CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Odisha State Board CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା Textbook Exercise Questions and Answers.

CHSE Odisha Class 12 Odia Chapter 7 ବନ୍ଦୀର ବିରହ ବ୍ୟଥା Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
‘ନାନାରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର’’, ଏଠାରେ ଅମ୍ବରର ଅର୍ଥ – _________।_
(i) ଲୁଗା
(ii) ଚାନ୍ଦୁଆ
(iii) ଆକାଶ
(iv) ସୂର୍ଯ୍ୟ
Answer:
(iii) ଆକାଶ

Question ୨ ।
ସୂର୍ଯ୍ୟାସ୍ତ ସମୟରେ ଗଛଗୁଡ଼ିକର ଛାଇ ଲମ୍ବି ଯାଇଥ‌ିବାରୁ କବି କ’ଣ କଳ୍ପନା କରୁଛନ୍ତି ?
(i) ଗଛମାନେ ଅନ୍ଧାରକୁ ଜାବୁଡ଼ି ଧରିଛନ୍ତି ।
(ii) ଗଛମାନେ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଛନ୍ତି ।
(iii) ଗଛମାନେ ଗର୍ବରେ ଫୁଲି ଉଠୁଛନ୍ତି ।
(iv) ପରାଧୀନତା ପରି ଅନ୍ଧକାର ବ୍ୟାପିଯାଉଛି ।
Answer:
(ii) ଗଛମାନେ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଛନ୍ତି ।

Question ୩ ।
ସୂର୍ଯ୍ୟାସ୍ତକାଳୀନ ମୃଦୁ ସମୀରଣକୁ କବି କାହା ସହିତ ତୁଳନା କରିଛନ୍ତି ?
(i) ପତିପତ୍ନୀର କଳହ
(ii) ପ୍ରେମ ଅସ୍ପଷ୍ଟ ଗିର
(iii) ନାୟକ ନାୟିକାର ମିଳନ
(iv) ପ୍ରେମିକର ଭର୍ସନା
Answer:
(ii) ପ୍ରେମ ଅସ୍ପଷ୍ଟ ଗିର

Question ୪ ।
ସନ୍ଧ୍ୟାକାଳୀନ ମୃଦୁ ସମୀରଣରେ ସୂର୍ଯ୍ୟ ପ୍ରେମିକାର କାନରେ କ’ଣ କହୁଥିଲେ ?
(i) ଶୀଘ୍ର ଫେରି ଆସିବି
(ii) ଆଉ ଫେରିବନି
(iii) ବିରହ ଅବିସମ୍ବାଦିତ
(iv) ଫେରିବାରେ ବିଳମ୍ବ ହେବ
Answer:
(i) ଶୀଘ୍ର ଫେରି ଆସିବି

Question ୫ ।
ଅନୁଭବୀର ନେତ୍ରରେ କ’ଣ ଦେଖାଯାଏ ?
(i) ପ୍ରେମିକାର ଲାସ୍ୟ
(ii) ପ୍ରେମିକାର ସ୍ଵୀକୃତି
(iii) ପ୍ରେମିକର ଆନନ୍ଦ ଭିତରେ ବିଷାଦ ରେଖା
(iv) ପ୍ରେମିକର ଅହଂକାର
Answer:
(iii) ପ୍ରେମିକର ଆନନ୍ଦ ଭିତରେ ବିଷାଦ ରେଖା

CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Question ୬ ।
ବନ୍ଦୀ ଗୋପବନ୍ଧୁଙ୍କ ପ୍ରାଣରେ କେଉଁ ଦୃଶ୍ୟ କଷ୍ଟ ଦେଉଥିଲା ?
(i) ଅନ୍ୟ ଜଣେ ବନ୍ଦୀ ପ୍ରତି ଅତ୍ୟାଚାର
(ii) ସନ୍ଧ୍ୟାର ବିରହ ଦୃଶ୍ୟ
(iii) ଅସ୍ତକାଳୀନ ସୂର୍ଯ୍ୟର ସ୍ନିଗ୍ଧ କିରଣ
(iv) ନୀଡ଼ବାହୁଡ଼ା ପକ୍ଷୀମାନଙ୍କ ଆଗମନର ଦୃଶ୍ୟ
Answer:
(ii) ସନ୍ଧ୍ୟାର ବିରହ ଦୃଶ୍ୟ

Question ୭ ।
ପ୍ରଣୟ ପୀୟୂଷରେ କ’ଣ ମିଶିଛି ?
(i) ମିଳନ ଅମୃତ
(ii) ବିରହର ବିଷ
(iii) ପ୍ରତିକ୍ରିୟାର ହଳାହଳ
(iv) ନିର୍ଯାତନାର କୁଟିଳତା
Answer:
(ii) ବିରହର ବିଷ

Question ୮ ।
କବିଙ୍କ ତାପିତ ଅନ୍ତରରେ କିପରି ସାମ୍ବନା ଆସିବ ବୋଲି ସେ ମନେ କରିଛନ୍ତି ?
(i) ଜେଲ ଭିତରେ ରହିଲେ
(ii) ମୁକ୍ତି ପାଇଗଲେ
(iii) ପ୍ରକୃତି ମଧ୍ୟରେ ସମହୃଦ ବେଦନା ଦେଖ‌ିଲେ
(iv) ସିପାହି ତାଙ୍କୁ ଜେଲ ଭିତରେ ଆବଦ୍ଧ ନ କଲେ
Answer:
(iii) ପ୍ରକୃତି ମଧ୍ୟରେ ସମହୃଦ ବେଦନା ଦେଖ‌ିଲେ

Question ୯।
ଗୋପବନ୍ଧୁଙ୍କ ଅବରୋଧର ସମୟ କ’ଣ ଥିଲା ?
(i) ସକାଳ
(ii) ମଧ୍ୟାହ୍ନ
(iii) ଗୋଧୂଳି କାଳ
(iv) ରାତ୍ରି
Answer:
(iii) ଗୋଧୂଳି କାଳ

Question ୧୦ ।
ଯମଦୂତ ବୋଲି କବି କାହାକୁ କହିଛନ୍ତି ?
(i) ଜେଲର ସିପାହିକୁ
(ii) ସହବନ୍ଦୀଙ୍କୁ
(iii) ଇଂରେଜ ଶାସକଙ୍କୁ
(iv) ଗଡ଼ଜାତ ରାଜାଙ୍କୁ
Answer:
(i) ଜେଲର ସିପାହିକୁ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
‘ବନ୍ଦୀର ବିରହ ବ୍ୟଥା’ କବିତା ଗୋପବନ୍ଧୁଙ୍କ କେଉଁ ସଂକଳନରୁ ଆସିଛି ?
Answer:
‘ବନ୍ଦୀର ବିରହ ବ୍ୟଥା’ କବିତା ଗୋପବନ୍ଧୁଙ୍କ ‘କାରାକବିତା’ ସଂକଳନରୁ ଆସିଛି ।

Question ୭ ।
ବସନ୍ତ ସମୟ କିପରି ?
Answer:
ବସନ୍ତ ସମୟ ମଧୁର ବା ଆମୋଦଦାୟକ ।

Question ୩ ।
ବିଦାୟ ସୂର୍ଯ୍ୟର ଆକାଶ କେଉଁଥରେ ଆଚ୍ଛାଦିତ ବୋଲି ଗୋପବନ୍ଧୁ କହିଛନ୍ତି ?
Answer:
ବିଦାୟ ସୂର୍ଯ୍ୟର ଆକାଶ ନାନାରଙ୍ଗର ଚନ୍ଦ୍ରାତପରେ ଆଚ୍ଛାଦିତ ବୋଲି ଗୋପବନ୍ଧୁ କହିଛନ୍ତି ।

Question ୪।
ବିଦାୟବେଳାରେ ପକ୍ଷୀମାନଙ୍କର ଗାନ କିପରି ଥିଲା ?
Answer:
ବିଦାୟବେଳାରେ ପକ୍ଷୀମାନଙ୍କର ଗାନ କରୁଣ ଥିଲା ।

Question ୫ ।
ଆସନ୍ନ ସନ୍ଧ୍ୟାରେ ତରୁ ଓ ଗିରିର ବିସ୍ତାରିତ ଛାୟା କାହା ପାଦରେ ପ୍ରଣାମ କରୁଥିଲେ ?
Answer:
ଆସନ୍ନ ସନ୍ଧ୍ୟାରେ ତରୁ ଓ ଗିରିର ବିସ୍ତାରିତ ଛାୟା ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଥିଲେ ।

Question ୬ ।
ପ୍ରଣାମର ପ୍ରତିବଦଳରେ ସୂର୍ଯ୍ୟ ତରୁଗିରିଙ୍କୁ କ’ଣ ଦାନ କରୁଥିଲେ ?
Answer:
ପ୍ରଣାମର ପ୍ରତିବଦଳରେ ସୂର୍ଯ୍ୟ ସେମାନଙ୍କ ଶିରରେ ହେମବର୍ଣ୍ଣର ପାଟ ଦାନ କରୁଥିଲେ ।

Question ୭ ।
ସନ୍ଧ୍ୟାକାଳୀନ ସୂର୍ଯ୍ୟ କେଉଁଠି ବସି ହସୁଥିଲେ ବୋଲି କୁହାଯାଇଛି ?
Answer:
ସନ୍ଧ୍ୟାକାଳୀନ ସୂର୍ଯ୍ୟ ଅସ୍ତାଚଳ ଉପରେ ବସି ହସୁଥିଲେ ବୋଲି କୁହାଯାଇଛି ।

Question ୮ ।
ଅସ୍ତକାଳୀନ ସୂର୍ଯ୍ୟଙ୍କର କୋମଳ କିରଣକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ଅସ୍ତକାଳୀନ ସୂର୍ଯ୍ୟଙ୍କର କୋମଳ କିରଣକୁ କବି କୋମଳ ଆଶ୍ୱାସନା ଓ ସ୍ନେହ ଆଦର ସହିତ ତୁଳନା କରିଛନ୍ତି ।

CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Question ୯ ।
ବିଦାୟବେଳାରେ ପ୍ରେମର ଅସ୍ପଷ୍ଟ ଭାଷା କିଏ ଉଚ୍ଚାରଣ କରୁଥିଲେ ?
Answer:
ବିଦାୟବେଳାରେ ପ୍ରେମରେ ଅସ୍ପଷ୍ଟ ଭାଷା : ସମୀରଣ କଣ୍ଠରେ ସୂର୍ଯ୍ୟ ଉଚ୍ଚାରଣ କରୁଥିଲେ ।

Question ୧୦ ।
ସମୀରଣ କଣ୍ଠରେ ସୂର୍ଯ୍ୟ ଦେବତାଙ୍କର ପ୍ରେମପୂର୍ଣ୍ଣ ଅସ୍ପଷ୍ଟ ଭାଷା କ’ଣ ଥିଲା
Answer:
ସମୀରଣ କଣ୍ଠରେ ସୂର୍ଯ୍ୟ ଦେବତାଙ୍କ ପ୍ରେମପୂର୍ଣ୍ଣ ଅସ୍ପଷ୍ଟ ଭାଷା ଥିଲା, ‘ଅଚିରେ ଫେରିବି ଧନି ! ନୁହ କାତର ।’

Question ୧୧ ।
ବିଦାୟକାଳୀନ ଅନୁରାଗର ରଙ୍ଗ କେଉଁଠି ପ୍ରକାଶ ପାଉଥିଲା ?
Answer:
ବିଦାୟକାଳୀନ ଅନୁରାଗର ରଙ୍ଗ ପ୍ରାଚୀ-କପୋଳେ ପ୍ରକାଶ ପାଉଥିଲା ।

Question ୧୨ ।
ସୂର୍ଯ୍ୟଙ୍କର ହସରେ କ’ଣ ପ୍ରକଟିତ ହେଉଥିଲା ?
Answer:
ସୂର୍ଯ୍ୟଙ୍କର ହସରେ ଗୁରୁ ବିଷାଦରେଖା ପ୍ରକଟିତ ହେଉଥିଲା ।

Question ୧୩ ।
ବିରହ ସୂର୍ଯ୍ୟଙ୍କର ବିଷାଦ କିଏ ଦେଖି ପାରୁଥ‌ିବେ ବୋଲି କବି କହିଛନ୍ତି ?
Answer:
ବିରହ ସୂର୍ଯ୍ୟଙ୍କର ବିଷାଦ ଅନୁଭବୀ ନେତ୍ର କେବଳ ଦେଖି ପାରୁଥ‌ିବେ ବୋଲି କବି କହିଛନ୍ତି ।

Question ୧୪ ।
କାହାର ବିରହ ମନରେ ଦାରୁଣ କଷଣ ଦିଏ ବୋଲି କୁହାଯାଇଛି ?
Answer:
ପ୍ରିୟଜନର ବିରହ ମନରେ ଦାରୁଣ କଷଣ ଦିଏ ବୋଲି କୁହାଯାଇଛି ।

Question ୧୫ ।
ପ୍ରୀତି ପାଶରେ କିଏ ବନ୍ଧା ବୋଲି କବି କହିଛନ୍ତି ?
Answer:
ଜଗତର ସମସ୍ତ ଜଡ଼ଠାରୁ ଚେତନ ପର୍ଯ୍ୟନ୍ତ ପ୍ରୀତି ପାଶରେ ବନ୍ଧା ବୋଲି କବି କହିଛନ୍ତି ।

Question ୧୬ ।
ସୂର୍ଯ୍ୟଙ୍କର ବିରହ ଦୃଶ୍ୟ କାହା ପ୍ରାଣରେ ବ୍ୟଥା ଦେଉଥିଲା ?
Answer:
ସୂର୍ଯ୍ୟଙ୍କର ବିରହ ଦୃଶ୍ୟ ବନ୍ଦୀ ଗୋପବନ୍ଧୁଙ୍କ ପ୍ରାଣରେ ବ୍ୟଥା ଦେଉଥିଲା ।

Question ୧୭ ।
ସନ୍ଧ୍ୟାକାଳୀନ ବିଦାୟ ଦୃଶ୍ୟ ବନ୍ଦୀ ଗୋପବନ୍ଧୁଙ୍କୁ କ’ଣ ମନେ ପକାଇ ଦେଉଥିଲା ?
Answer:
ସନ୍ଧ୍ୟାକାଳୀନ ବିଦାୟ ଦୃଶ୍ୟ ବନ୍ଦୀ ଗୋପବନ୍ଧୁଙ୍କୁ ଅତୀତର କେତେକଥା ମନେପକାଇ ଦେଉଥିଲା ।

Question ୧୮ ।
ବନ୍ଦୀଶାଳାରେ ଚାବି ନ ଦେବାପାଇଁ ଗୋପବନ୍ଧୁ କାହାକୁ ଅନୁରୋଧ କରିଥିଲେ ?
Answer:
ବନ୍ଦୀଶାଳାରେ ଚାବି ନ ଦେବାପାଇଁ ଗୋପବନ୍ଧୁ ସିପାହିକୁ ଅନୁରୋଧ କରିଥିଲେ ।

Question ୧୯ ।
ଗୋପବନ୍ଧୁ ବନ୍ଦୀଶାଳାର ଚାବି ନ ଦେବାପାଇଁ ସିପାହିକୁ କାହିଁକି ଅନୁରୋଧ କରିଥିଲେ ?
Answer:
ପ୍ରକୃତିର ପ୍ରତ୍ୟେକ କ୍ଷେତ୍ରରେ ପ୍ରଣୟ ସହ ବିରହଜ୍ବାଳା ମିଶି ରହିଥିବାର ଦୃଶ୍ୟ ଉପଭୋଗ କରୁଥିବା ଗୋପବନ୍ଧୁ ଦେବାପାଇଁ ସିପାହୀକୁ ଅନୁରୋଧ କରିଥିଲେ ।

Question ୨୦ ।
ପ୍ରଣୟ ପୀୟୂଷରେ କ’ଣ ମିଶିଛି ବୋଲି କବି କହିଛନ୍ତି ?
Answer:
ପ୍ରଣୟ ପୀୟୂଷରେ ବିରହ ବିଷ ମିଶିଛି ବୋଲି କବି କହିଛନ୍ତି ।

Question ୨୧ ।
ବିଶ୍ବବାସୀଙ୍କ ପ୍ରତି ବିଧାତାର ବିଚିତ୍ର ଆଶିଷ ବୋଲି କବି କାହାକୁ କହିଛନ୍ତି ?
Answer:
ପ୍ରଣୟ ପୀୟୂଷରେ ବିରହ ବିଷ ମିଶିରହିଥ‌ିବା ବିଶ୍ବବାସୀଙ୍କ ପ୍ରତି ବିଧାତାର ବିଚିତ୍ର ଆଶିଷ ବୋଲି କବି କହିଛନ୍ତି ।

Question ୨୨ ।
ସୁନ୍ଦର ପଦ୍ମରେ କିଏ ଜଡ଼ିତ ହୋଇଥାଏ ବୋଲି କୁହାଯାଇଛି ?
Answer:
ସୁନ୍ଦର ପଦ୍ମରେ ଅହି ଜଡ଼ିତ ହୋଇଥାଏ ବୋଲି କୁହାଯାଇଛି ।

Question ୨୩ ।
ବିରହକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ବିରହକୁ କବି ବିଷ ସହିତ ତୁଳନା କରିଛନ୍ତି ।

Question ୨୪ ।
କେଉଁ ବିଷରେ କବିଙ୍କ ପରାଣ ଘାରୁଛି ବୋଲି ସେ କହିଛନ୍ତି ?
Answer:
ବିରହ-ବିଷମ ବିଷରେ କବିଙ୍କ ପରାଣ ଘାରୁଛି ବୋଲି ସେ କହିଛନ୍ତି ।

Question ୨୫ ।
ଆପଣାର ବିରହ ବେଦନାକୁ କବି କେଉଁଠାରେ ଦେଖିଛନ୍ତି ?
Answer:
ଆପଣାର ବିରହ ବେଦନାକୁ କବି ବିଶ୍ଵ ପ୍ରକୃତିରେ ଦେଖିଛନ୍ତି ।

Question ୨୬ ।
କବିଙ୍କ ତାପିତ ଅନ୍ତର କିପରି ସାନ୍ତନା ଲାଭ କରିଛି ?
Answer:
ବିଶ୍ଵ ପ୍ରକୃତିରେ ସମାନ ହୃଦବେଦନା ଦେଖି କବିଙ୍କ ତାପିତ ଅନ୍ତର ସାନ୍ତନା ଲାଭ କରିଛି ।

Question ୨୭ ।
ବନ୍ଦୀଶାଳାର ଅବରୋଧ ସମୟ କେଉଁ ସମୟ ଥିଲା ?
Answer:
ବନ୍ଦୀଶାଳାର ଅବରୋଧର ସମୟ ଗୋଧୂଳି କାଳ ଥିଲା ।

CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Question ୨୮ ।
ସୂର୍ଯ୍ୟ ଆକାଶରେ ରତରତ ହେଉଥ‌ିବାରୁ କବି ସିପାହିକୁ କ’ଣ ଅନୁରୋଧ କରିଛନ୍ତି ?
Answer:
ସୂର୍ଯ୍ୟ ଆକାଶରେ ରତରତ ହେଉଥ‌ିବାରୁ କବି ସିପାହିକୁ ଆଉଟିକିଏ କାରାପ୍ରାଙ୍ଗଣରେ ବୁଲିବାକୁ ଅନୁରୋଧ କରିଛନ୍ତି ।

Question ୨୯ ।
ଯମଦୂତ ବୋଲି କବି କାହାକୁ କହୁଛନ୍ତି ?
Answer:
ବନ୍ଦୀଶାଳାର ସିପାହିକୁ ଯମଦୂତ ବୋଲି କବି କହିଛନ୍ତି ।

Question ୩୦ ।
ନିଜର ମର୍ଯ୍ୟାଦା ଜଗି ଶେଷରେ କବି କ’ଣ କରିବେ ବୋଲି କହିଛନ୍ତି ?
Answer:
ନିଜର ମର୍ଯ୍ୟାଦା ଜଗି ଶେଷରେ କବି ନିଜ ଛୋଟ କୋଠରିକୁ ଯିବେ ବୋଲି କହିଛନ୍ତି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ।

କବିତା – ବନ୍ଦୀର ବିରହ ବ୍ୟଥା, କବି – ଗୋପବନ୍ଧୁ ଦାସ

Question ୧ ।
‘ବନ୍ଦୀର ବିରହ ବ୍ୟଥା’’ କବିତା ଗୋପବନ୍ଧୁ କେଉଁ ଜେଲ୍‌ରେ ଥିବାବେଳେ ଲେଖିଥିଲେ ?
Answer:
‘‘ବନ୍ଦୀର ବିରହ ବ୍ୟଥା’’ କବିତା କବି ଗୋପବନ୍ଧୁ ଦାସ ୧୯୨୩-୨୪ ମସିହାରେ ହଜାରିବାଗ ଜେଲ୍‌ରେ ଥ‌ିବାବେଳେ ଲେଖିଥିଲେ । ଏଥ‌ିରେ କବି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖି ପ୍ରକୃତିର ବିରହ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରିଛନ୍ତି ।

Question ୨ ।
ସୂର୍ଯ୍ୟଙ୍କର ବିଦାୟକାଳୀନ ଦୃଶ୍ୟ କିପରି ଥିଲା ?
Answer:
ସୂର୍ଯ୍ୟଙ୍କର ବିଦାୟକାଳୀନ ଦୃଶ୍ୟ ଅତି ମନୋରମ, ଯାହାକୁ କବି ଅମ୍ବରରେ ନାନାରଙ୍ଗର ଚନ୍ଦ୍ରାତପ ଆଚ୍ଛାଦିତ ହୋଇଛି ବୋଲି କହିଛନ୍ତି ।

Question ୩ ।
ସନ୍ଧ୍ୟାକାଳୀନ ତରୁଗିରର ବିସ୍ତାରିତ ଛାୟାକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ସନ୍ଧ୍ୟାକାଳୀନ ତରୁଗିରିର ବିସ୍ତାରିତ ଛାୟାକୁ କବି ଅସ୍ତଗାମୀ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରିବା ସହିତ ତୁଳନା କରିଛନ୍ତି ।

Question ୪ ।
‘‘ ଅଚିରେ ଫେରିବି ଧନି ! ନୁହ କାତର’’ – କିଏ କାହାକୁ କହିଛନ୍ତି ?
Answer:
‘ଅଚିରେ ଫେରିବି ଧନି ! ନୁହ କାତର’ – ଏହା ଅସ୍ତଗାମୀ ସୂର୍ଯ୍ୟ ପୃଥ‌ିବୀକୁ କହିଛନ୍ତି ବୋଲି କବି ପରିକଳ୍ପନା

Question ୫ ।
ସନ୍ଧ୍ୟାର ଅନୁରାଗ ରଙ୍ଗରେ ବିରହ ଦୁଃଖର କାଳିମା କିପରି ଥିଲା ?
Answer:
ସନ୍ଧ୍ୟାର ଅନୁରାଗ ରଙ୍ଗରେ ବିରହ ଦୁଃଖର କାଳିମା ହେଉଛି, ସୂର୍ଯ୍ୟ ପ୍ରାଚୀ-କପୋଳରେ ଅନୁରାଗ ରଙ୍ଗ ବୋଳି ଦେଉଥିଲାବେଳେ, ସନ୍ଧ୍ୟାର କ୍ରମଶଃ କାଳିମାକୁ ବିରହ ଦୁଃଖର କାଳିମା ବୋଲି କବି ପରିକଳ୍ପନା କରିଛନ୍ତି ।

Question ୬ ।
ସନ୍ଧ୍ୟାକାଳୀନ ଦୃଶ୍ୟରୁ ଅନୁଭବୀ ବ୍ୟକ୍ତି କ’ଣ ଦେଖିପାରେ ?
Answer:
ସନ୍ଧ୍ୟାକାଳୀନ ଦୃଶ୍ୟରୁ ଅନୁଭବୀ ବ୍ୟକ୍ତି, ପ୍ରିୟଜନ ବିରହର ଦାରୁଣ କଷଣକୁ ଦେଖିପାରେ ।

Question ୭ ।
ପ୍ରିୟଜନର ବିରହ ଦୁଃଖ କବିଙ୍କୁ କିପରି ମନେ ହେଉଛି ?
Answer:
ପ୍ରିୟଜନର ବିରହ ଦୁଃଖ ଅତ୍ୟନ୍ତ କଷ୍ଟଦାୟକ ଯାହାକୁ କବି ଦାରୁଣ କଷଣ ବୋଲି କହିଛନ୍ତି ।

Question ୮ ।
ପ୍ରୀତି ପାଶରେ କିଏ ବନ୍ଧା ହୋଇଛନ୍ତି ବୋଲି କବି ଗୋପବନ୍ଧୁ କହିଛନ୍ତି ?
Answer:
ଜଡ଼ରୁ ଚେତନ ପର୍ଯ୍ୟନ୍ତ ସମସ୍ତେ ପ୍ରୀତି ପାଶରେ ବନ୍ଧା ହୋଇଛନ୍ତି, ଯାହା ଫଳରେ ପ୍ରିୟଜନର ବିରହରେ ସମସ୍ତେ ଦାରୁଣ କଷଣ ଭୋଗ କରିଥା’ନ୍ତି ବୋଲି କବି ଗୋପବନ୍ଧୁ କହିଛନ୍ତି ।

Question ୯ ।
ସିପାହିକୁ କବି କାହିଁକି ବନ୍ଦୀଶାଳାର ଦ୍ଵାରରେ ଚାବି ନ ଦେବାପାଇଁ ଅନୁରୋଧ କରିଥିଲେ ?
Answer:
ପ୍ରକୃତି ରାଜ୍ୟରେ ପ୍ରଣୟର ପ୍ରଭାବକୁ ବାହାରେ ରହି ଆଉ ଟିକିଏ ଦେଖିବାପାଇଁ କବି ସିପାହିକୁ ବନ୍ଦୀଶାଳାର ଦ୍ଵାରରେ ଚାବି ନଦେବାପାଇଁ ଅନୁରୋଧ କରିଥିଲେ ।

Question ୧୦ ।
ପ୍ରଣୟର କି ବିଚିତ୍ର ବିଧାନ କବି ଉପଲବ୍ଧି କରିଛନ୍ତି ?
Answer:
ପ୍ରଣୟ ପୀୟୂଷରେ ବିରହବିଷ ମିଶିରହିଥ‌ିବା, ବିଶ୍ବବାସୀଙ୍କ ପ୍ରତି ବିଧାତାର ବିଚିତ୍ର ବିଧାନ କବି ଉପଲବ୍ଧି କରିଛନ୍ତି ।

Question ୧୧ ।
କବି ଗୋପବନ୍ଧୁଙ୍କ ମନପ୍ରାଣ କାହିଁକି ବିରହ ବିଷାଦରେ ଘାରୁଥିଲା ?
Answer:
ଯେହେତୁ କବି ଗୋପବନ୍ଧୁ ପ୍ରିୟଜନ ଓ ପ୍ରିୟସ୍ଥାନ ଛାଡ଼ି ବନ୍ଦୀଭାବରେ ରହିଥିଲେ, ସେଥ‌ିପାଇଁ ତାଙ୍କର ମନପ୍ରାଣ ବିରହ ବିଷାଦରେ ଘାରୁଥିଲା ।

Question ୧୨ ।
ବିଶ୍ଵ ପ୍ରକୃତିରେ ସମାନ ହୃଦୟ ବେଦନା କବିଙ୍କ ଅନ୍ତରରେ କେଉଁ ଉପଲବ୍ଧି ଆଣିବ ବୋଲି କୁହାଯାଇଛି ?
Answer:
ବିଶ୍ଵପ୍ରକୃତିରେ ସମାନ ହୃଦୟ ବେଦନାର ଉପଲବ୍ଧି ତାପିତ ଅନ୍ତରରେ କ୍ଷଣିକ ପାଇଁ ସାର୍ଚ୍ଚନା ପ୍ରଦାନ କରୁଥିଲା ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ୩୦ଟି ଶବ୍ଦରେ ଉତ୍ତର ଦିଅ । ସୂଚନାପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

କବିତା – ବନ୍ଦୀର ବିରହ ବ୍ୟଥା, କବି – ଗୋପବନ୍ଧୁ ଦାସ

Question ୧ ।
‘ବନ୍ଦୀର ବିରହ ବ୍ୟଥା’ କବିତାରେ ସୂର୍ଯ୍ୟାସ୍ତକାଳୀନ ପ୍ରକୃତିର ରୂପଚିତ୍ର ଉପସ୍ଥାପନ କର ।
Answer:
ସୁନେଲିକିରଣ ପ୍ରତିଫଳିତ ହୋଇଛି ଧରଣୀ ଓ ଆକାଶରେ, ଯାହାକୁ କବି ବିଚିତ୍ର ବର୍ଣ୍ଣର ଚନ୍ଦ୍ରାତପ ଲାଗିଥିବା କଥା ପରିକଳ୍ପନା କରିଛନ୍ତି । ପକ୍ଷୀର ଗାନ, ତରୁଗିରିଙ୍କର ଛାୟା ବିସ୍ତାର ଏବଂ ଗିରି ମସ୍ତକରେ ହେମବରଣ ପାଟ ପରିଧାନ ବର୍ଣ୍ଣନା କବି ଲେଖନୀରେ ମନୋଜ୍ଞ ହୋଇଛି ।

Question ୨ ।
କବି ଗୋପବନ୍ଧୁ ସୂର୍ଯ୍ୟଙ୍କର ବିଦାୟକୁ କିପରି ମାନବୀୟ ବିରହ ସହିତ ତୁଳନା କରିଛନ୍ତି ?
Answer:
ସୂର୍ଯ୍ୟ ଅସ୍ତ ହେବା ସମୟରେ ପଶ୍ଚିମ ଆକାଶର ଲାଲ୍‌ରଣ କ୍ରମଶଃ ମଉଳି ମଉଳି ଆସେ ଏବଂ ଏଣେ ଅନ୍ଧାର ତାହାର ସତ୍ତାକୁ ପ୍ରକାଶ କରେ । ପ୍ରକୃତିର ସେହି ଦୃଶ୍ୟକୁ ମାନବୀୟ ବିରହ ସହିତ କବି ତୁଳନା କରିଛନ୍ତି । ପ୍ରିୟଜନଙ୍କଠାରୁ ବିଦାୟ ନେଉଥ‌ିବା ବ୍ୟକ୍ତିଟି ମୁହଁଟି ଝାଉଁଳି ଗଲାପରି ସୂର୍ଯ୍ୟ କ୍ରମଶଃ ମଳିନ ପଡ଼ିଛନ୍ତି ଏବଂ ସୂର୍ଯ୍ୟଙ୍କଠାରୁ ବିଛେଦ ହୋଇ ପୃଥ‌ିବୀ କାଳିମାଯୁକ୍ତ ହୋଇଛି ।

CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Question ୩ ।
ପ୍ରଣୟ ଓ ବିରହ ସମ୍ପର୍କରେ କବିଙ୍କ ଅଭିମତ ପଠିତ କବିତା ଅବଲମ୍ବନରେ ପ୍ରଦାନ କର ।
Answer:
ପ୍ରଣୟ ଓ ବିରହ ସମ୍ପର୍କରେ କବି ଅଭିମତ ଦେଇ ଲେଖିଛନ୍ତି, ପ୍ରଣୟ ରୂପକ ପୀୟୂଷରେ ବିରହ ରୂପକ ବିଷ ମିଶି ରହିଛି । ଏଭଳି ବିଚିତ୍ର ବ୍ୟବସ୍ଥା ବିଶ୍ବବାସୀଙ୍କ ପାଇଁ ବିଧାତା ଖଞ୍ଜି ଦେଇଛନ୍ତି । ତାହାକୁ ସ୍ପଷ୍ଟ କରିବାପାଇଁ କବି କହିଛନ୍ତି ଯେ ସୁନ୍ଦର ସରୋଜ ଚରଣରେ ଅହି ଜଡ଼ିତ ହୋଇ ରହିଥାଏ । ବିଧାତାଙ୍କର ଏଭଳି ରହସ୍ୟକୁ କେହି କଳନା କରିପାରିବେ ନାହିଁ ।

Question ୪ ।
ଯମଦୂତ ବୋଲି କବି କାହାକୁ କହିଛନ୍ତି ଓ କାହିଁକି ?
Answer:
ବନ୍ଦୀଶାଳାର ସିପାହିକୁ କବି ଯମଦୂତ ବୋଲି କହିଛନ୍ତି । ଯମଦୂତ ଯେଭଳି ଅତ୍ୟନ୍ତ ନିଷ୍ଠୁର ଓ ତା’ ହୃଦୟରେ କରୁଣା ନଥାଏ, ସେହିଭଳି ସିପାହି କବିଙ୍କର ଅନୁରୋଧକୁ ସାମାନ୍ୟଭାବେ ଶୁଣି ନାହିଁ । ଯମଦୂତ କାହାରି କଥା ନ ଶୁଣିଲା ପରି, ସିପାହିର ନିଷ୍ଠୁର ଭାବକୁ ଲକ୍ଷ୍ୟକରି କବି ଏଭଳି କହିଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ବନ୍ଦୀର ବିରହ ବ୍ୟଥା’ କବିତାର ସାରମର୍ମ ନିଜ ଭାଷାରେ ଲେଖ ।
Answer:
‘ବନ୍ଦୀର ବିରହ ବ୍ୟଥା’ କବିତାର କବି ଉତ୍କଳମଣି ଗୋପବନ୍ଧୁ ଦାସ । ଗୋପବନ୍ଧୁ ଯେତେବେଳେ ହଜାରିବାଗ ଜେଲରେ ବନ୍ଦୀ ଜୀବନଯାପନ କରୁଥିଲେ, ସେହି ସମୟରେ ସେ ଜାତୀୟଚେତନାମୂଳକ, ପ୍ରକୃତି ପ୍ରୀତି ସମ୍ବଳିତ ଅନେକ କବିତା ରଚନା କରିଥିଲେ । ଆଲୋଚ୍ୟ କବିତାଟି କବିଙ୍କର ସେହି ସମୟର ରଚନା । ପୁରାଣ ଯୁଗରେ କାରାଗାର ହିଁ ଜନ୍ମ ଦେଇଥିଲା ଜଗତ ଉଦ୍ଧାରକ ଶ୍ରୀକୃଷ୍ଣଙ୍କୁ । ସେଇ କାରାଗାର ଯୁଗେ ଯୁଗେ ବହୁ ବିଦ୍ରୋହୀ, ବିପ୍ଳବୀ, କବି, ମନୀଷୀ ଓ ସଂସ୍କାରକମାନଙ୍କର ଅମର ଚିନ୍ତାର ଗ୍ରନ୍ଥମାନ ଦାନ କରିଥିଲା । ଜାତୀୟତାବାଦୀ ନେତା, ‘ବନ୍ଦୀର ବିରହ ବ୍ୟଥା’ କବିତାରେ ପ୍ରକୃତିର ଅପରୂପ ଦୃଶ୍ୟ ମଧ୍ୟରେ ମାନବୀୟ ଭାବ ସମ୍ବେଦନାକୁ ସୁନ୍ଦର ଭାବେ ପ୍ରକାଶ କରି ନିଜର ସାରସ୍ବତ ସାଧନାକୁ ଅମର କରୁ।ଇଛନ୍ତି ।

ବସନ୍ତର ମଧୁର ମୁହୂର୍ଭ । ସୂର୍ଯ୍ୟ ପ୍ରାଚୀ ଗଗନକୁ ରକ୍ତରଞ୍ଜିତ କରି ବୁଡ଼ିଯିବାପାଇଁ ଉପକ୍ରମ କରୁଛନ୍ତି । ସୂର୍ଯ୍ୟ ଯେପରି ପ୍ରିୟତମ ପୃଥ‌ିବୀଠାରୁ ବିଦାୟ ନେବାପାଇଁ ପ୍ରସ୍ତୁତ ହେଉଛନ୍ତି । ବିଦାୟବେଳାରେ ଆକାଶ ଯେପରି ବିଚିତ୍ର ବର୍ଷର ଚନ୍ଦ୍ରାତପରେ ସଜେଇ ହୋଇଛି । ପକ୍ଷୀମାନେ ବିଦାୟର ମୁହୂର୍ତ୍ତକୁ ସ୍ମରଣ କରି କରୁଣ ଗାନ କରି ଉଡ଼ି ଯାଉଛନ୍ତି । ତରୁ ଓ ଗିରି ଶ୍ରେଣୀର ଛାୟାର ଆକାର କ୍ରମଶଃ ବଢ଼ିଯାଉଛି । କବି ସେହି ଛାୟାର ଆକାରରୁ, ସେମାନେ ସୂର୍ଯ୍ୟଙ୍କୁ ପ୍ରଣାମ କରୁଥିବା କଥା ପରିକଳ୍ପନା ପାଟ ବାନ୍ଧୁଥ‌ିବା କଥା କବି ଚିନ୍ତା କରିଛନ୍ତି । ଧୀର ସମୀର ସ୍ବରରେ ସୂର୍ଯ୍ୟ ଯେପରି ପୃଥ‌ିବୀକୁ କହୁଛନ୍ତି ‘ଅଚିରେ ଫେରିବି ଧନି ! ନୁହ କାତର ।’’ ସେହି ବିଦାୟ ଦୃଶ୍ୟକୁ ନିଜ ଭିତରେ ଅନୁଭବୀ ଭାବରେ କବି ଅନୁଭବ କରିଛନ୍ତି । ସେହି ଦୃଶ୍ୟକୁ ମନଭରି ଦେଖିବାପାଇଁ କବି ଇଚ୍ଛାକଲେ ବି, ସିପାହି ସେଥ‌ିରେ ବାଧା ଦେଇଛି ।

କବି ଏହି ଅବସରରେ ଏକ ଦାର୍ଶନିକ ଅନୁଚିନ୍ତା ପ୍ରକାଶ କରିଛନ୍ତି । ମିଳନ ସହିତ ବିରହ ଲାଗି ରହିଲା ପରି, ପ୍ରଣୟ- ପୀୟୂଷରେ ବିରହ-ବିଷ ଜଡ଼ିତ ହେବା ବିଧାତାଙ୍କର ଏକ ବିଚିତ୍ର ବିଧ୍ । କବି ସେହି ବିରହ ଦୃଶ୍ୟ ଦେଖି ନିଜର ସନ୍ତାପିତ ହୃଦୟରେ ସାମାନ୍ୟ ସାର୍ଚ୍ଚନା ଲାଭକରିବେ ବୋଲି ଇଚ୍ଛା କରିଛନ୍ତି । ସିପାହି ଏଥୁରେ ବାଧା ସୃଷ୍ଟି କରିବାରୁ, ନିଜ ମନର ଭାବକୁ ଆଉ ସାକାର କରିବାର ସୁଯୋଗ ସେ ପାଇନାହାଁନ୍ତି ।

କବିତାଟିରେ ପ୍ରକୃତିର ବିରହ ମଧ୍ଯରେ ନିଜର ବିରହଭାବକୁ ଅତି ମନୋଜ୍ଞ ଭାବରେ କବି ପ୍ରକାଶ କରିଛନ୍ତି ।

Question ୨ ।
ପ୍ରକୃତିର ବିରହ ମଧ୍ଯରେ କବି କିପରି ଆପଣାର ବିରହକୁ ଉପଲବ୍ଧି କରିଛନ୍ତି – ଆଲୋଚନା କର ।
Answer:
କବି ଉତ୍କଳମଣି ଗୋପବନ୍ଧୁ ଦାସ ହଜାରିବାଗ ଜେଲ୍‌ରେ ବନ୍ଦୀ ଥିଲାବେଳେ, ସୂର୍ଯ୍ୟଙ୍କର ଅସ୍ତକାଳୀନ ରୂପ ଦେଖି ଭାବବିଭୋର ହୋଇଛନ୍ତି । ସେ ଦେଖିଛନ୍ତି, ପୃଥ‌ିବୀଠାରୁ ସୂର୍ଯ୍ୟଙ୍କର ବିଦାୟବେଳାକୁ । ସେହି ବିଦାୟକାଳୀନ ଦୁଃଖଦ ଦୃଶ୍ୟକୁ କବି ନିଜ ମଧ୍ୟରେ ଅନୁଭବ କରିଛନ୍ତି । ପୁନଶ୍ଚ ବିଦାୟବେଳାରେ ମିଳନ ବା ପ୍ରଣୟ ପୀୟୂଷରେ କାହିଁକି ବିରହ ବିଷ ଲାଗିରହିଛି, ବିଧାତାର ଏହି ବିଚିତ୍ର ବିଧ‌ିକୁ ବିଚାର କରିଛନ୍ତି । ଏହାକୁ ସ୍ବୀକାର କରି ଲେଖିଛନ୍ତି –
‘‘ପ୍ରଣୟ-ପୀୟୂଷେ ମିଶିଛି କିଆଁ ବିରହ-ବିଷ,
ବିଶ୍ବବାସୀ ପ୍ରତି ବିଚିତ୍ର ଏ କି ବିଧ୍ ଆଶିଷ ?’’

ବସନ୍ତର ମଧୁମୟ ମୁହୂର୍ତ୍ତରେ କବି ଜେଲ୍ ପରିସର ଭିତରେ ଥାଇ ଦେଖିଛନ୍ତି ଅସ୍ତଗାମୀ ସୂର୍ଯ୍ୟଙ୍କୁ । ସୂର୍ଯ୍ୟ ଓ ପୃଥ‌ିବୀର ପ୍ରେମ ନିବିଡ଼ । କାରଣ ସୂର୍ଯ୍ୟଙ୍କ ସର୍ବଶକ୍ତିମୟ କିରଣକୁ ନେଇ ପୃଥ୍ବୀ ହୁଏ ସବୁଜ, ହୁଏ ଶସ୍ୟଶାମଳ, ବହୁବର୍ଣ୍ଣରେ ବିଚିତ୍ର । ସେହି ସୂର୍ଯ୍ୟଙ୍କୁ ପୃଥ‌ିବୀ ବିଦାୟ ଦେଇ ହୋଇଛି ବିଷାଦମୟ । ତଥାପି ସେହି ବିଦାୟ ମୁହୂର୍ତ୍ତକୁ ମାଧୁର୍ଯ୍ୟମଣ୍ଡିତ କରିବାପାଇଁ ଆୟୋଜନ କରାଯାଇଛି । ନାନାରଙ୍ଗର ଚନ୍ଦ୍ରାତପରେ ଆଚ୍ଛାଦିତ ହୋଇଛି ଅମ୍ବର । ନୀଡ଼ ଫେରନ୍ତା ପକ୍ଷୀମାନେ ଉଚ୍ଚସ୍ୱରରେ କରୁଣଗାନ କରୁଛନ୍ତି । ପାଦପ ଓ ଗିରିଶ୍ରେଣୀ ସୂର୍ଯ୍ୟଙ୍କୁ ପ୍ରଣାମ କଲା ଭଳି ଛାୟାବିସ୍ତାର କରିଛନ୍ତି । ଏଣେ ସୂର୍ଯ୍ୟଦେବ ଅନୁରକ୍ତଭୃତ୍ୟ ମସ୍ତକରେ ହେମବରଣୀ ପାଟ ବାନ୍ଧିଲା ପରି, ପାଦପ ଓ ଗିରିର ଅଗ୍ରଭାଗକୁ ସୁବର୍ଣ୍ଣ ବର୍ଷରେ ସଜାଇ ଦେଇଛନ୍ତି । ସୂର୍ଯ୍ୟଦେବ ପୃଥ‌ିବୀକୁ ଆଶ୍ୱାସନା ଦେଇ ସମୀରଣର ମୁଦୁମର୍ମରେ ପ୍ରେମର ଅସ୍ପଷ୍ଟ ଗିରି ଶୁଣାଇ କହିଛନ୍ତି, ‘ଅଚିରେ ଫେରିବି ଧନି ! ନୁହ କାତର ।’

ପ୍ରକୃତିର ଏହି ବିଦାୟ ଓ ବିରହର ଦୃଶ୍ୟକୁ କବି ଆପଣାର ହୃଦୟରେ ଅନୁଭବ କରିଛନ୍ତି । ବନ୍ଦୀଭାବରେ ରହିଥ‌ିବାରୁ ସମଦରଦୀ ହୋଇ ଗାଇଛନ୍ତି –
‘‘ଆହା, ପ୍ରିୟଜନ ବିରହ କି ଦାରୁଣ କଷଣ ?
ପ୍ରୀତି ପ୍ରାଶେ ବନ୍ଧା ଜଗତେ ସର୍ବ ଜଡ଼ ଚେତନ ।’’
ତେଣୁ କବି ଜେଲ୍‌ର ସିପାହିକୁ ଆଉ ଟିକିଏ ସମୟ ଦେବାକୁ କହିଛନ୍ତି । କାରଣ ପ୍ରିୟସ୍ଥାନ ଓ ପ୍ରିୟଜନକୁ ଛାଡ଼ି ବନ୍ଦୀଭାବରେ, ବିରହ ବିଷମ ବିଷରେ ତାଙ୍କର ମନ ଘାରିହୋଇଛି । ହୃଦୟ ବେଦନାବିଧୂର ହୋଇଛି । ସେ ଚାହିଁଛନ୍ତି, ତାଙ୍କର ତାପିତ ଅନ୍ତରରେ ଏହି ଦୃଶ୍ୟ ଦେଖିଲେ ସାମୟିକ ସାର୍ଚ୍ଚନା ଆସିଯିବ ।

ବାସ୍ତବରେ କବିଙ୍କର ବିରହର ଏହି ତୁଳନାତ୍ମକ ବର୍ଣ୍ଣନା ଅତ୍ୟନ୍ତ ମନୋଜ୍ଞ ହୋଇଛି ।

Question ୩ ।
ପଠିତ କବିତା ଅନୁସରଣରେ କବି ଗୋପବନ୍ଧୁଙ୍କ ପ୍ରକୃତି ପ୍ରୀତି ଓ ସ୍ଵଦେଶ ପ୍ରୀତିର ପରିଚୟ ଦିଅ ।
Answer:
‘ବନ୍ଦୀର ବିରହ ବ୍ୟଥା’ କବିତାରେ କବି ଗୋପବନ୍ଧୁ ଦାସ ପ୍ରକୃତି ପ୍ରୀତି ସହିତ ସ୍ବଦେଶ ପ୍ରୀତିର ଭାବକୁ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । କବି ଥିଲେ ପ୍ରଥମେ ଆଦର୍ଶ ଦେଶଭକ୍ତ । ତେଣୁ ସେ ନିଜକୁ ସ୍ଵାଧୀନତା ସଂଗ୍ରାମରେ ନିୟୋଜିତ କରିଥିଲେ । ବ୍ୟକ୍ତିଗତ ଜୀବନରେ ମାନବସେବା ଥିଲା ତାଙ୍କର ମୂଳଲକ୍ଷ୍ୟ । ଦେଶକୁ ସ୍ଵାଧୀନ କରିବା ଥିଲା ତାଙ୍କର ଏକମାତ୍ର କାର୍ଯ୍ୟ । ପୁନଶ୍ଚ ସେ ଥିଲେ ଭାବପ୍ରବଣ ଓ ଦରଦୀ । ସେହି ଭାବନେଇ ସେ ପ୍ରକୃତିରେ ଲକ୍ଷ୍ୟ କରିଛନ୍ତି ମାନବିକ ଆବେଦନ । ବନ୍ଦୀ ଜୀବନରେ କୌଣସି ଏକ ଉତ୍ତୀର୍ଣ ଅପରାହ୍ନରେ ସୂର୍ଯ୍ୟଙ୍କର ଅସ୍ତକାଳୀନ ରୂପ ଦେଖି କବି ହୋଇଛନ୍ତି ଭାବବିଭୋର । ସୂର୍ଯ୍ୟଙ୍କର ଅସ୍ତକୁ ସେ ବିଦାୟବେଳା ବୋଲି ମନେ କରିଛନ୍ତି । ସୂର୍ଯ୍ୟଙ୍କର ବିଦାୟରେ ପୃଥ‌ିବୀର ପ୍ରତିକ୍ରିୟାକୁ ପ୍ରେମିକା ମନର ବିଦାୟକାଳୀନ ବ୍ୟଥାତୁର ଭାବରୂପେ ସେ ବିଚାର କରିଛନ୍ତି । ପୁନଶ୍ଚ ପୃଥ‌ିବୀର ମନୋଭାବକୁ କେବଳ ସେ ମାନବୀୟ ଦୃଷ୍ଟିକୋଣରୁ ବିଚାର କରିନାହାଁନ୍ତି ବରଂ ସେଥୁରେ ପ୍ରିୟଜନ, ପ୍ରିୟ ସ୍ଥାନକୁ ଛାଡ଼ି ବନ୍ଦୀଭାବରେ ରହିଥ‌ିବାରୁ ବିରହର ଭାବକୁ ନିଜେ ଅନୁଭବ କରିଛନ୍ତି ।

ସୂର୍ଯ୍ୟାସ୍ତକାଳୀନ ସାଧାରଣ ଦୃଶ୍ୟ କବି ଲେଖନୀରେ ହୋଇଛି ଚମତ୍କାର । ସୂର୍ଯ୍ୟ ଅସ୍ତ ଯିବାରୁ, ପୃଥ‌ିବୀରେ ଦେଖାଦେଇଛି ପ୍ରାକୃତିକ ପରିବର୍ତ୍ତନ । ସେହି ଦୃଶ୍ୟକୁ ଦେଖି କବି ମନେକରିଛନ୍ତି, ବିଦାୟ ଆୟୋଜନ ପାଇଁ ନାନାରଙ୍ଗର ଚନ୍ଦ୍ରାତପରେ ଆକାଶ ଆଚ୍ଛାଦିତ ହୋଇଛି । ପକ୍ଷୀମାନେ ଉଚ୍ଚସ୍ୱରରେ କରୁଣଗାନ କରିଛନ୍ତି । ସୂର୍ଯ୍ୟ ଅସ୍ତଯିବାକୁ ବସିଲାବେଳେ, ତରୁ ଓ ଗିରିର ଛାୟା କ୍ରମଶଃ ବିସ୍ତାରିତ ହୋଇଛି । ସୂର୍ଯ୍ୟଙ୍କର ରକ୍ତମ ଆଭା ଗିରି ଓ ତରୁର ଅଗ୍ରଭାଗକୁ ସୁବର୍ଣ୍ଣକିରଣରେ ରଞ୍ଜିତ କରିଛି । ସେହି ଦୃଶ୍ୟକୁ ଦେଖି କବି ମନେକରିଛନ୍ତି, ତରୁଗିରି ଛାୟାବିସ୍ତାର କରି ବିଦାୟୀ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଛନ୍ତି ଏବଂ ସୂର୍ଯ୍ୟଦେବ ଅନୁରକ୍ତ ଭୃତ୍ୟ ମସ୍ତକରେ ପାଟଶାଢ଼ି ବାନ୍ଧିଲା ପରି, ସେମାନଙ୍କ ଅଗ୍ରଭାଗକୁ ସୁବର୍ଣ୍ଣ କିରଣଯୁକ୍ତ କରାଇଛନ୍ତି । ସେହି ସମୟର ମୃଦୁ ସମୀରଣ ମାଧ୍ୟମରେ କବି ସୂର୍ଯ୍ୟରୂପୀ ପ୍ରେମିକ, ପୃଥ‌ିବୀରୂପୀ ପ୍ରେମିକାକୁ ପ୍ରେମର ଅସ୍ପଷ୍ଟ ଗିର ପ୍ରକାଶ କରି କହିଛନ୍ତି, ଅଚିରେ ଫେରିବି ଧନି ! ନୁହ କାତର’।

କବି ଏହି ଦୃଶ୍ୟକୁ ଦେଖି, ଅନୁଭବୀର ମାନସିକତା ପରିପ୍ରକାଶ କରିଛନ୍ତି । କାରଣ ପ୍ରିୟଜନଙ୍କୁ ଛାଡ଼ି ଆସିଥିବା ମଣିଷ କିପରି ଦାରୁଣ କଷଣ ଭୋଗକରେ, କବି ତାହାକୁ ବିଚାର କରିଛନ୍ତି । କବି ଦେଶସେବାରେ ମନୋନିବେଶ କରିଥିଲେ ଏବଂ ତାଙ୍କରି ନେତୃତ୍ୱରେ ଅନେକ କର୍ମୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ସେ ସୁଦୂର ହଜାରିବାଗ୍ ଜେଲ୍‌ରେ ରହିଥ‌ିବାରୁ ପ୍ରିୟଜନ ଓ ପ୍ରିୟକର୍ମୀଙ୍କର ବିରହକୁ ମର୍ମେ ମର୍ମେ ଅନୁଭବ କରିଥିଲେ । ସନ୍ଧ୍ୟାକଳୀନ ଦୃଶ୍ୟ ଦେଖି ସେ କହିଛନ୍ତି-
‘‘ପ୍ରିୟଜନ ପ୍ରିୟ ସ୍ଥାନ ମୁଁ ଛାଡ଼ି ବନ୍ଦୀ ଏଠାରେ,
ବିରହ-ବିଷମ ବିଷେ ମୋ’ ମନ ପରାଣ ଘାରେ ।’’
କବିତାଟିରେ କବି ପ୍ରକୃତି ପ୍ରୀତି ସହିତ ସ୍ବଦେଶ ପ୍ରୀତିର ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି ।

Question ୪ ।
ବହିଃ ପ୍ରକୃତି ସହିତ ଅନ୍ତଃ ପ୍ରକୃତିର ମଧୁର ସମନ୍ବୟ ‘‘ବନ୍ଦୀର ବିରହ ବ୍ୟଥା’’ କବିତାକୁ ହୃଦୟଗ୍ରାହୀ କରିପାରିଛି, ଆଲୋଚନା କର ।
Answer:
ଉତ୍କଳମଣି କବି ଗୋପବନ୍ଧୁ ଦାସ ‘ବନ୍ଦୀର ବିରହ ବ୍ୟଥା’ କବିତାରେ କେବଳ ପ୍ରକୃତିର ବାହ୍ୟରୂପକୁ ଭାବପ୍ରବଣ ଭାବନେଇ ଦେଖିନାହାଁନ୍ତି, ବରଂ ବହିଃ ପ୍ରକୃତି ସହିତ ଅନ୍ତଃ ପ୍ରକୃତିର ସୁମଧୁର ସମନ୍ଵୟ କରିଛନ୍ତି । ତାଙ୍କର ପ୍ରକୃତି କେବଳ ରୀତିଯୁଗୀୟ କବିମାନଙ୍କର ପ୍ରକୃତି ବର୍ଣ୍ଣନା ପରି ନିର୍ଜୀବ ନୁହେଁ, ବରଂ କବିବର ରାଧାନାଥ ଓ ସ୍ବଭାବକବି ଗଙ୍ଗାଧରଙ୍କ ପରି ସେ ପ୍ରକୃତିକୁ ଜୀବନ୍ତ କରିଛନ୍ତି । ପ୍ରକୃତି ଯେପରି ମାନବୀୟ ପ୍ରତିକ୍ରିୟା ପ୍ରକାଶ କରିଛି । ଦୁଃଖରେ ସମଦୁଃଖୀ ଭାବ ପ୍ରକାଶ କରିଛି । ପ୍ରକୃତି ଓ ମାନବ ଏକ ଏବଂ ଅଭିନ୍ନ ହୋଇଛନ୍ତି । ମାନବିକ ଭାବସତ୍ତାର ସ୍ବର୍ଗୀୟ ଦୀପ୍ତିର ବିକାଶ ପାଇଁ ପ୍ରକୃତିର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଲାଭଳି ମନେହୋଇଛି ।

ଅପରାହ୍ନର ବିଳମ୍ବିତ ପ୍ରହରରେ ସୂର୍ଯ୍ୟ ହୋଇଛନ୍ତି ଅସ୍ତାଚଳାଭିମୁଖୀ । ସୂର୍ଯ୍ୟଙ୍କ କନକ କିରଣରେ ସମଗ୍ର ଭୂ-ଭାଗଠାରୁ ଆକାଶ ପର୍ଯ୍ୟନ୍ତ ବିଚିତ୍ର ବର୍ଷରେ ହୋଇଛି ବର୍ଲିଳ । ସେହି ଦୃଶ୍ୟକୁ ଦେଖି କବି ମନେକରିଛନ୍ତି, ସତେଯେପରି ସୂର୍ଯ୍ୟଙ୍କୁ ବିଦାୟ ସମ୍ଭାଷଣ ଜଣାଇବାପାଇଁ, ପୃଥ‌ିବୀ ଖଞ୍ଜିଦେଇଛି, ଆକାଶରେ ନାନାରଙ୍ଗର ଚନ୍ଦ୍ରାତପ । ସେହି ସମୟରେ ଉଡ଼ି ଯାଉଥ‌ିବା ପକ୍ଷୀଙ୍କର କଳରବକୁ କବି ପରିକଳ୍ପନା କରିଛନ୍ତି, ବିରହ ସମୟର କରୁଣ ଗାନ ସହିତ । ସୂର୍ଯ୍ୟ ପଶ୍ଚିମ ଦିଗକୁ ଯିବାରୁ ତରୁ ଓ ଗିରିର ଛାୟା ବଢ଼ିଯାଇଛି ଏବଂ ସେହି ତରୁ ଓ ଗିରିର ଉପରିଭାଗ ସୁନେଲି କିରଣରେ ବିଚିତ୍ର ଶୋଭା ଧାରଣ କରିଛି ।

କବି ସେହି ଦୃଶ୍ୟକୁ ଦେଖି କହିଛନ୍ତି, ତରୁଗିରି ବିସ୍ତାରିତ ଛାୟାରେ ସୂର୍ଯ୍ୟଦେବଙ୍କ ପାଦତଳେ ପ୍ରଣାମ କରିଛନ୍ତି । ସୂର୍ଯ୍ୟଦେବ ମଧ୍ଯ ସମ୍ରାଟ ପରି ଅନୁରକ୍ତ ଭୃତ୍ୟ ମସ୍ତକରେ ସୁନେଲି ପାଟ ବାନ୍ଧିଦେଲା ଭଳି, ପାଦପ ଓ ଗିରି ମସ୍ତକକୁ ସ୍ବର୍ଣ୍ଣାଭ କରି ଦେଇଛନ୍ତି । ସେ ତାଙ୍କର ଶୀତଳ କିରଣରେ ପ୍ରାଚୀ ଗଗନକୁ ରଞ୍ଜିତ କରି, ପରିବେଶକୁ ସ୍ନିଗ୍ଧ ମଧୁର କରିଛନ୍ତି । ସେହି କିରଣ ସତେଯେପରି ପୃଥ‌ିବୀ ପ୍ରତି କୋମଳ ଆଶ୍ୱାସନା ଭାବ ପ୍ରକାଶ କରିଛି । ସନ୍ଧ୍ୟାସମୟ ପୂର୍ବ ମୁହୂର୍ତ୍ତରେ ଧୀର ସମୀର ପ୍ରବାହିତ ହେଉଛି । କବି ଧୀର ସମୀରକୁ ପ୍ରେମିକ ସୂର୍ଯ୍ୟଙ୍କର ପ୍ରେମିକା ପୃଥବୀ ପ୍ରତି ପ୍ରେମପୂର୍ଣ୍ଣ ଅସ୍ପଷ୍ଟ ଗିର ବୋଲି କହିଛନ୍ତି ।

ପ୍ରାଚୀ ଆକାଶରେ ସୂର୍ଯ୍ୟଙ୍କର ଅବସ୍ଥାନ ଏବଂ ତାଙ୍କର କୋମଳ କିରଣକୁ କବି ଅନୁରାଗ ରଙ୍ଗରେ ପ୍ରାଚୀ କପୋଳକୁ ସୂର୍ଯ୍ୟଦେବ ରଙ୍ଗିନ୍ କରିଦେଇଛନ୍ତି ବୋଲି ପରିକଳ୍ପନା କରିଛନ୍ତି । କ୍ରମଶଃ ଧରାପୃଷ୍ଠରେ ଅନ୍ଧକାରର ପତଳା ଆସ୍ତରଣକୁ ପୃଥ‌ିବୀର ବିରହ-ଦୁଃଖ-କାଳିମା ବୋଲି କବି ଉଲ୍ଲେଖ କରିଛନ୍ତି ।

ପ୍ରକୃତିର ଏହି ଦୃଶ୍ୟକୁ ଦେଖି, କବି ସୂର୍ଯ୍ୟଙ୍କର ବିଦାୟକାଳୀନ ଦୃଶ୍ୟ ବା ବିରହବ୍ୟଥା ବୋଲି କହିଛନ୍ତି । କବି ନିଜ ଜୀବନର କଥାକୁ ଅନୁଭବୀ ନେତ୍ରରେ ଦେଖିଛନ୍ତି । ବାସ୍ତବରେ କବି ଅନ୍ତଃ ପ୍ରକୃତି ସହିତ ବହିଃ ପ୍ରକୃତିର ମଧୁର ସମନ୍ୱୟ କରି, ନିଜର କବିତ୍ଵ ଚାତୁରୀକୁ ମହିମାନ୍ଵିତ କରିାଇଛନ୍ତି ।

CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Question ୫।
‘‘ପ୍ରକୃତି ମଧ୍ୟରେ ମାନବୀୟ ଭାବ ସମ୍ବେଦନାର ଉପସ୍ଥାପନ କବି ଗୋପବନ୍ଧୁଙ୍କ କବିତ୍ଵକୁ କାଳଜୟୀ କରାଇଛି’’, ପଠିତ କବିତା ଅବଲମ୍ବନରେ ଉକ୍ତିଟିର ସତ୍ୟତା ଦର୍ଶାଅ ।
Answer:
‘ବନ୍ଦୀର ବିରହ ବ୍ୟଥା’ କବିତାର କବି ଉତ୍କଳମଣି ଗୋପବନ୍ଧୁ ଦାସ । ସେ ଥିଲେ ଏକାଧାରାରେ ଜାତୀୟ କବି ଓ ପ୍ରକୃତି କବି । ଜାତୀୟଚେତନା ପରିପ୍ରଚାର ତାଙ୍କ ସାରସ୍ବତ ସାଧନାର ମୂଳଲକ୍ଷ୍ୟ ଥିଲେ ହେଁ ପ୍ରକୃତି ଚିତ୍ରଣ ଓ ସେଥ‌ିରେ ମାନବୀୟ ଭାବପ୍ରକାଶରେ ସେ ଥିଲେ ସିଦ୍ଧହସ୍ତ । ବହିଃ ପ୍ରକୃତି ସହିତ ଅନ୍ତଃ ପ୍ରକୃତିର ସେ ଥିଲେ ସମନ୍ଵୟକାରୀ । ଫଳରେ ତାଙ୍କର ପ୍ରକୃତି ନିର୍ବାକ୍ ଫଟୋଚିତ୍ର ନୁହେଁ ବରଂ ତାହା ଜୀବନ୍ତ, ଯାହାକି ମାନବୀୟ ଭାବ ପ୍ରକାଶ କରିବାରେ ଯଥେଷ୍ଟ ସଫଳ । ଅନ୍ୟଭାବରେ ପ୍ରକାଶ କଲେ ଗୋପବନ୍ଧୁଙ୍କ ପ୍ରକୃତି ମାନବୀୟ ରୂପରେ ମହିମାମଣ୍ଡିତା ।

‘ବନ୍ଦୀର ବିରହ ବ୍ୟଥା’ କବିତାରେ କବି ପ୍ରାକ୍ ସନ୍ଧ୍ୟା ବା ଉତ୍ତୀର୍ଣ୍ଣ ଅପରାହ୍ନର ବର୍ଣ୍ଣନା ଦେଇନାହାଁନ୍ତି, ବରଂ ଏଥରେ ସୂର୍ଯ୍ୟଙ୍କର ପୃଥ‌ିବୀଠାରୁ ବିଦାୟ ନେବାର ଦୃଶ୍ୟକୁ ଅତି ମନୋଜ୍ଞ ଭାବରେ ପରିପ୍ରକାଶ କରିଛନ୍ତି । ସୂର୍ଯ୍ୟ ଅସ୍ତାଚଳଗାମୀ ହେବାରୁ ସମଗ୍ର ଭୂଭାଗରେ ବିଦାୟବେଳାର ପର୍ବ ଲାଗିଯାଇଛି । ସେହି ବିଦାୟ ଉତ୍ସବ ପାଇଁ ପୃଥ‌ିବୀ ସାଜିଛି ବିଚିତ୍ରବର୍ଣ୍ଣା ଏବଂ ଆକାଶରେ ଆଚ୍ଛାଦିତ ହୋଇଛି, ନାନାରଙ୍ଗର ଚନ୍ଦ୍ରାତପ । ପକ୍ଷୀମାନେ ଗାନ କରୁଛନ୍ତି ବିରହର କରୁଣ ରାଗିଣୀ । ଗିରି ଓ ତରୁଶ୍ରେଣୀ ନିଜର ଛାୟାବିସ୍ତାର କରି ସୂର୍ଯ୍ୟଙ୍କ ପାଦତଳେ ବିଦାୟବେଳାର ପ୍ରଣାମ ଜଣାଉଛନ୍ତି । ଅନୁରକ୍ତ ଭୃତ୍ୟ ମସ୍ତକରେ ସମ୍ରାଟ ସୁବର୍ଣ୍ଣ ପାଟବସ୍ତ୍ର ବାନ୍ଧି ଦେଲାପରି ସୂର୍ଯ୍ୟରୂପୀ ସମ୍ରାଟ, ଗିରି ଓ ତରୁଶ୍ରେଣୀରୂପୀ ଭୃତ୍ୟଙ୍କ ମସ୍ତକରେ ସୁବର୍ଣ୍ଣକିରଣରେ ଆଚ୍ଛାଦିତ ରୂପକ ପାଟବସ୍ତ୍ର ବାନ୍ଧି ଦେଇଛନ୍ତି । ଅର୍ଥାତ୍ ପାଦପ ଓ ପର୍ବତର ଉପରିଭାଗରେ ଲାଲ ସୂର୍ଯ୍ୟକିରଣ ପଡ଼ି ଅପୂର୍ବ ଶ୍ରୀ ଧାରଣ କରିଥିବାରୁ କବି ଏଭଳି ପରିକଳ୍ପନା କରିଛନ୍ତି, ଯାହାକି କବିଙ୍କର ପ୍ରକୃତି ମଧ୍ୟରେ ମାନବୀୟ ଭାବ ପରିପ୍ରକାଶ କରୁଛି ।

ପ୍ରାଚୀ ଗଗନକୁ ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣ ସୁବର୍ଣ୍ଣ ରଙ୍ଗରେ ରଞ୍ଜିତ କରିଛି । ମାତ୍ର କବି ପରିକଳ୍ପନା କରିଛନ୍ତି, ପ୍ରାଚୀ ଦିଗ ସୂର୍ଯ୍ୟଙ୍କ ଅନୁରାଗରେ ନିଜ ବଦନକୁ ରଞ୍ଜିତ କରିଛି । ପୁନଶ୍ଚ ପ୍ରାଚୀ ଦିଗରେ ଥାଇ ସୂର୍ଯ୍ୟ ତାଙ୍କର ସ୍ନିଗ୍ଧକରରେ ଭୂ-ଭାଗକୁ କୋମଳ ଆଶ୍ଵାସନା ଦେଖାଇଛନ୍ତି ଏବଂ ସ୍ନେହ ଆଦର ପ୍ରକାଶ କରିଛନ୍ତି । ସେହି ସମୟର ଧୀର ସମୀରଣ ପ୍ରବାହକୁ କବି ମାନବୀୟ ଭାବ ପ୍ରକାଶ କରି ଲେଖିଛନ୍ତି, ସତେଯେପରି ମୃଦୁସମୀରଣ ସ୍ଵରରେ ପ୍ରେମିକ ସୂର୍ଯ୍ୟଦେବ ପୃଥ‌ିବୀକୁ ଆଶ୍ୱାସନା ଦେଇଛନ୍ତି । କବିଙ୍କ ଭାଷାରେ –
‘‘ସମୀରଣ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗିର,
କହନ୍ତି ‘ଅଚିରେ ଫେରିବି ଧନି ! ନୁହ କାତର ।’’
ଏହିପରି ବିଭିନ୍ନ ଦୃଷ୍ଟିରୁ ବିଚାରକଲେ, ପ୍ରକୃତି ମଧ୍ୟରେ ମାନବୀୟ ଭାବ ସମ୍ବେଦନାର ଉପସ୍ଥାପନା କବିଙ୍କୁ କାଳଜୟୀ କରିପାରିଛି, ଏଥ‌ିରେ ସନ୍ଦେହ ନାହିଁ ।

(କ) କବି ପରିଚିତି :

ସତ୍ୟବାଦୀଯୁଗର ବରେଣ୍ୟ ସାଧକ, ସତ୍ୟ-ଶିବ-ସୁନ୍ଦରର ପ୍ରତୀକ, ଆଦର୍ଶପ୍ରାଣ ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ସାହିତ୍ୟ ଓ ସମାଜରେ ବେଶ୍ ଜଣାଶୁଣା । ଦରିଦ୍ରନାରାୟଣ ସେବା ପାଇଁ, ପରୋପକାର ପାଇଁ ତଥା ଜଣେ ଜନନାୟକ ଭାବରେ ଉତ୍କଳର ଘରେ ଘରେ ସେ ପରିଚିତ । ଦରିଦ୍ର ମାନବର ସେବାରେ ସେ ଥିଲେ ସର୍ବଦା ବ୍ରତୀ ।

ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟସ୍ଥ ଭାର୍ଗବୀ ନଦୀ ଉପକୂଳବର୍ତ୍ତୀ ସୁଆଣ୍ଡୋ ଗ୍ରାମରେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁ ଜନ୍ମଗ୍ରହଣ କରିଥିଲେ । କଲ୍ୟାଣମୟୀ ଜନନୀ ସ୍ଵର୍ଣ୍ଣମୟୀ ଦେବୀଙ୍କୁ ଆଜନ୍ମରୁ ହରାଇ ପିତା ଦୈତାରୀ ଦାଶ ଓ ମାଉସୀ କମଳାଦେବୀଙ୍କ ସ୍ନେହ ଓ ଯତ୍ନରେ ସେ ବଢ଼ିଥିଲେ । ତୁଳସୀ ଦୁଇପତ୍ରରୁ ବାସିଲାପରି ଛୋଟବେଳୁ ଗୋପବନ୍ଧୁଙ୍କ ମହନୀୟ ପ୍ରତିଭା ଫୁଟି ଉଠିଥିଲା । ଚାଟଶାଳୀ ପାଠ ଶେଷକରି ରୂପଦେଈପୁର ମାଧ୍ୟମିକ ଭର୍ଣ୍ଣାକୁଲାର ସ୍କୁଲରେ ନାମ ଲେଖାଇଥିଲେ ସେ । ଏତିକିବେଳେ ବିଭିନ୍ନ ସେବାମୂଳକ କାର୍ଯ୍ୟକଳାପରେ ସେ ନିମଜ୍ଜିତ ରହିଥିଲେ । ମାଧ୍ୟମିକ ଶିକ୍ଷା ସମାପ୍ତି ପରେ ସେ ପୁରୀ ଜିଲ୍ଲାସ୍କୁଲରେ ନାମ ଲେଖାଇଥିଲେ । ତାଙ୍କର ବିଭିନ୍ନ ସେବାମୂଳକ କାର୍ଯ୍ୟକଳାପରେ ସାଧାରଣ ଜନତା ବେଶ୍ ସନ୍ତୁଷ୍ଟ ଥିଲେ ।

ନାନା ସେବା ଓ ସଂସ୍କାରଧର୍ମୀ ମନୋବୃତ୍ତି ନେଇ ଗୋପବନ୍ଧୁ ୧୮୯୯ ମସିହାରେ ମାଟ୍ରିକୁଲେଶନ ପାସ୍ କଲେ ଓ ତତ୍‌ପରେ ରେଭେନ୍ସା କଲେଜରେ ଏଫ୍.ଏ.ପଢ଼ିଲେ । ଏତିକିବେଳେ ସେ ନିଜ ପିତାଙ୍କୁ ହରାଇ ବସିଲେ । ତଥାପି ସେଥ୍ରେ ସେ ବିଶେଷ ମର୍ମାହତ ନ ହୋଇ ୧୯୦୧ ମସିହାରେ ଏଫ୍.ଏ. ପାସ୍ କରିବା ପରେ ଆଇନ, ପଢ଼ିବାର ସୁଯୋଗ ପାଇଥିଲେ । ଶେଷରେ ସେ କଲିକତା ବିଶ୍ଵବିଦ୍ୟାଳୟରୁ ବି.ଏଲ୍. ପାସ୍ କଲେ । ତତ୍‌ପରେ ତାଙ୍କୁ ବି.ଏ. ପଢ଼ିବାର ସୁଯୋଗ ମିଳିଥିଲା । ରେଭେନ୍ସା କଲେଜରୁ ୧୯୦୪ ମସିହାରେ ବି.ଏ. ପାସ୍ କରି ସେ ଏମ୍.ଏ. ପଢ଼ିଲେ ଓ ଏମ୍.ଏ. ପାସ୍ କରିବା ସମୟରେ ତାଙ୍କର ପତ୍ନୀବିୟୋଗ ଘଟିଲା । ସଙ୍ଗ୍ରହରା ଗୋପବନ୍ଧୁଙ୍କ ଜୀବନରେ ସର୍ବସାଧାରଣ ମାନବସେବା ହିଁ ଏକମାତ୍ର ପନ୍ଥା ହୋଇଉଠିଲା ।

କଲିକତା ବିଶ୍ଵବିଦ୍ୟାଳୟରୁ ଆଇନ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଗୋପବନ୍ଧୁ ଜଣେ ଆଇନଜୀବୀ ଭାବରେ ନିଜ କର୍ମମୟ ଜୀବନର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲେ; ମାତ୍ର ସେବା ଓ ସଂସ୍କାର ଯାହାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ, ତାଙ୍କୁ ସୀମିତ ପରିସର ଭିତରେ ବାନ୍ଧି ରଖନ୍ତା ବା କିଏ ? ୧୯୦୭ ମସିହାରେ ବ୍ରାହ୍ମଣୀ ନଦୀର ବନ୍ୟାରେ ପୀଡ଼ିତ କେନ୍ଦ୍ରାପଡ଼ା ଓ ଯାଜପୁର ଅଞ୍ଚଳର ନିରନ୍ନ ଅଧ୍ବବାସୀଙ୍କର ସେବା ଗୋପବନ୍ଧୁ ହିଁ କରିଥିଲେ । ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସମ୍ପର୍କରେ ଆସିବା ସହିତ ସେ ପୁରୀରେ କିଛିଦିନ ଓକିଲାତି କାର୍ଯ୍ୟ କରିଥିଲେ । ଇତ୍ୟବସରରେ ମୟୂରଭଞ୍ଜ ମହାରାଜା ରାମଚନ୍ଦ୍ର ଭଞ୍ଜଦେଓଙ୍କ ଅନୁରୋଧ କ୍ରମେ ସେ ସରକାରୀ ଓକିଲ ରୂପେ କାର୍ଯ୍ୟ କରିଥିଲେ। ୧୯୧୨ ମସିହାରେ ସେ ମୟୂରଭଞ୍ଜରୁ ଆସି ନୀଳଗିରିରେ କିଛିଦିନ ଶିକ୍ଷକତା କରିଥିଲେ । ‘ସତ୍ୟବାଦୀ’ ଶିକ୍ଷାର ଆଦର୍ଶ ଭିତରେ ବନ୍ୟା ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କର ସେବା, ବିଚ୍ଛିନ୍ନାଞ୍ଚଳର ମିଶ୍ରଣ, ବିନା ଶୁଳ୍କରେ ଲବଣ ଉତ୍ପାଦନ ପ୍ରଭୃତି ବିଭିନ୍ନ ମହତ୍ବ ଓ ଆଦର୍ଶ କାର୍ଯ୍ୟ କରିବାର ଶପଥ ନେଇ ଗୋପବନ୍ଧୁ ଆଗେଇଥିଲେ ।

ଉତ୍କଳ ସମ୍ମିଳନୀର ଜଣେ ସକ୍ରିୟ ସଭ୍ୟଭାବେ ଯୋଗଦେଇ ଉତ୍କଳର ସର୍ବାଙ୍ଗୀନ ବିକାଶ ଦିଗରେ ସେ ଉଦ୍ୟମ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ଭାଷାଭିଭିରେ ପ୍ରଦେଶ ଗଠନ ନୀତି ଉପରେ ଗୁରୁତ୍ବଦେଇ ଗୋପବନ୍ଧୁ ତାକୁ ପୁରୁଷ ଗୋପବନ୍ଧୁ ୧୯୨୮ ମସିହା ଜୁନ୍ ମାସ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କଦ୍ୱାରା ସମ୍ପାଦିତ ୧୯୧୩ ମସିହାରୁ ‘ଆଶା’, ୧୯୧୪ ମସିହାରୁ ‘ସତ୍ୟବାଦୀ’ ଏବଂ ‘ସମାଜ’ ୧୯୧୯ ମସିହାରୁ ପ୍ରକାଶିତ ହୋଇ ଜନସାଧାରଣରେ ଖୁବ୍ ଆଦୃତ ହୋଇଥିଲା ।

ଦୁଃଖୀ ଦରିଦ୍ର, ନିଃସ୍ଵ ଜନତାଙ୍କର ପ୍ରକୃତ ଦରଦୀ ବନ୍ଧୁ ଥିଲେ ଗୋପବନ୍ଧୁ । ସେ ସବୁବେଳେ ପ୍ରତିଟି ଦରିଦ୍ର ଜନତାର ସେବା ଭିତରେ ବଡ଼ଠାକୁର ଜଗନ୍ନାଥଙ୍କୁ ଦେଖିଥିଲେ। ତାଙ୍କ ଭାଷାରେ –
‘‘ଭାରତର ପ୍ରତି ବୃକ୍ଷ କଳ୍ପବଟ
ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ ।’’
ନିଜ ଅନ୍ତରର ଦରଦୀ ଭାବନେଇ ସେ ସମଗ୍ର ମାନବ ସମାଜକୁ ଭଲ ପାଉଥିଲେ । ତାଙ୍କର ଆଉ ଏକ ମହତ୍‌ବାଣୀ ହେଉଛି –
‘‘ଥିଲେ ଯହିଁ ତହିଁ ଭାରତ ବକ୍ଷରେ,
ମଣିବି ମୁଁ ଅଛି ଆପଣା କକ୍ଷରେ ।
ମୋ ନେତ୍ରେ ଭାରତ ଶିଳା ଶାଳଗ୍ରାମ,
ପ୍ରତି ସ୍ଥାନ ମୋର ପ୍ରିୟ ପୁରୀ ଧାମ ।’’
ଦରିଦ୍ର ନାରାୟଣର ସେବା ଭିତରେ ପ୍ରତିଟି ମଣିଷକୁ ଭଲପାଇବା, ସେମାନଙ୍କ ଦୁଃଖରେ ସମଦୁଃଖୀ ହେବା ଗୋପବନ୍ଧୁଙ୍କ ଜୀବନର ପରମବ୍ରତ ଥିଲା । ଭାରତବର୍ଷର ସ୍ଵାଧୀନତା ପାଇଁ ସେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କ ଭାଷାରେ –
‘‘ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।
ସ୍ଵରାଜ୍ୟର ପଥେ ଅଛି ଯେତେ ଗାଡ଼,
ପୂରୁ ପଡ଼ି ତହିଁ ମୋର ମାଂସ ହାଡ଼ ।’’
କେବଳ କଥାରେ ନୁହେଁ, କାମରେ ହିଁ ଗୋପବନ୍ଧୁଙ୍କ ବିଶ୍ୱାସ ଥିଲା । ‘‘ମାନବ ସେବାହିଁ ଭଗବତ୍ ସେବା’’ ଏହି ମନ୍ତ୍ର ଭିତରେ ସେ ମାନବର ସେବା ନିମନ୍ତେ ସର୍ବଦା କର୍ମ କରି ଚାଲିଥିଲେ । ତାଙ୍କର ଭାଷାରେ –
CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା 1
ସାର୍ବଜନୀନ ମାନବିକ ଆବେଦନ ଭିତରେ ଗୋପବନ୍ଧୁଙ୍କର ପ୍ରତ୍ୟେକ କବିତା ଜାତୀୟତାର ମନ୍ତ୍ରରେ ଦୀକ୍ଷିତ । ‘ଅବକାଶ ଚିନ୍ତା’ଠାରୁ ‘ଗୋ-ମାହାତ୍ମ୍ୟ’ ପର୍ଯ୍ୟନ୍ତ, ପୁଣି ଧର୍ମପଦ’, ‘ବନ୍ଦୀର ଆତ୍ମକଥା’, ‘କାରାକବିତା’, ‘ନଚିକେତା ଉପାଖ୍ୟାନ’ ପ୍ରତ୍ୟେକ କୃତିରେ କବିଙ୍କର ଅସାମାନ୍ୟ ବ୍ୟକ୍ତିତ୍ଵ ଫୁଟିଉଠିବା ସଙ୍ଗେ ସଙ୍ଗେ ଏକ ଅନନ୍ତବାଣୀ ଭିତରେ ଏହା ଯେମିତି ମର୍ମରିତ ହେଉଥ‌ିବା ଭଳି ଜଣାଯାଏ ।

(ଖ) କବିତାର ପୃଷ୍ଠଭୂମି :

ଗାନ୍ଧୀଙ୍କର ବାର୍ତ୍ତାକୁ ଓଡ଼ିଶାରେ ପରିପ୍ରଚାର କରି, ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦାସ ଇଂରେଜ ସରକାରଙ୍କଦ୍ବାରା ଗିରଫ ହୋଇ କାରାବରଣ କରିଥିଲେ । ସେ କଟକ ଓ ହଜାରିବାଗ୍ ଜେଲ୍‌ରେ ଥ‌ିବା ସମୟରେ କେତେଗୁଡ଼ିଏ କବିତା ରଚନା କରିଥିଲେ । କବିଙ୍କ ପରଲୋକ ହେବାପରେ, ସମାଜର ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟାମାନଙ୍କରେ କବିତାଗୁଡ଼ିକ ପ୍ରକାଶ ପାଇଥିଲା । ସେହି କବିତାଗୁଡ଼ିକର ନାମ ଥିଲା ‘କାରାକବିତା’ ।

ରାଜବନ୍ଦୀ ଭାବରେ ଗୋପବନ୍ଧୁ ବନ୍ଦୀଶାଳାରେ ରହିଥିଲେ । ସେ ଜୀବନରେ ମହାତ୍ମା ଗାନ୍ଧିଙ୍କର ଆଦର୍ଶ ଗ୍ରହଣକରି ତାଙ୍କ ତ୍ୟାଗପୂତ ପଥରେ ବ୍ରତୀ ହୋଇଥିଲେ । କାରାବରଣର ବନ୍ଧନ ଓ ନିପୀଡ଼ନ ତାଙ୍କୁ ଯେଉଁ ଦୁଃଖ ଦେଇଥୁଲା, ତାହାରି ବିରୋଧରେ ସେ ସ୍ଵର ଉତ୍ତୋଳନ କରିଥିଲେ । ବନ୍ଦୀ ଜୀବନରେ ଉତ୍ତୀର୍ଣ୍ଣ ଅପରାହ୍ନରେ ସୂର୍ଯ୍ୟାସ୍ତର ରୂପଶୋଭାକୁ ଦେଖି କବି ବିମୋହିତ ହୋଇଥିଲେ । ସେହି ସମୟର ପ୍ରାକୃତିକ ପରିବର୍ତ୍ତନକୁ ସେ ଭାବାବେଗରେ ଦେଖିଥିଲେ । ପ୍ରିୟ ପରିଜନ ଓ ଉତ୍କଳର ଜନସାଧାରଣଙ୍କଠାରୁ ଅଲଗା ହୋଇ ରହିଥ‌ିବାରୁ, ତାଙ୍କ ମନରେ ଯେଉଁସବୁ ଭାବ ଜାଗ୍ରତ ହୋଇଥିଲା, ତାହାକୁ ସେ କବିତା ଆକାରରେ ପ୍ରକାଶ କରିଥିଲେ । କବି ମନରେ ଇଂରେଜ ସରକାରଙ୍କ ପ୍ରତି ପ୍ରକାରାନ୍ତରେ ବିରୁଦ୍ଧ ଭାବ ଜାଗ୍ରତ ହୋଇଥିଲା । ଉପରୋକ୍ତ ଭାବଧାରାର ପ୍ରତିରୂପ ହେଉଛି କବିଙ୍କର ‘ବନ୍ଦୀର ବିରହ ବ୍ୟଥା’ ।

(ଗ) କବିତାର ସାରକଥା :

ମଧୁର ବସନ୍ତ ସମୟ । ଯେଉଁ ସମୟରେ ଶୀତ ସରି ସରି ଆସିଥାଏ । ସୂର୍ଯ୍ୟଙ୍କର କିରଣ ସେତେଟା ଟାଣ ହୋଇନଥାଏ । ଦକ୍ଷିଣ ଦିଗରୁ ମୁଦ୍ରପବନ ବହି ମନକୁ ଆମୋଦିତ କରୁଥାଏ । ସେହିଭଳି ସମୟରେ, ଉତ୍ତୀର୍ଣ୍ଣ ଅପରାହ୍ନକୁ କବି ଗୋପବନ୍ଧୁ ଦେଖିଛନ୍ତି । ଲକ୍ଷ୍ୟ କରିଛନ୍ତି ଅସ୍ତଗାମୀ ସୂର୍ଯ୍ୟଙ୍କର ଅପରୂପ ଦୃଶ୍ୟକୁ । ଦିନ ଶେଷ ହୋଇ ଆସିବାରୁ, ସୂର୍ଯ୍ୟ ପଶ୍ଚିମାକାଶରେ ଲୁଚିଯିବାକୁ ବସିଛନ୍ତି । ସୂର୍ଯ୍ୟ ଲୁଚିଯିବା ପୂର୍ବରୁ ସତେଯେପରି ପ୍ରକୃତିର ବିଦାୟ ଆୟୋଜନ ଲାଗିଯାଇଛି । ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭାରେ ସମଗ୍ର ଆକାଶ ନାନାରଙ୍ଗର ଚନ୍ଦ୍ରାତପରେ ସଜେଇ ହେଲାଭଳି ମନେହୋଇଛି । ଦିବସ ସରି ଆସିବାରୁ ପକ୍ଷୀମାନେ କଳରବ କରି ନିଜ ନିଜର ବସାକୁ ଫେରି ଯାଉଛନ୍ତି । କବି ପକ୍ଷୀମାନଙ୍କର ସେହି ଶବ୍ଦକୁ ବିଦାୟର କରୁଣାଗାନ ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ସୂର୍ଯ୍ୟ ପଶ୍ଚିମାଚଳକୁ ଗତି କରିବାରୁ ତରୁ ଓ ପର୍ବତର ଛାୟା ବଢ଼ିଯାଇଥାଏ, ଯାହାକୁ କବି ସେମାନେ ପ୍ରଣାମ କରୁଥା’ନ୍ତି ବୋଲି ପରିକଳ୍ପନା କରିଛନ୍ତି । ପୁନଶ୍ଚ ସୂର୍ଯ୍ୟଙ୍କର ସୃଶ୍ଚିମ କିରଣ ବୃକ୍ଷ ଓ ପର୍ବତର ଉପରିଭାଗରେ ଦେଖାଯାଉଥାଏ । କବି ସେହି ଦୃଶ୍ୟକୁ ଦେଖି ମନେକରିଛନ୍ତି, ସୂର୍ଯ୍ୟ ଯେପରି ସେମାନଙ୍କ ମସ୍ତକରେ ସୁନାରଙ୍ଗର ପାଟ ବାନ୍ଧିଦେଇଛନ୍ତି । ଅନୁରକ୍ତ ଭୃତ୍ୟକୁ ସମ୍ମାନିତ କରିବାପାଇଁ ରାଜା ମହାରାଜା ପାଟଶାଢ଼ୀ ବାନ୍ଧିଲା ପରି, ସୂର୍ଯ୍ୟରୂପୀ ମହାରାଜା ବା ସମ୍ରାଟ ବୃକ୍ଷ ଓ ପର୍ବତରୂପୀ ଭୃତ୍ୟଙ୍କୁ ସୂର୍ଯ୍ୟକିରଣ ରୂପୀ ପାଟଶାଢ଼ି ବାନ୍ଧି ଦେଇଛନ୍ତି ବୋଲି କବି ବିଚାର କରିଛନ୍ତି ।

ପଶ୍ଚିମାକାଶର ପର୍ବତର ଉପରିଭାଗରେ ଅସ୍ତଗାମୀ ସୂର୍ଯ୍ୟ ହସିଉଠିଲା ଭଳି ମନେ ହେଉଥା’ନ୍ତି । ସୂର୍ଯ୍ୟ ପ୍ରାଚୀ ଗଗନର ବଦନକୁ ଅତି ସ୍ନେହରେ ରଞ୍ଜିତ କରିଛନ୍ତି ବୋଲି କବି ବିଚାର କରିଛନ୍ତି । ଆହୁରି ମଧ୍ୟ ସୂର୍ଯ୍ୟଦେବ ତାଙ୍କର କୋମଳ ସ୍ପଶ୍ଚିମ କିରଣରେ କୋମଳ ଆଶ୍ଵାସନା କରି ସ୍ନେହ ଆଦରକଲା ଭଳି ଭାବ ପ୍ରକାଶ କରିଛନ୍ତି । ବିଦାୟବେଳାରେ ମୁଦୁସମୀରଣର ଅସ୍ପଷ୍ଟ ସ୍ବରରେ ‘ପୁଣି ଫେରି ଆସିବି’ ବୋଲି ସୂର୍ଯ୍ୟଦେବ ପ୍ରବୋଧନା ଦେଇଛନ୍ତି । ଅଳ୍ପ ସମୟରେ ପୁଣି ଫେରି ଆସିବି ବୋଲି ଆକାଶକୁ ଆଶ୍ୱାସନା ଦେଇଛନ୍ତି । ସ୍ନେହଭାବରେ ପ୍ରାଚୀର କପୋଳ ପ୍ରଦେଶ ରକ୍ତିମ ହେଲେବି, ତା’ମଧ୍ୟରେ ବିରହ-ଦୁଃଖର କାଳିମା ଦୋଳାୟମାନ ହୋଇଛି । ସୂର୍ଯ୍ୟ ନାଚି ନାଚି ହସି ହସି ଅସ୍ତ ହୋଇଗଲେ ବି ତାଙ୍କ ମୁଖରେ ଦେଖାଦେଇଛି, ଅଧୁକ ଭାବରେ ବିଷାଦଭାବ । ସେହି ଦୃଶ୍ୟକୁ ଦେଖି ମନେ କରିଛନ୍ତି, କେବଳ ଯିଏ ଅନୁଭବୀ, ସେହି କେବଳ ଅନୁରୂପ ଦୃଶ୍ୟକୁ ହିଁ ଅନୁଭବ କରିପାରିବ । ପ୍ରିୟଜନ ବିରହରେ କିପରି ଅତିଶୟ ଦୁଃଖ ହୋଇଥାଏ, ତାହା ଜାଣିପାରିବ । କାରଣ ପ୍ରୀତି ସୂତ୍ରରେ ବା ପ୍ରେମବନ୍ଧନରେ ସମଗ୍ର ଜଗତର ଜଡ଼ ଓ ଚେତନ ପରସ୍ପର ବାନ୍ଧିହୋଇ ରହିଛନ୍ତି ।

ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣକୁ ନେଇ ପ୍ରକୃତିର ପରିବର୍ତ୍ତନକୁ ବିଦାୟବେଳାର ବିରହ ମୁହୂର୍ତ୍ତ ଭାବରେ କବି ପରିକଳ୍ପନା କରିଛିନ୍ତି । ମନରେ ତାହା ଅଧିକ ପ୍ରଭାବ ବିସ୍ତାର କରିଛି । ଅତୀତର ଅନେକ ମୁହୂର୍ତ୍ତ କବିଙ୍କ ମନକୁ ଆହୁରି ବେଦନାକ୍ତ କରିଛି ।

ସନ୍ଧ୍ୟା ସମୟ ଉପଗତ ହେବାରୁ, ନିୟମ ଅନୁସାରେ ତାଙ୍କୁ ପୁଣି ତାଙ୍କର କୋଠରିକୁ ଫେରିଯିବାକୁ ପଡ଼ିବ । କାରାଗାରର ସିପାହୀ ତାଲା ପକାଇବାକୁ ଆସିବାରୁ, ସେ ତାହାକୁ ଅନୁରୋଧ କରିଛନ୍ତି, ଆଉକିଛି ସମୟ ରହିବାପାଇଁ । କାରଣ ସନ୍ଧ୍ୟା ଆଗତ ଦୃଶ୍ୟକୁ ସେ ଆହୁରି ପ୍ରାଣଭରି ଉପଭୋଗ କରିବାକୁ ଚାହିଁଛନ୍ତି । ଦିବସର ଅବସାନରେ ଭୂ-ଭାଗ କିପରି ଦୁଃଖପ୍ରକାଶ କରିଛି, ସୂର୍ଯ୍ୟଙ୍କୁ ବିଦାୟଦେଇ କିପରି ବିରହର ବ୍ୟଥା ଅନୁଭବ କରିଛି, ତାହାକୁ ମନଭରି ଦେଖିବାପାଇଁ ସେ ଇଚ୍ଛା କରିଛନ୍ତି ।

ସୁଖ ପାଖରେ ଦୁଃଖ ରହିଲାପରି ପ୍ରଣୟରୂପକ ପୀୟୂଷରେ ବିରହରୂପକ ବିଷ କାହିଁକି ରହିଥାଏ ବୋଲି, ସୃଷ୍ଟିର ଏ ବିଚିତ୍ର ନିୟମକୁ କବି ମନେ ମନେ ବିଚାର କରିଛନ୍ତି । ବିଶ୍ୱବାସୀଙ୍କ ପ୍ରତି ସୃଷ୍ଟିକର୍ତ୍ତାଙ୍କର ଏଭଳି ବିରୋଧମୂଳକ ନିୟମକୁ ଦେଖି ସେ ମନକୁ ମନ ପ୍ରଶ୍ନ କରିଛନ୍ତି । ଏହି ନିୟମକୁ ଆହୁରି ସ୍ପଷ୍ଟ କରିବାପାଇଁ କବି କହିଛନ୍ତି, ମନଲୋଭାକର ପଦ୍ମ ମୂଳରେ ବିଷଧର ସର୍ପ ଯୋଡ଼ିହୋଇ ରହିଥାଏ । ସୃଷ୍ଟିରେ ଏହି ବିପରୀତ ସ୍ଥିତିକୁ କେହି ଆକଳନ କରିପାରିବେ ନାହିଁ ।

କବି ଗୋପବନ୍ଧୁ ସେହି ଅବସରରେ ନିଜର ବିରହବିଧୂର ଭାବକୁ ପରିପ୍ରକାଶ କରିଛନ୍ତି । କାରଣ ନିଜର ପ୍ରିୟ ପରିଜନ ଓ ଆପଣାର ପରିଚିତ ପରିସରକୁ ସେ ଛାଡ଼ି ଆସିଛନ୍ତି । ସେହି ପରିଜନଙ୍କ ସ୍ମୃତିକୁ ଦୋହରାଇ ସ୍ମରଣ କରିଛନ୍ତି । ବନ୍ଦୀଭାବରେ ରହିଥ‌ିବାରୁ ବିରହର ବିଷମ ଜ୍ଵାଳା ବିଷସଦୃଶ ତାଙ୍କର ପ୍ରାଣକୁ ଆନ୍ଦୋଳିତ କରିଛି । ସେ ପୁଣି ସୂର୍ଯ୍ୟସ୍ତ କାଳୀନ ବିରହଦୃଶ୍ୟକୁ ଦରଦୀଭାବ ନେଇ ପ୍ରକାଶ କରିଛନ୍ତି । ତାଙ୍କ ହୃଦୟରେ ବିରହବେଦନା ଗୁମୁରି ଉଠିଛି ।

ସେହି ସମୟରେ ବନ୍ଦୀଶାଳାର ସିପାହି ତାଙ୍କୁ କୋଠରିକୁ ଫେରିଯିବା ପାଇଁ କହିଛି । କବି ଗୋପବନ୍ଧୁ ସେହି ସିପାହିକୁ ଆଉ ଦଣ୍ଡେ ରହିବାକୁ କହିଛନ୍ତି । କାରଣ ସେ ପର୍ଯ୍ୟନ୍ତ ଅବରୋଧ କକ୍ଷକୁ ଯିବାର ସମୟ ହୋଇନାହିଁ । ବେଳ ରତ ରତ ହେଉଛି । ସୂର୍ଯ୍ୟ ସମ୍ପୂର୍ଣ୍ଣ ଅସ୍ତଯାଇ ନାହାଁନ୍ତି । ସେହି କାରା ପ୍ରାଙ୍ଗଣରେ ଆଉ ଟିକିଏ ବୁଲାବୁଲି କରିବାକୁ ସେ ଇଚ୍ଛା କରିଛନ୍ତି । ମାତ୍ର କବିଙ୍କର କୌଣସି ଅନୁରୋଧକୁ ସିପାହି ଶୁଣିନାହିଁ । ତେଣୁ ସେ ନିଜକୁ ନିଜେ ବୁଝାଇ କହିଛନ୍ତି, ଯମଦୂତ ଭଳି ସିପାହି ମନରେ ସାମାନ୍ୟ ଦୟାଭାବ କିପରି ଆସିବ ? ଆଉ ଅଧ‌ିକ କିଛି ସିପାହିକୁ ନକହି, ନିଜର ମର୍ଯ୍ୟାଦା ରକ୍ଷାକରି କୋଠରିକୁ ସେ ଫେରିଯାଇଛନ୍ତି ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ:

  1. ମଧୁର – ମିଠା (ଅଧ୍ଵ ଥଣ୍ଡା ବା ଅଧ‌ିକ ଗରମ ନ ଥୁବା ସମୟ, ଯାହାକି ମନରେ ପୁଲକ ଭାବ ଆଣେ)
  2. ତପନ – ସୂର୍ଯ୍ୟ
  3. ଚନ୍ଦ୍ର ଆତପେ – ଚନ୍ଦ୍ରାତପେ / ଚାନ୍ଦୁଆ
  4. ଅମ୍ବର – ଆକାଶ
  5. ତରୁ – ଗଛ / ବୃକ୍ଷ
  6. ଗିରି – ପର୍ବତ
  7. ହେମବରଣୀ – ସୁନାରଙ୍ଗର
  8. ଭୃତ୍ୟ – ସେବକ
  9. ଅସ୍ତାଚଳ – ସୂର୍ଯ୍ୟ ଅସ୍ତ ହେଉଥିବା ପର୍ବତ
  10. ରବି – ସୂର୍ଯ୍ୟ
  11. ପ୍ରାଚୀ – ପଶ୍ଚିମ
  12. ଅନୁରାଗ – ସ୍ନେହ
  13. ଚାରୁ – ସୁନ୍ଦର
  14. ବଦନ – ମୁହଁ
  15. ସ୍ନିଗ୍ଧ – କୋମଳ
  16. କନକ କର – ସୁନାର କିରଣ
  17. ସମୀରଣ – ପବନ
  18. ଗିର – କଥା
  19. ଲାସ୍ୟହାସ୍ୟ – ନୃତ୍ୟ ଓ ହସରେ
  20. ପ୍ରକଟେ – ପ୍ରକାଶ ପାଏ
  21. ଗୁରୁ – ଅଧ‌ିକ
  22. ଜଡ଼ ଚେତନ – ଜଡ଼ ଓ ଜୀବ
  23. ପୀୟୂଷ – ଅମୃତ
  24. ବିଧ୍ – ସୃଷ୍ଟିକର୍ତ୍ତା
  25. ସରୋଜ – ପଦ୍ମ
  26. ଅହି – ସର୍ପ
  27. ସିପାହି – ଜେଲ୍‌ର ଗାର୍ଡ଼
  28. ଗୋଧୂଳିକାଳ – ସନ୍ଧ୍ୟା ସମୟ

BSE Odisha 8th Class Science Notes Chapter 10 କୈଶୋର

Odisha State Board BSE Odisha 8th Class Science Notes Chapter 10 କୈଶୋର will enable students to study smartly.

BSE Odisha Class 8 Science Notes Chapter 10 କୈଶୋର

→ଯୁବାବସ୍ଥା ଏବଂଯବନାବସ୍ଥା (Adolescence and Puberty):
(i) ଜନ୍ମ ପରେ ମଣିଷ ଶରୀରର ତିନୋଟି ପର୍ଯ୍ୟାୟରେ ଦ୍ରୁତ ଅଭିବୃଦ୍ଧି ଘଟିଥାଏ । ଯଥା –
(a) ଶୈଶବକାଳୀନ ଅଭବୃଦ୍ଧି
(b) ମଧ୍ୟକଳୀନ ଅଭବୃଦ୍ଧି
(c) କିଶୋରକାଳୀନ ଦ୍ରୁତ ଅଭିବୃଦ୍ଧି

→କୈଶୋର :
ପ୍ରାୟ 10 ଓ 11 ବର୍ଷ ବୟସ ବେଳକୁ କିଶୋରକାଳୀନ ଦ୍ରୁତ ଅଭିବୃଦ୍ଧି ଆରମ୍ଭ ହୋଇଥାଏ । ଏହି ଅବସ୍ଥାରେ ଶରୀରରେ ବହୁ ପରିବର୍ତ୍ତନ ଦେଖାଦିଏ । ଏପ୍ରକାର ପରିବର୍ତ୍ତନ ବୟଃପ୍ରାପ୍ତ ଅବସ୍ଥାରେ ଉପନୀତ ହେବାର ସଙ୍କେତ ଦିଏ ।

BSE Odisha 8th Class Science Notes Chapter 10 କୈଶୋର

→ଯୁବକ୍ରାନ୍ତ୍ର :

1. 10-11 ବର୍ଷ ବୟସରୁ ଆରମ୍ଭ ହୋଇ 18-19 ବର୍ଷ ବୟସ ପର୍ଯ୍ୟନ୍ତ ସମୟକୁ କୈଶୋର ବା କିଶୋରାବସ୍ଥା କୁହାଯାଏ । ଏହି ଅବସ୍ଥାରେ କିଶୋର, କିଶୋରୀମାନଙ୍କ ଆଚରଣରେ ପୂର୍ବ ତୁଳନାରେ କିଛି ପାର୍ଥକ୍ୟ ଦେଖାଯାଏ । ବୟସ ବୃଦ୍ଧି ସହ ପୁଅ ଓ ଝିଅମାନଙ୍କ ଉଚ୍ଚତା ବୃଦ୍ଧି ହୋଇଥାଏ ।
2. ବୟସ ବୃଦ୍ଧି ସହ ପୁଅ ଓ ଝିଅମାନଙ୍କ ଉଚ୍ଚତା ବୃଦ୍ଧି ହୋଇଥାଏ । 11 ବର୍ଷ ବୟସ ବେଳକୁ ପୁଅଟିଏ ତା’ର ସମ୍ଭାବ୍ୟ ଉଚ୍ଚତାର 81 ପ୍ରତିଶତ ଓ ଝିଅଟିଏ 88 ପ୍ରତିଶତ ଉଚ୍ଚ ହୋଇ ସାରିଥାଏ ।
3. ଉଦାହରଣ : ଗୋଟିଏ ପୁଅର ବୟସ = ୨ ବର୍ଷ ଓ ଉଚ୍ଚତା = 120 ସେ.ମି. ।
BSE Odisha 8th Class Science Notes Chapter 10 କୈଶୋର 1
BSE Odisha 8th Class Science Notes Chapter 10 କୈଶୋର 2

→ଯୁବକ୍ରାନ୍ତି ସମୟରେ ପରିବର୍ତ୍ତନ (Changes during puberty) :
(A) ଉଚ୍ଚତା ବୃଦ୍ଧି (Increase in height):

  • ପ୍ରାଥମିକ ଅବସ୍ଥାରେ ଝିଅମାନଙ୍କ ଉଚ୍ଚତା ବୃଦ୍ଧି ପୁଅଙ୍କଠାରୁ ଅଧ‌ିକ । କିନ୍ତୁ ପ୍ରାୟ 18 ବର୍ଷ ବୟସ ବେଳକୁ ଉଭୟେ ଯେତିକି ଉଚ୍ଚ ହେବାକଥା ସେତିକି ହୋଇ ସାରିଥା’ନ୍ତି ।
  • ଶରୀରର ଉଚ୍ଚତା ପିତାମାତାଙ୍କଠାରୁ ଆସିଥିବା ଜିନ୍ ଉପରେ ନିର୍ଭର କରେ ।
  • ବଢୁଥ‌ିବା ଅବସ୍ଥାରେ ଉପଯୁକ୍ତ ଖାଦ୍ୟ ଖାଇବା ଉଚିତ କାରଣ ଏହା ପେଶୀ, ଅସ୍ଥି, ଆଦିର ବୃଦ୍ଧିପାଇଁ ଆବଶ୍ୟକ ।

(B) ଶରୀରର ଆକୃତିରେ ପରିବର୍ତ୍ତନ (Change in Body shape):

  • କିଶୋରାବସ୍ଥାରେ ଶରୀର ଆକୃତିରେ ଘଟୁଥ‌ିବା ପରିବର୍ତ୍ତନ ପୁଅ ଓ ଝିଅମାନଙ୍କଠାରେ ଭିନ୍ନ ହୋଇଥାଏ ।
  • ଝିଅମାନଙ୍କ କ୍ଷେତ୍ରରେ ଅଣ୍ଟା ଓ ଶ୍ରୋଣୀ ଅଞ୍ଚଳ ଚଉଡ଼ା ହୁଏ ଏବଂ ଅଣ୍ଟା ଚାରିପଟେ ମେଦବୃଦ୍ଧି ଘଟେ ।
  • ପୁଅମାନଙ୍କ କ୍ଷେତ୍ରରେ କାନ୍ଧ ପ୍ରଶସ୍ତ ହୁଏ ଓ ମାଂସପେଶୀର ଅଧ‌ିକ ବୃଦ୍ଧି ଘଟେ ।
  • ଏହି ଅବସ୍ଥାରେ ଉଭୟ ପୁଅଝିଅଙ୍କର ଜନନ ଅଙ୍ଗର ବିକାଶ ଘଟେ ଏବଂ ଯୁଗ୍ମଜ ଉତ୍ପନ୍ନ ଓ ପରିପକ୍ବନ ଆଦି ଆରମ୍ଭ ହୁଏ ।

→ସ୍ଵର ପରବର୍ତ୍ତନ (Change in voice):

  • ଯୁବକ୍ରାନ୍ତିରେ ପୁଅଙ୍କ ସ୍ଵର ପେଟିକା ବୃଦ୍ଧିପାଏ । ଫଳରେ ସେମାନଙ୍କ କଣ୍ଠ ସାମାନ୍ୟ ଫୁଲି, ଆଗକୁ ବାହାରି ଆସିଥ‌ିବା ପରି ଦେଖାଯାଏ; କିନ୍ତୁ ଝିଅମାନଙ୍କ ସ୍ୱର ପେଟିକା ଛୋଟ ରହିଥାଏ ଏବଂ ବାହାରକୁ ପ୍ରାୟ ଦେଖାଯାଏ ନାହିଁ । ଏହି କାରଣରୁ ପୁଅ ଓ ଝିଅଙ୍କ ସ୍ବରରେ ପାର୍ଥକ୍ୟ ରହିଥାଏ ।
  • ସାଧାରଣତଃ ପୁଅଙ୍କ ସ୍ବର କିଛିଟା କର୍କଶ ଓ ଝିଅଙ୍କ ସ୍ବର ସୁମଧୁର ହୋଇଥାଏ ।

(C) ସେବାସିୟସ୍ ଗ୍ଲୋର କାର୍ଯ୍ୟକଳାପ ବୃଦ୍ଧି (Increased activity of sweat and sebaceous glow):

  • ଏହି ଅବସ୍ଥାରେ ଉଭୟ ସ୍ବେଦଗ୍ରନ୍ଥି ଓ ତୈଳ ସ୍ନେହଗ୍ରନ୍ଥିରୁ କ୍ଷରଣ ଅଧ‌ିକ ହୋଇଥାଏ, ଫଳରେ ଅନେକଙ୍କ ମୁହରେ ବ୍ରଣ ବାହାରେ ।
  • ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ହର୍‌ମୋନ୍ ସିଧା ରକ୍ତରେ ମିଶୁଥ‌ିବାରୁ ଏଗୁଡ଼ିକୁ ଅନାଳଗ୍ରନ୍ଥି (Endocrine gland) କୁହାଯାଏ ।

(D) ମାନସିକ, ବୌଦ୍ଧିକ ଓ ଆବେଗିକ ପରିପକ୍ବତା (Mental Intellectual and emotional is Maturity):

  • ଏହି ଅବସ୍ଥାରେ କିଶୋର କିଶୋରୀମାନଙ୍କ ଚିନ୍ତନ ଶୈଳୀରେ ପରିବର୍ତ୍ତନ ଦେଖାଯିବା ଯୋଗୁଁ ସେମାନେ
  • ବେଳେବେଳେ ଶରୀରର ଓ ମନର ପରିବର୍ତ୍ତନ ସହ ନିଜକୁ ଠିକ୍ ଭାବେ ଖାପ ଖୁଆଇ ନ ପାରି ସେମାନେ ନିଜକୁ
  • ଏହିସବୁ ପରିବର୍ତ୍ତନ ସ୍ବାଭାବିକ ଓ ବୃଦ୍ଧିର ଏକ ଅଂଶବିଶେଷ ଅଟେ

BSE Odisha 8th Class Science Notes Chapter 10 କୈଶୋର

→ହରମୋନର କାର୍ଯ୍ୟ (Function of Hormones):

  • ଯୁବକ୍ରାନ୍ତି ଅବସ୍ଥାରେ ଜନନ ଅଙ୍ଗଗୁଡ଼ିକରୁ ଲିଙ୍ଗୀୟ ହର୍‌ମୋନ କ୍ଷରିତ ହେବା ଆରମ୍ଭ ହୁଏ ।
  • ଶୁକ୍ରାଶୟ ଓ ଡିମ୍ବାଶୟରୁ ଯଥାକ୍ରମେ ଟେଷ୍ଟୋଷ୍ଟିରନ୍ ଓ ଇଡ୍ରୋଜେନ୍ ହରମୋନ୍ କ୍ଷରିତ ହୁଏ ।
  • ଏହି ହରମୋନ୍ ପ୍ରଭାବରେ ଲିଙ୍ଗୀୟ ଲକ୍ଷଣ ପ୍ରକାଶ ପାଏ ।
  • ହରମୋନ୍ କ୍ଷରଣ ପୋଷକ ଗ୍ରନ୍ଥି ଦ୍ବାରା ନିୟନ୍ତ୍ରିତ ହୋଇଥାଏ ।

ହରମୋନ୍ ହେଉଛି ଏକ ପ୍ରକାର ରାସାୟନିକ ପଦାର୍ଥ ଯାହାକି ଶରୀରରେ ଥ‌ିବା ଅନାଳ ଗ୍ରନ୍ଥିମାନଙ୍କରୁ କ୍ଷରିତ ହୋଇଥାଏ ।

→ପୁଷ୍ଟିର ଆବଶ୍ୟକତା (Needs of Nutritional Food) :

  • ଦେହ ଓ ମନ ସୁସ୍ଥ ରହିଲେ ସ୍ବାସ୍ଥ୍ୟ ଭଲ ରୁହେ । ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ଆବଶ୍ୟକ ।
  • ସୁଷମ ଖାଦ୍ୟ ଖାଇବା ସହ ବ୍ୟାୟାମ ଓ ବ୍ୟକ୍ତିଗତ ସ୍ତରରେ ସ୍ୱାସ୍ଥ୍ୟରକ୍ଷାର ନୀତିନିୟମ ପାଳନ କରିବା ଆବଶ୍ୟକ ।
  • କ୍ଷୀର ଏକ ସୁଷମ ଖାଦ୍ୟ । ମା’ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ପୁଷ୍ଟିକର ଉପାଦାନ ରହିଥାଏ । ଜନ୍ମ ପରେ କଷକ୍ଷୀର ଶିଶୁ ପାଇଁ ଅତ୍ୟନ୍ତ ଉପାଦେୟ ଅଟେ ।
  • ଶରୀରର ସୁରକ୍ଷା ପାଇଁ ପନିପରିବା, ଶାଗ ଓ ଫଳମୂଳ ଇତ୍ୟାଦି ଖାଇବା ଉଚିତ । ପ୍ୟାକେଟ୍ ବା ଟିଣରେ ଥ‌ିବା ଖାଦ୍ୟରେ ପୁଷ୍ଟିକର ଉପାଦାନ ନଥାଏ । ଏହା ସ୍ୱାସ୍ଥ୍ୟପାଇଁ ହାନିକାରକ ଅଟେ ।

→ପୁଅ କିମ୍ବା ଅ ହୁଅନ୍ତୁ (Whether Son or Daughter):

(i) ମଣିଷର ଗୁଣସୂତ୍ର ହେଉଛି ସଂଖ୍ୟା 23 ଯୋଡ଼ା । ଏଥିରୁ ଗୋଟିଏ ଯୋଡ଼ା ଗୁଣସୂତ୍ର ଅଟେ । ନାରୀଠାରେ ଏହି ଯୋଡ଼ା ଦୁଇଟି ‘x’ ଗୁଣସୂତ୍ରକୁ ନେଇ ଗଠିତ ହୋଇଥିବାବେଳେ ପୁରୁଷଠାରେ ଏହା ଗୋଟିଏ x ଓ ଗୋଟିଏ
(ii) ପ୍ରତ୍ୟେକ ପରିପକ୍ବ ଡିମ୍ବାଣୁରେ ‘x’ ଗୁଣସୂତ୍ର ଥ‌ିବା ବେଳେ କେତେକ ଶୁକ୍ରାଣୁରେ ‘x” ଓ ଅବଶିଷ୍ଟ ଶୁକ୍ରାଣୁରେ ‘y’ ଗୁଣସୂତ୍ର ରହିଥାଏ ।
BSE Odisha 8th Class Science Notes Chapter 10 କୈଶୋର 3
(iii) ସୁତରାଂ ପୁତ୍ର ସନ୍ତାନ ଜାତ ହେବାକୁ ହେଲେ y ଗୁଣସୂତ୍ର ଥିବା ଶୁକ୍ରାଣୁ ଆବଶ୍ୟକ ଥିବାରୁ ସନ୍ତାନର ଲିଙ୍ଗ ନିର୍ଦ୍ଧାରଣରେ ମା’ର ଭୂମିକା ନଥାଏ ।

BSE Odisha 8th Class Science Notes Chapter 10 କୈଶୋର

→ବ୍ୟକ୍ତିଗତ ସ୍ଵାସ୍ଥ୍ୟରକ୍ଷା ଓ ବ୍ୟାୟାମ (Personal Hygine & Exercise) :

  • ବ୍ୟକ୍ତିଗତ ସ୍ଵାସ୍ଥ୍ୟରକ୍ଷା ଦୃଷ୍ଟିରୁ ଦୈନିକ ଅନ୍ତତଃ ଥରେ ସ୍ନାନ କରିବା ଆବଶ୍ୟକ ।
  • କିଶୋର କିଶୋରୀମାନେ ଅଧ‌ିକ ପରିଶ୍ରମ କରୁଥିବା ଦୃଷ୍ଟିରୁ ସେମାନଙ୍କ ସ୍ବେଦଗ୍ରନ୍ଥି ବେଶ୍ ସକ୍ରିୟ ରହିଥାଏ ଏବଂ ଝାଳ ବହିବା ଓ ଜମିବା ଦୃଷ୍ଟିରୁ ଦେହରୁ ଦୁର୍ଗନ୍ଧ ବାହାରେ ।
  • ଦୈନିକ ନ ଗାଧୋଇଲେ ଜୀବାଣୁ ସଂକ୍ରମଣର ଆଶଙ୍କା ରହିଥାଏ ।
  • ଶରୀରକୁ ସୁସ୍ଥ, ସବଳ ରଖିବାପାଇଁ ଚାଲିବା ଓ ଖୋଲା ପଡ଼ିଆରେ ଖେଳିବା ଆବଶ୍ୟକ । ସବୁ କିଶୋର କିଶୋରୀ ବ୍ୟାୟାମ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

→ନିଶା ଔଷଧ ବର୍ଜନ କର :

  • ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରିବା ଉଚିତ ନୁହେଁ ।
  • ନିଶା ଔଷଧ ସେବନ କଲେ ନିଶାସକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ କାରଣ ଏହି ଔଷଧ ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ ।
  • ନିଶା ଔଷଧ ସେବନ ଶରୀରର କ୍ଷତି କରାଏ । ଫଳରେ ସ୍ଵାସ୍ଥ୍ୟହାନି ଘଟେ ଓ ସୁଖ ପରିବର୍ତ୍ତେ ଦୁଃଖ ଭୋଗିବାକୁ ପଡ଼ିଥାଏ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

Odisha State Board CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା Questions and Answers.

CHSE Odisha 11th Class Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

(କ) ଅର୍ଥନୈତିକ ଭିତ୍ତିଭୂମିର ବିକାଶ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ନିମ୍ନୋକ୍ତ କେଉଁଟି ଅର୍ଥନୈତିକ ଆଧାରିକ ସଂରଚନା ନୁହେଁ ?
(i) ଶକ୍ତି
(ii) ପରିବହନ
(iii) ଶିକ୍ଷା
(iv) ଯୋଗାଯୋଗ
Answer:
(iii) ଶିକ୍ଷା

2. କେଉଁ ପରିବହନ ବ୍ୟବସ୍ଥା ଭାରତର ଯାତ୍ରୀ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
(i) ରେଳ ପରିବହନ
(ii) ଜଳ ପରିବହନ
(iii) ସଡ଼କ ପରିବହନ
(iv) ଆକାଶ ପରିବହନ
Answer:
(ii) ଜଳ ପରିବହନ

3. ନିମ୍ନୋକ୍ତ କେଉଁଟି ଶକ୍ତିର ବ୍ୟବସାୟିକ ଉତ୍ସ ?
(i) କୋଇଲା
(ii) ଗୋବର
(iii) ଜାଳେଣି କାଠ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଜାଳେଣି କାଠ

4. ନିମ୍ନୋକ୍ତ କେଉଁଟି ଶକ୍ତିର ଅଣପାରମ୍ପରିକ ଉତ୍ସ ନୁହେଁ ?
(i) ସୌରଶକ୍ତି
(ii) ବିଜୁଳି ଶକ୍ତି
(iii) ପବନ ଶକ୍ତି
(iv) ଜୁଆର ଶକ୍ତି
Answer:
(i) ସୌରଶକ୍ତି

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

5. ସୁବର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ କେଉଁ କେଉଁ ମହାନଗରୀକୁ ସଂଯୋଗ କରୁଛି ?
(i) ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ
(ii) ଦିଲ୍ଲୀ, କୋଲକତା, ହାଇଦ୍ରାବାଦ, ଚେନ୍ନାଇ
(iii) ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକତା
(iv) ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, କୋଲକତା
Answer:
(ii) ଦିଲ୍ଲୀ, କୋଲକତା, ହାଇଦ୍ରାବାଦ, ଚେନ୍ନାଇ

6. ଆଧାରିକ ସଂରଚନା କେଉଁ କ୍ଷେତ୍ରପାଇଁ ସହାୟକ ହୋଇଥାଏ ?
(i) କୃଷି ବିକାଶ
(ii) ଶିଳ୍ପ ପ୍ରଗତି
(iii) ବାଣିଜ୍ୟ ବ୍ୟବସାୟ ବୃଦ୍ଧି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଶିଳ୍ପ ପ୍ରଗତି

7. ନିମ୍ନଲିଖ ମଧ୍ୟରୁ କେଉଁଟି ଅର୍ଥନୈତିକ ଆଧାରିତ ସଂରଚନା ଅଟେ ?
(i) ଶକ୍ତି
(ii) ସ୍ଵାସ୍ଥ୍ୟସେବା
(iii) ବାସଗୃହ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ସ୍ଵାସ୍ଥ୍ୟସେବା

8. କେଉଁ ଶକ୍ତି ଉତ୍ସ ଆମ ଦେଶର ପ୍ରଧାନ ଶକ୍ତି ଉତ୍ସ ଅଟେ ?
(i) ଜଳବିଦ୍ୟୁତ୍
(ii) ତାପଜ ବିଦ୍ୟୁତ୍
(iii) ଆଣବିକ ଶକ୍ତି
(iv) ସୌରଶକ୍ତି
Answer:
(ii) ତାପଜ ବିଦ୍ୟୁତ୍

9. ଦେଶର ପୂର୍ବତଟରେ କେତୋଟି ପ୍ରଧାନ ବନ୍ଦର ରହିଛି ?
(i) 12ଟି
(ii) 18ଟି
(iii) 6ଟି
(iv) 2ଟି
Answer:
(ii) 18ଟି

10. କେଉଁଟି ଅଣପାରମ୍ପରିକ ଶକ୍ତିଉତ୍ସ ଚିହ୍ନାଅ ।
(i) କୋଇଲା
(ii) ଗୋବର ଘଷି
(iii) ସୌରଶକ୍ତି
(iv) ଜଳବିଦ୍ୟୁତ୍
Answer:
(ii) ଗୋବର ଘଷି

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

11. କେଉଁ ବର୍ଷ ଭାରତରେ ରେଳ ଚଳାଚଳ ଆରମ୍ଭ ହେଲା ?
(i) 1947
(ii) 1853
(iii) 1863
(iv) 1951
Answer:
(ii) 1853

12. ଥର୍ମାଲ ଶକ୍ତି କେଉଁଥୁରୁ ସୃଷ୍ଟି ହୁଏ ?
(i) କୋଇଲା
(ii) ତୈଳ
(iii) ପ୍ରାକୃତିକ ଗ୍ୟାସ
(iv) ଉପରୋକ୍ତ ସମସ୍ତ
Answer:
(ii) ତୈଳ

13. କେଉଁ ଶକ୍ତିର କୌଣସି ପ୍ରଦୂଷଣ ଉପାଦାନ ନ ଥାଏ ?
(i) ନିଉକ୍ଲିୟର ଶକ୍ତି
(ii) ଥର୍ମାଲ୍ ଶକ୍ତି
(iii) ଜଳବିଦ୍ୟୁତ୍ ଶକ୍ତି
(iv) ଉପରୋକ୍ତ ସମସ୍ତ
Answer:
(ii) ଥର୍ମାଲ୍ ଶକ୍ତି

14. ପରିବହନ ବ୍ୟବସ୍ଥା ଶ୍ରମକୁ :
(i) ଗତିଶୀଳ କରେ
(ii) ବିଶେଷୀକରଣ କରେ
(iii) ଉଭୟ ଗତିଶୀଳ ଓ ବିଶେଷୀକରଣ କରେ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ବିଶେଷୀକରଣ କରେ

15. କେଉଁପଥ ଆନ୍ତଃରାଜ୍ୟ ସଡ଼କ ସଂଯୋଗ ସ୍ଥାପନ କରିଥାଏ ?
(i) ଜାତୀୟ
(ii) ଗ୍ରାମ୍ୟପଥ
(iii) ରାଜ୍ୟ ରାଜପଥ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଗ୍ରାମ୍ୟପଥ

16. କେଉଁ ପଥ ଜିଲ୍ଲାମାନଙ୍କର ମୁଖ୍ୟକେନ୍ଦ୍ର ସହ ସଂଯୋଗ ସ୍ଥାପନ କରେ ?
(i) ଗ୍ରାମ୍ଯପଥ
(ii) ଜାତୀୟ ରାଜପଥ
(iii) ରାଜ୍ୟ ରାଜପଥ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଜାତୀୟ ରାଜପଥ

17. ପ୍ରଧାନମନ୍ତ୍ରୀ ଭାରତ ଯୋଡ଼ା ପରିଯୋଜନା କାହା ସହିତ ସଂପୃକ୍ତ ?
(i) ନଦୀ ସଂଯୋଗୀକରଣ
(ii) ସଞ୍ଚାର
(iii) ସାମାଜିକ ସଂହତି
(iv) ରାଜପଥ ବିକାଶ
Answer:
(ii) ସଞ୍ଚାର

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

B. ଶୂନ୍ୟସ୍ଥାନ ପୂରଣ କର :

1. ଶକ୍ତି ଏକ ________________ ଆଧାରିକ ସଂରଚନା ।
Answer:
ଅର୍ଥନୀତିକ

2. ________________ ଏକ ପାରମ୍ପାରିକ ଶକ୍ତି ଉତ୍ସ ।
Answer:
କୋଇଲା

3. ଭାରତର ମୁଖ୍ୟ ବନ୍ଦରଗୁଡ଼ିକ _____________________ ଦ୍ଵାରା ପରିଚାଳିତ ହୁଏ ।
Answer:
ବନ୍ଦର ଟ୍ରଷ୍ଟ (ଭାରତ ସରକାର)

4. ବ୍ୟକ୍ତି, ପ୍ରତିଷ୍ଠାନ ଓ ଅଞ୍ଚଳ ମଧ୍ୟରେ ବାର୍ତ୍ତା, ସମ୍ବାଦ ଓ ତଥ୍ୟର ଆଦାନ ପ୍ରଦାନକୁ __________________ ବୋଲି ଅଭିହିତ କରାଯାଏ ।
Answer:
ଯୋଗାଯୋଗ

5. ପରିବହନ ମାଧ୍ଯମମାନଙ୍କ ମଧ୍ୟରେ ____________________ ପରିବହନ ହେଉଛି ସବୁଠାରୁ ସୁଲଭ ଓ ଦୁବିଧାଜନକ ।
Answer:
ଜଳ

6. ଜାତୀୟ ଅର୍ଥବ୍ୟବସ୍ଥାର ବିକାଶ ସହିତ ସମ୍ପୃକ୍ତ ପରିବହନ ବ୍ୟବସ୍ଥାମାନଙ୍କ ମଧ୍ୟରେ ________________ ପରିବହନ ବ୍ୟବସ୍ଥା ହେଉଛି ସର୍ବବୃହତ ।
Answer:
ରେଳ

7. ମଣିଷ ବା ଜିନିଷପତ୍ରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରିନେବା ପ୍ରକ୍ରିୟାକୁ ____________ କୁହାଯାଏ ।
Answer:
ପରିବହନ

8. ଜାତୀୟ ରାଜପଥର ନିର୍ମାଣ __________________ ଙ୍କ ଦାୟିତ୍ଵରେ ଥାଏ ।
Answer:
କେନ୍ଦ୍ର ସରକାର

9. ଭାରତରେ ସଚୁଦାୟ _________________ ଟି ଜାତୀୟ ରାଜପଥ ଅଛି ।
Answer:
56ଟି

10. ଭାରତର ରେଳପଥ ଏସିଆରେ _______________ ଓ ପୃଥ‌ିବୀରେ ________________ ବୃହତ୍ ।
Answer:
ବୃହତ୍ତମ, ଦ୍ଵିତୀୟ

11. ଭାରତର ରେଳସଂସ୍ଥା ଦେଶର _______________ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ।
Answer:
ସର୍ବବୃହତ୍ତମ

12. 1984-85 ରେ କଲିକତାରେ ଦେଶର ସର୍ବପ୍ରଥମ ___________________ ଟ୍ରେନ୍‌ର ଶୁଭାରମ୍ଭ ହୋଇଥିଲା ।
Answer:
ମେଟ୍ରୋ

13. ବିମାନ ଚଳାଚଳର ସୁବିଧା ପାଇଁ ଦେଶରେ _________________ ଟି ଆନ୍ତର୍ଜ।ତିକ ବିମାନ ବନ୍ଦର ରହିଛି ।
Answer:
15ଟି

14. ଦେଶରେ _________________ ଟି ଜାତୀୟ ବିମାନ ବନ୍ଦର ରହିଛି ।
Answer:
87ଟି

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

15. ଯୋଗଯୋଗର ମାଧ୍ୟମ ହିସାବରେ ଦେଶରେ _____________________ ସେବା ସବୁଠାରୁ ପୁରାତନ ତଥା ବ୍ୟାପକ ।
Answer:
ଡ।କ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଆଧାରିକ ସଂରଚନା କହିଲେ ତୁମେ କ’ଣ ବୁଝ ?
Answer:
ଯେଉଁ ମୌଳିକ ସେବା, ସୁବିଧା ଓ କାର୍ଯ୍ୟକଳାପ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରର ଆର୍ଥନୀତିକ କାର୍ଯ୍ୟାବଳୀକୁ ସହଜ ଓ ସୁଗମ କରି ଆର୍ଥନୀତିକ ଅଭିବୃଦ୍ଧିକୁ ତ୍ବରାନିତ କରେ, ତାହାକୁ ଭିଭିଭୂମି କୁହାଯାଏ ।

2. ଅର୍ଥନୈତିକ ଆଧାରିକ ସଂରଚନା କହିଲେ କ’ଣ ବୁଝ ?
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ପ୍ରତ୍ୟକ୍ଷଭାବେ ଆର୍ଥିକ ଅଭିବୃଦ୍ଧି ହାସଲରେ ସାହାଯ୍ୟ କରେ, ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ ।

3. ଭାରତରେ ଶକ୍ତିର ମୁଖ୍ୟ ଉତ୍ସ କିଏ ?
Answer:
ଥର୍ମାଲ ଶକ୍ତି ଭାରତର ଶକ୍ତିର ମୁଖ୍ୟ ଉତ୍ସ ।

4. ଗୋଟିଏ ଅଣପାରମ୍ପରିକ ଶକ୍ତିର ଉତ୍ସର ନାମ ଲେଖ ।
Answer:
ପବନଶକ୍ତି ହେଉଛି ଅଣପାରମ୍ପରିକ ଶକ୍ତି ।

5. ଆର୍ଥନୀତିକ ଭିତ୍ତିଭୂମିର ଗୋଟିଏ ଉଦାହରଣ ଦିଅ ।
Answer:
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହେଉଛି ଆର୍ଥନୀତିକ ଭିତ୍ତିଭୂମି ।

6. କେଉଁ ଉତ୍ସରୁ ବିଦ୍ୟୁତ୍ ଶକ୍ତି ସ୍ଵଳ୍ପ ମୂଲ୍ୟରେ ମିଳିଥାଏ ?
Answer:
ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ବିଦ୍ୟୁତଶକ୍ତି ସ୍ଵଳ୍ପମୂଲ୍ୟରେ ମିଳିଥାଏ ।

7. କେଉଁ ଶକ୍ତିର ଉତ୍ସରେ ପରିବେଶ ପ୍ରଦୂଷଣକାରୀ ଉପାଦାନ ନଥାଏ ?
Answer:
ଜଳବିଦ୍ୟୁତ୍ ଶକ୍ତିରେ ପରିବେଶ ପ୍ରଦୂଷଣକାରୀ ଉପାଦାନ ନଥାଏ ।

8. ରାଜ୍ୟରେ ସଡ଼କ ପରିବହନ ବ୍ୟବସ୍ଥା କେଉଁ ସଂସ୍ଥାଦ୍ୱାରା ପରିଚାଳିତ ହୋଇଥାଏ ।
Answer:
ରାଜ୍ୟ ସଡ଼କ ପରିବହନ କର୍ପୋରେସନଦ୍ୱାରା ରାଜ୍ୟରେ ସଡ଼କ ପରିବହନ ବ୍ୟବସ୍ଥା ପରିଚାଳିତ ହୋଇଥାଏ ।

9. ଜାତୀୟ ଟେଲିକମ୍ ନୀତି କେବେ ପ୍ରଣୀତ ହୋଇଥିଲା ?
Answer:
1994 ମସିହାରେ ଜାତୀୟ ଟେଲିକମ୍ ନୀତି ପ୍ରଣୀତ ହୋଇଥିଲା ।

10. P.C.O.ର ପୂରା ଅର୍ଥ କ’ଣ ?
Answer:
Public call office.

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

11. କେଉଁ ଚାରୋଟି ସହରରେ ପ୍ରଥମେ ସେଲୁଲାର ସେବା ପ୍ରଚଳନ କରାଯାଇଥିଲା ।
Answer:
ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲ୍‌କତା ସହରେ ପ୍ରଥମେ ସେଲୁଲାର ସେବା ପ୍ରଚଳନ କରାଯାଇଥିଲା ।

12. ଥର୍ମାଲ ଶକ୍ତିର ଉତ୍ସ କ’ଣ ?
Answer:
କୋଇଲା, ତୈଳ ଓ ପ୍ରାକୃତିକ ଗ୍ୟାସ୍ ହେଉଛି ଥର୍ମାଲ୍ ଶକ୍ତିର ଉତ୍ସ ।

13. O.N.G.C. ପୂରା ଅର୍ଥ କ’ଣ ?
Answer:
Oil and Natural Gas Commission.

14. N.T.P.C. ପୂରା ଅର୍ଥ କ’ଣ ?
Answer:
National Thermal power corporation.

15. TRAI ପୂରା ଅର୍ଥ କ’ଣ ?
Answer:
Telecom Regulation Authority of India.

16. TRAI କେବେ ଗଠିତ ହୋଇଥିଲା ?
Answer:
1997 ମସିହା March 25 ତାରିଖରେ TRAI ଗଠିତ ହୋଇଥିଲା ।

17. TRIAର ଏକ ଆଭିମୁଖ୍ୟ ଲେଖ ।
Answer:
ଟେଲି ଯୋଗାଯୋଗ ସେବା କ୍ଷେତ୍ରରେ ତାରିଫ ଓ ଫି ନିର୍ଦ୍ଧାରଣ ।

18. ଇ-ମେଲ୍ କ’ଣ ?
Answer:
ଇ-ମେଲ୍ ହେଉଛି ଅତ୍ୟାଧୁନିକ ଯୋଗଯୋଗ ବ୍ୟବସ୍ଥା, ଯାହା ମାଧ୍ୟମରେ ପୃଥ‌ିବୀର ଯେକୌଣସି ସ୍ଥାନକୁ ବାର୍ତ୍ତା, ଫଟୋ, ଫାଇଲ୍ କମ୍ ସମୟରେ ପ୍ରେରଣ କରିହେବ ।

19. ଫାକ୍‌ସ କ’ଣ?
Answer:
ଲିଖ୍ ବାର୍ତ୍ତା ପ୍ରେରଣ ପାଇଁ ଫାକ୍‌ସ ଏକ ଇଲେକ୍ଟ୍ରୋନିକ ମାଧ୍ୟମ, ଏହାଦ୍ୱାରା ବାର୍ଭା ଖୁବ୍ କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଥାଏ ।

20. ଭାରତରେ ପ୍ରଥମେ କେଉଁ ମସିହାରେ ଡାକସେବା ଆରମ୍ଭ ହୋଇଥିଲା ।
Answer:
ଭାରତରେ ପ୍ରଥମେ 1937 ମସିହାରେ ଡାକସେବା ଆରମ୍ଭ ହୋଇଥିଲା ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକସ୍ଥଳେ ସଂଶୋଧନ କର ।

1. ଭାରତରେ ବିଦ୍ୟୁତଶକ୍ତିମାନଙ୍କ ମଧ୍ୟରେ ଜଳବିଦ୍ୟୁତ୍‌ର ଉତ୍ପାଦନ ସବୁଠାରୁ ଅଧିକ ।
Answer:
ଭାରତରେ ବିଦ୍ୟୁତଶକ୍ତିମାନଙ୍କ ମଧ୍ୟରେ ତାପଜ ବିଦ୍ୟୁତ୍‌ର ଉତ୍ପାଦନ ସବୁଠାରୁ ଅଧିକ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

2. ଭାରତ ଖଣିଜତୈଳ ଉପଦାନରେ ଏକ ସ୍ବାବଲମ୍ବୀ ଦେଶ ।
Answer:
ଭାରତ ଖଣିଜତୈଳ ଉତ୍ପାଦାନରେ ଏକ ନିଅଣ୍ଟିଆ ଦେଶ ।

3. ଭାରତର ପ୍ରଥମ ଆଣବିକ ଶକ୍ତିକେନ୍ଦ୍ର 1969 ମସିହାରେ କୋଚୀଠାରେ ସ୍ଥାପିତ ହୋଇଥିଲା ।
Answer:
ଭାରତର ପ୍ରଥମ ଆଣବିକ ଶକ୍ତିକେନ୍ଦ୍ର 1969 ମସିହାରେ ତାରପୁରଠାରେ ସ୍ଥାପିତ ହୋଇଥିଲା ।

4.ଅଣପାରମ୍ପରିକ ଶକ୍ତିକୁ ନୂତନ ତାପଜ ବିଦ୍ୟୁତ୍ ଶକ୍ତି କୁହାଯାଏ ।
Answer:
ଅଣପାରମ୍ପରିକ ଶକ୍ତିକୁ ନୂତନ ଅକ୍ଷୟ ଶକ୍ତି କୁହାଯାଏ ।

5. ବ୍ୟକ୍ତି, ପ୍ରତିଷ୍ଠାନ ଓ ଅଞ୍ଚଳ ମଧ୍ୟରେ ବାର୍ତ୍ତା, ସମ୍ବାଦ ଓ ତଥ୍ୟର ଆଦାନ ପ୍ରଦାନକୁ ପରିବହନ ବୋଲି ଅଭିହିତ କରାଯାଏ ।
Answer:
ବ୍ୟକ୍ତି, ପ୍ରତିଷ୍ଠାନ ଓ ଅଞ୍ଚଳ ମଧ୍ୟରେ ବାର୍ତ୍ତା, ସମ୍ବାଦ ଓ ତଥ୍ୟର ଆଦାନ ପ୍ରଦାନକୁ ଯୋଗାଯୋଗ ବୋଲି ଅଭିହିତ କରାଯାଏ ।

6. ପରିବହନ ମାଧ୍ଯମମାନଙ୍କ ମଧ୍ୟରେ ସଡ଼କ ପରିବହନ ହେଉଛି ସବୁଠାରୁ ସୁଲଭ ଓ ସୁବିଧାଜନକ ।
Answer:
ପରିବହନ ମାଧ୍ଯମମାନଙ୍କ ମଧ୍ୟରେ ସଡ଼କ ପରିବହନ ହେଉଛି ସବୁଠାରୁ ସୁଲଭ ଓ ସୁବିଧାଜନକ ।

7. ଅର୍ଥବ୍ୟବସ୍ଥାରେ ଯେଉଁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ପରୋକ୍ଷଭାବେ ଆର୍ଥିକ ଅଭିବୃଦ୍ଧି ସାହାଯ୍ୟ କରେ ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ ।
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ପ୍ରତ୍ୟକ୍ଷଭାବେ ଆର୍ଥିକ ଅଭିବୃଦ୍ଧି ହାସଲରେ ସାହାଯ୍ୟ କରେ ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ ।

8. ମଣିଷ ବା ଜିନିଷପତ୍ରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରିନେବା ପ୍ରକ୍ରିୟାକୁ ଯୋଗାଯୋଗ କୁହାଯାଏ ।
Answer:
ମଣିଷ ବା ଜିନିଷପତ୍ରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରିନେବା ପ୍ରକ୍ରିୟାକୁ ପରିବହନ କୁହାଯାଏ ।

9. 1891 ମସିହାରେ କଲିକତା ଓ ଦିଲ୍ଲୀ ମଧ୍ଯରେ ପ୍ରଥମେ ତାର ସେବା ଆରମ୍ଭ ହୋଇଥିଲା ।
Answer:
1891 ମସିହାରେ କଲିକତା ଓ ଡାମଣ୍ଡ ହାର୍‌ବର୍ ମଧ୍ୟରେ ପ୍ରଥମେ ତାର୍ ସେବା ଆରମ୍ଭ ହୋଇଥିଲା ।

10. ପୃଥିବୀର ଉଚ୍ଚତମ ସଡ଼କ, ହିମାଚଳ ପ୍ରଦେଶର ମନାଲିରୁ କୁଲୁ ପର୍ଯ୍ୟନ୍ତ ଯାଇଥିବା ସଡ଼କ ।
Answer:
ପୃଥ‌ିବୀର ଉଚ୍ଚତମ ସଡ଼କ, ହିମାଚଳ ପ୍ରଦେଶର ମନାଲିରୁ ଲେହ ପର୍ଯ୍ୟନ୍ତ ଯାଇଥିବା ସଡ଼କ ।

11. ଶକ୍ତି ଏକ ସାମାଜିକ ଆଧାରିକ ସଂରଚନା ।
Answer:
ଶକ୍ତି ଏକ ଅର୍ଥନୈତିକ ଆଧାରିକ ସଂରଚନା ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

12. ସୌରଶକ୍ତି ଏକ ପାରମ୍ପାରିକ ଶକ୍ତିର ଉତ୍ସ ।
Answer:
ସୌରଶକ୍ତି ଏକ ଅଣପାରମ୍ପାରିକ ଶକ୍ତିର ଉତ୍ସ ।

E. ତିନୋଟି ବାକ୍ୟ ମଧ୍ଯରେ ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦିଅ ।

1. ଆଧାରିକ ସଂରଚନାର ଅର୍ଥ କ’ଣ ?
Answer:
ଆଧାରିକ ସଂରଚନା କେତେକ ମୌଳିକ ସୁବିଧା ସୁଯୋଗ, ସେବା ବା କାର୍ଯ୍ୟକଳାପକୁ ବୁଝାଏ, ଯାହା ଅର୍ଥବ୍ୟବସ୍ଥା ଅନ୍ତସେବା ବା କାର୍ଯ୍ୟକଳାପକୁ ବୁଝାଏ, ଯାହା ଅର୍ଥବ୍ୟବସ୍ଥା ଅନ୍ତର୍ଗତ ଅନ୍ୟାନ୍ୟ ଉପାଦାନ କ୍ଷେତ୍ରଗୁଡ଼ିକର ପ୍ରତିଷ୍ଠା, କାର୍ଯ୍ୟକାରିତା ଓ ଉନ୍ନୟନକୁ ସାହାଯ୍ୟ କରିଥାଏ । ଏହା ଉନ୍ନୟନ ପ୍ରକ୍ରିୟାକୁ ସହଜ ଓ ସୁଗମ କରିଥାଏ । ତେଣୁ ଉନ୍ନୟନ ପୂର୍ବରୁ ଏହାର ଆବଶ୍ୟକତା ରହିଥାଏ । ଉନ୍ନୟନ ପ୍ରକ୍ରିୟା ଯେପରି ସର୍ବଦା ଜାରି ରହିଥାଏ, ଆଧାରିକ ସଂରଚନା ମଧ୍ୟ ସେହିପରି ଏକ ନିତ୍ୟନୈମିତ୍ତିକ ପ୍ରକ୍ରିୟା ।

2. ଅର୍ଥନୈତିକ ଆଧାରିକ ସଂରଚନା କ’ଣ ?
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ପ୍ରତ୍ୟକ୍ଷଭାବରେ ଆର୍ଥିକ ଅଭିବୃଦ୍ଧି ହାସଲରେ ସାହାଯ୍ୟ କରେ, ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ । ଏହା ବହୁବିଧ; ଯଥା –

(କ) ଶକ୍ତି
(ଖ) ଗମନାଗମନ
(ଗ) ଯୋଗାଯୋଗ
(ଘ) ବ୍ୟାଙ୍କ୍ ଓ ବୀମା ଏବଂ
(ଙ) ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ।

ଏହାକୁ ମଧ୍ୟ ଅର୍ଥନୈତିକ ସ୍ଥାୟୀ ଫୁଜି କୁହାଯାଏ ।

3. ଆଧାରିକ ସଂରଚନାରେ ପୁଞ୍ଜିନିବେଶର ବିଶେଷ ଲକ୍ଷଣଗୁଡ଼ିକ କ’ଣ ?
Answer:
ଯଦିଓ ଆଧାରିକ ସଂରଚନା କ୍ଷେତ୍ରରେ ପୁଞ୍ଜିନିବେଶ ଏକ ମୌଳିକ ଆବଶ୍ୟକତା ବୋଲି ଧରାଯାଏ, ତଥାପି ଏହିପ୍ରକାର ପୁଞ୍ଜିନିବେଶର କେତେକ ଲକ୍ଷଣ ଦେଖାଯାଏ । ସେଗୁଡ଼ିକ ହେଲା –

(କ) ଯେକୌଣସି ଆଧାରିକ ସଂରଚନା ପ୍ରକଳ୍ପରେ ଅତ୍ୟଧିକ ପରିମାଣର ପୁଞ୍ଜିନିବେଶ କରିବାକୁ ପଡ଼େ,
(ଖ) ପ୍ରକଳ୍ପର ଆରମ୍ଭରେ ଉପାଦାନଗୁଡ଼ିକର ନିୟୋଜନ ଓ ଉତ୍ପାଦିତ ଦ୍ରବ୍ୟ ବା ସେବାର ଯୋଗାଣ ମଧ୍ଯରେ ବହୁତ ସମୟର ବ୍ୟବଧାନ,
(ଗ) ଏପ୍ରକାର କାର୍ଯ୍ୟରେ ପୁଞ୍ଜିନିବେଶ ଲାଭ ପ୍ରଣୋଦିତ ନୁହେଁ,
(ଘ) ଘରୋଇ ଉତ୍ପାଦନକାରୀମାନେ ଏ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ, କାରଣ ଏହା ଶିଘ୍ର ଲାଭ ଦେଇପାରେ ନାହିଁ ।

4. ଶକ୍ତି କ’ଣ ?
Answer:
ଅର୍ଥନୈତିକ ବିକାଶରେ ଶକ୍ତିର ଗୁରୁତ୍ଵ ନେଇ କୌଣସି ଦ୍ବିମତ ନାହିଁ । ଆର୍ଥିକ ବିକାଶ, ମାନବ କଲ୍ୟାଣ ଓ ଉଚ୍ଚମାନର ଜୀବନଧାରଣ ଲାଗି ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଶକ୍ତି ଯୋଗାଇଦେବା ଆବଶ୍ୟକ । ଏହା ମାନବ ଶ୍ରମକୁ ବହୁଗୁଣିତ କରିବା ସଙ୍ଗେ ସଙ୍ଗେ କୃଷି, ଶିଳ୍ପ ଏବଂ ସେବାର ଉତ୍ପାଦକତା ବୃଦ୍ଧି କରିଥାଏ । ତେଣୁ ଶକ୍ତିକୁ ଅଭିବୃଦ୍ଧିର ଇଞ୍ଜିନ୍ ବୋଲି କୁହାଯାଏ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

5. ପରିବହନ କ’ଣ ?
Answer:
ମଣିଷ ବା ଜିନିଷପତ୍ରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରିନେବା ପ୍ରକ୍ରିୟାକୁ ପରିବହନ କୁହାଯାଏ । ଦେଶର ଅର୍ଥବ୍ୟବସ୍ଥାରେ ଥ‌ିବା ପ୍ରାଥମିକ ଓ ମାଧ୍ଯମିକ କ୍ଷେତ୍ର ସେମାନଙ୍କ ଅଭିବୃଦ୍ଧି ନିମିତ୍ତ ପରିବହନ ସେବା ଉପରେ ନିର୍ଭରଶୀଳ । ସାମାଜିକ ପ୍ରଗତି କ୍ଷେତ୍ରରେ ପରିବହନର ଆବଶ୍ୟକତା ମଧ୍ୟ ଯଥେଷ୍ଟ ରହିଛି । ଅର୍ଥନୀତିର ବିକାଶ ସଡ଼କ ରାସ୍ତା, ରେଳପଥ ଓ ଜଳପଥର ବିକାଶ ଉପରେ ନିର୍ଭର କରେ । ସହର ସହିତ ଗ୍ରାମଗୁଡ଼ିକର ପରିବହନ ବ୍ୟବସ୍ଥାଦ୍ୱାରା ସଂଯୋଗ ସ୍ଥାପନା କରାଯାଏ । ଏଣୁ ଅର୍ଥନୀତିର ବିକାଶପାଇଁ ପରିବହନ ବ୍ୟବସ୍ଥାର ଗୁରୁତ୍ଵ ରହିଅଛି ।

6. ଯୋଗଯୋଗ ବ୍ୟବସ୍ଥା କ’ଣ ?
Answer:
ଶକ୍ତି, ବନ୍ଦର ଓ ସଡ଼କପଥର ସଂପ୍ରସାରଣ ପରି, ଯୋଗାଯୋଗ କ୍ଷେତ୍ରର ବିକାଶ ଆଧୁନିକ ଜଗତୀକରଣ ବ୍ୟବସ୍ଥାରେ ଏକାନ୍ତ ଆବଶ୍ୟକ । ଆଧୁନିକ ଅର୍ଥବ୍ୟବସ୍ଥାରେ କ୍ରେତା, ବିକ୍ରେତା ଓ ଉପଭୋକ୍ତା ମଧ୍ୟରେ ହେଉ, ଗ୍ରାମାଞ୍ଚଳ ସହରାଞ୍ଚଳ ମଧ୍ୟରେ ହେଉ ବା ଦେଶ ଦେଶ ମଧ୍ୟରେ ହେଉ, ଉନ୍ନତ ଯୋଗାଯୋଗ ସୁଯୋଗ ଥିଲେ ଆର୍ଥିକ ପ୍ରଗତି ହାସଲ ହୋଇପାରେ । ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ମଣିଷପାଇଁ ନୂତନ ଜୀବନର ସୂତ୍ରପାତ କରିଛି । ସମଗ୍ର ବିଶ୍ଵର ପରିସୀମା ଆଜି ସଙ୍କୁଚିତ ହୋଇପାରିଛି । ଯୋଗାଯୋଗ କ୍ଷେତ୍ରରେ ଭାରତ ଏକ ଉନ୍ନତ ତୃତୀୟ ବିଶ୍ଵ ରାଷ୍ଟ୍ର ।

7. ଫାକ୍‌ସ କ’ଣ?
Answer:
ଲିଖୁତ ବାର୍ତ୍ତା ପ୍ରେରଣପାଇଁ ଫାକ୍‌ସ ଏକ ଇଲେକ୍ଟ୍ରୋନିକ ମାଧ୍ୟମ । ଏହାଦ୍ୱାରା ବାର୍ଭା ଖୁବ୍ କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଥାଏ । ବାଣିଜ୍ୟ କାରବାର ପାଇଁ ଏହା ସହାୟକ । ଫାକସ୍ ଭାରତର ଦପ୍ତର, ବାଣିଜ୍ୟସ୍ଥଳୀ ଷ୍ଟକ୍ ଏକ୍ସଚେଞ୍ଜ ଇତ୍ୟାଦିରେ ଅତି ସାଧାରଣ ।

8. ଇ-ମେଲ କ’ଣ ?
Answer:
ଏହା ଭାରତରେ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା । ଇ-ମେଲ ମାଧ୍ୟମରେ ସୁବିଧାରେ ଏହି ସୁବିଧା ଉପଲବ୍ଧ । ପୃଥ‌ିବୀର ଯେକୌଣସି ସ୍ଥାନକୁ ବାର୍ତ୍ତା, ଫଟୋ, ଫାଇଲ୍ ଇତ୍ୟାଦି ତତ୍‌କ୍ଷଣାତ୍ ପ୍ରେରଣ କରିହେବ । ଏହା ମଧ୍ୟ ଭାରତରେ ଆଜି ସାଧାରଣ ଭାବରେ ଉପଲବ୍ଧ ।

E. ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଅର୍ଥନୈତିକ ଆଧାରିକ ସଂରଚନା ଓ ସାମାଜିକ ଆଧାରିକ ସଂରଚନା ।
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ପ୍ରତ୍ୟକ୍ଷଭାବେ ଆର୍ଥିକ ଅଭିବୃଦ୍ଧି ହାସଲରେ ସାହାଯ୍ୟ କରେ, ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ । ଏହା ବହୁବିଧ, ଯଥା –

(କ) ଶକ୍ତି,
(ଖ) ଗମନାଗମନ,
(ଗ) ଯୋଗଯୋ,
(ଘ) ବ୍ୟାଙ୍କ୍ ଓ ବୀମା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ।

ଅର୍ଥନୈତିକ ଆଧାରିକ ସଂରଚନାଗତ ସୁବିଧାକୁ ମଧ୍ଯ ଆର୍ଥିକ ଉତ୍ପାଦନ ନିରପେକ୍ଷ ଆଧାରିକ ସଂରଚନା କୁହାଯାଏ ।
ଅର୍ଥବ୍ୟବସ୍ଥାରେ ଯେଉଁ ସେବା, ସୁଯୋଗ ବା ପ୍ରକଳ୍ପ ପରୋକ୍ଷଭାବେ ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରେ, ତାହାକୁ ସାମାଜିକ ଆଧାରିକ ସଂରଚନା କୁହାଯାଏ । ଏହା ମଧ୍ୟ ବହୁ ପ୍ରକାରର; ଯଥା –
(କ) ଶିକ୍ଷା ଓ ତାଲିମ ବ୍ୟବସ୍ଥା,
(ଖ) ସ୍ଵାସ୍ଥ୍ୟ ସେବା,
(ଗ) ବାସଗୃହ ଯୋଗାଣ ଇତ୍ୟାଦି ।

ଏସବୁ ବ୍ୟବସ୍ଥାଦ୍ୱାରା ପରୋକ୍ଷ ଭାବରେ ଦେଶର ମୋଟ ଉତ୍ପାଦନକୁ ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

2. ବ୍ୟବସାୟିକ ଉତ୍ସ ଓ ଅଣବ୍ୟବସାୟିକ ଉତ୍ସ ।
Answer:
ଶକ୍ତିର ଯେଉଁ ଉତ୍ସକୁ ଉପଭୋକ୍ତା କ୍ରୟ କରିଥାଏ ତାହାକୁ ବ୍ୟବସାୟିକ ଉତ୍ସ କୁହାଯାଏ । ପ୍ରକାରରାନ୍ତରେ, ବ୍ୟବସାୟିକ ଉତ୍ସରୁ ମିଳୁଥିବା ଶକ୍ତି କ୍ରୟ-ବିକ୍ରୟ ହୋଇପାରେ । ଭାରତରେ ଶକ୍ତିର ତିନୋଟି ବ୍ୟବସାୟିକ ଉତ୍ସ ଦୃଷ୍ଟିଗୋଚର ହୋଇଥାଏ । ସେଗୁଡ଼ିକ ହେଲା କୋଇଲା, ଅଶୋଧ ତୈଳ ଓ ବିଦ୍ୟୁତ୍ ଶକ୍ତି ।

ଶକ୍ତିର ଅଣବ୍ୟବସାୟିକ ଉତ୍ସ ସୁଲଭ ଏବଂ ଏଥିପାଇଁ କୌଣସି ପାଉଣା ଦିଆଯାଇନଥାଏ । ଉପଭୋକ୍ତା ପାଇଁ ଏହା ଏକ ମୁକ୍ତ ପଦାର୍ଥ । ଶକ୍ତିର ଅଣବ୍ୟବସାୟିକ ଉତ୍ସ ଗୁଡ଼ିକ ହେଲା – ଜାଳେଣି କାଠ, ନଡ଼ା, କୁଣ୍ଡା, ଅଗାଡ଼ି, ଗୋବର ଇତ୍ୟାଦି ।

3. ପାରମ୍ପରିକ ଏବଂ ଅଣପାରମ୍ପରିକ ଶକ୍ତି ।
Answer:
ଉଭୟ ବ୍ୟବସାୟିକ ଓ ଅଣବ୍ୟବସାୟିକ ସମସ୍ତ ଉତ୍ସକୁ ପାରମ୍ପରିକ ଶକ୍ତି କୁହାଯାଏ । ଏହି ଉତ୍ସଗୁଡ଼ିକ ପ୍ରାଚୀନ କାଳରୁ ଶକ୍ତି ପ୍ରଦାନ କରି ଆସୁଛନ୍ତି । ସେଗୁଡ଼ିକ ସୀମିତ ଓ କ୍ଷୟଶୀଳ । ଆଧୁନିକ ଯୁଗର ଶକ୍ତି ସଙ୍କଟ ହେତୁ କେତେକ ଅସରନ୍ତି ଶକ୍ତିର ବିନିଯୋଗ କରାଯାଉଅଛି । ଏହି ଶକ୍ତିକୁ ଅଣପାରମ୍ପରିକ ଶକ୍ତି କୁହାଯାଏ । ସୌରଶକ୍ତି, ପବନ ଶକ୍ତି, ଜୁଆର ଶକ୍ତି ଇତ୍ୟାଦି ଅଣପାରମ୍ପରିକ ଶକ୍ତି ଅଟନ୍ତି ।

4. ଆଭ୍ୟନ୍ତରୀଣ ଜଳ ପରିବହନ ଓ ମହାସାଗରୀୟ ପରିବହନ ।
Answer:
ନଦୀ ଓ କେନାଲ ଆଭ୍ୟନ୍ତରୀଣ ଜଳ ପରିବହନର ଅନ୍ତର୍ଭୁକ୍ତ । ଜଳ ପରିବହନ ବିଶେଷଭାବେ କାର୍ଯ୍ୟକାରୀ ହେଉଥ‌ିବା ରାଜ୍ୟମାନଙ୍କ ମଧ୍ୟରେ ଆସାମ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ ଓ ଓଡ଼ିଶା ପ୍ରଧାନ । ଏହି ଜଳପଥରେ ମୁଖ୍ୟତଃ କୋଇଲା, ଲୁଣ, ସିମେଣ୍ଟ ବାଉଁଶ ତଥା ପେଟ୍ରୋଲ ଆଦି ଦ୍ରବ୍ୟ ନେବା ଆଣିବା କରାଯାଏ ।

ଭାରତର ସାମୁଦ୍ରିକ ବହିର୍ବାଣିଜ୍ୟ କାରବାର ମୁଖ୍ୟତଃ ଚାରିଗୋଟି ମହାସାଗରୀୟ ପରିବହନ ବ୍ୟବସ୍ଥାଦ୍ୱାରା ହୋଇଥାଏ । ଭାରତ, ଇଉରୋପ ମହାଦେଶର ଦେଶଗୁଡ଼ିକ ସହ ସୁଏଜପଥ ଦେଇ ବାଣିଜ୍ୟ ହୋଇଥାଏ । ପଶ୍ଚିମ ଆଫ୍ରିକୀୟ ଦେଶ ଏବଂ ଦକ୍ଷିଣ ଆମେରିକୀୟ ଦେଶ ସମୂହ ସହିତ ଉତ୍ତମାଈଁ ଅନ୍ତରୀପ ପଥ ଦେଇ ବାଣିଜ୍ୟ କାରବା କରାଯାଏ । ସିଙ୍ଗାପୁର ସମୁଦ୍ରପଥ (ମାଲକ୍‌କା ପ୍ରଣାଳୀ) ଦେଇ ଭାରତ ଦକ୍ଷିଣ-ପୂର୍ବ ଏସିଆ, ଜାପାନ, ଯୁକ୍ତରାଷ୍ଟ୍ର ଓ କାନାଡ଼ା ସହିତ ବାଣିଜ୍ୟ କାରବାର କରେ । ଅଷ୍ଟ୍ରେଲିଆ ପଥ ଦେଇ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ସହ ବାଣିଜ୍ୟ କାରବାର ଚାଲେ ।

5. ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ।
Answer:
ଜାତୀୟ ରାଜପଥ ଦେଶର ସଡ଼କପଥର ମୁଖ୍ୟ ଭାର ବହନ କରିଥାଏ । ଏହା ବିଭିନ୍ନ ରାଜ୍ୟର ରାଜଧାନୀ, ପ୍ରଧାନ ସହର ନିର୍ମାଣ ଓ ପରିଚାଳନା କେନ୍ଦ୍ର ସରକାରଙ୍କ ଦାୟିତ୍ଵ ଥାଏ । ଭାରତରେ ସମୁଦାୟ 56ଟି ଜାତୀୟ ରାଜପଥ ଅଛି । ରାଜ୍ୟ ରାଜପଥ ସଂପୃକ୍ତ ରାଜ୍ୟର ରାଜଧାନୀକୁ ବିଭିନ୍ନ ଜିଲ୍ଲାର ସଦରମହକୁମା, ପ୍ରଧାନ ସହର ଓ ଶିଳ୍ପକେନ୍ଦ୍ର ସହ ସଂଯୁକ୍ତ କରିଥାଏ । ପ୍ରଧାନ ଜିଲ୍ଲା ସଡ଼କ ସଂପୃକ୍ତ କରିଥାଏ । ଏହି ସଡ଼କଗୁଡ଼ିକ ରାଜ୍ୟ ସରକାର ବା ତାଙ୍କର କୌଣସି ଏଜେନ୍ସିଦ୍ୱ।ରା ପରିଚାଳିତ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. କରିଥିବା କୌଶଳଗୁଡ଼ିକ ବର୍ଣନା କର ।
Answer:
କୌଣସି ଦେଶର ଆଧାରିକ ସଂରଚନା କହିଲେ ସେହି ଦେଶର ଶକ୍ତି, ପରିବହନ ଓ ଯୋଗାଯୋଗ, ବ୍ୟାଙ୍କ ଓ ବୀମା ବ୍ୟବସ୍ଥା, ବିଜ୍ଞାନ ଓ ବୈଷୟିକ ଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ଆଦିକୁ ବୁଝାଇଥାଏ । ଆଧାରିକ ସଂରଚନାରେ ଅନ୍ତର୍ଭୁକ୍ତ ହୋଇଥିବା ଉପରୋକ୍ତ କ୍ଷେତ୍ରଗୁଡ଼ିକର ବିକାଶ କରାଯାଇ ଦେଶରେ ଉନ୍ନୟନ ପାଇଁ ଏକ ଦୃଢ଼ ଭିଭିଭୂମି ପ୍ରସ୍ତୁତ କରାଯାଇଥାଏ । କୌଣସି ଦେଶର ଉନ୍ନୟନ ପ୍ରକ୍ରିୟା ଏହିସବୁ ଭିଭିଭୂମି ଉପରେ ନିର୍ଭର କରିଥାଏ । କୃଷି ଓ ଶିଳ୍ପକ୍ଷେତ୍ର ଆଦିର ବିକାଶ ଏହି ଭିତ୍ତିଭୂମି ଉପରେ ନିର୍ଭର କରେ ।

ଆଧାରିକ ସଂରଚନା ଓ ଉନ୍ନୟନ ମଧ୍ୟରେ ଏକ ସଂଯୋଗ ରହିଛି । ଅତୀତରେ ଆଧାରିକ ସଂରଚନାର ଉନ୍ନତି ସରକାରଙ୍କ ଉପରେ ନ୍ୟସ୍ତ ଥିଲା । କାଳକ୍ରମେ ଏହା ଆଂଶିକ ଭାବରେ ବେସରକାରୀ ସଂସ୍ଥାକୁ ପ୍ରଦାନ କରାଗଲା । ନିକଟ ଅତୀତରେ ସରକାର ଭିଭିଭୂମିର ବିକାଶ ନିମନ୍ତେ ଅଗ୍ରାଧିକାର ଦେଇଛନ୍ତି । ଏହା ସତ୍ୟ ଯେ ଭିତ୍ତିଭୂମିର ବିକାଶ ନିମନ୍ତେ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

ତେଣୁ ସରକାର ଏହି ଦାୟିତ୍ୱ ବେସରକାରୀ ସଂସ୍ଥା ଉପରେ ନ୍ୟସ୍ତ କରିବାକୁ ବାଧ୍ୟ ହେଉଛନ୍ତି । ଏହି ସଂସ୍ଥାମାନ ସେମାନଙ୍କର ନିଜସ୍ବ ପୁଞ୍ଜି ନିବେଶ ଘଟାଇ ଦେଶରେ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରି ପାରିବେ । ଆଧାରିକ ସଂରଚନା ( ଭିତ୍ତିଭୂମି)ର ବିକାଶ ନିମନ୍ତେ ସରକାର ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଯାହା ନିମ୍ନରେ ବର୍ଣ୍ଣନା କରାଗଲା ।

  • ଭିତ୍ତିଭୂମିର ପ୍ରତିଷ୍ଠାପାଇଁ ସରକାର ବ୍ୟୟ ଅଟକଳ ବୃଦ୍ଧି କରିଛନ୍ତି ।(ii) ବିଦ୍ୟୁତଶକ୍ତି ନିୟମ 1910 ର ସଂଶୋଧନ କରାଯାଇ ବେସରକାରୀ ସଂସ୍ଥାମାନଙ୍କୁ ଅଂଶଗ୍ରହଣ କରିବାପାଇଁ ଅନୁମତି ଦିଆଯାଇଛି ।
  • କେନ୍ଦ୍ରୀୟ ବିଦ୍ୟୁତଶକ୍ତି ନିୟାମକ କମିଶନ ଗଠନ କରାଯାଇଛି ।
  • ବିଦ୍ୟୁତଶକ୍ତି ଉତ୍ପାଦନ ନିମନ୍ତେ ବୈଦେଶିକ ସଂସ୍ଥାକୁ 1500 କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗପାଇଁ ଅନୁମତି ପ୍ରଦାନ କରାଯାଇଛି ।
  • ଚାରିଲେନ୍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ କରାଯାଇଛି ।
  • ଜଳପଥ ଓ ବନ୍ଦର ଆଦିର ବିକାଶପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
  • ଚତୁଃକୋଣୀୟ ସମନ୍ବିତ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ଚାରୋଟି ବୃହତ୍ ସହର; ଯଥା – ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲ୍‌କାତାକୁ ସଂଯୋଗ କରାଯାଇଛି ।
  • ଆନ୍ତର୍ଜାତୀୟ ବିମାନବନ୍ଦରର ବିକାଶପାଇଁ ପଦକ୍ଷେପ ନିଆଯାଇଛି ।

ଏହି ଆଧାରିକ ସଂରଚନାର ବିକାଶପାଇଁ ଏସୀୟ ଉନ୍ନୟନ ବ୍ୟାଙ୍କ 3000 ମିଲିୟନ ଡଲାର ଋଣ ପ୍ରଦାନ କରିଛି । ଏହି ଭିତ୍ତିଭୂମିର ବିକାଶପାଇଁ ବୈଦେଶିକ ବିନିଯୋଗ ନିମନ୍ତେ ଉଦାରୀକରଣ ନୀତି ଅନୁସୃତ ହୋଇଛି ଯଦ୍ବାରା ବିଦେଶୀ ରାଷ୍ଟ୍ରମାନେ ସେମାନଙ୍କର ପୁଞ୍ଜି ବିନା କଟକଣାରେ ବିନିଯୋଗ କରିପାରିବେ ।

ଏହା କେତେକ ଗୁରୁଶିଳ୍ପ, ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ବଣ୍ଟନ, ଅଣପାରମ୍ପରିକ ଶକ୍ତି ସଂଗ୍ରହ ଓ ବଣ୍ଟନ, ରାସ୍ତାଘାଟ ନିର୍ମାଣ, ରେଳପଥ ଓ ପୋଲ ନିର୍ମାଣ ପାଇଁ ବିନିଯୋଗ କରାଯିବାର ନିୟମ ରହିଛି । କେତେକ ଶିଳ୍ପପାଇଁ ବିଦେଶୀ ପୁଞ୍ଜିର 51% ଅଂଶଧନର ବିନିଯୋଗ ପର୍ଯ୍ୟନ୍ତ ସରକାରୀ ଅନୁମୋଦନକୁ ପ୍ରତ୍ୟାହାର କରି ନିଆଯାଇଛି । ଏହି ଅଂଶଧନ ମଧ୍ଯ ରାସ୍ତାଘାଟ ଓ ପୋଲ ନିର୍ମାଣ, ପରିବହନ, ରେଳପଥ ବିକାଶପାଇଁ ବିନା ଅନୁମୋଦନରେ ବିନିଯୋଗ କରାଯାଇ ପାରିବ ।

ନିକଟରେ ଗ୍ରହଣ କରାଯାଇଥ‌ିବା ପଦକ୍ଷେପ :
1999-2000 ର ପରବର୍ତ୍ତୀ ସମୟରେ ଆଧାରିକ-ସଂରଚନା ବିକାଶ ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇଛି ଯାହା ଭିତ୍ତିଭୂମିର ବିକାଶ ଲାଗି ଉଦ୍ଦିଷ୍ଟ । ସାଧାରଣ ପଦକ୍ଷେପ – ଏହି ସାଧାରଣ ପଦକ୍ଷେପ ରୂପରେ ସରକାର କରଭାର ଲାଘବ, ପ୍ରତ୍ୟକ୍ଷ ବୈଦେଶିକ ବିନିଯୋଗ ପ୍ରସ୍ତାବ ଓ ଆମଦାନୀ ଶୁଳ୍‌କ ହ୍ରାସ ଆଦି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସାଧାରଣତଃ ଆଧାରିକ ସଂରଚନାର ପ୍ରଗତି ନିମନ୍ତେ ପଥ ପ୍ରସ୍ତୁତି କରିପାରିବ ।

(a) ବୃହତ୍ ଶକ୍ତି ପ୍ରକଳ୍ପ ସ୍ଥାପନର ଘୋଷଣା,
(b) ରାଜ୍ୟ ବିଦ୍ୟୁତ୍ ବୋର୍ଡର ପୁନର୍ଗଠନ
(c) ନୂତନ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ।

ଟେଲି ଯୋଗାଯୋଗ ବ୍ୟବସ୍ଥା –
ନୂତନ ଯୋଜନା ପ୍ରଣୟନ କରିଛନ୍ତି; ଯଥା –
(1) ଘରୋଇ ଦୂରଗାମୀ ଟେଲି ବ୍ୟବସ୍ଥା (STD) କାର୍ଯ୍ୟକାରୀ
(2) ଟେଲି
(3) ଭାରତୀୟ ଟେଲି ଯୋଗାଯୋଗ ନିୟାମକ ଯୋଗାଯୋଗ ସେବାସଂସ୍ଥା (DTS) କୁ କର୍ପୋରେସନ କରିବାର ଘୋଷଣା କର୍ତ୍ତୃପକ୍ଷ (TRAI) ପ୍ରତିଷ୍ଠା
(4) ଚାହିଦା ମୁତାବକ ଫୋନ ଯୋଗାଣର ଲକ୍ଷ୍ୟ ହାସଲ ।

ସଡ଼କ – ସରକାର ସଡ଼କ ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ତୈଳ ଉପରେ ଏକ ଲିଟର ପିଛା । ଟଙ୍କା ହାରରେ ସେସ୍ (କର) ଧାର୍ଯ୍ୟ କରିଛନ୍ତି । ଏଥୁରୁ ସଂଗୃହୀତ ଅର୍ଥ ରାସ୍ତାଘାଟର ବିକାଶ ପାଇଁ ବ୍ୟୟ କରାଯିବ । ଏହା କେନ୍ଦ୍ରୀୟ ସଡ଼କ ପାଣ୍ଠିରେ ଗଚ୍ଛିତ ରହି ସଡ଼କର ବିକାଶମୂଳକ କାର୍ଯ୍ୟରେ ବ୍ୟୟ କରାଯାଇଥାଏ । ବିଶେଷକରି ଏହା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ବିକାଶ ଉଦ୍ଦେଶ୍ୟରେ ବ୍ୟୟ କରାଯାଏ । ରାସ୍ତାଘାଟର ବିକାଶ ନିମନ୍ତେ ସରକାର ଜାତୀୟ ରାଜପଥ ବିକାଶ ପ୍ରକଳ୍ପ ଗଠନ କରିଛନ୍ତି ଯାହାର ବ୍ୟୟ ଅଟକଳ 54,000 କୋଟି ଟଙ୍କା ରଖାଯାଇଛି ।

ରେଳପଥ – ଭାରତୀୟ ରେଳବାଇର ବିକାଶପାଇଁ ସରକାର କେତେକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ରେଳଯାତ୍ରୀଙ୍କୁ ଆତିଥ୍ୟ ପ୍ରଦାନ କରିବା ଓ ଯାତ୍ରା ସମୟକୁ ଆରାମଦାୟକ କରିବା ଉଦ୍ଦେଶ୍ୟରେ ସରକାର ପର୍ଯ୍ୟଟନ ବିଭାଗ ସହ ଅନୁବନ୍ଧିତ କରାଇଛନ୍ତି । କେତେକ ବିଳାସପୂର୍ଣ୍ଣ ଆରାମଦାୟକ ଟ୍ରେନ୍‌ର ପ୍ରଚଳନ କରାଯାଇଛି ।

ବେସାମରିକ ବିମାନ ଚଳାଚଳ – ବେସାମରିକ ବିମାନ ଚଳାଚଳ ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ବିମାନ ବନ୍ଦରର ପୁନର୍ଗଠନ କରାଯାଇଛି ଏବଂ Air Port Authority of Indiaର ପୁନର୍ଗଠନ କରାଯାଇଛି ।

ସହରାଞ୍ଚଳରେ ଆଧାରିକ ସଂରଚନା – ସହରାଞ୍ଚଳରେ ଆଧାରିକ ସଂରଚନାର ବିକାଶ ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ସହରାଞ୍ଚଳରେ ଗୃହନିର୍ମାଣ ଭଳି କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହା ସହରାଞ୍ଚଳରେ ପ୍ରଗତି ଆଣିପାରିବ ।
ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ ସରକାର ଭିତ୍ତିଭୂମିର ଦୃଢ଼ୀକରଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହା ଅର୍ଥନୈତିକ ଉନ୍ନୟନପାଇଁ ସହାୟକ ହୋଇପାରିବ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

2. ଶକ୍ତିର ବିଭିନ୍ନ ଉତ୍ସଗୁଡ଼ିକ ବର୍ଣ୍ଣନା କର । ଶକ୍ତି କ୍ଷେତ୍ରରେ ଅବଲମ୍ବନ କରାଯାଇଥିବା କୌଶଳ ଓ ନୀତି ସଂପର୍କରେ ଆଲୋକପାତ କର ।
Answer:
ଶକ୍ତି ସମ୍ବଳ – ଅର୍ଥନୈତିକ ଉନ୍ନୟନ ନିମନ୍ତେ ଶକ୍ତି ଏକ ପ୍ରମୁଖ ସମ୍ବଳର ମାନ୍ୟତା ଲାଭ କରିଛି । ଦ୍ରୁତ ଶିଳ୍ପାୟନ, କୃଷିର ଯାନ୍ତ୍ରୀକରଣ ଏବଂ ପରିବହନର ଉନ୍ନୟନପାଇଁ ଶକ୍ତିକ୍ଷେତ୍ର ଅତୁଳନୀୟ ଭୂମିକା ନିର୍ବାହ କରିଥାଏ । ଘରୋଇ ଉପଭୋଗ ଓ ଆଲୋକ ବ୍ୟବସ୍ଥାପାଇଁ ଶକ୍ତି ଏକାନ୍ତ ଆବଶ୍ୟକ । ପଚାଶ ଦଶକଠାରୁ ନବେ ଦଶକ ପର୍ଯ୍ୟନ୍ତ ଶକ୍ତିର ବ୍ୟବହାର ଶତକଡ଼ା 6 ଭାଗରୁ ଅଧ୍ଵ ହାରରେ ବୃଦ୍ଧି ପାଇବାରେ ଲାଗିଛି । ଏହା ସତ୍ତ୍ବେ ବି ଭାରତରେ ମୁଣ୍ଡପିଛା ବ୍ୟବହାର ଅନ୍ୟାନ୍ୟ ଉନ୍ନତ ରାଷ୍ଟ୍ର ତୁଳନାରେ ଖୁବ୍ କମ୍ । ଭାରତରେ ଅର୍ଷାଧ୍ଵ ଲୋକଶକ୍ତିର ବ୍ୟବସାୟିକ ବ୍ୟବହାରରୁ ବଞ୍ଚିତ ହୋଇଥା’ନ୍ତି ।

ଭାରତରେ ବ୍ୟବହାର କରାଯାଉଥ‌ିବା ଶକ୍ତିର ଅନ୍ଧାତ୍ମକ ଅଂଶ ବିନା ମୂଲ୍ୟରେ ଉପଯୋଗ ହୋଇଥାଏ । ଗ୍ରାମାଞ୍ଚଳରେ କାଠ, ଗୋବର ଓ କୃଷିଜାତ ଦ୍ରବ୍ୟ; ଯଥା – ନଡ଼ା ଆଦି ଉପଯୋଗ କରି ଅଣ-ବାଣିଜ୍ୟିକ ଶକ୍ତି ବିନାମୂଲ୍ୟରେ ପାଇଥା’ନ୍ତି । ମାତ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଲବ୍‌ଧ ଶକ୍ତି ଅର୍ଥ ବିନିମୟରେ ମିଳିଥାଏ । ଏତଦ୍‌ବ୍ୟତୀତ ଜଳ ବିଦ୍ୟୁକ୍ତି ଓ ନିଉକ୍ଲିୟାର ଶକ୍ତି ମଧ୍ୟ ଅର୍ଥ ବିନିମୟରେ ମିଳି ପାରିଥାଏ ।

ତୈଳ ଓ କୋଇଲା – ଭାରତରେ ବାଣିଜ୍ୟିକ ଶକ୍ତିର ପ୍ରଧାନ ଉତ୍ସ ହେଲା ତୈଳ ଓ କୋଇଲା । ଏହା ଶତକଡ଼ା 47 ଭାଗ ଚାହିଦା ପୂରଣ କରିଥାଏ । ତୈଳ ସଂକଟ ଯୋଗୁଁ କୋଇଲାର ବହୁଳ ବ୍ୟବହାର ଶକ୍ତି ପ୍ରଦାନ କରୁଅଛି । କୋଇଲାରୁ ମିଳୁଥିବା ଶକ୍ତିକୁ ସହଜରେ ଅନ୍ୟରୂପକୁ ରୂପାନ୍ତରିତ କରାଯାଇପାରେ । ଉଦାହରଣ ସ୍ୱରୂପ କୋଇଲାରୁ ମିଳୁଥିବା ଥର୍ମାଲ୍ ଶକ୍ତି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିପାରେ । ଭାରତରେ ଉତ୍ପାଦିତ ହେଉଥ‌ିବା ବିଦ୍ୟୁତ୍ ଶକ୍ତିର ଶତକଡ଼ା 60 ଭାଗ ଏହି ଥର୍ମାଲ୍ ଶକ୍ତିରୁ ମିଳିଥାଏ ।

ବିଦ୍ୟୁତ୍ ଶକ୍ତି – ଶକ୍ତି କ୍ଷେତ୍ରରେ ବିଦ୍ୟୁତଶକ୍ତି ପ୍ରଧାନ । ଭାରତରେ ବିଦ୍ୟୁତ୍‌ଶକ୍ତିର ପରିମାଣ 2000 ମସିହା ସୁଦ୍ଧା ପ୍ରାୟ 95,000 Megawatt ରେ ପହଞ୍ଚି ସାରିଲାଣି । 1970-71 ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସ୍ଥାପନ ସାମର୍ଥ୍ୟ ହାରାହାରି ବାର୍ଷିକ ୫% ହାରରେ ବୃଦ୍ଧି ପାଉଛି । ମାତ୍ର ବିଦ୍ୟୁତ୍ ଶକ୍ତିର ଚାହିଦା ଏହି ବୃଦ୍ଧି ତୁଳନାରେ ଯଥେଷ୍ଟ ଅଧିକ ହୋଇଥ‌ିବାରୁ ଦେଶରେ ଶକ୍ତି ସଂକଟ ଲାଗି ରହିଛି । ଅନେକ ପଦକ୍ଷେପ ସତ୍ତ୍ବେ ଏହା ସାମାନ୍ୟ ହ୍ରାସ ପାଇଛି । ଏଥ‌ିପାଇଁ ସପ୍ତମ, ଅଷ୍ଟମ ଓ ନବମ ଯୋଜନା କାଳରେ ବ୍ୟୟ ଅଟକଳ ବୃଦ୍ଧି କରାଯାଇ ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ଦେଖାଦେଇଥ‌ିବା ସଂକଟକୁ କେତେକାଂଶରେ ଦୂର କରାଯାଇ ପାରିଛି ।

ଶକ୍ତି ଉତ୍ପାଦନ ବୃଦ୍ଧିପାଇଁ କୌଶଳ (Energy Strategy) – ଭାରତରେ ଉତ୍ପାଦିତ ହେଉଥ‌ିବା ଶକ୍ତିର ପ୍ରାୟ ଶତକଡ଼ା 60 ଭାଗ ଥର୍ମାଲ୍ ଶକ୍ତି ପ୍ରକଳ୍ପରୁ ହିଁ ମିଳୁଅଛି । ଅବଶିଷ୍ଟ 40) ଭାଗ ଜଳବିଦ୍ୟୁତ୍ ଓ ଆଣବିକ ଶକ୍ତି ମାଧ୍ୟମରେ ମିଳିଥାଏ । ବର୍ତ୍ତମାନର ଶକ୍ତିକ୍ଷେତ୍ରର ଦୃଶ୍ୟପଟକୁ ବିଚାର କରି ଦେଶରେ ଜଳବିଦ୍ୟୁତ୍ ପ୍ରକଳ୍ପର କ୍ଷମତା ବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ପ୍ରାୟ 74,000 MW ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇପାରିବ ।
ବିଦ୍ୟୁତ୍ ଶକ୍ତି ଉତ୍ପାଦନ ବୃଦ୍ଧି ନିମନ୍ତେ ନିମ୍ନଲିଖିତ କୌଶଳ ଅବଲମ୍ବନ କରାଯାଇଛି ।

  • ପାରମ୍ପରିକ ଶକ୍ତି ସମ୍ବଳ; ଯଥା – ତୈଳ, ପ୍ରାକୃତିକ ଗ୍ୟାସ, କୋଇଲା, ଜଳବିଦ୍ୟୁତ୍ ଓ ନିଉକ୍ଲିୟାର ଶକ୍ତିର ସଦୁପଯୋଗ ।
  • ତୈଳର ଯଥାର୍ଥ ବ୍ୟବହାର ।
  • ତୈଳଜାତୀୟ ଉତ୍ପାଦ ବିନିମୟରେ ପ୍ରାକୃତିକ ଗ୍ୟାସ୍‌ ବ୍ୟବହାର ଉପରେ ଗୁରୁତ୍ଵ ।
  • ଶକ୍ତି ସଂରକ୍ଷଣ ।
  • ବିଦ୍ୟୁତ୍ ଶକ୍ତି ବୃଦ୍ଧିପାଇଁ ଉପଯୁକ୍ତ ପଦକ୍ଷେପ ।

ଭାରତରେ ଶିଳ୍ପ ଉନ୍ନୟନ କ୍ଷେତ୍ରରେ ବିଦ୍ୟୁତ୍ଵଶକ୍ତିର ସଂକଟ ଅଧିକ ଅନୁଭୂତ ହେଉଛି । ତୈଳ ସଂକଟ ଯୋଗୁଁ ତୈଳ ଦର ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଯାହାଦ୍ୱାରା ଶକ୍ତିସଂକଟ ଦେଖାଦେଉଛି । ଏହାର ଦୂରକରଣ ପାଇଁ ଥର୍ମାଲ୍ ଶକ୍ତି ଓ ଜଳବିଦ୍ୟୁତ୍ ଉପରେ ଯଥେଷ୍ଟ ଗୁରୁତ୍ବ ଆରୋପ କରାଯାଉଛି । ଏଥୁରୁ ନିଉକ୍ଲିୟାର ଶକ୍ତି ମଧ୍ୟ ବାଦ୍ ପଡ଼ିନାହିଁ ।
ପ୍ରତିକାର – ବିଦ୍ୟୁତ୍ ଶକ୍ତି ସଂକଟରୁ ମୁକ୍ତି ପାଇବାପାଇଁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇଛି ।

  • ପୁନଃ କ୍ରିୟାଶୀଳ ହୋଇପାରୁଥ‌ିବା ବା ପୁନଃନବୀକରଣ କରାଯାଇପାରୁଥିବା ଅଣ ପାରମ୍ପରିକ ଶକ୍ତି; ଯଥା— ପବନ, ସୌର ଶକ୍ତି, ଜୈବିକ ଗ୍ୟାସ୍‌ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଦରକାର ।
  • ଦେଶୀୟ ବୈଷୟିକ ଜ୍ଞାନର ବିକାଶପାଇଁ ଏକ ସଂସ୍ଥା ପ୍ରତିଷ୍ଠା ହେବା ଉଚିତ ।
  • ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ।
  • ଶକ୍ତିର ଯଥାର୍ଥ ଉପଯୋଗପାଇଁ ଜନ ସଚେତନତା ।
  • ଅଣ ବାଣିଜ୍ୟିକ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ଵ ।

ଶକ୍ତି ନୀତି – ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଶକ୍ତିର କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ଦୃଷ୍ଟିରେ ରଖ୍, ଶକ୍ତି କ୍ଷେତ୍ରରେ ବିକାଶ ଅବଶ୍ୟମ୍ଭାବୀ ସଂସ୍ଥା। ଏଥ‌ିପାଇଁ ଆଗ୍ରହ ପ୍ରକାଶ କରିବେ । ଏଥ‌ିପାଇଁ ୦.N.G.C ର ପୁନର୍ଗଠନ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ହୋଇଥିବାରୁ ଦେଶ ଏଗୁଡ଼ିକ କାର୍ଯ୍ୟକାରୀ କରିବାକୁ ସକ୍ଷମ ହୋଇପାରୁନାହିଁ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

ଏହାର ସମ୍ମୁଖୀନ ହେବାପାଇଁ ସରକାର ବେସରକାରୀ ଉଦ୍ୟୋଗର ସହାୟତା ଲୋଡୁଛନ୍ତି । ମାତ୍ର ଦାମ୍ ସ୍ଥିରୀକୃତ ଓ ବଣ୍ଟନ କ୍ଷେତ୍ରରେ ଏକ ନୀତି ପ୍ରଣୟନର ଆବଶ୍ୟକତା ରହିଛି । କାରଣ ଉପଯୁକ୍ତ ଦାମ୍ ସ୍ଥିର କରାଗଲେ ଅନେକ ବେସରକାରୀ ସଂସ୍ଥା। ଏଥ‌ିପାଇଁ ଆଗ୍ରହ ପ୍ରକାଶ କରିବେ ।

ଏଥପାଇଁ O.N.G.C ର ପୁନର୍ଗଠନ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଏକ ସ୍ୱୟଂଶାସିତ କର୍ପୋରେସନରେ ପରିଣତ କରାଯାଇଛି । ଏସବୁ ପଦକ୍ଷେପ ସତ୍ତ୍ଵେ ଶକ୍ତି କ୍ଷେତ୍ରରେ ସେପରି ବୈପ୍ଳବିକ ପରିବର୍ତ୍ତନ ଘଟିପାରିନାହିଁ । ତଥାପି ଶକ୍ତି କ୍ଷେତ୍ରରେ ଉନ୍ନୟନପାଇଁ ଆବଶ୍ୟକତା ଥିବାରୁ ଏହାର ବିକାଶପାଇଁ କ୍ରମାଗତଭାବେ ନୂତନ ପଦକ୍ଷେପମାନ ନିଆଯାଉଛି ।

3. ଅର୍ଥନୈତିକ ଉନ୍ନୟନ କ୍ଷେତ୍ରରେ ଭାରତରେ ପରିବହନ ବ୍ୟବସ୍ଥାର ଭୂମିକା ବର୍ଣ୍ଣନା କର ।
Answer:
ଭାରତରେ ଅର୍ଥନୈତିକ ଉନ୍ନୟନପାଇଁ ପରିବହନ ବ୍ୟବସ୍ଥା ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ଏକ ଉତ୍ତମ ପରିବହନ ବ୍ୟବସ୍ଥା ଶ୍ରମ ଗତିଶୀଳତା ଓ ଦ୍ରବ୍ୟ ତଥା ଉପାଦାନ ପରିବହନରେ ଯଥେଷ୍ଟ ଭୂମିକା ଗ୍ରହଣ କରିଥାଏ । ଭାରତରେ ଚତୁଃଶ୍ରେଣୀୟ ପରିବହନ ; ଯଥା – ରେଳପଥ, ସଡ଼କପଥ, ଜଳପଥ ଓ ଆକାଶପଥ ଆଦି କାର୍ଯ୍ୟକାରୀ ହେଉଅଛି । ଏହିଚତୁଃଶ୍ରେଣୀୟ ପରିବହନ ବ୍ୟବସ୍ଥା ମାଧ୍ୟମରେ ଦେଶର କୋଣଅନୁକୋଣକୁ ସଂଯୋଗ କରାଯାଇ ପରିବହନ ବ୍ୟବସ୍ଥାକୁ ସୁଦୂରପ୍ରସାରୀ କରାଯାଇଛି ।

ରାଷ୍ଟ୍ରର ସମସ୍ତ କାର୍ଯ୍ୟ; ଯଥା – ଅର୍ଥନୈତିକ, ସାମାଜିକ, ରାଜନୈତିକ, ସାଂସ୍କୃତିକ, ପ୍ରଶାସନିକ ଏହି ପରିବହନ ବ୍ୟବସ୍ଥା ଉପରେ ସଂପୂର୍ଣ ଭାବେ ନିର୍ଭରଶୀଳ । ଏକ ସୁପରିବହନ ବ୍ୟବସ୍ଥା ନିମ୍ନୋକ୍ତ ଭାବେ ଅର୍ଥନୈତିକ ଉନ୍ନୟନ ପ୍ରକ୍ରିୟାରେ ସହାୟକ ହୋଇଥାଏ ।

(1) ଉପାଦାନ ଓ ଉତ୍ପାଦର ପରିବହନ – ପରିବହନ ବ୍ୟବସ୍ଥା ମାଧ୍ୟମରେ ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ହେଉଥିବା କଞ୍ଚାମାଲ, ଜାଳେଣି, ଯନ୍ତ୍ରପାତି ଆଦିକୁ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ପ୍ରେରଣ କରାଯାଇଥାଏ । ସେହିପରି ଉତ୍ପାଦିତ ଦ୍ରବ୍ୟର ସ୍ଥାନାନ୍ତର ମଧ୍ୟ ଏହି ବ୍ୟବସ୍ଥାଦ୍ୱାରା ସମାପିତ ହୋଇଥାଏ । ଏହିପରି ଭାବରେ ପରିବହନ ବ୍ୟବସ୍ଥା ଉତ୍ପାଦନ ବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇଥାଏ ।

(2) ଶ୍ରମ ଗତିଶୀଳତା (Labour mobility)– ଏକ ସୁପରିବହନ ବ୍ୟବସ୍ଥା କୌଣସି ଅର୍ଥନୀତିରେ ଶ୍ରମ ଗତିଶୀଳତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଯାହା ଉତ୍ପାଦନ ବୃଦ୍ଧିପାଇଁ ଆବଶ୍ୟକ । ଶ୍ରମର ଗତିଶୀଳତା ଯୋଗୁଁ ଉତ୍ପାଦନ ବୃଦ୍ଧି ପାଇଥାଏ ଓ ଶ୍ରମିକର ଉନ୍ନତି ମଧ୍ଯ ଘଟିଥାଏ । ଏତଦ୍‌ବ୍ୟତୀତ ପରିବହନ ବ୍ୟବସ୍ଥା ଶ୍ରମ ଗତିଶୀଳତା ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଶ୍ରମିକ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ଯାତ୍ରାକରି ନିଜ ଜୀବିକା ଅର୍ଜନ କରିଥାଏ ।

(3) ବିଶେଷୀକରଣ ପ୍ରକ୍ରିୟାକୁ ସହଜ କରିଥାଏ – ପରିବହନ ବ୍ୟବସ୍ଥା ଉତ୍ପାଦନ କ୍ଷେତ୍ରରେ ଭୌଗୋଳିକ ଶ୍ରମ ବିଭାଜନ ସୃଷ୍ଟି କରିଥାଏ । ଗୋଟିଏ ଅଞ୍ଚଳର ଶ୍ରମିକ ନିଜ ଇଚ୍ଛା ଅନୁସାରେ ଅନ୍ୟ ଅଞ୍ଚଳକୁ ଗତି କରିଥାଏ । ଏହାଦ୍ଵାରା ଶ୍ରମଦକ୍ଷତା ବୃଦ୍ଧିପାଏ ଏବଂ ଉତ୍ପାଦନର ପରିମାଣ ମଧ୍ୟ ବୃଦ୍ଧି ପାଇଥାଏ ।

(4) ପୂର୍ଣବଜାର ସୃଷ୍ଟି ବା ବଜାରର ବିସ୍ତାର – ପରିବହନ ବ୍ୟବସ୍ଥା ଯୋଗୁଁ ବଜାରର ବ୍ୟାପକତା ବୃଦ୍ଧିପାଏ । ବିଭିନ୍ନ ଉତ୍ପାଦନ ଦ୍ରବ୍ୟର ବଜାର ସୃଷ୍ଟି କରାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ସ୍ଥାପନ କେନ୍ଦ୍ର ଓ ବଣ୍ଟନ କେନ୍ଦ୍ର ମଧ୍ୟରେ ସଂଯୋଗ କରି ଉପଯୁକ୍ତ ଦ୍ରବ୍ୟକୁ ଉପଯୁକ୍ତ ସ୍ଥାନକୁ ପ୍ରେରଣ କରିଥାଏ ଯଦ୍ଵାରା ଦ୍ରବ୍ୟର ସଠିକ୍ ମୂଲ୍ୟାୟନ ହୋଇଥାଏ । ବିଭିନ୍ନ ଦ୍ରବ୍ୟର ଚାହିଦାକୁ ଆକଳନ କରାଯାଇ ପ୍ରେରଣ କରାଯାଏ ଯାହାକି କେବଳ ପରିବହନ ବ୍ୟବସ୍ଥାଦ୍ଵାରାହିଁ ସମ୍ଭବ ହୋଇପାରିଥାଏ ।

(5) ଦୁର୍ଗମ ସ୍ଥାନ ସହ ସଂଯୋଗ – ପରିବହନ ବ୍ୟବସ୍ଥା ମାଧ୍ୟମରେ ଅତି ଅଗମ୍ୟ ସ୍ଥାନ ସହ ସଂଯୋଗ ସ୍ଥାପନ କରିହୁଏ । ଏହାଦ୍ଵାରା କେତେକ ଅନାବିଷ୍କୃତ ସମ୍ବଳର ସନ୍ଧାନ ମିଳିଥାଏ ଯାହାକି ଦ୍ରବ୍ୟ ଉତ୍ପାଦନରେ ସହାୟକ ହୋଇଥାଏ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

(6) ଶିଳ୍ପ ଉତ୍ପାଦିତ ଦ୍ରବ୍ୟର ପ୍ରତ୍ୟକ୍ଷ ଚାହିଦା ସୃଷ୍ଟି – ଶିଳ୍ପଦ୍ବାରା ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ପ୍ରତ୍ୟକ୍ଷ ଚାହିଦା ସୃଷ୍ଟି କରିବାରେ ପରିବହନ ବ୍ୟବସ୍ଥା ବିଶେଷ ସାହାଯ୍ୟ କରିଥାଏ । ବିଭିନ୍ନ ଦ୍ରବ୍ୟ ; ଯଥା – ଯନ୍ତ୍ରପାତି, କଳକବ୍‌ଜା, ଇଞ୍ଜିନ୍, ଲୁହା ଓ ଇସ୍ପାତ ଭଳି ଦ୍ରବ୍ୟର ଏହା ପ୍ରତ୍ୟକ୍ଷ ଚାହିଦା ସୃଷ୍ଟିକରେ । ଏହାଦ୍ୱାରା ଅର୍ଥନୈତିକ ଉନ୍ନୟନ ତ୍ବରାନ୍ବିତ ହୋଇଥାଏ ।

(7) ସକାରାତ୍ମକ ଦୃଷ୍ଟିଭଙ୍ଗୀ ପ୍ରସ୍ତୁତ କରେ – ପରିବହନ ବ୍ୟବସ୍ଥାଦ୍ୱାରା ଲୋକମାନଙ୍କର କଠୋର ରକ୍ଷଣଶୀଳ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଥାଏ । ଅନ୍ୟ ଅର୍ଥରେ ଏହା ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ସୃଷ୍ଟିକରେ । ଏହା ଅନ୍ଧବିଶ୍ୱାସ, କୁସଂସ୍କାର, ଅଜ୍ଞତା ଆଦି ଦୂରକରେ ଯାହାକି ଅର୍ଥନୈତିକ ପ୍ରଗତିପାଇଁ ଏକାନ୍ତ ଅପରିହାର୍ଯ୍ୟ ।

ଉପରୋକ୍ତ ଉପସ୍ଥାପନାରୁ ପ୍ରତୀୟମାନ ହୁଏ ଯେ ଉପଯୁକ୍ତ ପରିବହନ ବ୍ୟବସ୍ଥା ଅର୍ଥନୈତିକ ଉନ୍ନୟନପାଇଁ ବିଶେଷ ଉପଯୋଗୀ । ଏହା ଅର୍ଥନୈତିକ ବିକାଶର ଏକ ଅଂଶ ସଦୃଶ । ଅର୍ଥନୈତିକ ପ୍ରଗତି ବ୍ୟତୀତ ଏହା ସାମାଜିକ ଉନ୍ନତି ଘଟାଇଥାଏ । ଏକ ସୁପରିବହନ ବ୍ୟବସ୍ଥା ବିନା ଅର୍ଥନୈତିକ ପ୍ରଗତି ଆଦୌ ସମ୍ଭବ ହୋଇପାରେ ନାହିଁ ।

4. ଭାରତୀୟ ଅର୍ଥନୀତିକୁ ରେଳବାଇର ଦାନ ବର୍ଣ୍ଣନା କର ।
କିମ୍ବା, ରେଳ ପରିବହନ ଅର୍ଥନୈତିକ ପ୍ରଗତିର ଏକ ଅଂଶବିଶେଷ– ବର୍ଣ୍ଣନା କର ।
କିମ୍ବା, ଭାରତୀୟ ଅର୍ଥନୀତିରେ ରେଳ ପରିବହନର ଉପକାରଗୁଡ଼ିକ ବର୍ଣ୍ଣନା କର ।
Answer:
ଭାରତରେ ରେଳ ପରିବହନ କେବଳ ଯେ ଏକ ସୁପରିବହନ ବ୍ୟବସ୍ଥା ଭାବରେ ଖ୍ୟାତ ତାହା ନୁହେଁ ଏହା ଜାତୀୟ ଆୟ ବୃଦ୍ଧି କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ । ଦେଶରେ ଅର୍ଥନୈତିକ ପ୍ରଗତି ହାସଲ କରାଇବାରେ ଏହା ପ୍ରଧାନ ଭୂମିକା ଗ୍ରହଣ କରିଥାଏ । ଭାରତର ଅର୍ଥନୀତିକୁ ଏହାର ଅବଦାନ ଅସୀମ ।

ଏକ ବିଶେଷ ଆଧାରିକ ସଂରଚନା ଭାବରେ ଏହା ପରିବହନ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରେ । ଭାରତରେ ରେଳ ପରିବହନର ବ୍ୟାପକତା ସାରା ପୃଥ‌ିବୀରେ ଅନନ୍ୟ ଓ ଅସାଧାରଣ । ସମଗ୍ର ଏସିଆ ମହାଦେଶରେ ଭାରତର ରେଳବିଭାଗ ସର୍ବବୃହତ୍ ନିଯୁକ୍ତି ଉତ୍ପାଦନକାରୀ ସଂସ୍ଥାର ମାନ୍ୟତା ଲାଭ କରିଛି । ଭାରତୀୟ ରେଳ ପରିବହନ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଅନେକ ଉପକାର ପ୍ରଦାନ କରିଥାଏ ଯାହା ନିମ୍ନରେ ବର୍ଣ୍ଣନା କରାଗଲା ।

(a) କୃଷି– କୃଷିର ବିକାଶ ପାଇଁ ରେଳ ପରିବହନ ବିଶେଷ ସହାୟକ ହୋଇଥାଏ । ଏହା କୃଷିଜାତ ଦ୍ରବ୍ୟର ବଜାର ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଏହାର ବିସ୍ତାର ମଧ୍ୟ କରିଥାଏ । ଦେଶର କୋଣ ଅନୁକୋଣରୁ କୃଷିଜାତ ଦ୍ରବ୍ୟର ପ୍ରବେଶ କେବଳ ରେଳବାଇ ଯୋଗୁଁ ସମ୍ଭବ ହୋଇପାରିଛି । ଅଳ୍ପ ଦାମ୍‌ରେ ଅଧିକ ଦ୍ରବ୍ୟ ପରିବହନ ରେଳ ପରିବହନର ଏକ ବିଶେଷତ୍ଵ । ଏହିକାରଣରୁ ଉତ୍ପାଦିତ କୃଷିଜାତ ଦ୍ରବ୍ୟ ଯଥାର୍ଥ ମୂଲ୍ୟରେ ଦେଶର ବିଭିନ୍ନ କୋଣରେ ବିକ୍ରି କରାଯାଇ ପାରୁଛି ।

(b) ଶିଳ୍ପ ବିକାଶ – ଶିଳ୍ପ ବିକାଶ ବା ଶିଳ୍ପାୟନ କ୍ଷେତ୍ରରେ ରେଳ ପରିବହନ ଅଗ୍ରଣୀ ଭୂମିକା ନିର୍ବାହ କରିଥାଏ । ସହଜ ସରଳ ପରିବହନ ସୁଯୋଗ ପ୍ରଦାନ କରି ଏହା ରାଷ୍ଟ୍ରରେ ଦ୍ରୁତ ଶିଳ୍ପାୟନରେ ସାହାଯ୍ୟ କରିଥାଏ । ଶିଳ୍ପ ସ୍ଥାପନ ପାଇଁ ଆବଶ୍ୟକୀୟ କଳକବ୍‌ଜା, ଯନ୍ତ୍ରପାତି ଯୋଗାଣ ରେଳପରିବହନଦ୍ୱାରା ହିଁ ସମାପିତ ହୋଇଥାଏ । ଜାଳେଣି ଯୋଗାଣ, କଞ୍ଚାମାଲ ଯୋଗାଣ ଓ ଶିଳ୍ପଜାତ ଦ୍ରବ୍ୟର ବଣ୍ଟନ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇଥାଏ । ରେଳ ପରିବହନର ପ୍ରସାର ଯୋଗୁଁ ବସ୍ତ୍ର ଶିଳ୍ପ, ଝୋଟ ଶିଳ୍ପ, ଚା’ ଓ ଅନ୍ୟାନ୍ୟ ଶିଳ୍ପର ବ୍ୟାପକ ବିସ୍ତାର ଘଟିଛି । ଏହା ରେଳ ପରିବହନର ଭାରତୀୟ ଶିଳ୍ପ ପ୍ରତି ଦାନ ।

(c) ବାଣିଜ୍ୟ ବ୍ୟବସାୟ– ବାଣିଜ୍ୟ ବ୍ୟବସାୟର ପ୍ରସାର କ୍ଷେତ୍ରରେ ରେଳବାଇର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ । ମୁଖ୍ୟତଃ କ୍ଷୟଶୀଳ ଦ୍ରବ୍ୟର ସୁପରିବହନ ଏହା ମାଧ୍ୟମରେ ହିଁ ହୋଇଥାଏ । ଫଳ, ଅଣ୍ଡା, ମାଛ, ଦୁଗ୍‌ଧଜାତ ଦ୍ରବ୍ୟ, ପନିପରିବା ଆଦିର ପରିବହନ ଏହି ରେଳପରିବହନ ଦ୍ବାରାହିଁ ସହଜରେ ହୋଇଥାଏ । ଏତଦ୍‌ବ୍ୟତୀତ, ଏହା ବହିଃବାଣିଜ୍ୟରେ ମଧ୍ୟ ସହାୟକ ହୋଇଥାଏ ।

(d) ସାମାଜିକ ଉପକାର– ରେଳ ପରିବହନର ଭାରତୀୟ ସମାଜ ପ୍ରତି ଅତୁଳନୀୟ ଦାନ ରହିଛି । ଏହା ଗ୍ରାମ ଗ୍ରାମ ମଧ୍ୟରେ ସଂଯୋଗ ସ୍ଥାପନ କରି ସେମାନଙ୍କ ମଧ୍ୟରେ ସାଂସ୍କୃତିକ ଭାବଧାରାର ଆଦାନ ପ୍ରଦାନ କରିବାରେ ସାହାଯ୍ୟ କରେ । ଭ୍ରାତୃତ୍ୱଭାବ ସୃଷ୍ଟି, ଅନ୍ଧବିଶ୍ଵାସର ମୂଳୋତ୍ପାଟନ ଓ ଜାତିପ୍ରଥା ଭଳି ସାମାଜିକ ପ୍ରତିବନ୍ଧକର ପ୍ରତିରୋଧ ରେଳ ପରିବହନ ମାଧ୍ୟମରେ ହୋଇଥାଏ ।

(e) ରାଜନୈତିକ ଓ ପ୍ରଶାସନିକ ଉପକାର– ଭାରତୀୟ ରେଳ ବ୍ୟବସ୍ଥା କେତେକ ରାଜନୈତିକ ଓ ପ୍ରଶାସନିକ ଉପକାର ପ୍ରଦାନ କରିଥାଏ । ଦେଶ ମଧ୍ୟରେ ନିରାପତ୍ତା ବ୍ୟବସ୍ଥା ଓ ବୈଦେଶିକ ଆକ୍ରମଣରୁ ନିରାପତ୍ତା ପ୍ରଦାନ ଏହାଦ୍ଵାରା କରାଯାଇଥାଏ । ଦୂରସ୍ଥାନକୁ ପୋଲିସ୍ ଓ ସେନାବାହିନୀ ପ୍ରେରଣ ଏକ ଉତ୍କୃଷ୍ଟ ଉଦାହରଣ ।

ବାସ୍ତବରେ ରେଳ ପରିବହନ ଅର୍ଥନୈତିକ ପ୍ରଗତି ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ । ଭାରତରେ ରେଳ ପରିବହନର ବ୍ୟାପକତା ଏହାର ଅର୍ଥନୈତିକ ମାନଦଣ୍ଡରେ ଉନ୍ନତି ଆଣିବାରେ ଯଥେଷ୍ଟ ସହାୟକ ହୋଇଥାଏ । ଏହା କେବଳ ଏକ ପରିବହନ ସଂସ୍ଥାରେ ଆବଦ୍ଧ ହୋଇନାହିଁ, ବରଂ ଏହା ବିଶ୍ୱର ଏକ ଅଗ୍ରଣୀ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଭାବରେ ବିବେଚିତ ।

5. ଭାରତରେ ରେଳ ପରିବହନ କ୍ଷେତ୍ରରେ ଦେଖାଦେଉଥ‌ିବା ସମସ୍ୟା ଓ ଏହାର ସମାଧାନଗୁଡ଼ିକ ବର୍ଣ୍ଣନା କର ।
କିମ୍ବା, ଭାରତରେ ରେଳ ପରିବହନ ବ୍ୟବସ୍ଥାରେ ସମସ୍ୟାଗୁଡ଼ିକ କ’ଣ ? ଏହାର ପ୍ରତିକାର କିପରି କରାଯାଇପାରିବ ?
Answer:
ନିକଟ ଅତୀତରୁ ଭାରତୀୟ ରେଳବ୍ୟବସ୍ଥା ଅନେକ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛି । ଯଦ୍ବାରା ଏହି ସରକାରୀ ସଂସ୍ଥାର ବହୁଳ କ୍ଷତି ଘଟିଛି । ଭାରତୀୟ ରେଳବ୍ୟବସ୍ଥା ସମ୍ମୁଖୀନ ହେଉଥ‌ିବା ସମସ୍ୟାଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା ।
(1) ମୁଦ୍ରାଷ୍ଟୀତିର ପ୍ରଭାବ – ଅତ୍ୟଧିକ ମୁଦ୍ରାସ୍ପତି ଭାରତୀୟ ରେଳବ୍ୟବସ୍ଥାର ଆର୍ଥିକ ଅବସ୍ଥାରେ କୁପ୍ରଭାବ ପକାଉଛି । ଏହି ବ୍ୟବସ୍ଥାରେ ବ୍ୟବହୃତ ହେଉଥ‌ିବା ଉପାଦାନ; ଯଥା— କୋଇଲା, ଡିଜେଲ୍, ଲୁହା ଓ ଇସ୍ପାତ, ସିମେଣ୍ଟ ଆଦିର ଅତ୍ୟଧ୍ୱ ଦରବୃଦ୍ଧି ଘଟିଛି ମାତ୍ର ରେଳଭଡ଼ାର ଆନୁପାତିକ ପରିବର୍ତ୍ତନ ହେଉନାହିଁ । ଏହି କାରଣରୁ ଏହି ବ୍ୟବସ୍ଥାରେ ବହୁଳ କ୍ଷତି ଘଟୁଛି ।

(2) ସାମାଜିକ ଦାୟିତ୍ଵ – ଭାରତୀୟ ରେଳବ୍ୟବସ୍ଥା କେତେକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଦାୟିତ୍ଵ ନିର୍ବାହ କରୁଛି । ଅତ୍ୟାବଶ୍ୟକୀୟ ଦ୍ରବ୍ୟର ପରିବହନରେ କମ୍ ପରିବହନ ଭଡ଼ା ଧାର୍ଯ୍ୟ, ରେଳ ପରିବହନରେ ଅନେକ ରିହାତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମାଜିକ କାର୍ଯ୍ୟପାଇଁ ରେଳବାଇରେ ଅହେତୁକ କ୍ଷତି ଘଟୁଛି । 2000 ମସିହାରେ ଆକଳନ ଅନୁସାରେ ଏହି ସଂସ୍ଥାର ପ୍ରାୟ 3000 କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇ ସାରିଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

(3) ଦକ୍ଷତାର ଅଭାବ – ଏହି ବ୍ୟବସ୍ଥାରେ ଦକ୍ଷତାର ଅଭାବ ବିଶେଷ ଭାବରେ ପରିଲକ୍ଷିତ ହେଉଛି । ସମୟାନୁକ୍ରମେ ଯାତ୍ରୀ ପରିବହନରେ ଅନିୟମିତତା, ମାଲ ପରିବହନରେ ଅସୁବିଧା, ୱାଗନ୍‌ର ଅଭାବ, ପରିବହନ ସମୟରେ ଦ୍ରବ୍ୟ ନଷ୍ଟ, କ୍ରମାଗତ ଧର୍ମଘଟ, ପରିଚାଳନାଗତ ତ୍ରୁଟି ଆଦି ରେଳବାଇର କ୍ଷତିକୁ ବହୁଗୁଣିତ କରୁଛି ଏବଂ ଏହାର କାର୍ଯ୍ୟଶୈଳୀର ଦକ୍ଷତା କ୍ଷେତ୍ରରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଯାତ୍ରୀ ପରିବହନ ହ୍ରାସ, ରେଳବାଇ ସଂପରି ନଷ୍ଟ ଏହି ବ୍ୟବସ୍ଥାରେ ସାଧାରଣ ଘଟଣାରେ ପରିଣତ ହେଲାଣି । ଏହିସବୁ କାରଣ ଯୋଗୁଁ ରେଳବ୍ୟବସ୍ଥାରେ ବ୍ୟାପକ ଘଟୁଛି । ରେଳ ବ୍ୟବସ୍ଥାରେ ଦେଖାଦେଇଥ‌ିବା ସମସ୍ୟାର ସମାଧାନ କରିବା ସହିତ ରେଳପରିବହନ କ୍ଷେତ୍ରରେ ଉନ୍ନତି ଆଣିବାପାଇଁ କେତେକ ପଦକ୍ଷେପ ଅତ୍ୟନ୍ତ ଜରୁରୀ । ଏହି ପ୍ରତିକାର ବ୍ୟବସ୍ଥା ନିମ୍ନରେ ବର୍ଣ୍ଣନା କରାଗଲା ।

(i) କାର୍ଯ୍ୟଦକ୍ଷତା ବୃଦ୍ଧି – ପ୍ରଚଳିତ ରେଳବ୍ୟବସ୍ଥାରେ ବ୍ୟାପକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ହେଲେ ଏହାର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ । ରେଳପଥର ସୁପରିଚାଳନା, ଆଧୁନିକ ସିଗ୍‌ନାଲ ବ୍ୟବସ୍ଥାର ପ୍ରଚଳନ ଓ ଏହିସବୁ କାରଣ ଯୋଗୁଁ ରେଳବ୍ୟବସ୍ଥାରେ ବ୍ୟାପକ ଘଟୁଛି ।
ଏ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ହେଲେ ରେଳପଥର ବିକାଶ ଅପରିହାର୍ଯ୍ୟ । ଏହି କାର୍ଯ୍ୟ ବେସରକାରୀ ଉଦ୍ୟମରେ କରାଗଲେ ସୁଫଳ ମିଳିବାର ଆଶା କରାଯାଏ । ତେଣୁ ଏହି କାର୍ଯ୍ୟରେ ବେସରକାରୀ ସଂସ୍ଥାକୁ ଅନୁମତି ମଳିବା ଆବଶ୍ୟକ । ଏହାହେଲେ ସରକାରୀ ଅର୍ଥ ବିନା ରେଳପଥର ବିକାଶ ସମ୍ଭବ ହୋଇପାରିବ ।

(ii) ପରିଚାଳନା କାର୍ଯ୍ୟରେ ଉନ୍ନତି – ରେଳବ୍ୟବସ୍ଥାର ପରିଚାଳନାଗତ କାର୍ଯ୍ୟରେ ଉନ୍ନତି ଆଣିବା ଆବଶ୍ୟକ । ଏହା ମଧ୍ୟରେ ରେଳପଥ ଓ ପୋଲର ଆବଶ୍ୟକ ମରାମତି, ରେଳ ଇଂଜିନ୍‌ର ଉପଯୁକ୍ତ ରକ୍ଷଣାବେକ୍ଷଣ, ବଗିଗୁଡ଼ିକର ଉନ୍ନତି ଇତ୍ୟାଦି ଅନ୍ତର୍ଭୁକ୍ତ । ଏସବୁ କାର୍ଯ୍ୟ ନିମନ୍ତେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ।

(iii) ସମୟାନୁବର୍ତ୍ତିତା – ରେଳସେବାର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଦିଗଟି ହେଲା ସମୟାନୁବର୍ତ୍ତିତା । ରେଳଚଳାଚଳର ସମୟ ନିର୍ଘଣ୍ଟ ଅନୁସାରେ ରେଳଚଳାଚଳ କରିବା ଉଚିତ । ଏହାଦ୍ଵାରା ଯାତ୍ରୀମାନଙ୍କର ରେଳ ବିଭାଗ ପ୍ରତି ବିଶ୍ଵାସ ବା ଆସ୍ଥା ବଢ଼ିଥାଏ ।

(iv) ଆର୍ଥିକ ଶୃଙ୍ଖଳା – ରେଳବ୍ୟବସ୍ଥାରେ ଦେଖାଦେଉଥ‌ିବା ଆର୍ଥିକ ବିଶୃଙ୍ଖଳା ତଥା ଅପବ୍ୟୟକୁ ରୋକିବା ଆବଶ୍ୟକ । ରେଳବ୍ୟବସ୍ଥାରେ ବ୍ୟୟ ହେଉଥ‌ିବା ଅର୍ଥପରିମାଣ ଯାତ୍ରୀ ପରିବହନ ଓ ଦ୍ରବ୍ୟ ପରିବହନ ଭଡ଼ାରୁ ଆଦାୟ କରିବା ଉଚିତ । ଏଥ‌ିପାଇଁ ଦୁର୍ନୀତିର ମୂଳୋତ୍ପାଟନର ଆବଶ୍ୟକ ରହିଛି ଯଦ୍ବାରା ରେଳବାଇର ବିକାଶ ଘଟିବା ସଙ୍ଗେ ସଙ୍ଗେ ଏହାର ଆର୍ଥିକ ଲାଭ ମଧ୍ୟ ହୋଇପାରେ ।

(v) ଉନ୍ନତ ମାନର ସେବା ପ୍ରଦାନ – ଯାତ୍ରୀ ସେବାର ଉନ୍ନତି ଘଟାଇବା ସହିତ ଉନ୍ନତ ତଥା ଆକର୍ଷିତ ସେବା ପ୍ରଦାନ ରେଳବ୍ୟବସ୍ଥାର ଅନେକ ସମସ୍ୟାର ସମାଧାନ କରେ । ଏଥ‌ିପାଇଁ ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ । ଯାତ୍ରୀମାନେ କିପରି ଭାବରେ ରେଳସେବା ସହଜରେ ଲାଭ କରିପାରିବେ ଓ ସେମାନଙ୍କର ଯାତ୍ରା କିପରି ନିରାପଦ ଓ ଆରାମଦାୟକ ହୋଇପାରିବ ଏଥପ୍ରତି ଦୃଷ୍ଟିଦେବା ଆବଶ୍ୟକ ।

ଉପରିବର୍ତ୍ତିତ ପଦକ୍ଷେପ ଗ୍ରହଣ କରାଗଲେ ଭାରତୀୟ ରେଳବ୍ୟବସ୍ଥାର ଅନେକ ସମସ୍ୟା ସମାଧାନ ହୋଇପାରିବ । ଏଥପାଇଁ ଦୃଢ଼ ମାନସିକତା ଓ କଠୋର ପଦକ୍ଷେପ ଏକାନ୍ତ ଜରୁରୀ । ଏହାଦ୍ୱାରା ରେଳବ୍ୟବସ୍ଥା ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସଭାଜନ ହୋଇପାରିବ ।

6. ସଡ଼କ ପରିବହନ ବ୍ୟବସ୍ଥାର ଭାରତୀୟ ଅର୍ଥନୀତିକୁ ଅବଦାନ କ’ଣ ବର୍ଣ୍ଣନା କର ।
କିମ୍ବା, ଭାରତୀୟ ଅର୍ଥନୀତିରେ ସଡ଼କ ପରିବହନର ଭୂମିକା ବର୍ଣ୍ଣନା କର ।
Answer:
ଅର୍ଥନୈତିକ ପ୍ରକ୍ରିୟାରେ ସଡ଼କ ପରିବହନର ବିଶେଷ ଗୁରୁତ୍ୱ ରହିଛି । ଏହା ଅର୍ଥନୀତିକୁ ବିଶେଷ ଭାବରେ ପ୍ରଭାବିତ କରିପାରେ । ଅର୍ଥନୈତିକ ବିକାଶ ଦିଗରେ ସଡ଼କ ପରିବହନ ବ୍ୟବସ୍ଥାର ଅବଦାନ ଯଥେଷ୍ଟ ଅଧିକ । ଏ ସଂପର୍କରେ ନିମ୍ନଲିଖ ବିଷୟ ଆଲୋଚନା କରାଯାଇପାରେ ।

(i) ସଡ଼କ ପରିବହନ ବ୍ୟବସ୍ଥା ଦୁର୍ଗମ ସ୍ଥାନ ସହ ସଂଯୋଗ ସ୍ଥାପନା କରି ସେହି ଅଞ୍ଚଳର ଅଧିବାସୀମାନଙ୍କୁ ସଭ୍ୟ ଓ ଶିକ୍ଷିତ କରିବାରେ ସାହାଯ୍ୟ କରେ । ସଡ଼କ ପରିବହନର ବିକାଶଦ୍ବାରା ସେହି ଦୁର୍ଗମ ଅଞ୍ଚଳର ଲୋକମାନେ ଅନ୍ୟମାନଙ୍କ ସହ ସଂପର୍କ ସ୍ଥାପନ କରି ନିଜର ଅଜ୍ଞତା ସଂପର୍କରେ ସଚେତନ ହୋଇଥା’ନ୍ତି । ଆମ ଦେଶର ଅନେକ ସ୍ଥାନକୁ ରେଳସଂଯୋଗ ସ୍ଥାପନ କରାଯାଇପାରି ନାହିଁ । ଏସବୁ କ୍ଷେତ୍ରରେ ସଡ଼କ ପରିବହନ ବ୍ୟବସ୍ଥାଦ୍ୱାରା ସେମାନଙ୍କ ସହ ସଂଯୋଗ ସ୍ଥାପନ ସମ୍ଭବ ହୋଇପାରେ ଓ ସେମାନଙ୍କର ଆର୍ଥିକ ଓ ସାମାଜିକ ଦୃଷ୍ଟିଭଙ୍ଗୀରେ ସକାରାତ୍ମକ ପରିବର୍ତ୍ତନ କରାଯାଇପାରେ ।

(ii) ଦେଶର ସଡ଼କ ପରିବହନ ବ୍ୟବସ୍ଥା ଘରୋଇ ଉତ୍ପାଦନର ପରିମାଣ ବୃଦ୍ଧି କରିବାରେ ସହାୟକ ହୋଇଥାଏ । କିନ୍ତୁ ଏହି କ୍ଷେତ୍ରରେ ଭାରତର ସଡ଼କ ପରିବହନ ବ୍ୟବସ୍ଥା ବହୁତ ପଛରେ ପଡ଼ିଯାଇଛି ।

(iii) ରେଳସେବା ତୁଳନାରେ ସଡ଼କ ପରିବହନ ସେବା ଅପେକ୍ଷାକୃତ ସହଜ ଅଟେ । ଅଳ୍ପ ସମୟ ଓ ସ୍ବଳ୍ପ ଦୂରତ୍ବର ଯାତ୍ରା ନିମନ୍ତେ ସଡ଼କ ପରିବହନ ବ୍ୟବସ୍ଥା ରେଳ ପରିବହନଠାରୁ ଅଧୂକ ଉପଯୋଗୀ । ଏହା ସମସ୍ତ ସ୍ଥାନରୁ ଯାତ୍ରୀମାନଙ୍କୁ ପରିବହନ ସେବା ପ୍ରଦାନ କରିଥାଏ ଯାହା ରେଳ ପରିବହନରେ ଦେଖ‌ିବାକୁ ମିଳିନଥାଏ ।

(iv) ରେଳ ପରିବହନ ବ୍ୟବସ୍ଥା କେବଳ ନିର୍ଦ୍ଦିଷ୍ଟ ସ୍ଥାନରୁ ଯାତ୍ରୀ ପରିବହନ କରିଥାଏ । ମାତ୍ର ସଡ଼କ ପରିବହନ ବ୍ୟବସ୍ଥା ଯାତ୍ରୀମାନଙ୍କର ସୁବିଧା ହେଉଥ‌ିବା ସ୍ଥାନମାନଙ୍କରୁ ଯାତ୍ରୀସେବା ବା ଯାତ୍ରୀ ପରିବହନ କରିବାକୁ ସକ୍ଷମ ହୋଇଥାଏ । ତେଣୁ ରେଳସେବା ତୁଳନାରେ ସଡ଼କ ପରିବହନ ବ୍ୟବସ୍ଥା ଅତ୍ୟନ୍ତ ବ୍ୟାପକ ।

(v) କୃଷିକ୍ଷେତ୍ରପାଇଁ ସଡ଼କ ପରିବହନ ବ୍ୟବସ୍ଥା ଅତ୍ୟନ୍ତ ଉପଯୋଗୀ । ଏହା କୃଷିଜାତ ଦ୍ରବ୍ୟର ପରିବହନ ବ୍ୟବସ୍ଥା ସ୍ଵଳ୍ପସମୟ ମଧ୍ୟରେ କରିପାରିଥାଏ ଏବଂ କୃଷିଜାତ ଦ୍ରବ୍ୟର ବଜାର ପ୍ରସାରିତ କରିପାରିଥାଏ । ଏହା ମଧ୍ୟ ଅନେକ ପଚନଶୀଳ ଦ୍ରବ୍ୟ; ଯଥା— ମାଛ, ଅଣ୍ଡା, ପନିପରିବା, ଦୁଗ୍‌ଧ ଜାତୀୟ ଦ୍ରବ୍ୟର ପରିବହନ ଖୁବ୍ ଶୀଘ୍ର କରିପାରେ । ଏତଦ୍‌ବ୍ୟତୀତ କୃଷିକାର୍ଯ୍ୟରେ ବ୍ୟବହୃତ ହେଉଥ‌ିବା ବିହନ, ସାର, କୀଟନାଶକ ଦ୍ରବ୍ୟର ଯୋଗାଣ ସ୍ଵଳ୍ପ ସମୟ ମଧ୍ୟରେ କରିପାରିଥାଏ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

(vi) ଶିଳ୍ପ ଉନ୍ନୟନ କ୍ଷେତ୍ରରେ ମଧ୍ୟ ସଡ଼କ ପରିବହନ ବିଶେଷ ସହାୟକ ହୋଇଥାଏ । ଦେଶରେ ବୃହତ୍ ଓ ଗୁରୁ ଶିଳ୍ପର ପ୍ରତିଷ୍ଠା ସଡ଼କ ପରିବହନ ବ୍ୟବସ୍ଥାଦ୍ଵାରା ସମାହିତ ହୋଇଥାଏ । ସେହିପରି ଶିଳ୍ପଜାତ ଦ୍ରବ୍ୟର ସରଳ ପରିବହନଦ୍ୱାରା ଏହାର ବଜାରର ସଂପ୍ରସାରଣ ଘଟିଥାଏ ଯାହା ସଡ଼କ ପରିବହନ ମାଧ୍ୟମରେ ବିଶେଷ ଭାବରେ କାର୍ଯ୍ୟକାରୀ ହୋଇଥାଏ ।

(vii) ସଡ଼କ ପରିବହନ ବ୍ୟବସ୍ଥା ମଧ୍ୟ ଜନସାଧାରଣଙ୍କୁ ବିଶେଷ ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ । ଏହା ଶ୍ରମିକମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପ୍ରଦାନ କରିଥାଏ । ଏହା ଅର୍ଥନୀତିକୁ ସଡ଼କ ପରିବହନ ବ୍ୟବସ୍ଥାର ଏକ ବିଶେଷ ଅବଦାନ ।

(viii) ପ୍ରତିରକ୍ଷା ବ୍ୟବସ୍ଥାରେ ମଧ୍ୟ ଏହି ବ୍ୟବସ୍ଥା ସୂଚାରୁରୂପେ କାର୍ଯ୍ୟ କରିଥାଏ । ଏହା ଅଗମ୍ୟସ୍ଥାନକୁ ସୈନ୍ୟ, ଅସ୍ତ୍ରଶସ୍ତ୍ର ପରିବହନ କରିପାରେ ଯାହା ରେଳପରିବହନ ବ୍ୟବସ୍ଥାରେ ଦେଖାଯାଇ ନଥାଏ ।
ବାସ୍ତବରେ ସଡ଼କ ପରିବହନ ବ୍ୟବସ୍ଥା ଅର୍ଥନୀତିର ବିକାଶ ଦିଗରେ ଅଶେଷ ସାହାଯ୍ୟ ପ୍ରଦାନ କରେ । ଅର୍ଥନୀତିର ଭିତ୍ତିଭୂମି ସୁଦୃଢ଼ କରିବାରେ ଏହି ପରିବହନ ବ୍ୟବସ୍ଥା ବିଶେଷ ସହାୟକ ହୋଇଥାଏ ।

7. ଭାରତୀୟ ଟେଲିଯୋଗଯୋଗ ନିୟାମକ କର୍ତ୍ତୃପକ୍ଷ (TRAI) ବିଷୟରେ ଆଲୋଚନା କର ।
Answer:
ଭାରତୀୟ ଟେଲିଯୋଗାଯୋଗ ନିୟାମକ କର୍ତ୍ତୃପକ୍ଷ 1991 ମସିହା ମସିହା ମାର୍ଚ୍ଚ 25 ତାରିଖରେ ଗଠନ କରାଗଲା । ଜଷ୍ଟିସ୍ S. S. Sodhi ଏହାର ପ୍ରଥମ ଚେୟାରମ୍ୟାନ ହୋଇଥିଲେ । ଏହି ସଂସ୍ଥା ଗଠନ କରି ସରକାର ଉପଭୋକ୍ତାଙ୍କ ସ୍ବାର୍ଥର ସୁରକ୍ଷା, ଟେଲିଯୋଗାଯୋଗ ଶୁଳ୍‌କ ନିର୍ଦ୍ଧାରଣ, ସମସ୍ୟାର ସମାଧାନ, ଅଭିଯୋଗ ଶୁଣାଣି, ଲାଇସେନ୍ସ ବ୍ୟବସ୍ଥା, ରାଜସ୍ଵ ନିର୍ଦ୍ଧାରଣ, ପ୍ରତିଦ୍ବନ୍ଦିତା, ଦକ୍ଷତା ବୃଦ୍ଧି ଆଦି ଦିଗ ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ଚେଷ୍ଟାକଲେ । ଏହାର ପ୍ରତିଷ୍ଠା ପରଠାରୁ ଟେଲିଯୋଗାଯୋଗ ବ୍ୟବସ୍ଥା ଅଧ୍ଵକ ଶୃଙ୍ଖଳିତ ଓ କ୍ରିୟାଶୀଳ ହୋଇପାରିଛି ।

TRAI ର ମୁଖ୍ୟ କାର୍ଯ୍ୟଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା ।

  • ନୂତନ ସେବାପ୍ରଦାନକାରୀଙ୍କୁ ଅନୁମତି ପ୍ରଦାନ ।
  • ସେବାପ୍ରଦାନକାରୀଙ୍କର ରାରାସ୍ୱ ନିର୍ଦ୍ଧାରଣ ।
  • ଲାଇସେନ୍ସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ଓ ଏଥ୍ ନିମେନ୍ତ ନୀତି ପ୍ରଣୟନ କରିବା ।
  • ଟେଲିଯୋଗଯୋଗ ସେବା କ୍ଷେତ୍ରରେ ଉପଭୋକ୍ତାଙ୍କ ସ୍ବାର୍ଥର ସୁରକ୍ଷା ପ୍ରଦାନ କରିବା ।
  • ସେବାପ୍ରଦାନକାରୀଙ୍କ ସମସ୍ୟା ଓ ଅଭିଯୋଗ ପ୍ରତି ଯତ୍ନଶୀଳ ହେବା ।
  • ଟେଲିଯୋଗାଯୋଗ ସେବାପାଇଁ ଦର ନିର୍ଦ୍ଧାରଣ କରିବା ।
  • ଉନ୍ନତମାନର ଟେଲିସେବା ପ୍ରଦାନ କରିବା ।

ଅନେକ ମୁଖ୍ୟ ସମସ୍ୟାର ସମାଧାନ ଦିଗରେ TRAI ର ଭୂମିକା ଗୁରୁତ୍ଵପୂର୍ଣ୍ଣ । ବେସରକାରୀ ସେବାପ୍ରଦାନକାରୀଙ୍କୁ ଉତ୍ତମ ପ୍ରୋତ୍ସାହନ ପ୍ରଦାନ ଦିଗରେ TRAI ଅଧିକ ଯତ୍ନଶୀଳ । ଟେଲିକମ୍ ଦର ନିର୍ଦ୍ଧାରଣ କ୍ଷେତ୍ରରେ ମଧ୍ୟ ଏହି ସଂସ୍ଥା ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏତଦ୍‌ବ୍ୟତୀତ ଉତ୍ତମମାନର ଟେଲିସେବା ପ୍ରଦାନ ପାଇଁ TRAI ଅତ୍ୟନ୍ତ କ୍ରିୟାଶୀଳ ହୋଇଛି । ଟେଲିସେବାର ଏକ ଯଥାର୍ଥ ଶୁଳ୍‌କ ନିର୍ଦ୍ଧାରଣ କରିବା TRAI ର ଏକ ମୁଖ୍ୟ କାର୍ଯ୍ୟ । ଏହାଦ୍ଵାରା ଜନସାଧାରଣ ସ୍ଵଳ୍ପ ଓ ଯଥାର୍ଥ ମୂଲ୍ୟରେ ଟେଲିଯୋଗାଯୋଗ ବ୍ୟବସ୍ଥାରେ ଜଡ଼ିତ ହୋଇ ଉତ୍ତମମାନର ସେବା ଲାଭ କରିପାରିବେ ।

ଟେଲିବ୍ୟବସ୍ଥାର ସ୍ଥାୟୀ ଉନ୍ନତି କରିବା ଓ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା TRAI ର ଅନ୍ୟ ଏକ ପ୍ରମୁଖ କାର୍ଯ୍ୟ । ଏହା ସହିତ ଏହି ବ୍ୟବସ୍ଥାରେ ବ୍ୟବହୃତ ହେଉଥ‌ିବା ଯନ୍ତ୍ରପାତି ତଦାରଖ କରିବା ସହ ଉତ୍ତମ ଯନ୍ତ୍ରାଂଶର ବ୍ୟବହାର ପାଇଁ TRAI ଅନୁମୋଦନ କରିଥାଏ । ଉପଭୋକ୍ତାଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ଏହି ସଂସ୍ଥା ଉପଭୋକ୍ତାମାନଙ୍କର ଅଭିଯୋଗ ଗ୍ରହଣ କରି ସମାଧାନର ରାସ୍ତା ଦେଖାଇଥାଏ । କୌଣସି ସେବାପ୍ରଦାନକାରୀ ବେସରକାରୀ ସଂସ୍ଥା କୌଣସି ସମସ୍ୟାର ସମ୍ମୁଖୀନ ହେଲେ TRAI ଏଥିରେ ହସ୍ତକ୍ଷେପ କରି ଏକ ସରଳ ସମାଧାନ କରିଥାଏ ।

TRAI ର କାର୍ଯ୍ୟଦକ୍ଷତାର ଏକ ଉଦାହରଣ ହେଲା S. T, D. ବ୍ୟବସ୍ଥାର ବ୍ୟାପକ ବିସ୍ତାର । ସ୍ୱଳ୍ପମୂଲ୍ୟରେ ଦେଶର ଯେକୌଣସି ସ୍ଥାନକୁ ଟେଲିଫୋନ୍ ଯୋଗେ ସଂଯୋଗ କରାଯାଇପାରେ । ବାସ୍ତବ କ୍ଷେତ୍ରରେ ଟେଲିଯୋଗାଯୋଗ ବ୍ୟବସ୍ଥାକୁ ଲୋକାଭିମୁଖୀ କରାଇବାରେ TRAI ଏକ ଯଥାର୍ଥ ଭୂମିକା ନିର୍ବାହ କରୁଛି । ଏହି ସଂସ୍ଥା ଯୋଗୁଁ ଟେଲି ବ୍ୟବସ୍ଥା ସୁଦୂରପ୍ରସାରୀ ହୋଇପାରିଛି ।

8. ଭାରତରେ ଦେଖାଦେଉଥ‌ିବା ଶକ୍ତି ସଂକଟର କାରଣ ବର୍ଣ୍ଣନା କର ।
କିମ୍ବା, ଭାରତରେ ଦେଖାଦେଉଥ‌ିବା ଶକ୍ତି ସଙ୍କଟ ସଂପର୍କରେ ଆଲୋଚନା କର ।
Answer:
ବର୍ତ୍ତମାନ ସମୟରେ ଦେଶରେ ଶକ୍ତି ସଂକଟ ଏକ ଗୁରୁତର ଆକାର ଧାରଣ କରିଛି । ବିଗତ ଚାରି ଦଶନ୍ଧି ଧରି ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲେ ହେଁ, ଶକ୍ତି ଉତ୍ପାଦନ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ହୋଇପାରି ନାହିଁ । ଗତ କେତେ ବର୍ଷଧରି ଦେଶ ଉତ୍କଟ ଶକ୍ତି ସଂକଟର ସମ୍ମୁଖୀନ ହୋଇ ଆସୁଛି । 1996-97 ମସିହାର ଏକ ଅନୁଶୀଳନରୁ ଜଣାଯାଏ ଯେ ଦେଶର ଶକ୍ତି ଚାହିଦାର 16.9% ଶକ୍ତିର ଅଭାବ ପରିଲକ୍ଷିତ ହୋଇଥିଲା । ଏହି ଶକ୍ତି ସଂକଟର କାରଣ ନିମ୍ନରେ ପ୍ରଦାନ କରାଗଲା ।

(i) କ୍ରମବର୍ଦ୍ଧିଷ୍ଣୁ ଚାହିଦା ଭାରତରେ ବିଦ୍ୟୁତ୍ ଶକ୍ତିର ଚାହିଦା ଦୀର୍ଘଦିନ ଧରି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅଶୀ ଓ ନବେ ଦଶକରେ ଏହି ବୃଦ୍ଧିର ହାର ପ୍ରାୟ ଶତକଡ଼ା ୨ ଓ 10 ଭାଗ ରହିଥିଲା । କୃଷି, ଶିଳ୍ପ ଓ ଘରୋଇ ଉପଭୋଗ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତିର ଚାହିଦାର ଅହେତୁକ ବୃଦ୍ଧି ଯୋଗୁଁ ଏହାର ଅଭାବ ବିଶେଷ ଭାବରେ ପରିଲକ୍ଷିତ ହେଉଛି ।

(ii) ସ୍ଵଚ୍ଛ ଉତ୍ପାଦନ କ୍ଷମତା – ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ବଣ୍ଟନ କ୍ଷେତ୍ରରେ ସ୍ବଚ୍ଛ ଉତ୍ପାଦନ କ୍ଷମତା ବିଶେଷ ଭାବରେ ଉପଲବ୍‌ଧ ହୋଇଥାଏ । ଭାରତରେ ଶକ୍ତି ଉତ୍ପାଦନ କ୍ଷମତା ଅତ୍ୟନ୍ତ ସ୍ଵଳ୍ପ ହୋଇଥିବାରୁ ଏହାର ଅଭାବ ପରିଲକ୍ଷିତ ହୋଇଥାଏ । ପ୍ରକଳ୍ପଗୁଡ଼ିକର ଉତ୍ପାଦନ କ୍ଷମତା 25%ରୁ 40% ମଧ୍ୟରେ ସୀମିତ । ଥର୍ମାଲ୍ ପ୍ଲାଣ୍ଟ୍ କ୍ଷେତ୍ରରେ ଉତ୍ପାଦନ କ୍ଷମତା 64.6% ରେ ସୀମିତ ରହିଥିଲା ସମୟରେ 1998 – 99 ମସିହା ପରଠାରୁ ଏହାର ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଅଛି ।

ପ୍ରକଳ୍ପଗୁଡ଼ିକ ନିଜର କ୍ଷମତାଠାରୁ କମ୍ ହାରରେ ଶକ୍ତି ଉତ୍ପାଦନ କରୁଥିବାରୁ ଏହି ସଂକଟ ବଳବତ୍ତର ରହିଛି । ପ୍ଲାଣ୍ଟୁଗୁଡ଼ିକ ଯଦି ନିଜ କ୍ଷମତାର ଶତକଡ଼ା । ଭାଗ ଉନ୍ନତି ଘଟାନ୍ତି ତେବେ ଏହା ପ୍ରାୟ 450 MW ଅଧିକ ଶକ୍ତି ଉତ୍ପାଦନରେ ସହାୟକ ହୋଇପାରିବ । ତେଣୁ ପ୍ରକଳ୍ପଗୁଡ଼ିକର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବା ଦରକାର ।

(iii) ଲକ୍ଷ୍ୟ ହାସଲ କରିବା ଦିଗରେ ବିଫଳ – ଭାରତ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି । ଏହାର ଉତ୍ପାଦନ ଲକ୍ଷ୍ୟ ଏ ପର୍ଯ୍ୟନ୍ତ ହାସଲ ହୋଇପାରି ନାହିଁ । ପ୍ରଥମ ଯୋଜନା କାଳରେ ଏହା ଲକ୍ଷ୍ୟଠାରୁ ଶତକଡ଼ା 15 ଭାଗ କମ୍ ଉତ୍ପାଦନ କରିଥିବାବେଳେ ଚତୁର୍ଥ ଯୋଜନା କାଳରେ ଏହା ଶତକଡ଼ା 50 ଭାଗକୁ ବୃଦ୍ଧି ପାଇଥିଲା । ଷଷ୍ଠ ଯୋଜନା କାଳରେ ଏହା ଶତକଡ଼ା 28 ଭାଗକୁ ହ୍ରାସ ପାଇଥିଲା । ନବମ ଯୋଜନା ଶେଷରେ ମଧ୍ୟ ଏହି ଉତ୍ପାଦନ ଲକ୍ଷ୍ୟ ହାସଲ ହୋଇପାରି ନାହିଁ । ତେଣୁ ଶକ୍ତିର ଅଭାବ ସର୍ବଦା ପରିଲକ୍ଷିତ ହେଉଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

ସପ୍ତମ ଯୋଜନା ଶେଷ ସୁଦ୍ଧା ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ 295 ବିଲିୟନ KW ରହିଥ‌ିବା ବେଳେ ଏହାଠାରୁ ପ୍ରାୟ 50 ବିଲିୟନ KW କମ୍ ଉତ୍ପାଦନ ହୋଇଥିଲା । ଅଷ୍ଟମ ଯୋଜନା କାଳରେ ମଧ୍ଯ ଧାର୍ଯ୍ୟ ଲକ୍ଷ୍ୟଠାରୁ ଶତକଡ଼ା 52 ଭାଗ କମ୍ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇଥିଲା ।

(iv) ଅନ୍ୟାନ୍ୟ ଉପାଦାନ – ବିଦ୍ୟୁତ୍ ଶକ୍ତିର ଅଭାବପାଇଁ ବିଶେଷ କାରଣ ରହିଛି । ପୁରୁଣାକାଳର ଯନ୍ତ୍ରପାତିର ବ୍ୟବହାର, ଟ୍ରାନ୍ସମିଶନରେ ଶତକଡ଼ା 20 ଭାଗ କ୍ଷତି, ଅନିୟମିତ ଭାବେ କୋଇଲା ଯୋଗାଣ ଏବଂ ଉତ୍କୃଷ୍ଟ କୋଇଲାର ଅଭାବ, ବିଶୃଙ୍ଖଳିତ ଶ୍ରମିକ, ପରିଚାଳନାଗତ ତ୍ରୁଟି, ଦକ୍ଷ ଇଂଜିନିୟର ଓ ଶ୍ରମିକମାନଙ୍କର ଅଭାବ ଇତ୍ୟାଦି ବହୁବିଧ କାରଣ ରହିଛି । ଏହି କାରଣରୁ ବିଦ୍ୟୁତ୍ ଶକ୍ତିର ଅଭାବ ଦେଖାଦେଇଥାଏ ।

ଉପରୋକ୍ତ କାରଣ ବ୍ୟତୀତ ଅନ୍ୟ କେତେକ କାରଣ ମଧ୍ୟ ବିଦ୍ୟୁତ୍ ଶକ୍ତିର ଅଭାବ ଲାଗି ଦାୟୀ । ପ୍ରଥମତଃ ବିଦ୍ୟୁତ୍ ଶକ୍ତି ଉତ୍ପାଦନପାଇଁ ସମ୍ବଳର ଅଭାବ ରହିଛି । ଏହି କାରଣରୁ ଉତ୍ପାଦନ କ୍ଷେତ୍ରରେ ଦକ୍ଷତା ସହକାରେ କାର୍ଯ୍ୟ କରିବାକୁ କେହି ଇଚ୍ଛୁକ ନୁହଁନ୍ତି । ନାମକୁ ମାତ୍ର ଶକ୍ତି ସଂରକ୍ଷଣ, ପ୍ରକଳ୍ପଗୁଡ଼ିକର ବିସ୍ତାର, ବଣ୍ଟନକ୍ଷେତ୍ରର କ୍ଷତିର ପରିଣାମ ହ୍ରାସ ଭଳି କେତେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମାତ୍ର ସମ୍ବଳର ଅଭାବ ଯୋଗୁଁ ଏସବୁରୁ କୌଣସି ସୁଫଳ ମିଳିପାରୁ ନାହିଁ । ଏହି ସମ୍ବଳର ଅଭାବ ଦୂରୀକରଣ ପାଇଁ ବେସରକାରୀ ସଂସ୍ଥାମାନଙ୍କର ପ୍ରବେଶ ନିତାନ୍ତ ଜରୁରୀ ।

ଏତଦ୍‌ବ୍ୟତୀତ ଦେଶରେ ରହିଥ‌ିବା ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ସଫଳତା ନିମ୍ନଗାମୀ ହେବାରେ ଲାଗିଛି । ଏହିସବୁ ପ୍ରକଳ୍ପଗୁଡ଼ିକରୁ ଯଥେଷ୍ଟ ପରିମାଣର ବିଦ୍ୟୁତଶକ୍ତି ଉତ୍ପାଦନ ହେଉନାହିଁ । ରାଜ୍ୟରେ ରହିଥ‌ିବା ବିଦ୍ୟୁତ୍ ଶକ୍ତି ବୋର୍ଡଗୁଡ଼ିକର କାର୍ଯ୍ୟଧାରା ସେପରି ଆଶାନୁରୂପ ହୋଇପାରୁ ନାହିଁ । ତେଣୁ ବଣ୍ଟନ ପ୍ରକ୍ରିୟାରେ କ୍ଷତି ବହୁଗୁଣିତ ହେବାରେ ଲାଗିଛି । ଏସବୁର ନିରାକରଣ ପାଇଁ ରାଜ୍ୟ ବିଦ୍ୟୁତ୍ ବୋର୍ଡର ପୁନର୍ଗଠନ କରାଯିବା ଦରକାର ।

ଦେଶରେ ଆର୍ଥିକ ସଂକଟକୁ ଦୃଷ୍ଟିରେ ରଖ୍ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଏକ ନୂତନ ଆର୍ଥିକ ନୀତି, ଉତ୍ପାଦନ ନୀତି ଓ ବଣ୍ଟନ ନୀତି ପ୍ରଣୟନ କରି କ୍ଷତିର ପରିମାଣ ହ୍ରାସ କରାଯିବା ସଙ୍ଗେ ସଙ୍ଗେ ଉତ୍ପାଦନ ବୃଦ୍ଧି ମଧ୍ୟ କରାଯାଇପାରେ ।

(ଖ) ସାମାଜିକ ଭିତ୍ତିଭୂମି/ଆଧାରିକ ସଂରଚନା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ :
1. ଦେଶର ପ୍ରଥମ ଶିକ୍ଷାନୀତି କେଉଁ ବର୍ଷ ଘୋଷିତ ହୋଇଥିଲା ?
(i) 1951
(ii) 1968
(iii) 1986
(iv) 1991
Answer:
(iii) 1968

2. ନୂତନ ଜାତୀୟ ଶିକ୍ଷାନୀତି କେଉଁ ବର୍ଷ ଘୋଷିତ ହୋଇଛି ?
(i) 1968
(ii) 1986
(iii) 2001
(iv) ଉପରୋକ୍ତ କେଉଁଟି ନୁହେଁ
Answer:
(ii) 1986

3. କେଉଁଟି ନୂତନ ଶିକ୍ଷାନୀତିର ବିଶେଷତ୍ଵ ?
(i) 10+2+3 ଶିକ୍ଷା ପଦ୍ଧତି
(ii) ବୃତ୍ତିଗତ ଶିକ୍ଷା ଉପରେ ଗୁରୁତ୍ଵ
(iii) ଆବାସିକ ବିଦ୍ୟାଳୟ ସ୍ଥାପନ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

4. ଭାରତରେ ଶିକ୍ଷା ବ୍ୟବସ୍ଥା କେଉଁ ଶିକ୍ଷା ପ୍ରତି ଅଧିକ ଅନୁକୂଳ ?
(i) ସାଧାରଣ ଶିକ୍ଷା
(ii) ବୈଷୟିକ ଶିକ୍ଷା
(iii) ଧନ୍ଦାମୂଳକ ଶିକ୍ଷା
(iv) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ
Answer:
(i) ସାଧାରଣ ଶିକ୍ଷା

5. କେଉଁ ମସିହାଠାରୁ ଦେଶରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ?
(i) 2001
(ii) 2004
(iii) 2006
(iv) 2008
Answer:
(i) 2001

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

6. ସ୍ଵାସ୍ଥ୍ୟରକ୍ଷାର ସୁଫଳ ଯୋଗାଇବାପାଇଁ ବ୍ଲକ୍‌ସ୍ତରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଟି କିଏ ?
(i) ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
(ii) ଉପକେନ୍ଦ୍ର
(iii) ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର
(iv) ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
Answer:
(iv) ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର

7. ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ କେଉଁ ମସିହାଠାରୁ କାର୍ଯ୍ୟକାରୀ ହେଉଛି ।
(i) 1951
(ii) 1991
(iii) 2001
(iv) 2004
Answer:
(iv) 2004

8. ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ କେଉଁ ମସିହାରୁ କାର୍ଯ୍ୟକରି ଆସୁଛି ?
(i) 1956
(ii) 1950
(iii) 1988
(iv) 2000
Answer:
(i) 1956

9. ଭାରତରେ କେତୋଟି IIT ରହିଛି ?
(i) 9ଟି
(ii) 7ଟି
(iii) 8ଟି
(iv) 10ଟି
Answer:
(ii) 7ଟି

10. ଗ୍ରାମାଞ୍ଚଳରେ ଥ‌ିବା କେଉଁ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ସେବା ମିଳିଥାଏ ?
(i) ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର
(ii) ଉପସ୍ଵାସ୍ଥ୍ୟ କେନ୍ଦ୍ର
(iii) ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
(iv)ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର
Answer:
(iii) ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

11. ସ୍ଵାସ୍ଥ୍ୟସେବା ହେଲା :
(i) ଆର୍ଥନୀତିକ ଭିତ୍ତିଭୂମି
(ii) ସାମାଜିକ ଭିତ୍ତିଭୂମି
(iii) ଉଭୟ ଆର୍ଥନୀତିକ ଓ ସାମାଜିକ ଭିତ୍ତିଭୂମି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ସାମାଜିକ ଭିତ୍ତିଭୂମି

12. ଜାତୀୟ ସାକ୍ଷରତା ଅଭିଜାନ କେଉଁ ମସିହାରେ ଆରମ୍ଭ ହୋଇଥିଲା ?
(i) 1991
(ii) 1986
(iii) 1984
(iv) 1988
Answer:
(iv) 1988

13. କେଉଁ ଶିକ୍ଷାନୀତିରେ ସମସ୍ତଙ୍କ ପାଇଁ ସମାନ ଶିକ୍ଷାର ସୁଯୋଗ ପ୍ରବର୍ତ୍ତନ କରାଯାଇଥିଲା ?
(i) 1968
(ii) 1951
(iii) 1986
(iv) 1956
Answer:
(i) 1968

14. 2002 ମସିହାର ଜାତୀୟ ସ୍ୱାସ୍ଥ୍ୟନୀତିରେ କେଉଁ ମସିହାସୁଦ୍ଧା ଶିଶୁ ମୃତ୍ୟୁହାର 1000 ପିଛା 30କୁ ହ୍ରାସ କରିବାପାଇଁ ପ୍ରସ୍ତାବ ରଖାଯାଇଛି ?
(i) 2008
(ii) 2009
(iii) 2010
(iv) 2012
Answer:
(iii) 2010

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

15. ଆଧାରିକ ସଂରଚନା କେଉଁ କ୍ଷେତ୍ରପାଇଁ ସହାୟକ ହୋଇଥାଏ ?
(i) ଶିଳ୍ପ
(ii) କୃଷି
(iii) ବାଣିଜ୍ୟ
(iv) ସମସ୍ତ ପ୍ରକାର
Answer:
(iv) ସମସ୍ତ ପ୍ରକାର

B. ଶୂନ୍ୟସ୍ଥାନ ପୂରଣ କର :
1 ଅର୍ଥବ୍ୟବସ୍ଥାର ଆର୍ଥିକ ପ୍ରଗତି ନିମିତ୍ତ ଅର୍ଥନୈତିକ ଆଧାରିକ ସଂରଚନା ପରି _________________ ସଂରଚନାର ମଧ୍ଯ ଉପାଦେୟତା ରହିଛି ।
Answer:
ସାମାଜିକ

2. ଶିକ୍ଷାର ପ୍ରସାର ହେଲେ ଶ୍ରମିକଙ୍କ ____________________ ବୃଦ୍ଧିପାଏ ।
Answer:
କାର୍ଯ୍ୟଦକ୍ଷତା

3. ଶିକ୍ଷା ହିଁ ____________________ ର ସହାୟକ ।
Answer:
ପ୍ରଗତି

4. ଯଦି ତୁମେ ଗୋଟିଏ ବର୍ଷପାଇଁ ଯୋଜନା କରୁଛ ତେବେ ଧାନଗଛ ଲଗାଅ, ଯଦି ପାଞ୍ଚବର୍ଷ ପାଇଁ ଯୋଜନା କରୁଛ ତେବେ ବୃକ୍ଷରୋପଣ କର ବା ଯଦି ଭବିବ୍ରତ ନିମିତ୍ତ ଯୋଜନା କରୁଛ ତେବେ ପିଲାଙ୍କୁ _____________________ ଦିଅ ।
Answer:
ଶିକ୍ଷା

5. 15ରୁ 35 ବର୍ଷର ଲୋକ, ଯେଉଁମାନେ କି ଦେଶର ଶ୍ରମଶକ୍ତି ସେମାନଙ୍କୁ ସାକ୍ଷର କରିବା ନିମିତ୍ତ ____________________ କାର୍ପ୍ୟକ୍ରମ ଜାତୀୟ ସ୍ତରରେ 1978 ମସିହାରେ ଆରମ୍ଭ କରାଯାଇଛି ।
Answer:
ପ୍ରୌଢ଼ଶିକ୍ଷା

6. ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଉତ୍ତମ ଭିତ୍ତିଭୂମି ସୁବିଧା ଯୋଗାଇଦେବା ଲକ୍ଷ୍ୟନେଇ 1987-88ରେ __________________ ଅଭିଯାନର ଶୁଭାରମ୍ଭ କରାଯାଇଥିଲା ।
Answer:
କଳାପଟା

7. ଅସୁବିଧା ବା ଅନ୍ୟ କୌଣସି କାରଣ ବଶତଃ ନିୟମିତ ଆନୁଷ୍ଠନିକ ଶିକ୍ଷା ସୁବିଧାରୁ ବଞ୍ଚତ 6 ରୁ 14 ବର୍ଷ ବୟସର ପିଲାମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟନେଇ _________________________ କାର୍ଯ୍ୟକ୍ରମ 1980-85ରେ ଆରମ୍ଭ କରାଯାଇଥିଲା ।
Answer:
ଅଣଆନୁଷ୍ଠାନିକ ଶିକ୍ଷା

8. ଗାଁ ଗହଳିର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଆଧୁନିକ ଶିକ୍ଷାଦାନ ନିମିତ୍ତ _______________________ ବିଦ୍ୟାଳୟଗୁଡ଼ିକ 1995- 96ରେ ପ୍ରତିଷ୍ଠା କରାଯାଇଥିଲା ।
Answer:
ନବୋଦୟ

9. 2010 ମସିହା ସୁଦ୍ଧା ଦେଶର ସମସ୍ତ ଲୋକଙ୍କୁ ଶିକ୍ଷା ସୁବିଧା ଯୋଗାଇଦେବାପାଇଁ _____________________ ଅଭିଯାନ ଆରମ୍ଭ କରାଯାଇଥିଲା ।
Answer:
ସର୍ବଶିକ୍ଷା

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

10. 1964 ରେ ଗଠିତ ଜାତୀୟ ଶିକ୍ଷା କମିଶନର ଅଧ୍ୟକ୍ଷ ଥିଲେ _____________________ ।
Answer:
ଡକ୍ଟର ଡି.ଏସ୍.କୋଠାରୀ

11. ମଣିଷର ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଉନ୍ନତିର ପୂର୍ଣାଙ୍ଗ ଅବସ୍ଥା ହିଁ __________________ ।
Answer:
ସୁସ୍ଥସ୍ୱାସ୍ଥ୍ୟ

12. ଦେଶର ଶ୍ରମଶକ୍ତିର ଶାରୀରିକ କାର୍ଯ୍ୟଦକ୍ଷତା ଲୋକମାନଙ୍କୁ ପ୍ରାପ୍ତ ହେଉଥ‌ିବା __________________ ସେବା ଉପରେ ଅନେକାଂଶରେ ନିର୍ଭର କରେ ।
Answer:
ସ୍ଵାସ୍ଥ୍ୟ

13. ସୁସ୍ଥ ସ୍ୱାସ୍ଥ୍ୟ ଏକ ସାମାଜିକ ଆଧାରିକ ସଂରଚନା ଭାବରେ ଦେଶର ଉତ୍ପାଦନକୁ ______________________ ଭାବରେ ସାହାଯ୍ୟ କରିଥାଏ ।
Answer:
ପରୋକ୍ଷ

14. ଭାରତ ସାର୍ବଜନୀନ ଟିକାଦାନ ମାଧ୍ୟମରେ __________________________ ରୋଗକୁ 1977 ମସିହାରୁ ପୂର୍ଣ୍ଣମାତ୍ରାରେ ନିରାକରଣ କରିପାରିବାର ଗୌରବ ହାସଲ କରିପାରିଛି ।
Answer:
ବସନ୍ତ

15. ____________________ ରୋଗକୁ 2000 ମସିହା ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣଭାବେ ଦୂରୀକରଣ କରାଯିବାର ଲକ୍ଷ୍ୟ ରଖାଯାଇଥିଲା ।
Answer:
କୁଷ୍ଠ

16. ସ୍ଵାସ୍ଥ୍ୟରକ୍ଷାର ସୁଫଳ ନିମିତ୍ତ ଦେଶର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ _________________ ଅଛି ।
Answer:
ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

17. ଉତ୍ତମ ସ୍ଵାସ୍ଥ୍ୟରକ୍ଷା ନିମିତ୍ତ ପ୍ରତି 5000 ଲୋକସଂଖ୍ୟା ପିଛା ଗୋଟିଏ ଲେଖାଏଁ _____________________ ସ୍ଥାପନା ବ୍ୟବସ୍ଥା ଅଛି ।
Answer:
ସ୍ଵାସ୍ଥ୍ୟ ଉପକେନ୍ଦ୍ର

18. ନାରୀ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ପ୍ରତି 1 ଲକ୍ଷ୍ୟ ଜନବସତି ଥିବା ଅଞ୍ଚଳରେ ଗୋଟିଏ ଗୋଟିଏ ____________________ କରାଯାଇଥାଏ ।
Answer:
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

19. ଭାରତର ଗ୍ରାମାଞ୍ଚଳରେ ପ୍ରସୂତି ଜନିତ ଓ ପ୍ରସବକାଳୀନ ମହିଳା ମୃତ୍ୟୁସଂଖ୍ୟା ସମଗ୍ର ପୃଥ‌ିବୀରେ ___________________ ।
Answer:
ସର୍ବାଧି

20. ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ସରକାର 500 ଗ୍ରାମର ଖାଦ୍ୟଶକ୍ତି ଏବଂ 25 ଗ୍ରାମ୍‌ ପ୍ରୋଟିନ୍ ପ୍ରତ୍ୟେକ ମହିଳାଙ୍କୁ ପ୍ରତିଦିନ ଦେବା ନିମିତ୍ତ __________________ ଯୋଜନା ପ୍ରଣୟନ କରିଛନ୍ତି ।
Answer:
ସ୍ଵତନ୍ତ୍ର ପୁଷ୍ଟିସାର

21. ଆମର ଜାତୀୟ ସ୍ୱାସ୍ଥ୍ୟନୀତିର ମୁଖ୍ୟ ଆଭିମୁଖ୍ୟ ହେଲା _______________________ ମସିହା ସୁଦ୍ଧା ସମସ୍ତଙ୍କୁ ସ୍ୱାସ୍ଥ୍ୟରକ୍ଷାର ସୁବିଧା ଦେବା ।
Answer:
2000

22. 2000 ମସିହା ସୁଦ୍ଧା ପ୍ରାଥମିକ ସ୍ଵାସ୍ଥ୍ୟସେବା ପଦକ୍ଷେପଦ୍ବାରା ସମସ୍ତ ପାଇଁ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା-ମୂଳକ _________________ ସନନ୍ଦରେ ଭାରତ ସ୍ବାକ୍ଷର କରିଛି ।
Answer:
ଆଲ୍‌ମା-ଆଙ୍ଗା

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

23. ଶତ ପ୍ରତିଶତ ଆନୁଷ୍ଠାନିକ ପ୍ରସୂତୀ ସେବା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କଦ୍ଵାର ___________________ ଯୋଜନା ଆରମ୍ଭ କରାଯାଇଛି ।
Answer:
ଜନନୀ ସୁରକ୍ଷା

24. _____________________ ଯୋଜନା ଅନୁଯାୟୀ ବାର୍ଷିକ 365 ଟଙ୍କାର ବୀମା ପ୍ରିମିୟମ୍‌ ଦେଇ ଗରିବ ଓ ଉପେକ୍ଷିତ 30,000 ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ ।
Answer:
ସାର୍ବଜନୀନ ସ୍ବାସ୍ଥ୍ୟ ବୀମା

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ସାମାଜିକ ଆଧାରିକ ସଂରଚନା କହିଲେ ତୁମେ କ’ଣ ବୁଝ ?
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ସେବା, ସୁଯୋଗ ପରୋକ୍ଷଭାବେ ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରେ, ତାହାକୁ ସାମାଜିକ ଆଧାରିକ ସଂରଚନା କୁହାଯାଏ; ଯଥା— ଶିକ୍ଷା ଓ ତାଲିମ ବ୍ୟବସ୍ଥା ।

2. 2001 ଜନଗଣନା ଅନୁସାରେ ଭାରତର ସାକ୍ଷରତା ହାର କେତେ ?
Answer:
2001 ଜନଗଣନା ଅନୁସାରେ ଭାରତର ସାକ୍ଷରତା ହାର 65.38 ପ୍ରତିଶତ ।

3. ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ କେଉଁ ବର୍ଷ ଆରମ୍ଭ ହୋଇଥିଲା ?
Answer:
ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ 1978 ମସିହାରୁ ଆରମ୍ଭ ହୋଇଥିଲା ।

4. ମାନବ ସମ୍ବଳ ବିକାଶ କହିଲେ କ’ଣ ବୁଝ ?
Answer:
ଯେଉଁ ପ୍ରକ୍ରିୟାରେ ଦକ୍ଷ, ବୈଷୟିକ ଜ୍ଞାନସମ୍ପନ୍ନ ଓ ଅନୁଭୂତି ସମ୍ପନ୍ନ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି କରାଯାଏ, ତାହାକୁ

5. କୋଠାରୀ କମିଶନ କେଉଁ କ୍ଷେତ୍ରପାଇଁ ପ୍ରଯୁଜ୍ୟ ?
Answer:
କୋଠାରୀ କମିଶନ ଶିକ୍ଷା ବିକାଶ ଓ ସଂସ୍କାରପାଇଁ ପ୍ରଯୁଜ୍ୟ ।

6. କୋଠରୀ କମିଶନ କେବେ ଗଠିତ ହୋଇଥିଲା ?
Answer:
1964 ମସିହା ଜୁଲାଇ 14 ତାରିଖରେ କୋଠାରୀ କମିଶନ ଗଠିତ ହୋଇଥିଲା ।

7. କୋଠାରୀ କମିଶନର ଏକ ପ୍ରସ୍ତାବ ଲେଖ ।
Answer:
ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କୋଠାରୀ କମିଶନର ଏକ ପ୍ରସ୍ତାବ ଥିଲା ।

8. କେବେ ଶିକ୍ଷାନୀତିରେ ମାଧ୍ୟମିକ ସ୍ତରରେ ବୈଷୟିକ ଶିକ୍ଷା ପ୍ରଚଳନ କରାଯାଇଥିଲା ?
Answer:
1968 ଜାତୀୟ ଶିକ୍ଷାନୀତିରେ ମାଧ୍ୟମିକ ସ୍ତରରେ ବୈଷୟିକ ଶିକ୍ଷା ପ୍ରଚଳନ କରାଯାଇଥିଲା ।

9. କେଉଁ ଶିକ୍ଷାନୀତି ଅନୁସାରେ 10+2+3 ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ?
Answer:
1986 ଶିକ୍ଷାନୀତି ଅନୁସାରେ 10+2+3 ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ।

10. କେଉଁ ଶିକ୍ଷାନୀତି ଅନୁସାରେ ଅଣଆନୁଷ୍ଠାନିକ ଶିକ୍ଷା ପ୍ରଚଳନ କରାଗଲା ?
Answer:
1986 ଶିକ୍ଷାନୀତି ଅନୁସାରେ ଅଣଆନୁଷ୍ଠାନିକ ଶିକ୍ଷା ପ୍ରଚଳନ କରାଗଲା ।

11. ସ୍ଵୟଂଶାସିତ ମହାବିଦ୍ୟାଳୟ କେଉଁ ଶିକ୍ଷାନୀତି ବଳରେ କରାଗଲା ?
Answer:
1986 ଶିକ୍ଷାନୀତି ବଳରେ ସ୍ଵୟଂଶାସିତ ମହାବିଦ୍ୟାଳୟ କରାଗଲା ।

12. କେଉଁ ଶିକ୍ଷାନୀତିରେ ତିନୋଟି ଭାଷାର ପ୍ରଚଳନ ପାଇଁ ପ୍ରସ୍ତାବ ରହିଥିଲା ?
Answer:
1968 ଶିକ୍ଷାନୀତିରେ ତିନୋଟି ଭାଷାର ପ୍ରଚଳନପାଇଁ ପ୍ରସ୍ତାବ ରହିଥିଲା ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

13. I.C.D.S. ର ପୂରା ଅର୍ଥ କ’ଣ ?
Answer:
Integrated Child Development Service.

14. ପୋଲିଓ ନିରାକରଣ ପାଇଁ କେଉଁ ଯୋଜନା କାର୍ଯ୍ୟକାରୀ ହୋଇଥିଲା ?
Answer:
Pulse Polio Programme

15. AIDS ର ପୂରା ଅର୍ଥ କ’ଣ ?
Answer:
Acquired Immune Deficiency Syndrome.

16. P.H.C ର ପୂରା ଅର୍ଥ କ’ଣ ?
Answer:
Primary Health Centre.

17. ଇନ୍ଦିରା ଆବାସ ଯୋଜନା କେବେ ପ୍ରଚଳନ କରାଗଲା ?
Answer:
1985-86 ମସିହାରେ ଇନ୍ଦିରା ଆବାସ ଯୋଜନା ପ୍ରଚଳନ କରାଗଲା ।

18. ବାଲ୍ମୀକି ଆମ୍ବେଦକର ଆବାସ ଯୋଜନା କ’ଣ ?
Answer:
ସହରାଞ୍ଚଳରେ ଗଢ଼ିଉଠୁଥ‌ିବା ବିଭିନ୍ନ ବସ୍ତିବାସିନ୍ଦା, ଯେଉଁମାନେ କି ବାସଶୂନ୍ୟ ତଥା ଗରିବ, ସେମାନଙ୍କର

19. ପ୍ରଧାନମନ୍ତ୍ରୀଙ୍କ ଗ୍ରାମୋଦ୍ୟୋଗ ଯୋଜନା କ’ଣ ?
Answer:
ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ସୀମାରେଖା ତଳେ ରହିଯାଇଥିବା ଲୋକମାନଙ୍କୁ ବାସଗୃହ ସୁବିଧା ଯୋଗାଇ ଦେବା ନିମିତ୍ତ କେନ୍ଦ୍ରସରକାର ପ୍ରଧାନମନ୍ତ୍ରୀଙ୍କ ଗ୍ରାମୋଦ୍ୟୋଗ ଯୋଜନା ପ୍ରଣୟନ କରିଛନ୍ତି ।

20. ଆଜିକାଲି କୁଷ୍ଠରୋଗ ଚିକିତ୍ସାପାଇଁ କେଉଁ ପ୍ରଣାଳୀ ଅନୁସୃତ ହେଉଛି ?
Answer:
ଆଜିକାଲି କୁଷ୍ଠରୋଗ ଚିକିତ୍ସାପାଇଁ ବହୁବିଧ ଔଷଧ ପ୍ରୟୋଗ (M.D.T.) ପ୍ରଣାଳୀ ଅନୁସୃତ ହେଉଛି ।

21. ଜାତିସଂଘର ବିଶ୍ଵ ଆବାସସ୍ଥଳ କୌଶଳ ଆଧାରରେ ଭାରତ କେଉଁ ମସିହାରେ ଜାତୀୟ ପ୍ରଣୟନ କରିଥିଲା ?
Answer:
ଜାତିସଂଘର ବିଶ୍ବ ଆବାସସ୍ଥଳ କୌଶଳ ଆଧାରରେ ଭାରତ 1988 ମସିହାରେ ଜାତୀୟ ବାସଗୃହନୀତି ପ୍ରଣୟନ କରିଥିଲା ।

22. ସ୍ୱଚ୍ଛ ଭାରତର ମିଶନ ଯୋଜନାର ଶୁଭାରମ୍ଭ କେବେ ହୋଇଥିଲା ?
Answer:
2014 ମସିହା ଅକ୍ଟୋବର ମାସ 2 ତାରିଖ ଦିନ ।

23. ଜାତୀୟ ସ୍ୱାସ୍ଥ୍ୟ ମିଶନ କେବେ ପ୍ରଚଳନ ହୋଇଥିଲା ?
Answer:
2013 ମସିହା ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

24. ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ କେବେଠାରୁ ପ୍ରଚଳନ କରାଯାଇଛି ?
Answer:
2013 ଜୁନ୍ 1 ତାରିଖଠାରୁ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକସ୍ଥଳେ ସଂଶୋଧନ କର ।
1. ସହରାଞ୍ଚଳର ଦାରିଦ୍ର୍ୟ ରେଖାତଳେ ଥ‌ିବା ପରିବାରମାନଙ୍କୁ ମାଗଣା ବାସଗୃହ ସୁବିଧା ଯୋଗାଇଦେବା ହେଉଛି ଇନ୍ଦିରା ଆବାସ ଯୋଜନାର ଉଦ୍ଦେଶ୍ୟ ।
Answer:
ସହରାଞ୍ଚଳର ଦାରିଦ୍ର୍ୟ ରେଖାତଳେ ଥ‌ିବା ପରିବାରମାନଙ୍କୁ ମାଗଣା ବାସଗୃହ ସୁବିଧା ଯୋଗାଇଦେବା ହେଉଛି ବାଲ୍ମୀକି ଆମ୍ବେଦକର ଆବାସ ଯୋଜନାର ଉଦ୍ଦେଶ୍ୟ ।

2. ବାସଗୃହ ନିର୍ମାଣ କ୍ଷେତ୍ରରେ ପୁଂଜିନିବେଶକୁ ଉତ୍ସାହ ପ୍ରଦାନ ହେଉଛି 1998 ମସିହା ଜାତୀୟ ବାସଗୃହ ନୀତିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ।
Answer:
ବାସଗୃହ ନିର୍ମାଣ କ୍ଷେତ୍ରରେ ପୁଂଜିନିବେଶକୁ ଉତ୍ସାହ ପ୍ରଦାନ ହେଉଛି 1988 ମସିହା ଜାତୀୟ ବାସଗୃହ ନୀତିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ।

3. 1982 ମସିହାର ଜାତୀୟ ସ୍ୱାସ୍ଥ୍ୟନୀତିରେ 2005 ମସିହା ସୁଦ୍ଧା ଦେଶରୁ କୁଷ୍ଠ ନିରାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
Answer:
1982 ମସିହାର ଜାତୀୟ ସ୍ଵାସ୍ଥ୍ୟନୀତିରେ 2000 ମସିହା ସୁଦ୍ଧା ଦେଶରୁ କୁଷ୍ଠ ନିରାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

4. ଦେଶର ସର୍ବତ୍ର 10 + 2 + 3 ଶିକ୍ଷାବ୍ୟବସ୍ଥା ପ୍ରବର୍ତ୍ତନ କରିବାପାଇଁ 1968 ମସିହାର ଜାତୀୟ ଶିକ୍ଷାନୀତି ସୁପାରିସ କରିଥିଲା ।
Answer:
ଦେଶର ସର୍ବତ୍ର 10 + 2 + 3 ଶିକ୍ଷାବ୍ୟବସ୍ଥା ପ୍ରବର୍ତ୍ତନ କରିବାପାଇଁ 1968 ମସିହାର ଜାତୀୟ ଶିକ୍ଷାନୀତି ସୁପାରିସ କରିଥିଲା ।

5. IGNOU ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ପ୍ରତି ଧ୍ୟାନ ଦେଇଥାଏ ।
Answer:
UGC ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ପ୍ରତି ଧ୍ୟାନ ଦେଇଥାଏ ।

6. ଅଣଆନୁଷ୍ଠାନିକ ଶିକ୍ଷା ବୟସ୍କଙ୍କପାଇଁ ଉଦ୍ଦିଷ୍ଟ ।
Answer:
ପ୍ରୌଢ଼ଶିକ୍ଷା ବୟସ୍କଙ୍କପାଇଁ ଉଦ୍ଦିଷ୍ଟ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

7. ଭାରତରେ ଛଅଟି IIT ଅଛି ।
Answer:
ଭାରତରେ 7ଟି IIT ଅଛି ।

8. PHC ଗ୍ରାମାଞ୍ଚଳର ବିଶେଷଜ୍ଞ ଡାକ୍ତର ଥବା ସ୍ବାସ୍ଥକେନ୍ଦ୍ର ।
Answer:
CHC ଗ୍ରାମାଞ୍ଚଳର ବିଶେଷଜ୍ଞ ଡାକ୍ତର ଥ‌ିବା ସ୍ଵାସ୍ଥ୍ୟକେନ୍ଦ୍ର ।

E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ :

1. ସାମାଜିକ ଆଧାରିକ ସଂରଚନା କ’ଣ ?
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ସେବା, ସୁଯୋଗ ପରୋକ୍ଷଭାବେ ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରେ, ତାହାକୁ ସାମାଜିକ ଆଧାରିକ ସଂରଚନା କୁହାଯାଏ । ଏହା ବହୁ ପ୍ରକାରର; ଯଥା— (କ) ଶିକ୍ଷା ଓ ତାଲିମ ବ୍ୟବସ୍ଥା, (ଖ) ସ୍ୱାସ୍ଥ୍ୟ ସେବା, (ଗ) ବାସଗୃହ ଯୋଗାଣ ଇତ୍ୟାଦି । ଏସବୁ ବ୍ୟବସ୍ଥାଦ୍ୱାରା ପ୍ରତ୍ୟକ୍ଷ ଉତ୍ପାଦନ ପ୍ରକ୍ରିୟାରେ ବିନିଯୋଗ ହେଉଥ‌ିବା ଶ୍ରମ ଭଳି ଉପାଦାନ ଅଧିକ ଉତ୍ପାଦନଶୀଳ ହୋଇ ପରୋକ୍ଷ ଭାବରେ ଦେଶର ମୋଟ ଉତ୍ପାଦନକୁ ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି ।

2. ନୂତନ ଶିକ୍ଷା ନୀତି କ’ଣ ?
Answer:
ତତ୍‌କାଳୀନ ଶିକ୍ଷା ବ୍ୟବସ୍ଥାର ବ୍ୟାପକ ସମୀକ୍ଷା ଓ ଭବିଷ୍ୟତର ଆବଶ୍ୟକତାକୁ ବିଚାରକୁ ନେଇ ଏକ ନୂତନ ଶିକ୍ଷାନୀତି 1986 ମସିହାରେ ଘୋଷିତ ହୋଇଥିଲା । ସମସ୍ତଙ୍କୁ ସମାନ ଭାବରେ ଶିକ୍ଷା ସୁବିଧା ଯୋଗାଇଦେବା ଥିଲା ଏହି ନୂତନ ଶିକ୍ଷାନୀତିର ପ୍ରଧାନ ଆଭିମୁଖ୍ୟ । ତେଣୁ ଆଦିବାସୀ, ହରିଜନ, ନାରୀ, ସଂଖ୍ୟାନ୍ୟୁନ ଓ ଭିନ୍ନକ୍ଷମାନଙ୍କୁ ଉପଯୁକ୍ତ ଶିକ୍ଷା ସୁଯୋଗ ପ୍ରଦାନ କରିବା ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରାଯାଇଥିଲା । ଦେଶର ସର୍ବତ୍ର 10+2+3 ଶିକ୍ଷାବ୍ୟବସ୍ଥା ପ୍ରବର୍ତ୍ତନପାଇଁ ଏହି ଶିକ୍ଷାନୀତି ସୁପାରିସ କରିଥିଲା । ରାଷ୍ଟ୍ର 14 ବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳକ ଓ ବାଳିକାମାନଙ୍କୁ ବାଧ୍ୟତାମୂଳକ ଭାବେ ମାଗଣାରେ ଶିକ୍ଷାଦେବା ଏବଂ ତିନିଗୋଟି ଭାଷାର ଶିକ୍ଷାଦାନ ପଦ୍ଧତି ଇତ୍ୟାଦି ।

3. ସର୍ବଶିକ୍ଷା ଅଭିଯାନ କ’ଣ ?
Answer:
ନବମ ଯୋଜନା କାଳରୁ (1997-2002) ଶିକ୍ଷା ମାନବ ସମ୍ବଳ ବିକାଶ ନିମିତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । 2001-02ରେ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖୀ ସରକାର 2010 ମସିହା ସୁଦ୍ଧା ଦେଶର ସମସ୍ତ ଲୋକଙ୍କୁ ଶିକ୍ଷା ସୁବିଧା ଯୋଗାଇଦେବାପାଇଁ ସମସ୍ତଙ୍କପାଇଁ ଶିକ୍ଷା ବା ‘ସର୍ବଶିକ୍ଷା ଅଭିଜାନ’ ଘୋଷଣା କରିଛନ୍ତି । ଏହା 6 ବର୍ଷରୁ 14 ବର୍ଷ ପର୍ଯ୍ୟନ୍ତ ଦେଶର ସମସ୍ତ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ପାଇବାର ମୌଳିକ ଅଧିକାର ଦେଇପାରିଛି । ନିଶ୍ଚିତ ଶିକ୍ଷା ଯୋଜନା ସର୍ବଶିକ୍ଷା ଅଭିଜାନର ଏକ ଅଂଶ ।

4. ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କ’ଣ ?
Answer:
ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ନିମିତ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ଏକ କେନ୍ଦ୍ରୀୟ ଯୋଜନା । ଯୋଜନା ପରିସର ଏକ ଜିଲ୍ଲା । 1994 ମସିହାରେ ଏହି ଯୋଜନା ପ୍ରଥମେ 42ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଗଲା । ଏହି ଯୋଜନା ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ସମାପନ ନକରି ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଛାଡ଼ି ଯାଉଛନ୍ତି ସେମାନଙ୍କ ସଂଖ୍ୟା 10 ପ୍ରତିଶତକୁ କମାଇବାର ଲକ୍ଷ୍ୟ ରଖାଯାଇଛି ।

5. ଅଣଆନୁଷ୍ଠାନିକ ଶିକ୍ଷା କ’ଣ ?
Answer:
ଅସୁବିଧା ବା ଅନ୍ୟକାରଣ ବଶତଃ ନିୟମିତ ଆନୁଷ୍ଠାନିକ ଶିକ୍ଷା ସୁବିଧାରୁ ବଞ୍ଚ 6ରୁ 14 ବର୍ଷ ବୟସର ପିଲାମାନଙ୍କୁ ସ୍ବାକ୍ଷର କରିବା ଲକ୍ଷ୍ୟନେଇ ଅଣଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥା ସ୍ଥାନରେ କେନ୍ଦ୍ରସରକାର ନିଶ୍ଚିତ ଶିକ୍ଷା ଯୋଜନାର ପ୍ରଚଳନ କରିଛନ୍ତି । ଏହା ଫଳରେ ପ୍ରାଥମିକ ବିଦ୍ୟାଳୟ ନଥ‌ିବା ଗ୍ରାମମାନଙ୍କରେ ନିଶ୍ଚିତ ଶିକ୍ଷା ଯୋଜନା କେନ୍ଦ୍ରମାନ ସ୍ଥାପନ କରାଯାଇଅଛି ଏବଂ ଶିକ୍ଷା ସହାୟକ ସହାୟୀକାଙ୍କ ଜରିଆରେ ପିଲାମାନଙ୍କୁ ସାକ୍ଷର କରାଯିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି ।

6. ବୃତ୍ତିଭିତ୍ତିକ ଶିକ୍ଷା କ’ଣ ?
Answer:
1988 ମସିହାରୁ ପ୍ରବର୍ତ୍ତନ କରାଯାଇଛି । ଛଅଗୋଟି ବିଷୟ ଯଥା – କୃଷି, ପଶୁପାଳନ, ମତ୍ସ୍ୟଚାଷ, ବ୍ୟବସାୟ ବାଣିଜ୍ୟ, ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଓ ଅର୍ଦ୍ଧସ୍ୱାସ୍ଥ୍ୟସେବା ଭଳି ବୃତ୍ତିଭିତ୍ତିକ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯାଇଛି । 2000 ସୁଦ୍ଧା 25 ପ୍ରତିଶତ ଛାତ୍ରଛାତ୍ରୀଙ୍କ ବୃତ୍ତିଭିତ୍ତିକ ଶିକ୍ଷାପ୍ରଦାନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।

7. କଳାପଟା ଅଭିଯାନ କ’ଣ ?
Answer:
ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଉତ୍ତମ ଭିତ୍ତିଭୂମି ସୁବିଧା ଯୋଗାଇଦେବା ଲକ୍ଷ୍ୟନେଇ 1987-88ରେ କଳାପଟା ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ସେଥ‌ିପାଇଁ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ (1) ଅନ୍ତତଃ ଦୁଇଟି ପକ୍‌କା କୋଠରୀ ଶ୍ରେଣୀଗୃହ, (2) ଅନ୍ତତଃ ଜଣେ ଶିକ୍ଷୟିତ୍ରୀଙ୍କ ସହ ଦୁଇଜଣ ଶିକ୍ଷକ, (3) ସମସ୍ତ ଆବଶ୍ୟକୀୟ ଶିକ୍ଷା ତଥା କ୍ରୀଡ଼ା ଉପକରଣ, (4) ବାଳକ ଓ ବାଳିକାମାନଙ୍କ ପାଇଁ ସ୍ଵତନ୍ତ୍ର ପାଇଖାନା ବ୍ୟବସ୍ଥା ଓ (5) କ୍ଷୁଦ୍ର ପାଠାଗାରର ସୁବନ୍ଦୋବସ୍ତ କରାଯାଇଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

8. ମାନବ ସମ୍ବଳ କହିଲେ କ’ଣ ବୁଝ ?
Answer:
କୌଣସି ଦେଶର ମାନବ ସମ୍ବଳ କହିଲେ ସେହି ଦେଶର ଅଧିବାସୀମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ, କର୍ମକୁଶଳତା, ବୁଦ୍ଧି, ଦକ୍ଷତା ଓ ଦୈହିକ ଶକ୍ତି ଆଦିକୁ ବୁଝାଇଥାଏ । ଅର୍ଥନୈତିକ ପ୍ରଗତି ନିମନ୍ତେ ମାନବ ସମ୍ବଳର ବିକାଶ ଏକାନ୍ତ ଆବଶ୍ୟକ । ମାନବ ସମ୍ବଳ ଅର୍ଥନୈତିକ ପ୍ରଗତିର ନିୟାମକ ଓ ବିକାଶର ଅନ୍ତିମ ଲକ୍ଷ୍ୟ । ଏହାର ଦୁଇଟି ଦିଗ ରହିଛି; ଯଥା— ପରିମାଣାତ୍ମକ ଓ ଗୁଣାତ୍ମକ । ଜନସଂଖ୍ୟା ବୃଦ୍ଧିଦ୍ୱାରା ଏହାର ପରିମାଣାତ୍ମକ ଦିଗଟି ପରିପୂରଣ ହୋଇପାରେ ମାତ୍ର ଏହାର ଗୁଣାତ୍ମକ ଦିଗଟି ମନୁଷ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା, ଯୋଗ୍ୟତା ଉପରେ ନିର୍ଭର କରେ ଯାହା ଅର୍ଥନୈତିକ ଉନ୍ନୟନପାଇଁ ଏକାନ୍ତ ଆବଶ୍ୟକ ।

9. ସଂକ୍ରାମକ ରୋଗ ନିୟନ୍ତ୍ରଣ କିପରି କରାଯାଇଛି ?
Answer:
ସ୍ଵାଧୀନତା ପରେ ବସନ୍ତ, ହଇଜା, ମ୍ୟାଲେରିଆ, ଯକ୍ଷ୍ମା, କୁଷ୍ଠ, କଳାଜ୍ଵର, ଏଡ୍‌ସ ଭଳି ରୋଗର ପ୍ରାଦୁର୍ଭାବ କମାଇ ଦିଆଯାଇଛି । 1977 ମସିହା ପରଠାରୁ ଭାରତରେ ବସନ୍ତ ରୋଗ ଆଉ ଦେଖାଦେଉନାହିଁ । ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ରୂପେ ଦୂରୀକରଣ କରାଯାଇ ନଥିଲେ ମଧ୍ୟ ଏହାର ପ୍ରାଦୁର୍ଭାବକୁ କମାଇ ଦିଆଯାଇଛି । ସେଥ‌ିପାଇଁ ଜାତୀୟ ମ୍ୟାଲେରିଆ ଯୋଜନା କାର୍ଯ୍ୟକ୍ରମ 1958 ମସିହାରୁ କାର୍ଯ୍ୟ କରୁଅଛି ।

ବାତନ୍ତ୍ର, କୁଷ୍ଠ, ଯକ୍ଷ୍ମା ପ୍ରଭୃତି ମାରାତ୍ମକ ରୋଗଗୁଡ଼ିକର ନିରାକରଣପାଇଁ ଜାତୀୟ ସ୍ତରରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ସେଗୁଡ଼ିକ ମଧ୍ୟ ଅନେକାଂଶରେ ସଫଳ ହୋଇଛି । ଏଡ୍‌ସ, ଗଳଗଣ୍ଡ, କଳାଜ୍ଵର, ଅନ୍ଧାରକଣା ଦୂରୀକରଣପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

10. ଗ୍ରାମୀଣ ସ୍ୱାସ୍ଥ୍ୟସେବା କ’ଣ ?
କରାଯାଇଛି । 1991 ମସିହା ସୁଦ୍ଧା ଗ୍ରାମାଞ୍ଚଳରେ 1,30,978ଟି ସ୍ୱାସ୍ଥ୍ୟକେନ୍ଦ୍ର ଉପକେନ୍ଦ୍ର, 22059ଟି ପ୍ରାଥମିକ ଓ ସହାୟକ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ 1923ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇ ଲୋକମାନଙ୍କୁ ସ୍ଵାସ୍ଥ୍ୟସେବା ଓ ପରିବାର ନିୟୋଜନ ପରାମର୍ଶ ଯୋଗାଇ ଦିଆଯାଉଛି । ଏ କ୍ଷେତ୍ରରେ 3,87,472 ଜଣ ଭିଲେଜ୍ ହେଲଥ୍ଗାଇଡ୍ କାମ କରୁଛନ୍ତି । ପାହାଡ଼ିଆ, ଆଦିବାସୀ ତଥା ହରିଜନବହୁଳ ଗ୍ରାମଗୁଡ଼ିକରେ ସ୍ବାସ୍ଥ୍ୟସେବାର ପ୍ରସାର ଘଟିଅଛି ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।
1. ପାରମ୍ପରିକ ଶିକ୍ଷା ଓ ବୃତ୍ତିଭିତ୍ତିକ ଶିକ୍ଷା ।
Answer:
ପାରମ୍ପରିକ ଶିକ୍ଷାକୁ ପ୍ରାଥମିକତା ଦିଆଯିବା ଫଳରେ ଏହାର ଦ୍ରୁତ ପ୍ରସାର ଘଟିଛି । ଏହା ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମର ପ୍ରଭାବ । ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଶିଳ୍ପ ଆଡ଼କୁ ଆକୃଷ୍ଟ କରିବାପାଇଁ ମାଗଣା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏକ କ୍ରାନ୍ତିକାରୀ ପଦକ୍ଷେପ । ଏହି ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ 6 ବର୍ଷରୁ 14 ବର୍ଷ ବୟସର ନାମଲେଖାଇଥ‌ିବା ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ପ୍ରାୟ 1500 ଲକ୍ଷ । ଉଚ୍ଚଶିକ୍ଷାମାନର ଅଭିବୃଦ୍ଧି ପାଇଁ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ 1956 ମସିହାରୁ କାର୍ଯ୍ୟକରି ଆସୁଛି ଏବଂ ଉଚ୍ଚଶିକ୍ଷାକୁ ସମସ୍ତ ନିକଟରେ ପହଞ୍ଚାଇବାପାଇଁ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।

ଭାରତର ଜାତୀୟ ଶିକ୍ଷା ନୀତି ବୃତ୍ତିଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଛି । ଶିକ୍ଷାକୁ ଅଧ୍ଵ ବୃତ୍ତିକୈନ୍ଦ୍ରିକ କରିବାପାଇଁ ଉଚ୍ଚ ମାଧ୍ୟମିକ ସ୍ତରରେ ଧନ୍ଦାମୂଳକ ଶିକ୍ଷାର ପ୍ରବର୍ତ୍ତନ କରାଯାଇଛି । ଛଅଗୋଟି ବିଷୟ ଯଥା – କୃଷି, ପଶୁପାଳନ, ମତ୍ସ୍ୟଚାଷ, ବ୍ୟବସାୟ ବାଣିଜ୍ୟ, ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଓ ଅର୍ଥସ୍ବାସ୍ଥ୍ୟସେବାର ଗୁରୁତ୍ଵକୁ ଚାହିଁ ଦେଶରେ 150 ଗୋଟି ବୃତ୍ତିଭିତ୍ତିକ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯାଇଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

2. ଅଣଆନୁଷ୍ଠାନିକ ଶିକ୍ଷା ଓ ନିଶ୍ଚିତ ଶିକ୍ଷାଯୋଜନା ।
Answer:
ଅସୁବିଧା ବା ଅନ୍ୟକୌଣସି କାରଣ ବଶତଃ ନିୟମିତ ଆନୁଷ୍ଠାନିକ ଶିକ୍ଷା ସବିଧାରୁ ବଞ୍ଚ ରୁ 14 ବର୍ଷ ବୟସର ପିଲାମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟନେଇ ଅଣଆନୁଷ୍ଠାନିକ ଶିକ୍ଷା କ୍ଷେଯୋଜନା (1980-85) କାଳରେ ଆରମ୍ଭ କରାଯାଇଥିଲା । ଯେଉଁ ପିଲାମାନେ ବିଦ୍ୟାଳୟକୁ ଆସିପାରୁନାହାନ୍ତି, ସେମାନଙ୍କୁ ନିଜ ଘରପାଖରେ ଶିକ୍ଷା ଦେବାର ବ୍ୟବସ୍ଥା ରହିଛି । ସାଧାରଣତଃ ବସ୍ତି, ଗାଁ, ପାହାଡ଼ିଆ, ଆଦିବାସୀ ଅଧୁଷିତ ଅଞ୍ଚଳରେ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁଛନ୍ତି ।

1991 ମସିହାସୁଦ୍ଧା ପ୍ରାୟ 68 ଲକ୍ଷ ପିଲା ଏହି କେନ୍ଦ୍ରଦ୍ୱାରା ଉପକୃତ ହୋଇଛନ୍ତି । ଏବେ 2004ଠାରୁ ଅଣଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥା ସ୍ଥାନରେ କେନ୍ଦ୍ରସରକାର ନିଶ୍ଚିତ ଶିକ୍ଷା ଯୋଜନାର ପ୍ରଚଳନ କରିଛନ୍ତି । ଏହା ଫଳରେ ପ୍ରାଥମିକ ବିଦ୍ୟାଳୟ ନଥ‌ିବା ଗ୍ରାମମାନଙ୍କରେ ନିଶ୍ଚିତ ଶିକ୍ଷା ଯୋଜନା କେନ୍ଦ୍ରମାନ ସ୍ଥାପନ କରାଯାଇ ଶିକ୍ଷା ସହାୟକ ସହାୟୀକାଙ୍କ ଜରିଆରେ ପିଲାମାନଙ୍କୁ ସାକ୍ଷର କରାଯିବାର ବନ୍ଦୋବସ୍ତ କରାଯାଇଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. 1950-51 ମସିହାରେ ଭାରତବର୍ଷରେ ଶିକ୍ଷାର ସ୍ଥିତି ସଂପର୍କରେ ଆଲୋକପାତ କର ।
Answer:
ସ୍ବାଧୀନତାପ୍ରାପ୍ତି ବେଳକୁ ଆମ ଦେଶର ଶିକ୍ଷାର ସ୍ଥିତି ନିମ୍ନସ୍ତରର ଥିଲା । ବ୍ରିଟିଶରମାନେ ଦେଶର ଶିକ୍ଷାବ୍ୟବସ୍ଥାକୁ ବାସ୍ତବଧର୍ମୀ କରିବାକୁ ଚେଷ୍ଟା କରି ନ ଥିଲେ । ସେମାନଙ୍କର ଉଦ୍ଦେଶ୍ୟ ଥିଲା ଯେ, ସେମାନଙ୍କୁ ଶାସନରେ ସାହାଯ୍ୟ କରିବାପାଇଁ କେତେକ ହାତଗଣତି ଇଂରାଜୀ ପଢୁଆ ଭାରତୀୟ ବ୍ୟକ୍ତି ତିଆରି କରିବା । ତେଣୁ ବ୍ରିଟିଶ୍ ଶାସନ ସମୟରେ ଆମ ଦେଶର ଶିକ୍ଷାର ବିଶେଷ କିଛି ଅଗ୍ରଗତି ହୋଇ ନ ଥିଲା । 1950-51 ମସିହାବେଳକୁ ଦେଶର ଶିକ୍ଷାବ୍ୟବସ୍ଥା କିପରି ଥୁଲା ତାହା ନିମ୍ନୋକ୍ତ ବିଶ୍ଳେଷଣରୁ ଅନୁମାନ କରିହେବ ।

(1) ଶିକ୍ଷାୟତନରେ ଛାତ୍ରଛାତ୍ରୀ ଉପସ୍ଥାନ ଅତି ନଗଣ୍ୟ – ସେତେବେଳେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭକରି ବିଶ୍ବବିଦ୍ୟାଳୟ ଶିକ୍ଷାପର୍ଯ୍ୟନ୍ତ ଶିକ୍ଷାୟତନରେ ଖୁବ୍ କମ୍‌ସଂଖ୍ୟକ ଛାତ୍ରଛାତ୍ରୀ ନାମ ଲେଖାଉଥିଲେ । 6 ରୁ 11 ବର୍ଷ ବୟସ୍କ ପିଲାମାନଙ୍କର ମାତ୍ର 43.1 ଶତାଂଶ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀରେ, 11 ରୁ 14 ବର୍ଷ ବୟସ୍କଙ୍କର 0.13 ଶତାଂଶ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ, 14ରୁ 17 ବର୍ଷ ବୟସ୍କଙ୍କର 5.3 ଶତାଂଶ ନବମ ଶ୍ରେଣୀରୁ ଏକାଦଶ ଶ୍ରେଣୀରେ ନାମ ଲେଖାଉଥ‌ିଲେ । ସେହିପରି 17 ରୁ 23 ବର୍ଷ ବୟସ୍କ ଯୁବକମାନଙ୍କ ମଧ୍ୟରୁ ମାତ୍ର 0.33 ଶତାଂଶ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ରୁ କରୁଥିଲେ । ଏସବୁ ସ୍ତରରେ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କର ସଂଖ୍ୟା ଯଥେଷ୍ଟ କମ୍ ଥିଲା ।

(2) ଶିକ୍ଷକଙ୍କ ଅଭାବ – ସେ ସମୟରେ ଶିକ୍ଷକ ପିଛା ଛାତ୍ରସଂଖ୍ୟା ବହୁତ ଅଧିକ ଥିଲା । ପ୍ରାଥମିକ ସ୍ତରରେ ଏହା 34 ଜଣ ଓ ହାଇସ୍କୁଲ ସ୍ତରରେ ଏହା 25 ଜଣ ଥିଲା । ଏଣୁ ଶିକ୍ଷାଦାନର ମାନ ନିମ୍ନସ୍ତରର ଥିଲା । ଶିକ୍ଷକମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷକ ଅଣତାଲିମପ୍ରାପ୍ତ ଶିକ୍ଷକ ହୋଇଥ‌ିବାରୁ ଶିକ୍ଷାଦାନ ସନ୍ତୋଷଜନକ ନ ଥିଲା । ଆହୁରି ମଧ୍ୟ ଶିକ୍ଷକମାନଙ୍କର ଦରମା ଓ ଚାକିରି ସର୍ତ୍ତାବଳୀ ଅନାକର୍ଷଣୀୟ ହୋଇଥିବାରୁ ମେଧାବୀ ଛାତ୍ରମାନେ ଏହି ବୃତ୍ତିପାଇଁ ଆକୃଷ୍ଟ ହେଉ ନ ଥିଲେ । ଶିକ୍ଷକମାନଙ୍କ ମଧ୍ୟରେ ମହିଳା ଶିକ୍ଷକଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା । ତେଣୁ ଶିକ୍ଷାଦାନର ମାନ ଅତ୍ୟନ୍ତ ନିକୃଷ୍ଟ ଥିଲା ।

(3) ବିଦ୍ୟାଳୟ ଗୃହ ଓ ଉପରକରଣଗୁଡ଼ିକର ଘୋର ଅଭାବ – ଶିକ୍ଷାଦାନପାଇଁ କେବଳ ଶିକ୍ଷକମାନଙ୍କର ଅଭାବ ନ ଥୁଲା, ଆହୁରି ଅଧୁକ ଅଭାବ ଥିଲା ବିଦ୍ୟାଳୟ ଗୃହ ଓ ଶିକ୍ଷାଦାନ ସରଞ୍ଜାମ । ଅନେକ ବିଦ୍ୟାଳୟର ଗୃହ ନ ଥିଲା । ପିଲାମାନେ ଗଛତଳେ, ମନ୍ଦିରମାନଙ୍କରେ ପାଠ ପଢୁଥିଲେ । ଚକ୍, କଳାପଟା ଇତ୍ୟାଦି ମୌଳିକ ଶିକ୍ଷା ଉପକରଣର ଘୋର ଅଭାବ ଥିଲା । ଲାଇବ୍ରେରୀ ଓ ପରୀକ୍ଷାଗାର ଆଦିର ଅଭାବ କଥା କହିଲେ ନ ସରେ । ଏଣୁ ଶିକ୍ଷା ପରିବେଶ ଅନାକର୍ଷଣୀୟ ହୋଇ ରହିଥିଲା ।

(4) ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପ୍ରତି ଅବହେଳା – ବ୍ରିଟିଶର୍‌ମାନେ ଦେଶରେ ସାଧାରଣ ଶିକ୍ଷାବ୍ୟବସ୍ଥା କରିଥିଲେ । ସେମାନେ ବୃତ୍ତିଗତ ତଥା ବୈଷୟିକ ଶିକ୍ଷା ପ୍ରତି ଧ୍ୟାନ ଦେଉ ନ ଥିଲେ । ଇଂଜିନିୟରିଂ, ମେଡ଼ିକାଲ, ମ୍ୟାନେଜମେଣ୍ଟ୍, ସ୍ଥପତି, କୃଷି ଇତ୍ୟାଦି ବୈଷୟିକ ଶିକ୍ଷାବ୍ୟବସ୍ଥା ବହୁତ ଅବହେଳିତ ଅବସ୍ଥାରେ ଥିଲା । 1950-51 ମସିହାବେଳକୁ ଦେଶରେ ମାତ୍ର 28 ଟି ମେଡ଼ିକାଲ କଲେଜ ଓ 4 ଟି ଡେଣ୍ଟାଲ୍ କଲେଜ ଥିଲା । ସେହିପରି ଇଂଜିନିୟରିଂ ପଢ଼ିବାପାଇଁ ମାତ୍ର 4500 ସ୍ଥାନ ଥିଲା । ସେହିପରି ନାରୀଶିକ୍ଷା ପ୍ରତି ଆଦୌ ଗୁରୁତ୍ୱାରୋପ କରାଯାଉ ନ ଥିଲା ।

(5) ବିଶ୍ବବିଦ୍ୟାଳୟ ଶିକ୍ଷା ପ୍ରତି ଅଧ୍ବକ ଧ୍ୟାନ – ଦିଆଯାଉଥିଲା । ତେଣୁ ଶିକ୍ଷା ବଜେଟ୍‌ର ଏକ ବଡ଼ ଅଂଶ ଏହି ସ୍ତରୀୟ ଶିକ୍ଷାରେ ଖର୍ଚ୍ଚ କରାଯାଉଥିଲା । ଯାହାଫଳରେ ଶିକ୍ଷାବ୍ୟବସ୍ଥା ବାସ୍ତବଧର୍ମୀ ଓ କର୍ମନିଯୁକ୍ତି ପାଇଁ ଉପାଦେୟ ହେବା ପରିବର୍ତ୍ତେ ଉଚ୍ଚଶିକ୍ଷିତ ବେକାର ଯୁବକଯୁବତୀ ଗଢ଼ିବାରେ ସହାୟକ ହେଲା ।

(6) ଉଚ୍ଚଶିକ୍ଷା କ୍ଷେତ୍ରରେ ଘୋର — ଦେଶ ସ୍ଵାଧୀନ ହେବାବେଳକୁ ଦେଶରେ ଉଚ୍ଚଶିକ୍ଷା ଲାଭପାଇଁ ମାତ୍ର 27 ଟି ବିଶ୍ଵବିଦ୍ୟାଳୟରେ 3.4 ଲକ୍ଷ ପିଲା ପଢ଼ିବାପାଇଁ ସୁଯୋଗ ଥିଲା । କିନ୍ତୁ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ପୁସ୍ତକାଗାର, ପରୀକ୍ଷାଗାର, ଗବେଷଣାଗାର, ଶିକ୍ଷା ପ୍ରକୋଷ୍ଠ ଓ ଅନ୍ୟାନ୍ୟ ଉପକରଣଗୁଡ଼ିକର ଘୋର ଅଭାବ ଥିଲା । ଏହା ବ୍ୟତୀତ ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ପାଠ୍ୟଖସଡ଼ା, ପରୀକ୍ଷା ପଦ୍ଧତି, ଶିକ୍ଷାର ମାଧ୍ଯମ, ବିଷୟବସ୍ତୁ ଇତ୍ୟାଦିର ତାରତମ୍ୟ ରହିଥ‌ିବାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶୃଙ୍ଖଳା ଦେଖାଯାଉଥିଲା । ଉଚ୍ଚଶିକ୍ଷା କର୍ମନିଯୁକ୍ତିପାଇଁ କ୍ଷେତ୍ର ସୃଷ୍ଟି କରିପାରୁ ନ ଥ‌ିବାରୁ ଅନେକ ଉଚ୍ଚଶିକ୍ଷାପ୍ରାପ୍ତ ପିଲା ବେକାର ହୋଇଯାଉଥିଲେ ।

(7) ଶିକ୍ଷାବ୍ୟବସ୍ଥାରେ ତାରତମ୍ୟ – 1950-51 ମସିହାବେଳେ ଶିକ୍ଷାବ୍ୟବସ୍ଥାରେ ଅନେକ ତାରତମ୍ୟ ଲକ୍ଷ୍ୟ କରାଯାଇଥିଲା । ସାଧାରଣତଃ ଶିକ୍ଷାନୁଷ୍ଠାନଗୁଡ଼ିକ ସହରାଞ୍ଚଳରେ ସୀମିତ ଥିଲା । ଏହି ଅନୁଷ୍ଠାନଗୁଡ଼ିକରେ ଉଚ୍ଚ ଓ ଧନୀବର୍ଗର ପିଲାମାନଙ୍କ ଉପସ୍ଥାନ ଅଧିକ ଥିଲା । ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କର ସଂଖ୍ୟା କମ୍ ଥିଲା । ଉଚ୍ଚଶିକ୍ଷାରେ ଏହିମାନଙ୍କ ହାର 1:7 ଥିଲା । ଆଦିବାସୀ, ହରିଜନ ଓ ଅନ୍ୟାନ୍ୟ ପଛୁଆବର୍ଗର ପିଲାମାନଙ୍କ ଶିକ୍ଷାପ୍ରତି ଧ୍ୟାନ ଦିଆଯାଉନଥିଲା । ଭାରତୀୟ ଭାଷା, ସଙ୍ଗୀତ, କଳା, ସ୍ଥାପତ୍ୟ, ଐତିହ୍ୟ ପ୍ରତି ଗୁରୁତ୍ଵ ଦେବା ପରିବର୍ତ୍ତେ ଇଂରାଜୀ ପାଠ ପ୍ରତି ଅଧ୍ଵ ଧ୍ୟାନ ଦିଆଯାଉଥିଲା । ତେଣୁ ଇଂରାଜୀପଢୁଆ ଉଚ୍ଚ ଓ ଧନୀବର୍ଗର ବ୍ୟକ୍ତିଙ୍କଠାରେ ଭାରତର ଶିକ୍ଷା ଓ ଶିକ୍ଷାବ୍ୟବସ୍ଥା ସୀମିତ ରହିଥିଲା ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

2. ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ କି ପ୍ରକାର ଉନ୍ନତି ସାଧୂ ହୋଇଛି ବର୍ଣ୍ଣନା କର ।
Answer:
ଦେଶର ଅଭିବୃଦ୍ଧି ସେ ଦେଶର ଶିକ୍ଷାର ମାନର ଉନ୍ନତି ବ୍ୟତିରେକ ଅସମ୍ଭବ । ସାମାଜିକ ଓ ଅର୍ଥନୈତିକ ଉନ୍ନୟନ କ୍ଷେତ୍ରରେ ଶିକ୍ଷା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ପରିତାପର ବିଷୟ, ଆମ ଦେଶ ସ୍ବାଧୀନ ହେବା ସମୟରେ ଆମ ଦେଶର ଜନସଂଖ୍ୟାର ମାତ୍ର 16.7 ଶତାଂଶ ଲୋକ ଶିକ୍ଷିତ ଥିଲେ । ଖାଲି ସେତିକି ନୁହେଁ, ସେତେବେଳର ଶିକ୍ଷା ଓ ଶିକ୍ଷାବ୍ୟବସ୍ଥା ଅତି ନିମ୍ନସ୍ତରର ଥିଲା ।

ଏପରିସ୍ଥଳେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଶିକ୍ଷାର ଉନ୍ନତି ବିନା ଭାବିବା କେବଳ ସ୍ୱପ୍ନରେ ସମ୍ଭବ । ତେଣୁ ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଶିକ୍ଷା ଓ ଶିକ୍ଷାବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ କରାଯାଇ ଏହାର ଉନ୍ନତିପାଇଁ ଅନେକ ବ୍ୟବସ୍ଥା କରାଯାଇଥିଲା । ତାହାର ଫଳସ୍ୱରୂପ ଆଜି ଭାରତର ଶିକ୍ଷାକ୍ଷେତ୍ରରେ ଯଥେଷ୍ଟ ଆୟବୃଦ୍ଧି କିପରି ଘଟିଛି ତାହା ନିମ୍ନୋକ୍ତ ବିଶ୍ଳେଷଣରୁ ଜଣାପଡ଼େ ।

(1) ସାର୍ବଜନୀନ ଶିକ୍ଷା – ସ୍ଵାଧୀନତାପ୍ରାପ୍ତି ସମୟରେ ଶିକ୍ଷା କେବଳ ଧନୀ ଓ ଉଚ୍ଚ-ଶ୍ରେଣୀର ବ୍ୟକ୍ତିଙ୍କଠାରେ ସୀମିତ ଥିଲା । ସେତେବେଳେ ମାତ୍ର 16.7 ଶତାଂଶ ଲୋକ ସାକ୍ଷର ଥିଲେ । ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାୟତନଗୁଡ଼ିକରେ ଉପସ୍ଥାନ ଅତି ନଗଣ୍ୟ ରହୁଥିଲା । କିନ୍ତୁ ଏବେ 6 ରୁ 14 ବର୍ଷ ବୟସର ପିଲାଙ୍କପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କରାଯାଇଛି, ଯାହାଫଳରେ 14 ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ଶିକ୍ଷାୟତନକୁ ଆସିବାପାଇଁ ସବୁପ୍ରକାରର ଚେଷ୍ଟା କରାଯାଇଛି ।

(2) ବୈଷୟିକ ଶିକ୍ଷାର ପ୍ରସାର – ସ୍ଵାଧୀନତା ପରେ ବୈଷୟିକ ଶିକ୍ଷାର ପ୍ରସାରପାଇଁ ଗୁରୁତ୍ୱ ଆରୋପ କରାଯାଇଛି । ଫଳରେ ମେଡ଼ିକାଲ କଲେଜ, ଇଞ୍ଜିନିୟରିଂ କଲେଜ, କୃଷି ମହାବିଦ୍ୟାଳୟ, ମ୍ୟାନେଜମେଣ୍ଟ କଲେଜ, ଆକାଉଣ୍ଟାନ୍ସି କଲେଜ ଆଦି ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଏବେ ଆମ ଦେଶରେ 230 ଇଞ୍ଜିନିୟରିଂ କଲେଜ, 146 ମେଡ଼ିକାଲ୍ କଲେଜ, 4 ଡେଣ୍ଟାଲ୍ କଲେଜ, 600 ଇଞ୍ଜିନିୟରିଂ ଡିପ୍ଲୋମା ସ୍କୁଲ, 62 ମହିଳା ଡିପ୍ଲୋମା ସ୍କୁଲ ରହିଅଛି । ଏହାବ୍ୟତୀତ ଅନେକ ମ୍ୟାନେଜମେଣ୍ଟ କଲେଜ, କୃଷି ମହାବିଦ୍ୟାଳୟ, ଆକାଉଣ୍ଟାନ୍ତି କଲେଜ ଖୋଲାଯାଇଛି ।

(3) ଧନ୍ଦାମୂଳକ ଶିକ୍ଷାର ପ୍ରସାର – ଆମ ଦେଶର ଶିକ୍ଷାବ୍ୟବସ୍ଥାକୁ କର୍ମଭିଭିକ କରିବାପାଇଁ ଅଗ୍ରାଧିକାର ଦିଆଯାଇଛି । ତେଣୁ ଉଚ୍ଚ ମାଧ୍ୟମିକ ସ୍ତରରେ ଧନ୍ଦାମୂଳକ ଶିକ୍ଷାର ବ୍ୟବସ୍ଥା 1988 ମସିହାଠାରୁ ଆରମ୍ଭ କରାଯାଇଛି । କୃଷି, ଗୋପାଳନ, କୁକୁଡ଼ାପାଳନ, ସିଲେଇ, ଫିଟର, ଇଲେକ୍‌ଟ୍ରିସିଆନ୍ ଓ ଅନ୍ୟାନ୍ୟ କିସମର ଟ୍ରେନିଂ ପିଲାମାନଙ୍କୁ ଦିଆଯିବାଦ୍ୱାରା ସେମାନଙ୍କର ନିଯୁକ୍ତିର ପରିସର ବ୍ୟାପକ ହୋଇପାରିଛି । 1991 ମସିହା ସୁଦ୍ଧା 10316 ଟି ସ୍କୁଲରେ ପ୍ରାୟ 4ଲକ୍ଷ ପିଲା ଏହିପ୍ରକାର ଶିକ୍ଷାଦ୍ବାରା ଉପକୃତ ହେଉଛନ୍ତି ।

(4) ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ବ – ଗତି କିଛି ଦଶନ୍ଧି ମଧ୍ୟରେ ବିଜ୍ଞାନ ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱାରୋପ କରାଯାଇଛି । ବିଜ୍ଞାନ ଶିକ୍ଷାର ପ୍ରସାର ଓ ମାନବୃଦ୍ଧିପାଇଁ ପ୍ରତ୍ୟେକ ସ୍କୁଲ ଓ କଲେଜରେ ଉନ୍ନତମାନର ବିଜ୍ଞାନାଗାର, ବିଜ୍ଞାନ ପୁସ୍ତକ ଓ ଅନ୍ୟାନ୍ୟ ଉପକରଣ ଯୋଗାଇ ଦିଆଯାଇଛି । ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଏଥିଲାଗି ଉପଯୁକ୍ତ ତାଲିମ୍ ପ୍ରଦାନ କରାଯାଇଛି । Central Institute of Educational Technology (CIET), State Institute of Educational Technology (SIET), National Council for Educational Research and Training (NCERT) ଭଳି ଅଗ୍ରଣୀସଂସ୍ଥାମାନେ ଏ ଦିଗରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

(5) ଉଚ୍ଚଶିକ୍ଷାର ଉନ୍ନତି – ଭାରତରେ ଉଚ୍ଚଶିକ୍ଷାର ମାନ ଉଚ୍ଚ କରିବାପାଇଁ ଅନେକ ପଦକ୍ଷେପ ନିଆଯାଇଛି । ବିଭିନ୍ନ ବିଶ୍ଵବିଦ୍ୟାଳୟମାନଙ୍କର ପାଠ୍ୟ-ଖସଡ଼ାଗୁଡ଼ିକ ସମୟାନୁଭିଭିକ ହେବା ସଙ୍ଗେ ସଙ୍ଗେ ପରୀକ୍ଷା ଓ ମୂଲ୍ୟାୟନ ପଦ୍ଧତିରେ ପରିବର୍ତ୍ତନ ହୋଇଅଛି । ଗବେଷଣା ଉପରେ ଅଧ‌ିକ ଗୁରୁତ୍ୱ ଦିଆଯିବା ସହିତ ଭାରତର ଐତିହ୍ୟ, ସଂସ୍କୃତି, ସଙ୍ଗୀତ, ଭାଷା ଇତ୍ୟାଦି ଶିକ୍ଷାର ପ୍ରସାର ହୋଇଛି । ଉଚ୍ଚଶିକ୍ଷାର ମାନ ବୃଦ୍ଧିପାଇଁ ସ୍ବୟଂଚାଳିତ ମହାବିଦ୍ୟାଳୟ, ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ(UGC), ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU), Indian Council of Social Science Research (ICSSR), Academy of Staff College (ASC) ଇତ୍ୟାଦି ପ୍ରତିଷ୍ଠାନମାନ ଗଢ଼ି ଉଠିଛି ।

(6) ପ୍ରୌଢ଼ଶିକ୍ଷା – ଦେଶରୁ ନିରକ୍ଷରତା ଦୂର କରିବାପାଇଁ ଷଷ୍ଠ ପଞ୍ଚବାର୍ଷିକ ଯୋଜନାରେ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଯୋଜନାରେ 15 – 35 ବର୍ଷ ମଧ୍ୟରେ ଅପାଠୁଆ ବୟସ୍କ ଲୋକମାନଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା ଅଛି । ଏହି କାର୍ଯ୍ୟକ୍ରମଦ୍ୱାରା ଦେଶରୁ ନିରକ୍ଷରତା ଅନେକାଂଶରେ ଦୂର କରାଯାଇଛି । 1990-91 ମସିହା ସୁଦ୍ଧାପ୍ରାୟ 2.7 ଲକ୍ଷ ପ୍ରୌଢ଼ଶିକ୍ଷା କେନ୍ଦ୍ର ଦେଶରେ କାମ କରୁଥିଲେ ।

(7) ଅଣଆନୁଷ୍ଠାନିକ ଶିକ୍ଷା – ଶିକ୍ଷାକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଦେଶରେ ଅଣଆନୁଷ୍ଠାନିକ ଶିକ୍ଷାବ୍ୟବସ୍ଥା ଷଷ୍ଠ ପଞ୍ଚବାର୍ଷିକ ଯୋଜନାରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁସାରେ 6 ରୁ 14 ବର୍ଷ ବୟସର ଯେଉଁ ପିଲାମାନେ ବିଦ୍ୟାଳୟକୁ ଆସିପାରୁନାହାନ୍ତି, ସେହିମାନଙ୍କ ନିଜ ଘର ପାଖରେ ଶିକ୍ଷାଦେବାର ବ୍ୟବସ୍ଥା ରହିଛି । ସାଧାରଣତଃ ବସ୍ତି, ଗାଁ, ପାହାଡ଼ିଆ, ଆଦିବାସୀ ଅଧୁଷିତ ଅଞ୍ଚଳରେ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁଛନ୍ତି । 1991 ମସିହା ସୁଦ୍ଧା ପ୍ରାୟ 68 ଲକ୍ଷ ପିଲା ଏହି କେନ୍ଦ୍ରଦ୍ୱାରା ଉପକୃତ ହୋଇଛନ୍ତି ।

(8) ମହିଳା ଓ ଅନଗ୍ରସର ଶ୍ରେଣୀର ପିଲାଙ୍କପାଇଁ ଶିକ୍ଷାର ସୁଯୋଗ – ସ୍ଵାଧୀନତା ପରେ ମହିଳାମାନଙ୍କ ଶିକ୍ଷା ଉପରେ ଅଗ୍ରାଧ‌ିକାର ଦିଆଯାଇଛି । ସେଥ‌ିପାଇଁ ସ୍ୱତନ୍ତ୍ର ମହିଳା ବିଦ୍ୟାଳୟ ଓ କଲେଜରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି । ସ୍ନାତକ ଶ୍ରେଣୀପର୍ଯ୍ୟନ୍ତ ସେମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ସେହିପରି ଆଦିବାସୀ ଓ ହରିଜନ ଶ୍ରେଣୀର ପିଲାଙ୍କ ଶିକ୍ଷାର ପ୍ରସାରପାଇଁ ମାଗଣା ଶିକ୍ଷା, ଷ୍ଟାଇପେଣ୍ଡ, ଆଶ୍ରମ ସ୍କୁଲ ଇତ୍ୟାଦି ବହୁ ସୁବିଧାସୁଯୋଗର ବନ୍ଦୋବସ୍ତ କରାଯାଇଅଛି।

(9) ଭାରତୀୟ କଳା ଓ ସଂସ୍କୃତି ଉପରେ ପ୍ରାଧାନ୍ୟ – ସ୍ବାଧୀନତା ପରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଓ ପରୀକ୍ଷାର ପ୍ରଚଳନ ହୋଇଅଛି । ଭାରତୀୟ ଭାଷାରେ ବହୁ ପାଠ୍ୟ-ପୁସ୍ତକ, ଅଭିଧାନ, ଭାଷାକୋଷ ଇତ୍ୟାଦି ରଚନା କରାଯାଇଛି । ଭାରତର କଳା, ସଂସ୍କୃତି, ଐତିହ୍ୟ, ସଙ୍ଗୀତ, ନାଚ, ଯୋଗ, ଚାରୁକଳା, ସାହିତ୍ୟ ଇତ୍ୟାଦି ବିଭିନ୍ନ ସ୍ତରର ପାଠ୍ୟ-ଖସଡ଼ାରେ ପ୍ରାଧାନ୍ୟ ଲାଭ କରିଅଛି ।

(10) ଜାତୀୟ ଶିକ୍ଷାନୀତି – ଭାରତର ଶିକ୍ଷାକୁ ସମୟାନୁବର୍ତୀ ଓ ଅଧୂକ ବାସ୍ତବଧର୍ମୀ କରିବାପାଇଁ ଜାତୀୟ ଶିକ୍ଷାନୀତି ବିଭିନ୍ନ ସମୟରେ ଘୋଷଣା କରାଯାଇଛି । ପ୍ରଥମେ 1968 ମସିହାରେ ମଧ୍ୟ କୋଠାରୀ କମିଶନଙ୍କ ରିପୋର୍ଟକୁ ସରକାର ଗ୍ରହଣ କରି କାର୍ଯ୍ୟକାରୀ କରିଥିଲେ । 1986 ମସିହାରେ ପୁଣି ନୂତନ ଶିକ୍ଷାନୀତି ପ୍ରଣୟନ କରାଯାଇ ଦେଶରେ ଉଚ୍ଚ ମୂଲ୍ୟବୋଧ ଶିକ୍ଷାର ପ୍ରତିଷ୍ଠାପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

3. ସ୍ଵାଧୀନତା ପରେ ଭାରତରେ ସ୍ବାସ୍ଥ୍ୟସେବାର କିପରି ଉନ୍ନତି ଘଟିଅଛି, ତାହା ସଂକ୍ଷେପରେ ବର୍ଣ୍ଣନା କର ।
Answer:
ସ୍ଵାଧୀନତାପ୍ରାପ୍ତି ସମୟରେ ଆମ ଦେଶର ସ୍ବାସ୍ଥ୍ୟସେବା ଅବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲା । ମୃତ୍ୟୁହାର, ଶିଶୁ ମୃତ୍ୟୁହାର ବହୁତ ଅଧିକ ଥିଲା । ମହାମାରୀ ଓ ସଂକ୍ରାମକ ରୋଗର ପ୍ରାଦୁର୍ଭାବ ବହୁତ ବେଶୀ ଥିଲା । ଡାକ୍ତର, ଡାକ୍ତରଖାନା, ଡାକ୍ତରୀ ଉପକରଣ, ନର୍ସମାନଙ୍କର ଘୋର ଅଭାବ ପରିଲକ୍ଷିତ ହେଉଥିଲା । ମୋଟ ଉପରେ ଦେଶର ସ୍ବାସ୍ଥ୍ୟସେବା ଅତି ନିମ୍ନସ୍ତରର ଥିଲା । କିନ୍ତୁ ସ୍ୱାଧୀନତା ପରେ ଆଉ ସେ ଅବସ୍ଥା ନାହିଁ । ଏ କ୍ଷେତ୍ରରେ ଗତ ପାଞ୍ଚ ଦଶନ୍ଧି ଧରି ଅନେକ ଉନ୍ନତି ସାଧୂତ ହୋଇଅଛି । ସ୍ଵାଧୀନତା ପରେ ବସନ୍ତ, ହଇଜା, ମ୍ୟାଲେରିଆ,

(1) ସଂକ୍ରାମକ ରୋଗଗୁଡ଼ିକର ନିୟନ୍ତ୍ରଣ ଓ ନିରାକରଣ – ସ୍ଵାଧୀନତା ପରେ ବସନ୍ତ, ହଇଜା, ମ୍ୟାଲେରିଆ, ଯକ୍ଷ୍ମା, କୁଷ୍ଠ, ବାତଜ୍ଵର, ଏଡ୍‌ସ ଭଳି ମାରାତ୍ମକ ରୋଗର ପ୍ରାଦୁର୍ଭାବ କମାଇ ଦିଆଯାଇଛି । 1977 ମସିହା ପରଠାରୁ ଭାରତରେ ବସନ୍ତ ରୋଗ ଆଉ ଦେଖାଯାଉନାହିଁ । ମ୍ୟାଲେରିଆକୁ ସମ୍ପୂର୍ଣ୍ଣରୂପେ ଦୂରୀକରଣ କରାଯାଇ ନ ଥିଲେ ମଧ୍ୟ ଏହାର ପ୍ରାଦୁର୍ଭାବକୁ କମାଇ ଦିଆଯାଇଛି । ସେଥ୍ପାଇଁ ଜାତୀୟ ମ୍ୟାଲେରିଆ ଯୋଜନା କାର୍ଯ୍ୟକ୍ରମ 1958 ମସିହାରୁ କାର୍ଯ୍ୟକାରୀ ହେଉଅଛି । ବାତଜ୍ଵର, କୁଷ୍ଠ, ଯକ୍ଷ୍ମା ପ୍ରଭୃତି ମାରାତ୍ମକ ରୋଗଗୁଡ଼ିକର ନିରାକରଣପାଇଁ ଜାତୀୟ ସ୍ତରରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ସେଗୁଡ଼ିକ ମଧ୍ୟ ଅନେକାଂଶରେ ସଫଳ ହୋଇଛି । ଏଡ୍‌ସ, ଗଳଗଣ୍ଡ, କଳାଜ୍ଵର, ଅନ୍ଧାରକଣା ଦୂରୀକରଣପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

(2) ଗ୍ରାମୀଣ ସ୍ୱାସ୍ଥ୍ୟସେବାର ଉନ୍ନତି – ସ୍ଵାଧୀନତା ପରେ ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ସ୍ଵାସ୍ଥ୍ୟସେବା ଯୋଗାଇଦେବା ଉପରେ ସର୍ବାଧ‌ିକ ଗୁରୁତ୍ବ ଆରୋପ କରାଯାଇଛି । 1991 ମସିହା ସୁଦ୍ଧା ଗ୍ରାମାଞ୍ଚଳରେ 1, 30,978ଟି ସ୍ଵାସ୍ଥ୍ୟ ଉପକେନ୍ଦ୍ର, 22059 ଟି ପ୍ରାଥମିକ ଓ ସହାୟକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ 1923ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଓ ପରିବାର ନିୟୋଜନ ପରାମର୍ଶ ଯୋଗାଇ ଦିଆଯାଉଛି । ଏ କ୍ଷେତ୍ରରେ 3,87,472 ଜଣ ଭିଲେଜ୍ ହେଲ୍‌ଥ ଗାଇଡ୍ (VHG) କାମ କରୁଛନ୍ତି । ପାହାଡ଼ିଆ, ଆଦିବାସୀ-ହରିଜନବହୁଳ ଗ୍ରାମଗୁଡ଼ିକରେ ସ୍ୱାସ୍ଥ୍ୟସେବାର ପ୍ରସାର ଘଟିଅଛି ।

(3) ଭେଷଜ ଶିକ୍ଷାର ଆଭିମୁଖ୍ୟର ପରିବର୍ତ୍ତନ – 1977-78 ମସିହା ପରଠାରୁ ଭେଷଜ ଶିକ୍ଷାର ଆଭିମୁଖ୍ୟ ବଦଳାଇ ଦିଆଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି – (i) ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ପର୍ଯ୍ୟାପ୍ତ ଉପଲବ୍‌; (ii) ଭେଷଜ ମହାବିଦ୍ୟାଳୟଗୁଡ଼ିକ ପାର୍ଶ୍ୱସ୍ଥ 3 ଟି ବ୍ଲକ୍‌ର ଅବସ୍ଥିତ ଗ୍ରାମବାସୀମାନଙ୍କ ସ୍ବାସ୍ଥ୍ୟସେବାର ଉନ୍ନତିର ଦାୟିତ୍ଵ ।

(4) ଭେଷଜ ଶିକ୍ଷା ଓ ଗବେଷଣାର ପ୍ରସାର – ସ୍ବାଧୀନତା ସମୟରେ ଆମ ଦେଶରେ ଭେଷଜ ବିଦ୍ୟାଳୟମାନଙ୍କର ସଂଖ୍ୟା ମାତ୍ର 30 ଥିଲା । କିନ୍ତୁ ବର୍ତ୍ତମାନ ଏହା 146କୁ ବୃଦ୍ଧି ପାଇଅଛି । ଏହାବ୍ୟତୀତ ଅଞ୍ଛଳ ଭାରତୀୟ ଭେଷଜ ଅନୁଷ୍ଠାନ (AIIMS), କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପରିଷଦ, କେନ୍ଦ୍ରୀୟ ଇଉନାନୀ ଗବେଷଣା ପରିଷଦ, କେନ୍ଦ୍ରୀୟ ହୋମିଓପାଥ୍ ଗବେଷଣା ପରିଷଦ, କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁଷ୍ଠାନଭଳି ପ୍ରମୁଖ ସଂସ୍ଥା ଭେଷଜ ଶିକ୍ଷା ଓ ଗବେଷଣାର ଅଗ୍ରଦୂତରୂପେ କାର୍ଯ୍ୟ କରୁଛନ୍ତି ।

(5) ସ୍ଵାସ୍ଥ୍ୟକର୍ମୀମାନଙ୍କ ସଂଖ୍ୟାବୃଦ୍ଧି – 1950-51 ମସିହା ତୁଳନାରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କର ସଂଖ୍ୟା ଯଥେଷ୍ଟ ବୃଦ୍ଧି ହୋଇଅଛି । 1991 ମସିହା ସୁଦ୍ଧା ଆମ ଦେଶରେ 3,65,000 ଡାକ୍ତର, 11,000 ଦନ୍ତ ଚିକିତ୍ସକ, 2,07,430 ନର୍ସ ଏବଂ 2,93,751 ଧାଈ କାର୍ଯ୍ୟ କରୁଛନ୍ତି । ସେହପରି ପ୍ରତି 2270 ଜଣଙ୍କପାଇଁ ଗୋଟିଏ ଡାକ୍ତର, ପ୍ରତି 7500 ବ୍ୟକ୍ତିଙ୍କପାଇଁ ଜଣେ ଦନ୍ତ ଚିକିତ୍ସକ, ପ୍ରତି 1065 ଜଣଙ୍କପାଇଁ ଗୋଟିଏ ଶଯ୍ୟା ଉପଲବ୍ଧି ହେଉଅଛି ।

କେବଳ ସେତିକି ନୁହେଁ, ଏହା ମଧ୍ଯରେ ଆମ ଦେଶର ମୃତ୍ୟୁହାର 9.2 କୁ ହ୍ରାସ ପାଇଛି । ବଞ୍ଝାର ହାରାହାରି ବୟସ 60.8 କୁ ବୃଦ୍ଧି ପାଇଛି । ଶିଶୁ ମୃତ୍ୟୁହାର 74 କୁ ହ୍ରାସ କରାଯାଇଛି । ଏସବୁ ଆଲୋଚନାରୁ ଏହା ସ୍ପଷ୍ଟ ଯେ, 1950-51 ମସିହା ପରେ ଭାରତର ସ୍ୱାସ୍ଥ୍ୟସେବାର ପ୍ରଭୂତ ଅଗ୍ରଗତି ସାଧୂତ ହୋଇଅଛି । ତଥାପି ଅନେକ ଭାରତୀୟଙ୍କପାଇଁ ଏହା ମଧ୍ୟ ଏବେ ସ୍ବପ୍ନ ହୋଇ ରହିଛି ।

4. ଭାରତର ବର୍ତ୍ତମାନର ଗ୍ରାମୀଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବର୍ଣ୍ଣନା କର ।
Answer:
ସ୍ଵାଧୀନତା ପୂର୍ବରୁ ଭାରତର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କପାଇଁ ସ୍ଵାସ୍ଥ୍ୟସେବା ଏକ ସ୍ବପ୍ନ ଭଳି ମନେହେଉଥିଲା । ସାମାନ୍ୟ ଜ୍ଵରର ଚିକିତ୍ସାପାଇଁ ସେମାନଙ୍କୁ ନାହିଁ ନ ଥ‌ିବା ଦୁର୍ଦ୍ଦଶା ଭୋଗିବାକୁ ପଡୁଥିଲା । କିନ୍ତୁ ସ୍ଵାଧୀନତା ପରବର୍ତ୍ତୀ ଅବସ୍ଥାରେ ଏହି ଦୁର୍ଦ୍ଦଶାର ପରିସମାପ୍ତି ଘଟାଇବାପାଇଁ ଅନେକ ବ୍ୟବସ୍ଥା କରାଗଲା । କିପରି ଗ୍ରାମାଞ୍ଚଳରେ ସୁବିଧାରେ ସ୍ବାସ୍ଥ୍ୟସେବା ଉପଲବ୍‌ଧ ହେବ ସେଥ‌ିପାଇଁ ଏହାକୁ ସରକାରଙ୍କର ସର୍ବନିମ୍ନ ପ୍ରୟୋଜନୀୟ ଯୋଜନା (Minimum Needs Programme) ରେ ଅନ୍ତର୍ଭୁକ୍ତ କରାଗଲା । ଗ୍ରାମାଞ୍ଚଳଗୁଡ଼ିକରେ ସ୍ବାସ୍ଥ୍ୟସେବାର ଉନ୍ନତିପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି; ସେଗୁଡ଼ିକ ହେଲା –

(1) ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (PHC) – ଏହା ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବାର କେନ୍ଦ୍ରବିନ୍ଦୁ । ଏହା ଗ୍ରାମାଞ୍ଚଳରେ ପ୍ରାଥମିକ ଚିକିତ୍ସା ଯୋଗାଇବା ସହିତ ପରିବାର ନିୟୋଜନ ପରାମର୍ଶ ଯୋଗାଇଥାଏ । ବର୍ତ୍ତମାନ ଏହି କେନ୍ଦ୍ରଗୁଡ଼ିକର ସଂଖ୍ୟା 22059 । ଅବଶ୍ୟ ଏହି କେନ୍ଦ୍ରଗୁଡ଼ିକ ଘୋର ଅବହେଳିତ ଅବସ୍ଥାରେ କାର୍ଯ୍ୟ କରୁଅଛି ।

(2) ସ୍ବାସ୍ଥ୍ୟ ଉପକେନ୍ଦ୍ର (Health sub-centres) – ପରିବାର ନିୟୋଜନ ସମ୍ବନ୍ଧୀୟ ପରାମର୍ଶ ଓ କାର୍ଯ୍ୟ କରିବା ଏହି କେନ୍ଦ୍ରଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ । 1991 ମସିହା ସୁଦ୍ଧା ଦେଶରେ 10,978ଟି ଉପକେନ୍ଦ୍ର କାର୍ଯ୍ୟ କରୁଅଛି । ଏହି କେନ୍ଦ୍ରଗୁଡ଼ିକ ମଧ୍ୟରୁ ଅନେକଙ୍କର ନିଜର ଘର, ଆବଶ୍ୟକ ଉପକରଣ ନାହିଁ ।

(3) ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) – ପ୍ରତି 1 ଲକ୍ଷ ଲୋକଙ୍କପାଇଁ 30 ଟି ଶଯ୍ୟାବିଶିଷ୍ଟ ଏହି କେନ୍ଦ୍ରଗୁଡ଼ିକ ଖୋଲାଯାଉଛି । ଏହି କେନ୍ଦ୍ରଗୁଡ଼ିକରେ ସ୍ତ୍ରୀରୋଗ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ଓ ଶଲ୍ୟ ଚିକିତ୍ସା ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇଥାଏ । ବର୍ତ୍ତମାନ 2289 ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆମ ଦେଶରେ ଅଛି ।

(4) ବହୁମୁଖୀ କର୍ମୀ ଯୋଜନା(Multipurpose Worker’s Scheme) – ସଂକ୍ରାମକ ରୋଗର ନିୟନ୍ତ୍ରଣ ଓ ନିରାକରଣପାଇଁ ଯେଉଁ କର୍ମୀମାନେ ଆଗରୁ କାମ କରୁଥିଲେ ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା । ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଗଲା । ସେମାନେ ଗ୍ରାମାଞ୍ଚଳର ଅଧ୍ବବାସୀମାନଙ୍କର ସ୍ବାସ୍ଥ୍ୟପାଇଁ ପ୍ରାଥମିକ ଡାକ୍ତରୀ ସାହାଯ୍ୟ ଓ ସୁବିଧା ଯୋଗାଇ ଦେବେ । ପ୍ରତି 500 ଲୋକଙ୍କପାଇଁ ଜଣେ ପୁରୁଷ ଓ ଜଣେ ମହିଳା କର୍ମୀ ନିଯୁକ୍ତ କରାଗଲା ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

(5) ଗ୍ରାମ୍ୟ ସ୍ବାସ୍ଥ୍ୟ ଉପଦେଷ୍ଟା (Village Health Guide) – 1977 ମସିହାରେ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତ କରାଯାଇଥିଲା । କିନ୍ତୁ ପରବର୍ତୀ ସମୟରେ ସେମାନଙ୍କୁ ଗ୍ରାମ୍ୟ ସ୍ୱାସ୍ଥ୍ୟ ଉପଦେଷ୍ଟା (Village Health Guide) ଆଖ୍ୟା ଦିଆଗଲା । ପ୍ରତି 1000 ଜଣଙ୍କପାଇଁ ଜଣେ VHG ନିଯୁକ୍ତି ପାଇଲେ । ଏମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତାଲିମ ଦିଆଗଲା । ଏମାନେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଅଧ‌ିବାସୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥା’ନ୍ତି । 1989 ମସିହା ସୁଦ୍ଧା 3,87,472 VHG ଦେଶର 4259 ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିଲେ ।

(6) ସୁପାରିସ ପତ୍ର ବ୍ୟବସ୍ଥା (Referral System) – ଗ୍ରାମାଞ୍ଚଳରେ ରୋଗୀମାନଙ୍କୁ ପ୍ରଥମେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଏ । ସେଠାରେ ରୋଗୀର ଅବସ୍ଥା ଭଲ ରହିଥିଲେ, ତାହାର ସବୁ ପ୍ରକାରର ଚିକିତ୍ସା ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଯଦି ଅବସ୍ଥାର କୌଣସି ପରିବର୍ତ୍ତନ ନ ହୋଇ ଉଦ୍‌ବେଗଜନକ ହୁଏ, ତେବେ ରୋଗୀକୁ CHC ବା ଜିଲ୍ଲା ଡାକ୍ତରଖାନା ବା ଆବଶ୍ୟକସ୍ଥଳେ ମେଡ଼ିକାଲ କଲେଜକୁ ପଠାଇବାପାଇଁ ସୁପାରିସ କରାଯିବାର ବ୍ୟବସ୍ଥା ରହିଛି । ଏଥ‌ିପାଇଁ ପ୍ରାୟ PHC ଗୁଡ଼ିକରେ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଅଛି ।

5. ଭାରତରେ ସଂକ୍ରାମକ ରୋଗର ନିୟନ୍ତ୍ରଣପାଇଁ କି କି ପ୍ରକାରର ବ୍ୟବସ୍ଥା କରାଯାଇଛି ବର୍ଣ୍ଣନା କର ।
Answer:
ସ୍ବାଧୀନତାପ୍ରାପ୍ତି ସମୟରେ ଆମ ଦେଶରେ ଅଧିକାଂଶ ଲୋକ ବସନ୍ତ, ମ୍ୟାଲେରିଆ, ବାତଜ୍ଵର, ହଇଜା, ଯକ୍ଷ୍ମା, କୁଷ୍ଠ ଇତ୍ୟାଦି ବହୁ ମାରାତ୍ମକ ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଥିଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଉଦ୍ୟମ କରାଯାଇ ଏହି ରୋଗଗୁଡ଼ିକର ପ୍ରାଦୁର୍ଭାବ ହ୍ରାସ କରାଯାଇଛି ।

(1) ବସନ୍ତ (Smallpox) – ସ୍ଵାଧୀନତା ପରେ ପରେ ସଂକ୍ରାମକ ରୋଗର ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବା ଫଳରେ 1977 ମସିହାବେଳକୁ ଆମ ଦେଶ ବସନ୍ତମୁକ୍ତ ହେଲା ବୋଲି ଘୋଷଣା କରାଗଲା ।

(2) ମ୍ୟାଲେରିଆ – ମ୍ୟାଲେରିଆ ରୋଗକୁ ସମ୍ପୂର୍ଣ୍ଣ ଦୂର କରାଯାଇ ପାରି ନ ଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇଛି । ସେଥ‌ିପାଇଁ 1958 ମସିହାରୁ ଜାତୀୟ ମ୍ୟାଲେରିଆ ନିରାକରଣ ଯୋଜନା କାର୍ଯ୍ୟ କରି ଆସୁଅଛି । ଏହାଦ୍ଵାରା ମ୍ୟାଲେରିଆର ପ୍ରାଦୁର୍ଭାବ ଅନେକାଂଶରେ ହ୍ରାସ ପାଇଥିଲେ ମଧ୍ୟ 1965 ମସିହା ପରେ ନୂଆ କିସମର ମ୍ୟାଲେରିଆର ଉଦ୍ରେକ ହେତୁ ଏହାର ନିରାକରଣ ପାଇଁ 1977 ମସିହାରେ ପରିବର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ଏପର୍ଯ୍ୟନ୍ତ ଏହା ବିରୋଧରେ ସଂଗ୍ରାମ ଜାରି ରହିଛି ।

(3) ବାତଜ୍ଵର – ଆମ ଦେଶର ଏକ-ପଞ୍ଚମାଂଶ ଲୋକ ବାତଜ୍ଵର ପ୍ରପୀଡ଼ିତ ଅଞ୍ଚଳରେ ବସବାସ କରନ୍ତି । କିନ୍ତୁ ସେମାନଙ୍କୁ ବାତଜ୍ଵରର ପ୍ରାଦୁର୍ଭାବ ରୋକିବାପାଇଁ ବିଶେଷ କିଛି ବ୍ୟବସ୍ଥା କରାଯାଇ ନ ଥିଲା । 1989 ମସିହା ସୁଦ୍ଧା 1955 ମସିହାରେ ଆରମ୍ଭ ହୋଇଥିବା ଜାତୀୟ ବାତଜ୍ଵର ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ 40 ନିୟୁତ ଲୋକଙ୍କୁ ବାତଜ୍ଵର ସୁରକ୍ଷା ପ୍ରଦାନ କରାଗଲା । ଏହାକୁ ଆହୁରି ବ୍ୟାପକ କରାଯିବାପାଇଁ ଉଦ୍ୟମ କରାଯାଉଛି ।

(4) ରାଜଯକ୍ଷ୍ମା – ଭାରତର ବହୁଲୋକ ରାଜଯକ୍ଷ୍ମା ପରି ଭୟାନକ ରୋଗରେ ପ୍ରପୀଡ଼ିତ ହୋଇଥା’ନ୍ତି । ପ୍ରତି ବର୍ଷ ଭାରତରେ 16 ଲକ୍ଷରୁ ଅଧିକ ଲୋକ ଏଥରେ ଆକ୍ରାନ୍ତ ହୋଇଥା’ନ୍ତି । ସେଥ‌ିପାଇଁ 1962 ମସିହାରେ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଯକ୍ଷ୍ମାରୋଗୀ ଚିହ୍ନଟ ଓ ଯକ୍ଷ୍ମା ପ୍ରତିରୋଧକ ବି.ସି.ଜି. ଟିକାଦାନ କାମ ହାତକୁ ନିଆଯାଇଛି । 1983-84 ମସିହାଠାରୁ ଏହି ରୋଗର ନୂତନ ଚିକିତ୍ସା ପଦ୍ଧତି ଅବଲମ୍ବନ କରି 6 ରୁ 8 ମାସ ମଧ୍ୟରେ ଲୋକଙ୍କୁ ରୋଗମୁକ୍ତ କରାଯାଇପାରୁଅଛି ।

(5) କୁଷ୍ଠରୋଗ – 1990-91 ମସିହାରେ ପ୍ରାୟ 20 ଲକ୍ଷ ଲୋକ କୁଷ୍ଠ ରୋଗରେ ପୀଡ଼ିତ ବୋଲି ଆକଳନ କରାଯାଇଛି । ଏମାନଙ୍କ ମଧ୍ୟରୁ ପ୍ରାୟ 20 ଶତାଂଶ ଶିଶୁ ଅଟନ୍ତି । ଏହି ରୋଗର ପ୍ରାଦୁର୍ଭାବ ହ୍ରାସପାଇଁ 1995 ମସିହାରୁ ଜାତୀୟ କୃଷ୍ଣ ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରୀ ହେଉଅଛି । କିନ୍ତୁ 1982 ମସିହାରେ ଏହାକୁ ଜାତୀୟ କୁଷ୍ଠ ନିବାରଣ ଯୋଜନା ଆଖ୍ୟା ଦିଆଯାଇଛି । ଏହି ଯୋଜନାରେ କୁଷ୍ଠ ରୋଗକୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରି ବହୁବିଧ ଔଷଧ ସେବନ (Multidrug therapy) ପ୍ରଣାଳୀରେ ଚିକିତ୍ସା କରାଯାଇ ନିୟନ୍ତ୍ରିତ କରାଯାଇଛି । 1990-91 ମସିହା ସୁଦ୍ଧା ପ୍ରାୟ 5 ନିୟୁତରୁ ଅଧିକ ରୋଗୀ ଏହି ରୋଗମୁକ୍ତ ହେଲେଣି ।

(6) ଏଡ୍‌ସ (AIDS) – ଏଡ୍‌ସ (Acquired Immune Deficiency Syndrome) ରୋଗ ବିଦେଶରୁ ଭାରତକୁ ସଂକ୍ରମିତ ହୋଇଛି । ଏବେ ସରକାର ଏହାର ନିୟନ୍ତ୍ରଣପାଇଁ ଅଗ୍ରାଧୁକାର ଦେଉଛନ୍ତି । ଜାତୀୟ ଏଡ୍‌ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ 1990-91 ମସିହା ସୁଦ୍ଧା 29 ଟି ରକ୍ତ ପରୀକ୍ଷାଗାର ଓ 62 ଟି ନିରୀକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି । ଏଡ୍‌ସ ରୋଗୀର ଚିହ୍ନଟ, ଲୋକମାନଙ୍କ ମଧ୍ୟରେ ଏହି ରୋଗର କାରଣ ଓ ଭୟାବହତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

(7) ଅନ୍ଧତ୍ବ ନିରାକରଣ– ଅନ୍ଧତ୍ଵ ଦେଶର ଆଉ ଏକ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା । 1980 ମସିହା ସୁଦ୍ଧା ସେମାନଙ୍କର ସଂଖ୍ୟା ୨ ନିୟୁତ ଥିଲା ବୋଲି ଏକ ଆକଳନରୁ ଜଣାପଡ଼ିଛି । ଏହାର ଦୂରୀକରଣପାଇଁ ଜାତୀୟ ଅନ୍ଧତ୍ବ ନିରାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଅଛି । ଏହି କାର୍ଯ୍ୟକ୍ରମ 1982 ମସିହାଠାରୁ ମୋତିଆବିନ୍ଦୁ (Cataract) ଅସ୍ତ୍ରୋପଚାର ମାଧ୍ୟମରେ ଏହାର ନିରାକରଣପାଇଁ ଗୁରୁତ୍ବ ଆରୋପ କରାଯାଇଛି । ଏହାସତ୍ତ୍ବେ ଏହା ଏକ ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିଅଛି ।

(8) ଗଳଗଣ୍ଡ (Goitre) – ଆମ ଦେଶରେ ପ୍ରାୟ 145 ଅୟୁତ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହା ଆୟୋଡ଼ିନ୍ ଅଭାବରୁ ହୋଇଥାଏ । ଏହାଦ୍ଵାରା ରୋଗୀ ଅକର୍ମଣ୍ୟ ହେବାର ସମ୍ଭାବନା ରହିଥାଏ । ଏହାର ସଂକ୍ରମଣରୁ ରକ୍ଷା ପାଇବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅୟୋଡ଼ିଯୁକ୍ତ ଲୁଣ ଖାଇବାପାଇଁ ଜନସାଧାରଣଙ୍କୁ ଶିକ୍ଷା ଦିଆଯାଉଅଛି ।
ଏତଦ୍‌ବ୍ୟତୀତ ହଇଜା, ଆନ୍ତଃକଜ୍ଵର, ଜଳାତଙ୍କ, ପୋଲିଓ, ଧନୁଷ୍ଟଙ୍କାର ଓ ଯୌନରୋଗ ଭଳି ସଂକ୍ରାମକ ରୋଗର ନିୟନ୍ତ୍ରଣପାଇଁ ମଧ୍ଯ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି ।

CHSE Odisha Class 11 Sociology Unit 4 Long Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 4 ପ୍ରକ୍ରିୟା, ସ୍ତରୀକରଣ ଏବଂ ପରିବର୍ତ୍ତନ Long Answer Questions.

CHSE Odisha 11th Class Sociology Unit 4 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ସାମାଜିକ ପ୍ରକ୍ରିୟା (Social Processes)

1. ସାମାଜିକ ଜୀବନରେ ସହଯୋଗିତାର ଭୂମିକା ଆଲୋଚନା କର ।
Answer:
ସାମାଜିକ ଜୀବନରେ ସହଯୋଗିତାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହି ପ୍ରକ୍ରିୟା ଆମର ସାମାଜିକ ଜୀବନକୁ ସମୃଦ୍ଧି କରିବାରେ ଏକ ନିର୍ଣ୍ଣୟାକ ଭୂମିକା ଗ୍ରହଣ କରିଥାଏ । କୁଲେଙ୍କ ମତରେ, ମନୁଷ୍ୟ ସଭ୍ୟତାର ଇତିହାସ ହେଲା ସାମାଜିକ ସଚେତନତାର ଏବଂ ବିବେକପୂର୍ଣ୍ଣ ସହଯୋଗିତାର ଇତିହାସ । ସ୍ପିନେଜା (Spinoza) ଙ୍କ ମତରେ, ସହଯୋଗ ମନୋବୃତ୍ତି ମନୁଷ୍ୟର ଅହଂକାର ଏବଂ ଆତ୍ମବଡ଼ିମାକୁ ପ୍ରଶମିତ କରିଥାଏ ।

କ୍ରୋପୋଟ୍‌କିନ୍ (Kropotkin) ମତ ଦିଅନ୍ତି ଯେ, ସହଯୋଗିତା ମାନବ ଜୀବନ ପାଇଁ ଗୁରୁତ୍ଵପୂର୍ଣ୍ଣ । ଏହା ବ୍ୟତିରେକେ ମଣିଷର ଜୀବନଧାରଣ ଅସମ୍ଭବ ଅଟେ । ସମାଜବିଜ୍ଞାନୀମାନେ ମତ ଦିଅନ୍ତି ଯେ, ସହଯୋଗ ବିନା ମାନବ ବଞ୍ଚୁପାରିବ ନାହିଁ । ନିମ୍ନରେ ଏହି ସହଯୋଗିତାର ଭୂମିକା ବିଷୟରେ ବିଶ୍ଳେଷଣ କରାଗଲା ।

(i) ସହଯୋଗିତା ସମାଜରେ ସ୍ଥିରତା ଆଣିଥାଏ – ସ୍ଵାମୀ ଏବଂ ସ୍ତ୍ରୀର ପାରସ୍ପରିକ ସହଯୋଗିତାଦ୍ୱାରା ସନ୍ତାନ ଜନ୍ମ ନିଏ । ଫଳରେ ବଂଶର ସୁରକ୍ଷା ହୋଇଥାଏ । ଏହାଦ୍ଵାରା ବଂଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ସମାଜର ସ୍ଥିରତା ଅକ୍ଷୁଣ୍ଣ ରଖାଯାଇଥାଏ ।

(ii) ସହଯୋଗିତା ପାରସ୍ପରିକ ସାହାଯ୍ୟ ଉପରେ ପ୍ରତିଷ୍ଠିତ – ସମାଜ-ବିଜ୍ଞାନୀମାନଙ୍କ ମତରେ, ସହଯୋଗ ବିନା ମାନବ ବଞ୍ଚିପାରିବ ନାହିଁ । ଏହି ସହଯୋଗିତା ମଧ୍ଯ ପଶୁ ସମାଜରେ ଦେଖାଯାଇଥାଏ । ସହଯୋଗିତା ହେଉଛି ସାମାଜିକ ଜୀବନର ଭିତ୍ତିସ୍ତମ୍ଭ । ଜାତି ଏବଂ ଆନ୍ତର୍ଜାତିକ ସ୍ତର ପର୍ଯ୍ୟନ୍ତ ସହଯୋଗିତାର ଭୂକା ଉପଲବ୍ଧ କରାଯାଇଥାଏ । ସାମାଜିକ ଜୀବନରେ ପାରସ୍ପରିକ ସହଯୋଗ ଯେପରି ପ୍ରୟୋଜନ, ଠିକ୍ ସେହିପରି ଆନ୍ତର୍ଜାତିକ ସ୍ତରରେ ମଧ୍ୟ ପାରସ୍ପରିକ ସହଯୋଗର ଆବଶ୍ୟକତା ରହିଛି ।

CHSE Odisha Class 11 Sociology Unit 4 Long Answer Questions in Odia Medium

(iii) ସମାଜକୁ ପ୍ରଗତି ପଥରେ ଅଗ୍ରସର କରାଇଥାଏ – ସହଯୋଗିତା ସମାଜକୁ ପ୍ରଗତି ପତରେ ଅଗ୍ରସର କରିବାରେ ଏକ ଭୂମିକା ଗ୍ରହଣ କରିଥାଏ । ସହଯୋଗିତାଦ୍ୱାରା କୃଷି, ଶିଳ୍ପ, ବାଣିଜ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟାର ଉନ୍ନତି ସମ୍ଭବପର ହୋଇଥାଏ । କାରଣ ଦେଶର ଉନ୍ନତି ଏବଂ ସମୃଦ୍ଧି ଜନସାଧାରଣଙ୍କର ସକ୍ରିୟ ସହଯୋଗ ଉପରେ ନିର୍ଭର କରିଥାଏ ।

(iv) ସହଯୋଗିତା ବିନା ଲକ୍ଷ୍ୟ ପୂରଣ ସମ୍ଭବ ନୁହେଁ – ସହଯୋଗିତା ବିନା ବ୍ୟକ୍ତିଗତ ଏବଂ ସାମୂହିକ ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସହଯୋଗିତାର ଆବଶ୍ୟକତା ରହିଛି । ସହଯୋଗିତାଦ୍ୱାରା ମନୁଷ୍ୟ ମନସ୍ତାତ୍ତ୍ଵିକ ଏବଂ ଆବେଗ ସମ୍ପର୍କୀୟ ଲକ୍ଷ୍ୟ ପୂରଣ କରିଥାଏ । ବ୍ୟକ୍ତିଗତ ସ୍ତରରେ ଗୋଟିଏ ବୃହତ୍ କାର୍ଯ୍ୟକୁ ସମ୍ପୂର୍ଣ କରିବା ଏକ କଷ୍ଟକର ବ୍ୟାପାର ଅଟେ । ଯଦି ବ୍ୟକ୍ତି ପରସ୍ପରକୁ ସହଯୋଗ ଲାଭକରେ ସେ କ୍ଷେତ୍ରରେ ବୃହତ୍ କାର୍ଯ୍ୟ ଅନାୟାସରେ ସମ୍ପୂର୍ଣ୍ଣ ହୋଇଥାଏ । ସହଯୋଗଦ୍ଵାରା ତାଜମହଲ ଏବଂ କୋଣାର୍କ ମନ୍ଦିର ପରି ଐତିହାସିକ କୀର୍ତ୍ତି ନିର୍ମାଣ ସମ୍ଭବପର ହୋଇପାରିଛନ୍ତି ।

(v) ସହଯୋଗିତା ସାମାଜିକ ସୁରକ୍ଷା ପ୍ରଦାନ କରିଥାଏ – ସହଯୋଗିତା ବ୍ୟକ୍ତିକୁ ସାମାଜିକ ସୁରକ୍ଷା ପ୍ରଦାନ କରିଥାଏ । ଯେତେବେଳେ ବ୍ୟକ୍ତି ଜନ୍ମଲାଭ କରେ, ସେତେବେଳେ ସେ ସମ୍ପୂର୍ଣ୍ଣଭାବରେ ଅସହାୟ ଅବସ୍ଥାରେ ଥାଏ । ତା’ର ଶାରୀରିକ ଏବଂ ମାନସିକ ବିକାଶ ନିମିତ୍ତ ସେ ପ୍ରତିମୁହୂର୍ତ୍ତରେ ପରିବାରର ସଦସ୍ୟମାନଙ୍କର ସାହାଯ୍ୟ ଭିକ୍ଷା କରିଥାଏ । ପରିବାରର ସଦସ୍ୟମାନଙ୍କର ପ୍ରତ୍ୟକ୍ଷ ସହଯୋଗଦ୍ଵାରା କାଳକ୍ରମେ ସେ ସମାଜରେ ଏକ ସ୍ବତନ୍ତ୍ର ପ୍ରସ୍ଥିତି ପାଇବାପାଇଁ ସମର୍ଥ ହୋଇଥାଏ ।

(vi) ସାମାଜିକ ଐକ୍ୟ ପ୍ରତିଷ୍ଠା କରିଥାଏ – ସହଯୋଗିତା ଉପରେ ସାମାଜିକ ଏକତା ନିର୍ଭର କରିଥାଏ । ସହଯୋଗ ମନୋବୃତ୍ତି ବ୍ୟକ୍ତିକୁ ପାରସ୍ପରିକ ମତଭେଦକୁ ଭୁଲି ସଙ୍ଗଠିତ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ । ସହଯୋଗିତା ହେତୁ ସାମାଜିକ ବ୍ୟବସ୍ଥାର ପ୍ରତ୍ୟେକ ବିଭାଗ ପରସ୍ପର ସହିତ ସମ୍ବନ୍ଧିତ ହୋଇଥା’ନ୍ତି । ସହଯୋଗିତା ବ୍ୟକ୍ତମାନଙ୍କୁ ପରସ୍ପରର କାର୍ଯ୍ୟରେ ଭାଗ ନେବାକୁ ଯଥେଷ୍ଟ ଉତ୍ସାହ ପ୍ରଦାନ କରିଥାଏ ବୋଲି କୁହାଯାଇପାରେ ।

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟରୂପେ ପ୍ରତୀୟମାନ ହୁଏ ଯେ ସାମାଜିକ ଜୀବନରେ ସହଯୋଗିତା ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଳଂକୃତ କରିଥାଏ । କେବଳ ସହଯୋଗିତା ବଳରେ ଆଜିର ମନୁଷ୍ୟ ତା’ର ସମସ୍ତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାକୁ ସମର୍ଥ ହୋଇପାରିଛି । ଏହି ସହଯୋଗିତାର ଗୁରୁତ୍ଵକୁ ପାରିବାରିକ, ଆର୍ଥିକ, ଧାର୍ମିକ, ରାଜନୀତିକ, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ଉପଲବ୍ଧ କରାଯାଇପାରେ । ତେଣୁ ସଂକ୍ଷେପରେ କହିବାକୁ ଗଲେ ଆଜିର ସମାଜରେ ସହଯୋଗିତାର ଭୂମିକା ଅତୁଳନୀୟ ଅଟେ ।

2. ପ୍ରତିଯୋଗିତାର ପ୍ରକାରଭେଦ ବିଷୟରେ ଆଲୋଚନା କର ।
Answer:
ପ୍ରତିଯୋଗିତା ସାମାଜିକ ଆନ୍ତଃ-କ୍ରିୟାର ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟାରୂପେ ପରିଚିତ । ପ୍ରବୀଣ ସମାଜବିଜ୍ଞାନୀ ଓଗ୍‌ବର୍ଷ (Ogbum) ମତରେ, ଯୋଗାଣ ତୁଳନାରେ ଚାହିଦା ଅଧ‌ିକ ହେଲେ ପ୍ରତିଯୋଗିତା ଦେଖାଯାଇଥାଏ । ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂରଣ ନିମିତ୍ତ ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ବା ସମୂହଗୁଡ଼ିକର ପାରସ୍ପରିକ ଉଦ୍ୟମକୁ ପ୍ରତିଯୋଗିତା କୁହାଯାଇଥାଏ । କୌଣସି ସମାଜ ଏହି ପ୍ରତିଯୋଗିତାର ପରିସରରୁ ସମ୍ପୂର୍ଣ୍ଣଭାବେ ମୁକ୍ତ ନୁହେଁ । ସମାଜର ପ୍ରତ୍ୟେକ କ୍ଷେତ୍ରରେ ଏବଂ ଜୀବନର ପ୍ରତ୍ୟେକ ସ୍ତରରେ ଏହି ପ୍ରତିଯୋଗିତାର ଯଥେଷ୍ଟ ଆବଶ୍ୟକତା ରହିଛି । ନିମ୍ନରେ ପ୍ରତିଯୋଗିତାର ପ୍ରକାରଭେଦ ବିଷୟରେ ବର୍ଣ୍ଣନା କରାଯାଇଛି ।

(i) ସାମାଜିକ ପ୍ରତିଯୋଗିତା (Social competition) – ସମାଜରେ ଉଚ୍ଚ ପ୍ରସ୍ଥିତିର ଅଧିକାରୀ ହେବାପାଇଁ ଲୋକମାନେ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିଥା’ନ୍ତି । ସାଧାରଣତଃ ଦେଖାଯାଇଛି ଯେ, ମନରେ ଉଚ୍ଚ ଅଭିଳାଷ ପୋଷଣ କରି ବ୍ୟକ୍ତି ସବୁବେଳପାଇଁ ପ୍ରତିଯୋଗିତାମୂଳକ କାର୍ଯ୍ୟକଳାପରେ ଲିପ୍ତ ରହିଥାଏ । ତେଣୁ ସମାଜରେ ବ୍ୟକ୍ତିର ସାମାଜିକ ପ୍ରସ୍ଥିତି ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରତିଯୋଗିତା ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସମାଜରେ ଉଚ୍ଚ ପ୍ରସ୍ଥିତି ଅଧିକାର ପାଇଁ ଦୁଇଜଣ ବିଶେଷଜ୍ଞ ଡାକ୍ତରଙ୍କ ମଧ୍ୟରେ ହେଉଥିବା ପ୍ରତିଯୋଗିତା ସାମାଜିକ ପ୍ରତିଯୋଗିତାର ଏକ ଜ୍ଵଳନ୍ତ ଉଦାହରଣ ।

(ii) ଆର୍ଥନୀତିକ ପ୍ରତିଯୋଗିତା (Economic competition) – ଏହିପ୍ରକାର ପ୍ରତିଯୋଗିତା ଆର୍ଥନୀତିକ କ୍ଷେତ୍ରରେ ପରିଦୃଷ୍ଟ ହୋଇଥାଏ । ଏହା ସାଧାରଣତଃ ଦ୍ରବ୍ୟ ଉତ୍ପାଦନ, ଉପଭୋଗ, ବଣ୍ଟନ ଏବଂ ବିନିମୟ କ୍ଷେତ୍ରରେ ସୃଷ୍ଟି ହୋଇଥାଏ । ଦୁଇଟି ଶିଳ୍ପ ପ୍ରତିଷ୍ଠାନ ମଧ୍ୟରେ ହେଉଥିବା ପ୍ରତିଯୋଗିତା ଆର୍ଥନୀତିକ ପ୍ରତିଯୋଗିତାର ଏକ ପ୍ରକୃଷ୍ଟ ଉଦାହରଣ । ଆଧୁନିକ ଶିଳ୍ପଭିଭିକ ସମାଜରେ ଲୋକମାନଙ୍କର ବସ୍ତୁଭିଭିକ ପ୍ରବୃତ୍ତି ଆର୍ଥନୀତିକ ପ୍ରତିଯୋଗିତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

(iii) ସାଂସ୍କୃତିକ ପ୍ରତିଯୋଗିତା (Cultural competition) – ବିଭିନ୍ନ ସାଂସ୍କୃତିକ ସମୂହ ମଧ୍ଯରେ ସାଂସ୍କୃତିକ ପ୍ରତିଯୋଗିତା ଦେଖାଯାଇଥାଏ । ଏହିପ୍ରକାର ପ୍ରତିଯୋଗିତାଦ୍ୱାରା ସମାଜରେ ସାଂସ୍କୃତିକ ବିଭିନ୍ନତା ବୃଦ୍ଧି ପାଇଥାଏ । ଯେତେବେଳେ ଗୋଟିଏ ସଂସ୍କୃତି ଅନ୍ୟ ଏକ ସଂସ୍କୃତି ଉପରେ ନିଜର ଆଧ୍ୟତ୍ୟ ଜାହିର କରିବାକୁ ଚେଷ୍ଟାକରେ, ସେତେବେଳେ ସାଂସ୍କୃତିକ ପ୍ରତିଯୋଗିତା ଦୃଷ୍ଟିଗୋଚରକୁ ଆସିଥାଏ । ବର୍ତ୍ତମାନ ସମାଜରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଧାର୍ମିକ ପ୍ରତିଯୋଗିତା ଏହି ସାଂସ୍କୃତିକ ପ୍ରତିଯୋଗିତାର ଏକ ଜ୍ଵଳନ୍ତ ଉଦାହରଣ ଅଟେ ।

(iv) ପ୍ରଜାତୀୟ ପ୍ରତିଯୋଗିତା (Racial competition) – ବିଭିନ୍ନ ପ୍ରଜାତୀୟ ସମୂହ ମଧ୍ଯରେ ପରିଦୃଷ୍ଟ ହେଉଥିବା ପ୍ରତିଯୋଗିତାକୁ ପ୍ରଜାତୀୟ ପ୍ରତିଯୋଗିତା କୁହାଯାଇଥାଏ । ପ୍ରତ୍ୟେକ ପ୍ରଜାତି ନିଜର ପ୍ରଜାତୀୟ ଗୁଣଗୁଡ଼ିକୁ ଶ୍ରେଷ୍ଠ ମନେକରି ଅନ୍ୟ ପ୍ରଜାତିକୁ ହୀନ ଦୃଷ୍ଟିରେ ଦେଖୁଥା’ନ୍ତି । ଫଳରେ ଦୁଇ ପ୍ରଜାତୀୟ ସମୂହ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । ଏହି ପ୍ରଜାତୀୟ ପ୍ରତିଯୋଗିତା ଆଧୁନିକ ବିଶ୍ଵର ଏକ ମୁଖ୍ୟ ବୈଶିଷ୍ଟ୍ୟ । ଭାରତରେ ଇଣ୍ଡୋ-ଆର୍ଯ୍ୟ ପ୍ରଜାତି ଏବଂ ଦ୍ରାବିଡ଼ୀୟ ପ୍ରଜାତି ମଧ୍ୟରେ ହେଉଥିବା ପ୍ରତିଯୋଗିତା ଏହି ପ୍ରଜାତୀୟ ପ୍ରତିଯୋଗିତାର ଏକ ଉତ୍କୃଷ୍ଟ ଉଦାହରଣ । ସେହିପରି ଦକ୍ଷିଣ ଆମେରିକାରେ ‘ଶ୍ଵେତାଙ୍ଗ’ ଏବଂ ‘ନିଟ୍ରୋ’ମାନଙ୍କ ମଧ୍ୟରେ ହେଉଥିବା ପ୍ରତିଯୋଗିତା ଏହି ପ୍ରଜାତୀୟ ପ୍ରତିଯୋଗିତାର ପ୍ରକୃଷ୍ଟ ଉଦାହରଣ ।

(v) ରାଜନୀତିକ ପ୍ରତିଯୋଗିତା (Political competition) – ରାଜନୈତିକ କ୍ଷେତ୍ରରେ ପ୍ରତୀୟମାନ ହେଉଥିବା ପ୍ରତିଯୋଗିତାକୁ ରାଜନୀତିକ ପ୍ରତିଯୋଗିତା କୁହାଯାଏ । ରାଜନୀତିକ କ୍ଷମତା ହାସଲ କରିବାପାଇଁ ବିଭିନ୍ନ ଦଳ ମଧ୍ଯରେ ହେଉଥିବା ପ୍ରତିଯୋଗିତା ରାଜନୀତିକ ପ୍ରତିଯୋଗିତାର ଉଦାହରଣ ଅଟେ । ରାଜନୀତିକ ପ୍ରତିଯୋଗିତା କେବଳ ବିଭିନ୍ନ ରାଜନୀତିକ ଦଳ ମଧ୍ୟରେ ସୀମାବଦ୍ଧ ନୁହେଁ । ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ସଦସ୍ୟମାନଙ୍କ ମଧ୍ୟରେ ମଧ୍ୟ ରାଜନୀତିକ ସୁବିଧା ହାସଲପାଇଁ ପ୍ରତିଯୋଗିତା ଲାଗି ରହିଥାଏ । ଗଣତାନ୍ତ୍ରିକ ଦେଶରେ ଏହି ପ୍ରକାର ପ୍ରତିଯୋଗିତା ଲକ୍ଷ୍ୟ କରାଯାଇଥାଏ । ଆଉ ମଧ୍ଯ ଆନ୍ତର୍ଜାତୀୟ ସ୍ତରରେ ଏହି ପ୍ରତିଯୋଗିତା ପରିଦୃଷ୍ଟ ହୋଇଥାଏ ।

(vi) ବ୍ୟକ୍ତିଗତ ଏବଂ ଅର୍ବେର୍ତ୍ତିକ ପ୍ରତିଯୋଗିତା (Personal and impersonal competition) – ଯେତେବେଳେ ଜଣେ ବ୍ୟକ୍ତି ସହିତ ପ୍ରତ୍ୟକ୍ଷଭାବେ ପ୍ରତିଯୋଗିତାରେ ରତ ରୁହେ, ତାହାକୁ ବ୍ୟକ୍ତିଗତ ପ୍ରତିଯୋଗିତା କୁହାଯାଇଥାଏ । ଗିଲିନ୍ ଏବଂ ଗିଲିନ୍ (Gillin and Gillin) ଏହାକୁ ସଚୈତନିକ ପ୍ରତିଯୋଗିତାଭାବେ ଅଭିହିତ କରିଛନ୍ତି । ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିବାପାଇଁ ଏବଂ ନିର୍ଦ୍ଦିଷ୍ଟ ଖେଳରେ ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ହେଉଥିବା ପ୍ରତିଯୋଗିତା ବ୍ୟକ୍ତିଗତ ପ୍ରତିଯୋଗିତାର ପରିସରଭୁକ୍ତ ଅଟେ ।

ଅନ୍ୟପକ୍ଷରେ ଅବୈତ୍ତିକ ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ବ୍ୟକ୍ତିଗତ ସ୍ତରରେ ପ୍ରତିଯୋଗିତା କରି ନ ଥା’ନ୍ତି । ଏକ ସମୂହର ସଦସ୍ୟଭାବେ ସେମାନେ ଅନ୍ୟ ଏକ ସମୂହ ସହିତ ପ୍ରତିଯୋଗିତା କରିଥା’ନ୍ତି । ଭାରତରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍, ଶିଖ୍ ପ୍ରଭୃତି ଧାର୍ମିକ ସମୂହ ମଧ୍ଯରେ ହେଉଥିବା ପ୍ରତିଯୋଗିତା ଅବୈଲ୍ଲିକ ପ୍ରତିଯୋଗିତାଭାବେ ପରିଚିତ ।

3. ପ୍ରତିଯୋଗିତାର ପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କର ।
Answer:
ଏକ ସାମାଜିକ ପ୍ରକ୍ରିୟାଭାବେ ବ୍ୟକ୍ତି ଜୀବନରେ ପ୍ରତିଯୋଗିତାର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ପ୍ରତିଯୋଗିତା ବ୍ୟତିରେକେ ବ୍ୟକ୍ତି ଏବଂ ସମାଜର ବିକାଶ ସମ୍ଭବ ଅଟେ । ଏହା ଉଭୟ ବ୍ୟକ୍ତି ଏବଂ ସମାଜ ପାଇଁ କେତେକ ଉପକାରୀ ପ୍ରକାର୍ଯ୍ୟ ସମ୍ପାଦନ କରିଥାଏ । ବ୍ୟକ୍ତିର ସାମାଜିକ, ଅର୍ଥନୈତିକ, ଧାର୍ମିକ, ସାଂସ୍କୃତିକ ଏବଂ ରାଜନୀତିକ ଜୀବନ ପ୍ରତିଯୋଗିତାର ପରିସରକୁ ମୁକ୍ତ ନୁହେଁ । ଏଚ୍.ଟି. ମଜୁମ୍ଦାର (H.T. Mazumdar) ଏହି ପ୍ରତିଯୋଗିତାର ସମସ୍ତ ପ୍ରକାର୍ଯ୍ୟଗୁଡ଼ିକୁ ଦୁଇଟି ମୁଖ୍ୟ ବିଭାଗରେ ବିଭକ୍ତ କରିଛନ୍ତି; ଯଥା – ସକାରାତ୍ମକ ଏବଂ ନକାରାତ୍ମକ ପ୍ରକାର୍ଯ୍ୟ ।

(a) ସକାରାତ୍ମକ ପ୍ରକାର୍ଯ୍ୟ (Positive functions) :

  1. ବ୍ୟକ୍ତିର ପ୍ରସ୍ଥିତି ନିର୍ଦ୍ଧାରଣ କରିଥାଏ – ଏହି ପ୍ରତିଯୋଗିତା ସମାଜରେ ବ୍ୟକ୍ତିର ପ୍ରସ୍ଥିତିକୁ ନିର୍ଦ୍ଧାରଣ କରିଥାଏ । ଏହା ଉପଯୁକ୍ତ ବ୍ୟକ୍ତିକୁ ଉପଯୁକ୍ତ ସ୍ଥାନରେ ଅବସ୍ଥାପିତ କରିଥାଏ । ଆଉ ମଧ୍ଯ ଏହା ବ୍ୟକ୍ତିର କାର୍ଯ୍ୟକଳାପ, ପାରଦର୍ଶିତା ଆଦିକୁ ନିର୍ଦ୍ଧାରଣ କରିଥାଏ । ସମାଜରେ ବିଶେଷ ଖ୍ୟାତି ଏବଂ ଉଚ୍ଚସମ୍ମାନର ଅଧିକାରୀ ହେବାପାଇଁ ପ୍ରତିଯୋଗିତା ଲୋକମାନଙ୍କ ମଧ୍ୟରେ ଯଥେଷ୍ଟ ପ୍ରେରଣା ଯୋଗାଇଥାଏ ।
  2. ପ୍ରତ୍ୟକ୍ଷ ସଂଘର୍ଷରୁ ନିବୃତ୍ତ କରିଥାଏ – ପ୍ରତିଯୋଗିତା ବ୍ୟକ୍ତିମାନଙ୍କୁ ପ୍ରତ୍ୟକ୍ଷ ସଂଘର୍ଷରୁ ନିବୃତ୍ତ କରିଥାଏ । କେତେକ ସ୍ଵଳ୍ପ ଦ୍ରବ୍ୟର ଅଧିକାରୀ ହେବାପାଇଁ ଲୋକମାନେ ପରସ୍ପର ସହିତ ପ୍ରତିଯୋଗିତାରେ ଲିପ୍ତ ରହିଥା’ନ୍ତି । ଅନେକ ସମୟରେ ଏହା ସମାଜ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ । ଏହି ପରିସ୍ଥିତିରେ ପ୍ରତିଯୋଗିତା ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିଥାଏ । ତେଣୁ କୁହାଯାଇପାରେ ଯେ, ପ୍ରତିଯୋଗିତା ମାନବ ସମାଜକୁ ଉତ୍କୃଷ୍ଟ ଉପାୟରେ ସଙ୍ଗଠିତ କରିଥାଏ ।
  3. ସୁସ୍ଥ ପ୍ରତିଯୋଗିତା ସାମାଜିକ ଏବଂ ଆର୍ଥନୀତିକ ପ୍ରଗତିର ପ୍ରତୀକ ସ୍ଵରୂପ – ସୁସ୍ଥ ପ୍ରତିଯୋଗିତା ମାନବ କଲ୍ୟାଣର ଏକ ଅପରିହାର୍ଯ୍ୟ ଅଂଶରୂପେ ବିବେଚିତ ହୋଇଥାଏ । ସମାଜର ସମସ୍ତପ୍ରକାର ବସ୍ତୁଭିଭିକ ଏବଂ ଅବସ୍ତୁଭିତ୍ତିକ ବିକାଶ କେବଳ ମାତ୍ର ଲୋକମାନଙ୍କର ପ୍ରତିଯୋଗିତାମୂଳକ ପ୍ରବୃତ୍ତି ଯୋଗୁଁ ସମ୍ଭବପର ହୋଇଥାଏ । ପ୍ରତିଯୋଗିତା ସମାଜର ବିଜ୍ଞାନ ଏବଂ ବୈଷୟିକ ବିଦ୍ୟାର ଉନ୍ନତିକୁ ତ୍ବରାନ୍ବିତ କରିଥାଏ । ବର୍ତ୍ତମାନ ବିଭିନ୍ନ ପ୍ରକାର ବୈଜ୍ଞାନିକ ଉଦ୍ଭାବନ ଏବଂ ଆବିଷ୍କାର କେବଳ ପ୍ରତିଯୋଗିତା ଯୋଗୁଁ ସମ୍ଭବ ହୋଇଛି । ଏହା ସମସ୍ତ ବ୍ୟକ୍ତି ତଥା ସମାଜର ସମ୍ପୂର୍ଣ୍ଣ ବିକାଶ ପ୍ରକ୍ରିୟାକୁ ସମୃଦ୍ଧ କରିଥାଏ ।
  4. ବୃହତ୍ତର ସାମାଜିକ ଭାବନା ସୃଷ୍ଟି – ପ୍ରବୀଣ ସମାଜବିଜ୍ଞାନୀ କୁଲେଙ୍କ ମତରେ, ସୁସ୍ଥ ପ୍ରତିଯୋଗିତା ଏକ ବୃହତ୍ତର ସାମାଜିକ ଭାବନା ସୃଷ୍ଟି କରିଥାଏ । ଯେତେବେଳେ ଜଣେ ପ୍ରତିଯୋଗୀ ଅନ୍ୟ ଜଣେ ପ୍ରତିଯୋଗୀର ଗୁଣ ଏବଂ ବିଶେଷ ପ୍ରତିଭା ବିଷୟରେ ଧାରଣା ଆଣେ, ସେତେବେଳେ ସେ ତା’ ପ୍ରତି ଶତ୍ରୁତା ଆଚରଣ ପ୍ରଦର୍ଶନ କରିବା ପରିବର୍ତ୍ତେ ତା’ ପ୍ରତି ଗଭୀର ଶ୍ରଦ୍ଧା ଏବଂ ସମ୍ମାନ ପ୍ରଦର୍ଶନ କରିଥାଏ । ଏହା ଫଳରେ ତା’ ମନରୁ ସଂକୀର୍ଣ୍ଣତା ମନୋଭାବ ଦୂରେଇଯାଏ ଏବଂ ତା’ ମନରେ ଏକ ବିରାଟ ଭାବନାର ଉଦ୍ରେକ ହୋଇଥାଏ ।
  5. ଅଭିଜ୍ଞତାର ଉତ୍ସ – ପ୍ରତିଯୋଗିତା ମନୁଷ୍ୟ ମନରେ ନୂତନ ପ୍ରକାର ଅଭିଜ୍ଞତା ଆଣିଦେଇଥାଏ ଯାହାକି ତା’ର ପରବର୍ତ୍ତୀ ଜୀବନର ବିକାଶ ପଥରେ ଯଥେଷ୍ଟ ସାହାଯ୍ୟ କରିଥାଏ । ଏହି ନୂତନ ଅଭିଜ୍ଞତା ଭବିଷ୍ୟତରେ ମନୁଷ୍ୟର ଆଶା ପୂରଣ କରିବାରେ ସହାୟକ ହୋଇଥାଏ ।
  6. ପ୍ରତିଯୋଗୀମାନଙ୍କର ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ – ପ୍ରତିଯୋଗୀତା ପ୍ରତିଯୋଗୀମାନଙ୍କର ବ୍ୟବହାର ଏବଂ ଦୃଷ୍ଟିଭଙ୍ଗୀକୁ କେତେକ ନୀତି-ନିୟମ ମାଧ୍ୟମରେ ନିୟନ୍ତ୍ରିତ କରିଥାଏ । ପ୍ରତିଯୋଗିତା ପାଇଁ ଉଦ୍ଦିଷ୍ଟ ନୀତିନିୟମକୁ ସମ୍ମାନ ପ୍ରଦର୍ଶନ କରିବାପାଇଁ ଏହା ପ୍ରତିଯୋଗୀମାନଙ୍କୁ ନିର୍ଦ୍ଦେଶ ଦେଇଥାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

(b) ନକାରାତ୍ମକ ପ୍ରକାର୍ଯ୍ୟ (Negative functions) :
ସକାରାତ୍ମକ କାର୍ଯ୍ୟ ବ୍ୟତୀତ ପ୍ରତିଯୋଗିତା ସମାଜରେ କେତେକ ନକାରାତ୍ମକ ବା ନାସ୍ତାତ୍ମକ (negative) କାର୍ଯ୍ୟ ସମ୍ପାଦନ କରିଥାଏ । ଏହି ପ୍ରକାର୍ଯ୍ୟଗୁଡ଼ିକ ସାମାଜିକ ବିକାଶକୁ ବାଧାପ୍ରାପ୍ତ କରିଥା’ନ୍ତି। ଏଚ୍.ଟି. ମଜୁମ୍ଦାର ପ୍ରତିଯୋଗିତାର କେତେଗୁଡ଼ିଏ ନାସ୍ତାତ୍ମକ କାର୍ଯ୍ୟ ବିଷୟରେ ସୂଚନା ଦେଇଅଛନ୍ତି ।

  1. ନୈରାଶ୍ୟଭାବ ଉଦ୍ରେକ କରିଥାଏ – ପ୍ରତିଯୋଗିତା ସମୟରେ ଏହା ପ୍ରତିଯୋଗୀମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି କରିଥାଏ । ଯେତେବେଳେ ପ୍ରତିଯୋଗୀମାନେ ଆବଶ୍ୟକୀୟ ଜିନିଷଗୁଡ଼ିକୁ ପାଇବାରେ ଅସମର୍ଥ ହୁଅନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ନୈରାଶ୍ୟଭାବ ସୃଷ୍ଟି ହୋଇଥାଏ । ଉଦାହରଣସ୍ୱରୂପ – ଯଦି ଜଣେ ଛାତ୍ର ପରୀକ୍ଷାରେ ବାରମବାର ଅକୃତକାର୍ଯ୍ୟ ହୁଏ, ସେତେବେଳେ ତା’ ମନରେ ନୈରାଶ୍ୟଭାବ ସୃଷ୍ଟି ହୋଇଥାଏ ।
  2. ଏକାଧୂପତ୍ୟ (Monopoly) କୁ ବୃଦ୍ଧି କରିଥାଏ – ପ୍ରତିଯୋଗିତାର ଆଉ ଏକ ଅପକାରିତା ହେଉଛି ଯେ, ଏହା ଏକାଧୂପତ୍ୟକୁ ବୃଦ୍ଧି କରିଥାଏ । ପୁଞ୍ଜିପତି ଅର୍ଥନୀତି ବ୍ୟବସ୍ଥାରେ ଅସୀମ ପ୍ରତିଯୋଗିତା। ଏକାଧୂପତ୍ୟକୁ ସୃଷ୍ଟି କରିଥାଏ ।
  3. ସଂଘର୍ଷର ରୂପରେଖ ନେଇଥାଏ – ଅନେକ ସମୟରେ ଏହି ପ୍ରତିଯୋଗିତା ସଂଘର୍ଷର ରୂପ ଧାରଣ କରେ । ଏହି ପ୍ରତିଯୋଗିତା ଅସଙ୍ଗତ ପ୍ରକୃତି ଧାରଣ କଲେ, ତାହା ପ୍ରତିଯୋଗୀମାନଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି କରିଥାଏ । ତେଣୁ ପ୍ରତିଯୋଗିତାର ଅସଙ୍ଗତ ବ୍ୟବହାର ହେଉଛି ଏକ ମୁଖ୍ୟ ବିଶୃଙ୍ଖଳାତ୍ମକ ପରିଣାମ । ଫଳରେ ଲୋକମାନଙ୍କର ଆଶା, ଭରସା ଧୂଳିସାତ୍‌ ହେବା ସଙ୍ଗେ ସଙ୍ଗେ ଆର୍ଥନୀତିକ ବିକାଶ ବାଧାପ୍ରାପ୍ତ ହୋଇଥାଏ ।
  4. ଆବେଗାତ୍ମକ ଏବଂ ମନସ୍ତାତ୍ତ୍ଵିକ ବିଶୃଙ୍ଖଳା ସୃଷ୍ଟି କରିଥାଏ – ପ୍ରତିଯୋଗିତା ସମାଜରେ ଆବେଗାତ୍ମକ ଏବଂ ମନସ୍ତାତ୍ତ୍ଵିକ ବିଶୃଙ୍ଖଳା ସୃଷ୍ଟି କରିଥାଏ । ବେଳେବେଳେ ଏହା ପ୍ରତିଯୋଗୀମାନଙ୍କ ମନରେ ଅସୌଜନ୍ୟମୂଳକ ଏବଂ ପ୍ରତିକୂଳ ମନୋଭାବ ବୃଦ୍ଧି କରିଥାଏ । ଏହି ପ୍ରତିଯୋଗିତାଦ୍ୱାରା ବହୁ ସମୟରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ହିଂସା, କ୍ରୋଧ, ପରଶ୍ରୀକାତରତା ଏବଂ ରକ୍ତର ତାଣ୍ଡବଲୀଳା ସଂଘଟିତ ହୋଇଥାଏ ।

ଉପରୋକ୍ତ ଆଲୋଚନାରୁ ଜଣାପଡ଼େ ଯେ, ପ୍ରତିଯୋଗିତା ସମାଜରେ କେତେକ ପ୍ରକାର୍ଯ୍ୟକୁ ସମ୍ପାଦନ କରିବା ସଙ୍ଗେ ସଙ୍ଗେ କେତେକ ଅପକାର୍ଯ୍ୟକୁ ମଧ୍ଯ ସମ୍ପାଦନ କରିଥାଏ । ମାତ୍ର କୁହାଯାଇପାରେ ଯେ, ଏହି ପ୍ରତିଯୋଗିତା ସମାଜ ପାଇଁ ହିତକାରୀ ଅଟେ । କାରଣ ସୁସ୍ଥ ପ୍ରତିଯୋଗିତା ଆର୍ଥନୀତିକ ପ୍ରଗତିକୁ ତ୍ବରାନ୍ବିତ କରିଥାଏ । ପ୍ରତିଯୋଗିତା ମଧ୍ୟ ବ୍ୟକ୍ତିକୁ କଠିନ ପରିଶ୍ରମ କରିବାପାଇଁ ପ୍ରେରଣା ପ୍ରଦାନ କରିଥାଏ ।

4. ସଂଘର୍ଷର ପ୍ରକାରଭେଦ ବିଷୟରେ ଆଲୋଚନା କର ।
Answer:
ସଂଘର୍ଷ ହେଉଛି ସାମାଜିକ ସଂଗ୍ରାମର ଏକ ପରିମାର୍ଜିତ ରୂପ । ସାମାଜିକ ଆନ୍ତଃକ୍ରିୟାର ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟାରୂପେ ସଂଘର୍ଷ ପରିଚିତ । ଏହି ପ୍ରକ୍ରିୟାରେ ଗୋଟିଏ ପକ୍ଷ ଅନ୍ୟପକ୍ଷକୁ ଧ୍ବଂସ କରିବାପାଇଁ ହିଂସାତ୍ମକ କାର୍ଯ୍ୟର ସାହାଯ୍ୟ ନେଇଥାଏ । ଯେତେବେଳେ ପ୍ରତିଯୋଗୀମାନଙ୍କର ଦୃଷ୍ଟିଭଙ୍ଗୀ ପ୍ରତିଯୋଗିତାରୁ ବାହାରିଯାଇ ନିଜ ଉପରେ ସନ୍ନିବଦ୍ଧ ହୋଇଥାଏ, ସେତେବେଳେ ସଂଘର୍ଷ ଜନ୍ମ ଲାଭ କରିଥାଏ । କିଙ୍ଗସ୍କେ ଡେଭିସ୍ (Kingsley Davis) ଙ୍କ ମତରେ, ‘‘ସଂଗ୍ରାମର ଏକ ପରିମାର୍ଜିତ ରୂପକୁ ସଂଘର୍ଷ କୁହାଯାଏ ।’’

ସଂଘର୍ଷର ପ୍ରକାରଭେଦ (‘Types of conflict) :
ଗିଲିନ୍ ଏବଂ ଗିଲିନ୍ (Gillin and Gillin) ସଂଘର୍ଷକୁ ପାଞ୍ଚ ଭାଗରେ ବିଭକ୍ତ କରିଛନ୍ତି ।

ବ୍ୟକ୍ତିଗତ ସଂଘର୍ଷ (Personal conflict) : ଯେତେବେଳେ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଘୃଣା, କ୍ରୋଧ ଏବଂ ଶତ୍ରୁତା ଯୋଗୁଁ ସଂଘର୍ଷ ଦେଖାଦିଏ, ତାହାକୁ ବ୍ୟକ୍ତିଗତ ସଂଘର୍ଷ ବୋଲି କୁହାଯାଇଥାଏ । କୌଣସି ମହାବିଦ୍ୟାଳୟର ସମ୍ପାଦକ ସ୍ଥାନ ଅଳଂକୃତ କରିବାପାଇଁ ଦୁଇଜଣ ଛାତ୍ରଙ୍କ ମଧ୍ୟରେ ହେଉଥିବା ସଂଘର୍ଷ ଏହି ବ୍ୟକ୍ତିଗତ ସଂଘର୍ଷର ଏକ ଉଦାହରଣ ଅଟେ । ଏହି ପ୍ରକାର ସଂଘର୍ଷ ବ୍ୟକ୍ତିଗତ ଜୀବନ ପାଇଁ ଉପଯୋଗୀ ହେଉଥିବା ସ୍ଥଳେ ସମାଜ ପାଇଁ କ୍ଷତିକାରକ ଅଟେ ।

ପ୍ରଜାତୀୟ ସଂଘର୍ଷ (Racial conflict) : ଦୁଇ ପ୍ରଜାତୀୟ ସମୂହ ମଧ୍ୟରେ ଶ୍ରେଷ୍ଠତା ଏବଂ ଏହି ହୀନମନ୍ୟ ଭାବକୁ ଭିଭି ଯେଉଁ ସଂଘର୍ଷ ସୃଷ୍ଟି ହୁଏ, ତାହାକୁ ପ୍ରଜାତୀୟ ସଂଘର୍ଷ ବୋଲି କୁହାଯାଇଥାଏ । ଦକ୍ଷିଣ ଆମେରିକାର ଗୋରା ଏବଂ ନିଗ୍ରୋମାନଙ୍କ ମଦ୍‌ୟରେ ଏହି ପ୍ରକାର ସଂଘର୍ଷ ଦେଖାଯାଇଥାଏ ।

ଶ୍ରେଣୀ ସଂଘର୍ଷ (Class conflict) : ଶ୍ରେଣୀ ସଂଘର୍ଷ ସ୍ୱାର୍ଥ ପୂରଣ ପାଇଁ ବିଭିନ୍ନ ଶ୍ରେଣୀ ମଧ୍ଯରେ ସଂଘଟିତ ହୋଇଥାଏ । ନିଜର ସ୍ୱାର୍ଥ ପୂରଣ କରିବା ହେଉଛି ଏହି ସଂଘର୍ଷର ମୂଳ ଉଦ୍ଦେଶ୍ୟ । ଶ୍ରେଣୀ ସଂଘର୍ଷର ମୁଖ୍ୟ ପୁରୋଧା ହେଉଛନ୍ତି କାର୍ଲମାର୍କସ୍ । ତାଙ୍କ ମତରେ, ପ୍ରତ୍ୟେକ ସମାଜରେ ସବୁବେଳ ପାଇଁ ଦୁଇଟି ବିରୋଧୀ ଶ୍ରେଣୀ; ଯଥା – ଶୋଷକ ଏବଂ ଶୋଷିତ ଶ୍ରେଣୀ ଦେଖାଯାଇଥାଏ ।

ଯେତେବେଳେ ଶୋଷକ ଶ୍ରେଣୀର ନୀତିନିୟମ ଶୋଷିତ ଶ୍ରେଣୀ ପାଇଁ ଅସହାୟ ହୋଇପଡ଼େ, ସେତେବେଳେ ଶ୍ରେଣୀ ସଂଘର୍ଷ ଦେଖାଦିଏ । ତେଣୁ କୁହାଯାଇପାରେ ଯେ, ଯେତେବେଳେ ଶୋଷକ ଏବଂ ଶୋଷିତ ଗୋଷ୍ଠୀ ପରସ୍ପରର ବିରୋଧୀ ହୋଇ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ ସଂଘର୍ଷରତ ହୁଅନ୍ତି, ତାହାକୁ ଶ୍ରେଣୀ ସଂଘର୍ଷ କୁହାଯାଇଥାଏ ।

ରାଜନୀତିକ ସଂଘର୍ଷ (Political conflict) : ଯେତେବେଳେ ଗୋଟିଏ ଦେଶର ବିଭିନ୍ନ ରାଜନୀତିକ ଦଳ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୁଏ, ତାହାକୁ ରାଜନୀତିକ ସଂଘର୍ଷ ବୋଲି କୁହାଯାଇଥାଏ । କ୍ଷମତା ହାସଲ କରିବା ହେଉଛି ଏହି ସଂଘର୍ଷର ମୂଳ ଲକ୍ଷ୍ୟ । ଆଦର୍ଶଗତ ପାର୍ଥକ୍ୟ ଭିତ୍ତିରେ ଏହି ପ୍ରକାର ସଂଘର୍ଷର ସୂତ୍ରପାତ ହୋଇଥାଏ । ଭାରତରେ ବିଭିନ୍ନ ରାଜନୀତିକ ଦଳ; ଯଥା – କଂଗ୍ରେସ, ଭାରତୀୟ ଜନତା ପାର୍ଟି, କମ୍ୟୁନିଷ୍ଟ ପାର୍ଟି ପ୍ରଭୃତି ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ଯେଉଁ ସଂଘର୍ଷ ଦେଖାଯାଇଥାଏ, ତାହା ରାଜନୀତିକ ସଂଘର୍ଷର ଉଦାହରଣ ।

ଆନ୍ତର୍ଜାତୀୟ ସଂଘର୍ଷ (International conflict) : ଯେତେବେଳେ ସଂଘର୍ଷ ବିଭିନ୍ନ ଜାତି ଏବଂ ଦେଶଦେଶ ମଧ୍ୟରେ ସଂଘଟିତ ହୁଏ, ତାହାକୁ ଆନ୍ତର୍ଜାତୀୟ ସଂଘର୍ଷ କୁହାଯାଏ । କାଶ୍ମୀର ସମସ୍ୟାକୁ ଭିଭିକରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେଉଥିବା ସଂଘର୍ଷ ଏହାର ଉଦାହରଣ ଅଟେ । ଏହି ସଂଘର୍ଷ ମୁଖ୍ୟତଃ ଆନ୍ତର୍ଜାତୀୟ ସ୍ତରରେ ଦେଖାଯାଇଥାଏ । ସଂଘର୍ଷର ଉପରୋକ୍ତ ପ୍ରକାରଭେଦ ବ୍ୟତୀତ ଆଉ କେତେକ ପ୍ରକାର ସଂଘର୍ଷ ଦେଖାଦେଇଥାଏ । ସେଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।

(i) ବ୍ୟକ୍ତିଗତ ଏବଂ ସମ୍ମିଳିତ ସଂଘର୍ଷ (Personal and corporate conflict) : ଯେତେବେଳେ ସଂଘର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ସମୂହ ମଧ୍ୟରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସୀମିତ ରହେ, ତାହା ବ୍ୟକ୍ତିଗତ ସଂଘର୍ଷଭାବେ ପରିଚିତ । ଅନ୍ୟ ଅର୍ଥରେ ଈର୍ଷା, ଶତ୍ରୁତା ଏବଂ ସ୍ତ୍ରୀ ମଧ୍ୟରେ ଦୃହ, ଶିକ୍ଷକ-ଛାତ୍ରମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ଏବଂ ପିତାମାତା ଏବଂ ପିଲାମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ବ୍ୟକ୍ତିଗତ ସଂଘର୍ଷର ପରିସରଭୁକ୍ତ ଅଟେ ।

କିନ୍ତୁ ଯେତେବେଳେ ସମାଜ ମଧ୍ୟରେ ଥିବା ଗୋଟିଏ ସମୂହ ଆଉ ଏକ ସମୂହ ସହିତ ସଂଘର୍ଷରେ ଲିପ୍ତ ରୁହେ ତାହାକୁ ସମ୍ମିଳିତ ସଂଘର୍ଷ ବୋଲି କୁହାଯାଇଥାଏ । ଶ୍ରମିକ-ମାଲିକ ସଂଘର୍ଷ, ସାମ୍ପ୍ରଦାୟିକ ଦଙ୍ଗା ଏହି ସଂଘର୍ଷର ଉଦାହରଣ ଅଟେ । ଏପ୍ରକାର ସଂଘର୍ଷରେ ସାମୁହିକ ସ୍ୱାର୍ଥ ହାସଲ ପାଇଁ ବ୍ୟକ୍ତିମାନେ ଏକତ୍ରିତ ଭାବରେ ସଂଘର୍ଷ କରିଥା’ନ୍ତି ।

(ii) ଅବ୍ୟକ୍ତ ଏବଂ ପ୍ରକାଶ୍ୟ ସଂଘର୍ଷ (Latent and overt conflict) : ଅବ୍ୟକ୍ତ ସଂଘର୍ଷ କ୍ଷେତ୍ରରେ ସଂଘର୍ଷରତ ପକ୍ଷମାନେ ମାନସିକ ସ୍ତରରେ ପରସ୍ପରର କ୍ଷତିସାଧନ କରିବାକୁ ଚେଷ୍ଟା କରିଥା’ନ୍ତି । ଏହି ସଂଘର୍ଷ ପ୍ରକାଶ୍ୟରୂପେ ଅନୁଭୂତ ହୋଇ ନ ଥାଏ । ଏହା ଅପ୍ରକାଶିତ ସଂଘର୍ଷ ନାମରେ ମଧ୍ୟ ପରିଚିତ ।

କିନ୍ତୁ ଯେତେବେଳେ ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ବା ସମୂହ ମଧ୍ଯରେ ଖୋଲାଖୋଲିଭାବେ ସଂଘର୍ଷ ଦେଖାଦିଏ, ଦାହାକୁ ପ୍ରକାଶ୍ୟ ସଂଘର୍ଷ ବୋଲି କୁହାଯାଇଥାଏ । ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ସଂଘର୍ଷ ଏବଂ ଦେଶ-ଦେଶ ମଧ୍ୟରେ ଯୁଦ୍ଧ ଏହି ପ୍ରକାଶ୍ୟ ସଂଘର୍ଷର ଉଦାହରଣ ଅଟେ ।

(iii) ପ୍ରତ୍ୟକ୍ଷ ସଂଘର୍ଷ ଏବଂ ପରୋକ୍ଷ ସଂଘର୍ଷ (Direct and Indirect conflict) : ମାକାଇଭର୍‌ ଏବଂ ପେଜ୍ (Maclver and Page) ସଂଘର୍ଷକୁ ଦୁଇଭାଗରେ ବିଭକ୍ତ କରିଅଛନ୍ତି; ଯଥା – (i) ପ୍ରତ୍ୟକ୍ଷ ସଂଘର୍ଷ ଏବଂ (ii) ପରୋକ୍ଷ ସଂଘର୍ଷ ।

ଯେତେବେଳେ ବ୍ୟକ୍ତି ବା ସମୂହ ମଧ୍ଯରେ ପ୍ରତ୍ୟକ୍ଷଭାବେ ସଂଘର୍ଷ ସୃଷ୍ଟି ହୁଏ, ତାହାକୁ ପ୍ରତ୍ୟକ୍ଷ ସଂଘର୍ଷ କୁହାଯାଇଥାଏ । ଏହିପ୍ରକାର ସଂଘର୍ଷରେ ଉଭୟପକ୍ଷ ପରସ୍ପରର ଧ୍ବଂସସାଧନ କରିବାକୁ ଚେଷ୍ଟା କରିଥା’ନ୍ତି । ଯୁଦ୍ଧ, ସାମ୍ପ୍ରଦାୟିକ ଦଙ୍ଗା ଇତ୍ୟାଦି ପ୍ରତ୍ୟକ୍ଷ ସଂଘର୍ଷର ଉଦାହରଣ ଅଟେ ।

କିନ୍ତୁ ଯେତେବେଳେ ବ୍ୟକ୍ତି ବା ସମୂହଗୁଡ଼ିକ ପରୋକ୍ଷଭାବେ ପରସ୍ପରର କ୍ଷତିସାଧନ ପାଇଁ ଚେଷ୍ଟା କରିଥା’ନ୍ତି, ସେତେବେଳେ ପରୋକ୍ଷ ସଂଘର୍ଷ ସୃଷ୍ଟି ହୋଇଥାଏ । ଏହି ସଂଘର୍ଷରେ ଉଭୟପକ୍ଷ ଗୋଟିଏ ଲକ୍ଷ୍ୟ ପୂରଣ କରିବାପାଇଁ ଚେଷ୍ଟା କରିଥା’ନ୍ତି ।

CHSE Odisha Class 11 Sociology Unit 4 Long Answer Questions in Odia Medium

5. ସଂଘର୍ଷର ପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କର ।
Answer:
ସଂଘର୍ଷ ସାମାଜିକ ଆନ୍ତଃକ୍ରିୟାର ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହା ଉଭୟ ବ୍ୟକ୍ତି ଏବଂ ସମାଜ ପାଇଁ ଏକାନ୍ତ ଆବଶ୍ୟକ ଅଟେ । ସାମ୍ୟବାଦର ଜନକ କାର୍ଲମାର୍କସ (Karl Marx) କହିଛନ୍ତି, ‘ଆଜିପର୍ଯ୍ୟନ୍ତ ଧରାପୃଷ୍ଠରେ ତିଷ୍ଠିରହିଥିବା ସମସ୍ତ ସମାଜର ଇତିହାସ ହେଉଛି ଶ୍ରେଣୀ ସଂଘର୍ଷର ଇତିହାସ’ । (The history of all hitherto existing society is the history of class struggle) । ଯେତେବେଳେ ସଂଘର୍ଷର ପ୍ରକୃତି ଗଠନାତ୍ମକ ହୁଏ, ସେତେବେଳେ ଏହା ସମୁଦାୟ ଶାନ୍ତ ବାତାବରଣକୁ ବିପର୍ଯ୍ୟସ୍ତ କରି ସମାଜର ସମସ୍ତ ବିକାଶକୁ ବାଧାପ୍ରାପ୍ତ କରିଥାଏ । ସଂଘର୍ଷର ପ୍ରକାର୍ଯ୍ୟକୁ ମୁଖ୍ୟତଃ ଦୁଇଟି ବିଭାଗରେ ବିଭକ୍ତ କରି ଆଲୋଚନା କରାଯାଇପାରେ । ସେଗୁଡ଼ିକ ହେଲା –
(a) ସକାରାତ୍ମକ ବା ଅସ୍ତିସୂଚକ ପ୍ରକାର୍ଯ୍ୟ ଏବଂ
(b) ନକାରାତ୍ମକ ବା ନାସ୍ତିସୂଚକ ପ୍ରକାର୍ଯ୍ୟ ।

(a) ସକାରାତ୍ମକ ବା ଅସ୍ତିସୂଚକ ପ୍ରକାର୍ଯ୍ୟ – ପ୍ରତିଯୋଗିତା ଭଳି ସଂଘର୍ଷ ମଧ୍ଯ ସମାଜରେ କେତେକ ହିତକାରୀ ପ୍ରକାର୍ଯ୍ୟକୁ ସମ୍ପାଦନ କରିଥାଏ । ଜର୍ଜ ସିଟେଲ, ଲୁଇସ୍, ଏ. କୋଚ୍ଚର ଏବଂ ଅନ୍ୟ ସମାଜ-ବିଜ୍ଞାନୀମାନଙ୍କ ମତରେ, ସଂଘର୍ଷ ସମାଜରେ ନିମ୍ନଲିଖ ଅସ୍ତିସୂଚକ ପ୍ରକାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିଥାଏ ।

  • ସଂଘର୍ଷ ଏକତା ଏବଂ ସଂହତି ରକ୍ଷା କରିବାରେ ସହାୟକ ହୋଇଥାଏ – ସଂଘର୍ଷ ଜାତୀୟ ଏକତା ଏବଂ ସଂହତିର ଏକ ବିଳିଷ୍ଠ ମାଧ୍ୟମରୂପେ କାର୍ଯ୍ୟ କରିଥାଏ । କାରଣ ଯୁଦ୍ଧ ସମୟରେ ଦେଖାଯାଇଛି ଯେ, ଗୋଟିଏ ନିର୍ଦ୍ଦିଷ୍ଟ ଦେଶର ଜନସାଧାରଣଙ୍କ ମଧ୍ୟରେ ସହଯୋଗୀ ମନୋଭାବ ଏବଂ ସ୍ବଦେଶପ୍ରୀତି ଜନ୍ମଲାଭ କରିଥାଏ । ଏହି ସମୟରେ ଦେଶର ସମସ୍ତ ନାଗରିକ ନିଜ ମଧ୍ୟରେ ଥିବା ଭେଦଭାବକୁ ଭୁଲିଯାଇ ଉପସ୍ଥିତ ପରିସ୍ଥିତିର ମୁକାବିଲା ନିମିତ୍ତ ସରକାରଙ୍କୁ ପ୍ରତ୍ୟକ୍ଷଭାବରେ ସହଯୋଗ ପ୍ରଦାନ କରିଥା’ନ୍ତି । ଏହା ଫଳରେ ଜାତୀୟ ଏକତା ଏବଂ ସଂହତି ଦୃଢ଼ୀଭୂତ ହୋଇଥାଏ ।
  • ସଂଘର୍ଷ ସାମାଜିକ ଜୀବନରେ ସର୍ବାଙ୍ଗୀନ ଉନ୍ନତି ଆଣିଥାଏ – ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସଂଘର୍ଷର ଯଥେଷ୍ଟ ଆବଶ୍ୟକତା ରହିଛି । ସଂଘର୍ଷ ବ୍ୟତିରେକେ ବ୍ୟକ୍ତି ନିଜ ଜୀବନରେ ବିକାଶ ଆଣିବା ସମ୍ଭବପର ନୁହେଁ । ସଂଘର୍ଷ ଦେଶର ଉତ୍ପାଦନକୁ ବୃଦ୍ଧି କରିଥାଏ । ଜାତିର ସ୍ଵାଧୀନତାକୁ ଅକ୍ଷୁଣ୍ଣ ରଖେ ଏବଂ ସମସ୍ତ ଜାତୀୟ କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିଥାଏ ।
  • ସଂଘର୍ଷ ସାମାଜିକ ପରିବର୍ତ୍ତନ ଆଣିଥାଏ – ସଂଘର୍ଷ ସମାଜରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ । କାର୍ଲମାର୍କସ୍ ମତ ଦେଇଛନ୍ତି ଯେ, ସଂଘର୍ଷ ବିନା ସମାଜରେ କୌଣସି ପ୍ରକାର ପରିବର୍ତ୍ତନ ଅଣାଯାଇପାରିବ ନାହିଁ । ପୁରାତନ ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ ଏବଂ ପ୍ରଥାଗୁଡ଼ିକରେ ସଂଘର୍ଷ ଦ୍ରୁତ ପରିବର୍ତ୍ତନ ଆଣିଥାଏ ।
  • ସଂଘର୍ଷ ଆନ୍ତରିକ ସମ୍ପର୍କର ପ୍ରତିଷ୍ଠା କରିଥାଏ – ବହୁ ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ, ସଂଘର୍ଷ ଫଳରେ ବିରୋଧୀପକ୍ଷଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ପ୍ରତିଷ୍ଠିତ ହୋଇଥାଏ । ଉଦାହରଣସ୍ୱରୂପ – ବନ୍ଧୁ, ପ୍ରେମିକ-ପ୍ରେମିକା ଏବଂ ଦମ୍ପତ୍ତିଙ୍କ ମଧ୍ୟରେ ଯେଉଁ ଦ୍ବନ୍ଦ୍ବ ଏବଂ ବିରୋଧୀ ମନବୃତ୍ତି ଦେଖାଦିଏ, ଏହାଫଳରେ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ସୃଷ୍ଟି ହୋଇଥାଏ ।
  • ସଂଘର୍ଷ ସାଂସ୍କୃତିକ ପରିବର୍ତ୍ତନକୁ ତ୍ବରାନ୍ବିତ କରିଥାଏ – ଦୁଇ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ସାଂସ୍କୃତିକ ପରିବର୍ତ୍ତନର ସ୍ରୋତକୁ ପ୍ରବାହିତ କରିବାରେ ସଂଘର୍ଷ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ । ସଂଘର୍ଷ ପରେ ସଂଘର୍ଷରେ ଜଡ଼ିତ ଥିବା ଉଭୟ ପକ୍ଷ ସେମାନଙ୍କ ସଂସ୍କୃତିକୁ ସହଜରେ ବିନିମୟ କରିଥା’ନ୍ତି । ଉଦାହରଣ ସ୍ଵରୂପ – ଆଲେକ୍‌ଜାଣ୍ଡର୍‌ଙ୍କ ଭାରତ ଆକ୍ରମଣ ପରେ ଭାରତୀୟ ଏବଂ ଗ୍ରୀକ୍‌ମାନଙ୍କ ମଧ୍ୟରେ ସାଂସ୍କୃତିକ ମୂଲ୍ୟବୋଧର ଆଦାନ ପ୍ରଦାନ ସମ୍ଭବପର ହୋଇଥିଲା ।
  • ସଂଘର୍ଷ ନୂତନ ମୂଲ୍ୟବୋଧର ବାର୍ତ୍ତାବହ ଅଟେ- ସଂଘର୍ଷର ଆଉ ଏକ ସକାରାତ୍ମକ ପ୍ରକାର୍ଯ୍ୟ ହେଉଛି ଏହି ଯେ, ଏହା ନୂତନ ମୂଲ୍ୟବୋଧର ବାର୍ତ୍ତାବହଭାବେ କାର୍ଯ୍ୟ କରିଥାଏ । ସମାଜରେ ଯେତେବେଳେ ପୁରାତନ ଏବଂ ନୂତନ ମୂଲ୍ୟବୋଧ ମଧ୍ୟରେ ଦ୍ବହର ଉଦ୍ରେକ ହୁଏ, ସେତେବେଳେ ଏହି ସଂଘର୍ଷ ଜରିଆରେ ପୁରାତନ ମୂଲ୍ୟବୋଧର ବିଲୟ ଘଟି ନୂତନ ମୂଲ୍ୟବୋଧର ପ୍ରସାର ଘଟିଥାଏ । ଯାହାଫଳରେ କି ଲୋକମାନେ ପୁରାତନ ମୂଲ୍ୟବୋଧକୁ ପରିତ୍ୟାଗ କରି ଏକ ସୌହାର୍ଘ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ନୂତନ ମୂଲ୍ୟବୋଧକୁ ଗ୍ରହଣ କରିଥା’ନ୍ତି ।

(b) ନକାରାତ୍ମକ ବା ନାସ୍ତିସୂଚକ ପ୍ରକାର୍ଯ୍ୟ (Negative functions) :
କେତେକ ହିତକାରୀ ପ୍ରକାର୍ଯ୍ୟକୁ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ସଂଘର୍ଷ ମଧ୍ଯ କେତେକ ଅହିତକାରୀ ପ୍ରକାର୍ଯ୍ୟକୁ ସମ୍ପାଦନ କରିଥାଏ । ଏଗୁଡ଼ିକୁ ସଂଘର୍ଷର ଧ୍ଵଂସାତ୍ମକ କାର୍ଯ୍ୟଭାବେ ଗ୍ରହଣ କରାଯାଇଥାଏ ଯାହାକି ସମାଜର ପ୍ରଗତିକୁ ବିପର୍ଯ୍ୟସ୍ତ କରିଥାଏ । ସଂଘର୍ଷର କେତେକ ନାସ୍ତିସୂଚକ ପ୍ରକାର୍ଯ୍ୟକୁ ନିମ୍ନରେ ଆଲୋଚନା କରାଗଲା ।

  • ସଂଘର୍ଷ ଅନୁତ୍ପାଦନଶୀଳ ଅଟେ – ସଂଘର୍ଷର ଗୋଟିଏ ଅହିତକାରୀ ପ୍ରକାର୍ଯ୍ୟ ହେଉଛି ଏହି ଯେ, ଏହା ଅନୁତ୍ପାଦନଶୀଳ ଅଟେ । ସଂଘର୍ଷରେ ଲିପ୍ତ ରହିଥିବା ଦଳଗୁଡ଼ିକର ଯଥେଷ୍ଟ ଶକ୍ତି ଏବଂ ସମ୍ବଳର ଅପଚୟ ଘଟିଥାଏ । ତେଣୁ କୁହାଯାଇଛି, ସଂଘର୍ଷ ଧ୍ୱଂସର କୁହେଳିକା ସୃଷ୍ଟିକରି ଅଗଣିତ ଲୋକମାନଙ୍କୁ ଦୁଃଖ ଏବଂ ଯନ୍ତ୍ରଣାର ପରିସର ମଧ୍ୟକୁ ଠେଲିଦେଇଥାଏ ।
  • ନୈତିକ ମୂଲ୍ୟବୋଧର ଅଧଃପତନ ଘଟାଇଥାଏ – ସଂଘର୍ଷ ଫଳରେ ଲୋକମାନଙ୍କର ନୈତିକ ମୂଲ୍ୟବୋଧର ଅଧଃପତନ ଘଟିଥାଏ । ସଂଘର୍ଷ ହେତୁ ମନୁଷ୍ୟ ତା’ର ମାନସିକ ସୁଖଶାନ୍ତିକୁ ହରାଇଥାଏ । ଅନ୍ୟପକ୍ଷର ଉନ୍ନତିରେ ସେ ଈର୍ଷନ୍ବିତ ହୋଇଉଠେ । ଏହି ସଂଘର୍ଷ ଲୋକମାନଙ୍କ ମଧ୍ୟରେ ଘୃଣାଭାବ ଏବଂ ଈର୍ଷାଭାବକୁ ବୃଦ୍ଧି କରିଥାଏ । ଏହା ମନୁଷ୍ୟକୁ ଏକ ପଶୁରେ ପରିଣତ କରିଥାଏ । ଏହି ସମୟରେ ମନୁଷ୍ୟ କେଉଁଟା ଠିକ୍ ବା କେଉଁଟା ଭୁଲ କିଛି ଭାବିପାରେ ନାହିଁ । ସେ ତା’ର ନୈତିକ ମୂଲ୍ୟବୋଧକୁ ହରାଇବସେ । ତେଣୁ କୁହାଯାଇପାରେ ଯେ, ସଂଘର୍ଷ ହେତୁ ବ୍ୟକ୍ତିର ନୈତିକ ମୂଲ୍ୟବୋଧର ଅଧଃପତନ ଘଟିଥାଏ ।
  • ସାମାଜିକ ବିଘଟନ ପାଇଁ ଦାୟୀ – ସମାଜରେ ଅନବରତଭାବେ ସଂଘର୍ଷ ଲାଗିବା ଫଳରେ ସାମାଜିକ ବ୍ୟବସ୍ଥାରେ ଅସନ୍ତୁଳନ ଦେଖାଦେଇଥାଏ ଏବଂ ସମାଜ କ୍ରମେ କ୍ରମେ ବିଘଟନମୁଖୀ ହୋଇଥାଏ । କାରଣ ଯଦି ସଂଘର୍ଷ ବହୁ ସମୟ ଧରି ଲାଗିରହେ ଜାତୀୟ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିଯାଏ । ସମାଜରେ ବିଶୃଙ୍ଖଳା ଦେଖାଦେଇ ସମାଜ ଦ୍ରୁତଗତିରେ ବିଘଟନ ଆଡ଼କୁ ଗତି କରିଥାଏ ।
  • ମାନସିକ ଅଶାନ୍ତି – ସଂଘର୍ଷ ମାନସିକ ଅଶାନ୍ତି ସୃଷ୍ଟି କରିଥାଏ । ସଂଘର୍ଷରତ ବ୍ୟକ୍ତି ବା ଗୋଷ୍ଠୀ ସବୁସମୟ ପାଇଁ ଭୟ ଏବଂ ଆତଙ୍କିତ ଅବସ୍ଥାରେ ରହିବାର ଦେଖାଯାଇଥାଏ । ଫଳରେ ସେମାନଙ୍କ ମନରେ ମାନସିକ ଶାନ୍ତି ଦେଖାଦେଇ ନ ଥାଏ । ସବୁବେଳ ପାଇଁ ସେମାନେ ମାନସିକ ଅଶାନ୍ତି ଦେଇ ଗତି କରିବାର ଲକ୍ଷ୍ୟ କରାଯାଇଥାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ସଂଘର୍ଷର ସମାଜ ପାଇଁ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପ୍ରକାର୍ଯ୍ୟ ରହିଛି । ଯଦିଓ ସଂଘର୍ଷ କେତେକ ଅହିତକାରୀ କାର୍ଯ୍ୟ ସମ୍ପାଦନ କରିଥାଏ ତଥାପି ଏହାର ଗୁରୁତ୍ଵକୁ କସ୍ମିନ୍‌କାଳେ ଅସୀକାର କରାଯାଇପାରିବ ନାହିଁ । ଏକ ସାମାଜିକ ପ୍ରକ୍ରିୟାଭାବେ ସଂଘର୍ଷ ଉଭୟ ବ୍ୟକ୍ତି ଏବଂ ସମାଜ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରକାର୍ଯ୍ୟକୁ ସମ୍ପାଦନ କରିଥାଏ । ଏହି ପରିପ୍ରେକ୍ଷୀରେ କାର୍ଲମାର୍କସ୍‌ଙ୍କର ଉକ୍ତି ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ତାଙ୍କ ମତରେ, ସଂଘର୍ଷ ସମାଜର ଆତ୍ମା ସଦୃଶ ଏବଂ ସାମାଜିକ ବିକାଶ ପାଇଁ ମୁଖ୍ୟତଃ ଦାୟୀ ।

6. ସାମାଜିକ ପ୍ରକ୍ରିୟା କ’ଣ ? ସମ୍ବନ୍ଧକାରୀ ପ୍ରକ୍ରିୟାଗୁଡ଼ିକର ବିସ୍ତୃତ ଆଲୋଚନା କର ।
Answer:
ସମାଜରେ ବ୍ୟକ୍ତି-ବ୍ୟକ୍ତି, ବିଭିନ୍ନ ସମୂହ ଏବଂ ଅନୁଷ୍ଠାନ ସହିତ ସମ୍ପର୍କ ସ୍ଥାପନ କରି ଲକ୍ଷ୍ୟପୂରଣ ହୁଏ ତାହା ସାମାଜିକ ପ୍ରକ୍ରିୟା ହିସାବରେ ପରିଚିତ । ସାମାଜିକ ପ୍ରକ୍ରିୟା ମୁଖ୍ୟତଃ ଦୁଇପ୍ରକାର –
(i) ସମ୍ବନ୍ଧକାରୀ ପ୍ରକ୍ରିୟା (Associative Process)
(ii) ବି-ସମ୍ବନ୍ଧକାରୀ ପ୍ରକ୍ରିୟା (Dissociative Process)

ସମ୍ବନ୍ଧକାରୀ ପ୍ରକ୍ରିୟା ବିଶେଷତଃ ସକାରାତ୍ମକ ସାମାଜିକ କ୍ରିୟାକୁ ସମ୍ପାଦନ କରିଥାଏ । ସହଯୋଗିତା (Co – operation) ଅଭିଯୋଜନ (Accommodation) ଇତ୍ୟାଦି ମୁଖ୍ୟ ସମ୍ବନ୍ଧକାରୀ ପ୍ରକ୍ରିୟାରୂପେ ପରିଚିତ ।

ସହଯୋଗିତା (Cooperation) – Co-operation (ସହଯୋଗିତା) ଶବ୍ଦଟି ଲାଟିନ୍ ଶବ୍ଦ ‘Co’ (କୋ) ଏବଂ Operari (ଅପେରାରୀ)ର ସମ୍ମିଶ୍ରଣରୁ ସୃଷ୍ଟି । ଏହାର ଅର୍ଥ ହେଉଛି ଏକତ୍ରଭାବେ କାର୍ଯ୍ୟ କରିବା ।

ଏ.ଡବ୍‌ଲ୍ୟୁ ଗ୍ରୀନ୍ (A.W. Green) ଙ୍କ ମତରେ, “କୌଣସି କାର୍ଯ୍ୟ ସମ୍ପାଦନ କରିବାପାଇଁ କିମ୍ବା ସାଧାରଣ ଲକ୍ଷ୍ୟକୁ ପୂରଣ କରିବାପାଇଁ ଦୁଇ କିମ୍ବା ତତୋଽଧ୍ଵକ ବ୍ୟକ୍ତିଙ୍କଦ୍ୱାରା ନିରବଚ୍ଛିନ୍ନ ଏବଂ ସାଧାରଣ ଉଦ୍ୟମକୁ ସହଯୋଗିତା କୁହାଯାଏ ।’’

ସହଯୋଗିତାର ଗୁଣ (Characteristics of Co-operation) – ସହଯୋଗିତା ନିମ୍ନଲିଖ ଗୁଣର ଅଧିକାରୀ ଅଟେ ।
(i) ଏହା ଏକ ସଚୈତନିକ ପ୍ରକ୍ରିୟା (Conscious process) – ଏହା ଏକ ସଚୈତନିକ ପ୍ରକ୍ରିୟା ଅଟେ । ବ୍ୟକ୍ତି ଅନ୍ୟ ବ୍ୟକ୍ତି ଏବଂ ସମୂହର ନିକଟବର୍ତ୍ତୀ ହୋଇ ସଚୈତନିକଭାବେ କାର୍ଯ୍ୟ ସମ୍ପାଦନ କରେ ।
(ii) ବୈୟକ୍ତିକ ପ୍ରକ୍ରିୟା (Personal activity) – ବ୍ୟକ୍ତିଗତଭାବେ ସମାଜରେ ସଦସ୍ୟମାନେ ଅନ୍ୟମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଆନ୍ତି । ସେମାନେ ଏକ ପୂର୍ବବର୍ତ୍ତୀ ଯୋଜନା ଅନୁଯାୟୀ ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ସହଯୋଗିତା ଲାଭ କରି ଉଦ୍ଦେଶ୍ୟ ପୂରଣ କରିଥା’ନ୍ତି । ତେଣୁ ଏହା ଏକ ବୈୟକ୍ତିକ ପ୍ରକ୍ରିୟା ଅଟେ ।
(iii) ନିରବଚ୍ଛିନ୍ନ ପ୍ରକ୍ରିୟା (Continuous Process) – ସହଯୋଗିତା ଧାରାବାହିକଭାବେ ପରିଲକ୍ଷିତ ହୁଏ । ଏହା କ୍ଷଣସ୍ଥାୟୀ ନୁହେଁ । ସହଯୋଗିତାର ପରିସମାପ୍ତି ଘଟେ ନାହିଁ ।
(iv) ସାର୍ବଜନୀନ ପ୍ରକ୍ରିୟା (Universal Process) – ସହଯୋଗିତା ଏକ ସାର୍ବଜନୀନ ପ୍ରକ୍ରିୟା ଅଟେ । ଏହା ସବୁ ସମୟରେ ସମସ୍ତ ସମାଜରେ ଏବଂ ସବୁକ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ ।
(v) ସାଧାରଣ ଲକ୍ଷ୍ୟ (Common end) – ସହଯୋଗିତାର ଏକ ବା ଏକାଧ୍ଵକ ସାଧାରଣ ଲକ୍ଷ୍ୟ ବା ଉଦ୍ଦେଶ୍ୟ ରହିଥାଏ । ବ୍ୟକ୍ତି ବା ସମୂହ ଏହି ସାଧାରଣ ଲକ୍ଷ୍ୟପୂରଣ ଲାଗି ଏକତ୍ର କାର୍ଯ୍ୟ କରିଥାଆନ୍ତି ।

ସହଯୋଗିତାର ପ୍ରକାରଭେଦ (Types of Co-operation) – ମାକାଇଭର୍ ଏବଂ ପେଜ୍ (MacIver and Page) ସହଯୋଗିତାକୁ ଦୁଇଭାଗରେ ବିଭକ୍ତ କରିଛନ୍ତି; ଯଥା –
(i) ପ୍ରତ୍ୟକ୍ଷ ସହଯୋଗିତା (Direct Co-operation) ଓ
(ii) ପରୋକ୍ଷ ସହଯୋଗିତା (Indirect Co-operation)

CHSE Odisha Class 11 Sociology Unit 4 Long Answer Questions in Odia Medium

(i) ପ୍ରତ୍ୟକ୍ଷ ସହଯୋଗିତା (Indirect Co-operation) – ଏହା ଏକପ୍ରକାର ସହଯୋଗିତା ଯେଉଁଥରେ ବ୍ୟକ୍ତିମାନେ ଏକତ୍ରିତଭାବେ ସହଯୋଗ କରି କାର୍ଯ୍ୟକୁ ସମ୍ପାଦନ କରିଥା’ନ୍ତି । ସେମାନେ ସମସ୍ତେ ଏକ ପ୍ରକାରର କାର୍ଯ୍ୟ ସମ୍ପାଦନ କରନ୍ତି । ଏକତ୍ର ଚାଷ କରିବା, ଏକତ୍ର ଉଠାଇବା, ଏକତ୍ର ଠେଲିବା ଇତ୍ୟାଦି ପ୍ରତ୍ୟକ୍ଷ ସହଯୋଗିତାର ଉଦାହରଣ ଅଟେ ।

(ii) ପରୋକ୍ଷ ସହଯୋଗିତା (Indirect Co-operation) – ଏହି ପ୍ରକାର ସହଯୋଗିତା ସାମୂହିକ ଲକ୍ଷ୍ୟ ସାଧନ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ଭିନ୍ନ ଭିନ୍ନ ଭାବରେ ସମ୍ପାଦନ କରାଯାଇଥାଏ । ଏହା ଶ୍ରମ-ବିଭାଜନ ନିୟମ ଉପରେ ପର୍ଯ୍ୟବସିତ । କଳକାରଖାନାରେ ଶ୍ରମିକମାନେ ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ ହେବା ଏହାର ଉଦାହରଣ ଅଟେ ।

ଏହାଛଡ଼ା ଏ.ଡବ୍ଲ୍ୟୁ ଗ୍ରୀନ୍ (A.W. Green) ସହଯୋଗିତାକୁ ୩ ଭାଗରେ ବିଭକ୍ତ କରିଛନ୍ତି । ସେଗୁଡ଼କ ହେଲା –
(a) ମୌଳିକ ସହଯୋଗିତା (Primary Co-operation) – ଏହି ପ୍ରକାର ସହଯୋଗିତା ମୁଖ୍ୟତଃ ପରିବାର, ପଡ଼ୋଶୀ ପରି ପ୍ରାଥମିକ ସମୂହରେ ଦେଖିବାକୁ ମିଳିଥାଏ । ଏଥିରେ ସାମୂହିକ କଲ୍ୟାଣ ପାଇଁ ପ୍ରତ୍ୟେକ ସଦସ୍ୟ କାର୍ଯ୍ୟ କରିଥା’ନ୍ତି ।
(b) ଗୌଣ ସହଯୋଗିତା (Secondary Co-operation) – ଆଧୁନିକ ସମାଜରେ ବିଭିନ୍ନ ରାଜନୀତିକ, ଆର୍ଥନୀତିକ, ଧାର୍ମିକ, ସାମାଜିକ ଆଦି ଗୌଣ ସମୂହଗୁଡ଼ିକରେ ଗୌଣ ସହଯୋଗିତା ପରିଲକ୍ଷିତ ହୁଏ । ଏଠାରେ ବ୍ୟକ୍ତି ନିଜର ବ୍ୟକ୍ତିଗତ ଲକ୍ଷ୍ୟପୂରଣ ନିମନ୍ତେ ଅନ୍ୟମାନଙ୍କ ସହଯୋଗ ଲାଭ କରେ । ବଣିକ ସଂଘ, ଶିଳ୍ପାନୁଷ୍ଠାନ, ସରକାର ପ୍ରଭୃତି ଗୌଣ ସମୂହରେ ଏହି ସହଯୋଗିତା ପରିଲକ୍ଷିତ ହୋଇଥାଏ ।
(c) ଆଂଶିକ ସହଯୋଗିତା (Tertiary Co-operation) – କୌଣସି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବୃହତ୍ ହେଉ ବା କ୍ଷୁଦ୍ର ହେଉ ସମୂହ ପରିସ୍ଥିତି ପାଇଁ ଏହି ସହଯୋଗିତାର ଆବଶ୍ୟକତା ପଡ଼ିଥାଏ । କେତେକ ପରସ୍ଥିତିରେ ସଦସ୍ୟମାନେ ପରସ୍ପର ମଧ୍ୟରେ ବୁଝାମଣା କରି ଅନ୍ୟକୁ ସହଯୋଗ କରିଥାଆନ୍ତି । ଦୁଇଟି ରାଜନୀତିକ ଦଳ ସେମାନଙ୍କ ଆଦର୍ଶକୁ ତ୍ୟାଗକରି ପରସ୍ପର ମଧ୍ୟରେ ଚୁକ୍ତିଦ୍ଵାରା ଅନ୍ୟ ଏକ ଦଳକୁ ହରାଇବା ବା ଦୁଇଟି ଦେଶ ଏକତ୍ର ହୌ ଅନ୍ୟଦେଶକୁ ହରାଇବା ହେଉଛି ଆଂଶିକ ସହଯୋଗିତାର ଉଦାହରଣ ।

ଅଭିଯୋଜନ (Accommodation) – ଯେତେବେଳେ ପ୍ରାକୃତିକ ପରିବେଶ ସହିତ ମନୁଷ୍ୟକୁ ଖାପଖୁଆଇ ଚଳିବାକୁ ପଡ଼ିଥାଏ, ସେତେବେଳେ ଏହି ଚଳିବାର ପ୍ରକ୍ରିୟାକୁ ଅଭିଯୋଜନ ପ୍ରକ୍ରିୟା କୁହାଯାଏ । କିମ୍ବା ଯେତେବେଳେ ଦ୍ବନ୍ଦ୍ବର ପରିସମାପ୍ତି ଘଟେ, ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ସ୍ଥାପନ କରେ ସେତେବେଳେ ସେ ପ୍ରଥମେ ନିଜକୁ ଅନ୍ୟସହିତ ଖାପଖୁଆଇ ଚଳିଥାଏ । ସେତେବେଳେ ଅଭିଯୋଜନ ପ୍ରକ୍ରିୟା ଆରମ୍ଭ ହୁଏ ।

ଲୁଣ୍ଡବର୍ଗ (Lundberg) ଙ୍କ ମତରେ, “ପ୍ରତିଯୋଗିତା ଏବଂ ସଂଘର୍ଷରୁ ଉପୁଜୁଥିବା ଉତ୍ତେଜନାରୁ ରକ୍ଷାପାଇବାପାଇଁ ସମୂହରେ ଥିବା ଲୋକମାନେ ଯେଉଁ ସମଯୋଜନ କରିଥାଆନ୍ତି ତାହାକୁ ଅଭିଯୋଜନ କୁହାଯାଏ ।’’ ମାକାଇଭର୍‌ ଏବଂ ପେଜ୍ (MacIver and Page) ଙ୍କ ମତରେ, ‘ଯେଉଁ ପ୍ରକ୍ରିୟାଦ୍ଵାରା ମନୁଷ୍ୟ ତା’ର ପର୍ଯ୍ୟାବରଣ ସହିତ ସମନ୍ଵୟ ରକ୍ଷା କରିଥାଏ, ତାହାକୁ ଅଭିଯୋଜନ କୁହାଯାଏ ।

ଅଭିଯୋଜନର ଲକ୍ଷଣ (Characteristics of Accommodation) :
(i) ଏହା ଏକ ସଚେତନିକ ପ୍ରକ୍ରିୟା (Concious process) – ଯେକୌଣସି ସମୟରେ ଦୁଇଜଣ ବ୍ୟକ୍ତି, ଦୁଇଟି ସଂସ୍କୃତି ବା ଦେଶ ମଧ୍ୟରେ ଯେତେବେଳେ ସଂଘର୍ଷ ଦେଖାଯାଏ, ଶେଷରେ ସେମାନଙ୍କ ମଧ୍ୟରେ ଏକ ମୀମାଂସା ହୋଇଥାଏ, ସେତେବେଳେ ସେମାନେ ସଚେତନିକ ଭାବରେ ପରସ୍ପର ନିମନ୍ତେ ସମାଧାନର ସୂତ୍ର ବାହାର କରିଥା’ନ୍ତି ।
(ii) ସଂଘର୍ଷ ବା ଦ୍ଵହର ପରିସମାପ୍ତିର ଫଳ (End result of conflict) – ଦିନେ ନା ଦିନେ ଦୁଇଜଣ ବ୍ୟକ୍ତି, ସମୂହ, ଦୁଇଟି ସଂସ୍କୃତ ବା ଦେଶ ମଧ୍ୟରେ ଥିବା ଏକ ଦ୍ଵନ୍ଦର ପରିସମାପ୍ତି ଘଟିଥାଏ ଓ ସେମାନେ ପରସ୍ପର ସହିତ ଏକ ବୁଝାମଣା କରନ୍ତି, ସେତେବେଳେ ଅଭିଯୋଜନ ପ୍ରକ୍ରିୟା ଆରମ୍ଭ ହୁଏ । ଏହି ବୁଝାମଣା କେବଳ ଅଭିଯୋଜନ ପ୍ରକ୍ରିୟାଦ୍ଵାରା ସମ୍ଭବ ହୋଇଥାଏ ।
(iii) ଏକ ସାର୍ବଜନୀନ ପ୍ରକ୍ରିୟା (Universal process) – ଅଭିଯୋଜନ ସବୁ ସମୟରେ ସବୁ ସ୍ଥାନରେ ଦେଖ‌ିବାକୁ ମିଳେ । ଏହା ଏକ ସାର୍ବଜନୀନ ପ୍ରକ୍ରିୟା । ଲୋକମାନେ ସଦାସର୍ବଦା ସଂଘର୍ଷର ସମାଧାନ ପାଇଁ ଚେଷ୍ଟା କରିଥା’ନ୍ତି ଏବଂ ପଦକ୍ଷେପ ଗ୍ରହଣ କରିଥା’ନ୍ତି । ତେଣୁ ଏହା ପ୍ରତ୍ୟେକ ସମାଜରେ ପରିଲକ୍ଷିତ ହୋଇଥାଏ ।
(iv) ଏହା ଏକ ଅବିରାମ ପ୍ରକ୍ରିୟା (Continuous process) – ଅଭିଯୋଜନ ଅନବରତଭାବେ କାର୍ଯ୍ୟକାରୀ ହୋଇଥାଏ । ଏହା ହଠାତ୍ ଆରମ୍ଭ ହୁଏ ନାହିଁ ବା ବନ୍ଦ ହୁଏ ନାହିଁ । ବ୍ୟକ୍ତି ବା ସମୂହ ମଧ୍ଯରେ ଦ୍ଵହ ଉପୁଜିଲେ ଅଭିଯୋଜନ ପ୍ରକ୍ରିୟା ମାଧ୍ୟମରେ ଏହାର ସମାଧାନ ହୋଇଥାଏ ।
(v) ସ୍ନେହ ଓ ଘୃଣାର ସମ୍ମିଶ୍ରଣ (Mixture of Love and Hatred) – ସହଯୋଗିତାର ଆରମ୍ଭ ହେବାପରେ ଅଭିଯୋଜନ ପ୍ରକ୍ରିୟା ଆରମ୍ଭ ହୁଏ । ତେଣୁ ଏହା ଉଭୟ ଶ୍ରଦ୍ଧା ଓ ଘୃଣାର ସମ୍ମିଶ୍ରଣ ଅଟେ । ସ୍ନେହ ଓ ଭଲପାଇବାଦ୍ୱାରା ବ୍ୟକ୍ତି ପରସ୍ପରର ନିକଟତର ହୋଇଥାଏ ଓ ଅନ୍ୟକୁ ସାହାଯ୍ୟ କରେ ।

7. ସାମାଜିକ ଆନ୍ତଃକ୍ରିୟାର ବିସମ୍ବନ୍ଧକାରୀ ପ୍ରକ୍ରିୟାଗୁଡ଼ିକ ବର୍ଣନା କର ।
Answer:
ବିସମ୍ବନ୍ଧକାରୀ ପ୍ରକ୍ରିୟା ସାମାଜିକ ଆନ୍ତଃକ୍ରିୟାର ଏକ ନାଟ୍ୟାତ୍ମକ ପ୍ରକ୍ରିୟାଭାବେ ପରିଚିତ । କାରଣ ଏହା ସମାଜରେ ସୃଷ୍ଟି ହେଉଥିବା ବିଶୃଙ୍ଖଳା ଏବଂ ବିଘଟନ ପାଇଁ ମୁଖ୍ୟତଃ ଦାୟୀ । ଏହି ପ୍ରକାର ଆନ୍ତଃକ୍ରିୟା ସମାଜର ପ୍ରଗତି ଏବଂ ବିକାଶକୁ ବିପର୍ଯ୍ୟସ୍ତ କରେ । ପ୍ରତିଯୋଗିତା ଏବଂ ସଂଘର୍ଷ ଦୁଇଗୋଟି ମୁଖ୍ୟ ବିସମ୍ବନ୍ଧକାରୀ ପ୍ରକ୍ରିୟାରୂପେ ପରିଚିତ ।

ପ୍ରତିଯୋଗିତା – ପ୍ରତିଯୋଗିତା ସାମାଜିକ ଅନ୍ତଃକ୍ରିୟାର ଏକ ମୁଖ୍ୟ ବିସମ୍ବନ୍ଧକାରୀ ପ୍ରକ୍ରିୟା । ଦୁଇ ବା ତତୋଽଧ୍ୱ ବ୍ୟକ୍ତି କେତେକ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂରଣ ନିମିତ୍ତ ପରସ୍ପର ମଧ୍ୟରେ କରୁଥିବା ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରତିଯୋଗିତା କୁହାଯାଏ । ସମାଜରେ ଦ୍ରବ୍ୟର ଯୋଗାଣ ସ୍ଵଳ୍ପ ଓ ସୀମିତ ଥୁଲେ ପ୍ରତିଯୋଗିତା ଉପୁଜିଥାଏ ।

ବିସାଞ୍ଜ ଏବଂ ବିସାଞ୍ଜଙ୍କ ମତରେ, “ଏକ ଲକ୍ଷ୍ୟ ପୂରଣ ପାଇଁ ଦୁଇ ବା ତତୋଽଧ୍ଵକ ବ୍ୟକ୍ତିଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିବା ଫଳରେ ସମସ୍ତେ ଏଥିରେ ଭାଗୀଦାର ହୋଇପାରନ୍ତି ନାହିଁ ।

ପ୍ରତିଯୋଗିତାର ଲକ୍ଷଣ – ପ୍ରତିଯୋଗିତାର କେତେକ ବିଶେଷ ଲକ୍ଷଣକୁ ନିମ୍ନରେ ଆଲୋଚନା କରାଗଲା ।
(i) ବିସମ୍ବନ୍ଧକାରୀ ପ୍ରକ୍ରିୟା – ପ୍ରତିଯୋଗିତା ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟା, ଯାହା ଦୁଇ ବା ତତୋଽଧ୍ଵ ବ୍ୟକ୍ତି କିମ୍ବା ସମୂହ ମଧ୍ୟରେ ସୃଷ୍ଟି ହୋଇଥାଏ ।
(ii) ଅଚୈତନିକ ପ୍ରକ୍ରିୟା – ପ୍ରତିଯୋଗିତା ଏକ ଅବୈତିନିକ ପ୍ରକ୍ରିୟା ଅଟେ । ଏଥିରେ ପ୍ରତିଯୋଗୀମାନେ ଅଚୈତନିକଭାବେ ଲିପ୍ତ ହୋଇଥା’ନ୍ତି ଏବଂ ଅନେକ କ୍ଷେତ୍ରରେ ପରସ୍ପରକୁ ଜାଣିନଥା’ନ୍ତି । କିନ୍ତୁ ସେମାନଙ୍କର ଦୃଷ୍ଟିଭଙ୍ଗୀ ଏକ ଲକ୍ଷ୍ୟ ଉପରେ କେନ୍ଦ୍ରୀଭୂତ ହୋଇଥାଏ ।
(iii) ନିରବଚ୍ଛିନ୍ନ ପ୍ରକ୍ରିୟା – ପ୍ରତିଯୋଗିତା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା । ଉତ୍ପାଦିତ କୌଣସି ଦ୍ରବ୍ୟର ଯୋଗାଣ ସ୍ଵଳ୍ପ ହେତୁ ଲୋକମାନଙ୍କ ମଧ୍ୟରେ ସେହି ଦ୍ରବ୍ୟ ପ୍ରାପ୍ତି ପାଇଁ ଅହରହ ପ୍ରତିଯୋଗିତା ଲାଗି ରହିଥାଏ । ସମାଜରେ ସାମାଜିକ ପ୍ରସ୍ଥିତି, କ୍ଷମତା, ଧନ, ଯଶ ଓ ଖ୍ୟାତି ପାଇଁ ନିରବଚ୍ଛିନ୍ନଭାବେ ପ୍ରତିଯୋଗିତା ଲାଗି ରହିଥାଏ ।
(iv) ସାର୍ବଜନୀନ ପ୍ରକ୍ରିୟା – ପ୍ରତିଯୋଗିତା ଏକ ସାର୍ବଜନୀନ ପ୍ରକ୍ରିୟା । ଏହା ଆଦିମ ସମାଜରୁ ଆରମ୍ଭ କରି ସଭ୍ୟ, ଆଧୁନିକ ସମାଜରେ ମଧ୍ୟ ପରିଦୃଷ୍ଟ ହୁଏ ।
(v) ଅବୈୟକ୍ତିକ କ୍ରିୟାକଳାପ – ପ୍ରତିଯୋଗିତା ଏକ ଅବୈୟତ୍ତିକ କ୍ରିୟାକଳାପ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଜଣେ ପ୍ରତିଯୋଗିତାର ସମସ୍ତ ପ୍ରତିଯୋଗୀମାନଙ୍କୁ ଜାଣି ନଥାଏ । କାରଣ ବ୍ୟକ୍ତିଗତ ସମ୍ପର୍କ ଅପେକ୍ଷା ଲକ୍ଷ୍ୟ ହାସଲକୁ ପ୍ରତିଯୋଗୀତାରେ ଗୁରୁତ୍ଵ ପ୍ରଦାନ କରାଯାଇଥାଏ ।

ସଂଘର୍ଷ ବା ଦୃହ – ସଂଘର୍ଷ ସାମାଜିକ ଆନ୍ତଃକ୍ରିୟାର ଅନ୍ୟ ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟା ଅଟେ । ଯେତେବେଳେ ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ବା ସମୂହ ଯେକୌଣସି ଲକ୍ଷ୍ୟପୂରଣ ନିମିତ୍ତ ପରସ୍ପର ମଧ୍ୟରେ କଳହରେ ଲିପ୍ତ ରହନ୍ତି, ତାହାକୁ ସଂଘର୍ଷ ବା ଦ୍ବନ୍ଦ୍ବ କୁହାଯାଏ ।

ଏ.ଡବ୍‌ଲ୍ୟୁ ଗ୍ରୀନ୍‌ଙ୍କ ମତରେ, ଅନ୍ୟର ଇଚ୍ଛାକୁ ବିରୋଧ କରିବା, ବାଧାଦେବା କିମ୍ବା ଦମନ କରିବାର ସୁଚିନ୍ତିତ ଉଦ୍ୟମକୁ ସଂଘର୍ଷ କୁହାଯାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

ସଂଘର୍ଷର ଲକ୍ଷଣ – ସଂଘର୍ଷର କେତେକ ବିଶେଷ ଲକ୍ଷଣ ନିମ୍ନରେ ଆଲୋଚନା କରାଗଲା ।
(i) ବିସମ୍ବନ୍ଧକାରୀ ପ୍ରକ୍ରିୟା – ଏହା ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟା । କାରଣ ଏହା ସମାଜରେ ଐକ୍ୟ ଏବଂ ସଂହତିକୁ ବ୍ୟାହତ କରିଥାଏ ।
(ii) ସଚୈତନିକ ପ୍ରକ୍ରିୟା – ସଂଘର୍ଷ ଏକ ସଚୈତନିକ ପ୍ରକ୍ରିୟା, ଯାହାଦ୍ୱାରା ବିବାଦୀୟ ଗୋଷ୍ଠୀମାନେ ପରସ୍ପରର ଅନିଷ୍ଠ କରିବାପାଇଁ ଚେଷ୍ଟା କରିଥା’ନ୍ତି । ଅନ୍ୟର କ୍ଷତି ଘଟାଇ ବା ଅନ୍ୟକୁ ପରାସ୍ତ କରି ପ୍ରତ୍ୟେକ ପକ୍ଷ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ଚେଷ୍ଟା କରିଥା’ନ୍ତି ।
(iii) ସଂଘର୍ଷ ଏକ ଅନିୟମିତ ପ୍ରକ୍ରିୟା – ପ୍ରତିଯୋଗିତା ପରି ସଂଘର୍ଷ ଏକ ନିୟମିତ ପ୍ରକ୍ରିୟା ନୁହେଁ । ଏହା ଏକ ଅନିୟମିତ ପ୍ରକ୍ରିୟା । ଏହା ଆକସ୍ମିକଭାବେ ହଠାତ୍ ଦେଖାଦିଏ ଏବଂ ପରେ ପରେ ଅନ୍ତର୍ଦ୍ଧାନ ହୋଇଯାଏ ।
(iv) ସଂଘର୍ଷ ଏକ ବ୍ୟକ୍ତିଗତ ପ୍ରକ୍ରିୟା – ଏହା ଏକ ବ୍ୟକ୍ତିଗତ ପ୍ରକ୍ରିୟା ଯେଉଁଥରେ ଗୋଟିଏ ପକ୍ଷର ଲକ୍ଷ୍ୟ ହେଉଛି ଅପରପକ୍ଷକୁ ପରାଜିତ କରିବା । ସଂଘର୍ଷରେ ଲିପ୍ତ ଥିବା ପକ୍ଷ ପରସ୍ପରକୁ ବ୍ୟକ୍ତିଗତଭାବେ ଜାଣିଥା’ନ୍ତି ।
(v) ସଂଘର୍ଷ ଏକ ସାର୍ବଜନୀନ ପ୍ରକ୍ରିୟା – ଏହା ଏକ ସାର୍ବଜନୀନ ପ୍ରକ୍ରିୟା । ଏହା ସବୁ ସ୍ଥାନରେ ଏବଂ ସବୁ ସମୟରେ ପରିଦୃଷ୍ଟ ହୁଏ । ପ୍ରାଚୀନ କାଳରୁ ଅଦ୍ୟାବଧୂ ଏହା ମାନବ ସମାଜରେ ଦେଖାଦେଇ ଆସୁଅଛି । ମନୁଷ୍ୟର ବସ୍ତୁବାଦୀ ପ୍ରବୃତ୍ତି ସଂଘର୍ଷର ମୁଖ୍ୟ କାରଣ ଅଟେ । କୌଣସି ସମାଜ ସଂଘର୍ଷର ପ୍ରଭାବରୁ ମୁକ୍ତ ନୁହେଁ ।
(vi) ସଂଘର୍ଷ ହେଉଛି ଆବେଗମୟ – ମନୁଷ୍ୟର ଆବେଗରୁ ସଂଘର୍ଷର ସୃଷ୍ଟି ହୁଏ । ଅନ୍ୟ ଅର୍ଥରେ ଆବେଗ ହେଉଛି ସଂଘର୍ଷର ଆଧାର । ମନୁଷ୍ୟର କେତେକ ଆବେଗ ତାକୁ ସଂଘର୍ଷ କରିବାକୁ ବାଧ୍ୟ କରିଥାଏ । ଏଥିପାଇଁ ସେ ଅସତ୍ ଓ ଅନ୍ୟାୟ ଉପାୟ ଅବଲମ୍ବନ କରିଥାଏ ।

(ଖ) ସାମାଜିକ ସ୍ତରୀକରଣ (Social Stratification)

1. ସାମାଜିକ ସ୍ତରୀକରଣ କହିଲେ କ’ଣ ବୁଝ ? ଏହାର ଲକ୍ଷଣ ଆଲୋଚନା କର ।
Answer:
ସାମାଜିକ ସ୍ତରୀକରଣ କହିଲେ ସାଧାରଣତଃ ସମାଜର ବିଭାଜନକୁ ବୁଝାଇଥାଏ । ସ୍ତରୀକରଣ ଶବ୍ଦଟି ଲାଟିନ୍ ଶବ୍ଦ ଷ୍ଟାଟା (Strata) ରୁ ଆନୀତ, ଯାହାର ଅର୍ଥ ହେଉଛି ସ୍ତର (Layer) । ତେଣୁ ସାମାଜିକ ସ୍ତରୀକରଣ ଉଚ୍ଚ ଓ ନୀଚ ସାମାଜିକ ସ୍ତରର ସ୍ଥିତିକୁ ସୂଚାଇଥାଏ । ଯେଉଁ ପ୍ରକ୍ରିୟାଦ୍ଵାରା ବ୍ୟକ୍ତି ଓ ସମୂହ ଅଳ୍ପେ ବହୁତେ ପ୍ରସ୍ଥିତିର ଉଚ୍ଚ-ନୀଚ କ୍ରମରେ ସ୍ତରୀକୃତ ହୋଇଥାଏ, ତାହାକୁ ସାମାଜିକ ସ୍ତରୀକରଣ କୁହାଯାଏ ।

ରେମଣ୍ଡ ଡବ୍ଲ୍ୟୁ ମୁରେ (Raymond W. Marray) ଙ୍କ ମତରେ, “ସାମାଜିକ ସ୍ତରୀକରଣ ସମାଜର ଏକ ସମସ୍ତରୀୟ ବିଭାଜନ, ଯାହା ସମାଜକୁ ଉଚ୍ଚ ଓ ନୀଚ ସାମାଜିକ ଏକକରେ ବିଭକ୍ତ କରିଥାଏ ।’’

ଟି.ପି. ଜିସ୍‌ବର୍ଗ (T.P. Gisbert) ଙ୍କ ମତରେ, “ସାମାଜିକ ସ୍ତରୀକରଣ ସମାଜକୁ କେତେଗୁଡ଼ିଏ ସ୍ଥାୟୀ ସମୂହ ବା ଶ୍ରେଣୀରେ ବିଭକ୍ତ କରିଥାଏ, ଯେଉଁଗୁଡ଼ିକ ପରସ୍ପର ଉତ୍କୃଷ୍ଟ ଓ ନିକୃଷ୍ଟ ସମ୍ପର୍କଦ୍ୱାରା ସଂଯୋଜିତ ହୋଇଥାଏ ।’’

ସାମାଜିକ ସ୍ତରୀକରଣ ଲକ୍ଷଣ – ଏମ୍.ଏମ୍. ଟ୍ୟୁମିନ୍ (M.M. Tumin) ସାମାଜିକ ସ୍ତରୀକରଣର ଲକ୍ଷଣଗୁଡ଼ିକୁ ନିମ୍ନମତେ ସ୍ପଷ୍ଟ କରିଛନ୍ତି ।

(୧) ଏହାର ପ୍ରକୃତି ସାମାଜିକ (It is social) – ସାମାଜିକ ସ୍ତରୀକରଣ ଅନେକ କାରଣରୁ ସାମାଜିକ ଅଟେ; ଯଥା –
(କ) ଜୈବିକ ଆଧାରରେ ବା ବୟସ, ରଙ୍ଗ ଓ ଲିଙ୍ଗଭେଦ ଭିଭିରେ ସ୍ତରୀକରଣକୁ ବୁଝାନଯାଇ ସମାଜଦ୍ୱାରା ସ୍ବୀକୃତ ପ୍ରସ୍ଥିତି ଅନୁସାରେ ଉଚ୍ଚନୀଚ କ୍ରମ ହେଉଛି ସାମାଜିକ ସ୍ତରୀକରଣ ।
(ଖ) ଏହା ସାମାଜିକ ପ୍ରତିମାନ ଏବଂ ସ୍ଵୀକୃତିଦ୍ୱାରା ପରିଚାଳିତ ହୋଇଥାଏ ।
(ଗ) ସାମାଜିକ ଶକ୍ତିର ଗତିଶୀଳ ପ୍ରକୃତି ପାଇଁ ସ୍ତରୀକରଣ ମଧ୍ଯ ଏକ ଗତିଶୀଳ ପ୍ରକୃତିର ଅଟେ ।
(ଘ) ସାମାଜିକ ସ୍ତରୀକରଣ ସର୍ବଦା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ବା ସଂସ୍ଥା ଯଥା ରାଜନୈତିକ, ପାରିବାରିକ, ଧାର୍ମିକ, ଆର୍ଥନୀତିକ, ଶିକ୍ଷାଗତ ଏବଂ ଅନ୍ୟାନ୍ୟ ସଂସ୍ଥା ସହିତ ଘନିଷ୍ଠ ଭାବରେ ସମ୍ବନ୍ଧିତ ।

(୨) ଏହା ପ୍ରାଚୀନ ଅଟେ (It is ancient) – ସ୍ତରୀକରଣ ବ୍ୟବସ୍ଥା ଏକ ପୁରୁଣା ବ୍ୟବସ୍ଥା । ଏପରିକି ଅତି ପ୍ରାଚୀନ ଆଦିମ ସମାଜରେ ଏହା ବୟସ ଓ ଲିଙ୍ଗ ଆଧାରରେ ଏହା ସମାଜରେ ପ୍ରଚଳିତ ଥିଲା । ଏପରିକି ଧନୀ ଓ ଦରିଦ୍ର, ଦୁର୍ବଳ ଏବଂ ସବଳ ଇତ୍ୟାଦି ପ୍ରାଚୀନ ସଭ୍ୟତାରେ ସ୍ତରୀକରଣ ଏକ ଉପାଦାନ ହିସାବରେ କାର୍ଯ୍ୟ କରୁଥିଲା ।

(୩) ଏହା ସର୍ବବ୍ୟାପକ ଅଟେ (It is universal) – ସାମାଜିକ ସ୍ତରୀକରଣ ଏକ ଜାଗତିକ ବ୍ୟବସ୍ଥା, ଅର୍ଥାତ୍ ପୃଥିବୀର ସମସ୍ତ ପ୍ରକାର ସମାଜରେ ଏବଂ ସବୁ ଯୁଗରେ ସ୍ତରୀକରଣ ଅଳ୍ପେ ବହୁତେ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ ।

(୪) ଏହା ବିଭିନ୍ନ ପ୍ରକାରର (It is diverse in forms) – ସାମାଜିକ ସ୍ତରୀକରଣ ସମସ୍ତ ସମାଜରେ ଏକାପରି ନଥାଏ । ବିଭିନ୍ନ ସମାଜରେ ଏବଂ ବିଭିନ୍ନ ଯୁଗରେ ଏହାର ପ୍ରକାର ଓ ସ୍ବରୂପ ଭିନ୍ନ ଭିନ୍ନ ହୋଇପାରେ । ଉଦାହରଣ ସ୍ଵରୂପ, ଭାରତରେ ବୈଦିକ ଯୁଗରେ ବର୍ଣ୍ଣ ବ୍ୟବସ୍ଥା ଏବଂ ପରବର୍ତ୍ତୀ ଅବସ୍ଥାରେ ଜାତି ବ୍ୟବସ୍ଥା ସାମାଜିକ ସ୍ତରୀକରଣର ଆଧାର ରହିଥିଲାବେଳେ, ପାଶ୍ଚାତ୍ୟ ସମାଜରେ ଶ୍ରେଣୀ ବ୍ୟବସ୍ଥା ସ୍ତରୀକରଣର ମୁଖ୍ୟ ଉପାଦାନ ଅଟେ ।

(୫) ଏହାର ପରିଣାମ ଥାଏ (It is consequential) – ସାମାଜିକ ସ୍ତରୀକରଣ ବ୍ୟକ୍ତି ତଥା ସମୂହର (କ) ଜୀବନ ସୁଯୋଗ (Life chance) ଏବଂ (ଖ) ଜୀବନଶୈଳୀରେ ପ୍ରତିଫଳିତ ହୋଇଥାଏ । ଜୀବନ ସୁଯୋଗ ହେଉଛି, ସମସ୍ତ ସୁବିଧା ବା ଅସୁବିଧା ଯାହା ବ୍ୟକ୍ତି ନିଜ ଜୀବନରେ ଉପଭୋଗ କରିଥାଏ । ଉଦାହରଣ ସ୍ଵରୂପ, ଯେଉଁ ବ୍ୟକ୍ତି ଏକ ଧନୀ ପରିବାରରେ ଜନ୍ମଲାଭ କରିଥାଏ ସେ ସୁପ୍ରତିଷ୍ଠିତ ବ୍ୟୟବହୁଳ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିପାରେ, ସୁସ୍ବାଦୁ ଉଚ୍ଚମାନର ଖାଦ୍ୟ ଖାଇପାରେ, ଭଲ ଚିକିତ୍ସକଙ୍କଦ୍ୱାରା ଚିକିତ୍ସିତ ହୋଇପାରେ, ଯେଉଁ ସମସ୍ତ ସୁବିଧା ଏକ ଗରିବ ପରିବାରର ସଦସ୍ୟଟି ପାଇପାରିନଥାଏ । ଏଥୁରେ ସ୍ପଷ୍ଟ ହୋଇଥାଏ ଯେ, ସାମାଜିକ ସ୍ତରୀକରଣ ବ୍ୟକ୍ତିର ଜୀବନରେ ସୁଯୋଗକୁ ନିର୍ଦ୍ଧାରିତ କରିଥାଏ ।

ସେହିପରି ପ୍ରତ୍ୟେକ ଶ୍ରେଣୀର ଜୀବନଶୈଳୀ ମୁଖ୍ୟତଃ ସେମାନଙ୍କର ଚାଲିଚଳଣ, ଆଚାର ବ୍ୟବହାର, ବେଶଭୂଷା, ବାସଗୃହ, ମନୋରଞ୍ଜନର ମାଧ୍ଯମ, ସାଂସ୍କୃତିକ ମୂଲ୍ୟବୋଧ ଆଧାରରେ ଅନ୍ୟ ଶ୍ରେଣୀଠାରୁ ପୃଥକ୍ । ଯେପରି ସାମାଜିକ ସ୍ତରୀକରଣ ବ୍ୟକ୍ତିର ଜୀବନ ସୁଯୋଗକୁ ନିର୍ଦ୍ଧାରିତ କରିଥାଏ, ସେହିପରି ଏହା ମଧ୍ୟ ବ୍ୟକ୍ତିର ଜୀବନଶୈଳୀ ନିର୍ଦ୍ଧାରଣ କରିଥାଏ ।

2. ଲିଙ୍ଗ (Gender) କହିଲେ କ’ଣ ବୁଝ ? ଲିଙ୍ଗଗତ ପ୍ରଭେଦତା (Gender Inequality) ସମ୍ବନ୍ଧରେ ଆଲୋଚନା କର ।
Answer:
ସାଧାରଣତଃ ଲିଙ୍ଗ (Gender) କହିଲେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ପରିବେଶରେ ଜଣେ ପୁରୁଷ ଏବଂ ମହିଳାର ଭୂମିକାରେ ଅବତୀର୍ଣ୍ଣ ହୋଇ ସମ୍ପନ୍ନ କରିଯାଉଥବା ବିଭିନ୍ନ କାର୍ଯ୍ୟ, ବ୍ୟବହାର, ଆଭିମୁଖ୍ୟ ଓ ମୂଲ୍ୟବୋଧ ଇତ୍ୟାଦିକୁ ବୁଝାଏ । ଉଦାହରଣ ସ୍ଵରୂପ, ପୁରୁଷମାନେ ଘରର ବାହ୍ୟକର୍ମ ଯଥା ବଜାର ସଉଦା, କୃଷିକାର୍ଯ୍ୟ ଇତ୍ୟାଦି କରୁଥିବାବେଳେ ମହିଳାମାନେ ଘରସଫା ଓ ରୋଷେଇ ଆଦି କାର୍ଯ୍ୟ ସମ୍ପନ୍ନ କରିଥା’ନ୍ତି ।

ପ୍ରତ୍ୟେକ ପରିବାରରେ ପୁତ୍ର ସନ୍ତାନଟିଏ ଜନ୍ମହେଲେ ଆନନ୍ଦର ଲହରୀ ଖେଳିଯାଇଥାଏ; କିନ୍ତୁ କନ୍ୟା ସନ୍ତାନଟିଏ ଜନ୍ମହେଲେ ମନରେ ବିଷାଦ ଆସିଥାଏ । ତେଣୁ ପରିବାର ଓ ପିତାମାତାମାନେ ଜନ୍ମରୁ ପୁତ୍ର ଓ କନ୍ୟା ମଧ୍ୟରେ ଭେଦଭାବ ସୃଷ୍ଟି କରିଥା’ନ୍ତି । ପୁତ୍ରମାନେ ବା ପୁରୁଷମାନେ ସବଳ ଓ କନ୍ୟା ବା ମହିଳାମାନେ ଦୁର୍ବଳ ବୋଲି ମାନିସିକତା ସମାଜରେ ଭରିରହିଥାଏ ।

ତେଣୁ ଲିଙ୍ଗ (Gender) କୁ ପୁଂଲିଙ୍ଗ (Masculine) ଏବଂ ସ୍ତ୍ରୀଲିଙ୍ଗ (Feminine) ଭାବରେ ବିଭକ୍ତ କରାଯାଇଛି । ଜନ୍ମରୁ ପୁତ୍ର ଓ କନ୍ୟା ମଧ୍ୟରେ ପାର୍ଥକ୍ୟ ଖାଦ୍ୟପେୟ, ବେଶଭୂଷା, ଚାଲିଚଳଣି ଓ କଥୋପକଥନ ଆଦିରୁ ପରିଚାଳିତ ହୋଇଥାଏ । ତେଣୁ ଲିଙ୍ଗଗତ ତାରତମ୍ୟତା ସମ୍ପୂର୍ଣ୍ଣଭାବେ ସାମାଜିକ ଅଟେ ଓ ସମାଜଦ୍ୱାରା ସୃଷ୍ଟି ହୋଇଥାଏ ।

ଲିଙ୍ଗଗତ ତାରତମ୍ୟତା କେବଳ ଭାରତବର୍ଷର ନୁହେଁ ଏହା ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ରୂପରେ ପରିଲକ୍ଷିତ ହୋଇଥାଏ । ଉଦାହରଣ ସ୍ୱରୂପ, ଇଂଲଣ୍ଡରେ ୧୯୨୮ ମସିହାରେ ଓ ଫ୍ରାନ୍ସରେ ୧୯୪୪ ମସିହାରେ ମହିଳାମାନେ ପ୍ରଥମେ ଭୋଟ ଦେବାର ଅଧିକାର ଲାଭ କଲେ । ଏହା ପୂର୍ବରୁ ସେମାନେ ଭୋଟଦାନ ଅଧିକାରରୁ ବଞ୍ଚି ଥିଲେ ।

ଭାରତ ଭଳି ପୁରୁଷପ୍ରଧାନ ସମାଜରେ ମହିଳାମାନେ ଜନ୍ମରୁ ସମସ୍ତ ପ୍ରକାର ଅଧିକାରରୁ ବଞ୍ଚିତ, କେବଳ ସନ୍ତାନ ଜନ୍ମ, ସେମାନଙ୍କ ଲାଳନ ପାଳନ, ରୋଷେଇ ଓ ଘରକୁ ସଫା ସୁତୁରା ରଖୁବା ସହ ଘରର ଚାରିକାନ୍ଥ ମଧ୍ୟରେ ମହିଳାମାନେ ଆବଦ୍ଧ ରୁହନ୍ତି । ଦେଶର ସମଗ୍ର ଜନସଂଖ୍ୟାର ଶତକଡ଼ା ୫୦ ଭାଗରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ବହୁ ପୁରାତନ କାଳରୁ ମହିଳାମାନେ ପୁରୁଷମାନଙ୍କଦ୍ୱାରା ଶୋଷିତ ଓ ଅତ୍ୟାଚାରିତ ହେଉଛନ୍ତି ।

CHSE Odisha Class 11 Sociology Unit 4 Long Answer Questions in Odia Medium

ଗ୍ରାମୀଣ ଭାରତୀୟ ମହିଳାମାନେ ସ୍ବାମୀଙ୍କୁ ଦେବତା ବୋଲି ଭାବି ସାରାଜୀବନ ସ୍ୱାମୀ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥା’ନ୍ତି । ପାରିବାରିକ ସମ୍ପତ୍ତିରେ ମଧ୍ୟ ମହିଳାମାନଙ୍କର କୌଣସି ଅସ୍କୋର ନଥାଏ । ବିଶେଷଭାବରେ ବିଧବା ମହିଳାମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅଟେ ।

ଶିକ୍ଷା କ୍ଷେତ୍ରରେ ଜନ୍ମରୁ ପୁତ୍ର ଓ କନ୍ୟାଙ୍କ ମଧ୍ୟରେ ତାରତମ୍ୟ ଦେଖାଯାଇଥାଏ । ପୁତ୍ରସନ୍ତାନକୁ ଶିକ୍ଷାର ସମସ୍ତ ସୁବିଧା ସୁଯୋଗ ମିଳୁଥିବା ସ୍ଥଳେ କନ୍ୟା ସନ୍ତାନକୁ ଏଥିରେ ବଞ୍ଚ କରାଯାଇଥାଏ । ଚାକିରି ବା ନିଯୁକ୍ତି କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ବଞ୍ଚ କରାଯାଇଥାଏ । ଯଦିଓ କେତେକାଂଶରେ ନିଯୁକ୍ତିର ସୁଯୋଗ ମିଳିଥାଏ, ତଥାପି ନିଯୁକ୍ତି ସ୍ଥଳରେ କାର୍ଯ୍ୟସମ୍ପନ୍ନ ସମୟରେ ମହିଳାମାନଙ୍କ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ଦିଆଯାଇଥାଏ ।

ଉଚ୍ଚଶିକ୍ଷା କ୍ଷେତ୍ରରେ ପୁରୁଷ ବା ପୁତ୍ରସନ୍ତାନମାନଙ୍କୁ ଅଗ୍ରାଧ୍ୟାକାର ଦିଆଯାଇଥାଏ । ଶିଶୁ ମୃତ୍ୟୁହାର କ୍ଷେତ୍ରରେ କନ୍ୟା ଶିଶୁଙ୍କର ସଂଖ୍ୟା ଅଧ୍ବକ । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରାଯାଇ, କନ୍ୟା ହୋଇଥିଲେ ଭୃଣହତ୍ୟା କରାଯାଉଛି ।

ତେଣୁ ଲିଙ୍ଗଗତ ତାରତମ୍ୟ ଏକ ପାରମ୍ପରିକ ମାନସିକତା । ଆଧୁନିକ ଶିକ୍ଷା, ସମାଜ ସଂସ୍କାର, ମହିଳାମାନଙ୍କ ପାଇଁ ପ୍ରଣୀତ ସ୍ଵତନ୍ତ୍ର ଆଇନ, ମହିଳା ସଶକ୍ତିକରଣ ଆଦି ଏହି ତାରତମ୍ୟତାର ମାନସିକତାକୁ ଦୂରୀଭୂତ କରିପାରିବ ।

3. ଭାରତୀୟ ଜାତି ପଦ୍ଧତିର ବିଭିନ୍ନ ବୈଶିଷ୍ଟ୍ୟଗୁଡ଼ିକୁ ସଂକ୍ଷେପରେ ଆଲୋଚନା କର ।
Answer:
ଜାତି ପଦ୍ଧତି ପ୍ରାଚୀନ କାଳରୁ ଭାରତୀୟ ସମାଜରେ ଏକ ଦୃଢ଼ ସ୍ତମ୍ଭ ଭାବରେ ଦଣ୍ଡାୟମାନ ହୋଇରହିଛି । ପ୍ରତ୍ୟେକ ସମାଜରେ ସାମାଜିକ ନିୟନ୍ତ୍ରଣ ପାଇଁ ଏବଂ ବ୍ୟକ୍ତିର ସାମାଜିକ ପ୍ରସ୍ଥିତିକୁ ନିର୍ଦ୍ଧାରଣ କରିବାପାଇଁ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ଭାରତରେ ଏହି ନିୟମଗୁଡ଼ିକ ଜାତି ପଦ୍ଧତିଦ୍ୱାରା ଆତ୍ମପ୍ରକାଶ ଲାଭକରିଛି ।

ଏହି ଜାତି ପଦ୍ଧତି ହେଉଛି ସାମାଜିକ ସ୍ତରୀକରଣର ଏକ ମୁଖ୍ୟ ଉତ୍ସ ଯାହାକି ସାମାଜିକ ସଂରଚନା ଉପରେ ଗଭୀର ପ୍ରଭାବ ପକାଇଥାଏ । ଜାତି ପଦ୍ଧତିକୁ ଭାରତୀୟ ସମାଜ ବ୍ୟବସ୍ଥାର ଏକ ଅଦ୍ବିତୀୟ ସାମାଜିକ ଅନୁଷ୍ଠାନରୂପେ ଅଭିହିତ କରାଯାଇଅଛି । ଏହି ସାମାଜିକ ଅନୁଷ୍ଠାନ ଧର୍ମ ଭିଭିରେ ସମାଜରେ ଶ୍ରେଣୀ ବିଭାଜନ ସୃଷ୍ଟି କରିଥାଏ ।

‘ଜାତି’ ଶବ୍ଦଟି ପର୍ତ୍ତୁଗୀଜ୍ ଶବ୍ଦ ‘କାଷ୍ଟା’ (Casta) ରୁ ଆସିଅଛି, ଯାହାର ଅର୍ଥ ‘ବଂଶ’, ‘ପ୍ରଜାତି’ (Race) କିମ୍ବା ‘ଶ୍ରେଣୀ’ । ପର୍ତ୍ତୁଗୀଜ୍‌ମାନେ ସର୍ବପ୍ରଥମେ ହିନ୍ଦୁ ସମାଜର କେତେକ କ୍ଷୁଦ୍ର ସାମାଜିକ ସମୂହକୁ ଦର୍ଶାଇବାକୁ ଯାଇ ଏହି (Casta) ଶବ୍ଦକୁ ବ୍ୟବହାର କରିଥିଲେ । ଭାରତରେ ‘Caste’ ଶବ୍ଦଟି ‘ଜାତ୍’ ‘Jat’ କିମ୍ବା ଜାତି ‘Jati’ ଭାବେ ପରିଚିତ, ଯାହାର ଅର୍ଥ (Birth) ।

ଅନ୍ୟ ଅର୍ଥରେ ‘ଜାତି’ ‘Jati’ ଶବ୍ଦଟି ସଂସ୍କୃତ ଶବ୍ଦ ‘ଜନ’ (Jana) ରୁ ଆସିଅଛି, ଯାହାର ଅର୍ଥ ‘ଜନ୍ମଲାଭ କରିବା’ (To take birth) । ତେଣୁ ଜାତି ଏକ ନିର୍ଦ୍ଦିଷ୍ଟ ସମୂହକୁ ବୁଝାଇଥାଏ, ଯାହାର ସଦସ୍ୟମାନଙ୍କର ସାମାଜିକ ସଦସ୍ୟତା ଜନ୍ମ ଉପରେ ପର୍ଯ୍ୟବସିତ ହୋଇଥାଏ । ସେମାନେ ଏକ ପାରମ୍ପରିକ ବୃତ୍ତିଦ୍ଵାରା ନିଜ ନିଜ ମଧ୍ୟରେ ଶ୍ରମ ବିଭାଜନ ସୃଷ୍ଟି କରିଥାଆନ୍ତି ।

ଜାତିର ବୈଶିଷ୍ଟ୍ୟ :
ପ୍ରଫେସର ଡକ୍ଟର ଜି.ଏସ୍. ଘୁରେ (Dr. G.S. Ghurey) ଭାରତୀୟ ଜାତି ପଦ୍ଧତିରେ କେତେଗୁଡ଼ିଏ ବୈଶିଷ୍ଟ୍ୟ ବିଷୟରେ ଆଲୋଚନା କରିଛନ୍ତି ।

(୧) ବିଭିନ୍ନ କ୍ଷୁଦ୍ର ଅଂଶରେ ସମାଜର ବିଭକ୍ତିକରଣ (Segmental division of society) :
ଡକ୍ଟର ଘୁରେଙ୍କ ମତରେ, ଜାତି ପଦ୍ଧତି ସମ୍ପୂର୍ଣ୍ଣ ସମାଜକୁ ବିଭିନ୍ନ କ୍ଷୁଦ୍ର କ୍ଷୁଦ୍ର ଅଂଶରେ ବିଭକ୍ତ କରିଛି, ଯେଉଁଥରେ ଲୋକମାନଙ୍କର ପ୍ରସ୍ଥିତି, ସାମାଜିକ କର୍ତବ୍ୟ ଏବଂ ଅଧିକାର ପରସ୍ପରଠାରୁ ପୃଥକ୍ ଅଟେ । ଏଭଳି ଏକ ସମାଜରେ ବ୍ୟକ୍ତିମାନଙ୍କ ମଧ୍ୟରେ ଜାତି ମନୋବୃତ୍ତି ଅଧିକ ପ୍ରଭାବଶାଳୀ ଅଟେ । ପ୍ରତ୍ୟେକ ଜାତି ପାଇଁ କେତେକ ସ୍ବୀକୃତିପ୍ରାପ୍ତ ନିୟମ ଏବଂ ବ୍ୟବସ୍ଥାମାନ ନିର୍ଦ୍ଧାରିତ ହୋଇଛି, ଯାହାକୁ ଲଙ୍ଘନ କଲେ ବ୍ୟକ୍ତିକୁ କଠିନ ଦଣ୍ଡ ଭୋଗିବାକୁ ପଡ଼ିଥାଏ କିମ୍ବା ସବୁଦିନ ପାଇଁ ଜାତିରୁ ବହିଷ୍କୃତ ହେବାକୁ ପଡ଼ିଥାଏ ।

ଡକ୍ଟର ଘୁରେ ମତ ଦିଅନ୍ତି ଯେ ଏହି ପଦ୍ଧତିରେ ବ୍ୟକ୍ତିର ସାମାଜିକ ସଦସ୍ୟତା ଜନ୍ମଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ତେଣୁ ନିଜ ଜାତିକୁ ପରିବର୍ତ୍ତନ କରିବା ସହଜ ନୁହେଁ । ବିପୁଳ ସମ୍ପତ୍ତି ବ୍ୟକ୍ତିର ପ୍ରସ୍ଥିତିରେ ପରିବର୍ତ୍ତନ ଆଣିପାରିବ ନାହିଁ । ଜାତି ପଦ୍ଧତିର ସୁପରିଚାଳନା ପାଇଁ ଜାତି ପଞ୍ଚାୟତ ରହିଥାଏ । ଜାତିର ନୀତିନିୟମଗୁଡ଼ିକ ଏହି ଜାତି ପଞ୍ଚାୟତଦ୍ୱାରା ସ୍ଥିରୀକୃତ ହୋଇଥାଏ । ପ୍ରତ୍ୟେକ ଜାତିର ସଦସ୍ୟମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ସାମାଜିକ ବନ୍ଧନ ଏବଂ ନୈତିକ କର୍ତ୍ତବ୍ୟଦ୍ୱାରା ଏକତା ପାଶରେ ଆବଦ୍ଧ ହୋଇଥା’ନ୍ତି । ଜାତିର ଏକ ସ୍ବତନ୍ତ୍ର ବିଶେଷତ୍ଵ ଏହି ଯେ ବ୍ୟକ୍ତିର ସାମାଜିକ ପ୍ରସ୍ଥିତି ସେ ଜନ୍ମଲାଭ କରିଥିବା ଜାତିର ପାରମ୍ପରିକ ପ୍ରସ୍ଥିତି ଉପରେ ନିର୍ଭରଶୀଳ ।

(୨) ଉଚ୍ଚ-ନିମ୍ନ କ୍ରମ (Hierachy) :
ଭାରତୀୟ ସମାଜରେ ବିଭିନ୍ନ ଜାତିଗୁଡ଼ିକ ପରସ୍ପର ସହିତ ଉଚ୍ଚ-ନିମ୍ନ କ୍ରମରେ ସଜାଡ଼ି ହୋଇ ରହିଥା’ନ୍ତି । ଏହି ଜାତିଜନିତ ସ୍ତରୀକରଣ ପଦ୍ଧତିରେ ବ୍ରାହ୍ମଣମାନେ ସାମାଜିକ ସୋପାନର ଅଗ୍ରଭାଗରେ ରହିଥା’ନ୍ତି । ବ୍ରାହ୍ମଣମାନଙ୍କ ତଳକୁ କ୍ଷତ୍ରିୟମାନଙ୍କୁ ଦ୍ୱିତୀୟ ସ୍ଥାନ, ବୈଶ୍ୟମାନଙ୍କୁ ତୃତୀୟ ସ୍ଥାନ ଏବଂ ଶୂଦ୍ରମାନଙ୍କୁ ସର୍ବନିମ୍ନ ସ୍ଥାନ ଦିଆଯାଇଅଛି । ଯେହେତୁ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଜନ୍ମ ଉପରେ ପ୍ରତିଷ୍ଠିତ, ତେଣୁ ଗୋଟିଏ ଜାତିର ଅନ୍ୟ ଜାତିକୁ ଯିବା ସମ୍ଭବପର ନୁହେଁ । କିନ୍ତୁ ଏଥିରେ କେତେକ ବ୍ୟତିକ୍ରମ ଦେଖାଯାଇଥାଏ । ଯଦିଚ ଜାତିର ଏହି ବୈଶିଷ୍ଟ୍ୟ ବର୍ତ୍ତମାନ ମଧ୍ୟ ଭାରତୀୟ ଗ୍ରାମଗୁଡ଼ିକରେ ଅନମନୀୟ ଭାବେ (rigid form) ପ୍ରଚଳିତ; କିନ୍ତୁ ବୃହତ୍ ନଗରୀଗୁଡ଼ିକରେ ଜାତିର ଏହି ବୈଶିଷ୍ଟ୍ୟଟି ତାହାର ଗୁରୁତ୍ଵ ହରାଇବାରେ ଲାଗିଛି ।

(୩) ଖାଦ୍ୟ, ପାନୀୟ ଏବଂ ସାମାଜିକ ସଂସର୍ଗଜନିତ କଟକଣା (Restrictions on food, drink and social inter-course) :
ଭାରତରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶାକୁ ଭିଭିକରି ପ୍ରତ୍ୟେକ ଜାତି କେତେଗୁଡ଼ିଏ କଟକଣା ଜାରି କରିଛି । ଉଚ୍ଚ ଜାତିର ଲୋକମାନେ ନୀଚ ଜାତିର ଲୋକମାନଙ୍କ ସହିତ ଏକତ୍ର ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ବର୍ତ୍ତମାନ ଭାରତରେ ଅନେକ ଗ୍ରାମ ଅଛି ଯେଉଁଠାରେ ଉଚ୍ଚ ଜାତିର ଲୋକମାନେ ନୀଚ ଜାତିର ଲୋକମାନଙ୍କୁ ସ୍ପର୍ଶ କରି ନ’ଥାନ୍ତି କିମ୍ବା ସେମାନଙ୍କଠାରୁ ଖାଦ୍ୟ କିମ୍ବା ଜଳ ଗ୍ରହଣ କରିନ’ଥାନ୍ତି ।

ଆଉ ମଧ୍ଯ କେଉଁ ଜାତିର ସଦସ୍ୟ କିଭଳି ପ୍ରକାର ଖାଦ୍ୟ ଭୋଜନ କରିବ ଏବଂ କେଉଁ ପ୍ରକାର ଖାଦ୍ୟକୁ ଉଚ୍ଚ ଜାତି, ନୀଚ ଜାତିଠାରୁ ଗ୍ରହଣ କରିବ, ଏଥପାଇଁ କେତେଗୁଡ଼ିଏ ଉପନିୟମ ରହିଅଛି । ଫଳସ୍ୱରୂପ ବ୍ରାହ୍ମଣମାନେ କ୍ଷତ୍ରିୟ ଗୃହରୁ ଖାଦ୍ୟ ଓ ପାନୀୟ ଗ୍ରହଣ କରି ନ ଥା’ନ୍ତି ଏବଂ ସେମାନେ ସମ୍ପୂର୍ଣ୍ଣ ଘୃତଦ୍ବାରା ରନ୍ଧନ କରାଯାଇଥିବା ଖାଦ୍ୟକୁ ଗ୍ରହଣ କରନ୍ତି । ସେହିପରି ସାମାଜିକ ମିଳାମିଶାରେ ମଧ୍ୟ କେତେକ କଟକଣା ରହିଥାଏ ।

ପବିତ୍ରତା ଏବଂ ଅପବିତ୍ର ବିଭିନ୍ନ ଜାତିର ସଦସ୍ୟମାନଙ୍କୁ ପରସ୍ପରଠାରୁ ଦୂରତ୍ୱ ରକ୍ଷା କରିବାପାଇଁ ବାଧ୍ୟ କରିଥାଏ । ଉଦାହରଣସ୍ୱରୂପ କେରଳରେ ଜଣେ ନାୟାର (Nair) ଜାତିର ଲୋକ ଜଣେ ନମ୍ବୁଦ୍ରି ବ୍ରାହ୍ମଣ ସହିତ ବାର୍ତ୍ତାଳାପ କରିପାରିବେ; କିନ୍ତୁ ତାଙ୍କୁ ସ୍ପର୍ଶ କରିପାରିବ ନାହିଁ, ସେହିପରି ଜଣେ ଟିୟନ (Tiyan) ନମ୍ବୁଦ୍ରି ବ୍ରାହ୍ମଣଠାରୁ ୩୬ ପାଦ ଦୂରରେ ଏବଂ ଜଣେ ଫୁଲୟନ (Pulayan) ନମ୍ବୁଦ୍ରି ବ୍ରାହ୍ମଣଠାରୁ ୯୬ ପାଦ ଦୂରରେ ରହି ବାର୍ତ୍ତାଳ କରିଥାଏ । ବ୍ରାହ୍ମଣ ଜାତି ବୈଶ୍ୟ କିମ୍ବା ଶୂଦ୍ର ଜାତି ସହିତ କୌଣସି ଧାର୍ମିକ କାର୍ଯ୍ୟ ସମ୍ପାଦନ କରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ସମାଜରେ ଜାତି ପଦ୍ଧତିର ଏହି ବୈଶିଷ୍ଟ୍ୟଟି ତା’ର ଗୁରୁତ୍ଵ ହରାଇ ବସିଛି ।

CHSE Odisha Class 11 Sociology Unit 4 Long Answer Questions in Odia Medium

(୪) ଅନ୍ତର୍ବିବାହ ବା ବିବାହଜନିତ କଟକଣା (Endogamy) :
ଅନ୍ତର୍ବିବାହ ହେଉଛି ସମଗ୍ର ଜାତି ପଦ୍ଧତିର କେନ୍ଦ୍ରବିନ୍ଦୁ । ୱେଷ୍ଟରମାର୍କ (Westermark) ଙ୍କ ମତରେ, ଆନ୍ତଃ-ଜାତି ବିବାହ (Inter-caste marriage) କଟକଣା ବା ଅନ୍ତର୍ବିବାହ ହେଉଛି ପ୍ରତ୍ୟେକ ଜାତିର ମୁଖ୍ୟ ଲକ୍ଷଣ । ହିନ୍ଦୁ ସମାଜରେ ଏହି ଆନ୍ତଃ-ଜାତି ବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି । ପ୍ରତ୍ୟେକ ଜାତି କେତେଗୁଡ଼ିଏ ଉପଜାତିରେ ବିଭକ୍ତ ଏବଂ ପ୍ରତ୍ୟେକ ଉପଜାତି ଗୋଟିଏ ଗୋଟିଏ ଅନ୍ତର୍ବିବାହୀ ଗୋଷ୍ଠୀରୂପେ ପରିଚିତ ।

ସଦସ୍ୟମାନେ ନିଜ ଉପଜାତି ମଧ୍ୟରେ ବିବାହ କରିଥା’ନ୍ତି । ଉପଜାତି ବାହାରେ ବିବାହ କରିବାକୁ ସୁଯୋଗ ଦିଆଯାଇ ନଥାଏ । ତେଣୁ ଏହି ଅନ୍ତର୍ବିବାହ ନିୟମର ବଶବର୍ତ୍ତୀ ହୋଇ ଜାତିର ସଦସ୍ୟମାନେ ବିବାହ ପାଇଁ ପାତ୍ରପାତ୍ରୀ ସ୍ଥିର କରିଥା’ନ୍ତି । ଜାତି ବାହାରେ ବିବାହ କଲେ ବ୍ୟକ୍ତି ଜାତି ବାସନ୍ଦର ସମ୍ମୁଖୀନ ହୋଇଥାଏ ।

(୫) କୌଳିକ ବୃତ୍ତି (Hereditary occupation) :
ଜାତି ପଦ୍ଧତିରେ ବିଭିନ୍ନ ଜାତିର ସଦସ୍ୟମାନଙ୍କ ପାଇଁ ବିଭିନ୍ନ ପ୍ରକାର ବୃତ୍ତିର ବନ୍ଦୋବସ୍ତ କରାଯାଇଥାଏ । ଏକ ନିର୍ଦ୍ଦିଷ୍ଟ ଜାତିର ସଦସ୍ୟମାନେ ସେହି ଜାତିଦ୍ଵାରା ନିର୍ଦ୍ଧାରିତ ହୋଇଥିବା ବୃଦ୍ଧିକୁ ଗ୍ରହଣ କରିଥା’ନ୍ତି । ସ୍ଵଇଚ୍ଛାରେ ଯେକୌଣସି ପେସାକୁ ଗ୍ରହଣ କରିବା ସମ୍ଭବପର ନୁହେଁ । ଅପର ପକ୍ଷରେ ଜାତିର ସଦସ୍ୟମାନେ ସେମାନଙ୍କର କୌଳିକ ବୃତ୍ତିକୁ ଗ୍ରହଣ କରିଥା’ନ୍ତି । ପ୍ରତ୍ୟେକ ଜାତିର ଏକ ବଂଶଗତ ବୃତ୍ତି ରହିଥାଏ ।

ବଂଶାନୁକ୍ରମିକ ଭାବରେ ସେହି ବୃତ୍ତିକୁ ଜାତିର ସଦସ୍ୟମାନେ ସେମାନଙ୍କର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନୁସରଣ କରିଥା’ନ୍ତି । ଉଦାହରଣସ୍ୱରୂପ, ବ୍ରାହ୍ମଣମାନେ ଧାର୍ମିକ କାର୍ଯ୍ୟରେ ପୌରୋହିତ୍ୟ କରୁଥିବାସ୍ଥଳେ କ୍ଷତ୍ରିୟମାନେ ଦେଶରକ୍ଷା କାର୍ଯ୍ୟ ସମ୍ପାଦନ କରିଥା’ନ୍ତି । କିନ୍ତୁ ବର୍ତ୍ତମାନ ଆଧୁନିକ ସମାଜରେ ବିଜ୍ଞାନର ପ୍ରଗତି ଫଳରେ ଜାତିର ଏହି ଲକ୍ଷଣରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଜାତିର ସଦସ୍ୟମାନେ ସେମାନଙ୍କର ପାରମ୍ପରିକ ବୃତ୍ତିକୁ ଅନୁସରଣ କରିବାକୁ ବାଧ୍ୟ ନୁହଁନ୍ତି ।

(୬) ବିଭିନ୍ନ ସାମାଜିକ ତଥା ଧାର୍ମିକ ସ୍ବାଧ୍ୟାକାର ଏବଂ ଅସାମର୍ଥ୍ୟ (Different civil and religious privileges and disabilities) :
ଡକ୍ଟର ଜି.ଏସ୍. ଘୁରେ (Dr. G. S. Ghurey) ଙ୍କ ମତରେ, ଭାରତୀୟ ଜାତି ପଦ୍ଧତି ସାମାଜିକ ଏବଂ ଧାର୍ମିକ ସ୍ତରୀକରଣ ଉପରେ ପର୍ଯ୍ୟବସିତ । ସମଗ୍ର ଭାରତୀୟ ସମାଜ ଦୁଇ ଭାଗରେ ବିଭକ୍ତ; ଯଥା – ଉଚ୍ଚ ଜାତି ଏବଂ ନୀଚ ଜାତି । ଜାତି ପଦ୍ଧତିରେ କଠୋର ଶୃଙ୍ଖଳା ମଧ୍ଯରେ ନୀଚ ଜାତିର ଲୋକମାନଙ୍କୁ ସବୁଦିନ ପାଇଁ ଅବହେଳିତ ଏବଂ ନିଷ୍ପେଷିତ ହେବାକୁ ପଡ଼ିଥାଏ ।

ହିନ୍ଦୁ ସମାଜରେ ବ୍ରାହ୍ମଣମାନେ ସମସ୍ତ ସୁଯୋଗର ଅଧିକାରୀ ହୋଇଥିବାବେଳେ ନୀଚ ଜାତିର ଲୋକମାନେ ସମସ୍ତ ପ୍ରକାର ଅଧିକାର ଏବଂ ସୁବିଧା ସୁଯୋଗରୁ ବଞ୍ଚ ହେବାର ଦେଖାଯାଇଥାଏ । ଏପରିକି ଶୂଦ୍ର ଜାତିର ଲୋକମାନେ ଉଚ୍ଚ ଜାତିର ଲୋକମାନଙ୍କୁ ସ୍ପର୍ଶ କରିପାରନ୍ତି ନାହିଁ । ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥାଏ । ସର୍ବସାଧାରଣ ବ୍ୟବହାର କରୁଥିବା ରାସ୍ତାଘାଟ, କୃପ, ପୋଖରୀ ପ୍ରଭୃତିରେ ସେମାନଙ୍କୁ ପ୍ରବେଶ କରିବାର ସୁଯୋଗ ଦିଆଯାଇନଥାଏ ।

ଯଦିଚ ବର୍ତ୍ତମାନ ହିନ୍ଦୁ ସମାଜରୁ ଏ ପ୍ରକାର କଟକଣାଗୁଡ଼ିକ କ୍ରମେ କ୍ରମେ ଲିଭିଯିବାରେ ଲାଗିଛି; ତଥାପି ହିନ୍ଦୁ ସମାଜର ଅତୀତର ଇତିହାସକୁ ଅନୁଧ୍ୟାନ କଲେ ଆମେ ଦେଖିବାକୁ ପାଇବା ଯେ ଏହି ଅଳ୍ପ କିଛି ବର୍ଷ ପୂର୍ବରୁ ଅସ୍ପୃଶ୍ୟ ଜାତିର ଲୋକମାନେ ବିଭିନ୍ନ ପ୍ରକାର ନିର୍ଯ୍ୟାତନାର ଶିକାର ହେଉଥିଲେ । ସେମାନଙ୍କୁ ଶିକ୍ଷାଲାଭ କରିବାର ସୁଯୋଗ ଦିଆଯାଉନଥିଲା । ସେମାନଙ୍କୁ ସାମାଜିକ, ଆର୍ଥନୀତିକ, ଧାର୍ମିକ, ସାଂସ୍କୃତିକ ଏବଂ ରାଜନୈତିକ ଅଧିକାର ଓ ସୁବିଧା ସୁଯୋଗରୁ ଦୂରେଇ ରଖାଯାଇଥିଲା ।

ଏମାନଙ୍କର ଅବସ୍ଥାକୁ ସୂଚାଇବାକୁ ଯାଇ କୌଟିଲ୍ୟ (Kautilya) କହିଛନ୍ତି, “ଜଣେ ଶୂଦ୍ର ଯଦି ଏକ ବ୍ରାହ୍ମଣ ନାରୀକୁ ଅପମାନିତ କରେ, ତେବେ ତାକୁ ଅଗ୍ନିରେ ଜୀବନ୍ତ ଦଗ୍ଧ କରାଯିବ । ଯଦି ସେ ଉଦ୍ଦେଶ୍ୟମୂଳକଭାବେ ଏକ ବ୍ରାହ୍ମଣକୁ ତିରସ୍କାର କରେ, ତେବେ ତା’ର ପ୍ରଧାନ ଅଙ୍ଗକୁ କାଟି ଦିଆଯିବ ।’’

ଉପରୋକ୍ତ ଆଲୋଚନା ଆମକୁ ସୂଚାଇ ଦିଏ ଯେ ଜାତି ପଦ୍ଧତି କେତେଗୁଡ଼ିଏ କଟକଣାକୁ ନେଇ ପରିଚାଳିତ ହେଉଥିବା କଥା ସମ୍ପୂର୍ଣ ସତ୍ୟ । କିନ୍ତୁ ଶିଳ୍ପ ଉଦ୍ୟୋଗୀକରଣ ଏବଂ ନଗରୀକରଣ ପ୍ରକ୍ରିୟା ଏବଂ ପାଶ୍ଚାତ୍ୟ ସଂସ୍କୃତି ଏବଂ ସଭ୍ୟତାର ପ୍ରଭାବ ଫଳରେ ଜାତିର ଏହି କଟକଣାଗୁଡ଼ିକ ଭାରତୀୟ ସମାଜରେ ବିଘଟନମୁଖୀ ହେବାର ଲାଗିଛନ୍ତି ।

4. ଜାତି ପଦ୍ଧତି ପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କର ।
କିମ୍ବା, ଜାତି ପଦ୍ଧତିର ବିଭିନ୍ନ ଉପକାରିତାଗୁଡ଼ିକ ଆଲୋଚନା କର ।
Answer:
ଜାତି ପଦ୍ଧତି ଭାରତୀୟ ସାମାଜିକ ବ୍ୟବସ୍ଥାରେ ଏକ ଅତୁଳନୀୟ ସ୍ଥାନ ଅଧିକାର କରିଛି । ଯେଭଳି ବିଭିନ୍ନତା ମଧ୍ୟରେ ଏକତା ହେଉଛି ଭାରତୀୟ ସମାଜର ଏକ ମୁଖ୍ୟ ବୈଶିଷ୍ଟ୍ୟ ଠିକ୍ ସେହିଭଳି ‘ଅପ୍ରକାର୍ଯ୍ୟ ମଧ୍ୟରେ ପ୍ରକାର୍ଯ୍ୟ’ ହେଉଛି ଭାରତୀୟ ଜାତି ପଦ୍ଧତିର ଏକ ମୁଖ୍ୟ ବୈଶିଷ୍ଟ୍ୟ । ଭାରତୀୟ ସମାଜରେ ଏକ ସାମାଜିକ ଅନୁଷ୍ଠାନ ଭାବେ ଜାତି ପଦ୍ଧତି ବିଭିନ୍ନ ପ୍ରକାର ପ୍ରକାର୍ଯ୍ୟକୁ ସମ୍ପାଦନ କରିଥାଏ । ଏହି ପରିପ୍ରେକ୍ଷୀରେ ଡକ୍ଟର ଜି.ଏସ୍. ଘୁରେ (Dr. G. S. Ghuery) କୁହନ୍ତି, ‘‘ଏହା ବ୍ୟକ୍ତି ପରିଚୟକୁ ସୂଚାଇଥାଏ, ପ୍ରସ୍ଥିତିକୁ ନିର୍ଦ୍ଧାରଣ କରିଥାଏ, ବ୍ୟକ୍ତି ସ୍ୱାତନ୍ତ୍ର୍ୟକୁ ଦର୍ଶାଇଥାଏ ଏବଂ ଅଧିକାର ଏବଂ କର୍ତ୍ତବ୍ୟକୁ ସାବ୍ୟସ୍ତ କରିଥାଏ ।’’

ଜାତି ପଦ୍ଧତିର ପ୍ରକାର୍ଯ୍ୟଗୁଡ଼ିକୁ ମୁଖ୍ୟତଃ ଦୁଇଗୋଟି ବିଭାଗରେ ଆଲୋଚନା କରାଯାଇପାରେ । ସେଗୁଡ଼ିକ ହେଲା –
(କ) ବ୍ୟକ୍ତିଗତ ଜୀବନରେ ଏବଂ
(ଖ) ସାମାଜିକ ଜୀବନରେ ପ୍ରକାର୍ଯ୍ୟ ।

(କ) ବ୍ୟକ୍ତିଗତ ଜୀବନରେ ଜାତି ପଦ୍ଧତିର ପ୍ରକାର୍ଯ୍ୟ (Functions of caste system from individual’s point of view) : ବ୍ୟକ୍ତିଗତ ଜୀବନରେ ଏହି ଜାତି ପଦ୍ଧତିର କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରକାର୍ଯ୍ୟ ସମ୍ପାଦିତ ହୋଇଥାଏ । ଏହି ଜାତି ପଦ୍ଧତିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସମସ୍ତ ଘଟଣା ପରିଚାଳିତ ହୋଇଥାଏ । ନିମ୍ନରେ ବ୍ୟକ୍ତିଗତ ଜୀବନରେ ଜାତି ପଦ୍ଧତିର ପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କରାଗଲା ।

(୧) ସାମାଜିକ ପ୍ରସ୍ଥିତିର ନିର୍ଦ୍ଧାରଣ (Determination of social status) : ଜାତି ପଦ୍ଧତି ବ୍ୟକ୍ତିକୁ ଏକ ନିର୍ଦ୍ଦିଷ୍ଟ ପ୍ରସ୍ଥିତି ଯୋଗାଇଥାଏ । ଯେହେତୁ ଏହି ପଦ୍ଧତି ଜନ୍ମ ଉପରେ ପ୍ରତିଷ୍ଠିତ । ତେଣୁ ଜନ୍ମଦ୍ୱାରା ବ୍ୟକ୍ତିର ସାମାଜିକ ପ୍ରସ୍ଥିତି ନିର୍ଦ୍ଧାରିତ ହୋଇଥାଏ । ବିପୁଳ ସମ୍ପତ୍ତି କିମ୍ବା ଦାରିଦ୍ର୍ୟ ବ୍ୟକ୍ତିର ଏହି ସାମାଜିକ ପ୍ରସ୍ଥିତିରେ ପରିବର୍ତ୍ତନ ଆଣିପାରିବ ନାହିଁ । ବ୍ୟକ୍ତି ଏହି ପ୍ରସ୍ଥିତିକୁ ନିଜର ଚେଷ୍ଟା କିମ୍ବା ବୁଦ୍ଧିବଳରେ ଲାଭ କରିନଥାଏ, ଅପରପକ୍ଷରେ କେବଳ ଜାତିଗତ ଜନ୍ମ ଯୋଗୁଁ ସେ ଏଭଳି ପ୍ରସ୍ଥିତିକୁ ଲାଭ କରିଥାଏ ।

ଉଦାହରଣସ୍ୱରୂପ ହିନ୍ଦୁ ସମାଜରେ ଜଣେ ବ୍ରାହ୍ମଣର ଉଚ୍ଚ ପ୍ରସ୍ଥିତିରେ ତା’ର କୌଣସି ବିଶେଷ ଗୁଣ ଯୋଗୁଁ ଲାଭ କରାଯାଇନଥାଏ; ମାତ୍ର ସେ ବ୍ରାହ୍ମଣ ପରିବାରରେ ଜନ୍ମଲାଭ କରିଥିବାରୁ ସ୍ବତଭୂର୍ତଭାବେ ସମାଜରେ ଉଚ୍ଚ ଆସନର ଅଧିକାରୀ ହୋଇଥାଏ । କୌଣସି କାରଣ ଯୋଗୁଁ ଯଦି ସେ ଜାତିରୁ ବହିଷ୍କୃତ ହୁଏ, ତେବେ ସେ ଏହି ଜନ୍ମଗତ ପ୍ରସ୍ଥିତିକୁ ହରାଇଥାଏ । ତେଣୁ କୁହାଯାଇପାରେ ଯେ ଏହି ଜାତି ପଦ୍ଧତି ପ୍ରସ୍ଥିତି (Ascribed status) ଉପରେ ପ୍ରତିଷ୍ଠିତ, ଯାହାକି ଅପରିବର୍ତ୍ତନୀୟ ଅଟେ ।

(୨) ସାମାଜିକ ନିରାପତ୍ତାର ସୁରକ୍ଷା (Provides social security) : ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜାତି ପଦ୍ଧତି ସମ୍ପୂର୍ଣ୍ଣ ସାମାଜିକ ନିରାପତ୍ତା ଯୋଗାଇଥାଏ । ଏହା ବ୍ୟକ୍ତିକୁ ଏକ ନିର୍ଦ୍ଦିଷ୍ଟ ବୃତ୍ତି ଯୋଗାଇଥାଏ ଏବଂ ବ୍ୟକ୍ତି ପାଇଁ ଏହା ଏକ ବଣିକ ସଂଘରୂପେ କାର୍ଯ୍ୟ କରେ । ବଂଶାନୁକ୍ରମିକ ବୃତ୍ତିଯୋଗୁ ବ୍ୟକ୍ତି ତା’ର ଭବିଷ୍ୟତ ବିଷୟରେ ସଚେତନ ହୋଇଥାଏ ଏବଂ କୌଣସି ପ୍ରକାର ଦୁଶ୍ଚିନ୍ତା ତା’ର ମନ ମଧ୍ୟରେ ପ୍ରବେଶ କରି ନ’ଥାଏ ।

ଆଉ ମଧ୍ୟ ଗୋଟିଏ ପ୍ରକାର ପେସାକୁ ଗ୍ରହଣ କରିବାଦ୍ୱାରା ବ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ । ଠିକ୍ ସେହିପରି ଜାତି ପଦ୍ଧତି ବ୍ୟକ୍ତ ପାଇଁ ଏକ ହିତକାରୀ ସମାଜ ଏବଂ ସ୍ୱାସ୍ଥ୍ୟ ବୀମା ଭାବେ କାର୍ଯ୍ୟ କରିଥାଏ । ଏହିଭଳି ଜାତି ପଦ୍ଧତି ବ୍ୟକ୍ତିକୁ ତା’ର ସମ୍ପୂର୍ଣ୍ଣ ଜୀବନକାଳ ପର୍ଯ୍ୟନ୍ତ ସାମାଜିକ ନିରାପତ୍ତା ଯୋଗାଇଥାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

(୩) ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟକଳାପକୁ ପରିଚାଳିତ କରିଥାଏ (Guides the individual day-to-day activities) : ପ୍ରତ୍ୟେକ ଜାତି ତା’ର ସଦସ୍ୟମାନଙ୍କର ବ୍ୟବହାର ଏବଂ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବାପାଇଁ କେତେକ ନୀତିନିୟମକୁ ନିର୍ଦ୍ଧାରିତ କରିଥାଏ, ଯେଉଁଗୁଡ଼ିକ ସଦସ୍ୟମାନଙ୍କଦ୍ୱାରା କଠୋରଭାବେ ଅନୁସରଣ କରାଯାଇଥାଏ । ଯଦି କୌଣସି ସଦସ୍ୟ ଏହା ବିରୁଦ୍ଧରେ କାର୍ଯ୍ୟ କରେ; ତେବେ ଜାତି ପଞ୍ଚାୟତଦ୍ବାରା ତାକୁ କଠିନ ଦଣ୍ଡ ଭୋଗିବାକୁ ପଡ଼ିଥାଏ ।

ପୋଷାକ ପରିଚ୍ଛଦ, ବିଭିନ୍ନ ଉତ୍ସବ ଏବଂ ପର୍ବପର୍ବାଣିଗୁଡ଼ିକରେ ପ୍ରତ୍ୟେକ ସଦସ୍ୟ ଜାତିର ବ୍ୟବହାର ପଦ୍ଧତିକୁ ଅନୁସରଣ କରିଥା’ନ୍ତି । ଏହିପରିଭାବେ ଜାତି ପଦ୍ଧତି କେତେକ ନୀତିନିୟମ ମାଧ୍ଯମରେ ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟକଳାପକୁ ପରିଚାଳିତ କରିଥାଏ ।

(୪) ମାନସିକ ନିରାପତ୍ତା ପ୍ରଦାନ (Provides mental security) : ଜାତି ପଦ୍ଧତିରେ ବ୍ୟକ୍ତିର ସାମାଜିକ ପ୍ରସ୍ଥିତି, ବୃତ୍ତି ଏବଂ ସଙ୍ଗୀ ନିର୍ବାଚନ ଇତ୍ୟାଦି ଜନ୍ମଦ୍ଵାରା ନିର୍ଦ୍ଧାରିତ ହୋଇଥିବାରୁ ବ୍ୟକ୍ତି ଜଥେଷ୍ଟ ମାନସିକ ଶାନ୍ତି ପାଇଥାଏ । କାରଣ ଏହିସବୁ ସାର୍ବଜନୀନ ଘଟଣାଗୁଡ଼ିକରେ ବ୍ୟକ୍ତିଠାରେ ମାନସିକ ଉତ୍ତେଜନା ପ୍ରକାଶ ପାଇନଥାଏ । ବ୍ୟକ୍ତି ନିର୍ଦ୍ଧାରିତ ପ୍ରସ୍ଥିତିର ଅଧ୍ବକାରୀ ହୋଇଥାଏ, ନିର୍ଦ୍ଦିଷ୍ଟ ବୃତ୍ତିକୁ ଅନୁସରଣ କରିଥାଏ ଏବଂ ନିଜ ଜାତିରୁ ସଙ୍ଗୀ ନିର୍ବାଚନ କରିଥାଏ ।

ଯାହାଫଳରେ କି ବ୍ୟକ୍ତିର ଜୀବନ ସୁଖମୟ ହୋଇଥାଏ ଏବଂ ସେ ତା’ର ଜୀବନକାଳ ମଧ୍ୟରେ ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ କରିଥାଏ । ଏହାଛଡ଼ା, ବୃଦ୍ଧ ଅକର୍ମଣ୍ୟ ଏବଂ ବ୍ୟାଧଗ୍ରସ୍ତ ଲୋକମାନଙ୍କୁ ଜାତି ପଦ୍ଧତି ସାହାଯ୍ୟ ଯୋଗାଇଥାଏ । ସେରିଙ୍ଗ (Sering) ଙ୍କ ମତରେ, ଜାତି ପଦ୍ଧତି ପରିଷ୍କାର ପରିଚ୍ଛନ୍ନତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଆବଶ୍ୟକ ସ୍ଥଳେ ହିନ୍ଦୁ ସମ୍ପ୍ରଦାୟଭୁକ୍ତ ସମୂହଗୁଡ଼ିକ ମଧ୍ୟରେ ଶୃଙ୍ଖଳାଜ୍ଞାନ ଏବଂ ଐକ୍ୟ ବନ୍ଧନ ସୃଷ୍ଟି କରିଥାଏ ।

(ଖ) ସାମାଜିକ ଜୀବନରେ ଜାତି ପଦ୍ଧତିର ପ୍ରକାର୍ଯ୍ୟ (Functions of caste system in social life) : ଜାତି ପଦ୍ଧତି ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହି ଜାତି ପଦ୍ଧତିକୁ ହିନ୍ଦୁ ସମାଜ ଗଠନର ମୁଖ୍ୟ ଆଧାର

(୧) ସଂସ୍କୃତିର ସୁରକ୍ଷା କରିଥାଏ (It preserves culture) : ଜାତିର ଏକ ମୁଖ୍ୟ ପ୍ରକାର୍ଯ୍ୟ ହେଉଛି ଏହା ସଂସ୍କୃତିର ସୁରକ୍ଷାକାରୀ ଅଟେ । ସାଧାରଣତଃ କୁହାଯାଉଅଛି ଯେ ଯଦି ଏକ ସମାଜ ତିଷ୍ଠି ରହିବାକୁ ଚାହେଁ, ତା’ହେଲେ ସେହି ସମାଜ ତା’ର ସଂସ୍କୃତିକୁ ଗୋଟିଏ ପୁରୁଷରୁ ଆଉ ଗୋଟିଏ ପୁରୁଷକୁ ହସ୍ତାନ୍ତରିତ କରିବାପାଇଁ ପ୍ରସ୍ତୁତ ରହିବା ନିହାତି ଆବଶ୍ୟକ । ଜାତି ପଦ୍ଧତି ଏଭଳି କାର୍ଯ୍ୟକୁ ସମ୍ପାଦନ କରିବାପାଇଁ ଏକ ଉତ୍କୃଷ୍ଟ ପଦ୍ଧତିରୂପେ ପରିଚିତ ।

ଜାତି ପଦ୍ଧତିରେ ବିଭିନ୍ନ ଜାତିଗତ ପ୍ରଥା ଏବଂ କାରିଗରୀ କୌଶଳଗୁଡ଼ିକ ବିଭିନ୍ନ ବୃତ୍ତିଗତ ଜାତିମାନଙ୍କଦ୍ବାରା ଗୋଟିଏ ପୁରୁଷରୁ ଆଉ ଗୋଟିଏ ପୁରୁଷକୁ ହସ୍ତାନ୍ତରିତ ହୋଇଥାଏ । ଜେ.ଏଚ୍.ହଟନ୍ (J.H. Hutton) ଙ୍କ ମତରେ, ‘ଭାରତୀୟ ସଂସ୍କୃତି ହେଉଛି ପ୍ରତ୍ୟେକ ଜାତି ସଂସ୍କୃତିର ଏକ ପରିପୂର୍ଣ୍ଣ ଏକ ସମାହାର ।’’

(୨) ସମାଜ ସଂହତିକୁ ଅକ୍ଷୁଣ୍ଣ ରଖୁଥାଏ (It integrates society) : ଏକ ବୃହତ୍ତର ସମୁଦାୟ ମଧ୍ୟରେ ବିଭିନ୍ନ ପ୍ରଜାତୀୟ, ଭାଷାଗତ, ଧର୍ମଗତ, ଜନଜାତୀୟ ସମୂହଗୁଡ଼ିକୁ ଏକତ୍ରିତ କରି ରଖିରେ ଜାତି ପଦ୍ଧତି ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ କାର୍ଯ୍ୟ କରିଥାଏ । ଆଉ ମଧ୍ଯ ଜାତି ପଦ୍ଧତି ଗୋଟିଏ ସମାଜ ମଧ୍ୟରେ ବିଭିନ୍ନ ସଂସ୍କୃତିର ଲୋକମାନଙ୍କୁ କେନ୍ଦ୍ରୀଭୂତ କରି ରଖୁବାରେ ଏକ ସ୍ଵତନ୍ତ୍ର କାରକରୂପେ କାର୍ଯ୍ୟ କରିଥାଏ । ବିଭିନ୍ନ ପ୍ରଜାତୀୟ ଏବଂ ଧର୍ମଗତ ସମୂହଗୁଡ଼ିକ ଜାତି ପଦ୍ଧତିଦ୍ଵାରା, ଭାବରେ ସଙ୍ଗଠିତ ହୋଇଥା’ନ୍ତି ଏବଂ ସେମାନେ ସମସ୍ତେ ଏକ ସାମାଜିକ ବ୍ୟବସ୍ଥାର ଅଂଶଭାବେ ନିଜକୁ ପରିଚିତ କରାଇଥା’ନ୍ତି ।

(୩) ସମାଜରେ ସ୍ଥିରତା ଆଣିଥାଏ (It brings stability in the society) : ସମାଜରେ ସ୍ଥିରତା ଆଣିବାରେ ଜାତି ପଦ୍ଧତି ସାହାଯ୍ୟ କରିଥାଏ । ହିନ୍ଦୁ ସମାଜ ତିଷ୍ଠି ରହିପାରିଛି; କାରଣ ଏହା ଜାତି ପଦ୍ଧତି ଉପରେ ପ୍ରତିଷ୍ଠିତ । ଏହା ହିନ୍ଦୁ ସମାଜକୁ ବିଭିନ୍ନ କ୍ଷୁଦ୍ର ଅଂଶରେ ବିଭକ୍ତ ହେବାରୁ ବଞ୍ଚତ କରିଛି । ଯଦିଓ ବିଭିନ୍ନ କାରଣବଶତଃ ହିନ୍ଦୁ ସମାଜ ବହୁ ସମୟ ଧରି ପ୍ରଭାବିତ ହୋଇଛି ଏବଂ କେତେକ ହିନ୍ଦୁ ମୁସଲମାନ ଏବଂ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଛନ୍ତି ତଥାପି ହିନ୍ଦୁ ସମାଜ ତା’ର ସ୍ୱତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରକ୍ତପାରିଛି; କାରଣ ଏହା ଜାତି ପଦ୍ଧତି ଉପରେ ପ୍ରତିଷ୍ଠିତ ।

(୪) ରାଜନୈତିକ ସ୍ଥିରତା ଆଣିଥାଏ (It brings political stability) : ହିନ୍ଦୁ ସମାଜ ପାଇଁ ଏହି ଜାତି ପଦ୍ଧତି ରାଜନୈତିକ ସ୍ଥିରତା ଆଣିବାରେ ସାହାଯ୍ୟ କରିଛି । ହିନ୍ଦୁମାନଙ୍କ ପାଇଁ ଏହା ଏକ ସମ୍ବିଧାନରୂପେ କାର୍ଯ୍ୟ କରିଥାଏ । ବିଗତ ୨୦୦୦ ବର୍ଷ ଧରି ଜାତି ପଦ୍ଧତି ଭାରତର ରାଜନୀତିକୁ ଗଭୀରଭାବେ ପ୍ରଭାବିତ କରିଆସୁଛି । ରଜନୀ କୋଠାରୀ (Rajani Kothari) ଙ୍କ ମତରେ, ସାର୍ବଜନୀନ ସାବାଳକ ମତଦାନ (Universal adult franchise) ପ୍ରଥା ପ୍ରବର୍ତ୍ତନ ହେବା ଫଳରେ ଜାତି ପଦ୍ଧତି ଭାରତର ରାଜନୀତିରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଆବେ ଦୁବିସ୍ (Abbe Dubois) ଙ୍କ ମତରେ, “ଜାତି ହେଉଛି ଶୃଙ୍ଖଳିତ ସରକାରର ଏକ ଦୃଢ଼ ଭିଭି, ସ୍ଵେଚ୍ଛାଚାରିତା ବିରୁଦ୍ଧରେ ଏକ ପ୍ରତିରକ୍ଷା ଶକ୍ତି, କଳା ଓ ସ୍ଥାପତ୍ୟ ସୁରକ୍ଷାର ଏକ ମାଧ୍ୟମ ଏବଂ ବିଦେଶୀ ଶତ୍ରୁମାନଙ୍କ କବଳରୁ ହିନ୍ଦୁ ସଂସ୍କୃତିର ସ୍ଵରୂପକୁ ସଂରକ୍ଷଣ କରିବାରେ ଏକ ଶକ୍ତିଶାଳୀ ଅସ୍ତ୍ର ।’’

(୫) ଭାରତୀୟ ସାମାଜିକ ସଂରଚନାର ଆଧାର (A base of Indian social structure) : ଜାତି ପଦ୍ଧତି ଭାରତୀୟ ସାମାଜିକ ସଂରଚନାର ମୂଳଭିଭିରୂପେ କାର୍ଯ୍ୟ କରିଥାଏ । ଏହା କେବଳ ବ୍ୟକ୍ତିକୁ ଏକ ନିର୍ଦ୍ଦିଷ୍ଟ ପ୍ରସ୍ଥିତି ଯୋଗାଇ ନଥାଏ; ବରଂ ସାମାଜିକ ମିଳାମିଶା ପାଇଁ ପଥ ପରିଷ୍କାର କରିଥାଏ । ଏହା ପ୍ରତ୍ୟେକ ବ୍ୟକ୍ତିକୁ ଜନ୍ମଠାରୁ ଏକ ନିର୍ଦ୍ଦିଷ୍ଟ ଜାତିର ସଦସ୍ୟରୂପେ ପରିଚିତ କରାଇଥାଏ ଏବଂ ଜୀବନର ଅବଶିଷ୍ଟ ସମୟର ମାର୍ଗ ଦେଖାଇଥାଏ ।

ଫଳରେ ସମସ୍ତ ପ୍ରକାର ହତାଶାଭାବରୁ ବ୍ୟକ୍ତି ନିଜକୁ ମୁକ୍ତ କରିଥାଏ । ଡକ୍ଟର ଭାଗବାନ ଦାସ ଜାତି ପଦ୍ଧତିକୁ ପ୍ରାଚୀନ ଭାରତର ଏକ କଳ୍ପିତ ବୈଜ୍ଞାନିକ ସମାଜବାଦ ଆଖ୍ୟା ଦେଇଛନ୍ତି । ଏହା ପ୍ରତ୍ୟେକ ବ୍ୟକ୍ତିର ଶିକ୍ଷାକୁ ନିର୍ଦ୍ଧାରଣ କରାଇଥାଏ । ଉଦାହରଣ ସ୍ୱରୂପ ବ୍ରାହ୍ମଣମାନଙ୍କର ଶିକ୍ଷା ଧାର୍ମିକ ପୂଜାବିଧ ଉପରେ ପର୍ଯ୍ୟବସିତ ହୋଇଥିବାବେଳେ କ୍ଷତ୍ରିୟମାନଙ୍କର ଶିକ୍ଷା ପ୍ରତିରକ୍ଷା ଉପରେ ପ୍ରତିଷ୍ଠିତ ।

ଉପରୋକ୍ତ ଆଲୋଚନରୁ ସ୍ପଷ୍ଟଭାବରେ ପ୍ରମାଣିତ ହୁଏ ଯେ, ଜାତି ପଦ୍ଧତି ଭାରତରେ କେତେକ ଦରକାରୀ ପ୍ରକାର୍ଯ୍ୟକୁ ସମ୍ପାଦିତ କରିଥାଏ ଏବଂ ହିନ୍ଦୁ ସାମାଜିକ ସଙ୍ଗଠନର ବିକାଶ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଆଉ ମଧ୍ୟ କୁହାଯାଇପାରେ ଯେ ବିଭିନ୍ନ ଧାର୍ମିକ, ଭାଷାଗତ ଏବଂ ପ୍ରଜାତୀୟ ସମୂହଗୁଡ଼ିକୁ ଏକତ୍ରୀକରଣ କରିବାରେ ଜାତି ପଦ୍ଧତିର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସଂକ୍ଷେପରେ କହିବାକୁ ଗଲେ ଜାତି ପଦ୍ଧତିର ଭୂମିକା ଅତି ମୌଳିକ ଯାହା କି ସାମାଜିକ କ୍ରମକୁ ନୂତନ ଆକୃତି ପ୍ରଦାନ କରିଥାଏ ।

5. ଜାତି ପଦ୍ଧତିର ଅପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କର ।
କିମ୍ବା, ଜାତି ପଦ୍ଧତିର ବିଭିନ୍ନ ଅପକାରିତାଗୁଡ଼ିକ ଆଲୋଚନା କର ।
Answer:
ଉଠ ଯଦିଚ ଜାତି ପଦ୍ଧତି ସମାଜ ପାଇଁ ଏକ ହିତକାରୀ ଅନୁଷ୍ଠାନରୂପେ କାର୍ଯ୍ୟ କରିଥାଏ, ତଥାପି ଏହା ଅନେକ ଅପକାର୍ଯ୍ୟ ମଧ୍ୟ ସମ୍ପାଦିତ କରିଥାଏ । କାଳକ୍ରମେ ଜାତିର କେତେକ ବୈଶିଷ୍ଟ୍ୟ ବିକାଶର ପ୍ରକ୍ରିୟା ଆଗରେ ପ୍ରତିବନ୍ଧକ ସୃଷ୍ଟି କଲା । ନିମ୍ନରେ ଜାତି ପଦ୍ଧତିର ବିଭିନ୍ନ ଅପକାର୍ଯ୍ୟଗୁଡ଼ିକ ଆଲୋଚନା କରାଗଲା ।

(୧) ସାମାଜିକ ବିଘଟନ (Social dis-organisation) : ଅତୀତରେ ଜାତି ପଦ୍ଧତି ସମାଜରେ ଐକ୍ୟ ସୃଷ୍ଟି କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଏହା ଥିଲା ଏକତା ପ୍ରତିଷ୍ଠା କରିବାର ଏକ ପ୍ରଧାନ ଉତ୍ସ । କିନ୍ତୁ ବର୍ତ୍ତମାନ ସମାଜରେ ଏହା ହିନ୍ଦୁମାନଙ୍କୁ ଶହ ଶହ ଉପଜାତି ସମୂହରେ ବିଭକ୍ତ କରିଅଛି । ଆଉ ମଧ୍ଯ ବଦ୍ଧିତ ଶତ୍ରୁଭାବ ଓ ଘୃଣାଭାବ, ଉଜ ଏବଂ ନୀଚ ଜାତିର ସଦସ୍ୟମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହ ଏବଂ ଶ୍ରଦ୍ଧାକୁ ସମ୍ପୂର୍ଣ୍ଣରୂପେ ଉଚ୍ଛେଦ କରିଛି ।

CHSE Odisha Class 11 Sociology Unit 4 Long Answer Questions in Odia Medium

ଉଚ୍ଚ ଜାତିର ସଦସ୍ୟ ଏବଂ ନୀଚ ଜାତି (ଯେଉଁମାନେ କି ଅସ୍ପୃଶ୍ୟରୂପେ ପରିଚିତ)ର ସଦସ୍ୟମାନଙ୍କ ମଧ୍ୟରେ ଅଧିକ ଦୂରତ୍ୱ ସୃଷ୍ଟି ହୋଇଛି ଯାହାଫଳରେ କି ଏକ ନିର୍ଦ୍ଦିଷ୍ଟ ସମୂହର ସଦସ୍ୟମାନେ ପଶୁମାନଙ୍କ ଭଳି ଜୀବନଯାପନ କରୁଅଛନ୍ତି । ଏପରିକି ଉଚ୍ଚ ଜାତି ବ୍ରାହ୍ମଣମାନେ ଶହ ଶହ କ୍ଷୁଦ୍ର ବିଭାଗରେ ବିଭକ୍ତ ହୋଇଛନ୍ତି ଏବଂ ପ୍ରତ୍ୟେକ ବିଭାଗ ଅନ୍ୟଠାରୁ ଶ୍ରେଷ୍ଠ ବୋଲି ନିଜକୁ ପରିଚିତ କରିଥାଏ । ଫଳରେ ହିନ୍ଦୁ ସମାଜ କ୍ରମେ କ୍ରମେ ବିଘଟନ ଆଡ଼କୁ ଗତି କରିବାରେ ଲାଗିଛି ।

(୨) ରାଜନୈତିକ ଅସ୍ଥିରତା (Political disunity) : ଜାତି ପଦ୍ଧତି, ଜାତିବାଦ (ନିଜ ଜାତି ପ୍ରତି ଅନ୍ଧ ଆନୁଗତ୍ୟ )କୁ ଉତ୍ସାହିତ କରିଥାଏ, ଯାହାଫଳରେ କି ହିନ୍ଦୁମାନଙ୍କୁ ଏକତା ପାଶରେ ଆବଦ୍ଧ କରିବା ସମ୍ଭବପର ହୁଏ ନାହିଁ । ଯଦି ଆମେ ଭାରତୀୟ ସମାଜର ଅତୀତ ଇତିହାସକୁ ଅନୁଧ୍ୟାନ କରୁ ଆମେ ଜାଣିବାକୁ ପାଇବା ଯେ ଏହି ଏକତାର ଅଭାବ ବିଦେଶୀମାନଙ୍କୁ ସହଜରେ ଭାରତକୁ ଆକ୍ରମଣ କରିବାପାଇଁ ନିମନ୍ତ୍ରଣ କରିଥିଲା । ଭାରତର ବିଗତ ୨୫୦୦ ବର୍ଷର ଇତିହାସ ସୂଚନା ଦିଏ ଯେ ଭାରତ ୧୨୫ ଥର ବିଦେଶୀମାନଙ୍କର ଆକ୍ରମଣ ଶିକାର ହୋଇଥିଲା ।

(୩) ଜାତୀୟ ଏକତାର ପ୍ରତିବନ୍ଧକ (Obstacle to national unity) : ଜାତି ପଦ୍ଧତି ଦେଶର ଏକତା ପଥରେ ଅନ୍ତରାୟ ସୃଷ୍ଟ କରିଆସୁଛି । ସମାଜରେ ନୀଚ ଜାତିର ସଦସ୍ୟମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବାରୁ ସେମାନେ ସଦାସର୍ବଦା ଅସନ୍ତୋଷ ପ୍ରକାଶ କରିଥା’ନ୍ତି । ଏହାଦ୍ଵାରା ଜାତୀୟ ଏକତା କ୍ଷୁଣ୍ଣ ହୋଇଥାଏ । ଡକ୍ଟର ଜି.ଏସ୍. ଘୁରେ (Dr. G.S. Ghurey) ମତ ଦିଅନ୍ତି, “ଜାତି ପଦ୍ଧତି ଜାତୀୟ ଏକତାର ବିକାଶ ପାଇଁ ଏକ ଅସୁସ୍ଥ ବାତାବରଣ ସୃଷ୍ଟି କରିଥାଏ ।’’ ଇ.ସ୍କିମ୍‌ (E. Schmidt) କହିଛନ୍ତି ଯେ, ଜାତି ପଦ୍ଧତିର ଏକ ବିୟୋଗାନ୍ତକ ପରିଣାମ ହେଉଛି ଯେ ଏହା ସାଧାରଣ ଜାତୀୟ ସଚେତନତାକୁ ପ୍ରତିରୋଧ କରିଥାଏ ।

(୪) ସାମାଜିକ ପ୍ରଗତି ଆଗରେ ପ୍ରତିବନ୍ଧକ (Obstacle to social progress) : ଜାତି ପଦ୍ଧତିର ଅନ୍ୟ ଏକ ଦୋଷ ହେଉଛି ଯେ ଏହା ଦେଶର ସାମାଜିକ ଏବଂ ଅର୍ଥନୀତିକ ପ୍ରଗତିରେ ବାଧା ସୃଷ୍ଟି କରିଥାଏ । କର୍ମତତ୍ତ୍ଵଦ୍ୱାରା ପରିଚାଳିତ ହୋଇ ବିଭିନ୍ନ ଜାତିର ସଦସ୍ୟମାନେ ଅଧିକ ମାତ୍ରାରେ ରକ୍ଷଣଶୀଳ ପ୍ରକୃତିର ହୋଇଯାଆନ୍ତି । ଏହି ରକ୍ଷଣଶୀଳ ଚିନ୍ତାଧାରା ଯୋଗୁଁ ସେମାନେ ଯେ କେବଳ ପୁରାତନ ପ୍ରଥା ଏବଂ ପରମ୍ପରାକୁ ଛାଡ଼ି ନଥା’ନ୍ତି, ଅପରପକ୍ଷରେ ସେମାନେ ନୂତନ ଆଦର୍ଶ, ମୂଲ୍ୟବୋଧ ଏବଂ ବୈଜ୍ଞାନିକ ଉଦ୍ଭାବନ ପ୍ରତି ଆଗ୍ରହ ପ୍ରକାଶ କରିଥା’ନ୍ତି । ଏହି ପରିପ୍ରେକ୍ଷୀରେ ସମାଜର ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ।

(୫) ଅସ୍ପୃଶ୍ୟତା (Untouchability) : ଜାତି ପଦ୍ଧତି ଏକ କଳଙ୍କିତ ସାମାଜିକ ବ୍ୟାଧ୍ ସୃଷ୍ଟି କରିଛି, ଯାହା ଅସ୍ପୃଶ୍ୟତା ନାମରେ ପରିଚିତ । ଜାତି ସ୍ତରୀକରଣ ପଦ୍ଧତିଦ୍ୱାରା ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ସାମାଜିକ ସୋପାନର ନିମ୍ନ ଭାଗରେ ରହି ସବୁଦିନ ପାଇଁ ଅବହେଳିତ, ଦଳିତ ଏବଂ ନିଷ୍ପେଷିତ ହୋଇଥା’ନ୍ତି । ମହାତ୍ମାଗାନ୍ଧୀ କହିଛନ୍ତି, ‘‘ଅସ୍ପୃଶ୍ୟତା ହେଉଛି ଜାତି ପଦ୍ଧତିର ଏକ କୁତ୍ସିତ ପରିପ୍ରକାଶ ଏବଂ ଈଶ୍ଵର ଏବଂ ମନୁଷ୍ୟ ଜାତି ପ୍ରତି ଏହା ଏକ ଅପରାଧ ।’’ (Untouchability is the most hateful expression of caste system and it is crime against God and man).

(୬) ଶ୍ରମ ସଞ୍ଚାଳନର ବିରୋଧ (Denial of mobility of labour) : ଜାତି ପଦ୍ଧତି ଶ୍ରମ ସଞ୍ଚାଳନକୁ ବିରୋଧ କରିଥାଏ । ଜାତିର କଠୋର ଶୃଙ୍ଖଳା ମଧ୍ୟରେ ରହି ବ୍ୟକ୍ତି ନୂତନ ପେସାକୁ ଗ୍ରହଣ କରିବାପାଇଁ ସୁଯୋଗ ପାଇନଥାଏ । ଜାତିଦ୍ୱାରା ନିର୍ଦ୍ଧାରିତ ବୃତ୍ତିକୁ ଗ୍ରହଣ କରିବା ପାଇଁ ସେ ବାଧ୍ୟ ହୋଇଥାଏ । ଫଳରେ ବହୁ ବ୍ୟକ୍ତି ନିର୍ଦ୍ଧାରିତ ବୃତ୍ତିକୁ ଅନୁସରଣ କରିବାକୁ ବାଧ୍ୟ ହୋଇ ଜୀବନରେ ବିଫଳତାର ବୋଝ ବହନ କରି ଦୁଃଖରେ ଜୀବନ ବିତାଇଥା’ନ୍ତି । ଫଳରେ ବ୍ୟକ୍ତିମାନଙ୍କଠାରେ ଆଳସ୍ୟତା ସୃଷ୍ଟି ହୋଇଥାଏ । ଆଉ ମଧ୍ୟ କେତେକ ବ୍ୟକ୍ତି ବାଧ୍ଯରେ ଏକ ନିର୍ଦ୍ଦିଷ୍ଟ ବୃତ୍ତିକୁ ଗ୍ରହଣ କରି ଏକ ଦୁଃଖପୂର୍ଣ୍ଣ ଜୀବନଯାପନ କରିଥା’ନ୍ତି ।

(୭) ଗଣତନ୍ତ୍ରର ବିରୋଧ (Opposing democracy) : ଜାତି ପଦ୍ଧତି ଗଣତନ୍ତ୍ରର ବିରୋଧୀ ଅଟେ । ଗଣତନ୍ତ୍ର ସମାନତା, ମୁକ୍ତି ଏବଂ ଭ୍ରାତୃତ୍ୱ ଉପରେ ପ୍ରତିଷ୍ଠିତ । ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ଗଣତନ୍ତ୍ର ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଥାଏ । ଅପରପକ୍ଷରେ ଜାତି ପଦ୍ଧତି ସମାଜର ସମସ୍ତ ବ୍ୟକ୍ତିଙ୍କୁ ସମାନ ଅଧିକାର ପ୍ରଦାନ କରିନଥାଏ । ଜାତି ସ୍ତରୀକରଣକୁ ଭିତ୍ତିକରି ସଦସ୍ୟମାନଙ୍କର ଅଧିକାର ନିର୍ଦ୍ଧାରିତ ହୋଇଥାଏ । ଉଦାହରଣ ସ୍ୱରୂପ ଉଚ୍ଚ ଜାତିର ସଦସ୍ୟମାନେ ସମସ୍ତ ଅଧିକାର, ସୁବିଧା ସୁଯୋଗ ଉପଭୋଗ କରୁଥିବାବେଳେ ନୀଚ ଜାତିର ସଦସ୍ୟମାନେ ନିର୍ଯ୍ୟାତନା ଭୋଗ କରନ୍ତି । ଏହା ଫଳରେ ଗଣତନ୍ତ୍ରର ମୌଳିକ ନୀତି କ୍ଷୁଣ୍ଣ ହୋଇଥାଏ ।

(୮) ମହିଳାମାନଙ୍କର ନିମ୍ନ ପ୍ରସ୍ଥିତି : ହିନ୍ଦୁ ମହିଳାମାନଙ୍କର ନିମ୍ନ ପ୍ରସ୍ଥିତି ପାଇଁ ଜାତି ପଦ୍ଧତି ଦାୟୀ । ଯଦି ଆମେ ହିନ୍ଦୁ ସମାଜର ଅତୀତର ଇତିହାସକୁ ଅନୁଧ୍ୟାନ କରିବା ତା’ ହେଲେ ଆମେ ଦେଖ‌ିବାକୁ ପାଇବା ଯେ ଏଇ ଅଳ୍ପଦିନ ପୂର୍ବରୁ ହିନ୍ଦୁ ନାରୀମାନଙ୍କୁ ଶିକ୍ଷାଲାଭ କରିବାରୁ ବଞ୍ଚତ କରି ରଖାଯାଉଥିଲା । ସେମାନଙ୍କୁ ଗୃହର ଚାରିକାନ୍ଥ ମଧ୍ୟରେ ଆବଦ୍ଧ କରି ରଖାଯାଉଥିଲା । ଯଦି ବିବାହର ପ୍ରଥମ ଦିବସରେ ସେମାନେ ବିଧବା ହେଉଥିଲେ ସେମାନଙ୍କୁ ପୁନର୍ବିବାହ କରିବାର ସୁଯୋଗ ଦିଆଯାଉନଥିଲା ।

ଅପରପକ୍ଷରେ ବଳପୂର୍ବକ ଭାବରେ ସେମାନଙ୍କୁ ମୃତ ସ୍ଵାମୀମାନଙ୍କର ଚିତାଗ୍ନିରେ ଝାସ ଦେବାକୁ ବାଧ୍ୟ କରାଯାଉଥିଲା । ପିଲାମାନଙ୍କୁ ଜନ୍ମଦେବା ଏବଂ ସ୍ଵାମୀମାନଙ୍କର ଯୌନ ଅଭିଳାଷକୁ ପୂରଣ କରିବା ସେମାନଙ୍କର ଥିଲା ମୁଖ୍ୟ କର୍ତ୍ତବ୍ୟ ।

ଉପରିଲିଖ ଆଲୋଚନା ସୂଚନା ଦିଏ ଯେ, ଜାତି ପଦ୍ଧତି ହିନ୍ଦୁସମାଜ ପାଇଁ କେତେକ ଅନିଷ୍ଟକାରୀ ପ୍ରକାର୍ଯ୍ୟ ସମ୍ପାଦନ କରିଥାଏ । ଜାତି ପଦ୍ଧତିରେ କଠୋର ଶୃଙ୍ଖଳା ମଧ୍ୟରେ କବଳିତ ହୋଇ ହିନ୍ଦୁ ସମାଜ କ୍ରମେ କ୍ରମେ ବିଘଟନମୁଖୀ ହେବାରେ ଲାଗିଛି ।

6. ଭାରତରେ ଜାତି ପଦ୍ଧତିକୁ ପ୍ରଭାବିତ କରୁଥିବା କାରକଗୁଡ଼ିକ ଆଲୋଚନା କର ।
କିମ୍ବା, ଜାତି ପଦ୍ଧତିର ବିଘଟନର କାରକଗୁଡ଼ିକ ବିଶ୍ଳେଷଣ କର ।
Answer:
ଆଧୁନିକ ଭାରତରେ କେତେକ ଶକ୍ତିଶାଳୀ କାରକଦ୍ବାରା ପ୍ରଭାବିତ ହୋଇ ଜାତି ପଦ୍ଧତିର ବୈପ୍ଳବିକ ପରିବର୍ତ୍ତନ ସଂଘଟିତ ହୋଇଅଛି । ଏହି କାରକଗୁଡ଼ିକ ଆମ ସମାଜରେ ଜାତି ପଦ୍ଧତିକୁ ଦୁର୍ବଳ କରିବାପାଇଁ ଦାୟୀ ଅଟନ୍ତି । ନିମ୍ନରେ ଜାତି ପଦ୍ଧତିକୁ ପ୍ରଭାବିତ କରୁଥିବା ମୁଖ୍ୟ କାରକଗୁଡ଼ିକ ଆଲୋଚନା କରାଗଲା ।

(୧) ଆଧୁନିକ ଶିକ୍ଷା (Modern Education) :
ଭାରତରେ ଜାତି ପଦ୍ଧତିକୁ ଦୁର୍ବଳ କରିବାରେ ଆଧୁନିକ ଶିକ୍ଷା ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଏହି ଆଧୁନିକ ଶିକ୍ଷା ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ । ଏକ ପକ୍ଷେ ଏହା ସ୍ବାଧୀନତା, ସମାନତା ଓ ଭ୍ରାତୃଭାବ ଆଦି ଗଣତାନ୍ତ୍ରିକ ଆଦର୍ଶ ଉପରେ ଗୁରୁତ୍ବ ଆରୋପ କରୁଥିବାବେଳେ, ଅପରପକ୍ଷେ ଏହା ହେତୁବାଦ ଏବଂ ପର୍ଯ୍ୟବେକ୍ଷଣ ପ୍ରଭୃତି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ସମ୍ପ୍ରସାରଣ କରିଥାଏ ।

ଏହି ଆଧୁନିକ ଶିକ୍ଷାଦ୍ବାରା ଆମ ସମାଜର ଶିକ୍ଷିତ ବ୍ୟକ୍ତିମାନେ ଜାତିପଦ୍ଧତିର ଐଶ୍ୱରିକ ମତବାଦ, ଉତ୍ତରାଧିକାରୀୟ ଅସମତା, କୌଳିକ ବୃତ୍ତି ଏବଂ କର୍ମଫଳ ପ୍ରଭୃତି ନୀତିନିୟମକୁ ଉପେକ୍ଷା କରୁଛନ୍ତି । ଆଉ ମଧ୍ଯ ଏକତ୍ର ଶିକ୍ଷାଲାଭ କରିବା ଫଳରେ ଆନ୍ତଃଜାତି ବିବାହ ପ୍ରଥା ପ୍ରତି ଯଥେଷ୍ଟ ଉତ୍ସାହ ବଢ଼ିବାରେ ଲାଗିଛି । ଏକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ଏକାଠି ବିଦ୍ୟାଲାଭ କରିବା ଫଳରେ ସମସ୍ତ ଜାତିର ବାଳକ ଓ ବାଳିକାମାନଙ୍କ ମନରୁ ଉଚ୍ଚନୀଚ ତଥା ଛୁଆ-ଅଛୁଆଁ ଭେଦଭାବ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଭାରତୀୟ ସମାଜରେ ଜାତିପ୍ରଥାର ଅଧଃପତନ ପାଇଁ ଆଧୁନିକ ଶିକ୍ଷା ଏକ ଶକ୍ତିଶାଳୀ କାରକ ଭାବେ ଦଣ୍ଡାୟମାନ ।

CHSE Odisha Class 11 Sociology Unit 4 Long Answer Questions in Odia Medium

(୨) ଶିଳ୍ପୀକରଣ (Industrialisation) :
ବର୍ତ୍ତମାନ ସମାଜ ମୁଖ୍ୟତଃ ବୈଜ୍ଞାନିକ ଜ୍ଞାନଦ୍ୱାରା ପରିଚାଳିତ । ବୈଜ୍ଞାନିକ ପ୍ରଗତି ଫଳରେ ଶିଳ୍ପୀକରଣ ସମ୍ଭବପର ହୋଇପାରିଛି । ଶିଳ୍ପୀକରଣ ପ୍ରକ୍ରିୟାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ କଳକାରଖାନାମାନ ଗଢ଼ି ଉଠିଛି । ସବୁ ଜାତିର ଲୋକମାନେ ଏହି କଳକାରଖାନାଗୁଡ଼ିକରେ ଏକତ୍ର ମିଳିମିଶି କାର୍ଯ୍ୟ କରିବାଦ୍ୱାରା ଜାତିଆଣ ମନୋଭାବ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଆଉ ମଧ୍ଯ କାର୍ଯ୍ୟକ୍ଷେତ୍ରରେ ଜନ୍ମ ଅପେକ୍ଷା ବ୍ୟବସାୟିକ ଦକ୍ଷତା ଏବଂ କର୍ମକୁଶଳତାକୁ ଅଗ୍ରାଧିକାର ଦିଆଯାଉଛି ।

ଫଳରେ ଜାତିପ୍ରଥାଦ୍ଵାରା ନିର୍ଦ୍ଧାରିତ ବୃତ୍ତିକୁ ଅନୁସରଣ ନ କରି ବିଭିନ୍ନ ଜାତିର ସଦସ୍ୟମାନେ ସ୍ୱ-ଇଚ୍ଛାରେ ଯେକୌଣସି ବୃତ୍ତିକୁ ଗ୍ରହଣ କରିପାରୁଛନ୍ତି । ଉଦାହରଣ ସ୍ଵରୂପ ବିଭିନ୍ନ କଳକାରଖାନା ଆଦିରେ ନୀଚ ଜାତିର ଲୋକମାନେ ଉଚ୍ଚ ପଦବୀରେ ଥିବାବେଳେ ଉଚ୍ଚ ଜାତିର ଲୋକମାନେ ସେମାନଙ୍କର ଅଧସ୍ତନ କର୍ମଚାରୀଭାବେ କାର୍ଯ୍ୟ କରୁଛନ୍ତି । ଏହି ପଦ୍ଧତି ଉଚ୍ଚ ଜାତିର ପରସ୍ପର ଯିବା ଆସିବା କରିବାଦ୍ୱାରା ଛୁଆଁଅଛୁଆଁ ମନୋଭାବର ବିଲୟ ଘଟିଛି ।

ଏହି ପରିପ୍ରେକ୍ଷୀରେ ଏ.ଡବ୍ଲ୍ୟୁ. ଗ୍ରୀନ୍ (A. W. Green) କୁହନ୍ତି, ‘‘ପୂର୍ବେ ନୀଚ ଜାତି ଲୋକମାନଙ୍କର ଛାୟା ସ୍ପର୍ଶଦ୍ବାରା ବ୍ରାହ୍ମଣ ନିଜକୁ ଅପବିତ୍ର ମନେକରି ଶୁଦ୍ଧ ହେବାପାଇଁ ପବିତ୍ର ଜଳରେ ସ୍ନାନ କରୁଥିଲା; କିନ୍ତୁ ଏବେ ସହର ବଜାରର ଜନଗହଳି ରାସ୍ତା ଏବଂ ବିଭିନ୍ନ ଲୋକମାନଙ୍କର କୋଳାହଳ ଭିତରେ ନୀଚ ଜାତି ଲୋକମାନଙ୍କର ଛାୟାସ୍ପର୍ଶରୁ ନିଜକୁ ଦୂରେଇ ରଖୁବା ସମ୍ଭବପର ହେଉନାହିଁ ।’’

(୩) ପୌରୀକରଣ (Urbanisation) :
ପୌରୀକରଣ ବା ନଗରୀକରଣ ହେଉଛି ଶିଳ୍ପୀକରଣର ଏକ ପ୍ରତ୍ୟକ୍ଷ ପରିଣାମ । ଯେହେତୁ ସହର ହେଉଛି ଜାତି-ଧର୍ମ-ବର୍ଣ୍ଣ-ଭାଷା ନିର୍ବିଶେଷରେ ସମସ୍ତ ଲୋକମାନଙ୍କର କେନ୍ଦ୍ରସ୍ଥଳୀ; ତେଣୁ ଏଠାରେ ଜାତିଗତ କଟକଣାଗୁଡ଼ିକୁ ପାଳନ କରିବା ସମ୍ଭବପର ହେଉନାହିଁ । ଏହାର ମୁଖ୍ୟ କାରଣ ହେଉଛି ଯେ, ସହର ବା ନଗରର ପ୍ରତ୍ୟେକ ବ୍ୟକ୍ତି ପରସ୍ପରର ଜାତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ । ବାହ୍ୟ ସଭ୍ୟତାଦ୍ୱାରା ପ୍ରଭାବିତ ହୋଇ ସହରବାସୀମାନେ ଉଚ୍ଚ-ନୀଚ ଏବଂ ଛୁଆଁ-ଅଛୁଆଁ ଭେଦଭାବକୁ ଅସ୍ବୀକାର କରୁଛନ୍ତି । ଫଳରେ କି ଜାତିପ୍ରଥାର ବିଘଟନ ସମ୍ଭବ ହୋଇପାରିଛି ।

(୪) ଧନସମ୍ପଦର ଗୁରୁତ୍ଵ (Importance of wealth) :
ଆଧୁନିକ ସମାଜରେ ଧନସମ୍ପଦ ହେଉଛି ସାମାଜିକ ପ୍ରତିଷ୍ଠାର ମୂଳଭିତ୍ତି । ବର୍ତ୍ତମାନ ଲୋକମାନେ ଏହି ଧନସମ୍ପଦ ଉପରେ ସବୁ ସମୟ ପାଇଁ ଅଧ‌ିକ ଗୁରୁତ୍ବ ଆରୋପ କରି ଚାଲିଛନ୍ତି । ପାରମ୍ପରିକ ବୃଭିଗୁଡ଼ିକୁ ପରିତ୍ୟାଗ କରି ବିଭିନ୍ନ ଜାତିର ସଦସ୍ୟମାନେ ନିଜ ଇଚ୍ଛା ଅନୁସାରେ ଯେକୌଣସି ବୃତ୍ତିକୁ ଅନୁସରଣ କରୁଛନ୍ତି । ଯେଉଁ ବ୍ୟକ୍ତି ବିପୁଳ ସମ୍ପତ୍ତିର ଅଧିକାରୀ ସେ ଯେକୌଣସି ଜାତିର ହେଉନା କାହିଁକି ସମାଜ ସେହି ବ୍ୟକ୍ତିକୁ ଯଥେଷ୍ଟ ସମ୍ମାନ ପ୍ରଦାନ କରୁଛି ।

ଜାତିପ୍ରଥାଦ୍ୱାରା ସୃଷ୍ଟି ହେଉଥିବା ସମସ୍ତ ବୃତ୍ତିଗତ କଟକଣାଗୁଡ଼ିକର ପରିସମାପ୍ତି ଘଟିଛି । ବର୍ତ୍ତମାନ ଆଧୁନିକ ସମାଜରେ ଜଣେ ଶୂଦ୍ର ବ୍ୟକ୍ତି ଯେ କି ବିପୁଳ ସମ୍ପଭିର ମାଲିକ ତା’ର ସାମାଜିକ ପ୍ରସ୍ଥିତି ଜଣେ ଦରିଦ୍ର ବ୍ରାହ୍ମଣଠାରୁ ଉଚ୍ଚରେ । ଧନସମ୍ପଦ ପ୍ରତିଯୋଗିତାରେ ଜାତିପ୍ରଥା କ୍ରମଶଃ ଦୁର୍ବଳ ହୋଇଯାଉଛି ।

(୫) ପରିବହନ ଓ ଯୋଗାଯୋଗ ମାଧ୍ୟମର ଦ୍ରୁତ ଅଗ୍ରଗତି (Rapid development of transport and communication) :
ପରିବହନ ଏବଂ ଯୋଗାଯୋଗ ମାଧ୍ୟମର ଉନ୍ନତି ଆମର ଜାତି ସଂରଚନାକୁ ଗଭୀରଭାବରେ ପ୍ରଭାବିତ କରିଛି । ଭାରତରେ ଔଦ୍ୟୋଗିକ ବିକାଶ ଯୋଗୁଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯାନବାହନଗୁଡ଼ିକର ଉଦ୍ଭାବନ ସମ୍ଭବପର ହୋଇପାରିଛି ।

ଟ୍ରେନ୍ କିମ୍ବା ବସ୍‌ରେ ଯାତାୟାତ ସମୟରେ ସମସ୍ତ ଜାତିର ଲୋକମାନେ ପରସ୍ପର ପ୍ରତି ସମାନ ପ୍ରକାର ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ସାର୍ ହର୍‌ବର୍ଟ ରିସ୍‌ (Sir Herbert Risley) କହିଛନ୍ତି, ‘ଟ୍ରେନ୍ ଖୁବ୍ କମ୍ ସମୟ ରହୁଥିବା ପ୍ଲାଟଫର୍ମରେ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ବ୍ୟକ୍ତିକୁ ତା’ର ଜାତି ବୁଝି ତା’ଠାରୁ ଖାଦ୍ୟ ପଦାର୍ଥ କ୍ରୟ କରିବା କୌଣସି ଯାତ୍ରୀ ପକ୍ଷେ ସମ୍ଭବପର ହେଉନାହିଁ ।’’

(୬) ସାମାଜିକ ସଂସ୍କାର ଆନ୍ଦୋଳନ (Social reform movement) :
ପ୍ରବୀଣ ସମାଜ ସଂସ୍କାରକ, ଯଥା – ରାଜା ରାମମୋହନ ରାୟ, ଦୟାନଦୀ ସରସ୍ୱତୀ, ସ୍ଵାମୀ ବିବେକାନନ୍ଦ ପ୍ରଭୃତି ସମାଜ ସଂସ୍କାର ଆନ୍ଦୋଳନ ମାଧ୍ୟମରେ ସମାଜରୁ ଜାତିପ୍ରଥା ଏବଂ ଅସ୍ପୃଶ୍ୟତାକୁ ଉଚ୍ଛେଦ କରିବାପାଇଁ ଉଦ୍ୟମ କରିଥିଲେ । ଆଉ ମଧ୍ୟ ବ୍ରାହ୍ମ ସମାଜ, ଆର୍ଯ୍ୟ ସମାଜ, ପ୍ରାର୍ଥନା ସମାଜ ଏବଂ ରାମକୃଷ୍ଣ ମିଶନ୍‌ର ଭୂମିକା ମଧ୍ଯ ଏ ଦିଗରେ ଉଲ୍ଲେଖଯୋଗ୍ୟ ଅଟେ । ଏହିସବୁ ସମାଜ ସଂସ୍କାର ଆନ୍ଦୋଳନଦ୍ୱାରା ପ୍ରଭାବିତ ହୋଇ ଜାତିପ୍ରଥା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ।

(୭) ରାଜନୈତିକ ଆନ୍ଦୋଳନ (Political movement) :
ଭାରତୀୟ ଜାତୀୟ ମୁକ୍ତି ଆନ୍ଦୋଳନ ଜାତି ପଦ୍ଧତିର କଠୋର ଶୃଙ୍ଖଳା ବିରୁଦ୍ଧରେ ଏକ ଦୃଢ଼ ଜନମତ ସୃଷ୍ଟି କରିଥିଲା । ସ୍ଵାଧୀନତା ପ୍ରାପ୍ତି ପରେ ମହାତ୍ମାଗାନ୍ଧୀଙ୍କଦ୍ବାରା ଏହି ଜାତିପ୍ରଥାର ମୂଳୋତ୍ପାଟନ ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଗଲା । ସେ ସବୁବେଳପାଇଁ କହୁଥିଲେ ଯେ, ମନୁଷ୍ୟ ସ୍ଵାଧୀନଭାବେ ଜନ୍ମଗ୍ରହଣ କରିଛି ଏବଂ ଈଶ୍ବରଙ୍କର ସନ୍ତାନଭାବେ ସମସ୍ତେ ସମାନ ଅଟନ୍ତି ।

ଜାତିପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ଗାନ୍ଧିଜୀ କହୁଥିଲେ, “ଅସ୍ପୃଶ୍ୟତା ହେଉଛି ଜାତିପ୍ରଥାର ଏକ କୁତ୍ସିତ ପରିପ୍ରକାଶ ଏବଂ ଏହା ଈଶ୍ଵର ଏବଂ ମନୁଷ୍ୟ ବିପକ୍ଷରେ ଏକ ଅପରାଧ ।’’ ସେ ମତ ଦେଇଥିଲେ ଯେ ଯେପର୍ଯ୍ୟନ୍ତ ଭାରତୀୟ ସମାଜରୁ ଜାତିପ୍ରଥା ଭଳି ଏକ ଅନିଷ୍ଟକର ପ୍ରଥାର ବିଲୋପ ନ ହୋଇଛି ସେପର୍ଯ୍ୟନ୍ତ ଭାରତୀୟ ସମାଜ ପ୍ରଗତିପଥରେ ଅଗ୍ରସର ହୋଇପାରିବ ନାହିଁ ।

(୮) ଆନ୍ତଃ-ଜାତି ବିବାହ ପ୍ରଥାର ପ୍ରଚଳନ (Introduction of inter-caste marriage) :
ପ୍ରାଚୀନ ସମାଜରେ ଜାତିପ୍ରଥା ବିବାହ କ୍ଷେତ୍ରରେ କେତେକ କଟକଣା ଏବଂ ନୀତିନିୟମକୁ ନିର୍ଦ୍ଧାରିତ କରିଥିଲା । ପ୍ରତ୍ୟେକ ଜାତି ଏବଂ ଉପଜାତି ଗୋଟିଏ ଅନ୍ତର୍ବିବାହୀ ଦଳ ହୋଇଥିବାରୁ ସଦ୍ୟମାନେ ନିଜ ଜାତିରେ ବିବାହ କରୁଥିଲେ ।

ହିନ୍ଦୁ ସମାଜରେ ଆନ୍ତଃଜାତି ବିବାହ ପ୍ରଥା ସମ୍ପୂର୍ଣ୍ଣରୂପେ ନିଷିଦ୍ଧ ଥିଲା; କିନ୍ତୁ ୧୯୫୫ ମସିହାର ହିନ୍ଦୁ ବିବାହ ଆଇନ ଆନ୍ତଃଜାତି ବିବାହ ପ୍ରଥାକୁ ବିଧବଦ୍ଧଭାବେ ସ୍ବୀକୃତି ପ୍ରଦାନ କରିଛି । ଏହି ଆଇନରେ ବ୍ୟବସ୍ଥା ଅଛି ଯେ, ଜଣେ ଉଚ୍ଚ ଜାତିର ପୁରୁଷ ନୀଚ ଜାତିର ସ୍ତ୍ରୀକୁ ବିବାହ କରିପାରିବ ଏବଂ ଜଣେ ନୀଚଜାତିର ପୁରୁଷ ମଧ୍ୟ ଉଚ୍ଚ ଜାତିର ସ୍ଵୀକୁ ବିବାହ କରିପାରିବ ।

ଫଳରେ ସମସ୍ତ ଜାତିର ସଦସ୍ୟମାନେ ସ୍ୱ-ଇଚ୍ଛାରେ ଯେକୌଣସି ଜାତିରେ ବିବାହ କରିପାରୁଛନ୍ତି । ଆନ୍ତଃଜାତି ବିବାହପ୍ରଥାର ପ୍ରଚଳନ ଯୋଗୁଁ ଜାତିପ୍ରଥାଦ୍ୱାରା ସୃଷ୍ଟି ହୋଇଥିବା ବିଭିନ୍ନ କଟକଣାଗୁଡ଼ିକ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଏହି ଜାତିପ୍ରଥା କ୍ରମଶଃ ଦୁର୍ବଳରୁ ଦୁର୍ବଳ ହୋଇପଡ଼ିଛି ।

(୯) ସରକାରୀ ଉଦ୍ୟମ (Governmental efforts) :
ଭାରତ ସରକାରଙ୍କଦ୍ଵାରା ଗ୍ରହଣ କରାଯାଇଥିବା କରିଛି । ଭାରତ ସ୍ୱାଧୀନତା ହେବା ପରେ ଜାତି ପଦ୍ଧତିର ବିଭିନ୍ନ ଦୋଷ ତ୍ରୁଟିଗୁଡ଼ିକୁ ଉଚ୍ଛେଦ କରିବାପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରାଯାଇଛି । ଏହାର ପ୍ରଥମ ପଦକ୍ଷେପ ହେଉଛି ୧୯୫୫ ମସିହାରେ ପ୍ରଣୀତ ‘ଅସ୍ପୃଶ୍ୟତା ଅପରାଧ ଆଇନ’ । ଏହି ଆଇନ ଅନୁସାରେ ଅସ୍ପୃଶ୍ୟତା ହେଉଛି ଏକ ଅପରାଧ ଏବଂ ଏହାକୁ ଉତ୍ସାହିତ କରୁଥିବା ବ୍ୟକ୍ତିକୁ ୬ ମାସ ଜେଲ୍‌ଦଣ୍ଡ କିମ୍ବା ୫୦୦ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ । ଭାରତୀୟ ସମ୍ବିଧାନର ନିୟମ ଅନୁସାରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷର ବ୍ୟକ୍ତିମାନଙ୍କ ମଧ୍ୟରେ କୌଣସି ପ୍ରକାର ତାରତମ୍ୟ ସୃଷ୍ଟି କରାଯାଇ ପାରିବ ନାହିଁ ।

CHSE Odisha Class 11 Sociology Unit 4 Long Answer Questions in Odia Medium

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟରୂପେ ପ୍ରତୀୟମାନ ହୁଏ ଯେ ବର୍ତ୍ତମାନ ପରିସ୍ଥିତିରେ କେତେଗୁଡ଼ିଏ ମୁଖ୍ୟ କାରକ ପ୍ରଭାବରେ ଆସି ଜାତିପ୍ରଥା କ୍ରମଶଃ ବିଘଟନମୁଖୀ ହେବାରେ ଲାଗିଛି ।

7. ଭାରତୀୟ ଜାତି ପଦ୍ଧତିରେ ସଂଘଟିତ ହେଉଥିବା ସାମ୍ପ୍ରତିକ ପରିବର୍ତ୍ତନଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
କିମ୍ବା, ଭାରତରେ ଜାତି ପଦ୍ଧତି ପରିବର୍ତ୍ତନ ମଧ୍ୟ ଦେଇ ଗତିକରୁଛି ବୋଲି ତୁମେ ଭାବୁଛ କି ? ଭାରତୀୟ ଜାତି ପଦ୍ଧତିର ବିଭିନ୍ନ ପରିବର୍ତ୍ତନଗୁଡ଼ିକୁ ବିଶ୍ଳେଷଣ କର ।
Answer:
ପରିବର୍ତ୍ତନ ହେଉଛି ପ୍ରକୃତିର ଅପରିବର୍ତ୍ତନୀୟ ନିୟମ । ଯେପରି ଏକ ମାନବ ଶିଶୁ ଜନ୍ମଲାଭ କରେ ଏବଂ କାଳକ୍ରମେ ଶୈଶବ, କୈଶୋର, ଯୁବାବସ୍ଥା ଏବଂ ବୃଦ୍ଧାବସ୍ଥାରେ ପଦାର୍ପଣ କରେ, ଠିକ୍ ସେହିଭଳି ପ୍ରତ୍ୟେକ ଅନୁଷ୍ଠାନର ଅହରହ ପରିବର୍ତ୍ତନ ଘଟିଥାଏ । ଆଧୁନିକ ସମାଜରେ ଜାତିର ବୈଶିଷ୍ଟ୍ୟ ଏବଂ ପ୍ରକାର୍ଯ୍ୟରେ କେତେକ ପରିବର୍ତ୍ତନ ସଂଘଟିତ ହୋଇଛି । ଆଧୁନିକ ଶିକ୍ଷା ଏବଂ ବୈଜ୍ଞାନିକ ଚିନ୍ତାଧାରାଦ୍ଵାରା ଅନୁପ୍ରାଣିତ ହୋଇ କ୍ରମେ କ୍ରମେ ଜାତିପଦ୍ଧତି ତା’ର କଠୋରତା ଏବଂ ରକ୍ଷଣଶୀଳ ପ୍ରବୃତ୍ତିକୁ ହରାଇ ବସିବାରେ ଲାଗିଛି । ଭାରତୀୟ ସମାଜରେ ଜାତିପଦ୍ଧତିର ସାଂପ୍ରତିକ ପରିବର୍ତ୍ତନଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(୧) ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ହ୍ରାସ (Declined superiority of brahmins) :
ଜାତିର ସାମାଜିକ ସ୍ତରୀକରଣରେ ବ୍ରାହ୍ମଣମାନଙ୍କର ସ୍ଥାନ ଶୀର୍ଷରେ ଅବସ୍ଥିତ । ଯଦିଚ ବର୍ତ୍ତମାନ ସେମାନେ ନିଜକୁ ଉଚ୍ଚ ଜାତିର ବ୍ୟକ୍ତିଭାବେ ସମାଜରେ ପରିଚିତ କରାଇଥାଆନ୍ତି, କିନ୍ତୁ ପ୍ରାଚୀନ ସମାଜ ତୁଳନାରେ ସେମାନଙ୍କର ପ୍ରତିପତ୍ତି ହ୍ରାସ ପାଇଛି । ବ୍ରାହ୍ମଣମାନେ ପୂର୍ବଭଳି ଅନ୍ୟ ଜାତିର ଲୋକମାନଙ୍କର ଉପରେ ନିଜର ଆଧୂପତ୍ୟ ଜାହିର କରିପାରୁ ନାହାନ୍ତି ।

ବିଭିନ୍ନ ଶିକ୍ଷାନୁଷ୍ଠାନ, ଅଫିସ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନ ପ୍ରଭୃତିରେ ଜନ୍ମ ଅପେକ୍ଷା ଦକ୍ଷତା ଉପରେ ଅଧ୍ଵ ଗୁରୁତ୍ଵ ଦିଆଯାଉଅଛି । ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟକୁ ପ୍ରତିଷ୍ଠିତ କରିଥିବା ଜାତି ପଦ୍ଧତି କ୍ରମଶଃ ଦୁର୍ବଳ ହୋଇଯାଉଛି । ପୁରାତନ ସମାଜ ଭଳି ବର୍ତ୍ତମାନ ସେମାନେ ପ୍ରଭାବଶାଳୀ ଜାତିଭାବେ ଉଚ୍ଚ ସାମାଜିକ ପ୍ରସ୍ଥିତିକୁ ଉପଭୋଗ କରିବାରେ ସମର୍ଥ ହୋଇପାରୁନାହାନ୍ତି ।

(୨) ଖାଦ୍ୟ, ପାନୀୟ ଏବଂ ସାମାଜିକ ସଂଘର୍ଗଜନିତ କଟକଣାରେ ପରିବର୍ତ୍ତନ (Changes in the restrictions regarding food, drink and social inter-course) :
ପୁରାତନ ସମାଜରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶାକୁ ଭିଭିକରି ପ୍ରତ୍ୟେକ ଜାତି କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ନିୟମକୁ ନିର୍ଦ୍ଧାରିତ କରିଥିଲା । ଏହିସବୁ ଜାତିଜନିତ କଟକଣାଗୁଡ଼ିକ ପ୍ରତ୍ୟେକ ଜାତିର ସଦସ୍ୟମାନଙ୍କଦ୍ୱାରା କଠୋରଭାବେ ଗ୍ରହଣ କରାଯାଉଥିଲା ।

କିନ୍ତୁ ଆଧୁନିକ ଶିକ୍ଷା ପଦ୍ଧତି ପରିବହନ ଏବଂ ଯୋଗାଯୋଗ ପଦ୍ଧତି ଜାତି ପଦ୍ଧତି ଏହିସବୁ କଟକଣାଗୁଡ଼ିକରେ ଦ୍ରୁତ ପରିବର୍ତ୍ତନ ଘଟାଇପାରିଛି । ବିଭିନ୍ନ ସ୍କୁଲ, ହୋଟେଲ, କଲେଜ ଏବଂ ଡାକ୍ତରଖାନା ପ୍ରଭୃତିରେ ସବୁ ଜାତିର ଲୋକମାନଙ୍କର ଏକତ୍ରୀକରଣ ଜାତିର ଏହି ନିୟମର ବିଲୟ ଘଟାଇଛି । ଯଦିଓ ଜାତିପ୍ରଥା ବର୍ତ୍ତମାନ ସୁଦ୍ଧା ତିଷ୍ଠିରହିଛି, କିନ୍ତୁ ତା’ର ସାମାଜିକ ମିଳାମିଶା ଥିବା ବିଭିନ୍ନ କଟକଣାଗୁଡ଼ିକର ଦ୍ରୁତ ଅବଗତି ପରିଲକ୍ଷିତ ହୋଇଛି ।

ବିଭିନ୍ନ ଜାତିର ଲୋକମାନେ କେବଳ ଯେ ଏକତ୍ର କାର୍ଯ୍ୟ କରୁଅଛନ୍ତି ସେତିକି ନୁହେଁ, ସେମାନେ ମଧ୍ୟ ଏକତ୍ର ବସି ଖାଦ୍ୟଗ୍ରହଣ କରୁଅଛନ୍ତି । ସେମାନଙ୍କ ମନରେ ଥିବା ଅସ୍ପୃଶ୍ୟତା ମନୋଭାବ କ୍ରମେ କ୍ରମେ ହ୍ରାସ ପାଇଯାଉଛି ।

(୩) ବିବାହବିସ୍‌ରେ ଥ‌ିବା କଟକଣାରେ ପରିବର୍ତ୍ତନ (Changes in the restrictions regarding marriage) :
କରିବା ଜାତିର ସଦସ୍ୟମାନଙ୍କ ମଧ୍ୟରେ ସମ୍ଭବପର ନଥିଲା । କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜ ପସନ୍ଦମୁତାବକ ପେସା ଗ୍ରହଣ କରିପାରୁଛି । ଫଳରେ ଜାତି ଏହି ବୃତ୍ତିଜନିତ କଟକଣାରେ ପରିବର୍ତ୍ତନ ଦେଖାଯାଉଛି । ସ୍ଵାଧୀନତା ପରେ ଆଇନ ମାଧ୍ୟମରେ ମଧ୍ୟ ଆମର ସରକାର ଏହି ବୃତ୍ତି ନିର୍ବାଚନରେ ଥିବା କଟକଣାଗୁଡ଼ିକୁ ସଙ୍କୁଚିତ କରିଛନ୍ତି । ଯେକୌଣସି ଜାତିର ବ୍ୟକ୍ତି ନିଜର ଦକ୍ଷତା, ଶକ୍ତି ଏବଂ ସାମର୍ଥ୍ୟ ବଳରେ ଯେକୌଣସି ବୃତ୍ତିକୁ ଅନୁସରଣ କରିପାରୁଛି ।

କିନ୍ତୁ ଏହା କହିବା ସମୀଚୀନ ନୁହେଁ ଯେ ଜାତିର ବୃତ୍ତିଗତ କଟକଣାଗୁଡ଼ିକ ସମ୍ପୂର୍ଣ୍ଣରୂପେ ଲୋପ ପାଇଛି । ଉଦାହରଣ ସ୍ଵରୂପ ଜଣେ ଦରିଦ୍ର ବ୍ରାହ୍ମଣ ତା’ର ଉତ୍କଟ ଦାରିଦ୍ର୍ୟ ସତ୍ତ୍ଵେ ମଧ୍ଯ କେବେ ଝାଡ଼ୁଦାରର କାର୍ଯ୍ୟ କରିନଥାଏ । ଠିକ୍ ସେହିଭଳି ଜଣେ ଶୂଦ୍ର ମଧ୍ୟ ବିପୁଳ ସମ୍ପତ୍ତିର ଅଧିକାରୀ ହେଲେ ସୁଦ୍ଧା କେବେହେଲେ ପୌରୋହିତ୍ୟ କାର୍ଯ୍ୟ କରିପାରେ ନାହିଁ । କିନ୍ତୁ ଏଠାରେ କୁହାଯାଇପାରେ ଯେ ଜାତିର ବୃତ୍ତିଗତ କଟକଣାଗୁଡ଼ିକ କ୍ରମଶଃ ଉଭେଇ ଯିବାରେ ଲାଗିଛି ।

(୫) ଜାତି ପ୍ରସ୍ଥିତିରେ ପରିବର୍ତ୍ତନ (Changes in caste-status) :
ଅତୀତରେ ଜାତି ପଦ୍ଧତି ଜନ୍ମଭିଭିରେ ତା’ର ସଦସ୍ୟମାନଙ୍କୁ ସାମାଜିକ ପ୍ରସ୍ଥିତି ପ୍ରଦାନ କରୁଥିଲା । ବ୍ରାହ୍ମଣମାନଙ୍କୁ ଉଚ୍ଚ-ପ୍ରସ୍ଥିତିରେ ଅବସ୍ଥାପିତ କରିଥିବାବେଳେ ଶୂଦ୍ରମାନଙ୍କୁ ନୀଚ ପ୍ରସ୍ଥିତି ପ୍ରଦାନ କରିଥିଲା । ଫଳରେ ବ୍ରାହ୍ମଣ ଜାତିର ସଦସ୍ୟମାନେ ବିଭିନ୍ନ ପ୍ରକାର ସାମାଜିକ ଏବଂ ଧାର୍ମିକ ସୁବିଧା ସୁଯୋଗଗୁଡ଼ିକୁ ଉପଭୋଗ କରୁଥିବାବେଳେ ଶୂଦ୍ରଜାତିର ବ୍ୟକ୍ତିମାନେ ସେଥୁରେ ବଞ୍ଚିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ବିଜ୍ଞାନ ଏବଂ କାରିଗରୀ ଜ୍ଞାନକୌଶଳ ଦ୍ରୁତ ଅଗ୍ରଗତି ଫଳରେ ନୀଚ ଜାତିର ଲୋକମାନଙ୍କର ସାମାଜିକ ପ୍ରସ୍ଥିତିତିରେ ଦ୍ରୁତ ପରିବର୍ତ୍ତନ ସଂଘଟିତ ହୋଇଛି ।

ଏବେ ଜନ୍ମ ପରିବର୍ତ୍ତେ ଧନସମ୍ପଦ, କ୍ଷମତା ଓ ପ୍ରତିଭା ବ୍ୟକ୍ତିର ସାମାଜିକ ପ୍ରସ୍ଥିତିକୁ ନିର୍ଦ୍ଧାରଣ କରୁଛି । କ୍ରମେ କ୍ରମେ ବ୍ରାହ୍ମଣମାନଙ୍କର ପ୍ରଥା ଆଚରଣ ଏବଂ ବିଶ୍ଵାସ ପଦ୍ଧତିକୁ ନୀଚ ଜାତିର ଲୋକମାନେ ଗ୍ରହଣ କରୁଅଛନ୍ତି । ବ୍ରାହ୍ମଣମାନଙ୍କର ଜୀବନଶୈଳୀକୁ ଅନୁସରଣ କରି ଜାତି ସ୍ତରୀକରଣରେ ସେମାନଙ୍କର ସାମାଜିକ ପ୍ରସ୍ଥିତିର ଉନ୍ନତି ପାଇଁ ଚେଷ୍ଟା କରୁଅଛନ୍ତି । ଏହି ପ୍ରକ୍ରିୟାକୁ ପ୍ରଫେସର ଏମ୍.ଏନ୍. ଶ୍ରୀନିବାସ (Prof. M,N. Srinivas) ‘ସଂସ୍କୃତିକରଣ’ (Sanskritization) ଆଖ୍ୟା ଦେଇଛନ୍ତି ।

ଆଉ ମଧ୍ୟ ସେହିଭଳି ଉଚ୍ଚ ଜାତିର ଲୋକମାନେ ଖାଦ୍ୟ, ବସ୍ତ୍ର, ବାସଗୃହ ଏବଂ ବ୍ୟବହାର ପ୍ରଭୃତିରେ ପାଶ୍ଚାତ୍ୟ ସଭ୍ୟତାର ନୀତିନିୟମକୁ ଗ୍ରହଣ କରୁଛନ୍ତି । ଏହି ପ୍ରକ୍ରିୟା ‘ପାଶ୍ଚାତ୍ୟକରଣ’ (Westernization) କୁହାଯାଏ ।

(୬) ଜାତି ସଂରଚନାରେ ପରିବର୍ତ୍ତନ (Changes in caste structure) :
ପୁରାତନ କାଳରେ ଜାତି ସଂରଚନା ଆବଦ୍ଧ (Closed) ଏବଂ ଅନମନୀୟ (Rigid) ଥିଲା । ବିଭିନ୍ନ ଜାତିର ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରଥା, ପରମ୍ପରା, ଲୋକରୀତି ଏବଂ ଲୋକନିୟମ ଥିଲା । ଏହି ନିୟମଗୁଡ଼ିକ ଏପରି ଅନମନୀୟ ଥିଲା ଯେ ନୀଚ ଜାତିର ଲୋକମାନେ ଉଚ୍ଚ ଜାତିର ଲୋକମାନଙ୍କର ଛାୟା ସ୍ପର୍ଶ କରିପାରୁ ନଥିଲେ । କିନ୍ତୁ ବର୍ତ୍ତମାନର ଜାତି ସଂରଚନା ମୁକ୍ତ (Open) ଏବଂ ନମନୀୟ (Flexible) ଭାବେ ପରିଚିତ । ବର୍ତ୍ତମାନ ଆମେ ସମସ୍ତେ ଜାତିର ଲୋକମାନଙ୍କର ଜୀବନଶୈଳୀରେ ସମାନତା ଉପଳବ୍ଧ କରିପାରୁଛୁ ।

CHSE Odisha Class 11 Sociology Unit 4 Long Answer Questions in Odia Medium

(୭) ନୀଚ ଜାତିର ଅବସ୍ଥାରେ ପରିବର୍ତ୍ତନ (Changes in the conditions of lower castes) :
ନୀଚ ଜାତିର ଲୋକମାନଙ୍କର ଅବସ୍ଥାରେ ଅନେକ ପରିବର୍ତ୍ତନ ସଂଘଟିତ ହୋଇପାରିଛି । ଅତୀତରେ ସେମାନଙ୍କର ଅବସ୍ଥା ଅତି ଶୋଚନୀୟ ଥିଲା । ସେମାନଙ୍କୁ ସମସ୍ତ ପ୍ରକାର ମୌଳିକ ଅଧିକାରରୁ ବଞ୍ଚିତ କରି ରଖାଯାଉଥିଲା । ସମାଜରେ ସେମାନଙ୍କର ଅଧିକାର ବୋଲି କିଛି ନଥିଲା । ଏହି ନୀଚ ଜାତିର ବ୍ୟକ୍ତିମାନେ ଯେଉଁମାନେ କି ହରିଜନଭାବେ ପରିଚିତ ଅନ୍ୟ ଜାତିର ଲୋକମାନଙ୍କଦ୍ୱାରା ସବୁବେଳେ ଅବହେଳିତ ଓ ନିଷ୍ପେଷିତ ହେଉଥ୍ଲେ, କିନ୍ତୁ ବର୍ତ୍ତମାନ ଅନ୍ୟ ଜାତିର ଲୋକମାନଙ୍କ ତୁଳନାରେ ହରିଜନମାନେ ଅଧ୍ଵକ ସୁବିଧା ସୁଯୋଗ ଲାଭ କରୁଛନ୍ତି ।

ବିଭିନ୍ନ ଆଇନ ପ୍ରଣୟନଦ୍ୱାରା ସେମାନଙ୍କର ପ୍ରସ୍ଥିତିରେ ଦ୍ରୁତ ଉନ୍ନତି ଅଣାଯାଇପାରିଛି । ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସେମାନଙ୍କୁ ଯଥେଷ୍ଟ ସୁବିଧା ଦିଆଯାଉଛି । ଆଉ ମଧ୍ୟ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ନୀଚ ଜାତିକୁ ସମାନ ଅଧ୍ୟାର ପ୍ରଦାନ କରାଯାଇଅଛି । ଏହା ଫଳରେ ନୀଚ ଜାତିର ଲୋକମାନେଙ୍କର ଅବସ୍ଥାରେ ପରିବର୍ତ୍ତନ ଘଟିଛି ।

ଉପରୋକ୍ତ ଆଲୋଚନା ସୂଚାଇ ଦିଏ ଯେ ଆଧୁନିକ ସମାଜରେ ଜାତି ଉଲ୍ଲେଖନୀୟ ପରିବର୍ତ୍ତନ ଆଡ଼କୁ ଆଗେଇ ଚାଲିଛି । ଉଦ୍ୟୋଗୀକରଣ, ନଗରୀକରଣ ଏବଂ ପାଶ୍ଚାତ୍ୟ ସଂସ୍କୃତି ଏବଂ ସଭ୍ୟତାର ପ୍ରଭାବ ଫଳରେ ଭାରତରେ ଜାତିପ୍ରଥା ତା’ର ଅନମନୀୟତାକୁ ହରାଇ ବସିଛି । ଯଦିଓ ଜାତିପ୍ରଥା ବର୍ତ୍ତମାନ ସମାଜରେ ବଞ୍ଚୁଛି କିନ୍ତୁ ଏହା କ୍ରମାଗତ ଭାବରେ ପରିବର୍ତ୍ତନଶୀଳ ପ୍ରକ୍ରିୟା ମଧ୍ୟରେ ଅନ୍ତର୍ଭୁକ୍ତ ।

8. ଜାତି ଓ ଶ୍ରେଣୀ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଜାତି ଓ ଶ୍ରେଣୀ ସାମାଜିକ ସଙ୍ଗଠନର ଦୁଇଟି ଅବିଚ୍ଛେଦ୍ୟ ଅଙ୍ଗ । ଜାତି ପାରମ୍ପରିକ ଅସମାନତା ଉପରେ ପ୍ରତିଷ୍ଠିତ ହୋଇଥିବାବେଳେ ଶ୍ରେଣୀ ପଦ୍ଧତି ସମାନତା ଉପରେ ପ୍ରତିଷ୍ଠିତ । ଜାତି ପଦ୍ଧତିରେ ବ୍ୟକ୍ତି ତା’ର ପିତାମାତାଙ୍କଦ୍ୱାରା ଅଧିକୃତ ପ୍ରସ୍ଥିତି ଉପରେ ନିର୍ଭର କରୁଥିବାବେଳେ ଶ୍ରେଣୀ ପଦ୍ଧତିରେ ସେ ଏକ ପ୍ରକାର ପ୍ରସ୍ଥିତିର ଅଧିକାରୀ ହୁଏ, ଯାହା ତା’ର ପିତାମାତାଙ୍କ ପ୍ରସ୍ଥିତିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ଜାତି ଏବଂ ଶ୍ରେଣୀ ଦୁଇଟି ଭିନ୍ନ ବିରୋଧୀ ସମୂହରୂପେ ପରିଚିତ ।

ଶ୍ରେଣୀ ପଦ୍ଧତିରେ ବ୍ୟକ୍ତିର ସାମାଜିକ ପ୍ରସ୍ଥିତି ପୂର୍ଣ୍ଣମାତ୍ରାରେ ତା’ର କାର୍ଯ୍ୟକଳାପ ଉପରେ ନିର୍ଭର କରିଥାଏ । କାର୍ଲମାର୍କସ୍ (Karl-Marx) ଯେ କି ସାମ୍ୟବାଦର ଆଧ୍ୟାତ୍ମିକ ଜନକରୂପେ ପରିଚିତ, ସେ ଶ୍ରେଣୀକୁ ଉତ୍ପାଦନର ଏକ ମାଧ୍ୟମ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମତ ଦିଅନ୍ତି ଯେ, ବିଭିନ୍ନ ଆର୍ଥନୀତିକ କାରକ; ଯଥା – ଧନସମ୍ପଦ, ବୃତ୍ତି ଏବଂ ଆୟ ଏକ ଶ୍ରେଣୀକୁ ନିର୍ଦ୍ଧାରଣ କରିଥାଏ । ମାକାଇଭର୍‌ (MacIver) ଏବଂ ଅନ୍ୟ ସମାଜ ବିଜ୍ଞାନୀମାନେ ଶ୍ରେଣୀକୁ ଏକ ପ୍ରସ୍ଥିତି ସମୂହରୂପେ ବର୍ଣ୍ଣନା କରିଛନ୍ତି । ମାକାଇଭର୍ ଏବଂ ପେଜ୍ (Maclver and Page) ଙ୍କ ମତରେ, “ଏକ ସାମାଜିକ ଶ୍ରେଣୀ ହେଉଛି ଏକ ଗୋଷ୍ଠୀର ଯେକୌଣସି ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ଵାରା ଅନ୍ୟଠାରୁ ପୃଥକ୍ ହୋଇଥାଏ ।’’

ସାଧାରଣ ଅର୍ଥରେ ଶ୍ରେଣୀ ହେଉଛି ପରିବର୍ତ୍ତନ କରିବାପାଇଁ ବ୍ୟକ୍ତିକୁ ଅନୁମତି ଦେଇଥାଏ । ବୃତ୍ତି ନିର୍ବାଚନ କ୍ଷେତ୍ରରେ ବ୍ୟକ୍ତିକୁ ଯଥେଷ୍ଟ ଉତ୍ସାହ ପ୍ରଦାନ କରିଥାଏ ଏବଂ ଉତ୍ପାଦନ କ୍ଷେତ୍ରରେ ଉଚ୍ଚ-ନୀଚ ତାରତମ୍ୟକୁ ଦୂରକରିଥାଏ ।

ଯଦିଓ ଜାତି ଏବଂ ଶ୍ରେଣୀ ଦୁଇଟି ପରସ୍ପର ବିରୋଧୀ ସମୂହଭାବେ କାର୍ଯ୍ୟ କରିଥା’ନ୍ତି, ତଥାପି ଏହି ଦୁଇ ସମୂହ ମଧ୍ୟରେ ଅନେକ ସାଦୃଶ୍ୟ ଦେଖିବାକୁ ମିଳିଥାଏ । ଜାତି ପଦ୍ଧତି ଭଳି ଶ୍ରେଣୀ ପଦ୍ଧତିରେ ପ୍ରତ୍ୟେକ ଶ୍ରେଣୀର ଏକ ନିର୍ଦ୍ଦିଷ୍ଟ ସାମାଜିକ ପ୍ରସ୍ଥିତି ଥାଏ । ଆଉ ମଧ୍ଯ ଜାତି ଭଳି ଶ୍ରେଣୀ ସମାଜରେ ବିଭିନ୍ନ ଶ୍ରେଣୀ ମଧ୍ଯରେ ଏକ ଉଚ୍ଚ-ନୀଚ କ୍ରମ ରହିଛି । ସେହି କ୍ରମଗୁଡ଼ିକ ହେଲା – ଉଚ୍ଚ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ, ନୀଚ ଶ୍ରେଣୀ, ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ, ନୀଚ ମଧ୍ୟବିତ୍ତ ଶ୍ରେଣୀ ଏବଂ ଉଚ୍ଚ-ନୀଚ ଶ୍ରେଣୀ । ଏହସିବୁ ସାମଞ୍ଜସ୍ୟ ସତ୍ତ୍ଵେ ଜାତି ଏବଂ ଶ୍ରେଣୀ ମଧ୍ୟରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।

(୧) ସ୍ତରକରଣରେ ପାର୍ଥକ୍ୟ (Difference in stratification) :
ଏକ ଜାତି ସଂରଚନାଜନିତ ସମାଜରେ ବ୍ୟକ୍ତିର ସାଧାରଣ ପ୍ରସ୍ଥିତି ତା’ର ଜନ୍ମ ଉପରେ ପ୍ରତିଷ୍ଠିତ, କିନ୍ତୁ ଏକ ଶ୍ରେଣୀ ସଂରଚନାଜନିତ ସମାଜରେ ବ୍ୟକ୍ତିର ପ୍ରସ୍ଥିତି ତା’ର ବ୍ୟକ୍ତିଗତ ପ୍ରଚେଷ୍ଟା ଏବଂ ଆର୍ଥନୀତିକ ଭିଭି ଉପରେ ପ୍ରତିଷ୍ଠିତ । ଜାତି ପଦ୍ଧତିରେ ବ୍ୟକ୍ତି ଯେଉଁ ଜାତିରେ ଜନ୍ମଲାଭ କରିଥାଏ, ସେହି ଜାତିର ପ୍ରସ୍ଥିତି ଅନୁସାରେ ତା’ର ପ୍ରସ୍ଥିତି ନିର୍ଦ୍ଧାରଣ ହୋଇଥାଏ ।

ଉଦାହରଣସ୍ୱରୂପ – ଜନ୍ମଗତ ଗୁଣ ଯୋଗୁଁ ବ୍ରାହ୍ମଣମାନେ ସମାଜରେ ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ଉଚ୍ଚ ସାମାଜିକ ପ୍ରସ୍ଥିତି ଲାଭ କରିଥା’ନ୍ତି ଏବଂ ଶୂଦ୍ରମାନେ ଜାତି ସ୍ତରୀକରଣର ନିମ୍ନ ସ୍ଥାନରେ ରହି ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚତ ହୋଇଥା’ନ୍ତି । ଅପରପକ୍ଷରେ ଶ୍ରେଣୀ ପଦ୍ଧତିର ବ୍ୟକ୍ତିର ନିଜର କାର୍ଯ୍ୟକଳାପ ଏବଂ ଧନସମ୍ପଦର ମାତ୍ରା ଯୋଗୁଁ ଶ୍ରେଣୀ ସ୍ତରୀକରଣରେ ଊର୍ଦ୍ଧ୍ବରେ କିମ୍ବା ନିମ୍ନରେ ରହିଥାଏ ।

ଉଦାହରଣ ସ୍ୱରୂପ – ଜଣେ ନୀଚ ଜାତିର ଲୋକ ଯଦି ଅତି ପ୍ରଭାବଶାଳୀ ଏବଂ ବିପୁଳ ସମ୍ପଦର ଅଧିକାରୀ ହୁଏ, ତେବେ ସେ ଶ୍ରେଣୀ ସ୍ତରୀକରଣ ସର୍ବୋଚ୍ଚ ସ୍ତାନରେ ଅବସ୍ଥାପିତ ହୋଇ ଉଚ୍ଚ ସାମାଜିକ ପ୍ରସ୍ଥିତି ଲାଭ କରିଥାଏ ।

(୨) ସଂରଚନାଜନିତ ପାର୍ଥକ୍ୟ (Difference in structure) :
ଜାତି ଏବଂ ଶ୍ରେଣୀ ମଧ୍ଯରେ ଆଉ ଗୋଟିଏ ପାର୍ଥକ୍ୟ ହେଉଛି ଯେ, ଜାତି ସଂରଚନା ଆବଦ୍ଧ (Closed) ଏବଂ ଅନମନୀୟ (Rigid) ଅଟେ । ମାତ୍ର ଅପରପକ୍ଷରେ ଶ୍ରେଣୀ ସଂରଚନା ମୁକ୍ତ (Open) ଏବଂ ନମନୀୟ (Flexible) ଅଟେ । ଜାତି ଜନ୍ମ ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଗୋଟିଏ ଜାତିରୁ ଆଉ ଗୋଟିଏ ଜାତିକୁ ପରିବର୍ତ୍ତିତ ହେବା ସମ୍ଭବ ନୁହେଁ । କିନ୍ତୁ ଶ୍ରେଣୀ ପଦ୍ଧତିରେ ଏ ପ୍ରକାର ଅବସ୍ଥା ଦେଖିବାକୁ ମିଳି ନଥାଏ । ବ୍ୟକ୍ତିର ବୃତ୍ତି, କ୍ଷମତା ଏବଂ ସମ୍ପତ୍ତିକୁ ଭିଭିକରି ତା’ର ଶ୍ରେଣୀ ନିର୍ଦ୍ଧାରଣ ହୋଇଥାଏ । ତେଣୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଗୋଟିଏ ଶ୍ରେଣୀକୁ ପରିବର୍ତ୍ତିତ ହେବା ସମ୍ଭବପର ଅଟେ ।

(୩) ବୃତ୍ତିକନିତ ପାର୍ଥକ୍ୟ (Difference in occupation) :
ଜାତି ପଦ୍ଧତିରେ ସଦସ୍ୟମାନଙ୍କ ପାଇଁ ପାରମ୍ପରିକ ବୃତ୍ତିର ବନ୍ଦୋବସ୍ତ କରାଯାଇଥାଏ । ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜର ଏହି ବଂଶଗତ ବୃତ୍ତିକୁ ଗ୍ରହଣ କରିଥାଏ । ବ୍ୟକ୍ତି ନିଜର ଇଚ୍ଛାକୃତ ବୃତ୍ତିକୁ ଗ୍ରହଣ କରିପାରି ନଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ବୃଦ୍ଧି ନିର୍ବାଚନ କ୍ଷେତ୍ରରେ କୌଣସି କଟକଣା ବା ନୀତିନିୟମ ନଥାଏ । ପରନ୍ତୁ କୁହାଯାଇପାରେ ଯେ, ଶ୍ରେଣୀ ପଦ୍ଧତିରେ ବୃତ୍ତି ବ୍ୟକ୍ତିର ଶ୍ରେଣୀ ନିର୍ଦ୍ଧାରଣ କରିଥାଏ ।

(୪) ସାମାଜିକ ଅଭ୍ୟାସଜନିତ ପାର୍ଥକ୍ୟ (Difference in social habits) :
ଖାଦ୍ୟ, ପାନୀୟ ଏବଂ ସାମାଜିକ ସଂସର୍ଗକୁ ଭିଭିକରି ଜାତି ପଦ୍ଧତିରେ ଅନେକ କଟକଣା ପରିଲକ୍ଷିତ ହୋଇଥାଏ । ଉଚ୍ଚ ଜାତିର ଲୋକମାନେ ନୀଚ ଜାତିର ଲୋକମାନଙ୍କ ଗୃହରୁ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରିନଥା’ନ୍ତି । ସାମାଜିକ ମିଳାମିଶାରେ ମଧ୍ୟ ଅନେକଗୁଡ଼ିଏ କଟକଣା ରହିଥାଏ । ଏହି ସାମାଜିକ ମିଳାମିଶାକୁ ଭିତ୍ତିକରି ଉଚ୍ଚ ଏବଂ ନୀଚ ଜାତିର ସଦସ୍ୟମାନଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶା କ୍ଷେତ୍ରରେ ସେପରି କିଛି କଟକଣା ବା ନୀତିନିୟମ ଦେଖିବାକୁ ମିଳିନଥାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

(୫) ବିବାହ ବିଧୂରେ ପାର୍ଥକ୍ୟ (Difference in marriage system) :
ବିବାହ ପ୍ରଥାକୁ ଭିତ୍ତିକରି ଜାତି ପଦ୍ଧତିରେ କେତେକ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ଯେହେତୁ ପ୍ରତ୍ୟେକ ଜାତି ଏବଂ ଉପଜାତି ଗୋଟିଏ ଗୋଟିଏ ଅନ୍ତର୍ବିବାହୀ ଦଳ, ତେଣୁ ସଦସ୍ୟମାନେ ନିଜର ଜାତି ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପନ କରିଥା’ନ୍ତି । ଜାତି ବାହାରେ ବିବାହ କଲେ ବ୍ୟକ୍ତିକୁ କଠିନ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ବିବାହ ବିସ୍‌ରେ କୌଣସି ପ୍ରକାର ନୀତିନିୟମ ଥିବାର ଆମେ ଅନୁଭବ କରିପାରିନଥାଉ । ପ୍ରତ୍ୟେକ ଶ୍ରେଣୀ ଗୋଟିଏ ଗୋଟିଏ ବହିର୍ବିବାହୀ ଦଳ ହୋଇଥିବାରୁ ଏହାର ସଦସ୍ୟମାନେ ସେମାନଙ୍କର ଇଚ୍ଛା ଅନୁସାରେ ଯେକୌଣସି ଶ୍ରେଣୀରେ ବିବାହ କରିଥା’ନ୍ତି ।

(୬) ଧାର୍ମିକ ବିଶ୍ଵାସରେ ତାରତମ୍ୟ (Difference in religious beliefs) :
ଜାତି ପଦ୍ଧତି ଅଧୂକ ମାତ୍ରାରେ ଧାର୍ମିକ ବିଶ୍ଵାସଦ୍ୱାରା ପ୍ରଭାବିତ ହୋଇଥାଏ । ଜାତିର ସଦସ୍ୟମାନେ କର୍ମଫଳ, ପୂନର୍ଜନ୍ମ ପ୍ରଭୃତିରେ ବିଶ୍ୱାସ ସ୍ଥାପନ କରି ସେମାନଙ୍କର ଧର୍ମପାଳନ କରିଥା’ନ୍ତି । ସେଥ୍‌ପାଇଁ ଜାତି ପଦ୍ଧତି ଅଧ୍ବକ ମାତ୍ରାରେ ଧର୍ମବିଶ୍ୱାସଦ୍ୱାରା ପ୍ରଭାବିତ ହୋଇଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ଧାର୍ମିକ ବିଶ୍ଵାସଦ୍ବାରା ପ୍ରଭାବିତ ହେବାର ଅନୁଭବ କରାଯାଇନଥାଏ । କାରଣ ଶ୍ରେଣୀ ପଦ୍ଧତି ଧର୍ମଦ୍ଵାରା ପରିଚାଳିତ ନୁହେଁ । ଶ୍ରେଣୀର ଅଧିକାଂଶ ସଦସ୍ୟମାନଙ୍କ ଧର୍ମ ଉପରେ ବିଶ୍ଵାସ ନଥାଏ ।

(୭) ସଞ୍ଚଳନଜନିତ ପାର୍ଥକ୍ୟ (Difference in mobility) :
ଯେହେତୁ ଜାତି ପଦ୍ଧତି ଜନ୍ମ ଉପରେ ପ୍ରତିଷ୍ଠିତ; ତେଣୁ ଗୋଟିଏ ଜାତିରୁ ଅନ୍ୟ ଗୋଟିଏ ଜାତିକୁ ସଞ୍ଚଳନ ସମ୍ଭବପର ନୁହେଁ । ଜଣେ ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ଜାତିର ନିଜକୁ ସଦସ୍ୟଭାବେ ନିଜକୁ ପରିଗଣିତ କରିଥାଏ । ତେଣୁ ପ୍ରତ୍ୟେକ ଜାତି ଏକ ଆବଦ୍ଧ ସମୂହରୂପେ ପରିଚିତ; କିନ୍ତୁ ଅପରପକ୍ଷରେ ଶ୍ରେଣୀ ପଦ୍ଧତି କ୍ଷମତା, ପ୍ରସ୍ଥିତି ଏବଂ ବୃତ୍ତି ଉପରେ ପ୍ରତିଷ୍ଠିତ ହୋଇଥ‌ିବାରୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଗୋଟିଏ ଶ୍ରେଣୀକୁ ସଞ୍ଚଳନ ସହଜରେ ସମ୍ଭବପର ହୋଇଥାଏ । ଅନ୍ୟ ନୈତିକ ଅବସ୍ଥାକୁ ଭିତ୍ତିକରି ଶ୍ରେଣୀର ସଦସ୍ୟମାନେ ନିମ୍ନରୁ ଊର୍ଦ୍ଧ୍ବକୁ କିମ୍ବା ଊର୍ଦ୍ଧ୍ବରୁ ନିମ୍ନକୁ ସହଜରେ ଗତି କରିଥା’ନ୍ତି । ତେଣୁ ପ୍ରତ୍ୟେକ ଶ୍ରେଣୀ ଗୋଟିଏ ଗୋଟିଏ ‘ମୁକ୍ତ ସମୂହ’ ରୂପେ ପରିଚିତ ।

(୮) ଚେତନାରେ ପାର୍ଥକ୍ୟ (Difference in conciousness) :
ଜାତିର ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ‘ଜାତି-ସଚେତନତା’ ଭାବ ଦେଖାଯାଇଥାଏ । ଆମ୍ଭେମାନେ ଗୋଟିଏ ଜାତିର ସଦସ୍ୟ-ଏହି ମନ୍ତ୍ରଦ୍ୱାରା ଅନୁପ୍ରାଣୀତ ହୋଇ ସମସ୍ତ ସଦସ୍ୟ ପରସ୍ପରକୁ ପ୍ରତ୍ୟକ୍ଷ ଭାବରେ ସହଯୋଗ କରିଥା’ନ୍ତି । କିନ୍ତୁ ଏ ପ୍ରକାର ଚିନ୍ତାଧାରା ଶ୍ରେଣୀର ସଦସ୍ୟମାନଙ୍କ ମଧ୍ୟରେ ଦେଖିବାକୁ ମିଳିନଥାଏ ।

(ଗ) ପରିବର୍ତ୍ତନ ପରିବର୍ତ୍ତନ (Social Change)

1. ସାମାଜିକ ପରିବର୍ତ୍ତନର ବୈଶିଷ୍ଟ୍ୟ ବା ଲକ୍ଷଣଗୁଡ଼ିକୁ ଆଲୋଚନା କର ।
Answer:
ସାମାଜିକ ପରିବର୍ତ୍ତନର କେତୋଟି ମୁଖ୍ୟ ବୈଶିଷ୍ଟ୍ୟ ବା ଲକ୍ଷଣକୁ ନିମ୍ନ ପ୍ରକାରେ ଆଲୋଚନା କରାଯାଇପାରେ ।
(i) ସାମାଜିକ ପରିବର୍ତ୍ତନ ଏକ ସାର୍ବଜନୀନ ଘଟଣା (Social change is an universal process) – ସାମାଜିକ ପରିବର୍ତ୍ତନ ପ୍ରତ୍ୟେକ ସମାଜରେ ଦେଖାଯାଇଥାଏ । ପ୍ରାଚୀନ ସମାଜଠାରୁ ଆଧୁନିକ ସମାଜ ପର୍ଯ୍ୟନ୍ତ ପରିବର୍ତ୍ତନ ସଂଘଟିତ ହୋଇଆସୁଛି । କେତେକ ସମାଜରେ ଏହି ପରିବର୍ତ୍ତନର ବେଗ ପ୍ରଖର ହେଉଥ‌ିବାବେଳେ ଆଉ କେତେକ ସମାଜରେ ଏହା ଧୀର ଓ ମନ୍ଥର ଅଟେ ।

(ii) ସାମୁଦାୟିକ ପରିବର୍ତ୍ତନ (Community change) – ଏହି ସାମାଜିକ ପରିବର୍ତ୍ତନ ସମ୍ପୂର୍ଣ୍ଣ ସମୁଦାୟର ପରିବର୍ତ୍ତନକୁ ବୁଝାଇଥାଏ । ଏହା ଜଣେ ବ୍ୟକ୍ତିର ଜୀବନ ବା ବହୁ ବ୍ୟକ୍ତିବିଶେଷଙ୍କର ଜୀବନ ସଂରୂପର ପରିବର୍ତ୍ତନକୁ ବୁଝାଇ ନଥାଏ । ଯେଉଁ ପରିବର୍ତ୍ତନଦ୍ୱାରା ସମ୍ପୂର୍ଣ୍ଣ ସମୁଦାୟ ପ୍ରଭାବିତ ହୁଏ, କେବଳ ସେହି ପରିବର୍ତ୍ତନକୁ ସାମାଜିକ ପରିବର୍ତ୍ତନ କୁହାଯାଇଥାଏ ।

(iii) ଗତିଶୀଳ ପ୍ରକ୍ରିୟା (Dynamic process) – ସାମାଜିକ ପରିବର୍ତ୍ତନ ଏକ ଗତିଶୀଳ ପ୍ରକ୍ରିୟାରୂପେ ପରିଚିତ । ମାତ୍ର ଏହାର ବେଗ ସବୁବେଳ ପାଇଁ ପ୍ରତ୍ୟେକ ସମାଜରେ ସମାନ ନ ଥାଏ । ଗ୍ରାମ୍ୟ ସମୁଦାୟ ଅପେକ୍ଷା ପୌର ସମୁଦାୟରେ ଏହାର ବେଗ ପ୍ରଖର ଅଟେ ।

(iv) ସାର୍ବଜନୀନ ନିୟମ (Universal law) – ସାମାଜିକ ପରିବର୍ତ୍ତନ ପ୍ରକୃତିର ଏକ ସାର୍ବଜନୀନ ନିୟମ ଅଟେ । ଏହା ପ୍ରାକୃତିକଭାବେ ସୃଷ୍ଟି ହୋଇଥାଏ । ଏଥ୍ନିମିତ୍ତ କୌଣସି ସୁପରିକଳ୍ପିତ ଯୋଜନା ହୋଇ ନ ଥାଏ । ଉଦାହରଣସ୍ୱରୂପ – ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ପ୍ରଭୃତି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ସାମାଜିକ ପରିବର୍ତ୍ତନ ସଂଘଟିତ ହୋଇଥାଏ । ଏହା ବ୍ୟତୀତ ସାମାଜିକ ପରିବର୍ତ୍ତନ ମାନବଦ୍ୱାରା ସୁପରିକଳ୍ପିତ ବିଧ୍ଵବଦ୍ଧ ଯୋଜନାଦ୍ଵାରା ମଧ୍ୟ ସଂଘଟିତ ହୋଇଥାଏ । ଉଦାହରଣସ୍ୱରୂପ – ଗୋଷ୍ଠୀ ଉନ୍ନୟନ ଯୋଜନା ଏବଂ ସମନ୍ବିତ ଉନ୍ନୟନ ଯୋଜନାଦ୍ୱାରା ମଧ୍ୟ ଏହା ସଂଘଟିତ ହୋଇଥାଏ ।

(v) ଭବିଷ୍ୟବାଣୀ ଦେବା ଅସମ୍ଭବ (Impossibility of prediction) – ସାମାଜିକ ପରିବର୍ତ୍ତନର ରୂପରେଖ ସମ୍ବନ୍ଧରେ ଭବିଷ୍ୟତବାଣୀ ଦେବା କଷ୍ଟକର ଅଟେ । ସାମାଜିକ ପରିବର୍ତ୍ତନର ଏପରି କୌଣସି ସ୍ବତନ୍ତ୍ର ନିୟମ ନାହିଁ, ଯାହା ଅନୁସାରେ କି ଏହାର ନିର୍ଦ୍ଦିଷ୍ଟ ଆକାର କିଭଳି ହେବ ସେ ବିଷୟରେ ଅନୁମାନ କରାଯାଇପାରିବ । ଆମେ କେବଳ ପରିବର୍ତ୍ତନ ପ୍ରବୃତ୍ତିର ଅନୁମାନ କରିପାରିବା । ମାତ୍ର ଭବିଷ୍ୟତରେ ସାମାଜିକ ସମ୍ପର୍କର ରୂପରେଖ କିପରି ହେବ ସେ ବିଷୟରେ ଆମେ ନିର୍ଦ୍ଦିଷ୍ଟଭାବେ କୌଣସି ଭବିଷ୍ୟବାଣୀ ଦେଇପାରିବା ନାହିଁ ।

(vi) ସାମାଜିକ ଜୀବନ ସହିତ ସମ୍ପୃକ୍ତ (Related with social life) – ସାମାଜିକ ପରିବର୍ତ୍ତନ ସାମାଜିକ ଜୀବନକୁ ଗଭୀରଭାବେ ପ୍ରଭାବିତ କରିଥାଏ । କାରଣ ସମାଜ ହେଉଛି ପରସ୍ପର ସହ ସମ୍ପୃକ୍ତ ଥ‌ିବା ଅଂଶଗୁଡ଼ିକର ଏକ ଗତିଶୀଳ ପଦ୍ଧତି । ଗୋଟିଏ ଅଂଶରେ ପରିବର୍ତ୍ତନ ଘଟିଲେ ଏହାର ଅନ୍ୟାନ୍ୟ ଅଂଶଗୁଡ଼ିକରେ ‘ମଧ୍ୟ ପରିବର୍ତ୍ତନ ଘଟିଥାଏ । ଉଦାହରଣସ୍ୱରୂପ – ବର୍ତ୍ତମାନ ଉଦ୍ୟୋଗୀକରଣ ଫଳରେ ଘରୋଇ ଉତ୍ପାଦନ ପଦ୍ଧତିର ଧ୍ବଂସ ସାଧନ ଘଟିଛି ।

ଘରୋଇ ବ୍ୟବସ୍ଥାର ଧ୍ବଂସ ଫଳରେ ନାରୀମାନେ ଗୃହ ବାହାରେ ବିଭିନ୍ନ କଳକାରଖାନା, ସରକାରୀ କାର୍ଯ୍ୟାଳୟ ପ୍ରଭୃତିରେ କର୍ମନିଯୁକ୍ତି ପାଇଛନ୍ତି । ସେମାନେ ବର୍ତ୍ତମାନ ଆଉ ପୁରୁଷମାନଙ୍କ ନିୟନ୍ତ୍ରଣରେ ରହିବାପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ସେମାନଙ୍କର ଅଭିବୃଦ୍ଧି, ଚିନ୍ତାଧାରା ଏବଂ ପ୍ରସ୍ଥିତି ପ୍ରଭୃତିରେ ଦ୍ରୁତ ପରିବର୍ତ୍ତନ ଘଟିଛି ।

(vii) ସାମାଜିକ ପରିବର୍ତ୍ତନ ଏକ ଜଟିଳ ଘଟଣା (Social change is a complex phenomenon) – ସାମାଜିକ ପରିବର୍ତ୍ତନ ବିଷୟରେ ମାପ କରିବା ସମ୍ଭବପର ନୁହେଁ । ଏହା ଏକ ଜଟିଳ ଘଟଣା ଅଟେ । ଭୌତିକ ବସ୍ତୁ ବା ଭୌତିକ ସଂସ୍କୃତିରେ ସଂଘଟିତ ହେଉଥ‌ିବା ପରିବର୍ତ୍ତନକୁ ଆମେ କଳନା କରିପାରିବା; ମାତ୍ର ସାମାଜିକ ମୂଲ୍ୟବୋଧ, ବିଶ୍ଵାସ ପଦ୍ଧତି ଏବଂ ବ୍ୟବହାର ସଂରୂପରେ ହେଉଥ‌ିବା ପରିବର୍ତ୍ତନକୁ ମାପ କରିବା ସମ୍ଭବପର ନୁହେଁ । ଆମେ କେବଳ ଏହିସବୁ ଦିଗର ପରିବର୍ତ୍ତନକୁ ଅନୁଭବ କରିଥାଉ ।

(viii) ବହୁକାରକର ସମଷ୍ଟି (Mixture of several factors) – ସାମାଜିକ ପରିବର୍ତ୍ତନ ଅନେକ କାରକ ଯୋଗୁଁ ସଂଘଟିତ ହୋଇଥାଏ । କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରକ ସାମାଜିକ ପରିବର୍ତ୍ତନ ପାଇଁ ସମ୍ପୂର୍ଣ୍ଣରୂପେ ଦାୟୀ ନୁହେଁ । ଏହାର ପ୍ରଧାନ କାରଣ ହେଉଛି ସାମାଜିକ ଘଟଣାଗୁଡି଼କ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି ।

(ix) ସାମାଜିକ ପରିବର୍ତ୍ତନ ସ୍ଵୟଂସିଦ୍ଧ ବା ଯୋଜନାବଦ୍ଧ ହୋଇପାରେ (Social change may be unplanned or planned) – ସାମାଜିକ ପରିବର୍ତ୍ତନ ଯୋଜନାବଦ୍ଧ ବା ଯୋଜନାବିହୀନ ହୋଇପାରେ । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ; ଯଥା – ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି ପ୍ରଭୃତି ଫଳରେ ସମାଜରେ ପରିବର୍ତ୍ତନ ସୃଷ୍ଟି ହୋଇ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଫଳରେ ସାମାଜିକ ପରିବର୍ତ୍ତନ ସଂଘଟିତ ହୋଇଥାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

ଏହିପ୍ରକାର ପରିବର୍ତ୍ତନ ଉପରେ ମନୁଷ୍ୟର କୌଣସି ନିୟନ୍ତ୍ରଣ ନ ଥାଏ । ସେହିପରି ମନୁଷ୍ୟ ଅନେକ ସମୟରେ ଇଚ୍ଛାକୃତଭାବେ କେତେକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ପ୍ରକଟ କରିଥାଏ । ଏହିପ୍ରକାର ପରିବର୍ତ୍ତନକୁ ଯୋଜନାବଦ୍ଧ ପରିବର୍ଭନ ବୋଲି କୁହାଯାଇଥାଏ । ବିଭିନ୍ନ ପଞ୍ଚବାର୍ଷିକ ଯୋଜନା, ସମାଜ କଲ୍ୟାଣ କାର୍ଯ୍ୟକ୍ରମ ପ୍ରଭୃତି ଏହି ଶ୍ରେଣୀୟ ପରିବର୍ତ୍ତନର ପରିସରଭୁକ୍ତ ଅଟେ ।

(x) ସାମାଜିକ ପରିବର୍ତ୍ତନ ଗ୍ରହଣୀୟ ବା ବର୍ଜନୀୟ ହୋଇପାରେ (Social change may be accetpted or rejected) – ସବୁପ୍ରକାର ସାମାଜିକ ପରିବର୍ତ୍ତନ ଜନସାଧାରଣଙ୍କଦ୍ବାରା ଗ୍ରହଣୀୟ ହୋଇ ନ ପାରେ । କେତେକ ପରିବର୍ତ୍ତନ ପ୍ରକ୍ରିୟାକୁ ସେମାନେ ଆଦରରେ ଗ୍ରହଣ କରୁଥିବାବେଳେ ଆଉ କେତେକ ପରିବର୍ତ୍ତନ ପ୍ରକ୍ରିୟାକୁ ଦୃଢ଼ ବିରୋଧ କରିଥା’ନ୍ତି । ସାଧାରଣତଃ ସମାଜର ରକ୍ଷଣଶୀଳ ବ୍ୟକ୍ତିମାନେ ନୂତନ ପରିବର୍ତ୍ତନକୁ ଗ୍ରହଣ କରି ନ ପାରି ଏହାର ବିରୋଧ କରିଥା’ନ୍ତି ।

2. ସାମାଜିକ ପରିବର୍ତ୍ତନର ପ୍ରାଦ୍ୟୋଗିକ କାରକ ବିଷୟରେ ଆଲୋଚନା କର ।
Answer:
ଆଧୁନିକ ସମାଜରେ ପ୍ରାଦ୍ୟୋଗିକ କାରକ ସାମାଜିକ ସଂରଚନାରେ ଦ୍ରୁତ ପରିବର୍ତ୍ତନ ଆଣିବାପାଇଁ ସମ୍ପୂର୍ଣ୍ଣରୂପେ ଦାୟୀ ଅଟେ । ବର୍ତ୍ତମାନ ଯୁଗ ବିଜ୍ଞାନ ଏବଂ କାରିଗରୀ ବିଦ୍ୟାର ଯୁଗରୂପେ ପରିଚିତ । ପ୍ରଦ୍ୟୋଗ କହିଲେ ମେସିନ୍ ବା ଯାନ୍ତ୍ରିକ ପ୍ରଚଳନକୁ ସୂଚାଇଥାଏ । ଏହି ଯାନ୍ତ୍ରିକ ପ୍ରଚଳନ ଫଳରେ ସାମାଜିକ ସଂରଚନାରେ ଆମୂଳଚୂଳ ପରିବର୍ତ୍ତନ ସଂଘଟିତ ହୋଇଥାଏ । ପ୍ରଖ୍ୟାତ ସମାଜବିଜ୍ଞାନୀ ଓରବର୍ଣ୍ଣ (Ogburn) ଙ୍କ ମତରେ, ପ୍ରଦ୍ୟୋଗ ଆମର ପରିବେଶକୁ ପରିବର୍ତ୍ତନ କରିବା ସହିତ ସମାଜକୁ ମଧ୍ୟ ପରିବର୍ତ୍ତନ କରିଥାଏ ।

ଏହି ପରିବର୍ତ୍ତନ ମୁଖ୍ୟତଃ ଭୌତିକ ପରିବେଶରେ ସଙ୍ଗଠିତ ହୋଇଥାଏ ଏବଂ ଏହା ପ୍ରଚଳିତ ସମାଜର ପ୍ରଥା ଏବଂ ସାମାଜିକ ଅନୁଷ୍ଠାନଗୁଡ଼ିକରେ ମଧ୍ୟ ପରିବର୍ତ୍ତନ ଆଣିଥାଏ ।’’ ସାଧାରଣତଃ ପ୍ରଦ୍ୟୋଗ କହିଲେ ବିଭିନ୍ନ ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ ଜ୍ଞାନକୁ ବୁଝାଇଥାଏ ।

ସାମାଜିକ ପରିବର୍ତ୍ତନର ଏହି ପ୍ରାଦ୍ୟୋଗିକ କାରକକୁ ନିମ୍ନଲିଖ୍ ବିଭାଗରେ ବିଭକ୍ତ କରି ଆଲୋଚନା କରାଯାଇପାରେ ।
(a) ଶିଳ୍ପ ଅନୁଷ୍ଠାନରେ ଯାନ୍ତ୍ରିକ ପରିବର୍ତ୍ତନ (Introduction of machines in industries) – ଶିଳ୍ପ ଅନୁଷ୍ଠାନରେ ଯନ୍ତ୍ରପାତିର ପ୍ରଚଳନ ଫଳରେ ସାମାଜିକ ବ୍ୟବସ୍ଥାରେ କେତେକ ମୌଳିକ ପରିବର୍ତ୍ତନ ସଂଘଟିତ ହୋଇଥାଏ । ସେଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।

(i) କାରଖାନା ପଦ୍ଧତିର ଜନ୍ମ (Birth of factory system) – ଶିଳ୍ପ କ୍ଷେତ୍ରରେ ଯନ୍ତ୍ରପାତିର ପ୍ରଚଳନ ଫଳରେ କଳକାରଖାନାଗୁଡ଼ିକ ଅଧ୍ଵ ମାତ୍ରାରେ ପ୍ରତିଷ୍ଠିତ ହେଲା । ଫଳରେ ବହୁଳସଂଖ୍ୟାରେ ଲୋକମାନେ କର୍ମନିଯୁକ୍ତିର ସୁଯୋଗ ପାଇଲେ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ଦ୍ରବ୍ୟ ଉତ୍ପାଦିତ ହେଲା ।

(ii) ନଗରୀକରଣ (Urbanisation) – କଳକାରଖାନାର ପ୍ରସାର ଫଳରେ ପୌର ସଭ୍ୟତାର ବିକାଶ ଘଟିଲା । ଗ୍ରାମର ଲୋକମାନେ ନଗରାଭିମୁଖୀ ହେବାରୁ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବାପାଇଁ ଦୋକାନ ବଜାର ଗଢ଼ିଉଠିଲା । ଫଳରେ ଉଦ୍ୟୋଗୀକରଣ ପୌରୀକରଣକୁ ସୃଷ୍ଟି କଲା । ପୌରୀକରଣ ଫଳରେ ବଡ଼ ବଡ଼ ସହର ସବୁ ଜନ୍ମଲାଭ କଲେ ।

(iii) ନୂତନ ଶ୍ରେଣୀର ଅଭ୍ୟୁଦୟ (Evolution of new classes) – ଉଦ୍ୟୋଗୀକରଣ ଏବଂ ନଗରୀକରଣ ପ୍ରକ୍ରିୟାର ପ୍ରଭାବ ନୂତନ ସାମାଜିକ ଶ୍ରେଣୀ ସୃଷ୍ଟି କରିବାରେ ସହାୟକ ହୋଇଛି । ବର୍ତ୍ତମାନ ସମାଜରେ ଆମେ ଦୁଇଟି ମୁଖ୍ୟ ଶ୍ରେଣୀ; ଯଥା – ପୁଞ୍ଜିପତି ଓ ଶ୍ରମିକ ଶ୍ରେଣୀ ଦେଖିବାକୁ ପାଉଛୁ । ଏହି ଦୁଇଟି ଶ୍ରେଣୀ ସେମାନଙ୍କର ଶ୍ରେଣୀ ସ୍ବାର୍ଥର ସୁରକ୍ଷା ନିମିତ୍ତ ସଙ୍ଗଠନକୁ ଦୃଢ଼ୀଭୂତ କରିବାରେ ଲାଗିଛନ୍ତି । ଫଳରେ ସମାଜରେ ଅଧୁନା ଧର୍ମଘଟ, ତାଲାବିନ୍ଦ ପ୍ରଭୃତି ଦେଖାଦେଇ ଆମର ସାମାଜିକ ଜୀବନକୁ ପରିବର୍ତ୍ତିତ କରିବାରେ ଲାଗିଛି ।

(iv) ନାରୀର ପ୍ରସ୍ଥିତିରେ ଉନ୍ନତି (Improvement in the status of women) – କଳକାରଖାନାର ପ୍ରସାର ଏବଂ ଯନ୍ତ୍ରପାତିର ପ୍ରଚଳନ ନାରୀମାନଙ୍କୁ ଯଥେଷ୍ଟ ଅଧିକାର ପ୍ରଦାନ କରିଛି । ସେମାନଙ୍କର କର୍ମନିଯୁକ୍ତି ପରିବାରର ଅର୍ଥନୀତିକୁ ସୁଦୃଢ଼ କରିବାରେ ଯଥେଷ୍ଟ ସହାୟକ ହୋଇଛି । ପ୍ରାଚୀନ ସମାଜ ତୁଳନାରେ ସେମାନେ ଅଧିକ ମାନସିକ ଶାନ୍ତି ପାଇବା ପରିଲକ୍ଷିତ ହେଉଛି ।

(b) ଯୋଗାଯୋଗ କ୍ଷେତ୍ରରେ ଉନ୍ନତି (Development of the means of communication) – ପ୍ରାଦ୍ୟୋଗିକ ବିକାଶ ଯୋଗୁଁ ଆମର ଯୋଗାଯୋଗ କ୍ଷେତ୍ରରେ ଦ୍ରୁତ ଉନ୍ନତି ସଂଘଟିତ ହୋଇଛି । ବର୍ତ୍ତମାନ ବିଭିନ୍ନ ଗଣଯୋଗାଯୋଗର ମାଧ୍ଯମ; ଯଥା – ରେଡ଼ିଓ, ଟେଲିଭିଜନ୍, ସିନେମା ଏବଂ ସମ୍ବାଦପତ୍ର ପ୍ରଭୃତି ଜରିଆରେ ଲୋକମାନେ ଦୂରଦୂରାନ୍ତରରୁ ଯେକୌଣସି ପ୍ରକାର ସୂଚନା ଅଳ୍ପ ସମୟ ମଧ୍ୟରେ ପାଇବାରେ ସମର୍ଥ ହେଉଛନ୍ତି । ଏହା ଆମର ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇ ପାରିଛି ।

(c) ପରିବହନ ମାଧ୍ୟରେ ଉନ୍ନତି (Development of the means of transport) – ବର୍ତ୍ତମାନ ପରିବହନ ବ୍ୟବସ୍ଥାରେ ଆଶ୍ଚର୍ଯ୍ୟଜନକଭାବେ ଅଗ୍ରଗତି ଘଟିଛି । ଉଡ଼ାଜାହାଜ, ମଟରଗାଡ଼ି, ସ୍ୱୟଂଚାଳିତ ଯାନ ପ୍ରଭୃତି ଅତ୍ୟାଧୁନିକ ଯାନବାହନ ଅଗ୍ରଗତି ଆମର ଆନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥାକୁ ଯଥେଷ୍ଟ ପ୍ରେରଣା ଯୋଗାଇଛି । ଫଳରେ ଦେଶ ଦେଶ ମଧ୍ୟରେ ଉଚିତ ବୁଝାମଣା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ପରସ୍ପର ପ୍ରତି ସହଯୋଗ ମନୋଭାବ ବୃଦ୍ଧି ପାଇବାରେ ଲାଗିଛି ।

(d) ନୂତନ କୃଷିକୌଶଳର ବିକାଶ (Development of new agricultural techniques) – କୃଷିକ୍ଷେତ୍ରରେ ମଧ୍ୟ ନୂତନ କୃଷିଭିତ୍ତିକ କଳକୌଶଳର ବ୍ୟବହାର ପରିଲକ୍ଷିତ ହେଉଛି । ଫଳରେ ଉତ୍ପାଦନର ମାତ୍ରା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ଅନୁପ୍ରାଣିତ ହୋଇ ଗ୍ରାମାଞ୍ଚଳର କୃଷକମାନେ ଚାଷକାର୍ଯ୍ୟରେ ଉନ୍ନତ ସାର, ବିହନ, କୀଟନାଶକ ଔଷଧ ଏବଂ ନୂତନ କୃଷିଭିତ୍ତିକ କଳକୌଶଳକୁ ପ୍ରୟୋଗ କରି ସ୍ଵଳ୍ପ ସମୟ ମଧ୍ୟରେ ଅଧିକ ଶସ୍ୟ ଅମଳ କରିବାରେ ସମର୍ଥ ହେଉଛନ୍ତି ।

ଉପରୋକ୍ତ ଆଲୋଚନାରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ପ୍ରାଦ୍ୟୋଗ ନୂତନ ସାମାଜିକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ । ତେଣୁ କୁହାଯାଇପାରେ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ପ୍ରୌଦ୍ୟୋଗର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ ଯାହାକି ସାମାଜିକ ସଂରଚନାକୁ ଏକ ନୂତନ ଦିଗ ପ୍ରଦାନ କରିଥାଏ ।

3. ସାମାଜିକ ପରିବର୍ତ୍ତନର ଜନବିବରଣ ସମ୍ବନ୍ଧୀୟ କାରକ ବିଷୟରେ ଆଲୋଚନା କର ।
Answer:
ସମାଜରେ ପରିବର୍ତ୍ତନ ସଂଘଟିତ କରିବାରେ ଏହି ଜନବିବରଣ ସମ୍ବନ୍ଧୀୟ କାରକର ମୁଖ୍ୟ ଭୂମିକା ରହିଛି । ଜନସଂଖ୍ୟାର ବୈଶିଷ୍ଟ୍ୟ ଅନୁସାରେ ସାମାଜିକ ସଙ୍ଗଠନକୁ ଏକ ବିଶେଷ ରୂପ ମିଳିଥାଏ ଏବଂ ଏହା ଅନୁସାରେ ସାମାଜିକ ସଂରଚନା ତିଆରି ହୋଇଥାଏ, ସେତେବେଳେ ଜନସଂଖ୍ୟାତ୍ମକ ବୈଶିଷ୍ଟ୍ୟରେ ପରିବର୍ତ୍ତନ ହୋଇଥାଏ ସେତେବେଳେ ସମାଜରେ ପରିବର୍ତ୍ତନ ଦେଖାଯାଇଥାଏ । ଦୁଇଗୋଟି ମୁଖ୍ୟ ଜନବିବରଣ ସମ୍ବନ୍ଧୀୟ କାରଣ ଯୋଗୁ ସମାଜରେ ପରିବର୍ତ୍ତନ ଅନିବାର୍ଯ୍ୟ ହୋଇଥାଏ ।

ପ୍ରଥମଟି ହେଲା ଜନସଂଖ୍ୟାର ଆକାରରେ ବୃଦ୍ଧି ଏବଂ ଦ୍ବିତୀୟଟି ହେଲା ଜନସଂଖ୍ୟାର ଆକାରରେ ହ୍ରାସ । ଯଦି ସମାଜରେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଏ, ତାହାହେଲେ ସେ କ୍ଷେତ୍ରରେ ଲୋକମାନଙ୍କର ଜୀବନଧାରଣର ମାନ ହ୍ରାସ ପାଇଥାଏ । ଜନସଂଖ୍ୟା ବୃଦ୍ଧିଫଳରେ ଲୋକମାନଙ୍କ ମଧ୍ୟରେ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ପାଇଁ ତୀବ୍ର ପ୍ରତିଦ୍ବନ୍ଦିତା ସୃଷ୍ଟି ହୋଇଥାଏ ।

ଜନସଂଖ୍ୟାର ବୃଦ୍ଧି ଫଳରେ ସମାଜରେ ଭିନ୍ନ ଭିନ୍ନ ପ୍ରକାରର ସାମାଜିକ ସମସ୍ୟା; ଯଥା – ଅପରାଧ, ବାଲ୍ୟ ଅପରାଧ, ଦାରିଦ୍ର୍ୟ, ବେକାରି, ଆତ୍ମହତ୍ୟା, ବେଶ୍ୟାବୃତ୍ତି, ପରିବାର ବିଘଟନ ଏବଂ ଛାଡ଼ପତ୍ର ପ୍ରଭୃତି ସମସ୍ୟା ସୃଷ୍ଟି ହୋଇଥାଏ, ଯାହାଫଳରେ ସମାଜରେ ପରିବର୍ତ୍ତନ ଦେଖାଯାଇଥାଏ । ଜନ ବିବରଣ ତତ୍ତ୍ୱବିତ୍ କୁହନ୍ତି, ଜନସଂଖ୍ୟାର ଘନତ୍ବରେ ପରିବର୍ତ୍ତନ ଘଟିଲେ ସାମାଜିକ ସମ୍ପର୍କରେ ପରିବର୍ତ୍ତନ ଦେଖାଯାଇଥାଏ ।

କାରଣ ଯେଉଁ ସ୍ଥାନରେ ଜନସଂଖ୍ୟାରେ ଘନତ୍ଵ କମ୍ ସେଠାରେ ଲୋକମାନଙ୍କ ମଧ୍ୟରେ ପ୍ରାଥମିକ ସମ୍ପର୍କ ସୃଷ୍ଟି ହୋଇଥାଏ । ଉଦାହରଣସ୍ୱରୂପ – ଗ୍ରାମ୍ୟ ସମାଜରେ ଜନସଂଖ୍ୟାର କମ୍ ଘନତ୍ଵ ଦୃଷ୍ଟିରୁ ସେଠାରେ ଲୋକମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ତଥା ବ୍ୟକ୍ତିଗତ ସମ୍ପର୍କ ସୃଷ୍ଟି ହୋଇଥାଏ । ସେହିପରି ଯେଉଁ ସ୍ଥାନରେ ଜନସଂଖ୍ୟାର ଘନତ୍ଵ ବେଶି ସେଠାରେ ଲୋକମାନଙ୍କ ମଧ୍ୟରେ ଗୌଣ ସମ୍ପର୍କ ସୃଷ୍ଟି ହୋଇଥାଏ ।

ନଗରାଞ୍ଚଳରେ ଜନସଂଖ୍ୟାର ଘନତ୍ଵ ବେଶି ଥ‌ିବାରୁ ସେଠାରେ ଲୋକମାନଙ୍କ ମଧ୍ୟରେ ପରୋକ୍ଷ ତଥା ଅବୈୟକ୍ତିକ ସମ୍ପର୍କ ସୃଷ୍ଟି ହୋଇଥାଏ ଏବଂ ଏହାଦ୍ୱାରା ସାମାଜିକ ସମ୍ପର୍କରେ ପରିବର୍ତ୍ତନ ହୋଇଥାଏ । ଯେଉଁ ସମାଜରେ ଜନସଂଖ୍ୟାର ହାର ଦ୍ରୁତଗତିରେ ବୃଦ୍ଧିପାଏ ସେଠାରେ ସରକାର ଜନସଂଖ୍ୟାର ହାର ହ୍ରାସ କରିବା ନିମିତ୍ତ ବିଭିନ୍ନ ପ୍ରକାର ଆଇନ ପ୍ରଣୟନ କରିଥା’ନ୍ତି । ଉଦାହରଣସ୍ୱରୂପ – ଭାରତବର୍ଷରେ ପ୍ରଥାକୁ ସମ୍ପୂର୍ଣ୍ଣରୂପେ ନିଷିଦ୍ଧ କରାଯାଇଛି ।

ସର୍ବନିମ୍ନ ବିବାହ ବୟସ ନିର୍ଦ୍ଧାରିତ ହୋଇଛି ଏବଂ ବିଳମ୍ବ ବିବାହକୁ ଉତ୍ସାହିତ କରାଯାଉଛି । ଏହାଦ୍ବାରା ସାମାଜିକ ସମ୍ପର୍କରେ ପରିବର୍ତ୍ତନ ପ୍ରସ୍ଫୁଟିତ ହେଉଛି । ଇମାଇଲ୍ ଦୁର୍ଖମ୍ (Emile Durkheim) ଙ୍କ ମତରେ, ଜନସଂଖ୍ୟାର ବୃଦ୍ଧି ଘଟିଲେ ସମାଜରେ ଶ୍ରମ-ବିଭାଜନ ସୃଷ୍ଟି ହୋଇଥାଏ । ଜନସଂଖ୍ୟା ବୃଦ୍ଧି ଗଭୀରଭାବରେ ଆର୍ଥନୀତିକ ଅନୁଷ୍ଠାନ ଏବଂ ସଙ୍ଗଠନଗୁଡ଼ିକ ଉପରେ ପ୍ରଭାବ ପକାଇଥାଏ ଏବଂ ଏହାଦ୍ଵାରା ସାମାଜିକ ପରିବର୍ତ୍ତନ ହୋଇଥାଏ ।

ସୁତରାଂ ଦେଶର ଜନସଂଖ୍ୟା ବୃଦ୍ଧି ସହିତ ସାମାଜିକ ପରିବର୍ତ୍ତନ ଘନିଷ୍ଠଭାବେ ସମ୍ପୃକ୍ତ । କେତେକ ସମାଜବିଜ୍ଞାନୀଙ୍କ ମତ ଅନୁସାରେ, ଜନସଂଖ୍ୟା ବୃଦ୍ଧି ଯୋଗୁଁ ସମାଜର ଆର୍ଥନୀତିକ ମେରୁଦଣ୍ଡ ବିପର୍ଯ୍ୟସ୍ତ ହୋଇପଡ଼ିଥାଏ । କିନ୍ତୁ ଅନ୍ୟକେତେକ ସମାଜ ବିଜ୍ଞାନୀଙ୍କ ମତ ଅନୁସାରେ, ଜନସଂଖ୍ୟା ବୃଦ୍ଧି ସମାଜର ଅର୍ଥନୀତିକୁ ଦୃଢ଼ୀଭୂତ କରିଥାଏ ।

କାରଣ ଏହିପ୍ରକାର ପରସ୍ଥିତିର ଆଶୁ ମୁକାବିଲା ପାଇଁ ସମାଜ ଅଧ୍ଵ ସଚେତନ ହୋଇଥାଏ ଯାହାଫଳରେ କି ଏହି ସମୟରେ ନବପ୍ରବର୍ତ୍ତନ ଏବଂ ଉଦ୍ଭାବନ ଦେଖାଦେଇ ପରିସ୍ଥିତିର ମୁକାବିଲା କରିଥାଏ; କିନ୍ତୁ ଏଠାରେ କୁହାଯାଇପାରେ ଯେ, ଜନସଂଖ୍ୟାର ଦ୍ରୁତ ବୃଦ୍ଧି ସମାଜର ଅର୍ଥନୀତିକୁ ଆଘାତ ଦେଇଥାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

ସେହିପରି ଜନସଂଖ୍ୟାର ହ୍ରାସ ଘଟିଲେ ଲୋକମାନଙ୍କର ବଞ୍ଚିବାର ମାନ ବୃଦ୍ଧି ପାଇଥାଏ । ଲୋକମାନଙ୍କ ମଧ୍ୟରେ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ପାଇବାପାଇଁ ଉତ୍ତମ ସମ୍ପର୍କ ସୃଷ୍ଟି ହୋଇଥାଏ । ଜନସଂଖ୍ୟାର ହ୍ରାସଯୋଗୁଁ ପରିବାରର ଆକାର, ସ୍ଵାମୀ-ସ୍ତ୍ରୀ ସମ୍ପର୍କ, ସନ୍ତାନମାନଙ୍କର ଶିକ୍ଷା, ପରିବାରର ଆର୍ଥନୀତିକ ଅବସ୍ଥା ପ୍ରଭୃତି ବହୁ ସାମାଜିକ ଜୀବନରେ ପରିବର୍ତ୍ତନ ଘଟିଥାଏ ।

ଏଥିରୁ ସ୍ପଷ୍ଟଭାବେ ଜଣାପଡ଼େ ଯେ, ଜନସଂଖ୍ୟାର ଆକାର, ଗୁଣ ଏବଂ ଗଠନରେ ପରିବର୍ତ୍ତନ ଘଟିଲେ ସାମାଜିକ ସମ୍ପର୍କରେ ପରିବର୍ତ୍ତନ ଘଟିଥାଏ । ଏହା ସାମାଜିକ ସଙ୍ଗଠନ, ଅନୁଷ୍ଠାନ, ପ୍ରଥା ଏବଂ ପରମ୍ପରା ପ୍ରଭୃତିରେ ଦ୍ରୁତ ପରିବର୍ତ୍ତନ ଆଣିଥାଏ ।

ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ, ଜନବିବରଣ ସମ୍ବନ୍ଧୀୟ କାରକ ସମାଜରେ ପରିବର୍ତ୍ତନ ସଙ୍ଗଠିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି କାରଣଦ୍ବାରା ପ୍ରଭାବିତ ହୋଇ ସାମାଜିକ ସଂରଚନାରେ ଦ୍ରୁତ ପରିବର୍ତ୍ତନ ଦେଖାଦେଇଥାଏ ।

4. ସାମାଜିକ ପରିବର୍ତ୍ତନ କ’ଣ ? ସାମାଜିକ ପରିବର୍ତ୍ତନର ସାଂସ୍କୃତିକ କାରକମାନ ଆଲୋଚନା କର ।
Answer:
ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ । ପ୍ରତ୍ୟେକ ସମାଜ ପରିବର୍ତ୍ତନଶୀଳ ଅଟେ । କୌଣସି ସମାଜ ସ୍ଥିର ବା ସ୍ଥାଣୁ ନୁହେଁ । ଯେହେତୁ ସମାଜ ହେଉଛି ସାମାଜିକ ସମ୍ପର୍କର ଏକ ସମଷ୍ଟି; ତେଣୁ ସାମାଜିକ ପରିବର୍ତ୍ତନ କହିଲେ ସାମାଜିକ ସମ୍ପର୍କର ପରିବର୍ତ୍ତନକୁ ହିଁ ବୁଝାଇଥାଏ । ସାଧାରଣ ସଂରଚନା, ସାମାଜିକ ଅନୁଷ୍ଠାନ ଏବଂ ସାମାଜିକ ସଙ୍ଗଠନର ପ୍ରତ୍ୟେକ ବିଭାଗର ପରିବର୍ତ୍ତନକୁ ସାମାଜିକ ପରିବର୍ତ୍ତନ କୁହାଯାଇଥାଏ ।

ସଂସ୍କୃତି ସମାଜର ମୂଳପିଣ୍ଡ ଅଟେ । ଆମର ମୂଲ୍ୟବୋଧ, ବିଶ୍ଵାସ, ଧର୍ମଧାରଣା, ଆଦର୍ଶ, ପ୍ରଥା ପରମ୍ପରା ଆଦି ଉପାଦାନଗୁଡ଼ିକୁ ନେଇ ସଂସ୍କୃତି ଗଠିତ । ଏସବୁ ସାମାଜିକ ଜୀବନ ଉପରେ ଗଭୀରଭାବେ ପ୍ରଭାବ ପକାଇଥାଏ । ତେଣୁ ସେହିସବୁ ଉପାଦାନଗୁଡ଼ିକରେ ପରିବର୍ତ୍ତନ ଘଟିଥାଏ । ସାଂସ୍କୃତିକ କାରକ ସମାଜରେ ସୃଷ୍ଟି କରୁଥିବା ପରିବର୍ତ୍ତନକୁ ବିଭିନ୍ନ ବିଦ୍ଵାନ୍‌ଗଣ ଭିନ୍ନ ଭିନ୍ନ ଭାବେ ସୃଷ୍ଟି କରିଛନ୍ତି ।

ଡବ୍ଲ୍ୟୁ.ଇ.ମୁରେ (W.E. Moore) ଙ୍କ ମତରେ, ସାଂସ୍କୃତିକ ସଂଘର୍ଷ, ସାଂସ୍କୃତିକ ବିଷମଯୁକ୍ତତା, ଅନ୍ୟସଂସ୍କୃତି ଗ୍ରହଣ ତଥା ସାଂସ୍କୃତିକ ପ୍ରସାରଣ ଫଳରେ ସାମାଜିକ ପରିବର୍ତ୍ତନ ହୋଇଥାଏ । ସେହିପରି ଓଗ୍‌ବର୍ଣ୍ଣ ଏବଂ ଅନ୍ୟ କେତେକ ବିଦ୍ୱାନ୍ ସାଂସ୍କୃତିକ ବିଳମ୍ବନକୁ ସାମାଜିକ ପରିବର୍ତ୍ତନର ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି । ଏଣୁ ଯେଉଁସବୁ ସାଂସ୍କୃତିକ ସ୍ଥିତିଦ୍ୱାରା ସମାଜରେ ପରିବର୍ତ୍ତନ ସୃଷ୍ଟି ହୋଇଥାଏ ତାହାର ସଂକ୍ଷିପ୍ତ ଆଲୋଚନା କରାଯାଇଛି; ସେଗୁଡ଼ିକ ହେଲା –

(i) ସାଂସ୍କୃତିକ ସଂଘର୍ଷ (Cultural conflict) – ଭିନ୍ନ ଭିନ୍ନ ସାଂସ୍କୃତିକ ସମୂହ ପରସ୍ପରର ନିକଟ ସମ୍ପର୍କରେ ଆସିବା ଫଳରେ ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥାଏ । ଏହାକୁ ସାଂସ୍କୃତିକ ସଂଘର୍ଷ କୁହାଯାଏ । ପ୍ରତ୍ୟେକ ସାଂସ୍କୃତିକ ସଂଘର୍ଷ ସମୂହ ଅନ୍ୟ ଉପରେ ନିଜ ସଂସ୍କୃତିକୁ ଲଦି ଦେବାକୁ ଚେଷ୍ଟା କରିଥାଏ । ମାତ୍ର ଏହି ସଂଘର୍ଷରେ ଯେଉଁ ସମୂହ ବିଜୟଲାଭ କରେ, ତା’ର ସଂସ୍କୃତିକୁ ପରାଜିତ ସମୂହ, ଗ୍ରହଣ କରିବାକୁ ବାଧ୍ୟ ହୋଇଥାଏ । ଏହିପ୍ରକାର ସାଂସ୍କୃତିକ ସଂଘର୍ଷ ଯୋଗୁଁ ସମାଜରେ ଅନେକ ପରିବର୍ତ୍ତନ ଆସିଥାଏ ।

(ii) ସାଂସ୍କୃତିକ ବିଷମଯୁକ୍ତତା (Cultural Ambivalence) – ଯେତେବେଳେ ଗୋଟିଏ ସମୂହ ଅନ୍ୟ ଏକ ଭିନ୍ନ ସଂସ୍କୃତିର ଆକର୍ଷଣ ଫଳରେ ସେହି ସଂସ୍କୃତିର ଆଦର୍ଶଗୁଡ଼ିକୁ ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରିଥାଏ; ମାତ୍ର ନିଜର ମୂଳ ସଂସ୍କୃତିକୁ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନ ଥାଏ । ସେହି ପରିସ୍ଥିତିକୁ ସାଂସ୍କୃତିକ ବିଷମଯୁକ୍ତତା କୁହାଯାଏ । ଏଥ‌ିରେ ବ୍ୟକ୍ତି ନିଜର ସଂସ୍କୃତି ଏବଂ ଅନ୍ୟ ସଂସ୍କୃତି ପ୍ରତି ପ୍ରେମ ଏବଂ ଘୃଣାଭାବ ରହିଥାଏ ।

ଏପରି ସ୍ଥଳେ ବ୍ୟକ୍ତି କେଉଁ ସଂସ୍କୃତିକୁ ଛାଡ଼ିବ ଏବଂ କେଉଁଟିକୁ ଗ୍ରହଣ କରିବ ତାହା ସ୍ଥିର କରିପାରି ନଥାଏ । ସମାଜରେ ଲୋକମାନଙ୍କ ସହିତ ମିଳିମିଶି ଚଳିବାଦ୍ୱାରା କିଛି ସମୟପାଇଁ ସାଂସ୍କୃତିକ ବିଷମଯୁକ୍ତତା ସୃଷ୍ଟି ହୋଇଥାଏ । ମାତ୍ର ପରବର୍ତ୍ତୀ ଅବସ୍ଥାରେ ଏହି ସମ୍ପର୍କ ଉଭୟ ସଂସ୍କୃତିରେ ପରିବର୍ତ୍ତନ ଆଣି ସମାଜରେ ପରିବର୍ତ୍ତନ ସୃଷ୍ଟି କରିଥାଏ ।

(iii) ଅନ୍ୟ ସଂସ୍କୃତି ଗ୍ରହଣ (Aculturation) – ସମାଜରେ ପରିବର୍ତ୍ତନ ଏକ କାରକ ରୂପେ ଅନ୍ୟ ସଂସ୍କୃତି ଗ୍ରହଣ ଅନେକ ସମାଜରେ ପ୍ରମାଣିତ ହୋଇଅଛି । ଯେଉଁ ପ୍ରକ୍ରିୟାରେ ଗୋଟିଏ ସମୂହ ଅନ୍ୟ ଏକ ସମୂହର ସଂସ୍କୃତିକୁ ଗ୍ରହଣ କରିବାକୁ ଲାଗେ ତାହାକୁ ଅନ୍ୟ ସଂସ୍କୃତି ଗ୍ରହଣ ବା ପର ସଂସ୍କୃତି ଗ୍ରହଣ କୁହାଯାଏ । ଯେତେବେଳେ ଭିନ୍ନ ଭିନ୍ନ ସାଂସ୍କୃତିକ ସମୂହ ପରସ୍ପରର ନିକଟବର୍ତ୍ତୀ ହୋଇ ଦୀର୍ଘ ସମୟପର୍ଯ୍ୟନ୍ତ ଅନ୍ତଃକ୍ରିୟା କରିଥା’ନ୍ତି ସେତେବେଳେ ଅନ୍ୟ ସଂସ୍କୃତି ଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥାଏ । ଏହା ସାମାଜିକ ସଂରଚନାକୁ ପ୍ରଭାବିତ କରି ସମାଜରେ ପରିବର୍ତ୍ତନ ଆଣିଥାଏ ।

(iv) ସାଂସ୍କୃତିକ ପ୍ରସାରଣ (Cultural diffusion) – ସାଂସ୍କୃତିକ ପ୍ରସାରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ସଂସ୍କୃତି ଗୋଟିଏ ସମାଜରୁ ଅନ୍ୟ ଏକ ସମାଜକୁ ପ୍ରସାରିତ ହୋଇଥାଏ । ବ୍ୟବସାୟ ବାଣିଜ୍ୟ, ଯୁଦ୍ଧ, ସାହିତ୍ୟ, ରେଡ଼ିଓ, ଖବରକାଗଜ, ଟେଲିଭିଜନ୍, ସିନେମା, ପରିବ୍ରାଜକ ପ୍ରଭୃତି ବାହକଙ୍କଦ୍ବାରା ସାଂସ୍କୃତିକ ଉପାଦାନଗୁଡ଼ିକ ଗୋଟିଏ ସମାଜରୁ ଅନ୍ୟ ସମାଜକୁ ପ୍ରସାରିତ ହୋଇଥାଏ । ଏହାଫଳରେ ସାମାଜିକ ପରିବର୍ତ୍ତନ ସଙ୍ଗଠିତ ହୋଇଥାଏ ।

(v) ସାଂସ୍କୃତିକ ବିଳମ୍ବନ (Cultural lag) – ପ୍ରଖ୍ୟାତ ସମାଜବିଜ୍ଞାନୀ ଡବ୍ଲ୍ୟୁ. ଏଫ୍.ଓଗବର୍ଣ୍ଣ (W.F. Ogbum) ସବୁପ୍ରଥମେ ସାଂସ୍କୃତିକ ବିଳମ୍ବନ ତତ୍ତ୍ଵକୁ ନିଜ ପୁସ୍ତକ ‘ସାମାଜିକ ପରିବର୍ତ୍ତନ’ରେ ଉଲ୍ଲେଖ କରିଥିଲେ । ସେ ସଂସ୍କୃତିକୁ ବିଭକ୍ତ କରିଛନ୍ତି; ଯଥା –
(a) ଭୌତିକ ବା ବସ୍ତୁଭିଭିକ ସଂସ୍କୃତି
(b) ଅଭୌତିକ ବା ବସ୍ତେତ୍ତର ସଂସ୍କୃତି

ଓଗ୍‌ବର୍ଣ୍ଣଙ୍କ ମତରେ, ବସ୍ତୁଭିଭିକ ସଂସ୍କୃତି ବସ୍ତୁତ୍ତର ସଂସ୍କୃତି ଅପେକ୍ଷା ଦ୍ରୁତଗତିରେ ପରିବର୍ତ୍ତନ ହୋଇଥାଏ । ବସ୍ତୁଭିଭିକ ସଂସ୍କୃତି ଅପେକ୍ଷା ପଛରେ ପଡ଼ିଯାଏ ବା ବିଳମ୍ବିତ ହୋଇଥାଏ । ଫଳରେ ଉଭୟଙ୍କ ମଧ୍ୟରେ ଏକ ବ୍ୟବଧାନ ସୃଷ୍ଟି ହୋଇଥାଏ । ବସ୍ତୁଭିତ୍ତିକ ଓ ବସ୍ତୁତ୍ତର ସଂସ୍କୃତି ମଧ୍ୟରେ ଥ‌ିବା ଏହି ବିଳମ୍ବନକୁ ‘‘ସାଂସ୍କୃତିକ ବିଳମ୍ବନ’’ ଆଖ୍ୟା ଦେଇଛନ୍ତି । ସେ ଗୋଟିଏ ଉଦାହରଣ ଦେଇ କହିଛନ୍ତି ଯେ, ଗୋଟିଏ ସହରରେ ଜନସଂଖ୍ୟାରେ ଦ୍ରୁତ ବୃଦ୍ଧି ହେଲେ, ସେମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ଆନୁପାତିକ ପୋଲିସ ରହିବା ଆବଶ୍ୟକ ।

ଯଦି ଏଥ‌ିରେ କୌଣସି ପରିବର୍ତ୍ତନ କରାନଯାଏ, ପୂର୍ବଭଳି ସେମାନଙ୍କ ସଂଖ୍ୟାକୁ ସୀମିତ ରଖାଯାଏ, ତେବେ ପୋଲିସ୍ ଜନସଂଖ୍ୟାର ପଛରେ ପଡ଼ିଯାଏ । ଫଳରେ ଦୁର୍ଘଟଣା ବୃଦ୍ଧିପାଏ । ପରିବାର ଯୋଜନାରେ ବିଭିନ୍ନ ଅତ୍ୟାଧୁନିକ କୌଶଳମାନ ସୃଷ୍ଟି ହେବାରେ ଲାଗିଛି । ମାତ୍ର ଉପଯୁକ୍ତ ଶିକ୍ଷା ଅଭାବରୁ ଏହାକୁ ଲୋକମାନେ ଏତେଶୀଘ୍ର ଗ୍ରହଣ କରିବାକୁ ଇଚ୍ଛା କରୁନାହାନ୍ତି । ରେଡ଼ିଓ, ଟେଲିଭିଜନ୍ ଇତ୍ୟାଦିକୁ ମନୋରଞ୍ଜନ ମାଧ୍ୟମରୂପେ ବ୍ୟବହାର କରାଯାଉଥିଲେ ମଧ୍ୟ ଲୋକମାନେ ଏଗୁଡ଼ିକର ଶିକ୍ଷାଗତ ମାନ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି ।

CHSE Odisha Class 11 Economics Solutions Chapter 4 କୃଷି

Odisha State Board CHSE Odisha Class 11 Economics Solutions Chapter 4 କୃଷି Questions and Answers.

CHSE Odisha 11th Class Economics Solutions Chapter 4 କୃଷି

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. 2013-14 ମସିହାବେଳକୁ ଦେଶର ଜି.ଡ଼ି.ପିରେ କୃଷିକ୍ଷେତ୍ରର ଅବଦାନ କେତେ ପ୍ରତିଶତ ?
(i) 50%ରୁ ଅଧ୍ବକ
(ii) 20% ରୁ କମ୍
(iii) 30% ଅଧିକ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) 20%ରୁ କମ୍

2. ଜୀବିକାର୍ଜନ ପାଇଁ ଜନସଂଖ୍ୟାର କେତେ ପ୍ରତିଶତ କୃଷି ଉପରେ ନିର୍ଭରଶୀଳ ?
(i) 80% ରୁ ଉର୍ଦ୍ଧ୍ବ
(ii) 30% ରୁ କମ୍
(iii) 51%
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) 51%

3. କେଉଁ ଫସଲରେ ସବୁଜ ବିପ୍ଳବ ସଫଳ ହୋଇଛି ?
(i) ଅନୁର୍ବର ମୃଭିକା
(ii) ଡାଲି ଫସଲ
(iii) ପୁରାତନ ଚାଷ ପଦ୍ଧତି
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

4. କେଉଁ ଫସଲରେ ସବୁଜ ବିପ୍ଳବ ସଫଳ ହୋଇଛି ?
(i) ତୈଳବୀଜ
(ii) ଡାଲି ଫସଲ
(iii) ଗହମ
(iv) ଧାନ
Answer:
(iii) ଗହମ

CHSE Odisha Class 11 Economics Solutions Chapter 4 କୃଷି

5. ସବୁଜ ବିପ୍ଳବର ଗୋଟିଏ ବିଫଳତା ଲେଖ ।
(i) ଅଧ୍କ ଉପାଦନ
(ii) ଆୟର ଅସମାନତା
(iii) ଉନ୍ନତ ଚାଷ ପଦ୍ଧତି
(iv) କମ୍ ଆୟ
Answer:
(ii) ଆୟର ଅସମାନତା

6. କେଉଁ କ୍ଷେତ୍ର ଭାରତର ପ୍ରମୁଖ ନିୟୋଜନର ଉତ୍ସ ?
(i) କୃଷି
(ii) ଶିଳ୍ପ
(iii) ବାଣିଜ୍ୟ
(iv) ସେବା କ୍ଷେତ୍ର
Answer:
(i) କୃଷି

7. କେଉଁ ଆର୍ଥିକ ବର୍ଷରେ ସଘନ କୃଷି ଜିଲ୍ଲା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଗଲା ?
(i) 1950-51
(ii) 1970-71
(iii) 1960-61
(iv) 1980-81
Answer:
(iii) 1960-61

8. ସଘନ କୃଷି ଜିଲ୍ଲା କାର୍ଯ୍ୟକ୍ରମ ପ୍ରଣୟନର ପ୍ରମୁଖ ଆଭିମୁଖ୍ୟ କ’ଣ ?
(i) ବୃଷକର ଉନ୍ନତି
(ii) କୃଷି କ୍ଷେତ୍ରର ଆଧୁନିକୀକରଣ
(iii) କୃଷିକ୍ଷେତ୍ରର ଉନ୍ନତି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) କୃଷି କ୍ଷେତ୍ରର ଆଧୁନିକୀକରଣ

9. ସଘନ କୃଷି ଜିଲ୍ଲା କାର୍ଯ୍ୟକ୍ରମ ପଥରେ କେତୋଟି ଜିଲ୍ଲାରେ କାର୍ଯ୍ୟକାରୀ କରାଗଲା ?
(i) 5ଟି
(ii) 7ଟି
(iii) 17ଟି
(iv) 23ଟି
Answer:
(ii) 7ଟି

10. କେଉଁ ଉପାଦାନ ସବୁଜ ବିପ୍ଳବକୁ ପ୍ରଭାବିତ କରିଥିଲା ?
(i) କୃଷି ଗବେଷଣା
(ii) ଅଧିକ ଅମଳକ୍ଷମ ବିହନ କାର୍ଯ୍ୟକ୍ରମ
(iii) ଜଳସେଚନ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

11. ଏଥୁମଧ୍ୟରୁ କେଉଁ କାରଣ ଯୋଗୁଁ ଭାରତରେ ସବୁଜ ବିପ୍ଳବର ରୂପାୟନ ସମ୍ଭବ ହୋଇଥିଲା ?
(i) ସବୁଜ ସାରର ବ୍ୟବହାର
(ii) ଅଧୂକ ଅମଳକ୍ଷମ ବିହନର ପ୍ରଚଳନ
(iii) ପୋଡୁଚାଷ ପ୍ରଚଳନ
(iv) ମୃତ୍ତିକା କ୍ଷୟ
Answer:
(ii) ଅଧୁକ ଅମଳକ୍ଷମ ବିହନର ପ୍ରଚଳନ

CHSE Odisha Class 11 Economics Solutions Chapter 4 କୃଷି

12. ଏଥ୍ ମଧ୍ୟରୁ କେଉଁଟିକୁ ସବୁଜ ବିପ୍ଳବର ପରିଣତି ବୋଲି ବିଚାର କରାଯାଏ ?
(i) ଆୟ ବୈଷମ୍ୟ ହ୍ରାସ
(ii) ଆଞ୍ଚଳିକ ସନ୍ତୁଳନ ସୃଷ୍ଟି
(iii) ଅର୍ଥକାରୀ ଫସଲ ଉତ୍ପାଦନ କୃଷି
(iv) ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି
Answer:
(iv) ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି

B. ଶୂନ୍ୟସ୍ଥାନ ପୂରଣ କର :

1. କୃଷି ଭାରତରେ କେବଳ ଏକ ବ୍ୟବସାୟ ନୁହେଁ, ଏହା ଜୀବନର ଏକ _____________________।
Answer:
ମାର୍ଗ

2. ଜାତୀୟ ଆୟକୁ କୃଷିର ଅବଦାନ ହ୍ରାସ ପାଇଥିଲେ ମଧ୍ୟ ଦେଶର ମୋଟ ଶ୍ରମଶକ୍ତିର __________________ ପ୍ରତିଶତ ଶ୍ରମିକ ଏବେ ବି କୃଷିରେ ନିଯୁକ୍ତ ଅଛନ୍ତି ।
Answer:
56

3. କୃଷି ଯାହା ରପ୍ତାନି କରେ ତା’ଠାରୁ ______________________ ଆମଦାନୀ କରେ ।
Answer:
କମ୍

4. କୃଷିଭିତ୍ତିକ ଅର୍ଥବ୍ୟବସ୍ଥାରେ କୃଷିର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିବା ଯୋଗୁଁ ଦେଶର ପ୍ରଚଳିତ ସାଧାରଣ ଦରଦାମ୍ଭିକୁ ଏହା ___________________ କରିଥାଏ ।
Answer:
ପ୍ରଭାବିତ

5. କୃଷି ଭାରତୀୟ ଅର୍ଥନୀତିର _________________ ରୂପେ ବିବେଚିତ ।
Answer:
ମେରୁଦଣ୍ଡ

6. ଭାରତର କୃଷି ____________________ ର ଏକ ଜୁଆଖେଳ ।
Answer:
ମୌସୁମୀବାୟୁ

7. ______________________ ଭାଗ ଜମିରେ ଜଳସେଚନର ସୁବିଧା ଅଛି ।
Answer:
36

8. ଦେଶର ଯେଉଁ କୃଷକମାନେ ଭୂମି ଚାଷ କରନ୍ତି, ସେମାନେ ଭୂମିମାଲିକଙ୍କର ଜମିକୁ _____________________ ହିସାବରେ ଚାଷ କରନ୍ତି ।
Answer:
ରୟତ

9. କେବଳ ଯେ ଦେଶରେ ହାରାହାରି କ୍ଷୁଦ୍ର ଜୋତଗୁଡ଼ିକ ଅଛି ତାହା ନୁହେଁ, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଭିନ୍ନ ସ୍ଥାନରେ _________________ ହୋଇ ରହିଛନ୍ତି ।
Answer:
ବିକ୍ଷିପ୍ତ

10. ଉନ୍ନତମାନର ବିହନ, ରାସାୟନିକ ସାର, କୀଟନାଶକ ଔଷଧ ଓ ଆଧୁନିକ କୃଷି ଯନ୍ତ୍ରପାତି ପ୍ରୟୋଗ କରି ଜଳସେଚିତ ଅଞ୍ଚଳରେ ଯେଉଁ ଉତ୍ପାଦନର କୌଶଳ ବ୍ୟବହାର କରାଯାଏ, ତାହାକୁ _______________________ କୁହାଯାଏ ।
Answer:
ବୈଷୟିକ କୌଶଳ

CHSE Odisha Class 11 Economics Solutions Chapter 4 କୃଷି

11. କୃଷିରେ ଶ୍ରମିକର ସୀମାନ୍ତ ଉତ୍ପାଦନଶୀଳତା ଅଧିକାଂଶ କ୍ଷେତ୍ରରେ ____________________ ବା କେତେକ କ୍ଷେତ୍ରରେ ______________ ଧରାଯାଏ ।
Answer:
ଶୂନ୍ୟ, ବିୟୋଗାତ୍ମକ

12. ଭାରତ ଏହାର ଅନୁନ୍ନତ ଅନୁଷ୍ଠାନ ତଥା ଅନୁନ୍ନତ ମନୋବୃତ୍ତି ଯୋଗୁଁ ହିଁ ____________________ ।
Answer:
ଅନୁନ୍ନତ

13. କୃଷକର ନିରକ୍ଷରତା, ଅଜ୍ଞତା ତଥା _____________________ ଯୋଗୁ ସାମାଜିକ ସ୍ଥିତି ନିମ୍ନରେ ।
Answer:
ଦାରିଦ୍ର୍ୟତା

14. ଅଧ‌ିକ ଅମଳକ୍ଷମ ବିହନ, ଉପଯୁକ୍ତ ପରିମାଣର ସାର ଓ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ଉପଯୁକ୍ତ ଜଳସେଚନର ସୁବିଧା ଏବଂ ଉନ୍ନତ ଚାଷ ପଦ୍ଧତିର ଅବଲମ୍ବନରେ କୃଷି ଉତ୍ପାଦନ ବୃଦ୍ଧି କରିବା ପ୍ରୟାସ ହିଁ ନୂତନ କୃଷି କୌଶଳ, ଏହି ନୂତନ କୌଶଳକୁ ________________________ ବୋଲି କୁହାଯାଏ ।
Answer:
ସବୁଜ ବିପ୍ଳବ

15. _________________ ଉଦ୍ଭାବନ ଫଳରେ କୃଷି ଉତ୍ପାଦନ ବୃଦ୍ଧିରେ ବିଶେଷ ସହାୟକ ହୋଇଥିଲା ।
Answer:
ଯାଦୁକାରୀ ବିହନ

16. ସବୁଜ ବିପ୍ଳବର ପ୍ରଥମ ବଡ଼ ପ୍ରତ୍ୟକ୍ଷ ପ୍ରଭାବ ହେଲା କୃଷି ଉତ୍ପାଦନରେ ଉଲ୍ଲେଖନୀୟ ଭାବେ _____________________ ହେଲା ।
Answer:
ବୃଦ୍ଧି

17. ସବୁଜ ବିପ୍ଳବ ଫଳରେ ଦେଶ ଖାଦ୍ୟ ଶସ୍ୟରେ ____________________ ହେବ ସଙ୍ଗେ ସଙ୍ଗେ ବିଦେଶକୁ ସମୟେ ସମୟେ ଗହମ ଓ ଚଉଳ ରପ୍ତାନିରେ ସାହାଯ୍ୟ କଲା ।
Answer:
ଆତ୍ମନିର୍ଭରଶୀଳ

18. ସବୁଜ ବିପ୍ଳବ ଫଳରେ କ୍ଷେତ ଭୂଲିଆମାନଙ୍କ ନିମିତ୍ତ __________________ ର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିଥିଲା ।
Answer:
କର୍ମନିଯୁକ୍ତି

19. ସବୁଜ ବିପ୍ଳବଦ୍ୱାରା ଦେଶର ସାମଗ୍ରିକ ଭାବେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ହୋଇଥିଲେ ମଧ୍ୟ ଆପେକ୍ଷିକ ଭାବେ ଅଞ୍ଚଳ ଅଞ୍ଚଳ ମଧ୍ୟରେ ଆର୍ଥିକ ____________________ ବୃଦ୍ଧି ପାଇଲା ।
Answer:
ବୈଷମ୍ୟ

20. ଭାରତର ବିଶିଷ୍ଟ କୃଷି ବିଜ୍ଞାନବିତ୍ _________________________ ହେଉଛି ଭାରତର ସବୁଜ ବିପ୍ଳବର କର୍ଣ୍ଣଧାର ଓ ପିତା ।
Answer:
ଏମ୍.ଏସ୍.ସ୍ୱାମୀନାଥନ

CHSE Odisha Class 11 Economics Solutions Chapter 4 କୃଷି

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଭାରତରେ କେଉଁ କ୍ଷେତ୍ର ଅଧୁକ ନିୟୋଜନ ସୁଯୋଗ ସୃଷ୍ଟି କରିଥାଏ ?
Answer:
ଭାରତରେ କୃଷି ଅଧ‌ିକ ନିୟୋଜନ ସୁଯୋଗ ସୃଷ୍ଟି କରିଥାଏ ।

2. କୃଷି ଉତ୍ପାଦନଶୀଳତା କହିଲେ କ’ଣ ବୁଝ ?
Answer:
କୃଷିର ଉତ୍ପାଦନଶୀଳତା କୃଷିର ଉତ୍ପାଦନକ୍ଷମତାକୁ ବୁଝାଏ ।

3. ଜୋତର ବିଖଣ୍ଡନ କାହାକୁ କହନ୍ତି ?
Answer:
ବିଭିନ୍ନ ସ୍ଥାନରେ ଥ‌ିବା ଜମି ଭାଗ ଭାଗ ହୋଇ ବିକ୍ଷିପ୍ତ ହୋଇ ରହିଲେ ତାହାକୁ ବିଖଣ୍ଡନ କହନ୍ତି ।

4. ଜୋତ ବିଭାଜନ କ’ଣ ?
Answer:
ଏକ ସ୍ଥାନରେ ଥ‌ିବା ଜମି ଭାଗଭାଗ କରାଗଲେ ତାହାକୁ ଜୋତ ବିଭାଜନ କୁହାଯାଏ ।

5. ସବୁଜ ବିପ୍ଳବ କାହାକୁ କହନ୍ତି ?
Answer:
କୃଷି ଉତ୍ପାଦିକା ଶକ୍ତି ବୃଦ୍ଧି କରିବାପାଇଁ ଅନୁସୃତ ନୂତନ ଉତପାଦନ କୌଶଳକୁ ସବୁଜ ବିପ୍ଳବ କୁହାଯାଏ ।

6. ସବୁଜ ବିପ୍ଳବକୁ ପ୍ରଭାବିତ କରିଥିବା ଦୁଇଟି ଉପାଦାନର ନାମ ଲେଖ ।
Answer:
ସବୁଜ ବିପ୍ଳବକୁ ପ୍ରଭାବିତ କରୁଥ‌ିବା ଦୁଇଟି ଉତ୍ପାଦାନ ହେଲା –
(i) କୃଷି ଗବେଷଣା
(ii) ଅଧିକ ଅମଳକ୍ଷମ ବିହନ ।

CHSE Odisha Class 11 Economics Solutions Chapter 4 କୃଷି

7. ଭାରତରେ ସଘନ କୃଷି ଜିଲ୍ଲା ଯୋଜନା କେବେ କାର୍ଯ୍ୟକାରୀ ହୋଇଥିଲା ?
Answer:
1960-61 ମସିହାରେ ସଘନ କୃଷି ଜିଲ୍ଲା ଯୋଜନା କାର୍ଯ୍ୟକାରୀ ହୋଇଥିଲା ।

8. ସବୁଜ ବିପ୍ଳବ କେଉଁ ରାଜ୍ୟକୁ ସର୍ବାଧ‌ିକ ସୁଫଳ ଦେଇଛି ?
Answer:
ସବୁଜ ବିପ୍ଳବ ପଞ୍ଜାବ ରାଜ୍ୟକୁ ସର୍ବାଧ‌ିକ ସୁଫଳ ଦେଇଛି ।

9. ଭାରତୀୟ କୃଷିର ନିମ୍ନ ଉତ୍ପାଦିତାର ଦୁଇଟି କାରଣ ଉଲ୍ଲେଖ କର ।
Answer:
ଭାରତୀୟ କୃଷିର ନିମ୍ନ ଉତ୍ପାଦିତାର ଦୁଇଟି କାରଣ ହେଲା –
(i) ଜନସଂଖାର ଅତ୍ୟଧ୍ଵ ଚାପ
(ii) ପ୍ରକୃତିର ପ୍ରାଧାନ୍ୟ ।

10. ସବୁଜ ବିପ୍ଳବ ଫଳରେ କେଉଁ ଖାଦ୍ୟ ଶସ୍ୟର ସର୍ବାଧ‌ିକ ଉତ୍ପାଦନ ହୋଇଥିଲା ?
Answer:
ସବୁଜ ବିପ୍ଳବ ଫଳରେ ଗହମର ସର୍ବାଧ‌ିକ ଉତ୍ପାଦନ ହୋଇଥିଲା ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଭାରତ ଏକ ଶିଳ୍ପପ୍ରଧାନ ଦେଶ ।
Answer:
ଭାରତ ଏକ କୃଷିପ୍ରଧାନ ଦେଶ ।

2. ଶିଳ୍ପ ଭାରତର ସର୍ବାଧ‌ିକ ନିଯୁକ୍ତିକାରୀ
Answer:
କୃଷି ଭାରତର ସର୍ବାଧ୍ଵକ ନିଯୁକ୍ତିକାରୀ ।

3. ସଘନ କୃଷି ଜିଲ୍ଲା ଯୋଜନା ଦଶଟି ଜିଲ୍ଲାରେ ପ୍ରଥମେ କାର୍ଯ୍ୟକାରୀ କରାଯାଇଥିଲା ।
Answer:
ସଘନ କୃଷି ଜିଲ୍ଲା ଯୋଜନା ସାତଟି ଜିଲ୍ଲାରେ ପ୍ରଥମେ କାର୍ଯ୍ୟକାରୀ କରାଯାଇଥିଲା ।

4. ସବୁଜ ବିପ୍ଳବକୁ ‘ଧାନ ବିପ୍ଳବ’ ବୋଲି ସମାଲୋଚନା କରାଯାଏ ।
Answer:
ସବୁଜ ବିପ୍ଳବକୁ ‘ଗହମ ବିପ୍ଳବ’ ବୋଲି ସମାଲୋଚନା କରାଯାଏ ।

5. ଜୋତ ବିଭାଜନ ଜୋତକୁ ବିକ୍ଷିପ୍ତ କରାଏ
Answer:
ଜୋତ ବିଭାଜନ ଜୋତକୁ ବିକ୍ଷିପ୍ତ କରାଏ ।

6. ଭାରତର ଜାତୀୟ ଆୟରେ କୃଷିକ୍ଷେତ୍ରର ଅବଦାନ ଅଂଶ ବୃଦ୍ଧି ପାଉଛି ।
Answer:
ଭାରତର ଜାତୀୟ ଆୟରେ କୃଷିକ୍ଷେତ୍ରର ଅବଦାନ ଅଂଶ ହ୍ରାସ ପାଉଛି ।

7. ସବୁଜ ବିପ୍ଳବ ଆଞ୍ଚଳିକ ବୈଷମ୍ୟତା ବୃଦ୍ଧିପାଇଁ ଦାୟୀ ।
Answer:
1960-61 ମସିହାରେ ସଘନ କୃଷି ଜିଲ୍ଲା ଯୋଜନା କାର୍ଯ୍ୟକାରୀ ହୋଇଥିଲା ।

CHSE Odisha Class 11 Economics Solutions Chapter 4 କୃଷି

8. ଜୋତର ଚକବନ୍ଦୀକରଣ ଜୋତର ଉତ୍ପାଦିକା ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।
Answer:
ଜୋତର ଚକବନ୍ଦୀକରଣ ବିକ୍ଷିପ୍ତ ଜୋତର ଏକତ୍ରିକରଣରେ ସହାୟକ ହୋଇଥାଏ ।

9. କୃଷି ଉତ୍ପାଦନ ଦାମ୍ ସ୍ତରକୁ ପ୍ରଭାବିତ କରେ ନାହିଁ ।
Answer:
କୃଷି ଉତ୍ପାଦନ ଦାମ୍ ସ୍ତରକୁ ପ୍ରଭାବିତ କରେ ।

10. ସବୁଜ ବିପ୍ଳବର ପ୍ରଭାବ ପ୍ରଥମେ ଧାନ ଉତ୍ପାଦନରେ ଅନୁଭୂତ ହୋଇଥିଲା ।
Answer:
ସବୁଜ ବିପ୍ଳବର ପ୍ରଭାବ ପ୍ରଥମେ ଗହମ ଉତ୍ପାଦନରେ ଅନୁଭୂତ ହୋଇଥିଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ଯରେ ଦିଅ ।

1. ସବୁଜ ବିପ୍ଳବ କ’ଣ ?
Answer:
ତୃତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ଭାରତୀୟ କୃଷିକ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ ହେଲା । 1960- 61 ଆର୍ଥିକ ବର୍ଷରେ କୃଷିକୁ ଆଧୁନିକୀକରଣ କରିବା ଉଦ୍ଦେଶ୍ୟରେ ସଘନ କୃଷି ଜିଲ୍ଲା କାର୍ଯ୍ୟକ୍ରମର ଆରମ୍ଭ କରାଗଲା । ଏହାକୁ ନୂତନ କୃଷି କୌଶଳ କୁହାଯାଏ ।

ଏହି କାର୍ଯ୍ୟକ୍ରମ ସମସ୍ତ ଆଧୁନିକ କୃଷି ନିବେଶକୁ ଏକତ୍ର ଉପଯୋଗ କରି ଖୁବ୍ କମ୍ ସମୟରେ କୃଷି ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିପାରିଲା । କୃଷିକ୍ଷେତ୍ରର ଏହି ଚମକପ୍ରଦ ବୈପ୍ଳବିକ ପରିବର୍ତ୍ତନକୁ ‘ସବୁଜ ବିପ୍ଳବ’ କୁହାଯାଏ । ମେକ୍ସିକୋର କୃଷି ବିଶେଷଜ୍ଞ ଡଃ ଜର୍ମାନ୍ ବୋର୍ଲଗ ଓ ଭାରତୀୟ କୃଷି ବିଶେଷଜ୍ଞ ଡଃ ଏମ୍.ଏସ୍.ସ୍ୱାମୀନାଥନ୍ ଏହାର କର୍ଣ୍ଣଧାର ଥିଲେ ।

2. ଗହମ ବିପ୍ଳବ କହିଲେ କ’ଣ ବୁଝ ?
Answer:
ଭାରତୀୟ କୃଷି ପରିସଂଖ୍ୟାନ ଅନୁସାରେ ଆଧୁନିକ କୌଶଳର ଉପଯୋଗ କୃଷି ଉତ୍ପାଦକୁ ବହୁଗୁଣିତ କରିପାରିଛି । ସ୍ୱତନ୍ତ୍ର ଖାଦ୍ୟଶସ୍ୟ ଉତ୍ପାଦନ କାର୍ଯ୍ୟକ୍ରମର ପ୍ରଣୟନ ଫଳରେ ଗହମ, ଧାନ, ମକା ଓ ଆଳୁର ଉତ୍ପାଦନ ଉଲ୍ଲେଖନୀୟଭାବେ ବୃଦ୍ଧିପାଇଛି । ଅନ୍ୟଏକ ପରିସଂଖ୍ୟାନ ଅନୁସାରେ କୃଷି ଉତ୍ପାଦନଶୀଳତା କ୍ଷେତ୍ରରେ ମଧ୍ୟ ସବୁଜ ବିପ୍ଳବର ସଫଳତା ଉଲ୍ଲେଖ ଯୋଗ୍ୟ ହେବ ।

260% ବୃଦ୍ଧି ପାଇପାରିଛି । ସବୁଜ ବିପ୍ଳବପାଇଁ ଅର୍ଥକାରୀ ଫସଲ ଉତ୍ପାଦନ ବୃଦ୍ଧି ପାଇଥିଲେ ମଧ୍ୟ ଏହା ଉତ୍ସାହଜନକ ନୁହେଁ । କେବଳ ଗହମ ଉତ୍ପାଦନ କ୍ଷେତ୍ରରେ ପ୍ରଭୂତ ସଫଳତା ସବୁଜ ବିପ୍ଳବର ବିଶେଷତ୍ଵ । ତେଣୁ କେତେକ ସମାଲୋଚନକ ସବୁଜ ବିପ୍ଳବକୁ ‘ଗହମ ବିପ୍ଳବ’ ବୋଲି ଅଭିହିତ କରନ୍ତି ।

3. ଶସ୍ୟବୀମା କ’ଣ ?
Answer:
ଭାରତରେ କୃଷିକ୍ଷେତ୍ରରେ ଦେଖାଦେଉଥ‌ିବା ଅନିଶ୍ଚିତତାକୁ ଦୂର କରିବାପାଇଁ ଶସ୍ୟବୀମା ପ୍ରଚଳନ କରାଯାଇଛି । ଭାରତରେ କୃଷି ମୁଖ୍ୟତଃ ମୌସୁମୀବାୟୁ ଉପରେ ନିର୍ଭର କରୁଛି । ତେଣୁ ବର୍ଷର ଅନିଶ୍ଚିତତା ଯୋଗୁଁ ବାରମ୍ବାର ଶସ୍ୟହାନୀ ଘଟୁଛି ଏବଂ କୃଷକମାନେ କ୍ଷତିଗ୍ରସ୍ତ ହେଉଛନ୍ତି ।

ଶସ୍ୟବୀମାର ପ୍ରବର୍ତ୍ତନ ଫଳରେ କୃଷକମାନେ ସେମାନଙ୍କର କୃଷି ଉତ୍ପାଦନକୁ ବୀମା ପରିସରଭୁକ୍ତ କରିବାକୁ ସକ୍ଷମ ହୋଇପାରିଛନ୍ତି । ଏହାଫଳରେ ଶସ୍ୟହାନୀ ଘଟିଲେ କୃଷକମାନେ ସେମାନଙ୍କର କ୍ଷତିକୁ ବହୁତାଂଶ କ୍ଷତିପୂରଣ ପାଇପାରିବେ । ଦ୍ବିତୀୟତଃ କୃଷିକ୍ଷେତ୍ରରେ କୃଷକମାନେ ଅଧିକ ପୁଞ୍ଜି ବିନିଯୋଗ କରିବାପାଇଁ ଉତ୍ସାହିତ ହେବେ ।

4. ସହାୟକ ଦାମ୍ କ’ଣ ?
Answer:
କୃଷକମାନେ ସେମାନଙ୍କର ଉତ୍ପାଦିତ ଶସ୍ୟର ପ୍ରକୃତ ଦାମ୍ ପାଇବାରୁ ଅନେକ ସମୟରେ ବଞ୍ଚତ ହୋଇଥା’ନ୍ତି । ଅନେକ ସମୟରେ ସେମାନେ ସେମାନଙ୍କର ଉତ୍ପାଦକୁ ଲାଭକ୍ଷତି ନିର୍ବିଶେଷରେ ବିକ୍ରିକରିବାପାଇଁ ବ୍ୟଗ୍ର ହୋଇଥାନ୍ତି । ଏହାଦ୍ୱାରା କ୍ଷତିର ଆଶଙ୍କା ରହିଥାଏ । ତେଣୁ ସେମାନେ ଉତ୍ପାଦନ ବୃଦ୍ଧି କ୍ଷତିର ଆଶଙ୍କା ରହିଥାଏ । ତେଣୁ ସେମାନେ ଉତ୍ପାଦନ ବୃଦ୍‌ଧି ନିମନ୍ତେ ପ୍ରେରଣା ପାଇନଥା’ନ୍ତି ।

ଏହାର ପ୍ରତିକାର ସ୍ବରୂପ ସହାୟକ ଦାମ୍ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏହି ବ୍ୟବସ୍ଥା ଅନୁଯାୟୀ ସରକାର କୃଷି ଉତ୍ପାଦର ଏକ ସର୍ବନିମ୍ନ ଦାମ୍ ସ୍ଥିର କରିଥା’ନ୍ତି । ଏହି ନିର୍ଦ୍ଧାରିତ ଦାମ୍‌ରେ ଯଦି କୃଷି ଉତ୍ପାଦ ବଜାରରେ ବିକ୍ରି ନହୁଏ ସରକାର ସେହି ଦାମ୍ ଦେଇ କୃଷି ଉତ୍ପାଦ କ୍ରୟ କରିଥା’ନ୍ତି । ଏହା ଫଳରେ କୃଷକମାନେ ସେମାନଙ୍କ ଦ୍ରବ୍ୟର ଉପଯୁକ୍ତ ଦାମ୍ ପାଇଥା’ନ୍ତି ।

CHSE Odisha Class 11 Economics Solutions Chapter 4 କୃଷି

5. ନିୟନ୍ତ୍ରିତ ବଜାର କାହାକୁ କୁହାଯାଏ ?
Answer:
କୃଷିଜାତ ଦ୍ରବ୍ୟର ବିକ୍ରି କ୍ଷେତ୍ରରେ ଦେଖାଦେଉଥ‌ି ଅନିଶ୍ଚିତତାକୁ ଦୂର କରି ଏକ ସୁସଙ୍ଗଠିତ ବଜାର ମାଧ୍ୟମରେ ଉପଯୁକ୍ତ ଦାମ୍‌ରେ କୃଷି ଉତ୍ପାଦ ବିକ୍ରି କରିବା ନିୟନ୍ତ୍ରିତ ବଜାରର ଲକ୍ଷ୍ୟ । କୃଷକମାନେ ସେମାନଙ୍କର କୃଷି ଉତ୍ପାଦର ଉପଯୁକ୍ତ ଦାମ୍ ପାଇବାରୁ ଅନେକ ସମୟରେ ବଞ୍ଚତ ହୋଇଥା’ନ୍ତି । ତେଣୁ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ଦାମରେ ବିକ୍ରି କରାଇବା ଏହି ନିୟନ୍ତ୍ରିତ ବଜାରର ଲକ୍ଷ୍ୟ । ଯଦ୍ବାରା କୃଷକ ସେମାନଙ୍କ ଦ୍ରବ୍ୟର ଉପଯୁକ୍ତ ଦାମ୍ ପାଇପାରିବେ । ଏହି ନିୟନ୍ତ୍ରିତ ବଜାରଟି ଏକ କମିଟିଦ୍ଵାରା ପରିଚାଳିତ ହୋଇଥାଏ ଯେଉଁ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧ୍, ଆଇନଜ୍ଞ, ବ୍ୟବସାୟୀ ଓ କୃଷକ ନିଜେ ସଭ୍ୟଭାବରେ ରହିଥା’ନ୍ତି ।

6. ଯାଦୁକାରୀ ବିହନ କ’ଣ ?
Answer:
ଡକ୍ଟର ନରମାନ୍ ବୋରଲର୍‌ଙ୍କ ପରାମର୍ଶ ଓ ପ୍ରତ୍ୟାତ ଭାରତୀୟ କୃଷିବିଜ୍ଞାନୀ ଡକ୍ଟର ଏମ୍.ଏସ୍.ସ୍ୱାମୀନାଥନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଚକୋଟିର ଗବେଷଣା ଯୋଗୁଁ ଅଧିକ ଅମଳକ୍ଷମ ବିଭିନ୍ନ କିସମର ବିହନ ଓ ଉନ୍ନତ ଚାଷ ପ୍ରଣାଳୀ ଉଦ୍ଭାବିତ ହୋଇଥିଲା, ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ କୃଷି ଉତ୍ପାଦନ ବୃଦ୍ଧିରେ ବିଶେଷ ସହାୟକ ହୋଇଥିଲା ।

ଭାରତୀୟ କୃଷିଗବେଷଣା ପରିଷଦ, ବିଭିନ୍ନ ରାଜ୍ୟର କୃଷି ବିଶ୍ବବିଦ୍ୟାଳୟ ତଥା ଅନ୍ୟାନ୍ୟ ଗବେଷଣା ପ୍ରତିଷ୍ଠାନ ଜରିଆରେ ଅଧ‌ିକ ଅମଳକ୍ଷମ ତଥା ବିଭିନ୍ନ ରୋଗପୋକ ସହଣ ଶକ୍ତି ଥ‌ି ବିହନସବୁର ଉଦ୍ଭାବନ ସବୁଜ ବିପ୍ଳବକୁ ସାହାଯ୍ୟ କଲା । ଏହିସବୁ ଯାଦୁକାରୀ ବିହନ କୃଷି ଉତ୍ପାଦନ ବୃଦ୍ଧିକରିବା ସହିତ କୃଷକମାନଙ୍କୁ ପ୍ରବର୍ତ୍ତନ ବା ପ୍ରୋତ୍ସାହନ ଯୋଗାଇ ଦେଇଥିଲା ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ସିଲିଂ ଆଇନ୍ ଓ ଚକବନ୍ଦୀକରଣ ।
Answer:
ଜମିଜୋତର ସର୍ବୋଚ୍ଚ ସୀମା ବା ସିଲିଂ ନିର୍ଦ୍ଧାରଣ କରି ସିଲିଂ ବହିର୍ଭୂତ ଜମିସବୁକୁ ବଳକା ଘୋଷଣା କରି ଭୂମିହୀନଙ୍କ ମଧ୍ୟରେ ବଣ୍ଟନକରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାର ପ୍ରୟାସ କରାଗଲା । ଅବଶ୍ୟ ଏହି ପ୍ରୟାସ ସୀମିତ ସଫଳତା ପାଇଥିଲା । କୃଷକମାନଙ୍କର ଅଜ୍ଞତା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ । ସରକାରୀ କଳର ଉଦାସୀନତା ଆଦି ଥିଲା ଏହାର କାରଣ । ସର୍ବୋଚ୍ଚ ସୀମା ବହିର୍ଭୁତ ଭୂମିକୁ ଭୂମିହୀନମାନଙ୍କ ମଧ୍ୟରେ ବଣ୍ଟନ କରିବାପାଇଁ ଆଇନତଃ ବ୍ୟବସ୍ଥା ଥିଲେ ହେଁ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ।

ଜମିଜୋତର ହାରାହାରି ଆୟତନରେ ଉନ୍ନତି ଆଣିବାପାଇଁ ଜମିଳୋତର ଚକବନ୍ଦୀକରଣ ଆରମ୍ଭ କରାଯାଇଛି । ଯାହାଫଳରେ କି ବିଭିନ୍ନ ସ୍ଥାନରେ କୃଷକମାନଙ୍କର ବିକ୍ଷିପ୍ତ ହୋଇ ରହିଥ‌ିବା ଜମିସବୁର ଏକତ୍ରୀକରଣ ହେବାର ବ୍ୟବସ୍ଥା ହୋଇଛି । ହେଲେ ଜମିପ୍ରତି କୃଷକମାନଙ୍କର ଅହେତୁକ ଭାବପ୍ରବଣତା, ଅପାରଗ ସରକାରୀ ଏବଂ ସରକାରୀ କଳର ଦୂରଦୃଷ୍ଟିର ଅଭାବ ହେତୁ ଚକବନ୍ଦୀ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିନାହିଁ ।

2. ଅଗ୍ର ଅନୁବନ୍ଧନ ଓ ପଶ୍ଚାତ ଅନୁବନ୍ଧନ :
Answer:
କୃଷି ଓ ଶିଳ୍ପ ମଧ୍ୟରେ ସର୍ବଦା ଅନୁବନ୍ଧନ ଥିଲେ ମଧ୍ୟ ସବୁଜ ବିପ୍ଳବ ଏହି ଅନୁବନ୍ଧନକୁ ଅଧିକ ଶକ୍ତିଶାଳୀ କରିଛି । କୃଷି ଭିତ୍ତିକ ଶିଳ୍ପକୁ ଅଧୂକ କଞ୍ଚାମାଲ ଯୋଗାଇ କୃଷି ଅଗ୍ର ଅନୁବନ୍ଧନ ସୃଷ୍ଟି କରିଥିଲାବେଳେ ଶିଳ୍ପ ଉତ୍ପାଦିତ ରାସାୟନିକ ସାର, ପୋକମରା ଔଷଧ, ବିଭିନ୍ନ କୃଷି ଉପକରଣ ଇତ୍ୟାଦି ବ୍ୟବହାର କରି ଶକ୍ତିଶାଳୀ ପଶ୍ଚାତ ଅନୁବନ୍ଧନ ସୃଷ୍ଟି କରିପାରିଛି । ଦୃଢ଼ ଅଗ୍ର ଓ ପାଶ୍ଚାତ ଅନୁବନ୍ଧନ ବା ମୋଟ ଅନୁବନ୍ଧନ ଦ୍ରୁତ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିଛି ।

3. ମୃତ୍ତିକା ସଂରକ୍ଷଣ ଓ ଲବଣାକ୍ତ ଜମିର ପୁନରୁଦ୍ଧାର ।
Answer:
ମୃତ୍ତିକାର ଉର୍ବର ଉପର ସ୍ତର ପବନ ଓ ପାଣିଦ୍ଵାରା ନଷ୍ଟ ହେବାକୁ ମୃତ୍ତିକା କ୍ଷୟ କୁହାଯାଏ । ଜମିରେ ହିଡ଼ଦେଇ, ଢାଲୁ ଜମିକୁ ପାହାଚ ଭଳି ସ୍ତରୀକୃତ କରି, ବୃକ୍ଷରୋପଣ କରି ଓ ଜମିରୁ ଗଡ଼ି ଆସିଥୁବା ନାଳୀଗୁଡ଼ିକୁ ଅବରୋଧ କରି ମୃଭିକା ସଂରକ୍ଷଣ କରାଯାଏ । 1960 ମସିହା ପରଠାରୁ ଦେଶର ବଡ଼ ବଡ଼ ନଦୀ ଅବବାହିକାମାନଙ୍କର ଜଳଗ୍ରହଣ କ୍ଷେତ୍ରରେ ମୃଭିକା ସଂରକ୍ଷଣ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି । ଷଷ୍ଠ ଯୋଜନା ସମୟରୁ ଦେଶର ବନ୍ୟା ପ୍ରବଣ ନଦୀମାନଙ୍କର ଜଳଗ୍ରହଣ କ୍ଷେତ୍ରରେ ସମନ୍ବିତ ଜଳଛାୟା ପରିଚାଳନା ପ୍ରକଳ୍ପମାନ ମଧ୍ଯ କାର୍ଯ୍ୟକାରୀ ହୋଇଛି ।

ପଞ୍ଜାବ, ହରିୟାନା ଓ ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଜମିର କ୍ଷାରୀୟ ଅଂଶ ଓ ଲବକ୍ଷାଂଶ ବୃଦ୍ଧି ପାଇ ସେଗୁଡ଼ିକୁ ଚାଷପାଇଁ ଅନୁପଯୁକ୍ତ କରିଦେଇଛି । ଏହି ତିନୋଟି ରାଜ୍ୟର ହାରାହାରି ସାତନିୟୁତ ହେକ୍ଟର ଜମିକୁ ଲବଣ ଓ କ୍ଷାରରୁ ମୁକ୍ତ କରିବାପାଇଁ ସରକାର କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି ।

4. କୃଷି ଓ ଦରଦାମ୍ ।
Answer:
ଭାରତର ଅର୍ଥବ୍ୟବସ୍ଥା କୃଷିଭିତ୍ତିକ । ରାଷ୍ଟ୍ରର ଆଭ୍ୟନ୍ତରୀଣ ଦରଦାମ୍ କୃଷି ଉପରେ ନିର୍ଭର କରିଥାଏ । କୃଷି ଉତ୍ପାଦନ କୌଣସି କାରଣରୁ ହ୍ରାସ ପାଇଲେ ଦରଦାମ୍ ବୃଦ୍ଧି ପାଇଥାଏ । ପ୍ରଥମ ପଞ୍ଚବାର୍ଷିକ ଯୋଜନା କାଳରେ ଦରଦାମ୍ ପ୍ରାୟ ସ୍ଥିର ରହିଥିଲା । ଏହାର ମୁଖ୍ୟ କାରଣ କୃଷି ଉତ୍ପାଦନ ବୃଦ୍ଧି ହୋଇଥିଲା । ସପ୍ତମ ଯୋଜନା କାଳରେ କୃଷି ଉତ୍ପାଦନ ସ୍ଵଳ୍ପ ହାରରେ ବୃଦ୍ଧି ପାଇବାରୁ ଦରଦାମ ବୃଦ୍ଧିପାଇଥିଲା । ଭାରତୀୟମାନେ ଆୟର ହାରାହାରି 60 ଶତାଂଶ ଖାଦ୍ୟପାଇଁ ଖର୍ଚ୍ଚ କରୁଥିବାରୁ କୃଷି ଉତ୍ପାଦନ ଦରଦାମ୍‌କୁ ପ୍ରଭାବିତ କରିଥାଏ ।

5. ପୁରାତନ କୃଷି ପଦ୍ଧତି ଓ ନୂତନ କୃଷି କୌଶଳ ।
Answer:
ଭାରତୀୟ କୃଷକ ସାଧାରଣଭାବେ କୃଷିକାର୍ଯ୍ୟରେ ଦକ୍ଷତା ବିହୀନ ପୁରାତନ ପଦ୍ଧତି ଅବଲମ୍ବନ କରିଥାନ୍ତି । ସେମାନେ ପରମ୍ପରା ବିଶ୍ଵାସୀ ସ ଗରିବ ହୋଇଥିବାରୁ ନୂତନ କୃଷି ପଦ୍ଧତିକୁ ଗ୍ରହଣ କରି ପାରିନଥାନ୍ତି । କୃଷି ଗବେଷଣାଲବ୍ଧ ଜ୍ଞାନ କୌଶଳ ଉପଯୋଗ କରିବାପାଇଁ ସେମାନେ ପ୍ରସ୍ତୁତ ନୁହନ୍ତି । କେତେକ କୃଷକ ଉନ୍ନତ ଉତ୍ପାଦନ କୌଶଳ ବିଷୟରେ ଅଜ୍ଞ ।

ତୃତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ଭାରତୀୟ କୃଷି କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ ହେଲା । 1960- 61ରେ କୃଷିକୁ ଆଧୁନିକୀକରଣ କରିବା ଉଦ୍ଦେଶ୍ୟରେ ସଘନ କୃଷି ଜିଲ୍ଲା କାର୍ଯ୍ୟକ୍ରମର ଆରମ୍ଭ କରାଗଲା । ପ୍ରାଥମିକ ସ୍ତରରେ ଏହି କାର୍ଯ୍ୟକ୍ରମ ସାତଟି ଜିଲ୍ଲାପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଏହାକୁ ଭାରତର ସମସ୍ତ ଅଞ୍ଚଳକୁ ସମ୍ପ୍ରସାରିତ କରାଯାଇ ଏକ ବିପ୍ଲବ ସୃଷ୍ଟିପାଇଁ ଲକ୍ଷ୍ୟ ରଖଗଲା । ଏହାକୁ ନୂତନ କୃଷିକୌଶଳ କୁହାଯାଏ । ଏହି କାର୍ଯ୍ୟକ୍ରମ ସମସ୍ତ ଆଧୁନିକ କୃଷି ନିବେଶକୁ ଏକତ୍ର ଉପଯୋଗ କରି ଖୁବ୍ କମ୍ ସମୟରେ କୃଷି ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିପାରିଲା ।

CHSE Odisha Class 11 Economics Solutions Chapter 4 କୃଷି

6. ଜୋତ ବିଭାଜନ ଓ ଜୋତ ବିଖଣ୍ଡନ ।
Answer:
ସ୍ବାଧୀନତାର ପ୍ରାକ୍ କାଳରୁ ଜନ ବିସ୍ଫୋରଣ ଭାରତ ପାଇଁ ଏକ ବିରାଟ ସମସ୍ୟା ରୂପେ ଦଣ୍ଡାୟମାନ ହୋଇ ଆସିଛି । ଔଦ୍ୟୋଗିକ ଅଭିବୃଦ୍ଧି କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ନିଯୁକ୍ତି ଦେବାପାଇଁ ସକ୍ଷମ ହୋଇନାହିଁ । ଫଳରେ ଲୋକମାନେ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । କୃଷି ଉପରେ ଜନସଂଖ୍ୟାର ଅତ୍ୟଧ୍ଵକ ଚାପ ଫଳରେ ଜୋତର ବିଭାଜନ ଓ ବିଖଣ୍ଡନ ହେଉଛି । ଏକ ସ୍ଥାନରେ ଥ‌ିବା ଜମି ଭାଗଭାଗ କରାଗଲେ ତାହାକୁ ବିଭାଜନ କୁହାଯାଏ । କିନ୍ତୁ ବିଭିନ୍ନ ସ୍ଥାନରେ ଥିବା ଜମି ଭାଗ ଭାଗ ହୋଇ ବିକ୍ଷିପ୍ତ ହୋଇ ରହିଲେ, ତାହା ଜୋତର ବିଖଣ୍ଡନ ବୋଲି ବିବେଚିତ ହୁଏ ।

7. ପୋଡୁଚାଷ ଓ ସ୍ଥିର ଚାଷ ।
Answer:
ଜଙ୍ଗଲକୁ ପୋଡ଼ି ପରିଷ୍କାର କରି ସେଥ‌ିରେ ଚାଷ କରିବାକୁ ପୋଡୁଚାଷ କୁହାରାଏ । ଦୁଇ ତିନିବର୍ଷ ଚାଷ ପରେ ମାଟି ନିରସ ହୋଇଗଲେ ସେଥ‌ିରେ ଚାଷ ବନ୍ଦ କରି ଅନ୍ୟତ୍ର ଚାଷପାଇଁ ଜମି ପ୍ରସ୍ତୁତ କରାଯାଏ । ଏପରି ଚାଷରେ ପୁଞ୍ଜିନିବେଶ ଶସ୍ୟ ଅଦଳବଦଳ କରିଥାଏ । ଆବଶ୍ୟକ ହେଲେ ଜୈବିକ ସାର ଓ ରାସାୟନିକ ସାର, କମ୍ପୋଷ୍ଟ, ରୋଗର ସାର ଇତ୍ୟାଦି କରିଥାନ୍ତି । ଏହା ଏକ ଅତ୍ୟନ୍ତ କ୍ଷୟକାରୀ କୃଷିପଦ୍ଧତି ।

8. ଜୈବିକ ନବ ଉନ୍ମେଷ ଓ ଯାନ୍ତ୍ରିକ ନବ ଉନ୍ମେଷ ।
Answer:
ଜୈବିକ ନବ ଉନ୍ମେଷ କୃଷି ଉତ୍ପାଦନଶୀଳତା ବୃଦ୍ଧି କରୁଥିବା ଅଧ‌ିକ ଅମଳକ୍ଷମ ବିହନର ପ୍ରଚଳନ ଓ ରାସାୟନିକ ସାର ଆଦିର ପ୍ରୟୋଗ ସହିତ ସଂପୃକ୍ତ । ଯାନ୍ତ୍ରିକ ନବ ଉନ୍ମେଷ ଶ୍ରମ ଅପସାରଣ କରୁଥିବା ନୂତନ ଯାନ୍ତ୍ରିକ ପ୍ରୟୋଗ ସହିତ ସମ୍ବନ୍ଧିତ ହୋଇଥାଏ । ସବୁଜ ବିପ୍ଳବ ଉଭୟ ଶ୍ରେଣୀର ନବ ଉନ୍ମେଷ ସୃଷ୍ଟି କରି ଏକଦିଗରେ ଶ୍ରମପାଇଁ ଅଧିକ ଚାହିଦା ସୃଷ୍ଟି କରୁଥିବାବେଳେ ଅନ୍ୟପକ୍ଷରେ ଶ୍ରମପାଇଁ ଚାହିଦା ମଧ୍ୟ ହ୍ରାସ କରିଥାଏ ।

କିନ୍ତୁ ସବୁଜ ବିପ୍ଳବର ଦ୍ବିତୀୟ ପର୍ଯ୍ୟାୟରେ ଯାନ୍ତ୍ରିକ ପରିବର୍ତ୍ତନ ଅଧୀକ ସକ୍ରିୟ ହୋଇଥିବାରୁ ଏହା କୃଷିକ୍ଷେତ୍ରରୁ ଅଧ‌ିକ ଶ୍ରମ ଅପସାରଣ କରି ଗ୍ରାମୀଣ ଭାରତରେ ବେକାରୀ ସମସ୍ୟାକୁ ଆହୁରି ଘନୀଭୂତ କରିଛି । ସବୁଜ ବିପ୍ଲବ ଧନୀ ଓ ଗରିବ କୃଷକଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧିକରି ଗ୍ରାମ୍ୟ ସମାଜରେ ସାମାଜିକ ଅସ୍ଥିରତା ସୃଷ୍ଟି କରିଛି । ସବୁଜ ବିପ୍ଳବ କୃଷିରେ ଜୈବିକ ନବ ଉନ୍ମେଷ ଓ ଯାନ୍ତ୍ରିକ ନବ ଉନ୍ମେଷ ନାମକ ଦୁଇଟି ଶ୍ରେଣୀର ପ୍ରକ୍ରିୟାର ସୂତ୍ରପାତ କରିଥାଏ । ଉତ୍ପାଦନ ବୃଦ୍ଧି ଜୈବିକ ନବ ଉନ୍ମେଷ ଓ ଯାନ୍ତ୍ରିକ ନବ ଉନ୍ମେଷର ଲକ୍ଷ୍ୟ ଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଭାରତର ଅର୍ଥନୀତିରେ କୃଷିର ଗୁରୁତ୍ଵ ବର୍ଣ୍ଣନା କର ।
କିମ୍ବା, ‘କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ’’– ଆଲୋଚନା କର ।
Answer:
ସାଧାରଣତଃ ଲୋକମାନେ ଆର୍ଥନୀତିକ ପ୍ରଗତି ଓ ଶିଳ୍ପ ଅଭିବୃଦ୍ଧି ସମାର୍ଥବୋଧକ ବୋଲି ବିଚାର କରନ୍ତି । କାରଣ ଆଧୁନିକ ଯୁଗ ହେଉଛି ଶିଳ୍ପର ଯୁଗ । ତେଣୁ ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମରେ କୃଷିର ବିକାଶ ଉପରେ ଗୁରୁତ୍ବ ଦିଆଯାଏ ନାହିଁ । କିନ୍ତୁ ଏହା ଏକ ଭ୍ରାନ୍ତ ଧାରଣା । ସେମାନେ ପରସ୍ପରର ଅନୁପୂରକ । ଗୋଟିକ ବିନା ଅନ୍ୟଟି ଅସମ୍ଭବ । କୃଷି ଉନ୍ନୟନ, ଶିଳ୍ପର ବିକାଶ ଓ ଅର୍ଥନୈତିକ ପ୍ରଗତି, ସମତାଳରେ ଗତି ନ କଲେ କୌଣସିଟିର ସାର୍ଥକ ରୂପାୟନ ହୋଇପାରେ ନାହିଁ ।

କୃଷି ଅନଗ୍ରସରତାର କାରଣ ହେଉଛି ଶିଳ୍ପର ଅନଗ୍ରସରତା । କୃଷି ଓ ଶିଳ୍ପ ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମର ଦୁଇଟି ଅଙ୍ଗବିଶେଷ । ସମତୁଲ ଅର୍ଥନୈତିକ ଅଭିବୃଦ୍ଧି, କୃଷି ଓ ଶିଳ୍ପର ଏକକାଳୀନ ପ୍ରଗତି ଉପରେ ନିର୍ଭର କରେ । ସ୍ମରଣ ରଖୁବାକୁ ହେବ ଯେ, କୃଷିର ବିକାଶରେ ଶିଳ୍ପର ଅଭିବୃଦ୍ଧି, ଶିଳ୍ପର ବିକାଶରେ କୃଷିର ବିକାଶ ଏବଂ ଉଭୟଙ୍କ ପ୍ରଗତିରେ ଅର୍ଥନୈତିକ ଅଭିବୃଦ୍ଧି ।

ଯୁଗ ଯୁଗ ଧରି ଭାରତ ଏକ କୃଷିପ୍ରଧାନ ଦେଶରୂପେ ପରିଚିତ । କୃଷି ହେଉଛି ଭାରତୀୟମାନଙ୍କର ପ୍ରଧାନ ଜୀବିକା ଓ ଦେଶର ଅଗ୍ରଗାମୀ ଶିଳ୍ପ । ବହୁବର୍ଷଧରି ଏହା ଆମ ଅର୍ଥନୀତିକୁ ପ୍ରଭାବିତ କରିଆସୁଛି । ଭାରତୀୟମାନଙ୍କ ପାଇଁ କୃଷି କେବଳ ଏକ ଜୀବିକା ନୁହେଁ । ଏହା ହେଉଛି ସେମାନଙ୍କର ଜୀବନର ଏକ ଧାରା । କୃଷି ଉପରେ ନିର୍ଭରଶୀଳତା ଯୋଗୁଁ ଲୋକମାନଙ୍କର ଭୂମି ପ୍ରତି ଆସକ୍ତି ପ୍ରବଳ । ଭୂମି କେବଳ କୃଷିର ନୁହେଁ, ବନୀକରଣ, ପଶୁପାଳନ, ମତ୍ସ୍ୟ ଚାଷ ଓ ଖଣିଜ ଶିଳ୍ପର ଭିଭିଭୂମି ।

ଆମ ଅର୍ଥନୀତିରେ କୃଷିର ଭୂମିକା ଏତେ ଗୁରୁତ୍ଵପୂର୍ଣ୍ଣ ଯେ, ତାହାକୁ ଦେଶର ମେରୁଦଣ୍ଡ ବୋଲି କହିବାରେ କିଛି ଅତ୍ୟୁକ୍ତି ନାହିଁ । ଏକ କଳନାରୁ ଜଣାଯାଇଛି ଯେ, ଆମ ଦେଶର ୪୦ ଶତାଂଶ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି । ତନ୍ମଧ୍ୟରୁ 57 ଶତାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି । ଏଥୁରୁ ଆମ ଅର୍ଥନୀତିରେ କୃଷିର ଭୂମିକା ସହଜରେ ଅନୁମେୟ । ସଂପ୍ରତି ଆମ ଦେଶରେ ଶିଳ୍ପାୟନ ଉଲ୍ଲେଖନୀୟ ଅଗ୍ରଗତି କରିବାକୁ ଆରମ୍ଭ କରିଛି । ମାତ୍ର କୃଷିର ଗୁରୁତ୍ଵ ହ୍ରାସ ପାଇନାହିଁ । ନିମ୍ନଲିଖ ବିଷୟଗୁଡ଼ିକ ଆଲୋଚନା କଲେ ତାହାର କାରଣ ଅନୁମାନ କରିହୁଏ।

କୃଷିର ଗୁରୁତ୍ଵ :
(1) ଜାତୀୟ ଆୟକୁ କୃଷିର ଅବଦାନ– ଆମ ଦେଶରେ ଜାତୀୟ ଆୟକୁ କୃଷିର ଅବଦାନ ସର୍ବାଧ୍ଵ । 1950-51 ମସିହାରେ କୃଷି ଓ ତା’ର ଆନୁଷଙ୍ଗିକ ବୃତ୍ତିରୁ ଯଥା— ବନୀକରଣ, ପଶୁପାଳନ, ମତ୍ସ୍ୟଚାଷ, ଖଣିଜସଂପଦ ଉତ୍ତୋଳନ- ଜାତୀୟ ଆୟର 61 ଶତାଂଶ ମିଳୁଥିଲା । ତନ୍ମଧ୍ୟରୁ କେବଳ କୃଷିର ଅବଦାନ ଥିଲା 58.7 ଶତାଂଶ । ଦେଶର ପ୍ରଗତି ସଙ୍ଗେ ସଙ୍ଗେ କୃଷିର ଅବଦାନ ସମ୍ପ୍ରତି ଅବଶ୍ୟ ହ୍ରାସ ପାଇଛି । ତଥାପି ଭାରତୀୟ ଅର୍ଥନୀତିର ଚିତ୍ରପଟରେ କୃଷିର ଗୁରୁତ୍ୱ ହ୍ରାସ ପାଇନାହିଁ ।

କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥାର ଏକ କଳନାରୁ ଜଣାଯାଏ ଜାତୀୟ ଆୟକୁ କୃଷିର ଅବଦାନ 1960-61 ରେ 54 ଶତାଂଶକୁ, 1970-71 ରେ 47.2 ଶତାଂଶକୁ, 1986-87 ରେ 34 ଶତାଂଶକୁ ଏବଂ ସଂପ୍ରତି 13.9 ଶତାଂଶକୁ ହ୍ରାସ ପାଇଛି । ଏହି ହ୍ରାସ ପାଇବା ଲକ୍ଷଣ ଅର୍ଥଶାସ୍ତ୍ରବିଦ୍‌ମାନଙ୍କ ବିଚାରରେ ଶୁଭଙ୍କର ହେଲେହେଁ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଏହା ଯଥେଷ୍ଟ ଅଧିକ ।

CHSE Odisha Class 11 Economics Solutions Chapter 4 କୃଷି

ଉଦାହରଣସ୍ୱରୂପ ଜାତୀୟ ଆୟକୁ କୃଷିର ଅବଦାନ ଯୁକ୍ତରାଜ୍ୟରେ 3.1 ଶତାଂଶ, ଆମେରିକାରେ 3.2 ଶତାଂଶ, କାନାଡ଼ାରେ 5 ଶତାଂଶ ଏବଂ ଅଷ୍ଟ୍ରେଲିଆରେ 7.6 ଶତାଂଶ । ଭାରତରେ ଜାତୀୟ ଆୟକୁ କୃଷିର ଅବଦାନ ଉଲ୍ଲେଖନୀୟଭାବେ ହ୍ରାସ ହେଉଥିଲେ ମଧ୍ୟ କୃଷି ଉପରେ ଶ୍ରମଶକ୍ତିର ନିର୍ଭରଶୀଳତା ସେହି ଅନୁପାତରେ ହ୍ରାସ ହେଉନାହିଁ ।

(2) ଜୀବିକାର ଉତ୍ସରୂପେ କୃଷି – 1991 ମସିହା ଜନଗଣନା ଅନୁଯାୟୀ ଭାରତର ପ୍ରତ୍ୟେକ 10 ଜଣ ଲୋକଙ୍କ ମଧ୍ୟରୁ 5 ଜଣ କୃଷିକୁ ପ୍ରଧାନ ଜୀବିକାରୂପେ ଗ୍ରହଣ କରିଛନ୍ତି । 1901 ମସିହାରୁ ଆଜିପର୍ଯ୍ୟନ୍ତ ଏହି ଅବସ୍ଥା ପ୍ରାୟ ଅପରିବର୍ତ୍ତିତ ରହିଛି ଏବଂ ଆସନ୍ତା କେତେ ଦଶନ୍ଧି ଧରି ରହିବ । ଏଥୁରୁ ଅର୍ଥନୀତିରେ କୃଷିର ଭୂମିକା ସହଜରେ ଅନୁମେୟ । ଅନ୍ୟାନ୍ୟ ଉନ୍ନତ ଦେଶମାନଙ୍କ ଅବସ୍ଥା ଏହାର ଠିକ୍ ବିପରୀତ । କୃଷି ଉପରେ ନିର୍ଭର କରୁଥିବା ଲେକସଂଖ୍ୟା ଫ୍ରାନ୍ସରେ 25 ଶତାଂଶ, ନିଉଜିଲାଣ୍ଡରେ 20 ଶତାଂଶ, କାନାଡ଼ା ଓ ଜର୍ମାନୀରେ 15 ଶତାଂଶ ।

(3) କୃଷି ଏବଂ କର୍ମ ସଂସ୍ଥାନ– କୃଷି କେବଳ ଆମ ଦେଶର 51 ଶତାଂଶ କାର୍ଯ୍ୟକ୍ଷମ ଲୋକଙ୍କୁ ନିଯୁକ୍ତି ଓ ଜୀବିକା ଯୋଗାଇଥାଏ । ପାଶ୍ଚାତ୍ୟ ଦେଶମାନଙ୍କରେ କୃଷି ଉପରେ ନିର୍ଭର କରୁଥିବା ଲୋକସଂଖ୍ୟା ଯୁକ୍ତରାଜ୍ୟରେ 3 ଶତାଂଶ, ଆମେରିକାରେ 5 ଶତାଂଶ, ଅଷ୍ଟ୍ରେଲିଆରେ 8 ଶତାଂଶ ଓ ଜାପାନରେ 21 ଶତାଂଶ ।

ଏଥିରୁ ଜଣାଯାଏ ଯେ, ଯେଉଁମାନେ ଅନ୍ୟତ୍ର ନିଯୁକ୍ତି ସୁଯୋଗ ପାଆନ୍ତି ନାହିଁ ସେମାନେ ଅଧମ ଉଦ୍ଧାରଣ ପନ୍ଥା ରୂପେ କୃଷିକୁ ଅବଲମ୍ବନ କରିଥା’ନ୍ତି । ଏହାଫଳରେ କୃଷିକ୍ଷେତ୍ର ଲୋକାରଣ୍ୟ ହୁଏ ଏବଂ ଅର୍ଷବେକାର ଓ ଛଦ୍ମବେଶୀ ବେକାରଙ୍କ ସଂଖ୍ୟା ବୃଦ୍ଧି ହୁଏ । କୃଷି ଉପରେ ଜନସଂଖ୍ୟାର ଚାପ ଯୋଗୁଁ କୃଷି ଉତ୍ପାଦନଶୀଳତା ନୂନ ହୁଏ । ଅଧୁନା ଦେଶରେ ଶିଳ୍ପାୟନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଆରୋପ କରାଗଲାଣି । ମାତ୍ର ଦୀର୍ଘ 41 ବର୍ଷର ଯୋଜନା କାଳରେ କୃଷିକ୍ଷେତ୍ରରେ ଜନଗହଳି ଲାଘବ ହୋଇନାହିଁ ।

(4) ଶିଳ୍ପ ବିକାଶରେ କୃଷିର ଭୂମିକା– କୃଷି ଓ ଶିଳ୍ପ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିବା ପରିଲକ୍ଷିତ ହୁଏ । ସେମାନେ ପରସ୍ପର ଉପରେ ନିର୍ଭର କରନ୍ତି । କୃଷିର ବିକାଶ ବିନା ଶିଳ୍ପର ବିକାଶ ଏକପ୍ରକାର ଅସମ୍ଭବ । କାରଣ ଶିଳ୍ପପାଇଁ କୃଷି କଞ୍ଚାମାଲ ଯୋଗାଇଥାଏ ଏବଂ କୃଷିପାଇଁ ଶିଳ୍ପ ଯନ୍ତ୍ରପାତି, ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରଭୃତି ଯୋଗାଇଥାଏ । ଆମ ଦେଶରେ ଅଧିକାଂଶ ଅଗ୍ରଗାମୀ ଶିଳ୍ପ କାଞ୍ଚାମାଲପାଇଁ କୃଷି ଉପରେ ନିର୍ଭର କରିଥା’ନ୍ତି ।

ଉଦାହରଣସ୍ୱରୂପ ବସ୍ତ୍ରଶିଳ୍ପଠାରୁ ଆରମ୍ଭ କରି ଝୋଟ, ଚିନି ଓ ବନସ୍ପତି ପ୍ରଭୃତି ଶିଳ୍ପ ପର୍ଯ୍ୟନ୍ତ, ସମସ୍ତେ କଞ୍ଚାମାଲ ପାଇବା ପାଇଁ କୃଷି ଉପରେ ନିର୍ଭର କରନ୍ତି । ଚା, କଫି ଓ ରବର ପ୍ରଭୃତି ଶିଳ୍ପ ମଧ୍ୟ କୃଷିଭିତ୍ତିକ । ଏହା ବ୍ୟତୀତ ଅନ୍ୟାନ୍ୟ ବହୁ ଶିଳ୍ପ ପରୋକ୍ଷଭାବେ କୃଷି ଉପରେ ନିର୍ଭର କରନ୍ତି । ଅବଶ୍ୟ ସ୍ବୀକାର କରିବାକୁ ହେବ ଯେ, ଲୌହଶିଳ୍ପ ଭଳି କେତେକ ଗୁରୁଶିଳ୍ପ କୃଷି ଉପରେ ପ୍ରତ୍ୟକ୍ଷଭାବରେ ନିର୍ଭର କରନ୍ତି ନାହିଁ । ମାତ୍ର ସେମାନେ କୃଷିକ୍ଷେତ୍ରକୁ କୃଷି ଉପକରଣ ଯୋଗାଇଥା’ନ୍ତି ।

(5) ଭାରତର ବହିର୍ବାଣିଜ୍ୟରେ କୃଷିର ଭୂମିକା– କୃଷିଜାତ ଦ୍ରବ୍ୟ ବିକ୍ରୟ କରି ଆମ ଦେଶ ବୈଦେଶିକ ମୁଦ୍ରା ଲାଭ କରିଥାଏ । ବର୍ତ୍ତମାନ ରପ୍ତାନି କରାଯାଉଥ‌ିବା ଦ୍ରବ୍ୟର 50 ଶତାଂଶ ହେଉଛି କୃଷି ଉତ୍ପାଦ । ଏହା ସହିତ ଯଦି ରପ୍ତାନି ହେଉଥ‌ିବା କାର୍ପାସ ବସ୍ତ୍ର ଓ ଝୋଟ ଉତ୍ପାଦକୁ ବିଚାରକୁ ନେଉ ତେବେ ମୋଟ ରପ୍ତାନିର 50 ଶତାଂଶ କୃଷିଭିତ୍ତିକ ବୋଲି କୁହାଯିବ । ପୁନଶ୍ଚ କୃଷିଜାତ ଦ୍ରବ୍ୟରେ ଆମର ରପ୍ତାନୀ ବାଣିଜ୍ୟ ବିକେନ୍ଦ୍ରିତ ହୋଇଛି ।

ଅର୍ଥାତ୍ ଆମେ ବିଭିନ୍ନ ଦେଶକୁ ଆମର କୃଷି ଉତ୍ପାଦ ରପ୍ତାନୀ କରୁଛୁ । କୃଷିଜାତ ଦ୍ରବ୍ୟ ମୋଟ ବୈଦେଶିକ ମୁଦ୍ରାର 50 ଶତାଂଶ ଅର୍ଜନ କରୁଥିଲାବେଳେ କୃଷିପାଇଁ ମାତ୍ର 15 ଶତାଂଶ ଆମଦାନୀ କରିବାରେ ବ୍ୟୟ କରୁଛୁ । ଏହା ହେଉଛି ଶିଳ୍ପ ଅଭିବୃଦ୍ଧିପାଇଁ କୃଷିର ଅବଦାନ ।

(6) କୃଷି ଏବଂ ତୃତୀୟ ସ୍ତର – ବାଣିଜ୍ୟ ଓ ପରିବହନ ପ୍ରଭୃତି ତୃତୀୟ ସ୍ତରର ଅନ୍ତର୍ଭୁକ୍ତ । ଏହି ସ୍ତରକୁ କୃଷିର ଅବଦାନ ଉଲ୍ଲେଖନୀୟ । କୃଷିଜାତ ଦ୍ରବ୍ୟରେ ମୁଖ୍ୟତଃ ଅନ୍ତର୍ଦେଶୀୟ ବାଣିଜ୍ୟ କାରବାର ହୋଇଥାଏ । ରେଳ ଓ ସଡ଼କ ପରିବହନ କୃଷି ଉପରେ ନିର୍ଭର କରିଥା’ନ୍ତି । ତାଙ୍କ ଆୟର ବହୁଳାଶ କୃଷି ଓ କୃଷିଜାତ ଦ୍ରବ୍ୟରୁ ମିଳିଥାଏ ।

(7) ସରକାରଙ୍କ ରାଜସ୍ବ– କୃଷି ସରକାରଙ୍କ ରାଜସ୍ବର ଏକ ପ୍ରଧାନ ଉତ୍ସ । ରାଜ୍ୟ ସରକାର ଭୂ-ରାଜସ୍ବ ଆକାରରେ ଏବଂ କୃଷି ଆୟକର ଆକାରରେ ଏକ ଆଖିଦୃଶିଆ ରାଜସ୍ୱ ଲାଭ କରିଥା’ନ୍ତି । କୃଷି ଆୟର ସର୍ବବୃହତ୍ ସୂତ୍ର ହୋଇଥିବାରୁ ଏହା ଲୋକମାନଙ୍କର ସଞ୍ଚୟ ଶକ୍ତିକୁ ପ୍ରଭାବିତ କରି ପୁଞ୍ଜି ଗଠନରେ ସହାୟକ ହୁଏ ।

(8) କୃଷି ଏବଂ ଆନ୍ତର୍ଜାତିକ ବଜାର– ଆନ୍ତର୍ଜାତିକ ବଜାରରେ ଆମର କୃଷି କେତେକ ଦୃଷ୍ଟିରୁ ଉଚ୍ଚସ୍ଥାନ ଅଧିକାର କରିଛି । ଉଦାହରଣସ୍ୱରୂପ, ଚିନାବାଦାମ ଉତ୍ପାଦନରେ ଭାରତର ସ୍ଥାନ ପୃଥ‌ିବୀରେ ପ୍ରଥମ । ଧାନ ଉତ୍ପାଦନରେ ଭାରତର ସ୍ଥାନ ଦ୍ଵିତୀୟ ଏବଂ ଚୀନ୍ ଦେଶର ସ୍ଥାନ ପ୍ରଥମ । ତମାଖୁ ଉତ୍ପାଦନରେ ଭାରତର ସ୍ଥାନ ଚୀନ୍ ଓ ଆମେରିକାର ପଛକୁ । ଅର୍ଥାତ୍ ବିଶ୍ଵବଜାରରେ ଏହାର ସ୍ଥାନ ତୃତୀୟ ।

ଉପର୍ୟ୍ୟକ୍ତ ଆଲୋଚନାରୁ ସହଜରେ ଅନୁମାନ କରାଯାଇପାରେ ଯେ, ଭାରତ ନିଶ୍ଚିତଭାବେ ଏକ କୃଷିପ୍ରଧାନ ଦେଶ । କୃଷିକ୍ଷେତ୍ରରୁ ସୃଷ୍ଟି ହେଉଥ‌ିବା ଆୟ ସର୍ବାଧ‌ିକ । ଏହା ଲୋକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଏ, ଶିଳ୍ପାୟନର ଅଭିବୃଦ୍ଧିରେ ସହାୟକ ହୁଏ ଏବଂ ବୈଦେଶିକ ମୁଦ୍ରାର ବହୁଳାଶ ଅର୍ଜନ କରେ । ଏହି ଗୁରୁତ୍ୱ ଉପଲବ୍‌ଧ କରି କୃଷିକୁ ଆମ ଯୋଜନାରେ ଅଗ୍ରାଧିକାର ଦିଆଯାଇଛି ।

2. ଭାରତରେ କୃଷି ଉତ୍ପାଦନଶୀଳତା ସ୍ଵଳ୍ପ ହେବାର ମୁଖ୍ୟ କାରଣାବଳୀ ବର୍ଣନା କର ।
କିମ୍ବା, ଭାରତରେ କୃଷି ଅନଗ୍ରସରତାର ପ୍ରଧାନ କାରଣମାନ ଦର୍ଶାଅ ଓ ପ୍ରତିକାର ନିର୍ଦ୍ଦେଶ କର ।
Answer:
ଏକ ଅର୍ଥନୀତିରେ କୃଷି ଉତ୍ପାଦନଶୀଳତାର ଗୁରୁତ୍ବ ଦୁଇଗୋଟି ଦୃଷ୍ଟିକୋଣରୁ ବିଚାର କରାଯାଇପାରେ । ପ୍ରଥମତଃ, ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ମେଣ୍ଟାଇବାପାଇଁ କୃଷି ଉତ୍ପାଦନଶୀଳତା ବୃଦ୍ଧି ହେବାର ଆବଶ୍ୟକତା ଉପଲବ୍‌ଧ କରାଯାଏ । ଦ୍ଵିତୀୟତଃ, ଏକ ବିକାଶୋନ୍ମୁଖୀ ରାଷ୍ଟ୍ରର ମୋଟ ଜାତୀୟ ଆୟକୁ ଅବ୍ୟାହତ ରଖିବାପାଇଁ କୃଷି ଉତ୍ପାଦନଶୀଳତା ବୃଦ୍ଧି କରିବା ଆବଶ୍ୟକ ହୁଏ । ଆତ୍ମନିର୍ଭରଶୀଳତା ଅର୍ଥନୈତିକ ଅଭିବୃଦ୍ଧିପାଇଁ ଏକ ନିର୍ଦ୍ଦିଷ୍ଟ ସ୍ତରର କୃଷି ଉତ୍ପାଦନ ଆବଶ୍ୟକ ।

CHSE Odisha Class 11 Economics Solutions Chapter 4 କୃଷି

ତେଣୁ କୃଷି ଉତ୍ପାଦନଶୀଳତା ବୃଦ୍ଧି କରିବା ଅନସ୍ବୀକାର୍ଯ୍ୟ ହୋଇଥିଲାବେଳେ ଭାରତର କୃଷି ଉତ୍ପାଦନଶୀଳତା ସ୍ଵଚ୍ଛ ହୋଇଥିବା ଅସ୍ଵୀକାର କରାଯାଇ ନପାରେ । ଆମ ଦେଶରେ ଯୋଜନାର ଯୁଗ ଆରମ୍ଭ ହେବା ପରଠାରୁ କିୟତ୍ ପରିମାଣରେ ଏହା ବୃଦ୍ଧି ହେବାକୁ ଆରମ୍ଭ କରିଛି । ଏବେ ମଧ୍ୟ କୃଷି ଅଭିବୃଦ୍ଧି ଆମ ଦେଶରେ ପ୍ରାୟ 3 ଶତାଂଶ; ମାତ୍ର ଆତ୍ମନିର୍ଭରଶୀଳତା ଅଭିବୃଦ୍ଧିପାଇଁ କୃଷି ଉତ୍ପାଦନ ହାର ଅନ୍ୟୁନ 5 ଶତାଂଶ ହେବା ଆବଶ୍ୟକ । ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ, ଦେଶର ପ୍ରାୟ 9 ଶତାଂଶ ଲୋକ କୃଷିକ୍ଷେତ୍ରରେ ନିୟୋଜିତ ହେଉଥ୍ଲେହେଁ କୃଷି ଉତ୍ପାଦନ ହାର ଏତେ ସ୍ଵଳ୍ପ ।

କୃଷି ଉତ୍ପାଦନ ବୃଦ୍ଧି ଦୁଇଟି କାରଣ ଉପରେ ନିର୍ଭର କରେ । ଗୋଟିଏ ହେଲା ମୃଭିକାର ଗୁଣାତ୍ମକ ମାନ ଏବଂ ଅନ୍ୟଟି ହେଲା କୃଷି ଶ୍ରମିକମାନଙ୍କର କାର୍ଯ୍ୟଦକ୍ଷତା । ଭାରତରେ ମୃତ୍ତିକାର ଗୁଣାତ୍ମକ ମାନ ନୂନସ୍ତରର । କୃଷି ଶ୍ରମିକମାନେ ଅଦକ୍ଷ ବା କମ୍ ଦକ୍ଷତାସମ୍ପନ୍ନ । ଏହି ଦୁଇଟି କୃଷି ଉତ୍ପାଦନଶୀଳତା କମ୍ ହେବାର ମୁଖ୍ୟ କାରଣ । କୃଷି ଉତ୍ପାଦନଶୀଳତା ସ୍ଵଳ୍ପ ହେବା ଦେଶରେ ଦାରିଦ୍ର୍ୟର ପ୍ରଧାନ କାରଣ । ଲକ୍ଷ ଲକ୍ଷ ଲୋକ ଜୀବନତମାମ ପୁଷ୍ଟିକର ଖାଦ୍ୟାଭାବରୁ ଦୁର୍ବଳ ଓ କମ୍ କାର୍ଯ୍ୟକ୍ଷମ । ଅବଶ୍ୟ ସମ୍ପ୍ରତି ଅବସ୍ଥାର କିଛି ପରିବର୍ତ୍ତନ ହୋଇଛି ସତ ମାତ୍ର ତାହା ସନ୍ତୋଷଜନକ ନୁହେଁ । ସେଥ‌ିପାଇଁ ହୁଏତ ଭାରତୀୟ କୃଷି ଅର୍ଥନୀତିରେ ଅନ୍ତର୍ନିହିତ ଥିବା କେତେକ ଦୋଷ ଓ ତ୍ରୁଟି ଦାୟୀ ।

1975 ମସିହାରେ କରାଯାଇଥିବା ଏକ କଳନାରୁ ଜଣାଯାଏ ଯେ, ଭାରତରେ ହେକ୍ଟର ପ୍ରତି ଧାନ ଉତ୍ପାଦନ 1,877 କିଲୋଗ୍ରାମ୍ ଥିଲାବେଳେ ଜାପାନ ଓ ଇଜିପ୍‌ଟରେ ତାହା ଯଥାକ୍ରମେ 6,185 ଏବଂ 5,326 କିଲୋଗ୍ରାମ୍ ହେଉଥିଲା । 1978- 79 ମସିହାରେ ହେକ୍ଟର ପ୍ରତି ଧାନ ଉତ୍ପାଦନ ଆମ ଦେଶରେ 1339 କିଲୋଗ୍ରାମ୍‌କୁ ହ୍ରାସ ପାଇଥିବାବେଳେ ଜାପାନରେ ତାହା 6,250 କିଲୋଗ୍ରାମକୁ ବୃଦ୍ଧି ପାଇଥିଲା । ତେଣୁ କୁହାଯାଇପାରେ ଯେ, ଜାପାନର ଧାନ ଉତ୍ପାଦନର ମାତ୍ର ଏକ-ପଞ୍ଚମାଂଶ ହେଉଛି ଭାରତର ଧାନ ଉତ୍ପାଦନଶୀଳତା ।

1976-78 ମସିହାରେ ଭାରତରେ ହାରାହାରି ଗହମ ଉତ୍ପାଦନ 1,425 କିଲୋଗ୍ରାମ୍ ହୋଇଥିବାବେଳେ ଫ୍ରାନ୍ସ ଏବଂ ଜର୍ମାନୀରେ ତାହା ଯଥାକ୍ରମେ 4,345 କିଲୋଗ୍ରାମ୍ ଏବଂ 4,547 କିଲୋଗ୍ରାମ୍ ହୋଇଥିଲା । ଏହିସବୁ ତଥ୍ୟରୁ ସହଜରେ କୁହାଯାଇପାରେ ଯେ, ଆମ ଦେଶରେ କୃଷି ଉତ୍ପାଦିକା ଶକ୍ତି ପୃଥ‌ିବୀର ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ ଊଣା । 2001-02 ରେ ଖାଦ୍ୟଶସ୍ୟର ଉତ୍ପାଦନ 212 ମିଲିଅନ ଟନ୍ ହୋଇଥିଲା । ମାତ୍ର ପରବର୍ତ୍ତୀ ବର୍ଷ ଅର୍ଥାତ୍ 2002-03 ରେ ଏହା 182.6 ମିଲିଅନ ଟକୁ ହ୍ରାସ ପାଇଲା କାରଣ ଏହିବର୍ଷ ବର୍ଷାର ମାତ୍ରା ଟିକିଏ କମ୍ ହୋଇଥିଲା ।

ସେହିପରି ଆମ ଦେଶରେ ଶ୍ରମର ଉତ୍ପାଦନଶୀଳତା ମଧ୍ୟ ନୂନ । ଆମେରିକାର ଜଣେ ଶ୍ରମିକ ଦିନକୁ ଯେତେ ଉତ୍ପାଦନ କରିପାରେ ତାହା ଭାରତର 5 ରୁ 10 ଜଣଙ୍କ ଉତ୍ପାଦନ ସହିତ ସମାନ । ଭାରତୀୟ ଶ୍ରମିକମାନଙ୍କର ନିରକ୍ଷରତା ଓ ଅଜ୍ଞତା ଏଥ‌ିପାଇଁ ମୁଖ୍ୟତଃ ଦାୟୀ । ତେଣୁ ମୋଟାମୋଟି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହୋଇପାରୁ ଯେ, ଆମ ଦେଶରେ କୃଷି ଉତ୍ପାଦନଶୀଳତା ଅପେକ୍ଷାକୃତ ଊଣା । ବର୍ତ୍ତମାନ ଅବଶ୍ୟ ଏ ଦିଗରେ କିଛି ଉନ୍ନତି ସାଧୂ ହୋଇଛି, ତଥାପି ଏ ବାବଦରେ ଆମକୁ ଆହୁରି ବହୁ ସୁଦୂର ପଥ ଅତିକ୍ରମ କରିବାକୁ ଅଛି ।

ଅନେକଗୁଡ଼ିଏ ଉପାଦାନ ଦେଶରେ ଉତ୍ପାଦନଶୀଳତାକୁ ପ୍ରଭାବିତ କରିପାରେ । ସେଗୁଡ଼ିକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ; ଯଥା –

(a) ସାଧାରଣ କାରଣ
(b) ଆନୁଷ୍ଠାନିକ କାରଣ
(c) ବୈଷୟିକ କାରଣ ।

(a) ସାଧାରଣ କାରଣ :
(1) ଜନସଂଖ୍ୟାର ଚାପ– ଜନସଂଖ୍ୟାର କୃଷି ଉପରେ ଅତ୍ୟତ୍ଵିକ ଚାପ ଉତ୍ପାଦନଶୀଳତା ଊଣା ହେବାର ପ୍ରଧାନ ଓ ଅନ୍ୟତମ କାରଣ । 70 ଶତାଂଶରୁ ଅଧ‌ିକ ଲୋକ ଆମ ଦେଶରେ କୃଷି ଉପରେ ନିର୍ଭର କରନ୍ତି । ଦେଶର ବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ନିଯୁକ୍ତି ଯୋଗାଇଲା ଭଳି ଶିଳ୍ପ ବିସ୍ତାର ଆମ ଦେଶରେ ହୋଇପାରିନାହିଁ । ଫଳତଃ, କୃଷିକ୍ଷେତ୍ରରେ ସର୍ବଦା ଜନଗହଳି ଲାଗି ରହିଛି । କୃଷି ଉପରେ ଅଧ୍ବକସଂଖ୍ୟକ ଲୋକ ନିର୍ଭର କରୁଥିବାରୁ ପରିଣାମସ୍ୱରୂପ ଉପସ୍ଥିତ ଭୂମି ଦିନକୁ ଦିନ ଖଣ୍ଡ ବିଖଣ୍ଡିତ ହେବାରେ ଲାଗିଛି ।

ମୁଣ୍ଡପିଛା ଭୂମି ବଣ୍ଟନ 1921 ମସିହାରେ 1.11 ଏକର ଥିଲାବେଳେ 1991 ମସିହାରେ ତାହା 0.86 ଏକରକୁ ହ୍ରାସ ପାଇଛି । ଏହା ତୁଳନାରେ ପାଶ୍ଚାତ୍ୟ ଦେଶମାନଙ୍କରେ କୃଷି ଉପରେ ନିର୍ଭର କରୁଥିବା ଲୋକସଂଖ୍ୟା ଯଥେଷ୍ଟ ଊଣା । ଉଦାହରଣ ସ୍ୱରୂପ ଜନସଂଖ୍ୟାର ପ୍ରାୟ 20 ଶତାଂଶ ଲୋକ ଆମେରିକା ଦକ୍ଷିଣ ଆଫ୍ରିକା ଓ ହଲାଣ୍ଡରେ କୃଷି ଉପରେ ନିର୍ଭର କରନ୍ତି । ଅଷ୍ଟ୍ରେଲିଆ, ପଶ୍ଚିମ ଜର୍ମାନୀ ଓ ଯୁକ୍ତରାଜ୍ୟରେ ଏହି ଅନୁପାତ ଯଥାକ୍ରମେ 10 ଶତାଂଶ, 29 ଶତାଂଶ ଏବଂ 7 ଶତାଂଶ ।

ଆମ ଦେଶରେ ଜନସଂଖ୍ୟାର ଚାପ କୃଷିକ୍ଷେତ୍ର ବହନ କରିପାରୁ ନଥ‌ିବାରୁ, ବେକାରି, ଅର୍ବବେକାରି, ଛଦ୍ମବେଶୀ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସମସ୍ତର ପରିଣାମ ସ୍ବରୂପ ଉତ୍ପାଦନଶୀଳତା ହ୍ରାସ ହେଉଛି । ଏହି ଦିଗରେ ଅଗ୍ରଗତି କରିବାକୁ ହେଲେ କୃଷିକ୍ଷେତ୍ର ଉପରୁ ଲୋକସଂଖ୍ୟାର ଚାପ ହ୍ରାସ କରିବାକୁ ହେବ । ଶ୍ରମ ଶକ୍ତିକୁ ଯଦି କୃଷିକ୍ଷେତ୍ରରୁ ପ୍ରତ୍ୟାହାର କରି ଅନ୍ୟତ୍ର କର୍ମସଂସ୍ଥାନ କରାନଯାଏ ତେବେ ଉତ୍ପାଦନଶୀଳତା ବୃଦ୍ଧି କରିବା ଦିଗରେ ବିଶେଷ କିଛି ଆଶା କରାନଯାଇପାରେ ।

(2) ମୃତ୍ତିକାର ଅନୁର୍ବରଶୀଳତା– ଭୌଗୋଳିକ ଓ ପ୍ରାକୃତିକ କାରଣରୁ ଆମ ଦେଶର ମୃତ୍ତିକା ଉର୍ବରଶୀଳ ନୁହେଁ । ଯଦିବା କୌଣସି ସ୍ଥାନରେ ଉର୍ବରଶୀଳତା ଅଧୂକ ତାହା କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ; ଯଥା – ବାତ୍ୟା ଓ ବନ୍ୟାଦ୍ଵାରା ଅବକ୍ଷୟ ହୋଇଥାଏ । ଏହା ଭୂମିର ଉର୍ବରଶୀଳତାକୁ ହ୍ରାସ କରେ । ବହୁ ପରିମାଣ ଭୂମି ମଧ୍ଯ ଜଳମଗ୍ନ ହୋଇ ରହୁଥ‌ିବାରୁ କୃଷି ଉପଯୋଗୀ ନୁହେଁ । ସୀମିତ ପରିମାଣର ଅବାଦଯୋଗ୍ୟ ଜମି ବାରମ୍ବାର ଅବିରତ କର୍ଷଣ ହେବା ଫଳରେ ଉର୍ବରଶୀଳତା ହ୍ରସପ୍ରାପ୍ତ’ହୁଏ । କୃଷକମାନେ ନିରକ୍ଷର ଓ ଅଜ୍ଞ ହୋଇଥିବାରୁ ଉପଯୁକ୍ତ ସାର ପ୍ରୟୋଗ କରି ଭୂମିର କ୍ଷୟକ୍ଷତି ଭରଣା କରିପାରନ୍ତି ନାହିଁ । ଏହିସବୁ କାରଣରୁ କୃଷି ଉତ୍ପାଦନଶୀଳତା ଆମ ଦେଶରେ ହ୍ରାସପ୍ରାପ୍ତ ହୁଏ ।

(3) ଉତ୍ପାଦନ କୌଶଳ– କୃଷକମାନେ କୃଷିକ୍ଷେତ୍ରରେ ପୁରାତନ ଓ ଅନୁନ୍ନତ ଉତ୍ପାଦନ କୌଶଳ ଅବଲମ୍ବନ କରନ୍ତି । ବୈଜ୍ଞାନିକ ପଦ୍ଧତି ଅନୁସରଣ କରି କୃଷି କର୍ମ କରିବା ନିରକ୍ଷରତା ଓ ଅଜ୍ଞତା କାରଣରୁ ସେମାନଙ୍କ ପକ୍ଷରେ ସମ୍ଭବପର ହୁଏ ନାହିଁ । ଭୂମିର ଜୋତ କ୍ଷୁଦ୍ରାକାର ହୋଇଥିବାରୁ ସେଥ‌ିରେ ବୈଜ୍ଞାନିକ କୌଶଳ ଓ ଉନ୍ନତ ଯନ୍ତ୍ରପାତି ବ୍ୟବହାର କରାଯାଇ ପାରେ ନାହିଁ । ବେଳେବେଳେ ରକ୍ଷଣଶୀଳତାଯୋଗୁଁ ସେମାନେ କୌଣସି ଉନ୍ନତିମୂଳକ ପଦ୍ଧତିର ବିରୋଧ କରନ୍ତି । ଉନ୍ନତ ବିହନ ଓ ସାର କୃଷିକ୍ଷେତ୍ରରେ ପ୍ରୟୋଗ କଥା ସେମାନଙ୍କୁ ଜଣାନାହିଁ । ଏହି ସମସ୍ତ କାରଣରୁ ଆମ ଦେଶରେ କୃଷି ଉତ୍ପାଦନଶୀଳତା ହ୍ରାସ ପାଇଥାଏ ।

CHSE Odisha Class 11 Economics Solutions Chapter 4 କୃଷି

(4) ଯଥେଷ୍ଟ ପୁଞ୍ଜିର ଅଭାବ– ଅର୍ଥ ହେଉଛି ଯେକୌଣସି ଶିଜର ପ୍ରାଣ । ଭାରତୀୟ କୃଷକମାନେ ଦରିଦ୍ର ହୋଇଥବାରୁ ଯଥେଷ୍ଟ ପୁଞ୍ଜି ଓ ସମ୍ବଳ କୃଷିକର୍ମରେ ବ୍ୟୟ କରିପାରନ୍ତି ନାହିଁ । କୃଷକମାନେ ମୁଖ୍ୟତଃ କୃଷିର ଉନ୍ନତିପାଇଁ ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ଋଣ ଆବଶ୍ୟକ କରିଥା’ନ୍ତି । ଗ୍ରାମାଞ୍ଚଳରେ ଆନୁଷ୍ଠାନିକ ଋଣ ସୂତ୍ରରୁ ପୁଞ୍ଜି ପାଇବା ସୁବିଧା ନଥିବାରୁ ସେମାନେ ଋଣପାଇଁ ଗ୍ରାମ୍ୟ
ଅତି ଉଚ୍ଚହାରରେ ସୁଧ ଆଦାୟ କରିଥା’ନ୍ତି । ଏହାଫଳରେ କୃଷକମାନେ ସେମାନଙ୍କ ଶୋଷଣର ଶିକାର ହୁଅନ୍ତି ।

କଥାରେ ଅଛି, ଭାରତୀୟ କୃଷକମାନେ ଋଣ ଭାର ନେଇ ଜନ୍ମ ହୁଅନ୍ତି; ଋଣ ବୋଝ ବୋହି ବଞ୍ଚୁ’ନ୍ତି ଏବଂ ଶେଷରେ ଋଣରେହିଁ ତାଙ୍କର ମୃତ୍ୟୁ ହୁଏ । ସମବାୟ ଋଣ ସମିତି, ଭୂଉନ୍ନୟନ ବ୍ୟାଙ୍କ, ଗ୍ରାମ୍ୟବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ଭଳି ଋଣ ପ୍ରଦାନକାରୀ ଅନୁଷ୍ଠାନମାନେ ଆମ ଦେଶରେ ଗଢ଼ିଉଠିଲେଣି ।

ତଥାପି ସେମାନେ ଯୋଗାଉଥିବା ଋଣ ସାହାଯ୍ୟ ଯଥେଷ୍ଟ ନ ହେଉଥିବାରୁ କୃଷକମାନେ ଗ୍ରାମ୍ୟ ମହାଜନଙ୍କ ନିକଟରୁ ଋଣ ଆଣିବାକୁ ବାଧ୍ୟ ହୋଇଥା’ନ୍ତି । ଫଳରେ ଗ୍ରାମ୍ୟ ମହାଜନମାନଙ୍କ ପ୍ରାଧାନ୍ୟ ହ୍ରାସ ହୋଇଥିଲେହେଁ ସେମାନଙ୍କର ମୂଳୋତ୍ପାଟନ ଆମ ଦେଶରେ ହୋଇପାରିନାହିଁ । ସୁତରାଂ କୁହାଯାଇପାରେ ଯେ, ପୁଞ୍ଜିର ଅଭାବ ଓ ଋଣର ବ୍ୟୟବହୁଳତା ‘ଆମ ଦେଶରେ କୃଷି ବିକାଶରେ ଅନ୍ତରାୟ ହୋଇ ରହିଛି ।

(5) ବଜାର ସୁବିଧାର ଅଭାବ– ବଜାର ସୁବିଧାର ଅଭାବ ଭାରତୀୟ କୃଷକମାନଙ୍କ ପାଇଁ ବୋଝ ପରେ ନଳିତାବିଡ଼ା ସଦୃଶ । ସେମାନେ ପ୍ରଥମତଃ ବ୍ୟୟବହୁଳ କୃଷିପଦ୍ଧତି ଅନୁସରଣ କରନ୍ତି । ଏହାର ବିଭିନ୍ନ କାରଣ ରହିଛି । ମାତ୍ର ଦ୍ଵିତୀୟତଃ, ସେମାନଙ୍କ ଉତ୍ପାଦପାଇଁ ସେମାନେ ଉପଯୁକ୍ତ ଦାମ୍ ପାଇପାରନ୍ତି ନାହିଁ । ବଜାର ବ୍ୟବସ୍ଥାର ଲକ୍ଷଣ ହେଉଛି ବିକ୍ରେତା କମ୍ ଦାମ୍‌ରେ କ୍ରୟକରି ଚଢ଼ାଦାମ୍‌ରେ ବିକ୍ରୟ କରେ । ମାତ୍ର ଭାରତୀୟ କୃଷକ ତାହାର ଉତ୍ପାଦ ବିକ୍ରୟ କଲାବେଳେ ଠିକ୍ ବିପରୀତ ଅବସ୍ଥାର ସମ୍ମୁଖୀନ ହୁଏ ।

ସେ ଚଢ଼ା ଦାମ୍‌ରେ କିଣେ, ମାତ୍ର ଊଣା ଦାମରେ ବିକେ । ଏପରି ହେବାର କେତେଗୋଟି କାରଣ ରହିଛି । ଶସ୍ୟ ବିକ୍ରୟ ପାଇଁ ଆମ ଦେଶରେ ଯଥେଷ୍ଟ ସୁବିଧାର ଅଭାବ ରହିଛି । ଗମନାଗମନ ଓ ପରିବହନ ସୁବିଧା ଅଭାବରୁ କୃଷକମାନେ ଦୂରଦୂରାନ୍ତ ସ୍ଥାନକୁ ନିଜ ଉତ୍ପାଦ ନେଇ ବିକ୍ରୟ କରି ଉପଯୁକ୍ତ ଦାମ୍ ପାଇବା ସମ୍ଭବ ହୁଏ ନାହିଁ । ସେମାନେ ଦ୍ରବ୍ୟ ସୁବିଧା ନ ଥ‌ିବାରୁ କୃଷକମାନେ ଅଧିକ ଦାମ୍ ପାଇବା ଆଶାରେ ଶସ୍ୟ ସଂରକ୍ଷଣ କରିପାରନ୍ତି ନାହିଁ । ଯାହାଫଳରେ ସେମାନେ କମ୍ ଦାମ୍‌ରେ ତାଙ୍କ ଉତ୍ପାଦନ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି ।

ଏହାର ମଧ୍ୟ ଅନ୍ୟ କାରଣ ରହିଛି । ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବାପାଇଁ ଓ ମହାଜନମାନଙ୍କ ଋଣ ପରିଶୋଧ କରିବାପାଇଁ ସେମାନେ ଦ୍ରବ୍ୟ ବିକ୍ରୟ କରିବା ସକାଶେ ତରବର ହୋଇଥା’ନ୍ତି । ବେଳେବେଳେ ପୂର୍ବ ଚୁକ୍ତି ଅନୁଯାୟୀ ମହାଜନମାନଙ୍କୁ କୃଷି ଉତ୍ପାଦ କମ୍ ଦାମ୍‌ରେ ବିକ୍ରୟ କରିବାକୁ ହୋଇଥାଏ । ଏହିପରି ବିଭିନ୍ନ କାରଣରୁ ଭାରତୀୟ କୃଷକମାନଙ୍କର ଆର୍ଥିକ ସ୍ୱଚ୍ଛଳତାର ଅଭାବ ଦେଖାଯାଏ । ତେଣୁକରି ସେମାନେ କୃଷି ଉତ୍ପାଦନ ବୃଦ୍ଧି କରିବାପାଇଁ ଯଥେଷ୍ଟ ପ୍ରେରଣା ପାଆନ୍ତି ନାହିଁ କି କୃଷି ଉତ୍ପାଦନଶୀଳତା ବୃଦ୍ଧି ହୋଇପାରେ ନାହିଁ ।

(6) ଭାରତରେ କୃଷି ମୌସୁମୀ ବାୟୁର ଏକ ଜୁଆଖେଳ– ଭାରତରେ କୃଷକମାନଙ୍କୁ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ହୁଏ । କୃଷିକର୍ମ ପାଇଁ ଜଳସେଚନର ଯଥେଷ୍ଟ ସୁବିଧା ନ ଥିବାରୁ ସେମାନଙ୍କୁ ମୁଖ୍ୟତଃ ଜଳବାୟୁ ବା ପ୍ରକୃତିର କରୁଣା ଉପରେ ନିର୍ଭର କରିବାକୁ ହୁଏ । ଯେଉଁ ବର୍ଷ ବୃଷ୍ଟିପାତ ଆଶାନୁରୂପ ହୁଏ ଏବଂ ବାତ୍ୟା, ବନ୍ୟାଭଳି, ଦୁର୍ବିପାକ ଘଟେନାହିଁ ସେହିବର୍ଷ କୃଷି ଉତ୍ପାଦନ ବୃଦ୍ଧି ହୁଏ । ଯଦି କୌଣସି ବର୍ଷ ଅନାବୃଷ୍ଟି ହୁଏ ତେବେ ଦେଶରେ କୃଷି ଉତ୍ପାଦନ ହ୍ରାସ ହୋଇ ମରୁଡ଼ିଜନିତ ଆତଙ୍କର ସମ୍ମୁଖୀନ ହେବାକୁ ହୁଏ । ଏପରି ଅବସ୍ଥାରେ ଭାରତୀୟ କୃଷକ ଏକ ପୁଭଳିକା ସଦୃଶ କାର୍ଯ୍ୟ କରେ ।

(b) ଆନୁଷ୍ଠାନିକ କାରଣ :
କୃଷିର ବିକାଶ ବହୁଳ ପରିମାଣରେ ସରକାରଙ୍କ ପୃଷ୍ଠପୋଷକତା ଉପରେ ନିର୍ଭର କରେ । କେତେକ ସରକାରୀ ସଂସ୍ଥାଙ୍କର ସାହାଯ୍ୟ ଓ ସହଯୋଗ ଉପରେ କୃଷିର ବିକାଶ ନିର୍ଭର କରେ । ଆମ ଦେଶରେ ଯେଉଁ କେତେଗୋଟି ସରକାରୀ ସଂସ୍ଥା ଏ ଦିଗରେ କାର୍ଯ୍ୟ କରନ୍ତି ସେମାନଙ୍କର କର୍ମାବଳୀ ଆଶାପ୍ରଦ ଓ ସନ୍ତୋଷଜନକ ନୁହେଁ । ଯେଉଁ ଅନୁଷ୍ଠାନମାନଙ୍କ ଉପରେ କୃଷିର ଉନ୍ନତି ନିର୍ଭର କରେ ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା ।

(1) ଭୂ-ସ୍ୱତ୍ୱାଧିକାର ବ୍ୟବସ୍ଥା– ଆମ ଦେଶରେ ଅନତିପୂର୍ବେ ଯେଉଁ ଭୂ-ସ୍ୱତ୍ୱାଧିକାର ବ୍ୟବସ୍ଥା ପ୍ରଚଳିତ ଥିଲା ତାହା କୃଷକଙ୍କର କୌଣସି ଜମି ନାହିଁ । ସେମାନେ ମୁଖ୍ୟତଃ ଭୂ-ମାଲିକମାନଙ୍କ ଜମିକୁ ରୟତ ହିସାବରେ ଚାଷ କରନ୍ତି । ପ୍ରାୟ 50 ଶତାଂଶ ଚାଷଯୋଗ୍ୟ ଜମି ରୟତମାନଙ୍କଦ୍ୱାରା ଚାଷ କରାଯାଏ । ରୟତମାନେ ଜମି ଚାଷ କରି ଯେଉଁ ଉତ୍ପାଦ ପାଆନ୍ତି ସେଥ ଭୂ-ମାଲିକମାନେ ଶସ୍ୟ ଆକାରରେ ଅଂଶ ପାଇଥା’ନ୍ତି । ସ୍ଥାନଭେଦରେ ଏହି ଅଂଶ ଧାର୍ଯ୍ୟ ହୋଇଥାଏ ।

ସାଧାରଣତଃ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ରୟତମାନେ ଯାହା ଉତ୍ପାଦନ କରନ୍ତି ତାହାର 50 ଶତାଂଶ ଭୂ-ମାଲିକମାନେ ଭାଗ ସ୍ଵରୂପ ନେଇଥା’ନ୍ତି । ଅବଶ୍ୟ ଏବେ ଆମ ଦେଶରେ ରୟତମାନଙ୍କୁ ମାଲିକମାନଙ୍କ ଶୋଷଣରୁ ମୁକ୍ତ କରିବା ପ୍ରଜାସ୍ୱତ୍ଵ ଆଇନ ପ୍ରଣୟନ ହେଲାଣି । ମାତ୍ର ବାସ୍ତବ କ୍ଷେତ୍ରରେ ଏହି ନିୟମର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରିଲକ୍ଷିତ ହୁଏ ନାହିଁ । ରୟତମାନଙ୍କର ନିଜସ୍ୱ ଭୂମି ନଥ‌ିବାରୁ ଏବଂ କୃଷି ବିନା ସେମାନେ ଜୀବନଧାରଣ କରିବା ସମ୍ଭବ ନ ହେଉଥ‌ିବାରୁ ସେମାନେ ମାଲିକମାନଙ୍କ ଚାପ ନିକଟରେ ମୁଣ୍ଡ ନୁଆଁଇ ଯେକୌଣସି ସର୍ଭରେ ଜମି ଚାଷ କରିବାକୁ ବାଧ୍ୟ ହୋଇଥା’ନ୍ତି । ଏଣୁ ଅନେକ ସମୟରେ ଓ କ୍ଷେତ୍ରରେ ସେମାନେ ମାଲିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇଥା’ନ୍ତି । ତଥାପି ରୟତମାନଙ୍କର ସ୍ବତ୍ବରେ ସ୍ଥାୟିତ୍ଵ ନଥାଏ ।

ଭୂ-ମାଲିକମାନେ କେବଳ ତାଙ୍କ ଅଂଶ ବା ଭାଗ ପାଇବାରେ ଉତ୍ସାହୀ ହୋଇଥିବାରୁ ଭୂମିର କୌଣସି ସ୍ଥାୟୀ ଉନ୍ନତି କରି ଉତ୍ପାଦନ ବୃଦ୍ଧି କରିବାପାଇଁ ଆଗ୍ରହୀ ହୋଇ ନଥା’ନ୍ତି । ରୟତମାନେ ମଧ୍ୟ ସ୍ଥାୟିତ୍ଵ ଅଭାବରୁ ଉତ୍ପାଦନ ବୃଦ୍ଧି କରିବାପାଇଁ କୌଣସି ପଦକ୍ଷେପ ନିଅନ୍ତି ନାହିଁ । ପୁନଶ୍ଚ ଯେଉଁମାନେ ଭୂ-ମାଲିକରୂପେ କୃଷି କର୍ମରେ ନିୟୋଜିତ ସେମାନେ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଭୂମିରେ ପୁଞ୍ଜି ଲଗାଣ କରିବାପାଇଁ ସେମାନଙ୍କର ଯଥେଷ୍ଟ ସମ୍ବଳ ନ ଥାଏ । ଏହିସବୁ କାରଣରୁ କୃଷି ଉତ୍ପାଦନ ସ୍ଵଳ୍ପ ହୋଇଥାଏ ।

(2) କ୍ଷୁଦ୍ରାକାର ଜୋତ– କ୍ଷୁଦ୍ରାକାର ଜୋତ ଭାରତରେ କୃଷି ପ୍ରତି ଏକ ଅଭିଶାପ । କ୍ଷୁଦ୍ରାକାର ଜୋତର ସଂଖ୍ୟା ଆମ ଦେଶରେ ଅଧୂକ । ଦେଶରେ କୃଷି ଉପଯୋଗୀ ମୋଟ ଜୋତର ପ୍ରାୟ 70) ଶତାଂଶ କ୍ଷୁଦ୍ରାକାର । ଏମାନଙ୍କର ଆୟତନ 2 ହେକ୍ଟରରୁ କମ୍ । ଆମ ଦେଶରେ ହାରାହାରି ଜୋତ ଆକାର 2.6 ହେକ୍ଟର ବା 5.18 ଏକର । ଏହା ତୁଳନାରେ ହାରାହାରି ଜୋତର ଆକାର ଆମେରିକାରେ 168 ଏକର, କାନାଡ଼ାରେ 223 ଏକର, ସ୍କଟଲାଣ୍ଡ ଓ ଜର୍ମାନୀରେ ଯଥାକ୍ରମେ 57 ଏକର ଓ 27 ଏକର ।

ଭାରତରେ ଭୂମି ବଣ୍ଟନରେ ଅସମତା ଓ ଜନସଂଖ୍ୟା ବୃଦ୍ଧି ଏହାର ମୁଖ୍ୟ କାରଣ । ଜୋତର ଆକାର କ୍ଷୁଦ୍ର ହୋଇଥିବାରୁ ତାହା କୃଷକମାନଙ୍କୁ ପୂର୍ବ ଏବଂ ଲାଭଜନକ ନିଯୁକ୍ତି ଦେଇପାରେ ନାହିଁ । ଫଳତଃ; କୃଷିକାର୍ଯ୍ୟ ଅଧ୍ଯକରୁ ଅଧ‌ିକ ବ୍ୟୟବହୁଳ ହୁଏ । ପୁନଶ୍ଚ, କାଳକ୍ରମେ ଜନସଂଖ୍ୟାର ଚାପଯୋଗୁଁ ବର୍ଷ ପରେ ବର୍ଷ ଜୋତ ଖଣ୍ଡବିଖଣ୍ଡିତ ଓ ବିକ୍ଷିପ୍ତ ହୋଇଯାଏ । ଜୋତଗୁଡ଼ିକ ଖଣ୍ଡବିଖଣ୍ଡିତ ହେଉଥ‌ିବାରୁ ସେଥ‌ିରେ ଉନ୍ନତ ବୈଜ୍ଞାନିକ କୌଶଳର ପ୍ରୟୋଗ କରାଯାଇପାରେ ନାହିଁ । ଏହିସବୁ କାରଣରୁ ଭାରତରେ କୃଷିର ପ୍ରଗତି ଓ ଉତ୍ପାଦିକା ଶକ୍ତିର ବୃଦ୍ଧି ବାଧାପ୍ରାପ୍ତ ହୁଏ ।

(C) ବୈଷୟିକ କାରଣ :>
(1) ଅପାରଗ ଉତ୍ପାଦନ କୌଶଳ– ଚାଷୀମାନଙ୍କର ଅଜ୍ଞତାରୁ ହେଉ ବା ସେମାନଙ୍କର ରକ୍ଷଣଶୀଳତାରୁ ହେଉ ଭାରତରେ କୃଷିକ୍ଷେତ୍ରରେ ଯେଉଁ ଯନ୍ତ୍ରପାତି ବ୍ୟବହାର କରାଯାଏ ଏବଂ ଯେଉଁ ଉତ୍ପାଦନ କୌଶଳ ପ୍ରୟୋଗ କରାଯାଏ ତାହା ଉତ୍ପାଦନ ଦକ୍ଷତା ବୃଦ୍ଧିପାଇଁ ଅନୁକୂଳ ନୁହେଁ । ଅଧିକାଂଶ କୃଷକ ଏବେ ମଧ୍ୟ ଆମ ଦେଶରେ ଅତି ପ୍ରାଚୀନ ଯନ୍ତ୍ରପାତି; ଯଥା— କାଠଲଙ୍ଗଳ, ଜୁଆଳି ଓ ବିଦା ପ୍ରଭୃତି ବ୍ୟବହାର କରନ୍ତି । ତାହାଫଳରେ ଭୂମି ଉପଯୁକ୍ତଭାବେ କର୍ଷଣ ହୋଇପାରେ ନାହିଁ ।

CHSE Odisha Class 11 Economics Solutions Chapter 4 କୃଷି

ସେମାନେ ମଧ୍ୟ ଆର୍ଥିକ ଅନଟନର ସମ୍ମୁଖୀନ ହୋଇ ଉନ୍ନତ କୃଷି ଉପକରଣ ବ୍ୟବହାର କରିପାରନ୍ତି ନାହିଁ । ସେମାନେ ସାଧାରଣତଃ ନିଜ ବିହନ ବ୍ୟବହାର କରନ୍ତି । ଅଧିକ ଉତ୍ପାଦନକ୍ଷମ ମଞ୍ଜି ବ୍ୟବହାର କରି ଅଧିକ ଉତ୍ପାଦନ କରିବା ବିଷୟରେ ସେମାନେ ସଚେତନି ହୋଇନଥା’ନ୍ତି । ଏହି ସମସ୍ତ କାରଣରୁ କୃଷି ଉତ୍ପାଦନଶୀଳତା ଆମ ଦେଶରେ ନ୍ୟୁନ ହୋଇଥାଏ ।

(2) ଜଳସେଚନ ସୁବିଧାର ଅଭାବ ଭାରତରେ କୃଷକମାନଙ୍କ ଭାଗ୍ୟ ନିୟନ୍ତ୍ରଣ କରିବାରେ ପ୍ରକୃତିର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସେମାନେ କୃଷିକର୍ମ ପାଇଁ ମୁଖ୍ୟତଃ ପାଗର ଅନୁକୂଳ ଅବସ୍ଥା ଉପରେ ନିର୍ଭର କରିଥା’ନ୍ତି । ଚାଷ ହେଉଥ‌ିବା ଜମିର ପ୍ରାୟ 70 ଶତାଂଶ ଜମି ବୃଷ୍ଟିପାତ ଉପରେ ନିର୍ଭର କରେ । ଆମ ଦେଶରେ ଚାଷଜମିର ମାତ୍ର 30 ଶତାଂଶ ଜମିକୁ ଜଳସେଚନ ସୁବିଧା ରହିଛି । ବୃଷ୍ଟିପାତ୍ରର ଅନିଶ୍ଚିତତାଜନିତ ଅସୁବିଧାକୁ ଦୂର କରିବାପାଇଁ ବିଭିନ୍ନ ଯୋଜନାରେ ଜଳସେଚନ ସୁବିଧା ସକାଶେ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ସେଗୁଡ଼ିକ ହେଲା– କୂପ, ଜଳସେଚନ, ଭୂଗର୍ଭସ୍ଥ ଜଳ ଉତ୍ତୋଳନ ଓ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ । ଏହାସତ୍ତ୍ଵେ ବହୁ ପରିମାଣ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରୁନାହିଁ ।ସୁବିଧା ସକାଶେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସେଗୁଡ଼ିକ ହେଲା– କୂପ, ଜଳସେଚନ, ଭୂଗର୍ଭସ୍ଥ ଜଳ ଉତ୍ତୋଳନ ଓ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ । ଏହାସତ୍ତ୍ୱେ ବହୁ ପରିମାଣ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରୁନାହିଁ ।

(3) ରାସାୟନିକ ସାର ଓ ଉନ୍ନତ ବିହନ ପ୍ରୟୋଗର ଅଭାବ– ଆମ ଦେଶରେ କୃଷି କ୍ଷେତ୍ରରେ ରାସାୟନିକ ସାରର ବ୍ୟବହାର ପ୍ରସାର ଲାଭକରି ନାହିଁ କି ଲୋକପ୍ରିୟ ହୋଇପାରିନାହିଁ । କାରଣ କୃଷକମାନଙ୍କର ରକ୍ଷଣଶୀଳ ମନୋଭାବ ଏଥ‌ିପାଇଁ ଦାୟୀ । ସେମାନଙ୍କର ଏକ ଅହେତୁକ ବଦ୍ଧମୂଳ ଧାରଣା ଯେ ରାସାୟନିକ ସାର ପ୍ରୟୋଗ କଲେ ଭୂମିର ନିଜସ୍ୱଗୁଣ, ଅର୍ଥାତ୍ ଉର୍ବରଶୀଳତା ନଷ୍ଟ ହୋଇଯାଏ । ପୁନଶ୍ଚ ଆର୍ଥିକ ଅନଟନ ଯୋଗୁଁ ସେମାନେ ଉଚ୍ଚଦାମ୍‌ର ରାସାୟନିକ ସାର କ୍ରୟ କରିବାକୁ ଅସମର୍ଥ ହୋଇଥା’ନ୍ତି ।

ଆମ ଦେଶର କୃଷକମାନେ ମୁଖ୍ୟତଃ ଦେଶଜ ସାର, ଅର୍ଥାତ୍ ଗୋବର ଖତ ଜମିରେ ପ୍ରୟୋଗ କରିଥା’ନ୍ତି । ତାହା ମଧ୍ୟ ଯଥେଷ୍ଟ ପରିମାଣରେ ମିଳେ ନାହିଁ । କାରଣ ଲୋକମାନେ ଗୋବରକୁ ଜାଳେଣିରୂପେ ବହୁକାଂଶରେ ବ୍ୟବହାର କରିଥା’ନ୍ତି । ତେଣୁ ଉପଯୁକ୍ତ ସାର ପ୍ରୟୋଗ ଅଭାବରୁ କୃଷିଉତ୍ପାଦନଶୀଳତା ଆମ ଦେଶରେ କମ୍ ହୋଇଥାଏ । ସେହିପରି ଉନ୍ନତ ବିହନ ବ୍ୟବହାର କରିବା ମଧ୍ୟ କୃଷକମାନଙ୍କ ପକ୍ଷରେ ସମ୍ଭବପର ହୁଏନାହିଁ । ସେମାନେ ପ୍ରଥମତଃ ଉନ୍ନତ ବିହନର ଦାମ୍ ଦେବାକୁ ଅସମର୍ଥ ହୋଇଥା’ନ୍ତି । ଦ୍ଵିତୀୟତଃ, କ୍ରୟ କରୁଥିବା ବିହନ ଉପରେ ସେମାନଙ୍କର ଆସ୍ଥା ନଥାଏ । କାରଣ ବହୁସମୟରେ କିଣା ବିହନର ଅଙ୍କୁରୋଦ୍‌ଗମ ହୁଏନାହିଁ ଏବଂ ଚାଷୀମାନେ ତେଣୁକରି ହତାଶ ହୋଇଥା’ନ୍ତି ।

(4) ଗବେଷଣା ଏବଂ ବିକାଶ– ଅର୍ଥନୈତିକ ପ୍ରଗତିରେ କୃଷିର ଭୂମିକା ଅନସ୍ବୀକାର୍ଯ୍ୟ ହୋଇଥିବାରୁ କୃଷିର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବହୁ ତତ୍ପରତା ପ୍ରକାଶ ପାଇଛି । ବିହନ ପ୍ରୟୋଗ, ସାର ପ୍ରୟୋଗ, କୃଷି କୃଷକମାନେ ଏହାଦ୍ଵାରା ଉପକୃତ ହୋଇପାରୁ ନାହାନ୍ତି । ଏହା ମୁଖ୍ୟତଃ ପ୍ରଶାସନିକ ଅବହେଳା ଓ ତ୍ରୁଟି ଯୋଗୁଁ ଘଟୁଛି ବୋଲି କୁହାଯାଇପାରେ । କୃଷକମାନଙ୍କ ନିକଟରେ ଏହି ଗବେଷଣାଲବ୍‌ଧ ଜ୍ଞାନ ପହଞ୍ଚାଇବା ପାଇଁ ଅଥବା ଉନ୍ନତ କୃଷିପ୍ରଣାଳୀ ବିଷୟରେ ସେମାନଙ୍କୁ ତାଲିମ ଦେବାପାଇଁ କୌଣସି ବ୍ୟବସ୍ଥା ନାହିଁ ।

ଆମ ଦେଶର କୃଷକମାନେ ପରମ୍ପରାର ଦାସ । ସେମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଚାଷର ଉତ୍‌କର୍ଷତା ବିଷୟରେ ଅବଗତ ନ କରାଇଲେ ସେମାନେ ଏହାକୁ ଅବଲମ୍ବନ କରିବା ସମ୍ଭବ ନୁହେଁ । ମାତ୍ର ଆମ ଦେଶରେ ତାହା ଯଥାଯଥଭାବେ କରାଯାଇ ପାରୁନାହିଁ ।

ଯେକୌଣସି ଦୃଷ୍ଟିକୋଣରୁ ବିଚାର କରାଯାଉନା କାହିଁକି ଆମ ଦେଶରେ ଯେ କୃଷି ଅବହେଳିତ ଓ ଅନୁତ୍ପାଦନଶୀଳ ଅବସ୍ଥାରେ ଅଛି ତାହା ନିଃସନ୍ଦେହରେ କୁହାଯାଇପାରେ । ଭାରତରେ କୃଷିର ଅନଗ୍ରସରତା ସମ୍ବନ୍ଧରେ ଅନୁସନ୍ଧାନ କରିବାପାଇଁ ଯେଉଁ ରୟାଲ କମିଶନ ନିଯୁକ୍ତ ହୋଇଥିଲା ତାହାର ମତ ହେଉଛି ଯେ, ‘ଭାରତରେ କୃଷକମାନେ ଅନେକାଂଶରେ ଲାଭ ଆଶା ରଖି କୃଷିକର୍ମ କରନ୍ତି ନାହିଁ । ବଞ୍ଚିରହିବାପାଇଁ ଯେତିକି ଆବଶ୍ୟକ ସେତିକି ଉତ୍ପାଦନ କରିବାରେ ସେମାନେ ତୃପ୍ତ ।

ଭୂମିରେ ଜନଗହଳି, ଜୀବନନିର୍ବାହ ପାଇଁ ବିକଳ୍ପ ପନ୍ଥାର ଅଭାବ ଓ ଅନ୍ୟ କୌଣସି ମାର୍ଗ ମିଳିବାର ଅସୁବିଧା ଏବଂ ଅଳ୍ପ ବୟସରେ ପରିବାର ଚଳାଇବାର ଗୁରୁଦାୟିତ୍ଵ ଏକତ୍ର ହୋଇ କୃଷକମାନଙ୍କୁ ଯେକୌଣସି ସ୍ଥାନରେ ଓ ଯେକୌଣସି ସର୍ଭରେ ଖାଦ୍ୟଶସ୍ୟ ଉତ୍ପାଦନ କରିବାପାଇଁ ବାଧ୍ୟ କରିଥାଏ ।’’

ପରିଶେଷରେ ଏବଂ ସଂକ୍ଷେପରେ କହିବାକୁ ଗଲେ ମୃର୍ତ୍ତିକାର ଅବକ୍ଷୟ, ଜଳସେଚନ ସୁବିଧାର ଅଭାବ, ଜଳ ବହୁଳତା ସହିତ ବୃଷ୍ଟିପାତର ଅନିଶ୍ଚିତତା, ଭୂମି ଉପରେ ଅତ୍ୟକ ଲୋକସଂଖ୍ୟାର ଚାପ, ସାମାଜିକ ଅନୁଷ୍ଠାନ, ଜମି ବିଖଣ୍ଡନ, କୃଷକମାନଙ୍କୁ ଶୋଷଣ, ପୁରାତନ ପଦ୍ଧତିରେ ଚାଷ, ପୁଞ୍ଜି ବଜାର ସୁବିଧାର ଅଭାବ ଏକତ୍ରିତ ହୋଇ କୃଷି ଉତ୍ପାଦନଶୀଳତା ବୃଦ୍ଧି କରିବାରେ ଅନ୍ତରାୟ ସୃଷ୍ଟି କରିଥା’ନ୍ତି ।

3. ସବୁଜ ବିପ୍ଳବ କାହାକୁ କୁହାଯାଏ ? ସଂକ୍ଷେପରେ ଏହାର ସାଫଲ୍ୟର ମୂଲ୍ୟାଙ୍କନ କର ।
Answer:
ଭାରତର କୃଷିକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ସଂଘଟିତ ହୋଇଛି ଯାହାକି ଜନସାଧାରଣଙ୍କ ନିକଟରେ ସବୁଜ ବିପ୍ଳବ ନାମରେ ପରିଚିତ । ଏହି ସବୁଜ ବିପ୍ଳବର ପ୍ରଧାନ ଲକ୍ଷ୍ୟ ହେଲା କୃଷି ଉତ୍ପାଦନ ବୃଦ୍ଧି କରିବା । ଭାରତ ସରକାର 1966 ମସିହାର ମଧ୍ୟଭାଗରୁ ଏକ ନୂତନ କୃଷି କୌଶଳ ଅବଲମ୍ବନ କରିଛନ୍ତି । କୃଷିକ୍ଷେତ୍ରରେ ଏହା ବୈଷୟିକ ଉତ୍କର୍ଷତାର ପରଚିୟ ଦିଏ । ଏହି ନୂତନ କୌଶଳଟି ହେଲା – କୃଷିକ୍ଷେତ୍ରରେ ଅଧ୍ବକ ଅମଳକ୍ଷମ ବିହନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ପ୍ରୟୋଗକରି କୃଷି ଉତ୍ପାଦନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା । ଏହି କୌଶଳଟି ଚାରିଗୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଏ; ଯଥା –

  • ଅଧିକ ଅମଳକ୍ଷମ ବିହନ ବ୍ୟବହାର କରିବା
  • ଉପଯୁକ୍ତ ଜଳସେଚନ ବ୍ୟବସ୍ଥା କରିବା
  • ବହୁଳ ପରିମାଣରେ ସାର ପ୍ରୟୋଗ କରିବା ଓ
  • କୀଟପତଙ୍ଗ ନାଶକ ଔଷଧ ପ୍ରୟୋଗ କରିବା ।

ଏହି ଚାରିଗୋଟି ଉପାୟ ପର୍ଯ୍ୟାୟକ୍ରମେ କୃଷିରେ ବ୍ୟବହୃତ ହେଉଥିଲେ ହେଁ ଏହା ଗୋଟିଏ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ । ପରୀକ୍ଷାସ୍ୱରୂପ ସର୍ବପ୍ରଥମେ ଏହି କାର୍ଯ୍ୟକ୍ରମ 1960 ମସିହାରେ ସାତଗୋଟି । ସାତଗୋଟି ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ସେତେବେଳେ ଏହା ସଘନ ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ (IADP) ନାମରେ ପରିଚିତ ଥିଲା । କାଳକ୍ରମେ ଅର୍ଥାତ୍ 1966 ମସିହାରେ ଏହି କାର୍ଯ୍ୟକ୍ରମ ସବୁ ଅଞ୍ଚଳକୁ ବିସ୍ତାର ଲାଭକଲା ।

ପ୍ରଥମେ 1966 ମସିହାରେ ଏହି କାର୍ଯ୍ୟକ୍ରମ 2 ନିୟୁତ ହେକ୍ଟର ଜମିରେ କାର୍ଯ୍ୟକାରୀ କରାଗଲା । 1981 ମସିହାବେଳକୁ ଏହା 45.25 ନିୟୁତ ହେକ୍ଟର ଜମିକୁ ବିସ୍ତାରିତ ହେଲା । ମୋଟ ଉପରେ ଚାଷ ଉପଯୋଗୀ ଜମିର 26.2 ଶତାଂଶରେ ଏହି କାର୍ଯ୍ୟକ୍ରମ ଚାଲୁ କରାଗଲା । 1985-86 ମସିହାବେଳକୁ ଏହି କାର୍ଯ୍ୟକ୍ରମ 55 ନିୟୁତ ହେକ୍ଟରକୁ ସମ୍ପ୍ରସାରଣ କରାଯାଇଥିଲା । ସବୁଜ ବିପ୍ଳବର କାରଣ – ସବୁଜ ବିପ୍ଳବର ଯୁଗ ଆରମ୍ଭ ହେବା ପଛରେ କେତେକ ଅନ୍ତର୍ନିହିତ କାରଣ ରହିଛି ଯାହାକି ଏହି ବିପ୍ଳବକୁ ପ୍ରେରଣା ଯୋଗାଇଛି । ସେଗୁଡ଼ିକ ହେଲା –

(i) କୃଷି ଗବେଷଣା – ଭାରତର କୃଷି ଗବେଷଣା ପରିଷଦ ଓ କୃଷି ମହାବିଦ୍ୟାଳୟମାନଙ୍କରେ ରବି ଓ ଡାଲିଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି କରିବା ଭଳି ଉନ୍ନତ ବିହନର ସନ୍ଧାନ ମିଳିଲା ପରେ ଏହି ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଉଦ୍‌ଜୀବିତ ହୋଇପାରିଲା । ଗହମ, ବାଜରା, ମକା ଓ ଧାନଚାଷପାଇଁ ଉନ୍ନତ ବିହନ ଉତ୍ପାଦନ କରିବାରେ କୃଷିବିଶାରଦମାନେ ସକ୍ଷମ ହେଲେ । ନାଇଟ୍ରୋଜେନ ସାର ପ୍ରୟୋଗର ଉତ୍କର୍ଷତା ପ୍ରମାଣିତ ହେବା ପରେ ତାହାର ବହୁଳ ବ୍ୟବହାର ହେଲା ।

CHSE Odisha Class 11 Economics Solutions Chapter 4 କୃଷି

(ii) ଏକାଧ୍ଵ ଶସ୍ୟ ଉତ୍ପାଦନ – ଅଧିକ ଅମଳକ୍ଷମ ବିହନ ପ୍ରୟୋଗ କରାଯିବା ଫଳରେ ଅଳ୍ପଦିନରେ ଶସ୍ୟ ଆଦାୟ କରାଯାଇପାରିଲା । ଏହା ଫଳରେ ଯେଉଁ ଜମିରେ ବର୍ଷକ ମଧ୍ୟରେ ମାତ୍ର ଦୁଇଗୋଟି ଫସଲ ଆଦାୟ କରାଯାଇପାରୁଥିଲା ସେ ଜମିରେ ଚାରିଗୋଟି ଫସଲ କରିବା ସମ୍ଭବପର ହେଲା । ଏହା କୃଷିପଦ୍ଧତିରେ ଏକ ବୈପ୍ଳବିକ ପରିବର୍ତ୍ତନ ଗଢ଼ିତୋଳିଲା ।

(iii) ଆଧୁନିକ ଯନ୍ତ୍ରପାତିର ବ୍ୟବହାର – କୃଷିପାଇଁ ଟ୍ରାକ୍ଟର, ହାରଭେଷ୍ଟର, ନଳକୂପ ପ୍ରଭୃତି ବହୁଳସଂଖ୍ୟାରେ ବ୍ୟବହୃତ ହେଉଛି । ଏହି ଆଧୁନିକ ଯନ୍ତ୍ରପାତି ସବୁର ବ୍ୟବହାର ଏକାଧିକ ଶସ୍ୟ ଉତ୍ପାଦନରେ ସହାୟକ ହୋଇଛି । ଜଳସେଚନ ସୁବିଧା କରାଯାଇପାରିବାରୁ ଅଧ‌ିକ ଅମଳକ୍ଷମ ଶସ୍ୟ ଉତ୍ପାଦନ କରାଯାଇପାରୁଛି ।

(iv) ଦାମ୍ ପ୍ରୋତ୍ସାହନ – ସରକାର ବର୍ତ୍ତମାନ ସହାୟକ ଦାମ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଏହା ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦପାଇଁ ନ୍ୟାୟୋଚିତ ଦର ପାଇପାରୁଛନ୍ତି । କଠିନ ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ ପାଉଥ‌ିବାରୁ ସେମାନେ କୃଷିପାଇଁ ଅଧୂକ ସମ୍ବଳ ବିନିଯୋଗ କରିବାକୁ ଉତ୍ସାହିତ ହେଉଛନ୍ତି ।

(v) ଜଳସେଚନ ସୁବିଧାର ସମ୍ପ୍ରସାରଣ – କୃଷକମାନଙ୍କୁ ଯଥେଷ୍ଟ ପରିମାଣରେ ଜଳ ଯୋଗାଇ ଦେବାପାଇଁ ଜଳସେଚନ ସୁବିଧାର ସମ୍ପ୍ରସାରଣ କରାଯାଉଛି । ବିଶେଷତଃ ଯେଉଁ ଅଞ୍ଚଳରେ କୃଷିପାଇଁ ନୂତନ କୌଶଳ ଅବଲମ୍ବନ କରାଯାଇଛି ସେ ଅଞ୍ଚଳରେ
ଜଳସେଚନର ସୁବିଧା ଯୋଗାଇ ଦେବାପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।

(vi) ଋଣ ସୁବିଧାର ବିକାଶ – ବର୍ତ୍ତମାନ କୃଷିକର୍ମପାଇଁ ଋଣ ଯୋଗାଇଦେବା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ଯେପରିକି ଚାଷୀ ଚାଷ କାର୍ଯ୍ୟରେ କୌଣସି ବାଧାବିଘ୍ନର ସମ୍ମୁଖୀନ ନହୁଏ । ଭାରତର 20 ଗୋଟି ବୃହତ୍ ବାଣିଜ୍ୟିକ ବ୍ୟାଙ୍କକୁ ଜାତୀୟକରଣ କରାଯାଇଛି ଏବଂ କୃଷିକାର୍ଯ୍ୟପାଇଁ ଋଣ ସୁବିଧା ଯୋଗାଇଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ନୂତନ କୃଷି କୌଶଳର ପ୍ରୟୋଗ କେତେକ ସୁନିର୍ବାଚିତ ଅଞ୍ଚଳରେ ପର୍ଯ୍ୟବେସିତ ରହିଛି ସତ, ମାତ୍ର କାର୍ଯ୍ୟକ୍ରମକୁ ସଘନ ଭାବରେ କାର୍ଯ୍ୟକାରୀ କରାଯାଉଛି । ତେଣୁ ଏହାକୁ ସଘନ ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ କୁହାଯାଏ । ଆମର କୃଷିବିଦ୍‌ମାନେ ଯେଉଁ ଉନ୍ନତ କିସମର ବିହନ ଉତ୍ପାଦନ କରିଛନ୍ତି ତାହାକୁ ପ୍ରୟୋଗ କରିବାପାଇଁ ଉଚ୍ଚ ଉତ୍ପାଦନକ୍ଷମ କାର୍ଯ୍ୟକ୍ରମ (H.Y.V.P.) ଗ୍ରହଣ କରାଯାଉଛି । ଏହା ହେଉଛି ସଘନ ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ।

ସବୁଜ ବିପ୍ଳବର ସାଫଲ୍ୟ ଓ ବିଫଳତା :
(1) ଉତ୍ପାଦନ ବୃଦ୍ଧି – କେତେକ କ୍ଷେତ୍ରରେ ସବୁଜ ବିପ୍ଳବର ସାଫଲ୍ୟ ଉଲ୍ଲେଖନୀୟ ହୋଇଛି । ଅଳ୍ପ କେତେକ ଖାଦ୍ୟଶସ୍ୟ; ଯଥା – ଧାନ, ଗହମ, ମକା, ବାଜରା ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ହୋଇଛି । ଅଣଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏହି ବିପ୍ଳବର ପ୍ରଭାବ ଅନୁଭୂତ ହୋଇନାହିଁ । ସବୁଜ ବିପ୍ଳବର ପ୍ରଭାବରୁ ଖାଦ୍ୟଶସ୍ୟର ଉତ୍ପାଦନ 81 ନିୟୁତ ଟନ୍‌ରୁ 1981-82 ମସିହାରେ 133 ନିୟୁତ ଟକୁ ବୃଦ୍ଧିପାଇପାରିଛି । ତନ୍ମଧ୍ୟରେ ଗହମ ଉତ୍ପାଦନ ପରିମାଣ ବିଶେଷ ଉଲ୍ଲେଖଯୋଗ୍ୟ ।

ଗହମ ଉତ୍ପାଦନ 1966 ମସିହାରେ ଆମ ଦେଶରେ 11 ନିୟୁତ ଟନ୍ ଥିଲାବେଳେ ତାହା 1982-83 ମସିହାରେ 41.5 ନିୟୁତ ଟନ୍‌କୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ନିଶ୍ଚିତଭାବରେ ବିଶେଷ ଉତ୍ସାହପ୍ରଦ । ଏକର ପ୍ରତି ଗହମ ଉତ୍ପାଦନ ହାର 851 କିଲୋଗ୍ରାମ୍‌ 1648 କିଲୋଗ୍ରାମକୁ ବୃଦ୍ଧିପାଇଛି । ଏହି ସାଫଲ୍ୟ ଯୋଗୁଁ କେହି କେହି ଭାବପ୍ରବଣ ହୋଇ ସବୁଜ ବିପ୍ଳବକୁ ଗହମ ବିପ୍ଳବ ବୋଲି କହିବାକୁ ଆରମ୍ଭ କରିଛନ୍ତି । କାରଣ 1988-89 ମସିହାରେ କେବଳ ଗହମ ଉତ୍ପାଦନ 54 ନିୟୁତ ଟନ୍‌କୁ ଏବଂ 1990-91ରେ 54.5 ନିୟୁତ ଟକୁ ବୃଦ୍ଧି କରାଯାଇପାରିଛି ।

(2) ଆଞ୍ଚଳିକ ବୈଷମ୍ୟ – ସବୁଜ ବିପ୍ଳବର ସୁଫଳ ସବୁରାଜ୍ୟକୁ ସମାନଭାବରେ ବିସ୍ତାରଲାଭ କରିନାହିଁ । କେତେକ ଗହମ ଉତ୍ପନ୍ନ କରୁଥିବା ରାଜ୍ୟ ଏହି କାର୍ଯ୍ୟକ୍ରମଦ୍ୱାରା ବିଶେଷ ଭାବରେ ଉପକୃତ ଓ ଲାଭବାନ୍ ହୋଇପାରିଛନ୍ତି । ଏହି ପରିପ୍ରେକ୍ଷୀରେ ଗହମ ଉତ୍ପନ୍ନ କରୁଥିବା ରାଜ୍ୟ ଏହି କାର୍ଯ୍ୟକ୍ରମଦ୍ୱାରା ବିଶେଷ ଭାବରେ ଉପକୃତ ଓ ଲାଭବାନ୍ ହୋଇପାରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ମରଣ ରଖିବାକୁ ହେବ ଯେ, ଗହମ ଉତ୍ପାଦନ ଉପରେ ନିର୍ଭର କରୁଥିବା ସବୁରାଜ୍ୟ ଉପକୃତ ହୋଇପାରି ନାହାନ୍ତି ।

କେବଳ ଯେଉଁ ରାଜ୍ୟରେ ଯଥେଷ୍ଟ ଜଳସେଚନର ସୁବିଧା ରହିଛି ସେହି ରାଜ୍ୟମାନେ ବିଶେଷଭାବେ ଲାଭବାନ୍ ହୋଇଛନ୍ତି । ଉଦାହରଣସ୍ୱରୂପ ପଞ୍ଜାବ, ହରିଆନା ଓ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ ମୁଖ୍ୟତଃ ଏହି କାର୍ଯ୍ୟକ୍ରମର ସୁଯୋଗ ନେଇପାରିଛନ୍ତି । ମୋଟ ଚାଷ ଉପଯୋଗୀ ଜମିର ମାତ୍ର ଏକ-ଚତୁର୍ଥାଂଶ ଏହି ନୂତନ ଉତ୍ପାଦନ କୌଶଳର ସୁଯୋଗ ପାଇପାରିଛନ୍ତି । ଏହା ଫଳରେ ଦେଶ ମଧ୍ୟରେ ଆଞ୍ଚଳିକ ବୈଷମ୍ୟ ବୃଦ୍ଧିପାଇବା ସଙ୍ଗେ ସଙ୍ଗେ ବ୍ୟକ୍ତିଗତ ଆୟ ବୈଷମ୍ୟ ବୃଦ୍ଧି ପାଇବାରେ ଲାଗିଛି ।

(3) ଧନୀ ଶ୍ରେଣୀର କୃଷକ ଅଧ୍ବକ ଧନୀ ହୋଇଛନ୍ତି – ସବୁଜ ବିପ୍ଳବର ନୂତନ କୌଶଳ ଏକ ବ୍ୟୟବହୁଳ କାର୍ଯ୍ୟକ୍ରମ । ଏଥୁରେ ଏକରପିଛା ଅଧ୍ବକ ପୁଞ୍ଜି ଦ୍ରବ୍ୟ ପ୍ରୟୋଗ କରିବା ଆବଶ୍ୟକ ହୁଏ । ଏକ କଳନାରୁ ଜଣାଯାଏ ଯେ, ପାରମ୍ପରିକ କୃଷିପଦ୍ଧତି ତୁଳନାରେ ଏହି ନୂତନ ପଦ୍ଧତି ତିନିଗୁଣ ଅଧୂକ ବ୍ୟୟବହୁଳ ହୁଏ; ସୁତରାଂ ବହୁସଂଖ୍ୟକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ନୂତନ କୌଶଳର ସୁଯୋଗ ନେବାରୁ ବଞ୍ଚିତ ହୁଅନ୍ତି । କେବଳ ଧନୀ ଚାଷୀମାନେ ନୂତନ ପଦ୍ଧତିର ଓ ବର୍ଦ୍ଧିତ ଉତ୍ପାଦନଶୀଳତାର ସୁଯୋଗ ନେଇ ପାରିଛନ୍ତି । ଏଣୁ କୁହାଯାଇପାରେ ଯେ, ସବୁଜ ବିପ୍ଳବ ମୁଖ୍ୟତଃ ଧନୀ କୃଷକମାନଙ୍କ ସ୍ବାର୍ଥକୁ ସୁରକ୍ଷା କରୁଥିଲାବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ।

କୃଷି ଶ୍ରମିକମାନେ ମଧ୍ୟ ସମାନଭାବରେ ଉପକୃତ ହୋଇନାହାନ୍ତି । କେତେକ ଅଞ୍ଚଳରେ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଅବସ୍ଥାର ଉନ୍ନତି ହୋଇଥିଲାବେଳେ ଅନ୍ୟ ଅଞ୍ଚଳର ଶ୍ରମିକମାନଙ୍କର ଅବସ୍ଥାରେ ଅବନତି ହୋଇଛି । କୃଷି ଗବେଷକମାନେ ମତ ଦିଅନ୍ତି ଯେ, ପଞ୍ଜାବ ଓ ହରିଆନା ପ୍ରଭୃତି ରାଜ୍ୟରେ ଶ୍ରମିକମାନଙ୍କର ହାରାହାରି ବାସ୍ତବ ଆୟ ହ୍ରାସ ହୋଇଛି । ମାତ୍ର ଉତ୍ତରପ୍ରଦେଶର ଶ୍ରମିକମାନଙ୍କର ହାରାହାରି ବାସ୍ତବ ଆୟ ଅପରିବର୍ତ୍ତିତ ଥିଲାବେଳେ କେରଳରେ ସେମାନଙ୍କ ବାସ୍ତବ ଆୟର ଉଲ୍ଲେଖନୀୟ ବୃଦ୍ଧି ହୋଇଛି ।

(4) ଆନୁଷ୍ଠାନିକ ସଂସ୍କାର – ସବୁଜ ବିପ୍ଳବ କେବଳ ଜଳସେଚନ ସୁବିଧା ଥ‌ିବା ଅଞ୍ଚଳରେ ସୀମିତ ହୋଇ ରହିଛି । ଅପେକ୍ଷାକୃତ ଶୁଷ୍କ ଅଞ୍ଚଳରେ ଏବଂ ବୃଷ୍ଟିପାତ ଉପରେ ନିର୍ଭର କରୁଥିବା ଅଞ୍ଚଳରେ ଏହାର କୌଣସି ପ୍ରଭାବ ଅନୁଭୂତ ହୋଇନାହିଁ ।

CHSE Odisha Class 11 Economics Solutions Chapter 4 କୃଷି

ତେଣୁ ଯେଉଁ ଅଞ୍ଚଳରେ ଜଳସେଚନ ସୁବିଧା ନାହିଁ ସେହି ଅଞ୍ଚଳକୁ ଜଳସେଚନ ସୁବିଧା ସଂପ୍ରସାରଣ କରି ତାହାକୁ ସବୁଜ ବିପ୍ଳବ କାର୍ଯ୍ୟକ୍ରମର ଅନ୍ତ ର୍ଭୁକ୍ତ କରାଯିବା ଉଚିତ । ପୁନଶ୍ଚ ସବୁଜ ବିପ୍ଳବ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କୃଷକମାନଙ୍କର ଭୂମି ଉପରେ ଅଧିକାର ସ୍ଥାୟୀ ହେବା ଉଚିତ ଏବଂ ଭୂମି ବଣ୍ଟନରେ ଯେତେଦୂର ସମ୍ଭବ ସମତା ରକ୍ଷା କରାଯିବା ଉଚିତ ।

ବର୍ତ୍ତମାନ ଅବସ୍ଥାରେ, ଆମ କୃଷି ସମସ୍ୟାର ଏକମାତ୍ର ସମାଧାନ ହେଉଛି ସଘନ କୃଷି । ଆମ ଦେଶରେ ଲୋକସଂଖ୍ୟା ଯେପରି ଦ୍ରୁତ ଗତିରେ ବୃଦ୍ଧିପାଉଛି, ଭୂମିର ଯୋଗାଣ ସୀମିତ ହୋଇଥିବାରୁ ସଘନ ଚାଷ ବ୍ୟତୀତ ଆମର ଗତ୍ୟନ୍ତର ନାହିଁ । ଏହି ଲକ୍ଷ୍ୟ ନେଇ ସବୁଜ ବିପ୍ଳବ କାର୍ଯ୍ୟକ୍ରମକୁ ଆହୁରି ଅଧ‌ିକ ତୀବ୍ର କରିବାକୁ ହେବ ଏବଂ ନିମ୍ନଲିଖିତ ପ୍ରସ୍ତାବସମୂହକୁ ଗୁରୁତ୍ବର ସହିତ ବିଚାର କରିବାକୁ ହେବ ।

(i) କୃଷି ଉତ୍ପାଦନ ଅଭିବୃଦ୍ଧି ଆମ ନୂତନ କୃଷି କୌଶଳର ସାରମର୍ମ ହୋଇଥିବାରୁ ଅଧ‌ିକରୁ ଅଧ୍ୱ କିସମ ଶସ୍ୟ ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରିବାକୁ ହେବ ।

(ii) ଖାଦ୍ୟଶସ୍ୟ ଉତ୍ପାଦନ ଉପରେ ଯେଉଁ ଗୁରୁତ୍ବ ଆରୋପ କରାଯାଇଛି ସେହିପ୍ରକାର ଗୁରୁତ୍ଵ ବ୍ୟାବସାୟିକ ଶସ୍ୟ ପ୍ରତି ପ୍ରଯୁଜ୍ୟ କରିବାକୁ ହେବ ।

(iii) ଜଳଯୋଗାଣ ସବୁଜ ବିପ୍ଳବର ଏକ ମୁଖ୍ୟ ଅଂଶବିଶେଷ ହୋଇଥ‌ିବାରୁ ଅଧ‌ିକ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବାକୁ ହେବ । ଜଳସେଚନ ସୁବିଧା କଲାବେଳେ ସ୍ଥାନୀୟ ପ୍ରାକୃତିକ ସମ୍ବଳକୁ ବିଚାରକୁ ନେବାକୁ ହେବ । ଆବଶ୍ୟକସ୍ଥଳେ କେନାଲଦ୍ଵାରା ଜଳସେଚନ ସୁବିଧା ସହିତ କୂପ, ଗଭୀର ନଳକୂପ ଓ ନଳକୂପ ପ୍ରଭୃତି ସାହାଯ୍ୟରେ ଜଳଯୋଗାଣ କାର୍ଯ୍ୟକୁ ସମ୍ପ୍ରସାରଣ କରିବାକୁ ହେବ ।

(iv) ସବୁଜ ବିପ୍ଳବ ଏକ ବ୍ୟୟବହୁଳ କାର୍ଯ୍ୟକ୍ରମ ହୋଇଥିବାରୁ ଏହାଦ୍ୱାରା ଉପକୃତ ହେଉଥ‌ିବା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ କଥା ବିଚାରକୁ ନେବାକୁ ହେବ । ସେମାନଙ୍କୁ ସମବାୟ ସମିତି ଜରିଆରେ ଆର୍ଥିକ ସାହାଯ୍ୟ ବ୍ୟତୀତ ଅନ୍ୟାନ୍ୟ ସାହାଯ୍ୟ ମଧ୍ୟ ଯୋଗାଇଦେବାକୁ ହେବ ।

(v) ଯେଉଁସବୁ କୃଷି ନିବେଶ ଉପରେ ସବୁଜ ବିପ୍ଳବର ସାଫଲ୍ୟ ମୁଖ୍ୟତଃ ନିର୍ଭର କରେ ସେସବୁକୁ ଉଚିତ ମୂଲ୍ୟରେ ଯୋଗାଇଦେବାକୁ ହେବ ।
ବିଗତ ଅଳ୍ପ କେତେବର୍ଷ ମଧ୍ୟରେ ଆମ ଦେଶ ଖାଦ୍ୟଶସ୍ୟ ଉତ୍ପାଦନରେ ଯେଉଁ ସାଫଲ୍ୟ ହାସଲ କରିପାରିଛି ତାହା ଆମକୁ ଏକ ନୂତନ ଆଶାର ଆଲୋକ ଦେଖାଉଛି ଯେ, ସବୁଜ ବିପ୍ଳବ ଭବିଷ୍ୟତରେ ଆହୁରି ସାଫଲ୍ୟ ଲାଭ କରିବ । ମାତ୍ର ସବୁକିଛି ନିର୍ଭର କରେ ସରକାରଙ୍କ ନୀତି ଓ ଲୋକମାନଙ୍କର ସହଯୋଗ ଉପରେ ।

4. ସାମ୍ପ୍ରତିକ ସ୍ଥିତିରେ ଭାରତୀୟ କୃଷି – ବର୍ଣ୍ଣନା କର ।
Answer:
କୃଷି ଭାରତୀୟ ଅର୍ଥ ବ୍ୟବସ୍ଥାର ଏକ ମେରୁଦଣ୍ଡ ସଦୃଶ । ଦୀର୍ଘ ତିନି-ଦଶନ୍ଧି ଧରି ଯୋଜନାରେ ଶିଳ୍ପ କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ସତ୍ତ୍ବେ ଏବେ ବି ଭାରତର ଅର୍ଥବ୍ୟବସ୍ଥା କୃଷିକ୍ଷେତ୍ରର ସଫଳତା ଉପରେ ନିର୍ଭରଶୀଳ । ଭାରତର କୃଷିନୀତିରେ ଖାଦ୍ୟଦ୍ରବ୍ୟ ଉତ୍ପାଦନରେ ବୃଦ୍ଧି ଓ ସ୍ଵାବଲମ୍ବୀ ହେବାକୁ ପ୍ରଚେଷ୍ଟା କରାଯାଇଛି । ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ 1951-52ରେ 51 ନିୟୁତ ଟନ୍‌ରୁ ବୃଦ୍ଧି ପାଇ 2013-14 ମସିହାରେ ସର୍ବାଧ‌ିକ 264.77 ନିୟୁତ ଟନ୍‌ରେ ପହଞ୍ଚିଛି ।

ସବୁଜ ବିପ୍ଳବ ଯୋଗୁଁ ଆଧୁନିକ ଯନ୍ତ୍ରକୌଶଳ ଓ ପଦ୍ଧତି କୃଷକମାନେ ଅନୁସରଣ କରିଲେଣି । ଅର୍ଥକାରୀ ଫସଲ ପାଇଁ କୃଷକ ସମୁଦାୟ ବିଶେଷ ଆଗ୍ରହ ପ୍ରକାଶ କଲେଣି । କିନ୍ତୁ ଭାରତର କୃଷି ମୌସୁମୀ ବାୟୁ ଉପରେ ନିର୍ଭରଶୀଳ ଥିବାରୁ ଏହା ଜଳବାୟୁ ପରିବର୍ତ୍ତନର ପ୍ରଭାବଦ୍ଵାରା ଏକ ଆହ୍ଵାନର ସମ୍ମୁଖୀନ ହୋଇଛି । ଏତଦ୍ ବ୍ୟତୀତ ଅର୍ଥନୀତିଜ୍ଞମାନଙ୍କଦ୍ଵାରା ପ୍ରଦତ୍ତ କୃଷିର ସାମ୍ପ୍ରତିକ ସ୍ଥିତି ନିମ୍ନରେ ଆଲୋଚନା ହୋଇଛି ।

ମାମ୍ପ୍ରତିକ ସ୍ଥିତ – ମୁଖ୍ୟ ବୈଶିଷ୍ଟ୍ୟ :
(i) କୃଷିରେ ଜାତୀୟ ଆୟରେ ହ୍ରାସ – ଭାରତରେ ମୋଟ ଘରୋଇ ଉତ୍ପାଦନ କ୍ଷେତ୍ରରେ କୃଷିର ଅବଦାନ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ କମିବାରେ ଲାଗିଛି; ଯାହା ଏକ ଶୁଭ ସୂଚନା, ମୋଟ ଘରୋଇ ଉତ୍ପାଦନର ଏହା 13.9%କୁ ଖସି ଆସିଛି । କୃଷି କ୍ଷେତ୍ରରେ କର୍ମ ନିଯୁକ୍ତି 2001 ଜନଗଣନା ଅନୁଯାୟୀ 58% ଥିଲାବେଳେ 2012-13 ସୁଦ୍ଧା ଏହା 50% କୁ ହ୍ରାସ ପାଇଛି । ଏହା ଫଳରେ ଗ୍ରାମାଞ୍ଚଳରେ ପ୍ରଚ୍ଛନ୍ନ ବେକାରୀ ଓ ସ୍ଥୂଳଦାରିଦ୍ର୍ୟ ବୃଦ୍ଧି ପାଇଛି । ଭାରତୀୟ କୃଷିର ଏହି ସ୍ଥିତି ସମନ୍ବିତ ଅଭିବୃଦ୍ଧିର ପରିପନ୍ଥୀ ।

(ii) କୃଷି କ୍ଷେତ୍ରର ହ୍ରାସମାନ ଅଭିବୃଦ୍ଧି ହାର – କେବଳ ଅଷ୍ଟମ ଯୋଜନା ବ୍ୟତୀତ ଅନ୍ୟ ସବୁ ଯୋଜନାରେ କୃଷିକ୍ଷେତ୍ରର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ନିର୍ଦ୍ଧାରିତ ଲକ୍ଷ୍ୟ 4%ରୁ ସର୍ବଦା କମ୍ ରହୁଛି । ଦ୍ବାଦଶ ଯୋଜନାର ଆଭିମୁଖ୍ୟ ଦଲିଲ କୃଷିକ୍ଷେତ୍ରରେ ସର୍ବନିମ୍ନ ଅଭିବୃଦ୍ଧି ହାର ବାର୍ଷିକ 4% ହାସଲ କରିବା ପାଇଁ ଆହ୍ଵାନ ଦିଆଯାଇଛି ।

(iii) କୃଷି ଉତ୍ପାଦନରେ ହ୍ରାସବୃଦ୍ଧି – ବିଶେଷକରି ଖାଦ୍ୟଶସ୍ୟ ଉତ୍ପାଦନ ଚାରିବର୍ଷ ଧରି କ୍ରମାଗତ ଭାବେ ବୃଦ୍ଧିପାଇ ଆସୁଅଛି । 2013-14 ବର୍ଷରେ ଏହା ସର୍ବକାଳୀନ ରେକର୍ଡ଼ ସ୍ତର 265 ନିୟୁତ ଟନ୍‌ରେ ପହଞ୍ଚିଛି । 2009-10ରେ ପ୍ରତିକୂଳ ମୌସୁମୀ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ମରୁଡ଼ି ପରିସ୍ଥିତି ଲାଗି ରହିବା ଯୋଗୁ ଖାଦ୍ୟଶସ୍ୟ ଉତ୍ପାଦନ 218.11 ନିୟୁତ ଟନ୍‌କୁ ହ୍ରାସ ପାଇଥିଲା । ପରବର୍ତ୍ତୀବର୍ଷ ସ୍ଵାଭାବିକ ମୌସୁମୀ ପ୍ରବାହ ଯୋଗୁ ଖାଦ୍ୟଶସ୍ୟ ଉତ୍ପାଦନ 244 ନିୟୁତ ଟନ୍ ରେକର୍ଡ଼ ସ୍ତରକୁ ଆସିପାରିଲା ।

(iv) ହ୍ରାସମାନ ଆବାଦୀ ଜମି ଓ କୃଷି ଉତ୍ପାଦକତାର ସ୍ଥାଣୁତା – ଶିଳ୍ପାନୁଷ୍ଠାନ ଓ ଭିତ୍ତିଭୂମି ନିର୍ମାଣ, ବର୍ଦ୍ଧିତ ଜନସଂଖ୍ୟା ନିମନ୍ତେ ଗୃହ ନିର୍ମାଣ ପାଇଁ ଚାଷଜମିକୁ ବ୍ୟବହାର କରିବା ଦ୍ବାରା ଆବାଦୀ ଜମିର ପରିମାଣ ହ୍ରାସ ପାଉଛି । ଏହାଛଡ଼ା ମୁଣ୍ଡପିଛା ଚାଷଜମି 1921ରୁ 2001 ମଧ୍ୟରେ 1.11 ଏକରରୁ 0.32 ଏକରକୁ ହ୍ରାସ ପାଇଛି । ଅର୍ଥାତ୍ ୫୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଚାଷଜମିର ପରମାଣ 71% ହ୍ରାସ ପାଇଛି । ସବୁଜ ବିପ୍ଳବ ଅଞ୍ଚଳ (ପଞ୍ଜାବ-ହରିୟାଣା)ରେ ଖାଦ୍ୟଦ୍ରବ୍ୟ ଉତ୍ପାଦନ ସ୍ଥିର ରହିଛି । ଯାହା ଏକ ଚିନ୍ତାର ବିଷୟ ।

(v) ସଂସ୍କାରକାଳରେ କୃଷିର ଅବହେଳା – ଭାରତରେ ଅର୍ଥନୈତିକ ସଂସ୍କାର ମୁଖ୍ୟତଃ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ସୀମାବଦ୍ଧ ହୋଇ ରହିଛି । 50% ଲୋକ ନିର୍ଭର କରୁଥିବା କୃଷିକ୍ଷେତ୍ର ଏ ପର୍ଯ୍ୟନ୍ତ ସଂସ୍କାର ପରିସରଭୁକ୍ତ ହୋଇନାହିଁ । କୃଷିକ୍ଷେତ୍ରରେ ସରକାରୀ ପୁଞ୍ଜିନିବେଶ 1980-81 ମସିହାରେ ମୋଟ କୃଷି ନିବେଶର 39% ଥିଲା ଯାହା 2011-12 ମସିହାରେ ତାହା 15%କୁ ହ୍ରାସପାଇଛି । ଷଷ୍ଠ ଓ ସପ୍ତମ ଯୋଜନା କାଳରେ କୃଷିପାଇଁ ମୋଟ ଯୋଜନା ବ୍ୟୟର 24% ଥିଲାବେଳେ ଦ୍ବାଦଶ ଯୋଜନା କାଳରେ ତାହା 17.3%କୁ ହ୍ରାସ ପାଇଛି ।

(vi) ପୁଞ୍ଜିବାଦୀ କୃଷିର ଅଭ୍ୟୁଦୟ ଅର୍ଥନୈତିକ ସଂସ୍କାର ପୁଞ୍ଜିବାଦୀ କୃଷିକୁ ପ୍ରୋତ୍ସାହନ ଦେଇଛି । ଭୂ- ସଂସ୍କାର କାର୍ଯ୍ୟକ୍ରମକୁ ଏଡ଼ାଇ କୃଷିକ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଉପରେ ଗୁରୁତ୍ଵ ଦେବା ଫଳରେ ବଡ଼ଚାଷୀ ଓ ଜମିଦାର ଇତ୍ୟାଦି ବହୁଳଭାବେ ଉପକୃତ ହେଉଛନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭୂମିହୀନ କୃଷି ଶ୍ରମିକ ଯେଉଁମାନେ ବର୍ତ୍ତମାନ ଭାଗଚାଷୀ ହିସାବରେ ନିୟୋଜିତ ଅଛନ୍ତି, ଏହି ନୂତନ ପ୍ରଯୁକ୍ତିବିଦ୍ୟା ଓ ତା’ ପାଇଁ ସରକାର ପ୍ରଦାନ କରୁଥିବା ବିପୁଳ ସବ୍‌ସିରୁ ବଞ୍ଚିତ ହେଉଛନ୍ତି ।

CHSE Odisha Class 11 Economics Solutions Chapter 4 କୃଷି

(vii) ଜଳବାୟୁ ପରିବର୍ତ୍ତନର ଆହ୍ଵାନ – ଦ୍ରୁତ ଶିଳ୍ପାୟନ, ପ୍ରାକୃତିକ ସମ୍ପଦର ଅତ୍ୟଧ୍ଵ ବ୍ୟବହାର ଆଧୁନିକ ଯନ୍ତ୍ର କୌଶଳର ପ୍ରୟୋଗ ଫଳରେ ପର୍ଯ୍ୟାବରଣ ଅସନ୍ତୁଳନ ହୋଇଛି । ତାପମାତ୍ରା 100 ବର୍ଷ ମଧ୍ୟରେ 0.8°C ବୃଦ୍ଧି ପାଇଛି । ଯାହାଦ୍ଵାରା ଜଳବାୟୁରେ ପରିବର୍ତ୍ତନ ଯୋଗୁଁ କୃଷି ଉତ୍ପାଦନ ବ୍ୟାହତ ହେଉଛି । ସେଥ‌ିପାଇଁ ଭାରତୀୟ କୃଷିର ଧାରଣୀୟ ଅଭିବୃଦ୍ଧିକୁ ସୁବ୍ୟବସ୍ଥିତ କରିବା ପାଇଁ 2010 ମସିହା ସେପ୍ଟେମ୍ବରରେ ଭାରତସରକାରଙ୍କ ‘‘ଧାରଣୀୟ କୃଷିବିକାଶ ପାଇଁ ଜାତୀୟ ମିଶନ୍’ ଗଠନ କରି ₹ 350 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ

Odisha State Board BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ will enable students to study smartly.

BSE Odisha Class 8 Science Notes Chapter 4 ଧାତୁ ଓ ଅଧାତୁ

→ ଉପକ୍ରମ : (Introduction):
କେତେକ ଧାତୁର ନାମ ଓ ଏହାର ଉପଯୋଗିତା
BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ 7

BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ

କେତେକ ଅଧାତୁର ନାମ ଓ ଏହାର ଉପଯୋଗିତା
BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ 8
(i) ଆଧୁନିକ ବିଜ୍ଞାନରେ ମୌଳିକଗୁଡ଼ିକୁ ମୁଖ୍ୟତଃ ଧାତୁ ଓ ଅଧାତୁ ଶ୍ରେଣୀଭୁକ୍ତ କରାଯାଇଛି । ଏହା ବ୍ୟତୀତ କେତେକ ମୌଳିକ ମଧ୍ୟ ଉପଧାତୁ ଶ୍ରେଣୀର ଅଟନ୍ତି ।
(ii) ଯେଉଁ ମୌଳିକଗୁଡ଼ିକର ଧାତବ ପ୍ରକୃତି ଅଧ‌ିକ ମାତ୍ରାରେ ଦେଖାଯାଏ, ସେଗୁଡ଼ିକୁ ଧାତୁ (Metal) କୁହାଯାଏ । ଲୁହା, ତମ୍ବା, ଏଲୁମିନିୟମ୍, ଟିଣ ଆଦି ଧାତୁ ଅଟନ୍ତି ।
(iii) ଯେଉଁ ମୌଳିକଗୁଡ଼ିକର ଧାତବ ପ୍ରକୃତି ଅତି କମ୍ ମାତ୍ରାରେ ଦେଖାଯାଏ, ସେଗୁଡ଼ିକୁ ଅଧାତୁ (Non-metal) କୁହାଯାଏ । କାର୍ବନ, ସଲ୍‌ଫର୍, ଫସ୍‌ଫରସ୍, ଆୟୋଡ଼ିନ୍ ଆଦି ଅଧାତୁ ଅଟନ୍ତି ।
(iv) ଯେଉଁ ମୌଳିକଗୁଡ଼ିକ ଉଭୟ ଧାତୁ ଓ ଅଧାତୁର ଧର୍ମ ପ୍ରଦର୍ଶନ କରିଥା’ନ୍ତି ସେଗୁଡ଼ିକୁ ଉପଧାତୁ (Metalloid) କୁହାଯାଏ । ବୋରନ୍, ସିଲିକନ୍, ଜର୍ମାନିୟମ୍, ଆର୍ସେନିକ୍, ଏଣ୍ଟ୍ରିମନି ଆଦି ଉପଧାତୁ ଅଟନ୍ତି ।
(v) ଏବଂ ଅଧିକ ସଂଖ୍ୟକ ଅଶ୍ମମଣ୍ଡଳରେ ଦେଖାଯାଆନ୍ତି । ଏଗୁଡ଼ିକ ସବୁ ପ୍ରକୃତିରେ ଉପଲବ୍‌ଧ ହେଉଥ‌ିବାରୁ ଏଗୁଡ଼ିକୁ ପ୍ରାକୃତିକ ମୌଳିକ (Natural Elemenis) କୁହାଯାଏ ।

1. ଗୋଟିଏ ତରଳ ଧାତୁ ଓ ଗୋଟିଏ ତରଳ ଅଧାତୁର ନାମ ଲେଖ ।
ଊ-
ତରଳ ଧାତୁ – ପାରଦ, ତରଳ ଅଧାତୁ – କ୍ରୋମିନ୍

2. ଗ୍ୟାସୀୟ ଅଧାତୁଗୁଡ଼ିକର ନାମ ଲେଖ ।
ଉ-
ହାଇଡ୍ରୋଜେନ୍, ନାଇଟ୍ରୋଜେନ୍, ଅକ୍‌ସିଜେନ୍, ଫ୍ଲୋରିନ୍, କ୍ଲୋରିନ୍, ହିଲିୟମ୍, ନିୟନ୍, ଆରଗନ୍, କ୍ରିପଟନ୍, ଜେନନ୍ ଓ ରେଡ଼ନ୍ ଆଦି ଗ୍ୟାସୀୟ ଅଧାତୁ ଅଟନ୍ତି ।

3. ଗ୍ୟାସୀୟ ଧାତୁ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କର ।
ଉ-
କୌଣସି ଧାତୁ ଗ୍ୟାସୀୟ ଅବସ୍ଥାରେ ନଥାନ୍ତି ।

4. କୃତ୍ରିମ ମୌଳିକ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କର ।5.
ଉ-
ବିଜ୍ଞାନାଗାରରେ ପ୍ରସ୍ତୁତ ହୋଇଥିବା ମୌଳିକଗୁଡ଼ିକୁ କୃତ୍ରିମ ମୌଳିକ କୁହାଯାଏ । ବର୍ତମାନ ସୁଦ୍ଧା ଏଗୁଡ଼ିକର ସଂଖ୍ୟା 20 ରୁ 25 ମଧ୍ୟରେ ସୀମିତ I କୃତ୍ରିମ ମୌଳିକ ପ୍ରସ୍ତୁତି କାର୍ଯ୍ୟକ୍ରମ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ରରେ କାର୍ଯ୍ୟକାରୀ ହେଉଛି ।

5. ମିଶ୍ରଧାତୁ ବା ଏଲୟ କ’ଣ ତଥ୍ୟ ସଂଗ୍ରହ କର ।
ଉ-
(i) ଧାତୁ ଓ ଅଧାତୁ କିମ୍ବା ଧାତୁ ଓ ଧାତୁ କିମ୍ବା ଧାତୁ ଓ ଉପଧାତୁର ମିଶ୍ରଣକୁ ମିଶ୍ରଧାତୁ ବା ଏଲୟ କୁହାଯାଏ ।
(ii) ଉଚ୍ଚ ତାପମାତ୍ରାରେ ଉତ୍ତପ୍ତ କରି ଏଗୁଡ଼ିକୁ ତରଳାବସ୍ଥାକୁ ଅଣାଯାଏ ଓ ତା’ପରେ ଆବଶ୍ୟକ ଅନୁପାତରେ ସେଗୁଡ଼ିକୁ ମିଶାଯାଏ । ଶୀତଳ ହୋଇ ମିଶ୍ରଣଟି କଠିନାବସ୍ଥାକୁ ଆସେ । ଏହି କଠିନ ପଦାର୍ଥକୁ ଏଲୟ କୁହାଯାଏ ।
(iii) ଦୁଇ କିମ୍ବା ଦୁଇରୁ ଅଧିକ ମୌଳିକକୁ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ନେଇ ବିଭିନ୍ନ ପ୍ରକାର ଏଲୟ ପ୍ରସ୍ତୁତ କରାଯାଏ । ଉଦାହରଣ : ଲୁହା + କାର୍ବନ = ଇସ୍ପାତ; ତମ୍ବା + ଦସ୍ତା = ପିତ୍ତଳ ।
ପଦାର୍ଥର ଧର୍ମଗୁଡ଼ିକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଏ; ଯଥା – ଭୌତିକ ଧର୍ମ (Physical Properties), ରାସାୟନିକ ଗୁଣ (Chemical Properties) ।

→ ଧାତୁର ଶାରୀରିକ ଗୁଣ (Physical Properties of Metals) :
(i) ଅଧିକାଂଶ ଧାତୁ ନୂତନ ଅବସ୍ଥାରେ ଅର୍ଥାତ୍ ପ୍ରସ୍ତୁତିବେଳେ ଚକ୍ରଚକ୍ ଦେଖାଯା’ନ୍ତି; କିନ୍ତୁ ପୁରୁଣା ହୋଇଗଲେ ଫିକା ବା ମଳିନ ଦେଖାଯା’ନ୍ତି । ଧାତୁର ଚକ୍‌କ୍ ରୂପ ବା ଧର୍ମକୁ ଧାତବ ଦୀପ୍ତି ବା ଔଜଲ୍ୟ (Metallic lustre) କୁହାଯାଏ ।

ପ୍ର. ବାଲିକାଗଜ ଘସିବା ପୂର୍ବରୁ ଧାତୁଗୁଡ଼ିକ କାହିଁକି ମଳିନ ଦେଖାଯାଉଥିଲା ଓ ବାଲି କାଗଜ ଘଷିଲା ପରେ ତାହା ଚକ୍‌ଚକ୍ ଦେଖାଗଲା, କାରଣ କ’ଣ ?
ଉ-
ଗୋଟିଏ ଧାତବ ବସ୍ତୁ କିଛିଦିନ ରହିଗଲେ ବାୟୁର ଅମ୍ଳଜାନ ସଂସ୍ପର୍ଶରେ ଆସି ସେଥୁରେ ଅକ୍‌ସାଇଡ୍ ଯୌଗିକ ସୃଷ୍ଟି ହୁଏ; ଫଳରେ ତାହା ମଳିନ ଦେଖାଯାଏ । ବାଲିକାଗଜରେ ଘଷିବା ପରେ ଅକ୍‌ସାଇଡ୍ ଯୌଗିକ ପରିଷ୍କାର ହୋଇଯିବାରୁ ତାହା ପୁନର୍ବାର ଚକ୍ ଚକ୍ ଦେଖାଯାଏ ।

(ii) ଅଧିକାଂଶ ଧାତୁ ପ୍ରସାରଣଶୀଳ ବା ନମନୀୟ (Malleability) । ଏହି ଗୁଣ ଯୋଗୁଁ ବିଭିନ୍ନ ଧାତୁର ଚଦର
(iii) ଧାତୁ ତାପ ପରିବହନ କରେ, ଅର୍ଥାତ୍ ଧାତୁଗୁଡ଼ିକ ତାପ ପରିବାହୀ (Conductors of heat) ।
(iv) ଧାତୁ ବିଦ୍ୟୁତ୍ ପରିବହନ କରେ; ଅର୍ଥାତ୍ ଧାତୁଗୁଡ଼ିକ ବିଦ୍ୟୁତ୍ ପରିବାହୀ (Conductors of electricity) ଅଟନ୍ତ ।
(v) ଲୁହା, ତମ୍ବା, ଏଲୁମିନିୟମ୍, ସୁନା, ରୁପା ଆଦି ଧାତୁକୁ ତରଳାଇ ସ୍ୱତନ୍ତ୍ର ଯନ୍ତ୍ରଦ୍ବାରା ଭିନ୍ନ ଭିନ୍ନ ମୋଟେଇର ତାର ପ୍ରସ୍ତୁତ କରାଯାଇଛି । ଧାତୁଗୁଡ଼ିକର ତାରରେ ରୂପାନ୍ତରଣ ହେବା ଗୁଣ ବା ପ୍ରକୃତିକୁ ତନ୍ୟତା (Ductility) ଧର୍ମ କୁହାଯାଏ ।
(vi) ଧାତୁଗୁଡ଼ିକରୁ ସୃଷ୍ଟି ହେଉଥ‌ିବା ଧ୍ଵନି ବା ଶବ୍ଦକୁ ଧାତବ ଧ୍ବନି କୁହାଯାଏ । ସାଧାରଣତଃ ଅଧିକାଂଶ ଧାତୁରୁ ଏଭଳି ଶବ୍ଦ ବା ଧ୍ୱନି ସୃଷ୍ଟି ହେଉଥ‌ିବାରୁ ଏହାକୁ ଧାତୁଗୁଡ଼ିକର ଏକ ଧର୍ମ ରୂପେ ବିବେଚନା କରାଯାଏ ।
(vii) ଅଧିକାଂଶ ଧାତୁ ଶକ୍ତ ବା ଟାଣ ଅଟେ !

BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ

ପାରଦ ( ଧାତୁ) ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ଥାଏ ।

କେତେକ ଧାତୁଗୁଡ଼ିକ ଧର୍ମରେ ବ୍ୟତିକ୍ରମ –
ସୋଡ଼ିୟମ୍ ଓ ପୋଟାସିୟମ୍ ପରି ଧାତୁ ନରମ ଅଟନ୍ତି ଏବଂ ଛୁରୀ ସାହାଯ୍ୟରେ କାଟି ହୁଏ । ପାରଦ ଏକମାତ୍ର ଧାତୁ-
ଯାହା ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ରହିଥାଏ ।
ପ୍ରତ୍ୟେକ ପରୀକ୍ଷଣ ନିମିତ୍ତ ନିମ୍ନ ସୋପାନଗୁଡ଼ିକୁ ଅନୁସରଣ କରାଯାଇଥାଏ ।

(i) ଆବଶ୍ୟକୀୟ ଉପକରଣର ଆବଶ୍ୟକତା (Apparatus required)
(i) ଆବଶ୍ୟକୀୟ ରାସାୟନିକ ପଦାର୍ଥ (Chemicals required)
(iii) ସଜ୍ଜିକରଣ ଏବଂ ପରୀକ୍ଷଣ ପ୍ରସ୍ତୁତି (Procedure)
(iv) ସୂଚନା (Inference)

ଉକ୍ତ କ୍ରମିକ ସୋପାନ ଭିତ୍ତିକ ପଦ୍ଧତିକୁ ‘ବୈଜ୍ଞାନିକ ପଦ୍ଧତି’ (Scientific Method) କୁହାଯାଏ !

ଅଣ ଧାତୁର ଶାରୀରିକ ଗୁଣ (Physical Properties of Non-metals):
(i) ଅଧାତୁଗୁଡ଼ିକ ଚକ୍ ଚକ୍ ଦେଖାଯା’ନ୍ତି ନାହିଁ (Non-lustrous) । ବ୍ୟତିକ୍ରମ – ଗ୍ରାଫାଇଟ୍‌, ଆୟୋଡ଼ିନ୍ ।
(ii) ଅଧାତୁଗୁଡ଼ିକ ନମନୀୟ ନୁହଁନ୍ତି (Non-malleable) । ଏଗୁଡ଼ିକ ଭଙ୍ଗୁର (Brittle) ।
(iii) ଅଧାତୁଗୁଡ଼ିକ ତାପ ଓ ବିଦ୍ୟୁତର କୁପରିବାହୀ ଅଟନ୍ତି । ବ୍ୟତିକ୍ରମ – ଗ୍ରା ଫାଇଟ୍
(iv) ଅଧାତୁଗୁଡ଼ିକ ତଥ୍ୟ ନୁହଁନ୍ତି (Non-ductile) ।
(v) ଅଧାତୁଗୁଡ଼ିକରୁ ଧ୍ୱନି ସୃଷ୍ଟି ହୁଏ ନାହିଁ (Non-sonorous) i
(vi) ଅଧାତୁଗୁଡ଼ିକ ନରମ (Soft) । ବ୍ୟତିକ୍ରମ – ହୀରା ।
(vi) ସାଧାରଣ ତାପମାତ୍ରାରେ ଏଗୁଡ଼ିକ କଠିନ କିମ୍ବା ଗ୍ୟାସୀୟ । ବ୍ୟତିକ୍ରମ – ବ୍ରୋମିନ୍ (ତରଳ) ।
(viii) ଏଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ । ବ୍ୟତିକ୍ରମ – ଗ୍ରାଫାଇଟ୍ ।
(ix) ଏଗୁଡ଼ିକର ସାନ୍ଦ୍ରତା କମ୍ (Low density) ।

1. କାର୍ବନ – କୋଇଲାର ମୁଖ୍ୟ ଉପାଦାନ କାର୍ବନ୍ ହୋଇଥିବାରୁ କୋଇଲାକୁ କାର୍ବନର ନମୁନା ରୂପେ ନିଆଯାଇପାରେ । କୋଇଲା ନ ମିଳିଲେ କାଠ ଅଙ୍ଗାରକୁ ନମୂନା ରୂପେ ନିଆଯାଇପାରେ ।
2. ସଲ୍‌ଫର୍‌ – ଏହା ସାଧାରଣତଃ ହଳଦିଆ ଚୂର୍ଣ୍ଣ ରୂପେ ଉପଲବ୍‌ଧି ହୋଇଥାଏ । ଏହାକୁ କାଚ କିମ୍ବା ପ୍ଲାଷ୍ଟିକ୍ ବୋତଲରେ ରଖାଯାଇଥାଏ ।
3. ଫସ୍‌ଫରସ୍ – ଏହା ଏକ ନରମ ପଦାର୍ଥ ହୋଇଥିବାରୁ ଛୁରୀରେ କାଟି ଛୋଟ ଛୋଟ ଖଣ୍ଡ ବାହାର କରାଯାଏ । ଚଉଡ଼ା ମୁହଁଥ‌ିବା କାଚ ବୋତଲରେ ପରିଷ୍କାର ଜଳ ଭର୍ତ୍ତିକରି ସେଥିରେ ଫସ୍‌ଫରସ୍‌ ବଡ଼ ବଡ଼ ଖଣ୍ଡଗୁଡ଼ିକୁ ବୁଡ଼ାଇ ରଖାଯାଏ ।
4. ଆୟୋଡ଼ିନ୍ – ବାଇଗଣୀ ରଙ୍ଗର ଛୋଟ ଛୋଟ ଖଣ୍ଡ ରୂପେ ଏହା ମିଳେ । କାଠ ବୋତଲରେ ଏହା ରଖାଯାଏ ।

ଧାତୁ ଓ ଅଧାତୁଗୁଡ଼ିକର ରାସାୟନିକ ଧର୍ମ (Chemical Properties of Metals and Non-metals) :
ଏକ ନିର୍ଦ୍ଦିଷ୍ଟ ପଦାର୍ଥର ରାସାୟନିକ ଧର୍ମ କହିଲେ ଭିନ୍ନ ଭିନ୍ନ ପଦାର୍ଥ ସହ ସେହି ପଦାର୍ଥଟିର ପ୍ରତିକ୍ରିୟାକୁ ବୁଝାଏ । ଅକ୍‌ସିଜେନ, ଜଳ, ଅମ୍ଳ, କ୍ଷାର ଓ ଲବଣ ମଧ୍ୟରୁ ପ୍ରତ୍ୟେକ ସହ ଧାତୁର ପ୍ରତିକ୍ରିୟା ଏବଂ ପ୍ରତ୍ୟେକ ସହ ଅଧାତୁର ପ୍ରତିକ୍ରିୟା କିପରି
(a) ଧାତୁର ଅକ୍‌ସିଜେନ୍ ସହ ପ୍ରତିକ୍ରିୟା –
(i) ଲୁହା ଏବଂ ବାୟୁର ଅକ୍‌ସିଜେନ୍ ଓ ଜଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୋଇ ଆଇରନ୍ ଅକ୍‌ସାଇଡ୍ ସୃଷ୍ଟି ହୁଏ; ଯାହାକୁ ରଷ୍ଟ୍ (Rust) ବା କଳଙ୍କି କୁହାଯାଏ ।
Fe + O2 + H2O → Fe2O3 (କଳଙ୍କି)
ଆଇରନ୍ + ଅକ୍ସିଜେନ୍ + ଜଳ → ଆଇରନ୍ ଅକ୍‌ସାଇଡ୍ ବା ଫେରିକ୍ ଅକ୍‌ସାଇଡ୍

1. ଧାତୁଗୁଡ଼ିକର ଭୌତିକ ଧର୍ମ ସହ ଅଧାତୁଗୁଡ଼ିକର ଭୌତିକ ଧର୍ମର ଏକ ତୁଳନାତ୍ମକ ବିବରଣୀ ଲେଖ ।
ଉ-
BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ 9

BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ

2. ଉଭୟଧର୍ମୀ ମୌଳିକଗୁଡ଼ିକ ମଧ୍ୟରୁ ଯେକୌଣସି ଦୁଇଟିର ନାମ ଲେଖ ।
ଉ-
(i) ବୋରନ୍
(ii) ସିଲିକନ୍

3. ଧାତବ ଔଜଲ୍ୟ ଓ ଧାତବ ଧ୍ଵନି ନଥ‌ିବା ଦୁଇଟି ଧାତୁର ନାମ ଲେଖ ।
ଊ –
(i) ଧାତବ ଔଜ୍ଜଲ୍ୟ ନ ଥ‌ିବା ଦୁଇଟି ଧାତୁ ହେଲା – ସୋଡ଼ିୟମ୍, ପଟାସିୟମ୍ ।
(ii) ଧାତବ ଧ୍ଵନି ନ ଥ‌ିବା ଦୁଇଟି ଧାତୁ ହେଲା – ପାରଦ, ସୁନା !

4. ତନ୍ୟତା ଓ ନମନୀୟତା ନଥ‌ିବା ଦୁଇଟି ଧାତୁର ନାମ ଲେଖ ।
ଉ-
(i) ପାରଦ,
(ii) ସୋଡ଼ିୟମ୍

5. ଔକ୍ସଲ୍ୟ ଥ‌ିବା ଗୋଟିଏ ଅଧାତୁର ନାମ ଲେଖ ।
ଉ-
ଗ୍ରାଫାଇଟ୍ ।

6. ଗୋଟିଏ ବିଦ୍ୟୁତ୍ ପରିବାହୀ ଅଧାତୁର ନାମ ଲେଖ ।
ଉ-
ଗ୍ରାଫାଇଟ୍ ।

7. ଲୁହାରେ ତିଆରି ଜିନିଷ ଉପରେ କଳଙ୍କି ନ ହେବା ପାଇଁ କି କି ପଦକ୍ଷେପ ନିଆଯାଏ ?
ଉ-
(i) ରଙ୍ଗ କିମ୍ବା ତେଲ ଲେପନ କରାଯାଏ ।
(ii) ଦସ୍ତା କିମ୍ବା ଟିଣ ଧାତୁର ଲେପନ କରାଯାଏ ।

8. ପୁରୁଣା କିମ୍ବା ଅବ୍ୟବହୃତ ତମ୍ବା ଓ ପିତ୍ତଳ ବାସନ ବା ସାମଗ୍ରୀ ଉପରେ ସବୁଜ ରଙ୍ଗର ଦାଗ କିପରି ହୋଇଥାଏ ?
ଉ-
ତମ୍ବା ଓ ପିତ୍ତଳ ସାମଗ୍ରୀ ଆର୍ଦ୍ର ବାୟୁ ସଂସ୍ପର୍ଶରେ ଦୀର୍ଘ ସମୟ ପାଇଁ ରହିଲେ ସବୁଜ ରଙ୍ଗର କପର କାର୍ବୋନେଟ୍‌ର ଆବରଣ ସୃଷ୍ଟି ହୁଏ ।

9. ତମ୍ବା + ଜଳ + ଅଙ୍ଗାରକାମ୍ଳ + ଅମ୍ଳଜାନ → କପର କାର୍ବୋନେଟ୍ + କପର ହାଇଡ୍ରକ୍‌ସାଇଡ଼
ଉ-
ଏଲୁମିନିୟମ୍ ଜିନିଷଗୁଡ଼ିକର ଦୀର୍ଘ ସମୟ ଧରି ବାୟୁ ସଂସ୍ପର୍ଶରେ ଆସିବା ଦ୍ଵାରା ସେଗୁଡ଼ିକର ଆବରଣରେ ଏଲୁମିନିୟମ୍ ଅକ୍‌ସାଇଡ୍ ସୃଷ୍ଟି ହୁଏ । ତେଣୁ ସେଗୁଡ଼ିକର ଔଜ୍ଜଲ୍ୟ ମଳିନ ଦେଖାଯାଏ ।

10. ଖଣ୍ଡିଏ ମାଗ୍ନେସିୟମ୍ ଫିତା ବାୟୁରେ ଜଳିଲେ କ’ଣ ହୁଏ ?
ଉ-
ଉ- ମାଗ୍ନେସିୟମ୍ ଫିତା ବାୟୁରେ ଜଳିଲେ ଉଜ୍ଜ୍ଵଳ ଆଲୋକ ପ୍ରଦାନ କରେ ଓ ଜଳିସାରିବା ପରେ ଧଳାରଙ୍ଗର ପାଉଁଶ ସୃଷ୍ଟି ହୁଏ । ସେହି ପାଉଁଶ ମ୍ୟାଗ୍ନେସିୟମ୍ ଅକ୍‌ସାଇଡ଼ ଅଟେ

ରଷ୍ଟ୍ ଓ ଜଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୋଇ ଫେରିକ୍ ହାଇଡ୍ରିକ୍‌ସାଇଡ୍ ନାମକ ଏକ କ୍ଷାର ସୃଷ୍ଟି ହୁଏ, ଯାହାଦ୍ବାରା ଲାଲ ଲିଟ୍ମସ୍ ନୀଳ ହୁଏ । Fe22 + H2O → Fe(OH)3
ଆଇରନ୍ ଅକ୍‌ସାଇଡ୍ + ଜଳ → ଫେରିକ୍ ହାଇଡ୍ରିକ୍‌ସାଇଡ୍

1. ଯଦି କୌଣସି ଜଳୀୟ ମିଶ୍ରଣରେ ଲାଲ ଲିଟ୍‌ସ୍ କାଗଜ ବୁଡ଼ାଇଲେ ନୀଳ ହୋଇଯାଏ; ତେବେ ମିଶ୍ରଣ କ୍ଷାରୀୟ (Basic) ଅଟେ ।

(ମାଗ୍ନେସିୟମ୍ ଫିତାଟିଏ ବାୟୁରେ ଜଳିଲେ ମାଗ୍ନେସିୟମ୍ ଅକ୍‌ସାଇଡ୍ ଉତ୍ପନ୍ନ ହୁଏ ।
Mg + O2 → MgO (ମାଗ୍ନେସିୟମ୍‌ ଅକ୍‌ସାଇଡ୍)
MgO ଓ ଜଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୋଇ ମାଗ୍ନେସିୟମ୍ ହାଇଡ୍ରକ୍‌ସାଇଡ୍ ନାମକ ଏକ କ୍ଷାର ସୃଷ୍ଟି ହୁଏ, ଯାହାଦ୍ୱାରା ଲାଲ ଲିଟମସ୍ ନୀଳ ହୁଏ ।
MgO + H2O → Mg(OH), ମାଗ୍ନେସିୟମ୍ ହାଇଡ୍ରକ୍‌ସାଇଡ୍ ସାଧାରଣତଃ ଧାତବ ଅକ୍‌ସାଇଡ୍‌ଗୁଡ଼ିକ କ୍ଷାରୀୟ ।

BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ

2. ଯଦି କୌଣସି ଜଳୀୟ ମିଶ୍ରଣରେ ନୀଳ ଲିଟ୍‌ମସ୍ ବୁଡ଼ାଇଲେ ଲାଲ ହୋଇଯାଏ; ତେବେ ମିଶ୍ରଣଟି ଅମ୍ଳୀୟ (Acidic) ଅଟେ ।
3. ଯଦି କୌଣସି ଜଳୀୟ ମିଶ୍ରଣରେ ଉଭୟ ଲିଟ୍‌ସ୍ କାଗଜର ରଙ୍ଗରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ତେବେ ମିଶ୍ରଣଟି ନିଉଟ୍ରାଲ୍ (Neutral) ଅଟେ ।

→ ଅଧାତୁର ଅକ୍‌ସିଜେନ୍ ସହ ପ୍ରତିକ୍ରିୟା –
(i) ସଲଫର ବାୟୁରେ ଥିବା ଅକ୍‌ସିଜେନ୍‌କୁ ଉପଯୋଗ କରି ସଲ୍ଫର୍‌ ଡାଇଅକ୍‌ସାଇଡ୍ ଗ୍ୟାସ୍ ସୃଷ୍ଟି କରେ । ଏହି ଗ୍ୟାସ୍ ଜଳରେ ଦ୍ରବୀଭୂତ ହୋଇ ସଫ୍ୟୁରସ୍ ଅମ୍ଳ ସୃଷ୍ଟି କରେ । ଏହି ଅମ୍ଳ ଯୋଗୁଁ ନୀଳ ଲିଟ୍‌ସ୍ କାଗଜ ଲାଲ ହୁଏ ।
S+O2 → S + O2
SO2 + HO2 → H2SO3 (ସଲ୍‌ଫର୍‌ ଡାଇଅକ୍‌ସାଇଡ୍ + ଜଳ → ସଲ୍‌ଫ୍ୟୁରସ୍ ଅମ୍ଳ)

(ii) କୋଇଲା କିମ୍ବା ଅଙ୍ଗାର ଜାଳିଲେ ତାପଶକ୍ତି ସହ କାର୍ବନ ଡାଇଅକ୍‌ସାଇଡ୍ ଗ୍ୟାସ୍ (CO2) (ବର୍ଣ୍ଣହୀନ ଗ୍ୟାସ୍ ) ସୃଷ୍ଟି ହୁଏ । ଏହା ଜଳରେ କମ୍ ମାତ୍ରାରେ ଦ୍ରବଣୀୟ; କିନ୍ତୁ ଉଚ୍ଚ ତାପ ପ୍ରୟୋଗକଲେ ଅଧିକ ମାତ୍ରାରେ ଦ୍ରବଣୀୟ ହୋଇଥାଏ । ଏହି ଗ୍ୟାସ୍ ଜଳରେ ଦ୍ରବୀଭୂତ ହୋଇ କାର୍ବୋନିକ୍ ଅମ୍ଳ ସୃଷ୍ଟି କରେ ।
C + O2 → CO
CO2 + HO2 → H2CO2. (କାର୍ବନ ଡାଇଅକ୍‌ସାଇଡ୍ + ଜଳ → କାର୍ବୋନିକ୍ ଅମ୍ଳ)

(iii) ଫସ୍‌ଫରସ୍‌ର ଛୋଟ ଖଣ୍ଡ ଚିନାମାଟି ପ୍ଲେଟ୍‌ରେ ଖୋଲାରେ ରଖିଲେ ବାୟୁର ଅକ୍‌ସିଜେନ୍ ସହ ରାସାୟନିକ ପ୍ରତିକ୍ରିୟା କରି ଫସ୍‌ଫରସ୍ ପେଣ୍ଟାକ୍‌ସାଇଡ୍ ନାମକ ଧଳା ରଙ୍ଗର ଗ୍ୟାସ୍ ସୃଷ୍ଟି ହୁଏ, ଯାହାକି ଘନୀଭୂତ ହୋଇ ଧଳା ଚୂର୍ଣ୍ଣରେ ପରିଣତ ହୁଏ ।
P + O2 → P2O5 (ଫସ୍‌ଫରସ୍ ପେଣ୍ଟାକ୍‌ସାଇଡ୍)
P2O5 ଜଳରେ ଦ୍ରବୀଭୂତ ହୋଇ ତିନି ପ୍ରକାରର ଫସ୍‌ଫରିକ୍ ଅମ୍ଳ ସୃଷ୍ଟି କରେ ।
P2O5 + H2O → ଫସ୍‌ଫରିକ୍ ଅମ୍ଳ

ସାଧାରଣତଃ ଅଧାତୁଗୁଡ଼ିକର ଅକ୍‌ସାଇଗୁଡ଼ିକ ଅମ୍ଳୀୟ ଅଟନ୍ତି ।

(b) ଧାତୁର ଜଳ ସହ ପ୍ରତିକ୍ରିୟା –
ଧାତୁଗୁଡ଼ିକ ଜଳସହ ପ୍ରତିକ୍ରିୟା କରି ଧାତବ ହାଇଡ୍ରୋକ୍‌ସାଇଡ୍ ସୃଷ୍ଟି କରନ୍ତି ।
ଉଦାହରଣ :
(i) ସୋଡ଼ିୟମ୍ ଜଳ ସହ ତୀବ୍ର ପ୍ରତିକ୍ରିୟା କରି ସୋଡ଼ିୟମ୍ ହାଇଡ୍ରକ୍‌ସାଇଡ୍ ନାମକ କ୍ଷାର ସୃଷ୍ଟି କରିଥାଏ । ଏହା ଲାଲ୍ ଲିଟ୍‌ସ୍‌କୁ ନୀଳ କରିଥାଏ । ଏହାକୁ କିରୋସିନରେ ବୁଡ଼ାଇ ରଖାଯାଏ । Na+ H2O→→ NaOH
(ii) ପୋଟାସିୟମ୍ ମଧ୍ୟ ଜଳ ସହ ତୀବ୍ର ପ୍ରତିକ୍ରିୟା କରି ପୋଟାସିୟମ୍ ହାଇଡ୍ରକ୍‌ସାଇଡ୍ (କ୍ଷାର) ଓ ତାପ ଶକ୍ତି ସୃଷ୍ଟି କରେ । ଏହା ଏକ କ୍ଷାର ଅଟେ ଏବଂ ଏହାକୁ ମଧ୍ୟ କିରୋସିନିରେ ବୁଡ଼ାଇ ରଖାଯାଏ । K + H2O → KOH
(iii) କାସିୟମ୍ ଓ ଲିଥ୍ୟମ୍ ଥଣ୍ଡା ଜଳ ସହ ପ୍ରତିକ୍ରିୟା କରି କ୍ଷାର ସୃଷ୍ଟି କରିଥା’ନ୍ତି । Ca + H2O → CaOH2
(iv) ମାଗ୍ନେସିୟମ୍ ଓ ଏଲୁମିନିୟମ୍ ଫୁଟନ୍ତା ଜଳ ସହ ପ୍ରତିକ୍ରିୟା କରି କ୍ଷାର ସୃଷ୍ଟି କରିଥା’ନ୍ତି । Mg + H2O → Mg(OH)2 ମାଗ୍ନେସିୟମ + ଜଳ → ମାଗ୍ନେସିୟମ୍‌ ହାଇଡ୍ରକ୍‌ସାଇଡ୍
(v) ଲୁହାର ଜଳ ସହ ପ୍ରତିକ୍ରିୟା ବହୁତ ଧୀର ଗତିରେ ଘଟିଥାଏ ।

ସାଧାରଣତଃ ଜଳ ଓ ଅଧାତୁ ମଧ୍ୟରେ ପ୍ରତିକ୍ରିୟା ହୁଏ ନାହିଁ ।

(c) ଧାତୁର ଅମ୍ଳସହ ପ୍ରତିକ୍ରିୟା :
ଧାତୁଗୁଡ଼ିକ ଅମ୍ଳ ସହ ପ୍ରତିକ୍ରିୟା କରି ହାଇଡ୍ରୋଜେନ ଗ୍ୟାସ ଦହନ ହୁଏ ।
(i) କେତେକ ଧାତୁ ଓ ଲଘୁ ଲବଣାମ୍ଳ ମଧ୍ୟରେ ଏବଂ କେତେକ ଧାତୁ ଓ ଲଘୁ ଗନ୍ଧକାମ୍ଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୋଇ ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟି ହୁଏ । ଏହା ଏକ ଦହନୀୟ ଗ୍ୟାସ୍ ହୋଇଥିବାରୁ ଅଗ୍ନି ସଂସ୍ପର୍ଶରେ ଆସିବା କ୍ଷଣି ଦ୍ରୁତ ଦହନ ଯୋଗୁଁ ପପ୍ ଶବ୍ଦ ସୃଷ୍ଟି ହୁଏ ।

Na + HCI → NaC/ + H2

ସୋଡ଼ିୟମ୍ ସଲ୍ଫ୍ୟୁରିକ୍ ଏସିଡ୍‌ ସୋଡ଼ିୟମ୍‌ କ୍ଲୋରାଇଡ୍ ହାଇଡ୍ରୋଜେନ୍

(ii) କପର (ତମ୍ବା) ସହିତ ଲଘୁ ଲବଣାସ୍କର କୌଣସି ପ୍ରତିକ୍ରିୟା ହୁଏ ନାହିଁ । ଏପରିକି ଉତ୍ତପ୍ତ କଲେ ମଧ୍ୟ ନୁହେଁ । ତେଣୁ ଏ କ୍ଷେତ୍ରରେ ‘ପପ୍’ ଶବ୍ଦ ଶୁଭେ ନାହିଁ । ଅନ୍ୟ ପକ୍ଷରେ କପର୍ ଲଘୁ ଗନ୍ଧକାମ୍ଳ ସହ ପ୍ରତିକ୍ରିୟା କରିଥାଏ, ଫଳରେ ‘ପପ୍’ ଶବ୍ଦ ଶୁଭେ ।
Cu + H2SO4 → CuSO4 + H2
କପର ସଲ୍‌ଫେଟ୍ ହାଇଡ୍ରୋଜେନ
ଅଧାତୁଗୁଡ଼ିକ ଅମ୍ଳ ସହିତ ପ୍ରାୟତଃ ପ୍ରତିକ୍ରିୟା କରନ୍ତି ନାହିଁ ।
BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ 1

BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ

ବି.ଦ୍ର. : ଆୟୋଡ଼ିନ୍ ଓ ଅମ୍ଳଜାନ ମଧ୍ୟରେ କୌଣସି ପ୍ରତିକ୍ରିୟା ଘଟେ ନାହିଁ ।
(d) ଧାତୁର କ୍ଷାରସହ ପ୍ରତିକ୍ରିୟା –
(i) କେତେକ ଧାତୁ ଓ ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ (କ୍ଷାର) ମଧ୍ୟରେ ପ୍ରତିକ୍ରିୟା ସଂଘଟିତ ହୋଇ ହାଇଡ୍ରୋଜେନ୍ ସୃଷ୍ଟି ହୁଏ । ଉକ୍ତ ହାଇଡ୍ରୋଜେନ୍‌ର ଦହନ ଯୋଗୁଁ ‘ପପ୍’ ଶବ୍ଦ ସୃଷ୍ଟି ହୁଏ ।
(ii) ଆଲୁମିନିୟମ୍, ଜିଙ୍କ୍, ସୀସା କ୍ଷାରସହ ପ୍ରତିକ୍ରିୟା କରି ଧାତୁର ଲବଣ ଓ ଉଦ୍‌ଜାନ ଗ୍ୟାସ ସୃଷ୍ଟି କରନ୍ତି ।
(iii) ଅଧାତୁ ଓ କ୍ଷାର ମଧ୍ୟରେ ସଂଘଟିତ ପ୍ରତିକ୍ରିୟା ଅତି ଜଟିଳ ।

(e) ଧାତୁର ଲବଣ ସହ ପ୍ରତିକ୍ରିୟା।-
କେତେକ ଧାତୁ ଲବଣ ସହ ପ୍ରତିକ୍ରିୟା କରି ସେଥୁରୁ ଧାତୁକୁ ବିସ୍ଥାପିତ କରିଥାଏ । ଅଧିକ କ୍ରିୟାଶୀଳ ଧାତୁ କମ୍ ପ୍ରତିକ୍ରିୟାଶୀଳ ଧାତୁର ଲାବଣର ଦ୍ରବଣରୁ କମ୍ ପ୍ରତିକ୍ରିୟାଶୀଳ ଧାତୁକୁ ବିସ୍ଥାପିତ କରି ନିଜେ ସେହି ସ୍ଥାନ ଅଧିକାର କରେ । ଏହି ପ୍ରତିକ୍ରିୟାକୁ ବିସ୍ଥାପିତ ପ୍ରତିକ୍ରିୟା କୁହାଯାଏ ।

(i) CuSO4 + Zn → ZnSO4 + Cu (କପର ସଲ୍‌ଫେଟ୍ + ଦସ୍ତା → ଦସ୍ତା ସଲ୍‌ଫେଟ୍ + କପର)
ଏହି ପ୍ରତିକ୍ରିୟାରେ Zn ଖଣ୍ଡର କିଛି ଅଂଶ CuSO4 ଯୌଗିକର Cuକୁ ବିସ୍ଥାପିତ କରି ତାହାର ସ୍ଥାନ ଅଧିକାର କରେ, ଯଦ୍ବାରା CuSO4 ଓ Cu ସୃଷ୍ଟି ହୁଏ । ଏହି ପ୍ରତିକ୍ରିୟାକୁ ବିସ୍ଥାପନ ପ୍ରତିକ୍ରିୟା (Displacement Reaction) କୁହାଯାଏ । ଏଥ‌ିରେ ଥ‌ିବା ଦ୍ରବଣର ନୀଳରଙ୍ଗ ଈଷତ୍ ସବୁଜ ରଙ୍ଗ ହୋଇଯାଏ ।

(ii) ଲୁହା ଧାତୁ କପର ସଲ୍‌ଫେଟ୍ ଦ୍ରବଣରୁ ତମ୍ବା ଧାତୁକୁ ବିସ୍ଥାପିତ କରେ ।
CuSO4 + Fe → FeSO4 + Cu (କପର ସଲ୍‌ଫେଟ୍ + ଲୁହା → ଲୌହ ସଲ୍‌ଫେଟ୍ + କପର)
ଏହି ପ୍ରତିକ୍ରିୟାରେ Fe, CuSO4 ଯୌଗିକର Cuକୁ ବିସ୍ଥାପିତ କରି ତାହାର ସ୍ଥାନ ଅଧିକାର କରେ, ଯଦ୍ବାରା 4 ଓ Cu ସୃଷ୍ଟି ହୁଏ । ଏହି ପ୍ରତିକ୍ରିୟା ମଧ୍ୟ ବିସ୍ଥାପନ ପ୍ରତିକ୍ରିୟାର ଉଦାହରଣ ଅଟେ ।

(iii) FeSO + Zn → ZnSO4 + Fe
ଈଷତ୍ ସବୁଜ ରଙ୍ଗର ଦ୍ରବଣ

ଏହି ପ୍ରତିକ୍ରିୟାରେ Zn, FeSO4 ଯୌଗିକର Fe କୁ ବିସ୍ଥାପିତ କରି ତାହାର ସ୍ଥାନ ଅଧୁକାର କରେ, ଯଦ୍ବାରା ZnSO4 ଓ Fe ସୃଷ୍ଟି ହୁଏ । ଏହି ପ୍ରତିକ୍ରିୟା ମଧ୍ୟ ‘ବିସ୍ଥାପନ ପ୍ରତିକ୍ରିୟା’ର ଆଉ ଏକ ଉଦାହରଣ ଅଟେ । ଏଥ‌ିରେ ଥ‌ିବା ଦ୍ରବଣର ଈଷତ୍ ସବୁଜ ରଙ୍ଗ ବଣ୍ଟିହୀନ ହୋଇଯାଏ ଏବଂ ଏଥିରେ ପକାଯାଇଥିବା Zn ଖଣ୍ଡ ଉପରେ ଧଳା ରଙ୍ଗର ଆବରଣ ଦେଖାଯାଏ । ଅଧିକ କ୍ରିୟାଶୀଳ ଧାତୁ କମ୍ ପ୍ରତିକ୍ରିୟାଶୀଳ ଧାତୁର ଲବଣର ଦ୍ରବଣରୁ ସେହି ଧାତୁକୁ ବିସ୍ଥାପିତ କରି ନିଜେ, ସେହି ସ୍ଥାନ ଅଧୁକାର କରେ; ଯାହାଫଳରେ ନୂତନ ଲବଣ ଓ ନୂତନ ଧାତୁ ସୃଷ୍ଟି ହୁଏ । ଅଧାତୁ ଓ ଲବଣ ମଧ୍ଯରେ ସାଧାରଣତଃ ପ୍ରତିକ୍ରିୟା ସଂଘଟିତ ହୁଏ ନାହିଁ ।

→ ଧାତୁ ଓ ଅଧାତୁଗୁଡ଼ିକର ଉପଯୋଗିତା (Uses of Metals and Non-metals) :
(i) ଉଭୟ ପ୍ରାଣୀ ଶରୀର ଓ ଉଭିଦ ଶରୀର ଅନେକ ଧାତୁ ଓ ଅଧାତୁର ଯୌଗିକରେ ଗଢ଼ା ହୋଇଛି ।
(ii) ବଞ୍ଚିରହିବାପାଇଁ ସୋଡ଼ିୟମ୍, ପୋଟାସିୟମ୍, କାଲସିୟମ୍, ଆଇରନ୍, କପର, ଜିଙ୍କ୍ ଆଦି ଧାତୁ ଏବଂ ହାଇଡ୍ରୋଜେନ୍, ନାଇଟ୍ରୋଜେନ୍, ଅକ୍‌ସିଜେନ୍, କାର୍ବନ, ଫସ୍‌ଫରସ୍, ସଲ୍‌ଫର୍, ଆୟୋଡିନ୍ ଆଦି ଅଧାତୁ
(iii) ଶ୍ଵାସକ୍ରିୟା ଓ ଦହନ ପାଇଁ ଅକ୍ସିଜେନ୍ ଆବଶ୍ୟକ ।
(iv) ଜଳ, ହାଇଡ୍ରୋଜେନ୍ ଓ ଅକ୍‌ସିଜେନ୍‌ର ଯୌଗିକ ଅଟେ ।
(v) ସବୁଜ ଉଭିଦ ବାୟୁରୁ କାର୍ବନ ଡାଇଅକ୍‌ସାଇଡ୍ (ଅଙ୍ଗାରକାମ୍ଳ) ଓ ମୃତ୍ତିକାରୁ ଜଳ ଅବଶୋଷଣ କରି ସଂଶ୍ଳେଷଣ ପ୍ରକ୍ରିୟାଦ୍ଵାରା ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରିଥାଏ । ଏହା କେତେକ ଜୀବଙ୍କର ପ୍ରତ୍ୟକ୍ଷ ଖାଦ୍ୟ ଅଟେ ଏବଂ ଅବଶିଷ୍ଟ ଜୀବଙ୍କର ପରୋକ୍ଷ ଖାଦ୍ୟ ଅଟେ ।
(vi) ଆମର ସମସ୍ତ ଖାଦ୍ୟ ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଭିଟାମିନ୍ ଓ ଜଳ – ଏସବୁ ଧାତୁ ଓ ଅଧାତୁରେ ତିଆରି ପଦାର୍ଥ ।
(vii) ପ୍ରକୃତିରୁ ଉପଲବ୍‌ଧ ଔଷଧ, ତନ୍ତୁ, ରବର, ଅଠା, ଜୀବାଶ୍ମ ଇନ୍ଧନ ଆଦି ଧାତୁ ଓ ଅଧାତୁରୁ ପ୍ରସ୍ତୁତ ହୁଏ । ମନୁଷ୍ୟକୃତ ଔଷଧ, କୀଟନାଶକ ଔଷଧ, ରାସାୟନିକ ସାର, କୃତ୍ରିମ ତନ୍ତୁ, ପ୍ଲାଷ୍ଟିକ ଆଦି ମଧ୍ଯ ଧାତୁ ଓ ଅଧାତୁରୁ , ସୃଷ୍ଟି ହୋଇଥାଏ ।
(viii) କଳକାରଖାନା, ଇଞ୍ଜିନ୍ ଇତ୍ୟାଦିରେ ବ୍ୟବହୃତ ଯନ୍ତ୍ରପାତି, ଅଟୋମୋବାଇଲ୍, ଉଡ଼ାଜାହାଜ, ଟ୍ରେନ୍, କୃତ୍ରିମ ଉପଗ୍ରହ ଇତ୍ୟାଦିର ଅଂଶ ତିଆରି କରିବାରେ ତଥା ବିଭିନ୍ନ ଘରକରଣା ଜିନିଷ ରନ୍ଧନ ପାତ୍ର, ବାସନକୁସନ,

BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ 2
BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ 3
BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ 4
BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ 5

ବିଷୟଭିତ୍ତିକ ଶବ୍ଦାବଳୀ :
BSE Odisha 8th Class Science Notes Chapter 4 ଧାତୁ ଓ ଅଧାତୁ 6

BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ

Odisha State Board BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ Textbook Exercise Questions and Answers.

BSE Odisha Class 6 Odia Solutions Chapter 4 ଶରତ-ନଈ-କୂଳେ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
କବିତାର ଗୋଟିଏ ଲେଖାଏଁ ପଦ ଆବୃତ୍ତି କର ।
Answer:
ଶିକ୍ଷକ/ଶିକ୍ଷିକାମାନେ ଏହି କବିତାରୁ ଗୋଟିଏ ଲେଖାଏଁ ପଦ ଆବୃତ୍ତି କରିବାକୁ ଛାତ୍ରଛାତ୍ରୀମାନଙ୍କୁ କହିବେ ।

Question ୨ ।
କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦକୁ ଆବୃତ୍ତି କର ।
(କ) ବଗ ଶିକାର ପାଇଁ ବସିଛି ।
Answer:
ସୁଅର ଏକ ପାଶେ
ମଉନ ବକ ବସିଛି ତାର
ଶିକାର ଅଭିଳାଷେ ।

ପାଉଛି ଯାହା, ଅତୁଳ ସୁଖେ
ଦେଉଚି ଭରି ଆପଣା ମୁଖେ ।

ଗେଣ୍ଡାଳିଆ
ଝାମ୍ପ ମାରି
ଉଠାଇ ନୀଳାକାଶେ ।

(ଖ) ଶଙ୍ଖଚିଲ ଆକାଶରେ ଉଡୁଛି ।
Answer:
ସେତିକି ବେଳେ ତହିଁ
ଶଙ୍ଖଚିଲ ଉଠଇ ଡାକି
ଆକାଶେ ରହି ରହି ।

ଦୂରେ ଯେ ଥିଲେ ବାଳକ ଦଳ
ଉଚ୍ଚ ମିଳି ତୋଳିଲେ ସ୍ବର,

‘ହେଇ ରେ ଭାଇ
ବିଜୟ-ଶିରୀ,
ଦେଖରେ ଦେଖ ଭାଇ ।’

(ଗ) ଗୋପାଳ ପିଲା ବଂଶୀ ବଜାଉଛି ।
Answer:
ନଈର ଆର ପାରେ
ଦିଶୁଛି ଗାଈ ବାଛୁରୀ ପଲ
ସବୁଜ ପଡ଼ିଆରେ ।

ଗୋପାଳ ପୁଅ ସେଇଠି କାହିଁ
ବଇଁଶୀ ସୁରେ ଦେଉଛି ଗାଇ,

ମୂର୍ଚ୍ଚନାଟି
ଉଠୁଚି ମାତି
ସତେ କି ତାଳେ ତାଳେ ।

(ଘ) ଶରତ -ଆକାଶରେ ନୀଳମେଘ ଅତି ସୁନ୍ଦର ଦେଖାଯାଉଛି ।
Answer:
ଶରତ ଲଗନରେ
ସୁନୀଳ ଏକ ବଉଦ ଉଡ଼େ
ଧୂସର ଗଗନରେ ।

ଉପରେ ମେଘ, ତଳେ ଏ ନଈ
ମନରେ ମୋର ଦିଅଇ କହି

‘ସୃଷ୍ଟି ଧାମେ
ସୁଷମା ଆମେ
ଭରୁଚୁ ଜୀବନରେ ।’

BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ

Question ୩।
ନିମ୍ନଲିଖୂ ବାକ୍ୟଗୁଡ଼ିକୁ ଉତ୍ତର ମନେକରି ଏଗୁଡ଼ିକ ପାଇଁ କେତୋଟି ପ୍ରଶ୍ନ ପ୍ରସ୍ତୁତ କର ।
(କ) କବି ଶରତ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ ।
Answer:
(୧) କିଏ ଶରତ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ ?
(୨) କବି କେଉଁ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ ?
(୩) କବି ଶରତ ଋତୁରେ କେଉଁଠି ବସିଥିଲେ ?

(ଖ) ନଈର ଜଳଧାରା ମନୋହର ଦେଖାଯାଉଛି ।
Answer:
(୧) କାହାର ଜଳଧାରା ମନୋହର ଦେଖାଯାଉଛି ?
(୨) କ’ଣ ମନୋହର ଦେଖାଯାଉଛି ?
(୩) ନଈର ଜଳଧାରା କିପରି ଦେଖାଯାଉଛି ?

(ଗ) ବଗ ନଈ ସୁଅର ଗୋଟିଏ ପଟେ ଶିକାର ପାଇଁ ବସିଛି ।
Answer:
(୧) କିଏ ନଈ ସୁଅର ଗୋଟିଏ ପଟେ ଶିକାର ପାଇଁ ବସିଛି ?
(୨) ବଗ କେଉଁଠି ଶିକାର ପାଇଁ ବସିଛି ?
(୩) ବଗ ନଈ ସୁଅର ଗୋଟିଏ ପଟେ କ’ଣ ପାଇଁ ବସିଛି ?

(ଘ) ନଈକୂଳରେ ଶେଫାଳୀ ଫୁଲ ଫୁଟିଛି ।
Answer:
(୧) ନଈକୂଳରେ କେଉଁ ଫୁଲ ଫୁଟିଛି ?
(୨) ଶେଫାଳୀ ଫୁଲ କେଉଁଠି ଫୁଟିଛି ?

୪। ସବୁଜ କୋଳ, ମଉନ ବକ, ଧୀର ସମୀର ଶବ୍ଦରେ ଥ‌ିବା ବିଶେଷ୍ୟ ପଦଗୁଡ଼ିକ ଲେଖ ।
Answer:
ବିଶେଷ୍ୟ ପଦଗୁଡ଼ିକ ହେଲା – କୋଳ, ବକ, ସମୀର ।

୫। ନିମ୍ନଲିଖ ପ୍ରତ୍ୟେକ ଶବ୍ଦର ଅର୍ଥ ବୁଝାଉଥବା ଆଉ ଗୋଟିଏ ଶବ୍ଦ ଲେଖ ।
ନୟନ, ଢେଉ, ଗଛ, ଭ୍ରମର, ଜଳ, ସମୀର, ଶେଫାଳୀ
Answer:
ନୟନ – ଚକ୍ଷୁ, – ଢେଉ – ତରଙ୍ଗ, ଗଛ – ପାଦପ, ଭ୍ରମର – ଅଳି, ଜଳ – ନୀର, ସମୀର – ବାୟୁ, ଶେଫାଳୀ – ଗଙ୍ଗଶିଉଳି ।

Question ୬।
କବିତାରେ ଥ‌ିବା ପଦରୁ ଗୋଟିଏ ଧାଡ଼ି ଦିଆଯାଇଛି । ପରବର୍ତ୍ତୀ ଧାଡ଼ିକି ପୂରଣ କର ।
(କ) ମଧୁର ତାର ମହକ ରାଶି ___________________ ।
Answer:
ମଧୁର ତାର ମହକ ରାଶି ପବନ ସାଥେ ଆସୁଚି ଭାସି

(ଖ) ଦୂରେ ଯେ ଥିଲେ ବାଳକ ଦଳ ___________________ ।
Answer:
ଦୂରେ ଯେ ଥିଲେ ବାଳକ ଦଳ ଉଚ୍ଚ ମିଳି ତୋଲିଲେ ସୁର।

(ଗ) ସୁଅର ଏକ ପାଶେ ___________________ ।
Answer:
ସୁଅର ଏକ ପାଶେ ମଉନ ବକ ବସିଛି ତାର ଶିକାର ଅଭିଳାଷେ ।

(ଘ) ହଲାଇ ଗଛ ପତରରାଶି ___________________ ।
Answer:
ହଲାଇ ଗଛ ପତରରାଶି ସମୀର ଧୀରେ ପଡ଼ଇ ଝାସି ।

Question ୭।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ଚକର, ଲଗନ, ମଉନ, ମୂରୁଛନା
Answer:

ପଦ୍ୟରୂପ ଗଦ୍ୟରୂପ
ଚକର ଚକ୍ର
ଲଗନ ଲଗ୍ନ
ମଉନ ମୌନ
ମୂରୁଛନା ମୂଚ୍ଛନା

BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ

୮। ‘ନୀଳ’ ଶବ୍ଦ ପୂର୍ବରୁ ‘ସୁ’ ଯୋଡ଼ିଲେ ସୁନୀଳ ହୁଏ । ସେହିପରି ‘ସୁ’ ଲଗାଇ ଆଉ ତିନିଗୋଟି ଶବ୍ଦ ତିଆରି କର ।
Answer:
ସୁପୁତ୍ର, ସୁଜନ, ସୁଗମ ।

Question ୯।
ତଳେ ଦିଆଯାଇଥ‌ିବା ପଦଟିରୁ ସ୍ଵରବର୍ଣ୍ଣଗୁଡ଼ିକୁ ବାଛି ଲେଖ ।
ସୁଅର ଏକ ପାଶେ
ମଉନ ବକ ବସିଛି ତାର
ଶିକାର ଅଭିଳାଷେ ।
Answer:
ଅ, ଏ, ଉ, ଆ, ଇା

ତୁମ ପାଇଁ କାମ:

  • କବି ରାଧାମୋହନ ଗଡ଼ନାୟକଙ୍କ ରଚିତ କବିତା ବହିଗୁଡ଼ିକର ନାମ ସଂଗ୍ରହ କର ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଏହି କବିତାରେ ବଗ ଓ ଗେଣ୍ଡାଳିଆଙ୍କର କାର୍ଯ୍ୟ କଥା କିପରି ବର୍ଣ୍ଣନା ହୋଇଛି ?
Answer:
ସେହି ନଈ ସୁଅର ଏକ ପାଖରେ ବଗଟିଏ ମଉନରେ ଶିକାର ପାଇଁ ବସିଛି । ସେ ଯାହା ପାଉଛି, ତାହାକୁ ଅତି ଆନନ୍ଦରେ ଆପଣାର ମୁହଁରେ ଭରିଦେଉଛି । ଗେଣ୍ଡାଳିଆଟିଏ ଝାମ୍ପ ମାରି ନୀଳ ଆକାଶକୁ ଉଠିଯାଉଛି ।

(ଖ) ନଈ ଆରପାରିରେ ଗୋପାଳ ପୁଅ କ’ଣ କରୁଛି ?
Answer:
ନଈ ଆରପାରିରେ ଥ‌ିବା ସବୁଜ ଘାସ ପଡ଼ିଆରେ ଗାଈବାଛୁରୀ ପଲ ଦିଶୁଛନ୍ତି । ଗୋପାଳ ପୁଅ ସେଇଠି ଥାଇ ବଂଶୀର ସ୍ଵରରେ ଗୀତ ଗାଇ ଅପୂର୍ବ ମୂର୍ଦ୍ଧନା ତୋଳୁଛି ।

(ଗ) ଶେଫାଳୀ ଫୁଲର ବର୍ଣ୍ଣନା କବି କିପରି କରିଛନ୍ତି ?
Answer:
ନଈର ଏଇ କୂଳରେ ଦୂରରେ ଶେଫାଳୀ ଫୁଲ ଫୁଟିଛି । ତା’ର ମଧୁର ମହକ ପବନରେ ଭାସିଆସି କବିଙ୍କୁ ବେଶ୍ ଭାବବିହ୍ବଳ କରିଦେଉଛି।

(ଘ) ଶଙ୍ଖଚିଲକୁ ଦେଖୁ ପିଲାମାନେ କ’ଣ କହୁଛନ୍ତି ?
Answer:
ଆକାଶରେ ଶଙ୍ଖଚିଲ ଉଡ଼ିବୁଲିଲାବେଳେ ରହି ରହି ଡାକୁଛି। ଦୂରରେ ଥିବା ବାଳକମାନେ ତାକୁ ଦେଖୁ ଉଚ୍ଚସ୍ୱରରେ କହିବାରେ ଲାଗିଲେ, ‘ହେ ଭାଇ, ବିଜୟର ସମ୍ପଦ ଏହାକୁ ଦେଖ ।’’

(ଙ) ଶରତ ଆକାଶରେ ନୀଳମେଘ କଥା କିପରି ବର୍ଣ୍ଣନା ହୋଇଛି ?
Answer:
ଶରତ ଋତୁର ସେହି ଧୂସର ଆକାଶରେ ନୀଳମେଘ ଖଣ୍ଡେ ଉଡ଼ି ଉଡ଼ି ଯାଉଛି । ଉପରେ ମେଘର ଦୃଶ୍ୟ ଓ ତଳେ ନଦୀ ବହିଯାଉଥିବାର ଦୃଶ୍ୟ ବେଶ୍ ମନୋରମ ଦିଶୁଛି ।

(ଚ) କବିଙ୍କର ଆଖ୍କୁ ଭ୍ରମର ସହିତ ତୁଳନା କରାଯାଇଛି କାହିଁକି ?
ଭ୍ରମର ଯେପରି ଫୁଲ ଉପରେ ବସିବାପାଇଁ ସବୁ ଜାଗା ଖୋଜିବୁଲେ, ସେହିପରି କବିଙ୍କର ଆଖ୍ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବାପାଇଁ ବ୍ୟାକୁଳ ହୋଇଉଠୁଛ୍ଠା ତେଣୁ ନୟନକୁ ଭ୍ରମର ସହିତ ତୁଳନା କରାଯାଇଛି।

BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ସୃଷ୍ଟିରେ କିଏ ସୁଷମା ଭରୁଛନ୍ତି ବୋଲି କହୁଛନ୍ତି ?
Answer:
ଶରତ ଋତୁରେ କବି ନଦୀକୂଳର ଏକ ଆମ୍ବ ଗଛ ଛାଇରେ ବସିଥିଲେ । ସେ ଅନୁଭବ କରିଥିଲେ ଯେ ଧୂସର ଆକାଶରେ ଭାସି ଯାଉଥ‌ିବା ମେଘ ଓ ତଳେ ବହିଯାଉଥ‌ିବା ନଈ ଯେପରି ତାଙ୍କ କାନରେ ସୃଷ୍ଟିର ସୁଷମା

(ଖ) କବିଙ୍କ ନୟନ କାହାର ମାଧୁରୀ ଚାଖି ବୁଲୁଥିଲା ?
Answer:
କବି ଶରତ ଋତୁରେ ନଦୀକୂଳରେ ବସି ପ୍ରକୃତିର ସବୁଜିମା ଦେଖି ବିହ୍ବଳ ହୋଇ ପଡ଼ିଥିଲେ । ତାଙ୍କର ନୟନ ଏକ ଭ୍ରମର ପରି ପ୍ରକୃତିର ସୁଷମା ମାଧୁରୀ ଚାଖି ବୁଲୁଥିଲା ।

(ଗ) ଜଳଧାରା ନିକଟରେ ବଗଟିଏ ବସି କ’ଣ କରୁଛି ?
Answer:
ଜଳଧାରା ନିକଟରେ ବଗଟିଏ ମାଛ ଶିକାର ଆଶାରେ ମଉନ ହୋଇ ବସିରହିଛି । ଯେତେବେଳେ ଯାହା ମିଳୁଛି ତାହାକୁ ସିଏ ପରମ ସୁଖରେ ପାଟି ଭିତରେ ପୂରାଇ ଦେଉଛି ।

(ଘ) ନଈ ଆରପାରିରେ କବି କ’ଣ ଦେଖିଛନ୍ତି ?
Answer:
କବି ନଈ ଆରପାରିରେ ସବୁଜ ପଡ଼ିଆରେ ଗାଈ ବାଛୁରୀ ପଲ ଚରୁଥିବାର ଦେଖିଛନ୍ତି । ଗୋପାଳ ବାଳକଟିଏ ସେଠାରେ କେଉଁଠି ରହି ଅପୂର୍ବ ମୂଚ୍ଛନା ତୋଳି ବଂଶୀ ବଜାଉଛି ।

(ଙ) ଶେଫାଳୀ ଫୁଲଟି କେଉଁଠି ଫୁଟିଛି ଓ ତା’ର ମହକ କିପରି ଭାସି ଆସୁଛି ?
Answer:
ଶେଫାଳୀ ଫୁଲଟି ବହୁତ ଦୂରରେ ନଦୀର ଏଇପାଖ କୂଳରେ ଫୁଟିଛି । ତା’ର ମଧୁର ମହକ ପବନରେ ଭାସି ଭାସି କବିଙ୍କ ନିକଟକୁ ଚାଲି ଆସୁଛି।

Question ୩।
ସରଳାର୍ଥ ଲେଖ ।
(କ) ନୟନ ମମ ଭ୍ରମର ସମ
ମାଧୁରୀ ଚାଖୁ ବୁଲେ ।
Answer:
ନୟନ ମମ ……………………….. ଚାଖି ବୁଲେ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଶରତ-ନଈ-କୂଳେ’ କବିତାରୁ ସଂଗୃହୀତ । ଏଠାରେ କବି ଡକ୍ଟର ରାଧାମୋହନ ଗଡ଼ନାୟକ ଶରତକାଳୀନ ପ୍ରାକୃତିକ ଶୋଭାଶ୍ରୀକୁ ଦେଖ୍ କିପରି ଆତ୍ମହରା ହୋଇଛନ୍ତି, ତାହା ବର୍ଣ୍ଣିତ ହୋଇଛି । ଶରତ ଋତୁରେ କବି ନଈକୂଳରେ ଥିବା ଏକ ଆମ୍ବଗଛର ସୁନ୍ଦର ଛାଇରେ ବସିଥିଲେ । ଚତୁର୍ଦ୍ଦିଗରେ ପ୍ରକୃତିର ସବୁଜିମାଭରା ଶୋଭାକୁ ଦେଖୁ ତାଙ୍କର ମନ ଆନ୍ଦୋଳିତ ହୋଇଛି । ସେ ସେହି ଅପୂର୍ବ ଶୋଭାଶ୍ରୀକୁ ଅବଲୋକନ କରି ଆତ୍ମବିଭୋର ହୋଇପଡ଼ିଛନ୍ତି । ନିଜର ଚକ୍ଷୁଯୁଗଳ ଭ୍ରମର ପରି ସେହି ଶୋଭାର ମାଧୁର୍ଯ୍ୟକୁ ଚାଖବାପାଇଁ ଘୂରି ବୁଲୁଛି । ଶରତର ଏଇ ନଦୀକୂଳର ଦୃଶ୍ୟ ବେଶ୍ ମନୋରମ ହୋଇଥିବାରୁ ସାମୟିକଭାବେ କବିଙ୍କର ଦୃଷ୍ଟି ସେହିଆଡ଼କୁ ଆକର୍ଷିତ ହୋଇଯାଇଛି । ବାସ୍ତବରେ କବିଙ୍କର ଏଇ ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି ।

(ଖ) ‘ଆବେଗ-ଭୋଳ ଚିତ୍ତ ମୋର ତାହାରି ସାଥେ ଘୂରେ’’
Answer:
ଆବେଗ-ଭୋଳ ………………………….. ଘୂରେ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଶରତ-ନଈ-କୂଳେ’ କବିତାରୁ ସଂଗୃହୀତ । ଏଠାରେ କବି ଡକ୍ଟର ରାଧାମୋହନ ଗଡ଼ନାୟକ ଶେଫାଳୀ ଫୁଲର ମଧୁର ମହକରେ କିପରି ବିଭୋର ହୋଇଛନ୍ତି, ତାହା ବର୍ଣ୍ଣନା କରିଛନ୍ତି । ଶରତ ଋତୁରେ କବି ଏକ ନଈକୂଳେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅବଲୋକନ କରୁଥିଲେ । ନଈର ଆରପଟରେ ଗୋପାଳ ବାଳକର ବଂଶୀର ମଧୁର ମୂର୍ଚ୍ଚନା ଯେପରି କବିକୁ ଆନମନା କରିଛି, ସେହିପରି ନଈର ଏପଟ କୂଳରେ ଦୂରରେ ଫୁଟିଥିବା ଶେଫାଳୀ ଫୁଲର ମହକ ମଧ୍ୟ ବେଶ୍ ବିଭୋର କରିଛି। ଶେଫାଳୀ ବହୁଦୂରରେ ଫୁଟିଛି, ହେଲେ ତା’ର ସୁମଧୁର ମହକ ପବନରେ ଭାସି ଆସି କବିକୁ ଆନମନା କରୁଛି । ଫୁଲକୁ ନ ଦେଖ‌ିଲେ ମଧ୍ୟ ତାହାର ମହକକୁ ପବନ ମାଧ୍ୟମରେ ଗ୍ରହଣ କରି କବିଙ୍କର ହୃଦୟ ବେଶ୍ ବିଭୋର ହୋଇ ଉଠୁଛି । ଏପରିକି ଶେଫାଳୀର ବାସ୍ନା ସହିତ କବିଙ୍କର ହୃଦୟ ପାଗଳି ପରି ଘୂରିବୁଲୁଛି । ବାସ୍ତବରେ କବିଙ୍କର ଏହି ବର୍ଣ୍ଣନା ବେଶ୍ ମନୋମୁଗ୍ଧକର ଓ ଭାବଗର୍ଭକ ହୋଇପାରିଛି ।

(ଗ) ମୂହଁନାଟି ଉଠୁଛି ମାତି ସତେ କି ତାଳେ ତାଳେ ।
Answer:
ମୂହଁନାଟି ……………………….. ତାଳେ ତାଳେ ।
ଶଂସିତ ପଦ୍ୟାଶଟି କବି ଡ. ରାଧାମୋହନ ଗଡ଼ନାୟକଙ୍କ ଲିଖିତ ‘ଶରତ-ନଈ-କୂଳ ଶୀର୍ଷକ କବିତାରୁ ଆନୀତ । ଉକ୍ତ ପ୍ରସଙ୍ଗରେ କବି ନଦୀର ଅପରପାର୍ଶ୍ଵରେ ଦୃଶ୍ୟମାନ ଦୃଶ୍ୟାବଳୀ ବିଷୟରେ ସୂଚନା ପ୍ରଦାନ କରିଛନ୍ତି । କବି ଶରତ ଋତୁର କୌଣସି ଏକ ଦିନରେ ନଈକୂଳେ ଆମ୍ବଗଛର ଛାଇ ତଳେ ବସିଛନ୍ତି । ସେଠାରେ ବସି ସେ ନଈର ଓ ନଈ ଦୁଇପାଖର ଶୋଭା ଅବଲୋକନ କରିଛନ୍ତି । ପ୍ରକୃତିର ଶୋଭାସମ୍ପଦ ତାଙ୍କ ଚିତ୍ତକୁ ଭାବବିହ୍ଵଳ କରିଦେଉଛି । କବିଙ୍କର ଦୃଷ୍ଟି ଧୀରେ ଧୀରେ ନଦୀ ଅପର ପାର୍ଶ୍ଵକୁ ପ୍ରସରି ଯାଇଛି । ନଈ ଆରପାରିରେ ସବୁଜ ପଡ଼ିଆରେ ଚରୁଥିବା ଗାଈ ବାଛୁରୀପଲ ତାଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେଠାରେ କେଉଁଠି ଗୋପାଳ ବାଳକଟିଏ ଅଛି । ସେ ବଂଶୀ ବଜାଉଛି । ସେହି ବଂଶୀର ମୂର୍ଦ୍ଧନାର ତାଳେ ତାଳେ କବିଙ୍କ ମନ ନାଚି ଉଠିଛି । ସେ ଆତ୍ମବିଭୋର ହୋଇ ପଡ଼ିଛନ୍ତି । କବିଙ୍କ ବର୍ଣ୍ଣନା ବାସ୍ତବରେ ମନଛୁଆଁ ହୋଇପାରିଛି ।

(ଘ) ଗୋଟିକି ଗୋଟି ପଡୁଛି ଲୋଟି ଚପଳ ଢେଉମାଳା ।
Answer:
ଗୋଟିକି ……………………… ଢେଉମାଳା ।
ଶଂସିତ ପଦ୍ୟାଶଟି ରାଧାମୋହନ ଗଡ଼ନାୟକଙ୍କ ଲିଖିତ ‘ଶରତ-ନଈ-କୂଳେ ଶୀର୍ଷକ କବିତାରୁ ଉଦ୍ଧୃତ । ଏହି ପ୍ରସଙ୍ଗରେ କବି ଶରତ ଋତୁରେ ନଦୀର ଶୋଭା ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ଶରତ ଋତୁରେ କବି ନଈକୂଳର ଏକ ଆମ୍ବଗଛ ମୂଳେ ବସିଛନ୍ତି । ଗଛ ଛାଇତଳେ ବସି ସେ ପ୍ରାକୃତିକ ସୁଷମା ଉପଭୋଗ କରି ଚାଲିଛନ୍ତି । ନଈଟି କୁଳୁକୁଳୁ ନାଦକରି ବହିଯାଉଛି । ଛାଇ ଆଲୁଅ ତଳେ ପ୍ରବାହିତ ନଦୀର ଜଳଧାରା ଖୁବ୍ ସୁନ୍ଦର ଦେଖାଯାଉଛି । ପବନରେ ଗଛରୁ ପତ୍ରଗୁଡ଼ିକ ଧୀରେ ଧୀରେ ନଈ ଧାରରେ ଖସି ପଡୁଛି । ଗୋଟି ଗୋଟି ପତ୍ର ନଈର ଢେଉମାଳା ଦେହରେ ନାଚି ନାଚି ଭାସିଯାଉଛି । ଏହିସବୁ ଦୃଶ୍ୟ କବିଙ୍କ ହୃଦୟକୁ ସ୍ପର୍ଶ କରିଛି ଏ ପ୍ରସଙ୍ଗରେ କବିଙ୍କ ବର୍ଣ୍ଣନା ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।

BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ

Question ୪।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କବି ଶରତ ଋତୁରେ ଆମ୍ବଗଛ ମୂଳରେ ବସି ପ୍ରକୃତିର କି ଅପୂର୍ବ ଶୋଭା ଉପଭୋଗ କରୁଥିଲେ ?
Answer:
ଶରତ ଋତୁର ନିର୍ମଳ ଓ ସୁନ୍ଦର ପରିବେଶ ମନରେ ଭାବାନ୍ତର ସୃଷ୍ଟି କରେ । ଏଭଳି ଏକ ମନୋମୁଗ୍ଧକର ପରିବେଶ କବିଙ୍କୁ ସୌନ୍ଦର୍ଯ୍ୟ-ବିଳାସୀ କରିଛି । ସେ ନଦୀକୂଳରେ ଏକ ଆମ୍ବଗଛ ମୂଳରେ ବସି ପ୍ରକୃତିର ଶୋଭା ସନ୍ଦର୍ଶନ କରି ବିମୋହିତ ହୋଇଛନ୍ତି । ଫୁଲରୁ ମଧୁପାନ କରି ଭ୍ରମର ଆମୋଦିତ ହେବା ଭଳି କବିଙ୍କ ନୟନ ପ୍ରକୃତିର ରୂପ ମାଧୁରୀ ପାନ କରି ଆନନ୍ଦ ବିଭୋର ହୋଇଛି । ଛାଇ ଆଲୁଅ ତଳେ କ୍ଷୁଦ୍ର ନଦୀଟି ବହିଯାଉଛି । ଗଛରୁ ପତ୍ରମାନ ଖସିପଡ଼ି ଢେଉରେ ଭାସି ଦୂରକୁ ଦୂରକୁ ଯାଉଛି । ଜଳଧାରା ପାଖରେ ମଉନ ଭାବରେ ବଗଟିଏ ବସି ମୀନକୁ ଝାମ୍ପି ନେଉଛି । ଏସବୁ ଦୃଶ୍ୟକୁ କବି ଉପଭୋଗ କରୁଥିଲେ ।

(ଖ) ନଦୀର ଆରପାରିରେ କ’ଣ ଦେଖି କବି ଆତ୍ମବିଭୋର ହୋଇ ଉଠିଛନ୍ତି ?
Answer:
ଶରତ ଋତୁ ହେଉଛି ଶୋଭାର ଋତୁ। ଶରତର ଶାନ୍ତ ନିର୍ମଳ ପରିବେଶ ସମସ୍ତଙ୍କ ମନରେ ଭାବାନ୍ତର ସୃଷ୍ଟି କରିଥାଏ । କବିଙ୍କ ମନରେ ମଧ୍ୟ ଭାବାନ୍ତର ସୃଷ୍ଟି ହୋଇଛି । କବି ଦେଖିଛନ୍ତି ନଦୀର ଆରପାରିରେ ଗାଈ ବାଛୁରୀ ପଲ ସବୁଜ ପଡ଼ିଆରେ ଚରୁଛନ୍ତି । ଗୋପାଳ ବାଳକଟିଏ ସେଠାରେ ରହି ସୁମଧୁର ସ୍ଵରରେ ବଂଶୀ ବାଦନ କରୁଛି । ଆମୋଦିତ କରିଛି । ପ୍ରକୃତିର ଏଭଳି ଶୋଭା ତାଙ୍କ ହୃଦୟକୁ ବିହ୍ବଳିତ କରିଦେଇଛି ।

(ଗ) କବିଙ୍କ ଭାବୁକ ଚିତ୍ତ କାହା ସହ ଘୂରି ବୁଲିଛି ?
Answer:
ଶରତ ଋତୁର ଶୋଭା ପରିପୂର୍ଣ୍ଣ ପରିବେଶ କବିଙ୍କ ମନକୁ ଭାବବିହ୍ବଳ କରିଛି । କବି ନଈକୂଳରେ ଆମ୍ବଗଛ ମୂଳରେ ବସି ପ୍ରକୃତିର ଶୋଭା ନିରୀକ୍ଷଣ କରୁଛନ୍ତି । ତାଙ୍କ ଦୃଷ୍ଟି ପ୍ରସରି ଯାଇଛି ନଦୀକୂଳରେ ବହୁଦୂରରେ ଫୁଟିଥୁବା ଶେଫାଳୀ ଫୁଲ ଉପରକୁ । ସେଠାରୁ ଫୁଲର ମଧୁର ମହକ ପବନରେ କବିଙ୍କ ନିକଟକୁ ଭାସି ଆସୁଛି । ସେ ମହକ ଆଘ୍ରାଣରେ କବିଚିତ୍ତ ବିମୋହିତ ହୋଇଛି । ସେହି ମହକ ସହ ତାଙ୍କ ଭାବୁକ ଚିତ୍ତଟି ଘୂରି ବୁଲିଛି ।

(ଘ) ‘ଶରତ-ନଈ-କୂଳେ’ କବିତାରେ କବି ନଈର ଶୋଭା ବିଷୟରେ କି ବର୍ଣ୍ଣନା କରିଛନ୍ତି ?
Answer:
କବି ଡ. ରାଧାମୋହନ ଗଡ଼ନାୟକ ‘ଶରତ-ନଈ-କୂଳେ କବିତାରେ ନଈର ଉଭୟ ପାର୍ଶ୍ଵରେ ଦୃଶ୍ୟମାନ ଶୋଭାରାଶି ଉପରେ ଆଲୋକପାତ କରିଛନ୍ତି । ଶରତ ଋତୁର କୌଣ ସି ଏକ ଦିନରେ କବି ଏକ ଆମ୍ବଗଛ ମୂଳେ ବସି ଏହି ଶୋଭାରାଶିକୁ ଅବଲୋକନ କରି ଭାବବିହ୍ଵଳ ହୋଇଛନ୍ତି । ନଈର ସ୍ଵଚ୍ଛ ଜଳଧାରା ଛାଇ ଆଲୁଅ ତଳେ କୁଳୁକୁଳୁ ନାଦ କରି ବହିଯାଉଛି । ନଈର ସ୍ଵଚ୍ଛ ଜଳରାଶି ଧବଳ ହୀରକ ଭଳି ଦେଖାଯାଉଛି । ସୁଲୁସୁଲିଆ ପବନରେ ଗଛରୁ ପତ୍ରଗୁଡ଼ିକ ଜଳଧାରାରେ ଖସିପଡ଼ୁଛି । ନଈର ଚପଳ ତରଙ୍ଗରେ ସେଗୁଡ଼ିକ ନାଚି ନାଚି ବହୁଦୂରକୁ ଭାସି ଯାଉଛି । କବି ଏହି ଶୋଭାକୁ ଦର୍ଶନ କରି ଆତ୍ମହରା ହୋଇପଡ଼ିଛନ୍ତି ।

(ଙ) ବିଷୟରେ କବିତାରେ କ’ଣ କହିଛନ୍ତି ?
Answer:
ଶରତ ଋତୁର ଏକ ନିର୍ମଳ ଦିନରେ ବଗଟିଏ ମଉନ ହୋଇ ନଦୀକୂଳରେ ବସିଛି । ସେ ଶିକାର ଆଶାରେ ଏକ ଧ୍ୟାନରେ ନଦୀର ଜଳଧାରାକୁ ଚାହିଁ ରହିଛି । ଯେତେବେଳେ ସେ ଯାହା ଆହାର ପାଉଛି ସୁଖରେ ତାହାକୁ ପାଟିରେ ପୂରାଇ ଦେଉଛି । ଗେଣ୍ଡାଳିଆ ମଧ୍ୟ ଆହାର ସଂଗ୍ରହ ପାଇଁ ସେଠାରେ ଘୂରିବୁଲୁଛି । ସେ ଆହାର ପାଇଗଲେ ଝାମ୍ପମାରି ନୀଳାକାଶକୁ ଉଡ଼ିଯାଉଛି । ଶରତ ଋତୁରେ ପକ୍ଷୀମାନଙ୍କର ଖାଦ୍ୟସଂଗ୍ରହ ସହ ମନୋରମ ଜଳକ୍ରୀଡ଼ା କବି ପ୍ରାଣକୁ ଆମୋଦିତ କରିଛି । ସେ କବିତାରେ ଏହାକୁ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ।

(8) ମେଘ ଓ ନଈ କବିଙ୍କ ମନରେ କ’ଣ କହି ଦେଇଛନ୍ତି ?
Answer:
ଏକ ଶାରଦୀୟ ଦିବସରେ କବି ରାଧାମୋହନ ଗଡ଼ନାୟକ ନଈ ଓ ଆକାଶର ମନୋଲୋଭା ପ୍ରାକୃତିକ ସୁଷମାରେ ଆକୃଷ୍ଟ ହୋଇ ପଡ଼ିଛନ୍ତି । ସେ ନଈକୂଳର ଏକ ଆମ୍ବଗଛ ମୂଳରେ ବସି ଏସବୁ ଦୃଶ୍ୟ ଦେଖ୍ ଆନନ୍ଦ ପାଇଛନ୍ତି । ନଦୀର ସ୍ଵଚ୍ଛ ଜଳଧାରା, ଆକାଶର ନୀଳିମା ଓ ସମୀରର ଶୀତଳ ସ୍ପର୍ଶ ତାଙ୍କ ମନକୁ ହରଣ କରିନେଇଛି । ଶରତ ଲଗ୍ନରେ ଧୂସର ଗଗନରେ ବଉଦମାଳା ଭାସିବୁଲୁଛି । ଏହି ବଉଦମାଳାର ଠିକ୍ ତଳେ ନଈଟି କୁଳୁକୁଳୁ ନାଦ କରି ବହିଯାଉଛି । କବି ଅନୁଭବ କରିଛନ୍ତି ଯେ ଉପରେ ମେଘମାଳ ଓ ତଳେ ନଈ ସତେ ଯେପରି ତାଙ୍କୁ କହୁଛନ୍ତି ଯେ ସେମାନେ ପ୍ରକୃତିରେ ନାନା ସୁଷମା ଭରି ଦେଉଛନ୍ତି ।

(ଛ) କେଉଁ ମୂର୍ଚ୍ଚନା ତାଳେ ତାଳେ ମାତି ଉଠୁଥିଲା ?
Answer:
କବି ରାଧାମୋହନ ଗଡ଼ନାୟକ ଏକ ପ୍ରାକୃତିକ ପରିବେଶରେ ଶରତ ଋତୁର ନଦୀକୂଳରେ ଆନନ୍ଦ ଉପଭୋଗ କରୁଥିଲେ । ତାଙ୍କର ମନ ବିଭୋର ହୋଇଉଠୁଥିଲା । ନଈର ଜଳଧାରା, ଢେଉମାଳା, ନୀଳଆକାଶ ଓ ନଈର ଆରପାରିର ଦୃଶ୍ୟ ତାଙ୍କୁ ଅଶେଷ ଆନନ୍ଦ ଦେଉଥିଲା। ନଈର ଆରପାରିରେ ଗାଈ ବାଛୁରୀ ପଲ ସବୁଜ ଘାସ ପଡ଼ିଆରେ ଚରିବୁଲୁଥିଲେ। ଗୋପାଳ ପୁଅ ମଧୁର ସ୍ଵରରେ ବଇଁଶୀ ବଜାଉଥିଲା। ସେହି ବଇଁଶୀ ସ୍ଵରର ମୂର୍ଚ୍ଚନା ତାଳେ ତାଳେ ମାତି ଉଠୁଥିଲା।

କବି ପରିଚୟ:

ଡକ୍ଟର ରାଧାମୋହନ ଗଡ଼ନାୟକ (୧୯୧୧-୨୦୦୦) ଆଧୁନିକ ଓଡ଼ିଆ କାବ୍ୟ-ସାହିତ୍ୟରେ ଜଣେ ଶ୍ରେଷ୍ଠ ଛନ୍ଦକବି ଭାବରେ ସୁପରିଚିତ। ଅନୁଗୁଳର କଲଣ୍ଡାପାଳ ଗ୍ରାମରେ କବି ଜନ୍ମଗ୍ରହଣ କରିଥିଲେ। ତାଙ୍କ ରଚିତ ‘କୈଶୋରିକା’, ‘ଉତ୍କଳିକା’, ‘ଶାମୁକାର ସ୍ବପ୍ନ’, ‘ପଶୁପକ୍ଷୀର କାବ୍ୟ’ ଆଦି କବିତା ପୁସ୍ତକ ବେଶ୍ ଲୋକପ୍ରିୟ ହୋଇପାରିଛି । ‘ସୂର୍ଯ୍ୟ ଓ ଅନ୍ଧକାର’ କାବ୍ୟଗ୍ରନ୍ଥ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

କବିତାର ଆଦର୍ଶ:

ପଠିତ ‘ଶରତ-ନଈ-କୂଳେ’ କବିତାଟି କବିଙ୍କ ଲିଖ୍ ‘କୈଶୋରିକା’ କବିତା ଗ୍ରନ୍ଥରୁ ସଂଗୃହୀତ । ଶରତ ଋତୁରେ ପ୍ରକୃତିର ଶୋଭା ଅତୀବ ମନୋମୁଗ୍ଧକର । ବିଶେଷତଃ ଏହି ଋତୁରେ ନଈକୂଳରେ ଦୃଶ୍ୟମାନ ପ୍ରାକୃତିକ ଶୋଭାଶ୍ରୀ କବିଙ୍କୁ ବେଶ୍ ଆନମନା କରିଛି, ଯାହାକି ଉକ୍ତ କବିତାରେ ସ୍ଥାନ ପାଇଛି । ଶରତ ଋତୁରେ ନଦୀକୂଳରେ ଯେଉଁସବୁ ମନୋରମ ଦୃଶ୍ୟ ଦେଖ‌ିବାକୁ ମିଳେ, ତାହାହିଁ ଏ କବିତାରେ ବର୍ଣ୍ଣିତ ବିଷୟ ।

ସାରକଥା :

ଶରତ ଋତୁରେ ନଈକୂଳରେ ଥିବା ଏକ ସୁନ୍ଦର ଆମ୍ବଗଛର ଛାଇରେ କବି ବସିଛନ୍ତି । ପ୍ରକୃତିର ସବୁଜିମାଭରା ସୁନ୍ଦର ଦୃଶ୍ୟକୁ ଦେଖୁ ସେ ବେଶ୍ ବିଭୋର ହୋଇଉଠିଛନ୍ତି । ତାଙ୍କର ଆଖ୍ ଦୁଇଟି ଭ୍ରମର ପରି ସୌନ୍ଦର୍ଯ୍ୟକୁ ଦେଖ୍ ଚାଲିଛି । ଛାଇ ଆଲୁଅର ଲୁଚକାଳି ଖେଳ ମଧ୍ଯରେ ନଈର ଜଳଧାରା ବହିଚାଲିଛି ଓ ବେଶ୍ ମନୋହର ଦିଶୁଛି । ସେହି ନଈର ଲହରୀମାଳାରେ ପବନ ଧୀରେ ଧୀରେ ଗଛକୁ ହଲାଇ ପତ୍ରସବୁ ଝଡ଼ାଇ ପକାଇ ଦେଉଛି । ସେହି ନଈ ସୁଅର ଗୋଟିଏ ପାଖରେ ବଗଟିଏ ମଉନରେ ଶିକାର ଉଦ୍ଦେଶ୍ୟରେ ବସିଛି । ଯାହା ପାଉଛି, ବେଶ୍ ଆନନ୍ଦରେ ନିଜ ମୁହଁରେ ଭରି ଦେଉଛି। ଗେଣ୍ଡାଳିଆଟିଏ ସେଇ ନଈକୂଳରେ ଝାମ୍ପମାରି ନୀଳ ଆକାଶକୁ ଉଠିଯାଉଛି । ନଈ ଆରପାରିରେ ଗାଈବାଛୁରୀପଲ ସବୁଜ ପଡ଼ିଆରେ ଚରୁଥିବାର ଦେଖାଯାଉଛି । ସେହିଠାରେ ଗୋପାଳ ବାଳକ ରହି ବଂଶୀର ସ୍ଵରରେ ଗୀତ ଗାଉଛି, ଯାହାର ମାତିଉଠୁଛି ।

ନଈର ଏପଟରେ ଗଙ୍ଗଶିଉଳି ଫୁଲ ଫୁଟିଛି । ତା’ର ସୁମଧୁର ମହକ ପବନରେ ଭାସି ଆସୁଛି । ସେହି ସୁମଧୁର ମହକରେ କବିଙ୍କର ମନ ବିହ୍ଵଳ ହୋଇ ତା’ସହିତ ଘୂରି ବୁଲୁଛି । ସେହି ସମୟରେ ଆକାଶରେ ଶଙ୍ଖଚିଲ ଉଡ଼ିବୁଲି ରହି ରହି ଡାକୁଛି । ଦୂରରେ ଯେଉଁ ବାଳକମାନେ ଥିଲେ, ସେମାନେ ଉଚ୍ଚସ୍ବରରେ କହିଉଠିଲେ ‘ହେଇରେ ଭାଇ ! ବିଜୟ ସମ୍ପଦକୁ ଦେଖ ।’’ ଶରତର ଏଇ ଶୁଭ ଅବସରରେ ଧୂସର ଆକାଶରେ ସୁନୀଳ ବଉଦ ଉଡ଼ିଯାଉଛି । ଉପରେ ମେଘମାଳ, ତଳେ ନଈ ବହିଯାଉଛି । କବି କହୁଛନ୍ତି ଏପରି ଏକ ପରିବେଶକୁ ଦେଖୁ ମୋ ମନରେ ସତେ ଯେପରି କିଏ କହୁଛି ଏ ସୃଷ୍ଟିର ଜନଜୀବନରେ ଆମେ ସୌନ୍ଦର୍ଯ୍ୟକୁ ଭରିଦେଉଛୁ ।

କଠିନ ଶବ୍ଦାର୍ଥ :

  • ଛଇଳ – ସୁନ୍ଦର ।
  • ଆମ୍ରତରୁ – ଆମ୍ବଗଛ ।
  • ଭୋଳ – ବିହ୍ଵଳ ।
  • ନୟନ – ଆଖ୍ ।
  • ଭ୍ରମର – ଭଅଁର ।
  • ମମ – ମୋର ।
  • ସମ – ସମାନ ।
  • ମାଧୁରୀ – ମଧୁରତା ସୌନ୍ଦର୍ଯ୍ୟ ।
  • ପତରରାଶି – ପତ୍ରସମୂହ ।
  • ସମୀର – ପବନ ।
  • ଝାସି – ଝାସଦେଇ ।
  • ଲୋଟି – ଗଡ଼ି ପଡ଼ଛି ।
  • ଚପଳ – ଚଳଚଞ୍ଚଳ ।
  • ବକ – ବଗ ।
  • ଅଭିଳାଷେ – ଉଦ୍ଦେଶ୍ୟରେ ।
  • ଅତୁଳ – ଯାହାର ତୁଳନା
  • କରିହେବ – ନାହିଁ ।
  • ଆପଣା – ନିଜର ।
  • ମୁଖେ – ମୁହଁରେ ।
  • ଗୋପାଳ – ଗଉଡ଼ ।
  • ମୂର୍ଚ୍ଚନା – ସ୍ଵରର ସୁମଧୁର କମ୍ପନ ।
  • ଶେଫାଳୀ – ଗଙ୍ଗଶିଉଳି ।
  • ମହକ – ସୁଗନ୍ଧ ବାସ୍ନା ।
  • ଆଦେଶ – ବିହ୍ଵଳ ।
  • ଚିତ୍ତ – ସାଥେ ସହିତ ।
  • ଶିରୀ – ସମ୍ପଦ, ସୌନ୍ଦର୍ଯ୍ୟ ।
  • ସୃଷ୍ଟିଧାମେ – ଏ ପୃଥ‌ିବୀରେ ।
  • ସୁଷମା – ସୌନ୍ଦର୍ଯ୍ୟ ।

BSE Odisha 6th Class Odia Solutions Chapter 5 ଧୂଳି

Odisha State Board BSE Odisha 6th Class Odia Solutions Chapter 5 ଧୂଳି Textbook Exercise Questions and Answers.

BSE Odisha Class 6 Odia Solutions Chapter 5 ଧୂଳି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଧୂଳିକଣା ନିଜକୁ କ’ଣ ବୋଲି କହୁଛି ?
Answer:
ଏ ପୃଥ‌ିବୀରେ ଧୂଳିକଣା ନିଜକୁ ଖୁବ୍ ଛୋଟ ବୋଲି କହୁଛି ।

(ଖ) ଧୂଳିକୁ କେଉଁମାନଙ୍କ ପାଦ ପୀଡ଼ା ଦିଏ ?
Answer:
ଧୂଳିକୁ ସବୁ ଜୀବଜନ୍ତୁଙ୍କର ପାଦ ପୀଡ଼ା ଦିଏ ।

(ଗ) ଧୂଳି କିଭଳି ଭାବରେ ପୃଥ‌ିବୀ ଉପରେ ପଡ଼ିରହିଛି ?
Answer:
ଧୂଳି ନିର୍ବିକାର ଭାବରେ ପୃଥ‌ିବୀ ଉପରେ ପଡ଼ିରହିଛି ।

(ଘ) ବିଶ୍ଵଜୀବଙ୍କ ବିଷୟରେ ଧୂଳି କ’ଣ କହିଛି ?
Answer:
ଜଗତର ଦୁଃଖସୁଖ ସହିତ ଧୂଳିର କିଛି ସମ୍ପର୍କ ନାହିଁ । ହେଲେ ବିଶ୍ଵର ଜୀବଗଣ ତା’ରି ଦେହରେ ମିଶୁଛନ୍ତି, ଏକଥା ସେ ଜାଣିଛି ।

(ଙ) ସୃଷ୍ଟିର ଆରମ୍ଭ ଦିନରୁ ଧୂଳିକଣା କ’ଣ ଦେଖୁଛି ?
Answer:
ସୃଷ୍ଟିର ଆରମ୍ଭ ଦିନରୁ ଯେତେସବୁ ଅଭିଯାନ, ପରିବର୍ତ୍ତନ ଘଟିଛି ବା ଘଟୁଅଛି ସେସବୁକୁ ଧୂଳିକଣା ଦେଖୁଛି ।

BSE Odisha 6th Class Odia Solutions Chapter 5 ଧୂଳି

Question ୨।
ତଳେ ଦିଆଯାଉଥ‌ିବା ପ୍ରଶ୍ନର ଉତ୍ତର ଲେଖ ।
(କ) ଧୂଳିକଣା ନିଜକୁ ଅତି ସାନ ମଣିବାର କାରଣ କ’ଣ ?
Answer:
ଏ ବିରାଟ ବିଶ୍ଵରେ ଅନ୍ୟାନ୍ୟ ଜୀବ ତୁଳନାରେ ଧୂଳିକଣାର ଆକାର ଖୁବ୍ ଛୋଟ । ବିଶାଳ ଆକାଶ ତଳେ ଥିଲାବେଳେ ତା’ର ଆକୃତି ଖୁବ୍ ନଗଣ୍ୟ ପରି ମନେହୁଏ । ତେଣୁ ସେ ନିଜକୁ ଅତି ସାନ ବୋଲି ମଣିଛି ।

(ଖ) ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
Answer:
ପୃଥ‌ିବୀର ସକଳ ଜୀବଜନ୍ତୁ ଧରାପଥରେ ପଡ଼ିଥିବା ଧୂଳିକଣା ଉପରେ ଯାତାୟାତ କରିଥା’ନ୍ତି । ତେଣୁ ଧୂଳିକଣା ଜୀବଜନ୍ତୁଙ୍କ ପାଦ ଆଘାତଜନିତ କଷ୍ଟକୁ ନିର୍ବିକାର ଭାବରେ ସହିଥାଏ ।

(ଗ) କେଉଁ କଥା ଧୂଳିକଣା ଭଲଭାବେ ଜାଣେ ?
Answer:
ଜଗତର ଦୁଃଖ ସୁଖ ସହିତ ଧୂଳିକଣାର କୌଣସି ସମ୍ପର୍କ ନାହିଁ । ସେ କିନ୍ତୁ ଭଲ ଭାବେ ଜାଣେ ଯେ ବିଶ୍ୱର ସମସ୍ତ ଜୀବଜନ୍ତୁ ମୃତ୍ୟୁ ପରେ ତା’ ଦେହରେ ମିଶି ଏକାକାର ହେଉଛନ୍ତି ।

(ଘ) ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି ?
Answer:
ଧୂଳିକଣା କିଛି କହିପାରେ ନାହିଁ । ସେ ଖୁବ୍ ଦରିଦ୍ର । ତା’ର କେହି ସାହା ଭରସା ନାହାନ୍ତି । ହେଲେ ପୃଥ‌ିବୀର ସକଳ ପ୍ରାଣୀଙ୍କ ପଦାଘାତଜନିତ ଚାପକୁ ସେ ମଥାପାତି ନିର୍ବିକାରଭାବେ ସହିନିଏ । ତେଣୁ ସେ ତା’ର ମଥାକୁ ଦକ୍ଷ ବୋଲି କହିଛି ।

Question ୩।
ନିମ୍ନରେ କେତୋଟି ପଦର କିଛି ଅଂଶ ଦିଆଯାଇଛି ଓ କିଛି ଅଂଶ ବାଦ୍ ଦିଆଯାଇଛି; ସଂପୂର୍ଣ୍ଣ ପଦ ଲେଖ ।
(କ) ……………………
ପୀଡ଼ଇ ନିତି ମତେ,
ନିର୍ବିକାର ତଥାପି ମୁହଁ
ପଡ଼ିଛି ଧରାପଥେ ।
Answer:
ଜନ୍ତୁ-ଜୀବ ସବୁରି ପାଦ
ପୀଡ଼ଇ ନିତି ମତେ,
ନିର୍ବିକାର ତଥାପି ମୁହଁ
ପଡ଼ିଛି ଧରାପଥେ ।

(ଖ) ଏତିକି ଜାଣେ ବିଶ୍ଵ ଜୀବ
…………………………..
Answer:
ଏତିକି ଜାଣେ ବିଶ୍ଵ ଜୀବ
ମିଶଇ ମୋର ବୁକେ ।

(ଗ) ସୃଷ୍ଟି ଦିନୁ ଦେଖୁଛି ବସି
…………………………
…………………………
ବିଶ୍ଵ ଅତି ସାନ ।
Answer:
ସୃଷ୍ଟି ଦିନୁ ଦେଖୁଛି ବସି
ସକଳ ଅଭିଯାନ,
ଆକାଶ ତଳେ ଧୂଳିକଣା ମୁଁ
ବିଶ୍ଵ ଅତି ସାନ ।

Question ୪।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘ଜୀବନେ ମୋର ନାହିଁ ତ କେବେ କା’
ସାଥେ ଅଭିମାନ ।’
Answer:
ଜୀବନେ ମୋର ……………………. ଅଭିମାନ ।
ଶଂସିତ ପଦ୍ୟାଶଟି ନାରୀକବି ବିଦ୍ୟୁତ୍ଵପ୍ରଭା ଦେବୀଙ୍କ ରଚିତ ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ଧୂଳିକଣାର କାହା ଉପରେ କିଛି ମାନ ଅଭିମାନ ନାହିଁ ବୋଲି କବି ବର୍ଣ୍ଣନା କରିଛନ୍ତି । ଆକାଶତଳେ ଧରାପୃଷ୍ଠରେ ଧୂଳିକଣା ରହିଛି । ଏହି ବିଶ୍ଵରେ ସମସ୍ତ ପଦାର୍ଥ ତୁଳନାରେ ତାହା ଖୁବ୍ ସାନ ଅଟେ । ସେ ଏତେ ଛୋଟ ଯେ, ଅନ୍ୟ ସହିତ ନିଜକୁ ତୁଳନା କରିବାକୁ ଅବସର ପାଏ ନାହିଁ । ସେ ଜୀବନରେ କେବେ କାହା ସହିତ ମାନ ଅଭିମାନ, କଳିତ କରାଳ କରେ ନାହିଁ । ବରଂ ସେ ଏହି ବିଶ୍ଵରେ ସବୁକିଛି କଷ୍ଟକୁ ସହିନେଉଛି । ବାସ୍ତବରେ ଏହି କବିତାରେ ଧୂଳିକଣା ଯେ କେଡ଼େ ମହାନ୍ତି, ତାହା ସହଜରେ ଜାଣିହେଉଛି ।

(ଖ) ‘‘ଜନ୍ତୁ ଜୀବ ସବୁରି
ପାଦପୀଡ଼ଇ ନିତି ମତେ ।’’
Answer:
ଜନ୍ତୁ ଜୀବ ……………………………. ନିତି ମତେ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ଯୁପ୍ରଭା ଦେବୀ ଧୂଳିକଣାର ଜାବନଧାରା ସମ୍ପାର୍କରେ ଆଲୋକପାତ କରିଛନ୍ତି। ଧୂଳିକଣା ଏ ବିଶ୍ଵରେ ସବୁଠାରୁ ସାନ ଅଟେ । ତା’ର କାହା ଉପରେ ମାନ ଅଭିମାନ ନାହିଁ । ବରଂ ପ୍ରତିଦିନ ଏ ସୃଷ୍ଟିର ପ୍ରତ୍ୟେକ ଜୀବଜନ୍ତୁ ନିଜର ପାଦ ଆଘାତରେ ତାକୁ ଅହରହ ପୀଡ଼ା ଦେଇଥା’ନ୍ତି । ସେହିମାନଙ୍କର ପଦାଘାତଜନିତ ପୀଡ଼ାକୁ ସେ ନିର୍ବିକାର ଭାବରେ ସହି ନେଇଥାଏ । ଧରାପୃଷ୍ଠରେ ସେହିପରି ସବୁକୁ ସହିନେଇ ସେ ପଡ଼ି ରହିଥାଏ । ନିଜର ମୁହଁ ଖୋଲି କାହାରିକୁ କିଛି ଅଭିଯୋଗ ଶୁଣାଏ ନାହିଁ । ବରଂ ଜୀବଜନ୍ତୁମାନଙ୍କୁ ସେ ଆପଣାର ସହନଶୀଳତା ଗୁଣର ଆଦର୍ଶକୁ ଦେଖାଇ ଚାଲିଛି । ବାବସ୍ତବରେ ଧୂଳିକଣାର ଏହି ମହାନ୍ ଗୁଣ ଆମ ସମସ୍ତଙ୍କର ଧେୟ ହେବା ଉଚିତ ।

(ଗ) ‘ଜଗତେ ମୋର କି ଯାଏ ଆସେ
ଦୁଃଖେ ଅବା ସୁଖେ ।’’
Answer:
ଜଗତେ ………………………….. ଅବା ସୁଖେ ।
ଶଂସିତ ପଦ୍ୟାଶଟି ନାରୀକବି ବିଦ୍ୟୁତ୍ରପ୍ରଭା ଦେବୀଙ୍କ ରଚିତ ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ କବି ଧୂଳିକଣା ମୁହଁରେ ଏ ସୃଷ୍ଟିର ଚିରନ୍ତନ ସତ୍ୟକୁ ଉପସ୍ଥାପନ କରିଛନ୍ତି । ଧୂଳିକଣା ଖୁବ୍ ସାନ ହେଲେ ମଧ୍ୟ ନିର୍ବିକାର ଭାବରେ ସମସ୍ତଙ୍କର ପଦାଘାତଜନିତ କଷ୍ଟକୁ ସହିନିଏ । ଏ ଦୁନିଆରେ କାହାର ଦୁଃଖ-ସୁଖରେ ସେ ଆଦୌ ଭାଗୀଦାର ନଥାଏ । ବରଂ ନିର୍ବିକାର ଭାବରେ ଧରାପୃଷ୍ଠରେ ପଡ଼ିରହି ସେ ଏସବୁକୁ ଦେଖୁଥାଏ । ତେବେ ଏ ପୃଥ‌ିବୀର ଗୋଟିଏ ସତ୍ୟକୁ ସେ ମର୍ମେ ମର୍ମେ ଅନୁଭବ କରିଥାଏ । ସମଗ୍ର ବିଶ୍ଵର ଜୀବଜଗତ ନିଜକୁ ଯେତେ ବଡ଼ ବୋଲି ବିଚାର କଲେ ମଧ୍ୟ ଦିନେ ସେମାନଙ୍କର ମୃତ୍ୟୁ ହେବ । ମୃତ୍ୟୁ ହେଲାପରେ ସେମାନେ ତା’ ସହିତ ଧୂଳିହୋଇ ମିଶିଯିବେ । ତେଣୁ ଏହି ସତ୍ୟକୁ ଅନୁଭବ କରି ସେ ନିଜ ମନରେ ଦୁଃଖ ପୋଷଣ କରିନାହିଁ । ବାସ୍ତବରେ ଧୂଳିକଣା ଅନୁଭବ କରିଥିବା ଚିରନ୍ତନ ସତ୍ୟଟିର ମହତ୍ତ୍ଵ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ।

(ଘ) ‘‘ସକଳ ଚାପ ନେବାରେ ସହି
ଦକ୍ଷ ଏ ମୋ ଶିର ।’’
Answer:
ସକଳ ଚାପ ………………………… ମୋ ଶିର ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ଧୂଳି କିପରି ସମସ୍ତ ଦୁଃଖଜନିତ ଚାପକୁ ସହିନେବାରେ ଦକ୍ଷ, ତାହା ବର୍ଣ୍ଣନା କରିଛନ୍ତି । ଧୂଳିକଣା ଖୁବ୍ ସାନ । ତଥାପି ସେ ସମସ୍ତଙ୍କର ପାଦର ଚାପ ସହୁଛି । କାହାର ଦୁଃଖ ସୁଖରେ ସେ ଭାଗୀଦାର ନୁହେଁ । ତା’ର ମୁହଁରୁ କଥା ବାହାରୁ ନାହିଁ । ସେ ଖୁବ୍ ଦରିଦ୍ର । ତାହାର କେହି ସାହାଭରସା ନାହାନ୍ତି । ଏସବୁ ସତ୍ତ୍ୱେ ଧୂଳିକଣା ପୃଥ‌ିବୀବାସୀଙ୍କର ସମସ୍ତ ଚାପକୁ ନିଜର ମଥାରେ ସହି ନେଉଛି, ଆଉ ରାଜରାସ୍ତାରେ ସେହିପରି ମଥାକୁ ଉନ୍ନତ କରି ପଡ଼ିରହିଛି । ନିଜେ ନିଃସ୍ଵ ହେଲେ ମଧ୍ୟ ସମସ୍ତଙ୍କର ଦୁଃଖକଷ୍ଟକୁ ଯେ ସେ ସହିପାରେ, ଏହା ସେ ମୁକ୍ତକଣ୍ଠରେ ଜଣାଇ ଦେଉଛି । ବାସ୍ତବରେ ଧୂଳିକଣାର ଏହି ଆତ୍ମବାଣୀ ବେଶ୍ ହୃଦୟସ୍ପର୍ଶୀ ଅଟେ ।

(ଙ) ‘‘ଆକାଶ ତଳେ ଧୂଳିକଣା ମୁଁ
ବିଶ୍ଵ ଅତି ସାନ।’’
Answer:
ଆକାଶ ତଳେ ……………………………… ଅତି ସାନ।
ଶଂସିତ ପଦ୍ୟାଶଟି ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ଧୂଳିକଣାର କ୍ଷୁଦ୍ରତ୍ୱ ସମ୍ପର୍କରେ ସୂଚାଇଛନ୍ତି । ଏ ସୃଷ୍ଟିର ସମସ୍ତ ପଦାର୍ଥ ମଧ୍ଯରେ ଧୂଳିକଣା ଖୁବ୍ ସାନ ଓ ନଗଣ୍ୟ । ସେ ନିର୍ବିକାର ଭାବରେ ଧରାପୃଷ୍ଠରେ ପଡ଼ିରହି ଜୀବଜନ୍ତୁଙ୍କର ପାଦର ପୀଡ଼ାକୁ ସହିଚାଲିଛି । କାହାର ଦୁଃଖ ସୁଖରେ ସେ ଭାଗୀଦାର ନୁହେଁ । ବରଂ ଯେତେ ନିଃସ୍ଵ ହେଲେ ମଧ୍ୟ ସେ ସମସ୍ତ ଚାପକୁ ନିର୍ବିବାଦରେ ଆପଣାର ମଥାପାତି ସହିନେଉଛି । ସୃଷ୍ଟିର ଆରମ୍ଭରୁ ସେ ରହିଛି । ଯେତେସବୁ ପରିବତ୍ତର୍ନ ଏ ସୃଷ୍ଟିରେ ହେଉଛି, ତାହାକୁ ସେ ବସି ଦେଖୁଛି । ତଥାପି ନିଜେ ଖୁବ୍ ଛୋଟ ହେଲେ ମଧ୍ୟ ଏ ସୃଷ୍ଟିର ସର୍ବବିଧ ଲୀଳା ରହସ୍ୟକୁ ଦେଖିବାରେ ସେ ମୂକସାକ୍ଷୀ ପାଲଟିଛି ବାସ୍ତବରେ ଧୂଳିକଣାର ଭୂମିକା ଏ ସୃଷ୍ଟିରେ ଖୁବ୍ ଗୁରୁତ୍ଵପୂର୍ଣ ।

BSE Odisha 6th Class Odia Solutions Chapter 5 ଧୂଳି

Question ୫।
ସମାନ ଅର୍ଥ ବୁଝାଉଥବା ଆଉ ଗୋଟିଏ ଲେଖାଏଁ ଶବ୍ଦ ଲେଖ ।
(କ) ଜୀବନ
(ଖ) ଧରା
(ଗ) ଜନ୍ତୁ
(ଘ) ନିଃସ୍ବ
(ଙ) ଦକ୍ଷ
Answer:
(କ) ଜୀବନ – ପ୍ରାଣ
(ଖ) ଧରା – ବସୁଧା
(ଗ) ଜନ୍ତୁ – ପ୍ରାଣୀ
(ଘ) ନିଃସ୍ବ – ଦରିଦ୍ର
(ଙ) ଦକ୍ଷ – ସମର୍ଥ

Question ୬।
ଗଦ୍ଯ ଆକାରରେ ଲେଖ ।
(କ) ନିର୍ବିକାରେ ତଥାପି ମୁହିଁ ପଡ଼ିଛି ଧରାପଥେ ।
Answer:
ମୁଁ ତଥାପି ନିର୍ବିକାର ଭାବରେ ଧରାପଥରେ ପଡ଼ି ରହିଛି ।

(ଖ) ଜଗତେ ମୋର କି ଯାଏ ଆସେ ଦୁଃଖେ ଅବା ସୁଖେ ।
Answer:
ଜଗତର ଦୁଃଖ ସୁଖରେ ମୋର ବା କ’ଣ ଯାଏ ଆସେ ଅଛି ।

(ଗ) ବାକ୍ୟହୀନ ନିଃସ୍ବ ମୁହିଁ ଭରସାହୀନ ଚିର ।
Answer:
ମୁଁ ବାକ୍ୟହୀନ, ନିଃସ୍ଵ ଓ ସର୍ବଦା ଭରସାହୀନ ଅଟେ ।

(ଘ) ସକଳ ଚାପ ନେବାରେ ସହି ଦକ୍ଷ ଏ ମୋ ଶିର ।
Answer:
ମୋର ଏହି ମଥା ସବୁପ୍ରକାରର ଚାପକୁ ସହିନେବାକୁ ସମର୍ଥ ଅଟେ ।

BSE Odisha 6th Class Odia Solutions Chapter 5 ଧୂଳି

୭। ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦର ଅର୍ଥ ‘ଖ’ ସ୍ତମ୍ଭରୁ ବାହାର କରି ଖାତାରେ ଲେଖ ଓ ‘କ’ ସ୍ତମ୍ଭର ପ୍ରତ୍ୟେକ ଶବ୍ଦକୁ ନେଇ ବାକ୍ୟ ଗଠନ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଚିର ଯାହାର କିଛି ନାହିଁ
ଶିର ଦୁନିଆଁ
ଜଗତ ସର୍ବଦା
ନିଃସ୍ବ ମୁଣ୍ଡ
ଆକାଶ

Answer:
ଚିର – ସର୍ବଦା
ଶିର – ମୁଣ୍ଡ
ଜଗତ – ଦୁନିଆଁ
ନିଃସ୍ବ – ଯାହାର କିଛି ନାହିଁ

ଚିର – ମାର୍କୋନୀ ରେଡ଼ିଓ ଉଦ୍ଭାବନ କରି ଚିରକାଳ ପାଇଁ ଯଶ ରଖିଗଲେ ।
ଶିର- ରାଜାଙ୍କ ଶିରରେ ମୁକୁଟ ଶୋଭାପାଏ ।
ଜଗତ – ଜଗତରେ ବହୁ ପ୍ରାଣୀ ରହିଛନ୍ତି ।
ନିଃସ୍ଵ – ହରିବାବୁ ନିଃସ୍ୱ ହୋଇ କାଳ କାଟୁଛନ୍ତି ।

ତୁମ ପାଇଁ କାମ:

୧। ନାରୀକବି ବିଦ୍ୟୁତ୍‌ପ୍ରଭାଙ୍କର ଅନ୍ୟ କବିତା ବହି ସଂଗ୍ରହ କରି ପଢ଼ ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଧୂଳିକଣା କେଉଁ ଚିରନ୍ତନ ସତ୍ୟକୁ ପ୍ରକାଶ କରିଛି ?
Answer:
ଏ ସୃଷ୍ଟିରେ ସମସ୍ତେ ତା’ଠାରୁ ବଡ଼ । ସେ ଖୁବ୍ ସାନ ଓ ନଗଣ୍ୟ । ମାତ୍ର ଜଗତର ସମସ୍ତ ବିରାଟ ଜୀବଜନ୍ତୁ ଶେଷରେ ତା’ରି ଦେହରେ ଧୂଳିହୋଇ ମିଶିଯିବେ । ଏହି ଚିରନ୍ତନ ସତ୍ୟକୁ ଧୂଳିକଣା ପ୍ରକାଶ କରିଛି ।

(ଖ) କବି ଧୂଳିକଣା ମାଧ୍ୟମରେ ଜଗତବାସୀଙ୍କୁ କେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି ?
Answer:
ଧୂଳିକଣା ଯେପରି କାହାର ସୁଖ-ଦୁଃଖରେ ଭାଗୀଦାର ନୁହେଁ, ସେହିପରି ଆମ୍ଭେମାନେ ଅନ୍ୟର କଥାରେ ମୁଣ୍ଡ ପୂରାଇବା ଅନୁଚିତ । ନିର୍ବିକାର ଭାବରେ ସମସ୍ତ ଦୁଃଖ ସହି ଧୂଳିକଣା ଆପଣାର ମଥାକୁ ଉନ୍ନତ ରଖୁ ଉଚିତ ।

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
Answer:
ପୃଥ‌ିବୀର ସକଳ ଜୀବଜନ୍ତୁ ଧରାପଥରେ ପଡ଼ିଥିବା ଧୂଳିକଣା ଉପରେ ଯାତାୟାତ କରିଥା’ନ୍ତି । ତେଣୁ ଧୂଳିକଣା ଜୀବଜନ୍ତୁଙ୍କ ପାଦ ଆଘାତଜନିତ କଷ୍ଟକୁ ନିର୍ବିକାର ଭାବରେ ସହିଥାଏ ।

(ଖ) ଧୂଳିକଣା କେଉଁ କଥା ଭଲଭାବେ ଜାଣେ ?
Answer:
ଜଗତର ଦୁଃଖ ସୁଖ ସହିତ ଧୂଳିକଣାର କୌଣସି ସମ୍ପର୍କ ନାହିଁ । ସେ କିନ୍ତୁ ଭଲ ଭାବେ ଜାଣେ ଯେ ବିଶ୍ଵର ସମସ୍ତ ଜୀବଜନ୍ତୁ ମୃତ୍ୟୁ ପରେ ତା’ ଦେହରେ ମିଶି ଏକାକାର ହେଉଛନ୍ତି ।

(ଗ) ଧୂଳିକଣା କାହିଁକି ନିଜକୁ ନିଃସ୍ଵ ଓ ଭରସାହୀନ ବୋଲି କହିଛି ?
Answer:
ସୃଷ୍ଟିରେ ସବୁଠାରୁ କ୍ଷୁଦ୍ର ଧୂଳିକଣା ସମ୍ବଳହୀନ ଓ ନିଃସହାୟ । ତେଣୁ ଧୂଳିକଣା ନିଜକୁ ନିଃସ୍ଵ ଓ ଭରସାହୀନ ବୋଲି କହିଛି।

(ଘ) ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି ?
Answer:
ଧୂଳିକଣା ଖୁବ୍ ସାନ ହେଲେହେଁ ପୃଥ‌ିବୀର ସକଳ ପ୍ରାଣୀଙ୍କର ପଦାଘାତଜନିତ ଚାପକୁ ମଥାପାତି ସହିନିଏ । ତେଣୁ ସେ ନିଜର ମଥାକୁ ଦକ୍ଷ ବୋଲି କହିଛି ।

Question ୩।
ସରଳଭାଷାରେ ବୁଝାଇ ଲେଖ । ଏତିକି ଜାଣେ ବିଶ୍ୱଜୀବ ମିଶଇ ମୋର ବୁକେ ।’’
Answer:
‘‘ଏତିକି …………………………………. ବୁକେ ।’’
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ମୃତ୍ୟୁପରେ ସକଳଜୀବ କିପରି ଧୂଳିକଣାରେ ମିଶିଯାଆନ୍ତି, ସେ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଧୂଳିକଣା ଆକାରରେ ଅତିକ୍ଷୁଦ୍ର । ତା’ର ମନରେ ଗର୍ବ ଅହଙ୍କାର ବୋଲି କିଛି ନାହିଁ । ପ୍ରତିଦିନ ସେ ଏ ଜଗତର ପ୍ରତିଟି ଜୀବର ପଦାଘାତକୁ ନିର୍ବିକାରରେ ସହିନେଉଛି । ଏ ଦୁନିଆରେ କିଏ କେତେ ସୁଖ ଭୋଗ କଲା ବା କିଏ କେତେ ପରିମାଣରେ ଦୁଃଖ ପାଇଲା, ସେସବୁ କଥାରେ ଧୂଳିକଣା ମୁଣ୍ଡ ଖେଳେଇବାକୁ ଚାହିଁନଥାଏ । ତା’ର ସେସବୁରୁ କିଛି ମିଳିନଥାଏ । ବରଂ ସେ ଗୋଟିଏ ଚିରନ୍ତନ ସତ୍ୟକୁ ମର୍ମେ ମର୍ମେ ଅନୁଭବ କରିଛି ଯେ ବିଶ୍ବର ପ୍ରତ୍ୟେକ ଜୀବ ନିଜର ଲୀଳା ଖେଳା ଶେଷ କରି ପରିଶେଷରେ ତାହାରି ବୁକୁରେ ଏକାକାର ହୋଇଯିବେ ଅର୍ଥାତ୍ ଏତେ ଅହଙ୍କାର କରୁଥିବା ବଡ଼ ବଡ଼ ପ୍ରାଣୀ ଶେଷରେ ତା’ସହିତ ଧୂଳିକଣା ହୋଇ ଏକାକାର ହୋଇଯିବେ । ଏହି ଚିରନ୍ତନ ସତ୍ୟକୁ ଧୂଳିକଣା ଭଲ ଭାବରେ ଅନୁଭବ କରି ସାରିଛି । ବାସ୍ତବରେ କବିଙ୍କର ଏହି ଉକ୍ତି ବେଶ୍ ଚିନ୍ତାମୂଳକ ।

BSE Odisha 6th Class Odia Solutions Chapter 5 ଧୂଳି

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
(କ) କେଉଁ କଥା କିମ୍ବା, ବିଶ୍ୱଜୀବଙ୍କ ବିଷୟରେ ଧୂଳିକଣା କ’ଣ କହିଛି ?
ବିରାଟ ପୃଥ‌ିବୀରେ ଧୂଳିକଣା ନଗଣ୍ୟ ହେଲେ ବି ଅଭିମାନ ଭାବ ପ୍ରକାଶ କରିନାହିଁ । ସେ ମହତ୍‌କାର୍ଯ୍ୟ ସାଧନ କରି ଚାଲିଛି । ସକଳ ଜୀବଜନ୍ତୁଙ୍କ ପଦାଘାତ ତାକୁ ନିତି ଅଶେଷ ପୀଡ଼ା ଦେଉଛି । ତା’ର କଷ୍ଟ ଓ ସହିବାର ଶେଷ ନାହିଁ । ସେ ନିର୍ବିକାର ଭାବେ ସବୁ ସହି ନେଉଛି । ତା’ ମଧ୍ୟରେ ତା’ର ବିରାଟପଣ ଓ ଉଦାରତା ଲୁକ୍‌କାୟିତ ହୋଇ ରହିଛି। ଜଗତର ଦୁଃଖ ସୁଖ ସହ ତା’ର ମଧ୍ୟ କୌଣସି ସମ୍ପର୍କ ନାହିଁ । ସେ କାହା ଦୁଃଖରେ ଦୁଃଖୀ ବା କାହା ସୁଖରେ ସୁଖୀ ହୁଏ ନାହିଁ । ସେ କିନ୍ତୁ ଜଗତର ଚିରନ୍ତନ ସତ୍ୟକୁ ଭଲ ଭାବେ ଜାଣିଛି । ସଁମସ୍ତ ଜୀବ ଦିନେ ନା ଦିନେ ମୃତ୍ୟୁବରଣ କରିବେ ଓ ଧରାପୃଷ୍ଠରେ ଧୂଳିକଣା ବକ୍ଷରେ ମିଶିଯିବେ । ଧୂଳିକଣା ସେମାନଙ୍କୁ ସାଦରେ କୋଳେଇ ନେବ ।

(ଖ) ଧୂଳିକଣା କ’ଣ ଦେଖୁଛି ବୋଲି କହିଛି ?
Answer:
ନାରୀ କବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ‘ଧୂଳି’ କବିତାଟି ଧୂଳିକଣାର ମହତ୍ତ୍ବ ବର୍ଣ୍ଣନାରେ ମୁଖରିତ । ଅନନ୍ତ ଆକାଶ ତଳେ ଅବସ୍ଥିତ ଧୂଳିକଣା ସାନ ହେଲେ ହେଁ ଅଭିମାନ ହୀନ । ପୃଥ‌ିବୀର ସକଳ ଜୀବଙ୍କର ପାଦପାତକୁ ନିର୍ବିକାର ଭାବେ ସହ୍ୟ କରି ସେ ଧରାପଥରେ ପଡ଼ିରହିଛି । ସେ ନିର୍ବାକ୍, ନିଃସ୍ବ, ନିଃସହାୟ ଓ ଭରସାହୀନ । ଜଗତର ଦୁଃଖ ସୁଖ ତାକୁ ସ୍ପର୍ଶ କରିପାରିନି । ସେ ଏ ସୃଷ୍ଟିର ଲୀଳାଖେଳା ଦେଖୁଛି । ବିଶ୍ଵର ସକଳ ଅଭିଯାନ ତା’ ଆଖି ଆଗରେ ଘଟୁଛି । ତେଣୁ ସେ ସୃଷ୍ଟିର ସକଳ ସତ୍ୟକୁ ଜାଣିପାରିଛି । ବିଶ୍ଵଜୀବଙ୍କର ଶେଷଗତି କେଉଁଠିକି ତାହା ତାକୁ ଭଲଭାବେ ଜାଣା । ସୃଷ୍ଟିର ଆରମ୍ଭ କାଳରୁ ସେ ଏସବୁ ଲୀଳାଖେଳା ଦେଖୁଛି ବୋଲି ସେ କହିଛି ।

(ଗ) ‘ଧୂଳି’ କବିତା ଆମକୁ କ’ଣ ଶିକ୍ଷା ଦେଉଛି ?
Answer:
ନାରୀ କବି ବିଦ୍ୟୁତପ୍ରଭା ଦେବୀଙ୍କ ରଚିତ ‘ଧୂଳି’ କବିତାଟି ଏକ ଶିକ୍ଷଣୀୟ କବିତା । କ୍ଷୁଦ୍ରଠାରେ କିପରି ମହାନତା ପ୍ରକାଶ ପାଏ ତାହା ଏହି କବିତାରେ ବର୍ଣ୍ଣିତ ହୋଇଛି । ଧୂଳିକଣା ପୃଥ‌ିବୀରେ ସବୁଠାରୁ କ୍ଷୁଦ୍ର ବସ୍ତୁ; ମାତ୍ର ସକଳ ଜୀବଜନ୍ତୁଙ୍କୁ ସେ ତା’ ବକ୍ଷରେ ଧାରଣ କରିଛି । ସେମାନଙ୍କ ପାଦର ଅସହ୍ୟ ଆଘାତକୁ ହସି ହସି ସହିଯାଉଛି । ଶେଷରେ ବିଶ୍ଵର ସମସ୍ତ ଜୀବ ମୃତ୍ୟୁପରେ ମଧ୍ୟ ତା’ ଦେହରେ ମିଶିଯାଉଛନ୍ତି । କୌଣସି ଘାତପ୍ରତିଘାତ ବା ଦୁଃଖ ତାକୁ ତା’ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରି ନାହିଁ । ତେଣୁ ଧୂଳିକଣା ଜୀବନରୁ ଆମେ ଶିକ୍ଷା ପାଉଛୁ ଯେ କ୍ଷୁଦ୍ର ହେୟ ନୁହେଁ । ଆମେ ସବୁ ଦୁଃଖ ଯାତନାକୁ ହସି ହସି ସହିଯିବା ଓ ପରୋପକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ।

(ଘ) ଧୂଳିକଣା ନିଜକୁ ଅତି ସାନ ମଣିବାର କାରଣ କ’ଣ ?
Answer:
ଏ ବିରାଟ ପୃଥ‌ିବୀରେ ଅନେକ ବିଶାଳକାୟ ଜୀବଜନ୍ତୁ ଅଛନ୍ତି । ସେମାନଙ୍କ ବିରାଟ ଆକାର ତୁଳନାରେ ଧୂଳିକଣାର ଆକାର ଖୁବ୍ ସାନ । କଣିକା ତୁଲ୍ୟ ଧୂଳିକଣା ପୃଥ‌ିବୀରେ ସବୁଠାରୁ କ୍ଷୁଦ୍ର ବସ୍ତୁ । ମାତ୍ର ସେଥ୍ପାଇଁ ଧୂଳିକଣା ମନରେ ଅବଶୋଷ କିମ୍ବା ଅଭିମାନ ନାହିଁ । କ୍ଷୁଦ୍ର ହେଲେ ବି ସେ ମହନୀୟ କାର୍ଯ୍ୟ କରି ମହୀୟାନ ହୋଇପାରିଛି । ପୃଥ‌ିବୀର ସବୁ ଜୀବଜନ୍ତୁଙ୍କୁ ସେ ନିଜ ବକ୍ଷରେ ସ୍ଥାନ ଦେଇଛି । ସମସ୍ତେ ତା’ ଉପରେ ପାଦ ପକାଇ ଆତଯାତ ହେଉଛନ୍ତି । ଏସବୁ ସତ୍ତ୍ଵେ ନିଜ ଉଦାର ଭାବନାରେ ଧୂଳିକଣା ନିଜକୁ ଖୁବ୍ ସାନ ମନେକରିଛି ।

(ଙ) ନିଜର ମଥାକୁ ଧୂଳିକଣା କାହିଁକି ଦକ୍ଷ ବୋଲି ଭାବିଛି ?
Answer:
ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ‘ଧୂଳି’ କବିତାଟି ଏକ ଉଦାର ଭାବନା ସମ୍ବଳିତ କବିତା । ଏ ବିଶାଳ ବିଶ୍ଵରେ ଧୂଳିକଣା ଖୁବ୍ ସାନ ଓ ନଗଣ୍ୟ । ତାକୁ କେହି ଗୁରୁତ୍ଵ ପ୍ରଦାନ କରନ୍ତି ନାହିଁ । ତଥାପି ସେ ନିଜ ଗୁଣରେ ଗରୀୟାନ । ନାରୀକବିଙ୍କ ବର୍ଣ୍ଣନାରେ ଧୂଳିକଣା ନିର୍ବାକ୍ । ସେ କିଛି କହିପାରେ ନାହିଁ । ସେ ନିଃସ୍ବ, ତା’ର କେହି ସାହା ଭରସା ନାହାନ୍ତି । ତଥାପି ସେ ଅନ୍ୟ ବିରାଟ ଓ କ୍ଷୁଦ୍ର ଜୀବମାନଙ୍କୁ ନିଜ ବକ୍ଷରେ ସ୍ଥାନ ଦେଇ ଭରସା ଦେଇଛି । ସେମାନଙ୍କ ପାଇଁ ସମ୍ବଳ ପାଲଟିଛି । ପୃଥ‌ିବୀର ସକଳ ଜୀବଙ୍କ ପଦାଘାତଜନିତ କଷ୍ଟକୁ ସେ ନିର୍ବିକାର ଚିତ୍ତରେ ସହି ନେଉଛି । କେବେ କୌଣସି ପ୍ରତିବାଦ କରିନି । ତେଣୁ ଧୂଳିକଣା ନିଜ ମଥାକୁ ଦକ୍ଷ ବୋଲି କହିଛି ।

(ଚ) ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
Answer:
ନାରୀକବି ବିଦ୍ୟୁତ୍ ପ୍ରଭାଦେବୀଙ୍କ ‘ଧୂଳି’ କବିତାରେ ଧୂଳିକଣାର ସହନଶୀଳ ଉଦାରଭାବ ପ୍ରକାଶ ଲାଭକରିଛି । ନୀଳାକାଶ ତଳେ ସ୍ଥିତ ପୃଥ‌ିବୀରେ ଧୂଳିକଣା ସବୁଠାରୁ କ୍ଷୁଦ୍ର । ହେଲେ ସେଥ‌ିପାଇଁ ତା’ର କାହା ଉପରେ ଅଭିମାନ ନାହିଁ । ସମସ୍ତେ ତାକୁ ହେୟ ମନେକରନ୍ତି; ମାତ୍ର ତା’ମନରେ କାହାପ୍ରତି ଅଭିମାନ ନାହିଁ । ସାନ ବୋଲି ଅବଶୋଷ କି ଅବସାଦ ତା’ମନକୁ ଛୁଇଁନାହିଁ । କୋଟି କୋଟି ଜୀବଜନ୍ତୁଙ୍କ ପଦାଘାତ ତାକୁ ନିତି ଅଶେଷ ପୀଡ଼ା ଦେଉଛି । ତଥାପି ସେ ପ୍ରତିବାଦ କରିନି । ନିର୍ବିକାର ଚିତ୍ତରେ ସେ ସେହି ପଦାଘାତଜନିତ କଷ୍ଟ ସହ୍ୟ କରୁଛି ଓ ଧରାପଥରେ ପଡ଼ିରହିଛି ।

(ଛ) ‘ଧୂଳି’ କବିତାର ବୈଶିଷ୍ଟ୍ୟ କ’ଣ ?
Answer:
ଧୂଳିକଣାଟିଏ ବିଶ୍ଵରେ ନିହାତି ସାନ ହେଲେ ମଧ୍ୟ ତା’ ପ୍ରାଣରେ ଅଭିମାନ ନାହିଁ । ସମସ୍ତ ଜୀବଜନ୍ତୁଙ୍କର ପୀଡ଼ା ସହ୍ୟକରି ସେ ନିର୍ବିକାର ରହେ । ସେ ଏତିକି ଜାଣେ ଯେ ସବା ଶେଷରେ ସମଗ୍ର ବିଶ୍ବର ଜୀବଜଗତ ତା’ ସହିତ ମିଶିଯିବେ । ସୃଷ୍ଟି ଆରମ୍ଭରୁ ଏଭଳି ସମସ୍ତ ଘଟଣାକୁ ସେ ଦେଖୁ ଆସିଛି । ଏକ ବାସ୍ତବ ସତ୍ୟ ହିଁ କବିତାର ବୈଶିଷ୍ଟ୍ୟ ।

କବି ପରିଚୟ;

ବିଦ୍ୟୁତ୍‌ପ୍ରଭା ଦେବୀ (୧୯୨୬-୧୯୭୭) ଆଧୁନିକ ଯୁଗର ଜଣେ ବିଶିଷ୍ଟ ନାରୀକବି । ସେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ନାଟରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ଗୃହିଣୀ ହେଲେ ମଧ୍ୟ ସେ ଯେଉଁ କାବ୍ୟକବିତା ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ପରିପୁଷ୍ଟ କରିଛନ୍ତି, ତାହା ଅନ୍ୟତ୍ର ବିରଳ । ତାଙ୍କ ରଚିତ ‘ଉତ୍କଳ ସାରସ୍ଵତ ପ୍ରତିଭା’, ‘ସ୍ଵପ୍ନଦୀପ’, ‘ମରୀଚିକା’, ‘ଝରା ଶିଉଳି’, ‘ଯାହାକୁ ଯିଏ’, ‘ବନ୍ଦନିକା’ ପ୍ରଭୃତି କବିତାଗ୍ରନ୍ଥ ଓଡ଼ିଆ କାବ୍ୟ ସାହିତ୍ୟର ଏକ ଏକ ଅମୂଲ୍ୟ ସମ୍ପଦା

କବିତାର ଆଦର୍ଶ :

ପଠିତ ‘ଧୂଳି’ କବିତାଟି କବିଙ୍କ ରଚିତ ‘ମରୀଚିକା’ କବିତା ସଂକଳନରୁ ସଂଗୃହୀତ । ଧୂଳି ଅତି ନଗଣ୍ୟ ପଦାର୍ଥ ହେଲେ ମଧ୍ୟ ସୃଷ୍ଟିର ଆରମ୍ଭରୁ ତାହା ରହିଛି । ସୃଷ୍ଟିର ସମସ୍ତ ପରିବର୍ତ୍ତନକୁ ସେ ନିଜ ଆଖିରେ ଦେଖୁଛି । ଏ ସୃଷ୍ଟିର ଜୀବଜଗତ ଶେଷରେ ତା’ରି ଦେହରେ ମିଶିଥାଏ । ତଥାପି ମନରେ ଅହଙ୍କାର ନରଖୁ ସେ ସବୁ ଦୁଃଖକୁ ସହିନେଉଛି ।

ସାରକଥା:

ଆକାଶ ତଳେ ଥିବା ଧୂଳିକଣା ବିଶ୍ଵରେ ସବୁଠାରୁ କ୍ଷୁଦ୍ର ଅଟେ । ଜୀବନରେ ତା’ର କାହା ସହିତ କିଛି ମାନ ଅଭିମାନ ନାହିଁ । ପ୍ରତିଦିନ କେତେ ଜୀବଜନ୍ତୁ ସେମାନଙ୍କର ପାଦରେ ଦଳି ଚକଟି ତାକୁ କଷ୍ଟ ଦେଉଛନ୍ତି । ହେଲେ ମନରେ ଟିକେ ଦୁଃଖ ନକରି ସେ ବିକାରଶୂନ୍ୟ ହୋଇ ସେହିପରି ଏହି ଧରାପଥରେ ପଡ଼ି ରହିଛି । ଏ ପୃଥ‌ିବୀରେ ଘଟୁଥ‌ିବା ଦୁଃଖସୁଖ ସହିତ ତା’ର କୌଣସି ସମ୍ପର୍କ ନାହିଁ । ତେବେ ସେ ଖାଲି ଜାଣିଛି ଏ ବିଶ୍ବର ଜୀବଗଣ ତା’ରି ଦେହରେ ଶେଷରେ ବିଲୀନ ହେବେ । ତା’ର ମୁହଁରୁ କଥା ବାହାରୁ ନାହିଁ । ସେ ଅତି ଦରିଦ୍ର । ତା’ର କେହି ସାହା ଭରସା ନାହାନ୍ତି । ତଥାପି ସବୁପ୍ରକାରର ଚାପ ସହିନେବାରେ ତା’ର ମଥା ବେଶ୍ ଦକ୍ଷ ଅଟେ । ସୃଷ୍ଟିର ଆରମ୍ଭକାଳରୁ ଧୂଳି ସବୁକିଛି ଅଭିଯାନ ବସି ଦେଖୁଅଛି । ଆକାଶ ତଳେ ଥିବା ଧୂଳିକଣା ଏ ପୃଥ‌ିବୀରେ ଖୁବ୍ ସାନ ହେଲେ ମଧ୍ୟ ତା’ର ଆଦର୍ଶ ଅତ୍ୟନ୍ତ ମହାନ୍ତି ।

କଠିନ ଶବ୍ଦାର୍ଥ:

  • ଅଭିମାନ – ଅହଙ୍କାର ।
  • ଜନ୍ତୁ-ଜୀବ – ଜୀବଜନ୍ତୁ ।
  • ପୀଢ଼ଇ- କଷ୍ଟଦିଏ ।
  • ସବୁରି – ସମସ୍ତଙ୍କର ।
  • ନିତି – ସବୁଦିନେ ।
  • ନିର୍ବିକାରେ – ବିକାରଶୂନ୍ୟଭାବେ ।
  • ଧରାପଥେ – ପୃଥ‌ିବୀର ରାସ୍ତାରେ ।
  • ବୁକୁ – ଛାତିରେ ।
  • ନିଃସ୍ବ – ଦରିଦ୍ର ।
  • ଭରସାହୀନ – ସାହାଭରସାଶୂନ୍ୟ ।
  • ଚିର – ସର୍ବଦା ।
  • ଦକ୍ଷ – ଯୋଗ୍ୟ ।
  • ଶିର – ମଥା ।

BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍

Odisha State Board BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ will enable students to study smartly.

BSE Odisha Class 8 Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍

→ପ୍ରାକୃତିକ ଶକ୍ତି ସମ୍ବଳ (Natural Energy Resources) :

(i) ଆମେ ଯେଉଁ ଉତ୍ସ(ଭଣ୍ଡାର)ରୁ ବିଭିନ୍ନ ପ୍ରକାର ଶକ୍ତି ପାଇଥାଉ ତାହାକୁ ଶକ୍ତିର ଉତ୍ସ କୁହାଯାଏ। ସୂର୍ଯ୍ୟ, ଜଳ, ବାୟୁ, କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଆଦି ଶକ୍ତିଉତ୍ସ ଅଟେ । ଏହି ଶକ୍ତିଉତ୍ସଗୁଡ଼ିକ ପ୍ରକୃତିରୁ ମିଳୁଥିବାରୁ ଏହାକୁ ପ୍ରକୃତିଦତ୍ତ ଶକ୍ତିଉତ୍ସ ବା ପ୍ରାକୃତିକ ଶକ୍ତି ସମ୍ପଦ କୁହାଯାଏ ।
(ii) ଶକ୍ତିର ବହୁଳ ବ୍ୟବହାର ଫଳରେ କେତେକ ଶକ୍ତିଉତ୍ସର ପରିମାଣ ଦ୍ରୁତ ହାରରେ କମିଯାଉଛି ଓ କେତେକ ଶକ୍ତିଉତ୍ସ ଅସରନ୍ତି ଅଟେ ।
(iii) ସୂର୍ଯ୍ୟ, ଜଳ, ବାୟୁ ଇତ୍ୟାଦି ଅସରନ୍ତି ଓ ପେଟ୍ରୋଲିୟମ୍, କୋଇଲା ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି ସରନ୍ତି ପ୍ରାକୃତିକ ଶକ୍ତି ।
(iv) ଯେଉଁ ପ୍ରାକୃତିକ ଶକ୍ତିଉତ୍ସଗୁଡ଼ିକ ସରନ୍ତି, ସେଗୁଡ଼ିକ ପୁନଃ ସୃଷ୍ଟି ପାଇଁ ବହୁତ ବର୍ଷ ଆବଶ୍ୟକ । ଅସରନ୍ତି ସଂକଟ’ (Energy crisis) କୁହାଯାଏ ।
(v) ପ୍ରାକୃତିକ ଶକ୍ତିଉତ୍ସ ଦୁଇ ଭାଗରେ ବିଭକ୍ତ; ଯଥା – ସରନ୍ତି ଶକ୍ତିଉତ୍ସ ଓ ଅସରନ୍ତି ଶକ୍ତିଉତ୍ସ ।

ସରନ୍ତି ଶକ୍ତିଉତ୍ସ : କୋଇଲା, ପେଟ୍ରୋଲ୍, ପରମାଣୁ ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି ।
ଅସରନ୍ତି ଶକ୍ତିଉତ୍ସ : ସୂର୍ଯ୍ୟ, ଜଳ, ପବନ, ସମୁଦ୍ର, ଜଙ୍ଗଲ ଇତ୍ୟାଦି ।

BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ ଧାତୁ ଓ ଅଧାତୁ

ନିମ୍ନ ସାରଣୀର ବାମ ପାର୍ଶ୍ଵରେ କେତେକ ଶକ୍ତିର ଉତ୍ସ ଦିଆଯାଇଛି । ଦକ୍ଷିଣ ପାର୍ଶ୍ବ ସ୍ତମ୍ଭରେ ଏହା କ’ଣ ପୂରଣ କର ।
BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ 1

କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ – ଏଗୁଡ଼ିକ ସରିଯାଉଥବା ପ୍ରାକୃତିକ ଶକ୍ତିଉତ୍ସ ଶ୍ରେଣୀଭୁକ୍ତ କାହିଁକି ?
ଉ-
‘ଭୂ-ଅଭ୍ୟନ୍ତରରେ କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଆଦିର ପରିମାଣ ସୀମିତ ଏବଂ ଆଉ କିଛି ବର୍ଷ ପରେ ଏଗୁଡ଼ିକ ସବୁ ସରିଯିବ । ତେଣୁ ଏଗୁଡ଼ିକୁ ସରିଯାଉଥବା ପ୍ରାକୃତିକ ଶକ୍ତିଉତ୍ସ ରୂପେ ଶ୍ରେଣୀଭୁକ୍ତ କରାଯାଇଛି ।
(v) ବହୁ କାଳରୁ ଶକ୍ତିର ଉତ୍ସରୂପେ ବ୍ୟବହାର ହୋଇ ଆସୁଥିବାରୁ କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ ‘ପାରମ୍ପରିକ ଶକ୍ତିଉତ୍ସ’ (Conventional Sources of Energy) କୁହାଯାଏ ।
(vi) ଥରେ ବ୍ୟବହାର କଲେ ପୁନର୍ବାର ବ୍ୟବହାର ଉପଯୋଗୀ ହେଉ ନଥ‌ିବା ଯୋଗୁଁ ଏଗୁଡ଼ିକୁ ନବୀକରଣ ଅଯୋଗ୍ୟ ଶକ୍ତିଉସ (Non-Renewable Sources of Energy) କୁହାଯାଏ ।
(vii) କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଆଦି ଜୀବ ଅବଶେଷରୁ ସୃଷ୍ଟି ହୋଇଥିବାରୁ ଜୀବାଶ୍ମ (Fossil) ଅଟେ ଏବଂ ବହୁଳ ମାତ୍ରାରେ ଇନ୍ଧନ (Fuel) ରୂପେ ବ୍ୟବହାର ହେଉଥିବାରୁ ଏଗୁଡ଼ିକୁ ‘ଜୀବାଶ୍ମ ଇନ୍ଧନ’ (Fossil Fuel) କୁହାଯାଏ ।
କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି ଜୀବାଶ୍ମ ଇନ୍ଧନ ।

→କୋଇଲା (Coal) :
କୋଇଲାର ଉପଯୋଗିତା (Uses of Coal) :
(i) ବହୁକାଳରୁ କୋଇଲାକୁ ଜାଳେଣୀରୂପେ ବ୍ୟବହାର କରାଯାଉଛି ।
(ii) କୋଇଲା ଗୁଣ୍ଡରେ ଗୋବର ମିଶାଇ ଗୋଲ କୋଇଲା ପ୍ରସ୍ତୁତ କରି ଜାଳେଣୀ ରୂପେ ବ୍ୟବହାର କରାଯାଉଛି ।
(iii) ପୂର୍ବରୁ କୋଇଲାଦ୍ଵାରା ଜଳକୁ ଉତ୍ତପ୍ତ କରି ନିର୍ଗତ ବାମ୍ଫ (Steam) ଦ୍ବାରା ରେଳ ଇଞ୍ଜିନ୍ ଓ ଜଳଜାହାଜ (Steam Ship) ଚଳାଚଳ କରୁଥିଲା ।
(iv) ତାପଜ ବିଦ୍ୟୁତ୍ କେନ୍ଦ୍ର (Thermal Power Station) ରେ ଜଳକୁ ଉତ୍ତପ୍ତ କରିବାପାଇଁ କୋଇଲା ପ୍ରଚୁର ପରିମାଣରେ ବ୍ୟବହାର କରାଯାଉଛି । କୋଇଲାଦ୍ୱାରା ଜଳକୁ ଉତ୍ତପ୍ତ କରି ନର୍ଗତ ବାମ୍ଫଦ୍ଵାରା ଟର୍‌ବାଇନ୍ ଘୂରାଇ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଉଛି ।
(v) ଇସ୍ପାତ୍ କାରଖାନା ଓ ଅନ୍ୟ କେତେକ ଧାତୁ ନିଷ୍କାସନ କାରଖାନାରେ କୋଇଲା ଇନ୍ଧନ ଓ ବିଜାରକ ରୂପେ ମଧ୍ଯ ବ୍ୟବହୃତ ହୁଏ ।

→କୋଇଲା ଉତ୍ପତ୍ତି :
1. ଭୂତତ୍ତ୍ବବିତ୍ରମାନଙ୍କ ମତରେ ପ୍ରାୟ 300 ନିୟୁତ ବର୍ଷ ପୂର୍ବେ ପୃଥ‌ିବୀପୃଷ୍ଠରେ ଅନେକ ବିରାଟକାୟ ବୃକ୍ଷଥୁବା ଘଞ୍ଚ ଜଙ୍ଗଲ, ବିସ୍ତୀର୍ଣ୍ଣ ସନ୍ତସନ୍ତିଆ ଅଞ୍ଚଳ ଓ ବଡ଼ ବଡ଼ ନଦୀ ଥିଲା । ଭୂଚଳନ, ଭୂମିକମ୍ପ ଓ ବନ୍ୟା ଆଦି ପ୍ରାକୃତିକ
2. ବିପର୍ଯ୍ୟୟ ଫଳରେ ଏଗୁଡ଼ିକ ମାଟିତଳେ ପୋତିହୋଇଗଲା । ବର୍ଷାନୁକ୍ରମେ ମାଟିର ସ୍ତର ବୃଦ୍ଧିହେତୁ ଚାପି – ହୋଇଥ‌ିବା ମୃତ ଉଭିଦ ଉପରେ ଚାପର ମାତ୍ରା କ୍ରମଶଃ ବୃଦ୍ଧିପାଇଲା ।
3. ପ୍ରାକୃତିକ ଉପାୟରେ ସଂଘଟିତ ଏହି ରାସାୟନିକ ପ୍ରକ୍ରିୟାକୁ କାର୍ବୋନାଇଜେସନ୍ (Carbonization) ବା ଶକ୍ତ ଅଂଶଗୁଡ଼ିକ ରାସାୟନିକ ପ୍ରକ୍ରିୟାରେ ଅଙ୍ଗାରକ (Carbon) ରେ ପରିଣତ ହେଲା । ଏହି ଅଙ୍ଗାରକୁ କୋଇଲା କୁହାଯାଏ ।
4. ପ୍ରାକୃତିକ ଉପାୟରେ ସଂଘଟିତ ଏହି ରାସାୟନିକ ପ୍ରକ୍ରିୟାକୁ କାର୍ବୋନାଇଜେସନ୍ (Carbonization) ବା ଅନ୍ତର୍ଧୂମ ପାତନ (Natural Destructive Distillation) ମଧ୍ୟ କୁହାଯାଏ ।
5. କୋଇଲାରେ ମୃତ ଉଭିଦର ଜୀବାଶ୍ମ ଥିବାରୁ ଏହାକୁ ଜୀବାଶ୍ମ ଇନ୍ଧନ କହନ୍ତି ।

(vi) ପ୍ରାକୃତିକ ଉପାୟରେ ପ୍ରଚୁର ପରିମାଣରେ କୋଇଲା ଗଚ୍ଛିତ ଅଞ୍ଚଳକୁ ‘କୋଇଲା ଖଣି’ (Coal mines) ଭୂପୃଷ୍ଠରୁ 1200 ମିଟର ଗଭୀରତାରେ କୋଇଲା ସ୍ତର ରହିଥାଏ ।
(vii) ଖଣିଅଞ୍ଚଳରେ ଭୂପୃଷ୍ଠରେ ବଡ଼ ବଡ଼ ଗର୍ଭ ବା ସୁଡ଼ଙ୍ଗ କରି ଯନ୍ତ୍ର ସାହାଯ୍ୟରେ କୋଇଲା ସ୍ତରଗୁଡ଼ିକୁ ଭାଙ୍ଗିଦିଆଯାଏ ଏବଂ ଉତ୍ତୋଳନ ଯନ୍ତ୍ର (Lift) ସାହାଯ୍ୟରେ କୋଇଲା ଖଣ୍ଡଗୁଡ଼ିକୁ ଭୂପୃଷ୍ଠକୁ ଅଣାଯାଏ ।

BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ ଧାତୁ ଓ ଅଧାତୁ

ଆମ ଦେଶରେ କୋଇଲା ଖଣିର ସନ୍ଧାନ, ଖନନ, ଯୋଗାଣ ଓ ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ‘କୋଲ୍ ଇଣ୍ଡିଆ’ (Coal India) ନାମକ ଏକ ସଂସ୍ଥା ଦ୍ୱାରା ସମ୍ପାଦନ କରାଯାଉଛି ।

→କୋଇଲାର ପ୍ରକାରଭେଦ :
କୋଇଲାକୁ କ୍ରମାନ୍ୱୟରେ ଚାରିଶ୍ରେଣୀରେ ବିଭକ୍ତ କରାଯାଇଛି ।
BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ 2
(viii) ଯେଉଁ ଅଞ୍ଚଳରେ କାର୍ବୋନାଇଜେସନ୍‌ର ମାତ୍ରା ଅଧ‌ିକ ସେଠାରୁ ଉତ୍କୃଷ୍ଟ କୋଇଲା ମିଳୁଛି । ଯେଉଁ ଅଞ୍ଚଳରେ କାର୍ବୋନାଇଜେସନ୍‌ର ମାତ୍ରା କମ୍ ସେ ସ୍ଥାନରେ ନିକୃଷ୍ଟ ମାନର କୋଇଲା ମିଳୁଛି ।

କୋଇଲାର ବିନାଶକାରୀ ଡିଷ୍ଟିଲେସନ୍ (Destructive Distillation of Coal):
ଏକ ଆବଦ୍ଧ ପାତ୍ରରେ ଅମ୍ଳଜାନର ଅନୁପସ୍ଥିତିରେ କୌଣସି ରାସାୟନିକ ପଦାର୍ଥକୁ ଉତ୍ତପ୍ତ କରି ଉତ୍ପାଦଗୁଡ଼ିକୁ ଅଲଗା ଅଲଗା ସଂଗ୍ରହ କରିବା ପଦ୍ଧତିକୁ ଅନ୍ତର୍ଧୂମ ପାତନ କୁହାଯାଏ ।

କାରଖାନାରେ ଅନ୍ତର୍ଧୂମ ପାତନ ପଦ୍ଧତି ଅବଲମ୍ବନ କରି କୋଇଲାରୁ କୋଡ୍, କୋଗ୍ୟାସ୍, କୋଲ୍‌ଟାର ଓ ଏମୋନିଆ ଗ୍ୟାସ୍ ସଂଗ୍ରହ କରାଯାଏ ।

(a) କୋକ୍ (Coke) :
(i) କୋକ୍ ବିଶୁଦ୍ଧ କାର୍ବନ୍ । ଏହା କଳା, ଟାଣ ଓ ଛିଦ୍ରଯୁକ୍ତ (Porows) ଅଟେ ।
(ii) ଏହାକୁ ଜାଳିଲେ ପ୍ରଚୁର ତାପଶକ୍ତି ଉତ୍ପନ୍ନ ହୁଏ; ମାତ୍ର ଏଥୁରୁ ଧୂଆଁ ବାହାରେ ନାହିଁ ।
(iii) ଆଷ୍ଟ୍ରାସାଇଟ୍ କୋଇଲାରୁ ଖୁବ୍ କମ୍ ଖର୍ଚ୍ଚରେ କୋକ୍ ପ୍ରସ୍ତୁତ କରାଯାଏ ।

(i) ଲୁହା ନିଷ୍କାସନରେ କୋକ୍‌କୁ ବ୍ଲାଷ୍ଟଫର୍ମେସ୍‌ରେ ଇନ୍ଧନ ଓ ବିଜାରକରୂପେ ବ୍ୟବହାର କରାଯାଏ ।
(ii) ବିଶୁଦ୍ଧ ଲୁହାସହ ବିଭିନ୍ନ ଅନୁପାତରେ କୋକ୍ ମିଶାଇ ଇସ୍ପାତ ପ୍ରସ୍ତୁତ କରାଯାଏ ।
(iii) ତମ୍ବା, ଦସ୍ତା, ସୀସା, ଟିଣ ଆଦିର ଓର୍‌ରୁ ଧାତୁ ନିଷ୍କାସନ ପାଇଁ କୋକ୍ ବ୍ୟବହାର କରାଯାଏ ।

(b) କୋଇଲା ଗ୍ୟାସ (Coal gas) :
(i) କୋଲ ଗ୍ୟାସ୍ ମୁଖ୍ୟତଃ ହାଇଡ୍ରୋଜେନ୍, ମିଥେନ୍ ଓ କାର୍ବନ୍ ମନୋକ୍‌ସାଇଡ଼ର ମିଶ୍ରଣ ।
(ii) କୋଲ୍ ଗ୍ୟାସ୍‌କୁ ବଡ଼ ବଡ଼ ଇସ୍ପାତ୍ ନିର୍ମିତ ଆବଦ୍ଧ ଟାଙ୍କିରେ ରଖ୍ ଭୂତଳ ନଳଦ୍ୱାରା କଳକାରଖାନା ତଥା ଘରମାନଙ୍କୁ ଇନ୍ଧନପାଇଁ ଯୋଗାଇ ଦିଆଯାଏ ।

1. 1810 ମସିହାରେ ପ୍ରଥମଥର ପାଇଁ ଲଣ୍ଡନ ମହାନଗରରେ ରାସ୍ତାକଡ଼ର ଆଲୋକବତିଗୁଡ଼ିକ ଜାଳିବା ପାଇଁ କୋଲ୍ ଗ୍ୟାସ୍ -ବ୍ୟବହୃତ ହେଲା ।
2. ଏହାପରେ 1820 ମସିହାରେ ନିଉୟର୍କ ମହାନଗରୀରେ ଚାମଳହର ଆଲୋକବତିଗୁଡିକ ଜାଳିବାପାଇଁ କୋଲ୍ ଗ୍ୟାସ୍ ବ୍ୟବହୃତ ହେଲା ।
3. 1950 ମସିହାରେ ବମ୍ବେ ମହାନଗରୀର ରାସ୍ତାକଡ଼ରେ ଆଲେକବତି ଜାଳିବା ପାଇଁ ଏବଂ ଘରଗୁଡ଼ିକୁ ରୋଷେଇ ପାଇଁ କୋଲ୍ ଗ୍ୟାସ୍ ଭୂତଳ ନଳଦ୍ଵାରା ଯୋଗାଇ ଦିଆଯାଇଥିଲା ।

ବ୍ୟବହାର :
(i) ଅତୀତରେ କୋଲ୍ ଗ୍ୟାସ୍‌ ଆଲୋକର ଉତ୍ସ ରୂପେ ବ୍ୟବହୃତ ହେଉଥିଲା ।
(ii) ବର୍ତ୍ତମାନ ଏହା କେବଳ ତାପଶକ୍ତିର ଉତ୍ସ ରୂପେ ବ୍ୟବହୃତ ହେଉଛି ।

(c) କୋଇଲା (Coaltar) :
(i) କୋଲ୍‌ଟାର ବା ଆଲକାତରା ଦେଖିବାକୁ କଳା, ଚିକିଟା, ଅର୍ବତରଳ ଓ ତୀବ୍ର ଗନ୍ଧଯୁକ୍ତ ପଦାର୍ଥ ।
(ii) ଏହା ପ୍ରାୟ 200)ଟି କାର୍ବନ୍ ଯୌଗିକର ମିଶ୍ରଣ । କାରଖାନାରେ ଆଂଶିକ ପାତନ (Fractional Distillation) ପଦ୍ଧତିରେ ସେହି ଯୌଗିକଗୁଡ଼ିକୁ ପୃଥକ୍ ପୃଥକ୍ ଭାବେ ସଂଗ୍ରହ କରାଯାଏ ଏବଂ ପିଚୁ (Pitch) ଅବଶେଷ ରୂପେ ମୂଳ ପାତ୍ରରେ ରହିଥାଏ ।
(iii) ଶିକ ପାତନରୁ ମିଳୁଥ‌ିବା ଯୌଗିକଗୁଡ଼ିକରୁ ବିଭିନ୍ନ ପ୍ରକାର ରଙ୍ଗ, ପ୍ଲାଷ୍ଟିକ୍, କୃତ୍ରିମ ତନ୍ତୁ, ବିସ୍ଫୋରକ, ଔଷଧ, କୀଟନାଶକ ଔଷଧ, ଫଟୋଫିଲ୍ମ ଓ ସୁଗନ୍ଧଦ୍ରବ୍ୟ ଆଦି ପଦାର୍ଥମାନ ପ୍ରସ୍ତୁତ କରାଯାଏ ।

BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ ଧାତୁ ଓ ଅଧାତୁ

ବ୍ୟବହାର :
(i) ପିଚୁ ପକ୍‌କା ରାସ୍ତା ତିଆରିରେ ଏବଂ କଂକ୍ରିଟ ଛାତରୁ ପାଣି ଗଳୁଥିଲେ ତାହା ବନ୍ଦ କରିବାପାଇଁ ବ୍ୟବହାର କରାଯାଏ ।
(ii) ବର୍ତ୍ତମାନ ପିଚୁ ବଦଳରେ ପେଟ୍ରୋଲିୟମ୍ଭରୁ ପ୍ରସ୍ତୁତ ବିଟୁମେକୁ ରାସ୍ତାକାମରେ ବ୍ୟବହାର କରାଯାଉଛି ।

(d) ଏମୋନିଆ ଗ୍ୟାସ୍ (Ammonia Gas) :
ଏମୋନିଆ ଗ୍ୟାସ୍‌କୁ ସଂଗ୍ରହ କରାଯାଇ ଏଥୁରୁ ୟୁରିଆ, ଏମୋନିୟମ୍ ସଲ୍‌ଫେଟ୍, ଏମୋନିୟମ୍ ଫସ୍ଫେଟ୍ ଆଦି ରାସାୟନିକ ସାର ପ୍ରସ୍ତୁତ କରାଯାଏ ।

ଶିଳ୍ପକ୍ଷେତ୍ରରେ କୋଇଲାର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ହେତୁ କୋଇଲାକୁ କଳା ହୀରା (Black Diamond) କୁହାଯାଏ ।

→ପେଟ୍ରୋଲିୟମ (Petroleum):
(i) ପେଟ୍ରୋଲିୟମ୍ ଦୁଇଟି ଗ୍ରୀକ୍ ଶବ୍ଦ petra (ଶିଳା) ଓ oleum (ତୈଳ) ରୁ ସୃଷ୍ଟି; ଅର୍ଥାତ୍ ପେଟ୍ରୋଲିୟମ୍ ହେଉଛି ଶିଳା ଦେହରେ ସଞ୍ଚିତ ତୈଳ ।
(ii) ପେଟ୍ରୋଲିୟମ୍ କେତେକ ପଦାର୍ଥର ଏକ ମିଶ୍ରଣ । ପେଟ୍ରୋଲ୍ ଓ ପେଟ୍ରୋଲିୟମ୍ ଭିନ୍ନ ଭିନ୍ନ ପଦାର୍ଥ ଏବଂ ପେଟ୍ରୋଲ ହେଉଛି ପେଟ୍ରୋଲିୟମ୍ର ଏକ ଉପାଦାନ ।

→ପେଟ୍ରୋଲିୟମ୍‌ର ଉତ୍ପର୍ତ୍ତି :
(i) ଭୂତତ୍ତ୍ବବିତ୍ରମାନଙ୍କ ମତରେ ପ୍ରାୟ 400 ଉଦ୍ଭିଦ ଓ ପ୍ରାଣୀଗୁଡ଼ିକର ମୃତଦେହ ସମୁଦ୍ରଶଯ୍ୟାରେ ପଡ଼ିରହି କାଳକ୍ରମେ ସେଗୁଡ଼ିକ ଉପରେ ବାଲି, ମାଟି ଓ ପଟୁର ସ୍ତର ଜମା ହେଲା । ଏହିଭଳି ସ୍ତର ସୃଷ୍ଟି ହେଲା ।
(ii) ସମୁଦ୍ରର ନିମ୍ନ ଭାଗରେ ଅତ୍ୟଧ୍ଵ ତାପମାତ୍ରା ଓ ହଜାର ହଜାର ମିଟର ଉଚ୍ଚତା ବିଶିଷ୍ଟ ମାଟି ସ୍ତର ଓ ଜଳରାଶିର ଅତ୍ୟଧିକ ଚାପରେ ଓ ଅମ୍ଳଜାନ ଅଭାବରେ ଏଗୁଡ଼ିକ ଚାପିହୋଇ ସ୍ତରୀୟ ଶିଳା (Sedimentary rock)ରେ ପରିଣତ ହେଲା ।
BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ 3
(iii) ମୃତ ଜୀବଗୁଡ଼ିକର ଦେହାବଶେଷରୁ କେତେକ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ (Natural gas) ସୃଷ୍ଟି ହୋଇ ସ୍ତରୀୟ ଶିଳାର ଛିଦ୍ରରେ ସଂଚିତ ହୋଇ ରହିଲା ।
(iv) ଭୂଚଳନ ଓ ଭୂକମ୍ପ ଫଳରେ ପୃଥ‌ିବୀର କେତେକ ଅଞ୍ଚଳର ଜଳଭାଗ ସ୍ଥଳଭାଗରେ ଓ ସ୍ଥଳଭାଗ ଜଳଭାଗରେ ପରିଣତ ହୋଇଥିବା ହେତୁ ବର୍ତ୍ତମାନ ପେଟ୍ରୋଲିୟମ୍ ସ୍ଥଳଭାଗରୁ ମଧ୍ୟ ମିଳିପାରୁଛି ।

→ପେଟ୍ରୋଲିୟମ୍‌ର ଉତ୍ତୋଳନ :
ଭୂପୃଷ୍ଠରୁ ପ୍ରାୟ 1600 ବା 1700 ମିଟର ଗଭୀରତାରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ର ଭଣ୍ଡାରମାନ ଥାଏ ।
(i) ସ୍ବତନ୍ତ୍ର ଧରଣର ଖନନଯନ୍ତ୍ର (Drilling machines) ଦ୍ବାରା ଭୂତ୍ଵକ୍‌ରେ ରନ୍ଧ୍ରକରି ନଳସହ ନଳ ଯୋଡ଼ି ପେଟ୍ରୋଲିୟମ୍ ଗଚ୍ଛିତ ଭଣ୍ଡାର ଯାଏ ପ୍ରବେଶ କରାଯାଏ । ଭଣ୍ଡାରରେ ନଳ ପ୍ରବେଶ ହେବା ମାତ୍ରେ ଅତ୍ୟଧିକ ଚାପ ଯୋଗୁଁ ଉଭୟ ତୈଳ ଓ ଗ୍ୟାସ୍ ଉପରକୁ ଉଠିଆସେ ।
(ii) ଭୂପୃଷ୍ଠରେ ସେଗୁଡ଼ିକୁ ସଂଗ୍ରହ କରାଯାଇ ବିରାଟକାୟ ଆବଦ୍ଧ ଭଣ୍ଡାରମାନଙ୍କରେ ରଖାଯାଏ । ପେଟ୍ରୋଲିୟମ୍ ନୂଆପେ ଆପେ ଉପରକୁ ନ ଉଠିଲେ ବିଦ୍ୟୁତ୍ ପଦ୍ଵାରା ଉତ୍ତୋଳନ କରାଯାଏ ।
(iii) ପେଟ୍ରୋଲିୟମ୍ ଭଣ୍ଡାରକୁ ଖଣିରୂପେ ବିବେଚନା କରାଯାଉଥିବାରୁ ପେଟ୍ରୋଲିୟମ୍‌ ଖଣିଜତୈଳ (Mineral oil) କହନ୍ତି ।

BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ ଧାତୁ ଓ ଅଧାତୁ

ଆମ ଦେଶର ଖଣିଜତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ, ଉତ୍ତୋଳନ, ଶୋଧନ ଓ ଯୋଗାଣ ଆଦି ONGC (Oil and Natural Gas Commission) ସଂସ୍ଥାଦ୍ଵାରା କରାଯାଉଛି ।

→ପେଟ୍ରୋଲିୟମ୍ର ଶୋଧନ (Refining of Petroleum) :
1. ତୈଳକୂପ (oil well)ରୁ ସଂଗୃହିତ ପେଟ୍ରୋଲିୟମ୍‌କୁ ଅଶୋଧ ତୈଳ (Crude oil) କୁହାଯାଏ ।
2. ପେଟ୍ରୋଲିୟମ୍ ଈଷତ୍ କଳାରଙ୍ଗର ତୈଳାକ୍ତ ଘନ ତରଳ ପଦାର୍ଥ ଓ ତୀବ୍ର ଗନ୍ଧଯୁକ୍ତ ।
3. ଏହାର ଉପାଦାନଗୁଡ଼ିକ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ଉତ୍ତୋଳନ ପରେ ଏହାକୁ ପରିଷ୍କାର କରିବା ପାଇଁ ଏବଂ ଏହାର ଉପାଦାନଗୁଡ଼ିକୁ ପୃଥକ୍ ପୃଥକ୍ ଭାବେ ସଂଗ୍ରହ କରିବା ନିମିତ୍ତ ତୈଳ ବିଶୋଧନାଗାର (oil refinery)କୁ ପଠାଯାଏ ।
4. ସେଠାରେ ଆଂଶିକ ପାତନ ପଦ୍ଧତି ଅବଲମ୍ବନ କରି ପେଟ୍ରୋଲିୟମ୍ଭୁରୁ କେତେକ ଅତ୍ୟନ୍ତ ଉପଯୋଗୀ ପଦାର୍ଥ ସଂଗ୍ରହ କରାଯାଏ । ସେଗୁଡ଼ିକ ହେଲା- ପେଟ୍ରୋଲିୟମ୍ ଗ୍ୟାସ୍ (Petroleum gas), ପେଟ୍ରୋଲ (Petrol), ଡିଜେଲ୍ (Diesel), କିରୋସିନି (Kerosene), ତେଲ ଲଗାଇବା (Lubricating),ପାରାଫିନ୍ (Paraffin), ମହମ (Wax), ବିଟୁମେନ୍ (Bitumen) ଇତ୍ୟାଦି ।

→ପେଟ୍ରୋଲିୟମ୍ ଗ୍ୟାସ୍ (Petroleum Gas) :
BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ 4
1. 1859 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ପେନ୍‌ସିଲ୍‌ଭାନିଆ ଅଞ୍ଚଳରେ ପ୍ରଥମେ ତୈଳକୂପ ଖନନ କରାଯାଇଥିଲା ।
2. 1867 ମସିହାରେ ଆମ ଦେଶର ଆସାମର ମାକୁମ୍ ଅଞ୍ଚଳରେ ତୈଳଭଣ୍ଡାର ଆବିଷ୍କୃତ ହୋଇଥିଲା ।
ବମ୍ବେ ନିକଟବର୍ତ୍ତୀ ସମୁଦ୍ରଶଯ୍ୟାର ପ୍ରାୟ 1000 ମିଟର ତଳେ ତୈଳଖଣି ଅଛି ଏବଂ ସେଠାରୁ ତୈଳ ସଂଗ୍ରହ କରାଯାଉଛି । ଏହାକୁ ବମ୍ବେ ହାଇ (Bombay High) କୁହାଯାଏ ।

BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ ଧାତୁ ଓ ଅଧାତୁ

→ପେଟ୍ରୋକେମିକାଲ୍‌ (Petrochemicals) :
ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ରୁ ମିଳୁଥିବା ପଦାର୍ଥଗୁଡ଼ିକୁ ପେଟ୍ରୋକେମିକାଲ୍ସ କହନ୍ତି । ଡିଟରଜେଣ୍ଟ; ପଲିଷ୍ଟର, ନାଇଲନ୍, ଏକ୍ରିଲିକ୍ ଆଦି କୃତ୍ରିମ ତନ୍ତୁ; ପଲିଥ୍ ଓ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ ମଧ୍ୟ ପେଟ୍ରୋକେମିକାଲ୍ ପଦାର୍ଥଗୁଡ଼ିକରୁ ପ୍ରସ୍ତୁତ କରାଯାଉଛି । ପ୍ରାକୃତିକ ଗ୍ୟାସ୍‌ ହାଇଡ୍ରୋଜେନ୍ ଗ୍ୟାସ୍ ପ୍ରସ୍ତୁତ କରି ୟୁରିଆ ଆଦି ରାସାୟନିକ ସାର ପ୍ରସ୍ତୁତ କରାଯାଏ । ପେଟ୍ରୋଲିୟମ୍‌ର ବିବିଧ ଉପଯୋଗିତା ଏବଂ କ୍ରମବର୍ଦ୍ଧିଷ୍ଣୁ ଚାହିଦା ଯୋଗୁଁ ଏହାକୁ କଳା ସୁନା (Black gold) ବା ତରଳ ସୁନା (Liquid Gold) କୁହାଯାଏ ।

→ପ୍ରାକୃତିକ ଗ୍ୟାସ୍ (Natural Gas) :
(i) ତୈଳକୂପଗୁଡ଼ିକରେ ପେଟ୍ରୋଲିୟମ୍ ସହ ପ୍ରାକୃତିକ ଗ୍ୟାସ୍ ମିଶ୍ରିତ ଅବସ୍ଥାରେ ଥାଏ । କେତେକ କୂପରୁ କେବଳ ପ୍ରାକୃତିକ ଗ୍ୟାସ୍‌ ମିଳେ । ପ୍ରାକୃତିକ ଗ୍ୟାସ୍‌ର ମୁଖ୍ୟ ଉପାଦାନ ମିଥେନ୍, ଯାହା ଏକ ଉତ୍ତମ ଇନ୍ଧନ ।
(ii) LPG ପରି ଏହା ସହଜରେ ତରଳୀକୃତ ହୋଇପାରେ ନାହିଁ । ତେଣୁ ଏହି ଗ୍ୟାସ୍‌କୁ ଭୂତଳ ନଳଦ୍ୱାରା ଘର ଓ କକାକIରଖାନା।ମାନଙ୍କୁ ଯୋଗାଇ ଦିଆଯାଇଥାଏ ।
(iii) ଗୁଜରାଟର ବରୋଦା (ଭାଦୋଦାରା) ଓ ଦିଲ୍ଲୀର କେତେକ ଅଞ୍ଚଳରେ ପାଇପ୍‌ଦ୍ଵାରା ଏହି ଗ୍ୟାସ୍ ବିତରଣ କରାଯାଉଛି
(iv) ପ୍ରଦୂଷଣକୁ ରୋକିବାପାଇଁ ଏହି ଗ୍ୟାସ୍‌କୁ ଅତ୍ୟୁଜ ଚାପରେ ଲୌହ ସିଲିଣ୍ଡରରେ ଭର୍ତ୍ତିକରି ବସ୍, ଟ୍ରକ୍, କାର ଆଦିରେ ଇନ୍ଧନରୂପେ ବ୍ୟବହାର କରାଯାଉଛି । ସିଲିଣ୍ଡରରେ ଭର୍ତ୍ତି ହୋଇଥ‌ିବା ପ୍ରାକୃତିକ ଗ୍ୟାସ୍‌ ସଂପୀଡ଼ିତ ପ୍ରାକୃତିକ ଗ୍ୟାସ୍ ବା CNG (Compressed Natural Gas) କହନ୍ତି ।
(v) ଅତ୍ୟଧିକ ଚାପରେ ଗ୍ୟାସ୍ ରଖାଯାଇଥିବା ହେତୁ CNG ସିଲିଣ୍ଡର ଫାଟିଯିବାର ଆଶଙ୍କା ଥାଏ । ତେଣୁ ରୋଷେଇ କାର୍ଯ୍ୟପ।ଇଁ ଏହାକୁ ନିଷିଦ୍ଧ କରାଯାଇଛି
(vi) ପ୍ରାକୃତିକ ଗ୍ୟାସ୍ ଅନେକ ରାସାୟନିକ ପଦାର୍ଥ ଓ ରାସାୟନିକ ସାର ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ ।

ମୃତ ପ୍ରାଣୀ ଓ ଉଭିଦର ଦେହାବଶେଷରୁ ବିଜ୍ଞାନାଗାରରେ କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ପ୍ରସ୍ତୁତ କରାଯାଇପାରିବ କି ?
ଉ-
ନା । ପ୍ରଥମତଃ, ଏଗୁଡ଼ିକ ସୃଷ୍ଟି ହେବାପାଇଁ ଯେଉଁସବୁ ପରିସ୍ଥିତି ଆବଶ୍ୟକ, ତାହା ବିଜ୍ଞାନାଗାରରେ ସମ୍ଭବ ନୁହେଁ ଏବଂ ଦ୍ବିତୀୟତଃ ଏଗୁଡ଼ିକ ସୃଷ୍ଟି ହେବାପାଇଁ ହଜାର ହଜାର ବର୍ଷ ଲାଗିଛି; ଅର୍ଥାତ୍ ସଂଘଟିତ ରାସାୟନିକ ପ୍ରତିକ୍ରିୟାର
ବେଗ ଅତି ମନ୍ଥର, ଯାହାକି କୃତ୍ରିମ ଉପାୟରେ ସମ୍ଭବପର ନୁହେଁ ।

ଜୀବାଶ୍ମ ଇନ୍ଧନଗୁଡ଼ିକର ବ୍ୟବହାରରେ ସଂଯମତା ଓ ମିତବ୍ୟୟିତା ଆବଶ୍ୟକ :
(i) ଜୀବାଶ୍ମ ଇନ୍ଧନ ତ୍ରୟ ( କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ) ଓ ଏଥିରୁ ପ୍ରସ୍ତୁତ ଅସଂଖ୍ୟ ନିତ୍ୟବ୍ୟବହାର୍ଯ୍ୟ
ପଦାର୍ଥଗୁଡ଼ିକର ବ୍ୟବହାର ପୃଥ‌ିବୀର ସବୁସ୍ଥାନରେ ବୃଦ୍ଧିପାଇବାରେ ଲାଗିଛି ।
(ii) ଏହି ଜୀବାଶ୍ମ ଇନ୍ଧନଗୁଡ଼ିକ କୃତ୍ରିମ ଉପାୟରେ ପ୍ରସ୍ତୁତ କରାଯାଇପାରିବ ନାହିଁ ।
(iii) ଜୀବାଶ୍ମ ଇନ୍ଧନଗୁଡ଼ିକ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେବାପାଇଁ ହଜାର ହଜାର ବର୍ଷ ଲାଗିବ ।
(iv) ଜୀବାଶ୍ମ ଇନ୍ଧନଗୁଡ଼ିକର ପରିମାଣ ସୀମିତ । ତେଣୁ ଆଉ କିଛିବର୍ଷ ପରେ ଏହା ସରିଯିବା ଫଳରେ ମାନବସମାଜ ଘୋର ସଂକଟର ସମ୍ମୁଖୀନ ହେବ ।
(v) ଏଗୁଡ଼ିକର ବ୍ୟବହାର ଦ୍ବାରା ଏଥିରୁ ନିର୍ଗତ ବିଷାକ୍ତ ପଦାର୍ଥଦ୍ବାରା ବାୟୁମଣ୍ଡଳ ପ୍ରଦୂଷିତ ହୁଏ । ଫଳରେ ସବୁଜ 6106 gal (Green House Effect), 9 (Acid Rain), q16 lang
ଗ୍ଲୋବାଲ୍ ୱାର୍ମିଙ୍ଗ୍ (Global Warming) ଆଦି ଘଟିବ ଏବଂ ଲୋକମାନେ ଶ୍ଵାସକ୍ରିୟା ଜନିତ ରୋଗରେ ପୀଡ଼ିତ ହେବେ ।

BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ ଧାତୁ ଓ ଅଧାତୁ

→ଜୀବାଶ୍ମ ଇନ୍ଧନ ବଞ୍ଚାଇବାପାଇଁ ଆମେ କ’ଣ କରିବା ଆବଶ୍ୟକ ? (What should we do to Save Fossil Fuels) :
ଭାରତରେ ପେଟ୍ରୋଲିୟମ୍ କଞ୍ଜରଭେସନ୍ ରିସର୍ଚ୍ଚ ଆସୋସିଏସନ୍ (Petroleum Conservation Research Association ବା PCRA) ନାମକ ସଂସ୍ଥା ପେଟ୍ରୋଲ, ଡିଜେଲ ଆଦିର ବ୍ୟବହାର ସୀମିତ କରିବାପାଇଁ ଲୋକମାନଙ୍କୁ ସଚେତନ କରାଇଥାଏ ।
ନିମ୍ନଲିଖ୍ ସାବଧାନତାମାନ ଅବଲମ୍ବନ କଲେ ଆମେ ଜୀବାଶ୍ମ ଇନ୍ଧନ ବଞ୍ଚାଇପାରିବା ।
(i) ପମ୍ପ୍ ଦେଲେ ଅଯଥା ଅଧିକ କିରୋସିନି ଖର୍ଚ୍ଚ ହୁଏ ପମ୍ପ୍ ଦେଲେ ଅଯଥା ଅଧ୍ବକ କିରୋସିନି ଖର୍ଚ୍ଚ ହୁଏ ।
(ii) ଗ୍ୟାସ୍ ଚୁଲ୍ଲା ଜାଳିବାବେଳେ ଯେତିକି ଉତ୍ତାପ ଆବଶ୍ୟକ ସେହି ଅନୁସାରେ ରେଗୁଲେଟରଦ୍ଵାରା ନିୟନ୍ତ୍ରଣ କରି ଗ୍ୟାସ୍ ବ୍ୟବହାର କରିବା ଉଚିତ ।
(iii) କୋଇଲା ଚୁଲିକୁ ଲିଭାଇବା ବା ପୁନର୍ବାର ଜାଳିବା କଷ୍ଟକର ଓ ସମୟ ସାପେକ୍ଷ । ତେଣୁ ରୋଷେଇ ଜିନିଷ ସବୁ ପ୍ରସ୍ତୁତ କରିସାରିବାପରେ କୋଇଲା ଚୁଲି ଜାଳିବା ଆବଶ୍ୟକ ।
(iv) ଲଣ୍ଠନ ବ୍ୟବହାର କରିବାବେଳେ ଯଦି କିଛି ସମୟପାଇଁ ଏହାର ଆବଶ୍ୟକତା ନଥାଏ; ତେବେ ବତିର ଶିଖାକୁ କମାଇଦେବା ଦରକାରା
(v) କିରୋସିନି ରଖୁଥ‌ିବା ଜାର୍, ବୋତଲ ଆଦିର ମୁହଁକୁ ଭଲରୂପେ ବନ୍ଦ କରିଦେବା ଉଚିତ୍; ନଚେତ୍ ବାଷ୍ପୀଭୂତ ହୋଇ ଏଗୁଡ଼ିକ ଅଯଥାରେ ନଷ୍ଟହେବ । କିରୋସିନି ବାଷ୍ପ ମଧ୍ୟ ସ୍ଵାସ୍ଥ୍ୟପ୍ରତି ଅହିତକର ।
(vi) ଷ୍ଟୋଭ୍ ଓ ଗ୍ୟାସ୍ଟ୍ରୋଲା ନୀଳଶିଖାରେ ଜଳିବା ଆବଶ୍ୟକ; ଫଳରେ ଇନ୍ଧନ ସଂପୂର୍ଣ୍ଣ ଭାବରେ ଜଳେ ଓ ଅଧିକ ଉତ୍ତାପ ସୃଷ୍ଟି ହୁଏ । ଲାଲ ଶିଖାରେ ଜଳିଲେ ତାପମାତ୍ରା କମ୍ ହୁଏ । ତେଣୁ ଅଧିକ ସମୟ ଜାଳିବାରେ ଅଧ୍ଵ ଇନ୍ଧନ ଖର୍ଜ ହୁଏ । ତେଣୁ ଏଗୁଡ଼ିକୁ ନିୟମିତ ସଫାକରିବା ଓ ମରାମତି କରିବା ଆବଶ୍ୟକ ।
(vii) ମଟର ସାଇକେଲ୍, ମୋପେଡ଼, ସ୍କୁଟର, ଅଟୋରିକ୍ସା, କାର, ବସ୍, ଟ୍ରକ୍ ଆଦି ଯାନକୁ ନିର୍ଦ୍ଦିଷ୍ଟ ବେଗରେ ଚଳାଇବା ଆବଶ୍ୟକ । ଏପରି କଲେ କମ୍ ଇନ୍ଧନ ଖର୍ଚ୍ଚ ହୁଏ ।
(viii) ମୋଟରଯାନର ଚକାଗୁଡ଼ିକରେ ବାୟୁଚାପ (Air Pressure) ଉପଯୁକ୍ତ ମାତ୍ରାରେ ରଖିବା ଦରକାର; ନଚେତ୍ ଅଧିକ ଘର୍ଷଣପାଇଁ ଅଧୂକ ଇନ୍ଧନ ଖର୍ଚ୍ଚ ହୁଏ ।
(ix) ମୋଟର ଯାନ ଇଞ୍ଜିକୁ ନିୟମିତ ସଫା କରିବା ଆବଶ୍ୟକ; ନଚେତ୍ ଇନ୍ଧନ ଖର୍ଚ୍ଚ ଅଧ‌ିକ ହେବ ।
(x) ଟ୍ରାଫିକ୍ ଛକରେ ଅଟକିବା ବେଳେ କିମ୍ବା କାହାର ଅପେକ୍ଷାରେ ଥ‌ିବାବେଳେ କିମ୍ବା ବାଟରେ ସାଙ୍ଗମାନଙ୍କ ସହ କଥାବାର୍ତ୍ତା ହେବାବେଳେ ମଟରଯାନର ଇଞ୍ଜିକୁ ବନ୍ଦ କରିଦେବା ଉଚିତ ।
(xi) ଯେଉଁ କାମ ଚାଲିକରି ହୋଇପାରିବ କିମ୍ବା ସାଇକେଲ୍‌ଦ୍ୱାରା ହୋଇପାରିବ ସେ କାମକୁ ମୋଟରଯାନ ବ୍ୟବହାର କରିବା ଅନୁଚିତ । ଏହା ଫଳରେ ଇନ୍ଧନ ବଞ୍ଚ ଓ ନିଜର ସ୍ବାସ୍ଥ୍ୟ ମଧ୍ଯ ଭଲ ରହିବ ।

ବିଷୟଭିତ୍ତିକ ଶବ୍ଦାବଳୀ :

BSE Odisha 8th Class Science Notes Chapter 5 କୋଇଲା ଓ ପେଟ୍ରୋଲିୟମ୍ 5

BSE Odisha 6th Class Odia Solutions Chapter 3 ଜନ୍ମଭୂମି

Odisha State Board BSE Odisha 6th Class Odia Solutions Chapter 3 ଜନ୍ମଭୂମି Textbook Exercise Questions and Answers.

BSE Odisha Class 6 Odia Solutions Chapter 3 ଜନ୍ମଭୂମି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ ତାହାକୁ କ’ଣ ବୋଲି କହିବା ?
Answer:
ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ, ତାହାକୁ ଜନ୍ମଭୂମି ବୋଲି କହିବା ।

(ଖ) ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ କ’ଣ ଦିଏ ?
Answer:
ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ ଫଳ ଓ ଶସ୍ୟ ପ୍ରଦାନ କରେ । ତାହାର ବାୟୁ ଆମ ନିଃଶ୍ବାସ ପ୍ରଶ୍ଵାସରେ ପ୍ରବାହିତ ହୁଏ, ତାହାର ସ୍ନିଗ୍ଧ ସ୍ଵଚ୍ଛ ଜଳରେ ଆମର ଶୋଷ ଦୂର ହୁଏ ।

(ଗ) ଜନ୍ମଭୂମି କାହା ସହିତ ତୁଳନୀୟ ?
Answer:
ଜନ୍ମଭୂମି ମାଆ ସହିତ ତୁଳନୀୟ ।

(ଘ) ପରିବାରରେ ଫୁଟିଲା ଫୁଲମାନେ କିଏ ?
Answer:
ଫୁଟିଲା ଫୁଲ ଉଦ୍ୟାନର ଶୋଭା ବଢ଼ାଇଥାଏ । ସେହିପରି ସ୍ନେହର ପିତୁଳା ଭାଇଭଉଣୀମାନେ ଫୁଟିଲା ଫୁଲ ପରି ପରିବାରକୁ ସୁଖମୟ ଓ ସୁନ୍ଦର କରିଥା’ନ୍ତି ।

(ଙ) ମଣି ଓ ମୁକୁତା କେଉଁଠି ସାଇତା ହୋଇ ରହିଛି ?
Answer:
ଆମ ଦେଶରେ ଅନେକ ଖଣିଜ ସମ୍ପଦ ଭରପୂର ହୋଇ ରହିଛି । ଆମ ଦେଶର ଖଣିମାନଙ୍କରେ ମଣି ଓ ସାଗର ଗର୍ଭରେ ମୁକ୍ତା ସାଇତା ହୋଇ ରହିଛି ।

(ଚ) ଜନ୍ମଭୂମି ସ୍ମୃତି ଆମର କି କର୍ତ୍ତବ୍ୟ ରହିଛି ?
Answer:
ଜନ୍ମଭୂମି ଆମର ଜନନୀ ପରି । ଜନ୍ମଭୂମିର ଗୌରବ ରକ୍ଷା ତଥା ଦେଶବାସୀଙ୍କ ସେବା କରିବା ଆମ ଜାବନର ପରମ କର୍ତ୍ତବ୍ୟ ହେବା ଉଚିତା

(ଛ) କେଉଁମାନଙ୍କ ନାମ ଲୋକମୁଖରେ କାଳେ କାଳେ ରହେ ?
Answer:
ଯେଉଁ ମହାପୁରୁଷମାନେ ନିଜ ଦେଶର ମଙ୍ଗଳପାଇଁ ଆପଣାର ଶରୀରକୁ ଦାନ କରିଛନ୍ତି, ନିଜର ସୁଖଶାନ୍ତି, ଘର, ପରିବାରକୁ ଭୁଲି ଭିକ୍ଷାଥାଳ ଧରି ଘର ଘର ବୁଲିଛନ୍ତି, ଏପରିକି ଲୋକଙ୍କର ମଙ୍ଗଳ ପାଇଁ ବହୁ କଷ୍ଟ ସହିଛନ୍ତି; ସେହିମାନଙ୍କ ନାମ ଲୋକମୁଖରେ କାଳେ କାଳେ ରହେ ।

BSE Odisha 6th Class Odia Solutions Chapter 3 ଜନ୍ମଭୂମି

Question ୨।
ତିନୋଟି ଏକ ଜାତୀୟ ଶବ୍ଦ ସହିତ ଯେଉଁ ଭିନ୍ନ ଜାତୀୟ ଶବ୍ଦଟି ଅଛି, ତାହାକୁ ବାଛି ଅଲଗା କର ।
(କ) ବାୟୁ, ପବନ, ଆନନ୍ଦ, ଅନିଳ
(ଖ) ଜନନୀ, ମାତା, ମାଆ, ପିତା,
(ଗ) ରବି, କବି, ସୂର୍ଯ୍ୟ, ତପନ,
(ଘ) ବିହଗ, ନକ୍ଷତ୍ର, ବିହଙ୍ଗମ, ପକ୍ଷୀ
(ଙ) ବଣ, ଜଙ୍ଗଲ, ପର୍ବତ, କାନନ
Answer:
(କ) ଆନନ୍ଦ
(ଖ) ପିତା
(ଗ) କବି
(ଘ) ନକ୍ଷତ୍
(ଙ) ପର୍ବତ

Question ୩ ।
ମନେପକାଇ କବିତାଂଶକୁ ପୂରଣ କର ।
(କ) ଯା’ର ଫଳ ଶସ୍ୟ କରେ _____________ ଧାରଣ ।
(ଖ) ଯେ ଦେଶେ ଅଛନ୍ତି ମୋର ପ୍ରିୟ_____________ ।
(ଗ) ସ୍ନେହର ପିତୁଳା _____________ ସକଳୋ
(ଘ) ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ _____________ ।
(ଙ) ଯେ ଦେଶ କାନନେ ଶୋଭେ _____________ ।
Answer:
(କ) ଜାବନ
(ଖ) ପରିବାର
(ଗ) ଭାଇ ଉତ୍ତଶା
(ଘ) ଆକାଶେ
(ଙ) କେତେ ତୋରା ଫୁଲ

BSE Odisha 6th Class Odia Solutions Chapter 3 ଜନ୍ମଭୂମି

Question ୪।
ସରଳ ଭାବରେ ଅର୍ଥ ବୁଝାଇ ଲେଖ ।
(କ) ସେହି ମୋର ଜନ୍ମଭୂମି ଜନନୀ ସମାନ
ଧରାତଳେ କାହିଁ ଅଛି ତା’ ସମାନ ସ୍ଥାନ !
Answer:
ସେହି ମୋର ……………………………… ସମାନ ସ୍ଥାନ!
ଉକ୍ତ ପଦ୍ୟାଶଟି କବି ପଦ୍ମଚରଣ ପଟ୍ଟନାୟକଙ୍କ ଲିଖ୍ ‘ଜନ୍ମଭୂମି’ କବିତାରୁ ଉଦ୍ଧୃତ । ଏଠାରେ କବି ଜନ୍ମଭୂମିର ପରିଚୟ ପ୍ରଦାନ କରିବା ସହିତ ତା’ ସହିତ କେହି ତୁଳନୀୟ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି । କବିତାର ପ୍ରାରମ୍ଭିକ ପର୍ଯ୍ୟାୟରେ ଜନ୍ମଭୂମିର ପରିଚୟ ପ୍ରଦାନ କରିବାକୁ ଯାଇ କବି କହିଛନ୍ତି ଯେ, ଯେଉଁ ଦେଶରେ ମୁଁ ଜନ୍ମଗ୍ରହଣ କରିଛି, ଯାହାର ପବନ ମୋର ନିଃଶ୍ବାସ ପ୍ରଶ୍ଵାସରେ ବହୁଛି, ଏପରିକି ଯେଉଁ ଦେଶରେ ରବି କିରଣ ଓ ଉତ୍ତାପ ଦେଉଛନ୍ତି, ତାହା ମୋର ଜନ୍ମଭୂମି । ଯାହାର ସୁଶୀତଳ ସ୍ଵଚ୍ଛ ଜଳ ପାନ କରି ମୋର ଶୋଷ ଦୂର ହେଉଛି, ଯାହାର ଫଳ ଓ ଶସ୍ୟ ଖାଇ ମୁଁ ଜୀବନ ଧାରଣ କରୁଛି, ଏପରିକି ଯାହାର ବକ୍ଷଦେଶରେ ମୁଁ ସର୍ବଦା ଚଲାବୁଲା କରୁଛି, ସେହି ଦେଶ ମୋର ଜନନୀ ପରି, ସେ ମୋର ଜନ୍ମଭୂମି ଅଟେ । ଏ ପୃଥ‌ିବୀରେ ତାହା ସହିତ ସମାନ ହେଲାପରି ସ୍ଥାନ ଆଉ କେଉଁଠି ନାହିଁ । ବାସ୍ତବରେ ଜନନୀତୁଲ୍ୟା ଜନ୍ମଭୂମି ସହ କେହି ସମାନ ହୋଇପାରିବେ ନାହିଁ ।

(ଖ) ତାହା ଲାଗି ଶରୀରର ରକ୍ତବିନ୍ଦ ଦାନ
ଯେ ନ କରେ କୃତଘ୍ନ ସେ ପଶୁର ସମାନ ।
Answer:
ତାହା ଲାଗି ………………………………. ପଶୁର ସମାନା
ଶଂସିତ ପଦ୍ୟାଶଟି କବି ପଦ୍ମଚରଣ ପଟ୍ଟନାୟକଙ୍କ ଲିଖ୍ତ ‘ଜନ୍ମଭୂମି’ କବିତାରୁ ଆନୀତ । ଏଠାରେ ଜନ୍ମମାଟି ପାଇଁ ଯିଏ କିଛି ତ୍ୟାଗ ନ କରେ ସେ କିପରି କୃତଘ୍ନ ଓ ପଶୁତୁଲ୍ୟ ବିବେଚିତ ହୁଏ, ତାହା ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ମନୁଷ୍ୟ ଜନ୍ମଭୂମିର ଅନ୍ନ, ଜଳ ଖାଇ ଆପଣାର ଶରୀରକୁ ଜୀବିତ ରଖନ୍ତି। ସେହି ମାଟି ମାଆର ପରିଚୟରେ ଅନ୍ୟ ନିକଟରେ ପରିଚିତ ହୁଅନ୍ତି । ତା’ର ଗୌରବରେ ସେମାନଙ୍କର ସୁଖ ସୌଭାଗ୍ୟର ଉଦୟ ହୁଏ । ତା’ର ପତନରେ ସେମାନଙ୍କ ପତନ ଅବଶ୍ୟମ୍ଭାବୀ ହୋଇପଡ଼େ । ସେହି ଜନ୍ମମାଟିର କଥାକୁ ଦୂର ଦେଶରେ ଥାଇ ମନେ ପକାଇଲେ ମନଟା ଗୋଳେଇ ଘାଣ୍ଟି ହୁଏ । ମନ ଦୁଃଖରେ ତାକୁ ଦେଖିବାପାଇଁ ସର୍ବଦା ଝୁରିହେବାକୁ ପଡ଼େ । ସେହି ଜନ୍ମମାଟିଠାରୁ ବହୁଭାବେ ଉପକୃତ ହୋଇଥ‌ିବା ବ୍ୟକ୍ତି ଯଦି ଆପଣା ଶରୀରର ରକ୍ତବିନ୍ଦୁ ମାଟିମାଆ ପାଇଁ ଦାନ ନ କରେ, ତେବେ ସେ ପଶୁତୁଲ୍ୟ ବିବେଚିତ ହୁଏ । ତାକୁ କୃତଘ୍ନ ବୋଲି କୁହାଯାଏ । ଜନ୍ମମାଟି ପ୍ରତି ସର୍ବଦା କୃତଜ୍ଞ ହୋଇ ରହିବା ଉଚିତ । ବାସ୍ତବରେ କବିଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

(ଗ) ମୁଣ୍ଡଝାଳ ଗୋଡ଼େ ମାରି ସ୍ଵଦେଶ ମଙ୍ଗଳେ
ଲେଖିଯାଇଛନ୍ତି ନାମ ଅକ୍ଷୟ ଅକ୍ଷରେ।
Answer:
ମୁଣ୍ଡଝାଳ ……………………………. ଅକ୍ଷୟ ଅକ୍ଷରେ ।
ନିଜ ଜନ୍ମଭୂମିର ମଙ୍ଗଳ ବିଧାନ ପାଇଁ ଆପଣାର ଶରୀର ଦାନ କରିବାକୁ ପଛାଇ ନାହାନ୍ତି । ନିଜର ସୁଖଶାନ୍ତି, ପରିବାରକୁ ଭୁଲି ସେମାନେ ଭିକ୍ଷାଥାଳ ଧରି ଦ୍ଵାରେ ଦ୍ଵାରେ ବୁଲିଛନ୍ତି । ସେମାନେ ଏ ମାଟି ପାଇଁ ନିଃସ୍ଵ କାଙ୍ଗାଳ ହୋଇଯାଇଛନ୍ତି । ଅନ୍ୟର ମଙ୍ଗଳ ବିଧାନ ନିମିତ୍ତ ମୁଣ୍ଡଝାଳକୁ ଗୋଡ଼ରେ ମାରି ବହୁ କଷ୍ଟକର କାର୍ଯ୍ୟ କରିଛନ୍ତି । ଏପରି ବୀର ସନ୍ତାନମାନେ ନିଜର କର୍ମଦ୍ଵାରା ଅକ୍ଷୟ ଅକ୍ଷରରେ ଆପଣାର ନାମକୁ ଲେଖାଯାଇଛନ୍ତି । ଲୋକମୁଖରେ ଯୁଗ ଯୁଗ ଧରି ସେମାନଙ୍କର ଅମର ଗାଥା ପ୍ରଚାରିତ ହେଉଛି । ସେହିଭଳି ସନ୍ତାନ ଲାଭକରି ସେମାନଙ୍କର ପିତାମାତା ଓ ଜନ୍ମଭୂମି ଧନ୍ୟ ହୋଇଛି।
ବାସ୍ତବରେ ସେହି ମହାନ୍ ବୀରଙ୍କର ଅମରଗାଥାର ପଟ୍ଟାନ୍ତର ନାହିଁ ।

Question ୫।
ବିଶେଷଣ ପଦଗୁଡ଼ିକ ଚିହ୍ନାଇ ଦିଅ ।
ସ୍ଵଚ୍ଛ ଜଳ, ପ୍ରିୟ ପରିବାର, ଦୟାମୟ ପିତା, ଫୁଟିଲା ଫୁଲ, ସୁନୀଳ ଆକାଶ, ନବ ଜଳଧର, ତୋରା ଫୁଲ ।
Answer:
ବିଶେଷଶ ପଦଗୁଡ଼ିକ ହେଲା – ସ୍ୱଚ୍ଛ, ପ୍ରିୟ, ଦୟାମୟ, ଫୁଟିଲା, ସୁନାଳ, ନବ, ତୋରା ।

Question ୬।
ଉତ୍ତର ଲେଖ ।
(କ) ଜୀବନ ଧାରଣ ପାଇଁ କେଉଁ କେଉଁ ଜିନିଷ ଆମର ଅତି ଆବଶ୍ୟକ ?
Answer:
ଜୀବନ ଧାରଣ ପାଇଁ ଜନ୍ମଭୂମିର ପବନ, ସୂର୍ଯ୍ୟକିରଣ, ସ୍ଵଚ୍ଛ ଜଳ ଓ ଶସ୍ୟ-ଫଳ ଆମର ଅତି ଆବଶ୍ୟକ ।

(ଖ) ଜନ୍ମଭୂମି ଜନନୀ ସହିତ ସମାନ କାହିଁକି ?
Answer:
ମାଆ ଯେପରି ଆମକୁ ତା’ ବକ୍ଷର କ୍ଷୀର ଦିଏ, ଆମକୁ ଲାଳନପାଳନ କରେ, ସେହିପରି ଜନ୍ମଭୂମି ଆମକୁ ନିଜ ପାଖରେ ରଖିଥିବା ନାନାବିଧ ପଦାର୍ଥ ଦାନକରି ପାଳନ କରେ । ଜନ୍ମଭୂମିର ବାୟୁ, ସୂର୍ଯ୍ୟକିରଣ, ସ୍ଵଚ୍ଛ ଜଳ ଏବଂ ଶସ୍ୟ-ଫଳ ଆମ ଜୀବନ ଧାରଣପାଇଁ ନିତାନ୍ତ ଆବଶ୍ୟକ । ତେଣୁ ଜନ୍ମଭୂମିକୁ ଜନନୀ ସହିତ ତୁଳନା କରାଯାଏ ।

(ଗ) ପରିବାରର କେଉଁମାନେ ଆମର ପ୍ରିୟ ?
Answer:
ପରିବାର ସମସ୍ତଙ୍କ ପାଇଁ ଖୁବ୍ ଆପଣାର । ପରିବାରରେ ଦୟାମୟ ପିତା, ସ୍ନେହମୟୀ ଜନନୀ ଓ ସ୍ନେହର ପିତୁଳା ଭାଇଭଉଣୀ ଆମର ଅତି ପ୍ରିୟ ଅଟନ୍ତି ।

(ଘ) କାହାକୁ କବି କୃତଘ୍ନ ଓ ପଶୁର ସମାନ ବୋଲି କହିଛନ୍ତି ?
ଯେଉଁ ଲୋକ ଜନ୍ମଭୂମିଠାରୁ ନାନାବିଧ ଉପକାର ପାଇ ତା’ର ମଙ୍ଗଳ ବିଧାନ ପାଇଁ ଆପଣା ଶରୀରରୁ ରକ୍ତ ଦାନ ନ କରେ, ତାକୁ କବି କୃତଘ୍ନ ଓ ପଶୁ ସହିତ ସମାନ ବୋଲି ବିବେଚନା କରିଛନ୍ତି ।

(ଙ) ମହାପୁରୁଷମାନଙ୍କ ଜୀବନୀରୁ ଆମେ କି ଶିକ୍ଷା ପାଉ ?
Answer:
ଦେଶର ମଙ୍ଗଳ ବିଧାନ ପାଇଁ ନିଜର ଶରୀରକୁ ଦାନ କରିବା ଉଚିତ । ନିଜର ସୁଖଶାନ୍ତି, ଘର, ପରିବାରକୁ ଭୁଲିଯାଇ ଅନ୍ୟର ମଙ୍ଗଳ କରିବା ଉଚିତ । ଏପରିକି ନାନାବିଧ କଷ୍ଟ ସହି ଲୋକଙ୍କର ମଙ୍ଗଳ ସାଧନ କରିବା ଆବଶ୍ୟକ । ଏହାହିଁ ମହାପୁରୁଷମାନଙ୍କର ଜୀବନୀରୁ ଆମେ ଶିକ୍ଷାଲାଭ କରୁ ।

Question ୭।
‘ସ୍ନେହର ପିତୁଳା’ ଭଳି ‘ପିତୁଳା’ ଶବ୍ଦ ପୂର୍ବରୁ ଆଉ କେଉଁ ଶବ୍ଦଟି ବ୍ୟବହାର କରିହେବ ଭାବି ଲେଖ ।
Answer:
ନୟନ ପିତୁଳା ।

BSE Odisha 6th Class Odia Solutions Chapter 3 ଜନ୍ମଭୂମି

Question ୮।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନରେ ଲେଖ ।
(କ) ରବି ତାପ (ଶୋଭା ଧରେ, କିରଣ ବିତରେ, ବିଚରଣ କରେ)
(ଖ) କାନନେ ଶୋଭେ କେତେ (ବିହଙ୍ଗମ କୁଳ, ନବ ଜଳଧର, ତୋରା ଫୁଲ)
(ଗ) ଯାହାର ଗୌରବେ କେତେ (ଶରୀର ଜୀବିତ, ପତନ ନିଶ୍ଚୟ, ସୁଖର ଉଦୟ)
Answer:
(କ) ରବି ତାପ କିରଣ ବିତରେ ।
(ଖ) ଜ୍ଞାନନେ ଶୋଭେ କେତେ ତୋରା ଫୁଲ ।
(ଗ) ଯାହାର ଗୌରବ କେତେ ସୁଖର ଉଦୟ ।

Question ୯।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଅର୍ଥ ପ୍ରକାଶ କରୁଥିବା କେଉଁ କେଉଁ ଶବ୍ଦ କବିତାରେ ବ୍ୟବହାର କରାଯାଇଛି ଖୋଜି କରି ଲେଖ ।
ମେଘ, ବିଜୁଳି, ଚଢ଼େଇ, ତାରା, ପୃଥିବୀ
Answer:
ମେଘ ଜଳଧର, ବିଜୁଳି ସୌଦାମିନୀ, ଚଢ଼େଇ ବିହଙ୍ଗମ, ତାରା ନକ୍ଷତ୍ର, ପୃଥ‌ିବୀ ଧରା ।

ତୁମ ପାଇଁ କାମ:

  • ଜନ୍ମଭୂମି ସମ୍ପର୍କରେ ଅନ୍ୟ କବିମାନେ ଲେଖୁଥ‌ିବା କବିତାଗୁଡ଼ିକୁ ସଂଗ୍ରହ କରି ପଢ଼ ।
  • ନିଜ ମନରୁ ଜନ୍ମଭୂମି ସମ୍ପର୍କରେ କବିତାଟିଏ ଲେଖୁବାକୁ ଚେଷ୍ଟା କର ।
  • କବି ପଦ୍ମଚରଣ ପଟ୍ଟନାୟକଙ୍କର ଅନ୍ୟାନ୍ୟ କବିତା ସଂଗ୍ରହ କରି ପଢ଼ ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଜନ୍ମଭୂମିର ପ୍ରାକୃତିକ ଚିତ୍ର କିପରି ବର୍ଣ୍ଣିତ ହୋଇଛି ?
Answer:
ଜନ୍ମଭୂମିର ପର୍ବତ ଓ ନଦୀଗୁଡ଼ିକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପରେ ଶୋଭା ପାଆନ୍ତି । ଏହାର ଖଣିରେ ମଣି ଓ ସାଗରରେ ମୁକ୍ତା ରହିଛି । ସୁନୀଳ ଆକାଶରେ ଅସଂଖ୍ୟ ତାରା, ନୂଆ ମେଘ ସହିତ ବିଜୁଳି ଶୋଭାପାଉଛି । ଏହାର ବଣରେ କେତେ ସୁନ୍ଦର ଫୁଲ ଶୋଭାପାଉଛି । ସେହି ବଣର ଗଛରେ ନାନାବିଧ ପକ୍ଷୀ କଳକଣ୍ଠ ସ୍ବରରେ ଗୀତ ଗାଇ ଏହାର ଶୋଭାକୁ ବହୁଗୁଣିତ କରୁଛନ୍ତି ।

(ଖ) ଦୂର ଦେଶରେ ଥାଇ ମନ କାହାକୁ ଝୁରେ ?
Answer:
ଦୂର ଦେଶରେ ଥାଇ ଜନ୍ମଭୂମି କଥା ମନେ ପକାଇଲେ ମନ ଖାଲି ଘାଣ୍ଟିହୁଏ । ଆଉ ତାକୁ ଦେଖିବାକୁ ଚକ୍ଷୁ ଦୁଇଟି ଦୁଃଖରେ ଝୁରି ହୁଏ ।

(ଗ) କେଉଁମାନଙ୍କର ପିତାମାତା ଓ ଜନ୍ମସ୍ଥାନ ଧନ୍ୟ ହୋଇଥାଏ ?
Answer:
ଯେଉଁ ମହାପୁରୁଷଗଣ ଆପଣାର ଜନ୍ମମାଟିର ମଙ୍ଗଳ ବିଧାନ ପାଇଁ ଜୀବନକୁ ଉତ୍ସର୍ଗ କରି ସ୍ଵର୍ଣ୍ଣାକ୍ଷରରେ ନିଜ ନାମକୁ ଇତିହାସର ପୃଷ୍ଠାରେ ଲେଖାଯାଇଛନ୍ତି, ଯେଉଁମାନଙ୍କ ନାମ ଲୋକମୁଖରେ ସଦା ପ୍ରଚାରିତ, ସେହିମାନଙ୍କର ପିତାମାତା ଓ ଜନ୍ମସ୍ଥାନ ଧନ୍ୟ ହୋଇଥାଏ।

(ଘ) ଖେଳସାଥୀ ମେଳକୁ ନନ୍ଦନକାନନ ବୋଲି କବି କାହିଁକି କହିଛନ୍ତି ?
Answer:
ନନ୍ଦନକାନନରେ ଯେପରି ଆନନ୍ଦରେ ବୁଲି ମଜାମଉଜ କରିହୁଏ । ସେହିପରି ଖେଳସାଥୀ ମେଳରେ ରହି ବେଶ ମଜାମଉଜ କରିହୁଏ । ତେଣୁ ଖେଳସାଥୀ ମେଳକୁ ନନ୍ଦନକାନନ ବୋଲି କୁହାଯାଇଛି ।

BSE Odisha 6th Class Odia Solutions Chapter 3 ଜନ୍ମଭୂମି

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଆମ ଦେଶର ଆକାଶ କିପରି ଶୋଭା ଧାରଣ କରିଥାଏ ?
Answer:
ଆମ ଦେଶର ସୁନୀଳ ଆକାଶରେ ଅସଂଖ୍ୟ ନକ୍ଷତ୍ର ଶୋଭାପାଆନ୍ତି । ପୁଣି ସୁନୀଳ ଆକାଶରେ ମେଘମାଳା ସହ ଚିକ୍‌ଚିକ୍ କରୁଥବା ବିଜୁଳି ଭାସି ବୁଲୁଥାଏ ଯାହାକି ଆକାଶର ଶୋଭାକୁ ଆହୁରି ବଢ଼ାଇଦିଏ ।

(ଖ) କବି କାହାକୁ କୃତଘ୍ନ ବୋଲି କହିଛନ୍ତି ?
Answer:
ସମସ୍ତେ ଜନ୍ମଭୂମିଠାରୁ ସକଳ ଆବଶ୍ୟକୀୟ ଜିନିଷ ପାଇ ଜୀବନ ଧାରଣ କରିଥା’ନ୍ତି । ତେଣୁ ସେହି ଜନ୍ମଭୂମିର ମଙ୍ଗଳ ବିଧାନ ପାଇଁ ଯିଏ ଆପଣା ଶରୀରରୁ ରକ୍ତଦାନ ନ କରେ, ତାକୁ କବି କୃତଘ୍ନ ବୋଲି କହିଛନ୍ତି ।

(ଗ) ଜୀବନଧାରଣ ପାଇଁ ଜନ୍ମଭୂମି ଆମକୁ କ’ଣ ଦିଏ ?
Answer:
ଜୀବନ ଧାରଣ ପାଇଁ ଜନ୍ମଭୂମି ଆମକୁ ଫଳ ଓ ଶସ୍ୟ ପ୍ରଦାନ କରେ । ତାହାର ବାୟୁ ଆମ ନିଃଶ୍ବାସ ପ୍ରଶ୍ଵାସରେ ପ୍ରବାହିତ ହୁଏ, ତାହାର ସ୍ନିଗ୍ଧ ସ୍ବଚ୍ଛ ଜଳରେ ଆମର ଶୋଷ ଦୂର ହୁଏ ।

(ଘ) କାହାର ଗୌରବ ଓ ପତନ ସହ ଆମ ସୁଖ ଦୁଃଖ ଜଡ଼ିତ ?
Answer:
ଜନ୍ମଭୂମିର ଅନ୍ନଜଳ ଗ୍ରହଣ କରି ଆମ ଶରୀର ପୁଷ୍ଟ ହୋଇଛି । ତେଣୁ ଜନ୍ମଭୂମିର ଗୌରବରେ ଆମର ସୁଖର ଉଦୟ ହୁଏ ଓ ତାହାର ପତନରେ ଆମର ମଧ୍ୟ ପତନ ଘଟିଥାଏ ।

Question ୩।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘‘ଯାର ଫଳଶସ୍ୟ କରେ ଜୀବନ ଧାରଣ
ଯାର ବକ୍ଷେ ସଦା ସୁଖେ କରେ ବିଚରଣ ।’’
Answer:
ଯାଇ ଫଳଶସ୍ୟ …………………………… କରେ ବିଚରଣ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଜନ୍ମଭୂମି’ କବିତାରୁ ସଂଗୃହୀତ । ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମମାଟିର ଖାଦ୍ୟଶସ୍ୟ ଖାଇ ଆମର କିପରି ଜୀବନଧାରଣ ହୋଇଥାଏ, ତାହା ବର୍ଣ୍ଣନା କରିଛନ୍ତି । ଜନ୍ମମାଟି ଆମକୁ ମାଆ ପରି ଲାଳନପାଳନ କରେ । ତା’ର ପବନ ଆମ ନିଃଶ୍ୱାସ-ପ୍ରଶ୍ଵାସରେ ପ୍ରବାହିତ ହୁଏ । ତା’ର ସ୍ୱଚ୍ଛଜଳ ପାନକରି ଆମର ତୃଷା ଦୂର ହୁଏ । ଆମର ଜୀବନଧାରଣ ପାଇଁ ସେ ତା’ ବକ୍ଷରେ ନାନାବିଧ ଖାଦ୍ୟଶସ୍ୟ ଓ ଫଳ ସାଇତି ରଖୁଛି, ଯାହାକୁ ଖାଇ ଆମେ ବଞ୍ଚି ରହିଥାଉ । ତା’ର ଛାତିରେ ଆମେ ଆନନ୍ଦରେ ଚଲାବୁଲା କରିଥାଉ । ତେଣୁ ସେହି ଜନ୍ମମାଟି ଆମର ମାତୃସମା, କଲ୍ୟାଣମୟୀ ଜନନୀ । ତା’ ସହିତ ପୃଥ‌ିବୀର ଅନ୍ୟ କୌଣସି ସ୍ଥାନ ସମାନ ହୋଇପାରିବ ନାହିଁ ।

(ଖ) ‘‘ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ,
ନବ ଜଳଧର ସଙ୍ଗେ ସୌଦାମିନୀ ଭାସେ !??
Answer:
ଅସଂଖ୍ୟ …………………………ଭାସୋ
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଜନ୍ମଭୂମି’ କବିତାରୁ ସଂଗୃହୀତ । ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମମାଟିର ପ୍ରାକୃତିକ ଶୋଭାକୁ ବର୍ଣ୍ଣନା କରିଛନ୍ତି । ଏହି ଜନ୍ମଭୂମିରେ ନଦୀ, ପାହାଡ଼, ପର୍ବତ, ଝରଣା ବଣଜଙ୍ଗଲ ଶୋଭାବର୍ଦ୍ଧନ କରିଥାଆନ୍ତି । ଖଣି ମଧ୍ୟରେ ମଣି ଓ ସମୁଦ୍ରରେ ମୁକୁତା ରହିଅଛି । ଜନ୍ମଭୂମିର ସୁନୀଳ ଆକାଶରେ ନକ୍ଷତ୍ରମାନ ଶୋଭା ପାଉଛନ୍ତି । ଏହି ସୁନୀଳ ଆକାଶ ବକ୍ଷରେ କଳାମେଘ ସହିତ ବିଜୁଳିର ଝଲକ ଭାବୁକ ପ୍ରାଣରେ ଅହେତୁକ ଭାବନା ରାଜି ଖେଳାଇଦିଏ । ଏହି ଦେଶର ବନ ଉପବନରେ ନାନା-ଜାତିର ଫୁଲ ଫୁଟି ବଶିକର ପ୍ରାଣକୁ ବିମୋହିତ କରିଥାଏ। ବନ ଉପବନର ଗହଳ ଲତାକୁଞ୍ଜ ଓ ପତ୍ର ଉହାଡ଼ରେ ଥାଇ ପକ୍ଷୀମାନଙ୍କର ମଧୁର କାକଳି ବେଶ୍ ଆନନ୍ଦ ଦେଇଥାଏ। ସେମାନଙ୍କର କଳନିନାଦିନୀ କଣ୍ଠରୁ ଝରିଆସୁଥିବା ଗୀତର ସ୍ଵର ଶ୍ରୋତାକୁ ବେଶ୍ ଆନନ୍ଦ ଦିଏ। ବାସ୍ତବରେ କବିଙ୍କର ଏହି ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ଓ ହୃଦୟସ୍ପର୍ଶୀ ହୋଇପାରିଛି।

Question ୪।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଆମ ଦେଶରେ ବାସ କରୁଥିବା ପରିବାର ଓ ସାଥୀଙ୍କ ବିଷୟରେ କବି କ’ଣ କହିଛନ୍ତି ?
Answer:
ଆମ ଦେଶରେ ଆମର ପ୍ରିୟ ପରିବାର ବାସ କରନ୍ତି । ପରିବାରରେ ଆମର ଦୟାମୟ ପିତା ଓ ଦୟାମୟୀ ଜନନୀ ଅଛନ୍ତି । ପରିବାର ପ୍ରତି ସେମାନଙ୍କର ଅମାପ ସ୍ନେହ ଓ ଶ୍ରଦ୍ଧା ରହିଛି । ପରିବାରରେ ଆମର ସ୍ନେହର ପିତୁଳା ସଦୃଶ ଭାଇଭଉଣୀ ରହିଥା’ନ୍ତି । ସେମାନେ ପରିବାର ରୂପକ ଉଦ୍ୟାନରେ ପ୍ରସ୍ଫୁଟିତ ସୁନ୍ଦର ପୁଷ୍ପଭଳି ଶୋଭା ପାଉଛନ୍ତି । ଆମ ଦେଶରେ ଆମର ଖେଳସାଥୀ ଓ ପ୍ରିୟ ବନ୍ଧୁଗଣ ରହିଛନ୍ତି । ସେମାନଙ୍କ ସହ ହସି ଖେଳି ଆମ ଜୀବନ ଆନନ୍ଦମୟ ହୋଇଉଠୁଛି । ଏଭଳି ଜନ୍ମଭୂମି ମୋ ଦେଶ ପୃଥ‌ିବୀରେ ମହାନ୍ ।

(ଖ) ଜନ୍ମଭୂମିର ଶ୍ରୀ ଓ ଶୋଭାସମ୍ପଦ ବିଷୟରେ କବି କ’ଣ କହିଛନ୍ତି ?
Answer:
ଆମ ଜନ୍ମଭୂମି ମହାନ୍ । ଆମ ଦେଶର ଗିରି, ନଦନଦୀ, ବନ, ଝରଣା ସବୁଠାରେ ଶୋଭାସମ୍ପଦ ପୂରି ରହିଛି । ଆମ ଦେଶରେ ଥ‌ିବା ଖଣିଗୁଡ଼ିକ ମଧ୍ୟରେ ମଣି ଓ ସାଗର ଗର୍ଭରେ ମୁକ୍ତା ଶୋଭାପାଉଛି । ସୁନୀଳ ଗଗନରେ ଅସଂଖ୍ୟ ନକ୍ଷତ୍ର ଓ ନୂଆ ମେଘ କୋଳରେ ବିଜୁଳି ଆମ ଜନ୍ମଭୂମିର ଶୋଭାକୁ ବହୁଗୁଣିତ କରୁଛି। ଆମ ଦେଶର ବନ ଉପବନରେ ଅନେକ ସୁନ୍ଦର ସୁନ୍ଦର ଫୁଲ ଫୁଟେ । ବିହଙ୍ଗମ କୁଳର ସୁନ୍ଦର କାକଳି ମନକୁ ମୁଗ୍ଧ କରେ। ଆମ ଦେଶର ଶୋଭା ସମ୍ପଦ ପୃଥ‌ିବୀରେ ଅନନ୍ୟ। ପୃଥ‌ିବୀରେ ଏପରି ସ୍ଥାନ ଆଉ କେଉଁଠାରେ ନାହିଁ।

(ଗ) ଜନ୍ମଭୂମିକୁ ଜନନୀ ସହିତ କାହିଁକି ତୁଳନା କରାଯାଇଛି ?
Answer:
ଜନନୀ ନିଜ ସନ୍ତାନକୁ ସ୍ନେହ ଶ୍ରଦ୍ଧା ଦେଇ ପାଳି, ଖୁଆଇ ପିଆଇ ବଢ଼ାଇଥାଏ । ଜନନୀର ଆଦର ଯତ୍ନ ବିନା ସନ୍ତାନ ବଞ୍ଚିବା, ବଢ଼ିବା ସମ୍ଭବ ନୁହେଁ । ଜନ୍ମଭୂମି ଆମର ଲାଳନ ପାଳନରେ ସେହିପରି ଭୂମିକା ଗ୍ରହଣ କରିଥାଏ । ଜନ୍ମଭୂମିର ବାୟୁ ଆମେ ପ୍ରଶ୍ଵାସରେ ନେଉ। ଜନ୍ମଭୂମିର ସ୍ବଚ୍ଛ ଜଳଧାରା ଆମର ତୃଷା ମେଣ୍ଟାଏ। ଜନ୍ମଭୂମିର ଶସ୍ୟ ଓ ଫଳ ଆମର କ୍ଷୁଧା ନିବାରଣ କରେ। ତା’ର ବକ୍ଷରେ ଆମେ ବିଚରଣ କରୁ ଓ ତା’ର ଆଲୋକ ଆମ ଦେହରେ ଜୀବନୀ ଶକ୍ତି ଭରିଦିଏ। ସେଥ‌ିପାଇଁ ଜନ୍ମଭୂମିକୁ ଜନନୀ ସହିତ ତୁଳନା କରାଯାଇଛି।

(ଘ) ଜୀବନଧାରଣ ପାଇଁ ଜନ୍ମଭୂମି ଆମକୁ କେଉଁ କେଉଁ ଜିନିଷ ପ୍ରଦାନ କରିଛି ?
Answer:
ଜୀବନଧାରଣ ପାଇଁ ଆବଶ୍ୟକ ସମସ୍ତ ଉପାଦାନ ଆମେ ଜନ୍ମଭୂମିଠାରୁ ପାଇଥାଉ। ଜନ୍ମଭୂମିରେ ପ୍ରବାହିତ ବିଶୁଦ୍ଧ ବାୟୁକୁ ଆମେ ଶ୍ଵାସକ୍ରିୟାରେ ଗ୍ରହଣ କରୁ। ଜନ୍ମଭୂମିର ରବିକିରଣ ଆମ ପିଣ୍ଡରେ ଜୀବନୀଶକ୍ତି ଭରିଦିଏ। ତା’ର ସ୍ଵଚ୍ଛ ସ୍ନିଗ୍ଧ ଜଳ ପାନ କରି ଆମେ ତୃଷା ମେଣ୍ଟାଇଥାଉ। କ୍ଷୁଧା ନିବାରଣ ପାଇଁ ଆମେ ଆବଶ୍ୟକ କରୁଥିବା ଶସ୍ୟ ଓ ଫଳ ଜନ୍ମଭୂମି ଆମକୁ ଯୋଗାଇଦିଏ। ତେଣୁ ଆମ ଜନ୍ମଭୂମି ମହାନ୍। ସେ ଆମ ପାଇଁ ଜନନୀଠାରୁ ବି ମହୀୟାନ।

(ଙ) କବି କାହାକୁ କୃତଘ୍ନ ଓ ପଶୁ ସମାନ ବୋଲି କହିଛନ୍ତି ?
Answer:
ଜନ୍ମଭୂମି ଜନନୀ ସହ ସମାନ । ଜନ୍ମଭୂମିର ଅନ୍ତଜଳରେ ଆମ ଶରୀର ପରିପୁଷ୍ଟ ହୁଏ । ଆମେ ପୃଥ‌ିବୀରେ ଜନ୍ମଭୂମିର ନାମ ନେଇ ପରିଚିତ ହେଉ । ଜନ୍ମଭୂମିର ଗୌରବ ସହିତ ଆମର ଉନ୍ନତି ସାଧୂତ ହୋଇଥାଏ । ଜନ୍ମଭୂମିର ପତନରେ ଆମେ ଦୁଃଖ କଷ୍ଟ ବରଣ କରୁ। ଦୂର ଦେଶରେ ଥିଲେ ଆମେ ଆପଣା ଜନ୍ମଭୂମି ବା ଦେଶକୁ ମନେପକାଉ। ତା’ର ସ୍ମୃତି ଆମ ମନକୁ ଆନ୍ଦୋଳିତ କରେ। ତା’ର ସେବା କରିବା ଆମର କର୍ତ୍ତବ୍ୟ। ତା’ର ଗୌରବ ରକ୍ଷା ପାଇଁ ଆବଶ୍ୟକ ହେଲେ ଆମେ ଶରୀରର ରକ୍ତବିନ୍ଦୁ ଢାଳିଦେବା ଉଚିତ। ଯେଉଁ ବ୍ୟକ୍ତି ଦେଶସେବା କରିବା କ୍ଷେତ୍ରରେ ପଛଘୁଞ୍ଚା ଦିଏ, ଜନ୍ମଭୂମିର ସମ୍ମାନ ରକ୍ଷାପାଇଁ ଜୀବନ ଦାନ କରେ ନାହିଁ, ସେ କୃତଘ୍ନ ଓ ପଶୁତୁଲ୍ୟ ବୋଲି କବି କହିଛନ୍ତି।

(ଚ) ଆମ ଦେଶର ଶ୍ରୀ ଓ ଶୋଭା କିପରି ପ୍ରକାଶିତ ହୋଇଥାଏ ?
Answer:
ଆମ ଦେଶ ମହାନ୍ତି । ଏହାର ନଦନଦୀ, ଗିରି, ବନ, ନିର୍ଝର ଅମ୍ବର ସବୁଠାରେ ଶ୍ରୀ ଓ ଶୋଭା ପରିପ୍ରକାଶିତ ହୁଏ । ଆମ ଦେଶର ଗିରି ଓ ନଦୀରେ ଶୋଭା ପ୍ରକାଶିତ ହୁଏ। ଖଣି ମଧ୍ୟରେ ମଣି, ସାଗରରେ ମୁକ୍ତା, ସୁନୀଳ ଗଗନରେ ଅସଂଖ୍ୟ ନକ୍ଷତ୍ର ଶୋଭା ପାଆନ୍ତି। ନୂଆ ମେଘ କୋଳରେ ବିଜୁଳିର ଝଟକ ଆମ ଦେଶର ଶୋଭା ପ୍ରକଟ କରେ। କାନନରେ ବିକଶିତ କୁସୁମ, ବିହଙ୍ଗମକୁଳଙ୍କ କଳରବ ଅପୂର୍ବ ଶ୍ରୀ ଓ ଶୋଭାରେ ଆମ ଦେଶକୁ ସମୃଦ୍ଧ କରେ।

(ଛ) ଆମ ଦେଶର ପରିବାରର ସୁଖ ସମୃଦ୍ଧି କିଭଳି ?
Answer:
ଆମ ଦେଶ ମହାନ୍ତି । ଆମର ସଂସ୍କୃତି ସମୃଦ୍ଧ । ଆମର ପରିବାରର ସୁଖ ସମୃଦ୍ଧି ଅତୁଳନୀୟ। ଆମର ପ୍ରିୟ ପରିବାରରେ ପିତାମାତାଙ୍କର ଅମାପ ଦୟା ଓ ସ୍ନେହ ପ୍ରକାଶିତ ହୁଏ। ଭାଇ ଭଉଣୀଙ୍କର ଅନାବିଳ ସ୍ନେହ ଓ ମମତା ଝରିପଡ଼େ। ସମସ୍ତେ ସୁଶୋଭିତ ଉଦ୍ୟାନର ଫୁଟିଲା ଫୁଲପରି ପରିବାରରେ ଫୁଟି ଉଠୁଥା’ନ୍ତି। ସ୍ନେହ, ଶାନ୍ତି ଓ ସରାଗରେ ପରିବାର ପାଲଟିଯାଏ ବୈକୁଣ୍ଠ ପରି । ବାସ୍ତବିକ ଆମ ଦେଶର ପରିବାରର ସୁଖ ଓ ସମୃଦ୍ଧି ଅତ୍ୟନ୍ତ ମହାନ।

କବି ପରିଚୟକ :

କବି ପଦ୍ମଚରଣ ପଟ୍ଟନାୟକ (୧୮୮୫-୧୯୫୬) ଜଣେ ଜାତୀୟତାବାଦୀ କବି ଭାବରେ ସୁପରିଚିତ । ଗୁରୁ ‘ଖୋରଧା ପ୍ରଥମ ଦର୍ଶନେ’, ‘ତ୍ରିବେଣୀ ତଟେ’, ‘ପଦ୍ମପାଖୁଡ଼ା’, ‘ଆଶା ମଞ୍ଜରୀ’, ‘ସୂର୍ଯ୍ୟମୁଖୀ’, ‘ସୁନାର ଦେଶ’, ‘ଗୋଲାପ ଗୁଚ୍ଛ’ ଓ ‘ସ୍ପର୍ଶରେଣୁ’ ପ୍ରଭୃତି ଅନ୍ୟତମ । ଏହାଛଡ଼ା ସେ ‘ମାର୍ଟିନ୍ ଲୁଥର’, ‘ମହାତ୍ମାଗାନ୍ଧୀ’, ‘ନେପୋଲିୟନ’, ‘ଫକୀରମୋହନ’ ପ୍ରଭୃତି କେତୋଟି ଜୀବନୀ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

କବିତାର ଆଦର୍ଶ :

ଜନ୍ମଭୂମି ପ୍ରତ୍ୟେକ ମନୁଷ୍ୟ ପାଇଁ ମହାନ୍ ଅଟେ । ତା’ ସହିତ ଏ ପୃଥ‌ିବୀରେ ଆଉ କେହି ସମାନ ହୋଇପାରିବେ ନାହିଁ । ଇତିହାସର ଅନେକ ମହାବୀର ନିଜର ଜନ୍ମଭୂମିର ମହତ୍ତ୍ବ ରକ୍ଷା ପାଇଁ ଆତ୍ମବଳି ଦେଇ ଅକ୍ଷୟ ଅକ୍ଷରରେ ଆପଣାର ନାମକୁ ଲେଖିଯାଇଛନ୍ତି । ସେମାନଙ୍କ ପାଇଁ ଏ ମାଟି ଧନ୍ୟ ହୋଇଛି ।

ସାରକଥା :

ଯେଉଁ ଦେଶରେ ମୁଁ ଜନ୍ମ ନେଇଛି, ଯେଉଁ ଦେଶର ବାୟୁ ମୋର ନିଃଶ୍ବାସ ପ୍ରଶ୍ଵାସରେ ପ୍ରବାହିତ ହେଉଛି, ଯେଉଁ ଦେଶର ସୂର୍ଯ୍ୟ ଉତ୍ତାପ ଓ କିରଣ ବାଣ୍ଟନ୍ତି, ଯାହାର ସ୍ବଚ୍ଛ ଜଳରେ ମୋର ଶୋଷ ଦୂର ହୁଏ, ଯାହାର ଫଳ ଓ ଶସ୍ୟ ଗ୍ରହଣ କରି ମୁଁ ଜୀବନ ଧାରଣ କରେ, ଯାହା ଉପରେ ମୁଁ ଆନନ୍ଦରେ ଭ୍ରମଣ କରେ, ସେହି ସ୍ଥାନ ମୋର ଜନ୍ମଭୂମି । ସେ ମୋ ମାଆ ପରି । ଏ ପୃଥ‌ିବୀରେ ତା’ପରି ସ୍ଥାନ ଆଉ କେଉଁଠି ନାହିଁ ।

ଯେଉଁ ଦେଶରେ ମୋର ପରିବାର, ଦୟାଶୀଳ ପିତାମାତା ଅଛନ୍ତି, ଭାଇଭଉଣୀ ଫୁଟିଲା ଫୁଲପରି ମୋର ଘରେ ଶୋଭାପାଉଛନ୍ତି, ଯେଉଁ ଦେଶରେ ମୋର ପ୍ରିୟ ଖେଳସାଥୀ ବନ୍ଧୁଗଣ ନନ୍ଦନକାନନ ପରି ଶୋଭାପାଉଛନ୍ତି, ସେହି ମୋର ଜନ୍ମଭୂମି । ଏ ପୃଥ‌ିବୀରେ ତା’ପରି ସ୍ଥାନ ଆଉ କେଉଁଠି ନାହିଁ ।

ଯେଉଁ ଦେଶର ପର୍ବତ ନଦୀ ଅନେକ ଶୋଭା ଧାରଣ କରେ, ଯାହାର ଖଣିରେ ମଣି ଓ ସାଗରରେ ମୁକ୍ତା ରହିଛି, ଯାହାର ସୁନୀଳ ଆକାଶରେ ଅସଂଖ୍ୟ ନକ୍ଷତ୍ର ଶୋଭାପାଉଛନ୍ତି ଓ ନୂତନ ମେଘ ସହିତ ବିଜୁଳି ଭାସିଯାଉଛି, ଯେଉଁ ଦେଶର ବନରେ ସୁନ୍ଦର ଫୁଲ ଶୋଭାପାଏ ଓ ନାନାବିଧ ପକ୍ଷୀ କଳରବ କରି ଗୀତ ଗାଇଥା’ନ୍ତି, ସେହି ମୋର ଜନନୀତୁଲ୍ୟ ଜନ୍ମଭୂମି ଅଟେ । ତା’ ସମାନ ସ୍ଥାନ ଏ ପୃଥ‌ିବୀରେ ଆଉ କେଉଁଠି ନାହିଁ ।

ଯାହାର ଅନ୍ନ ଜଳ ଖାଇ ମୁଁ ଶରୀର ଧାରଣ କରିଛି, ଯାହାର ନାମରେ ଏ ପୃଥ‌ିବୀରେ ମୁଁ ପରିଚିତ, ଯାହାର ଗୌରବରେ କେତେ ସୁଖ ଫୁଟିଉଠେ, ଆଉ ଯାହାର ପତନରେ ମୋର ପତନ ଅବଶ୍ୟମ୍ଭାବୀ, ଦୂର ଦେଶରେ ଥାଇ ଯାହାକୁ ମନେପକାଇଲେ ମନ ଖାଲି ବିକଳ ହୁଏ, ଦୁଃଖରେ ଝୁରି ହେବାକୁ ପଡ଼େ, ତାହା ପାଇଁ ଯେଉଁ ଲୋକ ଆପଣାର ରକ୍ତବିନ୍ଦୁ ଦାନ ନ କରେ, ସେ କୃତଘ୍ନ ପଶୁ ସହିତ ସମାନ ଅଟେ ।

ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡ଼େ କେତେ ମହାନ୍ ବୀର ନିଜ ଦେଶର ମଙ୍ଗଳ ପାଇଁ ଆପଣାର ଶରୀର ଦାନ କରିଛନ୍ତି । ନିଜର ସୁଖଶାନ୍ତି, ଘର, ପରିବାରକୁ ଭୁଲି ସେମାନେ ଭିକ୍ଷାଥାଳ ଧରି ଘର ଘର ବୁଲିଛନ୍ତି । ଅନ୍ୟ ଲୋକଙ୍କର ମଙ୍ଗଳ ବିଧାନ ପାଇଁ ମୁଣ୍ଡଝାଳ ଗୋଡ଼ରେ ମାରି ଆପଣାର ନାମକୁ ଅକ୍ଷୟ ଅକ୍ଷରରେ ଲେଖାଯାଇଛନ୍ତି । ଲୋକମୁଖରେ ସର୍ବଦା ସେମାନଙ୍କର ନାମ ପ୍ରଚାରିତ ହୁଏ । ସେମାନଙ୍କର ପିତାମାତା ତଥା ଜନ୍ମସ୍ଥାନ ଧନ୍ୟ ବୋଲି ପ୍ରଚାରିତ ହୁଏ ।

କଠିନ ଶବ୍ଦାର୍ଥ :

  • ରବି -ସୂର୍ଯ୍ୟ ।
  • ବିତରେ – ବାଣ୍ଟିଥାଏ ।
  • ତୃଷା – ଶୋଷ ।
  • ବର୍ଷେ – ଛାତିରେ ।
  • ବିଚରଣ – ବୁଲିବା ।
  • ଧରା – ପୃଥ‌ିବୀ ।
  • ଜନନୀ – ମାଆ ।
  • ପିତୁଳା – କଣ୍ଢେଇ ।
  • ସକଳେ – ସମସ୍ତେ ।
  • ଶୋଭନ୍ତି – ଶୋଭାପାଆନ୍ତି ।
  • ଯେହ୍ନେ – ଯେପରି ।
  • ଗିରି – ପର୍ବତ ।
  • ଶୋଭେ – ଶୋଭାପାଏ ।
  • ମୁକୁତା – ମୁକ୍ତା ।
  • ଜଳଧର – ମେଘ ।
  • ସୌଦାମିନୀ – ବିଜୁଳି ।
  • ତୋରା – ମନୋହର ।
  • କାନନ – ବଣ ।
  • ବିହଙ୍ଗମ – ପକ୍ଷୀ ।
  • ଅନ୍ନ – ଭାତ ।
  • ସ୍ମରଣ – ମନେପକାଇବା ।
  • ସ୍ବଚ୍ଛ – ନିର୍ମଳ ।
  • ସିଗ୍ଧ – ଆରାମଦାୟକ, ଶୀତଳତାକାରକ ।
  • କୃତଘ୍ନ – ଯେ ଉପକାରକୁ ସ୍ଵୀକାର କରେନାହିଁ ।
  • ଅକ୍ଷୟ – ଯାହା କ୍ଷୟ ହୁଏ ନାହିଁ (ଅମର) ।
  • ଲୋକମୁଖ – ଲୋକ ମୁହଁରେ ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Odisha State Board BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ Textbook Exercise Questions and Answers.

BSE Odisha Class 6 Odia Solutions Chapter 2 ପ୍ରଭାତ ଅବକାଶ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହା
(କ) ସକାଳ ହେବାରୁ କେଉଁ କେଉଁ ପକ୍ଷୀ ରାବିଲେ ?
ସକାଳ ହେବାରୁ ଶୁଆ, କାଉ, କୋଇଲି ଓ କୁକୁଡ଼ା ଆଦି ପକ୍ଷୀମାନେ ରାବିଲେ ।

(ଖ) ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ କେଉଁସବୁ ଖାଦ୍ୟ ଖୁଆଇବେ ବୋଲି କହିଛନ୍ତି ?
Answer:
ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ କଦଳୀ, ଲହୁଣୀ ମିଶ୍ରିତ ପେଡ଼ା, ରାବିଡ଼ି ଏବଂ ଖଣ୍ଡ ଓ ସର ପ୍ରଭୃତି ଖୁଆଇବେ ବୋଲି କହିଛନ୍ତି ।

(ଗ ) ଶ୍ରୀକୃଷ୍ଣ କେଉଁ କାରଣରୁ ପଥଶ୍ରମ ପାଇ ଅଧ‌ିକ ସମୟ ଶୋଇଯାଇଛନ୍ତି ?
Answer:
ଶ୍ରୀକୃଷ୍ଣ ଗତକାଲି ବାଛୁରୀ ଚରାଇବାକୁ ଯାଇ ପଥଶ୍ରମ ପାଇ ଶରୀରରେ ଦୁର୍ବଳତା ଅନୁଭବ କରିଛନ୍ତି । ତେଣୁ ଅଳସରେ ଅଧିକ ସମୟ ଶୋଇଯାଇଛନ୍ତି ବୋଲି ଯଶୋଦା ଭାବିଛନ୍ତି ।

(ଘ) କେଉଁମାନେ ସିଂହଦ୍ଵାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି ?
Answer:
ଗୋପାଳ ବାଳକମାନେ ସିଂହଦ୍ଵାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୨।
ଉତ୍ତର ଲେଖ ।
(କ) କେଉଁ କେଉଁ ପକ୍ଷୀ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଉଛନ୍ତି ?
Answer:
ମନ୍ଦିରରେ ଶୁଆ, ଗଛରେ କାଉ ଓ କୋଇଲି ଏବଂ କୁକୁଡ଼ା ଭଳି ପକ୍ଷୀମାନେ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଉଛନ୍ତି ।

(ଖ) ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା କ’ଣ କରିବେ କହୁଛନ୍ତି ?
ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମାଆ ଯଶୋଦା ଝରିରେ ରଖୁଥ‌ିବା ସୁଗନ୍ଧଯୁକ୍ତ ଜଳରେ ତାଙ୍କର ଶ୍ରୀମୁଖକୁ ଧୋଇଦେବେ । ତା’ପରେ ତାଙ୍କୁ କଦଳୀ, ଲହୁଣୀ ମିଶ୍ରିତ ଗୋଟିକା, ଅଧାମ, ଖଣ୍ଡ ଏବଂ ସର ପ୍ରଭୃତି ଖୁଆଇବେ ବୋଲି କହୁଛନ୍ତି ।

(ଗ) ଶ୍ରୀକୃଷ୍ଣ କାହିଁକି ଏତେବେଳ ପର୍ଯ୍ୟନ୍ତ ଶୋଇଛନ୍ତି ବୋଲି ମାତା ଯଶୋଦା ଭାବୁଛନ୍ତି ?
Answer:
ଶ୍ରୀକୃଷ୍ଣ ଗତକାଲି ବାଛୁରୀ ଚରାଇବାକୁ ବନକୁ ଯାଇଥିଲେ । ବାଛୁରୀ ପଛେ ପଛେ ବୁଲି ପଥଶ୍ରମ ହେତୁ ତାଙ୍କ ଦେହ ଦୁର୍ବଳ ହୋଇପଡ଼ିଥିବ । ତେଣୁ ଆଳସ୍ୟ ହେତୁ ଶ୍ରୀକୃଷ୍ଣ ଏତେବେଳଯାଏ ଶୋଇଛନ୍ତି ବୋଲି ମାଆ ଯଶୋଦା ମନେ ମନେ ଭାବୁଛନ୍ତି ।

(ଘ) ଏହି କବିତାଟିରେ ଯଶୋଦାଙ୍କର ମାତୃସ୍ନେହ କିପରି ଫୁଟି ଉଠିଛି ?
Answer:
ମାଆ ଯଶୋଦା ଶ୍ରୀକୃଷ୍ଣଙ୍କର ଉଠିବାରେ ବିଳମ୍ବ ହେବାର ଦେଖ୍ ଖୁବ୍ ଶ୍ରଦ୍ଧାରେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଛନ୍ତି । ଉଠିବାମାତ୍ରେ ସୁଗନ୍ଧଯୁକ୍ତ ଜଳରେ ମୁହଁ ଧୁଆଇ ସ୍ବାଦିଷ୍ଟ ଖାଦ୍ୟ ଖୁଆଇବାର ଲୋଭ ଦେଖାଉଛନ୍ତି । ଏପରିକି ଗୋଚାରଣ ନିମିତ୍ତ ଯିବାବେଳେ ଦଧୂ ଅନ୍ନ ସଙ୍ଗରେ ନେବା କଥା ମଧ୍ୟ କହୁଛନ୍ତି । ତତ୍‌ସହିତ ଶ୍ରୀକୃଷ୍ଣଙ୍କର ଶାରୀରିକ ପରିଶ୍ରମ କଥା ମନେପକାଇ ନିଜେ ଯଶୋଦା ଚିନ୍ତିତ ହେଉଛନ୍ତି । ଏହିପରି ଭାବେ ଉକ୍ତ କବିତାରେ ଯଶୋଦାଙ୍କର ଅନାବିଳ ମାତୃସ୍ନେହର ଚିତ୍ର ଫୁଟି ଉଠିଛି ।

(ଙ‍) ଗୋପାଳ ବାଳକମାନେ କ’ଣ କହି ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଉଛନ୍ତି ?
Answer:
ପ୍ରତିଦିନ ଗୋପାଳ ବାଳକମାନଙ୍କ ସହ ଶ୍ରୀକୃଷ୍ଣ ଗାଈ ଚରାଇବାକୁ ବଣକୁ ଯାଆନ୍ତି । ସେଦିନ ସୂର୍ଯ୍ୟୋଦୟ ହୋଇ ସାରିଥିଲେ ମଧ୍ୟ ଶ୍ରୀକୃଷ୍ଣ ଉଠିନଥିବାରୁ ସାଥୀ ଗୋପାଳ ବାଳକମାନେ ତାଙ୍କୁ ‘ଅଚ୍ୟୁତ ତୁ କେତେ ନିଦରେ ଶୋଇଛୁ’ ବୋଲି କହି ନିଜରୁ ଉଠାଇବାକୁ ଚେଷ୍ଟା କରିଛନ୍ତି ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ଅମୃତ ପାଣି କଦଳୀ, ଲବଶା ସଙ୍ଗତେ ଗୋଳି
ଅଧାମ ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ ।
Answer:
ଅମୃତ ପାଣି ……………………………………. ସର ହେ ।
ଶଂସିତ ପଦ୍ୟାଶଟି ଭକ୍ତକବି ବନମାଳୀ ଦାସଙ୍କ ରଚିତ ‘ପ୍ରଭାତ ଅବକାଶ’ କବିତାରୁ ସଂଗୃହୀତ । ଏଠାରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦ୍ରାରୁ ଉଠିଲା ପରେ ଯେଉଁସବୁ ସ୍ଵାଦିଷ୍ଟ ଦ୍ରବ୍ୟ ଭୋଜନ କରାଇବେ ବୋଲି କହିଛନ୍ତି, ସେ ସମ୍ପର୍କରେ ଆଲୋକପାତ କରାଯାଇଛି । ରାତି ପାହିଲାଣି, ଅଥଚ ଶ୍ରୀକୃଷ୍ଣ ନିଦ୍ରା ତ୍ୟାଗ କରିନାହାନ୍ତି । ତେଣୁ ତାଙ୍କୁ ଜଣାଇ ଦେବାପାଇଁ ମାଆ କହୁଛନ୍ତି ହେ ବଂଶୀଧର ! ମନ୍ଦିରରେ ଶୁଆ, ଗଛରେ କାଉ, କୋଇଲି ଓ କୁକୁଡ଼ାମାନେ ବାରମ୍ବାର ଡାକିଲେଣି । ତୁମେ ଶୀଘ୍ର ଉଠିଯାଅ । ତୁମେ ଉଠିଲେ ଝରିରେ ରଖୁଥ‌ିବା ସୁଗନ୍ଧଯୁକ୍ତ ଜଳରେ ମୁଁ ତୁମର ମୁହଁ ଧୋଇଦେବି । ତା’ପରେ ତୁମ ପାଇଁ ଅମୃତତୁଲ୍ୟ ଯେଉଁସବୁ ଖାଦ୍ୟ ପଦାର୍ଥ ରଖୁଛି, ତାହା ମଧ୍ୟ ଖୁଆଇବି । କଦଳୀ, ଲହୁଣୀ ମିଶ୍ରିତ ପେଡ଼ା, ସରପୁଳି ସହିତ ଖଣ୍ଡ ଓ ସର ମଧ୍ୟ ଖୁଆଇବି । ଯେଉଁସବୁ ଖାଦ୍ୟ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଅଟେ, ତାହାକୁ ଖୁଆଇବାର ଲୋଭ ମାଆ ଯଶୋଦା ଦେଖାଇଛନ୍ତି । ବାସ୍ତବରେ ମାଆ ଯଶୋଦା ପୁତ୍ରସ୍ନେହରେ ଆବଦ୍ଧ ହୋଇ ଯେଉଁପରି ସ୍ନେହପୂର୍ଣ ଅନ୍ୟତ୍ର ବିରଳ ।

(ଖ) ବାଛୁରୀ ଚରାଇ ଯାଇ, କାଲି ପଥଶ୍ରମ ପାଇ
ଅଳସରେ ଅଛୁ ଶୋଇ, ଅଶକତ ହୁଏ କି ଶରୀର ହେ ।
Answer:
ବାଛୁରା ……………………………………… ଶରୀର ହେ ।
ଉଦ୍ଧୃତାଂଶଟି ଭକ୍ତକବି ବନମାଳୀ ଦାସଙ୍କ ରଚିତ ‘ପ୍ରଭାତ ଅବକାଶ’ କବିତାରୁ ସଂଗୃହୀତ । ଏଠାରେ ଶ୍ରୀକୃଷ୍ଣଙ୍କ ଉଠିବାରେ ବିଳମ୍ବର କାରଣ ସମ୍ପର୍କରେ ମାଆ ଯଶୋଦାଙ୍କ ମନରେ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ତାହା ବର୍ଣ୍ଣିତ ହୋଇଛି । ଦିନେ ଶ୍ରୀକୃଷ୍ଣଙ୍କର ଉଠିବାରେ ବିଳମ୍ବ ହୋଇଛି । ମାଆ ନିଜ ଆଦରର ପୁତ୍ର ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇବାପାଇଁ ଉଦ୍ୟମ କରୁଛନ୍ତି । ସେ କହିଛନ୍ତି ଯେ ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ହେଲାଣି । ଏପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରୁନାହିଁ ! ତେଣୁ ମାଆ ତାଙ୍କୁ ଲୋଭଗ୍ରସ୍ତ କରାଉଛନ୍ତି । ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଖାଦ୍ୟ ଖୁଆଇବାର ଲୋଭ ଦେଖାଉଛନ୍ତି । ଏପରିକି ଡେରି ହେଲେ ଗାଈମାନଙ୍କୁ ଗୋଠକୁ ନେଇଯିବାରେ ବିଳମ୍ବ ହେବ ବୋଲି ମଧ୍ୟ ସେ କହିଛନ୍ତି । ତଥାପି ମାଆର ମନ ବୁଝିନାହିଁ । ତେଣୁ ସେ ଭାବୁଛନ୍ତି, ଗତକାଲି ବାଛୁରୀ ଚରାଇବାକୁ ଯାଇ ପୁଅ ପଥଶ୍ରମ ହେତୁ ଖୁବ୍ ଦୁର୍ବଳ ହୋଇପଡ଼ିଛି । ତେଣୁ ଶରୀରରେ ଦୁର୍ବଳତା ହେତୁ ଅଳସୁଆ ହୋଇ ସେ ଶୋଇପଡ଼ିଛି ! ସେଥ‌ିପାଇଁ ବୋଧହୁଏ ତା’ ର ଉଠିବାରେ ବିଳମ୍ବ ହେଉଛି । ବାସ୍ତବରେ ପୁତ୍ରବତ୍ସଳା ଜନନୀ ଯଶୋଦାଙ୍କର ଅନାବିଳ ପୁତ୍ର ସ୍ନେହର ପଟାନ୍ତର ନାହିଁ ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୪।
ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇବାପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି । ଯେଉଁ ପଦଟିରୁ ଏହାର ସୂଚନା ମିଳୁଛି, ସେହି ପଦଟି ଲେଖ ।
Answer:
‘ସିଂହଦ୍ଵାରେ ଗୋପସୁତ, ଡାକନ୍ତି ଉଠ ଅଚ୍ୟୁତ
କେତେ ନିଦ୍ରାଯାଉ ତୁ ତ, ଆକାଶେ ଉଦୟ ଦିନକର ହେ ।’’

Question ୫।
ଶ୍ରୀକୃଷ୍ଣଙ୍କୁ କିଏ, କେଉଁ ନାମ ଧରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।
Answer:

କିଏ ଡାକିଛନ୍ତି କେଉଁ ନାମରେ
ଯଶୋଦା ବଂଶୀଧର, ବନମାଳୀ,ରାମ, ବାସୁଦେବ
ଗୋପସ୍ତୁତ ଅଚ୍ୟୁତ
କବି ବନମାଳୀ ଚକ୍ରଧର

Question ୬।
ବଂଶୀ ଧରନ୍ତି ଯେ, ସେ ‘ବଂଶୀଧର’; ଏହିଭଳି ଆଉ କେତୋଟି ଶବ୍ଦ ଲେଖ ।
Answer: ଚକ୍ର ଧରନ୍ତି ଯେ – ଚକ୍ରଧର
ଧରନ୍ତି ଯେ – ଧନୁର୍ଦ୍ଧର
ଶ୍ରୀ ଧରନ୍ତି ଯେ – ଶ୍ରୀଧର
ଭୂ ଧରନ୍ତି ଯେ – ଭୂଧର

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୭।
ଅସଜଡ଼ା ପଦକୁ ସଜାଡ଼ି ଲେଖ ।
(କ) ବାସୁଦେବ ଉଛୁର ଗୋ-ଗୋଷ୍ଠି ହେବ ରାମ ଉଠ ।
Answer:
ଉଠ ରାମ ବାସୁଦେବ, ଗୋ-ଗୋଷ୍ଠୀ ଉଛୁର ହେବ।

(ଖ) ଆହାର ନଦୀକୂଳେ ଦଧି ସାଥେ ଅନ୍ନ ନେବ କରିବ ହେ ।
Answer:
ଦଧି ଅନ୍ନ ସାଥେ ନେବ, ନଦୀକୂଳେ କରିବ ଆହାର ହେ।

ତୁମ ପାଇଁ କାମ:

  • ୧। କାଉ, କୁକୁଡ଼ା, ଶୁଆ, ମୟୂର ଓ ଅନ୍ୟ ପକ୍ଷୀମାନଙ୍କର ପର ସଂଗ୍ରହ କରି ଏବଂ ସେଗୁଡ଼ିକ ତୁମ ବିଦ୍ୟାଳୟରେ ରଖ ।
  • ୨। ଶ୍ରୀକୃଷ୍ଣଙ୍କ ପିଲାଦିନ ଉପରେ ଲେଖାଯାଇଥ‌ିବା ଅନ୍ୟ କବିତା ସଂଗ୍ରହ କର ଏବଂ ପଢ଼ି ।
  • ୩ । ବନମାଳୀ ଦାସଙ୍କ ଲିଖ୍ତ ଅନ୍ୟ କବିତାଗୁଡ଼ିକୁ ସଂଗ୍ରହ କରି ଶ୍ରେଣୀରେ ସାଙ୍ଗମାନଙ୍କ ସହିତ ଆବୃତ୍ତି କର ।
    [ ଛାତ୍ରଛାତ୍ରୀମାନେ ଶିକ୍ଷକ/ଅଭିଭାବକଙ୍କ ସାହାଯ୍ୟ ନେଇ ନିଜେ ଅଭ୍ୟାସ କରିବେ ।]

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) କବି ବନମାଳୀ କିପରି ଶ୍ରୀକୃଷ୍ଣଙ୍କୁ ଉଠିବାକୁ ନିବେଦନ କରିଛନ୍ତି ?
Answer:
ଭକ୍ତକବି ବନମାଳୀ କହୁଛନ୍ତି, ହେ ପ୍ରଭୁ ଚକ୍ରଧର ! ବଣକୁ ଯିବାକୁ ଡେରି ହେବ । ତେଣୁ ଶୀଘ୍ର ଉଠି ବଣକୁ ଗମନ କରନ୍ତୁ । ତୁମର ପାଦରେ ମୁଁ ଚାକର ପରି ନିବେଦନ କରୁଛି ।

(ଖ) ନଦୀକୂଳରେ କ’ଣ ଖାଇବାକୁ ଜନନୀ କହିଛନ୍ତି ?
Answer:
ନଦୀକୂଳରେ ଦହି ଭାତ ଖାଇବାକୁ ଜନନୀ କହିଛନ୍ତି ।

(ଗ) ‘‘ଆକାଶେ ଉଦୟ ଦିନକର ହେ’’
Answer:
ସୂର୍ଯ୍ୟ ଉଦୟ ହୋଇଗଲେଣି । ରାତି ପାହି ସାରିଲାଣି । ତେଣୁ ଆଉ ଶୋଇବା ଅନୁଚିତ । ଉକ୍ତିରୁ ଏହି କଥା ମାଆ କହିବାର ସୂଚନା ମିଳୁଛି ।

(ଘ) ଯଶୋଦା କିପରି ଶ୍ରୀକୃଷ୍ଣଙ୍କର ମୁହଁ ଧୋଇବାକୁ କହିଛନ୍ତି ?
Answer:
ଶ୍ରୀକୃଷ୍ଣ ନିଦରୁ ଉଠିଲେ ଝରିରେ ରଖୁବା ସୁଗନ୍ଧିତ ଜଳରେ ଯଶୋଦା ତାଙ୍କର ମୁହଁ ଧୋଇବାକୁ କହିଛନ୍ତି ।

(ଙ‍) ଭକ୍ତ କବିତାରେ କବି ଶ୍ରୀକୃଷ୍ଣଙ୍କର ଯେଉଁ ଯେଉଁ ନାମ ଉଲ୍ଲେଖ କରିଛନ୍ତି, ତାହାକୁ କ୍ରମାନ୍ୱୟରେ ଲେଖ ।
Answer:
ବଂଶୀଧର, ବନମାଳୀ, ରାମ, ବାସୁଦେବ, ଅଚ୍ୟୁତ ଓ ଚକ୍ରଧର – ଏହିସବୁ ନାମ କବି ଉକ୍ତ କବିତାରେ କ୍ରମାନ୍ୱୟରେ ଉଲ୍ଲେଖ କରିଛନ୍ତି ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ‘ଉଠ ରାମ ବାସୁଦେବ’ ବୋଲି କିଏ କାହା ଉଦ୍ଦେଶ୍ୟରେ କହିଛନ୍ତି ?
Answer:
କୃଷ୍ଣ ଜନନୀ ଯଶୋଦାଙ୍କର ନୟନ ପିତୁଳା ଥିଲେ ।‘ଉଠ ରାମ ବାସୁଦେବ’ ବୋଲି କୃଷ୍ଣପ୍ରାଣା ଜନନୀ ଯଶୋଦା ବଳରାମ ଓ କୃଷ୍ଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

(ଖ) ସକାଳ ହେବାରୁ କେଉଁ କେଉଁ ପକ୍ଷୀ ଭାବିଲେ ?
Answer:
ସକାଳ ହେବାରୁ ମନ୍ଦିରରେ ଶୁକପକ୍ଷୀ ଓ ବୃକ୍ଷଡାଳରେ କାଉ ରାବିଲେ । କୋଇଲି କୁହୁ କୁହୁ ତାନରେ ଓ କୁକୁଡ଼ା ଉଚ୍ଚ ସ୍ୱରରେ ରାବିଲେ ।

(ଗ) ଶ୍ରୀକୃଷ୍ଣ କେଉଁ କାରଣରୁ ପଥଶ୍ରମ ପାଇ ଅଧ୍ବ ସମୟ ଶୋଇଯାଇଛନ୍ତି ?
Answer:
ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହିତ ଗତକାଲି ବାଛୁରୀ ଚରାଇବାକୁ ଯାଇ ପଥଶ୍ରମ ପାଇ ଦୁର୍ବଳ ହୋଇ

(ଘ) ଯଶୋଦା କିପରି କୃଷ୍ଣଙ୍କ ମୁଖ ପଖାଳିବେ ବୋଲି କହିଛନ୍ତି ?
Answer:
ରାତି ପାହିଯିବାରୁ ଯଶୋଦା ଶ୍ରୀକୃଷ୍ଣଙ୍କୁ ଶଯ୍ୟା ତ୍ୟାଗ କରି ଉଠିବାକୁ କହିଛନ୍ତି । କୃଷ୍ଣ ଉଠିଲା ପରେ ସେ ଝରିରେ ରଖିଥ‌ିବା ସୁବାସିତ ପାଣିରେ ତାଙ୍କ ମୁଖ ପଖାଳିବେ ବୋଲି କହିଛନ୍ତି ।

(‍ଙ) ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ କ’ଣ ଖୁଆଇବେ ବୋଲି କହିଛନ୍ତି ?
Answer:
ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରି ଉଠିବା ପରେ ମାତା ଯଶୋଦା ତାଙ୍କୁ ଅମୃତ ପାଣି କଦଳୀ, ଲବଣୀ, ଅଧାମ, ଗୋଟିକା, ଖଣ୍ଡ ଓ ପୁଳି ଆଦି ଖୁଆଇବେ ବୋଲି କହିଛନ୍ତି ।

Question ୩।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘‘ସିଂହଦ୍ଵାରେ ଗୋପସ୍ତୁତ, ଡାକନ୍ତ ଉଠ ଅଚ୍ୟୁତ ।’’
Answer:
ସିଂହଦ୍ଵାରେ …………………… ଅଚ୍ୟୁତ ।
ଶଂସିତ ପଦ୍ୟାଶଟି ବନମାଳୀ ଦାସଙ୍କ ରଚିତ ‘ପ୍ରଭାତ ଅବକାଶ’ କବିତାରୁ ସଂଗୃହୀତ । ଏଠାରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କ ନିଦ୍ରାଭଙ୍ଗ କରିବାକୁ ଯେଉଁସବୁ କଥା କହିଛନ୍ତି, ତାହା ବର୍ଣ୍ଣିତ ହୋଇଛି । ରାତି ପାହିଯାଇଛି । ପକ୍ଷୀମାନେ ରାବ କରିଲେଣି। ତଥାପି ଶ୍ରୀକୃଷ୍ଣ ଅଳସୁଆ ହୋଇ ଶୋଇଛନ୍ତି । ମାଆ ଯଶୋଦା ତାଙ୍କୁ ତାଙ୍କ ପ୍ରିୟ ଖାଦ୍ୟର ପ୍ରଲୋଭନ ଦେଖାଇ ସାରିଲା ପରେ ଶ୍ରୀକୃଷ୍ଣ ନ ଉଠିବାରୁ ବାଧ୍ୟହୋଇ ସିଂହଦ୍ଵାରରେ ଗୋପବାଳକଙ୍କ ଭିଡ଼ ମଧ୍ଯ ଲାଗିବା କଥା କହିଛନ୍ତି । ଗୋପାଳ ବାଳକମାନେ କେତେବେଳରୁ ଆସି ‘ଅଚ୍ୟୁତ’ ବୋଲି ଡାକିଲେଣି । ତଥାପି ସେ ଶୋଇଛନ୍ତି ! ତତ୍ ସହିତ ପୂର୍ବଦିଗର ଆକାଶରେ ସୂର୍ଯ୍ୟ ଉଦୟ ମଧ୍ଯ ହୋଇସାରିଲେଣି । ତେଣୁ ଶ୍ରୀକୃଷ୍ଣ ଆଉ ଶୋଇବା ଅନୁଚିତ ବୋଲି ମାଆ ଯଶୋଦା କହିଛନ୍ତି । ବାସ୍ତବରେ ଯଶୋଦାଙ୍କର ଏହି ଉକ୍ତି ବେଶ୍ ଭାବପୂର୍ଣ୍ଣ ହୋଇପାରିଛି ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କବି ବନମାଳୀ ନିଜକୁ କାହାର ଚରଣ କିଙ୍କର ବୋଲି କହିଛନ୍ତି ?
Answer:
କବି ବନମାଳୀ ଦାସ ଅଷ୍ଟାଦଶ ଶତାବ୍ଦୀର ଜଣେ ଶ୍ରେଷ୍ଠ କବି । ସେ କୃଷ୍ଣଲୀଳା ସମ୍ବଳିତ ଅନେକ ଭଜନ, ଜଣାଣ ଓ ପଦାବଳୀ ରଚନା କରିଥିଲେ । ସେ କୃଷ୍ଣଙ୍କ ଲୀଳା ବର୍ଣ୍ଣନାରେ ଏପରି ମଜ୍ଜି ଯାଉଥିଲେ ଯେ ତାଙ୍କୁ ସବୁକିଛି କୃଷ୍ଣମୟ ଦେଖାଯାଉଥିଲା । ସେ କୃଷ୍ଣଙ୍କୁ ନିଜର ପ୍ରଭୁ ମନେକରୁଥିଲେ । ସେ ନିଜକୁ ପ୍ରଭୁ କୃଷ୍ଣଙ୍କର ସେବକ ଓ ଦାସ ବୋଲି ମନେକରୁଥିଲେ । ପଠିତ ‘ପ୍ରଭାତ ଅବକାଶ’ କବିତାରେ କବି ନିଜକୁ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ କିଙ୍କର ବୋଲି ବର୍ଣ୍ଣନା କରିଛନ୍ତି ।

(ଖ) ଶ୍ରୀକୃଷ୍ଣ କାର୍ହିକି ଏତେବଳ ପର୍ଯ୍ୟନ୍ତ ଶଯ୍ୟାତ୍ୟାଗ କରିନାହାନ୍ତି ବୋଶାଦା ଭାବିଛନ୍ତି?
Answer:
ଯଶୋଦାଙ୍କ ହୃଦୟରେ ଶ୍ରୀକୃଷ୍ଣଙ୍କ ପାଇଁ ଅମାପ ସ୍ନେହ ଶ୍ରଦ୍ଧା ପୂରି ରହିଥିଲା । ସେ ସଦାସର୍ବଦା କୃଷ୍ଣଙ୍କ କଥା ହିଁ ଚିନ୍ତା କରୁଥିଲେ । ଅଲିଅଳ ପୁତ୍ର କୃଷ୍ଣଙ୍କୁ ଦଣ୍ଡେ ନ ଦେଖିଲେ ସେ ପାଗଳୀ ପ୍ରାୟ ହେଉଥିଲେ । ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରିବାରେ ବିଳମ୍ବ ହେବାରୁ ତାଙ୍କ ମନ ଚିନ୍ତାଗ୍ରସ୍ତ ହୋଇଛି । ସେ ଭାବିଛନ୍ତି ଯେ ଗତକାଲି ଶ୍ରୀକୃଷ୍ଣ ଗୋ-ବସାମାନଙ୍କୁ ଚାରଣ କରିବାକୁ ବନକୁ ଯାଇ ପଥଶ୍ରମ ପାଇଛନ୍ତି । ତେଣୁ ତାଙ୍କର ବିଳମ୍ବ ଘଟୁଛି । ତାଙ୍କ ଶରୀର ଦୁର୍ବଳ ହୋଇଯାଇଛି । ଏହିଭଳି ଆଶଙ୍କାରେ ଜନନୀ ଯଶୋଦା ବ୍ୟସ୍ତ ହୋଇଛନ୍ତି ।

(ଗ) ‘ପ୍ରଭାତ ଅବକାଶ’ କବିତାରେ କବି କିଭଳି ପ୍ରଭାତର ସୂଚନା ଦେଇଛନ୍ତି ବର୍ଣ୍ଣନା କର ।
Answer:
ଭକ୍ତକବି ବନମାଳୀ ଦାସ କୃଷ୍ଣକଥାକୁ ନେଇ ଅନେକ ଭଜନ ଓ ଜଣାଣ ରଚନା କରିଛନ୍ତି । ତାଙ୍କ ରଚନାରେ ପ୍ରକୃତିର ବର୍ଣ୍ଣନା ଦେଖିବାକୁ ମିଳେ । ‘ ପ୍ରଭାତ ଅବକାଶ’ କବିତାରେ କବି ପ୍ରଭାତର ସୁନ୍ଦର ସୂଚନା ଦେଇଛନ୍ତି । କବି ବର୍ଣ୍ଣନା କରିଛନ୍ତି ଯେ ରାତି ପାହିବା ପରେ ପ୍ରଭାତ ଆସିଛି । ପ୍ରଭାତ ହେବାରୁ ମନ୍ଦିରରେ ଶୁକପକ୍ଷୀ ଡାକ ଛାଡ଼ିଛି। କାଉ ବୃକ୍ଷ ଡାଳରେ କା’ କା’ ରାବଦେଇ ପ୍ରଭାତର ସୂଚନା ଦେଉଛି । କୋଇଲିର କୁହୁକୁହୁ ରାବ ପ୍ରଭାତକୁ ଅଧିକ ରମଣୀୟ କରୁଛି । କୁକୁଡ଼ାମାନେ ଉଚ୍ଚସ୍ଵରରେ ଡାକ ଛାଡ଼ି ରାତି ପାହିବାର ସୂଚନା ଦେଉଛନ୍ତି ।

(ଘ) ‘ପ୍ରଭାତ ଅବକାଶ’ କବିତାରେ ଜନନୀ ଯଶୋଦାଙ୍କ ମାତୃସ୍ନେହ କିପରି ଫୁଟିଉଠିଛି ବର୍ଣ୍ଣନା କର । କିମ୍ବା, ପ୍ରଭାତ ଅବକାଶ ପଦ୍ୟରୁ ଯଶୋଦାଙ୍କର ମାତୃସ୍ନେହ ବର୍ଣ୍ଣନା କର ।
Answer:
କୃଷ୍ଣ ଥିଲେ ମାତା ଯଶୋଦାଙ୍କ ପ୍ରାଣସ୍ୱରୂପ । ତାଙ୍କ ପାଇଁ ଯଶୋଦାଙ୍କ ହୃଦୟରେ ଅନାବିଳ ବାତ୍ସଲ୍ୟ ସ୍ନେହ ପୂରି ରହିଥିଲା । କୃଷ୍ଣଙ୍କୁ ନ ଦେଖିଲେ ସେ ପାଗଳୀ ପ୍ରାୟ ହେଉଥିଲେ । କୃଷ୍ଣଙ୍କର ମୁହୂର୍ଭକର ବିଳମ୍ବ ତାଙ୍କୁ ଯୁଗ ପରି ଲାଗୁଥିଲା । ପୂର୍ବଦିନ ସାଙ୍ଗସାଥୀଙ୍କ ସହ ଗୋଚାରଣ କରି କୃଷ୍ଣ ପଥଶ୍ରାନ୍ତ ହୋଇ ନିଦ୍ରା ଯାଇଛନ୍ତି । ତାଙ୍କ ଉଠିବାରେ ବିଳମ୍ବ ହୋଇଛି । ଯଶୋଦା ତାଙ୍କୁ ନିଦରୁ ଉଠାଇବା ପାଇଁ ବନମାଳୀ, ବଂଶୀଧର, ବାସୁଦେବ ଆଦି ସୁମଧୁର ସମ୍ବୋଧନ କରିଛନ୍ତି । ତାଙ୍କୁ ନିଦରୁ ଉଠାଇ ସୁବାସିତ ଜଳରେ ମୁଖ ଧୌତ କରାଇ କ୍ଷୀର ସଙ୍ଗେ କଦଳୀ, ଲହୁଣୀ, ସରପୁଳି, ଖଣ୍ଡସର ଖୁଆଇବାକୁ କହିଛନ୍ତି । କୃଷ୍ଣଙ୍କର ଗୋଷ୍ଠ ବାହୁଡ଼ାରେ ବିଳମ୍ବ ହେତୁ ସଙ୍ଗରେ ଦଧି ଅନ୍ନ ନେଇ ନଦୀକୂଳରେ ଆହାର କରିବାକୁ କହିଛନ୍ତି ।

(ଙ) କେଉଁ କେଉଁ ପକ୍ଷୀ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଇଛନ୍ତି ?
Answer:
ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହ ଗୋଚାରଣ କରିବାକୁ ଯାଇ ପଥଶ୍ରମ ପାଇ ନିଦ୍ରା ଯାଇଛନ୍ତି । ରାତି ପାହିଯିବା ପରେ ମଧ୍ୟ ତାଙ୍କ ନିଦ ଭାଙ୍ଗିନାହିଁ । ପ୍ରଭାତ ସମୟରେ ବିଭିନ୍ନ ପକ୍ଷୀମାନେ ରାତି ପାହି ଦିବସ ଆଗମନ କରିବାର ସୂଚନା ଦେଉଛନ୍ତି । ତଥାପି କୃଷ୍ଣଙ୍କର ନିଦ୍ରାଭଙ୍ଗ ହେଉନାହିଁ । ତେଣୁ ମାତା ଯଶୋଦା କୃଷ୍ଣଙ୍କୁ ସକାଳ ହେଲାଣି ଓ ବିଭିନ୍ନ ପକ୍ଷୀମାନେ ରାବିଲେଣି ବୋଲି କହିଛନ୍ତି । ଶୁକପକ୍ଷୀ ମନ୍ଦିରରେ ଓ କାକ ପକ୍ଷୀ ବୃକ୍ଷ ଡାଳରେ ରାବିଛନ୍ତି । ପିକ କୁହୁକୁହୁ ତାନରେ ଓ କୁକୁଡ଼ା ଉଚ୍ଚସ୍ଵରରେ ଡାକଦେଇ ରାତି ପାହିବାର ସୂଚନା ଶ୍ରୀକୃଷ୍ଣଙ୍କୁ ଦେଇଛନ୍ତି ।

(ଚ) ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା କ’ଣ କରିବେ ବୋଲି କହିଛନ୍ତି ?
Answer:
କୃଷ୍ଣ ଥିଲେ ମା’ ଯଶୋଦାଙ୍କର ଅତି ଅଲିଅଳ ଓ ଆଦରର ପୁତ୍ର । କୃଷ୍ଣଙ୍କ ବିନା ତାଙ୍କୁ କିଛି ସୁଖ ଲାଗୁନଥିଲା । ଚାରିଆଡ଼ ଅନ୍ଧକାର ଦିଶୁଥିଲା । ସେ ସର୍ବଦା କୃଷ୍ଣଙ୍କ ସେବାଯତ୍ନରେ ଲାଗିଥିଲେ । ରାତି ପାହିଲା ପରେ ସେ ଶ୍ରୀକୃଷ୍ଣଙ୍କୁ ‘ବଂଶୀଧର’ ବୋଲି ସୁମଧୁର ସମ୍ବୋଧନ କରି ଶଯ୍ୟାତ୍ୟାଗ କରିବାକୁ କହିଛନ୍ତି । କୃଷ୍ଣ ନିଦରୁ ଉଠିବା ପରେ ସେ ସୁବାସିତ ଜଳରେ ତାଙ୍କ ମୁହଁ ଧୋଇଦେବେ । ତାଙ୍କୁ କ୍ଷୀର, କଦଳୀ ସହିତ ଲବଣୀ ଗୋଳାଇ ଖୁଆଇବେ । ଅଧାମ ସହିତ ସରପୁଳି ଓ ଖଣ୍ଡସର ଖୁଆଇବେ ବୋଲି କହିଛନ୍ତି ।

କବି ପରିଚୟ :

‘ପ୍ରଭାତ ଅବକାଶ’ କବିତାର ରଚୟିତା ବନମାଳୀ ଦାସ ଅଷ୍ଟାଦଶ ଶତାବ୍ଦୀର ଜଣେ ଭକ୍ତକବି । ସେ ପୁରୀରେ ବାସ କରୁଥିଲେ । ଜଗନ୍ନାଥଙ୍କର ସେବା କରିବା ସହିତ ସେ ବହୁ ଭଜନ ଓ ଜଣାଣ ରଚନା କରିଛନ୍ତି । କୃଷ୍ଣଙ୍କୁ ନେଇ ସେ ଅନେକ କବିତା ରଚନା କରିଛନ୍ତି । ତାଙ୍କର କବିତାଗୁଡ଼ିକ ଯେପରି ସରଳ, ସେହିପରି ସଙ୍ଗୀତମୟ । ତାଙ୍କ ରଚିତ ସମସ୍ତ କବିତାକୁ ‘ବନମାଳୀ ପଦ୍ୟାବଳୀ’ ନାମରେ ଏକତ୍ର କରି ପ୍ରକାଶ କରାଯାଇଛି ।

କବିତାର ଆଦର୍ଶ :

ଆଲୋଚ୍ୟ ‘ପ୍ରଭାତ ଅବକାଶ’ କବିତାଟି ‘ବନମାଳା ପଦ୍ୟାବଳା’ରୁ ସଂଗୃହାତା ଏଥିରେ ନିଦ୍ରାରତ ଶ୍ରାକୃଷ୍ଟଙ୍କର ନିଦ୍ରାଭଙ୍ଗ ନିମିତ୍ତ ଜନନୀ ଯଶୋଦାଙ୍କର ସ୍ନେହଶ୍ରଦ୍ଧାପୂର୍ଣ୍ଣ ବାଣୀର ସମାହାର ଦେଖିବାକୁ ମିଳେ । ଶ୍ରୀକୃଷ୍ଣଙ୍କର ନିଦ୍ରାଭଙ୍ଗ ହେବାରେ ବିଳମ୍ବ ହେବାର କାରଣ ମଧ୍ୟ ଏଥିରେ ବର୍ଣ୍ଣିତ ହୋଇଛି ।

ପାରକଥା :

ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ରାତି ପାହିବାର ସୂଚନା ଦେଉଛନ୍ତି । ମନ୍ଦିରରେ ଶୁଆ, ବୃକ୍ଷରେ କାଉ, କୋଇଲି ତଥା କୁକୁଡ଼ାର ଡାକ ଶୁଭିଲାଣି ବୋଲି କହୁଛନ୍ତି । ଯଶୋଦା ମାଆ ବନମାଳୀକୁ କହୁଛନ୍ତି ଯେ, ସେ ଉଠିଲେ ଗଡ଼ୁରେ ରଖୁଥ‌ିବା ସୁଗନ୍ଧଯୁକ୍ତ ଜଳରେ ତାଙ୍କ ମୁହଁ ଧୋଇଦେବେ । ଅମୃତ ପାଣି କଦଳୀ, ଲହୁଣୀ ସହିତ ମିଶ୍ରିତ ପେଡ଼ା, ସରପୁଳି ଓ ଖଣ୍ଡ(କନ୍ଦ) ସହିତ ସର ଖୁଆଇବେ । ହେ ରାମ ବାସୁଦେବ, ତୁମେ ଶୀଘ୍ର ଉଠ । କାରଣ ଗାଈଗୋଠ ଯିବାରେ ବିଳମ୍ବ ହେବ । ସାଙ୍ଗରେ ଦହିଭାତ ନେଇ ଯିବ । ନଈକୂଳରେ ଖାଇବ ।

ଗତକାଲି ବାଛୁରୀ ଚରାଇବାକୁ ଯାଇ ବୋଧହୁଏ ଖୁବ୍ ପରିଶ୍ରମ କରି କ୍ଲାନ୍ତ ହୋଇଛୁ । ତେଣୁ ଅଳସୁଆ ହୋଇ ଶୋଇରହିଛୁ। ଦେହ ଦୁର୍ବଳ ଲାଗୁଛି କି ? ସିଂହଦ୍ଵାରରେ ଗୋପାଳବାଳକେ ଡାକିଲେଣି । ଆଉ ତୁ କେତେ ସମୟ ଶୋଇବୁ ? ଆକାଶରେ ସୂର୍ଯ୍ୟ ଉଦୟ ହୋଇଗଲାଣି । ବନମାଳୀ କହୁଛନ୍ତି, ହେ ପ୍ରଭୁ ଚକ୍ରଧର ! ତୁମେ ଶୀଘ୍ର ଉଠ । ବନକୁ ଯିବାପାଇଁ ବିଳମ୍ବ ହେବ । ତୁମେ ବନକୁ ଗମନ କର । ତୁମର ଚରଣରେ ବନମାଳୀ ଦାସ ହୋଇଛି ।

କଠିନ ଶବ୍ଦାର୍ଥ :

  • ନିଶି – ରାତି ।
  • ବଂଶୀଧର – ଶ୍ରୀକୃଷ୍ଣ ।
  • ଶୁକ – ଶୁଆ ।
  • କାକ – କାଉ ।
  • ପିକ – କୋଇଲି ।
  • କୁକ୍‌କୁଟ – କୁକୁଡ଼ା
  • ପରଖର – ଖୁବ୍ ଜୋର୍‌ରେ ।
  • ଯଶୋବନ୍ତୀ – ଯଶୋଦା ।
  • ଭାଳି – ଚିନ୍ତିତ ହୋଇ ।
  • ପଖାଳି – ଧୋଇଦେବି ।
  • ଝରି – ନଳୀଯୁକ୍ତ ଜଳପାତ୍ର ।
  • ବାସ ନୀର – ସୁଗନ୍ଧିତ ଜଳ ।
  • ଲବଣୀ – ଲହୁଣୀ ।
  • ଅଧାମ – ରାବିଡ଼ି ।
  • ଗୋଟିକା – ପେଡ଼ା ।
  • ପୁଳି- ପିଠା (ଏଠାରେ ସରପୁଳି) ।
  • ଖଣ୍ଡ – କନ୍ଦ ।
  • ଭୁଞ୍ଜାଇବି – ଖୁଆଇବି ।
  • ଗୋ-ଗୋଷ୍ଠ – ଗାଈଗୋଠ ।
  • ଉଛୁର – ବିଳମ୍ବ ।
  • ଦଧୂ ଅନ୍ନ -ଦ ହି ଭାତ ।
  • ଆହାର -ଭୋଜନ ।
  • ଅଶକତ – ଦୁର୍ବଳ ।
  • ଗୋପସ୍ତୁତ – ଗୋପାଳ ବାଳକ ।
  • ଦିନକର – ସୂର୍ଯ୍ୟ ।
  • ଚରଣ – ପାଦ ।
  • କିଙ୍କର – ଚାକର ।