BSE Odisha 8th Class Science Notes Chapter 13 ଧ୍ୱନି

Odisha State Board BSE Odisha 8th Class Science Notes Chapter 13 ଧ୍ୱନି will enable students to study smartly.

BSE Odisha Class 8 Science Notes Chapter 13 ଧ୍ୱନି

→ ଉପକ୍ରମ :
1. ସାଧାରଣତଃ ଆମ ଦୈନନ୍ଦିନ ଜୀବନରେ ଶବ୍ଦ ବା ‘ଧ୍ୱନି’ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ! ଆମେ ଆମର ପରିସରରେ ଧ୍ୱନି ସୃଷ୍ଟି ନକରି କଥାବାର୍ତ୍ତା ହୋଇପାରିବା ନାହିଁ । ଆମ ଚାରିପାଖରେ ଥବା ବିଭିନ୍ନ ପଶୁ ଓ ପକ୍ଷୀଙ୍କର ଶବ୍ଦ ବା ଧ୍ୱନି ଆମେ ଜାଣିପାରିବା ନାହିଁ ।
2. ବସ୍, ଟ୍ରକ୍ ଇତ୍ୟାଦି ଯାନବାହାନ ଯିବା ଆସିବାରେ ଶବ୍ଦ ସୃଷ୍ଟି ହୋଇଥାଏ । ଏହି ଶବ୍ଦର ସଂଚରଣ ବାୟୁଦ୍ୱାରା ହୋଇଥାଏ ।

ତୁମେ ନିତିଦିନିଆ ଜୀବନରେ ଶୁଣୁଥ‌ିବା ଧ୍ଵନିଗୁଡ଼ିକର ଏକ ତାଲିକାପ୍ରସ୍ତୁତ କର ।
(i) ଆମେ ପ୍ରତ୍ୟେକ ଦିନ ସକାଳେ କାଉର ‘କା’ ଶବ୍ଦ ଶୁଣିଥାଉ ।
(ii) ରାସ୍ତାରେ ଯିବାଆସିବା ସମୟରେ ପଛରୁ ଆସୁଥ‌ିବା ଅନ୍ୟ ଲୋକର ବା ଯାନର ଧ୍ଵନି ଶୁଣିଥାଉ ।
(iii) ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ପିରିୟଡ଼ ଘଣ୍ଟା ବାଜିବାର ଧ୍ୱନି ପ୍ରଦୂଷଣ ।
(iv) ରାସ୍ତାରେ ଯାତାୟତ କରୁଥିବା ବିଭିନ୍ନ ଯାନବାହାନ ଓ ପଶୁପକ୍ଷୀର ସ୍ଵରର ଧ୍ଵନି ଶୁଣିଥାଉ ।

BSE Odisha 8th Class Science Notes Chapter 13 ଧ୍ୱନି

→ କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ (Sound is Produced by a Vibrating Body) :
(i) ବିଦ୍ୟାଳୟର ପିଟାଘଣ୍ଟ ବାଜୁଥ‌ିବାବେଳେ ହାତରେ ଏହାକୁ ସ୍ପର୍ଶକଲେ, କମ୍ପନ ଅନୁଭବ କରିହୁଏ । ଠାକୁର ଘରେ ଘଣ୍ଟି ବଜାଉଥିବାବେଳେ ଘଣ୍ଟର ତଳ ଧାରକୁ ସ୍ପର୍ଶକଲେ କମ୍ପନ ଅନୁଭବ କରିହୁଏ ।

→ ତୁମପାଇଁ କାମ :
(i) ଗୋଟିଏ କଂସା ଥାଳିଆକୁ ସୁତୁଲି ଦ୍ବାରା ମୁକ୍ତ ଭାବରେ ଝୁଲାଇ ରଖ୍ ତାକୁ ଏକ ଦଣ୍ଡ ଦ୍ଵାରା ଆଘାତ କରି ସଙ୍ଗେ ସଙ୍ଗେ ଦୁଇ ମଧ୍ୟରେ ରଖାଯାଉ ।
BSE Odisha 8th Class Science Notes Chapter 13 ଧ୍ୱନି 1
(ii) କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ । ଅର୍ଥାତ୍ ଧ୍ବନି ଶୁଣାଯାଉନଥ‌ିବାବେଳେ ତାହାକୁ ସ୍ପର୍ଶକଲେ କମ୍ପନ ଅନୁଭବ କରିହେବ ନାହିଁ । ଗୋଟିଏ ରବର ବ୍ୟାଣ୍ଡକୁ ଗୋଟିଏ ପେନ୍‌ସିଲ ବାକ୍ସର ଲମ୍ବା ଦିଗରେ ଗୁଡ଼ାଇ ଦୁଇଟି ଲମ୍ବା ପେନ୍‌ସିଲ୍‌କୁ ଏହି ବ୍ୟାଣ୍ଡ ମଧ୍ୟରେ ରଖାଯାଉ । ଏହି ବ୍ୟାଣ୍ଡର ମଝି ଅଂଶକୁ ଟାଣି ଛାଡ଼ିଦେଲେ, ରବର ବ୍ୟାଣ୍ଡରେ କମ୍ପନ ସୃଷ୍ଟି ହେବ ।
(iii) ବସ୍ତୁର ଆଗପଛ କିମ୍ବା ଉପରତଳ ଗତି ଯୋଗୁଁ ହିଁ କମ୍ପନ ସୃଷ୍ଟି ହୁଏ । କମ୍ପନ ବନ୍ଦ ହେଲେ ଧ୍ଵନି ଆଦୌ ସୃଷ୍ଟି ହେବ ନାହିଁ । ଗୋଟିଏ ଜଳପୂର୍ଣ ଧାତବ ପାତ୍ରର ଗୋଟିଏ ପାର୍ଶ୍ଵକୁ ଆଘାତ କଲେ ଜଳପୃଷ୍ଠରେ ତରଙ୍ଗ ସୃଷ୍ଟି ହୁଏ । ଖାଲି ଧାତବ ପାତ୍ରକୁ ଆଘାତ କଲେ ଯେତିକି ଶବ୍ଦ ସୃଷ୍ଟି ହୁଏ, ଜଳପୂର୍ଣ ପାତ୍ରକୁ ଆଘାତ କଲେ କମ୍ ଶବ୍ଦ ହୁଏ ।
(iv) ଗୋଟିଏ କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ । କେତେକ କ୍ଷେତ୍ରରେ ଏହି କମ୍ପନକୁ ସହଜରେ ଦେଖୁହୁଏ । ଅଧିକାଂଶ କ୍ଷେତ୍ରରେ ଏହି କମ୍ପନର ଆୟାମ (Amplitude) ଏତେ ଛୋଟ ଯେ, ତାହା ଆମକୁ ଦେଖାଯାଏ ନାହିଁ । ମାତ୍ର ତାହାକୁ ଅନୁଭବ କରିହୁଏ ।

ଏବେ କେତେକ ବାଦ୍ୟଯନ୍ତ୍ରର ନାମ ଲେଖୁ ତା’ର କମ୍ପିତ ଅଂଶକୁ ଲେଖ ।
BSE Odisha 8th Class Science Notes Chapter 13 ଧ୍ୱନି 2
ଆମ ଦେଶରେ ସାଧାରଣତଃ ମୃଦଙ୍ଗ, ପର୍ଖାଜ, ଡୁଚି, ତବଲା, ଝାଞ୍ଜ, ଗିନି, ହାରମୋନିୟମ, ତାନପୁରା ଓ ଖଞ୍ଜଣି ଇତ୍ୟାଦି ବାଦ୍ୟଯନ୍ତ୍ରଗୁଡ଼ିକର ସମସ୍ତ ଅଂଶ କମ୍ପିତ ହୋଇ ଧ୍ବନି ସୃଷ୍ଟି ହୁଏ ।

ସୀତାରକୁ ଟାଣିଲେ ସୀତାରର ସମସ୍ତ ଅଂଶ ଆନ୍ଦୋଳିତ ହୁଏ । ସମୁଦାୟ ଯନ୍ତ୍ରଟି କମ୍ପିତ ହେବାରୁ ଆମେ ଧ୍ଵନି ଶୁଣିପାରୁ ଆଘାତ କଲେ ଆମେ ଯେଉଁ ଧ୍ଵନି ଶୁଣୁ ତାହା କେବଳ ଚମଡ଼ା ପୃଷ୍ଠତଳ ପାଇଁ ନୁହେଁ, ମୃଦଙ୍ଗର ସମସ୍ତ ଅଂଶ ଯୋଗୁଁ ଧ୍ବନି ସମ୍ଭବ ହୁଏ ।

→ ତୁମପାଇଁ କାମ :
ପାଞ୍ଚ ବା ଛଅଟି କାଚ ଗ୍ଲାସରେ କମ୍ ଜଳ ଉଚ୍ଚତାରୁ ଅଧ‌ିକ ଉଚ୍ଚତା ପର୍ଯ୍ୟନ୍ତ ଜଳନେଇ ଏକ ପେନ୍‌ସିଲ୍ ଦ୍ବାରା କାଚ ଗ୍ଲାସଗୁଡ଼ିକୁ ବାଡ଼େଇଲେ ସେଥୁ ମଧୁର ସ୍ୱର ଶୁଣାଯାଏ । ଏହାକୁ ‘ଜଳ ତରଙ୍ଗ’ କୁହାଯାଏ ।

→ ଶବ୍ଦ ମାନବ ଦ୍ୱାରା ଉତ୍ପାଦିତ (Sound Produced by Human beings) :
(i) ମନୁଷ୍ୟମାନେ ସ୍ୱରପେଟିକା (Larynx) ସାହାଯ୍ୟରେ ଧ୍ଵନି ସୃଷ୍ଟି କରନ୍ତି ! ଗଳାରେ ଆଙ୍ଗୁଳି ରଖୁଲେ ଏକ ସ୍ଥାନ ଉଚ୍ଚ ଜଣାପଡ଼େ । ଏହାକୁ ଆମ ଶରୀରର ସ୍ଵରବାକ୍ସ (Voice box) କହନ୍ତି । ଏହା ବାୟୁନଳୀର ଉପର ଭାଗରେ ଥାଏ ।
(ii) ଦୁଇଟି କଣ୍ଠରଜୁ (Vocal cord) ସ୍ୱରପେଟିକାର ଏପାଖରୁ ସେପାଖକୁ ଏପରିଭାବେ ଲାଗିରହି ଥାଆନ୍ତି, ଯେପରିକି ସେମାନଙ୍କ ମଧ୍ୟରେ ବାୟୁ ଯିବାପାଇଁ ଏକ ସୂକ୍ଷ୍ମରନ୍ଧ୍ର ଥାଏ ।
(iii) ଫୁସ୍‌ଫୁସ୍ ଯେତେବେଳେ ବାୟୁକୁ ଏହି ପଥଦେଇ ଠେଲେ ସେତେବେଳେ କଣ୍ଠରଜ୍ଜୁ କମ୍ପିତ ହୋଇ ଧ୍ବନି ସୃଷ୍ଟି ହୁଏ ।
(iv) କଣ୍ଠରଜ୍ଜୁ ସହ ସଂଯୁକ୍ତ ମାଂସପେଶୀ ଢିଲା ରଜ୍ଜୁ କେତେବେଳେ ପ୍ରସାରିତ ଓ କେତେବେଳେ ଟାଣିହୋଇ ରହେ ।
BSE Odisha 8th Class Science Notes Chapter 13 ଧ୍ୱନି 3

→ ତୁମପାଇଁ କାମ :
ଏକ ମାପର ଦୁଇଟି ରବର ଷ୍ଟ୍ରିପ୍ ନେଇ ଗୋଟିକୁ ଅନ୍ୟ ଉପରେ ରଖାଯାଉ । ସେମାନଙ୍କୁ ହାତରେ ଧରି ଟାଣି ଷ୍ଟ୍ରିପ୍‌ଦ୍ବୟର ମଝି ଫାଙ୍କକୁ ଫୁଙ୍କିଲେ ଏହା ମଧ୍ୟରେ ବାୟୁ ପ୍ରବାହିତ ହୋଇ ଧ୍ୱନି ସୃଷ୍ଟି ହେବ ।

BSE Odisha 8th Class Science Notes Chapter 13 ଧ୍ୱନି

କଣ୍ଠରଜ୍ଜୁ ପତଳା ହେଲେ ମଧୁର କଣ୍ଠସ୍ବର ଓ ପ୍ରସାରିତ ହେଲେ ଟାଣ କଣ୍ଠସ୍ଟର ସୃଷ୍ଟି ହୁଏ ।
ପୁରୁଷମାନଙ୍କର କଣ୍ଠରଜ୍ଜୁର ଦୈର୍ଘ୍ୟ ପ୍ରାୟ 20 ମି.ମି.; କିନ୍ତୁ ନାରୀମାନଙ୍କର କଣ୍ଠରଜୁର ଦୈର୍ଘ୍ୟ ପ୍ରାୟ 15 ମି.ମି. ପିଲାମାନଙ୍କର ଏହି ରଜ୍ଜୁ ଅତି ଛୋଟ । ଏଥ‌ିପାଇଁ ପୁରୁଷ, ନାରୀ ଓ ଛୋଟପିଲାଙ୍କର ସ୍ବର ଭିନ୍ନ ଭିନ୍ନ ହୋଇଥାଏ ।

→ ଧ୍ୱନି ସଂଚରଣ ପାଇଁ ମାଧମ ଆବଶ୍ୟକ (Souad Needs a Medium for Propagation) :
(i) ଧ୍ଵନି ଗତି କରିବାପାଇଁ ଏକ ମାଧ୍ୟମ ଆବଶ୍ୟକ । ଏହା ଶୂନ୍ୟ (Vacuum)ରେ ଗତି କରିପାରେ ନାହିଁ ।
(ii) ଧ୍ୱନି ତରଳ ପଦାର୍ଥରେ ଗତି କରିପାରେ । ଜଳଚର ପ୍ରାଣୀ ଡଲ୍‌ଫିନ୍ ଓ ତିମି ଇତ୍ୟାଦି ଜଳରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିପାରନ୍ତି ।
(iii) ଧ୍ଵନି ସମସ୍ତ କଠିନ ପଦାର୍ଥ ମଧ୍ୟରେ ଗତି କରିପାରେ ।

→ ଆମର କାନ ସାହାଯ୍ୟରେ ଆମେ ଧ୍ଵନି ଶୁଣୁ (We Hear Sound Through Our Ears) :
(i) କାନକୁ ଶ୍ରବଣ ଇନ୍ଦ୍ରିୟ କୁହାଯାଏ । ଏହାର ବାହ୍ୟ ଅଂଶର ଆକାର ଏକ କାହାଳୀପରି ।
(ii) କାନ ମଧ୍ୟରେ ଧ୍ଵନି ତରଙ୍ଗ ପ୍ରବେଶ କରି ତାହା କାନନଳୀର ଅପର ପ୍ରାନ୍ତରେ ଥ‌ିବା ବୃତ୍ତାକାର ପରଦାରେ ଆଘାତ ଦିଏ । ଏହି ପରଦାଟି ଟାଣ ଝିଲ୍ଲୀରେ ତିଆରି । ଏହାକୁ କର୍ଣ୍ଣପଟହ (Eardrum) କହନ୍ତି ।
(iii) କଣ୍ଣପଟହ ଧ୍ବନି ଶୁଣିବାରେ ପ୍ରଧାନ ଭୂମିକା ଗ୍ରହଣ କରେ ।
(iv) କର୍ଣ୍ଣପଟହ ଧ୍ଵନି କମ୍ପନକୁ ଗ୍ରହଣ କରି ଶ୍ରୁତିସ୍ନାୟୁ ସାହାଯ୍ୟରେ ମସ୍ତିଷ୍କକୁ ପଠାଏ । ମସ୍ତିଷ୍କ ଏହି କମ୍ପନକୁ ଅନୁଭବ କରେ ଏବଂ ଆମେ ଶୁଣିପାରୁ ।
BSE Odisha 8th Class Science Notes Chapter 13 ଧ୍ୱନି 4

→ କମ୍ପନର ଆୟାମ, ଆବର୍ଷକାଳ ଓ ଆବୃତ୍ତି (Asplitude, Time Periods & Frequency of a Vibration) :
(i) ଏକ ନିର୍ଦ୍ଦିଷ୍ଟ ଅବସ୍ଥାନର ଉଭୟ ପାର୍ଶ୍ଵକୁ କଣିକାଟିଏ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏପଟ ସେପଟ (to and fro) ହୋଇ ଗତି କରିବାକୁ କମ୍ପନ (Vibration) କହନ୍ତି । ଏହାକୁ ମଧ୍ୟ ଦୋଳନ ଗତି (Oscillatory motion) କୁହାଯାଏ !
(ii) ଦୋଳନ ସମୟରେ ମାଧ୍ଯ ଅବସ୍ଥାନର କୌଣସି ଗୋଟିଏ ପାର୍ଶ୍ଵକୁ କଣିକାଟିର ସର୍ବାଧ୍ଵ ବିସ୍ଥାପନକୁ ଏହାର ଆୟାମ (Amplitude) କହନ୍ତି ।
(iii) କମ୍ପିତ କଣିକାଟି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ଵକୁ ଗତିକରି ପୁନଶ୍ଚ ସେହି ପାର୍ଶ୍ଵକୁ ଫେରିଆସିବାକୁ ଏକ ପୂଣ୍ଣଦୋଳନ କହନ୍ତି ।
(iv) କୌଣସି ଦୋଳନଶୀଳ ବସ୍ତୁ ପ୍ରତି ସେକେଣ୍ଡରେ ଯେତୋଟି ପୂର୍ବ ଦୋଳନ (Oscillation) କରେ ତାକୁ ତାହାର ଆବୃତ୍ତି (Frequency) କୁହାଯାଏ । ଏହାର ଏକକ ଦୋଳନ/ସେକେଣ୍ଡ ବା ହର୍ସ ।
BSE Odisha 8th Class Science Notes Chapter 13 ଧ୍ୱନି 5
(v) ଯଦି ଗୋଟିଏ ବସ୍ତୁ । ସେକେଣ୍ଡରେ 10ଟି ପୂର୍ବ ଦୋଳନ ସଂପୂର୍ଣ୍ଣ କରେ ତେବେ ତାହାର ଆବୃତ୍ତି 10) ହର୍ସ ।
(vi) ଗୋଟିଏ ମାଧ୍ୟମରେ କମ୍ପିତ କଣିକା ଏକ ପୂର୍ଣ୍ଣଦୋଳନ କରିବାକୁ ଯେତିକି ସମୟ ନିଏ, ଆବର୍ଷକାଳ (Time period) କହନ୍ତି । ଏହାର ଏକକ ସେକେଣ୍ଡ ।

→ ଧ୍ଵନି ପ୍ରବଣତା ଏବଂ ତାରତ୍ବ (Loudness and Pitch) :
(i) ଧ୍ଵନିର ଧ୍ୱନି ପ୍ରବଣତା ଦୋଳନ ସୃଷ୍ଟି କରୁଥିବା କମ୍ପନର ଆୟାମର ବର୍ଗ ସହ ସମାନୁପାତୀ । ଧ୍ଵନି ପ୍ରବଣତାର ଏକକ ଡେସିବେଲ (dB) ।
BSE Odisha 8th Class Science Notes Chapter 13 ଧ୍ୱନି 6
75 dB ରୁ 85 dB ବିଶିଷ୍ଟ ଧ୍ୱନି ପ୍ରବଣତା ଆମର ଶରୀର ପକ୍ଷେ କ୍ଷତିକାରକ ।
(ii) ଧ୍ଵନିପ୍ରବଣତା ଧ୍ୱନି ସୃଷ୍ଟିକାରୀ କମ୍ପନର ଆୟାମ ଉପରେ ନିର୍ଭର କରେ । କମ୍ପନର ଆୟାମ ଅଧିକ ହେଲେ ଧ୍ଵନି ଉଚ୍ଚସ୍ବର ବିଶିଷ୍ଟ ଓ ଆୟାମ କମ୍ ହେଲେ ଧ୍ଵନି ନିମ୍ନସ୍ବର ବିଶିଷ୍ଟ ହୁଏ ।

BSE Odisha 8th Class Science Notes Chapter 13 ଧ୍ୱନି

→ ଧ୍ଵନିର ତୀକ୍ଷ୍ଣତା ବା ତାରତ୍ଵ (Shrillnes or Pitch)
(i) ଧ୍ୱନି ତରଙ୍ଗର ଆବୃତ୍ତି ଉପରେ ନିର୍ଭର କରେ । କମ୍ପନର ଆବୃତ୍ତି ଅଧ‌ିକ ହେଲେ ଧ୍ଵନିଟି ତୀକ୍ଷ୍ଣଣ ଓ ଆବୃତ୍ତି କମ୍ ହେଲେ ଧ୍ଵନିଟି କର୍କଶ ହୁଏ । ଉଦାହରଣସ୍ୱରୂପ, ଡ୍ରମର କମ୍ପନର ଆବୃତ୍ତି କମ୍ ହେତୁ କର୍କଶ ହୁଏ ଓ ୱିସିଲ୍‌ର ଆବୃତ୍ତି ଅଧ‌ିକ ହେତୁ ଏହା ତୀକ୍ଷ୍ଣଣ ହୁଏ ।
(ii) ଗୋଟିଏ ପକ୍ଷୀର ରାବ ଉଚ୍ଚ ପିଚ୍ ବିଶିଷ୍ଟ ଓ ସିଂହର ଗର୍ଜନ ନିମ୍ନ ପିଯୁକ୍ତ ହୋଇଥାଏ । ମାତ୍ର ଗୋଟିଏ ପକ୍ଷୀର ରାବର ଧ୍ୱନି ପ୍ରବଣତା କମ୍ ଓ ସିଂହର ଗର୍ଜନର ଧ୍ଵନିପ୍ରବଣତା ଅଧିକ । ନାରୀମାନଙ୍କର ସ୍ବରର ଆବୃତ୍ତ ପୁରୁଷମାନଙ୍କର ସ୍ବରର ଆବୃତ୍ତିଠାରୁ ଅଧିକ ହେତୁ ନାରୀମାନଙ୍କର ସ୍ବର ତୀକ୍ଷ୍ଣଣ ମାତ୍ର ପୁରୁଷମାନଙ୍କର ସ୍ବର ମୋଟା ।

→ ଶ୍ରାବ୍ୟ ଏବଂ ଅଶ୍ରାବ୍ୟ ଧ୍ଵନି (Audible and Inaudible Sounds) :
(i) ମାନବ କଣ୍ଠ 20 ହର୍ସରୁ କମ୍ ଆବୃତି ବିଶିଷ୍ଟ ଧ୍ୱନିକୁ ଶୁଣିପାରେ ନାହିଁ । ଏହି ପ୍ରକାର ଧ୍ଵନିକୁ ଅଶ୍ରାବ୍ୟ ଧ୍ବନି କୁହାଯାଏ ।
(ii) 20,000 ହର୍ସ (20,000 Hz) ବା 20 କିଲୋହର୍ସ (20kHz) ରୁ ଊର୍ଦ୍ଧ୍ବ ଆବୃତ୍ତିବିଶିଷ୍ଟ ଧ୍ବନି ମଧ୍ୟ ମାନବ କଣ୍ଠ ଶୁଣିପାରେ ନାହିଁ ।

ମାନବ କଣ୍ଠର ଶ୍ରାବ୍ୟ ଆବୃତ୍ତି ପରିସର କେବଳ 20Hzରୁ 20000 Hz 1

(iii) କୁକୁରମାନେ 50 kHz ଆବୃତ୍ତି ବିଶିଷ୍ଟ ଧ୍ବନିକୁ ଶୁଣିପାରନ୍ତି । ବାହୁଡ଼ି 100 kHz ର ଧ୍ୱନି ଶୁଣିପାରେ । ଆଜିକାଲି ବିଭିନ୍ନ ରୋଗ ଚିହ୍ନଟପାଇଁ ଯେଉଁ ଅଲ୍ଟ୍ରାସାଉଣ୍ଡ ଯନ୍ତ୍ର ବ୍ୟବହାର କରାଯାଉଛି, ସେଥୁରୁ ନିର୍ଗତ ତରଙ୍ଗର ଆବୃତ୍ତି 20 kHz ରୁ ବେଶି ।

→ ଶ୍ରୁତି ମଧୁର ଶବ୍ଦ ଓ କୋଳାହଳ (Musical sound and Noise) :
(i) ବାଦ୍ୟ ଯନ୍ତ୍ରରୁ ନିଃସୃତ ଧ୍ୱନି, କୋଇଲିର ଶବ୍ଦ ଆଦି ଆମ କାନକୁ ଆରାମ ଦିଏ । ହାର୍‌ମୋନିୟମ୍ ଓ ସୀତାରୁ ନିର୍ଗତ ଧ୍ଵନି ମଧ୍ୟ ଆମ କାନକୁ ଆରାମ ଦିଏ । ଏଗୁଡ଼ିକୁ ଶ୍ରୁତିମଧୁର ଧ୍ବନି କହନ୍ତି । ଏଗୁଡ଼ିକର ଧ୍ଵନି ପ୍ରବଣତା କମ୍ ।
(ii) ଧ୍ଵନି ପ୍ରବଣତା ଅତ୍ୟଧିକ ବୃଦ୍ଧି ହେଲେ ସେଗୁଡ଼ିକ ଶ୍ରୁତିକଟୁ ହୁଏ । ସେଗୁଡ଼ିକୁ କୋଳାହଳ କୁହାଯାଏ ।

→ ଧ୍ୱନି ପ୍ରଦୂଷଣ (Noise Pollution) :
ଧ୍ୱନି ପ୍ରଦୂଷଣର କାରଣ –
(i) ବାୟୁରେ ଥ‌ିବା ଅଦରକାରୀ ବିଭିନ୍ନ ଗ୍ୟାସ୍ ଓ କଣିକାମାନଙ୍କର ଉପସ୍ଥିତ ଯୋଗୁଁ ଧ୍ୱନି ପ୍ରଦୂଷଣ ହୁଏ ।
(ii) ପରିବେଶରେ ମାତ୍ରାଧ‌ିକ ଅଦରକାରୀ ଧ୍ୱନିର ଉପସ୍ଥିତି ଧ୍ୱନି ପ୍ରଦୂଷଣର କାରଣ ଅଟେ ।
(iii) ଗାଡ଼ିମଟରର କେଁ କାଁ ଶବ୍ଦ, କଳକାରଖାନାର ଯନ୍ତ୍ରପାତିରୁ ନିର୍ଗତ ଘର୍ଘରନାଦ, ବିଭିନ୍ନ ବିସ୍ଫୋରଣର ଧ୍ଵନି, ଆତସବାଜି ଫୁଟିବାର ଶବ୍ଦ, ଡାକବାଜିଯନ୍ତ୍ରର ଉଚ୍ଚତୀବ୍ରତା ବିଶିଷ୍ଟ ଧ୍ବନି ଆଦି ଧ୍ୱନି ପ୍ରଦୂଷଣର ମୁଖ୍ୟ କାରଣ ।
(iv) ଏହାବ୍ୟତୀତ ଘରେ ଟେଲିଭିଜନ୍ ଓ ରେଡ଼ିଓରୁ ନିଃସୃତ ଉଚ୍ଚଧ୍ବନି, ଗ୍ରାଇଣ୍ଡର ଚାଲିବାର ଶବ୍ଦ, କୁଲର୍‌ସ ବା ଶୀତତାପ ନିୟନ୍ତ୍ରକ ଯନ୍ତ୍ରରୁ ନିର୍ଗତ ଶବ୍ଦ ଧ୍ବନି ପ୍ରଦୂଷଣ କରିଥାଏ ।

→ ଧ୍ୱନି ପ୍ରଦୂଷଣର କ୍ଷତିକାରକ ପ୍ରଭାବ (Harmful Effects of Noise Pollution):
(i) ଧ୍ୱନି ପ୍ରଦୂଷଣ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଓ ବିଭିନ୍ନ ପ୍ରକାର ସ୍ନାୟବିକ ରୋଗର କାରଣ ହୋଇଥାଏ ।
(ii) ମାତ୍ରାଧ‌ିକ ଧ୍ୱନିରେ କାର୍ଯ୍ୟକଲେ ବ୍ୟକ୍ତିର ଶ୍ରବଣଶକ୍ତି ସଂପୂର୍ଣ୍ଣ ବା ଆଂଶିକ ମାତ୍ରାରେ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ।

→ (Measures to Limit Noise Pollution):
(i) ଯାନବାହନରେ ଶ୍ରୁତିମଧୁର ହଣ୍ଡି ବ୍ୟବହାର କରିବା ଆବଶ୍ୟକ ।
(ii) ବାସୋପଯୋଗୀ ସ୍ଥାନଠାରୁ ଦୂରରେ କାରଖାନାଗୁଡ଼ିକ ସ୍ଥାପନ କରିବା ଉଚିତ ।
(iii) ଗାଡ଼ିମଟରର କେଁ କାଁ ଶବ୍ଦ, କଳକାରଖାନାର ଯନ୍ତ୍ରପାତିରୁ ନିର୍ଗତ ଘର୍ଘରନାଦ, ବିଭିନ୍ନ ବିସ୍ଫୋରଣର ଧ୍ବନି, ଆତସବାଜି ଫୁଟିବାର ଶବ୍ଦ, ଡାକବାଜିଯନ୍ତ୍ରର ଉଚ୍ଚତୀବ୍ରତା ବିଶିଷ୍ଟ ଧ୍ଵନି ଆଦି ଧ୍ୱନି ପ୍ରଦୂଷଣର ମୁଖ୍ୟ କାରଣ ।
(iv) ରାସ୍ତାର ଉଭୟପାର୍ଶ୍ଵରେ ଓ ଗୃହର ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରି ଧ୍ୱନି ପ୍ରଦୂଷଣର କୁପ୍ରଭାବକୁ କମାଯାଇପାରିବ ।

BSE Odisha 8th Class Science Notes Chapter 13 ଧ୍ୱନି

→ ବିଷୟଭିତ୍ତିକ ଶବ୍ଦାବଳୀ :
BSE Odisha 8th Class Science Notes Chapter 13 ଧ୍ୱନି 7
BSE Odisha 8th Class Science Notes Chapter 13 ଧ୍ୱନି 8

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

Odisha State Board CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ Questions and Answers.

CHSE Odisha 11th Class Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନ ସହିତ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

୧ । ଭାରତରେ ନିବର୍ବାନ ପରିଚାଳନା ପାଇଁ ଥ‌ିବା ସଂସ୍ଥାର ନାମ କ’ଣ ?
(i) ନିର୍ବାଚନ ଆୟୋଗ
(ii) ନିର୍ବାଚନ ପରିଷଦ
(iii) ନିର୍ବାଚନ ସଂଘ
(iv) ନିର୍ବାଚନ ସଂସ୍ଥା
Answer:
(i) ନିର୍ବାଚନ ଆୟୋଗ

୨ । ଭାରତରେ ନିର୍ବାଚନ ଆୟୋଗ ନିମ୍ନୋକ୍ତ କେଉଁ ପ୍ରକାରର ସଂସ୍ଥା ?
(i) ସାମ୍ବିଧାନିକ
(ii) ସଂସଦୀୟ ଆଇନଦ୍ୱାରା ସୃଷ୍ଟ
(iii) ସାଧାରଣ ପ୍ରଶାସନିକ ନିଷ୍ପତ୍ତିଦ୍ଵାରା ସୃଷ୍ଟ
(iv) ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରୁ ସୃଷ୍ଟ
Answer:
(i) ସାମ୍ବିଧାନିକ

୩ । ସମ୍ବିଧାନର କେଉଁ ଅଧ୍ୟୟରେ ନିର୍ବାଚନ ଆୟୋଗ ସମ୍ପର୍କରେ ବର୍ଣ୍ଣନା ରହିଛି ?
(i) ଷୋଡ଼ଶ
(ii) ଦ୍ଵାଦଶ
(iii) ପଞ୍ଚଦଶ
(iv) ଏକାଦଶ
Answer:
(iii) ପଞ୍ଚଦଶ

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

୪ । ସମ୍ବିଧାନର କେଉଁ ଧାରାରେ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ରହିଛି ?
(i) ୩୨୨
(ii) ୩୨୧
(iii) ୩୨୪
(iv) ୩୨୬
Answer:
(iii) ୩୨୪

୫ । ରାଜନୈତିକ ଦଳମାନଙ୍କୁ କିଏ ସ୍ବୀକୃତି ଦିଅନ୍ତି ?
(i) ରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ନିର୍ବାଚନ ଆୟୋଗ
(iv) ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି
Answer:
(iii) ନିର୍ବାଚନ ଆୟୋଗ

B. ଶୂନ୍ୟସ୍ଥାନ ପୂରଣ କର ।

୧ । ___________ ନିର୍ବାଚନ ଆୟୋଗର ମୁଖ୍ୟ ଅଟନ୍ତି ।
Answer:
ମୁଖ୍ୟ ନିର୍ବାଚନ ଆୟୁକ୍ତ

୨ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ___________ ପରିଚାଳନା କରନ୍ତି ।
Answer:
ନିର୍ବାଚନ ଆୟୋଗ

୩ । ରାଜନୈତିକ ଦଳମାନଙ୍କୁ ___________ ନିର୍ବାଚନ ସଙ୍କେତ ପ୍ରଦାନ କରନ୍ତି ।
Answer:
ନିର୍ବାଚନ ଆୟୋଗ

୪ । ନିର୍ବାଚନ ଆୟୋଗର ମୋଟ ___________ ଜଣ ସଦସ୍ୟ ଅଛନ୍ତି ।
Answer:
ତିନି

୫ । ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ___________ ନିଯୁକ୍ତି ଓ ବହିଷ୍କାର କରନ୍ତି ।
Answer:
ରାଷ୍ଟ୍ରପତି

C. ଏକ ପଦ ବା ଶବ୍ଦରେ ଉତ୍ତର ଦିଅ ।

୧ । କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକା ପାଇଁ ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥା କିଏ ?
Answer:
ନିର୍ବାଚନ ଆୟୋଗ ।

୨ । ନିର୍ବାଚନରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ନିର୍ବାଚନ ଆୟୋଗ କ’ଣ ଜାରି କରିଥାଏ ?
Answer:
ଆଚରଣବିଧ୍ ।

୩ । ସାନି ନିର୍ବାଚନ କରିବାର ନିଷ୍ପତ୍ତି କିଏ ନିଏ ?
Answer:
ନିର୍ବାଚନ ଆୟୋଗ ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

D. ଭ୍ରମ ସଂଶୋଧନ କର ।

୧ । ରାଷ୍ଟ୍ରପତି ନିଜସ୍ଵ ନିଷ୍ପଭିକ୍ରମେ ନିର୍ବାଚନ ଆୟୁକ୍ତମାନଙ୍କୁ ପଦଚ୍ୟୁତ କରନ୍ତି ।
Answer:
ରାଷ୍ଟ୍ରପତି ସଂସଦର ଗୃହୀତ ପ୍ରସ୍ତାବ ଭିତ୍ତିରେ ନିର୍ବାଚନ ଆୟୁକ୍ତମାନଙ୍କୁ ପଦଚ୍ୟୁତ କରନ୍ତି ।

୨ । ଭୋଟର ତାଲିକା ସଂଶୋଧନ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ହୁଏ ।
Answer:
ଭୋଟର ତାଲିକା ସଂଶୋଧନ ନିର୍ବାଚନ ଆୟୋଗର ନିର୍ଦ୍ଦେଶରେ ହୁଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ନିର୍ବାଚନ ଆୟୋଗର କାର୍ଯ୍ୟ କ’ଣ ?
Answer:
ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅତ୍ୟନ୍ତ ସାଧୁତା ଓ ନିରପେକ୍ଷତା ସହ ବିଶ୍ୱସନୀୟ ପରିସ୍ଥିତିରେ ବ୍ୟବସ୍ଥାପିକା ନିମନ୍ତେ ନିର୍ବାଚନ ପରିଚାଳନା ପାଇଁ ଏକ ସାମ୍ବିଧାନିକ ସଂସ୍ଥାଭାବେ ନିର୍ବାଚନ ଆୟୋଗର ସୃଷ୍ଟି କରାଯାଇଛି । ଏହାର ସୁପରିଚାଳନା ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।

୨ । ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗ କିପରି ନିୟନ୍ତ୍ରଣ କରିଥାଏ ?
Answer:
ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ସ୍ବୀକୃତି, ପଞ୍ଜୀକୃତ ଓ ନିର୍ବାଚନ ସଙ୍କେତ ପ୍ରଦାନ କରିଥାଏ । ନିର୍ବାଚନରେ ସେମାନଙ୍କ ପାଇଁ ପ୍ରଣୀତ ଆଚରଣବିଧ ଉଲଂଘନ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ।

B. ଛଅଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । ନିର୍ବାଚନ ଆୟୋଗ କିପରି ଗଠିତ ହୁଏ ?
Answer:
ପ୍ରଶାସନିକ ଦକ୍ଷତା, ଅଭିଜ୍ଞତା ଓ ବିଚାରପତି ହେବାର ଯୋଗ୍ୟତା ଆଦିକୁ ଆଧାର କରି ରାଷ୍ଟ୍ରପତି ନିର୍ବାଚନ ଆୟୋଗର ତିନିଜଣ ସଦସ୍ୟଙ୍କୁ ନିଯୁକ୍ତ କରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ହିସାବରେ ମଧ୍ୟ ନିଯୁକ୍ତି ପାଇଥା’ନ୍ତି । ଏହି ସଦସ୍ୟମାନେ ୬୫ ବର୍ଷ ବୟସ ବା ୫ ବର୍ଷିଆ କାର୍ଯ୍ୟକାଳ ମଧ୍ଯରୁ ପ୍ରଥମେ ପଡ଼ୁଥ‌ିବା ବ୍ୟବସ୍ଥା ପର୍ଯ୍ୟନ୍ତ ନିଜ ପଦରେ ରହିଥା’ନ୍ତି । ସଂସଦରେ ସେମାନଙ୍କର ‘ପ୍ରମାଣିତ ଅସଦ୍ ବ୍ୟବହାର’ ବା ‘ଅଯୋଗ୍ୟତା’ କାରଣରୁ ଦୁଇ-ତୃତୀୟାଂଶ ସମର୍ଥନରେ ପ୍ରସ୍ତାବ ଗୃହୀତ ହେଲେ ରାଷ୍ଟ୍ରପତି ସମ୍ପୃକ୍ତ ଆୟୁକ୍ତଙ୍କୁ ପଦଚ୍ୟୁତ କରିଥା’ନ୍ତି । ଏହା ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ସ୍ଵାଧୀନ ଓ ନିରପେକ୍ଷତାର ସହ ଆୟୁକ୍ତମାନେ ନିଜର କାର୍ଯ୍ୟ ସମ୍ପାଦନ କରିଥା’ନ୍ତି ।

୨ । ନିର୍ବାଚନ ଆୟୋଗର ଭୂମିକା କ’ଣ ?
Answer:
କେନ୍ଦ୍ରୀୟ ସଂସଦ, ରାଜ୍ୟ ବ୍ୟବସ୍ଥାପିକା, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ନିର୍ବାଚନ ଆୟୋଗ ସମ୍ପାଦନ କରିଥାଏ । ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ, ନିର୍ବାଚନର ତାରିଖ ଓ କାର୍ଯ୍ୟକ୍ରମ ପ୍ରସ୍ତୁତି, ଭୋଟଦାନ ପାଇଁ ବ୍ୟବସ୍ଥା, ନିର୍ବାଚନ ଫଳାଫଳ ପ୍ରକାଶ, ନିର୍ବାଚନରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ଆଚରଣବିଧ୍ ପ୍ରଣୟନ ଓ କାର୍ଯ୍ୟକାରୀ କରିବାର ସମସ୍ତ ଦାୟିତ୍ଵ ନିର୍ବାଚନ ଆୟୋଗର ଅଟେ । ନିର୍ବାଚନ ପରିଚାଳନା ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି କରିବା ଏହାର ଦାୟିତ୍ଵ ଅଟେ । ନିର୍ବାଚନ ଆୟୋଗ ସାଧୁତା ଓ ନିରପେକ୍ଷତା ସହ ବିଶ୍ବସନୀୟ ଢଙ୍ଗରେ ନିର୍ବାଚନ ପରିଚାଳନା କରି ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତରେ ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଭାରତୀୟ ସମ୍ବିଧାନର ପଞ୍ଚଦଶ ଅଧ୍ୟାୟରେ ସ୍ବତନ୍ତ୍ରଭାବେ ଏକ ନିର୍ବାଚନ କମିଶନର ଗଠନ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ସଙ୍ଗଠନ ସମ୍ପର୍କରେ ସବିସ୍ତୃତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା, ସମ୍ବିଧାନ ପ୍ରଣେତାମାନଙ୍କ ଏହାକୁ ସମ୍ବିଧାନର ଏକ ଅବିଚ୍ଛେଦ୍ୟ ଅଂଶ ରୂପେ ଅନ୍ତର୍ଭୁକ୍ତ କରି ତତ୍ ସଂକ୍ରାନ୍ତୀୟ ରାଜନୈତିକ ଅଧିକାରର ସଂରକ୍ଷଣ ପ୍ରତି ଦୁର୍ବଳତାକୁ ସୂଚିତ କରିଥାଏ ।

ଶାସନ ବିଧାୟକ ସଭାର ଜନୈକ ସଦସ୍ୟ ଏଚ.ଏନ୍.କୁଞ୍ଜୁରୁଙ୍କ ମତରେ, “ଯଦି ନିର୍ବାଚନ କଳ ତ୍ରୁଟିଯୁକ୍ତ ବା ଏହାକୁ କାର୍ଯ୍ୟକାରୀ କରୁଥିବା ଲୋକମାନଙ୍କର ଚରିତ୍ର ସନ୍ଦେହମୁକ୍ତ ନୁହେଁ, ତାହାହେଲେ ଗଣତନ୍ତ୍ରର ଚେର ମଧ୍ୟ ବିଷାକ୍ତ ହୋଇଯିବ । ’’ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ପରୋକ୍ଷ ଓ ପ୍ରତିନିଧୂମୂଳକ ଅଟେ । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ରାଷ୍ଟ୍ରର କାର୍ଯ୍ୟ ପରିସରରେ ବୃଦ୍ଧିଜନିତ ଚାପ ହେତୁ ପ୍ରତ୍ୟେକ ଲୋକ ପ୍ରତ୍ୟକ୍ଷଭାବରେ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବା ଏକ ଅସମ୍ଭବ ବ୍ୟାପାର ଅଟେ ।

ଏଣୁ ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ଲୋକପ୍ରତିନିଧୂମାନଙ୍କ ଶାସନ ଅଟେ । ଏହି ଲୋକପ୍ରତିନିଧୂମାନଙ୍କର ମନୋନୟନ ପାଇଁ ନିର୍ବାଚନ ପ୍ରକ୍ରିୟାକୁ ଗ୍ରହଣ କରାଯାଇଛି । ଏଣୁ ଭାରତରେ ନିର୍ବାଚନ ସାମ୍ବିଧାନିକ ସ୍ବୀକୃତି ଲାଭ କରିଛି । ଏଥିନିମନ୍ତେ ଏକ ସ୍ବାଧୀନ ନିରପେକ୍ଷ ତଥା ସାମ୍ବିଧାନିକ ସଂସ୍ଥା ଗଠନ କରାଯାଇ ସମ୍ବିଧାନର ୩୨୪ ଧାରା ବଳରେ ଏହାକୁ ସଂସଦ ଓ ରାଜ୍ୟ ବିଧାନସଭାକୁ ନିର୍ବାଚନ ପରିଚାଳନା, ନିୟନ୍ତ୍ରଣ ତଥା ତତ୍ତ୍ୱାବଧାନ ନିମନ୍ତେ କ୍ଷମତା ପ୍ରଦାନ କରାଯାଇଛି । ଏହି ସଂସ୍ଥାକୁ ନିର୍ବାଚନ କମିଶନ କୁହାଯାଏ ।

ନିର୍ବାଚନ କମିଶନ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥାଏ । ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର ତଥା ଆଞ୍ଚଳିକ ନିର୍ବାଚନ କମିଶନରମାନଙ୍କୁ ନିଯୁକ୍ତ କରିଥା’ନ୍ତି; ମାତ୍ର ଏହି ନିଯୁକ୍ତି କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ସଂସଦୀୟ ନିୟମ ନ ଥିଲେ ରାଷ୍ଟ୍ରପତି ନିଜସ୍ବ ନିର୍ଦ୍ଦେଶନାମା ଜାରି କରିପାରନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଷ୍ଟ୍ରପତିଙ୍କର ଆସ୍ଥାଭାଜନ ଥିବା ପର୍ଯ୍ୟନ୍ତ ନିଜ ପଦରେ ରହିଥା’ନ୍ତି । ଆଞ୍ଚଳିକ ନିର୍ବାଚନ କମିଶନରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ତତ୍‌ସଂକ୍ରାନ୍ତୀୟ ରିପୋର୍ଟକୁ ରାଷ୍ଟ୍ରପତି ବିଚାରକୁ ନେଇଥା’ନ୍ତି ।

ଏହି ସଂସ୍ଥାର ସ୍ଵାଧୀନତା ରକ୍ଷା କରିବାପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ପଦଚ୍ୟୁତି ବ୍ୟବସ୍ଥାକୁ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କ ପରି ଅନୁରୂପ ଜଟିଳ ପ୍ରକୃତିସମ୍ପନ୍ନ କରାଯାଉଛି । ‘ପ୍ରମାଣିତ ଅସଦ୍ ବ୍ୟବହାର’ କିମ୍ବା ‘ଅଯୋଗ୍ୟତା’ କାରଣରୁ ସଂସଦର ଉଭୟ ସଦନଦ୍ୱାରା ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ସହ ଏକ ବହିଷ୍କାର ପ୍ରସ୍ତାବ ଗୃହୀତ ହେଲେ, ରାଷ୍ଟ୍ରପତି ସେହି ପ୍ରସ୍ତାବ ବଳରେ ତାଙ୍କୁ ପଦଚ୍ୟୁତି କରିଥା’ନ୍ତି ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ନିର୍ବାଚନ କମିଶନରଙ୍କ କାର୍ଯ୍ୟଧାରା :
(୧) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭାକୁ ନିର୍ବାଚନ କରାଯିବା ପୂର୍ବରୁ ତଥା ପ୍ରତ୍ୟେକ ଜନଗଣନା ପରେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ କରିବାର ଦାୟିତ୍ଵ ନିର୍ବାଚନ କମିଶନରଙ୍କର ଅଟେ ।
(୨) ନିର୍ବାଚନକୁ ସ୍ଵାଧୀନ ଓ ନିରପେକ୍ଷଭାବେ ପରିଚାଳନା କରିବାର ସମସ୍ତ ଦାୟିତ୍ଵ ଉକ୍ତ କମିଶନରଙ୍କ ଅଟେ ।
(୩) ନିର୍ବାଚନ ସଂକ୍ରାନ୍ତୀୟ ତାରିଖ ଓ କାର୍ଯ୍ୟକ୍ରମ ଘୋଷଣା ଉକ୍ତ କମିଶନ କରିଥାଏ ।
(୪) ନିର୍ବାଚନ ସଂକ୍ରାନ୍ତୀୟ ବନ୍ଦୋବସ୍ତ ସମ୍ବନ୍ଧରେ ଉପୁଜିଥିବା ସମସ୍ତ ଦ୍ଵହର ସମାଧାନ ପାଇଁ ନିର୍ବାଚନ କମିଶନ ଅନୁସନ୍ଧାନକାରୀଙ୍କୁ ନିଯୁକ୍ତ କରିଥା’ନ୍ତି ।
(୫) ନିର୍ବାଚନ କମିଶନ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଅନୁରୋଧ କରି ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ କର୍ମଚାରୀ ସଂଗ୍ରହ କରିଥା’ନ୍ତି ।
(୬) ନିର୍ବାଚନ କମିଶନ, ରାଜନୈତିକ ଦଳମାନଙ୍କୁ ସ୍ବୀକୃତି ତଥା ନିର୍ବାଚନ ସଙ୍କେତ ପ୍ରଦାନ ପାଇଁ ଏକ ବିଚାରାଳୟରୂପେ କାର୍ଯ୍ୟ କରିଥାଏ ।
(୭) କୌଣସି କେନ୍ଦ୍ରର ସାନି ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ଉକ୍ତ କମିଶନ ନେଇଥା’ନ୍ତି ।
(୮) ଗୋଟିଏ ରାଜ୍ୟରେ ଏକ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ଶାସନ ବଳବତ୍ତର ରହିବା ଆବଶ୍ୟକ ହେଲେ, ମୁଖ୍ୟ କମିଶନର ସେଠାରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ଏକ ସୁପାରିସପତ୍ର ଦେବା ଆବଶ୍ୟକ ।
(୯) ନିର୍ବାଚନ କମିଶନ ନିର୍ବାଚନ ସମୟରେ ରାଜନୈତିକ ଦଳ ତଥା ଜନସାଧାରଣଙ୍କ ପାଇଁ ଆଚରଣବିଧ୍ (Code of Conduct) ପ୍ରଣୟନ କରିପାରନ୍ତି । ୧୯୭୨ ମସିହାରେ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଅନୁଷ୍ଠିତ ହୋଇଥିବା ପଞ୍ଚମ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହିପରି ଏକ ଆଚରଣବିଧ୍ ପ୍ରଣୀତ ହୋଇଥିଲା । ଉକ୍ତ ଆଚରଣବିଧରେ ନିମ୍ନୋକ୍ତ ବିଷୟଗୁଡ଼ିକ ମୁଖ୍ୟ ବିଷୟ ଭାବରେ ସ୍ଥାନ ଗ୍ରହଣ କରିଛି ।

(କ) କୌଣସି ଦଳ କିମ୍ବା ପ୍ରାର୍ଥୀ, କୌଣସି ଗୋଷ୍ଠୀ ବା ଜାତି ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବେ ନାହିଁ ।
(ଖ) ଗୋଟିଏ ରାଜନୈତିକ ଦଳ ଅନ୍ୟ ଗୋଟିଏ ଦଳକୁ କେବଳ ଏହାର ନୀତି ଓ ଯୋଜନା ଦୃଷ୍ଟିକୋଣରୁ ସମାଲୋଚନା କରିପାରିବ ।
(ଗ) ଅନ୍ୟ ପ୍ରତିଯୋଗୀମାନଙ୍କ ନିର୍ବାଚନ ସଭା ଓ ଶୋଭାଯାତ୍ରାଗୁଡ଼ିକରେ ଜଣେ ପ୍ରତିଯୋଗୀ ନିଜର ସମର୍ଥକମାନଙ୍କଦ୍ୱାରା କୌଣସି ଗଣ୍ଡଗୋଳ କରିପାରିବେ ନାହିଁ ।
(ଘ) ଜଣେ ପ୍ରାର୍ଥୀ କୌଣସି ପୋଲିସ୍ ଅଧ୍ୟାକାରୀଙ୍କ ବିରୁଦ୍ଧରେ ଆପରି କରିବାକୁ ଚାହିଁଲେ ସର୍ବପ୍ରଥମେ ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଏହା କରିପାରିବେ ।
(ଙ) ଭୋଟ ସଂଗ୍ରହ ସ୍ଲୋଗାନ୍‌ରେ କିମ୍ବା ଭାଷଣରେ ଜାତିଗତ ତଥା ସାମ୍ପ୍ରଦାୟିକ ଚିନ୍ତାଧାରା ପ୍ରତିଧ୍ଵନିତ ହେବା ଉଚିତ ନୁହେଁ ।
(ଚ) ନିର୍ବାଚନ ଆଇନରେ ଉଲ୍ଲିଖତ ସମସ୍ତ ଦୁର୍ନୀତିମୂଳକ ପନ୍ଥାକୁ ପ୍ରାର୍ଥମୀନେ ସାଧୁତାର ସହ ପ୍ରତିରୋଧ କରିବା ଆବଶ୍ୟକ ।

୨ । ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାବଳୀ ଓ ଭୂମିକା ତର୍ଜମା କର ।
Answer:
ନିର୍ବାଚନ ପରିଚାଳନା, ନିୟନ୍ତ୍ରଣ ତଥା ତତ୍ତ୍ୱାବଧାନ କରିବାର ସମସ୍ତ କ୍ଷମତା ନିର୍ବାଚନ କମିଶନ ପରି ଏକ ସ୍ଵାଧୀନ ସାମ୍ବିଧାନିକ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି । ଏହା ତିନି ସଦସ୍ୟ ବିଶିଷ୍ଟ ଅଟେ । ଏହାର ଅଧ୍ୟକ୍ଷଙ୍କୁ ‘ମୁଖ୍ୟ ନିର୍ବାଚନ କମିଶନର’ କୁହାଯାଏ । ସଂସଦଦ୍ୱାରା ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତି ପ୍ରଦାନ କରିଥା’ନ୍ତି । ଏକ ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ଦେଇପାରନ୍ତି । ସଂସଦର ଉଭୟ ସଦନଦ୍ୱାରା ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ‘ପ୍ରମାଣିତ ଅସଦ୍ ବ୍ୟବହାର’ ଓ ‘ଅଯୋଗ୍ୟତା’ କାରଣରୁ ଗୃହୀତ ପ୍ରସ୍ତାବ ଭିଭିରେ ରାଷ୍ଟ୍ରପତି ତାଙ୍କୁ ପଦଚ୍ୟୁତ କରିଥା’ନ୍ତି ।

ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାବଳୀ :
(୧) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ସେ ସାମ୍ବିଧାନିକ ଓ ସଂସଦୀୟ ଆଇନ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ ଓ ସଂଶୋଧନ କରାଇଥା’ନ୍ତି ।
(୨) ସେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନା କ୍ଷେତ୍ରରେ ନିଜର ନିୟନ୍ତ୍ରଣ ଓ କର୍ତ୍ତୃତ୍ଵ ଜାରି କରିଥା’ନ୍ତି ।
(୩) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭାର କୌଣସି ସଦସ୍ୟଙ୍କ ଅଯୋଗ୍ୟତା ସମ୍ବନ୍ଧରେ ସେ ଯଥାକ୍ରମେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥା’ନ୍ତି ।
(୪) କୌଣସି ରାଜ୍ୟରେ ଏକ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ଶାସନ ବଳବତ୍ତର ରହିବା ଆବଶ୍ୟକ ହେଲେ ଉକ୍ତ ରାଜ୍ୟରେ ନିର୍ବାଚନ ସମ୍ଭବ ନୁହେଁ ବୋଲି ଏକ ସୁପାରିସପତ୍ର ସେ ରାଷ୍ଟ୍ରପତିଙ୍କୁ ଦିଅନ୍ତି ।
(୫) ସେ ରାଜନୈତିକ ଦଳକୁ ସ୍ବୀକୃତି ଦିଅନ୍ତି ଓ ସଙ୍କେତ ପ୍ରଦାନ କରନ୍ତି ଓ ବିବାଦ ସମାଧାନ କରନ୍ତି ।
(୬) ନିର୍ବାଚନ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଅନୁମତି ନେଇ ସେ ଆବଶ୍ୟକୀୟ କର୍ମଚାରୀ ସଂଗ୍ରହ କରନ୍ତି ।
(୭) ନିର୍ବାଚନ ପରିଚାଳନା ସମୟରେ ସେ ବିଭିନ୍ନ ବିବାଦର ସମାଧାନ କରନ୍ତି ।
(୮) ନିର୍ବାଚନ ଆଚରଣବିଧୂର କାର୍ଯ୍ୟକାରିତା ଉପରେ ସେ ତୀକ୍ଷ୍ଣ ନଜର ରଖନ୍ତି ।
(୯) ସେ ତାଙ୍କର କାର୍ଯ୍ୟ ସମ୍ପାଦନ ପାଇଁ ଆଞ୍ଚଳିକ କମିଶନରମାନଙ୍କୁ ନିଯୁକ୍ତି କରିବାପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ।

ଭାରତର ଉଚ୍ଚତମ ନ୍ୟାୟାଳୟ, ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନକୁ ସମ୍ବିଧାନର ଏକ ବୈଶିଷ୍ଟ୍ୟ ବୋଲି ମତ ଦେଇଛନ୍ତି । ତେଣୁ ନିର୍ବାଚନକୁ ନିର୍ମଳ କରିବା ତଥା ନିର୍ବାଚନ କଳକୁ ଜନସାଧାରଣଙ୍କୁ ସନ୍ଦେହରୁ ଊର୍ଦ୍ଧ୍ବରେ ରଖିବା ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନରଙ୍କର ପୂର୍ଣ୍ଣ ଦାୟିତ୍ଵ ରହିଛି । ତେଣୁ ରାଜନୈତିକ ଓ ପ୍ରଶାସନିକ ପ୍ରଭାବରୁ ନିଜକୁ ମୁକ୍ତ କରି ଆଇନର ପରିସର ମଧ୍ୟରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ଅଟେ ।

୩ । ଭାରତରେ ନିର୍ବାଚନ ପଦ୍ଧତିରେ ପରିଲକ୍ଷିତ ହେଉଥିବା ତ୍ରୁଟି ଓ ନିର୍ବାଚନ ସଂସ୍କାର ପାଇଁ ଦିଆଯାଉଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କର ।
Answer:
୧୯୫୧-୫୨ ମସିହାଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଭାରତରେ ଷୋହଳଟି ଲୋକସଭା ନିର୍ବାଚନ ସଂଘଟିତ ହୋଇ ସାରିଲାଣି । ଶହେ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏକ ଗଣତାନ୍ତ୍ରିକ ନିର୍ବାଚନ ପରିଚାଳନା କରିବା ସହଜ ନୁହେଁ । ଲୋକସଭା ନିର୍ବାଚନ ବ୍ୟତୀତ ପ୍ରତ୍ୟେକ ରାଜ୍ୟରେ ଅନେକ ବିଧାନସଭା ନିର୍ବାଚନ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ପାଇଁ ବହୁତ ନିର୍ବାଚନ ହୋଇଛି । ଏହା ନିଶ୍ଚିତ ଯେ ଆମ ଗଣତନ୍ତ୍ରର ଏହା ଏକ ବିଶେଷ ସଫଳତା । କିନ୍ତୁ ସମୟ ଆଗେଇବା ସଙ୍ଗେ ସଙ୍ଗେ ଆମ ନିର୍ବାଚନ ପଦ୍ଧତିରେ କେତେକ ଦୋଷ ଦେଖାଦେଇଛି, ଯାହା ଫଳରେ ଆମ ଗଣତନ୍ତ୍ରରେ କିଛି କଳାଦାଗ ଲାଗିଯାଉଛି । ଆମ ନିର୍ବାଚନ ପଦ୍ଧତିର ଦୋଷଗୁଡ଼ିକ ଏଠାରେ ଆଲୋଚନା କରାଯାଇଛି ।

(୧) ଅପେକ୍ଷାକୃତ ସଂଖ୍ୟାଗରିଷ୍ଠତା (Relative Majority) – ପ୍ରଚଳିତ ଆଇନ ଅନୁସାରେ ପ୍ରାର୍ଥୀମାନଙ୍କ ଭିତରେ ଯିଏ ଅଧ୍ବକ ଭୋଟ ପାଏ, ସେ ନିର୍ବାଚନରେ ବିଜୟୀ ହୁଏ । ଅଧିକାଂଶ କ୍ଷେତ୍ରରେ ବିଜୟୀ ପ୍ରାର୍ଥୀମାନେ ଶତକଡ଼ା ପଚାଶରୁ ଯଥେଷ୍ଟ କମ୍ ଭୋଟ ପାଇଥା’ନ୍ତି । ଅନ୍ୟ ଅର୍ଥରେ, ବିଜୟୀ ପ୍ରାର୍ଥୀ କେତେଦୂର ଭୋଟରମାନଙ୍କ ପ୍ରକୃତ ପ୍ରତିନିଧ୍, ସେ ବିଷୟରେ ସନ୍ଦେହ ଉପୁଜିଥାଏ ।

(୨) ଭୋଟ-ଆସନ ବ୍ୟବଧାନ (Vote-Seat Gap) – ଅଧିକାଂଶ ସମୟରେ ମିଳିଥିବା ଭୋଟ ଓ ମିଳିଥିବା ଆସନ ମଧ୍ୟରେ ବଡ଼ ବ୍ୟବଧାନ ଦେଖାଦେଉଛି । ଗୋଟିଏ ରାଜ୍ୟରେ ଗୋଟିଏ ଦଳ ଶତକଡ଼ା ୨୫ ଭୋଟ ପାଇ ୧୫ଟି ଲୋକସଭା ଆସନ ପାଇଥବ, କିନ୍ତୁ ଅନ୍ୟ ଏକ ଦଳ ଶତକଡ଼ା ୨୩ ଭୋଟ ପାଇ ଦୁଇଟି ଲୋକସଭା ଆସନ ପାଇଥବ । ସେହିପରି କୌଣସି ରାଜ୍ୟରେ ଗୋଟିଏ ଦଳ ଶତକଡ଼ା ୩୦ ଭୋଟ ପାଇ ୭୦ଟି ବିଧାନସଭା ଆସନ ପାଇଥବ, କିନ୍ତୁ ଅନ୍ୟ ଏକ ଦଳ ଶତକଡ଼ା ୨୬ ଭୋଟ ପାଇ ୧୫ଟି ବିଧାନସଭା ଆସନ ପାଇଥବ । ରାଜନୀତିକ ଦଳଗୁଡ଼ିକର ମିଳିଥିବା ଭୋଟ ଭାଗ ଓ ମିଳିଥିବା ଆସନ ଭାଗ ମଧ୍ଯରେ ଏହି ଅସମାନୁପାତିତା ଓ ଅସନ୍ତୁଳନ ଏକ ଅନ୍ୟାୟ ଅଟେ । କିନ୍ତୁ ଏହା ହେଉଛି ଏକ ବହୁଦଳୀୟ ପଦ୍ଧତିରେ ଏକ ଗଣତାନ୍ତ୍ରିକ ବିଡ଼ମ୍ବନା (Democratic irony) ।

(୩) ପ୍ରତିଦ୍ବନ୍ଦୀମାନଙ୍କର ଅଯଥା ସଂଖ୍ୟା ବୃଦ୍ଧି (Unnecessary Increase in the Number of Contestants) – କୌଣସି ନିର୍ବାଚନରେ ବିଜୟୀ ହେବାକୁ ଜଣେ ପ୍ରାର୍ଥୀଙ୍କୁ ଶତକଡ଼ା ପଚାଶ ଭାଗରୁ ଅଧିକ ଭୋଟ ପାଇବା ନିହାତି ଦରକାର ନୁହେଁ । ଉଦାହରଣସ୍ୱରୂପ, ସେ ଶତକଡ଼ା ତିରିଶ ଭାଗ ଭୋଟ ପାଇ ମଧ୍ଯ ବିଜୟୀ ହୋଇପାରନ୍ତି, ଯଦି ଅନ୍ୟ କୌଣସି ପ୍ରାର୍ଥୀ ସେତିକି ଭୋଟ ପାଇ ନ ଥା’ନ୍ତି । ଏହି ବ୍ୟବସ୍ଥା ଫଳରେ ପ୍ରତି ନିର୍ବାଚନ ମଣ୍ଡଳୀରେ ବହୁତ ଲୋକ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିଥା’ନ୍ତି । ଆଶା ଥାଏ, ଟିକିଏ ଚେଷ୍ଟା କଲେ ଶତକଡ଼ା ପଚିଶ ତିରିଶ ଭାଗ ଭୋଟ ପାଇବା ସମ୍ଭବ ହୋଇପାରେ ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

(୪) ସରକାରର ବୈଧତା ଏକ ପ୍ରଶ୍ନବାଚୀ (Government’s Legitimacy Questioned) – ଯେହେତୁ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟରେ ଶାସନ କରିଥିବା ବା କରୁଥିବା ରାଜନୀତିକ ଦଳ ବା ମେଣ୍ଟଗୁଡ଼ିକ ଶତକଡ଼ା ପଚାଶ ଭାଗରୁ ଯଥେଷ୍ଟ କମ୍ ଭୋଟ ପାଇ କ୍ଷମତାକୁ ଆସିଥା’ନ୍ତି, ସେହି ସରକାରଗୁଡ଼ିକର ବୈଧତା ସମ୍ବନ୍ଧରେ ଗଭୀର ସନ୍ଦେହ ଉପୁଜିଥାଏ । ଏହି ସରକାରଗୁଡ଼ିକ ଭୋଟଦାତାମାନଙ୍କର ପ୍ରକୃତ ପ୍ରତିନିଧି ହେବାକୁ କେତେଦୂର ସମର୍ଥ, ତାହା ଏକ ପ୍ରଶ୍ନବାଚୀ ହୋଇଯାଏ ।

(୫) ସ୍ଵଳ୍ପ ଭୋଟ ଦାନ (Low Voter Nurn-out) – ବିଭିନ୍ନ କାରଣରୁ ଅନେକ ଭୋଟଦାତା ଭୋଟ ଦେଉ ନାହାନ୍ତି । ଶିକ୍ଷିତ ଓ ଚାକିରିଆ ଲେକାମାନେ ନିର୍ବାଚନ ପ୍ରତି ବିମୁଖ । ଅଶିକ୍ଷିତ, ମୂର୍ଖ ଲୋକମାନଙ୍କ ଭୋଟ ଓ ସେମାନଙ୍କର ଭୋଟର ମୂଲ୍ୟ ଏକା ହୋଇଥିବାରୁ ସେମାନେ ବ୍ୟର୍ଥାତ ଅଟନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏହି କାରଣରୁ ଭୋଟ ଦିଅନ୍ତି ନାହିଁ । ଅପରପକ୍ଷରେ ଗରିବ ଲୋକେ ଗୁଜୁରାଣ ମେଣ୍ଟାଇବାରେ ଏତେ ବ୍ୟସ୍ତ ଯେ ନିର୍ବାଚନ ବିଷୟରେ ଚିନ୍ତା କରିବାକୁ ସେମାନଙ୍କର ଆଗ୍ରହ କିମ୍ବା ସମୟ ନାହିଁ । ଅଜ୍ଞତା ହେତୁ ସେମାନେ ନିର୍ବାଚନ ସମ୍ବନ୍ଧୀୟ ବହୁତ କଥା ବୁଝନ୍ତି ନାହିଁ । ପରିବାର ପୋଷଣ ପାଇଁ ଦିନରାତି ଖଟୁଥିବାରୁ ଭୋଟଦେବାକୁ ସେମାନଙ୍କ ପାଖରେ ସମୟ ନ ଥାଏ । ଅଳ୍ପ ଲୋକ ଭୋଟ ଦେଉଥିବାରୁ କମ୍ ଭୋଟ ପାଇ ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇପାରୁଛି !

(୬) ତ୍ରୁଟିପୂର୍ଣ୍ଣ ଭୋଟ ତାଲିକା (Defective Electoral Rolls) – ଅନେକ ସମୟରେ ଭୋଟ ତାଲିକାରେ ଭୁଲ ରହୁଛି । ବହୁସଂଖ୍ୟକ ଭୋଟରଙ୍କର ନାଁ ଏଥିରେ ଅନ୍ତର୍ଭୁକ୍ତ ହେଉନାହିଁ । ବେଳେବେଳେ ଅଭିଯୋଗ ହୁଏ ଯେ, ଶାସକ ଦଳ ଜାଣିଶୁଣି ବିରୋଧୀ ଦଳର ଭୋଟରମାନଙ୍କର ନାମ ଭୋଟର ତାଲିକାରୁ କାଟି ଦେଇଥାନ୍ତି । ଯେଉଁ ଅଫିସର ଓ କର୍ମଚାରୀମାନେ ଭୋଟର ତାଲିକା ତିଆରି କରିବା ଦାୟିତ୍ଵରେ ଥାଆନ୍ତି ସେମାନଙ୍କ ଅବହେଳା ହେତୁ ବି ଏହି ତାଲିକାରୁ କେତେ ପୁରୁଣା ଭୋଟରଙ୍କ ନାଁ କଟି ଯାଇଥାଏ ତ ଏହି ତାଲିକାରେ କେତେ ନୂଆ ଭୋଟରଙ୍କ ନାଁ ପଶିପାରି ନ ଥାଏ ।

(୭) ଅର୍ଥବଳ ଓ ହିଂସାର ପ୍ରୟୋଗ (Use of Money Power and Violence) — ନିର୍ବାଚନରେ ଅର୍ଥ ଓ ହିଂସାର ପ୍ରୟୋଗ ବଢି ବଢି ଚାଲିଛି । ନିର୍ବାଚନ ଏତେ ବ୍ୟୟସାପେକ୍ଷ ହେଉଛି ଯେ, କେବଳ ଧନୀମାନେ ହିଁ ନିର୍ବାଚନରେ ପ୍ରତିବୃହିତା କରିପାରିବେ । ଗରିବମାନଙ୍କ ପାଇଁ ନିର୍ବାଚନ ଲଢ଼ିବା ସ୍ୱପ୍ନ ଅଟେ । ନିର୍ବାଚନରେ ହିଂସା ପ୍ରୟୋଗରେ ବୃଦ୍ଧି ଘଟିଥିବାରୁ ଭଦ୍ରଲୋକମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଭୟ କରୁଛନ୍ତି । ବହୁସଂଖ୍ୟକ ଗୁଣ୍ଡା, ଅସାମାଜିକ ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି । ହିଂସାକୁ ଡରି ମହିଳାମାନେ ପ୍ରାର୍ଥୀ ହେବାକୁ ଡରୁଛନ୍ତି । ନିର୍ବାଚନ ପ୍ରତିଦ୍ଵନ୍ଦିତା ଦୃଷ୍ଟିରୁ ଭାରତୀୟ ଗଣବନ୍ତ୍ର ଧନୀ, ଦୁର୍ନୀତିଗ୍ରସ୍ତ ଓ ଅସାମାଜିକ ବ୍ୟକ୍ତିମାନଙ୍କର ଏକ ଆଡ୍ଡାସ୍ଥଳୀ ହେବାକୁ ବସିଲାଣି ।

(୮) ନିର୍ବାଚନ ମକଦ୍ଦମା (Election Disputes) – ଯଦି ପରାଜିତ ପ୍ରାର୍ଥୀ ଅନୁଭବ କରନ୍ତି ଯେ ବିଜୟୀ ପ୍ରାର୍ଥୀ ନିର୍ବାଚନ ନିୟମ ଭଙ୍ଗ କରିଛନ୍ତି, ତେବେ ସେ ବିଜୟୀ ପ୍ରାର୍ଥୀଙ୍କ ବିରୋଧରେ ହାଇକୋର୍ଟରେ ମକଦ୍ଦମା କରିପାରିବେ । କିନ୍ତୁ ଏହି ମକଦ୍ଦମାଗୁଡ଼ିକ ଶୀଘ ଫଇସଲା ହୋଇ ନ ଥାଏ । ଏଥିପାଇଁ ଯଥେଷ୍ଟ ସମୟ ଲାଗିଥାଏ ଓ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ (Justice delayed is justice denied) । ବେଳେବେଳେ ପରାଜିତ ପ୍ରାର୍ଥୀ ମକଦ୍ଦମାରେ ଜିତିଲେ ବି ଇତିମଧ୍ଯରେ ବହୁତ ସମୟ ଚାଲିଯାଇଥିବାରୁ ସେ-ସନ୍ତୁଷ୍ଟ ହୋଇ ନ ଥା’ନ୍ତି ।

ନିର୍ବାଚନ ସଂସ୍କାର (Electoral Reforms) :
ଭାରତରେ ନିର୍ବାଚନ ପଦ୍ଧତିକୁ ଅଧ୍ଵ ଗୁଣାତ୍ମକ ଓ ଫଳପ୍ରଦ କରିବାପାଇଁ ଅନେକ ସଂସ୍କାରାତ୍ମକ ପ୍ରସ୍ତାବ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଦ୍ୱାରା ଆଗତ ହୋଇଛି । ତନ୍ମଧ୍ୟରୁ କିଛି ଉତ୍ତମ ଓ ବାସ୍ତବବାଦୀ ପ୍ରସ୍ତାବ ଆଲୋଚିତ ହୋଇଛି ।

(୧) ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ (Reservation for women) – ମୋଟ ଭୋଟଦାତାମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧା । କିନ୍ତୁ ପ୍ରାର୍ଥୀମାନଙ୍କ ଭିତରେ ସେମାନଙ୍କ ସଂଖ୍ୟା ଶତକଡ଼ା ଦଶରୁ କମ୍ । ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ପୁରୁଷ ଆଧ୍ୟତ୍ୟ ଥିବାରୁ ମହିଳାମାନଙ୍କୁ ସମାନୁପାତିକ ଭିଭିରେ ଟିକେଟ ମିଳୁନାହିଁ । ଆଉ ଯେ ପର୍ଯ୍ୟନ୍ତ ମହିଳାମାନେ ଅଧିକ ସଂଖ୍ୟାରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନାହାନ୍ତି, ସେ ପର୍ଯ୍ୟନ୍ତ ଆମ ଗଣତନ୍ତ୍ରର ପ୍ରତିନିଧୂମୂଳକ ଗୁଣ ଦୁର୍ବଳ ଅଟେ । ଏହି ପରିପ୍ରେକ୍ଷୀରେ ପ୍ରତି ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ରଖୁବା ଏକ ନ୍ୟାୟୋଚିତ ପ୍ରସ୍ତାବ ଅଟେ ।

(୨) ନିର୍ବାଚନ ଖର୍ଚ୍ଚ ଉପରେ ନିୟନ୍ତ୍ରଣ (Control over Poll Expenses) – ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ଉପରେ ଆଇନ ମାଧ୍ୟମରେ ସିଲିଂ ରଖାଯାଇଛି । କିନ୍ତୁ ଏହା ସମସ୍ତଙ୍କୁ ଜଣା ଯେ, ଏ ସିଲିଂକୁ କୌଣସି ପ୍ରାର୍ଥୀ, ବିଶେଷତଃ କୌଣସି ଦଳୀୟ ପ୍ରାର୍ଥୀ ଓ ଧନୀ ସ୍ବାଧୀନ ପ୍ରାର୍ଥୀ ମାନି ନ ଥା’ନ୍ତି । ପ୍ରାୟ ସମସ୍ତେ ଏ ସିଲିଂକୁ ଟପିଥା’ନ୍ତି । ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ସରକାରୀ ସ୍ତରରେ ବ୍ୟବସ୍ଥା ଅଛି ଓ ଚେଷ୍ଟା ବି କରାଯାଉଛି । କିନ୍ତୁ ଏ ଯେଉଁ ଚେଷ୍ଟା କରାଯାଇଛି, ତାହା ଉପରଠାଉରିଆ । ତେଣୁ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ନିୟମକୁ ପରୀକ୍ଷା କରି ଦରକାର ପଡ଼ିଲେ ନୂଆ ନିୟମ କରାଯାଉ ଏବଂ ସେହି ନିୟମକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉ । ବର୍ତ୍ତମାନ ନିୟମକୁ ବି କଡ଼ାକଡ଼ି ଭାବେ ପାଳନ କଲେ ନିର୍ବାଚନ ପଦ୍ଧତିରେ ଯଥେଷ୍ଟ ଉନ୍ନତି ଘଟିବ ।

(୩) ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥିତ୍ଵକୁ ନିରୁତ୍ସାହ (Discouragement to Frivolous Candidates) — ନିର୍ବାଚନରେ ଅନେକ ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥୀ ଥାଆନ୍ତି । ସେମାନଙ୍କର ପ୍ରାର୍ଥୀତ୍ଵ ନିର୍ବାଚନର ଗୁଣକୁ ନଷ୍ଟ କରି ଦେଇଥାଏ । ସେମାନଙ୍କୁ ନିର୍ବାଚନ ପ୍ରଣାଳୀରୁ ବାହାରେ ରଖୂପାରିଲେ ନିର୍ବାଚନରେ ଗୁଣାତ୍ମକ ବିକାଶ ହେବ । ଏଥପାଇଁ ଦୁଇଟି କୌଶଳ ଗ୍ରହଣ କରାଯାଇପାରେ; ଯଥା –
(କ) କୌଣସି ନିର୍ବାଚନରେ ଅନ୍ତତଃ ଶତକଡ଼ା ଏକ କିମ୍ବା ଦୁଇଭାଗ ଭୋଟ ପାଇ ନ ଥିବା ପ୍ରାର୍ଥୀ ପରବର୍ତ୍ତୀ ନିର୍ବାଚନରେ ସଂଖ୍ୟା ଯଥେଷ୍ଟ କମିଯିବ ।
(ଖ) ପ୍ରାର୍ଥୀଙ୍କ ପାଇଁ ରଖାଯାଇଥିବା ଅମାନତ ଅର୍ଥର ପରିମାଣ ଯଥେଷ୍ଟ ବଢ଼ାଇ ଦେଲେ ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥୀମାନଙ୍କ ସଂଖ୍ୟା ଯଥେଷ୍ଟ କମିଯିବ ।

(୪) ଏକାଧ୍ଵ ପ୍ରତିଦ୍ବହିତା ଉପରେ କଟକଣା (Restrictions on Contesting from Several Constituencies) – ଅନେକ ନେତା ଏକାଧ୍ଵକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ଵନ୍ଦିତା କରିବା ଫଳରେ ବହୁତ ସମସ୍ୟା ସୃଷ୍ଟି ହେଉଛି । କୌଣସି ପ୍ରାର୍ଥୀ ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜୟୀ ହେଲେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ ଏବଂ ସେହି ଆସନ ପାଇଁ ଆଉଥରେ ନିର୍ବାଚନ ହେବ । ଏହା ଫଳରେ ସରକାରଙ୍କର ଅଯଥା ସମୟ ଓ ଅର୍ଥ ନଷ୍ଟ ହେଉଛି । ଏହା ଉପରେ କଟକଣା ଜାରି କରିବାକୁ ପଡ଼ିବ । ଜଣେ ଯେପରି ଗୋଟିକରୁ ଅଧିକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରିପାରିବ ନାହିଁ, ସେଥୂପାଇଁ ଆବଶ୍ୟକୀୟ ଆଇନ ପ୍ରଣୟନ କରିବାକୁ ପଡ଼ିବ ।

(୫) ନିର୍ବାଚନୀ ମକଦ୍ଦମାର ତ୍ବରିତ ଫଇସଲା (Early Settlement of Election Disputes) – ନିର୍ବାଚନ ସମ୍ବନ୍ଧୀୟ ମକଦ୍ଦମାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ପ୍ରତି ବିଧାନସଭା ଓ ଲୋକସଭା ନିର୍ବାଚନ ପରେ ସ୍ଵତନ୍ତ୍ର କୋର୍ଟ ସ୍ଥାପନ କରାଯିବା ଉଚିତ । ଏହି କୋର୍ଟର ବିଚାରପତି ଭାବେ ହାଇକୋର୍ଟର ଜଣେ ବିଚାରପତି ନଚେତ୍ କେବଳ ଏଇଥପାଇଁ ହାଇକୋର୍ଟ ବିଚାରପତିଙ୍କ ପାହ୍ୟାର ଜଣେ ସ୍ବତନ୍ତ୍ର ବିଚାରପତିଙ୍କୁ ନିଯୁକ୍ତି ଦିଆଯିବା ଉଚିତ । ତିନିମାସ ଭିତରେ ଏହି ମକଦ୍ଦମାଗୁଡ଼ିକର ଫଇସଲା ହେବା ଉଚିତ ।

(୬) ଅପରାଧୀ ଭାବରେ ଅଭିଯୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ବାରଣ (Ban on Accused Persons Contesting in Elections) — ରାଜନୀତିର ଅପରାଧୀକରଣ (Criminalisation of politics) ଭାରତୀୟ ଗଣତନ୍ତ୍ର ପାଇଁ ଏକ ବିରାଟ ବିପଦ । ବିଭିନ୍ନ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇ ମନ୍ତ୍ରୀ ବି ହେଉଛନ୍ତି ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ଏହା ଗଣତନ୍ତ୍ରର ମର୍ଯ୍ୟାଦା ଓ ସାମର୍ଥ୍ୟ ହାନି କରୁଛି । ବର୍ତ୍ତମାନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (National Democratic Front) କଂଗ୍ରେସ-ମେଣ୍ଟଦ୍ୱାରା ନିଯୁକ୍ତ ‘ଦାଗୀ’ ମନ୍ତ୍ରୀମାନଙ୍କ ବିରୋଧରେ ଆନ୍ଦୋଳନ କରୁଛି । ସେମାନଙ୍କ ଯୁକ୍ତିର ଦୁର୍ବଳତା ହେଉଛି, ଜଣେ ବ୍ୟକ୍ତି ବିଧାୟକ କିମ୍ବା ସାଂସଦ ହୋଇ ନିର୍ବାଚିତ ହେବା ପରେ ତାଙ୍କୁ ମନ୍ତ୍ରୀ ହେବାକୁ ବାରଣ କଲେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଭୋଟରମାନଙ୍କୁ ଅସମ୍ମାନ କରିବା ହେବ ।

ତେଣୁ ଅଧିକ ଯୁକ୍ତିସଙ୍ଗତ ହେବ, ଯେଉଁ ବ୍ୟକ୍ତି କୌଣସି ଅପରାଧରେ ଅଭିଯୁକ୍ତ ହୋଇଛନ୍ତି ଏବଂ ତାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ (ଅଭିଯୋଗ ପତ୍ର) ଦାଖଲ ହୋଇଛି, ମକଦ୍ଦମା ତାଙ୍କ ସପକ୍ଷରେ ଫଇସଲା ନ ହେବା ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନରେ ଭାଗ ନେଇପାରିବେ ନାହିଁ । ଏହା ଏକ ଚରମ ବ୍ୟବସ୍ଥା, କିନ୍ତୁ ରାଜନୀତିର ଅପରାଧୀକରଣ ଭଳି ଏକ ସାଂଘାତିକ ରୋଗର ନିଦାନ ପାଇଁ ଏହା ଆବଶ୍ୟକ ହୋଇପାରେ ।

(୭) କମ୍ପାନୀ ଚାନ୍ଦା ଉପରେ କଟକଣା (Restrictions on Company Donations) – ବଡ଼ ବଡ଼ କମ୍ପାନୀମାନେ ବିଭିନ୍ନ ରାଜନୀତିକ ଦଳକୁ ନିର୍ବାଚନ ଲଢ଼ିବାପାଇଁ ଚାନ୍ଦା ଦେଇଥା’ନ୍ତି । ଏହା ଗଣତନ୍ତ୍ର ପାଇଁ କ୍ଷତିକାରକ ହୋଇପାରେ, କାରଣ ଚାନ୍ଦା ନେଇଥିବା ଦଳ କ୍ଷମତାକୁ ଆସିଲେ ଚାନ୍ଦା ଦେଇଥିବା କମ୍ପାନୀକୁ ଅନୁଗ୍ରହ ଦେଖାଇପାରେ । କମ୍ପାନୀ ଓ ରାଜନୀତିକ ଦଳ ମଧ୍ୟରେ ଏହି ବନ୍ଧନ ଦେଶର ଅର୍ଥନୀତିକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ସାଧାରଣ ଲୋକର ସ୍ବାର୍ଥହାନି କରିଥାଏ ।

ଏହି ଚାନ୍ଦାକୁ ନିୟନ୍ତ୍ରଣ କରିବାକୁ କଡ଼ା ଆଇନ ପ୍ରଣୟନ ହେବା ଉଚିତ । ଗୋଟିଏ କମ୍ପାନୀ ରାଜନୀତିକ ଦଳମାନଙ୍କୁ କେତେ ଚାନ୍ଦା ଦେଇପାରିବ, ତାହା ଆଇନ ଅନୁସାରେ ଧାର୍ଯ୍ୟ ହେବା ଉଚିତ । ଏହା ଲୁକ୍କାୟିତଭାବେ କରାଯିବା ଉଚିତ ନୁହେଁ ।

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Odisha State Board BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର Textbook Exercise Questions and Answers.

BSE Odisha Class 6 Odia Solutions Chapter 17 ରାଜୋଚିତ ବ୍ୟବହାର

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ପାଠଟି ପଢ଼ିସାରିବା ପରେ ନିମ୍ନରେ ଦିଆଯାଇଥ‌ିବା ଚରିତ୍ରମାନଙ୍କର ଯେଉଁ ଉକ୍ତି ତୁମକୁ ଭଲଲାଗୁଛି, ସେହି ଉକ୍ତିଗୁଡ଼ିକୁ ଅଭିନୟ ସହ କୁହ ।
(କ) ଆଲୋକ୍‌ଜାଣ୍ଡର
(ଖ) ପୁରୁ
(ଗ) ସେଲ୍ୟୁକାସ୍
(ଘ) ସେନାପତି
Answer:
ପିଲାମାନଙ୍କୁ ଯେଉଁ ଉକ୍ତିଗୁଡ଼ିକ ଭଲଲାଗିବ, ସେମାନେ ସେହି ଉକ୍ତିଗୁଡ଼ିକୁ ଅଭିନୟ ସହ କହିବେ ।

Question ୨।
ନିମ୍ନରେ କେତେଗୁଡ଼ିଏ ଉକ୍ତି ଦିଆଯାଇଛି । ସେହି ଉକ୍ତିଗୁଡ଼ିକ କିଏ କହିଛନ୍ତି, ତାଙ୍କ ନାମ ଲେଖ ।
(କ) ‘‘ସ୍ଵର୍ଣ୍ଣପ୍ରସୂ ବୀରଭୂମି ଭାରତ । ଏ ଦେଶର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ । ଏହାର ସୁନାମ ସାରା ଜଗତରେ ପ୍ରଚାରିତ ।’’
(ଖ) ‘ସମଗ୍ର ଭାରତବର୍ଷକୁ ଜୟ କରିବା ହେଉଛି ଆମର ଅଭିପ୍ରାୟ ।’’
(ଗ) ‘‘ମୁଁ ପଣ କରୁଛି, ମୋ ଶରୀରର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ ଲଢ଼ିବି ।’’
(ଘ) ‘ଶୁଣିଥୁଲି ଏ ଦେଶର ମାଟିରେ ସୁନା ଫଳେ, ଏ ଦେଶ ଘିଅମହୁରେ ପରିପୂର୍ଣ୍ଣ ।’’
(ଚ) ‘ଅସ୍ତ୍ରହୀନ ପଶୁମାନଙ୍କ ଉପରେ ତୀର ପ୍ରୟୋଗ କରିବା ଯୁଦ୍ଧନୀତିର ବିରୁଦ୍ଧ ଅଟେ ।’’
Answer:
(କ) ପୁରୁ,
(ଖ) ଆଲେକ୍‌ଜାଣ୍ଡର,
(ଗ) ପୁରୁ,
(ଘ) ଆଲେକ୍‌ଜାଣ୍ଡର
(ଙ) ପୁରୁ
(ଚ) ସେଲ୍ୟୁକାସ୍ ।

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୩।
ନିମ୍ନରେ କେତେଗୁଡ଼ିଏ ଉକ୍ତି ଦିଆଯାଇଛି। ସେହି ଉକ୍ତିଗୁଡ଼ିକ କିଏ, କାହାକୁ, କେଉଁ ପ୍ରସଙ୍ଗରେ କହିଛି, ଲେଖ ।
(କ) ‘‘ଆମର ଲକ୍ଷ୍ୟ, ଯେକୌଣସି ଉପାୟରେ, ଯେକୌଣସି ପନ୍ଥାରେ ଯୁଦ୍ଧ ଜୟକରିବା ।’’
(ଖ) ‘ଆପଣଙ୍କର ନିର୍ଦ୍ଦେଶ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇଛି । ଭାରତୀୟ ସୈନ୍ୟବାହିନୀର ହାତୀମାନଙ୍କ ଉପରକୁ ଅସ୍ତ୍ରପ୍ରୟୋଗ କରିବା ଫଳରେ ସେମାନେ କ୍ଷତବିକ୍ଷତ ହୋଇ ପୃଷ୍ଠଭଙ୍ଗ ଦେଇ ପଳାଇ ଯାଇଛନ୍ତି ।
(ଗ) ‘‘ପୁରୁଙ୍କୁ ବନ୍ଦକରି ଆଣିବ ନାହିଁ । ପରାଜିତ ହେଲେ ମଧ୍ୟ ସେ ଜଣେ ଦେଶପ୍ରେମୀ ବୀର ।’’
(ଘ) ‘ମୁଁ ପରାଜିତ ହେଲେ ମଧ୍ୟ ଗୋଟିଏ ସ୍ଵାଧୀନ ରାଜ୍ୟର ନରପତି ।’’
(ଙ) ‘ଆଜି ମୁଁ ଅନୁଭବ କରୁଛି ଯେ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ଭାରତବର୍ଷ ପ୍ରକୃତରେ ବୀରମାନଙ୍କର ଲୀଳାଭୂମି ।’’
Answer:
(କ) ଏହି ଉକ୍ତିଟି ଆଲେକ୍‌ଜାଣ୍ଡର ସେନାପତି ସେଲ୍ୟୁକାସ୍‌ଙ୍କୁ କହିଛନ୍ତି । ସେଲ୍ୟୁକାସ୍ ଯେତେବେଳେ ଅସ୍ତହୀନ ପଶୁମାନଙ୍କ ଉପରେ ତୀର ପ୍ରୟୋଗ କରିବା ଯୁଦ୍ଧନୀତିର ବିରୁଦ୍ଧ ବୋଲି କହିଲେ, ସେତେବେଳେ ସେ ଏହା କହିଥିଲେ ।
(ଖ) ଏହି ଉକ୍ତିଟି ସେଲ୍ୟୁକାସ୍ ଆଲେକ୍‌ଜାଣ୍ଡରଙ୍କୁ କହିଛନ୍ତି । ଆଲେକ୍‌ଜାଣ୍ଡରଙ୍କ ସୁଚିନ୍ତିତ ଯୋଜନା ଯୋଗୁଁ – ବିଜୟପ୍ରାପ୍ତି ସମ୍ବାଦ ତାଙ୍କୁ ଦେଲାବେଳେ ସେ ଏହା କହିଥିଲେ ।
(ଗ) ଏହି ଭକ୍ତିଟି ଆଲେକ୍ଜାଣ୍ଡର ସେନାପତି ସେଲୁଲ୍ୟକାସ୍ ଙ୍କୁ କହିଛନ୍ତିା ସେନାପତି ସେଲ୍ୟୁକାସଙ୍କୁ ପରାଜିତ ରାଜା ପୁରୁଙ୍କୁ ତାଙ୍କ ସମ୍ମୁଖକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇ ଆଲେକ୍‌ଜାଣ୍ଡର ଏହା କହିଥିଲେ ।
(ଘ) ଏହି ଉକ୍ତିଟି ପୁରୁ ଆଲେକ୍‌ଜାଣ୍ଡରଙ୍କୁ କହିଥିଲେ । ଆଲେକ୍‌ଜାଣ୍ଡର ଯେତେବେଳେ ପୁରୁଙ୍କୁ ତାଙ୍କଠାରୁ କି ପ୍ରକାର ବ୍ୟବହାର ଆଶା କରୁଛନ୍ତି ପଚାରିଥିଲେ, ସେତେବେଳେ ସେ ଏହା କହିଥିଲେ ।
(ଡ) ଏ ଉକ୍ତିଟି ଆଲେକ୍‌ଜାଣ୍ଡର ରାଜା ପୁରୁଙ୍କୁ କହିଥିଲେ । ପରାଜିତ ହୋଇଥିଲେ ବି ପୁରୁ ଆଲେକ୍‌ଜାଣ୍ଡରଙ୍କଠାରୁ ଏ । ରାଜୋଚିତ ବ୍ୟବହାର ଆଶା କଲାବେଳେ ଆଲେକ୍‌ଜାଣ୍ଡର ଏହା କହିଥିଲେ ।

Question ୪।
ନିମ୍ନରେ ଦିଆଯାଇଥବା ଅନୁଚ୍ଛେଦଟି ପାଠକରି ସେଥୁରୁ ପ୍ରଶ୍ନ ତିଆରି କର ।
ଆତ୍ମସମର୍ପଣ ! ଆଲେକ୍‌ଜାଣ୍ଡର ଏହି ପତ୍ରରେ ମୋତେ ଲେଖୁଛନ୍ତି ଆତ୍ମ ସମର୍ପଣ କରିବାକୁ ! ସେ ଜାଣନ୍ତି ନାହିଁ, ଏହି ମହାନ୍ ଭାରତଭୂମି ହେଉଛି ବେଦ ଉପନିଷଦର ଦେଶ । ଏ ଦେଶ ରାମାୟଣ ଓ ମହାଭାରତର ଦେଶ । ଆଲେକ୍‌ଜାଣ୍ଡର ଅତିଥି ଭାବରେ ଆସିଥିଲେ ମୁଁ ତାଙ୍କୁ ସମ୍ମାନର ସହିତ ପାଛୋଟି ଆଣିଥାଆନ୍ତି । ସେ ଆସିଛନ୍ତି ଜଣେ ଆକ୍ରମଣକାରୀ ଭାବରେ, ରାଜ୍ୟ ବିସ୍ତାର କରିବାର ଅଭିଳାଷ ନେଇ, ଯୁଦ୍ଧ ନ କରି ତାଙ୍କ ନିକଟରେ ଆତ୍ମସମର୍ପଣ କରିବା ହେବ ଚରମ ଭୀରୁତା ଓ କାପୁରୁଷତା ! ଫେରିଯାଅ ଦୂତ, କହିଦିଅ ତୁମର ସମ୍ରାଟଙ୍କୁ ପୁରୁରାଜ ଏହି ମହାନ୍ ଦେଶର ସମ୍ମାନକୁ ଜଣେ ବିଦେଶୀ ଆକ୍ରମଣକାରୀର ପାଦ ତଳେ ଲୋଟାଇ ଦେବାକୁ ଚାହେଁ ନାହିଁ ।
Answer:
(୧) ଆଲେକ୍‌ଜାଣ୍ଡର ପୁରୁଙ୍କୁ ପତ୍ରରେ କ’ଣ ଲେଖୁଥିଲେ ?
(୨) ଭାରତ ଭୂମି କାହାର ଦେଶ ?
(୩) ଆଲେକ୍‌ଜାଣ୍ଡରଙ୍କୁ କିପରି ଆସିଥିଲେ ତାଙ୍କୁ ସମ୍ମାନର ସହ ପାଛୋଟି ଆଣିଥା’ନ୍ତେ ବୋଲି ପୁରୁ କହିଛନ୍ତି ?
(୪) ଆଲେକ୍‌ଜାଣ୍ଡର ଅତିଥ୍ ଭାବରେ ଆସିଥିଲେ ପୁରୁ କ’ଣ କରିଥା’ନ୍ତେ ?
(୫) ଆଲେକ୍‌ଜାଣ୍ଡର କିପରି ଭାବେ ଭାରତ ଆସିଛନ୍ତି ?
(୬) ପୁରୁଙ୍କ ମତରେ ଆଲେକ୍‌ଜାଣ୍ଡରଙ୍କ ନିକଟରେ ଆତ୍ମସମର୍ପଣ କରିବା କିପରି ହେବ ?
(୭) ଦୂତକୁ ଫେରିବାକୁ ପୁରୁ କାହିଁକି ଆଦେଶ ଦେଲେ ?
(୮) ଦୂତ ଫେରିଯାଇ ଆଲେକ୍‌ଜାଣ୍ଡରଙ୍କୁ କି ଖବର ଦେବାକୁ ପୁରୁରାଜ କହିଥିଲେ ?

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୫।
ତଳେ ଦିଆଯାଇଥ‌ିବା ପ୍ରଶ୍ନର ଉତ୍ତର ଲେଖ ।
(କ) ଆଲେକ୍‌ଜାଣ୍ଡର କେଉଁ ଦେଶର ରାଜା ଥିଲେ ?
Answer:
ଆଲେକ୍‌ଜାଣ୍ଡର ଗ୍ରୀସ୍ ଦେଶର ରାଜା ଥିଲେ ।

(ଖ) ସେ ଭାରତ ପ୍ରତି କାହିଁକି ଆକୃଷ୍ଟ ହୋଇଥିଲେ ?
Answer:
ଭାରତର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ତି । ଏହାର ସୁନାମ ସାରା ଜଗତରେ ପ୍ରଚାରିତ । ଏହାର ଧନସମ୍ପତ୍ତି ପ୍ରତି ସେ ଆକୃଷ୍ଟ ହୋଇଥିଲେ ।

(ଗ) କେଉଁ କାରଣ ଯୋଗୁଁ ଆଲେକ୍‌ଜାଣ୍ଡର ଭାରତ ଆକ୍ରମଣ କରିବା ପାଇଁ ସମର୍ଥ ହେଲେ ?
Answer:
ଭାରତ ବର୍ଷରେ ଥିବା ରାଜ୍ୟ ରାଜ୍ୟ ମଧ୍ୟରେ ଏକତା ଓ ବୁଝାମଣାର ଅଭାବ ପରିଲକ୍ଷିତ ହୋଇଥିଲା । ତେଣୁ ସେହି ସୁଯୋଗକୁ ହାତଛଡ଼ା ନ କରି ଆଲେକଜାଣ୍ଡାର ଭାରତ ଆକ୍ରମଣ କରିବାପାଇଁ ସମର୍ଥ ହୋଇଥିଲୋ ।

(ଘ) ଆଲେକ୍‌ଜାଣ୍ଡର ପିଲାଦିନୁ ଭାରତ ବିଷୟରେ କ’ଣ ଶୁଣିଥିଲେ ?
Answer:
ସ୍ଵର୍ଣ୍ଣପ୍ରସୂ ଭାରତଭୂମିର ମାଟିରେ ସୁନା ଫଳେ ଓ ଏ ଦେଶ ଘିଅ ମହୁରେ ପରିପୂର୍ଣ୍ଣ ବୋଲି ଆଲେକ୍‌ଜାଣ୍ଡର ପିଲାଦିନୁ ଭାରତ ବିଷୟରେ ଶୁଣିଥିଲେ ।

Question ୬।
ନିମ୍ନରେ ଦିଆଯାଇଥବା ଅନୁଚ୍ଛେଦରେ ବିରାମ ଚିହ୍ନ ଯୋଗକରି ଲେଖ ।
ନୀତି ନିୟମ ଆଦର୍ଶ ଇତ୍ୟାଦି ଭାରତୀୟ ସୈନ୍ୟମାନଙ୍କୁ ସାଜେ ଆମକୁ ନୁହେଁ ଆମର ଲକ୍ଷ୍ୟ ଯେକୌଣସି ଉପାୟରେ ଯେକୌଣସି ପନ୍ଥାରେ ଯୁଦ୍ଧ ଜୟ କରିବା ତୁମେ ଯାଅ ସେନାପତି ବିଳମ୍ବ କଲେ ଆମର ବିଜୟ ଆଶା ଧୂଳିସାତ୍ ହୋଇଯିବ ମୋର ଆଦେଶ କାର୍ଯ୍ୟକାରୀ କର ।
Answer:
ନୀତି, ନିୟମ, ଆଦର୍ଶ ଇତ୍ୟାଦି ଭାରତୀୟ ସୈନ୍ୟମାନଙ୍କୁ ସାଜେ, ଆମକୁ ନୁହେଁ । ଆମର ଲକ୍ଷ୍ୟ, ଯେକୌଣସି ଉପାୟରେ, ଯେକୌଣସି ପନ୍ଥାରେ ଯୁଦ୍ଧ ଜୟ କରିବା । ତୁମେ ଯାଅ ସେନାପତି, ବିଳମ୍ବ କଲେ ଆମର ବିଜୟ ଆଶା ଧୂଳିସାତ୍ ହୋଇଯିବ । ମୋର ଆଦେଶ କାର୍ଯ୍ୟକାରୀ କର ।

Question ୭।
ତଳେ ତାହାଶ ପଟେ କେତୋଟି ଅର୍ଥସୂଚକ ଭକ୍ତି ଦିଆଯାଇଚ୍ଛା ବାମପଟେ ଦିଆଯାଇଥବା ଉପଯୁକ୍ତ ଶବ୍ଦ ସହ ତାହାକୁ ମିଳାଇ ଲେଖ ।
ବିତାଡ଼ିତ – କୌଣସି ଆଶା ପୂରଣ ନ ହେବା
ହତୋତ୍ସାହ – କୌଣସି ପରିସ୍ଥିତି ବା ଘଟଣାକୁ ଦେଖୁ ଡରି ପଳାଇବା
ପ୍ରତିରୋଧ – ଯାହାକୁ ବାହାର କରି ଦିଆଯାଇଛି
ପୃଷ୍ଟଭଙ୍ଗ – ଉତ୍ସାହ ହରାଇବା
ଧୂଳିସାତ୍‌ – ବାଧାଦେବା
Answer:
ବିତାଡ଼ିତ – ଯାହାକୁ ବାହାର କରି ଦିଆଯାଇଛି
ହତୋତ୍ସାହ – ଉତ୍ସାହ ହରାଇବା
ପ୍ରତିରୋଧ – ବାଧାଦେବା
ପୃଷ୍ଟଭଙ୍ଗ – କୌଣସି ପରିସ୍ଥିତି ବା ଘଟଣାକୁ ଦେଖୁ ଡରି ପଳାଇବା
ଧୂଳିସାତ୍‌ – କୌଣସି ଆଶା ପୂରଣ ନ ହେବା

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୮।
ଏକାଙ୍କିକାଟିକୁ ଭଲଭାବରେ ପଢ଼ି ତଳେ ଦିଆଯାଇଥ‌ିବା ସୂଚନା ଅନୁଯାୟୀ ଦୁଇଟି ଲେଖାଏଁ ବାକ୍ୟ ଲେଖ ।
Answer:
(କ) ପୁରୁଙ୍କର ଦେଶପ୍ରେମ ।
(୧) ମୋ ଶରୀରର ଶେଷ ରକ୍ତବିନ୍ଦୁ ଥ‌ିବା ପର୍ଯ୍ୟନ୍ତ ମୁଁ ଲଢ଼ିବି ।
(୨) ଜନନୀ ଜନ୍ମଭୂମି ନିମନ୍ତେ ପ୍ରାଣ ଉତ୍ସର୍ଗ କରିବାପାଇଁ ସମସ୍ତ ଦେଶବାସୀଙ୍କୁ ଆହ୍ଵାନ କର ।

(ଖ) ଆଲେକ୍‌ଜାଣ୍ଡରଙ୍କର ଭାରତ ପ୍ରତି ଧାରଣା ।
(୧) ଭାରତର ମାଟିରେ ସୁନା ଫଳେ ।
(୨) ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ଭାରତବର୍ଷ ପ୍ରକୃତରେ ବୀରମାନଙ୍କର ଲୀଳାଭୂମି ।

(ଗ) ପୁରୁଙ୍କର ଆଲେକ୍‌ଜାଣ୍ଡରଙ୍କ ପ୍ରତି ଭକ୍ତି ।
(୧) ପରାଜୟକୁ ମୁଁ ସ୍ଵୀକାର କରୁଛି ।
(୨) ଜଣେ ରାଜା ଆଉ ଜଣେ ରାଜା

(ଘ) ଆଲେକ୍‌ଜାଣ୍ଡରଙ୍କର ପୁରୁଙ୍କୁ ପ୍ରଶଂସା ବାଣୀ ।
(୧) ପରାଜିତ ହେଲେ ମଧ୍ୟ ଆପଣଙ୍କର ମନୋବଳ ଦୃଢ଼ ରହିଛି।
(୨) ଆପଣ ଆଜିଠାରୁ ହେଲେ ମୋର ବନ୍ଧୁ ।

Question ୯।
ଅଭିଧାନ ଦେଖ୍ ଏହି ଶବ୍ଦଗୁଡ଼ିକର ଅର୍ଥ ଲେଖ ।
ସ୍ଵର୍ଣପ୍ରସୂ, ଧୂଳିସାତ୍‌, ବୀରାଙ୍ଗନା, ଅଭିପ୍ରାୟ, ନିକ୍ଷେପ
Answer:
ସ୍ୱର୍ଣ୍ଣପ୍ରସୂ – ସୁବର୍ଣ୍ଣ-ଉତ୍ପାଦିକା, ଅତିଶୟ ଉର୍ବରା
ଧୂଳିସାତ୍ – ମାଟିରେ ମିଶିଯିବା
ବୀରାଙ୍ଗନା – ବୀରା ନାରୀ
ଅଭିପ୍ରାୟ – ଉଦ୍ଦେଶ୍ୟ
ନିକ୍ଷେଯ – ଫିଙ୍ଗିବା

Question ୧୦।
ନିମ୍ନରେ କେତୋଟି ଶବ୍ଦ ଦିଆଯାଇଛି, ସେହି ଶବ୍ଦଗୁଡ଼ିକୁ ବ୍ୟବହାରରେ ଏକ ଅନୁଚ୍ଛେଦ ଲେଖ । ବେଦ ଉପନିଷଦ, ଘିଅମହୁ, ବୀରାଙ୍ଗନା, ସ୍ଵର୍ଣ୍ଣପ୍ରସୂ, ଶକ୍ତିଶାଳୀ, ସମ୍ମାନ, ଶେଷ ରକ୍ତବିନ୍ଦୁ
Answer:
ଭାରତ ବେଦ ଉପନିଷଦର ଦେଶ । ଏହି ସ୍ଵର୍ୟପ୍ରସୂ ବୀରଭୂମିର ବୀରମାନଙ୍କର ପରାକ୍ରମରେ ଏହା ଶକ୍ତିଶାଳୀ ହୋଇଉଠିଛି । ଏଇ ଭୂମିରେ ବୀର ଓ ବୀରାଙ୍ଗନାମାନଙ୍କର ଏକତାର ଅଭାବରୁ ପରାଜୟ ଘଟୁଛି । ପୁରୁ ରାଜା ପଣ କରିଛନ୍ତି ଯେ ତାଙ୍କ ଶରୀରର ଶେଷ ରକ୍ତବିନ୍ଦୁ ଥ‌ିବା ପର୍ଯ୍ୟନ୍ତ ସେ ଲଢ଼ିବେ । ଶେଷରେ ଦିନେ ଘିଅମହୁରେ ଭାସୁଥ‌ିବା ପୁରୁରାଜା ବିଦେଶୀ ହାତରେ ପରାଜୟ ବରଣ କରିଛନ୍ତି । ତେଣୁ ସେପରି ସ୍ଵାଭିମାନୀ ରାଜାଙ୍କୁ ଯଥୋଚିତ ସମ୍ମାନ ଦେବା ଉଚିତ ହେବ ।

ତୁମ ପାଇଁ କାମ

୧। ତୁମ ଅଞ୍ଚଳରେ ଏକତା ବଳରେ କରାଯାଇଥିବା କିଛି କାର୍ଯ୍ୟ ସମ୍ପର୍କରେ ଜାଣିଥୁଲେ ପାଞ୍ଚଟି ବାକ୍ୟରେ ଲେଖ ।
୨। ତୁମ ଗ୍ରାମରେ କିମ୍ବା ଅଞ୍ଚଳରେ ଥ‌ିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ସମ୍ପର୍କରେ ଯାହା ଜାଣିଛ ଲେଖ ।
୩। ସାଙ୍ଗମାନେ ଏକାଠି ମିଶି ଏକାଙ୍କିକାର ଯେକୌଣସି ଗୋଟିଏ ଦୃଶ୍ୟ ଅଭିନୟ କର ।

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଏହି ଏକାଙ୍କିକାରେ କାହାର ଚରିତ୍ର ମହାନ୍ ଓ କାହିଁକି ?
Answer:
ଏହି ଏକାଙ୍କିକାରେ ଆଲେକ୍‌ଜାଣ୍ଡରଙ୍କର ଚରିତ୍ର ମହାନ୍ତି । କାରଣ ଜଣେ ମହାନୁଭବ ରାଜାଭାବେ ପରାଜିତ ରାଜା ପୁରୁଙ୍କୁ ସେ ଯଥୋଚିତ ସମ୍ମାନ ଦେଇଛନ୍ତି । ତାଙ୍କୁ ବନ୍ଧୁ ଭାବରେ ଗ୍ରହଣ କରି ଶେଷରେ ତାଙ୍କୁ ତାଙ୍କର ରାଜ୍ୟ ଫେରାଇ ଦେଇଛନ୍ତି ।

(ଖ) ପୁରୁଙ୍କର ରାଜ୍ୟ କେଉଁଠାରେ ଥିଲା ?
Answer:
ବିତସ୍ତା ଓ ବିପାଶା ନଦୀ ଦ୍ଵୟର ମଧ୍ୟବର୍ତ୍ତୀ ଅଞ୍ଚଳରେ ପୁରୁଙ୍କର ରାଜ୍ୟ ଥିଲା ।

(ଗ) ଯୁଦ୍ଧ ପାଇଁ କେତେ ସୈନ୍ୟବଳ ପ୍ରସ୍ତୁତ କରିବାରୁ ପୁରୁ ଆଦେଶ ଦେଲେ ?
Answer:
ଯୁଦ୍ଧପାଇଁ ପଚାଶ ହଜାର ପଦାତିକ, ତିନିହଜାର ଅଶ୍ୱାରୋହୀ, ଏକ ହଜାର ଗଜାରୋହୀଙ୍କୁ ପ୍ରସ୍ତୁତ କରିବାକୁ ପୁରୁ ଆଦେଶ ଦେଲେ ।

(ଘ) ଯୁଦ୍ଧରେ ଜୟ କରିବା କିପରି ସହଜ ହେବ ବୋଲି ଆଲେକ୍‌ଜାଣ୍ଡର ସେନାପତିଙ୍କୁ କୌଶଳ ବତାଇଲେ ?
Answer:
ଶତ୍ରୁପକ୍ଷର ହାତୀମାନଙ୍କ ଉପରକୁ ତୀର ଓ ବର୍ଚ୍ଛା ପ୍ରୟୋଗ କଲେ ସେମାନେ କ୍ଷତ ବିକ୍ଷତ ହୋଇ ପଳାଇଯିବେ । ପଳାଇଲାବେଳେ ନିଜ ପକ୍ଷର ସୈନ୍ୟମାନଙ୍କୁ ଦଳି ଚକଟି ଦେବେ । ତା’ହେଲେ ଆଉ ଭାରତୀୟ ସୈନ୍ୟମାନେ ଆଗେଇପାରିବେ ନାହିଁ । ତେଣୁ ଯୁଦ୍ଧରେ ଜୟ କରିବା ଆମ ପକ୍ଷେ ସହଜ ହେବ । ଆଲେକ୍‌ଜାଣ୍ଡର ସେନାପତିଙ୍କୁ ଏହି କୌଶଳ ବତାଇ ଦେଲେ ।

(ଙ) ପୁରୁ କାହିଁକି ସ୍ମରଣୀୟ ହୋଇରହିବେ ?
Answer:
ନିଜର ବୀରତ୍ଵ, ସାହସିକତା ଓ ଦେଶଭକ୍ତି ପାଇଁ ପୁରୁ ଯୁଗଯୁଗକୁ ସ୍ମରଣୀୟ ହୋଇ ରହିଥ‌ିବେ ।

(ଚ) ଆଲେକ୍‌ଜାଣ୍ଡରଙ୍କର ଆକ୍ରମଣ ବାର୍ତ୍ତା ଶୁଣି ପୁରୁ ସେନାପତିଙ୍କୁ କ’ଣ କରିଥିଲେ ?
Answer:
ପୁରୁ କହିଥିଲେ ଯେ ତାଙ୍କର ରାଜ୍ୟ ଛୋଟ ହେଲେ ମଧ୍ୟ ସେ ପଛଘୁଞ୍ଚା ଦେବେ ନାହିଁ । ନିଜ ଶରୀରର ଶେଷ ରକ୍ତବିନ୍ଦୁ ଥ‌ିବାଯାଏ, ସେ ଲଢ଼େଇ କରିବେ । ଆଲେକଜାଣ୍ଡରଙ୍କୁ ଭାରତରୁ ବିତାଡ଼ିତ ନ କଲାଯାଏ ଶାନ୍ତିରେ ରହିପାରିବେ ନାହିଁ ।

(ଛ) ପୁରୁ ଆଲେକ୍‌ଜାଣ୍ଡରଙ୍କଠାରୁ କିପରି ବ୍ୟବହାର ଆଶା କରନ୍ତି ବୋଲି କହିଥିଲେ ?
Answer:
ପୁରୁ କହିଲେ ସେ ପରାଜିତ ହେଲେ ମଧ୍ୟ ଗୋଟିଏ ସ୍ଵାଧୀନ ରାଜ୍ୟର ରାଜା ଅଟନ୍ତି । ତେଣୁ ସେ ଆଲେକଜାଣ୍ଡରଙ୍କଠାରୁ ରାଜୋଚିତ ବ୍ୟବହାର ଆଶା କରନ୍ତି ବୋଲି କହିଥିଲେ ।

(ଜ) ଆଲେକ୍‌ଜାଣ୍ଡର ପୁରୁଙ୍କର ପ୍ରଶଂସା କରି କ’ଣ କହିଥିଲେ ?
Answer:
ପୁରୁଙ୍କର ପ୍ରଶଂସା କରି ଆଲେକ୍‌ଜାଣ୍ଡର କହିଥିଲେ, ‘ଧନ୍ୟ ପୁରୁରାଜ ! ଆପଣ ପ୍ରକୃତରେ ଭାରତ ମାଟିର ବୀର ସନ୍ତାନ । ଭାରତବର୍ଷ ପ୍ରକୃତରେ ବୀରମାନଙ୍କର ଲୀଳାଭୂମି, ଏହା ମୁଁ ଅନୁଭବ କରୁଛି । ପରାଜିତ ହେଲେ ମଧ୍ୟ ଆପଣଙ୍କର ମନୋବଳ ଦୃଢ଼ ରହିଛି । ଆପଣ ଆଜିଠାରୁ ମୋର ବନ୍ଧୁ ହେଲେ ।

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୨।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ‘‘ସ୍ଵର୍ଣ୍ଣପ୍ରସୂ ବୀରଭୂମି ଭାରତ । ଏ ଦେଶର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ । ଏହାର ସୁନାମ ସାରା ଜଗତରେ ପ୍ରଚାରିତ ।’’ – ଏହା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ବିତସ୍ତା ଓ ବିପାଶା ନଦୀଦ୍ଵୟର ମଧ୍ୟବର୍ତ୍ତୀ ଏକ କ୍ଷୁଦ୍ର ରାଜ୍ୟର ରାଜା ପୁରୁ । ସେ ଦରବାରରେ ଚିନ୍ତିତ ଭାବେ ପଦଚାରଣ କରୁଥ‌ିବା ବେଳେ ଦୂତ ପହଞ୍ଚି ସେନାପତିଙ୍କ ଆଗମନର ସୂଚନା ଦେଇଛନ୍ତି । ସେନାପତିଙ୍କୁ ଭିତରକୁ ଡାକିବାକୁ ପୁରୁ ଦୂତକୁ କହିଛନ୍ତି । ସେନାପତି ପହଞ୍ଚି ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡରଙ୍କ ଭାରତ ଆକ୍ରମଣ ନିମନ୍ତେ ଆଗମନର ସୂଚନା ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ରାଜ୍ୟ ଆଲେକ୍‌ଜାଣ୍ଡର ନିଜ ଅଧୀନକୁ ନେଉଥିବା କଥା ସେନାପତି କହିଛନ୍ତି । ପୁରୁ ଦୀର୍ଘ ନିଃଶ୍ବାସ ପକାଇ କହିଛନ୍ତି ଯେ ଭାରତ ସ୍ବର୍ଣପ୍ରସୂ । ଏ ଦେଶର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ । ଭାରତର ଧନସମ୍ପଦ ପ୍ରତି ଆକୃଷ୍ଟ ହୋଇ ଆଲେକ୍‌ଜାଣ୍ଡର ଭାରତ ଆସିଛନ୍ତି । ଭାରତୀୟ ରାଜାମାନଙ୍କ ମଧ୍ୟରେ ଏକତା ନାହିଁ । ସେମାନେ ପରସ୍ପର ମଧ୍ୟରେ କଳହରତ । ତେଣୁ ଆଲେକ୍‌ଜାଣ୍ଡର ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରିବାକୁ ସକ୍ଷମ ହେଉଛନ୍ତି ।

(ଖ) ଆଲେକ୍‌ଜାଣ୍ଡର ପୁରୁଙ୍କୁ କାହିଁକି ବନ୍ଧୁଭାବେ ଗ୍ରହଣ କରିଥିଲେ ?
Answer:
ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡର ପୃଥ‌ିବୀ ଜୟ କରିବାର ସ୍ବପ୍ନ ଦେଖିଥିଲେ । ସେଥ‌ିପାଇଁ ସେ ଭାରତ ଆକ୍ରମଣ କରିବାକୁ ଆସିଥିଲେ । ପୁରୁ ଥିଲେ ଏକ କ୍ଷୁଦ୍ରରାଜ୍ୟର ରାଜା । ତେଣୁ ଆଲେକ୍‌ଜାଣ୍ଡର ତାଙ୍କ ସହ ଯୁଦ୍ଧ କରିବାକୁ ଚାହିଁ ନଥୁଲେ । ପୁରୁଙ୍କୁ ଆତ୍ମସମର୍ପଣ କରିବାକୁ ସେ ଦୂତ ହାତରେ ପତ୍ର ଲେଖି ଜଣାଇଥିଲେ । ମାତ୍ର ପୁରୁ ତାଙ୍କ ପ୍ରସ୍ତାବ ଗ୍ରହଣ କରିନଥିଲେ । ଶେଷରେ ଆଲେକ୍‌ଜାଣ୍ଡରଙ୍କ ସହ ପୁରୁଙ୍କର ଯୁଦ୍ଧ ହେଲା । ପୁରୁ ଓ ତାଙ୍କ ସୈନ୍ୟବାହିନୀ ବୀରତ୍ବର ସହ ଲଢ଼ି ବିଜୟର ଦ୍ଵାରଦେଶରେ ପହଞ୍ଚି ଯାଇଥିଲେ । ଆଲେକ୍‌ଜାଣ୍ଡର ଯୁଦ୍ଧନୀତି ପାଳନ ନକରି ପୁରୁଙ୍କ ସୈନ୍ୟବାହିନୀର ହାତୀଗୁଡ଼ିକୁ ତୀର ଓ ବର୍ଚ୍ଛାଦ୍ଵାରା ଆଘାତ କରିବାକୁ ନିର୍ଦ୍ଦେଶ ଦେଲେ । ହାତୀମାନେ ଏଣେତେଣେ ପଳାୟନ କରିବାରୁ ପୁରୁ ପରାଜିତ ଓ ବନ୍ଦୀ ହେଲେ । ପରାଜିତ ପୁରୁଙ୍କୁ ଆଲେକ୍‌ଜାଣ୍ଡର ତାଙ୍କଠାରୁ କି ବ୍ୟବହାର ଚାହାଁନ୍ତି ବୋଲି ପଚାରିଥିଲେ । ପୁରୁ ରାଜୋଚିତ ବ୍ୟବହାର ଚାହାଁନ୍ତି ବୋ ଲି କହିଥିଲେ । ପୁରୁଙ୍କର ବୀରତ୍ଵ ଓ ଦୃଢ଼ ମନୋବଳ ଦେଖି ଆଲେକ୍‌ଜାଣ୍ଡର ତାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିଥିଲେ ।

(ଗ) ‘‘କାପୁରୁଷ ମୃତ୍ୟୁ ପୂର୍ବରୁ ସହସ୍ରବାର ମୃତ୍ୟୁବରଣ କରିଥାଏ ।”? –ଏକଥା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ଏକଥା ଭାରତର ଏକ କ୍ଷୁଦ୍ର ରାଜ୍ୟର ସମ୍ରାଟ୍ ପୁରୁ ତାଙ୍କ ସେନାପତିଙ୍କୁ କହିଛନ୍ତି । ସ୍ବର୍ଣ୍ଣପ୍ରସୂ ଭାରତର ଧନସମ୍ପଭିରେ ଆକୃଷ୍ଟ ହୋଇ ଗ୍ରୀସ୍ ଦେଶରୁ ଆଗେଇ ଆସିଛନ୍ତି ଆଲେକ୍‌ଜାଣ୍ଡର । ଏଭଳି ଘଡ଼ିସନ୍ଧି ମୁହୂର୍ଭରେ ଭାରତବର୍ଷର ରାଜ୍ୟ ରାଜ୍ୟ ମଧ୍ୟରେ ଏକତା ଓ ବୁଝାମଣା ନଥିବାରୁ ସେମାନଙ୍କର ପରାଜୟ ଘଟୁଛି । ପୁରୁ କିନ୍ତୁ ପ୍ରତିଜ୍ଞା କରିଛନ୍ତି ସେ ଆଲେକ୍‌ଜାଣ୍ଡରଙ୍କୁ ଭାରତ ମାଟିରୁ ବିତାଡ଼ିତ କରିବେ । ଆଲେକ୍‌ଜାଣ୍ଡରଙ୍କ ସୈନ୍ୟବଳ ଅପରିସୀମ ଓ ସେମାନେ ଯୁଦ୍ଧବିଦ୍ୟାରେ ପାରଙ୍ଗମ । ସେମାନଙ୍କୁ ପରାଜିତ କରିବା କଷ୍ଟସାଧ୍ୟ ବୋଲି ସେନାପତି କହିଛନ୍ତି । ମାତ୍ର ପୁରୁ ଏଥ‌ିରେ ହତୋତ୍ସାହିତ ନହୋଇ ଯୁଦ୍ଧପାଇଁ ପ୍ରସ୍ତୁତ ହେବାକୁ ସେନାପତିଙ୍କୁ ପରାମର୍ଶ ଦେଇଛନ୍ତି । ସେ ସେନାପତିଙ୍କୁ କହିଛନ୍ତି ଯେ କାପୁରୁଷ ମୃତ୍ୟୁପୂର୍ବରୁ ସହସ୍ର ବାର ମରିଥାଏ ।

ନାଟ୍ୟକାର ପରିଚୟ :

ସାରଦା ପ୍ରସନ୍ନ ନାୟକ (୧୯୨୬) କଟକରେ ଜନ୍ମଗ୍ରହଣ କରିଥିଲେ । ଜଣେ ନାଟ୍ୟକାର ଭାବରେ ଓଡ଼ିଶାର ପୁରପଲ୍ଲୀରେ ସେ ସୁପରିଚିତ । ତାଙ୍କ ରଚିତ ବହୁ ନାଟକ ମଧ୍ୟରୁ ‘ସୁନାମାଟି’, ‘ପରିଶୋଧ’, ‘ଲକ୍ଷ୍ମୀ’, ‘ପନ୍ଥୀ’ ଆଦି ବେଶ୍ ଲୋକପ୍ରିୟ । ଜଣେ ଗୀତିକାର ଭାବରେ ତାଙ୍କର ମଧ୍ୟ ପ୍ରସିଦ୍ଧି ରହିଛି । କଟକ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରଯୋଜକ ଭାବରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଛନ୍ତି ।

ବିଷୟ ପୂଚନା :

ଭାରତୀୟ ରାଜା ପୁରୁ ଓ ଗ୍ରୀସ୍‌ର ରାଜା ଆଲେକ୍‌ଜାଣ୍ଡରଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ପୁରୁ ପରାଜୟ ବରଣ କରିଥିଲେ । ପୁରୁ ପରାଜୟ ସ୍ବୀକାର କରିବା ପରେ ଆଲେକ୍‌ଜାଣ୍ଡର ତାଙ୍କୁ ତାଙ୍କଠାରୁ କି ପ୍ରକାର ବ୍ୟବହାର ଆଶା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ପୁରୁ ନିର୍ଭୟରେ ରାଜାଙ୍କଠାରୁ ରାଜୋଚିତ ବ୍ୟବହାର ଆଶା କରୁଛନ୍ତି ବୋଲି କହିଥିଲେ । ପୁରୁଙ୍କର ଏହି କଥା କେଇପଦରେ ଆଲେକ୍‌ଜାଣ୍ଡର ବେଶ୍ ପ୍ରଭାବିତ ହୋଇ ତାଙ୍କୁ ତାଙ୍କ ରାଜ୍ୟ ଫେରାଇ ଦେଇଥିଲେ ଓ ତାଙ୍କ ନିକଟରେ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ । ଏହି ଏକାଙ୍କିକାଟିରେ ନାଟ୍ୟକାର ଏସବୁ ବିଷୟ ସୁନ୍ଦରଭାବେ ଉପସ୍ଥାପନ କରିଛନ୍ତ୍ରା

ସାରକଥା :

ରାଜପ୍ରାସାଦ ଅଭ୍ୟନ୍ତରରେ ପୁରୁ ଓ ତାଙ୍କ ସେନାପତିଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଗ୍ରୀସ୍‌ର ରାଜା ଆଲେକ୍‌ଜାଣ୍ଡର ବୀରଭୂମି ଭାରତକୁ ଆକ୍ରମଣ କରିବାକୁ ଆସୁଥିବାରୁ ତାଙ୍କୁ ପ୍ରତିରୋଧ କରିବାପାଇଁ ରାଜା ପୁରୁ ଉପାୟ ଚିନ୍ତା କରୁଛନ୍ତି । ତା’ ସହିତ ଭାରତର ରାଜାମାନଙ୍କ ମଧ୍ୟରେ ଏକତା ନଥ‌ିବାରୁ ଅନ୍ୟ ହାତରେ ପରାଜୟ ସ୍ଵୀକାର କରିବାକୁ ପଡୁଛି ବୋଲି ସେ ଦୁଃଖରେ ସେନାପତିଙ୍କୁ କହିଛନ୍ତି । ଯାହାହେଲେ ମଧ୍ୟ ବୀର ଆଲେକ୍‌ଜାଣ୍ଡରଙ୍କୁ ଯୁଦ୍ଧରେ ସାମନା କରିବେ ବୋଲି ଦମ୍ଭରେ ପୁରୁ କହିଛନ୍ତି ।

ଆଲେକ୍‌ଜାଣ୍ଡର ଓ ତାଙ୍କର ସେନାପତି ଶତବ୍ଦୀ ନଦୀ କୂଳରେ ନିଜର ଶିବିରରେ ବସି ଆଲୋଚନା କରୁଛନ୍ତି । ପୁରୁ ଯେପରି ତାଙ୍କ ଆଗରେ ଆତ୍ମସମର୍ପଣ କରିବେ, ସେ କଥା ଦୂତ ହାତରେ ଖବର ପଠାଇବାକୁ ଚାହିଁଛନ୍ତି । ମାତ୍ର ପୁରୁ ଆତ୍ମସମର୍ପଣ ନକରି ଯୁଦ୍ଧ କରିଛନ୍ତି । ଶେଷରେ ପୁରୁ ହାରିଯାଇ ପରାଜୟ ବରଣ କରିଛନ୍ତି । ଆଲେକ୍‌ଜାଣ୍ଡର ପୁରୁଙ୍କୁ ନିଜର ଶିବିରରେ ଉପସ୍ଥିତ କରାଇ ତାଙ୍କଠାରୁ ପୁରୁ କିପରି ବ୍ୟବହାର ଚାହୁଁଛନ୍ତି ବୋଲି ପଚାରିଛନ୍ତି । ପୁରୁ ନିର୍ଭୟରେ କହିଛନ୍ତି ଯେ, ସେ ରାଜା।

ତେଣୁ ସେ ରାଜୋଚିତ ବ୍ୟବହାର ଚାହାଁନ୍ତି । ପୁରୁଙ୍କର ଏଇ ଉତ୍ତରରେ ଆଲେକ୍‌ଜାଣ୍ଡର ବେଶ୍ ପ୍ରଭାବିତ ହୋଇଛନ୍ତି । ସେ ପୁରୁ ତଥା ଭାରତବର୍ଷର ଖୁବ୍ ପ୍ରଶଂସା କରିଛନ୍ତି । ପୁରୁଙ୍କୁ ନିଜର ବନ୍ଧୁ ଭାବରେ ଗ୍ରହଣ କରିନେଇଛନ୍ତି । ନିଜର ଅହଙ୍କାରର ଫଳ ସେ ପାଇଛନ୍ତି ବୋଲି ପୁରୁଙ୍କୁ କହିଛନ୍ତି । ଶେଷରେ ପୁରୁଙ୍କର ଦେଶଭକ୍ତି, ବୀରତ୍ଵକୁ ସମ୍ମାନ ଜଣାଇଛନ୍ତି । ତାଙ୍କର ରାଜ୍ୟ ମଧ୍ୟ ତାଙ୍କୁ ଫେରାଇ ଦେଇଛନ୍ତି । ସମଗ୍ର ଭାରତବର୍ଷକୁ ଜୟ କରିବାର ଦୁରାଶା ମନରୁ ତ୍ୟାଗ କରିଛନ୍ତି ।

କଠିନ ଶବ୍ଦାର୍ଥ :

  • ବିତାଡ଼ିତ – ବହିଷ୍କୃତ, ଯାହାକୁ ବାହାର କରି ଦିଆଯାଇଛି ।
  • ପଦାତିକ – ପାଦରେ ଚାଲି ଚାଲି ଯାଉଥ‌ିବା ସୈନ୍ୟ ।
  • ହତୋତ୍ସାହ – ଉତ୍ସାହ ହରାଇବା ।
  • ପ୍ରତିରୋଧ – ବାଧା ।
  • ପୃଷ୍ଠଭଙ୍ଗ – କୌଣସି ଘଟଣାକୁ ମୁକାବିଲା କରି ନପାରି ଭୟରେ ପଛକୁ ପଳାଇବା ।
  • ଧୂଳିସାତ୍ – ମାଟିରେ ମିଶିଯିବା ।
  • ଅଭ୍ୟନ୍ତର – ଭିତର ।
  • ପଦଚାରଣ – ପାଦରେ ଚାଲିବା ।
  • ହତୋତ୍ସାହିତ – ଉତ୍ସାହ ହରାଇବା ।
  • ସ୍ଵର୍ଣପ୍ରସୂ – ସୁନା ଉତ୍ପାଦିକା, ଅତିଶୟ ଉର୍ବରା ।
  • ଅପରିସୀମ – ଅସୀମ ।
  • ଉତ୍ସର୍ଗ – ସତ୍ ଉଦ୍ଦେଶ୍ୟରେ ଅର୍ପଣ ।
  • ଆକୃଷ୍ଟ – ମୁଗ୍‌ଧ, ପ୍ରଲୁବ୍‌ଧ ।
  • ଅଭିପ୍ରାୟ – ଇଚ୍ଛା ।
  • ନିକ୍ଷେପ – ଫିଙ୍ଗିବା ।
  • ପରିତ୍ୟାଗ – ଛାଡ଼ିଯିବା ।
  • ସ୍ମରଣୀୟ – ମନେପକାଇବାର ଯୋଗ୍ୟ ।
  • ଦ୍ରୁତ – ଖୁବ୍ ଜୋର୍‌ରେ ।
  • ବୀରାଙ୍ଗନା – ବୀରା ନାରୀ ।
  • ସୁଶୃଙ୍ଖଳ – ଅତ୍ୟନ୍ତ ଶୃଙ୍ଖଳିତ ।
  • ସହସ୍ରବାର – ହଜାର ଥର ।
  • ପରାକ୍ରମୀ – ବଳଶାଳୀ ।
  • କୋଳାହଳ – ପାଟିତୁଣ୍ଡ ।
  • ନରପତି – ରାଜା ।
  • ରାଜୋଚିତ – ରାଜାନୁରୂପ ।
  • ସ୍ମରଣୀୟ – ମନେରଖୁବା ଭଳି ଘଟଣା ।

BSE Odisha 8th Class Science Notes Chapter 6 ଦହନ ଓ ଶିଖା

Odisha State Board BSE Odisha 8th Class Science Notes Chapter 6 ଦହନ ଓ ଶିଖା will enable students to study smartly.

BSE Odisha Class 8 Science Notes Chapter 6 ଦହନ ଓ ଶିଖା

→ଉପକ୍ରମ (Introduction) :
(i) କାଠିକୁଟା ଜାଳି ନିଆଁ ପାଇବା, କୋଇଲା ଓ ଘସି ଜାଳି ଆଲୋକ -ପାଇବା – ଏହି ପ୍ରକ୍ରିୟାକୁ ସାଧାରଣ ଭାବେ ଦହନ କୁହାଯାଏ ।
(ii) ଘରେ ଆଲୋକ ପାଇବାପାଇଁ ଆମେ ବେଳେବେଳେ ମହମବତି, ଦୀପ, ଲଣ୍ଡନ, ଡିବିରି ଆଦି ଜାଳୁ । ଯନ୍ତ୍ରପାତି ଚଳାଇବାବେଳେ ଆମେ ଇନ୍ଧନର ଦହନରୁ ଶକ୍ତି ପାଇଥାଉ । ଏସବୁ ଦହନର।

→ଦହନ କ’ଣ ? (What is combustion ?) :
ଯେଉଁ ରାସାୟନିକ ପ୍ରକ୍ରିୟାରରେ କୌଣସି ପଦାର୍ଥର ରାସାୟନିକ ପ୍ରତିକ୍ରିୟା ଘଟି, ତାପ ଓ ଆଲୋକ ସୃଷ୍ଟି ହୁଏ, ତାହାକୁ ଦହନ କହନ୍ତି ।

BSE Odisha 8th Class Science Notes Chapter 6 ଦହନ ଓ ଶିଖା

→ଉଦାହରଣ:
କାଠ ଜଳିଲେ ତାପ ଓ ଆଲୋକ ମିଳେ । କିଛି ପରିମାଣର ଧୁଆଁ ଓ ହୁଏ । ଏହି ପାଉଁଶ ଓ ଅଙ୍ଗାରକୁ ଆଉ ପୁନର୍ବାର କାଠ କରିହୁଏ ନାହିଁ । କାଠ ଚକିବା ଏକା ଦହନ ପ୍ରକ୍ରିୟ

→ତୁମପାଇଁ କାମ :
(i) ଖଣ୍ଡେ ମ୍ୟାଗ୍ନେସିୟମ୍ ଫିତାକୁ ଚିମୁଟାରେ ଧରି ଅନ୍ୟ ପ୍ରାନ୍ତଟିକୁ ସ୍ପିରିଟ୍ ଲ୍ୟାମ୍ପ ବା ଗ୍ୟାସ୍ ଶିଖାରେ ଦେଖାଇଲେ ଫିତାଟି ଉଜ୍ବଳ ଆଲୋକ ଧଳାରଙ୍ଗ ପାଉଁଶଟିର ନାମ ମାଗ୍ନେସିୟମ୍ ଅକ୍‌ସାଇଡ୍ । ଦହନ ସମୟରେ ମାଗ୍ନେସିୟମ୍ ବାୟୁର ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରି ମାଗ୍ନେସିୟମ୍ ଅକ୍‌ସାଇଡ୍ ସୃଷ୍ଟି କରେ । ମାଗ୍ନେସିୟମ + ଅକ୍ସିଜେନ → ମାଗ୍ନେସିୟମ୍ ଅକ୍‌ସାଇଡ଼

BSE Odisha 8th Class Science Notes Chapter 6 ଦହନ ଓ ଶିଖା 1

(ii) ଖଣ୍ଡେ ଛୋଟ କୋଇଲାକୁ ଚିମୁଟାରେ ଧରି ସ୍ପିରିଟ୍ ଲ୍ୟାମ୍ପ ଶିଖାକୁ ଦେଖାଇଲେ କୋଇଲା ଧୀରେ ଧୀରେ ଲାଲ ପଡ଼ିଯିବ ଓ କିଛି ଧୂଆଁ ବାହାରିବ । କାର୍ବନ + ଅକ୍ସିଜେନ → କାର୍ବନ ଅକ୍‌ସାଇଡ଼ ।
ଉଭୟ ପରୀକ୍ଷାରେ ସୃଷ୍ଟ ପଦାର୍ଥକୁ ଆଉ ପୂର୍ବ ଅବସ୍ଥାକୁ ଫେରାଇ ହେବନାହିଁ । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ନୂତନ ପଦାର୍ଥ ସୃଷ୍ଟିହେଲା । ତେଣୁ ଉଭୟ ପ୍ରକ୍ରିୟା ରାସାୟନିକ ପ୍ରତିକ୍ରିୟା ଓ ଉଭୟରୁ ତାପ ଓ ଆଲୋକ ସୃଷ୍ଟିହେଲା । ଉଭୟ ପ୍ରକ୍ରିୟାରେ ଅମଜାନ ବିନିଯୋଗ ହେଲା । ଉଭୟ ପରୀକ୍ଷା ଦହନର ଗୋଟିଏ ଲେଖାଏଁ ଉଦାହରଣ । ଦହନ ଏକ ରାସାୟନିକ ପ୍ରକ୍ରିୟା, ଯେଉଁଥ‌ିରେ ଏକ ପଦାର୍ଥ ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା ସଂଘଟିତ କରି ତାପ ଓ ସ୍ଥଳବିଶେଷରେ ଆଲୋକ ପ୍ରଦାନ କରେ ।

→ମନେରଖ :
(i) ଇଲେକ୍‌ଟ୍ରିକ୍‌ ବଲ୍‌ବ ଜଳିଲେ ଏହା ତାପ ଓ ଆଲୋକ ପ୍ରଦାନ କରେ; ମାତ୍ର ଫିଲାମେଣ୍ଟର କିଛି ରାସାୟନିକ ପରିବର୍ତ୍ତନ ହୁଏ ନାହିଁ । ତେଣୁ ଏହା ଦହନ ପ୍ରକ୍ରିୟା ନୁହେଁ ।
(ii) ସୂର୍ଯ୍ୟ ଆମକୁ ତାପ ଓ ଆଲୋକ ଦିଏ; ମାତ୍ର ଏହା ଦହନ ନୁହେଁ କାରଣ ଏହା ଏକ ରାସାୟନିକ ପ୍ରତିକ୍ରିୟା ନୁହେଁ ।
(iii) ଖାଦ୍ୟ ହଜମ ପ୍ରକ୍ରିୟା ଏକ ଦହନ । ଆମେ ଶ୍ଵାସକ୍ରିୟାରେ ଗ୍ରହଣ କରୁଥିବା ଅମ୍ଳଜାନ ଖାଦ୍ୟକୁ ଦହନ କରିଥାଏ ।

ଦହନ ପାଇଁ କ’ଣ ଆବଶ୍ୟକ ? (Requirements for combustion) :
ତୁମପାଇଁ କାମ :
ନିମ୍ନ ସାରଣୀରେ ଥ‌ିବା ପଦାର୍ଥଗୁଡ଼ିକୁ ସଂଗ୍ରହ କରି ଏଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଜଳାଅ । ସାରଣୀଟି ପୂରଣ କର । (ପ୍ରଶ୍ନ ସହ ଉତ୍ତର)
BSE Odisha 8th Class Science Notes Chapter 6 ଦହନ ଓ ଶିଖା 2
(a) ଯେଉଁ ପଦାର୍ଥ ଜଳିପାରେ ତାକୁ ଦହନଶୀଳ ପଦାର୍ଥ (Combustible Substance) ବା ଦାହ୍ୟ ପଦାର୍ଥ କହନ୍ତି । ଯେଉଁ ପଦାର୍ଥ ଜଳେ ନାହିଁ ତାକୁ ଅଦହନଶୀଳ ପଦାର୍ଥ (Non-combustible Substance) ବା ଅଦାହ୍ୟ ପଦାର୍ଥ କହନ୍ତି ।
(b) ଘଷି, କାଉଁରିଆ, ଶୁଖୁପତ୍ର, କୁଣ୍ଡା, ଅଗାଡ଼ି, ଶୁଖୁଲା ନଡ଼ିଆ ବାହୁଙ୍ଗା, ଶୁଖୁଲା ଡାଳ, ବତା, ଶୁଖୁଲା ବାଉଁଶ, ଗନ୍ଧକ ଆଦି ଦାହ୍ୟ ପଦାର୍ଥ ।

BSE Odisha 8th Class Science Notes Chapter 6 ଦହନ ଓ ଶିଖା

ଦହନ ପାଇଁ ବାହ୍ୟ ପଦାର୍ଥ ଆବଶ୍ୟକ ।
→ତୁମପାଇଁ କାମ :
(i) ଜଳନ୍ତା ମହମବତିଟିଏ ଏକ ଟେବୁଲରେ ରଖ୍ ତାହାର ଉଭୟପାର୍ଶ୍ଵରେ ଦୁଇଟି କାଠଖଣ୍ଡ ରଖ୍ ଗୋଟିଏ ଲଣ୍ଠନକାଚ ତା’ଉପରେ ଘୋଡ଼ାଇଦିଅ । ଦେଖ ମହମବତିର ଶିଖା କିପରି ଦିଶୁଛି ।
(ii) କାଠଖଣ୍ଡ ଦୁଇଟିକୁ କାଢ଼ିନେଇ ଲଣ୍ଠନ କାଚକ ଟେବୁଲ ଉପରେ ରଖୁଦିଅ । ତା’ ମଧ୍ୟରେ ଜଳନ୍ତା ମହମବତିର ଶିଖାକୁ ଲକ୍ଷ୍ୟ କର ।
(iii) ଏହିପରି ଅବସ୍ଥାରେ ମହମବତି ଜଳୁଥିବାବେଳେ ଲଣ୍ଠନକାଚ ଉପରେ ଗୋଟିଏ ଥାଳିଆ ଘୋଡ଼ାଇ ଦିଅ ଏବଂ ମହବବତି ଶିଖାକୁ ଲକ୍ଷ୍ୟ କର ।

BSE Odisha 8th Class Science Notes Chapter 6 ଦହନ ଓ ଶିଖା 3

→ପର୍ଯ୍ୟବେଷଣ –
(i) ପ୍ରଥମ କ୍ଷେତ୍ରରେ କାଚର ତଳପଟ ଫାଙ୍କା ଥିଲା । ତେଣୁ ତଳପଟୁ ବାୟୁପ୍ରବାହ ହେଉଥିଲା; ଫଳରେ ମହମବତି ସ୍ଥିର ଶିଖା ପ୍ରଦାନ କରି ଜଳିଲା ।
(ii) ଦ୍ଵିତୀୟ କ୍ଷେତ୍ରରେ ସୀମିତ ବାୟୁର ଉପସ୍ଥିତିରେ ଦହନକ୍ରିୟା ହେଲା । ତେଣୁ ମହମବତିର ଶିଖାଟି ଅସ୍ଥିର
(iii) ତୃତୀୟ କ୍ଷେତ୍ରରେ ବାୟୁ ଆଦୌ ପ୍ରବେଶ କଲା ନାହିଁ । ତେଣୁ ମହମବତିଟି ଅଳ୍ପ ସମୟପାଇଁ ଜଳି ଲିଭିଗଲା । ଦହନ ପାଇଁ ବାୟୁ ବା ଅମ୍ଳଜାନ ଆବଶ୍ୟକ ।
ଦହନ ପାଇଁ ବାହ୍ୟ ପଦାର୍ଥ ଆବଶ୍ୟକ ।
କେତେକ ଦହନ ଅମ୍ଳଜାନର ଅନୁପସ୍ଥିତିରେ ମଧ୍ୟ ସମ୍ଭବପର । ଉଦାହରଣସ୍ୱରୂପ, ଗୋଟିଏ ଆବଦ୍ଧ ପାତ୍ରରେ ଯବକ୍ଷାରଜାନ ଗ୍ୟାସ୍ ପୂଣ୍ଣକରି ଜଳନ୍ତା ମାଗ୍ନେସିୟମ୍ ଫିତାଟିଏ ତା’ ମଧ୍ୟକୁ ପକାଇଲେ ମାଗ୍ନେସିୟମ୍ ଫିତାଟି

→ତୁମପାଇଁ କାମ :
ଗୋଟିଏ ନୂଆ ଦିଆସିଲି ଆଣି ସେଥୁରୁ ଗୋଟିଏ କାଠି ବାହାର କରି ଦିଆସିଲିର ବାରୁଦ ପାର୍ଶ୍ଵରେ ଛୁଆଁଇଦେଲେ କାଠିଟି ନିଆଁ ଧରିବ ନାହିଁ ?
ବର୍ତ୍ତମାନ କାଠିଟିକୁ ବାରୁଦ ପୃଷ୍ଠରେ ଟିକିଏ ଜୋର୍‌ରେ ଘଷିଦେଲେ ଦିଆସିଲି କାଠିଟି ଜଳିଉଠିବ ।
(d) ଦୁଇଟି ବସ୍ତୁର ଘର୍ଷଣରେ ତାପ ଉତ୍ପନ୍ନ ହୁଏ । ପ୍ରଥମେ କାଠିଟିକୁ ବାରୁଦ ପୃଷ୍ଠରେ ଛୁଆଁଇଦେଲେ କମ୍ ତାପରେ କାଠିଟି ଜଳେ ନାହିଁ । ଘର୍ଷଣ ଫଳରେ ତାପଶକ୍ତି ଅଧ୍ବକ ସୃଷ୍ଟି ହୋଇ କାଠିଟି ଜଳିଲା ।
(e) ତାପ ପ୍ରୟୋଗଦ୍ଵାରା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ବାହ୍ୟ ପଦାର୍ଥଟି ପହଞ୍ଚିଲେ ତାହା ଜଳିବା ଆରମ୍ଭ କରେ, ଏହି ତାପମାତ୍ରାକୁ ପ୍ରଜ୍ବଳନ ତାପମାତ୍ରା (Ignition temperature) କହନ୍ତି ।

→ତୁମପାଇଁ କାମ – 5 :
କାଗଜ ଭାଙ୍ଗି ଦୁଇଟି କପ୍ ତିଆରି କର । ପ୍ରଥମ କପ୍‌ରେ କିଛି ଜଳନେଇ ଉତ୍ତପ୍ତ କର । କାଗଜରେ ନିଆଁ ଧରୁଛି କି ? ଜଳକୁ ଦେଖ । କାଗଜ ପୋଡ଼ି ନଯାଇ ଜଳ ଉତ୍ତପ୍ତ ହେଲାଣି । ଦ୍ୱିତୀୟ କପ୍‌ଟିକୁ ଖାଲି ଉତ୍ତପ୍ତ କର । କ’ଣ ଦେଖ‌ିଲ ? ଏଥ‌ିରେ କିଆଁ ଲାଗିଲା କାହିଁକି ?
ପ୍ରଥମ କ୍ଷେତ୍ରରେ ଜଳର ଉପସ୍ଥିତିହେତୁ କାଗଜଟି ପ୍ରଜ୍ବଳନ ତାପମାତ୍ରାରେ ପହଞ୍ଚି ନପାରିବାରୁ ଜଳିଲା ନାହିଁ । କିନ୍ତୁ ଦ୍ୱିତୀୟ କ୍ଷେତ୍ରରେ କାଗଜ ସମସ୍ତ ଉତ୍ତାପ ଗ୍ରହଣ କରି ପ୍ରଜ୍ଜ୍ୱଳନ ତାପମାତ୍ରାରେ ପହଞ୍ଚି ଜଳିଉଠିଲା ।

→ଦହନ ପାଇଁ ଆବଶ୍ୟକ କାରକ :
ଦହନ ପାଇଁ ଆବଶ୍ୟକ କାରକଗୁଡିକ ହେଲା –
(i) ଜାଳେଣୀ ପଦାର୍ଥ (Combustible substance)
(ii) ଜାଳେଣୀର ସମର୍ଥକ(Supporter of combustion)
(iii) ଇଗ୍ନିସନ ତାପମାତ୍ରା (Ignition temperature)

(a) ଦାହ୍ୟ ଏବଂ ଅଦାହ୍ୟ ପଦାର୍ଥ :
ଯେଉଁ ପଦାର୍ଥ ଜଳେ, ତାକୁ ଦହନଶୀଳ ବା ଦାହ୍ୟ (Combustible) ପଦାର୍ଥ କୁହାଯାଏ ।
ଉଦାହରଣ : କାଠ, କାଗଜ, କିରୋସିନି, ନଡ଼ା, ଦିଆସିଲି କାଠି, ଅଙ୍ଗାର, LPG, ପେଟ୍ରୋଲ ।
ଯେଉଁ ପଦାର୍ଥ ଜଳେ ନାହିଁ, ତାକୁ ଅଦହନଶୀଳ ବା ଅଦାହ୍ୟ (Non-combustible) ପଦାର୍ଥ କୁହାଯାଏ । ଉଦାହରଣ : ଲୁହାକଣ୍ଟା, ପଥର, ମାଟି, ଗୋଡ଼ି ଇତ୍ୟାଦି ।

BSE Odisha 8th Class Science Notes Chapter 6 ଦହନ ଓ ଶିଖା

(b) ଦହନର ସହାୟକ ପଦାର୍ଥ :
ଦହନ ପାଇଁ ବାୟୁ (ଅମ୍ଳଜାନ) ବା ବାୟୁଭଳି ସହାୟକ ପଦାର୍ଥ ଆବଶ୍ୟକ ।

ଉଦାହରଣ :
ଅଧିକାଂଶ ଦାନ୍ଦ୍ୟ ପଦାର୍ଥ ଅମ୍ଳଜାନର ଉପସ୍ଥିତିରେ ଜଳିଥାଏ । ନାଇଟ୍ରୋଜେନ୍ ଥ‌ିବା ଆବଦ୍ଧ ପାତ୍ର ମଧ୍ୟରେ ଖଣ୍ଡିଏ ଜଳନ୍ତା ମାଗ୍ନେସିୟମ୍ ଫିତା ରଖୁଲେ ତାହା ଜଳି ମାଗ୍ନେସିୟମ୍ ନାଇଟ୍ରାଇଡ଼ ସୃଷ୍ଟି କରେ । ଏଠାରେ ନାଇଟ୍ରୋଜେନ୍ ଅମ୍ଳଜାନ ଭଳି ଦହନର ସହାୟକ ପଦାର୍ଥ ଅଟେ । ମାଗ୍ସିୟମ୍ + ନାଇଟ୍ରୋକେନ → ମାଗ୍ସିୟମ୍ ନାଇଟ୍ରୋକେନ

(c) ପ୍ରଜ୍ଜଳନ ତାପମାତ୍ରା :
ତାପ ପ୍ରୟୋଗଦ୍ଵାରା ପଦାର୍ଥ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପହଞ୍ଚିଲେ ତାହା ଜଳିବା ଆରମ୍ଭ କରିଥାଏ । ଏହି ତାପମାତ୍ରାକୁ ଉକ୍ତ ପଦାର୍ଥର ପ୍ରଜ୍ବଳନ ତାପମାତ୍ରା କୁହାଯାଏ । ସମସ୍ତ ପଦାର୍ଥର ପ୍ରଜ୍ବଳନ ତାପମାତ୍ରା ସମାନ ନୁହେଁ ।

ଉଦାହରଣ :
ଧଳା ଫସ୍‌ଫରସ୍ ବାୟୁ ସଂସ୍ପର୍ଶରେ ଆସିବାମାତ୍ରେ ଜଳିଯାଏ । କାରଣ ଏହାର ପ୍ରଜ୍ଜ୍ୱଳନ ତାପମାତ୍ରା ଅତି କମ୍ । ଦିଆସିଲି କାଠି, କାଠ, କୋଇଲା, କାଗଜ ଆଦି ପଦାର୍ଥ ଆପେ ଆପେ ଜଳନ୍ତି ନାହିଁ । କାରଣ ସେଗୁଡ଼ିକର ପ୍ରଜ୍ଜଳନ ତାପମାତ୍ରା ବାୟୁର ତାପମାତ୍ରାଠାରୁ ଅଧ‌ିକ ହୋଇଥାଏ ।

→ଜ୍ୱଳନ୍ତ ପଦାର୍ଥ । (Inflammable Substance):
(i) ଯେଉଁ ପଦାର୍ଥର ପ୍ରଜ୍ଜଳନ ତାପମାତ୍ରା ଅତି ନିମ୍ନ, ଖୁବ୍ ସହଜରେ ସେଥ‌ିରେ ନିଆଁ ଧରିପାରେ, ସେଗୁଡ଼ିକୁ ପ୍ରଜ୍ବଳନଶୀଳ ପଦାର୍ଥ କୁହାଯାଏ ।

→ଉଦାହରଣ :
ପେଟ୍ରୋଲ, ସ୍ପିରିଟ୍, LPG, CNG, ମୋବିଲ୍, ଆଲକହଲ୍, ଧଳା ଫସ୍‌ଫରସ୍ ଆଦି ପ୍ରଜ୍ବଳନଶୀଳ ପଦାର୍ଥ । LPG କମ୍ପାନୀମାନେ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ଜାଣିବାପାଇଁ ଇଥାଇଲ୍ ମେଲ୍‌କାପ୍‌ଟାନ ନାମକ
ଉତ୍କଟ ଗନ୍ଧଯୁକ୍ତ ପଦାର୍ଥ ଗ୍ୟାସ୍‌ରେ ମିଶାଇଥା’ନ୍ତି ।

ନିଆଁଲାଗିଲେ କିପରି ନିୟନ୍ତ୍ରଣ କରିବ (How to control Fire) :
(i) ଦହନପାଇଁ ଦାହ୍ୟ ପଦାର୍ଥର ପ୍ରଜ୍ବଳନ ତାପମାତ୍ରା ଓ ସହାୟ ହେଉଥ‌ିବା ବାହ୍ୟ ପରିବେଶ ଆବଶ୍ୟକ । ତେଣୁ ବାହ୍ୟ ପରିବେଶ ଦହନର ସହାୟକ ନ ହେଲେ ଓ ବାହ୍ୟ ପଦାର୍ଥର ପ୍ରଜ୍ଜଳନ ମାତ୍ରା କମାଇଦେଲେ ଦହନକୁ ନିୟନ୍ତ୍ରଣ କର।ଯାଇପାରିବ

→ଚ୍ଚଳଦ୍ଵାରା ନିୟନ୍ତ୍ରଣ:
(a) ନିଆଁଲାଗିବାକ୍ଷଣି ପ୍ରଥମେ ଦମ୍କଳ କେନ୍ଦ୍ରକୁ ଫୋନ କରାଯାଏ ।
(i) ନଆଁଲିଭାଳି ଦଳ ପାଣିଟାଙ୍କିରୁ ନିଆଁ ଉପରକୁ ପାଇପ୍ ସାହାଯ୍ୟରେ ପାଣି ପକାନ୍ତି ।
(ii) ଜଳର ଉପସ୍ଥିତିରେ ଦାହ୍ୟ ପଦାର୍ଥଗୁଡ଼ିକର ତାପମାତ୍ରା ପ୍ରଜ୍ଜ୍ୱଳନ ତାପମାତ୍ରାଠାରୁ କମିଯାଏ; ଫଳରେ ନିଆଁ ବ୍ୟାପିପାରେ ନାହିଁ ।
(iii) ପାଣିରୁ ସୃଷ୍ଟ ଜଳୀୟବାଷ୍ପ ଅମ୍ଳଜାନଠାରୁ ଭାରୀହେତୁ ଦାହ୍ୟ ପଦାର୍ଥର ଚାରିପଟେ ଏକ ଆସ୍ତରଣ ଆକାରରେ ଘେରିଯାଏ; ଫଳରେ ଅକ୍‌ସିଜେନ୍ ନିଆଁ ପାଖରେ ପହଁଞ୍ଚିପାରେ ନାହିଁ । ତେଣୁ ନିଆଁ ଲିଭିଯାଏ ।
(iv) ଦହନ ପାଇଁ ଦାହ୍ୟ ପଦାର୍ଥ, ଦହନ ସହାୟକ ପଦାର୍ଥ ଓ ପ୍ରଜ୍ବଳନ ତାପମାତ୍ରା ଆବଶ୍ୟକ । ନିଆଁଲିଭାଳିମାନେ ଦହନରେ ସହାୟକ ପଦାର୍ଥ ଓ ପ୍ରଜ୍ଜଳନ ତାପମାତ୍ରା ଉଭୟକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି ।
(v) ନିଆଁ ଲିଭାଇବାରେ ଜଳ ଏକ ଭଲ ସହାୟକ ପଦାର୍ଥ; ମାତ୍ର ଜଳ ସବୁ ନିଆଁକୁ ଲିଭାଇପାରେ ନାହିଁ ।
(viii) ପେଟ୍ରୋଲ, ଡିଜେଲ୍ ଆଦି ତୈଳଜନିତ ଅଗ୍ନିକାଣ୍ଡରେ ଜଳ ପ୍ରୟୋଗ କଲେ ଜଳ ତୈଳଠାରୁ ଭାରୀ ହେତୁ ଜଳ ଉପରେ ତୈଳ ଜଳିଥାଏ । ଏଣୁ ଜଳ ଏପରି ନିଆଁ ଲିଭାଇପାରେ ନାହିଁ ।

→ଅଙ୍ଗାରକାମ୍ଳ ଦ୍ୱି।ରା ନିୟନ୍ତ୍ରଣ:
(i) ବିଦ୍ୟୁତ୍ ଲିକେଜ୍ଜନିତ ଅଗ୍ନିକାଣ୍ଡରେ ଜଳ ସାହାଯ୍ୟରେ ଲିଭାଇଲେ ବିଦ୍ୟୁତ୍ ଆଘାତର ସମ୍ଭାବନା ଥାଏ । କାରଣ ସାଧାରଣ ଜଳ ବିଦ୍ୟୁତ୍ ସୁପରିବାହୀ । ତେଣୁ ଏଭଳି କ୍ଷେତ୍ରରେ ଅଙ୍ଗାରକାମ୍ଳ ଗ୍ୟାସ୍ (କାର୍ବନ ଡାଇଅକ୍‌ସାଇଡ୍) ଦ୍ଵାରା ନିଆଁ ଲିଭାଯାଇଥାଏ ।

ଅଗ୍ନି ନିର୍ବାପକ ଯନ୍ତ୍ର :
ଉଚ୍ଚଚାପରେ ତରଳୀକୃତ ଅଙ୍ଗାରକାମ୍ଳ ସିଲିଣ୍ଡରାକୃତି ବା କୋନାକୃତି ଅଗ୍ନି ନିର୍ବାପକ ଯନ୍ତ୍ର (Fire Extinguisher) ରେ ରଖାଯାଇଥାଏ । ନିଆଁଲିଭାଇବାବେଳେ ସିଲ୍‌କୁ ଭାଙ୍ଗିଦେଲେ ଅଙ୍ଗାରକାମ୍ଳ ଗ୍ୟାସ୍ ବାହାରି ନିଆଁକୁ ଲିଭାଇ ଦିଏ ।

BSE Odisha 8th Class Science Notes Chapter 6 ଦହନ ଓ ଶିଖା 4

ସୋଡ଼ିୟମ ବାଇକାର୍ବୋନେଟ୍ କିମ୍ବା ପୋଟାସିୟମ୍ ବାଇକାର୍ବୋନେଟ୍ :
ବାଇସୋଡ଼ା (ସୋଡ଼ିୟମ୍‌ ବାଇକାର୍ବୋନେଟ୍) କିମ୍ବା ପୋଟାସିୟମ୍ ବାଇକାର୍ବୋନେଟ୍‌କୁ ନିଆଁ ଉପରେ ବିଞ୍ଚିଦେଲେ ମଧ୍ୟ ଅଙ୍ଗାରକାମ୍ଳ ସୃଷ୍ଟିହୋଇ ନିଆଁ ଲିଭିଯାଏ ।

BSE Odisha 8th Class Science Notes Chapter 6 ଦହନ ଓ ଶିଖା

→ବାଲିଦ୍ଵାରା :
ନିଆଁ ଲାଗିଥିବା ସ୍ଥାନରେ ବାଲି ପକାଇ ମଧ୍ୟ ନିଆଁ ଲିଭାଯାଇପାରିବ ।
ଯାନବାହାନରେ ନିଆଁ ନ ଲାଗିବା ପାଇଁ ସାବଧାନତା ଓ ଉପାୟ

1. ନିରାପଦରେ ଗାଡ଼ି ଚକକଟା
2. ଅଗ୍ନି ନିର୍ବାପକ ଯନ୍ତ୍ରକୁ ପାଖରେ ରଖୁବା
3. ଗାଡ଼ି ଯାନବାହନକୁ ଶ୍ରୁତିକଟୂ ଧ୍ୱନିରୁ ମୁକ୍ତ କରିବା
4. ପ୍ରଜ୍ବଳନଶୀଳ ପଦାର୍ଥକ ପରିବହନ ନ କରିବା
5. ପେଟ୍ରୋଲ ଟାଙ୍କି ଓ ତେଲ ପାଇପକୁ ଯାଞ୍ଚକରିବା
6. ଗଢିର ଚ୍ୟାରେ ତାକୁ ଯାଞ୍ଚ କରିବା
7. ନିରାପଦ ସ୍ଥାନରେ ଗାଡ଼ି ପାକିଂ କରିବା

→ଦହନର-ପ୍ରକାରଭେଦ (Types of Combustion) :
BSE Odisha 8th Class Science Notes Chapter 6 ଦହନ ଓ ଶିଖା 5
(i) ଦ୍ରୁତ ଜାଳେଣି (Rapid Combustion) :
(a) ଗୋଟିଏ ପେଟ୍ରୋଲ କିମ୍ବା ଡିଜେଲଭିଜା କନାରେ ଜଳନ୍ତା ଦିଆସିଲି କାଠି ପକାଇଦେଲେ କପଡ଼ାଟି ସଙ୍ଗେ ସଙ୍ଗେ ଜଳିଉଠେ । ଗ୍ୟାସ୍ ଚୁଲାରେ ଲାଇଟର୍‌ ଲଗାଇଦେଲେ ସଙ୍ଗେ ସଙ୍ଗେ ଗ୍ୟାସ୍ ଜଳିଉଠେ । ଏପରି ଦହନକୁ ଦ୍ରୁତଦହନ କହନ୍ତି ।
(b) ଏହି ପ୍ରକାର ଦହନରେ ନିଆଁ ଖୁବ୍ ଶୀଘ୍ର ବ୍ୟାପେ ଓ ପ୍ରଚୁର ତାପ ଓ ଆଲୋକ ଉତ୍ପନ୍ନ ହୁଏ ।
(c) ଏପରି ଦହନ ସୃଷ୍ଟି କରୁଥ‌ିବା ପଦାର୍ଥଗୁଡ଼ିକର ପ୍ରଜ୍ଜଳନ ତାପମାତ୍ରା ବହୁତ କମ୍ ।
ଯେଉଁ ଦହନ ପ୍ରକ୍ରିୟାରେ ଖୁବ୍ କମ୍ ସମୟ ମଧ୍ୟରେ ପ୍ରଚୁର ତାପ ଓ ଆଲୋକ ସୃଷ୍ଟି ହୁଏ, ତାହାକୁ ଦ୍ରୁତ ଦହନ କୁହାଯାଏ ଉଦାହରଣ –
ଉଦାହରଣ – (a) ଗ୍ୟାସ ଚୁଲା ଖୋଲି ଜଳନ୍ତା ଦିଆସିଲି କାଠି ଦେଖାଇବା ।

(ii) ତ8 ଦହନ (Spontaneous Combustion) :
(a) ଧଳା ଫସ୍‌ଫରସ୍‌ ବାୟୁରେ ରଖିଦେଲେ ଆପଣାଛାଏଁ ପ୍ରଜ୍ଜ୍ୱଳନ ତାପମାତ୍ରାରେ ପହଞ୍ଚି ଜଳେ । ପ୍ରଚଣ୍ଡ ସୌରତାପରେ ଆପେ ଆପେ କୋଇଲା ଗଦାରେ ନିଆଁ ଲାଗିଯାଏ ।
(b) ପେଟ୍ରୋଲଭିଜା କପଡ଼ା ଉପରକୁ ଜଳନ୍ତା କାଠି ପକାଇବା ।
(c) ଖରାଦିନେ କୋଇଲା ଖଣିରେ ଆପେ ଆପେ ନିଆଁ ଲାଗିଯାଏ । କୋଇଲା ତାପକୁ ସହଜରେ ଗ୍ରହଣ କରି ପ୍ରଜ୍ବଳନ ତାପମାତ୍ରାରେ ପହଞ୍ଚିଯାଏ । ତେଣୁ କୋଇଲାଖଣିରେ ଅଗ୍ନି ନିର୍ବାପକ ସିଲିଣ୍ଡରମାନ ଥାଏ । ଏହା ମଧ୍ୟ ସ୍ବତଃ ଦହନର ଉଦାହରଣ ।

ଉଦାହରଣ – (a) ଧଳା ଫସ୍‌ଫରସ୍ ବାୟୁ ସଂସ୍ପର୍ଶରେ ଆସିବା ।
(b) ଖରାଦିନେ କେତେକ ସ୍ଥାନରେ ପ୍ରଚଣ୍ଡ ତାତିରେ କୋଇଲା ଗଦାରେ ବେଳେବେଳେ ନିଆଁ ଲାଗିବା ।

(iii) ବିସ୍ଫୋରଣ (Explosion) :
ତାଳଫୋଟକା ଫୁଟାଇଲାବେଳେ ବାରୁଦର ରାସାୟନିକ ପ୍ରତିକ୍ରିୟା ଘଟି ଅତି ଅଳ୍ପ ସମୟରେ ଅତିମାତ୍ରାରେ ତାପ, ଆଲୋକ ଓ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହୁଏ । ଏପରି ଦହନକୁ ବିସ୍ଫୋରଣ କୁହାଯାଏ । ଉଦାହରଣ – ବିସ୍ଫୋରଣ

(iv) ମୃଦୁ ଦହନ (Slow Combustion) :
(a) ଖାଦ୍ୟ ହଜମ ହେବା, ଲୁହାରେ କଳଙ୍କି ଲାଗିବା, ରୁପା କାନଫୁଲ କଳା ପଡ଼ିଯିବା ଆଦିରେ ଆଦୃଶିଆ ତାପ ଓ ଆଲୋକ ସୃଷ୍ଟି ହୁଏ ନାହିଁ; ମାତ୍ର ବହୁ ସମୟପରେ ପରିବର୍ତ୍ତନ ଜାଣି ହୁଏ ।
(b) ଦହନ ଧୀରଗତିରେ ଚାଲୁଥିବାରୁ ଏପରି ଦହନକୁ ମୁଦ୍ର ଦହନ କହନ୍ତି । ଯେଉଁ ଦହନ ପ୍ରକ୍ରିୟାରେ ଆଖୁଦୃଷ୍ଟିଆ ତାପ ଓ ଆଲୋକ ସୃଷ୍ଟି ହୁଏ ନାହିଁ ଓ ଅତି ମନ୍ଥର ଗତିରେ ଚାଲିଥାଏ, ତାହାକୁ ମୃଦୁ ଦହନ କୁହାଯାଏ ।

BSE Odisha 8th Class Science Notes Chapter 6 ଦହନ ଓ ଶିଖା

ଉଦାହରଣ –
(a) ଖାଦ୍ୟ ଦହନ ହେବା
(b) ଲୁହାରେ କଳଙ୍କି ଲାଗିବା

→ଶିଖା (Flame) :
(i) ଶିଖା କହିଲେ ସାଧାରଣତଃ ଅଗ୍ନିର ପ୍ରବାହ ବହନକରୁଥିବା ଉଜ୍ଜ୍ଵଳ ଆଲୋକକୁ ବୁଝାଯାଏ ।
(ii) ଗ୍ୟାସ୍ ଚୁଲାର ଶିଖା, ମାଗ୍ନେସିୟମ୍ ଦହନବେଳେ ମିଳୁଥିବା ଶିଖା ଏକାଭଳି ନୁହେଁ । ସବୁପ୍ରକାର ଦହନରେ ଶିଖା ଦେଖାଯାଏ ନାହିଁ । ସମସ୍ତ କ୍ଷେତ୍ରରେ ଶିଖାର ଆକୃତି ଓ ବର୍ଣ୍ଣ ଏକାଭଳି ନୁହେଁ ।

ତୁମ ପାଇଁ କାମ :
ବର୍ତ୍ତମାନ କିଛି ପଦାର୍ଥର ଦହନରେ ଶିଖା କିପରି ସୃଷ୍ଟି ହେଉଛି ଦେଖୁବା ।
BSE Odisha 8th Class Science Notes Chapter 6 ଦହନ ଓ ଶିଖା 6

ଶିଖା କାହିଁକି ସୃଷ୍ଟି ହୁଏ ?
→ତୁମପାଇଁ କାମ :
ଗୋଟିଏ ମହମବତି ଜଳାଅ । ଗୋଟିଏ କାଚନଳୀକୁ ଚିମୁଟାରେ ଧରି ତାହାର ଗୋଟିଏ ପ୍ରାନ୍ତକୁ ମହମବତି ଶିଖାର କେନ୍ଦ୍ରରେ ଥିବା ଦୀପ୍ତିହୀନ ଅଞ୍ଚଳରେ ରଖ । ତୁମ ସାଙ୍ଗ ଗୋଟିଏ ଜଳନ୍ତା ଦିଆସିଲି କାଠି ଗ୍ଲାସନଳୀର ଅନ୍ୟ ପ୍ରାନ୍ତରେ ଦେଖାଉ । ଦିଆସିଲି କାଠି ଦେଖାଇଥବା ପାର୍ଶ୍ବରେ ଏକ ଶିଖା ଦେଖାଯିବ । ଏହା କେଉଁଠୁ ଆସିଲା ? ଲକ୍ଷ୍ୟକର ଯେ ମହମବତିର ଭିତରେ ଥିବା ସଳିତା ନିକଟରେ ମହମ ଆପେ ଆପେ ତରଳିଯାଉଛି । ଏପରି କାହିଁକି ହେଉଛି ?
BSE Odisha 8th Class Science Notes Chapter 6 ଦହନ ଓ ଶିଖା 7
ଯେଉଁ ପଦାର୍ଥର ଦହନ ସମୟରେ ସେଥିରୁ କିଛି ତରଳି ବାଷ୍ପୀଭୂତ ହୁଏ, ସେହି ପଦାର୍ଥ ଜଳି ଶିଖା ସୃଷ୍ଟି କରେ । ମହମବତି ଜଳିବାବେଳେ କିଛି ମହମ ସଳିତା ନିକଟରେ ତରଳିଯାଏ । (କେତେକ କ୍ଷେତ୍ରରେ କିଛି ମହମ ତରଳି ମହମବତି ଧାରଦେଇ ତଳକୁ ବୋହିଯାଏ ଓ ତଳେ ବସିଯାଏ) । ତରଳ ମହମରୁ କିଛି ଅଂଶ ସଳିତାଦ୍ୱାରା ଉପରକୁ ଉଠି ବାଷ୍ପୀଭୂତ ହୁଏ ଏବଂ ସେହି ବାଷ୍ପର ଦହନରୁ ଶିଖା ସୃଷ୍ଟି ହୁଏ । କାଚନଳୀକୁ ଶିଖାର ଦୀପ୍ତିହୀନ ଅଞ୍ଚଳରେ ଦେଖାଇଲେ ଦହନ ହୋଇ ନଥିବା ମହମ ବାଷ୍ପ କାଚନଳୀ ମଧ୍ୟଦେଇ ଅପର ପ୍ରାନ୍ତକୁ ଯାଏ ଏବଂ ସେଠାରେ ଦହନ ଦ୍ୱାରା ଶିଖା ଦେଖାଯାଏ ।

→ଏକ ନିଆଁର ଗଠନ (Structure of a flame) :
ମହମବତି ଶିଖାର ତିନୋଟି ମଣ୍ଡଳ ଅଛି; ଯଥା- ଅତିଦୀପ୍ତ ମଣ୍ଡଳ, ଦୀପ୍ତିମାନ ମଣ୍ଡଳ ଓ ଦୀପ୍ତିହୀନ ମଣ୍ଡଳ ।
BSE Odisha 8th Class Science Notes Chapter 6 ଦହନ ଓ ଶିଖା 8
(i) ଅତିଦୀପ୍ତ ମଣ୍ଡଳ । (Non-Luminous Zone) :
(a) ଏଠାକାର ତାପମାତ୍ର ସର୍ବାଧିକା
(b) ଏହି ମଣ୍ଡଳଟି ଶିଖାର ବାହ୍ୟତମ ସ୍ତର ।
(c) ଏହି ମଣ୍ଡଳଟି ପ୍ରାୟ ଅଦୃଶ୍ୟ ବା ଈଷତ୍ ନୀଳବର୍ଣ୍ଣର ।
(d) ଏଠାକାର କଣିକାମାନଙ୍କର ସଂପୂର୍ଣ ଦହନ ହୁଏ ।

BSE Odisha 8th Class Science Notes Chapter 6 ଦହନ ଓ ଶିଖା

(ii) ଉଜ୍ଜ୍ୱଳ ଜୋନ୍ । (Luminous Zone) :
(a) ଏହା ଶିଖାର ଆଲୋକ ପ୍ରଦାନକାରୀ ମଣ୍ଡଳ ।
(b) ଏହି ମଣ୍ଡଳଟି ଶିଖାର ମଧ୍ୟମସ୍ତର ।
(c) ଏହି ମଣ୍ଡଳଟି ଶିଖାର ସବୁଠୁଁ ବେଶୀ ଅଞ୍ଚଳ ଅଧିକାର କରିଥାଏ ।
(d) ଏଠାକାର କଣିକାମାନଙ୍କର ଅଦୃଶ୍ୟ ଦହନ କରିଥାଏ ।

(iii) ଅନ୍ଧାର ଅଞ୍ଚଳ । (Dark Zone):
(a) ଶିଖାର କେନ୍ଦ୍ରାଞ୍ଚଳରେ ଥ‌ିବା ଦୀପ୍ତିହୀନ ମଣ୍ଡଳ ଅଞ୍ଚଳଟି ସାମାନ୍ୟ ଅନ୍ଧାରୁଆ ଦିଶେ ।
(b) ଏଠାରେ ତାପମାତ୍ରା କମ୍ ହେତୁ କଣିକାମାନଙ୍କର ଦହନ ଏଠାରେ ହୁଏ ନାହିଁ ।
(c) ଏହା ଶିଖାର ଅନ୍ତଃସ୍ତର ।

→ତୁମପାଇଁ କାମ :
(a) ଏକ ମହମବତି ଜଳାଅ । ଶିଖା ସ୍ଥିର ଥ‌ିବାବେଳେ ତାହାର ଦୀପ୍ତମାନ ମଣ୍ଡଳରେ ଚିମୁଟାଦ୍ଵାରା ଗୋଟିଏ ଷ୍ଟିଲ୍‌ଥାଳି କିଛି ସମୟ ଦେଖାଅ । ଥାଳିଟିକୁ କିଛି ସମୟପରେ ବାହାର କରି ଆଣିଲେ ଥାଳି ଉପରେ ବୃତ୍ତାକାରର କଳା ଲାଗିଥିବାର ଦେଖୁ । ଏପରି କାହିଁକି ହେଲା ?
ଉ-
ଅପେକ୍ଷାକୃତ କମ୍ ଦୀପ୍ତିମାନ ମଣ୍ଡଳରେ ମହମ କଣିକାମାନଙ୍କର ଅସଂପୂର୍ଣ୍ଣ ଦହନ ହେତୁ ଏହା ସମ୍ଭବ ହେଲା ।

(b) ଏକ ଫୁଟ ଲମ୍ବା ଏକ ସରୁ ତମ୍ବାତାର ନେଇ ଚିମୁଟାରେ ତାହାର ଗୋଟିଏ ପ୍ରାନ୍ତ ଧରି ତାରଟିକୁ 30 ସେକେଣ୍ଡ ପର୍ଯ୍ୟନ୍ତ ଶିଖାର ଧାତବ ତାର ଉତ୍ତପ୍ତ ହୋଇ ଲାଲ୍ ପଡ଼ିଗଲା; କିନ୍ତୁ ଅନ୍ୟ ମଣ୍ଡଳରେ ତାର ଲାଲ୍ ହେଲା ନାହିଁ । ଏପରି ହେବାର କାରଣ।
ଉ-
ଅତିଦୀପ୍ତ ଶିଖାରେ କଣିକାମାନଙ୍କର ସଂପୂଣ୍ଣ ଦହନ ଫଳରେ ତାପମାତ୍ରା ସର୍ବାଧିକ ହୁଏ । ତେଣୁ ଏଠାରେ ତମ୍ବା ତାରର ହେଲା ।
BSE Odisha 8th Class Science Notes Chapter 6 ଦହନ ଓ ଶିଖା 9

→ଇନ୍ଧନ (Fuel):
ଯେଉଁ ଦାହ୍ୟ ପଦାର୍ଥ ଦହନ ସମୟରେ ତାପ ଓ ଆଲୋକ ସୃଷ୍ଟି କରିଥାଏ, ତାହାକୁ ଇନ୍ଧନ କୁହାଯାଏ । ଇନ୍ଧନ ତିନି ପ୍ରକାର ।
(a) କଠିନ ଇନ୍ଧନ
(b) ତରଳ ଇନ୍ଧନ ଓ
(c) ଗ୍ୟାସୀୟ ଇନ୍ଧନ ।
(i) ପ୍ରତ୍ୟେକ ଇନ୍ଧନ ଏକ ଦାହ୍ୟ ପଦାର୍ଥ ।
(ii) କାଠ, କୋଇଲା, ଘଷି, ଆଦି କଠିନ ଇନ୍ଧନ ।
(iii) କିରାସିନି, ପେଟ୍ରୋଲ, ଡିଜେଲ ଆଦି ତରଳ ଇନ୍ଧନ ।
(iv) ହାଇଡ୍ରୋଜେନ୍, ମିଥେନ୍ ଆଦି ଗ୍ୟାସୀୟ ଇନ୍ଧନ ।
ପ୍ରତ୍ୟେକ ଇନ୍ଧନ ଗୋଟିଏ ବାହ୍ୟ ପଦାର୍ଥ, ମାତ୍ର ପ୍ରତ୍ୟେକ ଦାଦ୍ୟ ପଦାର୍ଥ ରନ୍ଧନ ନୁହନ୍ତି ।

BSE Odisha 8th Class Science Notes Chapter 6 ଦହନ ଓ ଶିଖା

→ଆଦର୍ଶ ଇନ୍ଧନର ଲକ୍ଷଣ:
ଗୋଟିଏ ଉତ୍ତମ ଇନ୍ଧନ ଜାଣିବା ପାଇଁ ନିମ୍ନଲିଖୂତ ଗୁଣ ଥିବା ଆବଶ୍ୟକ –
(i) ଏହାକୁ ଜାଳିଲେ ବେଶି ପାଉଁଶ, ବିଷାକ୍ତ ଗ୍ୟାସ୍ ବା ବର୍ଜ୍ୟବସ୍ତୁ ମିଳୁ ନଥ‌ିବ ।
(ii) ଏହା ଶସ୍ତା ଓ ସୁବିଧାରେ ସବୁଠାରେ ମିଳୁଥିବ ।
(iii) ଏହାକୁ ସଂରକ୍ଷଣ କରି ବେଶିଦିନ ସୁବିଧାରେ ରଖାଯାଇପାରୁଥ‌ିବ ।
(iv) ଏହାକୁ ସହଜରେ ସ୍ଥାନାନ୍ତରିତ କରି ହେଉଥ‌ିବ ।
(v) ଏହାର ଉଚ୍ଚ କ୍ୟାଲୋରୀ ମୂଲ୍ୟ ଥ‌ିବ; ଅର୍ଥାତ୍ ଅପେକ୍ଷାକୃତ ଅଳ୍ପ ଇନ୍ଧନରୁ ବେଶୀ ତାପଶକ୍ତି ଉତ୍ପନ୍ନ ହେଉଥ‌ିବ ।
(vi) ଏହାର ଦହନକୁ ସହଜରେ ନିୟନ୍ତ୍ରଣ କରାଯାଇପାରୁଥ‌ିବ ।
କୌଣସି ଇନ୍ଧନ ଶହେ ପ୍ରତିଶତ ଆଦର୍ଶ ଇନ୍ଧନ ନୁହେଁ ।

→ଇନ୍ଧନ ଦକ୍ଷତା (Fuel Efficiency) :
(i) ଏକ କିଲୋଗ୍ରାମ୍ ଇନ୍ଧନର ସଂପୂର୍ଣ୍ଣ ଦହନରୁ ଯେତିକି ପରିମାଣର ତାପ ମିଳେ ତାକୁ ଇନ୍ଧନର କ୍ୟାଲୋରୀ ମୂଲ୍ୟ (Calorific Value of Fuel) କହନ୍ତି ।
(ii) ଏହ।ର ଏକକମାନ kJ/gram, Joule/gram, Joule/kg, Calorie/gm, kJ/kg. ଇତ୍ୟାଦି।
BSE Odisha 8th Class Science Notes Chapter 6 ଦହନ ଓ ଶିଖା 10

→ଇନ୍ଧନର କ୍ଷତିକାରୀ ପ୍ରଭାବ (Harmful Effects of Fuels) :
(i) କାଠ, କୋଇଲା, ଗୋବର ଘଷି ଆଦି ଇନ୍ଧନମାନଙ୍କର ଦହନରୁ ସୃଷ୍ଟ କାର୍ବନ୍ କଣିକାର ପରିମାଣ ବାୟୁମଣ୍ଡଳରେ ଅଧିକ ହେଲେ ଏହା ଶ୍ଵାସଜନିତ ରୋଗ; ଯଥା- ଆଜ୍‌ମା, ବ୍ରୋଙ୍କାଇଟିସ୍, ଯକ୍ଷ୍ମା ଆଦି ରୋଗ ସୃଷ୍ଟି କରେ ।
(ii) କାଠ, କୋଇଲା, ଗୋବର ଘଷି ଆଦି ଇନ୍ଧନମାନଙ୍କର img ବିଷାକ୍ତ ଗ୍ୟାସ୍ ଉତ୍ପନ୍ନ ହୁଏ । ଏକ ରୁଦ୍ଧ କୋଠରିରେ ବେଶି ସମୟଧରି କୋଇଲା ଜାଳି ଶୋଇଲେ ପ୍ରାଣହାନୀର ଆଶଙ୍କା ଥାଏ ।
(iii) ଅଧିକାଂଶ ଇନ୍ଧନର ସମ୍ପୂର୍ଣ୍ଣ ଦହନରୁ କାର୍ବନ୍ ଡାଇଅକ୍‌ସାଇଡ୍ ଉତ୍ପନ୍ନ ହୁଏ । ଏହାର ପ୍ରତିଶତ ମାତ୍ରା ବାୟୁମଣ୍ଡଳରେ ବୃଦ୍ଧିଯୋଗୁଁ ପୃଥ‌ିବୀର ଉତ୍ତାପ ବୃଦ୍ଧି ପାଉଛି । ପୃଥ‌ିବୀର ଏହି ଉତ୍ତାପ ବୃଦ୍ଧିକୁ ଗ୍ଲୋବାଲ୍ ୱାମିଂ (Global Warming) କହନ୍ତି । ଗ୍ଲୋବାଲ ୱାମିଂ ପୃଥ‌ିବୀର ବାୟୁମଣ୍ଡଳର ହାରାହାରି ତାପମାତ୍ରା ବୃଦ୍ଧିକୁ ସୂଚାଏ । ଏହା ଯୋଗୁଁ ମେରୁ ଅଞ୍ଚଳର ବରଫ ତରଳି ସମୁଦ୍ର ପତ୍ତନ ବୃଦ୍ଧିର ଆଶଙ୍କା କରାଯାଉଛି । ଏତଦ୍‌ବ୍ୟତୀତ ଅକାଳବର୍ଷା ଏଡ଼ାଇ ଦିଆଯାଇ ନପାରେ । ଗ୍ଲୋବାଲ ୱାମିଂ ପୃଥ‌ିବୀର ବାୟୁମଣ୍ଡଳର ହାରାହାରି ତାପମାତ୍ରା ବୃଦ୍ଧିକୁ ସୂଚାଏ ।
(iv) ଜୀବାଶ୍ମ ଇନ୍ଧନର ଦହନରୁ ସଲ୍‌ଫର୍‌ ଡାଇଅକ୍‌ସାଇଡ୍ ନିର୍ଗତ ହୁଏ । ଏସବୁ ଗ୍ୟାସ୍ ଅମ୍ଳୀୟ ପ୍ରକୃତିର ଏବଂ ଏମାନେ ବାୟୁମଣ୍ଡଳରେ ରହି ବର୍ଷାଜଳ ସହ ମିଶି ପୃଥ‌ିବୀପୃଷ୍ଠକୁ ଆସିଥା’ନ୍ତି । ଏପ୍ରକାର ବୃଷ୍ଟିକୁ ଅମ୍ଳ ବୃଷ୍ଟି (Acid Rain) କୁହାଯାଏ । ଏହା ଆମର କୋଠାବାଡ଼ି, ଫସଲ ଓ ମୃତ୍ତିକା ପ୍ରତି ବିପଦ ସୃଷ୍ଟି କରେ ।
(v) ବର୍ତମାନ ପେଟ୍ରୋଲ୍ ଓ ଡିଜେଲ୍ ପରିବର୍ତ୍ତେ ବିଭିନ୍ନ ଯାନବାହନରେ CNG ବ୍ୟବହାର କରାଯାଉଛି । CNG ଖୁବ୍ କମ୍ ପରିମାଣରେ କ୍ଷତିକାରକ ପଦାର୍ଥ ଉତ୍ପନ୍ନ କରିଥାଏ ।

BSE Odisha 8th Class Science Notes Chapter 6 ଦହନ ଓ ଶିଖା

→ବିଷୟଭିତ୍ତିକ ଶବ୍ଦାବଳୀ :

ଜାଳ – Combustion
ଇନ୍ଧନ – Fuel
ଜାଳେଣୀ ପଦାର୍ଥ – Combustible material
ଜ୍ୱଳନ୍ତ ପଦାର୍ଥ – Inflammable substance
ଇଗ୍ନିସନ ତାପମାତ୍ରା ସ୍ ont ତ aneous ସ୍ପୃତ ଜାଳେଣି – Ignition temperature Spontaneous Combustion
ଏକ୍ସପୋଜିସନ୍ – Expiosion
ଅଗ୍ନି – Flame
ଇନ୍ଧନର ମୂଲ୍ୟବାନ ମୂଲ୍ୟ – Calorific value of fuel
ଇନ୍ଧନ ଦକ୍ଷତା – Fuel Efficiency
ପାର୍ଥିବ ଉଷ୍ମତା – Global Warming
ଅମ୍ଳ ବର୍ଷା – Acid Rain
ଅଗ୍ନି – Flame

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Odisha State Board BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା  Textbook Exercise Questions and Answers.

BSE Odisha Class 6 Odia Solutions Chapter 7 ମୋ ଜୀବନର ଅଭୁଲା କଥା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଲେଖକ ଚତୁର୍ଥ ଶ୍ରେଣୀରେ ପଢୁଥିବାବେଳେ ଦେଶର ଅବସ୍ଥା କିପରି ଥିଲା ?
Answer:
ଲେଖକ ଚତୁର୍ଥ ଶ୍ରେଣୀରେ ପଢ଼ୁଥ‌ିବାବେଳେ ମହାତ୍ମା ଗାନ୍ଧିଙ୍କର ସ୍ଵାଧୀନତା ଆନ୍ଦୋଳନର ଆହ୍ଵାନ ସାରା ଦେଶରେ ବ୍ୟାପି ଯାଇଥିଲା ।

(ଖ) ୧୯୨୧ ମସିହାରେ ଭାରତରେ ହୋଇଥିବା ଆନ୍ଦୋଳନର ନାମ କ’ଣ୍ ?
Answer:
୧୯୨୧ ମସିହାରେ ଭାରତରେ ହୋଇଥିବା ଆନ୍ଦୋଳନର ନାମ ଅସହଯୋଗ ଆନ୍ଦୋଳନ ।

(ଗ) ମହାତ୍ମା ଗାନ୍ଧି ପାରଳାଖେମୁଣ୍ଡି ଆସି କ’ଣ କଲେ ?
Answer:
ମହାତ୍ମା ଗାନ୍ଧି ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସି ସଭା କଲେ ଓ ସେହି ସଭାରେ ଜାତୀୟତାର ବୀଜ ଲୋକମାନଙ୍କ ହୃଦୟରେ ରୋପଣ କରିଦେଲେ ।

(ଘ) ଛାତ୍ରମାନେ ଗାନ୍ଧିଜୀଙ୍କୁ କିପରି ସୁରକ୍ଷା ଦେଇଥିଲେ ?
Answer:
ଛାତ୍ରମାନେ ଚକ୍ରାକାରରେ ଘେର କରି ହାତକୁ ହାତ ଛନ୍ଦି ମଝିରେ ମହାତ୍ମାଙ୍କୁ ରଖ୍ ଜନଗହଳି ମଧ୍ୟରେ ମଞ୍ଚ ଉପରକୁ ନେବାକୁ ଚେଷ୍ଟା କଲେ ।

(ଙ) ଗାନ୍ଧିଜୀ ଲେଖକଙ୍କୁ କ’ଣ କହିଥିଲେ ?
Answer:
ଜନତାର ଚାପକୁ ସମ୍ଭାଳି ନପାରି ଲେଖକ ମହାତ୍ମାଙ୍କର ପିଠି ଆଡ଼କୁ ଠେଲି ହୋଇଯାଇଥିଲେ । ଗାନ୍ଧିଜୀ ଏପରି ଅବସ୍ଥାରେ ତାଙ୍କ ଆଡ଼କୁ ଚାହିଁ ଟିକେ ହସିଦେଇ ହିନ୍ଦୀରେ କହିଥିଲେ, ‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?’’

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୨।
ଉତ୍ତର ଲେଖ ।
(କ) ଲେଖକ କାହାକୁ ନିଜର ପିତାମହୀ ଓ କାହାକୁ ଜନନୀ ବୋଲି କହିଛନ୍ତି ?
Answer:
ଲେଖକ ଭାରତମାତାକୁ ନିଜର ପିତାମହୀ ଓ ଉତ୍କଳକୁ ଜନନୀ ବୋଲି କହିଛନ୍ତି ।

(ଖ) ଗରିବ ବାଳକଟିର ବେଶଭୂଷା କିପରି ଥୁଲା ?
Answer:
ଗରିବ ବାଳକଟି ଛିଣ୍ଡାଲୁଗା ଖଣ୍ଡେ ପିନ୍ଧିଥିଲା । ମଇଳା ବୁକୁଚାଟିଏ ହାତରେ ଧରିଥିଲା । ତା’ର ବର୍ଷ ଗୋରା । ସେ ସୁସ୍ଥସବଳ ଥିଲା । ମାତ୍ର ବହୁତଦିନ ଧରି ନ ଖାଇଥିବାରୁ ତା’ର ମୁହଁ ଶୁଖୁଲା

(ଗ) ଲେଖକ ପିଲାଟିକୁ କିପରି ସାହାଯ୍ୟ କଲେ ?
Answer:
ଲେଖକ ପିଲାଟି ସହ କଥାବାର୍ତ୍ତାରୁ ଜାଣିଲେ ଯେ ତା’ର ପଢ଼ିବାର ଆଗ୍ରହ ଅଛି । ତେଣୁ ଲେଖକ ତା’ର ବହିପତ୍ର, ଜାମା – ଲୁଗା, ଖାଇବା ପିଇବା, ଦରମା ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କରି ପିଲାଟିର ପାଠ ପଢ଼ିବାର ବନ୍ଦୋବସ୍ତ କରିଦେଇଥିଲେ ।

(ଘ) ଉକ୍ତ ପିଲାଟି ସହ ଲେଖକଙ୍କର ପୁଣି କେଉଁ ପରିସ୍ଥିତିରେ ସାକ୍ଷାତ୍‌ ହେଲା ?
Answer:
୧୯୪୩ ମସିହାରେ ଲେଖକ ପୁରୀରୁ ପାରଳାଖେମୁଣ୍ଡି ଫେରୁଥିଲେ । ଖୋର୍ଦ୍ଧା ଷ୍ଟେସନରେ ସେ ମାନ୍ଦ୍ରାଜ ମେଲ୍‌କୁ ଅପେକ୍ଷା କରିଥିଲେ । ଏହି ସମୟରେ ଗୋଟିଏ ସ୍ବତନ୍ତ୍ର ମିଲିଟାରୀ ଗାଡ଼ି ମାନ୍ଦ୍ରାଜରୁ ଆସି ଖୋର୍ଦ୍ଧାରେ ପହଞ୍ଚିଲା । ପ୍ଲାଟଫର୍ମରେ ଛିଡ଼ା ହୋଇଥିବାବେଳେ ସେହି ପିଲାଟି ନିଜେ ସେହି ଗାଡ଼ିର ସ୍ବତନ୍ତ୍ର ବଗିରୁ ଓହ୍ଲାଇ ଆସି ଲେଖକଙ୍କୁ ନମସ୍କାର କଲା । ଏହିପରି ଭାବରେ ଲେଖକଙ୍କର ସେହି ପିଲାଟି ସହ ସାକ୍ଷାତ୍ ହେଲା ।

(ଙ) ମିଲିଟାରୀ ପୋଷାକ ପିନ୍ଧିଥିବା ସେଇ ଯୁବକଙ୍କର ନାଆଁ କ’ଣ ?
Answer:
ମିଲିଟାରୀ ପୋଷାକ ପିନ୍ଧିଥିବା ସେହି ଯୁବକଙ୍କର ନାମ ବ୍ରହ୍ମଚାରୀ ମୁଇଁ ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୩ ।
କେଉଁ ପ୍ରସଙ୍ଗରେ କୁହାଯାଇଛି ?
(କ) ‘ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ???
Answer:
ଯେତେବେଳେ ଲେଖକ ଜନତାର ଭିଡ଼ ମଧ୍ଯରେ ଚାପିହୋଇ ସମ୍ଭାଳି ନ ପାରି ମହାତ୍ମାଙ୍କ ପିଠି ଆଡ଼କୁ ଠେଲି ହୋଇଗଲେ, ସେହି ସମୟରେ ଗାନ୍ଧିଜୀ ଲେଖକଙ୍କୁ ଏକଥା କହିଥିଲେ ।

(ଖ) ‘‘ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ତୁମର ଜ୍ଞାନ ପରିପକ୍ଵ ହେଲେ ଦେଶ ପାଇଁ କର୍ମ କରିବାକୁ ଶକ୍ତି ପାଇବ ।”
Answer:
ମହାତ୍ମା ଗାନ୍ଧିଙ୍କ ଭାଷଣରେ ପ୍ରଭାବିତ ହୋଇ ଲେଖକ ଯେତେବେଳେ ସ୍କୁଲରୁ ନିଜର ନାମକୁ କାଟି ରାଜନୀତିରେ ମାତିଲେ, ସେହି ପ୍ରସଙ୍ଗରେ ତାଙ୍କର ନାନା ତାଙ୍କୁ ସେହି ବାଟରୁ ଓହରିଯିବାକୁ ପରାମର୍ଶ ଦେଇ ଏକଥା କହିଥିଲେ ।

(ଗ) ‘ସୁବିଧା ଓ ପାରିପାର୍ଶ୍ଵକ ଅବସ୍ଥା ହିଁ ମନୁଷ୍ୟକୁ ଉଚ୍ଚ କିମ୍ବା ନୀଚ କରିଥାଏ ।’’
Answer:
ଲେଖକଙ୍କ ଉଦ୍ୟମ ବଳରେ ଭିକାରି ବ୍ରହ୍ମଚାରୀ ମୁଇଁ ସେନାବାହିନୀର ଲେଫ୍‌ଟନାଣ୍ଟ୍‌ ହୋଇପାରିଥିଲା । ଲେଖକଙ୍କ ଉଦ୍ୟମ ଓ ନିଙ ଭାଗ୍ୟ ବଳରେ ପିଲାଟି ଏତେ ଉଚ୍ଚକୁ ଉଠିପାରିଲା । ଏହାକୁ ଲକ୍ଷ୍ୟକରି ଲେଖକ ଏହିକଥା କହିଛନ୍ତି ।

Question ୪।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ ।
ବକ୍ତୃତା, ମହାତ୍ମା, ବୀଜ, ଅଧ୍ୟବସାୟ, ପରିପକ୍ବ
Answer:
ବକ୍ତୃତା – ହରି ସଭାରେ ବକ୍ତୃତା ଦେଲା ।
ମହାମ୍ବା – ଗୋପବନ୍ଧୁ ଓଡ଼ିଶାବାସୀଙ୍କ ପାଇଁ ଜଣେ ମହାତ୍ମା ଥିଲେ ।
ବାଜ – ପିଲାଟି ବୀଜ ରୋପଣ କରୁଛି ।
ଅଧ୍ୟବସାୟ – କଠିନ ଅଧ୍ୟବସାୟର ଫଳ ବ୍ୟର୍ଥ ହୁଏ ନାର୍ହି।
ପରିପକ୍ବ – ଜ୍ଞାନ ପରିପକ୍ଵ ହେଲେ କର୍ମ କରିବାର ଶକ୍ତି ମିଳେ ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୫।
ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) ଅସହଯୋଗ ଆନ୍ଦୋଳନ ସମୟରେ ଲେଖକ କିପରି ସ୍ଵାଧୀନତା ସଂଗ୍ରାମ ସହିତ ସଂଶ୍ଳିଷ୍ଟ ଥିଲେ ?
Answer:
୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ ଦେଶବ୍ୟାପି ଚାଲିଥିଲା । ସେହି ବର୍ଷ ମହାତ୍ମା ଗାନ୍ଧି ପାରଳାଖେମୁଣ୍ଡି ଆସିଥିଲେ । ମାତ୍ର ତାଙ୍କୁ ସଭା କରିବାକୁ ସ୍ଥାନ ମିଳି ନ ଥିଲା । ଲେଖକ ଓ ଅନ୍ୟ ଛାତ୍ରମାନେ ପୁରୁଣା ମାର୍କେଟ ପଡ଼ିଆରେ ଜୋର୍ କରି ସଭା କରିବାକୁ ସ୍ଥିର କଲେ । ଗାନ୍ଧିଜୀଙ୍କୁ ଲୋକଙ୍କ ଗହଳିରୁ ରକ୍ଷାକରି ସଭାମଞ୍ଚକୁ ନେବାର ଦାୟିତ୍ଵ ଲେଖକ ଅନ୍ୟ ଛାତ୍ରମାନଙ୍କ ସହିତ ଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧିଙ୍କ ଭାଷଣରେ ଲେଖକ ବେଶ୍ ପ୍ରଭାବିତ ହୋଇଥିଲେ । ଫଳରେ ସଭାରୁ ଫେରି ସ୍କୁଲରୁ ନିଜର ନାମ କାଟି ରାଜନୀତିରେ ମାତିଥିଲେ । ପିତାଙ୍କ ହସ୍ତକ୍ଷେପ ଯୋଗୁଁ ସେ ସେଥୁରୁ ନିବୃତ୍ତ ହେଲେ । ବହୁ ଚିନ୍ତାକରି ସେ ମଧୁବାବୁ, ଗୋପବନ୍ଧୁଙ୍କ ଆଦର୍ଶ ଅନୁସରଣ କରି ଉତ୍କଳ ଜନନୀର ସେବା ଜନ୍ମଭୂମିର ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ଭାବରେ ସେ ଗ୍ରହଣ କଲେ । ଜନ୍ମଭୂମିର ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ଭାବରେ ସେ ଗ୍ରହଣ କଲେ ।

(ଖ) ‘ବ୍ରହ୍ମଚାରୀ ମୁଇଁ’ର ଭବିଷ୍ୟତ ଗଠନରେ ଲେଖକ କିପରି ସହାୟକ ହେଲେ ?
Answer:
କୌଣସି ଏକ ଦିନ ଲେଖକ ନିଜର ସାଙ୍ଗମାନଙ୍କ ସହ ଘରର ବାରଣ୍ଡାରେ ବସି ଗପ କରୁଥିଲେ । ଏତିକିବେଳେ ଜଣେ ଭିକାରି ବାଳକ ତାଙ୍କ ପାଖକୁ ଭିକ୍ଷା ପାଇବା ଆଶାରେ ଆସିଲା । ପିଲାଟି ଛିଣ୍ଡା ଲୁଗା ପିନ୍ଧିଥିଲା ଓ ଅନାହାରକ୍ଳିଷ୍ଟ ଥିଲା । ଲେଖକ ତା’ର ପରିଚୟ ବୁଝିଲେ । ସାହାଯ୍ୟ କଲେ ସେ ପାଠ ପଢ଼ିବ କି ନାହିଁ ବୋଲି ତାକୁ ପଚାରିଲେ । ତା’ର ପଢ଼ିବାରେ ଆଗ୍ରହ ଥ‌ିବା ଜାଣିପାରି ସାଙ୍ଗମାନଙ୍କଠାରୁ ଚାନ୍ଦାକରି ପିଲାଟିକୁ ପଢ଼ାଇବାକୁ ସ୍ଥିର କଲେ । ତାକୁ ତାଙ୍କର ସାଙ୍ଗମାନେ ବହିପତ୍ର ଓ ଜାମାଲୁଗା ଦେଲେ । ଲେଖକ ତା’ର ଖୁଆପିଆ ଓ ପାଠପଢ଼ା ପାଇଁ ସ୍କଲାର୍‌ସିପ୍ ବ୍ୟବସ୍ଥା କରାଇଦେଲେ। ବାପାଙ୍କୁ କହି ତା’ପାଇଁ ଗୋଟିଏ ଅବୈତନିକ ସ୍ଥାନ ଯୋଗାଡ଼ କରିଦେଲେ । ଏହିଭଳି ଭାବରେ ଲେଖକ ବ୍ରହ୍ମଚାରୀ ମୁଇଁର ଭବିଷ୍ୟତ ଗଠନରେ ସହାୟକ ହେଲେ ।

(ଗ) ପିଲାଟିର ଲେଖକଙ୍କ ପ୍ରତି ଥିବା କୃତଜ୍ଞତା କିପରି ପ୍ରମାଣିତ ହେଲା ?
Answer:
ପୁରୀରୁ ପାରଳାଖେମୁଣ୍ଡି ଯିବା ବାଟରେ ଖୋର୍ଦ୍ଧା ଷ୍ଟେସନ୍‌ରେ ମାନ୍ଦ୍ରାଜ ମେଲ୍‌କୁ ଅପେକ୍ଷା କରି ଲେଖକ ସେଠାରେ ଥ‌ିବା ପ୍ଲାଟଫର୍ମରେ ଠିଆ ହୋଇଥିଲେ । ଏତିକିବେଳେ ଏକ ସ୍ଵତନ୍ତ୍ର ମିଲିଟାରୀ ଗାଡ଼ି ମାନ୍ଦ୍ରାଜରୁ ଆସି ଖୋର୍ଦ୍ଧା ଷ୍ଟେସନ୍‌ରେ ପହିଞ୍ଚିଲା। ସେହି ଗାଡ଼ିରୁ ଏକ ସ୍ଵତନ୍ତ୍ର ବଗିରୁ ଓହ୍ଲାଇପଡ଼ି ମିଲିଟାରୀ ପୋଷାକ ପିନ୍ଧା ଜଣେ ଉଚ୍ଚ କର୍ମଚାରୀ ଲେଖକଙ୍କୁ ନମସ୍କାର କଲା ଏବଂ ସେ ବ୍ରହ୍ମଚାରୀ ମୁଇଁ ବୋଲି ନିଜର ପରିଚୟ ଦେଲା । ଲେଖକଙ୍କର କରୁଣାରୁ ସେ ଯେ ଆଜି ସେହି ଲେଫ୍‌ଟନାଣ୍ଡ୍ ପଦବୀରେ ନିଯୁକ୍ତ ହୋଇପାରିଛି, ତାହା ମଧ୍ୟ ଲେଖକଙ୍କୁ ଜଣାଇଥିଲା । ଏହି କଥାରୁ ପିଲାଟିର ଲେଖକଙ୍କ ପ୍ରତି ଥିବା କୃତଜ୍ଞତା ପ୍ରମାଣିତ ହୋଇ ପାରିଥିଲା ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୬।
ପ୍ରଭାବ ଶବ୍ଦର ବିଶେଷଣ ଯେପରି ପ୍ରଭାବିତ, ସେଇଭଳି ନିମ୍ନ ବିଶେଷ୍ୟ ପଦଗୁଡ଼ିକର ବିଶେଷଣ କ’ଣ ହେବ ଲେଖ ।
ପରିଚୟ, ନିର୍ବାଚନ, ଆମୋଦ, ପୁଲକ
Answer:
ବିଶେଷ ପରିଚୟ ନିର୍ବାଚନ ଆମୋଦ ପୁଲକ ବିଶେଷଣ ପରିଚିତ ନିର୍ବାଚିତ ଆମୋଦିତ ପୁଲକିତ

Question ୭।
ଲିଙ୍ଗ ପରିବର୍ତ୍ତନ କରି ଲେଖ ।
ପିତାମହୀ, ଜନନୀ, ଛାତ୍ର, ମହାରାଜା, ପିତା, ଭିକାରି
Answer:
ପିତାମହୀ – ପିତାମହ
ଜନନୀ – ଜନକ
ଛାତ୍ର – ଛାତ୍ରୀ
ମହାରାଜା – ମହାରାଣୀ
ପିତା – ମାତା
ଭିକାରି – ଭିକାରୁଣୀ

Question ୮।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ୧୯୨୧ ମସିହାରେ ମାହାତ୍ମା ଗାନ୍ଧି ପଚାର ଉଦ୍ଦେଶ୍ୟରେ କୁ ଆସିଥିଲେ ।
(ସମ୍ବଲପୁର, ପାରଳାଖେମୁଣ୍ଡି, ଖୋର୍ଦ୍ଧା, କଟକ)
Answer:
ପାରଳାଖେମୁଣ୍ଡି

(ଖ) କଠିନ ………………… ବଳରେ ସେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାଶ୍ କରିଥିଲା (ଅଧ୍ୟବସାୟ, ଶକ୍ତି, ବକ୍ତୃତା) ଉ
Answer:
ଅଧ୍ୟବସାୟ ।

Question ୯ ।
ଏକଥା କିଏ କାହାକୁ କହିଛନ୍ତି ?
(କ) ‘ତୁମ ଜ୍ଞାନ ପରିପକ୍ବ ହେଲେ ଦେଶପାଇଁ କାମ କରିବାକୁ ଶକ୍ତି ପାଇବ ।’’
Answer:
ଏକଥା ଲେଖକଙ୍କର ନନା ଲେଖକଙ୍କୁ କହିଥିଲେ ।

(ଖ) ‘‘ମୋର କେହି ନାହାନ୍ତି । ବୁଢ଼ୀ ମା’ ଥିଲେ, ମରିଗଲେ ।’’
Answer:
ଏକଥା ବ୍ରହ୍ମଚାରୀ ମୁଇଁ (ଭିକାରି ବାଳକ) ଲେଖକଙ୍କୁ କହିଛି ।

(ଗ) ‘‘ଆପଣଙ୍କ କରୁଣାରୁ ମୁଁ ଆଜି ଏହି ଲେଫ୍‌ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇପାରିଛି ।??
Answer:
ଏକଥା ବ୍ରହ୍ମଚାରୀ ମୁଇଁ ଲେଖକଙ୍କୁ କହିଛି ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୧୦।
ଉପଯୁକ୍ତ ବିରାମଚିହ୍ନ ଦେଇ ତଳଲିଖୂତ ଗଦ୍ୟାଶଟିକୁ ଲେଖ । ସେ ମୋ ଆଡ଼େ ଚାହିଁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ ଆରେ ପିଲା ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ ମୋତେ ସମ୍ଭଜିବୁ କିପରି।
Answer:
ସେ ମୋ ଆଡ଼େ ଚାହିଁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ, ‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ମୋତେ ସମ୍ଭାଳିବୁ କିପରି ?’’

ତ୍ରୁମ ପାଇଁ କାମ:

୧। ଲେଖକ ସତ୍ୟନାରାୟଣ ରାଜଗୁରୁଙ୍କ ଆତ୍ମଜୀବନୀ ‘ମୋ ଜୀବନ ସଂଗ୍ରାମ’ ସଂଗ୍ରହ କରି ପଢ଼ ।
୨। ନିଜ ଘର ପାଖରେ କେହି ଗରିବ ଅଥଚ ମେଧାବୀ ପିଲା ଥିଲେ, ତା’ର ପଢ଼ିବା ସକାଶେ କିଛି ସାହାଯ୍ୟ ବନ୍ଦୋବସ୍ତ କରିବାକୁ ନିଜର ଅଭିଭାବକଙ୍କୁ ଅନୁରୋଧ କର ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ଲିଙ୍ଗ ପରିବର୍ତ୍ତନ କର ।
Answer:
ସହାୟକ – ସହାୟିକା
ଲେଖକ – ଲେଖୁ
ସଭାପତି – ସଭାନେତ୍ରୀ
ଛାତ୍ର – ଛାତ୍ରା
ଶିକ୍ଷକ – ଶିକ୍ଷିକା / ଶିକ୍ଷୟିତ୍ରା

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ରାଜନୀତିରେ ଭାଗ ନେବାର ଦେଖ୍ ଲେଖକଙ୍କ ନନା ଲେଖକଙ୍କୁ କ’ଣ କହିଥିଲେ ?
Answer:
ରାଜନୀତିରେ ଭାଗ ନେବାର ଦେଖ୍ ଲେଖକଙ୍କ ନନା ଆଦୌ ସହ୍ୟ କରିପାରିଲେ ନାହିଁ । ସେ ତାଙ୍କୁ ଏହି ମାର୍ଗରୁ ନିବୃତ୍ତ କରାଇ କହିଲେ, ‘ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ତୁମର ଜ୍ଞାନ ପରିପକ୍ବ ହେଲେ ଦେଶପାଇଁ କର୍ମ କରିବାକୁ ଶକ୍ତି ପାଇବ। ସେତେବେଳଯାଏ ତୁମେ ଅପେକ୍ଷା କରିବା ଆବଶ୍ୟକ ।’’

(ଖ) ଲେଖକଙ୍କର ମତରେ ପ୍ରଥମ କର୍ତ୍ତବ୍ୟଟି କ’ଣ ?
Answer:
(ଗ) ଦ୍ଵିତୀୟ ପୃଥ‌ିବୀ ମହାସମର ପୂର୍ବରୁ ମହାରାଜାଙ୍କ ଉପରେ କେଉଁ ଭାର ଦିଆଗଲା ?
Answer:
ଦ୍ଵିତୀୟ ପୃଥ‌ିବୀ ମହାସମର ପୂର୍ବରୁ ଗୋଟିଏ ଗୋଟିଏ ଇଣ୍ଡିଆନ୍ ବାଟାଲିୟନ୍ ଭାରତର ପ୍ରତି ଅଞ୍ଚଳରେ ଗଢ଼ିବା ନିୟମ ଥାଏ । ମାନ୍ଦ୍ରାଜର ପ୍ରତି ଜିଲ୍ଲାରୁ ସୁସ୍ଥସବଳ ଲୋକଙ୍କୁ ବାଛି ସେଥୁରେ ନାମ ଲେଖାଇବା କାର୍ଯ୍ୟ ଚାଲିଥାଏ । ଗଞ୍ଜାମରୁ ବାଳକମାନଙ୍କୁ ବାଛି ଯୁଦ୍ଧଶିକ୍ଷା କରିବାକୁ ପଠାଇବାପାଇଁ ମହାରାଜାଙ୍କ ଉପରେ ଭାର ଦିଆଗଲା ।

(ଘ) ବ୍ରହ୍ମଚାରୀ ମୁଇଁକୁ ଯୁଦ୍ଧଶିକ୍ଷାରେ ଭାଗ ନେବାର ଦେଖୁ ଲେଖକ କ’ଣ ଭାବିଲେ ?
Answer:
ବ୍ରହ୍ମଚାରୀ ମୁଇଁକୁ ଯୁଦ୍ଧଶିକ୍ଷାରେ ଭାଗ ନେବାର ଦେଖୁ ଲେଖକ ବେଶ୍ ବିବ୍ରତ ହୋଇପଡ଼ିଲେ । କାରଣ ସେ ଶ୍ରେଣୀରେ ଭଲ ପଢୁଥିଲା । ତାଙ୍କର ସାଥୀହୋଇ ସବୁ କାମ କରୁଥିଲା । ତାଙ୍କର ଅନୁଗତ ହୋଇ ରହିଥିଲା । ଏଥିରେ ଭାଗନେଲେ ଏସବୁ ଆଉ ହୋଇପାରିବ ନାହିଁ ବୋଲି ଲେଖକ ଭାବିଲେ ।

(ଙ) ଲେଖକ କାହାକୁ ଜନନୀ ଓ କାହାକୁ ପିତାମହୀ ବୋଲି କହିଛନ୍ତି ?
Answer:
ଲେଖକ ଜନ୍ମଭୂମି ଉତ୍କଳକୁ ନିଜର ଜନନୀ ଏବଂ ଭାରତମାତାକୁ ପିତାମହୀ ବୋଲି କହିଛନ୍ତି । ସେ ନିଜ ଜନନୀ ଉତ୍କଳର ସେବାକୁ ପ୍ରଥମ କର୍ତ୍ତବ୍ୟ ଭାବେ ସ୍ଥିର କରିଛନ୍ତି ।

(ଚ) ବ୍ରହ୍ମଚାରୀ ମୁଇଁ ଯୁଦ୍ଧଶିକ୍ଷାରେ ଭାଗନେବା ଦେଖୁ ଲେଖକ କାହିଁକି ବିବ୍ରତ ହେଲେ ?
Answer:
ବ୍ରହ୍ମଚାରୀ ମୁଇଁ ଭଲ ପାଠ ପଢୁଥିଲା, ଲେଖକଙ୍କ ସହ ସାଥୀ ହୋଇ ସବୁ କାମ କରୁଥିଲା ଓ ତାଙ୍କର ଏକାନ୍ତ ଅନୁଗତ ଥିଲା । ଯୁଦ୍ଧଶିକ୍ଷାରେ ଭାଗ ନେଲେ ଏସବୁ ହୋଇପାରିବ ନାହିଁ ଭାବି ଲେଖକ ବିବ୍ରତ ହେଲେ ।

(ଛ) ଲେଖକଙ୍କ ମନରେ କାହିଁକି ଗର୍ବ ସଞ୍ଚାର ହେଲା ?
Answer:
ଲେଖକଙ୍କ ସାହାଯ୍ୟ ଫଳରେ ବ୍ରହ୍ମଚାରୀ ମୁଇଁ ପରି ଜଣେ ଭିକାରି ପିଲା ଆଜି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇପାରିଛି– ଏକଥା ଚିନ୍ତା କରି ଲେଖକଙ୍କ ମନରେ ଗର୍ବ ସଞ୍ଚାର ହେଲା ।

(ଜ) ମହାତ୍ମା ଗାନ୍ଧିଙ୍କୁ ସଭା କରିବାକୁ ସ୍ଥାନ ମିଳିଲା ନାହିଁ କାହିଁକି ?
Answer:
ମହାତ୍ମା ଗାନ୍ଧି ୧୯୨୧ ମସିହାରେ ଆନ୍ଦୋଳନର ପ୍ରଚାର ନିମନ୍ତେ ପାରଳାଖେମୁଣ୍ଡି ଆସିଥିଲେ । ସେତେବେଳେ ବ୍ରିଟିଶ ସରକାରଙ୍କ କଟକଣା ହେତୁ ତାଙ୍କୁ ସଭା କରିବାକୁ ସ୍ଥାନ ମିଳିଲା ନାହିଁ ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୩।
ସରଳାର୍ଥ ଲେଖ ।
(କ) ‘‘ସେଥ‌ିମଧ୍ୟରୁ ପ୍ରଥମ କର୍ତ୍ତବ୍ୟଟି ହେଉଛି ଜନ୍ମଭୂମି ମା’ଙ୍କର ସେବା’’
Answer:
‘‘ସେଥ‌ିମଧ୍ୟରୁ ………………………………… ସେବା’’ ।
ଶଂସିତ ଗଦ୍ୟାଶଟି ‘ମୋ ଜୀବନର ଅଭୁଲା କଥା’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଉକ୍ତ ପ୍ରସଙ୍ଗରେ ଲେଖକ ସତ୍ୟନାରାୟଣ ରାଜଗୁରୁ ନିଜର କର୍ତ୍ତବ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଲେଖକଙ୍କ ମନରେ ମାତୃଭୂମି ପ୍ରତି ଏକ ଦୃଢ଼ ଆକର୍ଷଣ ଥିଲା। ଉତ୍କଳ ସମ୍ମିଳନୀର ନେତୃତ୍ବବର୍ଗ ଓଡ଼ିଆ ଭାଷୀମାନଙ୍କର ଏକତ୍ରୀକରଣ ପାଇଁ ଯେଉଁ ଡାକରା ଦେଇଥିଲେ ତହିଁରେ ଅନୁପ୍ରାଣିତ ହୋଇ ଲେଖକ ଅନୁଭବ କରିଥିଲେ ଯେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଜନ୍ମଭୂମି ମା’ଙ୍କର ସେବା ।

(ଖ) ଭାରତମାତା ମୋର ପିତାମହୀ; କିନ୍ତୁ ଉତ୍କଳ ମୋର ଜନନୀ ।
Answer:
ଭାରତମାତା …………………………… ମୋର ଜନନୀ ।
ଶଂସିତ ଗଦ୍ୟାଶଟି ସତ୍ୟନାରାୟଣ ରାଜଗୁରୁଙ୍କ ଲିଖିତ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଆସିଅଛି । ଏଠାରେ ଲେଖକ ଉତ୍କଳ ଜନନୀର ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିବା କଥା ବର୍ଣ୍ଣନା କରିଛନ୍ତି । ଲେଖକ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ରାଜନୀତିରେ ଭାଗ ନେବାକୁ ଆଗ୍ରହୀ ହୋଇଥିଲେ । ବହୁ ଚିନ୍ତା ପରେ ସେ ସ୍ଥିର କଲେ ଯେ ଭାରତୀୟ ରାଜନୀତିରେ ଭାଗନେବାକୁ ହେଲେ ପ୍ରଥମେ ନିଜକୁ ଓ ନିଜ ଜନ୍ମଭୂମି ଉତ୍କଳକୁ ବଳିଷ୍ଠ କରି ଗଢ଼ିବାକୁ ହେବ ।

ସେତେବେଳେ ଉତ୍କଳ ସମ୍ମିଳନୀର ନେତୃବର୍ଗମାନେ ଓଡ଼ିଆଭାଷୀମାନଙ୍କ ଏକତ୍ରୀକରଣ ନିମନ୍ତେ ଆହ୍ଵାନ ଦେଇଥା’ନ୍ତି । ସେଥ‌ିରେ ଅନୁପ୍ରାଣିତ ହୋଇ ସେ ଉତ୍କଳମାତାର ସେବା କରିବାକୁ ସ୍ଥିର କଲେ । ତାଙ୍କ ମତରେ, ଭାରତମାତା ତାଙ୍କର ପିତାମହୀ; ମାତ୍ର ଉତ୍କଳ ତାଙ୍କର ଜନନୀ । ଯଦିଓ ଉଭୟଙ୍କ ସେବା ତାଙ୍କର କର୍ତ୍ତବ୍ୟ, ତଥାପି ପ୍ରଥମ କର୍ତ୍ତବ୍ୟ ହେଲା ଜନନୀ ଉତ୍କଳର ସେବା । ତେଣୁ ସେ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ଉତ୍କଳ ଜନନୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଉକ୍ତ ପ୍ରସଙ୍ଗଟି ବେଶ୍ ଶିକ୍ଷାପ୍ରଦ ହୋଇପାରିଛି ।

(ଗ) ସେଦିନ ସେ ଯେଉଁ ନୀତିଦୀର୍ଘ ଭାଷଣରେ ଜାତୀୟତାର ବୀଜ ଆମମାନଙ୍କ ହୃଦୟରେ ରୋପଣ କଲେ, ତାହା କାଳକ୍ରମେ ଅଙ୍କୁରିତ ହୋଇ ତାଙ୍କର ଆଶୀର୍ବାଦ ତୁଲ୍ୟ ଆମକୁ ଯଥେଷ୍ଟ ପ୍ରଭାବିତ କଲା କହିଲେ ଚଳେ ।
Answer:
ସେଦିନ ସେ ……………………. କହିଲେ ଚଳେ ।
ଉକ୍ତ ଗଦ୍ୟାଶଟି ସତ୍ୟନାରାୟଣ ରାଜଗୁରୁଙ୍କ ରଚିତ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ଗାନ୍ଧିଜାଙ୍କ ଭାଷଣ ପାରଳାଖେମୁଖ୍ରିର ଲୋକମାନଙ୍କୁ କିପରି ପ୍ରଭାବିତ କରିଥିଲା ତା’ଉପରେ ଆଲୋକପାତ କରିଛନ୍ତି । ୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ଵରେ ଦେଶସାରା ଅସହଯୋଗ ଆନ୍ଦୋଳନ ଚାଲିଥିଲା । ସେହିବର୍ଷ ପ୍ରଚାର ଉଦ୍ଦେଶ୍ୟରେ ଗାନ୍ଧିଜୀ ପାରଳାଖେମୁଣ୍ଡି ଆସିଥିଲେ । ତାଙ୍କ ଭାଷଣ ଶୁଣିବାକୁ ହଜାର ହଜାର ଲୋକ ଆସିଥିଲେ । ଜନଗହଳିରେ ସଭାସ୍ଥଳଟି ମୁଖରିତ ହୋଇ ଉଠିଥିଲା ।

ସେଦିନ ଗାନ୍ଧିଜୀ ସେଠାରେ ଯେଉଁ ନୀତିଦୀର୍ଘ ଭାଷଣ ଦେଇଥିଲେ, ତାହା ଲୋକମାନଙ୍କୁ ଜାତୀୟତା ଭାବନାରେ ଉଦ୍‌ବୁଦ୍ଧ କରିଥିଲା । ନିଜେ ଲେଖକ ଏହାଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ଛାତ୍ରାବସ୍ଥାରୁ ସେ ସ୍ଵାଧୀନତା ସଂଗ୍ରାମରେ ଝାସଦେବାକୁ ଚାହିଁଥିଲେ । ପରବର୍ତ୍ତୀ ସମୟରେ ସେ ନିଜକୁ ଉତ୍କଳ ଜନନୀର ସେବାରେ ନିୟୋଜିତ କରିଥିଲେ । ଏଠାରେ ଲେଖକଙ୍କ ବର୍ଣ୍ଣନା ବେଶ୍ ଭାବଦ୍ୟୋତକ ହୋଇଛି ।

(ଘ) ‘‘ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ ।’’
Answer:
ମନୁଷ୍ୟର ଜ୍ଞାନ …………………….. ଆବଶ୍ୟକ ।
ଉକ୍ତ ଗଦ୍ୟାଶଟି ସତ୍ୟନାରାୟଣ ରାଜଗୁରୁଙ୍କ ଲିଖ୍ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକଙ୍କୁ ଅଳ୍ପ ବୟସରୁ ରାଜନୀତିରେ ନ ମାତିବାକୁ ତାଙ୍କ ନନା ଦେଇଥିବା ପରାମର୍ଶ କଥା ବର୍ଣ୍ଣନା କରାଯାଇଛି । ୧୯୨୧ ମସିହାରେ ମହାତ୍ମା ଗାନ୍ଧି ପାରଳାଖେମୁଣ୍ଡି ଆସି ଏକ ପ୍ରଚାର ସଭା କରିଥିଲେ। ସେହି ସଭାରେ ସେ ଦେଇଥ‌ିବା ଭାଷଣ ଅଞ୍ଚଳବାସୀଙ୍କ ହୃଦୟରେ ଜାତୀୟତାର ବୀଜ ରୋପଣ କରିଥିଲା । ଲେଖକ ମଧ୍ୟ ସେହି ଭାଷଣଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ସେ ସଭାରୁ ଫେରିଆସି ସ୍କୁଲରୁ ନାଁ କାଟି ରାଜନୀତିରେ ମାତିଲେ ।

ତାଙ୍କ ନନା ଏହା ସହ୍ୟ କରିପାରିଲେ ନାହିଁ । ସେ ଲେଖକଙ୍କୁ ଏହି ପନ୍ଥାରୁ ନିବୃତ୍ତ କରାଇଥିଲେ । ସେ କହିଥିଲେ ଯେ ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ଏତେ ଅଳ୍ପ ବୟସରୁ ଦେଶସେବା ଭଳି କାମରେ ହାତଦେବା ଠିକ୍ ନୁହେଁ । ବୟସ ବଢ଼ିବା ସହ ଜ୍ଞାନ ପରିପକ୍ଵ ହେଲେ ଦେଶ ପାଇଁ କର୍ମ କରିବାକୁ ଶକ୍ତି ମିଳିବ । ଲେଖକ ମଧ୍ଯ ପିତାଙ୍କ ସୁପରାମର୍ଶକୁ ଗ୍ରହଣ କରିଥିଲେ । ଏହି ପ୍ରସଙ୍ଗଟି ବାସ୍ତବରେ ବେଶ୍ ଶିକ୍ଷଣୀୟ ହୋଇଛି ।

(ଙ) ‘‘ତାହା କାଳକ୍ରମେ ଅଙ୍କୁରିତ ହୋଇ ତାଙ୍କର ଆଶୀର୍ବାଦ ତୁଲ୍ୟ ଆମକୁ ଯଥେଷ୍ଟ ପ୍ରଭାବିତ କଲା ।””
Answer:
‘‘ତାହା କାଳକ୍ରମେ ……………………………. ପ୍ରଭାବିତ କଲା ।
ଶଂସିତ ଉଦ୍ଧୃତାଂଶଟି ସତ୍ୟନାରାୟଣ ରାଜଗୁରୁଙ୍କ ଲିଖ୍ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଗୃହୀତ । ଏଠାରେ ପ୍ରାବନ୍ଧିକ ମହାତ୍ମାଗାନ୍ଧୀଙ୍କ ଭାଷଣର ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି । ୧୯୨୧ ମସିହାରେ ମହାତ୍ମାଗାନ୍ଧି ଭାରତବ୍ୟାପୀ ସ୍ଵାଧୀନତା ଆନ୍ଦୋଳନର ଆହ୍ଵାନ ଦେଇଥିଲେ । ନିଜେ ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ବ୍ରିଟିଶ ସରକାରଙ୍କ କଟକଣା ସତ୍ତ୍ଵେ ସଭା ହୋଇଥିଲା ଏବଂ ହଜାର ହଜାର ଲୋକ ତାଙ୍କର ବକ୍ତୃତା ଶୁଣି ପ୍ରଭାବିତ ହୋଇଥିଲେ । ଲେଖକ ନିଜେ ସେ ସମୟରେ ସେହି ଭାଷଣ ଶୁଣି ଜାତୀୟତାରେ ଉଦ୍‌ବୁଦ୍ଧ ହୋଇଥିଲେ । ଗାନ୍ଧୀଙ୍କର ସେହି ପ୍ରଭାବ କାଳକ୍ରମେ ଅଙ୍କୁରିତ ହୋଇ ଲେଖକଙ୍କୁ ଆଶୀର୍ବାଦ ତୁଲ୍ୟ ପ୍ରଭାବିତ କଲା । ବାସ୍ତବରେ ପ୍ରାବନ୍ଧିକଙ୍କ ଏହି ଉକ୍ତିଟି ଜାତୀୟଭାବମୂଳକ ଅଟେ।

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଦ୍ଵିତୀୟ ପୃଥ୍ବୀ ମହାସମର ପୂର୍ବରୁ ପାରଳାର ମହାରାଜାଙ୍କ ଉପରେ କେଉଁ ଭାର ଦିଆଯାଇଥିଲା ?
Answer:
ଦ୍ବିତୀୟ ପୃଥ‌ିବୀ ମହାସମର ପୂର୍ବରୁ ଭାରତର ପ୍ରତି ଅଞ୍ଚଳରେ ଗୋଟିଏ ଗୋଟିଏ ଇଣ୍ଡିଆନ୍ ବାଟାଲିୟନ୍ ଗଢ଼ିବାର ନିୟମ ହୋଇଥିଲା । ମାନ୍ଦ୍ରାଜର ପ୍ରତି ଜିଲ୍ଲାର ସୁସ୍ଥସବଳ ଲୋକଙ୍କୁ ବାଛି ସେଥୁରେ ନାମ ଲେଖାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗଞ୍ଜାମରୁ ବାଳକମାନଙ୍କୁ ବାଛି ଯୁଦ୍ଧ ଶିକ୍ଷା କରିବାକୁ ପଠାଇବା ଭାର ପାରଳା ମହାରାଜାଙ୍କ ଉପରେ ଥିଲା । ସେହି କାର୍ଯ୍ୟରେ ମହାରାଜା ତତ୍ପରତା ପ୍ରକାଶ କରିଥିଲେ । ସେଥ୍‌ପାଇଁ କଲେଜରେ ଏକ ବିରାଟ ସଭାରେ ମହାରାଜା ଭାଷଣ ଦେଇ ସମର ଶିକ୍ଷା କରିବାକୁ କେଉଁ ଛାତ୍ରମାନେ ଇଚ୍ଛୁକ ଅଛନ୍ତି ଜାଣିବାକୁ ଇଚ୍ଛା କରିଥିଲେ ।

(ଖ) ଜନଗହଳି ସମ୍ଭାଳିବାକୁ ପୋଲିସ୍ କାହିଁକି ଅସମର୍ଥ ହେଲା ?
Answer:
୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କର ଆହ୍ଵାନରେ ସ୍ଵାଧୀନତା ଆନ୍ଦୋଳନ ଭାରତ ସାରା ବ୍ୟାପିଗଲା । ସ୍କୁଲ, କଲେଜ ଛାଡ଼ି ଅନେକ ଅସହଯୋଗ ଆନ୍ଦୋଳନରେ ଭାଗ ନେଲେ । ଠିକ୍ ସେହି ବର୍ଷ ମହାତ୍ମା ଗାନ୍ଧି ନିଜେ ତାଙ୍କର ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ସେତେବେଳେ ବ୍ରିଟିଶ୍ ସରକାରଙ୍କ କଟକଣା ହେତୁ ତାଙ୍କୁ ସଭା କରିବାପାଇଁ ସ୍ଥାନଟିଏ ମିଳିଲା ନାହିଁ । ଦେଶପ୍ରେମୀ ସ୍ଵାଧୀନତା ସଂଗ୍ରାମୀ ଛାତ୍ରମାନେ ଜୋର୍ ଜବରଦସ୍ତ ପୁରୁଣା ମାର୍କେଟ ପଡ଼ିଆରେ ସଭା କରିବାପାଇଁ ସ୍ଥିର କଲେ । ମହାତ୍ମା ଗାନ୍ଧିଙ୍କ ଭାଷଣ ଶୁଣିବାକୁ ସମସ୍ତଙ୍କ ମନରେ ପ୍ରବଳ ଆଗ୍ରହ ଥିଲା । ତେଣୁ ବହୁ ସଂଖ୍ୟାରେ ଲୋକ ସମାଗମ ହେଲା । ଜନଗହଳି ଏତେ ଅଧ୍ଵକ ହେଲା ଯେ ପୋଲିସ୍ ସେମାନଙ୍କୁ ସମ୍ଭାଳିବାକୁ ଅସମର୍ଥ ହେଲା ।

(ଗ) ଲେଖକ କାହାକୁ ନିଜର ପିତାମହୀ ଓ କାହାକୁ ଜନନୀ ବୋଲି କହିଛନ୍ତି ?
Answer:
ଲେଖକ ମହାତ୍ମା ଗାନ୍ଧିଙ୍କ ଭାଷଣରେ ପ୍ରଭାବିତ ହୋଇ ସ୍କୁଲରୁ ନାମ କାଟି ରାଜନୀତିରେ ମାତିଲେ । କିନ୍ତୁ ତାଙ୍କ ପିତା ତାଙ୍କୁ ଏଥୁରୁ ବାରଣ କଲେ । ସେ ପିତାଙ୍କ ଆଦେଶକୁ ଅମାନ୍ୟ କରିପାରିଲେ ନାହିଁ । ସେ ବହୁ ଚିନ୍ତା ପରେ ସ୍ଥିର କଲେ ଯେ ଭାରତୀୟ ରାଜନୀତିରେ ଯୋଗଦେବାକୁ ହେଲେ ପ୍ରଥମେ ନିଜକୁ ଓ ନିଜ ଜନ୍ମଭୂମି ଉତ୍କଳକୁ ବଳିଷ୍ଠ କରି ଗଢ଼ିବା ଆବଶ୍ୟକ । ସେତେବେଳେ ଉତ୍କଳ ସମ୍ମିଳନୀର ନେତୃବର୍ଗ ଓଡ଼ିଆଭାଷୀମାନଙ୍କ ଏକତ୍ରୀକରଣ ପାଇଁ ଡାକରା ଦେଇଥା’ନ୍ତି । ଲେଖକ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ । ସେ ଉତ୍କଳ ମାତାର ସେବା କରିବାକୁ ପ୍ରଥମ ଲକ୍ଷ୍ୟ ଭାବେ ଗ୍ରହଣ କଲେ । ତାଙ୍କ ମତରେ ଭାରତ ଆମର ପିତାମହୀ; ମାତ୍ର ଉତ୍କଳ ଆମର ଜନନୀ । ତେଣୁ ଉଭୟଙ୍କର ସେବା କରିବା ତାଙ୍କର କର୍ତ୍ତବ୍ୟ ; କିନ୍ତୁ ପ୍ରଥମ କର୍ତ୍ତବ୍ୟଟି ହେଉଛି ଜନ୍ମଭୂମି ଉତ୍କଳ ଜନନୀଙ୍କର ସେବା । ତେଣୁ ସେ ମଧୁବାବୁ ଓ ଗୋପବନ୍ଧୁଙ୍କ ପରି ଉତ୍କଳ ଜନନୀଙ୍କ ସେବାରେ ମନୋନିବେଶ କଲେ ।

ଲେଖକ ପରିଚୟ:

ସତ୍ୟନାରାୟଣ ରାଜଗୁରୁ (୧୯୦୩ – ୧୯୯୭) ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ଜଣେ ଐତିହାସିକ ଓ ଲିପିତତ୍ତ୍ବବିତ୍ ଭାବରେ ସେ ସୁପରିଚିତ । ସେ ‘ଓଡ଼ିଆ ଭାଷାର ଉପଭାଷା’, ‘କଳିଙ୍ଗର ଆତ୍ମକଥା’, ‘ଗଙ୍ଗବଂଶର ଇତିହାସ’ ପ୍ରଭୃତି ପୁସ୍ତକ ରଚନା କରିଛନ୍ତି । ନିଜର ଆତ୍ମକାହାଣୀ ‘ମୋ ଜୀବନ ସଂଗ୍ରାମ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଛନ୍ତି ।

ବିଷୟ ସୂଚନା

ଉକ୍ତ ପାଠ୍ୟଶଟି ଲେଖକଙ୍କର ଆତ୍ମକାହାଣୀ ‘ମୋ ଜୀବନ ସଂଗ୍ରାମ’ ପୁସ୍ତକରୁ ସଂଗୃହୀତ । ଏଥିରେ ଲେଖକଙ୍କର ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସହିତ ସାକ୍ଷାତ୍ ଓ ପିତାଙ୍କର ଆଦେଶ ପାଳନ, ତତ୍ ସହିତ ନିଜର ଲକ୍ଷ୍ୟପଥ ସ୍ଥିର କରିବା କଥା ବର୍ଣ୍ଣିତ ହୋଇଛି । ନିଜେ ଜଣେ ଭିକାରି ପିଲାକୁ ସାହାଯ୍ୟ କରିଥିବାରୁ ସେ କିପରି ସେନାବାହିନୀରେ ଲେଫ୍ଟନାଣ୍ଟ ହୋଇପାରିଲା ସେକଥା ଏଥିରେ ସ୍ଥାନ ପାଇଛି ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

ସାରକଥା:

୧୯୨୧ ମସିହାରେ ଲେଖକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ । ସେତେବେଳେ ସାରା ଭାରତରେ ସ୍ଵାଧୀନତା ଆନ୍ଦୋଳନ ବ୍ୟାପି ଯାଇଥାଏ । ପାରଳାଖେମୁଣ୍ଡିରେ ମଧ୍ଯ ତା’ର ପ୍ରଭାବ ପଡ଼ିଥିଲା । ସମ୍ବଲପୁରର ଜଣେ ବକ୍ତାଙ୍କ ପ୍ରଭାବରେ ବହୁ ଯୁବକ ଛାତ୍ର ପ୍ରଭାବିତ ହୋଇ ସ୍କୁଲ କଲେଜ ଛାଡ଼ି ଅସହଯୋଗ ଆନ୍ଦୋଳନରେ ଭାଗ ନେଇଥିଲେ । ସେହିବର୍ଷ ମହାତ୍ମା ଗାନ୍ଧି ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ବ୍ରିଟିଶ୍ ସରକାରଙ୍କର କଟକଣା ହେତୁ ସଭା କରିବାକୁ ସ୍ଥାନ ମିଳିଲା ନାହିଁ । ଲେଖକ କେତେଜଣ ଛାତ୍ରଙ୍କ ସହିତ ମିଶି ଜୋକରି ପୁରୁଣା ମାର୍କେଟ ପଡ଼ିଆରେ (ଏବେ ଯେଉଁଠାରେ ମ୍ୟୁନିସପାଲ ରିଡ଼ିଙ୍ଗୁରୁମ୍ ତିଆରି ହୋଇଛି) ସଭା କରିବାକୁ ସ୍ଥିର କଲେ ।

ମହାତ୍ମା ଗାନ୍ଧିଙ୍କୁ ଦେଖିବାକୁ ଓ ତାଙ୍କର ବକ୍ତୃତା ଶୁଣିବାକୁ ପ୍ରବଳ ଜନଗହଳି ହେଲା । ପୋଲିସ୍ ତାକୁ ସମ୍ଭାଳିବାକୁ ଅସମର୍ଥ ହେଲା । ଲେଖକ କେତେଜଣ ଛାତ୍ରଙ୍କ ସହିତ ମିଶି ଚକ୍ରାକାରରେ ଘେରକରି ହାତକୁ ହାତ ଛନ୍ଦି ମଝିରେ ମହାତ୍ମାଙ୍କୁ ରଖ୍ ସେହି ଜନଗହଳି ଭିତରେ ମଞ୍ଚ ଉପରକୁ ନେବାକୁ ଚେଷ୍ଟାକଲେ । ଲେଖକ ଠିକ୍ ମହାତ୍ମାଙ୍କର ପଛପଟେ ଚାଲିଥା’ନ୍ତି । ଜନତାର ଚାପ ଏତେ ବଢ଼ିଗଲା ଯେ ସେ ଆଉ ସମ୍ଭାଳି ନପାରି ମହାତ୍ମାଙ୍କର ପିଠି ଆଡ଼କୁ ଠେଲି ହୋଇଗଲେ । ମହାତ୍ମା ଲେଖକଙ୍କୁ ଅନାଇ ଟିକେ ହସିଦେଇ ହିନ୍ଦୀରେ କହିଲେ, ‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?’’

ଏତିକି କହି ସେ ସେହି ଭିଡ଼ରୁ ବାହାରି କିପରି ଲୋକମାନଙ୍କ ଭିତରେ ଗଳି ଗଳି ମଞ୍ଚ ଉପରକୁ ଚାଲିଗଲେ ତାହା କେହି ଜାଣିପାରିଲେ ନାହିଁ । ସେଦିନ ସେ ଯେଉଁ ଭାଷଣ ଦେଲେ, ସେଥ୍ରେ ଜାତୀୟତାର ବୀଜ ଲେଖକ ତଥା ଅନ୍ୟମାନଙ୍କ ହୃଦୟରେ ପୋତି ଦେଲେ । ତାହା ପରେ ଲେଖକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସଭାରୁ ଫେରି ଲେଖକ ନିଜର ନାମ ସ୍କୁଲରୁ କାଟିଦେଇ ରାଜନୀତିରେ ମାତିଲେ । ତାଙ୍କର ବାପା ଜ୍ଞାନ ପରିପକ୍ଵ ନ ହେଲା ଯାଏ କର୍ମ କରିବାକୁ ଶକ୍ତି ମିଳିବ ନାହିଁ ବୋଲି ବୁଝାଇ ତାଙ୍କୁ ସେଥୁରୁ ନିବୃତ୍ତ କରାଇଥିଲେ । ବାପାଙ୍କର ଏହି ଆଦେଶକୁ ସେ ଲଙ୍ଘନ କରି ନ ଥିଲେ । ବହୁ ଚିନ୍ତା ପରେ ସେ ସର୍ବପ୍ରଥମେ ଉତ୍କଳ ଜନନୀଙ୍କର ସେବା କରିବାକୁ ଠିକ୍ କଲେ । ସେ ମଧୁବାବୁ ଓ ଉତ୍କଳମଣି ଗୋପବନ୍ଧୁଙ୍କୁ ଅନୁସରଣ କରି ନିଜ ଜୀବନର ଲକ୍ଷ୍ୟ ସାଧନରେ ଅଗ୍ରସର ହେଲେ ।

ଦିନେ ଲେଖକ କେତେଜଣ ଛାତ୍ରଙ୍କ ସହିତ ବସି ନିଜ ଘରର ବାରଣ୍ଡାରେ ଗପ କରୁଥିଲେ । ଏତିକିବେଳେ ଗୋଟିଏ ଗରିବ ବାଳକ ଭିକ୍ଷା ପାଇବା ଆଶାରେ ତାଙ୍କ ପାଖକୁ ଆସିଲା । ଅନାଥ ପିଲାଟିର ନାମ ବ୍ରହ୍ମଚାରୀ ମୁଇଁ, ଆଉ ତା’ର ଘର ଖଲ୍ଲିକୋଟରେ । ତା’ର ବୟସ ବାରବର୍ଷ । ତାକୁ ସାହାଯ୍ୟ କଲେ ସେ ପାଠ ପଢ଼ିବ କି ନାହିଁ ବୋଲି ଲେଖକ ପଚାରିଲେ । ସେକଥା ଶୁଣି ତା’ର ମୁହଁ ଉତ୍‌ଫୁଲ୍ଲ ଦେଖାଗଲା । ଲେଖକ ନିଜର ସାଙ୍ଗମାନଙ୍କୁ ପ୍ରସ୍ତାବ ଦେଲେ ଯେ ସମସ୍ତେ ମିଶି ଚାନ୍ଦା କରି ତାକୁ ପାଠ ପଢ଼ାଇ ମଣିଷ କରାଇବେ ।

କଲେ । ଲେଖକ ତା’ର ଖୁଆପିଆର ବନ୍ଦୋବସ୍ତ ରାଧାକାନ୍ତ ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କରିଦେଲେ । ନିଜର ବାପାଙ୍କୁ
ତାଙ୍କ କଥାରେ ସାଙ୍ଗମାନେ ଉତ୍ସାହିତ ହୋଇ ସାହାଯ୍ୟ ମଠର ମହନ୍ତଙ୍କୁ ଅନୁରୋଧ କରି କରାଇଲେ । ତା’ର ଦରମା କହି ବ୍ରହ୍ମଚାରୀ ପାଇଁ ଏକ ଅବୈତନିକ ସ୍ଥାନ ଯୋଗାଡ଼ କଲେ । ବ୍ରହ୍ମଚାରୀ ଅଧ୍ୟବସାୟ ବଳରେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାସ୍ କଲା । ବ୍ରହ୍ମଚାରୀ ଅଧ‌ିକ ପାଠ ନ ପଢ଼ି ଯୁଦ୍ଧଶିକ୍ଷା କରିବା ନିମିତ୍ତ ମହାରାଜାଙ୍କ ସୁପାରିସରେ ମାନ୍ଦ୍ରାଜ ଚାଲିଗଲା ।

ତାଙ୍କ କଥାରେ ସାଙ୍ଗମାନେ ଉତ୍ସାହିତ ହୋଇ ସାହାଯ୍ୟ କଲେ । ଲେଖକ ତା’ର ଖୁଆପିଆର ବନ୍ଦୋବସ୍ତ ରାଧାକାନ୍ତ ମଠର ମହନ୍ତଙ୍କୁ ଅନୁରୋଧ କରି କରାଇଲେ । ତା’ର ଦରମା ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କରିଦେଲେ । ନିଜର ବାପାଙ୍କୁ କହି ବ୍ରହ୍ମଚାରୀ ପାଇଁ ଏକ ଅବୈତନିକ ସ୍ଥାନ ଯୋଗାଡ଼ କଲେ । ବ୍ରହ୍ମଚାରୀ ଅଧ୍ୟବସାୟ ବଳରେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାସ୍‌ କଲା । ବ୍ରହ୍ମଚାରୀ ଅଧିକ ପାଠ ନ ପଢ଼ି ଯୁଦ୍ଧଶିକ୍ଷା କରିବା ନିମିତ୍ତ ମହାରାଜାଙ୍କ ସୁପାରିସରେ ମାନ୍ଦ୍ରାଜ ଚାଲିଗଲା ।

୧୯୪୩ ମସିହାରେ ଲେଖକ ପୁରୀରୁ ପାରଳାଖେମୁଣ୍ଡି ଫେରୁଥିଲେ । ଖୋର୍ଦ୍ଧା ଷ୍ଟେସନରେ ମାନ୍ଦ୍ରାଜ ମେଲ୍‌କୁ ସେ ଅପେକ୍ଷା କରିଥିଲେ । ଏତିକିବେଳେ ଏକ ସ୍ଵତନ୍ତ୍ର ମିଲିଟାରୀ ଗାଡ଼ି ଆସି ଖୋର୍ଦ୍ଧାରେ ପହଞ୍ଚିଲା । ସେହି ଗାଡ଼ିର ଏକ ସ୍ଵତନ୍ତ୍ର ବଗିରୁ ଜଣେ ସାହେବ ଓହ୍ଲାଇ ପଡ଼ି ଲେଖକଙ୍କ ହାତକୁ ଧରି ନମସ୍କାର କଲେ । ନିଜର ପରିଚୟ ଦେଇ ସେ କହିଥିଲେ ଯେ ସେ ସେହି ବ୍ରହ୍ମଚାରୀ ମୁଇଁ । ତାଙ୍କ ଦୟାରୁ ଆଜି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇ ଦେଶ ମାଆର ସେବାରେ ଉଚ୍ଚତମ ସ୍ଥାନ ଅଧିକାର କରିଛି । ତାଙ୍କ ଉଦ୍ୟମରୁ ଯେଉଁ ପିଲାଟି ସ୍କୁଲରେ ନାମ ଲେଖାଇ ପାରିଥିଲା, ଆଜି ସେ ଭାଗ୍ୟ ବଳରେ କେତେ ଉଚ୍ଚକୁ ଉଠିପାରିଛି । ତେଣୁ ସୁବିଧା ଓ ପାରିପାର୍ଶ୍ବକ ଅବସ୍ଥା ହିଁ ମଣିଷକୁ ଉଚ୍ଚ ବା ନୀଚ କରିଥାଏ ।

କଠିନ ଶବ୍ଦ।ର୍ଥ:

  • ଆହ୍ବାନ – ଡାକରା ।
  • ବକ୍ତା – ଯିଏ କହିପାରେ ।
  • ଚକ୍ରାକାର – ଗୋଲାକାର ।
  • ସ୍ମିତହାସ୍ୟ – ଅଳ୍ପ ହସି ।
  • ନୀତିଦୀର୍ଘ – ଯାହା ବେଶି ବଡ଼ ନୁହେଁ ।
  • ବୀଜ – ମଞ୍ଜି ।
  • ରୋପଣ – ପୋତିବା ।
  • ଅଙ୍କୁରିତ – ମଞ୍ଜିରୁ ଗଛ ହେବା ।
  • ନନା – ବାପା ।
  • ସହ୍ୟ – ସହିବାର ଯୋଗ୍ୟ ।
  • ପନ୍ଥା – ବାଟ ।
  • ନିବୃତ୍ତ କଲେ – ଅଟକାଇଲେ ।
  • ପରିପକ୍ବ – ପୂର୍ଣ୍ଣରୂପେ ପରିଣତିପ୍ରାପ୍ତ ।
  • ଲଙ୍ଘନ – କାଟିବା ।
  • ବଳିଷ୍ଠ – ସର୍ବାଧ୍ଵ ବଳୁଆ ।
  • ଉତ୍କଳ ସମ୍ମିଳନୀ – ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ରିତ କରି ଗଢ଼ି ତୋଳିବାପାଇଁ ଗଠିତ ହୋଇଥିବା ସଭାର ନାମ ।
  • ପିତାମହ – ଜେଜେମାଆ ।
  • ବୁକୁଚା – ଗଣ୍ଠିଲି ।
  • ଗୌରବର୍ଷ – ଗୋରା ରଙ୍ଗର ।
  • ଅନାହାରକ୍ଳିଷ୍ଟ – କିଛିଦିନ ଧରି ଖାଇନାହିଁ ।
  • ଶୁଷ୍କ – ଶୁଖିଲା ।
  • ଅନାଥ – ଯାହାର କେହି ନାହିଁ ।
  • ସ୍କଲାରସିପ୍ର – ବୃତ୍ତି ।
  • ମହାରାଜା – ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ।
  • ଅନୁଗ୍ରହ – ଦୟା ।
  • ମେଧାବୀ – ବୁଦ୍ଧିମାନ୍ ।
  • ଅବୈତନିକ – ଯେଉଁଥ‌ିରେ ଦରମା ଦେବାକୁ ପଡ଼େ ନାହିଁ ।
  • ଅଧ୍ୟବସାୟ – ଅବିରାମ ପରିଶ୍ରମ ।
  • ଭାର – ଦାୟିତ୍ଵ ।
  • ଅନୁଗତ – ଆଶ୍ରିତ ।
  • ସ୍ପେଶାଲ – ସ୍ଵତନ୍ତ୍ର ।
  • ମଣ୍ଡିତ – ପିନ୍ଧିଥିବା ।
  • ହ୍ୟାଟ୍ – ଟୋପି ।
  • ମହନ୍ତ – ମଠର ମୁଖ୍ୟ ।

BSE Odisha 6th Class Odia Solutions Chapter 6 ବନବାଣୀ

Odisha State Board BSE Odisha 6th Class Odia Solutions Chapter 6 ବନବାଣୀ Textbook Exercise Questions and Answers.

BSE Odisha Class 6 Odia Solutions Chapter 6 ବନବାଣୀ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧। ଉତ୍ତର କୁହା
(କ) ପୁରାତନ ଭାରତର ଛାତ୍ରମାନେ କେଉଁ ସ୍ଥାନରେ ରହି ଶିକ୍ଷାଲାଭ କରୁଥିଲେ ?
Answer:
ପୁରାତନ ଭାରତରେ ଛାତ୍ରମାନେ ଅରଣ୍ୟରେ ଆର୍ଯ୍ୟଋଷିମାନଙ୍କ ଚରଣତଳେ ବସି ଶିକ୍ଷାଲାଭ କରୁଥିଲେ ।

(ଖ) କେଉଁମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ?
Answer:
ଭାରତୀୟ ଯୋଗୀ ଋଷିମାନଙ୍କର ପବିତ୍ର ସୂତି ଏବେ ମଧ୍ୟ ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ।

(ଗ) ରାଜା ମହାରାଜାମାନେ ଜୀବନରେ କାହାର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ?
Answer:
ରାଜା ମହାରାଜାମାନେ ଜୀବନର ଶେଷ ଦଶାରେ ‘ମୁନିବନ ତରୁଛାୟା’ର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ।

(ଘ) ଭାରତର କେଉଁ ପ୍ରାଚୀନ କାବ୍ୟ, ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି ?
Answer:
ପ୍ରାଚୀନ ନାଟକ ‘ଶକୁନ୍ତଳା’, ‘ଉତ୍ତର ରାମଚରିତ’ ଓ କାବ୍ୟ ‘କୁମାର ସମ୍ଭବ’ ରେ ଅରଣ୍ୟର କଥା କୁହାଯାଇଛିା

BSE Odisha 6th Class Odia Solutions Chapter 6 ବନବାଣୀ

Question ୨।
ପଠିତ ପ୍ରବନ୍ଧରୁ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜି ଲେଖ ।
(କ) ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସ ବୋଲି ଗ୍ରହଣ କରିଛନ୍ତି ?
Answer:
ଦୃଷ୍ଟିରେ ପ୍ରକୃତି ନିର୍ଜୀବ ଓ ଜଡ଼ ନୁହେଁ । ବରଂ ତାହା ଏକ ମହାଶକ୍ତି ରୂପେ ବିଦ୍ୟମାନ ହୋଇ ପ୍ରତି ମୁହୂର୍ଭରେ ପ୍ରେରଣା ଦେଉଥିଲା । ଏହା ସଙ୍ଗେ ସେମାନଙ୍କର ପ୍ରକୃତି ସହିତ ଘନିଷ୍ଠ ମିଳନ ଘଟୁଥିବାରୁ ସେମାନେ ବିଶ୍ଵପ୍ରାଣରେ ନିଜ ପ୍ରାଣ ଏବଂ ନିଜ ପ୍ରାଣରେ ବିଶ୍ଵପ୍ରାଣକୁ ଅନୁଭବ କରି ପାରୁଥିଲେ ।

(ଖ) ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ କାହିଁକି ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ?
Answer:
ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷଗଣ ସଂସାର କ୍ଷେତ୍ରରେ ସମାଜର ନେତୃତ୍ଵ ନେବା ପୂର୍ବରୁ ଜୀବନର ସଂଯମ ଓ ସାଧନା ପାଇଁ ଅରଣ୍ୟ ମଧ୍ୟରେ ଦୀର୍ଘକାଳ ଅତିବାହିତ କରୁଥିଲେ । ଏଭଳି ଅବସ୍ଥାରେ ନ ପଡ଼ିଲେ ଜୀବନର ବାସ୍ତବିକତା ସମ୍ବନ୍ଧରେ ମନୁଷ୍ୟର ଯଥାର୍ଥ ଜ୍ଞାନ ଜନ୍ମିବ ନାହିଁ । ତେଣୁ ସେମାନେ ଅରଣ୍ୟରେ ଦୀର୍ଘ ସମୟ ଅତିବାହିତ କରୁଥିଲେ ।

(ଗ) ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି ?
Answer:
ସଭ୍ୟତାର ପରିବର୍ତ୍ତନ ଯୋଗୁଁ ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଏବେ ଆଉ ଋଷି ଆଶ୍ରମ ଦେଖିବାକୁ ମିଳୁନାହିଁ କିମ୍ବା ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ ।

(ଗ) ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି ?
Answer:
ସଭ୍ୟତାର ପରିବର୍ତ୍ତନ ଯୋଗୁଁ ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଏବେ ଆଉ ଋଷି ଆଶ୍ରମ ଦେଖିବାକୁ ମିଳୁନାହିଁ କିମ୍ବା ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ । ଆଜି ପୂର୍ବକାଳର ଋଷି ଆଶ୍ରମ ନଥିଲେ ଓ ଶିଷ୍ୟଗଣଙ୍କ ବେଦ ଧ୍ଵନିରେ ବନପ୍ରଦେଶ ମୁଖରିତ ହେଉ ନ ଥିଲେ ମଧ୍ୟ ସେହି ସହସ୍ର ସହସ୍ର ବର୍ଷ ପୂର୍ବର ସ୍ମୃତି ଏବେ ମଧ୍ୟ ଭାରତୀୟଙ୍କ ମନରୁ ଲୋପ ପାଇ ଯାଇନାହିଁ । ବନବାଣୀ ହିଁ ଏ ଦେଶର ସଭ୍ୟତାର ବିଶେଷତ୍ଵ । ଏହା ଭାରତୀୟଙ୍କ ହୃଦୟରେ ସର୍ବଦା ଚିରଜାଜ୍ୱଲ୍ୟ ହୋଇ ରହିଛି । ତେଣୁ ବନବାଣୀକୁ ଭାରତର ବାଣୀ ବୋଲି କୁହାଯାଇଛି ।

(ଘ) ବନବାଣୀକୁ କାହିଁକି ‘ଭାରତର ବାଣୀ’ ବୋଲି କୁହାଯାଇଛି ?
Answer:
ଆଜି ପୂର୍ବକାଳର ଋଷି ଆଶ୍ରମ ନଥିଲେ ଓ ଶିଷ୍ୟଗଣଙ୍କ ବେଦ ଧ୍ଵନିରେ ବନପ୍ରଦେଶ ମୁଖରିତ ହେଉ ନ ଥିଲେ ମଧ୍ୟ ସେହି ସହସ୍ର ସହସ୍ର ବର୍ଷ ପୂର୍ବର ସ୍ମୃତି ଏବେ ମଧ୍ୟ ଭାରତୀୟଙ୍କ ମନରୁ ଲୋପ ପାଇ ଯାଇନାହିଁ । ଏ ଦେଶର ସଭ୍ୟତାର ବିଶେଷତ୍ଵ। ଏହା ଭାରତୀୟଙ୍କ ହୃଦୟରେ ସର୍ବଦା ଚିରଜାଜ୍ୱଲ୍ୟ ହୋଇ ରହିଛି । ତେଣୁ ବନବାଣୀକୁ ଭାରତର ବାଣୀ ବୋଲି କୁହାଯାଇଛି ।

BSE Odisha 6th Class Odia Solutions Chapter 6 ବନବାଣୀ

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ, ତାହା ଏକ ମହାଶକ୍ତି ।
Answer:
ପ୍ରକୃତି ସେମାନଙ୍କ ……………………….. ମହାଶକ୍ତି ।
ଶଂସିତ ଗଦ୍ୟାଶଟି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲିଖିତ ‘ବନବାଣୀ’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଭାରତୀୟ ଭାବୁକଙ୍କ ଦୃଷ୍ଟିରେ ପ୍ରକୃତି କିପରି ମହାଶକ୍ତି ଭାବରେ ପରିଚିତ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ଶାନ୍ତ କୋମଳ ଅରଣ୍ୟରେ ଭାରତର ସଭ୍ୟତା ଓ ସଂସ୍କୃତିର ବିକାଶ ଘଟିଥିଲା। ଏହି ଅରଣ୍ୟ ଥିଲା ମୁନିଋଷିଙ୍କର ସାଧନାର ପୀଠସ୍ଥଳୀ ଓ ରାଜା, ମହାରାଜାମାନଙ୍କର ଶେଷ ଜୀବନର ଆଶ୍ରୟସ୍ଥଳୀ । ଏହି ବନପ୍ରଦେଶର ଚିତ୍ର ଭାରତର କାବ୍ୟ, ନାଟକ, ପୁରାଣାଦିରେ ଚିତ୍ରିତ ହୋଇଛି ।

ସେଥ‌ିରେ ବର୍ଣ୍ଣିତ ଘଟଣା ସକଳ କବିଙ୍କର ପୂର୍ଣପ୍ରାଣତା ପ୍ରକାଶର ମାଧ୍ୟମ ହୋଇଛି । ଏହି ଅରଣ୍ୟ ପ୍ରକୃତି ଭାରତୀୟ ଭାବୁକମାନଙ୍କର ପ୍ରେରଣାର ମୂଳ କାରଣ ଭାବରେ ଗୃହୀତ । ପ୍ରକୃତି ସେମାନଙ୍କ ଦୃଷ୍ଟିରେ ନିର୍ଜୀବ ବା ଜଡ଼ ନୁହେଁ, ବରଂ ଏକ ମହାଶକ୍ତି । ପ୍ରକୃତି ସହିତ ଘନିଷ୍ଠ ମିଳନଦ୍ବାରା ସେମାନେ ବିଶ୍ଵପ୍ରାଣରେ ନିଜ ପ୍ରାଣ ଓ ନିଜ ପ୍ରାଣରେ ବିଶ୍ଵପ୍ରାଣକୁ ଅନୁଭବ କରିପାରୁଥିଲେ । ଏପରି ମହାନ୍ ଅନୁଭୂତି ପ୍ରଦାନ କରୁଥିବା ପ୍ରକୃତି କେବେହେଲେ ନିର୍ଜୀବ ବା ଜଡ଼ ହୋଇ ନ ପାରେ । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

(ଖ) ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି ।
Answer:
ଭାରତର ସଭ୍ୟତା …………………………… ପରିବର୍ତ୍ତିତ ହୋଇଛି ।
ଉଦ୍ଧୃତାଂଶଟି ପଠିତ ସାହିତ୍ୟ ବହିର ‘ବନବାଣୀ’ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ଲେଖକ ପଣ୍ଡିତ ଗୋପବନ୍ଧୁ ଦାସ ବାହ୍ୟ ପ୍ରଭାବରେ ଭାରତୀୟ ସଭ୍ୟତା ଓ ଚିନ୍ତାର ଗତି କିପରି ପରିବର୍ତ୍ତିତ ହୋଇଛି, ତାହା ଉପରେ ଆଲୋକପାତ କରିଛନ୍ତି । ଦିନେ ବନ ଥିଲା ସମସ୍ତ ପ୍ରଗତିର ମୂଳଉତ୍ସ, ଭାରତୀୟ ଭାବୁକମାନଙ୍କର ପ୍ରେରଣାର ମୂଳ ନିଦାନ । ମହାକାବ୍ୟ ବର୍ଣ୍ଣିତ ମହାପୁରୁଷମାନଙ୍କର ସଂଯମ ତଥା ସାଧନାର ପରୀକ୍ଷାଗାର ଥିଲା ଏହି ଅରଣ୍ୟ । ଅରଣ୍ୟର ତରୁଲତାଗଣ ଭାବୁକ କାନରେ ନୀରବ ବାଣୀ ଶୁଣାଇ ଅନୁପ୍ରେରିତ କରୁଥିଲେ । ବନସ୍ପତିର ମାହାତ୍ମ୍ୟକୁ ସେମାନେ ମର୍ମେ ମର୍ମେ ଅନୁଭବ କରୁଥିଲେ ।

ହେଲେ ଆଜି ସେସବୁ ବାହାର ସଭ୍ୟତାର ପ୍ରଭାବରେ ପରିବର୍ତ୍ତିତ ହୋଇଯାଇଛି । ପୂର୍ବରୁ ସେ ଋଷି ଆଶ୍ରମ ନାହିଁ । ସେଠାରୁ ଆଉ ବେଦଧ୍ଵନି ଶୁଣାଯାଉନାହିଁ । ଏସବୁ ପ୍ରଭାବ ସତ୍ତ୍ଵେ ଏହି ଅରଣ୍ୟର ପବିତ୍ର ସ୍ମୃତି ଭାରତବାସୀଙ୍କ ହୃଦୟରୁ ସଂପୂର୍ଣ୍ଣ ଲୋପ ପାଇଯାଇ ନାହିଁ, ବରଂ ଏହି ବନବାଣୀ ଭାରତରବାଣୀ ପାଲଟି ଯାଇଛି । ସମୟ ସ୍ରୋତରେ ପ୍ରତ୍ୟେକ ସଭ୍ୟତାର ପରିବର୍ତ୍ତନ ଘଟିଛି । ହେଲେ ସେହି ସ୍ରୋତରେ ସଂପୂର୍ଣ୍ଣ ଭାସିଯାଇ ଦେଶ ସଭ୍ୟତାର ବିଶେଷତ୍ଵକୁ ହରାଇବା ଅନୁଚିତା ବାସ୍ତବରେ ଲେଖକଙ୍କର ଏହି ଉକ୍ତି ବେଶ୍ ହୃଦୟସ୍ପର୍ଶୀ ତଥା ସମୟୋପଯୋଗୀ ହୋଇପାରିଛି ।

BSE Odisha 6th Class Odia Solutions Chapter 6 ବନବାଣୀ

Question ୪।
ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।
(କ) ଯୋଗୀ, ମୁନି, ଋଷି, ରୋଗୀ
(ଖ) ପ୍ରୌଢ଼, ନାଗରିକ, ବାଳକ, ଯୁବକ
(ଗ) ବନ, ଉପବନ, ଅରଣ୍ୟ, ପର୍ବତ
(ଘ) କାବ୍ୟ, କିମ୍ବଦନ୍ତୀ, ନାଟକ, ପୁରାଣ
(ଙ) ତରୁ, ବିହଙ୍ଗ, ଦ୍ରୁମ, ମହାଦ୍ରୁମ
Answer:
(କ) ଯୋଗୀ
(ଖ) ନାଗରିକ
(ଗ) ପର୍ବତ
(ଘ) କିମ୍ବଦନ୍ତୀ
(ଙ) ବିହଙ୍ଗ

Question ୫।
ତଳେ ‘କ’ ଓ ‘ଖ’ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ପରସ୍ପର ସମ୍ପର୍କ ଥ‌ିବା ଶବ୍ଦକୁ ଯୋଡ଼ି ବାକ୍ୟ କର।

‘କ’ ‘ଖ’
ଅବଶ୍ୟ କ୍ଷେତ୍ର
ତରୁ ସ୍ରୋତ
ଚିନ୍ତ୍ରା ପାଠ
କାର୍ଯ୍ୟ ପ୍ରଦେଶ
ସାଧନା ଛାୟା

Answer:
ଅରଣ୍ୟପ୍ରଦେଶ, ତରୁଛାୟା, ଚିନ୍ତାସ୍ରୋତ, କାର୍ଯ୍ୟକ୍ଷେତ୍ର, ସାଧନାପୀଠ
ଅରଣ୍ୟପ୍ରଦେଶର – ଅରଣ୍ୟପ୍ରଦେଶର ଦୃଶ୍ୟ ଖୁବ୍ ମନୋରମ ।
ତରୁଛାୟା – ତରୁଛାୟା ତଳେ ବସି ଋଷି ବେଦପାଠ କରୁଛନ୍ତି ।
ଚିନ୍ତ୍ରାସ୍ରୋତ – ମନ ମଧ୍ୟରେ ଅଜସ୍ର ଚିନ୍ତାସ୍ରୋତ ଖେଳିଗଲା ।
କାର୍ଯ୍ୟକ୍ଷେତ୍ର – ରାମବାବୁ ନିଜର କାର୍ଯ୍ୟକ୍ଷେତ୍ରରେ ବେଶ୍ ନାଁ କରିଛନ୍ତି ।
ସାଧନାପାଠ – ଜଗନ୍ନାଥ ଦାସଙ୍କ ସାଧନାପୀଠ ଭାବରେ ବଡ଼ଓଡ଼ିଆ ମଠ ସୁପରିଚିତ ।

BSE Odisha 6th Class Odia Solutions Chapter 6 ବନବାଣୀ

Question ୬ ।
ବନ୍ଧନୀରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରି ପାଠଟିକୁ ପୂର୍ଣ୍ଣ ଭାବରେ ଲେଖ ।
ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟଲାଭ ପୂର୍ବରୁ …………. ବନବାସରେ ଏହିପରି ଦୀର୍ଘ ………… ମଧ୍ୟଦେଇ ଯିବାକୁ ପଡ଼ିଅଛି । କେଜାଣି, ଅରଣ୍ୟର ତରୁଲତାଶ୍ରେଣୀ ଭାରତୀୟ ………….. କାନରେ କି …………. ବାଣୀ କହୁଥିଲେ । (ଅଜ୍ଞାତ, ନୀରବ, ଭାବୁକ, ସାଧନା)
Answer:
ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଅଛି । କେଜାଣି, ଅରଣ୍ୟର ତରୁଲତାଶ୍ରେଣୀ ଭାରତୀୟ ଭାବୁକ କାନରେ କି ନୀରବ ବାଣୀ କହୁଥିଲେ ।

Question ୭।
ତଳ କୋଠରିମାନଙ୍କରେ କେତୋଟି ଅକ୍ଷର ଦିଆଯାଇଛି । ପ୍ରତିଧାଡ଼ିରୁ ଅକ୍ଷରମାନଙ୍କୁ ନେଇ କେତୋଟି ଦୁଇ ଓ ତିନି ଅକ୍ଷରବିଶିଷ୍ଟ ଶବ୍ଦ ତିଆରି କର ।
BSE Odisha 6th Class Odia Solutions Chapter 6 ବନବାଣୀ 1
Answer:
ସାଧବ, ବନ, ସାଧନ, ବସା, ଧବ ସ୍ୱର, ନଗର, ନର, ଗର, ସ୍ଵନ ରସ, ସଭ୍ୟ, ମର,ସର, ସମ, ଅର୍କ, ସମ୍ପର୍କ ଦର୍ଶନ, ମନ, ଦମ, ଦମନ,

Question ୮।
ପ୍ରତି ବାକ୍ୟର କିଛି ଅଂଶ ‘କ’ ସ୍ତମ୍ଭରେ ଓ କିଛି ଅଂଶ ‘ଖ’ ସ୍ତମ୍ଭରେ ଦିଆଯାଇଅଛି । ଦୁଇ ସ୍ତମ୍ଭରେ ପରସ୍ପର ସମ୍ପର୍କ ଥ‌ିବା ବାକ୍ୟାଶକୁ ଏକାଠି ମିଳାଇ ଲେଖ ।
Answer:

‘କ’ ‘ଖ’
ପ୍ରକୃତି ସେମାନଙ୍କ ନିକଟରେ ଭାରତର ବାଣୀ
ବନ ବାଣୀ ହିଁ ବନପ୍ରଦେଶ ମୁଖରିତ ହେଉନାହିଁ
ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ପ୍ରାଣରେ ଅନୁଭବ କରୁଥିଲେ
ବନସ୍ପତିର ମାହାତ୍ମ୍ୟ ସାଧନାପୀଠ ଥିଲା
ଅରଣ୍ୟ ହିଁ ସେମାନଙ୍କର ନିର୍ଜୀବ ଏବଂ ଜଡ଼ ନୁହେଁ

Answer:
(୧) ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ ।
(୨) ବନବାଣୀ ହିଁ ଭାରତର ବାଣୀ ।
(୩) ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ ।
(୪) ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ ।
(୫) ଅରଣ୍ୟ ହିଁ ସେମାନଙ୍କର ସାଧନାପୀଠ ଥିଲା ।

BSE Odisha 6th Class Odia Solutions Chapter 6 ବନବାଣୀ

Question ୯।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକ ମଧ୍ୟରୁ ନିର୍ଭୁଲ ଶବ୍ଦଗୁଡ଼ିକୁ ବାଛି ଲେଖ ।
(କ) ଜାତିୟ, ଜାତୀୟ, ଯାତୀୟ
(ଖ) ବିଶେଷ, ବିଷେଶ, ବିସେଷ
(ଗ) ବାଲ୍ମିକୀ, ବାଲ୍ମୀକି, ବାଲ୍ମୀକି
(ଘ) ନୀର୍ଜିବ, ନିର୍ଜିବ, ନିର୍ଜୀବ
Answer:
(କ) ଜାତାୟ
(ଖ) ବିଶେଷ
(ଗ) ବାଲ୍ମ।କି
(ଘ) ନିର୍ଜାବ

ତୁମ ପାଇଁ କାମ:

୧। ଜଙ୍ଗଲ ସମ୍ପର୍କରେ ତୁମ ଅନୁଭୂତି ନିଜ ଭାଷାରେ ଲେଖ ।
୨। ଗୋପବନ୍ଧୁଙ୍କ ଅନ୍ୟାନ୍ୟ ରଚନାଗୁଡ଼ିକ ସଂଗ୍ରହ କରି ପଢ଼ ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
(କ) ବିପରୀତ ଶବ୍ଦ ଲେଖ ।
Answer:
ବିକାଶ – ବିନାଶ
ପବିତ୍ର – ଅପବିତ୍ର
ମିଳନ – ବିଚ୍ଛେଦ
ଜଡ଼ – ଚେତନ
ଉତ୍କୃଷ୍ଟ – ନିକୃଷ୍ଟ

(ଖ) ପ୍ରତିଶବ୍ଦ ଲେଖ ।
Answer:
ଅରଣ୍ୟ – ବଣ, ବନାନୀ, ଜଙ୍ଗଲ
ମୁନି – ସନ୍ୟାସୀ, ତାପସ, ଋଷି
ବିହଙ୍ଗ – ବିହଗ, ବିହଙ୍ଗମ, ପକ୍ଷୀ, ଖଗ
ନଦୀ – ନଈ, ସ୍ରୋତସ୍ଵିନୀ, ତଟିନୀ

(ଗ) ଅର୍ଥଗତ ପାର୍ଥକ୍ୟ ଲେଖ ।
Answer:
ବାଣି – ରସି/ଦଉଡ଼ି
ସୁଧା – ଅମୃତ
ଭୀତି – ଭୟ
ବାଣୀ- କଥା
ସୁଦ୍ଧା – ତଥାପି
ଭିଭି – ମୂଳଦୁଆ

BSE Odisha 6th Class Odia Solutions Chapter 6 ବନବାଣୀ

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଭାରତର ମହାପୁରୁଷମାନେ ଅରଣ୍ୟକୁ କେଉଁ ରୂପେ ନିରୂପଣ କରିଥିଲେ ?
Answer:
ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଏବଂ ସିଦ୍ଧିର ସ୍ଥାନ ରୂପେ ନିରୂପଣ କରିଥିଲେ ।

(ଖ) ଅରଣ୍ୟ ଭାରତୀୟ ସଭ୍ୟତାର କେନ୍ଦ୍ର କିପରି ଥିଲା ?
Answer:
ଅରଣ୍ୟ ମୁନିଋଷିଙ୍କର ସାଧନା ଓ ସିଦ୍ଧିର ସ୍ଥାନ ଥିଲା । ଭାରତୀୟ ସଭ୍ୟତାର ମୂଳଭିତ୍ତିର ଆବିର୍ଭାବ ଏହି ବନପ୍ରଦେଶରେ ହିଁ ହୋଇଥିଲା । ଏହିଠାରେ ହିଁ ଋଷିଙ୍କର ପବିତ୍ର ସ୍ମୃତିପୀଠ ରହିଥିଲା । ବାଲ୍ୟାବସ୍ଥାରେ ଭାରତର ସନ୍ତାନମାନେ ଏହିଠାରେ ଆର୍ଯ୍ୟଋଷିମାନଙ୍କ ଚରଣତଳେ ବସି ଶିକ୍ଷାଲାଭ କରୁଥିଲେ । ଏଣୁ ଅରଣ୍ୟକୁ ଭାରତୀୟ ସଭ୍ୟତାର କେନ୍ଦ୍ରରୂପେ ବିବେଚନା କରାଯାଇଥିଲା ।

(ଗ) ରାମଚନ୍ଦ୍ରଙ୍କୁ କାହିଁକି ନାନାବିଧ ଦୁଃଖ ଦୁର୍ବିପାକ ଭୋଗ କରିବାକୁ ପଡ଼ିଥିଲା ?
Answer:
ସଂସାରକ୍ଷେତ୍ରରେ ସମାଜର ନେତୃତ୍ୱ ନେବା ପୂର୍ବରୁ ଜୀବନର ସଂଯମ ଓ ସାଧନା ଆବଶ୍ୟକ । ସେଥ‌ିପାଇଁ ରାମଚନ୍ଦ୍ରଙ୍କୁ ଅଯୋଧ୍ୟା। ସିଂହାସନରେ ବସିବା ଆଗରୁ ଅରଣ୍ୟ ପ୍ରଦେଶରେ ନାନାବିଧ ଦୁଃଖ ଦୁର୍ବିପାକ ଭୋଗ କରିବାକୁ ପଡ଼ିଥିଲା ।

(ଘ) ଭାବୁକମାନେ ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଏତେ ଅନୁଭବ କରୁଥିଲେ କିପରି ?
Answer:
ଅରଣ୍ୟର ତରୁଲତା ଶ୍ରେଣୀ ସେହି ଭାବୁକମାନଙ୍କ କାନରେ ନୀରବ ବାଣୀ କହୁଥିଲେ । ପବନର ସନ ସନ ଶବ୍ଦ, ନଦୀର କଳ କଳ ନାଦ ଓ ପକ୍ଷୀମାନଙ୍କର କଳକୂଜନ ସେମାନଙ୍କ ପ୍ରାଣରେ ଅପୂର୍ବ ଭାବ ସୃଷ୍ଟି କରୁଥୁଲା, ଯଦ୍ବାରା ସେମାନେ ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ ।

(ଙ) ବର୍ତ୍ତମାନ ଅନେକଙ୍କ ହୃଦୟରେ କେଉଁ ଆଶା ଜାଗିଛି ?
Answer:
କୌଣସି ବିଶେଷତ୍ଵ ଲୋପ ପାଇବା ଅର୍ଥ ସେ ଦେଶ ବା ଜାତିର ବିଲୟ । ଆମ୍ଭମାନଙ୍କର ଅନ୍ୟାନ୍ୟ ଲୁପ୍ତ ପ୍ରାୟ ଜାତୀୟ ବିଶେଷତ୍ଵ ପରି ଏ ବିଶେଷତ୍ଵ ଆଡ଼କୁ କ୍ରମେ ଚିନ୍ତା ଫେରିଅଛି ଏବଂ ଏହାର ପୁନରୁଦ୍ଧାର ଆଶା ଅନେକଙ୍କ ହୃଦୟରେ ବର୍ତ୍ତମାନ ଜାଗିଅଛି ।

Question ୩ ।
ସଂକ୍ଷେପରେ ଉତ୍ତର ଦିଅ ।
(କ) ରାଜ୍ୟଲାଭ ପୂର୍ବରୁ ପଞ୍ଚୁପାଣ୍ଡବଙ୍କୁ କ’ଣ କରିବାକୁ ପଡ଼ିଥିଲା ?
Answer:
‘ମହାଭାରତ’ରେ ପଞ୍ଚୁପାଣ୍ଡବଙ୍କୁ ରାଜ୍ୟଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଥିଲା । କାରଣ ଏଭଳି ଅବସ୍ଥାରେ ନ ପଡ଼ିଲେ ଜୀବନର ବାସ୍ତବିକତା ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ଜନ୍ମ ନାହିଁ ।

(ଖ) ଭାରତୀୟ ସଭ୍ୟତାର ବିଶେଷତ୍ବ କ’ଣ ?
Answer:
‘ବନବାଣୀ ହିଁ ଭାରତର ବାଣୀ ’- ଏହାହିଁ ଭାରତୀୟ ସଭ୍ୟତାର ବିଶେଷତ୍ଵ । ଭାରତର ସଭ୍ୟତା ଓ ଚିନ୍ତାଧାରା ବାହ୍ୟ ପ୍ରଭାବରେ ଯେତେ ପ୍ରଭାବିତ ହେଲେ ମଧ୍ୟ ବନପ୍ରଦେଶର ଅତୀତ ଗାଥା ଏବେ ମଧ୍ୟ ଭାରତବାସୀଙ୍କ ସ୍ମୃତରୁ ବିଲୁପ୍ତ ହୋଇନାର୍ହା

(ଗ) କେଉଁମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ ?
Answer:
ଅରଣ୍ୟ ଭାରତୀୟ ସଭ୍ୟତାର ପ୍ରାଣକେନ୍ଦ୍ର ଅଟେ । ଆବହମାନ କାଳରୁ ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନ ରୂପେ ନିରୂପଣ କରିଥିଲେ ।

(ଘ) କେଉଁ ସମସ୍ତ ତତ୍ତ୍ଵର ଆବିର୍ଭାବ ବନପ୍ରଦେଶରେ ଘଟିଥିଲା ?
Answer:
ପ୍ରାଚୀନ କାଳରେ ଭାରତର ଯେଉଁ ସମସ୍ତ ତତ୍ତ୍ଵ ପୃଥ‌ିବୀକୁ ଆଲୋକିତ କରିଥିଲା, ସେସବୁର ଆବିର୍ଭାବ

(ଙ) ଭାରତର କେଉଁ କାବ୍ୟ, ନାଟକ, ପୁରାଣାଦିରେ ଅରଣ୍ୟର ଗୌରବ ସନ୍ନିବେଶିତ ହୋଇଛି ?
Answer:
ଭାରତର କାବ୍ୟ, ନାଟକ, ପୁରାଣାଦିରେ ଅରଣ୍ୟର ଗୌରବ ବିଶେଷ ଭାବେ ପ୍ରକଟିତ ହୋଇଛି । ‘ଶକୁନ୍ତଳା’, ‘କୁମାରସମ୍ଭବ’ ଓ ‘ଉତ୍ତର ରାମଚରିତ’ ଆଦି ଉତ୍କୃଷ୍ଟ ଓ ସୁନ୍ଦର ସାହିତ୍ୟରେ ଅରଣ୍ୟର ଗୌରବ ସୁନ୍ଦର ଭାବେ ସନ୍ନିବେଶିତ ହୋଇଛି ।

Question ୪।
ସରଳାର୍ଥ ଲେଖ ।
(କ) କୌଣସି ବିଶେଷତ୍ଵ ଲୋପପାଇବା ଅର୍ଥ ସେ ଦେଶ ବା ଜାତିର ବିଲୟ ।
Answer:
କୌଣସି …………………………….. ଜାତିର ବିଲୟ ।
ଶଂସିତ ଗଦ୍ୟାଶଟି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରଚିତ ‘ବନବାଣୀ’ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ଲେଖକ ଦେଶ ବା ଜାତିର ବିଲୟର କାରଣ ସମ୍ପର୍କରେ ଆଲୋକପାତ କରିଛନ୍ତି । ଭାରତୀୟ ସଭ୍ୟତା ଅନେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଏହି ସଭ୍ୟତା ଓ ଚିନ୍ତାର ଗତି ମଧ୍ୟ ବାହାର ଦେଶର ସଭ୍ୟତା ପ୍ରଭାବରେ ପ୍ରଭାବିତ ହୋଇଛି । ଆଜି ଆଉ ଅତୀତର ଋଷି ଆଶ୍ରମ ନାହିଁ । ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ଆଉ ପୂର୍ବପରି ମୁଖରିତ ହେଉନାହିଁ । ତଥାପି ସେହି ଅନେକ ବର୍ଷର ସ୍ମୃତି ଏବେ ମଧ୍ୟ ଭାରତବାସୀଙ୍କ ହୃଦୟରେ ଅଲିଭା ସ୍ମୃତି ହୋଇରହିଛି । ଭାରତୀୟମାନଙ୍କ ମନ ବଚନରେ ବନବାଣୀର କଥା ମୁଖରିତ ହେଉଛି । କାରଣ ଏହା ହିଁ ଏ ଦେଶ ସଭ୍ୟତାର ବିଶେଷତ୍ଵ ଅଟେ । କୌଣସି ଦେଶର ବିଶେଷତ୍ଵ ଲୋପପାଇଯିବା ଅର୍ଥ ସେ ଦେଶ ବା ଜାତିର ବିଲୟ ଘଟିବା । ତେଣୁ ଯାହା ବା କିଛି ହେଉ, ଦେଶ ନିଜର ବିଶେଷତ୍ଵକୁ ହରାଇ ସଂପୂର୍ଣ୍ଣ ରୂପେ ବିଲୁପ୍ତ ହେବ ନାହିଁ । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯେପରି ଗୁରୁତ୍ଵପୂର୍ଣ୍ଣ, ସେପରି ଯୁଗୋପଯୋଗୀ ଅଟେ ।

(ଖ) ଆବହମାନ କାଳରୁ ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଏବଂ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ ।
Answer:
ଆବହମାନ କାଳରୁ ………………………….. ନିରୂପଣ କରିଥିଲେ ।
ଉକ୍ତ ଗଦ୍ୟାଶଟି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲିଖିତ ‘ବନବାଣୀ’ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ଭାରତୀୟ ସଭ୍ୟତାର ବିକାଶ ଘଟାଇବାରେ ଅରଣ୍ୟର ଭୂମିକା ଉପରେ ଆଲୋକପାତ କରିଛନ୍ତି । ଅରଣ୍ୟ ଭାରତୀୟ ସଭ୍ୟତାର କେନ୍ଦ୍ର । ପାଶ୍ଚାତ୍ୟ ସଭ୍ୟତାର ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ କାର୍ଯ୍ୟକ୍ଷେତ୍ର ପ୍ରଧାନତଃ ସହର ଥିଲା । ମାତ୍ର ଭାରତର ମହାପୁରୁଷମାନେ ଅରଣ୍ୟକୁ ନିଜ ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ । ପ୍ରାଚୀନ କାଳରେ ଯେଉଁସବୁ ତତ୍ତ୍ଵ ପୃଥ‌ିବୀକୁ ଆଲୋକ ଦେଇଥୁଲା, ସେ ସମସ୍ତର ଆବିର୍ଭାବ ବନପ୍ରଦେଶରେ ଘଟିଥିଲା ।

ବର୍ତ୍ତମାନ ମଧ୍ୟ ସେସବୁ ଭାରତୀୟ ସଭ୍ୟତାର ମୂଳଭିତ୍ତି ରୂପେ ବିଦ୍ୟମାନ । ପ୍ରାଚୀନ କାଳର ଯୋଗୀ ଋଷିମାନଙ୍କୁ ନେଇ ଆମେ ଗର୍ବ କରିଥାଉ । ସେମାନଙ୍କର ଅଧିଷ୍ଠାନ ଓ ସାଧନାପୀଠ ଥିଲା ଅରଣ୍ୟ । ବାଲ୍ୟାବସ୍ଥାରେ ଭାରତୀୟ ସନ୍ତାନମାନେ ଅରଣ୍ୟରେ ଯୋଗୀଋଷିଙ୍କ ପାଦତଳେ ବସି ବିଦ୍ୟାଶିକ୍ଷା କରୁଥିଲେ । ରାଜା ମହାରାଜାମାନେ ମଧ୍ୟ ଜୀବନର ଶେଷଦଶାରେ ରାଜ୍ୟ ଓ ଧନସଂପଦ ଛାଡ଼ି ଅରଣ୍ୟରେ ବାସ କରିବାକୁ ଶ୍ରେୟ ମଣୁଥିଲେ । ବାସ୍ତବରେ ଅରଣ୍ୟ ଥିଲା ଭାରତୀୟ ସଭ୍ୟତାର କେନ୍ଦ୍ର । ଉକ୍ତ ପ୍ରସଙ୍ଗରେ ଲେଖକଙ୍କ ବର୍ଣ୍ଣନା ବେଶ୍ ଭାବଗର୍ଭକ ହୋଇପାରିଛି ।

(ଗ) ‘ଅରଣ୍ୟ ହିଁ ସେମାନଙ୍କର ଅଧ୍ୟାନ ଏବଂ ସାଧନାପୀଠ ଥିଲା ।’’
ଅରଣ୍ୟ ହିଁ ………………………………… ସାଧନାପୀଠ ଥିଲା।
ଶଂସିତ ଗଦ୍ୟାଶଟି ଗୋପବନ୍ଧୁ ଦାସଙ୍କ ଲିଖ୍ତ ‘ବନବାଶା’ ପ୍ରବନ୍ଧରୁ ଗୃହାତା ଏଠାରେ ପ୍ରାବନ୍ଧିକ ଅରଶ୍ୟର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତ୍ରା ଅରଣ୍ୟ ହେଉଛି ଭାରତୀୟ ସଭ୍ୟତାର କେନ୍ଦ୍ର । ଭାରତର ଯେଉଁ ସମସ୍ତ ତତ୍ତ୍ଵ ପ୍ରାଚୀନ କାଳରେ ପୃଥ‌ିବୀକୁ ଆଲୋକ ଦେଇଥୁଲା ସେ ସମସ୍ତର ଆବିର୍ଭାବ ସ୍ଥଳ ହେଉଛି ବନ ପ୍ରଦେଶ । ଯେଉଁ ଯୋଗୀ ଋଷିମାନଙ୍କର ପବିତ୍ର ସ୍ମୃତି ଭାରତ ପ୍ରାଣରେ ଜାତୀୟ ଗୌରବ ଜନ୍ମାଇଥାଏ, ଅରଣ୍ୟ ହିଁ ସେମାନଙ୍କର ଅଷ୍ଠାନ ଏବଂ ସାଧନା ପୀଠ ଥିଲା । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।

BSE Odisha 6th Class Odia Solutions Chapter 6 ବନବାଣୀ

Question ୫।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କେଉଁମାନେ ବନସ୍ପତିର ମାହାତ୍ମ୍ୟ ଅନୁଭବ କରୁଥିଲେ ?
Answer:
ଭାରତୀୟ ଭାବୁକମାନେ କାଳେ କାଳେ ପ୍ରକୃତିକୁ ପ୍ରେରଣାର ମୂଳ ନିଦାନ ବୋଲି ଗ୍ରହଣ କରିଛନ୍ତି । ସେମାନଙ୍କ ନିକଟରେ ନିର୍ଜୀବ ବା ଜଡ଼ ନୁହେଁ, ତାହା ଏକ ମହାଶକ୍ତି । ଜୀବନର ବାସ୍ତବତା ବୁଝିବା ନିମନ୍ତେ ଅରଣ୍ୟ ଜନସମାଜକୁ ପ୍ରେରଣା ଦେଉଥିଲା । ଅରଣ୍ୟର ତରୁଲତାଶ୍ରେଣୀ ଭାରତୀୟ ଭାବୁକ କାନରେ ନୀରବ ବାଣୀ କହୁଥିଲା । ପବନର ସନସନ ଶବ୍ଦ, ନଦୀର କଳକଳ ନାଦ ଓ ବିହଙ୍ଗକୁଳର କୋଳାହଳ ସେମାନଙ୍କ ପ୍ରାଣରେ ଅପୂର୍ବ ସ୍ପନ୍ଦନ ଜନ୍ମଉଥିଲା । ତହିଁରୁ ସେମାନେ ବନସ୍ପତିର ମାହାତ୍ମ୍ୟ ଅନୁଭବ କରୁଥିଲେ । ସେହି ବନସ୍ପତି ହିଁ ସେମାନଙ୍କୁ ବାସ୍ତବ ଜୀବନ ବିଷୟରେ ସଠିକ୍ ଜ୍ଞାନ ଦେଉଥିଲା । ବାସ୍ତବିକ ଅରଣ୍ୟ ହିଁ ଥିଲା ଭାରତୀୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ।

(ଖ) କେଉଁମାନେ କାହିଁକି ‘ମୁନିବନ ତରୁଛାୟା’ର ଆଶ୍ରୟ ନେଇ ଜୀବନକୁ କୃତାର୍ଥ ମଣୁଥିଲେ ?
Answer:
ବାଛିଥିଲେ । ବାଲ୍ୟାବସ୍ଥାରେ ଭାରତର ସନ୍ତାନମାନେ ଅରଣ୍ୟରେ ଗୁରୁକୁଳାଶ୍ରମରେ ରହି ମୁନିଋଷିଙ୍କଠାରୁ ବିଦ୍ୟା ଶିକ୍ଷା କରୁଥିଲେ । ଏହି ଅରଣ୍ୟରୁ ହିଁ ସେ କାଳରେ ପୃଥ‌ିବୀକୁ ଆଲୋକିତ କରିଥିବା ସମସ୍ତ ତତ୍ତ୍ଵର ଆବିର୍ଭାବ ଘଟିଥିଲା । ରାଜା ମହାରାଜାମାନେ ମଧ୍ୟ ଜୀବନର ଶେଷ ଦଶାରେ ରାଜ୍ୟ, ଧନସମ୍ପଦ ପରିତ୍ୟାଗ କରି ଅରଣ୍ୟ କୋଳରେ ଆଶ୍ରୟ ନେବାକୁ ଇଚ୍ଛା ପ୍ରକାଶ କରୁଥିଲେ । ମୁନିବନ ତରୁଛାୟାର ଆଶ୍ରୟ ନେଇ ସେମାନେ ଜୀବନକୁ କୃତାର୍ଥ ମଣୁଥିଲେ ।

(ଗ) ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ କାହିଁକି ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ?
Answer:
ଅରଣ୍ୟହିଁ ଥିଲା ଭାରତୀୟ ସଭ୍ୟତାର ଗୌରବର ମୂଳ ହେତୁ । ଅରଣ୍ୟ କବି ଓ ଭାବୁକମାନଙ୍କୁ ସୁନ୍ଦର ମହାକାବ୍ୟମାନ ରଚନା ପାଇଁ ପ୍ରେରଣା ଯୋଗାଇଥିଲା । ମହାକାବ୍ୟମାନଙ୍କରେ ଯେଉଁସବୁ ମହାପୁରୁଷମାନଙ୍କର ଆଲେଖ୍ୟ ଦିଆଯାଇଛି, ସେମାନେ ସଂସାର କ୍ଷେତ୍ରରେ ସମାଜର ନେତୃତ୍ୱ ନେବା ପୂର୍ବରୁ ଜୀବନର ସଂଯମ ଏବଂ ସାଧନା ନିମନ୍ତେ ଦୀର୍ଘକାଳ ଅରଣ୍ୟରେ ଅତିବାହିତ କରୁଥିଲେ । ଅଯୋଧ୍ୟାର ସିଂହାସନରେ ଅଧିଷ୍ଠିତ ହେବା ପୂର୍ବରୁ ରାମଚନ୍ଦ୍ରଙ୍କୁ ଚଉଦ ବର୍ଷ ପାଇଁ ବନବାସ କଷ୍ଟ ଭୋଗିବାକୁ ପଡ଼ିଥିଲା ।

ସେ ଅରଣ୍ୟରେ ନାନା ଦୁଃଖ ଓ ଦୁର୍ବିପାକ ଭୋଗିଥିଲେ । ଏଭଳି ଅବସ୍ଥାରେ କାଳାତିପାତ କରି ସେ ଜୀବନର ବାସ୍ତବିକତା ସମ୍ବନ୍ଧରେ ଜ୍ଞାନଲାଭ କରିଥିଲେ । ସେହିପରି ‘ମହାଭାରତ’ରେ ପଞ୍ଚୁପାଣ୍ଡବଙ୍କୁ ରାଜ୍ୟଲାଭ ପୂର୍ବରୁ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଗତି କରିବାକୁ ପଡ଼ିଥିଲା । କାରଣ ଏହି ଅବସ୍ଥା ତାଙ୍କୁ ରାଜ୍ୟଲାଭ ପରେ ସୁଶାସନ କରିବା ନିମନ୍ତେ ଯଥେଷ୍ଟ ସହାୟକ ହୋଇଥିଲା ।

(ଘ) ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସ ବୋଲି ଗ୍ରହଣ କରିଛନ୍ତି ?
Answer:
ଭାରତର କାବ୍ୟ, ନାଟକ ଓ ପୁରାଣାଦିରେ ଅରଣ୍ୟର ଗୌରବ ବିଶେଷଭାବେ ପ୍ରକଟିତ ହୋଇଛି । ‘ଶକୁନ୍ତଳା’, ‘କୁମାର ସମ୍ଭବ’, ‘ଉତ୍ତର ରାମଚରିତ’ ପ୍ରଭୃତି ଲୋକପ୍ରିୟ ସାହିତ୍ୟରେ ବନପ୍ରଦେଶର ସୁନ୍ଦର ଚିତ୍ର ଓ ଘଟଣା ସକଳ ପ୍ରକାଶ ପାଇଛି । ସେସବୁ ବିନା ଏସବୁ କାବ୍ୟ ପରିପୂର୍ଣ୍ଣତା ପାଇପାରି ନଥା’ନ୍ତା । ଭାରତୀୟ କବି ଓ ଭାବୁକମାନଙ୍କ ନିକଟରେ ପ୍ରକୃତି ନିର୍ଜୀବ ଓ ଜଡ଼ ନୁହେଁ, ଏହା ଏକ ମହାଶକ୍ତି । ପ୍ରକୃତି ସହ ଘନିଷ୍ଠ ମିଳନଦ୍ୱାରା ସେମାନଙ୍କଠାରେ ବିଶ୍ଵକପ୍ରାଣତା ଭାବ ପ୍ରକାଶ ପାଇଥିଲା । ପ୍ରତ୍ୟେକ ସୁନ୍ଦର ସୃଷ୍ଟି ମୂଳରେ ପ୍ରକୃତିର ପ୍ରେରଣା ରହିଥିଲା । ତେଣୁ ଭାରତୀୟ ଭାବୁକମାନେ କାଳେ କାଳେ ପ୍ରକୃତିକୁ ପ୍ରେରଣାର ଉତ୍ସଭାବେ ଗ୍ରହଣ କରିଛନ୍ତି ।

(ଙ) ବନବାଣୀକୁ କାହିଁକି ‘ଭାରତର ବାଣୀ’ ବୋଲି କୁହାଯାଇଛି ?
Answer:
ଭାରତୀୟ ସଭ୍ୟତାର ପ୍ରାଣକେନ୍ଦ୍ର ହେଉଛି ଅରଣ୍ୟ । ଅତୀତରେ ଭାରତୀୟ ସଂସ୍କୃତିର ମୂଳାଧାର ଥିଲା ଅରଣ୍ୟ । ସେଦିନ ଆଜି ଅବଶ୍ୟ ଆଉ ନାହିଁ । ବାହ୍ୟିକ ପ୍ରଭାବରେ ଭାରତର ସଭ୍ୟତା ଓ ଚିନ୍ତାଧାରା ଅନେକ ପରିମାଣରେ ପରିବର୍ତ୍ତିତ ହୋଇଛି । ପୂର୍ବରୁ ସେ ଋଷି ଆଶ୍ରମ ଆଉ ନାହିଁ । ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ଆଉ ମୁଖରିତ ହେଉନାହିଁ । ତଥାପି ସେ କାଳର ସ୍ମୃତି ଏବେ ମଧ୍ୟ ଭାରତୀୟଙ୍କ ପ୍ରାଣରେ ସ୍କନ୍ଦିତ ହେଉଛି । ସେସବୁ କେବେ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହେବ ନାହିଁ । କାରଣ ବନବାଣୀ ହିଁ ଭାରତର ବାଣୀ । ଏହାହିଁ ଏ ଦେଶ ସଭ୍ୟତାର ବିଶେଷତ୍ଵ । କୌଣସି ବିଶେଷତ୍ଵ ଲୋପ ପାଇବା ଅର୍ଥ ଜାତିର ବିଲୟ ଘଟିବା । ତେଣୁ ଏହି ବିଶେଷତ୍ଵ ଆଡ଼କୁ ଏବେ ଚିନ୍ତା ଫେରିଛି ଓ ଅଧୁନା ଅରଣ୍ୟ ସଭ୍ୟତାର ପୁନରୁଦ୍ଧାର ଆଶା ଅନେକଙ୍କ ହୃଦୟରେ ଜାଗିଅଛି ।

(ଚ) ଅରଣ୍ୟକୁ ଭାରତୀୟ ସଭ୍ୟତାର କେନ୍ଦ୍ର ବୋଲି କୁହାଯାଏ କାହିଁକି ? କିମ୍ବା, କେଉଁମାନେ କାହିଁକି ଆବହମାନ କାଳରୁ ଅରଣ୍ୟକୁ ଅପାଣାର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ ?
Answer:
ଅରଣ୍ୟ ହିଁ ଭାରତୀୟ ସଭ୍ୟତାର କେନ୍ଦ୍ରବିନ୍ଦୁ । ଆବହମାନ କାଳରୁ ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ । ଯେଉଁସବୁ ତତ୍ତ୍ଵ ପ୍ରାଚୀନ କାଳରେ ପୃଥିବୀକୁ ଆଲୋକ ପ୍ରଦାନ କରିଥିଲା, ଯାହା ଏବେ ମଧ୍ୟ ଭାରତୀୟ ସଭ୍ୟତାର ମୂଳଭିତ୍ତି ହୋଇ ରହିଛି, ସେ ସମସ୍ତର ଆବିର୍ଭାବ ବନପ୍ରଦେଶରେ ହୋଇଥିଲା । ଭାରତର ଗର୍ବ ଓ ଗୌରବ ମୁନିଋଷିମାନଙ୍କର ଅଷ୍ଠାନ ଓ ସାଧନାପୀଠ ଥିଲା ବନପ୍ରଦେଶ । ଭାରତୀୟ ସନ୍ତାନଗଣ ବନପ୍ରଦେଶରେ ରହି ମୁନିଋଷିଙ୍କଠାରୁ ଶିକ୍ଷାଗ୍ରହଣ କରୁଥିଲେ । ରାଜା, ମହାରାଜାମାନେ ଜୀବନର ଅନ୍ତିମ ଭାଗରେ ରାଜ୍ୟ ଓ ଧନସମ୍ପଦକୁ ତୁଚ୍ଛ ମଣି ଅରଣ୍ୟର ତରୁଛାୟା ତଳେ ଆଶ୍ରୟ ନେବାକୁ ଶ୍ରେୟ ମଣୁଥିଲେ । ତେଣୁ ଅରଣ୍ୟକୁ ଭାରତୀୟ ସଭ୍ୟତାର କେନ୍ଦ୍ରବିନ୍ଦୁ ବୋଲି କୁହାଯାଇଥିଲା।

ଲେଖକ ପରିଚୟ:

ପଣ୍ଡିତ ଗୋପବନ୍ଧୁ ଦାସ (୧୮୭୭ – ୧୯୨୮) ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟବର୍ତ୍ତୀ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ସେ ବହୁବାର କାରାବରଣ କରିଥିଲେ । ଏଥ୍ ସହିତ ସାହିତ୍ୟ, ସାଧନା ତାଙ୍କ ଜୀବନର ଅନ୍ୟତମ ଅଙ୍ଗ ଥିଲା। ସତ୍ୟବାଦୀ ବନବିଦ୍ୟାଳୟ, ‘ସତ୍ୟବାଦୀ’ ପତ୍ରିକା ଓ ଦୈନିକ ସମ୍ବାଦପତ୍ର ‘ସମାଜ’ ର ସେ ପ୍ରତିଷ୍ଠାତା । ସେ ‘ଉତ୍କଳମଣି’ ନାମରେ ପରିଚିତ । ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ବନ୍ଦୀର ଆତ୍ମକଥା’, ‘କାରା କବିତା’, ‘ଧର୍ମପଦ’ ଓ ‘ଗୋ -ମାହାତ୍ମ୍ୟ’ ପ୍ରଧାନ ।

ବିଷୟ ସ୍ତଚନା:

ଭାରତୀୟ ସଂସ୍କୃତି ତଥା ସଭ୍ୟତାର ବିକାଶ ଦିଗରେ ଅରଣ୍ୟର ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ ଅଟେ । ଯୋଗୀ ଋଷିମାନେ ଏହି ଅରଣ୍ୟରେ ଆଶ୍ରମ ସ୍ଥାପନ କରି ସାଧନାରତ ଥିଲେ । ଅରଣ୍ୟ ଥିଲା ଭାରତୀୟ ଶିକ୍ଷାକେନ୍ଦ୍ରର ପୀଠସ୍ଥଳ । ବହୁ କାବ୍ୟ- କବିତାରେ ଅରଣ୍ୟର ବର୍ଣ୍ଣନା ଦେଖିବାକୁ ମିଳେ । ଆଜି ଅରଣ୍ୟ ଲୋପ ପାଇଥିଲେ ମଧ୍ୟ ତା’ର ସ୍ମୃତି ଭାରତୀୟଙ୍କ ମନରୁ ଲୋପ ପାଇନାହିଁ । ବନବାଣୀ ହିଁ ଭାରତର ବାଣୀ । ଏହାର ପୁନରୁଦ୍ଧାର କରାଯିବା ଆବଶ୍ୟକ । ଏହା ହିଁ ଉକ୍ତ ‘ବନବାଣୀ’ ପ୍ରବନ୍ଧରେ ପ୍ରତିପାଦିତ ବିଷୟବସ୍ତୁ ।

ସାରକଥା :

ଅରଣ୍ୟ ଭାରତୀୟ ସଭ୍ୟତାର କେନ୍ଦ୍ର । ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ବର୍ତ୍ତମାନ ଭାରତ ପ୍ରଭାବିତ ହେଲେ ମଧ୍ୟ କେଉଁ ଅନାଦିକାଳରୁ ଭାରତର ମହାପୁରୁଷଗଣ ଅରଣ୍ୟକୁ ନିଜର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ । ଭାରତୀୟ ସଭ୍ୟତାର ମୂଳଭିଭି ଓ ସମସ୍ତ ତତ୍ତ୍ଵ ଏହି ବନପ୍ରଦେଶରେ ହିଁ ଆବିର୍ଭୂତ ହୋଇଥିଲା । ଏହା ଯୋଗୀ ଋଷିଙ୍କର ସାଧନାର ପୀଠସ୍ଥଳୀ ଥିଲା । ବାଲ୍ୟକାଳରେ ଭାରତର ସନ୍ତାନଗଣ ଏହି ଆର୍ଯ୍ୟଋଷିଙ୍କର ଚରଣତଳେ ବସି ଶିକ୍ଷା ଲାଭ କରୁଥିଲେ । ଏପରିକି ରାଜା, ମହାରାଜାଗଣ ଜୀବନର ଅନ୍ତିମଭାଗରେ ରାଜ୍ୟ, ଧନସମ୍ପଦ ଛାଡ଼ି ଏହି ଅରଣ୍ୟରେ ଆଶ୍ରୟ ନେଇ ଜୀବନକୁ ଧନ୍ୟ ମଣୁଥିଲେ ।

ଭାରତର କାବ୍ୟ, ନାଟକ, ପୁରାଣ ଆଦିରେ ଅରଣ୍ୟର ଗୌରବ ବର୍ଣ୍ଣିତ ହୋଇଛି । ‘ଶକୁନ୍ତଳା’, ‘କୁମାର ସମ୍ଭବ’, ‘ଉତ୍ତର ରାମଚରିତ’ ପ୍ରଭୃତି ସାହିତ୍ୟରେ ଯଦି ବନର ଚିତ୍ର ସନ୍ନିବେଶିତ ହୋଇନଥା’ନ୍ତା, ତେବେ ସେଥ‌ିରେ କବିଙ୍କର ପୂର୍ଣପ୍ରାଣତା ପ୍ରକାଶ ପାଇଥା’ନ୍ତା କି ନା ସନ୍ଦେହ । ଭାରତୀୟ ଭାବୁକମାନେ ଯୁଗେ ଯୁଗେ ପ୍ରକୃତିକୁ ପବିତ୍ର ପ୍ରେରଣାର ମୂଳ ନିଦାନ ବୋଲି ଗ୍ରହଣ କରିଛନ୍ତି । ପ୍ରକୃତି ସେମାନଙ୍କ ପାଇଁ ଜଡ଼ ନହୋଇ ମହାଶକ୍ତି ପାଲଟିଛି । ସେମାନେ ପ୍ରକୃତି ସହିତ

ଏହି ଘନିଷ୍ଠ ମିଳନଦ୍ୱାରା ବିଶ୍ଵପ୍ରାଣରେ ନିଜ ପ୍ରାଣ ଏବଂ ନିଜ ପ୍ରାଣରେ ବିଶ୍ଵପ୍ରାଣକୁ ଅନୁଭବ କରିପାରୁଥିଲେ । ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷଗଣ ସମାଜର ନେତୃତ୍ୱ ନେବା ଆଗରୁ ଜୀବନର ସଂଯମ ଏବଂ ସାଧନା ନିମିତ୍ତ ଦୀର୍ଘକାଳ ଅରଣ୍ୟରେ ଅତିବାହିତ କରୁଥିଲେ । ରାମଚନ୍ଦ୍ରଙ୍କୁ ଅଯୋଧ ସିଂହାସନରେ ବସିବା ପୂର୍ବରୁ ଅରଣ୍ୟ ପ୍ରଦେଶରେ ଚଉଦବର୍ଷ କାଳ ନାନାବିଧ ଦୁଃଖ ଦୁର୍ବିପାକ ଭୋଗ କରିବାକୁ ପଡ଼ିଛି । କାରଣ ଏହିଭଳି ଅବସ୍ଥାରେ ନ ପଡ଼ିଲେ ଜୀବନର ବାସ୍ତବିକତା ସମ୍ବନ୍ଧରେ ମନୁଷ୍ୟର ଯଥାର୍ଥ ଜ୍ଞାନ ଜନ୍ମେ ନାହିଁ । ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଛି । ଅରଣ୍ୟର ଏହି ତରୁଲତାଗଣ ଭାରତୀୟ ଭାବୁକଙ୍କ କାନରେ ନୀରବ ବାଣୀ କହିବା ସହିତ ସେମାନଙ୍କ ପ୍ରାଣରେ କି ଅପୂର୍ବ ଭାବ ଜନ୍ମଉଥିଲେ ଯେ ସେମାନେ ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ ।

ଆଜି ସେଦିନ ଆଉ ନାହିଁ । ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଆଜି ସିନା ଋଷି ଆଶ୍ରମ ନାହିଁ କି ବନପ୍ରଦେଶ ଶିଷ୍ୟଗଣଙ୍କ ବେଦଧ୍ଵନିରେ ମୁଖରିତ ହେଉନାହିଁ; ହେଲେ ତା’ର ସ୍ମୃତି ଭାରତବାସୀଙ୍କ ହୃଦୟରୁ ଏକାବେଳକେ ବିଲୁପ୍ତ ହୋଇନାହିଁ କି ହେବ ନାହିଁ । ବନବାଣୀ ହିଁ ଭାରତର ବାଣୀ । ଏହା ହିଁ ଏ ଦେଶ ସଭ୍ୟତାର ବିଶେଷତ୍ଵ । କୌଣସି ବିଶେଷତ୍ଵ ଲୋପ ପାଇବା ଅର୍ଥ ସେ ଦେଶ ବା ଜାତିର ବିଲୟ । ଏହି ଲୁପ୍ତପ୍ରାୟ ଜାତୀୟ ବିଶେଷତ୍ଵର ପୁନରୁଦ୍ଧାର ଆଶା ଅନେକଙ୍କ ହୃଦୟରେ ବର୍ତ୍ତମାନ ଜାଗିଅଛି ।

କଠିନ ଶବ୍ଦ।ର୍ଥ:

  • ଅରଣ୍ୟ – ବଣ।
  • ପାଶ୍ଚାତ୍ୟ – ବିଦେଶ (ଆମ ଦେଶର ପଶ୍ଚିମରେ ଥ‌ିବା ଦେଶ ) ।
  • ଆବହମାନ – ଚିରପ୍ରଚଳିତ ।
  • ଅଦ୍ୟାପି – ଏବେ ମଧ୍ୟ ।
  • ମୂଳଭିତ୍ତି – ମୂଳଦୁଆ ।
  • ବିଦ୍ୟମାନ – ରହିଛି ।
  • ଆବିର୍ଭାବ – ପ୍ରକାଶ ।
  • ଅଧୃଷ୍ଠାନ – ଅବସ୍ଥିତି ।
  • ଚରଣତଳେ – ପାଦତଳେ ।
  • ଏମନ୍ତ – ଏପରି ।
  • ଶେଷ ଦଶା – ଶେଷ ଭାଗ ।
  • କୃତାର୍ଥ – ଧନ୍ୟ, ଚରିତାର୍ଥ ।
  • ଗୌରବ – ଉତ୍କର୍ଷ ।
  • ପ୍ରକଟିତ – ପ୍ରକାଶିତ ।
  • ଘଟଣାସକଳ – ଘଟଣାସବୁ ।
  • ସନ୍ନିବେଶ – ଯୋଡ଼ିବା, ଏକାଠି କରିବା ।
  • ନିଦାନ – ମୂଳ କାରଣ ।
  • ଜଡ଼- ଯାହାର ଜୀବନ ନାହିଁ ।
  • ଆଲେଖ୍ୟ – ଚିତ୍ର ।
  • ଦୁର୍ବିପାକ – ଦୁର୍ଯୋଗ, ବିପତ୍ତି ।
  • ନିରୁଦ୍ଦେଶ୍ୟ – ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନଥ‌ିବା ।
  • ଅଜ୍ଞାତ – ଅଜଣା ।
  • ଭାବୁକ – ଯେ ଭାବନା କରେ ।
  • ସନସନ – ଗଛର ପତ୍ର ପବନରେ ହଲିବାର ଶବ୍ଦ ।
  • ବିହଙ୍ଗକୁଳ – ପକ୍ଷୀସମୂହ ।
  • କୋଳାହଳ – ଘୋ ଘୋ ଶବ୍ଦ ।
  • ବନସ୍ପତି – ବୃକ୍ଷ ।
  • ବାହ୍ୟିକ – ବାହାରର ।
  • ମାହାତ୍ମ୍ୟ – ମହତ୍ତ୍ବ, ଗୌରବ, ମହିମା।
  • ମୁଖରିତ – ଧ୍ଵନିତ ।
  • ବିଲୁପ୍ତ – ସଂପୂର୍ଣ୍ଣ ଲୋପ ।
  • ବିଲୟ – ବିଲୋପ ।
  • ପୁନରୁଦ୍ଧାର – ଆଉଥରେ ଉଦ୍ଧାର ।
  • ଜାଗିଅଛି – ଚେଇଁ ଉଠିଛି ।

ସୂଚନା:

ଶକୁନ୍ତଳା : ଏହା ଏକ ନାଟକ। ମହାକବି କାଳିଦାସ ଏହାର ଲେଖକ । ସଂସ୍କୃତରେ ଏହାର ନାମ ‘ଅଭିଜ୍ଞାନ ଶାକୁନ୍ତଳମ୍’ ଅଟେ । ଏଥିରେ ରାଜା ଦୁଷ୍ୟନ୍ତ ଓ ମୁନିକନ୍ୟା ଶକୁନ୍ତଳାଙ୍କ କଥା ବର୍ଣ୍ଣିତ ହୋଇଛି ।
କୁମାର ସମ୍ଭବ : ଏହା ମହାକବି କାଳିଦାସଙ୍କ ରଚିତ ଏକ ମହାକାବ୍ୟ । ଏଥରେ ପାର୍ବତୀଙ୍କର ତପସ୍ୟା, କାର୍ତ୍ତିକେୟଙ୍କ ଜନ୍ମ ଓ ସମ୍ବରାସୁର ବଧ କଥା ବର୍ଣ୍ଣିତ ହୋଇଛି ।
ଉତ୍ତର ରାମଚରିତ : ଏହି ସଂସ୍କୃତ ନାଟକର ଲେଖକ ଭବଭୂତି । ଏଥିରେ ରାମ ବନବାସ ପରେ ଘଟିଥିବା ଘଟଣା ବର୍ଣ୍ଣିତ ହୋଇଛି ।
ପଞ୍ଚୁପାଣ୍ଡବ : ମହାଭାରତର ପଞ୍ଚୁପାଣ୍ଡବ ହେଲେ ଯୁଧୁଷ୍ଠିର, ଭୀମ, ଅର୍ଜୁନ, ସହଦେବ ଓ ନକୁଳ ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Odisha State Board CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର Textbook Exercise Questions and Answers.

CHSE Odisha Class 12 Odia Chapter 8 ପିଙ୍ଗଳାର ଅଭିସାର Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
ପିଙ୍ଗଳା କିଏ ?
(i) ପଲ୍ଲୀବଧୂ
(ii) କୁଳବଧୂ
(iii) ବାରବଧୂ
(iv) ନବବଧୂ
Answer:
(iii) ବାରବଧୂ.

Question ୨ ।
ପିଙ୍ଗଳା ଆଉ କେଉଁ ଦୀପ ଜାଳିବ ନାହିଁ ବୋଲି କହିଛି ?
(i) ସଞ୍ଜ ଦୀପ
(ii) ପୂଜା ଦୀପ
(iii) ଜ୍ଞାନ ଦୀପ
(iv) କେଳିଦୀପ
Answer:
(iv) କେଳିଦୀପ

Question ୩ ।
ପିଙ୍ଗଳା ରସିକ ନାଗରମାନଙ୍କୁ କି ଅଭିନୟ ଦେଖାଉଥିଲା ?
(i) ପୀରତିର ଅଭିନୟ
(ii) ଛଳନାର ଅଭିନୟ
(iii) ସ୍ତ୍ରୀର ଅଭିନୟ
(iv) ବାନ୍ଧବୀର ଅଭିନୟ
Answer:
(i) ପୀରତିର ଅଭିନୟ

Question ୪।
‘ମରତ ପଥର ଅମର ବନ୍ଧୁ ଥାନ୍ତରବିମାନ’- କାହା ଉଦ୍ଦେଶ୍ୟରେ କୁହାଯାଇଛି ?
(i) ପିଙ୍ଗଳାର ପ୍ରେମିକ
(ii) ଧନିକ ଯୁବକ
(iii) ରସିକ ନାଗର
(iv) ପରମ ପୁରୁଷ
Answer:
(iv) ପରମ ପୁରୁଷ

Question ୫ ।
ମୁକ୍ତା କେଉଁଠି ଫଳେ ?
(i) ଶୁକ୍ତି ଗର୍ଭରେ
(ii) ସାଗର ଗର୍ଭରେ
(iii) ଧରିତ୍ରୀ ଗର୍ଭରେ
(iv) ପଦ୍ମ ଗର୍ଭରେ
Answer:
(i) ଶୁକ୍ତି ଗର୍ଭରେ

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୬ ।
କେଉଁ ମାଳା ଦରକାର ନାହିଁ ବୋଲି ପିଙ୍ଗଳା କହିଛି ?
(i) ମଣିକାଞ୍ଚନ ମାଳା
(ii) ମରକତ ମାଳା
(iii) ବନପୁଷ୍ପର ମାଳା
(iv) ମଲ୍ଲୀମାଳା
Answer:
(i) ମଣିକାଞ୍ଚନ ମାଳା

Question ୭ ।
ସଚେତନ ପିଙ୍ଗଳାର ଅଙ୍ଗପୁଲକକୁ କାହା ସହିତ ତୁଳନା କରାଯାଇଛି ?
(i) ପ୍ରସ୍ଫୁଟିତ ପଦ୍ମ
(ii) ବରଷାର ନୀପ
(iii) କୋରକିତ କେତକୀ
(iv) ବିକଶିତ ମଲ୍ଲୀ
Answer:
(ii) ବରଷାର ନୀପ

Question ୮ ।
ଆତ୍ମଜ୍ଞାନ ଲାଭ ପରେ ପିଙ୍ଗଳା କାହା ପରି ଛୁଟି ଯିବାପାଇଁ ଚାହିଁଛି ?
(i) ମୁକ୍ତ ଚାରିଣୀ ତଟିନୀ
(ii) ବରଷାର ଧାରା
(iii) ଧୀର ସମୀରଣ
(iv) ଦକ୍ଷିଣା ପବନ
Answer:
(i) ମୁକ୍ତ ଚାରିଣୀ ତଟିନୀ

Question ୯ ।
ପିଙ୍ଗଳା କେଉଁ ନଗରର ନଟୀ ଥିଲା ?
(i) ଅବନ୍ତୀ
(ii) ଉଜ୍ଜୟିନୀ
(iii) ବିଦେହ
(iv) କୋଶଳ
Answer:
(iii) ବିଦେହ

Question ୧୦ ।
ପ୍ରେମର ସନ୍ନ୍ୟାସିନୀ ବୋଲି କବି କାହାକୁ କହିଛନ୍ତି ?
(i) ମଧୁମତ୍ତା
(ii) ପିଙ୍ଗଳା.
(iii) ଆମ୍ରପଲ୍ଲୀ
(iv) ମଧୁବ୍ରତା
Answer:
(ii) ପିଙ୍ଗଳା

Question ୧୧ ।
ଉତ୍ତରିତ ପିଙ୍ଗଳା କେଉଁଠି ଶୋଇବ ବୋଲି କହିଛି ?
(i) ଧରଣୀର ତୃଣ ତତ୍ପରେ
(ii) ଫୁଲ ଶଯ୍ୟାରେ
(iii) ତୂଳିତ ଶଯ୍ୟାରେ
(iv) ପଥରର ଚଟାଣରେ
Answer:
(i) ଧରଣୀର ତୃଣ ତନ୍ତ୍ରରେ

Question ୧୨ ।
ପୁଣ୍ୟ ମର୍ତ୍ତ୍ୟଭୂମିରେ ପିଙ୍ଗଳା କ’ଣ ସାଜିଛି ବୋଲି କହିଛି ?
(i) ପତିତା
(ii) ନେତ୍ରୀ
(iii) ପତିତା
(iv) ଗୃହିଣୀ
Answer:
(iii) ସାମ୍ରାଜ୍ଞୀ

(ଖ) ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
‘ପିଙ୍ଗଳାର ଅଭିସାର’ କବିତାର କବି କିଏ ?
Answer:
‘ପିଙ୍ଗଳାର ଅଭିସାର’ କବିତାର କବି ରାଧାମୋହନ ଗଡ଼ନାୟକ ।

Question ୨ ।
କେଉଁ ପୁରାଣର ଉପାଖ୍ୟାନ ଆଧାରରେ ‘ପିଙ୍ଗଳାର ଅଭିସାର? କବିତାଟି ରଚିତ ହୋଇଛି ?
Answer:
ଶ୍ରୀମଦ୍ ଭାଗବତର ଉପାଖ୍ୟାନ ଆଧାରରେ ‘ପିଙ୍ଗଳାର ଅଭିସାର’ କବିତାଟି ରଚିତ ହୋଇଛି ।

Question ୩ ।
ପିଙ୍ଗଳା କେଉଁ ନଗରୀରେ ବାସ କରୁଥିଲା ?
Answer:
ପିଙ୍ଗଳା ବିଦେହ ନଗରୀରେ ବାସ କରୁଥିଲା ।

Question ୪ ।
ବାରବଧୂ ବୋଲି କବି କାହାକୁ କହିଛନ୍ତି ?
Answer:
ବାରବଧୂ ବୋଲି କବି ପିଙ୍ଗଳାକୁ କହିଛନ୍ତି ।

Question ୫ ।
ପିଙ୍ଗଳାର ମନରେ କାହିଁକି ବିରାଗ ଆସିଥିଲା ?
Answer:
ସମ୍ଭ୍ରାନ୍ତ ଧନୀଯୁବକ ସଙ୍କେତ ଦେଇ ନ ଆସିବାରୁ ପିଙ୍ଗଳାର ମନରେ ବିରାଗ ଆସିଥିଲା ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୬ ।
ଦିବ୍ୟ ପରମଧନ ବୋଲି କାହାକୁ କୁହାଯାଇଛି ?
Answer:
ଅମରବନ୍ଧୁ, ଅନ୍ତରବିମୋହନ ଭଗବାନଙ୍କୁ ଦିବ୍ୟ ପରମ ଧନ ବୋଲି କୁହାଯାଇଛି ।

Question ୭ ।
ମରତ ପଥର ଅମର ବନ୍ଧୁ କିଏ ?
Answer:
ମରତ ପଥର ଅମର ବନ୍ଧୁ ଭଗବତ୍ ସତ୍ତା ।

Question ୮ ।
ପିଙ୍ଗଳାର ପଙ୍କିଳ ଜୀବନରେ କ’ଣ ଫୁଟିଛି ବୋଲି କୁହାଯାଇଛି ?
Answer:
ପିଙ୍ଗଳାର ପଙ୍କିଳ ଜୀବନରେ ଶତଦଳ ଫୁଟିଛି ବୋଲି କୁହାଯାଇଛି ।

Question ୯ ।
ପିଙ୍ଗଳା କାହିଁକି ଧନ ସମ୍ପଦ ଲୋଡ଼ା ନାହିଁ ବୋଲି ସେ କହିଛି ?
Answer:
ଭଗବତ୍ ସତ୍ତାକୁ ଅନୁଭବ କଲାପରେ ପିଙ୍ଗଳାର ଧନସମ୍ପଦ ଲୋଡ଼ାନାହିଁ ବୋଲି ସେ କହିଛି ।

Question ୧୦ ।
ରସିକ ନାଗରମାନେ ଆଉ କାହିଁକି ପିଙ୍ଗଳା ପାଖକୁ ଆସିବେ ନାହିଁ ବୋଲି କୁହାଯାଇଛି ?
Answer:
ଭଗବତ୍ ସନ୍ଧାନରେ ଆସିଲାପରେ, ରସିକ ନଗରମାନେ ଆଉ ପିଙ୍ଗଳା ପାଖକୁ ଆସିବେ ନାହିଁ ବୋଲି କୁହାଯାଇଛି ।

Question ୧୧ ।
ମଧୁର ଲଗ୍ନରେ ଆକାଶରେ କିଏ ହସୁଥିଲେ ?
Answer:
ମଧୁର ଲଗ୍ନରେ ଆକାଶରେ ମୋହନ ଇନ୍ଦୁ ହସୁଥିଲେ ।

Question ୧୨।
‘ଶୁଭ୍ର, ଜୋଛନା ଶିରୀ’ କେଉଁଠି ଉଚ୍ଛୁଳି ପଡ଼ୁଥୁଲା ?
Answer:
ଦଶଦିଗକୁ ଶୁଭ୍ର ଜୋଛନା ଶିରୀ ଉଛୁଳି ପଡୁଥିଲା ।

Question ୧୩।
ପିଙ୍ଗଳାର ଅଙ୍ଗର ପୁଲକକୁ କାହା ସହିତ ତୁଳନା କରାଯାଇଛି ?
Answer:
ପିଙ୍ଗଳାର ଅଙ୍ଗର ପୁଲକକୁ ବରଷାର ନୀପ ସହିତ ତୁଳନା କରାଯାଇଛି ।

Question ୧୪ ।
ଜୀବନ ଯମୁନାରେ କିପରି ଜୁଆର ଆସେ ?
Answer:
ଜୀବନ ଯମୁନାରେ ଉଜାଣି ଜୁଆର ଆସେ ।

Question ୧୫ ।
ପ୍ରେମର ଧନକୁ କିପରି ଭେଟିବ ବୋଲି ପିଙ୍ଗଳା କହିଛି ?
Answer:
ଶତ ବନଗିରି କାନ୍ତାରେ ବୁଲି ପ୍ରେମର ଧନକୁ ଭେଟିବ ବୋଲି ପିଙ୍ଗଳା କହିଛି ।

Question ୧୬ ।
ମୁକ୍ତଚାରିଣୀ ତଟିନୀ ବୋଲି କାହାକୁ କୁହାଯାଇଛି ?
Answer:
ମୁକ୍ତଚାରିଣୀ ତଟିନୀ ବୋଲି ପିଙ୍ଗଳାକୁ କୁହାଯାଇଛି ।

Question ୧୭ ।
ପ୍ରେମରେ ସନ୍ନ୍ୟାସିନୀ କିଏ ?
Answer:
ପ୍ରେମର ସନ୍ନ୍ୟାସିନୀ ହେଉଛି ପିଙ୍ଗଳା ।

Question ୧୮ ।
ପିଙ୍ଗଳା ତା’ ପାପର କଳୁଷ କାଳିମା କିପରି ଧୋଇବ ବୋଲି ଭାବୁଛି ?
Answer:
ପିଙ୍ଗଳା ତା’ ପାପର କଳୁଷ କାଳିମା ତିକ୍ତ ଲୋତକ ଜଳରେ ଧୋଇବ ବୋଲି ଭାବୁଛି ।

Question ୧୯।
ପିଙ୍ଗଳା ପ୍ରିୟତମକୁ କିପରି ଧୂପ ଆରତି ଦେବ ?
Answer:
ପିଙ୍ଗଳା ପ୍ରିୟତମକୁ ପୀରତି ଅନଳେ ଧୂପ ଜାଳି ଆରତି ଦେବ ।

Question ୨୦ ।
ପିଙ୍ଗଳା ମୁରଲୀର ଗୀତ କେଉଁଠି ଶୁଣିବି ବୋଲି କବି କହିଛନ୍ତି ?
Answer:
ପିଙ୍ଗଳା ମୁରଲୀର ଗୀତ ଗଗନେ ଭୁବନେ ପବନେ ପବନେ ଶୁଣିବ ବୋଲି କବି କହିଛନ୍ତି ।

Question ୨୧ ।
ଜ୍ୟୋତ୍ସ୍ନା ନିଶିର ପୁଲକରେ ପିଙ୍ଗଳା କ’ଣ ପିଇବ ବୋଲି କବି କହିଛନ୍ତି ?
Answer:
ଜ୍ୟୋସ୍ପାନିଶିର ପୁଲକରେ ପିଙ୍ଗଳା ବନ୍ଧୁର ହାସ ସୁଧା ପିଇବ ବୋଲି କବି କହିଛନ୍ତି ।

Question ୨୨ ।
ପ୍ରେମପାଗଳିନୀ ପିଙ୍ଗଳା କ’ଣ ଭୁଲିଯାଏ ବୋଲି କହିଛି ?
Answer:
ପ୍ରେମପାଗଳିନୀ ପିଙ୍ଗଳା ପ୍ରାଣର ଆକୁଳ ପିପାସା ଓ କ୍ଷୁଧାକୁ ଭୁଲିଯାଏ ବୋଲି କହିଛି ।

Question ୨୩ ।
ସଚେତନ ପିଙ୍ଗଳା କେଉଁଠି ଆନନ୍ଦରେ ଶୋଇପାରିବ ବୋଲି କହିଛି ?
Answer:
ସଚେତନ ପିଙ୍ଗଳା ଧରଣୀର ତୃଣତଳ୍ପ ଛ।ତିରେ ଆନନ୍ଦରେ ଶୋଇପାରିବ ବୋଲି କହିଛି ।

Question ୨୪ ।
କାହାର ସ୍ଵପ୍ନ ଦେଖି ପିଙ୍ଗଳା ଆନନ୍ଦରେ ଆଖି ବୁଜିବ ବୋଲି କହିଛି ?
Answer:
ଭଗବତ୍ ସତ୍ତା ଯାହାକୁ ବନ୍ଧୁଭାବରେ ଗ୍ରହଣ କରିନେଇଛି, ତାହାରି ସ୍ଵପ୍ନ ଦେଖି ପିଙ୍ଗଳା ଆନନ୍ଦରେ ଆଖି ବୁଜିବ ବୋଲି କହିଛି ।

Question ୨୫ ।
ପିଙ୍ଗଳାର ସ୍ଵପ୍ନ ଦେଖ୍ ଆଖ୍ ବୁଜିବାବେଳେ କେଉଁମାନେ ସାକ୍ଷୀ ରହିଥ‌ିବେ ?
Answer:
ପିଙ୍ଗଳାର ସ୍ଵପ୍ନ ଦେଖ୍ ଆଖ୍ ବୁଜିବାବେଳେ ଚନ୍ଦ୍ର, ତପନ, ଗଗନ, ଭୁବନ ସାକ୍ଷୀ ରହିଥ‌ିବେ ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୨୬ ।
‘ସରଗର ଅମର କନ୍ୟା’ ବୋଲି କବି କାହାକୁ କହିଛନ୍ତି ?
Answer:
ବିଦେହ ସଭାରେ ଉଦ୍‌ବେଳିତ ପିଙ୍ଗଳାକୁ ସରଗର ଅମର କନ୍ୟା ବୋଲି କବି କହିଛନ୍ତି ।

Question ୨୭ ।
କିଏ ପତିତାର ଜୀବନ ବିତାଉଥିଲା ?
Answer:
ପିଙ୍ଗଳା ପତିତାର ଜୀବନ ବିତାଉଥିଲା ।

Question ୨୮ ।
ଅମୃତ ପିଇବାପାଇଁ ଆସିଥିଲି ବୋଲି କିଏ କହିଛି ?
Answer:
ଅମୃତ ପିଇବାପାଇଁ ଆସିଥିଲି ବୋଲି ପିଙ୍ଗଳା କହିଛି ।

Question ୨୯ ।
ମଧୁର ମୁରଲୀର ଧ୍ଵନିରେ କିଏ ପିଙ୍ଗଳାକୁ ଡାକୁଥିଲେ ?
Answer:
ମଧୁର ମୁରଲୀ ଧ୍ଵନିରେ ପତିତପାବନ ବନ୍ଧୁ ପିଙ୍ଗଳାକୁ ଡାକୁଥିଲେ ।

Question ୩୦ ।
ପତିତପାବନ ବନ୍ଧୁ ବୋଲି କବି କାହାକୁ କହିଛନ୍ତି ?
Answer:
ପତିତପାବନ ବନ୍ଧୁ ବୋଲି କବି ଭଗବତ୍ ସତ୍ତାକୁ କହିଛନ୍ତି ।

Question ୩୧ ।
‘ବିଶ୍ୱ-ପରଶମଣି’ – କାହାକୁ କୁହାଯାଇଛି ?
Answer:
‘ବିଶ୍ଵ – ପରଶମଣି’ ବୋଲି ପତିତପାବନ ବନ୍ଧୁଙ୍କୁ କୁହାଯାଇଛି ।

Question ୩୨ ।
ପତିତପାବନଙ୍କ ପୁଣ୍ୟ ସ୍ପର୍ଶରେ ପିଙ୍ଗଳାର କ’ଣ ହେବ ବୋଲି କୁହାଯାଇଛି ?
Answer:
ପତିତପାବନଙ୍କ ପୁଣ୍ୟ ସ୍ପର୍ଶରେ ପିଙ୍ଗଳାର ଅପବିତ୍ର ଅଙ୍ଗ ସ୍ପର୍ଶ ହେବ ବୋଲି କୁହାଯାଇଛି ।

Question ୩୩ ।
ବିଦାୟ ବେଳାରେ ପିଙ୍ଗଳା ବିଦେହବାସୀଙ୍କୁ କ’ଣ ଭୁଲିଯିବାପାଇଁ ଅନୁରୋଧ କରିଛି ।
Answer:
ବିଦାୟ ବେଳାରେ ପିଙ୍ଗଳା ବିଦେହବାସୀଙ୍କୁ ତା’ର ଘୃଣ୍ୟ କଳୁଷରାଜିକୁ ଭୁଲିଯିବାପାଇଁ ଅନୁରୋଧ କରିଛି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ।

କବିତା – ପିଙ୍ଗଳାର ଅଭିସାର, କବି – ରାଧାମୋହନ ଗଡ଼ନାୟକ

Question ୧ ।
ପିଙ୍ଗଳା କାହିଁକି ପୀରତିର ଅଭିନୟ କରିବ ନାହିଁ ବୋଲି କହିଛି ?
Answer:
ପିଙ୍ଗଳା ଜୀବନରେ ଆଧ୍ୟାତ୍ମିକ ଉତ୍ତରଣ ହେଲାପରେ, ସେ ବାରବଧୂର ଜୀବନରୁ ଦୂରେଇ ଯାଇଛି ଏବଂ ଆଉ କାହା ପାଖରେ ପୀରତିର ଅଭିନୟ କରିବ ନାହିଁ ବୋଲି କହିଛି ।

Question ୨ ।
‘‘ରିକ୍ତ ଏ ମୋର ଶୁକ୍ତି ଗରଭେ ଫଳିଛି ମୁକ୍ତାଫଳ’’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ପିଙ୍ଗଳାର ଆଧ୍ୟାତ୍ମିକ ଉତ୍ତରଣ ହେଲାପରେ, ତା’ମନରେ ଆଶାର ସମ୍ଭାବନା ଦେଖାଦେଇଛି, ତେଣୁ ସେ ନିଜ ଉନ୍ନତି କଥା ବିଚାର କରିଛି । ଏହି ପ୍ରସଙ୍ଗରେ ‘ରିକ୍ତ ଏ ମୋର ଶୁକ୍ତି ଗରଭେ ଫଳିଛି ମୁକ୍ତାଫଳ’ ବୋଲି କୁହାଯାଇଛି ।

Question ୩ ।
ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ କ’ଣ ଲୋଡ଼ା ନାହିଁ ବୋଲି କହିଛି ?
Answer:
ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ ବିଳାସକୁଞ୍ଜ, ଚାରୁଚିତ୍ରଶାଳା ଲୋଡ଼ାନାହିଁ ବୋଲି କହିଛି ।

Question ୪ ।
ପିଙ୍ଗଳାର ଜୀବନ ଯମୁନାରେ ଉଜାଣି ଉଠିଲା କାହିଁକି ?
Answer:
କାହିଁ କେଉଁ ଦୂର ଦେଶର ମଞ୍ଜୁ ମୁରଲୀ ପିଙ୍ଗଳାକୁ ଶୁଣାଯିବାରୁ ତା’ର ଜୀବନ ଯମୁନାରେ ଉଜାଣି ଉଠିଛି ।

Question ୫।
‘ବନ୍ଧୁ ମୋ ପ୍ରେମ ସିନ୍ଧୁ’’ କିଏ କେଉଁ ପ୍ରସଙ୍ଗରେ କହିଛି ?
Answer:
ପିଙ୍ଗଳାର ଦିବ୍ୟଚେତନା ଜାଗ୍ରତ ହେଲାପରେ ସେ ପ୍ରେମର ଧନକୁ ଭେଟିବ ଏବଂ ସେହି ବନ୍ଧୁ ଯେ କି ତା’ ଜୀବନର ପ୍ରେମର ସିନ୍ଧୁ, ତାଙ୍କରି ଚରଣ ତଳେ ନିଜ ଜୀବନକୁ ସମର୍ପଣ କରିଦେବ ବୋଲି କହିଛି ।

Question ୬ ।
ପିଙ୍ଗଳା ଆପଣା ପ୍ରାଣର ଆକୁଳ ପିପାସା କିପରି ଭୁଲିବ ବୋଲି ମନେକରିଛି ?
Answer:
ଦିବ୍ୟଚେତନା ଆସିଲାପରେ ପିଙ୍ଗଳା ଜ୍ୟୋସ୍ପାନିଶିରେ ପୁଲକିତ ପ୍ରାଣରେ ପ୍ରିୟବନ୍ଧୁଙ୍କର ହାସ ସୁଧା ପାନକଲା ପରେ ଆପଣା ପ୍ରାଣର ଆକୁଳ ପିପାସା ଭୁଲିବ ବୋଲି ମନେକରିଛି ।

Question ୭ ।
ସନ୍ୟାସିନୀ ପିଙ୍ଗଳାର ଜୀବନ ଧାରଣ କିପରି ହେବ ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ସନ୍ନ୍ୟାସିନୀ ପିଙ୍ଗଳା ଦିବ୍ୟଚେତନା ଲାଭକଲା ପରେ ଜଗତର ବନ୍ଧୁ ପ୍ରିୟତମଙ୍କର ସ୍ୱପ୍ନ ଦେଖୁ ଦେଖୁ ଆଖିବୁଜି ଦେବ ବୋଲି କବି ବର୍ଣ୍ଣନା କରିଛନ୍ତି ।

Question ୮ ।
ପିଙ୍ଗଳା କାହିଁକି ନିଜକୁ ସର୍ପିଣୀ ବୋଲି କହିଛି ?
Answer:
ପିଙ୍ଗଳା ମନରେ ଅନୁଶୋଚନା ଆସିଥିବାରୁ, ସେ ମନେକରିଛି, ଅମୃତର ସନ୍ତାନ ହୋଇ ସେ ଧରାପୃଷ୍ଠକୁ ଆସିଥିଲେ ବି ସର୍ପିଣୀ ପରି ସୃଷ୍ଟିରେ ବିଷମ ବିଷ ଢାଳି ଦେଇଛି, ଯାହାଫଳରେ ନିଜକୁ ସେ ସର୍ପିଣୀ ବୋଲି କହିଛି ।

Question ୯ ।
ମଧୁର- ମୁରଲୀର ସ୍ଵରରେ କିଏ କାହାକୁ କାହିଁକି ଡାକୁଥୁଲା ?
Answer:
ମଧୁର ମୁରଲୀ ସ୍ଵରରେ ଜୀବନର ପ୍ରିୟତମ ପିଙ୍ଗଳାକୁ କଳୁଷ ଗତିରୁ ମୁକ୍ତି ଦେବାପାଇଁ ଡାକୁଥିଲା ।

Question ୧୦ ।
ବିଶ୍ଵ ପରଶମଣି ବୋଲି କବି କାହାକୁ କାହିଁକି କହିଛନ୍ତି ?
Answer:
ବିଶ୍ଵ ପରଶମଣି ବୋଲି କବି ପତିତପାବନ ଜଗତ୍ଵବନ୍ଧୁ ଭଗବତ୍ ସତ୍ତାକୁ କହିଛନ୍ତି, କାରଣ ତାଙ୍କରି ସ୍ପର୍ଶରେ ପିଙ୍ଗଳାର କାଳିମା ଦୂରେଇ ଯାଇ ସେ ପବିତ୍ର ହୋଇଯିବ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କପାଇଁ ୧ ନମ୍ବର । ଉତ୍ତର ପାଇଁ ୨ ନମ୍ବର ।

କବିତା – ପିଙ୍ଗଳାର ଅଭିସାର, କବି – ରାଧାମୋହନ ଗଡ଼ନାୟକ ।

Question ୧ ।
ପିଙ୍ଗଳାର ମନରେ କାହିଁକି ବୈରାଗ୍ୟ ଭାବ ଜାତ ହେଲା ?
Answer:
ସନ୍ଧ୍ୟା ସମୟରେ ଧନୀପୁତ୍ରଟି ସଙ୍କେତ ଦେଇ, ରାତ୍ରିରେ ନ ଆସିବାରୁ ପିଙ୍ଗଳା ମନରେ ହତାଶା ଦେଖାଦେଇଛି । ସେହି ହତାଶାରୁ ତାହାର ଦେଖାଦେଇଛି ଆଧ୍ୟାତ୍ମିକ ଉତ୍ତରଣ । ତା’ ହୃଦୟରେ ଦିବ୍ୟଚେତନା ଜାଗ୍ରତ ହେବାରୁ ତା’ମନରେ ବୈରାଗ୍ୟ ଭାବ ଜାଗ୍ରତ ହୋଇଛି ।

Question ୨ ।
ମରତ ପଥର ଅମର ବନ୍ଧୁଙ୍କୁ ଲାଭ କରିବା ପରେ ପିଙ୍ଗଳା ଜୀବନରେ କ’ଣ ସବୁ କରିବ ନାହିଁ ବୋଲି କହିଛି ?
Answer:
ମରତ ପଥରେ ଅମର ବନ୍ଧୁଙ୍କୁ ଲାଭକରିବା ପରେ ପିଙ୍ଗଳା ଜୀବନରେ ଆଧ୍ୟାତ୍ମିକ ଭାବ ଦେଖାଦେଇଛି । ସେ ପୂର୍ବଭଳି ବାରବଧୂ ଭାବରେ ପ୍ରୀତି ଅଭିନୟ କରିବ ନାହିଁ, ରାତିସାରା ଜାଗ୍ରତ ହୋଇ ଫୁଲ ଶେଯ ଶେଯାଇବ ନାହିଁ କିମ୍ବା କେଳିଦୀପ ଜାଳିବ ନାହିଁ ବୋଲି କହିଛି ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୩ ।
ପିଙ୍ଗଳାର ବିଫଳ ଜୀବନ ସଫଳ ହେଲା ବୋଲି ସେ କିପରି ମନେ କରିଛି ?
Answer:
ଧନୀପୂତ୍ର ନ ଆସିବାରୁ ପିଙ୍ଗଳା ମନରେ ଆସିଥିଲା ପରିବର୍ତ୍ତନ । ସେ ଅନୁଭବ କରିଥିଲା, ତା’ପାଖରେ ରହିଛନ୍ତି ଅନ୍ତରବିମୋହନ ସଭା । ପୂର୍ବରୁ ସେ ବାରବଧୂଭାବରେ, ଧନଅର୍ଜନ କରିବାପାଇଁ, କେଳିଦୀପ ଜାଳି ପ୍ରୀତିର ଅଭିନୟ କରୁଥିଲା । ସେଭଳି ଜୀବନ ବ୍ୟର୍ଥ ଜୀବନ ବୋଲି ସେ ଜାଣିପାରିଲା । ମନରେ ଅମରବନ୍ଧୁଙ୍କ ଅନୁଭବ କଲାପରେ, ତା’ର ବିଫଳ ଜୀବନ ସଫଳ ହେଲା ବୋଲି ସେ ମନେ କରିଛି ।

Question ୪ ।
ପରିବର୍ତ୍ତିତ ପିଙ୍ଗଳା, ପ୍ରକୃତିକୁ କିପରି ଅନୁଭବ କରିଛି ?
Answer:
ପିଙ୍ଗଳା ମନରେ ପରିବର୍ତ୍ତନ ଓ ଆଧ୍ୟାତ୍ମିକ ଉତ୍ତରଣ ହେଲା ପରେ ଦେହ ଅପେକ୍ଷା ବିଦେହ ସତ୍ତାର ସୌନ୍ଦର୍ଯ୍ୟକୁ ସେ ମର୍ମେ ମର୍ମେ ଅନୁଭବ କରିଛି । ଧରଣୀର ପରିବେଶ ତା’ପାଇଁ ହୋଇଛି ମୁଲାୟମ । ଗଗନର ଇନ୍ଦୁ ଓ ତାରକାରାଶି ମୁଗ୍ଧ ଦୃଷ୍ଟିରେ ହସୁଥୁଲାଭଳି ତା’କୁ ମନେ ହୋଇଛନ୍ତି । ସବୁଆଡ଼େ ଯେଭଳି ଜ୍ୟୋତ୍ସ୍ନା ଓ ଧୀର ସମୀରର ଶୀତଳତା ଅନୁଭୂତ ହୋଇଛି ବୋଲି ପିଙ୍ଗଳା ଭାବିଛି ।

Question ୫ ।
“ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ’’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ପିଙ୍ଗଳା ମନରେ ଯେତେବେଳେ ଭଗବତ୍‌ସତ୍ତା ପ୍ରତି ଅନୁରକ୍ତି ଆସିଛି, ସେତେବେଳେ ସବୁଆଡ଼େ ସେ ସୁମଧୁର ସ୍ପର୍ଶ ଅନୁଭବ କରିଛି । ତା’ ଦେହରେ ଦେଖାଦେଇଛି ପୁଲକିତ ଭାବ । ସେ ଶୁଣିପାରିଛି ମଞ୍ଜୁଳ ମୁରଲୀ ଧ୍ଵନି । ଫଳରେ ତା’ ଜୀବନ ଯମୁନାରେ ଉଜାଣି ବହିଛି ଏବଂ ଜାଗତିକ ବନ୍ଧନରୁ ସେ ମୁକ୍ତ ହୋଇ ପ୍ରିୟ ପରମଙ୍କ ଅଭିସାର ପାଇଁ ପ୍ରସ୍ତୁତ ହୋଇଛି ।

Question ୬ ।
ସଚେତନ ପିଙ୍ଗଳା ତା’ର ପ୍ରିୟ ପରମଙ୍କର କିପରି ପୂଜା ଆରତି କରିବ ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ପିଙ୍ଗଳା ଯେତେବେଳେ ବାରବିଳାସିନୀ ନହୋଇ ପ୍ରେମର ସନ୍ନ୍ୟାସିନୀ ସାଜିଛି, ସେତେବେଳେ ସେ ନିଜର କଳୁଷକାଳିମାକୁ ଲୋତକ ଜଳରେ ଧୋଇଦେଇଛି । ନିଜର ଯୌବନ ଧନକୁ ଓ ରୂପ ପସରାକୁ ପ୍ରୀତି ଅନଳରେ ଜାଳିଦେଇ ପ୍ରିୟ ପରମଙ୍କ ପାଇଁ ଆରତି ଧୂପ ସଜାଡ଼ିଛି ।

Question ୭ ।
ଆପଣାର ଘୃଣ୍ୟ ଜୀବନରୁ ମୁକ୍ତି ପାଇଥିବା ପିଙ୍ଗଳାର ଅନୁଭୂତିକୁ କବି କିପରି ବର୍ଣ୍ଣନା କରିଛନ୍ତି ?
Answer:
ଆପଣାର ଘୃଣ୍ୟ ଜୀବନରୁ ମୁକ୍ତି ପାଇଥିବା ପିଙ୍ଗଳା ଅତୀତ ଜୀବନ ପାଇଁ ଅନୁତାପ କରିଛି । ନିଜକୁ ସେ ସରଗର ଅମର କନ୍ୟା, ନାରୀ ଓ ଦେବୀ ବୋଲି ମନେକରିଛି । ତା’ହୃଦୟରେ ନିନାଦିତ ହୋଇଛି ମଞ୍ଜୁଳ ମୁରଲୀ ଧ୍ଵନି । ସେ ପତିତପାବନ ବନ୍ଧୁଙ୍କୁ ପରଶମଣି ଭାବେ ମନେକରି, ତା’ଅଙ୍ଗକୁ ପବିତ୍ର କରିବ ବୋଲି ବିଚାର କରିଛି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ପିଙ୍ଗଳାର ଅଭିସାର’ କବିତାର ମର୍ମ ନିଜ ଭାଷାରେ ଲେଖ ।
Answer:
କବିତା କବି ହୃଦୟର ସ୍ଵତସ୍ପର୍ଭ ପରିପ୍ରକାଶ । କବିତା ମାଧ୍ୟମରେ କବି ନିଜର ଉଚ୍ଛସିତ ଭାବକୁ ପରିପ୍ରକାଶ କରେ । କବି ରାଧାମୋହନ ଗଡ଼ନାୟକ ‘ପିଙ୍ଗଳାର ଅଭିସାର’ କବିତାରେ ଜୀବନର ମୋହମୁକ୍ତ ଅନୁଭୂତିକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । କବିତାର କଥାବସ୍ତୁକୁ ଗାଥାଭାବରେ ଶ୍ରୀମଦ୍ ଭଗବତ୍ ଗ୍ରନ୍ଥରୁ ଗ୍ରହଣ କରିଥିଲେ ବି, ପିଙ୍ଗଳାର ମାନସିକ ଦୋଳନ, ଅତୀତ ଜୀବନର ଘୃଣ୍ୟକର୍ମ ପାଇଁ ଶୋଚନ ଓ ଅନୁତାପ, ହୃଦୟରେ ବିଦେହୀ ସଭାଙ୍କର ଅନୁଭବ ଓ ତାଙ୍କର ପାଇଁ ପ୍ରେମର ସନ୍ୟାସିନୀ ସାଜିବାକୁ ଅତି ଭାବପୂର୍ଣ୍ଣ ଭାବରେ କବି ଉପସ୍ଥାପିତ କରିଛନ୍ତି ।

ବାରବିଳାସିନୀ ପିଙ୍ଗଳା ଦେହଦାନ ପାଇଁ ପରପୁରୁଷକୁ ପ୍ରତୀକ୍ଷା କରି ପରିଶେଷରେ ଅବସାଦ ଓ ଅନାସକ୍ତ ହୋଇଛି । ପ୍ରେମିକ ଧନୀ ପୁରୁଷ ପ୍ରତି ଅଭିସାରିକା ବାରବଧୂ ପିଙ୍ଗଳା କରିଥିବା ରାତ୍ରିର ପ୍ରତୀକ୍ଷା କ୍ରମଶଃ ଭାବାନ୍ତର ଆଣିଦେଇଛି । ସ୍ଵୀକାର କରିଛି । କାହା ଆଗରେ ପ୍ରୀତିର ଅଭିନୟ କରିବ ନାହିଁ କିମ୍ବା କାହା ପାଇଁ ଫୁଲ ଶେଯ ଶେଯାଇବ ନାହିଁ । କାରଣ ପାର୍ଥିବ ସମ୍ଭୋଗ ଓ ଐଶ୍ବର୍ଯ୍ୟରୁ ମନ ତା’ର ଦୂରେଇ ଯାଇଛି । ପାପପଙ୍କିଳ ଜୀବନରେ ତା’ର ପ୍ରସ୍ଫୁଟିତ ହୋଇଛି ଶତଦଳ । ଶୂନ୍ୟ ଶାମୁକା ଗର୍ଭରେ ସଞ୍ଚାରିତ ହୋଇଛି ପ୍ରେମର ମୁକ୍ତା ।

ଶାଶ୍ବତ ପ୍ରେମର ସନ୍ଧାନ ପାଇଲା ପରେ, ସେ ମନେକରିଛି ଚତୁର୍ଦ୍ଦିଗ ଅମୃତମୟ । ଫଳରେ ଅତୀତ ଜୀବନର ରାତ୍ରି ଅପେକ୍ଷା, ବର୍ତ୍ତମାନର ରାତ୍ରି ହୋଇଛି ଯଥାର୍ଥ ମଧୁମୟ ଓ ପ୍ରୀତିପଦ । ଧରଣୀ ମନେ ହୋଇଛି ସ୍ନିଗ୍‌ଧ । ଆକାଶର ଚନ୍ଦ୍ରତାରା ଯେପରି ମୁଗ୍ଧ ନେତ୍ରରେ ତା’କୁ ଅନାଇ ହସୁଛନ୍ତି । ପରମପୁରୁଷଙ୍କ ସୁମଧୁର ସ୍ପର୍ଶ ତା’ ଦେହକୁ କରିଛି କଦମ୍ବ କୋରକିତ । ଜୀବନ ଯମୁନାରେ ତା’ର ଉଠିଛି ଉଜାଣି ଢେଉ । ମୁକ୍ତ ଓ ସ୍ବାଧୀନ ଚାରିଣୀ ତଟିନୀ ପରି ସେ ସବୁକିଛି ବାଧା ବନ୍ଧନକୁ ଡେଇଁ ପରମଧନକୁ ଭେଟିବାକୁ ଆଗେଇ ଯାଇଛି ।

ପିଙ୍ଗଳା ବିଦେହ ନଗରରୁ ବିଦାୟ ନେଇଛି । ତାହାକୁ ଭୁଲିଯିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛି । କାରଣ ସେ ହୋଇଛି ପୂଣ୍ୟଭୂମିରେ ସ୍ଵର୍ଗର ଅମରକନ୍ୟା । ସେ ହୋଇଛି ନାରୀ, ପବିତ୍ରାଦେବୀ । ମର୍ତ୍ତ୍ୟରେ ଜନ୍ମନେଇ ଘୃଣ୍ୟ ପାର୍ଥିବ ଜୀବନଯାପନ କରି ପତିତା ସାଜିଥିବାରୁ ସେ ଲଜ୍ଜିତ ହୋଇଛି । ଅମୃତ ପାନକରି ଆସିଥିବା ଜୀବନ, ପାର୍ଥିବ ଧରାରେ କଳଙ୍କିତ କର୍ମ ପାଇଁ ସେ ଅନୁତପ୍ତ ହୋଇଛି । ବିଦେହ ନଗରରୁ ବିଦାୟ ନେଲାବେଳେ, ପିଙ୍ଗଳା କହିଛି –
‘‘ବିଦାୟ ନେଉଛି ବିଦେହ ନଗର, ବିଦାୟ ନେଉଛି ଆଜି,
ଭୁଲିଯାଅ ମତେ, ଭୁଲିଯାଅ ମୋର ଘୃଣ୍ୟ କଳୁଷରାଜି ।’’

Question ୨ ।
କାମନା ବାସନାର ପଙ୍କିଳ ଜୀବନରୁ ଚେତନାର ଉର୍ଦ୍ଧାୟନ ହେଉଛି ‘ପିଙ୍ଗଳାର ଅଭିସାର’ କବିତାର ମର୍ମବାଣୀ ଆଲୋଚନା କର ।
Answer:
କାମନା ଦେହର । ବାସନା ଇଚ୍ଛାର । ଭୋଗଭାଗ୍ୟ ପାର୍ଥିବ ଜଗତର । ଏସବୁଥରେ ଚିରନ୍ତନ ଭାବ ନଥାଏ । ଏହାକୁ ନେଇ ଜୀବନର ଶାଶ୍ବତ ମୂଲ୍ୟାୟନ କରାଯାଇ ନପାରେ । ବରଂ ଏହି ପାର୍ଥିବ ଭୋଗ, ଇନ୍ଦ୍ରିୟାନୁମୋଦିତ କର୍ମ ମଣିଷ ଜୀବନକୁ କଳିଙ୍କିତ କରେ । ଦୁଃଖର ଅମା ଅନ୍ଧକାର ଭିତରକୁ ଠେଲିଦିଏ । ମାତ୍ର ବେଳେବେଳେ ଏହି ପାର୍ଥିବ ସୁଖ ମଣିଷକୁ ଅସାର ଲାଗେ । ହୃଦୟରେ ଦେଖାଦିଏ ବୈରାଗଭାବ । ମନରେ ଆଣେ ଆଧ୍ୟାତ୍ମିକ ଉତ୍ତରଣ । ଦେହ ବିଦେହୀ ସଭାରେ ମିଶିଯିବାକୁ ଚାହେଁ । ଜୀବନର ଏହି ମୂଲ୍ୟାୟନକୁ କବି ରାଧାମୋହନ ଗଡ଼ନାୟକ ‘ପିଙ୍ଗଳାର ଅଭିସାର’ କବିତା ମାଧ୍ୟମରେ ଯଥାର୍ଥ ଭାବରେ ଦେଖାଇଅଛନ୍ତି ।

ପଙ୍ଗଳା ବିଦେହ ନଗରର ବାରବିଳାସିନୀ । ଧନୀପୁତ୍ର ଓ କାମୀପୁରୁଷଙ୍କୁ ପ୍ରୀତିସମ୍ଭାର ଉତ୍ସର୍ଗ କରି ଐଶ୍ବର୍ଯ୍ୟ ଠୁଳ କରିବା ତା’ର ଉଦ୍ଦେଶ୍ୟ । ପାର୍ଥିବ ସୁଖ ସମ୍ପଦରେ ବୁଡ଼ିରହିବା ତା’ର ଲକ୍ଷ୍ୟ । ସେ ଜଣେ ଧନୀ ରସିକ ପୁରୁଷକୁ ଦେହଦାନ କରି ଅଧୂକ ଅର୍ଥ ପାଇବାପାଇଁ ଇଚ୍ଛାକରିଛି । ଧନୀପୁରୁଷ ମଧ୍ୟ ଆସିବା ପାଇଁ ସଙ୍କେତ ଦେଇଛି । ବାସକ ସଜ୍ଜା ଭାବରେ ପିଙ୍ଗଳା ଅପେକ୍ଷା କରିଛି । ଯେତେବେଳେ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଧନୀପୁତ୍ର ଆସିନାହିଁ, ସେତେବେଳେ ପିଙ୍ଗଳା ମନରେ ଆସିଛି ହତାଶା । ସେହି ହତାଶାରୁ ତା’ର ମୋହମୁକ୍ତି ଘଟିଛି । କ୍ରମଶଃ ସେ ଅନାସକ୍ତ ଓ ବିରାଗଭାବସମ୍ପନ୍ନା ହୋଇଛି ।

କରିବାର ମଧୁମୟ ବାସନା ଜାଗିଛି । ଜାଗତିକ କାମନା ବାସନାରୁ ଊର୍ଦ୍ଧାୟିତ ହୋଇଛି ତା’ର ମନ । ତା’ର ପଙ୍କମୟ ଜୀବନରୂପକ ହୃଦୟରେ ଶାଶ୍ବତ ପ୍ରେମର ଶତଦଳ ଫୁଟିଉଠିଛି । ସେ ଆଉ କାହାର ପ୍ରେମିକା ପରି ପ୍ରୀତିର ଅଭିନୟ କରିବ ନାହିଁ ବୋଲି ସ୍ଥିର କରିଛି । ତା’ର ଅନ୍ତରରେ ସ୍ବର୍ଗୀୟ ଓ ଶାଶ୍ବତ ଧନ ସଞ୍ଚାରିତ ହୋଇଛି । ପାର୍ଥିବ ମୋହରୁ ତା’ର ମୁକ୍ତି ଘଟିଛି । ରିକ୍ତ ଶୁଭ୍ର ଗର୍ଭରୁ ତା’ର ମୁକ୍ତା ଫଳିଛି । ମରଣଶୀଳ ମର୍ତ୍ତ୍ୟ ଜୀବନପଥରେ ଚିରସାଥୀ ପରମପୁରୁଷଙ୍କ ସନ୍ଧାନ ପିଙ୍ଗଳା କରିଛି । ପ୍ରେମର ଶାଶ୍ଵତ ପଦ୍ମ ଫୁଟିଛି ତା’ର ଜୀବନର ପଙ୍କପୂର୍ଣ୍ଣ ପରିବେଶରେ । ଶାମୁକା ଗର୍ଭରେ ପବିତ୍ର ପ୍ରେମପୂର୍ଣ୍ଣ ମୁକ୍ତାଫଳ ସୃଷ୍ଟି ଲାଭକରିଛି । ପିଙ୍ଗଳା ହୋଇଛି ଚିରନ୍ତନ ଓ ଶାଶ୍ଵତର ସନ୍ଧାନୀ । ତା’ଜୀବନର ଯଥାର୍ଥ ମୂଲ୍ୟାଙ୍କନ ଘଟିଛି ।

ବାସ୍ତବିରେ କବି ଭାଗବତୀୟ ଚରିତ୍ର ମାଧ୍ୟମରେ ଜୀବନର ଯଥାର୍ଥ ମୂଲ୍ୟାୟନ କରିଛନ୍ତି ।

Question ୩ ।
ଅନ୍ତରର ଆହ୍ଵାନ ଆସିଲେ ବ୍ୟକ୍ତି ପାର୍ଥିବ କାମନା ବାସନାର ଜଟିଳ ଜଞ୍ଜାଳରୁ ମୁକ୍ତ ହୋଇଯାଏ – ପଠିତ ‘ପିଙ୍ଗଳାର ଅଭିସାର’ କବିତାରୁ ଏହାର ସତ୍ୟତା ବିଚାର କର ।
Answer:
ମଣିଷ ନିଜର ଦିଗ୍‌ଦର୍ଶକ ନିଜେ । ସେ ସାଂସାରିକ ଭୋଗଭାଗ୍ୟ ପାଇଁ ହୁଏତ ଅନ୍ୟର ପରାମର୍ଶ ଲୋଡ଼ିପାରେ, ମାତ୍ର ଶାଶ୍ଵତ ଜୀବନର ସନ୍ଧାନ ସେ ନିଜେ କରିଥାଏ । ପୁନଶ୍ଚ ସେ ଯେତେବେଳେ ବସ୍ତୁବାଦୀ ଭୋଗଭାଗ୍ୟ ଓ ସୁଖସମ୍ପଦରୁ ଓହରିଆସେ, ସେତେବେଳେ ଶୁଣିପାରେ ଅନ୍ତରର ଦିବ୍ୟ ଆହ୍ୱାନ। ଥରେ ଅନ୍ତରର ଆହ୍ଵାନ ଶୁଣିସାରିଲା ପରେ ପାର୍ଥିବ ସୁଖସମ୍ପଦ ତାକୁ ଅସାର ଲାଗେ । କାମନା ବାସନାର ଜଞ୍ଜାଳ ତା’ପାଇଁ ହୋଇଯାଏ ଜଟିଳ । ସେ କୌଣସି ପ୍ରକାରେ ସେଥୁରୁ ମୁକ୍ତହୋଇ ପରମପୁରୁଷଙ୍କ ସନ୍ଧାନରେ ବାହାରିଯାଏ । ଜୀବନରେ ଏଭଳି ଆଧ୍ୟାତ୍ମିକ ଉତ୍ତରଣ ହୋଇସାରିଲା ପରେ, ବାସ୍ତବ ଜୀବନର ରଙ୍ଗିନ୍ ଭାବ ଧୂସର ହୋଇଯାଏ ।

ଧନୀପୁତ୍ରଠାରୁ ମନକୁ ଫେରାଇ ଆଣିଲାପରେ ପିଙ୍ଗଳାର ବାରବଧୂ ଅବସ୍ଥାରୁ ମୋହମୁକ୍ତି ହୋଇଛି । ସେ ପରମ ପ୍ରେମମୟଙ୍କର ହୋଇଛି ପୂଜାରିଣୀ । ଫୁଲ ଶଯ୍ୟା ଶେଯାଇବାକୁ ସେ ତ୍ୟାଗକରିଛି । ଅଭିସାରିକା ସାଜିବା ମାନସିକତାରୁ ସେ ମନକୁ ଫେରାଇ ଆଣିଛି । ରାତ୍ରିର ଦୈହିକ ମିଳନକୁ ସେ ଅସାର୍ଥକ ମନେକରିଛି । ବାରବିଳାସିନୀ ଜୀବନ ତା’ପାଇଁ କଦର୍ଯ୍ୟଜୀବନ ହୋଇଉଠିଛି । ଜୀବନରେ ଦିବ୍ୟପ୍ରେମ ଭାବ ତା’ର ସୃଷ୍ଟି ହୋଇଛି । ପଙ୍କିଳ ଜୀବନରୂପକ ସରୋବରରେ ଫୁଟିଛି ଶତଦଳ । ଶାମୁକାରେ ମୁକ୍ତା ସଞ୍ଚାରିତ ହେଲାଭଳି ମନେହୋଇଛି । ପାର୍ଥିବ ଜୀବନର ସକଳ ଆସକ୍ତି ଓ ମୋହାକର୍ଷଣକୁ ହୋଇଛି । ସେ ନିଜକୁ ଆଉ ନର୍ତ୍ତକୀ, ବାରବିଳାସିନୀ, ବାରବଧୂ ବୋଲି ଭାବିପାରି ନାହିଁ । ଅମୃତର ସନ୍ତାନ ଭାବରେ ନିଜକୁ ଦେବୀ ବୋଲି ମନେକରିଛି । ଦିବ୍ୟ ଓ ଶାଶ୍ଵତ ଜୀବନ ପାଇଁ ସେ ହୋଇଛି ଆକାଂକ୍ଷିତ । ଅନ୍ତରର ଆହ୍ଵାନ ଶୁଣି ସାରିଲାପରେ ପ୍ରିୟତମ ପରମ ପ୍ରେମିକ ଉଦ୍ଦେଶ୍ୟରେ ସେ ପ୍ରଧାବିତ ହୋଇଛି । ସେ ହିଁ ପତିତପାବନ । ସେ ହିଁ ପିଙ୍ଗଳାର ବିଶ୍ଵ ପରଶମଣି । ପିଙ୍ଗଳାର ପାପପଙ୍କିଳ ଜୀବନ ପ୍ରଭୁଙ୍କର ସ୍ପର୍ଶରେ ଶୁଦ୍ଧ ସୁବର୍ଣ୍ଣ ହୋଇଯିବାର କାମନା କରାଯାଇଛି ।

ବାସ୍ତବରେ ଅନ୍ତରର ଆହ୍ଵାନ ହିଁ ଯଥାର୍ଥ ଆହ୍ବାନ, ଯାହାକି ମଣିଷକୁ ଦିବ୍ୟଚେତନାରେ ପରିପୂର୍ଣ୍ଣ କରିଦିଏ ।

Question ୪ ।
ଭାଗବତର ମିଥ୍ ଆଧାରରେ ‘‘ପିଙ୍ଗଳାର ଅଭିସାର’’ କବିତା ରଚିତ ହୋଇଥିଲେ ହେଁ ଏହାର ଏକ ଚିରନ୍ତନ ମୂଲ୍ୟ ରହିଛି – ଆଲୋଚନା କର ।
Answer:
‘ପିଙ୍ଗଳାର ଅଭିସାର’ କବିତାଟି କବି ରାଧାମୋହନ ଗଡ଼ନାୟକଙ୍କ ଏକ ମିଥ୍ କବିତା । ଏଥ‌ିରେ କବି ପିଙ୍ଗଳା ଚରିତ୍ର ମାଧ୍ୟମରେ ମୋହମୁକ୍ତ ଅନୁଭୂତି ଓ ଜୀବନର ପ୍ରକୃତ ମୂଲ୍ୟବୋଧକୁ ଯଥାର୍ଥ ଭାବରେ ପ୍ରକାଶ କରିଛନ୍ତି, ଯାହାକି ଜୀବନର ସର୍ବକାଳୀନ ମୂଲ୍ୟବୋଧକୁ ପରିପ୍ରଚାର କରେ । ପାର୍ଥିବ ଆକର୍ଷଣରୁ ମୁକ୍ତ ହୋଇ ଶାଶ୍ଵତ ଆକର୍ଷଣ ପ୍ରତି ସେ ଉନ୍ମୁଖ ହେବାପାଇଁ ସୂଚନା ଦେଇଛନ୍ତି । ପିଙ୍ଗଳା ମାଧ୍ୟମରେ କବି ଜୈବିକ ସମ୍ଭୋଗ ଅପେକ୍ଷା ନାରୀତ୍ଵର ମହନୀୟ ଗରିମାକୁ ପ୍ରକାଶ କରିଛନ୍ତି । ଶ୍ରୀମଦ୍ ଭାଗବତର ବର୍ଣ୍ଣିତ ୨୪ ଗୁରୁଙ୍କ ମଧ୍ୟରୁ ପିଙ୍ଗଳା ବେଶ୍ୟା ଏକ ଗୁରୁ, ଯାହାଙ୍କଠାରୁ ଅବଧୂତ ଜୀବନର ଯଥାର୍ଥତାକୁ ନିରେଖି ଦେଖିଛନ୍ତି । ସେହି ଭାବକୁ ଭାବବିଭୋର ଭାବରେ କବି ଗ୍ରହଣ କରିଛନ୍ତି ଏବଂ ଅତି ଆବେଗାତ୍ମକ ଭାବରେ ଉଲ୍ଲେଖ କରିଛନ୍ତି ।

କବି ପିଙ୍ଗଳା ମାଧ୍ୟମରେ ଦେଖାଇଛନ୍ତି, ନାରୀ କେବଳ ବାରବିଳାସିନୀ, ପୁରୁଷଭୋଗ୍ୟ ନୁହେଁ । ସେ ମଧ୍ୟ ଜୀବନରେ ଭଗବତ୍ ସନ୍ଧାନରେ । ଯାଇପାରେ କବିତାରେ ନାରୀତ୍ଵକୁ ସମ୍ମାନ ଦିଆଯାଇଛି । ଧନୀପୁରୁଷଠାରୁ ଉପେକ୍ଷିତ ହେଲାପରେ ପିଙ୍ଗଳା ମନରେ ଆସିଛି ପରିବର୍ତ୍ତନ । ଦୀର୍ଘଦିନ ଧରି ଭୋଗରେ ବଞ୍ଚି ଆସିଥିବାରୁ ହୃଦୟରେ ଆସିଛି ଶୋଚନା । ସେ ବୋଲି ସେ କାମନା କରିଛି । ତାଙ୍କରି ମଧୁର ମୁରଲୀ ସ୍ଵନ ଶୁଣି ଶୁଣି, ଜ୍ୟୋତ୍ସ୍ନା ରାତ୍ରିର ଶୋଭା ମଧ୍ୟରେ ପରମ ପ୍ରିୟ ପୁରୁଷଙ୍କ ହାସ୍ୟସୁଧାକୁ ପାନକରି ରୋମାଞ୍ଚିତ ହେବାର କାମନା ସେ କରିଛି ।

ଶେଷରେ ପିଙ୍ଗଳା ଭାବିଛି ଜୀବନର ପ୍ରିୟତମ ପରମପୁରୁଷ ତାକୁ ମୁରଲୀ ଧ୍ଵନିରେ ଆହ୍ଵାନ କରୁଛନ୍ତି । ସେ ପତିତପାବନ । ସେ ବିଶ୍ଵ ପରଶମଣି । ସେ ତାଙ୍କର ସ୍ପର୍ଶରେ ପବିତ୍ର ଓ ଶୁଦ୍ଧ ହେବ ବୋଲି ବିଚାର କରିଛି । ସେ ବିଦେହ ନଗରରୁ ଶୁଭ ବିଦାୟ ନେଇଛି ଏବଂ ତା’ର ଅତୀତ ଯାହାକି ପାପପଙ୍କିଳ, ତାହାକୁ ଭୁଲିଯିବାପାଇଁ କହିଛି ।

ପରିବେଶ ଓ ପରିସ୍ଥିତି ଦସ୍ୟୁ ରତ୍ନାକରକୁ ବାଲ୍ମୀକିରେ ପରିଣତ କଲାପରି, ବିଦେହର ବାରବଧୂ ମଧ୍ଯ ପ୍ରିୟ ପରମଙ୍କର ପ୍ରିୟତମା ହୋଇପାରେ । ଏଥ‌ିରେ କୌଣସି ବିଚିତ୍ରତା ନାହିଁ । କବି ଏଥରେ ଜୀବନର ମୂଲ୍ୟାୟନ କରି ସର୍ବକାଳୀନ ସତ୍ୟକୁ ଉଦଘାଟନ କରିଛନ୍ତି।

Question ୫ ।
ଦୈହିକ ଭୋଗଲାଳସା ନୁହେଁ, ବରଂ ଆତ୍ମାର ଆହ୍ଵାନ ହିଁ ‘ପିଙ୍ଗଳାର ଅଭିସାର’ କବିତାର ମୁଖ୍ୟସ୍ୱର – ପ୍ରମାଣ କର ।
Answer:
ମନ ଓ ବିବେକ ମଣିଷକୁ ଉଚିତ ଅନୁଚିତର ପରାମର୍ଶ ଦେଇଥାଏ । ସବୁମଣିଷଙ୍କ ଭିତରେ ଭଲମନ୍ଦ ବିଚାର କରିବାର ଶକ୍ତି ଥାଏ । ମାତ୍ର ମଣିଷ ଯେତେବେଳେ ପାର୍ଥିବ ଭୋଗ ବିଳାସରେ ବୁଡ଼ି ରହିବାକୁ ଚାହେଁ, ଇନ୍ଦ୍ରିୟାନୁମୋଦିତ କର୍ମ କରେ, ସେତେବେଳେ ତା’ ଜୀବନରେ କାମନା ଫର୍ଘ ଅଧ‌ିକରୁ ଅଧ୍ଵତର ହୁଏ । ମାତ୍ର ବିବେକାନୁମୋଦିତ ମଣିଷ ମନରେ ଆଧ୍ୟାତ୍ମିକ ଉତ୍ତରଣ ହୁଏ । ଜୀବନର ଶାଶ୍ଵତ ମୂଲ୍ୟବୋଧକୁ ସେ ସମୀକ୍ଷା କରେ । ଭୁଲ୍ କର୍ମ ପାଇଁ ଅନୁତାପ କରେ ଓ ଉଚିତ ମାର୍ଗରେ ପରିଚାଳିତ ହୁଏ । କବି ରାଧାମୋହନ ଗଡ଼ନାୟକ ‘ପିଙ୍ଗଳାର ଅଭିସାର’ କବିତା ମାଧ୍ୟମରେ ଜୀବନର ଏହି ଚିରନ୍ତନ ସତ୍ୟକୁ ଉଦ୍‌ଘାଟନ କରିଛନ୍ତି । ପିଙ୍ଗଳା ମାଧ୍ୟମରେ ସେ ଦେଖାଇଛନ୍ତି, ବ୍ୟକ୍ତି ନିଜର ପରିବର୍ତ୍ତନ ଚାହିଁଲେ, ସେ ପରିବର୍ତ୍ତନ ହେବ । ସେଭଳି ପରିବର୍ତ୍ତନରେ କେହି ତା’ର ପଥରୋଧ କରିପାରିବେ ନାହିଁ ।

ବିଦେହ ବାରବଧୂ ପିଙ୍ଗଳା । ସେ ରାଜଧାନୀର ରାଜପୁରୁଷ ଓ ଧନୀପୁରୁଷଙ୍କୁ ଦେହଦାନ କରି ପ୍ରଚୁର ଅର୍ଥ ରୋଜଗାର କରେ । କ୍ରମଶଃ ସେ ହୁଏ ବହୁ ଐଶ୍ଵର୍ଯ୍ୟର ଅଧିକାରିଣୀ । ଦିନେ ଜଣେ ଧନୀପୁରୁଷଙ୍କ ପାଇଁ ଅପେକ୍ଷା କରିଛି ପିଙ୍ଗଳା । ଧନୀପୁରୁଷ ତା’କୁ ସଙ୍କେତ ଦେଇଯାଇଛନ୍ତି । ନିଜକୁ ଅପରୂପା ଅଭିସାରିକା ଭାବରେ ସେ ସଜାଇଛି । ପ୍ରତୀକ୍ଷା କରିଛି ଦୀର୍ଘ ସମୟ । ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଧନୀପୁତ୍ର ନ ଆସିବାରୁ ପିଙ୍ଗଳା ମନରେ ଆସିଛି ବୈରାଗ୍ୟ । ବୈରାଗ୍ୟରୁ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଉତ୍ତରଣ । ସେ ଘୃଣ୍ୟବୃତ୍ତିକୁ ତ୍ୟାଗକରି ପରମ ପ୍ରେମମୟ ପୁରୁଷଙ୍କ ନିକଟରେ ହୋଇଛି ସମର୍ପିତ । ତା’ର ସମର୍ପିତ ଭାବକୁ ଗ୍ରହଣ କରିଛନ୍ତି ପତିତପାବନ ଜଗତ୍ଵବନ୍ଧୁ ।

ପିଙ୍ଗଳା ଯେତେବେଳେ ନିଜକୁ ବଦଳାଇଛି, ସେତେବେଳେ ପାପପ୍ରଣୟ ପରିବର୍ତ୍ତେ ସେ ହୋଇଛି ଦିବ୍ୟପ୍ରଣୟ ଅଧିକାରିଣୀ । ପାପ ଓ କଳଙ୍କମୟ ଜୀବନରୂପକ ବକ୍ଷସ୍ଥଳରେ ଶାଶ୍ଵତ ପ୍ରେମର ଶତଦଳ ବିକଶିତ ହୋଇଛି । ଶୂନ୍ୟ ଶାମୁକାରେ ମୁକ୍ତା ସଞ୍ଚାର ହେଲାଭଳି ଲାଗିଛି । ସେ ଜୀବନର ପରମ ପ୍ରେମିକଙ୍କ ସ୍ପର୍ଶରେ ବିଚିତ୍ର ପୁଲକରେ ପୁଲକିତ ହୋଇଛି । ସେ ହୋଉଛି ତପସ୍ବିନୀ । ସନ୍ୟାସିନୀ ଭାବରେ ପ୍ରିୟପରମଙ୍କ ସନ୍ଧାନରେ ସେ ମାନସିକ ସ୍ତରରେ, ପାର୍ଶ୍ଵବ ଜଗତରୁ ଦୂରେଇଯାଇଛି । ଅତୀତର ଘୃଣ୍ୟ ଜୀବନ ଆଉ ତାକୁ ଅଟକାଇ ପାରିନାହିଁ ।

ପିଙ୍ଗଳା ମଧ୍ୟମରେ କବି ଦେଖାଇଛନ୍ତି, ଜଣେ ନିଜେ ଚାହିଁଲେ ନିଜର କୁପଥକୁ ବଦଳାଇ ସତ୍ଵପଥରେ ପରିଚାଳିତ କରିପାରିବ।

(କ) କବି ପରିଚିତି :

ଓଡ଼ିଆ କବିତାରେ ଛନ୍ଦ ସୃଷ୍ଟିର ଏକ ଅଭିନବ ଦିଶ ସୃଷ୍ଟି କରିବାରେ କବି ରାଧାମୋହନ ଗଡ଼ନାୟକଙ୍କ ଭୂମିକା ବେଶ୍ ଉଲ୍ଲେଖଯୋଗ୍ୟ । ଛନ୍ଦର ମାଧୁର୍ଯ୍ୟ ଓ ନୂତନତା, ପଦ-ସାରଲ୍ୟ ତଥା କୋମଳ ଭାଷାର ବ୍ୟବହାରରେ ତାଙ୍କ କବିତା ସ୍ନିଗ୍ଧ ଓ ସରସ । ଏହି ପ୍ରତିଭାଧର କବିଙ୍କ ଜନ୍ମ ହୁଏ ୧୯୧୧ ମସିହାରେ, ସେ ସମୟର ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ଅନ୍ତର୍ଗତ କଲଣ୍ଡାପାଳ ଗ୍ରାମରେ । ତାଙ୍କ ପିତାଙ୍କ ନାମ ମହାଦେବ ଗଡ଼ନାୟକ ଓ ମାତାଙ୍କ ନାମ ଗୋଲମଣି ଦେବୀ । ରାଧାମୋହନ ଛାତ୍ରାବସ୍ଥାରୁ ଥିଲେ ମେଧାବୀ । ସେ ଉଚ୍ଚ ପ୍ରାଥମିକ ପରୀକ୍ଷାରେ ବୃତ୍ତିଲାଭ କରିଥିଲେ । ଆର୍ଥିକ ଅସ୍ବଚ୍ଛଳତା ହେତୁ ସେ ପାଠପଢ଼ାରେ ବିଶେଷ ମନଯୋଗୀ ହୋଇପାରି ନଥିଲେ । ଏହାର ପରିଣତିସ୍ଵରୂପ ତାଙ୍କୁ ଘରୋଇ ଭାବରେ ମାଟ୍ରିକ୍ ପରୀକ୍ଷା ଦେବାକୁ ହୋଇଥିଲା । ସେ ୧୯୩୪ ମସିହାରେ ଘରୋଇ ଭାବେ ମାଟ୍ରିକ୍ ପାସ୍ କଲେ । ଉଚ୍ଚଶିକ୍ଷା ପାଇଁ କଟକର ଖ୍ରୀଷ୍ଟ କଲେଜରେ ନାମ ଲେଖାଇଥିଲେ, ମାତ୍ର ତତ୍‌କାଳୀନ ରାଜନୈତିକ ଘନଘଟା ତାଙ୍କର ଜୀବନର ଗତିକୁ ପରିବର୍ତ୍ତନ କରିଦେଲା । ୧୯୩୮ ମସିହାରେ ସେ ଓଡ଼ିଶାର ଗଡ଼ଜାତ ଆନ୍ଦୋଳନରେ ସକ୍ରିୟ ରୂପେ ଅଂଶଗ୍ରହଣ କରି ଅଧ୍ୟୟନରେ ପୂର୍ଣ୍ଣଛେଦ ପକାଇଥିଲେ ।

କବି ରାଧାମୋହନ ଗଡ଼ନାୟକ ବିଭିନ୍ନ ସମୟରେ ସରକାରୀ ତଥା ବେସରକାରୀ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ଥିଲେ । ୧୯୫୬ ମସିହାରେ ସେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ପ୍ରଡ଼କ୍ସନ ଅଫିସର ଭାବେ କିଛିଦିନ ଦାୟିତ୍ଵ ବହନ କରିଥିଲେ । ଓଡ଼ିଶା ସାହିତ୍ୟ ଥିଲେ ଓତପ୍ରୋତ ଭାବେ ଜଡ଼ିତ । ସେ ତିନିବର୍ଷ ଧରି ‘ଉତ୍କଳ ସାହିତ୍ୟ ଏକାଡ଼େମୀ ଓ ଉତ୍କଳ ସାହିତ୍ୟ ସମାଜ ସହିତ ସେ ସମାଜ’ର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ ।

କବି ଗଡ଼ନାୟକ ସାହିତ୍ୟ ସାଧନାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । ସେ ଥିଲେ ଐଶୀ ପ୍ରତିଭାର ଅଧିକାରୀ । ବାଲ୍ୟକାଳରୁ କବି ହେବାପାଇଁ ତାଙ୍କ ମନରେ ଥିଲା ଉଦାତ୍ତ ଆଶା । ସେଥ‌ିପାଇଁ ସେ ଲେଖିଥିଲେ –
‘‘କବି ହେବାପାଇଁ ବାସନା ମୋର
କବିତା ଲେଖେ ମୁଁ କବିତା ଲେଖେ
କବିତା ପରମ ପ୍ରେୟସୀ ମୋର
କବିତା ପରମ ଶ୍ରେୟସୀ ମୋର.
ଅନ୍ତରେ ତା’ର ମୂରତି ଦେଖେ ।’’
ଜୀବନର ପ୍ରାରମ୍ଭିକ କାଳରୁ ସେ କବିତା ରଚନାରେ ବ୍ରତୀ ହୋଇଥିଲେ । ଯେତେବେଳେ ସେ ୧୬|୧୭ ବର୍ଷର ତରୁଣ, ସେତେବେଳେ ତାଙ୍କ କବିତା ତତ୍କାଳର ଖ୍ୟାତିସଂପନ୍ନ ପତ୍ରିକା ‘ସହକାର’ ଓ ‘ନବପ୍ରଭା’ରେ ପ୍ରକାଶିତ ହୋଇଥିଲା । ତାଙ୍କ ଲିଖିତ ସେହିସବୁ କବିତାମାନ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା । ଫଳରେ ସେହି ସମୟରୁ ହିଁ ସେ କାବ୍ୟମୋଦୀ ପାଠକଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ ।

କବି ରାଧାମୋହନଙ୍କ କବିତାରାଜିର ଭାବ, ଭାଷା, ଶବ୍ଦ ସଂଯୋଜନା ଓ ଛନ୍ଦଯୋଜନା ଅତ୍ୟନ୍ତ ଚମତ୍କାର । ଜଣେ ଗାଥାକବି ଭାବେ ସେ ଓଡ଼ିଆ ସାହିତ୍ୟରେ ବେଶ୍ ଯଶସ୍ବୀ । ତାଙ୍କ ଛନ୍ଦଯୋଜନା ସମ୍ବନ୍ଧରେ ନିମ୍ନୋକ୍ତ ଉଦ୍ଧୃତିରୁ ପରିଚୟ ମିଳେ ।
‘‘ଦେଖିଛ ନଗନ ଉଦାର ଗଗନ ସୁନାର ସନ୍ଧ୍ୟା ଉଷା,
ଦେଖିଛ ଛଇଳ ଯୌବନ ଧାରା ଧାରାର ମଞ୍ଜୁ ଭାଷା ।
ସେବିତ ସୁନୀଳ ଶୈଳବନାନୀ ନଦନଦୀ ହ୍ରଦଝର,
ସେବିତ ବିପୁଳ ମହାସିନ୍ଧୁର ବନ୍ଧୁର ବୁକୁତଳ ।’’
କବି ରାଧାମୋହନଙ୍କ ସାରସ୍ଵତ ସୃଷ୍ଟି ଅତ୍ୟନ୍ତ ପର୍ଯ୍ୟାପ୍ତ ଓ ବୈଚିତ୍ରପୂର୍ଣ୍ଣ । ତାହାଙ୍କ ପ୍ରକାଶିତ ଗ୍ରନ୍ଥରାଜି ନିମ୍ନମତେ ଲକ୍ଷଶୀୟ।
(୧) ଉତ୍କଳିକା
(୨) ସ୍ମରଣିକା
(୩) ବିପ୍ଳବୀ ରାଧାନାଥ
(୪) କାଳିଦାସ
(୫) କାବ୍ୟନାୟିକା
(୬) ଶାମୁକାର ସ୍ଵପ୍ନ
(୭) ପଶୁପକ୍ଷୀର କାବ୍ୟ
(୮) ଧୂସର ଭୂମିକା
(୯) କୈଶୋରିକା
(୧୦) ଦୀପଶିଖା ।
କବି ଗଡ଼ନାୟକଙ୍କ ମୌଳିକ କୃତି ପରି ତାଙ୍କର ଅନୁବାଦ ମଧ୍ଯ ଖୁବ୍ ମର୍ମସ୍ପର୍ଶୀ । ତାଙ୍କ ଅନୁଦିତ ‘ମେଘଦୂତ’, ‘କୁମାରସମ୍ଭବ’, ‘ସୋରାବ ଓ ରୁସ୍ତମ୍’ ଆଦି ଗ୍ରନ୍ଥ ବେଶ୍ ଜନପ୍ରିୟତା ଲାଭ କରିଛି । ୧୯୫୫ ମସିହାରେ କବିଙ୍କଦ୍ଵାରା ‘ଏକଚକ୍ର’ ନାମକ ଏକ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇଥିଲା । କିଛିକାଳ ପରେ ଏହାର ପରିଚାଳନାଗତ ତ୍ରୁଟି, ଆର୍ଥିକ ଅସ୍ବଚ୍ଛଳତା ହେତୁ ଏହା ବନ୍ଦ ହୋଇଯାଇଥିଲା ।

ଆଧୁନିକ କାବ୍ୟ ଜଗତରେ କବି ରାଧାମୋହନ ଏକ ସମୁଜ ଆସନର ଅଧିକାରୀ । ତାଙ୍କର ମନ୍ମୟ କାବ୍ୟସାଧନା ଓଡ଼ିଆ ସାହିତ୍ୟରେ ଯେପରି ଅନନ୍ୟ, ସେହିପରି ଉଲ୍ଲେଖଯୋଗ୍ୟ । ବିଶେଷକରି ଛନ୍ଦୋବଦ୍ଧ କାବ୍ୟକବିତା ରଚନାରେ ତାଙ୍କର ସିଦ୍ଧି ନିହିତ ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

(ଖ) କବିତାର ପୃଷ୍ଠଭୂମି :

କବିତାଟିର କଥାବସ୍ତୁକୁ କବି ଗଡ଼ନାୟକ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧ ନବମ ଅଧ୍ୟାୟରୁ ସଂଗ୍ରହ କରିଛନ୍ତି । ଅବଧୂତ ଯଦୁରାଜାଙ୍କୁ ତାହାର ଚବିଶ ଗୁରୁ ପ୍ରସଂଗ ବର୍ଣ୍ଣନା କଲାବେଳେ, ପିଙ୍ଗଳା ବେଶ୍ୟାକୁ ଗୁରୁ କରିଥିବା କଥା ଉଲ୍ଲେଖ କରିଚନ୍ତି । ସେହି ପିଙ୍ଗଳା ବେଶ୍ୟା ମନରେ ଯେଭଳି ଭାବାନ୍ତର ଦେଖାଦେଇଛି କବି ତାହାକୁ ଆହୁରି ଚମତ୍କାର ଭାବରେ ପ୍ରକ।ଶ କରିଛନ୍ତି ।

ବିଦେହ ନଗରର ରୂପଜୀବୀ ପିଙ୍ଗଳା । ସେ ଧନ ଅର୍ଜନ ଉଦ୍ଦେଶ୍ୟରେ ଧନୀପୁତ୍ରମାନଙ୍କୁ ଆମନ୍ତ୍ରଣ କରେ । ସେମାନଙ୍କୁ ଅଙ୍ଗସୁଖ ଦେଇ ନିଜେ ଚଳିବାର ସାମର୍ଥ୍ୟ ସଂଗ୍ରହ କରେ । ଥରେ ପିଙ୍ଗଳା ଏକ ଧନୀପୁଅକୁ ନିଜ ଗୃହକୁ ଆସିବାପାଇଁ ସଙ୍କେତ ଦେଲା । ଧନୀପୁତ୍ର ମଧ୍ୟ ଆସିବାପାଇଁ ସ୍ବୀକୃତି ଦେଲା ।

ଧନୁପୁଅ ଆସିବ ଏବଂ ସେ ତା’ଠାରୁ ଅଧିକ ଧନ ସଂଗ୍ରହ କରିବ, ସେହି ଉଦ୍ଦେଶ୍ୟରେ ସେ ନିଜକୁ ଅପେକ୍ଷାକୃତ ଅଧ୍ଵ ସଜେଇଲା । ସୁନ୍ଦର ବସ୍ତ୍ରରେ ନିଜକୁ ଆକର୍ଷଣୀୟ କଲା । ସନ୍ଧ୍ୟାରେ ଧନୀପୁତ୍ରକୁ ଅପେକ୍ଷା କରିଥିବା ସମୟରେ, ତା’ନିକଟରେ ଅନେକ କାମୀପୁରୁଷ ପହଞ୍ଚିଲେ । ମାତ୍ର ଅଧିକ ଧନ ପାଇବା ଆଶାରେ ସେ କାହାକୁ ଗ୍ରହଣ କଲାନାହିଁ । ମାତ୍ର ସ୍ବୀକୃତି ଦେଇ ଧନୀପୁତ୍ର ଆସିଲା ନାହିଁ । ଦୀର୍ଘ ସମୟ ଅପେକ୍ଷାକରି, ପିଙ୍ଗଳା ବ୍ୟସ୍ତ ହୋଇପଡ଼ିଲା । ଘରେ ନିଶ୍ଚିନ୍ତରେ ରହିପାରିଲା ନାହିଁ କିମ୍ବା ଦୁଆରେ ବସି ଅପେକ୍ଷା କରିପାରିଲା ନାହିଁ । ଘରବାହାର ବୁଲି ବୁଲି ସେ ଅସ୍ଥିର ହୋଇପଡ଼ିଲା । ରଜନୀ ଅର୍ଦ୍ଧେକ ଭୋଗହେଲା ପରେ ମଧ୍ୟ ଧନୀପୁତ୍ର ନ ଆସିବାରୁ ପିଙ୍ଗଳା ମନଦୁଃଖରେ ଘରେ ବସି ରହିଲା ।

ପିଙ୍ଗଳା ମନର ଦୁଃଖ ଓ ହତାଶ ଭାବରୁ, ବୈରାଗ୍ୟ ସୃଷ୍ଟି ହେଲା । ସେ ମନସ୍ଥିର କରି ନିଜର ଅନ୍ତର ଭିତରେ ପରମାତ୍ମାଙ୍କର ସତ୍ତାକୁ ଅନୁଭବ କଲା । ନିଜ ଜୀବନର ଅତୀତକୁ ମନେପକାଇ ଅନୁତାପ କଲା । ସେ ଅନୁଭବ କଲା ତା’ନିକଟରେ ବିରାଜମାନ କରିଛନ୍ତି ପ୍ରକୃତ ପ୍ରିୟତମ, ଯାହାକୁ ପାଇ ସେ ଜୀବନର ପ୍ରକୃତ ମୂଲ୍ୟାୟନ କରିପାରିବ । ସୁନ୍ଦର ଶରୀର ପ୍ରତି ତା’ର ବିତୃଷ୍ଣା ଆସିଲା । ରକ୍ତମାଂସ, ମଳମୂତ୍ର, କଫ-ବାତ-ପିତ୍ତ, ଅସ୍ଥିପଞ୍ଜରା, ନଖ, ଲୋମ ଓ କେଶର ଶରୀରକୁ ସେ ଘୃଣା କଲା । ସେ ସର୍ବଜୀବଆତ୍ମା ନିର୍ଗୁଣ ମହାତ୍ମାଙ୍କୁ ନିଜର ଭତ୍ତା ରୂପେ ଗ୍ରହଣ କରି ଜୀବନକୁ ସାର୍ଥକ କରିବ ବୋଲି ବିଚାର କଲା ।

ଭାଗବତର ଏହି କଥାବସ୍ତୁକୁ ଆହୁରି, କାବ୍ୟକ, ଆକର୍ଷଣୀୟ କରି କବି ଗଡ଼ନାୟକ ରଚନା କରିଛନ୍ତି ‘ପିଙ୍ଗଳାର ଅଭିସା’ ।

(ଗ) କବିତାର ସାରକଥା :

ବାରବିଳାସିନୀ ପିଙ୍ଗଳା ମନରେ ଆସିଛି ଦୁଃଖ ଓ ଶୋଚନା । ଜୀବନର ମୂଲ୍ୟବାନ୍ ସମୟକୁ ସେ କେବଳ ଭୋଗ ଭାଗ୍ୟରେ ବିତାଇ ଦେଇଥ‌ିବାରୁ କରିଛି ଅନୁତାପ । ସେହି ଦୁଃଖ, ଶୋଚନା ଓ ଅନୁତାପରୁ ହୋଇଛି ତା’ର ଆଧ୍ୟାତ୍ମିକ ଉତ୍ତରଣ । ସେ ମନେ ମନେ ବିଚାର କରିଛି, ମୋ ଘରକୁ ଆଉ କେବେହେଲେ ଦେହଭୋଗୀ ରସିକନାଗରମାନେ ଆସିବେ ନାହିଁ । ଜୀବନରେ ବାରବଧୂ, ବାରଭୋଗ୍ୟ ହୋଇଥିଲେ ବି ମୋ ଚିନ୍ତାଧାରା ବଦଳିଯାଇଛି । ମୁଁ ଅଗ୍ରଗାମୀ ହୋଇଛି ସୀମାତୀତ ପୁରୁଷର ସନ୍ଧାନରେ । ମୁଁ ମାନସିକ ସ୍ତରରେ ବହୁ ଦୂରକୁ ଚାଲିଯାଇଛି । ମୁଁ ଆଉ ରସିକ ଧନୀପୁରୁଷଙ୍କ ଉଦ୍ଦେଶ୍ୟରେ ଫୁଲଶେଯ ଶେଯାଇବି ନାହିଁ କିମ୍ବା ସେମାନଙ୍କ ମନୋହାରିଣୀ ଭାବରେ ରାତି ରାତି ବସି ଉଜାଗର ରହିବି ନାହିଁ । ପୁନଶ୍ଚ ମୋ ଘରକୁ କେଳିକୁଞ୍ଜକରି ସ୍ତମିତ ଆଲୋକରେ ବ୍ୟର୍ଥ ସୁହାଗରେ ମସ୍‌ଗୁଲ ହେବି ନାହିଁ । କାରଣ ସେଭଳି ସୁହାଗ, ସ୍ନେହର କୌଣସି ମୂଲ୍ୟ ନାହି । ତାହା କେବଳ କାର୍ଯ୍ୟଘେନା ଦେହଭୋଗୀ ମାନସିକତା ବ୍ୟତୀତ ଅନ୍ୟକିଛି ନୁହେଁ ।

ଅନୁତାପଦଗ୍ଧ ପିଙ୍ଗଳା ପୁଣି ବିଚାର କରିଛି ଅର୍ଥ ପାଇଁ ମୁଁ ଆଉ କାହା ପାଖରେ ପ୍ରିୟତମା ଭାବରେ ପ୍ରୀତିର ଅଭିନୟ ଦେଖାଇବି ନାହିଁ । କାରଣ ରାତ୍ରିର ସ୍ଵପ୍ନଭଳି ତାହା ପୁଣି ଲିଭିଯିବ । ବାସ୍ତବ ସୃଷ୍ଟିରେ ତାହାର କୌଣସି ମୂଲ୍ୟ ନାହିଁ । କାରଣ ମୋ ମନ ଆଜି ଦିବ୍ୟରତ୍ନର ସନ୍ଧାନ ପାଇଛି । ଯେଉଁ ରତ୍ନ ମୋ ମନକୁ ପୂର୍ଣ୍ଣତାରେ ଭରିଦେବ । ଅସାର ଦୁନିଆରେ, ଭଙ୍ଗୁର ପଥରେ ମୋ ମନରେ ପ୍ରିୟ ପରମ ପ୍ରିୟତମଙ୍କ ସନ୍ଧାନ ମୁଁ ଆଜି ପାଇସାରିଛି । ସେ ହୋଉଛନ୍ତି ମୋ ଜୀବନର ଅମରବନ୍ଧୁ, ଅନ୍ତରର ବିମୋହନ ସତ୍ତା ।

ପରମସତ୍ତା ସନ୍ଧାନୀ ପିଙ୍ଗଳା ଭାବିଛି, ମୋ ଜୀବନ ଥିଲା କଳୁଷମୟ । ସେହି କଳୁଷ ପଙ୍କରୁ ଆଜି ସୃଷ୍ଟି ହୋଇଛି ଶତଦଳ । ଶତଦଳ ବା ପ୍ରସ୍ଫୁଟିତ ପଦ୍ମରୁ ମୁଁ ଜୀବନର ପ୍ରକୃତ ମୂଲ୍ୟ ବୁଝିପାରିଛି । ସୁତରାଂ ମୋ’ ଜୀବନ ପୂର୍ଣ୍ଣତାରେ ଭରିଯାଇଛି । ତେଣୁ ମୋ’ପାଇଁ ଆଉ କୌଣସି ଧନ ସମ୍ପଦ, ମଣିକାଞ୍ଚନର ଆବଶ୍ୟକତା ନାହିଁ । ମୋ’ପାଇଁ ବିଳାସକୁଞ୍ଜର ମାଦକତା ଅସାର ମନେହୋଇଛି । ସୁନ୍ଦର ଚିତ୍ରିତ, ବିଭୋରିତ କରିବାର ଚିତ୍ର ମୋ ମନରେ ଆଉ କୌଣସି ପ୍ରଭାବ ପକାଇପାରିବ ନାହିଁ । ମୋ ପାଖକୁ ଆଉ କୌଣସି ଧନୀ ପୁରୁଷ ଆସିବାର ଆବଶ୍ୟକତା ନାହିଁ । ମୁଁ ମାନସିକ ସ୍ତରରେ ଏହି ବ୍ୟର୍ଥ ଜୀବନରୁ ଦୂରେଇ ଯାଇ, ସମର୍ଥ ଜୀବନର ସନ୍ଧାନରେ ରହିଯାଇଛି ।

ଦେହବାଦୀ ଦୁନିଆରୁ ବିଦେହୀ ସତ୍ତାପ୍ରତି ସମର୍ପିତ ହୋଇଯିବାରୁ ପିଙ୍ଗଳା ମନରେ ଆସିଛି ଆଧ୍ୟାତ୍ମିକ ଉତ୍ତରଣ । ତେଣୁ ସେ ବିଚାର କରିଛି, ଆଜି ମୋ’ପାଇଁ ରାତ୍ରି ହୋଇଛି ମଧୁମୟ ଲଗ୍ନ । ସାରା ଧରଣୀ ମୋ’ପାଇଁ ହୋଇଛି କୋମଳ ଓ ଆନନ୍ଦମୟ । ମୋ ଜୀବନ ଆକାଶରେ ସୁଖର ଚାନ୍ଦ ଉଇଁଛି । ମୁଗ୍ଧ ତାରକା ସମ ମୁଁ ପ୍ରିୟତମଙ୍କୁ ପାଇ ବିଭୋର ହୋଇଛି । ଜୀବନରୁ ମୋର କଳୁଷତାର ଅମାଅନ୍ଧାର ଦୂରେଇ ଯାଇଛି । ମୋର ସବୁଆଡ଼େ ବିଛାଡ଼ି ହୋଇ ପଡ଼ିଛି ଶୁଭ୍ରଜ୍ୟୋତ୍ସ୍ନାର ସୌନ୍ଦର୍ଯ୍ୟ । ପ୍ରବାହିତ ହେଉଛି ଥରି ଥରି ସମୀର । ସେହି ସମୀରର ପ୍ରଭାବ ମୋ ପାଇଁ ହୋଇଛି ସ୍ନିଗ୍ଧ କୋମଳ । ମୋ ଜୀବନର ପ୍ରିୟତମ, ପରମବନ୍ଧୁଙ୍କର ସୁମଧୁର ସ୍ପର୍ଶ ମୋ ନିକଟକୁ ଭାସି ଆସୁଛି । ମୋ ଦେହରେ ଦେହରେ ଦେଖାଦେଇଛି ପୁଲକର ଶିହରଣ । ମୋ ଲୋମ ଟାଙ୍କୁରି ଉଠୁଛି ଠିକ୍ ବର୍ଷାର ସ୍ପର୍ଶପାଇ କଦମ୍ବ କୋରକିତ ହେଲାପରି ।

ପଙ୍ଗଳା ବିଚାର କରିଛି, ସମର୍ପିତ ଭାବ ଆସିଲା ପରେ ମୁଁ ଶୁଣିପାରୁଛି ବିଦେହୀ ସତ୍ତାଙ୍କର ସୁମଧୁର ମୂରଲୀ ଧ୍ଵନିକୁ । ଯେଉଁ ଧ୍ଵନିକୁ ଶ୍ରବଣ କଲାପରେ ମୋ ଜୀବନ ଯମୁନା ଉଜାଣି ବହୁଛି । ନିଶାଗ୍ରସ୍ତ ଭଳି ମୁଁ ବିଭୋର ହୋଇଛି । ଦେହବାଦୀ ପାଷାଣ କାରାଗାରରୁ ମୁଁ ଯେଭଳି ମୁକ୍ତି ପାଇଲାଭଳି ଲାଗୁଛି । ଫଳରେ ମୁଁ ଆଜି ପ୍ରିୟତମଙ୍କ ସହ ଅଭିସାର ପାଇଁ ବ୍ୟଗ୍ର ହୋଇଉଠୁଛି । ମୋ ଜୀବନର ସବୁପ୍ରକାର ବାଧାବନ୍ଧନର ବେଢ଼ି ଆଜି ଖୋଲିଯାଇଛି । ମୁଁ ହୋଇଛି ମୁକ୍ତଚାରିଣୀ । ତଟିନୀ ଯେପରି ବ୍ୟଗ୍ର ଭାବରେ, କୂଳଲଙ୍ଘନ କରି, ଶହ ଶହ ବନଗିରି କାନ୍ତାର ଅତିକ୍ରମକରି ସାଗର ସନ୍ଧାନରେ ବହିଚାଲେ, ଠିକ୍ ସେହିପରି ମୁଁ ଆଜି ଆଗେଇଯିବି । ସାଗରରୂପୀ ପ୍ରିୟପରମଙ୍କ ପାଦତଳେ ନିଜକୁ ସମର୍ପଣ କରି, ଜୀବନର ପ୍ରକୃତ ମୂଲ୍ୟକୁ ଆକଳନ କରିବି ।

ପ୍ରକୃତ ପ୍ରିୟତମଙ୍କ ପାଖରେ ନିଜକୁ ସମର୍ପଣ କରିସାରିବା ପରେ, ହୃଦୟ ମଧ୍ଯରେ ହୃଦୟେଶ୍ଵରଙ୍କୁ ସ୍ଥାପନ କରିସାରିବା ପରେ, ମୁଁ ଆଉ ବିଦେହ ନଗରର ନଟୀ ନୁହେଁ ବୋଲି ପିଙ୍ଗଳା ବିଚାର କରିଛି । ସେ ଆଉ ବାରବିଳାସିନୀ ବୋଲି ନିଜକୁ ଭାବି ନାହିଁ; ବରଂ ଏ ଜଗତ ପଥରେ ସେ ସାଜିଛି ପ୍ରେମର ସନ୍ନ୍ୟାସିନୀ । ସେ ଆଉ ଜାଗତିକ ସୁଖ ବନ୍ଧନରେ ବାନ୍ଧିହେବାକୁ ଚାହିଁନାହିଁ, ବରଂ ସେ ମାନସିକ ସ୍ତରରେ ମୁକ୍ତ ହୋଇ, ମୁକ୍ତ ଆକାଶରେ ଉଡ଼ିବୁଲିବ । ତା’ର ଜୀବନ ଯୌବନ ପୂର୍ଣ ହେବ ଏବଂ ରୂପର ସାର୍ଥକତା ଅନୁଭବ ହେବ, ଯେତେବେଳେ ପ୍ରୀତିର ନିଆଁରେ ପ୍ରିୟତମ ଲାଗି ସେ ଆରତି ଧୂପ ହୋଇପାରିବ ।

ଆହୁରି ମଧ୍ୟ ପିଙ୍ଗଳା ମନେ ମନେ ଭାବିଛି ପ୍ରଭାତର ନିରୋଳାରେ, ଗୋଧୂଳିର ଅପୂର୍ବ ବେଳାରେ ମୁଁ ମୋର ପ୍ରିୟତମ ବନ୍ଧୁଙ୍କର ରୂପର ଶୋଭାକୁ ଦେଖିବି । ଗଗନ ପବନର ମଧୁର ହିଲ୍ଲୋଳରେ ମୁଁ ସେହି ବନ୍ଧୁଙ୍କର ମୂରଲୀର ଧ୍ଵନିକୁ ଶୁଣୁଥ‌ିବି । ଚନ୍ଦ୍ରିକା ଚର୍ଚ୍ଚିତ ରଜନୀର ଶୋଭାରେ ବନ୍ଧୁଙ୍କର ହାସ ସୁଧାକୁ ଆସ୍ବାଦନ କରି ପୁଲକିତ ହେବି । ମୋ ଜୀବନର କଳଙ୍କିତ ଅତୀତକୁ ମୁଁ ତାଙ୍କରି ପାଇଁ ବିସ୍ମୃତ ହେବି ଏବଂ ପ୍ରାଣର କ୍ଷୁଧାକୁ ପରିପୂରଣ କରିବି । ତାଙ୍କ ପାଇଁ ମୋ ମନରେ ଆଉ କୌଣସି ପ୍ରକାର ପିପାସା ରହିବ ନାହିଁ । ମୁଁ ମୋ ହୃଦୟର ଅସରନ୍ତି କ୍ଷୁଧାକୁ ଭୁଲିଯିବି ।

ବିଦେହୀ ସତ୍ତା ପ୍ରତି ପୂର୍ଣ୍ଣ ସମର୍ପଣ ଭାବ ଆସିଯିବା ପରେ, ମୁକ୍ତିକାଂକ୍ଷୀ ପିଙ୍ଗଳା ଭାବିଛି, ମୁଁ ଆଉ ମୋ କୋଠରିର ତୂଳିତ ଶଯ୍ୟାରେ ଶୋଇ ରହିବାକୁ ଚାହେଁ ନାହିଁ । କାରଣ ସେଥ‌ିରେ ରହିଛି ସଂକୀର୍ଣ୍ଣ ପରିସର ଓ ପରିବେଶ ; ବରଂ ମୁଁ ଧରଣୀର ମୁଲାୟମ ତୃଣଶଯ୍ୟାରେ ହରଷ ମନରେ ଶୋଇରହିବି । ଚାହିଁରହିବି ଗଗନର ଅନନ୍ତ ନୀଳିମାକୁ । ସେହି ଗଗନର ବ୍ୟାପ୍ତିକୁ ମୁଁ ମୁଗ୍ଧନେତ୍ରରେ ଅନାଇ ରହିବି । ଦିବାରାତ୍ରିର ଏହି ଭାବକୁ ଦେଖୁ ଦେଖୁ ସୁମଧୁର ସ୍ଵପ୍ନଳ ଭାବରେ ମୋର ଏହି ସମର୍ପିତ ଭାବକୁ କେବଳ ଚନ୍ଦ୍ର, ସୂର୍ଯ୍ୟ, ଗଗନ, ଭୁବନ ସାକ୍ଷୀ ହୋଇ ଚାହିଁରହିବେ ।

ପିଙ୍ଗଳା ଥିଲା ବିଦେହର ବାରବଧୂ। ରୂପର ପସରା ମେଲି ସେ ନିଜକୁ ପ୍ରତିଷ୍ଠିତ କରିଥିଲା । ଜୀବନର ପ୍ରକୃତ ମୂଲ୍ୟବୋଧକୁ ବୁଝିସାରିବା ପରେ, ସେ ବିଦେହ ନଗରରୁ ବିଦେହୀ ସଭାକୁ ଚାଲିଯାଉଥିବାରୁ, ସମସ୍ତଙ୍କ ପାଖରୁ ମେଲାଣି ନେଉଛି । ସମସ୍ତେ ତାକୁ ଭୁଲିଯାଆନ୍ତୁ ବୋଲି କହିଛି । ତା’ର ଘୃଣ୍ୟ ଜୀବନ ଓ କଳୁଷକାଳିମାକୁ ସମସ୍ତେ ବିସ୍ତୃତ ହୁଅନ୍ତୁ ବୋଲି ସେ ଅନୁରୋଧ କରିଛି । ସେ ନିଜର ପ୍ରକୃତ ମୂଲ୍ୟକୁ ମୂଲ୍ୟାୟନ କରିପାରିଛି । ତେଣୁ ସେ ନିଜକୁ ଅମର କନ୍ୟା, ନାରୀ ଓ ଦେବୀ ବୋଲି ବିଚାର କରିଛି । କାରଣ ଅମର କନ୍ୟା ଭାବରେ ସେ କେବଳ ସ୍ଵର୍ଗୀୟ ସୁଖକୁ ଆକଳନ କରିବ । ନାରୀ ଭାବରେ ସମର୍ପିତ ଭାବ ନେଇ ସମସ୍ତଙ୍କର ମଙ୍ଗଳ କରିବ । ଜନନୀ, ଭଗିନୀ ଭାବରେ ସେ ସମସ୍ତଙ୍କର ସହାୟକ ହୋଇପାରିବ । ପୁନଶ୍ଚ ସେ ଦେବୀଭାବରେ ସେ ପଶୁଶକ୍ତିକୁ ପରାସ୍ତ କରି ଦୈବୀଭାବର ପରିପ୍ରଚାର କରିବ । ମାତ୍ର ଏହି ପୁଣ୍ୟ ଧରାରେ ସେ ପତିତା ଜୀବନ ଯାପନ କରି ଘୃଣ୍ୟ ଜୀବନକୁ ଆପଣେଇ ନେଇଥିବାର ଅନୁତାପ କରିଛି ।

ଅନୁତାପ ନିଆଁରେ ଜଳି ଜଳି ପିଙ୍ଗଳା ଭାବିଛି, ମୁଁ ଥୁଲି ଅମୃତର ସନ୍ତାନ । ଅମୃତମୟ ସଭାରୁ ମୁଁ ସୃଷ୍ଟି ହୋଇ, ଅମୃତ ପାନକରି ଧରାପୃଷ୍ଠକୁ ଆସିଥିଲି । ମୋ ସୃଷ୍ଟିର ଉଦ୍ଦେଶ୍ୟ ଥିଲା ମହତ୍ଵ; ମାତ୍ର ଅମୃତପାନ କରି ଆସିଥିଲେ ମଧ୍ୟ, ସବୁଆଡ଼େ କାଳିମାର ବିଷ ବିଛାଇ ଦେଲି । ସର୍ପିଣୀପରି ଏ ମଧୁମୟ ସୃଷ୍ଟିକୁ ବିଷମ ବିଷରେ ଜାଳିଦେବାକୁ ଚେଷ୍ଟାକଲି । ମୋ ରୂପର ବିଷରେ, ଚାହାଣିର ହଳାହଳରେ ଜଗତ ପ୍ରଲୁବ୍ଧ ହେଲା । ବିଷର ଜ୍ଵାଳାରେ ଏ ଜଗତ ନଷ୍ଟ ହୋଇଗଲା ଏବଂ ନିଜେ ମୁଁ ମଧ୍ୟ ସେଥ‌ିରେ ନଷ୍ଟ ହୋଇଗଲି । ମୁଁ ଜଗତରେ, ପୁଣ୍ୟ ଜୀବନକୁ ମୁଁ ନଖୋଜି କେବଳ ପାପରେ ସମସ୍ତଙ୍କୁ ନଷ୍ଟ କରିଦେଲି, ଜାଳିଦେଲି । ମୋ ଯୋଗୁ ସବୁ ଯେପରି ଧ୍ୱଂସ ହୋଇଗଲା ।

ଆଧ୍ୟାତ୍ମିକ ଉତ୍ତରଣ ହେବାରୁ ପିଙ୍ଗଳା ମନେ ମନେ ବିଚାର କରିଛି ମୋତେ ଏଭଳି କଳୁଷଗତିରୁ ମୁକ୍ତି ଦେବାପାଇଁ ପତିତପାବନ, ମୂରଲୀଧର ମୋ ପ୍ରତି ଦୟା କରିଛନ୍ତି । ମୋତେ ଏହି ନଷ୍ଟପଥରୁ ଦୂରେଇ ନେଇ ଶିଷ୍ଟ ପଥରେ ଚାଲିବାପାଇଁ ସୂଚନା ଦେଇଛନ୍ତି । କାରଣ ମୁଁ କଳୁଷ ପଥରୁ ଦୂରେଇ ଯିବାପାଇଁ ସଦାସର୍ବଦା ତାଙ୍କର ମଞ୍ଜୁଳ ମୂରଲୀ ଧ୍ଵନିର ଆହ୍ଵାନକୁ ଶୁଣିପାରିଛି । ମୋ ଜୀବନର ବନ୍ଧୁ, ପତିତପାବନ, ଯେ କି ବିଶ୍ଵର ପରଶମଣି ତାଙ୍କରି ସ୍ପର୍ଶ ପାଇ ମୋ ଜୀବନର କାଳିମା ଦୂରେଇ ଯାଇଛି । ମୁଁ ହୋଇଛି ସୁବର୍ଣ୍ଣଦେହୀ, କଳୁଷ କାଳିମାମୁକ୍ତ ପବିତ୍ର ସତ୍ତାଟିଏ । ପବିତ୍ର ପ୍ରିୟତମଙ୍କର ସତ୍ତାକୁ ପୂର୍ଣ୍ଣପ୍ରାଣରେ ଅନୁଭବ କରି ସାରିବାପରେ, ପିଙ୍ଗଳା ବିଦେହ ନଗରରୁ ବିଦାୟ ନେଇଛି । ବିଦାୟ ନେଇଛି ଘୃଣା କଳୁଷ ଜୀବନରୁ ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର 1

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Odisha State Board BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ Textbook Exercise Questions and Answers.

BSE Odisha Class 6 Odia Solutions Chapter 10 ଦେଶପ୍ରେମୀ କଏଦୀ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ସଭକର୍ ବନ୍ଦୀ ହେବାର କାରଣ କ’ଣ ?
Answer:
ଭାରତରୁ ଇଂରେଜ ଶାସନ ଲୋପ କରିବାପାଇଁ ସଂଗ୍ରାମ କରି ସଭର୍‌କର୍‌ ରାଜନୈତିକ ଅପରାଧରେ ବନ୍ଦି ହୋଇଥିଲେ ।

(ଖ) ଇଂରେଜ ସାମ୍ବାଦିକ ସଭକର୍‌ଙ୍କୁ କ’ଣ କହିଥିଲେ ?
Answer:
ଇଂରେଜ ସାମ୍ବାଦିକ ସଭର୍‌କରଙ୍କୁ କହିଥିଲେ, ‘ତୁମେ ତ ଏକା ନୁହଁ, ତୁମର ଆଉ ଦୁଇଜଣ ଭାଇଙ୍କୁ ମଧ୍ୟ ଜେଲ୍‌କୁ ନିଆଗଲାଣି ।’’

(ଗ) ବିପ୍ଳବୀ ଯୁବକ ବୀରଦର୍ପରେ କି ଉତ୍ତର ଦେଇଥିଲେ ?
Answer:
ବିପ୍ଳବୀ ଯୁବକ ବୀରଦର୍ପରେ ଉତ୍ତର ଦେଇଥିଲେ, ‘ଏ ତ ଗୌରବର କଥା । ମୋର ସୌଭାଗ୍ୟ ଯେ ଆମ ପରିବାରର ସମସ୍ତେ ଜନ୍ମଭୂମିର ପରାଧୀନତା ଶୃଙ୍ଖଳକୁ ଛିନ୍ନ କରିବା ଲାଗି ବଦ୍ଧପରିକର, ସର୍ବସ୍ଵ ତ୍ୟାଗ କରିବାପାଇଁ କୃତସଂକଳ୍ପ ।’

(ଘ) ଜାହାଜରୁ ଡେଇଁ ପଡ଼ିଥ‌ିବା କଏଦୀ ଜଣକ କିଏ ଥିଲେ ?
Answer:
ଜାହାଜରୁ ଡେଇଁ ପଡ଼ିଥିବା କଏଦୀ ଜଣକ ଥିଲେ ବିପ୍ଳବୀ ବିନାୟକ ଦାମୋଦର ସଭର୍‌କର୍ ।

(ଙ) ସଭର୍‌କର୍ କେଉଁ ଦଳ ଗଠନ କରିଥିଲେ ?
Answer:
ସଭକର୍ ‘ମିତ୍ରମେଳା’ ନାମରେ ଏକ ଦଳ ଗଠନ କରିଥିଲେ ।

(ଚ) ସମ୍ବାଦପତ୍ରରୁ ସଭର୍‌କର୍‌ଙ୍କ ଭାଷଣ ପଢ଼ି ତିଳକ କ’ଣ କହିଥିଲେ ?
Answer:
ସମ୍ବାଦପତ୍ରରୁ ସଭକର୍‌ଙ୍କ ଭାଷଣ ପଢ଼ି ତିଳକ କହିଥିଲେ, ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ !’’

(ଛ) ସଭର୍‌କର୍ କାହିଁକି ଲଣ୍ଡନ ଯାଇଥିଲେ ?
Answer:
ସଭର୍‌କର୍‌ ଆଇନ ଅଧ୍ୟୟନ ପାଇଁ ଲଣ୍ଡନ ଯାଇଥିଲେ ।

(ଜି) ସଭର୍‌କର୍ ଆଣ୍ଡାମାନ ଜେଲ୍‌ରେ କେତେ ବର୍ଷ କଟାଇଥିଲେ ?
Answer:
ସଭର୍‌କର୍‌ ଆଣ୍ଡାମାନ ଜେଲ୍‌ରେ ଦଶବର୍ଷ କାଳ କଟାଇଥିଲେ ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୨।
ଉତ୍ତର ଲେଖ ।
(କ) ବନ୍ଦୀ ନିଜ ଦେହରୁ ଜାମାଟି କାଢ଼ି ଦର୍ପଣ ଆଗରେ କାହିଁକି ଝୁଲେଇ ଦେଲେ ?
Answer:
ସ୍ନାନାଗାରର ଦର୍ପଣଟି ଏପରି ଭାବେ ଲାଗିଥିଲା ଯେ ବନ୍ଦୀ ଭିତରେ ଯାହା କରିବ, ପ୍ରହରୀ ବାହାରେ ଥାଇ ସବୁ ଦେଖିପାରିବ । ବନ୍ଦୀ ଜଣକ ସମୁଦ୍ରକୁ ଡେଇଁପଡ଼ି ପଳାଇବାକୁ ଚାହୁଁଥିବାରୁ ତା’ର କାର୍ଯ୍ୟକଳାପ ପ୍ରହରୀ ନ ଦେଖୁରିବା ପାଇଁ ସେ ଦେହରୁ ଜାମାଟି କାଢ଼ି ଦର୍ପଣ ଆଗରେ ଝୁଲାଇଦେଲେ ।

(ଖ) କେଉଁ ଉଦ୍ଦେଶ୍ୟରେ ସଭର୍‌କର୍‌ ଜାହାଜରୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ ?
ସଭର୍‌କର୍ ଭାବିଥିଲେ ଜାହାଜରୁ ଖସିପଳାଇବେ ଓ ପୁନର୍ବାର ଇଂରେଜ ସରକାରଙ୍କ ବିରୋଧରେ ବିଦ୍ରୋହ କରିବେ । ତେଣୁ ସେ ଜାହାଜରୁ ସମୁଦ୍ରକୁ ଡେଇଁଥିଲେ ।

(ଗ) ମିତ୍ରମେଳାର ସଦସ୍ୟମାନେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକଦିବସ ପାଳନ କଲେ ନାହିଁ କାହିଁକି ?
Answer:
ସଭର୍‌କର୍ ମିତ୍ରମେଳାର ବୈଠକରେ କହିଥିଲେ ଯେ ଆମ ଶତ୍ରୁଦେଶର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁରେ ଆମେ ଶୋକଦିବସ ପାଳନ କରିବା ଦରକାର ନାହିଁ । ତେଣୁ ମିତ୍ରମେଳାର ସଦସ୍ୟମାନେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକଦିବସ ପାଳିଲେ ନାହିଁ ।

(ଘ) ସଭର୍‌କର୍‌ଙ୍କୁ କେଉଁ କାରଣରୁ ଆଣ୍ଡାମାନ ପଠାଯାଇଥିଲା ?
Answer:
ବନ୍ଦୀ ଅବସ୍ଥାରେ ଜାହାଜରୁ ଫେରାର ହେବା ଅପରାଧ ଯୋଗୁଁ ସଭର୍‌କରଙ୍କର ପୁଣି ବିଚାର ହୋଇ ଅଧ୍ୟକ କଠୋର ଦଣ୍ଡବିଧାନ କରାଗଲା । ସାରା ଜୀବନ ବନ୍ଦୀଭାବେ ଅତିବାହିତ କରିବା ପାଇଁ ତାଙ୍କୁ ‘କଳାପାଣି’ ପାରି କରାଇ ସୁଦୂର ଆଣ୍ଡାମାନ ଦ୍ଵୀପରେ ଥିବା ଜେଲ୍‌କୁ ପଠାଇ ଦିଆଗଲା ।

(ଙ) ଆଣ୍ଡାମାନରେ କଏଦୀମାନଙ୍କୁ କିପରି ଦଣ୍ଡଭୋଗ କରିବାକୁ ପଡୁଥିଲା ?
Answer:
ଆଣ୍ଡାମାନର ଜଳବାୟୁ ଖୁବ୍‌ ଅସ୍ବାସ୍ଥ୍ୟକର ଥିଲା । ବନ୍ଦୀମାନେ ବଳଦପରି ଘଣା ପେଲୁଥିଲେ । କଠିନ ଶ୍ରମ କରିବାକୁ ରାଜି ନ ହେଲେ ଚାବୁକ୍ ପାହାର ଖାଉଥିଲେ । ଦିନକୁ ସେମାନେ ପନ୍ଦର ସେର ତେଲ ପେଡ଼ିବାକୁ ବାଧ୍ୟ । କମ୍ ହେଲେ ଛୁଟି ମିଳେ ନାହିଁ । ଟିକେ ଠିଆହେଲେ ଠେଙ୍ଗିଣି ମାଡ଼ ବସେ । ଲୁହ ବୋହିଲେ ବି ଆଖ୍ ପୋଛିବାକୁ ମନା । ଦିନକୁ ଦୁଇତାଟିଆ ପାଣିରୁ ଅଧ୍ଵ କେହି ପିଇପାରିବେ ନହେଁ । ସ୍ନାନ କରିବା ସେମାନଙ୍କ ପାଇଁ ସ୍ବପ୍ନର କଥା । ଏହିପରି ଅକଥନୀୟ ଅତ୍ୟାଚାର ଭିତରେ କଏଦୀମାନଙ୍କୁ ଦଣ୍ଡଭୋଗ କରିବାକୁ ପଡୁଥିଲା।

(ଚ) ଜେଲ୍ ଯିବା ଗୌରବର କଥା ବୋଲି ସଭର୍‌କର୍ କାହିଁକି କହିଥିଲେ ?
Answer:
ସଭର୍‌କର୍‌ ଥିଲେ ଜଣେ ନିଃସ୍ବାର୍ଥପର ଦେଶପ୍ରେମୀ । ତେଣୁ ଦେଶକୁ ପରାଧୀନତାରୁ ମୁକ୍ତ କରିବାପାଇଁ ଜେଲ୍‌କୁ ଯିବା ଗୌରବର କଥା ବୋଲି ସଭର୍‌କରୁ କହିଥିଲେ ।

(ଛ) ଶେଷ ଜୀବନରେ ମଧ୍ୟ ସଭର୍‌କର୍‌ଙ୍କୁ ଆଉଥରେ କାହିଁକି କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା ?
Answer:
ନଜରବନ୍ଦୀରୁ ମୁକ୍ତ ହୋଇ ସଭର୍‌କର୍‌ ଦେଶସାରା ଭ୍ରମଣ କଲେ ଓ ମୁକ୍ତିକାମୀ ଜନତାଙ୍କୁ ଇଂରେଜ ସରକାର ବିରୋଧରେ ସଶସ୍ତ୍ର ସଂଗ୍ରାମ କରିବାକୁ ଆହ୍ଵାନ ଦେଲେ । ତେଣୁ ତାଙ୍କୁ ଜୀବନର ଶେଷ ପର୍ଯ୍ୟାୟରେ ମଧ୍ୟ ଆଉଥରେ କାରାବରଣ କରିବାକୁ ପଡ଼ିଥିଲା ।

(ଜି) ସ୍ଵାଧୀନତା ପରେ ଭାରତ ଦୁଇଭାଗ ହେବାରୁ କେଉଁ ନୂତନ ଦେଶଟି ସୃଷ୍ଟି ହେଲା ?
Answer:
ସ୍ଵାଧୀନତା ପରେ ଭାରତ ଦୁଇ ଭାଗ ହେବାରୁ ପାକିସ୍ତାନ ନାମକ ନୂତନ ଦେଶଟି ସୃଷ୍ଟି ହେଲା ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୩।
ନିମ୍ନଲିଖ ଉକ୍ତିଗୁଡ଼ିକ କିଏ କେତେବେଳେ କହିଛି ଲେଖ ।
(କ) ‘‘ବିଲାତର ରାଣୀ ଭିକ୍ଟୋରିଆ ଆମ ଶଙ୍ଖଦେଶର ରାଣୀ । ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା ???
Answer:
ଯେତେବେଳେ ବିଲାତର ରାଣୀଙ୍କ ମୃତ୍ୟୁରେ ଭାରତରେ ସର୍ବତ୍ର ଶୋକ ପାଳିତ ହେଲା, ସେହି ସମୟରେ ସଭର୍‌କର୍ ମିତ୍ରମେଳାର ସଦସ୍ୟମାନଙ୍କର ଏକ ବୈଠକ ଡାକି ଏହି କଥା କହିଥିଲେ ।

(ଖ) ‘‘ଆରେ ତାତ୍ୟା, ତୁ ଏଠାକୁ ଆସିଲୁ କିପରି ???
Answer:
ଦିନେ ଘଣା ପେଲିସାରି ସଭର୍‌କର୍‌ ନିଜର କୋଠରିକୁ ଫେରୁଥିଲେ । ହଠାତ୍ ସେଠାରେ କଏଦୀ ଥ‌ିବା ତାଙ୍କର ବଡ଼ଭାଇ ଗଣେଶଙ୍କ ସହିତ ଦେଖାହେଲା । ସେ ସଭକର୍‌ଙ୍କୁ ଆଲିଙ୍ଗନ କରି ଏହି କଥା କହିଥିଲେ ।

Question ୪।
ସରଳ ଭାଷାରେ ବୁଝାଇ ଲେଖ ।
(କ) ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ !
Answer:
ମହାରାଷ୍ଟ୍ରରେ ……………………………….. ଗ୍ରହଣ କଲେ !
ଶଂସିତ ଗଦ୍ୟାଶଟି ରାମପ୍ରସାଦ ମହାନ୍ତିଙ୍କ ଲିଖ୍ ‘ଦେଶପ୍ରେମୀ କଏଦୀ’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖକ ବାଳଗଙ୍ଗାଧର ତିଳକ ସଭର୍‌କର୍‌ଙ୍କର ସାହସିକତାରେ ମୁଗ୍‌ଧ ହୋଇ ଯେଉଁ ମନ୍ତବ୍ୟ ଦେଇଥିଲେ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତ୍ରା ଅଠର ବର୍ଷ ବୟସରେ ସଭର୍‌କର୍ ମିତ୍ରମେଳା ନାମକ ଏକ ବିପ୍ଳବୀ ଦଳ ଗଢ଼ିଥିଲେ । ୧୯୦୧ ମସିହାରେ ବିଲାତର ରାଣୀ ଭିକ୍ଟୋରିଆଙ୍କର ମୃତ୍ୟୁ ହେଲା । ଭାରତର ସବୁଆଡ଼େ ଶୋକ ପାଳିତ ହେଲା । ମାତ୍ର ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳି ନଥିଲେ । ସଭର୍‌କର୍ ଏକ ବୈଠକ ଡାକି ଶତ୍ରୁଦେଶର ରାଣୀ ଭିକ୍ଟୋରିଆଙ୍କର ମୃତ୍ୟୁରେ ଶୋକ ନ ପାଳିବାକୁ ନିଜର ଓଜସ୍ବିନୀ ଭାଷଣରେ କହିଥିଲେ ।

ତାଙ୍କର ଏହି ଭାଷଣ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଲା । ସରକାର କ୍ଷୁବ୍‌ଧ ହୋଇ ତାଙ୍କୁ କଲେଜରୁ ବହିଷ୍କୃତ କଲେ । ଏହି ସମ୍ବାଦ ପଢ଼ି ଲୋକମାନ୍ୟ ତିଳକଙ୍କ ମୁଖରୁ ସ୍ଵତଃ ବାହାରି ପଡ଼ିଲା, ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ‘ଗ୍ରହଣ କଲେ ।’ ଶିବାଜୀଙ୍କ ପରି ଅଦ୍ବିତୀୟ ବୀର ଓ ସାହସୀ ଆଉ କେହି ନଥିଲେ । ଠିକ୍ ସେପରି ସାହସିକତାର ପରିଚୟ ଦେଇଥିବାରୁ ତିଳକ ସଭର୍‌କର୍‌ଙ୍କୁ ଲକ୍ଷ୍ୟ କରି ଏପରି କହିଥିଲେ । ବାସ୍ତବରେ ତିଳକଙ୍କର ଏହି ଉକ୍ତି ସଭର୍‌କର୍‌ଙ୍କ ପାଇଁ ଯଥାର୍ଥ ଅଟେ ।

(ଖ) ମହାବଳବାନ୍ ସିଂହକୁ ପିଞ୍ଜରାମୁକ୍ତ କରି କିଏ ବା ନିଶ୍ଚିନ୍ତ ହୋଇପାରିବ ।
Answer:
ମହାବଳବାନ୍ ……………………………. ହୋଇପାରିବ ।
ଉଦ୍ଧୃତାଂଶଟି ରାମପ୍ରସାଦ ମହାନ୍ତିଙ୍କ ଲିଖ୍ ‘ଦେଶପ୍ରେମୀ କଏଦୀ’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖକ ସଭରକର୍‌ଙ୍କ ସିଂହବିକ୍ରମ ସମ୍ପର୍କରେ ବର୍ଣ୍ଣନା କରିଛନ୍ତ୍ରି । ସଭରକରୁ ଆଣ୍ଡାମାନ ଦ୍ଵୀପରେ ‘କଳାପାଣି’ ଦଣ୍ଡାଦେଶ ପାଇ ଦୁଃଖଦ ଜୀବନ କାଟୁଥିବାବେଳେ ହଠାତ୍ ଦିନେ ବଡ଼ଭାଇ ଗଣେଶଙ୍କୁ ଦେଖ‌ିଲେ । ଦୁଇଭାଇ ବହୁ ସମୟ କାନ୍ଦିଲେ । ପରସ୍ପରକୁ ଆଲିଙ୍ଗନ କଲେ, କଥାବାର୍ତ୍ତା ହେଲେ; ମାତ୍ର ପ୍ରହରୀ ସେମାନଙ୍କୁ ଅଧିକ କଥାବାର୍ତ୍ତା ପାଇଁ ସୁଯୋଗ ଦେଲା ନାହିଁ । ଦୁଇଭାଇ ସେଠାରେ ଦଶବର୍ଷ କାଳ ଦଣ୍ଡ ଭୋଗକରି ଏକସଙ୍ଗେ ମୁକ୍ତ ହୋଇ ଫେରିଆସିଲେ ନିଜ ଦେଶକୁ । ସଭକର୍‌ଙ୍କ ଉପରେ ଇଂରେଜ ସରକାର ଦୃଢ଼ ନଜର ରଖୁଥାଆନ୍ତି ।

ତାଙ୍କର ସରକାର ବିରୋଧୀ କାର୍ଯ୍ୟକଳାପ ଶାସକଙ୍କ ମନରେ ଆତଙ୍କ ସୃଷ୍ଟି କରିଥାଏ । ଭାରତକୁ ପରାଧୀନତାରୁ ମୁକ୍ତ କରିବାପାଇଁ ସେ ଆନ୍ଦୋଳନାତ୍ମକ କାର୍ଯ୍ୟ କରୁଥିଲେ । ତେଣୁ ଇଂରେଜ ସରକାର ତାଙ୍କୁ କାରାମୁକ୍ତ କରି ନିଶ୍ଚିନ୍ତ ନଥିଲେ ।
ସର୍ବଦା ତାଙ୍କର ଚାଲିଚଳନକୁ ଲକ୍ଷ୍ୟ କରୁଥିଲେ । ତାଙ୍କୁ ପୁନର୍ବାର ବନ୍ଦି କରାଯାଇ ଅଲିପୁର ଜେଲ୍‌ରେ ନଜରବନ୍ଦୀଭାବେ ରଖାଗଲା।

Question ୫।
ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଠନ କର ।
କୃତସଂକଳ୍ପ, ଆହ୍ଵାନ, ପ୍ରତ୍ୟାବର୍ତ୍ତନ, ଅବିସ୍ମରଣୀୟ, ଉନ୍ମତ୍ତ, ଓଜସ୍ବିନୀ, ଆଭାସ
Answer:
କୃତସଂକଳ୍ପ – କାର୍ଯ୍ୟଟିକୁ ସଫଳ କରିବାପାଇଁ ରାମ କୃତସଂକଳ୍ପ ହୋଇଛି ।
ଆହ୍ବାନ – ମହାତ୍ମାଗାନ୍ଧୀଙ୍କ ଆହ୍ବାନରେ ଦେଶବାସୀ ଏକଜୁଟ ହୋଇଥିଲେ ।
ପ୍ରତ୍ୟାବର୍ତ୍ତନ – ସନ୍ଧ୍ୟାରେ ପକ୍ଷୀମାନେ ବସାକୁ ପ୍ରତ୍ୟାବର୍ତ୍ତନ କରନ୍ତି ।
ଅବିସ୍ମରଣୀୟ – ଗୋପବନ୍ଧୁ ଆମ୍ଭମାନଙ୍କର ଅବିସ୍ମରଣୀୟ ହୋଇ ରହିଛନ୍ତି ।
ଉନ୍ମତ୍ତ – ଲୋକଟି ଉନ୍ମତ୍ତ ପରି ଘୂରି ବୁଲୁଛି ।
ଓଜସ୍ବିନୀ – ଗାନ୍ଧିଜୀଙ୍କ ଓଜସ୍ବିନୀ ଭାଷଣ ଲୋକଙ୍କୁ ମୁଗ୍‌ଧ କଲା ।
ଆଭାସ – ତାଙ୍କ ମୁହଁରୁ ଚିନ୍ତାର ଆଭାସ ଜଣାପଡୁଛି ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୬।
ନିମ୍ନରେ କେତୋଟି ଶବ୍ଦ ଦିଆଯାଇଛି । ସେଗୁଡ଼ିକର ଡାହାଣ ପାଖରେ ‘ରତ’ ଶବ୍ଦ ଯୋଗକରି ନୂଆ ଶବ୍ଦ ଲେଖ ଓ ସେଇ ନୂଆ ଶବ୍ଦକୁ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ଗଠନ କର ।
ସଂଗ୍ରାମ, କାର୍ଯ୍ୟ, ଅଧ୍ୟୟନ, ସାଧନା
Answer:
ସଂଗ୍ରାମରତ – ନିଜର ଦାବି ହାସଲ ପାଇଁ ହରି ସର୍ବଦା ସଂଗ୍ରାମରତ ରହିଛି ।
କାର୍ଯ୍ୟରତ – କାର୍ଯ୍ୟରତ ମନୁଷ୍ୟ ହାରିଯାଏ ନାହିଁ ।
ଅଧ୍ୟୟନରତ – ଛାତ୍ର ସଫଳତା ପାଏ ।
ସାଧନାରତ – ଶିଳ୍ପୀ ନିଜର କଳାନିପୁଣତା ପ୍ରଦର୍ଶନ କଲେ ।

Question ୭।
ନିମ୍ନ ଗଦ୍ୟାଶରେ ଥ‌ିବା ଭିନ୍ନ ଭିନ୍ନ ମାତ୍ରା ଓ ଫଳାଗୁଡ଼ିକୁ ଚିହ୍ନଟ କର :
୧୯୦୧ ମସିହାରେ ଯେତେବେଳେ ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁହେଲା ଭାରତରେ ସର୍ବତ୍ର ଶୋକ ପାଳିତ ହେଲା କିନ୍ତୁ, ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ । ସଭର୍‌କର୍ ଗୋଟିଏ ବୈଠକ ଡାକି ସେଥ‌ିରେ ଓଜସ୍ବିନୀ ଭାଷଣ ଦେଲେ । ସେ କହିଲେ ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁଦେଶର ରାଣୀ ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା ।
Answer:
ଉକ୍ତ ଗଦ୍ୟାଂଶରେ ଥିବା

ମାତ୍ରା ଫଳା
‘ଏ’ କାର, ‘ଇ’ କାର, ‘ଈ’ କାର, ‘ଆ’ କାର, ‘ଉ’ କାର, ‘ଓ’ କାର, ‘ଐ’ କାର ‘ୟ’ ଫଳା, ‘ର’ ଫଳା, ‘ବ’ ଫଳା, ‘ର’ ଫଳା, ‘ଟ’ ଫଳା

Question ୮।
‘ଲୋକମାନେ ଶୋକ ପାଳନ କଲେ ।’ ଏହି ବାକ୍ୟକୁ ଭବିଷ୍ୟତ କାଳରେ ପରିବର୍ତ୍ତନ କଲେ ହେବ– ‘ଲୋକମାନେ ଶୋକ ପାଳନ କରିବେ ।’ ସେହିପରି ନିମ୍ନଲିଖ୍ ବାକ୍ୟଗୁଡ଼ିକୁ ଭବିଷ୍ୟତ କାଳରେ ପରିବର୍ତ୍ତନ କରି ଲେଖ ।
(କ) ସିପାହୀମାନେ ତାଙ୍କ ପାଖରେ ପହଞ୍ଚିଗଲେ ।
(ଖ) ସରକାର ତାଙ୍କ ଉପରୁ କଟକଣା ଉଠାଇନେଲେ ।
(ଗ) ରାଜଦ୍ରୋହ ଅପରାଧରେ ତାଙ୍କୁ ବନ୍ଦୀ କରାଗଲା ।
(ଘ) ସେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ ।
Answer:
(କ) ସିପାହୀମାନେ ତାଙ୍କ ପାଖରେ ପହଞ୍ଚିଯିବେ ।
(ଖ) ସରକାର ତାଙ୍କ ଉପରୁ କଟକଣା ଉଠାଇନେବେ ।
(ଗ) ରାଜଦ୍ରୋହ ଅପରାଧରେ ତାଙ୍କୁ ବନ୍ଦୀ କରାଯିବ ।
(ଘ) ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବେ ।

Question ୯।
‘ବଳ’ ଶବ୍ଦରେ ‘ବାନ୍’ ଲଗାଇଲେ ‘ବଳବାନ୍’ ହେବ । ସେହିପରି ନିମ୍ନଲିଖ୍ ଶବ୍ଦରେ ‘ବାନ୍’ ଲଗାଇ ନୂଆ ଶବ୍ଦ ଲେଖ ।
ଧନ, ମୂଲ୍ୟ, ଜ୍ଞାନ, ଶ୍ରଦ୍ଧା, ନ୍ୟାୟ
Answer:
ଧନ – ଧନବାନ୍
ମୂଲ୍ୟ – ମୂଲ୍ୟବାନ୍
ଜ୍ଞାନ – ଜ୍ଞାନବାନ୍
ଶ୍ରଦ୍ଧା – ଶ୍ରଦ୍ଧାବାନ୍
ନ୍ୟାୟ – ନ୍ୟାୟବାନ୍

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୧୦।
‘‘କଳାପାଣି ନାଆଁ ଶୁଣିଲେ ଅନେକ ବନ୍ଦୀଙ୍କ ସେ ସ୍ନାନ କରିବ ।”’
ପାଠର ଏହି ଅନୁଚ୍ଛେଦଟି ପଢ଼ । ଏପରି ପ୍ରଶ୍ନଗୁଡ଼ିଏ ତିଆରି କର, ଯେଉଁଗୁଡ଼ିକର ଉତ୍ତର ସେହି ଅନୁଚ୍ଛେଦରୁ ହିଁ ମିଳିବ ।
Answer:
(୧) କଳାପାଣି ନାଁ ଶୁଣି ବନ୍ଦୀଙ୍କ ହୃତସ୍ପନ୍ଦନ ବଢ଼ି ଯାଉଥୁଲା କାହିଁକି ?
(୨) ବନ୍ଦୀମାନେ ସେଠାରେ କି କାର୍ଯ୍ୟ କରୁଥିଲେ ?
(୩) କଏଦୀଙ୍କ ପିଠିରେ ଚାବୁକ ପ୍ରହାର ବସୁଥିଲା କାହିଁକି ?
(୪) ପ୍ରତିଦିନ ଜଣେ କଏଦୀଙ୍କୁ କେତେ ତେଲ ପେଡ଼ିବାକୁ ପଡୁଥିଲା ?
(୫) ଦୈନିକ କେତେ ଜଳ ପିଇବାକୁ ମିଳୁଥିଲା ?
(୬) ଠେଙ୍ଗିଣି ମାଡ଼ କାହିଁକି ବସୁଥିଲା ?
(୭) କଏଦୀମାନେ କିପରି ସ୍ନାନ କରୁଥିଲେ ?

Question ୧୧।
ଯେପରି ଉଚ୍ଚ ଉଚ୍ଚତର ଉଚ୍ଚତମ ସେହିପରି ତଳ ଶବ୍ଦଗୁଡ଼ିକ କ’ଣ ହେବ ଲେଖ ।
କ୍ଷୁଦ୍ର, ପ୍ରିୟ, ଲଘୁ
Answer:
କ୍ଷୁଦ୍ର, – କ୍ଷୁବ୍ରତର- କ୍ଷୁଦ୍ରତମ
ପ୍ରିୟ, – ପ୍ରିୟତର – ପ୍ରିୟତମ
ଲଘୁ – ଲଘୁତର – ଲଘୁତମ

Question ୧୨।
‘ମହାରାଣୀ’ ଶବ୍ଦକୁ ପୁଂଲିଙ୍ଗରେ ଲେଖିଲେ ହେବ ‘ମହାରାଜା’ । ସେହିପରି ନିମ୍ନଲିଖ୍ ଶବ୍ଦଗୁଡ଼ିକର ପୁଂଲିଙ୍ଗ ରୂପ କ’ଣ ହେବ ଲେଖ ।
ସାହେବାଣୀ, ମୂଲିଆଣୀ, ସମୁଦୁଣୀ, ବାଘୁଣୀ, ଭିକାରୁଣୀ
Answer:
ସାହେବାଣୀ – ସାହେବ
ବାଘୁଣୀ – ବାଘ
ମୂଲିଆଣୀ – ମୂଲିଆ
ଭିକାରୁଣୀ – ଭିକାରି
ସମୁଦୁଣୀ – ସମୁଦି

Question ୧୩।
ତଳଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ସଭର୍‌କର୍‌ଙ୍କ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
ଓଜସ୍ବିନୀ, ବହିଷ୍କାର, କ୍ଷୁବ୍ଧ, ସ୍ଵଦେଶ, ଆହ୍ଵାନ
Answer:
ସଭର୍‌କର୍ ଗୋଟିଏ ବୈଠକ ଡାକି ସେଥ୍ରେ ଓଜସ୍ବିନୀ ଭାଷଣ ଦେଲେ । ତାଙ୍କର ଭାଷଣ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଲା । ସରକାର କ୍ଷୁବ୍‌ଧ ହୋଇ ଏହି ଯୁବକଙ୍କୁ କଲେଜରୁ ବହିଷ୍କାର କରିଦେଲେ । ଦିନେ ସଭର୍‌କର୍ ଲୋକମାନ୍ୟ ତିଳକଙ୍କଠାରୁ ଏକ ବାର୍ତ୍ତା ପାଇ ତାଙ୍କୁ ସାକ୍ଷାତ୍ କଲେ । ତାଙ୍କ ପାଦ ସ୍ପର୍ଶକରି ସ୍ଵଦେଶ ପାଇଁ କାମ କରିବାକୁ ସେ ତାଙ୍କର ଆଶୀର୍ବାଦ ଭିକ୍ଷାକଲେ । ଦେଶରେ ସ୍ଵାଧୀନତା ଆନ୍ଦୋଳନ ଚାଲିଥାଏ । ବିଦେଶୀ ଦ୍ରବ୍ୟ ବ୍ୟବହାର ନ କରିବାକୁ ଗାନ୍ଧିଜୀ ଆହ୍ବାନ ଦେଉଥା’ନ୍ତି । ସଭର୍‌କର୍ ସେହି ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ସାଜିଥିଲେ ।

ତୁମ ପାଇଁ କାମ:

୧। ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥ‌ିବା କିଛି ବିପ୍ଳବୀଙ୍କର ଏକ ତାଲିକା ପ୍ରସ୍ତୁତ କର ।
୨। ବାଳଗଙ୍ଗାଧର ତିଳକଙ୍କର ଜୀବନୀ ସଂଗ୍ରହ କରି ପଢ଼ ।
୩ । ସଭର୍‌କର୍‌ଙ୍କ ଜୀବନୀ ସଂଗ୍ରହ କରି ପଢ଼ ।

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ‘ସାୟାହ୍ନ’ର ଅର୍ଥ – ରାତ୍ରିକାଳ / ସନ୍ଧ୍ୟାକାଳ / ସକାଳ ସନ୍ଧ୍ୟାକାଳ

(ଖ) ବନାନ ଠିକ୍ କରି ଲେଖ ।
Answer:
(୧) ଓଜସ୍ବିନୀ – ଓଜସ୍ବିନୀ
(୨) ବହିସ୍ତୃତ – ବହିଷ୍କୃତ

(ଗ) ଘନ ସବୁଜ ବିସ୍ତୃତ ଅରଣ୍ୟରେ ଏହା ଆଚ୍ଛନ୍ନ । ଏହି ବାକ୍ୟରେ ‘ବନାନୀ’ ବ୍ୟବହାର କରି ବାକ୍ୟଟି
Answer:
ଘନ ସବୁଜ ବନାନୀରେ ଏହା ଆଚ୍ଛନ୍ନ ।

(ଘ) ବିପରୀତ ଶବ୍ଦ ଲେଖ ।
Answer:
(୧) ଜନାକୀର୍ୟ – ଜନବିରଳ
(୨) ମିତ୍ର – ଶତ୍ରୁ
(୩) ବୀର – ଭୀରୁ
(୫) ଆତ୍ମଗୋପନ – ଆତ୍ମପ୍ରକାଶ
(୪) ନିଶ୍ଚଳ – ଚଞ୍ଚଳ
(୬) ଅନୁଜ – ଅଗ୍ରଜ
(୭) ତ୍ୟାଗ – ଭୋଗ
(୮) ପିଞ୍ଜରାବଦ୍ଧ – ପିଞ୍ଜରାମୁକ୍ତ

(ଙ) ଲମ୍ଫ ପ୍ରଦାନର ଅର୍ଥ – ଡେଇଁବା / କୁଦା ମାରିବା / ଦୌଡ଼ିବା
Answer:
କୁଦା ମାରିବା

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଦେଶ ସ୍ଵାଧୀନ ହେଲା ପରେ ମଧ୍ୟ ସଭର୍‌କର୍‌ କାହିଁକି ଶାନ୍ତି ପାଇପାରିଲେ ନାହିଁ ?
Answer:
ଜୀବନସାରା ଜେଲ୍ସଦଣ୍ଡ ସହି, ବହୁ ସଂଗ୍ରାମ କରି ସଭର୍‌କର୍ ମାତୃଭୂମିକୁ ସ୍ଵାଧୀନ କରିବାକୁ ଚାହିଁଥିଲେ । ଭାରତ ସ୍ଵାଧୀନ ହେଲା ସତ, କିନ୍ତୁ ପାକିସ୍ତାନ ଓ ଭାରତ ଏହିପରି ଦୁଇ ଭାଗରେ ବିଭକ୍ତ ହେଲା । ଦେଶର ବିଭାଜନ ହେତୁ ସଭକର୍‌ ଶାନ୍ତି ପାଇପାରିଲେ ନାହିଁ ।

(ଖ) ସଭର୍‌କର୍ ବନ୍ଦୀ ଅବସ୍ଥାରେ ବିଲାତରୁ ଭାରତ ଆସୁଥ‌ିବା ଜାହାଜଟିର ନାମ କ’ଣ ଥିଲା ?
Answer:
ସଭର୍‌କର୍‌ ବନ୍ଦୀ ଅବସ୍ଥାରେ ବିଲାତରୁ ଭାରତ ଆସୁଥିବା ଜାହାଜଟିର ନାମ ‘ମେରିଆ’ ଥିଲା ।

(ଗ) ସଭର୍‌କର୍ ବିଲାତରେ ବନ୍ଦୀ ହୋଇଥିଲେ କାହିଁକି ?
Answer:
ଆଇନ ଅଧ୍ୟୟନ ନିମନ୍ତେ ସଭକର୍ ବିଲାତ ଯାଇ ସେଠାରେ ମଧ୍ୟ ଭାରତରୁ ଇଂରେଜ ଶାସନ ଲୋପ କରିବା ନିମନ୍ତେ ଉଦ୍ୟମ କରିଥିଲେ । ତେଣୁ ରାଜନୈତିକ ଅପରାଧରେ ସେ ସେଠାରେ ବନ୍ଦୀ ହୋଇଥିଲେ ।

(ଘ) ଇଂରେଜ ସାମ୍ବାଦିକ ଜଣକ କାହିଁକି ଜେଲ୍ସଦଣ୍ଡ ଭୋଗିଲେ ?
Answer:
ସଭର୍‌କର୍‌ଙ୍କର ନିଜର ଜନ୍ମଭୂମି ପ୍ରତି ମମତା ଓ ସର୍ବସ୍ଵ ତ୍ୟାଗ କରିବାର ସଙ୍କଳ୍ପ ଦେଖୁ ଇଂରେଜ ସାମ୍ବାଦିକ ବିସ୍ମୟାନ୍ଵିତ ହେଲେ ଏବଂ ତାଙ୍କର ଦେଶପ୍ରେମର ବିବରଣୀ ସେ ପ୍ରଶଂସାର ସହିତ ସମ୍ବାଦପତ୍ରରେ ପ୍ରକାଶ କରିଥିଲେ । ତେଣୁ ସରକାର ରାଗିଯାଇ ତାଙ୍କୁ ବନ୍ଦୀ କରିଥିଲେ ଓ ସଭର୍‌କର୍ ରହୁଥ‌ିବା ଜେଲ୍‌ରେ ଜେଣ୍ଡ ଭୋଗିବାକୁ ପଠାଇ ଦେଇଥିଲେ ।

(ଙ) ସ୍ଵାଧୀନତା ଆନ୍ଦୋଳନରେ କିପରି ସଭର୍‌କର୍ ଅଂଶଗ୍ରହଣ କରିଥିଲେ ?
Answer:
ଲୋକମାନ୍ୟ ବାଳ ଗଙ୍ଗାଧର ତିଳକଙ୍କୁ ସାକ୍ଷାତ୍ କରି ସଭର୍‌କର୍ ସ୍ବଦେଶ ପାଇଁ କାମ କରିବା ଲାଗି ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ସେତେବେଳକୁ ସ୍ଵାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା । ବିଦେଶୀ ଦ୍ରବ୍ୟ ବର୍ଜନ କରିବା, ବିଲାତି ବସ୍ତ୍ରରେ ନିଆଁ ଲଗାଇବା ଇତ୍ୟାଦି କାର୍ଯ୍ୟ ଦେଶସାରା ଚାଲିଥିଲା । ଯୁବକ ସଭର୍‌କର ଏହି ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ଥିଲେ ।

(ଚ) ସଭର୍‌କରଙ୍କ ପୂରାନାମ କ’ଣ ?
Answer:
ସଭର୍‌କରଙ୍କ ପୂରାନାମ ବିନାୟକ ଦାମୋଦର ସଭର୍‌କର୍ ।

(ଛ) ଲୋକମାନ୍ୟ ତିଲକଜୀ ଯୁବକ ସଭକର୍‌ଙ୍କୁ କାହିଁକି ଡକାଇଥିଲେ ?
Answer:
ସ୍ଵାଧୀନତା ଆନ୍ଦୋଳନର ଗୋଟିଏ ପର୍ଯ୍ୟାୟରେ ମହାତ୍ମାଗାନ୍ଧି ବିଦେଶୀ ଦ୍ରବ୍ୟ ବର୍ଜନ କରି ସ୍ଵଦେଶୀ ଜିନିଷ ବ୍ୟବହାର କରିବା ପାଇଁ ଡାକରା ଦେଇଥା’ନ୍ତି । ବିଦେଶୀ ଲୁଗା ଓ ଅନ୍ୟାନ୍ୟ ଜିନିଷମାନ ଲୋକେ ପୋଡ଼ି ଦେଉଥାନ୍ତି । ଏହି ପ୍ରବଳ ଜନ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳିତ କରିବା ପାଇଁ ସଭର୍‌କର୍‌ଙ୍କ ପରି ଦେଶପ୍ରେମୀ ଯୁବକଙ୍କ ଆବଶ୍ୟକତା ଅନୁଭବ କରି ସେତେବେଳର ଆମ ଭାରତର ଅନ୍ୟତମ ବରେଣ୍ୟ ନେତା ଲୋକମାନ୍ୟ ବାଲଗଙ୍ଗାଧର ତିଳକ ସଭର୍‌କର୍‌ଙ୍କୁ ଡକାଇଥିଲେ ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୩ ।
ସରଳାର୍ଥ ଲେଖ ।
(କ) ଦେଶ ସ୍ଵାଧୀନ ହେଲା ପରେ ମଧ୍ୟ ସେ ଶାନ୍ତିଲାଭ କରିପାରିଲେ ନାହିଁ, କାରଣ ତାଙ୍କ ସ୍ଵପ୍ନର
ଭାରତ ଦ୍ୱିଖଣ୍ଡିତ ହୋଇଯାଇଥିଲା
Answer:
ଦେଶ ସ୍ଵାଧୀନ ………………………………… ହୋଇଯାଇଥିଲା ।
ଉଦ୍ଧୃତାଂଶଟି ରାମପ୍ରସାଦ ମହାନ୍ତିଙ୍କ ଲିଖ୍ ‘ଦେଶପ୍ରେମୀ କଏଦୀ’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖକ ଦେଶ ସ୍ଵାଧୀନ ଓ ବିଭାଜନ ହେବା ସମ୍ପର୍କରେ ସଭର୍‌କରଙ୍କ ମନର ଅବସ୍ଥାକୁ ରୂପ ଦେଇଛନ୍ତି । ସଭର୍‌କର୍‌ ଥିଲେ ଦେଶପ୍ରେମୀ । ଦେଶକୁ ମୁକ୍ତ କରିବାପାଇଁ ବାରମ୍ବାର ଆନ୍ଦୋଳନ ଓ ବିପ୍ଳବର ଅଗ୍ରଦୂତ ସାଜି ସେ ଜେଲ୍ ଭୋଗିଥିଲେ । ଦେଶପାଇଁ ତାଙ୍କର ତ୍ୟାଗ ଅବିସ୍ମରଣୀୟ । ଦେଶର ସ୍ଵାଧୀନତାପାଇଁ ତାଙ୍କୁ ସାରାଜୀବନ ବିଦେଶୀ ସରକାରର ନିର୍ମମ ନିର୍ଯାତନା ଭୋଗିବାକୁ ପଡ଼ିଥିଲା । ଦେଶ ସ୍ଵାଧୀନ ହେଲା । ସୁଚତୁର ଇଂରେଜ ଶାସକ ବିଶାଳ ଭାରତ ଭୂଖଣ୍ଡକୁ ଦୁଇଭାଗରେ ବିଭକ୍ତ କରିଦେଲେ । ତାଙ୍କ ସ୍ବପ୍ନର ଭାରତ ଆଉ ପୂର୍ବଭଳି ଅଖଣ୍ଡ ରହିପାରିଲା ନାହିଁ । ପାକିସ୍ତାନ ସୃଷ୍ଟିକରି ଇଂରେଜମାନେ ଭାରତବର୍ଷକୁ ବିଭାଜିତ କରିଦେଲେ । ଫଳରେ ସ୍ଵାଧୀନତାର ଆନନ୍ଦ ସଭର୍‌କରଙ୍କୁ ଶାନ୍ତି ପ୍ରଦାନ କରିପାରିଲା ନାହିଁ । ଦେଶ ବିଭାଜନ ହେବା ଘଟଣାରେ ସେ ମର୍ମାହତ ହେଲେ ।

(ଖ) ‘ଦୁହେଁ ପରସ୍ପରକୁ ଚାହିଁ କିଛି ସମୟ ମୂକଭଳି ଠିଆହୋଇ ରହିଲେ ।’’
Answer:
‘ଦୁହେଁ ପରସ୍ପରକୁ …………………………….. ରହିଲେ ।’’
ଉକ୍ତ ଗଦ୍ୟାଶଟି ଆମ ସାହିତ୍ୟ ବହିର ‘ଦେଶ ପ୍ରେମୀ କଏଦୀ’ ବିଷୟରୁ ଆନୀତ । ଏଠାରେ ଲେଖକ ରାମଚନ୍ଦ୍ର ମହାନ୍ତି ସଭର୍‌କର୍‌ ଓ ତାଙ୍କ ବଡ଼ ଭାଇ ଗଣେଶଙ୍କର କିପରି ନାଟକୀୟ ଭାବରେ ଜେଲ୍ ଭିତରେ ଦେଖା ସାକ୍ଷାତ୍ ହୋଇଗଲା, ତାହା ବର୍ଣ୍ଣନା କରିଛନ୍ତି । ସଭର୍‌କର୍ ଓ ତାଙ୍କ ବଡ଼ଭାଇ ଗଣେଶ ଉଭୟ ଦେଶବତ୍ସଳ । ସେତେବେଳେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଇଂରେଜ ସରକାର ଦୃଢ଼ ହସ୍ତରେ ଦମନ କରୁଥିଲେ । ନିଜର ଅତି ଆପଣାର ଦେଶ ଭାରତକୁ ସ୍ଵାର୍ଥପର ଇଂରେଜ ସରକାରଙ୍କ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରୁଥିବା ଯୋଗୁ ସଭର୍‌କର କଳାପାଣି ପାରହୋଇ ଆଣ୍ଡାମାନ ଜେଲରେ ନିର୍ଯ୍ୟାତନା ଭୋଗୁଥା’ନ୍ତି ।

ସେତେବେଳେ ସେ ଜେଲ ଭିତରେ ଥାଇ ବାହ୍ୟ ଜଗତର କିଛି ଖୋଜଖବର ରଖ୍ଯାରୁ ନଥିଲେ । ତାଙ୍କର ବଡ଼ଭାଇ ମଧ୍ୟ ଦେଶପ୍ରେମୀର ଅପରାଧ ନେଇ ସେହି ଏକା ଜେଲ୍‌ରେ ଥା’ନ୍ତି; କିନ୍ତୁ କେହି କାହାର ଖବର ଜାଣିପାରୁନାହାନ୍ତି, ଦିନେ ହଠାତ୍ ଘଣା ପେଲିସାରି ନିଜ କୋଠରିକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଏକ ନାଟକୀୟ ଭାବରେ ସଭର୍‌କରଙ୍କର ବଡ଼ଭାଇ ଗଣେଶଙ୍କ ସହ ଦେଖାହେଲା । କେହି କାହାରିକୁ ଜାଣି ନଥିବାରୁ ପ୍ରଥମେ ଦୁଇଭାଇ ପରସ୍ପରକୁ ଦେଖ୍ ବିସ୍ମିତ ହେଲେ । କାହାରି ପାଟିରୁ କଥା ବାହାରିଲା ନାହିଁ । ବଡ଼ଭାଇ ଗଣେଶ ଭାବିଥିଲେ, ସଭର୍‌କର୍ ହୁଏତ ଲଣ୍ଡନ କିମ୍ବା ପ୍ୟାରିସ୍‌ ଥ‌ିବା ଦେଶର ସ୍ଵାଧୀନତା ପାଇଁ ସେ ନିଶ୍ଚୟ ସେଠାରେ ସଂଗ୍ରାମ ଚଳାଉଥ‌ିବ ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୪।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଶେଷ ଜୀବନରେ ସଭର୍‌କରଙ୍କୁ କାହିଁକି ଆଉଥରେ କାରାବରଣ କରିବାକୁ ପଡ଼ିଥିଲା ?
Answer:
ଆଣ୍ଡାମାନରୁ ମୁକ୍ତହେବା ପରେ ସଭର୍‌କର୍ ସ୍ଵଦେଶକୁ ଫେରିଥିଲେ । ତଥାପି ସଭର୍‌କର୍‌ଙ୍କ ପ୍ରତି ଇଂରେଜମାନଙ୍କର ଖୁବ୍ ଭୟ ଥାଏ । ତେଣୁ ତାଙ୍କୁ ପୁନର୍ବାର ବନ୍ଦୀ କରାଯାଇ ବଙ୍ଗପ୍ରଦେଶର ଅଲିପୁର ଜେଲ୍‌କୁ ପଠାଇ ନଜରବନ୍ଦୀ ଭାବେ ରଖାଗଲା। ଏହାର ଷୋଳବର୍ଷ ପରେ ତାଙ୍କୁ ମୁକ୍ତ କରିଦିଆଗଲା । ବାର୍ଦ୍ଧକ୍ୟ ହେତୁ ସଭକର୍ କ୍ଳାନ୍ତ ଓ ଅବସନ୍ନ ହୋଇପଡ଼ିଥିବେ ବୋଲି ଇଂରେଜ ସରକାର ଭାବିଥିଲେ । ମାତ୍ର ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରି ସଭର୍‌କର୍ ଦେଶସାରା ଭ୍ରମଣ କଲେ ଓ ସଶସ୍ତ୍ର ସଂଗ୍ରାମ ପାଇଁ ଲୋକମାନଙ୍କୁ ଆହ୍ଵାନ ଦେଲେ । ତେଣୁ ଇଂରେଜ ସରକାର ତାଙ୍କୁ ଆଉଥରେ ବନ୍ଦୀକଲେ । ତେଣୁ ତାଙ୍କୁ ଶେଷ ଜୀବନରେ ଆଉଥରେ କାରାବରଣ କରିବାକୁ ପଡ଼ିଥିଲା ।

(ଖ) ଆଣ୍ଡାମାନର କଏଦୀମାନଙ୍କୁ କିପରି ଦଣ୍ଡ ଭୋଗ କରିବାକୁ ପଡୁଥିଲା ?
Answer:
ଆଣ୍ଡାମାନର ଜଳବାୟୁ ଖୁବ୍‌ ଅସ୍ବାସ୍ଥ୍ୟକର ଥିଲା । ବନ୍ଦୀମାନେ ବଳଦ ପରି ଘଣା ପେଲୁଥିଲେ । କଠିନ ଶ୍ରମ କରିବାକୁ ରାଜି ନ ହେଲେ ଚାବୁକ ପାହାର ଖାଉଥିଲେ । ଦିନକୁ ସେମାନେ ପନ୍ଦର ସେର ତେଲ ପେଡ଼ିବାକୁ ବାଧ୍ୟ । କମ୍ ହେଲେ ଛୁଟି ମିଳେ ନାହିଁ । ଟିକେ ଠିଆହେଲେ ଠେଙ୍ଗିଣି ମାଡ଼ ବସେ । ଲୁହ ବୋହିଲେ ବି ଆଖ୍ ପୋଛିବାକୁ ମନା । ଦିନକୁ ଦୁଇତାଟିଆ ପାଣିରୁ ଅଧ‌ିକ କେହି ପିଇପାରିବେ ନାହିଁ । ସ୍ନାନ କରିବା ସେମାନଙ୍କ ପାଇଁ ସ୍ୱପ୍ନର କଥା । କଏଦୀ ଘଣା ପେଲୁଥ‌ିବାବେଳେ ଯଦି ଭାଗ୍ୟକୁ ବର୍ଷା ହୁଏ, ତେବେ ସେ ସେହି ବର୍ଷାଜଳରେ ସ୍ନାନ କରୁଥିଲା । ଏହିପରି ଅକଥନୀୟ ଅତ୍ୟାଚାର ଭିତରେ କଏଦୀମାନଙ୍କୁ ଦଣ୍ଡ ଭୋଗ କରିବାକୁ ପଡୁଥିଲା ।

(ଗ) ‘‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ’’ ଏକଥା କିଏ କାହିଁକି କହିଥିଲେ ?
Answer:
ସଭର୍‌କର୍ ଆବାଲ୍ୟରୁ ଦେଶପ୍ରେମୀ ଥିଲେ । କଲେଜରେ ପଢୁଥିବାବେଳେ ମାତ୍ର ଅଠରବର୍ଷ ବୟସରେ ସେ ‘ମିତ୍ରମେଳା’ ନାମକ ଏକ ବିପ୍ଳବୀ ଦଳ ଗଢ଼ିଥିଲେ । ୧୯୦୧ ମସିହାରେ ଯେତେବେଳେ ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ହେଲା, ସେତେବେଳେ ଭାରତରେ ସର୍ବତ୍ର ଶୋକ ପାଳନ କରାଗଲା; ମାତ୍ର ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ । ସଭର୍‌କର୍ ଏକ ବୈଠକ ଡାକି ସେଥ୍ରେ ଓଜସ୍ବିନୀ ଭାଷଣ ଦେଲେ । ସେ କହିଲେ ଯେ ଭିକ୍ଟୋରିଆ ଆମ ଶତ୍ରୁ ଦେଶର ରାଣୀ ହୋଇଥିବାରୁ ତାଙ୍କ ବିୟୋଗରେ ଆମର ଶୋକ ପାଳିବା ଆବଶ୍ୟକ ନାହିଁ । ତାଙ୍କ ଭାଷଣ ସମ୍ବାଦପତ୍ରଗୁଡ଼ିକରେ ପ୍ରକାଶିତ ହେଲା । ସରକାର କ୍ଷୁବ୍ଧ ହୋଇ ତାଙ୍କୁ କଲେଜରୁ ବହିଷ୍କାର କଲେ । ସେତେବେଳେ ଦେଶର ବିଶିଷ୍ଟ ନେତା ବାଳ ଗଙ୍ଗାଧର ତିଳକ ଏହି ସମ୍ବାଦ ପଢ଼ିଥିଲେ । ତାଙ୍କ ଦେଶପ୍ରୀତି ଓ ସାହସିକତା ବିଷୟରେ ପଢ଼ି ତାଙ୍କ ପାଟିରୁ ସ୍ଵତଃ ବାହାରି ପଡ଼ିଥିଲା – ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ ।’’

(ଘ) ସଭର୍‌କର୍ ଗଢ଼ିଥ‌ିବା ବିପ୍ଳବୀ ଦଳର ନାମ କ’ଣ ଥିଲା ? ଏହି ଦଳର ସଦସ୍ୟମାନେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକଦିବସ ପାଳିଲେ ନାହିଁ କାହିଁକି ?
Answer:
ଦଳ ଗଢ଼ିଥିଲେ । ସେହି ଦଳର ନାମ ଥିଲା ‘ମିତ୍ରମେଳା’ । ୧୯୦୧ ମସିହାରେ ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ହେଲା । ସେଥ‌ିପାଇଁ ଭାରତରେ ସର୍ବତ୍ର ଶୋକ ପାଳିତ ହେଲା । କିନ୍ତୁ ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ । ସଭର୍‌କର୍ ମିତ୍ରମେଳାର ଏକ ବୈଠକ ଡାକି ସେଥ‌ିରେ ଓଜସ୍ବିନୀ ଭାଷଣ ଦେଇଥିଲେ । ସେ କହିଲେ ଯେ ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁଦେଶର ରାଣୀ । ତେଣୁ ତାଙ୍କ ମୃତ୍ୟୁରେ ଆମର ଶୋକ ପାଳିବାର ଆବଶ୍ୟକତା ନାହିଁ ।

(ଙ) ସଭକର୍‌ଙ୍କୁ କେଉଁ କାରଣରୁ ଆଣ୍ଡାମାନ ପଠା-ଯାଇଥିଲା ?
Answer:
କଲେଜ ଶିକ୍ଷା ଶେଷକଲା ପରେ ସଭକର୍‌ ଆଇନ ପଢ଼ିବାପାଇଁ ଲଣ୍ଡନ ଯାଇଥିଲେ । ବିଲାତରେ ଥାଇ ମଧ୍ୟ ସେ ଭାରତମାତାକୁ ସ୍ଵାଧୀନ କରିବାର ସ୍ବପ୍ନ ଦେଖୁଥା’ନ୍ତି । ସେ ବିଲାତରେ ସଙ୍ଗଠନ ଆରମ୍ଭ କରି ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ ଚଳାଇଲେ । ତେଣୁ ତାଙ୍କୁ ରାଜଦ୍ରୋହ ଅପରାଧରେ ବନ୍ଦୀ କରାଗଲା ଓ ଜାହାଜରେ ଭାରତର କୌଣସି ଏକ କାରାଗାରକୁ ପଠାଇ ଦିଆଗଲା । କିନ୍ତୁ ସେ ଜାହାଜରୁ ସମୁଦ୍ରକୁ ଡେଇଁପଡ଼ି ପଳାଇଯିବାକୁ ଚେଷ୍ଟାକରି ଧରାପଡ଼ିଗଲେ । ବନ୍ଦୀ ଅବସ୍ଥାରେ ଫେରାର ହେବା ତାଙ୍କ ପ୍ରତି ଅଧ‌ିକ କଠୋର ଦଣ୍ଡବିଧାନ କରାଯାଇ କଳାପାଣି ପାରିକରି ଆଣ୍ଡାମାନ ଜେଲକୁ ପଠାଇ ଦିଆଗଲା ।

ଲେଖକ ପରିଚୟ:

ରାମପ୍ରସାଦ ମହାନ୍ତି (୧୯୨୦) ପୁରୀ ଜିଲ୍ଲାର ନିମାପଡ଼ା ଥାନା ଅନ୍ତର୍ଗତ କରିଲୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ । ସେ ଅନେକ ଦିନ ଧରି ‘ମୀନାବଜାର’ ଓ ‘ଶିଶୁଲେଖା’ ଆଦି ଶିଶୁ ପତ୍ରିକାର ସମ୍ପାଦକ ଥିଲେ । ବହୁ ଗଳ୍ପ ଓ କବିତାର ସେ ରଚୟିତା । ‘ଲୁଲୁ ଆମ ପାରିବାର’, ‘ଦେଶପ୍ରେମୀ କଏଦୀର କାହାଣୀ’ ଆଦି ଗଳ୍ପଗୁଡ଼ିକ ତାଙ୍କ ରଚନା । ତାଙ୍କ ରଚିତ ଶିଶୁସାହିତ୍ୟ ପୁସ୍ତକ ‘ବଜାରେ ବଜା’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି।

ବିଷୟ ସୂଚନା:

ଲେଖା ଜରିଆରେ ଲୋକଙ୍କ ମନରେ ଦେଶପ୍ରେମ ସୃଷ୍ଟି କରିବା ଲେଖକଙ୍କର ଉଦ୍ଦେଶ୍ୟ । କଏଦୀ’ ବିଷୟରେ ସ୍ଵାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସଭର୍‌କରଙ୍କ ମାତୃଭୂମିର ମୁକ୍ତା ଆନ୍ଦୋଳନରେ ନିଃସ୍ୱାର୍ଥପର ସେବା ଓ ତ୍ୟାଗର କାହାଣୀ ବର୍ଣ୍ଣିତ ହୋଇଛି ।

ସାରକଥା:

ଦାମୋଦର ସଭର୍‌କର୍ ଜଣେ ସ୍ଵାଧୀନତା ସଂଗ୍ରାମୀ । ସେ ଜଣେ ଦେଶଭକ୍ତ ଏବଂ ବିପ୍ଳବୀ ଯୁବକ ଥିଲେ । ଜନ୍ମଭୂମିପାଇଁ ଜୀବନସାରା ଦୁଃଖ ସହିଥିଲେ । ବିଲାତରେ ଆଇନ ପଢ଼ିବା ପାଇଁ ଯାଇ ସେ ମାତୃଭୂମିକୁ ଶୃଙ୍ଖଳମୁକ୍ତ କରିବା ପାଇଁ ଉଦ୍ୟମ କରୁଥିବା ଅପରାଧରେ ରାଜନୈତିକ ବନ୍ଦୀ ସାଜି ଜାହାଜ ଯୋଗେ ଭାରତର ଏକ ଜେଲକୁ ଚାଲାଣ ହେଉଥାଆନ୍ତି । ସମୁଦ୍ରରେ ଜାହାଜ ଆସୁଥାଏ । ବନ୍ଦୀ ଜଣଙ୍କର ମୁହଁରେ ଅଜସ୍ର ଚିନ୍ତାର ଚିହ୍ନ । ତାଙ୍କୁ ଜାହାଜର ଯେଉଁ ପ୍ରକୋଷ୍ଠରେ ରଖାଯାଇଥାଏ, ସେହି ପ୍ରକୋଷ୍ଠ ଆଗରେ ସଶସ୍ତ୍ର ପ୍ରହରୀ ପଦଚାରଣ କରୁଥା’ନ୍ତି ।

ବିଲାତରେ ଗିରଫ ହୋଇ ସେ ଯେତେବେଳେ ହାଜତକୁ ଗଲେ, ସେତେବେଳେ ଜଣେ ଇଂରେଜ ସାମ୍ବାଦିକ ତାଙ୍କୁ ଜଣାଇଥିଲେ ଯେ, ତାଙ୍କର ଅନ୍ୟ ଦୁଇଭାଇଙ୍କୁ ମଧ୍ୟ ଜେଲ୍‌କୁ ନିଆଗଲାଣି । ଏହା ଶୁଣି ସେ ଆନନ୍ଦରେ କହିଲେ ଏ ତ ଗୌରବର କଥା । ମୋର ସୌଭାଗ୍ୟ ଯେ ଆମ ପରିବାରର ସମସ୍ତେ ଜନ୍ମଭୂମିର ପରାଧୀନତା ଶୃଙ୍ଖଳକୁ ଛିନ୍ନ କରିବାଲାଗି

ସଭର୍‌କର୍‌ଙ୍କ ପିଲାଦିନର ନାମ ଥିଲା ତାତ୍ୟା । ସେ ମହାରାଷ୍ଟ୍ରର ନାସିକ ଜିଲ୍ଲା ଅନ୍ତର୍ଗତ ଭଗ୍ନର ନାମକ ଗାଆଁରେ ୧୮୮୩ ମସିହା ମଇମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ପଛ ସଭର୍‌କର୍ । ମାଆଙ୍କ ନାମ ରାଧାବାଈ । ତାଙ୍କର ବଡ଼ଭାଇ ଥିଲେ ଗଣେଶ ଦାମୋଦର ଓ ସାନଭାଇ ନାରାୟଣ ରାଓ । ତାଙ୍କର ମାତୃଭୂମି ପ୍ରତି ଏପରି ମମତା ଓ ସାହସିକତା ଦେଖୁ ସାମ୍ବାଦିକ ଜଣକ ପ୍ରଶଂସା କରି ଏକ ଲେଖା ଲେଖିଥିଲେ । ଫଳରେ ସାମ୍ବାଦିକଙ୍କୁ ମଧ୍ୟ ତାଙ୍କ ସହିତ ଏକ ଜେଲ୍‌ରେ ରହିବାକୁ ପଡ଼ିଥିଲା । ଜାହାଜରେ ଆସୁଥିବାବେଳେ ତାଙ୍କ ମନରେ ଅନେକ ସ୍ମୃତି ଉଙ୍କି ମାରୁଥାଏ । ସେ ଉଠି ସ୍ନାନାଗାରକୁ ଗଲେ । ସେଠାରେ ଗୋଟିଏ ଦର୍ପଣ ଏପରି ଭାବରେ ଲାଗିଥାଏ ଯେ, ଭିତରେ ଯିଏ ବଦ୍ଧପରିକର, ସର୍ବସ୍ଵ ତ୍ୟାଗ କରିବାପାଇଁ କୃତସଂକଳ୍ପ ।’’

ସଭର୍‌କର୍‌ଙ୍କ ପିଲାଦିନର ନାମ ଥିଲା ତାତ୍ୟା । ସେ ମହାରାଷ୍ଟ୍ରର ନାସିକ ଜିଲ୍ଲା ଅନ୍ତର୍ଗତ ଭଗୁର ନାମକ ଗାଆଁରେ ୧୮୮୩ ମସିହା ମଇମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ପଛ ସଭର୍‌କର୍‌ । ମାଆଙ୍କ ନାମ ରାଧାବାଈ । ତାଙ୍କର ବଡ଼ଭାଇ ଥିଲେ ଗଣେଶ ଦାମୋଦର ଓ ସାନଭାଇ ନାରାୟଣ ରାଓ । ତାଙ୍କର ମାତୃଭୂମି ପ୍ରତି ଏପରି ମମତା ଓ ସାହସିକତା ଦେଖୁ ସାମ୍ବାଦିକ ଜଣକ ପ୍ରଶଂସା କରି ଏକ ଲେଖା ଲେଖିଥିଲେ । ଫଳରେ ସାମ୍ବାଦିକଙ୍କୁ ମଧ୍ୟ ତାଙ୍କ ସହିତ ଏକ ଜେଲ୍‌ରେ ରହିବାକୁ ପଡ଼ିଥିଲା । ଜାହାଜରେ ଆସୁଥିବାବେଳେ ତାଙ୍କ ମନରେ ଅନେକ ସ୍ମୃତି ଉଙ୍କି ମାରୁଥାଏ । ସେ ଉଠି ସ୍ନାନାଗାରକୁ ଗଲେ । ସେଠାରେ ଗୋଟିଏ ଦର୍ପଣ ଏପରି ଭାବରେ ଲାଗିଥାଏ ଯେ, ଭିତରେ ଯିଏ

ଯାହା କରିବ ବାହାରେ ଥ‌ିବା ପ୍ରହରୀ ସବୁ ଦେଖୁରିବ । ସେ ଚତୁରତାର ସହ ଦର୍ପଣ ଉପରେ ନିଜର ଜାମା କାଢ଼ି ଟାଙ୍ଗିଦେଲେ, ଫଳରେ ବାହାରକୁ କିଛି ଦିଶିଲା ନାହିଁ । ସେହି ଅବସରରେ ସେ ସମୁଦ୍ରକୁ ଲମ୍ଫ ଦେଇ ପଳାଇଯିବାକୁ ଚେଷ୍ଟାକଲେ । ପ୍ରହରୀ ଲମ୍ଫ ଦେବା ଶବ୍ଦ ଶୁଣି ଶୀଘ୍ରଯାଇ ପ୍ରକୋଷ୍ଠରେ ଦେଖିଲା ଯେ କଏଦୀ ନାହିଁ । ସମୁଦ୍ରକୁ ଚାହିଁ ଦେଖୁଲା ଦ୍ରୁତଗତିରେ କଏଦୀଜଣକ ପହଁରି ପଳେଇ ଯାଉଛି । ସେ ଗୁଳି ଚଳେଇଲା; ମାତ୍ର ଗୁଳି ଲକ୍ଷ୍ୟଭେଦ କରିପାରିଲା ନାହିଁ ।

ସଭର୍‌କର୍‌ କିଛି ଦୂର ଯାଇ ଗୋଟିଏ ଟାପୁରେ ଲାଗିଲେ । ଆତ୍ମଗୋପନ କରିବାପାଇଁ ସେଠାରେ କୌଣସି ସ୍ଥାନ ନଥିଲା । ଫଳରେ ଯନ୍ତ୍ରଚାଳିତ ନୌକାରେ ତାଙ୍କର ପିଛା କରୁଥିବା ସିପାହୀମାନେ ତାଙ୍କୁ ଧରି ଜାହାଜକୁ ଆଣିଲେ, ତାଙ୍କର ହାତ ଓ ପାଦରେ ବେଡ଼ି ପକାଇଦେଲେ । ବନ୍ଦୀ ଅବସ୍ଥାରେ ଜାହାଜରୁ ଫେରାର ହେବା ଅପରାଧର ବିଚାର ହୋଇ ତାଙ୍କୁ କଠୋର ଦଣ୍ଡ ଦିଆଗଲା ।

କଲେଜରେ ପଢୁଥ‌ିବାବେଳେ ସଭର୍‌କର୍ ଗୋଟିଏ ବିପ୍ଳବୀ ଦଳ ଗଢ଼ିଥିଲେ । ତା’ର ନାମ ଥିଲା ‘ମିତ୍ରମେଳା’ । ୧୯୦୧ ମସିହାରେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଚାରିଆଡ଼େ ଶୋକ ପାଳିତ ହେଉଥିବାବେଳେ ମିତ୍ରମେଳାର ସଦସ୍ୟମାନେ ଶୋକ ପାଳିଲେ ନାହିଁ, କାରଣ ଶତ୍ରୁ ଦେଶର ରାଣୀଙ୍କପାଇଁ ସେମାନେ ଶୋକ କରିବେ ନାହିଁ । ତାଙ୍କର ଏହି କାର୍ଯ୍ୟ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ଲୋକମାନ୍ୟ ବାଳଗଙ୍ଗାଧର ତିଳକ ବିସ୍ମିତହୋଇ କହିଲେ – ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ ।’’ କେତେବର୍ଷ ପରେ ଲୋକମାନ୍ୟଙ୍କ ପତ୍ରପାଇ ସଭର୍‌କର୍ ତାଙ୍କୁ ସାକ୍ଷାତ୍ କଲେ ଓ ଦେଶ ପାଇଁ କାମ କରିବାକୁ ଆଶୀର୍ବାଦ ଭିକ୍ଷାକଲେ । ସେତେବେଳେ ସ୍ଵାଧୀନତା ଆନ୍ଦୋଳନ ଚାଲିଥିଲା ଓ ବିଦେଶୀ ଦ୍ରବ୍ୟ ବର୍ଜନ କାମ ଚାଲିଥାଏ । ବିଭିନ୍ନ ସ୍ଥାନରେ ବିଦେଶୀ ଦ୍ରବ୍ୟ ପୋଡ଼ା ଯାଉଥାଏ । ସେହି କାର୍ଯ୍ୟରେ ଅଗ୍ରଣୀ ଥିଲେ ସଭକର୍ । ଲଣ୍ଡନରେ ଆଇନ ପଢ଼ିଲାବେଳେ ବିଦ୍ରୋହ କରି ରାଜଦ୍ରୋହ ଅପରାଧରେ ପ୍ରଥମେ ବନ୍ଦୀ ଓ ପରେ ଜାହାଜରୁ ଖସିଯିବା ଅପରାଧ ବିଚାରରେ ତାଙ୍କୁ କଳାପାଣି ପାରି କରାଇ ଆଣ୍ଡାମାନ ଦ୍ଵୀପର ଜେଲ୍‌କୁ ପଠାଗଲା ।

ସେଠାକାର ଜଳବାୟୁ ଅସ୍ଵାସ୍ଥ୍ୟକର ଥିଲା । ବନ୍ଦୀମାନେ ବଳଦ ପରି ଘଣାପେଲି ଜଣକେ ଦିନକୁ ପନ୍ଦର ସେର ତେଲ ବାହାର କରୁଥିଲେ । କମ୍ ହେଲେ ଛୁଟି ମିଳେ ନାହିଁ । ପିଠିରେ ଚାବୁକ୍‌ମାଡ଼ ବସେ । ଆଖୁ ଲୁହ ବୋହିଲେ ପୋଛିବାକୁ ମନା । ଦିନକୁ ଦି’ ତାଟିଆ ପାଣି ମିଳୁଥୁଲା ପିଇବାକୁ । ସ୍ନାନ ଥିଲା ସ୍ବପ୍ନ । ବର୍ଷାହେଲେ ଘଣା ପେଲୁଥିବା ଲୋକ ସେଥ‌ିରେ ଓଦା ହୋଇଯାଆନ୍ତି । ସଭର୍‌କର ଖୁବ୍ କଷ୍ଟରେ ସେହି ଜୀବନ ଅତିବାହିତ କଲେ । ହଠାତ୍ ଦିନେ ସେ ତାଙ୍କର ବଡ଼ଭାଇ ଗଣେଶଙ୍କୁ ମଧ୍ୟ ସେଠାରେ ଦେଖ‌ିଲେ । ଦୁଇଭାଇ ପରସ୍ପରକୁ ଦେଖ୍ ଅଶ୍ରୁ ଢାଳିଲେ, ଆଲିଙ୍ଗନ କଲେ । ପ୍ରହରୀ ସେମାନଙ୍କୁ ଅଲଗା କରି ନେଇଗଲା । ଦଶବର୍ଷ ପରେ ଦୁଇଭାଇ ଏକାଠି ବନ୍ଦିଶାଳାରୁ ମୁକ୍ତ ହୋଇଥିଲେ ।

ମୁକ୍ତ ହେଲାପରେ ମଧ୍ୟ ସଭର୍‌କର୍‌ଙ୍କୁ ଇଂରେଜ ସରକାର ଖୁବ୍ ଡରୁଥିଲେ, ତେଣୁ ପୁଣି ତାଙ୍କୁ ବନ୍ଦୀ କରାଗଲା । ଅଲିପୁର ଜେଲ୍‌ରେ ତାଙ୍କୁ ନଜରବନ୍ଦୀରେ ରଖାଗଲା । ଏହାର ଷୋହଳ ବର୍ଷ ପରେ ସରକାର ତାଙ୍କ ଉପରୁ କଟକଣା ଉଠାଇଦେଲେ । ବୟସର ଆଧ‌ିକ୍ୟ ହେତୁ କ୍ଳାନ୍ତ ଓ ଅବସନ୍ନ ହୋଇପଡ଼ିଥ‌ିବେ ଭାବି ଇଂରେଜ ସରକାର ତାଙ୍କୁ ମୁକ୍ତ କରିଦେଲେ; ମାତ୍ର ଏହି ଧାରଣାକୁ ଭ୍ରମାତ୍ମକ ପ୍ରମାଣ କରି ସଭର୍‌କର୍‌ ଦେଶସାରା ଘୂରିବୁଲି ମୁକ୍ତିକାମୀ ଜନତାଙ୍କୁ ସଶସ୍ତ୍ର ସଂଗ୍ରାମ କରିବାପାଇଁ ପ୍ରେରଣା ଯୋଗାଇଲେ । ସେଥ‌ିପାଇଁ ତାଙ୍କୁ ପୁନର୍ବାର କାରାବରଣ କରିବାକୁ ହେଲା ।

ଦେଶପ୍ରେମର ଉଜ୍ଜଳ ଦୃଷ୍ଟାନ୍ତ ଏହି ମହାପୁରୁଷଙ୍କଠାରୁ ମିଳେ । ଦେଶର ସ୍ଵାଧୀନତା ପାଇଁ ଲଢ଼ି ତାଙ୍କୁ ସାରାଜୀବନ ବିଦେଶୀ ସରକାରର ନିର୍ମମ ନିର୍ଯାତନା ଭୋଗ କରିବାକୁ ପଡ଼ିଥିଲା । ସାରା ଜୀବନ ଇଂରେଜ ସରକାରଙ୍କ ସହିତ ଲଢ଼ି ଶେଷରେ ୧୯୬୬ ମସିହା ଫେବୃଆରୀ ୩ ତାରିଖରେ ୮୩ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ ।

କଠିନ ଶବ୍ଦାର୍ଥ:

  • ବଦ୍ଧପରିକର – ସଂକଳ୍ପବଦ୍ଧ, ପ୍ରତିଜ୍ଞାବଦ୍ଧ ।
  • କୃତସଂକଳ୍ପ – ଦୃଢ଼ପ୍ରତିଜ୍ଞ ।
  • ଓଜସ୍ବିନୀ – ଶକ୍ତିଶାଳୀ ।
  • ନଜରବନ୍ଦୀ – ଯେଉଁ ବ୍ୟକ୍ତିକୁ ବନ୍ଦୀଶାଳା ବାହାରେ ରଖାଯାଇଥିଲେ ହେଁ ତା’ର ଗତିବିଧ‌ି ପ୍ରତି ସତର୍କ ଦୃଷ୍ଟି ରଖାଯାଇଥାଏ ।
  • ସାୟାହ୍ନ – ସନ୍ଧ୍ୟାକାଳ ।
  • କଳାପାଣି – ଅସ୍ବାସ୍ଥ୍ୟକର ଆଣ୍ଡାମାନ ଦ୍ବୀପକୁ ଘେରି ରହିଥିବା ଜଳରାଶି ।
  • ଅନୁଜ – ସାନଭାଇ ।
  • ମହାରାଣୀ ଭିକ୍ଟୋରିଆ – ବ୍ରିଟେନ୍‌ର ରାଣୀ ଓ ପରାଧୀନ ଭାରତର ମହାରାଣୀ ।
  • ଅବିସ୍ମରଣୀୟ – ଯାହା ଭୁଲିବାର ନାହିଁ ।
  • ପ୍ରକୋଷ୍ଠ – କୋଠରି ।
  • ନିଶ୍ଚଳ – ସ୍ଥିର, ଯାହା ଚଳଚଞ୍ଚଳ ନହେଁ ।
  • ସଶସ୍ତ୍ର – ଶସ୍ତ୍ର ସହିତ ।
  • କଏଦୀ – ବନ୍ଦୀ ।
  • ରାଜନୈତିକ – ରାଜନୀତି ସମ୍ବନ୍ଧୀୟ ।
  • ଛିନ୍ନ – ଛିଣ୍ଡାଇବା ।
  • ସର୍ବସ୍ଵ – ସବୁକିଛି ।
  • କ୍ରୋଧାନ୍ବିତ – ରାଗିଯାଇ ।
  • କକ୍ଷ – ବଖରା ।
  • ସଂଲଗ୍ନ – ସଂଯୁକ୍ତ, ଯୋଗ
  • ବେଡ଼ି – ଶିକୁଳି ।
  • ସର୍ବତ୍ର – ଚାରିଆଡ଼େ ।
  • କ୍ଷୁବ୍‌ଧ ହୋଇ – ରାଗିଯାଇ ।
  • ବିୟୋଗ – ମୃତ୍ୟୁ ।
  • ପୁନର୍ଜନ୍ମ – ପୁଣିଥରେ ଜନ୍ମନେବା ।
  • ଅଗ୍ରଣୀ – ଆଗୁଆ ।
  • ତୃଷ୍ଣା – ଶୋଷ ।
  • ପ୍ରତ୍ୟାବର୍ତ୍ତନ – ଫେରିଯିବା ।
  • ନିବଦ୍ଧ – ଲାଖୁରହିବା ।
  • ବାର୍ତ୍ତାଳାପ – ଖବର ଆଲୋଚନା ।
  • ଅତିବାହିତ – ବିତାଇବା ।
  • ଉନ୍ମତ୍ତ – ବିହ୍ଵଳ ।
  • ମୁକ୍ତିକାମୀ – ମୁକ୍ତି ଇଚ୍ଛା କରୁଥିବା ।

BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Odisha State Board BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା Textbook Exercise Questions and Answers.

BSE Odisha Class 6 Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) କ’ଣ କଲେ ଆମେ ସଡ଼କ ଦୁର୍ଘଟଣାକୁ ଏଡ଼ାଇପାରିବା ?
Answer:
ଆମ୍ଭେମାନେ ରାସ୍ତାର ନିୟମ ମାନି ଗାଡ଼ି ଚଳାଇଲେ ସଡ଼କ ଦୁର୍ଘଟଣାକୁ ଏଡ଼ାଇପାରିବା ।

(ଖ) ଇଞ୍ଜିନ୍‌ଚାଳିତ ଗାଡ଼ି ଚଲାଇବାପାଇଁ ଚାଳକର ସର୍ବନିମ୍ନ ବୟସସୀମା କେତେ ?
Answer:
ଇଞ୍ଜିନ୍‌ଚାଳିତ ଗାଡ଼ି ଚଳାଇବାପାଇଁ ଚାଳକର ସର୍ବନିମ୍ନ ବୟସ ୧୮ ବର୍ଷ ହେବା ବିଧେୟ ।

(ଗ) ନାଗରିକର କର୍ତ୍ତବ୍ୟ ମଧ୍ୟରୁ କେଉଁ ନିୟମ ଜାଣିବା ତା’ ପାଇଁ ଗୁରୁତ୍ବପୂର୍ଣ ?
Answer:
ନାଗରିକର କର୍ତ୍ତବ୍ୟ ମଧ୍ୟରୁ ରାସ୍ତାର ସମସ୍ତ ନିୟମ ମାନି ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(ଘ) ପାଦରେ ଚାଲି ଗଲାବେଳେ ରାସ୍ତାରେ କେଉଁ ପାଖେ ଚାଲିବ ?
Answer:
ପାଦରେ ଚାଲି ଚାଲି ଗଲାବେଳେ ନିଜର ଡାହାଣ ପାଖରେ ଚାଲିବ ।

(ଙ) ଦ୍ରୁତଗାମୀ ଗାଡ଼ିର ଚାଳକକୁ ମୋବାଇଲ ବ୍ୟବହାର କାହିଁକି ମନା ?
Answer:
ଦ୍ରୁତଗାମୀ ଗାଡ଼ି ଚଳାଇବାବେଳେ ମୋବାଇଲ ବ୍ୟବହାର କଲେ ଅନ୍ୟମନସ୍କ ହେବାକୁ ପଡ଼େ ଓ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ଦ୍ରୁତଗାମୀ ଗାଡ଼ିଚାଳକକୁ ମୋବାଇଲ ବ୍ୟବହାର କରିବା ମନା ।

BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ରାସ୍ତା ଦୁର୍ଘଟଣାଦ୍ଵାରା କି କ୍ଷତି ହୁଏ ?
Answer:
ରାସ୍ତାରେ ଗାଡ଼ି ଚଳାଇବାବେଳେ ଅନ୍ୟମନସ୍କ ଓ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଥାଏ । କେତେକ କ୍ଷେତ୍ରରେ ଜୀବନ ଚାଲିଯାଏ ଓ ଅନ୍ୟ କେତେକ କ୍ଷେତ୍ରରେ ଗୋଡ଼ହାତ ଭାଙ୍ଗି ମନୁଷ୍ୟ ପଙ୍ଗୁ ପାଲଟିଯାଏ । ବହୁ ଧନ ମଧ୍ୟ ବ୍ୟୟ ହୋଇଥାଏ।

(ଖ) ପାଦଚଲା ରାସ୍ତାରେ କେଉଁପଟେ କାହିଁକି ଯିବା ?
Answer:
ପାଦରେ ଚାଲି ଚାଲି ଗଲାବେଳେ ଗାଁ କି ସହରରେ ନିଜର ଡାହାଣ ପଟେ ଯିବା ସାମ୍‌ନା ପଟୁ ଆସୁଥିବା ଗାଡ଼ିମଟରକୁ ଦୂରରୁ ଦେଖିହେବ ଓ ଦ୍ରୁତଗାମୀ ଗାଡ଼ିକୁ ବାଟ ଛାଡ଼ି ନିରାପଦରେ ଆଗକୁ ଯାଇହେବ । ଏଥପ୍ରତି ଅସାବଧାନ ହେଲେ ଦୁର୍ଘଟଣାରେ ସାମ୍‌ନା ହେବାକୁ ପଡ଼ିବ ।

(ଗ) ଛକମାନଙ୍କରେ ପାର ହେବାକୁ କ’ଣ କରିବାକୁ ହେବ ?
Answer:
ଛକ ଜାଗାମାନଙ୍କରେ ରାସ୍ତା ବଦଳାଇବା ବା ପାର ହେବାକୁ ଥିଲେ ସେଠାରେ ଥ‌ିବା ଧଳାଦାଗ ଭଳି ଚିହ୍ନିତ ସ୍ଥାନକୁ ବ୍ୟବହାର କରିବା ଦରକାର । ଏପରି ସାବଧାନତା ଅବଲମ୍ବନ କଲେ ଦୁର୍ଘଟଣାକୁ ଏଡ଼ାଇ ଦେଇ ପାରିବା ।

(ଘ) ସାଇକେଲ ଚଳାଇବାବେଳେ କି ପ୍ରକାର ସାବଧାନତା ଅବଲମ୍ବନ କରିବା ଉଚିତ ?
Answer:
ରାସ୍ତାରେ ସାଇକେଲ୍ ଚଳାଇବାବେଳେ ରାସ୍ତା ଓ ଏହାର ପାର୍ଶ୍ଵରେ ଥ‌ିବା ଚିହ୍ନ ପ୍ରତି ଧ୍ୟାନ ଦେଇ ଆଗକୁ ଯିବା ଉଚିତ । ରାସ୍ତା ଉପରେ ଉଦ୍ଦିଷ୍ଟ ସ୍ଥାନରେ ଦିଆଯାଇଥ‌ିବା ସଂକେତ ପ୍ରତି ସତର୍କ ରହିବାକୁ ହେବ । ନାଲି ଆଲୁଅ ଜଳୁଥିଲେ ଅଟକିବା ଓ ସବୁଜ ଆଲୁଅ ଜଳିବାବେଳେ ଆଗକୁ ଯିବା ଦରକାର ।

(ଙ‍) ଦୁଇଚକିଆ ଯାନର ପଛରେ ବସିଲେ କି ପ୍ରକାର ସତର୍କ ହେବାକୁ ପଡ଼ିବ ?
Answer:
ଜଣକ ମଟର ସାଇକେଲ ପଛରେ ବସି ଗଲାବେଳେ ମଧ୍ୟ ସତର୍କ ହୋଇ ଯିବାକୁ ପଡ଼ିଥାଏ । ପଛରେ ବସି ଗପକରିବା, ଚାଳକକୁ ଅନ୍ୟମନସ୍କ କରିବା, ହାତଗୋଡ଼ ହଲାଇ ଭାରସାମ୍ୟ ନଷ୍ଟ କରିବା ଅନୁଚିତ । କାରଣ ଏପରି କଲେ ଦୁର୍ଘଟଣା ବା ବିପଦର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

Question ୩।
ପୂର୍ବାପର ସମ୍ପର୍କ ସହ ସରଳଭାଷାରେ ବୁଝାଇ ଲେଖ ।
(କ) ଏହାଦ୍ଵାରା ନିଜର ଓ ଦେଶର ଧନଜୀବନ ସୁରକ୍ଷିତ ହୋଇପାରିବ ।
Answer:
ଏହାଦ୍ଵାରା ନିଜର …………………………. ହୋଇପାରିବ ।
‘‘ଉଲ୍ଲିଖିତ ପଂକ୍ତିଟି ଆମ ପଠିତ ସାହିତ୍ୟ ବହିର ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଜୀବନ ଓ ଧନର ସୁରକ୍ଷା ବିଷୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏବେ ଗାଁଠାରୁ ସହରଯାଏ ସବୁଆଡ଼େ ଗାଡ଼ିମଟର ବ୍ୟବହାର ବହୁ ପରିମାଣରେ ବଢ଼ିଯାଇଛି । ଗାଡ଼ିଚାଳକମାନଙ୍କ ଅନ୍ୟମନସ୍କତା ଓ ଅସାବଧାନତା ହେତୁ ପ୍ରତିଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି । ଫଳସ୍ବରୂପ ନିଜର, ପରିବାରର ତଥା ଦେଶର ଅକଳନ କ୍ଷତି ଘଟୁଛି । ତେଣୁ ରାସ୍ତାରେ ଚାଲି ଚାଲି ଗଲାବେଳେ କିମ୍ବା ଗାଡ଼ିମଟରରେ ଯିବାବେଳେ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ ।

ଗାଡ଼ି ଚଲାଇବା ସମୟରେ ରାସ୍ତା ଓ ଏହାର ପାର୍ଶ୍ଵରେ ଥ‌ିବା ବିଭିନ୍ନ ସଂକେତ ପ୍ରତି ସତର୍କ ରହିବା ଆବଶ୍ୟକ । ବିଶେଷତଃ ଛକଜାଗାମାନଙ୍କର ଟ୍ରାଫିକ୍ ସଙ୍କେତମାନି ଗାଡ଼ଇ ଚଳାଇବା ଉଚିତ । ଆମେ ରାସ୍ତାରେ ଯିବା ଆସିବା କଲାବେଳେ ଯଦି ସତର୍କରହିବା ଓ ରାସ୍ତାର ନିୟମ ମାନିବା, ତେବେ ଦୁର୍ଘଟଣାକୁ ଏଡ଼ାଇ ପାରିବା । ଏହାଦ୍ଵାରା ନିଜର ତଥା ଦେଶର ଧନଜୀବନ ସୁରକ୍ଷିତ ହୋଇପାରିବ ।

(ଖ) ଆମେ ସମସ୍ତେ ସଚେତନ ଓ ସତର୍କ ହେଲେ, ଆମର ଓ ଆମ ଦେଶର ମଙ୍ଗଳ ସାଧୂ ହେବ।
Answer:
ଆମେ ସମସ୍ତେ ……………………………………….. ସାଧୁ ହେବ ।
ଉଲ୍ଲିଖିତ ପଂକ୍ତିଟି ଆମ ପଠିତ ସାହିତ୍ୟ ବହିର ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’’ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଦେଶର ମଙ୍ଗଳ ସାଧନ ନିମନ୍ତେ ସଚେତନ ଓ ସତର୍କତା ବିଷୟରେ ଦୃଷ୍ଟିପାତ କରିଛନ୍ତି । ଆମ୍ଭମାନେ ରାସ୍ତାରେ ଯିବାଆସିବା କରିବା ସମୟରେ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଉଚିତ । ଏହାଦ୍ଵାରା ଆମ୍ଭେମାନେ ଦୁର୍ଘଟଣା ବା ବିପଦକୁ ଏଡ଼ାଇଯାଇ ପାରିବା । ଏଥ‌ିପାଇଁ ଆମ ଦେଶରେ ସୁନ୍ଦର ନିୟମମାନ ପ୍ରଣୟନ କରାଯାଇଛି । ରାସ୍ତା ଉପରେ ଓ ପାର୍ଶ୍ଵରେ ଅନେକ ସଙ୍କେତର ବ୍ୟବସ୍ଥା କରାଯାଇଛି । ଆମ୍ଭେମାନେ ନିରାପଦ ରହିବା ଦେଶର ଆପଦ ଦୂରେଇ ଯିବ। ସେସବୁର ଧାରଣା ରଖିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଦେଶର ମଙ୍ଗଳ ସାଧନ ନିମିତ୍ତ ପ୍ରତ୍ୟେକ ନାଗରିକ ସତର୍କ ଓ ସଚେତନ ରହିବା ଆବଶ୍ୟକ । ଆମ୍ଭେମାନେ ସୁସ୍ଥ ଜୀବନଯାପନ କଲେ ଦେଶକୁ ସୁସ୍ଥ ରଖିପାରିବା ଓ ଦେଶର ମଙ୍ଗଳ ସାଧୁ ହେବ ।

BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Question ୪।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କର । (ପ୍ରଶ୍ନ ସହ ଉତ୍ତର)
Answer:
ସଚେତନ – ପ୍ରତେକ୍ୟ ନାଗରିକ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଉଚିତ ।
ଦୁର୍ଘଟଣା – ରାସ୍ତାରେ ଗଲାବେଳେ ସତର୍କତା ଅବଲମ୍ବନ କଲେ ଓ ରାସ୍ତାର ନିୟମ ମାନିଲେ ଦୁର୍ଘଟଣା କୁ ଏଡ଼ାଇ ଯାଇ ପାରିବା ।
ଦ୍ରୁତଗାମୀ – ଦ୍ରୁତଗାମୀ ଗାଡ଼ିଚାଳକ ଟିକିଏ ଅସତର୍କ ହେଲେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ ।
ଅନ୍ୟମନସ୍କ – ଶ୍ରେଣୀରେ ଅନ୍ୟମନସ୍କ ରହୁଥ‌ିବା ଛାତ୍ର ପାଠ ବୁଝି ପାରେ ନାହିଁ ।
ଗପସପ – ରାସ୍ତ୍ରୀରେ ଗାନଇ ଗଲାବେଳେ ପଛରେ ବସିଥିବା ଲୋକ ସହିତ ଗପସପ କରି ଯିବାଦ୍ଵାରା ଦୁର୍ଘଟଣା ଘଟିପାରେ ।

Question ୫।
ତଳ ଶବ୍ଦଗୁଡ଼ିକର ବିପରୀତ ଅର୍ଥ ବୁଝାଉଥ‌ିବା ଶବ୍ଦ ଲେଖ । (ପ୍ରଶ୍ନ ସହ ଉତ୍ତର)
Answer:
ସାମାନ୍ୟ – ଅସାମାନ୍ୟ
ହାନି – ଲାଭ
ନିୟମ – ବେନିୟମ
ବିପଦ – ସମ୍ପଦ
କର୍ତ୍ତବ୍ୟ – ଅକର୍ତ୍ତବ୍ୟ

Question ୬।
ପାଠରୁ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଆଜିର ପିଲା ଆସନ୍ତା କାଲିର ______________ ।
Answer:
ନାଗରିକ

(ଖ) ବଡ଼ ବଡ଼ ସହରରେ ପାଦରେ ଚାଲିବାକୁ ______________ ବ୍ୟବସ୍ଥା ଥାଏ ।
Answer:
ସ୍ବତନ୍ତ୍ର ପାଦଚଲା ରାସ୍ତାର

(ଗ) ସାଇକେଲ ସିଟ୍ ଉପରେ ବସିଲେ ______________ ରାସ୍ତାକୁ ଛୁଇଁ ପାରୁଥ‌ିବ।
ଦୁଇଗୋଡ଼ ଆଙ୍ଗୁଳି

(ଘ) ______________ ଆଲୁଅ ଜଳିଲେ ଆଗକୁ ଯିବାପାଇଁ ସୂଚନା ମିଳେ ।
Answer:
ସବୁଜ

(ଙ) ମଟରସାଇକେଲ ଇତ୍ୟାଦି ଦୁଇଚକିଆ ଯାନରେ ______________ ରୁ ଅଧିକ ସଂଖ୍ୟକ ଲୋକ ଯାତାୟାତ କରିବା ଉଚିତ ନୁହେଁ ।
Answer:
ଦୁଇ

ତୁମ ପାଇଁ କାମ:

୧। ବହିରେ ଦିଆଯାଇଥବା ଟ୍ରାଫିକ୍ ସଙ୍କେତ ବ୍ୟତୀତ ଅନ୍ୟ ସଙ୍କେତଗୁଡ଼ିକୁ ଅନ୍ୟମାନଙ୍କୁ ପଚାରି ବୁଝ ଓ ଅଙ୍କନ କର । ସେଗୁଡ଼ିକର ବ୍ୟବହାର ସମ୍ପର୍କରେ ଲେଖ ।

ପରାକ୍ଷା ଉପଯୋଗୀ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଯାନବାହନର ଆବଶ୍ୟକତା କ’ଣ ?
Answer:
କୌଣସି କାମରେ ଦୂରସ୍ଥାନକୁ ଆମ୍ଭେମାନେ ଚାଲିକରି ଗଲେ ବହୁତ ସମୟ ଲାଗିବ ଓ ଶରୀର ପୀଡ଼ା ମଧ୍ୟ ହେବ । କେବଳ ଯିବା ଆସିବାପାଇଁ ଅଧୂକ ସମୟ ନଷ୍ଟହେବ । ଫଳରେ କାମ କରିବା ପାଇଁ ସମୟ ନିଅଣ୍ଟ ହେବ । ଯାନଦ୍ୱାରା ଗଲେ ଆମେ ଠିକଣା ସ୍ଥାନରେ ଶୀଘ୍ର ପହଞ୍ଚି ପାରିବା ଓ ଠିକ୍ ସମୟରେ କାର୍ଯ୍ୟଯି ଶେଷ କରିପାରିବା । ତେଣୁ ଯାନବାହନର ଏକାନ୍ତ ଆବଶ୍ୟକତା ରହିଛି ।

Question ୨।
ସଡ଼କ ସୁରକ୍ଷାର କି ଆବଶ୍ୟକତା ରହିଛି ?
Answer:
ଆଜିକାଲି ଯାନବାହନର ବହୁଳ ବ୍ୟବହାର ହେତୁ ସାମାନ୍ୟ ଅସାବଧାନତା ହେତୁ ଦୁର୍ଘଟଣାମାନ ଘଟି ବହୁ ଧନଜୀବନ ହାନି ଘଟୁଛି । ଫଳରେ ବ୍ୟକ୍ତି, ପରିବାର ଓ ରାଷ୍ଟ୍ରର ଅକଳନ କ୍ଷତି ଘଟୁଛି । ତେଣୁ ଏସବୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସଢ଼କ ସୁରକ୍ଷାର ଆବଶ୍ୟକତା ଅଛି । ଚାଲିଲାବେଳେ ଓ ଗାଢ଼ି ଚଳାଇବାବେଳେ ଆମେ ସତର୍କ ରହିଲେ ଓ ରାସ୍ତାର ନିୟମ ମାନିଲେ ଦୁର୍ଘଟଣାକୁ ଏଡ଼ାଇଦେଇ ପାରିବା ।

BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Question ୩।
ଗମନାଗମନରେ ଜୀବନ ପ୍ରତି କି ବିପଦ ରହିଥାଏ ?
Answer:
ଗମନାଗମନ ସମୟରେ ଅସାବଧାନତା ହେତୁ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ । ଦୁର୍ଘଟଣାରେ କୌଣସି ଅଙ୍ଗହାନି କିମ୍ବା ପ୍ରାଣହାନି ଘଟିବାର ସମ୍ଭାବନା ଥାଏ । ତେଣୁ ଗମନାଗମନ ସମୟରେ ସତର୍କ ରହିବା ଓ ରାସ୍ତାର ନିୟମ ମାନିବା ଉଚିତ।

Question ୪।
ଶୀଘ୍ର ଗାଡ଼ି ଚଳାଇବାଦ୍ଵାରା କ’ଣ ହୁଏ ?
Answer:
ଶୀଘ୍ର ଗାଡ଼ି ଚଳାଇବାଦ୍ଵାରା ସମୟ ସମୟରେ ଗାଡ଼ିଚାଳକ ଗାଡ଼ି ଉପରୁ ନିଜର ନିୟନ୍ତ୍ରଣ ହରାଇବସେ । ଫଳରେ ଅନ୍ୟ ପଦଚାରୀ, ଯାନବାହନ କିମ୍ବା ରାସ୍ତାକଡ଼ର ଖୁଣ୍ଟି ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଥାଏ । ଏହାଦ୍ଵାରା ଜୀବନ ହାନିଙ୍କ କିମ୍ବା ଅଙ୍ଗହାନି ଘଟିଥାଏ ।

ପୃଷ୍ଠଭୂମି:

କ୍ଷୁଦ୍ରତିକ୍ଷୁଦ୍ର କୀଟପତଙ୍ଗଠାରୁ ପ୍ରାରମ୍ଭକରି ଶ୍ରେଷ୍ଠଜୀବ ମନୁଷ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଜୀବନ ବା ପ୍ରାଣ ରହିଛି । ତେଣୁ ପ୍ରତ୍ୟେକ ଗୋଟିଏ ଗୋଟିଏ ପ୍ରାଣୀ । ଆମ୍ଭମାନଙ୍କ ନିକଟର ନିଜର ପ୍ରାଣର ସୁରକ୍ଷା ସର୍ବାଦୌ ପ୍ରଥମ କର୍ତ୍ତବ୍ୟ । ଜୀବନକୁ ବଞ୍ଚାଇବା ରଖୁବାପାଇଁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟରେ ଲିପ୍ତରହୁ । କର୍ଭବ୍ୟ ନିମିତ୍ତ ଆମ୍ଭମାନଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଥାଏ । ସ୍ଥାନାନ୍ତର ପ୍ରକ୍ରିୟା ବିଭିନ୍ନ ଉପାୟରେ ସମ୍ପାଦିତ ହୋଇଥାଏ । ପ୍ରାଣୀମାନଙ୍କର ଗମନାଗମନ ଏକାନ୍ତ ଅପରିହାର୍ଯ୍ୟ ।

ଗମନାଗମନ ସମୟରେ ଅନେକ ପ୍ରତିବନ୍ଧକ ବା ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜଳପଥ,ସ୍ଥଳପଥ ଓ ଆକାଶପଥରେ ଗମନାଗମନ କାର୍ଯ୍ୟ କରାଯାଇଥାଏ । ଗମନାଗମନ ଓ ପରିବହନ ପାଇଁ ଜଳପଥରେ ଜାହାଜ, ଆକାଶପଥରେ ଉଡ଼ାଜାହାଜ ଓ ସ୍ଥଳପଥରେ ସାଇକେଲଠାରୁ ଆରମ୍ଭକରି ରେଳଗାଡ଼ି ପର୍ଯ୍ୟନ୍ତ ବ୍ୟବହାର କରାଯାଇଥାଏ । ପ୍ରତ୍ୟେକ ଗମନାଗମନ କାର୍ଯ୍ୟରେ ବିପଦ ରହିଛି । ବିପଦକୁ ଏଡ଼ାଇବା ନିମିତ୍ତ ବିହିତ ପ୍ରତିକାର ବା କରିବା ଏକାନ୍ତ ଆବଶ୍ୟକ । ତେଣୁ ସ୍ଥଳପଥରେ ସଡ଼କର ସୁରକ୍ଷା କରିପାରିଲେ ଜୀବନର ସୁରକ୍ଷା ହୋଇପାରିବ ।

ବିଷୟର ସାରକଥା:.

ଦିନ ରାତି ୨୪ ଘଣ୍ଟା ଅନବରତ ତଥା ଅବିଶ୍ରାନ୍ତ ଗତିରେ ଯାନବାହନଦ୍ୱାରା ଯିବାଆସିବା ଓ ଜିନିଷପତ୍ର ନେବାଆଣିବା କାର୍ଯ୍ୟ ଚାଲିଛି । ଗ୍ରାମଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ରାସ୍ତାରେ ଗମନାଗମନ କାର୍ଯ୍ୟ ଲାଗିରହିଛି । କେତେବେଳେ ଆମ୍ଭେମାନେ ଚାଲିକରି ଯାଉ ତ ଆଉ କେତେବେଳେ ଯିବାଆସିବା ପାଇଁ ମୋଟରଗାଡ଼ି ବ୍ୟବହାର କରୁ । ପ୍ରତ୍ୟେକ କ୍ଷେତ୍ରରେ ଆମ୍ଭମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିକଟରେ ଥ‌ିବା ବିଦ୍ୟାଳୟକୁ ଚାଲିକରି ଯାଇଥା’ନ୍ତି । ଦୂରବର୍ତ୍ତୀ ବିଦ୍ୟାଳୟ ହୋଇଥିଲେ ମୋଟରରେ ଯିବା ଆସିବା କରିଥା’ନ୍ତି । ବର୍ତ୍ତମାନର ପ୍ରତ୍ୟେକ ଛାତ୍ରଛାତ୍ରୀ ଆମ ଦେଶର ଭବିଷ୍ୟତ । ସଡ଼କପଥରେ ଯିବା ସମୟରେ କେତେକ ନିୟମ ପାଳନ କରିବାକୁ ପଡ଼ିଥାଏ ।

ରାସ୍ତାର ଡାହାଣପାର୍ଶ୍ଵରେ ଯିବା ଆସିବା କରିବା ହେଉଛି ପ୍ରଥମ ମୌଳିକ ନିୟମ । ବାମ ଓ ଡାହାଣ ଉଭୟ ପଟୁ ଗାଡ଼ିମଟର ଦେଖୁ ରାସ୍ତା ଅତିକ୍ରମ କରିବା ଉଚିତ । ବଡ଼ ବଡ଼ ସହରମାନଙ୍କରେ ସ୍ବତନ୍ତ୍ର ପାଦଚଲା ରାସ୍ତା ରହିଥାଏ । ଛକ ଜାଗାମାନଙ୍କରେ ଟ୍ରାଫିକ୍ ପୋଲିସ୍‌ର ନିର୍ଦ୍ଦେଶ ମାନି ଗତି କରିବାକୁ ପଡ଼ିଥାଏ । ନିଜର ସ୍ଥାନକୁ ନିଜ ନିୟନ୍ତ୍ରଣରେ ରଖିବାର ଦକ୍ଷତା ନିହାତି ଆବଶ୍ୟକ । ସେ ସାଇକେଲ ହେଉ ବା ମଟରଗାଡ଼ି ହେଉ, ପ୍ରତ୍ୟେକର ନିୟନ୍ତ୍ରଣରେ ରଖୁବା ଦକ୍ଷତା ଆମର ଦରକାର । ଗାଡ଼ିଚାଳନା ସମୟରେ ରାସ୍ତାରେ ଥ‌ିବା ଚିହ୍ନ ପ୍ରତି ଦୃଷ୍ଟି ରଖିବା ବିଧେୟ । ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା ଅନୁଚିତ । କାରଣ ଏହା ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଆଗ ଓ ପଛକୁ ଚାହିଁ ରାସ୍ତାରେ ଗାଡ଼ି ବୁଲାଇବା ଦରକାର । ଟ୍ରାଫିକ୍ ପୋଲିସ୍‌ର ସଙ୍କେତ ମାନି ଗାଡ଼ି ଚଳାଇଲେ ବିପଦର ସାମନା କରିବାକୁ ପଡ଼େ ନାହିଁ । ମଟରଗାଡ଼ିରେ ଦୁଇଜଣରୁ ଅଧ୍ଵ ଯିବା ଆସିବା ବିପଦଜନକ ଅଟେ । ଏଥପ୍ରତି ପ୍ରତ୍ୟେକ ସତର୍କ ରହିବା ଉଚିତ । ଗାଡ଼ିରେ ଅଧ‌ିକ ଜିନିଷ ବୋହିନେବା ମଧ୍ୟ ବିପଦଜନକ ଅଟେ । କାରଣ ଓଜନ ଯୋଗୁଁ ଗାଡ଼ିର ଭାରସାମ୍ୟ ଠିକ୍ ରହେନାହିଁ । ଗାଡ଼ିରେ ଦୁଇଜଣ ଯାଉଥିବାବେଳେ ଗପସପ କରି ଯିବା ଅନୁଚିତ । ଏହାଦ୍ଵାରା କଥାବାର୍ତ୍ତାରେ ଅନ୍ୟମନସ୍କ ହେବା ଯୋଗୁଁ ଦୁର୍ଘଟଣା ଘଟିବାର ବିଶେଷ ସମ୍ଭାବନା ଥାଏ। ରାସ୍ତାର ନିୟମକୁ ସଠିକ୍‌ଭାବେ ପାଳନ କରିପାରିଲେ ଆମେ ବିପଦରୁ ରକ୍ଷା ପାଇବା ଓ ଜୀବନର ସୁରକ୍ଷା ହୋଇପାରିବ ।

କଠିନ ଶବ୍ଦାର୍ଥ:

  • ଅବଲମ୍ବନ – ଅନୁସରଣ ।
  • ଆବଶ୍ୟକ – ଦରକାର ।
  • ହାନି – କ୍ଷତି ।
  • ଅକଳନ – ଯାହା କଳନା କରାଯାଇ ନପାରେ ।
  • ଏଡ଼ାଇଦେବା – ଦୂରେଇଦେବା ।
  • ସତର୍କତା – ସାବଧାନତା ।
  • ସମାନାପଟୁ – ଆଗଆଡୁ ।
  • ନିରାପଦ – ବିପଦଶୂନ୍ୟ ।
  • ଆଶଙ୍କା – ଭୟ ।
  • ପରିବର୍ତ୍ତନ – ବଦଳାଇବା ।
  • ସୂଚନା – ସଙ୍କେତ ।
  • ସର୍ବାଦୌ – ସର୍ବପ୍ରଥମେ ।
  • ଭାରସାମ୍ୟ – ନିୟନ୍ତ୍ରଣ ସନ୍ତୁଳନ ।
  • ଦ୍ରୁତଗାମ – ଅତି ବେଗରେ ଯାଉଥ‌ିବା ।
  • ପ୍ରତିବାଦ – ବିରୋଧ ।
  • ସଚେତନ – ଜାଗ୍ରତ, ଚେଇଁ ରହିବା ।
  • ଚାଳକ – ଯେ ଚଳାଏ ।
  • ସହଯାତ୍ରୀ – ସାଙ୍ଗରେ ଯାଉଥିବା ଲୋକ ।
  • ପ୍ରଭୂତ – ବହୁତ, ଅନେକ ।
  • ପାର୍ଶ୍ଵରେ – ପାଖରେ ।
  • ଅନ୍ୟମନସ୍କ – ମନରେ ଅନ୍ୟ ଚିନ୍ତାକରି ଲକ୍ଷ୍ୟପଥରେ ଯିବା ।
  • ଯାତାୟାତ – ଯିବାଆସିବା ।

BSE Odisha 6th Class Odia Solutions Chapter 8 କ’ଣ ଶିଖୁବା

Odisha State Board BSE Odisha 6th Class Odia Solutions Chapter 8 କ’ଣ ଶିଖୁବା Textbook Exercise Questions and Answers.

BSE Odisha Class 6 Odia Solutions Chapter 8 କ’ଣ ଶିଖୁବା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଲେଖକ ମଣିଷର ଦୋଷ ଓ ଗୁଣ ସମ୍ପର୍କରେ କ’ଣ କହିଛନ୍ତି ?
Answer:
ଦୋଷଗୁଣ ତ ସମସ୍ତଙ୍କର ଅଛି । ହେଲେ ଆମର କଥା ହେଉଛି ‘ଦୋଷକୁ ଛାଡ଼ି ଗୁଣ ଶିଖୁବା’। ଲେଖକ ମଣିଷର ଦୋଷ ଓ ଗୁଣ ସମ୍ପର୍କରେ ଏହା କହିଛନ୍ତି ।

(ଖ) ଲେଖକଙ୍କ ମତରେ ଆମେରିକାର ସବୁଠୁ ଭଲ କଥାଟି କ’ଣ ?
Answer:
ଲେଖକଙ୍କର ମତରେ ଆମେରିକାର ସବୁଠୁ ଭଲ କଥାଟି ହେଲା ଶାରୀରିକ ପରିଶ୍ରମର ମୂଲ୍ୟ ଜ୍ଞାନ ।

(ଗ) ଆମେରିକୀୟମାନଙ୍କର କେଉଁ ଗୁଣଟି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ?
Answer:
ପରିଶ୍ରମକୁ ସମ୍ମାନ ଦେଖାଇବା ପାଇଁ ଆମେରିକୀୟମାନେ କେମିତି ଶିଖୁଛନ୍ତି, ତାହା ଦେଖ‌ିଲେ ଆଶ୍ଚର୍ଯ୍ୟ ଲାଗେ ।

(ଘ) ଲେଖକ ବନ୍ଧୁଙ୍କୁ ଦେଖ୍ ସେ କିଏ ବୋଲି ଭାବିଲେ ?
Answer:
ଲେଖକ ବନ୍ଧୁଙ୍କୁ ଦେଖ୍ ଭାବିଲେ ସାଇ ପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥ‌ିବ ।

BSE Odisha 6th Class Odia Solutions Chapter 8 କ’ଣ ଶିଖୁବା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ମର୍ଗାନ୍ କାହିଁକି ଲେଖକଙ୍କ ପାଖରେ କ୍ଷମା ମାଗିଲେ ?
Answer:
ଲେଖକ ମର୍ଗାନ୍‌ଙ୍କ ପାଖକୁ ଯିବାବେଳକୁ ତାଙ୍କର ହାତଯାକ କାଦୁଅ ହୋଇଥିଲା । ସେ ଲେଖକଙ୍କ ସହିତ କରମର୍ଦ୍ଦନ କରିପାରିବେ ନାହିଁ ବୋଲି କହି କ୍ଷମା ମାଗିଲେ । (ପୁସ୍ତକସ୍ଥ ପ୍ରଶ୍ନରେ ତ୍ରୁଟି ଅଛି— ‘ମର୍ମାନ୍’ ବଦଳରେ ‘କଲଗେଟ୍ ବିଶ୍ବବିଦ୍ୟାଳୟର ଇଂରାଜୀ ଅଧ୍ୟାପକ’ ହେବ)

(ଖ) ବୁଢ଼ା ବୟସରେ ବେକର୍‌ କୋଡ଼ି ଶାବଳ ଧରି ଏତେ କାମ କରିବାର ଉଦ୍ଦେଶ୍ୟ କ’ଣ ?
Answer:
ବେକରଙ୍କ ବୁଢ଼ା ବୟସରେ କାମ କରିବାର ଉଦ୍ଦେଶ୍ୟ ହେଲା ଜୀବନକୁ ଉପଭୋଗ କରିବା । କାମ ଭିତରେ ଯେଉଁ ଆନନ୍ଦ ଲୁଚି ରହିଛି, ତାହାକୁ ଯିଏ ଥରେ ଚାଖୁଛି ସେ ଆଉ ଛାଡ଼ିପାରିବ ନାହିଁ ।

(ଗ) ଆମେରିକା ଲୋକଙ୍କଠାରୁ ଶିଖୁବା ଭଳି ସବୁଠୁଁ ବଡ଼ କଥାଟି କ’ଣ ?
Answer:
ଆମେରିକା ଲୋକଙ୍କଠାରୁ ଶିଖୁବା ଭଳି ସବୁଠୁ ବଡ଼କଥାଟି ହେଲା ଅନ୍ୟର ପ୍ରଶଂସା କରିବା । ଯିଏ ଯାହା କରୁ, ଲୋକେ ତା’ର ପ୍ରଶଂସା କରନ୍ତି । ଯିଏ ଘାସ କାଟୁଛି, ଲୋକେ ‘ବଢ଼ିଆ ଘାସକଟାଳି’ ବୋଲି କହି ତା’ର ପ୍ରଶଂସା କରିଥା’ନ୍ତି।

(ଘ) ଆମେରିକାର ଲୋକେ କ’ଣ ପାଇଁ ଅଧ‌ିକ ବ୍ୟସ୍ତ ?
Answer:
ଆନ୍ତର୍ଜାତିକ ଭାବ ବିନିମୟ ଲାଗି ଆମେରିକୀୟମାନେ ଖୁବ୍ ବ୍ୟସ୍ତ । ବିଶ୍ଵଶାସନ ଓ ବିଶ୍ଵମୈତ୍ରୀ ପାଇଁ ସେମାନେ ଖୁବ୍ ବ୍ୟାକୁଳ । ସେଥ‌ିପାଇଁ ସେମାନଙ୍କର ପ୍ରତ୍ୟେକ ସହରରେ ଆନ୍ତର୍ଜାତିକ ଅନୁଷ୍ଠାନ ଦେଖ‌ିବାକୁ ମିଳେ ।

(ଙ) ଲେଖକଙ୍କ ମତରେ ଆମେ ଦେଶ ଓ ଜାତି ପାଇଁ କ’ଣ କରିବା ଉଚିତ ?
Answer:
ଲେଖକଙ୍କ ମତରେ ଆମେ ଦେଶ ଓ ଜାତିର ମୁକ୍ତିପଥ ଖୋଜିବା, ମାଛି ନ ହୋଇ ମହୁମାଛି ହେବା । ଘାଆରେ ନ ବସି ଫୁଲରେ ବସିବା । ଉଚ୍ଚମନା ହେବା । ଘାଆରେ ନ ବସି ଫୁଲରେ ବସିବା । ଉଚ୍ଚମନା ହେବା ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ଶିକ୍ଷିତ ବଡ଼ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ କେବଳ ଅଧାପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠିପାରିବ ନାହିଁ ।
Answer:
ଶିକ୍ଷିତ ଚଢିଲେ।କ ………………………………. ଉଠିପାରିବ ନାର୍ହି।
ଶଂସିତ ଗଦ୍ୟାଶଟି ଗୋଲୋକବିହାରୀ ଧଳଙ୍କ ରଚିତ ‘କ’ଣ ଶିଖୁବା’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଆମ ଦେଶର ଶିକ୍ଷିତ ଲୋକଙ୍କର ଶାରୀରିକ ପରିଶ୍ରମ ପ୍ରତି ଥ‌ିବା ହୀନମନ୍ୟତା ଭାବ ସମ୍ପର୍କରେ ଆଲୋକପାତ କରିଛନ୍ତି । ଆମେରିକାର ଲୋକେ ପରିଶ୍ରମକୁ ସମ୍ମାନ ଦିଅନ୍ତି । କାମ କରିବାକୁ କେହି ଲଜ୍ଜାବୋଧ କରନ୍ତି ନାହିଁ । ଏ ପ୍ରସଙ୍ଗରେ ଲେଖକ ଜଣେ ଇଂରାଜୀ ପ୍ରଫେସରଙ୍କ ଉଦାହରଣ ଦେଇଛନ୍ତି । ଦିନେ କଲ୍‌ଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ପ୍ରଫେସର

କିମ୍ବା ନିଜ କ୍ଷେତରେ ଆଳୁ ଖୋଳୁଥା’ନ୍ତି । ଅଥଚ ଆମ ଦେଶର ଶିକ୍ଷିତ ଲୋକେ ମାଟିକୁ ଭୁଲି ଯାଆନ୍ତି । ସେମାନେ ଶାରୀରିକ ପରିଶ୍ରମ କରିବାକୁ ନାକ ଟେକନ୍ତି । ଆମ ଦେଶର ଏହି ତଥାକଥ୍ ଶିକ୍ଷିତ ବଡ଼ଲୋକମାନେ ଯେ ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ବୁଝିନାହାନ୍ତି, ସେ ପର୍ଯ୍ୟନ୍ତ ଦେଶର ଉନ୍ନତି ହୋଇପାରିବ ନାହିଁ । କେବଳ ଅଧାପେଟ ଖାଇ ଦୁର୍ବଳ ଦିଶୁଥ‌ିବା ମୂଲିଆ କେବେହେଲେ ଦେଶକୁ ପ୍ରଗତି ପଥରେ ଆଗେଇ ନେଇପାରିବେ ନାହିଁ । ଅର୍ଥାତ୍‌ ଆମେରିକା ପରି ଆମ ଦେଶର ଶିକ୍ଷିତ ଲୋକେ ଶାରୀରିକ ପରିଶ୍ରମକୁ ମର୍ଯ୍ୟାଦା ଦେଲେ ହିଁ ଦେଶର ଉନ୍ନତି ହେବ । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

(ଖ) କାମ ବ୍ୟତିରେକେ ଆମେରିକାନ୍‌ ଜୀବନରେ ସୁଖ କଳ୍ପନା ଅସମ୍ଭବ ।
Answer:
କାମ ବ୍ୟତିରେକେ …………………………………. ଅସମ୍ଭବ ।
ଶଂସିତ ଗଦ୍ୟାଶଟି ଗୋଲୋକବିହାରୀ ଧଳଙ୍କ ରଚିତ ‘କ’ଣ ଶିଖୁବା’ ପ୍ରବନ୍ଧରୁ ସଂଗୃହୀତ। ଏଠାରେ ଲେଖକ ଆମେରିକୀୟମାନେ କିପରି କାମ ବିନା ଜୀବନରେ ଅନ୍ୟକିଛି ସୁଖ ଆଶା କରନ୍ତି ନାହିଁ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ଥରେ ସକାଳେ ଶ୍ରୀମତୀ ବେକର୍ ଓ ଲେଖକ ଗାଡ଼ିଧରି ସଭାକୁ ଗଲାବେଳେ ଦେଖିଲେ ଶ୍ରୀ ବେକର୍‌ ନିଜର ଗାଡ଼ିରେ ଟାଙ୍ଗିଆ, କୋଡ଼ି, ଶାବଳ ଧରି ଚାଲିଛନ୍ତି । ସେ ଆମେରିକାର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର । ପର୍ବତ ଭାଙ୍ଗି ପଡ଼ିଆ କରି ସେଠାରେ ଘର କରିବା ତାଙ୍କର ଲକ୍ଷ୍ୟ । ଏପରି ପରିଣତ ବୟସରେ କୋଡ଼ି ଶାବଳ ପ୍ରତି ସଉକି ଥ‌ିବାର ଦେଖ୍ ଲେଖକ ଖୁବ୍ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତାଙ୍କର ଏପରି ସଉକି ବିଷୟରେ ଲେଖକ ତାଙ୍କୁ ପଚାରିବାରୁ ସେ କହିଥିଲେ, ଆମେରିକା ଜୀବନର ମୂଳଦର୍ଶନ ହେଲା କାମରୁ ଆନନ୍ଦ ଉପଭୋଗ କରିବା । ଜୀବନକୁ ଉପଭୋଗ କରିବା ପାଇଁ ସେ କାମ କରିଥା’ନ୍ତି । କାମ ଭିତରେ ଯେଉଁ ଆନନ୍ଦ ଲୁଚିରହିଛି, ତାହାକୁ ଯିଏ ଥରେ ଚାଖୁଛି, ସେ ଆଉ ଛାଡ଼ିପାରିବ ନାହିଁ । ତେଣୁ କାମକୁ ଛାଡ଼ି ଆମେରିକୀୟମାନଙ୍କର ଜୀବନରେ ସୁଖ କଳ୍ପନା ଅସମ୍ଭବ ଅଟେ । ସେହି କାମରୁ ହିଁ ସେମାନେ ଆନନ୍ଦ ଲାଭ କରିଥା’ନ୍ତି । ବାସ୍ତବରେ ଆମେରିକୀୟମାନଙ୍କର ଏଇ ଆଦର୍ଶ ପୃଥ‌ିବୀରେ ବିରଳ ଅଟେ ।

(ଗ) ମାଛି ନ ହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା ।
Answer:
ମାଛି ନ ହୋଇ ……………………………….. ଫୁଲରେ ବସିବା ।
ଶଂସିତ ଗବ୍ୟାଂଶଟି ପଠିତ ସାହିତ୍ୟ ବହିର ‘କ’ ଶ ଶିଖ୍ ବା’ ପ୍ରବନ୍ଧରୁ ଉଦ୍ଧ୍ୱତା ଏଠାରେ ଲେଖକ ଗୋଲୋକବିହାରା ଧଳ ଆମ ଦେଶବାସୀଙ୍କର କାର୍ଯ୍ୟଧାରା ସମ୍ପର୍କରେ ଯେଉଁ ଉଦାହରଣ ଦେଇଛନ୍ତି, ତାହା ଉପରେ ଆଲୋକପାତ କରାଯାଇଛି। ଆମେରିକାର ଲୋକେ ଅନ୍ୟର ପ୍ରଶଂସା କରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ମୂଲ୍ୟ ଅଛି । ଏହା ଭାବି ସେମାନେ ଘାସକଟାଳିର ମଧ୍ୟ ପ୍ରଶଂସା କରି ‘ବଢ଼ିଆ ଘାସକଟାଳି’ ବୋଲି କହିଥା’ନ୍ତି। ଆମ ଦେଶପରି ନିରୁତ୍ସାହିତ କରୁଥିବା ଲୋକଙ୍କ ସଂଖ୍ୟା ସେଠାରେ ଖୁବ୍ କମ୍ । କାରଣ ସେମାନେ ଜାଣିଛନ୍ତି, ପରିଶ୍ରମୀ ମଣିଷର ପରିଶ୍ରମକୁ ପ୍ରଶଂସା କଲେ ସେ ଅଧ‌ିକ କାମ କରିବ ।

ତାକୁ ପ୍ରଶଂସା ନ କଲେ ସେ ନିରୁତ୍ସାହିତ ହେବ । ତେଣୁ ଆମ୍ଭେମାନେ ମଧ୍ୟ ସେମାନଙ୍କ ପରି ଅନ୍ୟର କାମକୁ ଦେଖୁ ପ୍ରଶଂସା କରିବାକୁ ଲେଖକ ପରାମର୍ଶ ଦେଇଛନ୍ତି । ସେ ମାଛି ଆଉ ମହୁମାଛିର ଉଦାହରଣ ଦେଇଛନ୍ତି । ମାଛି ଯେପରି ଘାଆରେ ବସେ, ସେହିପରି ହୀନମନାମାନେ ଅନ୍ୟର ଦୋଷ ଦେଖନ୍ତି । ମହୁମାଛିମାନେ ଫୁଲରେ ବସିଲାପରି ଉଚ୍ଚମନାମାନେ ଅନ୍ୟର ପ୍ରଶଂସା କରନ୍ତି । ତେଣୁ ଆମ୍ଭେମାନେ ଆମେରିକୀୟମାନଙ୍କର ଏହି ଭଲଗୁଣ ଶିକ୍ଷାକରିବା ଓ ଦେଶ ଜାତିର ମୁକ୍ତିପଥ ଖୋଜିବା ।

BSE Odisha 6th Class Odia Solutions Chapter 8 କ’ଣ ଶିଖୁବା

Question ୪।
ଆବଶ୍ୟକ ସ୍ଥଳେ ବିରାମ ଚିହ୍ନ ଦିଅ ।
(କ) ସେହି ମୂଲିଆମାନଙ୍କ ଭିତରୁ ଜଣେ ପାଟିକରି ଅଭିବାଦନ ଜଣାଉଛି ହାଏ ମର୍ଗାନ୍ ହାଓ ଆର୍ ଇଉ ଭାବିଲି ସାଇପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥବ ମାତ୍ର ନିକଟକୁ ଗଲାରୁ ପ୍ରଫେସର ମର୍ଗାନ୍ ତାଙ୍କୁ କଲ୍‌ଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ମୋ ସହିତ ପରିଚିତ କରାଇଦେଲେ।
(ଖ) ମଣିଷ ଜୀବନରେ ଯେତେ କାମ ଅଛି ଘାସକଟାରୁ ଘୋଡ଼ାଚଢ଼ା ପର୍ଯ୍ୟନ୍ତ ସବୁ ବିଜ୍ଞାନ ଛାଞ୍ଚରେ ପକାଇ ଦିଆଯାଇଛି ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟ ଅଛି ତେଣୁ ଯେ ଘାସ କାଟୁଛି ଲୋକେ ତାକୁ ବି ପ୍ରଶଂସା କରି କହନ୍ତି ସେ ଗୋଟାଏ ବଢ଼ିଆ ଘାସକଟାଳି ।
Answer:
(କ) ସେହି ମୂଲିଆମାନଙ୍କ ଭିତରୁ ଜଣେ ପାଟିକରି ଅଭିବାଦନ ଜଣାଉଛି, ‘ହାଏ ମର୍ମାନ୍, ହାଓ ଆର୍ ଇଉ ?’’ ଭାବିଲି ସାଇପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥି; ମାତ୍ର ନିକଟକୁ ଗଲାରୁ ପ୍ରଫେସର ମର୍ଗାନ୍ ତାଙ୍କୁ କଲ୍‌ଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ମୋ ସହିତ ପରିଚିତ କରାଇଦେଲେ ।
(ଖ) ମଣିଷ ଜୀବନରେ ଯେତେ କାମ ଅଛି, ଘାସକଟାରୁ ଘୋଡ଼ାଚଢ଼ା ପର୍ଯ୍ୟନ୍ତ ସବୁ ବିଜ୍ଞାନ ଛାଞ୍ଚରେ ପକାଇ ଦିଆଯାଇଛି । ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟ ଅଛି । ତେଣୁ ଯେ ଘାସ କାଟୁଛି, ଲୋକେ ତାକୁ ବି ପ୍ରଶଂସା କରି କହନ୍ତି, ‘ସେ ଗୋଟାଏ ବଢ଼ିଆ ଘାସକଟାଳି ।’’

Question ୫।
‘କ’ ସ୍ତମ୍ଭରେ ଦିଆଯାଇଥିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦ ମିଳାଇ ନୂଆ ତିଆରି କର ।

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଶାରାରିକ ଜ୍ଞାନ
ବୁଢ଼ା ସମ୍ପତ୍ତି
ଧନ ପରିଶ୍ରମ
ଦାୟିତ୍ଵ ବୟସ

Answer:

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଶାରାରିକ ପରିଶ୍ରମ
ବୁଢ଼ା ବୟସ
ଧନ ସମ୍ପତ୍ତି
ଦାୟିତ୍ଵ ଜ୍ଞାନ

Question ୬।
‘ସାଇପଡ଼ିଶା’ – ଏହିପରି ଆଉ ୩ଟି ଯୁଗ୍ମ ଶବ୍ଦ ପଠିତାଂଶରୁ ବାଛି ଲେଖ ।
Answer:
ଭାବଭଙ୍ଗୀ, ଟଙ୍କାସୁନା, ଅଳ୍ପବହୁତ ।

Question ୭।
ନିମ୍ନଲିଖୂ ବାକ୍ୟାଶକୁ ବ୍ୟବହାର କରି ବାକ୍ୟ ଗଠନ କର ।
କଣ୍ଟାବାଡ଼ରେ ଲୁଗା ପକାଇବା, ପର ଉପରକୁ କାଦୁଅ ଫିଙ୍ଗିବା, ଲହୁ-ଲୁହ
Answer:
କଶୃବାଢ଼ରେ ଲୁଗା ପକାଇବା -କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବା ସବିତାର ଅଭ୍ୟାସ ।
ପର ଉପରକୁ କାଦୁଅ ଫିଙ୍ଗିବା – ପର ଉପରକୁ କାଦୁଅ ଫିଙ୍ଗିବା ନୀତି ନ ଛାଡ଼ିଲେ ନିଜର ଉନ୍ନତି ଅସମ୍ଭବ ।
ଲହୁ-ଲୁହ – ଲୋକଟି ନିଜର ଲହୁ-ଲୁହ ଢାଳି ସମ୍ପତ୍ତି ଅର୍ଜନ କରିଛି ।

Question ୮।
ଯେପରି ‘ପଦାର୍ଥ’ ଶବ୍ଦ ପୂର୍ବରୁ ‘ଅ’ ଯୋଗହେଲେ ‘ଅପଦାର୍ଥ’ ହୁଏ, ସେହିପରି ପୂର୍ବରୁ ‘ଅ’ ଯୋଗକରି ଆଉ ୪ଟି ଶବ୍ଦ ଲେଖ ।
Answer:
ଅଯୋଗ୍ୟ, ଅସୁନ୍ଦର, ଅସଭ୍ୟ, ଅଦମନୀୟ ।

Question ୯।
ପଠିତ ପ୍ରବନ୍ଧରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ‘ଉଚ୍ଚମନା ଉଚ୍ଚ …………. ଲଭଇ, ………………. ଲଭେ ବିଷ ।’’
(ଖ) କାମ ହିଁ ଆମେରିକା ଜୀବନର …………………….. ।
(ଗ) ବେଳ ଆସିଛି ମାଛି ନ ହୋଇ ………………….. ହେବା, ଘାଆରେ ନ ବସି …………… ରେ ବସିବା ।
Answer:
(କ) ‘ଉଚ୍ଚମନା ଉଚ୍ଚ ଅମୃତ ଲଭଇ, ନୀଚମନା ଲଭେ ବିଷ ।’’
(ଖ) କାମ ହିଁ ଆମେରିକା ଜୀବନର ମୂଳମନ୍ତ୍ର।
(ଗ) ବେଳ ଆସିଛି ମାଛି ନ ହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା ।

Question ୧୦।
‘ଜ୍ଞାନ’ ସହିତ ‘ସାପେକ୍ଷ’ ମିଶି ନୂତନ ଶବ୍ଦଟି ହେଉଛି ‘ଜ୍ଞାନସାପେକ୍ଷ’ । ଏହିପରି ‘ସାପେକ୍ଷ’ ବ୍ୟବହାର କରି ଆଉ ଦୁଇଟି ନୂଆ ଶବ୍ଦ ଲେଖ ।
Answer:
ବ୍ୟୟସାପେକ୍ଷ, କାର୍ଯ୍ୟସାପେକ୍ଷା

ତୁମ ପାଇଁ କାମ:

୧। ଲେଖକଙ୍କ ‘ଆମେରିକା ଅନୁଭୂତି’ ପୁସ୍ତକଟି ସଂଗ୍ରହ କରି ପଢ଼ ।
୨। ଲେଖକଙ୍କର ‘ଲଣ୍ଡନ ଚିଠି’, ‘ତାଜମହଲର ଦେଶେ’ ଇତ୍ୟାଦି ଅନ୍ୟ ଭ୍ରମଣ କାହାଣୀ ପୁସ୍ତକ ସଂଗ୍ରହ କରି ପଢ଼ ଓ ସାଙ୍ଗସାଥୀଙ୍କ ସହ ଆଲୋଚନା କର ।

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
‘ଛନ୍ଦାଛନ୍ଦି’ – ପରି ଆଉ ୩ଟି ଯୁଗ୍ମଶବ୍ଦ ଲେଖ ।
Answer:
ଲଗାଲଗି, ଲେଖାଲେଖି, ପିଟାପିଟି

Question ୨।
ବିପରୀତ ଶବ୍ଦ ଲେଖ ।
ପ୍ରଶଂସା – ନିନ୍ଦା
ଶାରାରିକ – ମାନସିକ
ସାପେକ୍ଷ – ନିରପେକ୍ଷ
ଆଦର – ଅନାଦର|ହତାଦର

Question ୩।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକଙ୍କ କେଉଁ କାର୍ଯ୍ୟ ଦେଖୁ ଲେଖକ ଆଶ୍ଚର୍ଯ୍ୟ ହେଲେ ?
Answer:
ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକ ଜଣକ ଛଅସ୍ତରି ବର୍ଷର ବୁଢ଼ା, ମୁହଁର ଚମ ଓହଳି ପଡ଼ିଲାଣି । ସେ ଦୁଇବର୍ଷ ଧରି ଶନିବାର ଓ ରବିବାର ଛୁଟିରେ ଲାଗି ନିଜ ହାତରେ ଘର ତିଆରି କରିଛନ୍ତି । ଛୋଟ ଟ୍ରାକ୍ଟର ଓ ବୁଲ୍‌ଜର ସାହାଯ୍ୟରେ ବଡ଼ ବଡ଼ ପଥର ଗଡ଼ାଇ ସେ କାମ କରିଛନ୍ତି । ଏହି କାର୍ଯ୍ୟ ଦେଖୁ ଲେଖକ ଆଶ୍ଚର୍ଯ୍ୟ ହେଲେ ।

(ଖ) ଆମ ଦେଶ କାହିଁକି ଉଠିପାରୁ ନାହିଁ ?
Answer:
ଆମ ଦେଶ ଉଠି ନ ପାରିବାର ମୂଳ କାରଣ ହେଲା ଆମ ଦେଶର ଶିକ୍ଷିତ ବଡ଼ଲୋକମାନେ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ବୁଝିନାହାନ୍ତି । ସେମାନେ ମାଟିକୁ ଭୁଲି ଯାଉଛନ୍ତି । ସେମାନେ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ, କେବଳ ଅଧାପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠିପାରିବ ନାହିଁ ।

(ଗ) ଡେଭିଡ୍‌ର କେଉଁ କାର୍ଯ୍ୟ ଦେଖୁ ସମସ୍ତେ କୃତକୃତ୍ୟ ହେଲେ ?
Answer:
ଲେଖକ ଏକଦା ଡେଭିଡ଼ ଓ ତା’ ବାପାବୋଉଙ୍କ ସହ ସହର ଅଭିମୁଖେ ଯାଉଥିବାବେଳେ ପ୍ରବଳ ବର୍ଷା ହେଲା । ତାଙ୍କ ମଟରଗାଡ଼ିର ପଛ ଚକଟା ଫାଟିଗଲା । ପନ୍ଦର ବର୍ଷର ପୁଅ ଡେଭିଡ୍ ବର୍ଷାରେ ରାସ୍ତାରେ ପାଣି ଭିତରେ ଶୋଇ ଅଧଘଣ୍ଟା ଭିତରେ ମଟରର ପଛ ଚକା ବଦଳାଇ ନୂଆ ଚକଟାଏ ଲଗାଇଦେଲା । ଏହା ଦେଖୁ ସମସ୍ତେ କୃତକୃତ୍ୟ ହେଲେ ।

୪। ସରଳାର୍ଥ ଲେଖ ।
(କ) ‘‘ଆମ ଦେଶରେ ଥରେ ଯେ ଦି’ଅକ୍ଷର ପଢ଼ିଛି, ସେ ମାଟିକୁ ଭୁଲିଯାଏ ।’’
Answer:
‘‘ଆମ ଦେଶରେ …………………………… ଭୁଲିଯାଏ ।’’
ଶଂସିତ-ଗଦ୍ୟାଶଟି ‘କ’ଣ ଶିଖୁବା’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଗୋଲୋକ ବିହାରୀ ଧଳ ଆଜିର ଶିକ୍ଷିତମାନଙ୍କର ପରିଶ୍ରମ କାତର ବିଷୟରେ ସୂଚନା ଦେଇଛନ୍ତି । ଲେଖକ ଆମେରିକା ଯିବା ଅବସରରେ ସେମାନଙ୍କର ପରିଶ୍ରମକୁ ସମ୍ମାନ ଦେଖାଇବା ଘଟଣାକୁ ଲକ୍ଷ୍ୟ କରିଛନ୍ତି । ସେମାନେ ଯେତେ ଉଚ୍ଚଶିକ୍ଷିତ ହେଲେ ମଧ୍ୟ ଯେକୌଣସି କାର୍ଯ୍ୟ କରିବାରେ କୁଣ୍ଠାବୋଧ କରନ୍ତି ନାହିଁ । କିନ୍ତୁ ଆମ ଦେଶରେ ଯିଏ ଦି’ଅକ୍ଷର ପାଠ ପଢ଼ିଛି ଯେ ମାଟିକୁ ଭୁଲିଯାଏ । ଅର୍ଥାତ୍ ଆଦୌ ଶାରୀରିକ ଶ୍ରମ କରେ ନାହିଁ । ବାସ୍ତବରେ ପ୍ରସଙ୍ଗଟି ବାସ୍ତବଧର୍ମୀ ଅଟେ ।

(ଖ) ଆମେରିକାର ଯେକୌଣସି ସହରକୁ ଗଲେ ଆନ୍ତର୍ଜାତିକ କୌଣସି ନା କୌଣସି ଅନୁଷ୍ଠାନ ଦେଖିବାକୁ ପାଇବ ।
Answer:
ଆମେରିକାର …………………… ଦେଖିବାକୁ ପାଇବ ।
ଶଂସିତ ଗଦ୍ୟାଶଟି ଗୋଲୋକବିହାରୀ ଧଳଙ୍କ ଲିଖିତ ‘କ’ଣ ଶିଖିବା’ ବିଷୟରୁ ଉଦ୍ଧୃତ । ଏଠାରେ ଆମେରିକୀୟମାନଙ୍କର ପୃଥ‌ିବୀ କ୍ଷେତ୍ରରେ ନେତୃତ୍ଵ ନେବାର ଆଗ୍ରହ ବିଷୟରେ ବର୍ଣ୍ଣିତ ହୋଇଛି । ଆମେରିକା ଲୋକେ ବହୁତ ଦିନ ପର୍ଯ୍ୟନ୍ତ ଏକୁଟିଆ ହୋଇ ରହୁଥିଲେ । ବିଶ୍ଵ ରାଜନୀତି ସହ ସେମାନଙ୍କର କୌଣସି ସମ୍ପର୍କ ନଥଲା । ଦ୍ୱିତୀୟ ବିଶ୍ଵଯୁଦ୍ଧ ପରଠାରୁ ସେମାନେ ପୃଥ‌ିବୀ କ୍ଷେତ୍ରରେ ଆଗୁଆ ହେବାରେ ଲାଗିଛନ୍ତି । ବିଶ୍ୱଶାନ୍ତି ଓ ବିଶ୍ଵମୈତ୍ରୀ ପାଇଁ ସେମାନେ ଏବେ ବଡ଼ ଉତ୍କଣ୍ଠିତ ଓ ଆଗ୍ରହୀ।

ଆମେରିକାର ଯେ କୌଣସି ସହରକୁ ଗଲେ ଆନ୍ତର୍ଜାତିକ କୌଣସି ନା କୌଣସି ଅନୁଷ୍ଠାନ ଦେଖିବାକୁ ମିଳିବ । ଆନ୍ତର୍ଜାତିକ ଭାବ ବିନିମୟ ପାଇଁ ଆମେରିକୀୟମାନେ ଖୁବ୍ ବ୍ୟାକୁଳ । ସେମାନେ ପୃଥ‌ିବୀର ପ୍ରତ୍ୟେକ ଦେଶ ସହ ସମ୍ପର୍କ ପ୍ରତିଷ୍ଠା କରିବାପାଇଁ ଉଦ୍ୟମ କରୁଛନ୍ତି । ଏବେ ଆମେରିକୀୟମାନେ ପୃଥ‌ିବୀର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବାରେ ଲାଗିଛନ୍ତି । କ୍ତ ପ୍ରସଙ୍ଗଟି ବାସ୍ତବିକ ବେଶ୍ ଶିକ୍ଷାପ୍ରଦ ହୋଇପାରିଛି ।

Question ୫।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଲେଖକଙ୍କ ମତରେ ଆମେ ଦେଶ ଓ ଜାତି ପାଇଁ କ’ଣ କରିବା ଉଚିତ ?
Answer:
ଆମ ଦେଶର ଶିକ୍ଷିତ ବଡ଼ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ, କେବଳ ଅଧାପେଟିଆ ଦୁର୍ବଳ ମୂଲିଆଙ୍କ ହାତରେ ଦେଶ ଉଠିପାରିବ ନାହିଁ । ଶ୍ରମକୁ ମର୍ଯ୍ୟାଦା ଦେବା ଯେଉଁ ଜାତି ନ ଶିଖିଛି, ସେ ଜାତିର ଉନ୍ନତି ସମ୍ଭବ ନୁହେଁ । ଆମେରିକାର ଲୋକମାନେ ଶ୍ରମର ମୂଲ୍ୟ ବୁଝିଥିବାରୁ ସେ ଦେଶ ଆଜି ଏତେ ଉନ୍ନତ । ତେଣୁ ଆମ ସମସ୍ତଙ୍କୁ ଶ୍ରମକୁ ମର୍ଯ୍ୟାଦା ଦେବା ଶିକ୍ଷା କରିବାକୁ ହେବ । ଏହା ବ୍ୟତୀତ ଆମେ ପ୍ରତ୍ୟେକଙ୍କ ଦୋଷକୁ ଛାଡ଼ି ଗୁଣ ଦେଖିବା ଉଚିତ । ଆମେ ପରିଶ୍ରମକୁ ସମ୍ମାନ ଦେବା ଉଚିତ ଏବଂ ପରିଶ୍ରମ କରୁଥିବା ବ୍ୟକ୍ତିକୁ ପ୍ରଶଂସା କରିବା ଉଚିତ । ଲେଖକଙ୍କ ମତରେ ବେଳ ଆସିଛି, ମାଛି ନ ହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା ଦେଶ ଓ ଜାତିର ମୁକ୍ତିପଥ ଖୋଜିବା ।

(ଖ) ଆମେରିକା ଲୋକେ କ’ଣ ପାଇଁ ଅଧିକ ବ୍ୟସ୍ତ ?
Answer:
ଆମେରିକା ଲୋକେ ଅନେକ ଦିନ ପର୍ଯ୍ୟନ୍ତ ଏକୁଟିଆ ହୋଇ ଚଳୁଥିଲେ । ପୃଥ‌ିବୀ ରାଜନୀତି ସହିତ ସେମାନଙ୍କର କୌଣସି ବିଶେଷ ସମ୍ପର୍କ ନଥିଲା । ଗତ ବିଶ୍ଵଯୁଦ୍ଧରୁ ସେମାନେ ପୃଥ‌ିବୀ କ୍ଷେତ୍ରରେ ଆଗୁଆ ହେବାରେ ଲାଗିପଡ଼ିଛନ୍ତି । ଏବେ ବିଶ୍ଵମୈତ୍ରୀ ଓ ବିଶ୍ଵଶାସନ ପାଇଁ ସେମାନେ ବଡ଼ ଉତ୍କଣ୍ଠିତ । ଆମେରିକାର ଯେକୌଣସି ସହରରେ କୌଣସି ନା କୌଣସି ଆନ୍ତର୍ଜାତିକ ଅନୁଷ୍ଠାନ ଦେଖିବାକୁ ମିଳିଥାଏ। କାରଣ ଆନ୍ତର୍ଜାତିକ ଭାବ-ବିନିମୟ ପାଇଁ ଆମେରିକୀୟମାନେ ବଡ଼ ବ୍ୟାକୁଳ ।

(ଗ) ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକଙ୍କ କେଉଁ କାର୍ଯ୍ୟ ଦେଖି ଲେଖକ ଆଶ୍ଚର୍ଯ୍ୟ ହେଲେ ?
Answer:
ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକ ଜଣକ ଛଅସ୍ତରି ବର୍ଷର ବୁଢ଼ା । ତାଙ୍କ ମୁହଁର ଚମ ଓହଳି ପଡ଼ିଲାଣି । ସେ ଦୁଇବର୍ଷ କାଳ କେବଳ ଶନିବାର ରବିବାର ଛୁଟିରେ ଲାଗି ଲାଗି ନିଜ ହାତରେ ଗୋଟିଏ ଘର ତିଆରି କରିଛନ୍ତି । ଛୋଟ ଟ୍ରାକ୍ଟର ଓ ବୁଲ୍‌ଡୋଜର୍ ସାହାଯ୍ୟରେ ବଡ଼ ବଡ଼ ପଥର ଗଡ଼ାଇ ସେ କେମିତି କାମ କରିଛନ୍ତି କହିଲାବେଳେ ତାଙ୍କ ଆଖିରେ ଯୁବସୁଲଭ ଜ୍ୟୋତି ଫୁଟି ଉଠୁଥିଲା । ମାତ୍ର ଆମ ଦେଶର ଜଣେ ଯୁବକ ପକ୍ଷେ ପଟା ଖଣ୍ଡେ କେମିତି ଯୋଡ଼ିବ, ପଥର ଖଣ୍ଡେ କେମିତି ଉଠାଇବ ଭାବିବାକୁ ବୁଦ୍ଧି ପାଏନା । ଆମ ଦେଶର ଯୁବକ ବ୍ୟକ୍ତି ପକ୍ଷରେ ଯାହା କରିବା ସମ୍ଭବ ନୁହେଁ, ଛଅସ୍ତରି ବର୍ଷର ବୁଢ଼ା ଜଣେ ତାହା କରିପାରୁଥିବା ଦେଖି ଲେଖକ ଆଶ୍ଚର୍ଯ୍ୟ ହୋଇଥିଲେ ।

(ଘ) ମର୍ମାନ୍‌ଙ୍କ ବନ୍ଧୁ କାହିଁକି ଲେଖକଙ୍କୁ କ୍ଷମା ମାଗିଲେ ?
Answer:
ଦିନେ ପ୍ରଫେସର ମର୍ଗାନ୍ ଲେଖକଙ୍କୁ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ନେଇଗଲେ । ସେ ବନ୍ଧୁ ଜଣକ କଲଗେଟ୍ ବିଶ୍ବବିଦ୍ୟାଳୟର ଜଣେ ଇଂରେଜୀ ପ୍ରଫେସର । ଗୋଟିଏ ଅଧାତିଆରି ଘର ପାଖରେ ମଟରଗାଡ଼ି ଛିଡ଼ା ହେଲା । ଲେଖକ ଗାଡ଼ିରୁ ଓହ୍ଲାଇ ଦେଖ‌ିଲେ କେତେଜଣ ଲୋକ ରବର ବୁଟ୍ ପିନ୍ଧି, ଛିଣ୍ଡାକୋତରା କାମିଜ ପିନ୍ଧି ମାଟି ଚକଟୁଛନ୍ତି । ସେମାନଙ୍କ ଭିତରୁ ଜଣେ ମର୍ଗାଙ୍କୁ ସମ୍ଭାଷଣ ଜଣାଇଲେ । ଲେଖକ ଭାବିଲେ ସାଇପଡ଼ିଶାର କେହି କୁଲି ହୋଇଥ‌ିବ ବୋଧେ । କିନ୍ତୁ ମର୍ଗାନ୍ ସେହି ବ୍ୟକ୍ତି ଜଣଙ୍କୁ କଲଗେଟ୍ ବିଶ୍ୱବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ଲେଖକଙ୍କ ସହିତ ପରିଚୟ କରାଇଦେଲେ । ତାଙ୍କ ହାତଯାକ କାଦୁଅ ଲାଗିଥିବାରୁ ସେ କରମର୍ଦ୍ଦନ କରିପାରିବେ ନାହିଁ ବୋଲି କହି କ୍ଷମା ମାଗିଲେ ।

ଲେଖକ ପରିଚୟ:

ଅଧ୍ୟାପକ ଗୋଲୋକବିହାରୀ ଧଳ (୧୯୨୧-୧୯୭୪) ଢେଙ୍କାନାଳର ଗଞ୍ଜେଇଡ଼ିହ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ଭାଷାତତ୍ତ୍ବବିତ୍ ଓ ଭ୍ରମଣ କାହାଣୀ ଲେଖକ ଭାବରେ ସେ ଓଡ଼ିଆ ସାହିତ୍ୟରେ ବେଶ୍ ସୁପରିଚିତ । ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ଓଡ଼ିଆ କେବେ’ ‘ପେଟର ପବନ ପାଟିର କଥା’, ‘ଗଙ୍ଗାରୁ ଗୋଦାବରୀ’, ‘ଲଣ୍ଡନ ଚିଠି’, ‘ଅମର ମଣିଷ’, ‘ଅମରଯାତ୍ରୀ’, ‘ଆମେରିକା ଅନୁଭୂତି’, ‘ଧ୍ବନି ବିଜ୍ଞାନ’ (ହିନ୍ଦୀ) ଆଦି ପ୍ରଧାନ । ଇଂରାଜୀ ଓ ହିନ୍ଦୀ ଭାଷାରେ ଲିଖ୍ତ ଅନେକ ବହିର ସେ ଓଡ଼ିଆ ଅନୁବାଦ କରିଛନ୍ତି ।

ବିଷୟ ସୂଚନା:

ଲେଖକ ଉଚ୍ଚ ଶିକ୍ଷାପାଇଁ ଆମେରିକାରେ କିଛିଦିନ ରହିଥିଲେ । ସେହି ସମୟରେ ସେ ଯେଉଁ ଅନୁଭୂତି ଅର୍ଜନ କରିଥିଲେ, ତାହା ତାଙ୍କର ‘ଆମେରିକା ଅନୁଭୂତି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ପଠିତ ପାଠ୍ୟଶଟି ‘ଆମେରିକା ଅନୁଭୂତି’ ପୁସ୍ତକରୁ ନିଆଯାଇଛି । ଉକ୍ତ ପାଠ୍ୟଶରେ ଆମେରିକାବାସୀଙ୍କର ଶାରୀରିକ ପରିଶ୍ରମର ମୂଲ୍ୟ ସମ୍ବନ୍ଧୀୟ ଜ୍ଞାନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସେଠାକାର ଚାକିରିଆମାନେ କିପରି ଅବସର ସମୟରେ ଶାରୀରିକ ପରିଶ୍ରମ କରନ୍ତି, ତାହା ଏଥ‌ିରେ ସ୍ଥାନ ପାଇଛି । ସେମାନେ ଅନ୍ୟର ପ୍ରଶଂସା କରନ୍ତି । ସେମାନେ ଖୁବ୍ ପ୍ରଶଂସାମୁଖର ଜାତି । ଏହା ଏହି ବିଷୟରେ ବର୍ଣ୍ଣିତ ହୋଇଛି ।

ସାରକଥା:

ଲେଖକଙ୍କ ମତରେ, ଆମେରିକାର ସବୁଠୁଁ ଭଲ କୌଣସି ଆଶ୍ଚର୍ଯ୍ୟଜନକ ବସ୍ତୁ ନୁହେଁ, ବରଂ ଶାରୀରିକ ପରିଶ୍ରମର ମୂଲ୍ୟ । ପରିଶ୍ରମକୁ ସମ୍ମାନ ଦେଖାଇବା ପାଇଁ ସେ ଜାତି ଶିଖୁଛି । କାମ କରିବାକୁ କେହି ଲଜ୍ଜିତ ହୁଏନି । କଲଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ପ୍ରଫେସର ମଧ୍ୟ ମୂଲିଆଙ୍କ ସହିତ ମିଶି ମାଟି ଚକଟୁଥିବାର ଲେଖକ ଦେଖୁଥିଲେ । ହାତଯାକ କାଦୁଅ ହୋଇଥିବାରୁ ସେ ଲେଖକଙ୍କ ସହିତ କରମର୍ଦ୍ଦନ କରିପାରିବେ ନାହିଁ ବୋଲି କହି କ୍ଷମା ମାଗିଥିଲେ । ଗ୍ରୀଷ୍ମଛୁଟିରେ ଜଣେ ଶିକ୍ଷକ ନିଜେ ଦୋକାନରେ ପରିବା ବିକନ୍ତି ବା କ୍ଷେତରେ ଆଳୁ ଖୋଳନ୍ତି । ଅଥଚ ଆମ ଦେଶରେ ଥରେ ଯେ ଦି’ଅକ୍ଷର ପଢ଼ିଛି, ସେ ମାଟିକୁ ଭୁଲିଯାଏ । ଶିକ୍ଷିତ ବଡ଼ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ କେବଳ ଅଧାପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠିପାରିବ ନାହିଁ ।

ଜଶେ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକ ଦୁଇବର୍ଷକାଳ କେବଳ ଶନିବାର ଛୁଟିରେ ଲାଗି ନିଜ ହାତରେ ଗୋଟିଏ ଘର ତିଆରି କରିଛନ୍ତି । ଛ’ସ୍ତରି ବର୍ଷର ବୁଢ଼ା ଛୋଟ ଟ୍ରାକ୍ଟର ଓ ବୁଲ୍‌ଡୋଜର୍ ସାହାଯ୍ୟରେ ବଡ ବଡ଼ ପଥର ଗଡ଼ାଇ କେମିତି ସେ କାମ କରିଛନ୍ତି ତାହା କହିଲାବେଳେ ତାଙ୍କ ଆଖିରେ ଯୁବସୁଲଭ ଜ୍ୟୋତି ଫୁଟିଉଠିଥିଲା । ଆମ ଦେଶର କୌଣସି ଶିକ୍ଷିତ ଯୁବକ ପକ୍ଷେ ଏସବୁ କାର୍ଯ୍ୟ କରିବା ଅସମ୍ଭବ ।

ଆମ ଦେଶରେ ଥରେ ବଡ଼ଦିନ ଛୁଟିରେ ଜଣେ ଅଧ୍ୟାପକ ଓ ତାଙ୍କ ସ୍ତ୍ରୀ ଘରକୁ ଚାଲିଯାଇ ଥାଆନ୍ତି । ତାଙ୍କ ଭଣଜା ଜଣେ ବି.ଏ. ଅନର୍ସ ଛାତ୍ର ତାଙ୍କ ଘରେ ଥା’ନ୍ତି। ତାଙ୍କୁ ତାଙ୍କ ଖାଇବା ବିଷୟରେ ଲେଖକ ପଚାରିବାରୁ ତାଙ୍କ ମୁହଁରେ ନୈରାଶ୍ୟର ଛାୟା ଖେଳିଗଲା । ସେ ଏତେ ପାଠ ପଢ଼ି ମଧ୍ଯ ନିଜ ହାତରେ ନିଜ କାମ କରିବା ଶିଖୁନାହାନ୍ତି । ଏପରି ଲୋକ ନିଜକୁ ଭଲ ବୋଲି ଡିଣ୍ଡିମ ପିଟିବାରେ କିଛି ଲାଭ ନାହିଁ ।

ମିଷ୍ଟର ବେକର୍ ଆମେରିକାର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର । ବୁଢ଼ା ବୟସରେ ସେ କୋଡ଼ି ଶାବଳ ଧରି କାମ କରନ୍ତି । ସେ କାମ କରନ୍ତି ଜୀବନ ଉପଭୋଗ କରିବା ପାଇଁ । କାମ ବିନା ଆମେରିକାନ୍ ଜୀବନରେ ସୁଖ କଳ୍ପନା ଅସମ୍ଭବ । ସେଠାରେ ପୁଅଝିଅମାନେ ମଧ୍ୟ ପରିଶ୍ରମ କରନ୍ତି । ଥରେ ଡେଭିଡ୍‌ର ପରିବାର ସହ ଲେଖକ ସହର ଅଭିମୁଖେ ଯାଉଥ‌ିବାବେଳେ ପ୍ରବଳ ବର୍ଷା ହେଲା । ହଠାତ୍‌ ମଟରର ପଛ ଚକାଟା ଫାଟିଗଲା । ବର୍ଷାରେ ଭିଜି ପନ୍ଦର ବର୍ଷର ପୁଅ ଡେଭିଡ୍ ରାସ୍ତା ଉପରେ ପାଣିରେ ଶୋଇ ଅଧଘଣ୍ଟାରେ ନୂଆ ଚକଟାଏ ମଟରରେ ଲଗାଇଥିଲା ।

ଆମେରିକାର ଲୋକେ ଅନେକ ଦିନଯାଏ ଏକୁଟିଆ ହୋଇ ଚଳୁଥିଲେ । ପୃଥ‌ିବୀ ରାଜନୀତି ସହିତ ସେମାନଙ୍କର ବିଶେଷ ସମ୍ପର୍କ ନଥିଲା । ଗତ ବିଶ୍ଵଯୁଦ୍ଧରୁ ସେମାନେ ପୃଥ‌ିବୀ କ୍ଷେତ୍ରରେ ଆଗୁଆ ହେବାରେ ଲାଗିଛନ୍ତି । ବିଶ୍ଵ ଶାସନ ଓ ବିଶ୍ବମୈତ୍ରୀ ପାଇଁ ସେମାନେ ବର୍ତ୍ତମାନ ବଡ଼ ଉତ୍କଣ୍ଠିତ । ଆନ୍ତର୍ଜାତିକ ଭାବ ବିନିମୟ ଲାଗି ଆମେରିକୀୟମାନେ ଖୁବ୍ ବ୍ୟାକୁଳ ।

ଆମେରିକାର ଲୋକେ ଅନ୍ୟକୁ ପ୍ରଶଂସା କରନ୍ତି । ଯିଏ ଯାହା କରୁ ପଛେ ଲୋକେ ତା’ର ପ୍ରଶଂସା କରନ୍ତି । ଆମପରି ସେଠାରେ ଖୁବ୍ କମ୍ ଲୋକ ‘କାମଗୁଡ଼ା ବେକାର କାହିଁକି କରୁଛି ?’’ ବୋଲି କହନ୍ତି । ଭାରତୀୟମାନଙ୍କୁ ଆଦର ଅଭ୍ୟର୍ଥନାରେ ସେମାନେ ପେଟ ପୂରାଇଦିଅନ୍ତ୍ରା ବେଳ ଆସିଛି, ମାଛି ନହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା । ଦେଶ ଓ ଜାତିର ମୁକ୍ତିପଥ ଖୋଜିବା ।

କଠିନ ଶବ୍ଦାର୍ଥ:

  • ବରାବର – ସବୁବେଳେ ।
  • କରମର୍ଦ୍ଦନ – ହାତ ମିଳାଇବା ।
  • ଯୁବସୁଲଭ – ଯୁବକ ପରି ।
  • ନୈରାଶ୍ୟ – ଆଶାଶୂନ୍ୟ ।
  • କଣ୍ଟାବାଡ଼ରେ ଲୁଗା ପକାଇବା – ଅକାରଣରେ କଳି କରିବା ।
  • ପର ଉପରକୁ କାଦୁଅ ଫିଙ୍ଗିବା – ପର ନିନ୍ଦା କରିବା ।
  • ବ୍ୟତିରେକେ – ବିନା ।
  • ଲୁକ୍କାୟିତ – ଲୁଚିକରି ।
  • ଇତସ୍ତତଃ – ଏଣେତେଣେ ।
  • କୃତକୃତ୍ୟ – ଧନ୍ୟ ।
  • ବିଶ୍ଵମୈତ୍ରୀ – ସମଗ୍ର ପୃଥ‌ିବୀବାସୀଙ୍କୁ ନିଜର ବନ୍ଧୁ ବୋଲି ଭାବିବା ।

BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

Odisha State Board BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ will enable students to study smartly.

BSE Odisha Class 8 Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

→ଉପକ୍ରମ :
ପ୍ରତ୍ୟେକ ଜୀବର ଶରୀର କେତେକ ଜୀବକୋଷର ସମାହାରରେ ଗଠିତ ଜୀବକୋଷ ଜୀବମାନଙ୍କର ଶରୀରରେ ବିଭିନ୍ନ କ୍ରିୟା ସମ୍ପାଦନ କରିଥାଏ ।

→କୋଷର ଆବିଷ୍କାର (Discovery of Cell) :

  • ରବର୍ଟ ହୁକ୍ ନାମକ ଜଣେ ବ୍ରିଟିଶ୍ ବୈଜ୍ଞାନିକ 1665 ମସିହାରେ ସରଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କର୍କ ଖଣ୍ଡରେ ଥ‌ିବା କୋଷ ଆବିଷ୍କାର କରିଥିଲେ ।
  • ସରଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କର୍କ ଖଣ୍ଡରେ ଥିବା କୋଷ ଆବିଷ୍କାର କରିଥିଲେ ।
  • ଏବେ ଉନ୍ନତ ଅଣୁବୀକ୍ଷଣ ଓ ଏଥ‌ିରେ ଥିବା ଉଚ୍ଚ ବର୍ଜନ କ୍ଷମତା ହେତୁ କୋଷର ଗଠନ ଓ କାର୍ଯ୍ୟ ସମ୍ବନ୍ଧରେ ଅନେକ ତଥ୍ୟ ଜଣାପଡ଼ିଲାଣି ।

BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

→କୋଷ (Cell) :

  • ରବର୍ଟ ହୁକ୍ ନାମକ ଜଣେ ବ୍ରିଟିଶ୍ ବୈଜ୍ଞାନିକ 1665 ମସିହାରେ ସରଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କର୍କ ଖଣ୍ଡରେ ଥିବା କୋଷ ଆବିଷ୍କାର କରିଥିଲେ ।
  • କୁକୁଡ଼ା ଅଣ୍ଡା ଗୋଟିଏ କୋଷରେ ଗଠିତ ଏବଂ ବୃହତ୍ ଆକାର ବିଶିଷ୍ଟ ହୋଇଥିବାରୁ ଖାଲିଆସ୍‌ରେ ଦେଖୁହୁଏ ।

→ଜୀବମାନଙ୍କ କୋଷ ସଂଖ୍ୟା, ଆକୃତି ଓ ଆୟତନରେ ଭିନ୍ନତା :

  • ମଣିଷ ଶରୀରରେ ଭିନ୍ନ ଭିନ୍ନ ଆକୃତି ଓ ଆୟତନର ଏକଲକ୍ଷ କୋଟିରୁ ଅଧ୍ବକ ଜୀବକୋଷ ରହିଛି ।
  • ଏକକୋଷୀ ଜୀବ ଗୋଟିଏ କୋଷ ମଧ୍ଯରେ ବହୁକୋଷୀ ଜୀବଭଳି ତା’ର ସମସ୍ତ ଆବଶ୍ୟକ ଜୀବନ ପ୍ରକ୍ରିୟା ସମ୍ପନ୍ନ କରିଥାଏ ।
  • ଏକାଧ୍ଵକ କୋଷରେ ଗଠିତ ହୋଇଥିବା ଜୀବକୁ ବହୁକୋଷୀ ଜୀବ କୁହାଯାଏ ।
  • ବହୁକୋଷୀ ଜୀବ ଏକାଧିକ ସ୍ଵତନ୍ତ୍ର ଧରଣର କୋଷରେ ତିଆରି ଭିନ୍ନ ଭିନ୍ନ ଟିସୁଦ୍ବାରା ସମସ୍ତ ଆବଶ୍ୟକ ଜୀବନ ପ୍ରକ୍ରିୟା ସମ୍ପାଦନ କରେ ।
  • ଏମିବା ଏବଂ ଶ୍ଵେତ ରକ୍ତକଣିକା ଗୋଟିଏ କୋଷରେ ଗଠିତ ଓ ଏମାନେ ଆକୃତି ପରିବର୍ତ୍ତନ କରି ପାରନ୍ତି ।

→କୋଷର ଆକୃତି :

  • ସାଧାରଣତଃ କୋଷଗୁଡ଼ିକ ଗୋଲାକାର କିମ୍ବା ଚକ୍ରାକାର କିମ୍ବା ସୁଦୀର୍ଘ ।
  • କୋଷର ବିଭିନ୍ନ ଉପାଦାନ ଏକ ଝିଲ୍ଲୀଦ୍ଵାରା ଆବୃତ ହୋଇଥାଏ । ଏହି ଝିଲ୍ଲୀ, ଉଭିଦ ଓ ପ୍ରାଣୀ କୋଷକୁ ଆକୃତି ଦିଏ ।
  • କ୍ଷୁଦ୍ରତମ କୋଷର ଆୟତନ 0.1 ଠାରୁ 0.5 ମାଇକ୍ରୋମିଟର ହୋଇଥିବାବେଳେ ବୃହତ୍ତମ କୋଷର ଆୟତନ 170 × 130 ମିଲିମିଟର ଅଟେ
  • ଗୋଟିଏ ଜୀବର ଶରୀର ବହୁସଂଖ୍ୟକ କୋଷରେ ଗଠିତ ହୋଇଥିଲେ ମଧ୍ୟ ଏହାର ଜୀବନ ମାତ୍ର ଗୋଟିଏ କୋଷରୁ ଆରମ୍ଭ ହୋଇଥାଏ; ଅର୍ଥାତ୍ ନିଷିକ୍ତ ଡିମ୍ବାଣୁ ବା ଯୁଗ୍ମଜରୁ ଆରମ୍ଭ ହୋଇଥାଏ । ଜୀବର ବୃଦ୍ଧି ସଙ୍ଗେ ସଙ୍ଗେ ଯୁଗ୍ମଜ କୋଷ ବିଭାଜିତ ହୁଏ ଓ କୋଷ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଏ ।
  • ଏମିବା, ପାରାମେସିୟମ୍, ଇଷ୍ଟ ଓ ବ୍ୟାକ୍ଟେରିଆ ଆଦି ଜୀବଙ୍କ ଶରୀର ଗୋଟିଏ ଲେଖାଏଁ କୋଷରେ ଗଠିତ ।
  • ଏକକୋଷୀ ଜୀବ ଗୋଟିଏ କୋଷ ମଧ୍ୟରେ ବହୁକୋଷୀ ଜୀବଭଳି ସମସ୍ତ ଜୀବନ ପ୍ରକ୍ରିୟା; ଯଥା – ଖାଦ୍ୟ ଗ୍ରହଣ, ପରିପାକ, ଶ୍ଵାସକ୍ରିୟା, ରେଚନ, ବୃଦ୍ଧି, ପ୍ରଜନନ ଆଦି କାର୍ଯ୍ୟ କରିଥାଏ । କିନ୍ତୁ ବହୁକୋଷୀ ଜୀବ ଏକାଧ୍ଵ ସ୍ୱତନ୍ତ୍ରଧରଣର କୋଷରେ ତିଆରି ଭିନ୍ନ ଭିନ୍ନ ଟିସୁ ଦ୍ଵାରା ଏ ସମସ୍ତ କାର୍ଯ୍ୟ ସଂପାଦନ କରେ ।
  • ଟିସୁଗୁଡ଼ିକର ସମଷ୍ଟିରେ ଅଙ୍ଗପ୍ରତ୍ୟଙ୍ଗ ତିଆରି ହୋଇଥାଏ । କେତେକ କୋଷର ନିର୍ଦ୍ଦିଷ୍ଟ ଆକୃତି ନାହିଁ । ଏମିବା ଓ ଶ୍ଵେତ ରକ୍ତକଣିକା କୋଷ ଏହାର ଉଦାହରଣ ।

→ଏମିବା :

  • ଏମିବାର ଅନ୍ୟ ଜୀବଭଳି ନିର୍ଦ୍ଦିଷ୍ଟ ଆକୃତି ନାହିଁ । ଏହା ତା’ର ଆକୃତି ସର୍ବଦା ବଦଳାଇଥାଏ ।
  • ଏହାର ଶରୀରରୁ ଭିନ୍ନ ଦୈର୍ଘ୍ୟ ବିଶିଷ୍ଟ ପ୍ରବନ୍ଧ ବାହାରୁଥାଏ । ଏହାକୁ କୂଟପାଦ କୁହାଯାଏ ।
  • ଏମିବା ଗତିକଲାବେଳେ କିମ୍ବା ଖାଦ୍ୟ ଗ୍ରହଣ କଲାବେଳେ ଏହି କୂଟପାଦଗୁଡ଼ିକ ସୃଷ୍ଟି ହୁଏ ଓ ପରେ ଅଦୃଶ୍ୟ ହୋଇଯାଏ ।
  • ଏମିବାର କୂଟପାଦ ଗଠନଯୋଗୁଁ ତା’ର ଆକୃତିର ପରିବର୍ତ୍ତନ ହୁଏ; ଯାହାକି ତାକୁ ଗତି କରିବାରେ ଓ ଖାଦ୍ୟ ଗ୍ରହଣରେ ସାହାଯ୍ୟ କରେ ।

→ଶ୍ଵେତ ରକ୍ତକଣିକା :

  • ମନୁଷ୍ୟ ରକ୍ତରେ ଥିବା ଶ୍ୱେତ ରକ୍ତକଣିକା ଗୋଟିଏ କୋଷରେ ଗଠିତ, ଶ୍ଵେତ ରକ୍ତକଣିକା ମଧ୍ୟ ଏହାର ଆକୃତି ପରିବର୍ତ୍ତନ କରିଥାଏ ।
  • ଏମିବା ଏକ ପୂର୍ଣ୍ଣାଙ୍ଗ ଜୀବ ଭାବରେ ସ୍ଵାଧୀନ ଜୀବନଯାପନ କରୁଥିବାବେଳେ ଶ୍ଵେତ ରକ୍ତକଣିକା ଗୋଟିଏ କୋଷ ଭାବରେ କାର୍ଯ୍ୟ କରେ ।

କେତେକ କୋଷର ଆକାର ଭିନ୍ନ ଆକୃତି ବିଶିଷ୍ଟ । କାରଣ ଭିନ୍ନ ଭିନ୍ନ ଆକୃତି ସେଗୁଡ଼ିକର ନିର୍ଦ୍ଦିଷ୍ଟ କାର୍ଯ୍ୟ ସହିତ ସଂପୃକ୍ତ । ସାଧାରଣତଃ କୋଷଗୁଡ଼ିକ ଗୋଲାକାର କିମ୍ବା ଚକ୍ରାକାର କିମ୍ବା ସୁଦୀର୍ଘ ହୋଇଥାଏ । ପେଶୀ କୋଷ ଦୀର୍ଘ ଓ ପ୍ରାନ୍ତଦ୍ଵୟ ଗୋଜିଆ ଓ ସେଗୁଡ଼ିକ ତାକୁଡ଼ିପରି ।

ଦୀର୍ଘ ଓ ଶାଖାପ୍ରଶାଖା ବିଶିଷ୍ଟ ସ୍ନାୟୁକୋଷ ବାର୍ତ୍ତା ଗ୍ରହଣ ଓ ପ୍ରେରଣ କରିବା ଫଳରେ ଏହା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କାର୍ଯ୍ୟର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷାକରିବାରେ ସାହାଯ୍ୟ କରେ ।
କୋଷର ଉପାଦାନ ଏକ ଝିଲ୍ଲୀ ଦ୍ବାରା ଆବୃତ ହୋଇଥାଏ । ଏହି ଝିଲ୍ଲୀ ଉଦ୍ଭିଦ ଓ ପ୍ରାଣୀ କୋଷକୁ ଆକୃତି ଦିଏ । କୋଷଭିଭି ହେଉଛି ଉଭିଦ କୋଷର ଏକ ଅତିରିକ୍ତ କୋଷ ଆବରଣ । ଏହା କୋଷକୁ ଆକୃତି ଓ ଦୃଢ଼ତା ଦିଏ ।

BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

→କୋଷର ଗଠନ ଓ କାର୍ଯ୍ୟ :

  • ଜୀବ ଶରୀରର ମୌଳିକ ଓ ଗାଠନିକ ଏକକ ହେଉଛି କୋଷ ।
  • ଟିସୁ କେତେଗୁଡ଼ିଏ ସମରୂପୀ ଓ ନିର୍ଦ୍ଦିଷ୍ଟ କାର୍ଯ୍ୟ କରୁଥିବା ଅସଂଖ୍ୟ କୋଷର ସମାହାର ।
  • ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଟିସୁକୁ ନେଇ ଗଠିତ ।
  • ଅଙ୍ଗପ୍ରତ୍ୟଙ୍ଗକୁ ନେଇ ଅଙ୍ଗ ସଂସ୍ଥାନ ଗଠିତ ।
  • ଜୀବ ଶରୀର ଅଙ୍ଗ ସଂସ୍ଥାନକୁ ନେଇ ଗଠିତ ।

→ଉଭିଦ କୋଷ ଓ ପ୍ରାଣୀ କୋଷ ଏବଂ ଏହାର ବିଭିନ୍ନ ଅଙ୍ଗିକା ।
BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ 1

→କୌଷ ଆୟତନ :

  • ଜୀବ ଶରୀରରେ କୋଷର କ୍ଷୁଦ୍ରତମ ଆୟତନ ହେଉଛି 1 ମାଇକ୍ରନ୍ (1 ମିଟରର l ନିୟୁତ ଭାଗରୁ l ଭାଗ) ଓ
  • ଅଧିକାଂଶ କୋଷ କ୍ଷୁଦ୍ର ଅଣୁ ସଦୃଶ ଏବଂ ସେଗୁଡ଼ିକୁ ଅଣୁବୀକ୍ଷଣ ସାହାଯ୍ୟରେ ବର୍ଦ୍ଧିତ କରି ଦେଖହୁଏ ।
  • କ୍ଷୁଦ୍ରତମ କୋଷର ଆୟତନ 0.1 ଠାରୁ 0.5 ମାଇକନ୍ । ଉଦାହରଣ – ବୀଜାଣୁ କୋଷ । ବୃହତ୍ତମ କୋଷର ଆୟତନ 170 × 130 ମି.ମି. । ଉଦାହରଣ କୋଷର ଆକାରକୁ ମାଇକ୍ରୋମିଟର ଦ୍ୱାରା ମାଇକ୍ରନ୍ ଏକକ ଦ୍ବାରା ମପାଯାଏ ।BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ 2

(A) ସେଲ୍ ମେମ୍ବ୍ରେନ୍ (Cell membrane):

  • ଏହା କୋଷର ମୌଳିକ ଅଂଶ ଅଟେ ।
  • ଏହାଦ୍ଵାରା କୋଷଜୀବକ ଆବୃତ ହୋଇ ରହିଥାଏ ।
  • ଏହାଦ୍ଵାରା ପ୍ରତ୍ୟେକ କୋଷ ପରସ୍ପରଠାରୁ ଓ ବାହ୍ୟ ମାଧ୍ୟମଠାରୁ ପୃଥକ୍ ହୋଇ ରହିଥା’ନ୍ତି ।
  • ଏହା ଛିଦ୍ରଯୁକ୍ତ ହୋଇଥିବାରୁ କୋଷ ଭିତରକୁ ଓ ବାହାରକୁ ବିଭିନ୍ନ ପଦାର୍ଥ ଆଦାନପ୍ରଦାନରେ ସାହାଯ୍ୟ କରିଥାଏ ।
  • ଏହା କୋଷକୁ ଏକ ଆକୃତି ପ୍ରଦାନ କରେ ।
  • ଉଭିଦ କୋଷରେ କୋଷଭିଭି, କୋଷ ଝିଲ୍ଲୀକୁ ସୁରକ୍ଷା ପ୍ରଦାନ କରେ ।

BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

(B) img (Cytoplasm):

  • ଏହା ଜେଲିଭଳି ପଦାର୍ଥ ଅଟେ ।
  • ଏହା କୋଷ ଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ରହିଥାଏ ।
  • ଏଥିରେ ବିଭିନ୍ନ ପ୍ରକାର କୋଷ ଅଙ୍ଗିକା ଦେଖାଯା’ନ୍ତି ।
  • କୋଷଜୀବକରେ ଅବସ୍ଥାନ କରୁଥିବା କୋଷ ଅଙ୍ଗିକାଗୁଡ଼ିକ ହେଉଛି ମାଇଟୋକଣ୍ଡ୍ରିଅନ୍, ଗଲଜିବଡ଼ି ଓ ରାଇବୋଜୋମ୍ ଇତ୍ୟାଦି ।

(C) ନ୍ୟଷ୍ଟି (Nucleus):

  • ଜୀବକୋଷର ଏହା ମୁଖ୍ୟ ଅଂଶ ଅଟେ ।
  • ଏହାର ଆକୃତି ଗୋଲାକାର ଓ ଏହା କୋଷର କେନ୍ଦ୍ରରେ ଅବସ୍ଥିତ ।
  • ଏହା କୋଷଜୀବକଠାରୁ ନ୍ୟଷ୍ଟି ଝିଲ୍ଲୀଦ୍ୱାରା ପୃଥକ ହୋଇଥାଏ ।
  • ନ୍ୟଷ୍ଟି ଝିଲ୍ଲୀ ଛିଦ୍ରଯୁକ୍ତ ଅଟେ । ଏହା କୋଷଜୀବକ ଓ ନ୍ୟଷ୍ଟି ମଧ୍ୟକୁ ବିଭିନ୍ନ ପଦାର୍ଥ ଆଦାନପ୍ରଦାନ କରିବାରେ ସାହାଯ୍ୟ କରେ ।
  • ନ୍ୟଷ୍ଟି ମଧ୍ୟରେ ଥ‌ିବା ଗୋଲାକାର ଅଙ୍ଗିକାକୁ ନିନ୍ୟଷ୍ଟି କୁହାଯାଏ ।
  • ନ୍ୟଷ୍ଟି ମଧ୍ୟରେ ସୂତାଭଳି ଅଂଶକୁ ଗୁଣସୂତ୍ର କୁହାଯାଏ ।
  • ଗୁଣସୂତ୍ର ଗୁଣପିଣ୍ଡ (Gene) ବହନ କରନ୍ତି ।
  • ଜିନ୍ ବଂଶଗତିର ଏକକ ଅଟେ ।
  • ନ୍ୟଷ୍ଟି କୋଷର ବିଭିନ୍ନ କାର୍ଯ୍ୟ ନିୟନ୍ତ୍ରଣର କେନ୍ଦ୍ର ଅଟେ ।
  • କୋଷଜୀବକ ଓ ନ୍ୟଷ୍ଟିକୁ ନେଇ ଗଠିତ ପଦାର୍ଥକୁ ଆଦିପୁରସ (protoplasm) କୁହାଯାଏ ।
  • ଯେଉଁ କୋଷର ନ୍ୟଷ୍ଟି ଝିଲ୍ଲୀଦ୍ୱାରା ଆବୃତ ହୋଇଥାଏ, ତାହାକୁ ସୁନ୍ୟଷ୍ଟୀୟ (eukaryotic) ଓ ଯେଉଁ କୋଷର ନ୍ୟଷ୍ଟି ଝିଲ୍ଲୀଦ୍ଵାରା ଆବୃତ ହୋଇ ନଥାଏ, ତାହାକୁ ପ୍ରାକ୍ ନ୍ୟଷ୍ଟୀୟ କୋଷ (prokaryotic)

(D) କୁହାଯାଏ । ରସାଧାନୀ (Vacuole):

  • ଜୀବକୋଷରେ ଥ‌ିବା ଫାଙ୍କା ସ୍ଥାନଗୁଡ଼ିକୁ ରସଧାନୀ (vacuole) କୁହାଯାଏ ।
  • ପିଆଜ କୋଷରେ ବଡ଼ ରସାଧାନୀ ଓ ଗାଲମୁଣା କୋଷରେ କ୍ଷୁଦ୍ରାକାର ରସଧାନୀ ଦେଖାଯାଏ ।
  • ସାଧାରଣତଃ ଉଭିଦ କୋଷରେ ରସଧାନୀ ବୃହତ୍ ଓ ପ୍ରାଣୀ କୋଷରେ କ୍ଷୁଦ୍ର ।

(E) ଲବକ (Plastids):

  • ଉଭିଦ ଜୀବକୋଷର କୋଷଜୀବକରେ ଅବସ୍ଥାନ କରିଥିବା ରଙ୍ଗିନ୍ ଅଙ୍ଗିକାଗୁଡ଼ିକୁ ଲବକ କୁହାଯାଏ ।
  • ଯେଉଁ ଲବକଗୁଡ଼ିକ ସବୁଜକଣା ଧାରଣ କରିଥା’ନ୍ତି ତାହାକୁ ହରିତ୍‌ବକ (chloroplast)କୁହାଯାଏ ।
  • ହରିତ୍‌ଲବକରେ ଥିବା ସବୁଜକଣା ବା ପତ୍ରହରିତ୍‌ ଖାଦ୍ୟ ପ୍ରସ୍ତୁତିପାଇଁ ଅପରିହାର୍ଯ୍ୟ ଅଟେ ।

→ଉଭିଦ କୋଷ ଓ ପ୍ରାଣୀ କୋଷ ମଧ୍ଯରେ ଅଙ୍ଗିକାର ତୁଳନା :
BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ 3

BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ

ବିଷୟଭିତ୍ତିକ ଶବ୍ଦାବଳୀ :
BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ 4
BSE Odisha 8th Class Science Notes Chapter 8 କୋଷ – ଗଠନ ଓ କାର୍ଯ୍ୟ 5