CHSE Odisha Class 12 History Chapter 11 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 11 ଭାରତରେ ବ୍ରିଟିଶ୍ ଔପନିବେଶିକ ଅର୍ଥନୀତି (୧୭୫୭ ରୁ ୧୮୫୭) Objective Questions.

CHSE Odisha 12th Class History Chapter 11 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । କେବେ ଲର୍ଡ଼ କର୍ଡୱାଲିସ୍ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରିଥିଲେ ?
(କ) ୧୭୨୦ ଖ୍ରୀ.ଅ.
(ଖ) ୧୭୯୧ ଖ୍ରୀ.ଅ.
(ଗ) ୧୭୯୨ ଖ୍ରୀ.ଅ.
(ଘ) ୧୭୯୩ ଖ୍ରୀ.ଅ.
Answer:
(ଘ) ୧୭୯୩ ଖ୍ରୀ.ଅ.

୨। କେବେ ମାନ୍ଦ୍ରାଜ୍-ଆର୍‌କୋଟ୍ ରେଳପଥର ଶୁଭାରମ୍ଭ ହୋଇଥିଲା ?
(କ) ୧୮୫୩ ଖ୍ରୀ.ଅ.
(ଖ) ୧୮୫୪ ଖ୍ରୀ.ଅ.
(ଗ) ୧୮୫୫ ଖ୍ରୀ.ଅ.
(ଘ) ୧୮୫୬ ଖ୍ରୀ.ଅ.
Answer:
(ଖ) ୧୮୫୬ ଖ୍ରୀ.ଅ.

୩ । ରୟତରୀ ଭୂ-ରାଜସ୍ଵ ବନ୍ଦୋବସ୍ତ କାହା ସହିତ କରାଯାଇଥିଲା ?
(କ) ସରକାର
(ଖ) ଗ୍ରାମସଭା
(ଗ) ଜମିଦାର
(ଘ) କୃଷକ
Answer:
(ଘ) କୃଷକ

୪। କେଉଁ ଅଞ୍ଚଳରେ ରୟତରୀ ଭୂ-ବନ୍ଦୋବସ୍ତ ପ୍ରଚଳନ କରାଯାଇଥିଲା ?
(କ) ମାନ୍ଦ୍ରାଜ, ବମ୍ବେ ଓ ସିନ୍ଧୁପ୍ରଦେଶ
(ଖ) ବଙ୍ଗଳା ଓ ବିହାର
(ଗ) ଓଡ଼ିଶା ଓ ମଧ୍ୟପ୍ରଦେଶ
(ଘ) ଉତ୍ତରପ୍ରଦେଶ ଓ ପଞ୍ଜାବ
Answer:
(କ) ମାନ୍ଦ୍ରାଜ, ବମ୍ବେ ସିନ୍ଧୁପ୍ରଦେଶ

୫ । କେଉଁ ଅଞ୍ଚଳରେ ମାହାଲୱାରୀ ଭୂ-ବନ୍ଦୋବସ୍ତ ପ୍ରଚଳନ କରାଯାଇଥିଲା ?
(କ) ବଙ୍ଗଳା ଓ ବିହାର
(ଖ) ଓଡ଼ିଶା ଓ ଗୁଜରାଟ
(ଗ) ଉତ୍ତରପ୍ରଦେଶ ଓ ପଞ୍ଜାବ
(ଘ) ମାନ୍ଦ୍ରାଜ ଓ ବମ୍ବେ
Answer:
(ଗ) ଉତ୍ତରପ୍ରଦେଶ ଓ ପଞ୍ଜାବ

CHSE Odisha Class 12 History Chapter 11 Objective Questions in Odia Medium

୬ । କୃଷକମାନଙ୍କ ଦାରିଦ୍ର୍ୟର ପ୍ରଧାନ କାରଣ କ’ଣ ଥିଲା ?
(କ) ଇଂରେଜ ସାମ୍ରାଜ୍ୟବାଦ
(ଖ) ସରକାରଙ୍କ ଅଧିକ ପରିମାଣର ଭୂ-ରାଜସ୍ଵ ଧାର୍ଯ୍ୟ ଓ ସଂଗ୍ରହ
(ଗ) ସାମାଜିକ ସଙ୍ଗଠନର ପରିବର୍ତ୍ତନ
(ଘ) ବୈଷୟିକ ଞାନର ଅଭାବ
Answer:
(ଖ) ସରକାରଙ୍କ ଅଧିକ ପରିମାଣର ଭୂ-ରାଜସ୍ୱ ଧାର୍ଯ୍ୟ ଓ ସଂଗ୍ରହ

୭। ଭାରତରୁ ଇଷ୍ଟଇଣ୍ଡିଆ କମ୍ପାନୀର ଏକଚାଟିଆ ବାଣିଜ୍ୟ କାରବାର କେବେ ଉଚ୍ଛେଦ କରାଗଲା ?
(କ) ୧୭୬୫ ଖ୍ରୀ.ଅ.
(ଖ) ୧୭୯୩ ଖ୍ରୀ.ଅ.
(ଗ) ୧୮୧୩ ଖ୍ରୀ.ଅ.
(ଘ) ୧୮୨୯ ଖ୍ରୀ.ଅ.
Answer:
(ଗ) ୧୮୧୩ ଖ୍ରୀ.ଅ.

୮ | କେବେ କଲିକତାଠାରୁ ରାଣୀଗଞ୍ଜ ଆଡ଼କୁ ୬୦ କି.ମି. ଲମ୍ବର ରେଳପଥ ନିର୍ମିତ ହୋଇଥିଲା ?
(କ) ୧୮୫୪ ଖ୍ରୀ.ଅ.
(ଖ) ୧୯୫୪ ଖ୍ରୀ.ଅ.
(ଗ) ୧୭୫୨ ଖ୍ରୀ.ଅ.
(ଘ) ୧୪୫୨ ଖ୍ରୀ.ଅ.
Answer:
(କ) ୧୮୫୪ ଖ୍ରୀ.ଅ

୯ । ଶିଳ୍ପ ବିପ୍ଳବ ପରେ କେବେ ପ୍ରଥମେ ଇଂଲଣ୍ଡରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ?
(କ) ୧୮୨୩ ଖ୍ରୀ.ଅ.
(ଖ) ୧୮୨୫ ଖ୍ରୀ.ଅ.
(ଗ) ୧୮୩୨ ଖ୍ରୀ.ଅ.
(ଘ) ୧୮୪୦ ଖ୍ରୀ.ଅ.
Answer:
(ଖ) ୧୮୨୫ ଖ୍ରୀ.ଅ.

୧୦। ଆର୍.ସି. ଦତ୍ତ ତାଙ୍କ ପୁସ୍ତକ ‘ଦି ଇକୋନୋମିକ୍ ହିଷ୍ଟ୍ରି ଅଫ୍ ଇଣ୍ଡିଆ’ରେ ଦର୍ଶାଇଛନ୍ତି, କିପରି ଭାରତୀୟ ଉତ୍ପାଦନକାରୀମାନଙ୍କର ସ୍ଥାନ ବ୍ରିଟିଶ ଉତ୍ପାଦନକାରୀମାନଙ୍କଦ୍ଵାରା ଅଧ୍ବକୃତ ହେବ ଏବଂ ଭାରତୀୟ ଶିଳୋଦ୍ୟୋଗ ମୂଲ୍ୟରେ ବ୍ରିଟିଶ ଶିଳ୍ପଦ୍ୟୋଗ ଉନ୍ନତି କରିବ, ତାହାର ଉପାୟ ବାହାର କରିବାକୁ ୧୮୧୨ରେ ପାର୍ଲିଆମେଣ୍ଟ ସିଲେକ୍ଟ କମିଟି ଚେଷ୍ଟା କରୁଥିଲା; ଏହି ପୁସ୍ତକ କେବେ ପ୍ରକାଶିତ ହୋଇଥିଲା ?
(କ) ୧୯୦୦ ଖ୍ରୀ.ଅ.
(ଖ) ୧୯୦୧ ଖ୍ରୀ.ଅ.
(ଗ) ୧୯୦୨ ଖ୍ରୀ.ଅ.
(ଘ) ୧୯୦୩ ଖ୍ରୀ.ଅ.
Answer:
(ଖ) ୧୯୦୧ ଖ୍ରୀ.ଅ.

୧୧। କେବେ ଭାରତକୁ ପଠାଇଥିଲେ ?
(କ) ୧୮୩୬ ଖ୍ରୀ.ଅ.
(ଖ) ୧୮୩୭ ଖ୍ରୀ.ଅ.
(ଗ) ୧୮୩୮ ଖ୍ରୀ.ଅ.
(ଘ) ୧୮୩୯ ଖ୍ରୀ.ଅ.ଖ୍ରୀ.ଅ.
Answer:
(ଘ) ୧୮୩୯ ଖ୍ରୀ.ଅ.

CHSE Odisha Class 12 History Chapter 11 Objective Questions in Odia Medium

୧୨ । ‘ବିତ୍ତ ପ୍ରବାହ ତତ୍ତ୍ଵ’ର ପ୍ରବକ୍ତା କିଏ ଥିଲେ ?
(କ) ଆର୍.ସି. ଦତ୍ତ
(ଖ) ଦାଦାଭାଇ ନାରୋଜୀ
(ଗ) ବାଲଗଙ୍ଗାଧର ତିଲକ
(ଘ) ଗୋପାଳକୃଷ୍ଣ ଗୋଖଲେ
Answer:
(ଖ) ଦାଦାଭାଇ ନାରୋଜୀ

୧୩ । କେବେ ଗଙ୍ଗାନଦୀ ମୁଖ୍ୟ କେନାଲର ଶୁଭାରମ୍ଭ ହୋଇଥିଲା ?
(କ) ୧୮୫୦ ଖ୍ରୀ.ଅ.
(ଖ) ୧୮୫୧ ଖ୍ରୀ.ଅ.
(ଗ) ୧୮୫୨ ଖ୍ରୀ.ଅ.
(ଘ) ୧୮୫୪ ଖ୍ରୀ.ଅ.
Answer:
(ଘ) ୧୮୫୪ ଖ୍ରୀ.ଅ.

୧୪ । କେବେ ସିର୍‌ହିନ୍ଦୁ କେନାଲର ଶୁଭ ଉଦ୍‌ଘାଟନ ହୋଇଥିଲା ?
(କ) ୧୮୮୨ ଖ୍ରୀ.ଅ.
(ଖ) ୧୮୮୫ ଖ୍ରୀ.ଅ.
(ଗ) ୧୮୫୮ ଖ୍ରୀ.ଅ.
(ଘ) ୧୮୮୬ ଖ୍ରୀ.ଅ.
Answer:
(କ) ୧୮୮୨ ଖ୍ରୀ.ଅ.

୧୫ । କେବେ ବମ୍ବେରୁ ଥାନେ ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିଲା ?
(କ) ୧୮୫୧ ଖ୍ରୀ.ଅ.
(ଖ) ୧୮୫୨ ଖ୍ରୀ.ଅ.
(ଗ) ୧୮୫୩ ଖ୍ରୀ.ଅ.
(ଘ) ୧୮୫୪ ଖ୍ରୀ.ଅ.
Answer:
(ଗ) ୧୮୫୩ ଖ୍ରୀ.ଅ.

୧୬ । ୧୮୫୩ ଖ୍ରୀଷ୍ଟାବ୍ଦରେ କଲିକତାଠାରୁ ଆଗ୍ରା ପର୍ଯ୍ୟନ୍ତ ଟେଲିଗ୍ରାଫ୍ ଲାଇନ୍ ଉନ୍ମୋଚିତ ହୋଇଥିଲା । ଜଣେ ବ୍ରିଟିଶ ଇଞ୍ଜିନିୟର ଟେଲ୍ହାଉସୀଙ୍କ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ । ସେହି ବ୍ୟକ୍ତି ଜଣଙ୍କ କିଏ ଥିଲେ ?
(କ) ଓ’ ସାନେସୀ
(ଖ) ମ୍ୟାକ୍ ଆଡ଼ାମ୍
(ଗ) ମ୍ୟାକ୍ସୋଲାଣ୍ଡ ଷ୍ଟିଫେନ୍‌ସନ୍
(ଘ) ସାର୍ ରୋଲାଣ୍ଡ ହିଲ୍
Answer:
(କ) ଓ’ ସାନେସୀ

୧୭ । ଚିରସ୍ଥାୟୀ ବନ୍ଦୋବସ୍ତ ଅନୁଯାୟୀ କିଏ ଜମିର ସ୍ଵତ୍ତ୍ଵାଧ୍ୟାକାରୀ ଥିଲେ ?
(କ) ଜମିଦାର
(ଖ) କୃଷକ
(ଗ) ଗ୍ରାମସଭା
(ଘ) ସରକାର
Answer:
(କ) ଜମିଦାର

୧୮ । କାହାଦ୍ଵାରା ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଣୟନ କରାଯାଇଥିଲା ?
(କ) ଓ୍ବାରେନ୍‌ ହେଜିଂସ୍
(ଖ) ଲର୍ଡ ଡେଲ୍‌ହାଉସୀ
(ଗ) ଲର୍ଡ଼ କର୍ଡଲିସ୍
(ଘ) ଲର୍ଡ ୱେଲସଲି
Answer:
(ଗ) ଲର୍ଡ଼ କର୍ଡୱାଲିସ୍

୧୯ । କିଏ ରୟତୱାରୀ ବ୍ୟବସ୍ଥା ସହ ଜଡ଼ିତ ଥିଲେ ?
(କ) ଡବ୍ଲ୍ୟୁ ଡବ୍ଲ୍ୟୁ
(ଖ) ହୱର
(ଗ) ଫିଲିପ୍ ଡଫ୍
(ଘ) ଥୋମାସ୍ ମୁନରେ
Answer:
(ଖ) ଥୋମାସ୍ ମୁନ୍‌

CHSE Odisha Class 12 History Chapter 11 Objective Questions in Odia Medium

୨୦ । ଇଂରେଜ ଅଫିସର ସାର୍ ଥୋମାସ୍ ମୁନ୍‌ କେଉଁଠାରେ ରୟତରୀ ବ୍ୟବସ୍ଥାର ପ୍ରଚଳନ କରିଥିଲେ ?
(କ) ବମେ
(ଖ) ଦିଲ୍ଲୀ
(ଗ) ମାନ୍ଦ୍ରାଜ
(ଘ) ଆସାମ
Answer:
(ଗ) ମାନ୍ଦ୍ରାଜ

୨୧ । ଉତ୍ତରପ୍ରଦେଶର ଆବଧ ଜିଲ୍ଲାରେ କେଉଁ ପ୍ରକାର ରାଜସ୍ୱ ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା ?
(କ) ତାଲୁକଦାରୀ ବ୍ୟବସ୍ଥା
(ଖ) ମାହାଲୱାରୀ ବ୍ୟବସ୍ଥା
(ଗ) ରୟତରୀ ବ୍ୟବସ୍ଥା
(ଘ) ଚିରସ୍ଥାୟୀ ବ୍ୟବସ୍ଥା
Answer:
(କ) ତାଲୁକଦାରୀ ବ୍ୟବସ୍ଥା

୨୨ । କାହାର ସୁପାରିସ କ୍ରମେ ଲର୍ଡ଼ କର୍ଡୱାଲିସ୍ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଣୟନ କରିଥିଲେ ?
(କ) କ୍ୟାପ୍ଟେନ୍‌ ରିଡ଼୍
(ଖ) ଜନ ସୋର୍
(ଗ) ଥୋମାସ୍ ମୁନରେ
(ଘ) ହୋଲଟ୍ ମେକେଞ୍ଜି
Answer:
(ଖ) ଜନ୍ ସୋର୍

୨୩ । କର୍ଡୱାଲିସ୍ କେବେ ଦଶବର୍ଷିଆ ବନ୍ଦୋବସ୍ତ ଆଇନ ପ୍ରଚଳନ କରାଯାଇଥିଲା ?
(କ) ୧୭୮୮ ଖ୍ରୀ.ଅ.
(ଖ) ୧୭୮୯ ଖ୍ରୀ.ଅ.
(ଗ) ୧୭୯୦ ଖ୍ରୀ.ଅ.
(ଘ) ୧୭୯୧ ଖ୍ରୀ.ଅ.
Answer:
(ଖ) ୧୭୮୯ ଖ୍ରୀ.ଅ.

୨୪ । କିଏ ଦଶବର୍ଷିଆ ବନ୍ଦୋବସ୍ତକୁ ଅନୁମୋଦିତ କରିଥିଲେ ?
(କ) ଲର୍ଡ଼ କର୍ଡଲିସ୍
(ଖ) ଲର୍ଡ଼ ୱେଲସଲି
(ଗ) ସାର୍ ଜନ୍ ସୋର୍
(ଘ) ଜନ୍ ମାକେଞ୍ଜି
Answer:
(କ) ଲର୍ଡ଼ କର୍ଡୱାଲିସ୍

୨୫ । କେବେ ଗ୍ରାଣ୍ଟ ଟ୍ରଙ୍କ ରୋଡ଼୍ ନିର୍ମିତ ହୋଇଥିଲା ?
(କ) ୧୮୩୯ ଖ୍ରୀ.ଅ.
(ଖ) ୧୮୫୩ ଖ୍ରୀ.ଅ.
(ଗ) ୧୮୬୭ ଖ୍ରୀ.ଅ.
(ଘ) ୧୮୫୭ ଖ୍ରୀ.ଅ.
Answer:
(କ) ୧୮୩୯ ଖ୍ରୀ.ଅ.

୨୬ । ‘ସୂର୍ଯ୍ୟାସ୍ତ ନିୟମ’ କେଉଁ ଭୂରାଜସ୍ୱ ନୀତି ସହିତ ସମ୍ପୃକ୍ତ ?
(କ) ରୟତରୀ ବ୍ୟବସ୍ଥା
(ଖ) ମାହାଲୱାରୀ ବ୍ୟବସ୍ଥା
(ଗ) ଚିରସ୍ଥାୟୀ ବନ୍ଦୋବସ୍ତ
(ଘ) ପାଞ୍ଚବର୍ଷିଆ ବନ୍ଦୋବସ୍ତ ବ୍ୟବସ୍ଥା
Answer:
(ଗ) ଚିରସ୍ଥାୟୀ ବନ୍ଦୋବସ୍ତ

CHSE Odisha Class 12 History Chapter 11 Objective Questions in Odia Medium

୨୭ । ରୟତ୍ରୀ ବ୍ୟବସ୍ଥା କିଏ ଆରମ୍ଭ କରିଥିଲେ ?
(କ) ସାର୍ ଟମାସ୍ ରୋ
(ଖ) ସାର୍ ଥୋମାସ୍ ମୁନ୍‌
(ଗ) ହକିନ୍ନ
(ଘ) ଓ୍ବାରେନ୍ ହେଜିଂସ୍
Answer:
(ଖ) ସାର୍ ଥୋମାସ୍ ମୁନ୍‌

ମାହାଲୱାରୀ ବ୍ୟବସ୍ଥାରେ ଜମିର ବଣ୍ଟନ କିଏ କରୁଥିଲା ?
(କ) କମ୍ପାନୀ
(ଖ) ଗ୍ରାମମୁଝ୍ୟ
(ଗ) ଜମିଦାର ବା ମିଳିତ ଗୋଷ୍ଠୀ’
(ଘ) ତହସିଲଦାର
Answer:
(ଗ) ଜମିଦାର ବା ମିଳିତଗୋଷ୍ଠୀ

୨୯ । କେତେ ଖ୍ରୀଷ୍ଟାବ୍ଦରେ ଭାରତରେ ଟେଲିଗ୍ରାଫ୍ ସ୍ଥାପିତ ହୋଇଥିଲା ?
(କ) ୧୮୫୪ ଖ୍ରୀ.ଅ.
(ଖ) ୧୮୫୩ ଖ୍ରୀ.ଅ.
(ଗ) ୧୮୬୭ ଖ୍ରୀ.ଅ.
(ଘ) ୧୮୫୭ ଖ୍ରୀ.ଅ.
Answer:
(ଖ) ୧୮୫୩ ଖ୍ରୀ.ଅ.

B. ଶୂନ୍ୟସ୍ଥାନ ପୂରଣ କର ।

୧। _______________ ଗଭର୍ଣ୍ଣର ଜେନେରାଲ ଥିବା ସମୟରେ ଭାରତରେ ପ୍ରଥମ ରେଳପଥର ପ୍ରବର୍ତ୍ତନ କରାଇଥିଲା ।
Answer:
ଲର୍ଡ଼ ଡେଲ୍ହାଉସୀ

୨। ଭାରତରେ ପ୍ରଥମେ ରେଳପଥ ________________ ଖ୍ରୀ.ଅ.ରେ ପ୍ରବର୍ତ୍ତନ କରାଯାଇଥିଲା ।
Answer:
୧୮୫୩

୩ । _______________ ଖ୍ରୀ.ଅ.ରେ ଭାରତରେ ପ୍ରଥମେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇଥିଲା ।
Answer:
୧୮୨୩

୪। ________________ ଙ୍କୁ ଭାରତର ଟେଲିଗ୍ରାଫ୍ ସୁପରିଟେଣ୍ଡେଣ୍ଟ ରୂପେ ଲର୍ଡ଼ ଡେହାଉସୀ ନିଯୁକ୍ତ କରିଥିଲେ ।
Answer:
ସାଂଘନେସୀ

୫ । _______________ ଖ୍ରୀ.ଅ.ରେ ଭାରତରେ ୨୭୬ଟି ପୋଷ୍ଟ ଅଫିସ୍ ଥିଲେ ମଧ୍ୟ ସେଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁ ନ ଥିଲା ।
Answer:
୧୮୩୬

୬ । ଇଲଶ୍ତରେ ______________ ନାମକ ଜଣେ ବ୍ୟକ୍ତି ପେନି ଡାକ ମାହାସ୍କୁଲ ପଥା ଉଦ୍ଭାବନ କରିଥିଲେ ।
Answer:
ସାର୍ ଗୋଲାଣ୍ଡ ହିଲ୍

CHSE Odisha Class 12 History Chapter 11 Objective Questions in Odia Medium

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧ । ମାହାଲୱାରୀ ବ୍ୟବସ୍ଥା କେଉଁ ଅଞ୍ଚଳରେ ପ୍ରଚଳିତ ଥିଲା ?
Answer:
ମାହାଲରୀ ବ୍ୟବସ୍ଥା ଉତ୍ତରପଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପ୍ରଚଳିତ ଥିଲା ।

୨। କେବେ ମାନ୍ଦ୍ରାଜରେ ରୟତରୀ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ?
Answer:
୧୮୨୦ ଖ୍ରୀ.ଅ.ରେ ମାନ୍ଦ୍ରାଜରେ ରୟତରୀ ବ୍ୟବସ୍ଥା ସାର୍ ଥୋମାସ୍ ମୁନ୍‌ଙ୍କଦ୍ୱାରା କାର୍ଯ୍ୟକାରୀ ହୋଇଥିଲା ।

୩ । କେଉଁମାନେ ବିତ୍ତ ପ୍ରବାହ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ?
Answer:
ଦାଦାଭାଇ ନାରୋଜୀ, ରମେଶ ଚନ୍ଦ୍ର ଦତ୍ତ ଏବଂ ଜି.ଭି. ଯୋଶୀ, ଥର୍ନଟନ୍ ଆଦି ବିଭପ୍ରବାହ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ।

୪ । କେଉଁ ବଡ଼ଲାଟ୍ ଭାରତରେ ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ?
Answer:
ଲର୍ଡ଼ ଡେହାଉସୀ ଭାରତରେ ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

୫ । କେବେ ଗଙ୍ଗାନଦୀର ମୁଖ୍ୟ କେନାଲ ଉଦ୍‌ଘାଟିତ ହୋଇଥିଲା ?
Answer:
୧୮୫୪ ଖ୍ରୀ.ଅ.ରେ ଗଙ୍ଗାନଦୀର ମୁଖ୍ୟ କେନାଲ ଉଦ୍‌ଘାଟିତ ହୋଇଥିଲା ।

୬ । କେବେ ଭାରତରେ ପ୍ରଥମେ ରେଳ ଚଳାଚଳ କରିଥିଲା ?
Answer:
୧୮୫୩ ଖ୍ରୀ.ଅ.ରେ ପ୍ରଥମଥରପାଇଁ ଭାରତରେ ବମ୍ବେ ଓ ଥାନେ ମଧ୍ୟରେ ରେଳ ଚଳାଚଳ କରିଥିଲା ।

CHSE Odisha Class 12 History Chapter 11 Objective Questions in Odia Medium

୭ । ‘ପେନି ଡାକ ମାହାସ୍କୁଲ ପ୍ରଥା’ କିଏ ଭଦ୍ଭାବନ କରିଥିଲେ ?
Answer:
ଇଂଲଣ୍ଡର ସାର୍ ରୋଲାଣ୍ଡ୍ ହିଲ୍ ପେନି ଡାକ ମାହାସ୍କୁଲ ପ୍ରଥା ଉଦ୍ଭାବନ କରିଥିଲେ ।

୮ । କେବେ ଭାରତରେ ‘ଅର୍ଦ୍ଧଅଣା ଡାକପ୍ରଥା’ ପ୍ରଚଳିତ ହୋଇଥିଲା ?
Answer:
୧୮୫୨ ଖ୍ରୀ.ଅ.ରେ ଭାରତରେ ‘ଅର୍ଦ୍ଧଅଣା ଡାକପ୍ରଥା’ ପ୍ରଚଳିତ ହୋଇଥିଲା ।

୯ । କେବେ ଭାରତରେ ପରୀକ୍ଷାମୂଳକଭାବେ ଟେଲିଗ୍ରାଫ୍ ତାର ଲମ୍ବିଥିଲା ?
Answer:
୧୮୫୨ ଖ୍ରୀ.ଅ.ରେ ଭାରତରେ ପରୀକ୍ଷାମୂଳକଭାବେ ଟେଲିଗ୍ରାଫ୍ ତାର ଲମ୍ବିଥିଲା ।

୧୦ । କେବେ ଭାରତରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳିତ ହୋଇଥିଲା ?
Answer:
୧୭୯୩ ଖ୍ରୀ.ଅ.ରେ ଭାରତରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳିତ ହୋଇଥିଲା ।

୧୧ । ଚରିସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳନ ପାଇଁ କିଏ କର୍ଡୱାଲିସ୍‌ଙ୍କୁ ସାହାଯ୍ୟ କରିଥିଲେ ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳନପାଇଁ ସାର୍ ଜନ୍ ସୋର୍ କର୍ଡୱାଲିସ୍‌ଙ୍କୁ ସାହାଯ୍ୟ କରିଥିଲେ ।

୧୨ । କେଉଁ ବର୍ଷ ଭାରତରେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇ ଥିଲା ?
Answer:
୧୮୨୩ ମସିହାରେ ଭାରତରେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇଥିଲା ।

୧୩ । ମାହାଲୱାରି ବ୍ୟବସ୍ଥା କେଉଁ କେଉଁ ଅଞ୍ଚଳରେ ପ୍ରଚଳିତ ଥିଲା ?
Answer:
ମାହାଲୱାରି ବ୍ୟବସ୍ଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତରେ ପ୍ରଚଳିତ ଥିଲା ।

୧୪ । ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ କେଉଁ ଗୋଷ୍ଠୀର ଉଦ୍ଭବ ଘଟିଥିଲା ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ବିଳାସୀ ଜମିଦାର ଗୋଷ୍ଠୀର ଉଦ୍ଭବ ଘଟିଥିଲା ।

CHSE Odisha Class 12 History Chapter 11 Objective Questions in Odia Medium

୧୫ । ଡାକଘର ଆଇନ ଅନୁସାରେ ପ୍ରତ୍ୟେକ ଚିଠି ଉପରେ କେତେ ପଇସାର ଟିକେଟ୍ ଲଗାଯାଉଥିଲା ?
Answer:
ଡାକଘର ଆଇନ ଅନୁସାରେ ପ୍ରତ୍ୟେକ ଚିଠି ଉପରେ ୨ ପଇସାର ଟିକେଟ୍ ଲଗାଯାଉଥିଲା ।

D. ଭ୍ରମ ସଂଶୋଧନ କର ।

୧ । ମାଡ୍ରାସ୍ ପ୍ରେସିଡ଼େନ୍ସିରେ ରୟତରୀ ବ୍ୟବସ୍ଥା ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କଦ୍ଵାରା ପ୍ରଣୟନ କରାଯାଇଥିଲା ।
Answer:
ମାଡ୍ରାସ୍ ପ୍ରେସିଡ଼େନ୍ସିରେ ରୟତରୀ ବ୍ୟବସ୍ଥା ଗଭର୍ଣ୍ଣର ଥୋମାସ୍ ମୁନ୍‌ଙ୍କଦ୍ଵାରା ପ୍ରଣୟନ କରାଯାଇଥିଲା ।

୨। ୧୮୨୩ ଖ୍ରୀ.ଅ.ରେ ଭାରତରେ ପ୍ରଥମେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ।
Answer:
୧୮୨୩ ଖ୍ରୀ.ଅ.ରେ ଭାରତରେ ପ୍ରଥମେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇଥିଲା ।

୩ । ୧୮୧୯ ଖ୍ରୀ.ଅ.ରେ ସାର୍ ଥୋମାସ୍ ମୁନ୍‌ରେ ନାମକ ଜନୈକ ଇଂରାଜୀ ଉଚ୍ଚପଦସ୍ଥ କର୍ମଚାରୀ ଏକ ନୂତନ ଭୂରାଜସ୍ଵ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲେ, ଯାହା ଥିଲା ଜମିଦାରୀ ଓ ରୟତରୀ ବନ୍ଦୋବସ୍ତର ଏକ ମିଶ୍ରଣ ।
Answer:
୧୮୧୯ ଖ୍ରୀ.ଅ.ରେ ହୋଲ୍‌ ମେକେଞ୍ଜି ନାମକ ଜନୈକ ଇଂରେଜ ଉଚ୍ଚପଦସ୍ଥ କର୍ମଚାରୀ ଏକ ନୂତନ ଭୂରାଜସ୍ଵ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲେ ଯାହାଥିଲା ଜମିଦାରୀ ଓ ରୟତରୀ ବନ୍ଦୋବସ୍ତର ଏକ ମିଶ୍ରଣ ।

୪। ୧୮୧୮ ଖ୍ରୀ.ଅ.ରେ ବମ୍ବେର ଗଭର୍ଣ୍ଣର କଲିସ୍ ରୟତରୀ ବ୍ୟବସ୍ଥା ସହ ମିଶୁଥିବା ଏକ ଭୂବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ ।
Answer:
୧୮୧୮ ଖ୍ରୀ.ଅ.ରେ ବମ୍ବେର ଗଭର୍ଣ୍ଣର ମାଉଣ୍ଟସୁଆର୍ଟ ଆର୍ଟ ଟଫିନ୍‌ନ୍‌ ରୟତରୀ ବ୍ୟବସ୍ଥା ସହ ମିଶୁଥ‌ିବା ଏକ ଭୂବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ ।

୫। ଲର୍ଡ଼ ଉଇଲିୟମ ବେଷ୍ଟିକ୍‌ଙ୍କୁ ‘ଭାରତୀୟ ରେଳପଥର ଜନକ’ ରୂପେ ଅଭିହିତ କରାଯାଇଥାଏ ।
Answer:
ଲର୍ଡ଼ ଡେଲ୍ହାଉସୀଙ୍କୁ ‘ଭାରତୀୟ ରେଳପଥର ଜନକ’ ରୂପେ ଅଭିହିତ କରାଯାଇଥାଏ ।

୬ । ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ଼ ଡେଲ୍ହାଇସୀଙ୍କ ସମୟରେ ପ୍ରବର୍ତ୍ତିତ ହୋଇଥିଲା ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ଼ କର୍ଡୱାଲିସ୍‌ଙ୍କ ସମୟରେ ପ୍ରବର୍ତ୍ତିତ ହୋଇଥିଲା ।

CHSE Odisha Class 12 History Chapter 11 Objective Questions in Odia Medium

୭ । ଚିରସ୍ଥାୟୀ ବନ୍ଦୋବସ୍ତ ସମଗ୍ର ଭାରତବର୍ଷରେ ପ୍ରଚଳିତ ଥିଲା ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ସମଗ୍ର ଭାରତବର୍ଷରେ ପ୍ରଚଳିତ ନ ହୋଇ କେବଳ ବଙ୍ଗ, ବିହାର, ଓଡ଼ିଶା ଓ ଅଳ୍ପ କେତେକ ସ୍ଥାନରେ ପ୍ରଚଳିତ ଥିଲା ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Odisha State Board BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ Textbook Exercise Questions and Answers.

BSE Odisha Class 10 Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Question 1.
5R ନୀତି କ’ଣ ? ଏହାଦ୍ଵାରା ଆମର ପ୍ରାକୃତିକ ସମ୍ପଦମାନଙ୍କର କିପରି ସୁରକ୍ଷା ହୋଇପାରିବ ଦର୍ଶାଅ । ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ବତଃସ୍ପର୍ଭ ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।

(i) ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ୱତଃସ୍ଫୁର୍ତ ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।

(ii) ପରିବେଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ‘5R’ ନୀତିକୁ ଏକ ମାଧ୍ୟମ ଭାବରେ ପରିଗଣିତ କରାଯାଇଛି । ଏଗୁଡ଼ିକ ହେଲା- ସମ୍ବରଣ (Reduce), ପୁନଶ୍ଚକ୍ରଣ (Recycle) ଓ ପୁନଃବ୍ୟବହାର (Reuse) ।

(iii) ସମ୍ବରଣ : ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କମ୍ ସମ୍ପଦ ବ୍ୟବହାର କରିବାକୁ ସମ୍ବରଣ କୁହାଯାଏ । ଅନେକ ସମୟରେ ଆମେ ଆବଶ୍ୟକଠାରୁ ଅଧିକ ସମ୍ପଦ ବ୍ୟବହାର କରିଥାଉ ଓ ନଷ୍ଟ ମଧ୍ୟ କରିଥାଉ । ଆମେ ସଚେତନ ହେଲେ ଏହି ଅପଚୟକୁ ରୋକିହେବ ।

(iv) ପୁନଶ୍ଚକ୍ରଣ : ଆମେ କିଛିମାତ୍ରାରେ ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବରେ ବ୍ୟବହାର କରି ପୁନର୍ବାର ବ୍ୟବହାର କରିବା ହେଉଛି ପୁନଶ୍ଚକ୍ରଣ ପଦ୍ଧତି । ପୁନଶ୍ଚକ୍ରଣ ଦ୍ବାରା କଳକାରଖାନାର କଞ୍ଚାମାଲର ଆବଶ୍ୟକତା କିଛିମାତ୍ରାରେ ମେଣ୍ଟାଯାଇପାରିବ । ସେହିପରି ଜୈବ ଆବର୍ଜନାକୁ ଆମେ କମ୍ପୋଷ୍ଟରେ ପରିଣତ କରି ବଗିଚାରେ ବା ଚାଷ ଜମିରେ ବ୍ୟବହାର କରିପାରିବା ।

(v) ପୁନଃବ୍ୟବହାର : କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପ୍ରଦ୍ଧତି । ବ୍ୟବହାରଯୋଗ୍ୟ ପଦାର୍ଥଗୁଡ଼ିକୁ ଥରେ ବ୍ୟବହାର କରିବା ପରେ  ବର୍ଜନ ନ କରି ବାରମ୍ବାର ବ୍ୟବହାର କଲେ ସେହିପଦାର୍ଥର ଠିକ୍ ଉପଯୋଗ ହେବା ସହ ସମ୍ପଦର ସଂରକ୍ଷଣ ମଧ୍ୟ ହୋଇଥାଏ ।

(vi) ଯେକୌଣସି ଦେଶର ଆର୍ଥିକ ପ୍ରଗତି ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ଉତ୍ସ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ବିକାଶ ଓ ପରିବେଶ ସୁରକ୍ଷା ପରସ୍ପରର ବିପରୀତମୁଖୀ ପରି ଦେଖାଯାଉଥିଲେ ମଧ୍ୟ ଆଧୁନିକ ବଦଳାଇବା ସହ ପରିବେଶର କ୍ଷତି ନ କରି ଅର୍ଥନୈତିକ ଉନ୍ନତି ତଥା ସାମାଜିକ ଅଗ୍ରଗତି କିପରି କରାଯାଇପାରିବ ତାହା ଚିନ୍ତା କରିବା ବିଧେୟ । ତା’ସହ ଆବଶ୍ୟକ ନୀତିନିୟମ ଓ ଆଇନ ପ୍ରଣୟନ ପାଳନ କରିବା ଉଚିତ୍‌ । ଏହାଦ୍ଵାରା ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା ହେବାସହ ଏଗୁଡ଼ିକ ଚିରନ୍ତନ ଭାବରେ ଆମର ଆବଶ୍ୟକତାକୁ ମେଣ୍ଟାଇବାରେ ସକ୍ଷମ ହେବ ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Question 2.
ଜଙ୍ଗଲ ନଷ୍ଟହେବାର କାରଣଗୁଡ଼ିକ ବର୍ତ୍ତନ କର ।
ଉ-
ନିମ୍ନଲିଖୂତ କାରଣମାନଙ୍କ ଯୋଗୁ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି; ଯଥା-

(i) ଭାରତରେ ଲକ୍ଷ ଲକ୍ଷ ଆଦିବାସୀ ଜଙ୍ଗଲ ଓ ଜଙ୍ଗଲ ତଳି ଅଞ୍ଚଳରେ ବାସକରି ନିଜର ଦୈନନ୍ଦିନ ଜୀବନଯାପନ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ।
(ii) କଳକାରଖାନା, ରାସ୍ତାଘାଟ, ରେଳଲାଇନ୍, ଜନବସତି ଓ ଚାଷପାଇଁ ଜଙ୍ଗଲ ସଫାହେବାଦ୍ଵାରା ବଡ଼ ଘଞ୍ଚ ଜଙ୍ଗଲ ଖଣ୍ଡବିଖଣ୍ଡିତ ହେଉଛି ।
(iii) ଆଦିବାସୀ ଓ ସହର ତଳିଅଞ୍ଚଳର ଗାଁମାନଙ୍କରେ ବାସକରୁଥିବା ଲୋକମାନେ ଜଙ୍ଗଲରୁ ଖାଦ୍ୟ, କାଠ, ପତ୍ର, ଫଳ, ଫୁଲ, ମହୁ, ଝୁଣା ଓ ସେମାନଙ୍କ ଗୃହପାଳିତ ପଶୁମାନଙ୍କପାଇଁ ଚାରା ସଂଗ୍ରହ ଯୋଗୁ ଜଙ୍ଗଲ ସମ୍ପଦର ଅବକ୍ଷୟ ହେଉଛି ।
(iv) ସହରବାସୀମାନେ ପରୋକ୍ଷଭାବରେ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟଦ୍ୱାରା ଉପକୃତ ହୋଇଥାନ୍ତି । ଏମାନେ ତିଆରି କରିଥାନ୍ତି । ଫଳରେ ଦିନକୁ ଦିନ ଜଙ୍ଗଲ ସମ୍ପଦ କ୍ରମଶଃ ସଙ୍କୁଚିତ ହେଉଛି ଓ ମୁଣ୍ଡପିଛା ଜଙ୍ଗଲର ଆୟତନ କମିବାରେ ଲାଗିଛି ।
(v) ବହୁ ଶିଳ୍ପସଂସ୍ଥାରେ ଜଙ୍ଗଲଜାତ ପଦାର୍ଥକୁ କଞ୍ଚାମାଲ ଭାବରେ ବ୍ୟବହାର କରି ଅନେକ ପ୍ରକାରର ବ୍ୟବହାରଯୋଗ୍ୟ ପଦାର୍ଥ ଉତ୍ପାଦନ କରାଯାଉଛି । କାଗଜ, କାଠ, ଖେଳ ଉପକରଣ ଓ କବିରାଜି ଔଷଧ ଦ୍ରୁତକ୍ଷୟ ଘଟୁଛି ।
(vi) ଜଙ୍ଗଲରେ ଅଧିବାସୀମାନଙ୍କର ଅର୍ଥନୈତିକ ପ୍ରଗତି ଓ ସାମାଜିକ ବିକାଶ ନ ହେବା ଫଳରେ ସେମାନେ ତାଙ୍କର ବିକଳ୍ପ ଆୟ ପାଇଁ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିଥା’ନ୍ତି ।

Question 3.
ଜଙ୍ଗଲ ସମ୍ପଦର ଅଂଶୀଦାରମାନେ କିଏ ? ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା କ’ଣ ?
ଉ-
(i) ସହର, ଗ୍ରାମାଞ୍ଚଳ ଓ ଜଙ୍ଗଲରେ ବାସ କରୁଥିବା ଆଦିବାସୀ ଓ ଜଙ୍ଗଲ ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଜଙ୍ଗଲ ସମ୍ପଦର ଅଂଶୀଦାର ଅଟନ୍ତି । ଏତଦ୍‌ବ୍ୟତୀତ ଜଙ୍ଗଲ ବିଭାଗ, ପ୍ରକୃତିପ୍ରେମୀ ଓ ଶିଳ୍ପପତିମାନେ ମଧ୍ୟ ଏହାର ଅଂଶୀଦାର ହୋଇଥା’ନ୍ତି ।
(ii) ସଂରକ୍ଷିତ ଜଙ୍ଗଲ ଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା କରାଯାଇ ସେଥ‌ିରେ ଗ୍ରାମବାସୀମାନଙ୍କଦ୍ୱାରା ମନୋନୀତ 5ରୁ 10 ଜଣ ଲୋକଙ୍କୁ ସଭ୍ୟଭାବେ ଗ୍ରହଣ କରାଯାଇଛି ।

ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା :
BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ 1
(ii) ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ଦେଉଥ‌ିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ଓ ଶୁକ୍ଳ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଉଛି । ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେସଙ୍ଗେ ସେମାନଙ୍କର ସାମୂହିକ ଉନ୍ନତି ପାଇଁ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Question 4.
‘ଜଙ୍ଗଲ ହେଉଛି ଜୈବବିବିଧତାର ଉତ୍ସ’ – ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
ଉ-

(i) ଜୈବ ବିବିଧତା କହିଲେ ସାଧାରଣତଃ ଗୋଟିଏ ସ୍ଥାନରେ ବସବାସ କରୁଥିବା ସମସ୍ତ ପ୍ରାଣୀ, ଉଭିଦ ଓ ଅଣୁଜୀବମାନଙ୍କୁ ବୁଝାଇଥାଏ । ଜଙ୍ଗଲ ପରିବେଶରେ ଅପେକ୍ଷାକୃତ କମ୍ ଜାଗାରେ ଅନେକ ପ୍ରକାର ବୃକ୍ଷଲତା ଓ ଜୀବଜନ୍ତୁ ଦେଖାଯାଉଥ‌ିବାରୁ ଏହାକୁ ଜୈବ ବିବିଧତା ଏକ ମୁଖ୍ୟ ଉତ୍ସ ବୋଲି କୁହାଯାଏ ।
(ii) ଜଙ୍ଗଲରେ ଏହି ପାକତିକ ଜୈବ ବିବିଧତା କତିମ ଉପାୟରେ ମଧ୍ଯ ସୃଷ୍ଟି କରାଯାଇପାରିବ ନାହିଁ । ଅନେକ ଅଞ୍ଚଳରେ ଜଙ୍ଗଲ ସଫା ହୋଇଯିବା ପରେ ସେହି ଅଞ୍ଚଳରେ ଶାଗୁଆନ, ଫାସି ଇତ୍ୟାଦି ଏକ ପ୍ରକାରର ବୃକ୍ଷରୋପଣ କରାଯିବା ଫଳରେ ଜୈବ ବିବିଧତା ହ୍ରାସ ପାଇବା ସହ ଜଙ୍ଗଲ ପରିସଂସ୍ଥାର କ୍ଷତି ଘଟୁଛି ଓ ମୁଭିକାର ମାନ ମଧ୍ଯ କମିଯାଉଛି ।
(iii) ତେଣୁ ପ୍ରକୃତରେ କହିବାକୁ ଗଲେ ପଶୁ, ପକ୍ଷୀ ଓ ଉଦ୍ଭିଦ ଯାହାକି ପ୍ରାକୃତିକ ଭାବେ ଜଙ୍ଗଲରେ ମିଳିଥାଏ, ତାହା ଥରେ ନଷ୍ଟ ହୋଇଗଲେ ପୁନର୍ବାର ସୃଷ୍ଟି କରାଯାଇପାରିବ ନାହିଁ । ତେଣୁ ପ୍ରାକୃତିକ ଜଙ୍ଗଲ ଜୈବ ବିବିଧତାର ପ୍ରମୁଖ ଉତ୍ସ ଅଟେ ।

Question 5.
ଜଙ୍ଗଲ ସମ୍ପଦ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ବର୍ଣ୍ଣନା କର ।
ଉ-

(i) ଜଙ୍ଗଲ ସମ୍ପଦର ମୁଖ୍ୟତଃ 4ଟି ଅଂଶୀଦାର ରହିଛନ୍ତି; ଯଥା- ଜଙ୍ଗଲ ଓ ତାର ଆଖପାଖ ଅଞ୍ଚଳରେ ଅସ୍ଵାସୀ, ଜଙ୍ଗଲ ବିଭାଗ, ଶିଳ୍ପପତି ଓ ପ୍ରକୃତିପ୍ରେମୀ । ସମସ୍ତ ଅଂଶୀଦାରମାନଙ୍କୁ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କାର୍ଯ୍ୟକ୍ଷମ କରାଯାଇଛି ।

(ii) ଭାରତ ସରକାରଙ୍କଦ୍ୱାରା ପ୍ରଚଳିତ ଏହି ଜଙ୍ଗଲ ପରିଚାଳନା ଯୋଜନାରେ ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷ ଅଂଶୀଦାରମାନଙ୍କ ଅଧିକ ଗରତ ଦିଆଯାଉଛି । ସେମାନଙ୍କର ଅଧିକାରକୁ ଅକ୍ଷୁଣ୍ଣ ରଖୁବା ସହିତ ସେମାନଙ୍କ ଜରିଆରେ ଜଙ୍ଗଲ ସମ୍ପଦର ସଂରକ୍ଷଣ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।

(iii) ସେଥୁପାଇଁ ସଂରକ୍ଷିତ ଜଙ୍ଗଲଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା ଗଠନ କରାଯାଇ ସେଥ‌ିରେ ଗ୍ରାମବାସୀମାନଙ୍କଦାରା ମନୋନୀତ ପାଞ୍ଚରୁ ଦଶଜଣ ଲୋକଙ୍କ ସଭ୍ୟଭାବେ ନିଆଯାଉଛି ।

(iv) ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ହେଉଥ‌ିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ଓ ଶୁଳ୍କ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଉଛି ।

(v) ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେସଙ୍ଗେ ସେମାନଙ୍କର ସାମୂହିକ ଉନ୍ନତି ପାଇଁ ସେଠାକାର ଜଙ୍ଗଲରୁ ଲବ୍ଧ ଶୁଳ୍କର ଏକ ଅଂଶ ଖର୍ଚ୍ଚ କରାଯାଉଛି । ଫଳରେ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Question 6.
ଭୂତଳ ଜଳସ୍ତର କମିବାର କାରଣଗୁଡ଼ିକ କ’ଣ ? ଭୂତଳ ଜଳସ୍ତର କିପରି ସମୃଦ୍ଧ କରାଯାଇପାରିବ ?
ଉ-
ଭୂତଳ ଜଳସ୍ତର କମିବାର କାରଣ :
(i) ଦେଶରେ ଖାଦ୍ୟର ଆବଶ୍ୟକତା ବୃଦ୍ଧିପାଉଥିବାରୁ ଦିନକୁ ଦିନ କୃଷି ଓ ଶିଳ୍ପସଂସ୍ଥା ପାଇଁ ଅଧ‌ିକରୁ ଅଧିକ ଜଳ ବ୍ୟବହାର କରାଯାଉଛି । ଫଳରେ ଭୂପୃଷ୍ଠ ଜଳ ବ୍ୟବହାର ସଙ୍ଗେ ସଙ୍ଗେ ଆମ୍ଭେମାନେ ମଧ୍ୟ ନଳକୂପ ଓ ଉଠା ଜଳସେଚନଦ୍ଵାରା ଭୂତଳ ଜଳର ଅତ୍ୟଧିକ ବ୍ୟବହାର କରିଚାଲିଛୁ ।

(ii) ଅନ୍ୟପକ୍ଷରେ ପାହାଡ଼ ଓ ପର୍ବତମାନଙ୍କରୁ ଜଙ୍ଗଲ ସଫା ହୋଇଯିବାଦ୍ବାରା ଭୂତଳକୁ ଜଳର ଗତି କମିବାରେ ଲାଗିଛି ଓ ଭୂତଳ ଜଳର ପରିମାଣ ଦିନକୁ ଦିନ କମିବାରେ ଲାଗିଛି । ସେଥ୍ପାଇଁ ଜଳସମ୍ପଦର ସଂରକ୍ଷଣ ସହ ଏହାର ସୁପରିଚାଳନାପାଇଁ ଆବଶ୍ୟକ ପଦକ୍ଷେପ ନେବା ଦରକାର ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

ଭୂତଳ ଜଳସ୍ତର ସମୃଦ୍ଧ ହେବାର ଉପାୟ :
BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ 2

(iii) ନଦୀବନ୍ଧ ଯୋଜନା – ଆମ ଦେଶରେ ଚାଷବାସ ପାଇଁ ଜଳସେଚନର ଆବଶ୍ୟକତାକୁ ଉପଲବ୍ଧକରି ତତ୍‌କାଳୀନ ଇଂରେଜ ସରକାର ସର୍ବପ୍ରଥମେ ବିଭିନ୍ନ ବଡ଼ ଓ ଚିରସ୍ରୋତା ନଦୀମାନଙ୍କରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିଥିଲେ ।

(iv) ଜଳଛାୟା ପରିଚାଳନା- ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ଵାରା ବର୍ଷାଜଳ ଭୂତଳ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।

(v) ଏକ ଚିରାଚରିତ ପ୍ରଥା । ସେଥ‌ିପାଇଁ ସବୁ ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ୱାରା ମାଟିର ଆର୍ଦ୍ରତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ । ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(vi) ଜଳର ପୁନଶ୍ଚ କ୍ରଣ – କୃଷି ଓ ପିଇବାପାଇଁ ଆବଶ୍ୟକ ଜଳ ଅପେକ୍ଷା ଶିଳ୍ପସଂସ୍ଥାମାନେ ଅଧିକ ଜଳ ବ୍ୟବହାର କରିଥାନ୍ତି । ଏହି ଜଳ ଦୂଷିତ ହୋଇ ନିର୍ଗତ ହୋଇଥାଏ ଓ ଅନେକ ସମୟରେ ବିଶୋଧ ନ ହୋଇ ଭୂପୃଷ୍ଠ ଅନୁସାରେ ବିଶୋଧ କରି ପୁନଶ୍ଚକ୍ରଣ କରିପାରିଲେ ଜଳ ପ୍ରଦୂଷଣଜନିତ ସମସ୍ୟା ଦୂର ହେବା ସହିତ ସେମାନଙ୍କର ନିର୍ଭରଶୀଳତା କିଛିମାତ୍ରାରେ କମାଯାଇପାରିବ । ଶିଳ୍ପସଂସ୍ଥାମାନେ ନିଜସ୍ୱ ଶକ୍ତି ଉତ୍ପାଦନ କେନ୍ଦ୍ରପରି ନିଜସ୍ବ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଜରିଆରେ ଜଳ ଗଚ୍ଛିତ କରି ରଖୁରିବେ ଓ ଏହାକୁ ବ୍ୟବହାର କରିପାରିବେ ।

Question 7.
ବୃଷ୍ଟିଜଳ ସଂରକ୍ଷଣର ଉପାୟଗୁଡ଼ିକ ବର୍ଣ୍ଣନ କର ।
ଉ-
(i)ଆମ ଦେଶରେ ବୃଷ୍ଟିଜଳକୁ ସଂରକ୍ଷଣ କରି ଦରକାର ସମୟରେ ବ୍ୟବହାର କରିବା ଏକ ଚିରାଚରିତ ପ୍ରଥା । ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ଵାରା ମାଟିର ଆର୍ଦ୍ରତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ ।
(ii) ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ୍ମିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ବାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।
(iii) କେବଳ ଖାଲୁଆ ଅଞ୍ଚଳରେ ଏହି ଜଳ ଭୂପୃଷ୍ଠ ଜଳ ଆକାରରେ ବର୍ଷସାରା ଉପଲବ୍ଧ ହେଉଥ‌ିବାବେଳେ ଜଳ ଜମିରହୁଥ‌ିବା ସ୍ଥାନଗୁଡ଼ିକରେ ଖରାଦିନେ ଚାଷକାର୍ଯ୍ୟ କରାଯାଇ ପାରୁଛି ଓ ଭୂତଳ ଜଳ ଉତ୍ତୋଳନ କରି ଜଳସେଚନ କରାଯାଇ ପାରୁଛି ।
(iv) ସହରାଞ୍ଚଳମାନଙ୍କରେ ସବୁଆଡ଼େ ‘କଂକ୍ରିଟ୍ ଜଙ୍ଗଲ’ ସୃଷ୍ଟି ହେଉଥ‌ିବାରୁ ବର୍ଷାଜଳ ଭୂତଳକୁ ଗତି କରିବାର ବାଟ ରହୁନାହିଁ ଓ ଏହା ବୋହିଯାଇ ନଦୀରେ ମିଶୁଛି । ସେଥ‌ିପାଇଁ ଆମକୁ ବର୍ଷାଜଳ ସଂରକ୍ଷଣ କରି ଭୂତଳକୁ ପଠାଇବାର ବ୍ୟବସ୍ଥା କରିବା ଦରକାର ।
(v) ଛାତ ଉପରେ ପଡ଼ୁଥ‌ିବା ବର୍ଷାଜଳକୁ ଏକ ବାଲିଶଯ୍ୟା ଥିବା କମ୍ ଗଭୀର ଗର୍ଭକୁ ଛାଡ଼ିଦେଲେ ଏହି ଜଳ ବାଲିଶଯ୍ୟାଦ୍ଵାରା ଶୋଷିହୋଇ ମାଟିତଳକୁ ଗତିକରି ଭୂତଳ ଜଳ ସହିତ ମିଶିପାରିବ । ଏହାଛଡ଼ା ବଷାଜଳକୁ ଟାଙ୍କି ସାହାଯ୍ୟରେ ସଂଗ୍ରହ କରି ସିଧାସଳଖ ବ୍ୟବହାର ମଧ୍ୟ କରାଯାଇପାରିବ ।

Question 8.
ବୃହତ୍ ନଦୀବନ୍ଧ ଯୋଜନାଦ୍ଵାରା ଆମକୁ କେଉଁ ପ୍ରକାରର ସୁବିଧା ମିଳିପାରିଛି ? ଆମେ ଏହାର ବିକଳ୍ପ ଚିନ୍ତା କରିବା କାହିଁକି ଦରକାର ?
ଉ-
(i) ବହଡ଼ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁସ୍ଥାନକୁ ସମପରିମାଣରେ ଉପଲବ୍‌ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ ।
(ii) ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୂରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି ।
(iii) ଓଡ଼ିଶା ସରକାର ‘ମୋ’ପୋଖରୀ’ ପ୍ରକଳ୍ପ ଏହି ଦିଗରେ ଏକ ଉତ୍ତମ ପଦକ୍ଷେପ ।

Question 9.
ସଂକ୍ଷେପରେ ଉତ୍ତର ଦିଅ ।
(କ) ଜଳଛାୟା ପରିଚାଳନା କ’ଣ ?
ଭ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ୱାରା ବର୍ଷାଜଳ ଭୂତଳ ଜଳଭାବରେ ସଂରକ୍ଷିତ ହୋଇପାରିବ । ଏହି ପ୍ରକ୍ରିୟାକୁ ଜଳଛାୟା ପରିଚାଳନା କୁହାଯାଏ ଓ ପାହାଡ଼ର ଗଡ଼ାଆ ଆଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।
(i) ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ କ୍ଷୟକୁ ରୋକିବା ଓ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ।
(ii) ପାହାଡ଼ର ଶିଖରରୁ ପାଦଦେଶ ପର୍ଯ୍ୟନ୍ତ ସ୍ଥାନେସ୍ଥାନେ ପଥର ବନ୍ଧ ନିର୍ମାଣ କରିବାଦ୍ଵାରା ବର୍ଷାଜଳର ବେଗ କମାଯାଇପାରିବ ଓ ଅଧ୍ଵ ଜଳ ଭୂତଳକୁ ଗତି କରିପାରିବ ।

(ଖ) କ୍ଷୁଦ୍ର ନଦୀବନ୍ଧ ଯୋଜନା କିପରି ଉପଯୋଗୀ ?
ଭ-
ବୃହତ୍ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁସ୍ଥାନକୁ ସମପରିମାଣରେ ଉପଲବ୍‌ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ । ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୂରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି ।

(ଗ) ସମତଳ ଅଞ୍ଚଳରେ ଜଳ ସଂରକ୍ଷଣ କିପରି କରାଯାଏ ?
ଉ-
ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତିକରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(ଘ) ବୃହତ୍ ନଦୀବନ୍ଧ ଯୋଜନାରେ କି କି ଅସୁବିଧା ରହିଛି ?
ଉ-
ବଣ୍ଟନ ସମୟରେ କେନାଲ୍ ବନ୍ଧରେ ଅନେକ ସମୟରେ ଘାଇ ସୃଷ୍ଟିହୋଇ ବହୁପରିମାଣର ଜଳ ନଷ୍ଟହୋଇ ସେହି ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି କରୁଛି । ସେହିପରି କେତେକ କେନାଲ୍‌ରେ ଆବଶ୍ୟକ ପରିମାଣର ଜଳପ୍ରବାହ ହେଉନଥ‌ିବାରୁ ଲୋକମାନେ କେନାଲ ବନ୍ଧଗୁଡ଼ିକୁ କାଟିଦେଇ ପରିସ୍ଥିତିକୁ ଆହୁରି ଜଟିଳ କରିଦେଉଛନ୍ତି । ଜଳଭଣ୍ଡାର ସୃଷ୍ଟି ହେବାଦ୍ୱାରା ଯେଉଁସବୁ ଗାଁ ଓ ଜମି ଜଳାର୍ଣ୍ଣବ ହେଉଛି ସେଠାକାର ଲୋକମାନଙ୍କୁ ସେହିସ୍ଥାନ ଛାଡ଼ି ଅନ୍ୟସ୍ଥାନକୁ ଯିବାକୁ ପଡ଼ୁଛି । ଫଳରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଘରଦ୍ୱାର, ଜମିବାଡ଼ି ଓ ବେପାରବଣିଜ ସବୁ ହରାଇ ନିଃସ୍ବ ହୋଇଯାଉଛନ୍ତି । ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଓ ଚାକିରି ନ ମିଳିବାଦ୍ଵାରା ପ୍ରୀତିକର ସାମାଜିକ ତଥା ଅର୍ଥନୈକ ପରିସ୍ଥିତି ସୃଷ୍ଟି ହେଉଛି ।

(ଙ) କୋଇଲା ଓ ପେଟ୍ରୋଲିୟମ୍ଜନିତ ପ୍ରଦୂଷଣ ବିଷୟରେ ଏକ ଟିପ୍ପଣୀ ଦିଅ ।
ଉ-
କୋଇଲା ଓ ପେଟ୍ରୋଲିୟମ୍ ଜଳିବାଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଅଙ୍ଗାରକାମ୍ଳ ପରିମାଣ ବଢ଼ିବାଦ୍ୱାରା ତାପମାତ୍ରା ବୃଦ୍ଧିପାଇ ସବୁଜ କୋଠରି ପ୍ରଭାବ ଅନୁଭୂତ ହେଉଛି । ଆମେ ନିଜକୁ ଓ ଜୈବବିବିଧତାକୁ ରକ୍ଷା କରିବାପାଇଁ କୋଇଲା ତଥା ପେଟ୍ରୋଲିୟମ୍ର ବ୍ୟବହାରକୁ ନିୟନ୍ତ୍ରିତ କରିବା ସଙ୍ଗେ ସଙ୍ଗେ ବିକଳ୍ପ, ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ତ୍ବରାନ୍ବିତ କରିବା ଦରକାର । ଏଥପାଇଁ ନିମ୍ନୋକ୍ତ ପଦକ୍ଷେପମାନ ନେବା ନିତାନ୍ତ ଆବଶ୍ୟକ ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

(ଚ) ପୁନଃବ୍ୟବହାର :
ଉ-
(i) କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପଦ୍ଧତି ।
(ii) ସେହିପଦାର୍ଥର ଠିକ୍ ଉପଯୋଗ ହେବା ସହ ସମ୍ପଦର ସଂରକ୍ଷଣ ମଧ୍ୟ ହୋଇଥାଏ ।
(iii) ଉଦାହରଣସ୍ୱରୂପ ଆମର ପୁରୁଣା ଲୁଗାପଟା ଓ ଚପଲ, ରଦି କାଗଜ, ପଲିଥୁନ୍ ମୁଣା, କାଗଜ ଡବା, କାଚ ଓ ପ୍ଲାଷ୍ଟିକ୍ ବୋତଲଗୁଡ଼ିକୁ ବିଭିନ୍ନ କାର୍ଯ୍ୟପାଇଁ ବ୍ୟବହାର କରି ଆମେ ପ୍ରଦୂଷଣକୁ ମଧ୍ୟ ଅନେକାଂଶରେ ପ୍ରଶମିତ କରିପାରିବା ।

(ଛ) ପ୍ରାକୃତିକ ସମ୍ପଦ ସଂରକ୍ଷଣରେ ପ୍ରକୃତିପ୍ରେମୀମାନଙ୍କର ଭୂମିକା
ଉ-
(i) 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କଦ୍ୱାରା କଟାଯାଉଥ‌ିବା ଗଛଗୁଡ଼ିକୁ ରକ୍ଷା କରିବାପାଇଁ ଘରୱାଲ୍ ଜିଲ୍ଲାର ରେନି ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।
(ii) ଏହା ଚିପ୍‌ ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
(iii) ଚିପକୋ ଆନ୍ଦୋଳନ ପରି ୧୯୮୩ ମସିହାରେ କର୍ଣ୍ଣାଟକରେ ‘ଅସ୍ଥିକୋ ଆନ୍ଦୋଳନ’’ର ସୂତ୍ରପାତ ହୋଇଥିଲା । ‘‘ଆଖିକୋ’’ର ଅର୍ଥ ମଧ୍ଯ କୁଣ୍ଢାଇ ଧରିବା ।
(iv) ଏହି ଆନ୍ଦୋଳନ କ୍ରମଶଃ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲା ଓ ଲୋକମାନେ ସେମାନଙ୍କ ଅଞ୍ଚଳର ଜଙ୍ଗଲର ସୁରକ୍ଷା ପାଇଁ ଆଗଭର ହେଲେ ।
(v) ପଶ୍ଚିମବଙ୍ଗର ଆରାବରି ଅଞ୍ଚଳର ଶାଳ ଜଙ୍ଗଲ ସଂରକ୍ଷଣ, କେରଳର ପେରିୟାର ଜଙ୍ଗଲ ସଂରକ୍ଷଣ ଇତ୍ୟାଦି ଏହାର ଜ୍ଵଳନ୍ତ ଉଦାହରଣ ।

(ଜ) IUCN
ଉ-
ଏହା ପୃଥ‌ିବୀର ସବୁଠାରୁ ବଡ଼ ପରିବେଶ ସମ୍ବନ୍ଧୀୟ ସଂସ୍ଥା ଏହା ସ୍ଵତନ୍ତ୍ର ଭାବରେ ପରିବେଶ, ଜୈବବିବିଧତା, ପୃଥ‌ିବୀର ବିପନ୍ନ ଜାତିର ଉଭିଦ ଓ ପ୍ରାଣୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ତଥ୍ୟ ଭଣ୍ଡାର ସୃଷ୍ଟି କରିଛି ।
(i) ଜନସାଧାରଣଙ୍କ ଧାରଣା ଯେ ଜଙ୍ଗଲ ସମ୍ପଦ କେବଳ ସରକାରଙ୍କର ଓ ଏଥରେ ସେମାନଙ୍କର କୌଣସି ଅଧିକାର ନାହିଁ କିନ୍ତୁ ଜନଚେତନା ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗଦାନ ବିନା ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପ୍ରାୟତଃ ଅସମ୍ଭବ ।
(ii) ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ବିଶ୍ଵ ଜଳବାୟୁରେ କେଉଁସବୁ ପରିବର୍ତ୍ତନ ହେବ ଓ ତାହା ଆମର ଜୀବନଧାରାକୁ କିପରି ପ୍ରଭାବିତ କରିବ ସେ ବିଷୟରେ ଜନସଚେତନତା ସୃଷ୍ଟି କରିବା ଆବଶ୍ୟକ ।

(ଞ) ଚିପ୍‌ ଆନ୍ଦୋଳନ :
ଉ-
(i) 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କଦ୍ୱାରା କଟାଯାଉଥ‌ିବା ଗଛଗୁଡ଼ିକୁ ରକ୍ଷା କରିବାପାଇଁ ଘରୱାଲ୍ ଜିଲ୍ଲାର ରେନି (Reni) ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଏହା ଚିପ୍‌ (Chipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ
(ii) ଏହା ଚିପ୍‌ (Chipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

(ଟ) ବିଷୋଇ ସମ୍ପ୍ରଦାୟ :
ଉ-
ଭାରତର ରାଜସ୍ଥାନ, ହରିଆନା, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ବାସ କରୁଥିବା ଲୋକମାନେ ତାଙ୍କ ଧର୍ମଗୁରୁଙ୍କ ଉପଦେଶ ମାନୀ ପ୍ରକୃତି ।

Question 10.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଅଟକ ବନ୍ଧ ବା ଆଡ଼ିବନ୍ଧ କ’ଣ ?
ଉ-
ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକ ବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷା ଜଳକୁ ରଖାଯିବା ଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(ଖ) ଜଳଛାୟା ଅଞ୍ଚଳ କାହାକୁ କୁହାଯାଏ ?
ଉ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରି, ପଥର ଅଟକ ବନ୍ଧ ଦେଇ ଜଳପ୍ରବାହର କ୍ଷିପ୍ରତା କମାଇ, ଜଳର ଭୂତଳକୁ ମାତ୍ରା ବୃଦ୍ଧି କରିବା ଜଳଛାୟା ପରିଚାଳନ ହେତୁ ପାହାଡ଼ର ଏହି ଗଡ଼ାଣିଆ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ ।

(ଗ) ବିଶ୍ଵ ବନ୍ୟଜୀବ ପାଣ୍ଠିର ମୂଳ ଲକ୍ଷ୍ୟ କ’ଣ ?
ଉ-
ବିଶ୍ଵ ବନ୍ୟଜୀବ ପାଣ୍ଠିର ଲକ୍ଷ୍ୟ ହେଉଛି, ଜୈବ ବିବିଧତାର ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ସମାନ ଓ ପରିପୋଷଣକାରୀ ବ୍ୟବହାର ନିଶ୍ଚିତ କରିବା ।

(ଘ) ରେଡ଼୍ ଡାଟା ବୁକ୍‌ରେ କେଉଁ କେଉଁ ରଙ୍ଗର ପୃଷ୍ଠା ରହିଛି ?
ଉ-
‘ରେଡ଼ଡାଟା ବୁକ୍‌ରେ ସିଲେଇ ହୋଇନଥ‌ିବା ଗ୍ରନ୍ଥି ଯୋଗୁଁ ବିଭିନ୍ନ ରଙ୍ଗର ପୃଷ୍ଠା ମଧ୍ୟରୁ ଗୋଲାପି ଓ ସବୁଜ ରଙ୍ଗର ପୃଷ୍ଠା ରହିଛି ।

(ଙ) ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କ’ଣ ?
ଉ-
ସଂରକ୍ଷିତ ଜଙ୍ଗଲ ନିକଟରେ ରହିଥିବା ଗ୍ରାମବାସୀମାନଙ୍କୁ ଅଂଶୀଦାର ଭାବରେ ଯୋଜନାରେ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ‘ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା’’ କାର୍ଯ୍ୟକାରୀ ହେଉଛି ।

Question 11.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ଉଦ୍ଭିଦ ଉଦ୍ୟାନ କେଉଁ ପ୍ରକାର ସଂରକ୍ଷଣର ଉଦାହରଣ ?
ଉ-
ବାହ୍ୟସ୍ଥାନେ ସଂରକ୍ଷଣ

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

(ଖ) ଜାତୀୟ ଉଦ୍ୟାନ କେଉଁ ପ୍ରକାର ସଂରକ୍ଷଣର ଉଦାହରଣ ?
ଉ-
ସ୍ବସ୍ଥାନେ ସଂରକ୍ଷଣ

(ଗ) ସୁନ୍ଦରଲାଲ ବହୁଗୁଣା କେଉଁ ପରିବେଶ ଆନ୍ଦୋଳନର ସୂତ୍ରଧର ?
ଉ-
ଚିପ୍ପକୋ ଆନ୍ଦୋଳନ

(ଘ) . କୋଇଲା କେଉଁ ପ୍ରକାର ପ୍ରାକୃତିକ ସମ୍ପଦର ଉଦାହରଣ ?
ଉ-
ନବାକରଣ ଅଯୋଗ୍ୟ

(ଙ) ସର୍ଦାର ସରୋବର ନଦୀବନ୍ଧ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉ-
ଟୁଜରାଟ

Question 12.
ଶୂନ୍ୟସ୍ଥାନ ପୂରଣ କର ।
(କ) IUCN ବିପନ୍ନ ଜାତି ବନ୍ୟପ୍ରାଣୀଙ୍କ ସମୀକ୍ଷା କରି ……………………… ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ ।
(ଖ) ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକାଶମାର୍ଗରୁ ହେଲିକାପ୍ଟର ସାହାଯ୍ୟରେ ………………………. ବ୍ୟବହାର କରିଥିଲେ
(ଗ) ଆମ ଦେଶରେ ରହିଥିବା ସମସ୍ତ ଚିଡ଼ିଆଖାନା ………………………. ଦ୍ଵାରା ନିୟନ୍ତ୍ରିତ ।
(ଘ) ତାପଜ ବିଦ୍ୟତ୍ କେତ୍ରରୁ ବାହାରୁଥିବା ………………. କୁ ବ୍ୟବହାର କରି ଇଟା ତିଆରି କରାଯାଉଛି ।
(ଙ) ଆମ ଘରେ ସୃଷ୍ଟି ହେଉଥ‌ିବା କାଚ ବୋତଲ, ଧାତୁ ଓ ଜରି ପରି ଆବର୍ଜନାକୁ କଞ୍ଚାମାଲ ଭାବରେ ବ୍ୟବହାର କରି ସେଥୁରୁ ପୁନର୍ବାର ମୂଳ ବସ୍ତୁ ଉତ୍ପାଦନ କରିବା ପ୍ରକ୍ରିୟାକୁ …………………………. କୁହାଯାଏ ।

Answer:
(କ) ରେଡ଼ଡାଟା ବୁକ୍
(ଖ) ଜଳ କମାଣ
(ଗ) କେନ୍ଦ୍ରୀୟ ଚିଡ଼ିଆଖାନା ସଂସ୍ଥା
(ଘ) ଫ୍ଲାଇଆସ୍ । କୋଇଲା ପାଉଁଶ
(ଙ) ପୁନଃଶ୍ଚକ୍ରଣ

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 1.
ଦତ୍ତ ମାପଦ୍ଵୟ ମଧ୍ୟରେ ଅନୁପାତ ନିର୍ଣ୍ଣୟ କର । 
(କ) 600 ଗ୍ରାମ୍ ଓ 20 ଗ୍ରାମ୍
ସମାଧାନ:
600 ଗ୍ରାମ୍ ଓ 20 ଗ୍ରାମର ଅନୁପାତ = 600 : 20 = 30 : 1

(ଖ) 500 ଗ୍ରାମ୍ ଓ 2 କି.ଗ୍ରା 
ସମାଧାନ:
500 ଗ୍ରାମ୍ ଓ 2 କି.ଗ୍ରା.ର ଅନୁପାତ (∵ 2 କି.ଗ୍ରା. = 2000 ଗ୍ରାମ)
500 ଗ୍ରାମ୍ ଓ 2000 ଗ୍ରାମର ଅନୁପାତ = 500 : 2000 = 1 : 4

(ଗ) 25 ପଇସା ଓ 1 ଟଙ୍କା
ସମାଧାନ:
25 ପଇସା ଓ 1 ଟଙ୍କାର ଅନୁପାତ 
= 25 ପଇସା ଓ 100 ପଇସାର ଅନୁପାତ = 25 : 100 = 1 : 4

(ଘ) 20 ମିନିଟ୍ ଓ 5 ଘଣ୍ଟା
ସମାଧାନ:
20 ମିନିଟ୍ ଓ 5 ଘଣ୍ଟାର ଅନୁପାତ (∵ 5 ଘଣ୍ଟା = 300 ମିନିଟ୍)
= 20 ମିନିଟ୍ ଓ 300 ମିନିଟ୍ର ଅନୁପାତ = 20 : 300 = 1 : 15

(ଙ) 15 ମିଟର ଓ 90  ସେ.ମି.
ସମାଧାନ:
15 ମିଟର ଓ 90 ସେ.ମି.ର ଅନୁପାତ (15 ମିଟର = 1500 ସେ.ମି.)
= 1500 ସେ.ମି. ଓ 90 ସେ.ମି.ର ଅନୁପାତ = 1500 : 90 = 50 : 3

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 2.
ଗୋଟିଏ ଶ୍ରେଣୀର ବାଳକ ସଂଖ୍ୟା 40 ଓ ବାଳିକା ସଂଖ୍ୟା 25 ହେଲେ, 
(କ) ବାଳକ ଓ ବାଳିକା ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳକ ଓ ବାଳିକା ସଂଖ୍ୟାର ଅନୁପାତ = 40 : 25 = 8 : 5

(ଖ) ବାଳିକା ଓ ବାଳକ ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳିକା ଓ ବାଳକ ସଂଖ୍ୟାର ଅନୁପାତ = 25 : 40 = 5 : 8

(ଗ) ବାଳକ ସଂଖ୍ୟା ଓ ସମୁଦାୟ ପିଲା ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳକ ସଂଖ୍ୟା = 40, ସମୁଦାୟ ପିଲାସଂଖ୍ୟା = 40 + 25 = 65
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 1
∴ ବାଳକ ସଂଖ୍ୟା ଓ ସମୁଦାୟ ପିଲାସଂଖ୍ୟାର ଅନୁପାତ 8 : 13 । 

(ଘ) ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା ଓ ବାଳିକା ସଂଖ୍ୟାର ଅନୁପାତ କେତେ ହେବ ?
ସମାଧାନ:
ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା = 40 + 15 = 55
ବାଳକ ସଂଖ୍ୟା = 25
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 2
∴ ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା ଓ ବାଳିକା ସଂଖ୍ୟାର ଅନୁପାତ କେତେ 11 : 5 ହେବ ।

Question 3.
ଗୋଟିଏ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା 28 ଓ ଛାତ୍ର ସଂଖ୍ୟା 1176 । ସେ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ର ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ଗୋଟିଏ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା = 28 ଓ ଛାତ୍ର ସଂଖ୍ୟା = 1176
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 3
∴ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ର ସଂଖ୍ୟାର ଅନୁପାତ 1 : 42 ।

Question 4.
ହରି 5 ଘଣ୍ଟାରେ 17 କି.ମି. ବାଟ ଯାଏ ଓ ରାମ 3 ଘଣ୍ଟାରେ 34 କି.ମି. ବାଟ ଯାଏ । ସେମାନଙ୍କ ଘଣ୍ଟା ପ୍ରତି ବେଗର ଅନୁପାତ
କେତେ ?
ସମାଧାନ:
ହରି 5 ଘଣ୍ଟାରେ 17 କି.ମି. ବାଟ ଯାଏ । ହରି 1 ଘଣ୍ଟାରେ ଯିବ = \(\frac{17}{5}\) କି.ମି. ।
ରାମ 3 ଘଣ୍ଟାରେ 34 କି.ମି ବାଟ ଯାଏ ।
ରାମ 1 ଘଣ୍ଟାରେ \(\frac{34}{3}\)  କି.ମି. ବାଟଯାଏ ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 4
∴ ହରି ଓ ରାମର ଘଣ୍ଟାପ୍ରତି ବେଗ 3 : 10 ।

Question 5.
ରାମ ଓ ଶ୍ୟାମର ଘଣ୍ଟା ପ୍ରତି ବେଗର ଅନୁପାତ 3 : 5 । ରାମ 5 ଘଣ୍ଟାରେ 22\(\frac{1}{2}\) କି.ମି. ବାଟ ଯାଏ । ଶ୍ୟାମର ଘଣ୍ଟା ପ୍ରତି ବେଗ
କେତେ ?
ସମାଧାନ:
ରାମ ଓ ଶ୍ୟାମର ଘଣ୍ଟାପ୍ରତି ବେଗର ଅନୁପାତ 3 : 5 ।
ଅର୍ଥାତ୍ ରାମ ଘଣ୍ଟାରେ 3 ଗୁଣ ଗଲେ ଶ୍ୟାମ ଘଣ୍ଟାରେ 5 ଗୁଣ ଯାଏ ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 5

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 6.
ସକିଲା ଗୋଟିଏ ସପ୍ତାହରେ 1008 ଟଙ୍କା ବ୍ୟୟ କରେ ଓ ପ୍ରତ୍ୟେକ ଦିନ 216 ଟଙ୍କା ଆୟ କରେ । ତା’ର ଦୈନିକ ଆୟ ଓ ବ୍ୟୟର ଅନୁପାତ ନିର୍ଣ୍ଣୟ କର ।
ସମାଧାନ:
ସକିଲା ଏକ ସପ୍ତାହ ବା 7 ଦିନରେ ବ୍ୟୟ କରେ 1008 ଟଙ୍କା ।
ସକିଲା 1 ଦିନରେ ବ୍ୟୟ କରେ = \(\frac{1008}{7}\) = 144 ଟଙ୍କା ।
ସକିଲା 1 ଦିନରେ ଆୟ କରେ = 216 ଟଙ୍କା l 
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 6
ସକିଲାର ଦୈନିକ ଆୟ ଓ ବ୍ୟୟର ଅନୁପାତ 3 : 2 ।

CHSE Odisha Class 12 History Chapter 13 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 13 ମହାତ୍ମା ଗାନ୍ଧି ଏବଂ ସ୍ଵାଧୀନତା ପାଇଁ ଜାତୀୟ ସଂଗ୍ରାମ Objective Questions.

CHSE Odisha 12th Class History Chapter 13 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଅସହଯୋଗ ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ ? ସେଠାରେ କାହିଁକି ବିଦ୍ରୋହ ହେଲା ?
Answer:
ଅସହଯୋଗ ଆନ୍ଦୋଳନ ସମୟରେ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଥିଲେ ଯେ କି ବ୍ରିଟିଶ୍ ସରକାରଙ୍କର ପ୍ରିୟପାତ୍ର ଥିଲେ । ସେ ଅସହଯୋଗ ଆନ୍ଦୋଳନକୁ ବିରୋଧ କରିଥିଲେ ଏବଂ ଆନ୍ଦୋଳନ ପୂର୍ବରୁ ଭୂରାସ୍ବ ବୃଦ୍ଧି କରିଥିବାରୁ କନିକାରେ ବିଦ୍ରୋହ ଆରମ୍ଭ ହୋଇଥିଲା ।

୨। ତିଳକ ସ୍ଵରାଜ ପାଣ୍ଠି କାହିଁକି ଗଠନ କରାଯାଇଥିଲା ?
Answer:
ଅସହଯୋଗ ଆନ୍ଦୋଳନକୁ ବ୍ୟାପକ କରିବା ଲକ୍ଷ୍ୟରେ ‘ତିଳକ ସ୍ଵରାଜ ପାଣ୍ଠି’ ଗଠିତ ହୋଇଥିଲା । ଭାରତର ପ୍ରତ୍ୟେକ ପ୍ରାନ୍ତର ଲୋକମାନେ ଅକୁଣ୍ଠିତ ଚିତ୍ତରେ ଏହି ପାଣ୍ଠିକୁ ଅର୍ଥଦାନ କରିଥିଲେ । ଏପରିକି ନାରୀମାନେ ନିଜ ନିଜର ଅଳଙ୍କାର ମଧ୍ୟ ଏହି ପାଣ୍ଠିକୁ ଦାନ କରିଥିଲେ । ଖୁବ୍‌ କମ୍ ସମୟ ମଧ୍ୟରେ ଅସହଯୋଗ ଆନ୍ଦୋଳନ
ଭାରତର ଆବାଳବୃଦ୍ଧବନିତାଙ୍କୁ ପ୍ରଭାବିତ କରିଥିଲା ।

୩ । ଚୌରୀଚୌରା ଘଟଣା କେବେ ଓ କେଉଁଠାରେ ସଂଘଟିତ ହୋଇଥିଲା ? ଏହା ଫଳରେ କେଉଁ ଆନ୍ଦୋଳନରେ ପୂର୍ଣଚ୍ଛେଦ ପଡ଼ିଥିଲା ?
Answer:
ଚୌରୀଚୌରା ଘଟଣା ୫ ଫେବୃୟାରୀ ୧୯୨୨ ଖ୍ରୀ.ଅ.ରେ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର ଚୌରୀଚୌରା ନାମକ ସ୍ଥାନରେ ସଂଘଟିତ ହୋଇଥିଲା । ଏହା ଫଳରେ ଅସହଯୋଗ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ।

୪। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିବା ଚାରିଜଣ ବିଶିଷ୍ଟ ନେତାମାନଙ୍କର ନାମ ଲେଖ ।
Answer:
ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥ‌ିବା ଚାରିଜଣ ବିଶିଷ୍ଟ ନେତାଙ୍କର ନାମ ହେଲା, ଗୋପବନ୍ଧୁ ଚୌଧୁରୀ, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଏବଂ ନୀଳକଣ୍ଠ ଦାସ ।

୫ । ଗାନ୍ଧିଜୀ କେବେ କାହିଁକି ଓଡ଼ିଶା ଆଗମନ କରିଥିଲେ ଓ ପ୍ରଥମେ ସେ କେଉଁଠି ଭାଷଣ ଦେଇଥିଲେ ।
Answer:
ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମିତ୍ତ ୧୯୨୧ରେ ମହାତ୍ମା ଗାନ୍ଧି ଓଡ଼ିଶା ଆଗମନ କରିଥିଲେ । ମାର୍ଚ୍ଚ ୨୩ ତାରିଖ ୧୯୨୧ରେ କଟକଠାରେ ପହଞ୍ଚି ସେ କାଠଯୋଡ଼ି ନଦୀବାଲିରେ ଏକ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୬ । ନେହେରୁ ରିପୋର୍ଟରେ କେଉଁ ପଦ ଉପରେ ଗୁରୁତ୍ଵ ଦିଆଯାଇଥିଲା ? ତରୁଣ ଗୋଷ୍ଠୀର କେଉଁ ନେତାମାନେ ଏହି ରିପୋର୍ଟକୁ ଉଚିତ ମନେ କରିନଥିଲେ ?
Answer:
ନେହେରୁ ରିପୋର୍ଟରେ ଡୋମିନିଅନ୍ ପଦ ଉପରେ ଗୁରୁତ୍ଵ ଦିଆଯାଇଥିଲା । ମାତ୍ର ଜବାହାରଲାଲ୍ ନେହେରୁ ଓ ସୁଭାଷଚନ୍ଦ୍ର ବୋଷଙ୍କ ପରି ତରୁଣ ଗୋଷ୍ଠୀ ଏହି ରିପୋର୍ଟକୁ ଉଚିତ ମନେ କରିନଥିଲେ ।

୭ । ୧୯୨୯ ଖ୍ରୀ.ଅ.ରେ କଂଗ୍ରେସର କେଉଁ ଅଧୁବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ କେଉଁ ପ୍ରସ୍ତାବ ଆଗତ କରାଗଲା ? ଏଥରେ ନେହେରୁ ଭାବପ୍ରବଣ ହୋଇ କ’ଣ କହିଥିଲେ ?
Answer:
୧୯୨୯ ଖ୍ରୀ.ଅ. ଡିସେମ୍ବର ମାସରେ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଆଗତ କରାଗଲା । ଏଥ‌ିରେ ଭାବପ୍ରବଣ ହୋଇ ନେହେରୁ କହିଲେ, ‘ବ୍ରିଟିଶ୍ ସାମ୍ରାଜ୍ୟର ଆଲିଙ୍ଗନ ହେଉଛି ଏକ ଭୟାବହ ବ୍ୟାପାର । ଏହା ଜୀବନ ସଞ୍ଚାରକ ଶ୍ରଦ୍ଧାର ଆଲିଙ୍ଗନ ନୁହେଁ କି ହୋଇପାରିବ ନାହିଁ ।

୮। ‘ସାଇମନ୍ ଫେରିଯାଅ’ ଧ୍ବନି କେବେ ଓ କାହିଁକି ଭାରତୀୟମାନେ ଦେଇଥଲେ ? ଏହି କମିଶନକୁ କେଉଁମାନେ ତୀବ୍ର ବିରୋଧ କରିଥିଲେ ?
Answer:
୧୯୨୮ ଖ୍ରୀ.ଅ.ରେ ସାଇମନ୍ କମିଶନ୍ ଭାରତରେ ପ୍ରବେଶ କଲାମାତ୍ରେ ଭାରତୀୟମାନେ ‘ସାଇମନ୍ ଫେରିଯାଅ’ ଧ୍ଵନି ଦେଇଥିଲେ । ଏହି କମିଶନରେ ଜଣେ ହେଲେ ଭାରତୀୟ ସଦସ୍ୟ ନଥିଲେ । ଜାତୀୟ କଂଗ୍ରେସ, ମୁସଲିମ୍ ଲିଗ୍ ଏବଂ ଭାରତର ବିଭିନ୍ନ ସଂଗଠନ ଏହି କମିଶନ୍‌କୁ ତୀବ୍ର ବିରୋଧ କରିଥିଲେ ।

୯ । ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ କେବେ କେଉଁଠାରେ କାହା ସଭାପତିତ୍ୱରେ ଗୃହୀତ ହୋଇଥିଲା ? ସେ ସମୟରେ ଭାରତର ବଡ଼ଲାଟ କିଏ ଥିଲେ ?
Answer:
୧୯୨୯ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଗୃହୀତ ହୋଇଥିଲା । ସେ ସମୟରେ ଭାରତର ବଡ଼ଲାଟ ଲର୍ଡ ଇର୍‌ଉଇନ୍ ଥୁଲେ ।

୧୦ । ପ୍ରଥମ ଗୋଲଟେବୁଲ ବୈଠକ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଏଥୁରେ କେଉଁ ବିଷୟରେ ଆଲୋଚନା କରାଯାଇଥିଲା ?
Answer:
ପ୍ରଥମ ଗୋଲଟେବୁଲର ବୈଠକ ୨ ନଭେମ୍ବର ୧୯୩୦ ଖ୍ରୀ.ଅ.ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତକୁ ଏକ ଅଧୁରାଜ୍ୟର ମାନ୍ୟତା ଦେବା ବିଷୟରେ ଆଲୋଚନା କରାଯାଇଥିଲା, ମାତ୍ର କୌଣସି ବଳିଷ୍ଠ ସିଦ୍ଧାନ୍ତ ନିଆଯାଇପାରିନଥିଲା ।

୧୧ । ଦ୍ଵିତୀୟ ଗୋଲଟେବୁଲ ବୈଠକ କେବେ ଓ କାହା ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭାରତର କିଏ ଯୋଗ ଦେଇଥିଲେ ?
Answer:
ଦ୍ଵିତୀୟ ଗୋଲଟେବୁଲ ବୈଠକ ଡିସେମ୍ବର ୧୯୩୧ ଖ୍ରୀ.ଅ.ରେ ପ୍ରଧାନମନ୍ତ୍ରୀ ରାମ୍‌ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତରୁ ଗାନ୍ଧିଜୀ ଯୋଗ ଦେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୨ । ଭାରତଛାଡ଼ ଆନ୍ଦୋଳନ ପ୍ରସ୍ତାବ କେବେ ଏବଂ କଂଗ୍ରେସର କେଉଁ ଅଧ‌ିବେଶନରେ ଗୃହୀତ ହୋଇଥିଲା ? ଏହା କେଉଁ ବିପ୍ଳବ ନାମରେ ପ୍ରସିଦ୍ଧ ହୋଇଥୁଲା ?
Answer:
ଅଗଷ୍ଟ ୮, ୧୯୪୨ରେ ଭାରତୀୟ ଜାତୀୟ କଂଗ୍ରେସର ବମ୍ବେ ଅଧୂବେଶନରେ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ଅଗଷ୍ଟ ବିପ୍ଳବ ନାମରେ ପ୍ରସିଦ୍ଧ ହୋଇଥିଲା ।

୧୩ । ଦାଣ୍ଡିଯାତ୍ରା କେବେ ଓ କେଉଁ ଆଶ୍ରମରୁ ବାହାରିଥିଲା ? ଏହାର ନେତୃତ୍ବ କିଏ ନେଇଥିଲେ ?
Answer:
ଦାଣ୍ଡିଯାତ୍ରା ୧୯୨୦, ମାର୍ଚ୍ଚ ୧୨ ତାରିଖ ଦିନ ସାବରମତୀ ଆଶ୍ରମରୁ ଆରମ୍ଭ ହୋଇଥିଲା । ଏହାର ନେତୃତ୍ୱ ମହାତ୍ମା ଗାନ୍ଧି ନେଇଥିଲେ ।

୧୪ । ସୀମାନ୍ତ ଗାନ୍ଧି କିଏ ? ସେ ଗଠନ କରିଥିବା ଜାତୀୟତାବାଦୀ ଅନୁଷ୍ଠାନର ନାମ କ’ଣ ଥିଲା ?
Answer:
ଖାଁ ଅବ୍‌ଦୁଲ୍ ଗଫର ଖାଁଙ୍କୁ ସୀମାନ୍ତ ଗାନ୍ଧି କୁହାଯାଏ । ସେ ଗଠନ କରିଥିବା ଜାତୀୟତାବାଦୀ ଅନୁଷ୍ଠାନର ନାମ ‘ଖୁଦାଇ ଖୁଡ଼ିଗାର’ ଥିଲା ।

୧୫ । ଓଡ଼ିଶାରେ ଇଞ୍ଚୁଡ଼ି ସତ୍ୟାଗ୍ରହରେ କେଉଁ ନାରୀମାନେ ନେତୃତ୍ୱ ନେଇଥିଲେ ? କିଏ ପ୍ରଥମେ ଲୁଣ ମାରି ଆଇନ ଭାଙ୍ଗିଥିଲେ ?
Answer:
ଓଡ଼ିଶାରେ ଇଞ୍ଚୁଡ଼ି ସତ୍ୟାଗ୍ରହରେ ରମାଦେବୀ ଓ ମାଳତୀଦେବୀ ନେତୃତ୍ୱ ନେଇଥିଲେ । ଆଚାର୍ଯ୍ୟ ହରିହର ପ୍ରଥମେ ଲୁଣ ମାରି ଆଇନ ଭାଙ୍ଗିଥିଲେ ।

୧୬ । ଅସହଯୋଗ ଆନ୍ଦୋଳନର ଫଳାଫଳ ସମ୍ପର୍କରେ ଲେଖ ।
Answer:
ଅସହଯୋଗ ଆନ୍ଦୋଳନ ପ୍ରତି ଭାରତର ପ୍ରତ୍ୟେକ କୋଣରୁ ଜନସମର୍ଥନ ମିଳିଥିଲା । ଆନ୍ଦୋଳନ ପରଠାରୁ କଂଗ୍ରେସର ଲକ୍ଷ୍ୟ ପରିବର୍ତ୍ତନ ହୋଇଥିଲା । ସଂସ୍କାର ପରିବର୍ତ୍ତେ ସ୍ୱରାଜ ହାସଲ କରିବା ହୋଇଥିଲା କଂଗ୍ରେସର ଲକ୍ଷ୍ୟ । ଜନସାଧାରଣ ଆନ୍ଦୋଳନରେ ବହୁସଂଖ୍ୟାରେ ଯୋଗଦେବାରୁ କଂଗ୍ରେସ ଏକ ସାର୍ବଜନୀନ ଅନୁଷ୍ଠାନରେ ପରିଣତ ହୋଇଥିଲା । ଅବଶ୍ୟ ଆନ୍ଦୋଳନକୁ ସ୍ଥଗିତ ରଖୁବାରୁ ଗାନ୍ଧିଙ୍କୁ ଅନେକେ ସମାଲୋଚନା କରିଥିଲେ ।

୧୭ । କଂଗ୍ରେସର କେଉଁ ଅଧୁବେଶନରେ କିଏ ଭାରତ ଛାଡ଼ ପ୍ରସ୍ତାବ ଆଗତ କରିଥିଲେ ? ଭାରତ ଛାଡ଼ ଆନ୍ଦୋଳନ କେଉଁ ବିପ୍ଳବ ନାମରେ ପରିଚିତ ?
Answer:
କଂଗ୍ରେସର ବମ୍ବେ ଅଧିବେଶନରେ ମହାତ୍ମା ଗାନ୍ଧି ଭାରତଛାଡ଼ ପ୍ରସ୍ତାବ ଆଗତ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନ ଅଗଷ୍ଟ ବିପ୍ଳବ ନାମରେ ପରିଚିତ ।

୧୮ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ?
Answer:
ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦୁଇଟି କାର୍ଯ୍ୟକ୍ରମ ଥିଲା । ପ୍ରଥମତଃ ବ୍ରିଟିଶ ଦ୍ରବ୍ୟ, କୋର୍ଟ, ଚାକିରି ଓ ଶିକ୍ଷାନୁଷ୍ଠାନ ବର୍ଜନ କରାଯାଇଥିଲା । ଦ୍ଵିତୀୟତଃ ଖଦି ବ୍ୟବହାର, ହିନ୍ଦୁ-ମୁସଲମାନ ଏକତା, ଅସ୍ପୃଶ୍ୟତା ଦୂରୀକରଣ, ନିଶା ନିବାରଣ ଓ ଜାତୀୟ ଶିକ୍ଷାର ପ୍ରଚାର ପ୍ରଭୃତି ଗଠନମୂଳକ କାର୍ଯ୍ୟ ଉପରେ ଗୁରୁତ୍ଵ ଦିଆଯାଇଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୯ । ସାଇମନ କମିଶନ କାହିଁକି ଗଠନ କରାଯାଇଥିଲା ଏବଂ ଏହା କି ପ୍ରକାର ବିରୋଧର ସମ୍ମୁଖୀନ ହୋଇଥିଲା ?
Answer:
୧୯୧୯ର ଭାରତ ଶାସନ ଆଇନର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବାପାଇଁ ୧୯୨୭ ଖ୍ରୀ.ଅ.ରେ ସାଇମନ କମିଶନ ଗଠିତ ହୋଇଥିଲା । କମିଶନରେ ଜଣେ ହେଲେ ଭାରତୀୟ ସଭ୍ୟ ନଥିଲେ । ଏଥିପାଇଁ ମାଡ୍ରାସ କଂଗ୍ରେସ ଅଧୂବେଶନରେ କମିଶନକୁ ବିରୋଧ କରାଯିବାପାଇଁ ନିଷ୍ପତ୍ତି ହୋଇଥିଲା । ୧୯୨୮ ଖ୍ରୀ.ଅ.ରେ ସାଇମନ କମିଶନ ବମ୍ବେଠାରେ ପହଞ୍ଚିଥିଲା । ଏହାକୁ ବିରୋଧ କରାଯାଇ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା ଏବଂ କଳା ପତାକା ପ୍ରଦର୍ଶନ କରାଯାଇଥିଲା ।

୨୦ । ଇଞ୍ଚୁଡ଼ି ସତ୍ୟାଗ୍ରହ ସମ୍ପର୍କରେ ଲେଖ ।
Answer:
ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ୨୧ ଜଣ ସତ୍ୟାଗ୍ରହୀ କଟକର ସ୍ଵରାଜ ଆଶ୍ରମରୁ ବାହାରି ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରାଯିବାରୁ ଆଚାର୍ଯ୍ୟ ହରିହର ସତ୍ୟାଗ୍ରହୀମାନଙ୍କର ନେତୃତ୍ୱ ନେଇ ଇଞ୍ଚୁଡ଼ିଠାରେ ପହଞ୍ଚିଥିଲେ । ୧୯୩୦ ଖ୍ରୀ.ଅ. ଏପ୍ରିଲ ୧୩ ତାରିଖ ଦିନ ଆଚାର୍ଯ୍ୟ ହରିହର ଲବଣଯୁକ୍ତ ମାଟି ମୁଠାଏ ଧରି ଲବଣ ଆଇନ ଭଙ୍ଗ କରିଥିଲେ । ପରେ ପରେ ଆଚାର୍ଯ୍ୟ ହରିହର ଏବଂ ଅନ୍ୟମାନଙ୍କୁ ପୋଲିସ୍ ଗିରଫ କରିଥିଲେ ।

୨୧ । ପ୍ରଥମ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇ କେବେ ଶେଷ ହେଲା ? ଯୁଦ୍ଧରେ ଭାରତ କେଉଁ ଶକ୍ତିକୁ ସାହାଯ୍ୟ କରିଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪ ଖ୍ରୀ.ଅ.ରେ ଆରମ୍ଭ ହୋଇ ୧୯୧୮ ଖ୍ରୀ.ଅ.ରେ ଶେଷ ହେଲା । ଯୁଦ୍ଧରେ ଭାରତ ମିତ୍ରଶକ୍ତିକୁ ସାହାଯ୍ୟ କରିଥିଲା ।

୨୨ । ଆଇନ ଅମାନ୍ୟ ଆନ୍ଦୋଳନରେ ବାନରସେନାର କାର୍ଯ୍ୟ କ’ଣ ଥିଲା ?
Answer:
ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟତମ କାର୍ଯ୍ୟପନ୍ଥା ଥିଲା ନାରୀମାନଙ୍କଦ୍ୱାରା ବିଦେଶୀ ଲୁଗାଦୋକାନ ଆଗରେ ଧାରଣା ଦିଆଯିବ । ସେମାନଙ୍କ ପଛକୁ ୧୬ ବର୍ଷରୁ କମ୍ ପିଲାମାନେ ମଧ୍ୟ ସତ୍ୟାଗ୍ରହୀ ରୂପେ ଯୋଗ ଦେଇଥିଲେ । ସେମାନଙ୍କୁ ବାନରସେନା କୁହାଯାଉଥିଲା । ନାରୀମାନଙ୍କ ଅନୁପସ୍ଥିତିରେ ବାନରସେନା ଲୁଗା ଦୋକାନ ଆଗରେ ଧାରଣା ଦେଉଥିଲା । ବହୁ ସ୍ଥାନରେ ବାନରସେନାଙ୍କୁ ପୋଲିସର ବେତମାଡ଼ ସହିବାକୁ ପଡୁଥିଲା ।

୨୩ । ନିମାପଡ଼ା ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ସରକାରଙ୍କୁ ଖଜଣା ନ ଦେବାପାଇଁ ନିମାପଡ଼ାଠାରେ ଏକ ପ୍ରତିବାଦ ସଭା ହୋଇଥିଲା । ଲୋକମାନେ ପୋଲିସମାନଙ୍କୁ ଚାକିରି ଛାଡ଼ିଦେବାକୁ ପ୍ରବର୍ତ୍ତାଇଥିଲେ ଓ ପୋଲିସର ବାରଣ ସତ୍ତ୍ଵେ ଥାନାରେ ଜାତୀୟ ପତାକା ଉଡ଼ାଇଥିଲେ । ସେମାନେ ମଧ୍ଯ ଥାନାରେ ଅଗ୍ନି ସଂଯୋଗ କରିଥିଲେ । ପୋଲିସ ଗୁଳି ଚଳାଇବାରୁ ଜଣେ ମୃତ୍ୟୁବରଣ କରିଥିଲା ଏବଂ ବହୁ ଲୋକ ଆହତ ହୋଇଥିଲେ ।

୨୪ । ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍ କିଏ ଓ ସେ କ’ଣ କରିଥିଲେ ?
Answer:
ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍‌ ୧୮୮୫ ଖ୍ରୀ.ଅ.ର ଜଣେ ଅବସରପ୍ରାପ୍ତ ଇଂରେଜ ଅଧିକାରୀ ଥିଲେ । ଇଂରେଜ ସରକାରଙ୍କର ଭାରତରେ ବିଶୃଙ୍ଖଳିତ ଶାସନ ଦେଖି ତାଙ୍କର ହୃଦୟ ବାଧୂତ ହୋଇଥିଲା ଏବଂ ସେ ଭାରତର ତତ୍‌କାଳୀନ ବଡ଼ଲାଟ ଲର୍ଡ ଡଫରିଙ୍କୁ ପ୍ରଭାବିତ କରି ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା କରିଥିଲେ ।

୨୫ । ପବିତ୍ର ମୋହନ ପ୍ରଧାନ କିଏ ସେ କେଉଁଠାରେ ନେତୃତ୍ୱ ନେଇଥିଲେ ?
Answer:
ପବିତ୍ର ମୋହନ ପ୍ରଧାନ ଜଣେ ସ୍ଵାଧୀନ ସଂଗ୍ରାମୀ ଯେ କି ଭାରତଛାଡ଼ ଆନ୍ଦୋଳନ ସମୟରେ ତାଳଚେରର ନେତୃତ୍ଵ ନେଇଥିଲେ ଏବଂ ବ୍ରିଟିଶମାନଙ୍କଦ୍ଵାରା ମୃତ୍ୟୁବରଣ କରିଥିଲେ ।

୨୬ । କଷ୍ଟି ଡାକୁଆ କିଏ ? ସେ କେଉଁଠାରେ ଓ କିପରି ମୃତ୍ୟୁବରଣ କରିଥିଲେ ?
Answer:
ଭାରତଛାଡ଼ ଆନ୍ଦୋଳନ ସମୟରେ ଗଡ଼ଜାତ ଅଞ୍ଚଳରେ ନେତୃତ୍ୱ ନେଇଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ କଷ୍ଟି ଡାକୁଆ ଅନ୍ୟତମ । ନୟାଗଡ଼ର ନୂଆଗାଁଠାରେ ପୋଲିସ୍ ଗୁଳିରେ କାଶୀ ମୃତ୍ୟୁବରଣ କରିଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨୭ । ୧୯୨୧ ଖ୍ରୀ.ଅ.ରେ କେଉଁ ସନ୍ଧି ତୁର୍କୀ
Answer:
ସପକ୍ଷରେ ଗଲା ? ତାହାର ପ୍ରଭାବ ଭାରତରେ କିପରି ପଡ଼ିଥିଲା ? ଉ– ୧୯୨୧ ଖ୍ରୀ.ଅ.ରେ ସେଲ୍‌ରେ ସନ୍ଧି ତୁର୍କୀ ସପକ୍ଷରେ ଗଲା । ତାହାର ପ୍ରଭାବରେ ଗାନ୍ଧିଜୀ ଗଢ଼ିଥ‌ିବା ହିନ୍ଦୁ-ମୁସଲମାନ ମେଣ୍ଟ ଭାଙ୍ଗି ଯାଇଥିଲା ଓ ସାମ୍ପ୍ରଦାୟିକ ଭେଦଭାବ ମୁଣ୍ଡ ଟେକିଥିଲା ।

୨୮। ଅସହଯୋଗ ଆନ୍ଦୋଳନ ସମୟରେ ଗଢ଼ି ଉଠିଥ‌ିବା ଜାତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ନାମ କ’ଣ ଥିଲା ?
Answer:
ଅସହଯୋଗ ଆନ୍ଦୋଳନ ସମୟରେ ବଙ୍ଗରେ ଜାତୀୟ ବିଶ୍ଵବିଦ୍ୟାଳୟ, ତିଳକ ମହାରାଷ୍ଟ୍ର ବିଦ୍ୟାଳୟ, ବିହାର ବିଦ୍ୟାପୀଠ, ଗୁଜରାଟ ବିଦ୍ୟାପୀଠ, ବନାରସ୍ ବିଦ୍ୟାଳୟ ଓ ଲାହୋର ଜାତୀୟ ମହାବିଦ୍ୟାଳୟ ପରି କେତେକ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା ।

୨୯। ଦ୍ଵିତୀୟ ଗୋଲଟେବୁଲ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ ? ଏହି ବୈଠକ କାହିଁକି ସଫଳ ହେଲା ନାହିଁ ?
Answer:
ଦ୍ବିତୀୟ ଗୋଲଟେବୁଲ ବୈଠକରେ ମ୍ୟାକ୍ସେନାଲଡ଼ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଭାରତୀୟମାନଙ୍କ ଦାବିକ୍ ଉପେକ୍ଷା କରାଯାଇଥିଲା ଏବଂ ଇଂରେଜମାନେ ଭେଦନୀତି ପ୍ରୟୋଗ କରିବାଦ୍ୱାରା ଏହି ବୈଠକ ସଫଳ ହେଲା ନାହିଁ ।

୩୦। କାହା ସଭାପତିତ୍ଵରେ ଓଡ଼ିଶାରେ ପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହେଲା ? କିଏ ଏହି କମିଟିର ଉପସଭାପତି ଥିଲେ ?
Answer:
ଗୋପବନ୍ଧୁ ଦାସଙ୍କ ସଭାପତିତ୍ବରେ ଓଡ଼ିଶାରେ ପ୍ରଥମ ପ୍ରାଦେଶିକ କଂଗ୍ରେସ କିମିଟି ଗଠିତ ହୋଇଥିଲା । ଡକ୍ଟର ଏକରାମ୍ ରସୁଲ ୧୯୨୧ ଖ୍ରୀ.ଅ.ରେ ଏହି କମିଟିର ଉପସଭାପତି ଥିଲେ ।

୩୧। କ୍ରିପ୍‌ସ୍ ମିଶନ୍ କେବେ ଭାରତକୁ ଆଗମନ କରିଥିଲା ? ସେ କି ପ୍ରସ୍ତାବ ଦେଇଥିଲେ ?
Answer:
କ୍ରିପ୍‌ସ୍‌ ମିଶନ ୧୯୪୬ ଖ୍ରୀ.ଅ.ରେ ଭାରତକୁ ଆସିଥିଲା । ଭାରତରେ ଏକ ଶାସନ ବିଧେୟକ ସଭା ଗଠନ କରିବାପାଇଁ ଏହି ମିଶନ ପ୍ରସ୍ତାବ ଦେଇଥିଲା ।

B. ପାଞ୍ଚଟି ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ୧୯୨୧ ଖ୍ରୀ.ଅ.ରେ ଭାରତୀୟମାନେ ବ୍ରିଟିଶ ଯୁବରାଜଙ୍କୁ କାହିଁକି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Answer:
୧୯୨୧ ଖ୍ରୀ.ଅ.ରେ କେରଳର ଉତ୍ତର ଭାଗରେ ଅବସ୍ଥିତ ମାଲବାର ନିକଟରେ ମୋପଲା ବା ମୁସଲମାନ କୃଷକମାନେ ଏକ ଜମିଦାରୀ କରିବା ଉଦ୍ଦେଶ୍ୟରେ ଅଲ୍ଲୀ ଭ୍ରାତୃଦ୍ଵୟଙ୍କୁ ନେତୃତ୍ୱ ପ୍ରଦାନ କରିଥିଲେ । ଇଂରେଜ ସରକାର ଏହାର ମୁକାବିଲା କରିବା ଉଦ୍ଦେଶ୍ୟରେ ଅଲ୍ଲୀ ଭ୍ରାତୃଦ୍ଵୟଙ୍କୁ ଗିରଫ କରିଥିଲେ । ଭାରତର ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟି ସରକାରଙ୍କର ଏତାଦୃଶ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ୱେଲସର ଯୁବରାଜଙ୍କର ଭାରତ ପରିଦର୍ଶନକୁ ବର୍ଜନ କରିବାପାଇଁ ନିଷ୍ପଭି ନେଇଥିଲେ । ୧୯୨୧ ଖ୍ରୀ.ଅ. ନଭେମ୍ବର ୧୭ ତାରିଖ ଦିନ ଯୁବରାଜ ଭାରତ ପରିଦର୍ଶନରେ ଆସିଥିଲାବେଳେ ତାଙ୍କୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

୨। ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନ କରିବାକୁ କାହିଁକି ନିଷ୍ପତ୍ତି ନେଇଥିଲେ ?
Answer:
ବ୍ରିଟିଶ ଶାସନ ସହିତ ଅସହଯୋଗ ସ୍ଥାପନ କରିବା ଦିଗରେ ଗାନ୍ଧିଜୀଙ୍କୁ ପ୍ରଭାବିତ କରିଥିବା ଘଟଣା ମଧ୍ୟରୁ ରାଓ୍ବାଲାଡ୍ ଆଇନର ପ୍ରବର୍ତ୍ତନ, ଅମୃତସରସ୍ଥିତ ଜାଲିଆନାଓ୍ବାଲାବାଗ୍‌ରେ ସଂଘଟିତ ବୀଭତ୍ସ ହତ୍ୟାକାଣ୍ଡ ଥିଲା ଅନ୍ୟତମ । କେବଳ ସେତିକି ନୁହେଁ, ପରିଶେଷରେ ଖିଲାଫତ୍ ଆନ୍ଦୋଳନ ଥିଲା ଅନ୍ୟ ଏକ ଦୁର୍ଭାଗ୍ୟଜନକ ଘଟଣା ଯହାକି ବ୍ରିଟିଶ ସରକାରଙ୍କ ଦୟା ଓ ନ୍ୟାୟ ବିଚାର ଉପରେ ଗାନ୍ଧିଜୀଙ୍କ ବିଶ୍ୱାସକୁ ଧୂଳିସାତ୍ କରିଦେଇଥିଲା ଏବଂ ଗାନ୍ଧିଜୀ ସତ୍ୟ, ଅହିଂସା ଏବଂ ଆୟୋତ୍ସର୍ଗ ଆଦି ମହାନ୍ ନୀତି ଉପରେ ଆଧାରିତ ଅସହଯୋଗ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୩ । ଇରମ୍ ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ବାସୁଦେବପୁରର ଇରମ୍ଠାରେ କର ନଦେବାପାଇଁ ପ୍ରତିଜ୍ଞାବଦ୍ଧ ହୋଇ ୧୯୪୨ ଖ୍ରୀ.ଅ. ସେପ୍ଟେମ୍ବର ୨୮ ତାରିଖ ଦିନ ଲୋକମାନେ ମେଳଣ ପଡ଼ିଆରେ କମଳାପ୍ରସାଦ କରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରିଥିଲେ । ପଡ଼ିଆରୁ ବାହାରିବାପାଇଁ ଗୋଟିଏ ସରୁ ରାସ୍ତା ରହିଥିଲା । ଏହାକୁ ଅବରୋଧ କରି ସନ୍ଧ୍ୟା ସମୟରେ ଡି.ଏସ୍.ପି. ଗୁଳିଚାଳନା କରିବାପାଇଁ ନିର୍ଦ୍ଦେଶ ଦେଉଥିଲେ । ଫଳରେ ୨୯ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୫୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆଘାତ ପାଇଥିଲେ । ଏହି ଘଟଣା ଦ୍ଵିତୀୟ ଜାଲିଆନାଓ୍ବାଲାବାଗର ରୂପ ନେଇଥିଲା । ତେଣୁ ଯଥାର୍ଥରେ ଏହାକୁ ‘ରକ୍ତ ତୀର୍ଥ’’ କୁହାଯାଇଥାଏ ।

୪। ଗାନ୍ଧି-ଇରଉଇନ୍ ଚୁକ୍ତି ସମ୍ବନ୍ଧରେ ଆଲୋଚନା କର ।
Answer:
୧୯୩୧ ଖ୍ରୀ.ଅ. ଫେବୃୟାରୀ ୨୭ ତାରିଖ ଦିନ ଗାନ୍ଧିଜୀ ଓ ବଡ଼ଲାଟ ଇର୍‌ଉଇନ୍‌ଙ୍କ ମଧ୍ୟରେ ଏକ ଚୁକ୍ତିନାମା ସମ୍ପାଦିତ ହୋଇଥିଲା । ଏହା ଗାନ୍ଧି-ଇର୍‌ଉଇନ୍ ଚୁକ୍ତି ନାମରେ ପ୍ରସିଦ୍ଧ । ଏହି ଚୁକ୍ତି ଅନୁସାରେ ଇର୍‌ଉଇନ୍ ଭାରତୀୟମାନଙ୍କର କେତେକ ଦାବି ପୂରଣ କରିବାକୁ ସମ୍ମତ ହୋଇଥିଲେ । (i) ଆଇନ ଅମାନ୍ୟ ଆନ୍ଦୋଳନବେଳେ ଗିରଫ ହୋଇଥିବା ସବୁ ବନ୍ଦୀଙ୍କୁ ମୁକ୍ତି ଦିଆଯିବ, (ii) ସେମାନଙ୍କର ସମସ୍ତ ବାଜ୍ୟାପ୍ତି ସମ୍ପଭି ସେମାନଙ୍କୁ ପ୍ରଦାନ କରାଯିବ, (iii), ଭାରତରେ ସଂଘୀୟ ସରକାର ପ୍ରତିଷ୍ଠା କରାଯିବ, (iv) ଭାରତୀୟମାନଙ୍କୁ ଲୁଣ ତିଆରିପାଇଁ ଅଧିକାର ଦିଆଯିବ । ଗାନ୍ଧୀ-ଇର୍‌ଉଇନ୍ ଚୁକ୍ତି ପରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହର କରି ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇଥିଲେ ।

୫ । ଐତିହାସିକ ଦାଣ୍ଡିଯାତ୍ରା ବିଷୟରେ ଲେଖ୍ ।
Answer:
ଇଂରେଜ ସରକାରଙ୍କ ଲବଣ-ଆଇନ ଭଙ୍ଗ କରିବାପାଇଁ ଗାନ୍ଧିଜୀ ୭୮ ଜଣ ସହକର୍ମୀଙ୍କ ସହିତ ଗାନ୍ଧିଜୀ ସାବରମତୀରୁ ଦାଣ୍ଡି ଉପକୂଳକୁ ଯାତ୍ରା କରିଥିଲେ । ଦୀର୍ଘ ୨୪ ଦିନ ପଦଯାତ୍ରା ପରେ ଏପ୍ରିଲ ୬ ତାରିଖ ଦିନ ଦାଣ୍ଡି ସମୁଦ୍ରକୂଳରେ ସେ ଲବଣ ପ୍ରସ୍ତୁତକରି ଲବଣ-ଆଇନ ଭଙ୍ଗ କରିଥିଲେ । ଏହା ଐତିହାସିକ ଦାଣ୍ଡିଯାତ୍ରା ନାମରେ ପ୍ରସିଦ୍ଧ । ଏହି ଆନ୍ଦୋଳନରେ ସରକାର ଗାନ୍ଧିଜୀଙ୍କ ସହ ବହୁ ତୁଙ୍ଗନେତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ । ପରବର୍ତୀ ସମୟରେ ଗାନ୍ଧି ଓ ଇର୍‌ଉଇନ୍‌ଙ୍କ ମଧ୍ୟରେ ଏକ ଚୁକ୍ତି ସମ୍ପାଦିତ ହୋଇ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଥିଲା ।

୬ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ପଣ୍ଡିତ ଗୋପବନ୍ଧୁ ଦାସ କିପରି ଭାବରେ ପରିଚାଳିତ କରିଥିଲେ ?
Answer:
୧୯୨୦ ଖ୍ରୀ.ଅ.ରେ ନାଗପୁର କଂଗ୍ରେସ ଅଧ୍ଵବେଶନରେ ଅସହଯୋଗ ଆନ୍ଦୋଳନ ପୂର୍ଣ୍ଣମାତ୍ରାରେ ଗୃହୀତ ହୋଇଥିଲା । ଓଡ଼ିଶାରୁ ୩୫ଜଣ ପ୍ରତିନିଧ୍ଵ ଏଥିରେ ଯୋଗଦେଇଥିଲେ । ୧୯୨୧ରେ ଗୋପବନ୍ଧୁ ଦାସଙ୍କ ସଭାପତିତ୍ୱରେ ଓଡ଼ିଶାର ପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦାୟିତ୍ଵ କଂଗ୍ରେସ କମିଟିକୁ ପ୍ରଦାନ କରାଯାଇଥିଲା । ଗାନ୍ଧିଜୀଙ୍କ ଅନୁମୋଦିତ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ବିଷୟରେ ଗୋପବନ୍ଧୁ ଦାସ ଓଡ଼ିଶାବାସୀଙ୍କୁ ବୁଝାଇଥିଲେ । ସେ ଭାଗୀରଥ ମହାପାତ୍ରଙ୍କୁ କଟକ ସହରରେ, କୃପାସିନ୍ଧୁ ମିଶ୍ରଙ୍କୁ ପୁରୀ ଜିଲ୍ଲାରେ, ହରେକୃଷ୍ଣ ମହତାବଙ୍କୁ ବାଲେଶ୍ଵର ଜିଲ୍ଲାରେ ଅସହଯୋଗ ଆନ୍ଦୋଳନ ପରିଚାଳନା କରିବାପାଇଁ ନିୟୋଜିତ କରିଥିଲେ ।

୭ । କନିକା ବିଦ୍ରୋହ ସଂପର୍କରେ ଲେଖ ।
Answer:
ଅସହଯୋଗ ଆନ୍ଦୋଳନର ସ୍ରୋତରେ ଭାସିଯାଇ କନିକାର ପ୍ରଜାମାନେ ବିଦ୍ରୋହ କରିଥିଲେ । ବିଦ୍ୟାଳୟ ତ୍ୟାଗକରି ଛାତ୍ରମାନେ ବିଦ୍ରୋହ ପାଇଁ କୃଷକମାନଙ୍କୁ ଉତ୍ସାହିତ କରିଥିଲେ । ୧୯୨୨ ମସିହାରେ ଜଣେ କୋର୍ଟ’ ପିଅନ ଓ ଦୁଇଜଣ ରାଜପିଅନଙ୍କୁ ଉତ୍ୟକ୍ତ ଜନତା ଧସ୍ତାଧସ୍ତି କରିବା ଫଳରେ ପୋଲିସ୍ ପାଞ୍ଚଜଣଙ୍କୁ ଗିରଫ କରି ନେଇଥିଲେ । ସେମାନଙ୍କୁ ଉତ୍ୟକ୍ତ ଜନତା ପୋଲିସ କବଳରୁ ଛଡ଼ାଇନେବାବେଳେ ପୋଲିସ୍ ଅଧୀକ୍ଷକ ଶ୍ରୀକୃଷ୍ଣ ମହାପାତ୍ରଙ୍କ ନିର୍ଦ୍ଦେଶରେ ଜନତାଙ୍କ ଉପରକୁ ଗୁଳିବର୍ଷଣ କରାଯାଇଥିଲା । ଫଳରେ ପାଟପୁରଠାରେ ବାସୁ ସେଠୀ ଏବଂ ବିଶୁନୀ ମଢ଼ୁଆଳ ମୃତ୍ୟୁବରଣ କରିଥିଲେ ଏବଂ ବହୁ ବ୍ୟକ୍ତି ଆହତ ହୋଇଥିଲେ । ଓଡ଼ିଶାର ଅସହଯୋଗ ଆନ୍ଦୋଳନର ଶେଷ ପର୍ଯ୍ୟାୟରେ କନିକା ବିଦ୍ରୋହ ଇଂରେଜ ଅତ୍ୟାଚାରର ଅଶ୍ରୁଳ ସ୍ମୃତି ବହନ କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୮ । ଓଡ଼ିଶା ଆଇନ ଅମାନ୍ୟ ଆନ୍ଦୋଳନ ପୃଷ୍ଠଭୂମି ଉପରେ ଆଲୋକପାତ କର ।
Answer:
୧୯୩୦ ଖ୍ରୀ.ଅ.ରେ ଐତିହାସିକ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ମହାତ୍ମା ଗାନ୍ଧି । ୧୯୩୦ ଖ୍ରୀ.ଅ. ଫେବୃୟାରୀ ୨୮ ତାରିଖ ଦିନ ଉତ୍କଳ କଂଗ୍ରେସ କମିଟି ଆନୁକୂଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ଵ ନେବାପାଇଁ ଗୋପବନ୍ଧୁ ଚୌଧୁରୀଙ୍କୁ ଦାୟିତ୍ୱ ଅର୍ପଣ ବାହିନୀ’ ଆଦି ବିଭିନ୍ନ ଭାବରେ ବିଭକ୍ତ ହୋଇଥିଲେ । ଏହିପରି ଭାବରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପୃଷ୍ଠଭୂମି ପ୍ରସ୍ତୁତ ହୋଇଥିଲା ।

୯ । ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନର ଶୁଭାରମ୍ଭ କିପରି ଘଟିଥିଲା ? କିମ୍ବା, ରେଭେନ୍ସା କଲେଜରେ ଭାରତଛାଡ଼ ଆନ୍ଦୋଳନ କିପରି ରୂପ ନେଇଥିଲା ?
Answer:
୧୯୪୨ ଖ୍ରୀ.ଅ. ଅଗଷ୍ଟ ୯ ତାରିଖରେ ଓଡ଼ିଶାର କଂଗ୍ରେସର ନେତାମାନଙ୍କୁ ପୋଲିସ୍ ଗିରଫ କରିନେବା ସହିତ ‘ଭାରତଛାଡ଼’ ଆନ୍ଦୋଳନର ଶୁଭାରମ୍ଭ ଘଟିଥିଲା ଓଡ଼ିଶା ମାଟିରେ । କଟକର ରେଭେନ୍ସା କଲେଜ ଫାଟକ ଆଗରେ ଛାତ୍ରମାନେ ଏକ ସଭାର ଆୟୋଜନ କରି ଭାରତଛାଡ଼ ଆନ୍ଦୋଳନ ଏବଂ କଂଗ୍ରେସ ନେତାମାନଙ୍କୁ ସହଯୋଗ ପ୍ରଦାନ ନିମିତ୍ତ ନିଷ୍ପତ୍ତି ନେଇଥିଲେ । ୧୪ ଅଗଷ୍ଟ, ୧୯୪୨ରେ ଛାତ୍ରନେତା ବିଭୁଧେନ୍ଦୁ ମିଶ୍ର, ସୁରଜମଲ୍ଲ ଶାହା, ଅଶୋକ ଦାସ, ବିରେନ୍ ମିତ୍ର ଆଦିଙ୍କ ନେତୃତ୍ୱରେ କଲେଜ ଅଫିସରେ ଅଗ୍ନିସଂଯୋଗ କରି ଆସବାବପତ୍ର ପୋଡ଼ି ଦିଆଗଲା । କଟକର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଯୋଗଦେଇଥିଲେ ଏହି ଆନ୍ଦୋଳନରେ । ସଙ୍ଗେ ସଙ୍ଗେ ପୋଲିସ୍ ବିଭୁଧେନ୍ଦୁ ମିଶ୍ର ଓ ସୁରଜମଲ୍ଲ ଶାହାଙ୍କୁ ଗିରଫକରି ବ୍ରହ୍ମପୁର ଜେଲ୍‌କୁ ପଠାଇ ଦେଇଥିଲେ । ଅଗଷ୍ଟ ୧୬ରେ ଲୋକମାନେ ପୋଲିସ୍ ଅଧିକାର କରିନେଇଥିବା ବରୀର କଂଗ୍ରେସ ଆଶ୍ରମ ଉପରେ ଚଢ଼ଉକରି ସେଠାରେ ଚୌକିଦାର ପୋଷାକ ଆଦି ପୋଡ଼ିଦେଇଥିଲେ ।

୧୦ । ଧାମନଗର ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ଧାମନଗରଠାରେ ଭାରତଛାଡ଼ ଆନ୍ଦୋଳନକୁ ଗତିଶୀଳ କରାଇଥୁଲେ ମୁରଲୀଧର ପଣ୍ଡା । ସେ ଚୌକିଦାର ପୋଷାକ ପୋଡ଼ିଥିବାର ଅଭିଯୋଗ ପାଇ ପୋଲିସ୍ ଶ୍ରୀଜଙ୍ଗ ଗ୍ରାମକୁ ଯାତ୍ରା କରିଥିଲେ । ସେତେବେଳକୁ ସେ ଲୁଣିଆ କଟସାହି ଗାଁକୁ ଚାଲିଯାଇଥିଲା । ପୋଲିସ୍ ଲୁଣିଆ କଟସାହିରେ ପହଞ୍ଚିଲାମାତ୍ରେ ଲୋକମାନେ ଶଙ୍ଖ ଓ ଢୋଲ ବଜାଇବାରୁ ପାଖ ଗ୍ରାମଗୁଡ଼ିକରୁ ବହୁସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଥିଲେ । ଫଳରେ ପୋଲିସ୍ ଗୁଳିଚାଳନା କରିଥିଲେ । ଏଥ‌ିରେ ୧୦/୧୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ବହୁଲୋକ କ୍ଷତବିକ୍ଷତ ହୋଇଥିଲେ । ଶେଷରେ ମୁରଲୀଧର ପଣ୍ଡାଙ୍କୁ ପୋଲିସ ଗିରଫ କରିଥିଲେ ।

୧୧ । ଭାରତଛାଡ଼ ଆନ୍ଦୋଳନରେ ଲକ୍ଷ୍ମଣ ନାୟକଙ୍କ ଭୂମିକା ଉଲ୍ଲେଖ କର ।
Answer:
ବୈପାରିଗୁଡ଼ା ଥାନା ଅଧୀନରେ ଥ‌ିବା ତେନ୍ତୁଳିଗୁମ୍ମାର ଲକ୍ଷ୍ମଣ ନାୟକ ଭାରତଛାଡ଼ ଆନ୍ଦୋଳନକୁ ତେଜସ୍କ୍ରିୟ କରାଇଥିଲେ କୋରାପୁଟ ଜିଲ୍ଲାରେ । ବିପ୍ଳବପାଇଁ ସେ ଗାଁ ଗାଁ ବୁଲି ଲୋକମାନଙ୍କୁ ମତାଉଥିଲେ । ୨୧ଅଗଷ୍ଟ, ୧୯୪୨ରେ କଂଗ୍ରେସ ପତାକା ଓ ଲାଠିଧରି ବହୁଲୋକଙ୍କ ସହ ସେ ମାଥୁଲି ଥାନା ଘେରାଉ କରିବାପାଇଁ ଅଗ୍ରଗାମୀ ହୋଇଥିଲେ । ମାଥୁଲି ଥାନାରେ ପହଞ୍ଚି ସେ ‘ମହାତ୍ମା ଗାନ୍ଧି କି ଜୟ’ ଧ୍ଵନିରେ ସେହି ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ । ପୋଲିସ ଲାଠି ଚାଳନା କରି ତାଙ୍କୁ ଧରାଶାୟୀ କରି ଦେଇଥିଲା । ଜଣେ ଜଙ୍ଗଲରକ୍ଷୀକୁ ପିଟିପିଟି ହତ୍ୟା କରିଥିବାର ଏକ ମିଥ୍ୟା ଅଭିଯୋଗରେ ପୋଲିସ୍ ଲକ୍ଷ୍ମଣ ନାୟକଙ୍କକୁ ଗିରଫ କରି ବ୍ରହ୍ମପୁର ଜେଲକୁ ପ୍ରେରଣ କରିଥିଲେ । ସେଠାରେ ତାଙ୍କୁ ୨୯ ମାର୍ଚ୍ଚ, ୧୯୪୩ରେ ଫାଶୀ ଦିଆଯାଇଥିଲା ।

୧୨ । ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନପାଇଁ କି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା ?
Answer:
ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନର ପ୍ରତିକ୍ରିୟା ତୀବ୍ର ଆକାର ଧାରଣ କରିଥିଲା । ଏଥିରେ କେତେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା । ସେଗୁଡ଼ିକ ହେଲା –

  • ଖଜଣା ବନ୍ଦ କରିବା
  • ଗୋଦାମ ଲୁଣ୍ଠନ କରିବା
  • ସରକାରୀ କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗଦେବାପାଇଁ ପ୍ରବର୍ତ୍ତାଇବା
  • ଧର୍ମଘଟ ପାଳନ କରିବା
  • ପୋଲିସ୍‌କୁ ରୋକିବାପାଇଁ ଯୋଗାଯୋଗ ବିଚ୍ଛିନ୍ନ କରିବା
  • ପଞ୍ଚାୟତ ଗଠନ କରିବା
  • ଜଙ୍ଗଲ ଆଇନ ଉଲ୍ଲଙ୍ଘନ କରିବା
  • ସରକାରୀ ଆଇନ ଅମାନ୍ୟ କରିବା ଏବଂ
  • ସରକାରୀ କର୍ମଚାରୀଙ୍କୁ ଖାଦ୍ୟଦ୍ରବ୍ୟ ଯୋଗାଣ ନିଷିଦ୍ଧ କରିବା ପ୍ରଭୃତି ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୩ । ଯାଜପୁର ଜାଗରଣ ବିଷୟରେ ଲେଖ ।
Answer:
କାଇପଦର ଗୁଳିକାଣ୍ଡ ପରେ ଗିରଫ କରାଯାଇଥିବା ସତ୍ୟାଗ୍ରହୀମାନଙ୍କୁ ପୋଲିସ୍ ଯାଜପୁର ନେଇଯାଇଥିଲା । ପୋଲିସ୍ ସେ ଅଞ୍ଚଳରେ ସଭା ସମିତି ଇତ୍ୟାଦିକୁ ନିଷିଦ୍ଧ କରିଥିଲା । ଏହାକୁ ଅବମାନନା କରି ୧୫,୦୦୦ ରୁ ଊର୍ଦ୍ଧ୍ବ ଲୋକ ଥାନା ଏବଂ ଏସ୍.ଡି.ଓ ଅଫିସ ଆଡ଼କୁ ଅଗ୍ରସର ହୋଇଥିଲେ । ପୋଲିସ୍ ବାଧ୍ୟହୋଇ ଗୁଳିଚାଳନା କରିଥିଲା । ଏହି ସମୟରେ ଆକାଶମାର୍ଗରୁ ଟିୟର୍ ଗ୍ୟାସ୍ ପକାଯାଇଥିଲା । ଫଳରେ ଜନତା ଛତ୍ରଭଙ୍ଗ ଦେଇଥିଲେ ଏବଂ ସେଠାରେ ଅବସ୍ଥା ଆୟତ୍ତ କରାଯାଇପାରିଥିଲା ।

୧୪ । ଖିଲାଫତ୍ ଆନ୍ଦୋଳନ କ’ଣ ?
Answer:
ପ୍ରଥମ ବିଶ୍ଵଯୁଦ୍ଧରେ ତୁର୍କୀ ଜର୍ମାନୀକୁ ସାହାଯ୍ୟ କରୁଥିଲା । ଯୁଦ୍ଧରେ ଜର୍ମାନୀର ପରାଜୟ ପରେ ତୁର୍କୀ ମିତ୍ରଶକ୍ତିଙ୍କର ରୋଷର ଶିକାର ହୋଇଥିଲା । ଯୁଦ୍ଧପରେ ମିତ୍ରଶକ୍ତି ତୁର୍କୀର ଅଟୋମାନ ସାମ୍ରାଜ୍ୟକୁ ଖଣ୍ଡ ଖଣ୍ଡ କରି ଖଲିଫା ପଦକୁ ଲୋପ କରିଦେବାକୁ ନିଷ୍ପତ୍ତି ନେଇଥିଲେ । ତୁର୍କୀର ଖଲିଫା ଥିଲେ ମୁସଲମାନ ଜଗତର ଧର୍ମଗୁରୁ । ଇଂରେଜମାନଙ୍କର ଏହି ନିଷ୍ପଭିରେ ଭରତୀୟ ମୁସଲମାନମାନେ ଉତ୍‌କ୍ଷିପ୍ତ ହେଲେ । ଭାରତରେ ମହମ୍ମଦ ଅଲ୍ଲୀ ଓ ସୌକତ ଅଲ୍ଲୀଙ୍କ ନେତୃତ୍ଵରେ ମୁସଲମାନ ଗଣ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହାକୁ ଖିଲାଫତ୍ ଆନ୍ଦୋଳନ କୁହାଯାଏ । ମହାତ୍ମା ଗାନ୍ଧି ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ।

୧୫ । ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର ।
Answer:
୧୯୧୯ ଖ୍ରୀ.ଅ. ଏପ୍ରିଲ ୧୩ ତରିଖ ଦିନ ପଞ୍ଜାବର ଜାଲିଆନାୱାଲାବାଗଠାରେ ବହୁ ହିନ୍ଦୁ ସେମାନଙ୍କର ବୈଶାଖୀ ଉତ୍ସବ ପାଳନ ଅବସରେ ଏକତ୍ରିତ ହୋଇଥିଲେ । ଶାନ୍ତିପୂର୍ଣ୍ଣ ଭାବରେ ସଭାକାର୍ଯ୍ୟ ଚାଲିଥିବାବେଳେ ହଠାତ୍ ଇଂରେଜ ଜେନେରାଲ ଡାୟାର ସୈନ୍ୟବାହିନୀ ସହ ସେଠାରେ ପହଞ୍ଚିଲେ । ସେ ବାଗର ଏକମାତ୍ର ପ୍ରବେଶଦ୍ୱାରକୁ ଅବରୋଧ କରି ନିରୀହ ଜନତାଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ୫୦୦ ଲୋକ ନିହତ ଓ ୧୨୦୦ ଲୋକ ଆହତ ହୋଇଥିଲେ । ଏହାକୁ ଇତିହାସରେ ଜାଲିଆନାୱଲାବାଗ ହତ୍ୟାକାଣ୍ଡ କୁହାଯାଏ ।

୧୬ । ଓଡ଼ିଶାରେ ଲବଣ ସତ୍ୟାଗ୍ରହ ବିଷୟରେ ଟିପ୍‌ପଣୀ ଦିଅ ।
Answer:
ଗାନ୍ଧିଜୀଙ୍କଦ୍ଵାରା ଦାଣ୍ଡି ନାମକ ସ୍ଥାନରେ ଯେପରି ଭାବେ ଲବଣ ଆଇନ ଭଙ୍ଗ କରାଗଲା, ସେହିପରି ଭାବରେ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ସମୁଦ୍ର କୂଳରେ ଇଞ୍ଚୁଡ଼ି ନାମକ ସ୍ଥାନରେ ଲବଣ ଆଇନ ଭଙ୍ଗ କରାଯାଇଥିଲା । ଗୋପବନ୍ଧୁ ଚୌଧରୀଙ୍କ ନେତୃତ୍ୱରେ ସତ୍ୟାଗ୍ରହୀମାନେ ଇଞ୍ଚୁଡ଼ି ଯାତ୍ରା କରୁଥିଲାବେଳେ ବାଟରେ ତାଙ୍କୁ ପୋଲିସ୍ ଗିରଫ କରିନେଲେ । ଏହାପରେ ସତ୍ୟାଗ୍ରହୀମାନଙ୍କର ନେତୃତ୍ୱ ନେଇଥିଲେ ଆଚାର୍ଯ୍ୟ ହରିହର । ୧୩ ଏପ୍ରିଲ୍ ସକାଳେ ହଜାର ହଜାର ସତ୍ୟାଗ୍ରହୀଙ୍କ ଗହଣରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କରିଥିଲେ । ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ର ନାଥ ଦାସ ଇଞ୍ଚୁଡ଼ିଠାରେ ଲବଣ ତିଆରି ପାଇଁ କ୍ଷେତ୍ର ପ୍ରସ୍ତୁତ କଲେ । ମାର୍ଥାଠାରେ ମା’ ରମାଦେବୀ ଓ ମାଳତୀଦେବୀ ସ୍ଥାନୀୟ ସ୍ତ୍ରୀ ଲୋକଙ୍କ ସହାୟତାରେ ଲବଣ ପ୍ରସ୍ତୁତ କଲେ ।

୧୭ । ରାୱାଲାତ୍ ଆଇନ କ’ଣ ?
Answer:
ବ୍ରିଟିଶ ଶାସନ ସହିତ ଅସହଯୋଗ ସ୍ଥାପନ କରିବା ଦିଗରେ ଗାନ୍ଧିଜୀଙ୍କୁ ପ୍ରଭାବିତ କରିଥିବା ଘଟଣା ମଧ୍ୟରୁ ରାୱାଲାଡ୍ ଆଇନର ପ୍ରବର୍ତ୍ତନ ଥିଲା। ଅନ୍ୟତମ । ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଇଂଲଣ୍ଡ ବିରୁଦ୍ଧରେ ଭାରତରେ ମାନଙ୍କଦ୍ଵାରା ସଂଘଟିତ ଜାତୀୟତାବାଦୀ କାର୍ଯ୍ୟକ୍ରମର ପ୍ରତିରୋଧ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ନିମନ୍ତେ ବ୍ରିଟିଶ ସରକାର ବିଚାରପତି ରାଓ୍ବାଲାଷ୍ଟ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ସୁପାରିସ ଉପରେ ଭିଭିକରି ଭାରତୀୟ ବିଧାନ ପରିଷଦରେ ୧୯୧୯ରେ ଗୋଟିଏ ଆଇନ ଗୃହୀତ ହୋଇଥିଲା । ଏହା ରାୱାଲାଡ୍ ଆଇନ ନାମରେ ଖ୍ୟାତ । ଏଥ‌ିରେ ବ୍ୟବସ୍ଥା ଥିଲା ଯେକୌଣସି ଭାରତୀୟଙ୍କୁ ବିନା ୱାରେଣ୍ଟରେ ବନ୍ଦୀ କରାଯାଇ ତାଙ୍କୁ କାରାଦଣ୍ଡ ଦିଆଯାଇପାରିବ । ବସ୍ତୁତଃ ଏହା ଜନପ୍ରିୟ ସ୍ଵାଧୀନତା ଆନ୍ଦୋଳନକୁ ଦମନ କରିବାପାଇଁ ଉଦ୍ଦିଷ୍ଟ ଥିଲା ତେଣୁ ଗାନ୍ଧିଜୀ ଏହା ବିରୁଦ୍ଧରେ ସତ୍ୟାଗ୍ରହ ଆନ୍ଦୋଳନ ଚଳାଇବା ନିମନ୍ତେ ଭାରତୀୟଙ୍କୁ ଆହ୍ଵାନ ଦେଇଥିଲେ ।

୧୮ । ଲାହୋର କଂଗ୍ରେସ ଅଧିବେଶନରେ କ’ଣ ହୋଇଥିଲା ?
Answer:
ସାଇମନ୍ କମିଶନର ପ୍ରତ୍ୟାବର୍ତ୍ତନ ପରେ ପରେ ଡିସେମ୍ବର ୧୯୨୯ରେ ଜାତୀୟ କଂଗ୍ରେସର ଲାହୋର ଅଧୂବେଶନରେ ଜବାହାରଲାଲ ନେହେରୁଙ୍କ ସଭାପତିତ୍ୱରେ ‘ପୂର୍ଣ୍ଣ ସ୍ଵରାଜ’ ପ୍ରସ୍ତାବ ଗୃହୀତ ହୋଇଥିଲା । ୩୧ ଡିସେମ୍ବର ୧୯୨୯ରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉତ୍ତୋଳନ କରଯାଇଥିଲା । ୨୬ ଜାନୁୟାରୀ ୧୯୩୦ ପ୍ରଥମ ସ୍ଵାଧୀନତା ଦିବସ ରୂପେ ଘୋଷଣା କରାଯାଇଥିଲା । କଂଗ୍ରେସର ଏହି ଅଧୁବେଶନରେ ଆଇନ ଅମାନ୍ୟ ଆନ୍ଦୋଳନରେ ଶୁଭାରମ୍ଭ ଗାନ୍ଧିଜୀଙ୍କ ନେତୃତ୍ଵରେ ହେବ ବୋଲି ସ୍ଥିର ହୋଇଥିଲା । ବ୍ରିଟିଶ ସରକାରଙ୍କ ମନମୁଖୀ ଶାସନ ପ୍ରତିବଦଳରେ ଆରମ୍ଭ ହୋଇଥିଲା ଆଇନ ଅମାନ୍ୟ ଆନ୍ଦୋଳନ ।

୧୯ । ଶ୍ରୀଜଙ୍ଗର ଟିକସ ବିରୋଧୀ ସତ୍ୟାଗ୍ରହ କ’ଣ ?
Answer:
ବାଲେଶ୍ଵରର ୧୦ଗୋଟି ଗ୍ରାମକୁ ନେଇ ଗଠିତ ଶ୍ରୀଜଙ୍ଗ ଅଞ୍ଚଳରେ ଟିକସ ବିରୋଧୀ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଗୌରମୋହନ ଦାସ ଏବଂ ବିଦ୍ୟାଧର ରଥଙ୍କ ନେତୃତ୍ଵରେ ଏହା ପରିଚାଳିତ ହୋଇଥିଲା । ଲୋକମାନଙ୍କୁ ଟିକସ ଦେବାପାଇଁ ବାରଣ କରାଗଲା । ସେହି ଅଞ୍ଚଳର ବାରଖଣ୍ଡ ଗ୍ରାମ ଚୌକିଦାରୀ କର ଦେଲେ ନାହିଁ । ଶ୍ରୀଜଙ୍ଗ ଅଧିବାସୀମାନେ କର ପ୍ରଦାନ ନ କରିବାରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଆରକ୍ଷୀ ଅଧ୍ୟକ୍ଷ ସେଠାରେ ପହଞ୍ଚି ଲଙ୍କାକାଣ୍ଡ ସୃଷ୍ଟି କରିଥିଲେ । ପୋଲିସ୍ ଜୁଲମ ଏତେ ମାତ୍ରାଧ୍ୟକ ହୋଇଥିଲା ଯେ ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨୦ । କ୍ରିପ୍‌ ମିଶନ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଲେଖ ।
Answer:
ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଶ୍ରମିକଦଳର ଜଣେ ବିଖ୍ୟାତ ନେତା ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କୁ ଭାରତୀୟ ନେତାମାନଙ୍କ ସହ ପରାମର୍ଶ କରି ଦେଶର ସରକାର ଗଠନ ସମ୍ପର୍କରେ ମତାମତ ଦେବାପାଇଁ ୧୯୪୨ ଖ୍ରୀ.ଅ. ଅଗଷ୍ଟ ୮ ତାରିଖରେ ଭାରତକୁ ପ୍ରେରଣ କରିଥିଲେ । ତାହା ‘କ୍ରିପ୍‌ ମିଶନ୍’ ନାମରେ ବିଖ୍ୟାତ । ବିଭିନ୍ନ ଦଳର ନେତାମାନଙ୍କ ସହ ଆଲୋଚନା କରି କ୍ରିପ୍‌ସ ଭାରତର ଶାସନ ବ୍ୟବସ୍ଥା ସମ୍ପର୍କରେ ନିମ୍ନଲିଖୂତ ମତାମତ ଉପସ୍ଥାପନ କରିଥିଲେ ।

  • ‘‘ଭାରତକୁ ଏକ ଅଧୁରାଜ୍ୟ ବା ଡୋମିନିୟନର ଆସନ ଦିଆଯିବ ।’’
  • ଯୁଦ୍ଧର ଅବସାନ ପରେ ଭାରତ ପାଇଁ ଗୋଟିଏ ନୂତନ ସମ୍ବିଧାନ ପ୍ରଣୟନ ନିମନ୍ତେ ଭାରତୀୟମାନଙ୍କୁ ନେଇ ଏକ ସଂସ୍ଥା ଗଠନ କରାଯିବ । ବ୍ୟବସ୍ଥା ରଖାଯିବ ।
  • ସମ୍ବିଧାନ ପ୍ରଣୟନକାରୀ ସଂସ୍ଥାରେ ଭାରତୀୟ ଦେଶୀୟ ରାଜ୍ୟର ପ୍ରତିନିଧ୍ ଅଂଶଗ୍ରହଣ କରିବାପାଇଁ ବ୍ୟବସ୍ଥା ରଖାଯିବ ।
  • ନୂତନ ସମ୍ବିଧାନ ପ୍ରଣୟନ ହେବା ପର୍ଯ୍ୟନ୍ତ ବ୍ରିଟିଶ ସରକାର ଭାରତର ନିରାପତ୍ତା ପାଇଁ ଦାୟୀ ରହିବେ । ଉପରିଲିଷ୍କୃତ କ୍ରିପ୍‌ସଙ୍କର ଏହି ପ୍ରସ୍ତାବଗୁଡ଼ିକ ଭାରତୀୟମାନଙ୍କ ମନର ଆଶା ଓ ଆତ୍ମବିଶ୍ଵାସ ସଞ୍ଚାର କରିପାରି ନ ଥିଲା । ତେଣୁ ଭାରତୀୟ ଜାତୀୟ କଂଗ୍ରେସ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

୨୧ । ପାପଡ଼ାହାଣ୍ଡି ଗୁଳିକାଣ୍ଡ ବିଷୟରେ ଆଲୋଚନା କର ।
Answer:
ଅଗଷ୍ଟ ୨୪, ୧୯୪୨ରେ ବହୁ ଲୋକ ଏକତ୍ରିତ ହୋଇ କୋରାପୁଟର ପାପଡ଼ାହାଣ୍ଡିରେ ଥ‌ିବା ପୋଲ ଏବଂ ଥାନା ଧ୍ବଂସ କରିବାକୁ ଯାଇଥିଲେ । ପୋଲିସ ସେମାନଙ୍କୁ ରାସ୍ତାରେ ବାଧା ଦେଇଥିଲା । ସେମାନେ ନ ଶୁଣିବାରୁ ପୋଲିସ୍ ଗୁଳି କରିଥିଲା ଏବଂ ୧୫ଜଣ ଲୋକ ମୃତ୍ୟୁବରଣ କରିଥିଲେ । ବହୁ କଂଗ୍ରେସ କର୍ମୀଙ୍କୁ ଗୁଳିକରି ପୋଲିସ୍ ପାପଡ଼ାହାଣ୍ଡି ନଦୀଗର୍ଭକୁ ନିକ୍ଷେପ କରିଥିଲା ବୋଲି ଅଭିଯୋଗ ହୋଇଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ବିବରଣୀ ପ୍ରଦାନ କର ।
Answer:
ମହାତ୍ମା ଗାନ୍ଧି ପ୍ରାୟ ୨୦ ବର୍ଷକାଳ ଆଫ୍ରିକାରେ ଅବସ୍ଥାନ କରି ୧୯୧୫ରେ ଭାରତକୁ ଫେରିଥିଲେ । ଏହାପରେ ସେ ଭାରତୀୟମାନଙ୍କ ସ୍ଵାଧୀନତା ଆନ୍ଦୋଳନର ନେତୃତ୍ଵ ଗ୍ରହଣ କରିଥିଲେ । ସେହି ସମୟରେ ପ୍ରଥମ ମହାସମର ଚାଲିଥିଲା । ଗାନ୍ଧିଜୀଙ୍କ ଆହ୍ଵାନକ୍ରମେ ଭାରତୀୟ ନେତା ଓ ଜନସାଧାରଣ ଇଂରେଜ ସରକାରଙ୍କୁ ସାହାଯ୍ୟ ଦେଲେ । ମଣ୍ଟେଗୁ-ଚେମ୍ସଫୋର୍ଡ଼ ଭାରତର ଭୂମିକାର ପ୍ରଶଂସା କଲେ ଏବଂ ଏହାର ପୁରସ୍କାର ସ୍ଵରୂପ ଯୁଦ୍ଧ ପରେ ଏ ଦେଶର ସ୍ୱାୟତ୍ତ ଶାସନର କ୍ରମବିକାଶ ପାଇଁ ପ୍ରତିଶ୍ରୁତି ଦେଲେ । ୧୯୧୮ରେ ଯୁଦ୍ଧ ଶେଷ ହେବାପରେ ଭାରତୀୟମାନେ ସରକାରଙ୍କଠାରୁ ବହୁତ କିଛି ଆଶା କରିଥିଲେ । ମାତ୍ର ଏହାପରେ ଇଂରେଜ ସରକାର ଭାରତୀୟମାନଙ୍କ ସାହାଯ୍ୟ ଓ ସମର୍ଥନ ଭୁଲିଗଲେ ଏବଂ ସେମାନଙ୍କ ପ୍ରତି କଠୋର ବ୍ୟବହାର ପ୍ରଦର୍ଶନ କଲେ । ଗାନ୍ଧିଜୀ ଏହାର ତୀବ୍ର ପ୍ରତିରୋଧ କଲେ । ପରିଶେଷରେ ଇଂରେଜ ସରକାରଙ୍କ ସହିତ ଅସହଯୋଗ ପାଇଁ ପଦକ୍ଷେପ ନେଲେ । ଏହି ଅସହଯୋଗ ଆନ୍ଦୋଳନ ବିଭିନ୍ନ କାରଣପାଇଁ ସଂଗଠିତ ହୋଇଥିଲା ।

ରାଓ୍ବାଲାଙ୍କ୍ ଆଇନ- ଭାରତୀୟମାନଙ୍କର ଆଶା ଓ ଦାବି ପୂରଣ କରାଯାଇ ନଥିବାରୁ ସେମାନେ ଆନ୍ଦୋଳନ କରିପାରନ୍ତି ବୋଲି ସରକାର ଆଶଙ୍କା ପ୍ରକାଶ କଲେ । ତେଣୁ ଭାରତୀୟ ବିଦ୍ରୋହୀମାନଙ୍କୁ କିପରି ଦମନ କରାଯାଇ ପାରିବ, ସେଥ୍‌ପାଇଁ ରାୱାଲାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେଲା । ୧୯୧୯ରେ ରାୱାଲାଡ୍ ଏକ କଠୋର ଆଇନ ପ୍ରଣୟନ କଲେ । ଏହାଦ୍ଵାରା ସରକାର ଯେକୌଣସି ବ୍ୟକ୍ତିଙ୍କୁ ସନ୍ଦେହରେ ଗିରଫ କରିପାରିଲେ ଏବଂ ବିନା ବିଚାରରେ ଜେଲ୍‌କୁ ପଠାଇଦେଇ ପାରିଲେ । ସରକାରଙ୍କ ବିଶ୍ଵାଘାତକତା ମହାତ୍ମା ଗାନ୍ଧିଙ୍କୁ ମର୍ମାହତ କରିଥିଲା । ସେ ଏହି ଆଇନର ବିରୋଧ କରି ୧୯୧୯ ଏପ୍ରିଲ ୬ ତାରିଖରେ ଦେଶବ୍ୟାପୀ ହରତାଳ କରିଥିଲେ । ଇଂରେଜ ସରକାର ଗାନ୍ଧିଜୀଙ୍କ ସମେତ ହଜାର ହଜାର ବ୍ୟକ୍ତିଙ୍କୁ ଗିରଫ କଲେ ।

ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡ– ଏହି ସମୟରେ ପଞ୍ଜାବର ଅମୃତସରରେ ବିଶେଷ ଉତ୍ତେଜନା ଦେଖାଦେବାରୁ ୧୯୧୯ ଏପ୍ରିଲ- ୧୧ ତାରିଖରେ ଡାୟାରଙ୍କ ହାତରେ ଇଂରେଜ ସରକାର ଶାସନ ଭାର ଅର୍ପଣ କଲେ । ପଞ୍ଜାବରେ ସବୁପ୍ରକାର ସଭାସମିତିକୁ ବେଆଇନ ଘୋଷଣା କରାଗଲା । କିନ୍ତୁ ଏପ୍ରିଲ ୧୩ ତାରିଖ ଦିନ ବୈଶାଖୀ ଉତ୍ସବ ପାଳନ କରିବାପାଇଁ ଜାଲିଆନାଓ୍ବାଲାବାଗ ଉଦ୍ୟାନରେ ହଜାର ହଜାର ନରନାରୀ ସମ୍ମିଳିତ ହୋଇଥିଲେ । ଏହି ସମୟରେ ହଠାତ ଡାୟାର ସେଠାରେ ଉପସ୍ଥିତ ହୋଇ ବାଗର ଏକମାତ୍ର ପ୍ରବେଶଦ୍ଵାରକୁ ବନ୍ଦକରି ନିରୀହ ଜନତାଙ୍କ ଉପରକୁ ଆଖୁବୁଜା ଗୁଳିଚାଳନା ପାଇଁ ଆଦେଶ ଦେଇଥିଲେ । ଏହି ଗୁଳିକାଣ୍ଡରେ ହଜାର ହଜାର ଲୋକ ମୃତାହତ ହୋଇଥିଲେ । ଏହି ଘଟଣାରେ ଗାନ୍ଧିଜୀ ମର୍ମାହତ ହୋଇପଡ଼ିଲେ ।

ଖୁଲାଫତ୍ ଆନ୍ଦୋଳନ– ତୁର୍କୀର ସୁଲତାନ ସମଗ୍ର ପୃଥ‌ିବୀର ମୁଲସମାନମାନଙ୍କର ଧର୍ମଗୁରୁ ବା ଖଲିଫାରୂପେ ସମ୍ମାନିତ ଥିଲେ । ପ୍ରଥମ ବିଶ୍ଵଯୁଦ୍ଧରେ ସେ ଜର୍ମାନୀକୁ ସମର୍ଥନ କରିଥିଲେ । ଯୁଦ୍ଧରେ ଜର୍ମାନୀର ପରାଜୟ ପରେ ଇଂରେଜ ସରକାର ତୁର୍କୀର ସୁଲତାନଙ୍କୁ ଗିରଫ କଲେ । ଏହା ବିଶ୍ଵରେ ମୁସଲମାନ ସଂପ୍ରଦାୟକୁ ଅପମାନିତ କରିଥିଲା । ଭାରତରେ ମୁସଲମାନମାନେ ତୁର୍କୀ ସୁଲତାନଙ୍କ ଗିରଫରେ ହତୋତ୍ସାହ ହୋଇପଡ଼ିଲେ । ଗାନ୍ଧିଜୀଙ୍କ ନେତୃତ୍ଵରେ ଖୁଲାଫତ୍ ସମ୍ମିଳନୀ ଆହ୍ବାନ କରାଗଲା । ୧୯୨୦ରେ ଗାନ୍ଧିଜୀଙ୍କ ପରାମର୍ଶକ୍ରମେ ନିଷ୍ଫଳ ଭାରତ ଖୁଲାଫତ୍ କମିଟି ଭାରତୀୟ ଜାତୀୟ କଂଗ୍ରେସ ସହ ମିଶି ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ ।

ଗାନ୍ଧିଜୀ କଲିକତାର କଂଗ୍ରେସ ଅଧ‌ିବେଶନରେ ଅସହଯୋଗ ପ୍ରସ୍ତାବ ଆଗତ କରିଥିଲେ । ପରବର୍ତ୍ତୀ ସମୟରେ ୧୯୨୦ ଡିସେମ୍ବର ମାସରେ ନାଗପୁରଠାରେ ଚାଲିଥିବା କଂଗ୍ରେସ ଅଧ୍ବବେଶନ ଗାନ୍ଧିଜୀଙ୍କ ପ୍ରସ୍ତାବକୁ ଗ୍ରହଣକରି ଅନୁମୋଦିତ କରିଥିଲା । ଫଳରେ ଅସହଯୋଗ ଆନ୍ଦୋଳନପାଇଁ ଗାନ୍ଧିଜୀ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କଲେ । ଆନ୍ଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ- ଇଂରେଜ ସରକାରଙ୍କ ଶାସନକଳକୁ ସମ୍ପୂର୍ଣ୍ଣ ସ୍ଥାଣୁ କରିଦେବା ଏହି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ଥିଲା । ଗାନ୍ଧିଜୀଙ୍କ ଆନ୍ଦୋଳନର ଦୁଇଟି ଦିଗ ଥିଲା- ଗଠନମୂଳକ ଓ ବିରୋଧାତ୍ମକ ।

ଗଠନମୂଳକ ଲକ୍ଷ୍ୟ:

  • ସମସ୍ତ ପ୍ରକାର ବିଦେଶୀ ଦ୍ରବ୍ୟର ବର୍ଜନ
  • ସ୍ଵଦେଶୀ ଦ୍ରବ୍ୟର ବହୁଳ ବ୍ୟବହାର
  • ସୂତାକଟା ଓ ଲୁଗାବୁଣା
  • ସାଂପ୍ରଦାୟିକତା ଓ ଅସ୍ପୃଶ୍ୟତାର ନିବାରଣ
  • ଜାତୀୟ ଶିକ୍ଷାର ପ୍ରତିଷ୍ଠା ଓ ପ୍ରସାର ।

ବିରୋଧାତ୍ମକ ଲକ୍ଷ୍ୟ:

  • ବ୍ୟବସ୍ଥାପକ ପରିଷଦ ପାଇଁ ନିର୍ବାଚନ ବର୍ଜନ
  • ଆଇନ ଅଦାଲତଗୁଡ଼ିକ ବର୍ଜନ
  • ସରକାରୀ ସ୍କୁଲ ଓ କଲେଜ ବର୍ଜନ
  • ସରକାରଙ୍କଦ୍ଵାରା ଆୟୋଜିତ ଦରବାର ଓ ଉତ୍ସବ ଆଦିର ବର୍ଜନ ।

ସତ୍ୟ ଓ ଅହିଂସା ମାଧ୍ୟମରେ ଆନ୍ଦୋଳନ ଚଳାଇବାକୁ ଗାନ୍ଧିଜୀ ଦେଶବାସୀଙ୍କୁ ପ୍ରବର୍ତ୍ତାଇଲେ । ତାଙ୍କ ମତରେ, ନିଷ୍ଠାପର ଅହିଂସା ନୀତି ବଳରେ ସ୍ୱରାଜ୍ୟ ହାସଲ ହୋଇପାରିବ । ଆନ୍ଦୋଳନର ଅଗ୍ରଗତି- ୧୯୨୧ ଖ୍ରୀ.ଅ.ର ପ୍ରାରମ୍ଭରେ ଆନ୍ଦୋଳନ ଆରମ୍ଭ ହେଲା । ହଜାର ହଜାର ଜନସାଧାରଣ ଏଥ‌ିରେ ଯୋଗଦାନ କରି ଏହାକୁ ଗଣଆନ୍ଦୋଳନର ରୂପ ଦେଇଥିଲେ । ଶତକଡ଼ା ୮୦ ଭାଗ ଲୋକ ନିର୍ବାଚନ ବର୍ଜନ କଲେ । ଖ୍ୟାତନାମା ଆଇନଜୀମାନେ; ଯଥା- ମୋତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସ, ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ କୋର୍ଟକଚେରୀ ବର୍ଜନ କରିଥିଲେ । ବହୁସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ବର୍ଜନ କରି ଜାତୀୟ ଶିକ୍ଷାନୁଷ୍ଠାନରେ ଯୋଗଦେଲେ । ଲୋକମାନେ ବିଦେଶୀଦ୍ରବ୍ୟ ବର୍ଜନ କଲେ । ଦେଶର ସର୍ବତ୍ର ଲୁଗାବୁଣା ଓ ସୂତାକଟା ଆରମ୍ଭ ହେଲା । ସ୍ଵଦେଶୀ ବସ୍ତୁର ଆଦର ବଢ଼ିଲା । ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ ମହମ୍ମଦ ସୌକତ ଅଲ୍ଲୀ, ମହମ୍ମଦ ଅଲ୍ଲୀ, ଡଃ ଆନସାରୀ, ମୌଲାନା ଆବୁଲ କାଲାମ ଆଜାଦ, ଚିତ୍ତରଞ୍ଜନ ଦାସ, ଲାଲା ଲଜପତ୍ ରାୟ, ମୋତିଲାଲ ନେହେରୁ ଓ ଜବାହରଲାଲ ନେହେରୁ ଇତ୍ୟାଦି ତୁଙ୍ଗ ନେତାମାନେ ।

ସରକାରଙ୍କ ଦମନ ନୀତି- ଅସହଯୋଗ ଆନ୍ଦୋଳନର ଅଗ୍ରଗତିକୁ ପ୍ରତିରୋଧ କରିବାପାଇଁ ଇଂରେଜ ସରକାର ଦମନନୀତି ପ୍ରୟୋଗ କରିଥିଲେ । ବହୁ ଜାତୀୟତାବାଦୀ ନେତାଙ୍କୁ ଗିରଫ କରାଗଲା । ଭାରତ ଦର୍ଶନରେ ଆସିଥୁବା ୱେଲ୍ସର ଯୁବରାଜଙ୍କୁ ଭାରତୀୟମାନେ ଦେଶବ୍ୟାପୀ ହରତାଳ କରି ସ୍ଵାଗତ କରିଥିଲେ । ଫଳରେ ଇଂରେଜ ସରକାର ଭାରତୀୟମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର, ଗୁଳି ଓ ଲାଠିଚାଳନା ଆରମ୍ଭ କରିଥିଲେ । ଇଂରେଜ ସରକାର ୩୦,୦୦୦ ଲୋକଙ୍କୁ ଗିରଫ କଲେ । ସରକାରଙ୍କ ଦୃଢ଼ ଦମନନୀତି ସତ୍ତ୍ଵେ ଏହି ଆନ୍ଦୋଳନ ଦ୍ରୁତବେଗରେ ପ୍ରସାରଲାଭ କରିଥିଲା ।

ଆନ୍ଦୋଳନ ପ୍ରତ୍ୟାହାର- ଆନ୍ଦୋଳନ ଅଗ୍ରଗତି କରୁଥିବାବେଳେ ହଠାତ୍‌ ୧୯୨୨ ଖ୍ରୀ.ଅ. ଫେବୃୟାରୀ ୫ ତରିଖ ଦିନ ଉତ୍ତରପ୍ରଦେଶର ଚୌରୀଚୌରାଠାରେ ଉଭ୍ୟକ୍ତ ଜନତା ଏକ ପୋଲିସ୍ ଥାନାରେ ଅଗ୍ନିସଂଯୋଗ କରିଥିଲେ । ଏଥ‌ିରେ ୨୨ ଜଣ ପୋଲିସ୍ କର୍ମଚାରୀ ଜୀବନ୍ତ ଦଗ୍‌ଧ ହୋଇଥିଲେ । ଏହି ଘଟଣାରେ ମର୍ମାହତ ହୋଇ ଗାନ୍ଧିଜୀ ହଠାତ୍ ଆନ୍ଦୋଳନକୁ ସ୍ଥଗିତ ରଖୁଲେ । ଅବଶ୍ୟ ଏଥିପାଇଁ କଂଗ୍ରେସର ତୁଙ୍ଗ ନେତାମାନେ ତାଙ୍କୁ ସମାଲୋଚନା କରିଥିଲେ । ଇଂରେଜ ସରକାର ଗାନ୍ଧିଜୀଙ୍କୁ ମାର୍ଚ୍ଚ ୧୪, ୧୯୨୨ରେ ଗିରଫ କରି ଜେଲ୍‌କୁ ପଠାଇ ଦେଇଥିଲେ । ସେ ଦୀର୍ଘ ୬ ବର୍ଷକାଳ ବନ୍ଦୀ ଅବସ୍ଥାରେ ପୁନାର ୟାରୱାଡ଼ା ସେଣ୍ଟ୍ରାଲ ଜେଲ୍‌ରେ ରହିଥିଲେ । ପରେ ଅସୁସ୍ଥତା ହେତୁ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା ।

ଫଳାଫଳ – ‘ଗାନ୍ଧିଜୀ ଜେଲରୁ ମୁକ୍ତିଲାଭ କରି ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ । ସେ ଜନସାଧାରଣଙ୍କୁ ଚରଖାଦ୍ଵାରା ସୂତା କାଟିବାକୁ ଉତ୍ସାହିତ କଲେ । ଅସ୍ପୃଶ୍ୟତା ଦୂରୀକରଣ ଓ ନିଶା ନିବାରଣପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନେଇଥିଲେ । ଅସହଯୋଗ ଆନ୍ଦୋଳନ ବିଫଳ ହୋଇଥିଲେ ମଧ୍ୟ ଏହାର ଫଳାଫଳ ଗୁରୁତ୍ଵପୂର୍ଣ ଥିଲା । ଏହାଦ୍ଵାରା ଭରତର ସ୍ଵାଧୀନତା ଆନ୍ଦୋଳନ ଗ୍ରାମାଞ୍ଚଳକୁ ପରିବ୍ୟାପ୍ତ ହେଲା । ଭାରତୀୟମାନଙ୍କର ବ୍ରିଟିଶ ବିରୋଧୀ ମନୋଭାବ ତୀବ୍ରତର ହେଲା । ଏହାପରେ କଂଗ୍ରେସ କେବଳ ଭାରତୀୟ ନେତାମାନଙ୍କ ଅନୁଷ୍ଠାନ ନହୋଇ ଭାରତୀୟ ଜନତାଙ୍କ ଅନୁଷ୍ଠାନ ହେଲା । ଗାନ୍ଧିଜୀ ଭାରତର ଶ୍ରେଷ୍ଠ ଜନପ୍ରିୟ ନେତାରୂପେ ସ୍ଵୀକୃତ ହେଲେ । ଏହି ଆନ୍ଦୋଳନ ଭାରତୀୟମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି କରିଥିଲା । ପରବର୍ତୀ ଆନ୍ଦୋଳନ ପାଇଁ ଭାରତୀୟମାନେ ଗାନ୍ଧିଜୀଙ୍କ ନେତୃତ୍ୱକୁ ଅପେକ୍ଷା କରି ରହିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପ୍ରଭାବ କିପରି ଅନୁଭୂତ ହୋଇଥିଲା ଉଲ୍ଲେଖ କର ।
Answer:
ସମଗ୍ର ଭାରତରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରତିଧ୍ଵନି ପ୍ରତିଫଳିତ ହୋଇଥିଲା ଓଡ଼ିଶାରେ । ଓଡ଼ିଶାରେ ଯଦୁମଣି ମଙ୍ଗରାଜଙ୍କ ନେତୃତ୍ଵରେ ରେଭେନ୍ସା କଲେଜର କେତେକ ଛାତ୍ର ପ୍ରତିରକ୍ଷା ବାହିନୀରେ ଯୋଗଦେଇ ଇଂରେଜମାନଙ୍କୁ ସାହାଯ୍ୟ କରିଥିଲେ ପ୍ରଥମ ବିଶ୍ଵଯୁଦ୍ଧ ସମୟରେ । ମାତ୍ର ଯୁଦ୍ଧ ପରେ ଭାରତୀୟମାନଙ୍କୁ କିଛିଟା ରାଜନୈତିକ ଅଧିକାର ଦେବା ପରିବର୍ତ୍ତେ କଠୋର ରାୱାଲଡ୍ ଆଇନ ପ୍ରବର୍ତ୍ତନ କରିଥିଲେ ଇଂରେଜମାନେ । ଇଂରେଜମାନଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଗାନ୍ଧିଜୀ ଶେଷରେ ଅସହଯୋଗ ଆନ୍ଦୋଳନ କରିବାପାଇଁ ସ୍ଥିର କରିଥିଲେ ।

୧୯୨୦ ଡିସେମ୍ବର ମାସରେ ଜାତୀୟ କଂଗ୍ରେସର ନାଗପୁର ଅବେଶନରେ ଓଡ଼ିଶାରୁ ୩୫ ଜଣ ପ୍ରତିନିଧ୍ ଗୋପବନ୍ଧୁ ଦାସଙ୍କ ନେତୃତ୍ଵରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ହରେକୃଷ୍ଣ ମହତାବ, ମୁକୁନ୍ଦପ୍ରସାଦ ଦସ, ନିରଞ୍ଜନ ପଟ୍ଟନାୟକ, ଭାଗୀରଥ୍ ମହାପାତ୍ର, ଯଦୁମଣି ମଙ୍ଗରାଜ ପ୍ରଭୃତି ନେତାମାନେ ମୁଖ୍ୟ ଥିଲେ । ଏହି ଅଧୂବେଶନରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ଓ ଉନ୍ମାଦନାର ସହ ଗୃହୀତ ହୋଇଥିଲା । ଏହାଛଡ଼ା ଏଥିରେ ଭାଷାସୂତ୍ରରେ ପ୍ରଦେଶ ଗଠନ ନୀତିକୁ ମାନିନିଆଯାଇ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠନକୁ ସ୍ୱୀକୃତି ପ୍ରଦାନ କରାଗଲା । ଓଡ଼ିଶାର ପ୍ରତିନିଧୁମାନେ ନୂତନ ଆଶା ନେଇ ଓଡ଼ିଶାକୁ ଫେରିଆସି ଗାନ୍ଧିଜୀଙ୍କ ନେତୃତ୍ଵରେ ଅସହଯୋଗ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କଲେ । ପଣ୍ଡିତ ଗୋପବନ୍ଧୁ ଦାସ ଉତ୍କଳ କଂଗ୍ରେସ କମିଟି ଗଠନ କରି ତା’ର ସଭାପତି ହେଲେ ଓ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପରିଚାଳନା ଦାୟିତ୍ଵ କଂଗ୍ରେସ ଉପରେ ନ୍ୟସ୍ତ କରାଗଲା ।

ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ଅଗଣିତ ଓଡ଼ିଆ ଯୁବକ ସ୍କୁଲ-କଲେଜ ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ । ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ନୀଳକଣ୍ଠ ଦାସ, ଗୋପବନ୍ଧୁ ଚୌଧୁରୀ ପ୍ରମୁଖ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ । ଗୋପବନ୍ଧୁ ଚୌଧୁରୀ ଡେପୁଟି କଲେକ୍ଟର ଚାକିରିରୁ ଇସ୍ତଫା ଦେଲେ ଓ ପଣ୍ଡିତ ଲିଙ୍ଗରାଜ ମିଶ୍ର ସରକାରୀ ଅଧ୍ୟାପକ ଚାକିରି ଛାଡ଼ି ଆନ୍ଦୋଳନରେ ଯୋଗଦେଲେ । କଂଗ୍ରେସ କର୍ମୀମାନଙ୍କୁ ତାଲିମ ଦେବାପାଇଁ କଟକର ‘ସ୍ଵରାଜ ଆଶ୍ରମ’ ଓ ଜଗତ୍‌ସିଂହପୁରରେ ‘ଅଳକା ଆଶ୍ରମ’ ପ୍ରତିଷ୍ଠା କରାଯାଇଥିଲା । କଟକରେ ଛାତ୍ରମାନେ ‘ସ୍ଵରାଜ ସେବକ ସଂଘ’ ଗଠନ କରିଥିଲେ ।

ଆନ୍ଦୋଳନର ଲକ୍ଷ୍ୟ – ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦୁଇଟି ଲକ୍ଷ୍ୟ ଥିଲା । ପ୍ରଥମଟି ହେଲା – ବିଦେଶୀ ଦ୍ରବ୍ୟ, ସରକାରୀ କୋର୍ଟକଚେରି, ସରକାରଙ୍କ ପ୍ରଦତ୍ତ ପଦବୀ ଓ ଉପାଧ୍ ଏବଂ ଇଂରେଜ ସରକାରଙ୍କ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବର୍ଜନ କରିବା । ଦ୍ଵିତୀୟଟି ହେଲା – ଓଡ଼ିଶାରେ ହିନ୍ଦୁ-ମୁସଲମାନମାନଙ୍କ ମଧ୍ୟରେ ଐକ୍ୟଭାବ, ନିଶା ନିବାରଣ, ଜାତୀୟ ଶିକ୍ଷାର ପ୍ରସାର ଏବଂ ଓଡ଼ିଶାରେ ଖଦୀର ପ୍ରସାର ଆଦି ଗଠନମୂଳକ କାର୍ଯ୍ୟ କରିବା । ବିଦେଶୀ ଦ୍ରବ୍ୟ ବର୍ଜନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା । କଂଗ୍ରେସ କର୍ମୀମାନେ ବାଲେଶ୍ଵର ଜିଲ୍ଲାରେ ‘ସ୍ଵରାଜ ମନ୍ଦିର’ ପ୍ରତିଷ୍ଠା କରି ବିଦେଶୀ ବସ୍ତ୍ର ବର୍ଜନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରରୋଚନାରେ ବହୁ ଓଡ଼ିଆ ଶ୍ରମିକ କଲିକତାସ୍ଥିତ ବିଦେଶୀ ଦୋକାନମାନଙ୍କରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ । ଫଳରେ କଲିକତାର ବଡ଼ବଜାରରେ ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିଲା ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧିଜୀ ଓଡ଼ିଶା ଆସି କଟକର କାଠଯୋଡ଼ି ବାଲିପଠାରେ ସଭା କରିଥିଲେ ଏଥ‌ିରେ ଗୋପବନ୍ଧୁ ଦାସ ସଭାପତିତ୍ୱ କରିଥିଲେ । ଆନ୍ଦୋଳନକୁ ସଫଳ କରିବାପାଇଁ ବିବିଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ କରିବା ଫଳରେ ଓଡ଼ିଶାରେ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗୋପବନ୍ଧୁ ଦାସଙ୍କ ପ୍ରଚେଷ୍ଟାରେ ସତ୍ୟବାଦୀଠାରେ ଜାତୀୟ ବନବିଦ୍ୟାଳୟ କାର୍ଯ୍ୟକାରୀ ହୋଇଥିଲା । କଟକରେ ଏକ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ଏହି ବିଦ୍ୟାଳୟମାନଙ୍କରେ ସୂତାକଟା, ଲୁଗାବୁଣା, କାଠକାମ ଓ ହିନ୍ଦୀଶିକ୍ଷା ଇତ୍ୟାଦି ପାଠ୍ୟକ୍ରମ ରହିଥିଲା ।

ଏହି ସମୟରେ ଓଡ଼ିଶାରେ ଜମିଦାରମାନଙ୍କ ଅତ୍ୟାଚାର ବଢ଼ିଚାଲିଲା । ଜମିଦାରମାନଙ୍କ ବିରୋଧରେ ଉତ୍କଳ ପ୍ରାଦେଶିକ କମିଟି ସ୍ଵର ଉତ୍ତୋଳନ କରିଥିଲା । କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ପ୍ରଜାମାନଙ୍କୁ ଅତ୍ୟାଚାର କରି ଭୂରାଜସ୍ୱ ଆଦାୟ କରୁଥିବାରୁ କଂଗ୍ରେସ କର୍ମୀମାନେ ତାଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ଫଳରେ ଗୋପବନ୍ଧୁ ଦାସ ଓ ଭାଗୀରଥ ମହାପାତ୍ରଙ୍କୁ ଛଅମାସ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା ।

ଆନ୍ଦୋଳନକୁ ଦମନ– ଅସହଯୋଗ ଆନ୍ଦୋଳନକୁ ଦମନ କରିବାପାଇଁ ଇଂରେଜ ସରକାର ଅନ୍ୟାନ୍ୟ ରାଜ୍ୟଭଳି ଓଡ଼ିଶାରେ ମଧ୍ୟ ଦମନମୂଳକ କାର୍ଯ୍ୟ ଆରମ୍ଭ କଲେ । ସଭାସମିତି, ଶୋଭାଯାତ୍ରା ବେଆଇନ ବୋଲି ଘୋଷିତ ହେଲା । ଗୋପବନ୍ଧୁ ଦାସଙ୍କୁ ହାତକଡ଼ି ପକାଇ ଗିରଫକରି ନିଆଗଲା ଏବଂ ହଜାରିବାଗ ଜେଲକୁ ପଠାଇ ଦିଆଗଲା । ଚୌରୀଚୌରା ହିଂସାକାଣ୍ଡ ପରେ ଗାନ୍ଧିଜୀ ମର୍ମାହତ ହୋଇ ଆନ୍ଦୋଳନକୁ ସ୍ଥଗିତ ରଖୁବା ଫଳରେ ଓଡ଼ିଶାରେ ଏହାର ଗତି ଧୂମେଇ ଯାଇଥିଲା ।

ଫଳାଫଳ– ୧୯୨୪ ଜୁନ୍ ୨୪ ତାରିଖରେ ହଜାରିବାଗ ଜେଲ୍‌ରୁ ମୁକ୍ତି ପାଇବା ପରେ ପଣ୍ଡିତ ଗୋପବନ୍ଧୁ ଦାସ କଟକରେ ଅନୁଷ୍ଠିତ ଉତ୍କଳ ପ୍ରାଦେଶିକ କମିଟିରେ ଯୋଗ ଦେଇଥିଲେ । ହରେକୃଷ୍ଣ ମହତାବ ଜେଲରୁ ଫେରିବା ପରେ ୧୯୨୩ ଖ୍ରୀ.ଅ. ସେପ୍ଟେମ୍ବର ୨ ତାରିଖ ଦିନ ବାଲେଶ୍ଵରରୁ ‘ପ୍ରଜାତନ୍ତ୍ର’ ସମ୍ବାଦପତ୍ର ପ୍ରକାଶନ କରିଥିଲେ । ଓଡ଼ିଶାରେ ଏହି ଅସହଯୋଗ ଆନ୍ଦୋଳନ ଖଦୀ ଓ ଚରଖା ଆନ୍ଦୋଳନକୁ ପ୍ରସାର କରିବାରେ ସାହାଯ୍ୟ କରିଥିଲା । ମହାତ୍ମାଗାନ୍ଧୀଙ୍କୁ ଜାତୀୟ ନେତାଭାବରେ ସ୍ଵୀକୃତି ମିଳିଲା । ଓଡ଼ିଶାରେ କନିକା କୃଷକ ଆନ୍ଦୋଳନକୁ ପାଥେୟ ଯୋଗାଇଥିଲା ଏହି ଅସହଯୋଗ ଆନ୍ଦୋଳନ । ଶେଷରେ ଭାରତ ତଥା ଓଡ଼ିଶାବାସୀଙ୍କ ମନରେ ମୁକ୍ତିସଂଗ୍ରାମ ଜାରି ରଖୁବାପାଇଁ ଅପୂର୍ବ ଉନ୍ମାଦନା ସଞ୍ଚାର କରିଥିଲା । ମୋଟ ଉପରେ ଅସହଯୋଗ ଆନ୍ଦୋଳନରେ ଓଡ଼ିଶାର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୩ । ଆଇନ ଅମାନ୍ୟ ଆନ୍ଦୋଳନରେ ଓଡ଼ିଶାର ଭୂମିକା କ’ଣ ଥିଲା ଆଲୋଚନା କର ।
Answer:
୧୯୨୯ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ଗୃହୀତ ହୋଇ ୧୯୩୦ରେ ମହାତ୍ମା ଗାନ୍ଧି ଆରମ୍ଭ କରିଥିଲେ ଆଇନ ଅମାନ୍ୟ ଆନ୍ଦୋଳନ । ସେ ୧୯୩୦ ମାର୍ଚ୍ଚ ୧୨ ତାରିଖ ଦିନ ଐତିହାସିକ ଦାଣ୍ଡିଯାତ୍ରା କରି ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାର ପ୍ରତିକ୍ରିୟା ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଅନୁଭୂତ ହୋଇଥିଲା । ଇଞ୍ଚୁଡ଼ି, କାକଟପୁର ଓ ଗଞ୍ଜାମ ଆଦି ସ୍ଥାନରେ ବ୍ୟାପକ ହୋଇଉଠିଥିଲା ଏହି ଆଇନ ଅମାନ୍ୟ ଆନ୍ଦୋଳନ । ୧୯୩୦ ଫେବୃୟାରୀ ୨୮ରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଆନୁକୂଲ୍ୟରେ ଆହୂତ ହୋଇଥିଲା ସଭା । ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଗୋପବନ୍ଧୁ ଚୌଧୁରୀ । ଲବଣ ସତ୍ୟାଗ୍ରହ ପାଇଁ ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡ଼ିକୁ ସର୍ବପ୍ରଥମେ ମନୋନୟନ କରାଯାଇଥିଲା । ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ରନାଥ ଦାସଙ୍କ ଉପରେ ନ୍ୟସ୍ତ ଥିଲା ବାଲେଶ୍ଵରର ସତ୍ୟାଗ୍ରହୀମାନଙ୍କୁ ଏକଜୁଟ କରାଇବାର ଦାୟିତ୍ଵ ।

୧୯୩୦ ଖ୍ରୀ.ଅ. ଏପ୍ରିଲ ୬ ତାରିଖ ଦିନ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ୨୧ ଜଣ ସତ୍ୟାଗ୍ରହୀ କଟକ ସ୍ଵରାଜ ଆଶ୍ରମରୁ ଇଞ୍ଚୁଡ଼ି ପର୍ଯ୍ୟନ୍ତ ଐତିହାସିକ ଯାତ୍ରା ଆରମ୍ଭ କରିଥିଲେ । ପୋଲିସ ବାଟରୁ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରିନେଇଥିଲେ । ୧୯୩୦ ଖ୍ରୀ.ଅ. ଏପ୍ରିଲ ୧୪ ତାରିଖ ଦିନ ସତ୍ୟାଗ୍ରହୀମାନେ ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କରିଥିଲେ । ଏପ୍ରିଲ ୨୦ ତାରିଖ ଦିନ ରମାଦେବୀ ଓ ମାଳତୀଦେବୀଙ୍କ ନେତୃତ୍ଵରେ ଶହ ଶହ ମହିଳା ଇଞ୍ଚୁଡ଼ିକୁ ଯାତ୍ରା କରିଥିଲେ । ଲବଣ ଆଇନ ଭଙ୍ଗକରି ଆଚାର୍ଯ୍ୟ ହରିହରଙ୍କ ସହ ଶହ ଶହ ଅନ୍ୟାନ୍ୟ ସତ୍ୟାଗ୍ରହୀ ପୋଲିସ୍ ହାତରେ ଗିରଫ ହୋଇଥିଲେ ।

ଇଞ୍ଚୁଡ଼ି ବ୍ୟତୀତ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ; ଯଥା- ଅବିଭକ୍ତ କଟକ ଜିଲ୍ଲାର କୁଜଙ୍ଗ, ପୁରୀ ଜିଲ୍ଲାର କୁହୁଡ଼ି ଓ ଅସ୍ତରଙ୍ଗ, ଗଞ୍ଜାମ ଜିଲ୍ଲାର ହୁମା ପ୍ରଭୃତି ସ୍ଥାନରେ ଲୁଣମରା ଅଭିଯାନ ଚାଲୁରହିଲା । ହଜାର ହଜାର ଲୋକ ସରକାରୀ ନୀଳକଣ୍ଠ ଦାସ, ଜଗନ୍ନାଥ ରଥ, ନୀଳାମ୍ବର ଦାସ, କରୁଣାକର ପାଣିଗ୍ରାହୀ ଏବଂ ମଥୁରାମୋହନ ବେହେରା ବାଲେଶ୍ଵର ଜିଲ୍ଲାର ମାର୍ଥାଠାରେ ଲବଣ ସତ୍ୟାଗ୍ରହର ନେତୃତ୍ଵ ନେଇଥିଲେ । ଓଡ଼ିଶାରେ ସ୍କୁଲମାନଙ୍କରୁ ବହୁ ଅଳ୍ପବୟସ୍କ ଛାତ୍ର ଏକତ୍ରିତ ହୋଇ ବାନରସେନା ଗଠନକରି ଆନ୍ଦୋଳନାତ୍ମକ କାର୍ଯ୍ୟ ଚାଲୁରଖୁଲେ । ଲୁଗାପୋଡ଼ି, ମଦଦୋକାନ ଆଗରେ ପିକେଟିଂ ଆଦି ସେମାନଙ୍କର ପ୍ରଧାନକାର୍ଯ୍ୟ ଥିଲା । ପୋଲିସ୍ ସେମାନଙ୍କୁ ବେତମାଡ଼ଦ୍ଵାରା ଦମନ କରିବାପାଇଁ ଚେଷ୍ଟାକରି ବିଫଳ ହେଲେ ।

ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ଓଡ଼ିଶାର ବହୁ ନେତା ସରକାରଙ୍କଦ୍ଵାରା ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରେ ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ଲିଙ୍ଗରାଜ ମିଶ୍ର, ନନ୍ଦକିଶୋର ଦାସ, ନୀଳକଣ୍ଠ ଦାସ, ଯଦୁମଣି ମଙ୍ଗରାଜ, କୃପାସିନ୍ଧୁ ହୋତା, ରମାଦେବୀ, ସରଳାଦେବୀ ପ୍ରଭୃତି ପ୍ରମୁଖ ଥିଲେ । ୧୯୩୧ ଖ୍ରୀଷ୍ଟାବ୍ଦରେ ଗାନ୍ଧି-ଇର୍‌ଉଇନ୍ ଚୁକ୍ତି ସ୍ୱାକ୍ଷରିତ ହେବାପରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଥିଲେ । ଚୁକ୍ତିର ସର୍ଭେ ଅନୁସାରେ ବଡ଼ଲାଟ ଭାରତୀୟମାନଙ୍କର କେତେକ ନ୍ୟାଯ୍ୟ ଦାବିକୁ ମାନିନେଇଥିଲେ ।

କିନ୍ତୁ ଗାନ୍ଧିଜୀ ଦ୍ଵିତୀୟ ଗୋଲ୍ଟେବୁଲ ବୈଠକରୁ ନିରାଶ ହୋଇ ଫେରିବା ପରେ ପୁନର୍ବାର ଆଇନ ଅମାନ୍ୟ ଆନ୍ଦୋଳନ ଚଳାଇବାପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ଫଳରେ ଦେଶର ଚାରିଆଡ଼େ ଏହି ଆନ୍ଦୋଳନ ପୂର୍ବାପେକ୍ଷା ତୀବ୍ରଭାବରେ ଚାଲିଲା । ପୋଲିସ୍ ଓଡ଼ିଶାରେ କଟକ, ପୁରୀ, ବାଲେଶ୍ଵର ଏବଂ ସମ୍ବଲପୁର ପ୍ରଭୃତି ସ୍ଥାନର କଂଗ୍ରେସ କାର୍ଯ୍ୟାଳୟଗୁଡ଼ିକୁ ଦଖଲ କରିନେଲେ ଏବଂ ବହୁ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ନୀଳାମ୍ବର ଦାସ, ବିନୋଦ କାନୁନ୍‌ଗୋ, ସୁରେନ୍ଦ୍ରନାଥ ଦାସ ପ୍ରଭୃତି ନେତାମାନେ ଆନ୍ଦୋଳନକୁ ବେଳକୁ ଓଡ଼ିଶାରେ ଏହି ଆନ୍ଦୋଳନରେ ଭଟ୍ଟା ପଡ଼ିଯାଇଥିଲା ।

ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଫଳାଫଳ ଥିଲା ସୁଦୂରପ୍ରସାରୀ । ଏହି ଆନ୍ଦୋଳନ ଫଳରେ ଓଡ଼ିଶାରେ ଜନଜାଗରଣ ଅଧ୍ବକ ପରିମାଣରେ ବୃଦ୍ଧି ପାଇଥିଲା । ୧୯୩୧ ଖ୍ରୀ.ଅ.ରେ କଟକଠାରେ ରାଧାନାଥ ରଥ, ମଧୁସୂଦନ ପଟ୍ଟନାୟକ, ବାଲୁଙ୍କେଶ୍ୱର ଆଚାର୍ଯ୍ୟ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଉଦ୍ୟମରେ ପ୍ରଥମ ଓଡ଼ିଶା ପ୍ରଜା ସମ୍ମିଳନୀ ଆୟୋଜିତ ହୋଇଥିଲା । ଓଡ଼ିଶାରେ ଏହି ସମୟରେ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ ନାମକ ଦୁଇଟି ସାପ୍ତାହିକ ସମ୍ବାଦପତ୍ର ଦୈନିକ ରୂପେ ପ୍ରକାଶଲାଭ କରିଥିଲା । ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ନାରୀ ଜାଗରଣ ପାଇଁ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୪। ଭାରତଛାଡ଼ ଆନ୍ଦୋଳନ କେଉଁ ପରିସ୍ଥିତିରେ ଆରମ୍ଭ ହେଲା ? ଭାରତର ସ୍ଵାଧୀନତାକୁ ଏହା କିପରି ତ୍ବରାନ୍ବିତ କଲା ?
Answer:
୧୯୪୨ରେ ଭାରତର ରାଜନୀତି ଜିନ୍ନାଙ୍କ ପାକିସ୍ତାନ ଦାବି, ଜାପାନୀମାନଙ୍କର ସୀମାନ୍ତ ଆକ୍ରମଣ ଏବଂ ଇଂରେଜମାନଙ୍କ ଦମନନୀତି ଯୋଗୁଁ ଶୋଚନୀୟ ଅବସ୍ଥାରେ ପହଞ୍ଚିଲା । ଦେଶରେ ଅରାଜକତା ଓ ଅଶାନ୍ତି ଦିନକୁ ଦିନ ବୃଦ୍ଧି ପାଇଲା । ମହାତ୍ମା ଗାନ୍ଧି ଉପଲବ୍‌ଧୁ କଲେ ଯେ ଇଂରେଜମାନେ ଭାରତର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଅଧିକ ସମୟ ଖେଳ ଖେଳିଲେ ଦେଶର ସର୍ବନାଶ ଘଟିବ । ତେଣୁ ସେ ହଠାତ୍‌ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କରିବାପାଇଁ ସ୍ଥିର କଲେ । ଏହାଛଡ଼ା ସେ ଆଶାକଲେ ଯେ ସରକାର ଏପରି ସଂକଟକାଳରେ ଆନ୍ଦୋଳନକୁ ଦବାଇବାପାଇଁ କଠୋର ନୀତି ଅବଲମ୍ବନ ନକରି ଆପୋଷ ସମାଧାନ ପାଇଁ ଉଦ୍ୟମ କରିବେ । କେତେକ ତୁଙ୍ଗନେତା ସରକାରଙ୍କଠାରୁ ଠିକ୍ ଓଲଟା ଆଶା କରୁଥିଲେ ମଧ୍ୟ ଗାନ୍ଧିଜୀଙ୍କର ପ୍ରସ୍ତାବକୁ ଅଗ୍ରାହ୍ୟ କରିପାରିଲେ ନାହିଁ ।

ଆନ୍ଦୋଳନର ପୃଷ୍ଠଭୂମି– ପ୍ରଥମତଃ, ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କ ନେତୃତ୍ୱରେ ଏକ ଦଳ ଭାରତ ପଠାଇଥିଲେ । ଏହା ‘କ୍ରିପ୍‌ ମିଶନ’ ନାମରେ ବିଖ୍ୟାତ । ବିଭିନ୍ନ ଦଳ ସହିତ ଆଲୋଚନା କରି ଭାରତରେ ଔପନିବେଶିକ ସ୍ୱାୟତ୍ତ ଶାସନ ପ୍ରଚଳନ କରିବାର ପ୍ରସ୍ତାବ ଦେଇଥିଲେ କ୍ରିପ୍‌ସ । ଏଥ‌ିରେ ଭାରତ ବିଭାଜନର ମଞ୍ଜି ସୁପ୍ତଭାବରେ ରହିଥ‌ିବାରୁ ଗାନ୍ଧିଜୀ କ୍ରିପ୍‌ସଙ୍କ ଏହି ପ୍ରସ୍ତାବରେ ଉତ୍‌କ୍ଷିପ୍ତ ହୋଇଥିଲେ । ଫଳରେ କ୍ରିପ୍‌ସଙ୍କ ପ୍ରସ୍ତାବ ଭାରତୀୟମାନଙ୍କଦ୍ଵାରା ଗୃହୀତ ହେଲାନାହିଁ । ଦ୍ଵିତୀୟତଃ, ଜାପାନ ବର୍ମା ଅଧିକାର କରିବା ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ଶରଣାର୍ଥୀମାନେ ଇଂରେଜମାନଙ୍କର ଅତ୍ୟାଚାର ସମ୍ପର୍କରେ ବର୍ଣ୍ଣନା କରିଥିଲେ ଯାହା ବହୁ ନେତାଙ୍କୁ ବିଚଳିତ କରିଥିଲା ।

ତେଣୁ ଇଂରେଜମାନଙ୍କୁ ଭାରତରୁ ତଡ଼ିବାର ଉପଯୁକ୍ତ ସମୟ ଆସିଯାଇଛି ବୋଲି କଂଗ୍ରେସ ଉପଲବ୍‌ଧ୍ଵ କରିଥିଲା । ତୃତୀୟତଃ, ସମ୍ଭାବ୍ୟ ଜାପାନ ଆକ୍ରମଣର ଭୟ ଭାରତୀୟମାନଙ୍କୁ ଲାଗିଥିଲା । ଇଂରେଜମାନଙ୍କୁ ସିଙ୍ଗାପୁର, ମାଳୟ ଏବଂ ବର୍ମାରେ ପରାସ୍ତ କରିବା ପରେ କାଳେ ଭାରତଆଡ଼କୁ ଜାପାନ ମାଡ଼ିଆସିବ, ଏଥ‌ିପାଇଁ ଭାରତୀୟମାନେ ଇଂରେଜମାନଙ୍କୁ ଭାରତରୁ ତଡ଼ିବାପାଇଁ କଂଗ୍ରେସ ନେତାମାନେ ଚାହିଁଥିଲେ । ଏହିସବୁ କାରଣପାଇଁ ଭାରତଛାଡ଼ ଆନ୍ଦୋଳନର ଉତ୍ପତ୍ତି ଘଟିଥିଲା ।

ଭାରତଛାଡ଼ ପ୍ରସ୍ତାବ– ୮ ଅଗଷ୍ଟ ୧୯୪୨ରେ ଭାରତୀୟ ଜାତୀୟ କଂଗ୍ରେସର ବମ୍ବେ ଅଧିବେଶନରେ ମହାତ୍ମା ଜଳିଉଠିଲା । ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ତେଣୁ କଂଗ୍ରେସ ଜଳି ଉଠିଲା । ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ତେଣୁ କଂଗ୍ରେସ ଅଧିବେଶନରେ ସେହି ପ୍ରସ୍ତାବ ଗୃହୀତ ହେବାର ଅଳ୍ପ କେଇଘଣ୍ଟା ପରେ ଅଗଷ୍ଟ ୯ ତାରିଖ ପ୍ରତ୍ୟୁଷରେ ଗାନ୍ଧିଜୀ, ଜବାହରଲାଲ ନେହେରୁ, ଆଜାଦ୍ କୃପାଳିନୀ ପ୍ରମୁଖ ତୁଙ୍ଗ ନେତାଙ୍କୁ ଗିରଫକରି ନିଆଗଲା । କଂଗ୍ରେସକୁ ବେଆଇନ ଘୋଷଣା କରାଗଲା ଏବଂ ଦେଶସାରା ସବୁ କଂଗ୍ରେସ କର୍ମୀଙ୍କୁ ଜେଲରେ ଭର୍ତ୍ତି କରିଦିଆଗଲା । ସରକାରଙ୍କ ଏଭଳି ଆଚରଣରେ ଜନସାଧାରଣ କ୍ଷୁବ୍‌ଧ ହୋଇ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ନେଲେ । ଫଳରେ ଭାରତଛାଡ଼ ଆନ୍ଦୋଳନକ୍ଷିପ୍ରଗତିରେ ଆଗେଇ ଚାଲିଲା | କାର୍ଯ୍ୟପନ୍ଥା– ଏହି ଆନ୍ଦୋଳନ ସମୟରେ କଂଗ୍ରେସ ନିମ୍ନ କାର୍ଯ୍ୟପନ୍ଥାମାନ ଗ୍ରହଣ କରିଥିଲା ।

  • କୃଷକମାନେ ଜମିକର ଦେବେନାହିଁ ଓ ଅନ୍ୟାନ୍ୟ ଟିକସ ପ୍ରଚଳନ ବନ୍ଦ ରହିବ ।
  • ଇଂରେଜ କର୍ମଚାରୀଙ୍କୁ ଖାଦ୍ୟଦ୍ରବ୍ୟ ବିକ୍ରି କରିବେ ନାହିଁ ।
  • କାଗଜ ନୋଟ୍ ଗ୍ରହଣ କରାଯିବ ନାହିଁ ।
  • ରାସ୍ତା, ଟେଲିଗ୍ରାଫ ଲାଇନ୍ ଓ ରେଳଧାରଣା ବିପର୍ଯ୍ୟସ୍ତ କରିଦିଆଯିବ ।
  • ସ୍କୁଲ, କଲେଜ, କୋର୍ଟ ଆଦି ବର୍ଜନ କରାଯିବ ।
  • ପୋଲିସ୍ ଥାନା, କୋର୍ଟ ଓ ଜେଲ ଭାରତୀୟମାନଙ୍କ ଅକ୍ତିଆରକୁ ନିଆଯିବ ।
  • ପଞ୍ଚାୟତ ସ୍ତରରେ ଶାନ୍ତି ବାହିନୀ ଗଠନ କରାଯିବ ।
  • ଅହିଂସା ମାର୍ଗରେ ଆନ୍ଦୋଳନକୁ ଚାଲୁ ରଖାଯିବ ।

ଉପରୋକ୍ତ କାର୍ଯ୍ୟମାନ ଦେଶର ସର୍ବତ୍ର ପାଳନ କରିବାପାଇଁ କର୍ମୀମାନେ ଉଦ୍ୟମ କଲେ । ସମଗ୍ର ଦେଶରେ ବିଦ୍ରୋହର ବହ୍ନି ଜଳିଉଠିଲା । ସଭା ଓ ଶୋଭାଯାତ୍ରାରେ ଦେଶ ପ୍ରକମ୍ପିତ ହେଲା । ସହରମାନଙ୍କର ଜୀବନଯାତ୍ରା ଅଚଳ ହୋଇପଡ଼ିଲା; ମାତ୍ର ସରକାରଙ୍କ ଦମନଲୀଳା ଆଗରେ ଆନ୍ଦୋଳନ ବେଶୀଦିନ ବଞ୍ଚୁପାରିଲା ନାହିଁ । ସରକାର ଜନତାଙ୍କ ଉପରେ ଆଖୁବୁଜା ଗୁଳିଚାଳନା, ଲାଠିଚାଳନା ଓ ବୋମାବର୍ଷଣ କଲେ । ଅନେକ ଗ୍ରାମ ଜାଳିଦେଲେ ଓ ସ୍ତ୍ରୀଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଲେ । ସରକାରୀ ହିସାବ ଅନୁସାରେ ଏହି ଆନ୍ଦୋଳନରେ ୬୦ ହଜାରରୁ ଅଧ‌ିକ ଲୋକ ଗିରଫ ହୋଇଥିଲେ, ଏକହଜାର ଲୋକ ଗୁଳିକାଣ୍ଡରେ ପ୍ରାଣ ହରାଇଥିଲେ ଏବଂ ଦୁଇହଜାର ଲୋକ ଆହତ ହୋଇଥିଲେ ।

ଗାନ୍ଧିଜୀ ଜେଲରେ ୧୯୪୩ ଖ୍ରୀ.ଅ.ରେ ଏହାର ପ୍ରତିବାଦ କରି ୨୧ ଦିନ ଅନଶନ ପାଳନ କଲେ । ମାତ୍ର ସରକାର ଗାନ୍ଧିଜୀଙ୍କ ପ୍ରତି କୌଣସି ଉଦାରତା ଦେଖାଇ ନଥିଲେ । ସୌଭାଗ୍ୟବଶତଃ ତାଙ୍କର ଅନଶନ ସଫଳ ହୋଇଥିଲା । ଏହି ଆନ୍ଦୋଳନରେ ମୁସ୍‌ଲିମ୍ ଲିଗ୍ ଜିନ୍ନା ଅଂଶଗ୍ରହଣ କରିନଥିଲେ । ଫଳାଫଳ” ଏହି ଆନ୍ଦୋଳନର ଫଳାଫଳ ସୁଦୂରପ୍ରସାରୀ ଥିଲା । ପ୍ରଥମତଃ, ଏହି ଆନ୍ଦୋଳନ ଭାରତୀୟମାନଙ୍କୁ ସାହସୀ କରିଦେଇଥିଲା । ଗାନ୍ଧିଜୀଙ୍କ ବାଣୀ– ‘କର ବା ମର’ (Do or Die) ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରିଥିଲା ଅପୂର୍ବ ପ୍ରେରଣା । ତେଣୁ ସେମାନେ ଇଂରେଜ ସରକାରର ଗୁଳି, ଲାଠିମାଡ଼ ଆଦିକୁ ଭୂକ୍ଷେପ କରିନଥିଲେ । ଦ୍ଵିତୀୟତଃ, ଏହି ଆନ୍ଦୋଳନ ଇଂରେଜ ସରକାରଙ୍କ ଆଖ୍ ଖୋଲି ଦେଇଥିଲା । ସେମାନେ ଉପଲବ୍‌ କଲେ ଯେ ଭୟ ମାଧ୍ୟମରେ ଆଉ ଭାରତୀୟମାନଙ୍କୁ ଶାସନ କରିହେବ ନାହିଁ । ତେଣୁ ଭାରତରେ ବିକଳ୍ପ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନପାଇଁ ସେମାନେ ଚିନ୍ତା କରିବାକୁ ଲାଗିଲେ । ପରିଶେଷରେ ଏହି ଆନ୍ଦୋଳନ ମହାତ୍ମା ଗାନ୍ଧିଙ୍କର ଭାବମୂର୍ତ୍ତିକୁ ବଳିଷ୍ଠଭାବରେ ପ୍ରତିଷ୍ଠିତ କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

ଆନ୍ଦୋଳନ । ସ୍ଵାଧୀନତା ପ୍ରାପ୍ତି ପାଇଁ ଏହା ଭାରତୀୟମାନଙ୍କ ମନରେ ନୂତନ ଉନ୍ମାଦନା ସୃଷ୍ଟି କରିଥିଲା । ବ୍ରିଟିଶ ସାମ୍ରାଜ୍ୟର ଗୌରବ-ରବିକୁ ଭାରତବର୍ଷରୁ ଅସ୍ତମିତ କରିବାପାଇଁ ଆବାହନୀ ସଙ୍ଗୀତ ଗାଇଥିଲା ଭାରତଛାଡ଼ ଆନ୍ଦୋଳନ । ୧୯୪୨ ଅଗଷ୍ଟ, ବିପ୍ଳବ ଦବିଗଲା ସତ, ମାତ୍ର ଏହାପରେ ଭାରତଛାଡ଼ ଧ୍ଵନି କଂଗ୍ରେସର ମୂଳମନ୍ତ୍ର ହୋଇ ରହିଗଲା । ଜୟପ୍ରକାଶ ନାରାୟଣଙ୍କ ଭାଷାରେ, ‘ଫରାସୀ ବିପ୍ଳବ ଓ ରୁଷ୍ ବିପ୍ଳବ ସେମାନଙ୍କ ଦେଶର ଇତିହାସରେ ଯେଉଁ ସ୍ଥାନ ଅଧିକାର କରିଅଛି, ୧୯୪୨ର ବିପ୍ଳବକୁ ଆମ ଦେଶ ଇତିହାସରେ ସେହି ସ୍ଥାନ ଦିଆଯାଇପାରେ ।’’

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ଦତ୍ତ ମାପଦୁଇଟି ମଧ୍ୟରେ ତୁଳନା କର (ଅନୁପାତରେ ପ୍ରକାଶ କର) ।
ଯେପରି: 120 କି.ଗ୍ରା. ଓ 40 କି.ଗ୍ରା. ର ଅନୁପାତ = 120 : 40 = 3 : 1
(କ) 108 ମି. ଓ 72 ମି.
ସମାଧାନ:
108 ମି. ଓ 72 ମି. ର ଅନୁପାତ = 108 : 72 = 3 : 2

(ଖ) 30 ଘଣ୍ଟା ଓ 80 ଘଣ୍ଟା
ସମାଧାନ:
30 ଘଣ୍ଟା ଓ 80 ଘଣ୍ଟାର ଅନୁପାତ = 30 : 80 = 3 : 8

(ଗ) 72 ଲି. ଓ 100 ଲି.
ସମାଧାନ:
72 ଲି. ଓ 100 ଲି. ର ଅନୁପାତ = 72 : 100 = 18 : 25

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ନିମ୍ନରେ ଦିଆଯାଇଥ‌ିବା ସଂଖ୍ୟାଯୋଡ଼ାମାନଙ୍କ ମଧ୍ୟରେ ଥିବା ଅନୁପାତ ଲେଖ ଓ ତାକୁ ଲଘିଷ୍ଠ ଆକାରରେ ପରିଣତ କର ।
(କ) 33 ଓ 55
ସମାଧାନ:
33 ଓ 55 ର ଅନୁପାତ = \(\frac{33}{55}\) = \(\frac{3}{5}\)
∴ 33 : 75 = 3 : 5

(ଖ) 125 ଓ 175
ସମାଧାନ:
125 ଓ 175 ର ଅନୁପାତ = \(\frac{125}{175}\) = \(\frac{5}{7}\)
∴ 125 : 175 = 5 : 7

(ଗ) 108 ଓ 60
ସମାଧାନ:
108 ଓ 60 ର ଅନୁପାତ = \(\frac{108}{60}\) = \(\frac{9}{5}\)
∴ 108 : 60 = 9 : 5

(ଘ) 27 ଓ 108
ସମାଧାନ:
27 ଓ 108 ର ଅନୁପାତ = \(\frac{27}{108}\) = \(\frac{1}{4}\)
∴ 27 : 108 = 1 : 4

ଏମାନଙ୍କ ମଧ୍ୟରୁ ପ୍ରଥମ ଅନୁପାତ ସହ ଅନ୍ୟ କେଉଁ ଅନୁପାତଟି ଏକ ସମାନୁପାତ ଗଠନ କରେ ତାକୁ ବାଛ ଓ ଡାହାଣ ପଟେ ଥିବା ଖାଲି ଘରେ ଲେଖ । ପ୍ରଥମ ପ୍ରଶ୍ନର ଉତ୍ତର ଲକ୍ଷ୍ୟ କରି ଅନ୍ୟ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) 1 : 2, 3 : 4, 8 : 20, 8 : 16
ସମାଧାନ:
1 : 2 :: 8 : 16

(ଖ) 3 : 4, 4 : 3, 30 : 40, 36 : 60
ସମାଧାନ:
3 : 4 :: 30 : 40

(ଗ) 8 : 11, 16 : 22, 24 : 13, 11 : 18
ସମାଧାନ:
8 : 11 :: 16 : 22

(ଘ) 10 : 21, 20 : 63, 30 : 63, 40 : 88
ସମାଧାନ:
10 : 21 :: 30 : 63

(ଙ) 5 : 9, 20 : 18, 20 : 36, 15 : 36
ସମାଧାନ:
5 : 9 :: 20 : 36

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ନିଜେ କରି ଦେଖ:
ନିମ୍ନ ସମାନୁପାତରେ ପ୍ରାନ୍ତପଦ ଦୁଇଟିର ଗୁଣଫଳ ଓ ମଧ୍ୟପଦ ଦ୍ଵୟର ଗୁଣଫଳ ମଧ୍ୟରେ କ’ଣ ସଂପର୍କ ଅଛି ? କ’ଣ ଲକ୍ଷ୍ୟ କରୁଛ ଲେଖ ।
(i) 1 : 2 :: 8 : 16
ସମାଧାନ:
ପ୍ରାନ୍ତ ପଦଦ୍ୱୟର ଗୁଣଫଳ = 1 × 16 = 16, ମଧ୍ୟ ପଦଦ୍ୱୟର ଗୁଣଫଳ = 2 × 8 = 16

(ii) 3 : 4 :: 54 : 72
ସମାଧାନ:
ପ୍ରାନ୍ତ ପଦଦ୍ୱୟର ଗୁଣଫଳ = 3 × 72 = 216, ମଧ୍ୟପଦ ଦ୍ଵୟର ଗୁଣଫଳ = 4 × 54 = 216 

(iii) 5 : 9 :: 15 : 27
ସମାଧାନ:
ପ୍ରାନ୍ତ ପଦଦ୍ୱୟର ଗୁଣଫଳ = 5 × 27 = 135, ମଧ୍ୟପଦ ଦ୍ଵୟର ଗୁଣଫଳ = 9 × 15 = 135 

କହିଲ ଦେଖ୍:
କେଉଁ ବିଷୟରେ ପିଲାଟି ଭଲ କରିଛି ?
ସମାଧାନ:
ବିଜ୍ଞାନରେ ପିଲାଟି ଭଲ କରିଛି ।

ନିମ୍ନ ଶତକଡ଼ାଗୁଡ଼ିକୁ ଭଗ୍ନାଂସଂଖ୍ୟାରେ ପରିଣତ କର:
(କ) 25%
ସମାଧାନ:
25% = \(\frac{25}{100}\) = \(\frac{1}{4}\)

(ଖ) 20%
ସମାଧାନ:
20% = \(\frac{20}{100}\) = \(\frac{1}{5}\)

(ଗ) 7%
ସମାଧାନ:
7% = \(\frac{7}{100}\)

(ଘ) 150%
ସମାଧାନ:
150% = \(\frac{150}{100}\) = \(\frac{3}{2}\)

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ନିମ୍ନ ଶତକଡ଼ାଗୁଡ଼ିକୁ ଅନୁପାତରେ ପରିଣତ କର:
(କ) 40%
ସମାଧାନ:
40% = \(\frac{40}{100}\) = \(\frac{2}{5}\) = 2 : 5

(ଖ) 45%
ସମାଧାନ:
45% = \(\frac{45}{100}\) = \(\frac{9}{20}\) = 9 : 20

(ଗ) 125%
ସମାଧାନ:
125% = \(\frac{125}{100}\) = \(\frac{5}{4}\) = 5 : 4

(ଘ) 75%
ସମାଧାନ:
75% = \(\frac{75}{100}\) = \(\frac{3}{4}\) = 3 : 4

ନିମ୍ନ ଶତକଡ଼ାଗୁଡ଼ିକୁ ଦଶମିକ ସଂଖ୍ୟାରେ ପରିଣତ କର:
(କ) 25%
ସମାଧାନ:
25% = \(\frac{25}{100}\) = 0.25

(ଖ) 20%
ସମାଧାନ:
20% = \(\frac{20}{100}\) = \(\frac{2}{10}\) = 0.2

(ଗ) 10%
ସମାଧାନ:
10% = \(\frac{10}{100}\) = \(\frac{1}{10}\) = 0.1

(ଘ) 5%
ସମାଧାନ:
5% = \(\frac{5}{100}\) = 0.05

ନିଜେ କରି ଦେଖ:
ପାଖ ଚିତ୍ରରେ ଦେଖାଯାଇଥିବା ଭଳି 35% ଓ 75% କୁ ବିଭିନ୍ନ ରୂପରେ ପ୍ରକାଶ କର ।
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 1

କହିଲ ଦେଖ୍:
\(\frac{3}{4}\) ଓ \(\frac{4}{5}\) ରେ ବଡ଼ କିଏ ? (ଉଭୟକୁ ଶତକଡ଼ାରେ ପ୍ରକାଶ କରି କୁହ)
ସମାଧାନ:
\(\frac{3}{4}\) = (\(\frac{3}{4}\) × 100)% = 75%
\(\frac{4}{5}\) = (\(\frac{4}{5}\) × 100)% = 80%
∴ \(\frac{4}{5}\) ବଡ଼ ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ଶତକଡ଼ାରେ ପ୍ରକାଶ କର ।
(କ) \(\frac{7}{20}\), \(\frac{3}{5}\), 2\(\frac{3}{2}\), \(\frac{7}{9}\)
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 2

(ଖ) 3 : 4, 6 : 8, 11 : 12, 7 : 18, 5 : 7
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 3

(ଗ) 0.2, 0.19, 0.123, 5.87, 2.05
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 4

କହିଲ ଦେଖ୍:
ମୋର ଓଜନ 250 ଗ୍ରାମ୍, ମୋ ଓଜନର \(\frac{2}{5}\) କେତେ ?
ସମାଧାନ:
250 ଗ୍ରାମ୍ ର \(\frac{2}{5}\) = 250 × \(\frac{2}{5}\) = 100 ଗ୍ରାମ୍ ।

(କ) ତୁମକୁ ତୁମ ମା’ ପ୍ରଥମ ଦିନ 5 ଟି ଲଡ଼ୁ ଓ ଦ୍ବିତୀୟ ଦିନ 3 ଟି ଲଡୁ ଖାଇବାକୁ ଦେଲେ ।
(i) ତୁମକୁ ମୋଟ କେତୋଟି ଲଡୁ ଦେଲେ ?
ସମାଧାନ:
5 + 3 = 8 ଟି ଲଡୁ ।

(ii) କେତେ ଦିନରେ ସେତକ ଲଡ଼ୁ ଖାଇବାକୁ ଦେଲେ ?
ସମାଧାନ:
2 ଦିନ

(iii) ତୁମକୁ ଯଦି ପ୍ରତ୍ୟେକ ଦିନ ତୁମ ମା’ ସମାନ ସଂଖ୍ୟକ ଲଡ଼ୁ ଦେଇଥାନ୍ତେ, ତେବେ ସେତକ ଲଡୁକୁ ତୁମକୁ ପ୍ରତ୍ୟେକ ଦିନ କେତୋଟି ଲେଖାଏଁ ଦେଇଥାନ୍ତେ ?
ସମାଧାନ:
ଦିନକୁ 4 ଟି ଲଡୁ ଦେଲେ 8 ÷ 4 = 2 ଦିନ ଦେଇଥାନ୍ତେ ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

(ଖ) ଜଣେ ଦୋକାନୀ 5 ଦିନରେ ବିକ୍ରି କରିଥିବା ପଙ୍ଖାସଂଖ୍ୟା ନିମ୍ନରେ ଦିଆଗଲା।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 5
(i) ମୋଟ କେତୋଟି ପଙ୍ଖା ବିକ୍ରି ହୋଇଛି ?
ସମାଧାନ:
4 + 5 + 3 + 6 + 2 = 20

(ii) ମୋଟ ଦିନ ସଂଖ୍ୟା କେତେ ?
ସମାଧାନ:
 5 ଦିନ

(iii) ଯଦି ଦୋକାନୀଟି ସେହି ପାଞ୍ଚ ଦିନରେ ଦୈନିକ ସମାନ ସଂଖ୍ୟକ ପଙ୍ଖା ବିକ୍ରି କରିଥାନ୍ତେ, ତେବେ ପ୍ରତିଦିନ ସେ କେତୋଟି ପଙ୍ଖା ବିକ୍ରି କରିଥାନ୍ତେ ?
ସମାଧାନ:
 20 ÷ 5 = 4 ଟି

 

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

Odisha State Board BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ Important Questions and Answers.

BSE Odisha Class 6 Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବାୟୁମଣ୍ଡଳର ବିଭିନ୍ନ ସ୍ତରଗୁଡ଼ିକୁ ଚିତ୍ର ସାହାଯ୍ୟରେ ଦର୍ଶାଅ ଓ ବାୟୁର ବିଭିନ୍ନ ଉପାଦାନଗୁଡ଼ିକର ନାମ ଲେଖ।
Answer:

  • ବାୟୁମଣ୍ଡଳକୁ ୫ ଗୋଟି ସ୍ତରରେ ବିଭକ୍ତ କରାଯାଇଛି; ଯଥା—
    (୧) ଟ୍ରପୋସ୍ପିଅର
    (୨) ଷ୍ଟ୍ରାଟୋସ୍ପିଅର
    (୩) ମେସୋସ୍ପିଅର
    (୪) ଥର୍ମୋସ୍ପିଅର
    (୫) ଏକ୍ସୋସ୍ପିଅର।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ Q. 2

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

  • ବାୟୁ କେତେକ ବାଷ୍ପ ଓ ଧୂଳିକଣା ଆଦି ପଦାର୍ଥର ଏକ ଭୌତିକ ମିଶ୍ରଣ। ସେହିସବୁ ଉପାଦାନଗୁଡ଼ିକ ହେଲା— ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ, ଉଦ୍ଜାନ, ଆର୍‌ଗନ୍, ଜେନନ୍, ନିଅନ ଓ ଜଳୀୟବାଷ୍ପ।
  • ବାୟୁର ମୁଖ୍ୟ ଉପାଦାନ ଯବକ୍ଷାରଜାନର ପରିମାଣ ୭୮% ଓ ଅମ୍ଳଜାନର ପରିମାଣ ୨୧% । ଅନ୍ୟାନ୍ୟ ସମସ୍ତ ବାଷ୍ପର ପରିମାଣ ୧% ।

୨। ଅଶ୍ମମଣ୍ଡଳ ବିଷୟରେ ଯାହାଜାଣ ଲେଖ।
Answer:

  • ଅଶ୍ମମଣ୍ଡଳଟି ଭୂତ୍ବକ୍‌ର ବିଭିନ୍ନ ଶିଳା ଓ ମୃତ୍ତିକାସ୍ତରକୁ ନେଇ ଗଠିତ।
  • ଭୂପୃଷ୍ଠରେ ଥ‌ିବା ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀମାନଙ୍କ ଜୀବନଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ଏହି ଶିଳା ଓ ମୃତ୍ତିକାରୁ ହିଁ ମିଳିଥାଏ।
  • ଅଶ୍ମମଣ୍ଡଳ ପୃଥ‌ିବୀର ସାତୋଟି ମହାଦେଶ ଓ ସମୁଦ୍ରତଳକୁ ନେଇ ଗଠିତ ହୋଇଛି। ଏହି ମହାଦେଶଗୁଡ଼ିକ ହେଲା– ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ଇଉରୋପ ଓ ଅଷ୍ଟ୍ରେଲିଆ।
  • ଭୂପୃଷ୍ଠରେ ଏହି ମହାଦେଶଗୁଡ଼ିକ ବିସ୍ତୀର୍ଣ୍ଣ ଜଳଭାଗଦ୍ଵାରା ପରସ୍ପରଠାରୁ ଅଲଗା ରହିଛନ୍ତି।
  • ପୃଥ‌ିବୀର ସ୍ଥଳଭାଗ ସାତଟି ମହାଦେଶ ସହ ବିସ୍ତୀର୍ଣ୍ଣ ଜଳଭାଗ ୪ଟି ମହାସାଗରକୁ ନେଇ ଗଠିତ।

୩। ପୃଥ‌ିବୀର ବାରିମଣ୍ଡଳ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କର।
Answer:

  • ବାରିମଣ୍ଡଳ ପୃଥ‌ିବୀପୃଷ୍ଠର ପ୍ରାୟ ଶତକଡ଼ା ୭୧ ଭାଗ ସ୍ଥାନ ଅଧିକାର କରିଛି।
  • ଏହି ଜଳ ସାଗର, ମହାସାଗର, ହ୍ରଦ ବ୍ୟତୀତ ପାର୍ବତ୍ୟ ଅଞ୍ଚଳରେ ତୁଷାରରାଶି ଓ ହିମବାହ, ନଦୀ ଓ କେନାଲରେ ପ୍ରବହମାନ ଧାରା, ଭୂଗର୍ଭରେ ସଞ୍ଚ ଜଳ ଓ ବାୟୁମଣ୍ଡଳରେ ଜଳୀୟବାଷ୍ପ ରୂପେ ଥାଏ।
  • ଏହି ସମସ୍ତ ଜଳରାଶିକୁ ନେଇ ବାରିମଣ୍ଡଳ ଗଠିତ।
  • ସମୁଦାୟ ଜଳରାଶିର ଶତକଡ଼ା ୯୭.୨ ଭାଗ ଜଳ ମହାସାଗର ଓ ସାଗରରେ ରହିଛି। ଏହା ଲବଣାକ୍ତ ହୋଇଥିବାରୁ ପାନୀୟ ଅନୁପଯୋଗୀ।
  • ଶତକଡ଼ା ୨.୮ ଭାଗ ଜଳ ପାନୀୟ ଉପଯୋଗୀ । ତାହା ମଧ୍ୟରୁ ଶତକଡ଼ା ପ୍ରାୟ ୨.୭୭ ଭାଗ ଜଳ ବରଫ ଆକାରରେ ଓ ଭୂଗର୍ଭସ୍ଥ ଜଳ ଆକାରରେ ଅଛି। ମାତ୍ର ଶତକଡ଼ା ୦.୦୩ ଭାଗ ଜଳ ପୃଥ‌ିବୀପୃଷ୍ଠରେ ଉପଲବ୍ଧ ।
  • ପୃଥ‌ିବୀପୃଷ୍ଠରେ ଜଳର ପରିମାଣ ଅଧିକ ଥିବାରୁ ଏହା ଜଳୀୟ ଗ୍ରହ ବା ନୀଳଗ୍ରହ ରୂପେ ପରିଚିତ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(କ) ସଂକ୍ଷେପରେ ଉତ୍ତର ଦିଅ।

୧। ପୃଥ‌ିବୀର କେଉଁ କେଉଁ ମହାଦେଶ ସଂପୂର୍ଣ୍ଣ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ?
Answer:

  • ପୃଥ‌ିବୀର ୩ଟି ମହାଦେଶ ସଂପୂର୍ଣ୍ଣ ଭାବରେ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ।
  • ସେଗୁଡ଼ିକ ହେଲା– ଉତ୍ତର ଆମେରିକା, ଏସିଆ ଓ ଇଉରୋପ।

୨। ପରିସଂସ୍ଥା କାହାକୁ କୁହାଯାଏ ?
Answer:

  • ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଓ ସେହି ଅଞ୍ଚଳରେ ରହୁଥ‌ିବା ଜୀବଗୋଷ୍ଠୀକୁ ଦେହ ଏକ ପରିବେଶ ସୃଷ୍ଟି ହୋଇଥାଏ।
  • ଏହାକୁ ପରିସଂସ୍ଥା କୁହାଯାଏ।

୩ । ଭୂଗୋଲକୀୟ ଉଷ୍ମତା ବୃଦ୍ଧି ପାଇବାର କାରଣ କ’ଣ ?
Answer:

  • ଭୂପୃଷ୍ଠରେ ଥ‌ିବା କଳକାରଖାନା, ତାପଜ ଶକ୍ତିକେନ୍ଦ୍ର ଓ ଗମନାଗମନ ପାଇଁ ବ୍ୟବହୃତ ଯାନବାହନରୁ ନିର୍ଗତ ପାଉଁଶ ଓ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରିଥାଏ।
  • ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧିପାଇଁ ଭୂଗୋଲକୀୟ ଉଷ୍ଣତା ବୃଦ୍ଧି ହୋଇଥାଏ।

୪। ଆଟ୍‌ଲାଣ୍ଟିକ୍ ମହାସାଗରର ପୂର୍ବ ଓ ପଶ୍ଚିମରେ କେଉଁ କେଉଁ ମହାଦେଶ ଅବସ୍ଥିତ ?
Answer:

  • ଆଟ୍‌ଲାଣ୍ଟିକ୍ ମହାସାଗରର ପୂର୍ବରେ ଇଉରୋପ ଓ ଆଫ୍ରିକା ଅବସ୍ଥିତ।
  • ଏହାର ପଶ୍ଚିମରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅବସ୍ଥିତ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୫। ପ୍ରଶାନ୍ତ ମହାସାଗରର କେଉଁ କେଉଁ ଦିଗରେ କେଉଁ ମହାଦେଶ ଅବସ୍ଥିତ ?
Answer:

  • ପ୍ରଶାନ୍ତ ମହାସାଗରର ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ମହାଦେଶ ଅବସ୍ଥିତ।
  • ଏହାର ପଶ୍ଚିମରେ ଏସିଆ ଓ ଦକ୍ଷିଣରେ ଆଣ୍ଟର୍କଟିକା ମହାଦେଶ ଅବସ୍ଥିତ।

(ଖ) ପାର୍ଥକ୍ୟ ଦର୍ଶାଅ।

୧। ଅଶ୍ମମଣ୍ଡଳ ଓ ଜୈବ ମଣ୍ଡଳ :
Answer:

 ଅଶ୍ମମଣ୍ଡଳ ଜୈବ ମଣ୍ଡଳ
  • ଅଶ୍ମମଣ୍ଡଳ ଭୂତ୍ବକ୍ର ବିଭିନ୍ନ ଶିଳା ଓ ମୃତ୍ତିକାକୁ ନେଇ ଗଠିତ । ଭୂପୃଷ୍ଠରେ ଥିବା ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀମାନଙ୍କ ଜୀବନ ଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ଏହି ଶିଳା ଓ ମୃତ୍ତିକାରୁ ହିଁ ମିଳିଥାଏ।
  • ଏହା ପୃଥିବୀର ସାତୋଟି ମହାଦେଶ ଓ ସମୁଦ୍ରତଳକୁ ନେଇ ଗଠିତ।
  • ଭୂପୃଷ୍ଠରେ ଏବଂ ଏହାର ଅଳ୍ପକିଛି ଉପର ଓ ଅଳ୍ପକିଛି ତଳକୁ ତିଷ୍ଠି ରହିଥ‌ିବା ଜୀବ ଓ ଉଦ୍ଭିଦ ଜଗତକୁ ନେଇ ଜୈବ ମଣ୍ଡଳ ଗଠିତ । ଏହି ମଣ୍ଡଳଟି ସମଗ୍ର ଜୀବଜଗତର ଧାରଣ ଓ ପୋଷଣ କର୍ତ୍ତା।
  • ଭୂପୃଷ୍ଠର ମୃତ୍ତିକା, ଜଳ ଓ ବାୟୁଦ୍ୱାରା ଏହି ମଣ୍ଡଳଟି ପରିପୃଷ୍ଠ।

୨। ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ୍ ମହାସାଗର :
Answer:

 ପ୍ରଶାନ୍ତ ମହାସାଗର ଆଟଲାଣ୍ଟିକ୍ ମହାସାଗର
  • ପ୍ରଶାନ୍ତ ମହାସାଗର ପୃଥ‌ିବୀର ବୃହତ୍ତ ମ ମହାସାଗର । ଏହା ପୃଥ‌ିବୀ ପୃଷ୍ଠର ପ୍ରାୟ ଏକ ତୃତୀୟାଂଶ ସ୍ଥାନ ଅଧୀକାର କରିଛି ।
  • ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଏହାର ଉପକୂଳରେ ଅବସ୍ଥିତ।
  • ଆଟଲାଣ୍ଟିକ୍ ମହାସାଗର ପୃଥ‌ିବୀର ଦ୍ବିତୀୟ ବୃହତ୍ତମ ମହାସାଗର। ଏହା ପ୍ରାୟ ଇଂରାଜୀ ଅକ୍ଷର ‘S’ ଆକୃତି ସଦୃଶ।
  • ଏହି ମହାସାଗରର ଗୋଟିଏ ପାର୍ଶ୍ଵରେ ଉତ୍ତର ଓ ଦକ୍ଷିଣ ଆମେରିକା ମହାଦେଶ ଏବଂ ଅନ୍ୟ ଏକ ପାର୍ଶ୍ଵ ରେ ଇଉରୋପ ଓ ଆଫ୍ରିକା ମହାଦେଶ ଅବସ୍ଥିତ।

(ଗ) ସଂକ୍ଷିପ୍ତ ଟିପ୍ପଣୀ :

୧। ନୀଳଗ୍ରହ :
Answer:

  • ପୃଥ‌ିବୀରେ ଜଳଭାଗର ପରିମାଣ ପ୍ରାୟ ଶତକଡ଼ା ୭୧ ଭାଗ ଓ ସ୍ଥଳଭାଗର ପରିମାଣ ପ୍ରାୟ ଶତକଡ଼ା ୨୯ ଭାଗ।
  • ପୃଥ‌ିବୀରେ ଜଳର ପରିମାଣ ଅଧ‌ିକ ହୋଇଥିବାରୁ ଏହାକୁ ଜଳୀୟ ଗ୍ରହ ବା ନୀଳଗ୍ରହ କହନ୍ତି।

୨। ପରିସଂସ୍ଥା :
Answer:
ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଏବଂ ସେହି ଅଞ୍ଚଳରେ ରହୁଥ‌ିବା ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ନେଇ ଯେଉଁ ପରିବେଶ ସୃଷ୍ଟି ହୁଏ। ତାହାକୁ ପରିସଂସ୍ଥା କୁହାଯାଏ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୩। ବାୟୁମଣ୍ଡଳ :
Answer:

  • ପୃଥ‌ିବୀର ଚତୁଃପାର୍ଶ୍ଵରେ ବାୟୁର ଏକ ସ୍ତର ଢାଙ୍କି ହୋଇ ରହିଛି। ଭୂପୃଷ୍ଠ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ। ଜୀବଜଗତର ଶ୍ଵାସକ୍ରିୟା ପାଇଁ ବାୟୁମଣ୍ଡଳ ଅତ୍ୟନ୍ତ ଆବଶ୍ୟକ।
  • ବାୟୁମଣ୍ଡଳର ତାପମାତ୍ରା, ଚାପ, ଘନତ୍ୱ ଆଦି ସବୁଠାରେ ସମାନ ନଥାଏ। ବାୟୁମଣ୍ଡଳରେ ୭୮ ଶତକଡ଼ା ଯବକ୍ଷାରଜାନ ଓ ୨୧ ଭାଗ ଅମ୍ଳଜାନ ରହିଛି।

(ଘ) ଭୌଗୋଳିକ କାରଣ ଦର୍ଶାଅ :

୧। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଅପେକ୍ଷାକୃତ କମ୍ ଥିଲେ ମଧ୍ୟ ଏହା ଗୁରୁତ୍ବପୂର୍ଣ।
Answer:

  • ବାୟୁମଣ୍ଡଳରେ ଅପେକ୍ଷାକୃତ କମ୍ ପରିମାଣରେ ଥ‌ିବା ଅଙ୍ଗାରକାମ୍ଳ ବାଷ୍ପ ପୃଥ‌ିବୀ ବିକିରଣ କରୁଥିବା ତାପକୁ ଗ୍ରହଣ କରି ପୃଥ‌ିବୀର ଉଷ୍ଣତା ରକ୍ଷା କରିବାରେ ସାହାଯ୍ୟକରେ।
  • ତାଛଡ଼ା ଉଭିଦ ଜଗତର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାରେ ଏହା ବିଶେଷ ଆବଶ୍ୟକ ହୋଇଥାଏ। ତେଣୁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ।

୨। ପର୍ବତ ଆରୋହଣକାରୀମାନେ ସେମାନଙ୍କ ସହିତ ଅମ୍ଳଜାନ ପୂର୍ଣ୍ଣ ଥଳୀ ଦେଇଥାନ୍ତି।
Answer:

  • ବାୟୁମଣ୍ଡଳରେ ବାୟୁର ଘନତା ସର୍ବତ୍ର ସମାନ ନଥାଏ। ଭୂପୃଷ୍ଠରୁ ଉଚ୍ଚତାର ବୃଦ୍ଧି ସଙ୍ଗେ ସଙ୍ଗେ ବାୟୁର ଘନତା କ୍ରମଶଃ କମି କମି ଯାଏ।
  • ସମୁଦ୍ର ପତ୍ତନରେ ଏହା ସବୁଠାରୁ ଅଧିକ ଏବଂ ପର୍ବତ ଶିଖରରେ ଏହା ବହୁତ କମ୍ ଥାଏ। ତେଣୁ ପର୍ବତ ଶିଖରରେ ଏହା ବହୁତ କମ୍ ଥାଏ। ତେଣୁ ପର୍ବତ ଆରୋହୀମାନେ ଅମ୍ଳଜାନପୂର୍ଣ୍ଣ ଥଳୀ ସାଙ୍ଗରେ ନେ ଇଥାନ୍ତି।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(କ) ଶୂନ୍ୟସ୍ଥାନ ପୂରଣ କର।

(୧) ପୃଥ‌ିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା _______ ।
Answer:
୮୮୪୮ ମିଟର

(୨) ଭୂପୃଷ୍ଠର ପ୍ରାୟ _________ ଜଳଭାଗଦ୍ବାରା ବେଷ୍ଟିତ।
Answer:
ତିନି-ଚତୁର୍ଥାଂଶ

(୩) ପୃଥ‌ିବୀର ସାତଟି ମହାଦେଶ ଓ ସମୁଦ୍ରତଳକୁ ନେଇ ___________ ଗଠିତ।
Answer:
ଅଶ୍ମମଣ୍ଡଳ

(୪) ପୃଥ‌ିବୀକୁ ତା’ର ଚତୁଃପାର୍ଶ୍ବରେ ଏକ _________ ଘେରି ରହିଛି।
Answer:
ବାୟୁମଣ୍ଡଳ

(୫) ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା ___________ ମହାସାଗରରେ ଅବସ୍ଥିତ।
Answer:
ପ୍ରଶାନ୍ତ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(୬) ଏଭେରେଷ୍ଟର ଉଚ୍ଚତା ___________ ମିଟର।
Answer:
୮୮୪୮ ମିଟର

(୭) ମାରିଆନାର ଗଭୀରତା ___________ ମିଟର।
Answer:
୧୧୦୨୨ ମିଟର

(୮) ପୃଥ‌ିବୀର ବୃହତ୍ତମ ମହାସାଗର _____________।
Answer:
ପ୍ରଶାନ୍ତ ମହାସାଗର

(୯) ପୃଥ‌ିବୀପୃଷ୍ଠରେ ଉପଲବ୍ଧ ଜଳର ପରିମାଣ ____________।
Answer:
୦.୦୩ ଭାଗ

(୧୦) ବାୟୁମଣ୍ଡଳରେ ________ ବାଷ୍ପର ପରିମାଣ ଅଧ୍ଵ ହେଲେ ଭୂଗୋଲକୀୟ ତାପମାତ୍ରାରେ କ୍ରମଶଃ ବୃଦ୍ଧି ଘଟିଥାଏ।
Answer:
ଅଙ୍ଗାରକାମ୍ଳ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(ଖ) ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଦିଅ।

୧। ସମୁଦାୟ ଜଳରାଶିର ଶତକଡ଼ା କେତେ ଅଂଶ ସାଗର ଓ ମହାସାଗରରେ ଅଛି ?
Answer:
ସମୁଦାୟ ଜଳରାଶିର ଶତକଡ଼ା ୯୭.୨ ଭାଗ ଜଳ ସାଗର ଓ ମହାସାଗରରେ ଅଛି।

୨। ଭୂପୃଷ୍ଠରୁ ପ୍ରାୟ କେତେ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ ?
Answer:
ଭୂପୃଷ୍ଠରୁ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ।

୩। ସବୁଠାରୁ ଉଚ୍ଚରେ ଥ‌ିବା ସ୍ତରର ନାମ କ’ଣ ?
Answer:
ସବୁଠାରୁ ଉଚ୍ଚରେ ଥିବା ସ୍ତରର ନାମ ଏକ୍ସୋସ୍ପିଅର।

୪। ବାୟୁର ଦୁଇଟି ମୁଖ୍ୟ ଉପାଦାନର ନାମ ଲେଖ।
Answer:
ବାୟୁର ଦୁଇଟି ମୁଖ୍ୟ ଉପାଦାନର ନାମ ଯବକ୍ଷାରଜାନ ଓ ଅମ୍ଳଜାନ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୫। ପବନ କାହାକୁ କୁହାଯାଏ ?
Answer:
ପ୍ରବାହିତ ବାୟୁକୁ ପବନ କୁହାଯାଏ।

୬। ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତର ନାମ କ’ଣ ?
Answer:
ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତର ନାମ ମାରିଆନା।

୭। ପୃଥ‌ିବୀପୃଷ୍ଠରୁ କେତେ ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବ୍ୟାପି ରହିଛି ?
Answer:
ପୃଥ‌ିବୀପୃଷ୍ଠରୁ ପ୍ରାୟ ୧୬୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବ୍ୟାପି ରହିଛି।

୮। ପୃଥ‌ିବୀର ଦ୍ଵିତୀୟ ବୃହତ୍ତମ ମହାସାଗରର ନାମ କ’ଣ ?
Answer:
ପୃଥ‌ିବୀର ଦ୍ବିତୀୟ ବୃହତ୍ତମ ମହାସାଗରର ନାମ ଆଟ୍‌ଲାଣ୍ଟିକ୍ ମହାସାଗର।

୯। ଏସିଆ ମହାଦେଶର ଦକ୍ଷିଣରେ କେଉଁ ମହାସାଗର ଅଛି ?
Answer:
ଏସିଆ ମହାଦେଶର ଦକ୍ଷିଣରେ ଭାରତ ମହାସାଗର ଅଛି।

୧୦। ଆଟ୍‌ଲାଣ୍ଟିକ୍ ମହାସାଗରର ଆକୃତି କିପରି ?
ଆଟ୍‌ଲାଣ୍ଟିକ୍ ମହାସାଗରର ଆକୃତି ଇଂରାଜୀ ଅକ୍ଷର ‘S’ ପରି।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

୧। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀରେ ସ୍ଥଳଭାଗର ଆୟତନ ଶତକଡ଼ା କେତେ ?
(A) ୩୯ ଭାଗ
(B) ୨୯ ଭାଗ
(C) ୭୮ ଭାଗ
(D) ୭୧ ଭାଗ
Answer:
(B) ୨୯ ଭାଗ

୨। ଗଡ଼ୱିନ୍ ଅଷ୍ଟିନ୍ କେଉଁ ପର୍ବତରେ ଅବସ୍ଥିତ ?
(A) ହିମାଳୟ
(B) ହିନ୍ଦୁକୁଶ
(C) କ୍ୟୁନଲୁନ୍
(D) କାରାକୋରମ୍
Answer:
(D) କାରାକୋରମ୍

୩। ନିମ୍ନଲିଖ ମଧ୍ୟରୁ କେଉଁ ପ୍ରଣାଳୀଟି ସୁମେରୁ ମହାସାଗର ସହିତ ପ୍ରଶାନ୍ତ ମହାସାଗରକୁ ସଂଯୁକ୍ତ କରୁଛି ?
(A) ପକ୍ ପ୍ରଣାଳୀ
(B) ବେରିଂ ପ୍ରଣାଳୀ
(C) ଜିଦ୍ରାଲିଟର ପ୍ରଣାଳୀ
(D) ଇଂଲିଶ୍ ପ୍ରଣାଳୀ
Answer:
(B) ବେରିଂ ପ୍ରଣାଳୀ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୪। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀର ଉଚ୍ଚତମ ଶୃଙ୍ଗ କିଏ ?
(A) ଏଭେରେଷ୍ଟ
(B) ହିନ୍ଦୁକୁଶ
(C) ଭୂଗୋଲକୀୟ
(D) ଗଭୀରତମ
Answer:
(A) ଏଭେରେଷ୍ଟ

୫। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀର ବୃହତ୍ତମ ମହାସାଗର କିଏ ?
(A) ଭାରତ ମହାସାଗର
(B) ଅମ୍ଳଜାନ
(C) ଆଟଲାଣ୍ଟିକ୍ ମହାସାଗର
(D) ପ୍ରଶାନ୍ତ ମହାସାଗର
Answer:
(D) ପ୍ରଶାନ୍ତ ମହାସାଗର

୬। ଭୂପୃଷ୍ଠରେ ଥ‌ିବା ସ୍ଥଳଭାଗର ପରିମାଣ କେତେ ?
(A) ୧/୪
(B) ୧/୩
(C) ୨/୩
(D) ୧/୨
Answer:
(A) ୧/୪

୭। ଆଟଲାଣ୍ଟିକ୍ ମହାସାଗରର ଆକୃତି କେଉଁ ଇଂରାଜୀ ଅକ୍ଷର ପରି ?
(A) T
(B) 0
(C) P
(D) S
Answer:
(D) S

୮। ପୃଥ‌ିବୀର ବାୟୁମଣ୍ଡଳଟି ଭୂପୃଷ୍ଠରୁ କେତେ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ?
(A) ୧୬୦୦
(B) ୧୨୦୦
(C) ୪୦୦୦
(D) ୮୦୦୦
Answer:
(A) ୧୬୦୦

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୯। ବାୟୁମଣ୍ଡଳରେ କେଉଁ ଗ୍ୟାସ୍‌ର ପରିମାଣ ସବୁଠାରୁ ଅଧିକ ?
(A) ଅମ୍ଳଜାନ
(B) ଅଙ୍ଗାରକାମ୍ଳ
(C)ଆଟଲାଣ୍ଟିକ୍ ମହାସାଗର
(D) ଯବକ୍ଷାରଜାନ
Answer:
(D) ଯବକ୍ଷାରଜାନ

୧୦। ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା କେଉଁ ମହାସାଗରରେ ଅବସ୍ଥିତ ?
(A) ପ୍ର ଶା ନ୍ତ
(B) ଆଟ୍‌ଲାଣ୍ଟିକ୍
(C) ଶୂନ୍ୟସ୍ଥାନ
(D)ପୃଥ‌ିବୀପୃଷ୍ଠରେ
Answer:
(A) ପ୍ର ଶା ନ୍ତ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(ଘ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

1. ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା ____________ ମହାସାଗରରେ ଅବସ୍ଥିତ।
(ପ୍ରଶାନ୍ତ, ଆଟ୍‌ଲାଣ୍ଟିକ୍, ଭାରତ, ସୁମେରୁ)
Answer:
ପ୍ରଶାନ୍ତ

2. ପୃଥ‌ିବୀପୃଷ୍ଠରେ ଥିବା ମଧୁର ଜଳର ପରିମାଣ ପ୍ରାୟ ଶତକଡ଼ା __________ ଭାଗ।
(୧.୮, ୧୮ ୩୮, ୪.୮)
Answer:
୧.୮

3. ସୁମେରୁ ମହାସାଗର ସହିତ ପ୍ରଶାନ୍ତ ମହାସାଗରକୁ __________ ପ୍ରଣାଳୀ ସଂଯୁକ୍ତ କରୁଛି ।
(ଜିବ୍ରାଲିଟର, ପକ୍ , ବେରିଂ, ଇଂଲିଶ )
Answer:
ବେରିଂ

4. ବାୟୁମଣ୍ଡଳରେ _____________ ଗ୍ୟାସ୍‌ ପରିମାଣ ସବୁଠାରୁ ଅଧିକ।
( ଅମ୍ଳଜାନ, ଅଙ୍ଗାରକାମ୍ଳ, ଆରଗନ, ଯବକ୍ଷାରଜାନ)
Answer:
ଯବକ୍ଷାରଜାନ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

5. ପୃଥ‌ିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା __________ ମିଟର।
(୮୮୪୮, ୮୮୮୪, ୮୪୮୮, ୮୮୮୮ )
Answer:
୮୮୪୮

6. ପୃଥ‌ିବୀପୃଷ୍ଠରେ ଉପଲବ୍ଧ ଜଳର ପରିମାଣ ଶତକଡ଼ା __________ ।
(୦.୩ ଭାଗ, ୦.୦୩ ଭାଗ, ୦.୦୦୩ ଭାଗ, ୩ ଭାଗ)
Answer:
୦.୦୩ ଭାଗ

7. ଭୂପୃଷ୍ଠରେ ଥ‌ିବା ସ୍ଥଳଭାଗର ପରିମାଣ ________________ ।
[୧/୪’ ୧/୩’ ୨/୩’୧/୨]
Answer:
୧/୪’

8. ବାୟୁମଣ୍ଡଳରେ __________ ବାଷ୍ପର ପରିମାଣ ଅଧ୍ଵ ହେଲେ ଭୂଗୋଲକୀୟ ତାପମାତ୍ରାର କ୍ରମଶଃ ବୃଦ୍ଧି ଘଟିଥାଏ।
( ଅମ୍ଳଜାନ, ଅଙ୍ଗାରକାମ୍ଳ, ଆରଗନ୍, ଯବକ୍ଷାରଜାନ )
Answer:
ଅଙ୍ଗାରକାମ୍ଳ

10. ପୃଥ‌ିବୀର ବାୟୁମଣ୍ଡଳଟି ଭୂପୃଷ୍ଠରୁ ________ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ।
(୧୬୦୦, ୧୨୦୦, ୪୦୦, ୮୦୦)
Answer:
୧୬୦୦

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

ତୁମ ପାଇଁ କାମ :

  • ମନୁଷ୍ୟ ଯେଉଁ ଯେଉଁ କାର୍ଯ୍ୟ ପାଇଁ ଅଶ୍ଵମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ଉପରେ ନିର୍ଭରଶୀଳ ତାହାର ତାଲିକା କର।
    Answer:
    ( ନିଜେ କର।)
  • ପୃଥ‌ିବୀର ଚିତ୍ର ଅଙ୍କନ କରି ତହିଁରେ ମହାଦେଶ ଓ ମହାସାଗରଗୁଡ଼ିକୁ ରେଖାଙ୍କିତ ଚିତ୍ରରେ ଦର୍ଶାଅ।
    Answer:
    ( ନିଜେ କର।)
  • ମାନଚିତ୍ର ଅଧ୍ୟୟନକରି ପ୍ରଦତ୍ତ ସାରଣୀଟିରେ ବିଭିନ୍ନ ମହାସାଗର ତଟସ୍ଥ ଦେଶଗୁଡ଼ିକର ନାମ ଲେଖ।
    ( ଦେଶଗୁଡ଼ିକର ନାମ ସାରଣୀରେ ଲେଖୁ ଦିଆଯାଇଛି ।)

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ Q .1

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

ନିମ୍ନରେ ଜଣେ ଦୋକାନୀର କେତେକ ଜିନିଷର ବିକ୍ରିକୁ ଲାଭ ଓ କ୍ଷତିରେ ସୂରଯାଇଛି। ଲାଭ ଓ କ୍ଷତି ହେଉଛି ଦୁଇଟି ବିପରୀତ ଅବସ୍ଥା। ଲାଭକୁ ‘+’ ସଂକେତ ଦ୍ୱାରା ସୂରଯାଉଥ‌ିବା ବେଳେ ‘ କ୍ଷତି’ କୁ ‘-’ ସଂକେତ ଦ୍ୱାରା ସୂରଯାଇଥାଏ। କେତେକ ପରିସ୍ଥିତିର ବର୍ଣ୍ଣନା କରାଯାଇଛି, ସଂକେତ ବ୍ୟବହାର କରି ଲେଖ –

କିନିଷର ନାମ ଲାଭ କ୍ଷତି ଡପଯୁକ୍ତ ଚିହ୍ନ ବ୍ୟବହାର କରି ସୂଚାଇବା
ସୋରିଷତେକ 150 ଟଙ୍କା
ଚାଡଳ 250 ଟଙ୍କା
ଗୋଲମରିଚ 225 ଟଙ୍କା
ଗହମ 200 ଟଙ୍କା
ଆଳୁ 50 ଟଙ୍କା

ସମାଧାନ:

କିନିଷର ନାମ ଲାଭ କ୍ଷତି ଡପଯୁକ୍ତ ଚିହ୍ନ ବ୍ୟବହାର କରି ସୂଚାଇବା
ସୋରିଷତେକ 150 ଟଙ୍କା + 150 ଟଙ୍କା
ଚାଡଳ 250 ଟଙ୍କା – 250 ଟଙ୍କା
ଗୋଲମରିଚ 225 ଟଙ୍କା + 225 ଟଙ୍କା
ଗହମ 200 ଟଙ୍କା + 200 ଟଙ୍କା
ଆଳୁ 50 ଟଙ୍କା – 50 ଟଙ୍କା

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

ନିଜେ କରି ଦେଖ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 1
ଉପରିସ୍ଥ ସଂଖ୍ୟାରେଖାକୁ ଦେଖ୍ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । 
-ଶୂନ (0) ସୂଚକ ବିନ୍ଦୁ ପାଖରୁ ଡାହାଣକୁ 3 ଏକକ ଯାଅ, କେଉଁ ସଂଖ୍ୟା  ପାଇଲ ?
ସମାଧାନ:
+3

ଶୂନ (0) ସୂଚକ ବିନ୍ଦୁ ପାଖରୁ ବାମକୁ ଓ ଏକକ ଯାଅ, କେଉଁ ସଂଖ୍ୟା ପାଇଲ ? 
ସମାଧାନ:
 -3

କହିଲ ଦେଖ୍:
ସଂଖ୍ୟାରେଖା ବ୍ୟବହାର କରି -4 ରେ +6 ଯୋଗକଲେ ଯୋଗଫଳ କେତେ ହେବ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 2
ଏଣୁ (4) + (+6) = +2

ନିଜେ କରି ଦେଖ:
(i) ଯେ କୌଣସି ଦୁଇଟି ଧନାତ୍ମକ ପୂର୍ବସଂଖ୍ୟା ନିଅ । ପ୍ରଥମ ସଂଖ୍ୟାଟିରେ ଦ୍ବିତୀୟ ସଂଖ୍ୟାଟିକୁ ମିଶାଅ । ଏବେ ଦ୍ବିତୀୟ ସଂଖ୍ୟାରେ ପ୍ରଥମ ସଂଖ୍ୟାକୁ ମିଶାଅ । ଉଭୟ ଯୋଗଫଳ ସମାନ ହେଲା କି ?
ସମାଧାନ:
3 + 5 = 8, 5 + 3 = 8 ଉଭୟ ଯୋଗଫଳ ସମାନ ।

(ii) ଗୋଟିଏ ଧନାତ୍ମକ ପୂର୍ଣ୍ଣସଂଖ୍ୟା ଓ ଗୋଟିଏ ଋଣାତ୍ମକ ପୂର୍ଣ୍ଣସଂଖ୍ୟା ନେଇ ସେହିଭଳି କାମଟିକୁ କର । ଦୁଇଟି ଯାକ ଯୋଗଫଳ ମଧ୍ୟରେ କ’ଣ ଲକ୍ଷ୍ୟ କରୁଛ ?
ସମାଧାନ:
– 3 + (-5) = −2, (−5) + 3 = -2; ଉଭୟ ଯୋଗଫଳ ସମାନ ।

(iii) ଦୁଇଟି ଋଣାତ୍ମକ ପୂର୍ବସଂଖ୍ୟା ନେଇ ପ୍ରଥମ ସଂଖ୍ୟାରେ ଦ୍ବିତୀୟ ସଂଖ୍ୟାକୁ ମିଶାଇ ଯୋଗଫଳ କେତେ ହେଲା ଲେଖ । ଏବେ ଦ୍ବିତୀୟ ସଂଖ୍ୟାରେ ପ୍ରଥମ ସଂଖ୍ୟାକୁ ଯୋଗକରି ଯୋଗଫଳ ନିର୍ଣ୍ଣୟ କର । ଉଭୟ ଯୋଗଫଳ ସମାନ ହେଉଛି କି ?
ସମାଧାନ:
(-3) + (-5) = -8 , (-5) + (-3) = -8; ଉଭୟ ଯୋଗଫଳ ସମାନ ।

(iv) ଉପରେ କରିଥିବା ତିନୋଟି କାମରୁ କ’ଣ ଜାଣିଲ ?
ସମାଧାନ:
ଦୁଇଟି ପୂର୍ଣ୍ଣ ସଂଖ୍ୟାକୁ ଯେକୌଣସି କ୍ରମରେ ଯୋଗକଲେ ଯୋଗଫଳ ସମାନ ହୁଏ ।

କହିଲ ଦେଖ୍:
ପୂର୍ଣ୍ଣସଂଖ୍ୟା ମଧ୍ୟରେ ବିୟୋଗ ପ୍ରକ୍ରିୟା କ୍ରମବିନିମୟୀ ନିୟମ ପାଳନ କରେ କି ?
ସମାଧାନ:
ପୂର୍ଣ୍ଣସଂଖ୍ୟା ମଧ୍ୟରେ ବିୟୋଗ ପ୍ରକ୍ରିୟା କ୍ରମବିନିମୟୀ ନିୟମ ପାଳନ କରେ ନାହିଁ ।

1. ସଂଖ୍ୟାରେଖା ସାହାଯ୍ୟରେ କେତେ ଯୋଡ଼ା ବିପରୀତ ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ କର ।
(i) (+4) + (-4) = କେତେ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 3
(+4) + (-4) = 0

(ii) (-7) + (+7) = କେତେ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 4
(-7) + (+7)= 0

(iii) (+8) + (-8) = କେତେ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 5
(+8) + (-8) = 0

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

2. ଉପରୋକ୍ତ ତିନୋଟି ଯୋଗଫଳରୁ କ’ଣ ଲକ୍ଷ୍ୟ କରୁଛ ?
ସମାଧାନ:
ଦୁଇଟି ବିପରୀତ ସଂଖ୍ୟାର ଯୋଗଫଳ 0 ।

3. -12, +6, -1394 ଓ +1579 ର ପରମ ମାନ ନିର୍ଣ୍ଣୟ କର ।
ସମାଧାନ:
-12 ର ପରମମାନ = | -12 | = 12;
+6 ର ପରମମାନ = | +6 | = 6;
-1394 ର ପରମମାନ = | –1394 |= 1394; 
+1579 ର ପରମମାନ = | +1579 | = 1579

4. +8 କୁ ବିଭିନ୍ନ ପ୍ରକାରରେ ଦୁଇଟି ଧନାତ୍ମକ ରାଶିର ସମଷ୍ଟି ରୂପେ ଲେଖ ।
ସମାଧାନ:
+8 = (+7) + (+1) = (+6) + (+2)
= (+5) + (+3) = (+4) + (+4)
= (+3) + (+5) = (+2) + (+6) = (+1) + (+7)

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3

Question 1.
ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ –
(କ) (+5) ଏକ ପୂର୍ଣସଂଖ୍ୟା, (-6) ଏକ ପୂର୍ଣସଂଖ୍ୟା ।
(+5) + (-6) = (-1), ଏଠାରେ ପୂର୍ବସଂଖ୍ୟା ଦୁଇଟିର ଯୋଗଫଳ ଏକ ପୂର୍ବସଂଖ୍ୟା ହେଲା।
ଏଥୁରୁ ଯୋଗ ପ୍ରକ୍ରିୟା କେଉଁ ନିୟମ ପାଳନ କରୁଥିବାର ଜଣାପଡିଲା ?
ସମାଧାନ:
ଏଥ୍ରୁ ଯୋଗ ପ୍ରକ୍ରିୟା ସଂବୃତ୍ତି ନିୟମ ପାଳନ କରୁଥିବାର ଜଣାପଡ଼ିଲା ।

(ଖ) ପୂର୍ବସଂଖ୍ୟାରେ ଯୋଗ ପ୍ରକ୍ରିୟା ଅଭେଦ ନିୟମ ପାଳନ କରେ- ଗୋଟିଏ ଉଦାହରଣ ଦେଇ ବୁଝାଅ । 
ସମାଧାନ:
(+3) + (0) = +3, (0) + (+3) = +3 
∴ (+3) + (0) = 0 + (+3) = +3
∴ ପୂର୍ଣ ସଂଖ୍ୟାରେ ଯୋଗ ପ୍ରକ୍ରିୟା ଅଭେଦ ନିୟମ ପାଳନ କରେ । 

(ଗ) ଗୋଟିଏ ଧନାତ୍ମକ ପୂର୍ବସଂଖ୍ୟା ନିଅ। ଏହାର ଯୋଗାତ୍ମକ ବିଲୋମୀ ନିଶ୍ଚୟ କର। ତୁମେ ନେଇଥିବା ଧନାତ୍ମକ ସଂଖ୍ୟା ଓ ତାହାର ଯୋଗାତ୍ମକ ବିଲୋମୀର ସମଷ୍ଟି କେତେ ହେବ ସ୍ଥିର କର।
ସମାଧାନ:
+5 ର ଯୋଗାତ୍ମକ ବିଲୋମୀ -5 ।
(+5) + (-5) = 0
∴ ଧନାତ୍ମକ ସଂଖ୍ୟା ଓ ତାହାର ଯୋଗାତ୍ମକ ବିଲୋମୀର ସମଷ୍ଟି 0 ।

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3

Question 2.
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 1 ଏହା (+1) କୁ ସୂଋଏ, ସେହିପରି BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 2 ଏହା (-)କୁ ସୂଋଏ ତେବେ ନିମ୍ନ ଯୋଗଫଳକୁଡ଼ିକୁ ସ୍ଥିର କର।
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 3
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 4

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Question 1.
ଗୋଟିଏ ସଂଖ୍ୟାରେଖା ଅଙ୍କନ କରି ସେଥିରେ ପୂର୍ଣ୍ଣସଂଖ୍ୟାମାନ ଚିହ୍ନଟ କର । ସେହି ସଂଖ୍ୟାରେଖା ସାହାଯ୍ୟରେ ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 1
(କ) -3 ସୂଚକ ବିନ୍ଦୁଠାରୁ ସେହି ସଂଖ୍ୟାର ଯୋଗାତ୍ମକ ବିଲୋମୀ (ବା ବିପରୀତ ସଂଖ୍ୟା) ସଂଖ୍ୟା ସୂଚକ ବିନ୍ଦୁର ଦୂରତା କେତେ ଏକକ ?
ସମାଧାନ:
-3 ର ଯୋଗାତ୍ମକ ବିଲୋମୀ (ବା ବିପରୀତ ସଂଖ୍ୟା) = 3
-3 ସୂଚକ ବିନ୍ଦୁଠାରୁ 3 ସୂଚକ ବିନ୍ଦୁର ଦୂରତା = 3 – (–3) = 3 + 3 = 6 ଏକକ

(ଖ) -7 ସୂଚକ ବିନ୍ଦୁ ଓ -4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା କେତେ ?
ସମାଧାନ:
-7 ସୂଚକ ବିନ୍ଦୁ ଓ -4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା = -4 – (-7) = -4 + 7 = 3

(ଗ) +7 ସୂଚକ ବିନ୍ଦୁ ଓ + 4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା କେତେ ?
ସମାଧାନ:
+7 ସୂଚକ ବିନ୍ଦୁ ଓ +4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା = 7 – 4 = 3

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Question 2.
ସଂଖ୍ୟାରେଖାଟିଏ ଅଙ୍କନ କରି ସେଥ‌ିରେ ପୂର୍ବସଂଖ୍ୟା ମାନଙ୍କୁ ଚିହ୍ନଟ କର । ସେହି ସଂଖ୍ୟା ରେଖାକୁ ଦେଖୁ ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 2
(କ) -2 ସୂଚକ ବିନ୍ଦୁ ପାଖରୁ 4 ଏକକ ବାମକୁ ଆସିଲେ କେଉଁ ସଂଖ୍ୟା ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ? 
ସମାଧାନ:
-2 ବିନ୍ଦୁ ପାଖରେ 4 ଏକକ ବାମକୁ ଆସିଲେ, -2 – 4 = -6 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

(ଖ) +4 ସୂଚକ ବିନ୍ଦୁଠାରୁ 7 ଏକକ ବାମକୁ ଆସିଲେ କେଉଁ ସଂଖ୍ୟା ପାଖରେ ପହଞ୍ଚିବ ?
ସମାଧାନ:
+4 ସୂଚକ ବିନ୍ଦୁଠାରୁ 7 ଏକକ ବାମକୁ ଆସିଲେ +4 – 7 = -3 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

(ଗ) -5 ସୂଚକ ବିନ୍ଦୁ ପାଖରୁ 4 ଏକକ ଡ଼ାହାଣକୁ ଆସିଲେ କେଉଁ ସଂଖ୍ୟା ପାଖରେ ପହଞ୍ଚିବ ?
ସମାଧାନ:
-5 ସୂଚକ ବିନ୍ଦୁ ପାଖରୁ 4 ଏକକ ଡାହାଣକୁ ଆସିଲେ –5 + 4 = -1 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

(ଘ) -2 ସୂଚକ ବନ୍ଧୁଠାରୁ 5 ଏକକ ଡ଼ାହାଣକୁ ଗଲେ, କେଉଁ ସଂଖ୍ୟା ପାଖରେ ପହଞ୍ଚିବ ?
ସମାଧାନ:
-2 ସୂଚକ ବିନ୍ଦୁଠାରୁ 5 ଏକକ ଡାହାଣକୁ ଗଲେ –2 + 5 = 3 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

Question 3.
ସଂଖ୍ୟାରେଖା ସାହାଯ୍ୟରେ ଯୋଗକର । ପ୍ରତ୍ୟେକ ପ୍ରଶ୍ନ ସମାଧାନ ପାଇଁ ଗୋଟିଏ ସଂଖ୍ୟାରେଖାର ସାହାଯ୍ୟ ନିଅ।
(କ) (+3) + (+2)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 3
ଏଣୁ (+3) + (+2) = +5

(ଖ) (-2) + (+5)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 4
(-2) + (+5) = +3

(ଗ) (+8) + (-3)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 5
(+8) + (-3) = +5

(ଘ) (-7) + (+4)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 6
(-7) + (+4) = -3

(ଙ) (-3) + (-4)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 7
(-3) + (-4) = -3 – (+4) = -3 – (+4) = -7

(ଚ) (+5) + (0)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 8
(+5) + (0) = +5

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Question 4.
ପ୍ରତ୍ୟେକ ପ୍ରଶ୍ନ ଲାଗି ଗୋଟିଏ ସଂଖ୍ୟାରେଖା ଅଙ୍କନ କରି ବିୟୋଗ କର ।
(କ) (+5) – (+3)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 9
(+5) – (+3) = +2

(ଖ) (+7) – (-4)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 10
(+7) – (-4) = (+7) + (4) = +11

(ଗ) (+5) – (+8)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 11
(+5) – (+8) = -3

(ଘ) (+4) – (-7)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 12
(+4) – (-7) = (+4) + (+7) = +11

(ଙ) (-4) – (+3)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 13
(-4) – (+3) = -7

(ଚ) (-6) – (-5)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 14
(-6) – (-5) = -6 + (+5) = -1

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Odisha State Board BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ Textbook Exercise Questions and Answers.

BSE Odisha Class 9 Odia Solutions Chapter 11 ପ୍ରକୃତ ବନ୍ଧୁ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
ସଗୋତ୍ର ଓ ଅସଗୋତ୍ର ଏହିପରି ଆଉ କେଉଁ କେଉଁ ବିରୋଧାତ୍ମକ ଶବ୍ଦ ଅଛି ପାଠ ମଧ୍ୟରୁ ଖୋଜି ବାହାର କର ।
Answer:
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 1
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 2

Question ୨।
ନିଜ ସହିତ ଗୋଟିଏ ଶ୍ରେଣୀରେ ପଠନ କରେ ଯିଏ ତାକୁ କହନ୍ତି ‘ସହପାଠୀ’ । ସେହିପରି ‘ସହ’ ଲଗାଇ ଆଉ ତିନୋଟି ଶବ୍ଦ ଗଢ଼ !
Answer:
ନିଜ ସହିତ ଗୋଟିଏ କ୍ଷେତ୍ରରେ କର୍ମ କରେ ଯିଏ – ସହକର୍ମୀ ।
ନିଜ ସହିତ ଗୋଟିଏ ସ୍ଥାନକୁ ଯାତ୍ରା କରେ ଯିଏ – ସହଯାତ୍ରୀ ।
ନିଜ ସହିତ ଗୋଟିଏ କାର୍ଯ୍ୟକୁ କରେ ଯିଏ – ସହକାରୀ ।

Question ୩ ।
ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(ଅପ୍ରକଟିତ, ବିପତ୍ତି, ହିତସାଧନ, ପାପ, ଗୋପନୀୟ)
(କ) ପ୍ରକୃତ ମିତ୍ର, ମିତ୍ରଙ୍କୁ __________________ ରୁ ନିବୃତ୍ତ କରାନ୍ତି ।
Answer:
ପାପ

(ଖ) ପ୍ରକୃତ ମିତ୍ର, ସର୍ବଦା ମିତ୍ରର __________________ ରେ ରତ ହୋଇଥା’ନ୍ତି ।
Answer:
ହିତସାଧନ

(ଗ) ପ୍ରକୃତ ମିତ୍ର, ମିତ୍ରଙ୍କର _________________ ବିଷୟମାନ ଗୋପନ ରଖନ୍ତି ।
Answer:
ଗୋପନୀୟ

(ଘ) ପ୍ରକୃତ ମିତ୍ର, ମିତ୍ରଙ୍କର ____________________ ଗୁଣମାନଙ୍କୁ ପ୍ରକଟିତ କରନ୍ତି ।
Answer:
ଅପ୍ରକଟିତ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

(ଙ) ପ୍ରକୃତ ମିତ୍ର, ମିତ୍ରଙ୍କୁ _______________________ ପଡ଼ିଲେ ତାଙ୍କ ପାଖେ ପାଖେ ରହନ୍ତି ।
Answer:
ବିପତ୍ତି

Question ୪।
ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ଦୁର୍ନାମ, ଭଟ୍ଟା, ନିଃସ୍ୱାର୍ଥ, ମିତ୍ର, ଉପକାର
Answer:
ପ୍ରଦତ୍ତ ଶବ୍ଦ  – ବିପରୀତ ଶବ୍ଦ
ଦୁର୍ନାମ – ସୁନାମ
ଭଟ୍ଟା  –  ଜୁଆର
ନିଃସ୍ୱାର୍ଥ – ସ୍ୱ।ର୍ଥପର
ମିତ୍ର – ଶତୁ୍ର୍ର
ଉପକାର – ଅପକାର

Question ୫।
ଦୀନର ବନ୍ଧୁ ‘ଦୀନବନ୍ଧୁ’ । ଏହିପରି ସମ୍ବନ୍ଧସୂଚକ ଆଉ ଦୁଇଟି ଶବ୍ଦ ଗଠନ କର ।
ଜଗତର ନାଥ – ଜଗନ୍ନାଥ ।
ଲୋକମାନଙ୍କର ନାଥ – ଲୋକନାଥ ।

Question ୬।
‘ଦେଖା ସୁନ୍ଦର କଖାରୁ ବଢ଼ି’ ପରି ପ୍ରବନ୍ଧରେ ଆଉ କେଉଁ କେଉଁ ଲୋକବାଣୀଗୁଡ଼ିକ ଅଛି ସେଗୁଡ଼ିକୁ ଖୋଜି ବାକ୍ୟରେ ବ୍ୟବହାର କର ।
Answer:
ଜଡ଼ା ତେଲକୁ ମେଣ୍ଢାବାଳ (ଅତି ଆପଣାର) – ଦେବବ୍ରତ ସୁକାନ୍ତର ସାଙ୍ଗ ଆଦୌ ଛାଡ଼ୁନି । ଜଡ଼ା ତେଲକୁ ମେଣ୍ଢାବାଳ, ଦେଖାଯାଉ ଏ ବନ୍ଧୁତା କେତେ କାଳ ରହୁଛି ?
ବାଘ ଘରେ ମିରିଗ ନାଟ – ଶ୍ରେଣୀ ଶିକ୍ଷକ ନ ଥ‌ିବାରୁ ପିଲାମାନେ ପାଟି କରୁଛନ୍ତି, ଏ ତ ବାଘ ଘରେ ମିରିଗ ନାଟ ଚାଲିଛି ।
ଅଙ୍ଗେ ନିଭାଇବା (ଅନୁଭୂତିରେ ଆଣିବା) – ସୁଖ କହିବି, ନା ଦୁଃଖ କହିବି, ନା ଯାହା ଅଙ୍ଗେ ନିଭେଇଛି ତାହା

Question ୭।
ପରାଠରି, ଡରାଡରି, ଧରାଧରି, ପରାପରି, ମରାମରି, ସରାସରି ଶବ୍ଦଗୁଡ଼ିକୁ ବାକ୍ୟରେ ବ୍ୟବହାର କର ।
Answer:
ଠରାଠରି – ପିଲାମାନଙ୍କ ଠରାଠରି ଦେଖ୍ ଶିକ୍ଷକ ସେମାନଙ୍କ ଉଦ୍ଦେଶ୍ୟ ଜାଣିବାକୁ ଇଚ୍ଛା କଲେ ।
ଡରାଡ଼ରି – ପିଲାମାନେ, ପରସ୍ପର ଡରାଡ଼ରି ହେବା ଉଚିତ ନୁହେଁ ।
ଧରାଧରି – କୃଷ୍ଣ ଓ ଚାଣୂର ଧରାଧରି ହୋଇ ଯୁଦ୍ଧରେ ରତ ହେଲେ ।
ପରାପରି – ଛୋଟ ପିଲାମାନେ ପରାପରି ଖେଳନ୍ତି ।
ମରାମରି – ଖେଳ ଛାଡ଼ି ପିଲାମାନେ ପଡ଼ିଆରେ ମରାମରି ହେଉଛନ୍ତି ।
ସରାସରି – ବିବାହକାଳୀନ ସମସ୍ତ କାର୍ଯ୍ୟ ସରାସରି କରିବାରେ ସେ ଜଣେ ଦକ୍ଷ ବ୍ୟକ୍ତି ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮।
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ କିପରି କଟିଛି ?
Answer:
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ ଅଣହେଜ ଅବସ୍ଥାରେ କଟିଛି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୯ ।
ଜୀବନର ଦୀର୍ଘକାଳ ମଧ୍ୟରେ କେଉଁମାନଙ୍କ ସହ ପ୍ରାବନ୍ଧିକଙ୍କର ଆଳାପ ଓ ପରିଚୟ ହୋଇଛି ?
Answer:
ଜୀବନର ଦୀର୍ଘକାଳ ମଧ୍ୟରେ ଜନ୍ମତଃ, ବିବାହତଃ, ସମାଜତଃ, କର୍ମକ୍ଷେତ୍ରତଃ, ସଂସାରତଃ, ବ୍ୟବସାୟତଃ ଏହିପରି ଅନେକତଃ ପ୍ରାବନ୍ଧିକଙ୍କର ବହୁସହସ୍ର ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ହୋଇଅଛି ।

Question ୧୦ ।
ମିତ୍ରଙ୍କର ସମ୍ପଦ କାଳରେ କିଏ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଏ ନାହିଁ ? ହୁଅନ୍ତି ନାହିଁ ।
Answer:
ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ ରଖୁବା ସହ ସର୍ବଦା ମିତ୍ରଙ୍କ ହିତସାଧନ କରୁଥିବା ତଥା ମିତ୍ରଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ଅପ୍ରକଟିତ ଗୁଣକୁ ପ୍ରକଟିତ କରୁଥିବା ସନ୍ନିତ୍ରହିଁ ମିତ୍ରଙ୍କ ସମ୍ପଦକାଳରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।

Question ୧୧ ।
କ’ଣ ଯୋଗୁଁ ଲେଖକଙ୍କ ସହିତ ବନ୍ଧୁତାର ସୂତ୍ରପାତ ହୋଇଥିଲା ?
Answer:
ଧନରେ ମୁଗ୍‌ଧ ହୋଇ, ଯଶ ବା ପ୍ରତିପତ୍ତି ଯୋଗୁଁ ଏବଂ ପଦବୀ ହେତୁ ଉପସ୍ଥିତ ବା ଭବିଷ୍ୟ କାର୍ଯ୍ୟ ସାଧନର ଉଦ୍ଦେଶ୍ୟ ନେଇ ଲେଖକଙ୍କ ସଙ୍ଗେ ବନ୍ଧୁତାର ସୂତ୍ରପାତ ହୋଇଥିଲା ।

Question ୧୨ ।
ଲେଖକଙ୍କଠାରୁ ବନ୍ଧୁମାନେ କେତେବେଳେ ଦୂରେଇଗଲେ ?
Answer:
ସାପଦେହରୁ କାତି ଛାଡ଼ିବା ପରି ଯେତେବେଳେ ଲେଖକଙ୍କଠାରୁ ଧନ, ପ୍ରତିପତ୍ତି, ପଦବୀ ଓ କାର୍ଯ୍ୟସାଧନ ଶକ୍ତି ଚାଲିଗଲା, ସେତେବେଳେ ସ୍ଵାର୍ଥଲିପ୍‌ସୁ ବନ୍ଧୁଗଣ ତାଙ୍କଠାରୁ ଦୂରେଇଗଲେ ।

Question ୧୩।
ଭଗବାନଙ୍କୁ ‘ଦୀନବନ୍ଧୁ’ ନାମ କାହିଁକି ଦିଆଯାଇଛି ?
Answer:
କୌଣସି ଫଳପ୍ରାପ୍ତିର ଆଶା ନରଖ୍ ଆବଶ୍ୟକତା ବା ବିପଦବେଳେ ପ୍ରକୃତ ସନ୍ନିତ୍ର ପରି କେବଳ ଭଗବାନ୍ ହିଁ ସାହାଯ୍ୟ କରୁଥିବାରୁ ତାଙ୍କୁ ‘ଦୀନବନ୍ଧୁ’ ନାମ ଦିଆଯାଇଛି ।

Question ୧୪ ।
କ’ଣ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ?
Answer:
ଈପ୍‌ସିତ ଉପକାର ବା କାର୍ଯ୍ୟହାସଲ କରିସାରିବା ପରେ ସ୍ବାର୍ଥଲିପ୍‌ସୁ ବନ୍ଧୁମାନଙ୍କର ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।

Question ୧୫ ।
କେତେବେଳେ ବନ୍ଧୁଜନ ‘ପଙ୍ଗପାଳ’ ପରି ମାଡ଼ି ଆସିବେ ?
Answer:
ବହୁ ଲୋକଙ୍କ ଉପକାର କରିପାରିବା ସହ ଦୁଃଖ ଦେଇପାରିବା, ପ୍ରଭୁତ୍ୱ ବିସ୍ତାର କରିପାରିବା ତଥା କ୍ଷତିସାଧନ କରିପାରିବା ପରି ପଦବୀରେ ଅଧିଷ୍ଠିତ ହେବାମାତ୍ରେ ବନ୍ଧୁଜନ ପଙ୍ଗପାଳ ପରି ମାଡ଼ି ଆସିବେ ।

Question ୧୬ ।
ବନ୍ଧୁମାନେ ଭଟ୍ଟା ପଡ଼ିଯାଆନ୍ତି କାହିଁକି ?
Answer:
ପଦବୀ ଚାଲିଗଲା ପରେ ବନ୍ଧୁଜନଙ୍କ ସ୍ବାର୍ଥସିଦ୍ଧିର ଆଶା ରହେ ନାହିଁ । ତେଣୁ ସେମାନେ ଦୂରେଇଯାଆନ୍ତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୧୭ ।
ସଂସାରରେ ଦେଖାଯାଏ ଯେ ଅଧିକାଂଶ ବନ୍ଧୁତା ‘ହେତୁକ’ ବା କାମର ପିଆରା ବନ୍ଧୁତା ।
Answer:
ସଂସାରରେ …………………………………………… ପିଆରା ବନ୍ଧୁତା ।
ଉକ୍ତ ଗଦ୍ୟାଶଟି ପଠିତ ‘ପ୍ରକୃତ ବନ୍ଧୁ’ ନାମଧେୟ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ଗୋପାଳଚନ୍ଦ୍ର ପ୍ରହରାଜ ଏ ସଂସାରରେ ଅଧିକାଂଶ ବନ୍ଧୁତ୍ୱ ମଧ୍ଯରେ କିପରି ସ୍ବାର୍ଥପୂର୍ତ୍ତିରୂପକ ଲାଳସା ଲୁକ୍‌କାୟିତ ହୋଇ ରହିଥାଏ, ତାହା ଉପସ୍ଥାପନ କହିଛନ୍ତି ।

ପଣ୍ଡିତମାନଙ୍କ ମତରେ ସେ ହିଁ ସଚ୍ଚିତ୍ର, ଯିଏ ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରିବା ସହିତ ହିତସାଧନ କରନ୍ତି, ବନ୍ଧୁଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ଅପ୍ରକଟିତ ଗୁଣକୁ ପ୍ରକଟ କରନ୍ତି । ସମ୍ପଦ କାଳରେ ପାଖରେ ନ ରହି ବିପଦରେ ପାଖେ ପାଖେ ରହନ୍ତି । କିନ୍ତୁ ପ୍ରାବନ୍ଧିକ ତାଙ୍କ ଜୀବନର ସତାବନ ବର୍ଷର ଜୀବନକାଳ ମଧ୍ୟରେ ବିଭିନ୍ନ କାରଣବଶତଃ ଯେଉଁ ବହୁ ସହସ୍ର ବନ୍ଧୁ ଅର୍ଜନ କରିଥିଲେ, ସେମାନଙ୍କୁ ସନ୍ନିତ୍ରର ସେହି ଲକ୍ଷଣଦ୍ଵାରା ପରୀକ୍ଷା କରି ଦେଖ‌ିଲେ ଯେ ଚାରିଜଣ ଖଣ୍ଡେ ପ୍ରକୃତ ବନ୍ଧୁ ପାଇପାରିଲେ ନାହିଁ । ପ୍ରାବନ୍ଧିକଙ୍କ ଧନ, ଯଶ, ପ୍ରତିପତ୍ତି ତଥା ପଦବୀଦ୍ଵାରା ଆକର୍ଷିତ ହୋଇ ସ୍ଵାର୍ଥସାଧନ ପାଇଁ ସେମାନେ ବନ୍ଧୁତ୍ଵର ସୂତ୍ରପାତ କରିଥିଲେ ।

ମହାପ୍ରସାଦ ବା ଖୋଦାଙ୍କ ନାମ କହି ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟସାଧନ ନିମନ୍ତେ ବନ୍ଧୁତାର ଡୋରି ଲଗାଇଥିଲେ । ସେହି ମହାପ୍ରସାଦ ବା ଖୋଦାଙ୍କ ନାମର ଏକାନ୍ତ ବିଶ୍ୱସନୀୟତା ମଧ୍ଯରେ ବାଡ଼ିଦୁଆରର ଗଳିକବାଟର କଞ୍ଚି ଅର୍ଥାତ୍ ସମସ୍ତ ଦୁର୍ବଳତାକୁ ଜାଣିଯାଇଥିଲେ । କିନ୍ତୁ ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ସେମାନେ ସମ୍ପୂର୍ଣ୍ଣ ଉଭେଇଗଲେ । କାର୍ଯ୍ୟସାଧନ ପରେ ହୁଗୁଳିଗଲା ବନ୍ଧୁତ୍ଵର ବନ୍ଧନ । ଈପ୍‌ସିତ ସ୍ୱାର୍ଥ ହାସଲ ପରେ ଭବିଷ୍ୟତରେ ଅଧିକ ଉପକାର ପାଇବା ଆଶାରେ ସେମାନେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରୟ କରି ଦୁର୍ନାମ ରଟିବା ସହ ବିରୋଧରେ ସାକ୍ଷ୍ୟଦେବାକୁ ମଧ୍ୟ କୁଣ୍ଠିତ ହେଲେ ନାହିଁ । ତେଣୁ ପ୍ରାବନ୍ଧିକ ସେପରି ବନ୍ଧୁତାକୁ କାମର ପିଆର ବନ୍ଧୁତା ବୋଲି କହିଛନ୍ତି ।

Question ୧୮ ।
ତୁମେ ଯାହାଙ୍କର ଉପରେ କରିଥାଅ, ଯେ ତୁମ ଅନ୍ନରେ ପ୍ରତିପାଳିତ, ଯେ ତୁମ ସ୍ୱାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ‘ମଣିଷ’ ହୋଇଛନ୍ତି, ଯେ ତୁମ ରକ୍ତରେ ଗଢ଼ା, ସେହି ପୁଣି ତୁମର କଟ୍ଟର ଦୁସ୍‌ମନ ହୋଇ ଠିଆ ହୁଅନ୍ତି ।
Answer:
ତୁମେ ଯାହାଙ୍କର ………………………………………. ଠିଆ ହୁଅନ୍ତା ।
ନାମକ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଉପକୃତ ବ୍ୟକ୍ତି କିପରି ପ୍ରତ୍ଯୁପକାର ବଦଳରେ ପ୍ରଧାନ ଶତ୍ରୁଭାବେ ଦଣ୍ଡାୟମାନ ହୁଏ, ତାହା ବର୍ଣ୍ଣନା କରିଛନ୍ତି ।

ପଣ୍ଡିତମାନଙ୍କ କଥାତ ଲକ୍ଷଣାନୁଯାୟୀ ଏ ସଂସାରରେ ସଜ୍ଜିତ୍ର ବିରଳ । ଅଧିକାଂଶ ଲୋକ ଧନ, ଯଶ, ପ୍ରତିପତ୍ତି ବା ପଦବୀରେ ଆକୃଷ୍ଟ ହୋଇ ଉପସ୍ଥିତ ବା ଭବିଷ୍ୟତ ସ୍ଵାର୍ଥସାଧନ ଲାଳସାରେ ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତ୍ଵ ସ୍ଥାପନ କରନ୍ତି; କିନ୍ତୁ ସ୍ଵାର୍ଥହାସଲ ପରେ ବନ୍ଧୁତ୍ଵର ବନ୍ଧନକୁ ହୁଗୁଳା କରି ପଳାୟନ କରନ୍ତି । ଅଧ‌ିକ ପ୍ରାପ୍ତି ଆଶାରେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରା କରି ବିରୋଧାଚରଣ କରିବାକୁ ପଶ୍ଚାତ୍ରପଦ ହୁଅନ୍ତି ନାହିଁ । କିନ୍ତୁ ବହୁ ସ୍ଥଳରେ ଦେଖାଯାଏ, ଯେଉଁ ବ୍ୟକ୍ତି ଉପକାର ପାଇଥବ, ଆପଣଙ୍କ ଅନ୍ନରେ ଯେଉଁ ଲୋକ ପ୍ରତିପାଳିତ ହୋଇଥବ, ଆପଣଙ୍କ ସ୍ବାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ଯିଏ ମଣିଷ ହୋଇଥବ, ଆପଣଙ୍କ ରକ୍ତରେ ଗଢ଼ା ହୋଇଥବ, ସେ ହିଁ ସମୟକ୍ରମେ ପ୍ରଧାନ ଶତ୍ରୁ ହୋଇ ଛିଡ଼ାହେବ ।

ଧର୍ମାନୁଯାୟୀ ଉପକାର ବଦଳରେ ପ୍ରତ୍ଯୁପକାର ଅଥବା ଅନ୍ତତଃ କୃତଜ୍ଞତା ଆପଣଙ୍କର ପ୍ରାପ୍ୟ । ସେହି ଉପକାରର ପାଉଣା ପରିଶୋଧ କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ଅନର୍ଥର ମଞ୍ଜି । ଯେତେବେଳେ ଆପଣ ନିଜେ ବିପଦରେ ପଡ଼ିଥ‌ିବେ, ସେତେବେଳେ ଯେଉଁମାନଙ୍କର ଆପଣ କିଛି ଉପକାର କରିନାହାନ୍ତି, ଯେଉଁମାନେ ସାହାଯ୍ୟ କରିବେ ବୋଲି ଆପଣ ସ୍ଵପ୍ନରେ ମଧ୍ୟ ଭାବି ନାହାନ୍ତି, ସେମାନେ ସ୍ବତଃ ପ୍ରଣୋଦିତ ହୋଇ ଆସି ଆପଣଙ୍କୁ ବିପଦରୁ ଉଦ୍ଧାର କରିବେ । କିନ୍ତୁ ଯେଉଁମାନେ ଧର୍ମତଃ ପ୍ରତି- ଉପକାର କରିବାକୁ ବାଧ୍ୟ, ସେମାନେ ଆପଣଙ୍କୁ ଦେଖ‌ିଲେ ଲୁଚିବେ । ବରଂ ଅକଳରେ ପଡ଼ିଥିବା ଦେଖୁ ମରଣାନ୍ତକ ଆଘାତ ଦେବାକୁ ମଧ୍ୟ ପଶ୍ଚାତ୍‌ପଦ ଦେବେ ନାହିଁ । ତେଣୁ ମହାପୁରୁଷମାନେ କହିଛନ୍ତି, ପ୍ରତ୍ଯୁପକାର ବା ପରିଶୋଧର ଆଶା ନରଖ୍ କର୍ତ୍ତବ୍ୟ ଜ୍ଞାନରେ ପରୋପକାର କରିବା ଉଚିତ ।

Question ୧୯ ।
ଅଫଳପେପ୍‌ସୁ ବନ୍ଧୁ, ପ୍ରକୃତ ବନ୍ଧୁ ।
Answer:
ଅଫଳପେପ୍‌ସୁ ……………………………………………….. ବନ୍ଧୁ ।
ଉକ୍ତ ଗଦ୍ୟାଶଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ରଚିତ ‘ଦୁନିଆ ରୀତି ଏ’ ଶୀର୍ଷକ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ନାମକ ପ୍ରବନ୍ଧରୁ ସମାନୀତ । ଏଠାରେ ପ୍ରାବନ୍ଧିକ ପ୍ରକୃତ ବନ୍ଧୁ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏ ସଂସାରରେ ଅନେକ ଲୋକ ଧନ, ଯଶ, ପ୍ରତିପରି ବା ପଦବୀଦ୍ୱାରା ଆକର୍ଷିତ ହୋଇ ଉପସ୍ଥିତ ତଥା ଭବିଷ୍ୟତର ସ୍ଵାର୍ଥସାଧନ ନିମନ୍ତେ ବନ୍ଧୁତା ସ୍ଥାପନ କରିଥା’ନ୍ତି । ବନ୍ଧୁ ମୁଣ୍ଡରେ ସମସ୍ତ ବିପଦ ଲଦିଦେଇ ନିଜେ ଆନନ୍ଦରେ ରୁହନ୍ତି; କିନ୍ତୁ ଧନ, ପ୍ରତିପତ୍ତି ବା ପଦବୀ ଚାଲିଗଲା ପରେ ଆଉ ଦର୍ଶନ ଦିଅନ୍ତି ନାହିଁ । ଆଉ କେତେକ ଖୋଦାଙ୍କ ନାମକୁ ଭିଭିକରି ବନ୍ଧୁ ବାନ୍ଧନ୍ତି । ସେହି ବନ୍ଧୁତ୍ବର ବିଶ୍ୱସନୀୟତା ଭିତରେ ବନ୍ଧୁର ଦୁର୍ବଳତା ଜାଣନ୍ତି ।

କାର୍ଯ୍ୟ ହାସଲ ପରେ ଅଧ୍ଵ ସ୍ଵାର୍ଥସିଦ୍ଧି ନିମନ୍ତେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରୟ କରି ଦୁର୍ନାମ ରଟିବା କିମ୍ବା ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହୁଅନ୍ତି ନାହିଁ । ତୁମଦ୍ୱାରା ଉପକୃତ ହୋଇଥିବା ମାନବ ମଧ୍ଯ କୃତଜ୍ଞତା ଜଣାଇବା ବା ପ୍ରତ୍ଯୁପକାର କରିବା ବଦଳରେ ତୁମକୁ ବିପଦରେ ପଡ଼ିଥ‌ିବା ଦେଖୁ ମରଣାନ୍ତକ ଆଘାତ ଦେବାକୁ ପଶ୍ଚାତ୍‌ତ୍ଵପଦ ହୁଅନ୍ତି ନାହିଁ । ତେଣୁ ଫଳର କାମନା ନରଖ୍ ପ୍ରତ୍ଯୁପକାର ବା ପରିଶୋଧ ପାଇବାର ଆଶା ନ ରଖ୍ ପବିତ୍ର କର୍ତ୍ତବ୍ୟଜ୍ଞାନରେ ପରୋପକାର କରିବା ଉଚିତ । ଏ ସଂସାରରେ ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ବିରଳ ।

ଆବଶ୍ୟକତା ସମୟରେ ବା ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଦୃଢ଼ କର୍ମ ସମ୍ପର୍କ ବା ଦୃଢ଼ ରକ୍ତ ସମ୍ପର୍କ ଆଦିଜନିତ ବନ୍ଧୁତା-ବନ୍ଧୁତା ନୁହେଁ – ତାହା କାମର ପିଆରା ବନ୍ଧୁତା । ଫଳପ୍ରାପ୍ତିର କୌଣସି ଆଶା ନ ରଖ୍ ଆବଶ୍ୟକ ସମୟରେ ବା ବିପଦବେଳେ ସାହାଯ୍ୟ କରୁଥ‌ିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ପ୍ରାବନ୍ଧିକଙ୍କ ଭାଷାରେ ସେ ହିଁ ଅଫଳପେପ୍‌ସୁ ବନ୍ଧୁ । ସେଥ‌ିପାଇଁ ଭଗବାନଙ୍କର ନାମ ଦୀନବନ୍ଧୁ । କାରଣ ଏ ସଂସାରରେ ସେ ହିଁ ଏକା ବନ୍ଧୁ ପଦବାଚ୍ୟ ।

Question ୨୦ ।
‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି’ ପାଲଟିବେ– ବାଘର ଘରେ ମିରିଗର ନାଟ ଲାଗିଥ୍ ଓ ତୁମେ ଆମେ ବଲବଲ କରି ଚାହିଁ ଜଳକା ବନି ଚାହିଁଥୁବା ।
Answer:
ଆଜି ଯେ ବନ୍ଧୁତାସନେ ……………………………………………. ବନି ଚାହିଁଥୁବା ।
ଉକ୍ତ ଗଦ୍ୟାଶଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କଦ୍ଵାରା ପ୍ରଣୀତ ‘ଦୁନିଆ ରୀତି ଏ’ ଶୀର୍ଷକ ପ୍ରବନ୍ଧ ସଂକଳିତ ‘ପ୍ରକୃତ ବନ୍ଧୁ’ ନାମକ ପ୍ରବନ୍ଧରୁ ସମାନୀତ । ବନ୍ଧୁ କିପରି ଶତ୍ରୁରେ ପରିଣତ ହୋଇ କ୍ଷତିସାଧନ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେବେ ନାହିଁ ତାହା ପ୍ରାବନ୍ଧିକ ଏଠାରେ ଉପସ୍ଥାପନ କରିଛନ୍ତି ।

ମନୁଷ୍ୟ ଯେଉଁ ପଦବୀରେ ଅଧିଷ୍ଠିତ ହେବା ମାତ୍ରେ ବହୁ ଲୋକଙ୍କ ଉପକାର କରିବା ସହ ଦୁଃଖ ଦେଇପାରିବେ, ଅନେକଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବା ସଙ୍ଗେ ସଙ୍ଗେ ବିପୁଳ କ୍ଷତି ସାଧନ କରିପାରିବେ, ସେପରି ପଦବୀରେ ଅଧିଷ୍ଠିତ ହେବାମାତ୍ରେ ପଙ୍ଗପାଳ ପରି ବହୁ ବନ୍ଧୁଜନ ମାଡ଼ିଆସିବେ । ଧନ-ଜନ-ଗୋପ-ଲକ୍ଷ୍ମୀ, ମାନ-ସମ୍ମାନ ଏପରିକି ଜୀବନ ମଧ୍ୟ ସମର୍ପଣ କରିବାକୁ ବହୁଲୋକ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘ ଦୁଧ, ପିମ୍ପୁଡ଼ି ରକତ, ଆକାଶ କୟାଁ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ମଧ୍ଯ ଆଣିଦେବାକୁ ବାହାରି ପଡ଼ିବେ । କିନ୍ତୁ ଈଶ୍ବରଙ୍କ ଦୟାରୁ ବା ଦୟାହୀନତାରୁ ଯେଉଁଦିନ ସେହି ପଦବୀ ହାତରୁ ଚାଲିଯିବ, ପରଦିନ ରାତ୍ରିପାହିବା ପୂର୍ବରୁ ପଦାଧ୍ୟାନଜନିତ ସମସ୍ତ ବନ୍ଧୁଙ୍କ ଆଗମନ ବନ୍ଦ ହୋଇଯିବ ।

ସେମାନେ ସ୍ଵାର୍ଥସିଦ୍ଧି ପାଇଁ ବିପକ୍ଷ ବା ଶତ୍ରୁଙ୍କ ଆଶ୍ରୟ ନେଇ ବିରୋଧରେ ଅସ୍ତ୍ର ଧରିବେ । କାଲି ଯିଏ ବନ୍ଧୁତାର ଆସନରେ ବସି ଅତି ଆପଣାର ହୋଇଥିଲା, ସେ ଭୟଙ୍କର ଶତ୍ରୁ ସାଜି ବିପକ୍ଷ ବା ଶତ୍ରୁଙ୍କ ପାଇଁ ଅସ୍ତ୍ରରେ ଆଘାତ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେବ ନାହିଁ । ବନ୍ଧୁତ୍ବର ବିଶ୍ୱସନୀୟତା ମଧ୍ଯରେ କରାଗତ କରିଥିବା ବାଡ଼ି ଦୁଆରର କଞ୍ଜ୍ (ସକଳ ଦୁର୍ବଳତାକୁ) ଶତ୍ରୁଙ୍କ ହାତରେ ସମର୍ପଣ କରିଦେବ । ଆରମ୍ଭ ହେବ ଭୟଙ୍କର ସଂଘର୍ଷ। ସେହି ଦୁର୍ବଳତାକୁ ଅସ୍ତ୍ର କରି ନିର୍ବଳମାନେ ବଳ ପାଇ ପ୍ରବଳ ହୋଇଉଠିବେ । ବଳହୀନ ହରିଣ ପରି ଯେଉଁମାନେ ପଦାଧ୍ତ ବ୍ୟକ୍ତିଙ୍କୁ ମହାବଳ ବାଘ ପରି ଭୟ କରୁଥିଲେ, ପଦବୀ ଚାଲିଗଲା ପରେ ସେମାନେ ବାଘ ଘରେ ପ୍ରବେଶ କରି ନିର୍ଭୟରେ ପ୍ରାଦୁର୍ଭାବ ଆରମ୍ଭ କରିଦେବେ । କିଛି କରିବାକୁ ଚାହିଁଲେ ମଧ୍ୟ ନୀରବରେ କେବଳ ଚାହିଁରହିବା ସାର ହେବ । ସୁତରାଂ ଏପରି ସ୍ବାର୍ଥଲିପ୍‌ସୁ ବନ୍ଧୁମାନଙ୍କୁ ପରିହାର କରି ନିଃସ୍ବାର୍ଥ ବନ୍ଧୁତ୍ଵ ସ୍ଥାପନ କରିବାକୁ ପ୍ରାବନ୍ଧିକ ପରାମର୍ଶ ଦେଇଛନ୍ତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୧ ।
ଦୀର୍ଘ ବର୍ଷର ଅନୁଭୂତିରେ ପ୍ରାବନ୍ଧିକଙ୍କର ବନ୍ଧୁତା ସ୍ଥାପନ ଓ ସେ କିପରି ଠେକିଛନ୍ତି, ଠେକିକରି ମଧ୍ୟ ଶିଖୁନାହାନ୍ତି ତାହା ବର୍ଣ୍ଣନ କର ।
କିମ୍ବା, ବନ୍ଧୁତ୍ଵର ସଂଜ୍ଞା ନିରୂପଣରେ ପ୍ରାବନ୍ଧିକଙ୍କର ଦୀର୍ଘଜୀବନର ଅଭିଜ୍ଞତା କିପରି ସହାୟକ ହୋଇଛି, ତାହା ବର୍ଣ୍ଣନା କର ।
କିମ୍ବା, ଠିକିଲେ ଶିଖନ୍ତି– ଏ ପ୍ରବାଦଟି ଲେଖକ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ବାସ୍ତବ ଜୀବନରେ କିପରି ପ୍ରତିଫଳିତ ହୋଇଛି, ତାହା ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ଜଣେ ପ୍ରସିଦ୍ଧ ରମ୍ୟରଚକ ଭାବେ ସୁଖ୍ୟାତି ଲାଭ କରିଥିବା ସ୍ଵର୍ଗତ ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ସମସାମୟିକ ସାମାଜିକ ଜୀବନ ବିଶ୍ଳେଷଣ କରିବାରେ ଅପୂର୍ବ ବିନ୍ଧାଣି । ଶାଣିତ ବ୍ୟଙ୍ଗ ଓ ବିଦ୍ରୁପ ମାଧ୍ୟମରେ ସମସ୍ତ ସାମାଜିକ ଅପଚାର ବିରୋଧରେ ସ୍ବର ଉତ୍ତୋଳନ କରିଥିବା କଟକ ଜିଲ୍ଲାନ୍ତର୍ଗତ ସିଦ୍ଧେଶ୍ୱରପୁରର ସେହି ସୁଯୋଗ୍ୟ ସନ୍ତାନଙ୍କ ଲେଖନୀ ମୁନରୁ ଆତ୍ମପ୍ରକାଶ କରିଥିବା ‘ପୂର୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’, ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ବାଇମହାନ୍ତିଙ୍କ ପାଞ୍ଜି’, ‘ଆମ ଘରର ହାଲଚାଲ’ ପ୍ରଭୃତି ସାରସ୍ଵତ କୃତିରାଜି ସ୍ୱୀୟ ରମଣୀୟତା, ବାଚାତୁରୀ, ହାସ୍ୟରସ ମାଧ୍ୟମରେ ପ୍ରତିଟି ପାଠକ ହୃଦୟକୁ ଆକର୍ଷିତ କରିବା ସହ ପ୍ରାବନ୍ଧିକଙ୍କୁ କରିଛି କାଳଜୟୀ ।

‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ସ୍ବୀୟ ଦୀର୍ଘ ଜୀବନକାଳ ମଧ୍ୟରେ ଅର୍ଜିତ ବନ୍ଧୁତ୍ବର ଅନୁଭୂତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ନୀତିକାରଙ୍କ ମତରେ –
‘ପରୋକ୍ଷେ କାର୍ଯ୍ୟହନ୍ତାରଂ ପ୍ରତ୍ଯକ୍ଷେ ପ୍ରିୟବାଦିନମ୍,
ବର୍ଜୟେତ୍ ତାଦୃଶଂ ବରଂ ବିଷକୁୟଂ ପୟୋମୁଖମ୍ ।’
ଆଗରେ ମଧୁର ବଚନ କହି ପରୋକ୍ଷରେ କ୍ଷତିସାଧନ କରୁଥିବା ବନ୍ଧୁ ବିଷକୁମ୍ଭ ପୟୋମୁଖ ସଦୃଶ । ସେପରି ବନ୍ଧୁଙ୍କୁ ପରିତ୍ୟାଗ କରିବା ଉଚିତ । ପ୍ରାବନ୍ଧିକ ତାଙ୍କ ଜୀବନର ସତାବନ ବର୍ଷ ବୟସ ମଧ୍ୟରେ ସଂସାରର ବିଭିନ୍ନ କ୍ଷେତ୍ରରେ, ନାନା ପ୍ରସଙ୍ଗ, ଅବସ୍ଥା ତଥା ସ୍ଥାନରେ ଏହିପରି ବହୁ ବିଷକୁମ୍ଭ ପୟୋମୁଖମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରି ଠକିଛନ୍ତି ତଥାପି ଶିକ୍ଷା କରିପାରି ନାହାନ୍ତି ବୋଲି ଗଭୀର ଅନୁତାପ ମଧ୍ଯ କରିଛନ୍ତି ।

ଜୀବନର ସେହି ଦୀର୍ଘକାଳ ମଧ୍ୟରେ ଜନ୍ମ, ବିବାହ, କର୍ମକ୍ଷେତ୍ର, ସଂସାର, ବ୍ୟବସାୟ ତଥା ସାହିତ୍ୟ ପ୍ରଭୃତି ନାନା କାରଣବଶତଃ ପ୍ରାବନ୍ଧିକଙ୍କର ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ଆଳାପ ତଥା ପରିଚୟ ହୋଇଛି । ସେହି ପରିଚୟରୁ ସମ୍ପର୍କ ଦୃଢ଼ୀଭୂତ ହୋଇ ସୌହାର୍ଘ୍ୟ ତଥା ବନ୍ଧୁତା ମଧ୍ୟ ସ୍ଥାପିତ ହୋଇଛି । ସେହି ବନ୍ଧୁମାନଙ୍କ ମଧ୍ୟରୁ କେତେକ ପ୍ରୀତିବନ୍ଧୁ ବା ମହାପ୍ରସାଦ ବନ୍ଧୁ, ଆଉ କେତେକ ସପିଣ୍ଡ ଓ ଅସପିଣ୍ଡ ବନ୍ଧୁ, ସମାନୋଦକ ଓ ଅସମାନୋଦକ ବନ୍ଧୁ, ସାକୁଲ୍ୟ ଓ ଅସାକୁଲ୍ୟ ବନ୍ଧୁ, ସମଧର୍ମୀ ଓ ଅସମଧର୍ମୀ ବନ୍ଧୁ, ସହପାଠୀ ଓ ଅସହପାଠୀ ବନ୍ଧୁ, ସମକକ୍ଷ ଓ ଅସମକକ୍ଷ ବନ୍ଧୁ, ସମଲେଖକ ଓ ଅସମଲେଖକ ବନ୍ଧୁ ପ୍ରଭୃତିଙ୍କ ସହ ସମ୍ପର୍କ ଆଭାଷଣପୂର୍ବ ସାପ୍ତପଦୀନଠାରୁ ଆରମ୍ଭକରି କରମର୍ଦ୍ଦନ, ତୈଳମର୍ଦ୍ଦନ, ଆଲିଙ୍ଗନ, କାଗଜ କଲମ, ସମାଲୋଚନ, ଟକୀ, ସିନେମା, ପୁସ୍ତକାଦି ମୁଦ୍ରଣ, ପ୍ରକାଶ ଓ ପ୍ରଚାର ପ୍ରଭୃତି ମାଧ୍ୟମରେ ସ୍ଥାପିତ ହୋଇଥିଲା ।

ପଣ୍ଡିତମାନଙ୍କ ମତରେ ସଜ୍ଜିତ୍ରର ଲକ୍ଷଣ ହେଉଛି, ପ୍ରକୃତ ମିତ୍ର ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରିବା ସହ ସର୍ବଦା ମିତ୍ରଙ୍କର ହିତସାଧନରେ ରତ ହୁଅନ୍ତି, ମିତ୍ରଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ମିତ୍ରଙ୍କ ଅପ୍ରକଟିତ ଗୁଣକୁ ପ୍ରକଟ କରନ୍ତି । ସମ୍ପଦ କାଳରେ ମିତ୍ରଙ୍କ ପାଖରେ ରହିବାକୁ ଆଗ୍ରହାନ୍ବିତ ନ ହୋଇ ବିପଦରେ ମିତ୍ରଙ୍କ ପାଖେ ପାଖେ ରୁହନ୍ତି ।

ମିତ୍ରତାର ଏହି କଷଟି ପଥରରେ ପ୍ରାବନ୍ଧିକ ତାଙ୍କ ବନ୍ଧୁମାନଙ୍କୁ ପରୀକ୍ଷା କରି ଚାରିଜଣ ଖଣ୍ଡେ ପ୍ରକୃତ ବନ୍ଧୁ ପାଇପାରିଲେ ନାହିଁ । କାରଣ ସେମାନେ ପ୍ରାବନ୍ଧିକଙ୍କ ଧନରେ ମୁଗ୍ଧ ହୋଇ ବନ୍ଧୁତା ସ୍ଥାପନ କରିଥିଲେ । ତାଙ୍କ ଯଶ ବା ପ୍ରତିପତ୍ତି ଯୋଗୁଁ ତଥା ପଦବୀ ହେତୁ ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟ ସାଥ୍‌ ହେବାପାଇଁ ବନ୍ଧୁତାର ସୂତ୍ରପାତ କରିଥିଲେ । ସମସ୍ତ ବିପଦ ପ୍ରାବନ୍ଧିକଙ୍କ ମୁଣ୍ଡରେ ଲଦି ସେମାନେ ଆନନ୍ଦରେ ଉଖୁଡ଼ା ଖାଉଥିଲେ ।

କିନ୍ତୁ ଯେତେବେଳେ ପ୍ରାବନ୍ଧିକଙ୍କଠାରୁ ସେହି ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଅପସରି ଯାଇଛି, ସେତେବେଳେ ସେହି ସ୍ଵାର୍ଥଲିପ୍‌ସୁ ବନ୍ଧୁଗଣ ମଧ୍ୟ ଉଭେଇ ଯାଇଛନ୍ତି । ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତା ସ୍ଥାପନ ସେତେବେଳେ ସେହି ସ୍ଵାର୍ଥଲିପ୍‌ସୁ ବନ୍ଧୁଗଣ ମଧ୍ୟ ଉଭେଇ ଯାଇଛନ୍ତି । ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତା ସ୍ଥାପନ ଜାଣି ଯାଇଥିଲେ । ସ୍ଵାର୍ଥ ହାସଲ କରିସାରିବା ପରେ ହୁଗୁଳା ହୋଇଗଲା ବନ୍ଧୁତାର ଦୃଢ଼ ବନ୍ଧନ । ଈପ୍‌ସିତ ଉପକାର ବା କାର୍ଯ୍ୟ ହାସଲ କରିସାରି ତା’ଠାରୁ ଅଧିକ ଉପକାର ତଥା ଭବିଷ୍ୟତ ଉଜ୍ଜ୍ବଳ ହେବ ବୋଲି ବିବେଚନା କରି ବିପକ୍ଷକୁ ଆଶ୍ରୟ କଲେ । ଶତ୍ରୁଙ୍କ ନିକଟତର ହେବାପାଇଁ ପ୍ରାବନ୍ଧିକଙ୍କ ଦୁର୍ନାମ ରଟନା କରିବା ସହ ଆବଶ୍ୟକ ସ୍ଥଳେ ଧର୍ମାଧ୍ଵରଣରେ ବା ସମାଜର ଇଜ୍‌ଲାସ୍‌ରେ ତାଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହେଲେ ନାହିଁ ।

ତାଙ୍କଦ୍ୱାରା ଉପକୃତ ହୋଇଥିବା, ତାଙ୍କ ଅନ୍ନରେ ପ୍ରତିପାଳିତ ତଥା ତାଙ୍କ ସ୍ୱାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ମଣିଷ ହୋଇଥ‌ିବା ବନ୍ଧୁମାନେ କୃତଜ୍ଞତା ଜଣାଇବା ବା ପ୍ରତ୍ଯୁପକାର କରିବା ବଦଳରେ ପ୍ରଧାନ ଶତ୍ରୁ ଭାବେ ଛିଡ଼ାହେଲେ । ବିପଦବେଳେ ସେମାନେ ଲୁଚିବା ସଙ୍ଗେ ସଙ୍ଗେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେଲେ ନାହିଁ । ବରଂ ଦୁର୍ବଳ ଶତ୍ରୁମାନେ ସେମାନଙ୍କଠାରୁ ବାଡ଼ି ଦୁଆରର କଞ୍ଚି ପାଇ ପ୍ରବଳ ହୋଇଉଠି ବାଘ ଘରେ ଆରମ୍ଭ କଲେ ମିରିଗର ନାଟ । ଶେଷରେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଚାହିଁ ରହିଥ‌ିବା ପ୍ରାବନ୍ଧିକଙ୍କର ଏହା ଥିଲା ସତାବନ ବର୍ଷର ଅଙ୍ଗେନିଭା ଅନୁଭୂତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨୨ ।
ପ୍ରକୃତ ବନ୍ଧୁତାର ସ୍ବରୂପ ପଠିତ ପ୍ରବନ୍ଧ ଅବଲମ୍ବନରେ ଆଲୋଚନା କର ।
କିମ୍ବା, ପ୍ରାବନ୍ଧିକ ଗୋପାଳଚନ୍ଦ୍ରଙ୍କର ପ୍ରବନ୍ଧ ଅନୁସରଣରେ ପ୍ରକୃତ ଓ ଅପ୍ରକୃତ ବନ୍ଧୁତା ମଧ୍ୟରେ ଥ‌ିବା ବୈଷମ୍ୟର ଆଲୋଚନା କର ।
କିମ୍ବା, କେଉଁ ବନ୍ଧୁତାରେ ମଣିଷ ଜୀବନର ବାସ୍ତବତା ପ୍ରତିଫଳିତ ହୋଇଥାଏ, ପଠିତ ପ୍ରବନ୍ଧ ଛାୟାରେ ଉପସ୍ଥାପନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ସ୍ଵର୍ଗତ ଗୋପାଳଚନ୍ଦ୍ର ପ୍ରହରାଜ ଜଣେ ଶ୍ରେଷ୍ଠ ରମ୍ୟରଚକ ଭାବେ ହୋଇଥିଲେ ବହୁ ସୁଖ୍ୟାତିର ଅଧିକାରୀ । ଶାଣିତ ବ୍ୟଙ୍ଗ ତଥା ବିଦ୍ରୁପ ମାଧ୍ୟମରେ ସମସାମୟିକ ସାମାଜିକ ଜୀବନକୁ ବିଶ୍ଳେଷଣ କରିବାରେ ସେହି ଅପୂର୍ବ ବିନ୍ଧାଣି ଥିଲେ କଟକ ଜିଲ୍ଲାର୍ନ୍ତଗତ ସିଦ୍ଧେଶ୍ଵରପୁର ଗ୍ରାମର ସୁଯୋଗ୍ୟ ଦାୟାଦ । ତାଙ୍କ ଲେଖନୀ ମୁନରୁ ଆତ୍ମପ୍ରକାଶ କରିଥିବା ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’, ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ବାଇ ମହାନ୍ତିଙ୍କ ପାଞ୍ଜି’, ‘ଆମ ଘରର ହାଲଚାଲ’ ଆଦି କାଳଜୟୀ କୃତିରାଜି ତାଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ ।

‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଙ୍କଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ପ୍ରକୃତ ବନ୍ଧୁତାର ସ୍ବରୂପ ସମ୍ପର୍କରେ ଆଲୋଚନା କରିଛନ୍ତି ।
‘ପରୋଽପି ହିତବାନ୍ ବନ୍ଧୁ
ବନ୍ଧୁରପ୍ୟହିତଃ ପରଃ ।’’

ପର ହେଲେ ମଧ୍ୟ ଯିଏ ହିତସାଧନ କରିଥାଏ ସେ ବନ୍ଧୁ ପଦବାଚ୍ୟ; କିନ୍ତୁ ବନ୍ଧୁ ହୋଇ ମଧ୍ୟ ଯିଏ ଅହିତକର କାର୍ଯ୍ୟ କରେ ସେ ଶତ୍ରୁଭାବେ ବିବେଚିତ ହୁଏ । ତେଣୁ ପଣ୍ଡିତମାନେ ସଜ୍ଜିତ୍ରର ଲକ୍ଷଣ ପ୍ରତିପାଦନ କରିବାକୁ ଯାଇ କୁହନ୍ତି – ପ୍ରକୃତ ମିତ୍ର ବନ୍ଧୁଙ୍କୁ ସର୍ବଦା ପାପକାର୍ଯ୍ୟରୁ ନିବୃତ୍ତ କରନ୍ତି । ସର୍ବଦା ସେମାନେ ବନ୍ଧୁଙ୍କର ହିତସାଧନରେ ରତ ହୁଅନ୍ତି । ମିତ୍ରଙ୍କର ଗୋପନୀୟ ବିଷୟକୁ ଗୋପନ ରଖିବା ସହ ତାଙ୍କର ଅପ୍ରକଟିତ ଗୁଣକୁ ପ୍ରକଟିତ କରିବାକୁ ସଚେଷ୍ଟ ହୁଅନ୍ତି । ସମ୍ପଦ କାଳରେ ମିତ୍ରଙ୍କ ନିକଟରେ ରହିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ; କିନ୍ତୁ ବିପଦବେଳରେ ବନ୍ଧୁଙ୍କର ପାଖେ ପାଖେ ରହି ବନ୍ଧୁଙ୍କୁ ସାହାଯ୍ୟ କରିଥା’ନ୍ତି । କାରଣ ସେମାନେ ବନ୍ଧୁର ବନ୍ଧୁତ୍ବ ରକ୍ଷାକରିବା ନିମନ୍ତେ ସର୍ବଦା ସତର୍କ ତଥା ତତ୍ପର ଥାଆନ୍ତି ।

ସେମାନଙ୍କ ହୃଦୟରେ ନଥାଏ କୌଣସି ଫଳପ୍ରାପ୍ତି ବା ପ୍ରତ୍ଯୁପକାରର ଆଶା । ଧନ, ଯଶ, ପ୍ରତିପତ୍ତି ବା ପଦପଦବୀ ପ୍ରତି ଆକର୍ଷିତ ହୋଇ ସେମାନେ ବନ୍ଧୁତ୍ଵ ସ୍ଥାପନ କରିନଥା’ନ୍ତି । ବର୍ତ୍ତମାନ ବା ଭବିଷ୍ୟତର ସ୍ବାର୍ଥସାଧନ ଲାଳସାରେ ସେମାନଙ୍କ ବନ୍ଧୁତ୍ବର ଡୋରି ବନ୍ଧାଯାଇ ନଥାଏ । ବନ୍ଧୁ ମୁଣ୍ଡରେ ନଡ଼ିଆ ଭାଙ୍ଗି ଉଖୁଡ଼ା ଖାଇବା ସେମାନଙ୍କ ଧର୍ମ ନୁହେଁ । ବନ୍ଧୁଙ୍କଠାରୁ ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ବନ୍ଧୁଙ୍କୁ ବିପନ୍ନ କରି ଅନ୍ତର୍ହିତ ହେବା ସେମାନଙ୍କର କର୍ମ ନୁହେଁ ।

ପ୍ରକୃତ ବନ୍ଧୁର ବନ୍ଧୁତାର ବନ୍ଧନ କେବେ ହୁଗୁଳା ହୋଇଯାଏ ନାହିଁ । ସେ ବନ୍ଧୁଙ୍କ ଦୁର୍ବଳତାକୁ କେବେ ଶତ୍ରୁ ବା ବିପକ୍ଷଙ୍କ ଆଗରେ ପ୍ରକାଶ କରନ୍ତି ନାହିଁ କିମ୍ବା ତାଙ୍କ ନାମରେ ଦୁର୍ନାମ ରଟନ୍ତି ନାହିଁ କି ବନ୍ଧୁଙ୍କ ବିରୋଧରେ କେବେ ସାକ୍ଷ୍ୟ ପ୍ରଦାନ କରନ୍ତି ନାହିଁ ।

ବନ୍ଧୁଙ୍କଦ୍ୱାରା ଉପକୃତ ହେଲେ ଧର୍ମାନୁଯାୟୀ ବନ୍ଧୁଙ୍କୁ କୃତଜ୍ଞତା ଜଣାଇବା ବା ଉପକାର ବଦଳରେ ପ୍ରତ୍ୟୁପକାର କରିବାକୁ ସେମାନେ କେବେ ଭୁଲନ୍ତି ନାହିଁ । କାରଣ ଉପକାରର ପ୍ରତ୍ୟୁପକାର କରିବା ଧର୍ମତଃ ସେମାନେ ବାଧ୍ୟ ବୋଲି ମନେକରନ୍ତି । ପ୍ରକୃତ ମିତ୍ର କେବେ କୌଣସି ପ୍ରାପ୍ତିର ଆଶା ରଖ୍ ବନ୍ଧୁର ଉପକାର କରେ ନାହିଁ । ତେଣୁ ମହାଜନମାନେ କହିଛନ୍ତି – ‘ଫଳର କାମନା ନ ରଖୁ, ପ୍ରତ୍ଯୁପକାରର ଆଶା ନ କରି, ପରିଶୋଧ ପାଇବାର ଇଚ୍ଛା ନ କରି, ପବିତ୍ର କର୍ତ୍ତବ୍ୟ ଜ୍ଞାନରେ ପରର ଉପକାର କରିଯାଅ ।’ ପ୍ରକୃତ ବନ୍ଧୁର ବନ୍ଧୁତା ହେଉଛି ନିଃସ୍ୱାର୍ଥ ବନ୍ଧୁତା । ଅଫଳପେପ୍‌ସୁ ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।

ତେଣୁ ବିପନ୍ନ ବ୍ୟକ୍ତିର ଏକମାତ୍ର ସହାୟକ ରୂପେ କୌଣସି ପ୍ରାପ୍ତିର ଆଶା ନ ରଖ୍ କେବଳ ଭଗବାନ୍ ହିଁ ସହାୟତା କରିଥା’ନ୍ତି । ସେଥ୍ପାଇଁ ତାଙ୍କର ନାମ ଦୀନବନ୍ଧୁ । ସେ ହିଁ ଏକା ବନ୍ଧୁ ପଦବାଚ୍ୟ । ପ୍ରକୃତ ବନ୍ଧୁଙ୍କ ବନ୍ଧୁତ୍ୱ ନିଃସ୍ୱାର୍ଥ ତଥା ଅହେତୁକୀ ବନ୍ଧୁତା । ସେପରି ଫଳ-କାମନା- ବିରହିତ ପରୋପକାରୀ ସଂସାରରେ ବିରଳ । ସେହି ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।

Question ୨୩ ।
‘‘ଯେଉଁଠାରେ ଫଳର ଆଶାରଖ୍ ପରୋପକାର କରିବ ସେଠାରେ ନିଶ୍ଚେ ଚିଆଁ ପାଇବ’’– ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
କିମ୍ବା, ଫଳପେପ୍‌ସୁ ବନ୍ଧୁ, ପ୍ରକୃତ ବନ୍ଧୁ ନୁହଁନ୍ତି, ଏପରି ବନ୍ଧୁ କାର୍ଯ୍ୟତଃ ଧରା ପଡ଼ିଥା’ନ୍ତି – ଏହାର ସତ୍ୟତା ପଠିତ ପ୍ରବନ୍ଧ ଅନୁସରଣରେ ପ୍ରତିପାଦନ କର ।
କିମ୍ବା, କେଉଁପରି ବନ୍ଧୁ ଫଳରେ ଆଶା ରଖ୍ କାର୍ଯ୍ୟ କରନ୍ତି ଏବଂ ତାହାର ପରିଣାମ କ’ଣ ହୁଏ, ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଜଗତକୁ ସ୍ୱୀୟ ସାରସ୍ୱତ ପ୍ରତିଭା-ପ୍ରଭାରେ ସତତ ସମୁଜ୍ଜ୍ବଳ କରିଥିବା ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ଅନନ୍ୟ ପ୍ରତିଭାଧର ବରେଣ୍ୟ ପୁରୁଷ । ଶାଣିତ ବ୍ୟଙ୍ଗ, ବିଦ୍ରୂପ ତଥା ହାସ୍ୟରସାତ୍ମକ ପ୍ରବନ୍ଧ ରଚନା କରି ଶ୍ରେଷ୍ଠ ରମ୍ୟରଚକର ସୁଖ୍ୟାତି ଅର୍ଜନ କରିଥିବା ସେହି ଅମର ମଣିଷକୁ କୋଳରେ ଧରି କଟକ ଜିଲ୍ଲାନ୍ତର୍ଗତ ସିଦ୍ଧେଶ୍ଵରପୁର ଗ୍ରାମ ହୋଇଛି ଗର୍ବିତ । ତାଙ୍କ ସାରସ୍ବତ ଲେଖନୀ ନିଃସୃତ ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ପ୍ରଭୃତି କାଳଜୟୀ ସୃଷ୍ଟିସମ୍ପଦ ତାଙ୍କ ଅମଳିନ ପ୍ରତିଭାର ସ୍ପଷ୍ଟ ପ୍ରତିଫଳନ ।
‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ଫଳ ଆଶା ନରଖ୍ କର୍ତ୍ତବ୍ୟଜ୍ଞାନରେ ପରୋପକାର କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି ।

ପର ଉପକାର      ପୁଣ୍ୟମୟ ବ୍ରତ
ପାଳନ୍ତି ମହତ ଜନ
ପର ଉପକାରେ     ଉର୍ବୀ ଦିବାକର
ଦିଅନ୍ତି ଶସ୍ୟ କିରଣ । (ଗଙ୍ଗାଧର ମେହେର)

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ସଂସ୍କୃତରେ ମଧ୍ୟ ଗୋଟିଏ ଉକ୍ତି ଅଛି– ‘ପରୋପକାରାୟ ସ୍ଵର୍ଗୀୟ ।’ ସେଥ‌ିପାଇଁ ମହାଜନମାନେ ମଧ୍ୟ କହିଛନ୍ତି –
‘ଫଳର କାମନା ନ ରଖୁ, ପ୍ରତ୍ଯୁପକାରର ଆଶା ନ କରି, ପରିଶୋଧ ପାଇବାର ଇଚ୍ଛା ନ କରି, ପବିତ୍ର କର୍ତ୍ତବ୍ୟଜ୍ଞାନରେ ପରର ଉପକାର କରିଯାଅ ।’’ ‘ପରୋପକାର’କୁ ଏକ ପୁଣ୍ୟମୟ ବ୍ରତ ବା ପବିତ୍ର କର୍ତ୍ତବ୍ୟ ମନେକରି ପରର ଉପକାର କରିବା ଉଚିତ । ପ୍ରତ୍ଯୁପକାର ବା କୃତଜ୍ଞତା ଆଶାରଖ୍ କାହାର ଉପକାର କରିବା ଉଚିତ ନୁହେଁ । କାରଣ ଏ ସଂସାରରେ ଉପକୃତ ବ୍ୟକ୍ତି ହିଁ ପରବର୍ତୀ ସମୟରେ ଅପକାର କରିବାକୁ ପଶ୍ଚାତ୍‌ପଦ ହୁଏ ନାହିଁ । ଏହି ସତ୍ୟକୁ ପ୍ରମାଣିତ କରିବାପାଇଁ ପ୍ରାବନ୍ଧିକ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଉକ୍ତିକୁ ଉପସ୍ଥାପନ କରିଛନ୍ତି । ଦିନେ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ ଆସି ଜଣେ କହିଲେ– ‘ଅମୁକ ଆପଣଙ୍କ ନାମରେ ଭାରି ଦୁର୍ନାମ ରଟନା କରୁଛନ୍ତି ।’’

ଏହା ଶୁଣି ମହାପୁରୁଷ ନୀରବ ରହିବାରୁ ଭଦ୍ରବ୍ୟକ୍ତି ଜଣକ ତାଙ୍କ ନୀରବତାର କାରଣ ପଚାରନ୍ତେ ଈଶ୍ଵରଚନ୍ଦ୍ର କହିଲେ– ‘ନିନ୍ଦାକାରୀଙ୍କର ମୁଁ କେବେ କୌଣସି ଉପକାର କରିଛି କି ନାହିଁ ଏହି କଥାର ହେଜ କରୁଥୁଲି । ମୁଁ ତାଙ୍କର କେବେ କିଛି ଉପକାର କରିଛି ବୋଲି ମୋର ସ୍ମରଣ ହେଉନାହିଁ; ଏପରି ଅବସ୍ଥାରେ ସେ କାହିଁକି ମୋ ଦୁର୍ନାମ କରିବାରେ ମାତିଛନ୍ତି, ମୁଁ ବୁଝିପାରୁ ନାହିଁ ।’’ ଫଳତଃ ଦେଖାଯାଏ ଉପକୃତ ବ୍ୟକ୍ତି ହିଁ ପ୍ରତ୍ୟୁପକାର କରିବା ପରିବର୍ତ୍ତେ ଅପକାର କରିବାକୁ ଆଗେଇ ଆସେ । ଯିଏ ତୁମ ଅନ୍ନରେ ପ୍ରତିପାଳିତ, ତୁମେ ଯାହାର ଉପକାର କରିଅଛ, ତୁମ ସ୍ୱାର୍ଥତ୍ୟାଗ ତଥା ପରିଶ୍ରମ ଫଳରେ ଯିଏ ମଣିଷ ହୋଇଅଛି, ଯିଏ ତୁମର ରକ୍ତରେ ଗଢ଼ା, ସେ ହିଁ ତୁମର ପ୍ରଧାନ ଶତ୍ରୁରୂପେ ଛିଡ଼ାହେବେ ।

କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ସଂସାରରେ ସୃଷ୍ଟ ବହୁ ଅନର୍ଥର ମଞ୍ଜିର କାରଣ ସାଜେ । କାରଣ ସେମାନେ ପ୍ରକୃତ ମିତ୍ର ନୁହଁନ୍ତି । ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରି ମିତ୍ରଙ୍କ ହିତ ସାଧନରେ ରତ ରହି ଗୋପନୀୟ ବିଷୟକୁ ଗୋପନ ରଖ୍ ବିପଦବେଳେ ପାଖେ ପାଖେ ରହି ସାହାଯ୍ୟ କରିବା ସେମାନଙ୍କ ଧର୍ମ ନୁହେଁ । ବରଂ ତୁମ ଧନ, ଯଶ, ପ୍ରତିପତ୍ତି ଓ ପଦବୀରେ ମୁଗ୍ଧ ହୋଇ ବର୍ତ୍ତମାନର ତଥା ଭବିଷ୍ୟତର ସ୍ଵାର୍ଥସାଧନ ନିମନ୍ତେ ସେମାନେ ବନ୍ଧୁତାର ଡୋରି ଲଗାଇଥିଲେ । ତୁମ ମୁଣ୍ଡରେ ନଡ଼ିଆ ଭାଙ୍ଗି ଉଖୁଡ଼ା ଖାଇଥିଲେ । ତୁମ ପାଦରେ ଧନ-ଜନ-ଗୋପ-ଲକ୍ଷ୍ମୀ ଢାଳିଦେବା ସହ ମାନ-ସମ୍ମାନ ଓ ଜୀବନ ମଧ୍ୟ ସମର୍ପଣ କରିବାକୁ ଆଗେଇ ଆସୁଥିଲେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକ୍ତ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ଆଣିଦେବାକୁ ମଧ୍ୟ ବାହାରି ପଡୁଥିଲେ ।

ବନ୍ଧୁତ୍ବର ସେହି ନିଶା ମଧ୍ଯରେ ତୁମର ସକଳ ଦୁର୍ବଳତାକୁ ମଧ୍ୟ ସେମାନେ ଜାଣି ଯାଇଥିଲେ । ତୁମର ଧନ, ପ୍ରତିପତ୍ତି, ପଦବୀ, କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ହୁଗୁଳି ଯିବ ବନ୍ଧୁତାର ବନ୍ଧନ । ଅଧିକ ସ୍ବାର୍ଥ ସାଧନ ନିମନ୍ତେ ବିପକ୍ଷଙ୍କୁ ଆଶ୍ରୟ କରିବେ । ତୁମେ ବିପଦରେ ପଡ଼ିଥିବା ସମୟରେ ଦେଖା କରିବାକୁ ମଧ୍ୟ ନ ଆସି ସେହି ସମୟରେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଶ୍ଚାତ୍‌ଦ ହେବେ ନାହିଁ । ବିପକ୍ଷ ବା ଶତ୍ରୁଙ୍କ ଆଗରେ ତୁମ ଦୁର୍ବଳତା ପ୍ରକାଶ କରିବେ । ସେହି ଦୁର୍ବଳତାକୁ ଅସ୍ତ୍ରକରି ଶତ୍ରୁ ଆକ୍ରମଣ କରିବାକୁ ଆଗେଇ ଆସିବେ । ଆରମ୍ଭ ହେବ ଉଭୟଙ୍କ ମଧ୍ୟରେ ସଂଘର୍ଷ । ତେଣୁ ଯଥାର୍ଥରେ ପ୍ରାବନ୍ଧିକ କହିଛନ୍ତି– ‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’

ଏ ସଂସାରରେ ଫଳର ଆଶାରଖ୍ ବନ୍ଧୁତା ସ୍ଥାପନ କଲେ ତା’ର ପ୍ରତିଫଳ ପାଇବା ସୁନିଶ୍ଚିତ । ତଥାପି ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ତଥା ଫଳକାମନା ବିରହିତ ପରୋପକାର ଏ ସଂସାରରେ ବିରଳ । ତେଣୁ ପରଦ୍ଵାରା ଅପକୃତ ହେଲେ ମଧ୍ୟ ପରୋପକାର ରୂପକ ପୁଣ୍ୟମୟ ବ୍ରତ ପାଳନ କରିବାପାଇଁ କବି ଗାଇଛନ୍ତି –

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 6

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨୪ ।
କାମର ପିଆରା ବନ୍ଧୁତା ପ୍ରକୃତ ବନ୍ଧୁତା ନୁହେଁ । ଏହା ବୁଝାଇ ସାନ ଭଉଣୀ ନିକଟକୁ ପତ୍ର ଲେଖ ।
Answer:
କଲ୍ୟାଣୀୟା ସ୍ମିତା,

ଅମରଦା

ତା………………………………..

ମୋର ହାର୍ଦ୍ଦିକ ସ୍ନେହାଶିଷ ନେବୁ । ବାପା ଓ ବୋଉଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ଗତକାଲି ତୋର ଚିଠି ପାଇ ସେଥିରୁ ତୋର ବନ୍ଧୁମାନଙ୍କ କଥା ତଥା ସେମାନଙ୍କ ଗହଣରେ ତୋର ଆନନ୍ଦରେ କାଳକାଟିବା କଥା ଜାଣି ଯେତିକି ଖୁସି ହେଲି ସେତିକି ମୋ ମନ ଆଶଙ୍କାରେ ମଧ୍ୟ ଭରିଗଲା । କାରଣ, ଏ ସଂସାରରେ ନିଃସ୍ୱାର୍ଥ ବନ୍ଧୁତ୍ଵ ବିରଳ । ସମସ୍ତ ବନ୍ଧୁତା କାମର ପିଆରା । ସେହିପରି ବନ୍ଧୁତ୍ବ ସମ୍ପର୍କରେ ଓଡ଼ିଆ ସାହିତ୍ୟର ସୁପ୍ରସିଦ୍ଧ ରମ୍ୟରଚକ ଭାବେ ପରିଚିତ ଗୋପାଳଚନ୍ଦ୍ର ପ୍ରହରାଜ ‘ପ୍ରକୃତ ବନ୍ଧୁ’ ନୀମକ ପ୍ରବନ୍ଧରେ ବର୍ଣ୍ଣନା କରିଛନ୍ତି । ସେ ସମ୍ପର୍କରେ ମୁଁ ବର୍ଣ୍ଣନା କରୁଛି । ତୁ ଶେଷ ପର୍ଯ୍ୟନ୍ତ ଚିଠି ପଢ଼ି ହୃଦୟଙ୍ଗମ କରିବୁ ଏବଂ କାମର ପିଆରା ବନ୍ଧୁମାନଙ୍କୁ ପରିହାର କରି ପ୍ରକୃତ ବନ୍ଧୁମାନଙ୍କ ସଙ୍ଗେ ବନ୍ଧୁତ୍ୱ ସ୍ଥାପନ କରିବୁ ।

ଏ ସଂସାରରେ ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ତଥା ଫଳକାମନା ବିରହିତ ପରୋପକାର ବିରଳ । ପଣ୍ଡିତମାନେ ସନ୍ନିତ୍ରର ଲକ୍ଷଣ ସମ୍ପର୍କରେ କହିଛନ୍ତି– ‘ପ୍ରକୃତ ମିତ୍ର, ମିତ୍ରଙ୍କୁ ପାପରୁ ନିବୃତ୍ତ କରାନ୍ତି, ମିତ୍ରଙ୍କର ଗୋପନୀୟ ବିଷୟମାନ ଗୋପନ ରଖନ୍ତି, ମିତ୍ରଙ୍କର ଅପ୍ରକଟିତ ଗୁଣକୁ ପ୍ରକଟିତ କରନ୍ତି, ମିତ୍ରଙ୍କ ସମ୍ପଦକାଳରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ; କିନ୍ତୁ ମିଶ୍ରଙ୍କ ବିପରି ପଡ଼ିଲେ ତାଙ୍କ ପାଖେ ପାଖେ ରହନ୍ତି ।’’

ଯଥାର୍ଥରେ ବିପଦକାଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ସେ ହିଁ ଅଫଳପେପ୍‌ସୁ ବନ୍ଧୁ । ସେଥ‌ିପାଇଁ ଭଗବାନଙ୍କ ନାମ ଦୀନବନ୍ଧୁ । ଏ ସଂସାରର ସେ ହିଁ ଏକା ବନ୍ଧୁ ପଦବାଚ୍ୟ । ଏତଦ୍‌ବ୍ୟତୀତ ଏ ସଂସାରରେ ସମସ୍ତ ବନ୍ଧୁତା କାମର ପିଆରା ବନ୍ଧୁତା । ଯେଉଁ ବନ୍ଧୁତ୍ଵ ସ୍ବାର୍ଥସାଧନ ଉପରେ ପ୍ରତିଷ୍ଠିତ । ଧନ, ପ୍ରତିପତ୍ତି, ପଦବୀ ପ୍ରତି ଆକର୍ଷିତ ହୋଇ ସେମାନେ ବନ୍ଧୁତ୍ଵ ସ୍ଥାପନ କରିଥା’ନ୍ତି । ଅନ୍ତରରେ ସେମାନଙ୍କର ଥାଏ ବର୍ତ୍ତମାନ ତଥା ଭବିଷ୍ୟତର କାର୍ଯ୍ୟସାଧନର ଲାଳସା ।

ସ୍ୱାର୍ଥ ହାସଲ ପାଇଁ ବନ୍ଧୁତ୍ବର ଅଭିନୟ କରି ଧନ-ଜନ-ଗୋପଲକ୍ଷ୍ମୀ, ମାନ ସମ୍ମାନ ଏବଂ ଜୀବନକୁ ମଧ୍ଯ ସମର୍ପଣ କରିଦେବାକୁ ସେମାନେ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକ୍ତ, ନିର୍ମୂଳୀ ମୂଳ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ମଧ୍ୟ ଆଣିଦେବାକୁ ବାହାରି ପଡ଼ିବେ । ମହାପ୍ରସାଦ ବା ଖୋଦାଙ୍କ ନାମ ଧରି ବନ୍ଧୁତା ସ୍ଥାପନ କରିବେ । ସେହି ନାମର ନିଶା ମଧ୍ୟରେ ବନ୍ଧୁତ୍ଵର ଗଭୀର ବିଶ୍ଵସନୀୟତା ମଧ୍ଯରେ ସେମାନେ ତୋର ସକଳ ଦୁର୍ବଳତାକୁ ଜାଣିଯାଇଥବେ । ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧର ରଚୟିତା ‘ମହାପ୍ରସାଦ ବା ଖୋଦାଙ୍କ ନାମ ନିଶାରେ ମୁଁ ସେଥୁମଧ୍ୟରୁ ପନ୍ଦରପଣ ବନ୍ଧୁଙ୍କ ହାତକୁ ମୋ ବାଡ଼ିଦୁଆରର ଗଳିକବାଟର କଞ୍ଚୁ ବଢ଼ାଇ ଦେଇଥୁଲି; ବଢ଼ାଇ ଦେଇଥୁଲି ନକହି ମୁଁ ନିଶାରେ ଚୁର୍ ଥିବାବେଳେ ସେମାନେ ମୋ ଅଣ୍ଟାରୁ ବା ପକେଟ୍‌ରୁ ସେ କଞ୍ଚ୍ କାଢ଼ିନେଇଥିଲେ ।’’

କାର୍ଯ୍ୟ ସରିଗଲେ ସ୍ଵାର୍ଥ ହାସଲ କରିସାରିବା ପରେ ହୁଗୁଳା ହୋଇଯାଏ ସେମାନଙ୍କ ବନ୍ଧୁତ୍ବର ସେହି ଦୃଢ଼ ବନ୍ଧନ । ତୋଠାରୁ ଈପ୍‌ସିତ କାର୍ଯ୍ୟ ବା ଉପକାର ହାସଲ କରିସାରିବା ପରେ ଭବିଷ୍ୟତରେ ଅଧ‌ିକ ଉପକାର ଲାଭ କରିବା ଆଶାରେ ସେମାନେ ତୋ ବିପକ୍ଷଙ୍କୁ ଆଶ୍ରା କରିବେ । ତୋ ନାମରେ ଦୁର୍ନାମ ରଟନା କରିବା ସହ ତୋ ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହେବେ ନାହିଁ । ‘ଜଡ଼ାତେଲ ମେଣ୍ଢାବାଳ’ ପରି ସମ୍ପର୍କ ରଖୁଥ‌ିବା ବନ୍ଧୁମାନଙ୍କ ସହ ତୋର ସୃଷ୍ଟିହେବ ‘ଝୋଟନିଆଁ’ର ସମ୍ପର୍କ । ସେତେବେଳେ ସେମାନେ ମହାପ୍ରସାଦ ବା ଖୋଦାଙ୍କ ନାମ ଧରି କରଗତ କରିଥିବା ତୋ ବାଡ଼ି ଦୁଆରର ଗଳିକବାଟର କଞ୍ଚଟିକୁ ତୋର ପ୍ରତିଦ୍ଵନ୍ଦୀ ବା ଶତ୍ରୁ ହାତରେ ଧରାଇଦେବେ । ସେହି କଞ୍ଜ୍ ବା ଦୁର୍ବଳତାକୁ ଅସ୍ତ୍ର କରି ମିରିଗ ପରି ଦୁର୍ବଳ ଶତ୍ରୁ ପ୍ରବଳ ହୋଇଉଠି ତୋ ବାଘ ଘରେ ମିରିଗ ନାଟ ଆରମ୍ଭ କରିବେ । ସେତେବେଳେ ଚାହିଁ ଜଳକା ବନି ରହିବା ବ୍ୟତୀତ ଇଚ୍ଛା ଥିଲେ ବି କିଛି କରିପାରିବୁ ନାହିଁ । ତେଣୁ ପ୍ରାବନ୍ଧିକ ଗୋପାଳଚନ୍ଦ୍ର ପ୍ରହରାଜ କହିଛନ୍ତି, ‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’’

ତୁ ଯେଉଁମାନଙ୍କର ଉପକାର କରିଅଛୁ, ତୋ ପରିଶ୍ରମ ତଥା ସ୍ଵାର୍ଥତ୍ୟାଗ ଫଳରେ ଯିଏ ମଣିଷ ହୋଇଅଛି, ସେ ତୋ ଉପକାରର ପ୍ରତ୍ୟୁପକାର କରିବା ବା କୃତଜ୍ଞତା ଜଣାଇବା ପରିବର୍ତ୍ତେ ତୋର ପରମ ଶତ୍ରୁ ହୋଇ ଛିଡ଼ାହେବ । ତୁ ବିପଦରେ ପଡ଼ିଥିବାବେଳେ ସାହାଯ୍ୟ କରିବା ପରିବର୍ତ୍ତେ ସେମାନେ ଦିହଛପା ଦେବେ । ବରଂ ଅକଳରେ ପଡ଼ିଥିବାର ଦେଖୁ ମରଣାନ୍ତକ ଆକ୍ରମଣ କରିବାକୁ ପଶ୍ଚାତ୍‌ପଦ ହେବେ ନାହିଁ । କାରଣ ସେମାନଙ୍କର ବନ୍ଧୁତା ଥୁଲା କାମର ପିଆରା ବନ୍ଧୁତା । ତେଣୁ ତୁ ଫଳର କୌଣସି କାମନା ନରଖ୍, ପ୍ରତ୍ଯୁପକାରର ଆଶା ନକରି, ପରିଶୋଧ ପାଇବାର ଇଚ୍ଛା ନକରି, ପବିତ୍ର କର୍ତ୍ତବ୍ୟ ଜ୍ଞାନରେ ପରର ଉପକାର କରିବୁ । ବନ୍ଧୁତ୍ଵର ନିଶାରେ ଚୁର୍ ହୋଇ ତୋ ବାଡ଼ିଦୁଆରର ଗଳିକବାଟର କଞ୍ଚିଟିକୁ କେବେ ସେମାନଙ୍କ ହାତକୁ ବଢ଼ାଇଦେବୁ ନାହିଁ । ବିପଦରେ ତୋର କେହି ସହାୟକ ନ ହେଲେ ମଧ୍ୟ ବିପଦର ବନ୍ଧୁ ଜଗତର ନାଥ ଦୀନବନ୍ଧୁ ଜଗନ୍ନାଥ ନିଶ୍ଚୟ ତୋର ସହାୟକ ହେବେ । ରହୁଛି । । ଇତି ।

ତୋର ଶୁଭାକାଂକ୍ଷୀ ଭାଇନା

ଠିକଣା
ପେରକ ପ୍ରପକ
ଶୁଭ ଙ୍କର ସାମନ୍ତରାୟ
ସା./ପୋ.—ଅମରଦା
ଜି.– ମୟୂରଭଞ୍ଜ
ସି୍ମତା ସାମନ୍ତରାୟ
ଭ କ୍ତମଧୁ ବଦ୍ୟପୀଠ
ଜି.— କଟକ

ତୁମପାଇଁ କାମ

୨୫ । ପ୍ରାବନ୍ଧିକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ଅନ୍ୟାନ୍ୟ ପ୍ରବନ୍ଧ ସଂଗ୍ରହ କରି ପଢ଼ ।
୨୬ । ତୁମ ବନ୍ଧୁମାନଙ୍କ ଭିତରେ ପ୍ରକୃତ ବନ୍ଧୁର କି କି ଲକ୍ଷଣ ରହିଛି ତାହା ଟିପାଖାତାରେ ଲେଖୁ ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧।
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ କିପରି କଟିଛି ?
Answer:
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ ଅଣହେଜ ଅବସ୍ଥାରେ କଟିଛି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨।
ଜୀବନର ଦୀର୍ଘକାଳ ମଧ୍ୟରେ କେଉଁମାନଙ୍କ ସହ ପ୍ରାବନ୍ଧିକଙ୍କର ଆଳାପ ଓ ପରିଚୟ ହୋଇଛି ?
Answer:
ଜୀବନର ଦୀର୍ଘକାଳ ମଧ୍ୟରେ ଜନ୍ମତଃ, ବିବାହତଃ, କର୍ମକ୍ଷେତ୍ର ତଃ, ସଂସାରତଃ, ବ୍ୟବସାୟତଃ ଇତ୍ୟାଦି ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ହୋଇଅଛି ।

Question ୩ ।
କ’ଣ ଯୋଗୁଁ ଅନେକଙ୍କର ଲେଖକଙ୍କ ସହିତ ବନ୍ଧୁତାର ସୂତ୍ରପାତ ହୋଇଥିଲା ?
Answer:
ଧନରେ ମୁଗ୍‌ଧ ହୋଇ, ଯଶ ବା ପ୍ରତିପତ୍ତି ଯୋଗୁଁ ଏବଂ ପଦବୀ ହେତୁ ଉପସ୍ଥିତ ବା ଭବିଷ୍ୟ କାର୍ଯ୍ୟ ସାଧନର ଉଦ୍ଦେଶ୍ୟ ନେଇ ଅନେକଙ୍କର ଲେଖକଙ୍କ ସଙ୍ଗେ ବନ୍ଧୁତାର ସୂତ୍ରପାତ ହୋଇଥିଲା ।

Question ୪ ।
ଲେଖକଙ୍କଠାରୁ ସ୍ଵାର୍ଥ ଲିପ୍‌ସୁ ବନ୍ଧୁ ମାନେ କେତେବେଳେ ଦୂରେଇଗଲେ ?
Answer:
ଯେତେବେଳେ ଲେଖକଙ୍କଠାରୁ ଧନ, ପ୍ରତିପରି, ପଦବୀ ଓ କାର୍ଯ୍ୟସାଧନ ଶକ୍ତି ଚାଲିଗଲା । ,
ଦୂରେଇଗଲେ ।

Question ୫ ।
ଭଗବାନ୍‌ଙ୍କୁ ‘ଦୀନବନ୍ଧୁ’ ନାମ କାହିଁକି ଦିଆଯାଇଛି ?
Answer:
କୌଣସି ଫଳପ୍ରାପ୍ତିର ଆଶା ନରଖୁ ଆବଶ୍ୟକ ବା ବିପଦବେଳେ କେବଳ ଭଗବାନ୍ ହିଁ ସାହାଯ୍ୟ କରୁଥିବାରୁ ତାଙ୍କୁ ‘ଦୀନବନ୍ଧୁ’ ନାମ ଦିଆଯାଇଛି ।

Question ୬ ।
କ’ଣ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳ । ହୋଇଯାଏ ?
Answer:
ପରେ ସ୍ଵାର୍ଥଲିପ୍‌ସୁ ବନ୍ଧୁମାନଙ୍କର ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।

Question ୭ ।
ବନ୍ଧୁମାନେ ଭଟ୍ଟା ପଡ଼ିଯାଆନ୍ତି କାହିଁକି ?
Answer:
ପଦବୀ ଚାଲିଗଲା ପରେ ବନ୍ଧୁଜନଙ୍କ ସ୍ବାର୍ଥସିଦ୍ଧିର ଆଶା ରହୁ ନଥିବାରୁ ସେମାନେ ଦୂରେଇଯାଆନ୍ତି ।

ନିମ୍ନ ଶବ୍ଦଗୁଡ଼ିକର ଅର୍ଥ ଗୋଟିଏ ଶବ୍ଦରେ ବା ବାକ୍ୟରେ ଲେଖ ।

Question ୮।
ଅଣହେଜର ଅର୍ଥ କ’ଣ ?
Answer:
ସ୍ମରଣ ନ କରିବା ହେତୁ ନ କରିବା ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୯।
ଆକ୍ଷେପ କାହାକୁ କୁହାଯାଏ ।
Answer:
ଅନ୍ୟ ପ୍ରତି ଦୋଷାରୋପ କରିବାକୁ ଆକ୍ଷେପ କୁହାଯାଏ ।

Question ୧୦।
ରାଷ୍ଟ୍ର ବିପ୍ଳବ କହିଲେ କ’ଣ ବୁଝ ?
Answer:
ଦେଶରେ ଆନ୍ଦୋଳନକୁ ରାଷ୍ଟ୍ର ବିପ୍ଳବ କୁହାଯାଏ ।

Question ୧୧।
ସମ୍ପଦ କାଳରେ ଅର୍ଥ କ’ଣ ?
Answer:
ସମୃଦ୍ଧି ବେଳରେ ।

Question ୧୨।
ଚପୋଟ ମୁଖ୍ୟାଦି କହିଲେ କ’ଣ ବୁଝ ?
Answer:
ଚାପଡ଼ା ଓ ବିଧାକୁ ଚପୋଟ ମୁଷ୍ୟାଦିକୁ ବୁଝାଏ ।

Question ୧୩।
ଅଫଳପେପ୍‌ସୁ କାହାକୁ କୁହାଯାଏ ?
Answer:
ଫଳ ଆଶା କରୁ ନଥ‌ିବା ବ୍ୟକ୍ତିକୁ ଅଫଳ ପେପ୍‌ସୁ କୁହାଯାଏ ।

Question ୧୪।
ପାରଲୌକିକର ଅର୍ଥ କ’ଣ ?
Answer:
ପରଲୋକ ସମ୍ବନ୍ଧୀୟ ।

Question ୧୫।
ମହାପ୍ରସାଦ ବନ୍ଧୁ କହିଲେ କ’ଣ ବୁଝ ?
Answer:
ଧର୍ମ ବନ୍ଧୁଙ୍କୁ ମହାପ୍ରାସାଦ ବନ୍ଧୁ କୁହାଯାଏ ।

Question ୧୬।
ଉତ୍ସବେର ଅର୍ଥ କ’ଣ ?
Answer:
ପର୍ବପର୍ବ।ଣିମାନଙ୍କରେ

Question ୧୭ ।
କାର୍ଯ୍ୟସାଧକର ଅର୍ଥ କ’ଣ ?
Answer:
କାର୍ଯ୍ୟସାଧନକାରୀ

Question ୧୮।
ସମ୍ମାର୍ଜନର ଅର୍ଥ କ’ଣ ?
Answer:
ଆଶ୍ଵାସନା, ସମାଧାନ ।

Question ୧୯।
ସାପ୍ତପଦୀନ କାହାକୁ କୁହାଯାଏ ?
Answer:
ହିନ୍ଦୁ ବିବାହ ସମୟରେ ବରକନ୍ୟାଙ୍କର ମନ୍ତ୍ର ଉଚ୍ଚାରଣ କରି ସାତୋଟି ମଣ୍ଡଳିରେ ଏକତ୍ର ସାତ ପାହୁଣ୍ଡ ଗମନ ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨୦।
ସଗୋତ୍ର କହିଲେ କ’ଣ ବୁଝ ?
Answer:
ସମାନ ଗୋତ୍ରକୁ ସଗୋତ୍ର କୁହାଯାଏ ।

Question ୨୧।
ସମାନୋଦକ
Answer:
ଚଉଦ ପୁରୁଷ ପର୍ଯ୍ୟନ୍ତ ଜ୍ଞାତିକୁଟୁମ୍ବ ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. କିପରି ବନ୍ଧୁ ପ୍ରକୃତ ବନ୍ଧୁ ?
Answer:
ଫଳପେପ୍‌ସୁ

2. ଭଗବାନଙ୍କୁ କେଉଁ ନାମ ଦିଆଯାଇଛି ?
Answer:
ଦୀନବନ୍ଧୁ

3. ଆଜି ଯେ ବନ୍ଧୁ ତାସନେ କାଲି ସେ ____________________ ପାଲଟିଯିବେ ?
Answer:
ରାତି

4. ବାଘ ଘରେ କାହାର ନାଟ ଲାଗିଥାଏ ?
Answer:
ମିରିଗର

5. ପଦବୀରେ ଥ‌ିବାବେଳେ ବନ୍ଧୁଜନମାନେ କିପରି ମାଡ଼ି ଆସନ୍ତି ?
Answer:
ପିମ୍ପୁଡ଼ି ପରି

6. ପ୍ରାବନ୍ଧିକ ବନ୍ଧୁତାର ନିଶାରେ ଚୁର୍ ଥ‌ିବାବେଳେ ବନ୍ଧୁମାନେ ତାଙ୍କ ଅଣ୍ଟା ବା ପକେଟରୁ କ’ଣ କାଢ଼ି ନେଇଥିଲେ ?
Answer:
କଞ୍ଚ୍

7. ପଦାନଜନିତ ବନ୍ଧୁମାନେ କେଉଁ ସମୟରେ ଭଟ୍ଟା ପଡ଼ିଯିବେ ?
Answer:
ପଦବୀରୁ ଯିବା ପରେ

8. ଯେଉ‍‍ଁମାନଙ୍କ ସହ ଜଡ଼।ତେଲ ମେଣ।ବାଳ ସଂପର୍କ ଥିଲା ପଦବୀ ଯିବାପରେ ସେମାନଙ୍କ ସହ କେଉଁ ସମ୍ପର୍କ ସୃଷ୍ଟି ହେବ ?
Answer:
ଝୋଟ ନିଆଁ

୨. କାହାର କାନ୍ଦୁ କାନ୍ଦୁ ଦିନ ସରେ ନାହିଁ ?
Answer:
ହତଭାଗାର

10. ଯେ ସାହାଯ୍ୟ କରିବାକୁ ଧର୍ମତଃ ବାଧ୍ୟ, ଶେଷରେ ସେ କ’ଣ କରେ ?
Answer:
ଦିହଛପା ଦିଏ

11. କାମ ସରିଗଲେ ବନ୍ଧୁତାର ବନ୍ଧନ କ’ଣ ହୋଇଯାଏ ?
Answer:
ହୁଗୁଳା

12. ଅଧିକାଂଶ ବନ୍ଧୁ ତା କାହା ନାମ ଉପରେ ଗଢ଼ାଯାଇଥାଏ ?
Answer:
ମହାପ୍ରସାଦ ବା ଖୋଦାଙ୍କର

13. ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜନ୍ମ କଟକ ଜିଲ୍ଲାର କେଉଁ ଗ୍ରାମରେ ହୋଇଥିଲା ?
Answer:
ସିଦ୍ଧେଶ୍ଵରପୁର

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

14. ଗଣ୍ଡା-କହିଲେ କେଉଁ ସଂଖ୍ୟାକୁ ବୁଝାଏ ?
Answer:
ଚାରିଗୋଟି

15. ମହାଜନମାନେ ପବିତ୍ର କର୍ତ୍ତବ୍ୟ ଜ୍ଞାନରେ କ’ଣ କରିବାକୁ କହିଯାଇଛନ୍ତି ?
Answer:
ପରୋପକାର

16. ପଦବୀରୁ ଖସିଯିବା ପରେ କେଉଁ ବନ୍ଧୁମାନେ ଭଟ୍ଟା ପଡ଼ିଯିବେ ?
Answer:
ପଦାଧ୍ୟାନଜନିତ ବନ୍ଧୁମାନେ

17. ‘ଦୀନବନ୍ଧୁ’ ନାମ କାହାକୁ ଦିଆଯାଇଛି ?
Answer:
ଭଗବାନଙ୍କୁ

18. କିଏ ଏକା ବନ୍ଧୁ ପଦବାଚ୍ୟ ?
Answer:
ଭଗବାନ୍

19. ଦୀନବନ୍ଧୁ ଙ୍କ ବ୍ୟତୀତ ଅନ୍ୟସବୁ ବନ୍ଧୁତା କିପରି ହୋଇଥାଏ ?
Answer:
ଦେଖା ସୁନ୍ଦର କଖାରୁ ବଡ଼ି ପରି

C ଶୂନ୍ୟସ୍ଥାନ ପୂରଣ କର ।
1. ପ୍ରକୃତ ମିତ୍ର ସର୍ବଦା ମିତ୍ରର ________________ ରେରତ ହୋଇଥା’ନ୍ତି ।
Answer:
ହିତ ସାଧନ

2. ପ୍ରକୃତ ମିତ୍ର ମିତ୍ରଙ୍କର _________________ ବିଷୟମାନ ଗୋପନ ରଖନ୍ତି ।
Answer:
ଗୋପନୀୟ

3. ପ୍ରକୃତ ମିତ୍ର ମିତ୍ରଙ୍କର ________________ ପ୍ରକଟିତ କରନ୍ତି ।
Answer:
ପ୍ରକଟିତ ଗୁଣଗୁଡ଼ିକୁ

4. ପ୍ରକୃତ ମିତ୍ର ମିତ୍ରଙ୍କର _________________ ସମୟରେ ତାଙ୍କ ପାଖେ ପାଖେ ରହନ୍ତି ।
Answer:
ବିପଦ

5. ପ୍ରକୃତ ମିତ୍ର ମିତ୍ରଙ୍କର _______________ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।
Answer:
ସଂପଦ

6. ଅଧିକାଂଶ ବନ୍ଧୁ ପ୍ରାବନ୍ଧିକଙ୍କ ମୁଣ୍ଡରେ ନଡ଼ିଆ ଭାଙ୍ଗି ___________________ ଖାଉଥିଲେ ।
Answer:
ଉଖୁଡ଼ା

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

7. ସଂସାରରେ ଦେଖାଯାଏ ଯେ ଅଧିକାଂଶ ବନ୍ଧୁତା ________________________ ବନ୍ଧୁତା ।
Answer:
କାମର ପିଆରା

8. ଯେ ତୁମ ରକ୍ତରେ ଗଢ଼ା, ସେହି ପୁଣି ତୁମର ______________________ ହୋଇ ଛିଡ଼ା ହୁଏ ।
Answer:
କଟ୍ଟର ଦୁସ୍‌ମନ୍

9. _____________________ ହିଁ ସଂସାରରେ ବହୁ ଅନର୍ଥର ମଞ୍ଜି ।
Answer:
ବାଧ୍ୟବାଧକତା

10. ଫଳର ଆଶା ରଖ୍ ପରୋପକାର କଲେ ସେଠାରେ _________________ ପାଇବ ।
Answer:
ଚିଆଁ

11.‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା ___________________ ।
Answer:
ଗୋପାଳଚନ୍ଦ୍ର ପ୍ରହରାଜ

12. ଲେଖକଙ୍କଠାରୁ ବନ୍ଧୁମାନେ __________________ ହରାଇବା ପରେ ଦୂରେଇ ଗଲେ ।
Answer:
ଧନ, ପ୍ରତିପତ୍ତି ଓ ପଦବୀ

13. ଅଫଳାପେପ୍‌ସୁ ବନ୍ଧୁ ______________________ ବନ୍ଧୁ ପଦବାଚ୍ୟ ।
Answer:
ପ୍ରକୃତ ବନ୍ଧୁ

14. ଲେଖକ ବନ୍ଧୁ ମାନଙ୍କ ହାତ କୁ ____________________ ବଢ।ଇ ଦେଇଥିଲେ ।
Answer:
ବାଡ଼ିଦୁଆର କଞ୍ଚ

15. ‘ଜଡ଼ାତେଲ ମେଣ୍ଢାବାଳ’ ସମ୍ପର୍କର ଅର୍ଥ ___________________ ।
Answer:
ଅତି ନିବିଡ଼ ସମ୍ପର୍କ

16. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା _________________ ।
Answer:
ଗୋପାଳ ଚନ୍ଦ୍ର ପ୍ରହରାଜ

17. ପ୍ରାବନ୍ଧିକଙ୍କ ଜୀବନର ପ୍ରଥମ ଦଶ ବର୍ଷ ________________ ଅବସ୍ଥାରେ ବିତିଥିଲା ।
Answer:
ଅଣହେଜ

18. ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ପ୍ରାବନ୍ଧିକଙ୍କର_______________ ଆଳାପ ପରିଚୟ ହୋଇଅଛି ।
Answer:
ସାପ୍ତପଦୀନ

19. ପ୍ରାବନ୍ଧିକଙ୍କର ___________________ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ।
Answer:
ଦୁନିଆ ରୀତି ଏ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

20. ପ୍ରକୃତ ମିତ୍ର ମିତ୍ରଙ୍କୁ ________________ ରୁ ନିବୃତ୍ତ କରାନ୍ତି ।
Answer:
ପାପ

21. କେତେକ ବନ୍ଧୁ ସେମାନଙ୍କ ଈପ୍‌ସିତ କାର୍ଯ୍ୟ ହାସଲ କରିସାରିବା ପରେ _________________ ଙ୍କୁ ଅନୁସରଣ କଲେ ।
Answer:
ବିପକ୍ଷ

22. ରାଜଦ୍ଵାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ __________________ ।
Answer:
ବାନ୍ଧବ

23. ____________________ ସମୟର ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ।
Answer:
ଫଳକାମନା ବିରହିତ

24. ________________ ସମୟର ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ।
Answer:
ବିପଦ

25. ଦୃଢ଼ ରକ୍ତ ସମ୍ପର୍କ, ଦୃଢ଼ କର୍ମ ସମ୍ପର୍କ ଆଦି ଜନିତ ବନ୍ଧୁତାକୁ _______________________ ବୋଲାଯାଇ ନପାରେ ।
Answer:
ବନ୍ଧୁତା

26. ବନ୍ଧୁତା – ବନ୍ଧନ ହୁଗୁଳା ହୋଇଗଲା ପରେ ପ୍ରାବନ୍ଧିକଙ୍କର _______________ ଟି ବନ୍ଧୁଙ୍କ ଅକ୍ତିଆରରେ ରହିଗଲା ।
Answer:
କଞ୍ଚ୍

27. ପ୍ରାବନ୍ଧିକ ମହାପ୍ରସାଦ ବା ଖୋଦାଙ୍କ ନାମର ନିଶାରେ ଚୁର ଥିବାବେଳେ ତାଙ୍କ ଅଣ୍ଟାରୁ ବା ପକେଟରୁ ବନ୍ଧୁମାନେ _______________ କାଢ଼ି ନେଇଥିଲେ ।
Answer:
କଞ୍ଚ୍

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ଭଗବାନଙ୍କୁ ଦୀନବନ୍ଧୁ ନାମ ଦିଆଯାଇଛି ।
Answer:
ଠିକ୍

2. ଆଜି ଯେ ବନ୍ଧୁତାସନେ କାଲି ସେ ନିଜର ପାଲଟିଯିବେ ।
Answer:
ଭୁଲ୍

3.ଯେଉଁମାନଙ୍କ ସହ ‘ଜଡ଼ାତେଲ ମେଣ୍ଢାବାଳ’ ସଂପର୍କ ଥିଲା ପଦବୀ ଯିବାପରେ ସେମାନଙ୍କ ସହ ଉତ୍ତମ ସମ୍ପର୍କ ସୃଷ୍ଟି ହେବ ।
Answer:
ଭୁଲ୍

4. ସ୍ୱାର୍ଥ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।
Answer:
ଠିକ୍

5. ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜନ୍ମ କଟକ ଜିଲ୍ଲାର ସିଦ୍ଧେଶ୍ଵରପୁର ଗ୍ରାମରେ ହୋଇଥିଲା ।
Answer:
ଠିକ୍

6. ‘ଦୀନବନ୍ଧୁ’ ନାମ ଗୋପବନ୍ଧୁଙ୍କୁ ଦିଆଯାଇଛି ।
Answer:
ଭୁଲ୍

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

7. ପ୍ରକୃତ ମିତ୍ର ମିତ୍ରଙ୍କର ସଂପଦ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।
Answer:
ଠିକ୍

8. ‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା ଗୋପବନ୍ଧୁ ଦାସ ।
Answer:
ଭୁଲ୍

9. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା ଗୋପାଳଚନ୍ଦ୍ର ପ୍ରହରାଜ ।
Answer:
ଠିକ୍

10. ପ୍ରାବନ୍ଧିକଙ୍କର ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ।
Answer:
ଠିକ୍

11. ପ୍ରକୃତ ମିତ୍ର ମିତ୍ରଙ୍କୁ ସତ୍‌ରୁ ନିବୃତ୍ତ କରାନ୍ତି |
Answer:
ଭୁଲ୍

12. କେତେକ ବନ୍ଧୁ ସେମାନଙ୍କ ଈପ୍‌ସିତ କାର୍ଯ୍ୟ ହାସଲ କରିସାରିବା ପରେ ବିପକ୍ଷଙ୍କୁ ଅନୁସରଣ କଲେ ।
Answer:
ଠିକ୍

13. ଦୃଢ଼ ରକ୍ତ ସମ୍ପର୍କ, ଦୃଢ଼ କର୍ମ ସମ୍ପର୍କ ଆଦି ଜନିତ ବନ୍ଧୁତାକୁ ବନ୍ଧୁତା ବୋଲାଯାଇ ନପାରେ ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା କିଏ ?
(A) ଗୋପାଳଚନ୍ଦ୍ର ଛୋଟରାୟ
(B) ଗୋପାଳଚନ୍ଦ୍ର ପ୍ରହରାଜ
(C) ଗୋପାଳଚନ୍ଦ୍ର ଘୋଷ
(D) ଗୋପାଳଚନ୍ଦ୍ର ମିଶ୍ର
Answer:
(B) ଗୋପାଳଚନ୍ଦ୍ର ପ୍ରହରାଜ

2. ଗୋପାଳଚନ୍ଦ୍ର ପ୍ରହରାଜ ଓଡ଼ିଆ ସାହିତ୍ୟରେ କେଉଁ ଭାବରେ ପ୍ରସିଦ୍ଧ ଥିଲେ ?
(A) ଔପନ୍ୟାସିକ
(B) ଗାଳ୍ପିକ
(C) ସଂଗ୍ରାହକ
(D) ରମ୍ୟରଚକ
Answer:
(D) ରମ୍ୟରଚକ

3. ଲେଖକ ଗୋପାଳଚନ୍ଦ୍ର ପ୍ରହରାଜ ଠେକିକରି କ’ଣ କରିନାହାନ୍ତି ?
(A) ହେଜି ନାହାନ୍ତି
(B) ଶିଖୁ ନାହାନ୍ତି
(C) ଚେତି ନାହାନ୍ତି
(D) ଚିନ୍ତି ନାହାନ୍ତି
Answer:
(B) ଶିଖୁ ନାହାନ୍ତି

4. ବହୁ ସହସ୍ର ବ୍ୟକ୍ତିଙ୍କ ସହିତ ଲେଖକଙ୍କର କିପରି ଆଳାପ ପରିଚୟ ହୋଇଛି ?
(A) ପାଞ୍ଚପଦୀନ
(B) ଦ୍ବିପଦୀନ
(C) ସାପ୍ତପଦୀନ
(D) ଅଷ୍ଟପଦୀନ
Answer:
(C) ସାପ୍ତପଦୀନ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

5. ହତଭାଗାର ଦିନ କିପରି ସରେ ନାହିଁ ?
(A) ହସୁହସୁ
(B) କାନ୍ଦୁକାନ୍ଦୁ
(C) ଲେଖୁ ଲେଖୁ
(D) ଦେଖୁ ଦେଖୁ
Answer:
(B) କାନ୍ଦୁକାନ୍ଦୁ

6. ସଂସାରରେ ଅଧିକାଂଶ ବନ୍ଧୁତା କିପରି ?
(A) ନାମର ପିଆରା
(B) ଧନର ପିଆରା
(C) କାମର ପିଆରା
(D) ଛଳନାର ପିଆରା
Answer:
(C) କାମର ପିଆରା

7. କାମ ହାସଲ କରିସାରି ଲେଖକଙ୍କ ବନ୍ଧୁମାନେ କାହାକୁ ଅନୁସରଣ କଲେ ?
(A) ଲେଖକଙ୍କୁ
(B) ନିଜନିଜକୁ
(C) ଲେଖକଙ୍କ ବିପକ୍ଷକୁ
(D) ମହାତ୍ମାମାନଙ୍କୁ
Answer:
(C) ଲେଖକଙ୍କ ବିପକ୍ଷକୁ

8. ଉପକାରୀଠାରୁ ପ୍ରତିବଦଳରେ କ’ଣ ଧର୍ମତଃ ପ୍ରାପ୍ୟ ଅଟେ ?
(A) ପାଉଣା
(B) କୃତଜ୍ଞତା
(C) ପ୍ରତ୍ଯୁପକାର
(D) ପ୍ରତ୍ୟୁପକାର ବା କୃତଜ୍ଞତା
Answer:
(D) ପ୍ରତ୍ୟୁପକାର ବା କୃତଜ୍ଞତା

9. ଫଳ ଆଶା ରଖ୍ ପରୋପକାର ବା ବନ୍ଧୁତା କଲେ କ’ଣ ପାଇବ ?
(A) ଦଣ୍ଡ
(B) ଧୋକ୍କା
(C) ଚିଆଁ
(D) ପ୍ରତିହିଂସା
Answer:
(C) ଚିଆଁ

10. ଭଗବାନ୍‌ଙ୍କୁ କେଉଁ ନାମ ଦିଆଯାଇଛି ?
(A) ବ୍ରଜବନ୍ଧୁ
(B) ଦୀନବନ୍ଧୁ
(C) ହରିବନ୍ଧୁ
(D) ଦୁଃଖୀବନ୍ଧୁ
Answer:
(B) ଦୀନବନ୍ଧୁ

11. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା କିଏ ?
(A) ଗୋପାଳ ଚନ୍ଦ୍ର ପ୍ରହରାଜ
(B) ଦୀନକୃଷ୍ଣ ଦାସ
(C) ଗୋପବନ୍ଧୁ ଦାସ
(D) ଗୋଲୋକବିହାରୀ ଧଳ
Answer:
(A) ଗୋପାଳ ଚନ୍ଦ୍ର ପ୍ରହରାଜ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

12. ପ୍ରାବନ୍ଧିକଙ୍କ ଜୀବନର ପ୍ରଥମ ଦଶ ବର୍ଷ କେଉଁ ଅବସ୍ଥାରେ ବିତିଥିଲା ?
(A) କିଶୋର ଅବସ୍ଥାରେ
(B) ଅଣହେଜ ଅବସ୍ଥାରେ
(C) ଯୁବକାବସ୍ଥାରେ
(D) ବୃଦ୍ଧାବସ୍ଥାରେ
Answer:
(B) ଅଣହେଜ ଅବସ୍ଥାରେ

13. ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ପ୍ରାବନ୍ଧିକଙ୍କର କେଉଁ ଆଳାପ ପରିଚୟ ହୋଇଅଛି ?
(A) ଏକପଦୀନ
(B) ବହୁପଦୀନ
(C) ପଞ୍ଚପଦୀନ
(D) ସାପ୍ତପଦୀନ
Answer:
(D) ସାପ୍ତପଦୀନ

14. ପ୍ରାବନ୍ଧିକଙ୍କର କେଉଁ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ?
(A) ନନାଙ୍କ ବସ୍ତାନି
(B) ବାଈମହାନ୍ତି ପାଞ୍ଜି
(C) ଦୁନିଆ ରୀତି ଏ
(D) ଦୁନିଆର ହାଲଚାଲ
Answer:
(C) ଦୁନିଆ ରୀତି ଏ

15. ପ୍ରକୃତ ମିତ୍ର ମିତ୍ରଙ୍କୁ କେଉଁଥୁରୁ ରୁ ନିବୃତ୍ତ କରାନ୍ତି ?
(A) ପାପ
(B) କାର୍ଯ୍ୟ
(C) କୁସଙ୍ଗ
(D) ସ୍ଵାର୍ଥସାଧନ
Answer:
(A) ପାପ

16. ପ୍ରକୃତ ମିତ୍ର ସର୍ବଦା ମିତ୍ରର କେଉଁଥରେ ରତ ହୋଇଥା’ନ୍ତି ?
(A) ସ୍ଵାର୍ଥ ସିଦ୍ଧି
(B) କାମନା ପ୍ରାପ୍ତି
(C) ହିତ ସାଧନ
(D) ଅହିତ ସାଧନ
Answer:
(C) ହିତ ସାଧନ

17. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ବିଷୟମାନ ଗୋପନ ରଖନ୍ତି ?
(A) ବଦଭ୍ୟାସ
(B) ଗୋପନୀୟ
(C) କାର୍ଯ୍ୟସମୂହ
(D) ପ୍ରଶଂସା
Answer:
(B) ଗୋପନୀୟ

18. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ଗୁଣକୁ ପ୍ରକଟିତ କରନ୍ତି ?
(A) ବଦ୍‌ଗୁଣକୁ
(B) ସଦ୍‌ଗୁଣକୁ
(C) ଦୁର୍ଗୁଣକୁ
(D) ଅପ୍ରକଟିତ ଗୁଣଗୁଡ଼ିକୁ
Answer:
(D) ଅପ୍ରକଟିତ ଗୁଣଗୁଡ଼ିକୁ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

19. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ସମୟରେ ତାଙ୍କ ପାଖେ ପାଖେ ରହନ୍ତି ?
(A) ସଂପଦ
(B) ବିପଦ
(C) ସୁଖ
(D) ଯେକୌଣସି
Answer:
(C) ସୁଖ

20. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ?
(A) ବିପଦ
(B) ଯେକୌଣସି ସମୟରେ
(C) ସଂପଦ
(D) ଦୁଃଖ
Answer:
(B) ଯେକୌଣସି ସମୟରେ

21. ଲେଖକଙ୍କଠାରୁ ବନ୍ଧୁମାନେ କେତେବେଳେ ଦୂରେଇ ଗଲେ ?
(A) ଚାକିରି ଗଲାପରେ
(B) ଆଇନ ବ୍ୟବସାୟ କଲାପରେ
(C) ଧନ, ପ୍ରତିପରି ଓ ପଦବୀ ହରାଇଲା ପରେ
(D) ସହରରେ ରହିଲାପରେ
Answer:
(C) ଧନ, ପ୍ରତିପରି ଓ ପଦବୀ ହରାଇଲା ପରେ

22. କେଉଁ ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ?
(A) ଅଫଳପେପ୍‌ସୁ
(B) ଧର୍ମବନ୍ଧୁ
(C) ସଗୋତ୍ର ବନ୍ଧୁ
(D) ସାକୁଲ୍ୟ ବନ୍ଧୁ
Answer:
(A) ଅଫଳପେପ୍‌ସୁ

ପ୍ରାବନ୍ଧିକଙ୍କ ପରିଚୟ :

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 5

ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ଜଣେ ପ୍ରସିଦ୍ଧ ରମ୍ୟରଚକ ଭାବେ ଖ୍ୟାତି ଲାଭ କରିଥିବା ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ସମସାମୟିକ ସାମାଜିକ ଜୀବନ ବିଶ୍ଳେଷଣ କରିବାରେ ଅପୂର୍ବ ବିନ୍ଧାଣି । ଶାଣିତ ବ୍ୟଙ୍ଗ ଓ ବିଦ୍ରୂପ ମାଧ୍ୟମରେ ସମସ୍ତ ସାମାଜିକ ଅପଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ସ୍ବୀୟ ସହାନୁଭୂତିର ତୀବ୍ରତାକୁ ବ୍ୟକ୍ତିତ୍ଵ ରସରେ ରସାଣିତ କରି ସରଳ ସାବଲୀଳ ତଥା ଲୋକମୁଖର ଭାଷାରେ କରିଛନ୍ତି ଉପସ୍ଥାପନ । ରମଣୀୟତା, ବାକ୍‌ଚାତୁରୀ ତଥା ହାସ୍ୟରସରେ ରସାଣିତ ପ୍ରାବନ୍ଧିକଙ୍କ କୃତିରାଜିର ସ୍ଵତନ୍ତ୍ର ଆବେଦନ ପାଠକ ହୃଦୟକୁ ସତତ ଆକର୍ଷିତ କରିଥାଏ– ଏହା ନିଃସନ୍ଦେହ ।

ପ୍ରାବନ୍ଧିକଙ୍କ ଆଭିମୁଖ୍ୟ :
‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଙ୍କଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ଦୁନିଆର ରୀତି, ବନ୍ଧୁତା ନାମରେ ଛଳନା, ତିକ୍ତତା, ପ୍ରକୃତ ବନ୍ଧୁତାର ମହତ୍ତ୍ଵ ସମ୍ପର୍କରେ ଉପସ୍ଥାପନ କରିଛନ୍ତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ପ୍ରବନ୍ଧର ସାରମର୍ମ :
ଜୀବନର ପ୍ରଥମ ଦଶବର୍ଷ ଅଜ୍ଞାନ ଅବସ୍ଥାରେ ଅତିବାହିତ ହେବାପରେ ହେତୁ ପାଇବା ଦିନଠାରୁ ସତାବନ ବର୍ଷ ପର୍ଯ୍ୟନ୍ତ ପ୍ରାବନ୍ଧିକ ନାନା କ୍ଷେତ୍ରରେ, ନାନା ପ୍ରସଙ୍ଗରେ, ନାନା ଅବସ୍ଥା ତଥା ସ୍ଥାନରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ସେଥିରୁ କିଛି ଶିକ୍ଷା କରି ନ ପାରିବା ହିଁ ତାଙ୍କ ପାଇଁ ଗଭୀର ଅନୁତାପର ବିଷୟ ହୋଇ ରହିଯାଇଛି । ଏହି ଦୀର୍ଘକାଳ ମଧ୍ୟରେ ତାଙ୍କର ଜନ୍ମ, ବିବାହ, ସମାଜ, କର୍ମକ୍ଷେତ୍ର, ସଂସାର, ବ୍ୟବସାୟ, ସାହିତ୍ୟ ଏହିପରି ଅନେକ କାରଣବଶତଃ ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ତଥା ଦୃଢ଼ତର ସମ୍ପର୍କ ହୋଇଅଛି । କେତେକଙ୍କ ସହିତ ସୌହାର୍ଘ୍ୟ ତଥା ବନ୍ଧୁତା ସ୍ଥାପିତ ହୋଇଛି ।

ସେମାନଙ୍କ ମଧ୍ୟରୁ କେତେକ ମହାପ୍ରସାଦ ବନ୍ଧୁ ବା ପ୍ରୀତିବନ୍ଧୁ, ସଗୋତ୍ର ଓ ଅସଗୋତ୍ର ବନ୍ଧୁ, ସପିଣ୍ଡ ଓ ଅସପିଣ୍ଡ ବନ୍ଧୁ, ସମାନୋଦକ ଓ ଅସମାନୋଦକ ବନ୍ଧୁ, ସାକୁଲ୍ୟ ଓ ଅସାକୁଲ୍ୟ ବନ୍ଧୁ, ସମଧର୍ମୀ ଓ ଅସମଧର୍ମୀ ବନ୍ଧୁ, ସମକର୍ମା ଓ ଅସମକର୍ମା ବନ୍ଧୁ, ସହପାଠୀ ଓ ଅସହପାଠୀ ବନ୍ଧୁ, ସହଯୋଗୀ ଓ ଅସହଯୋଗୀ ବନ୍ଧୁ, ସମଲେଖକ ଓ ଅସମଲେଖକ ବନ୍ଧୁ, ସମଦଶାପନ୍ନ ଓ ଅସମଦଶାପନ୍ନ ବନ୍ଧୁ ଅଛନ୍ତି । ସେହି ସମ ଓ ଅସମ ତାଲିକାରେ ବିଷମ ବିଶେଷଣ ବିଶିଷ୍ଟ ବନ୍ଧୁମାନେ ମଧ୍ୟ ଅଛନ୍ତି । ସେମାନଙ୍କ ସହିତ ଆଭାଷଣପୂର୍ବ ସାପ୍ତପଦୀନଠାରୁ ଆରମ୍ଭ କରି କରମର୍ଦ୍ଦନ, ତୈଳମର୍ଦ୍ଦନ, ଆଲିଙ୍ଗନ, କାଗଜ କଲମ, ସମାଲୋଚନ, ଡାକଘର ଜରିଆରେ ରେଜିଷ୍ଟରି, ମନିଅର୍ଡର, ଟେଲିଫୋନ୍, ଗ୍ରାମଫୋନ୍, ଟକୀ, ସିନେମା, ପୁସ୍ତକାଦିର ମୁଦ୍ରଣ, ପ୍ରକାଶ ଓ ପ୍ରଚାର ମାଧ୍ୟମରେ ବନ୍ଧୁତ୍ଵ ସ୍ଥାପନ ହୋଇଥିଲା । ଏତଦ୍‌ବ୍ୟତୀତ ‘ଉତ୍ସବେ ବ୍ୟସନେବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ, ରାଜଦ୍ଵାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବ ’’ଏହି ଉକ୍ତି ଅନୁଯାୟୀ ବହୁ ବନ୍ଧୁଙ୍କର ସମାଗମ ମଧ୍ୟ ହୋଇଥିଲା ।

ପଣ୍ଡିତମାନଙ୍କ ମତରେ ସତ୍ ମିତ୍ରର ଲକ୍ଷଣ ହେଲା– ପ୍ରକୃତ ମିତ୍ର ମିତ୍ରକୁ ପାପକାର୍ଯ୍ୟରୁ ନିବୃତ୍ତ କରାନ୍ତି । ସର୍ବଦା ମିତ୍ରଙ୍କର ହିତସାଧନରେ ରତ ହୁଅନ୍ତି, ମିତ୍ରଙ୍କର ଗୋପନୀୟ ବିଷୟକୁ ଗୋପନ ରଖ୍ ସହିତ ଅପ୍ରକଟିତ ଗୁଣକୁ ପ୍ରକଟିତ କରନ୍ତି । ସମ୍ପଦ କାଳରେ ମିତ୍ରଙ୍କ ନିକଟରେ ରହିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ; କିନ୍ତୁ ବିପଦ କାଳରେ ପାଖେ ପାଖେ ରହିଥା’ନ୍ତି । ପ୍ରାବନ୍ଧିକ ବିଗତ ସତାବନ ବର୍ଷ ମଧ୍ୟରେ ଅର୍ଜିତ ବନ୍ଧୁମାନଙ୍କୁ ପ୍ରକୃତ ବନ୍ଧୁର ସେହି କଷଟି ପଥରରେ ପରୀକ୍ଷା କରି ଚାରିଜଣ ପ୍ରକୃତ ବନ୍ଧୁ ମଧ୍ୟ ପାଇପାରିଲେ ନାହିଁ । ସେମାନଙ୍କ ମଧ୍ୟରୁ କେତେକ ଧନରେ ମୁଗ୍ଧ ହୋଇ ମିତ୍ରତା କରିଥିଲେ ତ, କେତେକ ପ୍ରତିପତ୍ତି ଯୋଗୁଁ, ଆଉ କେତେକ ପଦବୀ ଯୋଗୁଁ ସେମାନଙ୍କ ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟ ସାଧନ ନିମନ୍ତେ ଖାଉଥିଲେ; କିନ୍ତୁ ସାପ ଦେହରୁ କାତି ଛାଡ଼ିଗଲା ପରି ପ୍ରାବନ୍ଧିକଙ୍କ ପାଖରୁ ଧନ, ପ୍ରତିପତ୍ତି, ପଦବୀ, କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ସେହି ବନ୍ଧୁମାନେ ସମ୍ପୂର୍ଣ୍ଣଭାବେ ଉଭେଇଗଲେ ।

କାର୍ଯ୍ୟହାସଲ ଉଦ୍ଦେଶ୍ୟ ରଖ୍ ବନ୍ଧୁତା ସ୍ଥାପନ କରିଥିବା ବନ୍ଧୁମାନଙ୍କ ମଧ୍ୟରୁ ଅଧିକାଂଶ ମହାପ୍ରସାଦ ବା ଖୋଦାଙ୍କ ନାମରେ ବନ୍ଧୁତ୍ବ କରିଥା’ନ୍ତି । ସେହି ମହାପ୍ରସାଦ ବା ଖୋଦାଙ୍କ ନାମ ନିଶାରେ ପ୍ରାବନ୍ଧିକ ସେମାନଙ୍କ ହାତକୁ ତାଙ୍କ ବାଡ଼ିଦୁଆରର ଗଳିକବାଟର କଞ୍ଚୁ ବଢ଼ାଇ ଦେଇଥିଲେ । ଅର୍ଥାତ୍ ବନ୍ଧୁତ୍ଵର ଦୃଢ଼ବିଶ୍ଵାସ ମଧ୍ୟରେ ସେମାନେ ସମସ୍ତ ଦୁର୍ବଳତାକୁ ଜାଣିଯାଇଥିଲେ । କାର୍ଯ୍ୟ ହାସଲ ପରେ ବନ୍ଧୁତ୍ଵର ବନ୍ଧନ ହୁଗୁଳା ହୋଇଗଲା । ଭବିଷ୍ୟତରେ ଅଧିକ ଉପକାର ହେବା ଆଶାରେ ସେମାନେ ବିପକ୍ଷଙ୍କୁ ଆଶ୍ରାକରି ପ୍ରାବନ୍ଧିକଙ୍କ ନାମରେ ଦୁର୍ନାମ ରଟିବା, ତାଙ୍କ ବିରୋଧରେ ଧର୍ମାଧ୍ଵରଣରେ, ସମାଜର ଇଜ୍‌ଲାସରେ ମଧ୍ୟ ସାକ୍ଷ୍ୟ ଦେବାକୁ କୁଣ୍ଠାବୋଧ କଲେ ନାହିଁ ।

ଦିନେ ଜଣେ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ କହିଲେ– ‘ଅମୁକ ଆପଣଙ୍କ ନାମରେ ଭାରି ଦୁର୍ନାମ ରଟନା କରୁଛନ୍ତି ।’’ ମହାପୁରୁଷ ନୀରବ ରହିବାରୁ ରିପୋର୍ଟକାରୀ ନୀରବତାର କାରଣ ପଚାରିଲେ । ଈଶ୍ଵରଚନ୍ଦ୍ର ଉତ୍ତର ଦେଲେ, ‘ନିନ୍ଦାକାରୀଙ୍କର ମୁଁ କେବେ କୌଣସି ଉପକାର କରିଛି କି ନାହିଁ ଏହି କଥାର ହେଜ କରୁଥୁଲି । ମୁଁ ତାଙ୍କର କେବେ କିଛି ଉପକାର କରିଛି ବୋଲି ମୋର ସ୍ମରଣ ହେଉନାହିଁ; ଏପରି ଅବସ୍ଥାରେ ସେ କାହିଁକି ମୋ ଦୁର୍ନାମ କରିବାରେ ମାତିଛନ୍ତି, ମୁଁ ବୁଝି ପାରୁନାହିଁ ।’’

ବହୁକ୍ଷେତ୍ରରେ ଦେଖାଯାଏ ଯେ ତୁମେ ଯାହାଙ୍କର ଉପକାର କରିଥାଅ, ଯିଏ ତୁମ ଅନ୍ନରେ ପ୍ରତିପାଳିତ, ତୁମ ସ୍ୱାର୍ଥତ୍ୟାଗ ଓ ପରିଶ୍ରମର ଫଳରେ ଯିଏ ମଣିଷ ହୋଇଛି, ଯିଏ ତୁମ ରକ୍ତରେ ଗଢ଼ା, ସେ ହିଁ ତୁମର ପ୍ରଧାନ ଶତ୍ରୁ ଭାବରେ ଛିଡ଼ାହେବ । ଉପକାର ବଦଳରେ ପ୍ରତ୍ଯୁପକାର ବା ଅନ୍ତତଃ କୃତଜ୍ଞତା ତାଙ୍କଠାରୁ ମୋର ପ୍ରାପ୍ୟ ଏବଂ ସେହି ପାଉଣା ପରିଶୋଧ କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ସଂସାରରେ ବହୁ ଅନର୍ଥର ମଞ୍ଜି । କିନ୍ତୁ ଆପଣ ଯେଉଁମାନଙ୍କର କିଛି ଉପକାର କରି ନାହାନ୍ତି କିମ୍ବା ଯିଏ ଆପଣଙ୍କୁ ସାହାଯ୍ୟ କରିବେ ବୋଲି ସ୍ବପ୍ନରେ ଭାବିନାହାନ୍ତି ସେ ହିଁ ସ୍ୱତଃ ପ୍ରଣୋଦିତ ହୋଇ ଆସି ଆପଣଙ୍କୁ ବିପଦବେଳେ ସାହାଯ୍ୟ କରିବେ । ଅପର ପକ୍ଷରେ ଆପଣଙ୍କ ଉପକାରର ପ୍ରତି ଉପକାର କରିବାକୁ ଯିଏ ଧର୍ମତଃ ବାଧ୍ୟ, ସେ ଦିହଛପା ଦେବେ ବରଂ ଆପଣଙ୍କୁ ଅକଳରେ ପଡ଼ିଥିବା ଦେଖୁ ସେତେବେଳେ ଥଣ୍ଟରେ ଠେଙ୍ଗୁରେ ଠକ୍ ଠକ୍ କରି ହାଣିବାକୁ ପଶ୍ଚାତ୍‌ପଦ ହେବେ ନାହିଁ । ଏହାହିଁ ପ୍ରାବନ୍ଧିକଙ୍କ ସତାବନ ବର୍ଷର ଅନୁଭବ ।

ମହାଜନମାନେ କହିଛନ୍ତି– ଫଳର କାମନା ନରଖ୍, ପ୍ରତ୍ଯୁପକାର ବା ପରିଶୋଧ ପ୍ରାପ୍ତିର ଆଶା ନକରି ବନ୍ଧୁତା ସ୍ଥାପନ କରିବା ଉଚିତ । ଅନ୍ୟଥା ପରାଭବ ପାଇବା ସୁନିଶ୍ଚିତ । ଏ ସଂସାରରେ ନିଃସ୍ୱାର୍ଥ ବନ୍ଧୁତା ତଥା ଫଳ-କାମନା ବିରହିତ ପରୋପକାର ବିରଳ । ଦୃଢ଼ ରକ୍ତସମ୍ପର୍କ ତଥା ଦୃଢ଼ କର୍ମସମ୍ପର୍କ ଆଦିଜନିତ ବନ୍ଧୁତ୍ୱ, ବନ୍ଧୁତ୍ବ ପଦବାଚ୍ୟ ନୁହେଁ । ବିପଦର ବନ୍ଧୁ ବା ଉଦ୍ଦେଶ୍ୟବିହୀନ ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ସେଥ‌ିପାଇଁ ଭଗବାନଙ୍କର ନାମ ଦୀନବନ୍ଧୁ । ସେ ହିଁ ବନ୍ଧୁ ପଦବାଚ୍ୟ । ଅନ୍ୟ ସବୁ ବନ୍ଧୁତ୍ଵ ‘ଦେଖା-ସୁନ୍ଦର କଖାରୁ ବଡ଼ି’ ଅର୍ଥାତ୍ ବାହାରକୁ ସୁନ୍ଦର ଭିତରେ ଫମ୍ପା । ଏତଦ୍‌ବ୍ୟତୀତ ଅନ୍ୟ ସମସ୍ତ ବନ୍ଧୁତ୍ବ ମଧ୍ଯରେ ସ୍ଵାର୍ଥ ସାଧନର ଲାଳସା ସନ୍ନିହିତ ।

ଯେଉଁ ପଦବୀରେ ବହୁ ଲୋକଙ୍କ ଉପକାର କରିବା ସହିତ ଦୁଃଖ ମଧ୍ୟ ଦେଇହେବ, ଅନେକଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବା ସଙ୍ଗେ ସଙ୍ଗେ ବହୁ ଲୋକଙ୍କ ଗୋଛି ଓ ଗଳା କାଟିହେବ, ସେପରି ପଦବୀରେ ପାଦଦେବା ମାତ୍ରେ ପଙ୍ଗପାଳ ପରି ବହୁ ବନ୍ଧୁଜନ ମାଡ଼ିଆସିବେ । ଉଦ୍ଦେଶ୍ୟ ସାଧନ ନିମନ୍ତେ ଧନ-ଜନ-ଗୋପ-ଲକ୍ଷ୍ମୀ, ମାନ-ସମ୍ମାନ ସବୁକିଛି ସମର୍ପଣ କରିବାକୁ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକତ, ଆକାଶ କର୍ଲା ପ୍ରଭୃତି ଅସମ୍ଭବ ପଦାର୍ଥ ଆଣି ଭେଟି ଦେବାକୁ ବାହାରି ପଡ଼ିବେ ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

କିନ୍ତୁ ଈଶ୍ଵରଙ୍କ ଦୟାରୁ ହେଉ ବା ଦୟାହୀନତାରୁ ହେଉ, ସେ ପଦବୀରୁ ଖସିବା ପରେ ରାତ୍ରି ପାହିବା ପୂର୍ବରୁ ସମସ୍ତ ବନ୍ଧୁ ଛାଡ଼ି ଚାଲିଯାଇଥିବେ । ବରଂ ବିପକ୍ଷ ବା ଶତ୍ରୁଙ୍କ ସହ ମିଶି ତୁମ ବିରୋଧରେ ଅସ୍ତ୍ରଧରି ଆଘାତ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେବେ ନାହିଁ । ଯେଉଁମାନଙ୍କ ସହିତ ଦିନେ‘ଜଡ଼ାତେଲ ମେଣ୍ଢାବାଳ’ (ଅତି ଆପଣାର) ସମ୍ପର୍କ ଥିଲା ସେମାନଙ୍କ ସହିତ ‘ଝୋଟ ନିଆଁ’ (ଘୋର ଶତ୍ରୁତା) ସମ୍ପର୍କ ସୃଷ୍ଟି ହେବ । ଦୁର୍ବଳତା ଶତ୍ରୁ ବା ବିପକ୍ଷଙ୍କ ହାତରେ ପଡ଼ିବା ମାତ୍ରେ ବନ୍ଧୁ-ବନ୍ଧୁଙ୍କ ମଧ୍ୟରେ ଲାଗିବ ସଂଘର୍ଷ । ବାଘଘରେ ଲାଗିବ ମିରିଗର ନାଟ । ଶେଷରେ ସମସ୍ତେ ବିସ୍ମୟାନ୍ବିତ ହୋଇ କହିବେ–
‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’’

ବିଷୟଗତ ଶବ୍ଦାବଳୀ ଓ ଉତ୍ତର

ଅଣହେଜ – ସ୍ମରଣ ନ କରିବା|ହେତୁ ନ କରିବା ।
ଆଳାପ – ଗପସପ ।
ଠେକିଛି – ଅନୁଭବରୁ ଶିଖୁଛି ।
ସୌହାଦ୍ଦ୍ୟ – ପ୍ରୀତି, ବନ୍ଧୁତ୍ଵ ।
ବୁଝି ପାରିବା – ବୁଝିପାରିବା ।
ଅନ୍ୟ ପ୍ରତି ଦୋଷାରୋପ କରିବା ।
ରାଷ୍ଟ୍ର ବିପ୍ଳବ – ଦେଶରେ ଆନ୍ଦୋଳନ ।
ପ୍ରକାଟିତ – ପ୍ରକାଶିତ ।
ସମ୍ପଦ କାଳରେ – ସମୃଦ୍ଧି ବେଳରେ ।
ପୁଞ୍ଜିଏ – ଚାବିଜଣ
ପ୍ରତିପତ୍ତ – ସମ୍ମାନ/ପ୍ରତିଷ୍ଠା ।
କଞ୍ଚ୍ – ଚାବି ।
ଦୁର୍ନ।ମ – ବଦ୍‌ନାମ, ନିନ୍ଦା ।
ମୁଗ୍ଧ – ବିମୋହିତ ।
ବିଷମ – ଅସମାନ/ଦୁଃସହ
ଚପୋଟ ମୁଖ୍ୟାଦି – ଚାପଡ଼ା ଓ ବିଧା ।
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 3
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 4

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 1.
ନିମ୍ନ ପରିସ୍ଥିତିମାନଙ୍କର ବିପରୀତ ପରିସ୍ଥିତି ଲେଖ ।
(କ) ଜନସଂଖ୍ୟା ବୃଦ୍ଧି
ସମାଧାନ:
ଜନସଂଖ୍ୟା ହ୍ରାସ

(ଖ) ବ୍ୟାଙ୍କରେ ଟଙ୍କା ଜମା କରିବା
ସମାଧାନ:
ବ୍ୟାଙ୍କରୁ ଟଙ୍କା ଉଠାଇବା

(ଗ) ବ୍ୟୟ କରିବା
ସମାଧାନ:
ଆୟ କରିବା

(ଘ) ଉତ୍ତରକୁ ଯିବା
ସମାଧାନ:
ଦକ୍ଷିଣକୁ ଯିବା

(ଙ) ତାପମାତ୍ରା ହ୍ରାସ
ସମାଧାନ:
 ତାପମାତ୍ରା ବୃଦ୍ଧି

(ଚ) 500 ଖ୍ରୀଷ୍ଟାବ୍ଦ
ସମାଧାନ:
500 ଖ୍ରୀଷ୍ଟପୂର୍ବ

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 2.
‘+’ ବା ‘–’ ଚିହ୍ନ ବ୍ୟବହାର କରି ଲେଖ ।
(କ) 400 ଟଙ୍କା ଲାଭ
ସମାଧାନ:
+400 ଟଙ୍କା

(ଖ) ଡାହାଣକୁ 4 କି.ମି.
ସମାଧାନ:
+4 କି.ମି.

(ଗ) ବ୍ୟାଙ୍କରୁ 300 ଟଙ୍କା ଉଠାଣ
ସମାଧାନ:
–300 ଟଙ୍କା

(ଘ) 5 ଗୋଲ୍‌ରେ ହାରିବା
ସମାଧାନ:
-5 ଗୋଲ୍‌

(ଙ) ଭୂପୃଷ୍ଠ ଠାରୁ 200 ମି. ଉଚ୍ଚ
ସମାଧାନ:
+200 ମିଟର 

(ଚ) 2,00,000 ଟଙ୍କା ଆୟ
ସମାଧାନ:
+2,00,000 ଟଙ୍କା

Question 3.
ନିମ୍ନ ସଂଖ୍ୟା ଯୋଡ଼ିମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ବିପରୀତ ସଂଖ୍ୟାଯୋଡ଼ି ଚିହ୍ନଟ କର । 
(2, -3) (-5, 5) (-7, -8) (-1, 0) (-11, +11) (17, -17)
ସମାଧାନ:
ବିପରୀତ ସଂଖ୍ୟା ଯୋଡ଼ି ହେଲା
(-5, 5) (-11, +11) (17, -17)

Question 4.
ଗୋଟିଏ ନିର୍ଦ୍ଦିଷ୍ଟ ଦିବସରେ ଭାରତର ଛଅଟି ସ୍ଥାନର ତାପମାତ୍ରାକୁ ନିମ୍ନରେ ଦିଆଯାଇଛି ।

ସ୍ଥାନ ତାପମାତ୍ରା
ସିଆଚାନ 0°C ରୁ 10°C କମ୍
ଭୁବନେଶ୍ୱର 0°C ରୁ 22°C ଅଧିକ
ସିମଳା 0°C ରୁ 3°C କମ୍
ଦାରି ଙ୍ଗିବାଢ଼ି 0°C ରୁ 1°C କମ୍
କୋରାପୁଟ 0°C ରୁ 8°C ଅଧିକ
ଲଦାଖ 0°C ରୁ 8°C କମ୍

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 1
(କ) ପ୍ରତ୍ୟେକ ସ୍ଥାନର ତାପମାତ୍ରାକୁ ପୂର୍ବସଂଖ୍ୟାରେ ପ୍ରକାଶ କର।
ସମାଧାନ:

ସ୍ଥାନ ତାପମାତ୍ରା
ସିଆଚାନ -10°C
ଭୁବନେଶ୍ୱର +22°C
ସିମଳା -3°C
ଦାରି ଙ୍ଗିବାଢ଼ି -1°C
କୋରାପୁଟ +8°C
ଲଦାଖ -8°C

(ଖ) ଗୋଟିଏ ସଂଖ୍ୟାରେଖା ଅଙ୍କନ କରି ପ୍ରତ୍ୟେକ ସ୍ଥାନର ତାପମାତ୍ରାକୁ ସେଥ‌ିରେ ସୂଚାଅ ।
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 2

(ଗ) କେଉଁ ସ୍ଥାନର ତାପମାତ୍ରା ସବୁଠାରୁ ଅଧିକ ଓ କେଉଁ ସ୍ଥାନର ତାପମାତ୍ରା ସବୁଠାରୁ କମ୍ ?
ସମାଧାନ:
ଭୁବନେଶ୍ଵରର ତାପମାତ୍ରା ସବୁଠାରୁ ଅଧିକ ଓ ସିଆଚୀନ୍‌ର ତାପମାତ୍ରା ସବୁଠାରୁ କମ୍ ।

Question 5.
ନିମ୍ନରେ ଥିବା କ୍ରମଗୁଡ଼ିକ ମଧ୍ୟରୁ ଠିକ୍ କ୍ରମକୁ ଚିହ୍ନାଅ।
3 < 4
ସମାଧାନ:
3 < 4 (✓)

-7 > -8
ସମାଧାନ:
-7 > -8 (✓)

-9 > +5 
ସମାଧାନ:
-9 > +5 (✗)

-3 < 0
ସମାଧାନ:
-3 < 0 (✓)

-8 < +2
ସମାଧାନ:
-8 < +2 (✓)

+1 > -300
ସମାଧାନ:
+1 > -300 (✓)

-0 < 0
ସମାଧାନ:
-0 < 0 (✗)

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 6.
ଦତ୍ତ ସଂଖ୍ୟାମାନଙ୍କର ବିପରୀତ ସଂଖ୍ୟା ଲେଖ।
(କ) 7
ସମାଧାନ:
7 ର ବିପରୀତ ସଂଖ୍ୟା = -7

(ଖ) -9
ସମାଧାନ:
-9 ର ବିପରୀତ ସଂଖ୍ୟା = -(-9) = 9

(ଗ) -10
ସମାଧାନ:
-10 ର ବିପରୀତ ସଂଖ୍ୟା = -(-10) = 10

(ଘ) 0
ସମାଧାନ:
0 ର ବିପରୀତ ସଂଖ୍ୟା = 0

(ଙ) 17
ସମାଧାନ:
17 ର ବିପରୀତ ସଂଖ୍ୟା = -17

Question 7.
ନିମ୍ନସ୍ଥ ପୂର୍ବସଂଖ୍ୟା ଦୁଇଟିର ମଧ୍ୟବର୍ତୀ ପୂର୍ବସଂଖ୍ୟାଗୁଡ଼ିକୁ ସାନରୁ ବଡ଼ କ୍ରମରେ ଲେଖ ।
(କ) 2 ଓ 8
ସମାଧାନ:
2 ଓ 8 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : 3 , 4, 5, 6, 7 ।

(ଖ) -3 ଓ -7
ସମାଧାନ:
-3 ଓ -7 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : -6, -5, -4 ।

(ଗ) -5 ଓ +2
ସମାଧାନ:
-5 ଓ +2 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : -4, -3, -2, -1, 0, 1 ।

(ଘ) -1 ଓ +1
ସମାଧାନ:
-1 ଓ +1 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : 0

(ଙ) -7 ଓ 0
ସମାଧାନ:
-7 ଓ 0 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : -6, -5, -4, -3, -2, -1 ।

Question 8.
ଖାଲି ଘରେ >, < ଓ = ଚିହ୍ନମାନଙ୍କ ମଧ୍ୟରୁ ଉପଯୁକ୍ତ ଚିହ୍ନ ବସାଅ, ଯେପରି କ୍ରମ ଠିକ୍ ରହିବ।
(କ) 2 _______ -5
ସମାଧାନ:
>

(ଖ) -7 _______ 3
ସମାଧାନ:
<

(ଗ) 0 _______ -4
ସମାଧାନ:
>

(ଘ) 0 _______ -0
ସମାଧାନ:
=

(ଙ) -0 _______ -3
ସମାଧାନ:
>

(ଚ) -3 _______ -7
ସମାଧାନ:
>

Question 9.
ନିମ୍ନ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତିକୁ ବାଛି ତୁମ ଖାତାରେ ଲେଖ ।
(କ) କ୍ଷୁଦ୍ରତମ ପୂର୍ଣ୍ଣସଂଖ୍ୟା ହେଉଛି 0 ।
(ଖ) -225 ଅପେକ୍ଷା -80 ସାନ ।
(ଗ ) -444 ଅପେକ୍ଷା 0 ସାନ ।
(ଘ) -2 < 0 < 7 
(ଙ) -0 = 0
(ଚ) ଶୂନ (0) ଧନାତ୍ମକ ବା ଋଣାତ୍ମକ ନୁହେଁ ।
ସମାଧାନ:
(ଘ), (ଙ), (ଚ) ଠିକ୍

Question 10.
(କ) ସାନରୁ ବଡ଼ କ୍ରମରେ ସଜାଅ।
5, 0, -11, 14, -20, 25, -4
ସମାଧାନ:
ସାନରୁ ବଡ଼ କ୍ରମ : -20 < -11 < -4 < 0 < 5 < 14 < 25

(ଖ) ବଡ଼ରୁ ସାନକ୍ରମରେ ସଜାଅ।
-8, 2, 5, -6, 0, 15, -111
ସମାଧାନ:
ବଡ଼ରୁ ସାନକ୍ରମ : 15 > 5 > 2 > 0 > -6 > -8 > -111

Question 11.
ସଂଖ୍ୟାରେଖାକୁ ଦେଖ୍, ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
(କ) + 5 ସୂଚକ ବିନ୍ଦୁଠାରୁ ଡାହାଣକୁ 3 ଏକକ ଦୂର ଗଲେ, କେଉଁ ସଂଖ୍ୟା ପାଇବ ?
(ଖ) 5 ସୂଚକ ବିନ୍ଦୁଠାରୁ ବାମକୁ 3 ଏକକ ଦୂର ଗଲେ, କେଉଁ ସଂଖ୍ୟା ପାଇବ ?
(ଗ) + 7 ସୂଚକ ବିନ୍ଦୁଠାରୁ କେତେ ଏକକ ଦୂରରେ – 4 ସୂଚକ ବିନ୍ଦୁ ରହିଛି ?
(ଘ) -7 ସୂଚକ ବିନ୍ଦୁଠାରୁ ଯେତିକି ଦୂରରେ –4 ସୂଚକ ବିନ୍ଦୁ ରହିଛି, -7 ସୂଚକ ବିନ୍ଦୁର ବାମକୁ ପାଖକୁ ସେତିକି ଦୂରରେ କେଉଁ ସଂଖ୍ୟା ରହିଛି ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 3
(କ) +5 ସୂଚକ ବିନ୍ଦୁଠାରୁ ଡାହାଣକୁ 3 ଏକକ ଦୂର ଗଲେ, 5 + 3 = +8 ସଂଖ୍ୟା ମିଳିବ । 
(ଖ) +5 ସୂଚକ ବାମକୁ 3 ଏକକ ଦୂର ଗଲେ 5 – 3 = +2 ସଂଖ୍ୟା ମିଳିବ ।
(ଗ) +7 ସୂଚକ ବିନ୍ଦୁଠାରୁ 7 – (-4) = 7 + 4 = 11 ଏକକ ଦୂରରେ -4 ସୂଚକ ବିନ୍ଦୁ ରହିଛି । 
(ଘ) -7 ସୂଚକ ବିନ୍ଦୁଠାରୁ -4 – (-7) = 4 + 7 = 3 ଏକକ ଦୂରରେ -4 ସୂଚକ ବିନ୍ଦୁ ରହିଛି ।
-7 ସୂଚକ ବିନ୍ଦୁର ବାମ ପାଖକୁ 3 ଏକକ ଦୂରରେ = -7 – 3 = -10 ସୂଚକ ବିନ୍ଦୁ ରହିଛି ।

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 12.
ସଂଖ୍ୟାରେଖା ଉପରେ ।
(କ) –3 ଓ –8 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ବ୍ୟବଧାନ କେତେ ?
ସମାଧାନ:
–3 ଓ –8 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ବ୍ୟବଧାନ = -3 – (-8) = -3 + 8 = 5 ଏକକ

(ଖ) –2 ଓ +3 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ଦୂରତା କେତେ ?
ସମାଧାନ:
–2 ଓ +3 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ଦୂରତା = 3 – (-2) = 3 + 2 = 5 ଏକକ ।