Loading [MathJax]/jax/output/HTML-CSS/config.js

BSE Odisha 6th Class Odia Solutions Chapter 12 ବିଶ୍ଵବିଜୟୀ ବିବେକାନନ୍ଦ

Odisha State Board BSE Odisha 6th Class Odia Solutions Chapter 12 ବିଶ୍ଵବିଜୟୀ ବିବେକାନନ୍ଦ Textbook Exercise Questions and Answers.

BSE Odisha Class 6 Odia Solutions Chapter 12 ବିଶ୍ଵବିଜୟୀ ବିବେକାନନ୍ଦ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ବିଲେ କଦଳୀ ବାଡ଼ିରେ ବସିବାର କାରଣ କ’ଣ ?
Answer:
ବିଲେ ମାଆଙ୍କ ପାଖରୁ ରାମାୟଣ କାହାଣୀରୁ ଶୁଣିଥିଲେ ଯେ ହନୁମାନ କଦଳୀ ଖାଇବାକୁ ସୁଖ ପାଆନ୍ତି । ହନୁମାନ ରାତିରେ କଦଳୀ ଖାଇବାକୁ ଆସିବେ ଭାବି ବିଲେ କଦଳୀ ବାଡ଼ିରେ ତାଙ୍କୁ ଦେଖିବାପାଇଁ ବସିଥିଲା ।

(ଖ) ବିଲେର ଏପରି ନାଁ କାହିଁକି ଦିଆଯାଇଥିଲା ?
Answer:
ବିଲେଙ୍କର ମାଆ ଭୁବନେଶ୍ୱରା ଜାଶାର ବାରେଶ୍ଵର ମହାଦେବଙ୍କୁ ପୂଅଟିଏ ପାଇଥାବାରୁ ତାଙ୍କର ନାଁ ‘ବିଲେ’ ଦିଆଯାଇଥିଲା ।

(ଗ) ରାମକୃଷ୍ଣ ନରେନ୍‌ଙ୍କୁ କ’ଣ ବୁଝାଇ ଦେଇଥିଲେ ?
Answer:
ରାମକୃଷ୍ଣ ନରେନ୍‌ଙ୍କୁ ବୁଝାଇ ଦେଇଥିଲେ ଯେ, ପୃଥ‌ିବୀରେ ସବୁଧର୍ମ ସମାନ । ମାନବର ସେବା ହିଁ ଭଗବାନଙ୍କର ପ୍ରକୃତ ପୂଜା ।

(ଘ) ନରେନ୍ ନିଜ ପରିବାରର ଦାୟିତ୍ଵ କିପରି ସମ୍ଭାଳି ଥିଲେ ?
Answer:
ନରେନ୍ ଶିକ୍ଷକତା କରି ନିଜ ପରିବାରର ଦାୟିତ୍ଵ ସମ୍ଭାଳି ଥିଲେ । କିନ୍ତୁ ସବୁବେଳେ ଅଭାବ ଅସୁବିଧା ସବୁ ଲାଗି ରହିଥିଲା ।

(ଙ) ନରେନ୍ ନିଜ ଜୀବନର ଲକ୍ଷ୍ୟକୁ କିପରି ଗ୍ରହଣ କଲେ ?
Answer:
ଶ୍ରୀରାମକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାକୁ ହିଁ ନରେନ୍ ନିଜ ଜୀବନର ଲକ୍ଷ୍ୟ ଭାବରେ ଗ୍ରହଣ କଲେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨।
(କ) ବିଶ୍ଵ ଧର୍ମସଭା ଆମେରିକାର କେଉଁ ସ୍ଥାନରେ ହୋଇଥିଲା ?
Answer:
ଆମେରିକାର ଚିକାଗୋ ସହରରେ ବିଶ୍ଵ ଧର୍ମସଭା ହୋଇଥିଲା ।

(ଖ ) ବିବେକାନନ୍ଦ ଶ୍ରୋତାମାନଙ୍କୁ କିପରି ମନ୍ତ୍ରମୁଗ୍‌ଧ କଲେ ?
Answer:
ବିବେକାନନ୍ଦ ସର୍ବପ୍ରଥମେ ଶ୍ରୋତାମାନଙ୍କୁ ‘ଭାଇ ଓ ଭଉଣୀ’ ବୋଲି ସମ୍ବୋଧନ କଲେ । ତା’ପରେ ଭାରତୀୟ ଧର୍ମ ଓ ଦର୍ଶନ, ହିନ୍ଦୁଧର୍ମର ବିଶେଷତ୍ଵ ଓ ବିଶ୍ଵଭ୍ରାତୃତ୍ଵର ବାଣୀ ଇତ୍ୟାଦି ଚମତ୍କାର ଭାବରେ ବୁଝାଇଦେଇ ବିବେକାନନ୍ଦ ଶ୍ରେ।ତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଲୋ

(ଗ) ପଣ୍ଡିତମାନେ ତାହାଙ୍କୁ ମାନବଜାତିର ଅଳଙ୍କାର ବୋଲି କାହିଁକି କହିଥିଲେ ?
Answer:
ବିବେକାନନ୍ଦ ଭାରତୀୟ ଧର୍ମ ଓ ଦର୍ଶନ, ହିନ୍ଦୁଧର୍ମର ବିଶେଷତ୍ଵ, ବିଶ୍ୱଭ୍ରାତୃତ୍ବର ବାଣୀ ବିଶ୍ଵ ଧର୍ମସଭାରେ ଚମତ୍କାରଭାବେ ବୁଝାଇ ଦେଇଥିଲେ । ସବୁ ମଣିଷ ଈଶ୍ଵରଙ୍କ ସନ୍ତାନ, ସମସ୍ତେ ଭାଇ ଭାଇ, ମାନବର ସେବାହିଁ ଈଶ୍ଵରଙ୍କ ସେବା – ଏହା ସେ ବୁଝାଇଦେଲେ । ଏଭଳି କଥା ଶୁଣି ପଣ୍ଡିତମାନେ ତାଙ୍କୁ ମାନବ ଜାତିର ଅଳଙ୍କାର ବୋଲି କହିଥିଲେ ।

(ଘ) ‘ରାମକୃଷ୍ଣ ମିଶନ’ ଅନୁଷ୍ଠାନଟି କି କି ଲୋକହିତକର କାର୍ଯ୍ୟ କରୁଛି ?
Answer:
୧୮୯୭ ମସିହାରେ ବିବେକାନନ୍ଦ ‘ରାମକୃଷ୍ଣ ମିଶନ’ ନାମକ ସେବା ଅନୁଷ୍ଠାନଟିକୁ ଗଠନ କରିଥିଲେ । ଏହା ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷାର ପ୍ରସାର, ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା ଓ ଦରିଦ୍ରମାନଙ୍କ ସେବା କାର୍ଯ୍ୟ କରୁଛି ।

(ଙ) ବିବେକାନନ୍ଦ ସାରା ଦେଶରେ କେଉଁ ବାର୍ତ୍ତା ପ୍ରଚାର କରିଥିଲେ ?
Answer:
ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷାର ପ୍ରସାର, ଦରିଦ୍ରମାନଙ୍କର ସେବା ଓ ସାଂପ୍ରଦାୟିକ ସଦ୍‌ଭାବ ରକ୍ଷା ଆଦିର ବାର୍ତ୍ତା ବିବେକାନନ୍ଦ ସାରା ଦେଶରେ ପ୍ରଚାର କରିଥିଲେ ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ମାନବର ସେବା ହିଁ ହେଉଛି ଭଗବାନଙ୍କର ପ୍ରକୃତ ପୂଜା ।
Answer:
ମାନବର ସେବା ………………………….. ପ୍ରକୃତ ପୂଜା ।
ଉଦ୍ଧୃତାଂଶଟି ଡକ୍ଟର ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନ ସିଂଙ୍କ ରଚିତ ‘ବିଶ୍ବବିଜୟୀ ବିବେକାନନ୍ଦ’ ପ୍ରବନ୍ଧରୁ ଉଦ୍ଧୃତ ।ଏଠାରେ ଲେଖକ, ‘ମାନବର ସେବା ଯେ ପ୍ରକୃତ ଭଗବାନଙ୍କର ପୂଜା’ ଭାରତ।ୟ ଦର୍ଶନର ଏହି ତତ୍ତ୍ଵକୁ ପ୍ରମାଣିତ କରିଛନ୍ତି । ବିବେକାନନ୍ଦ ଜଣେ ପ୍ରତିଭାବାନ୍ ଛାତ୍ର ଥିଲେ । ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ବହୁ ପୁସ୍ତକ ସେ ପଢ଼ିଥିଲେ । ବୟସ ବଢ଼ିବା ସହିତ ବିଭିନ୍ନ ବିଷୟରେ ତାଙ୍କ ମନରେ ଅନେକ ପ୍ରଶ୍ନ ଜାତ ହେଲା । ଶ୍ରୀରାମକୃଷ୍ଣଙ୍କ ସହ ତାଙ୍କର ସାକ୍ଷାତ୍ ହୋଇଥିଲା । ସେ ତାଙ୍କ ମନରେ ଜାତ ହୋଇଥିବା ସମସ୍ତ ପ୍ରଶ୍ନର ସମାଧାନ କରିଦେଇଥିଲେ । ପୃଥ‌ିବୀରେ ସବୁ ଧର୍ମ ସମାନ ଏବଂ ମାନବର ସେବାହିଁ ଭଗବାନଙ୍କର ପ୍ରକୃତ ପୂଜା ବୋଲି ସେ ବୁଝାଇ ଦେଇଥିଲେ ।

ପରବର୍ତ୍ତୀ ଜୀବନରେ ହୋଇ ସେ ଜନସେବାକୁ ହିଁ ଜୀବନର ବ୍ରତଭାବେ ଗ୍ରହଣ କରିଥିଲେ । ଚିକାଗୋଠାରେ ଅନୁଷ୍ଠିତ ବିଶ୍ଵ ଧର୍ମସଭାରେ ମଧ୍ୟ ମାନବ ସେବା ହିଁ ଈଶ୍ୱର ସେବା ବୋଲି ବୁଝାଇ ଦେଇ ସେ ଉପସ୍ଥିତ ପଣ୍ଡିତବର୍ଗଙ୍କର ପରିପୂରଣପାଇଁ ସେ ୧୮୯୭ ମସିହାରେ ‘ରାମକୃଷ୍ଣ ମିଶନ’ ନାମକ ଏକ ସେବା ଅନୁଷ୍ଠାନ ସ୍ଥାପନ କରିଥିଲେ । ଏହି ଅନୁଷ୍ଠାନଟି ଜନସେବାକୁ ମୁଖ୍ୟ ଲକ୍ଷ୍ୟଭାବେ ଗ୍ରହଣ କରିଆସିଛି । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

(ଖ) ସେ ହେଉଛନ୍ତି ମାନବ ଜାତିର ଅଳଙ୍କାର ସଦୃଶ ।
Answer:
ସେ ହେଉଛନ୍ତି ………………………. ଅଳଙ୍କାର ସଦୃଶ
ଉଦ୍ଧୃତାଂଶଟି ଡକ୍ଟର ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନ ସିଂଙ୍କ ରଚିତ ‘ବିଶ୍ୱବିଜୟୀ ବିବେକାନନ୍ଦ’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ପାଶ୍ଚାତ୍ୟ ପଣ୍ଡିତମାନେ ବିବେକାନନ୍ଦଙ୍କୁ କିପରି ମାନବଜାତିର ଅଳଙ୍କାର ସଦୃଶ ବୋଲି ମତାମତ ଦେଇଥିଲେ ତାହା ଆଲୋଚିତ ହୋଇଛି । ୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାର ଚିକାଗୋ ସହରରେ ବିଶ୍ଵ ଧର୍ମ ସଭାର ଆୟୋଜନ ହୋଇଥିଲା । ସଭା ଶେଷରେ ଭାରତର ତରୁଣ ସନ୍ନ୍ୟାସୀ ବିବେକାନନ୍ଦଙ୍କୁ ଅଳ୍ପ ସମୟ କହିବାପାଇଁ ସୁଯୋଗ ମିଳିଥିଲା । ସର୍ବପ୍ରଥମେ ‘ଭାଇ ଓ ଭଉଣୀ’ ବୋଲି ଉପସ୍ଥିତ ଶ୍ରୋତାଙ୍କୁ ସେ ସମ୍ବୋଧନ କଲେ ।

ପରେ ଭାରତୀୟ ଧର୍ମ ଓ ଦର୍ଶନ, ହିନ୍ଦୁଧର୍ମର ବିଶେଷତ୍ଵ ଏବଂ ବିଶ୍ୱଭ୍ରାତୃତ୍ଵର ବାଣୀ ସମ୍ପର୍କରେ ସେ ଏପରି ଚମତ୍କାର ଭାବରେ ବୁଝାଇଲେ ଯେ, ଶ୍ରୋତାମାନେ ମନ୍ତ୍ରମୁଗ୍‌ଧ ହୋଇଗଲେ । ସବୁ ମଣିଷ ଈଶ୍ଵରଙ୍କ ସନ୍ତାନ, ଆମେ ସମସ୍ତେ ଭାଇ ଭାଇ, ମାନବର ସେବା ତାଙ୍କର ଏଭଳି କଥା ଶୁଣି ସେଠାରେ ଉପସ୍ଥିତ ଥ‌ିବା ପଣ୍ଡିତମାନେ କହିଲେ, ‘ସେ ହେଉଛନ୍ତି ମାନବ ଜାତିର ଅଳଙ୍କାର ସଦୃଶ’’। କାରଣ ଏହା ପୂର୍ବରୁ ଅନ୍ୟ ସବୁ ଧର୍ମର ଯେଉଁ ପ୍ରତିନିଧୁମାନେ ଭାଷଣ ଦେଇଥିଲେ, ସେମାନେ ବିବେକାନନ୍ଦଙ୍କ ପରି କହି ନ ଥିଲେ । ତାଙ୍କର ଏହି ସାରଗର୍ଭକ ବାଣୀମାନ ପଣ୍ଡିତମାନଙ୍କୁ ବେଶ୍ ପ୍ରଭାବିତ କରିପାରିଥିଲା । ବାସ୍ତବରେ ଲେଖକଙ୍କର ଏହି ବକ୍ତବ୍ୟ ଯଥାର୍ଥ ଅଟେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୪।
‘ହନୁମାନ ଅମର । ହନୁମାନ କଦଳୀ ଖାଇବାକୁ ସୁଖ ପାଆନ୍ତି ।’’ ଏଥ‌ିରେ ଦ୍ଵିତୀୟ ବାକ୍ୟରେ ହନୁମାନ ବଦଳରେ ‘ସେ’ ବସାଇଲେ ବାକ୍ୟଟି ଶୁଣିବାକୁ ଭଲ ଲାଗିବ । ଏହି ‘ସେ’ ହେଉଛି ଏକ ସର୍ବମାନ ପଦ । ନିମ୍ନରେ ଥ‌ିବା ରେଖାଙ୍କିତ ପଦ ସ୍ଥାନରେ ଉପଯୁକ୍ତ ସର୍ବନାମ ବ୍ୟବହାର କରି ବାକ୍ୟଗୁଡ଼ିକ ସଜାଡ଼ି ଲେଖ ।
(କ) ନରେନ୍ଦ୍ର ଛାତ୍ର ଭାବରେ ଥିଲେ ବିଚକ୍ଷଣ । ଅତି ସହଜରେ ପାଠସବୁ ନରେନ୍ଦ୍ରଙ୍କର ମନେରହିଯାଏ ।
Answer:
ନରେନ୍ଦ୍ର ଛାତ୍ର ଭାବରେ ଥିଲେ ବିଚକ୍ଷଣ । ଅତି ସହଜରେ ପାଠସବୁ ତାଙ୍କର ମନେ ରହିଯାଏ ।

(ଖ) ନରେନ୍ ଶ୍ରୀରାମକୃଷ୍ଣଙ୍କୁ ସାକ୍ଷାତ୍ କଲେ । ଶ୍ରୀରାମକୃଷ୍ଣ ନରେନ୍‌ଙ୍କୁ ଶିଷ୍ୟ ଭାବରେ ଗ୍ରହଣ କଲେ ।
Answer:
ନରେନ୍ ଶ୍ରୀରାମକୃଷ୍ଣଙ୍କୁ ସାକ୍ଷାତ୍ କଲେ । ଶ୍ରୀରାମକୃଷ୍ଣ ତାଙ୍କୁ ଶିଷ୍ୟ ଭାବରେ ଗ୍ରହଣ କଲେ ।

Question ୫।
ନିମ୍ନରେ ଦୁଇଟି ବାକ୍ୟ ଦିଆଯାଇଛି । ସେଥ‌ିରେ ଥିବା ସ୍ଵରବର୍ଣ, ବ୍ୟଞ୍ଜନ ବର୍ଣ୍ଣ ଓ ଯୁକ୍ତ ବର୍ଷଗୁଡ଼ିକୁ ବାଛି ଲେଖ । ସେ ରାମକୃଷ୍ଣ ମିଶନ ନାମରେ ଏକ ସେବା ଅନୁଷ୍ଠାନ ଗଠନ କରିଥିଲେ । ଏଇ ସେବା ଅନୁଷ୍ଠାନର ପରିଚାଳନା ପାଇଁ ସେ ଦେଶ ବିଦେଶରୁ ଅନେକ ସାହାଯ୍ୟ ସଂଗ୍ରହ କରିଥିଲେ ।
Answer:

ସ୍ଵରବର୍ଣ୍ଣ ଗ୍ୟଞ୍ଜନ ବର୍ଣ୍ଣ ଯୁକ୍ତ ବର୍ଣ୍ଣ
ଏ, ଅ,ଇ, ଉ,ଆ ସ,ର,ମ,ଶ,ନ,କ,ବ,ଗ, ର, ପ,ଚ,ଦ,ହ, ଯ, ଥ, କ, ଲ କୃ,ଷ୍ଣ, ଷୃ ,ସଂ, ଗ୍ର

Question ୬।
ନିମ୍ନରେ ଯେଉଁ ଅନୁଚ୍ଛେଦଟି ଦିଆଯାଇଛି, ସେଥୁରେ ବିରାମ ଚିହ୍ନ ଦିଆଯାଇ ନାହିଁ । ଠିକ୍ ସ୍ଥାନରେ ଠିକ୍ ଚିହ୍ନଟିକୁ ବସାଇ ଲେଖା
ତାହାରି ମଧ୍ୟରେ ସେ ଶୁଣିପାରିଲେ ସତେ ଯେପରି ତାଙ୍କ ଗୁରୁ କହୁଛନ୍ତି ଯା ଲଙ୍ଘିଯା ଏ ସମୁଦ୍ର ଦୂରଦେଶରେ ଯାଇ ଭାରତର ବାଣୀ ପହଞ୍ଚାଇ ଦେ’ ।
Answer:
ତାହାରି ମଧ୍ୟରେ ସେ ଶୁଣିପାରିଲେ ସତେ ଯେପରି ତାଙ୍କ ଗୁରୁ କହୁଛନ୍ତି, ‘ଯା, ଲଙ୍ଘିଯା ଏ ସମୁଦ୍ର । ଦୂରଦେଶରେ ଯାଇ ଭାରତର ବାଣୀ ପହଞ୍ଚାଇ ଦେ ।’’

Question ୭।
ଯେପରି ‘ଡାକିବାରୁ’ ‘ଡାକି’, ‘କହିବାରୁ’ ‘କହି’ ପଦର ବ୍ୟବହାର କରାଯାଏ, ସେହିପରି ତଳପଦଗୁଡ଼ିକର ରୂପ କ’ଣ ହେବ ଲେଖ ।
ଶୁଣିବା, ଜାଣିବା, ବସିବା, ନେବା, ଦେବା, ଖାଇବା, ଦେଖିବା, କରିବା, ପଢ଼ିବା
Answer:
ଶୁଣିବା – ଶୁଣି,
ଜାଣିବା – ଜାଣି,
ବସିବା – ବସି,
ନେବା – ନେଇ,
ଦେବା – ଦେଇ,
ଖାଇବା – ଖାଇ,
ଦେଖୁବା – ଦେଖ୍,
କରିବା – କରି,
ପଢ଼ିବା – ପଢ଼ି ।

Question ୮।
‘ବେଳ’ ଶବ୍ଦର ପୂର୍ବରେ ‘ଅନେକ’ ଶବ୍ଦ ଯୋଡ଼ି ଯେପରି ‘ଅନେକ ବେଳ’ ହେଉଛି, ସେଇଭଳି ‘ଅନେକ’
ଶବ୍ଦ ଯୋଡ଼ି ଆଉ କେତୋଟି ନୂତନ ଶବ୍ଦ ଲେଖ ।
Answer:
ଅନେକ ଦିନ, ଅନେକ ବର୍ଷ, ଅନେକ ଲୋକ, ଅନେକ କାମ, ଅନେକ ସମୟ ।

Question ୯।
‘ମାତ୍ର’ ଶବ୍ଦଟି ବ୍ୟବହାର କରି ଆଉ ତିନୋଟି ବାକ୍ୟ ଲେଖ । ଯେପରି – ‘ରାମ ଖେଳପଡ଼ିଆକୁ ଗଲା; ମାତ୍ର ଖେଳିଲା ନାହିଁ ।
Answer:
ହରି ସ୍କୁଲକୁ ଗଲା; ମାତ୍ର ପଢ଼ିଲା ନାହିଁ ।
ରଘୁ ମନ୍ଦିରକୁ ଗଲା; ମାତ୍ର ଦିଅଙ୍କୁ ଦେଖିଲା ନାହିଁ ।
ରବି ପରିଶ୍ରମ କଲା; ମାତ୍ର ପରୀକ୍ଷାରେ ସଫଳ ହେଲାନାହିଁ ।

Question ୧୦।
ମୁଁ ଯାତ ଦେଖିବାକୁ ଯାଇଥିଲି । ଫୁଲରୁ ଫଳ ଜାତ ହୁଏ- ବାକ୍ୟଦୁଇଟିରେ ରେଖାଙ୍କିତ ପଦଦୁଇଟି ଶୁଣିବାକୁ ପ୍ରାୟ ଏକା ପରି; କିନ୍ତୁ ଅର୍ଥ ଅଲଗା । ସେ ଦୁଇଟି ଶବ୍ଦର ଅର୍ଥ ଲେଖ । ସେହିପରି ଏକାଭଳି ଶୁଣାଯାଉଥିବା ଅଥଚ ଭିନ୍ନ ଅର୍ଥ ବୁଝାଉଥବା ଆଉ କେତୋଟି ଶବ୍ଦ ବାକ୍ୟରେ ବ୍ୟବହାର କର ।
ଯାତ – ଯାତ୍ରା
ଜାତ – ଜନ୍ମ
Answer:
ସେହିପରି –
କୁଳ – ବଂଶ
କୂଳ – ତଟ
ଗୁଣି – ତନ୍ତ୍ରବିଦ୍ୟା
ଗୁଣୀ – ଗୁଣବାନ୍
ଚୁଡ଼ା – ଖାଦ୍ୟ ବିଶେଷ
ଚୂଡ଼ା – ଅଗ୍ରଭାଗ
ଚିର – ଦୀର୍ଘକାଳ
ଚୀର – ଚିରା

କୁଳ – ଉଚ୍ଚକୁଳରେ ରାମ ଜନ୍ମ ହୋଇଥିଲେ ।
କୂଳ – ମୁଁ ସମୁଦ୍ର କୂଳରେ ବୁଲୁଥୁଲି ।
ଗୁଣି – ଲୋକଟି ଗୁଣି ଅଭ୍ୟାସ କରୁଛି ।
ଗୁଣୀ – ଗୁଣୀଲୋକର ସମସ୍ତେ ଆଦର କରନ୍ତି ।
ଚୁଡ଼ା – ପିଲାଟି ଚୁଡ଼ା ଖାଉଛି ।
ଚୂଡ଼ା – ମନ୍ଦିର ଚୂଡ଼ାରେ ନେତ ଉଡୁଛି ।
ଚିର – ସେ ଚିରକାଳ ଧରି ରୁଗ୍ଣ ଅଟନ୍ତି ।
ଚୀର – ଦରିଦ୍ର ଲୋକଟି ଚୀର ବସ୍ତ୍ର ପିନ୍ଧିଛି ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୧୧।
‘ଚିନ୍ତା’ ଶବ୍ଦ ସହିତ ‘ଶୀଳ’ ଲାଗିଲେ ‘ଚିନ୍ତାଶୀଳ’ ହେବ । ସେହିପରି ଆଉ ପାଞ୍ଚଟି ଶବ୍ଦ ସହିତ ‘ଶୀଳ’ ଲଗାଇ ନୂଆ ଶବ୍ଦ ଲେଖ ।
Answer:
ଦୟାଶୀଳ, କ୍ଷମାଶୀଳ, ଦାନଶୀଳ, ଧର୍ମଶୀଳ, ମନନଶୀଳ ।

Question ୧୨।
ଉଦାହରଣକୁ ଲକ୍ଷ୍ୟକରି ଶୂନ୍ୟସ୍ଥାନ ପୂରଣ କର ।
(କ) ପିଲାଟି ଆନନ୍ଦିତ ହେଲା । ପିଲାମାନେ _____________।
(ଖ) ମୁଁ କଟକ ଯାଇଥୁଲି । ଆମ୍ଭେ କଟକ _____________ ।
(ଗ) ସେ ଦିଲ୍ଲୀ ଯିବ । ସେମାନେ ଦିଲ୍ଲୀ _____________।
Answer:
(କ) ପିଲାଟି ଆନନ୍ଦିତ ହେଲା । ପିଲାମାନେ ଆନନ୍ଦିତ ହେଲେ ।
(ଖ) ମୁଁ କଟକ ଯାଇଥୁଲି । ଆମ୍ଭେ କଟକ ଯାଇଥିଲୁ ।
(ଗ) ସେ ଦିଲ୍ଲୀ ଯିବ । ସେମାନେ ଦିଲ୍ଲୀ ଯିବେ ।

ତୁମ ପାଇଁ କାମ:

୧। ସ୍ଵାମୀ ବିବେକାନନ୍ଦଙ୍କ ସମ୍ପର୍କରେ ବିଭିନ୍ନ ଲେଖା ସଂଗ୍ରହ କରି ଘରେ ପଢ଼ ।
୨। ପାଠରେ ଥ‌ିବା ଛବି ଭଳି ବିବେକାନନ୍ଦଙ୍କର ଛବିଟିଏ ଅଙ୍କନ କର ।
୩ ।ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନ ସିଂହଙ୍କର ଅନ୍ୟାନ୍ୟ ଲେଖା ସଂଗ୍ରହ କରି ପଢ଼ ।

ପରାକ୍ଷା ଉପରଯାଗା ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ଏକ ପଦରେ କ’ଣ ହେବ ?
ଯାହାର କିଛି କାମ ନାହିଁ ସେ
Answer:
ବେକାର

ବ୍ୟବସାୟ କରେ ଯେ ସେ
Answer:
ପୂରସାୟା

ଯେଉଁ ଲୋକ ଭ୍ରମଣ କରେ ସେ
Answer:
ଭ୍ରମଣକାରା

ଯାହା ସବୁଠାରୁ ଭଲ
Answer:
ସର୍ବେ।ତ୍ତମ

ଯାହା ସମସ୍ତଙ୍କ ପାଇଁ ପ୍ରୟୋଜନୀୟ
Answer:
ସାର୍ବଜନାନ

ଯେ ବିଜ୍ଞାନ ଜାଣନ୍ତି ସେ
Answer:
ବୈଜ୍ଞାନିକ

ବକ୍ତୃତା ଦେବାରେ ଯାହାର ଦକ୍ଷତା ଅଛି ସେ
Answer:
ବାଗ୍ମୀ

ହଠାତ୍ ଯାହା ଆଶା କରାଯାଇ ନଥାଏ
Answer:
ଅପ୍ରତ୍ୟାଶିତ

ବିକାରହୀନ ଯେ
Answer:
ନିର୍ବିକାର

ସ୍ଵାମୀ ଓ ସ୍ତ୍ରୀ
Answer:
ଦମ୍ପତି

ଜାବନର ଶେଷଭାଗ
Answer:
ଉତ୍ତରଜୀବନ

ପିଲିଠାରୁ ବୁଢ଼ା ପର୍ଯ୍ୟନ୍ତ୍ରି
Answer:
ଆବାକବୃଦ୍ଧିବନିତା

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨।
ବିପରୀତ ଶବ୍ଦ ଲେଖ ।
ବିଜୟ, ବିକାର, ଦୟାଳୁ, ଧନୀ, ଦୋଷୀ, ଅନୁରାଗ, ଭୀରୁ, ଅଭାବ, ଆଶା, ପୂର୍ବ, ପଣ୍ଡିତ, ରତ !
Answer:
ବିଜୟ – ପରାଜୟ
ବିକାର – ନିବିକାର
ଦୟାଳୁ – ନିର୍ଦ୍ଦୟ
ଧନୀ – ନିର୍ଦ୍ଧିନ
ଦୋଷୀ – ନିର୍ଦ୍ଦୋଷ
ଅନୁରାଗ – ବିରାଗ
ଭୀରୁ – ନିର୍ଭାକ
ଅଭାବ – ଭାବ
ଆଶା – ନିରାଶା
ପୂର୍ବ – ଶୂନ୍ୟ
ପଣ୍ଡିତ – ମୂର୍ଖ
ରତ! – ବିରତ

Question ୩।
‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହିତ ‘ଖ’ ସ୍ତମ୍ଭର ଶବ୍ଦଗୁଡ଼ିକର ମେଳ କରାଅ ।

‘କ’ ସ୍ତମ୍ଭ ‘ଖ’
ସମୃଦ୍ଧ ପାଶ୍ରିତ୍ୟ
ପାଥେୟ ସାମାହାନ
ବିତ୍ବତ୍ତା ସ୍ନେହ
ଲଙ୍ଗାକାର ଉନ୍ନତ
ଅନୁରାଗ ସ୍ଵାକାର
ଅସାମ ବାଟଖର୍ଚ୍ଚ

Answer:

‘କ’ ସ୍ତମ୍ଭ ‘ଖ’
ସମୃଦ୍ଧ ଉନ୍ନତ
ପାଥେୟ ବାଟଖର୍ଚ୍ଚ
ବିତ୍ବତ୍ତା ପାଶ୍ରିତ୍ୟ
ଲଙ୍ଗାକାର ସ୍ଵାକାର
ଅନୁରାଗ ସ୍ନେହ
ଅସାମ ସାମାହାନ

Question ୪।
ସଂକ୍ଷେପରେ ଉତ୍ତର ଦିଅ ।
(କ) ବିବେକାନନ୍ଦ କନ୍ୟାକୁମାରୀଠାରେ କି ଅଲୌକିକ ଚେତନା ଲାଭ କଲେ ?
କନ୍ୟାକୁମାରାଠାରେ ସାଗର ମଧ୍ୟସ୍ଥ ବିରାଟ ଶିଳାଖଣ୍ତ ଉପରେ ଧ୍ୟାନରେ ବସିଥିବାବେଳେ ସେ ଶୁଣିପାରିଲେ ଗୁରୁ ଶ୍ରୀରାମକୃଷ୍ଣଙ୍କ ନିର୍ଦ୍ଦେଶ, ସମୁଦ୍ର ପାରି ହୋଇ ଅନ୍ୟ ଦେଶରେ ଭାରତୀୟ ଦର୍ଶନକୁ ଉପସ୍ଥାପନ କରିବାର ପ୍ରେରଣା । ଏହାଦ୍ଵାରା ସେ ଅଲୌକିକ ଚେତନା ଲାଭ କଲେ ।

(ଖ) ଶ୍ରୀରାମକୃଷ୍ଣ କିଏ ?
ଶ୍ରୀରାମକୃଷ୍ଣ ପରମହଂସ ବିଖ୍ୟାତ ଯୋଗସିଦ୍ଧ ସନ୍ୟାସୀ ଥିଲେ । ଦକ୍ଷିଣେଶ୍ବର ତାଙ୍କର ସାଧନାପୀଠ ଥିଲା ଏବଂ ସେ ଶକ୍ତିର ଉପାସକ ଥିଲେ । ନରେନ୍ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ପରବର୍ତ୍ତୀ ଜୀବନରେ ବିଶ୍ୱବିଜୟା ଖିବେକାନନ୍ଦ ହୋଇପାରିଥ୍ ଲୋ

(ଗ) ସ୍ଵାମୀ ବିବେକାନନ୍ଦ କେଉଁଠାରେ ଧ୍ୟାନରେ ବସିଥିଲେ ?
ତିନୋଟି ସାଗରର ମିଳନସ୍ଥଳ କନ୍ୟାକୁମାରୀର କୁମାରୀ ମନ୍ଦିରଠାରୁ ଅଳ୍ପ ଦୂରରେ ଏକ ଶିଳାଖଣ୍ଡ ଉପରେ ସ୍ଵାମୀଜୀ ଧ୍ୟାନରେ ବସିଥିଲେ ଓ ଦିବ୍ୟଜ୍ୟୋତି ଲାଭ କରିଥିଲେ । ସେହି ସ୍ଥାନରେ ଥ‌ିବା ବିବେକାନନ୍ଦ ମଣ୍ଡପଟିରେ ଏବେ ସ୍ଵାମୀଜୀଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତି ରହିଅଛି ।

(ଘ) ‘ମାର୍ଗାରେଟ୍ ନୋବେଲ’ଙ୍କ ବିଷୟରେ ଯାହା ଜାଣ ଲେଖ ।
Answer:
ବିବେକାନନ୍ଦଙ୍କ ବିଦେଶୀ ଶିଷ୍ୟଙ୍କ ମଧ୍ୟରେ ମାର୍ଗାରେଟ୍ ନୋବେଲ ଅନ୍ୟତମ ଥିଲେ । ସେ ତାଙ୍କର ପ୍ରିୟ ଶିଷ୍ୟା ହୋଇ ପାରିଥିଲେ । ସେ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ପରେ ସେ ଭଗିନୀ

(ଙ) ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ହେଲେ କାହିଁକି ?
Answer:
ଅଧୂକରୁ ଅଧିକ ପଢ଼ିବାରୁ ବିବେକାନନ୍ଦଙ୍କ ମନ ଅଧ୍ଵ ପ୍ରଶ୍ମିଳ ହୋଇଉଠିଲା । ସେ ଚିନ୍ତାଶୀଳ ହୋଇ ପଡ଼ିଲେ । ଏମିତି ଚିନ୍ତାକୁଳିତ ଥିବା ସମୟରେ ଥରେ ରାମକୃଷ୍ଣଙ୍କ ସହିତ ତାଙ୍କର ଦେଖାହୋଇଗଲା । ଶ୍ରୀରାମକୃଷ୍ଣ ନରେନ୍‌ଙ୍କ ମନରେ ଜାତ ହୋଇଥିବା ସମସ୍ତ ପ୍ରଶ୍ନର ସମାଧାନ କରିଦେଲେ । ସେ ତାଙ୍କୁ ବୁଝାଇଦେଲେ, ପୃଥ‌ିବୀରେ ସବୁଧର୍ମ ସମାନ । ମାନବ ସେବାହିଁ ଈଶ୍ୱର ସେବା । ତେଣୁ ବିବେକାନନ୍ଦ ରାମକୃଷ୍ଣଙ୍କୁ ଗୁରୁ ଭାବରେ ଗ୍ରହଣ କରି ତାଙ୍କର ଶିଷ୍ୟ ହୋଇଗଲେ ।

(ଚ) କେତେବେଳେ ଓ କେଉଁଠାରେ ଭାରତର ବାଣା ଲୋକଙ୍କୁ ଦେବାପାଇଁ ବିବେକାନନ୍ଦଙ୍କୁ ନିର୍ଦ୍ଦେଶ ଆସିଲା ?
Answer:
ସାରା ଭାରତରେ ବୁଲିବୁଲି ବିବେକାନନ୍ଦ ଧର୍ମ, ସେବା ଓ କର୍ତ୍ତବ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇଲେ । ଦକ୍ଷିଣ ଭାରତ ଭ୍ରମଣ ଶେଷରେ ସେ ରାମେଶ୍ଵରଠାରୁ କନ୍ୟାକୁମାରୀକୁ ସମୁଦ୍ରରେ ପହଁରି ପହଁରି ଯାଇ ସେଠାରେ ଥବା ଗୋଟିଏ ପ୍ରଶସ୍ତ ଶିଳା ଉପରେ ବସି ଧ୍ୟାନ ମଗ୍ନ ହୋଇଗଲେ । ଏହି ସମୟରେ ଏକ ଅପୂର୍ବ ଆନନ୍ଦ ଦିବ୍ୟ ଆଲୋକରେ ତାଙ୍କର ଅନ୍ତର ଉଛୁଳି ଉଠିଲା । ତାଙ୍କୁ ଭାରତର ବାଣୀ ସମୁଦ୍ର ଲଙ୍ଘନ କରି ଦୂରଦେଶରେ ପହଞ୍ଚାଇ ଦେବାପାଇଁ ନିର୍ଦ୍ଦେଶ ଆସିଲା ।

Question ୫।
ସରଳ ଭାଷାରେ ବୁଝାଇ ଲେଖ ।
(କ) ଏକାଧାରରେ ସେ ଥିଲେ ଦେଶପ୍ରେମୀ, ବିଶ୍ଵପ୍ରେମୀ ଓ ମାନବପ୍ରେମୀ ଗୁରୁ ।
ଏକାଧାରରେ …………………………………. ମାନବପ୍ରେମା ଗୁରୁ।
ଶଂସିତ ଗଦ୍ୟାଶଟି ଡ. ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନ ସିଂଙ୍କ ଲିଖିତ ‘ବିଶ୍ୱବିଜୟୀ ବିବେକାନନ୍ଦ’ ପ୍ରବନ୍ଧରୁ ଆନୀତ । ବିବେକାନନ୍ଦଙ୍କ ପ୍ରତିଭା ବିଷୟରେ ଲେଖକ ଏଠାରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ତାଙ୍କର ସୁନାମ ଓ ଜ୍ଞାନ ଗରିମା ପୃଥ‌ିବୀସାରା ବ୍ୟାପିଗଲା । ସେ ସ୍ଵଦେଶକୁ ପ୍ରତ୍ୟାବର୍ତ୍ତନ କଲାପରେ ୧୮୯୭ ମସିହାରେ ରାମକୃଷ୍ଣ ମିଶନ ନାମକ ଏକ ସେବା ଅନୁଷ୍ଠାନ ଗଢ଼ିଥିଲେ । ଏହାର ପରିଚାଳନା ପାଇଁ ସେ ଦେଶ ବିଦେଶରୁ ବହୁ ସାହାଯ୍ୟ ସଂଗ୍ରହ କରିଥିଲେ । ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷାର ପ୍ରସାର, ସାମ୍ପ୍ରଦାୟିକ ସଭାବ ଓ ଦରିଦ୍ରର ସେବା ଇତ୍ୟାଦି ବାର୍ତ୍ତା ସେ ଦେଶସାରା ପ୍ରଚାର କରିଥିଲେ ।

ସାରା ମାନବ ଜାତିକୁ ସେ ଏକ ବୋଲି ଭାବୁଥିଲେ । ଅକ୍ଳାନ୍ତ ପରିଶ୍ରମ ଫଳରେ ତାଙ୍କ ସ୍ଵାସ୍ଥ୍ୟ ଭଗ୍ନ ହେଲା। ସେ ୧୯୦୨ ମସିହା ଜୁଲାଇ ୪ ତାରିଖରେ ଦେହତ୍ୟାଗ କଲେ । ସେ ଏକାଧାରରେ ଥିଲେ ଦେଶପ୍ରେମୀ, ବିଶ୍ୱପ୍ରେମୀ ଓ ମାନବପ୍ରେମୀ ଗୁରୁ । ନିଜ ଜ୍ଞାନ ବଳରେ ସେ କେବଳ ବିଶ୍ବଜୟ କରି ନଥିଲେ, ବରଂ ସାରା ବିଶ୍ଵରେ ମାନବ ପ୍ରେମର ନୂତନ ବାର୍ତ୍ତା ପ୍ରଚାର କରିଥିଲେ । ବାସ୍ତବରେ ଲେଖକ ବିବେକାନନ୍ଦଙ୍କର ଯେଉଁ ସବୁ ଗୁଣାବଳୀ ବର୍ଣ୍ଣନା କରିଛନ୍ତି ତାହା ଯଥାର୍ଥ ଅଟେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୬।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ସ୍ଵାମୀ ବିବେକାନନ୍ଦଙ୍କୁ କାହିଁକି ବିଶ୍ଵବିଜୟୀ କୁହାଯାଇଛି ?
Answer:
ଆମେରିକାର ଚିକାଗୋ ସହରରେ ଅନୁଷ୍ଠିତ ଧର୍ମ ମହାସଭାରେ ଭାଷଣ ଦେଇ ବିବେକାନନ୍ଦ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଭାରତୀୟ ଧର୍ମ ଓ ଦର୍ଶନ, ହିନ୍ଦୁଧର୍ମର ବିଶେଷତ୍ଵ ଓ ବିଶ୍ୱଭ୍ରାତୃତ୍ଵର ବାଣୀ ସେ ଏଭଳି ଚମତ୍କାର ଭାବେ ବୁଝାଇଦେଲେ ଯେ ତାଙ୍କ ଉପରେ ପ୍ରଶଂସା ଅଜାଡ଼ି ହୋଇପଡ଼ିଲା । ସେଠାରେ ଉପସ୍ଥିତ ପଣ୍ଡିତମାନେ ତାଙ୍କୁ ‘ସମଗ୍ର ମାନବ ଜାତିର ଅଳଙ୍କାର’ ବୋଲି କହିଲେ । ଏହି ଘଟଣା ପରେ ସ୍ବାମିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦେଶର ବହୁ ନରନାରୀ ତାଙ୍କ ଶିଷ୍ୟତ୍ବ ଗ୍ରହଣ କଲେ । ସେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କଲାପରେ ରାମକୃଷ୍ଣ ମିଶନ ନାମକ ସେବା ଅନୁଷ୍ଠାନ ଗଢ଼ି ସେବା କାର୍ଯ୍ୟ କରିଥିଲେ । ସେ ଏକାଧାରରେ ଥିଲେ ଦେଶପ୍ରେମୀ, ବିଶ୍ଵପ୍ରେମୀ ଓ ମାନବପ୍ରେମୀ । ସେ ସମଗ୍ର ବିଶ୍ଵକୁ ଜୟ କରି ଭାରତର ଗୌରବ ବଢ଼ାଇଥିଲେ । ଯୁଗ ଯୁଗ ପାଇଁ ସାରା ବିଶ୍ବକୁ ମାନବ ପ୍ରେମର ଏକ ନୂତନ ବାର୍ତ୍ତା ଶୁଣାଇ ଯାଇଥିଲେ । ତେଣୁ ତାଙ୍କୁ ଯଥାର୍ଥରେ ବିଶ୍ଵବିଜୟୀ ବୋଲି କୁହାଯାଇଛି ।

(ଖ) ସାରା ଦେଶରେ ବିବେକାନନ୍ଦ କେଉଁ ବାର୍ତ୍ତା ପ୍ରଚାର କରିଥିଲେ ?
Answer:
୧୮୯୩ ମସିହା ସେପ୍ଟେମ୍ବର ୧୧ରେ ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମ ସମ୍ମିଳନୀରେ ଭାଷଣ ଦେଇ ବିବେକାନନ୍ଦ ଶ୍ରୋତାମାନଙ୍କୁ ମୁଗ୍ଧ କରିପାରିଥିଲେ । ବିଦେଶର ବହୁ ନରନାରୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ । ସେ ୧୮୯୭ ମସିହାରେ ରାମକୃଷ୍ଣ ମିଶନ ନାମକ ଏକ ସେବା ଅନୁଷ୍ଠାନ ଗଢ଼ିଥିଲେ । ମାନବ ଜାତିର ସେବା କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ ଥିଲା । ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷାର ପ୍ରସାର, ସାମ୍ପ୍ରଦାୟିକ ସଭାବ ରକ୍ଷା, ତଥା ଦରିଦ୍ରମାନଙ୍କର ସେବା ଇତ୍ୟାଦିର ବାର୍ତ୍ତା ସେ ସାରା ଦେଶରେ ପ୍ରଚାର କରିଥିଲେ । ସାରା ମାନବ ଜାତିକୁ ସେ ଏକ ବୋଲି କହିଥିଲେ ଏବଂ ସବୁଧର୍ମ ପ୍ରତି ତାଙ୍କର ସମ୍ମାନ ଥିଲା ।

(ଗ) ବିବେକାନନ୍ଦଙ୍କ ବାଲ୍ୟଜୀବନ କିପରି ଥିଲା ?
Answer:
୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ବିବେକାନନ୍ଦ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବିଶ୍ବନାଥ ଦତ୍ତ କଲିକତା ଉଚ୍ଚ ବିଚାରାଳୟରେ ଓକିଲାତି କରୁଥିଲେ । ଜ୍ଞାନୀ ଓ ଦାନୀ ଭାବେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ମା’ ଭୁବନେଶ୍ଵରୀ ଦେବୀ ଦାନଶୀଳା ଓ ଧର୍ମପରାୟଣା ଥିଲେ । ତାଙ୍କ ପିଲାଦିନର ନାମ ଥିଲା ନରେନ୍ଦ୍ର । ଛାତ୍ର ଭାବରେ ସେ ଖୁବ୍ ବିଚକ୍ଷଣ ଥଲେ । ପାଠସବୁ ତାଙ୍କର ସହଜରେ ମନେ ରହିଯାଉଥିଲା । ପାଠ୍ୟପୁସ୍ତକ ବ୍ୟତୀତ ସେ ଅନ୍ୟସବୁ ପୁସ୍ତକ ମଧ୍ଯ ପଢ଼ି ପକାଉଥିଲେ । ଦୁଃଖୀ ଦରିଦ୍ରମାନଙ୍କୁ ସେ ଖୁବ୍ ଦୟାଭାବ ଦେଖାଉଥିଲେ । ସେ ଘରୁ ଯାହା ପାଉଥିଲେ ସେମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ ।

(ଘ) ବିଲେ କଦଳୀ ବାଡ଼ିରେ ଲୁଚି ବସିଥିଲେ କାହିଁକି ?
Answer:
ଅନେକ ବେଳୁ ସଞ୍ଜ ବୁଡ଼ି ରାତି ହେଲାଣି । ବିଲେ ଘରକୁ ଫେରି ନ ଥିଲା । ବିଲେକୁ ନ ପାଇ ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ । ରାତି ଅଧ ହେଲା । କେହି ଜଣେ କଦଳୀ ବାଡ଼ିକୁ କୌଣସି କାମରେ ଯାଇଥିଲା । ସେ ଦେଖିଲା ବିଲେ କଦଳୀ ବାଡ଼ିରେ ଚକାପକାଇ ବସିଛି । ବିଲେକୁ ଘରକୁ ଅଣାଗଲା । ଏହାପରେ ପ୍ରକୃତ କଥା ଜଣାପଡ଼ିଲା । ମାଆ ପୁଅକୁ ରାମାୟଣ କାହାଣୀ କହନ୍ତି । ମା’ ଥରେ କହିଥିଲେ ଯେ ହନୁମାନ ଅମର ଓ ସେ କଦଳୀ ଖାଇବାକୁ ଭଲ ପାଆନ୍ତି । ବିଲେର ଧାରଣା ହେଲା ଯେ ହନୁମାନ ନିଶ୍ଚେ ରାତିରେ କଦଳୀ ଖାଇବାକୁ ଆସିବେ । ତେଣୁ ସେ ହନୁମାନଙ୍କୁ ଦେଖିବାପାଇଁ କଦଳୀ ବାଡ଼ିରେ ଲୁଚି ବସିଥିଲେ ।

(ଙ‍) ବିବେକାନନ୍ଦ ରାମକୃଷ୍ଣଙ୍କର ଶିଷ୍ୟ ହେଲେ କିପରି ?
Answer:
ପିଲାଦିନରୁ ବିବେକାନନ୍ଦ ଅସାଧାରଣ ଶକ୍ତିସମ୍ପନ୍ନ ଥିଲେ ସେ ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ଅନେକ ବହି ପଢୁଥିଲେ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଚିନ୍ତାଶୀଳ ହୋଇପଡ଼ିଲେ । ବିଭିନ୍ନ ବିଷୟରେ ଜାଣିବାପାଇଁ ତାଙ୍କ ମନରେ ଆଗ୍ରହ ବଢ଼ିଲା। ଥରେ ବିବେକାନନ୍ଦଙ୍କର ଶ୍ରୀରାମକୃଷ୍ଣଙ୍କ ସହିତ ସାକ୍ଷାତ୍ ହେଲା । ଶ୍ରୀରାମକୃଷ୍ଣ ତାଙ୍କ ମନର ସବୁ ପ୍ରଶ୍ନର ସମାଧାନ କରିଦେଲେ । ମାନବସେବା ଈଶ୍ୱର ସେବା ବୋଲି ବୁଝାଇଦେଲେ । ବିବାହ କରି ଘରସଂସାର କରିବା କି ବିଳାସୀ ଜୀବନଯାପନ କରିବାକୁ ବିବେକାନନ୍ଦଙ୍କର ଇଚ୍ଛା ନଥିଲା । ତେଣୁ ଶ୍ରୀରାମକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାକୁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ । ଏହାପରେ ସେ ଶ୍ରୀରାମକୃଷ୍ଣଙ୍କର ସାଧନାପୀଠ କଲିକତା ନିକଟସ୍ଥ ଦକ୍ଷିଣେଶ୍ଵର କାଳୀ ମନ୍ଦିରକୁ ଚାଲିଗଲେ । ସେଠାରେ ସେ ରାମକୃଷ୍ଣଙ୍କ ଶିଷ୍ୟଭାବେ ତାଙ୍କ ପାଖରେ ରହିଲେ ।

(ଚ) ବିବେକାନନ୍ଦଙ୍କୁ ପଣ୍ଡିତମାନେ ମାନବ ଜାତିର ଅଳଙ୍କାର ବୋଲି କାହିଁକି କହିଲେ ?
Answer:
୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାର ଚିକାଗୋ ସହରରେ ଅନୁଷ୍ଠିତ ଧର୍ମ ସମ୍ମିଳନୀରେ ବିବେକାନନ୍ଦଙ୍କୁ ଭାଷଣ ଦେବାପାଇଁ ଅଳ୍ପକିଛି ସମୟ ମିଳିଥିଲା । ସେ ଭାରତୀୟ ଧର୍ମ ଓ ଦର୍ଶନ, ହିନ୍ଦୁ ଧର୍ମର ବିଶେଷତ୍ଵ, ବିଶ୍ଵଭ୍ରାତୃତ୍ୱର ବାଣୀ ଇତ୍ୟାଦି ଏଭଳି ଚମତ୍କାର ଭାବରେ ବୁଝାଇଦେଲେ ଯେ ଶ୍ରୋତାମାନେ ମନ୍ତ୍ରମୁଗ୍ଧ ହୋଇଗଲେ । ତାଙ୍କ ଉପରେ ପ୍ରଶଂସା ଅଜାଡ଼ି ହୋଇପଡ଼ିଲା । ସବୁ ମଣିଷ ଈଶ୍ବରଙ୍କ ସନ୍ତାନ, ସମସ୍ତେ ଭାଇ ଭାଇ, ମାନବର ସେବାହିଁ ଈଶ୍ଵରଙ୍କ ସେବା — ଏହା ସେ ବୁଝାଇଦେଲେ । ତାଙ୍କର ଏଭଳି ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ଶୁଣି ସେଠାରେ ଉପସ୍ଥିତ ଥ‌ିବା ପଣ୍ଡିତମାନେ କହିଲେ, ‘ସେ ହେଉଛନ୍ତି ମାନବ ଜାତିର ଅଳଙ୍କାର ସଦୃଶ’’।

ଲେଖକ ପରିଚୟ:

ଡକ୍ଟର ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନ ସିଂ (୧୯୩୩) ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପାପସରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଓ ଭାଷା ବିଶାରଦ ଭାବରେ ଓଡ଼ିଶାରେ ସେ ବେଶ୍ ଜଣାଶୁଣା । ତାଙ୍କ ଲିଖ ଶତାଧ୍ଵକ ପୁସ୍ତକ ମଧ୍ୟରେ ‘ସ୍ଵପ୍ନଗନ୍ଧା’, ‘ରତନ ଟାପୁର କାହାଣୀ’, ‘ଆମେ ସବୁଜ’, ‘ଶତାବ୍ଦୀ ପୁରୁଷ’ ଇତ୍ୟାଦି ପ୍ରଧାନ । ବିଷୟ ସୂଚନା

ବିଷୟ ସୂଚନା:

‘ବିଶ୍ୱବିଜୟୀ ବିବେକାନନ୍ଦ’ ପ୍ରବନ୍ଧରେ ଲେଖକ ଭାରତର ସଂସ୍କୃତି ଓ ପରମ୍ପରାର ମହତ୍ତ୍ଵ ଉଲ୍ଲେଖ କରିଛନ୍ତି । ଏଥ‌ିରେ ସ୍ଵାମୀଜୀଙ୍କ ଜୀବନାଦର୍ଶ, ଚିନ୍ତାଧାରା ଏବଂ ମହାନ୍ କାର୍ଯ୍ୟାବଳୀର ଉଲ୍ଲେଖ କରାଯାଇଛି ।

ସାରକଥା:

ଭାରତର ବରପୁତ୍ରମାନଙ୍କ ମଧ୍ୟରେ ସ୍ଵାମୀ ବିବେକାନନ୍ଦ ଅନ୍ୟତମ । ସ୍ଵାମୀଜୀଙ୍କର ପିଲାଦିନର ନାଁ ଥିଲା ‘ବିଲେ’ । ପିଲାଦିନେ ତାଙ୍କର କାର୍ଯ୍ୟକଳାପ ରହସ୍ୟମୟ ଥିଲା । ଦିନେ ରାତିରେ ବିଲେ ଘରକୁ ପଡ଼ିଲେ । କେହି ଜଣେ ରାତି ଅଧରେ କୌଣସି କାମରେ କଦଳୀବାଡ଼ିକୁ ଯିବାରୁ ବିଲେକୁ ସେଠାରେ ଧ୍ୟାନରେ ବସିଥିବାର ଦେଖିଲା । ମାଆଙ୍କ ପାଖରୁ ରାମାୟଣ କାହାଣୀରୁ ସେ ଶୁଣିଥିଲେ ଯେ, ହନୁମାନ କଦଳୀ ଖାଇବାକୁ ଭଲ ପାଆନ୍ତି । ତେଣୁ କଦଳୀ ବାଡ଼ିକୁ ଆସିଲେ ସେ ହନୁମାନଙ୍କୁ ଦେଖୁବେ ବୋଲି ବସି ରହିଥିଲେ । ପିଲାଦିନୁ ତାଙ୍କର ବିଚିତ୍ର କାର୍ଯ୍ୟକଳାପ ଦେଖ୍ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ ।

ବିଲେଙ୍କର ପିତାଙ୍କ ନାମ ବିଶ୍ଵନାଥ ଦତ୍ତ ଓ ମା’ଙ୍କ ନାମ ଭୁବନେଶ୍ଵରୀ । କଲିକତା ଉଚ୍ଚ ବିଚାରାଳୟରେ ତାଙ୍କ ପିତା ଓକିଲାତି କରୁଥିଲେ । ସେମାନେ ଅତ୍ୟନ୍ତ ଦାନୀ ଓ ଧର୍ମପରାୟଣ ଥିଲେ । ବହୁଦିନ ପର୍ଯ୍ୟନ୍ତ ସେମାନଙ୍କର କୌଣସି ସନ୍ତାନସନ୍ତତି ନ ହେବାରୁ ଭୁବନେଶ୍ଵରୀ କାଶୀର ବୀରେଶ୍ଵର ମହାଦେବଙ୍କୁ ପୂଜାକରି ପୁଅଟିଏ ପାଇଥିଲେ । ସେଇ ପୁଅର ନାଁ ବିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ବିଲେଙ୍କର ଜନ୍ମ । ପିଲାଦିନେ ତାଙ୍କ ନାଁ ଥିଲା ନରେନ୍ଦ୍ର ଓ ପରେ ତାଙ୍କର ନାଁ ହେଲା ବିବେକାନନ୍ଦ । ବଡ଼ ହେଲାପରେ ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ବହି ପଢ଼ି ସେ ଜ୍ଞାନଲାଭ କଲେ । କ୍ରମେ ତାଙ୍କ ମନରେ ବିଭିନ୍ନ ବିଷୟରେ ଅନେକ ପ୍ରଶ୍ନ ସୃଷ୍ଟି ହେଲା ! ଶ୍ରୀରାମକୃଷ୍ଣଙ୍କ ସହିତ ତାଙ୍କର ସାକ୍ଷାତ୍ ହେଲା ଏବଂ ସେ ତାଙ୍କ ମନରେ ଜାତ ହୋଇଥିବା ସବୁ ପ୍ରଶ୍ନର ସମାଧାନ କରିଦେଲେ । ସବୁ ଧର୍ମ ସମାନ ଏବଂ ମାନବର ସେବାହିଁ ଭଗବାନଙ୍କର ପ୍ରକୃତ ପୂଜା ବୋଲି ସେ ବୁଝାଇଦେଲେ ।

୧୮୮୫ ମସିହାରେ ନରେନ୍ ବି.ଏ. ପାସ୍କକଲେ । ହଠାତ୍ ତାଙ୍କ ପିତା ସ୍ୱର୍ଗାରୋହଣ କଲେ । ଘରକୁ ଚଳାଇବା ଭାର ତାଙ୍କ ଉପରେ ପଡ଼ିଲା । ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା, ତେଣୁ ଅର୍ଥ ଉପାର୍ଜନ କରି ଘର ଚଳାଇବା ନରେନ୍‌ଙ୍କ ପକ୍ଷେ ବହୁ କଷ୍ଟକର ହୋଇପଡ଼ିଲା । କିଛିଦିନ ଶିକ୍ଷକତା କରି ସେ ଗୁଜୁରାଣ ମେଣ୍ଟାଇବାକୁ ଚେଷ୍ଟା କଲେ, ମାତ୍ର ଅଭାବ ଦୂର ହେଲା ନାହିଁ । ଏତେ ଅଭାବ ସତ୍ତ୍ଵେ ସେ ବିଚଳିତ ହେଉ ନଥା’ନ୍ତି ।

ବିବାହ କରି ଘରସଂସାର କରିବା ଅଥବା ଅର୍ଥ ଉପାର୍ଜନ କରି ବିଳାସବ୍ୟସନରେ ଜୀବନ କଟାଇବାକୁ ସେ ଚାହିଁ ନଥିଲେ । ସେ ଶ୍ରୀରାମକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିନେଲେ । ଶ୍ରୀରାମକୃଷ୍ଣଙ୍କ ସାଧନାପୀଠ ଦକ୍ଷିଣେଶ୍ବର କାଳିମନ୍ଦିରରେ ରହି ସେ ଗୁରୁଙ୍କ ଆଶୀର୍ବାଦ ଲାଭ କଲେ ।

୧୮୮୬ ମସିହାରେ ଶ୍ରୀରାମକୃଷ୍ଣ ପରମହଂସଙ୍କର ମହାପ୍ରୟାଣ ପରେ ସେ ଭାରତ ଭ୍ରମଣରେ ବାହାରିଲେ । ସେ ବହୁ ସ୍ଥାନରେ ଧର୍ମ ଓ ଈଶ୍ବରଙ୍କ ସମ୍ବନ୍ଧରେ ପାଣ୍ଡିତ୍ୟପୂର୍ଣ୍ଣ ଭାଷଣମାନ ଦେଲେ । ତାଙ୍କ ବକ୍ତୃତା ସମସ୍ତଙ୍କୁ ମୁଗ୍‌ଧ ଓ ପ୍ରଭାବିତ କଲା । ଶେଷରେ ସେ ରାମେଶ୍ବରରେ ପହଞ୍ଚିଲେ ଓ ସେଠାରୁ କନ୍ୟାକୁମାରୀ ଗଲେ । କୁମାରୀ ସାଗର ମଧ୍ୟରେ ଏକ ଶିଳାଖଣ୍ଡ ଉପରେ ବସି ଧ୍ୟାନସ୍ଥ ଥ‌ିବାବେଳେ ତାଙ୍କୁ ଶ୍ରୀରାମକୃଷ୍ଣଙ୍କ ବାଣୀ ଏ ସମୁଦ୍ର, ଦୂର ଦେଶରେ ଭାରତର ବାଣୀ ପହଞ୍ଚାଇ ଦେ’। ୧୮୯୩ ମସିହାରେ ଆମେରିକାର ଚିକାଗୋ ସହରରେ ଗୋଟିଏ ବିରାଟ ଧର୍ମସଭାର ଆୟୋଜନ ହେଉଥାଏ । ବିବେକାନନ୍ଦ ଚିକାଗୋ ଗଲେ । ଜାହାଜରେ ଆମେରିକାର ଜଣେ ବିଖ୍ୟାତ ଅଧ୍ୟାପକ ତାଙ୍କର ପାଣ୍ଡିତ୍ୟ ଦେଖୁ ସେହି ସମ୍ମିଳନୀରେ ଯୋଗ ଦେବାପାଇଁ ସୁବିଧା କରିଦେଲେ ।

୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖ । ଚିକାଗୋର ବିଶ୍ବ ଧର୍ମସଭାରେ ବହୁ ପଣ୍ଡିତଙ୍କର ସମାଗମ ହୋଇଥାଏ । ସବୁଧର୍ମର ପ୍ରତିନଧୂମାନେ ସେମାନଙ୍କ ଭାଷଣ ଦେଇ ସାରିଥା’ନ୍ତି । ସଭାମଞ୍ଚରେ ଗଭୀର ନୀରବତା । ଭାରତର ଜଣେ ତରୁଣ ସନ୍ନ୍ୟାସୀ କିଛି କହିବେ । କମ୍ ସମୟ ଦିଆଯାଇଛି ତାଙ୍କୁ । ବିବେକାନନ୍ଦ ଆରମ୍ଭ କଲେ – ‘ଆମେରିକାବାସୀ ଭାଇ ଓ ଭଉଣୀମାନେ !’’ ଶ୍ରୋତାମାନେ ଆନନ୍ଦରେ ତାଳିମାରି ଅଭିନନ୍ଦନ ଜଣାଇଲେ । ଭାରତୀୟ ଧର୍ମ, ଦର୍ଶନ ସମ୍ପର୍କରେ ଭାଷଣ ଦେଇ ସେ ସମସ୍ତଙ୍କୁ ଚମତ୍କୃତ କରିଦେଲେ । ଆମେରିକାର ବିଭିନ୍ନ ସମ୍ବାଦପତ୍ରରେ ତାଙ୍କର ଭାଷଣ ଓ ଫଟୋଚିତ୍ରମାନ ପ୍ରକାଶ ପାଇଲା । ଏସବୁ ପରେ ପଣ୍ଡିତମାନେ ମୁକ୍ତକଣ୍ଠରେ କହିଲେ – ‘ସେ ହେଉଛନ୍ତି ମାନବ ଜାତିର ଅଳଙ୍କାର ସଦୃଶ ।’’ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦେଶର ବହୁ ନରନାରୀ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ମାର୍ଗାରେଟ୍ ନୋବେଲ ନାମକ ଜଣେ ମହିଳା ତାଙ୍କର ପ୍ରିୟ ଶିଷ୍ୟା ଥିଲେ । ପରେ ସେ ଭଗିନୀ ନିବେଦିତା ନାମରେ ପରିଚିତା ହେଲେ ।

୧୮୯୭ ମସିହାରେ ‘ରାମକୃଷ୍ଣ ମିଶନ’ ପ୍ରତିଷ୍ଠା କଲେ । ଏହି ସେବା ଅନୁଷ୍ଠାନକୁ ଚଳାଇବାପାଇଁ ସ୍ଵାମୀଜୀ ଆଣିଥିଲେ । ଅସ୍ପୃଶ୍ୟତା ଦୂରୀକରଣ, ନାରୀଶିକ୍ଷାର ପ୍ରସାର, ସାମ୍ପ୍ରଦାୟିକ ସଦ୍‌ଭାବ ସେ ଦେଶରେ ପ୍ରଚାର କରିଥିଲେ । ଅକ୍ଲାନ୍ତ ପରିଶ୍ରମ କରିବାରୁ ତାଙ୍କର ସ୍ଵାସ୍ଥ୍ୟ ଭଗ୍ନ ହେଲା ଓ ୧୯୦୨ ମସିହା ଜୁଲାଇ ୪ ତାରିଖ ଦିନ ଧ୍ୟାନସ୍ଥ ଅବସ୍ଥାରେ ସେ ଇହଧାମ ତ୍ୟାଗ କଲେ । ଏକାଧାରରେ ସେ ଥିଲେ ଗୁରୁ, ଦେଶପ୍ରେମୀ, ମାନବବାଦୀ ଓ ବିଶ୍ଵପ୍ରେମୀ ।

କଠିନ ଶବ୍ଦାର୍ଥ:

  • ଶ୍ରୀରାମକୃଷ୍ଣ – ଶ୍ରୀରାମକୃଷ୍ଣ ପରମହଂସ ( ୧୮୩୬-୧୮୮୬) ବିଖ୍ୟାତ ଯୋଗସିଦ୍ଧ ସନ୍ନ୍ୟାସୀ ।
  • ଚିନ୍ତାଶୀଳ – ଯେ ଚିନ୍ତା କରେ ।
  • ଗୁଜୁରାଣ – ଦୈନିକ ଖର୍ଚ୍ଚ ।
  • ଅବିଚଳିତ – ବ୍ୟସ୍ତ ନହୋଇ ।
  • ଅନୁପ୍ରାଣିତ – ଉତ୍ସାହିତ, ପ୍ରଭାବିତ ।
  • ବାଲ୍ମିତା – ବକ୍ତୃତା ଦେବାର ଦକ୍ଷତା ।
  • ଅସ୍ପୃଶ୍ୟତା – ଛୁଆଁ ଅଛୁଆଁ ଭେଦଭାବ ।
  • ଅଧ୍ୟୟନ – ପାଠପଢ଼ା ।
  • ନିର୍ବିକାର – ବିକାରହୀନ ।
  • ବକ୍ତବ୍ୟ – ଯାହା କହିବା ଉଚିତ, ଭାଷଣ ।
  • ମୁଗ୍‌ଧ – ବିମୋହିତ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Odisha State Board BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ Textbook Exercise Questions and Answers.

BSE Odisha Class 6 Odia Solutions Chapter 11 କିଏ ଭାସେ କିଏ ବୁଡ଼େ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ତାକବାଜି ଯନ୍ତ୍ରରେ ସକାଳୁ ଦୁଇଜଣ ଲୋକ କ’ଣ ପ୍ରଚାର କରୁଥିଲେ?

ସକାଳୁ ଦୁଇଜଣ ଲୋକ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଥିଲେ ‘‘ଭାଇ ଓ ଭଉଣୀମାନେ, ଦେଖିବାକୁ ଭୁଲନ୍ତୁ ନାହିଁ । ଆଜି ରାତିରେ ଏକ ସମ୍ପୂର୍ଣ୍ଣ ନୂଆ ଧରଣର ନାଟକ ଅଭିନୀତ ହେବ। ମନକୁ ଚମକେଇ ଦେଖୁଲେ ଜୀବନସାରା ଭୁଲିହେବ ନାହିଁ । ଏଥ‌ିରେ ବଛାବଛା ଅଭିନେତା ଓ ଅଭିନେତ୍ରୀମାନେ ଅଭିନୟ କରିବେ ।’’

(ଖ) ସେମାନେ କେଉଁ ନାଟକ କଥା ପ୍ରଚାର କଲେ ?
Answer:
ସେମାନେ ଏକ ନୂଆ ଧରଣର ନାଟକ, ‘ଭାସିଲା ପଥର ବୁଡ଼ିଲା ଶୋଲ’ କଥା ପ୍ରଚାର କଲେ ।

(ଗ) ପୋଲିସ୍ କାହାକୁ ଧରି ନେଇଗଲା ?
Answer:
ପୋଲିସ୍ ନିରୀହ ଓ ନିଘୋଷ ଲୋକଟିକୁ ଭୁଲ୍‌ରେ ଧରି ନେଇଗଲା ।

(ଘ) ଆର୍କିମେଡ଼ିସ୍‌ କ’ଣ କହି କହି ଦାଣ୍ଡରେ ଧାଇଁଲେ ?
Answer:
ଆର୍କିମେଡ଼ିସ୍‌ ‘ଇଉରେକା, ଇଉରେକା’ କହି କହି ଦାଣ୍ଡରେ ଧାଇଁଲେ ।

(ଙ) ରାଜା କ’ଣ ପରୀକ୍ଷା କରିବାକୁ ଚାହିଁଥିଲେ ?
Answer:
ରାଜା ଯେଉଁ ସୁନାର ମୁକୁଟଟି ତିଆରି କରିଥିଲେ, ତାହା ଖାଣ୍ଟି ସୁନାର କିମ୍ବା କାରିଗର ସେଥୁରେ କିଛି ନକଲି ସୁନା ମିଶାଇଛି, ତାହା ପରୀକ୍ଷା କରିବାକୁ ଚାହିଁଥିଲେ ।

(ଚ) ଆର୍କିମେଡ଼ିସ୍‌ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଆର୍କିମେଡ଼ିସ୍‌ ଇଟାଲୀର ସିସିଲି ଦ୍ଵୀପ ଅନ୍ତର୍ଗତ ସିରାକ୍ୟୁଜ୍ ନାମକ ସହରରେ ଜନ୍ମଗ୍ରହଣ କରିଥିଲେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨ ।
(କ) ନାଟକର ନାଁ ଶୁଣି ଲୋକମାନେ କାହିଁକି ଆଶ୍ଚର୍ଯ୍ୟାନ୍ବିତ ହେଲେ ?
Answer:
ନାଟକର ନାଁ ଥିଲା ‘ଭାସିଲା ପଥର ବୁଡ଼ିଲା ଶୋଲ’। ଯାତ୍ରାଦଳ ସମସ୍ତେ ଜାଣନ୍ତି ପଥର ବୁଡ଼େ ଓ ଶୋଲ ଭାସେ; ମାତ୍ର ଯାତ୍ରା ଦଳ କହୁଛନ୍ତି, ପଥର ଭାସିବ ଓ ଶୋଲ ବୁଡ଼ିବ । ଏହା ସମ୍ପୂର୍ଣ୍ଣ ବିପରୀତ କଥା! ହୋଇଥିବାରୁ ଲୋକମାନେ ଆଶ୍ଚର୍ଯ୍ୟାନ୍ବିତ ହେଲେ ।

(ଖ) କେଉଁ କାରଣରୁ ନାଟକ ଶେଷରେ ଲୋକମାନେ ନିରାଶ ହେଲେ ?
Answer:
ଯାତ୍ରାରେ ପଥର ନଥିଲା କି ଶୋଲ ନଥୁଲା, ପାଣି ମଧ୍ୟ ନଥିଲା । ନିତିଦିନିଆ ଘଟଣା ପରି ନାଟକର ବିଷୟବସ୍ତୁ, ଆଉ ଦୁଇଜଣକ ମଧ୍ୟରେ ଲଢ଼େଇକୁ ନେଇ ନାଟକ ଚାଲିଥିଲା । ଏଥିପାଇଁ ଲୋକେ ନିରାଶ ହେଲେ ।

(ଗ) ଲୋକମାନେ କେଉଁଥପାଇଁ ଆର୍କିମେଡ଼ିସ୍‌ଙ୍କୁ ପାଗଳ ବୋଲି ଭାବିଲେ ?
Answer:
ଆର୍କିମେଡ଼ିସ୍‌ ଗାଧୋଇଲାବେଳେ ବିଜ୍ଞାନର ନୂଆ ସତ୍ୟଟି ପାଇଯିବାରୁ ‘ଇଉରେକା, ଇଉରୋକା’ କହି ମଝିଦାଣ୍ଡରେ ଉଲଗ୍ନ ହୋଇ ଧାଇଁଥିଲେ । ତାଙ୍କୁ ଏପରି ଅବସ୍ଥାରେ ଦେଖ୍ ଲୋକେ ପାଗଳ ବୋଲି ଭାବିଲେ ।

(ଘ) ଆର୍କିମେଡ଼ିସ୍‌ ଏତେ ବିହ୍ବଳ ହେବାର କାରଣ କ’ଣ ?
Answer:
ବହୁଦିନ ଧରି ସେ ଖୋଜୁଥ‌ିବା ବିଜ୍ଞାନର ଗୋଟିଏ ତତ୍ତ୍ବ ଆର୍କିମେଡ଼ିସ୍‌ ହଠାତ୍ ପାଇଯିବାରୁ ଖୁସିରେ ଏତେ ବିହ୍ଵଳ ହୋଇ ଯାଇଥିଲେ ।

(ଙ) ଆର୍କିମେଡ଼ିସ୍‌ କେଉଁ ସକାଶେ ଚିନ୍ତିତ ଥିଲେ ?
Answer:
ରାଜା ତିଆରି କରିଥିବା ସୁନା ମୁକୁଟଟି ଖାଣ୍ଟି ସୁନାର କିମ୍ବା କାରିଗର କିଛି ନକଲି ସୁନା ମିଶାଇଛି, ସେ ତାହା ଜାଣିବାକୁ ଚାହୁଁଥିଲେ । ମୁକୁଟଟିକୁ ନ ଭାଙ୍ଗି ବା ନିଆଁରେ ନ ତରଳାଇ ଏକଥା କିପରି ଜାଣିହେବ ସେ ଦାୟିତ୍ଵ ଆର୍କିମେଡ଼ିସ୍‌ଙ୍କୁ ଦିଆଯାଇଥିଲା । ସେଥ‌ିପାଇଁ ଆର୍କିମେଡ଼ିସ୍‌ ଖୁବ୍ ଚିନ୍ତିତ ଥିଲେ ।

(ଚ) ଗାଧୋଇବା ସମୟରେ ଆକ୍ସିମେଡ଼ିସ୍‌ଙ୍କ ମୁଣ୍ଡକୁ କେଉଁ କଥା ଜୁଟିଗଲା ?
Answer:
ଗାଧୋଇବା ସମୟରେ ପାଣିଭର୍ତ୍ତି କୁଣ୍ଡରେ ଆର୍କିମେଡ଼ିସ୍‌ ପ୍ରବେଶ କରିବା ମାତ୍ରେ ସେଥୁରୁ କିଛି ପାଣି ଉଛୁଳି ବାହାରକୁ ଚାଲିଗଲା । ସେ କୁଣ୍ଡ ଭିତରେ ବସିଥିବା ବେଳେ ଅନୁଭବ କଲେ, କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି । କୌଣସି ପଦାର୍ଥ ବା ବସ୍ତୁକୁ ପାଣିରେ ବୁଡ଼ାଇଲେ ତା’ର ଓଜନ କମିଗଲା ପରି ବୋଧହୁଏ । ପଦାର୍ଥ ବା ବସ୍ତୁ ପାଣି ଭିତରେ ଯେତିକି ସ୍ଥାନ ଅଧିକାର କରେ, ସେହି ସ୍ଥାନରେ ଥ‌ିବା ପାଣିର ଓଜନ ଯେତିକି, ପଦାର୍ଥ ବା ବସ୍ତୁର ଓଜନ ସେତିକି କମିଯାଏ । ଏହି କଥାଟି ଆର୍କିମେଡ଼ିସ୍‌ଙ୍କ ମୁଣ୍ଡକୁ ଜୁଟିଗଲା, ଯାହାକୁ ଆଧାର କରି ରାଜାଙ୍କ ସୁନା ମୁକୁଟଟି କେତେ ଖାଣ୍ଟି, ତାହା ସେ ଜାଣିପାରିଲେ ।

(ଛ) ଲୁହା କାହିଁକି ତଳକୁ ବୁଡ଼ିଯାଏ ?
ଲୁହା ଖଣ୍ଡେ ପାଣିରେ ପକାଇଲେ ଯେତିକି ପାଣି ଉଛୁଳାଏ, ସେଇ ପାଣିରେ ଓଜନ ଲୁହାଖଣ୍ଡର ଓଜନଠାରୁ କମ । ତେଣୁ ଲୁହା ପାଣିରେ ବୁଡ଼ିଯାଏ ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ସବୁ କଥାକୁ ଏମିତି ନିଠେଇ କରି ଧରୁଛି । ଆଜିକାଲି ପିଲାଙ୍କର ଲକ୍ଷଣ ହେଉଛି ଏଇଆ ।
Answer:
ସବୁ କଥାକୁ ……………………………….. ହେଉଛି ଏଇଆ ।
ଶଂସିତ ଗଦ୍ୟାଶଟି ପଠିତ ସାହିତ୍ୟ ବହିର ‘କିଏ ଭାସେ, କିଏ ବୁଡ଼େ ?’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଡକ୍ଟର କୁଳମଣି ସାମଲ ଆଜିର ବିଜ୍ଞାନଯୁଗର ପିଲାଙ୍କର ଲକ୍ଷଣ ସମ୍ପର୍କରେ ଅଜାଙ୍କ ମୁହଁରେ ବର୍ଣ୍ଣନା କରାଇଛନ୍ତି । ଅଜାଙ୍କ ସହ ମୁନା ନାଟକ ଦେଖିବାକୁ ଯାଇଥିଲା । ସେ ଭାସିବା ବୁଡ଼ିବା କଥା କିଛି ବୁଝି ପାରିନଥିଲା । ସେ ଅଜାଙ୍କୁ ସେ ବିଷୟରେ ପଚାରିଲା । ଅଜା ତାକୁ ପଥର ପାଣିରେ ବୁଡ଼େ, ଶୋଲ ଭାସେ ବୋଲି କହିଲେ । ଶୋଲ କାହିଁକି ଭାସେ ଆଉ ପଥର କାହିଁକି ବୁଡ଼େ; ସେ ସମ୍ପର୍କରେ ମୁନା ଅଜାଙ୍କୁ ପ୍ରଶ୍ନ ପଚାରିଲା । ଅଜା ବୁଝାଇଲେ, ପଥର ଓଜନିଆ ହୋଇଥିବାରୁ ବୁଡ଼ିଯାଏ ଓ ଶୋଲ ହାଲୁକା ହୋଇଥିବାରୁ ଭାସେ ।

ମୁନା ପୁଣି ପଚାରିଲା, ଦୁଇ କିଲୋ ଓଜନର ଶୋଲ ବିଟି ଏକ କିଲୋ ଓଜନର ଲୁହା ଖଣ୍ଡଠାରୁ ଓଜନିଆ ହୋଇଥିବାରୁ ଶୋଲ ବିଡ଼ାଟି ତ ବୁଡ଼ିଯିବ ଓ ଲୁହା ଖଣ୍ଡଟି ଭାସିବ । ମୁନାର ଏଭଳି ପ୍ରଶ୍ନରେ ଅଜା ହଡ଼ବଡ଼େଇ ଗଲେ ଓ ମହା ଅଡ଼ୁଆରେ ପଡ଼ିଗଲେ । ତା’ର ଟିକିନିଖ୍ ପରୀକ୍ଷା କରିବା ଗୁଣକୁ ଦେଖୁ ଅଜା ଭାବିଲେ, ନାତି ତାଙ୍କର ବିଜ୍ଞାନ ପାଠ ପଢ଼ିଛି । ତେଣୁ ପ୍ରତିଟି କଥାକୁ ଭଲକରି ପରୀକ୍ଷା କରୁଛି । କେବଳ ମୁନା ନୁହେଁ, ଆଜିକାଲି ପ୍ରତ୍ୟେକ ପିଲାଙ୍କର ଲକ୍ଷଣ ଏଇଆ । ସେମାନେ ପ୍ରତିଟି କଥାକୁ ଟିକିନିଖ୍ ପରୀକ୍ଷା ନ କରି ଅନ୍ଧ ଭାବରେ ବିଶ୍ଵାସ କରନ୍ତି ନାହିଁ । କାରଣ ସେମାନେ ବିଜ୍ଞାନ ଯୁଗର ପିଲା ଅଟନ୍ତି । ବାସ୍ତବରେ ଲେଖକଙ୍କର ଏହି ମନ୍ତବ୍ୟ ଯଥାର୍ଥ ଅଟେ ।

(ଖ) ଗୋଟିଏ ଛୋଟିଆ ଘଟଣାରୁ କେମିତି ବିଜ୍ଞାନର ଏଡ଼େ ବଡ଼ ତଥ୍ୟଟିଏ ମିଳିଗଲା !
Answer:
ଗୋଟିଏ ଛୋଟିଆ …………………………………… ତଥ୍ୟଟିଏ ମିଳିଗଲା !
ଶଂସିତ ଗଦ୍ୟାଶଟି ଡକ୍ଟର କୁଳମଣି ସାମଲଙ୍କ ଲିଖ୍ ‘କିଏ ଭାସେ, କିଏ ବୁଡ଼େ ?’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ବିଜ୍ଞାନର ଗୁରୁତ୍ଵପୂର୍ଣ୍ଣ ତଥ୍ୟ କିପରି ଛୋଟିଆ ଘଟଣାରୁ ମିଳିଯାଏ, ସେ ସମ୍ପର୍କରେ ଲେଖକ ଆଲୋକପାତ କରିଛନ୍ତି । ରାଜା ତିଆରି କରିଥିବା ମୁକୁଟଟି ଖାଣ୍ଟି ସୁନାର ନା କାରିଗର କିଛି ନକଲି ସୁନା ମିଶାଇଛି ତାହା ଜାଣିବାକୁ ରାଜା ଆର୍କିମେଡ଼ିସ୍‌ଙ୍କୁ ଦାୟିତ୍ଵ ଦେଇଥିଲେ । ମୁକୁଟଟିକୁ ନ ଭାଙ୍ଗି କିମ୍ବା ନିଆଁରେ ନ ତରଳାଇ ଏ କଥା ଜାଣିବାକୁ ପଡ଼ିବ । ସେ ବହୁତ ଦିନ ଧରି ଏ ବିଷୟରେ ଚିନ୍ତାକଲା ପରେ ଥରେ ଗାଧୁଆ ଘରେ ପାଣି କୁଣ୍ଡରେ ପଶି ଗାଧୋଇବାବେଳେ ଏହି ବୈଜ୍ଞାନିକ ତଥ୍ୟଟିକୁ ଜାଣିପାରିଲେ ।

ପାଣିକୁଣ୍ଡରେ ବସିବା ଫଳରେ ଯେତିକି ପରିମାଣରେ ପାଣି ବାହାରକୁ ଉଛୁଳିଗଲା, ସେହି ପରିମାଣର ଠେଲାବଳ ପ୍ରୟୋଗକରି ପାଣି ତାଙ୍କୁ ଉପରକୁ ଠେଲୁଥ‌ିବାର ସେ ଅନୁଭବ କଲେ । ଏହି ତଥ୍ୟକୁ ଆଧାରକରି ଆର୍କିମେଡ଼ିସ୍‌ ରାଜାଙ୍କ ସୁନା ମୁକୁଟଟି କେତେ ଖାଣ୍ଟି ତାହା ଜାଣିପାରିଥିଲେ । ଆର୍କିମେଡ଼ିସ୍‌ ବୈଜ୍ଞାନିକ ଓ ଗଣିତଜ୍ଞ ଥିଲେ । ସେ ଗାଧୁଆଘରୁ ଯେଉଁ ତଥ୍ୟଟି ପାଇଥିଲେ, ତାହାକୁ ଆଧାର କରି ବସ୍ତୁଟିଏ କାହିଁକି ପାଣିରେ ବୁଡ଼େ ବା ଭାସେ, ସେ ସମ୍ପର୍କରେ ଏକ ବୈଜ୍ଞାନିକ ତଥ୍ୟ ବାହାର କରିପାରିଥିଲେ । ଏପରି ଏକ ଛୋଟିଆ ଘଟଣାରୁ ହିଁ ବିଜ୍ଞାନର ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିପାରିଲା, ଯାହାପାଇଁ ସେହି ବୈଜ୍ଞାନିକ ପୃଥ‌ିବୀ ପ୍ରସିଦ୍ଧ ହୋଇପାରିଥିଲେ । ବାସ୍ତବରେ ଲେଖକଙ୍କର ଏହି ମନ୍ତବ୍ୟ ଯୁକ୍ତିଯୁକ୍ତ ଅଟେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୪।
ଏହି ପାଠରେ ‘ଠେଲାଠେଲି’ ପରି କେତେଗୁଡ଼ିଏ ଯୋଡ଼ା ଶବ୍ଦ ରହିଛି । ତାକୁ ଖୋଜି ବାହାର କର ।
Answer:
ଗଡ଼ାଗଡ଼ି, ମରାମରି, କୁହାକୁହି, ପୂରାପୂରି ।

Question ୫।
ତଳ ଅନୁଚ୍ଛେଦଟିରେ କୌଣସି ବିରାମ ଚିହ୍ନ ଦିଆଯାଇ ନାହିଁ । ଉପଯୁକ୍ତ ବିରାମ ଚିହ୍ନ ଲଗାଇ ଅନୁଚ୍ଛେଦଟିକୁ ଆଉ ଥରେ ଲେଖ ।
ମୁନା କିନ୍ତୁ ଛାଡ଼ିବା ପିଲା ନୁହେଁ ସେ କହିଲା ନାହିଁ ମ ଅଜା କେତେ ପରିମାଣର ଲୁହା ବା ଶୋଲକୁ କେତେ ପରିମାଣର ପାଣି ସେ କଥା ନ କହିଲେ କିଏ ଓଜନିଆ କିଏ ହାଲୁକା ଜାଣିହେବ କେମିତି
Answer:
ମୁନା କିନ୍ତୁ ଛାଡ଼ିବା ପିଲା ନୁହେଁ । ସେ କହିଲା, ‘ନାହିଁମ ଅଜା, କେତେ ପରିମାଣର ଲୁହା ବା ଶୋଲକୁ କେତେ ପରିମାଣର ପାଣି ଦରକାର, ସେକଥା ନ କହିଲେ, କିଏ ଓଜନିଆ, କିଏ ହାଲୁକା ଜାଣିହେବ କେମିତି ?’’

Question ୬।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବ୍ୟବହାର କରି ମନରୁ ବାକ୍ୟ
ଅନତାପ, ପ୍ରତିଭାବାନ୍, ସ୍ୱତ୍ର, ଗଣିତଜ୍ଞ
Answer:
ଅନୁତାପ – ନିଜର ଦୋଷପାଇଁ ହରି ଅନୁତାପ
ପ୍ରତିଭାବାନ୍ – ରାମ ଗୋଟିଏ ପ୍ରତିଭାବାନ୍ ପିଲା ଅଟେ ।
ସୂତ୍ର – ଗଣିତର ସୂତ୍ର ନ ଜାଣିଲେ ଗଣିତ କଷି ହେବ ନାହିଁ ।
ଗଣିତଜ୍ଞ – ପିଥାଗୋରସ୍ ଜଣେ ମହାନ୍ ଗଣିତଜ୍ଞ ଥିଲେ ।

Question ୭ ।
‘କ’ ସ୍ତମ୍ଭର ଯେଉଁ ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦର ସମ୍ପର୍କ ଅଛି, ତାକୁ ବାଛି ଲେଖ ।

‘କ’ ସ୍ତମ୍ଭ ‘ଖ’
ସୁନ୍ଦର ସୁନା
ଶାନ୍ତି ଯନ୍ତ୍ରି
ନିଶ୍ ଅବସ୍ଥା
ତାକବାଜି ଲୁଗା
ଉଲଗ୍ନ ସ୍ୱର
ଖାଣ୍ଟି ଶୃଙ୍ଖଳା

Answer:

‘କ’ ସ୍ତମ୍ଭ ‘ଖ’
ସୁନ୍ଦର ସ୍ୱର
ଶାନ୍ତି ଶୃଙ୍ଖଳା
ନିଶ୍ ଫୁଲାଇ
ତାକବାଜି ଯନ୍ତ୍ରି
ଉଲଗ୍ନ ଅବସ୍ଥା
ଖାଣ୍ଟି ସୁନା

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୮।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ବ୍ୟବହାର କରି ଆର୍କିମେଡ଼ିସ୍‌ଙ୍କ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
ସିସିଲି, ମୂଲ୍ୟବାନ୍ ତଥ୍ୟ, ସିରାକ୍ୟୁଜ୍ ରାଜା, ଅନୁତାପ, ଶତ୍ରୁ ସୈନ୍ୟ, ସମ୍ମାନ, ପ୍ରତିଭାବାନ୍
Answer:
ମାନବ ଜଗତକୁ ଏଭଳି ଏକ ମୂଲ୍ୟବାନ୍ ତଥ୍ୟ ଦେଇଥ‌ିବା ବୈଜ୍ଞାନିକ ଆର୍କିମେଡ଼ିସ୍‌ ଇଟାଲୀର ସିସିଲି ଦ୍ବୀପ ଅନ୍ତର୍ଗତ ସିରାକ୍ୟୁଜ୍ ସହରରେ ଖ୍ରୀ.ପୂ. ୨୮୭ରେ ଜନ୍ମଗ୍ରହଣ କରିଥିଲେ ଓ ଖ୍ରୀ.ପୂ. ୨୧୨ରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ସିରାକ୍ୟୁଜ୍‌ର ରାଜାଙ୍କ ସହିତ ରୋମୀୟମାନଙ୍କର ବରାବର ଯୁଦ୍ଧ ହେଉଥିଲା । ରୋମୀୟମାନେ ସିରାକ୍ୟୁଜ୍ ଦଖଲ କଲାବେଳେ ଚିହ୍ନି ନପାରି ଭୁଲ୍‌ରେ ତାଙ୍କୁ ହତ୍ୟା କଲେ । ଏକଥା ଜଣାପଡ଼ିବା ପରେ ସେମାନେ ଖୁବ୍ ଅନୁତାପ କରିଥିଲେ । କାରଣ ସେମାନେ ଆର୍କିମେଡ଼ିସ୍‌ଙ୍କୁ ଆଗରୁ ଦେଖୁ ନଥିଲେ ମଧ୍ୟ ତାଙ୍କ ନାଆଁ ଶୁଣିଥିଲେ । ଶତ୍ରୁ ସୈନ୍ୟ ହେଲେ ମଧ୍ୟ ଏଭଳି ଜଣେ ପ୍ରତିଭାବାନ୍ ବୈଜ୍ଞାନିକଙ୍କ ପାଖରେ ସେମାନଙ୍କର ମୁଣ୍ଡ ନଇଁଗଲା । ତାଙ୍କ ଉଦ୍ଦେଶ୍ୟରେ ଭକ୍ତି ଓ ସମ୍ମାନ ଜଣାଇ ଶବକୁ ନେଇ ସମାଧି ଦେଲେ ।

Question ୯।
‘ଅଭିନୟ’ ଶବ୍ଦରୁ ଯେପରି ‘ଅଭିନୀତ’ ହେଉଛି, ସେପରି ନିମ୍ନଲିଖ୍ ଶବ୍ଦଗୁଡ଼ିକର ନୂଆ ରୂପଟି କ’ଣ ହେବ ଲେଖ ।
ଆବିଷ୍କାର, ଶୃଙ୍ଖଳା, ପୁରସ୍କାର, ଅନୁମାନ, ଅନୁଭବ
Answer:
ଆବିଷ୍ଣାର – ଆରିଷ୍ଠତ
ଶୃଙ୍ଖଳା – ଣ୍ଠଙ୍ଖଳିତ
ପୁରସ୍କାର – ପୁରସୃତ
ଅନ୍ୟମାନ – ଅନୁମିତ
ଅନୁଭବ – ଅନୁଭୂତ

Question ୧୦।
‘ଗଣିତ ଯେ ଜାଣନ୍ତି’ ତାଙ୍କୁ ଗୋଟିଏ ଶବ୍ଦରେ କୁହାଯାଏ ‘ଗଣିତଜ୍ଞ’ । ସେହିପରି ଏମାନଙ୍କୁ ଗୋଟିଏ ଶବ୍ଦରେ କ’ଣ କୁହାଯାଏ, ଲେଖ ।
Answer:
ସଙ୍ଗୀତ ଯେ ଜାଣନ୍ତି – ସଙ୍ଗୀତଜ୍ଞ
ବେଦ ଯେ ଜାଣନ୍ତି – ବେଦଜ୍ଞ
ଶାସ୍ତ୍ର ଯେ ଜାଣନ୍ତି – ଶାସ୍ତ୍ରଜ୍ଞ
ଆଇନ ଯେ ଜାଣନ୍ତି – ଆଇନଜ୍ଞ
ରାଜନୀତି ଯେ ଜାଣନ୍ତି – ରାଜନୀତିଜ୍ଞ
ସଂସ୍କୃତ ଯେ ଜାଣନ୍ତି – ସଂସ୍କୃତଜ୍ଞ

ତୁମ ପାଇଁ କାମ:

୧। ଆର୍କିମିଡ଼ିସ୍‌ଙ୍କ ଫଟୋ ସଂଗ୍ରହ କରି ଶ୍ରେଣୀରେ ରଖ ।
୨। ଡକ୍ଟର କୂଳମଣି ସାମଲଙ୍କ ଲିଖ୍ ଅନ୍ୟ ବିଜ୍ଞାନଗଳ୍ପକୁ ସଂଗ୍ରହ କରି ପଢ଼ ।

ପରାକ୍ଷା ଉପଯୋଗା ଅତିରିକ୍ତ ପ୍ରଶ୍ନେ।ତ୍ତର:

Question ୧।
ଏକପଦରେ ପ୍ରକାଶ କର ।
Answer:
କଲ୍ୟାଣ କରେ ଯେ – କଲ୍ୟାଣକାରୀ
ନିଷ୍ଠା ଯାହାର ଅଛି – ନିଷ୍ଠାବାନ
ଯୁଦ୍ଧ କରିବା ଅଭ୍ୟାସ ଯାହାର – ପୁଦ୍ଧଖୋର
ଜଳକୁ ଧରନ୍ତି ଯେ – ଜଳଧର
ଶିକ୍ଷାନିମନ୍ତେ ଅନୁଷ୍ଠାନ – ଶିକ୍ଷାନୁଷ୍ଠାନ

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨।
ଉପଯୁକ୍ତ ବିରାମ ଚିହ୍ନ ଦେଇ ଲେଖ ।
(କ) ଅଜା ପୁଣି ଆରମ୍ଭ କଲେ ଶୁଣ ତୁ ଯେଉଁ ପ୍ରଶ୍ନ ପଚାରିଥିଲୁ ତାହାରି ଉତ୍ତର ଦେବାପାଇଁ ମୁଁ ଏତେ କଥା କହୁଛି
Answer:
ଅଜା ପୁଣି ଆରମ୍ଭ କଲେ, ‘ଶୁଣ, ତୁ ଯେଉଁ ପ୍ରଶ୍ନ ପଚାରିଥିଲୁ ତାହାର ଉତ୍ତର ଦେବାପାଇଁ ମୁଁ ଏତେକଥା କହୁଛି ।’’

(ଖ) ସତକଥା ନାଟକର ନାଆଁ ଯିଏ ଶୁଣିଲା ସେ ଆଶ୍ଚର୍ଯ୍ୟାନ୍ବିତ ହେଲା ଏକି ବିପରୀତ କଥା ପଥରବୁଡ଼େ ଶୋଲ ଭାସେ ଏକଥା ବା କିଏ ନଜାଣେ ହେଲେ ଏଯାତ୍ରାଦଳ କହୁଛନ୍ତି ସଂପୂର୍ଣ୍ଣ ବିପରୀତ କଥା ।
Answer:
ସତକଥା, ନାଟକର ନାଆଁ ଯିଏ ଶୁଣିଲା, ସେ ଆଶ୍ଚର୍ଯ୍ୟାନ୍ବିତ ହେଲା । ଏ କି ବିପରୀତ କଥା ! ପଥର ବୁଡ଼େ, ଶୋଲ ଭାସେ, ଏ କଥା ବା କିଏ ନଜାଣେ ? ହେଲେ ଏ ଯାତ୍ରା ଦଳ କହୁଛନ୍ତି, ସଂପୂର୍ଣ୍ଣ ବିପରୀତ କଥା ।

Question ୩ ।
ସଂକ୍ଷେପରେ ଉତ୍ତର ଦିଅ ।
(କ) ନାଟକରେ କଥାଟା ଓଲଟା ହେଲା ବୋଲି ଲୋକେ କାହିଁକି କୁହାକୁହି ହେଲେ ?
Answer:
ନାଟକରେ ନିରୀହ ଓ ନିଘୋଷ ଲୋକଟିକୁ ପୋଲିସ୍ ଭୁଲ୍‌ରେ ଧରିନେଲା ଓ ଅଧିକ ଦୁଷ୍ଟ ଥ‌ି ଗୁଣ୍ଡାଟି କିଛି ଦଣ୍ଡ ନ ପାଇ ନିଶ ଫୁଲାଇ ଚାଲିଗଲା । ତେଣୁ ଲୋକେ ‘କଥାଟା ଓଲଟା ହୋଇଗଲା’ ବୋଲି କୁହାକୁହି ହେଲେ ।

(ଖ) ଅଜାଙ୍କ ସହ କିଏ ନାଟକ ଦେଖିବାକୁ ଯାଇଥିଲା ? ସେ କ’ଣ ବୁଝିପାରିଲା ନାହିଁ ?
Answer:
ମୁନା ଅଜାଙ୍କ ସହିତ ନାଟକ ଦେଖିବାକୁ ଯାଇଥିଲା । ସେ ଭାସିବା ବୁଡ଼ିବା କଥା କିଛି ବୁଝିପାରିଲା ନାହିଁ ।

(ଗ) କେଉଁଟି ପାଣିରେ ବୁଡ଼େ, କେଉଁଟି ପାଣିରେ ଭାସେ ବୋଲି ଅଜା କହିଲେ ?
Answer:
ପଥର ପାଣିରେ ବୁଡ଼େ ଓ ଶୋଲ ପାଣିରେ ଭାସେ ବୋଲି ଅଜା କହିଲେ ।

(ଘ) ଆଗକାଳରେ ଲୋକେ କ’ଣ ମାନି ନେଉଥିଲେ ?
Answer:
ଆଗକାଳରେ ଲୋକେ ଟିକିଏ ଅନ୍ଧବିଶ୍ଵାସୀ ଥିବା ହେତୁ ଯାହା ଶୁଣିଦେଲେ, ତାକୁ ନବୁଝି ନସୁଝି ସତ ବୋଲି ମାନି ନେଉଥିଲେ ।

(ଙ) ତରଳ ପାରଦରେ ଲୁହା ଭାସେ କାହିଁକି ?
Answer:
ଲୁହା ଖଣ୍ଡକୁ ତରଳ ପାରଦରେ ବୁଡ଼ାଇଲେ, ତାହା ଯେତିକି ପରିମାଣର ତରଳ ପାରଦକୁ ଉଚ୍ଛୁଳାଇ ଦିଏ, ତାହାର ଓଜନ ସେଇ ଲୁହା ଖଣ୍ଡିକର ଓଜନଠାରୁ ବେଶି ହେଉଥ‌ିବାରୁ ଲୁହା ଖଣ୍ଡଟି ବୁଡ଼ି ନଯାଇ ତରଳ ପାରଦରେ ଭାସିଥାଏ ।

(ଚ) ଶତ୍ରୁ ସୈନ୍ୟ ହେଲେ ମଧ୍ୟ ରୋମୀୟମାନେ ଅନୁତାପ କଲେ କାହିଁକି ?
Answer:
ରୋମୀୟମାନେ ଆର୍କିମେଡ଼ିସ୍‌ଙ୍କୁ ଆଗରୁ ଦେଖୁ ନଥିଲେ ମଧ୍ୟ ତାଙ୍କ ନାଆଁ ଶୁଣିଥିଲେ । ସେମାନେ ତାଙ୍କୁ ଚିହ୍ନି ନପାରି ଭୁଲ୍‌ରେ ହତ୍ୟାକରି ଦେଇଥ‌ିବାରୁ ଖୁବ୍ ଅନୁତାପ କରିଥିଲେ । ଶତ୍ରୁ ସୈନ୍ୟ ହେଲେ ମଧ୍ୟ ଏଭଳି ଜଣେ ପ୍ରତିଭାବାନ୍ ବୈଜ୍ଞାନିକଙ୍କ ନିକଟରେ ସେମାନଙ୍କ ମୁଣ୍ଡ ନଇଁ ଯାଇଥିଲା ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୪।
ସରଳାର୍ଥ ଲେଖ ।
(କ) ‘‘ଇଏ ପରା ହେଉଛି ବିଜ୍ଞାନଯୁଗ । ସେ କଥା ଆଉ ଚଳିବ ନାହିଁ ।’’
Answer:
ଇଏ ପରା ……………………………. ନାହିଁ ।
ଶଂସିତ ଉଦ୍ଧତାଂଶଟି ‘କିଏ ଭାସେ, କିଏ ବଡେ’ ପ୍ରବନ୍ଧର ଆନୀତ । ଉକ୍ତ ପ୍ରସଙ୍ଗରେ ପ୍ରାବନ୍ଧିକ ଡକ୍ଟର କୁଳମଣି ସାମଲ ବିଜ୍ଞାନଯୁଗର ଗୁରୁତ୍ଵ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ପରିବର୍ତ୍ତିତ ପରିସ୍ଥିତିରେ ବିଜ୍ଞାନ ସବୁକ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଜିକାଲିର ପିଲାମାନେ ପ୍ରତ୍ୟେକ କଥାକୁ ନିଠେଇ କରି ଧରୁଛନ୍ତି । ସେମାନେ ବିନାଯୁକ୍ତ ଓ ବିନା ପ୍ରମାଣରେ କୌଣସି କଥାକୁ ସତ୍ୟ ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି । ଆଗ କାଳରେ ଲୋକମାନେ ଟିକିଏ ଅନ୍ଧବିଶ୍ଵାସୀ ଥିଲେ । ଯାହା ଗୋଟିଏ ଶୁଣିଦେଲେ ନ ବୁଝି ନ ସୁଝି ସତବୋଲି ମାନି ନେଇଥିଲେ, କିନ୍ତୁ ଇଏ ପରା ବିଜ୍ଞାନଯୁଗ । ବର୍ତ୍ତମାନ ସବୁର ପ୍ରମାଣ ଆବଶ୍ୟକ । ବାସ୍ତବରେ ପ୍ରସଙ୍ଗଟି ଯୁକ୍ତିଯୁକ୍ତ ଅଟେ ।

(ଖ) ‘ଇଏ ପରା ହେଉଛି ବିଜ୍ଞାନ ଯୁଗ ।’’
Answer:
ଇଏ, …………………………………… ବିଜ୍ଞାନ ଯୁଗ ।
ଶଂସିତ ଗଦ୍ୟାଶଟି ଡକ୍ଟର କୁଳମଣି ସାମଲଙ୍କ ଲିଖିତ ‘କିଏ ଭାସେ, କିଏ ବୁଡ଼େ ?’ ବିଷୟରୁ ଉଦ୍ଧୃତ । ଉକ୍ତ ପ୍ରସଙ୍ଗରେ ବିଜ୍ଞାନ ଯୁଗର ଗୁରୁତ୍ଵ ଉପରେ ଆଲୋକପାତ କରାଯାଇଛି । ଆଗକାଳର ଲୋକେ ଅନ୍ଧବିଶ୍ଵାସୀ ଥିଲେ । ଯାହା ଶୁଣିଦେଲେ ନ ବୁଝି ନ ଶୁଝି ସତ ବୋଲି ମାନି ନେଉଥିଲେ । ଏବେ କିନ୍ତୁ ବିଜ୍ଞାନ ଯୁଗରେ ସେପରି ହେଉନାହିଁ । ଲୋକଙ୍କର ବିଜ୍ଞାନ ଜ୍ଞାନ ବଢ଼ିବା ଫଳରେ ଅନ୍ଧବିଶ୍ଵାସ କମିଯାଇଛି । ଲୋକେ ସତ୍ୟାସତ୍ୟ ପରୀକ୍ଷା ନକରି କିଛି ଗ୍ରହଣ କରିବାକୁ ନାରାଜ । ମାତ୍ର ଆଜିକାଲିର ପିଲାମାନେ ପ୍ରତ୍ୟେକ କଥାକୁ ନିଠେଇ କରି ଧରୁଛନ୍ତି । ସେମାନେ ବିନା ଯୁକ୍ତି ଓ ବିନା ପ୍ରମାଣରେ କୌଣସି କଥାକୁ ସତ୍ୟ ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି । ବର୍ତ୍ତମାନ ସବୁର ପ୍ରମାଣ ଦରକାର । ତେଣୁ ବିନା ଯୁକ୍ତି ବିନା ପ୍ରମାଣରେ ମୁନା ଅଜାଙ୍କ କଥା ମାନିବାକୁ ପ୍ରସ୍ତୁତ ନୁହେଁ । ଉକ୍ତ ପ୍ରସଙ୍ଗଟିର ବର୍ଣ୍ଣନା ବେଶ୍ ଶିକ୍ଷଣୀୟ ହୋଇଛି ।

Question ୫।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଆର୍କିମେଡ଼ିସ୍‌ କିପରି ରାଜାଙ୍କ ମୁକୁଟ ଖାଣ୍ଟି ସୁନାରେ ତିଆରି କି ନାହିଁ ଜାଣିଲେ ?
Answer:
ଆର୍କିମେଡ଼ିସ୍‌ ଗୋଟିଏ ପାତ୍ରରେ ପାଣି ପୂଣ୍ଡକରି ସେଥରେ ମୁକୁଟଟିକୁ ବୁଡ଼ାଇଲେ । ପାତ୍ରରୁ ଯେତିକି ପାଣି ଉଚ୍ଛୁଳି ପଡ଼ିଲା ତାକୁ ନେଇ ଓଜନ କଲେ । ତା’ପରେ ମୁକୁଟଟିକୁ ବାହାର କରିନେଇ ପାତ୍ରଟିକୁ ପୁଣି ଜଳପୂର୍ଣ୍ଣ କଲେ । ଏଥର ମୁକୁଟ ଓଜନର ଖାଣ୍ଟିସୁନା ଆଣି ସେହି ପାତ୍ରରେ ବୁଡ଼ାଇଲେ । ଏଥର ଯେତିକି ପାଣି ଉଛୁଳି ପଡ଼ିଲା ତାକୁ ଓଜନ କଲେ । ଦୁଇଥର ଉଛୁଳିଥ‌ିବା ପାଣିର ଓଜନ ଯଦି ସମାନ ହେଲା, ତେବେ ମୁକୁଟଟି ଖାଣ୍ଟି ସୁନାରେ ତିଆରି । ଯଦି ଓଜନ କମ୍ କିମ୍ବା ବେଶି ହେଲା ତେବେ ମୁକୁଟରେ ଖାଣ୍ଟି ସୁନା ବଦଳରେ କିଛି ନକଲି ଜିନିଷ ମିଶିଛି । ଏହି ସୂତ୍ର ବ୍ୟବହାର କରି ଆର୍କିମେଡ଼ିସ୍‌ ରାଜାଙ୍କ ମୁକୁଟ ଖାଣ୍ଟି ସୁନାରେ ତିଆରି କି ନୁହେଁ ଜାଣିପାରିଲେ ।

(ଖ) ଗାଧୋଇବା ସମୟରେ ଆର୍କିମେଡ଼ିସ୍‌ଙ୍କ ମୁଣ୍ଡକୁ କେଉଁକଥା ଜୁଟିଗଲା ?
Answer:
ଗାଧୋଇବା ସମୟରେ ପାଣିଭର୍ତ୍ତି କୁଣ୍ଡରେ ଆର୍କିମେଡ଼ିସ୍‌ ପ୍ରବେଶ କରିବା ମାତ୍ରେ ସେଥୁରୁ କିଛି ପାଣି ଉଚ୍ଛୁଳି ବାହାରକୁ ଚାଲିଗଲା । ସେ କୁଣ୍ଡ ଭିତରେ ବସିଥିବାବେଳେ ଅନୁଭବ କଲେ, କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି । କୌଣସି ପଦାର୍ଥ ବା ବସ୍ତୁକୁ ପାଣିରେ ବୁଡ଼ାଇଲେ ତା’ର ଓଜନ କମିଗଲା ପରି ବୋଧହୁଏ । ପଦାର୍ଥ ବା ବସ୍ତୁ ପାଣି ଭିତରେ ଯେତିକି ସ୍ଥାନ ଅଧିକାର କରେ, ସେହି ସ୍ଥାନରେ ଥ‌ିବା ପାଣିର ଓଜନ ଯେତିକି, ପଦାର୍ଥ ବା ବସ୍ତୁର ଓଜନ ସେତିକି କମିଯାଏ । ଏହି କଥାଟି ଆର୍କିମେଡ଼ିସ୍‌ଙ୍କ ମୁଣ୍ଡକୁ ଜୁଟିଗଲା, ଯାହାକୁ ଆଧାର କରି ରାଜାଙ୍କ ସୁନା ମୁକୁଟଟି କେତେ ଖାଣ୍ଟି, ତାହା ସେ ଜାଣିପାରିଲେ ।

(ଗ) ନାଟକର ନାଁ ଶୁଣି ଲୋକେ କାହିଁକି ଆଶ୍ଚର୍ଯ୍ୟାନ୍ବିତ ହେଲେ ?
Answer:
ଲେଖକଙ୍କ ସହରକୁ ଥରେ ଏକ ଯାତ୍ରାଦଳ ଆସିଥିଲେ । ସେମାନେ ଭଲ ଭଲ ନାଟକ ଅଭିନୟ କରୁଥିଲେ । କେଉଁଦିନ କେଉଁ ନାଟକ ଅଭିନୀତ ହେବ, ଆଗରୁ ଘୋଷଣା କରୁଥିଲେ । ଦିନେ ସେମାନେ ଏକ ନୂଆ ଧରଣର ନାଟକ କଥା ପ୍ରଚାର କଲେ । ନାଟକର ନାମ ଥିଲା ‘ଭାସିଲା ପଥର ବୁଡ଼ିଲା ଶୁଣି ଲୋକେ ଆଶ୍ଚର୍ଯ୍ୟ ହେଲେ । ପଥର ବୁଡ଼େ, ଶୋଲ ଭାସେ ଏକଥା ଦଳ ବିପରୀତ କଥା ପ୍ରଚାର କରୁଥିବାରୁ ଲୋକେ ଆଶ୍ଚର୍ଯ୍ୟ ହେଲେ । ଶୋଲ’ । ନାଟକର ଏଭଳି ନାଁ ସମସ୍ତେ ଜାଣନ୍ତି । କିନ୍ତୁ ଏ ନାଟକ

(ଘ) ଲୋକମାନେ କେଉଁଥିପାଇଁ ଆର୍କିମେଡ଼ିସ୍‌ଙ୍କୁ ପାଗଳ ବୋଲି ଭାବିଲେ ?
Answer:
ଆଜିକୁ ଦୁଇହଜାର ବର୍ଷ ପୂର୍ବେ ଇଟାଲୀ ଦେଶରେ ଆର୍କିମେଡ଼ିସ୍‌ ନାମରେ ଜଣେ ବୈଜ୍ଞାନିକ ଥିଲେ । ସେହି ଦେଶର ରାଜା ଥରେ ନିଜ ପାଇଁ ଏକ ସୁନାମୁକୁଟ ତିଆରି କରିଥିଲେ । ମୁକୁଟଟି ଖାଣ୍ଟି ସୁନାରେ ତିଆରି କି ସେଥ‌ିରେ କିଛି ନକଲି ଜିନିଷ ମିଶିଛି ରାଜା ତାହା ଜାଣିବାକୁ ଚାହିଁଲେ । ମୁକୁଟଟିକୁ ନ ଭାଙ୍ଗି କି ନିଆଁରେ ନ ତରଳାଇ ଏହା ଜାଣିବାକୁ ଆର୍କିମେଡ଼ିସ୍‌ଙ୍କୁ ଦାୟିତ୍ଵ ଦିଆଗଲା । ସେ ଥରେ ଗାଧୁଆ କୁଣ୍ଡରେ ଉଲଗ୍ନ ହୋଇ ପଶିଥ‌ିବା ବେଳେ କିଛି ଜଳ ଉଛୁଳି ବାହାରିଗଲା । ସେ କୁଣ୍ଡ ଭିତରେ ବସିଥିବା ବେଳେ ତାଙ୍କୁ କିଏ ଉପରକୁ ଠେଲିବା ଭଳି ଲାଗିଲା । ସେଇଥୁରୁ ସେ ରାଜା ଦେଇଥ‌ିବା ଦାୟିତ୍ଵ ସମାଧାନର ସୂତ୍ର ପାଇଗଲେ । ସେ ହଠାତ୍ କୁଣ୍ଡରୁ ଉଠିପଡ଼ି ‘ଇଉରେକା’ ‘ଇଉରେକା’ କହି ଖୁସିରେ ଦାଣ୍ଡରେ ଧାଇଁଲେ । ସେ ଲୁଗା ପିନ୍ଧିବାକୁ ମଧ୍ୟ ଭୁଲିଯାଇଥିଲେ । ଆର୍କିମେଡ଼ିସ୍‌ଙ୍କ ଭଳି ବୈଜ୍ଞାନିକ ଉଲଗ୍ନ ହୋଇ ମଝିଦାଣ୍ଡରେ ଦୌଡୁଥ‌ିବା ଦେଖ୍ ଲୋକେ ତାଙ୍କୁ ପାଗଳ ବୋଲି ଭାବିଲେ ।

(ଙ) କେଉଁ କାରଣରୁ ନାଟକ ଶେଷରେ ଲୋକମାନେ ହତାଶ ହେଲେ ?
Answer:
‘ଭାସିଲା ପଥର ବୁଡ଼ିଲା ଶୋଲ’ ପରି ନାଟକ ନାଁ ଶୁଣି ଲୋକମାନଙ୍କ କୌତୂହଳ ବଢ଼ିଗଲା । ଯାତ୍ରା ଦେଖିବାପାଇଁ ବହୁଆଡୁ ବହୁଲୋକ ଆସି ଭିଡ଼ ଜମାଇଲେ । ଲୋକମାନେ ଟିକେଟ କାଟି ନାଟକ ଦେଖୁବାକୁ ଭିତରେ ପଶିଲେ । ପୁଲିସ ବାହାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଜଗି ରହିଲା । ମାତ୍ର ନାଟକ ଦେଖୁରିବା ପରେ ଲୋକମାନେ ନିରାଶ ହେଲେ । କାରଣ ଯାତ୍ରାରେ ପଥର ନଥିଲା କି ଶୋଲ ନଥିଲା । ନାଟକର ବିଷୟବସ୍ତୁ ନିତିଦିନିଆ ଘଟଣା ପରି ଥିଲା । ନାଟକରେ ନିଘୋଷ ଲୋକଟିକୁ ପୋଲିସ୍ ଧରିନେଲା, ମାତ୍ର ଗୁଣ୍ଡାମି କରୁଥିବା ଲୋକଟି ନିଶ ଫୁଲାଇ ଚାଲିଗଲା ।

ଲେଖକ ପରିଚୟ:

ଡକ୍ଟର କୁଳମଣି ସାମଲ (୧୯୨୯) କଟକ ଜିଲ୍ଲାର ନୃତାଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ଲୋକପ୍ରିୟ ବିଜ୍ଞାନ ଲେଖକ ଭାବରେ ସେ ପରିଚିତ । ବିଜ୍ଞାନ ସାହିତ୍ୟ ପାଇଁ ସେ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ଓ ଉତ୍କଳ ସାହିତ୍ୟ ସମାଜ ତରଫରୁ ପୁରସ୍କୃତ ହୋଇଛନ୍ତି । ବୁର୍ଲା ଇଞ୍ଜିନିୟରିଂ କଲେଜର ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରଫେସର ଭାବରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ଲିଖ୍ ଲୋକପ୍ରିୟ ବିଜ୍ଞାନ ପୁସ୍ତକଗୁଡ଼ିକ ମଧ୍ୟରେ ‘ମହାକାଶର ଆହ୍ଵାନ’, ‘ଆଈମା’ କାହାଣୀ ନୁହେଁ”, ‘ସଭ୍ୟତାର ତିନୋଟି ସୋପାନ’, ‘ବିଶ୍ୱବିଖ୍ୟାତ ବୈଜ୍ଞାନିକ’ ଆଦି ପ୍ରଧାନ ।

ବିଷୟ ସୂଚନା:

ଏହା ବିଜ୍ଞାନର ବିଷୟବସ୍ତୁ ଉପରେ ଆଧାରିତ ଏକ ବିଷୟ । ଜଳରେ କେଉଁ ବସ୍ତୁ ଭାସେ ଓ କେଉଁ ବସ୍ତୁ ବୁଡ଼େ, ତାହାର ବୈଜ୍ଞାନିକ ସିଦ୍ଧାନ୍ତକୁ ଗଳ୍ପ ମାଧ୍ୟମରେ ଏଥିରେ ଉପସ୍ଥାପନ କରାଯାଇଛି । ଏହି ତତ୍ତ୍ଵକୁ କିପରି ବୈଜ୍ଞାନିକ ଆର୍କିମେଡ଼ିସ୍‌ ବାହାର କରିଥିଲେ, ତାହାକୁ ଏଥିରେ ବର୍ଣ୍ଣନା କରାଯାଇଛି ।

ସାରକଥା:

ସେଥର ସହରରେ ଗୋଟିଏ ଯାତ୍ରାଦଳ ନୂଆ ନାଟକ ପରିବେଷଣ କରିବେ ବୋଲି ଘୋଷଣା କରିଥିଲେ । ନାଟକର ନାଁ ଥିଲା ‘ଭାସିଲା ପଥର ବୁଡ଼ିଲା ଶୋଲ’। ସନ୍ଧ୍ୟାବେଳେ ନାଟକ ଦେଖ‌ିବାକୁ ଲୋକମାନେ ଭିଡ଼ ଲଗାଇଲେ । ନାଟକ ଦେଖୁରି ଶେଷରେ ଲୋକମାନେ ନିରାଶ ହେଲେ । ସେଥ‌ିରେ ପଥର କି ଶୋଲ ନଥିଲା । ବରଂ ଦୁଇଜଣ ଲୋକଙ୍କ ଲଢ଼େଇକୁ ନେଇ ନାଟକଟି ହୋଇଥିଲା । ନିରୀହ ଲୋକଟିକୁ ପୋଲିସ୍ ଧରିନେଲା । ବିଚରା ଲୋକଟି ଦୁଃଖରେ ବୁଡ଼ିଗଲା । ମାତ୍ର ଦୁଷ୍ଟ ଗୁଣ୍ଡା ଲୋକଟା କିଛି ଦଣ୍ଡ ନପାଇ ଖୁସିରେ ଭାସିଲା।

ଅଜାଙ୍କ ସହ ମୁନା ନାଟକ ଦେଖୁବାକୁ ଯାଇଥିଲା । ସେ ଅଜାଙ୍କୁ ପଚାରିଲା, ପଥର କାହିଁକି ବୁଡ଼େ, ଶୋଲ କାହିଁକି ଭାସେ ? ଅଜା କହିଲେ, ପଥର ଓଜନିଆ, ତେଣୁ ସେ ବୁଡ଼ିଯାଏ; ମାତ୍ର ଶୋଲ ହାଲୁକା, ତେଣୁ ସେ ଭାସେ । ମୁନା କହିଲା, ତେବେ ଦୁଇକିଲୋ ଓଜନର ଶୋଲ ବିଡ଼ା ବେଶି ଓଜନିଆ ନା କିଲେ ଓଜନର ଖଣ୍ଡେ ଲୁହା ବେଶି ଓଜନିଆ । ଯଦି ଦୁଇକିଲୋ ଓଜନର ଶୋଲ ବିଡ଼ା ବେଶି ଓଜନିଆ ହୁଏ, ତେବେ ତାହା ପାଣିରେ ବୁଡ଼ିଯିବ । ଆଉ କିଲେ ଓଜନର ଲୁହା ଖଣ୍ଡକ ପାଣିରେ ଭାସିବ ।

ଅଜା ମୁନାର ଏଭଳି ପ୍ରଶ୍ନରେ ଟିକେ ହଡ଼ବଡ଼େଇ ଗଲେ । ମୁନା ଯେ ବିନା ଯୁକ୍ତି ଓ ବିନା ପ୍ରମାଣରେ କିଛି କଥାକୁ ସତ୍ୟ ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ, ତାହା ଜାଣିଲେ । ଏ ବିଜ୍ଞାନ ଯୁଗରେ ଅନ୍ଧବିଶ୍ଵାସୀ ହେଲେ ଚଳିବ ନାହିଁ । ତେଣୁ ସେ କ’ଣ କହି ନାତିକୁ ବୁଝାଇବେ ଚିନ୍ତା କଲେ । ତାଙ୍କର ବୈଜ୍ଞାନିକ ଆର୍କିମେଡ଼ିସ୍‌ଙ୍କ କଥା ମନେପଡ଼ିଗଲା । ଆର୍କିମେଡ଼ିସ୍‌ ଥରେ ନିଜର ଗାଧୁଆଘରେ ବଡ଼ କୁଣ୍ଡରେ ପଶିଲାମାତ୍ରେ ସେଥୁରୁ କିଛି ପାଣି ବାହାରି ବାହାରକୁ ଚାଲିଗଲା । ଆଉ ସେ କୁଣ୍ଡ ଭିତରେ ବସିଥିଲାବେଳେ ଅନୁଭବ କଲେ ଯେ କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି । ଏହିଥୁରୁ ସେ ହଠାତ୍‌

ବିଜ୍ଞାନର ଗୋଟିଏ ନୂତନ ସତ୍ୟ ପାଇଗଲେ ଓ ‘ଇଉରେକା, ଇଉରେକା’ କହି ଉଲଗ୍ନ ଅବସ୍ଥାରେ ଦାଣ୍ଡରେ ଧାଇଁଲେ । ‘ଇଉରେକା’ ଶବ୍ଦର ଅର୍ଥ ‘ମୁଁ ପାଇଗଲି’। ସେ ବହୁଦିନ ଧରି ଖୋଜୁଥ‌ିବା ବିଜ୍ଞାନର ଗୋଟିଏ ତତ୍ତ୍ଵ ହଠାତ୍ ପାଇଯିବାରୁ ଖୁସିରେ ଏପରି ବିହ୍ବଳ ହୋଇଯାଇଥିଲେ । ରାଜାଙ୍କ ସୁନାର ମୁକୁଟଟି ଖାଣ୍ଟି ସୁନାରେ ନା କିଛି ନକଲି ସୁନା ମିଶିଛି ତାହା ଜାଣିବାକୁ ସେ ଦେଶର ରାଜା ତାଙ୍କୁ ପଚାରିଥିଲେ । ମାତ୍ର ମୁକୁଟଟିକୁ ନ ଭାଙ୍ଗି ନିଆଁରେ ନ ତରଳାଇ ଏହା ଜାଣିବାକୁ ରାଜା କହିଥିଲେ। ଆର୍କିମେଡ଼ିସ୍‌ ବହୁଦିନଧରି ଖୁବ୍ ଚିନ୍ତାରେ ଥିଲେ ।

ଅଜା ଗୋଟିଏ କଥା କହିବାକୁ ଯାଇ ଅନ୍ୟ କେଉଁଆଡ଼େ ଯାଇ ପଶିଲେଣି, ତେଣୁ ମୁନା ବ୍ୟସ୍ତ ହୋଇପଡୁଥାଏ । ଅଜା କହିଲେ, ବସ୍ତୁଟି ପାଣି ଭିତରେ ଯେତିକି ସ୍ଥାନ ଦଖଲ କରେ, ସେହି ସ୍ଥାନରେ ଥ‌ିବା ପାଣିକୁ ଓଜନ କଲେ ଯେତିକି ହେବ, ବସ୍ତୁର ଓଜନ ସେତିକି କମେ । ଫଳରେ ମନେହୁଏ ବସ୍ତୁଟିକୁ ଯେପରି ସେତିକି ବଳରେ କିଏ ଉପରକୁ ଠେଲୁଛି । ଯେକୌଣସି ତରଳ ପଦାର୍ଥର ଏଭଳି ଗୁଣ ଅଛି । ଖଣ୍ଡେ ଲୁହାକୁ ପାଣିରେ ପକାଇଲେ ତାହା ବୁଡ଼ିଯାଉଥିବାବେଳେ ତରଳ ପାରଦରେ ତାହା ଭାସିବ । କାରଣ ପାଣିର ଠେଲା ବଳ ଲୁହାର ଓଜନଠାରୁ କମ୍ ହୋଇଥିବାବେଳେ ତରଳ ପାରଦର ଠେଲା ବଳ ଲୁହାର ଓଜନଠାରୁ ବେଶି ।

ଅଜା କିଛି କହିବା ଆଗରୁ ମୁନା କହିଲା ଯେ, ଯେଉଁ ବସ୍ତୁ ତା’ ସମାନ ଆୟତନର ଜଳ ବା ସେଇଭଳି କୌଣସି ତରଳ ପଦାର୍ଥଠାରୁ ଅଧିକ ଓଜନିଆ ତାହା ବୁଡ଼ିଯିବ, କମ୍ ଓଜନ ବା ହାଲୁକା ହେଲେ ଭାସିବ । ପଥର ଭିତରେ ଫମ୍ପା ଜାଗା ରହିଲେ ତାହା ଭାସିବ । ଶୋଲ ଭିତରେ ଲୁହାଖଣ୍ଡେ ରଖିଦେଲେ ବୁଡ଼ିଯିବ । ଆର୍କିମେଡ଼ିସ୍‌ ଜଣେ ବଡ଼ ଗଣିତଜ୍ଞ ଥିଲେ । ଗାଧୁଆଘର ପାଣିକୁଣ୍ଡରୁ ସେ ବିଜ୍ଞାନର ଯେଉଁ ତଥ୍ୟଟି ପାଇଲେ, ସେଇ ତଥ୍ୟକୁ ପ୍ରୟୋଗକରି ରାଜାଙ୍କ ମୁକୁଟ ଖାଣ୍ଟି ସୁନାରେ ତିଆରି କି ନାହିଁ ଜାଣିପାରିଲେ । ଗୋଟିଏ ଛୋଟିଆ ଘଟଣାରୁ କେମିତି ବିଜ୍ଞାନର ଏତେବଡ଼ ତଥ୍ୟଟିଏ ମିଳିଗଲା ଜାଣି ମୁନା ଖୁସିରେ ତାଳି ମାରିଲା ।

ବୈଜ୍ଞାନିକ ଆର୍କିମେଡ଼ିସ୍‌ ଇଟାଲୀର ସିସିଲି ଦ୍ବୀପ ଅନ୍ତର୍ଗତ ସିରାକ୍ୟୁଜ ନାମକ ସହରରେ ଖ୍ରୀ.ପୂ. ୨୮୭ରେ ଜନ୍ମଗ୍ରହଣ କରିଥିଲେ ଓ ଖ୍ରୀ.ପୂ. ୨୧୨ରେ ମୃତ୍ୟୁବରଣ କରିଥିଲେ । ରୋମୀୟ ସୈନ୍ୟମାନେ ସିରାକ୍ୟୁଜ୍ ଦଖଲ କଲାବେଳେ ଆର୍କିମେଡ଼ିସ୍‌ ମଝି ରାସ୍ତାରେ ବସି ବାଲିରେ ଗାର ଟାଣି ଅଙ୍କ କଷୁଥିଲେ । ସେମାନେ ତାଙ୍କୁ ଚିହ୍ନି ନପାରି ଭୁଲ୍‌ରେ ହତ୍ୟା କରିଥିଲେ । ଏହା ଜାଣିବାପରେ ସେମାନେ ଖୁବ୍ ଅନୁତାପ କରିଥିଲେ । ଶତ୍ରୁସୈନ୍ୟ ହୋଇ ମଧ୍ୟ ଏପରି ଜଣେ ପ୍ରତିଭାବାନ୍ ବୈଜ୍ଞାନିକଙ୍କ ପାଖରେ ସେମାନଙ୍କ ମୁଣ୍ଡ ନଇଁଗଲା । ତାଙ୍କୁ ସମାଧି ଦେଇ ସେ କଷୁଥ‌ିବା ଅଙ୍କର ଚିତ୍ରଟିକୁ ସମାଧ୍ ଉପରେ ଆଙ୍କି ଦିଆଗଲା ।

କଠିନ ଶବ୍ଦାର୍ଥ:

  • ନିଠେଇ – ଟିକିନିଖ୍ ।
  • ଉଚ୍ଛୁଳି – ବାହାରିଯିବା ।
  • ଉଲଗ୍ନ – ଲଙ୍ଗଳା ।
  • ବିହ୍ବଳ – ଖୁସିରେ ।
  • ବରାବର – ସବୁବେଳେ ।
  • ଗଣିତଜ୍ଞ – ଯିଏ ଗଣିତ ଜାଣେ ।
  • ପ୍ରତିଭାବାନ୍ – ଯାହାର ପ୍ରତିଭା ଅଛି ।

BSE Odisha 6th Class Odia Solutions Chapter 14 ଅଲିମ୍ପିକ୍ କ୍ରୀଡ଼ା

Odisha State Board BSE Odisha 6th Class Odia Solutions Chapter 14 ଅଲିମ୍ପିକ୍ କ୍ରୀଡ଼ା Textbook Exercise Questions and Answers.

BSE Odisha Class 6 Odia Solutions Chapter 14 ଅଲିମ୍ପିକ୍ କ୍ରୀଡ଼ା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) କେଉଁ ଦେଶ ଅଲିମ୍ପିକ୍ କ୍ରୀଡ଼ାର ଜନ୍ମସ୍ଥଳୀ ରୂପେ ପରିଚିତ ?
Answer:
ପ୍ରାଚୀନ ଗ୍ରୀସ୍ ଦେଶ ଅଲିମ୍ପିକ୍ କ୍ରୀଡ଼ାର ଜନ୍ମସ୍ଥଳୀ ରୂପେ ପରିଚିତ ।

(ଖ) ଗ୍ରୀସ୍ ଦେଶର କେଉଁ ଦେବତାଙ୍କ ଉଦ୍ଦେଶ୍ୟରେ ମେଳା ଆୟୋଜିତ ହେଉଥିଲା ?
Answer:
ଗ୍ରୀସ୍ ଦେଶର ଅଲିମ୍ପିଆ ପାହାଡ଼ରେ ପୂଜା ପାଉଥ‌ିବା ପ୍ରସିଦ୍ଧ ଦେବତା ‘ଜିଉସ୍’ଙ୍କ ଉଦ୍ଦେଶ୍ୟରେ ମେଳା ଆୟୋଜିତ ହେଉଥିଲା ।

(ଗ) ଗ୍ରୀସ୍ ଦେଶରେ ଅଲିଭ ଡାଳକୁ କାହାର ପ୍ରତୀକ ଭାବରେ ବିବେଚନା କରାଯାଏ ?
Answer:
ଗ୍ରୀସ୍ ଦେଶରେ ଅଲିଭ ଡାଳକୁ ପବିତ୍ର ତଥା ଶାନ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ ।

(ଘ) ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
Answer:
ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ମୁଖ୍ୟ କାର୍ଯ୍ୟାଳୟ ସୁଇଜରଲ୍ୟାଣ୍ଡର ଲୁସେନ୍ ସହରରେ ଅବସ୍ଥିତ ।

(ଙ) ଭାରତର କେଉଁ ମହିଳା ଖେଳାଳି ସର୍ବପ୍ରଥମେ ବ୍ରୋଞ୍ଜ୍ ପଦକ ଲାଭ କରିଥିଲେ ?
Answer:
ଭାରତର କରନାମ ମାଲେଶ୍ଵରୀ ଭାରୋତ୍ତୋଳନରେ ସର୍ବପ୍ରଥମେ ବ୍ରୋଞ୍ଜ୍ ପଦକ ଲାଭ କରିଥିଲେ ।

BSE Odisha 6th Class Odia Solutions Chapter 14 ଅଲିମ୍ପିକ୍ କ୍ରୀଡ଼ା

Question ୨।
ଉତ୍ତର ଲେଖ ।
(କ) କ୍ରୀଡ଼ା କେଉଁ କେଉଁ ଦିଗରେ ସହାୟକ ହୋଇଥାଏ ?
Answer:
ଦେଶ ଦେଶ ମଧ୍ୟରେ ମୈତ୍ରୀ ଓ ସଦ୍‌ଭାବ ପ୍ରତିଷ୍ଠା କ୍ଷେତ୍ରରେ କ୍ରୀଡ଼ା ସହାୟକ ହୁଏ । ଏହା ଯୁବସମାଜକୁ ଅଗ୍ରଗାମୀ ହେବକୁ ପ୍ରେରଣା ଦେବା ସହିତ ଶରୀର ଗଠନ ତଥା ଶୃଙ୍ଖଳା ଶିକ୍ଷା ଦିଗରେ ସହାୟକ ହୁଏ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏହା ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ରଖୁଥାଏ ।

(ଖ) ଅଲିମ୍ପିକ୍ କ୍ରୀଡ଼ାର ଏପରି ନାମକରଣ କାହିଁକି କରାଯାଇଛି ?
Answer:
ପ୍ରାଚୀନ ଗ୍ରୀସ୍‌ର ଆଲଫିଅସ୍ ନଦୀକୂଳରେ ଥିବା ‘ଅଲିମ୍ପିଆ’ ନାମକ ଏକ ବିରାଟ ପଡ଼ିଆରେ ଏହି କ୍ରୀଡ଼ା ଅନୁଷ୍ଠିତ ହେଉଥ‌ିବାରୁ ଏହାର ନାମକରଣ ଅଲିମ୍ପିକ୍ କ୍ରୀଡ଼ା କରାଯାଇଛି ।

(ଗ) ଅଲିମ୍ପିକ୍ କ୍ରୀଡ଼ାରେ ବ୍ୟବହୃତ ପତାକାରେ ଥ‌ିବା ବଳୟଗୁଡ଼ିକ କାହାର ପ୍ରତୀକ ଅଟନ୍ତି ?
Answer:
ଅଲିମ୍ପିକ୍ କ୍ରୀଡ଼ାରେ ବ୍ୟବହୃତ ପତାକାରେ ଥିବା ବଳୟଗୁଡ଼ିକୁ ପାଞ୍ଚ ରଙ୍ଗବିଶିଷ୍ଟ । ଲାଲ୍, ନୀଳ, ସବୁଜ, ହଳଦୀ ଓ କଳା ରଙ୍ଗର ଏହି ବଳୟ ପାଞ୍ଚଟି ଏସିଆ, ଇଉରୋପ, ଆମେରିକା, ଆଫ୍ରିକା ଓ ଅଷ୍ଟ୍ରେଲିଆ ଏହି ପାଞ୍ଚଟି ମହାଦେଶର ପ୍ରତୀକ । ବଳୟଗୁଡ଼ିକ ଛନ୍ଦାଛନ୍ଦି ହୋଇ ରହିବାର ଅର୍ଥ ପରସ୍ପର ମଧ୍ୟରେ ଏକତା ଓ ବନ୍ଧୁତ୍ଵ ରକ୍ଷା କରିବା ।

(ଘ) ଅଲିମ୍ପିକ୍ କ୍ରୀଡ଼ାରେ ସ୍ଥାନ ପାଇଥିବା କେତୋଟି ପ୍ରତିଯୋଗିତାର ନାମ ଲେଖ ।
Answer:
ଏବେ ମାରାଥନ ଦୌଡ଼, ମୁଷ୍ଟିଯୁଦ୍ଧ, ଖଡ୍‌ଗ ଯୁଦ୍ଧ, ଭାରୋତ୍ତୋଳନ, ଲକ୍ଷ୍ୟଭେଦ, ହକି, ଫୁଟ୍‌ବଲ୍‌, ଟେନିସ୍, ସାଇକେଲ ଚାଳନା, ସନ୍ତରଣ, ଲମ୍ବ ଡିଆଁ ଓ ଉଚ୍ଚ ଡିଆଁ ଆଦି ୩୫ ପ୍ରକାର ଖେଳର ପ୍ରାୟ ୪୦୦ ପ୍ରକାର ପ୍ରତିଯୋଗିତା ଅଲିମ୍ପିକ୍ କ୍ରୀଡ଼ାରେ ସ୍ଥାନ ପାଇଛି ।

(ଙ) ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାର ପ୍ରଧାନ ଉଦ୍ଦେଶ୍ୟ କ’ଣ ?
Answer:
କେବଳ ପଦକ ଲାଭ ନୁହେଁ, କ୍ରୀଡ଼ାରେ ଅଂଶଗ୍ରହଣ କରି ଉତ୍ତମ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବା ହେଉଛି ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାର ପ୍ରଧାନ ଉଦ୍ଦେଶ୍ୟ ।

Question ୩।
ସରଳ ଭାଷାରେ ବୁଝାଇ ଲେଖ :
(କ) ଏହା ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ଦେଇଥାଏ ।
Answer:
ଏହା ସମସ୍ତଙ୍କୁ ………………………… ବାନ୍ଧି ଦେଇଥାଏ ।
ଶଂସିତ ଗଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଅଲିମ୍ପିକ୍ କ୍ରୀଡ଼ା’ ବିଷୟରୁ ଉଦ୍ଧୃତ । ଏଠାରେ ପ୍ରାବନ୍ଧିକ ବୀରେନ୍ଦ୍ର କୁମାର ସାମନ୍ତରାୟ କ୍ରୀଡ଼ା କିପରି ଏକତାର ରଜ୍ଜୁରେ ସମସ୍ତଙ୍କୁ ଆବଦ୍ଧ କରି ରଖେ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ଆମର ଦୈନନ୍ଦିନ ଜୀବନରେ କ୍ରୀଡ଼ାର ସ୍ଥାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ । କ୍ରୀଡ଼ା ଯୁବସମାଜକୁ ଆଗକୁ ଅଗ୍ରସର ହେବା ନିମିତ୍ତ ପ୍ରେରଣା ଯୋଗାଇଥାଏ । ଏହା ଶରୀର ଗଠନ ତଥା ଶୃଙ୍ଖଳା ଶିକ୍ଷା ଦିଗରେ ମଧ୍ୟ ସହାୟକ ହୋଇଥାଏ । କ୍ରୀଡ଼ା ଯୋଗୁଁ ଦେଶ ଦେଶ ମଧ୍ୟରେ ମୈତ୍ରୀ ତଥା ସଦ୍‌ଭାବ ପ୍ରତିଷ୍ଠା ସମ୍ଭବ ହୁଏ । କ୍ରୀଡ଼ାରେ ଜାତି ଧର୍ମର ପ୍ରଭେଦ ନଥାଏ ।

ବରଂ ଏହା ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧିରଖେ । ଯାହାଫଳରେ ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇ ଭବିଷ୍ୟତରେ ଏହା ଦୃଢ଼ୀଭୂତ ହୁଏ । ତେଣୁ କ୍ରୀଡ଼ା ଏକ ଏପରି ମାଧମ, ଯାହା ସମଗ୍ର ପୃଥ‌ିବୀର ମଣିଷଙ୍କୁ ଏକ କରି ରଖୁବାକୁ ଚେଷ୍ଟା କରିଥାଏ । ତେଣୁ କ୍ରୀଡ଼ାଦ୍ୱାରାହିଁ ସମସ୍ତ ବିଭେଦର ପ୍ରାଚୀର ହଟିଯାଇ ଏକତାର ଶୂନ୍ୟ ମନ୍ଦିର ଗଢ଼ିଉଠେ । ବାସ୍ତବରେ ଲେଖକଙ୍କର ଏହି ବକ୍ତବ୍ୟ ଯଥାର୍ଥ ଅଟେ ।

(ଖ) ଦେଶ ଦେଶ ମଧ୍ୟରେ ଭ୍ରାତୃଭାବ ଓ ସୁସମ୍ପର୍କ ବୃଦ୍ଧିରେ ଏହା ସହାୟକ ହୋଇଥାଏ ।
Answer:
ଦେଶ ଦେଶ ………………………… ସହାୟକ ହୋଇଥାଏ ।
ଶଂସିତ ଗଦ୍ୟାଶଟି ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କ ରଚିତ ‘ଅଲିମ୍ପିକ୍ କ୍ରୀଡ଼ା’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ପ୍ରାବନ୍ଧିକ ଅଲିମ୍ପିକ୍ ଗ୍ରାମର ପ୍ରତିଷ୍ଠା କିପରି ସୁସମ୍ପର୍କ ତଥା ଭ୍ରାତୃଭାବ ବଢ଼ାଇଥାଏ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ପ୍ରତି ଚାରିବର୍ଷରେ ଥରେ ପୃଥ‌ିବୀର ଯେକୌଣସି ଏକ ଦେଶରେ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଯେଉଁ ଦେଶରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୁଏ, ସେହି ଦେଶର ଜାତୀୟ ସଙ୍ଗୀତ ଗାନ କରାଯିବା ସହିତ ଜାତୀୟ ପତାକା ଓ ଅଲିମ୍ପିକ୍ ପତାକା ଉତ୍ତୋଳନ କରି ଉତ୍ସବକୁ ସେହି ଦେଶର ଶାସନମୁଖ୍ୟ ହିଁ ଉଦ୍‌ଘାଟନ କରନ୍ତି । ଖେଳାଳିମାନେ ରହିବାପାଇଁ ଏକ ଶିବିରର ଆୟୋଜନ କରାଯାଇଥାଏ । ତାହାକୁ ‘ଅଲିମ୍ପିକ୍ ଗ୍ରାମ’ କୁହାଯାଏ ।ଏହି ଅଲିମ୍ପିକ୍ ଗ୍ରାମରେ ହିଁ ପୃଥ‌ିବୀର ବିଭିନ୍ନ ଦେଶରୁ ଆସିଥିବା ଖେଳାଳିମାନେ ରହିଥା’ନ୍ତି । ଏକାଠି ରହିବା ଫଳରେ ସେମାନଙ୍କ ମନରୁ ସମସ୍ତ ବିଭେଦର ପାଚେରୀ ଦୂରେଇ ଯାଏ । ପ୍ରତିବଦଳରେ ଦେଶ ଦେଶ ମଧ୍ୟରେ ଭ୍ରାତୃଭାବ ପ୍ରତିଷ୍ଠା

ହୁଏ । ଏହି ଭ୍ରାତୃଭାବ ସୁସମ୍ପର୍କ ରକ୍ଷା କରିବାରେ ବେଶ୍ ସହାୟକ ହୁଏ । ଏହି ଅଲିମ୍ପିକ୍ ଗ୍ରାମରେ ଥିଲାବେଳେ ସେମାନଙ୍କ ମନରେ କୌଣସି ସଂକୀର୍ଣ୍ଣତା ସ୍ଥାନ ପାଇନଥାଏ । ବରଂ ସେମାନେ ନିଜକୁ ଗୋଟିଏ ପୃଥ‌ିବୀର ତଥା ଏକ ପରିବାରର ବାସ୍ତବରେ ଅଲିମ୍ପିକ୍ ଗ୍ରାମରେ ରହଣି ହିଁ ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ବଢ଼ାଇଥାଏ ।

BSE Odisha 6th Class Odia Solutions Chapter 14 ଅଲିମ୍ପିକ୍ କ୍ରୀଡ଼ା

Question ୪।
ପ୍ରତି ବାକ୍ୟର କିଛି ଅଂଶ ‘କ’ ସ୍ତମ୍ଭରେ ଓ ଅବଶିଷ୍ଟ ଅଂଶ ‘ଖ’ ସ୍ତମ୍ଭରେ ରହିଛି । ଦୁଇ ସ୍ତମ୍ଭରେ ଥ‌ିବା ବାକ୍ୟାଶଗୁଡ଼ିକୁ ଏକାଠି ସଜାଡ଼ି ଲେଖ।

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ପ୍ରାଚୀନ ଗ୍ରାସ୍ ର ଅଧିବାସୀମାନେ ଏହାକୁ ବନ୍ଦ ଚ୍ଚରିଦେଇଥିଲୋ
ସୁଇଜରଲ୍ୟାଣ୍ଡର ଲୁସେନ ସହରରେ ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରାଯାଉଛି।
ଗ୍ରାସ୍ ଦେଶ ହେଉଛି ଅତ୍ୟନ୍ତ କ୍ରାଡ଼ାପ୍ରିୟ ଥ୍ଲୋ
ସବୁଗୁଡ଼ିକ ମଧ୍ୟରେ ଅଲିମ୍ପିକୁ କ୍ରାଡ଼ାକୁ ଏହାର ମୁଖ୍ୟ କାର୍ ର୍ଯ୍ୟାଳୟ ଅବସ୍ଥିତା
ସମ୍ରାଟ୍ ଥିଓଡ଼ର୍ସ୍ ଅଲିମ୍ପିକ୍ କ୍ରାଡ଼ାର ଜନ୍ମତିସ୍ଥଲା

Answer:

  1. ପ୍ରାଚୀନ ଗ୍ରୀସ୍‌ର ଅଧିବାସୀମାନେ ଅତ୍ୟନ୍ତ କ୍ରୀଡ଼ାପ୍ରିୟ ଥିଲେ ।
  2. ସୁଇଜରଲ୍ୟାଣ୍ଡର ଲୁସେନ ସହରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ ।
  3. ଗ୍ରୀସ୍ ଦେଶ ହେଉଛି ଅଲିମ୍ପିକ୍ କ୍ରୀଡ଼ାର ଜନ୍ମସ୍ଥଳୀ ।
  4. ସବୁଗୁଡ଼ିକ ମଧ୍ୟରେ ଅଲିମ୍ପିକ୍ କ୍ରୀଡ଼ାକୁ ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରାଯାଉଛି ।
  5. ସମ୍ରାଟ ଥଓଡ଼ର୍‌ସ୍ ଏହାକୁ ବନ୍ଦ କରିଦେଇଥିଲେ ।

Question ୫।
‘ଖେଳ୍’ ସହିତ ‘ଆଳି’ ଲାଗିଲେ ‘ଖେଳାଳି’ ଶବ୍ଦ ହୁଏ । ସେହିପରି ‘ଆଳି’ ଯୋଗକରି ଆଉ ପାଞ୍ଚଟି ନୂଆ ଶବ୍ଦ ଲେଖ ।
Answer:
ପଢୁ + ଆଳି = ପଢ଼ାଳି,
ରନ୍ଧ୍ର + ଆଳି = ରନ୍ଧାଳି
ଧର୍ + ଆଳି = ଧରାଳି,
କଟ୍ + ଆଳି = କଟାଳି,
ଦେଖ୍ + ଆଳି = ଦେଖାଳି ।

Question ୬।
ନିମ୍ନ ଅନୁଚ୍ଛେଦଟିରେ ଅଶୁଦ୍ଧି ଥିଲେ ଶୁଦ୍ଧ କରି ଲେଖ ।
ଏହା ହେଉଛି ଏକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ଏଥ‌ିରେ ଯେଉଁମାନେ ବିଜୟୀ ହୁଅନ୍ତି, ସେମାନଙ୍କୁ ବିଶ୍ୱର ଶ୍ରେଷ୍ଠ ଖେଳାଳୀ · ଭାବରେ ସମ୍ମାନ ଦିଆଯାଏ ।
Answer:
ଏହା ହେଉଛି ଏକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ଏଥ‌ିରେ ଯେଉଁମାନେ ବିଜୟୀ ହୁଅନ୍ତି, ସେମାନଙ୍କୁ ବିଶ୍ୱର ଶ୍ରେଷ୍ଠ ଖେଳାଳି ଭାବରେ ସମ୍ମାନ ଦିଆଯାଏ ।

Question ୭।
‘କ୍ରୀଡ଼ା କସରତ’ ପରି ଆଉ ପାଞ୍ଚଯୋଡ଼ା ଶବ୍ଦ ଭାବି ଲେଖ ।
Answer:
ଥଟ୍ଟାତାମସା, ବନ୍ଧୁବାନ୍ଧବ, ଚାଲିଚଳଣି, ଆମୋଦପ୍ରମୋଦ, ଧନଦୌଲତ ।

Question ୮।
ଏମାନେ ଯେଉଁ କ୍ରୀଡ଼ା ପ୍ରତିଯୋଗିତା ସହିତ ସମ୍ପୃକ୍ତ, ସେହି କ୍ରୀଡ଼ାର ନାମ ଲେଖ।
ମାଲେଶ୍ଵରୀ, ଅଭିନବ ବିନ୍ଦ୍ରା, ସୁଶୀଲ କୁମାର, ବିଜେନ୍ଦ୍ର ସିଂ
Answer:

କ୍ରାଡ଼ାବିତ୍‌ କ୍ରାଡାର ନାମ
ମାଲେଶ୍ଵରା ଭାରୋତ୍ତୋଳନ
ଅଭିନବ ବିହ୍ରା ଚକ୍ଷୁକ ଚାଳନା
ସୁଶାଳ କୁମାର କୁସ୍ତି
ଚିକେନ୍ଦ୍ର ସିଂ ଚକ୍ସିଂ

Question ୯।
ଅଗ୍ରଗାମୀ, ସହାୟକ, ଏକତା ରଜ୍ଜୁ, ପ୍ରତିଯୋଗିତା, ଆନ୍ତର୍ଜାତିକ, ସର୍ବଶ୍ରେଷ୍ଠ, ନିର୍ବିଶେଷ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରି ଅଲିମ୍ପିକ୍ କ୍ରୀଡ଼ା ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
Answer:
କ୍ରୀଡ଼ା ଯୁବସମାଜକୁ କେବଳ ଅଗ୍ରଗାମୀ ହେବାପାଇଁ ପ୍ରେରଣା ଯୋଗାଇ ନଥାଏ, ଏହା ଶରୀର ଗଠନ ତଥା ଶୃଙ୍ଖଳା ଶିକ୍ଷା ଦିଗରେ ମଧ୍ୟ ସହାୟକ ହୋଇଥାଏ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏହା ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ଦେଇଥାଏ । ପୃଥ‌ିବୀର ବିଭିନ୍ନ ଦେଶରେ ଅନୁଷ୍ଠିତ କ୍ରୀଡ଼ାଉତ୍ସବ ମଧ୍ଯରେ ଅଲିମ୍ପିକ୍ କ୍ରୀଡ଼ାକୁ ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରାଯାଇଛି । ଏହା ହେଉଛି ଏକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ।

Question ୧୦।
ଫୁଟ୍‌ବଲ୍‌ ପରି ପଡ଼ିଆରେ ଖେଳା ଯାଇଥ‌ିବା ଆଉ ପାଞ୍ଚଟି ଖେଳର ନାମ ଲେଖ । ସେହି ଖେଳରେ ଆମ ଓଡ଼ିଶାରୁ ଯଦି କିଏ ଦେଶ ବିଦେଶରେ ସୁନାମ ଅର୍ଜନ କରିଥା’ନ୍ତି, ତେବେ ତାଙ୍କ ନାମ ଲେଖ ।
Answer:
ଭଲିବଲ୍, କ୍ରିକେଟ୍, ହକି, ବାସ୍କେଟ୍‌ବଲ, ବ୍ୟାଡ୍‌ମିଣ୍ଟନ ।
ଆମ ଓଡ଼ିଶାରୁ ହକିରେ ଦିଲୀପ ତିର୍କୀ ଓ ପ୍ରବୋଧ ତିର୍କୀ ଏବଂ କ୍ରିକେଟ୍‌ରେ ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ।

Question ୧୧।
ନିମ୍ନରେ ଥ‌ିବା କୋଠରିରେ କେତେଗୁଡ଼ିଏ ଅକ୍ଷର ଦିଆଯାଇଛି । ସେଗୁଡ଼ିକ ମଧ୍ୟରୁ କେଉଁଟି ସ୍ଵରବର୍ଣ, କେଉଁଟି ବ୍ୟଞ୍ଜନ ବର୍ଣ୍ଣ ଓ କେଉଁଟି ଯୁକ୍ତବର୍ଷ ତାକୁ ଅଲଗା କରି ଲେଖ ।
BSE Odisha 6th Class Odia Solutions Chapter 14 ଅଲିମ୍ପିକ୍ କ୍ରୀଡ଼ା 1

Answer:

ସ୍ଵରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଯୁକ୍ତବର୍ଣ୍ଣ
ଏ,ଇ, ଉ, ଔ ତ, ର, ନ, କ,ଡ, ଟ, ସ, ମ, ଯ ଷ୍ଣ, ମ୍ମ,ମ୍ପ, ସ୍ନ, ନ୍ତ, ଙ୍ଗ, ନ୍ନି, କ୍ଷ, ସ୍ତ୍ର, ଜ୍ଜ

Question ୧୨।
ଅଲିମ୍ପିକ୍ କ୍ରୀଡ଼ା ଯେପରି ପ୍ରତି ଚାରିବର୍ଷରେ ଥରେ ଅନୁଷ୍ଠିତ ହୁଏ, ସେହିପରି ଆଉ କେଉଁ କ୍ରୀଡ଼ା ପ୍ରତିଯୋଗିତା ପ୍ରତି ଚାରିବର୍ଷରେ ଅନୁଷ୍ଠିତ ହୋଇଥାଏ, ତାହାର ନାମ ଲେଖ ।
Answer:
ଏସିଆଡ୍ କ୍ରୀଡ଼ା, ବିଶ୍ଵକପ୍ ଫୁଟ୍‌ବଲ୍‌, ବିଶ୍ଵକପ୍ କ୍ରିକେଟ୍ ।

ତୁମ ପାଇଁ କାମ

୧। ଦେଶ ବିଦେଶର ବିଖ୍ୟାତ ଖେଳାଳିମାନଙ୍କର ଫଟୋ ଖବରକାଗଜ ଓ ପତ୍ରପତ୍ରିକାରୁ ସଂଗ୍ରହ କର । ଗୋଟିଏ ଖାତାରେ ସଜାଇ ରଖ।

ପରାକ୍ଷା ଉପରଯାଗା ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ବାକ୍ୟଗଠନ କର ।
ପ୍ରଦର୍ଶନ – ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ଉତ୍ସବରେ ଆମ ବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଥିଲା ।
ପ୍ରତିରୋଧ – ଗାନ୍ଧିଜୀ ସର୍ବଦା ହିଂସା ଓ ଅନ୍ୟାୟର ପ୍ରତିରୋଧ କରୁଥିଲେ ।
ବିବେଚନା – ଦୁର୍ବଳକୁ ହେୟ ବିବେଚନା କରିବା ଅନୁଚିତ୍ ।

BSE Odisha 6th Class Odia Solutions Chapter 14 ଅଲିମ୍ପିକ୍ କ୍ରୀଡ଼ା

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଗ୍ରୀସ୍ ଦେଶର ଲୋକେ କିପରି ଅଲିମ୍ପିକ୍ କ୍ରୀଡ଼ାକୁ ପାଳନ କରୁଥିଲେ ?
Answer:
ଗ୍ରୀସ୍‌ବାସୀ ଅଲିମ୍ପିକ୍ କ୍ରୀଡ଼ାକୁ ଏକ ପବିତ୍ର ଉତ୍ସବ ରୂପେ ଗଣନା କରୁଥିଲେ । ଯେଉଁ ବର୍ଷ ଏହି କ୍ରୀଡ଼ା ଅନୁଷ୍ଠିତ ହେଉଥିଲା, ସେ ବର୍ଷକୁ ଲୋକେ ଶାନ୍ତର ବର୍ଷ ରୂପେ ପାଳନ କରୁଥିଲେ । ଏପରିକି ଗ୍ରୀସ୍‌ ରାଜାମାନେ ନିଜ ନିଜ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟ ବନ୍ଦ କରି ଦେଉଥିଲେ । କେହି ଜଣେ ଅଲିମ୍ପିକ୍ ଉତ୍ସବକୁ ଯାଉଥିଲେ, ବାଟରେ କେହି ତା’ର ପ୍ରତିରୋଧ କରୁ ନ ଥିଲେ । ଅଲିମ୍ପିକ୍ କ୍ରୀଡ଼ାରେ ବିଜୟୀ ପ୍ରତିଯୋଗୀଙ୍କ ମୁଣ୍ଡରେ ସେମାନେ ପବିତ୍ର ଓ ଶାନ୍ତିର ପ୍ରତୀକ ଅଲିଭ୍ ଡାଳର ମୁକୁଟ ପିନ୍ଧାଉଥିଲେ।

(ଖ) ଆଧୁନିକ ଅଲିମ୍ପିକ୍ କେବେ ଓ କାହାଦ୍ଵାରା ଆରମ୍ଭ ହୋଇଥିଲା ?
Answer:
ଫ୍ରାନ୍ସର ବାରେନ୍ ପିଏଦା କୋବର୍ଷା ନାମକ ଜଣେ କ୍ରୀଡ଼ାପ୍ରେମୀ ୧୮୯୬ ମସିହା ଏପ୍ରିଲ ଛ’ ତାରିଖ ଦିନ ଗ୍ରୀସ୍‌ର ଏଥେନ୍‌ସ୍ ନଗରୀରେ ଏହି କ୍ରୀଡ଼ାର ଆୟୋଜନ କଲେ । ଏଥିରେ ଚଉଦଟି ଦେଶର ୨୪୧ ଜଣ ଖେଳାଳି ଭାଗ ନେଇଥିଲେ । ଏହିଠାରୁ ଆଧୁନିକ ଅଲିମ୍ପିକ୍ କ୍ରୀଡ଼ା ଆରମ୍ଭ ହେଲା ।

(ଗ) ଅଲିମ୍ପିକ୍ କ୍ରୀଡ଼ା ଉତ୍ସବର ପରିସମାପ୍ତି କିପରି ଘୋଷଣା କରାଯାଏ ?
Answer:
ପ୍ରଥମ ଦିନ ପରି ଶେଷଦିନ ମଧ୍ୟ ନୃତ୍ୟ, ଗୀତ, ବାଦ୍ୟ ପରିବେଷଣ କରାଯାଏ । ଖେଳର ଶେଷଦିନ ସବୁ ଦେଶର ଖେଳାଳି ନିଜ ନିଜ ଦେଶର ଜାତୀୟ ପତାକା ଧରି ଗୋଟିଏ ଧାଡ଼ିରେ ଶୋଭାଯାତ୍ରା କରି ପଡ଼ିଆ ମଧ୍ୟକୁ ଆସନ୍ତି । ଅଲିମ୍ପିକ୍ ସଙ୍ଗୀତ ଗାନ କରାଯାଇ ଅଲିମ୍ପିକ୍ ପତାକାକୁ ଅବତରଣ କରାଯାଏ । ଏହାପରେ ପ୍ରଥମ ଦିନରୁ ଜଳୁଥ‌ିବା ଅଲିମ୍ପିକ୍ ଜ୍ୟୋତିକୁ ଲିଭାଇ ଦେଇ ଏହି କ୍ରୀଡ଼ା ଉତ୍ସବର ପରିସମାପ୍ତି ଘୋଷଣା କରାଯାଏ ।

(ଘ) ଭାରତ କେଉଁ କ୍ଷେତ୍ରରେ ଅଲିମ୍ପିକ୍‌ରେ ପଦକ ହାସଲ କରିଛି ?
Answer:
ହକି, ଭାରୋତ୍ତୋଳନ, ବନ୍ଧୁକ ଚାଳନା, କୁସ୍ତି ଓ ବକ୍‌ସିଂ ଆଦି କ୍ରୀଡ଼ାରେ ଭାରତ ଅଲିମ୍ପିକ୍‌ରେ ପଦକ ହାସଲ କରିଛି ।

(ଙ‍) କାହାକୁ ଅଲିମ୍ପିକ୍ ଜ୍ୟୋତି କୁହାଯାଏ ?
Answer:
ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଗ୍ରୀକ୍ ଦେବତା ଜିଉସ୍‌ଙ୍କ ମନ୍ଦିରରୁ ଅଗ୍ନିଆଣି ପ୍ରଧାନ ଷ୍ଟାଡ଼ିୟମ୍ ସମ୍ମୁଖରେ ଜଳାଇ ରଖାଯାଏ । ତାହାକୁ ‘ଅଲିମ୍ପିକ୍ ଜ୍ୟୋତି’ ବୋଲି କୁହାଯାଏ ।

Question ୩।
ସରଳାର୍ଥ ଲେଖ ।
‘‘ବଳୟଗୁଡ଼ିକ ଛନ୍ଦାଛନ୍ଦି ହୋଇ ରହିବାର ଅର୍ଥ ହେଉଛି ପରସ୍ପର ମଧ୍ୟରେ ଏକତା ଓ ବନ୍ଧୁତ୍ଵ ରକ୍ଷା କରିବା ।”’
Answer:
“ବଳୟ ……………………………………… ରକ୍ଷାକରିବା ।”
ଶଂସିତ ଗଦ୍ୟାଶଟି ‘ଅଲିମ୍ପିକ୍ କ୍ରୀଡ଼ା’ ପ୍ରବନ୍ଧରୁ ଆନୀତ । ଉକ୍ତ ପ୍ରସଙ୍ଗରେ ପ୍ରାବନ୍ଧିକ ବୀରେନ୍ଦ୍ର କୁମାର ସାମନ୍ତରାୟ ଅଲିମ୍ପିକ୍ ପତାକାରେ ଥ‌ିବା ବଳୟର ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଲମ୍ପିକ୍ ପତାକାର ରଙ୍ଗ ଧଳା ଏବଂ ଏଥିରେ ଛନ୍ଦାଛନ୍ଦି ହୋଇ ବିଭିନ୍ନ ରଙ୍ଗର ପାଞ୍ଚଟି ବଳୟ ବା ବୃତ୍ତ ଅଙ୍କିତ ହୋଇଛି । ବଳୟଗୁଡ଼ିକର ରଙ୍ଗ ଲାଲ୍, ନୀଳ, ସବୁଜ, ହଳଦୀ ଏବଂ କଳା । ଏଗୁଡ଼ିକ ଏସିଆ, ଇଉରୋପ, ଆମେରିକା, ଆଫ୍ରିକା ଓ ଅଷ୍ଟ୍ରେଲିଆ ମହାଦେଶର ପ୍ରତୀକ । ଏହି ବଳୟଗୁଡ଼ିକ ଛନ୍ଦାଛନ୍ଦି ହୋଇ ରହିବାର ଅର୍ଥ ହେଉଛି ପରସ୍ପର ମଧ୍ୟରେ ଏକତା ଓ ବନ୍ଧୁତ୍ଵ ରକ୍ଷା କରିବା । ବାସ୍ତବରେ ପ୍ରସଙ୍ଗଟି ଯଥାର୍ଥ ଅଟେ ।

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କେଉଁ ଭାରତୀୟ କ୍ରୀଡ଼ାବିତ୍‌ମାନେ ଅଲିମ୍ପିକ୍ କ୍ରୀଡ଼ାରେ ସୁନାମ ଅର୍ଜନ କରିଛନ୍ତି ?
Answer:
୨୦୦୦ ମସିହାରେ ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ଭାରତୀୟ ମହିଳା କ୍ରୀଡ଼ାବିତ୍ କରନାମ ମାଲେଶ୍ଵରୀ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ଲାଭ କରିଥିଲେ । ୨୦୦୮ ବେଜିଂ ଅଲିମ୍ପିକ୍‌ରେ ଭାରତୀୟ କ୍ରୀଡ଼ାବିତ୍ ଅଭିନବ ବିନ୍ଦ୍ରା ବନ୍ଧୁକ ଚାଳନାରେ ସ୍ଵର୍ଣ୍ଣ ପଦକ ପାଇଥିଲେ । ବ୍ୟକ୍ତିଗତ ସ୍ବର୍ଣ୍ଣପଦକ ପାଇବାରେ ସେ ପ୍ରଥମ ଭାରତୀୟ । ଏହା ବ୍ୟତୀତ କୁସ୍ତିରେ ସୁଶୀଲ କୁମାର ଓ ବଙ୍ଗିରେ ବିଜେନ୍ଦ୍ର ସିଂ ପ୍ରତ୍ୟେକ ବ୍ରୋଞ୍ଜ ପଦକ ଲାଭ କରିଥିଲେ । ଦଳଗତ କ୍ରୀଡ଼ା ହକିରେ ଭାରତ ଆଠଥର ସ୍ଵର୍ଣ୍ଣ, ଦୁଇଥର ରୌପ୍ୟ ଓ ଥରେ ବ୍ରୋଞ୍ଜ ପଦକ ଲାଭ କରିଛି ।

(ଖ) ଅଲିମ୍ପିକ୍ କ୍ରୀଡ଼ା ଉତ୍ସବର ପରିସମାପ୍ତି କିପରି ଘୋଷଣା କରାଯାଏ ?
Answer:
ପ୍ରଥମ ଦିନ ପରି ଶେଷଦିନ ମଧ୍ୟ ନୃତ୍ୟ, ଗୀତ, ବାଦ୍ୟ ପରିବେଷଣ କରାଯାଏ । ଖେଳର ଶେଷଦିନ ସବୁ ଦେଶର ଖେଳାଳି ନିଜ ନିଜ ଦେଶର ଜାତୀୟ ପତାକା ଧରି ଗୋଟିଏ ଧାଡ଼ିରେ ଶୋଭାଯାତ୍ରା କରି ପଡ଼ିଆ ମଧ୍ୟକୁ ଆସନ୍ତି । ଅଲିମ୍ପିକ୍ ସଙ୍ଗୀତ ଗାନ କରାଯାଇ ଅଲିମ୍ପିକ୍ ପତାକାକୁ ଅବତରଣ କରାଯାଏ । ଏହାପରେ ପ୍ରଥମ ଦିନରୁ ଜଳୁଥିବା ଅଲିମ୍ପିକ୍ ଜ୍ୟୋତିକୁ ଲିଭାଇ ଦେଇ ଏହି କ୍ରୀଡ଼ା ଉତ୍ସବର ପରିସମାପ୍ତି ଘୋଷଣା କରାଯାଏ ।

(ଗ) ଗ୍ରୀସ୍ ଦେଶର ଲୋକେ ଅଲିମ୍ପିକ୍ କ୍ରୀଡ଼ାକୁ କିପରି ପାଳନ କରୁଥିଲେ ?
Answer:
ଗ୍ରୀସ୍‌ବାସୀ ଅଲିମ୍ପିକ୍ କ୍ରୀଡ଼ାକୁ ଏକ ପବିତ୍ର ଉତ୍ସବ ରୂପେ ଗଣନା କରୁଥିଲେ । ଯେଉଁ ବର୍ଷ ଏହି କ୍ରୀଡ଼ା ଅନୁଷ୍ଠିତ ହେଉଥିଲା, ସେ ବର୍ଷକୁ ଲୋକେ ଶାନ୍ତିର ବର୍ଷ ରୂପେ ପାଳନ କରୁଥିଲେ । ଏପରିକି ଗ୍ରୀସ୍‌ର ରାଜାମାନେ ନିଜ ନିଜ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟ ବନ୍ଦ କରି ଦେଉଥିଲେ । କେହି ଜଣେ ଅଲିମ୍ପିକ୍ ଉତ୍ସବକୁ ଯାଉଥିଲେ, ବାଟରେ କେହି ତା’ର ପ୍ରତିରୋଧ କରୁ ନ ଥିଲେ । ଅଲିମ୍ପିକ୍ କ୍ରୀଡ଼ାରେ ବିଜୟୀ ପ୍ରତିଯୋଗୀଙ୍କ ମୁଣ୍ଡରେ ସେମାନେ ପବିତ୍ର ତଥା ଶାନ୍ତିର ପ୍ରତୀକ ଅଲିଭ୍ ଡାଳର ମୁକୁଟ ପିନ୍ଧାଉଥିଲେ ।

(ଘ) ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା କିପରି ଆରମ୍ଭ ହୁଏ ?
Answer:
ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଗ୍ରୀକ୍ ଦେବତା ଜିଉସ୍‌ଙ୍କ ମନ୍ଦିରରୁ ଅଗ୍ନି ଆଣି ପ୍ରଧାନ ଷ୍ଟାଡ଼ିୟମ୍‌ର ସମ୍ମୁଖରେ ଜଳାଇ ରଖାଯାଏ । ତାହାକୁ ‘ଅଲିମ୍ପିକ୍ ଜ୍ୟୋତି’ ବୋଲି କୁହାଯାଏ । ଏହି ଅଗ୍ନିକୁ ମଶାଲରେ ଧରି ବିଭିନ୍ନ ଦେଶରେ ଶୋଭାଯାତ୍ରା କରାଯାଏ । ଶୋଭାଯାତ୍ରାବେଳେ ବିଭିନ୍ନ ଦେଶରେ ମଶାଲକୁ ସ୍ଵାଗତ କରାଯାଏ । ଏହି ପ୍ରତିଯୋଗିତା ନୃତ୍ୟ, ଗୀତ, ବାଦ୍ୟ ଓ ନାନା ପ୍ରକାର ଆତସବାଜି କାର୍ଯ୍ୟକ୍ରମ ମଧ୍ୟରେ ଖୁବ୍ ଆଡ଼ମ୍ବରରେ ଆରମ୍ଭ ହୁଏ । ଯେଉଁ ଦେଶରେ ଏହା ହୁଏ, ସେ ଦେଶର ଶାସନମୁଖ୍ୟ ଏହାକୁ ଉଦ୍‌ଘାଟନ କରନ୍ତି । ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିର ସଭାପତି ତାଙ୍କୁ ମଞ୍ଚ ଉପରକୁ ପାଛୋଟି ନିଅନ୍ତି । ମଞ୍ଚ ସମ୍ମୁଖରେ ସର୍ବପ୍ରଥମେ ଗ୍ରୀସ୍ ଦେଶର, ତା’ପରେ ବର୍ଣ୍ଣମାଳା କ୍ରମାନୁସାରେ ଅନ୍ୟାନ୍ୟ ଦେଶର ଓ ସର୍ବଶେଷରେ ଆୟୋଜକ ଦେଶର ପ୍ରତିନିଧୁମାନେ ନିଜ ନିଜ ଦେଶର ଜାତୀୟ ପତାକାକୁ ଭୂମି ସହିତ ସମାନ୍ତରାଳଭାବେ ଧରି ଶୋଭାଯାତ୍ରାରେ ଯାଆନ୍ତି ।

(ଙ) କେଉଁ ମସିହାକୁ ଆଧୁନିକ ଅଲିମ୍ପିକ୍‌ର ଜନ୍ମଦିନ କୁହାଯାଏ ଓ କାହିଁକି ?
Answer:
ଅଲିମ୍ପିକ୍ କ୍ରୀଡ଼ା ଖ୍ରୀ.ପୂ. ୭୭୬ରୁ ଆରମ୍ଭ ହୋଇ ୩୯୩ ଖ୍ରୀ.ଅ ପର୍ଯ୍ୟନ୍ତ ପ୍ରତି ଚାରିବର୍ଷରେ ଥରେ ଅନୁଷ୍ଠିତ ହେଉଥିଲା । ମାତ୍ର ଏହି ପ୍ରତିଯୋଗିତାରେ ବହୁ ଲୋକ ଏକତ୍ର ହେଉଥ‌ିବାରୁ ନିଜ ଶାସନ ପ୍ରତି ବିପଦ ଆଶଙ୍କା କରି ତତ୍‌କାଳୀନ ସମ୍ରାଟ୍ ଥ୍ଓଡରସ୍ ଏହାକୁ ୩୯୪ ଖ୍ରୀ.ଅ.ରୁ ବନ୍ଦ କରିଦେଇଥିଲେ। ଏହାର ୧୫୦୦ ବର୍ଷପରେ ବାରେନ୍ ପିଏଦା କୋବର୍ଷା ନାମକ ଜଣେ ଫରାସୀ କ୍ରୀଡ଼ାପ୍ରେମୀ ୧୪ଟି ଦେଶର ୨୪୧ ଜଣ ଖେଳାଳିଙ୍କୁ ନେଇ ୧୮୯୬ ମସିହା ଏପ୍ରିଲ ୬ ତାରିଖରେ ଗ୍ରୀସ୍ ଦେଶର ଏଥେନ୍‌ସ୍ ନଗରୀରେ ଏହି କ୍ରୀଡ଼ାର ପୁନଃ ଆୟୋଜନ କରିଥିଲେ । ଏହିଦିନଟି ହେଉଛି ଆଧୁନିକ ଅଲିମ୍ପିକ୍‌ର ଜନ୍ମଦିନ । ଏହି ଦିନଠାରୁ ପ୍ରତି ୪ବର୍ଷରେ ଥରେ ପୃଥ‌ିବୀର ବିଭିନ୍ନ ଦେଶରେ ଏହି କ୍ରୀଡ଼ା ଅନୁଷ୍ଠିତ ହୋଇଆସୁଛି ।

(ଚ) କ୍ରୀଡ଼ା କେଉଁ କେଉଁ ଦିଗରେ ସହାୟକ ହୋଇଥାଏ ?
Answer:
କ୍ରୀଡ଼ା ଏକ ବ୍ୟାୟାମ । ଏହା ସୁସ୍ଥ ଶରୀର ଗଠନ କରିବାରେ ସହାୟକ ହୋଇଥାଏ । ଏହା ଯୁବ ସମାଜକୁ ଅଗ୍ରଗାମୀ ହେବାପାଇଁ ପ୍ରେରଣା ଦେଇଥାଏ । ଏହା ମାନସିକ ଆନନ୍ଦ ଦେବା ସହିତ ଶୃଙ୍ଖଳା ଶିକ୍ଷା ଦିଗରେ ସହାୟକ ହୋଇଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହା ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ରଖୁଥାଏ । ଦେଶ ଦେଶ ମଧ୍ୟରେ ମୈତ୍ରୀ ଓ ସଦ୍‌ଭାବ ପ୍ରତିଷ୍ଠା ପାଇଁ କ୍ରୀଡ଼ା ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସେଥ‌ିପାଇଁ ପୃଥ‌ିବୀର ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ନାନା ପ୍ରକାର କ୍ରୀଡ଼ା ଉତ୍ସବମାନ ଆୟୋଜିତ ହୋଇଥାଏ ।

(ଛ) ଅଲିମ୍ପିକ୍ କ୍ରୀଡ଼ାର ଏପରି ନାମକରଣ କାହିଁକି କରାଯାଇଛି ?
Answer:
ଖ୍ରୀ.ପୂ. ୭୭୬ରେ ଗ୍ରୀସ୍ ଦେଶରେ ପ୍ରଥମ କରି ଅଲିମ୍ପିକ୍ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । କେତେକଙ୍କ ମତରେ ଗ୍ରୀକ୍‌ମାନେ ଗ୍ରୀସ୍‌ର ଅଲିମ୍ପିଆ ନାମକ ପାହାଡ଼ ଉପରେ ଥ‌ିବା ପ୍ରସିଦ୍ଧ ଦେବତା ‘ଜିଉସ୍’ଙ୍କୁ ପୂଜା କରୁଥିଲେ । ତାଙ୍କୁ ଭକ୍ତି ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତି ଚାରିବର୍ଷରେ ଥରେ ସେଠାରେ ଏକ ବିରାଟ ମେଳାର ଆୟୋଜନ ହେଉଥିଲା । ଏଥ‌ିରେ ଯୋଗଦେଉଥ‌ିବା ଯୁବକମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା । ଏହା ଅଲିମ୍ପିକ୍ କ୍ରୀଡ଼ା ନାମରେ ପରିଚିତ । ଆଉ କେହି କେହି କହନ୍ତି, ପ୍ରାଚୀନ ଗ୍ରୀସ୍‌ର ଆଲଫିଅସ୍ ନଦୀକୂଳରେ ଥିବା ‘ଅଲିମ୍ପିଆ’ ନାମକ ଏକ ବିରାଟ ପଡ଼ିଆରେ ଏହି କ୍ରୀଡ଼ାର ଆୟୋଜନ ହେଉଥିଲା । ଏହା ପାଞ୍ଚଦିନ ଯାଏ ଚାଲୁଥିଲା । ଏହା ମଧ୍ୟ ଗ୍ରୀକ୍ ଦେବତା ଜିଉସ୍‌ଙ୍କ ସମ୍ମାନାର୍ଥେ ଅନୁଷ୍ଠିତ ହେଉଥିଲା । ଅଲିମ୍ପିଆ ପଡ଼ିଆରେ ଅନୁଷ୍ଠିତ ହେଉଥ‌ିବାରୁ ଏହାର ନାମ ଥିଲା ଅଲିମ୍ପିକ୍ କ୍ରୀଡ଼ା ।

(ଜ) ଗ୍ରୀସ୍ ଦେଶର ଲୋକେ ଅଲିମ୍ପିକ୍ କ୍ରୀଡ଼ା ଉତ୍ସବ ପାଳନ କରୁଥିଲେ କାହିଁକି ?
Answer:
ପ୍ରାଚୀନ ଗ୍ରୀସ୍ ଅଧ୍ବବାସୀମାନେ ଅତ୍ୟନ୍ତ କ୍ରୀଡ଼ାପ୍ରିୟ ଥିଲେ । ସେମାନେ ଉତ୍ତମ ସ୍ଵାସ୍ଥ୍ୟ ଓ ଶରୀର ଗଠନ ଉପରେ ବିଶେଷ ଗୁରୁତ୍ଵ ଦେଉଥିଲେ । ସେମାନଙ୍କର ବିଶ୍ଵାସ ଥିଲା ଯେ କ୍ରୀଡ଼ା କସରତ ସମୟରେ ଶରୀରରୁ ଯେଉଁ ଝାଳ ନିର୍ଗତ ହୁଏ ସେଥୁରେ ଶରୀରର ସବୁ ମଇଳା ବାହାରିଯାଏ । ଫଳରେ ଦେହ ନିର୍ମଳ ରହେ । ଏହାଛଡ଼ା ସେମାନେ ଅଲିମ୍ପିକ୍ କ୍ରୀଡ଼ାକୁ ଏକ ପବିତ୍ର ଉତ୍ସବ ଭାବେ ଗଣନା କରୁଥିଲେ । କ୍ରୀଡ଼ା ଅନୁଷ୍ଠିତ ହେଉଥ‌ିବା ବର୍ଷ ଶାନ୍ତର ବର୍ଷ ଭାବେ ପାଳିତ ହେଉଥିଲା । ଗ୍ରୀସ୍‌ର ରାଜାମାନେ ଏହି ବର୍ଷ ନିଜ ନିଜ ଭିତରେ ଚାଲିଥିବା ଯୁଦ୍ଧ ବନ୍ଦ କରି ଦେଉଥିଲେ । ଏହି କ୍ରୀଡ଼ାକୁ ସେମାନେ ଶାନ୍ତି, ପବିତ୍ରତାର ପ୍ରତୀକ ବୋଲି ଭାବୁଥିଲେ । ତେଣୁ ସେମାନେ ଏହି କ୍ରୀଡ଼ା ଉତ୍ସବ ପାଳନ କରୁଥିଲେ ।

ଲେଖକ ପରିଚୟ:

ବୀରେନ୍ଦ୍ର କୁମାର ସାମନ୍ତରାୟ (୧୯୪୬) ଖୋର୍ଦ୍ଧା ଜିଲ୍ଲାର ପାଳସାହିରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ପ୍ରତିଷ୍ଠିତ ଶିଶୁସାହିତ୍ୟ ଲେଖକ ଭାବରେ ପରିଚିତ । ଶିଶୁ ସାହିତ୍ୟ ପତ୍ରିକା ‘ଟୁଉକୁମୂଷି’ ତାଙ୍କ ସମ୍ପାଦନାରେ ଦୀର୍ଘ ୨୫ ବର୍ଷ କାଳ ଧରି ପ୍ରକାଶ ପାଉଥିଲା । ‘ରାଜାର ସ୍ବପ୍ନ’ ପୁସ୍ତକ ପାଇଁ ସେ ଜାତୀୟ ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ତାଙ୍କ ରଚିତ ଶତାଧ୍ଵ ପୁସ୍ତକ ମଧ୍ୟରୁ ‘ପିଲାଙ୍କ ବିଶ୍ବକୋଷ’ ଓ ‘ଉତ୍କଳ ପ୍ରଦୀପ’ ପୁସ୍ତକ ଦୁଇଟି ଅତ୍ୟନ୍ତ ଉପାଦେୟ ।

ବିଷୟ ସୂଚନା:

ଦେଶ ଦେଶ ମଧ୍ୟରେ ମୈତ୍ରୀ ଓ ସଭାବ ପ୍ରତିଷ୍ଠା ନିମିତ୍ତ କ୍ରୀଡ଼ାର ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ । ରାଜ୍ୟ, ସର୍ବଭାରତୀୟ, ଏସିଆ ମହାଦେଶ ଓ ଆନ୍ତର୍ଜାତୀୟ ସ୍ତରରେ ଯେଉଁସବୁ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୁଏ, ତନ୍ମଧ୍ୟରୁ ଅଲିମ୍ପିକ୍ କ୍ରୀଡ଼ା ଖୁବ୍ ପାଇଁ ଏକ ସ୍ଵପ୍ନ । ଖ୍ରୀ.ପୂ. ୭୭୬ରୁ ୨୦୦୮ ମସିହା ମଧ୍ୟରେ ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାର ଇତିହାସ ଖୁବ୍ ମହତ୍ତ୍ବପୂର୍ଣ୍ଣ । ପ୍ରତି ଚାରିବର୍ଷରେ ଥରେ ପୃଥ‌ିବୀର ବିଭିନ୍ନ ଦେଶରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ପୃଥବୀର କ୍ରୀଡ଼ାବିତମାନଙ୍କ  କ୍ଷେପରେ ପିଲାମାନଙ୍କ ପାଇଁ ଏହି ବିଷୟରେ ସନ୍ନିବେଶିତ କରାଯାଇଛି ।

BSE Odisha 6th Class Odia Solutions Chapter 14 ଅଲିମ୍ପିକ୍ କ୍ରୀଡ଼ା

ସାରକଥା:

ଜାତି, ଧର୍ମ ତଥା ବର୍ଣ୍ଣ ନିର୍ବିଶେଷରେ କ୍ରୀଡ଼ା ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ରଖୁଥାଏ। କ୍ରୀଡ଼ା ଯୁବସମାଜକୁ ଦିଗରେ ସହାୟକ ହୋଇଥାଏ । ତେଣୁ ଅଗ୍ରଗାମୀ ହେବା ପାଇଁ ପ୍ରେରଣା ଦେବା ସହ ଶରୀର ଗଠନ ଓ ଶୃଙ୍ଖଳା ଶିକ୍ଷା ପୃଥ‌ିବୀର ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ନାନାପ୍ରକାର କ୍ରୀଡ଼ା ଉତ୍ସବମାନ ଆୟୋଜିତ ହୋଇଥାଏ । ତନ୍ମଧ୍ୟରେ ଅଲିମ୍ପିକ୍ କ୍ରୀଡ଼ା ସର୍ବଶ୍ରେଷ୍ଠ । ପ୍ରାଚୀନ ଗ୍ରୀସ୍‌ରେ ସର୍ବପ୍ରଥମେ ଖ୍ରୀ.ପୂ. ୭୭୬ରେ ଏହି କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ଗ୍ରୀସ୍ ଦେଶର ଅଲିମ୍ପିଆ ପାହାଡ଼ ଉପରେ ଗ୍ରୀକ୍ ଦେବତା ଜିଉସ୍‌ଙ୍କୁ ଭକ୍ତି ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତି ଚାରିବର୍ଷରେ ଥରେ ଏକ ବିରାଟ ମେଳା ଆୟୋଜିତ ହେଉଥିଲା ଏବଂ ସେହି ମେଳାରେ ଯୋଗ ଦେଉଥ‌ିବା ଯୁବକମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା । ଏହା ପାଞ୍ଚଦିନ ଧରି ଚାଲୁଥଲା । ଅଲିମ୍ପିଆ ପଡ଼ିଆରେ ହେଉଥ‌ିବାରୁ ଏହାର ନାମ ଥିଲା ଅଲିମ୍ପିକ୍ କ୍ରୀଡ଼ା ।

ପ୍ରାଚୀନ ଗ୍ରୀସ୍‌ର ଅଧିବାସୀମାନେ ଉତ୍ତମ ସ୍ଵାସ୍ଥ୍ୟ ଓ ଶରୀର ଗଠନ ନିମିତ୍ତ କ୍ରୀଡ଼ା ଉପରେ ଗୁରୁତ୍ଵ ଦେଉଥିଲେ । ଅଲିମ୍ପିକ୍ କ୍ରୀଡ଼ାକୁ ସେମାନେ ଏକ ପବିତ୍ର ଉତ୍ସବ ରୂପେ ଗଣନା କରୁଥିଲେ । ଏହି କ୍ରୀଡ଼ାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପବିତ୍ର ତଥା ଶାନ୍ତିର ପ୍ରତୀକ ଅଲିଭ ଡାଳର ଏକ ମୁକୁଟ ପିନ୍ଧାଇ ଦିଆଯାଉଥିଲା । ପ୍ରତିଯୋଗିତାରେ ବହୁ ଲୋକଙ୍କ ଉପସ୍ଥିତି ଯୋଗୁଁ ନିଜ ଶାସନ ପ୍ରତି ବିପଦ ଆଶଙ୍କା କରି ସମ୍ରାଟ ଥୁଓଡରସ୍ ୩୯୪ ଖ୍ରୀ.ଅ.ରୁ ଏହାକୁ ବନ୍ଦ କରି ଦେଇଥିଲେ । ପ୍ରାୟ ଦେଢ଼ହଜାର ବର୍ଷ ପରେ ଫ୍ରାନ୍ସର ଜଣେ କ୍ରୀଡ଼ାପ୍ରେମୀ ବାରେନ୍ ପିଏଦା

କୋବର୍ଷା ଚଉଦଟି ଦେଶର ୨୪୧ ଜଣ ଖେଳାଳିଙ୍କୁ ନେଇ ୧୮୯୬ ମସିହା ଏପ୍ରିଲ୍ ୬ ତାରିଖ ଦିନ ଗ୍ରୀସ୍‌ର ଏଥେନ୍ସ ନଗରୀରେ ପୁନଶ୍ଚ ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ କରିଥିଲେ । ତା’ପରଠାରୁ ପ୍ରତି ଚାରିବର୍ଷରେ ଥରେ ଲେଖାଏଁ ଏହା ଅନୁଷ୍ଠିତ ହେଉଛି । ଗତ ୨୦୦୮ ମସିହାରେ ଚୀନ୍‌ର ବେଜିଙ୍ଗଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୨୦୫ଟି ଦେଶର ୧୦,୫୦୦ ଜଣ ଖେଳାଳି ଭାଗ ନେଇଥିଲେ ।

ଅଲିମ୍ପିକ୍ କ୍ରୀଡ଼ାର ପରିଚାଳନା ପାଇଁ ‘ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି’ ନାମରେ ଏକ ଅନୁଷ୍ଠାନ ଅଛି । ଏହାର ମୁଖ୍ୟ କାର୍ଯ୍ୟାଳୟ ସୁଇଜରଲ୍ୟାଣ୍ଡର ଲୁସେନ୍ ସହରରେ ଅବସ୍ଥିତ। ବିଭିନ୍ନ ଦେଶର ପ୍ରତିନିଧୂମାନେ ଏହି କମିଟିରେ ସଭ୍ୟ ଅଛନ୍ତି । ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଭଳି ବିଭିନ୍ନ ଦେଶରେ ମଧ୍ୟ ଗୋଟିଏ ଲେଖାଏଁ ଅଲିମ୍ପିକ କମିଟି ଅଛି । ଏହି କମିଟି ନିଜ ଦେଶରୁ ଖେଳାଳି ନିର୍ବାଚନ କରନ୍ତି । କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭରୁ ଗ୍ରୀକ୍ ଦେବତା ଜିଉସ୍‌ଙ୍କ ମନ୍ଦିରରୁ ଅଗ୍ନି ଆଣି ପ୍ରଧାନ ଷ୍ଟାଡ଼ିୟମ୍ ସମ୍ମୁଖରେ ଜଳାଇ ରଖାଯାଏ । ତାହାକୁ ‘ଅଲିମ୍ପିକ୍ ଜ୍ୟୋତି’ କହନ୍ତି । ଏହି ଅଗ୍ନିକୁ ମଶାଲରେ ଧରି ବିଭିନ୍ନ ଦେଶରେ ଶୋଭାଯାତ୍ରା କରାଯାଏ ।

ଯେଉଁ ଦେଶରେ ଏହା ଅନୁଷ୍ଠିତ ହୁଏ, ସେ ଦେଶର ଶାସନମୁଖ୍ୟ ଏହାକୁ ଉଦ୍‌ଘାଟନ କରନ୍ତି । ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିର ସଭାପତି ତାଙ୍କୁ ମଞ୍ଚ ଉପରକୁ ପାଛୋଟି ନିଅନ୍ତି । ମଞ୍ଚ ସମ୍ମୁଖରେ ପ୍ରତିଯୋଗୀମାନେ ଶୋଭାଯାତ୍ରାରେ ନିଜ ନିଜ ଦେଶର ଜାତୀୟ ପତାକା ଧରି ଚାଲନ୍ତି । ଅଲିମ୍ପିକ୍ ପତାକାର ରଙ୍ଗ ଧଳା ଓ ସେଥ‌ିରେ ଛନ୍ଦାଛନ୍ଦି ହୋଇ ବିଭିନ୍ନ ରଙ୍ଗର ପାଞ୍ଚଟି ବଳୟ ବା ବୃତ୍ତ ଅଙ୍କିତ ହୋଇଛି । ଏହି ବଳୟ ଏସିଆ, ଇଉରୋପ, ଆମେରିକା, ଆଫ୍ରିକା ଓ ଅଷ୍ଟ୍ରେଲିଆ ଆଦି ପାଞ୍ଚଟି ମହାଦେଶର ପ୍ରତୀକ । ବଳୟଗୁଡ଼ିକ ଛନ୍ଦାଛନ୍ଦି ହୋଇ ରହିବାର ଅର୍ଥ ପରସ୍ପର ମଧ୍ୟରେ ଏକତା ଓ ବନ୍ଧୁତ୍ଵ ରକ୍ଷା କରିବା ।

ବିଭିନ୍ନ ଦେଶରୁ ଆସିଥ‌ିବା ଖେଳାଳିମାନେ ‘ଅଲିମ୍ପିକ୍ ଗ୍ରାମ’ରେ ରହନ୍ତି । ୧୮୯୬ ମସିହାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ମୋଟ ନଅଟି ବିଷୟରେ ପ୍ରତିଯୋଗିତା ହୋଇଥିବାବେଳେ ଏବେ ୩୫ ପ୍ରକାରର ଖେଳରେ ୪୦୦ ପ୍ରକାର ପ୍ରତିଯୋଗିତା ହେଉଛି । ପ୍ରଥମେ ମହିଳାମାନଙ୍କୁ ଖେଳିବାପାଇଁ ସୁଯୋଗ ମିଳୁନଥୁଲେ ମଧ୍ଯ ଏବେ ମହିଳାମାନେ ଯୋଗଦେଇ ନିଜର କୃତିତ୍ଵ ଦେଖାଉଛନ୍ତି । ୨୦୦୦ ମସିହାରେ ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ଭାଗନେଇ ଭାରତର କରନାମ ମାଲେଶ୍ଵରୀ ଭାରୋତ୍ତୋଳନରେ ବ୍ରୋଞ୍ଜ୍ ପଦକ ଲାଭ କରିଥିଲେ ।

ବିଜୟୀ ଖେଳାଳୀମାନଙ୍କୁ ପ୍ରଥମ ସ୍ଥାନ ପାଇଁ ସ୍ବର୍ଣ୍ଣପଦକ, ଦ୍ୱିତୀୟ ସ୍ଥାନ ପାଇଁ ରୌପ୍ୟ ପଦକ ଓ ତୃତୀୟ ସ୍ଥାନ ପାଇଁ ବ୍ରୋଞ୍ଜ ପଦକ ଦିଆଯାଏ । ଖେଳର ଶେଷଦିନ ଖେଳାଳିମାନେ ଶୋଭାଯାତ୍ରାରେ ପଡ଼ିଆ ମଧ୍ୟକୁ ଆସନ୍ତି । ଅଲିମ୍ପିକ୍ ସଙ୍ଗୀତ ଗାନ କରାଯାଇ ଅଲିମ୍ପିକ୍ ପତାକାକୁ ଅବତରଣ କରାଯାଏ । ପରେ ପ୍ରଥମ ଦିନରୁ ଜଳୁଥିବା ଅଲିମ୍ପିକ୍ ଜ୍ୟୋତିକୁ ଲିଭାଇ ଉତ୍ସବର ପରିସମାପ୍ତି ଘୋଷଣା କରାଯାଏ। ହକି ଖେଳରେ ଆମ ଭାରତ ଆଠଥର ସ୍ବର୍ଣ୍ଣପଦକ, ଦୁଇଥର ରୌପ୍ୟ ପଦକ ଓ ଥରେ ବ୍ରୋଞ୍ଜ ପଦକ ଲାଭ କରିଛି। ୨୦୦୮ ମସିହା ବେଜିଙ୍ଗ୍‌ରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର କ୍ରୀଡ଼ାବିତ୍ ଅଭିନବ ବିନ୍ଦ୍ରା ବନ୍ଧୁକ ଚାଳନାରେ ପ୍ରଥମ ହୋଇ ସ୍ଵର୍ଣ୍ଣପଦକ ଲାଭ କରିଛନ୍ତି । ବ୍ୟକ୍ତିଗତ ସ୍ଵର୍ଣ୍ଣପଦକ ଲାଭ କରିବାରେ ସେ ହେଉଛନ୍ତି ଭାରତରେ ପ୍ରଥମ । ଏହାଛଡ଼ା କୁସ୍ତିରେ ସୁଶୀଳ କୁମାର ଓ ବକ୍‌ସିଂରେ ବିଜେନ୍ଦ୍ର ସିଂହ ପ୍ରତ୍ୟେକେ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। କେବଳ ପଦକ ଲାଭ ନୁହେଁ କ୍ରୀଡ଼ାରେ ଭାଗ ନେଇ ଉତ୍ତମ କ୍ରୀଡ଼ାନୈପୁଣ୍ୟ।

କଠିନ ଶବ୍ଦାର୍ଥ:

  • ମୈତ୍ରୀ – ମିତ୍ରତା ।
  • ଅଗ୍ରଗାମୀ – ଆଗକୁ ଯିବା ।
  • ରଜ୍ଜୁ – ଦଉଡ଼ି ।
  • କ୍ରୀଡ଼ା – ଖେଳ ।
  • ଆନ୍ତର୍ଜାତିକ – ପୃଥ‌ିବୀ ସ୍ତରରେ ।
  • ସମ୍ମାନାର୍ଥେ – ସମ୍ମାନ ପାଇଁ ।
  • ନିର୍ଗତ – ବାହାରିବା ।
  • ଆବର୍ଜନା – ଦୂଷିତ ପଦାର୍ଥ ।
  • ପ୍ରତିରୋଧ – ବିରୋଧ ।
  • ଅଲିଭ୍ – ଏକ ପ୍ରକାର ଗଛ ।
  • ପୁନଃ – ପୁଣିଥରେ ।
  • ଷ୍ଟାଡ଼ିଅମ୍ – ଖେଳ ନିମିତ୍ତ ନିର୍ମିତ ଆବଦ୍ଧ ପଡ଼ିଆ ।
  • ବାଦ୍ୟ – ବାଜା ।
  • ଆୟୋଜକ – ଆୟୋଜନକାରୀ ।
  • ଭ୍ରାତୃଭାବ – ଭାଇଚାରାଭାବ ।
  • ମୁଷ୍ଟିଯୁଦ୍ଧ – ମୁଥ ଲଢ଼େଇ ।
  • ଖଡ୍‌ଗ ଯୁଦ୍ଧ – ଖଣ୍ଡାଯୁଦ୍ଧ ।
  • ସନ୍ତରଣ – ପହଁରିବା ।
  • ସ୍ଵର୍ଣ୍ଣ – ସୁନା ।
  • ରୌପ୍ୟ – ରୁପା ।
  • ପରିସମାପ୍ତି – ଶେଷ ।
  • ନୈପୁଣ୍ୟ – ନିପୁଣତା ।
  • ପ୍ରଦର୍ଶନ – ଦେଖାଇବା ।
  • ପ୍ରଧାନ – ମୁଖ୍ୟ ।

BSE Odisha 6th Class Odia Solutions Chapter 13 ବୃକ୍ଷଲତା ଆମର ବନ୍ଧୁ

Odisha State Board BSE Odisha 6th Class Odia Solutions Chapter 13 ବୃକ୍ଷଲତା ଆମର ବନ୍ଧୁ Textbook Exercise Questions and Answers.

BSE Odisha Class 6 Odia Solutions Chapter 13 ବୃକ୍ଷଲତା ଆମର ବନ୍ଧୁ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଶିଷ୍ୟ ଜଣକ ଗୁରୁଙ୍କ ପ୍ରଶ୍ନର କି ଉତ୍ତର ଦେଇଥିଲେ ?
Answer:
ଶିଷ୍ୟ ଜଣକ ଗୁରୁଙ୍କୁ କହିଲେ, ‘ଗୁରୁଦେବ, ମୁଁ କେତେ ଗାଁଗଣ୍ଡା, ବଣଜଙ୍ଗଲ ଓ ପାହାଡ଼ପର୍ବତ ବୁଲିଲି । କେଉଁଠି ଗୋଟିଏ ହେଲେ ଅଦରକାରୀ ଗଛ ବା ଲତା ଦେଖଲି ନାହିଁ । ପ୍ରତ୍ୟେକ ଗଛଲତାର ଉପକାରିତା ଅଛି । ପ୍ରତ୍ୟେକ ଉଦ୍ଭଦରେ ଔଷଧଗୁଣ ଭରି ରହିଛି । ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥ ସବଳ ରଖିବାପାଇଁ ସେମାନେ ଜନ୍ମ ନେଇଛନ୍ତି ।’’

(ଖ) ଚରକ କେଉଁ ଶାସ୍ତ୍ର ଲେଖୁ ପ୍ରସିଦ୍ଧି ଲାଭ କରିଛନ୍ତି ?
Answer:
ଚରକ ‘ଚରକ ସଂହିତା’ ଶାସ୍ତ୍ର ଲେଖୁ ପ୍ରସିଦ୍ଧି ଲାଭ କରିଛନ୍ତି ।

(ଗ) ବୃକ୍ଷରୋପଣ ଅଧିକ ପୁଣ୍ୟକାର୍ଯ୍ୟ ବୋଲି କାହିଁକି କୁହାଯାଇଛି ?
Answer:
ବୃକ୍ଷ ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ । ତେଣୁ ସୁସନ୍ତାନମାନଙ୍କୁ ଜନ୍ମଦେବା ଅପେକ୍ଷା ବୃକ୍ଷରୋପଣ ଅଧିକ ପୁଣ୍ୟକାର୍ଯ୍ୟ ବୋଲି ପୁରାଣରେ କୁହଯାଇଛି । ଅତୀତକାଳରେ ବୃକ୍ଷରୋପଣ କରି ଲୋକେ ଆନନ୍ଦଲାଭ କରୁଥିଲେ ।

(ଘ) ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବୃକ୍ଷଲତା କ’ଣ କରନ୍ତି ?
Answer:
ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି ।

(ଙ) ବୃକ୍ଷଲତା ନିକଟରେ ଆମେ ଋଣୀ ବୋଲି କହିବାର କାରଣ କ’’ଣ ?
Answer:
ବାୟୁମଣ୍ଡଳର ବିଶୁଦ୍ଧତା, ବୃଷ୍ଟିପାତ, ମୃତ୍ତିକା ସଂରକ୍ଷଣ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର ଓ ବାସଗୃହ ଇତ୍ୟାଦି ପାଇଁ ଆମେ ବୃକ୍ଷଲତା ନିକଟରେ ଏକାନ୍ତ ଋଣୀ ଅଟୁ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨।
ଉତ୍ତର ଲେଖ ।
(କ) ଆମ ଓଡ଼ିଶାର କେଉଁ ଅଞ୍ଚଳରେ ଅଳ୍ପବୃଷ୍ଟି ହୋଇଥାଏ ?
Answer:
ଆମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଅଳ୍ପବୃଷ୍ଟି ହୋଇଥାଏ ।

(ଖ) ଜଙ୍ଗଲ କାଟିଦେବାଦ୍ଵାରା ଆମର କି କି କ୍ଷତି ହେଉଛି ?
Answer:
ଜଙ୍ଗଲ କାଟିଦେବାଦ୍ଵାରା ମୃତ୍ତିକା କ୍ଷୟ ହୋଇ ମାଟି ଶୁଷ୍କ, ଟାଙ୍ଗର ଓ ଅନୁର୍ବର ହୋଇଯାଉଛି । ମରୁଭୂମିର ସଂପ୍ରସାରଣ ଘଟୁଛି । ମୃତ୍ତିକା କ୍ଷୟ ଯୋଗୁଁ ଜଳଭଣ୍ଡାର ଓ ନଦୀଶଯ୍ୟା ପୋତି ହୋଇଯାଉଛି । ଅରଣ୍ୟଲବ୍‌ଧ ବହୁ ଔଷଧ, ଖାଦ୍ୟପଦାର୍ଥ ଓ କଞ୍ଚାମାଲର ଅଭାବ ବଢ଼ିଚାଲିଛି । ଏପରିକି ବହୁ ପଶୁପକ୍ଷୀ ମଧ୍ୟ ଲୋପ ପାଇଯାଉଛନ୍ତି । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ୍‌ର ପରିମାଣ ବୃଦ୍ଧିପାଇ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି ଏବଂ ବୃଷ୍ଟିପାତର ପରିମାଣ ହ୍ରାସପାଇ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି ।

(ଗ) ବୃକ୍ଷଲତାକୁ ‘ସବୁଜ ସ୍ଵର୍ଣ୍ଣ’ ବୋଲି କହିବାର ଯଥାର୍ଥତା କ’ଣ ?
Answer:
ବୃକ୍ଷଲତା ବାୟୁମଣ୍ଡଳର ବିଶୁଦ୍ଧତା ରକ୍ଷା କରେ, ବୃଷ୍ଟିପାତର ପରିମାଣ ବୃଦ୍ଧି କରେ, ମୃତ୍ତିକା କରେ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଇତ୍ୟାଦି ପ୍ରଦାନ କରେ । ମାନବ ସଭ୍ୟତା ଓ ଜୀବନକୁ ବୃକ୍ଷଲତାର ଦାନ ଅତୁଳନୀୟ । ତେଣୁ ଏହାକୁ ‘ସବୁଜସ୍ଵର୍ଣ୍ଣ’ ବୋଲି କୁହାଯାଏ । ଯଥାର୍ଥରେ ଏହା ସୁନାଠାରୁ ଅଧିକ ମୂଲ୍ୟବାନ୍ !

(ଘ) କେଉଁ ଉପାୟରେ ଜଙ୍ଗଲର ବୃଦ୍ଧି କରାଯାଇ ପାରିବ ?
Answer:
ସାମାଜିକ ବନୀକରଣ, ମୃତ୍ତିକା ସଂରକ୍ଷଣ, ବନ ସଂରକ୍ଷଣ ଯୋଜନାକୁ ଫଳପ୍ରଦ କରି ଆମେ ନୂତନ ଅରଣ୍ୟ ସୃଷ୍ଟି ଓ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କଲେ ଜଙ୍ଗଲର ବୃଦ୍ଧି କରାଯାଇ ପାରିବ ।

(ଙ) ମୃତ୍ତିକା କ୍ଷୟ ଘଟିବା ଫଳରେ କି କି କ୍ଷତି ହୁଏ ?
Answer:
ମୃତ୍ତିକା କ୍ଷୟ ଘଟିବା ଫଳରେ ଜଳଭଣ୍ଡାର ଓ ନଦୀ, ପୁଷ୍କରିଣୀର ଶଯ୍ୟା ପୋତି ହୋଇଯାଏ । ଆମ ରାଜ୍ୟର ହୀରାକୁଦ ଜଳଭଣ୍ଡାର ଅନୁରୂପ ବିପଦର ସମ୍ମୁଖୀନ ହୋଇଛି । ପୁନଶ୍ଚ ମୃତ୍ତିକା କ୍ଷୟ ଫଳରେ ଭୂମି ଶୁଷ୍କ, ଟାଙ୍ଗର ଓ ଅନୁର୍ବର ହୋଇ ପଡ଼ିରହେ ।

(ଚ) ଉଦ୍ଭଦ ଜଗତର ବିନା ସାହାଯ୍ୟରେ ପ୍ରାଣୀ ଜଗତ ବଞ୍ଚା ଅସମ୍ଭବ କାହିଁକି ?
Answer:
ପ୍ରାଣୀଜଗତର ବିନା ସାହାଯ୍ୟରେ ଉଭିଦଜଗତ ବଞ୍ଚିପାରେ; ମାତ୍ର ଉଭିଦଜଗତ ବିନା ପ୍ରାଣୀଜଗତ ବଞ୍ଚିବା ଅସମ୍ଭବ । ବାୟୁ ମଣ୍ଡଳର ବିଶୁଦ୍ଧତା, ବୃଷ୍ଟିପାତ, ମୃତ୍ତିକାସଂରକ୍ଷଣ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଇତ୍ୟାଦି ପାଇଁ ପ୍ରାଣୀଜଗତ ଉଭିଦଜଗତ ଉପରେ ଏକାନ୍ତ ନିର୍ଭରଶୀଳ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି ।
Answer:
ସତେ ଯେପରି ……………………… ଜନ୍ମ ଜନ୍ମ ନେଇଛନ୍ତିା
ଉକ୍ତ ଗଦ୍ୟାଶଟି ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ଲିଖ୍ ‘ବୃକ୍ଷଲତା ଆମର ବନ୍ଧୁ’ ବିଷୟରୁ ଉଦ୍ଧୃତ । ବୃକ୍ଷଲତାର ଉପକାରିତା ଦର୍ଶାଇ ଚରକ ତାଙ୍କ ଗୁରୁଙ୍କୁ ଏପରି କହିଛନ୍ତି । ଥରେ ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବାପାଇଁ ଚାହିଁଲେ । କେଉଁ ବୃକ୍ଷଲତାଗୁଡ଼ିକ ମନୁଷ୍ୟପାଇଁ ଦରକାରୀ ଓ କେଉଁଗୁଡ଼ିକ ଅଦରକାରୀ ପରୀକ୍ଷା କରି ଶିଷ୍ୟମାନଙ୍କୁ ଜଣାଇବାକୁ କହିଲେ । ଶିଷ୍ୟମାନେ ଜଙ୍ଗଲକୁ ଯାଇ କିଛି ଦିନ ପରେ ଫେରିଆସି କେଉଁ ବୃକ୍ଷଲତାଗୁଡ଼ିକ ଦରକାରୀ ଓ କେଉଁଗୁଡ଼ିକ ଅଦରକାରୀ ତାହା ଗୁରୁଙ୍କୁ ଜଣାଇଲେ । କିନ୍ତୁ ଚରକ ନାମକ ଜଣେ ଶିଷ୍ୟ ବର୍ଷକ ପରେ ଫେରିଲେ । ସେ ଗୁରୁଙ୍କୁ କହିଲେ ଯେ ସୃଷ୍ଟିରେ ପ୍ରତ୍ୟେକ ବୃକ୍ଷଲତା ଦରକାରୀ ।

ସେ କେତେ ଗାଁଗଣ୍ଡା, ବଣଜଙ୍ଗଲ, ପାହାଡ଼ ପର୍ବତ ବୁଲିଥିଲେ ମଧ୍ୟ କୌଣସିଠାରେ ଅଦରକାରୀ ବୃକ୍ଷଟିଏ ପାଇଲେ ନାହିଁ । ସମସ୍ତଙ୍କର କିଛି ନା କିଛି ଔଷଧୀୟ ଗୁଣ ଅଛି । ମଣିଷ ଓ ପଶୁପକ୍ଷୀଙ୍କ ରୋଗ ଭଲ କରି ସେମାନଙ୍କୁ ସୁସ୍ଥସବଳ ରଖୁବା ପାଇଁ ଉଭିଦମାନେ ଜନ୍ମ ନେଇଛନ୍ତି । ତେଣୁ କୌଣସି ବୃକ୍ଷଲତା ଅଦରକାରୀ ନୁହେଁ । ବାସ୍ତବରେ ଲେଖକ ବୃକ୍ଷଲତାମାନଙ୍କର ଯେଉଁ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଛନ୍ତି, ତାହା ଯଥାର୍ଥ ଅଟେ ।

(ଖ) ସମ୍ପ୍ରତି ବୃକ୍ଷଲତା ଅଭାବରେ ମନୁଷ୍ୟ କିପରି ବିପଦର ସମ୍ମୁଖୀନ ହୋଇଛି, ତାହା ସହଜରେ ଅନୁମେୟ ।
Answer:
ସମ୍ପ୍ରତି ବୃକ୍ଷଲତା …………………………. ସହଜରେ ଅନୁମେୟ ।
ଉଦ୍ଧୃତାଂଶଟି ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ଲିଖ୍ ‘ବୃକ୍ଷଲତା ଆମର ବନ୍ଧୁ’ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ବୃକ୍ଷଲତା ବିନା ମନୁଷ୍ୟ ଭୋଗୁଥ‌ିବା ଦୁର୍ଦ୍ଦଶା ସମ୍ପର୍କରେ ଆଲୋକପାତ କରିଛନ୍ତି । ବୃକ୍ଷଲତା ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ । ସେମାନେ ମନୁଷ୍ୟର ଯେତେ ଉପକାର କରନ୍ତି, ତାହା କଳନା ବୃକ୍ଷଲତା ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ । ସେମାନେ ମନୁଷ୍ୟର ଯେତେ ଉପକାର କରନ୍ତି, ତାହା କଳନା କରାଯାଇପାରିବ ନାହିଁ । ପରିବେଶ ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣ ତଥା ମନୁଷ୍ୟକୁ ଖାଦ୍ୟ ଓ ତା’ର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଇବାରେ ବୃକ୍ଷଲତାର ଅଶେଷ ଭୂମିକା ରହିଛି ।

ବୃକ୍ଷଲତା ଅଭାବରେ ଅନିୟମିତ ବର୍ଷା ଯୋଗୁଁ ପୃଥ‌ିବୀର ବହୁ ଦେଶ ଦୁର୍ଗତିର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସ୍ଥାନରେ ଅନାବୃଷ୍ଟି ହୋଇ ଦୁର୍ଭିକ୍ଷ ଦେଖାଯାଉଛି । ବୃକ୍ଷଲତାର ଅଭାବରେ ବାୟୁରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବଢ଼ିଚାଲିଛି । ଫଳରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି । ଆଜି ବୃକ୍ଷଲତାର ଅଭାବରେ ବହୁ ଦେଶରେ ମରୁଭୂମିର ଆୟତନ ବଢ଼ିଚାଲିଛି । ଏସବୁ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ବୃକ୍ଷଲତାର ଅଭାବରେ ମନୁଷ୍ୟ ଅନେକ ବିପଦର ସମ୍ମୁଖୀନ ହେଉଅଛି । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

Question ୪।
‘ମୁକ୍ତ’ ଶବ୍ଦ ଲଗାଇ ଯେଉଁପରି ‘ରୋଗମୁକ୍ତ’ ଶବ୍ଦ ହୋଇଛି, ସେହିପରି ‘ମୁକ୍ତ’ ଲଗାଇ ଆଉ ତିନୋଟି ଚିନ୍ତାମୁକ୍ତ, ଦୋଷମୁକ୍ତ, କଷ୍ଟମୁକ୍ତ । ଶବ୍ଦ ଲେଖ ।
Answer:
ଚିନ୍ତାମୁକ୍ତ, ଦୋଷମୁକ୍ତ, କଷ୍ଟମୁକ୍ତା

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୫।
ଯେପରି ‘ସଂପ୍ରସାରଣ’ ଶବ୍ଦରୁ ‘ସଂପ୍ରସାରିତ’, ‘ନିର୍ମାଣ’ ଶବ୍ଦରୁ ‘ନିର୍ମିତ’ ହୋଇପାରୁଛି, ସେହିଭଳି ତଳଲିଖତ ଶବ୍ଦଗୁଡ଼ିକର ରୂପ କ’ଣ ହେବ ଲେଖ ।
ପଠନ, ଗ୍ରହଣ, ଲିଖନ, ଚର୍ବଣ, କମ୍ପନ
Answer:
ପଠନ – ପଠିତ
ଗ୍ରହଣ – ଗୃହାତ
ଲିଖନ – ଲିଖ୍ ତ
ଚର୍ବଣ – ଚର୍ବତ
କମ୍ପନ – କମ୍ପିତ

Question ୬।
ପଶୁ ଓ ପକ୍ଷୀ ମିଶିଲେ ପଶୁପକ୍ଷୀ ହେଉଛି । ସେହିପରି ପାଞ୍ଚଟି ଯୋଡ଼ାଶବ୍ଦ ଏହି ପାଠରୁ ଖୋଜି ଲେଖ ।
Answer:
ଗଛଲତା, ବଣଜଙ୍ଗଲ, ଗାଁଗଣ୍ଡା, ପାହାଡ଼ପର୍ବତ, କଳକାରଖାନା ।

Question ୭।
‘ଶ୍ୟାମଳ ଅରଣ୍ୟ’ । ଏଠାରେ ‘ଶ୍ୟାମଳ’ ଶବ୍ଦଟି ଏକ ବିଶେଷଣ ପଦ । ସେହିପରି ‘ଅରଣ୍ୟ’ ପୂର୍ବରୁ ଆଉ ୩ଟି ବିଶେଷଣ ପଦ ଲଗାଇ ନୂଆ ଶବ୍ଦ ଲେଖ ।
Answer:
ଘନ ଅରଣ୍ୟ, ସବୁଜ ଅରଣ୍ୟ, ନୂତନ ଅରଣ୍ୟ ।

Question ୮।
‘ଉପକାର’ ଶବ୍ଦ ସହିତ ‘ଈ’ ଲାଗିଲେ ‘ଉପକାରୀ’ ହେଉଛି । ସେହିପରି ଶେଷରେ ‘ଈ’ ଲାଗିଥିବା ପାଞ୍ଚଗୋଟି ଶବ୍ଦ ମନରୁ ଭାବି ଲେଖ ।
Answer:
ଦରକାରୀ, ପରଦେଶୀ, ବିଦେଶୀ, ସରକାରୀ, ସ୍ବଦେଶୀ ।

Question ୯।
ତଳେ ଦିଆଯାଇଥ‌ିବା ଅନୁଚ୍ଛେଦରୁ ‘ଓ’, ‘ଏବଂ’, ‘ମାତ୍ରା’ ଉଠାଇ ନିଆଯାଇଛି । ଯଥା ସ୍ଥାନରେ ସେଗୁଡ଼ିକୁ ଯୋଗକରି ଅନୁଚ୍ଛେଦଟିକୁ ଆଉଥରେ ଲେଖ ।
ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ ମଧ୍ୟ ସାହାଯ୍ୟ କରିଥାନ୍ତି । ସେମାନେ ଭୂମି ଭିତରେ ଚେର ବିସ୍ତାର କରି ଉପରେ ଡାଳପତ୍ର ଢାଙ୍କି ବର୍ଷା ଜଳସ୍ରୋତରୁ ମୃତ୍ତିକାକୁ ରକ୍ଷାକରନ୍ତି । ଯେଉଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋଇଥାଏ ସେଠାରୁ ସହଜରେ ମାଟି ଧୋଇ ହୋଇଯାଏ । ସେହି ଭୂମି ଶୁଷ୍କ ଟାଙ୍ଗର ଅନୁର୍ବର ହୋଇ ପଡ଼ିରହେ ।
Answer:
ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ ମଧ୍ୟ ସାହାଯ୍ୟ କରିଥାନ୍ତି । ସେମାନେ ଭୂମି ଭିତରେ ଚେର ବିସ୍ତାର କରି ଏବଂ ଉପରେ ଡାଳପତ୍ର ଢାଙ୍କି ବର୍ଷା ଓ ଜଳସ୍ରୋତରୁ ମୃଭିକାକୁ ରକ୍ଷାକରନ୍ତି । ମାତ୍ର ଯେଉଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋଇଥାଏ, ସେଠାରୁ ସହଜରେ ମାଟି ଧୋଇ ହୋଇଯାଏ । ସେହି ଭୂମି ଶୁଷ୍କ, ଟାଙ୍ଗର ଓ ଅନୁର୍ବର ହୋଇ ପଡ଼ିରହେ ।

Question ୧୦।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ନିମ୍ନ ବାକ୍ୟଗୁଡ଼ିକରେ ଥ‌ିବା ଶୂନ୍ୟସ୍ଥାନକୁ ପୂରଣ କରି ଲେଖ ।
(କ) ସେମାନଙ୍କ ଶିକ୍ଷା କେବଳ ……………………. ମଧ୍ୟରେ ସୀମିତ ନୁହେଁ ।
(ଖ) ବୃକ୍ଷଲତା ……………………. ହେବାରେ ସାହାଯ୍ୟ କରନ୍ତି ।
(ଗ) ଏଥର ତୁମେ ଫେରିଯାଅ । ସମାଜ ……………….. ରେ ମନୋନିବେଶ କର ।
(ବର୍ଷା, ସେବା, ପୁସ୍ତକ ପଠନ, ସ୍ଵଗୃହରେ)
(କ) ସେମାନଙ୍କ ଶିକ୍ଷା କେବଳ ପୁସ୍ତକ ପଠନ ମଧ୍ୟରେ ସୀମିତ ନୁହେଁ ।
(ଖ) ବୃକ୍ଷଲତା ବର୍ଷା ହେବାରେ ସାହାଯ୍ୟ କରନ୍ତି ।
(ଗ) ଏଥର ତୁମେ ଫେରିଯାଅ । ସମାଜ ସେବାରେ ମନୋନିବେଶ କର ।

Question ୧୧।
ଶବ୍ଦଗୁଡ଼ିକୁ ଉପଯୁକ୍ତ କ୍ରମରେ ସଜାଇ ବାକ୍ୟଟିକୁ ଠିକ୍ ଭାବରେ ଲେଖ ।
ସଂଶ୍ଳେଷଣ ବାୟୁରୁ ଅଙ୍ଗାରକାମ୍ଳ ପ୍ରକ୍ରିୟାରେ ବୃକ୍ଷଲତା ଗ୍ରହଣ କରି ଆଲୋକ ଛାଡ଼ନ୍ତି ଅମ୍ଳଜାନ ବାଷ୍ପ ।
Answer:
ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି।

ତୁମ ପାଇଁ କାମ:

୧। ବୃକ୍ଷଲତାଙ୍କ ଉପକାରିତା ସମ୍ପର୍କରେ ବର୍ଣ୍ଣନା କରି ତୁମର ସାନଭାଇ ପାଖକୁ ପତ୍ରଟିଏ ଲେଖ ।
୨। ତୁମ ଘର ଚାରିପାଖରେ ଥ‌ିବା ବିଭିନ୍ନ ଗଛର ନାମ ଲେଖ । ସେଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକୁ ଔଷଧ ରୂପେ ବ୍ୟବହାର କରିହୁଏ, ତା’ର ଏକ ତାଲିକା ପ୍ରସ୍ତୁତ କର ।

ପରାକ୍ଷା ଉପରଯାଗା ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ଶବ୍ଦଗୁଡ଼ିକ ଠିକ୍ କ୍ରମରେ ସଜାଇ ବାକ୍ୟ ଗଠନ କର ।
(କ) ଗୁଣ ଅନୁଧ୍ୟାନ ଦୋଷ ବୃକ୍ଷଲତାମାନଙ୍କର କଲେ ।
(ଖ) ପ୍ରତ୍ୟାବର୍ତ୍ତନ ଆଶ୍ରମକୁ ଶିଷ୍ୟଙ୍କର କିନ୍ତୁ ବିଳମ୍ବ ଜଣେ ହେଲା କରିବାରେ ।
(ଗ) କର ସେବାରେ ସମାଜ ମନୋନିବେଶ ।
(ଘ) ଅନାବୃଷ୍ଟି ଦୁର୍ଭିକ୍ଷ ଓ ଜିଲ୍ଲାରେ ଘଟୁଛି କଳାହାଣ୍ଡି ରାଜ୍ୟର ଆମ ବାରମ୍ବାର ।
(ଙ) ଦୁଷ୍କର୍ମର ନ ଘଟିଲେ ଆମ ରହିବ ସୀମା ନାହିଁ ଅବସାନ ଏହି ଦୁର୍ଦ୍ଦଶାର ।
Answer:
(କ) ବୃକ୍ଷଲତାମାନଙ୍କର ଦୋଷ ଗୁଣ ଅନୁଧ୍ୟାନ କଲେ ।
(ଖ) କିନ୍ତୁ ଜଣେ ଶିଷ୍ୟଙ୍କର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେଲା ।
(ଗ) ସମାଜ ସେବାରେ ମନୋନିବେଶ କର ।
(ଘ) ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଅନାବୃଷ୍ଟି ଓ ଦୁର୍ଭିକ୍ଷ ଘଟୁଛି ।
(ଙ) ଏହି ଦୁଷ୍କର୍ମର ଅବସାନ ନ ଘଟିଲେ ଆମ ଦୁର୍ଦ୍ଦଶାର ସୀମା ରହିବ ନାହିଁ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨।
ଶୂନ୍ୟସ୍ଥାନରେ କ’ଣ ବସିବ ?
(କ) ପଠାଣି ସାମନ୍ତ – ସିଦ୍ଧାନ୍ତ ଦର୍ପଣ, ଚରକ –
(ଖ) ଗୁରୁ ପରୀକ୍ଷା, ଶିଷ୍ଯ –
(ଗ) ଅଭିଶାପ – ଆଶୀର୍ବାଦ, ଅପକାରୀ –
(ଘ) ପ୍ରତିଷ୍ଠା – ପ୍ରତିଷ୍ଠିତ, ପଣ୍ଡିତ –
(ଙ) ପାପ – ପୁଣ୍ୟ, ବିନାଶ –
(ଚ) ଆଲୋକ ସଂଶ୍ଳେଷଣ – ଅଙ୍ଗାରକାମ୍ଳ, ଶ୍ୱାସକ୍ରୟା-
Answer:
(କ) ପଠାଣି ସାମନ୍ତ – ସିଦ୍ଧାନ୍ତ ଦର୍ପଣ, ଚରକ – ଚରକ ସଂହିତା
(ଖ) ଗୁରୁ ପରୀକ୍ଷା, ଶିଷ୍ଯ – ଅଧ୍ୟୟନ
(ଗ) ଅଭିଶାପ – ଆଶୀର୍ବାଦ, ଅପକାରୀ – ଉପକାରା
(ଘ) ପ୍ରତିଷ୍ଠା – ପ୍ରତିଷ୍ଠିତ, ପଣ୍ଡିତ – ପାଣ୍ଡିତ୍ୟ
(ଙ) ପାପ – ପୁଣ୍ୟ, ବିନାଶ – ବିକାଶ
(ଚ) ଆଲୋକ ସଂଶ୍ଳେଷଣ – ଅଙ୍ଗାରକାମ୍ଳ, ଶ୍ୱାସକ୍ରୟା -ଅମ୍ଳଜାନ

Question ୩।
ବିପରୀତ ଶବ୍ଦ ଲେଖ ।
ସୀମିତ, ଉପକାର, ଦରକାରୀ, ପରବର୍ତ୍ତୀ, ସୁସ୍ଥ, ଶୁଷ୍କ, ଦୂଷିତ, ସଙ୍କୁଚିତ, ଉର୍ବର, ଅନୁରୂପ, ସମ୍ଭବ, ବିଚାର ।
Answer:
ସୀମିତ – ଅସୀମ
ପରବର୍ତୀ – ପୂର୍ବବର୍ତ୍ତୀ
ଦୂଷିତ – ବିଶୁଦ୍ଧ
ଅନୁରୂପ – ପ୍ରତିରୂପ
ଉପକାର – ଅପକାର
ସୁସ୍ଥ – ଅସୁସ୍ଥ
ସଙ୍କୁଚିତ – ପ୍ରସାରିତ
ସମ୍ଭବ – ଅସମ୍ଭବ
ଦରକାରୀ -ଅଦରକାରୀ
ଶୁଷ୍କ – ଆର୍ଦ୍ର
ଉର୍ବର – ଅନୁର୍ବର
ବିଚାର – ଅବିଚାର

Question ୪ ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

କ’ ସ୍ତ୍ରମ୍ଭ ‘ଖ’ ସ୍ତମ୍ଭ
ଶୁଷ୍ଠ ବିଚାର ନକରି
ଦୁର୍ଲଭ ସୀମାବଦ୍ଧ
ନିବିଚାର ହୋମକାଠ
ବନାକରଣ ଶୁଖୁଲା
ସମିଧ ବିରଳ
ସାମିତ ନୂଆ ଜଙ୍ଗଲ ସୃଷ୍ଟି କରିବା

Answer:

କ’ ସ୍ତ୍ରମ୍ଭ ‘ଖ’ ସ୍ତମ୍ଭ
ଶୁଷ୍ଠ ଶୁଖୁଲା
ଦୁର୍ଲଭ ବିରଳ
ନିବିଚାର ବିଚାର ନକରି
ବନାକରଣ ନୂଆ ଜଙ୍ଗଲ ସୃଷ୍ଟି କରିବା
ସମିଧ ହୋମକାଠ
ସାମିତ ସୀମାବଦ୍ଧ

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୫।
ସଂକ୍ଷେପରେ ଉତ୍ତର ଦିଅ ।
(କ) ପୂର୍ବେ କେଉଁ କେଉଁ କାର୍ଯ୍ୟକୁ ପାଠପଢ଼ାର ଅଙ୍ଗଭାବରେ ଗ୍ରହଣ କରାଯାଉଥିଲା ?
Answer:
ପୂର୍ବେ ଉଦ୍ୟାନ କର୍ମ, ଗୋ-ସେବା, କୃଷିକାର୍ଯ୍ୟ, ରନ୍ଧନ, ସମିଧ ସଂଗ୍ରହ ଆଦି କାର୍ଯ୍ୟକୁ ପାଠପଢ଼ାର ଅଙ୍ଗଭାବରେ ଗ୍ରହଣ କରାଯାଉଥିଲା।

(ଖ) ଗୁରୁ ଶିଷ୍ୟମାନଙ୍କୁ ଗଛଲତା ସମ୍ପର୍କରେ କ’ଣ ଜଣାଇବାକୁ କହିଥିଲେ ?
Answer:
ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଆଖପାଖରେ ଥିବା ବୃକ୍ଷଲତାକୁ ଦେଖୁ ସେଥ‌ିରୁ କେଉଁ ବୃକ୍ଷ ବା ଲତାଟି ମଣିଷର ଉପକାରରେ ଆସୁନାହିଁ ତାହା ଜଣାଇବାକୁ କହିଥିଲେ ।

(ଗ) ବୃକ୍ଷଲତା ସମ୍ପର୍କରେ ପୁରାଣରେ କ’ଣ କୁହାଯାଇଛି ?
Answer:
ବୃକ୍ଷଲତା ସମ୍ପର୍କରେ ପୁରାଣରେ କୁହାଯାଇଛି ଯେ, ସୁସନ୍ତାନମାନଙ୍କୁ ଜନ୍ମଦେବାଠାରୁ ବୃକ୍ଷରୋପଣ ଅଧିକ ପୁଣ୍ୟକାର୍ଯ୍ୟ ଅଟେ ।

(ଘ) ଅନିୟମିତ ବର୍ଷା ହେବାର କାରଣ କ’ଣ ?
Answer:
ଅରଣ୍ୟ ସମ୍ପଦ ହ୍ରାସ ପାଉଥ‌ିବାରୁ ବର୍ଷାର ଅନିୟମିତତା ଦେଖାଦେଇଛି । କାରଣ ବୃକ୍ଷଲତା ବର୍ଷା ହେବାରେ ସାହାଯ୍ୟ କରନ୍ତି ।

(‍ଙ) କଳାହାଣ୍ଡିରେ ଅଳ୍ପବୃଷ୍ଟି ହେବାର ମୁଖ୍ୟ କାରଣ କ’ଣ ?
Answer:
କଳାହାଣ୍ଡିରେ ଅଳ୍ପବୃଷ୍ଟି ହେବାର ମୁଖ୍ୟ କାରଣ ହେଲା –

(ଚ) ବୃକ୍ଷଲତା ବାୟୁମଣ୍ଡଳକୁ ବିଶୁଦ୍ଧ କରେ କିପରି ?
Answer:
ମନୁଷ୍ୟ ଓ ପଶୁପକ୍ଷୀ ଶ୍ଵାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଳ ତ୍ୟାଗ କରନ୍ତି । କିନ୍ତୁ ଉଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି । ଫଳରେ ବାୟୁମଣ୍ଡଳ ବିଶୁଦ୍ଧ ରହେ ।

(ଛ) ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ କିପରି ସାହାଯ୍ୟ କରିଥାଏ ?
Answer:
ବୃକ୍ଷଲତା ଭୂମି ଭିତରେ ଚେର ଖେଳାଇ (ଏବଂ ଉପରେ ଡାଳପତ୍ର ଢାଙ୍କି ବର୍ଷା ଓ ଜଳସ୍ରୋତରୁ ମୃଭିକାକୁ ରକ୍ଷା କରନ୍ତି । ଫଳରେ ମୃତ୍ତିକା ସଂରକ୍ଷିତ ହୋଇପାରେ ।

(ଳ) ହୀରାକୁଦ ଜଳଭଣ୍ଡାର କ୍ରମେ ପୋତିହୋଇ ପଢୁଥ‌ିବାର କାରଣ କ’ଣ ?
Answer:
ବଣଜଙ୍ଗଲ ନଷ୍ଟ ହୋଇଯିବା ଫଳରେ ମୁଭିକା କ୍ଷୟ ଘଟୁଛି । ଏହି ମୃତ୍ତିକା ଧୋଇହୋଇ ଆସି ଜଳଭଣ୍ଡାର ଶଯ୍ୟାରେ ଜମିରହି କ୍ରମଶଃ ତାହାକୁ ପୋତି ପକାଉଛି । ହୀରାକୁଦ ଜଳଭଣ୍ଡାର ପୋତିହୋଇ ପଡ଼ିବାର ଏହା ଏକ ପ୍ରମୁଖ କାରଣ ଅଟେ ।

(ଝ) ଗୁରୁ ଶିଷ୍ୟମାନଙ୍କୁ ଗଛଲତା ସମ୍ପର୍କରେ କ’ଣ ଜଣାଇବାକୁ କହିଥିଲେ ?
Answer:
ଥରେ ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ସ୍ଥିର କଲେ । ତେଣୁ ସେ ଶିଷ୍ୟମାନଙ୍କୁ ଆଖପାଖର କେଉଁ ବୃକ୍ଷ ବା ଲତାଟି ଲୋକମାନଙ୍କ ଉପକାରରେ ଆସୁନାହିଁ ଜଣାଇବାକୁ କହିଥିଲେ ।

(ଞ) ଅରଣ୍ୟ ସମ୍ପଦର ବୃଦ୍ଧିପାଇଁ ଆମ ଦେଶରେ କି ପଦକ୍ଷେପ ନିଆଯାଉଛି ?
ଅରଣ୍ୟ ସମ୍ପଦର ବୃଦ୍ଧିପାଇଁ ଆମ ଦେଶରେ ବିଭିନ୍ନ ବନ ସଂରକ୍ଷଣ ଓ ସାମାଜିକ ବନୀକରଣ ଯୋଜନା କାର୍ଯ୍ୟକାରା ହେଉଛି। ମୃତ୍ତିକା ସଂରକ୍ଷଣ, ବନ ସଂରକ୍ଷଣ ଓ ସାମାଜିକ ବନୀକରଣ ଯୋଜନା ଏସବୁର ଦୃଷ୍ଟାନ୍ତ ।

(ଟ) ବୃକ୍ଷରୋପଣ ସମ୍ବନ୍ଧରେ ପୁରାଣରେ କ’ଣ କୁହାଯାଇଛି ?
Answer:
ସୁସନ୍ତାନମାନଙ୍କୁ ଜନ୍ମଦେବା ଅପେକ୍ଷା ବୃକ୍ଷରୋପଣ ଅଧିକ ପୁଣ୍ୟକାର୍ଯ୍ୟ ବୋଲି ପୁରାଣରେ କୁହାଯାଇଛି । ଏହି କାରଣରୁ ଅତୀତରେ ବୃକ୍ଷରୋପଣ କରି ଲୋକେ ଅଧ‌ିକ ଆନନ୍ଦ ପାଉଥିଲେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୬।
ସରଳାର୍ଥ ଲେଖ ।
(କ) ଏପରିକି ଦୈନନ୍ଦିନ ଜୀବନରେ ବୃକ୍ଷଲତାର ପୂଜା ଏକ ବିଶିଷ୍ଟ ସ୍ଥାନ ଲାଭ କରିଥିଲା ।
Answer:
ଏପରିକି ଦୈନନ୍ଦିନ …………………………….. ଲାଭ କରିଥିଲା ।
ଉକ୍ତ ଗଦ୍ୟାଶଟି ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ଲିଖ୍ ‘ବୃକ୍ଷଲତା ଆମର ବନ୍ଧୁ’ ବିଷୟରୁ ଆନୀତ । ଏଠାରେ ପୁରାକାଳରେ ଆମ ସାମାଜିକ ଜୀବନରେ ବୃକ୍ଷଲତାର ସ୍ଥାନ କିପରି ଉଚ୍ଚରେ ଥୁଲା, ତାହା ବର୍ଣ୍ଣିତ । ବୃକ୍ଷଲତା ମନୁଷ୍ୟର ଉପକାରୀ ବନ୍ଧୁ । ପୁରାଣରେ ବର୍ଣ୍ଣିତ ଅଛି ଯେ, ସୁସନ୍ତାନମାନଙ୍କୁ ଜନ୍ମଦେବାଠାରୁ ବୃକ୍ଷରୋପଣ ଅଧ୍ବକ ପୁଣ୍ୟ କାର୍ଯ୍ୟ । ଏହି କାରଣରୁ ପୂର୍ବେ ବୃକ୍ଷରୋପଣ କରି ଲୋକେ ଆନନ୍ଦଲାଭ କରୁଥିଲେ । ବିଭିନ୍ନ ପର୍ବପର୍ବାଣିରେ ଓ ଆମର ନିତିଦିନିଆ ଜୀବନରେ ବୃକ୍ଷପୂଜା ପ୍ରଚଳିତ ଥିଲା । ବୃକ୍ଷର ଉପକାର ମଣିଷ ପକ୍ଷେ ଅବର୍ଣ୍ଣନୀୟ ଓ ଅଭୁଲା । ଏହାଦ୍ଵାରା ବୃକ୍ଷର ମହତ୍ତ୍ଵ ସେ କାଳରେ ସମସ୍ତଙ୍କୁ ପ୍ରାୟ ଜଣାଥିଲା ବୋଲି ଜଣାପଡ଼ୁଛି ।

(ଖ) ଏହି ଦୁଷ୍ଟର୍ମର ଅବସାନ ନ ଘଟିଲେ ଆମ ଦୁର୍ଦ୍ଦଶାର ସାମା ରହିବ ନାର୍ହି।
Answer:
ଏହି ଦୁଷ୍କର୍ମର ……………………………… ରହିବ ନାହିଁ ।
ଉକ୍ତ ଗଦ୍ୟାଶଟି ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ଲିଖ୍ ‘ବୃକ୍ଷଲତା ଆମର ବନ୍ଧୁ’ ବିଷୟରୁ ଆସିଅଛି । ଜଙ୍ଗଲ ଧ୍ବଂସ କରି ମଣିଷ ଯେଉଁ କୁକର୍ମ କରୁଛି, ତା’ର ଫଳ ଆମକୁ ଭୋଗ କରିବାକୁ ହେବ ବୋଲି ଲେଖକ ଏଠାରେ କହିଛନ୍ତି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଉଭିଦଜଗତ ନଷ୍ଟ ହେଉଛି । ଅଧୁକ ବାସଗୃହ, ଶସ୍ୟକ୍ଷେତ୍ର ଓ କଳକାରଖାନା ପାଇଁ ମଣିଷ ସବୁଜ ଜଙ୍ଗଲକୁ ନଷ୍ଟ କରୁଛି । ପଶୁପକ୍ଷୀମାନେ ଲୋପ ପାଇବାକୁ ବସିଲେଣି । ଜଙ୍ଗଲଜାତ ପଦାର୍ଥ ସବୁ ସହଜରେ ମିଳୁନାହିଁ । ବାୟୁମଣ୍ଡଳ ଦୂଷିତ ହେଉଛି । ବର୍ଷା ହ୍ରାସ ପାଉଛି । ଆମେ ଗଛ ହାଣୁଛୁ । ନିଜ ପାଇଁ ନିଜେ ଆମେ ବିପଦକୁ ବରଣ କରୁଛୁ । କାରଣ ବୃକ୍ଷଲତା ଆମର ବନ୍ଧୁ । ବାୟୁମଣ୍ଡଳର ବିଶୁଦ୍ଧତା, ବର୍ଷା, ମୃତ୍ତିକା ସଂରକ୍ଷଣ, ଖାଦ୍ୟ, ବସ୍ତ୍ର ଓ ବାସଗୃହପାଇଁ ଆମେ ଉଭିଦ ଉପରେ ନିର୍ଭର କରୁଛୁ । ତେଣୁ ବୃକ୍ଷରୋପଣ କରି ଆମକୁ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ହେବ । ଉଭିଦର ଯତ୍ନ ନେବାକୁ ହେବ । ଗଛ କାଟିବା ବନ୍ଦ କରିବାକୁ ହେବ । ନଚେତ୍ ଆମ ଦୁର୍ଦ୍ଦଶାର ସୀମା ରହିବ ନାହିଁ ।

(ଗ) ‘ଏହି କାରଣରୁ ପୂର୍ବେ ବୃକ୍ଷରୋପଣ କରି ଲୋକେ ଆନନ୍ଦ ପାଉଥିଲେ ।’’
Answer:
ଏହି କାରଣରୁ ……………………………. ପାଉଥିଲେ ।
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ ବହିର ‘ବୃକ୍ଷଲତା ଆମର ବନ୍ଧୁ’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖକ ଡ. ଜଗନ୍ନାଥ ମହାନ୍ତି ବୃକ୍ଷଲତା କିପରି ଅଶେଷ କଲ୍ୟାଣ ସାଧନ କରିଥାଏ, ତାହା ଦର୍ଶାଇଛନ୍ତି । ବୃକ୍ଷବିନା ପୃଥ‌ିବୀରେ ଜୀବନଧାରଣ ସମ୍ଭବପର ହୋଇନଥାନ୍ତା । ବୃକ୍ଷଲତା ଆମର ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ଉପକାରୀ । ବଞ୍ଚିବାପାଇଁ ମଣିଷ ପଶୁପକ୍ଷୀ ଏହି ଗଛଲତା ଉପରେ ନିର୍ଭର କରନ୍ତି । ସେଥ‌ିପାଇଁ ସର୍ବତ୍ର ଏବଂ ସବୁଯୁଗରେ ବନଲତାର ଗୁଣଗାନ କରାଯାଇଛି । ସାହିତ୍ୟ, ପୁରାଣ ଓ ଲୋକକଥା ମାନଙ୍କରେ ବୃକ୍ଷରୋପଣ ଏକ ମହାନ ପୁଣ୍ୟ କାର୍ଯ୍ୟ ବର୍ଣ୍ଣିତ ଅଛି । ତେଣୁ ବୃକ୍ଷକୁ ଦେବାରାଧନା ଓ ଧର୍ମ କାର୍ଯ୍ୟରେ ମାଧ୍ଯମରୂପେ ଗ୍ରହଣ କରାଯାଇଛି । ଏବେ ମଧ୍ୟ ବୃକ୍ଷକୁ ଦାରୁଦେବତା ରୂପେ ପୂଜନ କରାଯାଉଛି । ସୁତରାଂ, ସେତେବେଳେ ବୃକ୍ଷର ମହତ୍ତ୍ବକୁ ସମସ୍ତେ ଜାଣିଥିଲେ ବୋଲି ଜଣାଯାଏ ।

Question ୭।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଜଙ୍ଗଲ ଅଭିବୃଦ୍ଧି ପାଇଁ ଆମ ଦେଶରେ କି କି ବ୍ୟବସ୍ଥା କରାଯାଇଛି ?
Answer:
ବୃକ୍ଷଲତା ମନୁଷ୍ୟର ପରମ ବନ୍ଧୁ । ନିର୍ବିଚାରରେ ଜଙ୍ଗଲ ନଷ୍ଟ କରିବାଦ୍ଵାରା ମନୁଷ୍ୟ ନିଜ ଧ୍ଵଂସକୁ ନିଜେ ଆମନ୍ତ୍ରଣ କରୁଛି । ସତେ ଯେପରି ସେ ଯେଉଁ ଡାଳରେ ବସିଛି, ସେଇ ଡାଳର ମୂଳକୁ ହାଣୁଛି । ଏହି ଦୁଷ୍କର୍ମର ଅବସାନ ନ ଘଟିଲେ ମନୁଷ୍ୟର ଦୁର୍ଦ୍ଦଶାର ସୀମା ରହିବ ନାହିଁ । ତେଣୁ ଅରଣ୍ୟ ସଂରକ୍ଷଣ ପାଇଁ ଏବେ ଆମ ଦେଶରେ ଅନେକ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି । ମୃର୍ତ୍ତିକା ସଂରକ୍ଷଣ, ବନ ସଂରକ୍ଷଣ, ସାମାଜିକ ବନୀକରଣ ଯୋଜନା ପ୍ରଭୃତି ଏହାର ଦୃଷ୍ଟାନ୍ତ । ଏତଦ୍‌ବ୍ୟତୀତ ବୃକ୍ଷରୋପଣ ସପ୍ତାହ, ବିଶ୍ଵ ପରିବେଶ ଦିବସ ଇତ୍ୟାଦି ପାଳନ କରି ଜନସଚେତନତା ସୃଷ୍ଟି କରିବାପାଇଁ ଉଦ୍ୟମ କରାଯାଉଛି ।

(ଖ) ଅନାବୃଷ୍ଟି ଓ ଅନିୟମିତ ବୃଷ୍ଟିର କାରଣ କ’ଣ ?
Answer:
ପୃଥ‌ିବୀରେ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ଫଳରେ ଅରଣ୍ୟ ନଷ୍ଟ ହେବାରେ ଲାଗିଛି । ଅରଣ୍ୟ କଟାଯାଇ ଚାଷଭୂମି, ବାସଭୂମି ଓ କଳକାରଖାନା ନିର୍ମାଣ ପାଇଁ ବ୍ୟବହୃତ ହେଉଛି । ମଣିଷ ନିର୍ବିଚାରରେ ଜଙ୍ଗଲ ଧ୍ଵଂସ କରିଚାଲିଛି । ଅରଣ୍ୟ ବୃଷ୍ଟିପାତ କରାଇବାରେ ସହାୟକ ହୋଇଥାଏ । ଅରଣ୍ୟ ସଂପଦର ପରିମାଣ ହ୍ରାସ ପାଇବା ଫଳରେ ବୃଷ୍ଟିପାତର ପରିମାଣ ହ୍ରାସ ପାଉଛି । ବେଳେବେଳେ ଅନାବୃଷ୍ଟି ନତୁବା ଅନିୟମିତ ବୃଷ୍ଟି ହେଉଛି । ଜଙ୍ଗଲ ନଷ୍ଟ କାରଣରୁ ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଅନାବୃଷ୍ଟି ଓ ଦୁର୍ଭିକ୍ଷ ଘଟୁଛି ।

(ଗ) ଜଙ୍ଗଲ କାଟିଦେବାଦ୍ଵାରା ଆମର କି କି କ୍ଷତି ହେଉଛି ?
Answer:
ଜଙ୍ଗଲ କାଟିଦେବାଦ୍ଵାରା ମୃତ୍ତିକା କ୍ଷୟ ହୋଇ ମାଟି ଶୁଷ୍କ, ଟାଙ୍ଗର ଓ ଅନୁର୍ବର ହୋଇଯାଉଛି । ମରୁଭୂମିର ସଂପ୍ରସାରଣ ଘଟୁଛି । ମୁଭିକା କ୍ଷୟ ଯୋଗୁଁ ଜଳଭଣ୍ଡାର ଓ ନଦୀଶଯ୍ୟା ପୋତି ହୋଇଯାଉଛି । ଅରଣ୍ୟଲବ୍‌ଧ ବହୁ ଔଷଧ, ଖାଦ୍ୟପଦାର୍ଥ ଓ କଞ୍ଚାମାଲର ଅଭାବ ବଢ଼ିଚାଲିଛି । ଏପରିକି ବହୁ ପଶୁପକ୍ଷୀ ମଧ୍ୟ ଆଶ୍ରୟ

(ଘ) ବୃକ୍ଷଲତାକୁ ‘ସବୁଜ ସ୍ଵର୍ଣ୍ଣ’ କହିବାର ଯଥାର୍ଥତା କ’ଣ ?
Answer:
ସୁନା ନିଜର ଉଜ୍ଜଳତା ଓ ସୁନ୍ଦର ରଙ୍ଗ ପାଇଁ ସମସ୍ତଙ୍କୁ ଆକୃଷ୍ଟ କରେ । ଏହାର ମୂଲ୍ୟ ଖୁବ୍ ଅଧିକ ଓ ଲୋକେ ଏହାକୁ ଯତ୍ନର ସହ ସାଇତି ରଖନ୍ତି । ମାତ୍ର ବୃକ୍ଷଲତାର ଉପକାରିତା ସୁନାଠାରୁ ଅଧ୍ଵ । ବୃକ୍ଷଲତା ବାୟୁମଣ୍ଡଳର ବିଶୁଦ୍ଧତା ରକ୍ଷା କରେ, ବୃଷ୍ଟିପାତର ପରିମାଣ ବୃଦ୍ଧି କରେ, ମୃତ୍ତିକା ସଂରକ୍ଷଣ କରେ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଇତ୍ୟାଦି ଯୋଗାଇଦିଏ । ମାନବ ସଭ୍ୟତା ଓ ଜୀବନକୁ ବୃକ୍ଷଲତାର ଦାନ ଅତୁଳନୀୟ । ତେଣୁ ଏହାକୁ ‘ସବୁଜସ୍ବର୍ଣ୍ଣ’ ବୋଲି କୁହାଯାଏ । ଯଥାର୍ଥରେ ଏହା ସୁନାଠାରୁ ଅଧିକ ମୂଲ୍ୟବାନ୍ ।

ଲେଖକ ପରିଚୟ:

ଡକ୍ଟର ଜଗନ୍ନାଥ ମହାନ୍ତି (୧୯୩୭)ପୁରୀ ଜିଲ୍ଲାର ଗୋପଥାନା ଅନ୍ତର୍ଗତ ଜଙ୍ଗଲପୁରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ଶିଶୁସାହିତ୍ୟ ଲେଖକ ଭାବରେ ସେ ସୁପରିଚିତ । ‘ଦରିଆ ଅଜାର ମଜାଦୁନିଆଁ’ ପୁସ୍ତକ ପାଇଁ ସେ ଜାତୀୟ ପୁରସ୍କାର ଓ ‘ଶବ୍ଦର କୁହୁକ, ଆଲୁଅର ଲୁଚୁକାଳି’ ପୁସ୍ତକପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ସେ ଉଚ୍ଚଶିକ୍ଷା ବିଭାଗରେ ପ୍ରଫେସର ଭାବରେ କାର୍ଯ୍ୟକରି ଅବସର ନେଇଛନ୍ତି ।

ବିଷୟ ସୂଚନା:

‘ବୃକ୍ଷଲତା ଆମର ବନ୍ଧୁ’ ପ୍ରବନ୍ଧରେ ବୃକ୍ଷଲତାର ଉପକାରିତା ସହିତ ପରିବେଶ ସୁରକ୍ଷା ଦିଗରେ ଏହାର ମହତ୍ତ୍ବ ତଥା ଉପାଦେୟତା ସମ୍ପର୍କରେ ଆଲୋକପାତ କରାଯାଇଛି ।

ସାରକଥା:

ସୁନ୍ଦର ଶ୍ୟାମଳ ଅରଣ୍ୟ ଭିତରେ ଗୁରୁ ଆଶ୍ରମରେ ଶିଷ୍ୟମାନେ ପାଠ ପଢୁଥିଲେ । ସେମାନେ ପାଠ ପଢ଼ିବା ସହିତ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରୁଥିଲେ । ଥରେ ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ଚାହିଁଲେ । ଆଖପାଖରେ ଯେତେ ବୃକ୍ଷଲତା ଅଛନ୍ତି, ସେଥୁରୁ ଦରକାରୀ କିଏ ଓ ଅଦରକାରୀ କିଏ ଗୁରୁ ଜାଣିବାକୁ ଇଚ୍ଛାକଲେ । ଶିଷ୍ୟମାନେ ଜଙ୍ଗଲସାରା ବୁଲିଲେ । ବୃକ୍ଷଲତାମାନଙ୍କର ଦୋଷ ଗୁଣ ଅନୁଧ୍ୟାନ କଲେ । ଫେରିଆସି ଗୁରୁଙ୍କୁ ଦରକାରୀ ଓ ଅଦରକାରୀ ବୃକ୍ଷଲତା ବିଷୟରେ ଜଣାଇଲେ । କିନ୍ତୁ ଜଣେ ଶିଷ୍ୟ ବର୍ଷକ ପରେ ଫେରିଲେ । ସେ ଗୁରୁଙ୍କୁ କହିଲେ ଯେ, ସବୁ ଗଛଲତା ଦରକାରୀ । ସମସ୍ତଙ୍କର କିଛି ନା କିଛି ଔଷଧୀୟ ଗୁଣ ଅଛି । ତେଣୁ ଅଦରକାରୀ ଗଛ କିଛି ନାହିଁ । ସେ ହେଉଛନ୍ତି ପ୍ରସିଦ୍ଧ ଚିକିତ୍ସାଶାସ୍ତ୍ର ବିଜ୍ଞାନୀ ‘ଚରକ’ । ସେ ଚିକିତ୍ସାଶାସ୍ତ୍ର ବିଷୟରେ ‘ଚରକ ସଂହିତା’ ଗ୍ରନ୍ଥ ଲେଖୁଛନ୍ତି ।

ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ । ପୁରାକାଳରେ ବୃକ୍ଷଲତା ରୋପଣ କରି ଲୋକେ ଆନନ୍ଦ ପାଉଥିଲେ ଓ ବୃକ୍ଷଲତାକୁ ପୂଜା କରୁଥିଲେ । ପ୍ରକୃତି ଓ ପରିବେଶର ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣ ଏବଂ ମନୁଷ୍ୟକୁ ତା’ର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଇବାରେ ବୃକ୍ଷଲତାଙ୍କର ଅଶେଷ ଭୂମିକା ରହିଛି ।

ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ଗ୍ୟାସ୍ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି; କିନ୍ତୁ ମନୁଷ୍ୟ ଓ ପଶୁପକ୍ଷୀ କେବଳ ଅମ୍ଳଜାନହିଁ ଗ୍ରହଣ କରିଥା’ନ୍ତି । ତେଣୁ ଏହି ଉଭିଦଜଗତ ଅମ୍ଳଜାନ ଯୋଗାଇ ବାୟୁମଣ୍ଡଳକୁ ବିଶୁଦ୍ଧ କରନ୍ତି। ଆଜିକାଲି ବଡ଼ ବଡ଼ କଳକାରଖାନା ପ୍ରତିଷ୍ଠା, ଗାଡ଼ିମଟରର ବହୁଳ ବ୍ୟବହାର ଯୋଗୁଁ ବାୟୁମଣ୍ଡଳରେ ପ୍ରଚୁର ଅଙ୍ଗାରକାମ୍ଳ ମିଶୁଛି । ଏହା ମନୁଷ୍ୟର ସ୍ବାସ୍ଥ୍ୟପକ୍ଷେ ଅତ୍ୟନ୍ତ କ୍ଷତିକାରକ । ବୃକ୍ଷଲତାଗୁଡ଼ିକ ଏହି ଅଙ୍ଗାରକାମ୍ଳ ଗ୍ରହଣ କରି ପରିବେଶକୁ ପ୍ରଦୂଷଣମୁକ୍ତ କରିଥା’ନ୍ତି । ମାତ୍ର ବର୍ତ୍ତମାନ ବୃକ୍ଷଲତା ହ୍ରାସ ପାଉଥବାରୁ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି ।

ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ ବିଶେଷ ସାହାଯ୍ୟ କରନ୍ତି । ସେମାନେ ଭୂମି ଭିତରେ ଚେର ଖେଳାଇ ଓ ଉପରେ ଡାଳପତ୍ର ଢାଙ୍କି ବର୍ଷା ଓ ଜଳସ୍ରୋତରୁ ମୃଭିକାକୁ ରକ୍ଷା କରନ୍ତି । ଜଙ୍ଗଲ ନଥିବା ଅଞ୍ଚଳରେ ସହଜରେ ମାଟି ଧୋଇଯାଏ । ଫଳରେ ଭୂମି ଶୁଷ୍କ, ଟାଙ୍ଗର ଓ ଅନୁର୍ବର ହୋଇପଡ଼େ । ପୂର୍ବରୁ ଶ୍ୟାମଳ ଅରଣ୍ୟାନୀ ପରିପୂର୍ଣ୍ଣ ଥିବା ଅଞ୍ଚଳ ଜଙ୍ଗଲ ନଷ୍ଟ ଫଳରେ ଏବେ ନୀରସ, କଙ୍କରିଳ ଓ ଉଷର ହୋଇଯାଇଛି । ମରୁଭୂମି ସମ୍ପ୍ରସାରଣକୁ ରୋକିବାପାଇଁ ଏବେ ବ୍ୟାପକ ବନାକରଶ ନିମନ୍ତେ ଉଦ୍ୟମ ହେଉଛ୍ଛା

ବଣଜଙ୍ଗଲ ନଷ୍ଟ ହେବା ଫଳରେ ମୃତ୍ତିକା କ୍ଷୟ ଘଟି ଜଳଭଣ୍ଡାର, ନଦୀ ଓ ପୁଷ୍କରିଣୀର ଶଯ୍ୟା ପୋତି ହୋଇଥାଏ । ବହୁ ଅର୍ଥବ୍ୟୟରେ ନିର୍ମିତ ଆମ ହୀରାକୁଦ ଜଳଭଣ୍ଡାର ଏହି ବିପଦର ସମ୍ମୁଖୀନ ହେଲାଣି । ଜଳଭଣ୍ଡାରକୁ ଏହି ବିପର୍ଯ୍ୟୟରୁ ରକ୍ଷା କରିବାକୁ ହେଲେ ଚତୁଃପାର୍ଶ୍ଵରେ ଅରଣ୍ୟ ସୃଷ୍ଟି କରିବାକୁ ହେବ । ପୁଣି ଜଙ୍ଗଲ ନଷ୍ଟ ହେଉଥ‌ିବାରୁ କାଠ, ଲାଖ, ମହୁ, ଝୁଣା ଆଦି ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ହୁ ହୁ ବଢ଼ିଚାଲିଛି, କାରଣ ଏ ଦ୍ରବ୍ୟଗୁଡ଼ିକ ମିଳୁନାହିଁ । ପୁଣି ଏହାଦ୍ଵାରା ପଶୁପକ୍ଷୀ ମଧ୍ୟ ଲୋପ ପାଇଗଲେଣି । ଅରଣ୍ୟରୁ ମିଳୁଥିବା ବହୁ ଔଷଧ, ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ କଞ୍ଚାମାଲର ଅଭାବ ବଢ଼ିଚାଲିଛି। ଆମ୍ଭମାନଙ୍କର ପରମ କର୍ତ୍ତବ୍ୟ ହେଉଛି ଅରଣ୍ୟର ଯତ୍ନ ନେଇ ପଶୁପକ୍ଷୀ ଓ ଜଙ୍ଗଲଜାତ ପଦାର୍ଥର ସୁରକ୍ଷା କରିବା ।

ଉଭିଦ ଓ ପ୍ରାଣୀ ପରସ୍ପର ନିର୍ଭରଶୀଳ । ପ୍ରାଣୀଜଗତ ବିନା ଉଭିଦଜଗତ ବଞ୍ଚିପାରେ, ମାତ୍ର ଉଭିଦଜଗତ ବ୍ୟତୀତ ପ୍ରାଣୀଜଗତ ତିଷ୍ଠିବା ଅସମ୍ଭବ । ବାୟୁମଣ୍ଡଳର ବିଶୁଦ୍ଧତା, ମୃତ୍ତିକା ସଂରକ୍ଷଣ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଇତ୍ୟାଦିପାଇଁ ଉଭିଦଜଗତ ନିକଟରେ ପ୍ରାଣୀଜଗତ ଏକାନ୍ତ ଋଣୀ । ଜନସଂଖ୍ୟାର ବୃଦ୍ଧି ହେତୁ ଉଭିଦଜଗତ ବହୁ ଚାପର ସମ୍ମୁଖୀନ । କ୍ରମଶଃ ଜଙ୍ଗଲ ନଷ୍ଟ ହେବା ଶୁଭ ଲକ୍ଷଣ ନୁହେଁ । ଏହାକୁ ନ ରୋକିଲେ ମାନବ ସମାଜ ଦୁର୍ଦ୍ଦଶାଗ୍ରସ୍ତ ହେବ । ବୃକ୍ଷଲତା ଆମର ବନ୍ଧୁ । ଅରଣ୍ୟ ସୃଷ୍ଟି ଆମର ଲକ୍ଷ୍ୟ ହେବା ଉଚିତ । ଏଥିପାଇଁ ଆମ ଦେଶରେ ମୃତ୍ତିକା ସଂରକ୍ଷଣ, ବନ ସଂରକ୍ଷଣ, ସାମାଜିକ ବନୀକରଣ ଆଦି ଯୋଜନା କାର୍ଯ୍ୟକାରୀ କରାଯାଉଛି । ବୃକ୍ଷଲତାକୁ ସବୁଜ ସ୍ଵର୍ଣ୍ଣ କୁହାଯାଏ । ତେବେ ଏହା ସୁନାଠାରୁ ମଧ୍ୟ ବହୁ ଗୁଣରେ ମୂଲ୍ୟବାନ୍ । ଆମେ ଏହି ଅମୂଲ୍ୟ ବନସମ୍ପଦର ସୁରକ୍ଷା ଓ ବିକାଶ ନ କଲେ ଆମର ସ୍ଥିତି ବିପନ୍ନ ଓ ଉନ୍ନତି ଅସମ୍ଭବ ହୋଇପଡ଼ିବ ।

କଠିନ ଶବ୍ଦାର୍ଥ:

  • ସମିଧ – ହୋମକାଠ ।
  • ଅନୁଧ୍ୟାନ – ବିଚାର ଆଲୋଚନା, ପରୀକ୍ଷା ନିରୀକ୍ଷା ।
  • ଅରଣ୍ୟାନୀ – ଘନଜଙ୍ଗଲ ।
  • ଉତ୍ତର – ଅନୁର୍ବର ।
  • ମନୋନିବେଶ କର – ମନଦିଅ ।
  • ନିର୍ବିଚାର – ବିଚାର ନକରି ।
  • ବନୀକରଣ – ନୂଆ ବଣ ସୃଷ୍ଟି କରିବା ।
  • ଦୁର୍ଲଭ – ବିରଳ ।
  • ସବୁଜସ୍ଵର୍ଣ୍ଣ – ଗଛଲତାକୁ ଏଠାରେ ସୁନାପରି ମୂଲ୍ୟବାନ୍ ବୋଲି କୁହାଯାଇଛି ।
  • ଶ୍ୟାମଳ – ସବୁଜ ।
  • ଅଧ୍ୟୟନରତ – ପାଠପଢ଼ାରେ ବ୍ୟସ୍ତ ।
  • ସୀମିତ – ସୀମାବଦ୍ଧ ।
  • ବିଳମ୍ବ – ଡେରି ।
  • ସଗ୍ରହକୁ – ନିଜ ଘରକୁ ।
  • ବୃକ୍ଷରୋପଣ – ଗଛ ଲଗାଇବା ।
  • ଦୈନନ୍ଦିନ – ନିତିଦିନ ।
  • ଅବାସ୍ତବ – ଯାହା ବାସ୍ତବ ନୁହେଁ ।
  • ଉପାଦେୟତା – ଆବଶ୍ୟକୀୟ ଯୋଗ୍ୟତା ।
  • ଉର୍ଦ୍ଧ୍ଵ – ଅଧୂକ ।
  • ଅନିୟମିତ – ନିୟମିତ ନୁହେଁ, ଅସଂଯତ ।
  • ଦୁର୍ଗତି – ବିପର୍ଯ୍ୟୟ ।
  • ବିବେଚିତ – ପରିଗଣିତ ।
  • ଅନାବୃଷ୍ଟି – ବୃଷ୍ଟିହୀନତା ।
  • ଆତଙ୍କିତ – ଭୟଭୀତ ।
  • ପ୍ରଦୂଷଣମୁକ୍ତ – ଅଶୁଚିକରଣରୁ ମୁକ୍ତ, ବିଶୁଦ୍ଧ ।
  • ଢାଙ୍କି – ଆଚ୍ଛାଦନ କରି ।
  • ସଙ୍କୁଚିତ – କମେଇବା, କମିବା ।
  • ଅନୁରୂପ – ଏହିପରି ।
  • ବିସ୍ତୃତ – ବ୍ୟାପକ ।
  • ଦୁର୍ମୂଲ୍ୟ – ବହୁମୂଲ୍ୟ ।
  • ଅରଣ୍ୟଲବ୍‌ଧ – ଅରଣ୍ୟରୁ ମିଳୁଥିବା ।
  • ଦୁଷ୍କର୍ମ – ମନ୍ଦକାର୍ଯ୍ୟ ।
  • ଦୁର୍ଦ୍ଦଶା – ଦୁଃଖ, ଦୁରବସ୍ଥା, ଦୁର୍ଭାଗ୍ୟ ।
  • ବିନାଶ – ଧ୍ୱଂସ ।
  • ଅମୂଲ୍ୟ – ଯାହାର ମୂଲ୍ୟ କଳନା କରିହେବ ନାହିଁ ।
  • ବିପନ୍ନ – ବିପଦରେ ପଡ଼ିଥିବା ।
  • ପ୍ରତ୍ୟାବର୍ତ୍ତନ – ଫେରିବା ।
  • ବ୍ୟବହାର୍ଯ୍ୟ – ବ୍ୟବହାରଯୋଗ୍ୟ ।
  • ହ୍ରାସ – କମିବା ।
  • ଅନୁମେୟ – ଅନୁମାନଯୋଗ୍ୟ ।
  • କଙ୍କରିଳ – ପଥୁରିଆ ।
  • ସଂପ୍ରସାରଣ – ବୃଦ୍ଧି ।
  • ନିର୍ବିଚାର – ବିଚାର ନ କରି ।

CHSE Odisha Class 12 Odia Solutions Chapter 9 ବାର୍ତା

Odisha State Board CHSE Odisha Class 12 Odia Solutions Chapter 9 ବାର୍ତା Textbook Exercise Questions and Answers.

CHSE Odisha Class 12 Odia Chapter 9 ବାର୍ତା Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
ଶତାବ୍ଦୀର ସିଂହଦ୍ଵାରରୁ ଭବିଷ୍ୟତର ବାର୍ତା କିଏ ଆଣିଛି ?
(i) ଦୂତ
(ii) ଡାକବାଲା
(iii) ମେଘ
(iv) ପାରା
Answer:
(i) ଦୂତ

Question ୨ ।
କବି ମାନବ ଶିଶୁକୁ କିପରି ଜାଗ୍ରତ ହେବାକୁ ପରାମର୍ଶ ଦେଇଛନ୍ତି ?
(i) ପ୍ରତିଶୋଧପରାୟଣ ହୋଇ
(ii) ଲୌକିକ ଜ୍ଞାନକୁ ଧରି
(iii) ସମସ୍ତଙ୍କୁ ଆପଣାର କରି
(iv) ପ୍ରତିଶ୍ରୁତି ପାଳନ କରି

Question ୩ ।
ଦୀପ୍ତ କଣ୍ଠରେ କ’ଣ ପଚାରିବା ପାଇଁ ସମୟ ଆସିଛି?
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା
(ii) ମଣିଷ କାହିଁକି ଅନ୍ୟକୁ ବିଶ୍ୱାସ କରୁଥି
(iii) ଜୀବନର କ’ଣ ସମ୍ଭାବନା ଥିଲା
(iv) ଭବିଷ୍ୟତର କି ଆଶା ଥିଲା
Answer:
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା

Question ୪ ।
ଶତାବ୍ଦୀର ସିଂହଦ୍ଵାରରୁ ଦୂତ କାହାର ବର ଆଣିଛି ?
(i) ଜମିଦାରର
(ii) ମହାଜନର
(iii) ଦେବତାର
(iv) ଭବିଷ୍ୟତର
Answer:
(iii) ଦେବତାର

Question ୫ ।
କବି ମନୁଷ୍ୟ ପୁତ୍ରକୁ କ’ଣ ହୁଅ ବୋଲି କହିଛନ୍ତି ?
(i) ଦଗ୍ଧ ଓ ଭସ୍ମ ହେବାକୁ
(ii) ଦେବତାର ରୂପ ନେବାକୁ
(iii) ଅତ୍ୟାଚାରୀ ହେବାକୁ
(iv) କୈଫିୟତ ଦେବାକୁ
Answer:
(i) ଦଗ୍ଧ ଓ ଭସ୍ମ ହେବାକୁ

CHSE Odisha Class 12 Odia Solutions Chapter 9 ବାର୍ତା

Question ୬ ।
ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି ?
(i) ମରୁଡ଼ିର ବିଭୀଷିକା
(ii) ବାତ୍ୟାର କରାଳ ତାଣ୍ଡବ
(iii) ଭୀମ ଅତ୍ୟାଚାର
(iv) ଶୋଷଣ ପେଷଣ
Answer:
(iii) ଭୀମ ଅତ୍ୟାଚାର

Question ୭ ।
କବି ମନୁଷ୍ୟ ପୁତ୍ରକୁ କିପରି ପ୍ରତିଶୋଧ ନିଅ ବୋଲି କହିଛନ୍ତି ?
(i) ଶୋନ ପରି
(ii) ସିଂହ ପରି
(iii) ବାଘ ପରି
(iv) ହାତୀ ପରି
Answer:
(i) ଶୋନ ପରି

Question ୮ ।
କାହାର ସାଧନା ଜୟ ଲାଭ କରୁ ବୋଲି କବି ସଚ୍ଚିଦାନନ୍ଦ ରାଉତରାୟ କହିଛନ୍ତି ?
(i) କ୍ରୁଶର ସାଧନା
(ii) ଉପୀଡ଼ନର ସାଧନା
(iii) ଶିକ୍ଷାର ସାଧନା
(iv) ବ୍ରହ୍ମଜ୍ଞାନର ସାଧନା
Answer:
(i) କ୍ରୁଶର ସାଧନା

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
ଦୂତ କେଉଁଠୁ ଭବିଷ୍ୟତର ବାର୍ତା ନେଇ ଆସିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଭବିଷ୍ୟତ ବାର୍ତା ନେଇ ଆସିଛି ।

Question ୨ ।
ଶତାବ୍ଦୀର ସିଂହଦ୍ଵାରରୁ ଭବିଷ୍ୟତର ବାର୍ତା ଧରି କିଏ ଆସିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଭବିଷ୍ୟତର ବାର୍ତା ଧରିଦୂତ ଆସିଛି ।

Question ୩ ।
କାହାର ବାର୍ତା ଧରି ଦୂତ ଶତାବ୍ଦୀର ସିଂହଦ୍ଵାରରୁ ଆସିଛି ?
Answer:
ଭବିଷ୍ୟର ବାର୍ତା ଧରି ଦୂତ ଶତାବ୍ଦୀର ସିଂହଦ୍ଵାରରୁ ଆସିଛି ।

Question ୪ ।
ହୀନ ଦାସତ୍ଵ ବିରୁଦ୍ଧରେ ଦୃଢ଼ ଓ ରୂଢ଼ ହୋଇ କ’ଣ କରିବାକୁ କବି କହିଛନ୍ତି ?
Answer:
ହୀନ ଦାସତ୍ଵ ବିରୁଦ୍ଧରେ ଦୃଢ଼ ଓ ରୂଢ଼ ହୋଇ ପ୍ରତିଶୋଧ ନେବାକୁ କବି କହିଛନ୍ତି ।

Question ୫ ।
ଆଜିର ମାନବ ପୁତ୍ରକୁ ଦୀପ୍ତ କଣ୍ଠରେ ପଚାରିବା ପାଇଁ କ’ଣ ଆସିଛି ?
Answer:
ଆଜିର ମାନବ ପୁତ୍ରକୁ ଦୀପ୍ତ କଣ୍ଠରେ ଏତେ ଦିନର ଶୃଙ୍ଖଳା ଓ ଲୌହକାରାଗାର କାହିଁକି ଥିଲା ବୋଲି ପଚାରିବା ପାଇଁ ସମୟ ଆସିଛି।

Question ୬ ।
ସମୟ ଦୀପ୍ତ କଣ୍ଠରେ ଆଜି ପଚାରିବା ପାଇଁ କାହାକୁ କହିଛି ?
Answer:
ସମୟ ଦୀପ୍ତ କଣ୍ଠରେ ଆଜି ପଚାରିବା ପାଇଁ ମାନବପୁତ୍ରକୁ କହିଛି ।

Question ୭ ।
ଦୀପ୍ତ କଣ୍ଠରେ ଆଜିର ମାନବ ପୁତ୍ର କ’ଣ ପଚାରୁଛି ?
Answer:
ଦୀପ୍ତ କଣ୍ଠରେ ଆଜିର ମାନବ ପୁତ୍ର ପଚାରୁଛି, ଏତେଦିନ କାହିଁକି ଶୃଙ୍ଖଳା ଓ ଲୌହକାରାଗାର ଥିଲା ।

Question ୮ ।
ଯୁଗ ଯୁଗ ଧରି କ’ଣ ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି ?
Answer:
ଯୁଗ ଯୁଗଧରି ଭୀମ ଅତ୍ୟାଚାର ମାନବ ଆତ୍ମାକୁ ପୀଡ଼ା ଦେଲା ।

Question ୯ ।
କେଉଁ ବିଷୟରେ କୈଫିୟତ ମାଗିବାର ବେଳ ଉପସ୍ଥିତ ହୋଇଛି ?
Answer:
ଏତେ ଦିନ ଧରି ସେମାନେ କାହିଁକି ଦାସତ୍ବ ବନ୍ଧନ ଓ ଜୀବ ଅତ୍ୟାଚାରରେ ପୀଡ଼ିତ ହେଉଥିଲେ ତାହାର କୈଫିୟତ ମାଗିବାର ବେଳ ଉପସ୍ଥିତ ହୋଇଛି ।

Question ୧୦ ।
ଶତାବ୍ଦୀର ସିଂହଦ୍ଵାରରୁ ଦୂତ କାହାର ବର ଆଣିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଦେବତାର ବର ଆଣିଛି ।

Question ୧୧ ।
କବି କାହାକୁ ଭସ୍ମ ହୁଅ ବୋଲି କହିଛନ୍ତି ?
Answer:
କବି ମାନବ ପୁତ୍ରକୁ ଭସ୍ମ ହୁଅ ବୋଲି କହିଛନ୍ତି ।

CHSE Odisha Class 12 Odia Solutions Chapter 9 ବାର୍ତା

Question ୧୨ ।
‘‘କୀଟ ସମ ହୁଅ ନିଶେଷିତ’’ କାହା ପ୍ରସଙ୍ଗରେ କୁହାଯାଇଛି ?
Answer:
‘କୀଟ ସମ ହୁଅ ନିଷ୍ପେଷିତ’ ମାନବ ପୁତ୍ର ପ୍ରସଙ୍ଗରେ କୁହାଯାଇଛି ।

Question ୧୩ ।
କବି କାହାର ଉଚ୍ଛେଦ ଓ ନିର୍ମୂଳ କରିବାକୁ କହିଛନ୍ତି ?
Answer:
କବି ପୀଡ଼ନର କାରଣ ସମୂହକୁ ଉଚ୍ଛେଦ ଓ ନିର୍ମୂଳ କରିବାକୁ କହିଛନ୍ତି ।

Question ୧୪ ।
କାହାପରି ପ୍ରତିଶୋଧ ନେବାକୁ କବି ପ୍ରବର୍ତ୍ତାଇଛନ୍ତି ?
Answer:
ଶେୟନପରି ପ୍ରତିଶୋଧ ନେବାକୁ କବି ପ୍ରବର୍ତ୍ତାଇଛନ୍ତି ।

Question ୧୫ ।
ଭସ୍ମ ମଧ୍ୟରୁ କି ଦୀକ୍ଷା ଲାଭ କରିବା ପାଇଁ କବି ଉପଦେଶ ଦେଇଛନ୍ତି ?
Answer:
ଭସ୍ମ ମଧ୍ୟରୁ ଶ୍ରେଣୀ-ଚେତନା ରୂପକ ଦୀକ୍ଷା ଲାଭ କରିବା ପାଇଁ କବି ଉପଦେଶ ଦେଇଛନ୍ତି ।

Question ୧୬ ।
କବି କାହାର ଜୟ ହେଉ ବୋଲି କହିଛନ୍ତି ?
Answer:
କବି ପୀଡ଼ନର ଜୟ ହେଉ ବୋଲି କହିଛନ୍ତି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

କବିତା – ବାର୍ତା, କବି – ସଚ୍ଚିଦାନନ୍ଦ ରାଉତରାୟ

Question ୧ ।
ଭବିଷ୍ୟତର କି ବାର୍ତା ଧରି ଦୂତ ଆସିଛି ?
Answer:
ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଆସିଥ‌ିବା ମଣିଷମାନଙ୍କ ପାଇଁ ଭବିଷ୍ୟତରେ ବଞ୍ଚିବାର ଓ ଜୀବନ ଜୀଇଁବାର ସମ୍ଭାବନାର ବାର୍ତ୍ତା ଧରି ଦୂତ ଆସିଛି ।

Question ୨ ।
ଲୌକିକ ଜ୍ଞାନ କହିଲେ କ’ଣ ବୁଝ ?
Answer:
ଲୌକିକ ଜ୍ଞାନ କହିଲେ ସାଧାରଣ ମାନବିକ ଜ୍ଞାନକୁ ବୁଝାଏ, ଯେଉଁଥରେ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ସମ୍ବନ୍ଧୀୟ ଜ୍ଞାନ ନିହିତ ଥାଏ ।

Question ୩ ।
କବି ଶୋଷିତ ମଣିଷକୁ କାହାର କୈଫିୟତ ମାଗିବାକୁ କହିଛନ୍ତି ?
Answer:
ଉପୀଡ଼କମାନେ ଶୋଷିତ ମଣିଷକୁ ଯେଉଁ ଭୀଷଣ ଅତ୍ୟାଚାର, ନିର୍ଯାତନା ଓ ପୀଡ଼ା ଦେଇଛନ୍ତି କବି ତାହାର କୈଫିୟତ ମାଗିବାକୁ କହିଛନ୍ତି ।

Question ୪ ।
କବି କାହା ବିରୁଦ୍ଧରେ ପ୍ରତିଶୋଧ ନେବାକୁ କହିଛନ୍ତି ?
Answer:
ଯେଉଁ ଧନୀକ ଓ ଶୋଷକଗୋଷ୍ଠୀ ତୁମକୁ ଦାସତ୍ଵ ବନ୍ଧନରେ ବାନ୍ଧି ଶୋଷଣ କରୁଛନ୍ତି, ସେହିମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବାକୁ କବି କହିଛନ୍ତି ।

Question ୫ ।
ମୂଢ଼ ମନୁଷ୍ୟ ପୁତ୍ର କେଉଁଥୁରୁ ଜ୍ଞାନ-ରଶ୍ମି ଲାଭ କରିବ ?
Answer:
ମୂଢ଼ ମନୁଷ୍ୟ ପୁତ୍ର ଦଗ୍ଧ ହୋଇ, ଭସ୍ମ ହୋଇ, ଅର୍ଥାତ୍‌ ନିଶ୍ଳେଷଣରୁ ହିଁ ଜ୍ଞାନରଶ୍ମି ଲାଭ କରିବ ।

Question ୬ ।
ଆଜିର ମଣିଷ ଶୋଷଣ ଓ ପୀଡ଼ନର କାରଣ କିପରି ଜାଣିପାରିବ ବୋଲି କବି କହିଛନ୍ତି ?
Answer:
ଆଜିର ମଣିଷ ଦଗ୍ଧ ଓ ଭସ୍ମ ହେଲେ ଏବଂ କୀଟ ସଦୃଶ ନିଷେଷିତ ହେଲେ ଯାଇ ଶୋଷଣ ଓ ପୀଡ଼ନର କାରଣ ଜାଣିପାରିବ ବୋଲି କବି କହିଛନ୍ତି ।

Question ୭ ।
‘‘ଶୋନପରି ନିଅ ପ୍ରତିଶୋଧ’’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
କବିଙ୍କ ମତରେ ଆଜିର ମଣିଷ ଦଗ୍ଧ, ଭସ୍ମ ଓ କୀଟ ସମ ନିଷ୍ପେଷିତ ହୋଇ ପୀଡ଼ନର କାରଣମାନ ଜାଣିବା ପରେ ତା’ର ନିର୍ମୂଳ ଓ ଉଚ୍ଛେଦ ପାଇଁ ଶୋନ ଭଳି ନିଅ ପ୍ରତିଶୋଧ ବୋଲି କୁହାଯାଇଛି ।

Question ୮ ।
କାହାକୁ କବି ମହାଧର୍ମ ଆଖ୍ୟା ଦେଇଛନ୍ତି ?
Answer:
କବିଙ୍କ ମତରେ ଆଜିର ମଣିଷର ମହାଧର୍ମ ହେଉଛି ପୀଡ଼ନର କାରଣ ସମୂହକୁ ଉଚ୍ଛେଦ ଏବଂ ନିର୍ମୂଳ କରିବା ଏବଂ ଶୋନ ପରି ପ୍ରତିଶୋଧ ନେବା ।

Question ୯ ।
ଆଜିର ମଣିଷ ଭସ୍ମ ମଧ୍ୟରୁ କେଉଁ ଦୀକ୍ଷା ଗ୍ରହଣ କରିବ ବୋଲି କବି ପରାମର୍ଶ ଦେଇଛନ୍ତି ?
Answer:
ଆଜିର ମଣିଷ ଭସ୍ମ ମଧ୍ୟରୁ ଶ୍ରେଣୀ-ଚେତନାର ଦୀକ୍ଷା ଗ୍ରହଣ କରିବାକୁ କବି ପରାମର୍ଶ ଦେଇଛନ୍ତି ।

Question ୧୦ ।
କବି କ୍ରୁଶର ସାଧନାକୁ ଜୟକାର କରିବାର ଅର୍ଥ କ’ଣ ?
Answer:
‘ବାର୍ତା’ କବିତାରେ କବି ସଚ୍ଚିଦାନନ୍ଦ ରାଉତରାୟ ଏହା ଉଲ୍ଲେଖ କରିଛନ୍ତି । ଅତୀତରେ ଅତ୍ୟାଚାରୀମାନଙ୍କ କବଳରୁ ଅତ୍ୟାଚାରିତ ଜନତାର ମୁକ୍ତି ନିମନ୍ତେ ପ୍ରୟାସ କରି ମହାତ୍ମା ଯୀଶୁଖ୍ରୀଷ୍ଟ ସେମାନଙ୍କଦ୍ୱାରା କ୍ରୁଶବିଦ୍ଧ ହୋଇ ଆୟୋତ୍ସର୍ଗ କରିଥିବାରୁ କବି କ୍ରୁଶର ସାଧନାକୁ ଜୟକାର କରିଛନ୍ତି ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

କବିତା – ବାର୍ତା, କବି – ସଚ୍ଚିଦାନନ୍ଦ ରାଉତରାୟ

Question ୧ ।
ଶତାବ୍ଦୀର ସିଂହଦ୍ଵାରରୁ କିଏ, କ’ଣ ବାର୍ତା ନେଇ ଆସିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆସିଛି ଭବିଷ୍ୟତର ବାର୍ତା ପରିପ୍ରଚାର ପାଇଁ । ଶହ ଶହ ବର୍ଷ ଧରି ଚଳି ଆସିଥିବା ମାଲିକ ମୂଲିଆ, ବଡ଼ସାନ, ଶୋଷକ ଶୋଷିତର ପ୍ରଭେଦକୁ ବଦଳେଇ ଦେବାପାଇଁ ।

Question ୨ ।
କେଉଁ ବିଷୟରେ ପଚାରିବାପାଇଁ ଆଜି ସମୟ ଆସିଛି ?
Answer:
କବି ମାନବ ଶିଶୁଙ୍କୁ ପ୍ରେରଣା ଦେଇ ଲେଖିଛନ୍ତି, କୌଣସି ସମୟରେ ଦୁର୍ବଳ ନହୋଇ ଦୃଢ଼ ହୋଇ, ରୁକ୍ଷ ହୋଇ ନିଜର ଅଧିକାର ସାବ୍ୟସ୍ତ କରିବାକୁ ପଡ଼ିବ । ସେମାନେ କେଉଁ କାରଣରୁ ଦାସତ୍ଵ ବନ୍ଧନରେ ବାନ୍ଧିହୋଇ ଶୋଷିତ ହେଉଥିଲେ ସେ ବିଷୟରେ ପଚାରିବାପାଇଁ ଆଜି ସମୟ ଆସିଛି ବୋଲି କବି କହିଛନ୍ତି ।

Question ୩ ।
କେଉଁ ବିଷୟରେ କୈଫୟତ ମାଗିବାକୁ ଆଜି ବେଳ ଆସିଛି ?
Answer:
ଯୁଗ ଯୁଗରୁ ବା ଦୀର୍ଘଦିନରୁ ଶୋଷିତ ମଣିଷ ଶୋଷକଗୋଷ୍ଠୀଙ୍କ ନିଷ୍ଠୁର ଅତ୍ୟାଚାର ସହି ଆସିଛି । ଏଭଳି ବ୍ୟବହାର ଶୋଷିତଗୋଷ୍ଠୀଙ୍କୁ ପୀଡ଼ାଦେଇଛି । ମାତ୍ର ତୁମକୁ ଆଜି ଆଉ ସେହି ନିଷ୍ଠୁର ଅତ୍ୟାଚାର ସହିବାକୁ ପଡ଼ିବ ନାହିଁ; ବରଂ ନିଜର ଅଧିକାର ବିଷୟରେ କୈଫିୟତ ମାଗିବାକୁ ଆଜି ବେଳ ଆସିଛି ।

Question ୪ ।
କବି ମନୁଷ୍ୟ ପୁତ୍ରକୁ ଦଗ୍ଧ ହେବାପାଇଁ କାହିଁକି କହିଛନ୍ତି ?
Answer:
କବି ମନୁଷ୍ୟ ପୁତ୍ରକୁ ଦଗ୍ଧ ହେବାପାଇଁ କହିଛନ୍ତି କାରଣ ଦଗ୍ଧ ହେଲାପରେ ନୂତନ ସୃଷ୍ଟି ସମ୍ଭବ ହେବ । ଅନ୍ୟଭାବରେ ପ୍ରକାଶ କଲେ ସେହି ଦଗ୍ଧ ବା ନିଷେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ ଏବଂ ଯେଉଁଥୁରୁ ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ ।

Question ୫ ।
କବି ଭସ୍ମ ମଧ୍ୟରୁ କି ଦୀକ୍ଷା ଗ୍ରହଣ କରିବାକୁ କହିଛନ୍ତି ?
Answer:
କବି ଭସ୍ମ ମଧ୍ୟରୁ ଶ୍ରେଣୀ-ଚେତନାର ଦୀକ୍ଷା ଗ୍ରହଣ କରିବାକୁ କହିଛନ୍ତି । ଯେଉଁ ଚେତନା ବଦଳାଇଦେବ ମାଲିକ ଓ ମୂଲିଆ, ଶୋଷକ ଓ ଶୋଷିତର ସମ୍ପର୍କକୁ ।

Question ୬ ।
ଉପୀଡ଼ନର ଜୟ ହେଉ କହିବା ପଛରେ କବିଙ୍କ ଉଦ୍ଦେଶ୍ୟ କ’ଣ ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ବାର୍ତା ଆସିଛି, ଯୁଗ ଯୁଗ ଧରି ଶୋଷିତ ହେଉଥ‌ିବା ମଣିଷମାନେ ଜାଗିଉଠନ୍ତୁ । ସେମାନେ ବଦଳାଇ ଦିଅନ୍ତୁ ମାଲିକ ମୂଲିଆ ଓ ଶୋଷକ ଓ ଶୋଷିତର ସମ୍ପର୍କକୁ । ଉପୀଡ଼ନର ଜୟ ହେଉ କହିବା ପଛରେ କବିଙ୍କ ଉଦ୍ଦେଶ୍ୟ ହେଉଛି ଶୋଷିତ ମଣିଷଙ୍କ ମନରେ ସମ୍ଭାବନାର ବୀଜ ବୁଣିଦେବା ।

Question ୭ ।
‘ଜୟ ହେଉ ପୀଡ଼ନର’ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
କବି ‘ଜୟ ହେଉ ପୀଡ଼ନର’ ବୋଲି କହିଛନ୍ତି । କାରଣ ପୀଡ଼ନର ମାତ୍ରା ଅତ୍ୟଧ୍ଵ ହେଲେ ହିଁ ଅତ୍ୟାଚାରିତ ମାନବ ତା’ର କାରଣ ଅନୁସନ୍ଧାନ କରିବ ଏବଂ ତା’ର ଉଚ୍ଛେଦ କରିବାପାଇଁ ପ୍ରୟାସ କରିବ । ଏଥିରୁ ସେ ଶ୍ରେଣୀ-ଚେତନା ବିଷୟରେ ସଚେତନ ହେବ ଏବଂ ପୀଡ଼ନକୁ ନିର୍ମୂଳ କରିବାକୁ ଚେଷ୍ଟିତ ହେବ । ତେଣୁ କବି ପୀଡ଼ନର ମାତ୍ରା ଅତିଶୟ ହେବାକୁ ସ୍ଵାଗତ କରିଛନ୍ତି ।

Question ୮ ।
ଶୋନର ପ୍ରତିଶୋଧକୁ କବି ମହାଧର୍ମ ଆଖ୍ୟା କାହିଁକି ଦେଇଛନ୍ତି ?
Answer:
କବିଙ୍କ ମତରେ ମଣିଷ ଦଗ୍ଧ, ଭସ୍ମ ଓ କୀଟ ସମ ନିଷ୍ପେଷିତ ହେଲେ ତା’ର ଜ୍ଞାନରଶ୍ମି ଉଦୟ ହେବ ଏବଂ ସେ ପୀଡ଼ନର କାରଣ ସମୂହକୁ ଖୋଜିପାଇବା ଓ ପୀଡ଼ନର କାରଣରାଜିକୁ ନିର୍ମୂଳ କରିବାପାଇଁ, ସେ ଶୋନ ପରି ପ୍ରତିଶୋଧ ନେବା ତା’ର ମହାଧର୍ମ ବୋଲି କବି କହିଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ବାର୍ତା’ କବିତାରେ କବି ଆଧୁନିକ ଜୀବନ ସମ୍ପର୍କରେ ଯେଉଁ ବାର୍ତ୍ତା ଦେଇଛନ୍ତି – ଆଲୋଚନା କର ।
Answer:
ବାର୍ତା ଆସେ ସିଂହଦ୍ଵାରରୁ, ଅର୍ଥାତ୍ କୌଣସି ଦେବଦେବୀ ମନ୍ଦିରରୁ କିମ୍ବା ରାଜାଙ୍କର ଆଦେଶନାମା ମାଧ୍ୟମରେ । ସେହି ବାର୍ତାକୁ ସମସ୍ତେ ପାଳନ କରନ୍ତି । ବାର୍ତା ପାଳନଦ୍ୱାରା ସମାଜର ପରିବର୍ତ୍ତନ ହୁଏ ନାହିଁ, ବରଂ ମଙ୍ଗଳ ହୁଏ । ଏଠାରେ ମଧ୍ୟ ସେହିପରି ଯୁଗ ଯୁଗ ଧରି ଶୋଷିତ, ନିର୍ଯାତିତ ହେଉଥ‌ିବା ମଣିଷମାନଙ୍କ ପ୍ରତି ବାର୍ତା ବା ଆଦେଶନାମା ଆସିଛି । ଯେଉଁ ବାର୍ତାର ପ୍ରଭାବରେ ମଣିଷମାନେ ମଣିଷପଣିଆକୁ ଚିହ୍ନିବେ । ସେମାନଙ୍କ ମଧ୍ୟରେ ମାନବିକତାର ସ୍ଵାଭିମାନ ଜାଗ୍ରତ ହେବେ । ସେମାନେ ଆଉ ଅବହେଳିତ ଭାବରେ ମାଟିର ପତଙ୍ଗ ପରି ଜୀବନ ଧାରଣ କରିବେ ନାହିଁ, ବରଂ ନିଜର ଅଧିକାରକୁ ଶୋଷିତ ମଣିଷଠାରୁ ଜୋରକରି ହାସଲ କରିବାକୁ ଚେଷ୍ଟାକରିବେ ।

ଆମ ସମାଜରେ ଯୁଗ ଯୁଗ ଧରି ଚଳିଆସିଛି ମାଲିକ ମୂଲିଆର ପ୍ରଭେଦ । ସେହି ପ୍ରଭେଦଦ୍ୱାରା କେତେକ ମଣିଷ କରି, ଯାହା ଉପାର୍ଜନ କରୁଥିବେ, ତାହାକୁ ଶୋଷକ ଧନିକ ହାତରେ ଟେକି ଦେଉଥ‌ିବେ । ସେହି ଶୋଷିତମାନେ ନିଜର ଅଧିକାର ସମ୍ପର୍କରେ ସଚେତନ ନଥ‌ିବେ । କେବଳ ନିଜର ରକ୍ତକୁ ପାଣି କରି ଧନୀମାନଙ୍କର ସୁଖ ସୁବିଧାରେ କାରଣ ହୋଇଥ‌ିବେ । ତେଣୁ କବିତାର ପ୍ରଥମ ପର୍ଯ୍ୟାୟରେ କବି ଉଲ୍ଲେଖ କରିଛନ୍ତି, ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆସିଛି ଭବିଷ୍ୟତର ବାର୍ତା ପରିପ୍ରଚାର କରିବାପାଇଁ । ଶହ ଶହ ବର୍ଷଧରି ଚଳି ଆସିଥିବା ମାଲିକ ମୂଲିଆ ପ୍ରଭେଦକୁ ବଦଳାଇ ଦେବାପାଇଁ ବାର୍ତା ଆଣିଛି । ସେହି ବାର୍ତାରେ ରହିଛି କେହି ସାନ କିମ୍ବା ବଡ଼ ବୋଲି ନିଜକୁ ଦେଖେଇ ପାରିବେ ନାହିଁ । କାହାରି ମନରେ ଶୋଷଣ କିମ୍ବା ଶୋଷିତର ମାନସିକତା ରହିବ ନାହିଁ । ଭବିଷ୍ୟତରେ ସମସ୍ତେ ହେବେ ସମାନ । ସମସ୍ତଙ୍କ ମଧ୍ୟରେ ସୃଷ୍ଟି ହେବ ଲୌକିକ ଜ୍ଞାନ । ଅର୍ଥାତ୍ ସମସ୍ତେ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ପ୍ରାପ୍ତ ହୋଇ ମଣିଷ ଭଳି ମଣିଷ ହେବେ ।

CHSE Odisha Class 12 Odia Solutions Chapter 9 ବାର୍ତା

Question ୭ ।
‘ବାର୍ତା’ କବିତାରୁ କବିଙ୍କ କାବ୍ୟ ଆଭିମୁଖ୍ୟ ଉପସ୍ଥାପନ କର ।
Answer:
କବିତା ହେଉଛି କବି ହୃଦୟର ସହଜତମ ଭାବୋଚ୍ଛାସ ପରିପ୍ରକାଶ । ମୁହୂର୍ଭକର ଚିନ୍ତା ଚେତନା କବି ହୃଦୟକୁ ଭାବବିମୁଗ୍ଧ ଓ ଆନ୍ଦୋଳିତ କରିପକାଏ । କବି କଳ୍ପନେତ୍ରରେ ଯାହା କଳ୍ପନା କରେ, ତାକୁ ହିଁ ଭାଷା ମାଧ୍ୟମରେ ରୂପଦିଏ ।

ସାମ୍ୟବାଦୀ ଚିନ୍ତାଧାରାର ଭାବବିମୁଗ୍ଧ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ହୃଦୟ ଥିଲା ମାନବିକ ସମ୍ବେଦନାରେ ଋଦ୍ଧିମନ୍ତ । ସମାଜରେ ଶ୍ରମିକ, କୃଷକ, ଖଟିଖିଆ ଓ ସର୍ବହରା ମଣିଷର ଜୀବନକୁ ସେ ଲକ୍ଷ୍ୟ କରିଛନ୍ତି । ସେମାନଙ୍କ ଜୀବନଚର୍ଯ୍ୟା କବିଙ୍କୁ କରିଛି ପ୍ରଭାବିତ । ଫଳରେ ସେମାନଙ୍କ ଦୁଃଖ, ଦୈନ୍ୟ ଜୀବନକୁ ସେ ବର୍ଣ୍ଣନା କରିବା ସହିତ, ସେମାନଙ୍କ ହୃଦୟରେ ସୃଷ୍ଟି ହୋଇଥବା ଦୃଢ଼ ପ୍ରତିକ୍ରିୟାକୁ ସେ ବର୍ଣ୍ଣନା କରିଛନ୍ତି । କାରଣ ଯୁଗ ଯୁଗ ଧରି ଖଟିଖିଆ ମଣିଷ ଶୋଷକ ଗୋଷ୍ଠୀଙ୍କ ଶୋଷଣରେ ଅତିଷ୍ଠ ହୋଇପଡ଼ିଛି । ଦୃଢ଼ ପ୍ରତିବାଦ ଜଣାଇବାପାଇଁ କବି ଯେଉଁ ସନ୍ଦେଶ ଆଣିଛନ୍ତି, ତାହାକୁ ପରିପ୍ରକାଶ କରିଛନ୍ତି ‘ବାର୍ତା’ କବିତାରେ ।

କବିତାର ପ୍ରଥମ ପର୍ଯ୍ୟାୟର କବି କହିଛନ୍ତି, ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆଣଛି ଏକ ନୂତନ ବାର୍ତା । ଯେଉଁ ବାର୍ତାରେ ଯୁଗ ଯୁଗଧରି ପ୍ରଚଳିତ ହୋଇଥିବା ମାଲିକ ଓ ମୂଲିଆର ପ୍ରଭେଦ ବଦଳିଯିବ । ସମସ୍ତେ ହେବେ ସମାନ । ଜୀବନ ଜୀଇଁବାର ପ୍ରତିରୂପ ହୋଇରହିବ । ମଣିଷମାନେ ବିଶେଷ କରି ଯେଉଁମାନେ ବଞ୍ଚିବାପାଇଁ କଠୋର ପରିଶ୍ରମ କରୁଛନ୍ତି, ସେହିମାନଙ୍କ ମନରେ ପ୍ରେରଣା ସୃଷ୍ଟି କରିବା ଭଳି ବାର୍ତା ଆସିଛି । ଫଳସ୍ବରୂପ ସେମାନେ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ବା ଲୌକିକ ଜ୍ଞାନ ସଂଗ୍ରହ କରିପାରିବେ ।

କବି ବାର୍ତା ମାଧ୍ୟମରେ ଖଟିଖିଆ, ଶୋଷିତ ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାକୁ ଚାହିଁଛନ୍ତି । କବିଙ୍କ ମତରେ ନିଜର ଅଧିକାର ଆଣିବାପାଇଁ ସେମାନଙ୍କୁ ରୁକ୍ଷ, କର୍କଶ ହେବାକୁ ପଡ଼ିବ । କୌଣସି ସମୟରେ ଦୁର୍ବଳ ହେବାକୁ ପଡ଼ିବ ନାହିଁ । ନିଜର ସାଲିସ୍ ମନୋବୃତ୍ତିକୁ ପରିହାର କରି ତେଜୋମୟ କଣ୍ଠରେ ବଞ୍ଚିବାର ଅଧିକାରକୁ ଛଡ଼ାଇ ଆଣିବାକୁ ପଡ଼ିବ । ଦୀର୍ଘଦିନ ଧରି ଲୌହଶୃଙ୍ଖଳରେ ବାନ୍ଧି ହୋଇଥିଲା ଭାବକୁ ଦୂରେଇ ଦେବାକୁ ପଡ଼ିବ ।

ଦୀର୍ଘଦିନ ଧରି ଶୋଷିତ ମଣିଷ ଶୋଷକ ଗୋଷ୍ଠୀଙ୍କ ନିଷ୍ଠୁର ଅତ୍ୟାଚାର ସହିଆସିଛି । ମାତ୍ର ସମୟ ଆସିଛି, ସେମାନଙ୍କୁ ଆଉ ସେହି ନିଷ୍ଠୁର ଅତ୍ୟାଚାର ସହିବାକୁ ହେବ ନାହିଁ । ତେଣୁ କବି ସେହି ମାନବମାନଙ୍କୁ ରୁଦ୍ର ଭୈରବ ବୋଲି ସମ୍ବୋଧନ କରିଛନ୍ତି । ପୁନଶ୍ଚ ସେମାନଙ୍କୁ ଦଗ୍ଧ ହୁଅ, ଭସ୍ମ ହୁଅ ବୋଲି କବି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଶେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ । ସେଥ‌ିରେ ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ ।

ମୋଟ ଉପରେ କବି ଶୋଷିତ ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଲାଗି, କବି ‘ବାର୍ତା’ କବିତା ସୃଷ୍ଟି କରିଛନ୍ତି ।

Question ୩ ।
‘ବାର୍ତା’ କବିତାରେ କବି ଯେଉଁ ନୂତନ ପୃଥ‌ିବୀର ପରିକଳ୍ପନା କରିଛନ୍ତି ତାହାର ରୂପଚିତ୍ର ପ୍ରଦାନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟରେ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ କବିତା ମାଧ୍ୟମରେ ବିପ୍ଳବର ବାର୍ତା ଶୁଣାଇଛନ୍ତି । ଆଲୋଚ୍ୟ କବିତା ‘ବାର୍ତା’ ସେହିଭଳି ଏକ କବିତା, ଯେଉଁଥିରେ କବି ଏକ ଶୋଷଣମୁକ୍ତ ନୂତନ ପୃଥ‌ିବୀର ପରିକଳ୍ପନା କରିଛନ୍ତି । କାରଣ ସାଧାରଣ ଖଟିଖିଆ ମଣିଷ ପାଇଁ କବି ଥିଲେ ଗଭୀର ଭାବେ ସମ୍ବେଦନଶୀଳ । ଶୋଷିତ ମଣିଷର ଦୁଃଖ, ଯନ୍ତ୍ରଣା ଓ ଅଭାବକୁ ସେ ନିଜ ଭିତରେ ଅନୁଭବ କରିଛନ୍ତି । ତାଙ୍କ ପାଇଁ ହୃଦୟରେ ଆକୁଳ ଭାବ ପ୍ରକାଶ କରିଛନ୍ତି । ସେମାନଙ୍କ ପାଇଁ ତାଙ୍କର ସାରସ୍ଵତ ଲେଖନୀ ଚାଲନାକରି ନିଜ ହୃଦୟର ସମ୍ବେଦନଶୀଳ ଭାବ ଦେଖାଇଛନ୍ତି । ସେ କେବଳ ହୃଦୟରେ ଶୋଷିତ, ଶ୍ରମିକ ଓ ସର୍ବହରା ସମାଜ ପାଇଁ ଦୁଃଖ ପ୍ରକାଶ କରିନାହାନ୍ତି, ବରଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରକାରାନ୍ତରେ ବିପ୍ଳବର ବାର୍ତା ଶୁଣାଇ, ବଞ୍ଚିବାର ଅଧିକାର ଛଡ଼ାଇ ଆଣିବାପାଇଁ ପ୍ରେରଣା ଦେଇଛନ୍ତି ।

ପୃଥ‌ିବୀର ଅବହେଳିତ ମଣିଷ, ଯେଉଁମାନେ କି ଜୀବନସାରା ବଞ୍ଚିବା ପାଇଁ ସଂଗ୍ରାମ କଲେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି, ସେମାନଙ୍କୁ କବି ମାଟିର ପତଙ୍ଗ ବୋଲି କହିଛନ୍ତି । ସେହି ଅସହାୟ ମଣିଷମାନଙ୍କ ପାଇଁ ମୁକ୍ତିପିପାସା ନିମନ୍ତେ ସେ ସ୍ୱର ଉତ୍ତୋଳନ କରିଛନ୍ତି । ସମଗ୍ର ପୃଥ‌ିବୀରେ ଦେଖାଦେଇଛି ଦଳେ ଲୋକ କେବଳ ଦରିଦ୍ରମାନଙ୍କୁ ଶୋଷଣ କରି, ଧନୀଭାବରେ ପରିଚିତ ହୋଇ ବିଳାସବ୍ୟସନରେ ଜୀବନ ବିତାଉଛନ୍ତି । ଅପରପକ୍ଷରେ ଅନ୍ୟ କେତେକ ଜୀବନସାରା ରକ୍ତକୁ ପାଣିକରି ପରିଶ୍ରମ କଲେ ବି ବଞ୍ଚିବାର ସ୍ବାଦ ଅନୁଭବ କରିପାରୁ ନାହାଁନ୍ତି । କବି ଏହିଭଳି ବୈଷମ୍ୟକୁ ଦୂରେଇ ଦେଇ ଏକ ସୁସ୍ଥ ସମାଜ ଗଠନ କରିବାକୁ ଇଚ୍ଛା କରିଛନ୍ତି ।

ଯେଉଁ ମଣିଷମାନେ ଦଳିତ ହୋଇ ରହିଥିଲେ, ସେମାନଙ୍କ ମନରେ ଆତ୍ମବିଶ୍ଵାସ ଜାଗ୍ରତ କରିବାପାଇଁ କବି କହିଛନ୍ତି, ତୁମକୁ ଆଉ ନିଷ୍ଠୁର ଅତ୍ୟାଚାର ସହିବାକୁ ପଡ଼ିବ ନାହିଁ, ବରଂ ନିଜର ଅଧିକାର ସମ୍ବନ୍ଧରେ କୈଫିୟତ ମାଗିବାକୁ ପଡ଼ିବ । ତେଣୁ କବି ସେମାନଙ୍କୁ ରୁଦ୍ର ଭୈରବ ବୋଲି ସମ୍ବୋଧନ କରିଛନ୍ତି । ଭାଗ୍ୟ ଉପରେ ନିର୍ଭର କରୁଥିବା ମଣିଷଙ୍କୁ ଦଗ୍ଧ ହୁଅ, ଭସ୍ମ ହୁଅ ବୋଲି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଷେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ । ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ । ଶ୍ୟନପରି ବଞ୍ଚିବାର ଅଧିକାରକୁ ଝାମ୍ପି ନେଇପାରିବ ବୋଲି କବି କହିଛନ୍ତି । ଯେଉଁମାନେ ପୀଡ଼ିତ, ସେମାନଙ୍କର ବୀଜ ବୁଣି ଦେଇଛନ୍ତି ।

Question ୪।
‘ବାର୍ତା’ କବିତାରୁ କବିଙ୍କ ସର୍ଜନଶୀଳତାର ବୈଶିଷ୍ଟ୍ୟ ଉପସ୍ଥାପନ କର ।
Answer:
କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ସାରସ୍ୱତ ଜୀବନର ଆଦି ପର୍ଯ୍ୟାୟରେ ଜାତୀୟତାବାଦୀ ଓ ପଲ୍ଲୀପ୍ରାଣତାକୁ ନେଇ କବିତା ରଚନା କରୁଥିଲେ ବି ପରବର୍ତ୍ତୀ ସମୟରେ ସେ ସମାଜବାଦୀ ଭାବଧାରାକୁ ଆପଣେଇ ନେଇଛନ୍ତି । ସାଧନାର ଏଇ ଉତ୍ତରଣ ପର୍ଯ୍ୟାୟରେ ଅସହାୟ, ନିରନ୍ନ ଓ ସମାଜ ପ୍ରବଞ୍ଚିତ ବ୍ୟକ୍ତି ପ୍ରତି ସେ ଦରଦୀ ଭାବ ପ୍ରକାଶ କରିଛନ୍ତି । ସେହି ଅସହାୟ ମଣିଷମାନଙ୍କର କଥାକୁ ସେ ସିଧାସିଧ୍ ଉଲ୍ଲେଖ କରିଛନ୍ତି । ଯେପରି –
‘‘ଧରଣୀର ପଥେ ପଥେ ଚାଲୁ ଚାଲୁ ପଥଚାରୀ ମୁହଁ,
ଯେ ବ୍ୟଥା ବାଜିଛି ବୁକେ ମଣିଷର ଅପମାନ ଛୁଇଁ ।
ତାକୁଇ ଦେଇଚି ବାଣୀ କହିଛି ସେ ସାଧାରଣ କଥା,
ଭାଷାର କପଟ ଜାଲେ ରଚିନାହିଁ ମାୟାଜାଲ କଥା ।’’ (ପାଣ୍ଡୁଲିପି)
କବି ଖଟିଖିଆ, ପରିଶ୍ରମୀ ମଣିଷଙ୍କ ଜୀବନଶୈଳୀକୁ ଦେଖିଛନ୍ତି । ସେମାନଙ୍କ ପ୍ରତି ହେଉଥ‌ିବା ଅବିଚାରକୁ କରିଛନ୍ତି । ନ୍ୟାଯ୍ୟଦାବି ଓ ଅଧିକାର ପାଇଁ ଆନ୍ଦୋଳନର ପ୍ରେରଣା ଦେଇ ନିଜର ବୈପ୍ଳବିକ ଚିତ୍ତବୃତ୍ତିକୁ ପ୍ରକାଶ କରିଛନ୍ତି । ଶୋଷିତମାନଙ୍କ ପାଇଁ ସେ ଆଗ୍ନେୟ ଆହ୍ବାନ ଜଣାଇଛନ୍ତି ।

କବି ଖଟିଖିଆ ମେହେନତି ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାକୁ ଚାହିଁଛନ୍ତି । ତେଣୁ ସେମାନଙ୍କୁ ଦୃଢ଼ ହେବାକୁ, ରୁକ୍ଷ ଓ କର୍କଶ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି । ଅତୀତକୁ ବିସ୍ତ୍ରୁତ ହେବାକୁ ପଡ଼ିବ । ଦାସତ୍ଵ ଭାବକୁ ମନରୁ ପୋଛି ଦେବାକୁ ହେବ । ଦାୟିକ ଭାବରେ ନିଜର ଅଧିକାରକୁ ଛଡ଼ାଇ ନେବାକୁ ହେବ । ପାରମ୍ପରିକତାର ଶୃଙ୍ଖଳକୁ ଛଡ଼ାଇ ନେବାକୁ ପଡ଼ିବ । କଷ୍ଟ ଉପାର୍ଜିତ ଧନକୁ, ଧନୀ ଗୋଷ୍ଠୀଙ୍କ ହାତକୁ ବଢ଼ାଇ ଦେଇ ତୁମେ ଆଉ ଶାନ୍ତିରେ ରହିପାରିବ ନାହିଁ । ବରଂ ନିଜର ଅଧିକାର ସମ୍ପର୍କରେ କୈଫିୟତ ମାଗିବାକୁ ପଡ଼ିବ । ଏଇ ନିଷ୍ପେଷିତ, ନିରନ୍ନ ମଣିଷ ଗୋଷ୍ଠୀର ଅନ୍ତିମ ବିଜୟ ସୁନିଶ୍ଚିତ – ଏହିପରି ବୈପ୍ଳବିକ ଭାବନାରେ, ସମାଜର ବୈଷମ୍ୟକୁ ପ୍ରକଟିତ କରି ସଂଗ୍ରାମ କରିବାକୁ କବି ଆହ୍ୱାନ ଦେଇଛନ୍ତି । ଦାସତ୍ଵ ଶୃଙ୍ଖଳରେ ବନ୍ଧା ମଣିଷ ଅତ୍ୟାଚାରରୁ ହିଁ ପ୍ରତିଶୋଧର ଜ୍ଞାନାଲୋକ ଲାଭକରୁ ବୋଲି କବି କହିଛନ୍ତି ।

କବିତାରେ କବି କେତେକ ସୂଚନାତ୍ମକ ପଦ ପ୍ରୟୋଗ କରିଛନ୍ତି, ଯେଉଁ ପଦକୁ ସମୀକ୍ଷା କଲେ, ତାହାର ବିଶେଷତାକୁ ଆକଳନ କରିହୁଏ । ଯେପରି ‘ଶତାବ୍ଦୀର ସିଂହଦ୍ଵାରୁ’, ‘ଜାଗ ନରବ୍ରହ୍ମ’, ‘ଯୁଗବ୍ୟାପୀ ହୀନ ଦାସତ୍ଵ’, ‘ଲୌହ କାରାଗାର’, ‘ଭୀମ ଅତ୍ୟାଚାର’, ‘ହେ ରୁଦ୍ର ଭୈରବ’, ‘କୀଟ ସମ ହୁଅ ନିଷ୍ପେଷିତ’ ‘ଲଭ ତହୁଁ ଜ୍ଞାନରଶ୍ମି’, ‘ଶୋନ ପରି ନିଅ ପ୍ରତିଶୋଧ’ ‘କ୍ରୁଶର ସାଧନା’ ଇତ୍ୟାଦି ।

ଏହି ଦୃଷ୍ଟିରୁ ବିଚାର କଲେ କବି ଓଡ଼ିଆ କବିତାକୁ ନୂଆ ଦିଶା ଦେଖାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

Question ୫ ।
‘ଜୟ ଲଭୁ କୁଶର ସାଧନା’ ଉକ୍ତିରେ ସମଗ୍ର କବିତାର ଭାବାଦର୍ଶ କିପରି ପ୍ରତିଫଳିତ ~ ଆଲୋଚନା କର ।
Answer:
ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ ପ୍ରଗତିବାଦୀ କବି ରହିଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ପ୍ରତିଷ୍ଠିତ ଓ ସମ୍ମାନିତ ପ୍ରତିଭା ହେଉଛନ୍ତି, ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ । ତାଙ୍କର ସାରସ୍ବତ ସାଧନାର ଉତ୍ତରଣ ପର୍ଯ୍ୟାୟରେ ସେ ମାର୍କସ୍ଵାଦୀ ଅନୁଚିନ୍ତାଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଦୀନଦଳିତ, ପତିତ ଓ ଅବହେଳିତ ଗୋଷ୍ଠୀର ଅଭ୍ୟୁତ୍‌ଥାନ ପାଇଁ ତାଙ୍କ କବିତାରେ ରହିଛି ପ୍ରଚୁର ଆବେଦନ । ସମାଜରୁ ଶୋଷଣ, ପୀଡ଼ନ ଦୂରକରି ସାମ୍ୟବାଦୀ ସମାଜ ପ୍ରତିଷ୍ଠା କରିବା ହେଉଛି କବିଙ୍କ କବିତାର ମର୍ମବାଣୀ । ସେ କୌଣସି ଭାବରେ ସାଲିସ କରି ହୃଦୟ ପରିବର୍ତ୍ତନ କରିବାକୁ ଚାହିଁ ନାହାଁନ୍ତି । ବରଂ ଶକ୍ତି ପ୍ରୟୋଗ କରି, କିପରି ନ୍ୟାଯ୍ୟଦାବି ହାସଲ କରାଯିବ ସେଥ‌ିପାଇଁ ଦଳିତ ଓ ଅବହେଳିତ ସମାଜକୁ ଦେଇଛନ୍ତି ଆଗ୍ନେୟ ଆହ୍ବାନ । ମାର୍କସୀୟ ଦର୍ଶନର ଅନୁବର୍ତ୍ତନ ହେତୁ ତାଙ୍କ କବିତାରେ ପ୍ରଗତିଶୀଳ ଚେତନା ଥିଲା ଉଦ୍ଦୀପ୍ତ । ଖଟିଖିଆ ଓ ମେହେନତିଙ୍କର ହୃଦୟର ଦୁଃଖ ଓ ବେଦନାବୋଧକୁ ଦୂରେଇ ଦେବାକୁ ଏବଂ ସେମାନଙ୍କ ଜୀବନରେ ସମ୍ଭାବନାର ସୂର୍ଯ୍ୟ ଉଦୟ କରିବାକୁ କବି ଆଲୋଚ୍ୟ କବିତା ‘ବାର୍ତା’ରେ ସଫଳ ପ୍ରୟାସ କରିଛନ୍ତି ।

‘ଜୟ ଲଭୁ କ୍ରୁଶର ସାଧନା’ ପ୍ରସଙ୍ଗ ଉଲ୍ଲେଖ କରି, କବି ଯୀଶୁଙ୍କର ଆୟୋତ୍ସର୍ଗକୁ ଏକ ମିଥ୍ୟାଭାବରେ ଗ୍ରହଣ କରିଛନ୍ତି । ଯୀଶୁଙ୍କୁ ଅତ୍ୟାଚାରୀଦଳ କ୍ରୁଶରେ ଚଢ଼ାଇ ତାଙ୍କ ଦେହରେ କଣ୍ଟା ବାଡ଼େଇଦେଲେ । ଯୀଶୁ ଚାଲିଗଲେ ସତ, ମାତ୍ର ତାଙ୍କର ଆୟୋତ୍ସର୍ଗ ବ୍ୟର୍ଥ ଯାଇନାହିଁ । ସେହି ଆୟୋତ୍ସର୍ଗ ପାଇଁ ପରବର୍ତୀ ସମୟରେ ସେ ସମସ୍ତଙ୍କର ଆରାଧ୍ୟ ହୋଇଗଲେ । ତେଣୁ କବି, ଯେଉଁ ମଣିଷମାନେ ଧନିକ ଗୋଷ୍ଠୀଙ୍କ ଅତ୍ୟାଚାରକୁ ମୁଣ୍ଡପାତି ସହି ନେଇଛନ୍ତି, ସେମାନଙ୍କୁ ଦଗ୍ଧ ହୁଅ, ଭସ୍ମ ହୁଅ ବୋଲି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଷେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ । ପୀଡ଼ନ ବା ଦୁଃଖର କାରଣ କିଏ, ସେ ସମ୍ପର୍କରେ ସେମାନେ ଅନୁଭବ କରିପାରିବେ । ସେହି ମହାମନ୍ତ୍ର ବଳରେ ସବୁକିଛି ବଦଳିଯିବ । ବଦଳାଇ ହେବ ମାଲିକ- ମୂଲିଆ, ଜମିଦାର-ପ୍ରଜା, ଶୋଷକ-ଶୋଷିତର ସମ୍ପର୍କ । ଶ୍ରେଣୀ ଚେତନାର ଧ୍ବଂସ ଘଟିବ । ସମାଜରେ ସୃଷ୍ଟିହେବ ସମାଜବାଦୀ ଚେତନା । ପୀଡ଼ିତଙ୍କ ଜୀବନର ମୂଲ୍ୟାୟନ କରାଯିବ । ପୀଡ଼ନର ଜୟଗାନ କରାଯିବ । ସେହି ପର୍ଯ୍ୟାୟରେ କବି ଅତ୍ୟାଚାରୀମାନଙ୍କ ପାଇଁ ଯୀଶୁଙ୍କ ଆୟୋତ୍ସର୍ଗ ବ୍ୟର୍ଥ ହେବନାହିଁ ବୋଲି କହିଛନ୍ତି । କାରଣ ସେହି ବଳିଦାନରୁ ସୃଷ୍ଟିହେବ ଇତିହାସର ଭିନ୍ନ ଏକ ପର୍ଯ୍ୟାୟ । ସାଧନାର ଜୟହେବ ବୋଲି ମଧ୍ୟ କବି ଏଠାରେ ସୂଚାଇ ଦେଇଛନ୍ତ ।

ବାସ୍ତବରେ ଅତ୍ୟାଗରିତଙ୍କ ମନରେ ଆଣ। ସ୍ଟଷ୍ଠି ପାଇଁ ଏଭଳି ଅଭିମତ ଦେଇଛନ୍ତ

Additional Multiple Choice Questions (mcqs) With Answers

Question ୧ ।
କାହାର ସାଧନା ଜୟ ଲାଭ କରୁ ବୋଲି କବି କହିଛନ୍ତି ?
(i) କ୍ରୁଶର ସାଧନା
(ii) ଉପୀଡ଼ନର ସାଧନା
(iii) ଶିକ୍ଷାର ସାଧନା
(iv) ବ୍ରହ୍ମଜ୍ଞାନର ସାଧନା
Answer:
(i) କ୍ରୁଶର ସାଧନା

Question ୨ ।
କ’ଣ ମାଗିବାକୁ ବେଳ ହେଲା ବୋଲି କବି କହିଛନ୍ତି ?
(i) କୈଫିୟତ
(ii) ଧନ
(iii) ପରାମର୍ଶ
(iv) ପ୍ରେରଣା
Answer:
(i) କୈଫିୟତ

Question ୩ ।
ଦୀପ୍ତ କଣ୍ଠରେ କ’ଣ ପଚାରିବା ପାଇଁ ସମୟ ଆସିଛି ?
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା
(ii) ମଣିଷ କାହିଁକି ଅନ୍ୟକୁ ବିଶ୍ୱାସ କରୁଥିଲା ?
(iii) ଜୀବନର କ’ଣ ସମ୍ଭାବନା ଥିଲା ?
(iv) ଭବିଷ୍ୟତର କି ଆଶା ଥିଲା
Answer:
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା

Question ୪ ।
ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି ?
(i) ମରୁଡ଼ିର ବିଭୀଷିକା
(ii) ଭୀମ ଅତ୍ୟାଚାର
(iii) ବାତ୍ୟାର କରାଳ ତାଣ୍ଡବ
(iv) ଶୋଷଣ ପୋଷଣ
Answer:
(iii) ବାତ୍ୟାର କରାଳ ତାଣ୍ଡବ

Question ୫।
ଶତାବ୍ଦୀର ସିଂହଦ୍ଵାରର ଭବିଷ୍ୟତର ବାର୍ତ୍ତା କିଏ ଆଣିଛି ?
(i) ଦୂତ
(ii) ଡାକବାଲା
(iii) ମୋଘ
(iv) ପାରା
Answer:
(i) ଦୂତ

CHSE Odisha Class 12 Odia Solutions Chapter 9 ବାର୍ତା

Question ୬ ।
କବି ମାନବ ଶିଶୁକୁ କିପରି ଜାଗ୍ରତ ହେବାକୁ ପରାମର୍ଶ ଦେଇଛନ୍ତି ?
(i) ପ୍ରତିଶୋଧପରାୟଣ ହୋଇ
(ii) ଲୌକିକ ଜ୍ଞାନକୁ ଧରି
(iii) ସମସ୍ତଙ୍କୁ ଆପଣାର କରି
(iv) ପ୍ରତିଶ୍ରୁତି ପାଳନ କରି
Answer:
(ii) ଲୌକିକ ଜ୍ଞାନକୁ ଧରି

Question ୭ ।
କବି ସଚ୍ଚି ରାଉତରାୟଙ୍କ ଆତ୍ମଜୀବନୀର ନାମ କ’ଣ ?
(i) ଉତ୍ତର କକ୍ଷ
(ii) ସ୍ମୃତି ଓ ଅନୁଭୂତି
(iii) ଚିତ୍ରଗ୍ରୀବ
(iv) ମାଟିର ତାଜ
Answer:
(i) ଉତ୍ତର କକ୍ଷ

Question ୮।
କେଉଁ ବିଷୟରେ କୈଫୟତ ମାଗିବାର ବେଳ ଉପସ୍ଥିତ ହୋଇଛି ?
(i) ଦାସତ୍ଵ
(ii) ପୀଡ଼ନ
(iii) ଶଠତା
(iv) ହୀନମନ୍ୟତା
Answer:
(ii) ପୀଡ଼ନ

Question ୯ ।
ଏତେ ଦିନଧରି ମାନବପୁତ୍ର କେଉଁଥ‌ିରେ ଆବଦ୍ଧ ଥିଲା ?
(i) ସମାଜ
(ii) ଶୃଙ୍ଖଳ ଓ ଲୌହ କାରାଗାର
(iii) ହିଂସା ଓ ଦ୍ବେଷ
(iv) ପୁଞ୍ଜିବାଦୀ ବ୍ୟବସ୍ଥା
Answer:
(ii) ଶୃଙ୍ଖଳ ଓ ଲୌହ କାରାଗାର

Question ୧୦ ।
ରୁଦ୍ର ଭୈରବ ବୋଲି କାହାକୁ କୁହାଯାଇଛି ?
(i) ସର୍ବହରା ମନୁଷ୍ୟ
(ii) ପୁଞ୍ଜିପତି
(iii) ଇଂରେଜ ଶାସକ
(iv) ବିଦେଶୀ ଶାସକ
Answer:
(i) ସର୍ବହରା ମନୁଷ୍ୟ

Question ୧୧ ।
ଦାସତ୍ଵ ଓ ପୀଡ଼ନରେ ଜର୍ଜରିତ ମଣିଷମାନଙ୍କୁ କବି ଏଥ‌ିରେ କେଉଁ ସ୍ଵପ୍ନ ଦେଖାଇଛନ୍ତି ?
(i) ମୁକ୍ତି
(ii) ଆତ୍ମସମୀକ୍ଷା
(iii) ସମାଜ ଗଠନ
(iv) ବିପ୍ଳବ
Answer:
(i) ମୁକ୍ତି

Question ୧୨ ।
କବି କାହାକୁ ମହାଧର୍ମ ଆଖ୍ୟା ଦେଇଛନ୍ତି ?
(i) ପୀଡ଼ନର ଉଚ୍ଛେଦ
(ii) ଶ୍ରେଣୀ ବୈଷମ୍ୟ
(iii) ଶ୍ରେଣୀ ସଂଘର୍ଷ
(iv) ସବୁଗୁଡ଼ିକ
Answer:
(i) ପୀଡ଼ନର ଉଚ୍ଛେଦ

Question ୧୩ ।
କେଉଁପରି ଦଗ୍‌ଧ ଓ ଭସ୍ମ ହେବାକୁ କବି ମନୁଷ୍ୟ ପୁତ୍ରଙ୍କୁ କହିଛନ୍ତି ?
(i) ଦେବତା
(ii) କୀଟ
(iii) ଶୋନ
(iv) ଶ୍ଵାନ
Answer:
(ii) କୀଟ

Question ୧୪ ।
ଅତ୍ୟାଚାରୀମାନଙ୍କଠାରୁ ମୁକ୍ତି ପାଇଁ ବ୍ୟକ୍ତିକୁ କ’ଣ କରିବାକୁ ପଡ଼ିବ ?
(i) ଆତ୍ମସମୀକ୍ଷା
(ii) ଆତ୍ମରକ୍ଷା
(iii) ଆୟୋତ୍ସର୍ଗ
(iv) ବିଦ୍ରୋହ
Answer:
(iii) ଆୟୋତ୍ସର୍ଗ

Question ୧୫ ।
ପୀଡ଼ନର ଜୟ ହେଉ କହିବା ପଛରେ କବିଙ୍କର କେଉଁ ଉଦ୍ଦେଶ୍ୟ ନିହିତ ?
(i) ଶ୍ରେଣୀ ଚେତନାର ବିଲୋପ
(ii) ଶ୍ରେଣୀ ସଂଘର୍ଷ
(iii) ଶ୍ରେଣୀ ବୈଷମ୍ୟ
(iv) ପୁଞ୍ଜିବାଦୀ
Answer:
(i) ଶ୍ରେଣୀ ଚେତନାର ବିଲୋପ

Question ୧୬ ।
‘ବାର୍ତ୍ତା’ କବିତାରେ କବିଙ୍କର କେଉଁ ଆଭିମୁଖ୍ୟ ପ୍ରକାଶିତ ହୋଇଛି ?
(i) ପୁଞ୍ଜିବାଦୀ ଆଭିମୁଖ୍ୟ
(ii) ସାମ୍ୟବାଦୀ ଆଭିମୁଖ୍ୟ
(iii) ରୋମାଣ୍ଟିକ୍ ଆଭିମୁଖ୍ୟ
(iv) ସତ୍ୟବାଦୀ ଆଭିମୁଖ୍ୟ
Answer:
(ii) ସାମ୍ୟବାଦୀ ଆଭିମୁଖ୍ୟ

Question ୧୭ ।
କେଉଁଠାରୁ ଦୂତ ଆସିଅଛି ?
(i) ସ୍ୱର୍ଗରୁ
(ii) ଶତାବ୍ଦୀର ସିଂହଦ୍ଵାରରୁ
(iii) ରାଜପ୍ରାସାଦରୁ
(iv) ଆଲୋକ ରାଜ୍ୟରୁ
Answer:
(ii) ଶତାବ୍ଦୀର ସିଂହଦ୍ଵାରରୁ

Question ୧୮ ।
କାହାର ସିଂହଦ୍ଵାରରୁ ଦୂତ ଆସିଛି ବୋଲି କୁହାଯାଇଛି ?
(i) ଶତାବ୍ଦୀର
(ii) ରାଜାଙ୍କର
(iii) ସମ୍ରାଟଙ୍କର
(iv) ରାଣୀଙ୍କର
Answer:
(i) ଶତାବ୍ଦୀର

Question ୧୯ ।
କାହାର ପ୍ରତିଶୋଧ ନେବାପାଇଁ ଆହ୍ବାନ ଦିଆଯାଇଛି ?
(i) ପୀଡ଼ନର
(ii) ନିଶ୍ଳେଷଣର
(iii) ଦାସତ୍ଵର
(iv) ଅତ୍ଯାଚାରର
Answer:
(iii) ଦାସତ୍ଵର

Question ୨୦ ।
କବି କାହାର ଉଚ୍ଛେଦ ଓ ନିର୍ମୂଳ କରିବାକୁ କହିଛନ୍ତି ?
(i) ପାପୀର
(ii) ପୀଡ଼ନର
(iii) ଭସ୍ମର
(iv) କୁ ଶର
Answer:
(ii) ପୀଡ଼ନର

(କ) କବି ପରିଚିତି :

ଆଧୁନିକ ଓଡ଼ିଆ କାବ୍ୟଧାରାରେ ସଚ୍ଚିଦାନନ୍ଦ ରାଉତରାୟ ଏକ ସୁପରିଚିତ ନାମ । ଯେଉଁ କେତେଜଣଙ୍କ ମସୀଚାଳନାଦ୍ୱାରା ଆଧୁନିକ ଓଡ଼ିଆ ସାହିତ୍ୟ (ବିଶେଷକରି ସ୍ବାଧୀନତାର ପ୍ରାକ୍ ଦଶନ୍ଧିଠାରୁ) ସମୃଦ୍ଧ ହୋଇଥିଲା, ସେମାନଙ୍କ ମଧ୍ୟରେ ସଚ୍ଚି ରାଉତରାୟଙ୍କ ନାମ ଉଲ୍ଲେଖଯୋଗ୍ୟ । ଗତାନୁଗତିକ ଓଡ଼ିଆ କାବ୍ୟଧାରାରେ ରୂପଗତ ତଥା ଆତ୍ମାଗତ ପରିବର୍ତ୍ତନ ସଂଶୋଧନ କରିଥିଲେ ରାଧାନାଥ । ସେ ଓଡ଼ିଆ କାବ୍ୟଧାରାରେ, ସୃଷ୍ଟି କରିଗଲେ ନୂତନତାର ଚମକ । ସେଥ‌ିପାଇଁ ସେ ‘ଯୁଗପ୍ରବର୍ତ୍ତକ’, ‘ଯୁଗଜ୍ୟୋତି’, ‘ଯୁଗସ୍ରଷ୍ଟା’ ଆଦି ବିଶେଷଣଦ୍ଵାରା ଅଭିନନ୍ଦିତ । କବି ଶ୍ରୀ ରାଉତରାୟ ମଧ୍ଯ ପ୍ରଚଳିତ କାବ୍ୟ ବ୍ୟବସ୍ଥାରେ ବହୁ ନୂତନତା ଆନୟନ କରି ପରବର୍ତ୍ତୀ କାଳର ସ୍ରଷ୍ଟାଙ୍କ ମଧ୍ୟରେ ‘ମାଟିର ଦ୍ରୋଣ’ ଭାବେ ପୂଜ୍ୟ ହୋଇଛନ୍ତି । ସାହିତ୍ୟ କ୍ଷେତ୍ରରେ ତାଙ୍କର ଏକନିଷ୍ଠ ଅନ୍ତର୍ମୁଖୀ ସାଧନା ତାଙ୍କୁ ବହୁ ସମ୍ମାନର ଅଧିକାରୀ କରିଛି । ପରିଣତିରେ ତାଙ୍କୁ ତାଙ୍କର ସାମଗ୍ରିକ କୃତି ପାଇଁ ଭାରତର ସର୍ବୋତ୍କୃଷ୍ଟ ସାରସ୍ଵତ ପୁରସ୍କାର – ‘ଜ୍ଞାନପୀଠ’, ୧୯୮୬ ମସିହାରେ ପ୍ରଦାନ କରାଯାଇଛି । ଯିଏ ନିଜେ ନିଜର ପରିଚୟକୁ ସାରସ୍ଵତ ଶକ୍ତି ସାମର୍ଥ୍ୟଦ୍ୱାରା ଏତେମାତ୍ରାରେ ପରିବ୍ୟାପ୍ତ କରି ପାରିଛନ୍ତି, ତାଙ୍କୁ ଅନ୍ୟକୌଣସି ଗୌରଚନ୍ଦ୍ରିକା ସମ୍ବଳିତ ବଂଶାନୁକ୍ରମରେ ଚିହ୍ନିତ କରିବା ନିଷ୍ପ୍ରୟୋଜନ । ପ୍ରସଙ୍ଗତଃ ଭବଭୂତିଙ୍କ ଶ୍ଳୋକଟି ସ୍ମରଣୀୟ ।
‘‘ଉତ୍ତମା ସ୍ୱନାମାଖ୍ୟାତା ପିତୃଖ୍ୟାତା ଚ ମଧ୍ୟମା
ଅଧମା ମାତୁଳାଖ୍ୟାତା ଶୁଶ୍ରୂଖ୍ୟାତୋଽଧମାଧମଃ ।’’
ଅର୍ଥାତ୍ ଉତ୍ତମମାନେ ସ୍ବନାମରେ ପରିଚିତ ହୋଇଥା’ନ୍ତି । ମଧ୍ଯମମାନେ ପିତାଙ୍କ ନାମରେ ପରିଚିତ ହୁଅନ୍ତି । ଅଧମମାନେ ଜୀବନ ଅବଗତ କରାନଗଲେ, ତାଙ୍କ ସମ୍ପର୍କୀୟ ସବୁକିଛି ମତ ଓ ମନ୍ତବ୍ୟ ଅପୂର୍ଣ୍ଣ ରହିଯିବ । ଜୀବନୀ ଅନୁଶୀଳନ ମଧ୍ୟ ପରବର୍ତ୍ତୀ ବଂଶଧରଙ୍କ ପାଇଁ ଉପାଦେୟ । କବି Long Fellow ଙ୍କ ଭାଷାର-
“Lives of great men all remind us
To make our lives sublime.
And departing leave behind us
Footprints on the sands of time.” (A Psalm of Life)
ଜୀବନ ସମ୍ବନ୍ଧୀୟ ସ୍ରୋତ (A Psalm of life) ରେ କବି Long Fellow କହନ୍ତି – ଆମ୍ଭମାନଙ୍କ ଜୀବନକୁ ମହତ୍ତ୍ବପୂର୍ଣ କରିବାକୁ ମହତ୍ଲୋକଙ୍କ ଜୀବନୀ ପ୍ରେରଣା ଦିଏ । ସମୟର ବାଲୁକାରାଶିରେ ପତିତ ସେମାନଙ୍କ ପଦଚିହ୍ନ ଆମ୍ଭମାନଙ୍କୁ ବାଟ ଦେଖାଏ । ବସ୍ତୁତଃ, ଏଥ‌ିପାଇଁ ରାଉତରାୟଙ୍କ ଭଳି ପ୍ରଚଣ୍ଡ ସାହିତ୍ୟିକ ପ୍ରତିଭାଙ୍କ ବ୍ୟକ୍ତିଗତ ଜୀବନୀ ଆଲୋଚନୀୟ ।

କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ୧୯୧୬ ମସିହା ମେ ମାସ ୧୩ ତାରିଖ ଦିନ ପୁରୀ ଜିଲ୍ଲାର ଖୋର୍ଦ୍ଧା (ସଂପ୍ରତି ଖୋର୍ଦ୍ଧା ସ୍ଵତନ୍ତ୍ର ଜିଲ୍ଲା ହୋଇଛି) ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପ୍ରସନ୍ନକୁମାର ରାଉତରାୟ ଓ ମାତାଙ୍କ ନାମ ମୁକ୍ତାଦେବୀ I ପିତା ଥିଲେ ଜଣେ ସ୍ଵାଧୀନଚେତା ଓକିଲ; କିନ୍ତୁ ସେ ଜନ୍ମହେବାର ଅଳ୍ପଦିନ ପରେ ତାଙ୍କ ବଡ଼ବାପା ସଦାନନ୍ଦ ରାଉତରାୟ ଓ ବଡ଼ମା’ ହେମବତୀଙ୍କର ପୋଷ୍ୟପୁତ୍ର ହୋଇ ସେମାନଙ୍କଦ୍ଵାରା ଲାଳିତପାଳିତ ହୋଇଥିଲେ । ସ୍ୱଗ୍ରାମରେ ବାଲ୍ୟକାଳୀନ ଶିକ୍ଷା ସମାପ୍ତିକରି ଖୋର୍ଦ୍ଧା ହାଇସ୍କୁଲ ଓ ପରେ ପୁରୀ ଜିଲ୍ଲାସ୍କୁଲରେ ଅଧ୍ୟୟନ କରିଥିଲେ । ଛାତ୍ରାବସ୍ଥାରୁ ସାହିତ୍ୟର ପରିଭୂର୍ଭି ଘଟିଥିଲା ତାଙ୍କ ଭିତରେ । ସେ କାଳରେ ପ୍ରକାଶ ପାଉଥିବା ‘ପଞ୍ଚାମୃତ’ ଓ ‘ନବୀନ’ ପତ୍ରିକାରେ ସେ ଲେଖାଲେଖି କରୁଥିଲେ । ଭାଗ୍ୟର ଗତି ବିଚିତ୍ର ।

CHSE Odisha Class 12 Odia Solutions Chapter 9 ବାର୍ତା

ଠିକ୍ ସେତିକିବେଳେ ଲବଣ ସତ୍ୟାଗ୍ରହର ଡାକରାରେ ସେ ଉଦ୍‌ବୁଦ୍ଧ ହୋଇ ବିଦ୍ୟାଳୟ ପରିତ୍ୟାଗପୂର୍ବକ ଜାତୀୟତାବାଦୀ ଆନ୍ଦୋଳନରେ ଝାସଦେଲେ । ତାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟିହେଲା । ପରେ ଭିଣେଇ ଶ୍ରୀଜଗନ୍ନାଥ ଦାସଙ୍କ ତତ୍ତ୍ଵାବଧାନରେ ଯାଜପୁର ହାଇସ୍କୁଲରେ ସେ ପଢ଼ାପଢ଼ି କରିଥିଲେ । ପରିଶେଷରେ ୧୯୩୪ ମସିହାରେ କଲିକତାର ‘ବ୍ରହ୍ମାଜ୍ ବୟେଜ ହାଇସ୍କୁଲ୍’ରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାଶ୍ କଲେ । କଲିକତାର ସିଟି କଲେଜରେ ଆଇ.ଏ. ପଢ଼ିଲେ । ସେଠି ମଧ୍ୟ ତଦୂପ ଅବସ୍ଥା ହେଲା । ଜେଲ୍‌ରେ ପରୀକ୍ଷା ଦେବାକୁ ପଡ଼ିଲା । ଆଇ.ଏ. ପାଶ୍ କଲାପରେ ରେଭେନ୍ସାରେ ବି.ଏ. ଶ୍ରେଣୀ ପାଇଁ ନାମ ଲେଖାଇଲେ । ସେ ସମୟର ଛାତ୍ର ଆନ୍ଦୋଳନ, ଗଡ଼ଜାତ ପ୍ରଜା ଆନ୍ଦୋଳନ ଆଦିରେ ସେ ସକ୍ରିୟ ନେତୃତ୍ଵ ନେଇଥିଲେ । ଏଇଭଳି ଭାବେ ସେ ୧୯୩୯ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ. ପାସ୍ କରିଥିଲେ ।

କୌଣସି ସରକାରୀ ଚାକିରି ନକରି ସେ ୧୯୪୨ ମସିହାରେ କଲିକତାର କେଶୋରାମ କଟନ୍ ମିଲ୍ସରେ ଲେବର ୱେଲ୍‌ଫେୟାର ଅଫିସର ଭାବେ କାର୍ଯ୍ୟଭାର ଗ୍ରହଣ କଲେ । ୧୯୪୫ ମସିହାରେ ବିବାହ କଲେ ଆନ୍ଧ୍ରର ନୁଜଭିଡ଼ ରାଜବଂଶୀୟ କନ୍ୟାଙ୍କୁ । କଲିକତାର ପୂର୍ବୋକ୍ତ କାର୍ଯ୍ୟାଳୟରେ ତାଙ୍କୁ କିଛିଦିନ ପାଇଁ ଏକ୍‌ଜିକ୍ୟୁଟିଭ୍ ଅଫିସରର ଦାୟିତ୍ୱ ତୁଲାଇବାକୁ ପଡ଼ିଥିଲା । କୌଣସି କାରଣରୁ କମ୍ପାନୀ ସହ ମନୋମାଳିନ୍ୟ ଘଟିବାରୁ ସେ ୧୯୬୨ ମସିହାରେ ଚାକିରିରୁ ଇସ୍ତଫା ଦେଇ ଓଡ଼ିଶା ଫେରି ଆସିଥିଲେ । ସେବେଠାରୁ ସେ କଟକରେ ବସବାସ କରିଥିଲେ । ଜୀବନର ଏବଂବିଧ ତିନୋଟି ପ୍ରାଦେଶିକ (ଓଡ଼ିଶା, ବଙ୍ଗଳା ଓ ଆନ୍ଧ୍ର) ସଂସ୍ରାବ ତାଙ୍କ କାବ୍ୟ ଚେତନାରେ ଜ୍ୟାମିତିକ ତ୍ରିଭୁଜ ଅଙ୍କନ କରିଛି ।

କବି ରାଉତରାୟ କିଛି କାଳପାଇଁ ‘ଆରତି’ ପତ୍ରିକାର ସମ୍ପାଦନା କରୁଥିଲେ । ‘ଦିଗନ୍ତ’ ପତ୍ରିକାଟି ମଧ୍ଯ ତାଙ୍କଦ୍ୱାରା ସମ୍ପାଦିତ ହୋଇ ଆସିଥିଲା । ସେ ‘କବିତା-୧୯୬୨’ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ତରଫରୁ ପୁରସ୍କାର ପାଇଥିଲେ ୧୯୬୨ ମସିହାରେ ଭାରତ ସରକାରଙ୍କ ‘ପଦ୍ମଶ୍ରୀ’ ଉପାଧ୍ ଓ ୧୯୬୫ ମସିହାରେ ‘ସୋଭିଏତ୍ ନେହେରୁ’ ପୁରସ୍କାର ପାଇଥିଲେ । ୧୯୭୭ ମସିହାରେ ଆନ୍ଧ୍ର ଓ ୧୯୭୮ ମସିହାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସମ୍ମାନସୂଚକ ଡି.ଲିଟ୍. ଉପାଧ୍ ପାଇଥିଲେ ।

୧୯୨୯-୩୦ ମସିହାଠାରୁ ମୃତ୍ୟୁଯାବତ୍ ଶ୍ରୀ ରାଉତରାୟ ଓଡ଼ିଆ ସାହିତ୍ୟର ବହୁବିଧ ବିଭାଗରେ ମସୀଚାଳନା କରି ଆସିଛନ୍ତି । ହେଲେ, କବି ଭାବେ ତାଙ୍କର ଖ୍ୟାତି ଓ ବୈଶିଷ୍ଟ୍ୟ ସ୍ୱୀକୃତ । ରାଧାନାଥୋତ୍ତର ଓଡ଼ିଆ ସାହିତ୍ୟରେ ତାଙ୍କୁ କେନ୍ଦ୍ରକରି ବହୁ ସପକ୍ଷ ଓ ବିପକ୍ଷ ସମାଲୋଚନାର ସୂତ୍ରପାତ ହୋଇଛି । ଆଧୁନିକ ଓଡ଼ିଆ ସାହିତ୍ୟକୁ ବହୁଭାବେ ଋଦ୍ଧିମନ୍ତ କରିବାରେ ତାଙ୍କର ସାରସ୍ଵତ କୃତି ବହୁକାଳଧରି ସଫଳ କୀର୍ତ୍ତିଭାବେ ସ୍ୱୀକୃତ ହେବ । ତାଙ୍କ ଆବିଷ୍କୃତ କାବ୍ୟକ ଦିଶା ଓ ଟେକ୍‌ନିକ୍ ପରବର୍ତୀକାଳୀନ ତରୁଣ ସ୍ରଷ୍ଟାଙ୍କଦ୍ୱାରା ବହୁଳଭାବେ ଅନୁସୃତ ହୋଇଛି । ଅନେକଙ୍କ ପାଇଁ ସେ ମାଟିର ଦ୍ରୋଣ ପାଲଟିଛନ୍ତି । କବିତା ବ୍ୟତିରେକ, ସେ ସଂରଚନା କରିଛନ୍ତି ଉପନ୍ୟାସ, କ୍ଷୁଦ୍ରଗଳ୍ପ, ଗୀତିନାଟ୍ୟ, କାବ୍ୟନାଟିକା, ସମାଲୋଚନାଦି ଅନେକ ଗ୍ରନ୍ଥ ।

ତାଙ୍କର ‘ଚିତ୍ରଗ୍ରୀବ’ (୧୯୩୫) ଉପନ୍ୟାସଟି ଛାତ୍ରାବସ୍ଥାର ରଚନା । ଅଥଚ ପାରମ୍ପରିକ ଓଡ଼ିଆ ଉପନ୍ୟାସ ଧାରାରେ ତାହା ସଫଳ ବ୍ୟତିକ୍ରମ । କ୍ଷୁଦ୍ରଗଳ୍ପ ଦୃଷ୍ଟିରୁ ‘ମଶାଣିଫୁଲ’ (୧୯୪୫), ‘ମାଟିର ତାଜ’ (୧୯୪୭), ‘ଛାଇ’ (୧୯୪୮), ‘ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ’ ଅପଟାନ୍ତର ନିଶ୍ଚୟ । ‘ନୂତନ କବିତାର ଭୂମିକା’ (୧୯୬୨), ‘ସାହିତ୍ୟ ବିଚାର ଓ ମୂଲ୍ୟବୋଧ’(୧୯୭୭) ହେଉଛି ରାଉତରାୟଙ୍କ ସମୀକ୍ଷା ମାନସର ଅନନ୍ୟ ସିଦ୍ଧି । ଛାତ୍ରାବସ୍ଥାରେ ରଚିତ ‘ପ୍ରେମ ଓ ପଣ୍ୟ’ ପ୍ରବନ୍ଧ ଏବଂ କାବ୍ୟଜୀବନର ପ୍ରାରମ୍ଭରେ ରଚିତ ‘ପୂର୍ଣ୍ଣିମା’ କାବ୍ୟ ନାଟିକାଟି ତାଙ୍କ ପ୍ରତିଭା ପରିସ୍ଫୁରଣର ସାର୍ଥକ ସଙ୍କେତ । ତେବେ ତାଙ୍କ ସାରସ୍ବତ ଜୀବନର ଉତ୍ତରଣ ତଥା ପ୍ରକର୍ଷ ବିଚାର କଲାବେଳେ କବିତା ଉପରେ ସବିଶେଷ ଦୃଷ୍ଟିନିବଦ୍ଧ କରାଯାଏ ।

ତାଙ୍କ କାବ୍ଯସାଧନାର ଉନ୍ମେଷ, ଉତ୍ତରଣ ଓ ବିକାଶ ଭାବେ ତିନୋଟି ପର୍ଯ୍ୟାୟକୁ ହିଁ ଲକ୍ଷ୍ୟ କରିହୁଏ । ସେଗୁଡ଼ିକ ହେଲା ରୋମାଣ୍ଟିକ୍ ଭାବଧାରାର ଅନୁବର୍ତ୍ତକ ବା ସବୁଜଚେତନା ଅନୁପ୍ରାଣିତ, ପ୍ରଗତିବାଦୀ ବା ସାମ୍ୟବାଦୀ ବାସ୍ତବତାର ଉଦ୍‌ଗାତା ଓ ପରିଣତିରେ ପ୍ରୟୋଗବାଦୀ ଧାରାର ସଂସ୍ଥାପକ । ମଧ୍ଯ ପର୍ଯ୍ୟାୟର କବିତାକୁ ପ୍ରାରମ୍ଭିକ ମାନସାବସ୍ଥାର ପ୍ରଲମ୍ବନ କରିହେବ, କାରଣ ଅସହାୟ, ନିରନ୍ନ ଓ ସମାଜ ପ୍ରବଞ୍ଚିତ ବ୍ୟକ୍ତି ପ୍ରତି ତାଙ୍କ ପ୍ରାଣର ସୀମାହୀନ ଦରଦ ପ୍ରକାଶ ପାଇଛି । ଯେପରି –
‘‘ଧରଣୀର ପଥେ ପଥେ ଚାଲୁ ଚାଲୁ ପଥଚାରୀ ମୁହଁ,
ଯେ ବ୍ୟଥା ବାଜିଛି ବୁକେ ମଣିଷର ଅପାନ ଛୁଇଁ ।
ତାକୁଇ ଦେଇଚି ବାଣୀ କହିଛି ସେ ସାଧାରଣ କଥା,
ଭାଷାର କପଟ ଜାଲେ ରଚିନାହିଁ ମାୟାଜାଲ କଥା ।’’ (ପାଣ୍ଡୁଲିପି)
ରୁଷିଆର ବିପ୍ଳବୀ କବି ମାୟାକୋଭସ୍କି (Mayakovsky) (୧୮୯୩–୧୯୨୧) ଙ୍କ କବିତାରୁ ପୂର୍ବୋଦ୍ଧତ ପଦର ସୃରାନୁରୂପା ଲକ୍ଷଣୀୟ।
“Wherever pain is there am I
On every single tear that’s shed
I myself have crucified.
To all forgiveness I call a half.” (A Cloud in Trousers)
ଗତାନୁଗତିକ, କୁସଂସ୍କାରଶ୍ରୟୀ ଅବୈଜ୍ଞାନିକ ସାହିତ୍ୟ ବଦଳରେ ଯୁକ୍ତିଭିତ୍ତିକ, ସମାଜାଶ୍ରୟୀ, ଜୀବନ୍ତ ସାହିତ୍ୟ ସୃଷ୍ଟି କରିବାପାଇଁ ବିଜ୍ଞାପନ ଶୁଣାଇଥିଲା । ଅଧିକନ୍ତୁ ‘ସାହିତ୍ୟ ସମାନ୍ତବାଦୀ ବିଳାସ ମଧ୍ୟରୁ ନିକଲି ଆସି ଗଣ ଆସନରେ ଅଭିଷିକ୍ତ ହେବ ।’’ – ଏହାହିଁ ଥୁଲା ସଂସଦଭୁକ୍ତ ସଭ୍ୟମାନଙ୍କର ସାହିତ୍ୟିକ ଆଭିମୁଖ୍ୟ । ସାହିତ୍ୟ ଜରିଆରେ ଶୋଷଣମୁକ୍ତ ଶ୍ରେଣୀହୀନ ସମାଜବ୍ୟବସ୍ଥା ଆନୟନ ପାଇଁ ଆଲୋଚ୍ୟ କାଳର ସ୍ରଷ୍ଟାମାନେ ଆନ୍ଦୋଳନ କରିଥିଲେ । ଏ ପ୍ରକାର ମାନସିକତା ଯେ ବିଦେଶାଗତ – ଏକଥା ବୁଝାଇବା ନିଷ୍ପ୍ରୟୋଜନ ।

ଏ ରୀତିର ସାହିତ୍ୟକୁ ସାମ୍ୟବାଦୀ ବା ପ୍ରଗତିଶୀଳ ସାହିତ୍ୟ ନାମରେ ଅଭିହିତ କରାଯାଇଛି । ଏଭଳି ସାହିତ୍ୟରେ ଅଲୌକିକତା, ଈଶ୍ବରବିଶ୍ଵାସ, ଧନୀକ ବା ସମ୍ଭ୍ରାନ୍ତ ଅଲୌକିକତା, ଈଶ୍ବରବିଶ୍ଵାସ, ଧନୀକ ବା ସମ୍ଭ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି ଚରିତ୍ର, ପୁରୋହିତ ସର୍ବସ୍ୱତା ଆଦି ପରିବର୍ତ୍ତେ ବିଜ୍ଞାନ, ଶ୍ରେଣୀୟ ବ୍ୟକ୍ତି ଚରିତ୍ର, ପୁରୋହିତ ସର୍ବସ୍ୱତା ଆଦି ପରିବର୍ତ୍ତେ ବିଜ୍ଞାନ, ଶ୍ରେଣୀ ସଂଗ୍ରାମ, ସାଧାରଣ ମଜଦୁରଙ୍କ କଥା ରୂପପାଇଲା । ତେଣୁ ଆଲୋଚ୍ୟ କାଳର କବିତା ହେଲା ଆହ୍ଵାନଧର୍ମୀ ଓ ଉଦାତ୍ତ । ଅଭିମନ୍ତ୍ରିତ କରାଇ ନେଇଥିବାରୁ ‘କଳା ପାଇଁ କଳା’ ପରିବର୍ତ୍ତେ ‘ସମାଜ ପାଇଁ କଳା ସୃଷ୍ଟି’ ସେମାନଙ୍କର ଆଭିମୁଖ୍ୟ ହେଲା । ପ୍ରଚଳିତ ପୁଞ୍ଜିବାଦୀ ସମାଜ ବ୍ୟବସ୍ଥାର ପ୍ରବର୍ତ୍ତନର ପକ୍ଷପାତୀ ଥିଲେ ସେମାନେ ।
‘‘ଭଗବାନ ଅଛ କାହିଁ
ଆକାଶ ପବନ ଗର୍ଜି ମୋ’ କାନ କହିଯାଏ ନାହିଁ ନାହିଁ ।’’
ପୁନଶ୍ଚ ଏହି ସାମ୍ୟବାଦୀ କବିତାରେ ଶ୍ରେଣୀ-ସଂଘର୍ଷର ଉଦାର ଆବାହନୀ ବି ଶୁଣିବାକୁ ମିଳିଥିଲା । ଯେପରି
‘‘ଦୈନ୍ୟ ଯାତନା ଅଭାବେ ଡାକୁଛୁ – ଅଛ ଯଦି ଭଗବାନ୍
ଦୁନିଆର ଏଇ ଜୀଅନ୍ତା ନରକୁ କର ବେଗେ ପରିତ୍ରାଣ
ଲୋଡୁନା ମୋକ୍ଷ ଚିର
ମାଗୁଅଛୁ ଖାଲି ବକଟେ ତ ରୁଟି, ନୋହିଲେ ମୃତ୍ୟୁବର ।’’
ଧର୍ମକୁ ଅଫିମ ବୋଲି ବର୍ଣ୍ଣନା କରାଗଲା । ପୁରାତନ କାଳର ସମାଜ ଉତ୍କର୍ଣ୍ଣ ରହିଲା ତାଙ୍କ କବିତାରେ । ପୁଣି ନୂଆ ସକାଳକୁ ଆବାହନ କରାଗଲା । ତେଣୁ ସାହିତ୍ୟ ପ୍ରାଦେଶିକ ସ୍ତର ଅତିକ୍ରମ କରି ବିଶ୍ବିକ ହେଲା । ବିଶ୍ବ ସାହିତ୍ୟରେ ମାୟାକୋଭସ୍କି, ୱାଲ୍‌ ସ୍ପିଟମ୍ୟାନ୍ ଆଦି ଯେପରି ମାନବିକ ଦରଦ ପ୍ରକାଶ କରିଥିଲେ, ତାହା ରାଉତରାୟଙ୍କ କବିତାରେ ଶ୍ରୁତ ହେଲା ।

ସେ ଅନେକ ପ୍ରକାରର କବିତା ରଚନା କରିଛନ୍ତି । ସେସବୁ ତାଙ୍କ କବିତା ଗ୍ରନ୍ଥରେ ସଂକଳନ କରାଯାଇଛି । ତାଙ୍କ କବିତା ପୁସ୍ତକଗୁଡ଼ିକ ହେଲା – ପାଥେୟ (୧୯୩୧), ଅଭିଯାନ (୧୯୩୮), ବାଜିରାଉତ (୧୯୩୯), ପଲ୍ଲୀଶ୍ରୀ (୧୯୪୧), ପାଣ୍ଡୁଲିପି (୧୯୪୭), ଅଭିଜ୍ଞାନ (୧୯୪୮), ହସନ୍ତ (୧୯୪୮), ଭାନୁମତିର ଦେଶ (୧୯୪୯), ସ୍ବାଗତ (୧୯୫୮), କବିତା ୧୯୬୨ (୧୯୬୩), ଚିରପ୍ରଦୀପ୍ତ (୧୯୬୮), କବିତା – ୧୯୬୯ (୧୯୭୦), କବିତା – ୧୯୭୧ (୧୯୭୨), କବିତା – ୧୯୭୪ (୧୯୭୬) ଇତ୍ୟାଦି ।

(ଖ) କବିତାର ପୃଷ୍ଠଭୂମି :

‘ବାର୍ତା’ କବିତାଟି କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ପାଣ୍ଡୁଲିପି’ କବିତା ସଂକଳନରୁ ସଂଗୃହୀତ । କବି ଏଥରେ ସମାଜବାଦୀ ଚିନ୍ତାଧାରା ପ୍ରକାଶ କରିଛନ୍ତି । କବି ରାଉତରାୟଙ୍କ ପୂର୍ବରୁ ସବୁଜବାଦୀ କବି ଓ ଲେଖକମାନେ ରୋମାଣ୍ଟିକ୍ ଭାବ ପ୍ରକାଶ କରୁଥିଲେ । କବି ସେଭଳି ଚିନ୍ତାଧାରାକୁ ପରିହାର କରି ବାସ୍ତବ ଜୀବନକୁ ନେଇ କବିତା ରଚନା କରିବାକୁ ପ୍ରେରଣା ଦେଇଥିଲେ । ଏ ସମ୍ପର୍କରେ ସେ କହିଥିଲେ – ‘ଭାବପ୍ରବଣତା ଓ ମଧ୍ୟମ ଶ୍ରେଣୀ ସୁଲଭ ପ୍ରବଣତା (Sentimentality) ର ତାଡ଼ନାରେ ବର୍ତ୍ତମାନ ଲେଖକମାନେ ସାହିତ୍ୟ ସୃଷ୍ଟି କରୁଥିବାରୁ ସାହିତ୍ୟ ବାସ୍ତବ ଜୀବନଠାରୁ ସାମଞ୍ଜସ୍ୟ ହରାଇଛି । ଜୀବନ ସଂଗ୍ରାମର ସମ୍ମୁଖୀନ ହେବାପାଇଁ ଯେଉଁ ସାହସ ଦରକାର – ତା’ ଏ ସାହିତ୍ୟରେ ନାହିଁ । ଏହା ପଳାୟନତତ୍ପର ଭୀରୁ ସାହିତ୍ୟ ।’’ (‘ଜନସାଧାରଣଙ୍କ ସାହିତ୍ୟ’ – ‘ସହକାର’ ଜୁଲାଇ ୧୯୩୬) କବି ରାଉତରାୟଙ୍କ ଏଭଳି ଅଭିବ୍ୟକ୍ତି, ତାଙ୍କ କବିତାରେ ମାର୍କସୀୟ ଚିନ୍ତାଧାରାକୁ ଅତି ସଫଳଭାବେ ପରବର୍ତୀ ସମୟରେ ପ୍ରକାଶ କରିଛି । ପ୍ରଗତି ଓ ବିପ୍ଳବ ପାଇଁ ପରିସ୍ଥିତି ତିଆରି କରିବା ଦିଗରେ ସାହିତ୍ୟକୁ ସେ ଏକ ଚୈତନ୍ୟକ ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି ।

ପୃଥ‌ିବୀର ଅବହେଳିତ ମଣିଷମାନଙ୍କୁ ମାଟିର ପତଙ୍ଗଭାବେ ନାମିତ କରି, ତା’ର ମୁକ୍ତି ପିପାସା ନିମନ୍ତେ ସେ ସ୍ଵର ଉତ୍ତୋଳନ କରିଛନ୍ତି । ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଏହି ଶ୍ରମଜୀବୀ ଶ୍ରେଣୀ ଯୁଗେ ଯୁଗେ ଅବହେଳିତ ଭାବେ ପଡ଼ିରହିଛନ୍ତି । ଶୋଷକମାନଙ୍କ ଅତ୍ୟାଚାର ମାନବ ଆତ୍ମାକୁ ବହୁଭାବରେ ପୀଡ଼ିତ କରିଛି । ସେହି ପରିସ୍ଥିତିରେ କୈଫୟିତ ମାଗିବାକୁ ସମୟ ଆସିଛି ବୋଲି କବି କହିଛନ୍ତି । ଏଇ ନିଷ୍ପେଷିତ, ନିରନ୍ନ ମଣିଷ ଗୋଷ୍ଠୀର ଅନ୍ତିମ ବିଜୟ ସୁନିଶ୍ଚିତ – ଏହିପରି ବୈପ୍ଳବିକ ଭାବନାରେ, ସମାଜର ବୈଷମ୍ୟକୁ ପ୍ରକଟିତ କରି ସଂଗ୍ରାମ କରିବାକୁ କବି ଆହ୍ୱାନ ଦେଇଛନ୍ତି । ଦାସତ୍ଵ ଶୃଙ୍ଖଳରେ ବନ୍ଧା ନିଷ୍ପେଷିତ ମଣିଷ ଅତ୍ୟାଚାରରୁ ହିଁ ପ୍ରତିଶୋଧର ଜ୍ଞାନାଲୋକ ଲାଭକରୁ ବୋଲି କବି କହିଛନ୍ତି । ଅତ୍ୟାଚାରୀମାନଙ୍କ ପାଇଁ ଯୀଶୁଙ୍କ ଆତ୍ମତ୍ସର୍ଗର ସାଧନା ଜୟଲାଭ କରିବ ବୋଲି କବି କାମନା କରିଛନ୍ତି ।

(ଗ) କବିତାର ସାରକଥା :

ଶୋଷିତ, ସର୍ବହରା ମଣିଷଙ୍କ ପାଇଁ ସେ ସମ୍ଭାବନାର ବାର୍ତ୍ତା ଦେଇଛନ୍ତି । ଶୋଷକଗୋଷ୍ଠୀଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ବଞ୍ଚିବାର ଅଧିକାର ଛଡ଼ାଇ ନେବାକୁ ସେ କହିଛନ୍ତି । ବହୁଦିନରୁ ଚଳିଆସୁଥ‌ିବା ଚିନ୍ତାଧାରାକୁ ସେ ବଦଳାଇ ଦେବାପାଇଁ ପ୍ରେରଣା ଦେଇଛନ୍ତି । ତେଣୁ କବିତାର ପ୍ରଥମ ପର୍ଯ୍ୟାୟରେ କବି କହିଛନ୍ତି, ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆସିଛି ଭବିଷ୍ୟତର ବାର୍ତା ପରିପ୍ରଚାର କରିବାପାଇଁ । ଶହ ଶହ ବର୍ଷ ଧରି ଚଳି ଆସୁଥିବା ମାଲିକ ମୂଲିଆ ପ୍ରଭେଦ ବଦଳେଇ ଦେବାର ବାର୍ତ୍ତା ସେ ଆଣିଛି । ଯେପରି ଭବିଷ୍ୟତରେ କେହି ସାନ ବଡ଼ ରହିବେ ନାହିଁ । କାହାରି ମନରେ ଶୋଷଣ ଓ ଶୋଷିତର ମାନସିକତା ରହିବ ନାହିଁ । ଭବିଷ୍ୟତରେ ସମସ୍ତେ ହେବେ ସମାନ । ଜୀବନ ଜୀଇଁବାର ପ୍ରତିରୂପ ହୋଇ ରହିବ । ସେଥ‌ିରେ କୌଣସି ପ୍ରକାର ବିଭେଦ ରହିବ ନାହିଁ । ମଣିଷମାନଙ୍କୁ ବିଶେଷକରି ଯେଉଁମାନେ ବଞ୍ଚିବାପାଇଁ କଠୋର ପରିଶ୍ରମ କରୁଛନ୍ତି, ସେହିମାନଙ୍କୁ କବି ପ୍ରେରଣା ଦେଉଛନ୍ତି । ଲୌକିକ ଜ୍ଞାନ, ଅର୍ଥାତ୍ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତାକୁ ସଂଗ୍ରହ କରିବାକୁ ପଡ଼ିବ ।

ଖଟିଖିଆ ମେହେନତି ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାପାଇଁ କବି କହିଛନ୍ତି, ‘ତୁମମାନଙ୍କୁ ଦୃଢ଼ ହେବାକୁ ପଡ଼ିବ, ରୁକ୍ଷ କର୍କଶ ହେବାକୁ ପଡ଼ିବ । କୌଣସି ସମୟରେ ଦୁର୍ବଳ ନହୋଇ ନିଜର ଅଧିକାର ସାବ୍ୟସ୍ତ କରିବାକୁ ହେବ । ତୁମ ପ୍ରତି ହେଉଥ‌ିବା ଦୀର୍ଘଦିନର ଶୋଷଣର ପ୍ରତିଶୋଧ ନେବାକୁ ହେବ । ଦାସତ୍ଵଭାବକୁ ପୂର୍ଣଭାବରେ ବଦଳାଇ ଦେବାକୁ ହେବ । ଅତୀତକୁ ଆଜି ବିସ୍ମିତ ହେବାକୁ ପଡ଼ିବ । ଆଜି ସମୟ ଆସିଛି, ଶୋଷକ ଓ ଧନୀକ ଗୋଷ୍ଠୀକୁ ନିଜର ଦାବି ସମ୍ପର୍କରେ ନେବାପାଇଁ ମାନବ ଶ୍ରେଣୀଙ୍କୁ କବି ପ୍ରେରଣା ଦେଇଛନ୍ତି । କାରଣ ଦୀର୍ଘଦିନ ଧରି ପାରମ୍ପରିକତାର ଶୃଙ୍ଖଳରେ ତୁମେ ବାନ୍ଧିହୋଇ ରହିଥିଲ, ଲୌହକାରାଗାର ଭଳି ସୀମାରେ ଆବଦ୍ଧ ହୋଇଥଲ ବୋଲି କବି ପ୍ରଶ୍ନ ପଚାରୁଛନ୍ତି । ସେଭଳି ଶୃଙ୍ଖଳ ଓ ଲୌହକାରାଗାରରୁ ମୁକ୍ତ ହେବାପାଇଁ କବି, ଖଟିଖିଆ ମଣିଷଙ୍କୁ ବାର୍ତ୍ତା ଶୁଣାଇଛନ୍ତି । ଉପାର୍ଜିତ ଧନକୁ, ଧନୀଗୋଷ୍ଠୀଙ୍କୁ ଦେଇଛନ୍ତି, ଯାହାକି ଏଭଳି ବ୍ୟବହାର ଶୋଷିତଗୋଷ୍ଠୀଙ୍କୁ ପୀଡ଼ାଦେଇଛି । ମାତ୍ର ସମୟ ଆଜି ବଦଳିଯାଇଛି । ତୁମକୁ ଆଉ ସେହି ନିଷ୍ଠୁର ଅତ୍ୟାଚାର ସହିବାକୁ ହେବ ନାହିଁ । ବରଂ ନିଜର ଅଧିକାର ସମ୍ବନ୍ଧରେ କୈଫିୟତ ମାଗିବାକୁ ପଡ଼ିବ । ତେଣୁ କବି ସେହି ମାନବମାନଙ୍କୁ ରୁଦ୍ର ଭୈରବ ବୋଲି ସମ୍ବୋଧନ କରିଛନ୍ତି । ନୂତନ ଯୁଗର, ନୂତନ ବାର୍ତ୍ତାକୁ ଦେବତାର ବର ବୋଲି ଗ୍ରହଣ କରିନେବାକୁ ହେବ । ଦେବ ବଳରେ, ଦେବ ବରରେ ବଳୀୟାନ ହୋଇ, ଶୋଷକଗୋଷ୍ଠୀଙ୍କ ବିରୁଦ୍ଧରେ ସଂଗ୍ରାମ କରିବାପାଇଁ କବି ପ୍ରକାରାନ୍ତରେ ପ୍ରେରଣା ଦେଇଛନ୍ତି ।

ଯେଉଁ ମଣିଷମାନେ ଧନୀକ ଗୋଷ୍ଠୀଙ୍କ ଅତ୍ୟାଚାରକୁ ମୁଣ୍ଡପାତି ସହି ନେଉଥିଲେ, ଭାଗ୍ୟ ଓ ଭଗବାନ୍‌ଙ୍କ ଉପରେ ଆସ୍ଥା ପ୍ରକଟ କରୁଥିଲେ, ସେଭଳି ମଣିଷମାନଙ୍କୁ, ଦଗ୍ଧ ହୁଅ ଓ ଭସ୍ମ ହୁଅ ବୋଲି କବି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଶ୍ଳେଷଣରୁ ସୃଷ୍ଟିହେବ ଜ୍ଞାନାଲୋକ । ସେଥ‌ିରେ ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ । ପ୍ରକୃତରେ ପୀଡ଼ନ ବା ଦୁଃଖର କାରଣ କିଏ, ସେ ସମ୍ପର୍କରେ ଅନୁଭବ କରିପାରିବେ । ସେଭଳି ଅନୁଭବ ଆସିଲାପରେ ସେମାନେ ଉଚ୍ଛେଦ କରି ଦେବେ, ନିର୍ମୂଳ କରିଦେବ, ଶୋଷକମାନଙ୍କର ଅତ୍ୟାଚାରକୁ । ଶ୍ଵେନପରି ଭୟଙ୍କର ପ୍ରତିକ୍ରିୟାଶୀଳ, ମହାମନ୍ତ୍ରକୁ ଗ୍ରହଣ କରି ନେବାକୁ କବି ଆହ୍ୱାନ ଦେଇଛନ୍ତି । ସେହି ମହାମନ୍ତ୍ର ବଳରେ ସବୁକିଛି ବଦଳିଯିବ । ବଦଳାଇ ହେବ ମାଲିକ ମୂଲିଆ, ଜମିଦାର ପ୍ରଜା, ଶୋଷକ ଶୋଷିତର ସମ୍ପର୍କ । ଶ୍ରେଣୀଚେତନ ଧ୍ୱଂସ ହୋଇ, ସୃଷ୍ଟିହେବ ସମାଜବାଦୀ ଚେତନା । ପୀଡ଼ିତଙ୍କ ଜୀବନର ମୂଲ୍ୟାୟନ କରାଯିବ । ପୀଡ଼ନର ଜୟଗାନ କରାଯିବ । ଅତ୍ୟାଚାରୀମାନଙ୍କ ପାଇଁ ଯୀଶୁଙ୍କ ଆୟୋତ୍ସର୍ଗ ବ୍ୟର୍ଥ ହେବ ନାହିଁ । ସମ୍ଭାବନାର ବୀଜ ବୁଣି ଦେଇଛନ୍ତି ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :

CHSE Odisha Class 12 Odia Solutions Chapter 9 ବାର୍ତା 1

BSE Odisha 8th Class Science Notes Chapter 11 ବଳ ଓ ଚାପ

Odisha State Board BSE Odisha 8th Class Science Notes Chapter 11 ବଳ ଓ ଚାପ will enable students to study smartly.

BSE Odisha Class 8 Science Notes Chapter 11 ବଳ ଓ ଚାପ

→ଉପକ୍ରମ (Introduction) :
ଯାହା ସ୍ଥିର ବସ୍ତୁକୁ ଗତିଶୀଳ କରିପାରେ, ଗତିଶୀଳ ବସ୍ତୁକୁ ସ୍ଥିର କରିପାରେ, ଏହାର ଗତିର ବେଗ ବୃଦ୍ଧି କିମ୍ବା ହ୍ରାସ କରିପାରେ, କିମ୍ବା ଏହାର ଗତିର ଦିଗ ବଦଳାଇପାରେ ତାହାକୁ ବଳ କହନ୍ତି ।

→ଉଦାହରଣ :

  • ପଡ଼ିଆରେ ଫୁଟବଲ୍ ଖେଳିବା ସମୟରେ ବଲ୍ଟି ଗୋଟିଏ ସ୍ଥାନରେ ସ୍ଥିର ରହେ । ଫୁଟବଲ୍‌କୁ ଗୋଇଠା ମାରିଲେ ଫୁଟବଲ୍‌ ଗତିଶୀଳ ହୋଇଥାଏ ।
  • ହକି ଷ୍ଟିକ୍‌ରେ ହକିବଲ୍‌କୁ ଆଘାତକଲେ ହକିବଲ୍ଟି ଗତିକରେ । ଚଳନ୍ତା ବଲ୍‌କୁ ଧରି ପକାଇଲେ ବଲ୍‌ ସ୍ଥିର ହୁଏ ।
  • ଅଧିକ ଜୋରରେ ସାଇକେଲ ପେଡ଼ାଲ୍ ମାରିଲେ ସାଇକେଲ ଅଧ‌ିକ ବେଗରେ ଗତିକରେ ।
  • ସ୍କୁଟର ଚଳାଉଥିବାବେଳେ ଆକ୍‌ସିଲେଟରକୁ ବଢ଼ାଇ କିମ୍ବା କମାଇ ଗାଡ଼ିର ବେଗକୁ ଦ୍ରୁତ କିମ୍ବା ମନ୍ଥର କରାଯାଏ । ଏସବୁ କ୍ଷେତ୍ରରେ ବଳ ଆବଶ୍ୟକ । ବିଭିନ୍ନ ବଳ ବିଷୟରେ ଆଲୋଚନା କରାଯାଇଛି ।

BSE Odisha 8th Class Science Notes Chapter 11 ବଳ ଓ ଚାପ

→ଠେଲା କିମ୍ବା ଟଣା ଏକ ପ୍ରକାର ବଳ (Force-a Push or Pull) :

  • ଗଛରୁ ଫୁଲ ତୋଳିବା ବେଳେ, ବନ୍ଦକବାଟର କିଳିଣି ଖୋଲିବାବେଳେ, ରଥଯାତ୍ରାରେ ରଥ ଟାଣିବାବେଳେ, କୂଅରୁ ବାଲ୍ଟିରେ ପାଣି ଉଠାଇବାବେଳେ, ଯେଉଁ ପ୍ରକାରର ବଳ ପ୍ରୟୋଗ କରାଯାଏ ତାହା ହେଉଛି ଟଣା (Pull) ବଳ ।
  • ଝାଡ଼ୁରେ ଧୂଳି, ଅଳିଆ ଓଳାଇଲାବେଳେ, ବଡ଼ କାଠଖଣ୍ଡିକୁ ପେଲିଲାବେଳେ, ଫୁଟବଲ୍‌କୁ ଗୋଇଠା ମାରିବାବେଳେ, ଭଲିବଲ୍ ଖେଳିବାବେଳେ, କ୍ରିକେଟ୍ ବଲ୍‌ ବୋଲିଂ କରିବାବେଳେ ଏବଂ କ୍ରିକେଟ୍ ବଲ୍ ବ୍ୟାଟିଂ କରିବାବେଳେ ଯେଉଁ ପ୍ରକାର ବଳ ପ୍ରୟୋଗ କରାଯାଏ ତାହା ହେଉଛି ଠେଲା (Push) ବଳ ।

ଟଣା ବା ଠେଲା ବଳ ପ୍ରୟୋଗକରି ସ୍ଥିର ବସ୍ତୁକୁ ଗତିଶୀଳ କରାଯାଇପାରେ ।

ତୁମପାଇଁ କାମ :
ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ କ୍ରିୟା ଠେଲା କିମ୍ବା ଟଣା ବଳ କିମ୍ବା ଉଭୟ ପ୍ରକାରର ଠିକ୍ ( ✓ ) ଚିହ୍ନ ଦେଇ ଚିହ୍ନାଅ ।
BSE Odisha 8th Class Science Notes Chapter 11 ବଳ ଓ ଚାପ 1

  • ଚୁମ୍ବକଟିଏ ଲୁହାକୁ ଆକର୍ଷଣ କରିବା – ଟଣାବଳ ।
  • ବିଷମ ମେରୁ ପରସ୍ପରକୁ ବିକର୍ଷଣ କରିବା – ଠେଲାବଳ ।

ବସ୍ତୁ ବସ୍ତୁ ମଧ୍ୟରେ ଆନ୍ତଃକ୍ରିୟା ଯୋଗୁ ବଳ ସୃଷ୍ଟି ହୋଇଥାଏ (Forces are due to interaction among objects) :
(a) ଅନ୍ତତଃ ଦୁଇଟି ବସ୍ତୁ ମଧ୍ୟରେ ପାରସ୍ପରିକ କ୍ରିୟା ବା ଆନ୍ତଃକ୍ରିୟା ଯୋଗୁଁ ବଳ ସୃଷ୍ଟି ହୋଇଥାଏ । ଏଥିରେ ପ୍ରତ୍ୟେକ ବସ୍ତୁ ଅନ୍ୟଟି ଉପରେ ବଳ ପ୍ରୟୋଗ କରିଥାଏ ।

(i) ରାସ୍ତା ମଝିରେ ଥ‌ିବା ଏକ ଇଂଜନ ଖରାପଥିବା କାର୍କୁ ରାସ୍ତାକଡ଼କୁ ଠେଲି ଠେ ଲି ଅଣାଯାଇପାରିବ ।
BSE Odisha 8th Class Science Notes Chapter 11 ବଳ ଓ ଚାପ 2

BSE Odisha 8th Class Science Notes Chapter 11 ବଳ ଓ ଚାପ

(ii) ଦୁଇଟି ଝିଅ ପରସ୍ପର ମଧ୍ୟରେ ଲଢ଼ାଲଢ଼ି ହେଲେ ଗୋଟିଏ‘ ଝିଅ ଅନ୍ୟଟି ଉପରେ ବଳ ପ୍ରୟୋଗ କରେ ।
BSE Odisha 8th Class Science Notes Chapter 11 ବଳ ଓ ଚାପ 3
(iii) ଦୁଇଟି ଝିଅ ପରି ସ୍ପର କୁ ଟାଣିଲେ ମଧ୍ୟ ଗୋଟିଏ ଅନ୍ୟଟି ଉପରେ ବଳ ପ୍ରୟୋଗ କରେ ।
BSE Odisha 8th Class Science Notes Chapter 11 ବଳ ଓ ଚାପ 4
(iv) ଗାଈଟିର ଇଚ୍ଛାନାହିଁ ଆସିବାକୁ । ତାକୁ ଟାଣିଟାଣି ଆଣିଲାବେଳେ ମଣିଷଟି ଗାଈକୁ ଟାଣୁଛି ଓ ଗାଈଟି ମଣିଷକୁ ଟାଣୁଛି । ଗାଈଟି ମଣିଷ ଉପରେ ବଳପ୍ରୟୋଗ କରୁନାହିଁ; କିନ୍ତୁ ମଣିଷ ଗାଈ ଉପରେ ବଳପ୍ରୟୋଗ କରୁଛି ।
BSE Odisha 8th Class Science Notes Chapter 11 ବଳ ଓ ଚାପ 5

ତୁମପାଇଁ କାମ :
ଭର୍ତ୍ତିକରାଯାଉ ! ବାକ୍ସଟିକୁ ଠେଲ । ମନେକର ଠେଲିଦେଇ ପାରିଲ । ତେବେ ସେଥ‌ିରେ ଆଉ କିଛି ଓଜନିଆ ଦ୍ରବ୍ୟ ପୁରାଅ । ବର୍ତ୍ତମାନ ବାକ୍ସଟିକୁ ଏକାକୀ ପେଲିଲେ ବାକ୍ସଟି ଘୁଞ୍ଚି ନାହିଁ । ତୁମ ସାଙ୍ଗକୁ ଏହି କାମରେ ସାହାଯ୍ୟ କରିବାକୁ କୁହ । ଉଭୟେ ଠେଲିଲେ ବାକ୍ସଟି ଘୁଞ୍ଚଲା । ଏହାର କାରଣ ହେଲା ଉଭୟେ ବାକ୍ସଟିକୁ ଏକଦିଗରେ ଠେଲିଲ ।
BSE Odisha 8th Class Science Notes Chapter 11 ବଳ ଓ ଚାପ 6

BSE Odisha 8th Class Science Notes Chapter 11 ବଳ ଓ ଚାପ

(a) ବର୍ତ୍ତମାନ ବାକ୍ସଟିକୁ ହାଲୁକାକରି ତୁମେ ଓ ଠେଲ । ତୁମର ବଳ ଅଧ୍ଵ ଥିଲେ ବାକ୍ସଟି ତୁମ ସାଙ୍ଗ ଆଡ଼କୁ ଠେଲିହୋଇ ଯିବ । ତୁମ ସାଙ୍ଗ ଆଡ଼କୁ ଠେଲିହୋଇ ଯିବ । ତୁମର ସାଙ୍ଗର ବଳ ଅଧ‌ିକ ଥିଲେ ବାକ୍ସଟି ତୁମ ଆଡ଼କୁ ଠେଲି ହୋଇଯିବ ।
BSE Odisha 8th Class Science Notes Chapter 11 ବଳ ଓ ଚାପ 7
ଯଦି ଦୁଇଟି ବଳ ପରସ୍ପରର ବିପରୀତ ଦିଗରୁ ପ୍ରୟୋଗ କରାଯାଏ ତେବେ ପରିଣାମୀ ବଳ ପ୍ରଯୁକ୍ତ ବଳଦ୍ଵୟର ଅନ୍ତରଫଳ ହିଁ ହୋଇଥାଏ ।

(b) ଟଗ୍ ଅଫ୍ ୱାର୍ ରେ ଦୁଇଦଳ ଦଉଡ଼ିଟିକୁ ଟାଣନ୍ତି । ଯେଉଁ ଦଳର ପରିଣାମୀ ବଳ ବେଶୀ ସେହି ଦଳ।
BSE Odisha 8th Class Science Notes Chapter 11 ବଳ ଓ ଚାପ 8

(c) ଟ‍ଅଫ୍ ୱାର୍ ଖେଳରେ ଦୁଇଦଳ ବରଡ଼ିଟିକୁ ସମପରିମାଣ ବଳଦ୍ଵାରା ନିଜ ଆଡ଼କୁ ଟାଣିଲେ ଦଉଡ଼ିଟି କୌଣସି ଦିଗରେ ବି ଗତିଶୀଳ ହୁଏନାହିଁ । କାରଣ ଏହାର ପରିଣାମୀ ବଳ ଶୂନ ହୁଏ ।

(d) ଏକ ବଳ ଅନ୍ୟ ଏକ ବଳଠାରୁ ପରିମାଣରେ ବୃହତ୍ତର ବା କ୍ଷୁଦ୍ରତମ ହୋଇପାରେ । ବଳର ପରିମାଣଦ୍ୱାରା ହିଁ ଏହାର କାର୍ଯ୍ୟକାରିତା ପ୍ରକାଶିତ ହୁଏ ।

(e) ବଳ ଏକ ସଦିଶ ରାଶି (Vector quantity) । ଏଣୁ ଏହାର ପରିମାଣ ସହିତ ଏହା ପ୍ରଯୁକ୍ତ ହେଉଥ‌ିବା ଦିଗର ସୂଚନା ମଧ୍ୟ ଆବଶ୍ୟକ । ଏଣୁ ବଳର ପରିମାଣ ଓ ଦିଗ ମଧ୍ୟରୁ ଯେକୌଣସି ଗୋଟିଏ ବଦଳିଲେ ବା ଉଭୟ ବଦଳିଲେ ଏହାର ପ୍ରଭାବ ବଦଳିଥାଏ ।

(f) ସାଧାରଣଭାବେ ବସ୍ତୁ ଉପରେ ଏକାଧ୍ଵକ ବଳ କ୍ରିୟାଶୀଳ ହୋଇପାରନ୍ତି । ମାତ୍ର ସେହି ସମସ୍ତ ବଳର ପରିଣାମୀ ବଳ ପ୍ରଭାବରେ ହିଁ ବସ୍ତୁଟି ଗତିଶୀଳ ହୁଏ କିମ୍ବା ସେହିପରି ସମ୍ଭାବନା ସୃଷ୍ଟି କରିଥାଏ ।

→ବଳ ଗତିର ଅବସ୍ଥାରେ ପରିବର୍ତ୍ତନ ଆଣିପାରେ (A force can change the state of motion) :
ତୁମପାଇଁ କାମ :
ବସ୍ତୁ ଉପରେ ଏକ ବଳ କ୍ରିୟାଶୀଳ ହେଲେ, କ’ଣ ହେବ ?

(i) ସମତଳ ପୃଷ୍ଠ ବିଶିଷ୍ଟ କଂକ୍ରିଟ ଚଟାଣ ଉପରେ ରଖ୍ ରବର ବଲ୍ଟିକୁ ଧୀରେ ଠେଲିଦେଲେ ବଲ୍‌ ଗତି କରିବ । ଧୀରେ ଗତି କରୁଥିବା ବଲ୍‌କୁ ଆଉଟିକେ ଠେଲିଦେଲେ ବଲ୍‌ର ବେଗ ବଢ଼ିଯିବ । ଏହାପରେ ତୁମ ହାତପାପୁଲି ବଲ୍ ଗଡୁଥିବା ଚାରିପାଖରେ ସିଧାଭାବରେ ରଖ । ବଲ୍‌ ଟି ଏଥରେ ବାଜିବାକ୍ଷଣି ପାପୁଲିଟି କାଢ଼ିନିଅ । ତୁମ ପାପୁଲି ବଲ୍ଟ ପରେ ଏକ ବିପରୀତମୁଖୀ ବଳ ପ୍ରୟୋଗ କଲେ ବଲ୍‌ର ବେଗ କମିଯିବ । ତୁମ ପାପୁଲିରେ ଯଦି ବଲ୍‌ ଧରିପକାଇ ଥାଆନ୍ତ ତେବେ ବଲ୍ଟି ସ୍ଥିର ଅବସ୍ଥାକୁ ଚାଲିଆସିଥାନ୍ତା ।
BSE Odisha 8th Class Science Notes Chapter 11 ବଳ ଓ ଚାପ 9

BSE Odisha 8th Class Science Notes Chapter 11 ବଳ ଓ ଚାପ

(ii) ସ୍ଥିରଥ‌ିବା ବସ୍ତୁଉପରେ ବଳ ପ୍ରୟୋଗକଲେ ଏହା ଗତି କରିବାକୁ ଆରମ୍ଭ କରେ । ଗତିଶୀଳ ବସ୍ତୁଟି ଆଗରେ କିଛି ପ୍ରତିବନ୍ଧକ ରଖୁଲେ ତାହାର ବେଗ କମିଯାଏ, ଗତିର ଦିଗ ମଧ୍ୟ ବଦଳିପାରେ ।

(iii) ଫୁଟବଲ୍‌ ଖେଳରେ ପେନାଲ୍‌ଟି ଷ୍ଟ୍ରୋକ୍ ମାରିବାବେଳେ ଫୁଟବଲ ଉପରେ ଠେଲାବଳ ପ୍ରୟୋଗକରି କିକ୍ ମାରନ୍ତି । ବଲ୍ଟି ଗତିକରି ଗୋଲ୍‌ପୋଷ୍ଟ ଆଡ଼କୁ ଯାଏ । ଗୋଲ ରକ୍ଷକ ବଲ୍ଟିକୁ ଯଦି ଧରିପକାନ୍ତି ତେବେ ବଲ୍‌ର ବେଗ ଶୂନ ହୋଇଯାଏ । ଗୋଲ୍‌ରକ୍ଷକ ଯଦି ବଲ୍‌କୁ ବିପରୀତ ଦିଗରୁ କେବଳ ଠେଲିଦିଅନ୍ତି ତେବେ ବଲ୍‌ର ଗତିର ଦିଗ ବଦଳିଯାଏ ।

ବଳ ପ୍ରୟୋଗଦ୍ଵାରା ବସ୍ତୁର ବେଗ ଓ ଗତିର ଦିଗ ପରିବର୍ତ୍ତନ ହୁଏ । ଯଦି ପ୍ରଯୁକ୍ତ ବଳ ଗତିଶୀଳ ବସ୍ତୁର ଗତିଦିଗରେ ପ୍ରୟୋଗ ହୁଏ ତେବେ ବସ୍ତୁଟିର ବେଗ ବୃଦ୍ଧିପାଏ । ମାତ୍ର ଯଦି ଉକ୍ତ ବଳ ଗତିର ବିପରୀତ ଦିଗରେ ପ୍ରୟୋଗ କରାଯାଏ ତେବେ ଏହାର ବେଗ ହ୍ରାସପାଏ ।

ତୁମପାଇଁ କାମ :
ଏକ ସମତଳ ଟେବୁଲ ଉପରେ କାଚଗୁଲିଟିଏ ରଖାଯାଉ । ହାତରେ ଆଘାତ କରି କାଚଗୁଲିଟିକୁ ଗଡ଼ାଇଲେ କାଚଗୁଲି ଏକ ନିର୍ଦ୍ଦିଷ୍ଟ ଦିଗରେ ଗଡ଼ିବ । ଏହାର ସମ୍ମୁଖଭାଗରେ ଏକ ସ୍କେଲ୍ ରଖ ଯେପରି ଗଡୁଥ‌ିବା କାଚଗୁଲିଟି ସ୍କେଲ୍‌ରେ ନିଶ୍ଚୟ ବାଜିବ । ସ୍କେଲ୍‌ରେ ବାଜିବାପରେ କାଚଗୁଲିର ଦିଗ ବଦଳିଯିବ । ଏହି ପରୀକ୍ଷାଟିକୁ ଏକାଧ୍ଵକ ବାର କର । ପ୍ରତିଥର
BSE Odisha 8th Class Science Notes Chapter 11 ବଳ ଓ ଚାପ 10

ଉଦାହରଣ :
BSE Odisha 8th Class Science Notes Chapter 11 ବଳ ଓ ଚାପ 11
(ii) ପିଲାଟିଏ ଭଙ୍ଗା ସାଇକେଲ୍ ରିମୂଟିଏ ପାଇଲେ ତାହା ଗଡ଼ାଇ ଖେଳିବାବେଳେ ଏହାର ବେଗ ଓ ଗତିର ଦିଗ
(iii) କ୍ରିକେଟ୍ ଖେଳରେ ବ୍ୟାଟସ୍‌ମ୍ୟାନ୍ ବୋଲର୍ ଫିଙ୍ଗିଥ‌ିବା ବଲ୍‌ ଉପରେ ବଳ ପ୍ରୟୋଗ କରି ଏହାକୁ ଭିନ୍ନ ଭିନ୍ନ
(iv) ସାଇକେଲ୍ ଚଳାଇବାବେଳେ ବ୍ରେକ୍ ସାହାଯ୍ୟରେ ଏହାର ଗତି ଧୀର ହୋଇଥାଏ ଜୋର୍‌ରେ ପ୍ୟାଡ଼ଲିଂ କରି ଏହାର ବେଗ ବଢ଼ାଯାଇଥାଏ ଏବଂ ହ୍ୟାଣ୍ଡଲ୍ ମୋଡ଼ି ଏହାର ଗତିର ଦିଗ ବଦଳା ଯାଇଥାଏ ।
(v) ଗତିଶୀଳ ବସ୍ତୁର ବେଗରେ କିମ୍ବା ଏହାର ଗତିର ଦିଗରେ କିମ୍ବା ଉଭୟ, ଏହାର ଗତିର ବେଗ ଓ ଗତିର ଦିଗରେ ପରିବର୍ତ୍ତନ ଘଟିଲେ, ଏହାକୁ ବସ୍ତୁଟିର ଗତି ଅବସ୍ଥାରେ ପରିବର୍ତ୍ତନ କହନ୍ତି ।

ବଳଦ୍ଵାରା ବସ୍ତୁଟିର ଗତି ଅବସ୍ଥାରେ ପରିବର୍ତ୍ତନ ସୃଷ୍ଟି ହୁଏ ।

→ଗତିର ଅବସ୍ଥା (State of Motion):
ଏକ ବସ୍ତୁର ବେଗ ଓ ଗତିର ଦିଗଦ୍ଵାରାହିଁ ବସ୍ତୁଟିର ଗତି ଅବସ୍ଥା ସୂଚିତ ହୋଇଥାଏ ।

ବସ୍ତୁଟିର ବେଗ ଶୂନ ହେଲେ, ସେହି ଅବସ୍ଥାକୁ ବସ୍ତୁଟିର ସ୍ଥିରାବସ୍ଥା କହନ୍ତି । ଯେକୌଣସି ସମୟରେ ବସ୍ତୁଟିଏ ସ୍ଥିର ବା ଗତିଶୀଳ ଅବସ୍ଥାରେ ଥାଏ । ଉଭୟ ଅବସ୍ଥାକୁ ବସ୍ତୁର ଗତି ଅବସ୍ଥା କୁହାଯାଏ ।

ସବୁକ୍ଷେତ୍ରରେ ବଳପ୍ରୟୋଗଦ୍ଵାରା ବସ୍ତୁର ଗତି ଅବସ୍ଥାରେ ପରିବର୍ତ୍ତନ ସମ୍ଭବ ନୁହେଁ; ଯଥା-

  • ଠେଲାଠେଲି କରି ଏକ କାନ୍ଥକୁ ଘୁଞ୍ଚାଇହେବ ନାହିଁ ।
  • ଠେଲାଠେଲି କରି ଏକ ପର୍ବତକୁ ଘୁଞ୍ଚାଇହେବ ନାହିଁ ।

BSE Odisha 8th Class Science Notes Chapter 11 ବଳ ଓ ଚାପ

→ବସ୍ତୁ ଉପରେ ବଳ ପ୍ରୟୋଗ ଜନିତ ପ୍ରଭାବର ଆଲୋଚନା :
BSE Odisha 8th Class Science Notes Chapter 11 ବଳ ଓ ଚାପ 12

→ବଳ, ବସ୍ତୁର ଆକୃତି ପରିବର୍ତ୍ତନ କରିପାରେ (Force can change the Shape of an Object) :
ବଳ ପ୍ରୟୋଗଦ୍ଵାରା ବସ୍ତୁର ଆକୃତି ମଧ୍ୟ ପରିବର୍ତ୍ତନ କରାଯାଇପାରେ ।
ବଳର ପ୍ରଭାବ ସମ୍ପର୍କୀୟ ତଥ୍ୟ ଗୁଡ଼ିକ ହେଲା-
ବଳ :

  • ସ୍ଥିରଥ ବସ୍ତୁକୁ ଗତିଶୀଳ କରିପାରେ ।
  • ଗତିଶୀଳ ବସ୍ତୁର ବେଗ ପରିବର୍ତ୍ତନ କରିପାରେ ।
  • ଗତିଶୀଳ ବସ୍ତୁର ଗତିର ଦିଗ ବଦଳାଇପାରେ
  • ବସ୍ତୁର ଆକୃତିରେ ପରିବର୍ତ୍ତନ ଘଟାଇପାରେ ।
  • ଗତିଶୀଳ ବସ୍ତୁର ଗତିର ଦିଗ ବଦଳାଇପାରେ ।

ଅର୍ଥାତ୍ ବଳ ପ୍ରୟୋଗଦ୍ଵାରା ବସ୍ତୁର ଗତି ଅବସ୍ଥା ବା ଆକୃତି କିମ୍ବା ଉଭୟ ଗତି ଅବସ୍ଥା ଓ ଆକୃତିରେ ପରିବର୍ତ୍ତନ ଘଟିପାରେ ।

→ସଂସ୍ପର୍ଶ ବଳ (Contact forces) :

  • ଠେଲାବଳ ଓ ଟଣାବଳ ପ୍ରୟୋଗବେଳେ ଆମ ଶରୀର ପ୍ରତ୍ୟକ୍ଷରେ ହେଉ ବା, ପରୋକ୍ଷରେ ହେଉ ବସ୍ତୁଟିର ସଂସ୍ପର୍ଶରେ ଆସିଥାଏ । ମାଂସପେଶୀର ସାମର୍ଥ୍ୟ ଯୋଗୁ ଏହି ବଳ ସମ୍ଭବ ହୋଇଥାଏ । ତେଣୁ ଏ ପ୍ରକାର ବଳକୁ ମାଂସପେଶୀୟ ବଳ କହନ୍ତି । ଏହା ଏକ ପ୍ରକାର ସଂସ୍ପର୍ଶ ବଳ ।
  • ମାଂସପେଶୀୟ ବଳଦ୍ଵାରା ଶରୀରକୁ ବଙ୍କାଇ ହୁଏ । ଚାଲିବା, ଦୌଡ଼ିବା, ଖେଳିବା, ବ୍ୟାୟାମ କରିବା, ପହଁରିବା ଓ ବିଲବାଡ଼ି ତଥା କଳକାରଖାନାରେ ଶାରୀରିକ ଶ୍ରମ କରିବା ଆଦି କାର୍ଯ୍ୟ ବଳଯୋଗୁଁ ସମ୍ଭବ ହୁଏ । ପରିପାକ କ୍ରିୟାବେଳେ ଖାଦ୍ୟନଳୀର ସଂକୋଚନ ଓ ପ୍ରସାରଣବେଳେ ମାଂସପେଶୀୟ ବଳ କାର୍ଯ୍ୟକରେ ।
  • ଭାରବାହୀ ପଶୁମାନେ ମାଂସପେଶୀୟ ବଳଦ୍ଵାରା ବୋଝ ବୋହିବାକୁ ସମର୍ଥ ହୋଇଥାଆନ୍ତି । ଏ ପ୍ରକାର ବଳ ସାହାଯ୍ୟରେ ବଳଦ ହଳକରେ, ଗାଡ଼ିଟାଣେ, ଘୋଡ଼ା ମଧ୍ଯ ଘୋଡ଼ାଗାଡ଼ି ଟାଣେ, ଗଧ ଭାର ବହନ କରେ, ଓଟ ମଧ୍ୟ ଭାର ବହନ କରେ ।

BSE Odisha 8th Class Science Notes Chapter 11 ବଳ ଓ ଚାପ

→ଘର୍ଷଣ ବଳ (Friction) :

  • ସ୍ଥିର ହୋଇଯାଏ । ଏ ସମସ୍ତ କ୍ଷେତ୍ରରେ ସିଧାସଳଖ କୌଣସି ବଳ ବସ୍ତୁ ଉପରେ କ୍ରିୟାଶୀଳ ହୁଏନାହିଁ, ମାତ୍ର
  • କିନ୍ତୁ ଆମେ ଆଗରୁ ଜାଣିଛୁ ଯେ ବଳ ପ୍ରୟୋଗ ବିନା ବସ୍ତୁର ଗତି ଅବସ୍ଥାରେ ପରିବର୍ତ୍ତନ ଅସମ୍ଭବ । ତେଣୁ ନିଶ୍ଚିତଭାବେ କୌଣସି ଲୁକ୍‌କାୟିତ ବଳ ବସ୍ତୁଟି ଉପରେ କ୍ରିୟାଶୀଳ ହୋଇ ଏହାର ଗତି ଅବସ୍ଥାକୁ ପରିବର୍ତ୍ତନ କରୁଛି । ଏହି ଅଦୃଶ୍ୟବଳଟି ଘର୍ଷଣ ବଳ ।
  • ଯେକୌଣସି ବସ୍ତୁ ଅନ୍ୟ ଏକ ପୃଷ୍ଠ ଉପରେ ଗତି କରୁଥିବାବେଳେ ଏହି ବଳ ଗତି ଦିଗରେ ବିପରୀତ ଦିଗରେ ବସ୍ତୁଟି ଉପରେ କ୍ରିୟାଶୀଳ ହୁଏ । ସେଥ‌ିପାଇଁ ଉପରୋକ୍ତ ପ୍ରତ୍ୟେକ ଉଦାହରଣରେ ଗତିଶୀଳ ବସ୍ତୁଟିର ଗତି ଅବସ୍ଥାରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ ।
  • ଲଗାଲଗି ଦୁଇଟି ପୃଷ୍ଠମଧ୍ୟରେ ଆପେକ୍ଷିକ ଗତି (Relative motion) ହିଁ ଘର୍ଷଣର କାରଣ । ଏହି ଆପେକ୍ଷିକ ଗତି ସମୟରେ ଗୋଟିଏ ପୃଷ୍ଠ ଅନ୍ୟ ପୃଷ୍ଠକୁ ସ୍ପର୍ଶ କରୁଥିବାରୁ ଏହି ବଳ ମଧ୍ଯ ଏକ ସଂସ୍ପର୍ଶ ବଳ ।
  • ସଂସ୍ପର୍ଶ ବଳର କାରକ ଓ ବସ୍ତୁ ପରସ୍ପରକୁ ସ୍ପର୍ଶ କରନ୍ତି ।

→ଅସଂସ୍ପର୍ଶ ବଳ (Non Contact Force) :
କାରକ ଓ ବସ୍ତୁ ମଧ୍ୟରେ ସ୍ପର୍ଶ ନକରି ମଧ୍ୟ ସେମାନଙ୍କ ମଧ୍ୟରେ ଆନ୍ତଃକ୍ରିୟା (Interaction)

→ଘଟିପାରେ । ଚୁମ୍ବକୀୟ ବଳ (Magnetic Force) :

  • ଦୁଇଟି ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରନ୍ତି ଓ ବିଷମ ମେରୁ ପରସ୍ପରକୁ ଆକର୍ଷଣ କରନ୍ତି ।
  • ଚୁମ୍ବକଦ୍ବୟ ପରସ୍ପରକୁ ସ୍ପର୍ଶ ନକଲେ ମଧ୍ୟ ଆକର୍ଷଣ ବଳ ଓ ବିକର୍ଷଣ ବଳ କ୍ରିୟାଶୀଳ ହୁଅନ୍ତି । ଚୁମ୍ବକର ଆକର୍ଷଣ ବଳ ଟଣାବଳ ସଦୃଶ ଓ ବିକର୍ଷଣ ବଳ ଠେଲାବଳ ସଦୃଶ । ମାତ୍ର ଏପରି ବଳ କ୍ରିୟାଶୀଳ ହେବାବେଳେ ଚୁମ୍ବକଦ୍ବୟ ପରସ୍ପରକୁ ସ୍ପର୍ଶକରନ୍ତି ନାହିଁ ।
  • ଦୁଇଟି ଚୁମ୍ବକ ମଧ୍ୟରେ ଆନ୍ତଃକ୍ରିୟା ବଳଯୋଗୁଁ ଚୁମ୍ବକୀୟ ବଳ ସମ୍ଭବ ହୋଇଥାଏ, ତାହା ଅସଂସ୍ପର୍ଶ ବଳ । ଚୁମ୍ବକ ମଧ୍ୟ ଚୁମ୍ବକୀୟ ବସ୍ତୁକୁ ସ୍ପର୍ଶ ନ କରି ଆକର୍ଷଣ କରେ, ତାହା ମଧ୍ୟ ଅସଂସ୍ପର୍ଶ ବଳ ।

→ଇଲେକ୍ଟ୍ରୋଷ୍ଟାଟିକ୍ ଫୋର୍ସ (Electrostatic Force):
ତୁମପାଇଁ କାମ :
(i) ଏକ ଶୁଖୁଲା ପତଳା ପ୍ଲାଷ୍ଟିକ୍ ଷ୍ଟ୍ର (straw) ନେଇ ଏହାକୁ ସମାନ ଦୁଇଭାଗରେ ବିଭକ୍ତ କର । ଟେବୁଲ ଧାରରେ ଛୋଟ ଲୁହା କଣ୍ଟାଟିଏ ପୋତି ସେଥିରୁ ସୂତାଦ୍ୱାରା ଖଣ୍ଡେ ଷ୍ଟ୍ର ଝୁଲାଅ । ଅନ୍ୟ ଷ୍ଟ୍ର ଖଣ୍ଡର ଗୋଟିଏ ପ୍ରାନ୍ତକୁ ଶୁଖ ଭଲଭାବରେ ଭଲଭାବରେ ଘଷ ଓ ସେହି ପ୍ରାନ୍ତକୁ ଝୁଲୁଥ‌ିବା ଷ୍ଟୁଟିର ମୁକ୍ତ ପ୍ରାନ୍ତ ପାଖରେ ଦେଖାଅ ଯେପରି ଷ୍ଟ୍ରଦ୍ଵୟ ପରସ୍ପରକୁ ସ୍ପର୍ଶ ନ କରନ୍ତି । ଧରିଥିବା ଷ୍ଟୁଟି ଝୁଲୁଥ୍ ଷ୍ଟ୍ରର ମୁକ୍ତପ୍ରାନ୍ତକୁ ଆକର୍ଷଣ କରିବ ।
BSE Odisha 8th Class Science Notes Chapter 11 ବଳ ଓ ଚାପ 13
(ii)ଏହାପରେ ଝୁଲୁଥିବା ଷ୍ଟୁଟିର ମୁକ୍ତପ୍ରାନ୍ତଟି ଶୁଖୁଲା କାଗଜରେ ଘଷିଦିଅ । ଅନ୍ୟ ଷ୍ଟ୍ରଟିର ଘଷାଯାଇଥିବା ପ୍ରାନ୍ତଟି ଝୁଲୁଥିବା ଷ୍ଟ୍ରର ଘଷାପ୍ରାନ୍ତ ନିକଟରେ ଦେଖାଇଲେ ଷ୍ଟ୍ରଦ୍ଵୟ ପରସ୍ପରକୁ ବିକର୍ଷଣ କରିବେ ।
ଚାର୍ଜିତ ବସ୍ତୁ ସମଚାର୍ଜିତ ବସ୍ତୁକୁ ବିକର୍ଷଣ କରେ; ମାତ୍ର ଚାର୍ଜିତ ବସ୍ତୁ ବା ଅଚାର୍ଜିତ ବସ୍ତୁ ମଧ୍ୟରେ ଆକର୍ଷଣ ବଳ କ୍ରିୟାଶୀଳ ହୁଏ । ଏହି ପ୍ରକାର ବଳକୁ ସ୍ଥିର ବିଦ୍ୟୁତ୍ ବଳ (Electrostatic Force) କହନ୍ତି ।
(iii) ଦୁଇଟି ଚାର୍ଜିତ ବସ୍ତୁ ପରସ୍ପରକୁ ସ୍ପର୍ଶ ନକରୁଥିଲେ ମଧ୍ୟ ଏହି ବଳ କ୍ରିୟାଶୀଳ ହୋଇଥାଏ । ଏକ ଚାର୍ଜିତ ବସ୍ତୁ ଓ ଅନ୍ୟ ଏକ ଚାର୍ଜିତ ବସ୍ତୁ ମଧ୍ୟରେ ବି ସ୍ଥିର ବିଦ୍ୟୁତ୍ ବଳ କ୍ରିୟାଶୀଳ ହୋଇପାରେ । ସ୍ଥିର ବିଦ୍ୟୁତ୍ ବଳ ଚୁମ୍ବକୀୟ ବଳପରି ଏକା ପ୍ରକାର ଅସଂସ୍ପର୍ଶ ବଳ ।
(iv) ଘର୍ଷଣ ଦ୍ଵାରା ଦୁଇଟି ଅଲଗା ଅଲଗା ପଦାର୍ଥକୁ ବିପରୀତ ଭାବେ ଚାର୍ଜିତ କରାଯାଇପାରେ ।

BSE Odisha 8th Class Science Notes Chapter 11 ବଳ ଓ ଚାପ

→ମହାକର୍ଷଣ ବଳ (Gravitational Force) :
(i) ଆକାଶରେ ଥ‌ିବା ଜଳବିନ୍ଦୁ ଭୂପୃଷ୍ଠରେ ପଡ଼େ । ଗଛରୁ ଆମ୍ବ ଓ ଶୁଖୁଲା ପତ୍ର ତଳକୁ ଝଡ଼େ । ଏପରି ତଳକୁ ଖସିବାଦ୍ୱାରା ସେଗୁଡ଼ିକର ଗତି ଅବସ୍ଥା ପରିବର୍ତ୍ତିତ ହୁଏ ।
(ii) ଗତି ଅବସ୍ଥାରେ ପରିବର୍ତ୍ତନ ଏକ ବା ଏକାଧ୍ଵ ବଳର କ୍ରିୟାଶୀଳତା ଯୋଗୁଁହିଁ ସମ୍ଭବ ହୁଏ । ତେଣୁ ଆଲୋଚିତ ଉଦାହରଣଗୁଡ଼ିକ କ୍ଷେତ୍ରରେ ନିଶ୍ଚିତଭାବେ ଏକ ବଳ ବସ୍ତୁ ସବୁକୁ ଉଚ୍ଚରୁ ଭୂପୃଷ୍ଠ ଆଡ଼କୁ ଟାଣେ । ଏପରି ବଳକୁ ମାଧ୍ୟାକର୍ଷଣ ବଳ (Force of gravity) କହନ୍ତି ।
(iii) ମାଧ୍ୟାକର୍ଷଣ ବଳ ଏକ ବଳ ଯାହା ପୃଥ‌ିବୀପୃଷ୍ଠ ବା ପୃଷ୍ଠଦେଶରୁ କିଛି ଉଚ୍ଚତାରେ ଥ‌ିବା ସମସ୍ତ ବସ୍ତୁ ଉପରେ କ୍ରିୟାଶୀଳ ହୁଏ । ଏହାକୁ ଓଜନ (Weight) କହନ୍ତି । ଏହି ବଳ ଯୋଗୁଁ ଜଳ ସର୍ବଦା ଉଚ୍ଚ ପତ୍ତନରୁ ନିମ୍ନ ପତ୍ତନ ଆଡ଼କୁ ଗତି କରିଥାଏ ।
(iv) ସାର୍ ଆଇଜାକ୍ ନିଉଟନ୍ (Sir Isac Newton) ଗବେଷଣା କରି ଏ ସମ୍ପର୍କରେ ଏକ ତଥ୍ୟ ଆବିଷ୍କାର କରିଥିଲେ ।

‘‘ବିଶ୍ବରେ ବଡ଼ କିମ୍ବା ସାନ ଯେକୌଣସି ଦୁଇଟି ବସ୍ତୁ ପରସ୍ପରକୁ ସ୍ପର୍ଶ ନ କରି ମଧ୍ୟ ଆକର୍ଷଣ କରନ୍ତି । ଏହି ଆକର୍ଷଣକୁ ମହାକର୍ଷଣ ବଳ କହନ୍ତି । ଏହି ବଳ ବସ୍ତୁଦ୍ଵୟର ବସ୍ତୁତ୍ଵ ଓ ସେମାନଙ୍କ ମଧ୍ୟରେ ଥିବା ଦୂରତା ଉପରେ ନିର୍ଭର କରିଥାଏ ।’’

1. ମାଧ୍ୟାକର୍ଷଣ ବଳ ମଧ୍ଯ ଏକ ମହାକର୍ଷଣ ବଳ ।
2. ମହାକର୍ଷଣ ବଳ ମଧ୍ଯ ଏକ ଅସଂସ୍ପର୍ଶ ବଳ ।

ମହାକର୍ଷଣ ବଳ ଯୋଗୁ ଗ୍ରହମାନେ ସୂର୍ଯ୍ୟ ଚାରିପଟେ ଓ ଉପଗ୍ରହ ଗୁଡ଼ିକ ଗ୍ରହ ଚାରିପଟେ ପରିକ୍ରମଣ କରନ୍ତି । ବିଶ୍ଵରେ ସର୍ବତ୍ର ଏହି ବଳ କ୍ରିୟାଶୀଳ ହୋଇଥାଏ ।
ଏହି ବଳର ପରିମାଣ ବସ୍ତୁଦ୍ବୟର ବସ୍ତୁତ୍ଵମାନଙ୍କର ଗୁଣଫଳ ସହ ସମାନୁପାତୀ ଓ ସେମାନଙ୍କ ମଧ୍ୟରେ ଥିବା ଦୂରତାର ବର୍ଗସହ ପ୍ରତିଲୋମାନୁପାତୀ ହୋଇଥାଏ ।

→ଚାପ (Pressure):
(i) ଘୂଣ୍ଠିବାତ୍ୟା କିମ୍ବା ଝଡ଼ ଲଘୁଚାପର ପ୍ରଭାବରେ ହୁଏ ।
(ii) ଦୁଇଟି ଭିନ୍ନ ଭିନ୍ନ ସ୍ଥାନ ମଧ୍ୟରେ ବାୟୁମଣ୍ଡଳୀୟ ଚାପ ପାର୍ଥକ୍ୟକୁ ଲଘୁଚାପ କହନ୍ତି ।

ଚାପ ହେଉଛି ଏକକ କ୍ଷେତ୍ରଫଳ ପ୍ରତି ପ୍ରଯୁକ୍ତ ବଳ ।

ତୁମପାଇଁ କାମ :
(a) ଖଣ୍ଡେ କଣ୍ଟାର ଗୋଲାକାର ମୁଣ୍ଡଟି ହାତରେ ଧରି ମୁନିଆଁ ମୁଣ୍ଡଟିକୁ ଏକ କାଠପଟାରେ ସିଧାଭାବରେ ଧରି ଗୋଲାକାର ମୁଣ୍ଡଟିକୁ ହାତୁଡ଼ିରେ ପିଟିଲେ କଣ୍ଟାଟି ସହଜରେ କାଠପଟା ମଧ୍ୟରେ ପ୍ରବେଶ କରିଯିବ । କିନ୍ତୁ କଣ୍ଟାଟିକୁ ଓଲଟାଇ ଦେଇ ମୁନିଆଁ ମୁଣ୍ଡକୁ ପିଟିଲେ କଣ୍ଟାଟି କାଠମଧ୍ୟରେ ପ୍ରବେଶ କରିବ ନାହିଁ ।
(b) ଧାର ନଥ‌ିବା ଦନ୍ତରା ଛୁରୀ ବା ପନିକିରେ ସହଜରେ ଫଳ କାଟିହୁଏ ନାହିଁ ।
(c) ଦୁଇ ତିନୋଟି କାଗଜ ଗୁଛି ରଖୁବାପାଇଁ ଆମେ ମୁନିଆଁ ଆଲପିନ୍ ବ୍ୟବହାର କରୁ ।
(iii) ଉପରୋକ୍ତ ଉଦାହରଣମାନଙ୍କରେ ଆମେ ସବୁ କାମ ସହଜରେ କରିବାକୁ ଚାହୁଁ । ଏହା କେବଳ ପ୍ରୟୋଗ ନିର୍ଭର କରେ ।
(iv) କଣ୍ଟା ବାଡ଼େଇବା କ୍ଷେତ୍ରରେ ହାତୁଡ଼ିଦ୍ୱାରା ପ୍ରଯୁକ୍ତ ବଳ F, କଣ୍ଟାଟିର ଗୋଲାକାର ମୁଣ୍ଡର କ୍ଷେତ୍ରଫଳ A ଉପରେ କାର୍ଯ୍ୟକାରୀ ହୋଇ କଣ୍ଟାଟିକୁ କାଠ ପଟା ମଧ୍ୟକୁ ପ୍ରବେଶ କରାଉଛି । ମାତ୍ର ଏହା ସହଜ ହେଉନାହିଁ । କିନ୍ତୁ ସେହି ବଳ F, କଣ୍ଟାଟିର ମୁନିଆ ମୁଣ୍ଡର କ୍ଷେତ୍ରଫଳ à ଉପରେ କାର୍ଯ୍ୟକାରୀ ହେଲେ ଉକ୍ତ କାର୍ଯ୍ୟଟି ସହଜରେ ହୋଇଯାଉଛି ।
BSE Odisha 8th Class Science Notes Chapter 11 ବଳ ଓ ଚାପ 14
BSE Odisha 8th Class Science Notes Chapter 11 ବଳ ଓ ଚାପ 15
(vii) ବଳ ଯଦି ପୃଷ୍ଠପ୍ରତି ଲମ୍ବଭାବରେ କ୍ରିୟାଶୀଳ ହୁଏ ତେବେ ଚାପ ସହଜରେ କଳନା କରିହୁଏ । ବୋଝ ବୁହାଳି ବ୍ୟକ୍ତିଟିଏ ଓଜନିଆ ବୋଝ ମୁଣ୍ଡାଇ ନେଲାବେଳେ ଗୋଲାକାର ଠେକା ମୁଣ୍ଡରେ ଦେଇଥାଏ । ଏପରି କରିବାଦ୍ୱାରା ବୋଝଟିର ଓଜନ ଠେକାର କ୍ଷେତ୍ରଫଳ ଉପରେ କାର୍ଯ୍ୟକାରୀ ହୁଏ, ତେଣୁ ମୁଣ୍ଡ ଉପରେ କମ୍ ଚାପ ପଡ଼େ ।
(viii) ସମପରିମାଣର ବଳ ପାଇଁ କମ୍ କ୍ଷେତ୍ରଫଳ ଥିବା ପୃଷ୍ଠ ଉପରେ ଚାପ ଅଧିକ ହୁଏ ଏବଂ ଅଧିକ କ୍ଷେତ୍ରଫଳ ଥିବା ପୃଷ୍ଠ ଉପରେ ଚାପ କମ୍ ହୁଏ ।
(ix) ଛାତ୍ରଛାତ୍ରୀମାନେ କାନ୍ଧରେ ପକାଇ ଆସୁଥ‌ିବା ବ୍ୟାଗଗୁଡ଼ିକରେ ଚଉଡ଼ା ଫିତା ଲାଗିଥାଏ । ଏହାଦ୍ଵାରା କାନ୍ଧ ଉପରେ ବ୍ୟାଗ୍ଟିର ଓଜନ କମ୍ ହୁଏ ।

BSE Odisha 8th Class Science Notes Chapter 11 ବଳ ଓ ଚାପ

→ତରଳ ଓ ଗ୍ୟାସୀୟ ପଦାର୍ଥର ଚାପ (Pressure exerted by Liquids and Gases) :
ତୁମପାଇଁ କାମ :
(i) ଏକ ପାତ୍ର ମଧ୍ୟରେ ରହିଥ‌ିବା କୌଣସି ତରଳ ପଦାର୍ଥ ଉକ୍ତ ପାତ୍ରର ଭୂମି ଉପରେ ଚାପ ପ୍ରଦାନ କରିଥାଏ ଓ ଏହି ଚାପ ପାତ୍ର ମଧ୍ୟସ୍ଥ ତରଳର ଉଚ୍ଚତା ବୃଦ୍ଧିସହ ବୃଦ୍ଧିପାଏ ।

ପରୀକ୍ଷା :
(a) ପ୍ରାୟ 15 ସେ.ମି. ଲମ୍ବ ଓ 5 ସେ.ମିରୁ 7.5 ସେ.ମି. ବ୍ୟାସବିଶିଷ୍ଟ ଏକ ସ୍ବଚ୍ଛ କାଚନଳ ବା ପ୍ଲାଷ୍ଟିକ୍ ନଳ ବା ଉତ୍ତମମାନର ପତଳା ରବର ଖଣ୍ଡିଏ ସଂଗ୍ରହ କରି । ଉକ୍ତ ରବର ଖଣ୍ଡିକ କାଚ ବା ପ୍ଲାଷ୍ଟିକ୍ ନଳର ଗୋଟିଏ ପ୍ରାନ୍ତରେ ବିଛାଇ ତାହାକୁ ଶକ୍ତଭାବେ ବାନ୍ଧିଦିଅ । ନଳଟିକୁ ଖୋଲାମୁହଁଟି ଉପରକୁ ରହିବ ।

(b) ବର୍ତ୍ତମାନ ଅନ୍ୟ ହାତରେ ନଳ ଭିତରକୁ କିଛି ଜଳ ଢାଳ । ବନ୍ଧାଯାଇଥବା ରବରଟି ଟିକିଏ ଫୁଲିଉଠିବ । ନଳରେ କିଛି ଉଚ୍ଚତାରେ ଜଳରଖ୍ ସେଠାରେ ଏକ କାଳି ଚିହ୍ନଦିଅ । ଖୋଲାମୁହଁଟି ଉପରକୁ ରହିବ ଆଉ ଏକ ଚିହ୍ନ ଦିଅ । ରବରଟି ଅଧୂକ ଫୁଲିବ । ଥରକୁ ଥର ଏହିପରି ଅଳ୍ପ ଅଳ୍ପ ଜଳ ଢାଳି ପ୍ରତିଜଳ ପତ୍ତନରେ ଗୋଟିଏ ଚିହ୍ନଦିଅ ଏବଂ ବେଲୁନ୍‌ ପ୍ରତ୍ୟେକ ଥର ଅଧ୍ଵରୁ ଅଧ୍ଵ ଫୁଲିଯାଏ ।

(c) ଜଳର ପରିଣାମ ଅଧିକ ହେବାରୁ ପ୍ରସାରିତ ରବରର ଆକାର ମଧ୍ୟ ବୃଦ୍ଧିପାଉଛି ।
BSE Odisha 8th Class Science Notes Chapter 11 ବଳ ଓ ଚାପ 16

ତୁମପାଇଁ କାମ :
(ii) ଜଳପରି ଯେକୌଣସି ତରଳ ଆଧାର ପାତ୍ରର ପାର୍ଶ୍ଵପୃଷ୍ଠତଳ ଉପରେ ମଧ୍ୟ ଚାପ ପ୍ରଦାନ କରିଥାଏ ଏବଂ ଏହି ଚାପ ଉକ୍ତ ତରଳ ସ୍ତମ୍ଭର ଉଚ୍ଚତା ସହ ବୃଦ୍ଧିପାଏ । ଏହି ଚାପ ମଧ୍ୟ ଏକ ନିର୍ଦ୍ଦିଷ୍ଟ ପତ୍ତନରେ ସବୁ ଦିଗରେ ସମାନ ଭାବରେ ପଡ଼ିଥାଏ । ଏକ ବ୍ୟବହୃତ ହୋଇସାରିଥିବା ପ୍ଲାଷ୍ଟିକ୍ ବୋତଲ ନିଅ । ପ୍ରାୟ 10 ସେ.ମି. ବା 15 ସେ.ମି. ଲମ୍ବର ଏକ ସରୁ କାଚନଳୀଟିଏ ସଂଗ୍ରହ କର ।

ଏହାର ଗୋଟିଏ ପାର୍ଶ୍ବ ତତାଇ ପ୍ଲାଷ୍ଟିକ୍ ବୋତଲର ନିମ୍ନଦେଶରେ ପ୍ରବେଶ କରାଅ । ବର୍ତ୍ତମାନ କିଛି ତରଳ ଅଧିକ ଜଳ ବୋତଲ ମଧ୍ୟକୁ ଢାଳି ବେଲୁନ୍‌କୁ ଲକ୍ଷ୍ୟକର, ତାହା ଅଧ୍ଵରୁ ଅଧିକ ଫୁଲିବ । ତେଣୁ ବୋତଲର ପାର୍ଶ୍ଵପୃଷ୍ଠତଳ ଉପରେ ଜଳ ଚାପ ପ୍ରଦାନ କରୁଛି । ଏହି ଚାପ ଉକ୍ତ ତରଳ ସ୍ତମ୍ଭର ଉଚ୍ଚତା ସହିତ କ୍ରମେ ବୃଦ୍ଧିପାଉଛି । ଜଳ ବଦଳରେ ତରଳ ପଦାର୍ଥ ନେଲେ ମଧ୍ୟ ଅନୁରୂପ ସିଦ୍ଧାନ୍ତ ମିଳିବ ।

(iii) ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ତରଳର ଚାପ ସବୁ ଦିଗକୁ ସମପରିମାଣରେ କାର୍ଯ୍ୟକାରୀ ହୁଏ ।

ତୁମପାଇଁ କାମ :
ଗୋଟିଏ ଟେବୁଲ ଉପରେ ଏକ ଗୋଲାକାର ପ୍ଲାଷ୍ଟିକ୍ ବୋତଲ ନେଇ ଏଥରେ ଭୂମିଠାରୁ ନିର୍ଦ୍ଦିଷ୍ଟ ଉଚ୍ଚତାରେ ସମାନ ଆକାର ବିଶିଷ୍ଟ ଚାରିପଟେ ଚାରୋଟି ଛିଦ୍ର କର । ବର୍ତ୍ତମାନ ବୋତଲ ମଧ୍ୟକୁ ଜଳ ଢାଳ । ପ୍ରତ୍ୟେକ ଛିଦ୍ରରୁ ଜଳ ସମାନ ଦୂରତାରେ ଚଟାଣରେ ପଡ଼ିବାର ଦେଖୁବ । ବୋତଲ ମଧ୍ଯରେ ଜଳପତ୍ତନ ବୃଦ୍ଧିକଲେ ଛିଦ୍ରରୁ ଜଳ ଅର୍ଧକ ଦୂରରେ ପଡ଼ିବ ।

(iv) ତରଳ ପଦାର୍ଥ ପରି ଗ୍ୟାସୀୟ ପଦାର୍ଥ ମଧ୍ଯ ଚାପ ପ୍ରଦାନ କରେ ।

BSE Odisha 8th Class Science Notes Chapter 11 ବଳ ଓ ଚାପ

(v) ଚାପ ପ୍ରଦାନ କରିଥାଏ । ଏହି ଚାପ ପାତ୍ର ମଧ୍ୟସ୍ଥ ଗ୍ୟାସୀୟ ପଦାର୍ଥର ଓଜନ ଉପରେ ନିର୍ଭର କରେ । ସାଇକେଲ୍ ଟାୟାର ମଧ୍ୟସ୍ଥ ଟିଉବ୍ ମଧ୍ୟରେ କଣା ହୋଇଗଲେ ବାୟୁଚାପ ବାହାରକୁ ଚାଲିଯାଏ । ଏହାକୁ ଆମେ ଚକା ପମ୍ପଚର ହୋଇଛି ବୋଲି କହୁ । ଫୁଟବଲ୍‌ ବ୍ଲାଡ଼ର ମଧ୍ୟରେ ଲିକ୍ ଥିଲେ ବଲ୍‌କୁ ଖେଳି ହୁଏ ନାହିଁ ।

→ବାୟୁମଣ୍ଡଳୀୟ ଚାପ (Atmospheric pressure) :
(i) ପୃଥ‌ିବୀ ଚାରିପଟେ ଏକ ବାୟୁମଣ୍ଡଳ ଘେରି ରହିଛି । ଭୂପୃଷ୍ଠଠାରୁ ଏହା 1000) କି.ମି. ପର୍ଯ୍ୟନ୍ତ ବିସ୍ତୃତ । ପୃଥ‌ିବୀର ମାଧ୍ୟାକର୍ଷଣ ବଳ ଦ୍ଵାରା ଆକର୍ଷିତ ହୋଇ ଏହା ଭୂପୃଷ୍ଠ ସହ ଲାଗିଥ‌ିବାରୁ ଏହାର ଓଜନ ଅଛି ।
(ii) ଏହି ଓଜନ ଏକ ବଳ ଯାହା ଭୂପୃଷ୍ଠର କ୍ଷେତ୍ରଫଳ ଉପରେ କ୍ରିୟାଶୀଳ ହୁଏ । ତେଣୁ ଭୂପୃଷ୍ଠର ସର୍ବତ୍ର ବାୟୁର ଚାପ ରହିଥାଏ । ଏହାକୁ ବାୟୁମଣ୍ଡଳୀୟ ଚାପ କହନ୍ତି ।
(iii) ଚାପ ହେଉଛି ଏକକ କ୍ଷେତ୍ରଫଳ ବିଶିଷ୍ଟ ଜାଗା ଉପରେ ଲମ୍ବ ଭାବରେ କ୍ରିୟାଶୀଳ ହେଉଥ‌ିବା ବଳ । ଏକକ କ୍ଷେତ୍ରଫଳ ବିଶିଷ୍ଟ ଭୂପୃଷ୍ଠ ଉପରିସ୍ଥ ସ୍ଥାନ ଉପରେ ଥିବା ବାୟୁସ୍ତରର ଓଜନ ହେଉଛି ବାୟୁମଣ୍ଡଳୀୟ ଚାପର ମାପ ।

ମାନକ ତାପମାତ୍ରା (Normal temperature) ବା (°C ତାପମାତ୍ରାରେ ଏକ ବର୍ଗସେ.ମି. କ୍ଷେତ୍ରଫଳ ବିଶିଷ୍ଟ ସ୍ଥାନ ଉପରେ ପଡୁଥିବା ବାୟୁର ବଳ l କି.ଗ୍ରା. ଓଜନ ସହ ସମାନ । ସପ୍ତଦଶ ଶତାବ୍ଦୀର ଜର୍ମାନ ବୈଜ୍ଞାନିକ ଅଟୋଭର୍କୀ (Ottovon Guericke) ଗୋଟିଏ ପମ୍ପ୍ ଉଦ୍ଭାବନ କରିଥିଲେ, ଯାହାଦ୍ୱାରା କୌଣସି ପାତ୍ର ମଧ୍ୟରୁ ବାୟୁ କାଢ଼ିହେବ । ସେହି ପମ୍ପ ସାହାଯ୍ୟରେ ନାଟକୀୟ ଭାବରେ ସେ ଦର୍ଶାଇ ଦେଇଥିଲେ ବାୟୁମଣ୍ଡଳର ଚାପଦ୍ବାରା ବଳ କେତେ ବେଶି ହୁଏ ।

ସେ ନେଇଥିଲେ ସମାନ ଆକାର ବିଶିଷ୍ଟ ଦୁଇଟି ଫମ୍ପା ଅନ୍ଧଗୋଲକ । ପ୍ରତ୍ୟେକର ବ୍ୟାସ ଥିଲା ପ୍ରାୟ 51 ସେ.ମି. । ଉକ୍ତ ଅର୍ଦ୍ଧଗୋଲକ ଦୁଇଟି ଭଲଭାବେ ବ୍ୟବସ୍ଥା ଥୁଲା ଯେପରି ପ୍ରତି ଅଦ୍ଧଗୋଲକକୁ ଶକ୍ତ ଦଉଡି଼ ଦ୍ବାରା ଟାଣିହେବ । ଦେଖାଗଲା, ଗୋଲକଟି ଉପରେ ବାୟୁଚାପ ଜନିତ ବଳ ଏତେବେଶି ଥିଲା ଯେ, ଷୋହଳଟି ଅଶ୍ୱଙ୍କର ବଳ ମଧ୍ଯ ଅର୍ଷଗୋଲକ ଦ୍ଵୟକୁ ପୃଥକ କରିପାରିଲା ନାହି ।

→ବିଷୟଭିଭିକ ଶବ୍ଦାବଳୀ :
BSE Odisha 8th Class Science Notes Chapter 11 ବଳ ଓ ଚାପ 17

CHSE Odisha Class 11 Economics Solutions Chapter 5 ଶିଳ୍ପ

Odisha State Board CHSE Odisha Class 11 Economics Solutions Chapter 5 ଶିଳ୍ପ Questions and Answers.

CHSE Odisha 11th Class Economics Solutions Chapter 5 ଶିଳ୍ପ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଭାରତ ସରକାର ପ୍ରଥମ ଶିଳ୍ପନୀତି କେବେ ଘୋଷଣା କରିଥିଲେ ?
(i) 1947
(ii) 1956
(iii) 1948
(iv) 1950
Answer:
(iii) 1948

2. ପ୍ରଥମ ଶିଳ୍ପନୀତି ଶିଳ୍ପକୁ କେତୋଟି ଶ୍ରେଣୀରେ ବିଭକ୍ତ କଲା ?
(i) ଦୁଇଟି
(ii) ଚାରିଟି
(iii) ତିନିଟି
(iv) ପାଞ୍ଚଟି
Answer:
(ii) ଚାରିଟି

3. 1956 ମସିହା ଶିଳ୍ପନୀତି ଶିଳ୍ପକୁ କେତୋଟି ଶ୍ରେଣୀରେ ବିଭକ୍ତ କଲା ?
(i) ଦୁଇଟି
(ii) ଚାରିଟି
(iii) ତିନିଟି
(iv) ପାଞ୍ଚଟି
Answer:
(iii) ତିନିଟି

4. 1956 ମସିହା ଶିଳ୍ପନୀତି ଅନୁସୂଚୀ ‘କ’ରେ କେତୋଟି ଶିଳ୍ପ ରଖାଗଲା ?
(i) 17ଟି
(ii) 22ଟି
(iii) 20ଟି
(iv) 12ଟି
Answer:
(i) 17ଟି

5. 1956 ମସିହା ଶିଳ୍ପନୀତି ଅନୁସୂଚୀ ‘ଖ’ରେ କେତୋଟି ଶିଳ୍ପ ରଖାଗଲା ?
(i) 17ଟି
(ii) 22ଟି
(iii) 20ଟି
(iv) 12ଟି
Answer:
(iv) 12ଟି

CHSE Odisha Class 11 Economics Solutions Chapter 5 ଶିଳ୍ପ

6. କେଉଁ ଶିଳ୍ପନୀତିକୁ ଭାରତର ଅର୍ଥନୈତିକ ସମ୍ବିଧାନ ବୋଲି କୁହାଯାଏ ?
(i) 1948 ମସିହା ଶିଳ୍ପନୀତି
(ii) 1977 ମସିହା ଶିଳ୍ପନୀତି
(iii) 1956 ମସିହା ଶିଳ୍ପନୀତି
(iv) 1991 ମସିହା ଶିଳ୍ପନୀତି
Answer:
(iii) 1956 ମସିହା ଶିଳ୍ପନୀତି

7. 1991 ମସିହା ଶିଳ୍ପନୀତି କେତେ କିଲୋମିଟର ବ୍ଯସାର୍ଦ୍ଧ ମଧ୍ୟରେ ପ୍ରଦୂଷଣ ପ୍ରବଣ ଶିଳ୍ପ ପ୍ରତିଷ୍ଠାପାଇଁ ଅନୁମତି ନାହିଁ ?
(i) 20 କି.ମି.
(ii) 27 କି.ମି.
(iii) 25 କି.ମି.
(iv) 30 କି.ମି.
Answer:
(iii) 25 କି.ମି.

8. 1991 ମସିହା ଶିଳ୍ପନୀତି କ୍ଷୁଦ୍ରଶିଳ୍ପର ବିନିଯୋଗ ସୀମା କେତେକୁ ଧାର୍ଯ୍ୟ କରିଛି ?
(i) 50 ଲକ୍ଷ
(ii) 60 ଲକ୍ଷ
(iii) 55 ଲକ୍ଷ
(iv) 30 ଲକ୍ଷ
Answer:
(ii) 60 ଲକ୍ଷ

9. ନିମ୍ନୋକ୍ତ କେଉଁ ଶିଳ୍ପ ନିମନ୍ତେ ଲାଇସେନ୍ସ ବାଧ୍ୟତାମୂଳକ ନୁହେଁ ?
(i) ତମାଖୁ
(ii) ଚିନି
(iii) ପ୍ରତିରକ୍ଷା ସାମଗ୍ରୀ
(iv) ନିଶାଯୁକ୍ତ ପାନୀୟ
Answer:
(ii) ଚିନି

10. 1991 ମସିହା ଶିଳ୍ପନୀତି ଅନୁସାରେ ସର୍ବୋଚ୍ଚ ବିଦେଶୀ ନିବେଶ କେତେ ହୋଇପାରିବ ?
(i) 40 ପ୍ରତିଶତ
(ii) 50 ପ୍ରତିଶତ
(iii) 51 ପ୍ରତିଶତ
(iv) 49 ପ୍ରତିଶତ
Answer:
(iii) 51 ପ୍ରତିଶତ

CHSE Odisha Class 11 Economics Solutions Chapter 5 ଶିଳ୍ପ

11. 1991 ମସିହା ଶିଳ୍ପନୀତି କେତୋଟି ଶିଳ୍ପକୁ ରାଷ୍ଟ୍ରାୟତ୍ତ କ୍ଷେତ୍ରପାଇଁ ସଂରକ୍ଷଣ କଲା ?
(i) 17ଟି
(ii) 7ଟି
(iii) 5ଟି
(iv) 8ଟି
Answer:
(iv) 8ଟି

12. ଉଦ୍ୟୋଗୀକରଣ କହିଲେ ତୁମେ କ’ଣ ବୁଝ ?
(i) ଉଦ୍ୟୋଗୀଙ୍କ ସଂଖ୍ୟା ବୃଦ୍ଧି
(ii) ଉଦ୍ୟୋଗ ସଂଖ୍ୟା ବୃଦ୍ଧି
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଉଭୟ (i) ଓ (ii)

13. ଉଦ୍ୟୋଗୀକରଣ ଗୋଟିଏ ଉପାଦେୟତା ଦର୍ଶାଅ |
(i) ଅତ୍ମକ ଆୟ
(ii) ଅଧ୍ଵକ ନିଯୁକ୍ତି
(iii) ଅଧ୍ଵ ଉତ୍ପାଦନ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

14. 1956 ମସିହାର ଶିଳ୍ପନୀତିରେ କେତୋଟି ଶିଳ୍ପକୁ ସରକାରୀ କ୍ଷେତ୍ରପାଇଁ ସଂରକ୍ଷିତ ରଖାଯାଇଥିଲା ?
(i) 15ଟି
(ii) 16ଟି
(iii) 17ଟି
(iv) 18ଟି
Answer:
(iv) 18ଟି

CHSE Odisha Class 11 Economics Solutions Chapter 5 ଶିଳ୍ପ

B. ଶୂନ୍ୟସ୍ଥାନ ପୂରଣ କର :

1. ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ _____________________ ମସିହା ଶିଳ୍ପନୀତିର ପ୍ରଧାନ ଉପାଦାନ ଥିଲା ।
Answer:
1991

2. 1956 ମସିହାର ଶିଳ୍ପନୀତିରେ ___________________ ଟି ଶିଳ୍ପକୁ ସରକାରୀ କ୍ଷେତ୍ରପାଇଁ ସଂରକ୍ଷିତ ରଖାଯାଇଥିଲା ।
Answer:
17

3. ଶିଳ୍ପାୟନ ଫଳରେ ଶିଳ୍ପ କ୍ଷେତ୍ରରେ ଶ୍ରମର _____________________ ‘ବୃଦ୍ଧି ପାଇଥାଏ ।
Answer:
ଉତ୍ପାଦିକାଶକ୍ତି

4. ଭାରତୀୟ କୃଷିଭିତ୍ତିକ ଅର୍ଥବ୍ୟବସ୍ଥାକୁ ସମସ୍ତେ _____________________ ମାଧ୍ୟମରେ ସମାଧାନ କରାଯାଇପାରିବ ।
Answer:
ଶିଳ୍ପାୟନ

5. ଭାରତୀୟ କୃଷିଭିତ୍ତିକ ଅର୍ଥବ୍ୟବସ୍ଥାକୁ ସମସ୍ତେ _________________ ଗାଡ଼ି ଅର୍ଥବ୍ୟବସ୍ଥା ବୋଲି ବର୍ଣ୍ଣନା କରିଥାନ୍ତି ।
ଶଗଡ଼

6. _______________________ ର ବିକାଶ ବିନା କୃଷିର ଆଧୁନିକୀକରଣ ସମ୍ଭବ ହୁଏ ନାହିଁ ।
Answer:
ଶିଳ୍ପ

7. ଭାରତର ସ୍ଥାଣୁ କୃଷିବ୍ୟବସ୍ଥାକୁ ଗତିଶୀଳ କରିବାପାଇଁ _____________________ ବିକାଶ ନିତାନ୍ତ ଅପରିହାର୍ଯ୍ୟ ବୋଲି ଅର୍ଥଶାସ୍ତ୍ରୀମାନେ ମତବ୍ୟକ୍ତ କରିଥାନ୍ତି ।
Answer:
ଶିଳ୍ପ

CHSE Odisha Class 11 Economics Solutions Chapter 5 ଶିଳ୍ପ

8. ପ୍ରତିରକ୍ଷ। ଉପାଦନରେ ସ୍ୱ।ବଲମ୍ୱ। ହେବାପାଇଁ ______________________ ଅପରିହାର୍ଯ୍ୟ ହୋଇଥାଏ ।
Answer:
ଶିଳ୍ପାୟନ

9. ଶିଳ୍ପ।ୟନ _________________ପ୍ରକ୍ରିୟାକୁ ଦ୍ରୁତତର କରିଥାଏ ।
Answer:
ସହରୀକରଣ

10. ଦେଶୀୟ ଶିଳ୍ପଗୁଡ଼ିକର ମାଲିକାନ, ପରିଚାଳନା ଓ ନିୟନ୍ତ୍ରତ ସଂକ୍ରାନ୍ତରେ ସରକାର ଯେଉଁ ନୀତି, ନିୟମ ଓ ବିଧବ୍ୟବସ୍ଥାର _____________________ ରେ ପ୍ରତିଫଳିତ ହୋଇଥାଏ ।
Answer:
ଶିଳ୍ପନୀତି

11. 1948 ମସିହା ଶିଳ୍ପନୀତି ଭାରତରେ ଏକ ______________ଅର୍ଥବ୍ୟବସ୍ଥାର ଭିତ୍ତି ସ୍ଥାପନ କରିଥିଲା ।
Answer:
ମିଶ୍ରିତ

12. ଶିଳ୍ପକୁ ନିୟନ୍ତ୍ରଣମୁକ୍ତ କରି ସରକାରୀ ହସ୍ତକ୍ଷେପରୁ ରକ୍ଷା କରିବା ଏବଂ ଶିଳ୍ପର ଭବିଷ୍ୟତ୍ ପ୍ରଗତିକୁ ମୁକ୍ତ ବଜାର ପ୍ରକ୍ରିୟା ସହିତ ସଂଯୁକ୍ତ କରିବା ଥିଲା ____________________ ର ଲକ୍ଷ୍ୟ ।
Answer:
ଉଦାରୀକରଣ

13. ଉଦ୍ୟୋଗମାନଙ୍କର ଆଧୁନିକୀକରଣ, ଢାଞ୍ଚାଗତ ପରିବର୍ତ୍ତନ ଓ ବନ୍ଦ ଫଳରେ କର୍ମଶ୍ରୁତ ହେଉଥ‌ିବା ଶ୍ରମିକମାନଙ୍କୁ ପୁନଃଥଇଥାନ ଓ କ୍ଷତିପୂରଣ ପ୍ରଦାନ ଆଦି କରିବାପାଇଁ _______________ ଗଠିତ ହୋଇଥିଲା ।
Answer:
ଜାତୀୟନବୀକରଣ ପାଣ୍ଠି

14. ରାଷ୍ଟ୍ରୀୟ କ୍ଷେତ୍ର ପ୍ରତିଷ୍ଠାନରୁ ପୁଞ୍ଜି ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରି, ଏଭଳି ଶିଳ୍ପମାନଙ୍କୁ ________________________ କ୍ଷେତ୍ରପାଇଁ ଉନ୍ମୁକ୍ତ କରିବା ଥିଲା 1991 ମସିହା ଶିଳ୍ପ ନୀତିର ଅସଲ ଉଦ୍ଦେଶ୍ୟ ।
Answer:
ବେସରକାରୀ

15. ଦେଶର ଉନ୍ନତ ଅଞ୍ଚଳରେ ସ୍ଥାୟୀ ସମ୍ପତ୍ତିରେ 25 କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ସରକାରୀ ସ୍ବୀକୃତ ଅନଗ୍ରସର ଅଞ୍ଚଳରେ 75 କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରୁଥିବା ସମସ୍ତ ନୂତନ ଶିଳ୍ପ ସଂସ୍ଥାକୁ ସରକାରୀ __________________ କରିଦିଆଗଲା।
Answer:
ଅନୁମତିପତ୍ର

CHSE Odisha Class 11 Economics Solutions Chapter 5 ଶିଳ୍ପ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଭାରତର ପ୍ରଥମ ଶିଳ୍ପନୀତି କେବେ ଘୋଷଣା କଲା ?
Answer:
1948 ମସିହା ଏପ୍ରିଲ 6 ତାରିଖ ଦିନ ଭାରତର ପ୍ରଥମ ଶିଳ୍ପନୀତି ଘୋଷଣା କରାଗଲା ।

2. 1956 ମସିହା ଶିଳ୍ପନୀତି ଶିଳ୍ପକୁ କେତୋଟି ବର୍ଗରେ ବିଭକ୍ତ କଲା ?
Answer:
1956 ମସିହା ଶିଳ୍ପନୀତି ଶିଳ୍ପକୁ ତିନୋଟି ବର୍ଗରେ ବିଭକ୍ତ କଲା ।

3. 1956 ମସିହା ଶିଳ୍ପନୀତିର ଅନୁସୂଚୀ-‘ଖ’ରେ କେତୋଟି ଶିଳ୍ପ ରଖାଗଲା ?
Answer:
1956 ମସିହା ଶିଳ୍ପନୀତିର ଅନୁସୂଚୀ-‘ଖ’ରେ 12ଟି ଶିଳ୍ପ ରଖାଗଲା ।

4. 1956 ମସିହା ଶିଳ୍ପନୀତିର ପ୍ରମୁଖ ଆଭିମୁଖ୍ୟ କ’ଣ ଥିଲା ?
Answer:
ସମାଜବାଦୀ ଢାଞ୍ଚାର ସମାଜ ଗଠନ 1956 ମସିହା ଶିଳ୍ପନୀତିର ପ୍ରମୁଖ ଆଭିମୁଖ୍ୟ ଥିଲା ।

5. ନୂତନ ଶିଳ୍ପନୀତି କେବେ ଘୋଷିତ ହେଲା ?
Answer:
ନୂତନ ଶିଳ୍ପନୀତି 1991 ମସିହା ଜୁଲାଇ ମାସ 24 ତାରିଖ ଦିନ ଘୋଷିତ ହୋଇଥିଲା ।

6. ଲାଇସେନ୍ସ୍ ଆବଶ୍ୟକ କରୁଥିବା ଦୁଇଟି ଶିଳ୍ପର ନାମ ଲେଖ ।
Answer:
ଲାଇସେନ୍‌ସ୍‌ ଆବଶ୍ୟକ କରୁଥିବା ଦୁଇଟି ଶିଳ୍ପ ହେଲା— (i) ନିଶାଯୁକ୍ତ ପାନୀୟ, (ii) ତମାଖୁ ।

CHSE Odisha Class 11 Economics Solutions Chapter 5 ଶିଳ୍ପ

7. 1991 ମସିହା ଶିଳ୍ପନୀତିର ଗୋଟିଏ ଆଭିମୁଖ୍ୟ ଲେଖ ।
Answer:
1991 ମସିହା ଶିଳ୍ପନୀତିର ଗୋଟିଏ ଆଭୁମୁଖ୍ୟ ନିୟନ୍ତ୍ରଣରୁ ମୁକ୍ତ କରିବା । ହେଲା– ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅନାବଶ୍ୟକ ଅମଲା ତାନ୍ତ୍ରିକ

8. ବର୍ତ୍ତମାନ କେତୋଟି ଶିଳ୍ପପାଇଁ ଲାଇସେନ୍ସ ବାଧ୍ୟତାମୂଳକ ?
Answer:
ବର୍ତ୍ତମାନ ଟି ଶିଳ୍ପପାଇଁ ଲାଇସେନ୍ସ ବାଧ୍ୟତାମୂଳକ ।

9. 1991 ମସିହା ଶିଳ୍ପନୀତି ବିଦେଶୀ ନିବେଶକାରୀଙ୍କ କେତେ ପ୍ରତିଶତ ନିବେଶ କ୍ଷମତାର ଅଂଶଧନ ଦେଇଥିଲା ।
Answer:
1991 ମସିହା ଶିଳ୍ପନୀତି ବିଦେଶୀ ନିବେଶକାରୀଙ୍କ 51 ପ୍ରତିଶତ ନିବେଶ କ୍ଷମତାର ଅଂଶଧନ ଦେଇଥିଲା ।

10. ଅତି କ୍ଷୁଦ୍ର ଶିଳ୍ପର ବର୍ତ୍ତମାନ ବିନିଯୋଗ ସୀମା କେତେ ଟଙ୍କା ?
Answer:
ଅତି କ୍ଷୁଦ୍ରଶିଳ୍ପର ବର୍ତ୍ତମାନ ବିନିଯୋଗ ସୀମା ହେଉଛି 5 ଲକ୍ଷ ଟଙ୍କା ।

11. କେତୋଟି ଶିଳ୍ପ ରାଷ୍ଟ୍ରାୟତ୍ତ କ୍ଷେତ୍ରପାଇଁ ବର୍ତ୍ତମାନ ସଂରକ୍ଷିତ ?
Answer:
8ଟି ଶିଳ୍ପ ରାଷ୍ଟ୍ରାୟତ୍ତ କ୍ଷେତ୍ରପାଇଁ ବର୍ତ୍ତମାନ ସଂରକ୍ଷିତ ।

12. MRTP ଆଇନ୍ କେବେ ପ୍ରତ୍ୟାବର୍ତ୍ତନ କରାଯାଇଥିଲା ?
Answer:
1970 ମସିହାରେ ଆଇନ୍ MRTP ପ୍ରବର୍ତ୍ତନ କରାଯାଇଥିଲା ।

13. ଶିଳ୍ପନୀତି କହିଲେ କ’ଣ ବୁଝ ?
Answer:
ରାଷ୍ଟ୍ରରେ ଦ୍ରୁତ ଶିଳ୍ପାୟନ ତଥା ଶିଳ୍ପର ବିକାଶପାଇଁ ଯେଉଁ ନୀତି, କାର୍ଯ୍ୟକ୍ରମ ଅବଲମ୍ବନ କରାଯାଏ ତାହାକୁ ଶିଳ୍ପନୀତି କୁହାଯାଏ ।

14. 1956 ଶିଳ୍ପନୀତିରେ କେଉଁ ଶିଳ୍ପକ୍ଷେତ୍ରରେ ସରକାରଙ୍କର ଏକାଧିକାର ରହିଥିଲା ?
Answer:
ଅସ୍ତ୍ରଶାସ୍ତ୍ର, ପରମାଣୁ ଶକ୍ତି, ରେଳ ଓ ବାୟୁ ପରିବହନ ପ୍ରଭୃତି 4ଟି ଶିଳ୍ପ ସରକାରଙ୍କ ଏକାତ୍‌କାର ପରିଚାଳନାଭୁକ୍ତ ହୋଇଥିଲା ।

15. କୁଟୀର ଶିଳ୍ପ କାହାକୁ କୁହାଯାଏ ?
Answer:
ଯେଉଁ ଶିଳ୍ପ ପରିବାରର ସଦସ୍ୟମାନଙ୍କଦ୍ୱାରା ବାସଗୃହରେ ଅଳ୍ପ ପୁଞ୍ଜି ବିନିଯୋଗରେ କାର୍ଯ୍ୟକାରୀ ହୋଇଥାଏ, ତାହାକୁ କୁଟୀରଶିଳ୍ପ କୁହାଯାଏ ।

16. 1956 ଶିଳ୍ପନୀତିରେ କେଉଁ ଶ୍ରେଣୀର ଶିଳ୍ପ କେବଳ ଘରୋଇ କ୍ଷେତ୍ରଦ୍ୱାରା ପରିଚାଳିତ ହେବାର ବ୍ୟବସ୍ଥା ରହିଲା ?
Answer:
‘ଗ’ ଶ୍ରେଣୀର ଅନ୍ତର୍ଭୁକ୍ତ ଶିଳ୍ପଗୁଡ଼ିକ

17. ଶିଳ୍ପକ୍ଷେତ୍ରର ଜାତୀୟ ଆୟକୁ ଅବଦାନ କେତେ ?
Answer:
ଜାତୀୟ ଆୟକୁ ଶିଳ୍ପର ଅବଦାନ 28 ଶତାଂଶ ।

18. ଭାରତରେ ଶିଳ୍ପକ୍ଷେତ୍ରରେ କେତେ ଭାଗ ଲୋକ କାର୍ଯ୍ୟ କରନ୍ତି ?
Answer:
17.6 ଶତାଂଶ ଲୋକ ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରନ୍ତି ।

CHSE Odisha Class 11 Economics Solutions Chapter 5 ଶିଳ୍ପ

19. ମିଶ୍ରିତ ଅର୍ଥନୀତି କାହାକୁ କୁହାଯାଏ ?
Answer:
ଯେଉଁ ଅର୍ଥବ୍ୟବସ୍ଥାରେ ସରକାରୀ ଓ ବେସରକାରୀ ଉଦ୍ୟୋଗଗୁଡ଼ିକର ସହାବସ୍ଥାନ ଘଟେ, ତାହାକୁ ମିଶ୍ରିତ ଅର୍ଥନୀତି କୁହାଯାଏ ।

20. କେଉଁ ଯୋଜନାରେ ଶିଳ୍ପ ଉପରେ ଗୁରୁତ୍ଵ ଦିଆଯାଇଥିଲା ?
Answer:
ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ଶିଳ୍ପଉପରେ ଗୁରୁତ୍ଵ ଦିଆଯାଇଥିଲା ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. 1956 ଶିଳ୍ପନୀତି ଶିଳ୍ପକୁ ଚାରିଟି ଶ୍ରେଣୀରେ ବିଭକ୍ତ କଲା ।
Answer:
1956 ଶିଳ୍ପନୀତି ଶିଳ୍ପକୁ ତିନୋଟି ଶ୍ରେଣୀରେ ବିଭକ୍ତ କଲା ।

2. 1956 ଶିଳ୍ପନୀତିର ଅନୁସୂଚୀ ‘କ’ରେ 12ଟି ଶିଳ୍ପ ରହିଛି ।
Answer:
1956 ଶିଳ୍ପନୀତିର ଅନୁସୂଚୀ-‘କ’ରେ 17ଟି ଶିଳ୍ପ ରହିଛି ।

3. ଅତି କ୍ଷୁଦ୍ର ଶିଳ୍ପର ବିନିଯୋଗ ସୀମା 60 ଲକ୍ଷ ।
Answer:
ଅତି କ୍ଷୁଦ୍ର ଶିଳ୍ପର ବିନିଯୋଗ ସୀମା 5 ଲକ୍ଷ ।

4. କ୍ଷୁଦ୍ରଶିଳ୍ପ ଉନ୍ନୟନ ସଙ୍ଗଠନ କୃଷିଜାତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ପ୍ରତିଷ୍ଠା କରାଯାଇଥିଲା
Answer:
କ୍ଷୁଦ୍ରଶିଳ୍ପ ଉନ୍ନୟନ ସଙ୍ଗଠନ କୃଷିଜାତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ପ୍ରତିଷ୍ଠା କରାଯାଇଥିଲା ।

5. ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ କୃଷି କ୍ଷେତ୍ରକୁ ଋଣ ଯୋଗାଣ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିଲା ।
Answer:
ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ କ୍ଷୁଦ୍ରଶିଳ୍ପକୁ ଋଣ ଯୋଗାଣ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିଲା ।

6. 1991 ମସିହା ଶିଳ୍ପନୀତି ଅନୁସାରେ ବିଦେଶୀ ନିବେଶ ପ୍ରାପ୍ୟ ପ୍ରଦାନ ବିଭ ମନ୍ତ୍ରଣାଳୟ ଦ୍ୱାରା କରାଯିବ ।
Answer:
1991 ମସିହା ଶିଳ୍ପନୀତି ଅନୁସାରେ ବିଦେଶୀ ନିବେଶକାରୀଙ୍କ ପ୍ରାପ୍ୟ ପ୍ରଦାନ ରିଜର୍ଭ ବ୍ୟାଙ୍କଦ୍ଵାରା କରାଯିବ ।

7. 1991 ମସିହା ଶିଳ୍ପନୀତି ବିଦେଶୀ ବାଣିଜ୍ୟିକ କମ୍ପାନୀକୁ 49 ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ନିବେଶର ସୁବିଧା ଦେଲା
Answer:
1991 ମସିହା ଶିଳ୍ପନୀତି ବିଦେଶୀ ବାଣିଜ୍ୟିକ କମ୍ପାନୀକୁ 51 ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ନିବେଶର ସୁବିଧା ଦେଲା ।

8. କ୍ଷୁଦ୍ର ଶିଳ୍ପ ଉତ୍ପାଦିତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ଜାତୀୟ ହସ୍ତତନ୍ତ୍ର ଉନ୍ନୟନ କେନ୍ଦ୍ର ପ୍ରତିଷ୍ଠା କରାଗଲା ।
Answer:
କ୍ଷୁଦ୍ର ଶିଳ୍ପ ଉତ୍ପାଦିତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ଜାତୀୟ ହସ୍ତଶିଳ୍ପ ନିଗମ ପ୍ରତିଷ୍ଠା କରାଗଲା ।

9. ସହାୟକ ଶିଳ୍ପର ବିନିଯୋଗ ସୀମା ହେଉଛି 60 ଲକ୍ଷ ଟଙ୍କା ।
Answer:
ସହାୟକ ଶିଳ୍ପର ବିନିଯୋଗ ସୀମା ହେଉଛି 75 ଲକ୍ଷ ଟଙ୍କା ।

10. କ୍ଷୁଦ୍ରଶିଳ୍ପର ବିନିଯୋଗ ସୀମା ହେଉଛି 60 ଲକ୍ଷ ଟଙ୍କା ।
Answer:
କ୍ଷୁଦ୍ରଶିଳ୍ପର ବିନିଯୋଗ ସୀମା ହେଉଛି 25 ଲକ୍ଷ ଟଙ୍କା ।

CHSE Odisha Class 11 Economics Solutions Chapter 5 ଶିଳ୍ପ

11. କ୍ଷୁଦ୍ରଶିଳ୍ପମାନଙ୍କ ଋଣର ଚାହିଦା ପୂରଣ କରିବାପାଇଁ ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ ନାମରେ ଏକ ଶୀର୍ଷ ବ୍ୟାଙ୍କ ପ୍ରତିଷ୍ଠା କରାଗଲା
Answer:
ଠିକ୍ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି/ତିନୋଟି ବାକ୍ୟ ମଧ୍ୟରେ ଦିଅ ।

1. ଶିଳ୍ପ ଲାଇସେନ୍ସ ବ୍ୟବସ୍ଥା କ’ଣ ?
Answer:
ଶିଳ୍ପ ପ୍ରତିଷ୍ଠା, ସମ୍ପ୍ରସାରଣ ଇତ୍ୟାଦିପାଇଁ ସରକାରଙ୍କଦ୍ୱାରା ଦିଆଯାଉଥ‌ିବା ଅନୁମତି ପତ୍ରକୁ ଲାଇସେନ୍ସ କୁହାଯାଏ । ଏହି ଲାଇସେନ୍ସ ବ୍ୟବସ୍ଥା ଶିଳ୍ପମାନଙ୍କୁ ଅଯଥା ଅମଲାତାନ୍ତ୍ରିକ କଟକଣାରେ ରଖ୍ ଶିଳ୍ପବିକାଶରେ ବାଧା ସୃଷ୍ଟି କରେ । ଏହି ବ୍ୟବସ୍ଥାର ବିଲୋପ ପାଇଁ 1991 ମସିହା ଶିଳ୍ପନୀତି, ଲାଇସେନ୍ସ ମୁକ୍ତ ବ୍ୟବସ୍ଥା ଗ୍ରହଣ କଲେ ।

ନୂତନ ଶିଳ୍ପନୀତି 18ଟି ଗୁରୁତ୍ଵପୂର୍ଣ୍ଣ ଶିଳ୍ପ ବ୍ୟତୀତ ସମସ୍ତ ଶିଳ୍ପ ଉପରୁ ବାଧ୍ୟତାମୂଳକ ଲାଇସେନ୍ସ ବ୍ୟବସ୍ଥା ଉଚ୍ଛେଦ କଲା । ଏହି ଗୁରୁତ୍ଵପୂର୍ଣ୍ଣ ଶିଳ୍ପଗୁଡ଼ିକ ହେଲା– କୋଇଲା ଓ ଲିଗ୍‌ନାଇଟ୍‌, ପେଟ୍ରୋଲ ଓ ପେଟ୍ରୋଲଜାତ ଦ୍ରବ୍ୟ, ନିଶାଯୁକ୍ତ ପାନୀୟ, ଚିନି, ତମାଖୁ, ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ବିସ୍ଫୋରଣ, ପ୍ରତିରକ୍ଷା ସାମଗ୍ରୀ, ବିପଦଜ୍ଜନକ ରାସାୟନିକ ଦ୍ରବ୍ୟ ଇତ୍ୟାଦି ।

2. ଏମ୍.ଆର.ଟି.ପି. ଆଇନ୍‌ର ସଂଶୋଧନ କହିଲେ କ’ଣ ବୁଝ ?
Answer:
ଅସାଧୁ ଉପାୟ ଅବଲମ୍ବନ କରୁଥ‌ିବା କମ୍ପାନୀମାନଙ୍କୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏମ୍.ଆର.ଟି.ପି. ଆଇନ୍ ରହିଛି । ନୂତନ ଶିଳ୍ପନୀତିରେ ଭାରତୀୟ ଶିଳ୍ପ ପ୍ରଗତିରେ କ୍ଷତିକାରକ ପ୍ରଭାବ ପକାଉଥ‌ିବା! ବଡ଼ ବଡ଼ କମ୍ପାନୀମାନଙ୍କର ବିନିଯୋଗ ନିଷ୍ପଭିରେ ଏହି ଆଇନ୍ ଲାଗୁକରି କେଉଁଭଳି ଭାବେ ସରକାର ହସ୍ତକ୍ଷେପ କରିପାରିବେ ତାହା ନୂତନ ଶିଳ୍ପନୀତିରେ ସୁସ୍ପଷ୍ଟଭାବେ ଉଲ୍ଲେଖ କରାଗଲା ।

ଫଳରେ ଏମ୍.ଆର.ଟି.ପି. ଆଇନ୍‌ର ସଂଶୋଧନ କରାଗଲା । ଏହି ସଂଶୋଧ ଆଇନ୍ ଏକାଧିକାରୀ,ପ୍ରତିବନ୍ଧକକାରୀ ଓ ଅସାଧୁ ବାଣିଜ୍ୟ ବ୍ୟବସାୟୀ କାରବାରରେ ସଂଶ୍ଳିଷ୍ଟ କମ୍ପାନୀମାନଙ୍କୁ ନିୟନ୍ତ୍ରଣ ଓ ପ୍ରତିରୋଧ କରିବାପାଇଁ ଅଧ‌ିକ ଗୁରୁତ୍ବାରୋପ କରିଅଛି । ଖାଉଟିମାନଙ୍କ ସ୍ବାର୍ଥରକ୍ଷା ନିମିତ୍ତ ଏହି ସଂଶୋଧ ଆଇନ୍‌ରେ ବ୍ୟବସ୍ଥା ରଖାଯାଇଛି ।

3. ଶ୍ରମିକମାନଙ୍କ ପାଇଁ ସାମାଜିକ ନିରାପତ୍ତା କ’ଣ ?
Answer:
ରାଷ୍ଟ୍ରାୟତ୍ତ ସ୍ତରରେ ରୁଗ୍ଣ ବିବେଚିତ ହେଉଥ‌ିବା ଶିଳ୍ପ ସମୂହର ପୁନଃ ସଂସ୍ଥାପନ ପାଇଁ ଶୈଳ୍ପିକ ଓ ଆର୍ଥିକ ପୁନର୍ଗଠନ ପରିଷଦ ସହିତ ପରାମର୍ଶ କରିବା ବ୍ୟବସ୍ଥା ରଖାଗଲା ଏବଂ 1991 ମସିହା ଶିଳ୍ପନୀତିରେ, ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ, ସାଙ୍ଗଠନିକ ପରିବର୍ତ୍ତନ ଓ ବନ୍ଦ ଫଳରେ ଛଟେଇ ହେଉଥ‌ିବା ଶ୍ରମିକମାନଙ୍କର ପୁନଃ ଥଇଥାନ ଓ କ୍ଷତିପୂରଣପାଇଁ ଜାତୀୟ ନବୀକରଣ ପାଣ୍ଠିର ଗଠନ ବ୍ୟବସ୍ଥା କରାଗଲା । ଏହି ପୁନର୍ଗଠନ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ଶ୍ରମିକମାନଙ୍କ ସ୍ବାର୍ଥରକ୍ଷା ପାଇଁ ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରଚଳନ କରାଗଲା ।

4. 1991 ଶିଳ୍ପନୀତିର ଆଭିମୁଖ୍ୟଗୁଡ଼ିକ କ’ଣ ?
Answer:
1991 ମସିହା ଶିଳ୍ପନୀତିରେ ଉଦାରୀକରଣ ଓ ଘରୋଇ କରଣର ବୈଶିଷ୍ଟ୍ୟମାନ ପ୍ରତିଫଳିତ ହେଲା । ପୂର୍ବ ପ୍ରଚଳିତ ଶିଳ୍ପନୀତି ଯାହାକି ସମାଜବାଦ ଓ ରାଷ୍ଟ୍ରୀୟ ଉଦ୍ୟୋଗର ପ୍ରାଧାନ୍ୟ ଉପରେ ପର୍ଯ୍ୟବସିତ ହୋଇ ଶିଳ୍ପ ବିକାଶ ପ୍ରକ୍ରିୟାକୁ ଅମଲାତାନ୍ତ୍ରିକ ତଥା ରାଜନୈତିକ ନିୟନ୍ତ୍ରଣାଧୀନ କରି ଶିଳ୍ପ ବ୍ୟବସ୍ଥାକୁ ଲାଇସେନ୍ସ ଓ ପର୍‌ମିଟ୍ ସର୍ବସ୍ଵ କରିଥିଲା ।

ସେଥୁରୁ ଶିଳ୍ପ ଜଗତକୁ ସମ୍ପୂର୍ଣ୍ଣଭାବେ ମୁକ୍ତିକରି ଏକ ଉଦାର ତଥା ମୁକ୍ତ ଅର୍ଥବ୍ୟବସ୍ଥାକୁ ପରିବର୍ତ୍ତନ ହେବାର ସାହସିକ ପଦକ୍ଷେପ ନେବାର ପ୍ରୟାସ କରିଥିଲା । ଏହି ଶିଳ୍ପନୀତି ବୈଦେଶିକ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଇବା ଏହାର ବିଶେଷ ଲକ୍ଷ ଥିଲା । ଏହାଦ୍ଵାରା ଅଧ୍ୟରୁ ଅଧ୍ଵ ଶିଳ୍ପ ପ୍ରତିଷ୍ଠା ହୋଇପାରିବାର ଲକ୍ଷ୍ୟ ସହ ନିଯୁକ୍ତି ତଥା ଜାତୀୟ ଆୟ ବୃଦ୍ଧି ଏହି ଶିଳ୍ପନୀତିର ଅନ୍ୟତମ ଆଭିମୁଖ୍ୟ ।

F. ପାଞ୍ଚୋଟି/ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. କ୍ଷୁଦ୍ରଶିଳ୍ପ ଓ କୁଟୀର ଶିଳ୍ପ
Answer:
(i) କ୍ଷୁଦ୍ରଶିଳ୍ପ ସାଧାରଣତଃ ଏକ ସ୍ଵତନ୍ତ୍ର ଉଦ୍ୟୋଗ ଭାବରେ ସହରାଞ୍ଚଳରେ ପ୍ରତିଷ୍ଠା କରାଯାଇଥାଏ । ମାତ୍ର କୁଟୀରଶିଳ୍ପ ମୁଖ୍ୟତଃ ଗ୍ରାମାଞ୍ଚଳରେ କାର୍ଯ୍ୟ କରିଥାଏ ।

(ii) କ୍ଷୁଦ୍ରଶିଳ୍ପ ସଂଗୃହିତ କଞ୍ଚାମାଲକୁ ଯନ୍ତ୍ର ସାହାଯ୍ୟରେ ପ୍ରକ୍ରିୟାକରଣ କରିଥାଏ । ଏଥିପାଇଁ ଯନ୍ତ୍ରପାତି, ସ୍ଵତନ୍ତ୍ର ଗୃହ, ଶ୍ରମିକ ଆଦି ଉପାଦାନମାନଙ୍କର ଆବଶ୍ୟକତା ପଡ଼ିଥାଏ । ମାତ୍ର କୁଟୀରଶିଳ୍ପ ପରିବାରର ସଦସ୍ୟମାନଙ୍କଦ୍ୱାରା ନିଜ ବାସଗୃହରେ ଉତ୍ପାଦନ କରିଥାଏ । ଏଥ‌ିପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକତା ନଥାଏ ।

(iii) କ୍ଷୁଦ୍ରଶିଳ୍ପ ପାଇଁ 60 ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରାଯାଇପାରେ । ମାତ୍ର କୁଟୀର ଶିଳ୍ପପାଇଁ ସର୍ବାଧ୍ଵ 5 ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଥାଏ, 1991 ମସିହା ଶିଳ୍ପନୀତି ଅନୁଯାୟୀ ।

2. ଶିଳ୍ପ ଏବଂ ବାହ୍ୟ ପ୍ରଭାବ
Answer:
ଶିଳ୍ପର ବାହ୍ୟ ପ୍ରଭାବ ସର୍ବାଧ‌ିକ । ଏହାର ଦୃଢ଼ ଅଗ୍ର ଅନୁବନ୍ଧନ ଓ ପଶ୍ଚାତ୍ ଅନୁବନ୍ଧନ ରହିଛି । ଶିଳ୍ପର ଅଭିବୃଦ୍ଧି ଫଳରେ ପରିବହନ ବ୍ୟବସ୍ଥା, ଶକ୍ତି ଉତ୍ପାଦନ, ଶିକ୍ଷା ଯୋଗାଯୋଗ, ବ୍ୟାଙ୍କ୍ ବ୍ୟବସ୍ଥା ଇତ୍ୟାଦି କ୍ଷେତ୍ରରେ ପ୍ରଭୂତ ବିକାଶ ସାଧୁ ହୋଇଥାଏ । ନୂତନ ସହର ଓ ଶିଳ୍ପ ଜନ୍ମନିଏ । ଏହାକୁ ଶିଳ୍ପର ଅଗ୍ର ଅନୁବନ୍ଧନ କୁହାଯାଏ ।

ଠିକ୍ ସେହିପରି ଶିଳ୍ପ ଅଭିବୃଦ୍ଧିପାଇଁ କଞ୍ଚାମାଲ ଯୋଗାଣ କ୍ଷେତ୍ର ଯଥା ଖଣି, କ୍ଷୁଦ୍ର ଶିଳ୍ପ ଇତ୍ୟାଦିର ବିକାଶ ଘଟେ । ଏହାକୁ ପଶ୍ଚାତ୍ ଅନୁବନ୍ଧନ କୁହାଯାଏ । ତେଣୁ ଶିଳ୍ପର ବିକାଶ ଉଭୟ ଅଗ୍ର ଓ ପଶ୍ଚାତ୍ ଅନୁବନ୍ଧନରେ ସହାୟକ ହୋଇ ଦ୍ରୁତ ବାହ୍ୟ ପ୍ରଭାବ ଆଣିଥାଏ ।

CHSE Odisha Class 11 Economics Solutions Chapter 5 ଶିଳ୍ପ

3. ଶିଳ୍ପ ଏବଂ କୃଷିର ବିକାଶ
Answer:
ଜନସଂଖ୍ୟାର ପ୍ରବଳ ଚାପ ଭାରତୀୟ ଅର୍ଥବ୍ୟବସ୍ଥାର ଏକ ତିକ୍ତ ଅନୁଭୂତି । ଏହା ଜୋତକୁ ବିଭାଜନ ଓ ବିଖଣ୍ଡନ କରିଥାଏ । ଫଳରେ ଆଧୁନିକ କୃଷି ପଦ୍ଧତିର ଉପଯୋଗ ଅସମ୍ଭବ ହୋଇପଡ଼େ । ଭାରତୀୟ କୃଷିର ସ୍ଵଳ୍ପ ଉତ୍ପାଦିତାର ଏହା ମୁଖ୍ୟ କାରଣ । ଏହି ସମସ୍ୟାର ସମାଧାନ ଶିଳ୍ପ ବିକାଶ ଦ୍ବାରା ସମ୍ଭବ । ଶିଳ୍ପର ବିକାଶ ଫଳରେ ଲୋକମାନଙ୍କର ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତର ଘଟେ ।

ଏହା ଭୂମି ଉପରେ ଥ‌ିବା ଜନସଂଖ୍ୟାର ଚାପ ହ୍ରାସ କରେ । ଫଳରେ ଅପେକ୍ଷାକୃତ ବୃହତ୍ତର ଜୋତରେ ଆଧୁନିକ କୃଷି ପ୍ରଣାଳୀ ଉପଯୋଗ କରିବାଦ୍ୱାରା କୃଷି ଉତ୍ପାଦିତା ବୃଦ୍ଧି ଘଟେ ଏବଂ କୃଷି କ୍ଷେତ୍ରରେ ଅନୁଭୂତ ଛଦ୍ମବେଶୀ ବେକାରୀ ହ୍ରାସପାଏ । ତେଣୁ କୃଷିର ବିକାଶ କ୍ଷେତ୍ରରେ ଶିଳ୍ପର ଭୂମିକା ସ୍ପଷ୍ଟ ।

4. ଭାରତୀୟ କ୍ଷୁଦ୍ର ଶିଳ୍ପ ବ୍ୟାଙ୍କ ଏବଂ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ।
Answer:
କ୍ଷୁଦ୍ରଶିଳ୍ପୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାପାଇଁ ନୂତନ ଶିଳ୍ପନୀତି 1991 କେତେକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରଖୁଲା । କ୍ଷୁଦ୍ରଶିଳ୍ପୀମାନଙ୍କ ଋଣର ଚାହିଦା ପୂରଣ କରିବାପାଇଁ ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ ନାମରେ ଏକ ଶଳ୍ପ ବ୍ୟାଙ୍କ୍ ପ୍ରତିଷ୍ଠା କରାଗଲା । ଏହି ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ଏକ ଶାଖା ରୂପେ କାର୍ଯ୍ୟ କରିବାର ବ୍ୟବସ୍ଥା ରଖାଗଲା ।

ନୂତନ ଶିଳ୍ପନୀତି 1991, କ୍ଷୁଦ୍ରଶିଳ୍ପର ବିକାଶ ନିମନ୍ତେ ଆବଶ୍ୟକୀୟ କଞ୍ଚାମାଲ ଯୋଗାଣ ଓ ଉତ୍ପାଦିତ ଦ୍ରବ୍ୟପାଇଁ ବଜାର ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କଲା । ଉତ୍ପାଦିତ ଦ୍ରବ୍ୟର ବିକ୍ରୟପାଇଁ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମକୁ ଅନୁମତି ପ୍ରଦାନ କଲା । ମୋଟ ଉପରେ କହିବାକୁ ଗଲେ, କ୍ଷୁଦ୍ରଶିଳ୍ପର ଆଧୁନିକୀକରଣ ଏବଂ ସେମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରି ଉତ୍ପାଦନ ଓ ଉତ୍ପାଦିତା ବୃଦ୍ଧିପାଇଁ ନୂତନ ଶିଳ୍ପନୀତି 1991, ସମସ୍ତ ବ୍ୟବସ୍ଥା ଗ୍ରହଣ କଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଆଲୋଚନା କର ।
Answer:
ସଂପ୍ରତି ଶିଳ୍ପାୟନ ଓ ଆର୍ଥନୀତିକ ଉନ୍ନୟନ ଏକାର୍ଥବୋଧକ ବିବେଚିତ ହେଉଛି । କାରଣ ଗୋଟିଏ ଦେଶର ପ୍ରଗତି ସେହି ଦେଶର ଶିଳ୍ପ ସମୃଦ୍ଧିରୁ ପ୍ରତୀୟମାନ ହୁଏ । ଆଧୁନିକ ଅର୍ଥଶାସ୍ତ୍ରୀମାନେ ଶିଳ୍ପାୟନକୁ ଅର୍ଥନୈତିକ ଉନ୍ନୟନର ପନ୍ଥାସ୍ବରୂପ ଗ୍ରହଣ କରିଛନ୍ତି ।

ଯୁକ୍ତରାଷ୍ଟ୍ର, ଯୁକ୍ତରାଜ୍ୟ, ଫ୍ରାନ୍ସ ଓ ଜର୍ମାନୀ ପ୍ରଭୃତି ଦେଶ ଉନ୍ନତ ଦେଶରୂପେ ପରିଚିତ ହେବାର ମୁଖ୍ୟ କାରଣ ହେଲା ସେମାନଙ୍କର ଶିଳ୍ପସମୃଦ୍ଧି, ଅନ୍ୟପକ୍ଷରେ ଶିଳ୍ପବିସ୍ତାର ଲାଭ ନ କରିଥିବାରୁ ଭାରତ, ପାକିସ୍ତାନ, ସିଂହଳ, ବର୍ମା ଓ ଚୀନ୍ ପ୍ରଭୃତି ଦେଶ ଅନୁନ୍ନତ ଦେଶରୂପେ ବିବେଚିତ ହେଉଛନ୍ତି । ଅନୁନ୍ନତ ଦେଶସମୂହ ବର୍ତ୍ତମାନ ଦେଶର ଦ୍ରୁତ ଶିଳ୍ପାୟନ କରି ବିକାଶୋନୁ ଖୀ ହେବାକୁ ଚେଷ୍ଟା ଚଳାଇଛନ୍ତି ।

ଶିଳ୍ପ କହିଲେ ବିନିର୍ମାଣ କାର୍ଯ୍ୟାବଳୀକୁ ବୁଝାଏ । ଶିଳ୍ପାୟନ ଅର୍ଥ ହେଉଛି ବିନିର୍ମାଣ ଶିଳ୍ପ ପ୍ରତିଷ୍ଠା କରିବା । ପୂର୍ବେ ଶିଳ୍ପାୟନ କହିଲେ ଯାହା ବୁଝାଯାଉଥିଲା ବର୍ତ୍ତମାନ ତାହା ଏକ ଭିନ୍ନ ରୂପ ନେଇଛି । ଅତୀତରେ ଅଳ୍ପ ପୁଞ୍ଜି ଓ ସରଳ ଯନ୍ତ୍ରପାତି ବ୍ୟବହାର କରି କ୍ଷୁଦ୍ରାୟତନ ବିଶିଷ୍ଟ ଶିଳ୍ପମାନଙ୍କରେ ଉତ୍ପାଦନ କାର୍ଯ୍ୟ କରାଯାଉଥିଲା ।

ମାତ୍ର ଊନବିଂଶ ଶତାବ୍ଦୀର ଶିଳ୍ପ ବିପ୍ଳବ ପରେ ପରେ ଶିଳ୍ପାୟନର ଧାରା ପରିବର୍ତ୍ତିତ ହୋଇଛି । ଆଧୁନିକ ଅର୍ଥରେ ଶିଳ୍ପାୟନ କହିଲେ, ଉତ୍ପାଦନ କ୍ଷେତ୍ରରେ ଉନ୍ନତ କୌଶଳ ଓ ଯନ୍ତ୍ରପାତିର ପ୍ରୟୋଗ, ବହୁଳ ପୁଞ୍ଜିର ବ୍ୟବହାର ଓ ଶ୍ରମବିଭାଜନ ପଦ୍ଧତିର ଅବଲମ୍ବନକୁ ବୁଝାଏ । ଏହି ଦୃଷ୍ଟିରୁ ବିଚାର କଲେ ଶିଳ୍ପାୟନ ହେଉଛି ଅର୍ଥନୈତିକ ଉନ୍ନୟନର ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ।

ବର୍ତ୍ତମୀନ ବିଶ୍ୱର ଅଧିକାଂଶ ଅନୁନ୍ନତ ଦେଶ ଦ୍ରୁତ ଅର୍ଥନୈତିକ ପ୍ରଗତି ହାସଲ କରିବାପାଇଁ ଶିଳ୍ପାୟନର ଆଶ୍ରୟ ନେଇଛନ୍ତି । ଭାରତରେ ଏହାର ବ୍ୟତିକ୍ରମ ହୋଇନାହିଁ । ଭାରତରେ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଦେଶରେ ଶିଳ୍ପ ବିକାଶ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଶିଳ୍ପକ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି । ଭାରତ ବର୍ତ୍ତମାନ ଶିଳ୍ପ ଜଗତରେ ପଞ୍ଚବିଂଶ ସ୍ଥାନ ଅଧ୍ୟାର କରିଛି । ତଥାପି ଭାରତକୁ ଶିଳ୍ପ ଉନ୍ନୟନ କ୍ଷେତ୍ରରେ ଆହୁରି ସୁଦୂର ପଥ ଅତିକ୍ରମ କରିବାକୁ ଅଛି । ବର୍ତ୍ତମାନ ପ୍ରଶ୍ନ ହୋଇପାରେ ଯେ ଶିଳ୍ପାୟନ ଉପରେ କାହିଁକି ଏତେ ଗୁରୁତ୍ବ ଦିଆଯାଉଛି ? ଏହାର ଉତ୍ତରରେ ନିମ୍ନଲିଖିତ –

(1) ପ୍ରାକୃତିକ ସମ୍ବଳର ବିନିଯୋଗ – ଭାରତବର୍ଷ ପ୍ରାକୃତିକ ଓ ମାନବିକ ସମ୍ବଳରେ ଭରପୂର । ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥ‌ିବାରୁ ଏଥ‌ିରେ ବିପୁଳ ପରିମାଣର କୃଷିଜ କଞ୍ଚାମାଲ; ଯଥା – ଝୋଟ, ଧୂଆଁପତ୍ର, କପା, ଆଖୁ ଓ ତୈଳବୀଜ ପ୍ରଭୃତି ପ୍ରଚୁର ପରିମାଣରେ ମିଳୁଛି । ଆମ ଦେଶରେ ଲୌହପିଣ୍ଡ, ମାଙ୍ଗାନିଜ୍, ଗ୍ରାନାଇଟ୍‌, ମାଇକା ପ୍ରଭୃତି ବିପୁଳ ପରିମାଣରେ ରହିଥ‌ିବା ଭୂ-ତତ୍ତ୍ବବିଦ୍‌ମାନେ ଗବେଷଣା ଫଳରେ ଜାଣିପାରିଛନ୍ତି । ଆମର ବନଜ ସମ୍ବଳ ସୁଦୂରପ୍ରସାରୀ; ଯେଉଁଥିରୁ କି ବନଜାତ ଦ୍ରବ୍ୟ ସଂଗ୍ରହ କରି କେତେକ ଶିଳ୍ପକୁ ଯୋଗାଇ ଦେବାର ସୁବିଧା ରହିଛି ।

ଶକ୍ତି ସମ୍ବଳରେ ଆମ ଦେଶ ସମୃଦ୍ଧ । ଆମର ଇନ୍ଧନ ସମ୍ବଳ; ଯଥା— କୋଇଲା ଓ ପେଟ୍ରୋଲ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଜଳଜ ବିଦ୍ୟୁତଶକ୍ତି ଉତ୍ପାଦନ କରିବାପାଇଁ ପ୍ରଶସ୍ତ କ୍ଷେତ୍ର ରହିଛି । ଭାରତ ଶ୍ରମ ଶକ୍ତିରେ ପୃଥ‌ିବୀରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି । ଆମ ଦେଶରେ ଏହି ସମସ୍ତ ଉପାଦାନ ଭରପୂର ହୋଇ ରହିଥ‌ିବାରୁ ତାହାର ଯଥାର୍ଥ ଉପଯୋଗପାଇଁ ଦ୍ରୁତ ଶିଳ୍ପାୟନ ଆବଶ୍ୟକ ମନେକରାଯାଉଛି ।

(2) ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି – ଦ୍ରୁତ ଶିଳ୍ପାୟନ ଜାତୀୟ ଆୟ ଓ ମୁଣ୍ଡପିଛା ଆୟକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଶିଳ୍ପାନ୍ନତ ଦେଶମାନଙ୍କରେ ମୁଣ୍ଡପିଛା ଆୟ ଅଧ‌ିକ ହୋଇଥିବା ଏହି ମତବାଦକୁ ସମର୍ଥନ କରେ । ଯେଉଁ ଦେଶମାନଙ୍କରେ ମୁଣ୍ଡପିଛା ଆୟ ସ୍ଵଳ୍ପ ସେହି ଦେଶଗୁଡ଼ିକ କୃଷିଭିତ୍ତିକ ଓ ଶିଳ୍ପଦୃଷ୍ଟିରୁ ଅନଗ୍ରସର ହୋଇଥିବା ଲକ୍ଷ୍ୟ କରାଯାଏ ।

ଶିଳ୍ପ କୃଷି ଅପେକ୍ଷା ଅଧ‌ିକ ଉତ୍ପାଦନଶୀଳ । କାରଣ ସେଥ‌ିରେ ବହୁଳ ପରିମାଣ ପୁଞ୍ଜି ଏବଂ ଆଧୁନିକ ଯନ୍ତ୍ରପାତି ଓ ବିଶେଷଜ୍ଞ କୁଶଳୀ ଶ୍ରମିକଙ୍କୁ ବ୍ୟବହାରରେ ଲଗାଯାଇପାରେ । ଏହିସବୁ ଦୃଷ୍ଟିରୁ ଭାରତର ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧିପାଇଁ ଶିଳ୍ପ ବିକାଶ ଉପରେ ଗୁରୁତ୍ବ ଆରୋପ କରାଯାଉଛି ।

CHSE Odisha Class 11 Economics Solutions Chapter 5 ଶିଳ୍ପ

(3) ଶିଳ୍ପାୟନ ଓ ନିଯୁକ୍ତି – ଭାରତରେ ବହୁସଂଖ୍ୟକ ଲୋକ ବେକାର ଅବସ୍ଥାରେ କାଳାତିପାତ କରନ୍ତି । ଗ୍ରାମାଞ୍ଚଳ ପରି ସହରାଞ୍ଚଳରେ ମଧ୍ୟ ଗଣବେକାରି ଦେଖୁବାକୁ ମିଳେ । ଗ୍ରାମାଞ୍ଚଳରେ ବେକାରି, ଅର୍ବବେକାରି ଓ ଛଦ୍ମବେଶୀ ବେକାରଙ୍କ ସଂଖ୍ୟା ଅଧିକ । ଆମ ଦେଶରେ ଜନଶକ୍ତିର ପ୍ରାୟ 70 ଶତାଂଶ ଲୋକ କୃଷିକ୍ଷେତ୍ରରେ ନିଯୁକ୍ତିର ଆଶ୍ରୟ ନେଇଥା’ନ୍ତି । 1981 ମସିହାରେ କରାଯାଇଥିବା ଜନଗଣନାରୁ ଜଣାଯାଏ ଯେ, ପ୍ରତିବର୍ଷ ପ୍ରାୟ 43 ଲକ୍ଷ ଲୋକ ଶ୍ରମବଜାରକୁ ପ୍ରବେଶ କରି ଶ୍ରମଯୋଗାଣ ବୃଦ୍ଧି କରୁଛନ୍ତି ।

ଉପସ୍ଥିତ ପରିସ୍ଥିତିରେ ଏହାର ଗୋଟିଏ ମାତ୍ର ପ୍ରତିକାର ଚିନ୍ତା କରାଯାଇପାରେ । ତାହା ହେଉଛି ଶ୍ରମଶକ୍ତିକୁ କୃଷିକ୍ଷେତ୍ରରୁ ଶିଳ୍ପକ୍ଷେତ୍ରକୁ ସ୍ଥାନାନ୍ତରିତ କରିବା । ଦେଶର ଶିଳ୍ପାୟନ କରି ସେମାନଙ୍କପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରେ । ଏହା କରାଯାଇ ପାରିଲେ ଆମେ ଦୁଇପ୍ରକାର ସୁବିଧା ଲାଭ କରିପାରୁ । ପ୍ରଥମତଃ, କୃଷିରୁ ଶିଳ୍ପକୁ ଶ୍ରମଶକ୍ତି ସ୍ଥାନାନ୍ତର ହେବା ଫଳରେ କୃଷି ଉତ୍ପାଦନଶୀଳତା ବୃଦ୍ଧି ହୁଏ । ଦ୍ଵିତୀୟତଃ, ଶିଳ୍ପବିକାଶ ହେବା ଫଳରେ ଦେଶର ଜାତୀୟ ଆୟ ବୃଦ୍ଧି ହେବା ସମ୍ଭାବନା ଥାଏ ।

(4) ଶିଳ୍ପାୟନ ଓ କୃଷି ଉନ୍ନୟନ – ଦେଶରେ ଶିଳ୍ପ ବିକାଶ କୃଷି ଉନ୍ନୟନକୁ ସାହାଯ୍ୟ କରେ । ଯନ୍ତ୍ରପାତିର ବ୍ୟବହାର ଯୋଗୁଁ କୃଷିକାର୍ଯ୍ୟ ଅପେକ୍ଷାକୃତ ସହଜ ହୁଏ । ଉନ୍ନତ କୃଷି ଯନ୍ତ୍ରପାତି ଶିଳ୍ପମାନଙ୍କରେ ନିର୍ମାଣ କରାଯାଇଥାଏ । ଉନ୍ନତ ସାର ଉତ୍ପାଦନ ଓ ଜଳସେଚନ ସୁବିଧାପାଇଁ କୃଷିଜୀବୀମାନଙ୍କୁ ଶିଳ୍ପ ଉପରେ ନିର୍ଭର କରିବାକୁ ପଡ଼େ ।

ଏହିପରି ଭାବରେ ଶିଳ୍ପବିକାଶ କୃଷିବିକାଶରେ ସହାୟକ ହୋଇଥାଏ । ସେହିପରି କୃଷି ଉନ୍ନୟନ ମଧ୍ଯ ଶିଳ୍ପ ଉନ୍ନୟନରେ ସହାୟକ ହୋଇଥାଏ । କୃଷିଜ ଉତ୍ପାଦ ଶିଳ୍ପମାନଙ୍କରେ କଞ୍ଚାମାଲରୂପେ ବ୍ୟବହୃତ ହୁଏ । ଏହିପରି ଭାବରେ କୃଷି ଓ ଶିଳ୍ପ ପରସ୍ପରକୁ ସାହାଯ୍ୟ କରି ଦେଶକୁ ଅଭିବୃଦ୍ଧି ପଥରେ ଆଗେଇ ନେଇଥା’ନ୍ତି ।

(5) ଶିଳ୍ପାୟନ ଏବଂ ଦେଶଜ ଚାହିଦା – ଆମ ଦେଶରେ ଶିଳ୍ପ ଉତ୍ପାଦପାଇଁ ଏକ ବିସ୍ତୃତ ଆଭ୍ୟନ୍ତରୀଣ ବଜାର ରହିଛି ଓ ଜନସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଶିଳ୍ପଜାତ ଦ୍ରବ୍ୟପାଇଁ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସୁତରାଂ ଦେଶର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାପାଇଁ ଶିଳ୍ପ ବିକାଶ ହେବା ଅତ୍ୟାବଶ୍ୟକ ମନେହେଉଛି । ପୁନଶ୍ଚ, ଭାରତ ପରମ୍ପରାଗତ ଭାବେ ଯେପରି ପ୍ରାଥମିକ ଦ୍ରବ୍ୟ ରପ୍ତାନୀ କରିଆସୁଥିଲା ତାହା ଉପରେ ନିର୍ଭର କରିବା ସମୀଚୀନ ହେଉନାହିଁ ।

କାରଣ ବିନିର୍ମିତ ଦ୍ରବ୍ୟ ତୁଳନାରେ କଞ୍ଚାମାଲର ଦାମ୍ ବୈଦେଶିକ ବଜାରରେ ନୂନ ହୋଇଥାଏ । ଅର୍ଥନୈତିକ ଉନ୍ନୟନ ପ୍ରକ୍ରିୟାରେ ବୈଦେଶିକ ରାଷ୍ଟ୍ରମାନେ ଆମ କଞ୍ଚାମାଲର ବିକଳ୍ପ ଦ୍ରବ୍ୟ ବ୍ୟବହାର କରିବାକୁ ଆରମ୍ଭ କଲେଣି । ତେଣୁ ଆମର ପ୍ରାଥମିକ ଦ୍ରବ୍ୟର ରପ୍ତାନୀ ବଜାର ସୀମିତ ହେବାକୁ ଆରମ୍ଭ କଲାଣି; ତାହା ସାଙ୍ଗକୁ ଆମର ମଧ୍ୟ ଶିଳ୍ପଜାତ ଦ୍ରବ୍ୟପାଇଁ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସୁତରାଂ ଏହିସବୁ କାରଣରୁ ଆମ ଦେଶରେ ଦ୍ରୁତ ଶିଳ୍ପାୟନ ଅତ୍ୟାବଶ୍ୟକ ମନେକରାଯାଉଛି ।

(6) ଶିଳ୍ପାୟନ ଓ ବୈଦେଶିକ ବଜାରର ଚାହିଦା – ବିନିର୍ମିତ ଦ୍ରବ୍ୟପାଇଁ ବୈଦେଶିକ ବଜାର ଉପରେ ନିର୍ଭରଶୀଳତା ନିରାପଦ ନୁହେଁ । ଏହା ବିଶେଷତଃ, ପ୍ରତିରକ୍ଷା ସାମଗ୍ରୀପାଇଁ ପ୍ରଯୁଜ୍ୟ । ବର୍ତ୍ତମାନ ଯେପରି ବିଭିନ୍ନ କାରଣରୁ ଆନ୍ତର୍ଜାତିକ ଉତ୍ତେଜନା ପ୍ରକାଶ ପାଉଛି ସେଥ‌ିରେ ଅନ୍ୟ ଦେଶ ଉପରେ ନିର୍ଭର କରିବା ଦେଶ ପ୍ରତି ବିପଦର କାରଣ ହୋଇପାରେ । ଏହି କାରଣରୁ ମୁଖ୍ୟତଃ ଅଧିକାଂଶ ରାଷ୍ଟ୍ର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବାରେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛନ୍ତି । ଏହି ଯୁକ୍ତି ମଧ୍ୟ ଆର୍ଥନୀତିକ ଉନ୍ନୟନପାଇଁ ପ୍ରଯୁଜ୍ୟ ।

(7) ଶିଳ୍ପାୟନ ଓ ବିସ୍ତାରର ପ୍ରଭାବ— ଶିଳ୍ପ ପ୍ରତିଷ୍ଠା ହେବା ଫଳରେ ଲୋକମାନଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହୁଏ । ସେମାନେ ନୂତନ କୌଶଳ ଓ ବୈଷୟିକ ଜ୍ଞାନ ଆହରଣ କରିବା ସୁଯୋଗ ଲାଭ କରନ୍ତି । ସେମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହୁଏ । ସୁତରାଂ ଏହିସବୁ କାରଣରୁ ଦେଶରେ ଶିଳ୍ପ ବିକାଶ ହେବା ଏକ ଜରୁରୀ ଆବଶ୍ୟକତା ରୂପେ ବିବେଚିତ ହୁଏ । ଶିଳ୍ପାୟନ ଅର୍ଥନୈତିକ ଉନ୍ନୟନର ଅନୁଚର ରୂପେ କାର୍ଯ୍ୟକରେ ।

2. ଭାରତ ସରକାରଙ୍କ 1956 ମସିହା ଶିଳ୍ପନୀତିର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
1948 ମସିହା ଶିଳ୍ପନୀତି ଦୀର୍ଘ ଆଠବର୍ଷକାଳ କାର୍ଯ୍ୟକାରୀ ହେବା ଫଳରେ ଆମ ଦେଶରେ ପ୍ରକୃତ ଶିଳ୍ପଯୁଗର ଶୁଭାରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ଦେଶରେ କେତେଗୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା; ଯଥା –
(1) 1950 ମସିହାରେ ଭାରତରେ ସମ୍ବିଧାନ ପ୍ରଣୀତ ହୋଇଥିଲା ।
(2) ସମ୍ବିଧାନରେ ନାଗରିକମାନଙ୍କୁ କେତେକ ଅଧିକାର ଓ ଦାୟିତ୍ୱ ଦିଆଯାଇଥିଲା ।
(3) ଭାରତରେ ଅର୍ଥନୈତିକ ପ୍ରଗତିପାଇଁ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
(4) ଦେଶରେ ସମାଜବାଦୀ ରାଷ୍ଟ୍ର ଢାଞ୍ଚାରେ ଏକ ସମାଜ ପ୍ରତିଷ୍ଠା କରିବାପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା ।
(5) ପ୍ରଥମ ପଞ୍ଚବାର୍ଷିକ ଯୋଜନାର ସାଫଲ୍ୟ ଉପରେ ନିର୍ଭର କରି ଉଚ୍ଚ ଅଭିଳାଷ ସମ୍ବଳିତ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ଆରମ୍ଭ କରାଯାଇଥିଲା ।
(6) ଦେଶରେ ଗୁରୁ ଓ ବୃହତ୍ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ଏହିସବୁ ଘଟଣା ସମ୍ବଳିତ ପରିବର୍ତ୍ତିତ ପରିସ୍ଥିତିକୁ ଆଖ୍ୟାଗରେ ରଖ୍ ଭାରତ ସରକାରଙ୍କ ଶିଳ୍ପନୀତିର ପରିବର୍ତ୍ତନ କରିବା ଆବଶ୍ୟକ ହୋଇଥିଲା । ସୁତରାଂ 1956 ମସିହା ଅପ୍ରେଲ ମାସରେ ଭାରତରେ ଏକ ନୂତନ ଶିଳ୍ପନୀତି ଘୋଷଣା କରାଯାଇଥିଲା ।

ନୂତନ ଶିଳ୍ପନୀତିର ଆଭିମୁଖ୍ୟ – 1956 ମସିହା ଶିଳ୍ପନୀତିର ନିମ୍ନଲିଖିତ ପ୍ରଧାନ ଲକ୍ଷ୍ୟଗୁଡ଼ିକ ଉଲ୍ଲେଖନୀୟ ।
(1)’ ଦେଶରେ ଅର୍ଥନୈତିକ ପ୍ରଗତିର ହାରକୁ ଦ୍ରୁତତର କରିବା ସଙ୍ଗେ ସଙ୍ଗେ ଶିଳ୍ପ ବିସ୍ତାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ।
(2) ଗୁରୁଶିଳ୍ପ ଓ ମଧ୍ୟବର୍ତ୍ତୀ ଶିଳ୍ପର ବିକାଶ କରିବା ।
(3) ରାଷ୍ଟ୍ରାୟତ୍ତ ସ୍ତରକୁ ସଂପ୍ରସାରଣ କରିବା ।
(4) ଏକ ବଦ୍ଧିଷ୍ଣୁ ଓ ବୃହତ୍ ମିଳିତସ୍ତର ଗଠନ କରିବା ।
(5) ଆୟ ଓ ସମ୍ପଦ ବଣ୍ଟନରେ ବୈଷମ୍ୟ ଦୂର କରିବା ।
(6) ଆୟ କେତେକ ବା ମୁଷ୍ଟିମେୟ ଲୋକଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ ହେବା ଓ ଏକଚାଟିଆ ବ୍ୟବସାୟ ବୃଦ୍ଧି ହେବାକୁ ପ୍ରତିରୋଧ କରିବା ।

CHSE Odisha Class 11 Economics Solutions Chapter 5 ଶିଳ୍ପ

ଏହି ସମସ୍ତ ଲକ୍ଷ୍ୟ ହାସଲ କରିବାପାଇଁ 1956 ଶିଳ୍ପନୀତିରେ ବ୍ୟବସ୍ଥା କରାଯାଇଥିଲା । ଶିଳ୍ପ ସମୂହ ତିନିଶ୍ରେଣୀରେ ବିଭକ୍ତ କରାଯାଇଥିଲା ଏବଂ ପ୍ରତ୍ୟେକର ସୀମାରେଖା ଚିହ୍ନିତ ହୋଇଥିଲା ।

(a) ବୃହଦାୟତନ ଶିଳ୍ପ – ପ୍ରଧାନ ପ୍ରଧାନ 17 ଗୋଟି ଶିଳ୍ପ; ଯଥା – ଅସ୍ତ୍ରଶସ୍ତ୍ର ଉତ୍ପାଦନ କରୁଥ‌ିବା ଶିଳ୍ପସଂସ୍ଥା, ଆଣବିକ ଶକ୍ତି, ଲୌହ ଓ ଇସ୍ପାତ, ଗୁରୁ ଶିଳ୍ପ ଓ ଯନ୍ତ୍ରପାତି, ଗୁରୁ ବୈଦ୍ୟୁତିକ ସାମଗ୍ରୀ, ଖଣିଜ ଦ୍ରବ୍ୟ ଓ ତୈଳ, ବ୍ୟୋମଯାନ ଓ ରେଳ ପରିବହନ ଏବଂ ଜାହାଜ ନିର୍ମାଣ ପ୍ରଭୃତି ଶିଳ୍ପକୁ ପ୍ରଥମଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଶିଳ୍ପମାନଙ୍କର ଜାତୀୟ ଗୁରୁତ୍ବ ଦୃଷ୍ଟିରୁ ସେମାନଙ୍କର ଭବିଷ୍ୟତ୍ ବିକାଶ କାର୍ଯ୍ୟକ୍ରମ ଦାୟିତ୍ଵ ସରକାରଙ୍କୁ ଦିଆଯାଇଛି ।

ଆଲୁମିନିୟମ୍ ଓ ସେହି ଜାତୀୟ ଧାତବ ଯନ୍ତ୍ରପାତି, ରାସାୟନିକ ଦ୍ରବ୍ୟ ଓ ସାର, ଔଷଧ, ସଡ଼କ ପରିବହନ ଓ ଜାହାଜ ଚଳାଚଳ ପ୍ରଭୃତି 12 ଗୋଟି ଶିଳ୍ପକୁ ଦ୍ୱିତୀୟ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଶିଳ୍ପସମୂହକୁ କାଳକ୍ରମେ ସରକାରୀ ନିୟନ୍ତ୍ରଣ ଓ ପରିଚାଳନାଧୀନ କରିବାପାଇଁ ବ୍ୟବସ୍ଥା ରହିଛି । ଏହି ପ୍ରକାର ଶିଳ୍ପ ପ୍ରତିଷ୍ଠା କରିବାରେ ସରକାରଙ୍କୁ ସାହାଯ୍ୟ କରିବାପାଇଁ ଘରୋଇ ସଂସ୍ଥାମାନଙ୍କ ଭୂମିକାକୁ ସ୍ଵୀକାର କରାଯାଇଛି । ଘରୋଇ ସ୍ତରରେ ଥ‌ିବା ଅବଶିଷ୍ଟ ଅନ୍ୟାନ୍ୟ ସମସ୍ତ ଶିଳ୍ପକୁ ତୃତୀୟ ଶ୍ରେଣୀ ପରିସରଭୁକ୍ତ କରାଯାଇଛି ।

ଏହି ସମସ୍ତ ଶିଳ୍ପର ଭବିଷ୍ୟତ୍ ବିକାଶ ଧାରାର ଦାୟିତ୍ଵ ଘରୋଇ ବ୍ୟକ୍ତିବିଶେଷଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏହି କାର୍ଯ୍ୟରେ ସହାୟକ ହେବା ପାଇଁ ସରକାର ଅର୍ଥ ଓ ଶକ୍ତି ଯୋଗାଣ ଏବଂ ପରିବହନ ସୁବିଧା ଯୋଗାଣ ଦାୟିତ୍ୱ ନେବା ବ୍ୟବସ୍ଥା କରାଯାଇଛି ।

ଶିଳ୍ପର ଉପରୋକ୍ତ ଶ୍ରେଣୀ ପ୍ରକରଣ ଯାହାହେଉନା କାହିଁକି ଧରାବନ୍ଧା ବା ସୁଦୃଢ଼ ନଥିଲା । ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସରକାର ଯେକୌଣସି କ୍ଷେତ୍ରରେ ହସ୍ତକ୍ଷେପ କରିବାର ଅଧିକାର ପ୍ରାପ୍ତ ହୋଇଥିଲେ । ସେହିପରି ପ୍ରଥମ ଶ୍ରେଣୀ ଅନ୍ତର୍ଭୁକ୍ତ ଯେକୌଣସି ଦ୍ରବ୍ୟ ବ୍ୟକ୍ତିବିଶେଷ ନିଜ ଉଦ୍ଦେଶ୍ୟରେ ଉତ୍ପାଦନ କରିବାରେ କୌଣସି ପ୍ରତିବନ୍ଧକ ନଥିଲା ।

(b) କ୍ଷୁଦ୍ରଶିଳ୍ପ – କ୍ଷୁଦ୍ରଶିଳ୍ପ ସମୂହରେ ନିଯୁକ୍ତି ସୁଯୋଗ ଅଧ‌ିକ ହୋଇଥିବା ଦୃଷ୍ଟିରୁ ଏବଂ ଆମ ଦେଶରେ ବେକାରଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥ‌ିବାରୁ 1956 ମସିହା ଶିଳ୍ପନୀତିରେ ଏହିପ୍ରକାର ଶିଳ୍ପ ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦିଆଯାଇଥିଲା । ପୁନଶ୍ଚ କ୍ଷୁଦ୍ରଶିଳ୍ପର ବିସ୍ତାର ଦେଶରେ ଜାତୀୟ ଆୟର ସୁଷମ ବଣ୍ଟନ କରିଥାଏ ଏବଂ ସ୍ଥାନୀୟ ସମ୍ବଳର ସଦୁପଯୋଗ କରିବାରେ ସହାୟକ ହୋଇଥାଏ । ପୁନଶ୍ଚ ସେମାନେ ବୃହତ୍ ଶିଳ୍ପମାନଙ୍କର ସହାୟକ ଓ ଆନୁଷଙ୍ଗିକ ଶିଳ୍ପରୂପେ କାର୍ଯ୍ୟ କରନ୍ତି ।

(c) ଶ୍ରମିକ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମ୍ପର୍କ – ଏହି ଘୋଷଣାରେ ଶିଳ୍ପମାନଙ୍କରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଉତ୍ସାହିତ କରିବାପାଇଁ ଅଧ‌ିକ ସୁବିଧା ସୁଯୋଗ ଦେବାର ଆବଶ୍ୟକତା ଉପଲବ୍ଧ କରାଯାଇଛି । ପରିଚାଳନା

(d) ଆଞ୍ଚଳିକ ବୈଷମ୍ୟ ଦୂରୀକରଣ – ଦେଶର ଅନୁନ୍ନତ ଅଞ୍ଚଳମାନଙ୍କରେ ଦ୍ରୁତ ଶିଳ୍ପାୟନ କରିବା ପାଇଁ ସରକାର ଏହିସବୁ ଅଞ୍ଚଳକୁ ଗମନାଗମନ ଓ ପରିବହନ ସୁବିଧା ଏବଂ ଶକ୍ତି ସୁବିଧା ରିହାତି ହାରରେ ଯୋଗାଇବାପାଇଁ ପ୍ରସ୍ତାବ କରାଯାଇଛି ।

(e) ବୈଷୟିକ ଓ ପରିଚାଳନାଗତ କର୍ମଚାରୀ– ଦେଶର ଶିଳ୍ପାୟନ ପ୍ରକ୍ରିୟାକୁ ଦ୍ରୁତତର କରିବାକୁ ହେଲେ ଶିଳ୍ପମାନଙ୍କୁ କୁଶଳୀ କାରିଗର ଓ ପରିଚାଳକ ଯୋଗାଇଦେବାର ଆବଶ୍ୟକତାକୁ ସ୍ଵୀକାର କରାଯାଇଛି ।

(f) ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପରିଚାଳନା – ରାଷ୍ଟ୍ରାୟତ୍ତ ସ୍ତରରେ ଶିଳ୍ପସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥ‌ିବାରୁ ସେସବୁର ସୁପରିଚାଳନା କରାଯିବା ବିଷୟ ଏହି ଘୋଷଣାରେ ବିଚାରକୁ ନିଆଯାଇଛି ଏବଂ ସେସବୁର ପରିଚାଳନା ବ୍ୟାବସାୟିକ ଭିଭିରେ କରାଯିବାପାଇଁ ନିଷ୍ପରି ନିଆଯାଇଛି ।

ସମୀକ୍ଷା – ଏହି ନୂତନ ଶିଳ୍ପନୀତିରେ ରାଷ୍ଟ୍ରାୟତ୍ତ ସ୍ତରରେ ଶିଳ୍ପ ସଂଖ୍ୟା ୨ ରୁ 29 କୁ ବୃଦ୍ଧି ପାଇଛି । ଶିଳ୍ପମାନଙ୍କୁ ଯେଉଁ ତିନିଶ୍ରେଣୀଭୁକ୍ତ କରାଯାଇଛି ତାହା ସେତେ କଠୋରଭାବେ କାର୍ଯ୍ୟକାରୀ କରାନଯାଇଥିବାରୁ ରାଷ୍ଟ୍ରାୟତ୍ତ ଶିଳ୍ପ ଓ ଘରୋଇ ଶିଳ୍ପମାନଙ୍କ ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ଘରୋଇ ସଂସ୍ଥାମାନଙ୍କୁ ଜାତୀୟକରଣ କରିବା ଭୟ ଦୂର ହେବା ସଙ୍ଗେ ସଙ୍ଗେ ଶ୍ରମିକମାନଙ୍କୁ ପରିଚାଳନାରେ ଅଂଶଗ୍ରହଣ କରିବା ସୁବିଧା ଦିଆଯାଇଛି । ପରିଶେଷରେ ଏହିସବୁ କ୍ଷୁଦ୍ରଶିଳ୍ପର ଉତ୍ପାଦନ କୌଶଳ ଉନ୍ନତ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି ।

1956 ମସିହାର ଶିଳ୍ପନୀତିରେ ଉପର୍ୟ୍ୟକ୍ତ ଅଭିନନ୍ଦନୀୟ ବୈଶିଷ୍ଟ୍ୟମାନ ଥାଇ ମଧ୍ୟ ତାହା ଅନେକ ଦୃଷ୍ଟିକୋଣରୁ ସମାଲୋଚିତ ହୋଇଛି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।
(1) ଏହି ଶିଳ୍ପନୀତିରେ ଘରୋଇ ସ୍ତରର ପରିସରକୁ ସଙ୍କୁଚିତ କରାଯାଇଛି ଓ ରାଷ୍ଟ୍ରାୟତ୍ତ ସ୍ତର ଉପରେ ପ୍ରାଧାନ୍ୟ ଦିଆଯାଇଛି ।
(2) ଘରୋଇ ସ୍ତର ଅପେକ୍ଷା ରାଷ୍ଟ୍ରାୟତ୍ତ ସ୍ତରକୁ ଅଧ୍ଵ ନମନୀୟ କରାଯାଇଛି । ଉଦାହରଣସ୍ୱରୂପ ଘରୋଇ ସ୍ତର ରାଷ୍ଟ୍ରାୟତ୍ତ ସ୍ତରର ସହଯୋଗୀ ସ୍ତରରୂପେ ବିବେଚିତ ହୋଇଛି ।
(3) ଆମର ପ୍ରଶାସନିକ ବ୍ୟବସ୍ଥାର ଆର୍ଥିକ ଚାପ ଅଧିକ ହୋଇଥିଲାବେଳେ ରାଷ୍ଟ୍ରାୟତ୍ତ ସ୍ତରରେ ସମ୍ପ୍ରସାରଣ ଦେଶ ପକ୍ଷରେ ଅଧୂକ ବ୍ୟୟବହୁଳ ହୋଇଛି ।
(4) ଘରୋଇ ସ୍ତର ଅପେକ୍ଷା ରାଷ୍ଟ୍ରାୟତ୍ତ ସ୍ତରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବାରୁ ଆମର ଶିଳ୍ପନୀତି ଗତିଶୀଳ ନହୋଇ ପାରମ୍ପରିକ ଧାରାରେ ପରିଚାଳିତ ହୋଇଛି ।
(5) ବହୁ କ୍ଷେତ୍ରରେ ଶିଳ୍ପନୀତିର ବିରୁଦ୍ଧାଚରଣ କରାଯାଉଛି । ଉଦାହରଣସ୍ୱରୂପ ରାଷ୍ଟ୍ରାୟତ୍ତ ସ୍ତରପାଇଁ ସଂରକ୍ଷିତ ହୋଇଥିବା କ୍ଷେତ୍ରମାନଙ୍କରେ ଘରୋଇ ସଂସ୍ଥାମାନଙ୍କୁ କାର୍ଯ୍ୟ କରିବାପାଇଁ ଅନୁମତି ଓ ଲାଇସେନ୍ସ ଇତ୍ୟାଦି ଦିଆଯାଇଛି । ଆଞ୍ଚଳିକ ବୈଷମ୍ୟ ଦୂର ହେବା ପରିବର୍ତ୍ତେ ଘନୀଭୂତ ହେବା ଲକ୍ଷ୍ୟ କରାଯାଉଛି ।

ବୈଦେଶିକ ବିନିଯୋଗ ଓ ସହଯୋଗକୁ ବିନା ବାଛବିଚାରରେ ବ୍ୟବହାର କରାଯାଉଥିବାରୁ ଆମର ଗଚ୍ଛିତ ବୈଦେଶିକ ପାଣ୍ଠି ଉପରେ ଗୁରୁତର ଚାପ ସୃଷ୍ଟି ହୋଇଛି । ପୁଞ୍ଜିବହୁଳ ଶିଳ୍ପ ପ୍ରତିଷ୍ଠାନକୁ ଉତ୍ସାହିତ କରାଯାଉଥିବାରୁ ନିଯୁକ୍ତି ସୁଯୋଗ ଆଶାନୁରୂପ ସମ୍ପ୍ରସାରିତ ହୋଇପାରି ନାହିଁ । ଏହିସବୁ କାରଣରୁ ଆମ ଦେଶରେ ଶିଳ୍ପନୀତିର ପୁନର୍ବିନ୍ୟାସ କରିବା ଆବଶ୍ୟକ ହୋଇଛି ।

ଉପରୋକ୍ତ ସମାଲୋଚନା ସତ୍ତ୍ବେ ଆମର ନୂଆ ଶିଳ୍ପନୀତିକୁ ଦେଶର ଅର୍ଥନୈତିକ ସମ୍ବିଧାନ ରୂପେ ବିବେଚନା କରାଯାଇପାରେ । ଏହି ଶିଳ୍ପନୀତିର ବ୍ୟବସ୍ଥାସମୂହକୁ ଦ୍ବିତୀୟ ଓ ତୃତୀୟ ପଞ୍ଚବାର୍ଷିକ ଯୋଜନାକାଳରେ ନିଷ୍ଠାର ସହିତ କାର୍ଯ୍ୟକାରୀ କରାଯାଇଛି । ‘କ’ ଶ୍ରେଣୀ ତାଲିକା ଅନ୍ତର୍ଭୁକ୍ତ ଶିଳ୍ପ;

CHSE Odisha Class 11 Economics Solutions Chapter 5 ଶିଳ୍ପ

ଯଥା— କୋଇଲା, ଲୌହ ଓ ଶକ୍ତିପ୍ରଦାୟୀ ଶିଳ୍ପମାନଙ୍କୁ ଜାତୀୟକରଣ କରାଯାଇନାହିଁ । ଅନ୍ୟପକ୍ଷରେ ସେସବୁ ଶିଳ୍ପର ସମ୍ପ୍ରସାରଣକୁ ସରକାରୀ ସାହାଯ୍ୟ ଓ ସମର୍ଥନ ଯୋଗାଇ ଦିଆଯାଇଛି । ବିଶ୍ୱବ୍ୟାଙ୍କରୁ ଆର୍ଥିକ ସାହାଯ୍ୟ ପାଇବାପାଇଁ ସରକାର ସେମାନଙ୍କୁ ସାହାଯ୍ୟ କରିଛନ୍ତି । ସରକାରଙ୍କ ଉଦ୍ୟମରେ ରାଉରକେଲା, ଭିଲାଇ ଓ ଦୁର୍ଗାପୁରଠାରେ ତିନିଗୋଟି ଲୁହା କାରଖାନା ସ୍ଥାପନ ହୋଇପାରିଛି । ବାସ୍ତବରେ ଏହି ଶିଳ୍ପନୀତି ଶିଳ୍ପ ଉନ୍ନୟନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ।

3. ଭାରତ ସରକାରଙ୍କ 1991 ମସିହାର ଶିଳ୍ପନୀତି ପୁନର୍ବିନ୍ୟାସର ଆଭିମୁଖ୍ୟ ବର୍ଣ୍ଣନା କର ।
Answer:
1990-91 ମସିହାବେଳକୁ ଦେଶର ଅର୍ଥନୈତିକ ସ୍ଥିତି ଓ ବ୍ୟବସ୍ଥାରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହେଲା । ବୈଦେଶିକ ମୁଦ୍ରାର ସଙ୍କଟ, ଶିଳ୍ପ ଉତ୍ପାଦନର ହ୍ରାସ, ମୋଟ ଘରୋଇ ଉତ୍ପାଦର ହ୍ରାସ, ସରକାରୀ ସଂସ୍ଥାଗୁଡ଼ିକର କ୍ଷତି, ଘରୋଇ ସଂସ୍ଥାଗୁଡ଼ିକର
ଦେଖାଦେଲା । ଏହି ଅବସ୍ଥାର ମୁକାବିଲାପାଇଁ ଏକ ନୂତନ ଆର୍ଥିକ ନୀତି ଘୋଷଣା କରାଗଲା । ଏହି ନୀତିର ପରିପୂରକ ଭାବରେ ଏକ ନୂତନ ଶିଳ୍ପନୀତି ମଧ୍ୟ 1991 ମସିହା ଜୁଲାଇ ମାସରେ ଘୋଷଣା କରାଗଲା । ଏହି ଶିଳ୍ପନୀତିର ମୁଖ୍ୟ ଆଭିମୁଖ୍ୟଗୁଡ଼ିକ ହେଲା –

(1) ଶିଳ୍ପ ଅନୁମତିପତ୍ର ବ୍ୟବସ୍ଥାରେ ଉଦାରୀକରଣ – ଆଗରୁ ଯେଉଁ ‘ଅନୁମତି ପତ୍ର ବ୍ୟବସ୍ଥା’ ରହିଥିଲା, ତାହା ଦ୍ରୁତ ଶିଳ୍ପାୟନ ପଥରେ ଅନ୍ତରାୟ ସୃଷ୍ଟି କରୁଥିଲା ବୋଲି ଅନୁଭବ କରାଗଲା । ତେଣୁ ଏହି ନୀତିରେ ଶିଳ୍ପଗୁଡ଼ିକୁ ଅନୁମତିପତ୍ର ବ୍ୟବସ୍ଥାରୁ ମୁକ୍ତ କରାଯିବାର ବ୍ୟବସ୍ଥା ରହିଲା । ଦେଶର ଉନ୍ନତ ଅଞ୍ଚଳମାନଙ୍କରେ ସ୍ଥାୟୀ ସମ୍ପତ୍ତିର 25 କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିଥିବା ଏବଂ ସରକାରୀ ସ୍ଵୀକୃତ ଅନଗ୍ରସର ଅଞ୍ଚଳମାନଙ୍କରେ ଏଥନିମନ୍ତେ 75 କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିଥିବା ବୃଦ୍ଧି ଓ ନୂତନ ଦ୍ରବ୍ୟ ଉତ୍ପାଦନପାଇଁ ସରକାରଙ୍କର ଅନୁମତିର ଆବଶ୍ୟକତା ଆଉ ରହିଲା ନାହିଁ ।

(2) ସରକାରୀ କ୍ଷେତ୍ରପାଇଁ ଉଦ୍ଦିଷ୍ଟ ଶିଳ୍ପଗୁଡ଼ିକୁ ସଂରକ୍ଷଣମୁକ୍ତ – ଏହି ଶିଳ୍ପନୀତିରେ ସରକାରୀ କ୍ଷେତ୍ରପାଇଁ ଉଦ୍ଦିଷ୍ଟ ଶିଳ୍ପଗୁଡ଼ିକୁ ସଂରକ୍ଷଣମୁକ୍ତ କରାଯାଇ ବେସରକାରୀ କ୍ଷେତ୍ରର ଅଂଶଗ୍ରହଣପାଇଁ ଦ୍ଵାର ଉନ୍ମୁକ୍ତ କରିବାର ବ୍ୟବସ୍ଥା କରାଗଲା ।

  • ଏହି ନୀତିରେ ସରକାରୀ କ୍ଷେତ୍ରରେ ଥ‌ିବା 17 ଟି ଶିଳ୍ପ ମଧ୍ୟରୁ 11 ଟି ଶିଳ୍ପ ବର୍ତ୍ତମାନ ଘରୋଇ କ୍ଷେତ୍ରପାଇଁ ଉନ୍ମକ୍ତ ରଖାଗଲା । କେବଳ ଗୁରୁତ୍ବପୂର୍ଣ, ଉଚ୍ଚମାନ ପ୍ରଯୁକ୍ତି କୌଶଳ ନିୟୋଜନ ସାପେକ୍ଷ ଭିତ୍ତିଭୂମି ସଂକ୍ରାନ୍ତୀୟ କ୍ଷେତ୍ରଗୁଡ଼ିକ ସରକାରୀ ମାଲିକାନାରେ ରହିବ ।
  • ସାଧାରଣ କ୍ଷେତ୍ର ଶିଳ୍ପଗୁଡ଼ିକରେ ସରକାର ବିନିଯୋଗ କରିଥିବା ବିପୁଳ ଅଂଶଧନର କିଛି ଅଂଶ ପ୍ରତ୍ୟର୍ପଣ କରିବାପାଇଁ ସ୍ଥିର କରାଗଲା ।
  • ଏହି ଶିଳ୍ପନୀତିରେ, ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ, ସାଙ୍ଗଠନିକ ପରିବର୍ତ୍ତନ ଓ ବନ୍ଦ ଫଳରେ ଛଟେଇ ହେଉଥ‌ିବା ଶ୍ରମିକମାନଙ୍କର ପୁନଃ ଥଇଥାନ ଓ କ୍ଷତିପୂରଣପାଇଁ ଜାତୀୟ ନବୀକରଣ ପାଣ୍ଠି (National Renewal Fund) ର ଗଠନ ବ୍ୟବସ୍ଥା କରାଗଲା ।
  • ଆଧୁନିକ ପ୍ରଯୁକ୍ତି କୌଶଳର ସ୍ୱଳ୍ପ ବିନିଯୋଗ କରୁଥିବା ସାମାଜିକ ଗୁରୁତ୍ୱହୀନ କ୍ଷୁଦ୍ରାୟତନ ବିଶିଷ୍ଟ ଶିଳ୍ପସଂସ୍ଥାଗୁଡ଼ିକରେ ପୁଞ୍ଜି ବିନିଯୋଗ ଆବଶ୍ୟକତାର ପୁନଃ ସମୀକ୍ଷା କରିବାପାଇଁ ଚିନ୍ତା କରାଗଲା ।

(3) ବିଦେଶୀ ପୁଞ୍ଜି ବିନିଯୋଗ ଓ ବୈଦେଶିକ ପ୍ରଯୁକ୍ତି କୌଶଳର ଆନୟନ ସଂକ୍ରାନ୍ତୀୟ କଟକଣା ହ୍ରାସ – ଆଗରୁ ବୈଦେଶିକ ପୁଞ୍ଜି ଓ ପ୍ରଯୁକ୍ତି କୌଶଳର ଆନୟନକୁ ସରକାର କଡ଼ାକଡ଼ି ଭାବେ ନିୟନ୍ତ୍ରଣ କରୁଥିଲେ । ଏହାପାଇଁ ସରକାରଙ୍କଠାରୁ ପ୍ରଥମେ ଅନୁମତି ନେବାକୁ ପଡୁଥିଲା । ଏହା ଦେଶରେ ଦ୍ରୁତ ଶିଳ୍ପାୟନରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ବୋଲି ଏହି ଶିଳ୍ପନୀତିରେ ଅନୁଭବ କରାଯାଇ ଏହାର ଯଥାଯଥ ପ୍ରତିକାରର ବ୍ୟବସ୍ଥା କରାଗଲା –

  • ଏଣିକି ବିଦେଶୀ କମ୍ପାନୀମାନେ ଦେଶର ଯେକୌଣସି ଶିଳ୍ପରେ ଅଂଶଧନର ଶତକଡ଼ା 51 ଭାଗ ପର୍ଯ୍ୟନ୍ତ ସରକାରଙ୍କ ବିନା ଅନୁମତିରେ ପୁଞ୍ଜି ଖଟାଇ ପାରିବେ ।
  • ଦେଶକୁ ବୈଦେଶିକ ପ୍ରଯୁକ୍ତି କୌଶଳ ଆକର୍ଷଣ କରିବାପାଇଁ ବ୍ୟବସ୍ଥାମାନ ରଖାଗଲା । ବୈଦେଶିକ ପ୍ରଯୁକ୍ତି କୌଶଳ ଆହରଣପାଇଁ ଘରୋଇ ସଂସ୍ଥାମାନେ ଅଂଶଧନର 40 ଶତାଂଶ ସରକାରଙ୍କ ବିନା ଅନୁମତିରେ ଖର୍ଚ୍ଚ କରିପାରିବେ ।
  • ଏହି ନୀତି ଅନୁସାରେ ଦିଆଯାଇଥିବା ରୟାଲଟି ବା ରାଜଭାଗ ଯଦି ଶିଳ୍ପଜାତ ଦ୍ରବ୍ୟର ଘରୋଇ ବିକ୍ରୟ ପରିମାପର ପାଞ୍ଚ-ଶତାଂଶ ଓ ରପ୍ତାନୀକୁ ଆଠ-ଶତାଂଶରୁ ଅଧିକା ନ ହୁଏ, ତାହାହେଲେ ସଂପୃକ୍ତ ଶିଳ୍ପସଂସ୍ଥାକୁ ବୈଦେଶିକ ସହଯୋଗୀମାନଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିବାର ସ୍ଵାଧୀନତା ପ୍ରଦାନ କରାଗଲା ।

(4) ବେସରକାରୀ ଶିଳ୍ପକୁ ଦିଆଯାଉଥ‌ିବା ଆନୁଷ୍ଠାନିକ ଋଣକୁ ଅଂଶଧନରେ ପରିଣତ କରିବା ବ୍ୟବସ୍ଥାର ବିଲୋପ ବେସରକାରୀ ଶିଳ୍ପ ସାଧାରଣତଃ ଅର୍ଥଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କମାନଙ୍କରୁ ଋଣ ଆଣି ସେମାନଙ୍କର ପୁଞ୍ଜି ସୁଦୃଢ଼ କରିଥା’ନ୍ତି । ପୂର୍ବରୁ ଏହି ଅର୍ଥଲଗାଣକାରୀ ସଂସ୍ଥାମାନେ ଦେଇଥିବା ଋଣକୁ ସଂପୃକ୍ତ ଶିଳ୍ପର ଅଂଶଧନରେ ପରିଣତ କରିଦେଇପାରିବେ ବୋଲି ବ୍ୟବସ୍ଥା ଥିଲା ।

ଫଳରେ ଏହି ଶିଳ୍ପସଂସ୍ଥାର ମାଲିକମାନେ ଏହାର ମାଲିକାନା ରଣଦାନକାରୀ ସଂସ୍ଥାମାନଙ୍କ ହାତକୁ ଚାଲିଯିବାର ଭୟରେ ଆତଙ୍କିତ ହେଉଥିଲେ । ଏହି ବ୍ୟବସ୍ଥା ବେସରକାରୀ କ୍ଷେତ୍ରର ସମୃଦ୍ଧିରେ ଅନ୍ତରାୟ ସୃଷ୍ଟି କରୁଛି ବୋଲି ଅନୁଭବ କରାଯାଇ ନୂତନ ଶିଳ୍ପନୀତିରେ ତାହାର ବିଲୋପପାଇଁ ବ୍ୟବସ୍ଥା ଗ୍ରହଣ କରାଗଲା ।

(5) ଏକଚାଟିଆ ବାଣିଜ୍ୟ ଅଧିର ପ୍ରୟୋଗର କଟକଣା (MRTP) ଆଇନ ବ୍ୟବସ୍ଥାରେ କୋହଳ – 1967 MRTP ଆଇନ ଅନୁସାରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧ୍ଵ ସମ୍ପତ୍ତି ଠୁଳ କରିଥିବା ଶିଳ୍ପ ସଂସ୍ଥାମାନଙ୍କଠାରେ MRTP ଆଇନ ଲାଗୁ ହେବାର ବ୍ୟବସ୍ଥା ଥିଲା ।

CHSE Odisha Class 11 Economics Solutions Chapter 5 ଶିଳ୍ପ

ଏହି ଆଇନ୍ ଅନୁସାରେ ଆୟୋଗର ବିନା ଅନୁମତିରେ ଉପରୋକ୍ତ ସଂସ୍ଥାଗୁଡ଼ିକ ନୂଆ ବ୍ୟବସାୟ ପ୍ରତିଷ୍ଠାନ କରିପାରିବେ ନାହିଁ । ଫଳରେ ଦେଶରେ ଦ୍ରୁତ ଶିଳ୍ପ ବିକାଶ ଘଟିବାରେ ମଧ୍ୟ ହେଳା ହେଉଥିଲା । କିନ୍ତୁ ନୂଆ ଶିଳ୍ପନୀତି ଅନୁସାରେ ଏହି ଶିଳ୍ପସଂସ୍ଥାମାନେ ଯେକୌଣସି ଶିଳ୍ପ ପ୍ରତିଷ୍ଠାପାଇଁ ଆଉ MRTP ଆୟୋଗର ଅନୁମତିର ଦରକାର କରିବେ ନାହିଁ ।

(6) ଶିଳ୍ପ ପ୍ରତିଷ୍ଠାନ ଅଞ୍ଚଳ ନିର୍ଦ୍ଧାରଣରେ କୋହଳ ନୀତି – ଏଣିକି ଏକ ନିୟୁତରୁ କମ୍ ଥ‌ିବା ଜନବସତିରେ ଶିଳ୍ପ ପ୍ରତିଷ୍ଠାପାଇଁ ସରକାରଙ୍କଠାରୁ କୌଣସି ଅନୁମତିର ଆବଶ୍ୟକତା ରହିଲା ନାହିଁ । ଏକ ନିୟୁତରୁ ଅଧିକ ଥିବା ଜନବସତିର 25 କି.ମି. ଦୂରରେ ଶିଳ୍ପାଞ୍ଚଳ ଗଢ଼ିଉଠିପାରିବାର ବ୍ୟବସ୍ଥା କରାଗଲା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

Odisha State Board CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ Questions and Answers.

CHSE Odisha 11th Class Economics Solutions Chapter 7 ବୈଦେଶିକ ବାଣିଜ୍ୟ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଭାରତୀୟ ଆମଦାନୀର ସର୍ବବୃହତ୍ ଅଂଶ ହେଉଛି –
(i) ପେଟ୍ରୋଲଜାତ ଦ୍ରବ୍ୟ
(ii) ଖାଇବାତେଲ
(iii) ସାର
(iv) ଲୁହା ଓ ଇସ୍ପାତ
Answer:
(i) ପେଟ୍ରୋଲଜାତ ଦ୍ରବ୍ୟ

2. ଭାରତୀୟ ରପ୍ତାନିର ସର୍ବବୃହତ୍ ଅଂଶ ହେଉଛି –
(i) ଝୋଟଜାତ ଦ୍ରବ୍ୟ
(ii) ମୁକ୍ତା ଓ ଅଳଙ୍କାର
(iii) ଚମଡ଼ା
(iv) ତିଆରି ପୋଷାକ
Answer:
(ii) ମୁକ୍ତା ଓ ଅଳଙ୍କାର

3. ଭାରତ କେଉ ରାଷ୍ଟ୍ରରୁ ସର୍ବାଧ‌ିକ ଆମଦାନୀ କରୁଛି ।
(i) ଜର୍ମାନୀ
(ii) ଜାପାନ
(iii) ଯୁକ୍ତରାଷ୍ଟ୍ର ଆମେରିକା
(iv) ଇଂଲଣ୍ଡ
Answer:
(iii) ଯୁକ୍ତରାଷ୍ଟ୍ର ଆମେରିକା

4. ଭାରତ ସର୍ବାଧ୍ଵ ରପ୍ତାନି କେଉଁ ରାଷ୍ଟ୍ରକୁ କରଥାଏ ?
(i) ଜର୍ମାନୀ
(ii) ଜାପାନ
(iii) ଯୁକ୍ତରାଷ୍ଟ୍ର ଆମେରିକା
(iv) ଇଂଲଣ୍ଡ
Answer:
(iii) ଯୁକ୍ତରାଷ୍ଟ୍ର ଆମେରିକା

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

5. ଭାରତ ସର୍ବାଧ୍ଵ ରପ୍ତାନି କେଉଁ ରାଷ୍ଟ୍ରକୁ କରଥାଏ ?
(i) ଯୁକ୍ତରାଷ୍ଟ୍ର ଆମେରିକା
(ii) ଜାପାନ
(iii) ଯୁକ୍ତରାଷ୍ଟ୍ର ଆମେରିକା
(iv) ଇଂଲଣ୍ଡ
Answer:
(iii) ଯୁକ୍ତରାଷ୍ଟ୍ର ଆମେରିକା

5. ଭାରତର ସର୍ବଶ୍ରେଷ୍ଠ ବାଣିଜ୍ୟ ବନ୍ଧୁ ହେଉଛି –
(i) ଯୁକ୍ତରାଷ୍ଟ୍ର ଆମେରିକା
(ii) ଚିନ୍
(iii) ସଂଯୁକ୍ତ ଆରବ
(iv) ଇଂଲଣ୍ଡ
Answer:
(ii) ଚିନ୍

6. ଅର୍ଥନୈତିକ ସହଯୋଗ ଓ ଉନ୍ନୟନ ସଙ୍ଗଠନ କେତୋଟି ରାଷ୍ଟ୍ରକୁ ନେଇ ଗଠିତ ?
(i) 8 ଟି
(ii) 11 ଟି
(iii) 10 ଟି
(iv) 21 ଟି
Answer:
(iii) 10 ଟି

7. 2002-07 ରପ୍ତାନୀ-ଆମଦାନୀ ନୀତି ବାଣିଜ୍ୟିକ ଗୃହମାନଙ୍କୁ କେତୋଟି ଶ୍ରେଣୀରେ ବିଭକ୍ତ କରିଛି ?
(i) 4 ଟି
(ii) 10 ଟି
(iii) 6 ଟି
(iv) 11 ଟି
Answer:
(i) 4 ଟି

8. ବୈଦେଶିକ ବାଣିଜ୍ୟ ଅର୍ଥ କ’ଣ ?
(i) ଦେଶ ମଧ୍ୟରେ ବାଣିଜ୍ୟ
(ii) ଦେଶ ଦେଶ ମଧ୍ୟରେ ବାଣିଜ୍ୟ
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଦେଶ ଦେଶ ମଧ୍ୟରେ ବାଣିଜ୍ୟ

9. ଭାରତର ପାରମ୍ପରିକ ରପ୍ତାନି ଦ୍ରବ୍ୟର ନାମ ହେଲା :
(i) ଚା
(ii) ରାସାୟନିକ ସାର
(iii) ଚାଉଳ
(iv) ଖଣିଜ ତୈଳ
Answer:
(i) ଚା

10. ଏଥୁମଧ୍ୟରୁ କେଉଁଟି ପୁଞ୍ଜିଦ୍ରବ୍ୟର ଉଦାହରଣ ଅଟେ ?
(i) ଯନ୍ତ୍ରପାତି
(ii) ଖାଦ୍ୟଶସ୍ୟ
(iii) ଖାଇବା ତେଲ
(iv) ମୂଲ୍ୟବାନ୍ ପଥର
Answer:
(i) ଯନ୍ତ୍ରପାତି

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

11. ଦଶମ ଯୋଜନାର ରପ୍ତାନୀ-ଆମଦାନୀ ନୀତିର ଉଦ୍ଦେଶ୍ୟ କ’ଣ ଥିଲା ?
(i) ନୂଆ ରପ୍ତାନୀଯୋଗ୍ୟ ଦ୍ରବ୍ୟ ଚିହ୍ନଟ କରିବା
(ii) ଭାରତୀୟ ଟଙ୍କାର ଅବମୂଲ୍ୟାୟନ କରିବା
(iii) ଭାରତୀୟ ଟଙ୍କାକୁ ପୂର୍ଣ୍ଣ ପରିବର୍ତ୍ତନୀୟ କରିବା
(iv) ରପ୍ତାନୀ ଉପରୁ ପରିମାଣାତ୍ମକ କଟକଣା ଉଠାଇଦେବା
Answer:
(iv) ରପ୍ତାନୀ ଉପରୁ ପରିମାଣାତ୍ମକ କଟକଣା ଉଠାଇଦେବା

12. 2003-04 ମସିହାରେ ଭାରତର ବାଣିଜ୍ୟିକ ନିଅଣ୍ଟ କେତେ ଥିଲା ?
(i) 42,069 କୋଟି ଟଙ୍କା
(ii) 36181 କୋଟି ଟଙ୍କା
(iii) 65714 କୋଟି ଟଙ୍କା
(iv) 27302 କୋଟି ଟଙ୍କା
Answer:
(iii) 65714 କୋଟି ଟଙ୍କା

B. ଶୂନ୍ୟସ୍ଥାନ ପୂରଣ କର :

1. ଦେଶର ରାଜନୈତିକ ସୀମାର ବାହାରେ ଯେଉଁ ବାଣିଜ୍ୟିକ କାରବାର ହୋଇଥାଏ, ତାହାକୁ _______________ ବାଣିଜ୍ୟ କୁହାଯାଏ ।
Answer:
ବୈଦେଶିକ

2. ଦେଶ ମ୍‌ୟରେ ଦ୍ରବ୍ୟ ଓ ସେବାର ଦେଶନେତା ସହିତ ସଂପୃକ୍ତ ବାଣିଜ୍ୟିକ କାରବାର ହୋଇଥାଏ, ତାହାକୁ ____________________ ବାଣିଜ୍ୟ କୁହାଯାଏ ।
Answer:
ଆଭ୍ୟନ୍ତରୀଣ

3. ସ୍ଵାଧୀନତା ଲାଭ ପୂର୍ବରୁ ଭାରତର ବୈଦେଶିକ ବାଣିଜ୍ୟର ପ୍ରକୃତି ଥିଲା ସ୍ଵାଭାବିକ ଭାବେ _________________ ।
Answer:
ଉପନିବେଶବାଦ

4. ଯୋଜନା ଯୁଗରେ ଆମ ରପ୍ତାନୀ ବାଣିଜ୍ୟର ମୂଲ୍ୟ ଆମ ଆମଦାନୀ ବାଣିଜ୍ୟର ମୂଲ୍ୟ ସହିତ ତାଳଦେଇ ନ ପାରିବାରୁ _______________ ର ପରିମାଣ ଦିନକୁ ଦିନ ବୃଦ୍ଧି ପାଇଲା ।
Answer:
ବାଣିଜ୍ୟିକ ନିଅଣ୍ଟ

5. ଭାରତ, ଭୂଟାନ୍, ମାଳଦ୍ୱୀପ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କା ବ୍ୟତୀତ ଅନ୍ୟ ________________________ ଦେଶ SAARCର ସଦସ୍ୟ ଅଟେ ।
Answer:
ବାଙ୍ଗଲାଦେଶ

6. 1981 ମସିହାର ଟଣ୍ଡନ୍ କମିଟି ଏକ ________________________ ପ୍ରୋତ୍ସାହନ ନୀତି ପ୍ରବର୍ତ୍ତନପାଇଁ ସୁପାରିସ କରିଥିଲେ ।
Answer:
ରପ୍ତାନୀ

7. ________________ ସଙ୍ଗଠନ ନିକଟରେ ଭାରତର ବୃହତ୍ତମ ବାଣିଜ୍ୟିକ ଅଂଶୀଦାରଭାବେ ମୁଣ୍ଡ ଟେକିଛି ।
Answer:
ଇଉରୋପୀୟ ସଂଘ

8. ବିଗତ ଯୋଜନାକାଳ ମଧ୍ୟରେ ଉଭୟ ଆମଦାନୀ ଓ ରପ୍ତାନିର ମୂଲ୍ୟବୃଦ୍ଧି ପାଇଥିଲେ ମଧ୍ୟ ଆମଦାନୀ କ୍ଷେତ୍ରରେ ଏହା ରପ୍ତ।ନି ଅପେକ୍ଷ। ____________________ ଅଟେ ।
Answer:
ଅଧ୍ଯକ

9. 2004-09 ବୈଦେଶିକ ବାଣିଜ୍ୟ ନୀତିର ମେଳିକ ଲକ୍ଷ୍ୟ ହେଲା, ବାଣିଜ୍ୟକୁ _________________ କରିବା ।
Answer:
ଦ୍ବିଗୁଣିତ

10. ଉତ୍ତମ ଗୁଣଭା ରକ୍ଷାପାଇଁ, ରପ୍ତାନୀ ଦ୍ରବ୍ୟପାଇଁ ________________ ର ବ୍ୟବସ୍ଥା କରାଯିବ ।
Answer:
ଟ୍ରେଡ଼ମାର୍କ

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

11. 2004-09 ବୈଦେଶିକ ବାଣିଜ୍ୟ ନୀତି ଆମଦାନିକୁ ଉଦାରୀକରଣ ଓ ରପ୍ତାନିକୁ ପ୍ରୋତ୍ସାହନ ଦେଇ ମୁଖ୍ୟତଃ __________________ ରପ୍ତାନି ଅଭିବୃଦ୍ଧି ଉପରେ ଗୁରୁତ୍ଵ ଦେଇଛି ।
Answer:
ଆମଦାନୀ ଭିତ୍ତିକ

12. 2004-09 ବୈଦେଶିକ ବାଣିଜ୍ୟ ନୀତିରେ ଲକ୍ଷ୍ୟ ରଖାଯାଇଥିଲା ଯେ, ପ୍ରତିବର୍ଷ ବାର୍ଷିକ ବୈଦେଶିକ ବାଣିଜ୍ୟର ଅଭିବୃଦ୍ଧିହାର ହେବ 16 ପ୍ରତିଶତ, କିନ୍ତୁ 2004-05 ଆର୍ଥିକ ବର୍ଷରେ ବୈଦେଶିକ ବାଣିଜ୍ୟର ଅଭିବୃଦ୍ଧିହାର ______________________ ପ୍ରତିଶତ ।
Answer:
24

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବାଣିଜ୍ୟିକ ମୂଲ୍ୟ କାହାକୁ କହନ୍ତି ?
Answer:
କୌଣସି ନିର୍ଦ୍ଦିଷ୍ଟ ବର୍ଷ ମଧ୍ୟ ଏକ ରାଷ୍ଟ୍ରର ସମସ୍ତ ରପ୍ତାନି ଓ ଆମଦାନିର ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ

2. ବାଣିଜ୍ୟ ସଂରଚନା କହିଲେ କ’ଣ ବୁଝ ?
Answer:
ଏକ ରାଷ୍ଟ୍ରର ରପ୍ତାନି ଏବଂ ଆମଦାନି ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା ବା ସାମାହାର କହନ୍ତି ।

3. ବାଣିଜ୍ୟ ସଂରଚନା କ’ଣ ସୂଚନା ଦିଏ ?
Answer:
ବାଣିଜ୍ୟ ସଂରଚନା ରାଷ୍ଟ୍ରର ଅଭିବୃଦ୍ଧିର ମାତ୍ରା ସୃଷ୍ଟିକରିବା ସହିତ ରାଷ୍ଟ୍ରର ଅର୍ଥନୈତିକ ଢାଞ୍ଚା ସୂଚାଇଥାଏ ।

4. ଭାରତର ଦୁଇଟି ଆମଦାନୀ ଦ୍ରବ୍ୟର ନାମ ଲେଖ ।
Answer:
ଭାରତର ଦୁଇଟି ଆମଦାନୀ ଦ୍ରବ୍ୟ ହେଲା – (i) ପେଟ୍ରୋଲଜାତ ଦ୍ରବ୍ୟ (ii) ଖାଇବାତେଲ ।

5. ଭାରତର ସର୍ବାଧ୍ଵ ରପ୍ତାନି ଓ ଆମଦାନୀ ଦ୍ରବ୍ୟର ନାମ ଲେଖ ।
Answer:
ଭାରତର ସର୍ବାଧ୍ଵ ରପ୍ତାନି ଓ ଆମଦାନି ଦ୍ରବ୍ୟ ହେଲା – (i) ମୁକ୍ତା ଓ ଅଳଙ୍କାର, (ii) ପେଟ୍ରୋଲଜାତ ଦ୍ରବ୍ୟ ।

6. ଭାରତର ଦୁଇଟି ରପ୍ତାନି ଓ ଆମଦାନି ଦ୍ରବ୍ୟର ନାମ ଲେଖ ।
Answer:
ଭାରତର ଦୁଇଟି ରପ୍ତାନି ଓ ଆମଦାନି ଦ୍ରବଣ ନାମ ହେଲା– (i) ମୁକ୍ତା ଓ ଅଳଙ୍କାର, (ii) ତିଆରି ପୋଷାକ ।

7. ବାଣିଜ୍ୟର ଦିଗ କହିଲେ କ’ଣ ବୁଝ ?
Answer:
କୌଣସି ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଥ‌ିବା ବାଣିଜ୍ୟିକ ସମ୍ପର୍କକୁ ବହିଃବାଣିଜ୍ୟର ଦିଗ କୁହାଯାଏ ।

8. କେତୋଟି ରାଷ୍ଟ୍ରକୁ ନେଇ OECD ରାଷ୍ଟ୍ର ଗଠିତ ।
Answer:
ଦଶଟି ରାଷ୍ଟ୍ରକୁ ନେଇ OECD ରାଷ୍ଟ୍ର ଗଠିତ ।

9. କେଉଁ ରାଷ୍ଟ୍ର ଭାରତର ପ୍ରମୁଖ ବାଣିଜ୍ୟିକ ବନ୍ଧୁ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ଭାରତର ପ୍ରମୁଖ ବାଣିଜ୍ୟିକ ବନ୍ଧୁ ।

10. OPEC କୁ ପୂର୍ଣ ରୂପରେ ଲେଖ ।
Answer:
ତୈଳ ଉତ୍ପାଦନକାରୀ ଓ ରପ୍ତାନିକାରୀ

11. ଦାନ-ପ୍ରଦାନ ସମତୁଳନ ସମସ୍ୟା ରାଷ୍ଟ୍ର ସମୂହ । କହିଲେ କ’ଣ ବୁଝ ?
Answer:
ଯଦି ରପ୍ତାନି ମୂଲ୍ୟ ଆମଦାନୀ ମୂଲ୍ୟଠାରୁ କହୁଏ, ରାଷ୍ଟ୍ରକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ; କାରଣ ରାଷ୍ଟ୍ରର ପ୍ରାପ୍ୟ ଦେଶ ମୂଲ୍ୟଠାରୁ କମ୍ । ଏହାକୁ ଆମଦାନପ୍ରଦାନ ସମତୁଳନ ସମସ୍ୟା ବୋଲି କୁହାଯାଏ ।

12. ଆଦାନ-ପ୍ରଦାନ ସମସ୍ୟାର ସମାଧାନପାଇଁ ଭାରତ ନେଉଥ‌ିବା ନୀତିର ନାମ କ’ଣ ?
Answer:
ଆଦାନ-ପ୍ରଦାନ ସମସ୍ୟାର ସମାଧାନପାଇଁ ଭାରତ ନେଉଥ‌ିବା ନୀତି ହେଉଛି ରପ୍ତାନି ବର୍ଶନ ଓ ଆମଦାନି ପ୍ରତିସ୍ଥାପନ ।

13. ରପ୍ତାନୀ-ଆମଦାନୀ ନୀତି 2004-09ର ଆଭିମୁଖ୍ୟ କ’ଣ ?
Answer:
ରପ୍ତାନୀ-ଆମଦାନୀ ନୀତି 2004-09ର ଆଭିମୁଖ୍ୟ ହେଲା– ବିଶ୍ଵ ବଜାରରେ ଭାରତର ବାଣିଜ୍ୟିକ ଅଂଶ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ବିଗୁଣିତ କରିବା ଏବଂ ତା ସଙ୍ଗେ ସଙ୍ଗେ ଦେଶର ନିଯୁକ୍ତି ସମ୍ଭାବନାକୁ ମଧ୍ୟ ବୃଦ୍ଧି କରିବା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

14. କେତୋଟି ଦ୍ରବ୍ୟର ରପ୍ତାନୀ ବୃଦ୍ଧିପାଇଁ 2002-07 ରପ୍ତାନୀ-ଆମଦାନୀ ନୀତି ପ୍ରୋତ୍ସାହନ ପ୍ରଦାନ କରିଛି ?
Answer:
ଯାନ୍ତ୍ରିକ ଦ୍ରବ୍ୟ, ବୈଦ୍ୟୁତିକ ଦ୍ରବ୍ୟ, ହାତବନ୍ଧା ଘଡ଼ି, ଯୋତା-ଚପଲ, ରାସାୟନିକ ଦ୍ରବ୍ୟ, ଗହଣା ଇତ୍ୟାଦି 106ଟି ଦ୍ରବ୍ୟକୁ ରପ୍ତାନୀ ପ୍ରୋତ୍ସାହନ ପ୍ରଦାନ ପାଇଁ ଚିହ୍ନଟ କରାଯାଇଥିଲା ।

15. ବାଣିଜ୍ୟିକ ଗୃହ କାହାକୁ କହନ୍ତି ?
Answer:
ଯେଉଁ ଗୁଣଗୁଡ଼ିକ ହାରାହାରି 25କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦ୍ରବ୍ୟ ରପ୍ତାନି କରୁଥ‌ିବେ, ତାହାକୁ ବାଣିଜ୍ୟିକ ଗୃହ କୁହାଯାଏ ।

16. ଦେଶୀୟ ବାଣିଜ୍ୟ କାହାକୁ କୁହାଯାଏ ?
Answer:
କୌଣସି ରାଷ୍ଟ୍ରର ଭୌଗୋଳିକ ସୀମା ମଧ୍ୟରେ କରାଯାଉଥ‌ିବା ବାଣିଜ୍ୟ କାରବାରକୁ ଦେଶୀୟ ବାଣିଜ୍ୟ କୁହାଯାଏ ।

17. ବୈଦେଶିକ ବାଣିଜ୍ୟ କହିଲେ କ’ଣ ବୁଝ ?
Answer:
କୌଣସି ଦେଶ ପୃଥ‌ିବୀର ଅନ୍ୟ ଦେଶ ସହିତ କରୁଥିବା ବାଣିଜ୍ୟ କାରବାରକୁ ବୈଦେଶିକ ବାଣିଜ୍ୟ କୁହାଯାଏ ।

18. ଆମଦାନୀ କହିଲେ କ’ଣ ବୁଝାଯାଏ ?
Answer:
କୌଣସି ଦେଶ ନିଜ ଦେଶର କୌଣସି ଦ୍ରବ୍ୟର ଚାହିଦାର ପରିପୂରଣପାଇଁ ଅନ୍ୟ ଦେଶରୁ ସେହି ଦ୍ରବ୍ୟ ଗ୍ରହଣ କରିବାକୁ ଆମଦାନୀ କୁହାଯାଏ ।

19. ରପ୍ତାନୀ କାହାକୁ କହନ୍ତି ?
Answer:
କୌଣସି ଦେଶ ନିଜ ଦେଶରେ ଉତ୍ପାଦିତ ହେଉଥ‌ିବା ଦ୍ରବ୍ୟ ଅନ୍ୟ ଦେଶକୁ ଯୋଗାଣ କଲେ ତାହାକୁ ରପ୍ତାନୀ କୁହାଯାଏ ।

20. ଦ୍ରବ୍ୟ ଆମଦାନୀର ବିଶେଷତ୍ଵ କ’ଣ ?
Answer:
ନିଜ ଦେଶରେ ସୁବିଧାରେ ଉତ୍ପାଦିତ ହୋଇପାରୁନଥିବା ଦ୍ରବ୍ୟ ବିଦେଶରୁ ସ୍ଵଳ୍ପ ମୂଲ୍ୟରେ ଗ୍ରହଣ କରି ଦେଶ ଭିତରେ ଚାହିଦା ପୂରଣ କରିବାପାଇଁ ଆମଦାନୀର ବିଶେଷତ୍ଵ ।

21. ମୁଦ୍ରାର ଅବମୂଲ୍ୟାୟନ କହିଲେ କ’ଣ ବୁଝାଯାଏ ?
Answer:
କୌଣସି ରାଷ୍ଟ୍ରର ମୁଦ୍ରାର ମୂଲ୍ୟ ଅନ୍ୟ ରାଷ୍ଟ୍ରମାନଙ୍କ ମୁଦ୍ରାର ମୂଲ୍ୟ ତୁଳନାରେ ହ୍ରାସ କରାଗଲେ ତାହାକୁ ଅବମୂଲ୍ୟାୟନ କୁହାଯାଏ ।

22. ମୁଦ୍ରାର ମୂଲ୍ୟ ଅବମୂଲ୍ୟାୟନ କରାଗଲେ ବହିର୍ବାଣିଜ୍ୟରେ କି ପ୍ରଭାବ ପଡ଼ିଥାଏ ।
Answer:
ମୁଦ୍ରାର ମୂଲ୍ୟ ଅବମୂଲ୍ୟାୟନ କରାଗଲେ ରପ୍ତାନୀ ବୃଦ୍ଧିପାଏ ।

23. ନିଅଣ୍ଟିଆ ବାଣିଜ୍ୟ କ’ଣ ?
Answer:
ଯେତେବେଳେ ଆମଦାନୀର ମୂଲ୍ୟ ରପ୍ତାନୀର ମୂଲ୍ୟଠାରୁ ଅଧିକ ହୁଏ । ତାହାକୁ ନିଅଣ୍ଟିଆ ବାଣିଜ୍ୟ କୁହାଯାଏ ।

24. ମୁଦ୍ରାର ଅବମୂଲ୍ୟାୟନଦ୍ୱାରା ଘରୋଇ ଦ୍ରବ୍ୟର ଦାମ୍‌ରେ କି ପରିବର୍ତ୍ତନ ଦେଖାଦିଏ ?
Answer:
ମୁଦ୍ରାର ଅବମୂଲ୍ୟାୟନଦ୍ୱାରା ଘରୋଇ ଦ୍ରବ୍ୟର ଦାମ୍ ବିଦେଶୀ ଦ୍ରବ୍ୟର ଦାମ୍ ତୁଳନାରେ ହ୍ରାସପାଏ ବା ଘରୋଇ ଦ୍ରବ୍ୟ ଅପେକ୍ଷାକୃତ ଶସ୍ତା ହୋଇଥାଏ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୂଲ କି ଠିକ୍ ଲେଖ ।

ରେଖାଙ୍କିତ ଅଂଶର ପରିବର୍ତ୍ତନ ନକରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।
1. ବୈଦେଶିକ ବାଣିଜ୍ୟ କହିଲେ ଦେଶ ମଧ୍ୟରେ କ୍ରୟବିକ୍ରୟ କରାଯାଉଥ‌ିବା ଦ୍ରବ୍ୟ ଓ ସବୋକୁ ବୁଝାଇଥାଏ ।
Answer:
ବୈଦେଶିକ ବାଣିଜ୍ୟ କହିଲେ ଦେଶ ଦେଶ ମଧ୍ୟରେ କ୍ରୟ ବିକ୍ରୟ କରାଯାଉଥିବା ଦ୍ରବ୍ୟ ଓ ସେବାକୁ ବୁଝାଇଥାଏ ।

2. ବୈଦେଶିକ ବାଣିଜ୍ୟ କାରବାରରେ କେବଳ ରପ୍ତାନୀ କରୁଥିବା ରାଷ୍ଟ୍ର ଉପକୃତ ହୋଇଥାଏ ।
Answer:
ବୈଦେଶିକ ବାଣିଜ୍ୟ କାରବାରରେ ଉଭୟ ରପ୍ତାନୀ ଓ ଆମଦାନୀ କରୁଥିବା ରାଷ୍ଟ୍ର ଉପକୃତ ହୋଇଥା’ନ୍ତି ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

3. ଆମଦାନୀ ମାଧ୍ୟମରେ ଦେଶର ଉଦ୍‌ବୃତ୍ତ ଉତ୍ପାଦନ ବିକ୍ରୟ ପାଇଁ ସୁଯୋଗ ସୃଷ୍ଟି ହୁଏ ।
Answer:
ରପ୍ତାନୀ ମାଧ୍ୟମରେ ଦେଶର ଉଦ୍‌ବୃତ୍ତ ଉତ୍ପାଦନ ବିକ୍ରୟ ପାଇଁ ସୁଯୋଗ ସୃଷ୍ଟି ହୁଏ ।

4. 2000-01 ଆର୍ଥିକ ବର୍ଷରେ ରପ୍ତାନୀଠାରୁ ଆମଦାନୀ କମ୍ ହୋଇଥିଲା ।
Answer:
2000-01 ଆର୍ଥିକ ବର୍ଷରେ ରପ୍ତାନୀଠାରୁ ଆମଦାନୀ ଅଧିକ ହୋଇଥିଲା ।

5. ଭାରତରେ ରପ୍ତାନୀ-ଆମଦାନୀ ଅନୁପାତ ବୃଦ୍ଧି ପାଇ ଆସୁଛି ।
Answer:
ଭାରତରେ ରପ୍ତାନୀ-ଆମଦାନୀ ଅନୁପାତ ହ୍ରାସ ପାଇ ଆସୁଛି ।

6. ରପ୍ତାନୀ ଆମଦାନୀଠାରୁ ଅଧିକ ହେଲେ ଏହା ଦେଶ ପାଇଁ ହିତକର ।
Answer:
ଠିକ୍

7. ରପ୍ତାନୀ ଆମଦାନୀଠାରୁ ଅଧ୍ଵ ହେଲେ ନିଅଣ୍ଟିଆ ବାଣିଜ୍ୟିକ ପରିସ୍ଥିତି ସୃଷ୍ଟି ହୁଏ ।
Answer:
ଆମଦାନୀ ରପ୍ତାନୀଠାରୁ ଅଧିକ ହେଲେ ନିଅଣ୍ଟିଆ ବାଣିଜ୍ୟିକ ପରିସ୍ଥିତି ସୃଷ୍ଟି ହୁଏ ।

8. ଘରୋଇ ଦ୍ରବ୍ଯ ପ୍ରତିବଦଳରେ ବିଦେଶୀ ଦ୍ରବ୍ୟର ଚାହିଦା ବୃଦ୍ଧି ଆମଦାନୀ ପ୍ରତିସ୍ଥାପନର ଉଦାହରଣ ।
Answer:
ବିଦେଶୀ ଦ୍ରବ୍ୟ ପ୍ରତିବଦଳରେ ଘରୋଇ ଦ୍ରବ୍ୟର ଚାହିଦା ବୃଦ୍ଧି ଆମଦାନୀ ପ୍ରତିସ୍ଥାପନର ଉଦାହରଣ ।

9. କୋହଳ ବାଣିଜ୍ୟ ନୀତି ଯୋଗୁଁ ଆମଦାନୀ ହ୍ରାସ ପାଇଛି ।
Answer:
କୋହଳ ବାଣିଜ୍ୟ ନୀତି ଯୋଗୁଁ ଆମଦାନୀ ବୃଦ୍ଧି ପାଇଛି ।

10. ଭାରତର ଅଧିକାଂଶ ବାଣିଜ୍ୟ ବିକାଶଶୀଳ ଦେଶମାନଙ୍କ ସହିତ ହୋଇଥାଏ ।
Answer:
ଭାରତର ଅଧିକାଂଶ ବାଣିଜ୍ୟ ବିକଶିତ ଦେଶମାନଙ୍କ ସହିତ ହୋଇଥାଏ ।

11. ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ଭାରତ ମୁଖ୍ୟତଃ କୃଷିଜାତ ଦ୍ରବ୍ୟ ରପ୍ତାନି କରୁଥିଲା ।
Answer:
ଠିକ୍ ।

12. 1981 ମସିହାର ଟଣ୍ଡନ୍ କମିଟି ଏକ ଆମଦାନୀ ପ୍ରୋତ୍ସାହକ ନୀତି ପ୍ରବର୍ତ୍ତନପାଇଁ ସୁପାରିସ୍ କରିଥିଲା ।
Answer:
1981 ମସିହାର ଟଣ୍ଡନ୍ କମିଟି ଏକ ରପ୍ତାନୀ ପ୍ରୋତ୍ସାହକ ନୀତି ପ୍ରବର୍ତ୍ତନ ପାଇଁ ସୁପାରିସ୍ କରିଥିଲା ।

13. ପେଟ୍ରୋଲିୟମ୍ ସମ୍ବନ୍ଧୀୟ ପଦାର୍ଥ ହେଉଛି ଭାରତର ଏକ ଗୁରୁତ୍ଵପୂର୍ଣ ରପ୍ତାନୀ ଦ୍ରବ୍ୟ ।
Answer:
ପେଟ୍ରୋଲିୟମ୍ ସମ୍ବନ୍ଧୀୟ ପଦାର୍ଥ ହେଉ ଭାରତର ଏକ ଆମଦାନୀ ଦ୍ରବ୍ୟ ।

14. ଆମଦାନୀକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆମ ଦେଶରେ ସ୍ବତନ୍ତ୍ର ଆର୍ଥନୀତିକ ମଣ୍ଡଳମାନ ପ୍ରତିଷ୍ଠା କରାଯାଇଛି ।
Answer:
ରପ୍ତାନୀକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆମ ଦେଶରେ ସ୍ଵତନ୍ତ୍ର ଆର୍ଥନୀତିକ ମଣ୍ଡଳମାନ ପ୍ରତିଷ୍ଠା କରାଯାଇଛି ।

15. ଭାରତ ଯୋଜନା ଯୁଗରେ ପ୍ରବେଶ କଲାବେଳେ ଏହାର ବାଣିଜ୍ୟ ନୀତି ‘ଆର୍ଥନୀତିକ ଜାତୀୟତାବାଦ’ ଓ ରପ୍ତାନୀ ପ୍ରତି ଅନାଗ୍ରହ’ ଆଦର୍ଶ ଦ୍ଵୟ ଦ୍ବାରା ଅନୁପ୍ରାଣିତ ହୋଇଥିଲା ।
Answer:
ଭାରତ ଯୋଜନା ଯୁଗରେ ପ୍ରବେଶ କଲାବେଳେ ଏହାର ବାଣିଜ୍ୟ ନୀତି ‘ଆର୍ଥନୀତିକ ଜାତୀୟତାବାଦ’ ଓ ‘ରପ୍ତାନୀ ପ୍ରତି ଅନାଗ୍ରହ’ ଆଦର୍ଶ ଦ୍ଵୟ ଦ୍ବାରା ଅନୁପ୍ରାଣିତ ହୋଇଥିଲା ।

16. ଖୋଲା ସାଧାରଣ ଲାଇସେନ୍ସ ବ୍ୟବସ୍ଥା ପୁଂଜିଦ୍ରବ୍ୟ, କଞ୍ଚାମାଲ ଓ ଯନ୍ତ୍ରପାତିର ରପ୍ତାନୀକୁ ସୁବିଧାଜନକ କରିବା ପାଇଁ ପ୍ରବର୍ତ୍ତନ କରାଯାଇଥିଲା ।
Answer:
ଖୋଲା ସାଧାରଣ ଲାଇସେନ୍ସ ବ୍ୟବସ୍ଥା ପୁଞ୍ଜିଦ୍ରବ୍ୟ, କଞ୍ଚାମାଲ୍ ଓ ଯନ୍ତ୍ରପାତିର ଆମଦାନୀକୁ ସୁବିଧାଜନକ କରିବା ପାଇଁ ପ୍ରବର୍ତ୍ତନ କରାଯାଇଥିଲା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

17. ସ୍ଵାଧୀନତା ଲାଭ ପୂର୍ବରୁ ଭାରତର ରପ୍ତାନୀ – ଆମଦାନୀ ନୀତି ଔପନିବେଶିକ ସ୍ବାର୍ଥ ସାଧନ ଉଦ୍ଦେଶ୍ୟରେ ପରିଚାଳିତ ହେଉଥିଲା ।
Answer:
ଠିକ୍ ।

E. ତିନୋଟି ବାକ୍ୟ ମଧ୍ଯରେ ନିମ୍ନଲିଖ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।

1. ବାଣିଜ୍ୟ ସଂରଚନା କ’ଣ ?
Answer:
ଏକ ରାଷ୍ଟ୍ରର ରପ୍ତାନୀ ଏବଂ ଆମଦାନୀ ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା କୁହାଯାଏ । ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ଭାରତ କେବଳ ଖାଦ୍ୟଶସ୍ୟ ଯଥା – କଫି, ଚା, ତୈଳବୀଜ, ମସଲା ଏବଂ ଚମଡ଼ା, ତୁଳାବସ୍ତ୍ର ଓ ତୂଳା ରପ୍ତାନୀ କରୁଥିଲା । ଅନ୍ୟପକ୍ଷରେ ଆମଦାନୀ ସାମଗ୍ରୀରେ ମୁଖ୍ୟତଃ ବିଭିନ୍ନ ଖାଉଟି ଦ୍ରବ୍ୟ, ମେସିନ୍, ଲୁହା ଓ ଇସ୍ପାତ ଦ୍ରବ୍ୟ ତଥା ବିଭିନ୍ନ ରାସାୟନିକ ଦ୍ରବ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ ସ୍ଵାଧୀନତାପ୍ରାପ୍ତି ପରେ ପରେ ଭାରତରେ ନିର୍ମାଣ ଯୁଗ ଆରମ୍ଭ ହେଲା ।

ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ନିମନ୍ତେ ବିଦେଶରୁ ବିଭିନ୍ନ ଯନ୍ତ୍ରପାତି, କଳକବ୍‌ଜା, ପୁଞ୍ଜିଦ୍ରବ୍ୟ ଏବଂ କେତେକ ଖାଉଟୀ ଦ୍ରବ୍ୟ ଆମଦାନୀ କରିବାକୁ ପଡ଼ିଲା । ତେଣୁ ଆମଦାନୀ ପରିମାଣରେ ବୃଦ୍ଧି ଘଟିଲା ସେହିପରି ରପ୍ତାନି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଲା । କେତେକ ପାରମ୍ପରିକ ଦ୍ରବ୍ୟ ବ୍ୟତୀତ ବିବିଧ ଅଣପାରମ୍ପରିକ ସାମଗ୍ରୀ ଦେଶ ବିଦେଶକୁ ରପ୍ତାନୀ କରିବାରେ ସମର୍ଥ ହେବାର ଦେଖାଗଲା । ତେଣୁ ସ୍ବାଧୀନତା ପରେ ଦେଶର ବୈଦେଶିକ ବାଣିଜ୍ର କ୍ଷେତ୍ରରେ ପରିମାଣାତ୍ମକ ତଥା ବିବିଧତା ଅଭିବୃଦ୍ଧି ପ୍ରତୀୟମାନ ହୁଏ ।

2. ଆମଦାନୀ ସଂରଚନା କ’ଣ ?
Answer:
ଆମଦାନୀ ବା ରପ୍ତାନୀ କଲାବେଳେ ବିବିଧ ଦ୍ରବ୍ୟ ଓ ସେବାର ପରିମାଣ ତଥା ମୂଲ୍ୟର ଗତିକୁ ବିଶ୍ଳେଷଣ କରାଯାଏ । ପରାଧୀନ ଭାରତ ଓ ସ୍ଵାଧୀନୋତ୍ତର ଭାରତର ଆମଦାନୀ ସଂରଚନାରେ ଥ‌ିବା ଦ୍ରବ୍ୟରେ ଯଥେଷ୍ଟ ଅସାମଞ୍ଜସ୍ୟ ଅନୁଭୂତ ହୁଏ । 2007-08ରେ ପେଟ୍ରୋଲ ଓ ପିଚ୍ଛିଳ ପଦାର୍ଥ, ମୁକ୍ତା, ମୂଲ୍ୟବାନ ପଥର, ଲୁହା ଓ ଇସ୍ପାତ, ସାର, ବିଭିନ୍ନ ପ୍ରକାର ପୁଞ୍ଜିଦ୍ରବ୍ୟର ଆମଦାନୀର ଅତ୍ୟଧ୍ବକ ବୃଦ୍ଧି ଘଟିଲା ।

1960-61 ମସିହା ପୂର୍ବରୁ ଦେଶ ଖାଦ୍ୟଦ୍ରବ୍ୟ ଆମଦାନୀ କରୁଥିଲା । ଏହା ଆମଦାନୀ ସଂରଚନାରେ ବିଶେଷଭାବେ ହ୍ରାସ ଘଟିଛି । ଦେଶ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଖାଉଟି ଦ୍ରବ୍ୟ ଉତ୍ପାଦନରେ ସ୍ଵାବଲମ୍ବୀ ହୋଇଥିବା କାରଣରୁ ଏପ୍ରକାର ପରିବର୍ତ୍ତନ ଦେଖାଦେଇଛି ।

3. ରପ୍ତାନୀ ସଂରଚନା କ’ଣ ?
Answer:
ଭାରତୀୟ ରପ୍ତାନୀ ବାଣିଜ୍ୟର ରୂପରେଖ ଅଧ୍ୟୟନ କଲେ ଏଥୁରେ କାଳକ୍ରମେ କୃଷି ଓ କୃଷି-ସଂଶ୍ଳିଷ୍ଟ ଦ୍ରବଣ ଗୁରୁତ୍ଵ ହ୍ରାସ ଏବଂ ପାରମ୍ପରିକ ଓ ଅଣପାରମ୍ପରିକ ଶିଳ୍ପଜାତ ଦ୍ରବ୍ୟର ଗୁରୁତ୍ଵ ବୃଦ୍ଧି ପାଇଛି । ତେଣୁ ଦେଶ ଅନୁନ୍ନତ ପ୍ରାଥମିକ ଦ୍ରବ୍ୟ ଉତ୍ପାଦନକାରୀ ସ୍ତର ଅତିକ୍ରମ କରି ଏକ ସ୍ପନ୍ଦିତ ଶିଳ୍ପ ଅର୍ଥନୀତିରେ ପରିଣତ ହୋଇପାରିଛି । ଝୋଟ, ଚା’ ଏବଂ ଅନ୍ୟାନ୍ୟ ପାରମ୍ପରିକ ଦ୍ରବ୍ୟଗୁଡ଼ିକର ରପ୍ତାନୀ ଦ୍ରୁତଗତିରେ ହ୍ରାସ ପାଇଛି । ଅନ୍ୟପକ୍ଷରେ ହସ୍ତଶିଳ୍ପ, ପୋଷାକପତ୍ର, ମେସିନ୍ ଓ ବିଭିନ୍ନ ଯାନ୍ତ୍ରିକ ଦ୍ରବ୍ୟ, ଚମଡ଼ା ଓ ଚମଡ଼ା ନିମତ ବିଭିନ୍ନ ସାମଗ୍ରୀର ରପ୍ତାନୀ ବୃଦ୍ଧି ପାଇଛି । ବର୍ତ୍ତମାନର ରପ୍ତାନୀ ସଂରଚନାରେ ମୁକ୍ତା ଓ ଅଳଙ୍କାରର ସ୍ଥାନ ସର୍ବାଗ୍ରେ ଥ‌ିବାର ଦେଖାଯାଏ ।

4. ବୈଦେଶିକ ବାଣିଜ୍ୟର ଦିଗ କହିଲେ କ’ଣ ବୁଝ ?
Answer:
ବୈଦେଶିକ ବାଣିଜ୍ୟର ଦିଗ କହିଲେ ଆମକୁ ବୁଝିବାକୁ ହେବ ଯେ କେଉଁ କେଉଁ ଦେଶ ସହିତ ଆମର ବାଣିଜ୍ୟ କାରବାର ସଂଶ୍ଳିଷ୍ଟ । ସ୍ଵାଧୀନତା ପୂବେ ଇଂଲଣ୍ଡ ଆମର ବୈଦେଶିକ ବାଣିଜ୍ୟର ପ୍ରଧାନ ଅଂଶୀଦାର ଥିଲା । ବର୍ତ୍ତମାନ ଏହା ଦ୍ରୁତ ଗତିରେ ହ୍ରାସ ପାଇଥ୍‌ବାର ଦେଖାଯାଏ । ତେବେ ବର୍ତ୍ତମାନ ଆମ ଦେଶର ବାଣିଜ୍ୟ ପୃଥ‌ିବୀର ପ୍ରାୟ 190ଟି ଦେଶ ସହିତ ସଂପୃକ୍ତ ।

ଫଳରେ ବୈଦେଶିକ ବାଣିଜ୍ୟର ଦିଗ ଅଧ୍ଵକ ବ୍ୟାପକ ତଥା ବିସ୍ତୀର୍ଣ୍ଣ ହୋଇପାରିଛି । ବର୍ତ୍ତମାନ ଆମେରିକା ଭାରତର ପ୍ରମୁଖ ବାଣିଜ୍ୟ ଅଂଶୀଦାର ଭାବେ ମୁଣ୍ଡ ଟେକିଛି । ଏଥୁସହିତ ଇଉରୋପୀୟ ରାଷ୍ଟ୍ର ସଂଘଭୁକ୍ତ ଦେଶ, ଏସିଆ ଓ ଓସିଆନିଆ, ସାର୍କ ଦେଶମାନଙ୍କ ସହିତ ପୂର୍ବ ଓ ଦକ୍ଷିଣପୂର୍ବ ଏସିଆ, ଚୀନ ଏବଂ ଆଫ୍ରିକୀୟ ଦେଶମାନଙ୍କ ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ରହିଛି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
F. ତିନୋଟି ବାକ୍ୟ ମଧ୍ଯରେ ନିମ୍ନଲିଖ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।

1. ରପ୍ତାନୀ ପ୍ରୋତ୍ସାହନ ଓ ଆମଦାନୀ ପ୍ରତିସ୍ଥାପନ ।
Answer:
ଯଦି ରପ୍ତାନୀ ମୂଲ୍ୟ ଆମଦାନୀ ମୂଲ୍ୟଠାରୁ କମ୍ ହୁଏ, ରାଷ୍ଟ୍ରକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ; କାରଣ ରାଷ୍ଟ୍ରର ପ୍ରାପ୍ୟ ଦେଶ ମୂଲ୍ୟଠାରୁ କମ୍ । ଏହାକୁ ଆଦାନ ପ୍ରଦାନ ସମତୁଳନ ସମସ୍ୟା ବୋଲି କୁହାଯାଏ । ଭାରତ ସମେତ ସମସ୍ତ ବିକାଶଶୀଳ ରାଷ୍ଟ୍ର ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଭାରତ ରପ୍ତାନୀ ବୃଦ୍ଧି ଏବଂ ଆମଦାନୀ ହ୍ରାସ କରିବାକୁ ତା’ର ଉଦ୍ୟମ ଜାରି ରଖୁଛି ।

ରପ୍ତାନୀ ବର୍ଦ୍ଧନ ଓ ଆମଦାନୀ ପ୍ରତିସ୍ଥାପନ ଆମର ଜାତୀୟ ନୀତି ହିସାବରେ ଗ୍ରହଣ କରାଯାଇଛି । ବିଦେଶର ଉତ୍ପାଦନକାରୀଙ୍କୁ ପ୍ରତିଯୋଗିତାରୁ ରକ୍ଷା କରିବା ନିମିତ୍ତ, ଭାରତୀୟ ବାଣିଜ୍ୟଭିତ୍ତିକ ଶିଳ୍ପଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ସରକାର ବିଭିନ୍ନ ପ୍ରକାରର ପ୍ରୋତ୍ସାହନମାନ ଦେବାକୁ ଆଗେଇ ଆସିଲେ । ଆମଦାନୀ ହେଉଥ‌ିବା ଦ୍ରବ୍ୟର ବିକଳ୍ପ ନିଜେ ତିଆରି କରିବାକୁ ଆମଦାନୀ ପ୍ରତିସ୍ଥାପନ କୁହାଯାଏ । ରାଷ୍ଟ୍ର ଅଧ୍ଵ ଯନ୍ତ୍ରପାତି, ପ୍ରାବିଧ‌ି ଜ୍ଞାନ ଇତ୍ୟାଦି ହାସଲ କଲେ ଆମଦାନୀ ପ୍ରତିସ୍ଥାପନ ଦ୍ରବ୍ୟ ତିଆରି କରିପାରିବ । ଏବଂ ଶିଳ୍ପର ବିକାଶ ପାଇଁ ଯନ୍ତ୍ରପାତି, କଳକବ୍‌ଜା ତଥା ଆଧୁନିକ ଜ୍ଞାନ କୌଶଳର ଆବଶ୍ୟକତା ହେଲା । ଏଣୁ ବାଣିଜ୍ୟନୀତିରେ କୋହଳ ଆମଦାନୀ ମାଧ୍ୟମରେ ରପ୍ତାନୀ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଗଲା ।

2. ଆନ୍ତର୍ଜାତିକ ବାଣିଜ୍ୟ ଓ ଆଭ୍ୟନ୍ତରୀଣ ବାଣିଜ୍ୟ
Answer:
ଦେଶର ଅର୍ଥନୈତିକ ଉନ୍ନୟନ ପ୍ରକ୍ରିୟାରେ ବୈଦେଶିକ ବାଣିଜ୍ୟର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଦେଶ ଦେଶ ମଧ୍ୟରେ ବାଣିଜ୍ୟକୁ ବୈଦେଶିକ ବାଣିଜ୍ୟ ବା ବହିର୍ବାଣିଜ୍ୟ କୁହାଯାଏ । ପ୍ରକାରନ୍ତରେ କହିଲେ ଦେଶର ରାଜନୈତିକ ସୀମାର ବାହାରେ ଯେଉଁ ବାଣିଜ୍ୟିକ କରିବାର ହୋଇଥାଏ, ତାହାକୁ ବୈଦେଶିକ ବାଣିଜ୍ୟ କୁହାଯାଏ ।

ଅର୍ଥାତ୍ ଦେଶ ଦେଶ ମଧ୍ୟରେ ଦ୍ରବ୍ୟ, ସେବା ଓ ଆର୍ଥିକ ସମ୍ବଳର ପ୍ରବାହକୁ ବୈଦେଶିକ ବାଣିଜ୍ୟ କୁହାଯାଏ । ବୈଦେଶିକ ବାଣିଜ୍ୟର ଅନ୍ୟନାମ ହେଲା ଆନ୍ତର୍ଜାତିକ ବାଣିଜ୍ୟ । ଆଭ୍ୟନ୍ତରୀଣ ବାଣିଜ୍ୟ ଦେଶ ମଧ୍ୟରେ ଦ୍ରବ୍ୟ ଓ ସେବାର ଦେଣନେଣ ସହିତ ସମ୍ପୃକ୍ତ ହୋଇଥିବାରୁ ଏହାକୁ ଆନ୍ତର୍ଜାତିକ ବାଣିଜ୍ୟଠାରୁ ପୃଥକ୍ ବୋଲି ବିବେଚନା କରାଯାଇଥାଏ ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

3 ବାଣିଜ୍ୟର ସଂରଚନା ଓ ବାଣିଜ୍ୟର ଦିଗ
Answer:
ଏକ ରାଷ୍ଟ୍ରର ରପ୍ତାନୀ ଓ ଆମଦାନୀ ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା କହନ୍ତି । ଏହାର ଧାରା ରାଷ୍ଟ୍ରର ଘରୋଇ ଉତ୍ପାଦନ ଢ଼ାଞ୍ଚାକୁ ସ୍ପଷ୍ଟ କରିଥାଏ । କୌଣସି ଏକ ଦ୍ରବ୍ୟର ଆମଦାନୀ ହ୍ରାସ, ସେହି ଦ୍ରବ୍ୟର ଉତ୍ପାଦନ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଇଥିବା କଥା ସୂଚାଏ । ପୁଞ୍ଜିଦ୍ରବ୍ୟର କ୍ରମାଗତଭାବେ ଆମଦାନୀ ବୃଦ୍ଧି ରାଷ୍ଟ୍ରର ଶିଳ୍ପକ ଅଭିବୃଦ୍ଧି ପ୍ରତିଫଳିତ କରେ ।

ତେଣୁ ବାଣିଜ୍ୟ ସଂରଚନା ରାଷ୍ଟ୍ରର ଅଭିବୃଦ୍ଧିର ମାତ୍ରା ସ୍ପଷ୍ଟ କରିବା ସହିତ ରାଷ୍ଟ୍ରର ଅର୍ଥନୈତିକ ଢାଞ୍ଚା ସୂଚାଇଥାଏ । ସ୍ଵାଧୀନତା ପରେ ଭାରତର ବୈଦେଶିକ ବାଣିଜ୍ୟ ସଂରଚନାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି । ପାରମ୍ପରିକ ଦ୍ରବ୍ୟ ଯଥା ଖାଦ୍ୟଶସ୍ୟ, ଲୁହାପଥର ଇତ୍ୟାଦିର ରପ୍ତାନୀ ହ୍ରାସ ପାଇ ଅଣପାରମ୍ପରିକ ଦ୍ରବ୍ୟ ଯଥା ରାସାୟନିକ ପଦାର୍ଥ, ଯାନ୍ତ୍ରିକ ଦ୍ରବ୍ୟ ଅଳଙ୍କାର ଇତ୍ୟାଦିର ରପ୍ତାନୀ ବୃଦ୍ଧି ପାଇଛି । ଠିକ୍ ହେସିପରି ଆମଦାନୀ କ୍ଷେତ୍ରରେ ମଧ୍ୟ ସାର, ପେଟ୍ରୋଲିୟମ୍ ଜାତ ଦ୍ରବ୍ୟ, ମୁକ୍ତା ଓ ମୂଲ୍ୟବାନ୍ ପଥର ଇତ୍ୟାଦିର ଆମଦାନୀ ବୃଦ୍ଧି ପାଇଛି ।

କୌଣସି ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଥବା ବାଣିଜ୍ୟିକ ସମ୍ପର୍କକୁ ବହିଃର୍ବାଣିଜ୍ୟର ଦିଗ କୁହାଯାଏ । ବହିଃବାଣିଜ୍ୟ ଦିଗର କୌଣସି ପରିବର୍ତ୍ତନ ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ପରିବର୍ତ୍ତନ ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ପରିବର୍ତ୍ତନକୁ ସୂଚାଏ । ସ୍ଵାଧୀନତାର ପୂର୍ବବର୍ତ୍ତୀ କାଳରେ ଭାରତର ବାଣିଜ୍ୟିକ ସମ୍ପର୍କ ମୁଖ୍ୟତଃ ବ୍ରିଟେନ୍ ଏବଂ ଏହାର ମିତ୍ର ରାଷ୍ଟ୍ରମାନଙ୍କ ସହିତ ଥିଲା । କିନ୍ତୁ ସ୍ଵାଧୀନତାପରେ ଭାରତର ବାଣିଜ୍ୟିକ ସମ୍ପର୍କ ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ସ୍ଥାପିତ ହୋଇପାରିଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଭାରତର ବାଣିଜ୍ୟ ସଂରଚନା ଆଲୋଚନା କର ।
Answer:
ଏକ ରାଷ୍ଟ୍ରର ରପ୍ତାନୀ ଏବଂ ଆମଦାନୀ ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା ବା ସମାହାର କହନ୍ତି । ଏହାର ଧାରା ରାଷ୍ଟ୍ରର ଘରୋଇ ଉତ୍ପାଦନ ଢାଞ୍ଚାକୁ ସ୍ପଷ୍ଟ କରିଥାଏ । କୌଣସି ଏକ ଦ୍ରବ୍ୟର ଆମଦାନୀ ହ୍ରାସ, ସେହି ଦ୍ରବ୍ୟର ଉତ୍ପାଦନ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଇବା କଥା ସୂଚାଏ । ପୁଞ୍ଜିଦ୍ରବ୍ୟର କ୍ରମାଗତଭାବେ ଆମଦାନୀ ବୃଦ୍ଧି ରାଷ୍ଟ୍ରର ଶିଳ୍ପୀକ ଅଭିବୃଦ୍ଧି ପ୍ରତିଫଳିତ କରେ ତେଣୁ, ବାଣିଜ୍ୟ ସଂରଚନା ରାଷ୍ଟ୍ରର ଅଭିବୃଦ୍ଧିର ମାତ୍ରା ସ୍ପଷ୍ଟ କରିବା ସହିତ ରାଷ୍ଟ୍ରର ଅର୍ଥନୈତିକ ଢାଞ୍ଚା ସୂଚାଇଥାଏ ।

ସ୍ଵାଧୀନତା ପରେ ଭାରତର ବୈଦେଶିକ ବାଣିଜ୍ୟ ସଂରଚନାରେ ଉଲ୍ଲେଖନୀୟ ପରିବର୍ତ୍ତନ ହେଉଛି । ପାରମ୍ପରିକ ଦ୍ରବ୍ୟ ଯଥା, ହସ୍ତଶିଳ୍ପଜାତ ଦ୍ରବ୍ୟ, ଖାଦ୍ୟଶସ୍ୟ, ଲୁହାପଥର ଇତ୍ୟାଦିର ରପ୍ତାନି ହ୍ରାସପାଇ ଅଣପାରମ୍ପରିକ ଦ୍ରବ୍ୟଯଥା, ରାସାୟନିକ ପଦାର୍ଥ, ଯାନ୍ତ୍ରିକ ଦ୍ରବ୍ୟ, ଅଳଙ୍କାର ଇତ୍ୟାଦିରେ ରପ୍ତାନି ବୃଦ୍ଧିପାଇଛି । ଠିକ୍ ସେହିପରି ଆମଦାନୀ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ସାର, ପେଟ୍ରୋଲିୟମଜାତ ଦ୍ରବ୍ୟ, ମୁକ୍ତା ଓ ମୂଲ୍ୟବାନ ପଥର ଇତ୍ୟାଦିର ଆମଦାନୀ ବୃଦ୍ଧିପାଇଛି ।

ଆମଦାନୀ ସଂରଚନା :
ଭାରତର ଆମଦାନୀ ପେଡ଼ି ବିବିଧ ଦ୍ରବ୍ୟର ଏକ ସମାହାର ମାତ୍ର । ସ୍ଵାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଆମଦାନୀ ପେଡ଼ିରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୁଏ ନାହିଁ । କେତେକ ମୁଖ୍ୟ ଦ୍ରବ୍ୟର ତଳେ ଦର୍ଶାଯାଇଛି ।

(i) ଖାଦ୍ୟ ଦ୍ରବ୍ୟ ଓ ପଶୁସମ୍ପଦ – 1960-61ରେ ଖାଦ୍ୟଦ୍ରବ୍ୟ ଓ ପଶୁସମ୍ପଦର ଆମଦାନୀ ମୂଲ୍ୟ 286 କୋଟି ଟଙ୍କା ଥିଲା । ଏହା ମୋଟ ଆମଦାନିର 15.9 ପ୍ରତିଶତ । 1970-71ରେ ଏହା 242 କୋଟି ଟଙ୍କାକୁ ହ୍ରାସ ପାଇଛି, ଯାହା ମୋଟ ଆମଦାନିର 14.8 ପ୍ରତିଶତ । କିନ୍ତୁ 1980-81ରେ ଆମଦାନୀ ମୂଲ୍ୟ 280 କୋଟି ଟଙ୍କାକୁ ବୃଦ୍ଧି ପାଇଥିଲେ ମଧ୍ୟ ମୋଟ ଆମଦାନୀରେ ଏହାର ଅଂଶ ମାତ୍ର 2.2.3 ପ୍ରତିଶତ । ଏଥୁଁ ଭାରତ ଯେ ଖାଦ୍ୟ ଶସ୍ୟ ଏବଂ ପଶୁସମ୍ପଦ କ୍ଷେତ୍ରରେ ସ୍ଵାବଲମ୍ବୀ ହେବାକୁ ଯାଉଛି, ଏହା ସୁସ୍ପଷ୍ଟ ।

(ii) କଞ୍ଚାମାଲ୍ ଓ ଶିଜୋପଯୋଗୀ ମଧ୍ୟବର୍ତ୍ତୀ ଦ୍ରବ୍ୟ – କଞ୍ଚାମାଲ୍ ଓ ମଧ୍ୟବର୍ତ୍ତୀ ଦ୍ରବଣ ଆମଦାନୀ ଭାରତରେ ବୃଦ୍ଧି ପାଉଛି । 1960-61 ମସିହାରେ ଏହା ମୋଟ ଆମଦାନିର 43.2 ପ୍ରତିଶତ ଥିଲାବେଳେ 1980-81ରେ ଏହା 77.8 ପ୍ରତିଶତକୁ ବୃଦ୍ଧି ପାଇଛି । ଆମଦାନି ସଂରଚନାରେ ଏହି ଉଲ୍ଲେଖନୀୟ ପରିବର୍ତ୍ତନ ଶିଳ୍ପୀକ ଅଭିବୃଦ୍ଧି ସହିତ ଢାଞ୍ଚାଗତ ପରିବର୍ତ୍ତନର ସୂଚନା ଦିଏ ।

(କ) ଖାଇବା ତେଲ – ଖାଇବାତେଲର ଆମଦାନୀ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଥୁରୁ ଭାରତ ଯେ ଖାଇବା ତେଲ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନୁହେଁ । ତାହା ପ୍ରତିଫଳିତ ହେଉଛି । କିନ୍ତୁ ମୋଟ୍ ଆମଦାନିର ଏହା ଏକ ଗୌଣ ଅଂଶ । 1970-71ରେ ଏହା 1.7 ଶତାଂଶ ଥିବାବେଳେ 2001-02ରେ ଏହା 0.19 ଶତାଂଶକୁ ହ୍ରାସ ପାଇଛି ।

(ଖ) ପେଟ୍ରୋଲଜାତ ଦ୍ରବ୍ୟ – ପେଟ୍ରୋଲଜାତ ଦ୍ରବ୍ୟ ଭାରତୀୟ ଆମାଦାନି ପେଡ଼ିର ସର୍ବବୃହତ୍ ଅଂଶ । ପରିସଂଖ୍ୟାନ ମୁତାବକ ଏହା ଦୃତି ଗତିରେ ବୃଦ୍ଧିପାଇ ଚାଲିଛି । 1960-61 ତୁଳନାରେ ପେଟ୍ରୋଲଜାତ ଦ୍ରବ୍ୟର ଆମଦାନୀ 2001-02ରେ 612 ଗୁଣ ବୃଦ୍ଧି ପାଇଛି, ଯାହା ମୋଟ୍ ଆମଦାନିର 27 ଶତାଂଶ । ଅର୍ଥନୈତିକ ବିକାଶ ସହିତ ପେଟ୍ରୋଲଜାତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଉଥ‌ିବାରୁ ଏବଂ ନିଜସ୍ବ ଉତ୍ପାଦନ ଖୁବ୍ କମ୍ ହେଉଥ‌ିବାରୁ ଆମଦାନୀ ଉପରେ ଭାରତ ମୁଖ୍ୟତଃ ନିର୍ଭର କରି ଆସୁଛି । ବିଶ୍ୱ ବଜାରରେ ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ଆମଦାନୀ ମୂଲ୍ୟକୁ ଯଥେଷ୍ଟ ବୃଦ୍ଧି କରିଛି ।

(ଗ) ସାର – କୃଷି ଉତ୍ପାଦିକା ଶକ୍ତି ବୃଦ୍ଧିପାଇଁ ସାରର ଭୂମିକା ଗୁରୁତ୍ଵପୂର୍ଣ୍ଣ । 1970-71ରୁ 1980-81 ମଧ୍ୟରେ ଏହା 85.1 ପ୍ରତିଶତ ବୃଦ୍ଧି ପାଇଥିବାବେଳେ 1980-81ରୁ 1990-91 ମଧ୍ୟରେ ଏହା 115 ପ୍ରତିଶତ ଏବଂ 1990-91ରୁ 2001-02 ମଧ୍ଯରେ 67 ପ୍ରତିଶତ ବୃଦ୍ଧି ପାଇଛି । ଏହା ଭାରତରେ ସାର ଉତ୍ପାଦନ ବୃଦ୍ଧିର ସୂଚନା ଦିଏ ।

(ଘ) ଲୁହା ଓ ଇସ୍ପାତ – ଲୁହା ଓ ଇସ୍ପାତର ଆମଦାନି ମଧ୍ଯ ଭାରତରେ ବୃଦ୍ଧି ପାଇବାରେ ଲାଗିଛି । ରାଷ୍ଟ୍ରର ଚାହିଦା ମେଣ୍ଟାଇବାପାଇଁ ସକ୍ଷମ ହୋଇ ନ ପାରିବାରୁ ଆମଦାନୀ ଉପରେ ନିର୍ଭର କରୁଛି ।

(ଙ) ମୁକ୍ତା ଓ ମୂଲ୍ୟବାନ ପଥର – ସଂପ୍ରତି ଭାରତ ମୁକ୍ତା ଓ ମୂଲ୍ୟବାନ୍ ପଥର ଆମଦାନି କ୍ଷେତ୍ରରେ ଏକ ପ୍ରମୁଖ ରାଷ୍ଟ୍ରର ମାନ୍ୟତା ପାଇଛି । ବିଶ୍ଵ ବଜାରରେ ଭାରତୀୟ ଅଳଙ୍କାରର ବିଶେଷ ଚାହିଦା ଥ‌ିବାରୁ ମୁକ୍ତା ଓ ମୂଲ୍ୟବାନ୍ ପଥର ଆମଦାନିର ଗୁରୁତ୍ଵ ରହିଛି । 1980-81ରୁ 1990-91 ମଧ୍ୟରେ ଏହାର ଆମଦାନି 652 ପ୍ରତିଶତ ବୃଦ୍ଧି ପାଇଥିବାବେଳେ, 1990-91ରୁ 2001-02 ମଧ୍ଯରେ 490 ପ୍ରତିଶତ ବୃଦ୍ଧି ପାଇଛି ।

(iii) ପୁଞ୍ଜିଦ୍ରବ୍ୟ – ବୈଦ୍ୟୁତିକ ଓ ଅଣବୈଦ୍ୟୁତିକ ଯନ୍ତ୍ରପାତି, ପରିବହନ ଯନ୍ତ୍ରପାତି ଇତ୍ୟାଦି ପୁଞ୍ଜିଦ୍ରବ୍ୟ ଭାରତୀୟ ଆମଦାନୀର ଏକ ପ୍ରମୁଖ ଅଂଶ । ଦେଶର ଔଦ୍ୟୋଷିକ ବିକାଶ ଧାରାକୁ ଜାରି ରଖୁବାପାଇଁ ଭାରତ ଦରକାରୀ ପୁଞ୍ଜିଦ୍ରବ୍ୟ ଆମଦାନୀ କରି ଆସୁଛି। 1980-81 ରୁ 1990-91 ମଧ୍ୟରେ ପୁଞ୍ଜିଦ୍ରବ୍ୟର ଆବଦାନି ପ୍ରାୟ 448 ଶତାଂଶ ବୃଦ୍ଧି ପାଇଥ‌ିବାବେଳେ, 1990-91 ରୁ 2001-02 ମଧ୍ଯରେ 168 ଶତାଂଶ ବୃଦ୍ଧି ଘଟିଛି ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

ରପ୍ତାନି ସଂରଚନା :
ପ୍ରାକ୍ ବ୍ରିଟିଶ୍ କାଳରେ ଭାରତ କେତେକ ପାରମ୍ପରିକ ଦ୍ରବ୍ୟ ରପ୍ତାନି କରୁଥିଲା । ଏହାର ରପ୍ତାନି ପେଡ଼ିରେ କେତେକ ପ୍ରାଥମିକ ଦ୍ରବ୍ୟ ହସ୍ତତନ୍ତ୍ର ସାମଗ୍ରୀ ଇତ୍ୟାଦି ରହିଥିଲା । କିନ୍ତୁ ସ୍ବାଧୀନ ଭାରତରେ ଯୋଜନାର ଯୁଗ ଆରମ୍ଭରୁ ରପ୍ତାନି ପେଡ଼ିରେ ଥ‌ିବା ଦ୍ରବ୍ୟର ଆକାର ଓ ରଙ୍ଗ ବଦଳିବାରେ ଲାଗିଛି । ନିଜର ବିକାଶ ସହିତ ତାଳଦେଇ ଭାରତ ବିଶ୍ଵ ବଜାରର ଏକ ପ୍ରମୁଖ ଅଂଶୀଦାର ହୋଇ ପାରିଛି । ଏହାର ରପ୍ତାନି ପେଡ଼ି ଆଦି ଅନେକ ଅଣପାରମ୍ପରିକ ଦ୍ରବ୍ୟର ସମାହାର ।

(i) କୃଷି ଓ କୃଷିସହଜାତ ଦ୍ରବ୍ୟ – ସାରଣୀରୁ ଏହା ସ୍ପଷ୍ଟ ଯେ କୃଷି ଓ କୃଷି ସଦ୍‌ଜାତ ଦ୍ରବ୍ୟର ରପ୍ତାନି 1970-71ରୁ 1980-81 ମଧ୍ୟରେ 322 ପ୍ରତିଶତ ବୃଦ୍ଧି ପାଇଥିବାବେଳେ 1980-81 ରୁ 1990-91 ମଧ୍ୟରେ 200 ପ୍ରତିଶତ ଏବଂ 1990-91 ରୁ 2001-02ରେ 364 ପ୍ରତିଶତ ବୃଦ୍ଧି ପାଇଛି । କୃଷି ଓ କୃଷିଜାତ ଦ୍ରବ୍ୟର ଏହି ରପ୍ତାନି ଭାରତର ଆତ୍ମମନିର୍ଭରଶୀଳତାର ପରିଚୟ । ସତୁରୀ ଦଶକରୁ ଆରମ୍ଭ ହୋଇଥିବା ସବୁଜ ବିପ୍ଳବର ଏହା ଅବଦାନ ।

(ii) ଖଣିଜ ଦ୍ରବ୍ୟ – ଖଣିଜ ଦ୍ରବ୍ୟ ରପ୍ତାନି କ୍ଷେତ୍ରରେ ମଧ୍ୟ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି । 1960-61ରେ ରପ୍ତାନି କରୁଥ‌ିବା 84 କୋଟି ଟଙ୍କାର ଖଣିଜ ଦ୍ରବ୍ୟ 2001-02ରେ 4736 କୋଟି ଟଙ୍କାରେ ପହଞ୍ଚିଛି । ଖଣିଜ ଦ୍ରବ୍ୟମାନଙ୍କ ମଧ୍ୟରୁ ଲୁହାପଥର ଭାରତର ଏକ ମୁଖ୍ୟ ରପ୍ତାନି ଦ୍ରବ୍ୟ । ଭାରତରେ ପ୍ରଚୁର ଲୁହାପଥର ମହଜୁଦ ଥ‌ିବାରୁ ଏହା ଆଜି ଏକ ଅଣପାରମ୍ପରିକ ରପ୍ତାନି ଦ୍ରବ୍ୟ ରୂପେ ପରିଗଣିତ ହୋଇଛି ।

1960-61 ମସିହାରେ ଲୁହାପଥରର ରପ୍ତାନି ମାତ୍ର 27 କୋଟି ଟଙ୍କା ଥିବାବେଳେ 1970-71ରେ 177କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ଅଭିବୃଦ୍ଧି ହାର 333 ଶତାଂଶ । ସେହିପରି 1970-71 ରୁ 1980-81 ମଧ୍ଯରେ 158 ଶତାଂଶ, 1980-81 ରୁ 1990-91 ମଧ୍ଯରେ ଶତାଂଶ ଏବଂ 1990-91 ରୁ 2001-02 ମଧ୍ଯରେ 94 ଶତାଂଶ ଅଭିବୃଦ୍ଧି ଘଟିଛି । ଅଭ୍ର କ୍ଷେତ୍ରରେ ମଧ୍ୟ ଭାରତ ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର । 1970- 71ରୁ ଅଭ୍ରର ରପ୍ତାନି କ୍ରମାଗତ ବୃଦ୍ଧି ପାଉଛି ।

(iii) ଶିଳ୍ପଜାତ ଦ୍ରବ୍ୟ – ଏହା ବିଶ୍ଵବଜାରରେ ଭାରତୀୟ ଶିଳ୍ପଜାତ ଦ୍ରବ୍ୟର ଚାହିଦାର, ଦୃତ ବୃଦ୍ଧି ସୂଚିତ କରିବା ସଙ୍ଗେ ସଙ୍ଗେ ଭାରତର ଦୃତ ଶିଳ୍ପାୟନ ପ୍ରତିଫଳନ କରେ । ଶିଳ୍ପଜାତ ଦ୍ରବ୍ୟ ରପ୍ତାନି ପେଡ଼ିର ପ୍ରାୟ 77 ଶତାଂଶ । କେତେକ ମୁଖ୍ୟ ଶିଳ୍ପଜାତ ଦ୍ରବ୍ୟର ରପ୍ତାନି ସମ୍ବନ୍ଧରେ ନିମ୍ନରେ ଆଲୋଚନା କରାଯାଇଛି ।

(କ) ମୁକ୍ତା ଓ ଅଳଙ୍କାର – ଭାରତ ପ୍ରସ୍ତୁତ ମୁକ୍ତା ଓ ଅଳଙ୍କାର ବିଶ୍ଵ ବଜାରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଫଳରେ ଏହାର ରପ୍ତାନି 1960-61 ରୁ 2001-02 ମଧ୍ଯରେ ମାତ୍ର 1.6 କୋଟି ଟଙ୍କାରୁ ବଢ଼ି 34.845 କୋଟି ଟଙ୍କାରେ ପହଞ୍ଚିପାରିଛି । 1980-81 ପରେ ମୁକ୍ତା ଓ ଅଳଙ୍କାରର ଚାହିଦା ବିଶ୍ଵବଜାରରେ ବହୁଗୁଣିତ ହେବାରୁ ଭାରତ ତା’ର ରପ୍ତାନି ମଧ୍ୟ ଅନୁରୂପ ବୃଦ୍ଧିକରି ଚାଲିଛି । ମୁକ୍ତା ଓ ଅଳଙ୍କାରର ପରିମାଣ ଭାରତୀୟ ରପ୍ତାନି ପେଡ଼ିରେ ସର୍ବାଧ‌ିକ । 2001-02 ପରିସଂଖ୍ୟାନ ଅନୁସାରେ ଏହା ମୋଟ ରପ୍ତାନିର 16.6 ପ୍ରତିଶତ ।

(ଖ) କପା ଓ ସୂତା ବସ୍ତ୍ର – କପା ଓ ସୂତା ବସ୍ତ୍ରର ରପ୍ତାନି କ୍ରମାଗତ ବୃଦ୍‌ଧି ପାଇଥିଲେ ମଧ୍ୟ 1990-91ରୁ 2001- 02 ମଧ୍ୟରେ ହୋଇଥ‌ିବା ଅଭିବୃଦ୍ଧି ଉଲ୍ଲେଖଯୋଗ୍ୟ । ଏହି ସମୟ ମଧ୍ୟରେ ରପ୍ତି ପ୍ରାୟ 598 ପ୍ରତିଶତ ବୃଦ୍ଧି ପାଇଛି । ଏହା ମୋଟ ରପ୍ତାନିର 7 ଶତାଂଶ ।

(ଗ) ତିଆରି ପୋଷାକ – ଭାରତ ତିଆରି ପୋଷକର ରପ୍ତାନି ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି । ମୁଖ୍ୟତଃ 1990-91ରୁ 2001-02 ମଧ୍ଯରେ ଏହାର ରପ୍ତାନି 4012 କୋଟି ଟଙ୍କାରୁ ବୃଦ୍ଧିପାଇ 23,877 କୋଟି ଟଙ୍କାରେ ପହଞ୍ଚୁଅଛି । ଏହି ଅଭିବୃଦ୍ଧି ହାର 495 ଶତାଂଶ । ଏହା ମୋଟ ରପ୍ତାନିର 11.4 ଶତାଂଶ ।

(ଘ) ଚମଡ଼ା ଓ ଚମଡ଼ାଜାତ ଦ୍ରବ୍ୟ – 1970 ପରେ ଭାରତର ଚମଡ଼ା ଓ ଚମଡ଼ାଜାତ ଦ୍ରବ୍ୟର ରପ୍ତାନି ବହୁଗୁଣିତ ହୋଇଛି । 1980-81ରୁ 1990-91 ମଧ୍ୟରେ ରପ୍ତାନି 560 ଶତାଂଶ ବୃଦ୍ଧି ପାଇଥିବାବେଳେ 2001-02ରେ 250 ଶତାଂଶ ବୃଦ୍ଧି ପାଇଛି । ଏହା ମୋଟ୍ ରପ୍ତାନିର ମୂଲ୍ୟର ପ୍ରାୟ 3.5 ପ୍ରତିଶତ ।

(ଙ) ଯାନ୍ତ୍ରିକ ଦ୍ରବ୍ୟ – ଭାରତର ଶିଳ୍ପୀକ ଅଭିବୃଦ୍ଧି ତାହାକୁ ଏକ ଯନ୍ତ୍ରପାତି ରପ୍ତାନିକାରୀ ରାଷ୍ଟ୍ରର ମାନ୍ୟତା ଦେଇଛି । ଭାରତୀୟ ରାଷ୍ଟ୍ରାୟତ୍ତ ଓ ଘରୋଇ ଶିଳ୍ପ ଉନ୍ନତମାନର ଯନ୍ତ୍ରପାତି ତିଆରି କରି ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ସଙ୍ଗେ ସଙ୍ଗେ ବିଶ୍ୱବଜାରରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ସାରଣୀରୁ ଏହା ସ୍ପଷ୍ଟ ଯେ 1980-81ରୁ 1990-91 ମଧ୍ୟରେ ଯାନ୍ତ୍ରିକ ଦ୍ରବ୍ୟର ରପ୍ତାନି 368 ପ୍ରତିଶତ ବୃଦ୍ଧି ପାଇଥିବାବେଳେ 1990-91ରୁ 2001-02 ମଧ୍ଯରେ 753 ପ୍ରତିଶତ ବୃଦ୍ଧି ପାଇଛି । ଏହା ମୋଟ୍ ରପ୍ତାନି ମୂଲ୍ୟର 15.8 ପ୍ରତିଶତ ।

(4) ଖଣିଜ ତୈଳ ଓ ଲୁବ୍ରିକାଣ୍ଟ – ସାରଣୀରୁ ଏହା ସ୍ପଷ୍ଟ ଯେ 1980-81 ପରେ ଭାରତୀୟ ଖଣିଜ ତୈଳ ଓ ଲୁବ୍ରିକାଣ୍ଟର ରପ୍ତାନି ଦୃତ ଗତିରେ ବୃଦ୍ଧି ପାଇଛି । 1980-81, 1990-91 ମଧ୍ୟରେ ଏହି ବୃଦ୍ଧି 3285 ପ୍ରତିଶତ ଥିବାବେଳେ 1990-91 2001-02 ମଧ୍ୟରେ 998 ପ୍ରତିଶତ ହୋଇଛି । 1970-71 ରୁ 1980-81 ମଧ୍ୟରେ ଏହି ମାତ୍ର 115 ପ୍ରତିଶତ ଥିଲା । ଏହି ପରିସଂଖ୍ୟାନ ଭାରତ ଯେ ଖଣିଜ ତୈଳ ଓ ଲୁବ୍ରିକାଣ୍ଟ୍ ଉତ୍ପାଦନ କ୍ଷେତ୍ରରେ ଆଗେଇ ଚାଲିଛି, ତାହା ପ୍ରମାଣ ଦିଏ ।

(5) ଅନ୍ୟାନ୍ୟ ଦ୍ରବ୍ୟ – ଭାରତର ରପ୍ତାନି ପେଡ଼ିରେ ମଧ୍ୟ ଅନ୍ୟାନ୍ୟ ଦ୍ରବ୍ୟ ଦେଖିବାକୁ ମିଳେ। 1980-81 ରୁ 1990-91 ମଧ୍ୟରେ ଅନ୍ୟାନ୍ୟ ଦ୍ରବ୍ୟର ରପ୍ତାନି ଦୃତ ହ୍ରାସ ପାଇଥିଲେ ହେଁ 1990-91 ରୁ 2001-02 ମଧ୍ୟରେ 60- 96 ପ୍ରତିଶତ ବୃଦ୍ଧି ପାଇଛି । ଏହା ମୋଟ ରପ୍ତାନିର 16.2 ପ୍ରତିଶତ । ଅନ୍ୟାନ୍ୟ ଦ୍ରବ୍ୟର ଏହି ରେକର୍ଡ଼ ବୃଦ୍ଧି ନୂତନ ଆର୍ଥିକନୀତିର ପ୍ରଭାବ ।

ଉଭୟ ଆମଦାନି ଓ ରପ୍ତାନି ସଂରଚନାରୁ ଏହା ସ୍ପଷ୍ଟ ଯେ ଭାରତରେ ଢ଼ାଞ୍ଚାଗତ ପରିବର୍ତ୍ତନ ସଙ୍ଗଠିତ ହୋଇଛି । ଆମଦାନୀ ହେଉଥ‌ିବା ଦ୍ରବ୍ୟ ଉତ୍ପାଦନ କରି ଭାରତ ନିଜର ଦରକାର ମୁତାବକ ନୂତନ ଦ୍ରବ୍ୟ ଆମଦାନୀ କରି ପାରିଛି ଏବଂ ରପ୍ତାନିକୁ ବୃଦ୍ଧି କରିବାରେ ସକ୍ଷମ ହୋଇଛି ।

2. ଭାରତୀୟ ବହିଃବାଣିଜ୍ୟର ଦିଗ ସମ୍ବନ୍ଧରେ ଆଲୋକପାତ କର ।
Answer:
କୌଣସି ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଥିବା ବାଣିଜ୍ୟିକ ସମ୍ପର୍କକୁ ବହିଃବାଣିଜ୍ୟର ଦିଗ କୁହାଯାଏ । କେଉଁ ରାଷ୍ଟ୍ରଗୁଡ଼ିକୁ ଏକ ରାଷ୍ଟ୍ର ରପ୍ତାନି କରୁଛି ଏବଂ କେଉଁ ରାଷ୍ଟ୍ରରୁ ଆମଦାନି କରୁଛି, ତାହା ବହିଃବାଣିଜ୍ୟର ଦିଗହିଁ ପ୍ରତିଫଳିତ କରେ । ବହିଃବାଣିଜ୍ୟର ଦିଗହିଁ ପ୍ରତିଫଳିତ କରେ । ବହିଃବାଣିଜ୍ୟ ଦିଗର କୌଣସି ପରିବର୍ତ୍ତନ ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ପରିବର୍ତ୍ତନକୁ ସୂଚାଏ ।

ଏଥୁରୁ ରାଷ୍ଟ୍ରର ରାଜନୈତିକ ଏବଂ କୁଟନୈତିକ ସମ୍ପର୍କରେ ହୋଇଥିବା ପରିବର୍ତ୍ତନ ଜଣାପଡ଼େ । ଭାରତୀୟ ବହିଃବାଣିଜ୍ୟର ଦିଗ ଭାରତର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହ ଥ‌ିବା ରାଜନୈତିକ ଓ କୁଟନୈତିକ ସମ୍ପର୍କର ପରିବର୍ତ୍ତନ ଫଳରେ ବିଭିନ୍ନ ସମୟରେ ହେଉଥିବା ମାଣିଜ୍ୟିକ ସମ୍ପର୍କର ପରିବର୍ତ୍ତନ ଉପସ୍ଥାପନା କରେ । ସ୍ଵାଧୀନତାର ପୂର୍ବବର୍ତ୍ତୀ କାଳରେ ଭାରତରେ ବାଣିଜ୍ୟିକ ସମ୍ପର୍କ ମୁଖ୍ୟତଃ ବ୍ରିଟେନ୍ ଏବଂ ଏହାର ମିତ୍ର ରାଷ୍ଟ୍ରମାନଙ୍କ ସହିତ ଥିଲା । କିନ୍ତୁ ସ୍ଵାଧୀନତାପରେ ଭାରତର ବାଣିଜ୍ୟିକ ସମ୍ପର୍କ ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ସ୍ଥାପିତ ହୋଇପାରିଛି । ଭାରତୀୟ ବହିଃବାଣିଜ୍ୟର ଦିଗ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇ ବହିଃ ବାଣିଜ୍ୟ ଇତିହାସରେ ନୂତନ ଯୁଗ ସୃଷ୍ଟି ହୋଇପାରିଛି ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

ଭାରତୀୟ ବହିଃବାଣିଜ୍ୟ ସହ ସଂଶ୍ଳିଷ୍ଟ ଥ‌ିବା ରାଷ୍ଟ୍ରମାନଙ୍କୁ ମୁଖ୍ୟତଃ ପାଞ୍ଚଟି ଗୋଷ୍ଠୀରେ ବର୍ଗିକରଣ କରାଯାଇପାରେ ।
(1) ଅର୍ଥନୈତିକ ସହଯୋଗ ଓ ଉନ୍ନୟନ ସଙ୍ଗଠନ – ଏହି ଗୋଷ୍ଠୀ ଦଶଟି ରାଷ୍ଟ୍ରର ସମାହାର । ସେମାନେ ହେଲେ ବେଲ୍‌ଜିୟମ୍, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ବ୍ରିଟେନ୍ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ୍ ।

(2) ତୈଳ ଉତ୍ପାଦନକାରୀ ଓ ରପ୍ତାନିକାରୀ ରାଷ୍ଟ୍ର ସମୂହ – ଏହି ଗୋଷ୍ଠୀରେ ମୁଖ୍ୟତଃ 4ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି । ସେମାନେ ହେଲେ – ଇରାନ୍, ଇରାକ୍, କୁଏତ୍ ଓ ସାଉଦିଆରବ । ଏହି ସମସ୍ତ ରାଷ୍ଟ୍ର ଖଣିଜ ତୈଳ ଉତ୍ପାଦନ କରି ଅନ୍ୟଦେଶକୁ ରପ୍ତାନି କରନ୍ତି ।

(3) ପୂର୍ବ ୟୁରୋପୀୟ ରାଷ୍ଟ୍ର ସମୂହ – ଏହି ଗୋଷ୍ଠୀରେ 1992-93 ପୂର୍ବବର୍ତ୍ତୀ ରୁଷିଆ ବା ସଂଯୁକ୍ତ ସୋଭିଏତ୍ ରୁଷ ରାଷ୍ଟ୍ର ସମୂହ, ରୋମାନିଆ ଆଦି ରାଷ୍ଟ୍ର ଅନ୍ତର୍ଭୁକ୍ତ ।

(4) ବିକାଶଶୀଳ ରାଷ୍ଟ୍ର ସମୂହ – ଏହି ଗୋଷ୍ଠୀ ସମସ୍ତ ବିକାଶଶୀଳ ରାଷ୍ଟ୍ର ଯଥା – ପାକିସ୍ତାନ, ବଙ୍ଗଳାଦେଶ, ଶ୍ରୀଲଙ୍କା, ସିଙ୍ଗାପୁ, ଥାଇଲାଣ୍ଡ, ସୁଦାନ୍, ତାଞ୍ଜାନିଆ ଇତ୍ୟାଦି ଏସୀୟ ଏବଂ ଆଫ୍ରିକୀୟ ରାଷ୍ଟ୍ରଙ୍କୁ ନେଇ ଗଠିତ ।

(5) ଅନ୍ୟାନ୍ୟ ରାଷ୍ଟ୍ର ସମୂହ – ଉପରୋକ୍ତ ରାଷ୍ଟ୍ର ସମୂହ ମଧ୍ୟରେ ନଥିବା ସମସ୍ତ ରାଷ୍ଟ୍ର ଏହି ଅନ୍ୟାନ୍ୟ ରାଷ୍ଟ୍ର ସମୂହ ମଧ୍ୟରେ ଅନ୍ତର୍ଭୁକ୍ତ ।

ଆମଦାନିର ଦିଗ :
ଭାରତ OECDରୁ କରୁଥିବା ଆମଦାନି ମୋଟ ଆମଦାନିର ସର୍ବାଧ‌ିକ ଅଂଶ । 1960-61ରେ ଏହା 78 ପ୍ରତିଶତ ଥ‌ିବାବେଳେ କ୍ରମାଗତ ହ୍ରାସପାଇ 2003-04ରେ 37-8 ପ୍ରତିପତରେ ପହଞ୍ଚିଛି । OPEC ଗୋଷ୍ଠୀରୁ ଆମଦାନୀ କରୁଥି 1980-81ରେ 27.8 ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବ ୟୁରୋପୀୟ ରାଷ୍ଟ୍ରରୁ ହେଉଥ‌ିବା ଆମଦାନୀ 1980-81ରେ 3.4 ପ୍ରତିଶତରୁ ବୃଦ୍ଧିପାଇ 10.3 ପ୍ରତିଶତରେ ପହଞ୍ଚିଥ‌ିବାବେଳେ 2000-01 ଏବଂ 2002-03ରେ ଯଥାକ୍ରମେ 1.3 ଏବଂ 1.6 ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

ବିକାଶଶୀଳ ରାଷ୍ଟ୍ରମାନଙ୍କଠାରୁ ହେଉଥ‌ିବା ଆମଦାନି କ୍ରମାଗତ ବୃଦ୍ଧିପାଇ 2002-03 ମସିହାରେ ମୋଟ୍ ଆମଦାନିର 20.1 ପ୍ରତିଶତ ହୋଇଛି । ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କଠାରୁ ହେଇଥ‌ିବା ଆମଦାନି ଆଶାତୀତ ବୃଦ୍ଧି ପାଇଛି । 1960-61ରେ ମୋଟ ଆମଦାନୀର ଏହା 2.2 ପ୍ରତିଶତ ଥିଲା । କିନ୍ତୁ 200-01ରେ ଏହା 36.2 ପ୍ରତିଶତ ଏବଂ 2003-0466 33.3 ପ୍ରତିଶତରେ ପହଞ୍ଚିଛି ।

ଯୁକ୍ତରାଷ୍ଟ୍ର ଆମେରିକାରୁ ହେଉଥ‌ିବା ଭାରତର ଆମଦାନୀ ସର୍ବଦା ସର୍ବାଧ୍ଵ ରହିଆସୁଥିଲେ ମଧ୍ୟ ମୋଟ ଆମଦାନୀରେ ଏହାର ଅଂଶ ହ୍ରାସ ପାଇଛି । 1960-61ରେ ଏହା 29.2 ପ୍ରତିଶତ ଥିବାବେଳେ 2003-04ରେ 5.4 ପ୍ରତିଶତକୁ ହ୍ରାସ ପାଇଛି । ସଂଯୁକ୍ତ ରାଷ୍ଟ୍ରରୁ ହେଉଥ‌ିବା ଆମଦାନି ମଧ୍ଯ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏହା ମୋଟ ଆମଦାନୀର ଦ୍ୱିତୀୟ ବୃହତ୍ ଅଂଶୀଦାର ରାଷ୍ଟ୍ର । 1980-81ରୁ ଆମଦାନୀ କ୍ଷେତ୍ରରେ ଜାପାନ୍, ଫ୍ରାନ୍ସ, ଜର୍ମାନୀ ଇତ୍ୟାଦି ରାଷ୍ଟ୍ରରେ ପ୍ରାଧାନ୍ୟ ଉପଲବ୍‌ଧ ହେଉଛି ।

ରପ୍ତାନିର ଦିଗ :
ଭାରତୀୟ ରପ୍ତାନି ଦିଗରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । OECDକୁ ଭାରତ ସର୍ବାଧ୍ଵ ରପ୍ତାନି କରିଥାଏ । 1960-61ରେ ଏହା 66.1 ଶତାଂଶ ଥିବାବେଳେ 1980-81ରେ ଏହା 46.6 ଶତାଂଶକୁ ଏବଂ 2003- 04ରେ 46.4 ଶତାଂଶକୁ ହ୍ରାସ ପାଇଥିଲେ ମଧ୍ୟ ମୋଟ ରପ୍ତାନିର ଏହା ସର୍ବାଧ‌ିକ ଅଂଶ । OPECକୁ ରପ୍ତାନି କ୍ରମାଗତ ବୃଦ୍ଧିପାଇବାର ଚିତ୍ର ସ୍ପଷ୍ଟ ହୋଇଛି । 1960-61ରେ ମୋଟ ରପ୍ତାନିର ଏହା 4.1 ଶତାଂଶ ଥିବାବେଳେ, 2003-04ରେ 15 ଶତାଂଶରେ ପହଞ୍ଚିଛି ।

କିନ୍ତୁ ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ହେଉଥ‌ିବା ରପ୍ତାନିର 1980-81ରୁ ଦୃତ ହ୍ରାସ ପାଇ 2003-04ରେ 1.8 ଶତାଂଶରେ ପହଞ୍ଚିଛି । ବିକାଶଶୀଳ ରାଷ୍ଟ୍ରମାନଭ୍ ହେଉଥ‌ିବା ଭାରତୀୟ ଉଲ୍ଲେଖଯୋଗ୍ୟ । ଭାରତୀୟ ରପ୍ତାନିର ଏହା ଅଂଶ ଲଗାତର ବୃଦ୍ଧି ପାଇବାରେ ଲାଗିଛି । 2003-04ର ପରିସଂଖ୍ୟାନ ଅନୁସାରେ ଭାରତୀୟ ରପ୍ତାନିର ଏହା 32.6 ଶତାଂଶ । ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କୁ ଭାରତୀୟ ରପ୍ତାନିର ଅଂଶ 1960-61ରେ 8.0 ଶତାଂଶ ଥିଲା । ଏହା 2000-04ରେ 4.2 ଶତାଂଶକୁ ହ୍ରାସ ପାଇଛି ।

ଯୁକ୍ତରାଷ୍ଟ୍ର ଆମେରିକା ଭାରତର ସର୍ବଶ୍ରେଷ୍ଠ ବାଣିଜ୍ୟ ବନ୍ଧୁ । 2002-03ରେ ବେଲ୍‌ଜିୟମ୍ ଓ ସଂଯୁକ୍ତ ରାଷ୍ଟ୍ର ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥ‌ିବାବେଳେ 2005-06 ଓ 2006-07ରେ ଚୀନ୍ ଓ ସଂଯୁକ୍ତ ଆରବ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ଭାରତର ବାଣିଜ୍ୟ ବନ୍ଧୁରୂପେ ଚୀନ୍ ଓ ସଂଯୁକ୍ତ ଆରବର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

3. ରପ୍ତାନି ଓ ଆମଦାନୀ ନୀତି 2002-07 ଆଲୋଚନା କର ।
Answer:
2002-07 ମସିହା ସମୟ ଅବଧୂପାଇଁ ସରକାରଙ୍କ ରପ୍ତାନ୍ତି-ଆମଦାନୀ ନୀତିର 2002 ମସିହା ମାର୍ଚ୍ଚ 31 ତାରିଖ ଦିନ ଘୋଷଣା କରାଯାଇଥିଲା । ଏହି ନୀତି ପୂର୍ବବର୍ତ୍ତୀ ରପ୍ତାନି-ଆମଦାନୀର ନୀତି ସୁଫଳକୁ ଦୃଢ଼ କରାଇବା ପାଇଁ ସଙ୍ଗେ ସଙ୍ଗେ 2007 ମସିହା ସୁଦ୍ଧା ଦେଶୀୟ ବାଣିଜ୍ୟକୁ ବିଶ୍ବବାଣିଜ୍ୟର ଏକଶତାଂଶରେ ପହଞ୍ଚାଇଦେବା ଆହ୍ୱାନର ମୁକାବିଲା କରିବାପାଇଁ ଉଦ୍ଦିଷ୍ଟ ଥିଲା ।

ଉଦାରୀକରଣ ପଦ୍ଧତିର ସରଳୀକରଣ, ଆମଦାନୀ ଓ ରପ୍ତାନିକାରୀମାନଙ୍କ ପାଇଁ କାରବାରୀ ଖର୍ଚ୍ଚ ହ୍ରାସ ଏବଂ କୃଷିଜାତ ଦ୍ରବ୍ୟ, ଚମଡ଼ା ଦ୍ରବ୍ୟ, ସୂତାବସ୍ତ୍ର, କୁଟୀର ଶିଳ୍ପ, ହସ୍ତଶିଳ୍ପ ଓ କ୍ଷୁଦ୍ରଶିଳ୍ପ ଭଳି ଦେଶର ଗଭୀର ପାରଦର୍ଶିତା ଥ‌ିବା କ୍ଷେତ୍ରମାନଙ୍କ ଉପରେ ଅଧିକ ଧ୍ୟାନଦେବା ଥିଲା ଏହି ନୂତନ ନୀତିର ମୌଳିକ ଆଦର୍ଶ । ଆମଦାନୀ ଉପରୁ ପରିମାଣାତ୍ମକ କଟକଣା ମଧ୍ୟ ଉଠାଇ ଦିଆଗଲା ।

ଗୁଣାତ୍ମକମାନେ ମାନ ନିର୍ଦ୍ଧାରଣ, ଚିହ୍ନଟ ଲେବଲ୍ ଲଗାଣ ଓ ପୁଟୁଳୀକରଣ ପ୍ରଭୃତି ଦୃଷ୍ଟିକୋଣରୁ ଆମଦାନୀ କରାଯାଉଥ‌ିବା ଦ୍ରବ୍ୟଗୁଡ଼ିକୁ ସ୍ଵଦେଶୀ ଦ୍ରବ୍ୟ ସହିତ ଗୋଟିଏ ପର୍ଯ୍ୟାୟଭୁକ୍ତ କରିବା ଫଳରେ ଆମଦାନୀ-ରପ୍ତାନି କାରବାର ସ୍ଵଚ୍ଛଦ ହେବ ବୋଲି ବିଶ୍ଵାସ କରାଗଲା । ଶୁକ୍ଳଯୋଗ୍ୟତା ଜମାଖାତା ଯୋଜନା, ଶୁକ୍ଳ ରିହାତି ଭରଣା ପ୍ରମାଣ ପତ୍ର, ଆଗୁଆ ଲାଇସେନ୍ସ ବ୍ୟବସ୍ଥା ଏବଂ ରପ୍ତାନୀ ବିବେଚନାପାଇଁ ନିବୃତ୍ତ ଆଦି ଶୁଳ୍କକୁ ପ୍ରଭାବ ଶୂନ୍ଯ କରୁଥିବା ଯୋଜନାମାନ ଚାଲୁରହିଲେ ମଧ୍ୟ ସେମାନଙ୍କୁ ସରଳ କରିଦିଆଗଲା । ଅସଲି ରପ୍ତାନିକାରୀମାନଙ୍କ ସୁବିଧା ଓ ଆବଶ୍ୟକତାକୁ ଆରେ ରଖୁ ଉପରୋକ୍ତ ଯୋଜନାଗୁଡ଼ିକୁ ବାରମ୍ବାର ସମୀକ୍ଷା କରିବାର ବ୍ୟବସ୍ଥା କରାଗଲା ।

ପ୍ରମାଣପତ୍ର ଜମାଖାତା ଯୋଜନା ସମାପ୍ତ କରିବାଭଳି କେତେକ ପଦ୍ଧତିଗତ ସରଳୀକରଣ କାର୍ଯ୍ୟକାରୀ ହେଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ସମନ୍ଵୟ ରକ୍ଷାକରାଯିବା ଫଳରେ ରପ୍ତାନୀକାରୀମାନଙ୍କୁ ପ୍ରତିଯୋଗୀ ଦରରେ ରପ୍ତାନୀ ପୂର୍ବ ଓ ରପ୍ତାନୀ ପରବର୍ତୀ ବୈଦେଶିକ ଓ ଦେଶୀୟ ମୁଦ୍ରା ଋଣ ଯୋଗାଇଦେବା ସମ୍ଭବ ହେଲା । ମର୍ଯ୍ୟାଦାବନ୍ତ ରପ୍ତାନୀକାରୀମାନଙ୍କୁ ସ୍ୱୀୟ ପ୍ରମାଣପତ୍ର ଭିଭିରେ ଲାଇସେନ୍ସ ଯୋଗାଇଦେବାର ସୁବିଧା କରିଦିଆଗଲା । 2007 ମସିହା ସୁଦ୍ଧା ଭାରତ ବିଶ୍ଵ ବାଣିଜ୍ୟର ଏକ-ଶତାଂଶ ଅଧିକାର କରିବା ଲକ୍ଷ୍ୟ ପୂରଣ କରିପାରିବ ବୋଲି ଆଶାପୋଷଣ କରାଗଲା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

  • ରପ୍ତାନିର ବାର୍ଷିକ ଲକ୍ଷ୍ୟ 80 ଶତ କୋଟି ଡଲାରକୁ ବୃଦ୍ଧି କରିବା ।
  • ବିଶ୍ଵବାଣିଜ୍ୟରେ ଭାରତର ଅଂଶ ତତ୍କାଳୀନ 0.67 ଶତାଂଶରୁ 1.0 ଶତାଂଶକୁ ବୃଦ୍ଧି କରିବା ।
  • ରପ୍ତାନୀକୁ ପରିମାଣଗତ କଟକଣାମୁକ୍ତ କରିବା ।
  • କୃଷିଜାତ ଦ୍ରବ୍ୟର ରପ୍ତାନିପାଇଁ ବିଶେଷ ପ୍ରୋତ୍ସାହନ ଯୋଗାଇଦେବା ।
  • ରପ୍ତାନିକୁ ଉତ୍ସାହିତ କରିବାପାଇଁ ‘ବିଶେଷ ଆର୍ଥନୀତିକ ମଣ୍ଡଳ’ମାନଙ୍କର ପ୍ରତିଷ୍ଠା ଉପରେ ଗୁରୁତ୍ଵ ଦେବା ।
  • ‘ଶୁଳ୍କ ଅଧିକାର ଯୋଗ୍ୟ ଜମାଖାତା’ ଏବଂ ‘ରପ୍ତାନୀ ବର୍ଷକ ପୁଞ୍ଜିଦ୍ରବ୍ୟ’ ଯୋଜନାଦ୍ଵୟକୁ ଅଧ‌ିକ କୋହଳ କରିବା ।
  • କୁଟୀର ଓ କ୍ଷୁଦ୍ରଶିଳ୍ପ ସଂସ୍ଥାମାନଙ୍କୁ ବଜାର ସୁବିଧା ଯୋଗାଁଦେବା ।
  • ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଶୁଳ୍କମୁକ୍ତ ସୁବିଧା ଯୋଗାଇଦେବାପାଇଁ ଯୋଜନାର ପରିବର୍ତ୍ତନ କରିବା ।
  • ରସାୟନ ଓ ପେଟ୍ରୋରସାୟନ ଶିଳ୍ପକୁ ଉତ୍ସାହିତ କରିବାପାଇଁ ନିବନ୍ଧନ ଦେୟ 250 ପ୍ରତିଶତ ୱାପସ ଦେବାର ବ୍ୟବସ୍ଥା କରିବା ।
  • ମୂଲ୍ୟବାନ୍ ପଥର ଓ ଗହଣା ଉପରୁ ଆମଦାନୀ ଶୁଳ୍କ ପ୍ରତ୍ୟାହାର ଓ ଲଶଇସେନ୍ସ ବ୍ୟବସ୍ଥାର ଉଚ୍ଛେଦ ଏବଂ ଗହଣା ରପ୍ତାନୀକୁ ଶୁଳ୍କ ରିହାତି ପ୍ରଦାନ ।
  • ଭାରତୀୟ ରପ୍ତାନୀପାଇଁ ନୂଆ ବଜାର ସନ୍ଧନା ଲକ୍ଷ୍ୟରେ ଆଫ୍ରିକୀୟ ଦେଶମାନତ୍ତ୍ଵ ଉପରେ ଗୁରୁତ୍ଵ ପ୍ରଦାନ ।
  • ଉତ୍ତର ପୂର୍ବାଞ୍ଚଳ, ଜାମ୍ମୁ ଓ କାଶ୍ମୀର ଆଦି ବନ୍ଧନଠାରୁ ଦୂରରେ ଥିବା ଅଞ୍ଚଳରେ ସ୍ଥାପିତ ଶିଳ୍ପ ସଂସ୍ଥାମାନଙ୍କୁ ପରିବହନ ସହାୟତା ଯୋଗାଇ ଦେବା ।
  • ବିଦେଶରେ ଶିଳ୍ପ ବନ୍ ଦକରି ତାହାକୁ ଭାରତକୁ ସ୍ଥାନାନ୍ତରିତ କରିବାର ଉଦ୍ୟମକୁ ପ୍ରୋତ୍ସାହନ ପ୍ରଦାନ କରିବା ।

4. ରପ୍ତାନୀ-ଆମଦାନୀ ନୀତି 2004-09 ଆଲୋଚନା କର ।
Answer:
ସରକାର 2004 ମସିହା ଅଗଷ୍ଟ 31 ତାରିଖ ଦିନ ଏକ ନୂତନ ବାଣିଜ୍ୟ ନୀତି ଘୋଷଣା କରିଥିଲେ । ଏହି ନୂତନ ନୀତି ଦଶମ ଯୋଜନାର ରପ୍ତାନୀ-ଆମଦାନୀ ନୀତିଠାରୁ ବିଶେଷ ଅଲଗା ହୋଇ ନଥିଲେ ମଧ୍ୟ ଏହା ସମଗ୍ର ଭାରତୀୟ ବୈଦେଶିକ ବାଣିଜ୍ୟକୁ ଏକ ସମନ୍ବିତ ଦୃଷ୍ଟିକୋଣରୁ ବିଚାର୍ କରିବା ସଙ୍ଗେ ସଙ୍ଗେ ଏହି କ୍ଷେତ୍ରର ବିକାଶପାଇଁ ଏକ ଏକୀକୃତ ଖସଡ଼ା ପ୍ରସ୍ତୁତ କରିଥିଲା ।

2009 ମସିହା ସୁଦ୍ଧା ବିଶ୍ବବାଣିଜ୍ୟରେ ଭାରତୀୟ ଅଂଶକୁ ଦୁଇଗୁଣ କରିବା ଏବଂ ନିୟୋଜନ ସୃଷ୍ଟିକୁ ଗୁରୁତ୍ଵ ଦେଇ ବାଣିଜ୍ୟ ନୀତିକୁ ଆର୍ଥନୀତିକ ଅଭିବୃଦ୍ଧିର ଅସ୍ତ୍ରରୂପେ ବ୍ୟବହାର କରିବା ଥିଲା ଏହି ନୂତନ ନୀତିର ଦ୍ବୈତ ଅଭିପ୍ରାୟ । ଏହି ନୀତିର ମୌଳିକ ଉତ୍ପାଦନଗୁଡ଼ିକ ହେଲା –

  • କୃଷି ଉତ୍ପାଦନ ରପ୍ତାନୀ ଉପରେ ଗୁରୁତ୍ବ ଆରୋପ ।
  • ପୁଞ୍ଜିଦ୍ରବ୍ୟ ଆମଦାନୀ କରିବାର ସୁବିଧା ପ୍ରଦାନ ।
  • ରତ୍ନ ଓ ଗହଣା, ହସ୍ତତନ୍ତ୍ର, ହସ୍ତକଳା, ଚମଡ଼ା ଓ ଜୋତା ଉତ୍ପାଦନ ସମ୍ପର୍କୀୟ ନିୟୋଜନ ସଘନ କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ପ୍ରଦାନ ।
  • ଉଦାର ପୁଞ୍ଜିଦ୍ରବ୍ୟ ଆମଦାନୀ ପରିକଳ୍ପନା ଅନୁଯାୟୀ କ୍ଷୁଦ୍ର ଓ ମଧ୍ୟମ ରପ୍ତାନୀକାରୀମାନଙ୍କୁ ସୁବିଧା ପ୍ରଦାନ ।
  • ତିନୋଟି ନୂଆ ରପ୍ତାନୀ ବୃଦ୍ଧି କାର୍ଯ୍ୟକ୍ରମ ରୂପାୟନର ପରିକଳ୍ପନା ।
    → ରପ୍ତାନୀକାରୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଲକ୍ଷ୍ୟରେ ‘ଲକ୍ଷ୍ୟଯୁକ୍ତ ପରିଯୋଜନା’ ରୂପାୟନର ପରିକଳ୍ପନା ।
    → ବିଶ୍ଵ ବଜାରରେ ଭାରତୀୟ ସେବାରପ୍ତାନୀପାଇଁ ଏକ ଶକ୍ତିଶାଳୀ ବ୍ୟବସାୟିକ ଛାପ ସୃଷ୍ଟି ଲକ୍ଷ୍ୟରେ ‘ଭାରତରୁ ଉଦ୍ଭବ ସେବା ଯୋଜନା’ ରୂପାୟନର ପରିକଳ୍ପନା ।
    → କୃଷିଜାତ ଦ୍ରବ୍ୟର ରପ୍ତାନୀ ବୃଦ୍ଧି କରିବା ଲକ୍ଷ୍ୟରେ ବିଶେଷ କୃଷି ଉତ୍ପାଦ ଯୋଜନା’ ରୂପାୟନର ପରିକଳ୍ପନା ।
  • ରପ୍ତାନୀକାରୀମାନଙ୍କପାଇଁ ସରଳୀକୃତ ପଦ୍ଧତି ଓ ଯୁକ୍ତିସିଦ୍ଧ ଉପାୟମାନ ଲାଗୁ କରିବା ଉପରେ ଗୁରୁତ୍ବ ଆରୋପ ।
  • ଭାରତର ରପ୍ତାନୀ ଓ ଆମଦାନୀ ବାଣିଜ୍ୟକୁ ସୁଗମ କରିବାପାଇଁ ଗୋଦାମ ଭିତ୍ତିଭୂମିର ସୃଷ୍ଟି ଉପରେ ଗୁରୁତ୍ଵ ଆରୋପ ।
  • ବୈଦେଶିକ ବାଣିଜ୍ୟର ଉନ୍ନତିପାଇଁ ଦେଶରେ ‘ମୁକ୍ତ ବାଣିଜ୍ୟ ଓ ଗୋଦାମଘର ମଣ୍ଡଳ’ମାନ ପ୍ରତିଷ୍ଠା କରିବାପାଇଁ ନିଷ୍ପଭି ।
  • ଦେଶସାରା ‘ଜୈବ-ପ୍ରଯୁକ୍ତିବିଦ୍ୟା ଉଦ୍ୟାନ’ମାନ ପ୍ରତିଷ୍ଠା କରିବାପାଇଁ ନିଷ୍ପତ୍ତି ।
  • ଦେଶରୁ ରପ୍ତାନୀ ହେଉଥ‌ିବା ସମସ୍ତ ଦ୍ରବ୍ୟ ଉପରୁ ‘ସେବାକର’ ପ୍ରତ୍ୟାହାର କରିବାପାଇଁ ନିଷ୍ପତ୍ତି ।

5. ରପ୍ତାନୀ-ଆମଦାନୀ ନୀତି 1991-92 ଆଲୋଚନା କର ।
Answer:
1991-92 ମସିହାରୁ ଭାରତର ଆର୍ଥନୀତିକ ସଂସାର ପ୍ରକ୍ରିୟା ଆରମ୍ଭ ହେଲା । ଏହା ଫଳରେ ଯେଉଁ ନୂତନ ରପ୍ତାନୀ-ଆମଦାନୀ ନୀତିର ପରିକଳ୍ପନା କରାଗଲା, ତାହା ଦେଶର ରପ୍ତାନୀ ଦକ୍ଷତା ବୃଦ୍ଧି ଉପଲକ୍ଷେ ସରଳୀକୃତ ପଦ୍ଧତି ଅନୁସରଣ ପୂର୍ବକ ଏକ ରପ୍ତାନୀ ଅନୁକୂଳ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିଥିଲା । ବାଣିଜ୍ୟିକ କଟକଣା ହଟାଇ, ବାଣିଜ୍ୟିକ ଶୁଳ୍କ ହ୍ରାସ କରି, ବାସ୍ତବବାଦୀ ବଜାରଭିଭିକ ମୁଦ୍ରା ବିନିମୟରେ ହାର ପ୍ରଚଳନ କରି ରପ୍ତାନୀକରିମାନଙ୍କୁ ସମାନ ପ୍ରୋତ୍ସାହନ ଯୋଗାଇଦେଇ ପୂର୍ବର ରପ୍ତାନୀ ବିରୋଧୀ ମାନସିକତାରୁ ମୁକ୍ତିଲାଭ କରିବା ଥିଲା ଏହି ନୀତିର ଉଦ୍ଦେଶ୍ୟ ।

ଏହି ସଂସ୍କାର ପ୍ରକ୍ରିୟା ଉଦାରୀକରଣ, ଉନ୍ମୁକ୍ତତା, ସ୍ବଚ୍ଛତା ଓ ଜଗତୀକରଣର ଭିଭିଉପରେ ପ୍ରତିଷ୍ଠିତ ହୋଇଥିଲା । ବିଶ୍ୱବଜାରରେ ଆବଶ୍ୟକତାକୁ ଆଖୁ ଆଗରେ ରଖ୍ ଭାରତୀୟ ଶିଳ୍ପର ପ୍ରତିଯୋଗିତା ସାମର୍ଥ୍ୟ ବୃଦ୍ଧି କରାଇବାପାଇଁ ରପ୍ତାନୀକୁ ଏହି ନୀତିରେ ପ୍ରାଥମିକତା ଦିଆଯାଇଥିଲା । ଏହି ନୀତିକୁ କାର୍ଯ୍ୟକାରୀ କରିବାପାଇଁ ନିଆଯାଇଥିବା ପଦକ୍ଷେପମାନଙ୍କର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।

(i) ଟଙ୍କାର ଅବ ମୂଲ୍ୟାୟନ – ଘରୋଇ ମୁଦ୍ରାର ବାହ୍ୟମୂଲ୍ୟ ହ୍ରାସ କରିବାକୁ ଅବମୂଲ୍ୟାୟନ କୁହାଯାଇଥାଏ । ଦେଶକୁ ଗୁରୁତର ବହିର୍ବାଣିଜ୍ୟ ସଙ୍କଟରୁ ଉଦ୍ଧାର କରିବାପାଇଁ 1991 ମସିହା ଜୁନ୍ ମାସରେ ଭାରତୀୟ ଟଙ୍କାର ଅବମୂଲ୍ୟାୟନ କରାଯାଇଥିଲା । ଅବମୂଲ୍ୟାୟନ ଯୋଗୁଁ ବୈଦେଶିକ ବଜାରରେ ଭାରତୀୟ ଦ୍ରବ୍ୟ ସୁଲଭ ହେବା ଫଳରେ ଆମର ରପ୍ତାନୀ ବୃଦ୍ଧି ପାଇଲା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

(ii) ଟଙ୍କାର ପରିବର୍ତ୍ତନୀୟତା – ପ୍ରଥମାବସ୍ଥାରେ ଭାରତୀୟ ଟଙ୍କାକୁ ଆଂଶିକଭାବେ ପରିବର୍ତ୍ତନୀୟ କରାଗଲା । ଏହାଫଳରେ ଭାରତୀୟ ରପ୍ତାନିକାରୀମାନେ ସେମାନଙ୍କ ବୈଦେଶିକ ମୁଦ୍ରା ଆୟର 40 ଶତାଂଶକୁ ସରକାରୀ ନିର୍ଦ୍ଧାରିତ ଦରରେ ଏବଂ ଅବଶିଷ୍ଟ 60 ଶତାଂଶକୁ ବଜାର ଦରରେ ବିକ୍ରି କରିବାକୁ କ୍ଷମ ହେଲେ । 1994 ମସିହା ଅଗଷ୍ଟ 19 ତାରିଖରୁ ଭାରତୀୟ ଟଙ୍କାକୁ ଦ୍ରବ୍ୟ ଓ ସେବା ସହିତ ସଂପୃକ୍ତ ନଗଦୀ ଖାତାରେ ସଂପୂର୍ଣ୍ଣ ପରିବର୍ତ୍ତନୀୟ କରିଦିଆଗଲା । କହିବା ବାହୁଲ୍ୟ ଯେ ଏହା ରପ୍ତାନୀପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କଲା ।

(iii) ରପ୍ତାନୀଭିତ୍ତିକ ଆମଦାନୀର ଉଦାରୀକରଣ – ଅନେକ ଦ୍ରବ୍ୟକୁ ଆମଦାନୀ ଲାଇସେନ୍ସ ଆହରଣ ପ୍ରକ୍ରିୟାରୁ ମୁକ୍ତି କରିଦିଆଗଲା । ରପ୍ତାନୀ ଆୟକୁ ଆମଦାନୀ ଉଦ୍ଦେଶରେ ବ୍ୟୟ କରିବାପାଇଁ ରପ୍ତାନୀକାରୀମାନଙ୍କୁ ଅନୁମତି ଦିଆଗଲା । ରପ୍ତାନୀଯୋଗ୍ୟ ଦ୍ରବ୍ୟ ଉତ୍ପାଦନରେ ବ୍ୟବହୃତ ସାଧନମାନଙ୍କ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରାଗଲା ।

ଆମଦାନୀ ଶୁଳ୍କକୁ ପର୍ଯ୍ୟାୟକ୍ରମେ ହ୍ରାସକରି ତାହାକୁ ଅନ୍ୟାନ୍ୟ ଦେଶରେ ପ୍ରଚଳିତ ଆମଦାନୀ ଶୁଳ୍କହାର ସହିତ ସମାନ କରିଦେବେ ବୋଲି ସରକାର ଘୋଷଣା କଲେ । ପୁଞ୍ଜି ଦ୍ରବ୍ୟର ଆମଦାନୀକୁ ଆହୁରି ଉଦାର କରାଯାଇ ତାହାକୁ ମୁକ୍ତ ସାଧାରଣ ଲାଇସେନ୍ସ ବ୍ୟବସ୍ଥାଭୁକ୍ତ କରିଦିଆଗଲା । ଅନେକ ଦ୍ରବ୍ୟକୁ ନିୟନ୍ତ୍ରିତ ଆମଦାନୀ ତାଲିକାରୁ କାଢ଼ିଆଣି ମୁକ୍ତ ସାଧାରଣ ଲାଇସେନ୍ସ ତାଲିକାଭୁକ୍ତ କରିଦିଆଗଲା । ଏହା ଆମଦାନୀର ପରିସରକୁ ବ୍ୟାପକ କରିଦେବା ସଙ୍ଗେ ସଙ୍ଗେ ତାହାକୁ ଅଧିକ ଉଦାର କରିଦେଲା ।

(iv) ନିୟନ୍ତ୍ରଣମୁକ୍ତ ରପ୍ତାନୀ ବ୍ୟବସ୍ଥା – ରପ୍ତାନୀ ଉପରେ ଥ‌ିବା ନିୟନ୍ତ୍ରଣକୁ ସର୍ବନିମ୍ନ ସ୍ତରକୁ ଖସାଇ ଦିଆଗଲା । ଏହା ଫଳରେ ମାତ୍ର କେତୋଟି ଦ୍ରବ୍ୟ ଉପରେ ରପ୍ତାନୀ କଟକଣା ଜାରି ରହିଲା । ରପ୍ତାନୀ ଶୁଳ୍ପକୁ ଆଉ ସରକାରୀ ଆୟର ଉତ୍ସ ବୋଲି ବିଚାର କରାଗଲା ନାହିଁ । ବରଂ ଏହାକୁ ଆନ୍ତର୍ଜାତିକ ବଜାରରେ ଭାରତୀୟ ରପ୍ତାନୀକାରୀମାନଙ୍କୁ ପ୍ରତିଯୋଗିତା ସାମର୍ଥ୍ୟ ବୃଦ୍ଧିର ଅସ୍ତ୍ର ବୋଲି ବିବେଚନା କରାଗଲା ।

(v) ସ୍ବତନ୍ତ୍ର ଆର୍ଥନୀତିକ ମଣ୍ଡଳ ପ୍ରତିଷ୍ଠା – ରପ୍ତାନୀକୁ ଉତ୍ସାହିତ କରିବାପାଇଁ ସରକାର ଦେଶରେ ସ୍ବତନ୍ତ୍ର ଆର୍ଥନୀତିକ ମଣ୍ଡଳମାନ ପ୍ରତିଷ୍ଠା କରିବାପାଇଁ ଘୋଷଣା କରିଛନ୍ତି । ଏହି ମଣ୍ଡଳଗୁଡ଼ିକ ରପ୍ତାନୀପାଇଁ ଆନ୍ତର୍ଜାତିକ ପ୍ରତିଯୋଗିତା ସହାୟକ ପରିବେଶ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି । ଦେଶକୁ ବୈଦେଶିକ ବିନିମୟ ମୁଦ୍ରା ପ୍ରବାହ ସୁବିଧାଜନକ କରିବାପାଇଁ ସରକାର ଏହି ମଣ୍ଡଳଗୁଡ଼ିକରେ ନାନାବିଧ ରିହାତି ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଏହି ମଣ୍ଡଳଗୁଡ଼ିକରେ ସେବାକର ଧାର୍ଯ୍ୟ ନ କରିବାପାଇଁ ଟେଲିଫୋନ୍, ଜଲାଲୀ ଓ ବୀମା ଆଦି ସେବା ପ୍ରଦାନକାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

(vi) ନିୟୋଜନ ଅଭିମୁଖୀ ପଦକ୍ଷେପ – ରପ୍ତାନୀ ବୃଦ୍ଧି ମାଧ୍ୟମରେ ଅଧିକ ନିୟୋଜନ ସୁଯୋଗ ସୃଷ୍ଟି କରିବାପାଇଁ ପୂର୍ଣ୍ଣ ବିନିଯୋଗ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । କୁଟୀରଶିଳ୍ପ, ହସ୍ତକଳା ଓ କ୍ଷୁଦ୍ରଶିଳ୍ପ ଭଳି ଏହି ଶ୍ରେଣୀର ଚିହ୍ନିତ ଶିଳ୍ପମାନଙ୍କୁ ସରକାର ଅନେକ ରପ୍ତାନୀର ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି ।

(vii) ନୂତନ ରପ୍ତାନୀଯୋଗ୍ୟ ଦ୍ରବ୍ୟମାନଙ୍କର ଚିହ୍ନଟ – ପାରମ୍ପରିକ ଓ ଅଣପାରମ୍ପରିକ ରପ୍ତାନୀଯୋଗ୍ୟ ଦ୍ରବ୍ୟ ବ୍ୟତୀତ ଅନ୍ୟ ଅନେକ ରପ୍ତାନୀଯୋଗ୍ୟ ଦ୍ରବ୍ୟ ବ୍ୟତୀତ ଅନ୍ୟ ଅନେକ ରପ୍ତାନୀଯୋଗ୍ୟ ଦ୍ରବ୍ୟକୁ ସରକାର ଚିହ୍ନଟ କରିଛନ୍ତି । ଏହିସବୁ ଦ୍ରବ୍ୟମାନଙ୍କରେ ଆମାଦନୀ ହେଉଥ‌ିବା ସାଧନର ସୀମିତ ବ୍ୟବହାର ଦୃଷ୍ଟିରୁ ସେମାନଙ୍କ ଉତ୍ପାଦନପାଇଁ ଖୁବ୍ କମ୍ ବୈଦେଶିକ ମୁଦ୍ରା ଆବଶ୍ୟକ ହୋଇଥିବାରୁ ଏମାନଙ୍କୁ ଆଦର୍ଶ ରପ୍ତାନୀ ଦ୍ରବ୍ୟ ଭାବରେ ବିବେଚନା କରାଗଲା ।

(viii) ସରକାରୀ ବାଣିଜ୍ୟିକ ସଂସ୍ଥାମାନଙ୍କ ଭୂମିକାର ପୁନନିର୍ଦ୍ଧାରଣ – ନୂତନ ରପ୍ତାନୀ-ଆମଦାନୀର ନୀତିରେ ସୁରକାରୀ ବାଣିଜ୍ୟିକ ସଂସ୍ଥାମାନଙ୍କ ଭୂମିକାର ପୁନନିର୍ଦ୍ଧାରଣ କରାଯାଇଛି । ଏଣିକି ଘରୋଇ ବାଣିଜ୍ୟିକ ସଂସ୍ଥାମାନଙ୍କ ସହିତ ପ୍ରତିଯୋଗିତା କରିବେ ବୋଲି ସେମାନଙ୍କୁ ଜଣାଇ ଦିଆଯାଇଛି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

Odisha State Board CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ Questions and Answers.

CHSE Odisha 11th Class Political Science Solutions Chapter 10 ସମ୍ବିଧାନର ଦର୍ଶନ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ___________ ସମ୍ବିଧାନର ସଂଶୋଧନ ପାଇଁ ବ୍ୟବସ୍ଥାପିକାରେ ସାଧାରଣ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେଉଥିବାବେଳେ ___________ ସମ୍ବିଧାନର ସଂଶୋଧନ ପାଇଁ ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠତାର ଆବଶ୍ୟକତା ଦେଖାଯାଏ ।
(କ) ନମନୀୟ, ଅନମନୀୟ
(ଖ) ଅନମନୀୟ, ନମନୀୟ
(ଗ) ଲିଖତ, ଅନମନୀୟ
(ଘ) ଅଲିଖତ, ନମନୀୟ
Answer:
(କ) ନମନୀୟ, ଅନମନୀୟ

୨ । ଭାରତର ସମ୍ବିଧାନର ଦର୍ପଣ ___________ ଅଟେ ।
(କ) ମୌଳିକ ଅସ୍ଵୀକାର
(ଖ) ମୌଳିକ କର୍ଭବ୍ୟ
(ଗ) ପ୍ରାକ୍‌କଥନ ବା ମୁଖବନ୍ଧ
(ଘ) ନ୍ୟାୟପାଳିକା
Answer:
(ଗ) ପ୍ରାକ୍‌କଥନ ବା ମୁଖବନ୍ଧ

୩ । ଭାରତ ସମ୍ବିଧାନରେ ___________ ଟି ଧାରା ଓ ___________ ଟି ଅନୁଚ୍ଛେଦ ଅଛି ।
(କ) ୪୦୩, ୧୦
(ଖ) ୪୦୩, ୧୨
(ଗ) ୩୯୫, ୧୦
(ଘ) ୩୯୫, ୧୨
Answer:
(ଘ) ୩୯୫, ୧୨

୪ । ଭାରତୀୟ ସମ୍ବିଧାନରେ ___________ ସ୍ତମ୍ଭ ଅଛି ।
(କ) ପାଞ୍ଚଗୋଟି
(ଖ) ଛଅଗୋଟି
(ଗ) ଚାରିଗୋଟି
(ଘ) ତିନିଗୋଟି
Answer:
(କ) ପାଞ୍ଚଗୋଟି

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୫ । ଭାରତୀୟ ନାଗରିକ ___________ ନାଗରିକତ୍ବପ୍ରାପ୍ତ ହୋଇଛି ।
(କ) ଏକକ
(ଖ) ଦ୍ବୈତ
(ଗ) ତ୍ରୟ
(ଘ) ମିଣ୍ରିତ
Answer:
(କ) ଏକକ

୬ । ଭାରତରେ ଏକ ___________ ଓ ___________ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଛି ।
(କ) ସ୍ଵାଧୀନ, ନିରପେକ୍ଷ
(ଖ) ବଶୀଭୂତ, ଧର୍ମନିରପେକ୍ଷ
(ଗ) ସ୍ଵାଧୀନ, ବିଜ୍ଞ
(ଘ) ନିରପେକ୍ଷ, ସାଧୁ
Answer:
(କ) ସ୍ଵାଧୀନ, ନିରପେକ୍ଷ

୭ । ଭାରତରେ ___________ ଭୋଟ ପ୍ରଥା ପ୍ରଚଳିତ ।
(କ) ସାର୍ବଜନୀନ ସାବାଳକ
(ଖ) ଜାତିଗତ
(ଗ) ସାଂପ୍ରଦାୟିକ
(ଘ) ଧର୍ମଗତ
Answer:
(କ) ସାର୍ବଜନୀନ ସାବାଳକ

୮ । ପଦଟି ସମ୍ବିଧାନର ଉତ୍ସ ସମ୍ପର୍କରେ ସୂଚନା ଦିଏ ।
(କ) ସମାନତା
(ଖ) ସ୍ଵତନ୍ତ୍ରତା
(ଗ) ଭ୍ରାତୃଭାବ
(ଘ) ଆମ୍ଭେ ଭାରତବାସୀ
Answer:
(ଘ) ଆମ୍ଭେ ଭାରତବାସୀ

୯ । ଭାରତ ଏକ ସାର୍ବଭୌମ ସମାଜବାଦୀ ___________ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ଅଟେ ।
(କ) ପରୋକ୍ଷ
(ଖ) ଧର୍ମନିରପେକ୍ଷ
(ଗ) ଉଦାରବାଦୀ
(ଘ) ଗାନ୍ଧିବାଦୀ
Answer:
(ଖ) ଧର୍ମନିରପେକ୍ଷ

୧୦ । ଭାରତୀୟ ସମ୍ବିଧାନ ଲୋକମାନଙ୍କୁ ___________, ___________ ଏବଂ ___________ ନ୍ୟାୟ ପ୍ରଦାନ କରିଛି ।
(କ) ସାମାଜିକ, ଅର୍ଥନୈତିକ, ରାଜନୈତିକ
(ଖ) ନୈତିକ, ଅର୍ଥନୈତିକ, ଆଇନଗତ
(ଗ) ଉଦାରବାଦୀ, ସାମାଜିକ ଆର୍ଥିକ
Answer:
(କ) ସାମାଜିକ, ଅର୍ଥନୈତିକ ଓ ରାଜନୈତିକ

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୧୧ । ଭାରତ ଗୋଟିଏ ___________ ରାଷ୍ଟ୍ର ହୋଇଥିବାରୁ ରାଷ୍ଟ୍ରଦ୍ଵାରା ପରିଚାଳିତ କୌଣସି ଶିଷ୍ଠାନୁଷ୍ଠାନରେ କୌଣସି ଧର୍ମ ସମ୍ପର୍କରେ ଶିକ୍ଷାପ୍ରଦାନ କରାଯାଇପାରିବ ନାହିଁ ।
(କ) ସମାଜବାଦୀ
(ଖ) ଧର୍ମନିରପେକ୍ଷ
(ଗ) ଉଦାରବାଦୀ
(ଘ) ଗାନ୍ଧିବାଦୀ
Answer:
(ଖ) ଧର୍ମନିରପେକ୍ଷ

୧୨ । ଭାରତରେ ___________ ଟି ରାଜ୍ୟ ଓ ___________ ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।
(କ) ୨୮, ୭
(ଖ) ୩୦, ୮
(ଗ) ୨୮, ୧୦
(ଘ) ୨୮, ୮
Answer:
(କ) ୨୮, ୭

୧୩ । ମୌଳିକ ଅଧୁକାରଗୁଡ଼ିକ ସମ୍ବିଧାନର ___________ ଭାଗରେ ଲିପିବଦ୍ଧ ହୋଇରହିଛି |
(କ) ଚତୁର୍ଥ
(ଖ) ଚତୁର୍ଥ (କ)
(ଗ) ତୃତୀୟ
(ଘ) ଏକାଦଶ
Answer:
(ଗ) ତୃତୀୟ

୧୪ । ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ସମ୍ବିଧାନର ___________ ଭାଗରେ ଲିପିବଦ୍ଧ ହୋଇ ରହିଛି |
(କ) ଚତୁର୍ଥ
(ଖ) ଚତୁର୍ଥ (କ)
(ଗ) ତୃତୀୟ
(ଘ) ଏକାଦଶ
Answer:
(କ) ଚତୁର୍ଥ

୧୫ । ସମ୍ବିଧାନର ଲକ୍ଷ୍ୟ ଓ ଆଦର୍ଶ ___________ ରେ ଲିପିବଦ୍ଧ ହୋଇ ରହିଛି ।
(କ) ମୌଳିକ ଅଧିକାର
(ଖ) ରାଷ୍ଟ୍ରନିୟାମକ ତତ୍ତ୍ଵ
(ଗ) ମୁଖବନ୍ଧ
(ଘ) ମୌଳିକ କର୍ଭବ୍ୟ
Answer:
(ଗ) ମୁଖବନ୍ଧ

୧୬ । ଭାରତୀୟ ସମ୍ବିଧାନ ଉଭୟ ___________ ଏବଂ ___________ ଅଟେ ।
(କ) ନମନୀୟ, ଉଦାରବାଦୀ
(ଖ) ସମାଜବାଦୀ, ଅନମନୀୟ
(ଗ) ଗାନ୍ଧିବାଦୀ, ନମନୀୟ
(ଘ) ନମନୀୟ ଓ ଅନମନୀୟ
Answer:
(ଘ) ନମନୀୟ ଓ ଅନମନୀୟ

୧୭ । ଭାରତ ଆକାରରେ ___________ ହେଲେ ମଧ୍ୟ ପ୍ରକାରରେ ___________ ।
(କ) ସଂଘୀୟ, ଐକିକ
(ଖ) ଐକିକ, ସଂଘୀୟ
(ଗ) ସମାଜବାଦୀ, ସଂଘୀୟ
(ଘ) ଉଦାରବାଦୀ, ଐକିକ
Answer:
(କ) ସଂଘୀୟ, ଐକିକ

୧୮ । ଦାୟିତ୍ଵଶୀଳ ସରକାର ___________ ଶାସନର ଏକ ମୁଖ୍ୟ ବୈଶିଷ୍ଟ୍ୟ ।
(କ) ରାଷ୍ଟ୍ରପତୀୟ
(ଖ) ସଂସଦୀୟ
(ଖ) ଗଣତାନ୍ତ୍ରିକ
(ଘ) ଏକଚ୍ଛତ୍ରବାଦୀ
Answer:
(ଖ) ସଂସଦୀୟ

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୧୯ । ସମ୍ବିଧାନ ସଂଣୋଧନ ପ୍ରଣୋଳା ___________ ଧାରାରେ ଲିପିବଦ୍ଧ ହୋଇ ରହିଛି ।
(କ) ୩୬୫
(ଖ) ୩୬୬
(ଗ) ୩୬୮
(ଘ) ୩୭୦
Answer:
(ଗ) ୩୬୮

୨୦ । ସମ୍ବିଧାନର ୧ ଧାରାରେ ଭାରତକୁ ଏକ ରାଜ୍ୟମାନଙ୍କର ___________ ରୂପେ ବର୍ଣ୍ଣନା କରାଯାଇଛି |
(କ) ମିଶ୍ରଣ
(ଖ) ସମ୍ମେଳନ
(ଗ) ରାଜ୍ୟ
(ଘ) ସଂଗଠନ
Answer:
(ଖ) ସମ୍ମେଳନ

୨୧ । ସମ୍ବିଧାନ ସଂଶୋଧନ କ୍ଷମତା ___________ ଠାରେ ନ୍ୟସ୍ତ କରାଯାଇଛି ।
(କ) ଉଚ୍ଚତମ ନ୍ୟାୟାଳୟ
(ଖ) ରାଷ୍ଟ୍ରପତି
(ଗ) ସଂସଦ
(ଘ) ପ୍ରଧାନମନ୍ତ୍ରୀ
Answer:
(ଗ) ସଂସଦ

୨୨ । ନିଜର କୌଣସି ରାଷ୍ଟ୍ରୀୟ ଧର୍ମ ନଥୁବାରୁ ଭାରତ ଏକ ___________ ରାଷ୍ଟ୍ର ।
(କ) ଧର୍ମନିରପେକ୍ଷ
(ଖ) ଧର୍ମଭିଭିକ
(ଗ) ଉଦାରବାଦୀ
(ଘ) ସାର୍ବଭୌମ
Answer:
(କ) ଧର୍ମନିରପେକ୍ଷ

୨୩ । ___________ ତମ ସମ୍ବିଧାନ ସଂଶୋଧନ ଆଇନ “ମୌଳିକ କର୍ତ୍ତବ୍ୟ’’ ଅଧ୍ୟାୟକୁ ସମ୍ବିଧାନର ___________ ଖଣ୍ଡରେ ଓ ___________ ଧାରାରେ ସଂଯୁକ୍ତ କରିଛି ।
(କ) ୪୨; ଚତୁର୍ଥ (କ); ୫୧ (କ)
(ଖ) ୪୪; ଚତୁର୍ଥ ; ୫୧
(ଗ) ୪୩; ତୃତୀୟ ; ୫୨ (କ)
(ଘ) ୪୨; ଚତୁର୍ଥ ; ୫୨ (କ)
Answer:
(କ) ୪୨; ଚତୁର୍ଥ (କ); ୫୧ (କ)

୨୪ । ___________ ସମ୍ବିଧାନ ଚିଠା ପ୍ରଣୟନ ସଭାର ଅଧ୍ୟକ୍ଷ ଥିଲେ ଯାହାଙ୍କୁ ‘ସମ୍ବିଧାନର ଜନକ’ ରୂପେ ଅଭିହିତ କରାଯାଇଥାଏ ।
(କ) ରାଜେନ୍ଦ୍ର ପ୍ରସାଦ
(ଖ) ମହାତ୍ମାଗାନ୍ଧୀ
(ଗ) ପଣ୍ଡିତ ଜବାହାରଲାଲ ନେହେରୁ
(ଘ) ଡ. ଭୀମରାଓ ଆମ୍ବେଦକର
Answer:
(ଘ) ଡ. ଭୀମରାଓ ଆମ୍ବେଦକର

୨୫ । ଗୋଟିଏ ସାଧାରଣତନ୍ତ୍ରରେ ରାଷ୍ଟ୍ରମୁଖ୍ୟ ___________ ।
(କ) ମନୋନୀତ
(ଖ) ବଂଶାନୁକ୍ରମିକ
(ଗ) ନିର୍ବାଚିତ
(ଘ) ସାମରିକବାହିନୀଦୄ।ରା ନିୟୁକ୍ତ
Answer:
(ଗ) ନିର୍ବାଚିତ

୨୬ । ଭାରତ ସମ୍ବିଧାନ କେବେଠାରୁ କାର୍ଯ୍ୟକାରୀ ହେଲା ?
(କ) ୧୯୪୭, ଅଗଷ୍ଟ ୧୫
(ଖ) ୧୯୪୯, ନଭେମ୍ବର ୨୬
(ଗ) ୧୯୫୦, ଜାନୁୟାରୀ ୨୬
(ଘ) ୧୯୫୦, ଜାନୁୟାରୀ ୩୦
Answer:
(ଗ) ୧୯୫୦, ଜାନୁୟାରୀ ୨୬

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ସମ୍ବିଧାନ କ’ଣ ?
Answer:
ଗେଟେଲଙ୍କ ମତରେ, “ସମ୍ବିଧାନ ମୌଳିକ ନୀତିନିୟମର ଏକ ସଂଗ୍ରହ ଅଟେ”, ଯାହାଦ୍ଵାରା ସରକାର ଓ ଶାସିତ ବା ପ୍ରଜାମାନଙ୍କ ମଧ୍ୟରେ ଆଇନଗତ ସଂପର୍କ ନିରୂପିତ ହୁଏ ଏବଂ ଯାହା ଅନୁଯାୟୀ ରାଷ୍ଟ୍ରର କ୍ଷମତା ବ୍ୟବହୃତ ହୁଏ । ଏହା ରାଷ୍ଟ୍ରର ମୌଳିକ ଆଇନ ଗ୍ରନ୍ଥ ହିସାବରେ ସରକାର, ନିୟନ୍ତ୍ରକ, ପଥପ୍ରଦର୍ଶକ, ବିବେକ ଓ ମେରୁଦଣ୍ଡରୂପେ କାର୍ଯ୍ୟକରେ ।

୨ । ନମନୀୟ ସମ୍ବିଧାନ (Flexible Constitution) କ’ଣ ?
Answer:
ଯେଉଁ ସମ୍ବିଧାନ ବ୍ୟବସ୍ଥାପିକାର ସାଧାରଣ ସଂଖ୍ୟାଗରିଷ୍ଠତା ସହ ସଂଶୋଧନ ହୋଇପାରେ ଓ ସାମ୍ବିଧାନିକ ଆଇନ ଓ ସାଧାରଣ ଆଇନ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ, ତାହାକୁ ନମନୀୟ ସମ୍ବିଧାନ କୁହାଯାଏ ।

୩ । ଅନମନୀୟ ସମ୍ବିଧାନ (Rigid Constitution) କ’ଣ ?
Answer:
ଯେଉଁ ସମ୍ବିଧାନ ବ୍ୟବସ୍ଥାପିକାର ସ୍ୱତନ୍ତ୍ର ସଂଖ୍ୟାଗରିଷ୍ଠତା ଅର୍ଥାତ୍ ଦୁଇ-ତୃତୀୟାଂଶ ସମର୍ଥନ ସହ ଜଟିଳ ପଦ୍ଧତିରେ ସଂଶୋଧୃତ ହୋଇଥାଏ ଏବଂ ସାମ୍ବିଧାନିକ ଆଇନ ଓ ସାଧାରଣ ଆଇନ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ, ତାହାକୁ ଅନମନୀୟ ସମ୍ବିଧାନ କୁହାଯାଏ ।

୪ । ‘ସାଧାରଣତନ୍ତ୍ର କ’ଣ ’ ?
କିମ୍ବା, ଭାରତକୁ କାହିଁକି ସାଧାରଣତନ୍ତ୍ର କୁହାଯାଏ ?
Answer:
ଯେଉଁ ରାଷ୍ଟ୍ରରେ ରାଷ୍ଟ୍ରମୁଖ୍ୟ ବଂଶାନୁକ୍ରମିକଭାବେ ବଛା ନ ଯାଇ ନିର୍ଦ୍ଧାରିତ ସମୟ ପାଇଁ ନିର୍ବାଚିତ ହୁଅନ୍ତି ତାହାକୁ ସାଧାରଣତନ୍ତ୍ର କୁହାଯାଏ । ଭାରତରେ ରାଷ୍ଟ୍ରମୁଖ୍ୟ ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚିତ ହେଉଥ‌ିବାରୁ ଭାରତକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ର କୁହାଯାଏ ।

୫ । ସଂସଦୀୟ ଶାସନ କହିଲେ କ’ଣ ବୁଝ ?
Answer:
ଯେଉଁ ଶାସନ ବ୍ୟବସ୍ଥାରେ ଜଣେ ନାମକୁମାତ୍ର ରାଷ୍ଟ୍ରମୁଖ୍ୟ ଏବଂ ଆଉ ଜଣେ ବାସ୍ତବ ଶାସନମୁଖ୍ୟଭାବରେ କାର୍ଯ୍ୟ କରନ୍ତି ଏବଂ ଯେଉଁ ଶାସନରେ କାର୍ଯ୍ୟପାଳିକା ସଂସ୍ଥା ନିଜର କାର୍ଯ୍ୟକଳାପ ପାଇଁ ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ ରୁହେ, ତାକୁ ସଂସଦୀୟ ଶାସନ କୁହାଯାଏ ।

(C) ଗୋଟିଏ ପଦରେ ଉତ୍ତର ଦିଅ ।

୧ । ସମ୍ବିଧାନର ଅନୁପସ୍ଥିତିରେ ରାଷ୍ଟ୍ରରେ କେଉଁ ଶାସନ ଦେଖାଯାଏ ?
Answer:
ଅରାଜକତା

୨ । ଭାରତର ଶାସନ ବିଧାୟକ ସଭାର ଅଧ୍ୟକ୍ଷ କିଏ ଥିଲେ ?
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

୩ । ଭାରତର ଚିଠା ପ୍ରଣୟନ ସମିତିର ଅଧ୍ୟକ୍ଷ କିଏ ଥିଲେ ?
Answer:
ଡକ୍ଟର ବି.ଆର୍. ଆମ୍ବେଦକର

୪ । ଭାରତକୁ କେଉଁ ସମ୍ବିଧାନ ବୋଲି ସମାଲୋଚନା କରାଯାଏ ?
Answer:
ଉଦ୍ଧୃତ ସମ୍ବିଧାନ

୫ । ଭାରତ ଏକ ଐକିକ ରାଷ୍ଟ୍ର ବୋଲି କେଉଁ ଧାରାରେ ବର୍ଣ୍ଣନା କରାଯାଇଛି ?
Answer:
ଧାରା-୧

୬ । ଭାରତ ସମ୍ବିଧାନର ଲକ୍ଷ୍ୟ, ରାଜନୈତିକ ବ୍ୟବସ୍ଥା ଆଦି ସଂପର୍କରେ ସଂକ୍ଷେପରେ ସମ୍ବିଧାନର କେଉଁ ଅଂଶରେ ବର୍ଣ୍ଣନା କରାଯାଇଛି ?
Answer:
ପ୍ରାକ୍‌କଥନ (Preamble)

୭ । କେଉଁ ସମ୍ବଧାନ ସଂଶୋଧନଦ୍ଵାରା ଭାରତରେ ଭୋଟଦାନ ବୟସକୁ ୨୧ ରୁ ୧୮କୁ ଖସାଇ ଅଣାଯାଇଛି ?
Answer:
୬୨ ସମ୍ବିଧାନ ସଂଶୋଧନ

(D) ଭ୍ରମ ସଂଶୋଧନ କର ।

୧ । ଭାରତ ସମ୍ବିଧାନ ଏକ ଅନମନୀୟ ସମ୍ବିଧାନ ଅଟେ ।
Answer:
ଭାରତ ସମ୍ବିଧାନ ଏକ ଅନମନୀୟତା ଓ ନମନୀୟତା ମଧ୍ୟରେ ସମନ୍ଵୟ ରକ୍ଷା କରୁଥିବା ଏକ ସମ୍ବିଧାନ ଅଟେ ।

୨ । ଭାରତ ସମ୍ବିଧାନରେ ୪୦୬ ଗୋଟି ଧାରା ରହିଛି ।
Answer:
ଭାରତ ସମ୍ବିଧାନରେ ୩୯୫ ଗୋଟି ଧାରା ରହିଛି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୩ । ଭାରତ ଏକ ସଂଘୀୟ ରାଷ୍ଟ୍ର ।
Answer:
ଭାରତ ଏକ ଅର୍ଥସଂଘୀୟ ରାଷ୍ଟ୍ର ।

୪ । ଭାରତ ଆକାରରେ ଐକିକ କିନ୍ତୁ ପ୍ରକୃତିରେ ସଂଘୀୟ ଅଟେ ।
Answer:
ଭାରତ ଆକାରରେ ସଂଘୀୟ କିନ୍ତୁ ପ୍ରକୃତିରେ ଐକିକ ଅଟେ ।

୫ । ସାଧାରଣ ପରିସ୍ଥିତିରେ ଭାରତ ଏକ ଐକିକ ରାଷ୍ଟ୍ର ।
Answer:
ସାଧାରଣ ପରିସ୍ଥିତିରେ ଭାରତ ଏକ ସଂଘୀୟ ରାଷ୍ଟ୍ର ।

୬ । ଭାରତରେ ଦ୍ଵୈତ ନାଗରିକତା ପ୍ରଦାନ କରାଯାଇଛି ।
Answer:
ଭାରତରେ ଏକକ ନାଗରିକତା ପ୍ରଦାନ କରାଯାଇଛି ।

୭ । ଭାରତ ସମ୍ବିଧାନ ନଭେମ୍ବର ୨୬, ୧୯୪୯ ଦିନ କାର୍ଯ୍ୟକାରୀ ହେଲା ।
Answer:
ଭାରତ ସମ୍ବିଧାନ ଜାନୁଆରୀ ୨୬, ୧୯୫୦ ଦିନ କାର୍ଯ୍ୟକାରୀ ହେଲା ।

୮ । ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ନୁହେଁ ।
Answer:
ଭାରତ ଏକ ସାଧାରଣତନ୍ତ୍ର ।

(E) ଶନ୍ୟସ୍ଥାନ ପୂରଣ କର ।

୧ । ଭାରତୀୟ ନାଗରିକକୁ ___________ ଗୋଟି ଅଧୂକାର ଓ ___________ ଗୋଟି କର୍ତ୍ତବ୍ୟ ପ୍ରଦାନ କରାଯାଇଛି ।
Answer:
୬, ୧୧

୨ । ମୌଳିକ ଅଧୂକାର ଆଇନଗତ ଦୃଷ୍ଟିରୁ ___________ ଅଟେ |
Answer:
ନ୍ୟାୟଯୋଗ୍ୟ

୩ । ଭାରତ ସମ୍ବିଧାନ ସଂଶୋଧନ ପଦ୍ଧତି ___________ ଧାରାରେ ବର୍ଣ୍ଣିତ ।
Answer:
୩୬୮

୪ । ଭାରତୀୟ ରାଷ୍ଟ୍ରସଂଘରେ ___________ ଗୋଟି ରାଜ୍ୟ ଓ ___________ ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ।
Answer:
୨୮ ଓ ୭

୫ । ଭାରତ ସମ୍ବିଧାନ ୯୨ତମ ସଂଶୋଧନ, ୨୦୦୩ ଦ୍ଵାରା ନୂତନଭାବେ କେତୋଟି ଭାଷା ସଂଯୋଗ କରାଯିବା ପରେ ଅଷ୍ଟମ ଅନୁସୂଚୀରେ ସମ୍ବିଧାନ ସ୍ଵୀକୃତ ଭାଷା ସଂଖ୍ୟା ___________ ହୋଇଛି ।
Answer:
୨୨ (ବୋଡ଼ୋ, ଡୋଗ୍ରୀ, ମୈଥୁଳି ଓ ସାନ୍ତାଳିଭାଷା ନୂତନଭାବେ ସଂଯୋଜିତ ହୋଇଛି )

୬ । ସମ୍ବିଧାନ ସଂଶୋଧନ ଆଇନରେ ୨୧(କ) ଧାରାରେ ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଶିକ୍ଷାକୁ ମାଗଣା ଓ ବାଧ୍ୟତାମୂଳକ କରାଯାଇଛି ।
Answer:
୮୬ତମ

୭ । ସମ୍ବିଧାନ ସଂଶୋଧନ ଆଇନ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସମ୍ବିଧାନିକ ସ୍ବୀକୃତି ପ୍ରଦାନ କରିଛି ।
Answer:
୭୩ତମ

୮ । ସମ୍ବିଧାନ ସଂଶୋଧନ ଆଇନକୁ ସମ୍ବିଧାନର ସଂକ୍ଷିପ୍ତ ରୂପରେଖ ବୋଲି କୁହାଯାଇଥାଏ ।
Answer:
୬୨ତମ

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ଭାରତୀୟ ସମ୍ବିଧାନ କେଉଁ ମସିହାରେ ପ୍ରଣୀତ ହେଲା ଏବଂ କେଉଁ ମସିହାଠାରୁ କାର୍ଯ୍ୟକାରୀ ହେଲା ?
Answer:
ଭାରତୀୟ ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ପ୍ରଣୀତ ହେଲା ଏବଂ ୧୯୫୦ ମସିହାଜାନୁୟାରୀ ୨୬ ତାରିଖରୁ କାର୍ଯ୍ୟକାରୀ ହେଲା ।

୨ । ସମ୍ବିଧାନର ମୁଖବନ୍ଧ କହିଲେ କ’ଣ ବୁଝ ?
Answer:
ମୁଖବନ୍ଧ କହିଲେ ସମ୍ବିଧାନର ପ୍ରାକ୍‌କଥନକୁ ବୁଝାଏ; ଯେଉଁଥରେ ସମ୍ବିଧାନର ଲକ୍ଷ୍ୟ ଓ ଦାର୍ଶନିକ ଆଭିମୁଖ୍ୟ ପ୍ରତିଫଳିତ ହୋଇଛି ।

୩ । ୪୨ତମ ସଂବିଧାନ ସଂଶୋଧନ ଫଳରେ ମୁଖବନ୍ଧରେ କ’ଣ ଯୋଗ କରାଯାଇଥିଲା ?
Answer:
୧୯୭୬ ମସିହାର ୪୨ ତମ ସମ୍ବିଧାନ ସଂଶୋଧନ ଫଳରେ ମୁଖବନ୍ଧରେ ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ଓ ‘ସଂହତି’ ନାମକ ତିନୋଟି ଶବ୍ଦ ଯୋଗ କରାଯାଇଥିଲା ।

୪ । ଭାରତୀୟ ସଂବିଧାନରେ କେଉଁ ବିଷୟଗୁଡ଼ିକ ବ୍ରିଟିଶ୍ ସମ୍ବିଧାନରୁ ଅନୁକରଣ କରାଯାଇଛି ?
Answer:
ଭାରତୀୟ ସମ୍ବିଧାନରେ ଆଇନର ଶାସନ ଓ ସଂସଦୀୟ ସରକାର ନୀତିକୁ ମୁଖ୍ୟତଃ ବ୍ରିଟିଶ୍ ସମ୍ବିଧାନରୁ ଅନୁକରଣ କରାଯାଇଛି ।

୫ । ଆମେରିକା ସମ୍ବିଧାନରୁ ମୁଖ୍ୟତଃ କେଉଁ ବିଷୟଟି ଭାରତୀୟ ସମ୍ବିଧାନ ଅନୁକରଣ କରିଛି ?
Answer:
ଆମେରିକା ସମ୍ବିଧାନରୁ ଭାରତୀୟ ସମ୍ବିଧାନ ନ୍ୟାୟିକ ପୁନରାବଲୋକନ ବ୍ୟବସ୍ଥାକୁ ଅନୁକରଣ କରିଛି ।

୬ । ଏକକ ନାଗରିକତା କହିଲେ କ’ଣ ବୁଝ ?
Answer:
ପ୍ରାଦେଶିକ ସ୍ତରରେ ନାଗରିକତା ନ ଥାଇ ବ୍ୟକ୍ତି ସମଗ୍ର ରାଷ୍ଟ୍ରସଂଘର ନାଗରିକ ହେଲେ ତାକୁ ଏକକ ନାଗରିକତା କୁହାଯାଏ ।

୭ । ମୁଖବନ୍ଧ ପାଠ କଲେ କ’ଣ ଜଣାଯାଏ ?
Answer:
ମୁଖବନ୍ଧ ପାଠକଲେ ବିଶେଷତଃ ତିନିଗୋଟି ଜିନିଷ ଜଣାଯାଏ; ଯଥା- ସମ୍ବିଧାନର ଆଦର୍ଶ ଓ ଆଭିମୁଖ୍ୟ, ସମ୍ବିଧାନର ଉତ୍ସ ଏବଂ ସମ୍ବିଧାନ ପ୍ରଣୟନର ତାରିଖ ।

୮ । କାହା ମତରେ ମୁଖବନ୍ଧର ଗମ୍ଭୀର ଘୋଷଣା, ଭାଷା ଓ ଶୈଳୀ ସମ୍ବିଧାନକୁ ପବିତ୍ର କରିଦେଇଛି ?
Answer:
ମାନ୍ୟବର ବିଚାରପତି ଶ୍ରୀ ମହାଜନଙ୍କ ମତରେ, ମୁଖବନ୍ଧର ଗମ୍ଭୀର ଘୋଷଣା, ଭାଷା ଓ ଶୈଳୀ ସମ୍ବିଧାନକୁ ପବିତ କରିଦେଇଛି ।

୯ । କିଏ ୧୯୪୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଆଭିମୁଖ୍ୟ ପ୍ରସ୍ତାବ ପେଶ୍ କରିଥିଲେ ?
Answer:
ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଆଭିମୁଖ୍ୟ ପ୍ରସ୍ତାବ ପେଶ୍ କରିଥିଲେ ।

୧୦ । କିଏ ସମ୍ବିଧାନକୁ ଭାରତର ସଂଘ ଶାସନକୁ ପ୍ରାୟକ ସଂଘ ଶାସନରୂପେ ବର୍ଣ୍ଣନା କରିଛନ୍ତି ?
Answer:
ପ୍ରଫେସର କେ. ସି. ହୁଏର ଭାରତର ସଂଘଶାସନକୁ ପ୍ରାୟକ ସଂଘ ଶାସନରୂପେ ବର୍ଣ୍ଣନା କରିଛନ୍ତି |

୧୧ । ଭାରତ ସରକାରଙ୍କଦ୍ଵାରା ଦିଆଯାଉଥବା ପଦ୍ମ ଭୂଷଣ ଏକ ଉପାଧ୍ବ କି ?
Answer:
ଏହା ଏକ ଉପାଧ୍ଵ ନୁହେଁ, ବରଂ ସମ୍ମାନସୂଚକ ଭୂଷଣ ଅଟେ ।

୧୨ । ମୌଳିକ ଅଧିକାରର ସୁରକ୍ଷା ପାଇଁ ଉଚ୍ଚ ଏବଂ ଉଚ୍ଚତମ ନ୍ୟାୟାଳୟରେ କେତୋଟି ରିଟ୍ ଅଛି ?
Answer:
ମୌଳିକ ଅଧୁକାରର ସୁରକ୍ଷା ପାଇଁ ଉଚ୍ଚ ଏବଂ ଉଚ୍ଚତମ ନ୍ୟାୟାଳୟରେ ପାଞ୍ଚଗୋଟି ରିଟ୍ ଅଛି ।

୧୩ । ସମ୍ବିଧାନ ସଂଶୋଧନରେ ରାଜ୍ୟମାନଙ୍କର କିଛି ଭୂମିକା ଅଛି କି ?
କିମ୍ବା, ଭାରତର ସମ୍ବିଧାନକୁ ସଂଶୋଧନ କରିବାର କ୍ଷମତା କାହା ଉପରେ ନ୍ୟସ୍ତ ହୋଇଛି ?
Answer:
ଭାରତର ସମ୍ବିଧାନକୁ ସଂଶୋଧନ କରିବା କ୍ଷମତା କେବଳ କେନ୍ଦ୍ରୀୟ ସଂସଦ ଉପରେ ନ୍ୟସ୍ତ ହୋଇଛି । କେବଳ ସଂଘୀୟ ବ୍ୟବସ୍ଥାର ସଂଶୋଧନ କ୍ଷେତ୍ରରେ ଅର୍ବାଧ‌ିକ ରାଜ୍ୟ ବ୍ୟବସ୍ଥାପକ ସଭାର ଅନୁମୋଦନ ଆବଶ୍ୟକ ହୋଇଥାଏ ।

୧୪ । କେଉଁ ସମ୍ବିଧାନ ପୃଥ‌ିବୀର ବୃହତ୍ତମ ଲିଖୁତ ସମ୍ବିଧାନ ଅଟେ ?
Answer:
ଭାରତର ସମ୍ବିଧାନ ପୃଥିବୀର ବୃହତ୍ତମ ଲିଖ୍ତ ସମ୍ବିଧାନ ଅଟେ ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୧୫ । ଭାରତ କାହିଁକି ଏକ ସଂଘୀୟ ରାଷ୍ଟ୍ରରୂପେ ପରିଚିତ ହୋଇଛି ?
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ର କାରଣ ଏଠାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଆବଶ୍ୟକୀୟ ଉପାଦାନ; ଯଥା – ଏକ ଲିଖୁତ ଓ ଅନମନୀୟ ସମ୍ବିଧାନ, ଦ୍ଵୈତ ଶାସନ ବ୍ୟବସ୍ଥା, କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ସାମ୍ବିଧାନିକ କ୍ଷମତାର ବଣ୍ଟନ, ଏକ ନିରପେକ୍ଷ ସ୍ଵାଧୀନ ନ୍ୟାୟପାଳିକା ଓ ଦ୍ବିସଦନୀୟତାର ଉପସ୍ଥିତି ରହିଛି ।

୧୬ । ଭାରତର ସାର୍ବଭୌମତ୍ବ କହିଲେ କ’ଣ ବୁଝ ?
Answer:
ଭାରତର ଆଭ୍ୟନ୍ତରୀଣ ସର୍ବୋଚ୍ଚ କ୍ଷମତା ଓ ବାହ୍ୟ ସମ୍ପର୍କ ରକ୍ଷା କ୍ଷେତ୍ରରେ ପୂର୍ଣ୍ଣ ସ୍ଵାଧୀନତାକୁ ଏହାର ସାର୍ବଭୌମତ୍ବ କୁହାଯାଏ ।

୧୭ । ଭାରତରେ ନୂତନ ରାଜ୍ୟ କିପରି ସୃଷ୍ଟି ହୋଇପାରିବ ?
Answer:
ଭାରତର ସଂସଦରେ ସାଧାରଣ ସଂଖ୍ୟାଗରିଷ୍ଠତାଦ୍ୱାରା ସଂଶୋଧନ କରାଗଲେ ନୂତନ ରାଜ୍ୟ ସୃଷ୍ଟି ହୋଇପାରିବ ।

୧୮ । ସୀମିତ ପ୍ରତିନିଧୁତ୍ଵ କହିଲେ କ’ଣ ବୁଝ ?
Answer:
ଯେତେବେଳେ ଶିକ୍ଷା, ସମ୍ପତ୍ତି, ଧର୍ମ, ଜାତି, ବର୍ଷ ଆଦି ଭିଭିରେ ଭୋଟଦାନର ଅଧିକାର ପ୍ରଦାନ କରାଯାଏ, ସେତେବେଳେ ସୀମିତ ପ୍ରତିନିଧୁତ୍ଵର ସମ୍ଭାବନା ସୃଷ୍ଟି ହୁଏ । ଏହା ଅଗଣତାନ୍ତ୍ରିକ ଅଟେ ।

୧୯ । ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ ?
Answer:
ଡଃ. ସଚ୍ଚିଦାନନ୍ଦ ସିହ୍ନା ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

୨୦ । ଭାରତ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେଉଁଦିନ ବସିଥିଲା ?
Answer:
ଭାରତ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ୧୯୪୬ ମସିହା ଡିସେମ୍ବର ୯ ତାରିଖ ଦିନ ବସିଥିଲା ।

୨୧ । ଭାରତ ସମ୍ବିଧାନର ଅଧିକାଂଶ ଭାଗର ପରିବର୍ତ୍ତନ ପାଇଁ କଷ୍ଟସାଧ ପଦ୍ଧତି ଅନୁସୃତ ହେଉଥ‌ିବାରୁ ମୋଟାମୋଟିଭାବେ ଭାରତୀୟ ସମ୍ବିଧାନ କେଉଁ ପ୍ରକାର ସମ୍ବିଧାନ ଅଟେ ?
Answer:
ଅନମନୀୟ ସମ୍ବିଧାନ ।

୨୨ । ସମ୍ବିଧାନ ପ୍ରଣୟନ ସଭା ଚିଠା କମିଟିର ଅଧ୍ୟକ୍ଷ କିଏ ଥିଲେ ?
Answer:
ଡଃ ଭୀମ୍ରାଓ ଆମ୍ବେଦକର ସମ୍ବିଧାନ ପ୍ରଣୟନ ଚିଠା କମିଟିର ଅଧ୍ୟକ୍ଷ ଥିଲେ ।

୨୩ । ଭାରତ ସମ୍ବିଧାନର କେଉଁଠାରେ ‘ସମାନ କାମ ପାଇଁ ସମାନ ଦରମା’ ବ୍ୟବସ୍ଥା ଦେଖିବାକୁ ମିଳେ ?
Answer:
ଭାରତ ସମ୍ବିଧାନର ଚତୁର୍ଥ ଖଣ୍ଡରେ ସ୍ଥାନିତ ରାଷ୍ଟ୍ର ନିୟାମକ ତତ୍ତ୍ଵରେ ‘ସମାନ କାମ ପାଇଁ ସମାନ ଦରମା’ ବ୍ୟବସ୍ଥା ଦେଖ‌ିବାକୁ ମିଳେ ।

୨୪ । ସାର୍ବଜନୀନ ସାବାଳକ ଭୋଟପ୍ରଥା କ’ଣ ?
Answer:
ଜାତି, ବର୍ଷ, ଧର୍ମ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ସମ୍ପରି ଆଦି ନିର୍ବିଶେଷରେ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଗୋଟିଏ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରିବାକୁ ‘ସାର୍ବଜନୀନ ସାବାଳକ ଭୋଟପ୍ରଥା’ କୁହାଯାଏ । ଭାରତ ସମ୍ବିଧାନର ୩୨୬ ଧାରାରେ ୬୨ ତମ ସମ୍ବିଧାନ ସଂଶୋଧନ ଆଇନର ସଂଶୋଧୃତ ବ୍ୟବସ୍ଥା ଅନୁଯାୟୀ ୧୮ ବର୍ଷରୁ ଊର୍ଦ୍ଧ୍ବ ଭାରତୀୟ ନାଗରିକଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରାଯାଇଛି ।

(B) ପାଞ୍ଚଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । ସମ୍ବିଧାନର ମୁଖବନ୍ଧର ତାତ୍ପର୍ଯ୍ୟ କ’ଣ ?
Answer:
ମୁଖବନ୍ଧ ସମ୍ବିଧାନର ତାତ୍ପର୍ଯ୍ୟ ସଦୃଶ; ଯେଉଁଥିରେ ସମ୍ବିଧାନର ଲକ୍ଷ୍ୟ ଓ ଦାର୍ଶନିକ ଆଭିମୁଖ୍ୟ ପ୍ରତିଫଳିତ ହୋଇଛି । ଏହା ବାସ୍ତବରେ ସମ୍ବିଧାନର ଆତ୍ମା ସଦୃଶ । ଜାତିର ଅଭୀପ୍‌ସା, ଆକାଂକ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଛି । ମୁଖବନ୍ଧ ପାଠକରି ଆମେ ସମ୍ବିଧାନର ପ୍ରକୃତି ଓ ବୈଶିଷ୍ଟ୍ୟ ସମ୍ପର୍କରେ ସମ୍ୟକ୍ ଧାରଣା ପାଇଥାଉ ଏବଂ ଏହା ସମ୍ବିଧାନର ଚାବିକାଠି ସଦୃଶ ।

୨ । ଭାରତ ସମ୍ବିଧାନର ଆକାର ଏତେ ବୃହତ୍ କାହିଁକି ?
Answer:
ଭାରତ ସମ୍ବିଧାନର ଆକାର ବଡ଼ ହେବାର ଅନେକ କାରଣ ଅଛି । ପ୍ରଥମତଃ ବିଭିନ୍ନ ଦେଶର ସମ୍ବିଧାନରୁ କିଛି ଅଂଶ ଆମେ ଉଦ୍ଧାର କରିଛୁ । ଦ୍ଵିତୀୟତଃ ୧୯୩୫ ଭାରତଶାସନ ଆଇନରୁ ଅଧିକାଂଶ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ବିଚାରାଳୟ, ନିର୍ବାଚନ, ପ୍ରଶାସନିକ ସେବା, ଭାଷା, ସଂସଦର କାର୍ଯ୍ୟପ୍ରଣାଳୀ ଆଦି ବ୍ୟବସ୍ଥାକୁ ପୂର୍ଣ୍ଣ ଅଂଶଭାବରେ ସ୍ଥାନ ଦିଆଯାଇଛି । ତୃତୀୟତଃ ତଫସିଲଭୁକ୍ତ ଜାତି ଏବଂ ଉପଜାତି ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା ଏକ ସଂଘୀୟ ବ୍ୟବସ୍ଥା । ଚତୁର୍ଥତଃ କେନ୍ଦ୍ର ଓ ରାଜ୍ୟର ସମ୍ପର୍କକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ସର୍ବଶେଷରେ ମୌଳିକ ଅଧୂକାର ଏବଂ ରାଷ୍ଟ୍ରନୀତି ନିୟାମକତତ୍ତ୍ଵ ପାଇଁ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି ହେବା ଆଦି କାରଣରୁ ଏହି ସମ୍ବିଧାନ ବୃହତ୍ ହୋଇଛି ।

୩ । ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର କି ?
Answer:
ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଭାରତକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ରଭାବରେ ବର୍ଣ୍ଣନା କରାଯାଇଛି । ଯେଉଁ ଶାସନ ବ୍ୟବସ୍ଥାରେ ମୁଖ୍ୟ କାର୍ଯ୍ୟପାଳିକା ବା ରାଷ୍ଟ୍ରମୁଖ୍ୟ ବଂଶାନୁକ୍ରମିକ ଭାବରେ ମନୋନୀତ ନହୋଇ ଏକ ସୀମିତ ସମୟପାଇଁ ଜନସାଧାରଣଙ୍କଦ୍ଵାରା ପ୍ରତ୍ୟକ୍ଷ ବା ପରୋକ୍ଷଭାବରେ ନିର୍ବାଚିତ ହୁଅନ୍ତି ତାକୁ ସାଧାରଣତନ୍ତ୍ର ରାଷ୍ଟ୍ର କୁହାଯାଏ | ଭାତରେ ରାଜତନ୍ତ୍ର ବ୍ୟବସ୍ଥାର ପ୍ରଚଳନ ନାହିଁ ଏବଂ ରାଷ୍ଟ୍ରମୁଖ୍ୟ ଭାବେ ରାଷ୍ଟ୍ରପତି ପରୋକ୍ଷଭାବେ ନିର୍ବାଚିତ ହୁଅନ୍ତି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୪ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର କି ?
Answer:
୧୯୭୬ ମସିହାରେ ସମ୍ବିଧାନର ୪୨ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଧର୍ମନିରପେକ୍ଷ ଶବ୍ଦଟି ମୁଖବନ୍ଧରେ ସଂଯୋଗ କରାଯାଇଛି । ଭାରତବର୍ଷରେ କୌଣସି ଧର୍ମକୁ ରାଷ୍ଟ୍ରୀୟ ଧର୍ମଭାବରେ ଗ୍ରହଣ କରାଯାଇ ନାହିଁ । ଏଠାରେ ସବୁ ଧର୍ମକୁ ସମାନ ମର୍ଯ୍ୟାଦା ଦିଆଯାଏ । ବ୍ୟକ୍ତିବିଶେଷ ଯେକୌଣସି ଧର୍ମକୁ ସ୍ଵାଧୀନଭାବରେ ଗ୍ରହଣ କରି ପ୍ରଚାର ଏବଂ ପ୍ରସାର କରିପାରିବେ । ଧର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରୁଥିବାରୁ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ । ଏଠାରେ ଧର୍ମ ଉପରେ କର ବସେ ନାହିଁ କିମ୍ବା ସରକାରୀ ଶିକ୍ଷାନୁଷ୍ଠାନରେ କୌଣସି ଧର୍ମ-ଶିକ୍ଷା ଦିଆଯାଏ ନାହିଁ ।

୫ । ସାର୍ବଜନୀନ ଭୋଟି କ୍ଷମତା କ’ଣ ?
Answer:
ସମ୍ବିଧାନର ୩୨୬ ଧାରାନୁସାରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏଥିପାଇଁ ପାଶ୍ଚାତ୍ୟ ଜଗତରେ ଯୁଗଯୁଗ ଧରି ଆନ୍ଦୋଳନ କରାଯାଇଛି । ଧନ, ଶିକ୍ଷା, ଲିଙ୍ଗ, ଧର୍ମ, ଜନ୍ମସ୍ଥାନ, ଜାତି ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭୋଟକ୍ଷମତା ପାଇଛନ୍ତି । ଏହା ଭାରତକୁ ବୃହତ୍ତମ ଗଣତନ୍ତ୍ରରେ ପରିଣତ କରିଛି । ସମ୍ବିଧାନର ଏହି ବ୍ୟବସ୍ଥା ଏକ ସାହସିକ ପଦକ୍ଷେପରୂପେ ବର୍ଣ୍ଣିତ ହୋଇଛି । ୬୨ତମ ସମ୍ବିଧାନ ସଂଶୋଧନଦ୍ଵାରା ବର୍ତ୍ତମାନ ୧୮ ବର୍ଷ ବୟସ୍କ ଲୋକଙ୍କୁ ଭୋଟଦାନ କ୍ଷମତା ଦିଆଯାଇଛି ।

୬ । ସମ୍ବିଧାନର ପଞ୍ଚମ ସ୍ତମ କ’ଣ ବୁଝ ?
Answer:
ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ନିର୍ବାଚନ କମିଶନ, ଅର୍ଥ କମିଶନ, ସାଧାରଣ ପ୍ରଶାସନିକ ସେବା ଆୟୋଗ, ଅଡ଼ିଟର ଜେନେରାଲ ଏବଂ ଆଟର୍ନି ଜେନେରାଲ ଆଦି ପାଞ୍ଚୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ ହୋଇଛି । ନିର୍ବାଚନ କମିଶନ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା ମାଧ୍ୟମରେ ଗଣତନ୍ତ୍ରକୁ ବଞ୍ଚାଇ ରଖୁଛି । ଅର୍ଥ କମିଶନ ରାଜସ୍ୱର ସୁଷମ ବଣ୍ଟନ କରି ସଂଘୀୟ ରାଷ୍ଟ୍ରର ମୂଳଭିଭିକୁ ସୁଦୃଢ଼ କରିଛି ।

ସାଧାରଣ ପ୍ରଶାସନିକ ସେବା ଆୟୋଗ ଶାସନର ସୁପରିଚାଳନାପାଇଁ ଦକ୍ଷ କର୍ମଚାରୀ ନିଯୁକ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଆଟଣ୍ଡି ଜେନେରାଲ ସରକାରଙ୍କ ଆଇନ ରୂପକ ଶାସନର ବିବେକରୂପେ କାର୍ଯ୍ୟ କରୁଛି । ଅଡ଼ିଟର ଜେନେରାଲ ସାଧାରଣ ଅର୍ଥର ଜଗୁଆଳି ଅଟେ । ଏହି ସ୍ତମ୍ଭଗୁଡ଼ିକ ନୀତିନିୟମର ମଙ୍ଗ ଧରି ସମ୍ବିଧାନକୁ ସୁସ୍ଥ ଓ ସବଳ କରି ବଞ୍ଚାଇ ରଖୁଛନ୍ତି ।

୭ । ସମ୍ବିଧାନ ରାଷ୍ଟ୍ରର ଅପରିହାର୍ଯ୍ୟ ଅଙ୍ଗ ବୋଲି କାହିଁକି କୁହାଯାଏ ?
Answer:
ସମ୍ବିଧାନ ରାଷ୍ଟ୍ରର ମୌଳିକ ନୀତିଗ୍ରନ୍ଥ । ରାଷ୍ଟ୍ର ଶାସନର ମୌଳିକ ସିଦ୍ଧାନ୍ତ ଓ ଆଇନଗୁଡ଼ିକ ସମ୍ବିଧାନରେ ଲିପିବଦ୍ଧ ହୋଇଥାଏ । ଏଥିରେ ସରକାରର କ୍ଷମତା, ନାଗରିକମାନଙ୍କର ଅଧୂକାର, କର୍ଭବ୍ୟ ତଥା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସୁଚାରୁରୂପେ ନିର୍ଣ୍ଣୟ କରାଯାଇଥାଏ । ପ୍ରତ୍ୟେକ ରାଷ୍ଟ୍ରରେ ସରକାର ଗଠନ ଓ ପରିଚାଳନା ଯେଉଁ ନୀତିନିୟମ ଉପରେ ପର୍ଯ୍ୟବସିତ ସେଗୁଡ଼ିକ ସମ୍ବିଧାନରୁ ସୃଷ୍ଟି । ସେଥ୍ପାଇଁ ସମ୍ବିଧାନକୁ ରାଷ୍ଟ୍ରର ଅପରିହାର୍ଯ୍ୟ ଅଙ୍ଗ ବୋଲି କୁହାଯାଏ ।

୮ । ଭାରତବର୍ଷର ସମ୍ବିଧାନ ଅନମନୀୟ – ଏହା ସତ୍ୟ କି ?
Answer:
ଭାରତର ସମ୍ବିଧାନ ଏକ ଲିଖୁତ ସମ୍ବିଧାନ ଓ ଏହାର କେତେକ ଅଂଶ ନମନୀୟ ଓ କେତେକ ଅଂଶ ଅନମନୀୟ ଅଟେ । ସଂଘ ଶାସନ ସମ୍ବନ୍ଧୀୟ ଧାରାସମୂହ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଧାନମଣ୍ଡଳ ଓ ବିଚାରସଂସ୍ଥା, କ୍ଷମତା ବିତରଣ ତାଲିକା ଆଦି ବିଷୟ ଅନମନୀୟ ପଦ୍ଧତିରେ ସଂଶୋଧୃତ ହୋଇଥାଏ । ଏହି ସମସ୍ତ ବିଷୟ ସଂଶୋଧନ ପାଇଁ ସଂସଦର ଉପସ୍ଥିତ ସଭ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ତଥା ସମସ୍ତ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ସଭ୍ୟଙ୍କ ସମର୍ଥନ ସହ ପ୍ରସ୍ତାବଟି ଗୃହୀତ ହେବା ଆବଶ୍ୟକ ।

କେତେକ କ୍ଷେତ୍ରରେ ଅର୍ଦ୍ଧାଧ‌ିକ ରାଜ୍ୟ ବିଧାନସଭାର ଅନୁମୋଦନ ମଧ୍ୟ ଆବଶ୍ୟକ । ଏଣୁ ଭାରତୀୟ ସମ୍ବିଧାନ କେତେକାଂଶରେ ଅନମନୀୟ ଅଟେ । ଅନ୍ୟ ପକ୍ଷରେ, ସଂଘୀୟ ବିଷୟକୁ ବାଦ୍ ଦେଇ ଅନ୍ୟ ବିଷୟ କେବଳ ସଂସଦର ଅର୍ଦାତ୍ମକ ସଭ୍ୟଙ୍କ ସମର୍ଥନକ୍ରମେ ସଂଶୋଧନ କରାଯାଇ ପାରୁଥିବାରୁ ଏହା ନମନୀୟ ମଧ୍ଯ ଅଟେ । ଏଣୁ ଭାରତୀୟ ସମ୍ବିଧାନ ସମ୍ପୂର୍ଣ୍ଣ ନମନୀୟ କିମ୍ବା ଅନମନୀୟ ନୁହେଁ ।

୯ । ଭାରତୀୟ ସମ୍ବିଧାନର ସଂଶୋଧନ ପଦ୍ଧତି ସମ୍ପର୍କରେ ସୂଚନା ଦିଅ ।
Answer:
ଭାରତର ସଂସଦଦ୍ବାରା ସମ୍ବିଧାନ ସଂଶୋଧନ କରାଯାଇଥାଏ । ସମ୍ବିଧାନ ସଂଶୋଧନ ପଦ୍ଧତି ୩୬୮ ଧାରାରେ ବର୍ଣ୍ଣିତ ହୋଇଛି । ଏହି ପଦ୍ଧତି ନମନୀୟତା ଓ ଅନମନୀୟତାର ସମ୍ମିଶ୍ରଣ ଅଟେ । ଭାରତର ସମ୍ବିଧାନ ତିନିଗୋଟି ପଦ୍ଧତିରେ (୧) କେତେକ ନୀତି ସଂସଦର ସାଧାରଣ .ସଂଖ୍ୟାଗରିଷ୍ଠତା ସହ ସଂଶୋଧୃତ ହୁଏ । (୨) କେତେକ ନୀତି ସଂସଦର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ସଂଶୋଧତ ହୁଏ । (୩) କେତେକ ନୀତି ସଂସଦର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ସଂଶୋଧୂତ ହୋଇ ଅନ୍ଧାଧୁକ ରାଜ୍ୟ ବ୍ୟବସ୍ଥାପିକାଦ୍ଵାରା ଅନୁମୋଦିତ ହେବା ଆବଶ୍ୟକ । ପ୍ରଥମ ପଦ୍ଧତିଟି ନମନୀୟ ଓ ଦ୍ଵିତୀୟ ଓ ତୃତୀୟ ପଦ୍ଧତି ଅନମନୀୟ ପଦ୍ଧତି ଅଟେ ।

୧୦ । ଭାରତ କାହିଁକି ଏକ ଜନମଙ୍ଗଳ ରାଷ୍ଟ୍ର ଅଟେ ?
Answer:
ଭାରତ ସମ୍ବିଧାନର ୩୮ ଧାରାରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରୂପେ ଘୋଷଣା କରାଯାଇଛି । ଚତୁର୍ଥ ଅଧ୍ୟାୟର ରାଷ୍ଟ୍ର ନିୟାମକ ତତ୍ତ୍ଵ ନାଗରିକର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାରଙ୍କୁ ଅନେକ ନିର୍ଦ୍ଦେଶ ଦେଇଛି । ଭାରତରେ ମିଶ୍ରିତ ଅର୍ଥନୀତି, ସମାଜବାଦୀ, ଉଦାରବାଦୀ ନୀତିକୁ କାର୍ଯ୍ୟ କରାଯିବା ଫଳରେ ଏଠାରେ ନାଗରିକର ବ୍ୟକ୍ତିତ୍ଵର ପୂର୍ଣ୍ଣ ପରିପ୍ରକାଶ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଣୁ ଭାରତ ନିଃସନ୍ଦେହରେ ଏକ ଜନମଙ୍ଗଳ ରାଷ୍ଟ୍ର ଅଟେ ।

୧୧ । “ଆମ୍ଭେ ଭାରତର ଜନସାଧାରଣ” ପଦଟି ବୁଝାଇ ଦିଅ ।
Answer:
ଭାରତ ସମ୍ବିଧାନର ପ୍ରାକ୍‌କଥନ ‘ଆମ୍ଭେ ଭାରତର ଜନସାଧାରଣ’ ପଦରୁ ଆରମ୍ଭ ହୋଇଛି । ଭାରତ ସମ୍ବିଧାନର କୌଣସି ଧାରାରେ ସାମ୍ବିଧାନିକ କ୍ଷମତାର ଉତ୍ସ ସମ୍ପର୍କରେ ବର୍ଣ୍ଣନା କରାଯାଇନଥିଲେ ମଧ୍ୟ ପ୍ରାକ୍‌କଥନର ଏହି ପଦ ଭାରତୀୟ ଜନସାଧାରଣ ସମସ୍ତ କ୍ଷମତାର ଉତ୍ସବୋଲି ସୂଚନା ଦେଇଥାଏ ।

ଭାରତୀୟ ଜନସାଧାରଣ ସମ୍ବିଧାନକୁ ନିଜେ ପ୍ରସ୍ତୁତ କରି ନିଜେ ନିଜକୁ ପ୍ରଦାନ କରିଥିବାର ତଥ୍ୟ ଏଥୁରୁ ମିଳିଥାଏ । ଏହା ଭାରତରେ ‘ଜନପ୍ରିୟ ସାର୍ବଭୌମତ୍ବ’ ରହିଥିବାର ପ୍ରମାଣ ଦିଏ । ଭାରତୀୟ ସମ୍ବିଧାନ ଲୋକମାନଙ୍କର କ୍ଷମତା ଉପରେ ଆଧାରିତ ହୋଇଥିବାରୁ କୌଣସି ଜନସାଧାରଣ ବା ଅନୁଷ୍ଠାନ ଏହାର ବିଲୋପସାଧନ କରିପାରିବେ ନାହିଁ । ଏହା ଗଣତନ୍ତ୍ରର ଦୃଢ଼ଭିଭିକୁ ସୂଚିତ କରିଥାଏ ।

୧୨ । କାହିଁକି ଭାରତ ସମ୍ବିଧାନକୁ ‘ଆଇନଜୀବୀଙ୍କ ଅମରାବତୀ’ କୁହାଯାଏ ?
Answer:
ଭାରତ ସମ୍ବିଧାନ ପୃଥ‌ିବୀର ଦୀର୍ଘତମ ଲିଖ୍ ସମ୍ବିଧାନ । ସମ୍ବିଧାନ ପ୍ରଣେତାମାନେ ତତ୍କାଳୀନ ଭାରତର ପରିସ୍ଥିତି, ଭାରତୀୟମାନଙ୍କର ଦାରିଦ୍ର୍ୟ, ନିରକ୍ଷରତା ଓ ଅନଗ୍ରସରତାକୁ ବିଚାରକୁ ନେଇ ପ୍ରତ୍ୟେକ ବିଷୟ ପୂର୍ଣ୍ଣାଙ୍ଗଭାବେ ଲିଖୁତ ରୂପରେ ସମ୍ବିଧାନରେ ସ୍ଥାନିତ କରିବାକୁ ଚାହିଁଥିଲେ । ଅନ୍ୟାନ୍ୟ ସଂଘୀୟ ରାଷ୍ଟ୍ରମାନଙ୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ପୃଥକ୍ ସମ୍ବିଧାନ ବ୍ୟବସ୍ଥା ଥିଲେ ମଧ୍ୟ ଭାରତରେ ଉଭୟ ବିଷୟ ଏକ ସମ୍ବିଧାନରେ ସ୍ଥାନ ପାଇଛି ।

ବିଭିନ୍ନତା ମଧ୍ୟରେ ଏକତ୍ଵ ପ୍ରତିଷ୍ଠାପାଇଁ ବିଭିନ୍ନ ସ୍ଵାର୍ଥଗୋଷ୍ଠୀର ସ୍ଵାର୍ଥ ସଂରକ୍ଷଣ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ପୃଥ‌ିବୀର ବିଭିନ୍ନ ସମ୍ବିଧାନକୁ ଅଧ୍ୟୟନ କରାଯାଇ କେତେକ ଉତ୍ତମ ବ୍ୟବସ୍ଥାକୁ ଭାରତୀୟ ପରିବେଶରେ ଖାପଖୁଆଇ ଚାଲିବାପାଇଁ ପରିବର୍ତ୍ତନ କରାଯାଇ ସମ୍ବିଧାନରେ ସ୍ଥାନ ଦିଆଯାଇଛି । ଏହି ସମସ୍ତ ବିଷୟ ଭାରତ ସମ୍ବିଧାନକୁ ଏକ ହସ୍ତୀକାର ରୂପ ଓ ଜଟିଳ ଆଇନଗ୍ରନ୍ଥରେ ପରିଣତ କରିଛି । ସାଧାରଣ ଭାରତୀୟ ନାଗରିକ ଏହାକୁ ବୁଝିବା ସମ୍ଭବପର ନୁହେଁ ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ଓକିଲମାନଙ୍କର ଭୂମିକା ଏହାଦ୍ଵାରା ବୃଦ୍ଧି ପାଇଛି । ଏହିସବୁ ଦୃଷ୍ଟିରୁ ଆଇଭର୍ ଜେନିଙ୍ଗ୍‌ସ ଭାରତ ସମ୍ବିଧାନକୁ ସମାଲୋଚନା କରି ଓକିଲମାନଙ୍କର ସ୍ଵର୍ଗ’ (Lawyer’s Paradise) ବୋଲି ଅଭିହିତ କରିଛନ୍ତି । ସମ୍ବିଧାନ ପ୍ରଣୟନ କକ୍ଷର ଅନେକ ପ୍ରମୁଖ ସଦସ୍ୟ ଆଇନଜୀବୀ ତଥା ପ୍ରମୁଖ ରାଜନୀତିଜ୍ଞ ଥିବାରୁ ସମ୍ବିଧାନକୁ ଏପରି ଏକ ଜଟିଳ ଆଇନଗ୍ରନ୍ଥରେ ପରିଣତ କରାଯାଇଥିବାର ସମାଲୋଚନା କରାଯାଏ ।

୧୩ । କାହିଁକି ଭାରତକୁ ଏକ ସମାଜବାଦୀ ରାଷ୍ଟ୍ର କୁହାଯାଏ ?
Answer:
ଭାରତ ସମ୍ବିଧାନର ପ୍ରାକ୍‌କଥନରେ ‘ସମାଜବାଦୀ’ ଶବ୍ଦଟି ୪୨ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଯୋଗ କରାଯାଇଛି । କିନ୍ତୁ ତା’ ପୂର୍ବରୁ ମୂଳ ସମ୍ବିଧାନରେ ମଧ୍ୟ ରାଷ୍ଟ୍ର ନିୟାମକ ତତ୍ତ୍ଵରେ ସମାଜବାଦୀ ନୀତି ସ୍ଥାନିତ ହୋଇଥିଲା । ଏକ ଅର୍ଥନୈତକ ଶୋଷଣମୁକ୍ତ ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପ୍ରଦାନ କରାଯାଇପାରୁଥିବା ଏକ ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା ଭାରତୀୟ ରାଜନୈତିକ ବ୍ୟବସ୍ଥାର ଲକ୍ଷ୍ୟ ହୋଇଥିବାରୁ ଏହା ସମାଜବାଦୀ ପ୍ରକୃତିସମ୍ପନ୍ନ ଅଟେ ।

ସମାନ କାମ ପାଇଁ ଲିଙ୍ଗ ନିର୍ବିଶେଷରେ ସମାନ ମଜୁରି, ଜାତୀୟ ସମ୍ପଦର ସୁଷମ ବଣ୍ଟନ, ଶାରୀରିକ ଅକ୍ଷମ ଓ ବୃଦ୍ଧବ୍ୟକ୍ତିଙ୍କୁ ଆର୍ଥିକ ନିରାପତ୍ତା ପ୍ରଦାନ, ଆୟଗତ ବୈଷମ୍ୟ ହ୍ରାସ, ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣ ସୁଯୋଗ ଆଦି ବ୍ୟବସ୍ଥା ମାଧ୍ୟମରେ ଭାରତକୁ ଏକ ସମାଜବାଦୀ ରାଷ୍ଟ୍ରର ରୂପ ଦିଆଯାଇଛି ।

୧୪ । ସମ୍ବିଧାନର ଆବଶ୍ୟକତା ଓ ଗୁରୁତ୍ବ ଦର୍ଶାଅ ।
Answer:
ସମ୍ବିଧାନ ଗୋଟିଏ ରାଷ୍ଟ୍ରର ମୌଳିକ ଆଇନର ସମାହାର ଅଟେ । ଜେଲିନେକଙ୍କ ମତରେ, ‘ସମ୍ବିଧାନ ବିନା ଗୋଟିଏ ରାଷ୍ଟ୍ର ଅରାଜକତାର ରାଜତ୍ଵରେ ପରିଣତ ହୁଏ ।’ ଏହା ବ୍ୟକ୍ତି ଶାସନ ପରିବର୍ତ୍ତେ ଆଇନର ଶାସନ’ (Rule of Law) ପ୍ରତିଷ୍ଠା କରେ । ଏହା ସରକାରର ମୌଳିକ ନୀତି ଓ ସ୍ଵରୂପ ନିର୍ଦ୍ଧାରଣ କରି କ୍ଷମତାର ଅପବ୍ୟବହାରକୁ ପ୍ରତିରୋଧ କରିପାରେ । ଏହା ରାଷ୍ଟ୍ରର ସ୍ୱରୂପ ପ୍ରତିଫଳନ କରି ରାଷ୍ଟ୍ର ପ୍ରତି ଆନୁଗତ୍ୟର ଧାରାର ପ୍ରକୃତି ନିର୍ଦ୍ଧାରଣ କରେ ।

ଏହା ବ୍ୟକ୍ତିର ସ୍ଵତନ୍ତ୍ରତା ଓ ଅଧିକାରକୁ ଆଇନଗତ ସୁରକ୍ଷା ପ୍ରଦାନ କରିଥାଏ । ଏଣୁ ସମ୍ବିଧାନ ବିଶୃଙ୍ଖଳା ମଧ୍ୟରେ ଶୃଙ୍ଖଳା ପ୍ରତିଷ୍ଠା କରି ପ୍ରଶାସନିକ ସ୍ଥିରତା ଓ ଦକ୍ଷତା ପ୍ରଦାନ କରିଥାଏ । ଏହା ଏକ ସଭ୍ୟ ରାଷ୍ଟ୍ର ପାଇଁ ଅପରିହାର୍ଯ୍ୟ ଅଟେ । ଜେଲିଟେନ୍‌ଙ୍କ ମତରେ “ସମ୍ବିଧାନର ଅନୁପସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଅନୁଷ୍ଠାନ ଓ ଏପରିକି ନିଜେ ସରକାର ସ୍ଵେଚ୍ଛାଚାରୀ ହୋଇଯିବେ ଏବଂ ଏହା ଫଳରେ ଅରାଜକତାର ରାଜତ୍ଵ ଚାଲିବ ।”

୧୫ । ଭାରତ ଏକ ଅର୍ଥ-ସଂଘୀୟ ରାଷ୍ଟ୍ର ।
Answer:
ଭାରତ ସମ୍ବିଧାନର କୌଣସି ଧାରାରେ ଭାରତକୁ ଏକ ସଂଘୀୟ ରାଷ୍ଟ୍ରରୂପେ ଘୋଷଣା କରାଯାଇ ନଥିଲେ ମଧ୍ୟ ଏଠାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ ଯଥା- ଲିଖ୍ତ ଓ ଅନମନୀୟ ସମ୍ବିଧାନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କ୍ଷମତାର ସାମ୍ବିଧାନିକ ବଣ୍ଟନ, ସ୍ଵାଧୀନ ନ୍ୟାୟପାଳିକା ଓ ଦ୍ବିସଦନୀୟତା ଆଦି ରହିଥିବାରୁ ଭାରତ ଏକ ସଂଘୀୟ ରାଷ୍ଟ୍ର ।

କିନ୍ତୁ ଭାରତ ସମ୍ବିଧାନର ୧ ଧାରାରେ ଭାରତକୁ ରାଜ୍ୟମାନଙ୍କର ଏକ ସଖେଳନ ବୋଲି ଘୋଷଣା ରାଜ୍ୟର ସାମ୍ବିଧାନିକ ମୁଖ୍ୟ ରାଜ୍ୟପାଳ କେନ୍ଦ୍ରର ପ୍ରତିନିଧ୍ଵ ରୂପେ କାର୍ଯ୍ୟକରିବା, ଜରୁରୀ ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟପ୍ରଶାସନ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଜାରି କରିବା, ଏକକ ସମ୍ବିଧାନ ଓ ଏକକ ନାଗରିକତା ବ୍ୟବସ୍ଥା, ରାଜ୍ୟ ପ୍ରଶାସନକୁ କେନ୍ଦ୍ରୀୟ ସେବାର ଅଧିକାରୀମାନେ ନିୟନ୍ତ୍ରଣ ଓ ପରିଚାଳନ କରିବା ଇତ୍ୟାଦି କେନ୍ଦ୍ରର ପ୍ରାଧାନ୍ୟ ପ୍ରତିଷ୍ଠା କରୁଥିବାରୁ ଭାରତକୁ ଏକ ଅର୍ଥ-ସଂଘୀୟ ରାଷ୍ଟ୍ର ବୋଲି ସମାଲୋଚନା କରାଯାଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତର ସମ୍ବିଧାନ-ପ୍ରଣୟନ ସଭାର ଗଠନ ଓ କାର୍ଯ୍ୟକାରିତା ଆଲୋଚନା କର ।
Answer:
ସମ୍ବିଧାନ କେତେକ ମୌଳିକ ଆଇନର ଏକତ୍ର ପଞ୍ଜିକରଣକୁ ବୁଝାଏ ଯାହା ଗୋଟିଏ ରାଷ୍ଟ୍ରର ସରକାରର ସଙ୍ଗଠନ ଓ କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରିଥାଏ । ସମ୍ବିଧାନର ଅନୁପସ୍ଥିତିରେ ବ୍ୟକ୍ତି ସରକାରର ଦୟାର ପାତ୍ର ହୋଇଯାଏ ଏବଂ ସରକାର ଏକଚ୍ଛତ୍ରବାଦୀ ହୋଇଯିବାର ଯଥେଷ୍ଟ ସମ୍ଭାବନା ଦେଖାଯାଇଥାଏ । ତେଣୁ ପ୍ରଚଳିତ ପରିପ୍ରେକ୍ଷୀରେ ସମ୍ବିଧାନ ବିନା ରାଷ୍ଟ୍ରର ପରିକଳ୍ପନା ଅସମ୍ଭବ ଅଟେ । ସମ୍ବିଧାନ ପ୍ରତ୍ୟେକ ରାଷ୍ଟ୍ରର ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରିଥାଏ ।

ଏହି ସମ୍ବିଧାନ ଲୋକମାନଙ୍କର ରାଷ୍ଟ୍ର ପ୍ରତି ଆନୁଗତ୍ୟର ଧାରାକୁ ସ୍ୱତଃପ୍ରବୃତ୍ତ କରିବାର ପଥ ସୁଗମ କରିଥାଏ ଏବଂ ଏ ସମସ୍ତ ନିର୍ଭର କରେ ସମ୍ବିଧାନର ପ୍ରଣୟନ ବ୍ୟବସ୍ଥା ଉପରେ । ସମ୍ବିଧାନ ପ୍ରଣୟନ ସଭା ପ୍ରତିନିଧୂମୂଳକ ହେଲେ ବାସ୍ତବ ଓ ଆଦର୍ଶ ସମ୍ବିଧାନଟିଏ ପ୍ରଣୟନ କରିବା ସମ୍ଭବପର ହୋଇଥାଏ । ଭାରତୀୟମାନେ ନିଜର ସମ୍ବିଧାନ ନିଜେ ପ୍ରଣୟନ କରିବା ନିମିତ୍ତ ସର୍ବପ୍ରଥମଥର ପାଇଁ ସ୍ୱରାଜ୍ୟ ଦଳ ମାଧ୍ୟମରେ ୭, ଅପ୍ରେଲ, ୧୯୩୪ ମସିହାରେ ଦାବି କରିଥିଲେ ।

ଭାରତୀୟ ଜାତୀୟ କଂଗ୍ରେସର ଫୈଜପୁର ଅଧ୍ଵବେଶନରେ ୨୮, ଡିସେମ୍ବର, ୧୯୩୬ର ପ୍ରସ୍ତାବନା ଉପରୋକ୍ତ ଦାବିକୁ ସମର୍ଥନ କରିଥିଲା । ଏହା ସାବାଳକ ଭୋଟପ୍ରଥା ଦ୍ଵାରା ନିର୍ବାଚିତ ସମ୍ବିଧାନ ପ୍ରଣୟନ ସଭା ଗଠନପାଇଁ ଦାବି କରିଥିଲା । ମାତ୍ର ଦ୍ଵିତୀୟ ବିଶ୍ଵଯୁଦ୍ଧ ପରିପ୍ରେକ୍ଷୀରେ ଏବଂ ୧୯୩୯ ମସିହାରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ବ୍ରିଟିଶ୍ ସରକାରଙ୍କର ମନମୁଖୀ ନୀତିର ବିରୋଧ କରି ଇସ୍ତଫା ଦେଇଦେବାର ଜଟିଳ ରାଜନୈତିକ ବାତାବରଣ ମଧ୍ଯରେ ସାର ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କ ଅଧ୍ୟକ୍ଷତାରେ କ୍ରିପ୍‌ସ କମିଶନ ବ୍ରିଟିଶ୍ ସରକାରଙ୍କଦ୍ଵାରା ୧୯୪୨ ମସିହାରେ ନିଯୁକ୍ତ କରାଯାଇଥିଲା ।

ଏହି କ୍ରିପ୍‌ କମିଶନର ରିପୋର୍ଟ ଗ୍ରହଣ ବା କାର୍ଯ୍ୟକାରୀ କରାଯାଇ ନ ଥିଲେ ମଧ୍ୟ, ଏହା ପ୍ରଥମଥର ପାଇଁ ଭାରତୀୟମାନଙ୍କର ସମ୍ବିଧାନ ପ୍ରଣୟନ ଦାବିକୁ ଆନୁଷ୍ଠାନିକ ଭାବେ ସ୍ଵୀକୃତି ପ୍ରଦାନ କରିଥିଲା । ପୁନଶ୍ଚ କ୍ୟାବିନେଟ୍ ମିଶନ (Cabinet Mission) (୧୯୪୬) ଭାରତୀୟମାନଙ୍କର ଉପରୋକ୍ତ ଦାବି ପ୍ରତି ସେମାନଙ୍କର ଦୃଢ଼ ସମ୍ମତି ପ୍ରଦାନ କରିଥିଲେ, ଯଦିଓ ‘ସମ୍ବିଧାନ ପ୍ରଣୟନ ସଭା’ ଶବ୍ଦଟି ଉକ୍ତ ରିପୋର୍ଟରେ ପ୍ରୟୋଗ କରାଯାଇ ନ ଥିଲା । ଏହି ଶବ୍ଦଟି ‘ଭାରତୀୟ ସ୍ଵାଧୀନତା ଆଇନ ୧୯୪୭’ର ୮ମ ଉପଧାରାରେ କରାଗଲା ।

ସମ୍ବିଧାନ ପ୍ରଣୟନ ସଭାର ସଙ୍ଗଠନ – କ୍ୟାବିନେଟ୍ ମିଶନ (୧୯୪୬)ର ରିପୋର୍ଟ ଅନୁଯାୟୀ ୧୯୪୬ ମସିହା ନଭେମ୍ବର ମାସରେ ସମ୍ବିଧାନ ପ୍ରଣୟନ ସଭାର ଗଠନ କରାଯାଇଥିଲା । ଏହି କକ୍ଷର ଗଠନ ପାଇଁ ନିମ୍ନଲିଖତ ପ୍ରସ୍ତାବନା କ୍ୟାବିନେଟ୍ ମିଶନ ଦେଇଥିଲେ ।

(୧) ସଭାର ମୋଟ ସଭ୍ୟ ସଂଖ୍ୟା ୩୮୯ ହେବ । ଏହା ମଧ୍ୟରୁ ୨୯୨ ଜଣ ବ୍ରିଟିଶ୍-ପ୍ରଦେଶମାନଙ୍କୁ, ୪ ଜଣ ମୁଖ୍ୟ କମିଶନର୍‌ଙ୍କ ପ୍ରଦେଶମାନଙ୍କୁ ଏବଂ ୯୩ ଜଣ ଭାରତୀୟ ପ୍ରାଦେଶିକ ରାଜ୍ୟମାନଙ୍କୁ ପ୍ରତିନିଧୂତ୍ବ କରିବେ ।
(୨) ପ୍ରତ୍ୟେକ ପ୍ରଦେଶକୁ ଜନସଂଖ୍ୟାର ଅନୁପାତରେ ସମ୍ବିଧାନ ପ୍ରଣୟନ କକ୍ଷରେ ପ୍ରତିନିଧୁତ୍ଵର ସୁଯୋଗ ଦିଆଯିବ । ପ୍ରତି ୧ ନିୟୁତ ଜନସଂଖ୍ୟା ପାଇଁ ଜଣେ ପ୍ରତିନିଧ୍ଵ ରହିବେ ।
(୩) ଜନସଂଖ୍ୟାର ବିଭିନ୍ନ ସମ୍ପ୍ରଦାୟର ଅନୁପାତକୁ ବିଚାରକୁ ନିଆଯାଇ ବିଭିନ୍ନ ପ୍ରଦେଶର ସ୍ଥାନକୁ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବଣ୍ଟନ କରାଯିବ ।
(୪) ନିର୍ବାଚକମାନଙ୍କୁ ତିନିଭାଗରେ ବିଭକ୍ତ କରାଯିବ, ଯଥା –
(କ) ସାଧାରଣ (ହିନ୍ଦୁ, ଖ୍ରୀଷ୍ଟିଆନ, ଆଂଗ୍ଲୋ-ଭାରତୀୟ ଏବଂ ଭାରତୀୟ ଖ୍ରୀଷ୍ଟିଆନ୍‌ମାନେ ଏହାର ଅନ୍ତର୍ଭୁକ୍ତ ହେବେ ।)
(ଖ) ମୁସଲମାନ୍
(ଗ) ଶିଖ (କେବଳ ପଞ୍ଜାବ ପାଇଁ)

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

(୫) ଭାରତୀୟ ପ୍ରାଦେଶିକ ରାଜ୍ୟମାନଙ୍କରୁ ପ୍ରତିନିଧୁମାନେ ନିର୍ବାଚିତ ନ ହୋଇ ଦ୍ବିପାକ୍ଷିକ ଆଲୋଚନା (Negotiation) ମାଧ୍ୟମରେ ମନୋନୀତ ହେବେ । ସମ୍ବିଧାନ ପ୍ରଣୟନ ସଭାର ଗଠନ ପାଇଁ ନିର୍ବାଚନ ଜୁଲାଇ, ୧୯୪୬ରେ ଅନୁଷ୍ଠିତ ହୋଇଥିଲା । ବ୍ରିଟିଶ୍-ପ୍ରଦେଶ ଏବଂ ମୁଖ୍ୟ କମିଶନରଙ୍କ ପ୍ରଦେଶର ସମୁଦାୟ ୨୯୬ ଗୋଟି ସ୍ଥାନ ପାଇଁ ହୋଇଥିବା ନିର୍ବାଚନରୁ କଂଗ୍ରେସ ୨୧୨ଟିରେ ବିଜୟୀ ହୋଇଥିଲା; ୬୩ ଗୋଟି ସ୍ଥାନ ମୁସ୍‌ଲିମ୍ ଲିଗ୍ ଅଧୁକାର କରିଥିଲା ଏବଂ ଅବଶିଷ୍ଟ ୧୧ଟି ସ୍ଥାନ ମଧ୍ୟରୁ ୬ଟି ସ୍ଥାନର ପ୍ରତିନିଧ୍ଵ କଂଗ୍ରେସକୁ ସମର୍ଥନ କରିଥିଲେ ।

୨୧୮ଟି ପ୍ରତିନିଧ‌ିଙ୍କ ସମର୍ଥନ ପାଇଥିବା କଂଗ୍ରେସ ଦଳର ସଂଖ୍ୟାଗରିଷ୍ଠତାକୁ ମହମ୍ମଦ ଅଲ୍ଲି ଜିନ୍ନା “ପାଶବ ସଂଖ୍ୟାଗରିଷ୍ଠତା” (Brute Majority) ବୋଲି ମତ ଦେଇଥିଲେ । ନିର୍ବାଚନର ଫଳାଫଳ ମୁସ୍‌ଲିମ୍ ଲିଗ୍‌ର କ୍ୟାବିନେଟ୍ ମିଶନ୍ ଯୋଜନା ସମ୍ପର୍କୀୟ ନିଷ୍ପଭିକୁ ପରିବର୍ତ୍ତନ କରାଇ ଦେଇଥିଲା । ମୁସଲିମ୍ ଲିଗ୍ ଅଭିଯୋଗ କରିଥିଲେ ଯେ, ବ୍ରିଟିଶ୍ ସରକାର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ସମ୍ବନ୍ଧୀୟ ମୌଳିକ ପ୍ରସ୍ତାବକୁ ପରିବର୍ତ୍ତନ କରି ବିଶ୍ବାସ ଭଙ୍ଗ କରିଛନ୍ତି ।

ତେଣୁ ମୁସ୍‌ଲିମ୍ ଲିଗ୍ ସମ୍ବିଧାନ ପ୍ରଣୟନ ସଭାକୁ ବାସନ୍ଦ (Boycott) କରିଥିଲା । ମୁସ୍‌ଲିମ୍ ଲିଗ୍‌ର ଏହି ବାସନ୍ଦ ସମ୍ବିଧାନ ପ୍ରଣୟନ ସଭାର ପ୍ରତିନିଧୁତ୍ଵ ଗୁଣ କିମ୍ବା ଏହାର ଦକ୍ଷତା ହ୍ରାସ ଦିଗରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିନଥିଲା । ବରଂ ପୁରୁଖା ପ୍ରଶାସକ, ବରିଷ୍ଠ ରାଷ୍ଟ୍ରନାୟକ, ଖ୍ୟାତନାମା ଆଇନଜ୍ଞ ଓ ବିଜ୍ଞ ମନୀଷୀମାନଙ୍କ ସମାବେଶରେ ଏହା ସମୃଦ୍ଧ ଓ ଦକ୍ଷତାସମ୍ପନ୍ନ ହୋଇପାରିଥିଲା ।

କର୍ମକାରକୀୟ ପ୍ରସ୍ତାବ (Objective Resolution) – ସ୍ଵାଧୀନତା ପୂର୍ବରୁ ପ୍ରଥମଥର ପାଇଁ ଡିସେମ୍ବର ୯, ୧୯୪୬ରେ ଡଃ ସଚ୍ଚିଦାନନ୍ଦ ସିହ୍ନାଙ୍କ ଅସ୍ଥାୟୀ ଅଧ୍ଯକ୍ଷତାରେ ସମ୍ବିଧାନ ପ୍ରଣୟନ କକ୍ଷର ଅଧିବେଶନ ବସିଥିଲା । ମାତ୍ର ଡିସେମ୍ବର ୧୧, ୧୯୪୬ ଦିନ ବିହାରର ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ବଙ୍ଗଳାର ଡକ୍ଟର ହରେନ୍ଦ୍ର କୁମାର ମୁଖାର୍ଜୀ ଯଥାକ୍ରମେ ଶାସନ ବିଧାୟକ ସଭାର ସଭାପତି ଓ ଉପ-ସଭାପତି ନିର୍ବାଚିତ ହୋଇଥିଲେ ।

ସଭାର ସ୍ଥାନ ପୂରଣ ନିମିତ୍ତ ଯଦି ପ୍ରତ୍ୟକ୍ଷ ନିର୍ବାଚନ ହୋଇଥା’ନ୍ତା, ତାହାହେଲେ, ହୁଏତ ଭାରତର ବହୁ ବିଶିଷ୍ଟ ବିଜ୍ଞ ବ୍ୟକ୍ତି ଏହାର ସଭ୍ୟ ହୋଇପାରି ନ ଥା’ନ୍ତେ । ଡଃ ରାଜେନ୍ଦ୍ର ପ୍ରସାଦ ଏକ ଶ୍ରେଣୀବିହୀନ ସମାଜର ପ୍ରତିଷ୍ଠା ପାଇଁ ସର୍ବଦା ଯୁକ୍ତି ଉପସ୍ଥାପନ କରୁଥିଲେ । ଏହି ସମସ୍ତ ଆଦର୍ଶର ପ୍ରତିଫଳନ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ଵାରା ଡିସେମ୍ବର ୧୩, ୧୯୪୬ରେ ଦିଆଯାଇଥିବା ପ୍ରସ୍ତାବ – “କର୍ମକାରକୀୟ ପ୍ରସ୍ତାବ ବା ସଂକଳ୍ପ” (Objective Resolution) ମାଧ୍ୟମରେ ଘଟିଥିଲା । ଶ୍ରୀଯୁକ୍ତ ନେହେରୁଙ୍କ ଏହି “କର୍ମକାରକୀୟ ପ୍ରସ୍ତାବ” ଭାରତର ଭବିଷ୍ୟତ ରୂପରେଖ ନିର୍ଣ୍ଣୟ କରୁଥିଲା । ନିମ୍ନଲିଖତ ଲକ୍ଷଣଗୁଡ଼ିକ ବିଶ୍ଳେଷଣ କଲେ ଉପରୋକ୍ତ ପ୍ରସ୍ତାବର ଗୁରୁତ୍ଵ ଉପଲବ୍ଧି କରିହେବ ।

(୧) ଭାରତର ଜନସାଧାରଣ ସାର୍ବଭୌମ, ସ୍ଵାଧୀନ ଭାରତ, ଏହାର ପ୍ରତ୍ୟେକ ଅଞ୍ଚଳ ଏବଂ ସରକାରଙ୍କ ଅଙ୍ଗ (Organ) ମାନଙ୍କର କ୍ଷମତାର ଉତ୍ସରୂପେ କାର୍ଯ୍ୟ କରିବେ ।
(୨) ଭାରତର ପ୍ରତ୍ୟେକ ଲୋକଙ୍କୁ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ; ପଦମର୍ଯ୍ୟାଦା, ସୁବିଧା ସୁଯୋଗ ଏବଂ ଆଇନ ସମ୍ମୁଖରେ ସମାନତା, ଚିନ୍ତନ, ପ୍ରକାଶନ, ବିଶ୍ଵାସ, ପୂଜନ, ବୃତ୍ତି, ସଂଘ ଗଠନ କ୍ଷେତ୍ରରେ ସ୍ଵାଧୀନତା ସାଧାରଣ ନୈତିକତା ଓ ଆଇନର ପରିସର ମଧ୍ୟରେ ଦିଆଯିବ ।
(୩) ସଂଖ୍ୟାନ୍‌ନ ଗୋଷ୍ଠୀ, ଅନୁନ୍ନତ ଏବଂ ଆଦିବାସୀ ଅଧୁଷିତ ଅଞ୍ଚଳ ଏବଂ ଦଳିତ ଏବଂ ଅନ୍ୟାନ୍ୟ ଅନୁନ୍ନତ ସମ୍ପ୍ରଦାୟଙ୍କୁ ଉପଯୁକ୍ତ ନିରାପତ୍ତା ଦିଆଯିବ ।
(୪) ସାଧାରଣତନ୍ତ୍ର ରାଷ୍ଟ୍ରର ଭୂଖଣ୍ଡୀୟ ଏକତ୍ଵ ଏବଂ ଜଳ, ସ୍ଥଳ ଓ ଆକାଶ ଭାଗରେ, ନ୍ୟାୟ ଏବଂ ସଭ୍ୟଜାତିଙ୍କ ଆଇନ ଅନୁମୋଦିତ ନୀତିରେ, ସାର୍ବଭୌମତ୍ୱକୁ ସଂରକ୍ଷଣ କରି ରଖୁହେବ ।
(୫) ଏହି ପୁରାତନ ଜାତି ପୃଥିବୀରେ ତା’ର ସମ୍ମାନଜନକ ଏବଂ ଯଥାର୍ଥ ସ୍ଥାନ ପାଇବା ପାଇଁ ଚେଷ୍ଟା କରିବ ଏବଂ ବିଶ୍ଵ-ଶାନ୍ତି ଏବଂ ମାନବଜାତିର କଲ୍ୟାଣ ପାଇଁ ସ୍ଵତଃ ପ୍ରଚେଷ୍ଟା କରିବ ।

ପଣ୍ଡିତ ନେହେରୁଙ୍କର ଏହି ପ୍ରସ୍ତାବ ବର୍ଷବର୍ଷ ଧରି ଭାରତୀୟମାନଙ୍କୁ ସେମାନଙ୍କର ସ୍ଵାଧୀନତା ଆନ୍ଦୋଳନରେ ପ୍ରେରଣା ଦେଇ ଆସିଥୁବା ଏବଂ ସେମାନଙ୍କ ମନରେ ସ୍ଵାଧୀନତା ପ୍ରାପ୍ତିର ବହ୍ନିକୁ ପ୍ରଜ୍ଜଳନ କରିବାରେ ଘୃତ ରୂପେ ବ୍ୟବହୃତ ହେଉଥିବା ଆଦର୍ଶ, ଲକ୍ଷ୍ୟ ଓ ସ୍ଵପ୍ନକୁ ବାସ୍ତବତାର ରୂପ ଦେଇଥିଲା । ଭବିଷ୍ୟତର ସମ୍ବିଧାନ ପ୍ରଣୟନ ପାଇଁ ଏହା ଏକ ପ୍ରାରମ୍ଭିକ ଅଙ୍କନ ରୂପେ କାର୍ଯ୍ୟ କରିଥିଲା ।

କେ. ଏମ୍. ମୁନ୍‌ସି ଯଥାର୍ଥରେ ମତ ଦେଇଥିଲେ, “ ଆମର ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରର ଜନ୍ମପତ୍ରିକା (Horoscope) ଏହି ପ୍ରସ୍ତାବଦ୍ଵାରା ସୂଚିତ ହୋଇଅଛି ।’’ ନେହେରୁଙ୍କ ମତରେ “ ଏହା ଆମ ଜନସାଧାରଣଙ୍କ ଆନ୍ତରିକ ଶପଥକୁ ପ୍ରତିଫଳିତ କରୁଛି ।’’ ଏହାର ଏକ ଗଭୀର ଏବଂ ସୂକ୍ଷ୍ମ ବିଶ୍ଳେଷଣ ସମ୍ବିଧାନ ପ୍ରଣୟନ କକ୍ଷର ଅନ୍ତିମ ଲକ୍ଷ୍ୟକୁ ସୁସ୍ପଷ୍ଟ କରିଥାଏ ଯାହା ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରର ସ୍ଥାପନ ବିଷୟରେ ସ୍ଥିର-ନିର୍ଦ୍ଦିଷ୍ଟ ଥିଲା ।

ଉପରୋକ୍ତ “କର୍ମକାରକୀୟ ପ୍ରସ୍ତାବ” ଜାନୁୟାରୀ ୨୨, ୧୯୪୭ରେ ସମ୍ବିଧାନ ପ୍ରଣୟନ କକ୍ଷଦ୍ବାରା ଅନୁମୋଦିତ ଓ ଗୃହୀତ ହୋଇଥିଲା । ଏହାପରେ ନୂତନ ସମ୍ବିଧାନର ବିଭିନ୍ନ ବିଭାଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ତଥ୍ୟ ସଂକଳନ ପାଇଁ ଭିନ୍ନ ଭିନ୍ନ ବୈଷୟିକ କମିଟିମାନ ନିଯୁକ୍ତ କରାଯାଇଥିଲା । ଏହିସବୁ କମିଟିଦ୍ଵାରା ପ୍ରଦତ୍ତ ରିପୋର୍ଟକୁ ସମ୍ବିଧାନ ପ୍ରଣୟନ କକ୍ଷରେ ଆଲୋଚନା ଏବଂ ଆବଶ୍ୟକସ୍ଥଳେ ସଂଶୋଧନ କରାଯାଇ ଗୃହୀତ କରାଯାଇଥିଲା ।

ସମ୍ବିଧାନ ପ୍ରଣୟନ ସଭାର ପଦମର୍ଯ୍ୟାଦା – ଆଇନଗତ ଓ ସାମ୍ବିଧାନିକ ଦୃଷ୍ଟିକୋଣରୁ ବିଚାର କଲେ ଏହି ସଭା ଏକ ସାର୍ବଭୌମ ଅନୁଷ୍ଠାନ ନ ଥିଲା । ଏହାର ସୃଷ୍ଟି, ସ୍ଥିତି ଓ ବିଲୟ ବ୍ରିଟିଶ୍ ସରକାରଙ୍କର ନୀତି ଉପରେ ନିର୍ଭର କରୁଥିଲା । କିନ୍ତୁ ସେତେବେଳେର ରାଜନୈତିକ ପରିବେଶକ ବିଶ୍ଳେଷଣ କଲେ ଏହା ସ୍ଥିର-ନିଶ୍ଚିତ ହଏ ଯେ, ଥରେ ଏହି ସଭାର ସ୍ଥାପନା ହୋଇସାରିବା ପରେ, ପୁଣି ଏହାର ବିଲୋପସାଧନ ଘଟାଇବା ବା ଏହାର କ୍ଷମତାକୁ ସଙ୍କୁଚିତ କରିବା ବ୍ରିଟିଶ୍ ସରକାରଙ୍କ ପକ୍ଷରେ ଅସମ୍ଭବ ଥିଲା ।

ତେଣୁ ଏହାର ସାର୍ବଭୌମତ୍ବ ବିଷୟରେ ଭାରତୀୟ ଜାତୀୟ କଂଗ୍ରେସ ଦୃଢ଼ ମତ ପ୍ରଦାନ କରୁଥିବାବେଳେ ଶ୍ରୀ ଜୟକର ତଥା ମୁସ୍‌ଲିମ୍ ଲିଗ୍‌ର ଅନ୍ୟାନ୍ୟ ସଭ୍ୟମାନେ ଏହାର ପ୍ରକୃତିକୁ ଦୃଢ଼ ସମାଲୋଚନା କରୁଥିଲେ ।

ଭାରତ ବିଭାଜନ ଏବଂ ସ୍ଵାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ସମ୍ବିଧାନ ପ୍ରଣୟନ କକ୍ଷର କାର୍ଯ୍ୟ “ କର୍ମକାରକୀୟ ପ୍ରସ୍ତାବ”ର ଗୃହୀତ ଏବଂ ବିଭିନ୍ନ ସାମ୍ବିଧାନିକ ଉପ-କମିଟିର ସ୍ଥାପନ ମଧ୍ୟରେ ସୀମିତ ଥିଲା । ମୁସ୍‌ଲିମ୍ ଲିଗ୍ ସଭ୍ୟମାନଙ୍କର ବାସନ୍ଦ ନୀତି ଓ ପାକିସ୍ତାନ ସୃଷ୍ଟି ଦିଗରେ ଏକ୍‌ଜିଦିଆ ମନୋଭାବ ଫଳରେ ଭାରତୀୟ ଜାତୀୟ କଂଗ୍ରେସର ନେତାମାନେ ବାଧ୍ୟ ହୋଇଥିଲେ ପାକିସ୍ତାନର ଦାବିକୁ ମାନିନେବା ପାଇଁ ଓ ତା’ପରେ ଭାରତୀୟ ସ୍ଵାଧୀନତା ଆଇନ, ୧୯୪୭ ବ୍ରିଟିଶ ପାର୍ଲାମେଣ୍ଟଦ୍ଵାରା ଗୃହୀତ ହେଲା ।

ଏହା ଫଳରେ ସୃଷ୍ଟି ହେଲା ଭାରତ ଓ ପାକିସ୍ତାନ ପରି ଦୁଇଟି ଔପନିବେଶିକ ସ୍ଵାଧୀନତା ପ୍ରାପ୍ତ ରାଜ୍ୟ (Dominion Status) । ଏହା ଆଇନ ଭାରତର ବିଭାଜନ, ଭାରତ ଓ ପାକିସ୍ତାନ ପାଇଁ ସ୍ଵତନ୍ତ୍ର ସମ୍ବିଧାନ ପ୍ରଣୟନ ସଭାର ସୃଷ୍ଟି ଏବଂ ଭାରତର ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ ସଂଖ୍ୟାକୁ ୩୦୮କୁ ଖସି ଆସିବାପାଇଁ ମୁଖ୍ୟତଃ ଦାୟୀ ।

ସ୍ଵାଧୀନତା ଆଇନ ପ୍ରବର୍ତ୍ତନ ମାଧ୍ୟମରେ ସମ୍ବିଧାନ ପ୍ରଣୟନ ସଭାର ପଦମର୍ଯ୍ୟାଦାର ପରିବର୍ତ୍ତନ – ଭାରତସ୍ଵାଧୀନତା ଆଇନ, ୧୯୪୭ର ପ୍ରବର୍ତ୍ତନ ପରେ ଭାରତର ସମ୍ବିଧାନ ପ୍ରଣୟନ କକ୍ଷକୁ ସ୍ଵାଧୀନ ଭାରତର ପ୍ରଥମ ଅସ୍ଥାୟୀ ପାର୍ଲାମେଣ୍ଟ ରୂପେ ସ୍ଵୀକୃତି ଦିଆଯାଇଥିଲା । ଏହା ଫଳରେ ଏହି ସଭା ଏକ ସାର୍ବଭୌମ ଅନୁଷ୍ଠାନରେ ପରିଣତ ହେଲା । ୧୯୫୨ ମସିହାର ପ୍ରଥମ ସାଧାରଣ ନିର୍ବାଚନ ପରେ ନୂତନ ପାର୍ଲାମେଣ୍ଟର ଗଠନ ପର୍ଯ୍ୟନ୍ତ ଏହି ସଭା – ଏହି ସମ୍ବିଧାନ ପ୍ରଣୟନ ସଭା ଏବଂ ଏକ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା (Union Parliament) ର ଦାୟିତ୍ଵ ସମ୍ପାଦନ କରୁଥିଲା ।

ଏକ ସମ୍ବିଧାନ ପ୍ରଣୟନ ସଭାର ପରିବର୍ତ୍ତିତ ଆଇନଗତ ସ୍ଥିତି ସମ୍ପର୍କରେ ଜବାହରଲାଲ ନେହେରୁଙ୍କର ଅଗଷ୍ଟ ୧୫, ୧୯୪୭ର ମତ ଉଲ୍ଲେଖଯୋଗ୍ୟ – “ସ୍ଵାଧୀନତା ଓ କ୍ଷମତା ଦାୟିତ୍ବର ବୋଝ ମୁଣ୍ଡାଇ ଦିଏ । ଏହି ଦାୟିତ୍ଵ ଏହି ସାର୍ବଭୌମ ପ୍ରଣୟନ ସଭା ଉପରେ ନ୍ୟସ୍ତ ଯାହା ଭାରତର ଲୋକମାନଙ୍କର ମୂର୍ତ୍ତିମନ୍ତ ପ୍ରତୀକ ।”

ଚିଠାକରଣ (Drafting) କମିଟି – ଅଗଷ୍ଟ ୨୯, ୧୯୪୭ ଦିନ ସମ୍ବିଧାନ ପ୍ରଣୟନ କକ୍ଷର ଚିଠାକରଣ କମିଟିକୁ ନିଯୁକ୍ତି ଦିଆଯାଇଥିଲା । ଏହା ଡଃ ବି.ଆର. ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଥିଲା । ଏଥିରେ ଏନ୍. ଗୋପାଳସ୍ଵାମୀ ଆୟାଙ୍ଗର, ଆଲ୍ଲାଦି କ୍ରିଷ୍ଣାସ୍ଵାମୀ ଆୟାର, କେ. ଏମ୍. ମୁନ୍‌ସି, ଟି.ଟି. କ୍ରିଷ୍ଣାମାଚାରୀ, ମହମ୍ମଦ୍ ସାଦୁଲ୍ଲା, ଏନ୍. ମହାଦେବ ରାଓ ଇତ୍ୟାଦି ବ୍ୟକ୍ତିମାନେ ସଭ୍ୟରୂପେ ରହିଥିଲେ ।

ଏହି ଚିଠାକରଣ କମିଟିର ରିପୋର୍ଟ ଫେବୃୟାରୀ ୨୧, ୧୯୪୮ରେ ସଭାରେ ଉପସ୍ଥାପିତ ହୋଇଥିଲା ଏବଂ ଚିଠା ସମ୍ବିଧାନଟି ସମ୍ବିଧାନ ପ୍ରଣୟନ ସଭାରେ ନଭେମ୍ବର ୪, ୧୯୪୮ରେ ଉପସ୍ଥାପିତ କରାଯାଇଥିଲା । ଏହି ଚିଠା ସମ୍ବିଧାନଟି ସମ୍ବିଧାନ ପ୍ରଣୟନ ସଭାର ଅନୁମୋଦନ ନଭେମ୍ବର ୨୬, ୧୯୪୯ରେ ଲାଭ କରିଥିଲା; ମାତ୍ର ଜାନୁୟାରୀ ୨୬, ୧୯୫୦ ତାରିଖ ଦିନ ଏହା ବାସ୍ତବରେ କାର୍ଯ୍ୟକାରୀ ହେଲା ।

ସମ୍ବିଧାନ ପ୍ରଣୟନ କକ୍ଷର କାର୍ଯ୍ୟକାଳ – ସମ୍ବିଧାନ ପ୍ରଣୟନ ସଭାର ୧୧ଟି ଅଧୂବେଶନ ବସିଥିଲା ଏବଂ ଏହା ୧୬୫ ଦିନ କାର୍ଯ୍ୟରତ ଥୁଲା | ମୋଟ ୧୬୫ ଦିନ ମଧ୍ୟରୁ ୧୧୪ ଦିନ ଚିଠା ସମ୍ବିଧାନ ସମ୍ପର୍କୀୟ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ଥିଲା । ସରକାରୀ ଭାବରେ ଏହି ସଭାର କାର୍ଯ୍ୟ ଡିସେମ୍ବର ୯, ୧୯୪୬ରେ, ଆରମ୍ଭ ହୋଇ ନଭେମ୍ବର ୨୬, ୧୯୪୯ ଦିନ ଶେଷ ହୋଇଥିଲା । ଅର୍ଥାତ୍ ଏହା ସମୁଦାୟ ୨ ବର୍ଷ ୧୧ ମାସ ଓ ୧୮ ଦିନ କାର୍ଯ୍ୟ କରିଥିଲା । ୩୯୫ଟି ଧାରା ଓ ୮ଟି ଅନୁସୂଚୀବିଶିଷ୍ଟ ଏକ ବିରାଟ ସମ୍ବିଧାନ ପ୍ରଣୟନ କରିବା ପାଇଁ ସର୍ବମୋଟ ୬.୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ସମାଲୋଚନା – ଭାରତୀୟ ସ୍ଵାଧୀନତାକୁ ସଂରକ୍ଷଣ କରି ଶାସନ ବ୍ୟବସ୍ଥାକୁ ଏକ ସ୍ଥିର ରୂପରେଖ ଦେବା ନିମିତ୍ତ ସମ୍ବିଧାନ ପ୍ରଣୟନ ସଭାର ଦାୟିତ୍ଵ ଅନସ୍ବୀକାର୍ଯ୍ୟ ଅଟେ । ଭାରତୀୟ ଜନଜୀବନରେ ଏକ ନୂତନ ଯୁଗର ଅଭ୍ୟୁଦୟ ପାଇଁ ସମ୍ବିଧାନ ରୂପକ ଐତିହାସିକ ନଥର ସଂଯୋଜନା, ଏହି କକ୍ଷର ସଭ୍ୟଭୁକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵର ମହାନତା ଓ ପରିବ୍ୟାପ୍ତତାକୁ ସୂଚିତ କରେ । ତଥାପି ଏହା ସମାଲୋଚକମାନଙ୍କର ସମାଲୋଚନାରୁ ମୁକ୍ତ ନୁହେଁ । ସମାଲୋଚକମାନେ ମୁଖ୍ୟତଃ ନିମ୍ନଲିଖତ ଯୁକ୍ତିର ଆଶ୍ରୟ ନେଇଥା’ନ୍ତି ।

(୧) ଏହା ଏକ କଂଗ୍ରେସୀ ଚିଠା – ସମ୍ବିଧାନ ପ୍ରଣୟନ ସଭାର କଂଗ୍ରେସ ଦଳର ସଂଖ୍ୟାଧ‌ିକ ପ୍ରତିନିଧ୍ଵ ଥ‌ିବାରୁ ଏବଂ ଦଳୀୟ ହୁଇପୂର ଭୟରେ କଂଗ୍ରେସର ଅଳ୍ପ ମାନ୍ୟଗଣ୍ୟ ସଭ୍ୟଙ୍କ ଦ୍ଵାରା ଗୃହୀତ ପ୍ରସ୍ତାବ କକ୍ଷର ଅନୁମୋଦନ ଲାଭ କରୁଥିବାରୁ, ଏହି ସଭାଦ୍ଵାରା ପ୍ରଣୀତ ସମ୍ବିଧାନ କେବଳ ଗୋଟିଏ ଦଳର ଏକମୁଖୀ ଦର୍ଶନକୁ ପ୍ରତିଫଳିତ କରୁଛି ବୋଲି ସମାଲୋଚକମାନେ ଦାବି କରନ୍ତି । ଏହି ସଭାର ପରିସର ମଧ୍ୟରେ ଏକ ଦାୟିତ୍ଵସମ୍ପନ୍ନ, ଯୋଗ୍ୟ ବିରୋଧୀଦଳ ଅନୁପସ୍ଥିତ ଥିଲା, ଯାହା ସମ୍ବିଧାନର ମୂଲ୍ୟବୋଧ ସମ୍ପର୍କରେ ଭୂ-କୁଞ୍ଚୁତ କରିବାପାଇଁ ସମାଲୋଚକମାନଙ୍କୁ ସୁଯୋଗ ଦେଇଥିଲା ।

(୨) ଲୋକମାନଙ୍କର ସଠିକ୍ ପ୍ରତିନିଧୁତ୍ବ ପାଇଁ ଯଥାଯୋଗ୍ୟ ସୁଯୋଗର ଅନୁପସ୍ଥିତି – ସମ୍ବିଧାନ ପ୍ରଣୟନ କକ୍ଷ ଲୋକମାନଙ୍କର ପ୍ରକୃତ ସମର୍ଥନ ଲାଭରୁ ବଞ୍ଚିତ ଥିଲା । କାରଣ ଏହା ପ୍ରାଦେଶିକ ବ୍ୟବସ୍ଥାପକ ସଭା (Provincial Legislative Assemblies) ମାନଙ୍କର ସଭ୍ୟମାନଙ୍କଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ଗଠିତ ହୋଇଥିଲା | ଏହି ପ୍ରାଦେଶିକ ବ୍ୟବସ୍ଥାପକ ସଭାଗୁଡ଼ିକ ୧୯୪୫ ମସିହାରେ ଲୋକମାନଙ୍କର ସୀମିତ ଭୋଟଦାନ କ୍ଷମତା ମାଧ୍ୟମରେ ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ଗଠନ କରାଯାଇଥିଲା । ତେଣୁ ସମ୍ବିଧାନ ପ୍ରଣୟନ କକ୍ଷ ଏକ ବାସ୍ତବ ପ୍ରତିନିଧୁମୂଳକ ଅନୁଷ୍ଠାନ ନ ଥିଲା ।

(୩) ଦେଶୀୟ ରାଜ୍ୟ (Princely States) ମାନଙ୍କୁ ପ୍ରତିନିଧୁତ୍ଵର ସୁଯୋଗ ଦିଆଯାଇ ନ ଥିଲା – ଦେଶୀୟ ରାଜ୍ୟମାନଙ୍କରୁ ରାଜାମାନଙ୍କର ମନୋନୀତ ପ୍ରତିନିଧୁମାନଙ୍କୁ ଏହି ସଭାର ସଭ୍ୟପଦ ଦିଆଯିବା ବିଧ୍ୱଂସମ୍ମତ ଥିଲେ ମଧ୍ୟ ଏବଂ ଏହା ପାଇଁ କ୍ୟାବିନେଟ୍ ମିଶନ୍ ଯୋଜନାର ରିପୋର୍ଟରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଥିଲେ ମଧ୍ୟ, ଏହା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ନ ଥିଲା । ନିର୍ବାଚିତ ପ୍ରତିନିଧୁଙ୍କ ସ୍ଥାନରେ ମନୋନୀତ ପ୍ରତିନିଧୁମାନଙ୍କୁ ନିଆଯିବା ବ୍ୟବସ୍ଥାଦ୍ଵାରା ଭାରତର ଜନସଂଖ୍ୟାର ଶତକଡ଼ା ୪୦ ଭାଗ ବାସ୍ତବ ପ୍ରତିନିଧୂତ୍ବ ବ୍ୟବସ୍ଥାରୁ ବଞ୍ଚିତ ହୋଇଥିଲେ ।

(୪) ଗରିବ ଲୋକଙ୍କର ପ୍ରତିନିଧୁ ନୁହେଁ ବରଂ ଓକିଲମାନଙ୍କର ସମାବେଶ ଏହି କକ୍ଷରେ ଘଟିଥିଲା – ସମ୍ବିଧାନ ପ୍ରଣୟନ ସଭାରେ ଓକିଲ ଓ ରାଜନୈତିକ ବ୍ୟକ୍ତିଙ୍କର ସଂଖ୍ୟାତ୍ମକ ଉପସ୍ଥିତି ଥିଲା । ସେମାନେ ଗରିବ ଲୋକଙ୍କର ସମସ୍ୟା ଜର୍ଜରିତ ଜୀବନ ସମ୍ପର୍କରେ ଅଜ୍ଞ ଓ ବୀତସ୍ପୃହ ଥିଲେ, ଯେଉଁ ମନୋଭାବ ସମ୍ବିଧାନ ମାଧ୍ୟମରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ କରିବା ଲକ୍ଷ୍ୟର ପରିପନ୍ଥୀ ହୋଇଥିଲା ।

ଉପରୋକ୍ତ ସମାଲୋଚନାର ପାତ୍ର ହୋଇଥିବା ସମ୍ବିଧାନ ପ୍ରଣୟନ ସଭା ଯେ ନିଶ୍ଚିତ ଭାବରେ ଏକ ଦାୟିତ୍ଵସମ୍ପନ୍ନ କାର୍ଯ୍ୟର ସୂଚାରୁ ସମ୍ପାଦନ କରିଛି ତାହା ବିବାଦ ବହିର୍ଭୂତ ସିଦ୍ଧାନ୍ତ ଅଟେ । ସ୍ଵାଧୀନତା ପରବର୍ତ୍ତୀ ଭାରତର ରାଜନୈତିକ ଅସ୍ଥିରତା ଓ ବିଚ୍ଛିନ୍ନତାବାଦୀ ଶକ୍ତିର ରକ୍ତାକ୍ତ ଚୁମ୍ବନରୁ ଆମର କଷ୍ଟ ଉପାର୍ଜିତ ସ୍ଵାଧୀନତାକୁ ରକ୍ଷା କରିବାପାଇଁ ଏହାର ପ୍ରଚେଷ୍ଟା ଓ କାର୍ଯ୍ୟ ସ୍ଵାଗତଯୋଗ୍ୟ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଲୋଚନାପର୍ଯ୍ୟାଲୋଚନାର ସ୍ତର ଦେଇ ଏହା ସ୍ଵାଧୀନ ଭାରତ ପାଇଁ ଏକ ଦୃଢ଼ ମେରୁଦଣ୍ଡ – ଏକ ସୁବିନ୍ୟସ୍ତ ସମ୍ବିଧାନ ପ୍ରସ୍ତୁତ କରିଥିଲା ଏବଂ ଏହାହିଁ ହେଉଛି ଉକ୍ତ ସଭାର ପ୍ରକୃତ ମୂଲ୍ୟାଙ୍କନ ।

୨ । ଭାରତ ସମ୍ବିଧାନର ପ୍ରାକ୍‌କଥନ ବା ମୁଖବନ୍ଧ (Preamble)ର ଲକ୍ଷ୍ୟ ଓ ଆଦର୍ଶଗୁଡ଼ିକ ଆଲୋଚନା କର ।
Answer:
ମୁଖବନ୍ଧ ବା ପ୍ରସ୍ତାବନା ସମ୍ବିଧାନର ମୁଖ ସଦୃଶ । ଜାତିର ଅଭୀପ୍‌ସା, ଆକାଂକ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଅଛି । ସମ୍ବିଧାନର ପ୍ରଣେତାମାନେ ଭାରତବାସୀଙ୍କ ତରଫରୁ ସମ୍ବିଧାନ ପ୍ରଣୟନ କରି ସେହିମାନଙ୍କର ହସ୍ତରେ ଅର୍ପଣ କରିଛନ୍ତି ବୋଲି ଘୋଷଣା କରିଛନ୍ତି । ସମ୍ବିଧାନର ମୌଳିକ ଭିତ୍ତି, ନୈତିକ ଆଦର୍ଶ ତଥା ବିଶିଷ୍ଟ ବିଭବଗୁଡ଼ିକର ସଂକ୍ଷିପ୍ତ ସୂଚନା ପ୍ରସ୍ତାବନାରେ ମିଳିଥାଏ । ଏହା ସମ୍ବିଧାନର ଆତ୍ମା ସଦୃଶ ।

ଭାରତ ସମ୍ବିଧାନର ପ୍ରସ୍ତାବନାରେ କୁହାଯାଇଛି ଯେ, “ଆମେ ଭାରତବାସୀ ଦୃଢ଼ସଂକଳ୍ପବଦ୍ଧ ହୋଇ ଭାରତକୁ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ,
ସାଧାରଣତନ୍ତ୍ର ରାଷ୍ଟ୍ର ହିସାବରେ ଗଠନ କରିବାକୁ ଓ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟବିଚାର, ଚିନ୍ତା, ଅଭିବ୍ୟକ୍ତି, ବିଶ୍ଵାସ, ଧର୍ମ ଉପାସନାର ସ୍ଵାଧୀନତା, ପ୍ରତିଷ୍ଠା ଓ ସୁଯୋଗର ସମତା ଏବଂ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ଵର ବିକାଶ କରାଇବା ସଙ୍ଗେ ସଙ୍ଗେ ବ୍ୟକ୍ତିର ମର୍ଯ୍ୟାଦା ଓ ଜାତିର ଐକ୍ୟ ଓ ସଂହତି ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇ ଆମରି ଶାସନ ବିଧାୟକ ସଭାରେ ୧୯୪୯ ମସିହା ଡିସେମ୍ବର ମାସର ଆଦ୍ୟ ୨୬ ତାରିଖ ଦିନ ଏହି ସମ୍ବିଧାନକୁ ଅଙ୍ଗୀକୃତ ଅଧୁନିୟମିତ ଏବଂ ଆତ୍ମାର୍ପିତ କରୁଛୁ ।’’

(୧) ସମ୍ବିଧାନର ଉତ୍ସ :
ପ୍ରସ୍ତାବନାରେ ବ୍ୟବହାର କରାଯାଇଥିବା ‘ଆମ୍ଭେ ଭାରତବାସୀ’ ଶବ୍ଦାବଳୀ ସାର୍ବଭୌମ କ୍ଷମତା ଲୋକମାନଙ୍କଠାରେ ନ୍ୟସ୍ତ ବୋଲି ସୂଚନା ଦିଏ ।

(୨) ରାଜନୈତିକ ବ୍ୟବସ୍ଥାର ପ୍ରକୃତି :
ସାର୍ବଭୌମ ରାଷ୍ଟ୍ର : ଭାରତ ଆଭ୍ୟନ୍ତରୀଣ ଓ ବାହ୍ୟ କ୍ଷେତ୍ରରେ ନିରଙ୍କୁଶ କ୍ଷମତା ବିସ୍ତାର କରିଅଛି । ପ୍ରତ୍ୟେକ କ୍ଷେତ୍ରରେ ସରକାରଙ୍କର ନିଷ୍ପଭିକୁ ପ୍ରତ୍ୟେକ ମାନିବାକୁ ବାଧ୍ୟ ।
ଭାରତକୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ବହୁ ରାଜ୍ୟରେ ବିଭକ୍ତ କରାଯାଇଥିଲେ ମଧ୍ୟ ରାଷ୍ଟ୍ରର ଏକତା ଅକ୍ଷୁଣ୍ଣ ରହିଛି ଓ ସାର୍ବଭୌମତ୍ଵ କେନ୍ଦ୍ରୀଭୂତ ଓ ଏକୀକରଣ ହୋଇ ରହିଛି ।

ସମାଜବାଦୀ ରାଷ୍ଟ୍ର : ସମାଜବାଦୀ ରାଷ୍ଟ୍ରରେ ଧନୀଦରିଦ୍ର ମଧ୍ୟରେ ଥ‌ିବା ବୈଷମ୍ୟ ଦୂରୀକରଣ, ସବୁଶ୍ରେଣୀର ଲୋକଙ୍କ ମଧ୍ୟରେ ଜାତୀୟ ସମ୍ପଦର ବଣ୍ଟନ, ରାଷ୍ଟ୍ରଦ୍ବାରା ଉତ୍ପାଦନ ଓ ବଣ୍ଟନ ପ୍ରଣାଳୀର ନିୟନ୍ତ୍ରଣ, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ ଓ ପ୍ରତ୍ୟେକଙ୍କ ଆର୍ଥନୀତିକ ଅଭିବୃଦ୍ଧି ସାଧନ ଉପରେ ଗୁରୁତ୍ଵ ଦିଆଯାଏ ।

ଧର୍ମନିରପେକ୍ଷ ରାଷ୍ଟ୍ର : ପ୍ରସ୍ତାବନାରେ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ଗ୍ରହଣ କରାଯାଇଛି । ରାଷ୍ଟ୍ର କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ରାଷ୍ଟ୍ରୀୟ ଧର୍ମରୂପେ ଗ୍ରହଣ କରିନାହିଁ । ସବୁଧର୍ମକୁ ସମାନ ମର୍ଯ୍ୟାଦା ପ୍ରଦାନ କରିବା ରାଷ୍ଟ୍ରର ଧର୍ମ । ଭାରତର ଜଣେ ଅଧିବାସୀ ସ୍ଵାଧୀନଭାବରେ ଯେକୌଣସି ଧର୍ମକୁ ଗ୍ରହଣ କରିପାରିବ ଏବଂ ପ୍ରଚାର କରିପାରିବ । ଏଥିପାଇଁ ରାଷ୍ଟ୍ର ତରଫରୁ କୌଣସି କଟକଣା ନାହିଁ ।

ଗଣତାନ୍ତ୍ରିକ ରାଷ୍ଟ୍ର : ଭାରତର ସାର୍ବଭୌମତ୍ଵ ସର୍ବସାଧାରଣଙ୍କ ଉପରେ ନ୍ୟସ୍ତ । ଏଠାରେ ଅବାଧ ଓ ସମୟାନୁକ୍ରମିକ ନିର୍ବାଚନ ପ୍ରଚଳିତ । ସାର୍ବଜନୀନ ଭୋଟ ପ୍ରଥା ଗଣତନ୍ତ୍ରକୁ ସୁଦୃଢ଼ କରିଛି । ଆଇନର ଶାସନ, ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନ, ପ୍ରତିନିଧୂମୂଳକ ତଥା ଦାୟିତ୍ଵପୂର୍ଣ ସରକାର ପ୍ରତିଷ୍ଠା ପ୍ରଭୃତି ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

ସାଧାରଣତନ୍ତ୍ର ରାଷ୍ଟ୍ର : ଭାରତରେ ରାଜତନ୍ତ୍ରକୁ ଉପେକ୍ଷାକରି ସାଧାରଣତନ୍ତ୍ରକୁ ଗ୍ରହଣ କରାଯାଇଛି । ଭାରତର ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତି ପାଞ୍ଚବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ଉତ୍ତରାଧୁକାର ସୂତ୍ରରେ ରାଷ୍ଟ୍ରପତି ପଦବୀ ମଣ୍ଡନ କରାଯାଏ ନାହିଁ । ରାଷ୍ଟ୍ର ଶାସନର ସମସ୍ତ କ୍ଷମତା ଜନସାଧାରଣଙ୍କ ହାତରେ ନ୍ୟସ୍ତ ଥାଏ ।

(୩) ସମ୍ବିଧାନର ଲକ୍ଷ୍ୟ ଓ ଆଦର୍ଶ :
ନ୍ୟାୟ : ପ୍ରସ୍ତାବନାରେ କୁହାଯାଇଛି ଯେ ଭାରତୀୟ ନାଗରିକମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ନ୍ୟାୟ ଦିଆଯିବ । କୌଣସି ବ୍ୟକ୍ତିକୁ କୌଣସି କାରଣରୁ ନ୍ୟାୟ ପ୍ରାପ୍ତିରୁ ବଞ୍ଚିତ କରାଯିବ ନାହିଁ ।
ସ୍ବତନ୍ତ୍ରତା : ଚିନ୍ତନ, ପ୍ରକାଶନ, ପୂଜନ ଓ ବିଶ୍ଵାସର ସ୍ଵତନ୍ତ୍ରତା ପ୍ରତ୍ୟେକ ନାଗରିକ ପ୍ରାପ୍ତ ହେବେ ।
ସମାନତା : ଭାରତ ସମ୍ବିଧାନ ପ୍ରସ୍ତାବନାରେ ନାଗରିକମାନଙ୍କ ମଧ୍ୟରେ ସମତା ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖାଯାଇଛି । ଆଇନ ଦୃଷ୍ଟିରେ ସମସ୍ତେ ସମାନଭାବେ ବିଚାର କରିବା ଓ କୌଣସି ବାଛବିଚାର ନକରି ପ୍ରତ୍ୟେକ ନାଗରିକକୁ ପଦମର୍ଯ୍ୟାଦା ଓ ସୁବିଧା ସୁଯୋଗ ଉପଭୋଗ କ୍ଷେତ୍ରରେ ସମାନତା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ଭ୍ରାତୃତ୍ବ ଓ ଜାତୀୟ ଐକ୍ୟ : ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ମର୍ଯ୍ୟାଦା ବୃଦ୍ଧି କରି ରାଷ୍ଟ୍ରର ଐକ୍ୟ ଓ ସଂହତି ପ୍ରତିଷ୍ଠା କରିବାପାଇଁ ପ୍ରସ୍ତାବନାରେ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନତା ମଧ୍ୟରେ ଐକ୍ୟ ପ୍ରତିଷ୍ଠା ଏହାର ଉଦ୍ଦେଶ୍ୟ । ଭାଷା, ଧର୍ମ, ଦେଶ, ସଂସ୍କୃତି ପ୍ରଭୃତିର ବିଭିନ୍ନତା ସତ୍ତ୍ଵେ ଭାରତ ଏକ ଏବଂ ଭାରତୀୟମାନେ ଯେ ଅଭିନ୍ନ ଏହା ପ୍ରତିପାଦିତ ହୋଇଛି । ବିଭିନ୍ନ ସଂସ୍କୃତିର ମିଳନରେ ଭାରତୀୟ ସଂସ୍କୃତି ସୃଷ୍ଟି କରିବା ଓ ଭାରତକୁ ଏକ ସୁସଂହତ ଏବଂ ଦୃଢ଼ରାଷ୍ଟ୍ରରେ ପରିଣତ କରିବା ଏହାର ଲକ୍ଷ୍ୟ ।

(୪) ସମ୍ବିଧାନର ପ୍ରଣୟନ ତାରିଖ : ପ୍ରସ୍ତାବନାର ଶେଷଭାଗରେ ଥ‌ିବା ୧୯୪୯ ମସିହା ନଭେମ୍ବର ୨୬ ତାରିଖ ହେଉଛି ସମ୍ବିଧାନ ଗୃହୀତର ଦିନ । ଏହି ଦିନ ସମ୍ବିଧାନ ଶାସନ ବିଧାୟକ ସଭାଦ୍ଵାରା ଗୃହୀତ ହୋଇଥିଲା । କିନ୍ତୁ ଜାନୁୟାରୀ ୨୬, ୧୯୫୦ରେ ଏହା କାର୍ଯ୍ୟକାରୀ ହେଲା ।

ପ୍ରସ୍ତାବନାକୁ ପଣ୍ଡିତ ଠାକୁର ଦାସ ଭାର୍ଗବ ସମ୍ବିଧାନର ଆତ୍ମା ବୋଲି ବର୍ଣ୍ଣନା କରିଛନ୍ତି । ବିଶିଷ୍ଟ ରାଜନୀତି ବିଜ୍ଞାନୀ ବାର୍କରଙ୍କ ମତରେ, ଭାରତ ସମ୍ବିଧାନର ପ୍ରସ୍ତାବନାରେ ସମ୍ବିଧାନର ସାରତତ୍ତ୍ଵ ଓ ଯୁକ୍ତି ସନ୍ନିବେଶିତ ହୋଇଛି । ଏଣୁ ଏହାକୁ ସମ୍ବିଧାନର ଚାବିକାଠିରୂପେ ବର୍ଣ୍ଣନା କରାଯାଇଛି ।

୩ । ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ବା ଚାରିତ୍ରିକ ଲକ୍ଷଣ (Salient Features)ଗୁଡ଼ିକ ଆଲୋଚନା କର ।
Answer:
ସମ୍ବିଧାନ ହେଉଛି ରାଷ୍ଟ୍ରର ମୌଳିକ ନୀତିଗ୍ରନ୍ଥ । ରାଷ୍ଟ୍ର ଶାସନର ମୌଳିକ ସିଦ୍ଧାନ୍ତ ଓ ଆଇନଗୁଡ଼ିକ ସମ୍ବିଧାନରେ ପ୍ରତିଫଳିତ ହୋଇଥିବାରୁ ଏହାକୁ ରାଷ୍ଟ୍ରର ଅପରିହାର୍ଯ୍ୟ ଅଙ୍ଗ ବୋଲି କୁହାଯାଏ । ଭାରତୀୟ ସମ୍ବିଧାନ ଏକ ସମ୍ପୂର୍ଣ୍ଣ ମୌଳିକ ସୃଷ୍ଟି ନୁହେଁ । ଏହା ବିଶ୍ଵର ଅନ୍ୟାନ୍ୟ ସମ୍ବିଧାନଦ୍ଵାରା କେତେକାଂଶରେ ପ୍ରଭାବିତ ହୋଇଥିବାରୁ ସମାଲୋଚକମାନେ ଏହାକୁ ଏକ ଉଧାର ସମ୍ବିଧାନ କହନ୍ତି । ଏହି ବୃହତ୍ ସମ୍ବିଧାନକୁ ଅନୁଧ୍ୟାନ କଲେ ନିମ୍ନଲିଖିତ ବୈଶିଷ୍ଟ୍ୟମାନ ପରିଲକ୍ଷିତ ହୁଏ । କିନ୍ତୁ ଉଦ୍ଧୃତ ବିଷୟ ଭାରତୀୟ ପରିବେଶରେ ଖାପ ଖାଇବା ହିଁ ଆମର ମୌଳିକତା ।

(୧) ବୃହତ୍ ଲିଷ୍କୃତ ସମ୍ବିଧାନ : ଭାରତୀୟ ସମ୍ବିଧାନ ପୃଥ‌ିବୀର ସର୍ବବୃହତ୍ ଲିଖତ ସମ୍ବିଧାନ ଅଟେ । ଏହି ସମ୍ବିଧାନରେ ସର୍ବମୋଟ ୩୯୫ଟି ଧାରା ଏବଂ ୧୨ଟି ଅନୁସୂଚୀ ରହିଛି । ଏହାର ବିଶାଳତା ଓ ଜଟିଳତାକୁ ବିଚାରକୁ ନେଇ ଏହାକୁ ‘ଓକିଲମାନଙ୍କର ସ୍ଵର୍ଗ’ ବୋଲି ସମାଲୋଚନା କରାଯାଇଛି । ଏପରି ବିଶାଳକାୟ ହେବାର କାରଣ ହେଲା ଶାସନ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ବିଧାନ ଲିଖତଭାବରେ ରଖାଯାଇଛି, ସମ୍ବିଧାନକୁ ସ୍ପଷ୍ଟ, ସରଳ, ବୋଧଗମ୍ୟ କରାଯାଇଛି ଏବଂ କେନ୍ଦ୍ରୀୟ ତଥା ରାଜ୍ୟର ଶାସନ ପ୍ରଣାଳୀ ପୃଥକ୍‌ଭାବେ ସୂଚିତ ହୋଇଛି ।

(୨) ସାର୍ବଭୌମ, ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର : ସ୍ଵାଧୀନତା ହାସଲ ପରେ ଭାରତ ବାହ୍ୟ ଓ ଆଭ୍ୟନ୍ତରୀଣ ନିୟନ୍ତ୍ରଣରୁ ମୁକ୍ତ ହୋଇ ସର୍ବୋଚ୍ଚ ଶାସନ କ୍ଷମତାର ଅଧିକାରୀ । ଏଠାରେ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠାର ଲକ୍ଷ୍ୟ ରହିଛି । ଭାରତରେ ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥା କାର୍ଯ୍ୟ କରୁଛି ।

(୩) ଧର୍ମନିରପେକ୍ଷ ରାଷ୍ଟ୍ର : ୧୯୭୬ ମସିହାରେ ସମ୍ବିଧାନର ୪୨ ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ପରିଗଣିତ ହେଲା । ରାଷ୍ଟ୍ରରେ ଏକ ସ୍ଵତନ୍ତ୍ର ଧର୍ମ ନାହିଁ । ସବୁ ଧର୍ମପ୍ରତି ସମାନ ମର୍ଯ୍ୟାଦା ପ୍ରଦାନ କରାଯାଇଛି । ବ୍ୟକ୍ତିବିଶେଷ ସ୍ଵାଧୀନ ଭାବରେ ଧର୍ମ ଗ୍ରହଣ କରିପାରିବ, ଏଥପାଇଁ ରାଷ୍ଟ୍ର ତରଫରୁ କୌଣସି କଟକଣା ନାହିଁ । ଧର୍ମ ଉପରେ କର ବସିବା ଓ ସରକାରୀ ଶିକ୍ଷାନୁଷ୍ଠାନରେ ଧର୍ମଶିକ୍ଷା ପ୍ରଦାନକୁ ବାରଣ କରାଯାଇଛି ।

(୪) ନମନୀୟତା ଓ ଅନମନୀୟତାର ସମାହାର : ଯେଉଁ ସମ୍ବିଧାନର ସଂଶୋଧନ ପ୍ରଣାଳୀ ଅତ୍ୟନ୍ତ ସରଳ ଅର୍ଥାତ୍ ଯେଉଁ ସମ୍ବିଧାନର ବିଷୟଗୁଡ଼ିକୁ ସାଧାରଣ ଆଇନ ପ୍ରଣୟନ ପ୍ରଣାଳୀରେ ସଂସଦଦ୍ଵାରା ସଂଶୋଧନ କରାଯାଇପାରେ, ତାକୁ ନମନୀୟ ସମ୍ବିଧାନ କୁହାଯାଏ । ମାତ୍ର ଯେଉଁ ସମ୍ବିଧାନର ସଂଶୋଧନ ପଦ୍ଧତି ଅତ୍ୟନ୍ତ ଜଟିଳ ଓ କଷ୍ଟସାଧ୍ୟ ଏବଂ ସଂସଦର ଦୁଇ-ତୃତୀୟାଂଶ ସମର୍ଥନ ଓ ଅନ୍ଧାଧିକ ରାଜ୍ୟ ବ୍ୟବସ୍ଥାପିକାର ସମର୍ଥନ ସହ ସଂଶୋଧନ ହୁଏ ତାକୁ ଅନମନୀୟ ସମ୍ବିଧାନ କୁହାଯାଏ । ଭାରତୀୟ ସମ୍ବିଧାନ ପ୍ରୟୋଜନ ଅନୁଯାୟୀ ନମନୀୟ ଓ ଅନମନୀୟ ହୋଇଥିବାରୁ ଉଭୟ ପଦ୍ଧତିର ସୁବିଧା ଉପଭୋଗ କରିଥାଏ ।

(୫) ସଂସଦୀୟ ଶାସନ : ବ୍ରିଟିଶ୍ ଶାସନ ପରି ଭାରତରେ ସଂସଦୀୟ ଶାସନ ବ୍ୟବସ୍ଥା ପ୍ରଚଳିତ । କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ଏଠାରେ ପାରସ୍ପରିକ ସହଯୋଗ ମଧ୍ୟରେ କାର୍ଯ୍ୟ କରନ୍ତି । ସମସ୍ତ କାର୍ଯ୍ୟ ପାଇଁ କାର୍ଯ୍ୟପାଳିକା ବ୍ୟବସ୍ଥାପିକା ନିକଟରେ ଦାୟୀ ରୁହେ । ଭାରତର ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ଓ ପ୍ରଧାନମନ୍ତ୍ରୀ ଶାସନମୁଖ୍ୟଭାବେ କାର୍ଯ୍ୟ କରନ୍ତି । ଶାସନ କାର୍ଯ୍ୟ ପ୍ରକୃତପକ୍ଷେ ପ୍ରଧାନମନ୍ତ୍ରୀଙ୍କଦ୍ଵାରା ପରିଚାଳିତ ହୁଏ । ରାଷ୍ଟ୍ରପତି ନାମକୁମାତ୍ର ମୁଖ୍ୟ ହୋଇ ରହନ୍ତି । ଏହି ବ୍ୟବସ୍ଥା ରାଜ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ । ରାଜ୍ୟପାଳ ନାମକୁମାତ୍ର ମୁଖ୍ୟ, ମାତ୍ର ମୁଖ୍ୟମନ୍ତ୍ରୀ ପ୍ରକୃତ ଶାସନମୁଖ୍ୟ ଅଟନ୍ତି ।

(୬) ସଂଘୀୟ ଶାସନ : ଆମ ଭାରତ ୨୮ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ । ଭାରତୀୟ ସମ୍ବିଧାନ ଭାରତୀୟ ଶାସନକୁ ସଂଘୀୟ ରୂପ ପ୍ରଦାନ କରିଛି । ଏହାର ସମ୍ବିଧାନ ଏକ ଲିଷ୍କୃତ ଓ ଅନମନୀୟ ସମ୍ବିଧାନ । ଦ୍ଵୈତ ଶାସନ ବ୍ୟବସ୍ଥା, ଦ୍ଵୈତ ସରକାର ମଧ୍ୟରେ କ୍ଷମତା ବଣ୍ଟନ ଏବଂ ଏକ ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟାଳୟ ଆଦି ସଂଘୀୟ ରାଷ୍ଟ୍ରର ସମସ୍ତ ଲକ୍ଷଣ ବିଦ୍ୟମାନ ଥିବାରୁ ଏହାକୁ ଏକ ସଂଘୀୟ ରାଷ୍ଟ୍ର କୁହାଯାଏ ।

ଭାରତୀୟ ଶାସନ ବ୍ୟବସ୍ଥାର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ରର ପ୍ରାଧାନ୍ୟ ବିଶେଷଭାବରେ ଅନୁଭୂତ ହୁଏ । ଜାତୀୟ ଏକତା ଓ ସଂହତି ପ୍ରତିଷ୍ଠା କରିବାର ଲକ୍ଷ୍ୟ ନେଇ ସମ୍ବିଧାନର ପ୍ରଣେତାମାନେ ଭାରତରେ କେନ୍ଦ୍ରାଭିମୁଖୀ ସଂଘୀୟ ବ୍ୟବସ୍ଥାର ପରିକଳ୍ପନା କରିଥିଲେ ।

(୭) ମୌଳିକ ଅଧୂକାର : ସମ୍ବିଧାନର ତୃତୀୟ ପରିଚ୍ଛେଦରେ ପ୍ରତ୍ୟେକ ବ୍ୟକ୍ତିକୁ ମୌଳିକ ଅଧିକାର ପ୍ରଦାନ କରାଯାଇଛି । ଆମେରିକା ସମ୍ବିଧାନ ପରି ଆମର ମୌଳିକ ଅଧୂକାର ସମ୍ବିଧାନରେ ଲିପିବଦ୍ଧ ହୋଇଛି । ଏହାକୁ ୬ ଭାଗରେ ବିଭକ୍ତ କରାଯାଇପାରେ । ଏହା ନ୍ୟାୟଯୋଗ୍ୟ ଅଟେ ।
(୧) ସମାନତା ଅଧିକାର – (୧୪ ଧାରାରୁ ୧୮ ଧାରା)
(୨) ସ୍ଵାଧୀନତା ଅଧିକାର – (୧୯ ଧାରାରୁ ୨୨ ଧାରା)
(୩) ଶୋଷଣ ବିରୋଧରେ ଅଧୂକାର – (୨୩ ଧାରାରୁ ୨୪ ଧାରା)
(୪) ଧର୍ମଗତ ଅଧିକାର (୨୫ ଧାରାରୁ ୨୮ ଧାରା)
(୫) ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (୨୯ ଧାରାରୁ ୩୦ ଧାରା)
(୬) ସାମ୍ବିଧାନିକ ପ୍ରତିକାର ଅଧୁକାର (୩୨ ଧାରା) ଏହା ସମ୍ବିଧାନର ୧୨ ଧାରାରୁ ୩୫ ଧାରା ପର୍ଯ୍ୟନ୍ତ ବିଶଦ୍‌ଭାବରେ ଆଲୋଚନା କରାଯାଇଛି ।

(୮) ମୌଳିକ କର୍ତ୍ତବ୍ୟ – ଧାରା ୫୧(କ) : ଅଧିକାର ଓ କର୍ତ୍ତବ୍ୟ ପରସ୍ପର ଅଙ୍ଗାଙ୍ଗୀଭାବେ ଜଡ଼ିତ । ନାଗରିକମାନେ ରାଷ୍ଟ୍ରରେ ଅଧିକାର ଉପଭୋଗ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ଉନ୍ନତି ପାଇଁ କେତେକ କର୍ଭବ୍ୟ ପାଳନ କରିବା ଆବଶ୍ୟକ । ୧୯୭୬ ମସିହାରେ ହୋଇଥିବା ୪୨ତମ ସମ୍ବିଧାନ ସଂଶୋଧନ ବଳରେ ୫୧ (କ) ଧାରାରେ ୧୦ଟି ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି । ସମ୍ବିଧାନ, ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ, ସାର୍ବଭୌମତ୍ଵ ଓ ଏକତା ରକ୍ଷା, ପରିବେଶ ସୁରକ୍ଷା, ନାରୀ ମର୍ଯ୍ୟାଦା ରକ୍ଷା ଆଦି ବିଷୟ ଏଥିରେ ସ୍ଥାନ ପାଇଛି ।

(୯) ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି (୩୬ ଧାରାରୁ ୫୧ ଧାରା) : ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ରାଷ୍ଟ୍ରୀୟ ନୀତିନିୟାମକ ବା ନିର୍ଦ୍ଦେଶତତ୍ତ୍ଵ ସନ୍ନିବେଶିତ ହୋଇ ରହିଛି । ଏହା କେବଳ ନିର୍ଦ୍ଦେଶାତ୍ମକ ନୀତି ଆଇନ ନୁହେଁ । କୋର୍ଟ କଚେରିରେ ମୋକଦ୍ଦମା କରି ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଦେଶର ଶାସନ ପାଇଁ ଏହା ମୌଳିକ ନୀତିରୂପେ ଘୋଷଣା କରାଯାଇଛି । ଆଇନ ପ୍ରଣୟନ ସମୟରେ ଅଥବା ନୀତି ନିର୍ଦ୍ଧାରଣ କଲାବେଳେ ଏହି ନିର୍ଦ୍ଦେଶାବଳୀକୁ ବିଚାରକୁ ନେବା ପାଇଁ ସମ୍ବିଧାନର ପ୍ରଣେତାମାନେ ବ୍ୟବସ୍ଥା କରିଛନ୍ତି । ସମ୍ବିଧାନର ୩୬ ଧାରାରୁ ଆରମ୍ଭ ହୋଇ ୫୧ ଧାରା ପର୍ଯ୍ୟନ୍ତ ନିର୍ଦ୍ଦେଶାବଳୀ ଲିପିବଦ୍ଧ ରହିଛି ।

(୧୦) ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା : ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ସମୂହରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବାପାଇଁ କଳ୍ପନା କରାଯାଇଛି । ଏଠାରେ ରାଷ୍ଟ୍ରର ଅଧିବାସୀମାନଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯିବାପାଇଁ ପ୍ରତିଶ୍ରୁତି ଦିଆଯାଇଛି । ସାଧାରଣ ଜୀବନର ସୁରକ୍ଷା ପାଇଁ ରାଷ୍ଟ୍ର ସୁବିଧା ଅବ୍ୟାହତ ରଖୁଛି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

(୧୧) ସ୍ଵାଧୀନ ନିରପେକ୍ଷ ବିଚାର ବ୍ୟବସ୍ଥା : ଭାରତରେ ଏକ ସୁସଙ୍ଗତ, ନିରପେକ୍ଷ ଓ ସ୍ଵାଧୀନ ବିଚାର ସଂସ୍ଥା ରହିଛି । ତେଣୁ ସୁପ୍ରିମ୍ କୋର୍ଟଠାରୁ ଆରମ୍ଭ କରି ନିମ୍ନ ଅଦାଲତ ପର୍ଯ୍ୟନ୍ତ ସମସ୍ତ ବିଚାର ସଂସ୍ଥା ଏକତ୍ର ବାନ୍ଧି ହୋଇ କାର୍ଯ୍ୟ କରିଥାଆନ୍ତି । ବିଚାର ବ୍ୟବସ୍ଥାର ସ୍ଵାଧୀନତା ପାଇଁ ବିଚାରପତିମାନଙ୍କ ନିଯୁକ୍ତି, ବେତନ, ଭତ୍ତା ଓ ଚାକିରି ସର୍ଭାବଳୀ ସମ୍ବିଧାନଦ୍ୱାରା ସୁରକ୍ଷିତ ହୋଇଛି ।

(୧୨) ସାର୍ବଜନୀନ ଭୋଟ କ୍ଷମତା : ସମ୍ବିଧାନର ୩୨୬ ଧାରାନୁସାରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏଥିପାଇଁ ପାଶ୍ଚାତ୍ୟ ଜଗତରେ ଯୁଗ ଯୁଗ ଧରି ଆନ୍ଦୋଳନ ଓ ଅପେକ୍ଷା କରାଯାଇଛି । ଭାରତରେ ଧନ, ଶିକ୍ଷା, ଲିଙ୍ଗ, ଧର୍ମ, ଜନ୍ମସ୍ଥାନ, ଜାତି ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏହା ଭାରତକୁ ବୃହତ୍ତମ ଗଣତନ୍ତ୍ର କରିଦେଇଛି । ସମ୍ବିଧାନର ଏହି ବ୍ୟବସ୍ଥା ଏକ ସାହସିକ ପଦକ୍ଷେପରୂପେ ବର୍ଣ୍ଣିତ ହୋଇଛି । ୬୨ତମ ସମ୍ବିଧାନ ସଂଶୋଧନଦ୍ୱାରା ବର୍ତ୍ତମାନ ୧୮ ବର୍ଷ ବୟସ୍କ ଲୋକଙ୍କୁ ଭୋଟଦାନ କ୍ଷମତା ଦିଆଯାଇଛି ।

(୧୩) ଏକକ ନାଗରିକତ୍ବ : ଭାରତରେ ଏକକ ନାଗରିକତ୍ଵ ପ୍ରଚଳିତ । ଭାରତରେ ବାସ କରୁଥିବା ବ୍ୟକ୍ତିମାନେ ଭାରତୀୟ ନାଗରିକଭାବେ ପରିଚିତ । ଭାରତ ସମ୍ବିଧାନ ଅନୁସାରେ କୌଣସି ରାଜ୍ୟ ନାଗରିକତା ପ୍ରଦାନ କରିପାରିବ ନାହିଁ । ଅର୍ଥାତ୍ ସମସ୍ତେ ଭାରତର ନାଗରିକ ହେବେ । ଏହାଦ୍ଵାରା ଜାତୀୟ ଏକତା ଓ ସଂହତି ବୃଦ୍ଧି ପାଏ । ଯୁକ୍ତରାଷ୍ଟ୍ର ଆମେରିକାରରେ ଦ୍ଵୈତ ନାଗରିକତା ପ୍ରଚଳିତ । ସେଠାରେ ଜଣେ ବ୍ୟକ୍ତି ନିଜ ରାଜ୍ୟର ନାଗରିକ ହେବା ସଙ୍ଗେ ସଙ୍ଗେ ଆମେରିକାର ନାଗରିକ ହୋଇଥାଏ । ଏହି ବ୍ୟବସ୍ଥାଦ୍ଵାରା ଭାରତ ସଂଘୀୟ ରାଷ୍ଟ୍ରର ବିରୋଧାଚରଣ କରୁଛି । କିନ୍ତୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସଂହତିକୁ ଦୃଢ଼ କରିବାପାଇଁ ଭାରତରେ ଏ ବ୍ୟବସ୍ଥା ପ୍ରବର୍ତ୍ତନ ହୋଇଛି ।

(୧୪) ସାଧାରଣତନ୍ତ୍ର : ସାଧାରଣତନ୍ତ୍ର ରାଷ୍ଟ୍ରର ମୁଖ୍ୟ ବଂଶାନୁକ୍ରମିକ ଉତ୍ତରାଧୁକାରୀ ସୂତ୍ରରେ କ୍ଷମତା ଦଖଲ କରନ୍ତି ନାହିଁ; ବରଂ ନିର୍ବାଚନଦ୍ଵାରା କ୍ଷମତାପ୍ରାପ୍ତ ହୁଅନ୍ତି । ଆମ ଭାରତର ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତି ନିର୍ବାଚନଦ୍ଵାରା କ୍ଷମତାପ୍ରାପ୍ତ ହୁଅନ୍ତି । ଆମେରିକା ଏହି ନୀତି ଅବଲମ୍ବନ କରିଛି ।

(୧୫) ସମ୍ବିଧାନର ପାଞ୍ଚ ସ୍ତମ୍ଭ : ସମ୍ବିଧାନ ପ୍ରଧାନ ପାଞ୍ଚୋଟି ସ୍ତମ୍ଭ ଉପରେ ନ୍ୟସ୍ତ ରହିଛି; ଯଥା –
(୧) ନିର୍ବାଚନ କମିଶନ,
(୨) ଅର୍ଥ କମିଶନ,
(୩) ପବ୍ଲିକ୍ ସର୍ଭିସ୍ କମିଶନ,
(୪) ଅଡ଼ିଟର ଜେନେରାଲ,
(୫) ଆଟଣ୍ଡି ଜେନେରାଲ ।

(୧୬) ଅନ୍ୟାନ୍ୟ ବୈଶିଷ୍ଟ୍ୟ : (୧) ଦ୍ବିସଦନତା, (୨) ଜରୁରିକାଳୀନ ବ୍ୟବସ୍ଥା, (୩) ସର୍ବଭାରତୀୟ ସେବାସଂସ୍ଥା, (୪) କ୍ଷମତା ସ୍ଵତନ୍ତ୍ରୀକରଣ, (୫) ସଂଖ୍ୟାଲଘୁ ଗୋଷ୍ଠୀର ଭାଷା ଓ ସଂସ୍କୃତିର ସଂରକ୍ଷଣ, (୬) ଜାତୀୟ ଭାଷା ନିର୍ଦ୍ଧାରଣ, (୭) ସାମ୍ବିଧାନିକ ଆଚରଣ ଓ ପଦ୍ଧତି, (୮) ବୈଦେଶିକ ନୀତି ନିର୍ଦ୍ଧାରଣ, (୯) ସମ୍ବିଧାନ ସଂଶୋଧନ ବ୍ୟବସ୍ଥା, (୧୦) ତଫସିଲଭୁକ୍ତ ଜାତି ଓ ଉପଜାତିର ମଙ୍ଗଳ ବିଧାନ, (୧୧) ପ୍ରତ୍ୟେକ ରାଜ୍ୟର ଅଞ୍ଚଳ ନିର୍ଦ୍ଧାରଣ, (୧୨) ଅର୍ଥନୈତିକ କ୍ଷମତା ବିସ୍ତୃତୀକରଣ, ବାଣିଜ୍ୟ ବ୍ୟବସାୟ ବ୍ୟବସ୍ଥା, (୧୩) ଜାମ୍ମୁକାଶ୍ମୀର, ଆନ୍ଧ୍ର, ଗୁଜରାଟ, ନାଗାଲାଣ୍ଡ, ସିକିମ୍, ଆସାମ ପ୍ରଭୃତି ରାଜ୍ୟଗୁଡ଼ିକ ବିଷୟରେ ବିଶେଷ ବ୍ୟବସ୍ଥାମାନ ରହିଛି । (୧୪) ସର୍ବୋପରି ୪୨ତମ ସମ୍ବିଧାନ ସଂଶୋଧନରେ ଭାରତକୁ ସମାଜବାଦୀ ରାଷ୍ଟ୍ରରୂପେ ଘୋଷଣା କରାଯାଇ ମୁଖବନ୍ଧର ସଂଶୋଧନ କରାଯାଇଛି । (୧୫) ୭୪ତମ ସମ୍ବିଧାନ ସଂଶୋଧନଦ୍ଵାରା ପଞ୍ଚାୟତିରାଜକୁ ସ୍ବାତନ୍ତ୍ର୍ୟ, ମାନ୍ୟତା ଓ ଅର୍ଥନୈତିକ କ୍ଷମତା ଦିଆଯାଇଛି ।

ପରିଶେଷରେ ଏତିକି କୁହାଯାଇପାରେ ଯେ ଭାରତର ସମ୍ବିଧାନ ପୃଥିବୀର ସର୍ବବୃହତ୍ ଏବଂ ଏକ ମହାନ୍ ଗଣତାନ୍ତ୍ରିକ ସମ୍ବିଧାନ ଅଟେ । ଅଧ୍ୟାପକ ଜେନିଙ୍ଗ୍‌ସଙ୍କ ମତରେ, ‘ସମସ୍ତ ସମ୍ବିଧାନଗୁଡ଼ିକ ହେଉଛି ଅତୀତର ଉତ୍ତରାଧୁକାରୀ ଓ ଭବିଷ୍ୟତର ପରୀକ୍ଷାକାରୀ ।’’ ଭାରତୀୟ ସମ୍ବିଧାନର ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଅତୀତ କ୍ରମବିବର୍ତ୍ତନର ଫଳ ଓ ଭବିଷ୍ୟତର ଦିଗ୍‌ଦର୍ଶକ ।

୪ । ଭାରତୀୟ ସମ୍ବିଧାନର ସଂଶୋଧନ ପଦ୍ଧତି (Amendment Procedure) ବର୍ଣନା କର ।
Answer:
ରାଷ୍ଟ୍ରର ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ମୌଳିକ ଆଇନଗୁଡ଼ିକ ସମ୍ବିଧାନରେ ଲିପିବଦ୍ଧ ହୋଇଥାଏ । ପରିବେଶ ଓ ପରିସ୍ଥିତିର ପରିବର୍ତ୍ତନ ସହିତ ମନୁଷ୍ୟର ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଘଟୁଛି । ଏହି ପରିବର୍ତ୍ତନଗୁଡ଼ିକୁ ଦୃଷ୍ଟିରେ ରଖ୍ ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନକୁ ଆବଶ୍ୟକସ୍ଥଳେ ସଂଶୋଧନ କରାଯିବାର ବ୍ୟବସ୍ଥା କରିଥାଆନ୍ତି । ଏହାଦ୍ଵାରା ସମ୍ବିଧାନକୁ ଯୁଗୋପଯୋଗୀ କରାଯାଇପାରିବ । ଏହି ସଂଶୋଧନ ପ୍ରଣାଳୀ ସମ୍ବିଧାନର ୩୬୮ ଧାରାରେ ବର୍ଣ୍ଣନା କରାଯାଇଛି ।

ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଏହାର ସଂଶୋଧନ ପଦ୍ଧତି କେବଳ ସଂସଦଦ୍ବାରା ହିଁ ହୋଇଥାଏ । ଭାରତରେ ଏକ ଭିନ୍ନଧରଣର ସଂଘୀୟ ବ୍ୟବସ୍ଥା ପ୍ରଚଳିତ ଥିବାରୁ ସମ୍ବିଧାନର ସଂଶୋଧନ ପାଇଁ ଗୋଟିଏ ପନ୍ଥା ଅବଲମ୍ବନ ପରିବର୍ତ୍ତେ ୩ଟି ପନ୍ଥା ପ୍ରବର୍ତ୍ତନ କରାଯାଇଛି ଯାହାକି ନିମ୍ନରେ ଦିଆଗଲା ।

(୧) ପ୍ରଥମ ପଦ୍ଧତି : ସାଧାରଣ ସଂଖ୍ୟାଗରିଷ୍ଠତା ସହ ସଂଶୋଧନ : କେତେକ ବ୍ୟବସ୍ଥା ଧାରା ପାର୍ଲିଆମେଣ୍ଟର ଉପସ୍ଥିତ ସଦସ୍ୟମାନଙ୍କର ସଂଖ୍ୟାଗରିଷ୍ଠ ମତରେ ସଂଶୋଧୁତ କରାଯାଇପାରିବ; ଯଥା –
(i) ନୂଆ ରାଜ୍ୟ ଗଠନ, ନାମ ସୀମା ନିର୍ଦ୍ଧାରଣ, ସଂପୃକ୍ତ ରାଜ୍ୟ ବିଧାନମଣ୍ଡଳର ସମ୍ମତି ନେଇ ସଂଶୋଧନ କରାଯାଇପାରେ । ସମ୍ବିଧାନର ୩ ଧାରାରେ ଏହା ପର୍ଯ୍ୟବସିତ ।
(ii) ବିଧାନମଣ୍ଡଳର ଦ୍ଵିତୀୟ ସଦନ ଉଚ୍ଛେଦ କରିବା ପାଇଁ ୧୬୯ ଧାରା ଅନୁସାରେ ସଂଶୋଧନ ପ୍ରସ୍ତାବ ।
(iii) ନାଗରିକତା ଏବଂ ତାଲିକାଭୁକ୍ତ ଅଞ୍ଚଳ ବା ଉପଜାତିମାନଙ୍କ ବିଷୟରେ ସଂଶୋଧନ କରିବାକୁ ହେଲେ ସାଧାରଣ ଆଇନ ପରି ଉପସ୍ଥିତ ସଂଖ୍ୟାଗରିଷ୍ଠ ଭୋଟରେ ସଂଶୋଧନ କରାଯାଇପାରେ ।

(୨) ଦ୍ଵିତୀୟ ପଦ୍ଧତି : ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠତା ସହ ସଂଶୋଧନ : ସଂସଦର ଉଭୟ କକ୍ଷରେ ସମୁଦାୟ ସଭ୍ୟ ସଂଖ୍ୟାର ସଂଖ୍ୟାଗରିଷ୍ଠତା ଓ ଉପସ୍ଥିତ ଥିବା ସଭ୍ୟମାନଙ୍କର ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ କ୍ରମେ ଚତୁର୍ବିଂଶ ସମ୍ବିଧାନ ସଂଶୋଧନରେ ରାଷ୍ଟ୍ରପତି ଉକ୍ତ ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଧ୍ୟ ବୋଲି ବ୍ୟବସ୍ଥା କରିଛି । ଏହି ଧାରା ଅନୁସାରେ ବିଧାନମଣ୍ଡଳର ସମ୍ମତି ଦରକାର ହୁଏ ନାହିଁ । ଏହି ପ୍ରଣାଳୀଦ୍ଵାରା ସମ୍ବିଧାନର (କ) ମୌଳିକ ଅଧ୍ବକାର (ତୃତୀୟ ପରିଚ୍ଛେଦ), (ଖ) ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତି (ଚତୁର୍ଥ ପରିଚ୍ଛେଦ) ସଂଶୋଧୃତ ହୁଏ ।

(୩) ତୃତୀୟ ପଦ୍ଧତି : ସ୍ବତନ୍ତ୍ର ସଂଖ୍ୟାଗରିଷ୍ଠତା ଓ ଅର୍ଦ୍ଧାଧ‌ିକ ରାଜ୍ୟର ଅନୁମୋଦନ ସହ ସଂଶୋଧନ ତ୍ରିସ୍ତର ସମ୍ମତିଦ୍ୱାରା କରାଯାଏ । ଏହି ପଦ୍ଧତି ଅନୁସାରେ ପ୍ରଥମେ ପାର୍ଲିଆମେଣ୍ଟର ପ୍ରତ୍ୟେକ ସଦନରେ ସଦସ୍ୟଙ୍କ ସଂଖ୍ୟାର ଅର୍ଦ୍ଧାଧ‌ିକ ସମ୍ମତି ଲାଭ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସଦସ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ସଦସ୍ୟମାନଙ୍କ ସମ୍ମତି ଲାଭ କରିଥିବା ଦରକାର ଏବଂ ରାଷ୍ଟ୍ରପତିଙ୍କ ମଞ୍ଜୁରି ପାଇଁ ଏହା ଉପସ୍ଥାପିତ କରାଯାଏ । ତ୍ରିସ୍ତର ସମ୍ମତି ପଦ୍ଧତି ନିମ୍ନଲିଖତ ବ୍ୟବସ୍ଥାର ସଂଶୋଧନ ପାଇଁ ପ୍ରୟୋଗ କରାଯାଏ ।

୫୪ ଧାରା ଅନୁସାରେ ରାଷ୍ଟ୍ରପତିଙ୍କ ନିର୍ବାଚନମଣ୍ଡଳୀ ଗଠନ, ୫୫ ଧାରା ଅନୁସାରେ ନିର୍ବାଚନ ପ୍ରଣାଳୀ, ୭୩ ଧାରା ଅନୁସାରେ କେନ୍ଦ୍ର ସରକାରଙ୍କ କ୍ଷମତା, ୧୬୨ ଧାରା ଅନୁସାରେ ରାଜ୍ୟମାନଙ୍କର କ୍ଷମତା, ୨୦୧ ଧାରା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳ, ଉଚ୍ଚ ନ୍ୟାୟାଳୟ କ୍ଷମତା, ଏକାଦଶ ପରିଚ୍ଛେଦ, କେନ୍ଦ୍ର-ରାଜ୍ୟ ସମ୍ପର୍କ, ସପ୍ତମ ତାଲିକାର ଅଧୁକାର ତାଲିକାୟ, ପାର୍ଲିଆମେଣ୍ଟରେ ରାଜ୍ୟମାନଙ୍କର ପ୍ରତିନିଧୃତ୍ଵ ଏବଂ ୩୬୮ ଧାରାରେ ସମ୍ବିଧାନ ସଂଶୋଧନ ପଦ୍ଧତି ପ୍ରଣାଳୀ ଆଦି ବିଷୟବସ୍ତୁ ଏହି ତୃତୀୟ ପଦ୍ଧତିର ପରିସରଭୁକ୍ତ ।

ସଂଶୋଧନ ପ୍ରକ୍ରିୟା : ସମ୍ବିଧାନର କୌଣସି ଧାରାକୁ ସଂଶୋଧନ କରିବାକୁ ହେଲେ ସେହି ସଂକ୍ରାନ୍ତୀୟ ଏକ ବିଲ୍ ସଂସଦର ଯେକୌଣସି କକ୍ଷରେ ଆଗତ କରାଯାଏ । ବିଲ୍‌ ସେହି କକ୍ଷରେ ଗୃହୀତ ହେଲା ପରେ ଅନ୍ୟ କକ୍ଷକୁ ଆଲୋଚନା ପାଇଁ ପଠାଯାଏ । ଦ୍ଵିତୀୟ କକ୍ଷରେ ଆଲୋଚନା ପରେ ଗୃହୀତ ହେଲେ ତାହା ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ଲାଭକରି ଆଇନରେ ପରିଣତ ହୁଏ । ଯେଉଁ ସଂଶୋଧନ ରାଜ୍ୟମାନଙ୍କର ଅନୁମୋଦନ ଆବଶ୍ୟକ କରେ ତାହା ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପୂର୍ବରୁ ଅନୁମୋଦିତ ହୋଇଥାଏ । ସମ୍ବିଧାନ ପ୍ରସ୍ତାବକୁ କେନ୍ଦ୍ରକରି ସଂସଦର ଉଭୟ କକ୍ଷ ମଧ୍ୟରେ ମତପାର୍ଥକ୍ୟ ଯୋଗୁଁ ପ୍ରସ୍ତାବଟି ଅନୁମୋଦିତ ନହୋଇପାରିଲେ ତାହା ନାକଚ ହୋଇଯାଏ । ଏପର୍ଯ୍ୟନ୍ତ ଭାରତ ସମ୍ବିଧାନ ୯୨ଥର ସଂଶୋଧନ ହୋଇସାରିଲାଣି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ସମ୍ବିଧାନ ସଂଶୋଧନ ପଦ୍ଧତିର ସମାଲୋଚନା :
(i) ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିଲେ ମଧ୍ୟ ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ରାଜ୍ୟମାନଙ୍କର ପ୍ରାୟତଃ କ୍ଷମତା ନାହିଁ ।
(ii) କୌଣସି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଉପରେ ସଂସଦର ଉଭୟ ଗୃହ ମଧ୍ୟରେ ମତଭେଦ ଦେଖାଗଲେ ତାହା ଦୂର କରାଯିବାର ବ୍ୟବସ୍ଥା ନାହିଁ ।
(iii) କେତେକ କ୍ଷେତ୍ରରେ ଅର୍ଦ୍ଧାଧ‌ିକ ରାଜ୍ୟ ବିଧାନସଭାର ଅନୁମୋଦନ ଆବଶ୍ୟକ ହେଉଥିଲେ ମଧ୍ୟ ସମୟସୀମା ଧାର୍ଯ୍ୟ ହୋଇନଥିବାରୁ ରାଜ୍ୟମାନଙ୍କର ଅବହେଳା ଯୋଗୁଁ ବିଧେୟକଟି ଅକାମୀ ହୋଇଯିବାର ସମ୍ଭାବନା ରହିଛି ।
(iv) ଉଚ୍ଚତମ ନ୍ୟାୟାଳୟ ସମ୍ବିଧାନର ‘ମୌଳିକ ଗଢ଼ଣ’ (Basic Structure) ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୌଳିକ ଢାଞ୍ଚାର ପ୍ରକୃତ ସ୍ଵରୂପ ନିର୍ଦ୍ଧାରଣ ସମ୍ଭବ ହୋଇନାହିଁ ।
(v) ସୁଇଜରଲାଣ୍ଡରେ ସମ୍ବିଧାନ ସଂଶୋଧନ ପୂର୍ବରୁ ଲୋକମାନଙ୍କର ମତାମତ ଜାଣିବା ପାଇଁ ‘ଗଣଭୋଟ’ (Referendum) କରାଯାଇଥାଏ, କିନ୍ତୁ ଭାରତରେ ଏପରି କୌଣସି ବ୍ୟବସ୍ଥା ନାହିଁ ।

ସମ୍ବିଧାନ ସଂଶୋଧନ କ୍ଷମତା ଅତ୍ୟନ୍ତ ବ୍ୟାପକ ହୋଇଥିଲାବେଳେ ମିନର୍ଭା ମିଲ୍ସ ମୋକଦ୍ଦମାରେ ଉଚ୍ଚତମ ନ୍ୟାୟାଳୟର ରାୟ ଅନୁଯାୟୀ ଏହି କ୍ଷମତା ବଳରେ ସମ୍ବିଧାନର ‘ମୌଳିକ ବ୍ୟବସ୍ଥା’କୁ ସଂଶୋଧନ ବା ପରିବର୍ତ୍ତନ କରାଯିବାର କ୍ଷମତା କେନ୍ଦ୍ରୀୟ ସଂସଦର ନାହିଁ ବୋଲି ସୂଚନା ଦିଆଯାଇଛି । ତିନୋଟିଯାକ ସଂଶୋଧନ ପ୍ରଣାଳୀକୁ ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ହୁଏ ଯେ ଏଠାରେ ଉଭୟ ନମନୀୟ ଓ ଅନମନୀୟ ନୀତିର ସମାହାର ଘଟିଛି । ପ୍ରଥମ ପ୍ରଣାଳୀଟି ନମନୀୟ ହୋଇଥିବାବେଳେ ଦ୍ଵିତୀୟ ଓ ତୃତୀୟ ପ୍ରଣାଳୀ ଅନମନୀୟ ଅଟନ୍ତି । ଏଣୁ ଭାରତ ସମ୍ବିଧାନ ଇଂଲଣ୍ଡର ନମନୀୟ ନୀତି ଓ ଆମେରିକାର ଅନମନୀୟ ନୀତି ମଧ୍ୟରେ ସମନ୍ଵୟ ରକ୍ଷା କରେ ।

BSE Odisha 8th Class Science Notes Chapter 13 ଧ୍ୱନି

Odisha State Board BSE Odisha 8th Class Science Notes Chapter 13 ଧ୍ୱନି will enable students to study smartly.

BSE Odisha Class 8 Science Notes Chapter 13 ଧ୍ୱନି

→ ଉପକ୍ରମ :
1. ସାଧାରଣତଃ ଆମ ଦୈନନ୍ଦିନ ଜୀବନରେ ଶବ୍ଦ ବା ‘ଧ୍ୱନି’ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ! ଆମେ ଆମର ପରିସରରେ ଧ୍ୱନି ସୃଷ୍ଟି ନକରି କଥାବାର୍ତ୍ତା ହୋଇପାରିବା ନାହିଁ । ଆମ ଚାରିପାଖରେ ଥବା ବିଭିନ୍ନ ପଶୁ ଓ ପକ୍ଷୀଙ୍କର ଶବ୍ଦ ବା ଧ୍ୱନି ଆମେ ଜାଣିପାରିବା ନାହିଁ ।
2. ବସ୍, ଟ୍ରକ୍ ଇତ୍ୟାଦି ଯାନବାହାନ ଯିବା ଆସିବାରେ ଶବ୍ଦ ସୃଷ୍ଟି ହୋଇଥାଏ । ଏହି ଶବ୍ଦର ସଂଚରଣ ବାୟୁଦ୍ୱାରା ହୋଇଥାଏ ।

ତୁମେ ନିତିଦିନିଆ ଜୀବନରେ ଶୁଣୁଥ‌ିବା ଧ୍ଵନିଗୁଡ଼ିକର ଏକ ତାଲିକାପ୍ରସ୍ତୁତ କର ।
(i) ଆମେ ପ୍ରତ୍ୟେକ ଦିନ ସକାଳେ କାଉର ‘କା’ ଶବ୍ଦ ଶୁଣିଥାଉ ।
(ii) ରାସ୍ତାରେ ଯିବାଆସିବା ସମୟରେ ପଛରୁ ଆସୁଥ‌ିବା ଅନ୍ୟ ଲୋକର ବା ଯାନର ଧ୍ଵନି ଶୁଣିଥାଉ ।
(iii) ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ପିରିୟଡ଼ ଘଣ୍ଟା ବାଜିବାର ଧ୍ୱନି ପ୍ରଦୂଷଣ ।
(iv) ରାସ୍ତାରେ ଯାତାୟତ କରୁଥିବା ବିଭିନ୍ନ ଯାନବାହାନ ଓ ପଶୁପକ୍ଷୀର ସ୍ଵରର ଧ୍ଵନି ଶୁଣିଥାଉ ।

BSE Odisha 8th Class Science Notes Chapter 13 ଧ୍ୱନି

→ କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ (Sound is Produced by a Vibrating Body) :
(i) ବିଦ୍ୟାଳୟର ପିଟାଘଣ୍ଟ ବାଜୁଥ‌ିବାବେଳେ ହାତରେ ଏହାକୁ ସ୍ପର୍ଶକଲେ, କମ୍ପନ ଅନୁଭବ କରିହୁଏ । ଠାକୁର ଘରେ ଘଣ୍ଟି ବଜାଉଥିବାବେଳେ ଘଣ୍ଟର ତଳ ଧାରକୁ ସ୍ପର୍ଶକଲେ କମ୍ପନ ଅନୁଭବ କରିହୁଏ ।

→ ତୁମପାଇଁ କାମ :
(i) ଗୋଟିଏ କଂସା ଥାଳିଆକୁ ସୁତୁଲି ଦ୍ବାରା ମୁକ୍ତ ଭାବରେ ଝୁଲାଇ ରଖ୍ ତାକୁ ଏକ ଦଣ୍ଡ ଦ୍ଵାରା ଆଘାତ କରି ସଙ୍ଗେ ସଙ୍ଗେ ଦୁଇ ମଧ୍ୟରେ ରଖାଯାଉ ।
BSE Odisha 8th Class Science Notes Chapter 13 ଧ୍ୱନି 1
(ii) କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ । ଅର୍ଥାତ୍ ଧ୍ବନି ଶୁଣାଯାଉନଥ‌ିବାବେଳେ ତାହାକୁ ସ୍ପର୍ଶକଲେ କମ୍ପନ ଅନୁଭବ କରିହେବ ନାହିଁ । ଗୋଟିଏ ରବର ବ୍ୟାଣ୍ଡକୁ ଗୋଟିଏ ପେନ୍‌ସିଲ ବାକ୍ସର ଲମ୍ବା ଦିଗରେ ଗୁଡ଼ାଇ ଦୁଇଟି ଲମ୍ବା ପେନ୍‌ସିଲ୍‌କୁ ଏହି ବ୍ୟାଣ୍ଡ ମଧ୍ୟରେ ରଖାଯାଉ । ଏହି ବ୍ୟାଣ୍ଡର ମଝି ଅଂଶକୁ ଟାଣି ଛାଡ଼ିଦେଲେ, ରବର ବ୍ୟାଣ୍ଡରେ କମ୍ପନ ସୃଷ୍ଟି ହେବ ।
(iii) ବସ୍ତୁର ଆଗପଛ କିମ୍ବା ଉପରତଳ ଗତି ଯୋଗୁଁ ହିଁ କମ୍ପନ ସୃଷ୍ଟି ହୁଏ । କମ୍ପନ ବନ୍ଦ ହେଲେ ଧ୍ଵନି ଆଦୌ ସୃଷ୍ଟି ହେବ ନାହିଁ । ଗୋଟିଏ ଜଳପୂର୍ଣ ଧାତବ ପାତ୍ରର ଗୋଟିଏ ପାର୍ଶ୍ଵକୁ ଆଘାତ କଲେ ଜଳପୃଷ୍ଠରେ ତରଙ୍ଗ ସୃଷ୍ଟି ହୁଏ । ଖାଲି ଧାତବ ପାତ୍ରକୁ ଆଘାତ କଲେ ଯେତିକି ଶବ୍ଦ ସୃଷ୍ଟି ହୁଏ, ଜଳପୂର୍ଣ ପାତ୍ରକୁ ଆଘାତ କଲେ କମ୍ ଶବ୍ଦ ହୁଏ ।
(iv) ଗୋଟିଏ କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ । କେତେକ କ୍ଷେତ୍ରରେ ଏହି କମ୍ପନକୁ ସହଜରେ ଦେଖୁହୁଏ । ଅଧିକାଂଶ କ୍ଷେତ୍ରରେ ଏହି କମ୍ପନର ଆୟାମ (Amplitude) ଏତେ ଛୋଟ ଯେ, ତାହା ଆମକୁ ଦେଖାଯାଏ ନାହିଁ । ମାତ୍ର ତାହାକୁ ଅନୁଭବ କରିହୁଏ ।

ଏବେ କେତେକ ବାଦ୍ୟଯନ୍ତ୍ରର ନାମ ଲେଖୁ ତା’ର କମ୍ପିତ ଅଂଶକୁ ଲେଖ ।
BSE Odisha 8th Class Science Notes Chapter 13 ଧ୍ୱନି 2
ଆମ ଦେଶରେ ସାଧାରଣତଃ ମୃଦଙ୍ଗ, ପର୍ଖାଜ, ଡୁଚି, ତବଲା, ଝାଞ୍ଜ, ଗିନି, ହାରମୋନିୟମ, ତାନପୁରା ଓ ଖଞ୍ଜଣି ଇତ୍ୟାଦି ବାଦ୍ୟଯନ୍ତ୍ରଗୁଡ଼ିକର ସମସ୍ତ ଅଂଶ କମ୍ପିତ ହୋଇ ଧ୍ବନି ସୃଷ୍ଟି ହୁଏ ।

ସୀତାରକୁ ଟାଣିଲେ ସୀତାରର ସମସ୍ତ ଅଂଶ ଆନ୍ଦୋଳିତ ହୁଏ । ସମୁଦାୟ ଯନ୍ତ୍ରଟି କମ୍ପିତ ହେବାରୁ ଆମେ ଧ୍ଵନି ଶୁଣିପାରୁ ଆଘାତ କଲେ ଆମେ ଯେଉଁ ଧ୍ଵନି ଶୁଣୁ ତାହା କେବଳ ଚମଡ଼ା ପୃଷ୍ଠତଳ ପାଇଁ ନୁହେଁ, ମୃଦଙ୍ଗର ସମସ୍ତ ଅଂଶ ଯୋଗୁଁ ଧ୍ବନି ସମ୍ଭବ ହୁଏ ।

→ ତୁମପାଇଁ କାମ :
ପାଞ୍ଚ ବା ଛଅଟି କାଚ ଗ୍ଲାସରେ କମ୍ ଜଳ ଉଚ୍ଚତାରୁ ଅଧ‌ିକ ଉଚ୍ଚତା ପର୍ଯ୍ୟନ୍ତ ଜଳନେଇ ଏକ ପେନ୍‌ସିଲ୍ ଦ୍ବାରା କାଚ ଗ୍ଲାସଗୁଡ଼ିକୁ ବାଡ଼େଇଲେ ସେଥୁ ମଧୁର ସ୍ୱର ଶୁଣାଯାଏ । ଏହାକୁ ‘ଜଳ ତରଙ୍ଗ’ କୁହାଯାଏ ।

→ ଶବ୍ଦ ମାନବ ଦ୍ୱାରା ଉତ୍ପାଦିତ (Sound Produced by Human beings) :
(i) ମନୁଷ୍ୟମାନେ ସ୍ୱରପେଟିକା (Larynx) ସାହାଯ୍ୟରେ ଧ୍ଵନି ସୃଷ୍ଟି କରନ୍ତି ! ଗଳାରେ ଆଙ୍ଗୁଳି ରଖୁଲେ ଏକ ସ୍ଥାନ ଉଚ୍ଚ ଜଣାପଡ଼େ । ଏହାକୁ ଆମ ଶରୀରର ସ୍ଵରବାକ୍ସ (Voice box) କହନ୍ତି । ଏହା ବାୟୁନଳୀର ଉପର ଭାଗରେ ଥାଏ ।
(ii) ଦୁଇଟି କଣ୍ଠରଜୁ (Vocal cord) ସ୍ୱରପେଟିକାର ଏପାଖରୁ ସେପାଖକୁ ଏପରିଭାବେ ଲାଗିରହି ଥାଆନ୍ତି, ଯେପରିକି ସେମାନଙ୍କ ମଧ୍ୟରେ ବାୟୁ ଯିବାପାଇଁ ଏକ ସୂକ୍ଷ୍ମରନ୍ଧ୍ର ଥାଏ ।
(iii) ଫୁସ୍‌ଫୁସ୍ ଯେତେବେଳେ ବାୟୁକୁ ଏହି ପଥଦେଇ ଠେଲେ ସେତେବେଳେ କଣ୍ଠରଜ୍ଜୁ କମ୍ପିତ ହୋଇ ଧ୍ବନି ସୃଷ୍ଟି ହୁଏ ।
(iv) କଣ୍ଠରଜ୍ଜୁ ସହ ସଂଯୁକ୍ତ ମାଂସପେଶୀ ଢିଲା ରଜ୍ଜୁ କେତେବେଳେ ପ୍ରସାରିତ ଓ କେତେବେଳେ ଟାଣିହୋଇ ରହେ ।
BSE Odisha 8th Class Science Notes Chapter 13 ଧ୍ୱନି 3

→ ତୁମପାଇଁ କାମ :
ଏକ ମାପର ଦୁଇଟି ରବର ଷ୍ଟ୍ରିପ୍ ନେଇ ଗୋଟିକୁ ଅନ୍ୟ ଉପରେ ରଖାଯାଉ । ସେମାନଙ୍କୁ ହାତରେ ଧରି ଟାଣି ଷ୍ଟ୍ରିପ୍‌ଦ୍ବୟର ମଝି ଫାଙ୍କକୁ ଫୁଙ୍କିଲେ ଏହା ମଧ୍ୟରେ ବାୟୁ ପ୍ରବାହିତ ହୋଇ ଧ୍ୱନି ସୃଷ୍ଟି ହେବ ।

BSE Odisha 8th Class Science Notes Chapter 13 ଧ୍ୱନି

କଣ୍ଠରଜ୍ଜୁ ପତଳା ହେଲେ ମଧୁର କଣ୍ଠସ୍ବର ଓ ପ୍ରସାରିତ ହେଲେ ଟାଣ କଣ୍ଠସ୍ଟର ସୃଷ୍ଟି ହୁଏ ।
ପୁରୁଷମାନଙ୍କର କଣ୍ଠରଜ୍ଜୁର ଦୈର୍ଘ୍ୟ ପ୍ରାୟ 20 ମି.ମି.; କିନ୍ତୁ ନାରୀମାନଙ୍କର କଣ୍ଠରଜୁର ଦୈର୍ଘ୍ୟ ପ୍ରାୟ 15 ମି.ମି. ପିଲାମାନଙ୍କର ଏହି ରଜ୍ଜୁ ଅତି ଛୋଟ । ଏଥ‌ିପାଇଁ ପୁରୁଷ, ନାରୀ ଓ ଛୋଟପିଲାଙ୍କର ସ୍ବର ଭିନ୍ନ ଭିନ୍ନ ହୋଇଥାଏ ।

→ ଧ୍ୱନି ସଂଚରଣ ପାଇଁ ମାଧମ ଆବଶ୍ୟକ (Souad Needs a Medium for Propagation) :
(i) ଧ୍ଵନି ଗତି କରିବାପାଇଁ ଏକ ମାଧ୍ୟମ ଆବଶ୍ୟକ । ଏହା ଶୂନ୍ୟ (Vacuum)ରେ ଗତି କରିପାରେ ନାହିଁ ।
(ii) ଧ୍ୱନି ତରଳ ପଦାର୍ଥରେ ଗତି କରିପାରେ । ଜଳଚର ପ୍ରାଣୀ ଡଲ୍‌ଫିନ୍ ଓ ତିମି ଇତ୍ୟାଦି ଜଳରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିପାରନ୍ତି ।
(iii) ଧ୍ଵନି ସମସ୍ତ କଠିନ ପଦାର୍ଥ ମଧ୍ୟରେ ଗତି କରିପାରେ ।

→ ଆମର କାନ ସାହାଯ୍ୟରେ ଆମେ ଧ୍ଵନି ଶୁଣୁ (We Hear Sound Through Our Ears) :
(i) କାନକୁ ଶ୍ରବଣ ଇନ୍ଦ୍ରିୟ କୁହାଯାଏ । ଏହାର ବାହ୍ୟ ଅଂଶର ଆକାର ଏକ କାହାଳୀପରି ।
(ii) କାନ ମଧ୍ୟରେ ଧ୍ଵନି ତରଙ୍ଗ ପ୍ରବେଶ କରି ତାହା କାନନଳୀର ଅପର ପ୍ରାନ୍ତରେ ଥ‌ିବା ବୃତ୍ତାକାର ପରଦାରେ ଆଘାତ ଦିଏ । ଏହି ପରଦାଟି ଟାଣ ଝିଲ୍ଲୀରେ ତିଆରି । ଏହାକୁ କର୍ଣ୍ଣପଟହ (Eardrum) କହନ୍ତି ।
(iii) କଣ୍ଣପଟହ ଧ୍ବନି ଶୁଣିବାରେ ପ୍ରଧାନ ଭୂମିକା ଗ୍ରହଣ କରେ ।
(iv) କର୍ଣ୍ଣପଟହ ଧ୍ଵନି କମ୍ପନକୁ ଗ୍ରହଣ କରି ଶ୍ରୁତିସ୍ନାୟୁ ସାହାଯ୍ୟରେ ମସ୍ତିଷ୍କକୁ ପଠାଏ । ମସ୍ତିଷ୍କ ଏହି କମ୍ପନକୁ ଅନୁଭବ କରେ ଏବଂ ଆମେ ଶୁଣିପାରୁ ।
BSE Odisha 8th Class Science Notes Chapter 13 ଧ୍ୱନି 4

→ କମ୍ପନର ଆୟାମ, ଆବର୍ଷକାଳ ଓ ଆବୃତ୍ତି (Asplitude, Time Periods & Frequency of a Vibration) :
(i) ଏକ ନିର୍ଦ୍ଦିଷ୍ଟ ଅବସ୍ଥାନର ଉଭୟ ପାର୍ଶ୍ଵକୁ କଣିକାଟିଏ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏପଟ ସେପଟ (to and fro) ହୋଇ ଗତି କରିବାକୁ କମ୍ପନ (Vibration) କହନ୍ତି । ଏହାକୁ ମଧ୍ୟ ଦୋଳନ ଗତି (Oscillatory motion) କୁହାଯାଏ !
(ii) ଦୋଳନ ସମୟରେ ମାଧ୍ଯ ଅବସ୍ଥାନର କୌଣସି ଗୋଟିଏ ପାର୍ଶ୍ଵକୁ କଣିକାଟିର ସର୍ବାଧ୍ଵ ବିସ୍ଥାପନକୁ ଏହାର ଆୟାମ (Amplitude) କହନ୍ତି ।
(iii) କମ୍ପିତ କଣିକାଟି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ଵକୁ ଗତିକରି ପୁନଶ୍ଚ ସେହି ପାର୍ଶ୍ଵକୁ ଫେରିଆସିବାକୁ ଏକ ପୂଣ୍ଣଦୋଳନ କହନ୍ତି ।
(iv) କୌଣସି ଦୋଳନଶୀଳ ବସ୍ତୁ ପ୍ରତି ସେକେଣ୍ଡରେ ଯେତୋଟି ପୂର୍ବ ଦୋଳନ (Oscillation) କରେ ତାକୁ ତାହାର ଆବୃତ୍ତି (Frequency) କୁହାଯାଏ । ଏହାର ଏକକ ଦୋଳନ/ସେକେଣ୍ଡ ବା ହର୍ସ ।
BSE Odisha 8th Class Science Notes Chapter 13 ଧ୍ୱନି 5
(v) ଯଦି ଗୋଟିଏ ବସ୍ତୁ । ସେକେଣ୍ଡରେ 10ଟି ପୂର୍ବ ଦୋଳନ ସଂପୂର୍ଣ୍ଣ କରେ ତେବେ ତାହାର ଆବୃତ୍ତି 10) ହର୍ସ ।
(vi) ଗୋଟିଏ ମାଧ୍ୟମରେ କମ୍ପିତ କଣିକା ଏକ ପୂର୍ଣ୍ଣଦୋଳନ କରିବାକୁ ଯେତିକି ସମୟ ନିଏ, ଆବର୍ଷକାଳ (Time period) କହନ୍ତି । ଏହାର ଏକକ ସେକେଣ୍ଡ ।

→ ଧ୍ଵନି ପ୍ରବଣତା ଏବଂ ତାରତ୍ବ (Loudness and Pitch) :
(i) ଧ୍ଵନିର ଧ୍ୱନି ପ୍ରବଣତା ଦୋଳନ ସୃଷ୍ଟି କରୁଥିବା କମ୍ପନର ଆୟାମର ବର୍ଗ ସହ ସମାନୁପାତୀ । ଧ୍ଵନି ପ୍ରବଣତାର ଏକକ ଡେସିବେଲ (dB) ।
BSE Odisha 8th Class Science Notes Chapter 13 ଧ୍ୱନି 6
75 dB ରୁ 85 dB ବିଶିଷ୍ଟ ଧ୍ୱନି ପ୍ରବଣତା ଆମର ଶରୀର ପକ୍ଷେ କ୍ଷତିକାରକ ।
(ii) ଧ୍ଵନିପ୍ରବଣତା ଧ୍ୱନି ସୃଷ୍ଟିକାରୀ କମ୍ପନର ଆୟାମ ଉପରେ ନିର୍ଭର କରେ । କମ୍ପନର ଆୟାମ ଅଧିକ ହେଲେ ଧ୍ଵନି ଉଚ୍ଚସ୍ବର ବିଶିଷ୍ଟ ଓ ଆୟାମ କମ୍ ହେଲେ ଧ୍ଵନି ନିମ୍ନସ୍ବର ବିଶିଷ୍ଟ ହୁଏ ।

BSE Odisha 8th Class Science Notes Chapter 13 ଧ୍ୱନି

→ ଧ୍ଵନିର ତୀକ୍ଷ୍ଣତା ବା ତାରତ୍ଵ (Shrillnes or Pitch)
(i) ଧ୍ୱନି ତରଙ୍ଗର ଆବୃତ୍ତି ଉପରେ ନିର୍ଭର କରେ । କମ୍ପନର ଆବୃତ୍ତି ଅଧ‌ିକ ହେଲେ ଧ୍ଵନିଟି ତୀକ୍ଷ୍ଣଣ ଓ ଆବୃତ୍ତି କମ୍ ହେଲେ ଧ୍ଵନିଟି କର୍କଶ ହୁଏ । ଉଦାହରଣସ୍ୱରୂପ, ଡ୍ରମର କମ୍ପନର ଆବୃତ୍ତି କମ୍ ହେତୁ କର୍କଶ ହୁଏ ଓ ୱିସିଲ୍‌ର ଆବୃତ୍ତି ଅଧ‌ିକ ହେତୁ ଏହା ତୀକ୍ଷ୍ଣଣ ହୁଏ ।
(ii) ଗୋଟିଏ ପକ୍ଷୀର ରାବ ଉଚ୍ଚ ପିଚ୍ ବିଶିଷ୍ଟ ଓ ସିଂହର ଗର୍ଜନ ନିମ୍ନ ପିଯୁକ୍ତ ହୋଇଥାଏ । ମାତ୍ର ଗୋଟିଏ ପକ୍ଷୀର ରାବର ଧ୍ୱନି ପ୍ରବଣତା କମ୍ ଓ ସିଂହର ଗର୍ଜନର ଧ୍ଵନିପ୍ରବଣତା ଅଧିକ । ନାରୀମାନଙ୍କର ସ୍ବରର ଆବୃତ୍ତ ପୁରୁଷମାନଙ୍କର ସ୍ବରର ଆବୃତ୍ତିଠାରୁ ଅଧିକ ହେତୁ ନାରୀମାନଙ୍କର ସ୍ବର ତୀକ୍ଷ୍ଣଣ ମାତ୍ର ପୁରୁଷମାନଙ୍କର ସ୍ବର ମୋଟା ।

→ ଶ୍ରାବ୍ୟ ଏବଂ ଅଶ୍ରାବ୍ୟ ଧ୍ଵନି (Audible and Inaudible Sounds) :
(i) ମାନବ କଣ୍ଠ 20 ହର୍ସରୁ କମ୍ ଆବୃତି ବିଶିଷ୍ଟ ଧ୍ୱନିକୁ ଶୁଣିପାରେ ନାହିଁ । ଏହି ପ୍ରକାର ଧ୍ଵନିକୁ ଅଶ୍ରାବ୍ୟ ଧ୍ବନି କୁହାଯାଏ ।
(ii) 20,000 ହର୍ସ (20,000 Hz) ବା 20 କିଲୋହର୍ସ (20kHz) ରୁ ଊର୍ଦ୍ଧ୍ବ ଆବୃତ୍ତିବିଶିଷ୍ଟ ଧ୍ବନି ମଧ୍ୟ ମାନବ କଣ୍ଠ ଶୁଣିପାରେ ନାହିଁ ।

ମାନବ କଣ୍ଠର ଶ୍ରାବ୍ୟ ଆବୃତ୍ତି ପରିସର କେବଳ 20Hzରୁ 20000 Hz 1

(iii) କୁକୁରମାନେ 50 kHz ଆବୃତ୍ତି ବିଶିଷ୍ଟ ଧ୍ବନିକୁ ଶୁଣିପାରନ୍ତି । ବାହୁଡ଼ି 100 kHz ର ଧ୍ୱନି ଶୁଣିପାରେ । ଆଜିକାଲି ବିଭିନ୍ନ ରୋଗ ଚିହ୍ନଟପାଇଁ ଯେଉଁ ଅଲ୍ଟ୍ରାସାଉଣ୍ଡ ଯନ୍ତ୍ର ବ୍ୟବହାର କରାଯାଉଛି, ସେଥୁରୁ ନିର୍ଗତ ତରଙ୍ଗର ଆବୃତ୍ତି 20 kHz ରୁ ବେଶି ।

→ ଶ୍ରୁତି ମଧୁର ଶବ୍ଦ ଓ କୋଳାହଳ (Musical sound and Noise) :
(i) ବାଦ୍ୟ ଯନ୍ତ୍ରରୁ ନିଃସୃତ ଧ୍ୱନି, କୋଇଲିର ଶବ୍ଦ ଆଦି ଆମ କାନକୁ ଆରାମ ଦିଏ । ହାର୍‌ମୋନିୟମ୍ ଓ ସୀତାରୁ ନିର୍ଗତ ଧ୍ଵନି ମଧ୍ୟ ଆମ କାନକୁ ଆରାମ ଦିଏ । ଏଗୁଡ଼ିକୁ ଶ୍ରୁତିମଧୁର ଧ୍ବନି କହନ୍ତି । ଏଗୁଡ଼ିକର ଧ୍ଵନି ପ୍ରବଣତା କମ୍ ।
(ii) ଧ୍ଵନି ପ୍ରବଣତା ଅତ୍ୟଧିକ ବୃଦ୍ଧି ହେଲେ ସେଗୁଡ଼ିକ ଶ୍ରୁତିକଟୁ ହୁଏ । ସେଗୁଡ଼ିକୁ କୋଳାହଳ କୁହାଯାଏ ।

→ ଧ୍ୱନି ପ୍ରଦୂଷଣ (Noise Pollution) :
ଧ୍ୱନି ପ୍ରଦୂଷଣର କାରଣ –
(i) ବାୟୁରେ ଥ‌ିବା ଅଦରକାରୀ ବିଭିନ୍ନ ଗ୍ୟାସ୍ ଓ କଣିକାମାନଙ୍କର ଉପସ୍ଥିତ ଯୋଗୁଁ ଧ୍ୱନି ପ୍ରଦୂଷଣ ହୁଏ ।
(ii) ପରିବେଶରେ ମାତ୍ରାଧ‌ିକ ଅଦରକାରୀ ଧ୍ୱନିର ଉପସ୍ଥିତି ଧ୍ୱନି ପ୍ରଦୂଷଣର କାରଣ ଅଟେ ।
(iii) ଗାଡ଼ିମଟରର କେଁ କାଁ ଶବ୍ଦ, କଳକାରଖାନାର ଯନ୍ତ୍ରପାତିରୁ ନିର୍ଗତ ଘର୍ଘରନାଦ, ବିଭିନ୍ନ ବିସ୍ଫୋରଣର ଧ୍ଵନି, ଆତସବାଜି ଫୁଟିବାର ଶବ୍ଦ, ଡାକବାଜିଯନ୍ତ୍ରର ଉଚ୍ଚତୀବ୍ରତା ବିଶିଷ୍ଟ ଧ୍ବନି ଆଦି ଧ୍ୱନି ପ୍ରଦୂଷଣର ମୁଖ୍ୟ କାରଣ ।
(iv) ଏହାବ୍ୟତୀତ ଘରେ ଟେଲିଭିଜନ୍ ଓ ରେଡ଼ିଓରୁ ନିଃସୃତ ଉଚ୍ଚଧ୍ବନି, ଗ୍ରାଇଣ୍ଡର ଚାଲିବାର ଶବ୍ଦ, କୁଲର୍‌ସ ବା ଶୀତତାପ ନିୟନ୍ତ୍ରକ ଯନ୍ତ୍ରରୁ ନିର୍ଗତ ଶବ୍ଦ ଧ୍ବନି ପ୍ରଦୂଷଣ କରିଥାଏ ।

→ ଧ୍ୱନି ପ୍ରଦୂଷଣର କ୍ଷତିକାରକ ପ୍ରଭାବ (Harmful Effects of Noise Pollution):
(i) ଧ୍ୱନି ପ୍ରଦୂଷଣ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଓ ବିଭିନ୍ନ ପ୍ରକାର ସ୍ନାୟବିକ ରୋଗର କାରଣ ହୋଇଥାଏ ।
(ii) ମାତ୍ରାଧ‌ିକ ଧ୍ୱନିରେ କାର୍ଯ୍ୟକଲେ ବ୍ୟକ୍ତିର ଶ୍ରବଣଶକ୍ତି ସଂପୂର୍ଣ୍ଣ ବା ଆଂଶିକ ମାତ୍ରାରେ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ।

→ (Measures to Limit Noise Pollution):
(i) ଯାନବାହନରେ ଶ୍ରୁତିମଧୁର ହଣ୍ଡି ବ୍ୟବହାର କରିବା ଆବଶ୍ୟକ ।
(ii) ବାସୋପଯୋଗୀ ସ୍ଥାନଠାରୁ ଦୂରରେ କାରଖାନାଗୁଡ଼ିକ ସ୍ଥାପନ କରିବା ଉଚିତ ।
(iii) ଗାଡ଼ିମଟରର କେଁ କାଁ ଶବ୍ଦ, କଳକାରଖାନାର ଯନ୍ତ୍ରପାତିରୁ ନିର୍ଗତ ଘର୍ଘରନାଦ, ବିଭିନ୍ନ ବିସ୍ଫୋରଣର ଧ୍ବନି, ଆତସବାଜି ଫୁଟିବାର ଶବ୍ଦ, ଡାକବାଜିଯନ୍ତ୍ରର ଉଚ୍ଚତୀବ୍ରତା ବିଶିଷ୍ଟ ଧ୍ଵନି ଆଦି ଧ୍ୱନି ପ୍ରଦୂଷଣର ମୁଖ୍ୟ କାରଣ ।
(iv) ରାସ୍ତାର ଉଭୟପାର୍ଶ୍ଵରେ ଓ ଗୃହର ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରି ଧ୍ୱନି ପ୍ରଦୂଷଣର କୁପ୍ରଭାବକୁ କମାଯାଇପାରିବ ।

BSE Odisha 8th Class Science Notes Chapter 13 ଧ୍ୱନି

→ ବିଷୟଭିତ୍ତିକ ଶବ୍ଦାବଳୀ :
BSE Odisha 8th Class Science Notes Chapter 13 ଧ୍ୱନି 7
BSE Odisha 8th Class Science Notes Chapter 13 ଧ୍ୱନି 8

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

Odisha State Board CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ Questions and Answers.

CHSE Odisha 11th Class Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନ ସହିତ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

୧ । ଭାରତରେ ନିବର୍ବାନ ପରିଚାଳନା ପାଇଁ ଥ‌ିବା ସଂସ୍ଥାର ନାମ କ’ଣ ?
(i) ନିର୍ବାଚନ ଆୟୋଗ
(ii) ନିର୍ବାଚନ ପରିଷଦ
(iii) ନିର୍ବାଚନ ସଂଘ
(iv) ନିର୍ବାଚନ ସଂସ୍ଥା
Answer:
(i) ନିର୍ବାଚନ ଆୟୋଗ

୨ । ଭାରତରେ ନିର୍ବାଚନ ଆୟୋଗ ନିମ୍ନୋକ୍ତ କେଉଁ ପ୍ରକାରର ସଂସ୍ଥା ?
(i) ସାମ୍ବିଧାନିକ
(ii) ସଂସଦୀୟ ଆଇନଦ୍ୱାରା ସୃଷ୍ଟ
(iii) ସାଧାରଣ ପ୍ରଶାସନିକ ନିଷ୍ପତ୍ତିଦ୍ଵାରା ସୃଷ୍ଟ
(iv) ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରୁ ସୃଷ୍ଟ
Answer:
(i) ସାମ୍ବିଧାନିକ

୩ । ସମ୍ବିଧାନର କେଉଁ ଅଧ୍ୟୟରେ ନିର୍ବାଚନ ଆୟୋଗ ସମ୍ପର୍କରେ ବର୍ଣ୍ଣନା ରହିଛି ?
(i) ଷୋଡ଼ଶ
(ii) ଦ୍ଵାଦଶ
(iii) ପଞ୍ଚଦଶ
(iv) ଏକାଦଶ
Answer:
(iii) ପଞ୍ଚଦଶ

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

୪ । ସମ୍ବିଧାନର କେଉଁ ଧାରାରେ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ରହିଛି ?
(i) ୩୨୨
(ii) ୩୨୧
(iii) ୩୨୪
(iv) ୩୨୬
Answer:
(iii) ୩୨୪

୫ । ରାଜନୈତିକ ଦଳମାନଙ୍କୁ କିଏ ସ୍ବୀକୃତି ଦିଅନ୍ତି ?
(i) ରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ନିର୍ବାଚନ ଆୟୋଗ
(iv) ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି
Answer:
(iii) ନିର୍ବାଚନ ଆୟୋଗ

B. ଶୂନ୍ୟସ୍ଥାନ ପୂରଣ କର ।

୧ । ___________ ନିର୍ବାଚନ ଆୟୋଗର ମୁଖ୍ୟ ଅଟନ୍ତି ।
Answer:
ମୁଖ୍ୟ ନିର୍ବାଚନ ଆୟୁକ୍ତ

୨ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ___________ ପରିଚାଳନା କରନ୍ତି ।
Answer:
ନିର୍ବାଚନ ଆୟୋଗ

୩ । ରାଜନୈତିକ ଦଳମାନଙ୍କୁ ___________ ନିର୍ବାଚନ ସଙ୍କେତ ପ୍ରଦାନ କରନ୍ତି ।
Answer:
ନିର୍ବାଚନ ଆୟୋଗ

୪ । ନିର୍ବାଚନ ଆୟୋଗର ମୋଟ ___________ ଜଣ ସଦସ୍ୟ ଅଛନ୍ତି ।
Answer:
ତିନି

୫ । ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ___________ ନିଯୁକ୍ତି ଓ ବହିଷ୍କାର କରନ୍ତି ।
Answer:
ରାଷ୍ଟ୍ରପତି

C. ଏକ ପଦ ବା ଶବ୍ଦରେ ଉତ୍ତର ଦିଅ ।

୧ । କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକା ପାଇଁ ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥା କିଏ ?
Answer:
ନିର୍ବାଚନ ଆୟୋଗ ।

୨ । ନିର୍ବାଚନରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ନିର୍ବାଚନ ଆୟୋଗ କ’ଣ ଜାରି କରିଥାଏ ?
Answer:
ଆଚରଣବିଧ୍ ।

୩ । ସାନି ନିର୍ବାଚନ କରିବାର ନିଷ୍ପତ୍ତି କିଏ ନିଏ ?
Answer:
ନିର୍ବାଚନ ଆୟୋଗ ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

D. ଭ୍ରମ ସଂଶୋଧନ କର ।

୧ । ରାଷ୍ଟ୍ରପତି ନିଜସ୍ଵ ନିଷ୍ପଭିକ୍ରମେ ନିର୍ବାଚନ ଆୟୁକ୍ତମାନଙ୍କୁ ପଦଚ୍ୟୁତ କରନ୍ତି ।
Answer:
ରାଷ୍ଟ୍ରପତି ସଂସଦର ଗୃହୀତ ପ୍ରସ୍ତାବ ଭିତ୍ତିରେ ନିର୍ବାଚନ ଆୟୁକ୍ତମାନଙ୍କୁ ପଦଚ୍ୟୁତ କରନ୍ତି ।

୨ । ଭୋଟର ତାଲିକା ସଂଶୋଧନ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ହୁଏ ।
Answer:
ଭୋଟର ତାଲିକା ସଂଶୋଧନ ନିର୍ବାଚନ ଆୟୋଗର ନିର୍ଦ୍ଦେଶରେ ହୁଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ନିର୍ବାଚନ ଆୟୋଗର କାର୍ଯ୍ୟ କ’ଣ ?
Answer:
ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅତ୍ୟନ୍ତ ସାଧୁତା ଓ ନିରପେକ୍ଷତା ସହ ବିଶ୍ୱସନୀୟ ପରିସ୍ଥିତିରେ ବ୍ୟବସ୍ଥାପିକା ନିମନ୍ତେ ନିର୍ବାଚନ ପରିଚାଳନା ପାଇଁ ଏକ ସାମ୍ବିଧାନିକ ସଂସ୍ଥାଭାବେ ନିର୍ବାଚନ ଆୟୋଗର ସୃଷ୍ଟି କରାଯାଇଛି । ଏହାର ସୁପରିଚାଳନା ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।

୨ । ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗ କିପରି ନିୟନ୍ତ୍ରଣ କରିଥାଏ ?
Answer:
ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ସ୍ବୀକୃତି, ପଞ୍ଜୀକୃତ ଓ ନିର୍ବାଚନ ସଙ୍କେତ ପ୍ରଦାନ କରିଥାଏ । ନିର୍ବାଚନରେ ସେମାନଙ୍କ ପାଇଁ ପ୍ରଣୀତ ଆଚରଣବିଧ ଉଲଂଘନ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ।

B. ଛଅଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । ନିର୍ବାଚନ ଆୟୋଗ କିପରି ଗଠିତ ହୁଏ ?
Answer:
ପ୍ରଶାସନିକ ଦକ୍ଷତା, ଅଭିଜ୍ଞତା ଓ ବିଚାରପତି ହେବାର ଯୋଗ୍ୟତା ଆଦିକୁ ଆଧାର କରି ରାଷ୍ଟ୍ରପତି ନିର୍ବାଚନ ଆୟୋଗର ତିନିଜଣ ସଦସ୍ୟଙ୍କୁ ନିଯୁକ୍ତ କରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ହିସାବରେ ମଧ୍ୟ ନିଯୁକ୍ତି ପାଇଥା’ନ୍ତି । ଏହି ସଦସ୍ୟମାନେ ୬୫ ବର୍ଷ ବୟସ ବା ୫ ବର୍ଷିଆ କାର୍ଯ୍ୟକାଳ ମଧ୍ଯରୁ ପ୍ରଥମେ ପଡ଼ୁଥ‌ିବା ବ୍ୟବସ୍ଥା ପର୍ଯ୍ୟନ୍ତ ନିଜ ପଦରେ ରହିଥା’ନ୍ତି । ସଂସଦରେ ସେମାନଙ୍କର ‘ପ୍ରମାଣିତ ଅସଦ୍ ବ୍ୟବହାର’ ବା ‘ଅଯୋଗ୍ୟତା’ କାରଣରୁ ଦୁଇ-ତୃତୀୟାଂଶ ସମର୍ଥନରେ ପ୍ରସ୍ତାବ ଗୃହୀତ ହେଲେ ରାଷ୍ଟ୍ରପତି ସମ୍ପୃକ୍ତ ଆୟୁକ୍ତଙ୍କୁ ପଦଚ୍ୟୁତ କରିଥା’ନ୍ତି । ଏହା ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ସ୍ଵାଧୀନ ଓ ନିରପେକ୍ଷତାର ସହ ଆୟୁକ୍ତମାନେ ନିଜର କାର୍ଯ୍ୟ ସମ୍ପାଦନ କରିଥା’ନ୍ତି ।

୨ । ନିର୍ବାଚନ ଆୟୋଗର ଭୂମିକା କ’ଣ ?
Answer:
କେନ୍ଦ୍ରୀୟ ସଂସଦ, ରାଜ୍ୟ ବ୍ୟବସ୍ଥାପିକା, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ନିର୍ବାଚନ ଆୟୋଗ ସମ୍ପାଦନ କରିଥାଏ । ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ, ନିର୍ବାଚନର ତାରିଖ ଓ କାର୍ଯ୍ୟକ୍ରମ ପ୍ରସ୍ତୁତି, ଭୋଟଦାନ ପାଇଁ ବ୍ୟବସ୍ଥା, ନିର୍ବାଚନ ଫଳାଫଳ ପ୍ରକାଶ, ନିର୍ବାଚନରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ଆଚରଣବିଧ୍ ପ୍ରଣୟନ ଓ କାର୍ଯ୍ୟକାରୀ କରିବାର ସମସ୍ତ ଦାୟିତ୍ଵ ନିର୍ବାଚନ ଆୟୋଗର ଅଟେ । ନିର୍ବାଚନ ପରିଚାଳନା ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି କରିବା ଏହାର ଦାୟିତ୍ଵ ଅଟେ । ନିର୍ବାଚନ ଆୟୋଗ ସାଧୁତା ଓ ନିରପେକ୍ଷତା ସହ ବିଶ୍ବସନୀୟ ଢଙ୍ଗରେ ନିର୍ବାଚନ ପରିଚାଳନା କରି ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତରେ ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଭାରତୀୟ ସମ୍ବିଧାନର ପଞ୍ଚଦଶ ଅଧ୍ୟାୟରେ ସ୍ବତନ୍ତ୍ରଭାବେ ଏକ ନିର୍ବାଚନ କମିଶନର ଗଠନ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ସଙ୍ଗଠନ ସମ୍ପର୍କରେ ସବିସ୍ତୃତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା, ସମ୍ବିଧାନ ପ୍ରଣେତାମାନଙ୍କ ଏହାକୁ ସମ୍ବିଧାନର ଏକ ଅବିଚ୍ଛେଦ୍ୟ ଅଂଶ ରୂପେ ଅନ୍ତର୍ଭୁକ୍ତ କରି ତତ୍ ସଂକ୍ରାନ୍ତୀୟ ରାଜନୈତିକ ଅଧିକାରର ସଂରକ୍ଷଣ ପ୍ରତି ଦୁର୍ବଳତାକୁ ସୂଚିତ କରିଥାଏ ।

ଶାସନ ବିଧାୟକ ସଭାର ଜନୈକ ସଦସ୍ୟ ଏଚ.ଏନ୍.କୁଞ୍ଜୁରୁଙ୍କ ମତରେ, “ଯଦି ନିର୍ବାଚନ କଳ ତ୍ରୁଟିଯୁକ୍ତ ବା ଏହାକୁ କାର୍ଯ୍ୟକାରୀ କରୁଥିବା ଲୋକମାନଙ୍କର ଚରିତ୍ର ସନ୍ଦେହମୁକ୍ତ ନୁହେଁ, ତାହାହେଲେ ଗଣତନ୍ତ୍ରର ଚେର ମଧ୍ୟ ବିଷାକ୍ତ ହୋଇଯିବ । ’’ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ପରୋକ୍ଷ ଓ ପ୍ରତିନିଧୂମୂଳକ ଅଟେ । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ରାଷ୍ଟ୍ରର କାର୍ଯ୍ୟ ପରିସରରେ ବୃଦ୍ଧିଜନିତ ଚାପ ହେତୁ ପ୍ରତ୍ୟେକ ଲୋକ ପ୍ରତ୍ୟକ୍ଷଭାବରେ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବା ଏକ ଅସମ୍ଭବ ବ୍ୟାପାର ଅଟେ ।

ଏଣୁ ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ଲୋକପ୍ରତିନିଧୂମାନଙ୍କ ଶାସନ ଅଟେ । ଏହି ଲୋକପ୍ରତିନିଧୂମାନଙ୍କର ମନୋନୟନ ପାଇଁ ନିର୍ବାଚନ ପ୍ରକ୍ରିୟାକୁ ଗ୍ରହଣ କରାଯାଇଛି । ଏଣୁ ଭାରତରେ ନିର୍ବାଚନ ସାମ୍ବିଧାନିକ ସ୍ବୀକୃତି ଲାଭ କରିଛି । ଏଥିନିମନ୍ତେ ଏକ ସ୍ବାଧୀନ ନିରପେକ୍ଷ ତଥା ସାମ୍ବିଧାନିକ ସଂସ୍ଥା ଗଠନ କରାଯାଇ ସମ୍ବିଧାନର ୩୨୪ ଧାରା ବଳରେ ଏହାକୁ ସଂସଦ ଓ ରାଜ୍ୟ ବିଧାନସଭାକୁ ନିର୍ବାଚନ ପରିଚାଳନା, ନିୟନ୍ତ୍ରଣ ତଥା ତତ୍ତ୍ୱାବଧାନ ନିମନ୍ତେ କ୍ଷମତା ପ୍ରଦାନ କରାଯାଇଛି । ଏହି ସଂସ୍ଥାକୁ ନିର୍ବାଚନ କମିଶନ କୁହାଯାଏ ।

ନିର୍ବାଚନ କମିଶନ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥାଏ । ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର ତଥା ଆଞ୍ଚଳିକ ନିର୍ବାଚନ କମିଶନରମାନଙ୍କୁ ନିଯୁକ୍ତ କରିଥା’ନ୍ତି; ମାତ୍ର ଏହି ନିଯୁକ୍ତି କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ସଂସଦୀୟ ନିୟମ ନ ଥିଲେ ରାଷ୍ଟ୍ରପତି ନିଜସ୍ବ ନିର୍ଦ୍ଦେଶନାମା ଜାରି କରିପାରନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଷ୍ଟ୍ରପତିଙ୍କର ଆସ୍ଥାଭାଜନ ଥିବା ପର୍ଯ୍ୟନ୍ତ ନିଜ ପଦରେ ରହିଥା’ନ୍ତି । ଆଞ୍ଚଳିକ ନିର୍ବାଚନ କମିଶନରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ତତ୍‌ସଂକ୍ରାନ୍ତୀୟ ରିପୋର୍ଟକୁ ରାଷ୍ଟ୍ରପତି ବିଚାରକୁ ନେଇଥା’ନ୍ତି ।

ଏହି ସଂସ୍ଥାର ସ୍ଵାଧୀନତା ରକ୍ଷା କରିବାପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ପଦଚ୍ୟୁତି ବ୍ୟବସ୍ଥାକୁ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କ ପରି ଅନୁରୂପ ଜଟିଳ ପ୍ରକୃତିସମ୍ପନ୍ନ କରାଯାଉଛି । ‘ପ୍ରମାଣିତ ଅସଦ୍ ବ୍ୟବହାର’ କିମ୍ବା ‘ଅଯୋଗ୍ୟତା’ କାରଣରୁ ସଂସଦର ଉଭୟ ସଦନଦ୍ୱାରା ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ସହ ଏକ ବହିଷ୍କାର ପ୍ରସ୍ତାବ ଗୃହୀତ ହେଲେ, ରାଷ୍ଟ୍ରପତି ସେହି ପ୍ରସ୍ତାବ ବଳରେ ତାଙ୍କୁ ପଦଚ୍ୟୁତି କରିଥା’ନ୍ତି ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ନିର୍ବାଚନ କମିଶନରଙ୍କ କାର୍ଯ୍ୟଧାରା :
(୧) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭାକୁ ନିର୍ବାଚନ କରାଯିବା ପୂର୍ବରୁ ତଥା ପ୍ରତ୍ୟେକ ଜନଗଣନା ପରେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ କରିବାର ଦାୟିତ୍ଵ ନିର୍ବାଚନ କମିଶନରଙ୍କର ଅଟେ ।
(୨) ନିର୍ବାଚନକୁ ସ୍ଵାଧୀନ ଓ ନିରପେକ୍ଷଭାବେ ପରିଚାଳନା କରିବାର ସମସ୍ତ ଦାୟିତ୍ଵ ଉକ୍ତ କମିଶନରଙ୍କ ଅଟେ ।
(୩) ନିର୍ବାଚନ ସଂକ୍ରାନ୍ତୀୟ ତାରିଖ ଓ କାର୍ଯ୍ୟକ୍ରମ ଘୋଷଣା ଉକ୍ତ କମିଶନ କରିଥାଏ ।
(୪) ନିର୍ବାଚନ ସଂକ୍ରାନ୍ତୀୟ ବନ୍ଦୋବସ୍ତ ସମ୍ବନ୍ଧରେ ଉପୁଜିଥିବା ସମସ୍ତ ଦ୍ଵହର ସମାଧାନ ପାଇଁ ନିର୍ବାଚନ କମିଶନ ଅନୁସନ୍ଧାନକାରୀଙ୍କୁ ନିଯୁକ୍ତ କରିଥା’ନ୍ତି ।
(୫) ନିର୍ବାଚନ କମିଶନ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଅନୁରୋଧ କରି ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ କର୍ମଚାରୀ ସଂଗ୍ରହ କରିଥା’ନ୍ତି ।
(୬) ନିର୍ବାଚନ କମିଶନ, ରାଜନୈତିକ ଦଳମାନଙ୍କୁ ସ୍ବୀକୃତି ତଥା ନିର୍ବାଚନ ସଙ୍କେତ ପ୍ରଦାନ ପାଇଁ ଏକ ବିଚାରାଳୟରୂପେ କାର୍ଯ୍ୟ କରିଥାଏ ।
(୭) କୌଣସି କେନ୍ଦ୍ରର ସାନି ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ଉକ୍ତ କମିଶନ ନେଇଥା’ନ୍ତି ।
(୮) ଗୋଟିଏ ରାଜ୍ୟରେ ଏକ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ଶାସନ ବଳବତ୍ତର ରହିବା ଆବଶ୍ୟକ ହେଲେ, ମୁଖ୍ୟ କମିଶନର ସେଠାରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ଏକ ସୁପାରିସପତ୍ର ଦେବା ଆବଶ୍ୟକ ।
(୯) ନିର୍ବାଚନ କମିଶନ ନିର୍ବାଚନ ସମୟରେ ରାଜନୈତିକ ଦଳ ତଥା ଜନସାଧାରଣଙ୍କ ପାଇଁ ଆଚରଣବିଧ୍ (Code of Conduct) ପ୍ରଣୟନ କରିପାରନ୍ତି । ୧୯୭୨ ମସିହାରେ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଅନୁଷ୍ଠିତ ହୋଇଥିବା ପଞ୍ଚମ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହିପରି ଏକ ଆଚରଣବିଧ୍ ପ୍ରଣୀତ ହୋଇଥିଲା । ଉକ୍ତ ଆଚରଣବିଧରେ ନିମ୍ନୋକ୍ତ ବିଷୟଗୁଡ଼ିକ ମୁଖ୍ୟ ବିଷୟ ଭାବରେ ସ୍ଥାନ ଗ୍ରହଣ କରିଛି ।

(କ) କୌଣସି ଦଳ କିମ୍ବା ପ୍ରାର୍ଥୀ, କୌଣସି ଗୋଷ୍ଠୀ ବା ଜାତି ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବେ ନାହିଁ ।
(ଖ) ଗୋଟିଏ ରାଜନୈତିକ ଦଳ ଅନ୍ୟ ଗୋଟିଏ ଦଳକୁ କେବଳ ଏହାର ନୀତି ଓ ଯୋଜନା ଦୃଷ୍ଟିକୋଣରୁ ସମାଲୋଚନା କରିପାରିବ ।
(ଗ) ଅନ୍ୟ ପ୍ରତିଯୋଗୀମାନଙ୍କ ନିର୍ବାଚନ ସଭା ଓ ଶୋଭାଯାତ୍ରାଗୁଡ଼ିକରେ ଜଣେ ପ୍ରତିଯୋଗୀ ନିଜର ସମର୍ଥକମାନଙ୍କଦ୍ୱାରା କୌଣସି ଗଣ୍ଡଗୋଳ କରିପାରିବେ ନାହିଁ ।
(ଘ) ଜଣେ ପ୍ରାର୍ଥୀ କୌଣସି ପୋଲିସ୍ ଅଧ୍ୟାକାରୀଙ୍କ ବିରୁଦ୍ଧରେ ଆପରି କରିବାକୁ ଚାହିଁଲେ ସର୍ବପ୍ରଥମେ ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଏହା କରିପାରିବେ ।
(ଙ) ଭୋଟ ସଂଗ୍ରହ ସ୍ଲୋଗାନ୍‌ରେ କିମ୍ବା ଭାଷଣରେ ଜାତିଗତ ତଥା ସାମ୍ପ୍ରଦାୟିକ ଚିନ୍ତାଧାରା ପ୍ରତିଧ୍ଵନିତ ହେବା ଉଚିତ ନୁହେଁ ।
(ଚ) ନିର୍ବାଚନ ଆଇନରେ ଉଲ୍ଲିଖତ ସମସ୍ତ ଦୁର୍ନୀତିମୂଳକ ପନ୍ଥାକୁ ପ୍ରାର୍ଥମୀନେ ସାଧୁତାର ସହ ପ୍ରତିରୋଧ କରିବା ଆବଶ୍ୟକ ।

୨ । ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାବଳୀ ଓ ଭୂମିକା ତର୍ଜମା କର ।
Answer:
ନିର୍ବାଚନ ପରିଚାଳନା, ନିୟନ୍ତ୍ରଣ ତଥା ତତ୍ତ୍ୱାବଧାନ କରିବାର ସମସ୍ତ କ୍ଷମତା ନିର୍ବାଚନ କମିଶନ ପରି ଏକ ସ୍ଵାଧୀନ ସାମ୍ବିଧାନିକ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି । ଏହା ତିନି ସଦସ୍ୟ ବିଶିଷ୍ଟ ଅଟେ । ଏହାର ଅଧ୍ୟକ୍ଷଙ୍କୁ ‘ମୁଖ୍ୟ ନିର୍ବାଚନ କମିଶନର’ କୁହାଯାଏ । ସଂସଦଦ୍ୱାରା ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତି ପ୍ରଦାନ କରିଥା’ନ୍ତି । ଏକ ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ଦେଇପାରନ୍ତି । ସଂସଦର ଉଭୟ ସଦନଦ୍ୱାରା ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ‘ପ୍ରମାଣିତ ଅସଦ୍ ବ୍ୟବହାର’ ଓ ‘ଅଯୋଗ୍ୟତା’ କାରଣରୁ ଗୃହୀତ ପ୍ରସ୍ତାବ ଭିଭିରେ ରାଷ୍ଟ୍ରପତି ତାଙ୍କୁ ପଦଚ୍ୟୁତ କରିଥା’ନ୍ତି ।

ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାବଳୀ :
(୧) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ସେ ସାମ୍ବିଧାନିକ ଓ ସଂସଦୀୟ ଆଇନ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ ଓ ସଂଶୋଧନ କରାଇଥା’ନ୍ତି ।
(୨) ସେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନା କ୍ଷେତ୍ରରେ ନିଜର ନିୟନ୍ତ୍ରଣ ଓ କର୍ତ୍ତୃତ୍ଵ ଜାରି କରିଥା’ନ୍ତି ।
(୩) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭାର କୌଣସି ସଦସ୍ୟଙ୍କ ଅଯୋଗ୍ୟତା ସମ୍ବନ୍ଧରେ ସେ ଯଥାକ୍ରମେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥା’ନ୍ତି ।
(୪) କୌଣସି ରାଜ୍ୟରେ ଏକ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ଶାସନ ବଳବତ୍ତର ରହିବା ଆବଶ୍ୟକ ହେଲେ ଉକ୍ତ ରାଜ୍ୟରେ ନିର୍ବାଚନ ସମ୍ଭବ ନୁହେଁ ବୋଲି ଏକ ସୁପାରିସପତ୍ର ସେ ରାଷ୍ଟ୍ରପତିଙ୍କୁ ଦିଅନ୍ତି ।
(୫) ସେ ରାଜନୈତିକ ଦଳକୁ ସ୍ବୀକୃତି ଦିଅନ୍ତି ଓ ସଙ୍କେତ ପ୍ରଦାନ କରନ୍ତି ଓ ବିବାଦ ସମାଧାନ କରନ୍ତି ।
(୬) ନିର୍ବାଚନ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଅନୁମତି ନେଇ ସେ ଆବଶ୍ୟକୀୟ କର୍ମଚାରୀ ସଂଗ୍ରହ କରନ୍ତି ।
(୭) ନିର୍ବାଚନ ପରିଚାଳନା ସମୟରେ ସେ ବିଭିନ୍ନ ବିବାଦର ସମାଧାନ କରନ୍ତି ।
(୮) ନିର୍ବାଚନ ଆଚରଣବିଧୂର କାର୍ଯ୍ୟକାରିତା ଉପରେ ସେ ତୀକ୍ଷ୍ଣ ନଜର ରଖନ୍ତି ।
(୯) ସେ ତାଙ୍କର କାର୍ଯ୍ୟ ସମ୍ପାଦନ ପାଇଁ ଆଞ୍ଚଳିକ କମିଶନରମାନଙ୍କୁ ନିଯୁକ୍ତି କରିବାପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ।

ଭାରତର ଉଚ୍ଚତମ ନ୍ୟାୟାଳୟ, ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନକୁ ସମ୍ବିଧାନର ଏକ ବୈଶିଷ୍ଟ୍ୟ ବୋଲି ମତ ଦେଇଛନ୍ତି । ତେଣୁ ନିର୍ବାଚନକୁ ନିର୍ମଳ କରିବା ତଥା ନିର୍ବାଚନ କଳକୁ ଜନସାଧାରଣଙ୍କୁ ସନ୍ଦେହରୁ ଊର୍ଦ୍ଧ୍ବରେ ରଖିବା ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନରଙ୍କର ପୂର୍ଣ୍ଣ ଦାୟିତ୍ଵ ରହିଛି । ତେଣୁ ରାଜନୈତିକ ଓ ପ୍ରଶାସନିକ ପ୍ରଭାବରୁ ନିଜକୁ ମୁକ୍ତ କରି ଆଇନର ପରିସର ମଧ୍ୟରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ଅଟେ ।

୩ । ଭାରତରେ ନିର୍ବାଚନ ପଦ୍ଧତିରେ ପରିଲକ୍ଷିତ ହେଉଥିବା ତ୍ରୁଟି ଓ ନିର୍ବାଚନ ସଂସ୍କାର ପାଇଁ ଦିଆଯାଉଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କର ।
Answer:
୧୯୫୧-୫୨ ମସିହାଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଭାରତରେ ଷୋହଳଟି ଲୋକସଭା ନିର୍ବାଚନ ସଂଘଟିତ ହୋଇ ସାରିଲାଣି । ଶହେ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏକ ଗଣତାନ୍ତ୍ରିକ ନିର୍ବାଚନ ପରିଚାଳନା କରିବା ସହଜ ନୁହେଁ । ଲୋକସଭା ନିର୍ବାଚନ ବ୍ୟତୀତ ପ୍ରତ୍ୟେକ ରାଜ୍ୟରେ ଅନେକ ବିଧାନସଭା ନିର୍ବାଚନ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ପାଇଁ ବହୁତ ନିର୍ବାଚନ ହୋଇଛି । ଏହା ନିଶ୍ଚିତ ଯେ ଆମ ଗଣତନ୍ତ୍ରର ଏହା ଏକ ବିଶେଷ ସଫଳତା । କିନ୍ତୁ ସମୟ ଆଗେଇବା ସଙ୍ଗେ ସଙ୍ଗେ ଆମ ନିର୍ବାଚନ ପଦ୍ଧତିରେ କେତେକ ଦୋଷ ଦେଖାଦେଇଛି, ଯାହା ଫଳରେ ଆମ ଗଣତନ୍ତ୍ରରେ କିଛି କଳାଦାଗ ଲାଗିଯାଉଛି । ଆମ ନିର୍ବାଚନ ପଦ୍ଧତିର ଦୋଷଗୁଡ଼ିକ ଏଠାରେ ଆଲୋଚନା କରାଯାଇଛି ।

(୧) ଅପେକ୍ଷାକୃତ ସଂଖ୍ୟାଗରିଷ୍ଠତା (Relative Majority) – ପ୍ରଚଳିତ ଆଇନ ଅନୁସାରେ ପ୍ରାର୍ଥୀମାନଙ୍କ ଭିତରେ ଯିଏ ଅଧ୍ବକ ଭୋଟ ପାଏ, ସେ ନିର୍ବାଚନରେ ବିଜୟୀ ହୁଏ । ଅଧିକାଂଶ କ୍ଷେତ୍ରରେ ବିଜୟୀ ପ୍ରାର୍ଥୀମାନେ ଶତକଡ଼ା ପଚାଶରୁ ଯଥେଷ୍ଟ କମ୍ ଭୋଟ ପାଇଥା’ନ୍ତି । ଅନ୍ୟ ଅର୍ଥରେ, ବିଜୟୀ ପ୍ରାର୍ଥୀ କେତେଦୂର ଭୋଟରମାନଙ୍କ ପ୍ରକୃତ ପ୍ରତିନିଧ୍, ସେ ବିଷୟରେ ସନ୍ଦେହ ଉପୁଜିଥାଏ ।

(୨) ଭୋଟ-ଆସନ ବ୍ୟବଧାନ (Vote-Seat Gap) – ଅଧିକାଂଶ ସମୟରେ ମିଳିଥିବା ଭୋଟ ଓ ମିଳିଥିବା ଆସନ ମଧ୍ୟରେ ବଡ଼ ବ୍ୟବଧାନ ଦେଖାଦେଉଛି । ଗୋଟିଏ ରାଜ୍ୟରେ ଗୋଟିଏ ଦଳ ଶତକଡ଼ା ୨୫ ଭୋଟ ପାଇ ୧୫ଟି ଲୋକସଭା ଆସନ ପାଇଥବ, କିନ୍ତୁ ଅନ୍ୟ ଏକ ଦଳ ଶତକଡ଼ା ୨୩ ଭୋଟ ପାଇ ଦୁଇଟି ଲୋକସଭା ଆସନ ପାଇଥବ । ସେହିପରି କୌଣସି ରାଜ୍ୟରେ ଗୋଟିଏ ଦଳ ଶତକଡ଼ା ୩୦ ଭୋଟ ପାଇ ୭୦ଟି ବିଧାନସଭା ଆସନ ପାଇଥବ, କିନ୍ତୁ ଅନ୍ୟ ଏକ ଦଳ ଶତକଡ଼ା ୨୬ ଭୋଟ ପାଇ ୧୫ଟି ବିଧାନସଭା ଆସନ ପାଇଥବ । ରାଜନୀତିକ ଦଳଗୁଡ଼ିକର ମିଳିଥିବା ଭୋଟ ଭାଗ ଓ ମିଳିଥିବା ଆସନ ଭାଗ ମଧ୍ଯରେ ଏହି ଅସମାନୁପାତିତା ଓ ଅସନ୍ତୁଳନ ଏକ ଅନ୍ୟାୟ ଅଟେ । କିନ୍ତୁ ଏହା ହେଉଛି ଏକ ବହୁଦଳୀୟ ପଦ୍ଧତିରେ ଏକ ଗଣତାନ୍ତ୍ରିକ ବିଡ଼ମ୍ବନା (Democratic irony) ।

(୩) ପ୍ରତିଦ୍ବନ୍ଦୀମାନଙ୍କର ଅଯଥା ସଂଖ୍ୟା ବୃଦ୍ଧି (Unnecessary Increase in the Number of Contestants) – କୌଣସି ନିର୍ବାଚନରେ ବିଜୟୀ ହେବାକୁ ଜଣେ ପ୍ରାର୍ଥୀଙ୍କୁ ଶତକଡ଼ା ପଚାଶ ଭାଗରୁ ଅଧିକ ଭୋଟ ପାଇବା ନିହାତି ଦରକାର ନୁହେଁ । ଉଦାହରଣସ୍ୱରୂପ, ସେ ଶତକଡ଼ା ତିରିଶ ଭାଗ ଭୋଟ ପାଇ ମଧ୍ଯ ବିଜୟୀ ହୋଇପାରନ୍ତି, ଯଦି ଅନ୍ୟ କୌଣସି ପ୍ରାର୍ଥୀ ସେତିକି ଭୋଟ ପାଇ ନ ଥା’ନ୍ତି । ଏହି ବ୍ୟବସ୍ଥା ଫଳରେ ପ୍ରତି ନିର୍ବାଚନ ମଣ୍ଡଳୀରେ ବହୁତ ଲୋକ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିଥା’ନ୍ତି । ଆଶା ଥାଏ, ଟିକିଏ ଚେଷ୍ଟା କଲେ ଶତକଡ଼ା ପଚିଶ ତିରିଶ ଭାଗ ଭୋଟ ପାଇବା ସମ୍ଭବ ହୋଇପାରେ ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

(୪) ସରକାରର ବୈଧତା ଏକ ପ୍ରଶ୍ନବାଚୀ (Government’s Legitimacy Questioned) – ଯେହେତୁ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟରେ ଶାସନ କରିଥିବା ବା କରୁଥିବା ରାଜନୀତିକ ଦଳ ବା ମେଣ୍ଟଗୁଡ଼ିକ ଶତକଡ଼ା ପଚାଶ ଭାଗରୁ ଯଥେଷ୍ଟ କମ୍ ଭୋଟ ପାଇ କ୍ଷମତାକୁ ଆସିଥା’ନ୍ତି, ସେହି ସରକାରଗୁଡ଼ିକର ବୈଧତା ସମ୍ବନ୍ଧରେ ଗଭୀର ସନ୍ଦେହ ଉପୁଜିଥାଏ । ଏହି ସରକାରଗୁଡ଼ିକ ଭୋଟଦାତାମାନଙ୍କର ପ୍ରକୃତ ପ୍ରତିନିଧି ହେବାକୁ କେତେଦୂର ସମର୍ଥ, ତାହା ଏକ ପ୍ରଶ୍ନବାଚୀ ହୋଇଯାଏ ।

(୫) ସ୍ଵଳ୍ପ ଭୋଟ ଦାନ (Low Voter Nurn-out) – ବିଭିନ୍ନ କାରଣରୁ ଅନେକ ଭୋଟଦାତା ଭୋଟ ଦେଉ ନାହାନ୍ତି । ଶିକ୍ଷିତ ଓ ଚାକିରିଆ ଲେକାମାନେ ନିର୍ବାଚନ ପ୍ରତି ବିମୁଖ । ଅଶିକ୍ଷିତ, ମୂର୍ଖ ଲୋକମାନଙ୍କ ଭୋଟ ଓ ସେମାନଙ୍କର ଭୋଟର ମୂଲ୍ୟ ଏକା ହୋଇଥିବାରୁ ସେମାନେ ବ୍ୟର୍ଥାତ ଅଟନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏହି କାରଣରୁ ଭୋଟ ଦିଅନ୍ତି ନାହିଁ । ଅପରପକ୍ଷରେ ଗରିବ ଲୋକେ ଗୁଜୁରାଣ ମେଣ୍ଟାଇବାରେ ଏତେ ବ୍ୟସ୍ତ ଯେ ନିର୍ବାଚନ ବିଷୟରେ ଚିନ୍ତା କରିବାକୁ ସେମାନଙ୍କର ଆଗ୍ରହ କିମ୍ବା ସମୟ ନାହିଁ । ଅଜ୍ଞତା ହେତୁ ସେମାନେ ନିର୍ବାଚନ ସମ୍ବନ୍ଧୀୟ ବହୁତ କଥା ବୁଝନ୍ତି ନାହିଁ । ପରିବାର ପୋଷଣ ପାଇଁ ଦିନରାତି ଖଟୁଥିବାରୁ ଭୋଟଦେବାକୁ ସେମାନଙ୍କ ପାଖରେ ସମୟ ନ ଥାଏ । ଅଳ୍ପ ଲୋକ ଭୋଟ ଦେଉଥିବାରୁ କମ୍ ଭୋଟ ପାଇ ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇପାରୁଛି !

(୬) ତ୍ରୁଟିପୂର୍ଣ୍ଣ ଭୋଟ ତାଲିକା (Defective Electoral Rolls) – ଅନେକ ସମୟରେ ଭୋଟ ତାଲିକାରେ ଭୁଲ ରହୁଛି । ବହୁସଂଖ୍ୟକ ଭୋଟରଙ୍କର ନାଁ ଏଥିରେ ଅନ୍ତର୍ଭୁକ୍ତ ହେଉନାହିଁ । ବେଳେବେଳେ ଅଭିଯୋଗ ହୁଏ ଯେ, ଶାସକ ଦଳ ଜାଣିଶୁଣି ବିରୋଧୀ ଦଳର ଭୋଟରମାନଙ୍କର ନାମ ଭୋଟର ତାଲିକାରୁ କାଟି ଦେଇଥାନ୍ତି । ଯେଉଁ ଅଫିସର ଓ କର୍ମଚାରୀମାନେ ଭୋଟର ତାଲିକା ତିଆରି କରିବା ଦାୟିତ୍ଵରେ ଥାଆନ୍ତି ସେମାନଙ୍କ ଅବହେଳା ହେତୁ ବି ଏହି ତାଲିକାରୁ କେତେ ପୁରୁଣା ଭୋଟରଙ୍କ ନାଁ କଟି ଯାଇଥାଏ ତ ଏହି ତାଲିକାରେ କେତେ ନୂଆ ଭୋଟରଙ୍କ ନାଁ ପଶିପାରି ନ ଥାଏ ।

(୭) ଅର୍ଥବଳ ଓ ହିଂସାର ପ୍ରୟୋଗ (Use of Money Power and Violence) — ନିର୍ବାଚନରେ ଅର୍ଥ ଓ ହିଂସାର ପ୍ରୟୋଗ ବଢି ବଢି ଚାଲିଛି । ନିର୍ବାଚନ ଏତେ ବ୍ୟୟସାପେକ୍ଷ ହେଉଛି ଯେ, କେବଳ ଧନୀମାନେ ହିଁ ନିର୍ବାଚନରେ ପ୍ରତିବୃହିତା କରିପାରିବେ । ଗରିବମାନଙ୍କ ପାଇଁ ନିର୍ବାଚନ ଲଢ଼ିବା ସ୍ୱପ୍ନ ଅଟେ । ନିର୍ବାଚନରେ ହିଂସା ପ୍ରୟୋଗରେ ବୃଦ୍ଧି ଘଟିଥିବାରୁ ଭଦ୍ରଲୋକମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଭୟ କରୁଛନ୍ତି । ବହୁସଂଖ୍ୟକ ଗୁଣ୍ଡା, ଅସାମାଜିକ ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି । ହିଂସାକୁ ଡରି ମହିଳାମାନେ ପ୍ରାର୍ଥୀ ହେବାକୁ ଡରୁଛନ୍ତି । ନିର୍ବାଚନ ପ୍ରତିଦ୍ଵନ୍ଦିତା ଦୃଷ୍ଟିରୁ ଭାରତୀୟ ଗଣବନ୍ତ୍ର ଧନୀ, ଦୁର୍ନୀତିଗ୍ରସ୍ତ ଓ ଅସାମାଜିକ ବ୍ୟକ୍ତିମାନଙ୍କର ଏକ ଆଡ୍ଡାସ୍ଥଳୀ ହେବାକୁ ବସିଲାଣି ।

(୮) ନିର୍ବାଚନ ମକଦ୍ଦମା (Election Disputes) – ଯଦି ପରାଜିତ ପ୍ରାର୍ଥୀ ଅନୁଭବ କରନ୍ତି ଯେ ବିଜୟୀ ପ୍ରାର୍ଥୀ ନିର୍ବାଚନ ନିୟମ ଭଙ୍ଗ କରିଛନ୍ତି, ତେବେ ସେ ବିଜୟୀ ପ୍ରାର୍ଥୀଙ୍କ ବିରୋଧରେ ହାଇକୋର୍ଟରେ ମକଦ୍ଦମା କରିପାରିବେ । କିନ୍ତୁ ଏହି ମକଦ୍ଦମାଗୁଡ଼ିକ ଶୀଘ ଫଇସଲା ହୋଇ ନ ଥାଏ । ଏଥିପାଇଁ ଯଥେଷ୍ଟ ସମୟ ଲାଗିଥାଏ ଓ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ (Justice delayed is justice denied) । ବେଳେବେଳେ ପରାଜିତ ପ୍ରାର୍ଥୀ ମକଦ୍ଦମାରେ ଜିତିଲେ ବି ଇତିମଧ୍ଯରେ ବହୁତ ସମୟ ଚାଲିଯାଇଥିବାରୁ ସେ-ସନ୍ତୁଷ୍ଟ ହୋଇ ନ ଥା’ନ୍ତି ।

ନିର୍ବାଚନ ସଂସ୍କାର (Electoral Reforms) :
ଭାରତରେ ନିର୍ବାଚନ ପଦ୍ଧତିକୁ ଅଧ୍ଵ ଗୁଣାତ୍ମକ ଓ ଫଳପ୍ରଦ କରିବାପାଇଁ ଅନେକ ସଂସ୍କାରାତ୍ମକ ପ୍ରସ୍ତାବ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଦ୍ୱାରା ଆଗତ ହୋଇଛି । ତନ୍ମଧ୍ୟରୁ କିଛି ଉତ୍ତମ ଓ ବାସ୍ତବବାଦୀ ପ୍ରସ୍ତାବ ଆଲୋଚିତ ହୋଇଛି ।

(୧) ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ (Reservation for women) – ମୋଟ ଭୋଟଦାତାମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧା । କିନ୍ତୁ ପ୍ରାର୍ଥୀମାନଙ୍କ ଭିତରେ ସେମାନଙ୍କ ସଂଖ୍ୟା ଶତକଡ଼ା ଦଶରୁ କମ୍ । ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ପୁରୁଷ ଆଧ୍ୟତ୍ୟ ଥିବାରୁ ମହିଳାମାନଙ୍କୁ ସମାନୁପାତିକ ଭିଭିରେ ଟିକେଟ ମିଳୁନାହିଁ । ଆଉ ଯେ ପର୍ଯ୍ୟନ୍ତ ମହିଳାମାନେ ଅଧିକ ସଂଖ୍ୟାରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନାହାନ୍ତି, ସେ ପର୍ଯ୍ୟନ୍ତ ଆମ ଗଣତନ୍ତ୍ରର ପ୍ରତିନିଧୂମୂଳକ ଗୁଣ ଦୁର୍ବଳ ଅଟେ । ଏହି ପରିପ୍ରେକ୍ଷୀରେ ପ୍ରତି ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ରଖୁବା ଏକ ନ୍ୟାୟୋଚିତ ପ୍ରସ୍ତାବ ଅଟେ ।

(୨) ନିର୍ବାଚନ ଖର୍ଚ୍ଚ ଉପରେ ନିୟନ୍ତ୍ରଣ (Control over Poll Expenses) – ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ଉପରେ ଆଇନ ମାଧ୍ୟମରେ ସିଲିଂ ରଖାଯାଇଛି । କିନ୍ତୁ ଏହା ସମସ୍ତଙ୍କୁ ଜଣା ଯେ, ଏ ସିଲିଂକୁ କୌଣସି ପ୍ରାର୍ଥୀ, ବିଶେଷତଃ କୌଣସି ଦଳୀୟ ପ୍ରାର୍ଥୀ ଓ ଧନୀ ସ୍ବାଧୀନ ପ୍ରାର୍ଥୀ ମାନି ନ ଥା’ନ୍ତି । ପ୍ରାୟ ସମସ୍ତେ ଏ ସିଲିଂକୁ ଟପିଥା’ନ୍ତି । ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ସରକାରୀ ସ୍ତରରେ ବ୍ୟବସ୍ଥା ଅଛି ଓ ଚେଷ୍ଟା ବି କରାଯାଉଛି । କିନ୍ତୁ ଏ ଯେଉଁ ଚେଷ୍ଟା କରାଯାଇଛି, ତାହା ଉପରଠାଉରିଆ । ତେଣୁ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ନିୟମକୁ ପରୀକ୍ଷା କରି ଦରକାର ପଡ଼ିଲେ ନୂଆ ନିୟମ କରାଯାଉ ଏବଂ ସେହି ନିୟମକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉ । ବର୍ତ୍ତମାନ ନିୟମକୁ ବି କଡ଼ାକଡ଼ି ଭାବେ ପାଳନ କଲେ ନିର୍ବାଚନ ପଦ୍ଧତିରେ ଯଥେଷ୍ଟ ଉନ୍ନତି ଘଟିବ ।

(୩) ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥିତ୍ଵକୁ ନିରୁତ୍ସାହ (Discouragement to Frivolous Candidates) — ନିର୍ବାଚନରେ ଅନେକ ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥୀ ଥାଆନ୍ତି । ସେମାନଙ୍କର ପ୍ରାର୍ଥୀତ୍ଵ ନିର୍ବାଚନର ଗୁଣକୁ ନଷ୍ଟ କରି ଦେଇଥାଏ । ସେମାନଙ୍କୁ ନିର୍ବାଚନ ପ୍ରଣାଳୀରୁ ବାହାରେ ରଖୂପାରିଲେ ନିର୍ବାଚନରେ ଗୁଣାତ୍ମକ ବିକାଶ ହେବ । ଏଥପାଇଁ ଦୁଇଟି କୌଶଳ ଗ୍ରହଣ କରାଯାଇପାରେ; ଯଥା –
(କ) କୌଣସି ନିର୍ବାଚନରେ ଅନ୍ତତଃ ଶତକଡ଼ା ଏକ କିମ୍ବା ଦୁଇଭାଗ ଭୋଟ ପାଇ ନ ଥିବା ପ୍ରାର୍ଥୀ ପରବର୍ତ୍ତୀ ନିର୍ବାଚନରେ ସଂଖ୍ୟା ଯଥେଷ୍ଟ କମିଯିବ ।
(ଖ) ପ୍ରାର୍ଥୀଙ୍କ ପାଇଁ ରଖାଯାଇଥିବା ଅମାନତ ଅର୍ଥର ପରିମାଣ ଯଥେଷ୍ଟ ବଢ଼ାଇ ଦେଲେ ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥୀମାନଙ୍କ ସଂଖ୍ୟା ଯଥେଷ୍ଟ କମିଯିବ ।

(୪) ଏକାଧ୍ଵ ପ୍ରତିଦ୍ବହିତା ଉପରେ କଟକଣା (Restrictions on Contesting from Several Constituencies) – ଅନେକ ନେତା ଏକାଧ୍ଵକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ଵନ୍ଦିତା କରିବା ଫଳରେ ବହୁତ ସମସ୍ୟା ସୃଷ୍ଟି ହେଉଛି । କୌଣସି ପ୍ରାର୍ଥୀ ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜୟୀ ହେଲେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ ଏବଂ ସେହି ଆସନ ପାଇଁ ଆଉଥରେ ନିର୍ବାଚନ ହେବ । ଏହା ଫଳରେ ସରକାରଙ୍କର ଅଯଥା ସମୟ ଓ ଅର୍ଥ ନଷ୍ଟ ହେଉଛି । ଏହା ଉପରେ କଟକଣା ଜାରି କରିବାକୁ ପଡ଼ିବ । ଜଣେ ଯେପରି ଗୋଟିକରୁ ଅଧିକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରିପାରିବ ନାହିଁ, ସେଥୂପାଇଁ ଆବଶ୍ୟକୀୟ ଆଇନ ପ୍ରଣୟନ କରିବାକୁ ପଡ଼ିବ ।

(୫) ନିର୍ବାଚନୀ ମକଦ୍ଦମାର ତ୍ବରିତ ଫଇସଲା (Early Settlement of Election Disputes) – ନିର୍ବାଚନ ସମ୍ବନ୍ଧୀୟ ମକଦ୍ଦମାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ପ୍ରତି ବିଧାନସଭା ଓ ଲୋକସଭା ନିର୍ବାଚନ ପରେ ସ୍ଵତନ୍ତ୍ର କୋର୍ଟ ସ୍ଥାପନ କରାଯିବା ଉଚିତ । ଏହି କୋର୍ଟର ବିଚାରପତି ଭାବେ ହାଇକୋର୍ଟର ଜଣେ ବିଚାରପତି ନଚେତ୍ କେବଳ ଏଇଥପାଇଁ ହାଇକୋର୍ଟ ବିଚାରପତିଙ୍କ ପାହ୍ୟାର ଜଣେ ସ୍ବତନ୍ତ୍ର ବିଚାରପତିଙ୍କୁ ନିଯୁକ୍ତି ଦିଆଯିବା ଉଚିତ । ତିନିମାସ ଭିତରେ ଏହି ମକଦ୍ଦମାଗୁଡ଼ିକର ଫଇସଲା ହେବା ଉଚିତ ।

(୬) ଅପରାଧୀ ଭାବରେ ଅଭିଯୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ବାରଣ (Ban on Accused Persons Contesting in Elections) — ରାଜନୀତିର ଅପରାଧୀକରଣ (Criminalisation of politics) ଭାରତୀୟ ଗଣତନ୍ତ୍ର ପାଇଁ ଏକ ବିରାଟ ବିପଦ । ବିଭିନ୍ନ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇ ମନ୍ତ୍ରୀ ବି ହେଉଛନ୍ତି ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ଏହା ଗଣତନ୍ତ୍ରର ମର୍ଯ୍ୟାଦା ଓ ସାମର୍ଥ୍ୟ ହାନି କରୁଛି । ବର୍ତ୍ତମାନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (National Democratic Front) କଂଗ୍ରେସ-ମେଣ୍ଟଦ୍ୱାରା ନିଯୁକ୍ତ ‘ଦାଗୀ’ ମନ୍ତ୍ରୀମାନଙ୍କ ବିରୋଧରେ ଆନ୍ଦୋଳନ କରୁଛି । ସେମାନଙ୍କ ଯୁକ୍ତିର ଦୁର୍ବଳତା ହେଉଛି, ଜଣେ ବ୍ୟକ୍ତି ବିଧାୟକ କିମ୍ବା ସାଂସଦ ହୋଇ ନିର୍ବାଚିତ ହେବା ପରେ ତାଙ୍କୁ ମନ୍ତ୍ରୀ ହେବାକୁ ବାରଣ କଲେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଭୋଟରମାନଙ୍କୁ ଅସମ୍ମାନ କରିବା ହେବ ।

ତେଣୁ ଅଧିକ ଯୁକ୍ତିସଙ୍ଗତ ହେବ, ଯେଉଁ ବ୍ୟକ୍ତି କୌଣସି ଅପରାଧରେ ଅଭିଯୁକ୍ତ ହୋଇଛନ୍ତି ଏବଂ ତାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ (ଅଭିଯୋଗ ପତ୍ର) ଦାଖଲ ହୋଇଛି, ମକଦ୍ଦମା ତାଙ୍କ ସପକ୍ଷରେ ଫଇସଲା ନ ହେବା ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନରେ ଭାଗ ନେଇପାରିବେ ନାହିଁ । ଏହା ଏକ ଚରମ ବ୍ୟବସ୍ଥା, କିନ୍ତୁ ରାଜନୀତିର ଅପରାଧୀକରଣ ଭଳି ଏକ ସାଂଘାତିକ ରୋଗର ନିଦାନ ପାଇଁ ଏହା ଆବଶ୍ୟକ ହୋଇପାରେ ।

(୭) କମ୍ପାନୀ ଚାନ୍ଦା ଉପରେ କଟକଣା (Restrictions on Company Donations) – ବଡ଼ ବଡ଼ କମ୍ପାନୀମାନେ ବିଭିନ୍ନ ରାଜନୀତିକ ଦଳକୁ ନିର୍ବାଚନ ଲଢ଼ିବାପାଇଁ ଚାନ୍ଦା ଦେଇଥା’ନ୍ତି । ଏହା ଗଣତନ୍ତ୍ର ପାଇଁ କ୍ଷତିକାରକ ହୋଇପାରେ, କାରଣ ଚାନ୍ଦା ନେଇଥିବା ଦଳ କ୍ଷମତାକୁ ଆସିଲେ ଚାନ୍ଦା ଦେଇଥିବା କମ୍ପାନୀକୁ ଅନୁଗ୍ରହ ଦେଖାଇପାରେ । କମ୍ପାନୀ ଓ ରାଜନୀତିକ ଦଳ ମଧ୍ୟରେ ଏହି ବନ୍ଧନ ଦେଶର ଅର୍ଥନୀତିକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ସାଧାରଣ ଲୋକର ସ୍ବାର୍ଥହାନି କରିଥାଏ ।

ଏହି ଚାନ୍ଦାକୁ ନିୟନ୍ତ୍ରଣ କରିବାକୁ କଡ଼ା ଆଇନ ପ୍ରଣୟନ ହେବା ଉଚିତ । ଗୋଟିଏ କମ୍ପାନୀ ରାଜନୀତିକ ଦଳମାନଙ୍କୁ କେତେ ଚାନ୍ଦା ଦେଇପାରିବ, ତାହା ଆଇନ ଅନୁସାରେ ଧାର୍ଯ୍ୟ ହେବା ଉଚିତ । ଏହା ଲୁକ୍କାୟିତଭାବେ କରାଯିବା ଉଚିତ ନୁହେଁ ।