ ଶିଶୁଟିର ନଖ, ବାଳ, ଚର୍ମ, ଦାନ୍ତର କିଛି ଅଂଶ, ଚର୍ମଗ୍ରନ୍ଥି, ସଂବେଦୀ କୋଷ ଓ ସ୍ନାୟୁ ସଂସ୍ଥାର ବିକାଶ ଘଟିଥାଏ । ମଧ୍ଯାଦିସ୍ତର ଦ୍ଵାରା ଶିଶୁଟିର ମାଂସପେଶୀ, କଙ୍କାଳ, ନିମ୍ନସ୍ତରରେ ଥିବା ଚର୍ମ, ନିଶ୍ବାସପ୍ରଶ୍ଵାସ ନେବା ଅଂଶଗୁଡ଼ିକର ବିକାଶ ହୋଇଥାଏ । ଅନ୍ତଃ ଚର୍ମଦ୍ଵାରା ଫୁସ୍‌ଫୁସ୍, ଯକୃତ, ଲାଳଗ୍ରନ୍ଥି, ଅଗ୍ନାଶୟ ଓ ଅନ୍ୟାନ୍ୟ ଗ୍ରନ୍ଥି ସମୂହର ବିକାଶ ଘଟିଥାଏ । ଏହାଛଡ଼ା ଅନ୍ୟାନ୍ୟ ସହକାରୀ ଅଂଶଗୁଡ଼ିକ ଯଥା – ଆମ୍‌ନିଓଟିକ୍ ଥଳୀ, ଗର୍ଭଫୁଲ ଓ ନାଭାନାଡ଼ ଇତ୍ୟାଦିର ବିକାଶ ଘଟିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୪।
କିଶୋରାବସ୍ଥାର ମୁଖ୍ୟ ବିଶେଷଣଗୁଡ଼ିକ ଉଲ୍ଲେଖ କର ।
Answer:
କିଶୋରାବସ୍ଥା ଜୀବନର ଏପରି ଏକ ଅବସ୍ଥା ଯାହା ତାରୁଣ୍ୟ ବା ଯୌବନର ଆଗମନୀରେ ଓ ଯୌନ ପରିପକ୍ଵତା ତଥା ପ୍ରଜନନ କ୍ଷମତା ପ୍ରାପ୍ତ କରିବା ସମୟରେ ଆରମ୍ଭ ହୋଇଥାଏ । ଉକ୍ତ ସମୟରେ ଶିଶୁର ପ୍ରମୁଖ ଶାରୀରିକ, ମାନସିକ ଓ ସାମାଜିକ ପରିବର୍ତ୍ତନ ଘଟିଥାଏ । ଏହି ସମୟରେ ଜୀବନକୁ ଏକ ନୂତନ ରୂପରେଖ ଦେବାର ଆହ୍ବାନ ଓ ପ୍ରତ୍ୟେକ ସମସ୍ୟାକୁ ସଫଳତା ପୂର୍ବକ ସାମ୍ନା କରିବାର ଆନନ୍ଦ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ । କିଶୋର କିଶୋରୀ ଉକ୍ତ ସମୟରେ ସେମାନଙ୍କର ଶାରୀରିକ ପରିବର୍ତ୍ତନ ଉପରେ ଅଧ‌ିକ ଗୁରୁତ୍ଵ ଦେଇଥାନ୍ତି ।

ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମ ନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କୁ କ୍ରମଶଃ ସାଙ୍ଗସାଥୀ ଓ ସ୍ଵାଧୀନ ଚିନ୍ତାଧାରା ଆଡ଼କୁ ଆକର୍ଷିତ କରିଥାଏ । ନିଜର ଆତ୍ମ ପରିଚୟ ଓ ସାମାଜିକ ଜୀବନରେ ଦ୍ଵନ୍ଦ୍ବ ଉକ୍ତ ଅବସ୍ଥାର ମୁଖ୍ୟ ଲକ୍ଷଣ ଅଟେ । ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ କରିବା ସହିତ ସେମାନେ ସମାଜରେ ନିଜର ପରିଚୟକୁ ସୁଦୃଢ଼ କରିପାରିଥାନ୍ତି । ଏହି ଅବସ୍ଥାରେ ସେମାନଙ୍କର ନୈତିକ ମୂଲ୍ୟବୋଧର ବିକାଶ ଘଟିଥାଏ । ସେମାନଙ୍କ ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ଏହି ସମୟରେ ବାଳକ ଓ ବାଳିକାମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କର ମନରେ ଆସିଥାଏ ।

Question ୬।
ଅନ୍ତର୍ମୁଖୀ ଓ ବହିର୍ମୁଖୀ ବ୍ୟକ୍ତିତ୍ବ ମଧ୍ୟରେ ପ୍ରଭେଦ ଦର୍ଶାଅ ।
Answer:
ଅନ୍ତର୍ମୁଖୀ :
(୧) ଅନ୍ତର୍ମୁଖତା ନିଜର ଅନ୍ତରୀଣ ଅନୁଭୂତି ମଧ୍ୟରେ ସୀମିତ ହେବାର ଗୁଣକୁ ବ୍ୟକ୍ତ କରେ ।
(୨) ଅନ୍ତର୍ମୁଖୀ ବ୍ୟକ୍ତିମାନେ ଶାନ୍ତ, ଗମ୍ଭୀର, ବିଚାରମଗ୍ନ ତଥା ସହନଶୀଳ ହୋଇଥାନ୍ତି ।
(୩) ଅନ୍ତର୍ମୁଖୀ ଛାତ୍ର ପଢ଼ିବା ଲେଖିବାରେ ଭଲ କରିଥାଆନ୍ତି ଓ ଏମାନେ ନିମ୍ନ ଉତ୍ତେଜନା ଅଧ୍ବକ ତୀ କୌଣସି ଜିନିଷକୁ ଶିକ୍ଷା କରିଥାନ୍ତି ।

ବହିର୍ମୁଖ :
(୧) ନିଜର ବାହ୍ୟିକ ପରିବେଶ ଓ ସମାଜରେ ମନୋନିବେଶ କରିବା ଗୁଣକୁ ବହିର୍ମୁଖତା କୁହାଯାଏ ।
(୨) ବହିର୍ମୁଖୀ ବ୍ୟକ୍ତିମାନେ ବହିର୍ଗମନା, ମେଳାପୀ, ସକ୍ରିୟ ତଥା ଆବେଗୀ ସ୍ଵଭାବର ହୋଇଥାନ୍ତି ।
(୩) ବହିର୍ମୁଖୀ ଅଧୂକ ସତର୍କ ରହନ୍ତି ଓ ସେମାନଙ୍କଠାରେ ଉତ୍ତେଜନା ପ୍ରାପ୍ତ କରିବାର ପ୍ରବୃତ୍ତି ଅଧ‌ିକ ଦେଖା ଦେଉଥାଏ । ଏମାନେ ଯେତେବେଳେ ଉତ୍ତେଜିତ ରହିଥାନ୍ତି ସେତେବେଳେ ଯେ କୌଣସି ବିଷୟକୁ ଭଲଭାବରେ ଶିକ୍ଷା କରନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Odisha State Board CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ Textbook Exercise Questions and Answers.

CHSE Odisha Class 12 Odia Chapter 3 ତିନି ତୁଣ୍ଡରେ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଶାସନ ପଦ୍ଧତିଗୁଡ଼ିକ ମଧ୍ୟରେ କେଉଁ ଶାସନ ହିଁ ସର୍ବୋତ୍କୃଷ୍ଟ ?
(ଏକଛତ୍ରବାଦ, ଗଣତନ୍ତ୍ର, ରାଜତନ୍ତ୍ର, ସାମ୍ୟବାଦ)
Answer:
ଗଣତନ୍ତ୍ର

Question ୨।
କେଉଁମାନଙ୍କଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?
(ଗଣଙ୍କ, ଜଣଙ୍କ, ରାଜାଙ୍କ, ମନ୍ତ୍ରୀଙ୍କ)
Answer:
ଗଣଙ୍କ

Question ୩ ।
ଗଣତନ୍ତ୍ର ଶାସନରେ ଲୋକେ କାହାକୁ ଶାସନ କରନ୍ତି ?
(ପ୍ରଜାଙ୍କୁ, ରାଜାଙ୍କୁ, ନିଜେ ନିଜକୁ, ନିଜେ ଅନ୍ୟକୁ)
Answer:
ନିଜେ ନିଜକୁ

Question ୪ ।
କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ ?
(ଗଣତନ୍ତ୍ର, ଜନତନ୍ତ୍ର, ସମୂହତନ୍ତ୍ର, ବ୍ୟକ୍ତିତନ୍ତ୍ର)
Answer:
ଗଣତନ୍ତ୍ର

Question ୫ ।
କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?
(ସମଷ୍ଟିଗତ, ବ୍ୟକ୍ତିଗତ, ଗଣତନ୍ତ୍ର, ସ୍ଵାଧୀନ)
Answer:
ଗଣତନ୍ତ୍ର

Question ୬ ।
ଭାରତର ସାମାଜିକ ନ୍ୟାୟର ସ୍ଵରୂପ କିପରି ?
(ଲଙ୍କାରେ ହରି ଶବ୍ଦ ପରି, ଢୋଲ ଭିତରେ ମୂଷା ପରି, ବାପରାଣ ଢେଙ୍କିଗିଳି ପରି, ଉଷୁନାଧାନ ଗଜା ହେବା ପରି)
Answer:
ଲଙ୍କାରେ ହରି ଶବ୍ଦ ପରି

Question ୭ ।
କୁ-ସଂସ୍କାରପୂର୍ବ ସାଧାରଣ ଶିକ୍ଷାବିହୀନ ସମାଜରେ କେଉଁ ଅଧିକାର ଚିଲିକା ମାଛପରି ସ୍ଵପ୍ତିଳ ଓ ଦୁଷ୍ଟ୍ରାପ୍ୟ ?
(ବ୍ୟକ୍ତିଗତ ଅଧିକାର, ସଂପରିଗତ ଅଧିକାର, ଭୋଟଦାନ ଅଧିକାର, ସାମାଜିକ ଅସ୍ଵୀକାର)
Answer:
ବ୍ୟକ୍ତିଗତ ଅଧ୍ୟାର

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮ ।
ଗଣତନ୍ତ୍ରରେ ଜନତାର ଶାସନ କିପରି ହେବା ସ୍ଵାଭାବିକ ?
(ପରୋକ୍ଷ, ପ୍ରତ୍ୟକ୍ଷ, ସ୍ବମ୍ମିଳ, ଦୁଷ୍ପାପ୍ୟ)
Answer:
ପରୋକ୍ଷ

Question ୯ ।
ଗଣତନ୍ତ୍ରର ମେରୁଦଣ୍ଡ କ’ଣ ?
(ଲୋକପ୍ରତିନିଧ୍ ମନୋନୟନ, ଏକକ ମନୋନୟନ, ଏକଛତ୍ରବାଦ, ସାମ୍ରାଜ୍ୟବାଦ)
Answer:
ଲୋକପ୍ରତିନିଧ୍ ମନୋନୟନ

Question ୧୦ ।
ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଭୋଟଦାତାମାନେ କ’ଣ ହେବାପାଇଁ ଉପଯୁକ୍ତ ?
(ଲୋକପ୍ରତିନିଧୁ, ପ୍ରଶାସକ, ଅଧ୍ୟକ୍ଷ, ମନ୍ତ୍ରୀ)
Answer:
ଲୋକପ୍ରତିନିଧୁ

Question ୧୧।
ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ ଦେଶର ଜନତା ଉପରେ ଗୁଣ ଅପେକ୍ଷା କ’ଣ ବିଶେଷ କାମ କରେ ?
(ପ୍ରୋପାଗଣ୍ଡା, ଘୋଷଣା, ରାଜକୀୟ ଢଙ୍ଗ, ସାଧୁତା)
Answer:
ପ୍ରୋପାଗଣ୍ଡା

Question ୧୨ ।
‘ବିରାଡ଼ି ବୈଷ୍ଣବ’ମାନେ ଶାସନ କ୍ଷମତା ପାଇବା ଲୋଭରେ କ’ଣ ହେବାକୁ ବାହାରି ପଡ଼ନ୍ତି ?
(ଭଡ଼ାଟିଆ ଲୋକ, ପ୍ରତିଦ୍ବନ୍ଦୀ, ଜନତାର ପ୍ରତିନିଧୁ, ଶାସକ)
Answer:
ଜନତାର ପ୍ରତିନିଧ୍

Question ୧୩।
କାହାକୁ ଦେଖ୍ ଗୋସେଇଁଙ୍କ ଦେହରୁ ଗମ୍‌ଗମ୍ ଝାଳ ବୋହିଗଲା ?
(ରାଧୁ, ପାଣ୍ଡୁ, ଅଗାଧୁ, ସାଧୁ)
Answer:
ପାଣୁ

Question ୧୪ ।
କେତେବର୍ଷ ନ ପୂରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁକୁ କହିଛନ୍ତି ?
(୮୦, ୫୦, ୬୦, ୭୦)
Answer:
୬୦

Question ୧୫ ।
କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକି ଗଲା ?
(ରାଧୁ, ଅଗାଧୁ, ଶ୍ୟାମ, ଦାମ)
Answer:
ରାଧୁ

Question ୧୬ ।
ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?
(ଅଗାଧୁ, ରାଧୁ, ମଧୁ, ଫଗୁ)
Answer:
ଅଗାଧୁ

Question ୧୭ ।
ଆଜିର ଶିକ୍ଷିତ ଭୋଟଦାତାମାନେ ଭୋଟ ଦେବାକୁ କ’ଣ ହୋଇଥା’ନ୍ତି ?
(ଉଦାସୀନ, ତତ୍ପର, ସଚେତନ, ଅଚେତନ)
Answer:
ଉଦାସୀନ

Question ୧୮।
ଆଜିର ଜନତା ଜନାର୍ଦ୍ଦନ କାହାପରି ଓଠ ଚାଟି ତରାଜୁ ଧରିଥ‌ିବା ପ୍ରତିନିଧୁମାନଙ୍କୁ ଅନାଇ ରହିଛନ୍ତି ?
(ଦୁଇ ବିରାଡ଼ି, ଦୁଇ ମାଙ୍କଡ଼, ଦୁଇ ଭାଲୁ, ଦୁଇ ଶୃଗାଳ)
Answer:
ଦୁଇ ମାଙ୍କଡ଼

Question ୧୯ ।
ଗଣତନ୍ତ୍ର ଶାସନ ହିଁ _________ ଶାସନ ଏଥ‌ିରେ ସନ୍ଦେହ ନାହିଁ ।
(ଶ୍ରେଷ୍ଠ, କନିଷ୍ଠ, ଅଦରକାରୀ, ଦରକାରୀ)
Answer:
ଶ୍ରେଷ୍ଠ

Question ୨୦ ।
ଗଣତନ୍ତ୍ର ଶାସନରେ ଆମର ଆଜି ଏ ଅବସ୍ଥା ପାଇଁ କିଏ ଦାୟୀ ?
(ଦେଶ, ଜନତା, ଆମେ, ଆପଣମାନେ)
Answer:
ଆମେ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଗଣତନ୍ତ୍ର ସମ୍ପର୍କରେ ଅନେକ କ’ଣ କହନ୍ତି ?
Answer:
ଶାସନ ପଦ୍ଧତି ମଧ୍ୟରେ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ ବୋଲି ଅନେକ କହନ୍ତି ।

Question ୨।
‘ଗଣତନ୍ତ୍ର’ କାହାକୁ କୁହାଯାଏ ?
Answer:
‘ଗଣତନ୍ତ୍ର’ର ଅର୍ଥ ଗଣ ଶାସନ ବା ଲୋକମାନେ ନିଜକୁ ନିଜେ ଶାସନ କରିବା ।

Question ୩ ।
ଗଣତନ୍ତ୍ରର ପ୍ରକୃତ ଓ ପ୍ରଧାନ ବିଶେଷତ୍ଵ କ’ଣ ?
Answer:
ଗଣଙ୍କଦ୍ବାରା ଶାସନ ହିଁ ଗଣତନ୍ତ୍ରର ପ୍ରକୃତ ଓ ପ୍ରଧାନ ବିଶେଷତ୍ଵ ।

Question ୪।
କେଉଁ ଶାସନରେ ଲୋକେ ନିଜେ ନିଜକୁ ଶାସନ କରନ୍ତି ?
Answer:
ଗଣତନ୍ତ୍ର ଶାସନରେ ଲୋକେ ନିଜକୁ ନିଜେ ଶାସନ କରନ୍ତି ।

Question ୫।
କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ ?
Answer:
ଗଣତନ୍ତ୍ର ଶାସନରେ ଶାସନ ଓ ଶାସିତ ଏକ ଓ ଅଭିନ୍ନ ।

Question ୬ ।
ଭାରତରେ ସାମାଜିକ ନ୍ୟାୟ ପରିକଳ୍ପନା କିପରି ମନେହୁଏ ?
Answer:
ଭାରତରେ ସାମାଜିକ ନ୍ୟାୟ ପରିକଳ୍ପନା ‘ଲଙ୍କାରେ ହରି ଶବ୍ଦ ପରି’ ମନେହୁଏ ।

Question ୭ ।
ଗଣତନ୍ତ୍ରରେ କେଉଁମାନେ ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ?
Answer:
ଗଣତନ୍ତ୍ରରେ ଜନତାର ପ୍ରତିନିଧୁମାନେ ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮।
ଲୋକପ୍ରତିନିଧ୍ଵ ମନୋନୟନକୁ ଗଣତନ୍ତ୍ରର କ’ଣ ବୋଲି କୁହାଯାଏ ?
Answer:
ଲୋକପ୍ରତିନିଧୁ ମନୋନୟନକୁ ଗଣତନ୍ତ୍ରର ମେରୁଦଣ୍ଡ ବୋଲି କୁହାଯାଏ ।

Question ୯ ।
ନାଗରିକ ଅଧିକାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ବ ସମ୍ବନ୍ଧରେ ସଚେତନ ଦେଶର ଲୋକମାନେ କେଉଁ ଜ୍ଞାନରେ ସୁଶିକ୍ଷିତ ?
Answer:
ନାଗରିକ ଅଧିକାର ତଥା ପ୍ରତିନିସ୍‌ ବାଛିବାର ଗୁରୁତ୍ବ ସମ୍ବନ୍ଧରେ ସଚେତନ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ।

Question ୧୦ ।
ଯେଉଁ ଦେଶର ଜନତା ନିଜ ଅଧ୍ୟାକାର ଓ କର୍ତ୍ତବ୍ୟ-ଜ୍ଞାନ ସମ୍ବନ୍ଧରେ ଅଜ୍ଞ ସେଠାରେ କ’ଣ ବିଶେଷ ଭାବରେ କାମ କରେ ?
Answer:
ଯେଉଁ ଦେଶର ଜନତା ନିଜ ଅଧିକାର ଓ କର୍ଭବ୍ୟ-ଜ୍ଞାନ ସମ୍ବନ୍ଧରେ ଅଜ୍ଞ ସେଠାରେ ପ୍ରୋପାଗଣ୍ଡା ହିଁ ବିଶେଷ ଭାବରେ କାମକରେ ।

Question ୧୧ ।
ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନାହିଁ ସେଠାରେ ମୁଖ୍ୟତଃ କାହାର ଜୟ ହୁଏ ?
Answer:
ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନାହିଁ ସେଠାରେ ମୁଖ୍ୟତଃ ପ୍ରୋପାଗଣ୍ଡାର ହିଁ ଜୟ ହୁଏ ।

Question ୧୨ ।
ଆଗନ୍ତୁକକୁ ଚିହ୍ନିପାରି ଥଥମତ ଗଳାରେ ପୁରୋହିତ କ’ଣ ପଚାରିଥିଲେ ?
Answer:
ଆଗନ୍ତୁକକୁ ଚିହ୍ନିପାରି ଥତମତ ଗଳାରେ ପୁରୋହିତ ‘ପାଣୁ କିରେ’ ବୋଲି ପଚାରିଲେ ।

Question ୧୩ ।
ଗୋସେଇଁଙ୍କୁ କିଏ ଛେଳିଟିଏ ଦାନ ଦେଇଥିଲେ ?
Answer:
ଗୋସେଇଁଙ୍କୁ ଜଣେ ଯଜମାନ ଛେଳିଟିଏ ଦାନ ଦେଇଥିଲେ ।

Question ୧୪ ।
କାହାକୁ ଦେଖି ଗୋସେଇଁ ଘବରାଇ ଯାଇଥିଲେ ?
Answer:
ପାଣୁକୁ ଦେଖି ଗୋସେଇଁ ଘବରାଇ ଯାଇଥିଲେ ।

Question ୧୫ ।
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥ‌ିବା ବିରାଟକାୟ ପୁରୁଷଟି କିଏ ଥିଲା ?
Answer:
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି ଥୁଲା ଅଗାଧୁ ।

Question ୧୬ ।
ଆଜି ଆମ ଦେଶରେ ଅଗଣିତ ପାଣୁ, ରାଧୁ ଓ ଅଗାଧୁ କେଉଁ ଉଦ୍ଦେଶ୍ୟରେ ବାହାରିଛନ୍ତି ?
Answer:
ଆଜି ଆମ ଦେଶରେ ଅଗଣିତ ପାଣୁ, ରାଧୁ ଓ ଅଗାଧୁ ଛେଳିକୁ କୁକୁର ଆଉ କୁକୁରକୁ ଛେଳି କରିବା ଉଦ୍ଦେଶ୍ୟରେ ବାହାରିଛନ୍ତି ।

Question ୧୭ ।
ଅନେକ କ୍ଷେତ୍ରରେ ପାଣୁ, ରାଧୁ ଓ ଅଗାଧୁମାନଙ୍କର ଜୟ ହେବାର କାରଣ କ’ଣ ?
Answer:
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ, ସେଠାରେ ପାଣୁ, ରାଧୁ, ଅଗାଧୁମାନଙ୍କର ଜୟ ହେଉଛି ।

Question ୧୮ ।
ଗୁଣହୀନ ଓ ନୀତିହୀନ ପ୍ରତିନିଧୂମାନେ କିପରି କ୍ଷମତା ପାଉଛନ୍ତି ?
Answer:
ଗୁଣହୀନ ଓ ନୀତିହୀନ ପ୍ରତିନିଧିମାନେ ପ୍ରଚାର ଶକ୍ତି ବଳରେ କ୍ଷମତା ପାଉଛନ୍ତି ।

Question ୧୯ ।
ଗୁଣହୀନ ଓ ନୀତିହୀନ ପ୍ରତିନିଧୁମାନେ ବିବାଦୀ ଜନତାଙ୍କ ମଧ୍ୟରେ କେଉଁ ନ୍ୟାୟରେ ସୁବିଧା ବାଣ୍ଟୁଛନ୍ତି ?
Answer:
ଗୁଣହୀନ ଓ ନୀତିହୀନ ପ୍ରତିନିଧୁମାନେ ବିବାଦୀ ଜନତାଙ୍କ ମଧ୍ୟରେ ‘ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ନ୍ୟାୟରେ’ ସୁବିଧା ବାଣ୍ଟୁଛନ୍ତି ।

Question ୨୦ ।
ଜନତା ଜନାର୍ଦ୍ଦନ କାହା ପରି ଓଠ ଚାପି ପ୍ରତିନିଧୁମାନଙ୍କୁ ଅନାଇ ରହୁଛନ୍ତି ?
Answer:
ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ଓଠ ଚାପି ପ୍ରତିନିଧିମାନଙ୍କୁ ଅନାଇ ରହୁଛନ୍ତି ।

Question ୨୧ ।
ନେତାମାନଙ୍କର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ କେଉଁ ଖେଳ ଆରମ୍ଭ ହୁଏ ?
Answer:
ନେତାମାନଙ୍କର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ ବାଉଁଶ ରାଣୀ ଖେଳ ଆରମ୍ଭ ହୁଏ ।

Question ୨୨ ।
ମେଣ୍ଢାଶାଳ ଭିତରେ ଗଧୂ କେଉଁ ପୋଷାକରେ ରହେ ?
Answer:
ଗଧୂଆ ମେଣ୍ଢାଶାଳରେ ମେଣ୍ଢାର ପୋଷାକରେ ରହେ ।

Question ୨୩ ।
କେଉଁ ଶାସନ ଶ୍ରେଷ୍ଠ ଶାସନ ବୋଲି ଲେଖକ କହିଛନ୍ତି ?
Answer:
ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ ବୋଲି ଲେଖକ କହିଛନ୍ତି ।

Question ୨୪ ।
ଗଣତନ୍ତ୍ରରେ ଆମର ଆଜିର ଅବସ୍ଥା ପାଇଁ କାହାକୁ ଦାୟୀ କରାଯାଇଛି ?
Answer:
ଗଣତନ୍ତ୍ରରେ ଆମର ଆଜିର ଅବସ୍ଥା ପାଇଁ ଆମ ନିଜକୁ ହିଁ ଦାୟୀ କରାଯାଇଛି ।.

Question ୨୫ ।
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ କାହାର ସଫଳତା ଆଶା କରିବା ବିଡ଼ମ୍ବନା
Answer:
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଠିକ୍ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ତିନି ତୁଣ୍ଡରେ, ପ୍ରାବନ୍ଧିକ – ଭୁବନେଶ୍ୱର ବେହେରା

Question ୧ ।
ଶାସନ କହିଲେ କ’ଣ ବୁଝାଏ ?
Answer:
ଶାସନ କହିଲେ, ଲୋକଙ୍କ ଉପରେ ଶାସନକୁ ହିଁ ବୁଝାଏ, ନିଜ ସ୍ତ୍ରୀ କିମ୍ବା ପୁଅଝିଅଙ୍କ ଉପରେ ମାଲିକାନା ଜାହିର କରିବା ନୁହେଁ ।

Question ୨ ।
ଗଣତନ୍ତ୍ର ଶାସନ କହିଲେ କ’ଣ ବୁଝାଏ ?
Answer:
ଗଣତନ୍ତ୍ର ଶାସନ କହିଲେ ଗଣ ବା ଲୋକଙ୍କଦ୍ୱାରା ଶାସନକୁ ବୁଝାଏ ।

Question ୩ ।
ଗଣତନ୍ତ୍ର ଶାସନ ସମ୍ପର୍କରେ କେଉଁ କଥା କହିବାରେ ବିଶେଷ ତାତ୍ପର୍ଯ୍ୟ ନାହିଁ ?
Answer:
ଗଣତନ୍ତ୍ର ଶାସନରେ, ‘ଗଣଙ୍କ ପାଇଁ’ ବା’ ‘ଗଣଙ୍କ ହିତ ପାଇଁ’, ସେ କଥା କହିବାର ବିଶେଷ ତାତ୍ପର୍ଯ୍ୟ ନାହିଁ ।

Question ୪ ।
ଗଣତନ୍ତ୍ର ଶାସନରେ କେଉଁ କଥା କଳ୍ପନା କରାଯାଇ ନ ପାରେ ?
Answer:
ଗଣତନ୍ତ୍ର ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ।

Question ୫ ।
ଗଣତନ୍ତ୍ର ଶାସନର ସ୍ଵାଭାବିକ ପରିଣତି କ’ଣ ବୋଲି ଯୁକ୍ତି କରାଯାଏ ?
Answer:
ଗଣତନ୍ତ୍ର ଶାସନର ସ୍ବାଭାବିକ ପରିଣତିକୁ ପ୍ରାବନ୍ଧିକ କଳ୍ପନାର ବିଳାସ ବୋଲି କହିଛନ୍ତି, କାରଣ ଏଥିରେ ପୁଞ୍ଜିପତିର – ବିଶାଳ ପ୍ରାସାଦ ଓ ଭିକାରିର ପତ୍ରକୁଡ଼ିଆ ତଥା ରାସ୍ତାକଡ଼ ମଧ୍ୟରେ ଅର୍ଥନୈତିକ ସମତା ଆଣିବା ଅସମ୍ଭବ ।

Question ୬।
ଅର୍ଥନୈତିକ ସମତାର ଆଶାକୁ ଲେଖକ କଳ୍ପନାର ବିଳାସ ବୋଲି କହିବାର କାରଣ କ’ଣ ?
Answer:
ଅର୍ଥନୈତିକ ସମତାର ଆଶାକୁ ଲେଖକ କଳ୍ପନାର ବିଳାସ ବୋଲି କହିବାର କାରଣ, ଗଣତନ୍ତ୍ରରେ ଯାହା ପ୍ରକାଶ କରାଯାଏ, ପ୍ରକୃତରେ ସେପରି କାର୍ଯ୍ୟ କରିବା ସମ୍ଭବ ନୁହେଁ ।

Question ୭।
ଗଣତନ୍ତ୍ରରେ କେଉଁପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ ?
Answer:
ଗଣତନ୍ତ୍ରରେ ଗଣଙ୍କଦ୍ବାରା ଶାସନର ଅର୍ଥ ନୁହେଁ ଯେ ଜନତାର ସମସ୍ତେ ବ୍ୟକ୍ତିଗତ ଭାବରେ ସିଧାସଳଖ ଶାସନକର୍ତ୍ତା ହେବେ ଓ ନିଜକୁ ନିଜେ ଶାସନ କରିବେ, ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮ ।
ଯେଉଁ ଦେଶର ଭୋଟଦାତାମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଓ ପ୍ରତିନିଧ‌ି ବାଛିବା ସମ୍ବନ୍ଧରେ ସଚେତନ ସେମାନେ କ’ଣ ହେବାପାଇଁ ଉପଯୁକ୍ତ ?
Answer:
ଯେଉଁ ଦେଶର ଭୋଟଦାତାମାନେ ଶାସନ ସମ୍ବନ୍ଧୀୟ ଜ୍ଞାନର ସୁଶିକ୍ଷିତ ଓ ପ୍ରତିନିଧି ବାଛିବା ସମ୍ପର୍କରେ ସଚେତନ, ସେମାନେ ଲେ।କପ୍ରତିନଧି ହେବାପାଇଁ ଉପଯୁକ୍ତ ।

Question ୯ ।
କେଉଁ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ କାମ କରେ ?
Answer:
ଯେଉଁ ଦେଶର ଜନତା ନିଜର ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ କାମ କରେ ।

Question ୧୦ ।
ପାଣୁ ମୁରୁକି ହସିଦେଇ ଗୋସେଇଁଙ୍କୁ କ’ଣ କହିଲା ?
Answer:
ପାଣୁ ମୁରୁକି ହସିଦେଇ କହିଲା, ‘ଗୋସେଇଁ ମହାପ୍ରଭୁ ! ଏହି ଭୋରୁ ଭୋରୁ କୁକୁରଟିକୁ କାନ୍ଧରେ ବୋହି କୁଆଡ଼ିକି ଚାଲିଛନ୍ତି ।’’

Question ୧୧ ।
ଗୋସେଇଁ କାହିଁକି ଛେଳିକୁ ବୋହି ନେଇ ଯାଉଥିଲେ ?
Answer:
ଗୋସେଇଁ ଯଜମାନ ଘରୁ ଛେଳିଟିକୁ ଆଣିଲାବେଳେ, ଛେଳିଟି ଭିଡ଼ି ଓଟାରି ହେବାରୁ ସେ ତା’କୁ କାନ୍ଧରେ ବୋହି ନେଇ ଯାଉଥିଲେ ।

Question ୧୨ ।
ପାଣୁ ବାଟକାଟି ଯାଉ ଯାଉ କ’ଣ ଟିପ୍ପଣୀ କରିଥିଲା ?
Answer:
ପାଣୁ ବାଟକାଟି ଯାଉ ଯାଉ, ଗୋସେଇଁଙ୍କ ଉପରେ ଟିପ୍‌ପଣୀ ଦେଇ କହିଲା, ‘ଯେତେ ମୂର୍ଖ ହେଲେ ବି କୁକୁରଟାକୁ ଆଉ ଚିହ୍ନି ହେବନି ? ବଡ଼ ଲୋକଙ୍କୁ ଜବାବ ନାହିଁ ପରା ।’

Question ୧୩ ।
ରାଧୁ ଗୋସେଇଁଙ୍କୁ ପ୍ରଣାମ କରି କ’ଣ କହିଲା ?
Answer:
ରାଧୁ ଗୋସେଇଁଙ୍କୁ ପ୍ରଣାମ କରି କହିଲା, ‘ନନା-କୁକୁରଟାକୁ କ’ଣ କାନ୍ଧରେ ବୋହିଛନ୍ତି ? କଳିଯୁଗ ବୋଲି କ’ଣ ସବୁ ଆଚାର ବିଚାର ଗଲା !’

Question ୧୪ ।
ରାଧୁ ବାଟକାଟି ଯାଉ ଯାଉ କ’ଣ ପଦେ ଶୁଣେଇ ଦେଇଗଲା ?
Answer:
ରାଧୁ ବାଟକାଟି ଯାଉ ଯାଉ ପଦେ ଶୁଣେଇ ଦେଇଗଲା, ‘ଛେଳି, ନା ବାଛୁରି, ହଁ ସରଗକୁ ନିଶୁଣୀ ନାହିଁ ଆଉ ……….’ କ’ଣ କହିଲା ଠିକ୍ ଶୁଣାଗଲାନି ।

Question ୧୫ ।
ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ କ’ଣ କହିଲା ?
Answer:
ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ ଚମକିପଡ଼ିଲା ପରି କହିଲା, ‘ଅବଧାନେ – ଏମିତି ଜାତିଆ କୁକୁରଟାଏ କେଉଁଠୁ ପାଇଲ ? କିଏ ବି ଛେଳି ବୋଲି ଭୁଲ୍ କରି ବସିବ । ଭଲ ଭୁକୁଛି ନା ?”’

Question ୧୬ ।
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ କ’ଣ ହେବେ ?
Answer:
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ ଅସାଧୁ ପ୍ରଚାରସର୍ବସ୍ୱମାନଙ୍କର ହିଁ ଜୟ ହୋଇଥାଏ ।

Question ୧୭ ।
ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧୁମାନଙ୍କୁ କିପରି ଅନାଇ ରହୁଛନ୍ତି ?
Answer:
ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧୁମାନଙ୍କୁ ଖାଲି ଓଠ ଚାଟି ମିଟିମିଟି କରି ପ୍ରତିନିଧିମାନଙ୍କୁ

Question ୧୮ ।
ଯେଉଁ ପ୍ରତିନିଧିମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି ସେମାନେ କ’ଣ କରନ୍ତି ?
Answer:
ଯେଉଁ ପ୍ରତିନିଧୁମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି, ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ଼ଚିତ୍‌ ମାରି ରାଜନୈତିକ ପଟ୍ଟ ପରିବର୍ତ୍ତନ କରୁଛନ୍ତି ।

Question ୧୯ ।
କେଉଁ କଥାର ଅଭାବ ଥିଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ବୋଲି ଲେଖକ କହିଛନ୍ତି ?
Answer:
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ରହିବ ।

ପ୍ରବନ୍ଧ – ତିନି ତୁଣ୍ଡରେ, ପ୍ରାବନ୍ଧିକ – ଭୁବନେଶ୍ୱର ବେହେରା ।

Question ୧ ।
କେଉଁମାନଙ୍କ ପ୍ରବର୍ତ୍ତିତ ଶାସନ ଗଣସମୂହଙ୍କ ହିତପାଇଁ ବୋଲି ଡିଣ୍ଡିମ ପିଟି ଘୋଷଣା କରେ ?
Answer:
ନିଶ ଉପୁଡ଼ା ରାଜାରାଜୁଡ଼ା ଶାସନଠାରୁ ଆରମ୍ଭ କରି ଆଚାରଭ୍ରଷ୍ଟ ‘ମ’କାର ବ୍ୟଭିଚାରଗ୍ରସ୍ତ ୟାହିଆ ସାମରିକ ଏକଛତ୍ରବାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଶାସକଗଣ ସେମାନଙ୍କ ପ୍ରବର୍ତ୍ତିତ ଶାସନକୁ ଗଣସମୂହଙ୍କ ହିତ ପାଇଁ ବୋଲି ଡିଣ୍ଡିମ ପିଟି ଘୋଷଣା କରିଥାଏ ।

Question ୨ ।
ଗଣତନ୍ତ୍ର ଶାସନର ସ୍ଵାଭାବିକ ପରିଣତି କ’ଣ ବୋଲି ଯୁକ୍ତି କରାଯାଏ ?
Answer:
ଗଣତନ୍ତ୍ର ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ । ତେଣୁ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ଵାଭାବିକ ପରିଣତି ବୋଲି ଯୁକ୍ତି କରାଯାଏ ।

Question ୩ ।
ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ ସତରେ କାହିଁକି ସେ ତାହା ନୁହେଁ ବୋଲି ମନରେ ପ୍ରଶ୍ନ ଉଠେ ?
Answer:
କୁସଂସ୍କାରପୂର୍ଣ ସାଧାରଣ ଶିକ୍ଷାବିହୀନ ସମାଜରେ ବ୍ୟକ୍ତିଗତ ଅଧିକାର ଚିଲିକା ମାଛ ପରି ସ୍ଵପ୍ଲିଳ ଓ ଦୁଷ୍ପାପ୍ୟ, ଆଉ ସମଷ୍ଟିଗତ ପ୍ରଗତି ଆକାଶ କଇଁଆ ପରି କପୋଳକଳ୍ପିତ । ତେଣୁ ମନରେ ପ୍ରଶ୍ନ ଉଠେ ଯେ ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ, ସତରେ ତାହା ନୁହେଁ ।

Question ୪ ।
‘ଗଣଙ୍କଦ୍ବାରା’ ଶାସନର ଅର୍ଥ କ’ଣ ବୋଲି ଲେଖକ କହିଛନ୍ତି ?
Answer:
‘ଗଣଙ୍କଦ୍ବାରା’ ଶାସନର ଅର୍ଥ ବ୍ୟକ୍ତିଗତ ଭାବରେ କେହି ଶାସନକର୍ତ୍ତା ହୋଇ ନିଜକୁ ଶାସନ କରିବେ ନାହିଁ । ଗଣତନ୍ତ୍ରରେ ଜନତା ବା ଗଣମାନେ ସେମାନଙ୍କ ପ୍ରତିନିଧ‌ିକୁ ବାଛନ୍ତି ଏବଂ ସେହିମାନଙ୍କ ହାତରେ ଶାସନକ୍ଷମତା ଓ ଶାସନଭାର ଜାଣିଶୁଣି ସମର୍ପି ଦେଇଥା’ନ୍ତି । ଲୋକପ୍ରତିନିଧୁ ମନୋନୟନ, ଗଣତନ୍ତ୍ରର ମେରୁଦଣ୍ଡ ।

Question ୫ ।
କେଉଁ ଦେଶର ଭୋଟଦାତାମାନେ ଲୋକ-ପ୍ରତିନିଧି ହେବାପାଇଁ ଉପଯୁକ୍ତ ?
Answer:
ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅସ୍ଵୀକାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶମାନଙ୍କରେ ଭୋଟଦାତାମାନେ ଲୋକ ପ୍ରତିନିଧ୍ଵ ହେବାପାଇଁ ଉପଯୁକ୍ତ ।

Question ୬ ।
କେଉଁ ଉପଯୁକ୍ତ ବ୍ୟକ୍ତିକୁ ପ୍ରତିନିଧ୍ ରୂପେ ବାଛିବା ଉଚିତ୍ ?
Answer:
ଗଣତନ୍ତ୍ର ଶାସନରେ ଜନପ୍ରତିନିଧିମାନେ ହିଁ ଜନତାଙ୍କୁ ଶାସନ କରିଥା’ନ୍ତି । ତେଣୁ ବ୍ୟକ୍ତିର ଦୋଷଗୁଣ, କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା ଓ ସଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ପର୍କରେ ବ୍ୟକ୍ତିଗତ ଭାବରେ ଜ୍ଞାନ ସଂଗ୍ରହ କରି ଉପଯୁକ୍ତ ବ୍ୟକ୍ତିକୁ ହିଁ ପ୍ରତିନିଧୂରୂପେ ବାଛିବା ଉଚିତ ।

Question ୭ ।
କାହାକୁ ବିରାଡ଼ି ବୈଷ୍ଣବ ବୋଲି କୁହାଯାଇଛି ?
Answer:
ଯେଉଁମାନେ ଜନପ୍ରତିନିଧ୍ ହେବାପାଇଁ ନିଜେ ନିଜର ପେଁକାଳି ବଜାଇ, ସଭା ସମିତିରେ ଛାତି ପିଟି, ବାହାସ୍ଫୋଟ ମାରି, ଧୂଆଁବାଣ ଛାଡ଼ି, ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼େଇ, ଧନ, କାର୍ପଣ୍ୟ ଓ ସେବାର ସାମୟିକ ଆଶ୍ରୟନେଇ ପ୍ରତିଦ୍ବନ୍ଦୀମାନଙ୍କ କୁତ୍ସାରଟନା କରି, ସେମାନଙ୍କ ଲୋକଙ୍କୁ ଭୟ ଦେଖାଇ ପ୍ରଚାର ବଳରେ କଳାକୁ ଧଳା ଓ ଧଳାକୁ କଳା କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ବିରାଡ଼ି ବୈଷ୍ଣବ ଜନପ୍ରତିନିଧ୍ ବୋଲି କୁହାଯାଇଛି ।

Question ୮।
ପାଣୁର ରୂପ କିପରି ଥିଲା ?
Answer:
ପାଣୁ ଥିଲା ପ୍ରଥମ ଠକ ଏବଂ ତାହାର ରୂପ ଥିଲା ଭୟଙ୍କର । କଳା ମଚମଚ ଦେହ ସାଙ୍ଗକୁ କହରା ନିଶ । ମେହେଗାନି କାଠରେ କୁନ୍ଦିଲାପରି ହାତ ଆଉ ଫୁଲ୍‌କା ରୁଟିପରି ଫୁଲି ଉଠିଥିବା ଚୌଡ଼ାଛାତି । ହାତରେ ଧରିଥିଲା ଲାଠି । ତାହାକୁ ଦେଖୁ ବ୍ରାହ୍ମଣ ଗୋସେଇଁଙ୍କ ଆଖି ତାଳୁକୁ ଖୋସି ହୋଇଗଲା, ଆଉ ଦେହରୁ ଗମ୍ ଗମ୍ ଝାଳ ବୋହିଗଲା ।

Question ୯ ।
ଗୋସେଇଁ ମହାରାଜ ସପ୍ରତିଭ ହୋଇସାରିବା ପରେ ପାଣୁକୁ କ’ଣ କହିଥିଲେ ?
Answer:
ଗୋସେଇଁ ମହାରାଜା ପାଣୁକୁ ପ୍ରଥମେ ଦେଖି ଡରିଯାଇଥିଲେ ବି ପରେ ସପ୍ରତିଭ ହୋଇ ପାଣୁକୁ କହିଲେ ‘ହଇରେ ପାଣୁ, ସତରେ କ’ଣ ୬୦ ବର୍ଷ ନ ପୂରିଲେ ତମମାନଙ୍କର ବୁଦ୍ଧି ହୁଏ ନାହିଁ । ଛେଳି କିଏ କୁକୁର କିଏ ତୁ ଚିହ୍ନି ପାରୁନୁ । ଯଜମାନ ଛେଳିଟିଏ ଦାନ କଲେ – ସାଙ୍ଗରେ ଆଣିଲା ବେଳକୁ ସେ ଭିଡ଼ି ଓଟାରି ହେଉଥୁଲା, ବୋହିନେଇ ଯାଉଛି ।’’

Question ୧୦ ।
ରାଧୁର କଥା ଶୁଣି ପୁରୋହିତ କ’ଣ କଲେ ?
Answer:
ରାଧୁର କଥା ଶୁଣି ପୁରୋହିତଙ୍କ ମନରେ ସନ୍ଦେହ ଦେଖାଦେଲା । ସେ ଛେଳିଟିକୁ କାନ୍ଧରୁ ଓହ୍ଲାଇ ତାହାକୁ ପରଖି ନେଲେ । ନିଜ ଆଖି ଦୁଇଟିକୁ ଭଲକରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ । ବୋହି ଆଣିଲାବେଳେ କେଉଁଠି ମେଁ ମେଁ କରିଥିଲା, ତାହାକୁ ମନେ ପକାଇବାକୁ ଚେଷ୍ଟା କରିଥିଲେ । ଶେଷରେ କହିଲେ, ‘କିରେ ରାଧୁ – ଛେଳିଟାକୁ ଚିହ୍ନିପାରୁନୁ କିରେ ?”

Question ୧୧ ।
ଅଗାଧୁ କଥା ଶୁଣି ପୁରୋହିତ କ’ଣ କଲେ ?
Answer:
ଅଗାଧୁ କଥା ଶୁଣିବା ପୂର୍ବରୁ ପୁରୋହିତ ପାଣୁ ଓ ରାଧୁଠାରୁ ଛେଳିକୁ କୁକୁର ବୋଲି ଶୁଣିଥିଲେ । ଅଗାଧୁ ଛେଳିଟିକୁ ଜାତିଆ କୁକୁର ବୋଲି କହିବାରୁ, ପୁରୋହିତ ସେଇଠି ଛେଳିଟିକୁ ରାସ୍ତା ଉପରେ ଠିଆ ଠିଆ କଚାଡ଼ି ଦେଲେ । ରାଗରେ, ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି, ଏମିତି ହଟହଟା ହୋଇଥିବା ଯୋଗୁଁ ଦୁଃଖରେ ନିଜ କରମକୁ ନିନ୍ଦି, ଯଜମାନକୁ ଅଭିଶାପ ଦେଇ ଦେଇ ଗାଁ ଆଡ଼କୁ ଦଉଡ଼ିଥିଲେ ।

Question ୧୨ ।
ମାଙ୍କଡ଼ଚିତ୍ ମାରୁଥିବା ନେତାମାନେ କ’ଣ କରନ୍ତି ?
Answer:
ମାଙ୍କଡ଼ଚିତ୍ର ମାରୁଥ‌ିବା ନେତାମାନେ ରାଜନୈତିକ ପଟ୍ଟ ପରିବର୍ତ୍ତନ କରନ୍ତି । ତା’ପରେ ଆରମ୍ଭ କରନ୍ତି ବାଉଁଶରାଣୀ ଖେଳ । କେଉଁ ନେତା ଲାଠିଟିଏ ଧରି, ଆଉ କିଏ ରଙ୍ଗ ବେରଙ୍ଗର ଛତାଟିଏ ଧରି ଦୁଇ ବାଉଁଶ ଖୁଣ୍ଟ ମଧ୍ୟରେ ବନ୍ଧା ହୋଇଥିବା ତା’ର ଦଉଡ଼ିରେ କାରସାଦି ଦେଖାଉ ଦେଖାଉ ବେଳେବେଳେ ବିଚିତ୍ର ଗତିରେ ଗୋଟିଏ ଗୋଡ଼ରେ ଭଅଁର ଖେଳି ଦିଗ ପରିବର୍ତ୍ତନ କରି ନେଉଛନ୍ତି ।

Question ୧୩ ।
ଲେଖକ ଗଣତନ୍ତ୍ରଙ୍କୁ କାହିଁକି ଦୋଷୀ କରି ନାହାଁନ୍ତି ?
Answer:
ଲେଖକ ଗଣତନ୍ତ୍ରକୁ ଦୋଷୀ କରିନାହାନ୍ତି ବରଂ ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ ବୋଲି କହିଛନ୍ତି । ଆମେ ଗଣତନ୍ତ୍ର ଶାସନ ପାଇଁ ଉପଯୁକ୍ତ ହୋଇନାହୁଁ । ଆଜି ଆମର ଏ ଅବସ୍ଥା ପାଇଁ ଆମେ ହିଁ ଦାୟୀ । ଗଣଶିକ୍ଷା ଓ ଗଣଚେତନା ନଥିବା ଯାଏ ଗଣତନ୍ତ୍ରର ସଫଳତା ଆଶା କରାଯାଇ ପାରିବ ନାହିଁ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
‘ତିନି ତୁଣ୍ଡରେ’ ନାମକରଣର ସାର୍ଥକତା ପ୍ରତିପାଦନ କର ।
Answer:
ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜଣେ ସମର୍ଥ ଗଦ୍ୟସ୍ରଷ୍ଟା ପ୍ରାବନ୍ଧିକ ଭୁବନେଶ୍ଵର ବେହେରା । ସାଂପ୍ରତିକ ମଣିଷର ରୀତିନୀତି, ଆଚାର ବିଚାର, ଜୀବନ ଦର୍ଶନ, ବିଜ୍ଞାନକୁ ନେଇ ସେ ପ୍ରବନ୍ଧ ରଚନା କରିଛନ୍ତି । ସାଧାରଣ କଥାକୁ ବିଭିନ୍ନ ଉଦାହରଣ ଦେଇ, ଲୋକକାହାଣୀ ବା ପୌରାଣିକ ପ୍ରସଙ୍ଗକୁ ଉପସ୍ଥାପନ କରି, ସହଜ ସରଳ ଭାଷାରେ ପ୍ରକାଶ କରନ୍ତି । ଆଲୋଚ୍ୟ ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ସେ ଗଣତନ୍ତ୍ର ଶାସନ ପଦ୍ଧତିର ମହତ୍ତ୍ଵକୁ ପ୍ରକାଶ କରିଛନ୍ତି । ଗଣତନ୍ତ୍ର ଶାସନ ସର୍ବୋତ୍କୃଷ୍ଟ ହେଲେ ବି ଅନେକ ସମୟରେ ଲୋକମାନଙ୍କର ଅଶିକ୍ଷା ଓ ନିଜର ଅଧିକାର ସମ୍ପର୍କରେ ଅଜ୍ଞତା ଗଣତନ୍ତ୍ରକୁ ଦିଗଭ୍ରଷ୍ଟ କରୁଛି । ଆକ୍ଷରିକ ଦୃଷ୍ଟିରୁ ବିଚାର କଲେ, ଗଣଙ୍କର ଶାସନ ହେଉଛି ଗଣତନ୍ତ୍ର । ମାତ୍ର ପ୍ରକୃତରେ ଗଣ ବା ଜନତା ନିଜର ପ୍ରତିନିଧ୍ ବାଛି ପରୋକ୍ଷଭାବରେ ନିଜକୁ ନିଜେ ଶାସନ କରିଥା’ନ୍ତି ।

ସବୁ ଶାସନ ପଦ୍ଧତି ମଧ୍ୟରେ ଗଣତନ୍ତ୍ର ଶାସନ ହିଁ ଉତ୍କୃଷ୍ଟ । ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’, ‘ଗଣଙ୍କର ଶାସନ’ ହିଁ ଗଣତନ୍ତ୍ର ଶାସନ । ଗଣଙ୍କ ପାଇଁ, ଅର୍ଥାତ୍ ଗଣଙ୍କର ହିତ ପାଇଁ, ଗଣଙ୍କଦ୍ବାରା ଲୋକମାନେ ନିଜକୁ ନିଜେ ଶାସନ କରନ୍ତି । ତେଣୁ ଏହି ଶାସନ ବ୍ୟବସ୍ଥାରେ ସମସ୍ତେ ସମାନ । କେହି ବଡ଼ ନୁହଁନ୍ତି କିମ୍ବା କେହି ସାନ ନୁହଁନ୍ତି । ଗଣଙ୍କଦ୍ଵାରା ଶାସନରେ ଗଣମାନେ ନିଜକୁ ସିଧାସଳଖ ଶାସନକର୍ତ୍ତା ବୋଲି ବିଚାର କରିନାହାଁନ୍ତି । ସିଧାସଳଖ ଶାସନକର୍ତ୍ତା ହୁଅନ୍ତି ଏହି ଗଣ ବା ଜନତାର ପ୍ରତିନିଧ୍ଵ । ସେମାନଙ୍କୁ ଜନତାମାନେ ବାଛନ୍ତି, ସେମାନଙ୍କ ହାତରେ ଶାସନ କ୍ଷମତା ଓ ଶାସନଭାର ଜାଣିଶୁଣି ନିଜେ ସମର୍ପି ଦେଇଥା’ନ୍ତି । ଲୋକ ପ୍ରତିନିଧ୍ଵ ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ ।

ଯେଉଁ ଦେଶରେ ଲୋକେ ଶାସନ ସମ୍ବନ୍ଧରେ ସୁଶିକ୍ଷିତ, ସେମାନେ ଉପଯୁକ୍ତ ପ୍ରତିନିଧୁ ବାଛିଥା’ନ୍ତି । ମାତ୍ର ଯେଉଁ ଦେଶରେ ଜନତା ନିଜ ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶମାନଙ୍କରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ ଭାବରେ କାମ କରିଥାଏ । ପ୍ରୋପାଗଣ୍ଡା ଯେ କ’ଣ କରିପାରେ ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ବହୁ ପ୍ରଚଳିତ କାହାଣୀ, ‘ତିନିତୁଣ୍ଡରେ ଛେଳି କୁକୁର’ କାହାଣୀକୁ ଚମତ୍କାର ଭାବରେ ଉପସ୍ଥାପିତ କରିଛନ୍ତି । ବର୍ତ୍ତମାନ ସମୟରେ ଲୋକମାନଙ୍କୁ ବହୁଭାବରେ ପ୍ରଭାବିତ କରିବାପାଇଁ, ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମାହଲ୍‌ର ପର୍ଦା, ରେଡ଼ିଓ, ଦୂରଦର୍ଶନଠାରୁ ଆରମ୍ଭ କରି ସଭାସମିତି, ଶୋଭଯାତ୍ରା କରି, ଭଲକୁ ଭେଲ ଓ ଭେଲକୁ ଭଲ କରାଯାଉଛି । ଆଉ ଯେଉଁମାନେ କୌଣସି ଉପାୟରେ ଜନତାଙ୍କୁ ଠକି ପ୍ରତିନିଧ୍ଵ ହେଉଛନ୍ତି, ସେମାନେ ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ଭଳି, ନିଜ ସୁବିଧା ଦେଖୁଛନ୍ତି । ଜନତା ଜନାର୍ଦ୍ଦନ କେବଳ ଦୁଇ ବିରାଡ଼ିଙ୍କ ପରି ଓଠ ଚାଟୁଛନ୍ତି ସିନା; ହେଲେ କିଛି କରିପାରୁ ନାହାଁନ୍ତି । ପୁନଶ୍ଚ କେତେକ ନେତା ଦଳବଦଳ କରି ନିଜର ସୁବିଧା ହାସଲ କରିବାକୁ ଚାହୁଁଛନ୍ତି ।

ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ ଗଣତନ୍ତ୍ରକୁ ସବୁଠାରୁ ଭଲ ଶାସନ ପଦ୍ଧତି ବୋଲି କହିଥିଲେ ବି, ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ, ଏହା ସଫଳ ହୋଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୨ ।
‘ଗଣତନ୍ତ୍ର’ ଶାସନ ପଦ୍ଧତି ସମ୍ପର୍କରେ ଲେଖକଙ୍କ ଅଭିମତ ବୁଝାଅ ।
Answer:
ପ୍ରାବନ୍ଧିକ ଭୁବନେଶ୍ୱର ବେହେରା ଜଣେ ଯଶସ୍ବୀ ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ ପରିଚିତ । ସମାଜଭିଭିକ ତଥ୍ୟ ସହିତ ସେ ସାଧାରଣ କଥାକୁ ବିଭିନ୍ନ ଉଦାହରଣ ଦେଇ ସୁନ୍ଦର ଭାବରେ ବୁଝାଇଥା’ନ୍ତି । ଆଲୋଚ୍ୟ ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ସେ ଗଣତନ୍ତ୍ର ଶାସନ ପଦ୍ଧତିର ତ୍ରୁଟିବିଚ୍ୟୁତିକୁ ସୁନ୍ଦର ଭାବରେ ବିଭିନ୍ନ କାହାଣୀ ମାଧ୍ୟମରେ ପ୍ରକାଶ କରିଛନ୍ତି । ଆମ ସାମାଜିକ ବ୍ୟବସ୍ଥାରେ ଯେତେଗୁଡ଼ିଏ ଶାସନ ପଦ୍ଧତି ରହିଛି, ସେଗୁଡ଼ିକ ମଧ୍ୟରେ ସର୍ବୋତ୍କୃଷ୍ଟ ହେଉଛି ଗଣତନ୍ତ୍ର । ମାତ୍ର ଗଣତନ୍ତ୍ରରେ ଗଣମାନଙ୍କର ଅଶିକ୍ଷା ଓ ଅସଚେତନତା ଗଣତନ୍ତ୍ର ଶାସନକୁ ଉପଯୁକ୍ତ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ଦେଉନାହିଁ ।

ଗଣତନ୍ତ୍ର ଶାସନ ହେଉଛି ‘ଗଣଙ୍କଦ୍ବାରା’ ଶାସନ । ଏଥିରେ ଜନତାଙ୍କଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ ହେବାହିଁ ସ୍ଵାଭାବିକ । ସିଧାସଳଖ ଭାବରେ ଶାସନ ଦାୟିତ୍ଵ ତୁଲାଇଥା’ନ୍ତି ଜନତାର ପ୍ରତିନିଧ୍ଵ । ସେହି ପ୍ରତିନିଧୁମାନଙ୍କୁ ସେମାନେ ନିଜେ ବାଛନ୍ତି ଓ ଯାହାଙ୍କ ହାତରେ ଶାସନ କ୍ଷମତା ଓ ଶାସନଭାର ଜାଣିଶୁଣି ଦେଇଥା’ନ୍ତି । ସୁତରାଂ ଲୋକ ପ୍ରତିନିଧୂ ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ । ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ସେମାନେ କେବଳ ଯଥାର୍ଥ ପ୍ରତିନିଧ୍ ବାଛି ପାରିବେ । ସେ ଦେଶର ଭୋଟଦାତାମାନେ ଲୋକପ୍ରତିନିଧ୍ ହେବାପାଇଁ ଉପଯୁକ୍ତ । ଅନ୍ୟଭାବରେ ବିଚାର କଲେ ଯେଉଁ ଦେଶରେ ଜନତା ନିଜ ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ବେଶି କାମ କରିଥାଏ । ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନ ଥାଏ, ସେଠାରେ ମୁଖ୍ୟତଃ ପ୍ରୋପାଗଣ୍ଡା ହିଁ କାର୍ଯ୍ୟ କରିଥାଏ । ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ‘ତିନି ତୁଣ୍ଡରେ ଛେଳି କୁକୁର’ କାହାଣୀକୁ ।

ପ୍ରୋପାଗଣ୍ଡା ବା ପ୍ରଚାର ଶକ୍ତି ବଳରେ ଗୁଣହୀନ, ନୀତିହୀନ ପ୍ରତିନିଧୁମାନେ କ୍ଷମତା ପାଇଥା’ନ୍ତି । ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲାବେଳେ, ମାଙ୍କଡ଼ ଦୁଇ ବିରାଡ଼ିଙ୍କ ପିଠା ବାଣ୍ଟିଲା ନ୍ୟାୟରେ ନିଜର ସୁବିଧା ଅନୁସାରେ ପକେଟ ଭରିଥା’ନ୍ତି । ବିଚରା ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ଖାଲି ଓଠ ଚାଟି ଏହି ପ୍ରତିନିଧ‌ିମାନଙ୍କୁ ମିଟି ମିଟି କରି ଅନାଇ ରହୁଛନ୍ତି । ପୁନଶ୍ଚ ଯେଉଁମାନଙ୍କର ତରାଜୁ ଧରିବାର ସୁଯୋଗ ମିଳେ ନାହିଁ, ସେମାନେ ମାଙ୍କଡ଼ଚିତ୍ ମାରି ରାଜନୈତିକ ପଟ୍ଟ ପରିବର୍ତ୍ତନ କରନ୍ତି । ରାଜନୀତିରେ ଏହି ଖେଳ ସବୁବେଳେ ଲାଗି ରହିଥାଏ ।

ଗଣତନ୍ତ୍ର ଶାସନର ଦୋଷ ନ ଥିଲେ ବି ଗଣଶିକ୍ଷା ଓ ଗଣଚେତନାର ଅଭାବ ହିଁ, ଗଣତନ୍ତ୍ରକୁ ଉପଯୁକ୍ତ ବାଟରେ ନେଇ ପାରୁନାହିଁ । ଆମେ ଯେଉଁଦିନ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ବନ୍ଧରେ ସଚେତନ ହେବା, ସେଦିନ ଗଣତନ୍ତ୍ର ଉପଯୁକ୍ତ କାର୍ଯ୍ୟ କରିବ ।

Question ୩ ।
ସ୍ଵାଧୀନତା ପରବର୍ତ୍ତୀ କାଳର ଗଣତନ୍ତ୍ର କିପରି ପ୍ରୋପାଗଣ୍ଡାଧର୍ମୀ ହୋଇଛି ପଠିତ ପ୍ରସଙ୍ଗ ଭିତ୍ତିରେ ଆଲୋଚନା କର ।
Answer:
ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ ବିଶେଷତା ଥୁଲା, ସେ ବୃତ୍ତିରେ ଇଞ୍ଜିନିୟର ଥିଲେ ବି ପ୍ରବୃତ୍ତିରେ ଥିଲେ ସାହିତ୍ୟ ସ୍ରଷ୍ଟା । ସେ ଏକାଧାରରେ ପ୍ରାବନ୍ଧିକ, ଲଳିତ ନିବନ୍ଧକାର ଓ ରମ୍ୟରଚନା ଲେଖକ ଭାବରେ ସୁପ୍ରତିଷ୍ଠିତ ଥିଲେ ।

ଦୀର୍ଘଦିନଧରି ପରାଧୀନ ରହିଲା ପରେ ଆମ ଦେଶ ସ୍ଵାଧୀନ ହେଲା । ଗଣତନ୍ତ୍ର ନିୟମରେ ଆମ ଦେଶକୁ ଆମେ ଶାସନ କଲେ । ମାତ୍ର ଏହି ଶାସନ ବାହାରକୁ ଯେତେ ଉତ୍ତମ ଜଣାଗଲେ ମଧ୍ୟ, ବାସ୍ତବ କ୍ଷେତ୍ରରେ ତାହା ସେତେ ସଫଳ ହୋଇପାରିଲା ନାହିଁ । ଗଣତନ୍ତ୍ରର ଏହି ବିଫଳତା ପାଇଁ ପ୍ରାବନ୍ଧିକ ଅଶିକ୍ଷା ଓ ଚେତନାର ଅଭାବକୁ ଦାୟୀ କରିଛନ୍ତି ।

ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧ୍ୟାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶରେ ଉପଯୁକ୍ତ ପ୍ରତିନିଧୂ ବଛାଯାଇପାରିବ । ମାତ୍ର ବର୍ତ୍ତମାନ ସମୟରେ ଆମ ଦେଶର ଜନତାମାନେ ନିଜ ଅଧ‌ିକାର ତଥା କର୍ତ୍ତବ୍ୟ ସମ୍ବନ୍ଧରେ ଆଦୌ ସଚେତନ ନୁହଁନ୍ତି । ସେମାନେ ପ୍ରତିନିଧ୍ ବାଛିଲାବେଳେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ଉପରେ ଅଧ୍ଵ ଧ୍ୟାନ ଦେଇଥା’ନ୍ତି । ସ୍ଵାର୍ଥସର୍ବସ୍ଵ ଲୋକମାନେ, ସାଧାରଣ କରିଛନ୍ତି । ପ୍ରଚାର ବା ପ୍ରୋପାଗଣ୍ଡା ସମ୍ପର୍କରେ ପ୍ରାବନ୍ଧିକ ଲେଖିଛନ୍ତି – ‘ଏପରି ଦେଶମାନଙ୍କରେ କେତେ ବିରାଡ଼ି ବୈଷ୍ଣବ ଶାସନ କ୍ଷମତା ପାଇବା ଲୋଭରେ ଜନତାର ପ୍ରତିନିଧି ହେବାକୁ ବାହାରି ପଡ଼ନ୍ତି, ଆଉ ନିଜେ ନିଜର ପେଁକାଳି ବଜାଇ, ସଭାସମିତିରେ ଛାତି ପିଟି, ବାହାସ୍ଫୋଟ ମାରି, ଧୂଆଁବାଣ ଛାଡ଼ି, ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼େଇ, ଧନ କାର୍ପଣ୍ୟ ଓ ସେବାର ସାମୟିକ ଆଶ୍ରୟ ନେଇ ପ୍ରତିଦ୍ବନ୍ଦୀମାନଙ୍କ କୁତ୍ସାରଟନା କରି, ସେମାନଙ୍କ ଲୋକଙ୍କୁ ଭୟ ଦେଖାଇ ପ୍ରଚାର ବଳରେ -ଧଳାକୁ କଳା ଓ କଳାକୁ ଧଳା କରିବାକୁ ଚେଷ୍ଟା କରିଥା’ନ୍ତି ।’’ ଏହି ପ୍ରଚାରସର୍ବସ୍ଵ ମଣିଷମାନେ କିପରି ଭଲକୁ ଭେଲ କରିଥା’ନ୍ତି, ତାହାକୁ ପ୍ରମାଣ କରିବାପାଇଁ ପ୍ରାବନ୍ଧିକ, ‘ତିନି ତୁଣ୍ଡରେ ଛେଳି କୁକୁର’ ଗଳ୍ପକୁ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି ।

ପ୍ରୋପାଗଣ୍ଡାସର୍ବସ୍ଵ ନେତାମାନେ ଅନେକ ଅସାଧୁ ଉପାୟ ଅବଲମ୍ବନ କରନ୍ତି । ଏପରିକି ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମାହଲ୍‌ର ପର୍ଦା, ରେଡ଼ିଓ, ଦୂରଦର୍ଶନ, ସଭାସମିତି,
ସାଧାରଣ ଲୋକଙ୍କୁ ଭୁଲାଇ ଦେଇଥା’ନ୍ତି । ମିଥ୍ୟା କହି ଥରେ ପ୍ରତିନିଧ୍ ହୋଇଗଲେ, ଲୋକଙ୍କୁ ବହୁଭାବରେ ଶୋଷଣ କରିଥା’ନ୍ତି ।

ବାସ୍ତବିକ ପ୍ରାବନ୍ଧିକ ଏଥୁରେ ଗଣତନ୍ତ୍ରର ଦୁର୍ବଳ ଦିଗକୁ ଉଦାହରଣ ମାଧ୍ୟମରେ ଦେଖାଇଛନ୍ତି ।

Question ୪ ।
‘‘ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର’’ – ଲେଖକଙ୍କ ଏହି ଭକ୍ତିର ସତ୍ୟତା ପ୍ରତିପାଦନ କର ।
Answer:
ପ୍ରାବନ୍ଧିକ ଭୁବନେଶ୍ଵର ବେହେରା ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ବିଚାରରେ ଗଣତନ୍ତ୍ର ଏକ ଶାସନ ବ୍ୟବସ୍ଥା । ପୂର୍ବରୁ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା । ରାଜା ଥିଲେ ରାଜ୍ୟର ସର୍ବେସର୍ବା । ଫଳରେ ରାଜା ହେଲେ ସ୍ୱେଚ୍ଛାଚାରୀ । ରାଜତନ୍ତ୍ର ଶାସନର ବିଲୋପ ଘଟିଲା । ସମସ୍ତେ ଆପଣେଇ ନେଲେ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ । ଗଣତନ୍ତ୍ର ଶାସନ ହେଲା ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’, ‘ଗଣଙ୍କର ଶାସନ’ । ଏହି ଶାସନ ପଦ୍ଧତି ସର୍ବୋତ୍କୃଷ୍ଟ ଶାସନ ପଦ୍ଧତି । ମାତ୍ର ଏହି ଶାସନ ପଦ୍ଧତିର ସଫଳତା ପାଇଁ କିଭଳି ପଦକ୍ଷେପ ନେବାକୁ ପଡ଼ିବ, ପ୍ରାବନ୍ଧିକ ଏହି ପର୍ଯ୍ୟାୟରେ ଉଲ୍ଲେଖ କରିଛନ୍ତି ।

ଗଣତନ୍ତ୍ର ଶାସନରେ ଲୋକମାନେ ସିଧାସିଧ୍ ନିଜକୁ ନିଜେ ଶାସନ କରନ୍ତି ନାହିଁ । ଏଭଳି ଶାସନ କରିବା ସମ୍ଭବ ନୁହେଁ । ସୁତରାଂ ଯେଉଁମାନେ ଶାସନକର୍ତ୍ତା ହୁଅନ୍ତି, ସେମାନେ ଜନତାର ପ୍ରତିନିଧ୍ । ଜନତାମାନେ ତାଙ୍କୁ ନିର୍ବାଚିତ କରି, ତାଙ୍କ ହାତରେ ଶାସନ ଭାର ଦେଇଥା’ନ୍ତି । ଲୋକପ୍ରତିନିଡ୍ ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ ।

ଗଣତନ୍ତ୍ରର ସଫଳତା ସମ୍ପର୍କରେ ବିଚାର କରି ପ୍ରାବନ୍ଧିକ କହିଛନ୍ତି, ଯେଉଁ ଦେଶର ଲୋକେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧ‌ିକାର ତଥା ପ୍ରତିନିଧି ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶମାନଙ୍କରେ ଭୋଟଦାତାମାନେ ଲୋକପ୍ରତିନିଧ ହେବାପାଇଁ ଉପଯୁକ୍ତ । ପ୍ରତ୍ୟେକ ବ୍ୟକ୍ତିଙ୍କର ଦୋଷଗୁଣକୁ ବିଚାର କରିବାକୁ ହେବ । ସେମାନଙ୍କର କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା, ସଛୋଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ନିଜର କର୍ତ୍ତବ୍ୟଜ୍ଞାନ ସମ୍ପର୍କରେ ସଚେତନ ନ ଥା’ନ୍ତି । ମିଥ୍ୟା ପ୍ରଚାର ଓ ପ୍ରୋପାଗଣ୍ଡାରେ ପ୍ରଭାବିତ ହୋଇ, ସୁବିଧାବାଦୀ ଶୋଷଣ କରନ୍ତି । ପ୍ରାବନ୍ଧିକ ଏହାକୁ ‘ମାଙ୍କଡ଼ ବିରାଡ଼ି’ ଗଳ୍ପ, ‘ତିନି ତୁଣ୍ଡରେ ଛେଳି କୁକୁର’ ଗଳ୍ପ, ‘ମେଣ୍ଢା ଛାଲରେ ଥିବା ଗଧ୍ଵ’ ଗପର ଉଦାହରଣ ଦେଇ ବୁଝାଇଛନ୍ତି ।

ପ୍ରବନ୍ଧର ଶେଷରେ ସେ କହିଛନ୍ତି, ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ । ମାତ୍ର ଗଣତନ୍ତ୍ର ଶାସନକୁ ସଫଳ କରିବାକୁ ହେଲେ ପ୍ରଥମେ ଆମକୁ ଗଣଶିକ୍ଷା ଓ ଗଣଚେତନାରେ ସଚେତନ ହେବାକୁ ପଡ଼ିବ ।

ବାସ୍ତବରେ ପ୍ରାବନ୍ଧିକଙ୍କ ଉକ୍ତି ବେଶ୍ ଯୁକ୍ତିଯୁକ୍ତ ମନେହୋଇଥାଏ ।

Additional Multiple Choice Questions (mcqs) With Answers

Question ୧।
ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ କ’ଣ କରନ୍ତି ?
(i) ଶାସନ
(ii) ଶୋଷଣ
(iii) ପୀଡ଼ନ
(iv) ଉଦ୍ଧାର
Answer:
(i) ଶାସନ

Question ୨ ।
କେଉଁମାନେ ଦୁଇ ବିରାଡ଼ିଙ୍କ ପରି ଖାଲି ଓଠ ଚାଟି ମିଟିମିଟି କରି ଅନାଇ ରହୁଛନ୍ତି ?
(i) ମାଙ୍କଡ଼
(ii) ଜନତା ଜନାର୍ଦ୍ଦନ
(iii) ଶାସକ
(iv) ଭୋଟଦାତା
Answer:
(ii) ଜନତା ଜନାର୍ଦ୍ଦନ

Question ୩ ।
ଗୁଣହୀନ ଓ ନୀତିହୀନ କେତେକ ପ୍ରତିନିଧୂ ନିଜ ହାତରେ କ’ଣ ପାଇଯାଉଛନ୍ତି ?
(i) ନ୍ୟାୟ
(ii) କ୍ଷମତା
(iii) ଶକ୍ତି
(iv) ଅଧିକାର
Answer:
(ii) କ୍ଷମତା

Question ୪ ।
କାହାକୁ ଅଭିଶାପ ଦେଇ ପୁରୋହିତେ ଗାଁ ଆଡ଼କୁ ଦଉଡ଼ିଲେ ?
(i) ରାଧୁ
(ii) ଅଗାଧୁ
(iii) ପାଣୁ
(iv) ଯଜମାନ
Answer:
(iv) ଯଜମାନ

Question ୫ ।
କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?
(i) ସମଷ୍ଟିଗତ
(ii) ବ୍ୟକ୍ତିଗତ
(iii) ଗଣତନ୍ତ୍ର
(iv) ସ୍ଵାଧୀନ
Answer:
(iii) ଗଣତନ୍ତ୍ର

Question ୬ ।
କେଉଁମାନଙ୍କଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?
(i) ଗଣଙ୍କ
(ii) ଜଣଙ୍କ
(iii) ରାଜାଙ୍କ
(iv) ମନ୍ତ୍ରୀଙ୍କ
Answer:
(i) ଗଣଙ୍କ

Question ୭।
କେତେବର୍ଷ ନ ପୂରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁକୁ କହିଛନ୍ତି ?
(i) ୮୦
(ii) ୫୦
(iii) ୬୦
(iv) ୭0
Answer:
(iii) ୬୦

Question ୮ ।
ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?
(i) ଅଗାଧୁ
(ii) ରାଧୁ
(iii) ମଧୁ
(iv) ଫଗୁ
Answer:
(i) ଅଗାଧୁ

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୯ ।
କାହାକୁ ଦେଖ୍ ପୁରୋହିତଙ୍କ ଛାତିରେ ପବନ ଅଟକିଗଲା ?
(i) ରାଧୁ
(ii) ଅଗାଧୁ
(iii) ଶ୍ୟାମ
(iv) ଦାମ
Answer:
(i) ରାଧୁ

Question ୧୦ ।
ଆଲୋଚ୍ୟ ପ୍ରବନ୍ଧ ‘ତିନି ତୁଣ୍ଡରେ’ ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) କଥା ଓ ଲଥା
(ii) କହି ନ ଜାଣେ
(iii) ଶୁଣ ପରୀକ୍ଷ
(iv) ଗାଁର ଡାକ
Answer:
(iii) ଶୁଣ ପରୀକ୍ଷ

Question ୧୧ ।
ଆମ ସମାଜରେ ସମଷ୍ଟିଗତ ପ୍ରଗତି କେଉଁପରି କପୋଳକଳ୍ପିତ ?
(i) ମର୍ତ୍ତ୍ୟ କଇର୍ୟା
(ii) ସ୍ଵର୍ଗ କଇର୍ୟା
(iii) ପାତାଳ କଇର୍ୟା
(iv) ଆକାଶ କଇର୍ୟା
Answer:
(iv) ଆକାଶ କଇର୍ୟା

Question ୧୨ ।
ଆମ ଦେଶରେ କେଉଁପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳିତ ?
(i) ପ୍ରତ୍ୟକ୍ଷ
(ii) ପରୋକ୍ଷ
(iii) ନିରପେକ୍ଷ
(iv) ନ୍ୟାୟପୂର୍ଣ୍ଣ
Answer:
(ii) ପରୋକ୍ଷ

Question ୧୩ ।
କେଉଁ ଦେଶରେ ପ୍ରତିନିଧୂ ଚୟନ କ୍ଷେତ୍ରରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ଅଧ‌ିକ କାମ କରେ ?
(i) ଯେଉଁଠି ଭୋଟର ନିଜର ଅଧ୍ୟାର ଓ କର୍ଭବ୍ୟ ସମ୍ବନ୍ଧରେ ଅଜ୍ଞ
(ii) ଯେଉଁଠି ଭୋଟର ନିଜର ଅଧ୍ୟାର ଓ ପ୍ରତିନିଧ୍ ବାଛିବାରେ ସଚେତନ
(iii) ଯେଉଁଠି ଭୋଟର ପ୍ରତିନିଧ୍ରର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସଚେତନ
(iv) ଯେଉଁଠି ଲୋକେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ
Answer:
(i) ଯେଉଁଠି ଭୋଟର ନିଜର ଅଧ୍ୟାର ଓ କର୍ଭବ୍ୟ ସମ୍ବନ୍ଧରେ ଅଜ୍ଞ

Question ୧୪ ।
ପୁରୋହିତେ ରାସ୍ତାରେ ଭେଟିଥିବା ଲୋକ କିଏ ?
(i) ଅଗାଧୁ
(ii) ରାଧୁ
(iii) ପାଣୁ
(iv) ସମସ୍ତେ
Answer:
(iv) ସମସ୍ତେ

Question ୧୫ ।
ବ୍ରାହ୍ମଣ ଗୋସାଇଁଙ୍କୁ ଛେଳିଟିଏ କିଏ ଦାନ କରିଥିଲେ ?
(i) ଯଜମାନ
(ii) ହରିଜନ
(iii) ମହାଜନ
(iv) ବ୍ୟବସାୟୀ
Answer:
(i) ଯଜମାନ

Question ୧୬ ।
ରାଜନୈତିକ ପଟ୍ଟପରିବର୍ତ୍ତନ କରୁଥିବା ଲୋକପ୍ରତିନିଧୁମାନଙ୍କ କାର୍ଯ୍ୟକଳାପକୁ ପ୍ରାବନ୍ଧିକ କେଉଁ ଆଖ୍ୟା ଦେଇଛନ୍ତି ?
(i) ମାଙ୍କଡ଼ର ପିଠାଖ୍
(ii) ବାଘଛେଳି ଖେଳ
(iii) ବାଉଁଶରାଣୀ ଖେଳ
(iv) ମାଙ୍କଡ଼ କୁମ୍ଭୀର ଖେଳ
Answer:
(iii) ବାଉଁଶରାଣୀ ଖେଳ

Question ୧୭ ।
ଗଣତନ୍ତ୍ର ଶାସନର ସଫଳତା କାହା ଉପରେ ନିର୍ଭର କରେ ?
(i) ଗଣଚେତନା
(ii) ସଚେତନ ଭୋଟରଙ୍କ ଭୋଟରେ ଅଂଶଗ୍ରହଣ
(iii) ଗଣଶିକ୍ଷା
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୧୮ ।
ଅଗ୍ନାଅଗ୍ନି ବନସ୍ତ – ରେଖାଙ୍କିତ ଶବ୍ଦର ଅର୍ଥ କ’ଣ ?
(i) ନିଆଁ
(ii) ଘଞ୍ଚ
(iii) ବୁଦ୍ଧିବୁଦିକିଆ ଜଙ୍ଗଲ
(iv) ନିଆଁରେ ପୋଡ଼ିଯାଇଥିବା ଜଙ୍ଗଲ
Answer:
(ii) ଘଞ୍ଚ

Question ୧୯ ।
ପଠିତ ଗଦ୍ୟାଶରେ ଲେଖକ ମୁଖ୍ୟତଃ କେଉଁ ବିଷୟ ଉପସ୍ଥାପନା କରିଛନ୍ତି ?
(i) ଗଣତାନ୍ତ୍ରିକ ବ୍ୟବସ୍ଥା ହିଁ ଶ୍ରେଷ୍ଠ ବ୍ୟବସ୍ଥା
(ii) ପ୍ରୋପାଗଣ୍ଡା ସତ୍ୟକୁ ମିଥ୍ୟାରେ ପରିଣତ କରେ
(iii) ଗଣତନ୍ତ୍ର ଶାସନର ଦୋଷ ଦୁର୍ବଳତା
(iv) ପ୍ରତ୍ୟକ୍ଷ ଗଣତନ୍ତ୍ରର ଉପାଦେୟତା
Answer:
(ii) ପ୍ରୋପାଗଣ୍ଡା ସତ୍ୟକୁ ମିଥ୍ୟାରେ ପରିଣତ କରେ

Question ୨୦ ।
ଭାରତରେ କ’ଣ ଲଙ୍କାରେ ହରିଶବ୍ଦ ପରି ବୋଲି କୁହାଯାଇଛି ?
(i) ବ୍ୟକ୍ତିଗତ ଅଧ୍ଵର
(ii) ଅର୍ଥନୈତିକ ସମତା
(iii) ସାମାଜିକ ନ୍ୟାୟ
(iv) ଛୁଆଁ ଅଛୁଆଁ ଭେଦଭାବ
Answer:
(iii) ସାମାଜିକ ନ୍ୟାୟ

Question ୨୧ ।
ଭଲମନ୍ଦ ଚିହ୍ନିବାରେ ଯୋଗ୍ୟତା ଯେଉଁଠି ନାହିଁ, ସେଠାରେ ମୁଖ୍ୟତଃ କାହାର ବିଜୟ ହୁଏ ?
(i) ପ୍ରୋପାଗଣ୍ଡାର
(ii) ଆତ୍ମବଡ଼ିମାର
(iii) ବିବେକର
(iv) ସରଳତାର
Answer:
(i) ପ୍ରୋପାଗଣ୍ଡାର

Question ୨୨ ।
‘ପ୍ରୋପାଗଣ୍ଡାର’ ପ୍ରଭାବ ଦର୍ଶାଇବା ପାଇଁ କେଉଁ ଗଳ୍ପର ଅବତାରଣା କରାଯାଇଛି ?
(i) ଲଙ୍କାରେ ହରିଶବ୍ଦ
(ii) ବାପରାଣ ଢିଙ୍କିଗିଳ୍
(iii) ତିନିତୁଣ୍ଡରେ ଛେଳି କୁକୁର
(iv) ମାଙ୍କଡ଼ର ପିଠାଖ୍
Answer:
(iii) ତିନିତୁଣ୍ଡରେ ଛେଳି କୁକୁର

Question ୨୩ ।
ନିମ୍ନୋକ୍ତ କେଉଁ ଶାସନଟି ଶ୍ରେଷ୍ଠ ?
(i) ରାଜତନ୍ତ୍ର
(ii) ଗଣତନ୍ତ୍ର
(iii) ସାମ୍ୟବାଦ
(iv) ଏକଚ୍ଛତ୍ରବାଦ
Answer:
(ii) ଗଣତନ୍ତ୍ର

Question ୨୪ ।
ମେଣ୍ଢାଶାଳ ଭିତରେ ଗଧୂ କେଉଁ ପୋଷାକରେ ରହେ ?
(i) ମେଣ୍ଢା ପୋଷାକ
(ii) ଗଧୂ ପୋଷାକ
(iii) ସାଧା ପୋଷାକ
(iv) ଧଳା ପୋଷାକ
Answer:
(i) ମେଣ୍ଢା ପୋଷାକ

Question ୨୫ ।
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି କିଏ ଥିଲା
(i) ରାଧୁ
(ii) ଅଗାଧୁ
(iii) ପାଣୁ
(iv) ଜଗୁ
Answer:
(i) ରାଧୁ

(କ) ଲେଖକ ପରିଚିତି :

ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜଣେ ସମର୍ଥ ଗଦ୍ୟସ୍ରଷ୍ଟା ଭାବରେ ପ୍ରାବନ୍ଧିକ ଭୁବନେଶ୍ବର ବେହେରାଙ୍କ ଖ୍ୟାତି ସୁବିଦିତ । ସାମ୍ପ୍ରତିକ ମଣିଷର ରୀତିନୀତି, ଆଚାର ବିଚାର, ଜୀବନ ଦର୍ଶନ, ବିଜ୍ଞାନ ଇତ୍ୟାଦିକୁ ନେଇ ତାଙ୍କ ପ୍ରବନ୍ଧ ସାହିତ୍ୟର ପରିସର ବେଶ୍ ବୈଚିତ୍ରମଣ୍ଡିତ । ତାଙ୍କ ସମ୍ପର୍କରେ ଅଭିମତ ପ୍ରଦାନ କରି କୁହାଯାଇଛି – ‘ଆଧୁନିକ ମଣିଷର ରୀତିନୀତି, ମନସ୍ତତ୍ତ୍ବ, ସଭ୍ୟତା, ଶିକ୍ଷା ପ୍ରଭୃତି ବିବିଧ ବିଷୟକୁ ନେଇ ପ୍ରବନ୍ଧ ରଚନାରେ ଭୁବନେଶ୍ବର ବେହେରା ସୁଖ୍ୟାତି ଅର୍ଜନ କରିଛନ୍ତି । ବିଶ୍ଳେଷଣ କରିବାରେ ତାଙ୍କର କୃତିତ୍ବ ଅନସ୍ବୀକାର୍ଯ୍ୟ ଗଳ୍ପଛଳରେ ଓ କଥ୍ୟ ଭାଷାରେ ସେ ଜୀବନର ଦୁର୍ବଳ ସମସ୍ୟାକୁ ତାଙ୍କର ପ୍ରବନ୍ଧଗୁଡ଼ିକରେ ଆଲୋଚନା କରିଛନ୍ତି ।’’

ପ୍ରାବନ୍ଧିକ ଡକ୍ଟର ଭୁବନେଶ୍ବର ବେହେରା ୧୯୧୬ ମସିହାରେ କଳାହାଣ୍ଡି ଜିଲ୍ଲାର ପୂର୍ବତନ ଗଡ଼ଜାତ କାଶିବାହାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ପରବର୍ତ୍ତୀ ସମୟରେ ଭାରତର ଜଣେ ଦକ୍ଷ ଇଞ୍ଜିନିୟର ଭାବେ ପରିଚିତ ହେବାପରେ ବୁର୍ଲା ଇଞ୍ଜିନିୟରିଂ କଲେଜର ପ୍ରଫେସର ଓ ଅଧ୍ଯକ୍ଷରୂପେ ସେ ଅବସ୍ଥାପିତ ହେଲେ । ଅଧ୍ୟାପନା ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତ ଥ‌ିବାରୁ ଇଞ୍ଜିନିୟରଭାବେ ବାହାର ପଇସା ରୋଜଗାର ପ୍ରତି ସେ ବୀତସ୍ପୃହ ଥିଲେ । ତେଣୁ ତାଙ୍କ ଲବ୍ଧଜ୍ଞାନକୁ ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଉପଯୋଗ କରିବାକୁ ସେ ଶ୍ରେୟସ୍କର ମଣିଥିଲେ ।

ସେତିକିରେ ଶ୍ରୀଯୁକ୍ତ ବେହେରା ସନ୍ତୁଷ୍ଟ ନ ଥିଲେ । ସାହିତ୍ୟ ପ୍ରତି ତାଙ୍କର ଗଭୀର ଆକର୍ଷଣ ଥିଲା । ତାଙ୍କରି ଉଦ୍ୟମ ଓ ପୃଷ୍ଠପୋଷକତାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ଥିବା ସମୟରେ ବିଶ୍ୱବିଦ୍ୟାଳୟ ତରଫରୁ ‘ସପ୍ତର୍ଷି’ ପତ୍ରିକା ପ୍ରକାଶିତ ହେଲା । ଏହାର ମାନ ଉଚ୍ଚତର ଥିଲା । ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରଫେସର ଓ ଅନ୍ୟମାନେ ସାହିତ୍ୟକୁ କିଛି ଦାନ ଦେବାର ସୁଯୋଗ ଏହିଠାରେ ପାଇଲେ । ଅନେକ ନବୀନ ଓ ତରୁଣ ଲେଖକ ମଧ୍ୟ ‘ସପ୍ତର୍ଷି’ଦ୍ବାରା ସୃଷ୍ଟି ହେଲେ ।

ଶ୍ରୀଯୁକ୍ତ ବେହେରା ରମ୍ୟରଚନା ସୃଷ୍ଟି କରିବାରେ ଦକ୍ଷତା ହାସଲ କରିଥିଲେ । ଇଞ୍ଜିନିୟର ଭାବେ ବାହ୍ୟ ଜଗତକୁ ଦେଖୁଥିଲେ ବି ସାହିତ୍ୟିକଭାବେ ମଣିଷ ମନର ଅତଳ ଗହ୍ବରକୁ ସେ ସ୍ପର୍ଶ କରିଥିଲେ । ତାଙ୍କର ପ୍ରତ୍ୟେକ ରଚନାରେ ବିପଥଗାମୀ ମନୁଷ୍ୟ ପାଇଁ ଚେତାବନୀ ରହିଛି । ସେ ଲେଖିଛନ୍ତି – ‘ପାଶ୍ଚାତ୍ୟ ଯୁବଜଗତ ସାଙ୍ଗରେ ତାଳମିଳାଇ ଭାରତୀୟ ଯୁବସମାଜ ଆଜି ପୁରୁଣା ରୀତିନୀତି, ରଙ୍ଗଢଙ୍ଗ, ଚାଲିଚଳନ ବିରୁଦ୍ଧରେ ଆହ୍ଵାନ ଦେଇଛି । ବିପ୍ଳବ କଦାପି ପୁରାତନ ହୋଇପାରେନା । ସୂର୍ଯ୍ୟ କେତେବେଳେ ବୁଢ଼ା ହୁଏନି କି ମା’ ପୃଥ‌ିବୀ କେବେ ବୁଢ଼ୀ ହୁଏନି । ଭାରତୀୟ ଜୀବନଦର୍ଶନ ସତ୍ୟ ଉପରେ ପ୍ରତିଷ୍ଠିତ । ତେଣୁ ସେହି ଜୀବନ ଦର୍ଶନ ପୁରୁଣା ହେବ କିପରି ? ଏକଥା କିନ୍ତୁ ସତ ଯେ ଯୁଗ ଯୁଗର ଅନ୍ଧବିଶ୍ଵାସ ଓ କୁସଂସ୍କାର ଭିତରେ ଏ ଜୀବନ ଦର୍ଶନ ହଜିଯିବା ଉପରେ ବସିଲାଣି । ଅଳିଆଗଦା ଭିତରେ ହଜିଲା ରତ୍ନମୁଦିଟିଏ ପରି । କର୍ତ୍ତବ୍ୟବୋଧରେ ଅଳିଆ ସଫା କରୁ କରୁ ଆମ ଯୁବସମାଜ ଯେପରି ସେହି ଆବର୍ଜନା ସାଙ୍ଗରେ ରତ୍ନମୁଦିକୁ ମଧ୍ଯ ଫିଙ୍ଗି ନ ଦିଅନ୍ତି ।’’

ପ୍ରଫେସର ବେହେରା ଏକାଧାରରେ ଜଣେ ଶିକ୍ଷାବିତ୍, ରମ୍ୟରଚନାକାର, ଗାଳ୍ପିକ ଓ ଭ୍ରମଣକାହାଣୀ ସ୍ରଷ୍ଟା । ତାଙ୍କର ଏକମାତ୍ର ସାର୍ଥକ ଭ୍ରମଣ କାହାଣୀ ହେଉଛି – ‘ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି’ । ଧାରାବାହିକ ଭାବରେ ସେ ଏହାକୁ ମାନସ ସାହିତ୍ୟ ପତିକ୍ରାରେ ପ୍ରକାଶିତ କରୁଥିଲେ । ତାଙ୍କର ଅନ୍ୟ ଦୁଇଟି ପୁସ୍ତକ ହେଉଛି ‘ଶୁଣ ପରୀକ୍ଷ’ ଏବଂ ‘କଥା ଓ ଲଥା’ । ‘ଶୁଣ ପରୀକ୍ଷ’ ରମ୍ୟରଚନାପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି ।

ତାଙ୍କ ଗଳ୍ପରେ କଳ୍ପନାପ୍ରବଣତା ଅପେକ୍ଷା ବାସ୍ତବ ଚିତ୍ର ଅଧ‌ିକ ଥ‌ିବାରୁ ସୁଖପାଠ୍ୟ ହୋଇପାରିଛି । ପଶ୍ଚିମ ଆଫ୍ରିକାସ୍ଥିତ ଲାଇବେରିଆ ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସେହି ମହାଦେଶ ସମ୍ପର୍କରେ ଜନ୍ମିଥିବା ଧାରଣାକୁ ସାହିତ୍ୟିକ ଛଟାରେ ଶିକ୍ଷାବିତ୍‌ର ଦୂରଦୃଷ୍ଟି ନେଇ ମନୋଜ୍ଞ ରୂପେ ସେ ପରିବେଷଣ କରିଛନ୍ତି । ଇଞ୍ଜିନିୟର ଭାବରେ ହୀରାକୁଦ ବନ୍ଧ ଯୋଜନାରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ ରହିଛି । ସେ କେନ୍ଦ୍ର ପବ୍ଲିକ୍ ସର୍ଭିସ କମିଶନରେ ସମ୍ମାନିତ ସଭ୍ୟଭାବେ ନିଯୁକ୍ତ ହୋଇଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏକ ସମ୍ମାନିତ ସ୍ଥାନ ନିଶ୍ଚିତ ଭାବରେ ରହିଛି ।

(ଖ) ପ୍ରବନ୍ଧ ସମ୍ପର୍କରେ :

ସବୁଲୋକଙ୍କର ଧାରଣା ଯେ ଗଣତନ୍ତ୍ର ଶାସନ ସବୁ ଶାସନ ମଧ୍ୟରେ ସର୍ବୋତ୍କୃଷ୍ଟ । କାରଣ ଗଣତନ୍ତ୍ର ଶାସନ ହେଉଛି,
ହୋଇଥାଏ । ଗଣତନ୍ତ୍ରର ଅର୍ଥ ନୁହେଁ ଗଣ ବା ଲୋକମାନେ ସିଧାସିଧ୍ ଶାସକ ଭାବରେ ପରିଚିତ ହେବା । ଏପରି ଶାସନ ବ୍ୟବସ୍ଥା ଅସମ୍ଭବ । ତେଣୁ ଏହି ଶାସନ ବ୍ୟବସ୍ଥାରେ ଜନ ବା ଗଣ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ ନ କରି ପରୋକ୍ଷ ଭାବରେ ଭାଗ ନେଇଥା’ନ୍ତି । ଗଣଙ୍କଦ୍ଵାରା ନିର୍ବାଚିତ ହୋଇଥିବା ପ୍ରତିନିଧୁମାନେ ଶାସନ କ୍ଷମତା ବା ଶାସନଭାର ଗ୍ରହଣ କରିଥା’ନ୍ତି। ଓ କାର୍ଯ୍ୟଦକ୍ଷତାକୁ ନେଇ ବିଚାର କରିବା ଜନତାର ଦାୟିତ୍ଵ । ଯେଉଁ ରାଜ୍ୟର ଲୋକ ବା ଗଣମାନେ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅଜ୍ଞ, ସେମାନେ କେବଳ ପ୍ରଚାରକୁ ଆଧାରକରି ପ୍ରତିନିଧ୍ବ ବାଛନ୍ତି, ଫଳରେ ସେମାନେ ଅଯୋଗ୍ୟ ବ୍ୟକ୍ତି ବାଛିବାର ସମ୍ଭାବନା ରହିଥାଏ । ଭଲମନ୍ଦ ବିଚାର କରିବାର ଶକ୍ତି ଯେଉଁଠାରେ ନାହିଁ, ସେଠାରେ ପ୍ରୋପାଗଣ୍ଡାର ହିଁ ଜୟ ହୋଇଥାଏ ।

(ଗ) ସାରକଥା :

ଅନେକ ଗଣତନ୍ତ୍ର ସପକ୍ଷରେ ମତାମତ ଦେଇ କହନ୍ତି, ‘ଯେତେ ଶାସନ ବ୍ୟବସ୍ଥା ରହିଛି, ସବୁଠାରୁ ଗଣତନ୍ତ୍ର ଶାସନ ହେଉଛି ଉତ୍କୃଷ୍ଟ । ଗଣତନ୍ତ୍ର ହେଉଛି, ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’ ଓ ‘ଗଣଙ୍କର ଶାସନ’ । ଏହାକୁ ଗଣଙ୍କର ଶାସନ କହିବାର ବିଶେଷ କିଛି ଅର୍ଥ ଥିଲା ପରି ମନେହୁଏ ନାହିଁ ।’’ ପୂର୍ବରୁ ରାଜାରାଜୁଡ଼ା ଶାସକମାନେ ନିଜକୁ ଭୋଗବିଳାସରେ ବୁଡ଼ାଇ ରଖିଲେ ମଧ୍ୟ, ନିଜର ଡିଣ୍ଡିମ ପିଟି କହୁଥିଲେ ସେମାନେ ଯେଉଁ ଶାସନ ବ୍ୟବସ୍ଥା କରୁଛନ୍ତି, ସବୁଗୁଡ଼ିକ ଗଣଙ୍କ ହିତପାଇଁ । ପ୍ରାବନ୍ଧିକ ଏହି ପର୍ଯ୍ୟାୟରେ ନିଶଉପୁଡ଼ା ରାଜା ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ୟାହିୟା ଖାଁଙ୍କ ସ୍ବେଚ୍ଛାଚାରୀ ମନୋବୃତ୍ତି କଥା ସୂଚନା ଦେଇଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଗଣତନ୍ତ୍ରରେ ଗଣଙ୍କଦ୍ବାରା ଶାସନ ବ୍ୟବସ୍ଥା ହୋଇଥାଏ । ଏଥିରେ ଲୋକମାନେ ନିଜକୁ ନିଜେ ଶାସନ କରନ୍ତି । ପୁନଶ୍ଚ ଏଥରେ ଶାସକ ଓ ଶାସିତ ଏକ ମନେ ହୋଇଥା’ନ୍ତି । ଏହି ବ୍ୟବସ୍ଥାରେ କେହି ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତ ହୋଇ ନ ଥା’ନ୍ତି । ତେଣୁ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ଵାଭାବିକ ପରିଣତ ବୋଲି ଯୁକ୍ତି କରାଯାଏ ।

ଆମ ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଯେଉଁଭଳି କାର୍ଯ୍ୟକରୁଛି, ସେଗୁଡ଼ିକର ବାସ୍ତବରେ ମୂଲ୍ୟବୋଧ ରହୁନାହିଁ । ସବୁଗୁଡ଼ିକ ହେଉଛି ତାତ୍ତ୍ଵିକ ଓ ପୋଥଗତ । ଯେପରି ଛୁଆଁ ଅଛୁଆଁର ପୀଠସ୍ଥଳୀ ଭାରତରେ ସାମାଜିକ ନ୍ୟାୟର କୌଣସି ମୂଲ୍ୟ ନାହିଁ, ସେହିପରି ପୁଞ୍ଜିପତି ଓ ଦରିଦ୍ରଙ୍କ ମଧ୍ୟରେ ଅର୍ଥନୈତିକ ସମତାର ଆଶା କଳ୍ପନାର ବିଳାସ ମାତ୍ର । ସେହିପରି ଶିକ୍ଷାବିହୀନ ମଣିଷ ନିଜର ବ୍ୟକ୍ତିଗତ ଅଧିକାରକୁ ସାବ୍ୟସ୍ତ କରିବା ଅସମ୍ଭବ ବ୍ୟାପାର ।

‘ଗଣଙ୍କଦ୍ବାରା’ ଅର୍ଥ ନୁହେଁ ଜନତା ବ୍ୟକ୍ତିଗତ ଭାବରେ ଶାସକ ହୋଇ ନିଜକୁ ନିଜେ ଶାସନ କରିବ । ଏପରି କରିବା ଅସମ୍ଭବ । ତେଣୁ ଗଣତନ୍ତ୍ରରେ ଜନତାଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷଭାବରେ ହେବାହିଁ ସ୍ୱାଭାବିକ । ଅନ୍ୟ ଭାବରେ ପ୍ରକାଶ କଲେ ଜନତାମାନେ ନିଜର ପ୍ରତିନିଧ‌ିକୁ ବାଛି, ସେହି ପ୍ରତିନିଧିଦ୍ୱାରା ଶାସିତ ହୋଇଥା’ନ୍ତି । ଏଥିରୁ ସ୍ପଷ୍ଟ ହୁଏ ଯେ, ‘ଲୋକପ୍ରତିନିଧ୍ ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ ।’

ଯେଉଁ ଦେଶର ଲୋକମାନେ ସୁଶିକ୍ଷିତ ଏବଂ ନିଜର ଅଧିକାର ସମ୍ବନ୍ଧରେ ସଚେତନ, ସେମାନେ ଉପଯୁକ୍ତ ପ୍ରତିନିଧ୍ ବାଛିଦେଇ ପାରିବେ । ମାତ୍ର ଯେଉଁ ଦେଶରେ ଜନତା ନିଜର ଅଧିକାର ସମ୍ବନ୍ଧରେ ଅଜ୍ଞ ଏବଂ କର୍ତ୍ତବ୍ୟଜ୍ଞାନରହିତ ସେଭଳି ଦେଶରେ ଲୋକ କେବଳ ପ୍ରୋପାଗଣ୍ଡାରେ ପ୍ରଭାବିତ ହୋଇ ନିଜର ପ୍ରତିନିଧି ବାଛିଥା’ନ୍ତି । ଲୋକମାନଙ୍କର ଅଜ୍ଞତାର ସୁଯୋଗ ନେଇ, ଅନେକ ବ୍ୟକ୍ତି ନିଜର ଡିଣ୍ଡିମ ନିଜେ ପିଟି, ସଭାସମିତି କରି, ଛାତି ପିଟି, ବାହାସ୍ଫୋଟ ମାରି, ପ୍ରତିଦ୍ବନ୍ଦୀମାନଙ୍କର କୁତ୍ସାରଟନା କରି, ଲୋକଙ୍କୁ ଭୟ ଦେଖାଇ, ପ୍ରଚାର ବଳରେ କଳାକୁ ଧଳା ଓ ଧଳାକୁ କଳା କରି ପ୍ରତିନିଧ୍ ହେବାର ସୁଯୋଗ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ଅପକାରିତା ସମ୍ପର୍କରେ ପ୍ରାବନ୍ଧିକ ସୂଚନା ଦେଇ କହିଛନ୍ତି, ଯେଉଁ ଦେଶରେ ଲୋକମାନେ ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଲାଭ କରିନାହାଁନ୍ତି, ସେହି ଦେଶରେ ପ୍ରୋପାଗଣ୍ଡା ହିଁ ଲୋକଙ୍କୁ ପ୍ରଭାବିତ କରେ । ପ୍ରୋପାଗଣ୍ଡାର ହିଁ ଜୟ ହୁଏ । ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ‘ତିନିତୁଣ୍ଡରେ ଛେଳି କୁକୁର’ କାହାଣୀକୁ ଚମତ୍କାର ଭାବରେ ପ୍ରକାଶ କରିଛନ୍ତି ।

ଥରେ ଜଣେ ବ୍ରାହ୍ମଣ ଗୋସେଇଁ, ଯଜମାନ ଘରୁ ଛେଳିଛୁଆଟି ଆଣିଥିଲେ । ଛେଳିଛୁଆଟି ବାଟରେ ନ ଚାଲିବାରୁ ଗୋସେଇଁ ତା’କୁ କାନ୍ଧରେ ବସାଇ ଯାଉଥିଲେ । ବାଟରେ ଯିବା ସମୟରେ ଜଣେ ଭୟଙ୍କର ଦେଖାଯାଉଥ‌ିବା ମଣିଷ, ଯାହା ଦେହରେ ଅମାପ ବଳର ସୂଚନା ମିଳୁଥୁଲା, ସେହି ଲୋକଟି ହାତରେ ଲାଠିଧରି ଗୋସେଇଁଙ୍କ ପାଖରେ ପହଞ୍ଚିଗଲା । ଗୋସେଇଁ ତା’କୁ ଦେଖି ଛାନିଆ ହୋଇଗଲେ ବି ପରେ ‘ପାଣୁ’ ବୋଲି ଚିହ୍ନି ପାରିଥିଲେ ।

‘ପାଣୁ’ ପଣ୍ଡିତଙ୍କୁ ଭୁଲାଇବାକୁ ଚେଷ୍ଟାକଲା । ଛେଳିଛୁଆଟିକୁ କୁକୁର ବୋଲି କହିଲା । ମାତ୍ର ପାଣୁ କଥାରେ ପଣ୍ଡିତ ଭୁଲିଲେ ନାହିଁ । ଦୃଢ଼ ଭାବରେ ପାଣୁକୁ ଜବାବ ଦେଇଥିଲେ । ମାତ୍ର ପାଣୁ ଯିବା ପୂର୍ବରୁ ପଣ୍ଡିତଙ୍କୁ ଆକ୍ଷେପମୂଳକ କଥା କହି ଚାଲି ଯାଇଥିଲା ।

କିଛିବାଟ ଗଲାପରେ ପଣ୍ଡିତଙ୍କ ରାସ୍ତାରେ ପଡ଼ିଲା ବୁଦ୍ଧିବୁଦିକିଆ ଜଙ୍ଗଲ । ବ୍ରାହ୍ମଣ ଗୋସାଇଁ ସେହି ନିରୋଳା ରାସ୍ତାରେ ଯାଉଥିବା ସମୟରେ, ପାଣୁ କଥା ମନେ ମନେ ଭାବୁଥିଲେ । ହଠାତ୍ ପାଣୁ ପରି ଆଉଜଣେ ମଣିଷ ପଣ୍ଡିତଙ୍କ ପାଖରେ ପହଞ୍ଚିଲା । ପଣ୍ଡିତ ଲୋକଟିକୁ ଦେଖ୍ ଚମକି ପଡ଼ିଲେ ବି, ଆଗନ୍ତୁକଟି ନମସ୍କାର କରିବାରୁ, ସେ ତାହାକୁ ଚିହ୍ନି ନେଇଥିଲେ । ଆଗନ୍ତୁକଟି ପଣ୍ଡିତଙ୍କୁ ମଧ୍ୟ ପ୍ରଭାବିତ କରିବାକୁ ଚେଷ୍ଟାକଲା । କହିଲା – ‘ନନା-କୁକୁରଟାକୁ କ’ଣ କାନ୍ଧରେ ବୋହିଛନ୍ତି ? କଳିଯୁଗ ବୋଲି କ’ଣ ସବୁ ଆଚାର ବିଚାର ଗଲା ।’’ ପୁରୋହିତ ଏଥର ଅଡ଼ୁଆରେ ପଡ଼ିଲେ । ପ୍ରଥମେ ପାଣୁ ଯାହା କହିଥିଲା, ଦ୍ବିତୀୟ ବ୍ୟକ୍ତି ରାଧୁ ମଧ୍ୟ ତାହା କହିଲା । ପଣ୍ଡିତେ କାନ୍ଧରେ ଛେଳିଛୁଆଟିକୁ ବସାଇଥିଲେ ବି ତାଙ୍କ ମନରେ ସନ୍ଦେହ ହେଲା । ପ୍ରାବନ୍ଧିକ ଏହାକୁ ଚମତ୍କାର ଭାବରେ ଲେଖିଛନ୍ତି – ‘ଛେଳିକୁ କାନ୍ଧରୁ ତଳକୁ ଓହ୍ଲାଇ ଖୁର ଟିକିଏ ପରଖିନେଲେ । ନିଜ ଆଖି ଦି’ଟାକୁ ଭଲକରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ । ବୋହି ଆଣିଲାବେଳେ କେଉଁଠି ମେଁ ମେଁ କରିଥିଲା ନା ନାହିଁ ମନେ ପକାଇବାକୁ ଚେଷ୍ଟାକଲେ, ଆଉ କହିଲେ – ‘କିରେ ରାଧୁ – ଛେଳିଟାକୁ ଚିହ୍ନି ପାରୁନୁ କିରେ ?’’ ରାଧୁ ବାଟକାଟି ଯିବାବେଳେ ଗୋସେଇଁଙ୍କୁ ଆକ୍ଷେପ କଲାଭଳି କଥା ପଦିଏ କହିଦେଇ ଚାଲିଗଲା ।

ପୁରୋହିତ ମହାଶୟ ଏଥର ବଡ଼ ଚିନ୍ତାରେ ପଡ଼ିଥିଲେ । ପାଣୁ ଯାହା କହିଥିଲା, ସେହିକଥା ରାଧୁ କହିବାରୁ ଗୋସେଇଁଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା । ସେ ଚିନ୍ତାକଲେ, ‘ଯଜମାନ ସତରେ ଗୋଟିଏ କୁକୁର ଦେଇ ତାଙ୍କୁ ଠକି ଦେଇନି ତ !’

ପୁରୋହିତ ସେମିତି ଭାବି ଭାବି ଚାଲିଛନ୍ତି । ଏହାଭିତରେ ବଣବୁଦା ରାସ୍ତାଯାଇ, ଖୋଲାରାସ୍ତା ପଡ଼ିଲାଣି । ଗାଁ ବି ଦୂରରୁ ଦେଖାଯାଉଥାଏ । ରାସ୍ତାରେ ଯାଉ ଯାଉ ତାଙ୍କ ଆଗରେ ହଠାତ୍ ଜଣେ ବିରାଟକାୟ ପୁରୁଷ, ଚାରିହାତିଆ ଠେଙ୍ଗାଧରି ଆବିର୍ଭାବ ହେଲା । ପୁରୋହିତ ତାହାକୁ ଚିହ୍ନିପାରିଲେ । ସେ ଥିଲା ପାଖ ଗାଁର ଅଗାଧୁ । ଅଗାଧୁ ପୁରୋହିତଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ କଲା । ପ୍ରଣାମ କରିବାସହ ଅତି ଚତୁରତାର ସହିତ ଚମକି ପଡ଼ିଲାପରି, ଛେଳିଟିକୁ ଜାତିଆ କୁକୁର ବୋଲି କହିଲା । ତିନିଜଣଙ୍କ କଥା ଶୁଣିବାପରେ ପୁରୋହିତ ଛେଳିଟିକୁ ରାସ୍ତା ଉପରେ କଚାଡ଼ି ଦେଇ, ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି ହଟହଟା ହେଲି ବୋଲି ବିଚାରିଲେ । ପୁନଶ୍ଚ ମନେମନେ ସେ ଯଜମାନଙ୍କୁ ଅଭିଶାପ ଦେଇ ଗାଁ ଆଡ଼କୁ ଚାଲିଲେ ।

ବ୍ରାହ୍ମଣ ଛାଡ଼ିଯାଇଥବା ଛେଳିଟିକୁ ଅଗାଧୁ ଛାତି ପାଖରେ ଜାବୁଡ଼ି ଧରି ଅନ୍ୟ ଦି’ସାଙ୍ଗ ପାଣୁ ଆଉ ରାଧୁ ପାଖକୁ ବିଚାରିଲେ। ।

ଆଜି ଆମ ଦେଶରେ ଅନେକ ପାଣୁ, ରାଧୁ ଓ ଅଗାଧୁ ବାହାରିଛନ୍ତି । ସେମାନେ ନିଜର ସୁବିଧା ଅନୁଯାୟୀ ଛେଳିକୁ କୁକୁର ଏବଂ କୁକୁରକୁ ଛେଳି କରିବାର ଯୋଜନା କରୁଛନ୍ତି । ତାଙ୍କର ତିନି ତୁଣ୍ଡ ସାଙ୍ଗକୁ ସେମାନେ ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମା ହଲ୍‌ର ପର୍ଦା, ରେଡ଼ିଓ, ଟେଲିଭିଜନ୍, ପାଲା, ଦାଶକାଠିଆ, ସଭାସମିତି, ଶୋଭାଯାତ୍ରାକୁ ଅନେକ ନୂତନ ଓ ଆଧୁନିକ ଢଙ୍ଗରେ ପ୍ରଚାରର ଅସ୍ତ୍ର କରିଛନ୍ତି । ଏଥ‌ିପାଇଁ ସେମାନଙ୍କ ପାଖରେ ରହିଛି ବହୁତ ଅର୍ଥ ।

ପ୍ରାବନ୍ଧିକ ଏ କ୍ଷେତ୍ରରେ କ୍ଷୋଭର ସହିତ କହିଛନ୍ତି, ‘ଯେଉଁଠି ଶିକ୍ଷିତ ଭୋଟଦାତା ଉଦାସୀନ, ସେଇଠି ଅନେକ କ୍ଷେତ୍ରରେ ଏମାନଙ୍କର ହିଁ ଜୟ ହେଉଛି ।’

କେବଳ ପ୍ରଚାର ଶକ୍ତିବଳରେ ଯେଉଁ ଗୁଣହୀନ, ନୀତିହୀନ ଲୋକମାନେ, ଜନତାର ପ୍ରତିନିଧୂ ସାଜୁଛନ୍ତି, ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲାବେଳେ, ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ଭଳି ସବୁକିଛି ନିଜ ପକେଟରେ ପୂରାଇ ଦେଉଛନ୍ତି । ତରାଜୁର ଦୁଇ ପାଖ ଖାଲି ହେଲାପରେ ବିରାଡ଼ି ଦୁଇଟି, ମାଙ୍କଡ଼କୁ ଚାହିଁ ରହିଲାପରି, ଜନତା ଜନାର୍ଦ୍ଦନ ଏହି ପ୍ରତିନିଧୂମାନଙ୍କୁ କେବଳ ପ୍ରଶ୍ମିଳ ଆଖିରେ ଚାହିଁଅଛନ୍ତି । ପୁନଶ୍ଚ ଯେଉଁ ପ୍ରତିନିଧୂମାନଙ୍କୁ ତରାଜୁ ଧରିବାର ସୁଯୋଗ ମିଳୁନାହିଁ, ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ଼ଚିତ୍ ମାରି ରାଜନୈତିକ ଦଳ ପରିବର୍ତ୍ତନ କରୁଛନ୍ତି । ଏହାକୁ ବୁଝାଇବାକୁ ଯାଇ ପ୍ରାବନ୍ଧିକ ଲେଖିଛନ୍ତି, ‘କେଉଁ ନେତା ଲାଠିଟିଏ ଧରି, ଆଉ କିଏ ବା ରଙ୍ଗ ବେରଙ୍ଗର ଛତାଟିଏ ଧରି ଗୋଟିଏ ଗୋଡ଼ରେ ଭଅଁର ଖେଳି ଦିଗ ପରିବର୍ତ୍ତନ କରି ନେଉଛନ୍ତି ।’

ଯଥା ସମୟରେ ରାଜନୀତିର ଖେଳ ଭାଙ୍ଗିଯାଉଛି, ପୁଣି ନୂତନ ଅଭିନୟ ଆରମ୍ଭ ହେଉଛି ନୂତନ ଢଙ୍ଗରେ । ସେଇ ଜନତାଙ୍କୁ ନେଇ ସେଇ ପ୍ରତିନିଧିମାନେ ଏକାପ୍ରକାର ଖେଳ ଖେଳୁଛନ୍ତି । କେବଳ ସମୟର ଯାହା ବ୍ୟବଧାନ ରହିଛି ।

ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ ଗଣତନ୍ତ୍ରକୁ ଦାୟୀ କରିନାହାଁନ୍ତି । ଏକ ଲୋକକାହାଣୀର ଉକ୍ତି ମଧ୍ୟରେ ଆମେ ନିଜେ କିପରି ଦାୟୀ ତାହାକୁ ବୁଝାଇଛନ୍ତି । ‘ଗଧ୍ଵ ଯଦି ମେଣ୍ଢାର ପୋଷାକରେ ମେଣ୍ଢାଙ୍କ ଗହଣରେ, ମେଣ୍ଢାଶାଳ ଭିତରେ ପଶି ଗୋଟିଏ ପରେ ଗୋଟିଏ ମେଣ୍ଢା ଖାଇବାକୁ ଆରମ୍ଭ କରିଦିଏ, ସେଥ‌ିପାଇଁ ଦୋଷୀ ହେବ କିପରି ?’’

ଗଣତନ୍ତ୍ର ଶାସନ ଶ୍ରେଷ୍ଠଶାସନ ହେଲେବି, ଏବେ ସୁଦ୍ଧା ଆମେ ସେହି ଶାସନପାଇଁ ଉପଯୁକ୍ତ ହୋଇନାହୁଁ । ଆଜି ଆମେ ଯେଉଁ ଅବସ୍ଥାରେ ପହଞ୍ଚୁଛୁ, ସେଥୂପାଇଁ ଆମେ ନିଜେ ହିଁ ଦାୟୀ । ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ 1

BSE Odisha 9th Class Odia Grammar କାରକ ଓ ବିଭକ୍ତି

Odisha State Board BSE Odisha 9th Class Odia Solutions କାରକ ଓ ବିଭକ୍ତି Textbook Exercise Questions and Answers.

BSE Odisha Class 9 Odia Grammar କାରକ ଓ ବିଭକ୍ତି

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question 1.
କାରକ କାହାକୁ କୁହାଯାଏ ?
Answer:
ବାକ୍ୟ ମଧ୍ଯରେ କ୍ରିୟାପଦ ସହିତ ଅନ୍ୟ ପଦଗୁଡ଼ିକର ଯେଉଁ ସମ୍ବନ୍ଧ ରହିଥାଏ ତାହାକୁ କାରକ କୁହାଯାଏ ।

Question 2.
କର୍ତ୍ତାକାରକ କାହାକୁ କୁହାଯାଏ ?
Answer:
‘‘ବାକ୍ୟରେ ଯେ କ୍ରିୟା ସଂପାଦନ କରେ, କରାଏ ଅଥବା ଯାହା ବିଷୟରେ କ୍ରିୟା କୁହାଯାଇଥାଏ ତାହା କର୍ତ୍ତାକାରକ ।’’

Question 3.
ପ୍ରୟୋଜକ କର୍ତ୍ତା କାହାକୁ କୁହାଯାଏ ?
Answer:
ଯେଉଁ କର୍ତ୍ତା ଅନ୍ୟଦ୍ୱାରା କ୍ରିୟା ସଂପାଦନ କରେ ତାହାକୁ ‘ପ୍ରଯୋଜକ କର୍ତ୍ତା’ କୁହାଯାଏ ।

Question 4.
ପ୍ରଯୋଜ୍ୟ କର୍ତ୍ତା କୁହାଯାଏ ?
Answer:
କର୍ତ୍ତା ଯାହାଦ୍ୱାରା କ୍ରିୟ ସମ୍ପାଦନ କରାଏ ତାହାକୁ ‘ପ୍ରଯୋଜ୍ୟ କର୍ତ୍ତା’ କହନ୍ତି ।

Question 5.
କର୍ମକାରକ କାହାକୁ କୁହାଯାଏ ?
Answer:
କର୍ତ୍ତାର କ୍ରିୟା ସାଧନରେ ଯାହା ଅଭିଳଷିତ ବା ଅବଲମ୍ବିତ ତାହା କର୍ମକାରକ । ଯଥା – ଶିକ୍ଷକ ଛାତ୍ରକୁ ଡାକିଲେ ।

BSE Odisha 9th Class Odia Grammar କାରକ ଓ ବିଭକ୍ତି

Question 6.
ମୁଖ୍ୟ କର୍ମ କାହାକୁ କୁହାଯାଏ ?
Answer:
କ୍ରିୟା ସହିତ ଯେଉଁ କର୍ମ ପଦ ସିଧାସଳଖ ଜଡ଼ିତ ତାହା ମୁଖ୍ୟ କର୍ମ ।

Question 7.
ଗୌଣ କର୍ମ କାହାକୁ କୁହାଯାଏ ?
Answer:
ମୁଖ୍ୟ କର୍ମକୁ ଯେଉଁ କର୍ମ ଅନୁସରଣ କରିଥାଏ ତାହା ଗୌଣ କର୍ମ କୁହାଯାଏ ।

Question 8.
କରଣ କାରକ କାହାକୁ କୁହାଯାଏ ?
Answer:
‘ଯାହା ସାହାଯ୍ୟରେ କ୍ରିୟା ସାଧୂ ହୁଏ ବା କ୍ରିୟା ସାଧନରେ ଯିଏ ପ୍ରକୃଷ୍ଟ କାର୍ଯ୍ୟକାରୀ ତାହା କରଣ କାରକ ।’ ଯଥା –
ସେ କଲମରେ ଲେଖୁଛି ।

Question 9.
ସଂପ୍ରଦାନ କାରକ କାହାକୁ କୁହାଯାଏ ?
Answer:
ଯାହାକୁ କୌଣସି ବସ୍ତୁ ସମ୍ୟକ୍ ବା ସଂପୂର୍ଣ୍ଣ ଭାବେ ଦାନ କରାଯାଏ, ତାହାର ସଂପ୍ରଦାନ କାରକ ହୁଏ । ଯଥା –
କପିଳେନ୍ଦ୍ରଦେବ ଶ୍ରୀମନ୍ଦିରକୁ ଶହେ ମହଣ ସୁନା ଦାନ କରିଥିଲେ ।

Question 10.
ଅପାଦାନ କାରକ କାହାକୁ କୁହାଯାଏ ?
Answer:
କ୍ରିୟାଦ୍ଵାରା ଗୋଟିଏ ବସ୍ତୁ ଅନ୍ୟବସ୍ତୁଠାରୁ ବିଚ୍ଛିନ୍ନ ହେଲେ ତାହାଠାରେ ‘ଅପାଦାନ କାରକ’ ହୋଇଥାଏ । ଯଥା –
କାଲି ମନ୍ଦିରରୁ ପଥର ଖସିଲା ।

Question 11.
ଅଧ୍ଵରଣ କାରକ କାହାକୁ କୁହାଯାଏ ?
Answer:
କ୍ରିୟା ଯେଉଁ ସ୍ଥାନରେ ଅଥବା ଯେଉଁ ସମୟରେ ସାଧୂ ହୁଏ, ସେହି ସ୍ଥାନ ଓ ସମୟସୂଚକ ପଦର ଅଧିକରଣ କାରକ ହୁଏ । ଯଥା –
ପୂର୍ଣ୍ଣମୀରେ ପ୍ରବଳ ଜୁଆର ଉଠେ ।

BSE Odisha 9th Class Odia Grammar କାରକ ଓ ବିଭକ୍ତି

Question 12.
ସ୍ଥାନାଧ୍ଵରଣ କାରକ କାହାକୁ କୁହାଯାଏ ?
Answer:
ବାକ୍ୟରେ ଯେଉଁ ପଦଦ୍ୱାରା ସ୍ଥାନ ସୂଚିତ ହୁଏ, ତାହା ସ୍ଥାନାଧ୍ଵରଣ ପଦ । ଯଥା –
ସେ ହେଟେଲରେ ଖାଇଲା ।

B ଗୋଟିଏ ପଦରେ ଉତ୍ତର ଲେଖ ।
Question 1.
କାରକ କେତେ ପ୍ରକାରର ?
Answer:
୬ ପ୍ରକାର

Question 2.
କର୍ତ୍ତା କାରକରେ କେଉଁ ବିଭକ୍ତି ହୁଏ ?
Answer:
ପ୍ରଥମ ବିଭକ୍ତି

Question 3.
ସାଧାରଣତଃ କ୍ରିୟାପଦ ପୂର୍ବରୁ କିଏ ବା କ’ଣ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯାହା ଆସେ ତାହା କେଉଁ କାରକ ?
Answer:
କର୍ତ୍ତା କାରକ

Question 4.
ବିବେକାନନ୍ଦ ଆମେରିକାରେ ଓଜସ୍ୱ ନୀ ଭାଷଣ ଦେଇଥିଲେ । – ରେଖାଙ୍କିତ ପଦଟି କେଉଁ କାରକ ଅଟେ ?
Answer:
କର୍ତ୍ତା କାରକ

Question 5.
ଯେଉଁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ୱାରା ସଂଖ୍ୟା, କାରକ ସୂଚିତ ହୁଏ ତାହାକୁ କ’ଣ କୁହାଯାଏ ?
Answer:
ବିଭକ୍ତି

Question 6.
ବାକ୍ୟ ମଧ୍ଯରେ କ୍ରିୟାପଦ ସହିତ ସମ୍ପର୍କ ନଥାଇ ଯେଉଁ ପଦର ଅନ୍ୟ ବିଶେଷ୍ୟ ପଦ ସହିତ ସମ୍ପର୍କ ଥାଏ ତାକୁ କ’ଣ କୁହାଯାଏ ?
Answer:
ସମ୍ୱନ୍ଧ ପଦ

Question 7.
‘ନିଜ ଦୋଷରୁ ପ୍ରାଣୀ କଷ୍ଟ ପାଏ’ – ଏଠାରେ କେଉଁ କାରଣରୁ ୫ମୀ ବିଭକ୍ତି ହୋଇଛି ?
Answer:
ହେତୁ ଅର୍ଥରେ

Question 8.
ପବନର ପୁତ୍ର – ଏଠାରେ କେଉଁ ଅର୍ଥରେ ଷଷ୍ଠୀ ବିଭକ୍ତି ହୋଇଛି ?
Answer:
ଜନ୍ୟ ଜନକ ସମ୍ବନ୍ଧ

Question 9.
ବାକ୍ୟ ମଧ୍ୟରେ କ୍ରିୟାପଦ ସହିତ ଅନ୍ୟ ପଦମାନଙ୍କର ଯେଉଁ ସମ୍ବନ୍ଧ ଥାଏ, ତା’କୁ କ’ଣ କହନ୍ତି ?
Answer:
କାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

Question 10.
ଲୋକଟି ଲଙ୍ଗଳରେ ଚାଷ କରୁଛି । (ରେଖାରୂଢ଼ି ପଦର କାରକ ନିର୍ଣ୍ଣୟ କର ।)
Answer:
କରଣକାରକ

Question 11.
ବିଭକ୍ତି କେତେ ଭାଗରେ ବିଭକ୍ତ ?
Answer:
୭ ଭାଗରେ

Question 12.
ନବମ ଶ୍ରେଣୀରେ ଉମାଭାରତୀ ବୋଲି ଝିଅଟିଏ ପଢୁଛି । (ରେଖାଙ୍କିତ ପଦର ସକାରଣ ବିଭକ୍ତି ନିର୍ଣ୍ଣୟ କର ।)
Answer:
ଅବ୍ୟୟଯୋଗେ ୧ମା

Question 13.
ପିଲାମାନେ ବିଦ୍ୟାଳୟକୁ ଯାଉଛନ୍ତି । (ବାକ୍ୟରେ ଥିବା କର୍ମପଦ ଚିହ୍ନାଅ ।)
Answer:
ବିଦ୍ୟାଳୟକୁ

Question 14.
‘ଅନୁସାରେ’ ଏହି ଅର୍ଥ ବୁଝାଇବା ପାଇଁ କେଉଁ ବିଭକ୍ତି ?
Answer:
୨ୟା

Question 15.
ମୂର୍ଖକୁ ଧ୍ଵ । ରେଖାଙ୍କିତ ପଦଟିର ସକାରଣ ବିଭକ୍ତି ନିର୍ଣ୍ଣୟ କରୁଣ ଳଗ ।
Answer:
‘ଧୂକ୍’ ଯୋଗେ ୨ୟା

C ଶୂନ୍ୟସ୍ଥାନ ପୂରଣ କର ।
1. ଯେ କ୍ରିୟା ସମ୍ପାଦନ କରେ, ତା’କୁ __________________ କୁହାଯାଏ ।
Answer:
କର୍ତ୍ତା

2. ଯେଉଁ କର୍ତ୍ତା ନିଜେ କ୍ରିୟା ସମ୍ପାଦନ ନ କରି ଅନ୍ୟଦ୍ୱାରା କରାଏ, ତାକୁ ______________ କର୍ତ୍ତା କୁହାଯାଏ ।
Answer:
ପ୍ରୟୋଜକ

3. କର୍ତ୍ତା ଯାହାଦ୍ଵାରା କାର୍ଯ୍ୟ କରାଏ, ତାହାକୁ _________________ କର୍ତ୍ତା କୁହାଯାଏ ।
Answer:
ପ୍ରୟୋଜ୍ୟ

BSE Odisha 9th Class Odia Grammar କାରକ ଓ ବିଭକ୍ତି

4. କପିଳେନ୍ଦ୍ର ଦେବ ଏକ ବିଶାଳ ରାଜ୍ୟ ପ୍ରତିଷ୍ଠା କରିଥିଲେ । – ଏହି ବାକ୍ୟରେ ଥ‌ିବା କର୍ତ୍ତାପଦଟି __________________ ।
Answer:
କପିଳେନ୍ଦ୍ରଦେବ

5. କର୍ଭର କ୍ରିୟା ସାଧନରେ ଯାହା ଅଭିଳଷିତ, ତାକୁ ______________________ କୁହାଯାଏ ।
Answer:
କର୍ମ

6. ଯାହା ସାହାଯ୍ୟରେ କ୍ରିୟା ସାଧୁତ ହୁଏ, ତାକୁ _________________________ କହନ୍ତି ।
Answer:
କରଣ

7. ଯାହାକୁ କୌଣସି ବସ୍ତୁ ସମ୍ୟରୂପେ ଦାନ କରାଯାଏ, ତାକୁ _______________________ କାରକ କୁହାଯାଏ ।
Answer:
ସମ୍ପ୍ରଦାନ

8. ସମ୍ପ୍ରଦାନ କାରକରେ _____________________ ବିଭକ୍ତି ହୁଏ ।
Answer:
୪ର୍ଥୀ

9. କରଣ କାରକରେ ___________________ ବିଭକ୍ତି ହୁଏ ।
Answer:
୩ୟା

10. କର୍ମ କାରକରେ _________________ ବିଭକ୍ତି ହୁଏ ।
Answer:
୨ୟା

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଯେ କ୍ରିୟା-ସମ୍ପାଦନ କରେ, ତା’କୁ କ’ଣ କୁହାଯାଏ ?
(A) କର୍ତ୍ତୃକାରକ
(B) କର୍ମକାରକ
(C) ପ୍ରୟୋଜନ କର୍ତ୍ତା
(D) କରଣକାରକ
Answer:
(A) କର୍ତ୍ତୃକାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

2. ଯେଉଁ କର୍ମା ନିଜେ କ୍ରିୟା ସମ୍ପାଦନ ନ କରି ଅନ୍ୟଦ୍ୱାରା କରାଏ, ତାକୁ କି କର୍ତ୍ତା କୁହାଯାଏ ?
(A) କର୍ରା
(B) ପ୍ରୟୋଜନ କର୍ତ୍ତା
(C) ପ୍ରୟୋଜ୍ୟ କର୍ତ୍ତା
(D) ଅନୁକ୍ତ କର୍ତ୍ତା
Answer:
(B) ପ୍ରୟୋଜନ କର୍ତ୍ତା

3. କର୍ତ୍ତା ଯାହାଦ୍ଵାରା କାର୍ଯ୍ୟ କରାଏ, ତାହାକୁ କି କର୍ତ୍ତା କୁହାଯାଏ ?
(A) ପ୍ରୟୋଜକ କର୍ତ୍ତା
(B) ପ୍ରୟୋଜ୍ୟ କର୍ତ୍ତା
(C) ଅପ୍ରଧାନ କର୍ତ୍ତା
(D) ପ୍ରଧାନ କର୍ତ୍ତା
Answer:
(B) ପ୍ରୟୋଜ୍ୟ କର୍ତ୍ତା

4. କପିଳେନ୍ଦ୍ର ଦେବ ଏକ ବିଶାଳ ରାଜ୍ୟ ପ୍ରତିଷ୍ଠା କରିଥିଲେ । – ଏହି ବାକ୍ୟରେ ଥ‌ିବା କର୍ରାପଦ ଚିହ୍ନାଅ ।
(A) ବିଶାଳ
(B) ରାଜ୍ୟ
(C) କପିଳେନ୍ଦ୍ରଦେବ
(D) ପ୍ରତିଷ୍ଠା
Answer:
(C) କପିଳେନ୍ଦ୍ରଦେବ

5. କର୍ତ୍ତାର କ୍ରିୟା ସାଧନରେ ଯାହା ଅଭିଳଷିତ, ତାକୁ କ’ଣ କୁହାଯାଏ ?
(A) କରଣ
(B) ସମ୍ପ୍ରଦାନ
(C) ଅଷ୍କରଣ
(D) କର୍ମ
Answer:
(D) କର୍ମ

6. ଯାହା ସାହାଯ୍ୟରେ କ୍ରିୟା ସାଧୂ ହୁଏ, ତାକୁ କ’ଣ କହନ୍ତି ?
(A) କର୍ମ
(B) କର୍ତ୍ତା
(C) କରଣ
(D) ସମ୍ପ୍ରଦାନ
Answer:
(C) କରଣ

7. ଯାହାକୁ କୌଣସି ବସ୍ତୁ ସମ୍ୟକ୍‌ରୂପେ ଦାନ କରାଯାଏ, ତାକୁ କି କାରକ କୁହାଯାଏ ?
(A) କରଣ କାରକ
(B) କର୍ମ କାରକ
(C) ଅପାଦାନ କାରକ
(D) ସମ୍ପ୍ରଦାନ କାରକ
Answer:
(D) ସମ୍ପ୍ରଦାନ କାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

8. ସମ୍ପ୍ରଦାନ କାରକରେ କେଉଁ ବିଭକ୍ତି ହୁଏ ?
(A) ୩ୟା
(B) ୨ୟା
(C) ୫ମୀ
(D) ୪ର୍ଥ।
Answer:
(D) ୪ର୍ଥ।

9. କରଣ କାରକରେ କେଉଁ ବିଭକ୍ତି ହୁଏ ?
(A) ୨ୟା
(B) ୩ୟା
(C) ୪ର୍ଥ।
(D) ୫ମୀ
Answer:
(B) ୩ୟା

10. କର୍ମ କାରକରେ କେଉଁ ବିଭକ୍ତି ହୁଏ ?
(A) ୩ୟ
(B) ୧ମା
(C) ୨ୟା
(D) ୪ର୍ଥ।
Answer:
(C) ୨ୟା

11. କାରକ କେତେ ପ୍ରକାରର ?
(A) ୬
(B) ୫
(C) ୭
(D) ୪
Answer:
(A) ୬

12. କର୍ତ୍ତା କାରକରେ କେଉଁ ବିଭକ୍ତି ହୁଏ ?
(A) ଦ୍ଵିତୀୟା
(B) ପ୍ରଥମା
(C) ତୃତୀୟା
(D) ଚତୁର୍ଥୀ
Answer:
(B) ପ୍ରଥମା

13. ସାଧାରଣତଃ କ୍ରିୟାପଦ ପୂର୍ବରୁ କିଏ ବା କ’ଣ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯାହା ଆସେ ତାହା କେଉଁ କାରକ ?
(A) କର୍ତ୍ତା କାରକ
(B) କର୍ମ କାରକ
(C) ଅପାଦାନ କାରକ
(D) ଅଧ୍ୟାକରଣ କାରକ
Answer:
(A) କର୍ତ୍ତା କାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

14. ବିବେକାନନ୍ଦ ଆମେରିକାରେ ଓଜସ୍ବିନୀ ଭାଷଣ ଦେଇଥିଲେ । – ରେଖାଙ୍କିତ ପଦଟି କେଉଁ କାରକ ଅଟେ ?
(A) କର୍ତ୍ତା କାରକ
(B) କରଣ କାରକ
(C) ଅପାଦ କାରକ
(D) କର୍ମ କାରକ
Answer:
(A) କର୍ତ୍ତା କାରକ

15. ଯେଉଁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ୱାରା ସଂଖ୍ୟା, କାରକ ସୂଚିତ ହୁଏ ତାହାକୁ କ’ଣ କୁହାଯାଏ ?
(A) ବିଭକ୍ତି
(B) କାରକ
(C) ସମ୍ବନ୍ଧ ପଦ
(D) ଅବ୍ୟୟପଦ
Answer:
(A) ବିଭକ୍ତି

CHSE Odisha Class 12 Psychology Unit 1 Objective Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Objective Questions.

CHSE Odisha 12th Class Psychology Unit 1 Objective Questions in Odia Medium

ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।
୧। ବିକାଶ କାହା ଦ୍ଵାରା ପ୍ରଭାବିତ ହୋଇଥାଏ ?
(କ) ପରିପକ୍ଵନ ଏବଂ ଶିକ୍ଷଣ
(ଖ) କେବଳ ଶିକ୍ଷଣ
(ଗ) କେବଳ ପରିପକ୍ବନ
(ଘ) ଅନ୍ୟ।ନ୍ୟ
Answer:
(କ) ପରିପକ୍ଵନ ଏବଂ ଶିକ୍ଷଣ

୨। ଗର୍ଭଧାରଣରୁ ଜନ୍ମ ପର୍ଯ୍ୟନ୍ତ ସମୟର ନାମ କ’ଣ ?
(କ) ପ୍ରାକ୍ ବାଲ୍ୟାବସ୍ଥା
(ଖ) ପ୍ରାକ୍ ଜନନ ଅବସ୍ଥା
(ଗ) ଭୃଣାବସୁ
(ଘ) ଗର୍ଭାବସ୍ଥା
Answer:
(ଖ) ପ୍ରାକ୍ ଜନନ ଅବସ୍ଥା

୩। ମଣିଷର ପ୍ରତ୍ୟେକ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନକୁ କ’ଣ କୁହାଯାଏ ?
(କ) ବୃଦ୍ଧି
(ଖ) ବିକାଶ
(ଗ) ବୟସ
(ଘ) ବ୍ୟବହାର
Answer:
(ଖ)ବିକାଶ

୪। ମନୁଷ୍ୟର କ୍ରମିକ ଓ ପ୍ରଗତିଶୀଳ ପରିବର୍ତ୍ତନକୁ କ’ଣ କୁହାଯାଏ ?
(କ) ବୃଦ୍ଧି
(ଖ) ବୟସ
(ଗ) ବ୍ୟବହାର
(ଘ) ବିକାଶ
Answer:
(ଘ) ବିକାଶ

୫। ସ୍ଥୂଳ ଓ ସୂକ୍ଷ୍ମ ଗୁଣାତ୍ମକ କୌଶଳ ଶିଶୁଟିର କେଉଁ ସମୟରେ ଦେଖା ଦେଇଥାଏ ?
(କ) ଶୈଶବାବସ୍ଥା
(ଖ) ବାଲ୍ୟାବସ୍ଥା
(ଗ) ପ୍ରାକ୍ – ପ୍ରସବାବସ୍ଥ।
(ଘ) କିଶୋରାବସ୍ଥା
Answer:
(କ) ଶୈଶବାବସ୍ଥା

୬। ନିଜ ପ୍ରତି ଧ୍ୟାନ ଆକର୍ଷିତ କରିବାର ପ୍ରବୃତ୍ତିକୁ କ’ଣ କୁହାଯାଏ ?
(କ) ପରକୈନ୍ଦ୍ରିକତା
(ଖ) ଆତ୍ମକୈନ୍ଦ୍ରିକତା
(ଗ) ଆତ୍ମ ନିର୍ଭରଶୀଳତା
(ଘ) ଆତ୍ମ ପରିଚୟ
Answer:
(ଖ) ଆତ୍ମକୈନ୍ଦ୍ରିକତା

CHSE Odisha Class 12 Psychology Unit 1 Objective Questions in Odia Medium

୭। ନବଜାତ ଶିଶୁ ଉଦ୍ଦୀପକ ପ୍ରତି ଦେଖାଉଥ‌ିବା ସ୍ଵଚାଳିତ ଅନୁକ୍ରିୟାକୁ କ’ଣ କୁହାଯାଏ ?
(କ) ବ୍ୟବହାର
(ଖ) ପ୍ରତିବର୍ତ୍ତ
(ଗ) ସ୍ଵାବଲମ୍ବନଶୀଳତା
(ଘ) ସମୟାନୁବତ୍ତତା
Answer:
(ଖ) ପ୍ରତିବର୍ତ୍ତ

୮। ସାମାଜିକୀକରଣ ପ୍ରକ୍ରିୟା କେଉଁଠାରେ ଆରମ୍ଭ ହୋଇଥାଏ ?
(କ) ଗୃହ
(ଖ) ବିଦ୍ୟ
(ଗ) କ୍ରୀଡ଼ା ପ୍ରାଙ୍ଗଣ
(ଘ) ପରିବେଶ
Answer:
(କ)ଗୃହ

୯। କୌଣସି ବିଶେଷଧରଣର ବ୍ୟବହାରର ଆବିର୍ଭାବ ସମୟକୁ କ’ଣ କୁହାଯାଇଥାଏ ?
(କ) କ୍ରାନ୍ତିକ ପର୍ଯ୍ୟାୟ
(ଖ) ଅଙ୍କୁରଣ ପର୍ଯ୍ୟାୟ
(ଗ) ଭୃଣ ପର୍ଯ୍ୟାୟ
(ଘ) ସମ୍ବେଦନଶୀଳ ଅବସ୍ଥା
Answer:
(କ)କ୍ରାନ୍ତିକ ପର୍ଯ୍ୟାୟ

୧୦ । ଜନ୍ମଠାରୁ ଏକମାସ ହେବା ପର୍ଯ୍ୟନ୍ତ ବୟସର ଶିଶୁକୁ କ’ଣ କୁହାଯାଏ ?
(କ) ନବଜାତ
(ଖ) ଭୃଣ
(ଗ) ଶିଶୁ
(ଘ) ଫେଟସ
Answer:
(କ)ନବଜାତ

୧୧। ବ୍ୟକ୍ତିତ୍ବକୁ ଅନ୍ତର୍ମୁଖୀ, ଓ ବହିର୍ମୁଖୀ ରୂପେ ଦୁଇଟି ଶ୍ରେଣୀରେ କିଏ ବର୍ଗୀକରଣ କରିଥିଲେ ?
(କ) କ୍ୟାଟେଲ
(ଖ) ଆଲପୋର୍ଟ
(ଗ) ୟୁଇ
(ଘ) ସେଲଡ଼ନ୍
Answer:
(ଗ)ୟୁଙ୍ଗ୍

୧୨। ବ୍ୟକ୍ତିତ୍ଵ ଆକଳନ ନିମନ୍ତେ କାଳିଛିଟା ପରୀକ୍ଷଣ କିଏ ବିକଶିତ କରିଥିଲେ ?
(କ) ବି. ପି ମୁଥେୟା
(ଖ) ରୋର୍ଶ।କ୍
(ଗ) ମର୍ଗାନ
(ଘ) ହାରିସନ୍ ଗଫ୍
Answer:
(ଖ)ରୋର୍ଶକ୍

୧୩। ବ୍ୟକ୍ତି ନିଜର ଶାରୀରିକ, ମାନସିକ ଏବଂ ସାମାଜିକ ଗୁଣାବଳୀ ସମ୍ବନ୍ଧୀୟ ବିକଶିତ ଧାରଣାକୁ କ’ଣ କୁହାଯାଏ ?
(କ) ସ୍ଵପ୍ରତ୍ୟୟ
(ଖ) ଶୀଳଗୁଣ
(ଗ) ବ୍ୟକ୍ତିତ୍ବ
‍(ଘ) ଅନ୍ୟ।ନ୍ୟ
Answer:
(କ) ସ୍ଵପ୍ରତ୍ୟୟ

୧୪। ହିପୋକ୍ରେଟସ୍ କେଉଁ ପ୍ରାଚୀନ ଦେଶର ଭେଷଜ ବିଜ୍ଞାନୀ ଅଟନ୍ତି ?
(କ) ଗ୍ରୀସ୍
(ଖ) ଭାରତ
(ଗ) ଚୀନ୍
(ଘ) ସ୍ବିଜରଲାଣ୍ଡ୍
Answer:
(କ) ଗ୍ରୀସ୍

CHSE Odisha Class 12 Psychology Unit 1 Objective Questions in Odia Medium

୧୫। ନିଜର ସାମର୍ଥ୍ୟକୁ ବାସ୍ତବ ରୂପ ଦେବାର ଅଭିଳାଷକୁ କ’ଣ କୁହାଯାଏ ?
(କ) ଆତ୍ମସିଦ୍ଧି
(ଖ) ସ୍ଵଚେତନା
(ଗ) ସ୍ୱଦକ୍ଷତା
(ଘ) ସ୍ୱପରିଚୟ
Answer:
(କ)ଆତ୍ମସିଦ୍ଧି

୧୬। ଅନ୍ୟମାନଙ୍କ ସହିତ ସମାନତା ଓ ଅସମାନତା ଆଧାରରେ ନିଜର ସ୍ଵତନ୍ତ୍ରତାକୁ ଅନୁଭବ କରିବାକୁ କ’ଣ କୁହାଯାଏ ?
(କ) ସ୍ଵଚେତନା
(ଖ) ସ୍ଵପରିଚୟ
(ଗ) ସ୍ଵଦକ୍ଷତା
(ଘ) ଆତ୍ମସିଦ୍ଧି
Answer:
(ଖ) ସ୍ଵପରିଚୟ

୧୭। “ ପରସୋନା” କେଉଁ ଭାଷାର ଏକ ଶବ୍ଦ ଅଟେ ?
(କ) ଗ୍ରୀକ୍
(ଖ) ଲାଟିନ୍
(ଗ) ଇଂରାଜୀ
(ଘ) ସଂସ୍କୃତ
Answer:
(କ) ଗ୍ରୀକ୍

୧୮। କ୍ରେଚମର ବ୍ୟକ୍ତିତ୍ଵକୁ କେତେଗୋଟି ବର୍ଗରେ ବିଭକ୍ତ କରିଅଛନ୍ତି ?
(କ) ୩
(ଖ) ୨
(ଗ) ୪
(ଘ) ୫
Answer:
(କ) ୩

୧୯। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିଜର ପ୍ରତିଭା ବା ସାମର୍ଥ୍ୟ କେତେ, ଏହାର ଧାରଣାକୁ କ’ଣ କହନ୍ତି ?
(କ) ସ୍ଵଦକ୍ଷତା
(ଖ) ସ୍ଵଚେତନା
(ଗ) ଆତ୍ମସିଦ୍ଧି
(ଘ) ସ୍ୱପ୍ରତ୍ୟୟ
Answer:
(କ) ସ୍ଵଦକ୍ଷତା

୨୦। ସର୍ବପ୍ରଥମେ କିଏ ଶୀଳଗୁଣ ସିଦ୍ଧାନ୍ତ ପ୍ରଦାନ କରିଥିଲେ ?
(କ) ସେଲଡ଼ନ
(ଖ) ଆଲ୍‌ପୋର୍ଟ
(ଗ) କେଚନର
(ଘ) ହିପୋକ୍ରେଟସ୍
Answer:
(ଖ) ଆଲପୋର୍ଟ

ଶୂନ୍ୟସ୍ଥାନ ପୂରଣ କର

ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ଗୋଟିଏ ନିଷିକ୍ତ ଡିମ୍ବାଣୁ ପ୍ରାୟ _____________________ ଦିନ ମଧ୍ୟରେ ଏକ ନବଜାତ ଶିଶୁରେ ପରିଣତ ହୁଏ।
(କ) ୩୦୦
(ଖ) ୩୧୦
(ଗ)୨୮୦
(ଘ) ୨୭୦
Answer:
(ଗ)୨୮୦

CHSE Odisha Class 12 Psychology Unit 1 Objective Questions in Odia Medium

୨। ମାତୃଗର୍ଭରେ ଶିଶୁଟି ପ୍ରାୟ _________________ ସପ୍ତାହ ରହିଥାଏ ।
(କ) ୪୦
(ଖ) ୨୧
(ଗ) ୩୬
(ଘ) ୩୮
Answer:
(କ)୪୦

୩। ବିକାଶର ଅଧୁକାଂଶ ଲକ୍ଷଣ __________________ଅଟେ ।
(କ)ସହସମ୍ବନ୍ଧୀୟ
(ଖ) ଅସହସମ୍ବନ୍ଧୀୟ
(ଗ) ପରିବର୍ତ୍ତନୀୟ
(ଘ) ଅପରିବର୍ତ୍ତନୀୟ
Answer:
(କ)ସହସମ୍ବନ୍ଧୀୟ

୪। ଗୋଟିଏ ନିଷିକ୍ତ ଡିମ୍ବାଣୁକୁ __________________ କୁହାଯାଏ ।
(କ) ଆଦ୍ୟଭ୍ରୂଣ
(ଖ) ଏକ ଯୁଗ୍ମଜ
(ଗ) ଏକ ପରିପକ୍ଵ ଭ୍ରୂଣ
(ଘ) ଅନ୍ୟ।ନ୍ୟ
Answer:
(ଖ)ଏକ ଯୁଗ୍ମଜ

୫। _____________________ ଜନନସୂତ୍ରିକା ଝିଅ ଜନ୍ମ ପାଇଁ ଦାୟୀ ।
(କ) XX
(ଖ) XY
(ଗ) YY
(ଘ) XXY
Answer:
(କ) XX

୬। ପ୍ର।କଜନନ କାଳରେ _________________________ ମାଧ୍ୟମରେ ଶିଶୁ ମାଆଠାରୁ ଖାଦ୍ୟ ଗ୍ରହଣ କରେ ।
(କ) ଗର୍ତ୍ତନାଳ
(ଖ) ଗର୍ଭାଶୟ
(ଗ) ଡିମ୍ବାଣୁ
(ଘ) ଗର୍ତ୍ତଫୁଲ
Answer:
(କ) ଗର୍ଭନାଳ

୭। ଶୁକ୍ରାଣୁ ଓ ଡିମ୍ବାଣୁ __________________ ମିଳନରେ ସୃଷ୍ଟି ହୁଏ ।
(କ) ଭୃଣ
(ଖ) ଡିମ୍ବକୋଷ
(ଗ) ଯୁଗ୍ମଜ
(ଘ) ଗୁଣସୂତ୍ର
Answer:
(ଗ) ଯୁଗ୍ମଜ

୮। ବିକାଶ ___________________ ରୁ ସ୍ଵତନ୍ତ୍ରତାକୁ ଗତି କରିଥାଏ ।
(କ)ସାଧାରଣ
(ଖ) ଜଟିଳ
(ଗ) ଆତ୍ମକୈନ୍ଦ୍ରିକତା
‍(ଘ) ପରକୈନନ୍ଦ୍ରିକତା
Answer:
(କ)ସାଧାରଣ

CHSE Odisha Class 12 Psychology Unit 1 Objective Questions in Odia Medium

୯। କିଶୋରମାନଙ୍କର ଯୌନଗ୍ରନ୍ଥରୁ ନିଃସୃତ ହେଉଥିବା ସେକ୍‌ସ ହରମୋନକୁ _________________ କୁହାଯାଏ।
(କ) ଏଣ୍ଡ୍ରୋଜେନ୍
(ଖ) ଏଷ୍ଟ୍ରୋଜେନ୍
(ଗ) ପ୍ରୋଜେଷ୍ଟୋନ୍
(ଘ) ଶୁକ୍ରାଣୁ
Answer:
(କ) ଏଣ୍ଡ୍ରୋଜେନ୍

୧୦। ___________________ ବିକାଶର ଏକ ନିୟମ ନୁହେଁ ।
(କ) ଧାରାବାହିକ
(ଖ) ବ୍ୟକ୍ତିଗତ ଭିନ୍ନତା
(ଗ) ନିର୍ଭରଶୀଳତା
(ଘ) ନିରବଚ୍ଛିନ୍ନତା
Answer:
(ଗ) ନିର୍ଭରଶୀଳତା

୧୧। ଗର୍ଭଧାରଣର _____________________ ମାସରେ ଶିଶୁଟି ମା’ପେଟରେ ତା’ର ଚକ୍ଷୁ ଖୋଲିପାରିଥାଏ ।
(କ)୪
(ଖ) ୬
(ଗ) ୮
(ଘ) ୯
Answer:
(ଖ)୬

୧୨। __________________ କିଶୋର କିଶୋରୀଙ୍କ ଚିନ୍ତନର ବିଶେଷତା ଅଟେ ।
(କ) ଆତ୍ମକୈନ୍ଦ୍ରିକତା
(ଖ) ନିର୍ଭରଶୀଳତା
(ଗ) ଯୌନଗତ ପରିପକ୍ବତା
(ଘ) ସ୍ଵେଚ୍ଛାଚାରିତା
Answer:
(କ) ଆତ୍ମକୈନ୍ଦ୍ରିକତା

୧୩। ଏକ ନିର୍ଦ୍ଦିଷ୍ଟ ବୟସରେ ସାମାଜିକ ପ୍ରତ୍ୟାଶାକୁ __________________ କୁହାଯାଏ ।
(କ) ସାମାଜିକତା
(ଖ) ବିକାଶାତ୍ମକ କାର୍ଯ୍ୟ
(ଗ) ପରିପକ୍ବତା
(ଘ ନୈତିକତା
Answer:
(ଖ) ବିକାଶାତ୍ମକ କାର୍ଯ୍ୟ

୧୪। ଜୀବନ _______________ ଠାରୁ ଆରମ୍ଭ ହୋଇଥାଏ ।
(କ) ଜନ୍ମ ସମୟ
(ଖ) ଗର୍ଭ ଧାରଣ ସମୟ
(ଗ) ବାଲ୍ୟ।ବସ୍ଥ।
(ଘ) ଶୈଶବାବସ୍ଥ।
Answer:
(ଖ) ଗର୍ଭ ଧାରଣ ସମୟ

୧୫। ଭୃଣ ସମୟ ଗର୍ଭଧାରଣର __________________ ସପ୍ତ।ହଠାଋୁ ଆରମ୍ଭ ହୋଇଥାଏ ।
(କ) ପ୍ରଥମ
(ଖ) ଦ୍ଵିତୀୟ
(ଗ) ତୃତୀୟ
(ଘ) ଚତୁର୍ଥ
Answer:
(ଖ) ଦ୍ଵିତୀୟ

CHSE Odisha Class 12 Psychology Unit 1 Objective Questions in Odia Medium

୧୬। ଜନ୍ମ ହେବା ଦିନଠାରୁ ଆରମ୍ଭ କରି ୬ ବର୍ଷ ପର୍ଯ୍ୟନ୍ତ ସମୟକୁ ______________________ କୁହାଯାଏ ।
(କ) ବାଲ୍ୟ।ବସ୍ଥା
(ଖ) ଶୈଶବାବସ୍ଥା
(ଗ) କିଶୋରାବସ୍ତୁ
(ଘ) ନବଜାତ ଅବସ୍ଥା
Answer:
(ଖ) ଶୈଶବାବସ୍ଥା

୧୭। ଅପରାଧପ୍ରବଣତା ________________ ସମୟର ଏକ ସମସ୍ୟା |
(କ) ଶୈଶବାବସ୍ଥା
(ଖ) କିଶୋରାବସ୍ଥା
(ଗ) ବାଲ୍ୟାବସ୍ଥା
(ଘ)ପୌ୍ରଢ଼ବସ୍ଥା
Answer:
(ଖ) କିଶୋରାବସ୍ଥା

୧୮। ଜୀବନର ବ୍ୟାବହାରିକ ତଥ୍ୟ ସମ୍ବନ୍ଧରେ ନିପୁଣତାକୁ ______________________ କୁହାଯାଏ ।
(କ) ଚିନ୍ତନ
(ଖ) ଜ୍ଞ।ନ
(ଗ) ଆତ୍ମକୈନ୍ଦ୍ରିକତା
(ଘ) ବିବେକ
Answer:
(ଖ) ଜ୍ଞ।ନ

୧୯। ଏକ ନିଷିକ୍ତ ଡିମ୍ବକୋଷ __________________ ଯୋଡ଼ା ଜନନସୂତ୍ରିକା ଧାରଣ କରିଥାଏ ।
(କ) ୨୩
(ଖ) ୧୨
(ଗ) ୩୨
(ଘ) ୨୫
Answer:
(କ) ୨୩

୨୦। ବାଲ୍ୟାବସ୍ଥାରେ କ୍ରାନ୍ତିକ ପର୍ଯ୍ୟାୟର ପ୍ରଭାବରେ ଦେଖାଯାଉଥ‌ିବା ସମୟ କାଳକୁ __________________ ଅବସ୍ଥା କୁହାଯାଉଥାଏ ।
(କ) ସମ୍ବେଦନଶୀଳ ଅବସ୍ଥା
(ଖ) ଯୌବନାବସ୍ଥା
(ଗ) ସାମାଜିକୀକରଣ ଅବସ୍ଥା
(ଘ) ଅନ୍ୟ।ନ୍ୟ
Answer:
(କ) ସମ୍ବେଦନଶୀଳ ଅବସ୍ଥା

୨୧। ବ୍ୟକ୍ତିର ନିଜର ଗୁଣାବଳୀ, ଅଭିଜ୍ଞତା, ସାମର୍ଥ୍ୟ ଏବଂ ଦୋଷତ୍ରୁଟି ସମ୍ବନ୍ଧୀୟ ଧାରଣାକୁ __________________ କୁହାଯାଏ ।
(କ) ସ୍ଵମୂଲ୍ୟ।ୟନ
(ଖ) ସ୍ଵପ୍ରତ୍ୟୟ
(ଗ) ସ୍ଵପରିବୀକ୍ଷଣ
(ଘ) ସ୍ଵପରିଚୟ
Answer:
(ଖ) ସ୍ଵପ୍ରତ୍ୟୟ

୨୨। ଅନ୍ୟମାନଙ୍କ ସହିତ ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ଆଧାରରେ ନିଜର ସ୍ଵତନ୍ତ୍ରତାକୁ ଅନୁଭବ କରିବା ହେଉଛି _________________ ।
(କ) ସ୍ଵପରିଚୟ
(ଖ) ସ୍ଵଦକ୍ଷତା
(ଗ) ସ୍ଵପ୍ରତ୍ୟୟ
(ଘ) ସ୍ଵମୂଲ୍ୟ।ୟନ
Answer:
(କ) ସ୍ଵପରିଚୟ

CHSE Odisha Class 12 Psychology Unit 1 Objective Questions in Odia Medium

୨୩। ଭାରତୀୟ ଭେଷଜ ବିଜ୍ଞାନ ବା ଆୟୁର୍ବେଦର ଜନକ ____________________ ଅଟନ୍ତି ।
(କ) ରାମଦେବ
(ଖ) ଚୂରକ
(ଗ) ବିଶ୍ୱ।ମିତ୍ର
(ଘ) ହିପୋକ୍ରେଟସ୍
Answer:
(ଖ) ଚୂରକ

୨୪। ବାୟୁ ଓ ଆକାଶରେ ଅନ୍ତଃକ୍ରିୟାରୁ ________________________ ସୃଷ୍ଟି ହୁଏ ।
(କ) ପିତ୍ତ
(ଖ) ବାତ
(ଗ) କଫ
(ଘ) ଅନ୍ୟାନ୍ୟ
Answer:
(ଖ) ବାତ

୨୫। ବାୟୁ ଓ ଅଗ୍ନିର ଅନ୍ତଃକ୍ରିୟାରୁ _________________ ଜାତ ହୁଏ ।
(କ) କଫ
(ଖ) ପିତ୍ତ
(ଗ) ବାତ
(ଘ) ଅନ୍ୟାନ୍ୟ
Answer:
(ଖ) ପିତ୍ତ

୨୬। ଜଳ ଓ ଭୂମିର ଅନ୍ତଃକ୍ରିୟାରୁ _________________ ର ସୃଷ୍ଟି ।
(କ) ବାତ
(ଖ) ପିତ୍ତ
(ଗ) କଫ
(ଘ) ଅନ୍ତର୍ମୁଖୀ
Answer:
(ଗ) କଫ

୨୭। _________________ ପ୍ରକାର ବ୍ୟକ୍ତି ହୃଦୟ ଧମନୀ ରୋଗରେ ପୀଡ଼ିତ ହେବାର ଆଶଙ୍କା ଥାଏ ।
(କ) A – ପ୍ରକାର
(ଖ) B – ପ୍ରକାର
(ଗ) C – ପ୍ରକାର
(ଘ) ଅନ୍ତର୍ମୁଖୀ
Answer:
(କ) A – ପ୍ରକାର

୨୮। ପ୍ରକାର ବ୍ୟକ୍ତି କର୍କଟ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଧିକ ।
(କ) A – ପ୍ରକାର
(ଖ) C – ପ୍ରକାର
(ଗ) B – ପ୍ରକାର
(ଘ) ବହି୍ମୁଖୀ
Answer:
(ଖ) C – ପ୍ରକାର

୨୯। _____________________ ପ୍ରକାର ବ୍ୟକ୍ତି ଅତ୍ୟନ୍ତ ମହତ୍ତ୍ୱାକାଂକ୍ଷୀ ।
(କ) A – ପ୍ରକାର
(ଖ) C – ପ୍ରକାର
(ଗ) B – ପ୍ରକାର
(ଘ) ଆମୋଦପ୍ରିୟ
Answer:
‍(କ) A – ପ୍ରକାର

CHSE Odisha Class 12 Psychology Unit 1 Objective Questions in Odia Medium

୩୦। ଅନ୍ତର୍ମୁଖୀର ବ୍ୟକ୍ତିମାନେ ____________________ ଅଟନ୍ତି ।
(କ) ମେଳାପୀ
(ଖ) ଲାଜୁକ
(ଗ) ଗପୁଡ଼ି
(ଘ) ଅନ୍ୟାନ୍ୟ
Answer:
(ଖ) ଲାଜୁକ

୩୧। ୧୬ PF ପ୍ରଶ୍ନବଳୀକୁ ____________________ ବ୍ୟକ୍ତିତ୍ଵ ଆକଳନ ନିମନ୍ତେ ବିକଶିତ କରିଥିଲେ ।
(କ) ସେଲଡ଼ନ୍
(ଖ) କ୍ୟାଟେଲ
(ଗ) ଲୁଇ
‍(ଘ) ଆଇଜେ
Answer:
(ଖ) କ୍ୟାଟେଲ

୩୨। ବ୍ୟକ୍ତି – ଅଙ୍କନ ପରୀକ୍ଷଣ __________________ ଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା ।
(ଖ) କ୍ୟାଟେଲ
(ଖ) ଫ୍ରଏଡ୍
(ଗ) ଆଇଜେ
‍(ଘ) ମାକୋଭର
Answer:
‍(ଘ) ମାକୋଭର

୩୩। ବ୍ୟକ୍ତିତ୍ଵ ମାପନ ନିମନ୍ତେ ___________________ କଥାବସ୍ତୁ ସଂପ୍ରତ୍ୟକ୍ଷ ପରୀକ୍ଷଣ ବିକଶିତ କରିଥିଲେ ।
(କ) ଫ୍ରଏଡ଼ ଓ ୟୁଇ
(ଖ) କ୍ୟାଟେଲ ଓ ଆଲପୋର୍ଟ
(ଗ) ମରେ ଓ ମର୍‌ଗାନ
(ଘ) ପଲକୋଷ୍ଟା ଓ ମାକ୍‌
Answer:
(ଗ) ମରେ ଓ ମର୍‌ଗାନ

୩୪। କ୍ୟାଟେଲ _______________ ଗୋଟି ଶୀଳଗୁଣକୁ ବ୍ୟକ୍ତିତ୍ଵର ମୂଳ ଲକ୍ଷଣ ଭାବେ ବିଚାର କରନ୍ତି ।
(କ) ୨୧
(ଖ)୧୬
(ଗ) ୨୬
(ଘ) ୨
Answer:
(ଖ)୧୬

୩୫। ଆଲପୋର୍ଟ _______________________ ଗୋଟି ମୁଖ୍ୟ ପ୍ରକାର ଶୀଳଗୁଣ ବ୍ୟକ୍ତିତ୍ଵର ରଚନା କରେ ବୋଲି ମତ ଦେଇଥିଲେ ।
(କ) ୨
(ଖ) ୩
(ଘ) ୬
(ଗ) ୪
Answer:
(ଘ) ୩

୩୬। ବ୍ୟକ୍ତିତ୍ଵ ବିଶ୍ଳେଷଣ ତଥ୍ୟ ମାପନ ପାଇଁ ବ୍ୟବହୃତ ଔପଚାରିକ ପ୍ରକ୍ରିୟାର ନାମ ______________ ଅଟେ ।
(କ) ବ୍ୟକ୍ତିତ୍ଵ ଆକଳନ
(ଖ) ପ୍ରେକ୍ଷକ ପ୍ରତିବେଦନ
(ଗ) ମୂଲ୍ୟ ନିର୍ଦ୍ଧାରଣ
(ଘ) ପାରିସ୍ଥିତିକ ପରୀକ୍ଷଣ
Answer:
(କ) ବ୍ୟକ୍ତିତ୍ଵ ଆକଳନ

CHSE Odisha Class 12 Psychology Unit 1 Objective Questions in Odia Medium

୩୭। ରୋର୍ଶାକ୍ କାଳିଛିଟା ପରୀକ୍ଷଣ _________________ ର ଏକ ଉଦାହରଣ ।
(କ) ବସ୍ତୁନିଷ୍ଠ ପରୀକ୍ଷଣ
(ଖ) ପ୍ରକ୍ଷେପୀ ପରୀକ୍ଷଣ
(ଗ) ପାରିସ୍ଥିତିକ ପରୀକ୍ଷଣ
(ଘ) ମୂଲ୍ୟ – ନିଦ୍ଧରଣ
Answer:
(ଖ) ପ୍ରକ୍ଷେପୀ ପରୀକ୍ଷଣ

୩୮। ___________________ ମନୁଷ୍ୟର ଶାରୀରିକ ଗଠନ ଆଧାରରେ ବ୍ୟକ୍ତିତ୍ଵ ଓ ବ୍ୟବହାର ସମ୍ବନ୍ଧରେ ଅଧ୍ୟୟନ କରିଥିଲେ ।
(କ) ସେଲଡ଼ନ୍
(ଖ) ହିପୋକ୍ରେଟସ୍
(ଗ) ୟୁଙ୍ଗ୍
(ଘ) ଚରକ
Answer:
(କ) ସେଲଡ଼ନ୍

୩୯। _________________ ବ୍ୟକ୍ତିମାନେ ସାମାଜିକ ପ୍ରଥା ଓ ପରମ୍ପରା ପ୍ରତି ଦୃଢ଼ବିଶ୍ଵାସୀ ହୋଇଥାନ୍ତି ।
(କ) ସୁଳାକୃତି
(ଖ) ମଧମକାୟ
(ଗ) କୃଶାକୃତି
(ଘ) କୋପଶୀଳ
Answer:
(କ) ସ୍ଥୁଳାକୃତି

୪୦। ସାମଗ୍ରିକ ଭାବରେ ନିଜ ସମ୍ବନ୍ଧରେ ଥିବା ବିଶ୍ଵାସ ଓ ଅନୁଭୂତିକୁ _________________ କୁହାଯାଏ ।
(କ) ସମାଜ
(ଖ) ସ୍ଵ
(ଗ) ବ୍ୟକ୍ତିତ୍ୱ
(ଘ) ସଂସ୍କୃତି
Answer:
(ଖ) ସ୍ଵ

ନିମ୍ନରେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକ “ଠିକ୍” କିମ୍ବା “ଭୁଲ” ଦର୍ଶାଅ ।
୧। ପରିମାଣାତ୍ମକ ପରିବର୍ତ୍ତନକୁ ବିକାଶ କୁହାଯାଏ ।
Answer:
ଭୁଲ

୨। କ୍ରମ-ବିକାଶ ଧାରାବାହିକ ନୁହେଁ ।
Answer:
ଭୁଲ୍

୩। ବିକାଶ ପ୍ରକ୍ରିୟା ମୁଣ୍ଡରୁ ଆରମ୍ଭ ହୋଇ ପାଦ ପର୍ଯ୍ୟନ୍ତ ଗତି କରିବାକୁ ସମୀପ ଦୂରାଭିମୁଖୀ ବିକାଶ କୁହାଯାଏ ।
Answer:
ଭୁଲ୍

CHSE Odisha Class 12 Psychology Unit 1 Objective Questions in Odia Medium

୪। ବିକାଶ ପ୍ରକ୍ରିୟା ହାରରେ ବ୍ୟକ୍ତିଗତ ଭିନ୍ନତା ଥାଏ ।
Answer:
ଠିକ୍

୫। ବାଲ୍ୟାବସ୍ଥାରେ ବୃଦ୍ଧି ଓ ବିକାଶର ମାତ୍ରା ଅତ୍ୟନ୍ତ କ୍ଷିପ୍ର ହୋଇଥାଏ ।
Answer:
ଠିକ୍

୬। ନବଜାତ ଶିଶୁଠାରେ ପ୍ରଥମେ ସାଧାରଣ ଉତ୍ତେଜନା ପ୍ରକାଶ ପାଏ ।
Answer:
ଠିକ୍

୭। ବିକାଶ ପ୍ରକ୍ରିୟା ଶରୀରର କେନ୍ଦ୍ରରୁ ଆରମ୍ଭ କରି ପରିଧ୍ଵ ଆଡ଼କୁ କ୍ରମାନୁସାରେ ଗତି କରିବାକୁ ସମୀପ-ଦୂରାଭିମୁଖୀ ବିକାଶ କୁହାଯାଏ ।
Answer:
ଠିକ୍

୮। ଡିମ୍ବାବସ୍ଥା ଶିଶୁଟିର ଜୀବନ ଧାରଣ ଦିନଠାରୁ ୨ ସପ୍ତାହର ଶେଷ ପର୍ଯ୍ୟନ୍ତ ଗତି କରିଥାଏ ।
Answer:
ଠିକ୍

୯। ବାଲ୍ୟାବସ୍ଥା ସାଧାରଣତଃ ୧୨ବର୍ଷ ବୟସଠାରୁ ଆରମ୍ଭ ହୋଇ ପ୍ରଜନନ କ୍ଷମତାପ୍ରାପ୍ତ ହେବା ପର୍ଯ୍ୟନ୍ତ ଗତି କରିଥାଏ ।
Answer:
ଭୁଲ୍

୧୦। ଅପରାଧୂକ ପ୍ରବୃତ୍ତି ଥିବା କିଶୋର କିଶୋରୀମାନଙ୍କର ଉପଲବ୍ଧର ସ୍ତର ନିମ୍ନ ରହିଥାଏ ।
Answer:
ଠିକ୍

୧୧। ଜଣେ କାର୍ଯ୍ୟକ୍ଷମ ବା ଚାକିରିରେ ଥିବା ବ୍ୟକ୍ତିଙ୍କୁ ପ୍ରୌଢ଼ କୁହାଯାଏ ।
Answer:
ଭୁଲ୍

୧୨। B – ପ୍ରକାରର ବ୍ୟକ୍ତି ଅତ୍ୟନ୍ତ ଉଚ୍ଚାଭିଳାଷୀ ଅଟନ୍ତି |
Answer:
ଭୁଲ

୧୩। ଏଣ୍ଡୋମର୍ଫିକ୍ ବ୍ୟକ୍ତି ଶାନ୍ତ ତଥା ମେଳାପି ହୋଇଥାନ୍ତି ।
Answer:
ଠିକ୍

୧୪। ବ୍ୟକ୍ତିତ୍ଵର ଶୀଳଗୁଣ ସିଦ୍ଧାନ୍ତଗୁଡ଼ିକ ବ୍ୟକ୍ତିତ୍ଵର ମୂଳ ଆଧାରକୁ ବୁଝିବାରେ ସାହାଯ୍ୟ କରେ।
Answer:
ଠିକ୍

୧୫। ଏକ ଜ୍ଞାତା ରୂପରେ ସ୍ୱ ‘ମୋର’ କୁ ଇଙ୍ଗିତ କରିଥାଏ ଏବଂ ଜ୍ଞେୟ ରୂପରେ ଏହା ‘ମୁଁ’କୁ ଇଙ୍ଗିତ କରିଥାଏ ।
Answer:
ଭୁଲ୍

୧୬। ପ୍ରତ୍ୟେକ ବ୍ୟକ୍ତିତ୍ଵ ସ୍ଵତନ୍ତ୍ର ଓ ଅନନ୍ୟ ।
Answer:
ଠିକ୍

୧୭। ଅନ୍ତର୍ମୁଖ ବ୍ୟକ୍ତି ସଫଳ ନେତୃତ୍ବ ଗ୍ରହଣ କରିପାରେ ।
Answer:
ଭୁଲ

CHSE Odisha Class 12 Psychology Unit 1 Objective Questions in Odia Medium

୧୮। ପଲ୍‌କୋଷ୍ଟା ଓ ଆଇଜେଙ୍କ ବ୍ୟକ୍ତିତ୍ଵର ବୃହତ୍ ପାଞ୍ଚ କାରକୀୟ ମତବାଦ ଉପସ୍ଥାପନ କରିଛନ୍ତି |
Answer:
ଭୁଲ

୧୯। କୃଷ୍ଣ ପିତ୍ତର ପ୍ରାବଲ୍ୟତା ବ୍ୟକ୍ତିକୁ ବିଷାଦମୁଖୀ କରାଏ ।
Answer:
ଠିକ୍

୨୦। ଶୀଳଗୁଣର ମାତ୍ରା ଓ ପରିମାଣକୁ ଏକ ସାଂଖ୍ୟକ ମୂଲ୍ୟରେ ବ୍ୟକ୍ତ କରିବା ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।
Answer:
ଠିକ୍

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

Odisha State Board CHSE Odisha Class 12 Foundation of Education Solutions Chapter 11 ପରିବେଶ ଶିକ୍ଷା Questions and Answers.

CHSE Odisha 12th Class Education Solutions Chapter 11 ପରିବେଶ ଶିକ୍ଷା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ଦିନକୁ ବିଶ୍ଵ ପରିବେଶ ଦିବସ ଭାବରେ ପାଳନ କରାଯାଏ ?
(i) ମେ ୫
(ii) ଜୁନ୍ ୫
(iii) ଜୁଲାଇ ୫
(iv) ଅଗଷ୍ଟ ୫
Answer:
(ii) ଜୁନ୍ ୫

2. ପରିବେଶ ଶିକ୍ଷାକୁ କେଉଁ ଶ୍ରେଣୀରୁ ଆରମ୍ଭ କରାଯିବା ଉଚିତ ?
(i) ପ୍ରଥମ
(ii) ଦ୍ବିତୀୟ
(iii) ତୃତୀୟ
(iv) ଚତୁର୍ଥ
Answer:
(i) ପ୍ରଥମ

3. କେଉଁ ମସିହାରେ ଆନ୍ତର୍ଜାତିକ ପରିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
(i) ୧୯୮୪
(ii) ୧୯୬୨
(iii) ୧୯୬୪
(iv) ୧୯୭୨
Answer:
(iv) ୧୯୭୨

4. ବନ ମହୋତ୍ସବର କାରଣ କ’ଣ ?
(i) ବଣଭୋକି
(ii) ବଣ ବୁଲିଯିବା
(iii) ବୃକ୍ଷରୋପଣ
(iv) ବୃକ୍ଷ କାଟିବା
Answer:
(iii) ବୃକ୍ଷରୋପଣ

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

5. ପରିବେଶ ପ୍ରଦୂଷଣ ରୋକିବାପାଇଁ କେଉଁ ପଦକ୍ଷେପଟି ଜରୁରୀ ?
(i) ପଲିଥନ୍‌ର ବ୍ୟବହାର କମାଇବା
(ii) ପୋଡୁଚାଷକୁ ରୋକିବା
(iii) ବୃକ୍ଷରୋପଣକୁ ପ୍ରୋତ୍ସାହନ କରିବା
(iv) ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ
Answer:
(iv) ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ

6. କେଉଁ ଶ୍ରେଣୀରୁ ପରିବେଶ ଶିକ୍ଷା ଦିଆଯିବା ଆବଶ୍ୟକ ?
(i) ମହାବିଦ୍ୟାଳୟ
(ii) ବିଶ୍ୱବିଦ୍ୟାଳୟ
(iii) ମାଧ୍ୟମିକ
(iv) ପ୍ରାଥମିକ
Answer:
(iv) ପ୍ରାଥମିକ

7. ପରିବେଶ ଶିକ୍ଷାରେ ନିମ୍ନୋକ୍ତ କେଉଁ ବିଷୟଟିକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ ?
(i) ଖାଦ୍ୟ ଓ ପୁଷ୍ଟି
(ii) ଏଡ଼ସ ଓ ଏଚ୍.ଆଇ.ଭି.
(iii)ସମ୍ପଦ ଓ ସଂରକ୍ଷଣ
(iv) ଜନସଂଖ୍ୟା
Answer:
(ii) ଏଡ଼ସ ଓ ଏଚ୍.ଆଇ.ଭି.

8. କେଉଁଟି ପରିବେଶ ଶିକ୍ଷାର ଲକ୍ଷ୍ୟ ନୁହେଁ ?
(i) ପରିବେଶ ସଚେତନତା ସୃଷ୍ଟି କରିବା
(ii) ଶିଳ୍ପାୟନକୁ ସମ୍ପୂର୍ଣ୍ଣ ବନ୍ଦ କରିବା
(iii) ପ୍ରାକୃତିକ ସଂପଦର ସୁରକ୍ଷାର ଉପାୟ ବାହାର କରିବା
(iv) ପରିବେଶ ପ୍ରଦୂଷଣକୁ ରୋକିବାର ଦାୟିତ୍ୱବୋଧ ସୃଷ୍ଟି କରିବା ।
Answer:
(ii) ଶିଳ୍ପାୟନକୁ ସମ୍ପୂର୍ଣ୍ଣ ବନ୍ଦ କରିବା

9. କେଉଁଟି ପରିବେଶ ପ୍ରଦୂଷିତ ହେବାର ମୁଖ୍ୟ କାରଣ ନୁହେଁ ?
(i) ନିଶାଦ୍ରବ୍ୟ ସେବନ
(ii) ଯାନବାହନ ସଂଖ୍ୟା ବୃଦ୍ଧି
(iii) କୀଟନାଶକ ଔଷଧ ବ୍ୟବହାର
(iv) ଦ୍ରୁତ ଶିଳ୍ପାୟନ
Answer:
(i) ନିଶାଦ୍ରବ୍ୟ ସେବନ

10. ପରିବେଶ ଶିକ୍ଷା ନିମନ୍ତେ ବିଦ୍ୟାଳୟରେ ___________ କ୍ଲବ୍ ଗଠନ କରାଯାଇଛି ।
(i) ଗାଇଡ୍
(ii) ସ୍କାଉଟ୍
(iii) ଇକୋକ୍ଳବ୍
(iv) ବିଜ୍ଞାନ କ୍ଲବ୍
Answer:
(iii) ଇକୋକ୍ଳବ୍

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

B. ଶୂନ୍ୟସ୍ଥାନ ପୂରଣ କର ।

1. ପରିବେଶ କହିଲେ ଆମର ___________ କୁ ବୁଝାଏ ।
Answer:
ପରିବେଷ୍ଟନୀ

2. ଦ୍ରୁତ ସହରୀକରଣ ପରିବେଶ ପ୍ରଦୂଷଣର ଏକ ___________ ।
Answer:
କାରଣ

3. ପରିବେଶ ଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରି ଶିକ୍ଷାଦାନ କରିବା ପରିବେଶ ଶିକ୍ଷାଦାନର ଏକ ___________ ପଦ୍ଧତି ।
Answer:
ଆନୁଷ୍ଠାନିକ

4. ବିଶ୍ବ ପରିବେଶ ଦିବସ, ___________ ତାରିଖରେ ପାଳନ କରାଯାଇଥାଏ ।
Answer:
ଜୁନ୍ ୫

5. ଶାନ୍ତିପୂର୍ଣ୍ଣ ଏବଂ ସୁସ୍ଥ ଜୀବନଯାପନ ନିମନ୍ତେ ___________ ଶିକ୍ଷାର ଆବଶ୍ୟକତା ଅଛି ।
Answer:
ପରିବେଶ

6. ସାମାଜିକ ଶିକ୍ଷାର ପ୍ରକୃତ ପର୍ଯ୍ୟବେକ୍ଷଣ ଓ ସ୍ୱାସ୍ଥ୍ୟଶିକ୍ଷା ପ୍ରାଥମିକ ସ୍ତରରେ ___________ ଶିକ୍ଷାରେ ଅନ୍ତର୍ଭୁକ୍ତ କରିବା ଉଚିତ ।
Answer:
ପରିବେଶ

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ପରିବେଶ ଶିକ୍ଷାର ଅନ୍ତର୍ଗତ ।
Answer:
ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ପରିବେଶ ଶିକ୍ଷାର ଅନ୍ତର୍ଗତ ।

2. “ଇକୋ କ୍ଲବ୍’’ ଗଠନ ଜନସଂଖ୍ୟା ଶିକ୍ଷା ବିଷୟବସ୍ତୁ ସହିତ ସମ୍ପୃକ୍ତ ।
Answer:
“ଇକୋ କ୍ଲବ୍” ଗଠନ ପରିବେଶ ଶିକ୍ଷା ବିଷୟବସ୍ତୁ ସହିତ ସମ୍ପୃକ୍ତ ।

3. ନିଶାଦ୍ରବ୍ୟ ସେବନ ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ।
Answer:
ଯାନବାହନ ସଂଖ୍ୟା ବୃଦ୍ଧି ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ।

4. ଆମ ଚତୁଃପାର୍ଶ୍ଵକୁ ବାହାର କୁହାଯାଏ ।
Answer:
ଆମ ଚତୁଃପାର୍ଶ୍ୱକୁ ପରିବେଶ କୁହାଯାଏ ।

5. ଦ୍ରୁତ ସହରୀକରଣ ପରିବେଶ ସୁରକ୍ଷା କରିଥାଏ ।
Answer:
ଦ୍ରୁତ ସହରୀକରଣ ପରିବେଶ ପ୍ରଦୂଷଣ କରିଥାଏ ।

6. ପରିବେଶ ପ୍ରଦୂଷଣ ରୋକିବା ଏବଂ ପରିବେଶ ସୁରକ୍ଷା କରିବା ଜନସଂଖ୍ୟା ଶିକ୍ଷା ଅଟେ ।
Answer:
ପରିବେଶ ପ୍ରଦୂଷଣ ରୋକିବା ଓ ପରିବେଶ ସୁରକ୍ଷା କରିବା ପରିବେଶ ଶିକ୍ଷା ଅଟେ ।

7. ବନ୍ୟଜନ୍ତୁ ସଂରକ୍ଷଣ ଦିବସ ଏଡ୍‌ସ ସଚେତନତା ପାଇଁ ପାଳନ କରାଯାଇଥାଏ ।
Answer:
ବନ୍ୟଜନ୍ତୁ ସଂରକ୍ଷଣ ଦିବସ ପରିବେଶ ସୁରକ୍ଷା ପାଇଁ ପାଳନ କରାଯାଇଥାଏ ।

8. ମାଧ୍ୟମିକ ସ୍ତରରୁ ପରିବେଶ ଶିକ୍ଷା ଦିଆଯିବା ଦରକାର ।
Answer:
ପ୍ରାଥମିକ ସ୍ତରରୁ ପରିବେଶ ଶିକ୍ଷା ଦିଆଯିବା ଦରକାର ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ପରିବେଶ ଶିକ୍ଷା କ’ଣ ?
Answer:
ଯେଉଁ ଶିକ୍ଷାଦ୍ବାରା ଛାତ୍ରଛାତ୍ରୀମାନେ ପରିବେଶ ସଂପର୍କରେ ସଚେତନ ହୋଇ ପରିବେଶ ସୁରକ୍ଷା ପାଇଁ ଚେଷ୍ଟା କରନ୍ତି, ତାହା ପରିବେଶ ଶିକ୍ଷା ଅଟେ ।

2. ପରିବେଶ ଶିକ୍ଷାର ଏକ ସଂଜ୍ଞା ଲେଖ ।
Answer:
‘ପରିବେଶ ଶିକ୍ଷା ପରିବେଶ ସୁରକ୍ଷାର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିଥାଏ’ – UNESCO Conference, 1974 ।

3. ପରିବେଶ ଶିକ୍ଷାର ଗୋଟିଏ ଲକ୍ଷ୍ୟ ଲେଖ ।
Answer:
ପରିବେଶ ଶିକ୍ଷାର ଲକ୍ଷ୍ୟ ହେଉଛି ଶିକ୍ଷାର୍ଥୀମାନଙ୍କ ମନରେ ପରିବେଶ ସଚେତନତା ସୃଷ୍ଟି କରିବା ।

4. ପ୍ରାଥମିକ ଶିକ୍ଷାରେ ପରିବେଶ ଶିକ୍ଷା ପାଇଁ ଏକ ପାଠ୍ୟକ୍ରମର ଉଦାହରଣ ଦିଅ ।
Answer:
ସାମାଜିକ ଏବଂ ପରିବେଶ ଶିକ୍ଷା – ଯାହାଦ୍ୱାରା ଆମେ ଆମ ଚାରିପାଖ ସମ୍ପର୍କରେ ଅଧ୍ୟୟନ କରିବା ।

5. ପରିବେଶ ପ୍ରଦୂଷଣର ଏକ କାରଣ ଲେଖ ।
Answer:
ଜନସଂଖ୍ୟା ବୃଦ୍ଧି ସହ ଯାନବାହନର ମାତ୍ରାତ୍ମକ ବୃଦ୍ଧିଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି ।

6. ପରିବେଶ ଶିକ୍ଷା ପାଇଁ ଏକ ସହ-ପାଠ୍ୟକ୍ରମ ଦର୍ଶାଅ ।
Answer:
ବିଦ୍ୟାଳୟ ଏବଂ ସମାଜର ପତିତ ଜମିରେ ବୃକ୍ଷରୋପଣ କରିବା ସହ ପରିବେଶ ସଂକ୍ରାନ୍ତୀୟ ଆଲୋଚନାଚକ୍ରରେ ଭାଗ ନେବା ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

7. ପରିବେଶ ଶିକ୍ଷା ପରିସରର ଅନ୍ତର୍ଭୁକ୍ତ ଏକ ବିଷୟ ଲେଖ ।
Answer:
ବାୟୁ, ଜଳ, ସ୍ଥଳ ଏବଂ ଶବ୍ଦ ଇତ୍ୟାଦି ପ୍ରଦୂଷଣର କାରଣ ଏବଂ ପ୍ରତିକାର ଇତ୍ୟାଦି ପରିବେଶ ଶିକ୍ଷା ପରିସରର ଅନ୍ତର୍ଭୁକ୍ତ ।

8. ପରିବେଶ ଶିକ୍ଷାର ଏକ ଆବଶ୍ୟକତା ଦର୍ଶାଅ ।
Answer:
ପରିବେଶ ଶିକ୍ଷା ବ୍ୟକ୍ତି ଏବଂ ପ୍ରକୃତି ମଧ୍ଯରେ ସୁସଂପର୍କ ରକ୍ଷା କରିବାପାଇଁ ଆବଶ୍ୟକ ।

9. ପରିବେଶ ଶିକ୍ଷା ପାଇଁ ଶିକ୍ଷକଙ୍କର ଗୋଟିଏ ଭୂମିକା ଲେଖ ।
Answer:
ପରିବେଶ ପ୍ରଦୂଷଣର କାରଣ ଏବଂ ପ୍ରତିକାର ସଂପର୍କରେ ଶିକ୍ଷକ ବିଭିନ୍ନ ପ୍ରକାର ତର୍କ ପ୍ରତିଯୋଗିତା, ଆଲୋଚନା ଚକ୍ର, କଳା ପ୍ରତିଯୋଗିତା, ପ୍ରାଚୀରପତ୍ର ପ୍ରତିଯୋଗିତା ଇତ୍ୟାଦି କାର୍ଯ୍ୟକ୍ରମମାନ ବିଦ୍ୟାଳୟରେ ଆୟୋଜନ କରିବା ଉଚିତ ।

10. ବିଦ୍ୟାଳୟର କେଉଁ ସ୍ତରରୁ ପରିବେଶ ଶିକ୍ଷା ପଢ଼ାଯିବା ଉଚିତ ?
Answer:
ବିଦ୍ୟାଳୟର ପ୍ରାଥମିକ ସ୍ତରରୁ ପରିବେଶ ଶିକ୍ଷା ପଢ଼ାଯିବା ଉଚିତ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A . ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ପରିବେଶ ଶିକ୍ଷାର ୪ଟି ଉଦ୍ଦେଶ୍ୟ ଲେଖ ।
କିମ୍ବା, ପରିବେଶ ଶିକ୍ଷାର ୪ଟି ଆବଶ୍ୟକତା ଲେଖ ।
Answer:
ପରିବେଶ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ :
(i) ପରିବେଶ ସଂପର୍କରେ ଶିକ୍ଷାର୍ଥୀମାନଙ୍କୁ ଜ୍ଞାନ ପ୍ରଦାନ କରିବା ।
(ii) ପାରିପାର୍ଶ୍ବକ ଭାରସାମ୍ୟର ଅବକ୍ଷୟ ଏବଂ ତା’ର କାରଣ ସଂପର୍କରେ ବୁଝିବା ।
(iii) ପରିବେଶଜନିତ ସମସ୍ୟାର ସମାଧାନର ଉପାୟ ନିର୍ଦ୍ଧାରଣ କରିବା ।
(iv) ପରିବେଶ ସୁରକ୍ଷା ପାଇଁ ନିଜର ଦାୟିତ୍ୱବୋଧ ସମ୍ପର୍କରେ ସଚେତନ ହେବା ।

2. ପରିବେଶ ଶିକ୍ଷା ପାଠ୍ୟକ୍ରମର ଯେକୌଣସି ୪ଟି ବିଷୟର ନାମ ଲେଖ ।
Answer:
ନିମ୍ନଲିଖ ବିଷୟଗୁଡ଼ିକ ପରିବେଶ ଶିକ୍ଷା ପାଠ୍ୟକ୍ରମ ସହ ଅନ୍ତର୍ଭୁକ୍ତ ।
(i) ସମାଜ ବିଜ୍ଞାନ ଏବଂ ପରିବେଶ
(ii) ପ୍ରାକୃତିକ ଏବଂ ଶାରୀରିକ ବିଜ୍ଞାନ
(iii) ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣର ପ୍ରତିରୋଧ
(iv) ସ୍ଵାସ୍ଥ୍ୟ ଏବଂ ସ୍ଵାସ୍ଥ୍ୟରକ୍ଷା

3. ପରିବେଶ ପ୍ରଦୂଷଣର କାରଣ କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ପରିବେଶ ପ୍ରଦୂଷଣର ଅନେକ କାରଣ ରହିଛି । ତନ୍ମଧ୍ୟରୁ ମୁଖ୍ୟ କାରଣଗୁଡ଼ିକ ହେଉଛି
(i) ଦ୍ରୁତ ଶିଳ୍ପାୟନ
(ii) ଯାନବାହନ ସଂଖ୍ୟାର ମାତ୍ରାଧିକ ବୃଦ୍ଧି
(iii) ଜନସଂଖ୍ୟା ବୃଦ୍ଧି

4. ପରିବେଶ ଶିକ୍ଷାର ସଫଳ ରୂପାୟନ ନିମନ୍ତେ ଶିକ୍ଷକଙ୍କର ଯେକୌଣସି ଦୁଇଗୋଟି ଭୂମିକା ଲେଖ ।
Answer:
ଜଣେ ଶିକ୍ଷକଙ୍କର ପରିବେଶ ଶିକ୍ଷା ନିମନ୍ତେ ଅନେକ ଦାୟିତ୍ଵ ରହିଛି, ତନ୍ମଧ୍ୟରୁ ଦୁଇଗୋଟି ହେଲା –
(i) ଆବଶ୍ୟକସ୍ଥଳେ ସ୍ଵାସ୍ଥ୍ୟ କର୍ମଚାରୀମାନଙ୍କୁ ବିଦ୍ୟାଳୟକୁ ନିମନ୍ତ୍ରଣ କରି ଶିକ୍ଷାର୍ଥୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ବାସ୍ଥ୍ୟ ରକ୍ଷଣ ସମ୍ବନ୍ଧରେ ସୂଚନା ପ୍ରଦାନ କରିବେ ।
(ii) ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରେ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ କରି ସେଥରେ କିପରି ପିତାମାତା ତଥା ଅଭିଭାବକମାନେ ଯୋଗଦେବେ ସେ ସମ୍ବନ୍ଧରେ ପଦକ୍ଷେପ ଗ୍ରହଣ କରିବେ ।

5. ପରିବେଶ ଶିକ୍ଷା ଶିକ୍ଷାଦାନ ପଦ୍ଧତି ମଧ୍ୟରୁ ଯେକୌଣସି ଦୁଇଗୋଟି ସମ୍ବନ୍ଧରେ ଲେଖ ।
Answer:
ପରିବେଶ ଶିକ୍ଷା ପ୍ରଦାନ ସମୟରେ ଶିକ୍ଷକ ନିମ୍ନୋକ୍ତ ପଦ୍ଧତିମାନ ଅବଲମ୍ବନ କର ।
(i) ସମସ୍ୟା ସମାଧାନ ପଦ୍ଧତି – ଏହି ପଦ୍ଧତି ମାଧ୍ୟମରେ ଶିକ୍ଷକ ପରିବେଶଜନିତ ସମସ୍ୟା ସମ୍ବନ୍ଧରେ ସୂଚନା, ଜ୍ଞାନ ଓ ତଥ୍ୟ ପ୍ରଦାନ କରନ୍ତି, ଫଳରେ ଶିକ୍ଷାର୍ଥୀର ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି ପାଇଥାଏ ।
(ii) ପରିଭ୍ରମଣ ପଦ୍ଧତି – ପରିଭ୍ରମଣ ମାଧ୍ୟମରେ ଶିକ୍ଷାର୍ଥୀ ବିଭିନ୍ନ ସ୍ଥାନ ସମ୍ବନ୍ଧରେ ପ୍ରତ୍ୟକ୍ଷ ଅଭିଜ୍ଞତା ଓ ଜ୍ଞାନ ଲାଭ କରିଥାଏ, ଯାହାକି ଭବିଷ୍ୟତରେ ଶିକ୍ଷାର୍ଥୀମାନଙ୍କ ବ୍ୟବହାରରେ ଆସିଥାଏ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଦିଅ ।

1. ଦ୍ରୁତ ସହରୀକରଣ କିପରି ପରିବେଶ ପ୍ରଦୂଷଣ ବୃଦ୍ଧିରେ ସାହାଯ୍ୟ କରେ ?
Answer:
(i) କଳକାରଖାନା ସ୍ଥାପନ ଏବଂ ସହର ଓ ନଗରରେ କୋଠାଘରର ବୃଦ୍ଧି ସହ ଯାନବାହନର ସଂଖ୍ୟା ବୃଦ୍ଧି ପରିବେଶକୁ ପ୍ରଦୂଷିତ କରେ ।
(ii) ସହରରେ ଅଧ‌ିକ ସଂଖ୍ୟକ ଲୋକ କମ୍ ସ୍ଥାନରେ ବସବାସ କରୁଥିବାରୁ ସେମାନଙ୍କର ବର୍ଜ୍ୟବସ୍ତୁ ଏଣେତେଣେ ଜମା ହୋଇ ପରିବେଶ ପ୍ରଦୂଷଣ ବୃଦ୍ଧି କରିଥାଏ ।

2. ପରିବେଶ ଶିକ୍ଷାର ଯେକୌଣସି ୪ଟି ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମ ଲେଖ ।
Answer:
ନିମ୍ନଲିଖ ସହ-ପାଠ୍ୟକ୍ରମମାନଙ୍କ ମାଧ୍ୟମରେ ପରିବେଶ ଶିକ୍ଷା ପ୍ରଦାନ କରାଯାଇଥାଏ; ଯଥା –
(i) ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତାରେ ଛାତ୍ରଛାତ୍ରୀମାନଙ୍କର ଯୋଗଦାନ; ଯଥା – ବିଦ୍ୟାଳୟ ବଗିଚାର ଯତ୍ନ,
ଆଲୋକ ଗମନାଗମନର ସୁବିଧା ପ୍ରଦାନ ଇତ୍ୟାଦି ।
(ii) ସମାଜରେ ଲୋକମାନଙ୍କୁ ପରିବେଶ ପ୍ରଦୂଷଣ ନ କରିବାପାଇଁ ସଚେତନ କରିବା ।
(iii) ମଝିରେ ମଝିରେ ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରିବା ।
(iv) ଆଲୋଚନା, କର୍ମଶାଳାଦ୍ୱାରା ପରିବେଶ ସମ୍ପର୍କରେ ଅନେକ ତଥ୍ୟ ସଂଗ୍ରହ କରିବା ।

3. ପରିବେଶ ଶିକ୍ଷାର ସଫଳତା ପାଇଁ ଶିକ୍ଷକଙ୍କର ଭୂମିକା ବା ଦାୟିତ୍ଵ କ’ଣ ?
Answer:
ପରିବେଶ ଶିକ୍ଷାର ସଫଳତା ପାଇଁ ଶିକ୍ଷକଙ୍କର ଦାୟିତ୍ଵ ଅନେକ । ସେ ନିମ୍ନଲିଖ୍ କାର୍ଯ୍ୟକ୍ରମମାନ ହାତକୁ ନେଇପାରିବେ ।
(i) ନିଜେ ପରିଷ୍କାର ପରିଚ୍ଛନ୍ନ ରହି ଅନ୍ୟମାନଙ୍କୁ ଏ ବିଷୟରେ ତାଲିମ୍ ପ୍ରଦାନ କରିବେ ।
(ii) ନିଜର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖ୍ ସହ ଅନ୍ୟମାନଙ୍କର ପରିବେଶକୁ ପରିଷ୍କାର ରଖୁବାପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବେ ।
(iii) ସ୍ଵାସ୍ଥ୍ୟ ବିଭାଗର କର୍ମକର୍ତ୍ତାମାନଙ୍କୁ ଡାକି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟରକ୍ଷା ସଂପର୍କରେ ସୂଚନା ଦେବେ ।
(iv) ବୃକ୍ଷଲତାର ଉପକାରିତା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ବୃକ୍ଷରୋପଣରେ ସେମାନଙ୍କୁ ନିୟୋଜିତ କରିବେ ।
(v) ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ପିତାମାତାଙ୍କୁ ଭାଗ ନେବାର ସୁଯୋଗ ଦେବେ ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

4. ପରିବେଶ ପ୍ରଦୂଷଣର ମୁଖ୍ୟ କାରଣଗୁଡ଼ିକ କ’ଣ ?
Answer:
ପରିବେଶ ପ୍ରଦୂଷଣର ମୁଖ୍ୟ କାରଣଗୁଡ଼ିକ ହେଉଛି :
(i) ସଚେତନତାର ଅଭାବ ଓ ଅଜ୍ଞତା
(ii) ଦାରିଦ୍ର୍ୟ
(iii) ସ୍ଵଳ୍ପକାଳୀନ ବିକାଶ କାର୍ଯ୍ୟକ୍ରମରେ ପରିବେଶର କ୍ଷତି
(iv) ଦ୍ରୁତ ଶିଳ୍ପାୟନ ଓ ଯାନବାହନ ସଂଖ୍ୟା ବୃଦ୍ଧି
(v) ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ସହରୀକରଣ
(vi) ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥବା ଅତ୍ୟାଧୁନିକ ସୌଖ୍ ଦ୍ରବ୍ୟର ବ୍ୟାପକ ବ୍ୟବହାର
(vii) ଜଙ୍ଗଲ କ୍ଷୟ ଓ ଜଙ୍ଗଲ ପୋଡ଼ି
(viii) ବୃକ୍ଷରୋପଣ ନିମିତ୍ତ ସଚେତନତାର ଅଭାବ ଇତ୍ୟାଦି ।

5. ପରିବେଶ ଶିକ୍ଷାକୁ ସହଜ ଓ ସରଳ କରିବାପାଇଁ କି କି ସହପାଠ୍ୟକ୍ରମର ବ୍ୟବସ୍ଥା କରାଯିବା ଉଚିତ ?
Answer:
ପରିବେଶ ଶିକ୍ଷାକୁ ପ୍ରାଥମିକ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ତେଣୁ ଶିକ୍ଷାର ସ୍ତର ଅନୁଯାୟୀ ନିମ୍ନଲିଖ୍ ସହପାଠ୍ୟକ୍ରମର ବ୍ୟବସ୍ଥା କରାଯିବା ଆବଶ୍ୟକ ।
(i) ପରିବେଶ ଦିବସ (ଜୁନ୍ ୫) ପାଳନ କରିବା ।
(ii) ବିଦ୍ୟାଳୟ ପରିସର ଭିତରେ ଓ ବାହାରେ ବୃକ୍ଷରୋପଣ କରାଇବା ।
(iii) ପରିବେଶ ଆଧାରିତ ପଥପ୍ରାନ୍ତ ନାଟକ, ଡ୍ରାମା, ବକ୍ତୃତା ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରିବା ।
(iv) ଜଙ୍ଗଲକ୍ଷୟକୁ ରୋକିବାପାଇଁ ଯୋଜନା ପ୍ରସ୍ତୁତ କରିବା ।

6. ପରିବେଶ ଶିକ୍ଷାର ଶିକ୍ଷାଦାନ ପଦ୍ଧତି ସମ୍ବନ୍ଧରେ ଲେଖ ।
Answer:
(i) ସମସ୍ୟା ସମାଧାନ ପଦ୍ଧତି – ଏହି ପଦ୍ଧତି ମାଧ୍ୟମରେ ପରିବେଶଜନିତ ସମସ୍ୟା ସମ୍ବନ୍ଧରେ ସୂଚନା, ଜ୍ଞାନ ଏବଂ ତଥ୍ୟ ସଂଗ୍ରହ କରିବା ଫଳରେ ଶିକ୍ଷାର୍ଥୀର ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି ପାଇଥାଏ ।
(ii) ପରିଭ୍ରମଣ – ଏହି ପଦ୍ଧତିରେ ଶିକ୍ଷାର୍ଥୀମାନେ ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ଫଳରେ ସେହି ସ୍ଥାନର ପରିବେଶ ସମ୍ବନ୍ଧରେ ତଥ୍ୟ ସଂଗ୍ରହ ତଥା ଅଭିଜ୍ଞତା ଅର୍ଜନ କରିପାରିଥା’ନ୍ତି, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଶିକ୍ଷାର୍ଥୀମାନଙ୍କୁ ସହାୟକ ହୋଇଥାଏ ।
(iii) ସ୍ପଷ୍ଟୀକରଣ ପଦ୍ଧତି – ଏହି ପଦ୍ଧତି ଅନୁସାରେ ପରିବେଶ ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତିମାନଙ୍କ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରାଯାଇପାରିବ ।

7. ପରିବେଶ ପ୍ରଦୂଷଣର ଦୁଇଟି ପ୍ରଧାନ କାରଣ ଲେଖ ।
Answer:
ପରିବେଶ ଦୂଷିତ ହେବାର କାରଣ – ନିମ୍ନଲିଖ୍ କାରଣପାଇଁ ପରିବେଶ ଦୂଷିତ ହେଉଛି ।
(i) ପ୍ରାକୃତିକ ସମ୍ବଳକୁ ସୀମାହୀନଭାବେ ଉପଯୋଗ – ଅର୍ଥନୈତିକ ବିକାଶ ନାମରେ ପ୍ରାକୃତିକ ସମ୍ବଳର ମାତ୍ରାଧ୍ଵ ବ୍ୟବହାରଦ୍ୱାରା ପ୍ରାକୃତିକ ସମ୍ବଳର ଅଭାବ ସୃଷ୍ଟି ହେଉଛି । ପ୍ରକୃତିର ପୁନରୁତ୍ପାଦନ ବା ପୁନର୍ଜନନ (Regenerative) ଓ ଏକୀକରଣ (Assimilative) କ୍ଷମତାର ଏକ ନିର୍ଦ୍ଦିଷ୍ଟ ସୀମା ଅଛି । ଏହା ଜାଣିବା ଉଚିତ ।
(ii) ଦ୍ରୁତ ଶିଳ୍ପାୟନ – ଅର୍ଥନୈତିକ ବିକାଶ ପାଇଁ ଦ୍ରୁତ ଶିଳ୍ପାୟନର ବିକାଶ ଦରକାର । ମାତ୍ର ଏହା ନାମରେ ଯଦି ପ୍ରାକୃତିକ ସମ୍ବଳର ଅଭାବ ଦେଖାଯାଏ ତେବେ ପ୍ରକୃତି ତା’ର ଭାରସାମ୍ୟ ରକ୍ଷା କରିପାରିବ ନାହିଁ ।
(iii) ଯାନବାହନର ଅତ୍ୟଧିକ ବୃଦ୍ଧି – ବାୟୁମଣ୍ଡଳ ପରିବେଶର ଅନ୍ତର୍ଭୁକ୍ତ । ଏହା ଦୂଷିତ ହେବାର କାରଣ ହେଉଛି ଯାନବାହନ ସଂଖ୍ୟାର ମାତ୍ରାଧୁକ ବୃଦ୍ଧି । ବିଶେଷକରି ଅଟୋରିକ୍ସା, ଟ୍ରକ୍ ଏବଂ ବସ୍‌ଗୁଡ଼ିକ ବାୟୁମଣ୍ଡଳକୁ ଅତ୍ୟଧିକ ଦୂଷିତ କରିଥା’ନ୍ତି । ଯାନବାହନ ବ୍ୟବହାର ଯୋଗୁଁ ଶତକଡ଼ା ୬୫ ଭାଗ ବାୟୁ ଦୂଷିତ ହେଉଛି । ବାୟୁ ପ୍ରଦୂଷଣରେ ମୃତ୍ୟୁସଂଖ୍ୟା ୧୯୯୫ ସୁଦ୍ଧା ୫୧,୭୭୯ ହୋଇଥିଲା ବୋଲି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟରୁ ସୂଚନା ମିଳିଥିଲା । ବାୟୁ ପ୍ରଦୂଷଣଦ୍ଵାରା ଲୋକମାନେ ହୃଦ୍‌ରୋଗ, ଆଜ୍‌ମା, ଯକ୍ଷ୍ମା ଏବଂ ବ୍ରୋଙ୍କାଇଟିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି । (ଛାତ୍ରଛାତ୍ରୀମାନେ ଯେକୌସି ଦୁଇଟି କାରଣ ଲେଖୁରିବେ)

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପରିବେଶ କ’ଣ ? ଏହାର ପ୍ରଦୂଷଣର କେତୋଟି କାରଣ ଦର୍ଶାଅ । ଏହାକୁ ଶିକ୍ଷା ମାଧ୍ୟମରେ ଦୂର କରାଯାଇପାରିବ କି ? ଯଦି ହଁ, କେଉଁ ଶିକ୍ଷାଦ୍ବାରା ଏହା କରାଯାଇପାରିବ – ଦର୍ଶାଅ ।
Answer:
‘ପରିବେଶ’ ହେଉଛି ବେଷ୍ଟନୀ ଯାହା ସମସ୍ତ ବାହ୍ୟ ଅବସ୍ଥା ବା ସ୍ଥିତି ଏବଂ ପ୍ରଭାବ ବା ଶକ୍ତିକୁ ଅନ୍ତର୍ଭୁକ୍ତ କରି
ସଜୀବ ପଦାର୍ଥଗୁଡ଼ିକର ଜୀବନ ଏବଂ ବିକାଶକୁ ପ୍ରଭାବିତ କରିଥାଏ । ସାଧାରଣତଃ ପଞ୍ଚ ମହାଭୂତ; ଯଥା– ପୃଥ‌ିବୀ, ଜଳ,
ବାୟୁ, ଅଗ୍ନି ଓ ଆକାଶ ବ୍ୟତୀତ ମନୁଷ୍ୟ, ଜୀବଜନ୍ତୁ ଏବଂ ବୃକ୍ଷଲତାର ସମାହାରକୁ ପରିବେଶ କୁହାଯାଏ । ନିର୍ଜୀବ (Non-living) ଏବଂ ସଜୀବ (Living) ଉପାଦାନକୁ ନେଇ ପ୍ରାକୃତିକ ପରିବେଶ ଗଠିତ ।

ନିର୍ଜୀବ ଉପାଦାନ (Non-living elements) : ପରିବେଶର ନିର୍ଜୀବ ଉପାଦାନଗୁଡ଼ିକ ହେଲା- ମାଟି, ଜଳ, ବାୟୁ ।

ସଜୀବ ଉପାଦାନ (Living elements) : ପରିବେଶର ସଜୀବ ଉପାଦାନଗୁଡ଼ିକ ହେଲା- ବୃକ୍ଷଲତା ଏବଂ ପ୍ରାଣୀ । ବିରାଟ ହସ୍ତୀ ଏବଂ ବୃକ୍ଷଲତାଠାରୁ ଆରମ୍ଭ କରି କ୍ଷୁଦ୍ର ଜୀବାଣୁ ଏହି ସଜୀବ ଉପାଦାନର ଅନ୍ତର୍ଭୁକ୍ତ ।

ଉଭୟ ସଜୀବ ଏବଂ ନିର୍ଜୀବ ଉପାଦାନଗୁଡ଼ିକ ଆମର ପ୍ରାକୃତିକ ସମ୍ପଦ । ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ଏଗୁଡ଼ିକର ସୁରକ୍ଷା ଆମର କର୍ତ୍ତବ୍ୟ । ଉକ୍ତ ପରିବେଶ ବର୍ତ୍ତମାନ ସୁରକ୍ଷିତ ନାହିଁ । ଏହା ପ୍ରଦୂଷିତ ହୋଇ ଜୀବଜଗତକୁ ପ୍ରଭାବିତ କରୁଛି ।

ପରିବେଶ ଦୂଷିତ ହେବାର କାରଣ – ନିମ୍ନଲିଖୁ କାରଣ ପାଇଁ ପରିବେଶ ଦୂଷିତ ହେଉଛି ।
(i) ପ୍ରାକୃତିକ ସମ୍ବଳକୁ ସୀମାହୀନଭାବେ ଉପଯୋଗ – ଅର୍ଥନୈତିକ ବିକାଶ ନାମରେ ପ୍ରାକୃତିକ ସମ୍ବଳର ମାତ୍ରାତ୍ମକ ବ୍ୟବହାରଦ୍ୱାରା ପ୍ରାକୃତିକ ସମ୍ବଳର ଅଭାବ ସୃଷ୍ଟି ହେଉଛି । ପ୍ରକୃତିର ପୁନରୁତ୍ପାଦନ ବା ପୁନର୍ଜନନ (Regeneration) ଓ ଏକୀକରଣ (Assimilation) କ୍ଷମତାର ଏକ ନିର୍ଦ୍ଦିଷ୍ଟ ସୀମା ଅଛି । ଏହା ଜାଣିବା ଉଚିତ ।

(ii) ଦୃତ ଶିଳ୍ପାୟନ – ଅର୍ଥନୈତିକ ବିକାଶ ପାଇଁ ଦ୍ରୁତ ଶିଳ୍ପାୟନର ବିକାଶ ଦରକାର । ମାତ୍ର ଏହା ନାମରେ ଯଦି ପ୍ରାକୃତିକ ସମ୍ବଳର ଅଭାବ ଦେଖାଯାଏ ତେବେ ପ୍ରକୃତି ତା’ର ଭାରସାମ୍ୟ ରକ୍ଷା କରିପାରିବ ନାହିଁ ।

(iii) ଯାନବାହନ ସଂଖ୍ୟାର ଅତ୍ୟଧିକ ବୃଦ୍ଧି – ବାୟୁମଣ୍ଡଳ ପରିବେଶର ଅନ୍ତର୍ଭୁକ୍ତ । ଏହା ଦୂଷିତ ହେବାର କାରଣ ହେଉଛି ଯାନବାହନ ସଂଖ୍ୟାର ମାତ୍ରାଧ‌ିକ ବୃଦ୍ଧି । ବିଶେଷକରି ଅଟୋରିକ୍ସା, ଟ୍ରକ୍ ଏବଂ ବସ୍‌ଗୁଡ଼ିକ ବାୟୁମଣ୍ଡଳକୁ ଅତ୍ୟଧିକ ଦୂଷିତ କରିଥା’ନ୍ତି । ଯାନବାହନ ବ୍ୟବହାର ଯୋଗୁଁ ଶତକଡ଼ା ୬୫ ଭାଗ ବାୟୁ ଦୂଷିତ ହେଉଛି । ବାୟୁ ପ୍ରଦୂଷଣରେ ମୃତ୍ୟୁସଂଖ୍ୟା ୧୯୯୫ ସୁଦ୍ଧା ୫୧,୭୭୯ ହୋଇଥିଲା ବୋଲି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟରୁ ସୂଚନା ମିଳିଥିଲା । ବାୟୁ ପ୍ରଦୂଷଣ ଯୋଗୁଁ ଲୋକମାନେ ହୃଦ୍‌ରୋଗ, ଆଜ୍‌ମା, ଯକ୍ଷ୍ମା ଏବଂ ବ୍ରୋଙ୍କାଇଟିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି ।

(iv) ଦୂଷିତ ଜଳ ନିଷ୍କାସନ – କଳକାରଖାନା ଏବଂ ବଡ଼ ବଡ଼ ସହରରୁ ଦୂଷିତ ଜଳ ନିଷ୍କାସନ ହୋଇ ନଦୀଗର୍ଭରେ ପଡ଼ିଥାଏ । ଏପରି ପାଣିକୁ ପାଟିରେ ଦେବାକୁ ଘୃଣା ଲାଗେ; ମାତ୍ର ଲୋକମାନେ ଏହାକୁ ବ୍ୟବହାର କରି ରୋଗାକ୍ରାନ୍ତ ହୁଅନ୍ତି ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

(v) କୀଟନାଶକ ଔଷଧ ବ୍ୟବହାର – ଲୋକମାନଙ୍କଦ୍ୱାରା କୀଟନାଶକ ଔଷଧ ବ୍ୟବହାରଦ୍ୱାରା କୀଟ, ପତଙ୍ଗ ଏବଂ ବିଭିନ୍ନ ଜୀବଜନ୍ତୁମାନଙ୍କର ମୃତ୍ୟୁ ଘଟିଥାଏ । ମାଟିରେ ଏହା ମିଶିବାଦ୍ଵାରା ମାଟିର ଉର୍ବରତା ନଷ୍ଟ ହୁଏ ।

(vi) ଉଚ୍ଚ ଡାକବାଜି ଯନ୍ତ୍ରର ବ୍ୟବହାର – ପ୍ରତ୍ୟେକ ସ୍ତରର ଲୋକମାନେ ସଙ୍ଗୀତ ଶୁଣିବାପାଇଁ ଉଚ୍ଚ ଡାକବାଜି ଯନ୍ତ୍ରର ବ୍ୟବହାର କରିଥା’ନ୍ତି । ସେମାନେ ବିବାହ, ପୂଜା ଏବଂ ପର୍ବପର୍ବାଣି ପାଳନ ସମୟରେ ଏହାର ବହୁଳ ବ୍ୟବହାର କରିଥା’ନ୍ତି । ଏହାର ପ୍ରଭାବରେ ସାଇପଡ଼ିଶା ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି । ଏହାଦ୍ଵାରା ଶବ୍ଦ ପ୍ରଦୂଷଣ ହୋଇଥାଏ ।

(vii) ସୌଖୀନ୍ ମନୋବୃତ୍ତ – ଉପଭୋଗବାଦକୁ ବିଚାର କରାଯାଉ । ଅର୍ଥନୀତି ଅନୁସାରେ ଉପଭୋକ୍ତା ହେଉଛନ୍ତି ବିଶେଷକରି ଧନୀଲୋକମାନେ । ଏମାନଙ୍କର କ୍ରୟଶକ୍ତି ଅନେକ । ଏମାନେ ଶାଳ, ଶିଶୁ ଏବଂ ଶାଗୁଆନ କାଠରେ ସୌଖୀନ୍ ଆସବାବପତ୍ର ନିର୍ମାଣ କରିଥା’ନ୍ତି । ଏୟାର୍ କଣ୍ଡିସନର ଏବଂ ରେଫ୍ରିଜେରେଟରରୁ ନିର୍ଗତ କ୍ଲୋରୋଙ୍କ୍ ରୋ କାର୍ବନ୍ ଗ୍ୟାସ୍ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଛି ।

ପରିବେଶ ପ୍ରଦୂଷଣର ମୁଖ୍ୟତଃ ଦୁଇଟି କାରଣ ରହିଛି; ଯଥା – ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏବଂ ମନୁଷ୍ୟର ଉପଭୋଗବାଦ । ମାନବ ସମାଜ ଆଗରେ ସଂପ୍ରତି ପରିବେଶ ପ୍ରଦୂଷଣଜନିତ ସମସ୍ୟା ଦେଖାଦେଇଅଛି । ବିଶେଷଭାବେ ଏହା ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇଥାଏ । ଏହାର ସ୍ଥାୟୀ ପ୍ରତିକାର ବା ସମାଧାନ ଏକାନ୍ତ ପ୍ରୟୋଜନୀୟ । ଲୋକମାନଙ୍କର ମାନସିକ ଚିନ୍ତାଧାରାରେ ଯେପର୍ଯ୍ୟନ୍ତ ପରିବର୍ତ୍ତନ ନ ହୋଇଛି ସେପର୍ଯ୍ୟନ୍ତ ପରିବେଶର ସୁରକ୍ଷା ସମ୍ଭବ ନୁହେଁ ।

ଆମେ ପରିବେଶକୁ ସୁରକ୍ଷା କରିପାରିବା କି ? ଏହାର ଉତ୍ତର, ହଁ । ପ୍ରାୟ ପୃଥ‌ିବୀରେ ପାଞ୍ଚ ଲକ୍ଷ ଜାତିର ଉଭିଦ ଏବଂ ଦଶ ଲକ୍ଷ ଜାତିର ପ୍ରାଣୀ ଅଛନ୍ତି । ଉଭିଦମାନେ ପରିବେଶର ସୁରକ୍ଷାରେ ସାହାଯ୍ୟ କରିଥା’ନ୍ତି । ଏମାନଙ୍କର ସୁରକ୍ଷା ନ ହେଲେ ପରିବେଶର ସୁରକ୍ଷା ହୋଇପାରିବ ନାହିଁ ।

ପରିବେଶର ସୁରକ୍ଷା ପାଇଁ ପରିବେଶର ସନ୍ତୁଳନ ଦରକାର । ଉଭିଦ ଏବଂ ପ୍ରାଣୀ ମଧ୍ୟରେ ସଂପର୍କ ରକ୍ଷା ଏକାନ୍ତ ପ୍ରୟୋଜନୀୟ । ତାପମାତ୍ରାର ଅତ୍ୟଧିକ ବୃଦ୍ଧି ଅଂଶୁଘାତ ସୃଷ୍ଟି କରିଥାଏ । ପବନର ଗତି ବଢ଼ିଲେ ମହାବାତ୍ୟା ହୁଏ । ଜଙ୍ଗଲକ୍ଷୟ ଅନାବୃଷ୍ଟି, ମରୁଡ଼ି ସୃଷ୍ଟି କରିଥାଏ । ଜଳ ସଂପଦର ବୃଦ୍ଧି ବନ୍ୟାର ସୂଚନା ଦେଇଥାଏ ।

ତେଣୁ ଏ ସଂପର୍କରେ ଯଦି ଆମେ ସଚେତନ ହୋଇପାରିବା ତେବେ ପରିବେଶର ସୁରକ୍ଷା ହୋଇପାରିବ । ଏହା କେବଳ ଶିକ୍ଷାଦ୍ବାରା ସମ୍ଭବ । ଯେଉଁ ଶିକ୍ଷା ପରିବେଶର ପ୍ରଦୂଷଣ ଏବଂ ସୁରକ୍ଷାର ସୂଚନା ପ୍ରଦାନ କରିଥାଏ ତାହା ପରିବେଶ ଶିକ୍ଷା । ପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ଶିକ୍ଷା ଦେଲେ ନିଶ୍ଚୟ ଉପକାର ଉପଲବ୍ଧ ହୋଇପାରିବ ।

2. ପରିବେଶ ଶିକ୍ଷା କ’ଣ ? ଏହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଆଲୋଚନା କର ।
Answer:
‘ପରିବେଶ’ ହେଉଛି ବେଷ୍ଟନୀ ଯାହା ସମସ୍ତ ବାହ୍ୟ ଅବସ୍ଥା ଏବଂ ସ୍ଥିତି ଏବଂ ପ୍ରଭାବ ବା ବ୍ୟକ୍ତିକୁ ଅନ୍ତର୍ଭୁକ୍ତ କରି ସଜୀବ ପଦାର୍ଥଗୁଡ଼ିକର ଜୀବନ ଏବଂ ବିକାଶକୁ ପ୍ରଭାବିତ କରିଥାଏ । ସାଧାରଣତଃ ପରିବେଶ (Environment) କହିଲେ ଯାହା ଆମ ଚାରିପାଖରେ ବା ଚତୁଃପାର୍ଶ୍ଵରେ ଅଛି (Environment means all that surrounds us.) ତାହାକୁ ବୁଝାଏ । ଏହି ପରିପ୍ରେକ୍ଷୀରେ ଆମର ପରିବେଶ ମୃତ୍ତିକା, ଜଳ, ତାପମାତ୍ରା ଏବଂ ଆଲୋକକୁ ବୁଝାଇଥାଏ ।

ପରିବେଶ (Environment) – ଉଡ୍ ୱର୍ଥ (Wood Worth) ଙ୍କ ମତରେ, ଜୀବନର ଆରମ୍ଭରୁ ଯେଉଁ ବାହ୍ୟ ଶକ୍ତିଗୁଡ଼ିକ ବ୍ୟକ୍ତିକୁ ପ୍ରଭାବିତ କରିଥାଏ ତାହା ପରିବେଶ । କିନ୍ତୁ ତାହା ବ୍ୟକ୍ତିର ବଂଶଗୁଣ ବ୍ୟତିରେକ ଅନ୍ୟସବୁ ଅଟେ । (Environment covers all the outside factors that have acted on the individual since he began life. The environment is everything that affects the individual except his genes.) ।

ଶିକ୍ଷା (Education) – ଶିକ୍ଷା ମନୁଷ୍ୟକୁ ବାହ୍ୟ ପରିବେଶ ସହ ସମଯୋଜିତ କରିବାରେ ସାହାଯ୍ୟ କରିଥାଏ । ଶିକ୍ଷାଦ୍ଵାରା ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ହୋଇଥାଏ; ଯଥା – ଶାରୀରିକ, ମାନସିକ, ବୌଦ୍ଧିକ, ସାମାଜିକ ଏବଂ ଆଧ୍ୟାତ୍ମିକ । ସମସ୍ତ ବିକାଶ ସାଧନ ଶିକ୍ଷାର ଲକ୍ଷ୍ୟ ।

ପରିବେଶ ଶିକ୍ଷା (Environmental Education) – ଉଭିଦ ଏବଂ ଜୀବ ମଧ୍ଯରେ ସନ୍ତୁଳନ ନ ରହିଲେ ବ୍ୟକ୍ତିର ବିକାଶ ହୋଇପାରିବ ନାହିଁ । ପରିବେଶର ପ୍ରଦୂଷଣର କାରଣ ବୁଝି ଏହାର ପ୍ରତିକାର କରିବା ଏବଂ ନିଜର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ । ନିଜର ସୁବିଧା ପାଇଁ ପରିବେଶର ଧ୍ୱଂସ ଆମର କାମ୍ୟ ହେବା ଅନୁଚିତ ।

ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରାଯାଇପାରିଲେ ପରିବେଶ ପ୍ରଦୂଷଣ ଏବଂ ଅବକ୍ଷୟକୁ ରୋକାଯାଇପାରିବ । ଛାତ୍ରଛାତ୍ରୀମାନଙ୍କ ମନରେ ପରିବେଶ ସୁରକ୍ଷା ମନୋଭାବ ସୃଷ୍ଟି ହେବା ଦରକାର । ପରିବେଶ ଶିକ୍ଷା ସେମାନଙ୍କୁ ପରିବେଶ ସଂପର୍କରେ ସୂଚନା ଦେବା ସହ ଏହାର ସୁରକ୍ଷାର ଉପାୟମାନ ସୂଚନା ମାଧ୍ୟମରେ ପ୍ରଦାନ କରିଥାଏ ।

ପରିବେଶ ଶିକ୍ଷା, ପ୍ରାକୃତିକ ଓ ମଣିଷ ତିଆରି ପରିବେଶ ସହିତ ମଣିଷର ସଂପର୍କକୁ ବୁଝାଇଥାଏ । ପରିବେଶ ସଚେତନତା ସୃଷ୍ଟି ପରିବେଶ ଶିକ୍ଷା ଅଟେ । ପରିବେଶ ସଚେତନତା ସୃଷ୍ଟିଦ୍ୱାରା ବ୍ୟକ୍ତି ପରିବେଶ ସମସ୍ୟାର ସମାଧାନ କରିଥାଏ ।

ପରିବେଶ ଶିକ୍ଷାର ଲକ୍ଷ୍ୟ (Aims of Environmental Education) – ପରିବେଶ ଶିକ୍ଷାର ଲକ୍ଷ୍ୟଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇପାରେ –
(1) ଜ୍ଞାନାତ୍ମକ (Cognitive),
(2) ଭାବାତ୍ମକ (Affective) ଏବଂ
(3) କୌଶଳାତ୍ମକ (Psychomotor) ।

1. ଜ୍ଞାନାତ୍ମକ (Cognitive) : ଜ୍ଞାନାତ୍ମକ ଲକ୍ଷ୍ୟଗୁଡ଼ିକ ହେଲା :

  • ପରିବେଶ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା ।
  • ପରିବେଶର ମୌଳିକ ଉପାଦାନ- ସଜୀବ ଏବଂ ନିର୍ଜୀବମାନଙ୍କ ସମ୍ପର୍କରେ ଜାଣିବା ।
  • ଉଦ୍ଭିଦ ଏବଂ ଜୀବମାନଙ୍କ ସମ୍ପର୍କ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା ।
  • ଜନସଂଖ୍ୟା ବୃଦ୍ଧି ଏବଂ ପରିବେଶ ଅବକ୍ଷୟର କାରଣ ଜାଣିବା ।
  • ପ୍ରାକୃତିକ ସମ୍ପଦର ସୁରକ୍ଷାର ଉପାୟ ସମ୍ପର୍କରେ ସୂଚନା ପାଇବା ।
  • ପରିବେଶ ପ୍ରତି ଦାୟିତ୍ବବୋଧ ସମ୍ପର୍କରେ ସଚେତନ ହେବା ।
  • ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିନିଯୋଗ କରିବାର ଜ୍ଞାନକୌଶଳ ଜାଣିବା ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

2. ଭାବାତ୍ମକ (Affective) – ଭାବାତ୍ମକ ଲକ୍ଷ୍ୟଗୁଡ଼ିକ ହେଲା :

  • ପରିବେଶ ସୁରକ୍ଷା ପ୍ରତି ସୁସ୍ଥ ମନୋଭାବ ସୃଷ୍ଟି କରିବା ।
  • ପରିବେଶ ସମ୍ପର୍କରେ ଅଧିକ ଜାଣିବାପାଇଁ ଆଗ୍ରହ ସୃଷ୍ଟି କରିବା ।
  • ପରିବେଶର ସୁନ୍ଦରତାକୁ ଅନୁଭବ କରିବା ।
  • ପ୍ରାକୃତିକ ପରିବେଶ ମଧ୍ୟରେ ନିଜକୁ ହଜାଇଦେବା ।

3. କୌଶଳାତ୍ମକ (Psychomotor) – କୌଶଳାତ୍ମକ ଲକ୍ଷ୍ୟଗୁଡ଼ିକ ହେଲା :

  • ନିଜକୁ ପରିଷ୍କାର ରଖୁବା ସହ ନିଜର ପରିବେଶର ସୁସ୍ଥ ପରମ୍ପରା ସୃଷ୍ଟି କରିବା ।
  • ବିଭିନ୍ନ କାର୍ଯ୍ୟକ୍ରମ; ଯଥା – ସମାଜସେବା, ବୃକ୍ଷରୋପଣ, ମୃତ୍ତିକା ସଂରକ୍ଷଣ ଇତ୍ୟାଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ।

U. N. E. P. (United Nations Environmental Programme) ଅନୁସାରେ ପରିବେଶ ଶିକ୍ଷାର ଲକ୍ଷ୍ୟ :

  1. ଆନ୍ତର୍ଜାତିକ ସ୍ତରରେ ପରିବେଶ ସୁରକ୍ଷା ପାଇଁ ମିଳିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ।
  2. ଆନ୍ତର୍ଜାତିକ ସ୍ତରରେ ଶିକ୍ଷା ମାଧ୍ୟମରେ ପରିବେଶ ଜ୍ଞାନକୌଶଳରେ ଆଦାନପ୍ରଦାନ କରିବା ।
  3. ପାଠ୍ୟକ୍ରମ ଏବଂ ଅଣ-ପାଠ୍ୟକ୍ରମରେ ପରିବେଶ ଶିକ୍ଷାର ବିଷୟବସ୍ତୁ ସଂଯୁକ୍ତ କରିବା ଏବଂ ଶିକ୍ଷାଦାନ ପ୍ରଣାଳୀ ନିରୂପଣ କରିବା ।
  4. ପରିବେଶ ଜ୍ଞାନ ଆଲୋଚନା, ସେମିନାର ଏବଂ କର୍ମଶାଳା ମଧ୍ଯରେ ପ୍ରଦାନ କରିବା ।
    ପରିବେଶ ସୁରକ୍ଷା ପାଇଁ ଜନସଚେତନତାର ଆବଶ୍ୟକତା ରହିଛି । ତେଣୁ ପରିବେଶ ସୁରକ୍ଷା ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ଭବପର ହୋଇପାରିବ ।

3. ପରିବେଶ ଶିକ୍ଷା ଶିକ୍ଷାଦାନରେ ଶିକ୍ଷକଙ୍କର ଭୂମିକା ଆଲୋଚନା କର ।
Answer:
ଶିକ୍ଷକ ପରିବେଶ ଶିକ୍ଷା ଶିକ୍ଷାଦାନ ଏବଂ ଶିକ୍ଷଣକୁ ଫଳପ୍ରଦ ଏବଂ ଅର୍ଥପୂର୍ଣ୍ଣ କରିଥା’ନ୍ତି । ଶିକ୍ଷକ ପରିବେଶ ଶିକ୍ଷା ଶିକ୍ଷାଦାନ ପାଇଁ ନିମ୍ନଲିଖ ଭୂମିକା ଅବଲମ୍ବନ କରିଥା’ନ୍ତି :

  1. ପରିବେଶ ଶିକ୍ଷାର ଫଳପ୍ରଦ ଶିକ୍ଷଣ ପାଇଁ ଶିକ୍ଷକ ଫଳପ୍ରଦ ଶିକ୍ଷାଦାନ କୌଶଳ ଅବଲମ୍ବନ କରିଥା’ନ୍ତି; ଯଥା – ସମସ୍ୟା ସମାଧାନ ପ୍ରଣାଳୀ, ପରିଭ୍ରମଣ, ଅଭିନୟ ଏବଂ ଘଟଣା ଅନୁଧ୍ୟାନ ।
  2. ବିଭିନ୍ନ ଶିକ୍ଷକ ସହାୟକ ସାମଗ୍ରୀ; ଯଥା – ପାଠ୍ୟପୁସ୍ତକ, ଶିକ୍ଷକ ସହାୟକ ପୁସ୍ତକ, ଚାର୍ଟ, ମଡ଼େଲ୍ ,ସମ୍ବାଦପତ୍ରର ଛବି, NCERT ର ବିଜ୍ଞାନ ପେଟିକା ଶିକ୍ଷକ ଶିକ୍ଷାଦାନ ସମୟରେ ବ୍ୟବହାର କରିଥା’ନ୍ତି ।
  3. ପରିବେଶ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକାର ପ୍ରତିଯୋଗିତା (ତର୍କ, ବକ୍ତୃତା, ଚିତ୍ରାଙ୍କନ, କବିତା) ସେ ସୁଚାରୁରୂପେ ପରିଚାଳନା କରିଥା’ନ୍ତି ।
  4. ଜଙ୍ଗଲ ମଧ୍ୟରେ ବଣଭୋଜି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ପରିଭ୍ରମଣ (Visit) ର ସୁଯୋଗ ସୃଷ୍ଟି କରିବା ଦାୟିତ୍ଵ ଶିକ୍ଷକଙ୍କର ।
  5. ସେ ଦୃଶ୍ୟଶ୍ରାବ୍ୟ ଉପକରଣ ମାଧ୍ୟମରେ ପରିବେଶ ସଂକ୍ରାନ୍ତୀୟ ଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥା’ନ୍ତି ।
  6. ଶିକ୍ଷକ ଛାତ୍ରଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ବିଦ୍ୟାଳୟରେ କରିଥା’ନ୍ତି ।
  7. ସେ ପରିବେଶ ଦିବସ ପାଳନ କରିବା ଅବସରରେ ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥା’ନ୍ତି ।
  8. ସେ ପରିବେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକମାନଙ୍କୁ ସାମିଲ କରିବାପାଇଁ ଚେଷ୍ଟା କରିଥା’ନ୍ତି ।
  9. ବୃକ୍ଷରୋପଣ ଭଳି ମହାନ୍ ଦାୟିତ୍ଵକୁ ଛାତ୍ରଛାତ୍ରୀମାନଙ୍କ ଉପରେ ନ୍ୟସ୍ତ କରି ତା’ର ସୁଫଳ ସମ୍ପର୍କରେ ଆଲୋଚନା କରିଥା’ନ୍ତି ।
  10. ବିଦ୍ୟାଳୟର ପାଠାଗାରରେ ପରିବେଶ ଶିକ୍ଷା ସଂକ୍ରାନ୍ତୀୟ ପୁସ୍ତକସଂଖ୍ୟା ବୃଦ୍ଧି କରିବା ଦାୟିତ୍ଵ ଶିକ୍ଷକଙ୍କର ।
  11. TV ଏବଂ Radio ର ପରିବେଶ ଶିକ୍ଷା ସଂପର୍କୀୟ କାର୍ଯ୍ୟକ୍ରମଗୁଡ଼ିକୁ ଜାଣିବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରିବାର ଗୁରୁଦାୟିତ୍ବ ସେ ନେଇଥା’ନ୍ତି ।
  12. SCERT ଏବଂ NCERT ର ସହଯୋଗରେ ପରିବେଶ ସଂକ୍ରାନ୍ତୀୟ ଆଲୋଚନାଚକ୍ରରେ ନିଜେ ଭାଗ ନେଇ ଅଧିକ ଜ୍ଞାନ ଏବଂ କୌଶଳ ଅବଲମ୍ବନ କରିଥା’ନ୍ତି ।

ଶିକ୍ଷକ ଉପରୋକ୍ତ ଦାୟିତ୍ଵକୁ ସୁଚାରୁରୂପେ ନିର୍ବାହ କରିପାରିଲେ ପରିବେଶ ଶିକ୍ଷା ଶିକ୍ଷାଦାନ ଫଳପ୍ରଦ ହୋଇପାରିବ । ଶିକ୍ଷକ ମାନବ ସମ୍ବଳକୁ ଉପଯୁକ୍ତଭାବରେ ବିନିଯୋଗ କରିବାପାଇଁ ସୁଯୋଗ ସୃଷ୍ଟି କରିପାରିବେ । ଶିଶୁର ବିବେକ ଏବଂ ସୃଜନଶୀଳ ଚିନ୍ତାଧାରାକୁ ବିକାଶ କରିବାପାଇଁ ଶିକ୍ଷକର ଦାୟିତ୍ବବୋଧ ଅନେକ । ଏହାର ସଦୁପଯୋଗ ଏକାନ୍ତ ପ୍ରୟୋଜନୀୟ ।

4. ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପାଇଁ ସଚେତନତା କିପରି ସୃଷ୍ଟି କରାଯାଇ ପାରିବ ?
Answer:
ପରିବେଶ ଶିକ୍ଷା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିଥାଏ । ମନୁଷ୍ୟର ପରିବେଶ ସହ ସମ୍ପର୍କ ଅତି ନିଗୂଢ଼ । ଉଭୟ ପରସ୍ପରର ପରିପୂରକ । ପରିବେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ବ୍ୟକ୍ତିର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ । ସଂପ୍ରତି ସମାଜ ଆଗରେ ଦେଖାଯାଇଥିବା ପରିବେଶ ପ୍ରଦୂଷଣଜନିତ ସମସ୍ୟା ବିଶେଷ କରି ତା’ର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କେବଳ ପରିବେଶ ଅଧ୍ୟୟନ ବା ଶିକ୍ଷାଦ୍ବାରା ସମ୍ଭବପର । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଏକ ମାନସିକ ପ୍ରସ୍ତୁତି ସୃଷ୍ଟି କରିଥାଏ ।

ପରିବେଶ ଶିକ୍ଷାର ପାଠ୍ୟକ୍ରମ (Curriculum of Environmental Education) – ୧୯୮୬ ଜାତୀୟ ଶିକ୍ଷାନୀତି ଏବଂ ୧୯୯୨ ଶିକ୍ଷାନୀତି ପରିବେଶ ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରିଛି । NCERT ର ଅନୁମୋଦନ କ୍ରମେ ପରିବେଶ ଶିକ୍ଷାର ବିଷୟବସ୍ତୁଗୁଡ଼ିକ ନିମ୍ନରେ ଦିଆଗଲା :
(i) ଜନସଂଖ୍ୟା (Population)
(ii) ଭୂମି ଏବଂ ଏହାର ବ୍ୟବହାର (Land and its uses)
(iii) ବିଭିନ୍ନ ସମ୍ପଦ ଏବଂ ତା’ର ବ୍ୟବହାର (Different types of resources and their uses)
(iv) ଖାଦ୍ୟ (Food)
(v) ପ୍ରଦୂଷଣ (Pollution)
(vi) ମଣିଷ ଏବଂ ପ୍ରକୃତି ମଧ୍ୟରେ ସମ୍ପର୍କ (Relation between man and nature)

ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Primary Stage) – ପରିବେଶ ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୮୮ ମସିହାରେ NCERT ତରଫରୁ ପୁସ୍ତକ ପ୍ରଣୟନ କରାଯାଇଛି ।
(i) ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀରେ ଏହାକୁ ଏକ ସମନ୍ବିତ ଶିକ୍ଷାରୂପେ ଗ୍ରହଣ କରାଯାଇଛି ।
(ii) ତୃତୀୟରୁ ପଞ୍ଚମ ଶ୍ରେଣୀ ପାଇଁ ଏହାକୁ ଦୁଇଟି ଅଲଗା ପାଠ୍ୟକ୍ରମରୂପେ ବିଚାର କରାଯାଇଛି :
1. (a) ପରିବେଶ ଶିକ୍ଷା, (b) ସାମାଜିକ ଓ ପରିବେଶ ଶିକ୍ଷା 2, ବିଜ୍ଞାନ
ପରିବେଶ ବିଜ୍ଞାନ ନିଜର ଚତୁଃପାର୍ଶ୍ଵରେ ଘଟୁଥ‌ିବା ଘଟଣାବଳୀର ବୈଜ୍ଞାନିକ ତଥ୍ୟାବଳୀକୁ ଆବିଷ୍କାର ଏବଂ ହୃଦୟଙ୍ଗମ ରେ ସାହାଯ୍ୟ କରିଥାଏ ।

ଉଚ୍ଚ ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Upper Primary Stage) – ମନୋଭାବକୁ ଉଦ୍ରେକ କରିବାପାଇଁ ପରିବେଶ ଶିକ୍ଷା ବିଜ୍ଞାନ (Science) ମାଧ୍ୟମରେ ଦିଆଯିବା ଉଚିତ । ନିମ୍ନଲିଖ ବିଷୟବସ୍ତୁଗୁଡ଼ିକୁ ଏଥରେ ଅନ୍ତର୍ଭୁକ୍ତ କରାଯାଇପାରେ :
(i) ଉଭିଦ ଉପରେ ପ୍ରାଣୀଙ୍କର ନିର୍ଭରଶୀଳତା
(ii) ପ୍ରକୃତିର ସନ୍ତୁଳନ
(iii) ଜନସଂଖ୍ୟା ବୃଦ୍ଧି ଏବଂ ତା’ର ପରିବେଶ ଉପରେ ପ୍ରତିକୂଳ ପ୍ରଭାବ
(iv) ନିଜ ଚତୁଃପାର୍ଶ୍ଵର ଘଟଣାବଳୀର ବୈଜ୍ଞାନିକ ବିଶ୍ଳେଷଣ

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

ସହ-ପାଠ୍ୟକ୍ରମ ମାଧ୍ୟମରେ ପରିବେଶ ଶିକ୍ଷା (Environmental Education through co-curricular activities) – ପରିବେଶ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକମାନେ ବିଦ୍ୟାଳୟରେ ନିମ୍ନଲିଖ୍ କାର୍ଯ୍ୟକ୍ରମଗୁଡ଼ିକ ଅନ୍ତର୍ଭୁକ୍ତ କରିବା ଉଚିତ ।
(i) ପରିବେଶ ସଂକ୍ରାନ୍ତୀୟ ଆଲୋଚନା ଚକ୍ର ।
(ii) S.U.P.W. ମାଧ୍ୟମରେ ବିଦ୍ୟାଳୟର ପରିବେଶକୁ ସଫାସୁତୁରା ରଖୁ ।
(iii) ବୃକ୍ଷରୋପଣ, ଘର ଚାରିପାଖ, ଡାକ୍ତରଖାନା, ସ୍ବାସ୍ଥ୍ୟକେନ୍ଦ୍ର, ବଜାର ଏବଂ ଉପାସନାସ୍ଥଳୀ ପ୍ରଭୃତି ସ୍ଥାନ ସଫା କରିବା, ପାଇଖାନା ବ୍ୟବହାର, ଅପରିଷ୍କାର ଖାଦ୍ୟଦ୍ରବ୍ୟ ବର୍ଜନ ଏବଂ ବୃକ୍ଷଲତା ଓ ପଶୁପକ୍ଷୀମାନଙ୍କ ପ୍ରତି ମମତା ସୃଷ୍ଟି କରିବା ।
(iv) ପରିବେଶ ସଚେତନତା ପ୍ରତି NCC, Guide and Scout ର କାର୍ଯ୍ୟକ୍ରମମାନ ସୃଷ୍ଟି କରିବା ।
(v) ଖେଳ, ସଙ୍ଗୀତ, ନାଚ ଏବଂ ଚିତ୍ରକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ।

ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରିବାପାଇଁ ବିଦ୍ୟାଳୟରେ ସୁଯୋଗ ସୃଷ୍ଟି କରାଯାଇଥାଏ । ବିଦ୍ୟାଳୟର ବଗିଚା ବିଦ୍ୟାଳୟର ଶୋଭାବର୍ତ୍ତନ କରିଥାଏ । ସେଠାରେ ଛାତ୍ରଟିଏ ଗଛ ଲଗାଇବା, ଗଛର ଯତ୍ନ ନେବା, ଗଛକୁ ଧ୍ୱଂସ ନ କରିବାପାଇଁ ପ୍ରେରଣା ପାଇଥାଏ । ବର୍ଷାର ଆଗମନରେ ସବୁଜ ପୃଥ‌ିବୀକୁ ଦେଖୁ ସେ ଆନନ୍ଦିତ ହୋଇଉଠେ । ଏହା ପିଲାମାନଙ୍କ ମନରେ ସୌନ୍ଦର୍ଯ୍ୟବୋଧ ସୃଷ୍ଟି କରିଥାଏ ।

5. ପରିବେଶ ଶିକ୍ଷା କ’ଣ ? ବିଦ୍ୟାଳୟ ସ୍ତରରେ ଏହି ଶିକ୍ଷାର ଗୁରୁତ୍ଵ ଏବଂ କାର୍ଯ୍ୟକ୍ରମ ଆଲୋଚନା କର ।
Answer:
ଉଭିଦ ଏବଂ ଜୀବ ମଧ୍ଯରେ ସନ୍ତୁଳନ ନ ରହିଲେ ବ୍ୟକ୍ତିର ବିକାଶ ହୋଇପାରିବ ନାହିଁ । ପରିବେଶର ପ୍ରଦୂଷଣର କାରଣ ବୁଝି ଏହାର ପ୍ରତିକାର କରିବା ଏବଂ ନିଜର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ । ନିଜର ସୁବିଧା ପାଇଁ ପରିବେଶର ଧ୍ୱଂସ ଆମର କାମ୍ୟ ହେବା ଅନୁଚିତ । ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରାଯାଇପାରିଲେ ପରିବେଶ ପ୍ରଦୂଷଣ ଏବଂ ଅବକ୍ଷୟକୁ ରୋକାଯାଇପାରିବ । ଛାତ୍ରଛାତ୍ରୀମାନଙ୍କ ମନରେ ପରିବେଶ ସୁରକ୍ଷା ମନୋଭାବ ସୃଷ୍ଟି ହେବା ଦରକାର । ପରିବେଶ ଶିକ୍ଷା ସେମାନଙ୍କୁ ପରିବେଶ ସଂପର୍କରେ ସୂଚନା ଦେବା ସହ ଏହାର ସୁରକ୍ଷାର ଉପାୟମାନ ସୂଚନା ମାଧ୍ୟମରେ ପ୍ରଦାନ କରିଥାଏ ।

ପରିବେଶ ଶିକ୍ଷା, ପ୍ରାକୃତିକ ଓ ମଣିଷ ତିଆରି ପରିବେଶ ସହିତ ମଣିଷର ସଂପର୍କକୁ ବୁଝାଇଥାଏ । ପରିବେଶ ସଚେତନତା ସୃଷ୍ଟି ପରିବେଶ ଶିକ୍ଷା ଅଟେ । ପରିବେଶ ସଚେତନତା ସୃଷ୍ଟିଦ୍ୱାରା ବ୍ୟକ୍ତି ପରିବେଶ ସମସ୍ୟାର ସମାଧାନ କରିଥାଏ ।

⇒ ବିଦ୍ୟାଳୟ ସ୍ତରରେ ପରିବେଶ ଶିକ୍ଷାର ଗୁରୁତ୍ଵ
ବିଭିନ୍ନ ପାଠ୍ୟକ୍ରମ ଓ ବିଷୟବସ୍ତୁକୁ ପରିବେଶ ଶିକ୍ଷାରେ ଅନ୍ତର୍ଭୁକ୍ତ କରାଯାଇଛି; ଯଥା –
(i) ଜନସଂଖ୍ୟା
(ii) ଭୂମି ଓ ଏହାର ବ୍ୟବହାର
(iii) ସମ୍ପଦ ଓ ଏହାର ବ୍ୟବହାର
(iv) ଖାଦ୍ୟ
(v) ପ୍ରଦୂଷଣ
(vi) ପରିବେଶ ଓ ମନୁଷ୍ୟ ମଧ୍ୟରେ ସମ୍ପର୍କ
(vii) ପରିବେଶ ପ୍ରଦୂଷଣର ବିଭିନ୍ନ ପ୍ରଭାବ

ଏହି ଶିକ୍ଷାକୁ ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରାଯାଇ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଏହାର ପରିସରକୁ ବୃଦ୍ଧି କରାଯାଇପାରିବ । ଏହା ସହିତ ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ମାଧ୍ୟମରେ ପରିବେଶ ଶିକ୍ଷା ପରି ଏକ ସମ୍ବେଦନଶୀଳ ଶିକ୍ଷାକୁ ସହଜରେ ବିଦ୍ୟାଳୟରେ କାର୍ଯ୍ୟକାରୀ କରାଯାଇପାରିବ; ଯଥା –
(1) ପରିବେଶ ଦିବସ ପାଳନ (ଜୁନ୍-୫)
(2) ବୃକ୍ଷରୋପଣ
(3) ଖେଳ, ନାଚ ଓ ଗୀତ ପ୍ରତିଯୋଗିତା ଆୟୋଜନ
(4) ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ
(5) ବୃକ୍ଷ କାଟିବା, ଜଙ୍ଗଲପୋଡ଼ିକୁ ରୋକିବା ନିମନ୍ତେ ପ୍ରୟାସ

ଉପଯୁକ୍ତ ଶିକ୍ଷାଦାନ ପ୍ରଣାଳୀ ମାଧ୍ୟମରେ ଏହାକୁ ସଫଳ କରାଯାଇପାରିବ । ଏଥିରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ବିଶେଷକରି ପରିବେଶ ପ୍ରଦୂଷଣ ରୋକିବା ନିମନ୍ତେ ସମସ୍ତଙ୍କର ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ପରିବେଶକୁ ସୁନ୍ଦର ଓ ସତେଜ ରଖିବାପାଇଁ ପରିବେଶ ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

⇒ ବିଦ୍ୟାଳୟ ସ୍ତରରେ ପରିବେଶ ଶିକ୍ଷାର କାର୍ଯ୍ୟକ୍ରମ
ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Primary Stage) – ପରିବେଶ ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୮୮ ମସିହାରେ NCERT ତରଫରୁ ପୁସ୍ତକ ପ୍ରଣୟନ କରାଯାଇଛି ।
(i) ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀରେ ଏହାକୁ ଏକ ସମନ୍ବିତ ଶିକ୍ଷାରୂପେ ଗ୍ରହଣ କରାଯାଇଛି ।
(ii) ତୃତୀୟରୁ ପଞ୍ଚମ ଶ୍ରେଣୀ ପାଇଁ ଏହାକୁ ଦୁଇଟି ଅଲଗା ପାଠ୍ୟକ୍ରମରୂପେ ବିଚାର କରାଯାଇଛି :
1. (a) ପରିବେଶ ଶିକ୍ଷା, (b) ସାମାଜିକ ଓ ପରିବେଶ ଶିକ୍ଷା 2, ବିଜ୍ଞାନ
ପରିବେଶ ବିଜ୍ଞାନ ନିଜର ଚତୁଃପାର୍ଶ୍ଵରେ ଘଟୁଥ‌ିବା ଘଟଣାବଳୀର ବୈଜ୍ଞାନିକ ତଥ୍ୟାବଳୀକୁ ଆବିଷ୍କାର ଏବଂ ହୃଦୟଙ୍ଗମ ରେ ସାହାଯ୍ୟ କରିଥାଏ ।

ଉଚ୍ଚ ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Upper Primary Stage) – ମନୋଭାବକୁ ଉଦ୍ରେକ କରିବାପାଇଁ ପରିବେଶ ଶିକ୍ଷା ବିଜ୍ଞାନ (Science) ମାଧ୍ୟମରେ ଦିଆଯିବା ଉଚିତ । ନିମ୍ନଲିଖ
ବିଷୟବସ୍ତୁଗୁଡ଼ିକୁ ଏଥରେ ଅନ୍ତର୍ଭୁକ୍ତ କରାଯାଇପାରେ :
(i) ଉଭିଦ ଉପରେ ପ୍ରାଣୀଙ୍କର ନିର୍ଭରଶୀଳତା
(ii) ପ୍ରକୃତିର ସନ୍ତୁଳନ
(iii) ଜନସଂଖ୍ୟା ବୃଦ୍ଧି ଏବଂ ତା’ର ପରିବେଶ ଉପରେ ପ୍ରତିକୂଳ ପ୍ରଭାବ
(iv) ନିଜ ଚତୁଃପାର୍ଶ୍ଵର ଘଟଣାବଳୀର ବୈଜ୍ଞାନିକ ବିଶ୍ଳେଷଣ

ସହ-ପାଠ୍ୟକ୍ରମ ମାଧ୍ୟମରେ ପରିବେଶ ଶିକ୍ଷା (Environmental Education through co-curricular activities) – ପରିବେଶ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକମାନେ ବିଦ୍ୟାଳୟରେ ନିମ୍ନଲିଖ୍ କାର୍ଯ୍ୟକ୍ରମଗୁଡ଼ିକ ଅନ୍ତର୍ଭୁକ୍ତ କରିବା ଉଚିତ ।
(i) ପରିବେଶ ସଂକ୍ରାନ୍ତୀୟ ଆଲୋଚନା ଚକ୍ର ।
(ii) S.U.P.W. ମାଧ୍ୟମରେ ବିଦ୍ୟାଳୟର ପରିବେଶକୁ ସଫାସୁତୁରା ରଖୁ ।
(iii) ବୃକ୍ଷରୋପଣ, ଘର ଚାରିପାଖ, ଡାକ୍ତରଖାନା, ସ୍ବାସ୍ଥ୍ୟକେନ୍ଦ୍ର, ବଜାର ଏବଂ ଉପାସନାସ୍ଥଳୀ ପ୍ରଭୃତି ସ୍ଥାନ ସଫା କରିବା, ପାଇଖାନା ବ୍ୟବହାର, ଅପରିଷ୍କାର ଖାଦ୍ୟଦ୍ରବ୍ୟ ବର୍ଜନ ଏବଂ ବୃକ୍ଷଲତା ଓ ପଶୁପକ୍ଷୀମାନଙ୍କ ପ୍ରତି ମମତା ସୃଷ୍ଟି କରିବା ।
(iv) ପରିବେଶ ସଚେତନତା ପ୍ରତି NCC, Guide and Scout ର କାର୍ଯ୍ୟକ୍ରମମାନ ସୃଷ୍ଟି କରିବା ।
(v) ଖେଳ, ସଙ୍ଗୀତ, ନାଚ ଏବଂ ଚିତ୍ରକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ।

ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରିବାପାଇଁ ବିଦ୍ୟାଳୟରେ ସୁଯୋଗ ସୃଷ୍ଟି କରାଯାଇଥାଏ । ବିଦ୍ୟାଳୟର ବଗିଚା ବିଦ୍ୟାଳୟର ଶୋଭାବର୍ତ୍ତନ କରିଥାଏ । ସେଠାରେ ଛାତ୍ରଟିଏ ଗଛ ଲଗାଇବା, ଗଛର ଯତ୍ନ ନେବା, ଗଛକୁ ଧ୍ୱଂସ ନ କରିବାପାଇଁ ପ୍ରେରଣା ପାଇଥାଏ । ବର୍ଷାର ଆଗମନରେ ସବୁଜ ପୃଥ‌ିବୀକୁ ଦେଖୁ ସେ ଆନନ୍ଦିତ ହୋଇଉଠେ । ଏହା ପିଲାମାନଙ୍କ ମନରେ ସୌନ୍ଦର୍ଯ୍ୟବୋଧ ସୃଷ୍ଟି କରିଥାଏ ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ମନୁଷ୍ୟ ଏକ ସଜୀବ । ନିଜର ଆବଶ୍ୟକତା ମେଣ୍ଟାଇବାପାଇଁ ସେ ସର୍ବଦା ପରିବେଶ ଉପରେ ନିର୍ଭରଶୀଳ । ପରିବେଶଦ୍ୱାରା ସଜୀବ ବହୁମାତ୍ରାରେ ପରିଚାଳିତ ହୋଇଥାଏ । ବିଭିନ୍ନ ସମୟରେ ପରିବେଶର ପ୍ରତିକୂଳତା ହେତୁ, ବିଭିନ୍ନ ଜୀବର ଲୋପ ବା ବିବର୍ତ୍ତନ ହୋଇଯାଇଛି । ବିଶେଷକରି ବର୍ତ୍ତମାନ ଆମେ ଦେଖୁଛୁ ଯେ ମନୁଷ୍ୟ ବହୁମାତ୍ରାରେ ପ୍ରାକୃତିକ ପରିବେଶର କ୍ଷତି ଘଟାଉଛି । ତେଣୁ ପରିବେଶ ବର୍ତ୍ତମାନ ଅବକ୍ଷୟ ଅବସ୍ଥାରେ ରହିଛି ।

ଏହା ବର୍ତ୍ତମାନର ମନୁଷ୍ୟ, ପ୍ରାଣୀଜଗତ, ଉଭିଦ ତଥା ଭବିଷ୍ୟତର ବଂଶଧରମାନଙ୍କ ଉପରେ ବହୁ ପ୍ରତିକୂଳ ପ୍ରଭାବ ପକାଇବ । ତେଣୁ ଏହି ପରିବେଶକୁ ସୁନ୍ଦର ଓ ନିର୍ମଳ କରିବାପାଇଁ ପରିବେଶ ପ୍ରଦୂଷଣକୁ ରୋକିବାକୁ ପଡ଼ିବ । ବିଭିନ୍ନ ମାଧ୍ଯମ, ସାଧନ ମାଧ୍ୟମରେ ଏହାର ପ୍ରଚାର ଓ ପ୍ରସାର ହେଉଥିଲେ ମଧ୍ୟ ବିଶେଷକରି ଶିକ୍ଷା ଏକ ମୁଖ୍ୟ ଅସ୍ତ୍ର ଯାହା ପରିବେଶକୁ ରକ୍ଷା କରିପାରିବ ।

ପରିବେଶ ଶିକ୍ଷା (Environmental Education) :
ପରିବେଶ ହେଉଛି ବେଷ୍ଟନୀ ଯାହା ସମସ୍ତ ବାହ୍ୟ ଅବସ୍ଥା, ସ୍ଥିତି ଏବଂ ପ୍ରଭାବ ବା ଶକ୍ତିକୁ ଅନ୍ତର୍ଭୁକ୍ତ କରି ସଜୀବଗୁଡ଼ିକର ଜୀବନ ଏବଂ ବିକାଶକୁ ପ୍ରଭାବିତ କରିଥାଏ । ସାଧାରଣତଃ ପରିବେଶ (Environment) କହିଲେ ଯାହା ଆମ ଚାରିପାଖରେ ବା ଚତୁଃପାର୍ଶ୍ଵରେ ଅଛି ତାହାକୁ ବୁଝାଏ (Environment means all that surrounds us.) ।

ଏହି ପରିପ୍ରେକ୍ଷୀରେ ଆମର ପରିବେଶ – ମୃତ୍ତିକା, ଜଳ, ତାପମାତ୍ରା ଏବଂ ଆଲୋକକୁ ବୁଝାଇଥାଏ । ବର୍ତ୍ତମାନ ଏହି ଦୁଇ ଶବ୍ଦର ଅର୍ଥକୁ ବିଶ୍ଳେଷଣ କରାଗଲା ।

ପରିବେଶ (Environment) – ଉଡ୍ ୱର୍ଥ (Wood Worth) ଙ୍କ ମତରେ, ଜୀବନର ଆରମ୍ଭରୁ ଯେଉଁ ବାହ୍ୟଶକ୍ତିଗୁଡ଼ିକ ବ୍ୟକ୍ତିକୁ ପ୍ରଭାବିତ କରିଥାଏ, ତାହା ପରିବେଶ । କିନ୍ତୁ ତାହା ବ୍ୟକ୍ତିର ବଂଶଗତ ବ୍ୟତିରେକ ଅନ୍ୟସବୁ ଅଟେ । (Environment covers all the outside factors that have acted on the individual since he began life. The environment is everything that affects the individual except his genes.)

ଶିକ୍ଷା (Education) – ଶିକ୍ଷା ମନୁଷ୍ୟକୁ ବାହ୍ୟ ପରିବେଶ ସହ ସମଯୋଜିତ କରିବାରେ ସାହାଯ୍ୟ କରିଥାଏ । ଶିକ୍ଷାଦ୍ବାରା ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ହୋଇଥାଏ; ଯଥା – ଶାରୀରିକ, ମାନସିକ, ବୌଦ୍ଧିକ, ସାମାଜିକ ଏବଂ ଆଧ୍ୟାତ୍ମିକ । ପରିବେଶର ବିକାଶ ସାଧନ ଶିକ୍ଷାର ଲକ୍ଷ୍ୟ ହେବା ବିଧେୟ ।

ପରିବେଶ ଶିକ୍ଷା (Environmental Education) – ଉଭିଦ ଏବଂ ଜୀବ ମଧ୍ଯରେ ସନ୍ତୁଳନ ନ ରହିଲେ ବ୍ୟକ୍ତିର ବିକାଶ ହୋଇପାରିବ ନାହିଁ । ପରିବେଶ ପ୍ରଦୂଷଣର କାରଣ ବୁଝି ଏହାର ପ୍ରତିକାର କରିବା ଏବଂ ନିଜର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ । ନିଜର ସୁବିଧା ପାଇଁ ପରିବେଶର ଧ୍ୱଂସ ଆମର କାମ୍ୟ ହେବା ଅନୁଚିତ ।

କେବଳ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରାଯାଇପାରିଲେ ପରିବେଶ ପ୍ରଦୂଷଣ ଏବଂ ଅବକ୍ଷୟକୁ ରୋକାଯାଇ ପାରିବ । ଛାତ୍ରଛାତ୍ରୀମାନଙ୍କ ମନରେ ମଧ୍ୟ ପରିବେଶ ସୁରକ୍ଷା ମନୋଭାବ ସୃଷ୍ଟି କରିବା ଦରକାର । ପରିବେଶ ଶିକ୍ଷା ସେମାନଙ୍କୁ ପରିବେଶ ସମ୍ପର୍କର ସୂଚନା ଦେବା ସହ ଏହାର ସୁରକ୍ଷାର ଉପାୟମାନ ସୂଚନା ମାଧ୍ୟମରେ ପ୍ରଦାନ କରିଥାଏ ।

ପରିବେଶ ଶିକ୍ଷା, ପ୍ରାକୃତିକ ଓ ମଣିଷ ତିଆରି ପରିବେଶ ସହିତ ମନୁଷ୍ୟର ସମ୍ପର୍କକୁ ବୁଝାଇଥାଏ । ପରିବେଶ ସଚେତନତା ସୃଷ୍ଟି ପରିବେଶ ଶିକ୍ଷା ଅଟେ । ପରିବେଶ ସଚେତନତା ସୃଷ୍ଟିଦ୍ୱାରା ବ୍ୟକ୍ତି ପରିବେଶ ସମସ୍ୟାର ସମାଧାନ କରିଥାଏ ।

ପରିବେଶର ସୁରକ୍ଷା ପାଇଁ ପରିବେଶର ସନ୍ତୁଳନ ରକ୍ଷା ହେବା ଦରକାର । ଉଭିଦ ଏବଂ ପ୍ରାଣୀ ମଧ୍ୟରେ ସମ୍ପର୍କ ରକ୍ଷା ଏକାନ୍ତ ପ୍ରୟୋଜନ । ତାପମାତ୍ରାର ଅତ୍ୟଧିକ ବୃଦ୍ଧି ଅଂଶୁଘାତ ସୃଷ୍ଟି କରିଥାଏ । ପବନର ଗତି ବଢ଼ିଲେ ମହାବାତ୍ୟା ହୁଏ । ଜଙ୍ଗଲ କ୍ଷୟ ଅନାବୃଷ୍ଟି ଓ ମରୁଡ଼ି ସୃଷ୍ଟି କରିଥାଏ । ଜଳସମ୍ପଦର ବୃଦ୍ଧି ବନ୍ୟାର ସୂଚନା ଦେଇଥାଏ । ତେଣୁ ଏ ସମ୍ପର୍କରେ ଯଦି ଆମେ ସଚେତନ ହୋଇପାରିବା, ତେବେ ପରିବେଶର ସୁରକ୍ଷା ହୋଇପାରିବ ।

ଏହା କେବଳ ଶିକ୍ଷାଦ୍ବାରା ସମ୍ଭବ । ଯେଉଁ ଶିକ୍ଷା ପରିବେଶର ପ୍ରଦୂଷଣ ଏବଂ ସୁରକ୍ଷାର ସୂଚନା ପ୍ରଦାନ କରିଥାଏ’ତାହା ପରିବେଶ ଶିକ୍ଷା । ପ୍ରାଥମିକ ସ୍ତରରୁ ଏହି ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଦେଲେ ନିଶ୍ଚୟ ଉପକାର ଉପଲବ୍ଧ ହୋଇପାରିବ ।

ପରିବେଶ ସୁରକ୍ଷା ପାଇଁ ଶିକ୍ଷା କାର୍ଯ୍ୟକ୍ରମ :

  1. ପରିବେଶ ଶିକ୍ଷାର ପାଠ୍ୟକ୍ରମକୁ ପ୍ରଥମ ଶ୍ରେଣୀରୁ ଆରମ୍ଭ କରିବା ।
  2. ପରିବେଶ ଶିକ୍ଷା ଗବେଷଣା ଉପରେ ଗୁରୁତ୍ବ ଦେବା ।
  3. ବିଭିନ୍ନ ପାଠ୍ୟକ୍ରମ ଓ ସହପାଠ୍ୟକ୍ରମ କାର୍ଯ୍ୟ ମାଧ୍ୟମରେ ପରିବେଶ ସଚେତନତା ସୃଷ୍ଟି କରିବା ।
  4. ବିଦ୍ୟାଳୟରେ ପରିବେଶ ଅନୁକୂଳ ବାତାବରଣ ଉପରେ ଗୁରୁତ୍ଵ ଦେବା ।
  5. ଉତ୍ତମ ସ୍ଵାସ୍ଥ୍ୟ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ।
  6. ପରିବେଶକୁ ନଷ୍ଟ କରୁଥିବା କାରକ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ।
  7. ବିଭିନ୍ନ ବିଦ୍ୟାଳୟରେ ପରିବେଶ ସଂକ୍ରାନ୍ତୀୟ ଆଲୋଚନା ଓ କାର୍ଯ୍ୟକ୍ରମ ଆୟୋଜନ କରିବା ।
  8. ବିଦ୍ୟାଳୟରେ ‘ଇକୋ କ୍ଲବ୍’ ଗଠନ ଉପରେ ଗୁରୁତ୍ଵ ଦେବା ।
  9. ଗଛ ଲଗାଇବା, ବନମହୋତ୍ସବ ଆଦି କାର୍ଯ୍ୟକ୍ରମର ପ୍ରସାର ଓ ପ୍ରଚାର କରିବା ଇତ୍ୟାଦି ।

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Odisha State Board BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ Textbook Exercise Questions and Answers.

BSE Odisha Class 7 Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧। ଉତ୍ତର କୁହ ।
(କ) ମହର୍ଷି ବାଜଶ୍ରବା କେଉଁ ଯଜ୍ଞର ଆୟୋଜନ କରିଥିଲେ ?
Answer:
ମହର୍ଷି ବାଜଶ୍ରବା ବିଶ୍ବଜିତ୍ ଯଜ୍ଞର ଆୟୋଜନ କରିଥିଲେ । ଏହି ଯଜ୍ଞ ଚାଲିଥିବା ସମୟରେ ମହର୍ଷି ବାଜଶ୍ରବା

(ଖ) ଯଜ୍ଞର ନିୟମଗୁଡ଼ିକ କ’ଣ କ’ଣ ଥିଲା ?
Answer:
ଏହି ଯଜ୍ଞର ନିୟମ ବଡ଼ କଠୋର ଥିଲା । କାରଣ ଯଜ୍ଞର ନିୟମ ହେଉଛି ଯଜ୍ଞକର୍ତ୍ତା ଯଜ୍ଞର ସଫଳତା ପାଇଁ ବିନାଦ୍ବିଧାରେ ନିଜର ସର୍ବସ୍ଵ ଦାନ କରିବେ । ଅଭ୍ୟାଗତମାନେ ଦାନ ଦକ୍ଷିଣା ଗ୍ରହଣ କରି ଯଜ୍ଞକର୍ତ୍ତାଙ୍କୁ ଆଶୀର୍ବାଦ ପ୍ରଦାନ ପୂର୍ବକ ତାଙ୍କୁ ଯଜ୍ଞଫଳ ପ୍ରାପ୍ତି ପାଇଁ ଆର୍ଶୀବାଦ ପ୍ରଦାନ କରିବେ ।

(ଗ) ନଚିକେତା କାହିଁକି ବିସ୍ମିତ ଓ ମର୍ମାହତ ହେଲେ ?
Answer:
ଯଜ୍ଞ ପ୍ରାୟ ଶେଷହେବାକୁ ଯାଉଥ‌ିବାବେଳେ ଋଷି ବାଜଶ୍ରବା କେତେଗୁଡ଼ିଏ ଜୀଉଁଶୀର୍ଣ୍ଣ ଓ ରୁଗ୍ଣ ଗାଈମାନଙ୍କୁ ଆଣି ଅଭ୍ୟାଗତମାନଙ୍କୁ ଦାନ କରୁଥିଲେ । ବାପା ଏପରି ଅକର୍ମଣ୍ୟ ଓ ରୁଗ୍ଣ ଗାଈଗୁଡ଼ିକୁ ଦକ୍ଷିଣା ଦେଉଥ‌ିବା ଲକ୍ଷ୍ୟକରି

(ଘ) ନଚିକେତାଙ୍କ ପ୍ରଥମ ବର କ’ଣ ଥିଲା ?
Answer:
ନଚିକେତା ଯମରାଜାଙ୍କର ଅନୁଗ୍ରହ ଲାଭ କରିବା ପରେ ଇଚ୍ଛାନୁଯାୟୀ ଗୋଟିଏ ବର ମାଗିନେବାକୁ ତାଙ୍କଠାରୁ ଅନୁମତି ପାଇଲେ । ତାଙ୍କର ଏହି ପ୍ରଥମ ବରରେ ନଚିକେତା ତାଙ୍କ ବିରହରେ ସନ୍ତାପିତ ପିତାଙ୍କର ଦୁଃଖମୋଚନ କରିବାପାଇଁ ଯମରାଜାଙ୍କୁ ନିବେଦନ କରିଥିଲେ ଏବଂ ଯମପୁରରୁ ଫେରିବା ପରେ ପିତା ତାଙ୍କୁ ପୂର୍ବପରି ସ୍ନେହରେ ଗ୍ରହଣ କରିନେବାକୁ ବ୍ୟବସ୍ଥା କରିବାକୁ ଉକ୍ତ ବରରେ ନିବେଦନ କରିଥିଲେ ।

(ଙ) ଯମରାଜା କେତେବେଳେ ନଚିକେତାଙ୍କୁ ଅନ୍ୟ ବର ପ୍ରାର୍ଥନା କରିବାକୁ କହିଲେ ?
Answer:
ନଚିକେତା ଦୁଇଟି ବର ମାଗିବା ପରେ ଯମରାଜା ସେଗୁଡ଼ିକୁ ଅତ୍ୟନ୍ତ ଆନନ୍ଦର ସହ ପୂର୍ଣ୍ଣ କରିଥିଲେ । ମାତ୍ର ନଚିକେତା ସେ ପର୍ଯ୍ୟନ୍ତ ନିଜ ପାଇଁ କୌଣସି ବର ଭିକ୍ଷାକରି ନଥିବାରୁ ତୃତୀୟ ବରରେ ତାହା ପ୍ରାର୍ଥନା କରିବାକୁ ଯମରାଜ ନଚିକେତାଙ୍କୁ ଅନୁମତି ଦେଲେ । ମାତ୍ର ନଚିକେତା ପୁନର୍ବାର ନିଜ ପାଇଁ କିଛି ମାଗିବା ପରିବର୍ତ୍ତେ ମୃତ୍ୟୁଜୟୀ ଆତ୍ମଜ୍ଞାନ ଲାଭ କରିବାର ସୂତ୍ର ଜାଣିବାପାଇଁ ତୃତୀୟ ବର ପ୍ରାର୍ଥନା କରିଥିଲେ । ଏହି ବର ଅତ୍ୟନ୍ତ ରହସ୍ୟପୂର୍ଣ୍ଣ ଓ କଷ୍ଟକର ଥିଲା । ମୁନିଋଷିମାନେ ମଧ୍ୟ ଏ ସମ୍ପର୍କରେ ଚେଷ୍ଟାକରି ଜ୍ଞାନଲାଭ କରିପାରି ନ ଥିଲେ । ଏଣୁ ଏଭଳି କଷ୍ଟକର ଓ ରହସ୍ୟମୟ ଜ୍ଞାନ ସମ୍ପର୍କରେ ନଚିକେତାଙ୍କୁ ନ ଜଣାଇବା ପାଇଁ ଉଚିତ ମନେକରି ତାଙ୍କୁ ଅନ୍ୟ ବର ମାଗିବାକୁ କହିଥିଲେ ।

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୨ ।
ଉତ୍ତର କୁହ ।
(କ) ମହର୍ଷି ବାଜଶ୍ରବା ଉପସ୍ଥିତ ଅତିଥ୍ୟ ଅଭ୍ୟାଗତଙ୍କର କିପରି ଅର୍ଚ୍ଚନା କରିଥିଲେ ?
Answer:
ଯଜ୍ଞପୀଠରେ ଯେଉଁ ଅତିଥ୍ୟ ଅଭ୍ୟାଗତ ଉପସ୍ଥିତ ହେଉଥିଲେ ମହର୍ଷି ବାଜଶ୍ରବା ଅତି ଆଦରରେ ଅଭ୍ୟର୍ଥନା କରି ସେମାନଙ୍କୁ ଆସନ ପ୍ରଦାନ କରୁଥିଲେ । ଏହାପରେ ଅତିଥୁ ଅଭ୍ୟାଗତମାନଙ୍କର ରୁଚି ଅନୁଯାୟୀ ସୁନାରୁପା, ଭୂମି, ଧେନୁ ଇତ୍ୟାଦି ସମ୍ପତ୍ତି ସବୁକୁ ଋଷି ଗୋଟି ଗୋଟି କରି ଅତି ପ୍ରଫୁଲ୍ଲ ମନରେ ସେମାନଙ୍କୁ ଦାନ କରୁଥିଲେ ।

(ଖ) ନଚିକେତା କେଉଁ କାରଣରୁ ଦୁଃଖୁତ ହେଲେ ?
Answer:
ବିଶ୍ୱଜିତ୍ ଯଜ୍ଞପୀଠରେ ଋଷି ବାଜଶ୍ରବା ଅଭ୍ୟାଗତମାନଙ୍କୁ ଭୂମି, ଧେନୁ, ସୁବର୍ଣ୍ଣ ପ୍ରଭୃତି ଦାନ କରିଥିଲେ । ଏ ଯଜ୍ଞର ନିୟମ ଥିଲା ଯେ, ଯଜ୍ଞକର୍ତ୍ତା ନିଜର ସର୍ବସ୍ବ ଦାନ କରିବେ ନଚେତ୍ ଯଜ୍ଞ ନିଷ୍ଫଳ ହେବ । ବାଜଶ୍ରବା ସମସ୍ତ ସମ୍ପତ୍ତି ଦାନ କରିବା ପରେ ରୁଗ୍‌ଣ, ଜୀର୍ଘଶୀର୍ଣ୍ଣ ଓ ଅକର୍ମଣ୍ୟ ଗାଈଗୁଡ଼ିକୁ ଦକ୍ଷିଣାସ୍ଵରୂପ ଦେଇଥିଲେ । ଏହା ଦେଖ୍ ନଚିକେତା ଦୁଃଖ ହେଲେ । କାରଣ ସେ ଚିନ୍ତାକଲେ ଯେ, ପିତା ଏଗୁଡ଼ିକ ଦାନ କରି ପୁଣ୍ୟ ଅର୍ଜନ କରିପାରିବେନି ଏବଂ ଯଜ୍ଞ କାର୍ଯ୍ୟ ନିଷ୍ଫଳ ହେବ ।

(ଗ) ନଚିକେତା ଦ୍ଵିତୀୟ ବରରେ କ’ଣ ପ୍ରାର୍ଥନା କରିଥିଲେ ?
Answer:
ନଚିକେତା ତାଙ୍କ ଦ୍ଵିତୀୟ ବରରେ ସମଗ୍ର ସଂସାର ଲୋକମାନଙ୍କ ପାଇଁ କିଛି ମାଗିଥିଲେ । ସଂସାରବାସୀଙ୍କ ଦୁଃଖ, ଦୁର୍ଦ୍ଦଶା, ପାପ ଓ ଶୋକ ଆଦି ନଚିକେତାଙ୍କ ମନକୁ ସବୁବେଳେ ବ୍ୟାକୁଳ କରୁଥିଲା । ସେ ସଂସାରବାସୀଙ୍କ ଦୁଃଖ କଷ୍ଟ ଦୂର କରିବାକୁ ଚାହିଁଲେ । ତେଣୁ ଯମରାଜଙ୍କୁ ନଚିକେତା ତାଙ୍କର ଦ୍ଵିତୀୟ ବରରୂପେ ସଂସାରବାସୀଙ୍କ ରୋଗ, ଶୋକ, ଦୁଃଖ, ଦୁର୍ଦ୍ଦଶାରୁ ମୁକ୍ତି ନିମନ୍ତେ ଉପଯୁକ୍ତ ମନ୍ତ୍ର ଓ ଯଜ୍ଞବିଧ୍ଵ ବିଷୟରେ ଶିକ୍ଷା ଦେବାପାଇଁ ପ୍ରାର୍ଥନା କରିଥିଲେ । ନଚିକେତାଙ୍କର ଏହି ଦ୍ଵିତୀୟ ବରରେ ତାଙ୍କର ନିଃସ୍ୱାର୍ଥପର ଓ ପରୋପକାରୀ ମନୋଭାବ ଯମରାଜଙ୍କୁ ବିସ୍ମିତ କରିବା ସହିତ ଆନନ୍ଦ ଦେଇଥିଲା ।

(ଘ) ଯମରାଜା ତୃତୀୟ ବରରେ କ’ଣ ପ୍ରାର୍ଥନା କରିବାପାଇଁ ନଚିକେତାଙ୍କୁ କହିଥିଲେ ?
Answer:
ଯମରାଜା ନଚିକେତାଙ୍କର ଜ୍ଞାନ, ବୁଦ୍ଧିମତ୍ତା ଓ ମହତ୍ ଅଭିଳାଷ ଅନୁଭବ କରି ଅତ୍ୟନ୍ତ ପ୍ରୀତ ହୋଇଥିଲେ । ଦୁଇଟି ବରରେ ନଚିକେତା ନିଃସ୍ୱାର୍ଥପର ଭାବରେ ଅନ୍ୟମାନଙ୍କ ପାଇଁ ବର ପ୍ରାର୍ଥନା କରିଥିବାରୁ ଯମରାଜ ତୃତୀୟ ବରରେ ତାଙ୍କ ନିଜ ପାଇଁ କିଛି ମାଗିବାକୁ କହିଥିଲେ । ନଚିକେତାଙ୍କ ପାଇଁ ସ୍ୱର୍ଗର ଭୋଗବିଳାସ, ପୃଥ‌ିବୀର ଅଖଣ୍ଡ ଆଧ୍ୟାତ୍ୟ କିମ୍ବା ଯେ କୌଣସି ଆଶ୍ଚର୍ଯ୍ୟ ସାମଗ୍ରୀ କୌଣସିଟି ଯମରାଜଙ୍କର ଅଦେୟ ନଥିଲା । ଏଣୁ ସେ ନଚିକେତାଙ୍କୁ ତାଙ୍କ ମନ ପସନ୍ଦର ବର ଦେବାକୁ ଅକୁଣ୍ଠ ଚିତ୍ତରେ କହିଥିଲେ ।

(ଙ) ଯମ ନଚିକେତାଙ୍କୁ ରତ୍ନମାଳ ପିନ୍ଧାଇ ଦେଲେ କାହିଁକି ?
Answer:
ନଚିକେତାଙ୍କର ସାହସ ଓ ଧୈର୍ଯ୍ୟ ଦେଖ୍ ଯମରାଜ ବିସ୍ମିତ ହେଲେ । ତାଙ୍କର ପରୋପକାର ଗୁଣ ଦେଖୁ ସେ ସନ୍ତୁଷ୍ଟ ହେଲେ । ନଚିକେତାଙ୍କୁ ସଂସାର ଲୋକଙ୍କର ଦୁଃଖ, ଦୁର୍ଦ୍ଦଶା, ପାପ ଦୂର ହେବାର ମନ୍ତ୍ର ଓ ଯଜ୍ଞବିଧ ଶିକ୍ଷାଦେଲେ । ନଚିକେତା ଅପୂର୍ବ ଆଗ୍ରହ ଓ ମନୋଯୋଗ ସହକାରେ ତାହା ଶ୍ରବଣ କଲେ ଓ ଯମ ରାଜା ପଚାରିବା ମାତ୍ରେ ସମସ୍ତ ବିଷୟ ଠିକ୍ ଠିକ୍ କହିଦେଲେ । ଯମରାଜା ନଚିକେତାଙ୍କର ପ୍ରଖର ସ୍ମରଣ ଶକ୍ତି ଦେଖୁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ଆନନ୍ଦ ଗଦ୍‌ଗଦ୍ ଚିତ୍ତରେ ତାଙ୍କ ବେକରୁ ରତ୍ନମୌଳା ବାହାର କରି ନଚିକେତାଙ୍କୁ ପିନ୍ଧାଇଦେଲେ । କାରଣ ନଚିକେତାଙ୍କ ଭଳି ଜଣେ ଅସାଧାରଣ ଶିଷ୍ୟ ପାଇ ତାଙ୍କ ମନ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲା ।

Question ୩ ।
ଉଦିତ ହେଲା ।
(କ) ନଚିକେତାଙ୍କ ମନରେ ଶୁଭ ବୁଦ୍ଧି ଉଦିତ ହେଲା ।
Answer:
ନଚିକେତାଙ୍କ …………………. ଉଦିତ ହେଲା
ଉଦ୍ଧୃତାଂଶଟି ଶ୍ରୀ ଚିନ୍ତାମଣି ବେହେରାଙ୍କ ଲିଖିତ ‘ମୃତ୍ୟୁ ବିଜୟୀ ବାଳକ’ ପ୍ରବନ୍ଧରୁ ଉଦ୍ଧୃତ। ପିତାଙ୍କ କାର୍ଯ୍ୟରେ ତ୍ରୁଟି ଦେଖ୍ ବାଳକ ନଚିକେତାଙ୍କ ମନରେ କିପରି ଶୁଭ ବୁଦ୍ଧି ଆସିଲା, ତାହା ଏଠାରେ ବର୍ଣ୍ଣିତ ବିଶ୍ଵଜିତ୍। ଯଜ୍ଞର ନିୟମାନୁସାରେ ଯଜ୍ଞକର୍ତ୍ତା ନିଜର ସର୍ବସ୍ଵ ଦାନ କଲେ ଯଜ୍ଞଫଳ ମିଳିବ। ନଚିକେତା ଦେଖିଲେ ତାଙ୍କ ପିତା ଯଜ୍ଞପୀଠରେ ରୁଗ୍ଣ ଓ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଦକ୍ଷିଣା ରୂପେ ଦାନ କରୁଛନ୍ତି। ତେଣୁ ସେ ଦୁଃଖ୍ତ ହେଲେ। କାରଣ ସେ ଭାବିନେଲେ ଯେ ଏହାଦ୍ଵାରା ତାଙ୍କ ପିତା ଯଜ୍ଞର ସୁଫଳ ପାଇପାରିବେ ନାହିଁ। ହଠାତ୍ ତାଙ୍କ ମନରେ ଶୁଭ ବୁଦ୍ଧି ଉଦିତ ହେଲା। ପୁତ୍ର ହେଉଛି ପିତାର ଶ୍ରେଷ୍ଠ ଧନ। ତେଣୁ ତାଙ୍କୁ ପିତା କାହାକୁ ଦାନ କଲେ ବୋଲି ତାଙ୍କ ମନରେ ପ୍ରଶ୍ନ ଉଠିଲା। ସାଙ୍ଗେ ସାଙ୍ଗେ ସେ ପିତାଙ୍କୁ ଏହି ପ୍ରଶ୍ନ ପଚାରି ବସିଲେ।

(ଖ) “ଆପଣ ବିଜ୍ଞ ହୋଇ ନିଜର ସତ୍ୟରକ୍ଷା କରିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ । ପୁଣି ସବୁ ସମ୍ପତ୍ତିଠାରୁ ମୋତେ ଅଧୂକ ପ୍ରିୟ ବୋଲି ମନେ କରନ୍ତି, ତେଣୁ ମୁଁ ଆପଣଙ୍କର ଶ୍ରେଷ୍ଠ ଧନ।”
Answer:
ଆପଣ ବିଜ୍ଞ ………………………………… ଶ୍ରେଷ୍ଠ ଧନ ।
ଉକ୍ତ ଗଦ୍ୟାଶଟି ଶ୍ରୀ ଚିନ୍ତାମଣି ବେହେରାଙ୍କ ଲିଷ୍କୃତ “ ମୃତ୍ୟୁ ବିଜୟୀ ବାଳକ” ପ୍ରବନ୍ଧରୁ ଉଦ୍ଧୃତ। ପିତାଙ୍କୁ ନିଜର ସତ୍ୟରକ୍ଷା କରିବା ପାଇଁ ନଚିକେତା କିପରି ବୁଝାଇଛନ୍ତି, ତାହା ଏଠାରେ ବର୍ଣ୍ଣିତ। ମହର୍ଷି ବାଜଶ୍ରବା ରୁଗ୍‌ଣ ଓ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଦକ୍ଷିଣା ସ୍ଵରୁପ ଦାନ କରୁଥିବା ଦେଖ୍ ନଚିକେତା ଦୁଃଖ୍ତ ହେଲେ । ପୁତ୍ର ହେଉଛି ପିତାର ଶ୍ରେଷ୍ଠ ଧନ । ତେଣୁ ତାଙ୍କୁ କାହାକୁ ଦାନ କରିଛନ୍ତି ବୋଲି ପଚାରନ୍ତେ ଋଷି ବିରକ୍ତିରେ ତାଙ୍କୁ ଯମଙ୍କୁ ଦାନକଲେ ବୋଲି କହିଦେଲେ। ନଚିକେତା ଯମପୁରକୁ ବାହାରିବାରୁ ଋଷି ଏଥରେ ଅସମ୍ମତ ହେଲେ! ଏଥରେ ନଚିକେତା ଦୁଃଖତ ହେଲେ। ଜଣେ ବିଜ୍ଞ ବ୍ୟକ୍ତି ହୋଇ ନିଜର ସତ୍ୟରକ୍ଷା କରିବାକୁ କୁଣ୍ଠିତ ହେବା ଉଚିତ୍ ନୁହେଁ ବୋଲି ପିତାଙ୍କୁ ବୁଝାଇଲେ । ପୁତ୍ର ପିତାର ଶ୍ରେଷ୍ଠଧନ ହୋଇଥିବାରୁ ତାଙ୍କୁ ଯଦି ଦାନ ନ କରାଯାଏ, ତା’ ହେଲେ ବିଶ୍ବଜିତ୍ ଯଜ୍ଞ ନିଷ୍ଫଳ ହେବ । ବାଳକର ଦିବ୍ୟଜ୍ଞାନ ଦେଖି ଋଷି ବିସ୍ମିତ ହେଲେ ଏବଂ ତାଙ୍କୁ ଯମପୁରକୁ ଯିବାପାଇଁ ଅନୁମତି ପ୍ରଦାନ କଲେ।

(ଗ) “ସ୍ଵର୍ଗର ଅପୂର୍ବ ଭୋବିଳାସ, ପୃଥ‌ିବୀର ଅଖଣ୍ଡ ଆଧୂପତ୍ୟ ଓ ଆଶ୍ଚର୍ଯ୍ୟ ସାମଗ୍ରୀ ଯାହା . ଚାହିଁବ, ତୁମକୁ ମୋର ଅଦେୟ ହୋଇ କିଛି ନାହିଁ ।”
Answer:
‘ସ୍ବର୍ଗର ଅପୂର୍ବ ……………………………………..କିଛି ନାହିଁ।”
ଉଦ୍ଧୃତାଂଶଟି ଶ୍ରୀ ଚିନ୍ତାମଣି ବେହେରାଙ୍କ ଲିଖ୍ ‘ମୁତ୍ୟୁ ବିଜୟୀ ବାଳକ’ ପ୍ରବନ୍ଧରୁ ଉଦ୍ଧୃତ। ନଚିକେତାଙ୍କ ଉପରେ ପ୍ରସନ୍ନ ହୋଇ ଯମରାଜା କିପରି ତାଙ୍କୁ ତୃତୀୟ ବର ଯାଚିଥିଲେ, ତାହା ଏଠାରେ ବର୍ଣ୍ଣିତ। ନଚିକେତାଙ୍କ ନିଷ୍ଠା ଓ ଧୈର୍ଯ୍ୟ ଦେଖ୍ ଯମରାଜା ତାଙ୍କୁ ତିନୋଟି ବର ଯାଚିଥିଲେ। ପ୍ରଥମ ବର ଓ ଦ୍ଵିତୀୟ ବରରେ ନଚିକେତା ନିଜ ପାଇଁ କିଛି ମାଗି ନଥିଲେ । ସଂସାରବାସୀଙ୍କ ପାଇଁ ତାଙ୍କର ଚିନ୍ତା ଓ ନିଷ୍ଠାପର ଭାବ ଜାଣି ଯମରାଜା ଅତ୍ୟନ୍ତ ପ୍ରୀତ ହୋଇ ତାଙ୍କୁ ତୃତୀୟ ବର ମାଗିବାକୁ କହିଲେ। ଏଥିରେ ସ୍ଵର୍ଗର ଅପୂର୍ବ ଭୋଗବିଳାସ, ପୃଥ‌ିବୀର ଅଖଣ୍ଡ ଆଧୂପତ୍ୟ ଓ ଆଶ୍ଚର୍ଯ୍ୟ ସାମଗ୍ରୀ ଯାହା ନଚିକେତା ଚାହିଁବେ, ଯମ ସବୁକିଛି ପ୍ରଦାନ କରିବାକୁ କହିଲେ । ମାତ୍ର ନଚିକେତା ତୃତୀୟ ବରରେ ‘ମୃତ୍ୟୁଜୟୀ ଆତ୍ମଜ୍ଞାନ’ ଭିକ୍ଷାକଲେ। ନଚିକେତାଙ୍କର ଏପରି ନିଃସ୍ବାର୍ଥପର ଓ ନିର୍ଲୋଭ ମନୋବୃତ୍ତି ଦେଖୁ ଯମରାଜା ଆଶ୍ଚର୍ଯ୍ୟ ହେ।ଇଥ୍ଲୋ

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୪ ।
ଉଦାହରଣକୁ ଲକ୍ଷ୍ୟକରି ବାକ୍ୟଗୁଡ଼ିକୁ ପରିବର୍ତ୍ତନ କର।
ଉଦାହରଣ : ମୁଁ ପଢ଼ିବାକୁ ଭଲ ପାଏ । (ମୂଳବାକ୍ୟ)
ଆମେ ପଢ଼ିବାକୁ ଭଲ ପାଉ । (ପରିବର୍ତ୍ତିତ ବାକ୍ୟ)

(କ) ବାଳକଟି ବିଦ୍ୟାଳୟକୁ ଯାଉଅଛି ।
Answer:
ବାକଳମାନେ ବିଦ୍ୟାଳୟକୁ ଯାଉଛନ୍ତି ।

(ଖ) ଗାଈଟିଏ ପଡ଼ିଆରେ ଚରୁଛନ୍ତି ।
Answer:
ଗାଈମାନେ ପଡ଼ିଆରେ ଚରୁଛନ୍ତି । କିମ୍ବା, କେତେଗୁଡ଼ିଏ ଗାଈ ପଡ଼ିଆରେ ଚରୁଛନ୍ତି ।

(ଗ) ସେ ଯମପୁର ଗଲା
Answer:
ସେମାନେ ଯମପୁର ଗଲେ ।

(ଘ) ମୁଁ ଭବାନୀପାଟଣା ଯିବି ।
Answer:
ଆମେ ଭବାନୀପାଟଣା ଯିବୁ ।

(ଡ) ପକ୍ଷୀଟିଏ ଆକାଶରେ ଉଡ଼ୁଅଛି |
Answer:
ପକ୍ଷାମାନେ ଆକାଶରେ ଉଡୁଥଛନ୍ତ୍ରା କିମ୍ବା, କେତେଗୁଡ଼ିଏ ପକ୍ଷୀ ଆକାଶରେ ଉଡ଼ୁଅଛନ୍ତି ।

Question ୫।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ଲେଖ ଓ ବାକ୍ୟ ଗଠନ କର ।
ମୃତ୍ୟୁଜୟୀ, ଅବର୍ଣ୍ଣନୀୟ, ମର୍ମନ୍ତୁଦ, ବିସ୍ମୟ, ମନସ୍ତାପ, ଆଧ୍ୟତ୍ୟ, ଅନାହାର, ପ୍ରତ୍ୟାଗମନ, ଅକର୍ମଣ୍ୟ
Answer:
ମୃତ୍ୟୁଜୟୀ (ଅମର) – ପୂର୍ବେ ମୃତ୍ୟୁଜୟୀ ହେବାପାଇଁ ରାକ୍ଷସମାନେ ତପସ୍ୟା କରୁଥିଲେ।
ଅବର୍ଣ୍ଣନୀୟ (ଯାହା ବର୍ଣ୍ଣନା କରାଯାଇପାରେ ନାହିଁ) – ଚିଲିକାର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ ।
ମର୍ମନ୍ତୁଦ (ଦୁଃଖଦ) – ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଗଲେ ।
ବିସ୍ମୟ (ଆଶ୍ଚର୍ଯ୍ୟ) – ଶତ୍ରୁଘ୍ନର ମହତ୍ କାର୍ଯ୍ୟ ଦେଖ୍ ଲୋକେ ବିସ୍ମୟ ପ୍ରକାଶ କଲେ।
ମନସ୍ତାପ (ଅନୁତାପ) – ନିଜର ଭୁଲ ପାଇଁ ମନସ୍ତାପ କଲେ ଦୁଃଖରୁ ମୁକ୍ତି ମିଳେ ।
ଆଧ୍ୟାତ୍ୟ (ପ୍ରାଧାନ୍ୟ ବିସ୍ତାର) – ଅନ୍ୟ ଉପରେ ସବୁବେଳେ ଆଧୂପତ୍ୟ ବିସ୍ତାର କରନାହିଁ ।
ଅନାହାର (ଭୋକିଲା) – ଅନାହାର ରେ ଥ‌ିବା ପିଲାଟିକୁ କିଛି ଖାଇବାକୁ ଦିଅ ।
ପ୍ରତ୍ୟାଗମନ (ଫେରିବା) – ଯଶୋଦା ଶ୍ରୀକୃଷ୍ଣଙ୍କ ପ୍ରତ୍ୟାଗମନକୁ ଚାହିଁ ବସିଥିଲେ ।
ଅକର୍ମଣ୍ୟ (ଅକ୍ଷମ) – ଅକର୍ମଣ୍ୟ ଲୋକଙ୍କୁ କାର୍ଯ୍ୟକ୍ଷମ କରାଇବା ଉଚିତ ।

Question ୬।
‘ସର୍ବ’ ଶବ୍ଦ ପରେ ‘ସ୍ୱ’ ବସିଲେ ‘ସର୍ବସ୍ଵ’ ହୁଏ ।
ସେହିପରି ‘ରାଜ’ ଶବ୍ଦ ପୂର୍ବରେ ‘ସ୍ଵ’ ବସିଲେ ‘ସ୍ଵରାଜ’ ହୁଏ ।
ଏହିପରି ଶବ୍ଦର ପୂର୍ବରେ ବା ପରେ ସ୍ଵ ଯୋଡ଼ି ଆଉ କେତୋଟି ଶବ୍ଦ ଲେଖ ।
Answer:
ଶବ୍ଦ ପରେ ‘ସ୍ଵ’ ଯୋଡ଼ି ଗଠିତ ଶବ୍ଦ – ରାଜସ୍ବ, ବ୍ରହ୍ମସ୍ଵ, ନିଜସ୍ଵ, ପରସ୍ଵ, ଦେବସ୍ଵ
ଶବ୍ଦ ପୂର୍ବରୁ ସ୍ଵ ଯୋଡ଼ି ଗଠିତ ଶବ୍ଦ – ସ୍ୱରାଷ୍ଟ୍ର, ସ୍ଵରୂପ, ସ୍ୱରଚିତ, ସ୍ୱସ୍ଥାନ

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୭।
‘ଚାକର’ ଶବ୍ଦ ସ୍ତ୍ରୀ ଲିଙ୍ଗରେ ହେବ ‘ଚାକରାଣୀ’ ।
ସେହିପରି ବୃତ୍ତ ଭିତରେ ଥ‌ିବା ଶବ୍ଦଗୁଡ଼ିକର ସ୍ତ୍ରୀଲିଙ୍ଗ ରୂପ କ’ଣ ହେବ ଲେଖି ।
(ଜନକ, ବାଘ, ପିତା, ସ୍ୱାମା, ମହାରାଜ, ଗୁଢ଼ା,ଶିଷ୍ୟ)
Answer:
ଜନକ – କନନା
ବାଘ – ବାଘୁଶା
ପିତା – ମାତା
ସ୍ୱାମା – ସ୍ତ୍ରୀ
ମହାରାଜ – ମହାରାଣା
ଗୁଢ଼ା – ଗୁଢ଼ୀ
ଶିଷ୍ୟ – ଶିଷ୍ୟା

Question ୮।
ତଳେ ଦିଆଯାଇଥ‌ିବା ପଦଗୁଡ଼ିକର ବଚନ ଚିହ୍ନାଇ ଦିଅ ।
ଅଭ୍ୟାଗତମାନେ, ପଲେ ଗାଈ, ଆପଣ, ଗାଈଗୁଡ଼ିକ, ତିନୋଟି ଦିନ
Answer:
ଅଭ୍ୟାଗତମାନେ – ବହୁବଚନ
ପଲେ ଗାଈ – ବହୁବଚନ
ଆପଣ – ସମ୍ମାନାର୍ଥେ ଏକବଚନ
ଗାଈଗୁଡ଼ିକ – ବହୁବଚନ
ତିନୋଟି ଦିନ – ବହୁବଚନ

Question ୯।
ତଳେ ଦିଆଯାଇଥୁବା ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ପୂର୍ଣ୍ଣ, ଅବର୍ଣ୍ଣନାୟ, ପାପ, ନିଦ୍ରା, ଚୁଢ଼ୀ, ଜ୍ଞାନା, ଶେଷ, ବ୍ୟବସ୍ଥା
Answer:
ପୂର୍ଣ୍ଣ – ଅପୂର୍ଣ୍ଣ
ଅବର୍ଣ୍ଣନାୟ – ବର୍ଣ୍ଣନାୟ
ପାପ – ପୁଣ୍ୟ
ନିଦ୍ରା – ଅନିଦ୍ରା
ଚୁଢ଼ୀ – ବୁଢା
ଜ୍ଞାନା – ଅଜ୍ଞାନ
ଶେଷ – ଆରମ୍ଭ ବା ଅଶେଷ
ବ୍ୟବସ୍ଥା – ଅବ୍ୟବସ୍ଥା

Question ୧୦।
ପ୍ରାୟ ୧୦୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) କେଉଁ ଗୁଣାବଳୀ ପାଇଁ ନଚିକେତା ଆହ୍ୱାନର ଅଧିକାରୀ ହୋଇପାରିଥିଲେ ?
Answer:
ନଚିକେତା କୋମଳମତି ବାଳକ ହେଲେ ମଧ୍ୟ ଏକ ଅସାଧାରଣ ଚରିତ୍ରର ଅଧିକାରୀ ଥିଲେ । ସେ ଥିଲେ ନିଃସ୍ବାର୍ଥପର, ନିଭୀକ, ପରୋପକାରୀ ଓ ସତ୍ୟନିଷ୍ଠ । ତାଙ୍କର ଅପୂର୍ବ ଧୈର୍ଯ୍ୟ ଓ ସାହସ ଥିଲା । ବିଶ୍ୱଜିତ୍ ଯଜ୍ଞର ସଫଳତା ସମଗ୍ର ମାନବ ଜାତିର ମଙ୍ଗଳପାଇଁ ଉଦ୍ଦିଷ୍ଟ ଥିଲା । ତେଣୁ ଏପରି ଏକ ଯଜ୍ଞର ସଫଳତା ପାଇଁ ସେ ଅତ୍ୟନ୍ତ ଉତ୍ସୁକ ଥିଲେ । ଯଜ୍ଞ ନିମିତ୍ତ ପିତା ସର୍ବସ୍ଵ ଦାନ କରିବାକୁ ମନସ୍ଥ କରିଥିଲେ ମଧ୍ୟ ରୁଗ୍ଣ, ଜରାଜୀର୍ଣ୍ଣ ଗାଈମାନଙ୍କୁ ଅତିଥ୍ୟ ଅଭ୍ୟାଗତମାନଙ୍କୁ ପ୍ରଦାନ କରୁଥିବା ଲକ୍ଷ୍ୟକରି ସେ ବିମର୍ଷ ହୋଇପଡ଼ିଥିଲେ । ଏଣୁ ପିତାଙ୍କର ସେ ଅତି ପ୍ରିୟ ହୋଇଥିବାରୁ ତାଙ୍କୁ ଅତିଥ୍‌ ଅଭ୍ୟାଗତମାନଙ୍କ ମଧ୍ୟରୁ କାହାକୁ ଦାନକଲେ ଯଜ୍ଞ ଅଧ‌ିକ ସଫଳ ହେବ ବୋଲି ସେ ମନେ କରୁଥିଲେ । ଏଥୁରୁ ନଚିକେତାଙ୍କର ଅସୀମ ତ୍ୟାଗର ସୂଚନା ମିଳେ ।

ଯମରାଜାଙ୍କ ଅନୁଗ୍ରହ ଲାଭକରି ବରଲାଭ କରିବାକୁ ସୁଯୋଗ ପାଇ ମଧ୍ଯ ସେ ନିଜ ପାଇଁ କିଛି ନ ମାଗି ସଂସାରର ମଙ୍ଗଳ ପାଇଁ ବର ଭିକ୍ଷା କରିଥିଲେ । ପରମ ପୂଜ୍ୟ ପିତାଙ୍କ ଦୁଃଖମୋଚନ ପାଇଁ ଯମରାଜାଙ୍କୁ ଭିକ୍ଷା କରିଥିଲେ । ଅଥଚ ନିଜ ପାଇଁ କିଛି ସୁଖସୁବିଧା ଭିକ୍ଷା କରିବାପାଇଁ ମନ ବଳାଇ ନ ଥିଲେ । ଏଥିରେ ଯମରାଜ ବିସ୍ମିତ ହୋଇ ଏପରି ଏକ ଅଦ୍ଭୁତ ବାଳକର ଗୁରୁ ହେବା ନିଜର ସୌଭାଗ୍ୟ ବୋଲି ମନେକରିଥିଲେ । ଯମରାଜାଙ୍କ ପ୍ରଦତ୍ତ ଏକ ନୂତନ ମନ୍ତ୍ରର ସାଧନା ଓ ଯଜ୍ଞବିଧ‌ିକୁ ସେ ମନେରଖ୍ ପ୍ରାଞ୍ଜଳଭାବରେ ବର୍ଣ୍ଣନା କରିପାରିଥିଲେ । ଏଥୁରୁ ତାଙ୍କର ପ୍ରଖର ସ୍ମୃତିଶକ୍ତିର ପରିଚୟ ମିଳେ । ସଂସାରର ଦୁଃଖ, ପାପ ଓ ଯନ୍ତ୍ରଣାରୁ ଲୋକମାନଙ୍କୁ ମୁକ୍ତି ଦେବାପାଇଁ ନଚିକେତା ଯମରାଜାଙ୍କ ନିକଟରେ ଆକୁଳ ନିବେଦନ କରିଥିଲେ। ଏହିପରି ସତ୍ୟନିଷ୍ଠା, ପରୋପକାର, ସାହସ ଓ ଧୈର୍ଯ୍ୟଗୁଣକୁ ଅନୁଧ୍ୟାନ କରି ଯମରାଜ ନଚିକେତାଙ୍କୁ ମୃତ୍ୟୁଜୟୀ ଆତ୍ମଜ୍ଞାନର ଅଧିକାରୀ କରିଥିଲେ ।

(ଖ) ଯମ ଓ ନଚିକେତାଙ୍କ କଥୋପକଥନ ସରଳ ଭାଷାରେ ବର୍ଣ୍ଣନା କର ।
Answer:
ପିତା ମହର୍ଷି ବାଜଶ୍ରବାଙ୍କଠାରୁ ବିଦାୟ ନେଇ ନଚିକେତା ଯମରାଜଙ୍କ ଦ୍ଵାରରେ ଉପସ୍ଥିତ ହେଲେ । ଯମପୁରର ରୁଦ୍ଧଦ୍ୱାର ନିକଟରେ ଅନାହାରରେ ତିନିଦିନ ଧରି ଧୈର୍ଯ୍ୟର ସହ ଅପେକ୍ଷା କରି ରହିଲେ । ଶେଷରେ ବାଳକ ନଚିକେତାଙ୍କର ଅସୀମ ଧୈର୍ଯ୍ୟ ନିକଟରେ ଯମରାଜ ହାର ମାନିଲେ ଏବଂ ନଚିକେତାଙ୍କୁ ସାକ୍ଷାତ କରି ଆତିଥ୍ୟ ପ୍ରଦାନ ପାଇଁ ଆଗେଇ ଆସିଥିଲେ । ଏପରି ଅପୂର୍ବ ନିର୍ଭିକ ତେଜସ୍ବୀ ବାଳକର ସାହସ ଓ ବିଶ୍ୱାସକୁ ସେ ମନେ ମନେ ବହୁ ପ୍ରଶଂସା କଲେ ଏବଂ ତାଙ୍କର ମନ ମୁତାବକ ଏକ ବର ମାଗିନେବାକୁ ନଚିକେତାଙ୍କୁ କହିଲେ । ନଚିକେତା ଏହି ବରରେ ନିଜର ବିମର୍ଷ ପିତାଙ୍କର ଦୁଃଖ ଦୂରକରିବା ସହ ତାଙ୍କୁ ପୂର୍ବପରି ସ୍ନେହରେ ଗ୍ରହଣ କରିବାପାଇଁ ନିବେଦନ କରିଥିଲେ ।

ଏଥିରେ ସନ୍ତୁଷ୍ଟ ହୋଇ ଯମ ଉକ୍ତ ବର ପ୍ରଦାନ କଲେ ଏବଂ ଦ୍ଵିତୀୟ ବର ମାଗିବାକୁ କହିଲେ । ଉକ୍ତ ବରରେ ମଧ୍ଯ ନଚିକେତା ସଂସାରର ଦୁଃଖ, ଯନ୍ତ୍ରଣାରେ ଜର୍ଜରିତ ମଣିଷର ଦୁଃଖ କିପରି ନିବାରଣ ହେବ, ତାହା କାମନା କରିଥିଲେ ଏବଂ ଯମ ତାହା ମଧ୍ୟ ପ୍ରଦାନ କଲେ । ମାତ୍ର ନଚିକେତା ନିଜ ପାଇଁ କିଛି ନମାଗି ଅନ୍ୟମାନଙ୍କ ପାଇଁ କେବଳ ମାଗି ଚାଲିଥିବାରୁ ଯମ ନଚିକେତାଙ୍କୁ ନିଜ ପାଇଁ ଯେ କୌଣସି ମନମୁତାବକ ବର ମାଗିବାକୁ କହିଥିଲେ । ସଂସାରର ସମସ୍ତ ଐଶ୍ବର୍ଯ୍ୟ, ପୃଥ‌ିବୀର ଅଖଣ୍ଡ ଆଧୂପତ୍ୟ,

ଭୋଗବିଳାସ ନଚିକେତାଙ୍କୁ ପ୍ରଦାନ କରିବାକୁ ସେ ପ୍ରସ୍ତୁତ ଥିଲେ । ମାତ୍ର ନଚିକେତା ଅତ୍ୟନ୍ତ ବିନମ୍ରତାର ସହିତ କହିଲେ ‘ଗୁରୁଦେବ ଆପଣଙ୍କ ପ୍ରସାଦରୁ ମୋର ଦୁଇଟି କାମନା ପୂର୍ଣ୍ଣ ହୋଇଛି । ସଂସାର ସୁଖ ପ୍ରାର୍ଥନା କରି ମୋର କ’ଣ ହେବ ? ଆପଣ ଯଦି ସନ୍ତୁଷ୍ଟ ହୋଇଛନ୍ତି, ତେବେ ମୋତେ ମୃତ୍ୟୁଜୟୀ ଆତ୍ମଜ୍ଞାନ ପ୍ରଦାନ କରନ୍ତୁ ।’’ ଏପରି ପ୍ରଶ୍ନରେ ଯମରାଜ ବିଚଳିତ ହୋଇପଡ଼ିଥିଲେ ଏବଂ ଏହା ପରିବର୍ତ୍ତେ ଅନ୍ୟ ବର ମାଗିବାକୁ କହିଥିଲେ । ମାତ୍ର ନଚିକେତାଙ୍କର ଅନ୍ୟ କୌଣସି କାମନା ନଥିଲା । ଶେଷରେ ଯମରାଜା ତାଙ୍କୁ ଆତ୍ମାର ଅତି ଜଟିଳ ଓ ରହସ୍ୟପୂର୍ଣ୍ଣ ଗୂଢ଼ତତ୍ତ୍ବ ସମ୍ବନ୍ଧରେ ଗଭୀର ଜ୍ଞାନ ପ୍ରଦାନ କରିଥିଲେ ।

ତୁମପାଇଁ କାମ :

  • ଏହିପରି ଅନ୍ୟାନ୍ୟ ପୌରାଣିକ ଉପାଖ୍ୟାନ ପଢ଼ି ଶିକ୍ଷଣୀୟ କଥା ସଂଗ୍ରହ କରି ଲେଖ ।
  • ଚିନ୍ତାମଣି ବେହେରାଙ୍କ ଅନ୍ୟାନ୍ୟ ଲେଖା ସଂଗ୍ରହ କରି ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ନଚିକେତା ବାଜଶ୍ରବାଙ୍କୁ କି ପ୍ରଶ୍ନ ପଚାରିଥିଲେ ? ଋଷି କି ଉତ୍ତର ଦେଇଥିଲେ ?
କିମ୍ବା, ନଚିକେତା ତାଙ୍କ ପିତାଙ୍କୁ କି ପ୍ରଶ୍ନ କଲେ ? ସେ କି ଉତ୍ତର ପାଇଲେ ?
Answer:
ଋଷି ବାଜଶ୍ରବା ବିଶ୍ୱଜିତ୍ ଯଜ୍ଞ ଶେଷରେ ବ୍ରାହ୍ମଣ ଓ ଋଷିମାନଙ୍କୁ ଦାନ ଦେବାପରେ ଦକ୍ଷିଣା ମଧ୍ୟ ଦେଇଥିଲେ । ବିଶ୍ବଜିତ୍ ଯଜ୍ଞରେ ଯଜ୍ଞକର୍ତ୍ତା ନିଜର ସର୍ବସ୍ବ ଦାନ କରିବା କଥା । ମାତ୍ର ବାଜଶ୍ରବା ରୁଗ୍‌ଣ ଓ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଦାନ କରୁଥ‌ିବା ଦେଖ୍ ନଚିକେତା ଦୁଃଖ୍ତ ହେଲେ । ତାଙ୍କର ସବୁଠାରୁ ଶ୍ରେଷ୍ଠ ସମ୍ପତ୍ତି ନିଜ ପୁତ୍ର ନଚିକେତାକୁ କାହାକୁ ଦାନ କରୁ ନଥ‌ିବା ଦେଖୁ ସେ ଚିନ୍ତିତ ହେଲେ । ସେ ଜାଣିଥିଲେ ଏପରି କରିବାଦ୍ୱାରା ଯଜ୍ଞ ନିଷ୍ଫଳ ହେବ । ସେ ତାଙ୍କୁ କାହାକୁ ଦାନ କଲେ ବୋଲି ପିତାଙ୍କୁ ବାରମ୍ବାର ପଚାରି ବସିଲେ । ଯଜ୍ଞକାର୍ଯ୍ୟରେ ବ୍ୟସ୍ତ ଥ‌ିବା ଋଷି ବାଜଶ୍ରବା ବିରକ୍ତ ହୋଇ ତାଙ୍କୁ ଯମଙ୍କୁ ଦାନ କଲେ ବୋଲି ଉତ୍ତର ଦେଇଥିଲେ ।

(ଖ) ଋଷି ବାଜଶ୍ରବା ଅତିଥିମାନଙ୍କୁ ରୁଗ୍ଣ ଓ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଦାନ କରୁଥିବାର ଦେଖୁ ନଚିକେତାଙ୍କ ମନରେ କି ଭାବ ଜାତ ହେଲା ?
Answer:
ବାଳକ ହେଲେ ମଧ୍ୟ ନଚିକେତା ଦିବ୍ୟଜ୍ଞାନୀ ଓ ତତ୍ତ୍ଵଦର୍ଶୀ ଥିଲେ । ବିଶ୍ୱଜିତ୍ ଯଜ୍ଞରେ ଯଜ୍ଞକର୍ତ୍ତା ନିଜର ସର୍ବସ୍ଵ ଦାନ କରିବା କଥା । ମାତ୍ର ଋଷି ବାଜଶ୍ରବା ନିଜର ଅନ୍ୟାନ୍ୟ ସମ୍ପତ୍ତି ସହିତ ତାଙ୍କର ରୁଗ୍ଣ ଓ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଦାନ କରୁଥିଲେ । ପିତାଙ୍କର ଏଭଳି କାର୍ଯ୍ୟରେ ପୁତ୍ର ନଚିକେତାଙ୍କ ମନରେ ଗଭୀର ଦୁଃଖ ସହିତ ବିସ୍ମୟ ସୃଷ୍ଟିହେଲା । ସେ ଭାବିଲେ, ପୁତ୍ର ତ ପିତାର ମୂଲ୍ୟବାନ୍ ସମ୍ପତ୍ତି, ମାତ୍ର ପିତା ପୁତ୍ରମୋହରେ ଅନ୍ଧ ହୋଇ ତାଙ୍କୁ ଏପର୍ଯ୍ୟନ୍ତ କାହାକୁ ଦାନ କରୁନାହାନ୍ତି । ଫଳରେ ପିତାଙ୍କ ଯଜ୍ଞ ନିଶ୍ଚିତରୂପେ ନିଷ୍ଫଳ ହେବ । ତେଣୁ ନଚିକେତାଙ୍କ ମନରେ ଗଭୀର ଦୁଃଖ ଓ ବିସ୍ମୟ ସହିତ ଆଶଙ୍କା ମଧ୍ୟ ଜାତ ହେଲା ।

(ଗ) ଯମଙ୍କ ଋଦ୍ଧଦ୍ୱାର ନିକଟରେ ନଚିକେତାଙ୍କ ଅଭିଜ୍ଞତା ବର୍ଣ୍ଣନା କର ।
Answer:
ପିତାଙ୍କର ଏବଂ ନିଜର ସତ୍ୟରକ୍ଷା ପାଇଁ ନଚିକେତା ଯମପୁରକୁ ଯାତ୍ରାକଲେ ଓ ଯମଙ୍କ ରୁଦ୍ଧଦ୍ୱାର ନିକଟରେ ପହଞ୍ଚିଲେ । ଯମଙ୍କ ଦ୍ବାର ନ ଫିଟିବାରୁ ସେଇଠାରେ ସେ ଯମରାଜାଙ୍କୁ ଧୈର୍ଯ୍ୟ ସହକାରେ ପ୍ରତୀକ୍ଷା କଲେ । ତିନି ଦିନ ତିନି ରାତି ସେଇ ରୁଦ୍ଧଦ୍ଵାର ନିକଟରେ ଅଖୁଆ ଅପିଆ ଓ ଅନିଦ୍ରାରେ ଅତିବାହିତ କଲେ । ମାତ୍ର ନିଜର ଧୈର୍ଯ୍ୟ ଓ ଦୃଢ଼ ମନୋବଳ ଯୋଗୁଁ ଏଥପାଇଁ ସେ ଆଦୌ ଦୁଃଖ୍ତ ନଥିଲେ । ସେ ନିଶ୍ଚିତ ଥିଲେ ଯେ ସେ ଯମରାଜଙ୍କୁ ନିଶ୍ଚିତ ସାକ୍ଷାତ୍‌ କରିବେ । ଶେଷରେ ତାଙ୍କ ପ୍ରତୀକ୍ଷାର ଅବସାନ ହେଲା । ବାଧ୍ୟହୋଇ ଯମରାଜା ବାଳକ ନଚିକେତାଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ ।

(ଘ) ନଚିକେତା ଯମରାଜାଙ୍କୁ ପ୍ରଥମ ବରରେ କ’ଣ ପ୍ରାର୍ଥନା କରିଥିଲେ ?
Answer:
ଯମରାଜଙ୍କ ରୁଦ୍ଧ ଦ୍ବାରଦେଶରେ ଦୀର୍ଘ ତିନିଦିନ ଧରି ଅବିଚଳିତ ହୋଇ ବସି ରହିଥିଲେ ନଚିକେତା । ବାଳକ ନଚିକେତାଙ୍କ ଅପୂର୍ବ ଧୈର୍ଯ୍ୟ, ସାହସ ଓ ଦୃଢ଼ ମନୋବଳ ଯମରାଜାଙ୍କୁ ମୁଗ୍ଧ କଲା । ଯମରାଜା ଆବିର୍ଭାବ ହୋଇ ନଚିକେତାଙ୍କୁ ତିନୋଟି ବର ମାଗିବା ନିମନ୍ତେ କହିଲେ । ନଚିକେତା ଯମରାଜଙ୍କୁ ପ୍ରଥମ ବରରେ ପ୍ରାର୍ଥନା କଲେ ଯେ ତାଙ୍କୁ ହରାଇ ତାଙ୍କ ପିତା ପାଉଥିବା ଦୁଃଖ ସନ୍ତାପ ଦୂର ହେଉ ଓ ସେ ସଶରୀରେ ମର୍ତ୍ତ୍ୟକୁ ଫେରିଗଲା ପରେ ଯେପରି ତାଙ୍କ ପିତା ତାଙ୍କୁ ପୂର୍ବପରି ସ୍ନେହରେ ଗ୍ରହଣ କରନ୍ତୁ । ଯମରାଜା ନଚିକେତାଙ୍କ ପ୍ରଥମ ବର ପ୍ରାର୍ଥନା ପୂର୍ଣ୍ଣ ହେବ ବୋଲି କହିଲେ ।

(ଙ) ନଚିକେତା ମୃତ୍ୟୁଜୟୀ ଆତ୍ମଜ୍ଞାନର ଅଧିକାରୀ ହେଲେ କିପରି ?
Answer:
ନଚିକେତାଙ୍କ ଉପରେ ପରମ ପ୍ରୀତ ହୋଇ ଯମରାଜା ତାଙ୍କର ତୃତୀୟ ବରସ୍ଵରୂପ ତାଙ୍କୁ ସ୍ଵର୍ଗର ଅପୂର୍ବ ଭୋଗବିଳାସ, ପୃଥ‌ିବୀର ଅଖଣ୍ଡ ଆଧୂପତ୍ୟ ଇତ୍ୟାଦି ଯାହା ପ୍ରାର୍ଥନା କରିବେ ତାହା ପ୍ରଦାନ କରିବେ ବୋଲି କହିଲେ । ମାତ୍ର ନଚିକେତା ତୃତୀୟ ବରରେ ତାଙ୍କୁ ମୃତ୍ୟୁଜୟୀ ଆତ୍ମଜ୍ଞାନ ଦେବାପାଇଁ ପ୍ରାର୍ଥନା କଲେ । ମହାଜ୍ଞାନୀ ଓ ମହର୍ଷିମାନେ ଯୁଗଯୁଗ ସାଧନା କରି ଯାହା ଜାଣିବାକୁ ସମର୍ଥ ହୋଇପାରନ୍ତି ନାହିଁ, କୋମଳମତି ନଚିକେତାଙ୍କୁ ସେଭଳି ଜଟିଳ ରହସ୍ୟର ଗଭୀରଜ୍ଞାନ କିପରି ପ୍ରଦାନ କରାଯାଇପାରିବ ବୋଲି ଯମରାଜା ଦ୍ବନ୍ଦ୍ବରେ ପଡ଼ିଲେ । ସେ ନଚିକେତାଙ୍କୁ ଅନ୍ୟ କୌଣସି ବିକଳ୍ପ ବର ପ୍ରାର୍ଥନା କରିବାକୁ ପ୍ରବର୍ତ୍ତାଇଲେ । ମାତ୍ର ନଚିକେତାଙ୍କ ମନରେ ଅନ୍ୟ କୌଣସି କାମନା ନଥୁବାର ଜାଣି ଯମରାଜା ଅତ୍ୟନ୍ତ ଆନନ୍ଦରେ ନଚିକେତାଙ୍କୁ ଆତ୍ମଜ୍ଞାନର ଗୂଢ଼ତତ୍ତ୍ବ ବିଷୟରେ କହିଥିଲେ । ଏହିପରି ନଚିକେତା ମୃତ୍ୟୁଜୟୀ ଆତ୍ମଜ୍ଞାନର ଅଧିକାରୀ ହୋଇପାରିଥିଲେ ।

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୨।
ପପ୍ରସଙ୍ଗ ସରଳାର୍ଥ ଲେଖା
“‘ଏହିପରି ଅସାଧାରଣ ଶିଷ୍ୟ ଲାଭକରି ତାଙ୍କ ମନ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲା ।’’
Answer:
ଏହିପରି ଅସାଧାରଣ ……………………… କରିବାକୁ ଲାଗିଲା।
ଶଂସିତ ଗଦ୍ୟାଶଟି ଚିନ୍ତାମଣି ବେହେରାଙ୍କ ଲିଖ୍ ‘ମୃତ୍ୟୁ ବିଜୟୀ ବାଳକ’ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ବାଳକ ନଚିକେତାକୁ ଶିଷ୍ୟରୂପେ ପାଇ ଯମରାଜାଙ୍କ ମନ କିପରି ଆନନ୍ଦିତ ହୋଇଥିଲା ତାହା ବର୍ଣ୍ଣନା କରିଛନ୍ତି । ନଚିକେତା ତାଙ୍କର ଦ୍ଵିତୀୟ ବରରେ ସଂସାରବାସୀଙ୍କୁ ଦୁଃଖ, କଷ୍ଟ, ଶୋକ, ପାପ ଇତ୍ୟାଦିରୁ ରକ୍ଷାକରିବା ନିମନ୍ତେ ଆବଶ୍ୟକ ମନ୍ତ୍ର ଓ ଯଜ୍ଞବିଧ୍ ଶିକ୍ଷା ଦେବାପାଇଁ ଯମରାଜାଙ୍କୁ ପ୍ରାର୍ଥନା କରିଥିଲେ । ଯମରାଜ ନଚିକେତାଙ୍କୁ ଶିଷ୍ୟରୂପେ ଗ୍ରହଣ କଲେ ଓ ସେ ପ୍ରାର୍ଥନା କରିଥିବା କଠିନ ମନ୍ତ୍ର ଓ ଯଜ୍ଞବିତ୍ ଶିକ୍ଷାଦେଲେ । ସେ ଶିକ୍ଷା ଦେଇଥ‌ିବା ମନ୍ତ୍ର ଓ ଯଜ୍ଞବିଧ‌ିକୁ ନଚିକେତା କେତେଦୂର ମନେରଖ୍ ପାରିଛନ୍ତି, ତାହା ପରୀକ୍ଷା କଲେ ଓ ସେଥ୍ପାଇଁ କେତେକ ପ୍ରଶ୍ନ ପଚାରିଲେ ।

ଯମରାଜଙ୍କ ସମସ୍ତ ପ୍ରଶ୍ନର ଠିକ୍ ଉତ୍ତର ନଚିକେତା ଦେଇଥିଲେ । ଏତେ କଠିନ ମନ୍ତ୍ର ଓ ଯଜ୍ଞବିଧ ପୂର୍ଣ୍ଣମାତ୍ରାରେ ନଚିକେତା ହୃଦୟଙ୍ଗମ କରିପାରିଥିବାରୁ ଯମରାଜଙ୍କ ହୃଦୟ ଆନନ୍ଦରେ ପୂରିଗଲା । ନଚିକେତାଙ୍କ ଭଳି ଜଣେ ଜ୍ଞାନୀ ଓ ଅସାଧାରଣ ଶିଷ୍ୟ ପାଇ ଯମରାଜା ନିଜକୁ ଭାଗ୍ୟବାନ ମନେକରି ନିଜର ରତ୍ନମାଳା ନଚିକେତାଙ୍କୁ ପିନ୍ଧାଇ ଦେଇଥିଲେ ।

Question ୩ ।
“ମୋତେ ଦାନ ନ କଲେ ବିଶ୍ବଜିତ୍ ଯଜ୍ଞ ତ ଅପୂର୍ଣ୍ଣ ରହିଥିବା”
Answer:
“ମୋତେ ଦାନ ……………………….. ଅପୂର୍ଣ୍ଣ ରହିଯିବା”
ଉକ୍ତ ଗଦ୍ୟାଶଟି ଶ୍ରୀ ଚିନ୍ତାମଣି ବେହେରାଙ୍କ ଲିଖିତ ‘ମୃତ୍ୟୁବିଜୟୀ ବାଳକ’ ପ୍ରବନ୍ଧରୁ ଗୃହୀତ। ଏଠାରେ ବାଳକ ନଚିକେତା ଋଷିଙ୍କୁ ବିଶ୍ବଜିତ୍ ଯଜ୍ଞର ନିୟମ କଥା ମନେପକାଇ ଦେବା କଥା ବର୍ଣ୍ଣିତ । ନଚିକେତା ଜାଣିଥିଲେ ଯେ, ଯଜ୍ଞକର୍ତ୍ତା ନିଜର ସର୍ବସ୍ଵ ଦାନ କଲେ ବିଶ୍ବଜିତ୍ ଯଜ୍ଞକାର୍ଯ୍ୟର ସୁଫଳ ମିଳିବ। ନ ହେଲେ ଯଜ୍ଞ ଅନୁଷ୍ଠାନ ନିଷ୍ଫଳ ହେବ। ପୁତ୍ର ହେଉଛି ପିତାର ଶ୍ରେଷ୍ଠ ଧନ। ତେଣୁ ତାଙ୍କୁ କାହାକୁ ଦାନ କଲେ ବୋଲି ସେ ପିତାଙ୍କୁ ବାରମ୍ବାର ପଚାରିଲେ । ବିରକ୍ତ ହୋଇ ବାଜଶ୍ରବା “ତୋତେ ଯମକୁ ଦାନ କଲି” ବୋଲି କହିଦେଲେ। ତଦନୁଯାୟୀ ନଚିକେତା ଯମପୁରୀକୁ ଯିବା ପାଇଁ ପ୍ରସ୍ତୁତ ହେଲେ। ପିତା ଏଥ‌ିରେ ଅରାଜି ହେଲେ। ବିଜ୍ଞ ହୋଇ ନିଜର ସତ୍ୟରକ୍ଷା କରିବା ଉଚିତ ବୋଲି ସେ ପିତାଙ୍କୁ ବୁଝାଇଲେ । ତା’ ଛଡ଼ା ଯଦି ସେ ପୁତ୍ରକୁ ଦାନ ନ କରନ୍ତି, ତା’ ହେଲେ ତାଙ୍କର ବିଶ୍ଵଜିତ୍ ଯଜ୍ଞ ଅନୁଷ୍ଠାନ ନିଷ୍ଫଳ ହେବ ବୋଲି ସେ ପିତାଙ୍କୁ ବୁଝାଇ ଦେଲେ।

Question ୪ ।
“କଠୋର ସତ୍ୟରକ୍ଷା ପାଇଁ ଋଷି ବାଧ୍ୟ ହୋଇ ନଚିକେତାଙ୍କୁ ବିଦାୟ ଦେଲେ ।”
Answer:
“କାଠୋର ……………………….. ବିଦାୟ ଦେଲେ ?’
ଉକ୍ତ ଗଦ୍ୟାଶଟି ଶ୍ରୀଯୁକ୍ତ ଚିନ୍ତାମଣି ଚେହେରାଙ୍କ ରଚିତ “ମୃତ୍ୟୁ ବିଜୟା ବାଳକ” ପ୍ରବନ୍ଧରୁ ଗୃହାତା ମହର୍ଷି ବାଜଶ୍ରବାଙ୍କ ପୁତ୍ର ନଚିକେତାଙ୍କୁ ଯମପୁରକୁ ପଠାଇ କ’ଣ ଅନୁଭବ କରିଥିଲେ ତାହା ଏଠାରେ ବର୍ଣ୍ଣିତ । ନଚିକେତାଙ୍କର ବାରମ୍ବାର ପ୍ରଶ୍ନରେ ମହର୍ଷି ବାଜଶ୍ରବା ତାଙ୍କୁ ଯମଙ୍କୁ ଦାନ କଲେ ବୋଲି ବିରକ୍ତ ହୋଇ କହିଲେ । କିନ୍ତୁ ପର ମୁହୂର୍ତ୍ତରେ ସେ ବଡ଼ ବ୍ୟଥୂତ ହୋଇପଡ଼ିଲେ । ନଚିକେତା ଯମଙ୍କ ପାଖକୁ ଯିବାପାଇଁ ଜିଦ୍ ଧରି ବସିଲେ । ଏଥୁରେ ଋଷି ବାଜଶ୍ରବାଙ୍କ ମନରେ ଟିକିଏ ଗର୍ବ ହେଲା ଏବଂ ଦୁଃଖ ମଧ୍ଯ ହେଲା । ତେବେ ସେ ଯାହାହେଉ କଠୋର ସତ୍ୟରକ୍ଷା ପାଇଁ ସେ ବାଧ୍ୟହୋଇ ନଚିକେତାଙ୍କୁ ଯମପୁରକୁ ବିଦାୟ ଦେଲେ ।

ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର :

Question ୧।
ବିଶ୍ୱଜିତ୍ ଯଜ୍ଞରେ କେଉଁ ନିୟମ ରହିଛି ?
Answer:
ବିଶ୍ବଜିତ୍ ଯଜ୍ଞର ନିୟମ ହେଉଛି ଯେ ଯଜ୍ଞକର୍ତ୍ତା ନିଜର ସର୍ବସ୍ଵ ଦାନ କରିବେ ।

Question ୨।
ମହର୍ଷି ବାଜଶ୍ରବ କେଉଁସବୁ ଜିନିଷ ଦାନ କରୁଥିଲେ ?
Answer:
ମହର୍ଷି ବାଜଶ୍ରବା ଅଭ୍ୟାଗତଙ୍କର ଅର୍ଜନା କରି ଋଷି ନିଜର ଭୂମି, ଧେନୁ, ସୁବର୍ଣ୍ଣ ପ୍ରଭୃତି ସମସ୍ତ ଦାନ କରୁଥିଲେ।

Question ୩ ।
ମହର୍ଷି ବାଜଶ୍ରବା ପୁରୋହିତମାନଙ୍କୁ କ’ଣ ଦାନ କରିଥିଲେ ?
Answer:
ମହର୍ଷି ବାଜଶ୍ରବା ପୁରୋହିତମାନଙ୍କୁ ପଲେ ଗାଈ ଦାନ କଲେ।

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୪ ।
ବାଜଶ୍ରବାଙ୍କର ପୁତ୍ରଙ୍କ ନାମ କ’ଣ ?
Answer:
ବାଜଶ୍ରବାଙ୍କର ପୁତ୍ରର ନାମ ନଚିକେତା।

Question ୫।
ବାଳକ ନଚିକେତା କ’ଣ ଅନୁଭବ କରିଥିଲେ ?
Answer:
ବାଳକ ନଚିକେତା ଅନୁଭବ କରିଥିଲେ ଯେ ପିତାଙ୍କର ବିଶ୍ବଜିତ୍ ଯଜ୍ଞ ନିଶ୍ଚୟ ନିଷ୍ଫଳ ହେବ; କାରଣ ସ୍ନେହର

Question ୬ ।
ମହର୍ଷି ବାଜଶ୍ରବା ନଚିକେତାଙ୍କୁ କାହାଙ୍କୁ ଦାନ କଲେ ?
Answer:
ମହର୍ଷି ବାଜଶ୍ରବା ନଚିକେତାଙ୍କୁ ଯମଙ୍କୁ ଦାନ କରିଥିଲେ।

Question ୭।
ନଚିକେତା କେତେ ଦିନ ଅନଶନ କଲାପରେ ଯମଙ୍କ ଦର୍ଶନ ପାଇଲେ ?
Answer:
ଯମପୁରର ରୁଦ୍ଧଦ୍ବାର ନିକଟରେ ତିନି ଦିନ ଅନଶନ କଲାପରେ ନଚିକେତା ଯମଙ୍କୁ ଦର୍ଶନ ପାଇଲେ।

Question ୮।
ଯମପୁରର ରୁଦ୍ଧଦ୍ୱାର ନିକଟରେ ନଚିକେତା ତିନିଦିନ କିପରି ଅତିବାହିତ କରିଥିଲେ ?
Answer:
ନଚିକେତା ଯମପୁରର ରୁଦ୍ଧଦ୍ଵାର ନିକଟରେ ଅନାହାରରେ ଓ ଅନିଦ୍ରାରେ ତିନିଦିନ ଅତିବାହିତ କରିଥିଲେ।

Question ୯।
ନଚିକେତାଙ୍କୁ ଦେଖୁ ଯମ ମନେ ମନେ ପ୍ରଶଂସା କଲେ କାହିଁକି ?
Answer:
ଯମ ଏଭଳି ଅପୂର୍ବ ନିର୍ଭିକ ଓ ତେଜସ୍ଵୀ ବାଳକର ସାହାସ ଓ ବିଶ୍ଵାସକୁ ମନେ ମନେ ପ୍ରଶଂସା କଲେ ।

Question ୧୦।
ନଚିକେତା ପ୍ରଥମ ବରରେ କ’ଣ ମାଗିଲେ ?
Answer:
ନଚିକେତା ତାଙ୍କର ପ୍ରଥମ ବରରେ କହିଥିଲେ ଯେ, ତାଙ୍କ ପିତା ତାଙ୍କୁ ହରାଇ ଅତ୍ୟନ୍ତ ସନ୍ତାପ ଭୋଗ କରୁଛନ୍ତି । ତାଙ୍କର ସେହି ଦୁଃଖକୁ ଦୂର କରିବାପାଇଁ ଓ ସେ ତାଙ୍କ ପିତାଙ୍କ ପାଖରେ ପହଞ୍ଚି ପୂର୍ବପରି ସ୍ନେହରେ ରହିବେ ସେଥୁପ୍ରତି ବ୍ୟବସ୍ଥା କରିବାକୁ କହିଲୋ

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୧୧।
ପ୍ରଥମେ ନଚିକେତାଙ୍କ ପାଇଁ ଯମଙ୍କ ଦ୍ବାରା ଖୋଲାଗଲା ନାହିଁ କାହିଁକି ?
Answer:
ନଚିକେତାର ମୃତ୍ୟୁ ସମୟ ହୋଇ ନଥିଲା। ତେଣୁ ଯମରାଜ ତାଙ୍କପାଇଁ ଦ୍ଵାର ଖୋଲିଲେ ନାହିଁ।

Question ୧୨।
ନିମ୍ନଲିଖ୍ ବାକ୍ୟଗୁଡ଼ିକୁ ଓଲଟା ଅର୍ଥରେ ଆଉଥରେ ଲେଖ ।
(କ) ବ୍ରାହ୍ମଣମାନେ ଋଷିଙ୍କୁ ଆଶୀର୍ବାଦ ଦେଲେ ।
(ଖ) ଗାଈଗୁଡ଼ିକ ଜୀ।ଶୀର୍ଷ ଥିଲେ ।
(ଗ) ଦାନ ନ ଦେଇ ପାପ ଅର୍ଜନ କରିବା ଉଚିତ ନୁହେଁ ।
(ଘ) ଲୋକଟି ମିଥ୍ୟାବାଦୀ ଥିଲା ।
(ଙ) ଅନାବଶ୍ୟକ କଥାରେ ମୁଣ୍ଡ ପୂରାଇ ସମୟର ଅସଦୁପଯୋଗ କରିବା ଅଜ୍ଞ ଲୋକର କାର୍ଯ୍ୟ ଅଟେ ।
Answer:
(କ) ବ୍ରାହ୍ମଣମାନେ ଋଷିଙ୍କୁ ଅଭିଶାପ ଦେଲେ ।
(ଖ) ଗାଈଗୁଡ଼ିକ ହୃଷ୍ଟପୁଷ୍ଟ ଥିଲେ ।
(ଗ) ଦାନ ଦେଇ ପୁଣ୍ୟ ଅର୍ଜନ କରିବା ଉଚିତ ।
(ଘ) ଲୋକଟି ସତ୍ୟବାଦୀ ଥିଲା ।
(ଙ) ଆବଶ୍ୟକ କଥାରେ ମୁଣ୍ଡପୂରାଇ ସମୟର ସଦୁପଯୋଗ କରିବା ବିଜ୍ଞ ଲୋକର କାର୍ଯ୍ୟ ଅଟେ ।

ବସ୍ତୁନିଷୃ ପ୍ରଶ୍ନୋତ୍ତର :

Question ୧।
ନଚିକେତା ପ୍ରଥମ ବର ଭାବରେ ଯମଙ୍କୁ କ’ଣ ମାଗିଥିଲେ ?
(କ) ମୋତେ ରାଜସିଂହାସନ ମିଳୁ
(ଖ) ପିତା ମୋତେ ପୂର୍ବପରି ସ୍ନେହରେ ଗ୍ରହଣକରନ୍ତୁ
(ଗ) ଦେଶର ଲୋକମାନେ ପାପମୁକ୍ତ ହୁଅନ୍ତୁ
(ଘ) ପ୍ରଚୁର ଅର୍ଥ
Answer:
(ଖ) ପିତା ମୋତେ ପୂର୍ବପରି ସ୍ନେହରେ ଗ୍ରହଣକରନ୍ତୁ

Question ୨।
ନଚିକେତା ଦ୍ଵିତୀୟ ବର ଭାବରେ ଯମଙ୍କୁ କ’ଣ ମାଗିଥିଲେ ?
(କ) ପିତାଙ୍କର ଶାନ୍ତି
(ଖ) ନିଜ ଜ୍ଞାନର ବିକାଶ
(ଗ) ସଂସାର ଲୋକମାନଙ୍କର ଦୁଃଖ, ପାପ ଓ ଶୋକରୁ ମୁକ୍ତି
(ଘ) ପ୍ରଚୁର ଅର୍ଥ
Answer:
(ଗ) ସଂସାର ଲୋକମାନଙ୍କର ଦୁଃଖ, ପାପ ଓ ଶୋକରୁ ମୁକ୍ତି

Question ୩।
ଯମରାଜାଙ୍କୁ ନଚିକେତା ତୃତୀୟ ବରରେ କ’ଣ ମାଗିଥିଲେ ?
(କ) ମଣିଷର ମୁକ୍ତି
(ଖ) ପିତାଙ୍କର ଶାନ୍ତି
(ଗ) ସୁଖରେ ଗୃହକୁ ପ୍ରତ୍ୟାବର୍ତ୍ତନ
(ଘ) ଆତ୍ମଜ୍ଞାନ
Answer:
(ଘ) ଆତ୍ମଜ୍ଞାନ

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୪।
ଯମରାଜା ପ୍ରଥମେ ନଚିକେତାଙ୍କୁ ମୃତ୍ୟୁଜୟୀ ଆତ୍ମଜ୍ଞାନ ଦେବାକୁ ଚାହୁଁ ନଥିଲେ କାହିଁକି ?
(କ) ସେ ଜ୍ଞାନ ଅତି ଜଟିଳ ଓ ରହସ୍ୟପୂର୍ଣ୍ଣ ଥିଲା
(ଖ) ଯମରାଜା ତାଙ୍କୁ ଅନ୍ୟ ବର ଦେବାକୁ ଚାହୁଁଥିଲେ
(ଗ) ସେ ଜ୍ଞାନଦ୍ଵାରା ନଚିକେତା ଅମର ହୋଇଯିବେ ବୋଲି ଭାବୁଥିଲେ ।
(ଘ) ଯମରାଜା ସେ ଜ୍ଞାନ ମନୁଷ୍ୟମାନଙ୍କୁ ଦେବାପାଇଁ ଚାହୁଁ ନଥିଲେ ।
Answer:
(କ) ସେ ଜ୍ଞାନ ଅତି ଜଟିଳ ଓ ରହସ୍ୟପୂର୍ଣ୍ଣ ଥିଲା

Question ୫ ।
ନଚିକେତା ଯେଉଁ ତିନୋଟି ବର ଯମଙ୍କୁ ମାଗିଥିଲେ ତାହା କାହାପାଇଁ ଉଦ୍ଦିଷ୍ଟ ଥିଲା ?
(କ) ପିତାଙ୍କର ଯଜ୍ଞ ସଫଳ ହେବାପାଇଁ
(ଖ) ନିଜ ଜ୍ଞାନର ବିକାଶ ପାଇଁ
(ଗ) ସଂସାରର ହିତସାଧନ ପାଇଁ
(ଘ) ସାଧୁ ସମାଜର ହିତପାଇଁ
Answer:
(ଗ) ସଂସାରର ହିତସାଧନ ପାଇଁ

Question ୬ ।
ନଚିକେତାଙ୍କର କେଉଁ ଗୁଣଯୋଗୁଁ ଯମରାଜ ତାଙ୍କ ଗଳାରେ ରମାଳ ପିନ୍ଧାଇଦେଲେ ?
(କ) ଅପୂର୍ବ ସୁରଶଶକ୍ତି
(ଖ) ପିତୃଭକ୍ତି
(ଗ) ସତ୍ୟନିଷ୍ଠା
(ଘ) ସାହସିକତା
Answer:
(କ) ଅପୂର୍ବ ସୁରଶଶକ୍ତି

Question ୭।
ଯମରାଜାଙ୍କର ମନ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲା କାହିଁକି ?
(କ) ସେ ଯମପୁରରେ ଅତିଥିଙ୍କୁ ଉପଯୁକ୍ତ ସତ୍କାର କରିଥିବାରୁ
(ଖ) ସେ ନଚିକେତାଙ୍କଭଳି ଜଣେ ଅସାଧାରଣ ଶିଷ୍ୟ ଲାଭ କରିଥିବାରୁ
(ଗ) ସେ ତାଙ୍କର ସତ୍ୟନିଷ୍ଠା, ଦୃଢ଼ ପ୍ରତିଜ୍ଞା ଓ ପିତୃଭକ୍ତିରେ ମୁଗ୍‌ଧ ହୋଇଥିବାରୁ
(ଘ) ସେ ନଚିକେତାଙ୍କୁ ତିନିଦିନ କାଳ ଦେଖା ନଦେଇ ଅନାହାରରେ ରଖିଥ‌ିବାରୁ
Answer:
(ଖ) ସେ ନଚିକେତାଙ୍କଭଳି ଜଣେ ଅସାଧାରଣ ଶିଷ୍ୟ ଲାଭ କରିଥିବାରୁ

Question ୮।
ନଚିକେତାଙ୍କ କେଉଁ ଗୁଣଲାଗି ତାଙ୍କୁ ଶିଷ୍ୟରୂପେ ପାଇ ଯମ ଆନନ୍ଦିତ ହୋଇଥିଲେ ?
(କ) ନିଭୀକତା
(ଖ) କଷ୍ଟସହିଷ୍ଣୁତା
(ଗ) ପରହୁଃଖକାତରତା
(ଘ) ଜାଣିବାର ଆଗ୍ରହ
Answer:
(ଘ) ଜାଣିବାର ଆଗ୍ରହ

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୯।
ନଚିକେତାଙ୍କୁ ତିନୋଟି ବର ପ୍ରାର୍ଥନା କରିବାପାଇଁ ଯମରାଜା କାହିଁକି କହିଲେ ?
(ଗ) ନଚିକେତା ସତ୍ୟରକ୍ଷା ପାଇଁ ଦୃଢ଼ପ୍ରତିଜ୍ଞ ଥିବାରୁ
(ଖ) ନଚିକେତାଙ୍କୁ ଶିଷ୍ୟ ରୂପେ ପାଇଥିବାରୁ
(ଗ) ନଚିକେତା ପତ୍ୟରକ୍ଷା ପାଇଁ ଦୃଢ଼ପ୍ରତିଜ୍ଞ ଥିବାରୁ
(ଘ) ନଚିକେତା କୋମଳମତି ତେଜସ୍ବୀ ବାଳକ ଥିବାରୁ
Answer:
(ଗ) ନଚିକେତା ପତ୍ୟରକ୍ଷା ପାଇଁ ଦୃଢ଼ପ୍ରତିଜ୍ଞ ଥିବାରୁ

Question ୧୦ ।
‘ ଯାହା ନଦେବାର ଯୋଗ୍ୟ’ – ଏହି ବାକ୍ୟାଶଟିକୁ ଏକପଦରେ ପ୍ରକାଶକଲେ କ’ଣ ହେବ ?
(କ) ସଦେୟ
(ଖ) ଆଦେୟ
(ଗ) ଦେୟ
(ଘ) ବିଦେୟ
Answer:
(ଖ) ଆଦେୟ

ପ୍ରବନ୍ଧର ପୃଷ୍ଠଭୂମି :

ଶିକ୍ଷାମୂକ ଗଳ୍ପ ଜରିଆରେ ସେ କୋମଳମତି ବାଳବାଳିକାମାନଙ୍କ ହୃଦୟରେ ସତ୍ୟରକ୍ଷା, ନିର୍ଭାକତା ତ୍ୟାଗ ଓ ଏକାଗ୍ରତା ପ୍ରତି ଅନୁରାଗ ସୃଷ୍ଟି କରିବାପାଇଁ ଉଦ୍ୟମ କରିଛନ୍ତି । ନଚିକେତା ପରି ଏକ କୋମଳମତି ଜୟ କରିପାରିଛି ତାହା ଅନ୍ୟ ଶିଶୁମାନଙ୍କ ପାଇଁ ଆଦର୍ଶ ହେବା ଲକ୍ଷ୍ୟ ରଖ୍ ପ୍ରାବନ୍ଧିକ ଚିନ୍ତାମଣି ବେହେରା ଏହି ପ୍ରବନ୍ଧଟିକ ରଚନା କରିଛନ୍ତି ।

ପ୍ରବନ୍ଧର ସାରକଥା :

‘ବିଶ୍ବଜିତ୍‌ ଯଜ୍ଞ’ ଶେଷରେ ମହର୍ଷ ବାଜଶ୍ରବା ଅତିଥିମାନଙ୍କୁ ନିଜ ହାତରେ ଭୂମି, ଧେନୁ, ସୁବର୍ଣ୍ଣ ଦାନ କରୁଥ‌ିବା ଦେଖୁ ପୁଅ ନଚିକେତା ଆଶ୍ଚର୍ଯ୍ୟ ହେଲେ । ସଙ୍ଗେ ସଙ୍ଗେ ପିତାଙ୍କୁ ପଚାରିବସିଲେ ଯେ ସେ ତାଙ୍କୁ କାହାକୁ ଦାନ କରିଛନ୍ତି; କିନ୍ତୁ ଋଷି ଯଜ୍ଞକାର୍ଯ୍ୟରେ ବ୍ୟସ୍ତରହି ଉତ୍ତର ଦେଇପାରିଲେ ନାହିଁ ।
ପୁଣିଥରେ ପୁଅଠାରୁ ପୂର୍ବ ପ୍ରଶ୍ନ ଶୁଣି ସେ ବିରକ୍ତ ହୋଇ କହିଲେ – ‘ହଁ, ତୋତେ ଯମକୁ ଦାନ କଲି ।’ନଚିକେତା ଘରୁ ବାହାରିଲେ ଯମଙ୍କ ନିକଟକୁ । ପୁଅକୁ ଘରୁ ବାହାରି ଯାଉଥ୍‌ ଦେଖ୍ ସେ ପ୍ରଶ୍ନ କରନ୍ତେ, ନଚିକେତା ଯମଘରକୁ ଯାଉଛନ୍ତି ବୋଲି ଜଣାଇଦେଲେ । ପିତା ହସିଦେଇ କହିଲେ – “ମୁଁ କ’ଣ ଅନ୍ତ୍ରରରୁ କହିଥୁଲି’ । ମୁଁ ବିରକ୍ତ ହୋଇ ସେହିଭଳି କହିଦେଇଥୁଲି ସିନା ।’’ ଏକଥା ଶୁଣି ନଚିକେତା ପିତାଙ୍କୁ ଯଜ୍ଞର ଫଳ ତାଙ୍କୁ (ନଚିକେତାଙ୍କୁ) ଦାନ କରିବାରେ ହିଁ ମିଳିବ ବୋଲି କହିଲେ; କାରଣ ସେ ହେଉଛନ୍ତି ପିତାଙ୍କର ଶ୍ରେଷ୍ଠ ଧନ । ଋଷି ପୁଅର ମନକଥା ବୁଝିପାରିଲେ ଓ ତାଙ୍କୁ ଯିବାପାଇଁ ଅନୁମତି ଦେଲେ । ନଚିକେତା ଯମପୁରୀରେ ପହଞ୍ଚିଲେ । ଯମପୁରରେ ତିନିଦିନ ଅନଶନ ପରେ ଯମ ତାଙ୍କୁ ଦେଖାଦେଲେ । ଯମ ଅଡୁଆରେ ପଡ଼ିଗଲେ । କାରଣ ନଚିକେତାଙ୍କର ସମୟ ପୂରିଲେ ସିନା ସେ ଯମପୁରୀକୁ ଯିବ । ସେ ପିଲାଟିର ଦୃଢ଼ତା,

ଲେଖକ ପରିଚୟ :

କ୍ଷେତ୍ରରେ ଜଣେ ପ୍ରତିଭାବାନ୍ ବ୍ୟକ୍ତିତ୍ଵ । ସେ ଥିଲେ ଏକାଧାରରେ ଜଣେ ସଫଳ ପ୍ରାବନ୍ଧିକ, କବି, ସମାଲୋଚକ ଓ ଭାଷାବିତ୍ । ଜଣେ ଉଚ୍ଚକୋଟୀର ଅଧ୍ୟାପକଭାବେ ଶିକ୍ଷାବିତ୍‌ ମାନଙ୍କ ମଧ୍ୟରେ ତାଙ୍କର ସୁଖ୍ୟାତି ରହିଛି । ଇଂରାଜୀ, ବଙ୍ଗଳା ଓ ହିନ୍ଦୀ ଭାଷା ସାହିତ୍ୟରେ ଗଭୀରତା ଥିବା ଚିନ୍ତାମଣି ବାବୁ ତାଙ୍କର ଜ୍ଞାନ ଓ ଅଭିଜ୍ଞତାକୁ ନେଇ ବହୁ ପୁସ୍ତକ ରଚନା କରିଛନ୍ତି । ସମ୍ବଲପୁରରୁ ପ୍ରକାଶିତ ‘ମେହେର ପ୍ରଦୀପ’ ଓ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ପ୍ରକାଶିତ ଶି ଶୁ ପତ୍ରିକା ‘ଶିଶୁଲେଖା’ର ସେ ସଫଳ ସମ୍ପାଦନା କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେ ଜଣେ ଉଚ୍ଚକୋଟୀର କବି ଭାବରେ ମଧ୍ୟ ଓଡ଼ିଆ ସାହିତ୍ୟ ଜଗତରେ ପରିଚିତ । ‘ଶ୍ଵେତପଦ୍ମ’, ‘ସ୍ଵସ୍ତିକା’, ‘ନୂତନ ସ୍ଵାକ୍ଷର’, ‘ନାଳଲେ।ହିତ’ ପ୍ରଭୃତି କବିତା ଗ୍ରନ୍ଥ ତାଙ୍କ କଚିତ୍ଵର ପରଚିୟ ବହନ କରେ । ଏହାବ୍ୟତୀତ ସେ ‘କାବ୍ୟ ଓ କଳାକାର’, ‘ବିଦଗ୍ଧ ପାଠକ’, ‘ଆଧୁନିକତାର କ, ଖ ଓ ଅନ୍ୟାନ୍ୟ ଆଲୋଚନା’, ‘କଳାଦୃଷ୍ଟି’, ‘ଚିତ୍ର ଚରିତ୍ର’ ପ୍ରଭୃତି ସମାଲୋଚନା ଗ୍ରନ୍ଥଗୁଡ଼ିକ ରଚନା କରି କବି ଓ ଲେଖକ ମହଲରେ ବେଶ୍ ସୁଖ୍ୟାତି ଅର୍ଜନ କରିପାରିଛନ୍ତି ।

ତେଜ, ମନର ଦମ୍ଭ ଦେଖ୍ ସନ୍ତୁଷ୍ଟ ହୋଇ ମନେ ମନେ ପ୍ରଶଂସା କରି କହିଲେ – ‘ବତ୍ସ ! ମୁଁ ତୁମ ଉପରେ ପ୍ରୀତ, ତୁମେ ମୋ ଘର ସାମ୍ନାରେ ନ ଖାଇ ତିନିଦିନ ପଡ଼ିରହି ଦୁଃଖକଷ୍ଟ ପାଇଛ, ମୁଁ ଏଥପାଇଁ ଦୁଃଖତ I ଏବେ ତୁମେ ତିନୋଟି ବର ମାଗ ।’’ ନଚିକେତା ପ୍ରଥମ ବର ମାଗିଲେ ‘ମୋର ପିତା ମୋତେ ହରାଇ ପାଉଥ‌ିବା ଦୁଃଖ ଦୂର ହେଉ । ମୁଁ ତାଙ୍କ ନିକଟକୁ ଫେରିଗଲେ ସେ ମୋତେ ପୂର୍ବପରି ସ୍ନେହ କରନ୍ତୁ, ଏହାର ବ୍ୟବସ୍ଥା ହେଉ ।’’ ନଚିକେତାଙ୍କର ପିତୃଭକ୍ତିରେ ଯମରାଜ ସନ୍ତୁଷ୍ଟ ହେବାରୁ ସେ ୨ୟ ବର ମାଗିଲେ  ‘ସଂସାର ଲୋକଙ୍କର ଦୁଃଖ, ଦୁର୍ଦ୍ଦଶା, ପାପ, ଶୋକ କେଉଁଥିରେ ଦୂରହେବ, ମୋତେ କୁହନ୍ତୁ । ମୁଁ ତା’ ପ୍ରଚାର କଲେ ଆପଣଙ୍କର ଯଶ ପ୍ରଚାରିତ ହେବା”

ଯମରାଜ ଆଶ୍ଚର୍ଯ୍ୟ ହେଲେ । ସଂସାର ପ୍ରତି ନଚିକେତାଙ୍କର ଚିନ୍ତା ଦେଖ୍ ଖୁବ୍ ସନ୍ତୁଷ୍ଟ ହୋଇ ତାଙ୍କୁ ଜଣାଇଲେ ଯେ ସେ ଜଣେ ବାଳକ, ସେ କ’ଣ ଏସବୁ ମନେରଖୂପାରିବ ? ନଚିକେତା ପୁଣି ଥରେ ପ୍ରାର୍ଥନା କଲେ ଓ କହିବାକୁ ଅନୁରୋଧ କଲେ । ଏଣୁ ଯମରାଜ ତାଙ୍କୁ ନୂଆ ମନ୍ତ୍ରଟିଏ ଓ ଯଜ୍ଞର କାର୍ଯ୍ୟବିଧ୍ ବତାଇଦେଲେ । କିଛି ସମୟ ପରେ ଯମରାଜ ନଚିକେତାଙ୍କର ପରୀକ୍ଷା ନେଲେ । ସେ ସବୁକିଛି ଠିକ୍ ଠିକ୍ କହିଦେବାରୁ ଯମରାଜ ପିଲାଟିର ସ୍ମରଣଶକ୍ତି ଦେଖ୍ ଆଶ୍ଚର୍ଯ୍ୟ ହେଲେ । ସେ ସନ୍ତୁଷ୍ଟ ହୋଇ ତୃତୀୟ ବର ମାଗିବାକୁ ନଚିକେତାଙ୍କୁ ନିର୍ଦ୍ଦେଶ ଦେଲେ । ସ୍ଵର୍ଗର ଅପୂର୍ବ ଭୋଗବିଳାସ, ପୃଥ‌ିବୀର ଅଖଣ୍ଡ ଆଧୂପତ୍ୟ, ଓ ଆଶ୍ଚର୍ଯ୍ୟ ସାମଗ୍ରୀ ଯାହା ଚାହିଁବେ, ନଚିକେତାଙ୍କୁ ସେ ତାହା ପ୍ରଦାନ କରିବେ ବୋଲି କହିଲେ । ଏକଥା ଯମଙ୍କଠାରୁ ଶୁଣି ନଚିକେତା କହିଲେ – ‘ମୋର ସଂସାରର ସୁଖ ଦରକାର ନାହିଁ । ଆପଣ ଯଦି ସନ୍ତୁଷ୍ଟ, ମୋତେ “ମୃତ୍ୟୁଜୟୀ ଆତ୍ମଜ୍ଞାନ ପ୍ରଦାନ କରନ୍ତୁ ।’’

ଏକଥା ଶୁଣି ଯମରାଜ ଆଶ୍ଚର୍ଯ୍ୟ ହେଲେ । ପିଲାଟିଏ, ସେ ପୁଣି ଶିଖୁବ ମୃତ୍ଯୁଜୟୀ ଆତ୍ମଜ୍ଞାନ ? ମୁନିଋଷି ଯୁଗ ଯୁଗ ଧରି ଚେଷ୍ଟାକରି ଯାହାକୁ ପାଇନାହାନ୍ତି ? ଚିନ୍ତାକରି ପୁଣିଥରେ ତାଙ୍କୁ ଅନ୍ୟ ବର ମାଗିବାକୁ କହିଲେ; କିନ୍ତୁ ନଚିକେତା ତାଙ୍କର ଅନ୍ୟ କୌଣସି କାମନା ନାହିଁ ବୋଲି ଜଣାଇଦେଲେ । ଶେଷରେ ଯମରାଜ ସନ୍ତୁଷ୍ଟ ହୋଇ ତାଙ୍କୁ ମୃତ୍ୟୁଜୟୀ ଆତ୍ମଜ୍ଞାନ ପ୍ରଦାନ କଲେ । ସେ ଅପୂର୍ବ ଗୁଣର ଅଧିକାରୀ ହୋଇ ତାଙ୍କ ଚରଣ ଛୁଇଁ ଭକ୍ତ ଜଣାଇ ଫେରିଲେ । ଯମରାଜ ଖୁବ୍ ଆନନ୍ଦ ହେଲେ– ନଚିକେତା ଭଳି ଜଣେ ଶିଷ୍ୟ ତାଙ୍କୁ ମିଳିଲା, ଏହା ଭାଗ୍ୟର କଥା ଭାବି ଶିଷ୍ୟକୁ ଆଶୀର୍ବାଦ କଲେ ।

କଠିନ ଶବ୍ଦ।ର୍ଥ :

  • ଧେନୁ – ଗାଈ / ଗାଭୀ ।
  • ସର୍ବସ୍ଵ – ନିଜର ସବୁକିଛି|ସମସ୍ତ ସମ୍ପତ୍ତି ।
  • ଜରା – ବୁଢ଼ା ଅବସ୍ଥା ।
  • ଅଭ୍ୟାଗତ – ଅତିଥି
  • ନିଷ୍ପଳ – ଫଳଶୂନ୍ୟା
  • ଆଦେୟ – ଯାହା ହେବାର ଯୋଗ୍ୟ ନୁହେଁ ।
  • ଅବର୍ଣ୍ଣନାୟ – ଯାହା ବର୍ଣ୍ଣନା କରିହେବ ନାର୍ହା
  • ସ୍ୱ – ନିଜରା
  • ଅନଶନ – ଶିଷ୍ୟ ବା ସ୍ନେହାସ୍ସଦ ବ୍ୟକ୍ତି
  • ଉନ୍ମକ୍ତ – ଖୋଲା
  • ପ୍ରତ୍ୟାବର୍ତ୍ତନ – ଫେରିବା।
  • ବିଜ୍ଞ – ଜ୍ଞାନା
  • ପ୍ରଣତି – ନମସ୍ନାରା
  • ଅଖଣ୍ଡ – ଆଚିଭକ୍ତ ।
  • କର୍ଣ୍ଣଶାର୍ଣ୍ଣ – କ୍ଷାଶ ଓ ଦୁର୍ବିଳା ।
  • ଅର୍ଜନ – ରୋଜଗାରା ।
  • ବିଗଳିତ – ତରଳିଯିବା ।
  • ଗୂଢ଼ – ଗୁପ୍ତ / ଗହନା
  • ରୁଦ୍ଧଦ୍ୱାର – ବନ୍ଦ କରାଟ ।
  • ହୃଷ୍ଟ – ଆନନ୍ଦ
  • ପ୍ରଫୁଲ୍ଲ – ଖୁସି
  • ମୁହୂର୍ତ୍ତକ – ନିମିଷେକ
  • ଚିତ୍ତ – ହୃଦୟ
  • ଉନ୍ମକ୍ତ – ଖୋଲା

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Odisha State Board BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି Textbook Exercise Questions and Answers.

BSE Odisha Class 7 Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) କେଉଁଠି ଅସମ୍ଭବ କଥାଟାଏ ଉପରେ ଦୀର୍ଘ ଆଲୋଚନା ଚାଲିଥିଲା ?
Answer:
ବୋଷ୍ଟନ୍‌ ବିଶ୍ଵବିଦ୍ୟାଳୟର ରସାୟନ ବିଭାଗର ଏକ ଆଲେ।ଚନା କକ୍ଷରେ ଗୋଟିଏ ସମ୍ପୂର୍ଣ୍ଣ ଅସମ୍ଭବ କଥାଟାଏ ଉପରେ ଦୀର୍ଘ ଆଲୋଚନା ଚାଲିଥିଲା ।

(ଖ) ଖାଦ୍ୟ ମୂଳରେ କ’ଣ ସବୁ ରହିଛି ବୋଲି ଲେଖକ କହିଛନ୍ତି ?
Answer:
ଖାଦ୍ୟ ମୂଳରେ ସବୁକିଛି ରହିଛି । ଶିକ୍ଷା, ସଭ୍ୟତା, ସଂସ୍କୃତି, ଶାନ୍ତି, ରାମରାଜ୍ୟ ଯାହାକିଛି ମଣିଷର ପ୍ରଗତି ପାଇଁ ନିତାନ୍ତ ଜରୁରୀ, ସେସବୁ ମୂଳରେ ରହିଛି ଖାଦ୍ୟ ।

(ଗ) କାହାଦ୍ଵାରା ଜନସଂଖ୍ୟାକୁ ରୋକାଯାଇ ପାରିବ ?
Answer:
ଜନବସତିକୁ କମାଇ ଉକ୍ତ ସ୍ଥାନମାନଙ୍କରେ ପ୍ରଚୁର ଅରଣ୍ୟ ସୃଷ୍ଟି କରିପାରିଲେ ଜନସଂଖ୍ୟାକୁ ରୋକାଯାଇ ପାରିବ ।

(ଘ) ପୃଥ‌ିବୀର ଜନସଂଖ୍ୟା ବଢ଼ିଲେ କ’ଣ କମିଯିବ ?
Answer:
ପୃଥ‌ିବୀର ଜନସଂଖ୍ୟା ବଢ଼ିଲେ ଚାଷଜମିର ପରିମାଣ ଓ ଗୃହପାଳିତ ପଶୁମାନଙ୍କ ସଂଖ୍ୟା କମିଯିବ ।

(ଡି) ଶ୍ଵେତସାର ଖାଦ୍ୟରୁ ଯେଉଁ ବଳକା ଖାଦ୍ୟ ରହେ ଗଛ ତାକୁ କେଉଁଠି ସାଇତି ରଖେ ?
Answer:
ଶ୍ଵେତସାର ଖାଦ୍ୟରୁ ଯେଉଁ ବଳକା ଖାଦ୍ୟ ରହେ, ଗଛ ତାକୁ ତା’ର ଫଳମୂଳରେ ସାଇତି ରଖେ ।

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୨।
ଦୁଇ ବା ତିନିଟି ବାକ୍ୟରେ ଉତ୍ତର ଲେଖ ।
(କ) କେଉଁ କେଉଁ ଖାଦ୍ୟରୁ ଶ୍ଵେତସାର ଓ ସ୍ନେହସାର ମିଳେ ?
Answer:
ଧାନ, ଗହମ, ବାଜରା, ମାଣ୍ଡିଆ ଏବଂ ଆଳୁ ଆଦିରୁ ଆମକୁ ଶ୍ଵେତସାର ଜାତୀୟ ଖାଦ୍ୟ ମିଳିଥାଏ ।
ସୋରିଷ, ଚିନାବାଦାମ, ସୂର୍ଯ୍ୟମୁଖୀ ଆଦି ତୈଳବୀଜରୁ ଆମକୁ ସ୍ନେହସାର ଜାତୀୟ ଖାଦ୍ୟ ମିଳିଥାଏ ।

(ଖ) ରବିଫସଲ, ମତ୍ସ୍ୟ ଓ କୁକୁଡ଼ାରୁ ଆମେ କେଉଁ ଜାତୀୟ ଖାଦ୍ୟ ପାଇଁ ?
ରବିଫସଲ, ମତ୍ସ୍ୟ ଓ କୁକୁଡ଼ାରୁ ଆମେ ପୁଷ୍ଟିସାର ଜାତୀୟ ଖାଦ୍ୟ ପାଇଥାଉ । ଏହି ଗୋପାଳନ, କୁକୁଡ଼ା ପାଳନ ଇତ୍ୟାଦିକୁ ପ୍ରକାରାନ୍ତରେ ଏକ ଚାଷ ବୋଲି କୁହାଯାଇଥାଏ ।

(ଗ) ଭବିଷ୍ୟତରେ ଅଙ୍ଗାରକାମ୍ଳ ଗ୍ୟାସ୍‌ରୁ କ’ଣ ଉତ୍ପାଦନ ହେବ ବୋଲି ଲେଖକ କହିଛନ୍ତି ?
ଭବିଷ୍ୟତରେ ଅଙ୍ଗାରକାମ୍ଳ ଗ୍ୟାସରୁ ମଇଦା ଭଳି ପଦାର୍ଥ ଭପାଦିତ ହେ।ଇପାରିବା ଏହି ମଇଦାରୁ ସୁନ୍ଦର ସାଂଶ୍ଲେଷିକ ଚାଉଳ ମଧ୍ଯ କୃତ୍ରିମ ଉପାୟରେ ଉତ୍ପାଦନ କରାଯାଇ ପାରିବ । ଏହି ଚାଉଳ ଅତି ସୁନ୍ଦର, ସରୁ ଓ ସୁସ୍ଵାଦୁ ହେବ । ଆବଶ୍ୟକ ହେଲେ ଏହି ପଦ୍ଧତିରେ ଚିନି ମଧ୍ଯ ତିଆରି କରାଯାଇ ପାରିବ ।

(ଘ) ଆଗାମୀ କାଳରେ ବଡ଼ ବଡ଼ ଗଛ, ବ୍ରଣ, ବୁଦାରୁ ଆମେ କ’ଣ କ’ଣ ପାଇବା ବୋଲି
ଆଗାମୀ କାଳରେ ବଡ଼ ବଡ଼ ଗଛ, ବଣ, ବୁଦାରୁ ଆମେ ଶ୍ଵେତସାର ତଥା ଶର୍କରାଜାତୀୟ ଖାଦ୍ୟ ପାଇପାରିବା । ସେତେବେଳେ ଚାଉଳ, ଚିନି ଓ ମଇଦା କଳ ପରିବର୍ତ୍ତେ କେବଳ କାଠକଳ ସ୍ଥାପନ କରି ମଇଦା, ଅଟା, ସୁଜି, ଚାଉଳ, ଚିନି ପରି ଶ୍ଵେତସାର ଓ ଶର୍କରାଜାତୀୟ ଖାଦ୍ୟ ପାଇପାରିବା ।

(ଙ) କେତେବେଳେ ଚାଷଜମି ଓ ଗୃହପାଳିତ ପଶୁ ସଂଖ୍ୟା କମିଯିବ ?
Answer:
ପୃଥ‌ିବୀରେ ଅତ୍ୟଧ୍ଵ ଜନସଂଖ୍ୟା ବୃଦ୍ଧି ହେଲେ ବସବାସ ପାଇଁ ଜାଗାର ଆବଶ୍ୟକତା ପଡ଼ିବ। ଏହାଫଳରେ ଗୃହପାଳିତ ପଶୁଙ୍କ ପାଇଁ ଚାରଣ ଭୂମି ମିଳିବ ନାହିଁ କିମ୍ବା ଖାଦ୍ୟ ଉତ୍ପାଦନ ପାଇଁ ଆବଶ୍ୟକ ଚାଷ ଜମି ମଧ୍ୟ ମିଳିବ ନାହିଁ । ଏଣୁ ଚାଷଜମି ଓ ଗୃହପାଳିତ ପଶୁ ସଂଖ୍ୟା କମିଯିବ ।

(ଚ) କାହାକୁ ରୂପାନ୍ତରିତ କରି ଦୁଧ, ଦହି, ଛେନାରେ ପରିଣତ କରିହେବ ?
Answer:
ସମୁଦ୍ରମାନଙ୍କରେ ଅସଂଖ୍ୟ ଜଳଜ ପ୍ରାଣୀ ରହିଛନ୍ତି । ଏହି ଜଳଜ ପ୍ରାଣୀଗୁଡ଼ିକୁ ରୂପାନ୍ତରିତ କରି ଦୁଧ, ଦହି, ଛେନାରେ ପରିଣତ କରିହେବ।

Question ୩ ।
ସରଳ ଭାଷାରେ ବୁଝାଇ ଦିଅ ।
(କ) ଏହା ସ୍ଵତଃସିଦ୍ଧ ଯେ ବିଜ୍ଞାନ ସେତେବେଳକୁ ଯେଉଁ ଉନ୍ନତ ଅବସ୍ଥାକୁ ଆସିଥ‌ିବ, ସେଥ‌ିରେ ଖାଦ୍ୟ ସମସ୍ୟା ଏକ ବଡ଼ ସମସ୍ୟା ହୋଇ ରହି ନପାରେ ।
Answer:
ଏହା ସ୍ଵତଃସିଦ୍ଧ ଯେ ………………………. ରହିନପାରେ ।
ଉକ୍ତ ଗଦ୍ୟାଶଟି ରସାୟନବିତ୍ ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ଲିଖ୍ ବିଜ୍ଞାନଭିଭିକ ପ୍ରବନ୍ଧ ‘କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ପ୍ରାବନ୍ଧିକ ସାମ୍ପ୍ରତିକ ପୃଥ‌ିବୀର ଜନବିସ୍ଫୋରଣକୁ ଲକ୍ଷ୍ୟ କରି ଆଗାମୀ ଶତାବ୍ଦୀର ଭୟଙ୍କର ଖାଦ୍ୟ ସଙ୍କଟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ତା’ର ମୁକାବିଲା କରିବାପାଇଁ ରସାୟନବିଜ୍ଞାନ କିପରି ସମର୍ଥ ହୋଇପାରିବ, ତାହା ଉଲ୍ଲେଖ କରିଛନ୍ତି ।

ଖାଦ୍ୟ ହିଁ ମଣିଷର ଜୀବନ । ଖାଦ୍ୟର ଅଭାବରେ ମଣିଷ ଜୀବନଧାରଣ କରିବା ଅସମ୍ଭବ । ମାତ୍ର ପୃଥ‌ିବୀ ବର୍ତ୍ତମାନ ଏକ ସଙ୍କଟ ମଧ୍ୟରେ ଗତି କରୁଛି । ଦିନକୁ ଦିନ ଜନସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି । ବଦ୍ଧିତ ଜନସଂଖ୍ୟା ଅନୁଯାୟୀ ଖାଦ୍ୟଦ୍ରବ୍ୟ ଉତ୍ପାଦନ ଆବଶ୍ୟକ ପରିମାଣରେ ହେଉନାହିଁ । ଏଣୁ ଖାଦ୍ୟରେ ଅପମିଶ୍ରଣ ବଢ଼ିଚାଲିଛି । ଏହା ସାଙ୍ଗକୁ କୃଷିଜାତ ଦ୍ରବ୍ୟର ଉତ୍ପାଦନ ପାଇଁ ଚାଷଜମି କମି କମି ଆସୁଛି । ମଣିଷ ଯେଉଁଠି ପାରୁଛି ନିଜର ବସବାସ ପାଇଁ ତାହା ବ୍ୟବହାର କରିଚାଲିଛି । ଏହାଫଳରେ ଖାଦ୍ୟ ସଙ୍କଟ ନିଶ୍ଚୟ ଦିନେ ନା ଦିନେ ଦେଖାଦେବ । ମଣିଷ ପାଖରେ ପ୍ରଚୁର ଅର୍ଥ ଥବ ହେଲେ କିଣିବାପାଇଁ ଜିନିଷ ନଥ‌ିବ ।

ଏଣୁ ବର୍ଷିତ ଜନସଂଖ୍ୟା ପାଇଁ ଆବଶ୍ୟକ ଖାଦ୍ୟଦ୍ରବ୍ୟ ପାଇଁ ବିକଳ୍ପ ଚିନ୍ତା କରିବାକୁ ହେବ । ମଣିଷର ଆବଶ୍ୟକତାକୁ ନେଇ ହିଁ ବିଜ୍ଞାନର ସୃଷ୍ଟି । ଏଣୁ ଏ ସମସ୍ୟାର ମୁକାବିଲା ପାଇଁ ସେତେବେଳକୁ ବିଜ୍ଞାନ ସମର୍ଥ ହୋଇପାରିବ । ପ୍ରକୃତିର ଅସରନ୍ତି ଶକ୍ତିରୁ ବିଜ୍ଞାନ ମଣିଷ ପାଇଁ ଖାଦ୍ୟ ସଂଗ୍ରହ କରିପାରିବ । ଏହା ରସାୟନ ବିଜ୍ଞାନ ପାଇଁ କିଛି ଅସମ୍ଭବ କଥା ନୁହେଁ । ରସାୟନ ବିଜ୍ଞାନ ନିଶ୍ଚୟ ଏ.ସମସ୍ୟାରେ ସମାଧାନ କରିପାରିବ ବୋଲି ପ୍ରାବନ୍ଧିକ ଦୃଢୋକ୍ରି ପ୍ରକାଶ କରିଛନ୍ତି। ଭବିଷ୍ୟତରେ ବିଜ୍ଞାନର ଦ୍ରୁତ ପ୍ରଗତିକୁ ନେଇ ଡକ୍ଟର ମହାପାତ୍ରଙ୍କର ନୂତନ ଚିନ୍ତାଧାରା ଅତି ଚମତ୍କାର ।

(ଖ) ଯେଉଁ ଦେଶରେ ଖାଦ୍ୟ ନାହିଁ, ସେଠି ଶିକ୍ଷା, ସଭ୍ୟତା, ଶାନ୍ତି, କିଛି ଉଧେଇ ପାରିବ ନାହିଁ ।
Answer:
ଯେଉଁ ଦେଶରେ ଖାଦ୍ୟ ନାର୍ହି ………………………………. ପାରିବ ନାହିଁ ।
ଉକ୍ତ ଗଦ୍ୟାଶଟି ବିଶିଷ୍ଟ ରସାୟନବିତ୍ ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କର ଲିଖ୍ ପ୍ରବନ୍ଧ ‘କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ମଣିଷ ପାଇଁ ଖାଦ୍ୟର କେତେଦୂର ଉପାଦେୟତା ରହିଛି, ତାହା ବର୍ଣ୍ଣନା କରିଛନ୍ତି । କଥାରେ ଅଛି ‘ପେଟ ପାଇଁ ସବୁ ନାଟ’। ପେଟ ଚାଖଣ୍ଡକ ପାଇଁ ମଣିଷ ଲହୁଲୁହ ଖଟାଇ ପରିଶ୍ରମ କରେ । ମଣିଷ ବଞ୍ଚେ ଖାଦ୍ୟ ପାଇଁ । ଏଣୁ ଖାଦ୍ୟହିଁ ସବୁର ମୂଳ । ଶିକ୍ଷାଲାଭ କରିବା, ସଭ୍ୟତାର ଅଗ୍ରଗତି ହେବା, ଶତ୍ରୁ ସହିତ

ଯୁଦ୍ଧ କରିବା ଏବଂ ବଞ୍ଚିରହିବା ପାଇଁ ଶାନ୍ତିର ସହାୟତା ନେବା ସବୁକିଛି ମୂଳରେ ହିଁ ରହିଛି ଖାଦ୍ୟ । ଏସବୁ ନକରି ଯଦି ଖାଦ୍ୟର ବ୍ୟବସ୍ଥା ହୋଇପାରନ୍ତା ତେବେ ମଣିଷକୁ ଜୀବନ ସଂଗ୍ରାମ କରିବାକୁ ପଡ଼ନ୍ତା ନାହିଁ । ଏଣୁ ବସ୍ତୁତଃ ଖାଦ୍ୟ ସବୁର ମୂଳ। ଯେଉଁ ଦେଶରେ ଖାଦ୍ୟର ସୁବ୍ୟବସ୍ଥା ନାହିଁ, ସେଠାରେ ଶିକ୍ଷା, ସଭ୍ୟତା ଓ ଶାନ୍ତି ସବୁକିଛି ନିରର୍ଥକ ।

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୪।
୭୦ ରୁ ୮୦ଟି ଶବ୍ଦରେ ଉତ୍ତର ଲେଖ ।
(କ) ପ୍ରତ୍ୟେକ ଦେଶର ଖାଦ୍ୟ ସମସ୍ୟା ହିଁ ପ୍ରଧାନ ସମସ୍ୟା, ଏ କଥାଟିର ଯଥାର୍ଥତା ବୁଝାଅ ।
Answer:
ସମାଜରେ ବଞ୍ଚିବା ପାଇଁ ଖାଦ୍ୟ ଏବଂ ବସ୍ତ୍ର ଏ ଦୁଇଟିକୁ ମୁଖ୍ୟ ମୌଳିକ ଉପାଦାନ ବୋଲି ଧରାଯାଏ । ବିଶେଷକରି ଖାଦ୍ୟ ବିନା କୌଣସି ବ୍ୟକ୍ତି, ଜାତି କିମ୍ବା ଦେଶର ସ୍ଥିତି ସମ୍ଭବ ନୁହେଁ । ସେଥ‌ିପାଇଁ ଶାସ୍ତ୍ରକାରମାନେ କହିଛନ୍ତି, ପ୍ରଥମେ ଶରୀରର ନିରାପତ୍ତା ଏବଂ ତା’ପରେ ସବୁକିଛି । ଏକ ସୁସ୍ଥ ମନ ପାଇଁ ସୁସ୍ଥ ଶରୀରର ପ୍ରଥମ ଆବଶ୍ୟକତା ରହିଛି । ସୁସ୍ଥ ମନ ନେଇ ମଣିଷ ଶିକ୍ଷା, ସଭ୍ୟତା କିମ୍ବା ପ୍ରଗତି ବିଷୟରେ ଚିନ୍ତା କରିପାରେ । ଏଣୁ ପୃଥ‌ିବୀରେ ଏହି ଖାଦ୍ୟ ସମସ୍ୟା ହିଁ ମୁଖ୍ୟ ସମସ୍ୟା ରୂପେ ଦଣ୍ଡାୟମାନ ହୋଇ ରହିଛି । ଏହାର ବହୁ କାରଣ ମଧ୍ୟରୁ ବର୍ଷିତ ଜନସଂଖ୍ୟା ଏକ ମୁଖ୍ୟ କାରଣ । କାରଣ ଅତିରିକ୍ତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଚାଷଜମିଗୁଡ଼ିକ ବାସଭୂମିରେ ପରିଣତ ହେଉଛି ।

ଏହା ଫଳରେ ଉତ୍ପାଦନ ହ୍ରାସ ପାଉଛି । ଦ୍ଵିତୀୟ କାରଣ ହେଲା ମାଟିର ଉତ୍ପାଦିକା ଶକ୍ତି କ୍ରମେ ହ୍ରାସ ପାଉଛି । ଜନସ୍ବାର୍ଥ ଦୃଷ୍ଟିରୁ ବନ୍ଧବାଡ଼ ଘେରାଇ ଉଦ୍‌ବୃତ୍ତ ଜଳଧାରାକୁ ପ୍ରତିରୋଧ କରାଯିବା ଫଳରେ ଜମିରେ ଉର୍ବର ପଟୁମାଟିର ଅଭାବ ପରିଲକ୍ଷିତ ହେଉଛି । ତୃତୀୟରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜଙ୍ଗଲ ଓ ଜଳର ଅପବ୍ୟବହାର କରାଯାଉଛି । ଏଣୁ ପୃଥ‌ିବୀର ସବୁ ଦେଶଗୁଡ଼ିକରେ ଖାଦ୍ୟ ସମସ୍ୟା ଦେଖାଦେଇଛି ।

(ଖ) ଆମ ଖାଦ୍ୟମାନଙ୍କରେ କେଉଁ ଖାଦ୍ୟସାର ଥାଏ ଓ ଏହା କେଉଁ କୃଷିଜାତ ଦ୍ରବ୍ୟମାନଙ୍କରୁ ମିଳିଥାଏ ?
Answer:
ଆମ୍ଭେମାନେ ଯେଉଁ ଖାଦ୍ୟ ଗ୍ରହଣ କରୁ, ସେଗୁଡ଼ିକ ମୁଖ୍ୟତଃ ତିନିପ୍ରକାର ଖାଦ୍ୟସାରର ଅନ୍ତର୍ଭୁକ୍ତ । ଏଗୁଡ଼ିକ ହେଲା ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର । ଧାନ, ଗହମ, ବାଜରା, ମାଣ୍ଡିଆ, ଆଳୁ ପ୍ରଭୃତି ଫସଲରେ ପ୍ରଚୁର ଶ୍ଵେତସାର ରହିଥାଏ । ଉଭିଦ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଗ୍ୟାସ୍ ଓ ଭୂପୃଷ୍ଠର ଜଳ ସାହାଯ୍ୟରେ ଏହି ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରିଥାଏ । ସୋରିଷ, ଚିନାବାଦାମ, ରାଶି ପ୍ରଭୃତି ତୈଳବୀଜ ଶସ୍ୟ ଆମ୍ଭମାନଙ୍କୁ ସ୍ନେହସାର ଯୋଗାଇଥା’ନ୍ତି ।

ରବିଫସଲ ଓ ଗୋପାଳନ, ମତ୍ସ୍ୟ ଉତ୍ପାଦନ, କୁକୁଡ଼ାପାଳନଦ୍ୱାରା ଆମେ ପୁଷ୍ଟିସାର ଖାଦ୍ୟ ପାଇଥାଉ । ଗୋପାଳନ କୁକୁଡ଼ାପାଳନଦ୍ୱାରା ଗାଈ ଓ କୁକୁଡ଼ାମାନଙ୍କ ସାଧାରଣଭାବେ ବଂଶବୃଦ୍ଧି କରାଯାଇ ଏଥୁରୁ ଆର୍ଥିକ ଫାଇଦା ହାସଲ କରାଯାଇଥାଏ। ଏହିସବୁ ପଶୁମାନେ ସାଧାରଣ ଚାଷଜମିରୁ ଉତ୍ପନ୍ନ ଖାଦ୍ୟ ଖାଇ ଆମକୁ ପୁଷ୍ଟିସାର ଖାଦ୍ୟ ଯୋଗାନ୍ତି । ତେଣୁ କିନ୍ତୁ ଏହାକୁ ପ୍ରକାରାନ୍ତରେ ଏକ ପ୍ରକାର ଚାଷ ଭାବେ ଗ୍ରହଣ କରାଯାଏ ।

(ଗ) ଉଦ୍ଭିଦ ଆମକୁ ଯୋଗାଉଥ‌ିବା ଖାଦ୍ୟପଦାର୍ଥକୁ କେମିତି ତିଆରି କରେ ?
Answer:
ଣିଷ ଆବଶ୍ୟକ କରୁଥିବା ବିଭିନ୍ନ ପ୍ରକାର ଖାଦ୍ୟସାର ମୁଖ୍ୟତଃ ଉଭିଦମାନଙ୍କଠାରୁ ସଂଗ୍ରହ କରିଥାଏ । ଏପରିକି ପୁଷ୍ଟିସାର ଯୋଗାଉଥ‌ିବା ଗୋପାଳନ ଏବଂ ମତ୍ସ୍ୟ ଚାଷ ପ୍ରଭୃତି ପାଇଁ ମଧ୍ୟ ପ୍ରକାରାନ୍ତରେ ଉଭିଦ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଉଭିଦ ଏସବୁ ଖାଦ୍ୟପଦାର୍ଥ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରିଥାଏ । ଏହା ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଗ୍ୟାସ୍ ଚେର ସାହାଯ୍ୟରେ ମାଟି ଭିତରୁ ଜଳ ସଂଗ୍ରହ କରେ । ଏହି ଅଙ୍ଗାରକାମ୍ଳ ଗ୍ୟାସ୍ ଓ ଜଳକୁ ପତ୍ର ଉପରେ ସଂଯୁକ୍ତ କରାଇ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ । ଏହି ଶ୍ଵେତସାର ଖାଦ୍ୟରୁ ଉଭିଦ ଗ୍ରହଣ କରେ ଓ ବଳକା ଅଂଶତକ ଫଳମୂଳରେ ସାଇତା ହୋଇ ରହିଥାଏ । ଏହାକୁ ଆମେ ଆହରଣ କରି ଆମର ପୁଷ୍ଟି ସାଧନ କରିଥାଉ ।

Question ୫।
ନିମ୍ନଲିଖ୍ ଶବ୍ଦମାନଙ୍କୁ ନେଇ ଗୋଟିଏ ଗୋଟିଏ ବାକ୍ୟ ଗଠନ କର ।
ସ୍ବତଃସିଦ୍ଧ, ଉତ୍କୃଷ୍ଟ, ଜନସଂଖ୍ୟା, ଜ୍ଞାନଶୂନ୍ୟ, ଉତ୍ପାଦନ, ଉଧେଇବା, ଆହରଣ, ପର୍ଯ୍ୟାପ୍ତ, ଉତ୍କଟ, ନିଅଣ୍ଟିଆ ।
Answer:
ସ୍ବତଃସିଦ୍ଧ (ନିଶ୍ଚିତ) – ଏହା ସ୍ଵତଃସିଦ୍ଧ ଯେ ମଣିଷ ଦିନେ ନା ଦିନେ ମୃତ୍ୟୁବରଣ କରିବ ।
ଉତ୍କୃଷ୍ଟ (ଅତି ଉତ୍ତମ ) – ପାଚିଲା ଅମୃତଭଣ୍ଡା ରୋଗୀ ପାଇଁ ଏକ ଉତ୍କୃଷ୍ଟ ଖାଦ୍ୟ ।
ଜନସଂଖ୍ୟା (ଲୋକସଂଖ୍ୟା) – ଜନସଂଖ୍ୟା ବୃଦ୍ଧି ବର୍ତ୍ତମାନ କେବଳ ଆମ ଦେଶ ପାଇଁ ନୁହେଁ, ସମଗ୍ର ପୃଥ‌ିବୀ ପାଇଁ ଏକ ମୁଖ୍ୟ ସମସ୍ୟା ।
ଜ୍ଞାନଶୂନ୍ୟ (ଭଲମନ୍ଦ ବିଚାର ଭୁଲିଯିବା) – ମଣିଷ କ୍ରୋଧ ସମୟରେ ଜ୍ଞାନଶୂନ୍ୟ ହୋଇଯାଏ ।
ଉତ୍ପାଦନ (ଅମଳ) – ଆମ ଦେଶର ଚାଷୀମାନେ ବର୍ଷ ମଧ୍ୟରେ ଗୋଟିଏ ଜମିରୁ ନାନାପ୍ରକାର ଫସଲ ଉତ୍ପାଦନ କରିଥା’ନ୍ତି ।
ଉଧେଇବା (ବୃଦ୍ଧି ଘଟିବା) – ପାଶ୍ଚାତ୍ୟ ଦେଶର ଉଭିଦଗୁଡ଼ିକ ଆମ ଦେଶର ଜଳବାୟୁରେ ଉଧେଇବା କଷ୍ଟକର ।
ଆହରଣ (ଗ୍ରହଣ) – ବିଭିନ୍ନ ପୁସ୍ତକ ପାଠକରି ଜ୍ଞାନ ଆହରଣ କରାଯାଏ ।
ପର୍ଯ୍ୟାପ୍ତ (ବହୁତ) – ବର୍ତ୍ତମାନ ସରକାର ଦରିଦ୍ର ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତାର ବ୍ୟବସ୍ଥା କରିଛିନ୍ତି ।
ଉତ୍କଟ (ଭୀଷଣ) – ବର୍ତ୍ତମାନ ଆମ ଦେଶରେ ଖାଦ୍ୟ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।
ନିଅଣ୍ଟିଆ (ଅଭାବଗ୍ରସ୍ତ ) – ବର୍ତ୍ତମାନ ଦେଶରେ ଉତ୍ପାଦିତ ହେଉଥ‌ିବା ଡାଲି ଆମ ଦେଶବାସୀଙ୍କ ପାଇଁ ନିଅଣ୍ଟିଆ ଅନୁଭୂତ ହେତ୍ତଛି।

Question ୬।
ଅନୁଚ୍ଛେଦଟି ପଢ଼ି ପ୍ରଶ୍ନ ତିଆରି କର ।
ଏହିଭଳି ଭାବରେ ଦେଖୁବାବୁ ଗଲେ ପୃଥ‌ିବୀର ଖାଦ୍ୟସମସ୍ୟା ଯେତେ ଉତ୍କଟ ଆକାର ଧାରଣ କଲେ ମଧ୍ୟ ରସାୟନବିତ୍‌ମାନେ ତାହା ସମାଧାନ କରିବାକୁ କ୍ଷମ । ଏହା ସ୍ବତଃସିଦ୍ଧ ଯେ, ଯେଉଁଠି ଖାଦ୍ୟ ଯୋଗାଇବାପାଇଁ କୃଷି ବିଜ୍ଞାନ ଅସମର୍ଥ ହେବ, ସେହିଠାରେ ରସାୟନ ବିଜ୍ଞାନ ତହିଁର ବିହିତ ସମାଧାନ କରପାରିବ । ମଣିଷ ସମାଜ କେବେ ଖାଦ୍ୟାଭାବରୁ ପୃଥ‌ିବୀପୃଷ୍ଠରୁ ନିଶ୍ଚିହ୍ନ ହେବନି । ଅବଶ୍ୟ ଏବେ ପୃଥ‌ିବୀର ମଣିଷମାନଙ୍କ ପାଇଁ ଯେତେ ଖାଦ୍ୟ ଆବଶ୍ୟକ ତାହା କୃଷି ବିଜ୍ଞାନ ଯୋଗାଇ ପାରୁଛି । ଭବିଷ୍ୟତରେ ଏମିତି ଦିନ ଆସିବ, ଯେତେବେଳେ ଖାଦ୍ୟ ସମସ୍ୟାକୁ ସମ୍ଭାଳିବାପାଇଁ, କୃଷି ବିଜ୍ଞାନ ଅସମର୍ଥ ହେବ, ସେତେବେଳେ ରସାୟନ ବିଜ୍ଞାନ ଏହି ଉପାୟରେ ପୃଥ‌ିବୀର ଖାଦ୍ୟ ସମସ୍ୟାକୁ ସମ୍ଭାଳି ପାରିବ ।
Answer:
(୧) ପୃଥ‌ିବୀର ଉତ୍କଟ ଖାଦ୍ୟ ସମସ୍ୟାର ସମାଧାନ କେଉଁମାନେ କରିପାରିବେ ?
(୨) କୃଷିବିଜ୍ଞାନ ଖାଦ୍ୟ ଯୋଗାଇବାକୁ ଅସମର୍ଥ ହେଲେ କେଉଁ ଉପାୟରେ ତା’ର ପ୍ରତିକାର ସମ୍ଭବ ହେବ ?
(୩) ଏବେ ପୃଥ‌ିବୀର ମଣିଷଙ୍କ ପାଇଁ କିଏ ଖାଦ୍ୟ ଯୋଗାଇ ପାରୁଛି ?
(୪) ଖାଦ୍ୟ ପାଇଁ ମଣିଷ ପୃଥ‌ିବୀପୃଷ୍ଠରୁ କାହିଁକି ନିଶ୍ଚିହ୍ନ ହେବ ନାହିଁ ?
(୫) କେଉଁ ସମସ୍ୟାକୁ ସମ୍ଭାଳିବାପାଇଁ ଭବିଷ୍ୟତରେ କୃଷିବିଜ୍ଞାନ ଅସମର୍ଥ ହେବ ?

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୭।
ନିମ୍ନଲିଖ ସମୋଚ୍ଚାରିତ ଶବ୍ଦଗୁଡ଼ିକର ଅର୍ଥ ଲେଖ୍ ବାକ୍ୟରେ ବ୍ୟବହାର କର ।
ପୁର, ପୂର; ଭୀତି, ଭିଭି; ଧାର, ଧାର; ଦଳ, ଦଳ
Answer:
ପୁର (ନଗର) – ଦୀପାବଳୀରେ ପୁରପଲ୍ଲୀ ଆନନ୍ଦରେ ଉଛୁଳି ଉଠେ ।
ପୂର (ପୂରଣ) – ନାଟକଟି ଦେଖ‌ିବାକୁ ପ୍ରେକ୍ଷାଳୟଟିରେ ଲୋକ ଭରପୂର ହୋଇଯାଇଥିଲେ ।
ଭୀତି (ଭୟ) – ଜାପାନର ପରମାଣୁ ବିସ୍ଫୋରଣ ସମଗ୍ର ବିଶ୍ବରେ ଭୀତି ସଞ୍ଚାର କରିଛି ।
ଭିରି (ମୂଳଦୁଆ) – ନିକଟରେ ପ୍ରଧାନମନ୍ତ୍ରୀ ପାରାଦ୍ଵୀପରେ ଏକ ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଧାର (ଋଣ) – ଅଭାବରେ ପଡ଼ି ଚାଷୀଟି ମହାଜନଠାରୁ ପାଞ୍ଚଶତ ଟଙ୍କା ଧାର ଆଣିଥିଲା ।
ଧାର (ଦାଢ଼) – ଛୁରିଟିର ଧାର ଅତ୍ୟନ୍ତ ତୀକ୍ଷ୍ଣ ଥିଲା ।
ଦଳ (ଗୋଷ୍ଠୀ) – ଆମ ଗାଁରେ ଆଜିଠାରୁ ଆରମ୍ଭ ହେଉଥ‌ିବା ବାଦୀପାଲାରେ ଦୁଇଟି ପାଲାଦଳ ଯୋଗ ଦେଇଛନ୍ତି ।
ଦଳ (ଜଳଜ ତୃଣ) – ପୋଖରୀଟିରେ ପ୍ରଚୁର ଦଳ ଭର୍ତ୍ତି ହୋଇଛି ।

Question ୮।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ନିଅଣ୍ଟିଆ, ଅସମ୍ଭବ, ଆବଶ୍ୟକ, କୃତ୍ରିମ, ପ୍ରଚୁର

ଶବ୍ଦ ବିପରାତାର୍ଥବୋଧକ ଶବ୍ଦ
ନିଅଣ୍ଟିଆ – ବଳକା ନିଅଣ୍ଟିଆ
ଆବଖ୍ୟାକ – ଅନ୍ୟବଶ୍ୟକ ଆବଖ୍ୟାକ
ପ୍ରଚୁର – ଅପ୍ରଚୁର ପ୍ରଚୁର
ଅସମ୍ଭବ – ସମ୍ଭବ ଅସମ୍ଭବ
କୃତ୍ରିମ – ପ୍ରାକୃତିକି କୃତ୍ରିମ

୯। ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକରୁ ବହୁବଚନରେ ବ୍ୟବହୃତ ଶବ୍ଦମାନଙ୍କୁ ବାଛି ଲେଖା
ଗଛ, ଆମେ, ଜମିଗୁଡ଼ିକ, ଲୋକ, କାରଖାନାମାନ, ଯେଉଁମାନଙ୍କ, ସେମାନଙ୍କୁ
Answer:
ବହୁବଚନରେ ବ୍ୟବହୃତ ଶବ୍ଦଗୁଡ଼ିକ ହେଲା ଆମେ, ଜମିଗୁଡ଼ିକ, କାରଖାନାମାନ, ଯେଉଁମାନଙ୍କ, ସେମାନଙ୍କୁ

ତୁମପାଇଁ କାମ :

  • ଡ. ଗୋକୁଳାନନ୍ଦ ମହାପାତ୍ରଙ୍କ ବିଜ୍ଞାନଭିତ୍ତିକ ଗଳ୍ପ, ଉପନ୍ୟାସ ବହି ସଂଗ୍ରହ କରି ପଢ଼ ।
  • ଆମ ଓଡ଼ିଶାର ଖାଦ୍ୟ ସମସ୍ୟାର ସମାଧାନ ପାଇଁ କିଛି ପ୍ରସ୍ତାବ ସମ୍ପର୍କରେ ନିଜ ଶ୍ରେଣୀର ଅନ୍ୟମାନଙ୍କ ସହ ଆଲୋଚନା କର ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଆଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
୭୦ରୁ ୮୦ ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ହଜାର ବର୍ଷ ପରେ ମଣିଷ ତା’ର ଖାଦ୍ୟ ସଙ୍କଟ କିପରି ଦୂର କରିପାରିବ ?
Answer:
ହଜାର ବର୍ଷ ପରେ ପୃଥ‌ିବୀରେ ଜନସଂଖ୍ୟା ବହୁଗୁଣିତ ହେବ । ସୀମିତ ଚାଷଜମି, ଜଙ୍ଗଲ ଉଚ୍ଛେଦ ଓ ବ୍ୟାପକ କଳକାରଖାନାର ବୃଦ୍ଧି ଫଳରେ ଖାଦ୍ୟସମସ୍ୟା ଉତ୍କଟ ହୋଇପାରେ । କିନ୍ତୁ ଏହା ନିଶ୍ଚିତ ଯେ ବିଜ୍ଞାନ ସେତେବେଳକୁ ଦ୍ରୁତ ଗତିରେ ଅଗ୍ରଗତି କରି ସାରିଥିବ । ମଣିଷର ଆବଶ୍ୟକତାକୁ ନେଇ ବିଜ୍ଞାନ ସର୍ବଦା ନୂତନ ନୂତନ ଉଦ୍ଭାବନ କରିଆସିଛି ଏବଂ ଭବିଷ୍ୟତ ପାଇଁ ମଧ୍ୟ ତା’ର ଏହି ପ୍ରକ୍ରିୟା ଚାଲୁରହିବ । ଜନସଂଖ୍ୟା ବୃଦ୍ଧି ଫଳରେ ଚାଷଜମିର ସଙ୍କଟ ଦେଖାଦେବ । କିନ୍ତୁ ପୃଥ‌ିବୀର ଅସୀମ ବାୟୁ, ଜଳ ଶକ୍ତି ଓ ସୌରଶକ୍ତିର ଅଭାବ ହେବ ନାହିଁ ।

ଏଣୁ ମଣିଷ ଏହା ସାହାଯ୍ୟରେ ଅରଣ୍ୟ ସମ୍ପଦ ବୃଦ୍ଧି କରିପାରିବ । ଏହି ଅରଣ୍ୟଜାତ କାଠ, ପତ୍ର, ଫୁଲ ଇତ୍ୟାଦିରୁ ମଣିଷ ତା’ର ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ ରାସାୟନିକ ଉପାୟରେ ତିଆରି କରିପାରିବ । ଏହାଫଳରେ କାଠରୁ ଭାତ  ହୋଇପାରେ, ଘାସରୁ ଦୁଗ୍ଧ ଉତ୍ପାଦନ ହୋଇପାରେ ଏବଂ ବାୟୁରୁ ଚିନି ମଧ୍ଯ ଉତ୍ପାଦିତ ହୋଇପାରେ । ଏସବୁ ଉଦ୍ଭାବନ ଫଳରେ ଖାଦ୍ୟ ସମସ୍ୟା ନିଶ୍ଚିତଭାବେ ଦୂରୀଭୂତ ହେବ । ପୁନଶ୍ଚ ମହାସମୁଦ୍ର ଜଳଜ ଜୀବମାନଙ୍କରୁ ରାସାୟନିକ ଉପାୟରେ ଦୁଧ, ଦହି, ଛେନା, ମାଂସ ମଧ୍ୟ ଉତ୍ପାଦନ କରାଯାଇ ଖାଦ୍ୟସଙ୍କଟ ଦୂର କରାଯାଇପାରିବ ।

(ଖ) ଭବିଷ୍ୟତରେ ଜମି, ଜଙ୍ଗଲ ଓ ପାଣି ପାଇଁ କି ବିପଦ ରହିଛି ?
Answer:
ପୃଥ‌ିବୀର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଦିନେ ନା ଦିନେ ମଣିଷ ପାଇଁ ବିପଦର କାରଣ ହେବ । ଜନସଂଖ୍ୟା ବୃଦ୍ଧି ଫଳରେ ମଣିଷ ଦିନକୁ ଦିନ ଅଧ୍ଵକ ଚାଷଜମିକୁ ବାସଭୂମି ଭାବରେ ବ୍ୟବହାର କରିବ । ଇନ୍ଧନ ପାଇଁ ଜଙ୍ଗଲର କାଠ କାଳକ୍ରମେ ନିଶ୍ଚିହ୍ନ ହୋଇଯିବ । ପୃଥ‌ିବୀ ପୃଷ୍ଠରେ ଥ‌ିବା ତରଳ ଇନ୍ଧନ କ୍ରମେ କ୍ରମେ ସରି ଆସୁଥ‌ିବାରୁ ଇନ୍ଧନ ସମସ୍ୟା ଗୁରୁତର ହେବ । ଏହାଫଳରେ ସେ ନିଜେ ସୃଷ୍ଟି କରିଥିବା ଜଙ୍ଗଲକୁ ନିଜେ ନଷ୍ଟ କରିବାକୁ ବାଧ୍ୟ ହେବ । ପ୍ରକୃତି ମଧ୍ୟରେ ଥ‌ିବା ଅସରନ୍ତି ଜଳଶକ୍ତିକୁ କଳକାରଖାନା ଓ କୃଷିରେ ପ୍ରୟୋଗ କରିବା ଫଳରେ ଜଳଶକ୍ତି ପ୍ରଦୂଷିତ ହେବ । ମଣିଷ ଚଳିବା ପାଇଁ ନଦୀ, ପୋଖରୀ ଓ ସମୁଦ୍ରର କିଛି ଅଂଶକୁ ପୋତିବାକୁ ବାଧ୍ୟହେବ । ଏହାଫଳରେ ଅଶାନ୍ତ ସମୁଦ୍ର ଭୟଙ୍କର ପାଲଟି ସୁନାମି ଭଳି ବିପଦ ସୃଷ୍ଟି କରିବ । ଏହିପରି ଭବିଷ୍ୟତରେ ଜମି, ଜଙ୍ଗଲ, ପାଣି, ମଣିଷ ସମାଜ ପାଇଁ ପର୍ଯ୍ୟାପ୍ତ ପରିମାଣରେ ମିଳିବ ନାହିଁ ଓ ସମସ୍ୟା ସୃଷ୍ଟି କରିବ ।

(ଗ). ବିଜ୍ଞାନର ଅଗ୍ରଗତି ପରିବେଶ ପାଇଁ ବିପଦ ସୃଷ୍ଟି କରିପାରେ, ଏହା ସପକ୍ଷରେ ୧୦ଟି ବାକ୍ୟ ଲେଖ ।
Answer:
ପ୍ରଗତି ହିଁ ଦୁର୍ଗତିର କାରଣ । ମଣିଷ ତା’ର ବୁଦ୍ଧିବଳ ପ୍ରୟୋଗ କରି ଯେତେ ପ୍ରଗତି କଲେ ମଧ୍ୟ ଅଧ‌ିକ ପରିମାଣର ଦୁର୍ଗତିର ସମ୍ମୁଖୀନ ହେଉଛି । ଖାଦ୍ୟ, ପାନୀୟକୁ ବିଷାକ୍ତ କରିବାର ନୂଆ ନୂଆ ଉପାୟ ବିଜ୍ଞାନଦ୍ୱାରା ସମ୍ଭବ ହେଉଛି । ଏଣୁ କାଳକ୍ରମେ ବିଜ୍ଞାନ ଯେତେ ଅଗ୍ରଗତି କରିବ, ମଣିଷ ସେତିକି ପରିମାଣରେ ଦୁର୍ଗତିର ସମ୍ମୁଖୀନ ହେବ । ବିଜ୍ଞାନର ଅଗ୍ରଗତି ଫଳରେ ଦିନକୁ ଦିନ ବଢ଼ିଚାଲିଥିବା କଳକାରଖାନା, ଗାଡ଼ି, ମଟରଦ୍ଵାରା ଜଳ, ବାୟୁ ପ୍ରଦୂଷିତ ହେବ । ଏହାଫଳରେ ମଣିଷ ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ହେବ । ଜଙ୍ଗଲର ଅବକ୍ଷୟ ଘଟିଲେ ସୂର୍ଯ୍ୟଙ୍କଠାରୁ ଆସୁଥ‌ିବା ଅତିବାଇଗଣି ରଶ୍ମି ବାୟୁମଣ୍ଡଳ ଭେଦକରି ଜନସାଧାରଣଙ୍କୁ ଆକ୍ରାନ୍ତ କରିବ । କାଠରୁ ଭାତ ତିଆରି ହେଲେ ମଧ୍ୟ ସେ ଭାତ ମଣିଷ ପାଇଁ ସ୍ବାସ୍ଥ୍ୟପ୍ରଦ ହେବନାହିଁ । ସେହିପରି ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଆବଶ୍ୟକ ଖାଦ୍ୟସାର ଯୋଗାଇବାକୁ ସକ୍ଷମ ହେଲେ ବି ଏହା ମଣିଷର ଜୀବନପାଇଁ ବିପଦ ସୃଷ୍ଟି କରିବ । ବସ୍ତୁତଃ ବିଜ୍ଞାନର ଅଗ୍ରଗତି ମଣିଷ ପାଇଁ ବିପଦ ସୃଷ୍ଟି କରିବ ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ଖାଦ୍ୟ ଅଭାବ ହେଲେ ମଣିଷ କ’ଣ କରେ ?
Answer:
ଖାଦ୍ୟ ଅଭାବ ହେଲେ ମଣିଷ ହିତାହିତ ଜ୍ଞାନ ଭୁଲିଯାଏ ।

(ଖ) ଶିକ୍ଷା, ସଭ୍ୟତା, ସଂସ୍କୃତି କାହା ବିନା ନିରର୍ଥକ ପାଲଟିଥାଏ ?
Answer:
ଶିକ୍ଷା, ସଭ୍ୟତା, ସଂସ୍କୃତି ଖାଦ୍ୟ ବିନା ନିରର୍ଥକ ପାଲଟିଯାଏ ।

(ଗ) ଜନସଂଖ୍ୟା ବୃଦ୍ଧି କଥା ଚିନ୍ତାକଲେ ଦେହ ଶୀତେଇ ଉଠେ କାହିଁକି ?
Answer:
ଦ୍ରୁତ ଜନସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକଲେ ଅଗାମୀ ଭବିଷ୍ୟତ ସମାଜ ପାଇଁ ଏହା ଭୟଙ୍କର ସମସ୍ୟା ସୃଷ୍ଟି କରିପାରେ । ଏହା ଚିନ୍ତାକରି ଭୟରେ ଦେହ ଶୀତେଇ ଉଠେ ।

(ଘ) ପୃଥ‌ିବୀର ଲୋକସଂଖ୍ୟା ହ୍ରାସ ପାଇଁ କେଉଁ ଅବସ୍ଥା ଆଶା କରାଯାଏ ?
Answer:
ପୃଥ‌ିବୀର ଲୋକସଂଖ୍ୟା ହ୍ରାସ ପାଇଁ ଜଙ୍ଗଲ ବୃଦ୍ଧି ଯୋଜନା ଆଶା କରାଯାଏ ।

(ଙ) ଜନସଂଖ୍ୟା ବୃଦ୍ଧି ହେଲେ ମଧ୍ୟ ଖାଦ୍ୟ ସଙ୍କଟର ଦୂରୀକରଣ ସମ୍ଭବ କିପରି ?
Answer:
ଜନସଂଖ୍ୟା ବୃଦ୍ଧିହେଲେ ମଧ୍ୟ ବିଜ୍ଞାନର ପ୍ରଗତି ଯୋଗୁଁ ଖାଦ୍ୟ ସମସ୍ୟାର ଦୂରୀକରଣ କରାଯାଇ ପାରିବ । ରସାୟନବିତ୍‌ ମାନେ କୃତ୍ରିମ ଉପାୟରେ ମଣିଷ ପାଇଁ ଆବଶ୍ୟକ ସମସ୍ତ ଖାଦ୍ୟ ପଦାର୍ଥ ଉତ୍ପାଦନ କରିପାରିବେ ।

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୨ ।
କୃଷି କ୍ଷେତ୍ରରୁ ଆମେ କେଉଁ ଖାଦ୍ୟ ପଦାର୍ଥ ଆହରଣ କରୁଛୁ ?
Answer:
କୃଷି କ୍ଷେତ୍ରରୁ ଆମେ ପୁଷ୍ଟିସାର, ଶ୍ଵେତସାର, ସ୍ନେହସାର ଜାତୀୟ ଖାଦ୍ୟ ଆହରଣ କରୁଛୁ।

Question ୩।
କେଉଁଥୁରୁ ଆମେ ଶ୍ଵେତସାର ଜାତୀୟ ଖାଦ୍ୟ ପାଉଛୁ ?
Answer:
ଧାନ, ଗହମ, ବାଜରା, ମାଣ୍ଡିଆ, ଆଳୁ ଆଦିରୁ ଆମେ ଶ୍ଵେତସାର ଜାତୀୟ ଖାଦ୍ୟ ପାଉଛୁ।

Question ୪।
ପୁଷ୍ଟିସାର ଜାତୀୟ ଖାଦ୍ୟ ଆମେ କିପରି ପାଉଛୁ ?
Answer:
ରବି ଫସଲ ଓ ଗୋପାଳନ, ମତ୍ସ୍ୟ ଉତ୍ପାଦନ, କୁକୁଡ଼ା ପାଳନ ଆଦି ଆମକୁ ପୁଷ୍ଟିସାର ଜାତୀୟ ଖାଦ୍ୟ ଯୋଗାଉଛି।

Question ୫।
କେଉଁ ଚାଷ ଆମକୁ ସ୍ନେହସାର ଜାତୀୟ ଖାଦ୍ୟ ଯୋଗାଉଛି ?
Answer:
ସୋରିଷ, ଚିନାବାଦାମ, ଆଦି ଚାଷ ଆମକୁ ସ୍ନେହସାର ଜାତୀୟ ଖାଦ୍ୟ ଯୋଗାଉଛି ।

Question ୬ ।
ଉଭିଦ ଶ୍ଵେତସାର ଜାତୀୟ ଖାଦ୍ୟ କିପରି ତିଆରି କରେ ?
Answer:
ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଗ୍ୟାସକୁ ଭୂମି ଅଭ୍ୟନ୍ତରର ଜଳ ସହିତ ପତ୍ର ଉପରେ ସଂଯୁକ୍ତ କରାଇ ଉଭିଦ ତା’ର ଶ୍ଵେତସାର ଜାତୀୟ ଖାଦ୍ୟ ତିଆରି କରେ।

Question ୭।
ମାନବ କିପରି ଉପାୟରେ କୃତ୍ରିମ ଶ୍ଵେତସାର ଜାତୀୟ ଖାଦ୍ୟ ଉତ୍ପାଦନ କରିପାରିବ ?
Answer:
ଅଙ୍ଗାରକାମ୍ଳ ଓ ଦଳର କୃତ୍ରିମ ଉପାୟରେ ଏକ ରାସାୟନିକ କାରଖାନାରେ ଶ୍ଵେତସାର ଜାତୀୟ ଖାଦ୍ୟ ମାନବ

Question ୮।
ମାନବ କୃତ୍ରିମ ଉପାୟରେ ମଇଦା କିପରି ଉତ୍ପାଦନ କରିପାରିବ ?
Answer:
ଆକାଶର ଅଙ୍ଗାରକାମ୍ଳ ଗ୍ୟାସରୁ ଗୋଟିଏ ମଇଦା କାରଖାନା ଅପର୍ଯ୍ୟାପ୍ତ ପରିମାଣରେ ମଇଦା ଉତ୍ପାଦନ କରିପାରିବ ।

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୯।
କୃତ୍ରିମ ଉପାୟରେ ଯେଉଁ ଚାଉଳ ଉତ୍ପାଦନ ହେବ ତାହା କିପରି ଗୁଣ ବହନ କରିବ ?
Answer:
କୃତ୍ରିମ ଚାଉଳ ଏତେ ସୁନ୍ଦର, ସରୁ ଓ ସୁସ୍ୱାଦୁ ହେବ ଯାହାକି ପ୍ରାକୃତିକ ଚାଉଳକୁ ବଳିଯିବ।

Question ୧୦।
କେଉଁଥିରେ ସେଲୁଲୋଜ୍ ଅପର୍ଯ୍ୟାପ୍ତ ପରିମାଣରେ ଅଛି ?
Answer:
ସାଧାରଣ ଗଛ, ପତ୍ର, କାଠ ଆଦିରେ ଏହି ସେଲୁଲୋଜ୍‌ ଅପର୍ଯ୍ୟାପ୍ତ ପରିମାଣରେ ଅଛି।

Question ୧୧ ।
ସେଲୁଲୋଜ୍ ଅଣୁକୁ କେଉଁଥରେ ପରିଣତ କରାଯାଇପାରିବ ?
Answer:
ରାସାୟନିକ ପ୍ରକ୍ରିୟା ସାହାଯ୍ୟରେ ସେଲୁଲୋଜ୍ ଅଣୁକୁ ବିଭକ୍ତ କରି ଶ୍ଵେତସାର ତଥା ଶର୍କରା ଅଣୁରେ ପରିଣତ କରାଯାଇପାରିବ ।

କଠିନ ଶବ୍ଦ।ର୍ଥ :

Question ୧।
ଯେଉଁଠି ଖାଦ୍ୟ ଯୋଗାଇବା ପାଇଁ କୃଷିବିଜ୍ଞାନ ଅସମର୍ଥ ହେବ ସେହିଠାରେ କେଉଁ ବିଜ୍ଞାନ ତହିଁର ବିହିତ ସମାଧାନ କରିପାରିବ ?
(କ) ଗୃହ ବିଜ୍ଞାନ
(ଖ) ଭୌତିକ ବିଜ୍ଞାନ
(ଗ) ରସାୟନ ବିଜ୍ଞାନ
(ଘ) ପୃଥ‌ିବୀ ବାହାରେ ମଣିଷ
Answer:
(ଗ) ରସାୟନ ବିଜ୍ଞାନ

Question ୨।
ନିମ୍ନୋକ୍ତ ମଧ୍ଯରୁ କେଉଁ ଶବ୍ଦର ଅର୍ଥ ସଂଗ୍ରହ କରିବା ?
(କ) ଯଥେଷ୍ଠ
(ଖ) ଆହରଣ
(ଗ) ବିକଶିତ
(ଘ) ନିଶ୍ଚିହ୍ନ
Answer:
(ଖ) ଆହରଣ

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୩।
ନିମ୍ନଲିଖ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ବହୁବଚନରେ ବ୍ୟବହୃତ ହୁଏ ?
(କ) ଲୋକ
(ଖ) ସେ
(ଗ) ଭୀତି
(ଘ) ସମୁଦ୍ର
Answer:
(ଗ) ଭୀତି

Question ୪।
ନିମ୍ନଲିଖ୍ ଶବ୍ଦମାନଙ୍କ ମଧ୍ୟରୁ କାହାର ଅର୍ଥ ‘ଗୋଷ୍ଠୀ’ ?
(କ) ଭିରି
(ଖ) ଧାର
(ଗ) ଭ1ତି
(ଘ) ଦଳର
Answer:
(ଘ) ଦଳର

Question ୫।
‘ପ୍ରଚୁର’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ କେଉଁଟି ?
(କ) ଜଣେ
(ଖ) କାଶିଚାଏ
(ଗ) ଅପ୍ରଚୁର
(ଘ) ଧାରେ
Answer:
(ଗ) ଅପ୍ରଚୁର

Question ୬।
ନିମ୍ନୋକ୍ତ ମଧ୍ୟରୁ କେଉଁ ଲେଖାଟି ଡ. ମହାପାତ୍ରଙ୍କର ଲେଖାର ଅଂଶବିଶେଷ ନୁହେଁ ?
(କ) କୃତ୍ରିମ ଉପଗ୍ରହ
(ଖ) ବେଲୁନ ଗଲା ଉତି
(ଗ) ଉଡନ୍ତା ଥାଳିଆ
(ଘ) ପୃଥିବୀ ବାହାରେ ମଶିଷ
Answer:
(ଖ) ବେଲୁନ ଗଲା ଉତି

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୭।
ଭବିଷ୍ୟତରେ ଜନସଂଖ୍ୟା ବୃଦ୍ଧି ଫଳରେ କେଉଁ ସମସ୍ୟା ଉତ୍କଟ ରୂପ ଧାରଣ କରିପାରେ ବୋଲି ପ୍ରାବନ୍ଧିକ ଲକ୍ଷ୍ୟ
(କ) ଖାଦ୍ୟ ସମସ୍ୟା
(ଖ) ପ୍ରାନୀୟ ଜଳ
(ଗ) ଚାକିରି
(ଘ) ବାସଗୃହ
Answer:
(କ) ଖାଦ୍ୟ ସମସ୍ୟା

Question ୮।
ଭବିଷ୍ୟତରେ କେଉଁଥୁରୁ କୃତ୍ରିମ ଉପାୟରେ ସାଂଶ୍ଲେଷିକ ଚାଉଳ ଉତ୍ପାଦନ କରାଯାଇପାରିବ ?
(କ) ଗହମ
(ଖ) ମଇଦା
(ଗ) ଅଟା
(ଘ) ସୁଜି
Answer:
(ଖ) ମଇଦା

Question ୯।
ଶ୍ଵେତସାର ଖାଦ୍ୟରୁ ଯେଉଁ ବଳକା ଖାଦ୍ୟ ରହେ ଗଛ ତାକୁ କେଉଁଠି ସାଇତିରଖେ ?
(କ) କାଣ୍ଡ
(ଖ) ଫଳମୂଳ
(ଗ) ଶାଖାପ୍ରଶାଖା
(ଘ) ଚେର
Answer:
(ଖ) ଫଳମୂଳ

Question ୧୦।
ପୃଥ‌ିବୀର ଜନସଂଖ୍ୟା ବଢ଼ିଲେ କ’ଣ କମିଯିବ ?
(କ) ଚାଷଜମି
(ଖ) ଚାଉଳ ଉତ୍ପାଦନ
(ଗ) କୋଠାବାଡ଼ି
(ଘ) ସୁନା ଦର
Answer:
(କ) ଚାଷଜମି

ଲେଖକ ପରିଚୟ :

ଡକ୍ଟର ଗୋକୁଳାନନ୍ଦ ମହାପାତ୍ର ରାସାୟନ ଶାସ୍ତ୍ରର ଜଣେ ପ୍ରବୀଣ ଅଧ୍ୟାପକ । ଆଧୁନିକ ବସ୍ତୁବିଜ୍ଞାନକୁ ଓଡ଼ିଆ ଗଦ୍ୟସାହିତ୍ୟରେ ଅତି ସୁନ୍ଦର ଭାବରେ ପ୍ରକାଶ କରି ସେ ଓଡ଼ିଆ ପାଠକ ମହଲରେ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି । ବିଜ୍ଞାନର ଗବେଷଣା ପାଇଁ ସେ ଦେଶ ତଥା ବିଦେଶରେ ବହୁ ଦୂରଦୂରାନ୍ତର ଭ୍ରମଣ କରି ନିଜର ଅନୁଭୂତିକୁ ସୁଦୃଢ଼ କରିପାରିଛନ୍ତି । ସଭ୍ୟତାର ଦୃତ ପ୍ରଗତି, ବିଜ୍ଞାନର ଅଗ୍ରଗତି ଏବଂ ମଣିଷର ପରିବର୍ତ୍ତିତ ଚିନ୍ତାଧାରାକୁ ଭିତ୍ତିକରି ଚମତ୍କାର ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧମାନ ରଚନା କରିଛନ୍ତି । ସୃଷ୍ଟି ମଧ୍ୟରେ ‘ପୃଥ‌ିବୀ ବାହାରେ ମଣିଷ’, ‘ଉଡ଼ନ୍ତା ଥାଳିଆ’, ‘ଚନ୍ଦ୍ରର ମୃତ୍ୟୁ’ ଓ ‘କୃ ତ୍ରିମ ଉପଗ୍ରହ’ ବିଜ୍ଞ।ନପ୍ରିୟ ପାଠକ ପାଠିକାମାନଙ୍କ ମଧ୍ୟରେ ଚହଳ ସୃଷ୍ଟି କରିପାରିଚ୍ଛା

ସେ ବିଜ୍ଞାନର ଭବିଷ୍ୟତକୁ ଦୃଷ୍ଟିରେ ରଖୁ ବହୁ ଉପନ୍ୟାସ, ଭ୍ରମଣ ସାହିତ୍ୟ, ଗଳ୍ପ, ଶିଶୁ ଓ କିଶୋର ସାହିତ୍ୟ ଏବଂ ପ୍ରବନ୍ଧମାନ ରଚନା କରିଛନ୍ତି ତାଙ୍କର ଉପନ୍ୟାସ ମଧ୍ୟରେ ‘ମୃତ୍ୟୁ ଏକ ମାତୃତ୍ଵର’, ‘ପୃଥ‌ିବୀ ବାହାରେ ମଣିଷ’, କୃତ୍ରିମ ଉପଗ୍ରହ’, ‘ନିଶ୍ଚଳ ପୃଥ‌ିବୀ’, ‘ନିସ୍ତବ୍ଧ ଗୋଧୂଳି’ ଇତ୍ୟାଦି; ଭ୍ରମଣ ସାହିତ୍ୟ ମଧ୍ୟରେ ‘ନାଳ ଚକ୍ରବାଳ ସେପାରେ’ ‘ପାଶୃ।ତ୍ୟ ସ୍ମୃତି’ ମଧ୍ୟରେ ଇତ୍ୟାଦି; ଗଳ୍ପ ମଧ୍ୟରେ ‘ଉଡ଼ନ୍ତା ଥାଳିଆ’, ‘ଚତୁର୍ଥ ପରିସର’, ‘ବିଜ୍ଞାନ ବିଚିତ୍ରା’ ଇତ୍ୟାଦି; ଶିଶୁ ଓ କିଶୋରମାନଙ୍କ ପାଇଁ ‘ବିଜ୍ଞାନ ବିସୁୟ’ ‘ବିଜ୍ଞାନ କୃତିତ୍ଵ’ ‘ପରମାଣୁ ବୋମାର ଆଚିଷ୍ଟାର’ ଇତ୍ୟାଦି ଏବଂ ପ୍ରବନ୍ଧି ବିଭାଗରେ ‘ହାଇଡ୍ରୋଜେନ ବୋମା’, ‘ଜୀବାଣୁ ବୋମା’ ‘ସମୁଦ୍ର ତଳେ ସହର’ ଇତ୍ୟାଦି ରଚନା ଅତ୍ୟନ୍ତ ଲୋକପ୍ରିୟ ।

ପ୍ରବନ୍ଧର ପୃଷ୍ଠଭୂମି :

ଆଲୋଚିତ ପ୍ରବନ୍ଧରେ ଡକ୍ଟର ମହାପାତ୍ର ଆଗାମୀ ବିଶ୍ବର ମଣିଷର ଆବଶ୍ୟକତା ପୂରଣ ପାଇଁ ନୂଆ ନୂଆ ତ୍ତପାୟ ଚିନ୍ତାକରି ଜନବିସ୍ପେରଶରେ ଭ।ରାକ୍ରାନ୍ତ୍ର ପୃଥ୍ବାବାବାସାଙ୍କ ପାଇଁ ନୂତନ ଆଶାବାଦର ସଞ୍ଚାର କରିଛନ୍ତି । ଚଳିତ ଶତାବ୍ଦୀର ଶିଶୁ ଓ କିଶୋରମାନେ ଆଗାମୀ ପଚାଶ ବର୍ଷରେ କିଭଳି ସଂକଟର ସମ୍ମୁଖୀନ ହେବେ ଏବଂ ସେମାନେ କିପରି ତାହାର ମୁକାବିଲା କରିପାରିବେ ତା’ର ଏକ ଭବିଷ୍ୟତ ରୂପରେ ଖ ପ୍ରାବନ୍ଧିକଙ୍କର ତ୍ତକ୍ତ ପ୍ରବନ୍ଧରେ ପ୍ରତିଫଳିତ ହୋଇଛି।

ପ୍ରବନ୍ଧର ସାରକଥା :

ଖାଦ୍ୟ ହିଁ ମଣିଷର ଜୀବନ । ଖାଦ୍ୟ ବିନା ମଣିଷ କ’ଣ କୌଣସି ଜୀବଜନ୍ତୁ ଏପରିକି ଉଭିଦ ମଧ୍ୟ ବଞ୍ଚି ସମ୍ଭବ ନୁହେଁ । ସାଧାରଣତଃ ପୃଥ‌ିବୀରେ ଯେତେ ମଣିଷ, ଜୀବଜନ୍ତୁ ବା ଉଦ୍ଭଦ ରହିଛନ୍ତି, ତାଙ୍କ ପାଇଁ ପ୍ରକୃତିରେ ଅପର୍ଯ୍ୟାସ୍ତ ପରିମାଣର ଖାଦ୍ୟ ସଞ୍ଚତ ରହିଛି । ମାତ୍ର ଭବିଷ୍ୟତରେ ଏହାର ବ୍ୟତିକ୍ରମ ଘଟିବାକୁ ଯାଉଛି । ପ୍ରକୃତି ସ୍ଥିର ତଥା ସୀମିତ ରହିଥ‌ିବାବେଳେ ଜୀବସୃଷ୍ଟି ପ୍ରଖର ବେଗରେ ବଢ଼ିଚାଲିଛି । ଏଣୁ ଭବିଷ୍ୟତରେ ଏହି ପ୍ରକ୍ରିୟାରେ ଖାଦ୍ୟଦ୍ରବ୍ୟ ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ହେବ । ଏହି ସମସ୍ୟାର ମୁକାବିଲା ପାଇଁ ପୃଥ‌ିବୀର ରାସାୟନବିତ୍ରମାନଙ୍କର ଏକ ଆଲୋଚନା ଚକ୍ର ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ବିଜ୍ଞାନର ଅଦ୍ଭୁତ ରଣକୌଶଳଦ୍ଵାରା ଅସମ୍ଭବକୁ ସମ୍ଭବ କରିହେବ ଏହାହିଁ ଥିଲା ଆଲୋଚନାର ବିଷୟବସ୍ତୁ। ଏହି ବିଷୟବସ୍ତୁକୁ ଆଧାରକରି ଉକ୍କର ଗୋକୁଳାନନ୍ଦ ମହାପାତ୍ର ଆଲୋଚ୍ୟ ପ୍ରବନ୍ଧଟିକୁ ରଚନା କରିଛନ୍ତି ।

ବାସ୍ତବରେ ଖାଦ୍ୟ ହେଉଛି ମଣିଷର ଜୀବନ । ଖାଦ୍ୟର ଅଭାବରେ ଶିକ୍ଷା, ସଭ୍ୟତା, ସଂସ୍କୃତି, ଶାନ୍ତି ବା ରାମରାଜ୍ୟ ସବୁ ନିରର୍ଥକ । ଯେଉଁ ଦେଶରେ ଆବଶ୍ୟକ ପରିମାଣର ଖାଦ୍ୟ ନାହିଁ, ସେଠି ଶିକ୍ଷା, ସଭ୍ୟତା କିଛି ହିଁ ପ୍ରଗତି କରିପାରିବ ନାହିଁ । କଥାରେ ପରା ଅଛି– ବୁଭୁକ୍ଷିତ କିଂ ନ କରୋତି ପାପ?’’ ପେଟଶୂନ୍ୟ ହୋଇଗଲେ ମଣିଷ ବୁଦ୍ଧିଶୂନ୍ୟ ହୋଇଯାଏ । ତା’ର କଥା ଓ କାମରେ ଭାରସାମ୍ୟ ରହେନାହିଁ । ସେତେବେଳେ ସେ ପାପ, ଦୁର୍ନୀତି, ନ୍ୟାୟ-ନୀତିରେ କୌଣସି ପ୍ରଭେଦ ଜାଣିପାରେ ନାହିଁ । ଆଜିକାଲି ପୃଥ‌ିବୀରେ ଯେପରି ବେଗରେ ଜନସଂଖ୍ୟାର ବୃଦ୍ଧି ଘଟିଚାଲିଛି, ଦିନ ଆସିବ, ମଣିଷ ଉତ୍ପାଦନ କରୁଥ‌ିବା ଖାଦ୍ୟଦ୍ରବ୍ୟ ତା’ପାଇଁ ଯଥେଷ୍ଟ ହେବନାହିଁ ।

ଉତ୍ପାଦନର ଭିତ୍ତିଭୂମି ସ୍ଥିର ବା ସୀମିତ ଥିବାବେଳେ ଜନସଂଖ୍ୟାର ଅଭିବୃଦ୍ଧି ଏ ଦିଗରେ ନିଶ୍ଚୟ ବିପଦ ସୃଷ୍ଟି କରିବ । ଏହାର ଅସ୍ପଷ୍ଟ ଛାୟା ଏବେ ମଧ୍ୟ ପୃଥ‌ିବୀର ଲୋକମାନଙ୍କ ଉପରେ ପଡ଼ିଲାଣି । ଜମିରେ ଖତ, ସାର ଦେଇ ଉତ୍ପାଦନ ବୃଦ୍ଧି କରାଯାଉଥିଲେ ବି ପୃଥ‌ିବୀର ବଦ୍ଧିତ ଜନସଂଖ୍ୟାର ଚାହିଦା ପ୍ରଚଳିତ କୃଷିପଦ୍ଧତିଦ୍ଵାରା ପୂରଣ କରିବା ସମ୍ଭବ ହେଉନାହିଁ । ଏଣୁ ପ୍ରତିଦିନ ବୈଜ୍ଞାନିକମାନେ ଏଥିପାଇଁ ନୂଆ ନୂଆ ଚିନ୍ତାଧାରା ସୃଷ୍ଟି କରିଚାଲିଛନ୍ତି । ପ୍ରତିବର୍ଷ ଯେଉଁ ହାରରେ ଏହି ସମସ୍ୟା ବଢ଼ିଚାଲିଛି, ଏହା ଭବିଷ୍ୟତ ପାଇଁ କି ରୂପରେଖ ନେବ, ତାହା ଚିନ୍ତାକଲେ ମଣିଷ ଭୟଭୀତ ହୋଇପଡୁଛି ।

ଏ ସମସ୍ୟାର ସମାଧାନ ହୁଏତ କରିପାରିବ ରାସାୟନିକ ବିଜ୍ଞାନ । କାରଣ ହଜାର କିମ୍ବା ଦୁଇ ହଜାର ବର୍ଷ ପରେ ପ୍ରଚଳିତ କୃଷି ପଦ୍ଧତିରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ଅସମ୍ଭବ ହୋଇପଡ଼ିବ । ଏଥିପାଇଁ ରସାୟନ ବିଜ୍ଞାନର ନୂତନ ନୂତନ ପଦ୍ଧତି ପ୍ରୟୋଗ କରାଯାଇପାରିବ ବୋଲି ପ୍ରାବନ୍ଧିକ ଆଶା ଓ ଆସ୍ଥା ପ୍ରକାଶ କରିଛନ୍ତି ।

ମଣିଷର ଆବଶ୍ୟକ ଖାଦ୍ୟସାରକୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରାଯାଇଥାଏ; ଯଥା ପୁଷ୍ଟିସାର, ଶ୍ଵେତସାର ଏବଂ ସ୍ନେହସାର । ମଣିଷ ଆହରଣ କରୁଥିବା ସମସ୍ତ ଖାଦ୍ୟ ଏହି ତିନୋଟି ଖାଦ୍ୟସାରର ଅନ୍ତର୍ଭୁକ୍ତ । ଆମେ ଯେଉଁ ଧାନ, ଗହମ, ବାଜରା, ମାଣ୍ଡିଆ, ଆଳୁ ଆଦି ଶସ୍ୟ ଖାଦ୍ୟରେ ବ୍ୟବହାର କରୁଛୁ, ତାହା ଶ୍ଵେତସାର ଜାତୀୟ ଖାଦ୍ୟ ଯୋଗାଇଥା’ନ୍ତି । ସୋରିଷ, ଚିନାବାଦାମ ଭଳି ତୈଳଜାତୀୟ ଶସ୍ୟ ସ୍ନେହସାର ଏବଂ ରବି ଫସଲ ଓ ଗୋପାଳନ, ମତ୍ସ୍ୟ ଉତ୍ପାଦନ, କୁକୁଡ଼ା ପାଳନଦ୍ୱାରା ଆମେ ପୁଷ୍ଟିସାର ଖାଦ୍ୟ ପାଇଥାଉ ।

ବର୍ତ୍ତମାନ ପ୍ରଶ୍ନ ହେଉଛି ଜନସଂଖ୍ୟା ବୃଦ୍ଧି ଫଳରେ ଆଗାମୀ ହଜାର କିମ୍ବା ଦୁଇ ହଜାର ବର୍ଷ ପରେ ଯେତେବେଳେ ବସବାସ କରିବାକୁ ମଣିଷ ପାଇଁ ଆବଶ୍ୟକ ଜମି ମିଳିବା ସମ୍ଭବ ହେବନାହିଁ, ସେତେବେଳେ ଚାଷଜମି ମିଳିବ କେଉଁଠୁ ? କଳକାରଖାନା ପାଇଁ ସୀମିତ ଜମିର ବନ୍ଦୋବସ୍ତ ମାତ୍ର କରାଯାଇପାରେ ।

ଧାନ, ଗହମ, ଯବ, ବାଜରା, ମକା, ଆଦିରୁ ଆମେ ଯେଉଁ ଶ୍ଵେତସାର ପାଉ ସେହି ଶ୍ଵେତସାର କଳକାରଖାନା ସାହାଯ୍ୟରେ ସାଧାରଣ ମାମୁଲି ପଦାର୍ଥରୁ ଉତ୍ପାଦନ କରିବା ରସାୟନବିତ୍‌ଙ୍କ ମତରେ ସମ୍ଭବପର । ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଗ୍ୟାସ୍‌କୁ ମାଟି ଭିତରେ ପାଣି ସହିତ ଯୋଗକରି ତାକୁ ପତ୍ର ଉପରେ ସଂଯୁକ୍ତ କରାଇ ଉଭିଦ ତା’ର ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରେ ଏବଂ ଏହି ଶ୍ୱେତସାର ଖାଦ୍ୟରୁ ଯେଉଁ ବଳକା ପରିମାଣ ରହେ ସେ ତାକୁ ନିଜ ଫଳମୂଳରେ ସାଇତି ରଖେ । ସେହି ଫଳମୂଳରୁ ଆମେ ଶ୍ଵେତସାର ଗ୍ରହଣ କରୁ । ଏଣୁ ମଣିଷ ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ହେଲେ ତାକୁ ଅଙ୍ଗାରକାମ୍ଳ ଓ ଜଳର କୃତ୍ରିମ ସଂଯୋଗ କରି ସେଥୁରୁ ଶ୍ଵେତସାର ଖାଦ୍ୟ ସଂଗ୍ରହ କରିବାକୁ ପଡ଼ିବ ।

ଏହି ପ୍ରକ୍ରିୟାରେ ଆକାଶର ଅଙ୍ଗାରକାମ୍ଳ ଗ୍ୟାସ୍‌ କାରଖାନା ସାହାଯ୍ୟରେ ଅପର୍ଯ୍ୟାପ୍ତ ପରିମାଣର ମଇଦା ଉତ୍ପାଦନ ସମ୍ଭବ ହୋଇପାରିବ । ଉକ୍ତ ମଇଦାରୁ ରାସାୟନିକ ଉପାୟରେ ସୁନ୍ଦର, ସରୁ ଓ ସୁସ୍ବାଦୁ ଚାଉଳ ମଧ୍ଯ ପ୍ରସ୍ତୁତ ହୋଇପାରିବ । ଅନ୍ୟ ଏକ ଉପାୟରେ ସାଧାରଣ ଗଛ, ପତ୍ର ଏବଂ କାଠ ଆଦିରେ ଥ‌ିବା ପର୍ଯ୍ୟାନ୍ତ ସେଲୁଲୋଜକୁ ରାସାୟନିକ ପ୍ରକ୍ରିୟାରେ ବିଭକ୍ତ କରି ଶ୍ଵେତସାର ତଥା ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ । ଏଥ‌ିପାଇଁ ବିଭିନ୍ନ କଳ ବସାଇବା ପରିବର୍ତ୍ତେ କେବଳ କାଠକଳ କରି ସେଥୁ ଏପରି ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ । ଏହାର ପରିମାଣ ପ୍ରଚଳିତ କୃଷିପଦ୍ଧତିରୁ ମିଳୁଥିବା ଶ୍ଵେତସାର ଖାଦ୍ୟଠାରୁ ବହୁପରିମାଣରେ ଅଧ୍ୟକ ବୋଲି କଳ୍ପନା କରାଯାଇଛି।

ସବୁଠାରୁ କୌତୁକର ବିଷୟ ହେଉଛି ଯେ ବନଜାତ ପଦାର୍ଥକୁ କଳର ଗୋଟିଏ ପାଖରେ ଭର୍ତ୍ତିକରି ଆରପାଖରୁ ଅଟା, ମଇଦା, ସୁଜି, ଚିନି ଓ ଚାଉଳ ପାଇବା ମଧ୍ୟ ସମ୍ଭବ ହୋଇପାରିବ । ଏହି ପଦ୍ଧତିରେ ବୃକ୍ଷ ମରିଗଲେ ଯେଉଁ ଖାଦ୍ୟ ସଙ୍କଟ ଦେଖାଦିଏ, ତାହା ହେବନାହିଁ । ଏଥ‌ିପାଇଁ କେବଳ ପ୍ରଚୁର ଅରଣ୍ୟ ସୃଷ୍ଟିର ଆବଶ୍ୟକ ।

ଆମ ସମୁଦ୍ର ଓ ମହାସମୁଦ୍ର ଅତ୍ୟନ୍ତ ବିରାଟ ଓ ଅସରନ୍ତି ପାଣିର ଆଧାର । ଏଥ‌ିରେ ଥିବା ଅସଂଖ୍ୟ ଜଳଜ ପ୍ରାଣୀମାନଙ୍କଠାରୁ ରାସାୟନିକ ପ୍ରକ୍ରିୟାରେ ଯଥେଷ୍ଟ ପୁଷ୍ଟିସାର ସଂଗ୍ରହ କରାଯାଇପାରିବ । ଭବିଷ୍ୟତରେ ଚାଷଜମିରସଙ୍କଟ ଦେଖାଦେଲେ ମଣିଷ ତା’ର ଚତୁଃପାର୍ଶ୍ଵରେ ଥ‌ିବା ଅନନ୍ତ ସମୁଦ୍ର ମଧ୍ୟରୁ ତା’ର ଖାଦ୍ୟ ଅନ୍ଵେଷଣ କରିପାରିବ । ଏପରିକି ସମୁଦ୍ରରେ ଥ‌ିବା ପ୍ରାଣୀମାନଙ୍କୁ ରୂପାନ୍ତରିତ କରି ସେଥୁରୁ ପର୍ଯ୍ୟାପ୍ତ ଦୁଧ, ଦହି, ଛେନା ପ୍ରଭୃତି ଉତ୍ପାଦନ କରାଯାଇପାରିବ । କାରଖାନାମାନଙ୍କର ଗୋଟିଏ ପଟେ ଏ ପ୍ରାଣୀଗୁଡ଼ିକୁ ଭର୍ତ୍ତିକରି ଆରପଟେ ଦୁଧ, ଦହି, ଛେନା, ମାଛ, ମାଂସ ପ୍ରଭୃତି ଉତ୍ପାଦନ କରାଯାଇ ପାରିବ । ଗୋରୁଗାଈ, ଛେଳି, ମେଣ୍ଢା ନ ପାଳି ମଧ୍ଯ ଆମେ କାରଖାନାରୁ ଏସବୁ ଖାଦ୍ୟ ପାଇପାରିବା ।

ଏଣୁ ଆଶା ଓ ଆଶ୍ଵାସନାର ବିଷୟ ଯେ ପୃଥ‌ିବୀର ଖାଦ୍ୟ ସମସ୍ୟା ଯେତେ ଉତ୍କଟ ଆକାର ଧାରଣ କଲେ ମଧ୍ୟ ରସାୟନବିତ୍‌ମାନେ ତା’ର ସମାଧାନ କରିବାକୁ ବେଶ୍ କ୍ଷମ । ବିଶ୍ଳେଷଣରୁ ଜଣାଯାଇଛି ଖାଦ୍ୟପଦାର୍ଥର ଆବଶ୍ୟକତା ପୂରଣ କରିବା ପାଇଁ ଯେଉଁଠି କୃଷି ବିଜ୍ଞାନ ଅସମର୍ଥ ହେବ, ସେଠାରେ ରସାୟନ ବିଜ୍ଞାନ ତା’ର ବଳବୁଦ୍ଧି ପ୍ରୟୋଗ କରି ସମସ୍ୟାର ସମାଧାନ କରିପାରିବ ।

କଠିନ ଶବ୍ଦ।ର୍ଥ :

  • ସରଗରମ – ଉତ୍ତେଜନାପୂର୍ଣ୍ଣ ଉତ୍ସାହଜନକା
  • ହିତାହିତ – ଭଲମନ୍ଦ ।
  • ଶୀତେଇ ଉଠିବା – ଶିହରି ଉଠିବା ।
  • ସ୍ଵତଃସିଦ୍ଧ – ନିଶ୍ଚିତ / ଆପଣା ଛାଏଁ ପ୍ରମାଣିତ ।
  • ସୁଦୂର – ବହୁଦୂର ।
  • ଆହରଣ – ସଂଗ୍ରହ କରିବା / ଉପାର୍ଜନ କରିବା ।
  • ଅଭ୍ୟନ୍ତର – ଭିତର ।
  • ସଂଯୁକ୍ତ – ଲାଗି ରହିଥ‌ିବା ।
  • କୃତ୍ରିମ – ମଣିଷକୃତ ।
  • ସାଂଶ୍ଳେଷିକ – ସଂଯୋଗ ଦ୍ଵାରା ।
  • ଶର୍କରା – ଚିନିଜାତୀୟ ।
  • କ୍ଷମ – ସାମର୍ଥ୍ୟ
  • ମାମୁଲି – ସାଧାରଣ
  • ଖାଣ୍ଠି – ଉତ୍ତମ
  • ପ୍ରିସ୍ତୃତ – ବ୍ୟାପକ
  • ମାଶ – ଧାନ, ଚାଉଳ ମାପିବା ପାଇଁ ଉର୍ଦ୍ଦଷ୍ଠ ପୁରାତନ ଏକକା
  • ପଦ୍ଧତି – ସୂତ୍ର / ପ୍ରଶାଳା
  • କଳନା – କଜିନା / ଅନୁମାନ ।
  • ଜଳକ – ଜଳରୁ ଜାତ ।
  • ରୂପାନ୍ତରିତ – ପରିବର୍ତ୍ତିତା
  • ଉକ୍ଟ – ଭୟଙ୍କରା
  • ବିହିତ – ଉଚିତା
  • ନିଶ୍ଚିହ୍ନ – ଚିହ୍ନବର୍ଣ୍ଣ ଲୋପ ପାଇଯିବା।
  • ଉଧେଇବା – ପଢିବା / ବିକଶିତ ହେବା / ତିଷ୍ଠିବା ।
  • ପର୍ଯ୍ୟାପ୍ତ – ବହୁତ / ଯଥେଷ୍ଟ / ପ୍ରବୁର ପରିମାଣରୋ

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

Odisha State Board BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର Textbook Exercise Questions and Answers.

BSE Odisha Class 9 Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଡେଙ୍ଗା, କୃତକାର୍ଯ୍ୟ, ଅଭିଶାପ, ଖର୍ଚ୍ଚ, ଆଦେଶ,
Answer:
ଡେଙ୍ଗା – ଗେଡ଼।
କୃତକାର୍ଯ୍ୟ – ଅକୃତକାର୍ଯ୍ୟ
ଅଭିଶାପ – ଆଶୀର୍ବ।ଦ
ଖର୍ଚ୍ଚ – ସଞ୍ଚୟ
ଆଦେଶ – ଅନୁରୋଧ
ଅକ୍ଷମ – କ୍ଷମ

Question ୨।
ସନ୍ଧିବିଚ୍ଛେଦ କର ।
ଅଚ୍ଛାଧ୍ଵକ, ଉନ୍ନତି, ଉଜ୍ଜ୍ବଳ, ସନ୍ତୁଷ୍ଟ, ସଂଯୋଗ
Answer:
ଅଚ୍ଛାଧ୍ଵକ = ଅଚ୍ସ + ଅଧ୍ଵକ
ଉନ୍ନତି = ଉତ୍ + ନତ୍
ଉଜ୍ଜ୍ବଳ = ଉତ୍ + ଜ୍ୱଳ
ସନ୍ତୁଷ୍ଟ = ସମ୍ + ତୁଷ୍ନ
ସଂଯୋଗ = ସମ୍ + ଯୋଗ

Question ୩।
‘କ’ ସ୍ତମ୍ଭ ସହ ସମ୍ପର୍କ ଥ‌ିବା ‘ଖ’ ସ୍ତମ୍ଭର ଶବ୍ଦକୁ ଯୋଗକର ।
BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର 1
Answer:
BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର 2

Question ୪।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ପୃଥ‌ିବୀ ବିଖ୍ୟାତ _______________ ଇଟାଭାଟିରେ କାମ କରି ପିଲାଦିନେ ପେଟ୍ ପୋଷୁଥିଲେ ।
(ଷ୍ଟାଲିନ୍, ମୁସୋଲିନ୍, ହିଟ୍‌ଲର, ଈଶ୍ଵରଚନ୍ଦ୍ର)
Answer:
ହିଟ୍‌ର

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

(ଖ) ବେଶି ଝିଅ ଜନ୍ମହେଲେ କେହି କେହି ତାକୁ ____________ ମଣନ୍ତି ।
(ଆଶୀର୍ବାଦ, ପୁରସ୍କାର, ସମସ୍ୟା, ଅଭିଶାପ)
Answer:
ଅଭିଶାପ

(ଗ) ________________ ଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ ।
(ଭାରତ, ବର୍ମା, ଗ୍ରୀନ୍‌ଲାଣ୍ଡ, ସୁଇଜରଲାଣ୍ଡ)
Answer:
ବର୍ମା

(ଘ) ଶିଶୁଗୀତ ଏକ ________________ କହିଲେ ଚଳେ ।
(ମୃଗତୃଷ୍ଣା, ମନୋରଞ୍ଜନ, ଖ୍ଆଲ, ମଜାଗୀତ)
Answer:
ମୃଗତୃଷ୍ଣା

Question ୫।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକରେ ଉପସର୍ଗ ବ୍ୟବହାର କରି ନୂଆ ନୂଆ ଶବ୍ଦମାନ ଗଢ଼ ।
ନିଧ୍ର, ବଳ, ବାସ, ଘାତ, ବାଦ
Answer:
BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର 3

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୬।
ବାମନ ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ କାହିଁକି ?
Answer:
ଲୋକମାନଙ୍କର ଏକ ସାଧାରଣ ଉଚ୍ଚତା ଅଛି । କେତେକ ଲୋକ ଦୋଷଯୁକ୍ତ ପିଣ୍ଡ (ଜିନ୍) ଯୋଗୁଁ ସାଧାରଣ ଉଚ୍ଚତା ପର୍ଯ୍ୟନ୍ତ ନ ବଢ଼ି କ୍ଷୁଦ୍ରକାୟ ହୋଇଥା’ନ୍ତି । ସେମାନଙ୍କୁ ବାମନ କୁହାଯାଏ । ସେମାନଙ୍କ ହାତ ଛୋଟ ହୋଇଥିବାରୁ ବେଶି ଉଚ୍ଚକୁ ପାଏ ନାହିଁ । ତେଣୁ ବାମନ ହୋଇ ଚନ୍ଦ୍ରକୁ ଧରିବାକୁ ହାତ ବଢ଼ାଇଲେ ସେ ହାସ୍ୟାସ୍ପଦ ହୁଏ ।

Question ୭ ।
ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ଭାରତର ସାମାନ୍ୟ ଜଣେ ପୂଜାରୀ ଘରେ ହୋଇଥିଲା ।

Question ୮।
ଇତାଲୀର ଭାଗ୍ୟବିଧାତା କିଏ ଓ ତାଙ୍କର ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଇତାଲୀର ଭାଗ୍ୟବିଧାତା ଥିଲେ ମୁସୋଲିନ୍ । ତାଙ୍କର ଜନ୍ମ ଦରିଦ୍ର କମାର ଘରେ ହୋଇଥିଲା ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

Question ୯।
କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ?
Answer:
କୋଟି କୋଟି ବାମନ ଏ ପୃଥ‌ିବୀକୁ ଆସି ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ।

Question ୧୦ ।
ଷାଠିଏ ପଉଟି ଘିଅ ହେବ ନା ରାଧା ନାଚିବେ ?– ଏକଥା କାହିଁକି ଶିକ୍ଷକ ମାଧବ ମିଶ୍ର ଲେଖକଙ୍କୁ କହିଲେ ?
Answer:
ଲେଖକ ଦରିଦ୍ର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏଣ୍ଟ୍ରାନ୍ସ ପଢ଼ିବା ନିମନ୍ତେ ପ୍ରବାସରେ ଯାଇ ରହିବା, ଆହାର ଯୋଗାଡ଼ କରିବା ତଥା ବହିପତ୍ର କିଣିବାପାଇଁ ବହୁ ଅର୍ଥ ଆବଶ୍ୟକ, ଯେଉଁ ଅର୍ଥ ଦାରିଦ୍ର୍ୟ ପ୍ରପୀଡ଼ିତ ଲେଖକଙ୍କ ପାଇଁ ଥିଲା ଷାଠିଏ ପଉଟି ଘିଅ ସଦୃଶ । ତେଣୁ ଶିକ୍ଷକ ମାଧବ ମିଶ୍ର ଲେଖକଙ୍କୁ ଏପରି କହିଥିଲେ ।

Question ୧୧ ।
ରାମକୃଷ୍ଣ ବୋଷ କିଏ ଓ ସେ କେଉଁଠି ରହୁଥିଲେ ?
Answer:
ରାମକୃଷ୍ଣ ବୋଷ ଥିଲେ ସେ ଯୁଗର କଟକର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା । ସେ ‘ଶଶିନିକେତନ’ରେ ରହୁଥିଲେ ।

Question ୧୨ ।
ନାରୀଜାତିର ମହୀୟସୀ ପ୍ରତିନିଧୂ ରୂପେ କେଉଁମାନେ ପୂଜା ପାଉଛନ୍ତି ?
Answer:
ନାରୀଜାତିର ମହୀୟସୀ ପ୍ରତିନିଧ୍ଵ ରୂପେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ପୂଜା ପାଉଛନ୍ତି ।

Question ୧୩ ।
ବେଶି ଝିଅ ଜନ୍ମକୁ କେହି କେହି ଅଭିଶାପ ମଣିଥା’ନ୍ତି କାହିଁକି ?
Answer:
ପ୍ରଚଳିତ ଯୌତୁକ ପ୍ରଥା, ଝିଅର ଆଚରଣଜନିତ ସାମାଜିକ ଲାଞ୍ଛନା ତଥା ଉପଯୁକ୍ତ ପାତ୍ର ସହିତ ବିବାହ ଦେବା ଅସମ୍ଭବ ହେଉଥ‌ିବାରୁ କେତେକ ବେଶି ଝିଅ ଜନ୍ମକୁ ଅଭିଶାପ ବୋଲି ମନେ କରିଥା’ନ୍ତି ।

Question ୧୪ ।
କେଉଁ ଦେଶର ପୁରୁଷମାନେ ଘରଧନ୍ଦା ବୁଝିବା ସହ ସନ୍ତାନମାନଙ୍କର ଲାଳନପାଳନ କରିଥା’ନ୍ତି ?
Answer:
ଗ୍ରୀନ୍‌ଲାଣ୍ଡ ତଥା ସୁଇଜରଲାଣ୍ଡ ଦେଶର ପୁରୁଷମାନେ ଘରଧନ୍ଦୀ ବୁଝିବା ସହ ସନ୍ତାନମାନଙ୍କର ଲାଳନପାଳନ କରିଥା’ନ୍ତି ।

Question ୧୫ ।
ରାମକୃଷ୍ଣ ବୋଷ କି ପ୍ରକାର ଲୋକ ଥିଲେ ?
Answer:
ରାମକୃଷ୍ଣ ବୋଷ ଜଣେ ଧର୍ମଭୀରୁ ଲୋକ ଥିଲେ । ସେ ବି. ଏ. ପାସ୍ କରି ମଧ୍ୟ ଅର୍ଥୋପାର୍ଜନ ପନ୍ଥା ଛାଡ଼ି ଜଗନ୍ନାଥଧାମରେ ରହୁଥିଲେ । ସେ ଥିଲେ ଅତ୍ୟନ୍ତ ସଂଯମୀ ତଥା ନିରାମିଷାଶୀ । ବେକରେ ବଡ଼ ବଡ଼ ତୁଳସୀର ମାଳା ଧାରଣ କରି ସେ କୀର୍ତ୍ତନରେ କାଳଯାପନ କରୁଥିଲେ ।

Question ୧୬ ।
ଦୀନବନ୍ଧୁ ନରେନ୍ଦ୍ର ସିଂହ ଲେଖକଙ୍କୁ କ’ଣ କହିଥିଲେ ?
Answer:
ଦୀନବନ୍ଧୁ ନରେନ୍ଦ୍ର ସିଂହ ତାଙ୍କର ପାଇବାକୁ ଥିବା କୋଡ଼ିଏ ଟଙ୍କା ବୃଦ୍ଧି ମଧ୍ୟରୁ ମାସିକ ୧୫ ଟଙ୍କା ଖର୍ଚ୍ଚ ଯିବା ପରେ ବଳକା ପାଞ୍ଚଟଙ୍କା ଲେଖକଙ୍କୁ ଦେବାକୁ କହି ଚିନ୍ତା ନ କରିବାକୁ ସାଣ୍ଟୋନା ଦେଇଥିଲେ ।

Question ୧୭ ।
ବିବାହିତ ପୁଅ ଓ ବିବାହିତା ଝିଅଙ୍କୁ କ’ଣ କୁହାଯାଏ ?
Answer:
ବିବାହିତ ପୁଅକୁ ଭର୍ଭା ଓ ବିବାହିତା ଝିଅକୁ ଭାର୍ଯ୍ୟା କୁହାଯାଏ ।

Question ୧୮ ।
ରାମକୃଷ୍ଣ ବୋଷଙ୍କ ଘରେ ଲେଖକଙ୍କୁ କାହିଁକି ପୂଜାରୀ ବୋଲି ମନେକଲେ ?
Answer:
ଲେଖକଙ୍କ ମୁଣ୍ଡରେ ପେଣ୍ଡାବାଳ ଥିବା ହେତୁ ରାମକୃଷ୍ଣ ବୋଷଙ୍କ ଘରେ ତାଙ୍କୁ ପୂଜାରୀ ବୋଲି ମନେକଲେ ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

Question ୧୯ ।
ପଇସାର ଅଭାବ ପଡ଼ିଲେ ଲେଖକ କ’ଣ କରୁଥିଲେ ?
Answer:
ପଇସାର ଅଭାବ ପଡ଼ିଲେ ଛାତ୍ରାବାସରେ ଲେଖକଙ୍କ ପାଇଁ ଚାଉଳ ପଡ଼ିବା ବନ୍ଦ ହୋଇଯାଏ । ଲେଖକ ଅନ୍ୟତ୍ର ଖାଇବା କଥା କହି ସମୁଦ୍ର କୂଳକୁ ଯାଇ ପବନ ଖାଇ ଉପାସ ରହିଯାଆନ୍ତି ।

Question ୨୦ ।
ଲେଖକ କାହିଁକି ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ?
Answer:
ବଡ଼ଦାଣ୍ଡରେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖ‌ିଲେ ଲେଖକଙ୍କ ଜିହ୍ବାଲାଳସା ପ୍ରବଳ ହୋଇଉଠେ । କିନ୍ତୁ ସେହି ଜିହ୍ବାଲାଳସାକୁ ଚରିତାର୍ଥ କରିବାକୁ ଲେଖକଙ୍କ ପାଖରେ ଆବଶ୍ୟକ ଅର୍ଥ ନଥାଏ । ତେଣୁ ଲେଖକ ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ।

Question ୨୧ ।
ମା’ମାନେ ପିଲାଙ୍କୁ ସାନ୍ତନା ଦେବାପାଇଁ କେଉଁ ଗୀତ ଗାଆନ୍ତି ?
Answer:
ମା’ମାନେ ପିଲାଙ୍କୁ ସାନ୍ତନା ଦେବାପାଇଁ ଗାଇଆ’ ନ୍ତି –
‘ଆ ଜହ୍ନମାମୁ ସରଗ ଶଶୀ,
ମୋ କାହ୍ନୁ ହାତରେ ପଡ଼ରେ ଖସି ।

Question ୨୨ ।
ମୃଗତୃଷ୍ଣା କ’ଣ ?
Answer:
ପ୍ରଖର ସୂର୍ଯ୍ୟକିରଣରେ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ଜଳର ଭ୍ରମକୁ ମୃଗତୃଷ୍ଣା ବା ମରୀଚିକା କୁହାଯାଏ ।

Question ୨୩ ।
ଲେଖକ କ’ଣ ପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ିରହିଥିଲେ ?
Answer:
ଲେଖକ ଆର୍ଥିକ ଅଭାବ ସତ୍ତ୍ଵେ ଉଚ୍ଚଶିକ୍ଷା ଲାଭକରି ମଣିଷରେ ଗଣାହେବା ପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ି ରହିଥିଲେ ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୨୪ ।
କୋଟି କୋଟି ବାମନ ଆକାଶରେ ଉଜ୍ଜ୍ଵଳ ଚନ୍ଦ୍ରମଣ୍ଡଳକୁ ଦେଖ୍ ଲୋଭ ସମ୍ବରଣ କରିନପାରି ହାତ ବଢ଼ାଉଛନ୍ତି, ମାତ୍ର ଧରି ନ ପାରି ହାସ୍ୟାସ୍ପଦ ହେଉଛନ୍ତି ।
Answer:
କୋଟି କୋଟି……………………………………ହାସ୍ୟାସ୍ପଦ ହେଉଛନ୍ତି ।
ଉକ୍ତ ଗଦ୍ୟାଶଟି ପଠିତ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ଶୀର୍ଷକ ପ୍ରବନ୍ଧର ସଂଗୃହୀତ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚିତ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ନାମଧେୟ ଆତ୍ମଜୀବନୀରୁ ସମାନୀତ ଉକ୍ତ ପ୍ରବନ୍ଧରେ ପ୍ରାବନ୍ଧିକ ଚନ୍ଦ୍ରକୁ ଧରିବାପାଇଁ ହାତ ବଢ଼ାଇ ଅନେକ ବାମନ କିପରି ହାସ୍ୟାସ୍ପଦ ହେଉଛନ୍ତି, ତାହା ଉପସ୍ଥାପନ କରିଛନ୍ତି ।

ଲୋକମାନଙ୍କର ଏକ ସାଧାରଣ ଉଚ୍ଚତା ଅଛି । ଦୋଷଯୁକ୍ତ ପିଣ୍ଡ (ଜିନ୍) ଯୋଗୁଁ ସାଧାରଣ ଉଚ୍ଚତା ପର୍ଯ୍ୟନ୍ତ ନ ବଢ଼ି ଯେଉଁମାନେ କ୍ଷୁଦ୍ରକାୟ ହୋଇଥା’ନ୍ତି, ସେମାନଙ୍କୁ ବାମନ କୁହାଯାଏ । ସେମାନଙ୍କ ହାତ ଛୋଟ ହୋଇଥିବାରୁ ବେଶି ଉଚ୍ଚକୁ ପାଏ ନାହିଁ । ତେଣୁ ବାମନ ହୋଇ କେହି ଚନ୍ଦ୍ରକୁ ଧରିବାକୁ ହାତ ବଢ଼ାଇଲେ ହାସ୍ୟାସ୍ପଦ ହୁଏ ।

କେବଳ ବାମନ ନୁହେଁ, କୌଣସି ଲୋକର ହାତ ଚନ୍ଦ୍ରକୁ ପାଇବ ନାହିଁ । ଏହାର ଉପଲକ୍ଷ୍ୟ ଚନ୍ଦ୍ର ବା ବାମନ ନୁହେଁ । ଏଠାରେ ଚନ୍ଦ୍ର ଉଚ୍ଚାଭିଳାଷର ପ୍ରତୀକ ଓ ବାମନ କ୍ଷୁଦ୍ରଶକ୍ତିର ପ୍ରତୀକ । ଶକ୍ତି ବା ସାମର୍ଥ୍ୟ ନ ଥାଇ ବୃହତ୍ କର୍ମ କରିବାକୁ ଆଗେଇ ଆସି କେତେକ ବ୍ୟକ୍ତି ଅସଫଳ ହେବା ସହ ଲୋକହସା ହୁଅନ୍ତି । ତଥାପି ଏ ସଂସାରରେ କେତେକ ବାମନ ନିଷ୍ଠା ଓ ସାଧନା ବଳରେ ଅସଂଖ୍ୟ ଡେଙ୍ଗା ଲୋକଙ୍କୁ ଟପି ଆକାଶର ଚନ୍ଦ୍ରକୁ ଧରିବାରେ କୃତକାର୍ଯ୍ୟ ହୋଇଥିବାର ପ୍ରମାଣ ଇତିହାସ ପ୍ରଦାନ କରେ ।

ଦରିଦ୍ର କମାର ଘରେ ଜନ୍ମ ହୋଇଥିବା ବାମନରୂପୀ ମୁସୋଲିନ୍ ଦିନେ ହୋଇଥିଲେ ଇତାଲୀର ଭାଗ୍ୟବିଧାତା । ମୋଚିପିଲା ଷ୍ଟାଲିନ୍ ହୋଇଥଲେ ରୁଷିଆର କର୍ଣ୍ଣଧାର । ଇଟାଭାଟିରେ କାମ କରି ପେଟ ପୋଷୁଥିବା ହିଟ୍‌ଲର୍ ହୋଇଥିଲେ ବିଶ୍ୱବିଖ୍ୟାତ । କୋଟି କୋଟି ବାମନ ପୃଥ‌ିବୀରେ ଜନ୍ମ ନେଇ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡ଼ୁଥିଲେ ମଧ୍ୟ ଗଭୀର ଅଧ୍ୟବସାୟ ଓ ଦୃଢ଼ ଆତ୍ମପ୍ରତ୍ୟୟ ବଳରେ କେତେକ ବାମନ ଆକାଶର ଚନ୍ଦ୍ରକୁ ଧରି ସମାଜର ଶ୍ରେଷ୍ଠସ୍ଥାନ ଅଧିକାର କରୁଛନ୍ତି । କିନ୍ତୁ କୋଟି କୋଟି ବାମନ ଆକାଶର ସେହି ସମୁଜ୍ଜ୍ବଳ ଚନ୍ଦ୍ରମଣ୍ଡଳକୁ ଦେଖ୍ ଲୋଭ ତ୍ୟାଗ କରି ନପାରି ଧରିବାକୁ ହାତ ବଢ଼ାଉଛନ୍ତି କିନ୍ତୁ ଧରି ନପାରି ହାସ୍ୟାସ୍ପଦ ହେଉଛନ୍ତି ।

ମଧ୍ଯ ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ରଙ୍କ ଦୃଷ୍ଟିରେ ଦରିଦ୍ର ଲେଖକ ଥିଲେ ବାମନ ସଦୃଶ । ତାଙ୍କ ପାଇଁ ବ୍ୟୟବହୁଳ ଏଣ୍ଟ୍ରାନ୍ସ ପାସ୍‌ କରିବା ଥିଲା ଆକାଶର ଚନ୍ଦ୍ର ସଦୃଶ । ବାମନ ହୋଇ ଚନ୍ଦ୍ରକୁ ଧରିବା ତାଙ୍କ ପାଇଁ ସହଜ ନଥିଲା । ଲୋକହସା ହେବା ହିଁ ସାର ଥିଲା ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

Question ୨୫ ।
ସେହି କାରଣରୁ ବିବାହିତ ପୁଅର ନାମ ଭର୍ତ୍ତା ।
Answer:
ସେହି କାରଣରୁ …………………………..ପୁଅର ନାମ ଭତ୍ତା ।
ଉକ୍ତ ଗଦ୍ୟାଶଟି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କଦ୍ଵାରା ପ୍ରଣୀତ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀର ଅଂଶବିଶେଷ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ‘ଭତ୍ତା’ ଶବ୍ଦର ତାତ୍ତ୍ଵିକ ଅର୍ଥ ଉପରେ ଆଲୋକପାତ କରିଛନ୍ତି ।

ସମାଜରେ ପୁଅ ଓ ଝିଅ ଉଭୟଙ୍କର ସମାନ ଆବଶ୍ୟକତା ଥିଲେ ମଧ୍ଯ ଝିଅଙ୍କ ତୁଳନାରେ ପୁଅମାନେ ଅଧିକ ଆଦର ଲାଭ କରିଥା’ନ୍ତି । କାରଣ ହିନ୍ଦୁ ସମାଜରେ ପୁଅ ହିଁ ପିଣ୍ଡ ଦେବାପାଇଁ ଯୋଗ୍ୟ । ପୁନଶ୍ଚ ପରିବାର ମଧ୍ୟରେ ଜୀବିକାର୍ଜନର ଭାର ରହିଛି ପୁରୁଷ କାନ୍ଧରେ । ନାରୀ ଉପରେ ବିଧାତା ନ୍ୟସ୍ତ କରିଛନ୍ତି କଠୋର କର୍ତ୍ତବ୍ୟ । ସେହି କର୍ତ୍ତବ୍ୟ ପରିପାଳନ ହିଁ ନାରୀର ଗର୍ବ ଓ ମହତ୍ତ୍ଵର ପ୍ରତିଫଳନ ।

ଯଦ୍ୟପି ଗ୍ରୀନ୍‌ଲାଣ୍ଡ ତଥା ସୁଇଜରଲାଣ୍ଡ ଦେଶର ନାରୀମାନେ ବାହାରର ସକଳ କାର୍ଯ୍ୟ ନିର୍ବାହ କରିବା ସହିତ ଜୀବିକାର୍ଜନ ମଧ୍ୟ କରିଥା’ନ୍ତି, ପୁରୁଷମାନେ ଘରେ ରହି ଘରଧନ୍ଦା ବୁଝି ସନ୍ତାନମାନଙ୍କ ଲାଳନପାଳନ କରିଥା’ନ୍ତି, ବର୍ମାଦେଶର ନାରୀ ମଧ୍ୟ ପୁରୁଷ ଅପେକ୍ଷା ପ୍ରବଳ, ତଥାପି ମାନବ ସମାଜରେ ସଚରାଚର କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ । ତେଣୁ ଯଥାର୍ଥରେ ବିବାହିତ ପୁଅର ନାମ ଭର୍ତ୍ତା ତଥା ବିବାହିତା ନାରୀର ନାମ ଭାର୍ଯ୍ୟା ।

Question ୨୬ ।
ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟା ।
Answer:
ପୁରୁଷ ସହିତ…………………………………ସାମାଜିକ ସମସ୍ୟା ।
ଶଂସିତ ଗଦ୍ୟାଶଟି ପଠିତ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ପଣ୍ଡିତ ଗୋଦାବରୀଶ ମିଶ୍ର ସମାଜରେ ପୁରୁଷ ସହିତ ନାରୀର ସମ୍ପର୍କ କିପରି ଏକ ସମସ୍ୟାରେ ପରିଣତ ହୋଇଛି, ତାହା ଉପସ୍ଥାପନ କରିଛନ୍ତି ।

ସମାଜରେ ପୁଅ ଓ ଝିଅ ଉଭୟଙ୍କର ସମାନ ଆବଶ୍ୟକତା ରହିଛି । ହିନ୍ଦୁ ସମାଜରେ ପୁଅ ପିଣ୍ଡଦାନ ନିମନ୍ତେ ଯୋଗ୍ୟ ହେତୁ ଝିଅ ଅପେକ୍ଷା ତା’ର ଆଦର ଅଧୂକ । କିନ୍ତୁ ପ୍ରାୟ ପ୍ରତ୍ୟେକ ସମାଜରେ ଝିଅ ଅପେକ୍ଷା ପୁଅ ଅଧ୍ଵ ଆଦର ପାଉଥ‌ିବା ବେଳେ ଝିଅ ଏକ ସମସ୍ୟାରୂପେ ପରିଗଣିତ ହେଉଅଛି । କେତେକ ଝିଅ ଜନ୍ମକୁ ଅଭିଶାପ ବୋଲି ମନେକରୁଛନ୍ତି । କାରଣ, ପୁଅକୁ ଯେତେ ବୟସ ପର୍ଯ୍ୟନ୍ତ ଅବିବାହିତ ରଖୁହୁଏ, ଝିଅକୁ ରଖୁହୁଏ ନାହିଁ । ପୁଅର ଯେଉଁ ଦୋଷ ପୌରୁଷ ଭାବେ ବିବେଚିତ ହୁଏ, ଝିଅ ପକ୍ଷେ ତାହା ମାରାତ୍ମକ ସ୍ଖଳନ ।

ନାରୀର ସତୀତ୍ଵ ଉପରେ ସମାଜ ଦେଇଥାଏ ତୀବ୍ର ଦୃଷ୍ଟି । ଝିଅର ଆଚରଣ ସମାଜରେ ବାପା ମାଆଙ୍କୁ ଲାଞ୍ଛିତ ଓ ଅପମାନିତ କରେ । ତେଣୁ ଝିଅକୁ ଘରେ ନ ରଖ୍ ଶୀଘ୍ର ବିବାହ କରାଇଦେବା ନିମନ୍ତେ ପିତା-ମାତା ବ୍ୟାକୁଳ ହୋଇପଡ଼ନ୍ତି । ସେହି ବ୍ୟାକୁଳତାରୁ କନ୍ୟା-ଶୁଳ୍‌କର ସୃଷ୍ଟି । ଏହି କନ୍ୟା-ଶୁଳ୍‌କ ଦେବାପାଇଁ ଦରିଦ୍ର ପିତାମାତା ଅକ୍ଷମ୍ ହୋଇଥିବାରୁ କେତେ କନ୍ୟା ଆତ୍ମହତ୍ୟା କରୁଛନ୍ତି, କେତେକ ଅବିବାହିତା ରହିବାକୁ ପ୍ରୟାସୀ ହେଉଅଛନ୍ତି । ଏହି ପାରିବାରିକ ଜୀବନାଦର୍ଶ ଯଥାର୍ଥ କି ନା ତାହା କ୍ରମେ ସନ୍ଦେହ ପଦବାଚ୍ୟ ହୋଇପଡ଼ୁଛି । ପୁରୁଷ ସହିତ ନାରୀର ସମ୍ପର୍କକୁ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟାରୂପେ ଦଣ୍ଡାୟମାନ ହୋଇଛି ।

Question ୨୭ ।
ଚନ୍ଦ୍ର ଆଖୁ ଦାଉ ଦାଉ ଦିଶୁଥିଲା; କିନ୍ତୁ ତାହା ଯେ କେତେ ଦୂରରେ ଥିଲା, ମୁଁ ବୁଝିବି କିପରି ?
Answer:
ଚନ୍ଦ୍ର ଆଖ୍……………..ବୁଝିବି କିପରି ?
ଉକ୍ତ ଗଦ୍ୟାଶଟି ପଠିତ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ଶୀର୍ଷକ ପ୍ରବନ୍ଧରୁ ସମାନୀତ । ଏଠାରେ ଲେଖକ ପଣ୍ଡିତ ଗୋଦାବରୀଶ ମିଶ୍ର ବାମନ ହୋଇ ଆକାଶର ଚନ୍ଦ୍ରକୁ ଧରିବାପାଇଁ କିପରି ହାତ ବଢ଼ାଇଛନ୍ତି ତାହା ଉପସ୍ଥାପନ କରିଛନ୍ତି ।

ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ରଙ୍କ ଦୃଷ୍ଟିରେ ଲେଖକ ଥିଲେ ବାମନ ସଦୃଶ । କାରଣ ସେ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ । ମଣିଷରେ ଗଣା ହେବାପାଇଁ ଅର୍ଥ ବ୍ୟୟ କରି ଏଣ୍ଟ୍ରାନ୍ସ ପାସ୍ କରିବା ଥିଲା ତାଙ୍କ ପାଇଁ ଦୂର ଆକାଶର ଚନ୍ଦ୍ର ସଦୃଶ । ଲେଖକ ସେହି ଦୂର ଆକାଶର ସମୁଜ୍ଜ୍ବଳ ଚନ୍ଦ୍ରକୁ ଧରିବାକୁ ଯାଇ ମାସ ମାସ ଧରି ନୈରାଶ୍ୟର ବହ୍ନିରେ ଜଳିଛନ୍ତି । ପରିଶେଷରେ ଖୋରଧାର ତହସିଲଦାରଙ୍କ ସୁପାରିସ କ୍ରମେ ରାମକୃଷ୍ଣ ବୋଷଙ୍କ ସୁଦୟା ପ୍ରଦତ୍ତ ପାଞ୍ଚଟଙ୍କା ପାଇ ସେ ପୁରୀ ଜିଲ୍ଲାସ୍କୁଲରେ ନାମ ଲେଖାଇଛନ୍ତି ।

ପାଠପଢ଼ା ଖର୍ଚ୍ଚ ନିମନ୍ତେ ପୈତୃକ ସମ୍ପତ୍ତି ବିକ୍ରି ହୋଇଛି । ପିତାଙ୍କ ଅନ୍ତେ କଲେଜରେ ପଢ଼ିବାବେଳେ ସେ ପଢ଼ାଖର୍ଚ୍ଚ ପାଇଁ ପୂଜାରୀ ଭାବେ କାର୍ଯ୍ୟ କରିଛନ୍ତି । ଛାତ୍ରାବାସକୁ ନିର୍ଦ୍ଦିଷ୍ଟ ସମୟରେ ଟଙ୍କା ଦେଇ ନପାରି ସମୁଦ୍ରକୂଳ ପବନ ଖାଇ ଅନେକ ଦିନ ଉପବାସ ରହିଛନ୍ତି । ବହୁ ଦୁଃଖକଷ୍ଟ ସହି ସେ ଅଭାବ ଅନଟନ ମଧ୍ୟରେ ମାଟି କାମୁଡ଼ି ପଡ଼ି ରହିଛନ୍ତି । କାରଣ ସେ ନିଜକୁ ବାମନ ବୋଲି ମନେ କରୁଥିଲେ । ମଣିଷରେ ଗଣାହେବା ରୂପକ ଦୂର ଆକାଶର ଚନ୍ଦ୍ର ତାଙ୍କ ଆଖୁକୁ ଦାଉ ଦାଉ ହୋଇ ଦିଶୁଥିଲା ।

କିନ୍ତୁ ସେ ଚନ୍ଦ୍ର କେତେ ଦୂରରେ ଥିଲା, ତାହା ସେ ଜାଣି ନଥିଲେ, ତଥାପି ଧରିବା ଚେଷ୍ଟାରୁ ସେ କଦାପି ବିରତ ହୋଇନଥିଲେ । କାରଣ, ତାଙ୍କ କାନରେ ପଡ଼ିଯାଉଥିଲା ‘ଆ, ଜହ୍ନମାମୁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି’ ରୂପକ ଶିଶୁଗୀତ । ତାହା ଏକ ମୃଗତୃଷ୍ଣା ଜାଣି ମଧ୍ୟ ଲେଖକ ସମସ୍ତଙ୍କ ଭିତରେ ଜଣେ ହୋଇ ସେହି ଚନ୍ଦ୍ରକୁ ଧରିବାପାଇଁ ଧାଇଁଛନ୍ତି ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୮ ।
ପଠିତ ବିଷୟରୁ ଲେଖକଙ୍କ ବାଲ୍ୟଶିକ୍ଷା ସମ୍ପର୍କରେ ଉଲ୍ଲେଖ କର ।
କିମ୍ବା, ଲେଖକ ଗୋଦାବରୀଶଙ୍କ ବାଲ୍ୟଜୀବନ କିପରି ସଂଘର୍ଷମୟ ଥିଲା, ପଠିତ ପ୍ରବନ୍ଧ ଅବଲମ୍ବନରେ ତାହା ଉଲ୍ଲେଖ କର ।
କିମ୍ବା, ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବାର ଦୁର୍ବାର ପ୍ରବୃତ୍ତି ଲେଖକଙ୍କ ବାଲ୍ୟ ଜୀବନରେ ହିଁ ଉଙ୍କି ମାରିଥିଲା– ଏହାର ସତ୍ୟତା ପଠିତ ପ୍ରବନ୍ଧ ଛାୟାରେ ପ୍ରତିପାଦନ କର ।
କିମ୍ବା, ପଠିତ ବିଷୟକୁ ଅବଲମ୍ବନ କରି ଗୋଦାବରୀଶଙ୍କ ବାଲ୍ୟଶିକ୍ଷା ସମ୍ପର୍କରେ ଆଲୋଚନା କର ।
Answer:
ସତ୍ୟବାଦୀ ସାହିତ୍ୟକୁ ସ୍ବୀୟ ସାରସ୍ଵତ ପ୍ରତିଭା ପ୍ରଭାରେ ସତତ ସମୁଜ୍ଜ୍ବଳ କରିଥିବା ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ଜଣେ ବହୁମୁଖୀ ପ୍ରତିଭାଧର ଅମର ମଣିଷ ତଥା ଉତ୍କଳର ସ୍ୱୟଂସମ୍ପୂର୍ଣ୍ଣ ଅନୁଷ୍ଠାନ । ସେବା, ତ୍ୟାଗ, ସାମ୍ବାଦିକତା, ରାଜନୀତି ତଥା ସାହିତ୍ୟ କ୍ଷେତ୍ରରେ ବହୁ ସୁଖ୍ୟାତି ଅର୍ଜନ କରିଥିବା ସତ୍ୟବାଦୀ ବନବିଦ୍ୟାଳୟର ସେହି ଆଦର୍ଶ, ଶୃଙ୍ଖଳିତ ତଥା ମେଧାବୀ ଶିକ୍ଷକଙ୍କ ଲେଖନୀ ନିଃସୃତ ‘ଆଲେଖ୍କା’, ‘କିଶଳୟ’, ‘ଗୀତାୟନ’ ଆଦି କବିତାଗୁଚ୍ଛ; ‘ପୁରୁଷୋତ୍ତମ’, ‘ମୁକୁନ୍ଦଦେବ’ ଆଦି ନାଟକ; ‘ଅଭାଗିନୀ’, ‘ଘଟାନ୍ତର’ ଆଦି ଉପନ୍ୟାସ; ‘ପଞ୍ଚବୀର’ ଓ ‘ପୁଆଣିଘର’ ଗଳ୍ପ ସଂକଳନ ତାଙ୍କ ପ୍ରଜ୍ଞାମାନସର ପରିଚୟ ପ୍ରଦାନ କରେ ।

ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀରୁ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧଟି ସଂଗୃହୀତ । ଏଠାରେ ପ୍ରାବନ୍ଧିକ ନିଜର ଉଚ୍ଚ ବିଦ୍ୟାଳୟ ଶିକ୍ଷା ତଥା ତତ୍କାଳୀନ ଶିକ୍ଷାପଦ୍ଧତି ସମ୍ପର୍କରେ ଆଲୋକପାତ କରିଛନ୍ତି ।

ଗୋଦାବରୀଶ ଥିଲେ ଜଣେ ମେଧାବୀ ଛାତ୍ର । କିନ୍ତୁ ଶିକ୍ଷାକ୍ଷେତ୍ରରେ ତାଙ୍କର ମୁଖ୍ୟ ପ୍ରତିବନ୍ଧକ ଥିଲା ଦାରିଦ୍ର୍ୟ । ତେଣୁ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ର ତାଙ୍କୁ କହିଥିଲେ –
‘‘ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିଗଲେ ମଣିଷରେ ଗଣା ହୁଅନ୍ତୁ । ମାତ୍ର ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ– କ’ଣ ପଡ଼ିଛି ? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ— ସବୁ କରିପାରିଲେ ସିନା ହବ । ଏ ଷାଠିଏ ପଉଟି ଘିଅ ହବ ନା ରାଧା ନାଚିବେ ।’’

ବର୍ତ୍ତମାନ ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ଥିଲା ସେ କାଳର ଏଣ୍ଟ୍ରାନ୍ସ । ଏହି ଏଣ୍ଟ୍ରାନ୍ସ ପାସ୍କକଲେ ଯେ ମଣିଷରେ ଗଣା ହୁଅନ୍ତି, ତାହା ବାଣପୁରର ଷାଠିଏ ହଜାର ଲୋକଙ୍କ ମଧ୍ୟରେ ଜଣେ ଏଣ୍ଟ୍ରାନ୍ସ ପାସ୍ କରି ଖୋରଧା କଚେରିରେ କିରାନି କାମ କରୁଥିବା ବ୍ୟକ୍ତିଙ୍କୁ ଦେଖ‌ିଲେ ଜଣାପଡ଼େ । ତାଙ୍କ ପଛକୁ ପ୍ରାବନ୍ଧିକ ଆଉ ଜଣେ ହୋଇ ବାହାରିବେ ବୋଲି ଧରିନେଇ ଅନେକ ପ୍ରାବନ୍ଧିକଙ୍କୁ କହୁଥିଲେ, ‘ଟିକିଏ ଦୟା ରଖୁଥିବଟି ।’’

ସେହି ଦୟା ରଖୁବା ଅବସ୍ଥାକୁ ଯିବା ନିମନ୍ତେ ଉଚ୍ଚଶିକ୍ଷା ଆବଶ୍ୟକ । କିନ୍ତୁ ଦାରିଦ୍ର୍ୟପୀଡ଼ିତ ପ୍ରାବନ୍ଧିକ ଥିଲେ ବାମନ ସଦୃଶ । ଅର୍ଥସାପେକ୍ଷ ଉଚ୍ଚଶିକ୍ଷା ଥିଲା ଦୂର ଆକାଶର ଉଜ୍ଜ୍ବଳ ଚନ୍ଦ୍ରମଣ୍ଡଳ ସଦୃଶ । ତେଣୁ ହାତ ବଢ଼ାଇ ମଧ୍ୟ ମାସ ମାସ ଧରି ନୈରାଶ୍ୟ ବହ୍ନିରେ ତାଙ୍କୁ ଜଳିବାକୁ ପଡ଼ିଥିଲା । ସେ ନିତି ଅସ୍ଥାୟୀ ମାଇନର ସ୍କୁଲରେ ଯାଇ ବସୁଥିଲେ । ଦିନେ ଖୋରଧାର ତହସିଲଦାର ସ୍କୁଲ ପରିଦର୍ଶନରେ ଆସିଥିଲେ । ପ୍ରାବନ୍ଧିକଙ୍କୁ ସେଠାରେ ଦେଖୁ ତା’ର କାରଣ ଶିକ୍ଷକଙ୍କଠାରୁ ଶୁଣିବା ପରେ ଦୟାପୂର୍ବକ ଖଣ୍ଡେ ଚିଠି ପ୍ରାବନ୍ଧିକଙ୍କ ହାତରେ ଦେଇ ପୁରୀକୁ ରାମକୃଷ୍ଣ ବୋଷଙ୍କ ନିକଟକୁ ପଠାଇଥିଲେ ।

ପ୍ରାବନ୍ଧିକ ପିତାଙ୍କ ସହ ପୁରୀ ଯାଇ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରି ଚିଠିଟି ଦେଲେ । ସେ ମହାଶୟ ଚିଠି ପଢ଼ି ସୁଦୟା କରି ପାଞ୍ଚଟଙ୍କା ଦେଇ ପୁନର୍ବାର ନ ଆସିବାକୁ ଶୁଣାଇଦେଲେ । ବର୍ତ୍ତମାନ ବିଦ୍ୟାଳୟର ଶ୍ରେଣୀସବୁ ନିଶୁଣିରେ ଚଢ଼ିବା କ୍ରମରେ ତଳୁ ଉପରକୁ ଗଣାଯାଉଛି; କିନ୍ତୁ ସେ କାଳରେ ଉପରୁ ତଳ ଆଡ଼କୁ ଗଣାଯାଉଥିଲା । ଆଜିକାଲି ସପ୍ତମ ଶ୍ରେଣୀର ନାମ ସେକାଳରେ ଥିଲା ପଞ୍ଚମ ଶ୍ରେଣୀ । ତେଣୁ ପ୍ରାବନ୍ଧିକ ପୁରୀ ଜିଲ୍ଲାସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇ ଦୁର୍ଗାପୂଜା ଛୁଟିର କିଛିଦିନ ପୂର୍ବରୁ ବିଦ୍ୟାଳୟରେ ପ୍ରବେଶ କଲେ । ସେ ବର୍ଷର ଅବଶିଷ୍ଟ କେତେମାସ ତଥା ଚତୁର୍ଥ ଶ୍ରେଣୀ ବର୍ଷଟି ତାଙ୍କ ପିତାଙ୍କୁ ଜମି ବିକ୍ରିକରି ପଢ଼ାଖର୍ଜ ଯୋଗାଇବାକୁ ପଡ଼ିଥିଲା ।

ରାମକୃଷ୍ଣ ବାବୁଙ୍କ ନିକଟକୁ ପୁନର୍ବାର ଯିବା ନିମନ୍ତେ ପ୍ରାବନ୍ଧିକଙ୍କର ସାହସ ତଥା ଇଚ୍ଛା ମଧ୍ଯ ନଥିଲା । କାରଣ, ରାମକୃଷ୍ଣ ବାବୁଙ୍କ ଘରେ ତାଙ୍କୁ ପୂଜାରୀ ବୋଲି ମନେକରିଥିଲେ । ଦରିଦ୍ର ହେଲେ ମଧ୍ୟ ସେ ଥିଲେ ପିତାମାତାଙ୍କର ଗେହ୍ଲାପୁଅ । ସୁତରାଂ ଏହି ପୂଜାରୀ ଆଖ୍ୟା ପାଇବାକୁ ସେ ପ୍ରସ୍ତୁତ ନଥିଲେ । ଏହି ପୂଜାରୀ ଡାକ ତାଙ୍କ ମନରେ ଦୁଃଖ ଦେଉଥିଲେ ମଧ୍ୟ ତା’ର କାରଣ ଥିଲା । ସେତେବେଳେ ପଲ୍ଲୀର ପୁରୁଷମାନେ, ଆବାଳ-ବୃଦ୍ଧ ସମସ୍ତେ ପେଣ୍ଡାବାଳ ରଖୁଥିଲେ, ଯାହାର ପ୍ରଚଳନ ସହରରେ ନଥିଲା ।

ପ୍ରାବନ୍ଧିକଙ୍କ ମୁଣ୍ଡରେ ମଧ୍ୟ ପେଣ୍ଡାଏ ବାଳ ତଥା କାନରେ ଦୁଇପଟ ପେଟୁଆ ନୋଳି ଝୁଲୁଥିଲା । ତେଣୁ ତାଙ୍କୁ ସମସ୍ତେ ନାଟୁଆ ପିଲା ବୋଲି ଚିଡ଼ାଉଥିଲେ । ତା’ଠାରୁ ପୂଜାରୀ ହେବାଟା ଅଧିକ ସ୍ପୃହଣୀୟ ବୋଲି ପ୍ରାବନ୍ଧିକ ମନେକରୁଥିଲେ । ତେଣୁ ପିତାଙ୍କ ଅନ୍ତେ କଲେଜର ପଢ଼ିବାବେଳେ ପଢ଼ାଖର୍ଚ୍ଚ ଉଠାଇବାପାଇଁ ସେ ଅନେକ କାଳ ପୂଜାରୀଭାବେ କାର୍ଯ୍ୟ କରିଥିଲେ ।

ପୈତୃକ ଜମି ବିକ୍ରି ଉପରେ ନିର୍ଭର କରି ସେ ପାଠ ପଢ଼ିଥିଲେ । କିନ୍ତୁ ସମୁଦାୟ ଅଢ଼େଇ ଏକର ମଧ୍ୟରୁ ପ୍ରାୟ ଏକରକରୁ ବେଶି ଜମି ବିକ୍ରି କରି ପାଇଥିଲେ ଷାଠିଏ ଟଙ୍କା । ତେଣୁ ତାଙ୍କୁ ଖର୍ଚ୍ଚ କମାଇ ଚଳିବାକୁ ପଡ଼ିଥିଲା । ଛାତ୍ରାବାସର କୋଠ ରୋଷେଇ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଦିନ ଟଙ୍କା ଦେଇ ନ ପାରି ତାଙ୍କୁ ଉପବାସ ରହିବାକୁ ପଡ଼ିଛି । ଚାଉଳ ପଡ଼ିବା ବନ୍ଦ ଆଦେଶ ମିଳିବା ପୂର୍ବରୁ ସେ ଅବସ୍ଥା ବୁଝି ଅନ୍ୟତ୍ର ଖାଇବେ ବୋଲି କହି ସମୁଦ୍ରକୂଳକୁ ଯାଇ ପବନ ଖାଇ ରହିଯାଆନ୍ତି । ତାଙ୍କୁ ସ୍କୁଲରେ ବେତନ ଦେବାକୁ ପଡ଼ୁନଥିଲା । ଖାଇବା ଖର୍ଚ୍ଚ ମାସକୁ ପଡୁଥିଲା ହାରାହାରି ତିନିଟଙ୍କା ଚାରିଅଣା । ମାସିକ ଚାରିଟଙ୍କାରେ ତାଙ୍କର ଯାବତୀୟ ଖର୍ଚ୍ଚ ଚଳୁଥିଲା ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ବଡ଼ଦାଣ୍ଡରେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖ୍ ପ୍ରାବନ୍ଧିକଙ୍କ ଜିହ୍ବାଲାଳସା ପ୍ରବଳ ହୋଇଉଠେ । କିନ୍ତୁ ଅର୍ଥାଭାବ ଥିଲା ମୁଖ୍ୟ ପ୍ରତିବନ୍ଧକ । ତେଣୁ ସେ ବଡ଼ଦାଣ୍ଡ ବା ବଡ଼ଦେଉଳକୁ ବେଶି ଯାଆନ୍ତି ନାହିଁ । ଥରେ ଏକ ପଇସା ଦେଇ ସିଂହଦ୍ଵାରସ୍ଥ ରାମକୃଷ୍ଣ ଦୋକାନୀକୁ ହାତରେ ଦେଖାଇ ଦେଇ ଗୋଟିଏ ଜିନିଷ ଆଣି ତାକୁ ‘ମିଠା ଲାଗିବ ତ’ ବୋଲି ପଚାରିଥିଲେ । ତାଙ୍କ ପ୍ରଶ୍ନ ଶୁଣି ଦୋକାନୀ ଦୟାରେ ଚାରି ଛ ଟୋପା ଅଠାଳିଆ ପଦାର୍ଥ ପକାଇ ଦେଇଥିଲା । କେତେଦିନ ପରେ ସେ ଜାଣିଲେ ଯେ ତାଙ୍କ କିଣା ଜିନିଷର ନାମ ‘ପୁରି’ ଓ ଦୟାପ୍ରଦତ୍ତ ପଦାର୍ଥଟି ରସଗୋଲାର ରସ । ଏହା ତାଙ୍କ ଦାରିଦ୍ର୍ୟପୀଡ଼ିତ ଛାତ୍ର ଜୀବନର ଏକ ବାସ୍ତବ ପ୍ରତିଛବି ।

ତାଙ୍କ ଦୁଃଖରେ ଦୁଃଖୀ ହୋଇ ପାଖ ଗ୍ରାମର ଦୀନବନ୍ଧୁ ନରେନ୍ଦ୍ର ସିଂହ ପ୍ରବେଶିକା ପରୀକ୍ଷା ପରେ ଲବ୍ଧ କୋଡ଼ିଏ ଟଙ୍କା ବୃତ୍ତିରୁ ପାଞ୍ଚଟଙ୍କା ପ୍ରାବନ୍ଧିକଙ୍କୁ ଦେବେ ବୋଲି କହିଥିଲେ । କିନ୍ତୁ ସେ ଆଶା ମଧ୍ୟ ବୃଥା ହୋଇଥିଲା । କାରଣ ନରେନ୍ଦ୍ର ସିଂହ ଚାରିବର୍ଷ ଫେଲ୍ ହୋଇ ୧୯୦୬ ମସିହାରେ ପ୍ରାବନ୍ଧିକଙ୍କ ସାଙ୍ଗରେ ପ୍ରବେଶିକା ପାସ୍‌ କଲେ । ପ୍ରାବନ୍ଧିକ ଦ୍ୱିତୀୟ ଶ୍ରେଣୀରେ ଓ ସେ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ ।
ପ୍ରାବନ୍ଧିକ କିନ୍ତୁ ଦୁଃଖକଷ୍ଟ ସହି ଅଭାବ ଅନଟନ ମଧ୍ୟରେ ମାଟି କାମୁଡ଼ି ପଡ଼ିରହିଥିଲେ । କାରଣ ସେ ବାମନ ହୋଇ ମଧ୍ଯ ଚନ୍ଦ୍ରକୁ ଧରିବାପାଇଁ ହାତ ବଢ଼ାଇଥିଲେ । ବିଭିନ୍ନ ପ୍ରତିକୂଳ ପରିବେଶରେ ମଧ୍ୟ ନିଜର ସ୍ବାଭିମାନକୁ ବଜାୟ ରଖ୍, ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ଦୃଢ଼ତାର ସହ ଶିକ୍ଷାକ୍ଷେତ୍ରରେ ସୋପାନ ପରେ ସୋପାନ ଆରୋହଣ କରିଚାଲିଥିଲେ ।

Question ୨୯ ।
ତତ୍‌କାଳୀନ ସମାଜରେ ନାରୀମାନଙ୍କ ପ୍ରତି ରହିଥ‌ିବା ସାମାଜିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଆଲୋଚନା କର ।
କିମ୍ବା, କିନ୍ତୁ ପ୍ରାୟ ସବୁ ସମାଜରେ ଝିଅ ଅଚ୍ଛାଧିକ ପରିମାଣରେ ଏକ ସମସ୍ୟା– ଏହା ତତ୍‌କାଳୀନ ସମାଜରେ କିପରି ପ୍ରତିଫଳିତ ହୋଇଛି ଆଲୋଚନା କର ।
କିମ୍ବା, ଯୁଗେ ଯୁଗେ ନାରୀ କିପରି ସମାଜର କୁ-ସଂସ୍କାର ଭିତରେ ସନ୍ତୁଳିତ ହୋଇ ଆସିଛି ଏବଂ ତାହାର ଏକ ଝଲକ ଲେଖକଙ୍କ ପ୍ରବନ୍ଧରେ କିପରି ପ୍ରତିଫଳିତ ହୋଇଛି ତାହା ଉଲ୍ଲେଖ କର ।
Answer:
ସତ୍ୟବାଦୀ ଗୋଷ୍ଠୀର ଅନ୍ୟତମ ବଳିଷ୍ଠ ସାରସ୍ଵତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ଏକାଧାରରେ ଜଣେ ସୁସାହିତ୍ୟିକ, ସମାଜସେବୀ ତଥା ଆଦର୍ଶ ରାଜନୀତିକ ନେତା । ବିଭିନ୍ନ ପ୍ରତିକୂଳ ପରିବେଶରେ ମଧ୍ୟ ସ୍ବୀୟ ସ୍ବାଭିମାନକୁ ବଜାୟ ରଖ୍ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ସେ ହୋଇଥିଲେ ଉଚ୍ଚତର ଡିଗ୍ରୀର ଅଧିକାରୀ । ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଆଦର୍ଶ, ଶୃଙ୍ଖଳିତ ଓ ମେଧାବୀ ଶିକ୍ଷକ ଭାବେ ବହୁ ସୁଖ୍ୟାତିର ଅଧିକାରୀ ହୋଇଥ‌ିବା ସେହି ଅମର ମଣିଷଙ୍କ ଲେଖନୀ ନିଃସୃତ ‘ଆଲେଖ୍କା’, ‘କିଶଳୟ’, ‘ଗୀତାୟନ’, ‘ପୁରୁଷୋତ୍ତମଦେବ’, ‘ଅଭାଗିନୀ’, ‘ଘଟାନ୍ତର’, ‘ନିର୍ବାସିତ’ ତଥା ‘ପଞ୍ଚବୀର’ ପ୍ରଭୃତି କାଳଜୟୀ କୃତି ତାଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ପରିଚୟ ପ୍ରଦାନ କରେ ।

ପ୍ରାବନ୍ଧିକଙ୍କୁ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ବିଭୂଷିତ କରିଥିବା ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀରୁ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧଟି ସଂଗୃହୀତ । ଏଠାରେ ପ୍ରସଙ୍ଗକ୍ରମେ ପ୍ରାବନ୍ଧିକ ତତ୍କାଳୀନ ସମାଜରେ ନାରୀମାନଙ୍କ ପ୍ରତି ରହିଥ‌ିବା ସାମାଜିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଆଲୋକପାତ କରିଛନ୍ତି ।

ସମାଜରେ ପୁଅ ଓ ଝିଅ ଉଭୟଙ୍କର ସମାନ ଆବଶ୍ୟକତା ଥିଲେ ମଧ୍ୟ ପୁଅମାନେ ଝିଅମାନଙ୍କ ଅପେକ୍ଷା ଅଧିକ ଆଦର ଲାଭ କରିଥା’ନ୍ତି । ପରିବାର ମଧ୍ୟରେ ଜୀବିକାର୍ଜନର ଭାର ପୁରୁଷ କାନ୍ଧରେ ନ୍ୟସ୍ତ ଥିଲେ ମଧ୍ୟ ବିଧାତା ନାରୀ ମୁଣ୍ଡରେ ଲଦିଛି କଠୋର କର୍ତ୍ତବ୍ୟ । ସେହି କଠୋର କର୍ତ୍ତବ୍ୟକୁ ବହନ କରି ନାରୀ ସମାଜର ସମୁଚ୍ଚସ୍ତରକୁ ଉଠିପାରିବାର ପଥ ତତ୍କାଳୀନ ସମାଜରେ ପରିଷ୍କାର ହୋଇନଥିଲା । କିନ୍ତୁ ସେହି କର୍ତ୍ତବ୍ୟ ପାଳନଦ୍ୱାରା ନାରୀ ସମାଜରେ ଗୌରବ ଲାଭ କରିବା ସଙ୍ଗେ ସଙ୍ଗେ ନାରୀଜାତିର ମହତ୍ତ୍ବ ପ୍ରତିପାଦନ କରେ । ସେହି ନାରୀଜାତିର ମହୀୟସୀ ପ୍ରତିନିଧ୍ ରୂପେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ପୂଜା ପାଉଛନ୍ତି । ସ୍ଵୟଂ ଶକ୍ତି ସୃଷ୍ଟି ସର୍ଜନା କରୁଛି ।

ଗ୍ରୀନ୍‌ଲାଣ୍ଡ, ସୁଇଜରଲାଣ୍ଡ ପ୍ରଭୃତି ଦେଶର ନାରୀମାନେ ପୁରୁଷଙ୍କୁ ଘରେ ରଖାଇ ନିଜେ ବାହାରର ସକଳ କାର୍ଯ୍ୟ ନିର୍ବାହ ସହ ଜୀବିକାର୍ଜନ ମଧ୍ଯ କରିଥା’ନ୍ତି । ପୁରୁଷମାନେ ଘରଧନ୍ଦା ବୁଝିବା ସହିତ ସନ୍ତାନର ଲାଳନପାଳନ ଦାୟିତ୍ଵ ନିଅନ୍ତି । ବର୍ମା ଦେଶର ନାରୀ ମଧ୍ୟ ପୁରୁଷ ଅପେକ୍ଷା ପ୍ରବଳ । ତଥାପି ମାନବ ସମାଜରେ କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ । ତେଣୁ ବିବାହିତ ପୁଅର ନାମ ଭର୍ଭା ଓ ବିବାହିତା ଝିଅ ହେଉଛି ଭାର୍ଯ୍ୟା ।

ହିନ୍ଦୁ ସମାଜରେ ପୁଅ ପିଣ୍ଡଦାନ ନିମନ୍ତେ ଯୋଗ୍ୟ ହୋଇଥ‌ିବାରୁ ଝିଅଠାରୁ ତା’ର ଆଦର ଅଧ୍ଵ । ତଥାପି ସମାଜରେ ଝିଅ ଅଳ୍ପାଧ୍ଵ ପରିମାଣରେ ଏକ ସମସ୍ୟାରେ ପରିଣତ ହୋଇଛି । କେହି କେହି ମଧ୍ୟ ଝିଅଜନ୍ମକୁ ଏକ ଅଭିଶାପ ବୋଲି ମନେ କରୁଛନ୍ତି । କାରଣ, କନ୍ୟାକୁ ଉପଯୁକ୍ତ ପାତ୍ର ସହିତ ବିବାହ ଦେବା କ୍ଵଚିତ୍ ସମ୍ଭବ ହୁଏ । ପୁଅମାନଙ୍କୁ ଅବିବାହିତ ଅବସ୍ଥାରେ ଯେତେବର୍ଷ ପର୍ଯ୍ୟନ୍ତ ରଖିହୁଏ, ଝିଅମାନଙ୍କୁ ରଖୁହୁଏ ନାହିଁ । ନାରୀର ସତୀତ୍ୱ ଉପରେ ସମାଜ ଦେଇଥାଏ ତୀବ୍ର ଦୃଷ୍ଟି । ପୁଅର ଯେଉଁ ଦୋଷ ପୌରୁଷ ଭାବେ ବିବେଚିତ ହୁଏ, ଝିଅ ପକ୍ଷେ ତାହା ମାରାତ୍ମକ ସ୍ଖଳନ । ଝିଅର ଆଚରଣ ଯୋଗୁଁ ଅନେକ ପିତାମାତା ସମାଜରେ ଲାଞ୍ଛିତ ଓ ଅପମାନିତ ହେବାର ଦେଖାଯାଏ ।

ତେଣୁ ପିତାମାତାମାନେ ଝିଅକୁ ଘରେ ନରଖ୍ ଯଥାଶୀଘ୍ର ବିବାହ ଦେବା ନିମନ୍ତେ ବ୍ୟାକୁଳ ହୋଇଉଠନ୍ତି । ସେହି ବ୍ୟାକୁଳତା ମଧ୍ୟରୁ ବରପାତ୍ରମାନେ ଉଠାଇବାକୁ ଚାହୁଁଥିବା ଲାଭରୁ ହିଁ କେତେ କନ୍ୟା ଆତ୍ମହତ୍ୟା କରୁଛନ୍ତି, କେତେକ ମଧ୍ଯ ଅବିବାହିତା ରହିବାକୁ ଶ୍ରେୟ ମନେ କରୁଛନ୍ତି । ଆଇନରେ ବିବାହ ବୟସ ବୃଦ୍ଧି କରାଯାଇଥିବାରୁ ତାହା ସମ୍ଭବ ହୋଇପାରୁଛି । ଫଳରେ ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟାରୂପେ ଦଣ୍ଡାୟମାନ ହୋଇଛି । ପାରିବାରିକ ଜୀବନାଦର୍ଶ ଯଥାର୍ଥ କି ନା, କ୍ରମେ ସନ୍ଦେହର ବିଷୟ ହୋଇପଡ଼ିଛି । ପୁରୁଷଙ୍କ ପରି ନାରୀମାନେ ରାଜନୀତି କ୍ଷେତ୍ରରେ ବଡ଼ ବଡ଼ ପୀଠରେ ବସିଲେ ମଧ୍ୟ ସମାଜରେ ଝିଅ ଅପେକ୍ଷା ପୁଅର ଅଧ୍ଵ ଆଦର ପରିଦୃଷ୍ଟ ହେଉଅଛି । ଯେପର୍ଯ୍ୟନ୍ତ ଏହି ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ନ ଆସିଛି, ପୁଅ ସହିତ ଝିଅ ସମାନ ଆଦର ତଥା ଅସ୍‌କାର ଲାଭ ନ କରିଛି, ସେପର୍ଯ୍ୟନ୍ତ ସମାଜର ଉନ୍ନତି ଅସମ୍ଭବ ।

Question ୩୦ ।
ଲେଖକ ନିଜକୁ କାହିଁକି ବାମନ ବୋଲି କହିଥିଲେ ?
କିମ୍ବା, ଲକ୍ଷ୍ୟ ଏବଂ ବାସ୍ତବତା ଭିତରେ ଥ‌ିବା ବ୍ୟବଧାନ ସମୟ ସମୟରେ ମଣିଷ ଭିତରେ ନୈରାଶ୍ୟବାଦ ସୃଷ୍ଟି କରିଥାଏ– ଏହା ଲେଖକଙ୍କ ଆତ୍ମଜୀବନୀରେ କିପରି ପ୍ରତିଫଳିତ ହୋଇଛି, ତାହାର ଏକ ସମୀକ୍ଷା କର ।
କିମ୍ବା, ଆର୍ଥିକ ଦୁଃସ୍ଥିତି, ଉଚ୍ଚ ଆଶାପୋଷଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଅଭିଶାପ ଏହା ଲେଖକଙ୍କ ଜୀବନୀରେ କିପରି ପ୍ରତିଫଳିତ ହୋଇଛି, ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଆଦର୍ଶ, ଶୃଙ୍ଖଳିତ ଓ ମେଧାବୀ ଶିକ୍ଷକ ଭାବେ ବହୁ ସୁଖ୍ୟାତିର ଅଧିକାରୀ ହୋଇଥବା ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ଏକାଧାରରେ ଜଣେ ସୁସାହିତ୍ୟିକ, ସମାଜସେବୀ ତଥା ଆଦର୍ଶ ରାଜନୀତିକ ନେତା । ସତ୍ୟବାଦୀ ଗୋଷ୍ଠୀର ସେହି ବଳିଷ୍ଠ ସାରସ୍ଵତ ସାଧକଙ୍କ ଲେଖନୀ ନିଃସୃତ ‘ଆଲେଖ୍କା’, ‘କିଶଳୟ’, ‘ଗୀତାୟନ’ ଆଦି କବିତାଗୁଚ୍ଛ; ‘ପୁରୁଷୋତ୍ତମ’ ଓ ‘ମୁକୁନ୍ଦଦେବ’ ଆଦି ନାଟକ; ‘ଅଭାଗିନୀ’, ‘ଘଟାନ୍ତର’ପ୍ରଭୃତି ଉପନ୍ୟାସ; ‘ପଞ୍ଚବୀର’ ଓ ‘ପୁଆଣିଘର’ ଆଦି ଗଳ୍ପ ସଂକଳନ ତାଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ ।

ପ୍ରାବନ୍ଧିକଙ୍କୁ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ବିଭୂଷିତ କରାଇଥ‌ିବା ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀରୁ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧଟି ସମାନୀତ । ଏଠାରେ ପ୍ରାବନ୍ଧିକ ନିଜକୁ କିପରି ବାମନ ବୋଲି ମନେ କରୁଥିଲେ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଦୋଷଯୁକ୍ତ ପିଣ୍ଡ (ଜିନ୍) ଯୋଗୁଁ ଲୋକମାନଙ୍କର ସାଧାରଣ ଉଚ୍ଚତା ପର୍ଯ୍ୟନ୍ତ ନ ବଢ଼ି କ୍ଷୁଦ୍ର ଶରୀର ଧାରଣ କରିଥିବା ବ୍ୟକ୍ତିକୁ ଏ ସଂସାର ବାମନ ଆଖ୍ୟା ଦେଇଛି । ବେଶି ଉଚ୍ଚକୁ ପାଉନଥ‌ିବା କ୍ଷୁଦ୍ର ହାତରେ ସେହି ବାମନ ଆକାଶର ଚନ୍ଦ୍ରକୁ ଧରିବାକୁ ଇଚ୍ଛାକରି ହାତ ବଢ଼ାଇ ଲୋକହସା ହୁଏ । କେବଳ ବାମନ ନୁହେଁ, ସଂସାରରେ କୌଣସି ଲୋକର ହାତ ଚନ୍ଦ୍ରକୁ ପାଏ ନାହିଁ । ଏହା ହେଉଛି ଏକ ଉପଲକ୍ଷ୍ୟ । ଚନ୍ଦ୍ର ହେଉଛି ଉଚ୍ଚାଭିଳାଷର ପ୍ରତୀକ, ବାମନ ହେଉଛି ଅତ୍ୟନ୍ତ କ୍ଷୁଦ୍ରଶକ୍ତିର ପ୍ରତୀକ । ସ୍ଵଳ୍ପ ଧନ ବା ଶକ୍ତିକୁ ଆଧାର କରି ବୃହତ୍ ଅଭିଳାଷକୁ ଚରିତାର୍ଥ କରିବାକୁ ଆଗେଇ ଆସି ବ୍ୟକ୍ତି ନିରାଶ ଓ ଲୋକହସା ହୋଇଥାଏ । ତେଣୁ ଅଯୋଗ୍ୟ ଲୋକର ଉଚ୍ଚତର ଅଭିଳାଷକୁ ବ୍ୟଙ୍ଗ କରାଯାଇ ‘ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା’ବୋଲି କୁହାଯାଏ ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ପ୍ରାବନ୍ଧିକ ଜଣେ ମେଧାବୀ ଛାତ୍ର ଥିଲେ ମଧ୍ୟ ତାଙ୍କ ବାଲ୍ୟକାଳ ଥିଲା ଦାରିଦ୍ର୍ୟପୀଡ଼ିତ । ଶିକ୍ଷାଲାଭ ନିମନ୍ତେ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବାର ସାମର୍ଥ୍ୟ ତାଙ୍କ ପରିବାରର ନଥିଲା । ତେଣୁ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ର ତାଙ୍କୁ ଥରେ କହିଥିଲେ–

‘‘ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିଗଲେ ମଣିଷରେ ଗଣା ହୁଅନ୍ତୁ । ମାତ୍ର ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ– କ’ଣ ପଡ଼ିଛି ? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ— ସବୁ କରିପାରିଲେ ସିନା ହବ । ଏ ଷାଠିଏ ପଉଟି ଘିଅ ହବ ନା ରାଧା ନାଚିବେ ?’’

ଶିକ୍ଷକ ମାଧବ ମିଶ୍ରଙ୍କର ଏହି ଉକ୍ତି ପ୍ରାବନ୍ଧିକଙ୍କ ଦରିଦ୍ରତାକୁ ସୂଚିତ କରିବା ସହିତ ତାଙ୍କୁ ବାମନରେ ପରିଣତ କରିଦେଇଥିଲା । ବର୍ତ୍ତମାନ ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ସେ ସମୟରେ ଥିଲା ଏଣ୍ଟ୍ରାନ୍ସ । ପ୍ରାବନ୍ଧିକ ଏଣ୍ଟ୍ରାନ୍ସ ପାସ୍ କରି ମଣିଷରେ ଗଣା ହେବେ ବୋଲି ବିଶ୍ଵାସ କରି ସେତେବେଳେ ଲୋକମାନେ ପ୍ରାବନ୍ଧିକଙ୍କୁ କହୁଥିଲେ, ‘ଟିକିଏ ଦୟା ରଖୁଥବଟି ।’’

ସେହି ଦୟା ରଖୁବା ଅବସ୍ଥାକୁ ଯିବାପୂର୍ବରୁ ଏଣ୍ଟ୍ରାନ୍ସ ପଢ଼ିବା ରୂପକ ଚନ୍ଦ୍ରକୁ ଧରିବାପାଇଁ ହାତ ବଢ଼ାଇ ପ୍ରାବନ୍ଧିକ ବିଫଳ ହେଲେ । ଦରିଦ୍ର ରାକ୍ଷସ ତାଙ୍କୁ ମାସ ମାସ ଧରି ଜଳାଇବା ସହିତ ବାମନ ବୋଲି ବିବେଚନା କରିବାକୁ ବାଧ୍ୟ କରିଥିଲା । ଆକାଶ କର୍ମା ଚିଲିକା ମାଛର ଆକସ୍ମିକ ସଂଯୋଗ ହେବା ପରି ସେ ଖୋରଧା ତହସିଲଦାରଙ୍କ ସୁଦୟା ଲାଭକଲେ । ତାଙ୍କଠାରୁ ଚିଠି ନେଇ ପ୍ରାବନ୍ଧିକ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରିବାକୁ ପୁରୀ ଗଲେ ।

ତାଙ୍କ ଦୟାଦତ୍ତ ପାଞ୍ଚଟଙ୍କା ଲାଭକରି ପୁରୀ ଜିଲ୍ଲାସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଲେ । ସେ ବର୍ଷର କେତେ ମାସ ତଥା ଚତୁର୍ଥ ବର୍ଷର ପଢ଼ାଖର୍ଚ୍ଚ ନିମନ୍ତେ ତାଙ୍କ ପିତାଙ୍କୁ ଜମି ବିକ୍ରି କରିବାକୁ ପଡ଼ିଥିଲା । ବାପା ମାଆଙ୍କର ଗେହ୍ଲାପୁଅ ହେତୁ ପୂଜାରୀ ଆଖ୍ୟା ପାଇବାକୁ ସେ ପ୍ରସ୍ତୁତ ନ ଥିଲେ ମଧ୍ୟ ରାମକୃଷ୍ଣ ବାବୁଙ୍କ ଘରେ ପୂଜାରୀ ଆଖ୍ୟା ତଥା ପିତାଙ୍କ ଅନ୍ତେ କଲେଜରେ ପଢ଼ିବାବେଳେ ଅନେକ କାଳ ପୂଜାରୀ ଭାବେ କାର୍ଯ୍ୟ କରି ତାଙ୍କୁ ପଢ଼ାଖର୍ଚ୍ଚ ଉଠାଇବାକୁ ପଡ଼ିଥିଲା । ମୁଣ୍ଡରେ ପେଣ୍ଡାବାଳ ତଥା କାନରେ ଦୁଇପଟ ପେଟୁଆ ନୋଳି ଥ‌ିବାରୁ ସେ ‘ନାଟୁଆ ପିଲା’ର ଆଖ୍ୟା ପାଇବା ସହ ଥଟ୍ଟାର ପାତ୍ର ମଧ୍ୟ ହୋଇଛନ୍ତି । ପୈତୃକ ସମ୍ପତ୍ତିରୁ ଏକରକରୁ ଅଧ୍ଵ ବିକ୍ରିକରି ସେ ପାଇଥିଲେ ମାତ୍ର ଷାଠିଏ ଟଙ୍କା ।

ସ୍କୁଲରେ ବେତନ ଦେବାକୁ ପଡୁନଥୁଲେ ମଧ୍ଯ ଖାଇବା ଖର୍ଚ୍ଚ ହାରାହାରି ତିନିଟଙ୍କା ଚାରିଅଣା ସହ ଯାବତୀୟ ଖର୍ଚ୍ଚମାନ ପାଇଁ ମାସକୁ ଆବଶ୍ୟକ ହେଉଥିଲା ଚାରିଟଙ୍କା । ତେଣୁ ଅର୍ଥାଭାବରୁ ଖର୍ଚ୍ଚ କମାଇବାକୁ ଯାଇ ପ୍ରାବନ୍ଧିକଙ୍କୁ ଅନେକଦିନ ଉପବାସରେ ରହିବାକୁ ପଡ଼ିଥିଲା । ଛାତ୍ରାବାସର କୋଠ ରୋଷେଇ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଦିନ ଟଙ୍କା ଦେଇ ନପାରି ଅନ୍ୟତ୍ର ଖାଇବା କଥା କହି ସେ ସମୁଦ୍ରକୂଳକୁ ଯାଇ ପବନ ଖାଇ ରହିଯାଉଥିଲେ । ଅର୍ଥାଭାବରୁ ଜିହ୍ବାଲାଳସାକୁ ଚରିତାର୍ଥ କରିପାରିବେ ନାହିଁ ବୋଲି ସେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଥ‌ିବା ବଡ଼ଦାଣ୍ଡ ବା ବଡ଼ଦେଉଳକୁ ମଧ୍ୟ ଯାଉନଥିଲେ ।

କାରଣ ସେ ଭଲଭାବରେ ଉପଲବ୍ଧି କରିଥିଲେ ଯେ, ଦାରିଦ୍ର୍ୟ ତାଙ୍କୁ ବାମନ କରିଦେଇଛି । ତାଙ୍କ ଆଖୁକୁ ଦାଉ ଦାଉ ହୋଇ ଦେଖାଯାଉଥ‌ିବା ଉଚ୍ଚଶିକ୍ଷା ରୂପକ ଚନ୍ଦ୍ରକୁ ଧରିବାକୁ ସେ ହାତ ବଢ଼ାଇଥିଲେ । ହେଲେ ସେ ଚନ୍ଦ୍ର କେତେ ଦୂରରେ ଥିଲା ତାହା ତାଙ୍କୁ ଥୁଲା ଅଜଣା । ତଥାପି ‘ପିଲାଙ୍କୁ ସାନ୍ତନା ଦେଉଥ‌ିବା ଶିଶୁଗୀତ ରୂପକ ମୃଗତୃଷ୍ଣା ତାଙ୍କ କାନ ପାଖରେ ବାରମ୍ବାର ପ୍ରତିଧ୍ଵନିତ ହେଉଥିଲା । ତେଣୁ ସେ ତାକୁ ଛୁଇଁବାକୁ ସମସ୍ତଙ୍କ ମଧ୍ୟରେ ଜଣେ ହୋଇ ଧାଇଁବାରେ ଲାଗିଥିଲେ । କାରଣ ସେ ମଧ୍ୟ ନିଜକୁ ବାମନ ବୋଲି ଭାବୁଥୁଲେ ।

ତୁମପାଇଁ କାମ

୩୧ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଅନ୍ୟାନ୍ୟ ରଚନାବଳୀ ସଂଗ୍ରହ କରି ପଢ଼ ।
୩୨ । ବାମନ ଓ ଚନ୍ଦ୍ର ସମ୍ପର୍କରେ ତୁମେ ମନରୁ ଗୋଟିଏ ଅନୁଚ୍ଛେଦ ଲେଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଦୀନବନ୍ଧୁ ନରେନ୍ଦ୍ର ସିଂହ ଲେଖକଙ୍କୁ କ’ଣ କହିଥିଲେ ?
Answer:
ଦୀନବନ୍ଧୁ ନରେନ୍ଦ୍ର ସିଂହ ତାଙ୍କର ପାଇବାକୁ ଥିବା ବୃତ୍ତି ମଧ୍ୟରୁ ବଳକା ପାଞ୍ଚଟଙ୍କା ଲେଖକଙ୍କୁ ଦେବାକୁ କହିଥିଲେ ।

2. ବିବାହିତ ପୁଅ ଭର୍ତ୍ତା ଓ ବିବାହିତା ଝିଅକୁ କ’ଣ କୁହାଯାଏ ?
Answer:
ବିବାହିତ ପୁଅକୁ ଭର୍ତ୍ତା ଓ ବିବାହିତା ଝିଅକୁ ଭାର୍ଯ୍ୟା କୁହାଯାଏ ।

3. ରାମକୃଷ୍ଣ ବୋଷଙ୍କ ଘରେ ଲେଖତାଙ୍କୁ ପୂଜାରୀ ବୋଲି ମନେକଲେ ?
Answer:
ଲେଖକଙ୍କ ମୁଣ୍ଡରେ ପେଣ୍ଡାବାଳ ଥିବା ହେତୁ ରାମକୃଷ୍ଣ ବୋଷଙ୍କ ଘରେ ତାଙ୍କୁ ପୂଜାରୀ ବୋଲି ମନେକଲେ ।

4. ପଇସାର ଅଭାବ ପଡ଼ିଲେ ଲେଖକ କ’ଣ କରୁଥିଲେ ?
Answer:
ପଇସାର ଅଭାବ ପଡ଼ିଲେ ଛାତ୍ରାବାସରେ ଲେଖକ ଅନ୍ୟତ୍ର ଖାଇବା କଥା କହି ସମୁଦ୍ର କୂଳରେ ପବନ ଖାଇ ଉପାସ ରହିଯାଉଥିଲେ ।

5. ଲେଖକ କାହିଁକି ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ?
Answer:
ବଡ଼ଦାଣ୍ଡରେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖ‌ିଲେ ଜିହ୍ବାଲାଳସାକୁ ଚରିତାର୍ଥ କରିବାକୁ ଲେଖକଙ୍କ ପାଖରେ ଅର୍ଥ ନଥ‌ିବାରୁ ଲେଖକ ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ।

6. ମା’ ମାନେ ପିଲାଙ୍କୁ ସାନ୍ତନା ଦେବାପାଇଁ କେଉଁ ଗୀତ ଗାଆନ୍ତି ?
Answer:
ମା’ମାନେ ପିଲାମାନଙ୍କୁ ସାନ୍ତନା ଦେବାପାଇଁ ଗାଇଆ ନ୍ତି –
‘ଆ ଜହ୍ନମାମୁ ସରଗଶଶୀ,
ମୋ କାହ୍ନୁ ହାତରେ ପଡ଼ରେ ଖସି ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

7. ମୃଗତୃଷ୍ଣା କ’ଣ ?
Answer:
ପ୍ରଖର ସୂର୍ଯ୍ୟକିରଣରେ ବାୟୁମଣ୍ଡଳରେ ସୃଷ୍ଟି ହେଉଥ‌ିବା ଜଳର ଭ୍ରମକୁ ମୃଗତୃଷ୍ଣା ବା ମରୀଚିକା କୁହାଯାଏ ।

8. ଲେଖକ କ’ଣ ପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ିରହିଥିଲେ ?
Answer:
ଲେଖକ ଆର୍ଥିକ ଅଭାବ ସତ୍ତ୍ଵେ ଉଚ୍ଚଶିକ୍ଷା ଲାଭକରି ମଣିଷରେ ଗଣା ହେବାପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ି ରହିଥିଲେ ।

9. ବାମନ ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ କାହିଁକି ?
Answer:
ବାମନମାନଙ୍କର ହାତ ଛୋଟ ହୋଇଥିବାରୁ ବେଶି ଉଚ୍ଚକୁ ପାଏ ନାହିଁ; ତେଣୁ ବାମନ ହୋଇ ଚନ୍ଦ୍ରକୁ ଧରିବାକୁ ହାତ ବଢ଼ାଇଲେ ସେମାନେ ହାସ୍ୟାସ୍ପଦ ହୁଅନ୍ତି ।

10. ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ଭାରତର ଜଣେ ସାମାନ୍ୟ ପୂଜାରୀ ଘରେ ହୋଇଥିଲା ।

11. ଇତାଲୀର ଭାଗ୍ୟବିଧାତା କିଏ ଓ ତାଙ୍କର ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଇତାଲୀର ଭାଗ୍ୟବିଧାତା ଥିଲେ ମୁସୋଲିନ୍ ଏବଂ ତାଙ୍କର ଜନ୍ମ ଦରିଦ୍ର କମାର ଘରେ ହୋଇଥିଲା ।

12. କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡ଼ୁଛନ୍ତି ?
Answer:
କୋଟି କୋଟି ବାମନ ଏ ପୃଥ‌ିବୀକୁ ଆସି ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ।

13. ରାମକୃଷ୍ଣ ବୋଷ କିଏ ଓ ସେ କେଉଁଠି ରହୁଥିଲେ ?
Answer:
ରାମକୃଷ୍ଣ ବୋଷ ଥ୍ଲେ ସେ ଯୁଗର କ ଟକ ର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା ଓ ସେ

14. ନାରୀଜାତିର ମହୀୟସୀ ପ୍ରତିନିଧ୍ ରୂପେ କେଉଁମାନେ ପୂଜା ପାଉଛନ୍ତି ?
Answer:
ନାରୀଜାତିର ମହୀୟସୀ ପ୍ରତିନିଧୂ ରୂପେ ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ ପୂଜା ପାଉଛନ୍ତି ।

15. ବେଶି ଝିଅ ଜନ୍ମକୁ କେହି କେହି ଅଭିଶାପ ମଣିଥା’ନ୍ତି କାହିଁକି ?
Answer:
ପ୍ରଚଳିତ ଯୌତୁକ ପ୍ରଥା, ଝିଅର ଆଚରଣଜନିତ ସାମାଜିକ ଲାଞ୍ଛନା ତଥା ଉପଯୁକ୍ତ ପାତ୍ର ସହିତ ବିବାହ ଦେବା ଅସମ୍ଭବ ହେଉଥ‌ିବାରୁ କେତେକ ବେଶି ଝିଅ ଜନ୍ମକୁ ଅଭିଶାପ ବୋଲି ମନେ କରିଥା’ନ୍ତି ।

16. କେଉଁ ଦେଶର ପୁରୁଷମାନେ ଘରଧନ୍ଦା ବୁଝିବା ସହ ସନ୍ତାନମାନଙ୍କର ଲାଳନପାଳନ କରିଥା’ନ୍ତି ?
Answer:
ଗ୍ରୀନ୍‌ଲାଣ୍ଡ ଓ ସୁଇଜରଲାଣ୍ଡ ଦେଶର ପୁରୁଷମାନେ ଘର ଧନ୍ଦା ବୁଝିବା ସହ ସନ୍ତାନ ମାନଙ୍କ ର ଲାଳନପାଳନ କରିଥା’ନ୍ତି ।

17. ରାମକୃଷ୍ଣ ବୋଷ କି ପ୍ରକାର ଲୋକ ଥିଲେ ?
Answer:
ରାମକୃଷ୍ଣ ବୋଷ ଜଣେ ଧର୍ମଭୀରୁ ଲୋକ ଥିଲେ ।

18. ରାମକୃଷ୍ଣ ବୋଷ ବି.ଏ. ପାଶ୍ କଲାପରେ କ’ଣ କରୁଥିଲେ ?
Answer:
ରାମକୃଷ୍ଣ ବୋଷ ବି.ଏ. ପାଶ୍ କଲାପରେ ଅର୍ଥୋପାର୍ଜନ ପନ୍ଥା ଛାଡି ଜଗନ୍ନାଥଧାମ ପୁରୀରେ ରହୁଥିଲେ ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

19. ରାମକୃଷ୍ଣ ବୋଷ କିପରି କାଳଯାପନ କରୁଥିଲେ ?
Answer:
ରାମକୃଷ୍ଣ ବୋଷ ବେକରେ ବଡ଼ ବଡ଼ ତୁଳସୀର ମାଳା ଧାରଣ କରି କୀର୍ତ୍ତନରେ କାଳଯାପନ କରୁଥିଲେ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. କାହାର କାହାକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ ?
Answer:
ବାମନର ଚନ୍ଦ୍ରକୁ

2. ଚେକୋସ୍ଲୋଭାକିଆ ରାଜ୍ୟ ପ୍ରତିଷ୍ଠା କରିଥିବା ସାମରିକ ବ୍ୟକ୍ତି ଜଣକ କାହାର ପୁତ୍ର ଥିଲେ ?
Answer:
କଚୁଆନର

3. ଇତାଲୀର ଭାଗ୍ୟବିଧାତା ମୁସୋଲିନ୍ କେଉଁ ପରିବାରରେ ଜନ୍ମ ହୋଇଥିଲେ ?
Answer:
ଦରିଦ୍ର କମାର

4. ଜଣେ ମୋଚି ପିଲା ହୋଇ ମଧ୍ୟ କିଏ ରୁଷିଆର କର୍ଣ୍ଣଧାର ସାଜିଥିଲେ ?
Answer:
ଷ୍ଟାଲିନ୍

5. ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ କେଉଁ ପରିବାରରେ ହୋଇଥିଲା ?
Answer:
ପୂଜାରୀ

6. ପ୍ରାବନ୍ଧିକ ପଢୁଥ‌ିବା ମଧ-ଓଡ଼ିଆ ବିଦ୍ୟାଳୟର ଦ୍ବିତୀୟ ଶିକ୍ଷକଙ୍କ ନାମ କ’ଣ ଥିଲା ?
Answer:
ମାଧବ ମିଶ୍ର

7. _______________ ଘିଅ ହେବ ନା ରାଧା ନାଚିବ ?
Answer:
ଷାଠିଏ ପଉଟି

8. ବର୍ତ୍ତମାନର ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ସେ କାଳରେ କ’ଣ ଥିଲା ?
Answer:
ଏଣ୍ଟ୍ରାନ୍ସ

9. କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ?
Answer:
କୋଟି କୋଟି ବାମନ

10. କଟକର ଖ୍ୟାତନାମା ଓକିଲ ସେ ସମୟର କିଏ ଥିଲେ ?
Answer:
ହରିବଲ୍ଲଭ ବୋଷ

11. ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା କାହା ନିମନ୍ତେ ଏକ ହାସ୍ୟାସ୍ପଦ ବ୍ୟାପାର ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ବାମନ

12. ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ପ୍ରବନ୍ଧଟି କେଉଁ ଲେଖକଙ୍କ ଆତ୍ମଜୀବନୀର ଏକ ଅଂଶବିଶେଷ ?
Answer:
ଗୋଦାବରୀଶ ମିଶ୍ର

13. ବାଣପୁରର କେତେ ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ ?
Answer:
ଷାଠିଏ ହଜାର

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

14. ଲେଖକ ନାମ ଲେଖାଇବାକୁ କେଉଁସ୍ଥାନକୁ ଗଲେ ?
Answer:
ପୁରୀ

15. ରାମକୃ ଷ୍ଣ ବୋଷ ଲେଖକଙ୍କୁ କେତେ ଟଙ୍କା ଦେଇଥିଲେ ?
Answer:
ପାଞ୍ଚ

16. କେଉଁ ପୃଥ‌ିବୀ ପ୍ରସିଦ୍ଧ ବ୍ୟକ୍ତି ଇଟାଭାଟିରେ କାମକରି ପିଲାଦିନେ ପେଟ ପୋଷୁଥିଲେ ?
Answer:
ହିଟ୍‌ର୍

17. ବେଶି ଝିଅ ଜନ୍ମ ହେଲେ କେହି କେହି ତାକୁ କ’ଣ ମଣନ୍ତି ?
Answer:
ଅଭିଶାପ

18. କେଉଁ ଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ ?
Answer:
ବର୍ମା

19. ଶିଶୁଗୀତ ଏକ କ’ଣ କହିଲେ ଚଳେ ?
Answer:
ମୃଗତୃଷ୍ଣା

20. ପ୍ରଖର ସୂର୍ଯ୍ୟ କିରଣରେ ସୃଷ୍ଟି ହେଉଥ‌ିବା ଜଳର ଭ୍ରମକୁ କ’ଣ କୁହାଯାଏ ?
Answer:
ମୃଗତୃଷ୍ଣା

21. ବିବାହିତା ଝିଅକୁ କ’ଣ କୁହାଯାଏ ?
Answer:
ଭାର୍ଯ୍ୟା

22. ହିନ୍ଦୁ ସମାଜରେ ପିଣ୍ଡ ଦେବାକୁ କିଏ ଯୋଗ୍ୟ ବିବେଚିତ ହୋଇଥାଏ ?
Answer:
ପୁତ୍ର

23. ପ୍ରାୟ ସବୁ ସମାଜରେ ଝିଅ ଅଚ୍ଛାଧିକ ପରିମାଣରେ କ’ଣ ଭାବେ ବିବେଚନା କରାଯାଏ ?
Answer:
ଏକ ସମସ୍ୟା

24. କାହାର ସତୀତ୍ଵ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ ?
Answer:
ନାରୀର

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

25. ପୁଅର ଯେଉଁ ଦୋଷ ପୌରୁଷ ବିବେଚିତ ହୁଏ, ଝିଅ ପକ୍ଷେ ତାହା କ’ଣ ?
Answer:
ମାରତ୍ମକ ସ୍ଖଳନ

C ଶୂନ୍ୟସ୍ଥାନ ପୂରଣ କର ।
1. ପ୍ରାବନ୍ଧିକ ________________ ଶ୍ରେଣୀରେ ପ୍ରବେଶିକା ପାସ୍ କଲେ ।
Answer:
ଦ୍ଵିତୀୟ

2. ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ଉଚ୍ଚତର ଡିଗ୍ରୀ ଲାଭ କରିଥିଲେ ମଧ୍ୟ ଲୋଭନୀୟ ସରକାରୀ ଚାକିରି ତ୍ୟ।ଗକରି ___________________ ସତ୍ୟବାଦୀ ବନ ବିଦ୍ୟାଳୟଠାରେ ଯୋଗ ଦେଇଥିଲେ ।
Answer:
ଗୋଦାବରୀଶ ମିଶ୍ର

3. ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ପ୍ରବନ୍ଧଟି ପ୍ରାବନ୍ଧିକଙ୍କ _____________________ ଗ୍ରନ୍ଥର ଅଂଶବିଶେଷ ।
Answer:
ଆତ୍ମଜୀବନୀ

4. ଅର୍ଥାଭାବ ଯୋଗୁଁ ଚା’ ନ ପାଇ ଗରମପାଣି ପିଇ ଶୀତ ନିବାରଣ କରୁଥିବା ପିଲାଟି ପରେ ବିଲାତର _____________ ହୋଇଥିଲା ।
Answer:
ପ୍ରଧାନମନ୍ତ୍ରୀ

5. ଘରେ ଆଲୁଅ ଜାଳିବାକୁ ପଇସା ନ ପାଇ ସଡ଼କ ଆଲୁଅରେ ବସି ପାଠ ପଢୁଥିବା ଗରିବ ପିଲାଟି ପରେ ଯୁକ୍ତରାଜ୍ୟର _________________ ଆସନରେ ବସିଥିଲା ।
Answer:
ସଭାପତି

6. ଯୁକ୍ତରାଜ୍ୟର ଜଣେ ସଭାପତିଙ୍କ ଉନ୍ନତି _______________________ କୁ ରାଜପ୍ରାସାଦକୁ ହୋଇଥିଲେ ।
Answer:
ପତ୍ରକୁଡ଼ିଆ

7. ବଙ୍ଗ ପ୍ରଦେଶକୁ ଆସିଥ‌ିବା ଜଣେ ଗୋରା ଲାଟ୍ ଦିନେ ଜଣେ _______________________ ଭାବରେ ଜୀବିକାର୍ଜନ କରୁଥିଲେ ।
Answer:
କୁଲି

8. ପ୍ରଥମ ମହାସମରର ବିରାଟ ମନ୍ଥନ ମଧ୍ଯରୁ ___________________ ରାଜ୍ୟ ପ୍ରତିଷ୍ଠା ହୋଇଥିଲା ।
Answer:
ଚେକୋସ୍ଲୋଭାକିଆ

9. କୋଟି କୋଟି ବାମନ ପୃଥ‌ିବୀକୁ ଆସି _______________ ପରି ବନରେ ଫୁଟି ଝଡ଼ୁଅଛନ୍ତି ।
Answer:
ବନର ମାଳତୀ

10. କୋଟି କୋଟି ବାମନଙ୍କ ମଧ୍ୟରୁ ଯିଏ ହାତ ବଢ଼ାଇ _________________ କୁ ଧରିପାରୁଛି, ସେ ଉଚ୍ଚତାରେ ଲକ୍ଷ ଲକ୍ଷ ଡେଙ୍ଗା ଲୋକଙ୍କୁ ଟପି ବଡ଼ ହେଉଛି ।
Answer:
ଚନ୍ଦ୍ର

11. ‘‘ଏତିକି ନିଅ, ଆଉ ଆସିବ ନାହିଁ?’ – ଏକଥା ପ୍ର।ବନ୍ଧିକଙ୍କୁ ________________________ କହିଥିଲେ ।
Answer:
ରାମକୃଷ୍ଣ ବୋଷ

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

12. ରାମକୃଷ୍ଣ ବୋଷ ଜଣେ ___________________ ପ୍ରକୃତିର ଲୋକ ।
Answer:
ଧର୍ମ ଭୀରୁ

13. ରାମକୃଷ୍ଣ ବୋଷ ଉପାର୍ଜନ ପନ୍ଥା ଛାଡ଼ି _____________________ ଧାମକୁ ଆଶ୍ରୟ କରିଥିଲେ ।
Answer:
ଜଗନ୍ନାଥ

14. ରାମକୃଷ୍ଣ ବୋଷ ବେକରେ _____________________ ମାଳ ପିନ୍ଧିଥିଲେ ।
Answer:
ତୁଳସୀକଣ୍ଠି

15. ସେ ସମୟରେ ପଲ୍ଲୀର ଆବାଳବୃଦ୍ଧ ପ୍ରାୟ ସମସ୍ତେ ____________________ ରଖୁଥିଲେ ।
Answer:
ପେଣ୍ଡାବାଳ

16. ପ୍ରବନ୍ଧର ପ୍ରାବନ୍ଧିକଙ୍କୁ ସମସ୍ତେ ________________________ ବୋଲି ଚିଡ଼ାଉଥିଲେ ।
Answer:
ନାଟୁଆ ପିଲା

17. ପ୍ରବନ୍ଧର ପ୍ରାବନ୍ଧିକ ______________________ ପରିଷଦର ସଦସ୍ୟ ଥିଲେ ।
Answer:
ବିହାର-ଓଡ଼ିଶା ବ୍ୟବସ୍ଥାପକ

18. ସେତେବେଳେ ଚାଉଳ ଟଙ୍କାରେ ମିଳୁଥିଲା କଟକୀ ______________________ ସେର ।
Answer:
୧୬-୧୭

19. ପ୍ରାବନ୍ଧିକ __________________________ ମସିହାରେ ପ୍ରବେଶିକା ପାସ୍‌ କଲେ ।
Answer:
୧୯୦୬

20. ପ୍ରାବନ୍ଧିକ ବଡ଼ଦେଉଳ ବା ବଡ଼ଦାଣ୍ଡକୁ ________________ ପାଇଁ ବେଶି ଯାଉନଥିଲେ ।
Answer:
ପଇସା ଅଭାବ

21. _______________ ଶକ୍ତି ସୃଷ୍ଟି ସର୍ଜନା କରୁଛି ।
Answer:
ନାରୀଶକ୍ତି

22. ଗ୍ରୀନ୍‌ଲାଣ୍ଡ, ସୁଇଜରଲାଣ୍ଡ ପ୍ରଭୃତି ସ୍ଥାନରେ _____________________ ମାନେ ଘରଧନ୍ଦା ବୁଝନ୍ତି ଓ ସନ୍ତାନର ଲାଳନପାଳନର ଭାର ମୁଣ୍ଡାନ୍ତି ।
Answer:
ପୁରୁଷ

23. ମାନବ ସମାଜରେ ସଚରାଚର କୁଟୁମ୍ବ ପୋଷିବା କାମ ___________________ ମାନଙ୍କର ।
Answer:
ପୁରୁଷ

24. ସମାଜରେ _____________________ ମାନଙ୍କକୁ ଅବିବାହିତ ଅବସ୍ଥ।ରେ ବେଶି ବୟସ ପର୍ଯ୍ୟନ୍ତ ରହୁଏ ।
Answer:
ପୁଅ

25. ସମାଜରେ _________________ ମାନଙ୍କକୁ ଅବିବାହିତ ଅବସ୍ଥ।ରେ ଅଧିକ ବୟସ ପର୍ଯ୍ୟନ୍ତ ରଖୁହୁଏ ନାହିଁ ।
Answer:
ଝିଅ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ପ୍ରାବନ୍ଧିକ ପଢୁଥ‌ିବା ମଧ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକଙ୍କ ନାମ ସାଧବ ମିଶ୍ର ଥିଲା ।
Answer:
ଭୁଲ୍

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

2. ‘‘ଷାଠିଏ ପଉଟି ଘିଅ ହେବ ନା ରାଧା ନାଚିବ ?’’ ଏକଥା ଶିକ୍ଷକ ମାଧବ ମିଶ୍ର ଲେଖକଙ୍କୁ କହିଥିଲେ ।
Answer:
ଠିକ୍

3. କଟକର ସେ ସମୟର ଖ୍ୟାତନାମା ଓକିଲ ରାମକୃଷ୍ଣ ବୋଷ ଥିଲେ ।
Answer:
ଭୁଲ୍

4. ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ପ୍ରବନ୍ଧଟି ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀର ଏକ ଅଂଶବିଶେଷ ।
Answer:
ଠିକ୍

5. ବାଣପୁରର ତିରିଶ ହଜାର ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ ।
Answer:
ଭୁଲ୍

6. ରାମକୃଷ୍ଣ ବୋଷ ଲେଖକଙ୍କୁ ପାଞ୍ଚ ହଜାର ଟଙ୍କା ଦେଇଥିଲେ ।
Answer:
ଠିକ୍

7. ପୃଥ‌ିବୀ ପ୍ରସିଦ୍ଧ ବ୍ୟକ୍ତି ହିଟ୍‌ଲର୍ ଇଟାଭାଟିରେ କାମକରି ପିଲାଦିନେ ପେଟ ପୋଷୁଥିଲେ ।
Answer:
ଠିକ୍

8. ହିନ୍ଦୁ ସମାଜରେ ପିଣ୍ଡ ଦେବାକୁ ଝିଅ ଯୋଗ୍ୟ ବିବେଚିତ ହୋଇଥାଏ ।
Answer:
ଭୁଲ୍

9. ବିଧାତା ନାରୀ ମୁଣ୍ଡରେ କଠୋର କର୍ଭବ୍ୟ ଲଦିଛି ।
Answer:
ଠିକ୍

10. ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ଉଚ୍ଚତର ଡିଗ୍ରୀ ଲାଭ କରିଥିଲେ ମଧ୍ୟ ଲୋଭନୀୟ ସରକାରୀ ଚାକିରି ତ୍ୟାଗକରି ଗୋଦାବରୀଶ ମିଶ୍ର ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗ ଦେଇଥିଲେ ।
Answer:
ଠିକ୍

11. ସେତେବେଳେ ଚାଉଳ ଟଙ୍କାରେ ମିଳୁଥିଲା କଟକୀ ୨୦୨୫ ସେର ।
Answer:
ଭୁଲ୍

12. ପ୍ରାବନ୍ଧିକ ୧୯୦୮ ମସିହାରେ ପ୍ରବେଶିକା ପାସ୍ କଲେ ।
Answer:
ଭୁଲ୍

13. ପ୍ରାବନ୍ଧିକଙ୍କ ଭଉଣୀ ପ୍ରାବନ୍ଧିକଙ୍କଠାରୁ ଆଠ ବର୍ଷ ସାନ ଥିଲେ ।
Answer:
ଠିକ୍

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

14. ଛାତ୍ରାବାସରେ ଚାଉଳ ପଡ଼ିବା ବନ୍ଦ ଆଦେଶ ମିଳିବା ପୂର୍ବରୁ ପ୍ରାବନ୍ଧିକ ଅନ୍ୟତ୍ର ଖାଇବା କଥା କହି ସମୁଦ୍ରକୂଳ ଯାଇ ପବନ ଖାଉଥ୍ଲେ ।
Answer:
ଠିକ୍

15. ପ୍ରାବନ୍ଧିକ ମାତାଙ୍କ ସହିତ ପୁରୀ ଯିବାପାଇଁ ଘରୁ ଗୋଡ଼ କାଢ଼ିଲେ ।
Answer:
ଭୁଲ୍

16. ରାମକୃଷ୍ଣ ବୋଷ ମାଟ୍ରିକ୍ ପାସ୍ କରିଥିଲେ ।
Answer:
ଭୁଲ୍

17. ଦିନେ ପୁରୀର ରାଜା ମୁକୁନ୍ଦଦେବ ଉଆରେଣ୍ଟରେ ଧରାହୋଇ ସୁଆରିରେ ବସି କଚେରିକୁ ଯାଉଥିଲେ ।
Answer:
ଠିକ୍

18. ପୁରୀ ରାଜା ‘ଶଶିନିକେତନ’ ଆଗରେ ଯିବାବେଳେ ରାମକୃଷ୍ଣ ବୋଷ ସଡ଼କର ନାଲିଧୂଳି ଉପରେ ଶୋଇ ଦଣ୍ଡପ୍ରଣାମ କରିଥିଲେ ।
Answer:
ଠିକ୍

19. ପ୍ରାବନ୍ଧିକ ଜିଲ୍ଲା ସ୍କୁଲରେ ଲେଖାଇଥିବା ପଞ୍ଚମ ଶ୍ରେଣୀର ନାମ ଆଜିକାଲି ସପ୍ତମ ଶ୍ରେଣୀ ହୋଇଛି ।
Answer:
ଠିକ୍

20. ଦୀନବନ୍ଧୁ ନରେନ୍ଦ୍ର ସିଂହ ମାସିକ ଚାଳିଶ ଟଙ୍କା ବୃଦ୍ଧି ପାଇ କଟକରେ ପଢ଼ିବେ ବୋଲି ପ୍ରାବନ୍ଧିକଙ୍କୁ କହିଥିଲେ ।
Answer:
ଭୁଲ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1.କାହାର ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ ?
(A) ମାନବର
(B) ବାମନର
(C) ଡେଙ୍ଗାଲୋକର
(D) ସମସ୍ତଙ୍କର
Answer:
(B) ବାମନର

2. ଚେକୋସ୍ଲୋଭାକିଆ ରାଜ୍ୟ ପ୍ରତିଷ୍ଠା କରିଥିବା ସାମରିକ ବ୍ୟକ୍ତି ଜଣକ କାହାର ପୁତ୍ର ଥିଲେ ?
(A) କଟୁଆଳର
(B) ଲାଟ୍ ସାହେବଙ୍କର
(C) କଚୁଆନର
(D) ସେନାପତିଙ୍କର
Answer:
(C) କଚୁଆନର

3. ଇତାଲୀର ଭାଗ୍ୟବିଧାତା ମୁସୋଲିନ୍ ଦରିଦ୍ର __________________ ଘରେ ଜନ୍ମ ହୋଇଥିଲେ ?
(A) କମାର
(B) କୁମ୍ଭାର
(C) ତେଲି
(D) ଗୋପାଳ
Answer:
(A) କମାର

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

4. ରୁଷିଆର କର୍ଣ୍ଣଧାର – ଥିଲେ ଜଣେ ମୋଚି ପିଲା ?
(A) ଈଶ୍ଵରଚନ୍ଦ୍ର
(B) ଷ୍ଟାଲିନ
(C) ମୁସୋଲିନ୍
(D) ହିଟ୍‌ର
Answer:
(B) ଷ୍ଟାଲିନ

5. ଈଶ୍ବରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ କାହା ଘରେ ହୋଇଥିଲା ?
(A) ପୂଜାରୀ
(B) ଶଙ୍ଖାରି
(C) ପାନରା
(D) ପାଟରା
Answer:
(A) ପୂଜାରୀ

6. ପ୍ରାବନ୍ଧିକ ପଢୁଥ‌ିବା ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ୱିତୀୟ ଶିକ୍ଷକଙ୍କ ନାମ କ’ଣ ଥିଲା ?
(A) ବିକ୍ରମ ମିଶ୍ର
(B) ରମାନାଥ ମିଶ୍ର
(C) ମାଧବ ମିଶ୍ର
(D) ନିରଞ୍ଜନ ମିଶ୍ର
Answer:
(C) ମାଧବ ମିଶ୍ର

7. _______________ ଘିଅ ହେବ ନା ରାଧା ନାଚିବ ?
(A) ପଉଟିଏ
(B) ଛଅ ପଉଟି
(C) ଚାଳିଶ ପଉଟି
(D) ଷାଠିଏ ପଉଟି
Answer:
(D) ଷାଠିଏ ପଉଟି

8. ବର୍ତ୍ତମାନ ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ସେକାଳରେ କ’ଣ ଥିଲା ?
(A) ମାଇନର୍
(B) ମାଟ୍ରିକ୍
(C) ସ୍ନାତକ
(D) ଏଣ୍ଟ୍ରାନ୍ସ
Answer:
(D) ଏଣ୍ଟ୍ରାନ୍ସ

9. କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ିପଡୁଛନ୍ତି ?
(A) କୋଟି କୋଟି ମଣିଷ
(B) କୋଟି କୋଟି ବାମନ
(C) ଶହ ଶହ ସାଧୁ
(D) ହଜାର ହଜାର ଜ୍ଞାନୀ
Answer:
(B) କୋଟି କୋଟି ବାମନ

10. କଟକର ସେ ସମୟର ଖ୍ୟାତନାମା ଓକିଲ କିଏ ଥିଲେ ଥିଲେ ?
(A) ରାମକୃଷ୍ଣ ବୋଷ
(B) ହରିବଲ୍ଲଭ ବୋଷ
(C) ଦୁର୍ଗାବଲ୍ଲଭ ବୋଷ
(D) ଶଶିବଲ୍ଲଭ ବୋଷ
Answer:
(B) ହରିବଲ୍ଲଭ ବୋଷ

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

11. ବିବାହିତା ଝିଅକୁ କ’ଣ କୁହାଯାଏ ?
(A) ଭାର୍ଯ୍ୟା
(B) ବିବାହିତା
(C) ଅନୂଢ଼ା
(D) ବାଗ୍‌ଦତ୍ତା
Answer:
(A) ଭାର୍ଯ୍ୟା

12. ହିନ୍ଦୁ ସମାଜରେ ପିଣ୍ଡ ଦେବାକୁ କିଏ ଯୋଗ୍ୟ ବିବେଚିତ ହୋଇଥାଏ ?
(A) ପୁତ୍ର
(B) କନ୍ଯା
(C) ବଧୂ
(D) ଜାମାତା
Answer:
(A) ପୁତ୍ର

13. ପ୍ରାୟ ସବୁ ସମାଜରେ ଝିଅ ଅଚ୍ଛାତ୍ମକ ପରିମାଣରେ ଏକ ____________________ ।
(A) ଅଭିଶାପ
(B) ସମସ୍ଯା
(C) ବିପଦ
(D) ଆଶୀର୍ବାଦ
Answer:
(B) ସମସ୍ଯା

14. ନାରୀର ______________ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ ।
(A) ସୌନ୍ଦର୍ଯ୍ୟ
(B) ସତୀତ୍ଵ
(C) ଆଚରଣ
(D) କର୍ମ
Answer:
(B) ସତୀତ୍ଵ

15. ପୁଅର ଯେଉଁ ଦୋଷ ପୌରୁଷ ବିବେଚିତ ହୁଏ, ଝିଅ ପକ୍ଷେ ତାହା ______________ ।
(A) ଏକ ସୁଗୁଣ
(B) ବଦ୍‌ଗୁଣ
(C) କୁକର୍ମ
(D) ମାରାତ୍ମକ ସ୍ଖଳନ
Answer:
(A) ଏକ ସୁଗୁଣ

16. ଝିଅକୁ ଯଥାଶୀଘ୍ର ବିବାହ କରାଇଦେବା ନିମନ୍ତେ ପିତାମାତାଙ୍କ ବ୍ୟାକୁଳତାରୁ କାହାର ଉତ୍ପତ୍ତି ହେଉଛି ?
(A) କନ୍ୟାରତ୍ନର
(B) କନ୍ୟା – ଶୁଳ୍‌କର
(C) କନ୍ୟାସୁନାର
(D) କନ୍ଯାଧନର
Answer:
(B) କନ୍ୟା – ଶୁଳ୍‌କର

17. ପୁରୁଷ ସହିତ ନାରୀର ସମ୍ପର୍କକୁ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ________________ ।
(A) ସମାସ୍ୟା
(B) ସମସ୍ଯା
(C) ସାମାସ୍ୟା
(D) ସମାଷ୍ୟା
Answer:
(B) ସମସ୍ଯା

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

18. ପ୍ରାବନ୍ଧିକଙ୍କ ଅନ୍ଧୁଣୀ ବୁଢ଼ୀମା’ଙ୍କ ପାଇଁ ଅନ୍ଧର ଲଉଡ଼ି କିଏ ଥୁଲା ?
(A) ନିଜେ ପ୍ରାବନ୍ଧିକ
(B) ନାତୁଣୀ
(C) ପୁଅ
(D) ଝିଅ
Answer:
(B) ନାତୁଣୀ

ପ୍ରାବନ୍ଧିକଙ୍କ ପରିଚୟ :
ପ୍ରାବନ୍ଧିକଙ୍କ ନାମ – ଗୋଦାବଶ ମିଶ୍ର
ପିତାଙ୍କ ନାମ – ଶ୍ରୀ ଲିଙ୍ଗରାଜ ମିଶ୍ର
ମାତାଙ୍କ ନାମ- ଶ୍ରୀମତୀ ଅପ୍‌ସରା ଦେବୀ
ଜନ୍ନସ୍ଥ।ନ – ପୁରୀ ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଶାଳିଆ ନଦୀ ତଟଦେଶରେ ଅବସ୍ଥିତ ଶ୍ରୀନିବାସପୁର ଶାସନ

ସୃଷ୍ଟି ସମ୍ପଦ :
କବିତାଗ୍ରନ୍ଥ – ଆଲେଖ୍କା, କିଶଳୟ, କୁସୁମ କଳିକା, କବିତା ଚୟନ, ଗୀତିଗୁଚ୍ଛ, ଗୀତାୟନ
ନାଟକ – ପୁରୁଷୋତ୍ତମଦେବ, ମୁକୁନ୍ଦଦେବ
ଉପନ୍ୟ।ସ – ଅଭାଗିନୀ, ୧୮୧୭, ଘଟାନ୍ତର,
ଗଚ୍ପ ସଂକଳନ – ପଞ୍ଚବୀର, ପୁଆଣିଘର
ଆମଜୀବନୀ – ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’
(ତାଙ୍କ ଆତ୍ମଜୀବନୀ ପାଇଁ ସେ ୧୯୬୨ ମସିହାରେ ମରଣୋତ୍ତର କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ଲାଭ

ସତ୍ୟବାଦୀ ସାହିତ୍ୟର ଅନ୍ୟତମ ବଳିଷ୍ଠ ସାରସ୍ବତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, ବିଶିଷ୍ଟ ଦାର୍ଶନିକ, ଦାୟିକ ବ୍ୟବସ୍ଥାପକ, ନିଃସ୍ୱାର୍ଥପର ଜନସେବକ, ବଳିଷ୍ଠ ସମାଜ ସଂସ୍କାରକ, ନିର୍ଭିକ ସମାଲୋଚକ ସର୍ବୋପରି ଜଣେ ମହାନ୍ ଜନନାୟକ । ଜନସାଧାରଣଙ୍କ ପାଖରେ ‘ପଣ୍ଡିତ ଆପଣେ’ ନାମରେ ଖ୍ୟାତ ସେହି ଯୋଗଜନ୍ମା ବରପୁତ୍ର କେବଳ ଜଣେ ବହୁମୁଖୀ ପ୍ରତିଭାଧର ଅମର ମଣିଷ ନ ଥିଲେ, ଥୁଲେ ଉତ୍କଳର ଏକ ସ୍ବୟଂସମ୍ପୂର୍ଣ ଅନୁଷ୍ଠାନ । ସେବା, ସାମ୍ବାଦିକତା, ସାହିତ୍ୟ ଓ ମନ୍ତ୍ରୀତ୍ଵ ଆଦି କ୍ଷେତ୍ରରେ ସ୍ୱୀୟ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରି ସେ ଉତ୍କଳ ଜନନୀର ମୁଖକୁ କରିଥିଲେ ସମୁଜ୍ଜ୍ବଳ । ମାତୃଭୂମି ପାଇଁ ତାଙ୍କର ସାଧନା, ତ୍ୟାଗ ଓ ଅବଦାନ ତାଙ୍କୁ ଯୁଗ ଯୁଗ ଧରି ଉତ୍କଳର ଜନମାନସରେ ଉଜ୍ଜୀବିତ କରି ରଖୁ– ଏହା ନିଃସନ୍ଦେହ ।

ପ୍ରାବନ୍ଧିକଙ୍କ ଆଭିମୁଖ୍ୟ :
‘ବାମନର ହାତ ଓ ଆକାଶର ଚନ୍ଦ୍ର’ ଶୀର୍ଷକ ପ୍ରବନ୍ଧଟି ପ୍ରାବନ୍ଧିକଙ୍କଦ୍ବାରା ପ୍ରଣୀତ ‘ଅର୍ବଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ନାମଧେୟ ଆତ୍ମଜୀବନୀର ଏକ ଅଂଶବିଶେଷ । ଏଠାରେ ପ୍ରାବନ୍ଧିକ ତତ୍କାଳୀନ ଶିକ୍ଷା ପଦ୍ଧତି ସମ୍ପର୍କରେ ଆଲୋକପାତ କରିବା ସହିତ ସ୍ୱୀୟ ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧରେ କେତେକ ରୋମାଞ୍ଚକର ଘଟଣାର ସୂଚନା ଦେଇଛନ୍ତି ।

ପ୍ରବନ୍ଧର ସାରମର୍ମ :
ଆକୃତିରେ ଅତି କ୍ଷୁଦ୍ର ମାନବକୁ ଏ ସଂସାର ବାମନର ଆଖ୍ୟା ଦେଇଛି । ସେ ଯଦି ପୃଥ‌ିବୀଠାରୁ ବହୁ ଦୂରରେ ଆକାଶ ବକ୍ଷରେ ଲୋଭନୀୟ ଦିଶୁଥ‌ିବା ଚନ୍ଦ୍ରମଣ୍ଡଳକୁ ଧରିବାପାଇଁ ହସ୍ତ ପ୍ରସାରଣ କରେ, ତେବେ ତା’ର ସେପରି ଚେଷ୍ଟା ଯୋଗୁଁ ସେ ଲୋକହସା ହେବ; ଏହା ନିଃସନ୍ଦେହ । କେବଳ ସେ ନୁହେଁ, ପୃଥ‌ିବୀର ସବୁଠାରୁ ଡେଙ୍ଗା ଲୋକ ଯଦି ଚନ୍ଦ୍ରକୁ ଧରିବାକୁ ଚେଷ୍ଟାକରେ; ସେ ମଧ୍ୟ ଲୋକହସା ହେବ । ତଥାପି ଇତିହାସ କହେ, କେତେକ ବାମନ ଅସଂଖ୍ୟ ଡେଙ୍ଗାଲୋକଙ୍କୁ ଟପି ଚନ୍ଦ୍ରକୁ ହାତ ବଢ଼ାଇ କୃତକାର୍ଯ୍ୟ ହୋଇଛନ୍ତି । ଅର୍ଥାଭାବ ଯୋଗୁ ଚା’ ନ ପାଇ ଗରମପାଣି ପାନ କରି ଶୀତ ନିବାରଣ କରୁଥିବା ବିଲାତର ଅନାମଧେୟ ପିଲାଟି ପରବର୍ତ୍ତୀ କାଳରେ ପ୍ରଧାନମନ୍ତ୍ରୀ ହୋଇଥିଲା ।

ପଇସା ଅଭାବରୁ ଘରେ ଆଲୁଅ ଜାଳି ନ ପାରି ସଡ଼କ ଆଲୁଅରେ ପାଠ ପଢୁଥିବା ଆମେରିକା ଯୁକ୍ତରାଜ୍ୟର ଗରିବ ପିଲାଟି ଦିନେ ଯୁକ୍ତରାଜ୍ୟର ସଭାପତି ଆସନରେ ବସିଥିଲା । ସେହି ଯୁକ୍ତରାଜ୍ୟର ଜଣେ ସଭାପତିଙ୍କ ଉନ୍ନତି ହୋଇଥିଲା ପତ୍ରକୁଡ଼ିଆରୁ ରାଜାପ୍ରସାଦ ମଧ୍ୟକୁ । ବଙ୍ଗ ପ୍ରଦେଶକୁ ଆସିଥ‌ିବା ଜଣେ ଗୋରା ଲାସାହେବ ଦିନେ କୁଲିଭାବରେ ଜୀବିକା ଉପାର୍ଜନ କରୁଥିଲେ । ଜଣେ ସାମାନ୍ୟ କଚୁଆନର ପୁଅ ପ୍ରଥମ ମହାସମରର ବିରାଟ ମନ୍ଥନ ମଧ୍ୟରୁ ଚେକୋସ୍ଲୋଭାକିଆ ଭଳି ରାଜ୍ୟ ପ୍ରତିଷ୍ଠା କରିଥିଲେ । ଦରିଦ୍ର କମାର ଘରେ ଜନ୍ମ ହୋଇଥିବା ମୁସୋଲିନ୍ ଦିନେ ହେଲେ ଇତାଲୀର ଭାଗ୍ୟବିଧାତା ।

ଇଟାଭାଟିରେ କାମ କରି ପେଟ ପୋଷୁଥ‌ିବା ପିଲାଟି ଦିନେ ହିଟ୍‌ଲର୍ ରୂପେ ହୋଇଥିଲେ ପୃଥ‌ିବୀ ବିଖ୍ୟାତ । ମୋଚିପିଲା ହୋଇ ମଧ୍ୟ ଷ୍ଟାଲିନ୍ ହେଲେ ରୁଷିଆର କର୍ଣ୍ଣଧାର । ଭାରତର ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ ମଧ୍ୟ ହୋଇଥିଲା ସାମାନ୍ୟ ପୂଜାରୀ ଘରେ । ଏମାନେ ବାମନ ହୋଇ ଜନ୍ମ ହୋଇଥିଲେ ମଧ୍ୟ ଆକାଶର ଚନ୍ଦ୍ର ଧରିବାକୁ ସମର୍ଥ ହୋଇଥିଲେ । କିନ୍ତୁ ଏହିପରି କୋଟି କୋଟି ବାମନ ପୃଥ‌ିବୀକୁ ଆସି ବଣର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି । ଆକାଶ ବକ୍ଷରେ ଥ‌ିବା ଉଜ୍ଜ୍ଵଳ ଚନ୍ଦ୍ରମଣ୍ଡଳକୁ ଦେଖ୍ ଲୋଭସମ୍ବରଣ କରିନପାରି ଯିଏ ଚନ୍ଦ୍ରକୁ ହାତ ବଢ଼ାଇ ଧରିପାରୁଛି, ସେ ଉଚ୍ଚତାରେ ଲକ୍ଷ ଲକ୍ଷ ଡେଙ୍ଗା ଲୋକଙ୍କୁ ଟପି ଯାଉଛି, ଯିଏ ଧରି ନପାରୁଛି ସେ ହାସ୍ୟାସ୍ପଦ ହେଉଅଛି ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ରଙ୍କ ଦୃଷ୍ଟିରେ ପ୍ରାବନ୍ଧିକ ଥିଲେ ବାମନ ସଦୃଶ । କାରଣ ସେ ଥିଲେ ଅତ୍ୟନ୍ତ ଦରିଦ୍ର ଘରର ସନ୍ତାନ । ଉଚ୍ଚ ଶିକ୍ଷା ନିମନ୍ତେ ପ୍ରବାସକୁ ଯାଇ ସେଠାରେ ରହିବା, ଖାଇବା ଓ ବହିପତ୍ର କିଣିବାପାଇଁ ସମ୍ବଳ ତାଙ୍କ ପାଖରେ ନଥିଲା । ମଣିଷରେ ଗଣା ହେବାପାଇଁ ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିବା ଦରକାର । ପ୍ରାବନ୍ଧିକଙ୍କ ପାଇଁ ଏଣ୍ଟ୍ରାନ୍ସ ଥୁଲା ଆକାଶର ଚନ୍ଦ୍ର ସଦୃଶ । ତେଣୁ ମାଧବ ମିଶ୍ର ପ୍ରାବନ୍ଧିକଙ୍କୁ କହିଥିଲେ– ‘ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ– କ’ଣ ପଡ଼ିଛି ?’’

ବର୍ତ୍ତମାନର ମାଟ୍ରିକ୍ୟୁଲେସନ୍ ହିଁ ଥିଲା ସେ ସମୟର ଏଣ୍ଟ୍ରାନ୍ସ । ବାଣପୁରର ଷାଠିଏ ହଜାର ଲୋକଙ୍କ ମଧ୍ୟରୁ ପ୍ରାବନ୍ଧିକଙ୍କ ପୂର୍ବରୁ ଜଣେ ଏଣ୍ଟ୍ରାନ୍ସ ପାସ୍କରି ଖୋରଧା କଚେରିରେ କିରାନି କାମରେ ରହିଥିଲେ । ତାଙ୍କ ମୁହଁରୁ ପଦେ କଥା ଶୁଣିବାପାଇଁ ଶହ ଶହ ଲୋକ, ଦଶପଚାଶ ସରବରକାର ଯାଇ ତାଙ୍କ ଦ୍ବାରରେ ଚାହିଁ ବସିଥା’ନ୍ତି । ଏଣ୍ଟ୍ରାନ୍ସ ପାସ୍ କଲେ ଯେ ମଣିଷରେ ଗଣା ହୁଅନ୍ତି, ତାହା ତାଙ୍କୁ ଦେଖ‌ିଲେ ସ୍ପଷ୍ଟ ଜଣାପଡୁଥିଲା । ତାଙ୍କ ପଛକୁ ପୁରୀରେ ପଢୁଥ‌ିବା ପ୍ରାବନ୍ଧିକ ଆଉଜଣେ ହୋଇ ବାହାରିବେ ବୋଲି ବିବେଚନା କରି ସେ ଛୁଟିରେ ଘରକୁ ଆସିଲେ ତାଙ୍କୁ ସମସ୍ତେ କହୁଥିଲେ, ‘ ଟିକିଏ ଦୟା ରଖୁଥ‌ିବଟି ।’’
ଦୟା କରିବା ଅବସ୍ଥାରେ ଉପନୀତ ହେବାପାଇଁ ଏଣ୍ଟ୍ରାନ୍ସ ପାସ୍ କରିବା ଆବଶ୍ୟକ ।

ଏଣ୍ଟ୍ରାନ୍ସ ପାସ୍ କରିବାପାଇଁ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ପ୍ରାବନ୍ଧିକଙ୍କ ପାଇଁ ଥୁଲା ଆକାଶର ଚନ୍ଦ୍ର ସଦୃଶ, ଯାହାକୁ ଧରିବାପାଇଁ ହାତ ବଢ଼ାଇ ଧରି ନପାରି ନୈରାଶ୍ୟ ବହ୍ନିରେ ତାଙ୍କୁ ମାସ ମାସ ଧରି ଜଳିବାକୁ ହୋଇଛି । ପରିଶେଷରେ ଆକସ୍ମିକ ଭାବେ ଆକାଶ କର୍ମା ଚିଲିକା ମାଛର ସଂଯୋଗ ଘଟିଛି । ପ୍ରାବନ୍ଧିକ ଅସ୍ଥାୟୀ ମାଇନର ସ୍କୁଲରେ ଯାଇ ବସନ୍ତି । ଦିନେ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ଖୋରଧାର ତହସିଲଦାର ତାଙ୍କ ବିଷୟରେ ଶୁଣିବା ପରେ ଖଣ୍ଡେ ଚିଠି ଲେଖୁ ପ୍ରାବନ୍ଧିକଙ୍କ ହାତରେ ଦେଲେ ଏବଂ ପୁରୀ ଯାଇ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରିବାକୁ କହିଲେ । ସମାଜରେ ପୁଅ ଓ ଝିଅ ଉଭୟଙ୍କର ଆବଶ୍ୟକତା ସମାନ ହେଲେ ମଧ୍ୟ ଝିଅମାନଙ୍କ ତୁଳନାରେ ପୁଅମାନେ ଅଧ୍ଵ ଆଦର ପାଆନ୍ତି । ବିଧାତା ନାରୀମୁଣ୍ଡରେ ଲଦିଥ‌ିବା କର୍ତ୍ତବ୍ୟର ଯଥୋଚିତ ପରିପାଳନ ହିଁ ନାରୀର ଗର୍ବ ତଥା ମହତ୍ତ୍ବର ପ୍ରତିଫଳନ ।

ଶକ୍ତି ସୃଷ୍ଟି ସର୍ଜନା କରିବା ସହିତ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ପ୍ରଭୃତି ନାରୀ ଜାତିର ମହୀୟସୀ ପ୍ରତିନିଧୂରୂପେ ସଂସାରରେ ପୂଜା. ପାଉଛନ୍ତି । ଆମ ସମାଜରେ ଜୀବିକାର୍ଜନ ଦାୟିତ୍ଵ ପୁରୁଷ କାନ୍ଧରେ ନ୍ୟସ୍ତ । କିନ୍ତୁ ଗ୍ରୀନ୍‌ଲାଣ୍ଡ, ସୁଇଜରଲାଣ୍ଡ ପ୍ରଭୃତି ସ୍ଥାନରେ ନାରୀମାନେ ବାହାରର ସକଳ କାର୍ଯ୍ୟ ନିର୍ବାହ କରିବା ସହିତ ଜୀବିକାର୍ଜନ ମଧ୍ଯ କରିଥା’ନ୍ତି । ପୁରୁଷମାନେ ଘରେ ରହି ଘରଧନ୍ଦା କରିବା ସଙ୍ଗେ ସଙ୍ଗେ ସନ୍ତାନର ଲାଳନପାଳନ କରନ୍ତି । ସେହିପରି ବର୍ମା ଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ । ତଥାପି ମାନବ ସମାଜରେ କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ । ତେଣୁ ବିବାହିତ ପୁଅର ନାମ ଭର୍ଭା ଓ ବିବାହିତା ଝିଅ ହେଉଛି ଭାର୍ଯ୍ୟା ।

ହିନ୍ଦୁ ସମାଜରେ ପୁଅ ପିଣ୍ଡଦାନ ନିମନ୍ତେ ଯୋଗ୍ୟ ହୋଇଥିବା ଯୋଗୁଁ ଝିଅଠାରୁ ତା’ର ଆଦର ଅଧ୍ଵ । ସାମ୍ପ୍ରତିକ ସମାଜରେ ଝିଅଜନ୍ମକୁ ଏକ ସମସ୍ୟା ତଥା ଅଭିଶାପରୂପେ ବିବେଚନା କରାଯାଉଛି । କାରଣ, ଝିଅକୁ ଉପଯୁକ୍ତ ପାତ୍ର ସହିତ ବିବାହ ଦେବା କ୍ଵଚିତ୍ ସମ୍ଭବପର ହୋଇଥାଏ । ନାରୀର ସତୀତ୍ୱ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ । ଝିଅର ଆଚରଣ ଯୋଗୁଁ ଅନେକ ବାପା ମା’ ସମାଜରେ ଲାଞ୍ଛନା ଭୋଗିବାର ଦେଖାଯାଏ । ଯେଉଁ ଦୋଷ ପୁଅ ପାଇଁ ପୌରୁଷର ପରିଚୟ, ଝିଅ ପକ୍ଷେ ତାହା ମାରାତ୍ମକ ସ୍ଖଳନ । ତେଣୁ ଝିଅକୁ ଘରେ ନରଖ୍ ବିବାହ ଦେବା ନିମନ୍ତେ ପିତାମାତାଙ୍କ ହୃଦୟରେ ସୃଷ୍ଟି ହେଉଥ‌ିବା ବ୍ୟାକୁଳ ଭାବରୁ ବରପାତ୍ରମାନେ ଲାଭ ଉଠାଇବାକୁ ଚାହାନ୍ତି । ସେହି ଲାଭରୁ ହିଁ ଉତ୍ପତ୍ତି ହୋଇଛି କନ୍ୟା ଶୁଳ୍କ ।

ସେହି କନ୍ୟା ଶୁଳ୍କ ଦେଇପାରୁ ନଥ‌ିବା ପିତା-ମାତାଙ୍କର କେତେକ କନ୍ୟା ଆତ୍ମହତ୍ୟା କରିବା ସହ ଆଉ କେତେକ ଅବିବାହିତା ରହିବାକୁ ଶ୍ରେୟ ମନେକରୁଛନ୍ତି । ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟାରୂପେ ଦେଖାଦେଇଛି । ପାରିବାରିକ ଜୀବନ ଯଥାର୍ଥ ଆଦର୍ଶ କି ନା, କ୍ରମେ ସନ୍ଦେହର ବିଷୟ ହୋଇପଡ଼ିଛି । ପୁରୁଷଙ୍କ ପରି ନାରୀମାନେ ସମାଜରେ, ରାଜନୀତି କ୍ଷେତ୍ରରେ ବଡ଼ ବଡ଼ ପୀଠରେ ବସିବାକୁ ଆରମ୍ଭ କଲେ ମଧ୍ୟ ଆଜି ଝିଅ ଅପେକ୍ଷା ପୁଅର ଆଦର ବେଶି ରହିଅଛି ।

ଦରିଦ୍ର ଘରର ବଡ଼ ସମ୍ପଦ ହେଉଛି ତା’ର ସନ୍ତାନ । ଘରେ ପ୍ରାବନ୍ଧିକଙ୍କଠାରୁ ଦଶବର୍ଷ ସାନ ଭଉଣୀ ରହୁଥିଲେ ମଧ୍ୟ ପ୍ରାବନ୍ଧିକ ପାଠ ପଢ଼ିବାପାଇଁ ପୁରୀ ଯିବା ଦିନ ତାଙ୍କ ବୋଉ ତାଙ୍କୁ ଧରି ବହୁତ କାନ୍ଦିଥିଲେ । ତାଙ୍କ ଭଉଣୀ ତାଙ୍କ ଅନ୍ଧୁଣୀ ବୁଢ଼ୀ ମା’ଙ୍କ ପାଇଁ ଥିଲା ଅନ୍ଧର ଲଉଡ଼ି । ତଥାପି ସେ ସେଦିନ ପ୍ରାବନ୍ଧିକଙ୍କୁ କୁଣ୍ଢାଇ ଧରି ବହୁତ କାନ୍ଦିଥିଲେ । ତାଙ୍କ ଆଖୁ ଲୁହ ଝରଝର ଗଡ଼ିଯାଇଥିଲା । ତଥାପି ସେ ପରିବାରର ବହୁ ବନ୍ଧନକୁ ଗୋଟି ଗୋଟି କରି ଛିଣ୍ଡାଇ, ଲେଉଟ ଚକୁଳି ଖାଇ ବାପାଙ୍କ ସଙ୍ଗେ ରେଳରେ ପୁରୀ ଗଲେ । ସେଠାରେ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରି ଚିଠି ଦେଲେ । ଚିଠି ପଢ଼ି ବୋଷ ମହାଶୟ ପ୍ରାବନ୍ଧିକଙ୍କ ହାତରେ ପାଞ୍ଚଟି ଟଙ୍କା ଦେଇ ଆଉ ନ ଆସିବାକୁ କହିଲେ ।

ରାମକୃଷ୍ଣ ବୋଷ ଥିଲେ କଟକର ସେ ଯୁଗର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା । ପୁରୀସ୍ଥ ‘ଶଶିନିକେତନ’ରେ ରହୁଥ‌ିବା ସେହି ମହାଶୟ ଥିଲେ ଜଣେ ଧର୍ମଭୀରୁ ଲୋକ । ବି.ଏ. ପାଶ୍ କରି ମଧ୍ୟ ଅର୍ଥ ଉପାର୍ଜନ ପନ୍ଥା ଛାଡ଼ି ଜଗନ୍ନାଥଧାମ ଆଶ୍ରୟ କରିଥା’ନ୍ତି । ବେକରେ ତୁଳସୀମାଳ ପିନ୍ଧି ଆମିଷ ତ୍ୟାଗକରି କୀର୍ତ୍ତନରେ ଜୀବନଯାପନ କରୁଥିଲେ । ଯୌବନର ମଧ୍ୟାହ୍ନ ୩୨/୩୩ ବର୍ଷ ବୟସରେ ତାଙ୍କ ପରି ସଂଯମରେ ରହିବା ଲୋକ ବିରଳ । ଦିନେ ଉଆରେଣ୍ଟରେ ପୁରୀ ରାଜା ମୁକୁନ୍ଦଦେବ, ସୁଆରିରେ ବସି କଚେରିକୁ ଯାଉଥିବାବେଳେ ସେହି ଦୃଶ୍ୟ ଦେଖିବାକୁ ବାଟଯାକ ଲୋକାରଣ୍ୟ ହୋଇଥିଲା । ସୁଆର ‘ଶଶିନିକେତନ’ ଆଗରେ ଗଲାବେଳେ ରାମକୃଷ୍ଣବାବୁ ଧାଇଁ ଆସି ସଡ଼କର ଲାଲଧୂଳି ଉପରେ ଲମ୍ବହୋଇ ଦଣ୍ଡ ପ୍ରଣାମ କରିଥିଲେ ।

ବର୍ତ୍ତମାନ ବିଦ୍ୟାଳୟର କ୍ରମସବୁ ନିଶୁଣିରେ ଚଢ଼ିବା କ୍ରମରେ ତଳୁ ଉପରକୁ ଗଣା ହେଉଅଛି । କିନ୍ତୁ ପ୍ରାବନ୍ଧିକଙ୍କ ସମୟରେ ଉପରୁ ତଳ ଆଡ଼କୁ ଗଣାଯାଉଥିଲା । ସୁତରାଂ ଆଜିର ସପ୍ତମ ଶ୍ରେଣୀ ଥିଲା ସେ କାଳର ପଞ୍ଚମ ଶ୍ରେଣୀ । ପ୍ରାବନ୍ଧିକ ଦୁର୍ଗାପୂଜା ଛୁଟିର କିଛିଦିନ ପୂର୍ବରୁ ପୁରୀ ଜିଲ୍ଲାସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଲେ । ବର୍ଷର ବାକି କେତେ ମାସ ତଥା ଚତୁର୍ଥ ଶ୍ରେଣୀ ବର୍ଷଟିର ପଢ଼ାଖର୍ଜ ତାଙ୍କ ପିତା ଜମି ବିକ୍ରିକରି ଚଳାଇଥିଲେ । କାରଣ ପୁନର୍ବାର ରାମକୃଷ୍ଣ ବୋଷଙ୍କ ନିକଟକୁ ଯିବାପାଇଁ ପ୍ରାବନ୍ଧିକଙ୍କର ସାହସ କିମ୍ବା ଇଚ୍ଛା ମଧ୍ଯ ନ ଥିଲା । କାରଣ ରାମକୃଷ୍ଣବାବୁଙ୍କ ପାଖକୁ ପ୍ରଥମେ ଯିବା ଦିନ ତାଙ୍କ ଘରୁ ଜଣେ ବାବୁ ବାହାରି ଆସି ପ୍ରାବନ୍ଧିକଙ୍କୁ ରୋଷେଇବାସ କର କି ବୋଲି ପଚାରିବା ସହିତ ତାଙ୍କର ପୂଜାରୀ ଅଛି ବୋଲି ଟିପ୍‌ପଣୀ ଦେଇଥିଲେ । ଦରିଦ୍ର ହେଲେ ବି ପ୍ରାବନ୍ଧିକ ଥିଲେ ପିତାମାତାଙ୍କର ଗେହ୍ଲା ପୁଅ । ତେଣୁ ପୂଜାରୀ ଆଖ୍ୟା ପାଇବାକୁ ସେ ପ୍ରସ୍ତୁତ ନଥିଲେ ।

ମାତ୍ର ପିତାମାତାଙ୍କ ଅନ୍ତେ କଲେଜରେ ପଢ଼ିବାବେଳେ ପୂଜାରୀଭାବେ ତାଙ୍କୁ ପଢ଼ାଖର୍ଚ୍ଚ ଉଠାଇବାକୁ ହୋଇଥିଲା । ସେ ସମୟରେ ପଲ୍ଲୀର ପୁରୁଷମାନେ, ଆବାଳ-ବୃଦ୍ଧ ପ୍ରାୟ ସମସ୍ତେ ପେଣ୍ଡାବାଳ ରଖୁଥିଲେ । ଯାହାର ପ୍ରଚଳନ ସହର ପିଲାମାନଙ୍କ ମଧ୍ୟରେ ନ ଥିଲା । ତେଣୁ ପ୍ରାବନ୍ଧିକଙ୍କ ମୁଣ୍ଡରେ ପେଣ୍ଡାଏ ବାଳ ଓ କାନରେ ଝୁଲୁଥ‌ିବା ଦୁଇପଟ ପେଟୁଆ ନୋଳି ଦେଖୁ ସମସ୍ତେ ତାଙ୍କୁ ‘ନାଟୁଆ ପିଲା’ ବୋଲି ଚିଡ଼ାଉଥିଲେ । ତା’ ଅପେକ୍ଷା ପୂଜାରୀ ହେବା ସ୍ପୃହଣୀୟ, ତେଣୁ ପୂଜାରୀ ଡାକରେ ପ୍ରାବନ୍ଧିକ ବିଚଳିତ ହେଉ ନଥିଲେ ।

ଅନେକ ବର୍ଷ ପରେ ବିହାର-ଓଡ଼ିଶା ବ୍ୟବସ୍ଥା ପରିଷଦର ସଦସ୍ୟ ଥ‌ିବାବେଳେ ପ୍ରାବନ୍ଧିକ କଲିକତାର ଜଣେ ବାରିଷ୍ଟର ବନ୍ଧୁଙ୍କ ଘରେ ଅତିଥୁ ହୋଇଥିଲେ । ପ୍ରାବନ୍ଧିକ ଗାଧୋଇସାରି ଫେରିବାବେଳେ ବନ୍ଧୁଙ୍କ ପାଞ୍ଚବର୍ଷର ପୁଅ ତାଙ୍କୁ ଦେଖୁ ପଚାରିଲା, ‘ତୁମେ କ’ଣ ରୋଷେୟା ପୂଜାରୀ ?’’ ଏହି ପ୍ରଶ୍ନଟି ପ୍ରାବନ୍ଧିକଙ୍କ ହୃଦୟରେ ବାଇଶବର୍ଷ ତଳର ବିସ୍ତୃତ ଅନୁଭୂତିକୁ ଜାଗ୍ରତ କରିଦେଇଥିଲା । ପିଲାଟିକୁ ନାସ୍ତି ଉତ୍ତର ନଦେଇ ‘ହଁ’, କହିବା ମାତ୍ରେ ସେ ସନ୍ତୁଷ୍ଟ ନହୋଇ ‘ପୂଜାରୀ ତ, ତେବେ ଏତେ ଗୋରା କାହିଁକି ?’’ ବୋଲି ପୁନଃ ପ୍ରଶ୍ନ କରିଥିଲା । ସେହି ପ୍ରଶ୍ନର ଉତ୍ତର ଦେବାପାଇଁ ପ୍ରାବନ୍ଧିକଙ୍କ ବୁଦ୍ଧି ହାର ମାନିଥିଲା ।
ପୈତୃକ ଜମି ବିକ୍ରି ଉପରେ ନିର୍ଭର କରି ପ୍ରାବନ୍ଧିକ ପାଠ ପଢ଼ିଲେ ।

କିନ୍ତୁ ତାଙ୍କର ସମୁଦାୟ ଜମି ଥିଲା ଅଢ଼େଇ ଏକର । ଏକରକ ଉପରେ ବିକ୍ରି ସରିବା ପରେ ରହିଥିଲା ପ୍ରାୟ ଦେଢ଼ ଏକର । ସେହି ଏକରକ ଜମି ବିକ୍ରିରୁ ମିଳିଥିଲା ଷାଠିଏ ଟଙ୍କା । ତେଣୁ ଖର୍ଚ୍ଚ କମାଇ ଅନେକ ଦିନ ଉପବାସ ରହି ପ୍ରାବନ୍ଧିକଙ୍କୁ ଚଳିବାକୁ ପଡ଼ିଛି । ଛାତ୍ରାବାସର ରୋଷେଇ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଦିନ ଟଙ୍କା ନ ଦେଲେ ଚାଉଳ ପଡ଼ିବା ବନ୍ଦ ହୋଇଯାଏ । କିନ୍ତୁ ପ୍ରାବନ୍ଧିକ ବନ୍ଦ ଆଦେଶ ମିଳିବା ପୂର୍ବରୁ ଅବସ୍ଥା ବୁଝି ଅନ୍ୟତ୍ର ଖାଇବା କଥା କହି ସମୁଦ୍ରକୂଳ ଯାଇ ପବନ ଖାଆନ୍ତି ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖ୍ ପାଟି ଟାକୁ-ଟାକୁ ହୁଏ ବୋଲି ପ୍ରାବନ୍ଧିକ ପଇସା ଅଭାବରୁ ବଡ଼ଦାଣ୍ଡ ବା ବଡ଼ଦେଉଳକୁ ବେଶି ଯାଆନ୍ତି ନାହିଁ । ଥରେ ସେ ଗୋଟିଏ ପଇସା ନେଇ ସିଂହଦ୍ଵାର ପାଖରେ ଥ‌ିବା ଗୁଡ଼ିଆ ଦୋକାନୀକୁ ପଇସାଟିଏ ଦେଇ ଗୋଟିଏ ଜିନିଷ ଦେଖାଇଦେଲେ । ଦୋକାନୀ ଜିନିଷରୁ ଗୋଟିଏ ଦେବାବେଳେ ପ୍ରାବନ୍ଧିକ ତାକୁ ମିଠା ଲାଗିବ କି ନାହିଁ ବୋଲି ପଚାରିଲେ । ତହୁଁ ଦୋକାନୀ ରାମକୃଷ୍ଣ କଟମଟ କରି ଚାହିଁ କରଚୁଲିରେ ମହୁ ପରି ଅଠାଳିଆ ପଦାର୍ଥ ଆଣି ଚାରି ଛ’ଟୋପା ସେହି ଜିନିଷ ଉପରେ ପକାଇଦେଲା । ଅନେକଦିନ ପରେ ପ୍ରାବନ୍ଧିକ ବୁଝିଲେ ସେହି ଜିନିଷର ନାମ ‘ପୁରି’ ଓ ଦୋକାନୀ ରାମକୃଷ୍ଣ ଅନୁଗ୍ରହ କରି ଦେଇଥ‌ିବା ପଦାର୍ଥର ନାମ ‘ରସ’, ଯେଉଁଥରେ ରସଗୋଲାର ଗୋଲାଶ ଭାସିଥାଏ ।

ସେ ଦୟାପରବଶ ହୋଇ ପ୍ରାବନ୍ଧିକଙ୍କୁ କହିଲେ ଯେ ସେ ମାସିକ କୋଡ଼ିଏ ଟଙ୍କା ବୃଦ୍ଧି ପାଇ କଟକରେ ପଢ଼ିବେ । ମାସିକ ପନ୍ଦର ଟଙ୍କା ଖର୍ଚ୍ଚ ଗଲେ, ଅବଶିଷ୍ଟ ପାଞ୍ଚଟଙ୍କା ପ୍ରାବନ୍ଧିକଙ୍କୁ ଦେବେ, ତେଣୁ ତାଙ୍କର ଚିନ୍ତା କରିବାର ଆବଶ୍ୟକ ନାହିଁ । ସେତେବେଳେ ପ୍ରବେଶିକା ପରୀକ୍ଷା ଫଳ ଉପରେ ସମଗ୍ର ବଙ୍ଗ, ବିହାର ଓ ଓଡ଼ିଶାରେ ପ୍ରଥମ ଦଶଜଣ ପରୀକ୍ଷାର୍ଥୀ ମାସିକ କୋଡ଼ିଏ ଟଙ୍କା ଲେଖାଏଁ ବୃତ୍ତି ପାଉଥିଲେ । ତେଣୁ ସେଥିରୁ ପାଞ୍ଚଟଙ୍କା ପାଇବାର ଆଶା ପ୍ରାବନ୍ଧିକଙ୍କର ବୃଥା ହୋଇଗଲା । ନରେନ୍ଦ୍ର ସିଂହ ଚାରିବର୍ଷ ଫେଲ୍ ହୋଇ ପ୍ରାବନ୍ଧିକଙ୍କ ସହିତ ୧୯୦୬ ମସିହାରେ ପାସ୍ କଲେ ତୃତୀୟ ଶ୍ରେଣୀରେ, ପ୍ରାବନ୍ଧିକ ପାସ୍କକଲେ ଦ୍ଵିତୀୟ ଶ୍ରେଣୀରେ ।

ପ୍ରାବନ୍ଧିକ ସମସ୍ତ ଦୁଃଖକଷ୍ଟ ସହି ମାଟି କାମୁଡ଼ି ପଡ଼ିରହିଲେ । କାରଣ ସେ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇଥିଲେ । ଚନ୍ଦ୍ର ଆଖୁକୁ ଦାଉ ଦାଉ ହୋଇ ଦିଶୁଥିଲା । କିନ୍ତୁ କେତେ ଦୂରରେ ଥିଲା, ତାହା ସେ ବୁଝିପାରୁ ନ ଥିଲେ । ଶିଶୁ ମା’ କାଖରେ ବସି ଚନ୍ଦ୍ରକୁ ହାତ ବଢ଼ାଇବାବେଳେ ମାଆ ତାକୁ ସାନା ଦେବାକୁ ଯାଇ କହନ୍ତି –

‘ଆ, ଜହ୍ନ ମାମୁ ସରଗ ଶଶୀ,
ମୋ କାହ୍ନୁ ହାତରେ ପଡ଼ରେ ଖସି ।’

ସେହି ଗୀତପଦକ ପ୍ରାବନ୍ଧିକଙ୍କ କାନରେ ବରାବର ପଡୁଥାଏ । ସେହି ମୃଗତୃଷ୍ଣା ରୂପକ ଶିଶୁଗୀତ ପଛରେ ଧାଇଁ ଧାଇଁ ହଜାରକେ ନଅଶହ ଅନେଶତ ନିରାଶ ହୁଅନ୍ତି, କେହି ଜଣେ ଅବା ତାକୁ ଛୁଇଁପାରେ । ସେହି ଦୌଡ଼ ପ୍ରତିଯୋଗିତାରେ ନଅଶହ ଅନେଶତଙ୍କ ଭିତରେ ଜଣେ ହୋଇ ପ୍ରାବନ୍ଧିକ ମଧ୍ଯ ଧାଇଁବାରେ ଲାଗିଲେ ।

ବିଷୟଗତ ଶବ୍ଦ ଓ ଅର୍ଥ :

  • ବାମନ – ଖର୍ବକାୟ ବ୍ୟକ୍ତି ।
  • ଖୋରାକ – ଆହାର ଖାଦ୍ୟଦ୍ରବ୍ୟ ।
  • ପ୍ରବାସ – ବିଦେଶରେ ଥ‌ିବା ବାସସ୍ଥାନ ।
  • ପଉଟି – କୋଡ଼ିଏ ଗୌଣୀ ପରିମାଣ ।
  • ସରବରାକାର – ଖଜଣା ଅସୁଲକାରୀ ଜମିଦାର ବା ସରକାରଙ୍କଠାରେ ଦାଖଲକାରୀ କର୍ମଚାରୀ ।
  • ବହ୍ନି – ନିଅଁ।
  • ବରାବର – ସବୁ ସମୟରେ ।
  • ଆକସ୍ନି – ହଠାତ୍ ।
  • ପ୍ରତିଷିତ – ସ୍ଥାପିତ ।
  • ସଚରାଚର- ସର୍ବତ୍ର ।
  • କ୍ୱଚିତ୍ – କେବେକେବେ ।
  • ଆଚରଣ – କାର୍ଯ୍ୟକଳାପ ।
  • ସ୍ମଳନ – ପତନ ।
  • ପ୍ର।ଞ୍ଜଳ – ପରିଷ୍କାର / ଜଟିଳତାଶୂନ୍ୟ ।
  • ଧର୍ମଭୀରୁ – ଧର୍ମକୁ ଭୟକରୁଥ୍ବା ବ୍ର।ହ୍ମଣ
  • ପୂଜାରୀ – ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ରାହ୍ମଣ ।
  • ପୈତୃକ ଜମି – ବାପ ଅମଳର ଜମି ।
  • ମୄଗତୄଷା – ମରୀଚିକ। / ପ୍ରଖର କିରଣରେ ଜଳର ଭ୍ରମ ।
  • କଚୁଆନ – ଘୋଡ଼ାଗାଡ଼ିର ଚାଳକ ।
  • ହେତୁ – କାରଣ ।
  • ନୈରାଶ୍ୟ – ଆଶାଶୂନ୍ୟ ।
  • ଦରିଦ୍ର କୁଟୀର – ଗରିବ ଘର ।
  • ସର୍ଜନା – ତିଆରି ।
  • ଲେଉଟ ଚକୁଳି – ବିଶ୍ଵାସ ଅଛି, ଘରର କୌଣସି ବ୍ୟକ୍ତି ବିଦେଶ ଗମନ କରୁଥିବାବେଳେ ତାକୁ ଲେଉଟ ଚକୁଳି ପିଠା ଖାଇବାକୁ ଦେଲେ, ସେ ଘରକୁ ଶୀଘ୍ର ଫେରି ଆସିଥାଏ ।
  • ତୀବ୍ର ଦୃଷ୍ଟି – ଶାଣିତ ଦୃଷ୍ଟି ।
  • ଲାଞ୍ଛନା – ମନସ୍ତାପ, ଅପମାନ ।
  • ମାରାମକ – ଭୟଙ୍କର, ଗୁରୁତ୍ଵପୂର୍ଣ୍ଣ ।
  • ବ୍ୟ।କୁଳ – ବିକଳ ।
  • କନ୍ୟ।ଶୁଳ୍କ – ବିବାହର ପଣ, ଯୌତୁକ ।
  • ବିସ୍ନତ – ବିସ୍ମରଣ ହୋଇଥିବା ।
  • କୋଠ ରୋଷେଇ – ସମ୍ମିଳିତ ରୋଷେଇ ।
  • ଶୁଳ୍କ – ମାସୁଲ / ବିବାହରେ ପଣ / ଯୌତୁକ ।
  • ବିସୁଖ – ଦୁଃଖ ।
  • ଏକର – ପଚିଶ ଗୁଣ ପରିମାଣର ଜମି।
  • ଏକଗୁଣ – ଚାରି ଡିସିମିଲ ପରିମାଣର ଜମି ।

BSE Odisha 9th Class Odia Grammar ସମାସ

Odisha State Board BSE Odisha 9th Class Odia Solutions ସମାସ Textbook Exercise Questions and Answers.

BSE Odisha Class 9 Odia Grammar ସମାସ

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question 1.
ସମାସ କାହାକୁ କହନ୍ତି ?
Answer:
ପରସ୍ପର ସମ୍ବନ୍ଧ ରହିଥ‌ିବା ଦୁଇ ବା ତହିଁରୁ ଅଧ୍ଵ ପଦକୁ ଏକପଦରେ ପରିଣତ କରିବାର ପ୍ରକ୍ରିୟାକୁ ‘ସମାସ’ କହନ୍ତି ।

Question 2.
ବିଗ୍ରହ ବାକ୍ୟ କାହାକୁ କହନ୍ତି ?
Answer:
ସମାସରେ ଥ‌ିବା ପଦଗୁଡ଼ିକର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟଟି ଗଢ଼ାଯାଏ, ସେହି ବାକ୍ୟକୁ ବିଗ୍ରହ ବାକ୍ୟ କୁହାଯାଏ; ଯଥା— ଜଳଦାନ କରେ ଯେ = ଜଳଦ । ଏଠାରେ ଜଳ ଦାନ କରେ କରେ ଯେ = ଜଳଦ । ଏଠାରେ ଜଳ ଦାନ କରେ

Question 3.
ସମସ୍ୟାମାନ ପଦ କାହାକୁ କହନ୍ତି ?
Answer:
ଯେଉଁ ପଦଗୁଡ଼ିକର ମିଶ୍ରଣରେ ସମସ୍ତପଦ (ସମାସପଦ) ଗଠିତ ହୁଏ ସେହି ପଦଗୁଡ଼ିକୁ ସମାସ୍ୟାମାନ ପଦ କୁହାଯାଏ । ଯଥା – ଧନକୁ ପ୍ରାପ୍ତ = ଧନପ୍ରାପ୍ତ । ଏଠି ‘ଧନ’ ଓ ‘ପ୍ରାପ୍ତ’ ଗୋଟିଏ ଗୋଟିଏ ସମସ୍ୟାମାନ ପଦ ।

Question 4.
ପୂର୍ବପଦପ୍ରଧାନ ସମାସଗୁଡ଼ିକର ନାମ ଲେଖ ।
Answer:
ଦ୍ବିଗୁ ଓ ଅବ୍ୟୟୀଭାବ ସମାସ ଦୁଇଟି ପୂର୍ବପଦପ୍ରଧାନ ସମାସ ।

Question 5.
ଉପପଦ କାହାକୁ କହନ୍ତି ?
Answer:
ପଦ ଗଠନ କାଳରେ ‘ଧାତୁ’ ପୂର୍ବରେ ଯୋଗ ହୋଇଥ‌ିବା ଅନ୍ୟ ପଦଟିକୁ ‘ଉପପଦ’ କହନ୍ତି ।

BSE Odisha 9th Class Odia Grammar ସମାସ

Question 6.
ଉପମେୟ କାହାକୁ କହନ୍ତି ?
Answer:
ଯାହା ବିଷୟରେ ତୁଳନା ଦିଆଯାଏ ସେହି ପ୍ରକୃତ ବର୍ଣ୍ଣନୀୟ ବସ୍ତୁକୁ ‘ଉପମେୟ’ କୁହାଯାଏ ।

Question 7.
ସମାସ ନିଷ୍ପନ୍ନ ପଦକୁ କ’ଣ କୁହାଯାଏ ?
Answer:
ସମାସ ନିଷ୍ପନ୍ନ ପଦକୁ ସମସ୍ତପଦ କୁହାଯାଏ ।

Question 8.
ବିଗ୍ରହବାକ୍ୟର ଅନ୍ୟ ନାମ ଦୁଇଟି କ’ଣ କ’ଣ ?
Answer:
ବ୍ୟାସକାବ୍ୟ ଓ ସମାସବାକ୍ୟ ।

Question 9.
ସମସ୍ୟମାନ ପଦ ଦୁଇଟିକୁ କ’ଣ କୁହାଯାଏ ?
Answer:
ପରପଦ ଓ ପୂର୍ବପଦ ।

Question 10.
ଯେଉଁ ସମାସରେ ପରପଦ ଓ ପୂର୍ବପଦର ଅର୍ଥପ୍ରାଧାନ୍ୟ ରହିଥାଏ ?
Answer:
ଦ୍ବନ୍ଦ୍ବ ସମାସରେ ପରପଦ ଓ ପୂର୍ବପଦର ଅର୍ଥପ୍ରାଧାନ୍ୟ ରହିଥାଏ ।

Question 11.
କେଉଁ ସମାସ ଦୁଇଟି ଉତ୍ତରପଦ ପ୍ରଧାନ ?
Answer:
ତପୁରୁଷ ଓ କର୍ମଧାରୟ ସମାସ ଦୁଇଟି ଉତ୍ତରପଦ ପ୍ରଧାନ ।

B ଗୋଟିଏ ପଦରେ ଉତ୍ତର ଲେଖ ।
Question 1.
ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:
ଛଅ

Question 2.
ପୂର୍ବପଦ ପ୍ରଧାନ ସମାସର ଗୋଟିଏ ଉଦାହରଣ ଲେଖ ।
Answer:
ଅବ୍ୟୟୀ ଭାବ

Question 3.
ଉତ୍ତରପଦ ପ୍ରଧାନ ସମାସର ଗୋଟିଏ ଉଦାହରଣ ଲେଖ ।
Answer:
ତପୁରୁଷ

Question 4.
ଉଭୟ ପଦ ପ୍ରଧାନ ସମାସ ଗୋଟିଏ ଉଦାହରଣ ଲେଖ ।
Answer:
ଦ୍ବନ୍ଦ୍ବ

Question 5.
କାହାକୁ ଅନ୍ୟ ପଦ ପ୍ରଧାନ ସମାସ କୁହାଯାଏ ?
Answer:
ବହୁବ୍ରୀହି

BSE Odisha 9th Class Odia Grammar ସମାସ

Question 6.
ଧନପ୍ରାପ୍ତ – ସମାସର ନାମ ଲେଖ ।
Answer:
୨ୟା ତତ୍

Question 7.
ଶୋକାକୁଳ – ଶୁଦ୍ଧ ବ୍ୟାସବାକ୍ୟଟି ଲେଖ ।
Answer:
ଶୋକରେ ଆକୁଳ

Question 8.
ପୁତ୍ର ନିମିତ୍ତ ଶୋକ – ସମସ୍ତପଦ କ’ଣ ହେବ ?
Answer:
ପୁତ୍ରଶୋକ

Question 9.
ରୋଗମୁକ୍ତ – ବ୍ୟାସବାକ୍ୟଟି କ’ଣ ହେବ ?
Answer:
ରୋଗରୁ ମୁକ୍ତ

Question 10.
ଚନ୍ଦ୍ରର ଅର୍ଥ – ସମସ୍ତପଦଟି କ’ଣ ହେବ ?
Answer:
ଅର୍ଦ୍ଧଚନ୍ଦ୍ର

Question 11.
‘ଅନାବିଳ’ – ଏହା କି ପ୍ରକାର ସମାସ ?
Answer:
ନଞ୍ଚ୍ ତତ୍‌ପୁରୁଷ

Question 12.
‘ଘରମୁହାଁ’ – ଏହି ପଦଟିର ବ୍ୟାସବାକ୍ୟ କ’ଣ ହେବ ?
Answer:
ଘରକୁ ମୁହାଁ

Question 13.
କିଏ ‘ନିତ୍ୟ ଅର୍ଥ ପ୍ରଧାନ ସମାସ ଅଟେ ?
Answer:
ବହୁବ୍ରୀହି

Question 14.
‘ସୁନାମୁଦି’ – ଏହାର ବିଗ୍ରହ ବାକ୍ୟ କ’ଣ ହେବ ?
Answer:
ସୁନାରେ ତିଆରି ମୁଦି

Question 15.
ରାମ ନିଜର ଶକ୍ତିକୁ ଅତିକ୍ରମ ନକରି ଭିକାରିକୁ ଦାନ କଲା – ସମାସଜନିତ ପଦ ବ୍ୟବହାର କଲେ କ’ଣ ହେବ ?
Answer:
ଯଥାଶକ୍ତି

BSE Odisha 9th Class Odia Grammar ସମାସ

Question 16.
‘ପୋକଶୁଙ୍ଘା’ – ଏହା କି ପ୍ରକାର ସମାସ ?
Answer:
ନିତ୍ୟ ସମାସ

Question 17.
ପରସ୍ପର ସମ୍ବନ୍ଧ ଥିବା ଦୁଇ ବା ତତୋଽଧ୍ଵ ପଦକୁ ଏକପଦରେ ପରିଣତ କରିବାକୁ କ’ଣ କୁହାଯାଏ ?
Answer:
ସମାସ

C ଶୂନ୍ୟସ୍ଥାନ ପୂରଣ କର ।

1. ନାହିଁ ପତ୍ନୀ ଯାହାର – ସମସ୍ତପଦଟି _________________ ।
Answer:
ବିପତ୍ନୀକ

2. ନାହିଁ କାର ଯାହାର – ସମସ୍ତ ପଦଟି __________________ ।
Answer:
ବେକାର

3. ଅଗାଧ – ବ୍ୟ।ସବାକ୍ୟଟି _______________ ।
Answer:
ନାହିଁ ଗାଧ ଯାହାର

4. ନିରାକାର – ସମାସର ନାମ ____________________ ।
Answer:
ନିଷେଧାର୍ଥକ ବହୁବ୍ରୀହି

5. ଅନ୍ୟପଦ ସହିତ ‘ସହ’ ଶବ୍ଦ ଯୋଗରେ ଯେଉଁ ବହୁବ୍ରୀହି ସମାସ ହୁଏ, ତାହାକୁ ____________________ ସମାସ କୁହାଯାଏ ।
Answer:
ସହାର୍ଥକ ବହୁବ୍ରୀହି

6. ଶିଷ୍ୟ ସହିତ ଅଛନ୍ତି ଯେ – ସମସ୍ତପଦଟି ______________ ହେବ ।
Answer:
ସଶିଷ୍ୟ ସହିତ ଅଛନ୍ତି ଯେ

7. ସସ୍ରୀକ – ବ୍ୟ।ସବାକ୍ୟଟି _____________________ ହେବ ।
Answer:
ସ୍ତ୍ରୀ

8. ସବିନୟ – ସମାସର ନାମ ______________ ।
Answer:
ସହାର୍ଥକ ବହୁବ୍ରୀହି

9. ‘ସମାନ’ ଶବ୍ଦ ସହିତ ବହୁବ୍ରୀହି ସମାସ ହେଲେ ‘ସମାନ’ ସ୍ଥ।ନରେ ____________________ ହୁଏ ।
Answer:

BSE Odisha 9th Class Odia Grammar ସମାସ

10. ସମାନ ଗୋତ୍ର ଯାହାର – ସମସ୍ତପଦଟି _______________________ ହେବ ।
Answer:
ସଗୋତ୍ର

11. ହରିହର – ବିଗ୍ରହ ବାକ୍ୟଟି _______________ ।
Answer:
ହରି ଓ ହର

12. ଯେଉଁ ସମାସରେ ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଇ ସମସ୍ତପଦଟି ସମାହାର ବା ସମଷ୍ଟିକୁ ବୁଝାଉଥାଏ, ତାକୁ _______________ ସମାସ କୁହା
Answer:
ଦ୍ବିଗୁ

13. ଚଉପଦୀ – ସମାସର ନାମ _____________________ ।
Answer:
ଦ୍ବିଗୁ

14. ତିନି ଫଳର ସମାହାର– ସମସ୍ତପଦଟି ________________ ହେବ ।
Answer:
ତ୍ରିଫଳା

15. ପଞ୍ଚବଟୀ – ଶୁଦ୍ଧ ବ୍ୟାସବାକ୍ୟଟି ___________________ ।
Answer:
ପଞ୍ଚ ବଟର ସମାହାର

16. ଯେଉଁ ସମାସରେ ସମସ୍ତପଦ ସମସ୍ୟମାନ ପଦମାନଙ୍କ ମଧ୍ୟରୁ କାହାରି ଅର୍ଥକୁ ନ ବୁଝାଇ ଅନ୍ୟକୁ ବୁଝାଏ, ତାକୁ ______________________ ସମାସ କୁହାଯାଏ ।
Answer:
ବହୁବ୍ରୀହି

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇଛି ?
(A) ଦୁଇ
(B) ଚାରି
(C) ପାଞ୍ଚ
(D) ଛଅ
Answer:
(D) ଛଅ

2. ନିମ୍ନପ୍ରଦତ୍ତ ମଧ୍ୟରୁ କେଉଁଟି ପୂର୍ବପଦ ପ୍ରଧାନ ସମାସ ଅଟେ ?
(A) ବହୁବ୍ରୀହି
(B) ଅବ୍ୟୟୀଭାଗ
(C) ଦ୍ବନ୍ଦ୍ବ
(D) ତତ୍‌ପୁରୁଷ
Answer:
(B) ଅବ୍ୟୟୀଭାଗ

3. କେଉଁଟି ଉତ୍ତରପଦ ପ୍ରଧାନ ସମାସ ଅଟେ ?
(A) ତପୁରୁଷ
(B) ଅବ୍ୟୟୀଭାବ
(C) ଦ୍ବନ୍ଦ୍ବ
(D) ବହୁବ୍ରୀହି
Answer:
(A) ତପୁରୁଷ

BSE Odisha 9th Class Odia Grammar ସମାସ

4. କେଉଁଟି ଉଭୟ ପଦ ପ୍ରଧାନ ସମାସ ଅଟେ ?
(A) ତପୁରୁଷ
(B) ଅବ୍ୟୟୀଭାବ
(C) ଦ୍ବନ୍ଦ୍ବ
(D) ବହୁବ୍ରୀହି
Answer:
(C) ଦ୍ବନ୍ଦ୍ବ

5. କାହାକୁ ଅନ୍ୟ ପଦ ପ୍ରଧାନ ସମାସ କୁହାଯାଏ ?
(A) ତପୁରୁଷ
(B) ଦ୍ବନ୍ଦ୍ବ
(C) କର୍ମଧାରୟ
(D) ବହୁବ୍ରୀହି
Answer:
(D) ବହୁବ୍ରୀହି

6. ଧନପ୍ରାପ୍ତ – ସମାସର ନାମ ଲେଖ ।
(A) କର୍ମଧାରୟ
(B) ୨ୟା ତତ୍
(C) ୩ୟା ତତ୍
(D) ୪ର୍ଥୀ ତତ୍
Answer:
(B) ୨ୟା ତତ୍

7. ଶୋକାକୁଳ – ଶୁଦ୍ଧ ବ୍ୟାସବାକ୍ୟଟି ବାଛ ।
(A) ଶୋକପାଇଁ ଆକୁଳ
(B) ଶୋକକୁ ଆକୁଳ
(C) ଶୋକରେ ଆକୁଳ
(D) ଶୋକ ନାଁ ମି ଭ ଆକୁଳ
Answer:
(C) ଶୋକରେ ଆକୁଳ

8. ପୁତ୍ର ନିମିତ୍ତ ଶୋକ – ସମସ୍ତ ପଦଟିକୁ ବାଛ ?
(A) ପୁତ୍ରଶୋକ
(B) ପୁତ୍ରାଶୋକ
(C) ପୁତ୍ରନିମିତ୍ତ ଶୋକ
(D) ପୁତ୍ରନିମିତ୍ତା ଶୋକ
Answer:
(A) ପୁତ୍ରଶୋକ

9. ରୋଗମୁକ୍ତ – ବ୍ୟାସବାକ୍ୟଟି ବାଛ ।
(A) ରୋଗଦ୍ଵାରା ମୁକ୍ତ
(B) ରୋଗରୁ ମୁକ୍ତ
(C) ରୋଗରେ ମୁକ୍ତ
(D) ରୋଗର ମୁକ୍ତ
Answer:
(B) ରୋଗରୁ ମୁକ୍ତ

10. ଚନ୍ଦ୍ରର ଅର୍ଥ – ସମସ୍ତ ପଦଟି କ’ଣ ହେବ ?
(A) ଚନ୍ଦ୍ରାଦ୍ଧ
(B) ଚନ୍ଦ୍ରାର୍କ
(C) ଅର୍ଦ୍ଧଚନ୍ଦ୍ର
(D) ଚନ୍ଦ୍ରଅର୍ଦ୍ଧ
Answer:
(C) ଅର୍ଦ୍ଧଚନ୍ଦ୍ର

BSE Odisha 9th Class Odia Grammar ସମାସ

11. ‘ଅନାବିଳ’ – ଏହା କି ପ୍ରକାର ସମାସ ?
(A) ଦ୍ଵିତୀୟା ତତ୍‌ପୁରୁଷ
(B) ନଟ୍ ତତ୍‌ପୁରୁଷ
(C) ଚତୁର୍ଥୀ ତତ୍‌ପୁରୁଷ
(D) ଉ ପ ପ ଦ ତତ୍‌ପୁରୁଷ
Answer:
(B) ନଟ୍ ତତ୍‌ପୁରୁଷ

12. ‘ଘରମୁହାଁ’ – ଏହି ପଦଟିର ବ୍ୟାସବାକ୍ୟ କ’ଣ ହେବ ?
(A) ଘରକୁ ମୁହାଁ
(B) ଘରଆଡ଼େ ମୁହାଁ
(C) ଘରପାଇଁ ମୁହଁ
(D) ଘରର ମୁହଁ
Answer:
(A) ଘରକୁ ମୁହାଁ

13. ନିମ୍ନୋକ୍ତ ମଧ୍ଯରୁ କିଏ ‘ନିତ୍ୟ ଅର୍ଥ’ ପ୍ରଧାନ ସମାସ ଅଟେ ?
(A) ଦ୍ବନ୍ଦ୍ବ
(B) ତପୁରୁଷ
(C) କର୍ମଧାରୟ
(D) ବହୁବ୍ରୀହି
Answer:
(D) ବହୁବ୍ରୀହି

14. ‘ସୁନାମୁଦି’ – ଏହାର ବିଗ୍ରହ ବାକ୍ୟ କ’ଣ ହେବ ?
(A) ସୁନାର ମୁଦି
(B) ସୁନା ଓ ମୁଦି
(C) ସୁନାରେ ତିଆରି ମୁଦି
(D) ସୁନାପରି ମୁଦି
Answer:
(C) ସୁନାରେ ତିଆରି ମୁଦି

15. ରାମ ନିଜର ଶକ୍ତିକୁ ଅତିକ୍ରମ ନକରି ଭିକାରିକୁ ଦାନ କଲା। – ରେଖାଙ୍କିତ ପଦ ସ୍ଥାନରେ ଉପଯୁକ୍ତ ସମାସଜନିତ ପଦ ବ୍ୟବହାର କଲେ କ’ଣ ହେବ ?
(A) ଶକ୍ତିକୁ ଚାହିଁ
(B) ଯଥାଶକ୍ତି
(C) ଶକ୍ତି ଭିତରେ
(D) ଶକ୍ତିମୁତାବକ
Answer:
(B) ଯଥାଶକ୍ତି

16. ‘ପୋକଶୁଙ୍ଘା’ – ଏହା କି ପ୍ରକାର ସମାସ ?
(A) ଅଲୁକ୍ ସମାସ
(B) ନିତ୍ୟ ସମାସ
(C) ଅବ୍ୟୟୀଭାବ ସମାସ
(D) ତ ତ୍ ପୁ ରୁ ଷ ସମାସ
Answer:
(B) ନିତ୍ୟ ସମାସ

17. ପରସ୍ପର ସମ୍ବନ୍ଧ ଥ‌ିବା ଦୁଇ ବା ତତୋଽଧ୍ଵକ ପଦକୁ ଏକପଦରେ ପରିଣତ କରିବାକୁ କ’ଣ କୁହାଯାଏ ?
(A) ସନ୍ଧି
(C) ତଦ୍ଧିତ
(B) କୃଦନ୍ତ
(D) ସମାସ
Answer:
(D) ସମାସ

BSE Odisha 9th Class Odia Grammar ସମାସ

18. ସମାସରେ ପଦଗୁଡ଼ିକ ମିଳିତ ହେବାପରେ ଯେଉଁ ପଦ ସୃଷ୍ଟି ହୁଏ, ତାକୁ କ’ଣ କହନ୍ତି ?
(A) ସନ୍ଧିପଦ
(B) ଶିଷ୍ଟପଦ
(C) ସରଳପଦ
(D) ସମସ୍ତପଦ
Answer:
(D) ସମସ୍ତପଦ

19. ଯେଉଁ ପଦଗୁଡ଼ିକର ମିଶ୍ରଣରେ ସମସ୍ତପଦ ଗଠିତ ହୁଏ, ସେହିପଦଗୁଡ଼ିକୁ କି ପଦ କୁହାଯାଏ ?
(A) ସମସ୍ତପଦ
(B) ସମାସପଦ
(C) ସରଳ ପଦ
(D) ସ ମ ସ୍ୟ ମ । ନ ପଦ
Answer:
(D) ସ ମ ସ୍ୟ ମ । ନ ପଦ

20. ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ସମ୍ବନ୍ଧ କୁହାଯାଏ ?
(A) ସରଳ ବାକ୍ୟ
(B) ବିଗ୍ରହ ବାକ୍ୟ
(C) ଜଟିଳ ବାକ୍ୟ
(D) ମିଶ୍ର ବାକ୍ଯ
Answer:
(B) ବିଗ୍ରହ ବାକ୍ୟ

21. କୁଳବୁଡ଼ା – ଶୁଦ୍ଧ ବ୍ୟାସବାକ୍ୟଟି ବାଛ ।
(A) କୁଳର ବୁଡ଼ା
(B) କୁଳ ବୁଡ଼ି ଛି
(C) କୁଳ ବୁଡ଼ାଏ ଯେ
(D) କୁଳରେ ବୁଡ଼ା
Answer:
(C) କୁଳ ବୁଡ଼ାଏ ଯେ

22. ଜଳଦ – ସମାସର ନାମ ଲେଖ ।
(A) ଷଷ୍ଠୀ ତତ୍
(B) ୭ମୀ ତତ୍
(C) କର୍ମଧାରୟ
(D) ଉପପଦ ତତ୍
Answer:
(D) ଉପପଦ ତତ୍

23. ଯେଉଁ ସମାସରେ ସମସ୍ତପଦରେ ବିଭକ୍ତି ଚିହ୍ନ ଲୁପ୍ତ ହୁଏ ନାହିଁ, ତାକୁ କି ସମାସ କହନ୍ତି ?
(A) ବହୁବ୍ରୀହି
(B) ଦ୍ବିଗୁ
(C) କର୍ମଧାରୟ
(D) ଅଲୁକ୍
Answer:
(D) ଅଲୁକ୍

BSE Odisha 9th Class Odia Grammar ସମାସ

24. ବନେଚର– ବିଗ୍ରହ ବାକ୍ୟଟି କ’ଣ ହେବ ?
(A) ବନେ ଚରେ ଯେ
(B) ବନକୁ ଚରେ ଯେ
(C) ବନର ଚର
(D) ବନରେ ଚର
Answer:
(A) ବନେ ଚରେ ଯେ

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

Odisha State Board CHSE Odisha Class 12 Foundation of Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା Questions and Answers.

CHSE Odisha 12th Class Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କିଏ କହିଥିଲେ ‘‘ଜାତୀୟ ସଂହତି କେବଳ ନିହଣ ବା ହାତୁଡ଼ି ମାଧ୍ୟମରେ ହୁଏ ନାହିଁ । ଏହା କେବଳ ଶିକ୍ଷା ମାଧ୍ୟମରେ ଧୀରେ ଧୀରେ ବିକାଶଲାଭ କରିଥାଏ ।’
(i) ମହାତ୍ମା ଗାନ୍ଧି
(ii) ଗୋପବନ୍ଧୁ ଦାସ
(iii) ରବୀନ୍ଦ୍ରନାଥ
(iv) ରାଧାକ୍ରିଷ୍ଣନ୍
Answer:
(iv) ରାଧାକ୍ରିଷ୍ଣନ୍

2. କେଉଁଟି ଜାତୀୟ ସଂହତିର ପ୍ରତିବନ୍ଧକ ନୁହେଁ ?
(i) ସାମ୍ପ୍ରଦାୟିକତା
(ii) ଜାତୀୟ ଭାଷା
(iii) ବିଭିନ୍ନତା
(iv) ପ୍ରଚଳିତ ବହୁଭାଷା
Answer:
(ii) ଜାତୀୟ ଭାଷା

3. ଜାତୀୟ ସଂହତି ନିମିତ୍ତ ହୋଇଥିବା ଶିକ୍ଷା ପାଠ୍ୟକ୍ରମ ବିକାଶ କମିଟିର ଅଧ୍ୟକ୍ଷ କିଏ ଥିଲେ ?
(i) ଏସ୍. ରାଧାକ୍ରିଷ୍ଣନ୍
(ii) ଏସ୍. ମୁଦାଲିୟର
(iii) ଚିନ୍ମୟାନନ୍ଦ
(iv) ସମ୍ପୂର୍ଣ୍ଣାନନ୍ଦ
Answer:
(iv) ସମ୍ପୂର୍ଣ୍ଣାନନ୍ଦ

4. ଜାତୀୟ ସଂହତି ପାଇଁ କେଉଁଟି ଏକ ସହପାଠ୍ୟକ୍ରମ କାର୍ଯ୍ୟ ହୋଇପାରିବ ନାହିଁ ?
(i) ଜାତୀୟ ସଂହତି ଗାନ
(ii) ଏକ ଧର୍ମର ବିଶେଷତ୍ଵ ବର୍ଣ୍ଣନା
(iii) ପ୍ରାର୍ଥନା ଗାନ
(iv) ବିଭିନ୍ନ ସ୍ଥାନ ପରିଭ୍ରମଣ
Answer:
(iv) ବିଭିନ୍ନ ସ୍ଥାନ ପରିଭ୍ରମଣ

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

5. ବର୍ତ୍ତମାନ ଭାରତର ସମ୍ବିଧାନରେ କେତୋଟି ଭାଷା ସ୍ଥାନିତ ହୋଇଛି ?
(i) ୧୦
(ii) ୧୫
(iii) ୧୮
(iv) ୧୪
Answer:
(iii) ୧୮

6. ନଗର ବିଜ୍ଞାନ ଶିକ୍ଷାଦାନଦ୍ୱାରା କେଉଁ ମନୋଭାବର ଉଦ୍ରେକ ହେବ ?
(i) ଦେଶପ୍ରୀତି ଶିକ୍ଷା
(ii) ନାଗରିକତା ଶିକ୍ଷା
(iii) ରାଷ୍ଟ୍ରୀୟ ଚେତନା
(iv) ଏଥୁରୁ କେଉଁଟି ନୁହେଁ
Answer:
(ii) ନାଗରିକତା ଶିକ୍ଷା

7. ଜାତୀୟ ସଂହତି (National Integration) ପ୍ରତିଷ୍ଠା ପାଇଁ କାହାକୁ ମୁଖ୍ୟ ଅସ୍ତ୍ରରୂପେ ବ୍ୟବହାର କରାଯାଇପାରିବ ?
(i) ଧନ
(ii) ରାଜନୀତି
(iii) ଶିକ୍ଷା
(iv) କର୍ମତତ୍ପରତା
Answer:
(iii) ଶିକ୍ଷା

8. ନିମ୍ନୋକ୍ତ କେଉଁଟି ବିଦ୍ୟାଳୟରେ ଜାତୀୟ ମନୋଭାବ ସୃଷ୍ଟି କରିପାରିବନି ?
(i) ଜାତୀୟ ଦିବସ ପାଳନ
(ii) ଜାତୀୟ ନେତାଙ୍କର ଜନ୍ମଦିନ ପାଳନ
(iii) ସମାଜର ଗଣ୍ଡଗୋଳ ସମାଧାନ କରିବା
(iv) ଜାତୀୟ ଗଣ୍ଡଗୋଳ ସମାଧାନ କରିବା
Answer:
(iv) ଜାତୀୟ ଗଣ୍ଡଗୋଳ ସମାଧାନ କରିବା

9. ଦେଶର ଜାତୀୟ ସଂହତି ରକ୍ଷା କରିବା ପାଇଁ କେଉଁ ଉକ୍ତିଟି ଠିକ୍ ?
(i) ସମସ୍ତଙ୍କୁ ଏକ ଧର୍ମାବଲମ୍ବୀ କରାଇବା
(ii) ଗୋଟିଏ ଭାଷା ଉପରେ ପ୍ରାଧାନ୍ୟ ଦେବା
(iii) ସମସ୍ତଙ୍କ ମଧ୍ୟରେ ଐକ୍ୟ ଭାବନା ସୃଷ୍ଟି କରିବା
(iv) ଶାସନ ବ୍ୟବସ୍ଥାକୁ କେନ୍ଦ୍ରୀକରଣ କରିବା
Answer:
(iii) ସମସ୍ତଙ୍କ ମଧ୍ୟରେ ଐକ୍ୟ ଭାବନା ସୃଷ୍ଟି କରିବା

10. କେଉଁ ସ୍ତରରୁ ଜାତୀୟ ସଂହତିର ପାଠ ପଢ଼ାଯିବା ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ ?
(i) ମାଧ୍ୟମିକ
(ii) ଉଚ୍ଚ ପ୍ରାଥମିକ
(iii) ବିଶ୍ଵବିଦ୍ୟାଳୟ
(iv) ପ୍ରାଥମିକ
Answer:
(iv) ପ୍ରାଥମିକ

11. ବିଶ୍ଵର ସମସ୍ତ ରାଷ୍ଟ୍ର ମଧ୍ୟରେ ଏକତ୍ଵ ଭାବ ଜାଗ୍ରତ କରିବାର ଉଦ୍ୟମକୁ କ’ଣ କୁହାଯାଏ ?
(i) ଜାତୀୟ ସଂହତି
(ii) ଆବେଗିକ ସଂହତି
(iii) ଆନ୍ତର୍ଜାତିକ ବୁଝାମଣା
(iv) ଧର୍ମଗତ ସହିଷ୍ଣୁତା
Answer:
(iii) ଆନ୍ତର୍ଜାତିକ ବୁଝାମଣା

12. ପୃଥିବୀର ସମସ୍ତ ନାଗରିକମାନଙ୍କୁ ସମାନ ସୁବିଧା ସୁଯୋଗ ଓ ଅଧିକାର ପ୍ରଦାନ କରାଯିବାପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ହେଉଛି ଆନ୍ତର୍ଜାତିକ ସଦ୍‌ଭାବର ଏକ –
(i) ସୁଚିନ୍ତିତ ଯୋଜନା
(ii) ମୌଳିକ ନୀତି
(iii) ଉପାୟ
(iv) ଆଦର୍ଶ
Answer:
(ii) ମୌଳିକ ନୀତି

13. ନିମ୍ନୋକ୍ତ କେଉଁଟି ଆନ୍ତର୍ଜାତିକ ଶିକ୍ଷାର ଏକ ଲକ୍ଷ୍ୟ ?
(i) ସହଯୋଗିତା ଗୁଣର ବିକାଶ
(ii) ପରସ୍ପର ପ୍ରତି ଅସୂୟାଭାବ ପ୍ରଦର୍ଶନ
(iii) ଅନ୍ୟ ଦେଶକୁ ଧମକ ଦେବା
(iv) ଆନ୍ତର୍ଜାତିକ ବୁଝାମଣା ପ୍ରତି ବେଖାତିର ଭାବ
Answer:
(i) ସହଯୋଗିତା ଗୁଣର ବିକାଶ

14. ଆନ୍ତର୍ଜାତିକ ସଦ୍‌ଭାବ କହିଲେ ଆମେ କ’ଣ ବୁଝୁ ?
(i) ନିଜକୁ ନିଜ ପ୍ରଦେଶର ନାଗରିକ ବୋଲି ଭାବିବା
(ii) ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ପ୍ରୟାସ କରିବା
(iii) ନିଜକୁ ପୂର୍ବାଞ୍ଚଳର ଅଧିବାସୀ ବୋଲି ଭାବିବା
(iv) ନିଜକୁ ସମଗ୍ର ବିଶ୍ବର ନାଗରିକ ବୋଲି ଭାବିବା
Answer:
(iv) ନିଜକୁ ସମଗ୍ର ବିଶ୍ବର ନାଗରିକ ବୋଲି ଭାବିବା

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

15. ନିମ୍ନୋକ୍ତ ଆନ୍ତର୍ଜାତିକ ସଦ୍‌ଭାବନା ପ୍ରତିଷ୍ଠା ନିମିତ୍ତ ବିଦ୍ୟାଳୟର କେଉଁଟି ଗୋଟିଏ ଶୈକ୍ଷିକ କାର୍ଯ୍ୟକ୍ରମ ?
(i) ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ
(ii) ଜାତୀୟ ଦିବସ ପାଳନ
(iii) ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ
(iv) ସନ୍ଥମାନଙ୍କୁ ସମ୍ମାନ ପ୍ରଦର୍ଶନ
Answer:
(i) ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ

16. ‘ଆନ୍ତର୍ଜାତିକ ସଦ୍‌ଭାବନା ପ୍ରତିଷ୍ଠା ପାଇଁ ବିଭିନ୍ନ ଦେଶମାନଙ୍କର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ଓ ଅଧ୍ୟାପକଙ୍କର ବହୁସଂଖ୍ୟାରେ ବିନିମୟ ହେବା ଦରକାର’ ବୋଲି କିଏ ମତପ୍ରଦାନ କରିଥିଲେ ?
(i) ଆବେଗିକ କମିଟି
(ii) UNESCO
(iii) UNICEF
(iv) DPEP କର୍ତ୍ତୃପକ୍ଷ
Answer:
(ii) UNESCO

17. ‘‘ଆନ୍ତର୍ଜାତିକ ବୁଝାମଣା ଏକ ଭାବନା ବା ଧାରଣା ଯାହାଦ୍ୱାରା ବ୍ୟକ୍ତି ନିଜକୁ ନିଜ ରାଷ୍ଟ୍ରର ସଦସ୍ୟ ନ ଭାବି ନିଜକୁ ବିଶ୍ବର ଜଣେ ସଦସ୍ୟ ବୋଲି ଭାବିଥାଏ ।’’ ଏ ଉକ୍ତିଟି କାହାର ?
(i) ଓଲିଭର ଗୋଲ୍ଡସ୍ମିଥ୍
(ii) ଅଗଷ୍ଟ କମ୍‌
(iii) ଋଷୋ
(iv) ମହାତ୍ମା ଗାନ୍ଧି
Answer:
(i) ଓଲିଭର ଗୋଲ୍ଡସ୍ମିଥ୍

18. ଆନ୍ତର୍ଜାତିକ ବୁଝାମଣାର ଗୋଟିଏ ଆବଶ୍ୟକତା ହେଉଛି –
(i) ଦେଶର ବିଭିନ୍ନ ଅଞ୍ଚଳର ଏକତ୍ରୀକରଣ
(iii) ପ୍ରାଦେଶିକ ମନୋଭାବର ନିୟନ୍ତ୍ରଣ
(ii) ବିଶ୍ୱଯୁଦ୍ଧଗୁଡ଼ିକୁ ଏଡ଼େଇବା ପାଇଁ ପ୍ରୟାସ
(iv) ଜାତୀୟ ସଦ୍‌ଭାବନା ସୃଷ୍ଟି
Answer:
(iii) ପ୍ରାଦେଶିକ ମନୋଭାବର ନିୟନ୍ତ୍ରଣ

B. ଶୂନ୍ୟସ୍ଥାନ ପୂରଣ କର ।

1. ବିଭିନ୍ନ ତାରତମ୍ୟ ମଧ୍ୟରେ ଦେଶର ଏକତା ଭାବନାକୁ ___________ କୁହାଯାଏ ।
Answer:
ଜାତୀୟ ସଂହତି

2. ଜାତୀୟ ସଂହତି ପ୍ରତିଷ୍ଠାରେ ଜାତିପ୍ରଥା ଏକ ___________ ଅଟେ ।
Answer:
ପ୍ରତିବନ୍ଧକ

3. ଶିକ୍ଷାର୍ଥୀମାନଙ୍କୁ ଜାତୀୟ ଜୀବନସ୍ରୋତରେ ସାମିଲ କରିବା ଜାତୀୟ ସଂହତିର ଏକ ___________ ଅଟେ ।
Answer:
ଲକ୍ଷ୍ୟ

4. ଜାତୀୟ ସଂଗୀତ ଗାନଦ୍ୱାରା ଆମ ମନରେ ___________ ଭାବ ଜାଗ୍ରତ ହୁଏ ।
Answer:
ଆୟୋଗମ୍କ ସଂହତି

5. ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ___________ କୁ ମୁଖ୍ୟ ଅସ୍ତ୍ରରୂପେ ବ୍ୟବହାର କରାଯାଇପାରିବ ।
Answer:
ଶିକ୍ଷା

6. ଜାତୀୟ ସଂହତି ନିମନ୍ତେ ___________ କମିଟି ପ୍ରସ୍ତାବିତ ହୋଇଥିଲା ।
Answer:
ସଂପୂର୍ଣ୍ଣାନନଦ

7. ଜାତୀୟ ସଂହତି ନିମନ୍ତେ ସଂପୂର୍ଣ୍ଣାନନ୍ଦ କମିଟି ___________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୬୧

8. ୧୯୫୦ ମସିହାରେ ଭାରତକୁ ଏକ ___________ ରାଷ୍ଟ୍ରରୂପେ ଘୋଷଣା କରାଗଲା ।
Answer:
ସାଧାରଣତନ୍ତ୍ର

9. ଦେଶରେ ଥିବା ବିଭିନ୍ନତା ମଧ୍ୟରେ ଏକତା ମନୋଭାବକୁ ___________ କୁହାଯାଏ ।
Answer:
ଜାତୀୟ ସଂହତି

10. ଜାତୀୟ ସଂହତିର ଶ୍ରେଷ୍ଠ ଉପାଦାନଟି ___________ ।
Answer:
ଶିକ୍ଷା

11. ‘‘ଆନ୍ତର୍ଜାତିକ ବୁଝାମଣା ଏକ ଭାବନା ବା ଧାରଣା ଯାହାଦ୍ୱାରା ବ୍ୟକ୍ତି ନିଜକୁ ନିଜ ଦେଶର ନାଗରିକ ନ ଭାବି ସମଗ୍ର ବିଶ୍ଵର ସଦସ୍ୟ ବୋଲି ଭାବିଥାଏ’’ ___________ ଏହା ___________ କହିଥିଲେ ।
Answer:
ଓଲିଭର ଗୋଲ୍ଡସ୍ମିଥ୍

12. ‘ବିଶ୍ୱଯୁଦ୍ଧକୁ ଦୂରେଇଦେବା’, ଆନ୍ତର୍ଜାତିକ ସଦ୍‌ଭାବନାର ___________ ଅଟେ ।
Answer:
ଆବଶ୍ୟକତା

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

13. ___________ ମାଧ୍ୟମରେ ସମଗ୍ର ବିଶ୍ବରେ ଐକ୍ୟ ପ୍ରତିଷ୍ଠା ସମ୍ଭବପର ହୋଇପାରିବ ।
Answer:
ଆନ୍ତର୍ଜାତିକ ବୁଝାମଣା

14. ‘ସହଯୋଗିତା ଗୁଣର ବିକାଶ କରିବା’ ଏହା ଆନ୍ତର୍ଜାତିକ ବୁଝାମଣାର ମୁଖ୍ୟ ___________ ଅଟେ ।
Answer:
ଉଦ୍ଦେଶ୍ୟ

15. ଜାତିସଂଘ ଦିବସ ପାଳନ କରିବାଦ୍ୱାରା ମନରେ ___________ ଜାଗ୍ରତ ହୋଇଥାଏ ।
Answer:
ଆନ୍ତର୍ଜାତିକ ସଦ୍‌ଭାବନା

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଗାନ୍ଧି କହିଥିଲେ, “ଜାତୀୟ ସଂହତି କେବଳ ନିହଣ ବା ହାତୁଡ଼ି ମାଧ୍ୟମରେ ହୁଏ ନାହିଁ, ଏହା କେବଳ ଶିକ୍ଷା ମାଧ୍ୟମରେ ଧୀରେ ଧୀରେ ବିକାଶଲାଭ କରିଥାଏ ।’
Answer:
ରାଧାକ୍ରିଷ୍ଣନ୍ କହିଥିଲେ, “ଜାତୀୟ ସଂହତି କେବଳ ନିହଣ ବା ହାତୁଡ଼ି ମାଧ୍ୟମରେ ହୁଏ ନାହିଁ, ଏହା କେବଳ ଶିକ୍ଷା ମାଧ୍ୟମରେ ଧୀରେ ଧୀରେ ବିକାଶଲାଭ କରିଥାଏ ।’’

2. ଶିକ୍ଷା ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ।
Answer:
ସାମ୍ପ୍ରଦାୟିକତା ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ।

3. ଜାତୀୟ ସଂହତି ନିମିତ୍ତ ଗଠିତ ହୋଇଥିବା ଶିକ୍ଷା ପାଠ୍ୟକ୍ରମ ବିକାଶ କମିଟିର ଅଧ୍ୟକ୍ଷ ଥିଲେ ଏସ୍. ରାଧାକ୍ରିଷ୍ଣନ୍ ।
Answer:
ଜାତୀୟ ସଂହତି ନିମିତ୍ତ ଗଠିତ ହୋଇଥିବା ଶିକ୍ଷା ପାଠ୍ୟକ୍ରମ ବିକାଶ କମିଟିର ଅଧ୍ୟକ୍ଷ ଥିଲେ ସମ୍ପୂର୍ଣ୍ଣାନନ୍ଦ ।

4. ଜାତୀୟ ସଂହତି ପାଇଁ ଜାତୀୟ ସଙ୍ଗୀତ ଗାନ ଏକ ସହପାଠ୍ୟକ୍ରମ କାର୍ଯ୍ୟ ହୋଇପାରିବ ନାହିଁ ।
Answer:
ଜାତୀୟ ସଂହତି ପାଇଁ ଜାତୀୟ ସଙ୍ଗୀତ ଗାନ ଏକ ସହପାଠ୍ୟକ୍ରମ କାର୍ଯ୍ୟ ହୋଇପାରିବ ।

5. ନଗର ବିଜ୍ଞାନ ଶିକ୍ଷାଦାନଦ୍ୱାରା ରାଷ୍ଟ୍ରଚେତନା ମନୋଭାବର ଉଦ୍ରେକ ହେବ ।
Answer:
ନଗର ବିଜ୍ଞାନ ଶିକ୍ଷାଦାନଦ୍ୱାରା ନାଗରିକତା ଶିକ୍ଷା ମନୋଭାବର ଉଦ୍ରେକ ହେବ ।

6. ଦେଶରେ ଥିବା ବିଭିନ୍ନତା ମଧ୍ୟରେ ଐକ୍ୟ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ବୁଝାମଣା କୁହାଯାଏ ।
Answer:
ଦେଶରେ ଥିବା ବିଭିନ୍ନତା ମଧ୍ୟରେ ଐକ୍ୟ ପ୍ରତିଷ୍ଠାକୁ ଜାତୀୟ ସଂହତି କୁହାଯାଏ ।

7. ବିଶ୍ବଯୁଦ୍ଧଗୁଡ଼ିକୁ ଏଡ଼ାଇଦେବା, ଆନ୍ତର୍ଜାତିକ ସଦ୍‌ଭାବନା ସୃଷ୍ଟି ଦିଗରେ ପ୍ରତିବନ୍ଧକ ଅଟେ ।
Answer:
ବିଶ୍ବଯୁଦ୍ଧଗୁଡ଼ିକୁ ଏଡ଼ାଇଦେବା, ଆନ୍ତର୍ଜାତିକ ସଦ୍‌ଭାବନା ସୃଷ୍ଟି ଦିଗରେ ଆବଶ୍ୟକତା ଅଟେ ।

8. ବିଶ୍ବର ସମସ୍ତ ରାଷ୍ଟ୍ର ମଧ୍ୟରେ ଐକ୍ୟଭାବ ସୃଷ୍ଟି କରିବାକୁ ଜାତୀୟ ସଂହତି କୁହାଯାଏ ।
Answer:
ବିଶ୍ବର ସମସ୍ତ ରାଷ୍ଟ୍ର ମଧ୍ୟରେ ଐକ୍ୟଭାବ ସୃଷ୍ଟି କରିବାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

9. ‘ସହଯୋଗିତା ଗୁଣର ବିକାଶ’ ଏହା ଜାତୀୟ ସଂହତିର ଗୋଟିଏ ଲକ୍ଷ୍ୟ ।
Answer:
‘ସହଯୋଗିତା ଗୁଣର ବିକାଶ’ ଏହା ଆନ୍ତର୍ଜାତିକ ସଦ୍‌ଭାବନାର ଏକ ଲକ୍ଷ୍ୟ ।

10. ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ କରିବା ଫଳରେ ଜାତୀୟ ସଂହତି ସୃଷ୍ଟି ହୁଏ ।
Answer:
ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ କରିବା ଫଳରେ ଆନ୍ତର୍ଜାତିକ ସଦ୍‌ଭାବନା ସୃଷ୍ଟି ହୁଏ ।

11. UNICEF ମତରେ, “ଆନ୍ତର୍ଜାତିକ ବୁଝାମଣା ପାଇଁ ବିଭିନ୍ନ ଦେଶର ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ବ୍ୟାପକ ବିନିମୟ ହେବା ଉଚିତ ।’’
Answer:
UNESCO ମତରେ, “ଆନ୍ତର୍ଜାତିକ ବୁଝାମଣା ପାଇଁ ବିଭିନ୍ନ ଦେଶର ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ବ୍ୟାପକ ବିନିମୟ ହେବା
ଉଚିତ ।’’

12. ଆନ୍ତର୍ଜାତିକ ସଭାବ କହିଲେ ଆମେ ନିଜକୁ ନିଜ ଦେଶର ନାଗରିକ ବୋଲି ବୁଝିଥାଉ ।
Answer:
ଆନ୍ତର୍ଜାତିକ ସଭାବ କହିଲେ ଆମେ ନିଜକୁ ସମଗ୍ର ବିଶ୍ବର ସଦସ୍ୟ ବୋଲି ବୁଝିଥାଉ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ଜାତୀୟ ସଂହତି କ’ଣ ?
Answer:
ବିଭିନ୍ନତା ମଧ୍ୟରେ ଏକତାର ସୃଷ୍ଟିକୁ ଜାତୀୟ ସଂହତି କୁହାଯାଏ ।

2. ଶିକ୍ଷାଦ୍ବାରା ଜାତୀୟ ସଂହତି କିପରି ରକ୍ଷା କରାଯାଇପାରିବ ?
Answer:
ଶିକ୍ଷାଦ୍ବାରା ଶିକ୍ଷାର୍ଥୀର ମନରେ ଜାତୀୟତାବୋଧ, ଭାବାତ୍ମକ ଏକତା, ପରସ୍ପର ପ୍ରତି ସହଯୋଗିତା ଓ ଆବେଗିକ ସଂହତି ଅଣାଯାଇପାରିବ ।

3. ଜାତୀୟ ସଂହତି ପ୍ରତିଷ୍ଠା କ୍ଷେତ୍ରରେ ଗୋଟିଏ ପ୍ରତିବନ୍ଧକ ଲେଖ ।
Answer:
ଜାତିଆଣ ମନୋଭାବ/ଧର୍ମାନ୍ଧତା ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ଅଟେ ।

4. ଜାତୀୟ ସଂହତିର ଆବଶ୍ୟକତା ମଧ୍ୟରୁ ଗୋଟିଏ ଉଲ୍ଲେଖ କର ।
Answer:
ଶାନ୍ତିରେ କାଳାତିପାତ କରିବାପାଇଁ ଜାତୀୟ ସଂହତିର ଆବଶ୍ୟକତା ରହିଛି ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

5. ଜାତୀୟ ସଂହତିର ଶ୍ରେଷ୍ଠ ଉପାଦାନ କ’ଣ ?
Answer:
ଜାତୀୟ ସଂହତିର ଶ୍ରେଷ୍ଠ ଉପାଦାନ ହେଉଛି ଶିକ୍ଷା ।

6. ଜାତୀୟ ସଂହତିର ଦୁଇଟି ଶୈକ୍ଷିକ କାର୍ଯ୍ୟ ଉଲ୍ଲେଖ କର ।
Answer:
ମହାପୁରୁଷଙ୍କ ଜୀବନୀ ଅଧ୍ୟୟନ ଏବଂ ପରିଭ୍ରମଣ ହେଉଛି ଜାତୀୟ ସଂହତିର ଦୁଇଟି ଶୈକ୍ଷିକ ଉପାଦାନ ।

7. ଜାତୀୟ ସଂହତି ପାଇଁ କେବେ କେଉଁ କମିଟି ସୁପାରିସ କରିଥିଲେ ?
Answer:
ଜାତୀୟ ସଂହତି ପାଇଁ ୧୯୬୧ ମସିହାରେ ସଂପୂର୍ଣ୍ଣାନନ୍ଦ କମିଟି ସୁପାରିସ କରିଥିଲେ ।

8. ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷାର୍ଥୀଙ୍କୁ କିପରି ଅନୁପ୍ରାଣିତ କରିବା ଉଚିତ ?
Answer:
ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷାର୍ଥୀଙ୍କୁ ଆବେଗିକ ସଂହତିର ଭାବାର୍ଥରେ ଅନୁପ୍ରାଣିତ କରିବା ଉଚିତ ।

9. ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷା କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ?
Answer:
ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷା ଶିକ୍ଷାର୍ଥୀମାନଙ୍କର ଜାତିପ୍ରୀତି, ବ୍ୟକ୍ତିତ୍ଵ, ଦାୟିତ୍ବବୋଧତା, ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟପରାୟଣତା ଇତ୍ୟାଦି ଗୁଣାବଳୀର ବିକାଶ ପାଇଁ ଧ୍ୟାନ ଦେବା ଉଚିତ ।

10. ଜାତୀୟ ସଂହତିର ସୁରକ୍ଷା ଦିଗରେ ବିଦ୍ୟାଳୟର କାର୍ଯ୍ୟକ୍ରମରୁ ଦୁଇଟି ଉଲ୍ଲେଖ କର ।
Answer:
ଜାତୀୟ ସଂହତିର ସୁରକ୍ଷା ନିମନ୍ତେ ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଶିକ୍ଷକ ଦିବସ, ଶିକ୍ଷାର୍ଥୀ ଦିବସ, ମହାପୁରୁଷଙ୍କ ଜୟନ୍ତୀ ପାଳନ, ସହପାଠ୍ୟକ୍ରମରେ ଅଂଶଗ୍ରହଣ ଇତ୍ୟାଦି ବିଦ୍ୟାଳୟ କାର୍ଯ୍ୟକ୍ରମ ରହିଛି ।

11. ଜାତୀୟ ଦିବସ କାହିଁକି ପାଳନ କରାଯାଏ ?
Answer:
ଶିକ୍ଷାର୍ଥୀଙ୍କ ମନରେ ଜାତୀୟ ଚେତନା ସୃଷ୍ଟି ପାଇଁ ଜାତୀୟ ଦିବସ ପାଳନ କରାଯାଏ ।

12. ବିଦ୍ୟାଳୟ ପୋଷାକ କାହିଁକି ପ୍ରଚଳିତ ?
Answer:
ଶିକ୍ଷାର୍ଥୀଙ୍କ ମନରେ ଏକତ୍ଵ ଭାବ ବା ଜାତୀୟତା ଭାବ ସୃଷ୍ଟି ପାଇଁ ବିଦ୍ୟାଳୟ ପୋଷାକ ପ୍ରଚଳିତ ।

13. ବିଦ୍ୟାଳୟରେ ଜାତୀୟ ସଂହତି ଉଦ୍ରେକ ନିମନ୍ତେ ଅନୁସୃତ ଗୋଟିଏ | ଦୁଇଟି ସହପାଠ୍ୟକ୍ରମର ଉଦାହରଣ ଦିଅ ।
Answer:
ବିଦ୍ୟାଳୟରେ ପରିଭ୍ରମଣ ଓ ଆଲୋଚନାଚକ୍ର/ଜାତୀୟ ଦିବସ ପାଳନ ଏବଂ ସମାଜସେବା ପ୍ରଭୃତି ସହପାଠ୍ୟକ୍ରମ ଜାତୀୟ ସଂହତି ଉଦ୍ରେକ ନିମନ୍ତେ ସାହାଯ୍ୟ କରେ ।

14. ୧୯୬୧ ମସିହାରେ ଭାରତ ସରକାରଙ୍କଦ୍ଵାରା ନିଯୁକ୍ତ ଜାତୀୟତା ଭାବନାତ୍ମକ ସଂହତି କମିଟିର ଅଧ୍ୟକ୍ଷ କିଏ ଥିଲେ ?
Answer:
୧୯୬୧ ମସିହାରେ ଭାରତ ସରକାରଙ୍କଦ୍ୱାରା ନିଯୁକ୍ତ ଜାତୀୟତା ଭାବନାତ୍ମକ ସଂହତି କମିଟିର ଅଧ୍ୟକ୍ଷ ଡ. ସମ୍ପର୍ଣ୍ଣାନନ୍ଦ ଥିଲେ ।

15. ଜାତୀୟ ସଙ୍ଗୀତ ଗାନଦ୍ଵାରା ମନରେ କେଉଁ ଭାବ ଜାଗ୍ରତ ହୁଏ ?
Answer:
ଜାତୀୟ ସଙ୍ଗୀତ ଗାନଦ୍ଵାରା ମନରେ ଜାତୀୟତା ଭାବ ବା ଜାତୀୟ ସଂହତି ସୃଷ୍ଟି ହୁଏ ।

16. ଆନ୍ତର୍ଜାତିକ ସଦ୍‌ଭାବ କହିଲେ କ’ଣ ବୁଝାଏ ?
Answer:
ଯାହା ମାଧ୍ୟମରେ ସମଗ୍ର ବିଶ୍ଵରେ ଐକ୍ୟ ପ୍ରତିଷ୍ଠା କରାଯାଏ, ତାହାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

17. ଆନ୍ତର୍ଜାତିକ ସଭାବ ପ୍ରତିଷ୍ଠାର ଗୋଟିଏ ଆବଶ୍ୟକତା ଲେଖ ।
Answer:
ଦେଶ-ଦେଶ, ଜାତି-ଜାତି ମଧ୍ୟରେ ଯେଉଁ ବିବାଦ, କଳହ, ରକ୍ତପାତ ଓ ମତାନ୍ତର ସୃଷ୍ଟି ହେଉଛି ତାହାର ନିରାକରଣ ନିମନ୍ତେ ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠାର ଆବଶ୍ୟକତା ରହିଛି ।

18. ଆନ୍ତର୍ଜାତିକ ସଦ୍‌ଭାବର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ଲେଖ ।
Answer:
ଆନ୍ତର୍ଜାତିକ ସଦ୍‌ଭାବର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନୁଷ୍ୟ ମଧ୍ୟରେ ପରସ୍ପର ପ୍ରତି ସହଯୋଗିତା ଗୁଣର ବିକାଶ କରିବା ।

19. ଆନ୍ତର୍ଜାତିକ ସଦ୍‌ଭାବ ସୃଷ୍ଟି ନିମିତ୍ତ ବିଦ୍ୟାଳୟର ଗୋଟିଏ ଶୈକ୍ଷିକ କାର୍ଯ୍ୟକ୍ରମ ଉଲ୍ଲେଖ କର ।
Answer:
ବିଦ୍ୟାଳୟଗୁଡ଼ିକରେ ରେଡକ୍ରସ ଦିବସ, ଜାତିସଂଘ ପ୍ରତିଷ୍ଠା ଦିବସ, ବିଶ୍ୱଶାନ୍ତି ପ୍ରତିଷ୍ଠା ଦିବସ ଭଳି ଅନ୍ତଃରାଷ୍ଟ୍ରୀୟ ଦିବସ ଆଦି ପାଳନ କରିବା ଆନ୍ତର୍ଜାତିକ ସଦ୍‌ଭାବ ସୃଷ୍ଟି ଦିଗରେ ସହାୟତା କରିଥାଏ ।

20. ଆନ୍ତର୍ଜାତିକ ବୁଝାମଣାର ଏକ ମୌଳିକ ନୀତି ଉଲ୍ଲେଖ କର ।
Answer:
ଆନ୍ତର୍ଜାତିକ ବୁଝାମଣାର ଏକ ମୌଳିକ ନୀତି ହେଉଛି ପୃଥିବୀର ସମସ୍ତ ନାଗରିକମାନଙ୍କୁ ସମାନ ସୁବିଧା ସୁଯୋଗ ଓ ଅଧିକାର ପ୍ରଦାନ କରିବାପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଜାତୀୟ ସଂହତିର ଆବଶ୍ୟକତା କ’ଣ ?
Answer:
ଜାତୀୟ ସଂହତିର ଆବଶ୍ୟକତା :
(i) ଜାତୀୟ ଏକତା ବୃଦ୍ଧିକରି ଏକ ସୁସ୍ଥ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ରାଷ୍ଟ୍ର ଗଠନ କରିବା ।
(ii) ଦେଶରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରୁ ଜାତି, ଧର୍ମ ଓ ବର୍ଣ୍ଣ ଉପରେ ଆଧାରିତ ଭେଦଭାବ ଦୂର କରିବା ।
(iii) ନିଜ ଦେଶକୁ ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରିବା ।
(iv) ଏକ ସୁସ୍ଥ, ଶାନ୍ତି ଓ ସୁଖମୟ ଜୀବନଯାପନ ପ୍ରଣାଳୀରେ ସହାୟକ ହେବା ।
(v) ଜାତୀୟ ସଂସ୍କୃତି, ଭାଷା ଓ ସାହିତ୍ୟର ଉନ୍ନତି ସାଧନ କରିବା ।

2. ଜାତୀୟ ସଂହତି ରକ୍ଷାର ଦୁଇଟି ପ୍ରତିବନ୍ଧକ ଲେଖ ।
Answer:
ଜାତୀୟ ସଂହତି ରକ୍ଷାର ଦୁଇଟି ମୁଖ୍ୟ ପ୍ରତିବନ୍ଧକ ହେଉଛି :
(i) ଭାଷାଗତ ବିରୋଧ – ଭାରତରେ ବିଭିନ୍ନ ଭାଷାଭାଷୀ ଲୋକ ରହୁଥିବାରୁ ବେଳେବେଳେ ଏ ନେଇ ଦେଶର ସଂହତି ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଅତୀତରେ ହିନ୍ଦୀକୁ ରାଷ୍ଟ୍ରଭାଷାର ମାନ୍ୟତା ଦେବାଲାଗି ବିରୋଧାଭାସ ଉଠିଥିଲା ।
(ii) ଧର୍ମଗତ ପାର୍ଥକ୍ୟ ବା ଧର୍ମାନ୍ଧତା – ଭାରତ ବିଭିନ୍ନ ଧର୍ମର ଲୋକଙ୍କୁ ସମଭାବରେ ଆଶ୍ରୟ ଦେଇଥିଲେ ମଧ୍ୟ ବେଳେବେଳେ ଉଚ୍ଚ ଧାର୍ମିକ ମନୋଭାବ ବା ଧର୍ମଗତ ମତପାର୍ଥକ୍ୟ ଯୋଗୁଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିଥାଏ । ତେଣୁ ଏହାଦ୍ଵାରା ଜାତୀୟ ସଂହତି ବହୁମାତ୍ରାରେ ବାଧା ପାଇଥାଏ ।

3. ଜାତୀୟ ସଂହତି ସୃଷ୍ଟି କରୁଥିବା ଦୁଇଟି ଉପାଦାନ ଲେଖ ।
Answer:
ଜାତୀୟ ସଂହତି ସୃଷ୍ଟିକାରୀ ଦୁଇଟି ମୁଖ୍ୟ ଉପାଦାନ :
(i) ଜାତୀୟ ଦିବସ ପାଳନ ।
(ii) ସ୍ଵାଧୀନତା ସଂଗ୍ରାମୀଙ୍କ ଜୀବନୀ ଅଧ୍ୟୟନ ।

4. ଯେକୌଣସି ଗୋଟିଏ ପାଠ୍ୟକ୍ରମର ଉଦାହରଣ ଦେଇ ତାହାଦ୍ୱାରା ଜାତୀୟ ସଂହତି କିପରି ବୃଦ୍ଧି କରାଯାଇପାରିବ ଲେଖ ।
Answer:
ନଗର ବିଜ୍ଞାନ (Civics) ଅଧ୍ୟୟନ ଶିକ୍ଷାର୍ଥୀମାନଙ୍କ ମନରେ ଜାତୀୟ ସଂହତି ସୃଷ୍ଟି କରିଥାଏ । ଏହା ସେମାନଙ୍କୁ ନାଗରିକର ଦାୟିତ୍ୱ, କର୍ତ୍ତବ୍ୟ ଏବଂ ଅଧିକାର ବିଷୟରେ ସଚେତନ କରିଥାଏ ଓ ଜାତୀୟ ସଂହତି ବୃଦ୍ଧିରେ ସହାୟକ ହୋଇଥାଏ ।

5. ଜାତୀୟ ସଂହତିର ଲକ୍ଷ୍ୟ କ’ଣ ?
Answer:
ଜାତୀୟ ସଂହତିର ଲକ୍ଷ୍ୟ
(i) ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରିବା ।
(ii) ଏକ ସୁସ୍ଥ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଦୃଢ଼ପରିକର ହେବା ।

6. ସମ୍ପୂର୍ଣ୍ଣାନନ୍ଦ କମିଟିଙ୍କ ମତରେ ଜାତୀୟ ସଂହତି କିପରି ଉଦ୍ରେକ କରାଯାଇପାରିବ ?
Answer:
୧୯୬୧ ମସିହାରେ ସମ୍ପୂର୍ଣାନନ୍ଦ କମିଟି ଗଠିତ ହୋଇଥିଲା । ଏହି କମିଟି ମତରେ ଶିକ୍ଷାଦ୍ବାରା ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିତ୍ଵ, ଐକ୍ୟଭାବ, ସହନଶୀଳତା ମନୋଭାବର ବିକାଶ ସାଧନ କରାଯାଇପାରିବ ।

7. ଜାତୀୟ ସଂହତି ବିକାଶ ପାଇଁ ଯେଉଁ କମିଟିଗୁଡ଼ିକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଟି କମିଟିର ନାମ ଲେଖ ।
Answer:
୧୯୬୧ ମସିହାରେ ସମ୍ପୂର୍ଣ୍ଣାନନ୍ଦ କମିଟି ଓ ୧୯୬୪-୬୬ ମସିହାର କୋଠାରୀ କମିଶନ ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ଶିକ୍ଷାର ଭୂମିକା ବିଷୟରେ ଅନୁଧ୍ୟାନ କରି ସୁପାରିସ କରିଥିଲେ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

8. ଜାତୀୟ ସଂହତିର ଅର୍ଥ କ’ଣ ?
Answer:
ଜାତୀୟ ସଂହତିର ଅର୍ଥ ଜାତୀୟ ଐକ୍ୟ ବା ସମାନତା; ଅର୍ଥାତ୍ ଅନେକପ୍ରକାର ବୈଷମ୍ୟ ମଧ୍ଯରେ ସୁସଙ୍ଗଠିତ ଏକତାକୁ ଜାତୀୟ ସଂହତି କୁହାଯାଏ । ଏହା ସାମାଜିକ, ରାଜନୈତିକ, ଅର୍ଥନୈତିକ, ଧର୍ମଗତ, ଭାଷାଗତ ଓ ସାଂସ୍କୃତିକ ଏକତାକୁ ବୁଝାଏ । ଜାତୀୟ ଭାବଧାରା ଚିନ୍ତା, ଆଦର୍ଶ, ଆଚାର-ବ୍ୟବହାର ଓ ମୂଲ୍ୟବୋଧ ପ୍ରଭୃତିର ଅଭିନ୍ନତା, ସମାଜର ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ସମପ୍ରାଣତା ଓ ଐକ୍ୟବୋଧ ସୃଷ୍ଟି କରିଥାଏ । ଏହି ସମତା ଓ ଅଭିନ୍ନତାବୋଧଦ୍ୱାରା ଜାତୀୟ ସଂହତିର ଅକ୍ଷୁଣ୍ଣତା ତିଷ୍ଠି ରହେ । ଏହାଦ୍ୱାରା ବିଭିନ୍ନ ସଂସ୍କୃତି ମଧ୍ୟରେ ଏକ ଅନ୍ତର୍ନିହିତ ପରିବ୍ୟାପୀ ସମତା ଆଣିବା ସମ୍ଭବ ହୋଇଥାଏ ।

9. ଜାତୀୟ ସଂହତିର ବିକାଶ ନିମନ୍ତେ ବିଦ୍ୟାଳୟର ଦୁଇଗୋଟି ପାଠ୍ୟ କାର୍ଯ୍ୟ ଉଲ୍ଲେଖ କର ।
Answer:
ଜାତୀୟ ସଂହତିର ବିକାଶ ନିମନ୍ତେ ବିଦ୍ୟାଳୟରେ ନିମ୍ନଲିଖ ପାଠ୍ୟକାର୍ଯ୍ୟଗୁଡ଼ିକ ସାହାଯ୍ୟ କରିଥାଏ ।
(i) ଇତିହାସ (History) – ଯେଉଁ ପ୍ରସଙ୍ଗଗୁଡ଼ିକ ଜାତିଆଣ ଭାବ, ସାଂପ୍ରଦାୟିକତା ସୃଷ୍ଟି କରୁଛି ତାକୁ ବାଇ ଦେଶପ୍ରେମୀମାନଙ୍କର ତ୍ୟାଗ, ନିଷ୍ଠା ସମ୍ପର୍କିତ ପାଠ୍ୟବିଷୟଗୁଡ଼ିକୁ ସ୍ଥାନ ଦେବା ଉଚିତ ।
(ii) ନଗରବିଜ୍ଞାନ (Civics) – ଗଣତାନ୍ତ୍ରିକ ସରକାର, ନ୍ୟାୟାଳୟର କାର୍ଯ୍ୟ ଏବଂ ନାଗରିକମାନଙ୍କର ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ସହ ଦେଶ ପ୍ରତି ନିଜର କର୍ତ୍ତବ୍ୟବୋଧ ନଗରବିଜ୍ଞାନ ଅଧ୍ୟୟନରୁ ଛାତ୍ରଛାତ୍ରୀ ଜାଣିଥାଏ ।

10. ଜାତୀୟ ସଂହତି ଶିକ୍ଷାଦାନରେ ଶିକ୍ଷକଙ୍କର ଭୂମିକା ଲେଖ ।
Answer:
ଜାତୀୟ ସଂହତି ଶିକ୍ଷାଦାନରେ ଶିକ୍ଷକ କେନ୍ଦ୍ରବିନ୍ଦୁ ସ୍ବରୂପ କାର୍ଯ୍ୟ କରନ୍ତି । କେବଳ ବକ୍ତୃତା ବା ଉପଦେଶଦ୍ବାରା ଜାତୀୟ ସଂହତି ବିକଶିତ ହେବନାହିଁ । ତେଣୁ ଶିକ୍ଷକ ଶ୍ରେଣୀ ବାହାରେ ଓ ଶ୍ରେଣୀ ମଧ୍ୟରେ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ଜାତୀୟ ସଂହତି ବିଷୟରେ ଧାରଣା ଛାତ୍ରଛାତ୍ରୀଙ୍କ ମନରେ କ୍ରମେ କ୍ରମେ ପ୍ରବେଶ କରାଇବେ । ଶିକ୍ଷକ ଯଦି ବିଭେଦକାରୀ ଚିନ୍ତାଧାରା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଛାତ୍ରଛାତ୍ରୀମାନେ ବିଭେଦକାରୀ ଧାରଣାର ଶିକାର ହେବା ନିଶ୍ଚିତ; ତେଣୁ ଶିକ୍ଷକ ଏହାର ଦୃଢ଼ ପ୍ରତିରୋଧ କରିବା ବାଞ୍ଛନୀୟ ।

11. ପ୍ରାଥମିକ ବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କଠାରେ ଜାତୀୟ ସଂହତି ମୂଲ୍ୟବୋଧ ସଞ୍ଚାରିତ କରିବାପାଇଁ ଯେକୌଣସି ତିନିଟି ଯୁକ୍ତିଯୁକ୍ତ ସହପାଠ୍ୟ କାର୍ଯ୍ୟକ୍ରମର ଉଦାହରଣ ବୁଝାଅ ।
Answer:
ପ୍ରାଥମିକ ବିଦ୍ୟାଳୟରେ ନିମ୍ନଲିଖିତ ସହପାଠ୍ୟ କାର୍ଯ୍ୟକ୍ରମଗୁଡ଼ିକଦ୍ୱାରା ଜାତୀୟ ସଂହତି ମନୋଭାବ ଜାଗ୍ରତ କରିହେବ; ଯଥା-
(i) ପରିଭ୍ରମଣ (ଅନ୍ୟ ରାଜ୍ୟ)
(iii) ଜାତୀୟ ଦିବସ ପାଳନ
(ii) ଜାତୀୟ ସଙ୍ଗୀତ ଗାନ
(iv) ମହାପୁରୁଷଙ୍କ ଜୟନ୍ତୀ ପାଳନ

12. ଜାତୀୟ ସଂହତିର ପରିସର ସଂକ୍ଷେପରେ ଉଲ୍ଲେଖ କର ।
Answer:
ବିଭିନ୍ନ ବୈଷମ୍ୟ ମଧ୍ୟରେ ଏକତା ହେଉଛି ଜାତୀୟ ସଂହତିର ମୂଳମନ୍ତ୍ର । ଜାତି, ବର୍ଣ୍ଣ, ଭାଷା ଓ ଧର୍ମଗତ ପାର୍ଥକ୍ୟ ନିର୍ବିଶେଷରେ ଆମମାନଙ୍କ ମଧ୍ୟରେ ଥିବା ଆବେଗିକ ସଂହତି ହିଁ ଆମକୁ ଭାରତୀୟ ବୋଲି ପରିଚୟ ଦେବାକୁ ପ୍ରେରଣା ଦେଇଥାଏ ଓ ଏଥିପାଇଁ ଆମେ ମଧ୍ୟ ଗର୍ବ ଅନୁଭବ କରିଥାଉ ।

13. କେବେ କୋଠାରୀ କମିଶନ ସାମାଜିକ ଏବଂ ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ସୁପାରିସ କରିଥିଲେ ? ସେଥିରୁ ଗୋଟିଏ କାର୍ଯ୍ୟକ୍ରମର ନାମ ଲେଖ ।
Answer:
୧୯୬୪-୬୬ ମସିହାରେ କୋଠାରୀ କମିଶନ ସାମାଜିକ ଏବଂ ଜାତୀୟ ସଂହତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ସୁପାରିସ କରିଥିଲେ । ଶିକ୍ଷାର ପ୍ରତ୍ୟେକ ସ୍ତରରେ ସାମାଜିକ ଓ ଜାତୀୟ ସେବାକୁ ଗୁରୁତ୍ବ ଦେବାପାଇଁ ସେ ମତ ଦେଇଥିଲେ ।

14. ଆନ୍ତର୍ଜାତିକ ସଦ୍‌ଭାବର ଦୁଇଟି ଆବଶ୍ୟକତା ଲେଖ ।
Answer:
ଆନ୍ତର୍ଜାତିକ ସଦ୍‌ଭାବ ସୃଷ୍ଟିର ଦୁଇଟି ଆବଶ୍ୟକତା ହେଉଛି –
(i) ବିଶ୍ୱଯୁଦ୍ଧର ଦୂରୀକରଣ କରିବା ।
(ii) ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା କରିବା ।

15. ଆନ୍ତର୍ଜାତିକ ସଦ୍‌ଭାବର ଦୁଇଟି ମୌଳିକ ନୀତି ଲେଖ ।
Answer:
ଆନ୍ତର୍ଜାତିକ ସଦ୍‌ଭାବର ଦୁଇଟି ମୌଳିକ ନୀତି ହେଲା –
(i) ପିଲାମାନଙ୍କୁ ବିଭିନ୍ନ ଦେଶ ସମ୍ବନ୍ଧରେ ଅଧିକ ବିଷୟ ଜଣାଇବାପାଇଁ ବିଭିନ୍ନ ଦେଶର ମୁଦ୍ରା ଓ ଡାକଟିକଟ ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ।
(ii) ବିଦ୍ୟାଳୟମାନଙ୍କରେ ରେଡ଼କ୍ରସ ଦିବସ, ଜାତିସଂଘ ପ୍ରତିଷ୍ଠା ଦିବସ, ବିଶ୍ୱଶାନ୍ତି ପ୍ରତିଷ୍ଠା ଦିବସ ପ୍ରଭୃତି ଆନ୍ତର୍ଜାତିକ ଦିବସ ପାଳନ କରିବା ।

16. ଆନ୍ତର୍ଜାତିକ ସଦ୍‌ଭାବ କ’ଣ ?
Answer:
ଆନ୍ତର୍ଜାତିକ ସଦ୍‌ଭାବ କହିଲେ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ୱାସ ଓ ସମ୍ମାନକୁ ବୁଝାଇଥାଏ । ଯେତେବେଳେ ମନୁଷ୍ୟ ନିଜକୁ ନିଜ ଦେଶର ନାଗରିକ ନଭାବି ସମଗ୍ର ବିଶ୍ବର ନାଗରିକ ବୋଲି ଭାବେ, ସେତେବେଳେ ତା’ ମନରେ ସୃଷ୍ଟି ହେଉଥିବା ଭାବନା ବା ଧାରଣାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

17. ଆନ୍ତର୍ଜାତିକ ଶିକ୍ଷାର ୩ଟି ଲକ୍ଷ୍ୟ ଲେଖ ।
Answer:
ଆନ୍ତର୍ଜାତିକ ଶିକ୍ଷାର ୩ଟି ଲକ୍ଷ୍ୟ ହେଉଛି –
(i) ସ୍ଵାଧୀନ ଚିନ୍ତାଧାରାର ବିକାଶ ସାଧନ କରିବା
(ii) ଦେଶାତ୍ମବୋଧକ ମନୋଭାବର ବିକାଶ କରିବା
(iii) ସହଯୋଗିତା ଗୁଣର ବିକାଶ କରିବା

18. UNESCOଙ୍କ ମତରେ ୨ଟି ଶୈକ୍ଷିକ କାର୍ଯ୍ୟକ୍ରମ କ’ଣ ହେବା ଉଚିତ ?
Answer:
(i) ବିଭିନ୍ନ ଦେଶଗୁଡ଼ିକର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ଓ ଅଧ୍ୟାପକଙ୍କର ବହୁସଂଖ୍ୟାରେ ବିନିମୟ ହେବା ଉଚିତ ।
(ii) ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ଶୈକ୍ଷିକ, ବୈଜ୍ଞାନିକ ତଥା ସାଂସ୍କୃତିକ ପ୍ରଗତି ବିଷୟକ ଜ୍ଞାନ, କୌଶଳ ଇତ୍ୟାଦିର ବିନିମୟ ହେବା ଉଚିତ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

19. UNESCOଙ୍କ ମତରେ ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ କେଉଁ ଶୈକ୍ଷିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ?
Answer:
UNESCOଙ୍କ ମତରେ ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ ପୃଥିବୀର ବିଭିନ୍ନ ଦେଶମାନଙ୍କର ଶୈକ୍ଷିକ, ବୈଜ୍ଞାନିକ ତଥା ସାଂସ୍କୃତିକ ପ୍ରଗତି ବିଷୟକ ଜ୍ଞାନକୌଶଳ ଓ ମନୋଭାବର ବିନିମୟ କରିବା ନିମନ୍ତେ ବିଭିନ୍ନ ଦେଶଗୁଡ଼ିକର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ଓ ଅଧ୍ୟାପକଙ୍କର ବହୁସଂଖ୍ୟାରେ ବିନିମୟ ହେବା ଦରକାର । ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀଙ୍କର ମଧ୍ୟରେ କିପରି ବିଶ୍ୱଭ୍ରାତୃତ୍ୱ ସୃଷ୍ଟି କରାଯାଇପାରିବ ସେଥୂପାଇଁ ବିଦ୍ୟାଳୟମାନଙ୍କରେ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ଓ ଉତ୍ତମ ପରିବେଶ ସୃଷ୍ଟି କରିବା ଆବଶ୍ୟକ ।

20. ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠାର ତିନୋଟି ମୌଳିକ ନୀତି ଉଲ୍ଲେଖ କର ।
Answer:
(i) ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠାପାଇଁ ସହାୟକ କେତୋଟି ମୌଳିକ ନୀତି ହେଉଛି – ପ୍ରଥମତଃ ପୃଥିବୀର ସମସ୍ତ ନାଗରିକମାନଙ୍କୁ ସମାନ ସୁବିଧା, ସୁଯୋଗ ଓ ଅଧିକାର ପ୍ରଦାନ କରାଯିବା ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ।
(ii) ଦ୍ବିତୀୟତଃ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାପାଇଁ ଉପଯୁକ୍ତ ମନୋଭାବ ଓ ଦକ୍ଷତା ପ୍ରତ୍ୟେକ ବ୍ୟକ୍ତିଠାରେ ସୃଷ୍ଟି କରିବା ।
(iii) ତୃତୀୟତଃ ସ୍ଵାଧୀନ ଓ ନିର୍ଭିକ ଭାବରେ ଚିନ୍ତା କରିବାର ମନୋଭାବ ଓ ଦକ୍ଷତା ପ୍ରତ୍ୟେକ ବ୍ୟକ୍ତିଠାରେ ସୃଷ୍ଟି କରିବା ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଦିଅ ।

1. ଜାତୀୟ ସଂହତି କ’ଣ ?
Answer:
ଆଧୁନିକ ସମାଜରେ ବୈଷମ୍ୟର ମାତ୍ରା ଏତେ ବେଶି ଯେ, ବୈଷମ୍ୟ ମଧ୍ୟରେ ଏକତା ଆଣିବା ଏକ ପ୍ରଧାନ ଆବଶ୍ୟକତା ହୋଇଉଠିଛି । ଏହି ବୈଷମ୍ୟ ମଧ୍ୟରେ ଏକତାକୁ ଆମେ ଜାତୀୟ ସଂହତି ବୋଲି କହିଥାଉ । ଆମର ଭାରତବର୍ଷ ଏହାର ଏକ ଜ୍ଵଳନ୍ତ ଉଦାହରଣ । ଏହା ବହୁ ବାଧାବିଘ୍ନ ଦେଇ ଗତି କରିଆସିଛି । ଏଠାରେ ବିଭିନ୍ନ ଭାଷା, ଧର୍ମ, ଜାତି, ଗୋଷ୍ଠୀ ଆଦି ଏକତ୍ର ବାସ କରନ୍ତି । ଏମାନଙ୍କ ମଧ୍ୟରେ ଏକତା ଆଣିବାପାଇଁ ଅତୀତରୁ ଚେଷ୍ଟା ହୋଇଆସୁଛି ଏବଂ ବର୍ତ୍ତମାନ ମଧ୍ୟ ଅହରହ ଚେଷ୍ଟା ଚାଲିଅଛି । ଏହି ଜାତୀୟ ସଂହତି ସଂରକ୍ଷଣରେ ବହୁ ବାଧା ସୃଷ୍ଟି ହୋଇଥାଏ ।

ଶିକ୍ଷା ଜାତୀୟ ସଂହତିର ପ୍ରଧାନ ପୃଷ୍ଠପୋଷକ । ଜାତୀୟ ସଂହତିର ବିକାଶ ଦିଗରେ ଶିକ୍ଷାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଅନୈକ୍ୟ ମଧ୍ୟରେ ଐକ୍ୟ ପ୍ରତିଷ୍ଠା, ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧି ସମ୍ପୂର୍ଣ ଶିକ୍ଷା ଉପରେ ନିର୍ଭର କରିଥାଏ । ଏ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବାର ଦାୟିତ୍ଵ ଶିକ୍ଷାର । ଶିକ୍ଷା ଛାତ୍ରଛାତ୍ରୀମାନଙ୍କ ମନରେ ସେମାନଙ୍କ ପଡ଼ୋଶୀମାନଙ୍କ ଚାଲିଚଳଣ, ଚିନ୍ତା ଓ ଭାବନା, ଭାଷା ଓ ସାହିତ୍ୟ ଆଦି ସମ୍ପର୍କରେ ଧାରଣା ଦେଇଥାଏ । ବିଭିନ୍ନ ଦେଶ ଓ ଜାତି, ଜାତି ଓ ଜାତି ମଧ୍ୟରେ ରହିଥିବା ଭାବାତ୍ମକ ସଂହତି ଓ ସମ୍ପର୍କ ବିଷୟରେ ଶିକ୍ଷାଦ୍ଵାରାହିଁ ଶିକ୍ଷାର୍ଥୀକୁ ସଚେତନ କରାଯାଇଥାଏ ।

2. ଜାତୀୟ ସଂହତି ପଥରେ କେତୋଟି ପ୍ରତିବନ୍ଧକ ଲେଖ ।
Answer:
ଜାତୀୟ ସଂହତି ପ୍ରତିଷ୍ଠାର ମୁଖ୍ୟ ପ୍ରତିବନ୍ଧକଗୁଡ଼ିକ ହେଉଛି :
(i) ଭାଷାଗତ ବିରୋଧ – ଭାରତରେ ବିଭିନ୍ନ ଭାଷାଭାଷୀ ଲୋକ ରହୁଥିବାରୁ ବେଳେବେଳେ ଏ ନେଇ ଦେଶର ସଂହତି ପ୍ରତି ଅସୁବିଧା ସୃଷ୍ଟି ହୋଇଥାଏ । ଅତୀତରେ ହିନ୍ଦୀକୁ ରାଷ୍ଟ୍ରଭାଷାର ମାନ୍ୟତା ଦେବାଲାଗି ବିରୋଧାଭାସ ଉଠିଥିଲା ।
(ii) ଧର୍ମଗତ ପାର୍ଥକ୍ୟ ବା ଧର୍ମାନ୍ଧତା – ଭାରତ ବିଭିନ୍ନ ଧର୍ମର ଲୋକଙ୍କୁ ସମଭାବରେ ଆଶ୍ରୟ ଦେଇଥିଲେ ମଧ୍ୟ ବେଳେବେଳେ ଉଚ୍ଚଧାର୍ମିକ ମନୋଭାବ ବା ଧର୍ମଗତ ମତପାର୍ଥକ୍ୟ ଯୋଗୁଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିଥାଏ । ତେଣୁ ଏହାଦ୍ଵାରା ଜାତୀୟ ସଂହତି ବହୁମାତ୍ରାରେ ବାଧା ପାଇଥାଏ ।
(iii) ଅର୍ଥନୈତିକ ଅବସ୍ଥା – ସ୍ଵାଧୀନତାପ୍ରାପ୍ତି ପରେ ୬୦ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦେଶରୁ ଦାରିଦ୍ର୍ୟ, ବେକାରୀ, ଅଜ୍ଞାନତା ଆଦି କମିନାହିଁ । ଫଳସ୍ବରୂପ ଦେଶର ଅର୍ଥନୀତି ବହୁତ ପଛରେ ପଡ଼ିଛି । ଲୋକମାନଙ୍କର ଜୀବନଧାରଣର ମାନ ଅନୁନ୍ନତ ଓ ଧନୀ ଗରିବଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ରହୁଥିବାରୁ ଦେଶର ଏକତା ପ୍ରତି ଏହା ବିପଦ ସୃଷ୍ଟି କରୁଛି ।

3. ଜାତୀୟ ସଂହତିର ପାଞ୍ଚଟି ଆବଶ୍ୟକତା ଉଲ୍ଲେଖ କର ।
Answer:
ଭାରତ ପରି ବୈଷମ୍ୟ ବିଭବମୟ ଦେଶ ପାଇଁ ଓ ବିଶେଷକରି ସମଗ୍ର ବିଶ୍ବରେ ଐକ୍ୟ, ଶାନ୍ତି, ମୈତ୍ରୀ, ପ୍ରୀତିସମ୍ପନ୍ନ ମାନବ ସଭ୍ୟତାର ପ୍ରତିଷ୍ଠା ପାଇଁ ଜାତୀୟ ସଂହତିର ନିମ୍ନଲିଖ୍ ଆବଶ୍ୟକତା ରହିଛି ।
(i) ସାଂପ୍ରଦାୟିକତା ମନୋଭାବର ଦୂରୀକରଣ ।
(ii) ସାମାଜିକ ଓ ସାଂସ୍କୃତିକ ବ୍ୟାପାରର ପୁନର୍ଜାଗରଣ ।
(iii) ଜାତିଆଣ ମନୋଭାବର ବିଲୋପ ।
(iv) ପ୍ରାଦେଶିକ ମନୋଭାବର ଦୂରୀକରଣ ଓ ଶାନ୍ତି ସ୍ଥାପନ ।
(v) ଅର୍ଥନୈତିକ ସମାନତା ପ୍ରଦାନ ଓ ଜାତୀୟ ଶିକ୍ଷାନୀତିର ତାରତମ୍ୟ ଦୂରକରି ଶିକ୍ଷାର ଲକ୍ଷ୍ୟ ସମ୍ପାଦନ ।

4. ଜାତୀୟ ସଂହତିର ବିକାଶ ନିମନ୍ତେ ବିଦ୍ୟାଳୟର ଦୁଇଟି କାର୍ଯ୍ୟ ଲେଖ ।
Answer:
ଜାତୀୟ ସଂହତିର ବିକାଶ ପାଇଁ ବିଦ୍ୟାଳୟର ଦୁଇଟି କାର୍ଯ୍ୟ ହେଲା –
(i) ଶୈକ୍ଷିକ କାର୍ଯ୍ୟ :
(a) ଛାତ୍ରଛାତ୍ରୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ସୃଷ୍ଟି କରିବା ।
(b) ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି ନେଇ ଖେଳିବା, ବୁଲିବା, ପଢ଼ିବା, କାମ କରିବାପାଇଁ ସୁଯୋଗ ସୃଷ୍ଟି କରିବା ।
(ii) ବାଧ୍ୟତାମୂଳକ କାର୍ଯ୍ୟ : ରାଷ୍ଟ୍ରୀୟ ଦିବସଗୁଡ଼ିକ ପାଳନ କରିବା; ଯଥା – ସାଧାରଣତନ୍ତ୍ର ଦିବସ, ସ୍ଵାଧୀନତା ଦିବସ ଇତ୍ୟାଦି ।

5. ଜାତୀୟ ସଂହତି ସୃଷ୍ଟି କରିବାରେ ଶିକ୍ଷକଙ୍କର ଭୂମିକା କ’ଣ ?
Answer:
(i) ଶିକ୍ଷାବ୍ୟବସ୍ଥା ଆନୁଷ୍ଠାନିକ ବା ଅନୌପଚାରିକ ହେଲେ ମଧ୍ୟ ଜାତୀୟ ସଂହତି ରକ୍ଷା କରିବା ଦିଗରେ ଶିକ୍ଷା ଏକ ମୁଖ୍ୟ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ ।
(ii) ଶିକ୍ଷାବ୍ୟବସ୍ଥା ଯେପରି ହେଉନା କାହିଁକି ଶିକ୍ଷକଙ୍କର ଭୂମିକା ଏଥରେ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଅଟେ ।
(iii) ଶିକ୍ଷକ ଯଦି ଅବହେଳା କରନ୍ତି ତେବେ କୌଣସି ବ୍ୟବସ୍ଥା ଏହାର ପ୍ରକୃତ ଲକ୍ଷ୍ୟ ହାସଲ କରିପାରିବ ନାହିଁ ।
(iv) ତେଣୁ ଶିକ୍ଷକ ବିଭିନ୍ନ ସମୟରେ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବାପାଇଁ ଗୁରୁତ୍ୱ ଦେବା ଆବଶ୍ୟକ ।
ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଯେପରି ଗଢ଼ନ୍ତି ଛାତ୍ରଛାତ୍ରୀମାନେ ସେପରି ହୋଇଥା’ନ୍ତି । ଏଣୁ ଜାତୀୟ ସଂହତି ରକ୍ଷା କରିବାରେ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

6. ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ସଂହତି ସୃଷ୍ଟି ନିମନ୍ତେ କେଉଁସବୁ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ହାତକୁ ନିଆଯାଇପାରେ ?
Answer:
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ସଂହତି ସୃଷ୍ଟି ନିମନ୍ତେ ବିଦ୍ୟାଳୟରେ ସଙ୍ଗଠିତ ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ହେଉଛି –
(i) ବିଦ୍ୟାଳୟରେ ବିଭିନ୍ନ ଜାତୀୟ ଦିବସ ପାଳନ କରିବା ।
(ii) ବିଭିନ୍ନ ପ୍ରକାରର ସମାଜ ଓ ଗୋଷ୍ଠୀ ଉନ୍ନୟନ ନିମନ୍ତେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବା ।
(iii) ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ଆୟୋଜନ କରିବା ।
(iv) ବିଭିନ୍ନ ଜାତୀୟ ଗୁରୁତ୍ୱସମ୍ପନ୍ନ ବ୍ୟକ୍ତିଙ୍କର ଜନ୍ମଦିନ ପାଳନ କରିବା ଇତ୍ୟାଦି ।

7. ଆନ୍ତର୍ଜାତୀୟ ସଦ୍‌ଭାବ ପ୍ରତିଷ୍ଠା କରିବାର କି ଆବଶ୍ୟକତା ରହିଛି ?
Answer:
ବିଭିନ୍ନ ଆନ୍ତର୍ଜାତିକ ଦ୍ବନ୍ଦ୍ବ, ଦେଶଗୁଡ଼ିକ ସମ୍ପର୍କରେ ଭ୍ରାନ୍ତ ଧାରଣା, ଅନ୍ଧବିଶ୍ୱାସର ଦୂରୀକରଣ ନିମନ୍ତେ ଆନ୍ତର୍ଜାତିକ ବୁଝାମଣାର ଆବଶ୍ୟକତା ରହିଛି । ଦେଶ ଦେଶ ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

ଦେଶ ଦେଶ ମଧ୍ୟରେ ସଂଘର୍ଷ ଓ ଶତ୍ରୁତା ଦୂର କରି ବିଶ୍ୱଭ୍ରାତୃତ୍ଵ ଓ ଈଶ୍ୱରଙ୍କ ପିତୃତ୍ଵ ମନୋଭାବ ଉଦ୍ରେକ କରିବା, ଲୋକମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ଓ ବୈଜ୍ଞାନିକ ସହଯୋଗ ନିମିତ୍ତ ସଂକୀର୍ଣ୍ଣ ଜାତୀୟତା ଭାବ ଦୂର କରିବା ଏବଂ ବିଶ୍ୱଶାନ୍ତି ପ୍ରତିଷ୍ଠା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମିତ୍ତ ଆନ୍ତର୍ଜାତିକ ସଦ୍‌ଭାବ ଓ ବୁଝାମଣାର ଆବଶ୍ୟକତା ରହିଛି ।

ସେହିପରି ବିଭିନ୍ନ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା, ବିଶ୍ୱଯୁଦ୍ଧକୁ ଟାଳିବା, ପଛୁଆ ରାଷ୍ଟ୍ରର ଉନ୍ନତି ସାଧନ ଓ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ଯୋଗାଯୋଗ ସ୍ଥାପନ ପାଇଁ ଆନ୍ତର୍ଜାତିକ ସଦ୍‌ଭାବର ଯଥେଷ୍ଟ ଆବଶ୍ୟକତା ରହିଛି ।

8. ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା ଦିଗରେ ଶିକ୍ଷକଙ୍କର କି ଭୂମିକା ରହିଛି ?
Answer:
ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା କ୍ଷେତ୍ରରେ ଶିକ୍ଷକଙ୍କର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ଶିକ୍ଷାର୍ଥୀମାନଙ୍କର କ୍ରମବର୍ଦ୍ଧମାନ ସ୍ଵାଧୀନ ଚେତନା, ଆତ୍ମନିର୍ଭରଶୀଳତା, ଦାୟିତ୍ବବୋଧ ତଥା ସହନଶୀଳତା ଇତ୍ୟାଦି ଗୁଣଗୁଡ଼ିକୁ ହୃଦୟଙ୍ଗମ କରି ସେମାନଙ୍କ ମନରେ ବିଶ୍ଵ ଐକ୍ୟ ମନୋଭାବକୁ ଜାଗ୍ରତ କରିବା ହେଉଛି ଶିକ୍ଷକଙ୍କର ପ୍ରଧାନ କର୍ତ୍ତବ୍ୟ ।

ଶିକ୍ଷକଙ୍କର ଉତ୍ତମ ଚରିତ୍ର, ବ୍ୟକ୍ତିତ୍ଵ, ସୁଦୂରପ୍ରସାରୀ ମନୋଭାବ ଏବଂ ସହନଶୀଳତା ଆଦି ଗୁଣ ଉପରେ ଭିତ୍ତିକରି ଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିତ୍ଵ ଓ ଚରିତ୍ର ଗଠନ ହୋଇଥାଏ । ତେଣୁ ଶିକ୍ଷକ ସର୍ବଦା ବିଭିନ୍ନ ଜାତି, ବର୍ଣ୍ଣ ଓ ଧର୍ମଗତ ବାଛବିଚାର ଊର୍ଦ୍ଧ୍ବରେ ରହିବା ଉଚିତ । ଶିକ୍ଷକ ନିଜର ରୁଚିକର ଭାଷା, ବୈଜ୍ଞାନିକ ବିଶ୍ଳେଷଣ, ନିରପେକ୍ଷ ବିଚାର, ସୃଜନାତ୍ମକ କଳ୍ପନାଶକ୍ତି ସାହାଯ୍ୟରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ସଭାବର ଉଦ୍ରେକ କରାଇପାରିବେ ।

9. ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ UNESCOଙ୍କ ମତ ସଂକ୍ଷେପରେ ଆଲୋଚନା କର ।
Answer:
ପ୍ରକୃତ ବିଶ୍ବମୈତ୍ରୀ ଓ ସଦ୍‌ଭାବ ପ୍ରତିଷ୍ଠା କ୍ଷେତ୍ରରେ ମନୁଷ୍ୟର ସଂକୀର୍ଣ୍ଣ ମନୋଭାବହିଁ ପ୍ରଧାନ ପ୍ରତିବନ୍ଧକ । ତେଣୁ ମନୁଷ୍ୟ ଯେତେଦିନ ପର୍ଯ୍ୟନ୍ତ ନିଜ ମନ ଭିତରୁ ସଂକୀର୍ଣ୍ଣ ମନୋବୃତ୍ତିକୁ ପରିହାର ନ କରିଛି ସେତେଦିନ ପର୍ଯ୍ୟନ୍ତ ବିଶ୍ୱଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ ।

ଯୁଦ୍ଧର କାରଣ ଓ ନିରାକରଣ ପନ୍ଥା ସମ୍ପର୍କରେ ମତଦେଇ UNESCO କହନ୍ତି ଯେ, ଯୁଦ୍ଧ ମନୁଷ୍ୟ ମନରେ ଆରମ୍ଭ ହୁଏ, ତେଣୁ ସେହି ମନୁଷ୍ୟ ମନରେ ହିଁ ଶାନ୍ତରକ୍ଷା ପାଇଁ ଉଦ୍ୟମ ହେବା ଆବଶ୍ୟକ । ଶାନ୍ତି ପାଇଁ ଏହି ବ୍ୟାକୁଳତା ମନୁଷ୍ୟ ମନରେ ପ୍ରଥମରୁ ସ୍ଥାନ ପାଇବା ଦରକାର । ତେବେଯାଇ କେବଳ ବିଶ୍ବ ଶାନ୍ତି ପ୍ରତିଷ୍ଠା ହୋଇପାରିବ ।

10. ଆନ୍ତର୍ଜାତିକ ସଦ୍‌ଭାବ ସ୍ଥାପନା ନିମନ୍ତେ ବିଦ୍ୟାଳୟରେ ସଂଘଟିତ କେତୋଟି ଶୈକ୍ଷିକ କାର୍ଯ୍ୟକ୍ରମ ଲେଖ ।
Answer:
ଆନ୍ତର୍ଜାତିକ ସଦ୍‌ଭାବ ସ୍ଥାପନ ନିମନ୍ତେ ବିଦ୍ୟାଳୟରେ ଅନେକ ଶୈକ୍ଷିକ କାର୍ଯ୍ୟକ୍ରମ ସଂଘଟିତ ହୋଇଥାଏ ।
ସେଗୁଡ଼ିକ ହେଲା –
(i) ବିଦ୍ୟାଳୟମାନଙ୍କର ରେଡ଼କ୍ରସ୍ ଦିବସ, ଜାତିସଂଘ ପ୍ରତିଷ୍ଠା ଦିବସ, ବିଶ୍ୱଶାନ୍ତି ପ୍ରତିଷ୍ଠା ଦିବସ ପ୍ରଭୃତି ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ଦିବସ ପାଳିତ ହେବା ଉଚିତ ।
(ii) ପୃଥିବୀର ବିଭିନ୍ନ ମହାପୁରୁଷଙ୍କ ଜନ୍ମ ଓ ମୃତ୍ୟୁ ଦିବସ ପାଳନ କରିବା ଉଚିତ ।
(iii) ପିଲାମାନଙ୍କୁ ବିଭିନ୍ନ ଦେଶ ସମ୍ବନ୍ଧରେ ଅଧିକ ବିଷୟ ଜଣାଇବାପାଇଁ ବିଭିନ୍ନ ଦେଶର ମୁଦ୍ରା ଓ ଡାକଟିକଟ ପିଲାମାନଙ୍କ ମଧ୍ୟରେ ବିତରଣ କରିବା ଆବଶ୍ୟକ ।
(iv) ଛାତ୍ରଛାତ୍ରୀମାନଙ୍କୁ ଦୈନିକ ଖବରକାଗଜ କିମ୍ବା ରେଡ଼ିଓ ମାଧ୍ୟମରେ ପୃଥିବୀର ବିଭିନ୍ନ ଅଞ୍ଚଳର ଖବର ସଂଗ୍ରହ ପାଇଁ ଶିକ୍ଷକମାନେ ଉତ୍ସାହିତ କରିବା ଆବଶ୍ୟକ ।
(v) ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ଦେଶର ପିଲାମାନଙ୍କ ସହିତ ପତ୍ରବନ୍ଧୁ ସମ୍ପର୍କ ସ୍ଥାପନ କରିବା ନିମିତ୍ତ ଉତ୍ସାହ ଦେବା ବାଞ୍ଛନୀୟ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଜାତୀୟ ସଂହତି କ’ଣ ? ଜାତୀୟ ସଂହତିର ପ୍ରତିବନ୍ଧକଗୁଡ଼ିକ ଲେଖ ।
କିମ୍ବା, ଜାତୀୟ ସଂହତି କହିଲେ କ’ଣ ବୁଝାଯାଏ ? କେଉଁ କେଉଁ କାରଣରୁ ଆମର ଜାତୀୟ ସଂହତି ବାଧାପ୍ରାପ୍ତ ହେଉଛି – ଉଲ୍ଲେଖ କର ।
Answer:
ଜାତୀୟ ସଂହତିର ଅର୍ଥ – ପୃଥିବୀରେ ମାନବଜାତି କେତେଗୁଡ଼ିଏ ଦେଶ ସୃଷ୍ଟି କଲେ । ସେହି ଦେଶଗୁଡ଼ିକରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଆଦିର ବିକାଶ ଘଟିଲା । ନିଜର ମତବ୍ୟକ୍ତ କରିବାପାଇଁ ମଣିଷ ବିଭିନ୍ନ ଭାଷାର ଆଶ୍ରୟ ନେଲା । ବିଭିନ୍ନ ଜାତି ସେମାନଙ୍କର ସ୍ଵତନ୍ତ୍ର ଭାବଧାରା, ଚିନ୍ତା, ଆଦର୍ଶ, ମୂଲ୍ୟବୋଧ, ବିଶ୍ଵାସ ଆଦି ସୃଷ୍ଟି କଲେ । ଫଳରେ ବୈଷମ୍ୟର ସୃଷ୍ଟି ହେଲା । ଏହି ବିଭିନ୍ନତା ଓ ବୈଷମ୍ୟ ଜାତୀୟ ଏକତାର ପ୍ରତିବନ୍ଧକ ହେଲା ।

ଜାତୀୟ ସଂହତି ଅର୍ଥ ଜାତୀୟ ଐକ୍ୟ ବା ସମାନତା; ଅର୍ଥାତ୍ ଅନେକପ୍ରକାର ବୈଷମ୍ୟ ମଧ୍ଯରେ ସୁସଙ୍ଗଠିତ ଏକତାକୁ ଜାତୀୟ ସଂହତି କୁହାଯାଏ । ଏହା ସାମାଜିକ, ରାଜନୈତିକ, ଅର୍ଥନୈତିକ, ଧର୍ମଗତ, ଭାଷାଗତ ଓ ସାଂସ୍କୃତିକ ଏକତାକୁ କୁହାଯାଏ । ଜାତୀୟ ଭାବଧାରା, ଚିନ୍ତା, ଆଦର୍ଶ, ଆଚାର, ବ୍ୟବହାର ଓ ମୂଲ୍ୟବୋଧ ପ୍ରଭୃତିର ଅଭିନ୍ନତା ସମାଜର ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ମଧ୍ୟରେ ସମପ୍ରାଣତା ବା ଐକ୍ୟବୋଧ ସୃଷ୍ଟି କରିଥାଏ ।

ଏହି ସମତା ଓ ଅଭିନ୍ନତାବୋଧଦ୍ବାରା ଜାତୀୟ ସଂହତିର ଅକ୍ଷୁଣ୍ଣତା ସୃଷ୍ଟି ହୋଇଥାଏ । ଏହାଦ୍ୱାରା ସଂସ୍କୃତି ମଧ୍ୟରେ ଏକ ଅନ୍ତର୍ନିହିତ ଦେଶବ୍ୟାପୀ ସମତା ଆଣିବା ସମ୍ଭବ ହୋଇଥାଏ । ଆମର ଭାରତବର୍ଷ ଏହାର ଏକ ଜ୍ଵଳନ୍ତ ଉଦାହରଣ । ଏହା ବହୁ ବାଧାବିଘ୍ନ ଦେଇ ଗତି କରୁଛି । ଏଠାରେ ବିଭିନ୍ନ ଭାଷା, ଧର୍ମ, ଜାତି, ଗୋଷ୍ଠୀ ଆଦି ଏକତ୍ର ବାସକରନ୍ତି । ଏମାନଙ୍କ ମଧ୍ୟରେ ଏକତା ଆଣିବାପାଇଁ ଅତୀତରୁ ଚେଷ୍ଟା ହୋଇ ଆସୁଅଛି । କେତେକ କାରଣ ଯୋଗୁଁ ଜାତୀୟ ସଂହତି ସଂରକ୍ଷଣରେ ବହୁ ବାଧା ସୃଷ୍ଟି ହୋଇଥାଏ । ନିମ୍ନରେ କେତେଗୁଡ଼ିଏ ଉଦାହରଣ ଦିଆଗଲା ।

ଜାତୀୟ ସଂହତି ପ୍ରତିଷ୍ଠାର ପ୍ରତିବନ୍ଧକଗୁଡ଼ିକ ହେଲା :
(i) ଭାଷାଗତ ବିରୋଧ – ଭାଷାଗତ ପାର୍ଥକ୍ୟ ହେତୁ ଦେଖାଯାଉଥିବା ଭାଷାଗତ ବିରୋଧ ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ଅଟେ ।
(ii) ସ୍ଥାନଗତ ବିରୋଧ – ଗୋଟିଏ ଦେଶରେ ଥିବା ବିଭିନ୍ନ ରାଜ୍ୟର ବିଭିନ୍ନ ଗୋଷ୍ଠୀର ଲୋକମାନଙ୍କ ମଧ୍ୟରେ ସ୍ଥାନ ଅଧିକାର ନିମନ୍ତେ ସର୍ବଦା ସଂଘର୍ଷ ଚାଲିଛି । ଏହାଫଳରେ ଦେଶରେ ସାଂପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି ହେଉଛି । ଏହାହିଁ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ଅନ୍ତରାୟ ସୃଷ୍ଟି କରେ ।
(iii) ଧର୍ମଗତ ବିରୋଧ – ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ବିଭିନ୍ନ ଧର୍ମାବଲମ୍ବୀ ଲୋକମାନେ ବାସ କରନ୍ତି । ଧର୍ମଗତ ପ୍ରଭାବକୁ କେନ୍ଦ୍ରକରି ସୃଷ୍ଟି ହେଉଥିବା କଳହସବୁ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ଅନ୍ତରାୟ ସୃଷ୍ଟି କରେ ।
(iv) ରାଜନୈତିକ ବିରୋଧ – ବର୍ତ୍ତମାନ ସୃଷ୍ଟି ହେଉଥିବା ରାଜନୈତିକ ଦ୍ବନ୍ଦ୍ବ ଓ ମତଭେଦ ଜାତୀୟ ସଂହତି ପ୍ରତିଷ୍ଠା କ୍ଷେତ୍ରରେ ଅନ୍ୟତମ ପ୍ରତିବନ୍ଧକ ଅଟେ ।
(v) ଅର୍ଥନୈତିକ ବିରୋଧ – ଜନବହୁଳ ଭାରତବର୍ଷରେ ଦାରିଦ୍ର୍ୟର ସୀମାରେଖା ତଳେ ବହୁଲୋକ ନିଷ୍ପେଷିତ । ଶିଳ୍ପାନ୍ନତି କ୍ଷେତ୍ରରେ ମଧ୍ୟ ଭାରତର ସ୍ଥାନ ବହୁ ପଛରେ । ତେଣୁ ଅର୍ଥନୈତିକ ବୈଷମ୍ୟ ହେତୁ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ, ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ସଂହତି ଆଣିବା ସମ୍ଭବ ହେଉନାହିଁ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

2. ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଜାତୀୟ ସଂହତି କିପରି ବୃଦ୍ଧି କରାଯାଇପାରିବ, ଆଲୋଚନା କର ।
କିମ୍ବା, ବିଦ୍ୟାଳୟରେ କେଉଁ କାର୍ଯ୍ୟକ୍ରମଦ୍ୱାରା ଆମେ ଜାତୀୟ ସଂହତି ମନୋଭାବ ସୃଷ୍ଟି କରିପାରିବା, ଆଲୋଚନା କର ।
କିମ୍ବା, ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆବେଗାତ୍ମକ ସଂହତି କିପରି ବୃଦ୍ଧି କରାଯାଇପାରିବ, ଆଲୋଚନା କର ।
Answer:
ବିଶ୍ବମାନବୀୟ ଭାବଧାରାରେ ସମଗ୍ର ବିଶ୍ବକୁ ଅବଗାହିତ କରିହୁଏ । ଶାନ୍ତି, ଐକ୍ୟ, ମୈତ୍ରୀ, ପ୍ରୀତିର ପ୍ରତିଷ୍ଠାକୁ ଜାତୀୟ ସଂହତି କୁହାଯାଏ । ଜାତୀୟ ସଂହତି ବ୍ୟତୀତ ପୃଥିବୀପୃଷ୍ଠରେ ମାନବ ସଭ୍ୟତା ତିଷ୍ଠି ରହିବା ଅସମ୍ଭବ । ସାଂପ୍ରତିକ ପରିପ୍ରେକ୍ଷୀରେ ସମଗ୍ର ମାନବଜାତି ପାଇଁ ଜାତୀୟ ସଂହତି ଏକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା । ଶିକ୍ଷା ଜାତୀୟ ସଂହତିର ପ୍ରଧାନ ପୃଷ୍ଠପୋଷକ । ଜାତୀୟ ସଂହତିର ବିକାଶ ଦିଗରେ ଶିକ୍ଷାର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

ଅନୈକ୍ୟ ମଧ୍ୟରେ ଐକ୍ୟ ପ୍ରତିଷ୍ଠା, ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧି ସମ୍ପୂର୍ଣ ଶିକ୍ଷା ଉପରେ ନିର୍ଭର କରିଥାଏ । ଏ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ଅଟେ । ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ପଡ଼ୋଶୀ ରାଜ୍ୟ ବା ଦେଶର ଶିକ୍ଷା, ସଂସ୍କୃତି, ଐତିହ୍ୟ ସମ୍ପର୍କରେ ଅବଗତ କରାଏ । ସେମାନଙ୍କର ଚିନ୍ତା, ଭାବନା, ଭାଷା ଓ ସାହିତ୍ୟର ଅନୁଭବ ପ୍ରଦାନ କରେ । ବିଭିନ୍ନ ଦେଶ ଓ ଜାତି ମଧ୍ୟରେ ରହିଥିବା ଆବେଗାତ୍ମକ ସଂହତି ଓ ସମ୍ପର୍କ ବିଷୟରେ ଶିକ୍ଷା ସଚେତନ କରାଏ ।

ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଜାତୀୟ ସଂହତିର ବୃଦ୍ଧି ନିମନ୍ତେ ନିମ୍ନଲିଖୁତ ପଦକ୍ଷେପଗୁଡ଼ିକ ନିତାନ୍ତରୂପେ ଗ୍ରହଣଯୋଗ୍ୟ ।
ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟରେ ଏଗୁଡ଼ିକୁ ଅନ୍ତର୍ଭୁକ୍ତ ହେବା ଏକାନ୍ତ ଅପରିହାର୍ଯ୍ୟ । ସେଗୁଡ଼ିକ ହେଲା –
(i) ଜାତୀୟ ଚେତନାର ଅଭିବୃଦ୍ଧି
(ii) ସୁନାଗରିକତା ଶିକ୍ଷା
(iii) ସାର୍ବଜନୀନ ଶିକ୍ଷା
(iv) ଯୁବ ଶିକ୍ଷା
(v) ବୃତ୍ତିମୂଳକ ଶିକ୍ଷା
(vi) ସହପାଠ୍ୟକ୍ରମ

(i) ଜାତୀୟ ଚେତନାର ଅଭିବୃଦ୍ଧି – ଜାତୀୟ ଚେତନାର ଅଭିବୃଦ୍ଧିଦ୍ୱାରା ଶିକ୍ଷାର୍ଥୀମାନଙ୍କ ମନରେ ଜାତୀୟ ସଂହତିର ବୀଜ ବପନ ସମ୍ଭବ ହୋଇଥାଏ । ତେଣୁ ଜାତୀୟ ଚେତନାର ଅଭିବୃଦ୍ଧି ଶିକ୍ଷାର ଏକ ପ୍ରଧାନ ଲକ୍ଷ୍ୟ ହେବା ଆବଶ୍ୟକ । ଏଥିପାଇଁ ପ୍ରତ୍ୟେକ ଛାତ୍ର ନିଜ ଦେଶର୍ ବିଭିନ୍ନ ଅଞ୍ଚଳ ଓ ସମ୍ପ୍ରଦାୟ ସେମାନଙ୍କର ସଂସ୍କୃତି ସମ୍ପର୍କରେ ବ୍ୟାପକଭାବରେ ଜାଣିବା ଉଚିତ ।

ନିଜର ସାଂସ୍କୃତିକ ପରମ୍ପରାକୁ ଠିକ୍‌ଭାବରେ ବୁଝି ଓ ସେସବୁର ପୁନଃମୂଲ୍ୟାୟନ କରିବାଦ୍ୱାରା ହିଁ ଜାତୀୟ ଚେତନାର ଅଭିବୃଦ୍ଧି ସମ୍ଭବ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ ବୁଝିବେ ଯେ, ରାଷ୍ଟ୍ରର ଅସ୍ତିତ୍ଵ ଓ ପ୍ରଗତି ଉପରେ ବୈଭିକ ଅସ୍ତିତ୍ଵ ଓ ପ୍ରଗତି ନିର୍ଭର କରେ, ସେତେବେଳେ ପ୍ରକୃତ ଜାତୀୟତାବୋଧ ଜାଗ୍ରତ ହେବ ।

ସୁତରାଂ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଏପରି ପ୍ରସ୍ତୁତ ହେବା ଆବଶ୍ୟକ ଯାହା ଫଳରେ ଜାତୀୟ ସଂହତି ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଗଣତାନ୍ତ୍ରିକ ମୂଲ୍ୟବୋଧ ମଧ୍ୟ ସୁଦୃଢ଼ ହେବ ।

(ii) ସୁନାଗରିକତା ଶିକ୍ଷା – ବ୍ୟକ୍ତି ରାଷ୍ଟ୍ର ପ୍ରତି ନିଜର ଅଧିକାର ସମ୍ପର୍କରେ ସଚେତନ ହୋଇପାରିଲେ ଯାଇ ଜଣେ ସୁନାଗରିକଭାବେ ବିବେଚିତ ହୋଇପାରେ । ତେଣୁ ପ୍ରତ୍ୟେକ ନାଗରିକକୁ ତା’ର କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପର୍କରେ ସଚେତନ କରାଇବା ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ । ଆତ୍ମତ୍ୟାଗ, ଗଣତାନ୍ତ୍ରିକ ବିଶ୍ଵାସ, ସହଯୋଗିତା, ସହିଷ୍ଣୁତା ପ୍ରଭୃତି ସୁନାଗରିକର ଲକ୍ଷଣ । ଜାତୀୟ ସଂହତି ରକ୍ଷା ପାଇଁ ଏ ସମସ୍ତ ଉପାଦାନର ଯଥେଷ୍ଟ ଆବଶ୍ୟକତା ରହିଛି ।

ସୁତରାଂ ଶିକ୍ଷା ଏପରି ହେବା ଆବଶ୍ୟକ ଯାହା ଶିକ୍ଷାର୍ଥୀଙ୍କୁ ଦେଶପ୍ରେମ, ସହଯୋଗ ଓ ସହନଶୀଳତା ଆଦି ଗୁଣଗୁଡ଼ିକ ଶିକ୍ଷା ଦେବ । ସୁନାଗରିକ ଏହି ଲକ୍ଷ୍ୟ ପ୍ରାପ୍ତ ହୋଇ ଜାତୀୟ ସଂହତିର ପ୍ରତିଷ୍ଠା ଓ ସୁରକ୍ଷା ପାଇଁ ସାହାଯ୍ୟ କରିଥାଏ ।

(iii) ସାର୍ବଜନୀନ ବାଧ୍ୟତାମୂଳକ ଶିକ୍ଷା – ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ସାର୍ବଜନୀନ ବାଧ୍ୟତାମୂଳକ ଶିକ୍ଷା ଏକାନ୍ତ ଅପରିହାର୍ଯ୍ୟ । ଶିକ୍ଷା ବିନା ଗଣତନ୍ତ୍ରର ସଫଳତା ଅସମ୍ଭବ । ଜାତୀୟ ସଂହତି ଓ ସାର୍ବଜନୀନ ଶିକ୍ଷା ଅଙ୍ଗାଙ୍ଗୀଭାବେ ଜଡ଼ିତ । ଗଣତନ୍ତ୍ରର ଉପଯୋଗରେ ଜାତୀୟ ସଂହତି ପ୍ରତିଷ୍ଠାର ଲକ୍ଷ୍ୟ ନେଇ ଶିକ୍ଷା ଅଭିପ୍ରେତ ହେବା ଆବଶ୍ୟକ । ସାର୍ବଜନୀନ ଶିକ୍ଷା ମାଧ୍ୟମରେ ସାଧାରଣ ବିଦ୍ୟାଳୟ ବ୍ୟବସ୍ଥାର ପ୍ରଗତି ଓ ଉନ୍ନତି ଜାତୀୟ ଲକ୍ଷ୍ୟରୂପେ ଗୃହୀତ ହେବା ଆବଶ୍ୟକ ।

(iv) ଯୁବ ଶିକ୍ଷା – ଯୁବ ଶିକ୍ଷାଦ୍ଵାରା ଜାତୀୟ ସଂହତି ସ୍ଥାୟୀ ଓ ସୁଦୃଢ଼ ହୋଇଥାଏ । ଯୁବକମାନେ ବିଭିନ୍ନ ଗଠନମୂଳକ କାର୍ଯ୍ୟଦ୍ବାରା ଜାତୀୟ ସଂହତିର ପରିବାହକ ହୋଇଥା’ନ୍ତି । ତେଣୁ ଉପଯୁକ୍ତ ଗଠନମୂଳକ ଯୁବଶିକ୍ଷା ଜାତୀୟ ସଂହତିର ପ୍ରଧାନ ସହାୟକ ହୋଇଥାଏ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

(v) ବୃତ୍ତିମୂଳକ ଶିକ୍ଷା – ବୃତ୍ତିମୂଳକ ଶିକ୍ଷା ମଧ୍ୟ ଜାତୀୟ ସଂହତି ଗଠନରେ ସହାୟକ ହୋଇଥାଏ । ଏହି ଶିକ୍ଷାଦ୍ବାରା ଜୀବିକାର୍ଜନ ସମସ୍ୟା ସମାଧାନ ହେବା ସଙ୍ଗେ ସଙ୍ଗେ ଦେଶର ଆର୍ଥିକ ବିକାଶ ସଂଗଠିତ ହୋଇଥାଏ । ଏହା ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ସାହାଯ୍ୟ କରେ ।

(vi) ସହ-ପାଠ୍ୟକ୍ରମ – ବିଦ୍ୟାଳୟ ପାଠ୍ୟକ୍ରମରେ ଥିବା ଅନେକ ପାଠ୍ୟବିଷୟ ସହପାଠ୍ୟ କାର୍ଯ୍ୟକ୍ରମ ଜାତୀୟ ସଂହତି ସ୍ଥାପନରେ ସାହାଯ୍ୟ କରିଥାଏ । ବିଦ୍ୟାଳୟରେ ଜାତୀୟ ଦିବସ; ଯଥା – ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସ, ଶିକ୍ଷକ ଦିବସ ଓ ଶିକ୍ଷାର୍ଥୀ ଦିବସ ଇତ୍ୟାଦି ପାଳନଦ୍ୱାରା ଶିକ୍ଷାର୍ଥୀ ହୃଦୟରେ ଜାତୀୟତା ଭାବ ସୃଷ୍ଟି ହୋଇଥାଏ ।

ଜାତୀୟ ସଙ୍ଗୀତ ଗାନ ବା ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ, ବିଭିନ୍ନ ଦେଶାତ୍ମବୋଧ କବିତା, ସଙ୍ଗୀତ ଆଦି ଗାୟନଦ୍ୱାରା ଶିକ୍ଷାର୍ଥୀ ହୃଦୟରେ ମଧ୍ୟ ଜାତୀୟତାବୋଧ ସୃଷ୍ଟି ହୋଇଥାଏ । ଦେଶର ମହାନ୍ ନେତା, ମହାପୁରୁଷ, ସ୍ଵାଧୀନତା ସଂଗ୍ରାମୀମାନଙ୍କ ଜୀବନୀ ପାଠଦ୍ଵାରା ଶିକ୍ଷାର୍ଥୀମାନେ ସେମାନଙ୍କ ଆଦର୍ଶ ଓ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ହୋଇଥା’ନ୍ତି । ଏହିସବୁ ମହାପୁରୁଷମାନଙ୍କର ଜନ୍ମ ଦିବସ ପାଳନଦ୍ୱାରା ଶିକ୍ଷାର୍ଥୀମାନେ ଜାତୀୟ ଐକ୍ୟର ଆବଶ୍ୟକତା ଉପଲବ୍ଧି କରିଥା’ନ୍ତି ।

ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ସହିତ ଶିକ୍ଷାର୍ଥୀମାନଙ୍କ ପାଇଁ ସବୁ ସ୍ତରରେ ସାମାଜିକ ଓ ଜାତୀୟ ସେବା ବାଧ୍ୟତାମୂଳକ ହେବା ଦରକାର । ଜାତୀୟ ସଂହତିର ବିକାଶ ନିମିତ୍ତ ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାର ସମାଜସେବା ଓ ଉନ୍ନୟନମୂଳକ ପ୍ରୋଜେକ୍ଟଗୁଡ଼ିକରେ ଅଂଶଗ୍ରହଣ କରିବା ଆବଶ୍ୟକ । ଏହାଦ୍ଵାରା ସେମାନଙ୍କ ଐକ୍ୟ ଭାବର ଅନୁଭୂତି ସୃଷ୍ଟି ହୁଏ ।

ଏହି ସମସ୍ତ ଶିକ୍ଷାଦ୍ବାରା ଶିକ୍ଷାର୍ଥୀମାନଙ୍କ ଜାତୀୟ ସଂହତି ବୃଦ୍ଧି କରାଯାଇପାରିବ ।

3. ଆନ୍ତର୍ଜାତିକ ସଦ୍‌ଭାବ କହିଲେ କ’ଣ ବୁଝ ? ଏହାର ଗୁରୁତ୍ଵ ବର୍ଣ୍ଣନା କର ।
Answer:
ଏହି ବିଶାଳ ବିଶ୍ବରେ ମଣିଷର ସ୍ଥିତି କେବଳ ନିଜ ଦେଶର ସଂକୀର୍ଣ୍ଣ ସୀମା ମଧ୍ୟରେ ସୀମାବଦ୍ଧ ନୁହେଁ । ବର୍ତ୍ତମାନ ଯୁଗରେ ସେ ସମଗ୍ର ପୃଥିବୀର ଜଣେ ଅଧସୀ ଭାବରେ ପରିଗଣିତ ହେଉଛି । ବିଜ୍ଞାନର ଉନ୍ନତି ଫଳରେ ପୃଥିବୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି ।

ଦେଶ ଦେଶ ମଧ୍ୟରେ ଯାତାୟାତର ସୁବିଧା, ରେଡ଼ିଓ, ଟେଲିଭିଜନ ଓ ଅନ୍ୟାନ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ପୃଥିବୀର ଅତି ଦୂରସ୍ଥାନରେ ଥିବା ଲୋକେ ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ହେଉଛନ୍ତି । ସୁତରାଂ ସାଂପ୍ରତିକ ବିଶ୍ଵରେ କୌଣସି ଦେଶ ଏକୁଟିଆ ହୋଇ ରହିପାରିବ ନାହିଁ । କାରଣ ଗୋଟିଏ ଦେଶର ଘଟଣାବଳୀ ଖୁବ୍ ଶୀଘ୍ର ଅନ୍ୟ ଦେଶବାସୀ ଜାଣିପାରୁଛନ୍ତି ।

ଏହା କେବଳ ଆନ୍ତର୍ଜାତିକ ବୁଝାମଣା ଯୋଗୁଁ ସମ୍ଭବ ହୋଇପାରୁଛି । ଏକବିଂଶ ଶତାବ୍ଦୀରେ ମାନବଜାତିର ଏକ ସ୍ବପ୍ନ ହେଉଛି ଜାତି, ଧର୍ମ, ବର୍ଣ୍ଣ ଓ ଗୋଷ୍ଠୀର ବୈଷମ୍ୟ ସତ୍ତ୍ଵେ ଏକ ଅଖଣ୍ଡ ବିଶ୍ବ ଗଠନ କରିବା । ତେଣୁ ଯଥାର୍ଥରେ ଦେଶ-ଦେଶ ଓ ଜାତି-ଜାତି ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

ଆନ୍ତର୍ଜାତିକ ସଦ୍‌ଭାବ କହିଲେ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ଵାସ ଓ ସମ୍ମାନକୁ ବୁଝାଏ । ଯେତେବେଳେ ମନୁଷ୍ୟ ନିଜକୁ ନିଜ ଦେଶର ନାଗରିକ ନଭାବି ସମଗ୍ର ପୃଥିବୀର ନାଗରିକ ବୋଲି ଭାବିଥାଏ, ସେତେବେଳେ ହିଁ ଆନ୍ତର୍ଜାତିକ ସଦ୍‌ଭାବର ସୃଷ୍ଟି ହୋଇଥାଏ ।

ମନୁଷ୍ୟ ଯେତେବେଳେ ଭାବେ ଯେ, ପୃଥିବୀର ସମସ୍ତ ଅଧିବାସୀ ଗୋଟିଏ ଈଶ୍ୱରଙ୍କ ସନ୍ତାନ ଏବଂ ସମଗ୍ର ପୃଥିବୀ ଗୋଟିଏ ପରିବାର ସଦୃଶ, ସେତେବେଳେ ତା’ ମନରେ ବିଶ୍ଵମନୋଭାବ ସୃଷ୍ଟି ହୋଇଥାଏ । ଏହାଦ୍ଵାରା ତା’ ମନରେ ‘ବସୁଧୈବ କୁଟୁମ୍ବକମ୍’ ଧାରଣା ଦୃଢ଼ୀଭୂତ ହୋଇଥାଏ ।

ଆନ୍ତର୍ଜାତିକ ସଦ୍‌ଭାବରେ ଅର୍ଥ ନିରୂପଣ କରିବାକୁ ଯାଇ ଡଃ. ୱାଲ୍‌ଟର କହନ୍ତି, “ଆନ୍ତର୍ଜାତିକ ବୁଝାମଣା ଏକ ଦକ୍ଷତା’’ ଯାହାକି ସାଂସ୍କୃତିକ ଓ ଜାତୀୟ ବୈଷମ୍ୟ ନିର୍ବିଶେଷରେ ବିଶ୍ଵର ପ୍ରତି ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ବକୁ ଗ୍ରହଣ କରିଥାଏ । ଏହାଦ୍ୱାରା ଜଣେ ବ୍ୟକ୍ତି ନିଜକୁ ନିଜ ସଂସ୍କୃତି ଓ ଜାତୀୟ ନୀତିନିୟମଠାରୁ ଦୂରେଇ ନେଇ ବିଶ୍ବର ପ୍ରତ୍ୟେକ ରାଷ୍ଟ୍ରର ଅଧିବାସୀଙ୍କୁ ସମାନ ଦୃଷ୍ଟିରେ ବିଚାର କରିଥାଏ ।

ତେଣୁ ଆମେ ଏହି ଆନ୍ତର୍ଜାତିକ ମନୋଭାବର ପ୍ରତିଷ୍ଠା, ବିଶ୍ବ ପରିବାର ଓ ବିଶ୍ବ ନାଗରିକତା ଗଠନ ନିମନ୍ତେ ଶିକ୍ଷା ଦେବା ଉଚିତ । ଆଧୁନିକ ଯୁଗରେ ଉପଯୁକ୍ତ ଶିକ୍ଷା ହିଁ ଦେଶପ୍ରୀତି ଓ ଆନ୍ତର୍ଜାତିକ ସଦ୍‌ଭାବରେ ମଧ୍ଯରେ ଯଥାର୍ଥ ସମନ୍ଵୟ ପ୍ରତିଷ୍ଠା କରିଥାଏ ।

ଓଲିଭର ଗୋଲ୍ଡସ୍ମିଥଙ୍କ ମତରେ ‘‘ଏହା ଏକ ଭାବନା ବା ଧାରଣା, ଯାହାଦ୍ୱାରା ବ୍ୟକ୍ତି ନିଜକୁ ନିଜ ରାଷ୍ଟ୍ରର ସଦସ୍ୟ ନ ଭାବି ନିଜକୁ ବିଶ୍ବର ଜଣେ ସଦସ୍ୟ ବୋଲି ଭାବିଥାଏ ।’’

ଆନ୍ତର୍ଜାତିକତା ବର୍ତ୍ତମାନ ଶତାବ୍ଦୀର ଏକ ଆଦର୍ଶ ରୂପେ ପରିଗଣିତ । ଏହି ଭାବନା ପ୍ରାୟତଃ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଗଭୀର ଭାବରେ ଅନୁଭୂତ ହୋଇଛି । ଆଜିର ବିଶ୍ଵ ପରମାଣୁ ଶକ୍ତି ପରି ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରହିଛି । ତେଣୁ ପୃଥିବୀରେ ଦୀର୍ଘସ୍ଥାୟୀ ‘ଶାନ୍ତି’ର ଆବଶ୍ୟକତା ରହିଛି । ଏଥପାଇଁ ଆନ୍ତର୍ଜାତିକ ବୁଝାମଣା ଅନିବାର୍ଯ୍ୟ । ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରର ନେତୃବୃନ୍ଦ ଏକତ୍ଵର ଭାବନା ନେଇ କାର୍ଯ୍ୟକଲେ, ଆନ୍ତର୍ଜାତିକ ସଦ୍‌ଭାବ ସମ୍ଭବ ହୋଇପାରିବ ।

ଆନ୍ତର୍ଜାତିକ ସଦ୍‌ଭାବର ଅନେକ କାରକମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥାଏ । ଯେମିତିକି ବିଜ୍ଞାନ ଓ କାରିଗରୀ ବିଦ୍ୟାର ଅଗ୍ରଗତି ଧ୍ୱଂସକାରୀ ମାରଣାସ୍ତ୍ର ପ୍ରସୂତିରେ ସାହାଯ୍ୟ କରୁଛି । ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋସୀମା ଓ ନାଗାସାକୀ ଧ୍ୱଂସକାରୀ ଦୃଶ୍ୟ ଏବେବି ଲୋକମାନଙ୍କ ମଧ୍ୟରେ ଜୀବିତ ହୋଇ ରହିଛି । ଆନ୍ତର୍ଜାତିକ ସଦ୍‌ଭାବର ଗୁରୁତ୍ଵ ଓ ଆବଶ୍ୟକତା ନିମ୍ନଲିଖ୍ କାରଣଗୁଡ଼ିକ ରହିଛି ।
(କ) ବିଶ୍ୱଯୁଦ୍ଧଗୁଡ଼ିକୁ ଦୁରେଇବା
(ଖ) ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା କରିବ
(ଗ) ପଛୁଆ ରାଷ୍ଟ୍ରଗୁଡ଼ିକର ଉନ୍ନତି ସାଧନ କରିବା
(ଘ) ଗୋଟିଏ ରାଷ୍ଟ୍ର ସହ ଅନ୍ୟ ରାଷ୍ଟ୍ରର ଯୋଗାଯୋଗର ଉନ୍ନତିକରଣ କରିବ ।

ଦେଶମାନଙ୍କ ମଧ୍ୟରେ ସମ୍ପର୍କରେ ଭ୍ରାନ୍ତ ଧାରଣା ଦୂର କରିବାପାଇଁ ଏହାର ଆବଶ୍ୟକତା ରହିଛି । ଦେଶ, ଦେଶ ମଧ୍ୟରେ ସଂଘର୍ଷ ଓ ଶତ୍ରୁତା ଦୂର କରି ବିଶ୍ବଭ୍ରାତୃତ୍ୱ ମନୋଭାବ ଉଦ୍ରେକ କରିବା, ଦେଶ-ଦେଶମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ଅର୍ଥନୈତିକ ରାଜନୈତିକ ଓ ବୈଜ୍ଞାନିକ ସହଯୋଗ ନିମିତ୍ତ ସଂକୀର୍ୟ ଜାତୀୟତା ଆଦି ଦୂର କରିବାପାଇଁ ବିଶ୍ୱଭାବନାର ଆବଶ୍ୟକତା ରହିଛି ।

4. ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା କ୍ଷେତ୍ରରେ ଶିକ୍ଷାର ଭୂମିକା ଆଲୋଚନା କର ।
Answer:
ଆନ୍ତର୍ଜାତିକ ସଦ୍‌ଭାବ କହିଲେ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ଵାସ ଓ ସମ୍ମାନକୁ ବୁଝାଇଥାଏ । ଯେତେବେଳେ ବ୍ୟକ୍ତି ନିଜକୁ ନିଜ ରାଷ୍ଟ୍ରର ନାଗରିକ ବୋଲି ନ ଭାବି ସମଗ୍ର ବିଶ୍ଵର ସଦସ୍ୟ ବୋଲି ବିବେଚନା କରେ, ସେତେବେଳେ ଆନ୍ତର୍ଜାତିକ ବୁଝାମଣା ସମ୍ଭବ ହୋଇଥାଏ ।

ମନୁଷ୍ୟ ଯେତେବେଳେ ଭାବେ ଯେ, ପୃଥିବୀର ସମସ୍ତ ଅଧ୍ବବାସୀ ଗୋଟିଏ ଈଶ୍ବରଙ୍କ ସନ୍ତାନ, ସମଗ୍ର ପୃଥିବୀ ଗୋଟିଏ ପରିବାର ପରି ଓ ପୃଥିବୀର ସମସ୍ତ ମନୁଷ୍ୟ ଭାଇଭଉଣୀ ପରି, ସେତେବେଳେ ତା’ମନରେ ବିଶ୍ବମନୋଭାବ ଉଦ୍ରେକ ହୋଇଥାଏ । ଏହାଦ୍ଵାରା ସେ ସମଗ୍ର ବିଶ୍ୱକୁ “ବସୁଧୈବ କୁଟୁମ୍ବକମ୍’’ ନୀତିରେ ଆପଣାର ମଣେ । ତେଣୁ ଏହି ମନୋଭାବକୁ ପୃଥିବୀର ସମସ୍ତ ଲୋକଙ୍କ ମନରେ ସୃଷ୍ଟି କରିବାପାଇଁ ବିଭିନ୍ନ ବିଶ୍ବ ସଂସ୍ଥା ଯଥା ଜାତିସଂଘ ଉଦ୍ୟମ କରି ଆସୁଛି ।

ସମସ୍ତଙ୍କ ମନରେ ବିଶ୍ବଭ୍ରାତୃତ୍ଵ ଭାବ ଉଦ୍ରେକ କରାଇବାରେ ଶିକ୍ଷା ମହତ୍ତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । ଶିକ୍ଷା ବିଶ୍ଵ ଏକତା ଆନୟନର ଏକ ମୁଖ୍ୟ ଆୟୁଧ ସଦୃଶ କାର୍ଯ୍ୟକରେ । ପୃଥିବୀରେ ଭୌଗୋଳିକ ଓ ପ୍ରାକୃତିକ କାରଣଗୁଡ଼ିକ ଯୋଗୁଁ ବିଭିନ୍ନ ଅଞ୍ଚଳ ମଧ୍ୟରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଏହାକୁ ଦୂର କରିବାରେ ଶିକ୍ଷାହିଁ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ । ଏ ସମ୍ପର୍କରେ UNESCO ମତ ପ୍ରଦାନ କରିଛନ୍ତି ଯେ, ଯୁଦ୍ଧ ମନୁଷ୍ୟ ମନରେ ଆରମ୍ଭ ହୁଏ ।

ତେଣୁ ସେହି ମନୁଷ୍ୟ ମନରେ ହିଁ ଶାନ୍ତିରକ୍ଷା ପାଇଁ ଉଦ୍ୟମ ହେବା ଉଚିତ । ଶାନ୍ତି ପାଇଁ ଏକ ବ୍ୟାକୁଳତା ମନୁଷ୍ୟ ମନରେ ପ୍ରଥମରୁ ସ୍ଥାନ ପାଇବା ଆବଶ୍ୟକ, ତଦ୍ବାରା କେବଳ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ମିଳିତ ଜାତିସଂଘ ଭଳି ସଙ୍ଗଠନ ଗଠନ କରାଯାଇଛି । ଏସବୁ ସତ୍ତ୍ଵେ ଯଦି ମନୁଷ୍ୟ ମନରୁ ସଂକୀର୍ଣ୍ଣତା ଦୂର ନ ହୁଏ ସବୁପ୍ରକାର ପ୍ରଚାର ସଙ୍ଗଠନ ବିଶ୍ୱଶାନ୍ତି ପ୍ରତିଷ୍ଠାରେ ବିଫଳ ହେବେ । ଏହି ସଂକୀର୍ଣ୍ଣତା ଦୂର କରିବାରେ ଶିକ୍ଷାହିଁ ସାହାଯ୍ୟ କରିଥାଏ ।

ଶିକ୍ଷା ମାଧ୍ୟମରେ ଶିଶୁ ମନରେ ପୃଥିବୀର ସମସ୍ତ ଅଧିବାସୀ ଏକ ଓ ଅବିଚ୍ଛିନ୍ନ ଏବଂ ସମସ୍ତେ ଭାଇଭଉଣୀ ସଦୃଶ, ଏହି ମନୋଭାବ ଉଦ୍ରେକ କରାଇବା ସମ୍ଭବ ହୋଇଥାଏ । ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ ନିମ୍ନଲିଖ ଶୈକ୍ଷିକ ପଦକ୍ଷେପମାନ ଗ୍ରହଣ କରାଯିବା ଆବଶ୍ୟକ ।

(କ) ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକଗୁଡ଼ିକର ପୁନର୍ଗଠନ – ବିଦ୍ୟାଳୟରେ ପ୍ରତ୍ୟେକ ସ୍ତରରେ ଶିକ୍ଷା ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକଗୁଡ଼ିକର ପୁନର୍ଗଠନର ଆବଶ୍ୟକତା ରହିଛି । ବିଭିନ୍ନ ପାଠ୍ୟ ବିଷୟ ଯଥା – ଇତିହାସ, ଭୂଗୋଳ, ବିଜ୍ଞାନ ଓ ଭାଷାରେ ବିଶ୍ଵ ସମ୍ବନ୍ଧୀୟ ଜ୍ଞାନ, ସମସ୍ୟା ଓ ତାହାର ସମାଧାନ ଇତ୍ୟାଦି ସ୍ଥାନ ପାଇବା ବିଧେୟ । ଏହି ପୁନର୍ଗଠିତ ପାଠ୍ୟକ୍ରମ ଜରିଆରେ ଶିକ୍ଷାର୍ଥୀମାନେ ନିମ୍ନଲିଖ ଜ୍ଞାନ ହାସଲ କରିପାରିବେ ।

  1. ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତା ବିଷୟରେ ଜ୍ଞାନ ହାସଲ କରିବା ।
  2. ବିଭିନ୍ନ ଦେଶଗୁଡ଼ିକର ଧର୍ମ ସମ୍ବନ୍ଧରେ ଅବଗତ ହେବା ।
  3. ପୃଥିବୀର ବିଭିନ୍ନ ସଂସ୍କୃତି ବିଷୟରେ ଅବଗତ ହେବା ।
  4. ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ଲୋକମାନଙ୍କର ପ୍ରୟାସ ବିଷୟରେ ଜାଣିବା ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

(ଖ) ସଠିକ୍ ସହପାଠ୍ୟକ୍ରମ ପରିଚାଳିତ କରିବା – ଆନ୍ତର୍ଜାତିକ ବୁଝାମଣା ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ମାଧ୍ୟମରେ ସୃଷ୍ଟି କରାଯାଇପାରେ । ଯେପରିକି, ପୃଥିବୀର ପ୍ରସିଦ୍ଧ ଲୋକମାନଙ୍କର ଜନ୍ମ ଦିବସ ପାଳନ କରିବା, ବିଭିନ୍ନ ଆନ୍ତର୍ଜାତିକ ଦିବସ ଯଥା ଜାତିସଂଘ ପ୍ରତିଷ୍ଠା ଦିବସ, ମାନବାଧ‌ିକାର ଦିବସ, ପୃଥିବୀ ସ୍ଵାସ୍ଥ୍ୟ ଦିବସ ଇତ୍ୟାଦି ପାଳନ କରିବା ଆବଶ୍ୟକ ।
(ଗ) ସାଂସ୍କୃତିକ ଭାବ ବିନିମୟ କାର୍ଯ୍ୟକ୍ରମ : ସାଂସ୍କୃତିକ ଭାବ ବିନିମୟ ଯଥା – ବିଭିନ୍ନ ଶିକ୍ଷକ, ଛାତ୍ର, ଶିକ୍ଷାବିତ୍, କଳାକାର, ଲେଖକ ଏବଂ କବି ଇତ୍ୟାଦିଙ୍କୁ ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ପଠାଯିବା ଆବଶ୍ୟକ । ସେହିପରି ଆମ୍ଭେମାନେ ମଧ୍ୟ ପାଶ୍ଚାତ୍ୟ ଶିକ୍ଷାବିତ୍, ଦାର୍ଶନିକ, ଲେଖକ ଇତ୍ୟାଦିଙ୍କୁ ଆମ ଦେଶକୁ ନିମନ୍ତ୍ରଣ କରିବା ଉଚିତ । ଏହାଦ୍ଵାରା ଆମ ସଂସ୍କୃତିରେ ଥିବା ଭ୍ରମାତ୍ମକ ଚିନ୍ତାଧାରା ଦୂରୀଭୂତ ହୋଇପାରିବ ।
(ଘ) ଶିକ୍ଷାର୍ଥୀମାନଙ୍କୁ ଦୈନିକ ଖବରକାଗଜ, ଦୂରଦର୍ଶନ କିମ୍ବା ରେଡ଼ିଓ ମାଧ୍ୟମରେ ପୃଥିବୀର ବିଭିନ୍ନ ଅଞ୍ଚଳ ବିଷୟରେ ଖବର ସଂଗ୍ରହ ପାଇଁ ଶିକ୍ଷକମାନେ ଉତ୍ସାହିତ କରିବା ଉଚିତ ।
(ଙ) ବିଶ୍ବର ବିଭିନ୍ନ ଲୋକଙ୍କର ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଶିକ୍ଷକ ଜ୍ଞାନ ପ୍ରଦାନ କରିବା ଉଚିତ ।
(ଚ) ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ଦେଶର ପିଲାମାନଙ୍କ ସହ ପତ୍ରବନ୍ଧୁ ସମ୍ପର୍କ ସ୍ଥାପନକୁ ଉତ୍ସାହିତ କରିବା ଉଚିତ ।
(ଛ) ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା ଦିଗରେ ଶିକ୍ଷକଙ୍କର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ଶିକ୍ଷାର୍ଥୀମାନଙ୍କର କ୍ରମବର୍ଷମାନ ସ୍ଵାଧୀନ ଚେତନା, ଆତ୍ମନିର୍ଭରଶୀଳତା, ଦାୟିତ୍ୱବୋଧ ତଥା ସହନଶୀଳତା ଇତ୍ୟାଦି ଗୁଣଗୁଡ଼ିକୁ ହୃଦୟଙ୍ଗମ କରି ସେମାନଙ୍କ ମଧ୍ୟରେ ବିଶ୍ଵ ଐକ୍ୟ ମନୋଭାବକୁ ଜାଗ୍ରତ କରିବା ଶିକ୍ଷକଙ୍କର ପ୍ରଧାନ କାର୍ଯ୍ୟ ହେବା ଉଚିତ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଜାତୀୟ ସଂହତି :
ଏକ ରାଷ୍ଟ୍ରର ଅଖଣ୍ଡତା, ସମୃଦ୍ଧି ଏହାର ଐକ୍ୟ ବା ଜାତୀୟ ସଂହତି ଉପରେ ପର୍ଯ୍ୟବସିତ । ଭାରତ ଏକ ଏପରି ରାଷ୍ଟ୍ର ଯେଉଁଠି ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ବିଶ୍ବାସର ଲୋକ ଏକାଠି କେଉଁ ପ୍ରାଚୀନ କାଳରୁ ରହିଆସୁଛନ୍ତି । ସେମାନଙ୍କ ମଧ୍ୟରେ ବିଭିନ୍ନତା ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ବିଶ୍ଵାସ, ଦେଶପ୍ରୀତି, ଭ୍ରାତୃଭାବ ପ୍ରତ୍ୟେକ ଭାରତୀୟଙ୍କୁ ଏକତାର ମନ୍ତ୍ରରେ ବାନ୍ଧିରଖୁଛି । ବିଭିନ୍ନତା ହିଁ ପତନର ମୂଳବିନ୍ଦୁ । ତେଣୁ ଶିକ୍ଷାରେ ଜାତୀୟ ସଂହତି ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି । କୋମଳମତି ଛାତ୍ରଛାତ୍ରୀମାନେ ନିଜ ଦେଶର ବିଭିନ୍ନତାକୁ ବିଶ୍ଳେଷଣ କରି ଅହିଂସା ଓ ସଂହତିର ପଥ ଅନୁସରଣ କରି ଦେଶକୁ ଅଖଣ୍ଡ ଓ ବିକାଶଶୀଳ କରିବା ନିମନ୍ତେ ବ୍ରତୀ ହେବାପାଇଁ ଏହା ଏକାନ୍ତ ଆବଶ୍ୟକ ।

ଜାତୀୟ ସଂହତିର ଅର୍ଥ ଜାତୀୟ ଐକ୍ୟ ବା ସମାନତା । ଅର୍ଥାତ୍ ଅନେକ ପ୍ରକାର ବୈଷମ୍ୟ ମଧ୍ୟରେ ସୁସଂଗଠିତ ଏକତାକୁ ଜାତୀୟ ସଂହତି କୁହାଯାଏ । ଏହା ସାମାଜିକ, ରାଜନୈତିକ, ଅର୍ଥନୈତିକ, ଧର୍ମଗତ, ଭାଷାଗତ ଓ ସାଂସ୍କୃତିକ ଏକତାକୁ ବୁଝାଏ । ଜାତୀୟ ଭାବଧାରା, ଆଦର୍ଶ, ଆଚାର-ବ୍ୟବହାର ଓ ମୂଲ୍ୟବୋଧ ପ୍ରଭୃତିର ଅଭିନ୍ନତା, ସମାଜର ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ସମପ୍ରାଣତା ବା ଐକ୍ୟବୋଧ ସୃଷ୍ଟି କରିଥାଏ । ଏହି ସମତା ଓ ଅଭିନ୍ନତାବୋଧଦ୍ଵାରା ଜାତୀୟ ସଂହତିର ଅକ୍ଷୁଣ୍ଣତା ତିଷ୍ଠି ରହେ । ଏହାଦ୍ୱାରା ବିଭିନ୍ନ ସଂସ୍କୃତି ମଧ୍ୟରେ ଏକ ଅନ୍ତର୍ନିହିତ ପରିବ୍ୟାପ୍ତ ସମତା ଆଣିବା ସମ୍ଭବ ହୋଇଥାଏ ।

1. ଜାତୀୟ ସଂହତି ରକ୍ଷାର ଆବଶ୍ୟକତା
(i) ଦେଶର ପ୍ରତିରକ୍ଷା (Security of the nation): ଦେଶର ପ୍ରତିରକ୍ଷା ପାଇଁ ଆମ ଦେଶରେ ଜାତୀୟ ସଂହତି ରକ୍ଷା ଏକାନ୍ତ ଆବଶ୍ୟକ ।
(ii) ଆଭ୍ୟନ୍ତରୀଣ ଶୃଙ୍ଖଳା (Internal Discipline)
(iii) ଆର୍ଥିକ ସମୃଦ୍ଧତା (Economic Prosperity)

2. ଜାତୀୟ ସଂହତି ରକ୍ଷାର ପ୍ରତିବନ୍ଧକ :
(i) ସାମାଜିକ ଓ ସାଂସ୍କୃତିକ ବୈଷମ୍ୟ
(ii) ଜାତିଆଣ ମନୋଭାବ
(iii) ଧର୍ମଗତ ପାର୍ଥକ୍ୟ ଓ ସାମ୍ପ୍ରଦାୟିକତା
(iv) ଭାଷାଗତ ବୈଷମ୍ୟ
(v) ଭୌଗୋଳିକ ପାର୍ଥକ୍ୟ
(vi) ଆଦର୍ଶ ଓ ସୁସ୍ଥ ନେତୃତ୍ଵର ଅଭାବ
(vii) ରାଜନୈତିକ ବୈଷମ୍ୟ
(viii)ବେକାର ସମସ୍ୟା

3. ଜାତୀୟ ସଂହତିର ପ୍ରତିଷ୍ଠା ପାଇଁ ଏକ ସୁସଙ୍ଗଠିତ କାର୍ଯ୍ୟକ୍ରମ :
(i) ସାଧାରଣ ବିଦ୍ୟାଳୟ ବ୍ୟବସ୍ଥା
(ii) ଭାଷା ଶିକ୍ଷା
(iii) ଶିକ୍ଷାନୁଷ୍ଠାନରେ ଦୈନନ୍ଦିନ କାର୍ଯ୍ୟାବଳୀ
(iv) ସମାଜସେବା ଓ ସମୂହ କାର୍ଯ୍ୟ
(v) ସମାଜ ଉପଯୋଗୀ ପାଠ୍ୟକ୍ରମ
(vi) ସହପାଠ୍ୟକ୍ରମ ବ୍ୟବସ୍ଥା

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

ଆନ୍ତର୍ଜାତିକ ବୁଝାମଣା :
ଏହି ବିଶାଳ ବିଶ୍ବରେ ମଣିଷର ସ୍ଥିତି କେବଳ ନିଜ ଦେଶରେ ସଂକୀର୍ଣ୍ଣ ସୀମା ମଧ୍ୟରେ ସୀମାବଦ୍ଧ ନୁହେଁ । ବର୍ତ୍ତମାନ ଯୁଗରେ ସେ ସମଗ୍ର ପୃଥ‌ିବୀର ଜଣେ ଅଧ୍ବବାସୀ ଭାବରେ ପରିଗଣିତ ହେଉଛି । ବିଜ୍ଞାନର ଉନ୍ନତି ଫଳରେ ପୃଥ‌ିବୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଦେଶ ଦେଶ ମଧ୍ୟରେ ଯାତାୟାତର ସୁବିଧା, ରେଡ଼ିଓ, ଟେଲିଭିଜନ ଓ ଅନ୍ୟାନ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ପୃଥ‌ିବୀର ଅତି ଦୂରସ୍ଥାନରେ ଥିବା ଲୋକେ ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ହେଉଛନ୍ତି । ସୁତରାଂ ସାଂପ୍ରତିକ ବିଶ୍ଵରେ କୌଣସି ଦେଶ ଏକୁଟିଆ ହୋଇ ରହିପାରିବ ନାହିଁ । କାରଣ ଗୋଟିଏ ଦେଶର ଘଟଣାବଳୀ ଖୁବ୍ ଶୀଘ୍ର ଅନ୍ୟଦେଶବାସୀ ଜାଣିପାରୁଛନ୍ତି । ଏହା କେବଳ ଆନ୍ତର୍ଜାତିକ ବୁଝାମଣା ଯୋଗୁଁ ସମ୍ଭବ ହୋଇପାରୁଛି । ଏକବିଂଶ ଶତାବ୍ଦୀରେ ମାନବଜାତିର ଏକ ସ୍ବପ୍ନ ହେଉଛି ଜାତି, ଧର୍ମ, ବର୍ଣ୍ଣ ଓ ଗୋଷ୍ଠୀର ବୈଷମ୍ୟ ସତ୍ତ୍ଵେ ଏକ ଅଖଣ୍ଡ ବିଶ୍ଵ ଗଠନ କରିବା । ତେଣୁ ଯଥାର୍ଥରେ ଦେଶ-ଦେଶ ଓ ଜାତି-ଜାତି ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

ଆନ୍ତର୍ଜାତିକ ସଦଭାବ :
ଆନ୍ତର୍ଜାତିକ ସଦ୍‌ଭାବ କ୍ଷେତ୍ରରେ ୟୁନେସ୍କୋ (UNESCO)ର ଭୂମିକା : ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ, ସାଂସ୍କୃତିକ ସଙ୍ଗଠନ (UNESCO) ୧୯୪୬ ମସିହା ନଭେମ୍ବର ୪ ତାରିଖରେ ଗଠିତ ହୋଇଛି । ମିଳିତ ଜାତିସଂଘର ବାଣୀକୁ ଆନ୍ତର୍ଜାତିକ ସଦ୍‌ଭାବ ସୃଷ୍ଟି କରିବା ନିମନ୍ତେ ଏହି UNESCO (ୟୁନେସ୍କୋ) ସୃଷ୍ଟି କରାଯାଇଛି ।
UNESCO ର ଲକ୍ଷ୍ୟ –
(i) ରାଷ୍ଟ୍ରମାନଙ୍କ ମଧ୍ୟରେ ସଂହତି ବୃଦ୍ଧି କରିବା, ଶାନ୍ତି ଓ ସଦିଚ୍ଛା ବଜାୟ ରଖୁ ।
(ii) ଜାତି, ବର୍ଣ୍ଣ, ଧର୍ମ, ଭାଷା ନିର୍ବିଶେଷରେ ପୃଥ‌ିବୀର ସମସ୍ତ ଜନସାଧାରଣଙ୍କୁ ମୌଳିକ ସ୍ବାଧୀନତା ପ୍ରଦାନ କରିବା ।
(iii) ଶିକ୍ଷାର ପରିସରକୁ ପ୍ରସାରିତ କରିବା ।
(iv) ଆନ୍ତର୍ଜାତିକ ସ୍ତରରେ ସାଂସ୍କୃତିକ ବିନିମୟକୁ ଉତ୍ସାହିତ କରିବା ।
(v) ଆନ୍ତର୍ଜାତିକ ସଂସ୍କୃତି ଓ ତଥା ଉତ୍ସର୍ଗୀକୃତ ତଥ୍ୟକୁ ବିଶ୍ବବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ।

ଆନ୍ତର୍ଜାତିକ ସଦ୍‌ଭାବ କହିଲେ ପୃଥ‌ିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ୱାସ ଓ ସମ୍ମାନକୁ ବୁଝାଏ । ଯେତେବେଳେ ମନୁଷ୍ୟ ନିଜକୁ ନିଜ ଦେଶର ନାଗରିକ ନଭାବି ସମଗ୍ର ପୃଥ‌ିବୀର ନାଗରିକ ବୋଲି ଭାବିଥାଏ, ସେତେବେଳେ ହିଁ ଆନ୍ତର୍ଜାତିକ ସଦ୍‌ଭାବର ସୃଷ୍ଟି ହୋଇଥାଏ । ମନୁଷ୍ୟ ଯେତେବେଳେ ଭାବେ ଯେ, ପୃଥ‌ିବୀର ସମସ୍ତ ଅଧ୍ବବାସୀ ଗୋଟିଏ ଈଶ୍ବରଙ୍କ ସନ୍ତାନ ଏବଂ ସମଗ୍ର ପୃଥ‌ିବୀ ଗୋଟିଏ ପରିବାର ସଦୃଶ, ସେତେବେଳେ ତା’ ମନରେ ବିଶ୍ଵ ମନୋଭାବ ସୃଷ୍ଟି ହୋଇଥାଏ । ଏହାଦ୍ଵାରା ତା’ ମନରେ ‘ବୁସୁଧୈବ କୁଟୁମ୍ବକମ୍’ ଧାରଣା ଦୃଢ଼ୀଭୂତ ହୋଇଥାଏ ।