+2 1st Year Optional Odia Solutions Chapter 4 ରାଜହଂସ Question Answer

Odisha State Board Plus Two First Year Optional Odia Question Answer Chapter 4 ରାଜହଂସ Textbook Exercise Questions and Answers.

Plus Two First Year Optional Odia Chapter 4 ରାଜହଂସ Question Answer

ପାଠ୍ୟପୁସ୍ତକସ୍ଥ ନମୁନା ପ୍ରଶ୍ନବଳୀ ଓ ଉତ୍ତର

(କ) ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
ଡାକ୍ତର ଅତନୁଙ୍କର ମାନସିକ ଚିକିତ୍ସାକେନ୍ଦ୍ର କେଉଁଠି ଅବସ୍ଥିତ?
(କ) ଚନ୍ଦକାରଣ୍ୟ
(ଖ) ଦଣ୍ଡକାରଣ୍ୟ
(ଗ) ଅଭୟାରଣ୍ୟ
(ଘ) ନୈମିଷ୍ଯାରଣ୍ୟ
Answer:
(ଖ) ଦଣ୍ଡକାରଣ୍ୟ

Question 2.
ଡାକ୍ତରଖାନାରେ ମଦ ଆଣି ପିନାକୀକୁ କିଏ ଦେଇଥୁଲା?
(କ) ଅଇଁଠା
(ଖ) ବୀର
(ଗ) ହରି
(ଘ) ନରି
Answer:
(ଗ) ହରି

Question 3.
ମଦ ଖାଇ ମୁଁ ନିଜକୁ ଜଳାଇବାକୁ ଆରମ୍ଭ କରିଥିଲି । ସେଇ ମଦରେ ଜଳିପୋଡ଼ି ଶେଷରେ ମୁଁ ଧ୍ୱଂସ ହୋଇଯିବାକୁ ଚାହେଁ – କିଏ କହିଛନ୍ତି?
(କ) ପିନାକୀ
(ଖ) ଅତୁନୀ
(ଗ) ପ୍ରଫେସର
(ଘ) ହରି
Answer:
(କ) ପିନାକୀ

Question 4.
ଯେଉଁଠି ବିଜ୍ଞାନୀ ତା’ର ନିଜର ସତ୍ତା ହରାଇବସେ, ସେଇଠି ସେ କାହାକୁ ଖୋଜେ?
(କ) ବାପାଙ୍କୁ
(ଖ) ଈଶ୍ବରଙ୍କୁ
(ଗ) ବନ୍ଧୁଙ୍କୁ
(ଘ) ସହକର୍ମୀକୁ
Answer:
(ଖ) ଈଶ୍ବରଙ୍କୁ

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 5.
ପୃଥ‌ିବୀ ବଜାରର ପରିବା କେଉଁଠି ଯାଇ ରନ୍ଧା ହେବ ବୋଲି ପ୍ରଫେସର କହିଛନ୍ତି?
(କ) ମଙ୍ଗଳରେ
(ଖ) ଦୋକାନରେ
(ଗ) ଚନ୍ଦ୍ରରେ
(ଘ) ହିମାଳୟରେ
Answer:
(ଗ) ଚନ୍ଦ୍ରରେ

Question 6.
ଗୁଡ଼ାଏ ଭୋକିଲା ମଣିଷ ଗୋଟାଏ _________________ କୁ ନଷ୍ଟ କରିଦେଇ ପାରନ୍ତି ।
(କ) ଜାତି
(ଖ) ଦେଶ
(ଗ) ସମ୍ପ୍ରଦାୟ
(ଘ) ସଭ୍ୟତା
Answer:
(ଘ) ସଭ୍ୟତା

Question 7.
କେତେ ବର୍ଷ ଭିତରେ ଚନ୍ଦ୍ର ସହିତ ସମସ୍ତ ବାଣିଜ୍ୟିକ ସମ୍ପର୍କ ସ୍ଥାପିତ ହୋଇ ସାରିଥିବ ବୋଲି ପ୍ରଫେସର କହିଥିଲେ?
(କ) ପାଞ୍ଚ ବର୍ଷ
(ଖ) ଦଶ ବର୍ଷ
(ଗ) ପନ୍ଦର ବର୍ଷ
(ଘ) କୋଡ଼ିଏ ବର୍ଷ
Answer:
(ଖ) ଦଶ ବର୍ଷ

Question 8.
ଗୀତା, ବାଇବେଲ୍ ଆଉ କୋରାନ୍‌ରୁ ବିଶ୍ୱାସହୀନ ମଣିଷ କ’ଣ ଖୋଜେ ବୋଲି ପ୍ରଫେସର କହିଛନ୍ତି?
(କ) ଧର୍ମବାଣୀ
(ଖ) ଆଶ୍ଵାସନାର ବାଣୀ
(ଗ) ଶାନ୍ତିର ବାଣୀ
(ଘ) ବିଶ୍ୱାସଘାତକତାର ବାଣୀ
Answer:
(ଘ) ବିଶ୍ୱାସଘାତକତାର ବାଣୀ

Question 9.
କବିର ମନ ବିଷାକ୍ତ ନ ହୋଇ ସବୁବେଳେ କ’ଣ ହେବା ଦରକାର ବୋଲି ଅତନୁ କହିଛି?
(କ) ପ୍ରଫୁଲ୍ଲ
(ଖ) ବିଷାଦଗ୍ରସ୍ତ
(ଗ) ମୋହଗ୍ରସ୍ତ
(ଘ) ହିଂସାଗ୍ରସ୍ତ
Answer:
(କ) ପ୍ରଫୁଲ୍ଲ

Question 10.
ଭୀମ ଡାକ୍ତରଖାନାରେ କାହାକୁ ଦେଖୁ ନୟନା ବୋଲି ଭାବୁଥୁଲା?
(କ) ସାବିତ୍ରୀ
(ଖ) ବେବି
(ଗ) ସିଷ୍ଟର
(ଘ) ରୀତା
Answer:
(କ) ସାବିତ୍ରୀ

Question 11.
ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଭୂମିକା କେଉଁ ଗତିରେ ଚାଲିବା ଉଚିତ ବୋଲି ଜୟନ୍ତ ଅତନୁକୁ କହିଛି?
(କ) କ୍ଷିପ୍ର
(ଖ) ଧୀର
(ଗ) ସମାନ୍ତରାଳ
(ଘ) ବିଷମ
Answer:
(ଗ) ସମାନ୍ତରାଳ

Question 12.
ନୟନା କେଉଁଠି ଲୁଚିଲେ ମଧ୍ୟ ଭୀମ ତାକୁ ଛାଡ଼ିବ ନାହିଁ?
(କ) ଘରକୋଣରେ
(ଖ) ଡାକ୍ତରଖାନାରେ
(ଗ) ଗଛ ଉହାଡ଼ରେ
(ଘ) ଜଳେ ସ୍ଥଳେ କି ଅବା ଅନଳେ
Answer:
(ଘ) ଜଳେ ସ୍ଥଳେ କି ଅବା ଅନଳେ

Question 13.
ପିନାକୀ ବାବୁ କେଉଁଥିରେ ବିଫଳ ହୋଇ ମଦ ପିଇବା ଆରମ୍ଭ କରିଥିଲେ?
(କ) ଖେଳରେ
(ଖ) ରାଜନୀତିରେ
(ଗ) ପ୍ରେମରେ
(ଘ) ବ୍ୟବସାୟରେ
Answer:
(ଘ) ବ୍ୟବସାୟରେ

Question 14.
ବିଜ୍ଞାନ ଗବେଷଣା ଭ୍ରଷ୍ଟ ହୋଇ କିଏ ପାଗଳ ହୋଇଥିଲା?
(କ) ପ୍ରଫେସର ପରିଜା
(ଖ) ବୀର
(ଗ) ଜୟନ୍ତ
(ଘ) ପିନାକୀ
Answer:
(କ) ପ୍ରଫେସର ପରିଜା

Question 15.
ଆଶାରେ ମଣିଷ ବଞ୍ଚେ । ଆଦିମ ଯୁଗରୁ ମଣିଷ ଆଶାବାଦୀ – କିଏ କହିଛି?
(କ) ହରି
(ଖ) ଜୟନ୍ତ
(ଗ) ରୀତା
(ଘ) ଅତନୁ
Answer:
(ଘ) ଅତନୁ

Question 16.
ମୁଁ ଛୁରୀ କଇଁଚି ଚଳାଇଲି ବୋଲି କ’ଣ ମୋ’ ମନରୁ ମରିଯିବ ବୋଲି ଅତନୁ କହିଛି?
(କ) ପ୍ରେମ
(ଖ) ହିଂସା
(ଗ) ଈର୍ଷା
(ଘ) କ୍ରୋଧ
Answer:
(କ) ପ୍ରେମ

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 17.
ଜଣେ ଦରଦୀ ଲୋକ ପାଖରେ ନିଜ ମନର ବୋଝ ଅଜାଡ଼ି ଦେଲେ ମନଟା ବହୁ ପରିମାଣରେ କ’ଣ ହୋଇଯାଏ?
(କ) ହାଲୁକା
(ଖ) ଦୁଃଖ୍
(ଗ) ଓଜନିଆ
(ଘ) ଗମ୍ଭୀର
Answer:
(କ) ହାଲୁକା

Question 18.
କ’ଣ ଦେଖାଇବା ଡାକ୍ତର ଓ ସେବିକାଙ୍କର ଧର୍ମ?
(କ) ଘୃଣା
(ଖ) ସ୍ନେହ
(ଗ) ପ୍ରେମ
(ଘ) ସେବା ସହାନୁଭୂତି
Answer:
(ଘ) ସେବା ସହାନୁଭୂତି

Question 19.
ଜୟନ୍ତବାବୁ କାହାର ସ୍ଵାମୀ ଅଟନ୍ତି?
(କ) ରୀତା
(ଖ) ସୀତା
(ଗ) ଗୀତା
(ଘ) ମିତା
Answer:
(କ) ରୀତା

Question 20.
କାହା ସ୍ବରରେ ରହିଛି ରୀତାଦେବୀଙ୍କର ଜୀବନ ତନ୍ତ୍ରୀର ଅଜସ୍ର ବ୍ୟାକୁଳତା?
(କ) ଢୋଲ
(ଖ) ହାରମୋନିଅମ୍
(ଗ) ତାବଲା
(ଘ) ଭାଓଲିନ୍
Answer:
(ଘ) ଭାଓଲିନ୍

Question 21.
ରୀତା ଭାଓଲିନ୍‌ର ଛନ୍ଦେ ଛନ୍ଦେ କାହାକୁ ଖୋଜେ?
(କ) କବିତା
(ଖ) ରଚିତା
(ଗ) ବବିତା
(ଘ) ଅର୍ଚ୍ଚିତା
Answer:
(କ) କବିତା

Question 22.
ଆଦର୍ଶଟା କାହାଦ୍ଵାରା ପରିଚାଳିତ ହୁଏ ବୋଲି ବୀରବାବୁ କହିଛନ୍ତି?
(କ) ପୁତ୍ର
(ଖ) ଧର୍ମ
(ଗ) କନ୍ଯା
(ଘ) ପିତା
Answer:
(ଖ) ଧର୍ମ

Question 23.
ଯୁଦ୍ଧଭୂମିରେ ଦିନେ ବୋମାମାଡ଼ର ଶିକାର କିଏ ହୋଇଥିଲେ?
(କ) ସିଷ୍ଟର
(ଖ) ବେବି
(ଗ) ବୀର
(ଘ) ଜୟନ୍ତ
Answer:
(ଗ) ବୀର

Question 24.
ମନସ୍ତାତ୍ତ୍ଵିକ ଚିକିତ୍ସାର ଗବେଷଣା ପାଇଁ ଡକ୍ଟର ଅତନୁ କେଉଁଠାକୁ ଯାଇଥିଲେ?
(କ) ଇଂଲଣ୍ଡ
(ଖ) ଚୀନ
(ଗ) ଆମେରିକା
(ଘ) ଜାପାନ
Answer:
(ଗ) ଆମେରିକା

Question 25.
ସର୍ବଗ୍ରାସୀ ନିଶା ତାକୁ ଯେମିତି କ’ଣ କରିଦେଇଛି ବୋଲି ପିନାକୀ କହିଛି?
(କ) ଭଲ ମଣିଷ
(ଖ) ଦାର୍ଶନିକ
(ଗ) ଗୋଟିଏ ମାଟିର କଣ୍ଢେଇ
(ଘ) ବୈଜ୍ଞାନିକ
Answer:
(ଗ) ଗୋଟିଏ ମାଟିର କଣ୍ଢେଇ

Question 26.
ବ୍ୟୟବସାୟ ତ ଗୋଟାଏ ଜୁଆଖେଳ – ଏକଥା କିଏ କାହାକୁ କହିଛନ୍ତି?
(କ) ଡାକ୍ତର ସିଷ୍ଟରକୁ
(ଖ) ଅତନୁ ପିନାକୀକୁ
(ଗ) ହରି ଜୟନ୍ତକୁ
(ଘ) ରୀତା ସିଷ୍ଟରକୁ
Answer:
(ଖ) ଅତନୁ ପିନାକୀକୁ

Question 27.
କାହାର ଅପରେସନ୍ ପାଇଁ ଡକ୍ଟର ସେନ୍‌ଙ୍କୁ ଡକା ହୋଇଥିଲା?
(କ) ପିନାକୀ
(ଖ) ଜୟନ୍ତ
(ଗ) ରୀତା
(ଘ) ବେବୀ
Answer:
(କ) ପିନାକୀ

Question 28.
ସମସ୍ତେ କେଉଁଠିକି ଆସନ୍ତି କାନ୍ଦି କାନ୍ଦି କିନ୍ତୁ ଗଲାବେଳେ ଯାଆନ୍ତି ହସିହସି?
(କ) ନଈକୁ
(ଖ) ପୋଖରୀକୁ
(ଗ) ସମୁଦ୍ରକୁ
(ଘ) ଅତନୁଙ୍କ ଚିକିତ୍ସା କେନ୍ଦ୍ରକୁ
Answer:
(ଘ) ଅତନୁଙ୍କ ଚିକିତ୍ସା କେନ୍ଦ୍ରକୁ

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 29.
ଅତନୁଙ୍କ ଚାପୁଡ଼ା ମାଡ଼କୁ କିଏ ଆଗାମୀ ସକାଳ ପାଇଁ ପ୍ରାପ୍ୟ ବୋଲି ଧରିନେବ?
(କ) ରୀତା
(ଖ) ବେବି
(ଗ) ଜୟନ୍ତ
(ଘ) ହରି
Answer:
(କ) ରୀତା

Question 30.
ଟିକେ ନିରୋଳାରେ ବସି ପଡ଼ିଲେ କାହାକୁ ରୀତା ବଡ଼ବଡ଼ କଳାକଳା ଆଖୁଗୁଡ଼ାକ ଭୟ ଦେଖାନ୍ତି?
(କ) ଅତନୁକୁ
(ଖ) ସିଷ୍ଟରକୁ
(ଗ) ହରିକୁ
(ଘ) ଜୟନ୍ତକୁ
Answer:
(ଘ) ଜୟନ୍ତକୁ

Question 31.
ମୋର ଯଦି କିଛି ଗୋଟାଏ ହୋଇଯାଏ, ତେବେ ବେବିର ଦାୟିତ୍ଵ କିଏ ବହନ କରିବେ ବୋଲି ପିନାକୀ କହିଛନ୍ତି?
(କ) ଜୟନ୍ତ
(ଖ) ଅତନୁ
(ଗ) ହରି
(ଘ) ସିଷ୍ଟର
Answer:
(ଖ) ଅତନୁ

Question 32.
ପ୍ରଫେସର କହିଛନ୍ତି ଡକ୍ଟର ! ମୋ ଜୀବନଟା ନେଇ ତମେ ______________________ ଦେହରେ ଭରି କରି ଦେଇପାରିବ ।
(କ) ରୀତା
(ଖ) ହରି
(ଗ) ବେବିର ଡାଡ଼ୀ
(ଘ) ଜୟନ୍ତ
Answer:
(ଗ) ବେବିର ଡାଡ଼ୀ

Question 33.
‘ଅମାବାସ୍ୟାର ଚନ୍ଦ୍ର’ ଏକ କେଉଁ ଗ୍ରନ୍ଥ?
(କ) କାବ୍ଯ
(ଖ) ଉପନ୍ୟାସ
(ଗ) ଗଳ୍ପ
(ଘ) ନାଟକ
Answer:
(ଖ) ଉପନ୍ୟାସ

Question 34.
ବେବି କାହାର ଝିଅ?
(କ) ପିନାକୀ
(ଖ) ବୀର
(ଗ) ଜୟନ୍ତ
(ଘ) ଭୀମ
Answer:
(କ) ପିନାକୀ

Question 35.
ପିନାକୀ ବାବୁ ଜଣେ କ’ଣ ଥିଲେ?
(କ) ସାହିତ୍ୟିକ
(ଖ) ରାଜନୀତିଜ୍ଞ
(ଗ) ଗବେଷକ
(ଘ) ବ୍ୟବସାୟୀ
Answer:
(ଘ) ବ୍ୟବସାୟୀ

Question 36.
ଫୁଟନ୍ତା ଫୁଲର ଓଠରେ କ’ଣ ଶୋଭା ପାଏନା?
(କ) ପ୍ରଜାପତି
(ଖ) ଦାରୁଣ ଲୁହର ଧାର
(ଗ) ବର୍ଷା ବିନ୍ଦୁ
(ଘ) କାକର ବିନ୍ଦୁ
Answer:
(ଖ) ଦାରୁଣ ଲୁହର ଧାର

Question 37.
କିଏ ଚାହିଁଲେ ରୀତାର କଣ୍ଠରେ ଲଳିତ ଛନ୍ଦ ଫୁଟାଇ ପାରିବେ?
(କ) ଜୟନ୍ତ
(ଖ) ପ୍ରଫେସର
(ଗ) ବେବି
(ଘ) ଅତନୁ
Answer:
(ଘ) ଅତନୁ

Question 38.
ଦେବ ଭୋଗ୍ୟ କଦଳୀକୁ କିଏ ଖାଇଦେଲା?
(କ) ନରି
(ଖ) ଭୀମ
(ଗ) ହରି
(ଘ) ବୀର
Answer:
(ଘ) ବୀର

Question 39.
ଭୀମ କାହା ପାଇଁ ପାଗଳ ହେଇଚି?
(କ) କବିତା
(ଖ) ନୟନା
(ଗ) ରଚିତା
(ଘ) ସାବିତ୍ରୀ
Answer:
(ଖ) ନୟନା

Question 40.
କିଏ ମିଥ୍ୟାର ଗୋଟାଏ ପ୍ରତିମୂର୍ତ୍ତି ବୋଲି ରୀତା କହିଛନ୍ତି?
(କ) ବେବି
(ଖ) ହରି
(ଗ) ଡାକ୍ତର ଅତନୁ
(ଘ) ଜୟନ୍ତ
Answer:
(ଗ) ଡାକ୍ତର ଅତନୁ

Question 41.
କବିତା ‘ଶତଦଳ’ କେଉଁ ପୁରସ୍କାର ପାଇଁ ମନୋନୀତ ହୋଇଥିଲା?
(କ) ଜ୍ଞାନପୀଠ
(ଖ) ଶାରଳା
(ଗ) ବାଣୀପୀଠ
(ଘ) ସାହିତ୍ୟ ଏକାଡ଼େମୀ
Answer:
(ଗ) ବାଣୀପୀଠ

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 42.
କବିତା ‘ଶତଦଳ’ର ପୁରସ୍କାର ରାଶି କେତେ ଟଙ୍କା ଥିଲା?
(କ) ଏକଲକ୍ଷ
(ଖ) ପାଞ୍ଚଲକ୍ଷ
(ଗ) ତିନିଲକ୍ଷ
(ଘ) ଦଶଲକ୍ଷ
Answer:
(କ) ଏକଲକ୍ଷ

Question 43.
କେଉଁ କମିଟି ତରଫରୁ କବି ଜୟନ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯିବ?
(କ) ନାଗରିକ କମିଟି
(ଖ) ସାଧାରଣ କମିଟି
(ଗ) ସଦ୍‌ଭାବନା କମିଟି
(ଘ) ବନବାସୀ କମିଟି
Answer:
(କ) ନାଗରିକ କମିଟି

Question 44.
ମୋତେ ବିଦାୟ ଦେବା ପୂର୍ବରୁ ତମେ ନିଜେ ବିଦାୟ ନେଇ ଚାଲିଗଲ – କିଏ କହିଛନ୍ତି?
(କ) ପ୍ରଫେସର
(ଖ) ଜୟନ୍ତ
(ଗ) ସିଷ୍ଟର
(ଘ) ରୀତା
Answer:
(କ) ପ୍ରଫେସର

Question 45.
କବିତା ‘ଶତଦଳ’ କେଉଁ ଭାଷାରେ ଅନୁବାଦ ହୋଇଥିଲା?
(କ) ହିନ୍ଦୀ
(ଖ) ଇଂରାଜୀ
(ଗ) ବଙ୍ଗଳା
(ଘ) ତେଲ୍‌ଗୁ
Answer:
(କ) ହିନ୍ଦୀ

Question 46.
ପାଞ୍ଚ ନମ୍ବର କୋଠରୀରେ କେଉଁ ପେସେଣ୍ଟ୍ ରହୁଥିଲେ?
(କ) ଭୀମ
(ଖ) ପିନାକୀ
(ଗ) ବୀର
(ଘ) ପ୍ରଫେସର ପରିଜା
Answer:
(ଘ) ପ୍ରଫେସର ପରିଜା

Question 47.
ରୋଗ ଉପରେ କ’ଣ ବେଶୀ ପ୍ରଭାବ ପକାଏ ବୋଲି ଅତନୁ କହିଛି?
(କ) ଘର ଚିନ୍ତା
(ଖ) ଗାଁ ଚିନ୍ତା
(ଗ) ସ୍ତ୍ରୀ ଚିନ୍ତା
(ଘ) ମାନସିକ ଚିନ୍ତା
Answer:
(ଘ) ମାନସିକ ଚିନ୍ତା

Question 48.
ଚିକିତ୍ସା କେନ୍ଦ୍ରରୂପୀ ସରୋବରର ରାଜହଂସ କିଏ?
(କ) ପ୍ରଫେସର ପରିଜା
(ଖ) ଡକ୍ଟର ଅତନୁ
(ଗ) ରୀତାଦେବୀ
(ଘ) ଜୟନ୍ତ ବାବୁ
Answer:
(ଖ) ଡକ୍ଟର ଅତନୁ

Question 49.
ବେବିର ସଙ୍ଗୀତଟି ନାଟକର କେଉଁ ସ୍ଥାନରେ ସଂଯୋଜିତ ହୋଇଛି?
(କ) ପ୍ରାରମ୍ଭରେ
(ଖ) ମଧ୍ୟଭାଗରେ
(ଗ) ପ୍ରଥମାର୍ଦ୍ଧରେ
(ଘ) ଶେଷରେ
Answer:
(ଗ) ପ୍ରଥମାର୍ଦ୍ଧରେ

Question 50.
ମଣିଷ ଜୀବନପାଇଁ ହସ ଯେତିକି ଦରକାର ଆଉ କ’ଣ ସେତିକି ଦରକାର?
(କ) ଲୁହ
(ଖ) ଘର
(ଗ) ଗାଡ଼ି
(ଘ) ସମ୍ପରି
Answer:
(କ) ଲୁହ

Question 51.
କିଏ ପୁରାତନକୁ ଧରି ବସି ରହେନା?
(କ) ଗାଳ୍ପିକ
(ଖ) ଗାଣିତିକ
(ଗ) ବିଜ୍ଞାନୀ
(ଘ) ଲେଖକ
Answer:
(ଗ) ବିଜ୍ଞାନୀ

Question 52.
ମଦ୍ୟପର୍ସି ନିଶା ଥ‌ିବା ପର୍ଯ୍ୟନ୍ତ ସେ ନିଜକୁ କିପରି ମନେକରେ?
(କ) ସ୍ଥିର
(ଖ) ଶକ୍ତିମାନ
(ଗ) ଅସ୍ଥିର
(ଘ) ଦୁର୍ବଳ
Answer:
(ଖ) ଶକ୍ତିମାନ

Question 53.
ମଦ୍ୟପଠୁଁ ନିଶା ଛାଡ଼ିଗଲାପରେ ସେ କ’ଣ ଅନୁଭବ କରେ?
(କ) ସ୍ଥିର
(ଖ) ଶକ୍ତିମାନ
(ଗ) ଦୁର୍ବଳ
(ଘ) ଅସ୍ଥିର
Answer:
(ଗ) ଦୁର୍ବଳ

Question 54.
କ’ଣ ଦେଖୁ ଜହ୍ନ ରାଇଜର ଲୋକ ଚକିତ ହେବେ ବୋଲି କୁହାଯାଇଛି?
(କ) ଆମ ବୁଦ୍ଧିବଳ ତାକତ
(ଖ) ବଣ ବିଲ ପାହାଡ଼
(ଗ) ନଈ ନାଳ ପୋଖରୀ
(ଘ) ବନ୍ଧ ବାଡ଼ ପାଚେରୀ
Answer:
(କ) ନଈ ନାଳ ପୋଖରୀ

(ଖ) ୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
ରାଜହଂସ କେଉଁ ଧରଣର ନାଟକ?
Answer:
ରାଜହଂସ ଏକ ମନସ୍ତାତ୍ତ୍ଵିକ ନାଟକ ।

Question 2.
କେଉଁ ଚିନ୍ତା ରୋଗ ଉପରେ ବେଶି ପ୍ରଭାବ ପକାଏ?
Answer:
ମାନସିକ ଚିନ୍ତା ରୋଗ ଉପରେ ବେଶି ପ୍ରଭାବ ପକାଏ ।

Question 3.
ନଅ ନମ୍ବର କୋଠରୀରେ କେଉଁ ପେସେଣ୍ଟ ରହୁଥିଲେ?
Answer:
ନଅ ନମ୍ବର କୋଠରୀରେ ପେସେଣ୍ଟ ଭାବରେ ବୀର ନାମକ ଜଣେ ମିଲିଟାରୀ ଅଫିସର ରହୁଥିଲେ ।

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 4.
ଯେଉଁଠି ବିଜ୍ଞାନୀ ତା’ର ନିଜ ସତ୍ତା ହରାଇ ବସେ; ସେଇଠି ସେ ଖୋଜେ କାହାକୁ?
Answer:
ଯେଉଁଠି ବିଜ୍ଞାନୀ ତା’ର ନିଜ ସତ୍ତା ହରାଇବସେ, ସେଇଠି ସେ ଖୋଜେ ଈଶ୍ବରଙ୍କୁ ।

Question 5.
ଜ୍ଵଳନ୍ତ ଧୂପକାଠି ଯେମିତି ସାରା କୋଠରୀରୁ ଦୁର୍ବାସନା ଦୂର କରିଦିଏ – ସଙ୍ଗୀତ ସେମିତି ମଣିଷ ମନରୁ କ’ଣ ଦୂର କରେ?
Answer:
ଜ୍ଵଳନ୍ତ ଧୂପକାଠି ଯେମିତି ସାରା କୋଠରୀରୁ ଦୁର୍ବାସନା ଦୂର କରିଦିଏ – ସଂଗୀତ ସେମିତି ମଣିଷ ମନରୁ ରାଗ, ହିଂସା, ବିଦ୍ବେଷ ଦୂର କରେ ।

Question 6.
ପାହାଡ଼ଟା ଦେଖୁବାବୁ କିଭଳି?
Answer:
ପାହାଡ଼ଟା ଦେଖୁବାକୁ ଓଟକୁଜ ଭଳି ଥିଲା ।

Question 7.
କବିତା ‘ଶତଦଳ’ ପୁରସ୍କାର ପାଇଁ ମନୋନୀତ ହେବାର ଖବର ପ୍ରଥମେ ଡକ୍ଟର ଅତନୁ କେଉଁଠୁ ପାଇଥିଲେ?
Answer:
କବିତା ‘ଶତଦଳ’ ପୁରସ୍କାର ପାଇଁ ମନୋନୀତ ହେବାର ଖବର ଡାକ୍ତର ଅତନୁ ପ୍ରଥମେ ରେଡ଼ିଓରୁ ପାଇଲେ ।

Question 8.
ବାକ୍-ଶକ୍ତିହୀନ ମିଲେଟାରୀ ଅଫିସରଙ୍କ ନାଁ କ’ଣ?
Answer:
ବାକ୍-ଶକ୍ତିହୀନ ମିଲେଟାରୀ ଅଫିସରଙ୍କ ନାମ ବୀର ।

Question 9.
ମଦ୍ୟପାନଜନିତ ବିକାର ପିନାକୀ ବାବୁଙ୍କର କେଉଁ ସ୍ଥିତିକୁ ଇତସ୍ତତଃ କରିଦେଇଛି?
Answer:
ମଦ୍ୟପାନ ଜନିତ ବିକାର ପିନାକୀ ବାବୁଙ୍କର ମାନସିକ ସ୍ଥିତିକୁ ଇତସ୍ତତଃ କରିଦେଇଛି ।

Question 10.
କାହାର ବନ୍ଧେଇ ଫଟୋଧରି ଜୟନ୍ତ ମାନସିକ ଚିକିତ୍ସା କେନ୍ଦ୍ରକୁ ଆସିଥିଲା?
Answer:
ଡାକ୍ତର ଅତନୁଙ୍କ ବନ୍ଧେଇ ଫଟୋଧରି ଜୟନ୍ତ ମାନସିକ ଚିକିତ୍ସାକେନ୍ଦ୍ରକୁ ଆସିଥିଲା ।

Question 11.
ଦେହ ସରୋବର ଛାଡ଼ି କିଏ ଉଡ଼ିଯାଇଛି?
Answer:
ଦେହ ସରୋବର ଛାଡ଼ି ପ୍ରାଣରୂପକ ହଂସ ଉଡ଼ିଯାଇଛି ।

Question 12.
ଗୋଟାଏ ସଭ୍ୟତାକୁ କେଉଁମାନେ ଧ୍ୱଂସ କରି ଦେଇପାରନ୍ତି?
Answer:
ଗୋଟାଏ ସଭ୍ୟତାକୁ କିଛି ଭୋକିଲା ଲୋକ ଧ୍ଵଂସ କରି ଦେଇପାରନ୍ତି ।

Question 13.
ପିନାକୀବାବୁଙ୍କ ଅପରେସନ୍ ପାଇଁ ଡକ୍ଟର ଅତନୁ କେଉଁ ଅଭିଜ୍ଞ ଡାକ୍ତରଙ୍କୁ ଡାକିଥିଲେ?
Answer:
ପିନାକୀବାବୁଙ୍କ ଅପରେସନ୍ ପାଇଁ ଡାକ୍ତର ଅତନୁ ସ୍ପେଶାଲ ଅଭିଜ୍ଞ ଡାକ୍ତର ସେନ୍‌ଙ୍କୁ ଡାକିଥିଲେ ।

Question 14.
ପ୍ରକୃତ କବି ଧୂର୍ଜଟୀ କିଏ?
Answer:
ପ୍ରକୃତ କବି ଧୂର୍ଜଟୀ ହେଉଛନ୍ତି ଡାକ୍ତର ଅତନୁ।

Question 15.
କ’ଣ ସମ୍ବଳ କରି ଜୟନ୍ତ ରୀତାର ହୃଦୟକୁ ଜୟ କରିବାକୁ ଚେଷ୍ଟା କରିଥିଲା?
Answer:
ଅମାପ ଧନ ଓ ଆଭିଜାତ୍ୟକୁ ସମ୍ବଳ କରି ଜୟନ୍ତ ରୀତାର ହୃଦୟ ଜିତିବାକୁ ଚେଷ୍ଟା କରିଥିଲା ।

Question 16.
ତିନି ନମ୍ବର କୋଠରୀର ପେସେଣ୍ଟ କିଏ?
Answer:
ତିନି ନମ୍ବର କୋଠରୀର ପେସେଣ୍ଟ୍ ଥିଲେ ଜୟନ୍ତଙ୍କ ସ୍ତ୍ରୀ ଓ ଡାକ୍ତର ଅତନୁଙ୍କ ବନ୍ଧୁପତ୍ନୀ ରୀତା ।

(ଗ) ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।

Question 1.
ଛୁରୀ କଇଁଚି ସହିତ କାହାର ସମ୍ପର୍କକୁ ଲୋକସମାଜ ଆଗରେ ଡକ୍ଟର ଅତନୁ ପ୍ରକାଶ କରିବାକୁ ଚାହୁଁ ନଥିଲେ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଛୁରୀ କଇଁଚି ସହିତ କାଗଜ କଲମର ସମ୍ପର୍କକୁ ଲୋକ ସମାଜ ଆଗରେ ଡାକ୍ତର ଅତନୁ ପ୍ରକାଶ କରିବାକୁ ଚାହୁଁନଥିଲେ ।

Question 2.
କବି ହିସାବରେ ଆପଣ ବଡ଼ ହୋଇଛନ୍ତି ନା ଡାକ୍ତର ହିସାବରେ – ଏହାର ତାତ୍ପର୍ଯ୍ୟ କ’ଣ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ରୀତା ଯେତେବେଳେ ଜାଣିପାରିଛି ଯେ କବି ଧୂର୍ଜଟୀ ପ୍ରକୃତରେ ଜୟନ୍ତ ନୁହେଁ ଡାକ୍ତର ଅତନୁ, ଡାକ୍ତର ଅତନୁଙ୍କୁ ସେତେବେଳେ ପ୍ରଶ୍ନ କରିଛନ୍ତି ଯେ କବି ଭାବରେ ଅତନୁ ବଡ଼ ହୋଇଛନ୍ତି ବା ଡାକ୍ତର ହିସାବରେ ବଡ଼ ହୋଇଛନ୍ତି । କେଉଁ ପରିଚୟ ସର୍ବାଧ‌ିକ ଲୋକପ୍ରିୟ କରାଇଛି ବୋଲି ରୀତା ଅତନୁଙ୍କଠାରୁ ଜିଜ୍ଞାସା କରିଛନ୍ତି ।

Question 3.
ଅତନୁର ବନ୍ଧେଇ ଫଟୋ ଧରି ଚିକିତ୍ସାକେନ୍ଦ୍ରକୁ ଜୟନ୍ତ ଆସିଥୁଲା କାହିଁକି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଅତନୁଙ୍କ ରଚିତ କବିତାକୁ ନେଇ ପରିଚିତ ହୋଇଛି ଜୟନ୍ତ । ଶେଷରେ ଜୟନ୍ତ ବୁଝିପାରିଛି ଜୀବନର ପ୍ରକୃତ ସତ୍ୟ । ତେଣୁ ଦୁନିଆ ଆଗରେ ସତ୍ୟ ତଥା ରହସ୍ୟ ଖୋଲି ପ୍ରକୃତ କବିକୁ ପୁରସ୍କୃତ କରାଇବା ପାଇଁ ଜୟନ୍ତ ଅତନୁ ଫଟୋ ବନ୍ଧେଇ ଆଣିଛି । ସେଥ‌ିପାଇଁ ଜୟନ୍ତ ଅତନୁର ବନ୍ଧେଇ ଫଟୋଧରି ଚିକିତ୍ସାକେନ୍ଦ୍ରକୁ ଆସିଥିଲା ।

Question 4.
ମାନସିକ ଦୁଶ୍ଚିନ୍ତାରେ ମଣିଷର ହିତାହିତ ଜ୍ଞାନ ରହେନା କାହିଁକି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ମାନସିକ ଦୁଶ୍ଚିନ୍ତାରେ ମଣିଷର ମନ ଭାରାକ୍ରାନ୍ତ ହୋଇପଡ଼େ । କେଉଁ କର୍ମ କରିବା ଉଚିତ ଓ କେଉଁଟା ଅନୁଚିତ ତାହା ବୁଝି ହୁଏନା । ତେଣୁ ମଣିଷର ହିତାହିତ ଜ୍ଞାନ ରହେନା ।

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 5.
କାହା ପାଖରେ ନିଜ ମନର ବୋଝ ଅଜାଡ଼ି ଦେଲେ–ମନଟା ବହୁତ ପରିମାଣରେ ହାଲୁକା ହୋଇଯାଏ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ନିଜ ବନ୍ଧୁ ତଥା ପ୍ରିୟ ପରିଜନ, ମନର ମଣିଷ ପାଖରେ ନିଜ ମନର ବୋଝ ଅଜାଡ଼ି ଦେଲେ ମନଟା ବହୁ ପରିମାଣରେ ହାଲୁକା ହୋଇଯାଏ ।

Question 6.
ନାରୀ ତା’ର ପୁରୁଷଠାରୁ କଷଣ ନିର୍ଯାତନା ସହିପାରେ କିନ୍ତୁ ଯେତେବେଳେ ସେ ତା’ ମଥାରୁ ସିନ୍ଦୂର ଯିବାର ଦୁଃସ୍ୱପ୍ନ ଦେଖେ – ସେ କ’ଣ କେବେ ସହିପାରିବ ? କିଏ କେଉଁ ପ୍ରସଙ୍ଗରେ କହିଛି?
Answer:
ନାରୀ ତା’ର ପୁରୁଷଠାରୁ କଷଣ ନିର୍ଯାତନା ସହିପାରେ କିନ୍ତୁ ଯେତେବେଳେ ସେ ମଥାରୁ ସିନ୍ଦୂର ଯିବାର ଦୁଃସ୍ଵପ୍ନ ଦେଖେ ସେ କ’ଣ କେବେ ସହିପାରିବ ? ଏକଥା ସିଷ୍ଟର ହରିକୁ ତା’ର ସ୍ଵାମୀ ପ୍ରସଙ୍ଗରେ କହିଛି ।

Question 7.
କଅଁଳ ଫୁଲ ଓଠରେ ହସ ଦେଖୁବାକୁ ଏ ସଂସାର ଚାହେଁନା । କିଏ କେଉଁ ପ୍ରସଙ୍ଗରେ କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
କଅଁଳ ଫୁଲ ଓଠରେ ହସ ଦେଖ‌ିବାକୁ ଏ ସଂସାର ଚାହେଁନା ଏକଥା ରୀତା, ବେବୀର ବାପା ପିନାକୀର ମୃତ୍ୟୁ ପ୍ରସଙ୍ଗରେ ବେବୀର କାନ୍ଦ ଦେଖି କହିଛି । ଛୋଟ ଝିଅ ଦେବୀ ବହୁତ କାନ୍ଦିଛି ତେଣୁ ଏହି ସଂଳାପ ରୀତାର ।

Question 8.
ଜୀବନ ଆଉ ଜୀବିକା ଏକ ପଲାରେ ତଉଲା ଯାଏନା । ଜୀବନ ନେଇ ଖେଳ ଖେଳିବା ଆମର ଧର୍ମ – କିଏ କାହାକୁ କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଜୀବନ ଆଉ ଜୀବିକା ଏକ ପଳାରେ ତଉଲା ଯାଏନା । ଜୀବନ ନେଇ ଖେଳ ଖେଳିବା ଆମର ଧର୍ମ – ଏକଥା ପ୍ରଫେସର ପରିଜା ବିଜ୍ଞାନୀର ମହତ୍ତ୍ବ ବୁଝାଇବାକୁ ଯାଇ ଡାକ୍ତରଖାନାର କର୍ମଚାରୀ ହରିକୁ କହିଛନ୍ତି ।

Question 9.
ତ୍ୟାଗ ଅନ୍ତରାଳରୁ ମାନସିକ ଅଶାନ୍ତି ସମସ୍ତ ମନକୁ ସଂକ୍ରମିତ ହୁଏ – କିଏ କେଉଁ ପ୍ରସଙ୍ଗରେ କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ତ୍ୟାଗ ଅନ୍ତରାଳରୁ ମାନସିକ ଅଶାନ୍ତି ସମସ୍ତ ମନକୁ ସଂକ୍ରମିତ ହୁଏ – ଏକଥା ବା ଏ ସଂଳାପ ଜୟନ୍ତଙ୍କର । ତାଙ୍କ ବନ୍ଧୁ ଡାକ୍ତର ଅତନୁଙ୍କ ଉଦ୍ଦେଶ୍ୟରେ । ଡାକ୍ତର ଅତନୁ ନିଜ ରଚିତ କବିତା ଜୟନ୍ତଙ୍କ ପରିଚୟରେ ବ୍ୟବହାର କରି ଯେଉଁ ତ୍ୟାଗ କରିଛନ୍ତି ସେହି ପ୍ରସଙ୍ଗରେ ।

Question 10.
କବିର ମନ ବିଷାକ୍ତ ନ ହୋଇ ସବୁବେଳେ ପ୍ରଫୁଲ୍ଲ ହେବା ଦରକାର – କିଏ କାହାକୁ କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
କବିର ମନ ବିଷାକ୍ତ ନ ହୋଇ ସବୁବେଳେ ପ୍ରଫୁଲ୍ଲ ହେବା ଦରକାର – ଏହି ସଂଳାପ ଡାକ୍ତର ଅତନୁ ତାଙ୍କର ବନ୍ଧୁ ଜୟନ୍ତଙ୍କୁ କହିଛନ୍ତି ।

Question 11.
ସେବା ସହାନୁଭୂତି ଦେଖାଇବା ତ ଡାକ୍ତର ଏବଂ ସେବିକାଙ୍କର ଧର୍ମ – କେଉଁ ପ୍ରସଙ୍ଗରେ କୁହାଯାଇଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଯେତେବେଳେ ମୂକ ମିଲିଟାରୀ ଅଫିସର ବୀର ସୁସ୍ଥ ହୋଇଯାଇଛି ସେତେବେଳେ ସେ ଡାକ୍ତର ଅତନୁ ଓ ସିଷ୍ଟରଙ୍କ ପ୍ରଶଂସା କରିଛି ଓ ପ୍ରଶସ୍ତି ଗାନ କରିଛି । ଏହି ପ୍ରସଙ୍ଗରେ ସିଷ୍ଟର କହିଛନ୍ତି – ସେବା ସହାନୁଭୂତି ଦେଖାଇବା ତ ଡାକ୍ତର ଏବଂ ସେବିକାଙ୍କର ଧର୍ମ ।

Question 12.
ମନସ୍ତାତ୍ତ୍ଵିକ ଡାକ୍ତରଙ୍କର ବେଳେବେଳେ ଏମିତି ମାନସିକ ବିପ୍ଳବ ଦେଖାଯାଏ । ଯାହା ଅନ୍ୟମାନଙ୍କ ପ୍ରତି କଠୋର ହୋଇପଡ଼େ – କିଏ କାହାକୁ କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ମନସ୍ତାତ୍ତ୍ଵିକ ଡାକ୍ତରଙ୍କର ବେଳେବେଳେ ଏମିତି ମାନସିକ ବିପ୍ଳବ ଦେଖାଯାଏ । ଯାହା ଅନ୍ୟମାନଙ୍କ ପ୍ରତି ବଡ଼ କଠୋର ହୋଇପଡ଼େ – ଏକଥା ଜୟନ୍ତ ତାଙ୍କ ବନ୍ଧୁ ମନସ୍ତାତ୍ତ୍ଵିକ ଡାକ୍ତର ଅତନୁଙ୍କୁ କହିଛନ୍ତି ।

Question 13.
୧୩। ମୋ ଜୀବନଟା ନେଇ ତମେ ବେବିର ଡାଢ଼ୀ ଦେହରେ ଭର୍ତ୍ତି କରିଦେଇ ପାରିବ? କେଉଁ ପ୍ରସଙ୍ଗରେ କୁହାଯାଇଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଯେତେବେଳେ ବେବୀର ଡାଡ଼ୀ ପିନାକୀର ମୃତ୍ୟୁ ହୋଇଛି, ଦେବୀର ଲୁହ ଦେଖି ପ୍ରଫେସର ପରିଜା ବେବୀ ଦୁଃଖରେ ମର୍ମାହତ ହୋଇ ଡାକ୍ତର ଅତନୁଙ୍କୁ ନିଜ ଜୀବନର ପ୍ରତିବଦଳରେ ବେବୀ ଡାଡ଼ୀକୁ ବଞ୍ଚେଇବାକୁ କହିଛନ୍ତି । ଏହି ପ୍ରସଙ୍ଗରେ ଉକ୍ତ ସଂଳାପଟି ପ୍ରଫେସର ପରିଜା କହିଛନ୍ତି ।

Question 14.
‘ରାଜହଂସ’ର ନାଟ୍ୟକାରଙ୍କ ନାଁ କ’ଣ? ତାଙ୍କର ଦୁଇଟି ‘ନାଟକ’ର ନାମ ଲେଖ ।
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ରାଜହଂସ ନାଟକର ନାଟ୍ୟକାରଙ୍କ ନାମ ରତ୍ନାକର ଚଇନି । ତାଙ୍କର ଦୁଇଟି ନାଟକର ନାମ ‘ଅସ୍ତରାଗର ଚନ୍ଦ୍ର’ ଓ ‘ଶୂନ୍ୟତାର ଶିଡ଼ି’ ।

(ଘ) ୩ ନମ୍ବର ବିଶିଷ୍ଟ ଉତ୍ତରମୂଳକ ପ୍ରଶ୍ନବଳୀ । (୩୦ଟି ଶବ୍ଦ ମଧ୍ୟରେ) ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।

Question 1.
‘ବସନ୍ତର ଶେଷ ପତ୍ରଧରି ଦୂତ ତା’ର ଚାଲିଯାଇଛି । ତମେ ତାକୁ ହସି ହସି ବିଦାୟ ଦିଅ ବନ୍ଧୁ’ – ଏ ଉକ୍ତିର ତାତ୍ପର୍ଯ୍ୟ କ’ଣ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ପ୍ରଫେସର ପରିଜାଙ୍କ ଏହି ସଂଳାପର ତାତ୍ପର୍ଯ୍ୟ ହେଉଛି, ବସନ୍ତର ଦୂତ ଅର୍ଥାତ୍‌ ମୁଖ୍ୟ ଚରିତ୍ର ଡାକ୍ତର ଅତନୁଙ୍କ ମୃତ୍ୟୁରେ ଯେତେବେଳେ ଭାବବିହ୍ବଳ ହୋଇଉଠିଛନ୍ତି ତାଙ୍କ ବନ୍ଧୁ ଜୟନ୍ତ, ଠିକ୍ ସେତେବେଳେ ଏହି ସଂଳାପରେ ପ୍ରଫେସର ଅତନୁଙ୍କ ବିଦାୟକୁ ସୂଚିତ କରିଛି । ଜୀବନତମାମ ଯିଏ ଅନ୍ୟମାନଙ୍କ ପାଇଁ ଜିଇଁ ଆସୁଥିଲା ସେହି ଈଶ୍ବରଙ୍କ ଦୂତର ବିଦାୟକୁ ଜୟନ୍ତ ହସି ହସି ଗ୍ରହଣ କରୁ । ମ୍ରିୟମାଣ ନହୋଇ ଜୟନ୍ତ ଏହି ସତ୍ୟ ତଥା ବାସ୍ତବତାକୁ ଗ୍ରହଣ କରୁ ଏହାହିଁ ଥିଲା ସଂଳାପର ଉଦ୍ଦେଶ୍ୟ ।

Question 2.
କାଲି ଯଦି ଦୁନିଆ ଜାଣିବ ମୁଁ ପ୍ରକୃତରେ କବି ନୁହେଁ – ତେବେ ସମାଜରେ ମୋର ଅବସ୍ଥା କ’ଣ ହେବ? – ଏ କଥା କିଏ, କାହାକୁ କାହିଁକି କହିଛି ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
କାଲି ଯଦି ଦୁନିଆ ଜାଣିବ ମୁଁ ପ୍ରକୃତରେ କବି ନୁହେଁ – ତେବେ ସମାଜରେ ମୋର ଅବସ୍ଥା କ’ଣ ହେବ ବୋଲି ଜୟନ୍ତ ଡାକ୍ତର ଅତନୁଙ୍କୁ କହିଛନ୍ତି । ଡାକ୍ତର ଅତନୁଙ୍କ ରଚିତ କବିତାର ଶ୍ରେୟ ଏବଂ ପରିଚୟ ନେଇଛି ଜୟନ୍ତ । ପ୍ରକୃତରେ ଜୟନ୍ତ ଜଣେ କବି ନୁହେଁ କି କବିତା ଲେଖୁବା ତାଙ୍କ ଆୟତ୍ତର କାମ ନୁହେଁ । ବୃତ୍ତିରେ ସେ ଜଣେ ବ୍ୟବସାୟୀ, କିନ୍ତୁ ତାଙ୍କରି ଅର୍ଥରେ ଅତନୁ ଆମେରିକାରୁ ଡାକ୍ତରୀ ପଢ଼ି ପାରିଛନ୍ତି । ତେଣୁ ଋଣ ପରିଶୋଧ ନିମନ୍ତେ ଅତନୁ ନିଜ ରଚିତ କବିତାକୁ ଧୂର୍ଜଟୀ ଛଦ୍ମନାମରେ ପ୍ରକାଶିତ କରାଇଛି ଏବଂ ଧୂର୍ଜଟୀ ବୋଲି ଜୟନ୍ତ ପରିଚିତ ହୋଇଛି । ତେଣୁ ଏହି ସତ୍ୟରୁ ଘୋଡ଼ଣି ଉଠିଗଲେ, ବାସ୍ତବ କଥା ଜଣାପଡ଼ିଲେ ଜୟନ୍ତର ସମ୍ମାନ ହାନୀ ହେବ ।

Question 3.
ଆପଣ ନିଜେ ମିଥ୍ୟାର ଗୋଟାଏ ପ୍ରତିମୂର୍ତ୍ତି । ସତ୍ୟର ଅପଳାପ ପାଇଁ ଆପଣ ମିଥ୍ୟାର ଆଶ୍ରୟ ନେଇଛନ୍ତି – କିଏ କାହାକୁ କେଉଁ ପ୍ରସଙ୍ଗରେ କହିଥିଲେ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
“ଆପଣ ନିଜେ ମିଥ୍ୟାର ଗୋଟିଏ ପ୍ରତିମୂର୍ତ୍ତି । ସତ୍ୟର ଅପଳାପ ପାଇଁ ଆପଣ ମିଥ୍ୟାର ଆଶ୍ରୟ ନେଇଛନ୍ତି ।’’ – ଏହି ସଂଳାପଟି ରୀତା ଡାକ୍ତର ଅତନୁଙ୍କୁ କହିଛି । ରୀତା, ଜୟନ୍ତ ଓ ଅତନୁଙ୍କ କଥାବାର୍ତ୍ତା ଶୁଣିନେଇଛି । ତା’ର ସ୍ୱାମୀ ଜୟନ୍ତ ଯେ ପ୍ରକୃତରେ କବି ନୁହେଁ ଏହି ସତ୍ୟ ତା’ପାଖରେ ଧରା ପଡ଼ିଯାଇଛି । ଯୋଉ କବିତାର ପ୍ରେମରେ ପଡ଼ି ଜୟନ୍ତଙ୍କୁ କବି ବୋଲି ଧରି ନେଇ ସେ ପ୍ରେମ ବିବାହ କରିଛି, ସେଇ ନିଷ୍ପଭି ତା’ର ଭୁଲଥୁଲା ବୋଲି ଗ୍ରହଣ କରି ନେଇଛି । ଏହିସବୁ କଥା ଜାଣିଲା ପରେ ରୀତା ଡାକ୍ତର ଅତନୁଙ୍କୁ ଏଥ‌ିପାଇଁ ଦାୟୀ କରିଛି ଏବଂ ତାଙ୍କୁ ମିଥ୍ୟାର ଗୋଟିଏ ପ୍ରତିମୂର୍ତ୍ତି ବୋଲି ଆକ୍ଷେପ କରିଛି ।

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 4.
ମୋ ଜୀବନ ବିନିମୟରେ ମୁଁ ଚାହେଁ ଏଇ କୋମଳ କଳିକା ମୁହଁରେ ଚେନାଏ ହସ କିଏ କାହାକୁ କେଉଁ ପରିପ୍ରେକ୍ଷୀରେ କହିଥିଲେ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
‘‘ମୋ ଜୀବନ ବିନିମୟରେ ମୁଁ ଚାହେଁ ଏଇ କୋମଳ କଳିକା ମୁହଁରେ ଚେନାଏ ହସ ।’’ – ଏକଥା ପ୍ରଫେସର ପରିଜା ଡାକ୍ତର ଅତନୁଙ୍କୁ କହିଛନ୍ତି । ଡାକ୍ତର ଅତନୁ ବହୁତ ଚେଷ୍ଟା କରି ମଧ୍ୟ ବ୍ୟବସାୟୀ ତଥା ମଦ୍ୟପ ପିନାକୀଙ୍କୁ ବଞ୍ଚାଇ ପାରିଲେ ନାହିଁ । ପିନାକୀଙ୍କର ଏକମାତ୍ର ଝିଅ ବେବୀ ବାପାଙ୍କର ମୃତ୍ୟୁ ପରେ ଏକୁଟିଆ ଓ ନିଃସହାୟ ହୋଇଯାଇଛି । ଡାକ୍ତରଖାନାରେ ସମସ୍ତଙ୍କ ପ୍ରିୟ ବେବୀର ଏହି ଅବସ୍ଥା, ପ୍ରଫେସର ପରିଜା ଓ ରୀତାଙ୍କ ମ୍ରିୟମାଣର କାରଣ ପାଲଟିଛି । ପ୍ରଫେସର ପରିଜା ବେବୀକୁ କୋମଳ କଳିକା ବୋଲି ସଂବୋଧନ କରି ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ଜୀବନର ପ୍ରତିବଦଳରେ ପିନାକୀଙ୍କୁ ବଞ୍ଚେଇବା ପାଇଁ, ଯାହାଫଳରେ ବେବୀ ମୁହଁରେ ଟିକେ ହସ ଫୁଟି ଉଠିବ ।

Question 5.
ମଦ୍ୟପର୍ସି ନିଶାଥ‌ିବା ପର୍ଯ୍ୟନ୍ତ ସେ ନିଜକୁ ଶକ୍ତିମାନ ମନେ କରେ । କିନ୍ତୁ ନିଶା ଛାଡ଼ିଗଲା ପରେ ସେ ଭାରି weak feel କରେ – ଏହାର ତାତ୍ପର୍ଯ୍ୟ ଉଲ୍ଲେଖ କର ।
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ମଦ୍ୟପÖ ନିଶାଥ‌ିବା ପର୍ଯ୍ୟନ୍ତ ସେ ନିଜକୁ ଶକ୍ତିମାନ ମନେକରେ । କିନ୍ତୁ ନିଶା ଛାଡ଼ିଗଲା ପରେ ସେ ଭାରି week feel କରେ । ଏହାର ତାତ୍ପର୍ଯ୍ୟ ହେଉଛି ଡାକ୍ତର ଅତନୁ ମାନସିକ ଦୁଶ୍ଚିନ୍ତାକୁ ଗୋଟିଏ ନିଶା ବୋଲି କହିଛନ୍ତି । ସେ ଯେତେବେଳେ ମନ ଉପରେ ସବାର ହୁଏ – ସେତେବେଳେ ହିତାହିତ ଜ୍ଞାନ ମଧ୍ୟ ରହେନା । ଏକଥା ସେ ରୀତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ରୀତା ନାନା ଦୁଶ୍ଚିନ୍ତାରେ ପଡ଼ି ଉତ୍ତେଜିତ ହୋଇ ଉଠିଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ରୀତା ଦୁର୍ବଳ ଅନୁଭବ କରିଛନ୍ତି ବୋଲି ଯେତେବେଳେ ଡାକ୍ତର ଅତନୁଙ୍କୁ କହିଛନ୍ତି ଠିକ୍ ସେତିକିବେଳେ ଡାକ୍ତର ଅତନୁ ଉପରୋକ୍ତ କଥାଟି କହିଛନ୍ତି ।

Question 6.
‘ସରଳ ବନ୍ଧୁତାରେ ତମେ ଦେଖ ଗରଳର ସ୍ଵପ୍ନ । ଗୀତା, ବାଇବେଲ ଆଉ କୋରାରୁ ତମେ ଖୋଜ ବିଶ୍ୱାସଘାତକତାର ବାଣୀ’ – ଏହି ଉକ୍ତିଟି କାହାର, ଏହାର ତାତ୍ପର୍ଯ୍ୟ ଦର୍ଶାଅ ।
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
‘‘ସରଳ ବନ୍ଧୁତାରେ ତମେ ଦେଖ ଗରଳର ସ୍ବପ୍ନ । ଗୀତା, ବାଇବେଲ୍‌ ଆଉ କୋରାନ୍‌ରୁ ତମେ ଖୋଜ ବିଶ୍ୱାସଘାତକତାର ବାଣୀ ।’’ ଏହି ଉକ୍ତିଟି ପ୍ରଫେସର ପରିଜାଙ୍କର । ସେ ନିଜ ଅନୁଭୂତି ଓ ଅଭିଜ୍ଞତାରୁ ଆଜିର ମଣିଷମାନଙ୍କ ଚରିତ୍ର ଅନୁଧ୍ୟାନ ସ୍ଵରୂପ ଏଇ ଉକ୍ତି ବା ସଂଳାପକୁ ହରି ଉଦ୍ଦେଶ୍ୟରେ କହିଛନ୍ତି । ମଣିଷର ସ୍ବାର୍ଥପରତା ଓ ବିଶ୍ୱାସହୀନତାକୁ ଘୃଣାକରି ସେ ଏକଥା ପ୍ରକାଶ କରିଛନ୍ତି ।

Question 7.
‘ନାରୀ ମାତ୍ରେ ହିଁ ମମତାମୟୀ । ସେମାନେ ଖୁବ୍ ଶୀଘ୍ର ଗୋଟାଏ ଜିନିଷକୁ ଆପଣାର କରି ନିଅନ୍ତି’ – କିଏ କାହାକୁ କେଉଁ ପ୍ରସଙ୍ଗରେ କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
‘‘ନାରୀ ମାତ୍ରେ ହିଁ ମମତାମୟୀ । ସେମାନେ ଖୁବ୍ ଶୀଘ୍ର ଗୋଟାଏ ଜିନିଷକୁ ଆପଣାର କରି ନିଅନ୍ତି ।’’ – ଏ କଥା ଡାକ୍ତର ଅତନୁ ତାଙ୍କ ବନ୍ଧୁ ଜୟନ୍ତର ପତ୍ନୀ ରୀତାଙ୍କୁ କହିଛନ୍ତି । ରୀତା ଅତନୁଙ୍କ ତତ୍ତ୍ୱାବଧାନରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଖାନାର ଶାନ୍ତ ପରିବେଶ, ସେଠିକାର ଚରିତ୍ରମାନଙ୍କ ସ୍ନେହ ଶ୍ରଦ୍ଧା, ବେବୀର ଗୀତ ଓ ଡାକ୍ତର ଅତନୁଙ୍କ ଯତ୍ନ ତାଙ୍କୁ ଏକବାରେ ନିଜର କରିନେଇଛି । ଫଳରେ ରୀତା ଚାହିଁଛନ୍ତି ସେଇ ଡାକ୍ତରଖାନାରେ ରହିଯିବା ପାଇଁ । ଏହି ପ୍ରସଙ୍ଗରେ ଡାକ୍ତର ଅତନୁ ଉପରୋକ୍ତ ସଂଳାପଟି କହିଛନ୍ତି ।

Question 8.
‘ମୁଁ ଇହ ଜନ୍ମରେ ଆଉ ପର ଜନ୍ମରେ ବି ଆପଣଙ୍କର ଋଣୀ ହୋଇ ରହିବି? – କିଏ କାହାକୁ କେଉଁ ଉଦ୍ଦେଶ୍ୟରେ କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
“ମୁଁ ଇହ ଜନ୍ମରେ ଆଉ ପର ଜନ୍ମରେ ବି ଆପଣଙ୍କ ଋଣୀ ହୋଇ ରହିବି?’’ – ଏ କଥା ମଦ୍ୟପ ବ୍ୟବସାୟୀ ପିନାକୀ ଡାକ୍ତର ଅତନୁଙ୍କୁ କହିଛନ୍ତି । ମଦ୍ୟପ ବ୍ୟବସାୟୀ ପିନାକୀ ବ୍ୟବସାୟରେ କ୍ଷତି ସହି ଅତ୍ୟଧିକ ମଦପିଇ ମାନସିକ ଭାରସାମ୍ୟ ହରାଇଛି । ତା’ର ବଞ୍ଚିବାର ଆଶା କ୍ଷୀଣ ହୋଇଉଠିଛି । ତେବେ ପିନାକୀର ଏକମାତ୍ର ଝିଅ ବେବୀର ଭବିଷ୍ୟତକୁ ନେଇ ପିତା ଆତଙ୍କିତ ହୋଇଉଠିଛି । ପିନାକୀର ମୃତ୍ୟୁ ପରେ ଏଇ ଛୋଟ ଝିଅର କ’ଣ ହେବ, ଏଇ ଚିନ୍ତାରେ ପିନାକୀ ଭୟଭୀତ ହୋଇଛି । ବେବୀର ଅସହାୟତାକୁ ସହ୍ୟ କରି ପାରିନାହିଁ ପିନାକୀ । ଫଳରେ ସେ ତା’ ଝିଅ ଦେବୀର ଦାୟିତ୍ୱ ଡାକ୍ତର ଅତନୁଙ୍କୁ ସମର୍ପିବାକୁ ଚାହିଁଛି । ଯେତେବେଳେ ଡାକ୍ତର ଅତନୁ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବେବୀର ଦାୟିତ୍ଵ ନେବେ ବୋଲି ସେତେବେଳେ ପିନାକୀ ଏକଥା କହିଛନ୍ତି ।

Question 9.
‘ଭୁଲ ଆଡ଼କୁ ଟାଣି ହୋଇ ଯାଇଛୁ ତୁ? ମାନସିକ ରୋଗର ଡାକ୍ତର ହୋଇ ନିଜେ ମାନସିକ ବିପ୍ଳବର ଶିକାର ହୋଇଛୁ’ – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି?
Answer:
ନାଟକ – ରାଜହଂସ
ନାଟ୍ୟକାର– ରତ୍ନାକର ଚଇନି
‘ଭୁଲ୍ ଆଡ଼କୁ ଟାଣି ହୋଇ ଯାଉଛୁ ତୁ । ମାନସିକ ରୋଗର ଡାକ୍ତର ହୋଇ ନିଜେ ମାନସିକ ବିପ୍ଳବର ଶିକାର ହୋଇଛୁ ।’ ଜୟନ୍ତର ଅତନୁଙ୍କ ଉଦ୍ଦେଶ୍ୟରେ ଥିବା ଏହି ସଂଳାପ, ଅତନୁଙ୍କ ମାନସିକ ଦ୍ବନ୍ଦ୍ବ ପ୍ରସଙ୍ଗରେ ଉପସ୍ଥାପିତ । ଡାକ୍ତର ଅତନୁଙ୍କ ରଚିତ କବିତା ତାଙ୍କ ବନ୍ଧୁ ଜୟନ୍ତଙ୍କ ପରିଚୟ ପାଲଟିଛି । ଅଥଚ ଯେତେବେଳେ କବିଙ୍କୁ ସମ୍ମାନ ଓ ପୁରସ୍କାର ଦେବାର ମୁହୂର୍ତ୍ତ ଉପନୀତ ହୋଇଛି ସେତେବେଳେ ଏହି ସମ୍ବାଦ ଡାକ୍ତର ଅତନୁ ତଥା ପ୍ରକୃତ କବିଙ୍କ ଅନ୍ତର ଭିତରେ ଅଜଣା ଏକ ଆଲୋଡ଼ନ ସୃଷ୍ଟି କରିଛି । ତେଣୁ ଏ କଥାର ଅନୁଭବ କରିପାରି ଜୟନ୍ତ ମନସ୍ତାତ୍ତ୍ଵିକ ଡାକ୍ତର ଅତନୁଙ୍କୁ ଉପରୋକ୍ତ ସଂଳାପଟି କହିଛନ୍ତି ।

Question 10.
‘ଲୁହ ନ ଥିଲେ ହସର ମୂଲ୍ୟ କେହି ବୁଝନ୍ତିନି ବନ୍ଧୁ’ । ମଣିଷ ଜୀବନ ପାଇଁ ହସ ଯେତିକି ଦରକାର ଲୁହ ମଧ୍ଯ ସେତିକି ଦରକାର, – କିଏ କାହାକୁ କେଉଁ ପ୍ରସଙ୍ଗରେ କୁହାଯାଇଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
‘ଲୁହ ନ ଥିଲେ ହସର ମୂଲ୍ୟ କେହି ବୁଝନ୍ତିନି ବନ୍ଧୁ । ମଣିଷ ଜୀବନ ପାଇଁ ହସ ଯେତିକି ଦରକାର ଲୁହ ମଧ୍ୟ ସେତିକି ଦରକାର’ – ଡାକ୍ତର ଅତନୁ ତାଙ୍କ ବନ୍ଧୁ ଜୟନ୍ତଙ୍କୁ ଏକଥା କହିଛନ୍ତି । ଜୟନ୍ତଙ୍କ ଆକ୍ଷେପମୂଳକ କଥାରେ ମର୍ମାହତ ହୋଇଛନ୍ତି ଅତନୁ । କ୍ଷମା ପ୍ରାର୍ଥନା କରିଛି ଅତନୁ । ଭୁଲ ପାଇଁ ବିନତୀ କରିଛି ଜୟନ୍ତଙ୍କ ପାଖରେ । ଅତନୁ କହିଛି, ସେ କବି ନୁହେଁ – ସେ ଜଣେ ଡାକ୍ତର । ଏହି ଉଚ୍ଚାରଣ ଓ ଅନୁଭବ ଭିତରେ ଅତନୁର ଅନ୍ତରରେ ଉତ୍ତୋଳିତ ହୋଇଛି ଉଦ୍‌ବେଳନ, ଆଖୁରେ ଲୁହ ଜକେଇ ଉଠିଛି । ଏହି ଲୁହ ଦେଖୁ ଯେତେବେଳେ ବନ୍ଧୁ ଜୟନ୍ତ କାରଣ ପଚାରିଛନ୍ତି, ସେତେବେଳେ ଡାକ୍ତର ଅତନୁ ଉପରୋକ୍ତ ସଂଳାପଟି କହିଛନ୍ତି ।

Question 11.
‘ବିଜ୍ଞାନୀ ପୁରାତନକୁ ଧରି ବସି ରହେନା । ସେ ଚାହେଁ ନୂତନର ଆବିଷ୍କାର’ – ଏ ଉକ୍ତି କିଏ କାହାକୁ ଓ କାହିଁକି କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
‘ବିଜ୍ଞାନୀ ପୁରାତନକୁ ଧରି ବସି ରହେନା । ସେ ଚାହେଁ ନୂତନର ଆବିଷ୍କାର’ – ଏହି ଉକ୍ତି ପ୍ରଫେସର ପରିଜା ସିଷ୍ଟରଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ପ୍ରଫେସର ପରିଜା ଚନ୍ଦ୍ରପୃଷ୍ଠକୁ ଯିବାପାଇଁ ଗବେଷଣାରେ ମଗ୍ନ ଥିଲାବେଳେ ତାଙ୍କର ଜଣେ ବନ୍ଧୁଙ୍କ କୁଚକ୍ରାନ୍ତ ଓ ଅସହିଷ୍ଣୁତାର ଶିକାର ହୋଇ ମାନସିକ ଭାରସାମ୍ୟ ହରାଇଛନ୍ତି । ପ୍ରଫେସର ବେଡ଼ରେ ରେଷ୍ଟ୍ ନେବାପାଇଁ ଡାକ୍ତର ଅତନୁ ନିର୍ଦ୍ଦେଶ ଦେଇଥିଲେ, ପ୍ରଫେସର ସିଷ୍ଟରଙ୍କ ସହ ଯାଇଥିଲେ ମଧ୍ୟ; ହେଲେ ସିଷ୍ଟର ତାଙ୍କୁ ଯେମିତି ଟିକେ ଛାଡ଼ିକି ଯାଇଛନ୍ତି ସେ ପୁଣି ଡାକ୍ତର ଅତନୁଙ୍କ ପାଖକୁ ଚାଲିଆସି ଯୁକ୍ତି କରିବା ଆରମ୍ଭ କରିଛନ୍ତି । ସିଷ୍ଟର ଫେରିଆସି ଯେତେବେଳେ ତାଙ୍କୁ ନେବାକୁ ଚାହିଁଛନ୍ତି ତଥା ରେଷ୍ଟ୍ ନେବାପାଇଁ ବେଡ଼କୁ ଯିବାପାଇଁ କହିଛନ୍ତି, ଠିକ୍ ସେତିକିବେଳେ ପ୍ରଫେସର ଚୁପ୍‌ଚାପ୍ ଶୋଇବାକୁ ମନାକରି ଦେଇଛନ୍ତି । ବିଜ୍ଞାନୀ ଶିଶୁ ପରି ନୀରବରେ ଶୋଇ ନ ପାରେ ସେ ବିପ୍ଳବ କରିବାକୁ ଚାହେଁ ।

Question 12.
କିଏ କହିଲା ତମେ ନିଃସ୍ଵ? ଲକ୍ଷପତିର କନ୍ୟା-ପୁଣି କୋଟିପତିର ବଧୂ ! କିଏ କାହାକୁ କେଉଁ ପ୍ରସଙ୍ଗରେ କୁହାଯାଇଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
କିଏ କହିଲା ତୁମେ ନିଃସ୍ଵ ? ଲକ୍ଷପତିର କନ୍ୟା – ପୁଣି କୋଟିପତିର ବଧୂ ! – ଏକଥା ଡାକ୍ତର ଅତନୁ ରୀତାଙ୍କୁ କହିଛନ୍ତି । କବିତାପ୍ରେମୀ ରୀତା ବିବାହ କରିଛି ଜୟନ୍ତଙ୍କୁ । ଜୟନ୍ତ ଯେ ଜଣେ କବି ତାହା ରୀତାପାଇଁ ଥିଲା ଅସଲ ଆକର୍ଷଣ । ବିବାହ ପରେ ରୀତା ବୁଝି ନେଇଛି ଯେ ଜୟନ୍ତ ପ୍ରକୃତରେ ଜଣେ କବି ନୁହେଁ, କବିର ଭାବନା ଓ ଭାବୁକର ହୃଦୟ ତାଙ୍କ ପାଖରେ ନାହିଁ । ଏପରି ଆଘାତରେ ରୀତା ମାନସିକ ଭାରସାମ୍ୟ ହରାଇ ଜୟନ୍ତଙ୍କ ନିକଟରେ ଚିକିତ୍ସିତ ହେଉଛି । କବିତାକୁ ଅହରହ ଖୋଜୁଛି, ବିରହ ବେଦନାରେ ଭାଓଲିନ୍ ବଜାଉଛି । ନିଜକୁ ଏକୁଟିଆ ଓ ନିଃସ୍ଵ ଭାବିଛି । ତେଣୁ ଡାକ୍ତର ଅତନୁ ତାଙ୍କୁ ବୁଝେଇବା ପାଇଁ ଉପରୋକ୍ତ କଥା କହିଛନ୍ତି ।

Question 13.
‘ମୋର ମନେହୁଏ ଏମିତି ଗୋଟାଏ’ସମୟ ଆସିବ ଯେତେବେଳେ ତୋ ପାଖକୁ ଆଉ ମୋ ହାତ ପାଇବନି ।’ ଏ ଉକ୍ତି କାହାର କେଉଁ ପ୍ରସଙ୍ଗରେ କୁହାଯାଇଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
‘ମୋର ମନେହୁଏ ଏମିତି ଗୋଟିଏ ସମୟ ଆସିବ ଯେତେବେଳେ ତୋ ପାଖକୁ ଆଉ ମୋ ହାତ ପାଇବନି ।’ ଏ ଉକ୍ତି ଡାକ୍ତର ଅତନୁ ଜୟନ୍ତଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଜୟନ୍ତଙ୍କ ଅର୍ଥରେ ଡାକ୍ତର ଅତନୁ ଆମେରିକା ଯାଇ ଡାକ୍ତରୀ ପାଠ ପଢ଼ି ଆସିଛନ୍ତି । ପଇସା ଅଭାବରୁ ପଢ଼ାରୁ ସେ ବଞ୍ଚିତ ହୋଇଥା’ନ୍ତେ, ନିଜ ଡାକ୍ତର ହେବାର ସ୍ବପ୍ନ ଅଧୁରା ରହିଯାଇଥା’ନ୍ତା, ମାତ୍ର ଜୟନ୍ତଙ୍କ ଅର୍ଥ ସାହାଯ୍ୟ ତାଙ୍କୁ ମନସ୍ତାତ୍ତ୍ଵିକ ଡାକ୍ତର କରାଇ ପାରିଛି । ତେଣୁ ଜୟନ୍ତଙ୍କ ଏଇ ସାହାଯ୍ୟ ତଥା ତ୍ୟାଗ ଆଦର୍ଶର ପୁଞ୍ଜି ପ୍ରଦାନ, ଅତନୁଙ୍କ ଦୃଷ୍ଟିରେ ତାଙ୍କୁ ବହୁ ଉଚ୍ଚକୁ ନେଇଯାଇଛି । ତେଣୁ ଜୟନ୍ତଙ୍କ ମହାନତାକୁ ନେଇ ଓ ସେ ଉପରୋକ୍ତ କଥା କହିଛନ୍ତି ।

Question 14.
କବିଙ୍କର କା’ ଯାଇଛି ….. କିନ୍ତୁ କବି ନୁହନ୍ତି । କିଏ କାହା ଉଦ୍ଦେଶ୍ୟରେ କାହିଁକି କହିଛି
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
କବିଙ୍କର କା ଯାଇଛି ….. କିନ୍ତୁ କବି ନୁହଁନ୍ତି । ରୀତା ଏହି ସଂଳାପ ଅତନୁଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଜୟନ୍ତ ଓ ଅତନୁଙ୍କ ପରସ୍ପର ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଶୁଣିପାରିଛନ୍ତି ରୀତା । ରୀତା ଜୟନ୍ତଙ୍କ କବିପଣର ଅସଲ ରହସ୍ୟ ଜାଣିପାରିଛନ୍ତି । ଡାକ୍ତର ଅତନୁଙ୍କ ରଚିତ କବିତାକୁ ଜୟନ୍ତଙ୍କୁ କବିର ପରିଚୟ ଓ ପ୍ରତିଷ୍ଠା ଦେଇଛି । ଜୟନ୍ତ ଅସଲରେ ଜଣେ କବି ନୁହେଁ ଏହି ସତ୍ୟକଥା ଜାଣିଲାବେଳକୁ ଜୟନ୍ତ ବିଦାୟ ନେଇଥିଲେ । ଜୟନ୍ତଙ୍କ ବିଦାୟ ପରେ ରୀତା ଆସିଥିବାରୁ ଡାକ୍ତର ଅତନୁ ଜଣେଇଛନ୍ତି ଯେ କବି ଚାଲିଯାଇଛନ୍ତି । ଏକଥାର ଉତ୍ତରରେ ରୀତା ଉପରୋକ୍ତ ସଂଳାପ କହିଛନ୍ତି ।

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 15.
ଆଶାରେ ହିଁ ମଣିଷ ବଞ୍ଚେ । ଆଦିମ ଯୁଗରୁ ମଣିଷ ଆଶାବାଦୀ । ଏହାର ତାତ୍ପର୍ଯ୍ୟ ଉଲ୍ଲେଖ କର ।
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଆଶାରେ ହିଁ ମଣିଷ ବଞ୍ଚେ । ଆଦିମ ଯୁଗରୁ ମଣିଷ ଆଶାବାଦୀ । ଡାକ୍ତର ଅତନୁ ଏହି ସଂଳାପ ଜୟନ୍ତଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଜୟନ୍ତଙ୍କ ପତ୍ନୀ ରୀତା ମାନସିକ ଭାରସାମ୍ୟ ହରାଇ ଡାକ୍ତର ଅତନୁଙ୍କ ପାଖରେ ଚିକିତ୍ସିତ ହୋଇଛନ୍ତି । ଜୟନ୍ତ ପତ୍ନୀଙ୍କ ସୁସ୍ଥ ହେବାର କୌଣସି ଲକ୍ଷଣ ଦେଖୁପାରି ନାହାନ୍ତି । ତେଣୁ ସେ ଧୈର୍ଯ୍ୟ ହରାଇ ଆଶାଶୂନ୍ୟ ହୋଇପଡ଼ିଛନ୍ତି । ଡାକ୍ତର ଅତନୁ ତାଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ଉପରୋକ୍ତ ସଂଳାପ କହିଛନ୍ତି ।

Question 16.
ଦେହ ସରୋବର ଛାଡ଼ି ହଂସ ଉଡ଼ିଯାଇଛି ବନ୍ଧୁ । କାହାର ସେ ଅପେକ୍ଷା କରିନି ! ଏହାର ତାତ୍ପର୍ଯ୍ୟ କ’ଣ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
‘ଦେହ ସରୋବର ଛାଡ଼ି ହଂସ ଉଡ଼ିଯାଇଛି ବନ୍ଧୁ । କାହାର ସେ ଅପେକ୍ଷା କରେନି ।’ ଏହାର ତାତ୍ପର୍ଯ୍ୟ ଏହି ଯେ ଅତନୁଙ୍କ ମୃତ୍ୟୁ ପରେ ଜୟନ୍ତ ଆସି ବ୍ୟସ୍ତ ହୋଇ ସେଠାରେ ପହଞ୍ଚିଛନ୍ତି । ତାଙ୍କ ବନ୍ଧୁର ବିୟୋଗ ଜୟନ୍ତଙ୍କୁ ମର୍ମାହତ କରିଛି । ପ୍ରଫେସର ପରିଜା ଜୟନ୍ତଙ୍କୁ ବାସ୍ତବତା ସଂପର୍କରେ ସଚେତନ କରାଇବାକୁ ଯାଇ ଉପରୋକ୍ତ ସଂଳାପ କହିଛନ୍ତି ।

(ଙ) ୫ନମ୍ବର ବିଶିଷ୍ଟ ଉତ୍ତରମୂଳକ ପ୍ରଶ୍ନବଳୀର ଉତ୍ତର। (୧୫୦ ଶବ୍ଦ ମଧ୍ଯରେ ଉତ୍ତର)

Question 1.
ଏକ ମନସ୍ତାତ୍ତ୍ଵିକ ନାଟକ ଭାବରେ ‘ରାଜହଂସ’ର ମୂଲ୍ୟାୟନ କର ।
କିମ୍ବା, ‘ରାଜହଂସ ଏକ ସଫଳ ମନସ୍ତାତ୍ତ୍ଵିକ ନାଟକ’ – ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
କିମ୍ବା, ‘ମନସ୍ତାତ୍ତ୍ଵିକ ନାଟକ ଭାବରେ ରାଜହଂସ ଏକ ସଫଳ ପରୀକ୍ଷା’– ଏହି ଉକ୍ତିଟି ବିଶ୍ଳେଷଣ କର ।
Answer:
ଯଥାର୍ଥରେ ଯାହା ଅଭିନୟ ଉପଯୋଗୀ ତାହା ହିଁ ନାଟକ । ତେବେ ଆଧୁନିକ କାଳଖଣ୍ଡରେ ଏହି ନାଟକ ମଣିଷ ଜୀବନର ଅନ୍ତରଙ୍ଗ ମାନସିକ ଉଦ୍‌ବେଳନ ଓ ସଂଗୁପ୍ତ ଭାବଧାରାକୁ ନିଜ ଭିତରେ ସମାଦୃତ କରି ବେଶ୍ ଚିତ୍ରମୟ ଓ ତାତ୍ପର୍ଯ୍ୟପୂର୍ଣ ହୋଇପାରିଛି । ତେବେ ଏହି କାଳମଣ୍ଡରେ ଯେଉଁମାନଙ୍କ ଲେଖନୀ ଚାଳନା ଉଭୟ ପ୍ରଭାବଶାଳୀ ଓ ବୈଚିତ୍ରପୂର୍ଣ୍ଣ ଥିଲା, ସେମାନଙ୍କ ମଧ୍ୟରୁ ଡ. ରତ୍ନାକର ଚଇନି ଅନ୍ୟତମ ପ୍ରଚଣ୍ଡ ପ୍ରତିଭା । ମଣିଷର ବାହ୍ୟ ଆଚରଣ ଅପେକ୍ଷା ମନ ଭିତରର ଚିତ୍ରକୁ ବେଶ୍ ମନୋଜ୍ଞ ଶୈଳୀରେ ପାଠକ ତଥା ଦର୍ଶକ ଆଗରେ ତୋଳିଧରିବାରେ ସେ ଥିଲେ ଜଣେ ଧୂରୀଣ ଶିଳ୍ପୀ । ଏହି ସାର୍ଥକ ଶିଳ୍ପୀଙ୍କ ଅନନ୍ୟ ସୃଷ୍ଟିଗୁଡ଼ିକ ମଧ୍ୟରୁ ‘ଅସ୍ତରାଗର ଚନ୍ଦ୍ର’, ‘ଶେଷଅଶୁ’, ‘କଳଙ୍କିତ ସୂର୍ଯ୍ୟ’, ‘ଶୂନ୍ୟତାର ଶିଡ଼ି’, ‘ପୁନଶ୍ଚ ପୃଥ‌ିବୀ’ ଆଦି ଅନ୍ୟତମ ।

ଆଲୋଚ୍ୟ ରାଜହଂସ ତାଙ୍କର ଏକ ସାର୍ଥକ ମନସ୍ତାତ୍ତ୍ଵିକ ନାଟକ । ମଣିଷ ଓ ମଣିଷଦ୍ବାରା ସୃଷ୍ଟି ହୋଇଥିବା ସମାଜ, ସମସ୍ତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମନଦ୍ବାରା ହିଁ ପରିଚାଳିତ । ସମାଜର ନୀତିନିୟମକୁ, ଆଦର୍ଶବୋଧର ପାଳନକୁ ତଥା ଭଦ୍ରତାର ଆଚରଣକୁ ଆଖିଆଗରେ ରଖ୍ ମଣିଷ ସମାଜରେ ତା’ର ବାହ୍ୟ ମନର ପରିଚୟ ଦିଏ । କିନ୍ତୁ ଅନ୍ତର ଭିତରେ ଅଜସ୍ର ଅସନ୍ତୋଷ ସୃଷ୍ଟି ହୁଏ । ଫଳରେ ଅନ୍ତର୍ମନ ଓ ବହିର୍ମନ ମଧ୍ୟରେ ଦେଖାଦିଏ ଦ୍ବନ୍ଦ୍ବ । ଦ୍ବନ୍ଦ୍ବରୁ ସୃଷ୍ଟିହୁଏ ସଂଘର୍ଷ ଓ କ୍ରମେ ମନ ଅସୁସ୍ଥ ହୋଇପଡ଼େ । ସବିଶେଷରେ ମାନସିକ ଭାରସାମ୍ୟ ହରାଏ ମଣିଷ ।

ଏହି ନାଟକରେ ନାଟ୍ୟକାର ଏହିପରି ମାନସିକ ଭାରସାମ୍ୟ ହରାଇଥିବା ଚରିତ୍ରମାନଙ୍କୁ ଚିତ୍ରଣ କରିଛନ୍ତି ଗୋଟିଏ ସେଟ୍ ଉପରେ । ବ୍ୟବସାୟରେ କ୍ଷତି ସହି ମଦ୍ୟପ ପାଲଟି ନିଜ ଭାରସାମ୍ୟ ହରାଇଥିବା ପିନାକୀ, କବିତା ପ୍ରେମରେ କବିଙ୍କୁ ଆପଣାର କରିବା ନିଶାରେ ପ୍ରତାରିତ ହୋଇ ମାନସିକ ଭାରସାମ୍ୟ ହରାଇଥିବା ରୀତା, ବିଜ୍ଞାନୀ ବନ୍ଧୁଙ୍କ ଅସହିଷ୍ଣୁତାର ଶିକାର ହୋଇଥିବା ପ୍ରଫେସର ପରିଜା, ଯୁଦ୍ଧରେ ବାକ୍‌ଶକ୍ତି ହରାଇଥିବା ବୀର, ପ୍ରତାରିତ ଭୀମା ପ୍ରଭୃତି ନିଜ ମାନସିକ ଭାରସାମ୍ୟ ହରାଇଛନ୍ତି, ଏମାନଙ୍କ ସଫଳ ଚରିତ୍ରାୟନ ଉକ୍ତ ନାଟକର କଳାକାରିଗରୀ ।

ରାଜହଂସ ନାଟକରେ ନାଟ୍ୟକାର ଡାକ୍ତର ଚଇନି ବ୍ୟାଧଗ୍ରସ୍ତ ମଣିଷ ମନ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ସେ କହନ୍ତି- ‘ଅତ୍ୟାଧୁନିକ ସ୍ଵର ହେଉଛି, ମଣିଷର ସମାଜତତ୍ତ୍ଵ ଓ ମନସ୍ତତ୍ତ୍ଵର ବୈଶିଷ୍ଟ୍ୟ ଉତ୍ତମ ରୂପେ ହୃଦୟଙ୍ଗମ କରିବା ।’ ତେବେ ଏହି ନାଟକରେ ନାଟ୍ୟକାର ଉକ୍ତିଟିକୁ ସାର୍ଥକ କରି ହିଁ ଆଧୁନିକ ମଣିଷର ମନକୁ ଅତି ସୂକ୍ଷ୍ମଭାବରେ ବିଶ୍ଳେଷଣ କରିଛନ୍ତି ।

ରାଜହଂସ ନାଟକର ଚରିତ୍ରଙ୍କ ମନସ୍ତତ୍ତ୍ଵକୁ ଖୁବ୍ ସୁନ୍ଦର ଭାବରେ ଦେଖାଇଛନ୍ତି ନାଟ୍ୟକାର । ମୋଟ ଉପରେ ବିଚାର କଲେ ଯେଉଁ ଚରିତ୍ରମାନଙ୍କୁ ନାଟକରେ ଉପସ୍ଥାପିତ କରିଛନ୍ତି, ସେମାନେ ଚଳନ୍ତି ସମାଜ ଓ ସମୟର କେତୋଟି ବ୍ୟାଧଗ୍ରସ୍ତ ମଣିଷ । ସେମାନଙ୍କ ବିକାରଗ୍ରସ୍ତ ମାନସିକତାକୁ ଚମତ୍କାର ଭାବରେ ଦର୍ଶକ ତଥା ପାଠକ ପାଖରେ ରଖୁଛନ୍ତି ନାଟ୍ୟକାର । ତେଣୁ ରାଜହଂସକୁ ଆମେ ଏକ ସଫଳ ମନସ୍ତତ୍ତ୍ଵ ନାଟକ ଭାବରେ ଗ୍ରହଣ କରିବା ।

Question 2.
‘ରାଜହଂସ’ ନାମକରଣର ସାର୍ଥକତା ପ୍ରତିପାଦନ କର ।
କିମ୍ବା, ନାମକରଣ ଦୃଷ୍ଟିରୁ ‘ରାଜହଂସ’ର ଯଥାର୍ଥତା ବିଚାର କର ।
Answer:
କୌଣସି ସାହିତ୍ୟ ସୃଷ୍ଟିର ନାମକରଣ ସମୟରେ ସ୍ରଷ୍ଟା ଏହାର ବିଷୟବସ୍ତୁ ଅଥବା ଚରିତ୍ର ଉପରେ ଗୁରୁତ୍ୱ ପ୍ରଦାନ କରି ଏହାର ନାମକରଣ କରିଥା’ନ୍ତି । ପୁଣି କେତେକ ସ୍ଥଳରେ ଆଧ୍ୟାତ୍ମିକ ଭାବାବୋଧକୁ ନେଇ ସ୍ରଷ୍ଟା ମଧ୍ଯ ସୃଷ୍ଟିର ନାମକରଣରେ କିଛି ପରିବର୍ତ୍ତନ ଆଣନ୍ତି । ଅନ୍ୟ କେତେକ କ୍ଷେତ୍ରରେ ନାମକରଣ ମଧ୍ଯ ପ୍ରତୀକଧର୍ମୀ ହୋଇଥାଏ । ଏହି ଦୃଷ୍ଟିରୁ ଡଃ ରତ୍ନାକର ଚଇନିଙ୍କ ‘ରାଜହଂସ’ ନାଟକକୁ ବିଚାର କରାଯାଇପାରେ ।

ରତ୍ନାକର ଚଇନି ଓଡ଼ିଆ ନାଟ୍ୟ ସାହିତ୍ୟ କ୍ଷେତ୍ରରେ ଏକ ବହୁଚର୍ଚ୍ଚିତ ଓ ପରିଚିତ ତଥା ଲୋକପ୍ରିୟ ନାମ । ସଂଳାପର ସୁସଂଯୋଜନା ଓ କାହାଣୀର ନବପରିକଳ୍ପନା ତାଙ୍କ ନାଟକକୁ ଯେତିକି କରିଛି ଲୋକପ୍ରିୟ ସେତିକି କରିଛି ଚିତ୍ତାକର୍ଷକ । ତାଙ୍କର ‘ରାଜହଂସ’, ‘ଶୂନ୍ୟତାର ଶିଡ଼ି’, ‘କଳଙ୍କିତ ସୂର୍ଯ୍ୟ’, ‘ଅସ୍ତରାଗର ଚନ୍ଦ୍ର’ ଆଦି ତାଙ୍କ ପ୍ରତିଭାର ସ୍ବାକ୍ଷର ବହନ କରନ୍ତି ।

‘ରାଜହଂସ’ ନାଟକରେ ନାଟ୍ୟକାର ରତ୍ନାକର ଚଇନି ଆଧୁନିକ ମଣିଷର ଅନ୍ତର୍ମନର ସଂଗୁପ୍ତ ଅବ୍ୟକ୍ତ ଭାବ-ଭାବନା ତଥା କଥାକୁ ଅତି ସୂକ୍ଷ୍ମଭାବରେ ବିଶ୍ଳେଷଣ କରିଅଛନ୍ତି । ନାଟକରେ ବସ୍ତୁନିଷ୍ଠ ନାମକରଣ କରାନଯାଇ ମନସ୍ତାତ୍ତ୍ଵିକ ଚରିତ୍ରକୁ ଆଧ୍ୟାତ୍ମିକ ଭାବରେ ଓ ସ୍ପର୍ଶରେ ରସାଣିତ କରାଯାଇଛି । ଏଥରେ ମନକୁ ହଂସ ସହିତ ତୁଳନା କରାଯାଇଛି । ଆମ ପାରମ୍ପରିକ ବର୍ଣ୍ଣନାରେ ମଧ୍ୟ ମନକୁ ହଂସ ସହ ତୁଳନା କରାଯାଇଛି । ମଣିଷ ସଫଳତା ପାଇବା ପାଇଁ ମନରୂପକ ହଂସକୁ ନିୟନ୍ତ୍ରିତ ତଥା ଅକ୍ତିଆର ଦରକାର ।

‘ରାଜହଂସ’ ସଂପର୍କରେ ‘ପ୍ରଜାତନ୍ତ୍ର’ରେ ଉଲ୍ଲେଖ ଥିଲା ଯେ ‘ମନ ହେଉଛି ସବୁରି ଉପରେ ରାଜା’ । ଯୋଗାଚାରୀ ସାଧକର ସାଧନାରେ ସେଇ ହେଉଛି ହଂସ । ସେଇ ହଂସକୁ ଅକ୍ତିଆର କରିପାରିଲେ ଏବଂ ଚିହ୍ନିପାରିଲେ ସବୁଠୁ ସଫଳତା ସୁନିଶ୍ଚିତ । ସେଇ ହଂସର କାହାଣୀ କହିଛି ନାଟକ ରାଜହଂସ । ହଂସର ରୂପ ଚେତନାକୁ ନେଇ ନାଟକଟିର ନାମକରଣ କରାଯାଇଛି ‘ରାଜହଂସ’ ।

ଏହି ନାଟକର ପ୍ରତ୍ୟେକ ଚରିତ୍ର ଭିତରେ ନାଟ୍ୟକାର ଏହି ମନନିୟନ୍ତ୍ରଣର କଥା ବୁଝାଇବାକୁ ଚାହିଁଛନ୍ତି । ସମସ୍ତଙ୍କ ମନକୁ ସୁନ୍ଦର ଭାବରେ ବିଶ୍ଳେଷଣ କରିପାରୁଥିବା ଡାକ୍ତର ଅତନୁ ନାଟକର ପରିଣତି ବେଳକୁ ନିଜ ମନକୁ ଅକ୍ତିଆର କରିପାରି ନାହାନ୍ତି । ଫଳତଃ ଆତ୍ମହତ୍ୟା କରିଛନ୍ତି ଅତନୁ । ଟେବୁଲ୍ ଉପରେ କଚାଡ଼ି ହୋଇ ମୃତ୍ୟୁକୁ ବାଛି ନେଇଛନ୍ତି ଅତନୁ । ରାଜହଂସ ଉଡ଼ିଯାଇଛି ଦେହ ରୂପକ ସରୋବର ଛାଡ଼ି ।

Question 3.
ଓଡ଼ିଆ ନାଟ୍ୟ ସାହିତ୍ୟରେ ‘ରାଜହଂସ’ ନାଟକର ସ୍ଥାନ ନିରୂପଣ କର ।
Answer:
ସାହିତ୍ୟର ଅନ୍ୟାନ୍ୟ ବିଭାଗଠାରୁ ନାଟକ ସ୍ବତନ୍ତ୍ର । ଏହା ଏକ ମିଶ୍ର କଳା । ଏହା ଉଭୟ ଦୃଶ୍ୟକାବ୍ୟ ଓ ଶ୍ରାବ୍ୟକାବ୍ୟ ଭାବରେ ସ୍ଵୀକୃତ । ପ୍ରାଚୀନ କାଳରୁ ଆଧୁନିକ କାଳଖଣ୍ଡ ପର୍ଯ୍ୟନ୍ତ ନାଟକ ଭିନ୍ନ ଭିନ୍ନ ମୋଡ଼ ଦେଇ ଭିନ୍ନ ଭିନ୍ନ ଭାବରେ ରୂପରେ ବଢ଼ିଆସିଛି । ନାଟକର ଏହି ଗତି ତଥା ବିକାଶ ଯାତ୍ରାରେ କେତେ ପରିବର୍ତ୍ତନ ମଧ୍ଯ ସଂଯୋଜିତ ହୋଇଯାଇଛି । ବଦଳିଛି ଏହା ମଞ୍ଚଠାରୁ କଥାବସ୍ତୁ, ଆଙ୍ଗିକଠାରୁ ଆମ୍ବିକ ବିଭବ ପର୍ଯ୍ୟନ୍ତ । ଓଡ଼ିଆ ନାଟ୍ୟ ସାହିତ୍ୟରେ ମଧ୍ୟ ଏହି ଧାରା ଦୃଶ୍ୟ ତଥା ସ୍ପଷ୍ଟ ।

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟରେ ପରିବର୍ତ୍ତନର ଯେଉଁ ନୂତନ ରଙ୍ଗରୂପ ପାଠକକୁ ପ୍ରଭାବିତ କରେ ସେଥ‌ିରେ ନାଟ୍ୟକାର ରତ୍ନାକର ଚଇନିଙ୍କ ଭୂମିକା ବି ଉଲ୍ଲେଖଯୋଗ୍ୟ । ମଞ୍ଚକୌଶଳରେ ପରୀକ୍ଷାନିରୀକ୍ଷା, ଆଙ୍ଗିକ ସହ ଆପ୍ଲିକ କ୍ଷେତ୍ରରେ ନବନବ ପ୍ରୟୋଗମାନ ଓଡ଼ିଆ ନାଟ୍ୟ ସାହିତ୍ୟକୁ ଖାଲି ଯେ ଲୋକପ୍ରିୟ କରାଇଲା ତାହା ନୁହେଁ; ବରଂ ବିଶ୍ୱ ନାଟ୍ୟସାହିତ୍ୟ କ୍ଷେତ୍ରରେ ଓଡ଼ିଆ ନାଟକର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଲା । ଏହି ପରିଚୟ ଶ୍ରେୟ ମଧ୍ଯ ରତ୍ନାକର ଚଇନିଙ୍କର ତାଙ୍କର ଅନନ୍ୟ ନାଟ୍ୟକୃତି ‘ରାଜହଂସ’ର ।

‘ରାଜହଂସ’ ଏକ ମନସ୍ତାତ୍ତ୍ଵିକ ପରୀକ୍ଷାମୂଳକ ନାଟକ । ଓଡ଼ିଆ ନାଟ୍ୟ ସାହିତ୍ୟରେ ଏହା ଏକ ଭିନ୍ନଧର୍ମୀ ନାଟକ । ଗତାନୁଗତିକତାରୁ ମୁକୁଳିଯାଇ ଏହାର କଥାବସ୍ତୁ, ମଞ୍ଚକଳା ଓ ଚରିତ୍ରଚିତ୍ରଣ ଖୁବ୍ ସ୍ୱତନ୍ତ୍ର । ସମାଜ ତତ୍ତ୍ଵକୁ ନେଇ ନାଟକ ଯେତେବେଳେ ଦର୍ଶକ ତଥା ପାଠକକୁ ବାନ୍ଧି ରଖୁବାରେ ବେଶ୍ ସଫଳ ହୋଇଛି ସେତେବେଳେ ମନସ୍ତତ୍ତ୍ଵକୁ ନେଇ ଏଭଳି ନାଟକଟେ ପରିକଳ୍ପନା କରିବା ସାହସିକତାର ପରିଚୟ ।

ମନର ମୂଳେ ଏ ଜଗତ । ପ୍ରାଣୀ ଭିତରେ ସ୍ୱତନ୍ତ୍ର ଓ ଶ୍ରେଷ୍ଠ ପ୍ରାଣୀ ମଣିଷ ଏଇ ମନଦ୍ଵାରା ପରିଚାଳିତ । ମଣିଷର ମନୋଜଗତରେ ଆଲୋଡ଼ିତ ନାନା ଘଟଣାବଳୀ ସମାଜ ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ପ୍ରଭାବ ପକାଇଥାଏ । ଏହି ମନଦ୍ଵାରା ପରିଚାଳିତ ‘ରାଜହଂସ’ ନାଟକର ପ୍ରତ୍ୟେକ ଚରିତ୍ର ଭିନ୍ନ ଓ ପ୍ରଭାବଶାଳୀ ମନେହୁଅନ୍ତି ।

ଡାକ୍ତର ଅତନୁ ମଦ୍ୟପ ବ୍ୟବସାୟୀ ପିନାକୀ, ପ୍ରଫେସର ପରିଜା, କଳାନୁରାଗୀ ରୀତା, ବ୍ୟବସାୟୀ ଜୟନ୍ତ, ବୀର, ଭୀମା, ହରି, ସବିତା ଆଦି ଚରିତ୍ରମାନଙ୍କ ଚିତ୍ରାୟନ ଓଡ଼ିଆ ନାଟ୍ୟ ସାହିତ୍ୟ କ୍ଷେତ୍ରରେ ‘ରାଜହଂସ’ର ଜୟଗାନ ଗାଉଛି, ଗାଉଥ୍ ମଧ୍ଯ ।

Question 4.
‘ରାଜହଂସ’ ନାଟକରୁ ନାଟ୍ୟକାରଙ୍କ ସୃଷ୍ଟି ଆଭିମୁଖ୍ୟ ଆଲୋଚନା କର ।
Answer:
ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟ କ୍ଷେତ୍ରରେ ଯେଉଁ କେତେଜଣ ବିଶିଷ୍ଟ ପ୍ରତିଭା ନିଜ ବଳିଷ୍ଠ ଅବଦାନ ବଳରେ ସ୍ଵତନ୍ତ୍ର ଆସନର ଅଧିକାରୀ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ନାଟ୍ୟକାର ରନ୍ଧାକର ଚଇନି ଅନ୍ୟତମ । ତାଙ୍କ ରଚିତ ବହୁଚର୍ଚ୍ଚିତ ନାଟକଗୁଡ଼ିକ ମଧ୍ୟରେ ‘ଶେଷଅଶ୍ରୁ’, ‘ରାଜହଂସ’, ‘ଅସ୍ତରାଗର ଚନ୍ଦ୍ର’, ‘ଅସ୍ଥିର ଉପତ୍ୟକା’, ‘ଅଥଚ ଚାଣକ୍ୟ’, ‘ଅନ୍ଧାରର ସୂର୍ଯ୍ୟମୁଖୀ’ ଇତ୍ୟାଦି ବହୁ ଜନଆଦୃତି ଲାଭ କରିପାରିଛି । ପ୍ରଚଳିତ ସମାଜର ରୀତିନୀତି, ଶାସନବ୍ୟବସ୍ଥା, ମଣିଷର ସଂଘର୍ଷମୟ ଜୀବନଚିତ୍ର ତାଙ୍କ ରଚନାରେ ପ୍ରତିଫଳିତ ହୋଇଛି ।

‘ରାଜହଂସ’ ଏକ ମନୋବିଜ୍ଞାନ ଚେତନାସମ୍ବଳିତ ପରୀକ୍ଷାମୂଳକ ନାଟକ । ସମଗ୍ର ନାଟକଟି ଗୋଟିଏ ମାତ୍ର ସେଟ୍‌ରେ ପ୍ରଯୋଜିତ ହୋଇଛି । ଏଥରେ ସାଂପ୍ରତିକ ମଣିଷର ଅବଚେତନ ମନ ଉପରେ ନାଟ୍ୟକାର ଗୁରୁତ୍ବାରୋପ କରିଛନ୍ତି । ଇନ୍ଦ୍ରିୟମାନଙ୍କର ରାଜା ମନ ଚିର ରହସ୍ୟମୟ ଓ ଚଳଚଞ୍ଚଳ । ଯେଉଁ ମନ ମଣିଷକୁ ଅଫୁରନ୍ତ ଆନନ୍ଦ ଓ ଶାନ୍ତି ଦିଏ, ସେଇ ମନ ପୁଣି ଅନ୍ତରରେ ଭରିଦିଏ ଅଶାନ୍ତର ଝଡ଼ । ମନ ସର୍ବଦା ଅବଚେତନ ଯାହା ମଣିଷକୁ ବେଳେବେଳେ ନିଃସ୍ଵ ଓ ଏକାନ୍ତ ଅସହାୟ କରିଦିଏ । ଫଳରେ ଜୀବନ ଦୁର୍ବିସହ ହେବା ସହ ମାନସିକ ବିକୃତି ଦେଖାଦିଏ । ‘ରାଜହଂସ’ ନାଟକରେ ମଣିଷର ଏହି ଅବଚେତନ ମନର କଥାକୁ ଚରିତ୍ର ମାଧ୍ୟମରେ ପରିସ୍ଫୁଟନ କରିବାର ଆଭିମୁଖ୍ୟ ନାଟ୍ୟକାର ପରିପୋଷଣ କରିଛନ୍ତି ।

‘ରାଜହଂସ’ ନାଟକରେ ସଂଯୋଜିତ ବିଭିନ୍ନ ନାରୀ ଓ ପୁରୁଷ ଚରିତ୍ର ମାଧ୍ୟମରେ ସେମାନଙ୍କ ଅବଚେତନ ମନର ଗୂଢ଼ତଥ୍ୟ ପ୍ରକାଶିତ ହୋଇଛି । ସେମାନଙ୍କ ମାନସିକ ବିକୃତିର ପ୍ରକୃତ ରହସ୍ୟ ଉପରୁ ପରଦା ଅପସାରିତ ହୋଇଛି । ପୁରାଣ ଶାସ୍ତ୍ରରେ ମନକୁ ହଂସ ସହ ତୁଳନା କରାଯାଏ । ‘ରାଜହଂସ’ ନାଟକ ମାଧ୍ୟମରେ ଏହି ମନରୂପୀ ଶ୍ରେଷ୍ଠ ହଂସର କାହାଣୀ ଦର୍ଶକ ସମାଜ ଆଗରେ ପ୍ରକାଶ କରିବା ନାଟ୍ୟକାରଙ୍କ ମୁଖ୍ୟ ଆଭିମୁଖ୍ୟ ବୋଲି ଅନୁମାନ କରାଯାଇପାରେ । ମନରୂପକ ରାଜହଂସକୁ ଯେ ନିଜ ଆୟତ୍ତରେ ରଖୁପାରେ, ସେ ହୋଇଯାଏ ପ୍ରତିଷ୍ଠିତ ଓ ସଫଳ, ମାତ୍ର ମନରୂପୀ ରାଜହଂସ ଅଣାୟତ୍ତ ହେଲେ ତା’ଠାରେ ଦେଖାଯାଏ ମାନସିକ ବିକୃତି ।

ନାଟ୍ୟକାର ମନରୂପୀ ରାଜହଂସର ଗୂଢ଼ ରହସ୍ୟକୁ ଅନାବୃତ୍ତ କରିବା ନିମନ୍ତେ ‘ରାଜହଂସ’ ନାଟକରେ ଅନେକ ଚରିତ୍ରର ସଂଯୋଜନା କରିଛନ୍ତି । ଏଥିରେ ନାଟ୍ୟକାର ଜଣେ ଅର୍ଥ ଓ ପ୍ରତିପରିଭ୍ରଷ୍ଟ ସର୍ବହରା ପାଗଳ ମଦ୍ୟପ ବ୍ୟବସାୟୀ ପିନାକୀ, ଜଣେ ବିଜ୍ଞାନ ଗବେଷଣାଭ୍ରଷ୍ଟ ଅର୍ଦ୍ଧପାଗଳ ପ୍ରଫେସର ପରିଜା, ଯୁଦ୍ଧଭୂମିରେ ବୋମାମାଡ଼ରେ ଆହତ ବୀର ନାମକ ଜଣେ ବାକ୍‌ଶକ୍ତିହୀନ ମିଲିଟାରୀ ଅଫିସର, ଜଣେ ବ୍ୟର୍ଥ ପ୍ରେମିକ ଅଭିନେତା ଭୀମ, ଜଣେ କବିତା ଓ କବିତ୍ଵ-ପାଗଳିନୀ ନାରୀ ଚରିତ୍ର ରୀତା, ଲବ୍ଧପ୍ରତିଷ୍ଠିତ ବ୍ୟବସାୟୀ କୋଟିପତି ଜୟନ୍ତ, ସିଷ୍ଟର ଗାୟତ୍ରୀ ଏବଂ ଡାକ୍ତର ଅତନୁଙ୍କ ଚରିତ୍ରର ସମାବେଶ କରିଛନ୍ତି ।

ଏସବୁ ଚରିତ୍ରମାନଙ୍କର ମନଗହନର ଅକୁହା ରହସ୍ୟର ପେଡ଼ିକୁ ନାଟ୍ୟକାର ବଳିଷ୍ଠ ସଂଳାପ ମାଧ୍ୟମରେ ଉନ୍ମୋଚନ କରିଛନ୍ତି । ସେମାନଙ୍କ ମାନସିକ ଅବସାଦ ବା ବ୍ୟାଧର ସମାଧାନ ପାଇଁ ମଧ୍ୟ ଉପାୟ ନିରୂପଣ କରିଛନ୍ତି ।

ଆଧୁନିକ ଜୀବନ ଜଞ୍ଜାଳଗ୍ରସ୍ତ ମଣିଷ ବହୁ ମାନସିକ ଚାପର ବଶବର୍ତ୍ତୀ ହୋଇ ନିଜ ମନର ଗୁମର ମନ ମଧ୍ୟରେ ଚାପି ରଖୁବାକୁ ବାଧ୍ୟ ହେଉଛି, ଯାହାକି ପରବର୍ତ୍ତୀ କାଳରେ ତାକୁ ମାନସିକ ବ୍ୟାଧୂପୀଡ଼ିତ କରିଦେଉଛି । ସେ ସମାଜରେ ପାଗଳରୂପେ ପରିଗଣିତ ହେଉଛି । ଏହି ରହସ୍ୟର ଉନ୍ମୋଚନ ଆଭିମୁଖ୍ୟ ନେଇ ନାଟ୍ୟକାର ସୃଷ୍ଟି କରିଛନ୍ତି ନାଟକ ‘ରାଜହଂସ’ । ନାଟକ ‘ରାଜହଂସ’ ମଧ୍ୟ ତାଙ୍କ ସୃଷ୍ଟି ଆଭିମୁଖ୍ୟକୁ ଯଥାର୍ଥ ରୂପେ ପ୍ରତିପାଦିତ କରିପାରିଛି ।

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 5.
‘ରାଜହଂସ’ ନାଟକର ମଞ୍ଚମୂଲ୍ୟ ବିଚାର କର ।
Answer:
ପ୍ରତ୍ୟେକ ନାଟ୍ୟକୃତିର ଦୁଇଟି ମୂଲ୍ୟ ରହିଥାଏ । ପ୍ରଥମତଃ ସାହିତ୍ୟିକ ମୂଲ୍ୟ ଓ ଅନ୍ୟଟି ମଞ୍ଚମୂଲ୍ୟ । ନାଟକ ଏକ ଦୃଶ୍ୟକାବ୍ୟ ହୋଇଥିବାରୁ ଏହାର ମଞ୍ଚମୂଲ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ମଞ୍ଚକୁ ଛାଡ଼ି ନାଟକର ଉନ୍ନତି ଅସମ୍ଭବ । ଅନ୍ୟ ଭାବରେ ଉଲ୍ଲେଖ କଲେ ମଧ୍ୟ ଗ୍ରହଣ କରାଯାଏ ଯେ ନାଟକ ହେଉଛି ମଞ୍ଚାଶ୍ରୟୀ କଳା । ଏହି ମଞ୍ଚହିଁ ନାଟକର ପରୀକ୍ଷା ଭୂମି ।

ମଞ୍ଚରୁ ସିଧାସିଧା ଦର୍ଶକ ଜୀବନ କ୍ଷେତ୍ରକୁ ସଂଚରି ଯିବାର ସକଳ କ୍ଷମତା ରଖେ ନାଟକ । ନାଟକର ସଫଳତା ଓ ବିକାଶ ମଧ୍ଯ ମଞ୍ଚ ଉପରେ ନିର୍ଭର କରେ । ପ୍ରତ୍ୟେକ ନାଟକ ଏହି ମଞ୍ଚ ବିନା ଅଧା ଓ ଅଧୁରା । ତେବେ ଏହି ପରିପ୍ରେକ୍ଷୀରେ ଆମେ ‘ରାଜହଂସ’ର ମଞ୍ଚମୂଲ୍ୟକୁ ବିଚାରକୁ ନେଇପାରିବା ।

‘ରାଜହଂସ’ ଏକ ଚମତ୍କାର ମନସ୍ତାତ୍ତ୍ଵିକ ପରୀକ୍ଷାମୂଳକ ନାଟକ । ରତ୍ନାକର ଚଇନିଙ୍କ ଏହା ଏକ ଚର୍ଚ୍ଚିତ ନାଟକ । ସ୍ଵାଧୀନତାର ପରବର୍ତ୍ତୀକାଳ ଖଣ୍ଡରେ ଯେଉଁ ପରୀକ୍ଷାମୂଳକ କଥାବସ୍ତୁ ସମ୍ବଳିତ ନାଟକ ରଚନା କରାଯାଇଥିଲା ସେଗୁଡ଼ିକ ମଧ୍ୟରୁ ‘ରାଜହଂସ’ ଏକ ଅନନ୍ୟ ନାଟ୍ୟଫସଲ । ତେବେ ଏହାର ମଞ୍ଚମୂଲ୍ୟକୁ ନିମ୍ନମତେ ଆଲୋଚନା କରିବା ।

ଓଡ଼ିଆ ନାଟକ କ୍ଷେତ୍ରରେ ‘ରାଜହଂସ’ ଏକ ବଳିଷ୍ଠ ପଦକ୍ଷେପ । ଏହାର କଥାବସ୍ତୁ, ସଂଳାପ, ସଂଯୋଜନା ଓ ଉପସ୍ଥାପନା ସଂପୂର୍ଣ୍ଣ ଭିନ୍ନ ଓ ନୂତନ । ଗୋଟିଏ ଦୃଶ୍ୟସଜ୍ଜାରେ ସମସ୍ତ କଥାବସ୍ତୁକୁ ଏକଜୁଟ କରାଇ ନାଟ୍ୟକାର ରତ୍ନାକର ଚଇନି ନିଜ କଳାନୈପୁଣ୍ୟର ସାର୍ଥକ ପରିଚୟ ପ୍ରଦର୍ଶନ କରିଛନ୍ତି ।

ଗୋଟିଏ ମାତ୍ର ସେଟ୍‌ରେ ସଂପୂର୍ଣ୍ଣ ନାଟକଟିକୁ ଖୁବ୍ ଚମତ୍କାର ଭାବରେ ସଂଯୋଜିତ କରାଯାଇଛି । କଥାବସ୍ତୁଟି କେବଳ ଡାକ୍ତରଖାନାର ସେଟ୍‌ରେ ମୂଳରୁ ଶେଷଯାଏ ସଂଯୋଜିତ କରାଯାଇଛି, ଯାହା ଚଇନିଙ୍କ ଅନ୍ୟ ଏକ କାରିଗରୀ ।

ଗୋଟିଏ ସେଟିଂ ଉପରେ ଦୁଇଟି ଅର୍ଦ୍ଧ ଅର୍ଥାତ୍ ପ୍ରଥମାର୍କ ଓ ଦ୍ବିତୀୟାର୍ଦ୍ଧରେ ଅଳ୍ପ କେତୋଟି ଚରିତ୍ରକୁ ନେଇ ଏହାକୁ ପରିକଳ୍ପନା କରିଛନ୍ତି ନାଟ୍ୟକାର । ତେବେ ରୋଗୀମାନଙ୍କ ପାଇଁ ସ୍ଵତନ୍ତ୍ର କୋଠରୀ ସହ ମୁଖ୍ୟ ମଞ୍ଚ ଅର୍ଥାତ୍ ଡାକ୍ତରଙ୍କ ଚାମ୍ବରର ବର୍ଣ୍ଣନା ରହିଛି । ଡାକ୍ତରଙ୍କ ଚାମ୍ବରରେ ହସ-କାନ୍ଦ, ସୁଖ-ଦୁଃଖ, କ୍ରୋଧ-ବୁଝାମଣା ସବୁକୁ ନାଟ୍ୟକାର ଦର୍ଶକ ତଥା ପାଠକ
ଆଗରେ ତୋଳି ଧରିଛନ୍ତି ।

ବାସ୍ତବିକ ‘ରାଜହଂସ’ର ମଞ୍ଚମୂଲ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଓ ଉଚ୍ଚକୋଟୀର ।

Question 6.
‘ରାଜହଂସ’ ନାଟକରୁ ଡକ୍ଟର ଅତନୁଙ୍କ ଚରିତ୍ରର ବୈଶିଷ୍ଟ୍ୟ ଦର୍ଶାଅ ।
କିମ୍ବା, ‘ରାଜହଂସ’ ନାଟକର ମୁଖ୍ୟ ଚରିତ୍ର ଅତନୁଙ୍କ ଚରିତ୍ର ଚିତ୍ରଣ କର ।
କିମ୍ବା, ଅତନୁ ‘ରାଜହଂସ’ ନାଟକର ମୁଖ୍ୟ ଓ କେନ୍ଦ୍ରୀୟ ଚରିତ୍ର – ଏହାରା ଯଥାର୍ଥତା ପ୍ରତିପାଦନ କର ।
Answer:
ଓଡ଼ିଆ ନାଟ୍ୟ ସାହିତ୍ୟାକାଶରେ ଜଣେ ଉଜ୍ଜ୍ଵଳ ନକ୍ଷତ୍ର ଭାବରେ ପ୍ରତିଭାର ସମୂଜ୍ଜ୍ବଳ କିରଣରେ ଓଡ଼ିଆ ନାଟ୍ୟପ୍ରିୟ ଦର୍ଶକ ତଥା ପାଠକକୁ ସର୍ବାଧିକ ଆକର୍ଷଣ କରିବାରେ ସଫଳ ହୋଇଥିବା ଅନ୍ୟତମ ଶ୍ରେଷ୍ଠ ପ୍ରତିଭା ଥିଲେ ଡ. ରତ୍ନାକର ଚଇନି । ସଂଳାପର ସ୍ବତନ୍ତ୍ରତା, କଥାବସ୍ତୁର ନୂତନତା ଓ ଉପସ୍ଥାପନା ତଥା ମଞ୍ଚକୌଶଳର ଅଭିନବତା ତାଙ୍କୁ ସୃଷ୍ଟିଗୁଡ଼ିକୁ ଯେ ଖାଲି ଶ୍ରେଷ୍ଠତାର ମୁକୁଟ ପିନ୍ଧାଇଥିଲା ତାହା ନୁହେଁ; ପରିବର୍ତ୍ତନର ସ୍ଵର ଭିତରେ ଦେଇଥିଲା ଅନନ୍ୟ ପରଚୟ । ତାଙ୍କ ବହୁଚର୍ଚ୍ଚିତ ନାଟକଗୁଡ଼ିକ ମଧ୍ୟରୁ ‘ଅସ୍ତରାଗର ଚନ୍ଦ୍ର’, ‘ଶେଷଅଶ୍ରୁ’, ‘ମଞ୍ଚନାୟିକା’, ‘ଅପଦେବତା’, ‘ଶୂନ୍ୟତାର ଶିଡ଼ି’, ‘ପୁନଶ୍ଚ ପୃଥିବୀ’ ‘ରାଜହଂସ’ ଅନ୍ୟତମ ।

ଆଲୋଚ୍ୟ ‘ରାଜହଂସ’ ରତ୍ନାକର ଚଇନିଙ୍କ ଅନ୍ୟତମ ସାର୍ଥକ ନାଟ୍ୟସୃଷ୍ଟି । ଏହି ନାଟକରେ ମୁଖ୍ୟ ଚରିତ୍ର ଭାବରେ ଡାକ୍ତର ଅତନୁଙ୍କ ଚରିତ୍ରଟି ଚିତ୍ରିତ । ଏହି ଚରିତ୍ରକୁ ଖୁବ୍ ମନୋଜ୍ଞ ଶୈଳୀରେ ଉପସ୍ଥାପିତ କରିଛନ୍ତି ନାଟ୍ୟକାର । ସେ ବୃତ୍ତିରେ ଜଣେ ଡାକ୍ତର ଆଉ ନିଶାରେ ଜଣେ କବି ତଥା ସାହିତ୍ୟିକ । ଏହି ଚରିତ୍ରଟିକୁ କେନ୍ଦ୍ରକରି ସଂପୂର୍ଣ୍ଣ ନାଟକର କଥାବସ୍ତୁ ଗତିଶୀଳ ଏବଂ ଅନ୍ୟାନ୍ୟ ଚରିତ୍ର ଗତି କରିଛନ୍ତି । ସମସ୍ତ ଚରିତ୍ର ଏହି ଚରିତ୍ର ଉପରେ ନିର୍ଭର କରିଛନ୍ତି । ଅତନୁ ଚରିତ୍ର ବିନା ନାଟକ ଓ ଅନ୍ୟ ସମସ୍ତ ଚରିତ୍ର ଅସଂପୂର୍ଣ୍ଣ ହୋଇଯାଇଥାନ୍ତେ ।

ପିଲାଟି ଦିନରୁ ଖୁବ୍ ନିଷ୍ଠାପର, ପରିଶ୍ରମୀ, ମେଧାବୀ ଏଇ ଅତନୁ ଚରିତ୍ର । ଅନେକ ପ୍ରତିକୂଳ ଅବସ୍ଥାରେ କେବେ ପଛେଇ ଯିବା ଶିଖୁ ନଥୁଲା ଏଇ ଅତନୁ ଚରିତ୍ର । ‘ରାଜହଂସ’ର ପ୍ରମୁଖ ନାୟକ ଅତନୁ ଯିଏ ଡାକ୍ତରୀ’ପଢ଼ି କୌଣସି ସରକାରୀ ଚାକିରି ନ କରି, ସେବା ମନୋବୃତ୍ତିରେ ଗୋଟିଏ ଡାକ୍ତରଖାନା ଖୋଲି ନିଷ୍ଠାର ସହ ସେବାରେ ମନୋନିବେଶ କରିଛନ୍ତି ।

ଅତନୁ ଜୀବନରେ କେବଳ ଆଗକୁ ବଢ଼ିବା ଶିଖୁଛି । ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକର ପାହାଡ଼ ଚଢ଼ି ସେ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି । ନିଜର ମେଧା ପ୍ରତିଭା ବଳରେ ମନସ୍ତତ୍ତ୍ଵ ସଂପର୍କରେ ଉଚ୍ଚତର ଶିକ୍ଷା ଓ ଉଚ୍ଚତର ଗବେଷଣା କରିବାକୁ ଆମେରିକା ଯାଇଛି । ବନ୍ଧୁଠାରୁ ଅର୍ଥ ସାହାଯ୍ୟ ନେଇଥିଲେ ବି ସେଥ‌ିପାଇଁ ସେ ତା’ର ଅନ୍ୟ ଏକ ପ୍ରତିଭାକୁ ଜୟନ୍ତର ପରିଚୟ ପାଇଁ ସମର୍ପିତ କରିଦେଇଛି ।

ସ୍ଵାଭିମାନୀ ଚରିତ୍ରଟିଏ ଅତନୁ । ବନ୍ଧୁର ସାହାଯ୍ୟର ବୋଝ ସେ ପରିଶୋଧ କରିବାପାଇଁ ଯଥେଷ୍ଟ ତ୍ୟାଗ କରିଛି । ଚିକିତ୍ସା କେନ୍ଦ୍ରରେ ମାନସିକ ବିକାରଗ୍ରସ୍ତ ରୋଗୀମାନଙ୍କର ସେବା କରିଛି ଖୁବ୍ ଆତ୍ମୀୟତାର ସହ । ଅଳ୍ପଦିନ ମଧ୍ୟରେ ଅତନୁ ଜଣେ ଭଲ ଡାକ୍ତର ଭାବରେ ପ୍ରତିଷ୍ଠା ଲାଭ କରିଛି । ଏହି ସୁନାମ ତଥା ଖ୍ୟାତି ତା’ର ଚାରିଆଡ଼େ ବ୍ୟାପୀ ଯାଇଛି । ଏପରିକି ସାରା ଭାରତବର୍ଷର ଚିକିତ୍ସାକେନ୍ଦ୍ରରୁ ହତାଶାରେ ଫେରି ମୂକ ମିଲିଟାରୀ ଅଫିସର ବୀର ଅତନୁଙ୍କ ନିକଟରେ ସୁସ୍ଥ ହୋଇ କଥା କହିପାରିଛି ।

ନାଟ୍ୟକାର ଅତନୁ ଚରିତ୍ରକୁ ଦେବତୁଲ୍ୟ କରି ଗଢ଼ି ତୋଳିଛନ୍ତି । ମାନସିକ ବିଭାଗର ଡାକ୍ତର ଭାବରେ ତାଙ୍କୁ ଦେଇଛନ୍ତି ଅସୀମ ଧୈର୍ଯ୍ୟ ଓ ଅଶେଷ ସ୍ନେହମମତା । ନିଜେ କବି ହୋଇ ମଧ, ଚମତ୍କାର କବିତା ସୃଷ୍ଟି କରିଥିଲେ ମଧ୍ୟ ବନ୍ଧୁ ଲାଗି ତାହାକୁ ବନ୍ଧୁ ନାଁରେ ଉତ୍ସର୍ଗ କରିଦେବା ଖୁବ୍ ବଡ଼ କଥା ! ନାଟକଟିରେ ଆଶାର ଏକ ସକାରାତ୍ମକ ଧୂରୀଣ ବ୍ୟକ୍ତିଭାବେ ରୂପ ନେଇଛନ୍ତି ଅତନୁ, ଯଥାସମ୍ଭବ ଅନ୍ୟମାନଙ୍କୁ ତଥା ରୋଗୀଙ୍କୁ ଆଶା ଅମୃତର ବାଣୀ ଶୁଣାଇଛନ୍ତି । ତଥାପି ରୋଗୀର ମୃତ୍ୟୁରେ ଖୁବ୍ ଭାଙ୍ଗପଡ଼ିଥ‌ିବା ଆତ୍ମଗ୍ଲାନିରେ ମର୍ମାହତ ହୋଇଥିବା ପ୍ରତିଭା, ଡାକ୍ତର ଅତନୁ । କେବେ ନିଷ୍ଠୁରତା ସ୍ପର୍ଶ କରିନି ଅତନୁଙ୍କୁ ।

ରୋଗୀମାନଙ୍କ ପ୍ରତି ସେ ଥିଲେ ଦୟାଶୀଳ । ସେଥ‌ିପାଇଁ ରୋଗୀମାନେ ତାଙ୍କୁ ଦେବତାତୁଲ୍ୟ ଜ୍ଞାନ କରିଥିଲେ । କ୍ରୋଧ କେବେ ତାଙ୍କୁ ନିଷ୍ଠୁର କରାଇପାରି ନଥିଲା । ପିନାକୀଙ୍କୁ କଥା ଦେଇଛନ୍ତି ଯେ ତାଙ୍କ ଛୋଟ ଝିଅ ବେବୀର ଦାୟିତ୍ଵ ନେବେ । ମନଯୋଗ ସହକାର ଅନ୍ୟମାନଙ୍କ ମାନସିକ ରୋଗ ଦୂର କରିପାରୁଥିବା ଡାକ୍ତର ଅତନୁ ଶେଷରେ ନିଜ ମାନସିକ ଶକ୍ତିର ଅଭାବରୁ ଚାପଗ୍ରସ୍ତ ହୋଇ ଜୀବନ ତ୍ୟାଗ କରିଦେଇଛନ୍ତି ।

ଅତନୁଙ୍କୁ କେନ୍ଦ୍ରୀୟ ଚରିତ୍ର ଭାବରେ ନାଟ୍ୟକାର ଚିତ୍ରଣ କରିବା ସହ ଜଣେ କୃତଜ୍ଞ ମଣିଷ, ପ୍ରତିଭାବନ୍ତ ପୁରୁଷ, ମେଧାବୀ ଛାତ୍ର, ଅନନ୍ୟ କବି, ସ୍ନେହପ୍ରବଣ ଡାକ୍ତର, ଉଚ୍ଚଶିକ୍ଷିତ ବ୍ୟକ୍ତିତ୍ବ ଭାବରେ ଉପସ୍ଥାପିତ କରିଛନ୍ତି । ଅତନୁ ହେଉଛି ଏକମାତ୍ର ଚରିତ୍ର, ଯେଉଁ ଚରିତ୍ରର ପରିଧ୍ ଭିତରେ ହିଁ ନାଟ୍ୟକାର ଅନ୍ୟାନ୍ୟ ଚରିତ୍ରର ଚାରିତ୍ରିକ ମୌଳିକତା ପ୍ରକାଶ କରିଛନ୍ତି ।

Question 7.
‘ରାଜହଂସ’ ନାଟକରୁ ଜୟନ୍ତ ଚରିତ୍ରର ମହତ୍ତ୍ଵ ପ୍ରକାଶ କର ।
କିମ୍ବା, ଜୟନ୍ତ ଚରିତ୍ରର ଭୂମିକା ‘ରାଜହଂସ’ରେ କେତେଦୂର ଗୁରୁତ୍ବପୂର୍ଣ୍ଣ ଆଲୋଚନା କର ।
କିମ୍ବା, ‘ରାଜହଂସ’ ନାଟକରୁ ଜୟନ୍ତର ଚରିତ୍ର ଚିତ୍ରଣ କର ।
Answer:
ପଚାଶ ପରବର୍ତୀ ଓଡ଼ିଆ ନାଟକ କ୍ଷେତ୍ରରେ ଯେଉଁ କେତେଜଣ ବିଶିଷ୍ଟ ପ୍ରତିଭା ସେମାନଙ୍କ ସ୍ୱତନ୍ତ୍ରତାକୁ ନେଇ ସର୍ବାଗ୍ରେ ସ୍ମରଣୀୟ ସେମାନଙ୍କ ମଧ୍ୟରୁ ଡ. ରତ୍ନାକର ଚଇନି ଅନ୍ୟତମ ସାର୍ଥକ ସ୍ରଷ୍ଟା । ମନସ୍ତାତ୍ତ୍ଵିକ ପରୀକ୍ଷାମୂଳକ ନାଟକ ରଚନା କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭା ତାଙ୍କୁ କେବଳ ଯେ ଓଡ଼ିଆ ପାଠକ ପାଖରେ ସ୍ମରଣୀୟ କରି ରଖୁଛି ତାହା ନୁହେଁ ସମଗ୍ର ଭାରତୀୟ ନାଟ୍ୟ ସାହିତ୍ୟପ୍ରେମୀଙ୍କ ଅନ୍ତରେ ତାଙ୍କୁ ଅମର କରିରଖୁଛି । ତାଙ୍କ ନାଟ୍ୟ ପ୍ରତିଭାର ପରିଚୟ ବହନ କରୁଥିବା ନାଟକଗୁଡ଼ିକ ମଧରୁ ‘ଶେଷଅଶ୍ରୁ’, ‘ଅସ୍ତରାଗର ଚନ୍ଦ୍ର’, ‘ମଞ୍ଚନାୟିକା’, ‘ଅପଦେବତା’, ‘ପୁନଶ୍ଚ ପୃଥ‌ିବୀ’, ‘ଶୂନ୍ୟତାର ଶିଡ଼ି’ ଓ ‘ରାଜହଂସ’ ଆଦି ଅନ୍ୟତମ ।

ଆଲୋଚ୍ୟ ‘ରାଜହଂସ’ ରତ୍ନାକର ଚଇନିଙ୍କ ଏକ ସାର୍ଥକ ମନସ୍ତାତ୍ତ୍ଵିକ ନାଟକ । ଏହାର ମୁଖ୍ୟ ଚରିତ୍ରମାନଙ୍କ ମଧ୍ୟରୁ ଜୟନ୍ତ ଅନ୍ୟତମ । ଜୟନ୍ତ ଜଣେ ବିଶିଷ୍ଟ ଧନୀ ଯୁବକ, ଜଣେ କରିତ୍‌କର୍ମା ବ୍ୟବସାୟୀ ଓ ଜଣେ ଆଭିଜାତ୍ୟସଂପନ୍ନ ବ୍ୟକ୍ତିତ୍ଵ । ବନ୍ଧୁ ପାଇଁ ବନ୍ଧୁତାର ମୂଲ୍ୟ ବୁଝିଛି ସେ । ସ୍ତ୍ରୀର ମନକଥା ବୁଝିବାକୁ ଅସଫଳ ହୋଇଥିଲେ ବି ସ୍ତ୍ରୀ ପ୍ରତି ଥିବା କର୍ତ୍ତବ୍ୟବୋଧରୁ ପଛକୁ ଲେଉଟିଯାଇନି ସେ କି ଅବହେଳା କରିନାହିଁ ସେ । ଧନଶାଳୀ ହୋଇଥିଲେ ବି ଧନକୁ ନେଇ ଅଯଥା ଅହଂକାରୀ ନୁହେଁ ସେ । ପ୍ରତିଭାର ବିକାଶ ପାଇଁ ସାହାଯ୍ୟର ହାତ ବଢ଼ାଇଛି ସେ । ବନ୍ଧୁଙ୍କ ପାଇଁ ସାହାଯ୍ୟର ମୂର୍ତ୍ତିଟିଏ ସେ ।

ନାଟ୍ୟକାର ସଂପୃକ୍ତ ନାଟକର ନାଟକୀୟ ଗତିବେଗ; ନାଟକୀୟ ମୁଖ୍ୟ ଘଟଣା ଏବଂ ନାଟକର ଚରିତ୍ରଗୁଡ଼ିକ ପାଇଁ ଏହି ଚରିତ୍ର ତଥା ଜୟନ୍ତଙ୍କୁ ବିଶେଷ ଉପଯୋଗୀ ଚରିତ୍ର ଭାବରେ ହିଁ ଗଠନ କରିଛନ୍ତି । ବୋଧହୁଏ ନାଟକଟିରେ ଜୟନ୍ତ ଚରିତ୍ର ଏପରି ଭାବରେ ଚିତ୍ରିତ ହୋଇ ନ ଥିଲେ ନାଟକର ଗତି ଭିନ୍ନ ଆକାର ଧାରଣ କରିଥାଆନ୍ତା ।

ଜୟନ୍ତର ସାହାଯ୍ୟରେ ଅତନୁ ଆମେରିକା ଯାଇ ମାନସିକ ରୋଗ ବିଷୟରେ ଡାକ୍ତରି ପଢ଼ି ଫେରିଛି । ଅତନୁଙ୍କ ସ୍ଵପ୍ନକୁ ସାକାର କରିବାରେ ଜୟନ୍ତର ଉଦାରତା ଓ ସହଯୋଗିତା ନାଟକର ଅନ୍ୟ ଏକ ସୁସ୍ଥ ଧାରଣା । ଏହି ସାହାଯ୍ୟର ପ୍ରତିଦାନରେ ଅତନୁ ଜୟନ୍ତଙ୍କୁ ନିଜ କବିତାର ପ୍ରଭୁତ୍ୱ ଅର୍ପଣ କରିଛି । ଏଥରେ ଜୟନ୍ତର ନିଜ ଇଚ୍ଛା ଅପେକ୍ଷା ବନ୍ଧୁ ଅତନୁର ଋଣ ପରିଶୋଧର ମାନସିକତାକୁ ସେ ବିଶେଷ ଧ୍ୟାନ ଦେଇଛି ।

ରୀତାକୁ ପତ୍ନୀ ଭାବରେ ପାଇ ଜୟନ୍ତ ଖୁବ୍ ଖୁସିରେ ଥିଲାବେଳେ ନାରୀ ମନସ୍ତତ୍ତ୍ଵ ପାଖରେ ତା’ର ଅବୁଝାପଣ ଖୁବ୍ ବାରି ହୋଇପଡ଼ିଛି । ରୀତା ମାନସିକ ଭାରସାମ୍ୟ ହରାଇଥିଲେ ବି ତା’ର ଚିକିତ୍ସା ଓ ବାରମ୍ବାର ତା’ର ଖବର ବୁଝିବାର ଆଗ୍ରହ ଜୟନ୍ତକୁ ଉତ୍ତମ ସ୍ଵାମୀ ଚରିତ୍ରର ଆଖ୍ୟା ଦେଇଛି । ବାସ୍ତବିକ୍ ଜୟନ୍ତ ଚରିତ୍ର ମହନୀୟ ଦିଗ ପ୍ରତି ନାଟ୍ୟକାର ଖୁବ୍ ସଚେତନ ମନେହୁଅନ୍ତି ।

ପ୍ରକୃତରେ ଜୟନ୍ତ ଥିଲା ନିଃସ୍ୱାର୍ଥପର । ଅତନୁର କବିତ୍ଵକୁ ନେଇ ସେ କଦାପି କବି ହେବାର ସ୍ବପ୍ନରେ ମସ୍‌ଗୁଲ୍ ହୋଇ ନଥିଲା । ସେ ଜାଣିଶୁଣି ଏଭଳି ଏକ ସର୍ତ୍ତ ରଖିବାକୁ ଅତନୁକୁ ବାଧ୍ୟ କରି ନ ଥିଲା । ବନ୍ଧୁ ଅତନୁ ପାଇଁ ଜୟନ୍ତର ତ୍ୟାଗ ଥିଲା ଅତୁଳନୀୟ । ଜୟନ୍ତର ପ୍ରତିଭା ନ ଥିଲା, ହେଲେ ସେ ପ୍ରତିଭାକୁ ସ୍ବୀକାର କରିଥିଲା, ସମ୍ମାନିତ କରିଥିଲା; ଏପରିକି ପ୍ରତିଭାର ବିକାଶ ପାଇଁ ଯଥେଷ୍ଟ ସହାୟକ ହୋଇଥିଲା । ନାଟକର ଶେଷାଶରେ ସେ ଅତନୁକୁ କବିତ୍ବର ଶ୍ରେୟ ଦେବାକୁ ଆସିଛି । ଯାହା ଜୟନ୍ତ ଚରିତ୍ରର ମହନୀୟତାକୁ ପ୍ରତିପାଦିତ କରିଛି ।

ଜୟନ୍ତ ‘ରାଜହଂସ’ ନାଟକର କେନ୍ଦ୍ରୀୟ ଚରିତ୍ର ନୁହେଁ, ଅଥଚ ତାକୁ ବାଦଦେଇ ‘ରାଜହଂସ’ର ସାର୍ଥକତାକୁ ବିଚାର କରି ହେବନାହିଁ । ଉକ୍ତ ନାଟକରେ ଜୟନ୍ତ ଏକ ସ୍ଵତନ୍ତ୍ର ଚରିତ୍ର ।

Question 8.
‘ରାଜହଂସ’ ନାଟକରୁ ରୀତା ଚରିତ୍ର ଆକଳନ କର ।
କିମ୍ବା, ନାଟ୍ୟକାର କିପରି ଜୀବନ୍ତ ଭାବରେ ରୀତା ଚରିତ୍ର ଚିତ୍ରଣ କରିଛନ୍ତି ଆକଳନ କର ।
କିମ୍ବା, ରୀତା ହେଉଛି ଯନ୍ତ୍ରଣାର୍ଦ୍ର ଏକ ଅଭିଲିପି, ଏକ କରୁଣ ଗୀତିକା – ‘ରାଜହଂସ’ ନାଟକରୁ ଏହାର ସତ୍ୟତା ବିଚାର କର ।
Answer:
ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ସାହିତ୍ୟ କ୍ଷେତ୍ରରେ ଯେଉଁ ପରିବର୍ତ୍ତନର ସ୍ଵର ଝକୃତ ହୋଇଥିଲା, ସେଇ ସ୍ଵରର ଅନ୍ୟ ଏକ ସ୍ପଷ୍ଟ ଉଚ୍ଚାରଣ ଡଃ ରତ୍ନାକର ଚଇନି । ପରୀକ୍ଷାପ୍ରବଣତା ଓ ଭିନ୍ନ କରି ଦେଖାଇବାରେ ମାନସିକତା ତାଙ୍କ ନାଟ୍ୟ ସାହିତ୍ୟକୁ ପ୍ରଦାନ କରିଥିଲା ନୂତନ ଦିଗନ୍ତ ତଥା ନବଦିଶା । ଯେଉଁ ସୃଷ୍ଟିଗୁଡ଼ିକ ତାଙ୍କ ନାଟ୍ୟ ପ୍ରତିଭାର ପରିଚୟ ପ୍ରଦାନ କରେ ସେଥୁମଧ୍ୟରୁ ‘ଅସ୍ତରାଗର ଚନ୍ଦ୍ର’, ‘ରାଜହଂସ’, ‘ରଙ୍ଗତରଙ୍ଗ’, ‘ଅନେକ କ୍ୟାକ୍‌ଟସ୍’, ‘କଳଙ୍କିତ ସୂର୍ଯ୍ୟ’, ‘ଶୂନ୍ୟତାର ଶିଡ଼ି’, ‘ଶେଷ ଅଶ୍ରୁ’, ‘ଶୂନ୍ୟପଞ୍ଜୁରି’, ‘ମୁଖା’, ‘ନାଗଫେଣୀ ଋତୁ’ ଇତ୍ୟାଦି ଅନ୍ୟତମ ।

ଆଲୋଚ୍ୟ ‘ରାଜହଂସ’ ତାଙ୍କର ଅନ୍ୟତମ ସଫଳ ସୃଷ୍ଟି । ଏହି ନାଟକରେ ନାୟିକା ଭାବରେ ନାଟ୍ୟକାର ରୀତାର ଚରିତ୍ର ଚିତ୍ରଣ କରିଅଛନ୍ତି । ରୀତା କୌଣସି ଅଭିଜାତ ବଂଶରେ ଜନ୍ମ ନେଇଛି । ସେ ଉଚ୍ଚଶିକ୍ଷିତା, ଖୁବ୍ ସୁନ୍ଦରୀ, କଳା ଓ କବିତା ପ୍ରିୟ । ପିଲାଟି ଦିନରୁ କବିତା ପଢ଼ିବାକୁ ଖୁବ୍ ଭଲ ପାଇଛି ରୀତା । ସଙ୍ଗୀତ ପ୍ରତି ତା’ର ପ୍ରବଳ ଝୁଙ୍କ ଥିଲା । ରୀତାର ଭାଓଲିନ୍ ବଜାଇବାର ସଉକ ବି ତା’ର ସାନ ଭଉଣୀ କବିତା ଯୋଗୁଁ । ହେଲେ ଦିନେ ଅଚାନକ ରୀତାକୁ ଠକିଦେଇ କବିତା କେଉଁଆଡ଼େ ଚାଲିଯାଇଛି । ୟା ପରଠାରୁ ରୀତାଙ୍କ କବିତାକୁ ଭଲପାଇବା ବଢ଼ିଯାଇଛି । ବିଭିନ୍ନ ପତ୍ରପତ୍ରିକାରୁ ସେ ପ୍ରଚୁର କବିତା ପଢ଼ିଛି । କବିତା ପଢ଼ୁ ପଢ଼ୁ କବି ଧୂର୍ଜଟୀଙ୍କ ପ୍ରେମରେ ପଡ଼ିଛି । ଧୂର୍ଜଟୀଙ୍କ ପରିଚୟ ଭାବରେ ସେ ଜୟନ୍ତଙ୍କୁ ବିବାହ କରିଛନ୍ତି । କିନ୍ତୁ ବିବାହ ପରେ ରୀତା ଅନୁଭବ କରିଛି ଯେ ଜୟନ୍ତଙ୍କର କବିସୁଲଭ ଗୁଣାବଳୀ ନାହିଁ । ବ୍ୟବସାୟୀ ହୃଦୟରେ କବିତ୍ୱ ଶୂନ । ଏହା ରୀତାର ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି । ମାନସିକ ଭାରସାମ୍ୟ ହରାଇ ରୀତା ଅତନୁଙ୍କ ପାଖରେ ଚିକିତ୍ସିତ ହୋଇଛି ।

ଅତନୁଙ୍କ ଡାକ୍ତରଖାନାରେ ରୀତା ଚରିତ୍ରର ଅନନ୍ୟ ବିଶେଷତ୍ବ ଫୁଟାଇଛନ୍ତି ନାଟ୍ୟକାର । ବେବୀ ପ୍ରତି ଶ୍ରଦ୍ଧା, ଡାକ୍ତରଖାନାର ଅନ୍ୟ ଚରିତ୍ରମାନଙ୍କ ପ୍ରତି ସ୍ନେହ ଓ ଭଲପାଇବା ତା’ର ମହନୀୟତାକୁ ପ୍ରମାଣ କରିଛି । ସେ ପ୍ରକୃତ ସତ୍ୟକୁ ଜାଣିପାରିଛି । ଜାଣିପାରିଛି ଧୂର୍ଜଟୀ ପ୍ରକୃତରେ ଜୟନ୍ତ ନୁହେଁ, ଡାକ୍ତର ଅତନୁ । ସବୁ ବୁଝିସାରିଲା ପରେ ରୀତା ଖୁବ୍ ବ୍ୟସ୍ତ ହୋଇପଡ଼ିଛି । ରୀତା ଏକ ଆଦର୍ଶ ଚରିତ୍ର ଭାବେ ଟଙ୍କା ଓ ପ୍ରତିପରି ଅପେକ୍ଷା କଳାକୁ ଗୁରୁତ୍ଵ ଦେଇଛି । ରୀତା ମତରେ ଅର୍ଥ ଓ ପ୍ରତିପରିଠାରୁ କବିତ୍ଵ ଓ ପ୍ରତିଭା ହେଉଛି ବଡ଼କଥା ।

ରୀତା ଏଇ ନାଟକରେ ହୋଇଛି ଏକ କରୁଣ ଅଭିଲିପି । ଯନ୍ତ୍ରଣାର ଯଉଘରେ ଜଳି ବି ସେ ସତ୍ୟ ଓ କଳାର ପୂଜା କରିଛି । ଏହି ରୀତା ଚରିତ୍ରକୁ ନାଟ୍ୟକାର ଖୁବ୍ ଜୀବନ୍ତ କରି ଗଢ଼ି ତୋଳିଛନ୍ତି ।

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

(କ) ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
‘ରାଜହଂସ’ ନାଟକ କାହାର ରଚନା?
(କ) ରତ୍ନାକର ଚଇନି
(ଖ) ରତ୍ନାକର ପତି
(ଗ) ରତ୍ନାକର ମିଶ୍ର
(ଘ) ରତ୍ନାକର ସାହୁ
Answer:
(କ) ରତ୍ନାକର ଚଇନି

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 2.
‘ରାଜହଂସ’ ନାଟକ କେବେ ପ୍ରଥମ ପ୍ରକାଶ ପାଇଥିଲା?
(କ) ୧୯୭୦ ମସିହା
(ଖ) ୧୯୬୯ ମସିହା
(ଗ) ୧୯୮୦ ମସିହା
(ଘ) ୧୯୬୮ ମସିହା
Answer:
(ଖ) ୧୯୬୯ ମସିହା

Question 3.
ଡାକ୍ତର ଅତନୁ କେଉଁ ବିଭାଗର ଡାକ୍ତର?
(କ) ଅସ୍ଥି ବିଭାଗର
(ଖ) ମନସ୍ତାତ୍ତ୍ଵିକ ବିଭାଗ
(ଗ) କର୍ଣ୍ଣ ବିଭାଗ
(ଘ) ଗଳା ବିଭାଗ
Answer:
(ଖ) ମାନସିକ ବିଭାଗ

Question 4.
ଡାକ୍ତର ଅତନୁଙ୍କ ‘ଚିକିତ୍ସାକେନ୍ଦ୍ର’ଟି କେଉଁଠି ଅବସ୍ଥିତ?
(କ) ସମୁଦ୍ରକୂଳରେ
(ଖ) ରାଜରାସ୍ତାରେ
(ଗ) ଜନବସତିର ଅନତିଦୂରରେ
(ଘ) ପାହାଡ଼ ଉପରେ
Answer:
(ଗ) ଜନବସତିର ଅନତି ଦୂରରେ

Question 5.
ଶୀତ କ’ଣ ଧରି ନଇଁଛି?
(କ) କୁହୁଡ଼ି
(ଖ) ଧୂଆଁ
(ଗ) କାକର
(ଘ) ଦଳବଳ
Answer:
(ଘ) ଦଳବଳ

Question 6.
ନାଟକର ମୁଖ୍ୟ ଚରିତ୍ର ଅତନୁ ବୃଦ୍ଧିରେ କ’ଣ?
(କ) ଡାକ୍ତର
(ଖ) ମାଷ୍ଟର
(ଗ) ଲେଖକ
(ଘ) କମ୍ପାଉଣ୍ଡର
Answer:
(କ) ଡାକ୍ତର

Question 7.
ସିଡ଼ିସିଧା କାନ୍ଥରେ କ’ଣ ଲେଖା ହୋଇଛି ?
(କ) Keep Silence
(ଖ) Silence Please
(ଗ) Doctor’s Room
(ଘ) Exam Hall
Answer:
(ଖ) Silence Please

Question 8.
ଡାକ୍ତରଖାନାର ଆଗପଟେ କ’ଣ ଥାଏ?
(କ) ରାଜପଥ
(ଖ) ଜଙ୍ଗଲ
(ଗ) ନଦୀ
(ଘ) ପାହାଡ଼
Answer:
(କ) ରାଜପଥ

Question 9.
ଡାକ୍ତରଖାନର ପଛପଟେ କ’ଣ ଥାଏ?
(କ) ରାଜରାସ୍ତା
(ଖ) ସବୁଜ ଅରଣ୍ୟ
(ଗ) ସମୁଦ୍ର
(ଘ) ଚିଡ଼ିଆଖାନା
Answer:
(ଖ) ସବୁଜ ଅରଣ୍ୟ

Question 10.
ଡାକ୍ତରଖାନାର କୋଠରୀର ମଧ୍ୟ ଭାଗରେ କ’ଣ ଥାଏ?
(କ) ଟେବୁଲ୍ ଫ୍ୟାନ୍
(ଖ) ପାଣି ଡ୍ରମ୍
(ଗ) ଟେବୁଲ୍
(ଘ) ସାଲାଇନ୍ ବୋତଲ
Answer:
(ଗ) ଟେବୁଲ୍

Question 11.
ସିଡ଼ି ଉପରୁ କ’ଣ ଗଡ଼ି ତଳେ ପଡ଼ିଲା?
(କ) ଡବା
(ଖ) ସିରିଞ୍ଜ
(ଗ) କାଚଚ୍ଚାର୍
(ଘ) ବୋତଲ
Answer:
(ଘ) ବୋତଲ

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 12.
ହରି କିଏ?
(କ) ସହକାରୀ କର୍ମଚାରୀ
(ଖ) ମୁଖ୍ୟ ନେତା
(ଗ) ରୋଗୀ
(ଘ) ପରୀକ୍ଷା କରିବାବାଲା
Answer:
(କ) ସହକାରୀ କର୍ମଚାରୀ

Question 13.
ପିନାକୀ କିଏ?
(କ) ଜଣେ ଚେଲା
(ଖ) ଜଣେ ରୋଗୀ
(ଗ) ଜଣେ କମ୍ପାଉଣ୍ଡର
(ଘ) ଜଣେ କର୍ମଚାରୀ
Answer:
(ଖ) ଜଣେ ରୋଗୀ

Question 14.
କିଏ ବୋତଲ ଉଠାଇ କାନ୍ଦିଲା?
(କ) ହରି
(ଖ) ଜଣେ କର୍ମଚାରୀ
(ଗ) ପିନାକୀ
(ଘ) ଅତନୁ
Answer:
(ଗ) ପିନାକୀ

Question 15.
ଡାକ୍ତରଖାନାର ମୁଖ୍ୟ ଡାକ୍ତର କିଏ?
(କ) ପିନାକୀ
(ଖ) ହରି
(ଗ) ଜୟନ୍ତ
(ଘ) ଅତନୁ
Answer:
(ଘ) ଅତନୁ

Question 16.
ବୋତଲରେ ଥିବା ତରଳ ପଦାର୍ଥକୁ କିଏ ଚାଟିବାକୁ ଲାଗିଲା?
(କ) ପିନାକୀ
(ଖ) ଅତନୁ
(ଗ) ହରି
(ଘ) ଚାକର
Answer:
(କ) ପିନାକୀ

Question 17.
‘‘ସରିଗଲା ସବୁ’’ ବୋଲି କିଏ କହିଛି?
(କ) ଅତନୁ
(ଖ) ହରି
(ଗ) ପିନାକୀ
(ଘ) କେହି ନୁହେଁ
Answer:
(ଖ) ହରି

Question 18.
କିଏ ଛାତିରେ ବ୍ୟଥା ପାଇ ଚିତ୍କାର କରିଛି?
(କ) ଅତନୁ
(ଖ) ହରି
(ଗ) ପିନାକୀ
(ଘ) ମୀନା
Answer:
(ଗ) ପିନାକୀ

Question 19.
କିଏ ରୋଗ ଉପରେ ବେଶି ପ୍ରଭାବ ପକାଏ?
(କ) କଠୋର କଥା
(ଖ) ଖାଦ୍ୟ
(ଗ) ଦୋଷାରୋପ
(ଘ) ମାନସିକ ଚିନ୍ତା
Answer:
(ଘ) ମାନସିକ ଚିନ୍ତା

Question 20.
ପିନାକୀ କ’ଣ ପିଇବାକୁ ମାଗୁଥୁଲା?
(କ) ମଦ
(ଖ) ପାଣି
(ଗ) ଜୁସ୍
(ଘ) ସିରପ୍
Answer:
(କ) ମଦ

Question 21.
କିଏ ଭାରି ନିଷ୍ଠୁର ବୋଲି ପିନାକୀ କହିଛି?
(କ) ଭଗବାନ
(ଖ) ହରି
(ଗ) ଡାକ୍ତର
(ଘ) ଅତନୁ
Answer:
(ଖ) ହରି

Question 22.
ମଦ ବିନିମୟରେ କିଏ ସବୁ କରିବାକୁ ପ୍ରସ୍ତୁତ ବୋଲି କହିଛି?
(କ) ହରି
(ଖ) ଡାକ୍ତର
(ଗ) ପିନାକୀ
(ଘ) ମଦ୍ୟପ
Answer:
(ଗ) ପିନାକୀ

Question 23.
ହରି କେତେ ଟଙ୍କା ପାଇଁ ପିନାକୀ ମୁହଁରୁ ବୋତଲ ଛଡ଼ାଇ ନେଇଛି?
(କ) ଦଶ ଟଙ୍କା ପାଇଁ
(ଖ) ପଚାଶ ଟଙ୍କା ପାଇଁ
(ଗ) ଶହେ ଟଙ୍କା ପାଇଁ
(ଘ) ପାଞ୍ଚ ଟଙ୍କା ପାଇଁ
Answer:
(ଘ) ପାଞ୍ଚ ଟଙ୍କା ପାଇଁ

Question 24.
ପିନାକୀ କ’ଣ ଚାହେଁ ବୋଲି କହିଛି?
(କ) ମଦ
(ଖ) ମୃତ୍ୟୁ
(ଗ) ନାରୀ
(ଘ) ଜୀବନ
Answer:
(କ) ମଦ

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 25.
ମଦ ପିଇଲା ପରେ ପିନାକୀ କାହାକୁ ଭୁଲିଯାଏ?
(କ) ନିଜକୁ
(ଖ) ଦୁନିଆକୁ
(ଗ) କାମକୁ
(ଘ) ପରିବାରକୁ
Answer:
(ଖ) ଦୁନିଆକୁ

Question 26.
କିଏ ଦିନକୁ ହଜାରେ ହଜାରେ ଟଙ୍କାର ଖେଳ ଖେଳିବେ ବୋଲି ଅତନୁ କହିଛନ୍ତି?
(କ) ହରି
(ଖ) ନର୍ସ
(ଗ) ପିନାକୀ
(ଘ) ରୋଗୀମାନେ
Answer:
(ଗ) ପିନାକୀ

Question 27.
କେତେ ନମ୍ବର ପେସେଣ୍ଟ୍ ଭାଓଲିନ୍ ବଢାଇଛି?
(କ) ୧ ନଂ
(ଖ) ୨ ନଂ
(ଗ) ୪ ନଂ
(ଘ) ୩ ନଂ
Answer:
(ଘ) ୩ ନଂ

Question 28.
କାହା ଉପରେ ବିଶେଷ ଲକ୍ଷ୍ୟ ରଖିବାକୁ ଡାକ୍ତରବାବୁ କହିଛନ୍ତି?
(କ) ପ୍ରଫେସର ପରିଜା
(ଖ) ପିନାକୀ
(ଗ) ହରି
(ଘ) ୩ ନଂ ରୋଗୀ
Answer:
(କ) ପ୍ରଫେସର ପରିଜା

Question 29.
ସିଷ୍ଟର ଜଣଙ୍କ ନାମ କ’ଣ?
(କ) ମୀନା
(ଖ) ସାବିତ୍ରୀ
(ଗ) ସାବି
(ଘ) ସର
Answer:
(ଖ) ସାବିତ୍ରୀ

Question 30.
‘‘ମୋତେ କଣ୍ଟ୍ରାଲ୍ ରୁମକୁ ଯିବାକୁ ହେବ ।’’ ବୋଲି କିଏ କହିଛି?
(କ) ଅତନୁ
(ଖ) ସିଷ୍ଟର
(ଗ) ପ୍ରଫେସର ପରିଜା
(ଘ) ରୋଗୀ
Answer:
(ଗ) ପ୍ରଫେସର ପରିଜା

Question 31.
ପୃଥ‌ିବୀ ବଜାରର ପରିବା କୋଉଠି ରନ୍ଧା ହେବ?
(କ) ସହରବଜାରରେ
(ଖ) ରୋଷେଇଶାଳରେ
(ଗ) ତାରାରେ
(ଘ) ଚନ୍ଦ୍ରରେ
Answer:
(ଘ) ଚନ୍ଦ୍ରରେ

Question 32.
ଗବେଷଣା କେଉଁମାନଙ୍କ ଜୀବନ?
(କ) ବୈଜ୍ଞାନିକ
(ଖ) ଡାକ୍ତର
(ଗ) ଲେଖକ
(ଘ) ଅଧ୍ୟାପକ
Answer:
(କ) ବୈଜ୍ଞାନିକ

Question 33.
ସରଳ ବନ୍ଧୁତାରେ କିଏ ଗରଳର ସ୍ବପ୍ନ ଦେଖେ?
(କ) ଚୋର
(ଖ) ମନୁଷ୍ୟ
(ଗ) ଶତ୍ରୁ
(ଘ) ପଶୁ
Answer:
(ଖ) ମନୁଷ୍ୟ

Question 34.
ପ୍ରଫେସର ପରିଜା କେଉଁଠିକୁ ଯିବାକୁ ବାହାରିଛନ୍ତି?
(କ) ଘରକୁ
(ଖ) ବଜାରକୁ
(ଗ) ଚନ୍ଦ୍ରକୁ
(ଘ) ବୁଲିବାକୁ
Answer:
(ଗ) ଚନ୍ଦ୍ରକୁ

Question 35.
“He is a fool.’’ ଏକଥା ପ୍ରଫେସର କାହା ଉଦ୍ଦେଶ୍ୟରେ କହିଛନ୍ତି?
(କ) ଅତନୁ
(ଖ) ସିଷ୍ଟର
(ଗ) ମୁଖ୍ୟ ଚିକିତ୍ସକ
(ଘ) ହରି
Answer:
(ଘ) ହରି

Question 36.
ପ୍ରଫେସର ଆଉ ସିଷ୍ଟର କେଉଁ ରୁମକୁ ଚାଲିଗଲେ?
(କ) ୫ ନମ୍ବର
(ଖ) ୩ ନମ୍ବର
(ଗ) ୨ ନମ୍ବର
(ଘ) ୧ ନମ୍ବର
Answer:
(କ) ୫ ନମ୍ବର

Question 37.
ତିନି ନମ୍ବର କୋଠରୀର ରୋଗିଣୀ କିଏ?
(କ) ମୀତା
(ଖ) ରୀତା
(ଗ) ରୀନା
(ଘ) ମୀନା
Answer:
(ଖ) ରୀତା

Question 38.
କାହା ମୁହଁରେ ଲକ୍ଷ ଅବସାଦର ବଉଦ?
(କ) ସିଷ୍ଟର
(ଖ) ଅତନୁ
(ଗ) ରୀତା
(ଘ) ହରି
Answer:
(ଗ) ରୀତା

Question 39.
ଡାକ୍ତର ଅତନୁଙ୍କ ବନ୍ଧୁ କିଏ?
(କ) ହରି
(ଖ) ସରିତା
(ଗ) ସାବିତ୍ରୀ
(ଘ) ଜୟନ୍ତ
Answer:
(ଘ) ଜୟନ୍ତ

Question 40.
ଜୟନ୍ତ ଡାକ୍ତରବାବୁଙ୍କ ହାତକୁ କ’ଣ ବଢ଼ାଇ ଦେଇଛନ୍ତି?
(କ) ସିଗାରେଟ୍
(ଖ) ଟଙ୍କା
(ଗ) ପେସ୍‌ସନ୍
(ଘ) ଔଷଧ
Answer:
(କ) ସିଗାରେଟ୍

Question 41.
ଅତନୁ କ’ଣ ଖାଏ ନାହିଁ ବୋଲି ଜୟନ୍ତ ଭୁଲିଯାଉଛି?
(କ) ମଦ
(ଖ) ସିଗାରେଟ୍
(ଗ) ବିଡ଼ି
(ଘ) ଚାଟ୍
Answer:
(ଖ) ସିଗାରେଟ୍

Question 42.
କାହା ମନ ସବୁବେଳେ ପ୍ରଫୁଲ୍ଲ ହେବା ଦରକାର?
(କ) ଡାକ୍ତରଙ୍କର
(ଖ) ରୋଗୀର
(ଗ) କବିର
(ଘ) ମଣିଷର
Answer:
(ଗ) କବିର

Question 43.
କାମ ଭିତରେ କିଏ ଦୁନିଆକୁ ଭୁଲିଯାଏ?
(କ) ଅତନୁ
(ଖ) ଡାକ୍ତରବାବୁ
(ଗ) ହରି
(ଘ) ଜୟନ୍ତ
Answer:
(ଘ) ଜୟନ୍ତ

Question 44.
କାହାକୁ ସବୁକିଛି ବିଷାକ୍ତ ବୋଧ ହୁଏ?
(କ) ଜୟନ୍ତକୁ
(ଖ) ଅତନୁକୁ
(ଗ) ହରିକୁ
(ଘ) ରୋଗୀକୁ
Answer:
(କ) ଜୟନ୍ତକୁ

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 45.
ଅତୀତର କ’ଣ ଅତୀତରେ ରହିଯାଉ ବୋଲି ଜୟନ୍ତ କହିଛି?
(କ) ଘଟଣା
(ଖ) ସ୍ମୃତି
(ଗ) କଥା
(ଘ) କାହାଣୀ
Answer:
(ଖ) ସ୍ମୃତି

Question 46.
କାହାକୁ କେହି ଛାଡ଼ି ପାରିବେନି ବୋଲି ଅତନୁ କହିଛନ୍ତି?
(କ) ଚିନ୍ତାକୁ
(ଖ) ବିଶ୍ୱାସକୁ
(ଗ) ଅତୀତକୁ
(ଘ) ନାଟକକୁ
Answer:
(ଗ) ଅତୀତକୁ

Question 47.
କିଏ ଆମେରିକା ଯିବାର ସ୍ଵପ୍ନକୁ ଅଳୀକ ବୋଲି ଭାବିଥିଲେ?
(କ) ଜୟନ୍ତ
(ଖ) ନର୍ସ
(ଗ) ରୀତା
(ଘ) ଅତନୁ
Answer:
(ଘ) ଅତନୁ

Question 48.
କିଏ ସମସ୍ତ ଧନ ନେଇ ମଧ୍ୟ ଶାନ୍ତି ପାଇପାରି ନାହିଁ?
(କ) ଜୟନ୍ତ
(ଖ) ରୀତା
(ଗ) ଅତନୁ
(ଘ) ପିନାକୀ
Answer:
(କ) ଜୟନ୍ତ

Question 49.
ରୀତା କାହାକୁ ବିବାହ କରିଛି?
(କ) ଅତନୁଙ୍କୁ
(ଖ) ଜୟନ୍ତଙ୍କୁ
(ଗ) ପିନାକୀଙ୍କୁ
(ଘ) ହରିଙ୍କୁ
Answer:
(ଖ) ଜୟନ୍ତଙ୍କୁ

Question 50.
ହଠାତ୍ ରୀତା କ’ଣ ବୋଲି ଚିତ୍କାର କରେ?
(କ) ଭୂତ
(ଖ) ସାପ
(ଗ) କବିତା
(ଘ) ରାକ୍ଷସ
Answer:
(ଗ) କବିତା

Question 51.
ଆଦିମ ଯୁଗରୁ ମଣିଷ କ’ଣ?
(କ) ସ୍ଵାର୍ଥପର
(ଖ) ନିଃସଙ୍ଗ
(ଗ) ପରିଶ୍ରମୀ
(ଘ) ଆଶାବାଦୀ
Answer:
(ଘ) ଆଶାବାଦୀ

Question 52.
ରୀତା ଝରକା ଦେଇ କୁଆଡ଼େ ଅନାଇ ରହିଛି?
(କ) ଅରଣ୍ୟ ଆଡ଼େ
(ଖ) ବନ୍ଧ ଆଡ଼େ
(ଗ) ନଦୀ ଆଡ଼େ
(ଘ) ପାହାଡ଼ ଆଡ଼େ
Answer:
(କ) ଅରଣ୍ୟ ଆଡ଼େ

Question 53.
ପ୍ରତ୍ୟେକ ମଣିଷର ପ୍ରାଣରେ କ’ଣ ରହିଛି ବୋଲି ରୀତା କହିଛି?
(କ) ଘୃଣା
(ଖ) ସୌନ୍ଦର୍ଯ୍ୟପ୍ରେମ
(ଗ) ସ୍ନେହ
(ଘ) ପ୍ରତିହିଂସା
Answer:
(ଖ) ସୌନ୍ଦର୍ଯ୍ୟପ୍ରେମ

Question 54.
ଜଙ୍ଗଲକୁ କେଉଁ ଫୁଲର ବାସ୍ନା ଭାସି ଆସିଛି?
(କ) ବଣମଲ୍ଲୀ
(ଖ) ଯୂଇ
(ଗ) ଶାଳ
(ଘ) ରଜନୀଗନ୍ଧା
Answer:
(ଗ) ଶାଳ

Question 55.
କିଏ ନିଜକୁ ବାଥରୁମ୍ ସିଙ୍ଗର କହିଛି?
(କ) ଜୟନ୍ତ
(ଖ) ରୀତା
(ଗ) ହରି
(ଘ) ଅତନୁ
Answer:
(ଘ) ଅତନୁ

Question 56.
ଅତନୁଙ୍କ ଟେବୁଲ ଉପରେ କ’ଣ ଦେଖିଛି ରୀତା?
(କ) କଲମ
(ଖ) ପେପରୱେଟ୍
(ଗ) କବିତା
(ଘ) ପେସେଣ୍ଟ ଲିଷ୍ଟ୍
Answer:
(ଗ) କବିତା

Question 57.
ଧୂର୍ଜଟୀ କିଏ ବୋଲି ଡାକ୍ତର ଅତନୁ ରୀତାକୁ କହିଛନ୍ତି?
(କ) ଜୟନ୍ତ
(ଖ) ମହାକବି
(ଗ) ଶ୍ରେଷ୍ଠ କବି
(ଘ) ନିଜେ ଅତନୁ
Answer:
(କ) ଜୟନ୍ତ

Question 58.
କିଏ ପାଗଳୀ ଭଳି ପାଟିକରି କୋଠରୀ ଭିତରକୁ ପଳାଇଗଲା?
(କ) ନର୍ସ
(ଖ) ରୀତା
(ଗ) ମିତା
(ଘ) ସିଷ୍ଟର
Answer:
(ଖ) ରୀତା

Question 59.
କବିତାଟି କାହାର ବୋଲି ଡାକ୍ତର ଅତନୁ କହିଛନ୍ତି?
(କ) ଧୂର୍ଜଟୀଙ୍କ
(ଖ) ନିଜର
(ଗ) କବିବରଙ୍କ
(ଘ) ଜୟନ୍ତର
Answer:
(ଘ) ଜୟନ୍ତର

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 60.
ବିଜ୍ଞାନୀ କ’ଣ ଧରି ବସି ରହେ?
(କ) ଗବେଷଣାକୁ
(ଖ) ସମୟକୁ
(ଗ) ପୁରାତନକୁ
(ଘ) ଅତୀତକୁ
Answer:
(କ) ଗବେଷଣାକୁ

Question 61.
ବିଜ୍ଞାନୀ କ’ଣ ଚାହେଁ?
(କ) ନୂତନର ଆବିଷ୍କାର
(ଖ) ଅର୍ଥ
(ଗ) କ୍ଷମତା
(ଘ) ଲାବୋରେଟୋରି
Answer:
(କ) ନୂତନର ଆବିଷ୍କାର

Question 62.
କାହାର ରେଷ୍ଟ ଦରକାର ବୋଲି ଡାକ୍ତର ଅତନୁ କହିଛନ୍ତି?
(କ) ପ୍ରଫେସର ପରିଜାଙ୍କର
(ଖ) ବୈଜ୍ଞାନିକଙ୍କର
(ଗ) ରୀତାଙ୍କର
(ଘ) ରୋଗୀଙ୍କର
Answer:
(କ) ପ୍ରଫେସର ପରିଜାଙ୍କର

Question 63.
କିଏ ଅତନୁଙ୍କୁ ‘ଡକ୍ଟର ଅଙ୍କଲ୍’ ବୋଲି ଡାକିଛି?
(କ) ଦେବୀ
(ଖ) ବେବୀ
(ଗ) ମିଲି
(ଘ) ଝିଅ
Answer:
(ଖ) ବେବୀ

Question 64.
ବେବୀ କାହା ଝିଅ?
(କ) ଡାକ୍ତରଙ୍କର
(ଖ) ନର୍ସଙ୍କର
(ଗ) ଅତନୁଙ୍କର
(ଘ) ପିନାକୀଙ୍କର
Answer:
(ଘ) ପିନାକୀଙ୍କର

Question 65.
ବାହାରୁ କିଏ ପ୍ରବେଶ କରିଛି?
(କ) ବାକ୍‌ଶକ୍ତିହୀନ ମିଲ୍ଟାରୀ ଅଫିସର
(ଖ) ଭୂତ
(ଗ) ସୁସ୍ଥ ଲୋକଜଣକ
(ଘ) ପବନ
Answer:
(କ) ବାକ୍‌ଶକ୍ତିହୀନ ମିଟାରୀ ଅଫିସର

Question 66.
କିଏ ଡାକ୍ତରଖାନାକୁ ଚିଡ଼ିଆଖାନା ବୋଲି କହିଛି?
(କ) ହରି
(ଖ) ଅତନୁ
(ଗ) ନର୍ସ
(ଘ) ରୋଗୀ
Answer:
(କ) ହରି

Question 67.
ଅଫିସର ଜଣଙ୍କ କେତେ ବର୍ଷ ହେଲା କଥା କହିପାରୁ ନାହିଁ?
(କ) ୫ ବର୍ଷ
(ଖ) ୪ ବର୍ଷ
(ଗ) ୧୦ ବର୍ଷ
(ଘ) ୨ ବର୍ଷ
Answer:
(ଖ) ୪ ବର୍ଷ

Question 68.
କ’ଣ ପାଇଁ ଅଫିସରଜଣକ ମୂକ ହୋଇଥିଲେ?
(କ) ଗଣ୍ଡଗୋଳ ପାଇଁ
(ଖ) ଚୋରି ପାଇଁ
(ଗ) ଯୁଦ୍ଧ ପାଇଁ
(ଘ) ମନ୍ଦିର ଭାଙ୍ଗିବା ପାଇଁ
Answer:
(ଗ) ଯୁଦ୍ଧ ପାଇଁ

Question 69.
ସିଷ୍ଟର ରୀତାଙ୍କୁ କ’ଣ ପଢ଼ିବାକୁ ଦେଇଛି?
(କ) କବିତା
(ଖ) ଉପନ୍ୟାସ
(ଗ) ଗପ
(ଘ) ନାଟକ
Answer:
(ଖ) ଉପନ୍ୟାସ

Question 70.
ରୀତା ଭାଓଲିନ୍‌ର ସ୍ଵରେ ସ୍ବରେ କ’ଣ ଗାଇବାକୁ ଚାହେଁ?
(କ) ଗୀତା
(ଖ) ଭାଗବତ
(ଗ) କବିତା
(ଘ) କବିର କଥା
Answer:
(ଗ) କବିତା

Question 71.
କାହାକୁ ବେବୀ ଦିଦି ବୋଲି ଡାକିଛି?
(କ) ରୀତାକୁ
(ଖ) ନର୍ସକୁ
(ଗ) ସାବିତ୍ରୀକୁ
(ଘ) ସିଷ୍ଟରକୁ
Answer:
(କ) ରୀତାକୁ

Question 72.
ରୀତାଙ୍କୁ କେଉଁ ଉପନ୍ୟାସ ପଢ଼ିବାକୁ ଦିଆଯାଇଛି?
(କ) ଅମାବାସ୍ୟାର ଚନ୍ଦ୍ର
(ଖ) ପ୍ରେମିକା
(ଗ) କବିର ବ୍ୟଥା
(ଘ) ଭାଓଲିନ୍
Answer:
(କ) ଅମାବାସ୍ୟାର ଚନ୍ଦ୍ର

Question 73.
କିଏ ଗୀତ ଗାଇବାକୁ ଲାଜ କରିଛି?
(କ) ରୀତା
(ଖ) ବେବୀ
(ଗ) ସିଷ୍ଟର
(ଘ) ଅତନୁ
Answer:
(ଖ) ବେବୀ

Question 74.
କ’ଣ ମଣିଷ ମନରୁ ରାଗ, ହିଂସା, ବିଦ୍ବେଷ ଦୂର କରେ?
(କ) କବିତା
(ଖ) ଗପ
(ଗ) ସଙ୍ଗୀତ
(ଘ) ଉପନ୍ୟାସ
Answer:
(ଗ) ସଙ୍ଗୀତ

Question 75.
ଗୀତର ଶେଷ ପାଦରେ କିଏ ଉଦାସ ବିହ୍ବଳ ହୋଇ ସିଡ଼ିରେ ଦେଖାଦେଲେ?
(କ) ଡାକ୍ତର
(ଖ) ରୋଗୀମାନେ
(ଗ) ପ୍ରଫେସର ପରିଜା
(ଘ) ପିନାକୀ
Answer:
(ଘ) ପିନାକୀ

Question 76.
କାହା ପାଇଁ ସଙ୍ଗୀତର ଭୂମିକା ଗୌଣ ବୋଲି ପ୍ରଫେସର କହିଛନ୍ତି?
(କ) ଡାକ୍ତର ଓ ବିଜ୍ଞାନୀ
(ଖ) ମାଷ୍ଟର ଓ କିରାଣୀ
(ଗ) ନର୍ଭକୀ ଓ କର୍ମୀ
(ଘ) ଦୋକାନୀ ଓ ବ୍ୟବସାୟୀ
Answer:
(କ) ଡାକ୍ତର ଓ ବିଜ୍ଞାନୀ

Question 77.
ସଙ୍ଗୀତ କାହାକୁ ପାଗଳ କରେ?
(କ) ଡାକ୍ତରଙ୍କୁ
(ଖ) ମରଣମୁଖୀ ରୋଗୀକୁ
(ଗ) ନର୍ସକୁ
(ଘ) ପ୍ରଫେସରଙ୍କୁ
Answer:
(ଖ) ମରଣମୁଖୀ ରୋଗୀକୁ

Question 78.
କ୍ଷଣକ ପାଇଁ ଦୁଃଖଯନ୍ତ୍ରଣା ଭିତରେ ରୋଗୀ କ’ଣ ଶୁଣିବାକୁ ଚାହେଁ?
(କ) ସଙ୍ଗୀତ
(ଖ) ଆଶ୍ଵାସନା
(ଗ) ସୁସ୍ଥତାର କଥା
(ଘ) ଭରସା
Answer:
(କ) ସଙ୍ଗୀତ

Question 79.
ସର୍ବଗ୍ରାସୀ ନିଶା କାହାକୁ ମାଟିର କଣ୍ଢେଇ କରିଦେଇଛି?
(କ) ଡାକ୍ତରଙ୍କୁ
(ଖ) ରୋଗୀକୁ
(ଗ) ପିନାକୀକୁ
(ଘ) ହରିକୁ
Answer:
(ଗ) ପିନାକୀକୁ

Question 80.
କିଏ ଆଉ ବଞ୍ଚିବାକୁ ଚାହେଁନା ବୋଲି କହିଛି?
(କ) ପିନାକୀ
(ଖ) ରୋଗୀ
(ଗ) ହରି
(ଘ) ରୀତା
Answer:
(କ) ପିନାକୀ

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 81.
କାହାକୁ ଗୋଟିଏ ଜୁଆଖେଳ ବୋଲି ଡାକ୍ତର କହିଛନ୍ତି?
(କ) ଜୀବନକୁ
(ଖ) ବ୍ୟବସାୟକୁ
(ଗ) ରୋଗକୁ
(ଘ) ଡାକ୍ତରଖାନାକୁ
Answer:
(ଖ) ବ୍ୟବସାୟକୁ

Question 82.
କାହା ସକାଶେ ପିନାକୀଙ୍କୁ ବଞ୍ଚିବାକୁ ହେବ ବୋଲି ଅତନୁ କହିଛନ୍ତି?
(କ) ନିଜ ସକାଶେ
(ଖ) ଦୁନିଆ ସକାଶେ
(ଗ) ବେବୀ ସକାଶେ
(ଘ) ଡାକ୍ତରଙ୍କ ସକାଶେ
Answer:
(ଗ) ବେବୀ ସକାଶେ

Question 83.
କିଏ ପିଲାଦିନୁ ମା’କୁ ହରାଇ ପିନାକୀ ପାଖରେ ରହିଛି?
(କ) ସାବିତ୍ରୀ
(ଖ) ସିଷ୍ଟର
(ଗ) ରୀତା
(ଘ) ବେବୀ
Answer:
(ଘ) ବେବୀ

Question 84.
ଗୀତ ଗାଇବାକୁ କିଏ ବ୍ୟାକୁଳ ହୋଇଉଠିଛି?
(କ) ରୀତା
(ଖ) ବେବୀ
(ଗ) ନର୍ସ
(ଘ) ଅତନୁ
Answer:
(କ) ରୀତା

Question 85.
କାହାର ପିଲାଦିନରୁ ସଙ୍ଗୀତ ପ୍ରତି ପ୍ରବଳ ଝୁଙ୍କ୍ ଥିଲା?
(କ) ଅତନୁଙ୍କର
(ଖ) ରୀତାଙ୍କର
(ଗ) ରୋଗୀର
(ଘ) ବେବୀର
Answer:
(ଖ) ରୀତାଙ୍କର

Question 86.
ରୀତାର ସାନ ଭଉଣୀର ନାମ କ’ଣ?
(କ) ମୀତା
(ଖ) ଗୀତା
(ଗ) କବିତା
(ଘ) ସୀତା
Answer:
(ଗ) କବିତା

Question 87.
ରୀତା କବିତା ପଢ଼ୁ ପଢ଼ୁ କାହାକୁ ଭଲପାଇ ବସିଲେ?
(କ) କବିତାକୁ
(ଖ) ଅତନୁକୁ
(ଗ) ପ୍ରଫେସରଙ୍କୁ
(ଘ) କବି ଧୂର୍ଜଟୀଙ୍କୁ
Answer:
(ଘ) କବି ଧୂର୍ଜଟୀଙ୍କୁ

Question 88.
ରୀତାର ସ୍ୱାମୀ କାହାର ବନ୍ଧୁ?
(କ) ଅତନୁଙ୍କର
(ଖ) ରୋଗୀଙ୍କର
(ଗ) ପ୍ରଫେସରଙ୍କର
(ଘ) ହରିଙ୍କର
Answer:
(କ) ଅତନୁଙ୍କର

Question 89.
କାହାକୁ ଚାଲିଯିବା ପାଇଁ ଡାକ୍ତର ଅତନୁ ବିରକ୍ତରେ କହିଛନ୍ତି?
(କ) ଜୟନ୍ତଙ୍କୁ
(ଖ) ଅନ୍ୟ କର୍ମଚାରୀଙ୍କୁ
(ଗ) ରୀତାଙ୍କୁ
(ଘ) ସିଷ୍ଟରଙ୍କୁ
Answer:
(କ) ଜୟନ୍ତଙ୍କୁ

Question 90.
ଅନ୍ଧାର ଯୋଗୁଁ ଅତନୁ ରାଗରେ କ’ଣ ଫିଙ୍ଗି ଦେଇଛି?
(କ) ଦିଆସିଲି ଖୋଳ
(ଖ) ମହମବତୀ
(ଗ) ନିଜ କଲମ
(ଘ) ଚିକିତ୍ସା ସାମଗ୍ରୀ
Answer:
(କ) ଦିଆସିଲି ଖୋଳ

Question 91.
କିଏ ଗୋଟିଏ ହାତରେ ଦୁଇଟା ପାଚିଲା କଦଳୀ ଓ ଅନ୍ୟ ହାତରେ ପାଣିଜାଳ ଧରିଥୁଲା?
(କ) ଅଇଁଠା ଭାଇନା
(ଖ) ପୂଜକ
(ଗ) ନନା
(ଘ) ସେବକ
Answer:
(କ) ଅଇଁଠା ଭାଇନା

Question 92.
କିଏ କଦଳୀ ଦୁଇଟା ନେଇ ଆସି ଖାଇ ଦେଇଛି?
(କ) ବୀର
(ଖ) ହରି
(ଗ) ରୋଗୀ
(ଘ) ପୂଜକ
Answer:
(କ) ବୀର

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 93.
ବୀର ହରି ହାତରେ କ’ଣ ଧରାଇ ଦେଇଛି?
(କ) କଦଳୀ ଚୋପା
(ଖ) କିଛି ଟଙ୍କା
(ଗ) ପୂଜକର ଚାବି
(ଘ) ଡାକ୍ତରଙ୍କ ଚିଠା
Answer:
(କ) କଦଳୀ ଚୋପା

Question 94.
ଅଭିଶାପ ଦେଲେ କ’ଣ ବଦନାମ ହୋଇଯିବ ବୋଲି ହରି କହିଛି?
(କ) ଡାକ୍ତରଖାନା
(ଖ) ପୂଜକ
(ଗ) ବୀରର ଚରିତ୍ର
(ଘ) ହରିର ଭାଗ୍ୟ
Answer:
(କ) ଡାକ୍ତରଖାନା

Question 95.
ଅଇଁଠା ଭାଇନା କାହାକୁ ରାକ୍ଷସ ବୋଲି କହିଛି?
(କ) ରୋଗୀକୁ
(ଖ) ବୀରକୁ
(ଗ) ହରିକୁ
(ଘ) ଅପରାଧୀଙ୍କୁ
Answer:
(ଖ) ବୀରକୁ

Question 96.
ଗୁଡ଼ାଏ ଭୋକିଲା ଲୋକ କ’ଣ ଧ୍ୱଂସ କରିଦେଇ ପାରନ୍ତି?
(କ) ସମାଜ
(ଖ) ସଭ୍ୟତା
(ଗ) ପୃଥ‌ିବୀ
(ଘ) ଜଗତ
Answer:
(ଖ) ସଭ୍ୟତା

Question 97.
କେଉଁ ଯାତ୍ରୀମାନେ ଦୀର୍ଘଦିନ ଧରି ଫଳ ଆହାର କରି କ୍ଳାନ୍ତ ହୋଇପଡ଼ିବେ ବୋଲି ପ୍ରଫେସର କହିଛନ୍ତି?
(କ) ଜୀବନଯାତ୍ରୀମାନେ
(ଖ) ଚନ୍ଦ୍ରଯାତ୍ରୀମାନେ
(ଗ) ରୋଗର ଯାତ୍ରୀମାନେ
(ଘ) ଜଗତଯାତ୍ରୀମାନେ
Answer:
(ଖ) ଚନ୍ଦ୍ରଯାତ୍ରୀମାନେ

Question 98.
‘‘ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ’’ ବୋଲି କିଏ ଖୁସିରେ ପ୍ରକାଶ କରିଛି?
(କ) ପିନାକୀ
(ଖ) ପ୍ରଫେସର ପରିଜା
(ଗ) ବୀର
(ଘ) ରୀତା
Answer:
(ଖ) ପ୍ରଫେସର ପରିଜା

Question 99.
ଡାକ୍ତର ପଢ଼ାରେ ବ୍ୟସ୍ତ ଥିଲାବେଳେ ବାହାରୁ କିଏ ପ୍ରବେଶ କରିଛି?
(କ) ରୋଗୀ
(ଖ) ପ୍ରଫେସର
(ଗ) ଜୟନ୍ତ
(ଘ) ସହକର୍ମୀ
Answer:
(ଗ) ଜୟନ୍ତ

Question 100.
କାହାର ହିନ୍ଦୀ ଅନୁବାଦ ପ୍ରକାଶ ପାଇଛି ବୋଲି ଜୟନ୍ତ ଅତନୁଙ୍କୁ ଜଣାଇଛି?
(କ) ନାଟକର
(ଖ) ଉପନ୍ୟାସର
(ଗ) ବହିର
(ଘ) ଶତଦଳର
Answer:
(ଘ) ଶତଦଳର

Question 101.
ଦୀର୍ଘ ପ୍ରତୀକ୍ଷା ମୋତେ ପାଗଳ କରିଦେବ ବୋଲି କିଏ କହିଛି?
(କ) ଅତନୁ
(ଖ) ଜୟନ୍ତ
(ଗ) ରୀତା
(ଘ) ପ୍ରଫେସର
Answer:
(ଖ) ଜୟନ୍ତ

Question 102.
କାହାକୁ ଦେଖି ଖାଇବା ପଦାର୍ଥଟିକୁ ହରି ପକେଟ୍‌ରେ ଲୁଚାଇଦେଲା?
(କ) ଅତନୁଙ୍କୁ
(ଖ) ଭୀମାକୁ
(ଗ) ନର୍ସଙ୍କୁ
(ଘ) ଡାକ୍ତରଙ୍କୁ
Answer:
(ଖ) ଭୀମାକୁ

Question 103.
ଭୀମାକୁ କିଏ ଛାଡ଼ି ଚାଲିଯାଇଛି?
(କ) ନୟନା
(ଖ) ତା’ ବାପା
(ଗ) ତା’ ଭାଇ
(ଘ) ଗାଁର ଭଉଣୀ
Answer:
(କ) ନୟନା

Question 104.
ହରି କ’ଣ କଞ୍ଚା ଖାଇଦେଇଛି?
(କ) ଫଳ
(ଖ) ଅଣ୍ଡା
(ଗ) ଅମୃତଭଣ୍ଡା
(ଘ) କନ୍ଦମୂଳ
Answer:
(ଖ) ଅଣ୍ଡା

Question 105.
ଭୋଳାନାଥଟିଏ ବୋଲି ହରି କାହାକୁ ଭାବିଛି?
(କ) ଅତନୁଙ୍କୁ
(ଖ) ଭୀମାକୁ
(ଗ) ଅଇଁଠା ଭାଇନାକୁ
(ଘ) ନିଜକୁ
Answer:
(ଗ) ଅଇଁଠା ଭାଇନାକୁ

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 106.
ଭୀମାକୁ ଡାକ୍ତର ଅତନୁ କ’ଣ ଦେଇ ଶୁଆଇ ଦେଇଛନ୍ତି?
(କ) ଇଞ୍ଜେକ୍‌ସନ୍
(ଖ) ଔଷଧ
(ଗ) କ୍ୟାପସୁଲ୍
(ଘ) ମରଫିଆ
Answer:
(ଘ) ମରଫିଆ

Question 107.
ମାନସିକ ଦୁଶ୍ଚିନ୍ତା ଗୋଟେ କ’ଣ ବୋଲି ଡାକ୍ତର ଅତନୁ କହିଛନ୍ତି?
(କ) ନିଶା
(ଖ) ରୋଗ
(ଗ) ଅଭିଶାପ
(ଘ) ଗପ
Answer:
(କ) ନିଶା

Question 108.
ଡାକ୍ତର ଅତନୁଙ୍କ ମତରେ ନାରୀ ମାତ୍ରେକେ କ’ଣ?
(କ) ଛଳନାମୟୀ
(ଖ) ମମତାମୟୀ
(ଗ) ସ୍ନେହହୀନା
(ଘ) ଅବୁଝା ଚରିତ୍ର
Answer:
(ଖ) ମମତାମୟୀ

Question 109.
କିଏ ମଣିଷ ନୁହଁନ୍ତି ଦେବତା ବୋଲି ବୀର କହିଛି?
(କ) ସିଷ୍ଟର
(ଖ) ପ୍ରଫେସର
(ଗ) ଡାକ୍ତର ଅତନୁ
(ଘ) ହରି
Answer:
(ଗ) ଡାକ୍ତର ଅତନୁ

Question 110.
କିଏ ଦିନକୁ ପାଞ୍ଚବକ୍ତ ଖାଇବା ଲୋକ?
(କ) ହରି
(ଖ) ଭୀମା
(ଗ) ବୀର
(ଘ) ଅଇଁଠା ଭାଇନା
Answer:
(କ) ହରି

(ଖ) ୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
ଦଣ୍ଡକାରଣ୍ୟର ସବୁଜ ଉପତ୍ୟକାରେ କ’ଣ ନେସିଯାଇଛି?
Answer:
ଦଣ୍ଡକାରଣ୍ୟର ସବୁଜ ଉପତ୍ୟକାରେ ପାଣିଚିଆ କାଳିମା ନେସି ହୋଇ ଯାଇଛି ।

Question 2.
ଚିକିତ୍ସାକେନ୍ଦ୍ରକୁ ଦୂରରୁ ଦେଖିଲେ କ’ଣ ମନେହୁଏ?
Answer:
ଚିକିତ୍ସାକେନ୍ଦ୍ରକୁ ଦୂରରୁ ଦେଖିଲେ ମନେହୁଏ, ତା’ର ଚାରିପଟେ ଘେରିଯାଇଛି ପାତଳ କୁହୁଡ଼ି ।

Question 3.
ଚିକିତ୍ସାକେନ୍ଦ୍ରର ମୁଖ୍ୟ ଡାକ୍ତରଙ୍କ ନାମ କ’ଣ?
Answer:
ଚିକିତ୍ସାକେନ୍ଦ୍ରର ମୁଖ୍ୟ ଡାକ୍ତରଙ୍କ ନାମ ଅତନୁ ।

Question 4.
ବୋତଲଟି ତଳେ ପଡ଼ି କ’ଣ ହେଲା?
Answer:
ସିଡ଼ି ଉପରୁ ଗଡ଼ିଗଡ଼ି ଆସିଥିବା ବୋତଲଟି ତଳେ ପଡ଼ି ଭାଙ୍ଗି ଚୁରମାର ହୋଇଯାଇଥିଲା ।

Question 5.
ଡାକ୍ତର ଅତନୁଙ୍କ ମାନସିକ ଚିକିତ୍ସାକେନ୍ଦ୍ର କେଉଁଠି ଅବସ୍ଥିତ?
Answer:
ଡାକ୍ତର ଅତନୁଙ୍କ ମାନସିକ ଚିକିତ୍ସାକେନ୍ଦ୍ର ଦଣ୍ଡକାରଣ୍ୟର ସବୁଜବଣର ପାହାଡ଼ ପାଦଦେଶରେ ଅବସ୍ଥିତ ।

Question 6.
କିଏ ବୋତଲ ଉଠାଇ କ’ଣ କରିବାକୁ ଲାଗିଲା?
Answer:
ପିନାକୀ ବୋତଲ ଉଠାଇ କାନ୍ଦିବାକୁ ଲାଗିଲା ।

Question 7.
ଝରକା ବାଟେ କ’ଣ ବେଶ୍ ସୁନ୍ଦର ଦିଶିଛି?
Answer:
ଝରକା ବାଟେ ଅସ୍ପଷ୍ଟ ଘୁମନ୍ତ ଅରଣ୍ୟର ଦୃଶ୍ୟ ବେଶ୍ ସୁନ୍ଦର ଦିଶିଛି ।

Question 8.
ହରିର ପରିଚୟ କ’ଣ?
Answer:
ହରି ଚିକିତ୍ସାକେନ୍ଦ୍ରରେ ଡାକ୍ତର ଅତନୁଙ୍କ ପାଖରେ କାମ କରୁଛି ।

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 9.
କିଏ କାହା ବିନିମୟରେ ସବୁ କରିପାରେ ବୋଲି କହିଛି?
Answer:
ପିନାକୀ ମଦ ବିନିମୟରେ ସବୁ କରିପାରେ ବୋଲି କହିଛି ।

Question 10.
କେଉଁ ଚିନ୍ତା ରୋଗ ଉପରେ ବେଶୀ ପ୍ରଭାବ ପକାଏ?
Answer:
ମାନସିକ ଚିନ୍ତା ରୋଗ ଉପରେ ବେଶୀ ପ୍ରଭାବ ପକାଏ ।

Question 11.
ଦୁନିଆକୁ ଭୁଲିଯିବା ପାଇଁ ପିନାକୀ ମଦକୁ କ’ଣ ବୋଲି ଧରିନେଇଛି?
Answer:
ଦୁନିଆକୁ ଭୁଲିଯିବା ପାଇଁ ପିନାକୀ ମଦକୁ ଔଷଧ ବୋଲି ଧରି ନେଇଛି ।

Question 12.
ଦିନରାତି ପିନାକୀ କ’ଣ ଦେଖିବ ବୋଲି ଡାକ୍ତର କହିଛନ୍ତି?
Answer:
ଦିନରାତି ପିନାକୀ ଟଙ୍କାର ସ୍ଵପ୍ନ ଦେଖିବ ବୋଲି ଡାକ୍ତର ଅତନୁ କହିଛନ୍ତି ।

Question 13.
ଡାକ୍ତରଙ୍କର କେଉଁ କଥାରେ ପୂର୍ଣ୍ଣ ବିଶ୍ଵାସ ଅଛି ବୋଲି କହିଛନ୍ତି?
Answer:
ଦିନେ ପିନାକୀ ଭଲ ହୋଇଯିବେ ଏଇ କଥାରେ ଡାକ୍ତରଙ୍କର ପୂର୍ଣ୍ଣ ବିଶ୍ଵାସ ରହିଛି ।

Question 14.
ଜଣେ ମନସ୍ତାତ୍ତ୍ଵିକ ଡାକ୍ତର ପାଖରେ କାମ କରିବାକୁ ହେଲେ କ’ଣ କରିବାକୁ ହୁଏ?
Answer:
ଜଣେ ମନସ୍ତାତ୍ତ୍ଵିକ ଡାକ୍ତର ପାଖରେ କାମ କରିବାକୁ ହେଲେ ରୋଗୀର ମନକୁ ଲକ୍ଷ୍ୟ କରିବାକୁ ହୁଏ ।

Question 15.
ତିନି ନମ୍ବର ପେସେଣ୍ଟ୍ କ’ଣ କରେ?
Answer:
ତିନି ନମ୍ବର ରୁମ୍‌ର ପେସେଣ୍ଟ୍ ରୀତା ଭାଓଲିନ୍ ବଜାଏ ।

Question 16.
ସାବିତ୍ରୀ କିଏ?
Answer:
ଡାକ୍ତର ଅତନୁଙ୍କ ଡାକ୍ତରଖାନାରେ ଚାକିରି କରିଥିବା ସିଷ୍ଟର ହିଁ ସାବିତ୍ରୀ ।

Question 17.
‘ଚୋରି ସପକ୍ଷରେ ପୁଣି ଗୁହାରୀ’ ଏକଥା କିଏ କାହାକୁ କହିଛି?
Answer:
‘ଚୋରି ସପକ୍ଷରେ ଗୁଣି ଗୁହାରୀ’ – ଏକଥା ସାବିତ୍ରୀ ହରିକୁ କହିଛି ।

Question 18.
ବିଜ୍ଞାନୀ କେତେବେଳେ ଈଶ୍ବରଙ୍କୁ ଖୋଜେ?
Answer:
ବିଜ୍ଞାନୀ ଯେତେବେଳେ ତା’ର ନିଜ ସତ୍ତା ହଜାଇ ବସେ; ସେତେବେଳେ ସେ ଈଶ୍ବରଙ୍କୁ ଖୋଜେ ।

Question 19.
ଟିକିଏ ସଜାଗ ନ ହେଲେ କାହା ଅଭିଯାନ ବ୍ୟର୍ଥ ହୋଇଯିବ?
Answer:
ଟିକିଏ ସଜାଗ ନ ହେଲେ ଚନ୍ଦ୍ରଲୋକର ଅଭିଯାନ ବ୍ୟର୍ଥ ହୋଇଯିବ ।

Question 20.
ଚନ୍ଦ୍ରରେ କ’ଣ ନାହିଁ ବୋଲି ହରି କହିଛି?
Answer:
ଚନ୍ଦ୍ରରେ ପବନ ନାହିଁ ବୋଲି ହରି କହିଛି ।

Question 21.
ବୈଜ୍ଞାନିକଙ୍କ ଜୀବନ କ’ଣ ଓ ଧର୍ମ କ’ଣ?
Answer:
ବୈଜ୍ଞାନିକଙ୍କ ଜୀବନ ଗବେଷଣା ଓ ଧର୍ମ ଜୀବନକୁ ନେଇ ଖେଳିବା ।

Question 22.
ମନୁଷ୍ୟ ଅନ୍ୟକୁ କେବଳ କ’ଣ କରି ଜାଣେ?
Answer:
ମନୁଷ୍ୟ ଅନ୍ୟକୁ କେବଳ ଅବିଶ୍ବାସ କରି ଜାଣେ ।

Question 23.
ସରଳ ବନ୍ଧୁତାରେ ମଣିଷ କ’ଣ ଦେଖେ?
Answer:
ସରଳ ବନ୍ଧୁତାରେ ଏଇ ବିଶ୍ଵାସହୀନ ମଣିଷ ଦେଖେ ଗରଳର ସ୍ୱପ୍ନ ।

Question 24.
ଗୀତା, ବାଇବେଲ୍‌, କୋରାନ୍‌ରୁ ଏ ମଣିଷ କ’ଣ ଖୋଜେ?
Answer:
ଗୀତା, ବାଇବେଲ୍, କୋରାନ୍‌ରୁ ଏ ମଣିଷ ଖୋଜେ ବିଶ୍ବାସଘାତକତାର ବାଣୀ ।

Question 25.
କିଛି ସମୟ ପାଇଁ କଣ୍ଟ୍ରୋଲରୁମ୍‌ର ଦାୟିତ୍ଵରେ କିଏ ରହିବ ବୋଲି କହିଛି?
Answer:
କିଛି ସମୟ ପାଇଁ କଣ୍ଟ୍ରୋଲରୁମ୍‌ର ଦାୟିତ୍ଵରେ ସିଷ୍ଟର ସାବିତ୍ରୀ ରହିବ ବୋଲି କହିଛି ।

Question 26.
ପାଞ୍ଚ ନମ୍ବର କୋଠରୀକୁ କିଏ କିଏ ଚାଲିଗଲେ?
Answer:
ପାଞ୍ଚ ନମ୍ବର କୋଠରୀକୁ ସିଷ୍ଟର ସାବିତ୍ରୀ ଓ ପ୍ରଫେସର ପରିଜା ଚାଲିଗଲେ ।

Question 27.
ରୀତାର ପରିଚୟ କ’ଣ?
Answer:
ଗୀତା ଡାକ୍ତର ଅତନୁଙ୍କ ବନ୍ଧୁ ପତ୍ନୀ ତଥା ଜଣେ ସୁନ୍ଦର ଶୁଭ୍ରାଙ୍ଗୀ ଯୁବତୀ ଓ ଚିକିତ୍ସିତ ରୋଗିଣୀ ।

Question 28.
ରୀତା କ’ଣ ଖୋଜିଛି ଓ ସେ କେଉଁ ନମ୍ବର ରୁମ୍ରେ ରହୁଛି?
Answer:
ରୀତା କବିତା ଖୋଜିଛି ଓ ସେ ୩ ନମ୍ବର ରୁମ୍‌ରେ ରହିଛି ।

Question 29.
କିଏ ଲକ୍ଷପତିର କନ୍ୟା ଓ କୋଟିପତିର ବୋହୂ?
Answer:
ରୀତା ହିଁ ଲକ୍ଷପତିର କନ୍ୟା ଓ କୋଟିପତିର ବୋହୂ ।

Question 30.
ରୀତା କେଉଁଥରେ ଭାଓଲିନ୍‌ର କ’ଣ ଦେବାକୁ ଚାହେଁ?
Answer:
ରୀତା ଆଖର ଲୁହରେ ଭାଓଲିନ୍‌ର ସ୍ୱରକୁ ସିକ୍ତ କରିଦେବାକୁ ଚାହେଁ ।

Question 31.
ଜୟନ୍ତର ପରିଚୟ ପ୍ରଦାନ କର ।
Answer:
ଜୟନ୍ତ ଡାକ୍ତର ଅତନୁଙ୍କ ବନ୍ଧୁ ଓ ଜଣେ ଧନୀ ବ୍ୟବସାୟୀ, ଯାହାର ପତ୍ନୀ ରୀତା ।

Question 32.
କେଉଁ କଥା ଭାବିଲେ ଜୟନ୍ତ ଦେହ ଶୀତେଇ ଉଠେ?
Answer:
ଜୟନ୍ତର ପତ୍ନୀ ରୀତା ପାଗଳାମିର କଥା ଭାବିଲେ ଜୟନ୍ତର ଦେହ ଶୀତେଇ ଉଠେ ।

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 33.
ଆଦିମ ଯୁଗରୁ କିଏ ଆଶାବାଦୀ?
Answer:
ଆଦିମ ଯୁଗରୁ ମଣିଷ ଆଶାବାଦୀ, ଆଶାରେ ହିଁ ବଞ୍ଚେ ।

Question 34.
ପାହାଡ଼ଟି କେଉଁ ପରି କାହାକୁ ଅଭିବାଦନ ଜଣାଉଛି?
Answer:
ପାହାଡ଼ଟି ଓଟକୁଜ ଭଳି ମେଞ୍ଚା ମେଞ୍ଚା କାଳିମା ବୋଳି ହୋଇ ସନ୍ଧ୍ୟାକୁ ଅଭିବାଦନ ଜଣାଉଛି ।

Question 35.
ସଙ୍ଗୀତ ମଣିଷ ମନରୁ କ’ଣ ଦୂର କରିପାରେ?
Answer:
ସଙ୍ଗୀତ ମଣିଷ ମନରୁ ଦୂର କରେ ରାଗ, ହିଂସା, ବିଦ୍ବେଷ ।

Question 36.
ବେବୀର ଗୀତରେ କିଏ ତନ୍ମୟ ହୋଇଉଠିଛି?
Answer:
ବେବୀର ଗୀତରେ ପ୍ରଫେସର ପରିଜା ଟିକେ ଭାବବିହ୍ବଳ ହୋଇ ତନ୍ମୟତାର ସହ ଗୀତ ଶୁଣିଛନ୍ତି ।

Question 37.
ଉଜ୍ଜ୍ଵଳ ଭବିଷ୍ୟତରେ କିଏ ସବୁଜ ସମ୍ଭାବନା?
Answer:
ପିନାକୀର ଗୋଟିଏ ସୁନାଝିଅ ଅଛି ଯାହାର ନାଁ ବେବୀ । ଏଇ ବେବୀ ହିଁ ଉଜ୍ଜ୍ଵଳ ଭବିଷ୍ୟତର ସବୁଜ ସମ୍ଭାବନା ।

Question 38.
କବିତା କିଏ, ତା’ର କ’ଣ ହେଲା?
Answer:
କବିତା ରୀତାର ଭଉଣୀ, ଯିଏ ହଠାତ୍ କୁଆଡ଼େ ଚାଲଯାଇଛି ।

Question 39.
ରୀତା କେମିତି ଭଲ ହୋଇଯିବ ବୋଲି କହିଛି?
Answer:
ରୀତା କହିଛି ତା କଣ୍ଠରେ ସୁର ଭରିଦେଲେ ସେ ଆପେ ଆପେ ଭଲ ହୋଇଯିବ ।

Question 40.
ବୀର କିଏ?
Answer:
ବୀର ଜଣେ ରୋଗୀ । ଯିଏ ପୂର୍ବେ ମିଲିଟାରୀ ଅଫିସର ଥିଲା ।

Question 41.
ରୀତା ତାଙ୍କ ବାପାଙ୍କ ଆଗରେ ନିଃସଙ୍କୋଚରେ କ’ଣ କହିଲେ?
Answer:
ରୀତା ତାଙ୍କ ବାପାଙ୍କ ଆଗରେ ନିଃସଙ୍କୋଚରେ ଧୂର୍ଜଟୀଙ୍କୁ ବିବାହ କରିବା କଥା କହିଲେ ।

Question 42.
ଅତନୁ ରାତି ଅନିଦ୍ରା ହୋଇ କ’ଣ ଲେଖୁଥିଲେ?
Answer:
ଡାକ୍ତର ଅତନୁ ରାତି ଅନିଦ୍ରା ହୋଇ ମେଡ଼ିସିନ୍ ଉପରେ ଥେସିସ୍ ଲେଖୁଥିଲେ ।

Question 43.
ଡାକ୍ତର ସେବିକାଙ୍କ ଧର୍ମ କ’ଣ?
Answer:
ସେବା ସହାନୁଭୂତି ଦେଖାଇବା ଡାକ୍ତର ଓ ସେବିକାଙ୍କ ଧର୍ମ ।

Question 44.
କିଏ କେତେ ବର୍ଷ ସାରା ଭାରତ ବୁଲିଛନ୍ତି ଅର୍ଦ୍ଧପାଗଳ ଭଳି?
Answer:
ମିଲିଟାରୀ ଅଫିସର ବୀର ୪ ବର୍ଷ ସାରା ଭାରତ ବୁଲିଛନ୍ତି ଅର୍ଦ୍ଧପାଗଳ ଭଳି ।

Question 45.
ଅପରେସନ୍ ପାଇଁ କିଏ କାହାକୁ ଡକାଇଛନ୍ତି?
Answer:
ଅପରେସନ୍ ପାଇଁ ଡାକ୍ତର ଅତନୁ ସ୍ପେଶାଲ ଡାକ୍ତର ସେନ୍‌ଙ୍କୁ ଡକାଇଛନ୍ତି ।

Question 46.
ଆଦର୍ଶଟା କାହାଦ୍ବରା ପରିଚାଳିତ ହୁଏ?
Answer:
ଆଦର୍ଶଟା ଧର୍ମଦ୍ଵାରା ପରିଚାଳିତ ହୁଏ ।

Question 47.
କଅଁଳ ଫୁଲ ଓଠରେ କ’ଣ ଦେଖିବାକୁ ଏ ସଂସାର ଚାହେଁନା?
Answer:
କଅଁଳ ଫୁଲର ଓଠରେ ହସ ଦେଖିବାକୁ ଏ ସଂସାର ଚାହେଁନା ।

Question 48.
କ’ଣ ବ୍ୟର୍ଥ ହୋଇଛି ବୋଲି ଅତନୁ କହିଛନ୍ତି?
Answer:
ପିନାକୀଙ୍କୁ ବଞ୍ଚାଇବା ପାଇଁ ତାଙ୍କର ସକଳ ଚେଷ୍ଟା ବ୍ୟର୍ଥ ହୋଇଛି ବୋଲି ଅତନୁ କହିଛନ୍ତି ।

Question 49.
କାହାର କାନ୍ଦସ୍ଵର ଡାକ୍ତର ଅତନୁଙ୍କ ମନ ଦୋହଲାଇ ଦେଉଥିଲା?
Answer:
ଦେବୀର କାନ୍ଦସ୍ଵର ଅତନୁଙ୍କ ମନ ଦୋହଲାଇ ଦେଉଥିଲା ।

Question 50.
କାହରା ଖିଆପିଆ ଠିକ୍ ରହିନାହିଁ?
Answer:
ଡାକ୍ତର ଅତନୁଙ୍କ ଖିଆପିଆ ଠିକ୍ ରହିନାହିଁ ।

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 51.
‘ଶତଦଳ’ କବିତା କୋଉ ପୁରସ୍କାର ପାଇବ?
Answer:
‘ଶତଦଳ’ କବିତା ବାଣୀପୀଠ ପୁରସ୍କାର ଓ ଏକ ଲକ୍ଷ ଟଙ୍କା ପାଇବ ।

(ଗ) ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।

Question 1.
ଚିକିତ୍ସାକେନ୍ଦ୍ରର ସ୍ଥିତି ସମ୍ପର୍କରେ ଲେଖ ।
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଚିକିତ୍ସାକେନ୍ଦ୍ରଟି ଦଣ୍ଡକାରଣ୍ୟରେ ଜନବସତିର ଅନତି ଦୂରରେ ଅବସ୍ଥିତ । ପାହାଡ଼ ପାଦଦେଶର ସାମାନ୍ୟ ଉଚ୍ଚରେ ଅବସ୍ଥିତ ।

Question 2.
ଚିକିତ୍ସାକେନ୍ଦ୍ରର ଡାକ୍ତର କିଏ ଓ ସିଏ କେଉଁ ବିଭାଗର ଡାକ୍ତର?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଚିକିତ୍ସାକେନ୍ଦ୍ରର ଡାକ୍ତର ଅତନୁ ଓ ସେ ମାନସିକ ରୋଗ ତଥା ମନସ୍ତାତ୍ତ୍ଵିକ ବିଭାଗର ଡାକ୍ତର ।

Question 3.
ହରି ଓ ପିନାକୀର ପରିଚୟ ପ୍ରଦାନ କର ।
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ହରି ଅତନୁବାବୁଙ୍କ ଡାକ୍ତରଖାନାରେ କର୍ମଚାରୀ ଓ ପିନାକୀ ଜଣେ ମଦ୍ୟପ ବ୍ୟବସାୟୀ, ଯିଏ ଅତନୁ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଛି ।

Question 4.
ବୋତଲ କେଉଁଠାରୁ ଆସିଲା ଓ କ’ଣ ହେଲା?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ବୋତଲ ଉପର ମହଲା ଅର୍ଥାତ୍ ପିନାକୀର ରୁମ୍ଭରୁ ପାହାଚ ଦେଇ ଗଡ଼ିଗଡ଼ି ତଳକୁ ଆସିଛି ଓ ତଳେ ପଡ଼ି ଭାଙ୍ଗି ଚୁରମାର୍ ହୋଇଯାଇଛି ।

Question 5.
ବୋତଲରେ ଥ‌ିବା ତରଳ ପଦାର୍ଥକୁ କିଏ କ’ଣ କରିବାକୁ ଲାଗିଲା?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ବୋତଲ ଭାଙ୍ଗି ଚୁମାର ହୋଇଗଲା ପରେ ବୋତଲରେ ଥ‌ିବା ତରଳ ପଦାର୍ଥ ଅର୍ଥାତ୍ ମଦକୁ ପିନାକୀ ଚାଟିବାକୁ ଲାଗିଲା ।

Question 6.
ମୁଁ ଭଲ ହେବାକୁ ଚାହେଁ ନାହିଁ ବୋଲି କିଏ କାହାକୁ କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଜୀବନ ପ୍ରତି ବିତୃଷ୍ଣା ଆଣିଥ‌ିବା ପିନାକୀ ଡାକ୍ତର ଅତନୁଙ୍କ ଆଗରେ ସେ ଭଲ ହେବାକୁ ଚାହେଁ ନାହିଁ ବୋଲି କହିଛି ।

Question 7.
ମଦ ବିନିମୟରେ ମୁଁ ସବୁ କରିବାକୁ ପ୍ରସ୍ତୁତ ବୋଲି କିଏ କାହାକୁ କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ମଦ୍ୟପ ବ୍ୟବସୟୀ ପିନାକୀ ମଦ ବିନିମୟରେ ସବୁ କରିବାକୁ ପ୍ରସ୍ତୁତ ବୋଲି ଡାକ୍ତର ଅତନୁଙ୍କୁ କହିଛି ।

Question 8.
ଡାକ୍ତର ଅତନୁ ହରି ଉପରେ କ’ଣ ପାଇଁ ବିରକ୍ତ ହୋଇଛନ୍ତି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ହରି ଡାକ୍ତର ଅତନୁଙ୍କ ଡାକ୍ତରଖାନାରେ ସହକର୍ମୀ । ସେ ରୋଗୀ ପିନାକୀକୁ ବିଭିନ୍ନ ପ୍ରକାର ଏପଟସେପଟ କଥାବାର୍ତ୍ତା କରିଛି ବୋଲି ଡାକ୍ତର ବିରକ୍ତ ହୋଇଛନ୍ତି ।

Question 9.
କୁଆଡ଼େ ଯିବା କଥା ପ୍ରଫେସର ବଖାଣିଛନ୍ତି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ପ୍ରଫେସର ପରିଜା ଜଣେ ବିଜ୍ଞାନୀ । ଚନ୍ଦ୍ରକୁ ଯିବାପାଇଁ ସେ ଯନ୍ତ୍ର ଓ ପଥ ପ୍ରସ୍ତୁତ କରୁଛନ୍ତି ଏବଂ ହରି ଆଗରେ ସେ ଏଇ କଥା ବଖାଣିଛନ୍ତି ।

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 10.
କେଉଁ କେଉଁଥୁରୁ ମଣିଷ ବିଶ୍ୱାସଘାତକତାର କାହାଣୀ ଖୋଜେ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ପ୍ରଫେସର ପରିଜା ନିଜ ଅଭିଜ୍ଞତାରୁ ମଣିଷ ସମ୍ପର୍କରେ କୁହନ୍ତି ଯେ ମଣିଷ ଗୀତା, କୋରାନ୍ ଓ ବାଇବେଲ୍‌ରେ ଖୋଜେ ବିଶ୍ୱାସଘାତକତାର କାହାଣୀ ।

Question 11.
ପ୍ରଫେସର ପରିଜାଙ୍କୁ ସିଷ୍ଟର କେମିତି ବୁଝାଇଛନ୍ତି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ସିଷ୍ଟର ସାବିତ୍ରୀ ଅତନୁଙ୍କ ଡାକ୍ତରଖାନାର ସେବିକା ବା ନର୍ସ । ସେ ପ୍ରଫେସରଙ୍କୁ ବିଶ୍ରାମ ନେବାକୁ ଡାକିନେଇ ନିଜେ ଦାୟିତ୍ଵର ସହ ସବୁ ବୁଝିବେ କହି ବୁଝାଇଛନ୍ତି ।

Question 12.
ରୀତା କିଏ ଓ ସେ କେଉଁ ରୁମ୍ରେ ରୁହେ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ରୀତା ଡାକ୍ତର ଅତନୁଙ୍କ ବନ୍ଧୁପତ୍ନୀ ଯାହରା ମାନସିକ ବିକାରକୁ ଆରୋଗ୍ୟ କରାଇବାକୁ ଅତନୁ ଚିକିତ୍ସା କରୁଛନ୍ତି ଓ ସେ ଡାକ୍ତରଖାନାର ୩ ନମ୍ବର ରୁମ୍‌ରେ ରୁହେ ।

Question 13.
କାହା ମନ ସବୁବେଳେ କାହିଁକି ପ୍ରଫୁଲ୍ଲ ହେବା ଦରକାର?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଅତନୁ କହିଛି ଯେ କବିର ମନ ବିଷାକ୍ତ ନ ହୋଇ ସବୁବେଳେ ପ୍ରଫୁଲ୍ଲ ହେବା ଦରକାର । କାରଣ ତାକୁ ବାସ୍ତବତାର ଚିତ୍ର ଆଙ୍କିବାକୁ ହେବ ।

Question 14.
ଅତନୁଙ୍କ ପାଇଁ ଜୟନ୍ତ କ’ଣ କରିଥିଲେ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଅତନୁଙ୍କ ପଢ଼ିବା ପାଇଁ ଜୟନ୍ତ ଅର୍ଥ ସାହାଯ୍ୟ କରିଥିଲା । ଯେଉଁ ଅର୍ଥବଳରେ ଅତନୁ ଆମେରିକା ଯାଇ ମାନସିକ ରୋଗ ସମ୍ବନ୍ଧରେ ପାଠପଢ଼ି ଡାକ୍ତର ହୋଇପାରିଥିଲା ।

Question 15.
ଧୀରେ ଧୀରେ ଜୟନ୍ତଙ୍କର କ’ଣ ମନେ ହେଉଥିଲା?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଧୀରେ ଧୀରେ ଜୟନ୍ତଙ୍କର ମନେ ହୋଇଛି ସେ ଅସହାୟ ହୋଇ ପଡୁଛନ୍ତି । ତାଙ୍କ ସବୁଜ ସଂସାର ଭାଙ୍ଗିରୁଜି ଚୁରମାର ହୋଇଯାଉଛି ।

Question 16.
ଜୟନ୍ତ କିଏ ଓ ତାଙ୍କ ସ୍ତ୍ରୀଙ୍କ ନାମ କ’ଣ?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ଜୟନ୍ତ ଡାକ୍ତର ଅତନୁଙ୍କ ବନ୍ଧୁ, ବୟସ ତିରିଶ କି ବତିଶ । ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଓ ତାଙ୍କ ସ୍ତ୍ରୀଙ୍କ ନାମ ରୀତା ।

Question 17.
କାହାକୁ କେହି ଭଲ କରିପାରିବେ ନାହିଁ ବୋଲି ପ୍ରଫେସର ପରିଜା କହିଛନ୍ତି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ମଣିଷ ସମାଜରେ ଥ‌ିବା ହିଂସା, ଦ୍ବେଷ, ପରଶ୍ରୀକାତରତା ଓ ବିଶ୍ୱାସଘାତକତା ନାମୀ ବ୍ୟାଧ‌ି କେହି ଭଲ କରିପାରିବେ ନାହିଁ ବୋଲି ପ୍ରଫେସର କହିଛନ୍ତି ।

Question 18.
କିଏ କାହାକୁ ଦିଦି ବୋଲି ଡାକିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ପିନାକୀଙ୍କ ଝିଅ ବେବୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥ‌ିବା ଅତନୁଙ୍କ ବନ୍ଧୁପତ୍ନୀ ରୀତାକୁ ଦିଦି ବୋଲି ସମ୍ବୋଧନ କରିଛି ବା ଡାକିଛି ।

Question 19.
ସଙ୍ଗୀତ ମନରୁ କ’ଣ ଦୂର କରେ ବୋଲି କିଏ କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ସଙ୍ଗୀତ ପାଖରେ ସମ୍ମୋହନ ଶକ୍ତି ରହିଛି । ସଙ୍ଗୀତ ମନରୁ ରାଗ, ହିଂସା ଓ ବିଦ୍ବେଷ ଦୂର କରେ ବୋଲି ପ୍ରଫେସର ପରିଜା କହିଛନ୍ତି ।

Question 20.
ରୀତାଙ୍କ ଜୀବନରେ କ’ଣ ଘଟିଲା?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ରୀତା ଜଣେ ଲକ୍ଷପତିଙ୍କ ଝିଅ । ଏକମାତ୍ର ଭଉଣୀ କବିତାକୁ ହରାଇ ମର୍ମାହତ ଓ ଏକୁଟିଆ ହୋଇଗଲା ପରେ ପ୍ରଚୁର କବିତା ପଢ଼ିଛନ୍ତି । ସେଇ କବିତା ପଢ଼ୁ ପଢ଼ୁ କବି ଧୂର୍ଜଟୀଙ୍କ ପ୍ରେମରେ ପଡ଼ିଛନ୍ତି । ତେଣୁ ତାଙ୍କୁ ବିବାହ କରିବାକୁ ଚାହିଁଛନ୍ତି ।

Question 21.
ଅଇଁଠା ଭାଇନା କ’ଣ ଧରି ପଶି ଆସିଲା?
Answer:
ନାଟକ – ରାଜହଂସ
ନାଟ୍ୟକାର– ରତ୍ନାକର ଚଇନି
ଅଇଁଠା ଭାଇନା ଡାକ୍ତର ଅତନୁଙ୍କ ଚିକିତ୍ସାଳୟରେ ରୋଷେୟା । ସେ ଗୋଟେ ହାତରେ ଦୁଇଟା ପାଚିଲା କଦଳୀ ଅନ୍ୟ ହାତରେ ପାଣି ଢାଳ ଧରି ପ୍ରବେଶ କରିଛନ୍ତି ।

Question 22.
ହରି ଭାଇନା ଅଇଁଠାକୁ କାହିଁକି ଭୋଳାନାଥଟିଏ କହିଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ହରି ଓ ଅଇଁଠା ଗୋଟିଏ ସ୍ଥାନରେ ରହି ଭିନ୍ନ ଭିନ୍ନ କାମ କରିଛନ୍ତି । ହରି ଅଇଁଠାର ନିରଳସ ଭାବ ଓ ସାଧାରଣ ଆଚରଣ ଯୋଗୁଁ ଭୋଳାନାଥ ବୋଲି କହିଛି ।

Question 23.
କିଏ କାହାର ନବଜନ୍ମଦାତା?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ବୀର ଯୁଦ୍ଧରେ ନିଜର ବାକ୍‌ଶକ୍ତି ହରାଇ ମୂକ ମିଲିଟାରୀ ଅଫିସର ସାଜିଛି । ଭାରତର ଅନେକ ସ୍ଥାନରେ ଚିକିତ୍ସାରେ ବିଫଳ ହୋଇ ସେ ଶେଷକୁ ଅତନୁଙ୍କ ପାଖରେ ସୁସ୍ଥ ହୋଇ କଥା କହିପାରିଛି । ତେଣୁ ଡାକ୍ତର ଅତନୁ ତା’ର ନବଜନ୍ମଦାତା ।

+2 1st Year Optional Odia Solutions Chapter 4 ରାଜହଂସ Question Answer

Question 24.
ବୀର କିପରି ଭାବେ କହିବା ଶକ୍ତି ହରାଇଛି?
Answer:
ନାଟକ – ରାଜହଂସ
ନାଟ୍ୟକାର – ରତ୍ନାକର ଚଇନି
ବୀର ଏକ ଯୁଦ୍ଧବେଳେ ବିପକ୍ଷ ଶତ୍ରୁମାନଙ୍କ ବୋମାମାଡ଼ରେ ଆହତ ହୋଇ ନିଜ କହିବା ଶକ୍ତି ହରାଇ ବସିଛି ।

+2 1st Year Odia Optional Chapter 4 ରାଜହଂସ Summary

ନାଟ୍ୟକାର ପରିଚୟ :
ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟ କ୍ଷେତ୍ରରେ ଯେଉଁ କେତେଜଣ ବଳିଷ୍ଠ ତଥା ବିଶିଷ୍ଟ ପ୍ରତିଭା ନିଜ କାରିଗରୀ ତଥା ଶିଳ୍ପୀତ୍ବର ପରାକାଷ୍ଠାରେ ନାଟ୍ୟସାହିତ୍ୟକୁ ସମୃଦ୍ଧ କରିବା ସହ ନିଜ ପାଇଁ ଏକ ସ୍ବତନ୍ତ୍ର ଆସନ ପ୍ରତିଷ୍ଠା କରିପରିଛନ୍ତି, ସେମାନଙ୍କ ମଧ୍ୟରୁ ନାଟ୍ୟକାର ରତ୍ନାକର ଚଇନି ଅନ୍ୟତମ ସାର୍ଥକ ସ୍ରଷ୍ଟା । ଯେତେବେଳେ ସମଗ୍ର ଭାରତବର୍ଷ ସ୍ଵାଧୀନତାର ସୁବର୍ଣ୍ଣ ସକାଳ ପାଇଁ ପରାଧୀନତାର ପାହାନ୍ତି ଭିତରେ ସ୍ୱପ୍ନ ଦେଖୁଥିଲେ, ଠିକ୍ ସେତିକିବେଳେ ଅର୍ଥାତ ୧୯୪୫ ମସିହା ଅଗଷ୍ଟ ୨୫ ତାରିଖରେ ପବିତ୍ର ଗଣେଶ ଚତୁର୍ଥୀ ତିଥ୍ୟରେ ଏଇ ମହାନ୍ ପ୍ରତିଭାଙ୍କ ଜନ୍ମ ହୋଇଥିଲା କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ଅରେଇ ଗ୍ରାମରେ । ତାଙ୍କ ପିତାଙ୍କ ନାମ ଥଲା ବ୍ରଜବନ୍ଧୁ ଚଇନି । ଚାରିପୁଅଙ୍କ ମଧ୍ୟରୁ ଚଇନି ଥିଲେ ଦ୍ବିତୀୟ ସନ୍ତାନ ।

ବାଲ୍ୟକାଳରୁ ରତ୍ନାକର ଥିଲେ ଦୃଢ଼ମନା ଓ ଉଚ୍ଚାଭିଳାଷୀ । ପ୍ରତିକୁଳ ପରିବେଶରେ ସେ ଆଗକୁ ବଢ଼ିଥିଲେ, ଯଦିଓ ଅନେକ ପ୍ରତିବନ୍ଧକ ଆସି ତାଙ୍କ ଜୀବନପଥ ଅବରୋଧ କରିଥିଲା; ମାତ୍ର ସବୁ ବିପଦକୁ ଖୁବ୍ ସାହସ ଓ ସଫଳତା ସହ ସମ୍ମା କରିଥିଲେ ରତ୍ନାକର ।

ଉଚ୍ଚଶିକ୍ଷା ପାଇଁ କଟକ ଖ୍ରୀଷ୍ଟ କଲେଜକୁ ଆସିଥିଲେ ରତ୍ନାକର । ଅର୍ଥ ଯୋଗାଡ଼ରେ ଅସୁବିଧା ନ ହେଉ, ତେଣୁ ସେ ପ୍ରଜାତନ୍ତ୍ର ପ୍ରଚାର ସମିତିରେ କିଛି ସମୟ ଚାକିରି କରିଥିଲେ । ଏଇଠାରେ ହିଁ ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ଅନ୍ୟ ବିଶିଷ୍ଟ ସାହିତ୍ୟ ପ୍ରତିଭାମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥିଲେ ରତ୍ନାକର ।

ରେଭେନ୍ସା କଲେଜରୁ ଓଡ଼ିଆ ଭାଷା ସାହିତ୍ୟରେ ଏମ୍.ଏ. ପାଶ୍ କରିବା ପରେ ଓଡ଼ିଶାର ଶିକ୍ଷା ବିଭାଗରେ ଅଧ୍ୟାପକ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ତେବେ ପିଲାଟି ଦିନରୁ ନାଟକ ପ୍ରତି ବେଶ୍ ଦୁର୍ବଳ ଥିବା ରତ୍ନାକର, ନାଟକ ରଚନା ପ୍ରତି ମନୋନିବେଶ କରି ବେଶ୍ ସଫଳ ହୋଇଥିଲେ । ତେବେ ନାଟକ ବ୍ୟତୀତ କବିତା, ଗଳ୍ପ କ୍ଷେତ୍ରରେ ମଧ୍ୟ ରତ୍ନାକର ଚଇନିଙ୍କ ଅନେକ ଦଖଲ ଥିଲା । ଉପନ୍ୟାସ ରଚନାରେ ମଧ୍ୟ ତାଙ୍କର ସ୍ୱତନ୍ତ୍ରତା ଓ କାରିଗରୀ ପ୍ରଭାବିତ କରିବାରେ ବେଶ୍ ସକ୍ଷମ ।

ତେବେ ତାଙ୍କ ରଚନାର ଇତିହାସକୁ ଅନୁଧ୍ୟାନ କଲେ ଏକଥା ସ୍ପଷ୍ଟ ହୁଏ ଯେ ୧୯୬୫ ମସିହା ପରେ ପରେ ତାଙ୍କ ଲେଖାର ମୋଡ଼ ବଦଳି ଯାଇଥିଲା । ୟାପରେ ସେ ଅଧ‌ିକରୁ ଅଧିକ ନାଟକ ଓ ଏକାଙ୍କିକା ପ୍ରତି ମନୋନିବେଶ କରିଥିଲା ପରି ବୋଧହୁଏ । ଔପନ୍ୟାସିକ, କବି, ଗାଳ୍ପିକ ଏସବୁ ଅପେକ୍ଷା ନାଟ୍ୟକାରର ପରିଚୟ ରତ୍ନାକରଙ୍କ ପ୍ରତିଭା ସହ ଠିକ୍ ନ୍ୟାୟ କରିପାରିଛି । ନାଟ୍ୟକାର ଭାବରେ ତାଙ୍କୁ ମିଳିଛି ଯଥେଷ୍ଟ ସମ୍ମାନ ଓ ଅଜସ୍ର ପ୍ରତିଷ୍ଠା । ସେହି ଆତ୍ମ-ବିଶ୍ଵାସରେ ସେ ପାଠକ ତଥା ଦର୍ଶକଙ୍କୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ସଫଳ ନାଟକ ଓ ଏକାଙ୍କିକା ।

ତାଙ୍କର ପ୍ରଥମ ନାଟକ ‘ଅସ୍ତରାଗର ଚନ୍ଦ୍ର’ ୧୯୬୫ ମସିହାରେ ଆତ୍ମପ୍ରକାଶ କରେ । ୟାପରେ ଆଉ ପଛକୁ ଦେଖିନାହାନ୍ତି ରତ୍ନାକର ଚଇନି । ‘ଶେଷ ଅଶ୍ରୁ’, ‘ରାଜହଂସ’, ‘ମଞ୍ଚ ନାୟିକା’, ‘ପୁନଶ୍ଚ ପୃଥ‌ିବୀ’, ‘ରଙ୍ଗତରଙ୍ଗ’, ‘ଅପଦେବତା’, ‘କଳଙ୍କିତ ସୂର୍ଯ୍ୟ’, ‘ଅନ୍ଧାରର ସୂର୍ଯ୍ୟମୁଖୀ’, ‘ମୁଖା’, ‘ଅନେକ କ୍ୟାକ୍‌ଟସ୍’, ‘ଅସ୍ଥିର ଉପତ୍ୟକା’, ‘ଆସ ବୃନ୍ଦାବନ’, ‘ଅଥଚ ଚାଣକ୍ୟ’, ‘ନାଗଫେଣୀ ଋତୁ’, ‘ଯକ୍ଷ ଚରିତ’, ‘ସୁନାକଳସ’, ‘ଶୂନ୍ୟପଞ୍ଜୁରୀ’, ‘ବ୍ୟାକୁଳ ବସନ୍ତ’, ‘ଆଜି ଶୁକ୍ରବାର’, ‘ଆମେ’, ‘ଖୋଲା ଆକାଶ’, ‘ଶୂନ୍ୟତାର ଶିଡ଼ି’, ‘କନ୍ୟାକୁମାରୀ’, ‘ନିଷ୍ପ୍ରଭ ଆଲୋକ’ ପ୍ରଭୃତି ନାଟକ, ଛୋଟ ନାଟକ, ଏକାଙ୍କିକା ସୃଷ୍ଟି କରି ଓଡ଼ିଆ ନାଟ୍ୟସାହିତ୍ୟକୁ ସେ ଋଦ୍ଧିମନ୍ତ କରିଛନ୍ତି ।

ନାଟ୍ୟକାର ଚଇନି ଜଣେ ନିରବଚ୍ଛିନ୍ନ ସାହିତ୍ୟ ସାଧକ, ସାହିତ୍ୟ ଅଧ୍ୟାପକ, ଔପନ୍ୟାସିକ, କବି ଓ ଗାଳ୍ପିକ । ଏହା ବ୍ୟତୀତ ଜଣେ ପ୍ରଜ୍ଞାଦୀପ୍ତ ଗବେଷକ ଭାବରେ ତାଙ୍କର ଯଥେଷ୍ଟ ସୁଖ୍ୟାତି ରହିଅଛି । ତାଙ୍କର ଗବେଷଣା ପ୍ରସୂତ ଜ୍ଞାନରୁ ଉଉତ୍ପତ୍ତିଲାଭ କରିଛି ଅନେକ ସମାଲୋଚନା ଗ୍ରନ୍ଥ । ପ୍ରକୃତରେ ଓଡ଼ିଆ ନାଟ୍ୟ ସାହିତ୍ୟ କ୍ଷେତ୍ରରେ କେବଳ ନୁହେଁ, ବରଂ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ରତ୍ନାକରଙ୍କ ପ୍ରତିଭା ତାଙ୍କ ମହନୀୟତାକୁ ପ୍ରକାଶ କରିପାରିଛି ।

ନାଟକର ସଂକ୍ଷିପ୍ତ କଥାବସ୍ତୁ :
ନାଟ୍ୟକାର ଡଃ ରତ୍ନାକର ଚଇନିଙ୍କର ଅନେକ ସଫଳ ନାଟ୍ୟକୃତି ମଧ୍ୟରୁ ଆଲୋଚ୍ୟ ‘ରାଜହଂସ’ ହେଉଛି ଅନ୍ୟତମ ପରୀକ୍ଷାମୂଳକ ଓ ମନସ୍ତାତ୍ତ୍ଵିକ ନାଟକ । ଏଥ‌ିରେ ସ୍ରଷ୍ଟା ଯେଉଁ କେତୋଟି ଚରିତ୍ର ନେଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ସର୍ବହରା ମଦ୍ୟପ ବ୍ୟବସାୟୀ, ଜଣେ ଅର୍ଦ୍ଧପାଗଳ ବିଜ୍ଞାନ ଗବେଷକ ପ୍ରଫେସର, ଜଣେ ମୂକ ମିଲିଟାରୀ କର୍ମଚାରୀ, ପ୍ରେମ ପରିତ୍ୟକ୍ତ ଜଣେ ପାଗଳ ଅଭିନେତା ଓ ପ୍ରେମ ପାଗଳିନୀ ଜଣେ ଭାଓଲିନ୍ ବାଦିକା ତଥା କବିତାନୁରାଗୀ ଅନ୍ୟତମ ।

ଏହିସବୁ ଚରିତ୍ରକୁ ନାଟ୍ୟକାର ମନସ୍ତାତ୍ତ୍ଵିକ ଦୃଷ୍ଟିକୋଣରୁ ଉପସ୍ଥାପନ କରିଅଛନ୍ତି । ଏହି ନାଟକର ବିଶେଷତ୍ଵ ଯେ ଏହା ଏକମାତ୍ର ସେଟ୍ ଉପରେ ହିଁ ଆଧାରିତ । ସମ୍ପୃକ୍ତ ନାଟକଟି ୧୯୬୯ ମସିହା ଏପ୍ରିଲ୍ ୨୨ ତାରିଖରେ ପ୍ରଥମ ଥର ପାଇଁ ଅଭିନୀତ ହୋଇ ବେଶ୍ ପ୍ରଶଂସିତ ହୋଇଥିଲା ଓ ସଫଳତା ଲାଭ କରିଥିଲା । ଖାଲି ସେତିକି ନୁହେଁ ୧୯୭୦ ମସିହାରେ ମଧ୍ୟ ଏହା ଗ୍ରନ୍ଥ ଭାବରେ ପ୍ରକାଶ ପାଇ ବେଶ୍ ପାଠକୀୟ ଆଦୃତି ଲାଭ କରିଥିଲା ।

ପୁନଶ୍ଚ ‘ରାଜହଂସ’ ୧୯୭୨ ମସିହାରେ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ନାଟକ ପ୍ରତିଯୋଗିତାରେ ଅଭିନୀତ ହୋଇ ସର୍ବଶ୍ରେଷ୍ଠ ନାଟକ ଭାବରେ ବିବେଚିତ ହୋଇଥିଲା । ‘ରାଜହଂସ’ର ବିଷୟବିନ୍ୟାସ ଆଦୌ ଅତି ନାଟକୀୟ ନୁହେଁ । ମନସ୍ତାତ୍ତ୍ଵିକ ଦୃଷ୍ଟିକୋଣରୁ ଯାହା ବାସ୍ତବ ଜଗତରେ ସତ୍ୟ, ନାଟ୍ୟକାର ଏହି ନାଟକରେ ତାହାକୁ ପ୍ରକାଶ କରିଅଛନ୍ତି ।

ଆମେରିକା ଫେରନ୍ତା ମନସ୍ତାତ୍ତ୍ଵିକ ଡାକ୍‌ର ଅତନୁଙ୍କର ମାନସିକ ଚିକିତ୍ସା କେନ୍ଦ୍ର, ଯାହା ଦଣ୍ଡକାରଣ୍ୟର ଅନତି ଦୂରରେ ଛବିଳ ଆରଣ୍ୟକ ସୁଷମା ଭିତରେ ପ୍ରତିଷ୍ଠିତ ତାହାହିଁ ହେଉଛି ଉକ୍ତ ନାଟକର କ୍ଷେତ୍ରସ୍ଥଳ ।

ଏହି ଚିକିତ୍ସାକେନ୍ଦ୍ରର ମୁଖ୍ୟ ହେଉଛନ୍ତି ଡାକ୍ତର ଅତନୁ । ଏହି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବାକୁ ସିଷ୍ଟର ସାବିତ୍ରୀ, ହରି ଓ ଅଇଁଠା ଭାଇନା ରହିଛନ୍ତି । ଡାକ୍ତର ଅତନୁଙ୍କର ବନ୍ଧୁ ଜୟନ୍ତୁ ଓ ଜୟନ୍ତଙ୍କ ପତ୍ନୀ ରୀତା ମଧ୍ୟ ଏହି ଡାକ୍ତରଖାନାରେ ଅତନୁଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି ।

+2 1st Year Optional Odia Solutions Chapter 4 ରାଜହଂସ Question Answer

ମଦ୍ୟପ ଓ ବ୍ୟବସାୟୀ ପିନାକୀଙ୍କର କିଶୋରୀ କନ୍ୟା ଦେବୀ ମଧ୍ୟ ଏହି ଡାକ୍ତରଖାନାରେ ଚିକିତ୍ସିତ ତଥା ଉପସ୍ଥିତ ରହିଛି । ଅତନୁ କବି, ମେଧାବୀ ଓ ଦରିଦ୍ର । କବିତା ରଚନା ନିଶା ଥିଲାବେଳେ ଡାକ୍ତରି ତାଙ୍କର ପେସା । ଅତନୁ ଲେଖିଛନ୍ତି ରାଶିରାଶି କବିତା ମାତ୍ର ତାହା ନିଜ ନାଁରେ ପ୍ରକାଶ କରିନାହାନ୍ତି । ପଇସା ଅଭାବରୁ ଆମେରିକା ପଢ଼ିବାକୁ ଯିବା ଅତନୁଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଥିଲାବେଳେ ବନ୍ଧୁ ଜୟନ୍ତ ସହାଯ୍ୟର ହାତ ବଢ଼ାଇଛନ୍ତି ଏବଂ ଅତନୁଙ୍କ ଆମେରିକା ଯିବାର ଓ ସେଠାରେ ମାନସିକ ଚିକିତ୍ସା ଅଧ୍ୟୟନ କରିବାର ସ୍ଵପ୍ନକୁ ସାକାର କରାଇଛନ୍ତି ।

ଅନ୍ୟପକ୍ଷରେ ଅତନୁ ଲେଖୁଥିବା କବିତାସବୁ ଧୂର୍ଜଟୀ ଛଦ୍ମ ନାମରେ ପ୍ରକାଶିତ ହୁଏ ଏବଂ ଏହି ଧୂର୍ଜଟୀ ପରିଚୟ ଜୟନ୍ତ ନେଇ ବେଶ୍ ପ୍ରତିଷ୍ଠା ଲାଭ କରନ୍ତି । ସର୍ଭ ହୁଏ ଅତନୁର ସବୁ କବିତା ଜୟନ୍ତର ପରିଚୟ ହେବ । ଜୟନ୍ତ ବୃତ୍ତିରେ ଜଣେ କୋଟିପତି ବ୍ୟବସାୟୀ ହୋଇ କବିତାର ଧାର ନ ଧରି ବି ଜଣେ କବିର ପରିଚୟ ପାଇଯାଏ; ମାତ୍ର ଅସଲ କବି ଡାକ୍ତର ଅତନୁ ଅନ୍ତରାଳରେ ରହିଯାଏ ।

ଅତନୁ ଆମେରିକାରୁ ଉଚ୍ଚଶିକ୍ଷା ଲାଭ କରି ଜଣେ ବିଶିଷ୍ଟ ମନସ୍ତାତ୍ତ୍ଵିକ ଡାକ୍ତର ହୋଇ ଫେରିଆସିଛି ଭାରତକୁ ତଥା ଓଡ଼ିଶାକୁ । ସେ କୌଣସି ସରକାରୀ ଡାକ୍ତର ଭାବେ ଚାକିରି ନ କରି ଦଣ୍ଡକାରଣ୍ୟ ନିକଟରେ ଏକ ମାନସିକ ଚିକିତ୍ସା କେନ୍ଦ୍ର ଖୋଲି ଏଠାରେ ସ୍ୱାଧୀନ ଭାବରେ ନିଜର ଡାକ୍ତରି ବ୍ୟବସାୟ ଆରମ୍ଭ କରିଛନ୍ତି । ଅତନୁଙ୍କ ନିଷ୍ଠା ଓ ଆନ୍ତରିକତାପୂର୍ଣ୍ଣ ଉଦ୍ୟମଦ୍ୱାରା ଖୁବ୍ ଶୀଘ୍ର ତାଙ୍କର ଖ୍ୟାତି ବଢ଼େ । ବହୁ ମାନସିକ ବିକାରଗ୍ରସ୍ତ ରୋଗୀ ଏଠାରେ ଚିକିତ୍ସିତ ହେବାକୁ ଆସି ସୁସ୍ଥ ହୋଇ ଫେରନ୍ତି ।

ଡାକ୍ତର ଅତନୁ ଦେହ ନୁହେଁ ବରଂ ମନକୁ ବିଶ୍ଳେଷଣ କରି ଚିକିତ୍ସା କରନ୍ତି । ଅତନୁ ଜୀବନରେ ଦୁଇଟି କର୍ମ ଗୋଟିଏ ହେଉଛି ରୋଗୀସେବା ଓ ଅନ୍ୟଟି ନିରବଚ୍ଛିନ୍ନ ଭାବରେ କବିତା ରଚନା କରିବା । ଅତନୁର କବିତା କିନ୍ତୁ ଜୟନ୍ତର ସମ୍ପତ୍ତି । କବି ଭାବରେ ପ୍ରତିଷ୍ଠିତ ହୁଏ ଜୟନ୍ତ । ଜୟନ୍ତର ଏଇ ପରିଚୟ ପ୍ରତି ଆକୃଷ୍ଟ ହୋଇ ରୀତା ଜୟନ୍ତକୁ ବିବାହ କରେ ।

ରୀତା ବିବାହ ପରେ ଜାଣିପାରେ ଜୟନ୍ତ କେବଳ ନାମକୁ ମାତ୍ର କବି, କବିତ୍ବର ଅସଲ ଗୁଣ ତାଙ୍କ ମଧ୍ୟରେ ଅନୁପଲବ୍ଧ । ସନ୍ଦେହ ହୁଏ ରୀତାର । ତା’ ମନରେ ପ୍ରଶ୍ନ ଜୟନ୍ତ ଯଦି ସୁକୁମାର କବିତ୍ଵର ଅଧିକାରୀ ତେବେ ଅର୍ଥ ଓ ପ୍ରତିପତ୍ତି ପାଇଁ ଜୟନ୍ତ ଏତେ ଆଶାୟୀ କାହିଁକି ? ଏହି ପ୍ରଶ୍ନର ସମାଧାନ ନ କରିପାରି ରୀତା ମାନସିକ ଭାରସାମ୍ୟ ହରାଇ ଚିକିତ୍ସିତ ହୁଏ ଅତନୁଙ୍କ ପାଖରେ । ତା’ ମନର ନିଭୃତ କାରୁଣ୍ୟକୁ ସେ ଭାଓଲିନ୍‌ର ସୂକ୍ଷ୍ମତନ୍ତ୍ରୀରେ ହିଁ ଧ୍ଵନିତ କରେ । ଜୟନ୍ତର ନାମ ଶୁଣିଲେ ସେ ଅଧିକ କ୍ରୋଧ ପ୍ରକାଶ କରେ । ଜୟନ୍ତର ବାସ୍ତବତାକୁ ନେଇ ରୀତାର କଳ୍ପନା ତଥା ସ୍ଵପ୍ନ ହୁଏ ଆହତ । ସେ ଯେଉଁଥିପାଇଁ ଜୟନ୍ତର ହାତ ଧରିଥିଲା ସେ ଭାବନା ଭାଙ୍ଗି ଚୁମାର ହୋଇଯାଇଛି । ବନ୍ଧୁ ଜୟନ୍ତର ଅନୁରୋଧରେ ଅତନୁ ରୀତାକୁ ବିଶ୍ଳେଷଣ କରିଛି । ଏହି ଚିକିତ୍ସାକେନ୍ଦ୍ରରେ ରୀତାର ମାନସିକ ବିଭ୍ରାନ୍ତିର ସୂତ୍ର ଧରିଛି ଅତନୁ ।

ଅତନୁଙ୍କ ମାନସିକ ଚିକିତ୍ସାକେନ୍ଦ୍ରରେ ଅନ୍ୟତମ ରୋଗୀ ପିନାକୀ, ଯିଏ ବ୍ୟବସାୟରେ ଲକ୍ଷାଧ୍ଵକ ଟଙ୍କା କ୍ଷତି ସହିଲା ପରେ ମାନସିକ ଭାରସାମ୍ୟ ହରାଇଛନ୍ତି । ଏହି ମାନସିକ ବିକଳତାକୁ ଦୂରେଇବାପାଇଁ ସେ ମଦ୍ୟପାନ କରିଛନ୍ତି । ଏମିତିକି ଅତନୁଙ୍କ ମନା କରିବା ସତ୍ତ୍ଵେ ସେ ଡାକ୍ତରଖାନାର ସହକର୍ମଚାରୀ ହରି ହାତରେ ମଗାଇ ପିଇଛନ୍ତି । ଫଳରେ ଅତନୁ ବାଧ୍ୟ ହୋଇ ମାନସିକ ସ୍ଥିରତା ଆଣିବା ଉଦ୍ଦେଶ୍ୟରେ ପିନାକୀଙ୍କ ପାଇଁ କିଛି ମଦ ଯୋଗାଡ଼ କରିଛନ୍ତି । ଏହି ମଦକୁ ପିଇଲା ପରେ ପିନାକୀ ଖୁବ୍ ଯନ୍ତ୍ରଣା ଅନୁଭବ କରିଛି ।

ଏହି କାରଣରୁ ପିନାକୀ ମରିଯିବାକୁ ଚାହିଁଛି । ଜୀବନପ୍ରତି ବିତୃଷ୍ଣା ଆସିଯାଇଥିବା ପିନାକୀକୁ ଡାକ୍ତର ଅତନୁ ଆଶ୍ୱାସନା ଦେଇ ବୁଝାଇଛନ୍ତି ଯେ ସେ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରିବେ । ପୁଣି ପୂର୍ବପରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ । ଫଳରେ ପିନାକୀ ଆଖିରେ ଆଶାର ଇନ୍ଦ୍ରଧନୁ ଝଲସି ଉଠିଛି ।

ଅତନୁଙ୍କ ଚିକିତ୍ସାକେନ୍ଦ୍ରରେ ଆଉ ଜଣେ ରୋଗୀ ପ୍ରଫେସର ପରିଜା, ଯିଏ ଜଣେ ବୈଜ୍ଞାନିକ ତଥା ଗବେଷକ । ଚନ୍ଦ୍ରପୃଷ୍ଠକୁ ଯିବା ନିଜ ଥୁଓରି ସମସ୍ତଙ୍କୁ ଜଣେଇଛନ୍ତି । ଜଣେ ବୟସ୍ତ ଓ ଅଭିଜ୍ଞ ଚରିତ୍ର ଭାବରେ ମଣିଷକୁ ଓ ତା’ର ସଭ୍ୟତା ତଥା ସମାଜକୁ ଦେଖିବାର ଅଭିନବତା ପ୍ରକାଶ ଭିତରେ ନାଟ୍ୟକାର ଅନେକ ତାତ୍ତ୍ଵିକ କଥା ଉଲ୍ଲେଖ କରିଛନ୍ତି । କଥାବସ୍ତୁର ବିକାଶରେ ଏଇ ଚରିତ୍ରର ଭୂମିକା ବେଶ୍ ଗୁରୁତର । ତାଙ୍କର ମାନସିକ ବିକାରକୁ ଅନୁସନ୍ଧାନ କରିଲା ପରେ ଅତନୁ ଜାଣିପାରିଛନ୍ତି ଯେ ପ୍ରଫେସର ଚନ୍ଦ୍ରପୃଷ୍ଠକୁ ଯିବାପାଇଁ ବୈଜ୍ଞାନିକ ଯନ୍ତ୍ର ଉଦ୍‌ଭାବନ କରିଲାବେଳେ ତାଙ୍କର ସହକାରୀ ବନ୍ଧୁଙ୍କ ବିଶ୍ୱାସଘାତକତାର ଶିକାର ହୋଇଛନ୍ତି । ଫଳତଃ ତାଙ୍କର ଏହି ଅବସ୍ଥା ।

ଏହି ନାଟକଟିର ଅନ୍ୟ ଏକ ଚରିତ୍ର ହେଉଛି ବେବୀ, ଯିଏ ମଦ୍ୟପ ବ୍ୟବସାୟୀ ପିନାକୀର ଏକମାତ୍ର ଝିଅ । ସେ ସମସ୍ତ ରୋଗୀଙ୍କ ପ୍ରିୟପାତ୍ରୀ । ଗୀତ ଗାଇବା ଓ ପିଲାଳିଆମିକୁ ନେଇ ସେ ଅନ୍ୟମାନଙ୍କୁ ଆକର୍ଷିତ କରିଛି । ବାପା ପିନାକୀକୁ ଭଲ କରିଦେବାପାଇଁ ସେ ଅତନୁଙ୍କୁ ଅନୁରୋଧ କରିଛି । ଏହି କଥାରେ ଅତନୁ ମଧ୍ଯ ତାକୁ ଆଶ୍ୱାସନା ଦେଇଛନ୍ତି ଯେ ଯେମିତି ହେଲେ ପିନାକୀଙ୍କୁ ରୋଗମୁକ୍ତ କରାଇବେ ।

ଏହାପରେ ଅତନୁଙ୍କର ଚିକିତ୍ସାକେନ୍ଦ୍ରରେ ଆସି ପହଞ୍ଚିଛନ୍ତି ଜଣେ ମୂକ ମିଲିଟାରୀ କର୍ମଚାରୀ ବୀର । ଯୁଦ୍ଧରେ ନିଜ କହିବା ଶକ୍ତି ହରାଇ ସାରା ଭାରତ ବୁଲି ଆସିଛନ୍ତି ବୀର । ଅଥଚ ଅର୍ଦ୍ଧପାଗଳ କହି ଅପନିନ୍ଦାରେ ସେ ଫେରିଛନ୍ତି; ମାତ୍ର ଭଲ ହେବାର ଆଶା ଦେଖିନାହାନ୍ତି । ଯେତେବେଳେ ଡାକ୍ତର ଅତନୁଙ୍କ ପାଖରେ ଚିକିତ୍ସିତ ହୋଇଛନ୍ତି ସେତେବେଳେ ତା’ର ସୁଚିକିତ୍ସାରେ ସେ ଆରୋଗୀ ଲାଭ କରିଛନ୍ତି ।

‘ରାଜହଂସ’ ନାଟକର ପ୍ରଥମାର୍ଦ୍ଧରେ ଶେଷବେଳକୁ ରୀତା ମାନସିକ ବିକାରକୁ ବୁଝିପାରିଛନ୍ତି । ଜୟନ୍ତ ସହ ତାଙ୍କ ସ୍ତ୍ରୀ ରୀତା ସମ୍ପର୍କର ପ୍ରକୃତ ରହସ୍ୟ । ତେବେ ନାଟକର ଦ୍ୱିତୀୟାର୍ଦ୍ଧରେ ହିଁ ଘଟିଛି ଅନେକ ଘଟଣା । ସୁସ୍ଥ ହୋଇଛନ୍ତି ଅନେକ ମାନସିକ ବିକାର ରୋଗୀ । ମୂକ ମିଲିଟାରୀ ଅଫିସର କଥା କହିଛନ୍ତି । ଅର୍ଦ୍ଧପାଗଳ ଅଭିନେତା ଭୀମାର ମାନସିକ ବିକାରକୁ ସିଷ୍ଟରଦ୍ଵାରା ଆରୋଗ୍ୟ ପ୍ରଚେଷ୍ଟା କରାଯାଇଛି ।

ଅନ୍ୟପକ୍ଷରେ ଡାକ୍ତର ଅତନୁ ବହୁ ଶ୍ରମ ଓ ପ୍ରଚେଷ୍ଟା ବ୍ୟର୍ଥ ହୋଇଛି । ବ୍ୟବସାୟୀ ପିନାକୀଙ୍କୁ ବଞ୍ଚେଇବାରେ ସମର୍ଥ ହୋଇନାହାନ୍ତି । ନିଜକୁ ଦୋଷୀ ବୋଲି ଭାବିଛନ୍ତି ଅତନୁ । ବେବୀଙ୍କୁ ଦେଇଥିବା କଥା ରଖ୍ ନ କାରିବାରୁ ମନେମନେ ଭାଙ୍ଗିପଡ଼ିଛନ୍ତି ଅତନୁ ।

ଅତନୁ ଚରମ ବ୍ୟର୍ଥତାରେ ଯେମିତି ଘୋର ଯନ୍ତ୍ରଣା ଅନୁଭବ କରିଛନ୍ତି । ସମସ୍ତଙ୍କୁ ନିଜଠାରୁ ଦୂରେଇ ନେଇ ସେ ଏକାକୀ ବସି ଚିନ୍ତାମଗ୍ନ ହୋଇଛନ୍ତି । ଏହି ଯନ୍ତ୍ରଣାକ୍ତ ମୂହୂର୍ତ୍ତରେ ତାଙ୍କ ପାଖକୁ ଆସିଛନ୍ତି ବନ୍ଧୁ ଜୟନ୍ତ । ଜୟନ୍ତ ଅତନୁଙ୍କୁ ଜଣାଇଛନ୍ତି ଯେ କବିତା ସଙ୍କଳନ ‘ଶତଦଳ’ ଏଥର ବାଣୀପୀଠ ପୁରସ୍କାର ସ୍ଵରୂପ ଏକ ଲକ୍ଷ ଟଙ୍କା ପାଇଛି । ଜୟନ୍ତ ଅନୁଭବ କରିଛନ୍ତି ଅତନୁ କ୍ରମେ ଅସହିଷ୍ଣୁ ହୋଇପଡୁଛନ୍ତି । ୟାପରେ ଜୟନ୍ତ ଅତନୁ ଓ ତା’ ମଧ୍ୟରେ ଥିବା ସମ୍ବନ୍ଧର ଅତୀତଟାକୁ ଉନ୍ମୋଚନ କରିଛି । ଅତନୁ ଥୁଲା ନିସ୍ଵ ଓ ପରେ କେମିତି ସେ ଏତେ ବାଟ ଆସିଛି ସେକଥା ଜୟନ୍ତ ପ୍ରକାଶ କରିଛି ।

ଅତନୁର ବଡ଼ ପରିଚୟ ସେ ଡାକ୍ତର । ଏଣୁ ଡାକ୍ତର ହୋଇ କବି ହେବା କଥାକୁ କେହି ବିଶ୍ୱାସ କରିବେ ନାହିଁ । ଜୟନ୍ତ ନାଁରେ ତେଣୁ ବାହାରୁଥିବା କବିତା ହିଁ ଲେଖୁଥିଲା ଅତନୁ । ଏ ରହସ୍ୟ କେବଳ ଅତନୁ ଜାଣେ । ଏହି ରହସ୍ୟ ଯଦି ଦୁନିଆ ଜାଣିବ ତେବେ ଜୟନ୍ତର ଅବସ୍ଥା କ’ଣ ହେବ ! ଅତନୁ ଏଥ‌ିରେ କ୍ଷୁଣ୍ଣ ହୋଇଛି, ସେ ଜଣାଇଛି ଯେ ‘ଲୁହ ନ ଥୁଲେ ହସର ମୂଲ୍ୟ କେହି ବୁଝନ୍ତି ନାହିଁ ।’ କିନ୍ତୁ ଜୟନ୍ତ ଜଣାଇଛନ୍ତି ଯେ ଆସନ୍ତାକାଲି ସେ କବି ଭାବରେ ସେ ସମ୍ବନ୍ଧିତ ହେବ ।

ଏହି ସଭାରେ ଜୟନ୍ତ ଗଳାରେ ଅତନୁ ପ୍ରଥମ କରି ଫୁଲହାର ପିନ୍ଧାଇଦେବ । ସ୍ବାମୀ ଭାବରେ ଜୟନ୍ତର ଏହି ବିୟୋତ୍ସବରେ ଯୋଗ ଦେବା ପାଇଁ ଚିକିତ୍ସିତ ହେଉଥ‌ିବା ରୀତାକୁ ସାଙ୍ଗରେ ନେବ ବୋଲି ଜୟନ୍ତ ଅତନୁକୁ ଜଣାଇ ସେଠାରୁ ପ୍ରସ୍ଥାନ କରିଛି ।

ଜୟନ୍ତର କଥା ଶୁଣି ଅତନୁ ବେଶ୍ ବିବ୍ରତ ହୋଇପଡ଼ିଛି । ମାତ୍ର ଏହି ସମୟରେ ସେହି ଘର ଭିତରକୁ ପ୍ରବେଶ କରିଛି ରୀତା । ଅନ୍ତରାଳରୁ ସବୁ ଶୁଣି ବୁଝିପାରିଛି ଅସଲ ରହସ୍ୟ । ତେଣୁ ସେ ଜାଣିନେଇଛି ଯେ ଅସଲ କବି ଜୟନ୍ତ ନୁହେଁ ଡାକ୍ତର ଅତନୁ । ଜୟନ୍ତ କେବଳ ଛଳନା କରିଛି ମିଛ କବି ଭାବରେ । ରୀତା ଅତନୁଙ୍କୁ କବି ବୋଲି ସମ୍ବୋଧନ କରି ତା’ର ଏହି ମାନସିକ ବିକାର ପାଇଁ ସେ ଅତନୁଙ୍କୁ ଦାୟୀ କରିଛି ।

ଡାକ୍ତର ଅତନୁ ରୀତାକୁ ନୀରବ ରହିବାକୁ ଅନୁରୋଧ କରିଛି । କବି ସେ ନୁହେଁ ବରଂ ଜୟନ୍ତ ବୋଲି ଜଣାଇଛି । ରୀତା କହିଛି, ଏଇ ଦୁନିଆକୁ ଜଣେଇଦେବ ଅସଲ କବି ଧୂର୍ଜଟୀ ଜୟନ୍ତ ନୁହେଁ ବରଂ ଡାକ୍ତର ଅତନୁ । ଫଳରେ ଉତ୍‌କ୍ଷିପ୍ତ ହୋଇ ଡାକ୍ତର ଅତନୁ ରୀତାଙ୍କୁ ଚାପୁଡ଼ା ମାରିଛନ୍ତି । କ୍ଷଣ୍ଢକ ପାଇଁ ଯେମିତି ଦୁହେଁ ସ୍ତବ୍ଧ ହୋଇ ଉଠିଛନ୍ତି । ପରେ ଏପରି ଅପ୍ରୀତିକର ଘଟଣା ହେତୁ ରୀତା ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଅତନୁ ।

ରୀତା ଝଡ଼ବେଗରେ ସେଠାରୁ ପଳାଇ ଯାଇଛନ୍ତି । ରୀତା ଚାଲିଯିବା ପରେ ଅତନୁର ମାନସିକ ବିକୃତି ଦେଖାଦେଇଛି । ଅତନୁର କାନରେ ରୀତା ଓ ଜୟନ୍ତର ପ୍ରତିଟି ସଂଳାପର ସ୍ବର ପ୍ରତିଧ୍ଵନିତ ହେବାକୁ ଲାଗିଲା । ଭାରସାମ୍ୟ ହରାଇ ଟେବୁଲ ଉପରେ ହଠାତ୍ କଚାଡ଼ି ହୋଇପଡ଼ିଛି ଅତନୁ । ଶେଷ ହୋଇଛି ତା’ର ଜୀବନ ।

ପରଦିନ ଏଇ ଖବର ଡାକ୍ତରଖାନାରେ ଶୋକର ବାତାବରଣ ଖେଳାଇ ଦେଇଛନ୍ତି । ପ୍ରଫେସର ପରିଜା ସୁସ୍ଥ ହୋଇ ବିଦାୟ ନେବାକୁ ଆସିଛନ୍ତି । ମାତ୍ର ସମସ୍ତେ ଚକିତ ହୋଇପଡ଼ିଛନ୍ତି ଅତନୁଙ୍କ ମୃତ୍ୟୁରେ ।

ସବୁରି ମନରେ ଭରିଯାଇଛି ଅସମାପ୍ତ ବିଷଣ୍ଣତା । ରୀତା ଅତନୁର ଏପରି ଅବସ୍ଥା ବିଷୟରେ ଜାଣିପାରି କାନ୍ଦିକାନ୍ଦି ଫେରିଯାଇଛି ଏବଂ ଭାଓଲିନ୍‌ରେ ତା’ର ଭରିଦେଇଛି କରୁଣ ସ୍ବର ମୂହଁନା । ଜୟନ୍ତ ଆସିଛି ଏବଂ ତା’ର ବନ୍ଧୁର ଏପରି ଅବସ୍ଥାରେ ମର୍ମାହତ ହୋଇଉଠିଛି । ଜୟନ୍ତ କବି ଧୂର୍ଜଟୀର ଅସଲ ରହସ୍ୟ ଆଜି ଉଦ୍‌ଘାଟିତ କରିଥା’ନ୍ତା ବୋଲି ଚିନ୍ତା କରିଥିଲା ବୋଲି କହିଛି । ଅଥଚ ଅତନୁ ତାକୁ ଠକି ଦେଇ ଚାଲିଗଲା ।

+2 1st Year Optional Odia Solutions Chapter 4 ରାଜହଂସ Question Answer

ପ୍ରଫେସର କହିଛନ୍ତି ମାନସରୋବର ଛାଡ଼ି ହଂସ ଉଡ଼ିଯାଇଛି । ଡାକ୍ତର ଅତନୁଙ୍କର ଆକସ୍ମିକ ମୃତ୍ୟୁରେ ସମସ୍ତେ ଶୋକାକୁଳିତ ହୋଇଉଠିଛନ୍ତି । ଶୋକ ଓ କାରୁଣ୍ୟ ଭିତରେ ପଡ଼ିଯାଇଛି ‘ରାଜହଂସ’ର ଯବନିକା ।

ନାଟକ ‘ରାଜହଂସ’ରେ ନାଟ୍ୟକାର ମଣିଷ ମନର ଅବଚେତନ ସ୍ତକୁ ବିଶ୍ଳେଷଣ କରିଛନ୍ତି । ଏଥ‌ିରେ ଗ୍ରହଣ କରିଥିବା ମୁଖ୍ୟ ଚରିତ୍ରଗୁଡ଼ିକର ଅବଚେତନ ଚିତ୍ତକୁ ବିଶ୍ଳେଷଣ କରିଛନ୍ତି । ଏମାନଙ୍କ ଭିତରୁ ପିନାକୀବାବୁ ଧନ ହରାଇ ପାଗଳ ହୋଇଛନ୍ତି, ପ୍ରଫେସର ସହକର୍ମୀର ବିଶ୍ଵାସଘାତକତାରେ ପାଗଳ ହୋଇଛନ୍ତି, ମିଲିଟାରୀ ଅଫିସର ଯୁଦ୍ଧରେ ମୁକ ହୋଇଛନ୍ତି, ରୀତା ଓ ଭୀମା ପ୍ରେମର ବ୍ୟର୍ଥତାକୁ ନେଇ ମାନସିକ ଭାରସାମ୍ୟ ହରାଇଛନ୍ତି । ନାଟ୍ୟକାର ଏସବୁ ଚରିତ୍ରକୁ ଅତି ସାବଧାନତାର ସହ ଅବତାରଣ କରିଛନ୍ତି ।

‘ରାଜହଂସ’ ନାଟକରେ ବିଭିନ୍ନ ମଣିଷର ମାନସିକ ବୃତ୍ତିର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ କରାଯାଇଛି । ମନ ହେଉଛି ସବୁ ଇନ୍ଦ୍ରିୟମାନଙ୍କ ଉପରେ ରାଜା । ମନ ବି ହଂସ ଓ ପ୍ରାଣ । ମାନସିକ ଚିକିତ୍ସାକେନ୍ଦ୍ର ରୂପ ସରୋବରରେ ମନ ରୂପକ ହଂସ ଖେଳିଛି । ଅତନୁର ଶରୀର ସରରୁ ଉଡ଼ିଯାଇଛି ପ୍ରାଣ ହଂସ । ନାଟ୍ୟକାର ଏହି ନାଟକଟିକୁ ଗୋଟିଏ ସେଟ୍‌ରେ ବର୍ଣ୍ଣନା କରିଛନ୍ତି ।

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2

Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2

Question 1.
ଏକ ତ୍ରିଭୁଜର ମଧ୍ଯମାଟିଏ ସମ୍ପୂର୍ଣ ଭାବରେ ତ୍ରିଭୁଜର ଅନ୍ତର୍ଦେଶରେ ରହିଥାଏ କି ? ନିଜ ଉତ୍ତରର ଯଥାର୍ଥତା ଦର୍ଶାଅ ?
ସମାଧାନ:
ଏକ ତ୍ରିଭୁଜର ମଧ୍ଯମାଟିଏ ସମ୍ପୂର୍ଣ୍ଣଭାବେ ତ୍ରିଭୁଜର ଅନ୍ତର୍ଦ୍ଦେଶରେ ନଥାଏ । ମଧ୍ଯମାର ଦୁଇଟି ପ୍ରାନ୍ତବିନ୍ଦୁକୁ ଛାଡ଼ି ଅନ୍ୟ ସମସ୍ତ ବିନ୍ଦୁ ତ୍ରିଭୁଜର ଅନ୍ତର୍ଦ୍ଦେଶରେ ରହିଥାଏ ।

Question 2.
ଚିତ୍ରଟିଏ ଅଙ୍କନ କରି ଦେଖାଅ।
(କ) Δ ABC ଅଙ୍କନ କର ଯେପରି AB = AC ( ଯେ କୌଣସି ମାପ ନିଅ।) ।
A͞D ମଧ୍ୟମା ଅଙ୍କନ କର । ପ୍ରୋଟ୍ରାକ୍ଟର ସାହାଯ୍ୟରେ ∠ADB ର ପରିମାଣ ନିର୍ଣ୍ଣୟ କର ।
ସମାଧାନ:
ଅଙ୍କନ ପ୍ରଣାଳୀ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2 1
(i) ଯେ କୌଣସି ଦୈର୍ଘ୍ୟ ବିଶିଷ୍ଟ B͞C ରେଖାଖଣ୍ଡ ଅଙ୍କନ କର ।
(ii) B ଓ C ବିନ୍ଦୁକୁ କେନ୍ଦ୍ର କରି ଯେକୌଣସି ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ସମାନ ଚାପ ପରସ୍ପରକୁ A ବିନ୍ଦୁରେ ଛେଦ କରନ୍ତୁ ।
(iii) Δ ABC ସମ୍ପୂର୍ଣ କର ।
(iv) B͞C ର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କର ଯାହା A ବିନ୍ଦୁ ମଧ୍ୟଦେଇ ଯିବ ।
(v) ∠ADB ର ପରିମାଣ 90° ହେବ ।

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2

(ଖ) AB = AC ନେଇ ଅନ୍ୟ ଏକ ତ୍ରିଭୁଜ ଅଙ୍କନ କର । B͞E ଓ C͞F ମଧ୍ୟମା ଅଙ୍କନ କର। ଅଙ୍କିତ ମଧ୍ୟମା
ଦୁଇଟିର ଦୈର୍ଘ୍ୟ ମାପରେ କ’ଣ ଲକ୍ଷ୍ୟ କରୁଛ ?
ସମାଧାନ:
ଅଙ୍କନ ପ୍ରଣାଳୀ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.2 2
(i) ‘କ’ରେ ଅଙ୍କିତ ଚିତ୍ରପରି ଏକ ତ୍ରିଭୁଜ ଅଙ୍କନ କର ଯାହାର AB = AC ହେବ ।
(ii) A͞B ଓ A͞C ର ସମଦ୍ବିଖଣ୍ଡକ ଲମ୍ବ ଦ୍ବୟ ଅଙ୍କନ କରି ସେମାନଙ୍କର ମଧ୍ୟବିନ୍ଦୁ ଯଥାକ୍ରମେ F ଓ E ସ୍ଥିର କର ।
(iii) B͞E ଓ C͞F ମଧ୍ୟମାଦ୍ବୟ ଅଙ୍କନ କର ।
(iv) ଏମାନଙ୍କର ଦୈର୍ଘ୍ୟ ମାପିଲେ ସେମାନଙ୍କର ମାପଦ୍ବୟ ସମାନ ହେବ ।

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Odisha State Board BSE Odisha 10th Class Odia Solutions ରୂଢ଼ି (ରୁହ୍ + ତି) Textbook Exercise Questions and Answers.

BSE Odisha Class 10 Odia Grammar ରୂଢ଼ି (ରୁହ୍ + ତି)

(A) ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question 1.
ରୂଢ଼ ଶବ୍ଦ କାହାକୁ କହନ୍ତି ?
Answer:
ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ, ତାହାକୁ ରୂଢ଼ ଶବ୍ଦ କୁହନ୍ତି ।

Question 2.
‘ରୂଢ଼ି’ କାହାକୁ କୁହାଯାଏ ?
Answer:
କୌଣସି ଶବ୍ଦ ନିଜସ୍ବ ଅର୍ଥ ଛାଡ଼ି, ଅନ୍ୟ ଶବ୍ଦ ସହିତ ମିଶି ସ୍ବତନ୍ତ୍ର ଅର୍ଥ ପ୍ରକାଶ କଲେ, ତାହାକୁ ‘ରୂଢ଼ି’ କୁହାଯାଏ ।

Question 3.
ଶବ୍ଦ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଶବ୍ଦ ତିନି ଭାଗରେ ବିଭକ୍ତ; ଯଥା- ରୂଢ଼, ଯୌଗିକ ଓ ଯୋଗରୂଢ଼ ।

Question 4.
ପ୍ରଚଳିତ ରୂଢ଼ି ପ୍ରୟୋଗର କେତୋଟି ଧାରା ପରିଲକ୍ଷିତ ହୁଏ ଓ କ’ଣ କ’ଣ ?
ପ୍ରଚଳିତ ରୂଢ଼ି ପ୍ରୟୋଗର ୩ଟି ଧାରା ପରିଲକ୍ଷିତ ହୁଏ;
ଯଥା- (୧) କ୍ରିୟାହୀନ ରୂଢ଼ି (୨) କ୍ରିୟାଯୁକ୍ତ ରୂଢ଼ି (୩) ତୁଳନାତ୍ମକ ରୂଢ଼ି ।

Question 5.
କ୍ରିୟାହୀନ ରୂଢ଼ି କାହାକୁ କହନ୍ତି ?
Answer:
ଯେଉଁ ରୂଢ଼ିର ପଦସଂହତିରେ କ୍ରିୟାପଦ ନଥାଏ, ତାହାକୁ କ୍ରିୟାହୀନ ରୂଢ଼ି କୁହାଯାଏ ।

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 6.
କ୍ରିୟାଯୁକ୍ତ ରୂଢ଼ି କାହାକୁ କୁହାଯାଏ ?
Answer:
ଯେଉଁ ରୂଢ଼ିର ପଦସଂହତିରେ କ୍ରିୟାପଦ ଥାଏ, ତାହାକୁ କ୍ରିୟାଯୁକ୍ତ ରୂଢ଼ି କୁହାଯାଏ ।

Question 7.
ତୁଳନାତ୍ମକ ରୂଢ଼ି କାହାକୁ କୁହାଯାଏ ?
ଯେଉଁ ରୂଢି ପ୍ରୟୋଗର ପଦସଂହତିରେ ଉପମାବାଚକ ଶବ୍ଦର ବ୍ୟବହ୍ବାର ଦେଖାଯାଏ, ତାହାକୁ ତୁଳନାତ୍ମକ ରୂଢ଼ି କୁହାଯାଏ ।

(B) ନିମ୍ନଲିଖ୍ କ୍ରିୟାହୀନ ରୂଢ଼ିଗୁଡ଼ିକର ଅର୍ଥ ଲେଖ ।

Question 1.
ଅରଣ୍ୟ ରୋଦନ
Answer:
ନିଷ୍ପଳ ପ୍ରାର୍ଥନା

Question 2.
ଅନ୍ଧ ବୁଝାମଣା
Answer:
ଅନ୍ୟାୟ ବିଚାର

Question 3.
ଝାଳବୁହା ଧନ
Answer:
କଷ୍ଟ ଅର୍ଜିତ

Question 4.
ଅହିନକୁଳ ସମ୍ପର୍କ
Answer:
ଘେ।ର ଶତ୍ରୁତା

Question 5.
ଅଲଣା କଥା
Answer:
ମୂଲ୍ୟହାନ କଥା

Question 6.
ଅକଲ ଗୁଡୁମ୍
Answer:
ବୁଦ୍ଧିବଶା ହେବା

Question 7.
ଆକାଶ କୁସୁମ
Answer:
ବୃଆ ସ୍ଵପ୍ନ

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 8.
ଉପୁରି ମାଲ
Answer:
ମାଗଣା ମିଳିବା

Question 9.
ଏକଘରକିଆ
Answer:
ସାମାଜିକ ବାସନ୍ଦ

Question 10.
ଓଳିଆରୁ ଗଜା
Answer:

Question 11.
କରଛଡ଼ା
Answer:
ଦାୟିତ୍ଵ ନ ନେବା

Question 12.
କୁହାମୁଣ୍ଡା କପିଳା
Answer:
ହୁ ଅବାନ୍ତର କଥା କହିବା

Question 13.
କୁମ୍ଭୀର କାନ୍ଦଣା
Answer:
ଛଳନା/ଉପରଠାତ୍ତରିଆ ସହାନୁଭୂତି

Question 14.
ଖତଗଦାରେ ପଦ୍ମ
Answer:
ପ୍ରତିକୂଳ ପରିସ୍ଥିତିରେ ପ୍ରତିଭା ସ୍ଥୁରଣ

Question 15.
ଗୋବର ଗଣେଶ
Answer:
ମୂର୍ଖ / ନିର୍ବୋଧ

Question 16.
ଘୋଷା ବଳଦ
Answer:
କିଛି ନ ବୁଝି ମୁଖସ୍ଥ କରିବା

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 17.
ଛକାପଞ୍ଝା
Answer:
ଉଭୟ ପକ୍ଷର ସତର୍କ ଭାବ

Question 18.
ଜୀବନମୂର୍ଚ୍ଛା
Answer:
ଆପ୍ରାଣ ଉଦ୍ୟମ

Question 19.
ବାଆକୁ ବତା
Answer:
କ୍ଷାଶ ଆଶ୍ରୟ

(C) ନିମ୍ନଲିଖୂତ ଅର୍ଥ ପ୍ରକାଶ କରୁଥିବା କ୍ରିୟାହୀନ ରୂଢ଼ିଗୁଡ଼ିକ ଲେଖ ।

Question 1.
ଅଳ୍ପ ଜ୍ଞାନ ଯୋଗୁଁ ଅପଦସ୍ଥ ହେବା
Answer:

Question 2.
ନିଜ ଲୋକ ଅଯୋଗ୍ୟ
Answer:

Question 3.
ନିର୍ଦ୍ଦିଷ୍ଟ ଆୟରୁ ଅଧିକ
Answer:
ଉପୁରି ମାଲ

Question 4.
ଗଭାରତାର ଅଭାବ
Answer:
ଉପର ଠାଉରିଆ

Question 5.
ଏପଟ ସେପଟ ଛିଦ୍ର କହି ଯେ ସବୁଠାରେ ଭଲେଇ ହୁଏ ।
Answer:
ଏ ଘର ମାଉସା ସେ ଘର ଶିଉସା

Question 6.
ଦାୟିତ୍ୱ ନ ନେବା
Answer:
ଦାୟିତ୍ଵ ନ ନେବା

Question 7.
କଷ୍ଟସାଧ୍ୟ
Answer:
କାଠିକର ପାଠ

Question 8.
ଭାଗ୍ୟଫଳ
Answer:
କରାଇ ଲିଖନ

Question 9.
ସଙ୍କୁଚିତ ପରିବେଶରେ ବଢିଥିବା ବ୍ୟକ୍ତି
Answer:
କୁପ ମଣ୍ତକ

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 10.
ଅତି ସୁନ୍ଦର
Answer:
ଗୋଟିଏ ଚାଉଳର ଗଢ଼ା

Question 11.
ଗୋଷ୍ଠୀରୁ ଅଲଗା
Answer:
ଗୋଖେ ଶ୍ରିଆ

Question 12.
ନିଜ ଲୋକ ଶତ୍ରୁ
Answer:
ଘର ଢିଙ୍କି କୁମ୍ଭାର

Question 13.
ଅବସ୍ଥା ଅସମ୍ଭାଳ ହେବା
Answer:
ଘରକୁଢ଼ି ପାଣି ଆଣ୍ଠୁଏ

Question 14.
ତନ୍ନ ତନ୍ନ କରି ଦେଖୁ
Answer:
ଛୁଞ୍ଚ୍ ମାଛି ପରୀକ୍ଷା

Question 15.
ଅତି ପ୍ରିୟ
Answer:
ଜପମାଳି

Question 16.
ଗର୍ବ ଭାଙ୍ଗିବା
Answer:
ଜୋକ ମୁହୁଁରେ ଲୁଣ

Question 17.
ଏକକିଦିଆ
Answer:
ନଛେ।ଡ଼ବକ୍ଷା

Question 18.
ସାମାନ୍ୟ ଘଟଣାରୁ ଭୟଙ୍କର ପରିସ୍ଥିତିର ସୂତ୍ରପାତ
Answer:
ଝିମିଟି ଖେଳରୁ ମହାଭାରତ

(D) ନିମ୍ନଲିଖତ କ୍ରିୟାଯୁକ୍ତ ରୂଢ଼ିଗୁଡ଼ିକର ଅର୍ଥ ଲେଖ ।

Question 1.
ଅହନ୍ତି। ରଖିବା
Answer:
ପ୍ରତିହିଂସା ମନୋଭାବ ପୋଷଣ କରିବା

Question 2.
ଆଖୁରେ ରଖୁ
Answer:
ଯତ୍ନ ନେବା / ଲକ୍ଷ୍ୟ ରଖିବା

Question 3.
ଆଖ୍ ପକାଇବା
Answer:
ଲୋଲୁପ ଦୃଷ୍ଟି ପକାଇବା

Question 4.
ଆଖ୍ ବୁଜିବା
Answer:
ମରିବା, ହେଦତ୍ୟାଗ କରିବା

Question 5.
ଆଖ୍ ପାଇବା
Answer:
ଚାଲାଖ୍ ହେବା / କଳନା କରିବା

Question 6.
ଆଢ଼ ଆଖିରେ ନ ଚାର୍ହିବା
Answer:
ସମ୍ପର୍କ ନ ରଖିବା ନ ରଖଚା

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 7.
ଭକ୍ଷନାଧାନ ଗଜା ହେବା
Answer:
ଅସମ୍ଭବ ସମ୍ଭବ ନ୍ଦେବା

Question 8.
କପାଳ ଖୋଲିବା
Answer:
ଭଲ ବେଳ ଗଡିବା

Question 9.
କଳାକାଠ ପଢିଯିବା
Answer:
ମଳିନ ପଡିଯିବା

Question 10.
କଳାକନା ଚୁଲାଇବା
Answer:
ସର୍ବନାଶ କରିବା

Question 11.
କାନରେ ହାତଦେବା
Answer:
ଆଡ଼ ଆଖୁ ନ ଚାହିଁବା

Question 12.
କୁହୁଡ଼ି ପହଁରିବା
Answer:
ବୃଥା ପରିଶ୍ରମ କରିବା

Question 13.
ଖୁଅ କାଢ଼ିବା
Answer:
କଥାକୁ ଘାଶ୍ରି ଦୋଷ ବାହାର କରିବା

Question 14.
ଗୁଜୁରାଣ ମେଣ୍ଟାଇବା
Answer:
କଷ୍ଟକରି କୌଣସିମତେ ଚଳିବା

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 15.
ଗୋଡ଼ ହାତ ଧରିବା
Answer:
ଚ୍ରିନମ୍ର ଗୃହାରି କରିବା

Question 16.
ଚଳୁ କରିଦେବା
Answer:
ସବୁ ଶେଷ କରି ଦେବା।

Question 17.
ଚିତା କାଟିବା
Answer:
ଠକିବା

Question 18.
ନାଁ ରଖିବା
Answer:
ଯଶ ରଖିବା

Question 19.
ନାକ ଟେକିବା
Answer:
ପୃଶା କରିବା

Question 20.
ପିଠିରେ ପଡ଼ିବା
Answer:
ସାହା ହେବା

(E) ନିମ୍ନଲିଖ ଅର୍ଥ ପ୍ରକାଶ କରୁଥିବା ରୂଢ଼ିଗୁଡ଼ିକ ଲେଖ ।

Question 1.
ବ୍ୟର୍ଥ ହେବା
Answer:
ଫସର ଫାଟିବା

Question 2.
ଅଥୟ କରିବା
Answer:
ନାକେଦମ୍ କରିବା

Question 3.
ବିରକ୍ତ ହେବା
Answer:
ନାକ ଛିଞ୍ଚାଡ଼ିବା

Question 4.
ସ୍କୁନାମ ଅର୍ଜନ କରିବା
Answer:
ନାଁ କରିବା

Question 5.
ଅନୁମାନ କରିବା
Answer:
ଅନ୍ଧାରକୁ ଟେକା ପକାଇବା

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 6.
ଲୋଭ କରିବା
Answer:
ଦୃଷ୍ଟି ପକାଇବା

Question 7.
ମୋଟାମୋଟି ଦେଖୁବା
Answer:
ଆଗ୍ ଗୁଲାଇବା

Question 8.
ପସନ୍ଦ କରିବା
Answer:
ଆଖିକି ପାଇବା

Question 9.
ଠକି ଦେବା
Answer:
ଆଖିରେ ଧୂଳି ନଦେବା

Question 10.
ବିପଦକୁ ଡାକି ଆଣିବା
Answer:
ଆ ବଳଦ ମୋତେ ବିନ୍ଦ୍

Question 11.
ନ ପଚାରୁଣୁ କହିବା
Answer:
ଉପରେ ପଢ଼ି କହିବା

Question 12.
ସର୍ବନାଶ ହେବା
Answer:
ଘର ଢିଙ୍କି କୁମ୍ଭାର

Question 13.
ଯନ୍ତ୍ରଣା ଉପରେ ଯନ୍ତ୍ରଣା ଦେବା
Answer:
କଟା ଘା’ରେ ଚୂନ ଦେବା

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 14.
କାର୍ଯ୍ୟ ଆରମ୍ଭ କରିବା
Answer:
କାମରେ ହାତ ଦେବା

Question 15.
କାତର ହେବା
Answer:
କାଠ ହୋଇଯିବା

Question 16.
ବିପଦରେ ପକାଇବା
Answer:
ଖାଲରେ ପକାଇବା

Question 17.
ଜୀବିକା ଛଡ଼ାଇନେବା
Answer:
ଖାଇବା ପତରରେ ଧୂଳି ଦେବା

Question 18.
ଚିନ୍ତିତ ହେବା
Answer:
ଗାଲରେ ହାତ ଦେବା

Question 19.
ପ୍ରସ୍ତୁତ ହୋଇ ରହିବା
Answer:
ଗୋଡଟେକି ବସିବା

Question 20.
ଅତି ଦୁଷ୍ଟାମି କରିବା
Answer:
ଚାଲିଲା ଶଗଡ଼ରେ ହାତଦେବା

(F) ଉପଯୁକ୍ତ ରୂଢ଼ି ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କର ।

Question 1.
ପିଲାଟା ଏପରି ………………… ଯେ, ଯାହା କହିବ, ତାହା କରିବ ।
Answer:
ନଛେ।ଡ଼ାବନ୍ଧି ।

Question 2.
କାର୍ଯ୍ୟଟି କରିବା ତୁମ ପକ୍ଷରେ ………………………।
Answer:
କାଠିକର ପାଠ

Question 3.
ତାକୁ ଆଉ କିଛି କୁହ ନାହିଁ, ସେ ଭୟରେ ……………….. ପଢ଼ିଗଲାଣି ।
Answer:
କଳାକାଠ

Question 4.
ସେ ମୋ ସମ୍ପତ୍ତି ଉପରେ ……………………….।
Answer:
ଆଖ୍ ପକାଇଛି

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 5.
ତାକୁ ଠକିବା ସହଜ ନୁହେଁ । ସେ …………………. କରି ସବୁ ଦେଖୁବ ।
Answer:
ଛୁଞ୍ଚମାଛି ପରୀକ୍ଷା

Question 6.
ତା’ ବାପା ଚିରଦିନ ପାଇଁ ………………………. .।
Answer:
ଆଖି ବୁଚ୍ଚିଲେ

Question 7.
ସେ ତ …………………. ସାଜି ଅନର୍ଥ ସୃଷ୍ଠି କରୁଛି, ତାକୁ କ’ଣ ଚିହ୍ନିନାର୍ହା ?
Answer:
ନାଟର ଗୋବର୍ଦ୍ଧିନ

Question 8.
ସେଇଟା ଗୋଟାଏ _…………………….., ତା’ ସହିତ ପିଲାଙ୍କୁ ଛାଡ଼ ନାହିଁ ।
Answer:
ବଶ ବିଛୁଆତି

Question 9.
………………. ଧନ ମଣିଷକୁ ପ୍ରକୃତ ଶାନ୍ତି ଦିଏ ।
Answer:
ଝାଳଗୁହା

Question 10.
ପ୍ରକୃତ କଥା ନ ଜାଣି ………………. କହୁଛି କାହିଁକି?
Answer:
ଠାସୁକୁ ମାରି

Question 11.
ଦୟାନିଧ୍, ଦାନବଦ୍ଧିଙ୍କର …………………. ବନ୍ଧୁ ।
Answer:
ଦେହଲଗା

Question 12.
ସବୁ କଥାରୁ ………………….. ତାହାର ଗୋଟାଏ ମନ୍ଦ ଅଭ୍ୟାସା
Answer:
ଗୁଅ କାଢ଼ିବା

Question 13.
ତାଙ୍କର ………………. ନାତି ତାଙ୍କ ବିଫଳତାର କାରଣା
Answer:
ହୁଙ୍କାପିଟା

Question 14.
ପିଲାମାନଙ୍କୁ …………………… ଉଚିତ ନୁହେଁ।
Answer:
ମୁହଁ ଦେବା

Question 15.
ଧୌର୍ଯ୍ୟ ଧର, ………………… ହୋଇପଡୁଛ କାର୍ହିକି?
Answer:
ନଈ ନ ଦେଖୁଣୁ ଲଙ୍ଗଳା

Question 16.
ଗୋରମାନେ କାଲି ତାକ୍ତରଙ୍କ ଘରେ ………………. ଦେଇଗଲେ ।
Answer:
କଳାକନା ଗୁଲାଇ

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 17.
ସତେ କ’ଣ …………….. ନା, ମୋ ପିଲ।ଟି ରୋଗମୁକ୍ତ ହେବା
Answer:
କଳାକନା ଗଜା ହେବ

Question 18.
ମୁଁ ଆଉଶଙ୍କ ………………. ମୋତେ ଏଇଥିରକ କ୍ଷମା କରିଦିଅନ୍ତୁ ।
Answer:
ହାତ ଧରୁଛି

Question 19.
ଭାଇ ଭାଇ ମଧ୍ୟରେ ………………. ସୃଷ୍ଟି ହେବା ଆଦୌ ଉଚିତ ନୁହେଁ।
Answer:
ଅହିନକୁଳ ସମ୍ପର୍କ

Question 20.
………………… କୁ କିଏ ବା ବଦଳେଇ ଦେଇପାରିବା?
Answer:
କପାଳ ଲିଖନ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

Odisha State Board BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି Textbook Exercise Questions and Answers.

BSE Odisha Class 9 Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

୧। ନିମ୍ନୋକ୍ତ ଉକ୍ତି ମଧ୍ୟରୁ ଯେଉଁଗୁଡ଼ିକ ଠିକ୍ ତାହା ଲେଖ।

(କ) ‘ଜୀବନ’ ଅଭାବରେ ମାଛ ବଞ୍ଚିପାରେ।
(ଖ) କୃଷ୍ଣ ତାଙ୍କ ପିତାଙ୍କୁ ଚନ୍ଦ୍ର ଆଣିଦେବାପାଇଁ ଅଳି କରୁଥିଲେ।
(ଗ) ଯଶୋଦା କୃଷ୍ଣଙ୍କୁ ମଥୁରାକୁ ଯିବାକୁ ବାରଣ କରୁଥିଲେ।
(ଘ) ଯଶୋଦା ପକ୍ଷରେ କୃଷ୍ଣ ବିଚ୍ଛେଦ ଅସହ୍ୟ ଥିଲା।
(ଙ) କୃଷ୍ଣ ପିଲାଦିନେ କାହାକୁ ଡରୁ ନ ଥିଲେ।
(ଚ) କୃଷ୍ଣ ରାଗିଗଲେ ରନ୍ଧାହାଣ୍ଡି ଭାଙ୍ଗି ଦେଉଥିଲେ।
(ଛ) କୃଷ୍ଣ ଉଚ୍ଚ ପାହାଚ ଚଢ଼ିପାରୁ ନ ଥିଲେ।
Answer:
ନିମ୍ନୋକ୍ତ ଉକ୍ତିଗୁଡ଼ିକ ଠିକ୍।
(ଖ) କୃଷ୍ଣ ତାଙ୍କ ପିତାଙ୍କୁ ଚନ୍ଦ୍ର ଆଣିଦେବାପାଇଁ ଅଳି କରୁଥିଲେ।
(ଗ) ଯଶୋଦା କୃଷ୍ଣଙ୍କୁ ମଥୁରାକୁ ଯିବାକୁ ବାରଣ କରୁଥିଲେ।
(ଘ) ଯଶୋଦା ପକ୍ଷରେ କୃଷ୍ଣ ବିଚ୍ଛେଦ ଅସହ୍ୟ ଥିଲା।
(ଚ) କୃଷ୍ଣ ରାଗିଗଲେ ରନ୍ଧାହାଣ୍ଡି ଭାଙ୍ଗି ଦେଉଥିଲେ।
(ଛ) କୃଷ୍ଣ ଉଚ୍ଚ ପାହାଚ ଚଢ଼ିପାରୁ ନ ଥିଲେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୨। ପଠିତାଂଶରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

(କ) ମା’ ପୁଅ ଆଖ୍ୟାରେ __________ ଲଗାଇଲେ।
Answer:
ଅଞ୍ଜନ

(ଖ) ମୋ କଥାକୁ ସେ ________ ଗ୍ରହଣ କଲା ନାହିଁ ।
Answer:
ତିଳେହେଲେ

(ଗ) ଗରିବଟିର _________ କେହି ନାହାନ୍ତି ।
Answer:
ସାହା

ଘ) ସନ୍ୟାସୀଙ୍କ _____________ ମଣ୍ଡଳରେ ଅପୂର୍ବ ଜ୍ୟୋତି ପ୍ରକାଶିତ।
Answer:
ମୁଖ

(ଙ) ମୋ ସହିତ ମୋ ___________ ସବୁଆଡ଼େ ଯାଏ।
Answer:
ଛାଇ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୩। ନିମ୍ନଲିଖ୍ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ।
ଅଥର, ସୁମରି, ସ୍ବପନ, ଯେହ୍ନେ
Answer:
BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି Q. 1

୪। ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଥିବା ବାକ୍ୟରେ ବ୍ୟବହାର କର।
ଜୀବନ, ଚିତା, ହରି, ବାଳ, ନିଶା
Answer:

  • ଜୀବନ – ( ପ୍ରାଣ ) ଆପଣା ଜୀବନ ବଞ୍ଚାଇବା କୌଶଳ ସବୁ ପ୍ରାଣୀଙ୍କୁ ଜଣା ଅଛି।
    (ଜଳ) ଜୀବନ ବିନା ମାଛ ବଞ୍ଚିପାରେ ନାହିଁ।
  • ଚିତା – (ଚିତ୍ର) ଆଗକାଳରେ ଲୋକମାନେ ଦେହରେ ଚିତା କୁଟାଉଥିଲେ।
    ( ଜୁଇ) ପ୍ରାକ୍-ସ୍ଵାଧୀନତା କାଳରେ ସ୍ତ୍ରୀକୁ ସ୍ଵାମୀ ଚିତା ଅଗ୍ନିରେ ଝାସ ଦେବାକୁ ପଡୁଥିଲା।
    ବୈଷ୍ଣବମାନେ କପାଳରେ ଚିତା ଲଗାଇ ଥାଆନ୍ତି।
  • ଦ୍ରରି — (ଭଗବାନ) ବିପଦ କାଳରେ ହରିଙ୍କୁ ସ୍ମରଣ କରି ଭକ୍ତ ଉଦ୍ଧାର ପାଏ।
    (ଚୋରି କରି) ପଞ୍ଚବଟୀ କୁଟୀରରୁ ରାବଣ ସୀତାଙ୍କୁ ହରି ନେଇଥିଲା।
    ଶ୍ରୀକୃଷ୍ଣ ପିତା ନନ୍ଦରାଜାଙ୍କୁ ହରି ଆଣିଦେବାକୁ ଅଳି କରୁଥିଲେ।
  • ବାଳ – (କେଶ ) ମୁଣ୍ଡରେ ଅଧ‌ିକ ବାଳ ନ ରଖିବାକୁ ଶିକ୍ଷକ କହିଲେ।
    (ବାଳକ) ବାଳ, ବୃଦ୍ଧଙ୍କୁ ହତାଦର କରିବା ଉଚିତ ନୁହେଁ।
  • ନିଶା। – (ମାଦକ ଦ୍ରବ୍ୟ) ନିଶା ସେବନ ସ୍ୱାସ୍ଥ୍ୟ ପକ୍ଷେ ଅହିତକର।
    (ରାତ୍ରି) ନିଶା କାଳରେ ଦବନ ନିଷିଦ୍ଧ ଅଟେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୫। ନିମ୍ନ ଶବ୍ଦଗୁଡ଼ିକର ଅର୍ଥଗତ ପ୍ରଭେଦ ଦର୍ଶାଅ।
ସର-ଶର, ସୁଧା-ସୁଦ୍ଧା, ସମ-ଶମ
Answer:
ସର – ପୋଖରୀ, କ୍ଷୀର ଜାତ ସୁସ୍ବାଦୁ ଖାଦ୍ୟ।
ଶର – ଧନୁର ତୀର, ବାଣ।
ସୁଧା – ଅମୃତ।
ସୁଦ୍ଧା – ତଥାପି।
ସମ – ସମାନ
ଶମ – ଶାନ୍ତି, ସଂଯମ।

୬। ନିମ୍ନ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ।
ରାଜା, ନିଶି, ବସ୍ତ୍ର, ଅଙ୍ଗ, ବନ
Answer:
ଶବ୍ଦ – ପ୍ରତିଶବ୍ଦ
ରାଜା – ନୃପତି, ଭୂପତି, ଅଧୂପତି, ନରେଶ
ବସ୍ତ୍ର – ପୋଷାକ, ଲୁଗା, ବସନ
ବନ – ବିପିନ, ବନସ୍ତ, ଅରଣ୍ୟ
ନିଶି – ରାତ୍ରି, ଶର୍ବରୀ, ଯାମିନୀ
ଅଙ୍ଗ – ଅଂଶ, ଅବୟବ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୭। ନିମ୍ନଲିଖତ ଶବ୍ଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ।
ଶ୍ୟାମଘନ, ଦଶଦିଗ, ଚନ୍ଦ୍ରମୁଖ, ପାକଭାଣ୍ଡ
Answer:
ଶ୍ୟାମଘନ – ଘନ ପରି ଶ୍ୟାମ – ଉପମାନ କର୍ମଧାରୟ ସମାସ
ଦଶ ଦିଗ – ଦଶ ଦିଗର ସମାହାର – ଦ୍ବିଗୁ ସମାସ
ଚନ୍ଦ୍ରମୁଖ – ଚନ୍ଦ୍ର ପରି ମୁଖ ଯାହାର – ଉପମିତ ବହୁବ୍ରୀହି ସମାସ
ପାକଭାଣ୍ଡ – ପାକ ନିମିତ୍ତ/ପାଇଁ ଭାଣ୍ଡ – ଚତୁର୍ଥୀ ତତ୍ତ୍ଵପୁରୁଷ ସମାସ

୮ । ନିମ୍ନଲିଖତ ଶବ୍ଦଗୁଡ଼ିକର ବିପରୀତ ଶବ୍ଦ ଲେଖ।
ଶୂନ୍ୟ, ନିଦ୍ରା, ବାନ୍ଧିବା, ବିଚ୍ଛେଦ, ଅନ୍ଧାର
Answer:
ଶବ୍ଦ – ପ୍ରତିଶବ୍ଦ
ଶୂନ୍ୟ – ପୁଣ୍ଡ
ନିଦ୍ରା – ଜାଗ୍ରତ | ଅନିଦ୍ରା
ବାନ୍ଧିବା – ଖୋଲିବା | ଫିଟାଇବା
ବିଚ୍ଛେଦ – ମିଲନ
ଅନ୍ଧାର –  ଅ।ଲେ।କ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୯। ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ଯୋଗକରି ବାକ୍ୟ ଗଠନ କର।
‘କ’ ସ୍ତମ୍ଭ – ‘ଖ’ସ୍ତମ୍ଭ
Answer:
BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି Q. 2

  • ‘ଶ୍ୟାମଘନ – ଶ୍ରୀକୃଷ୍ଣଙ୍କୁ ଶ୍ୟାମଘନ ବୋଲି କୁହାଯାଏ।
  • ଚତ୍ରମୂଖ – ମାତା ଯଶୋଦା ପୁତ୍ର କୃଷ୍ଣଙ୍କ ଚନ୍ଦ୍ରମୁଖ ଦର୍ଶନରେ ଜୀବନର ସବୁ ଦୁଃଖ ଭୁଲିଯାଉଥିଲେ।
  • ଉଚ୍ଚ ପାବଚ୍ଛ – କପିଳାସର ଉଚ୍ଚ ପାବଚ୍ଛଶ୍ରେଣୀ ଆରୋହଣ ନିଶ୍ଚିତ ଭାବେ କଷ୍ଟସାଧ୍ୟ।
  • ଚିତ୍ରପନ୍ତି – ମନ୍ଦିରର ବାହାର କାନ୍ଥରେ ନାନାଦି ପୌରାଣିକ ତଥ୍ୟ ସମ୍ବଳିତ ଚିତ୍ରପନ୍ତ ଅଙ୍କିତ ହୋଇଥାଏ।
  • ଭୟଙ୍କର ମୂର୍ତ୍ତି – ମଣ୍ଡପରେ ଚିତ୍ରକର ରାକ୍ଷସର ଏକ ଭୟଙ୍କର ମୂର୍ତ୍ତି ନିର୍ମାଣ କରିଛନ୍ତି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧୦। ‘ଶ୍ୟାମଘନ’ ବୋଲି କିଏ, କାହାକୁ ସମ୍ବୋଧନ କରିଛନ୍ତି ?
Answer:
‘ଶ୍ୟାମଘନ’ ବୋଲି ମାତା ଯଶୋଦା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରିଛନ୍ତି।

୧୧। ‘ଜୀବନ’ ବିନା ‘ଝଷ’ର କ’ଣ ହୁଏ ?
Answer:
‘ଜୀବନ’ ଅର୍ଥାତ୍ ଜଳ ବିନା ‘ଝଷ’ ଅର୍ଥାତ୍ ମାଛର ଜୀବନ ଧାରଣ ସମ୍ଭବ ନୁହେଁ।

୧୨ । ରାଜାଙ୍କ ବିନା ରାଜ୍ୟର ଅବସ୍ଥା କ’ଣ ହୁଏ ?
Answer:
ରାଜାଙ୍କ ବିନା ରାଜ୍ୟର ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ଅପରାଧୀଙ୍କ ଉପଦ୍ରବ ତଥା ଶତ୍ରୁ ଆକ୍ରମଣରେ ରାଜ୍ୟ ଛାରଖାର ହୋଇଯାଏ।

୧୩ । କୃଷ୍ଣଙ୍କ ଅନୁପସ୍ଥିତିରେ ନିଜର ଜୀବନ କାହା ଭଳି ହେବ ବୋଲି ଯଶୋଦା ଆଶଙ୍କା କରିଛନ୍ତି ?
Answer:
କୃଷ୍ଣଙ୍କ ଅନୁପସ୍ଥିତିରେ ନିଜର ଜୀବନ ଜଳ ବିନା ମାଛ ତଥା ରାଜା ବିନା ଦେଶର ଅବସ୍ଥା ପରି ହେବ ବୋଲି ଯଶୋଦା ଆଶଙ୍କା କରିଛନ୍ତି।

୧୪। କୃଷ୍ଣ ତାଙ୍କ ପିତାଙ୍କୁ କ’ଣ ମାଗନ୍ତି ?
Answer:
ବାଳକ କୃଷ୍ଣ ତାଙ୍କ ପିତାଙ୍କୁ ଅଳିକରି ଆକାଶର ଚାନ୍ଦ ମାଗନ୍ତି।

୧୫ । ଯଶୋଦା କୃଷ୍ଣଙ୍କ ଶରୀରରେ କ’ଣ ଲେପନ କରୁଥିଲେ ?
Answer:
ଯଶୋଦା କୃଷ୍ଣଙ୍କ ଶରୀରରେ ଅଗୁରୁ, ଚନ୍ଦନ, କସ୍ତୁରୀ ଓ କୁଙ୍କୁମ ଲେପନ କରୁଥିଲେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୧୬ । ଯଶୋଦା କୃଷ୍ଣଙ୍କ ମସ୍ତକକୁ କିପରି ବେଶ କରୁଥିଲେ ?
Answer:
ଯଶୋଦା କୃଷ୍ଣଙ୍କ ଘନ କେଶରାଜିକୁ ସୁନ୍ଦରଭାବେ ବାନ୍ଧି ତହିଁରେ ପୁଷ୍ପ ମଣ୍ଡନ କରିବା ସହ ଲଲାଟରେ ଚନ୍ଦନର ଚିତା ଲଗାଉଥିଲେ।

୧୭ । କୃଷ୍ଣଙ୍କ କାନରେ କ’ଣ ଶୋଭାପାଏ ?
Answer:
କୃଷ୍ଣଙ୍କ କର୍ଣ୍ଣଯୁଗଳରେ କୁଣ୍ଡଳ ଶୋଭାପାଏ।

୧୮। କୃଷ୍ଣ ବନକୁ ଗଲେ ଯଶୋଦାଙ୍କ ମନରେ କି ଅନୁଭୂତି ସୃଷ୍ଟି ହୁଏ ?
Answer:
କୃଷ୍ଣ ବନକୁ ଗଲାପରେ ତାଙ୍କ ବିଚ୍ଛେଦକୁ ସହି ନ ପାରି ସତେ ଯେପରି କୃଷ୍ଣ ତାଙ୍କ ପ୍ରାଣକୁ ସଙ୍ଗରେ ନେଇଯାଇଥିବା ପରି ଯଶୋଦା ଅନୁଭବ କରନ୍ତି ।

୧୯ । କୃଷ୍ଣଙ୍କ ଅନୁପସ୍ଥିତିରେ ଯଶୋଦା କ’ଣ କରିବେ ବୋଲି କହିଛନ୍ତି ?
Answer:
କୃଷ୍ଣଙ୍କ ଅନୁପସ୍ଥିତିରେ ପୁତ୍ର ବିରହ ସହି ନ ପାରି ଯଶୋଦା ଗଭୀର ଜଳରେ ଆତ୍ମ ବିସର୍ଜନ କରିବେ ବୋଲି କହିଛନ୍ତି ।

୨୦। ଯଶୋଦା କୃଷ୍ଣଙ୍କୁ କ’ଣ କ’ଣ ଖାଇବାକୁ ଦିଅନ୍ତି ?
Answer:
ଯଶୋଦା କୃଷ୍ଣଙ୍କୁ ଅମୃତତୁଲ୍ୟ ସର, ଲବଣି, ରାବିଡ଼ି ଓ ପାଚିଲା କଦଳୀ ଖାଇବାକୁ ଦିଅନ୍ତି।

୨୧। କୃଷ୍ଣଙ୍କୁ ସୁସ୍ୱାଦୁ ଖାଦ୍ୟ ରୁଚେ ନାହିଁ ବୋଲି କବିତାର ଯେଉଁ ପଂକ୍ତିରୁ ଜଣାପଡ଼ୁଛି ତାହା ଲେଖ।
Answer:
ସର ଲବଣୀ ଅଧାମ ପକ୍ଵ ରମ୍ଭା ସୁଧା ସମ ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ।

୨୨। କୃଷ୍ଣ ରାଗିଗଲେ କ’ଣ କରୁଥିଲେ ?
Answer:
କୃଷ୍ଣ ରାଗିଗଲେ ପାକହାଣ୍ଡି ଭାଙ୍ଗୁଥିଲେ।

୨୩। କୃଷ୍ଣ ଡରିଗଲେ କ’ଣ କରୁଥିଲେ ?
Answer:
କୃଷ୍ଣ ଡରିଗଲେ ଧାଇଁଯାଇ ମା’ଙ୍କୁ କୁଣ୍ଢାଇ ଧରି ତାଙ୍କ ପିନ୍ଧା ବସନରେ ନିଜ ମୁଖକୁ ଘୋଡ଼ାଇ ଦେଉଥିଲେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୨୪। କୃଷ୍ଣ କାହାକୁ ଦେଖୁ ଭୟ କରୁଥିଲେ ?
Answer:
କୃଷ୍ଣ ଛାଇକୁ ଦେଖ୍ ତଥା ଅନ୍ଧାରଘର ଓ କାନ୍ଥରେ ଥିବା ଭୟଙ୍କର ମୂର୍ତ୍ତି ତଥା ଚିତ୍ରପନ୍ତକୁ ଦେଖ୍ ଡରୁଥିଲେ।

୨୫। କୃଷ୍ଣ ମଥୁରାରେ କ’ଣ ଶୁଣି ଅଧ୍ଵ ଭୟଭୀତ ହୋଇପଡ଼ିବେ ବୋଲି ଯଶୋଦା ଆଶଙ୍କା ପ୍ରକାଶ କରିଛନ୍ତି ?
Answer:
ମଥୁରାରେ ହାତୀ ଓ ଘୋଡ଼ାମାନଙ୍କର ଗର୍ଜନ ଶୁଣି କୃଷ୍ଣ ଅଧ୍ଵ ଭୟଭୀତ ହୋଇପଡ଼ିବେ ବୋଲି ଯଶୋଦା ଆଶଙ୍କା କରିଛନ୍ତି।

୨୬। କୃଷ୍ଣ ଉଚ୍ଚ ପାହାଚ ଉଠିପାରନ୍ତି ନାହିଁ ବୋଲି ଯଶୋଦା କାହିଁକି କହିଛନ୍ତି ?
Answer:
କୃଷ୍ଣ ଭୟାଳୁ ଥ‌ିବାରୁ ଉଚ୍ଚ ପାହାଡ଼ ଉଠିପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି।

୨୭। କାନ୍ଥରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ କ’ଣ କରୁଥିଲେ ?
Answer:
କାନ୍ଥରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ ସଙ୍ଗେ ସଙ୍ଗେ ସେ ଘରୁ ବାହାରି ଆସୁଥିଲେ।

୨୮। କୃଷ୍ଣ କ୍ଳାନ୍ତ ହୋଇ କେଉଁଠି ଶୋଇଯାଉଥିଲେ ?
Answer:
କୃଷ୍ଣ କ୍ଳାନ୍ତ ହୋଇ ମାଆଙ୍କ କୋଳରେ ଶୋଇଯାଉଥିଲେ।

୨୯। କୃଷ୍ଣ ଶୋଇଥିଲାବେଳେ କାହିଁକି ଚମକି ଉଠୁଥିଲେ ବୋଲି ଯଶୋଦା କହିଛନ୍ତି ?
Answer:
କୃଷ୍ଣ ଶୋଇବାବେଳେ ନିଦରେ ଭୟଙ୍କର ସ୍ଵପ୍ନ ଦେଖି ଚମକି ପଡୁଥିଲେ।

୩୦। କୃଷ୍ଣ ଚମକି ପଢ଼ି କ’ଣ କରୁଥିଲେ ?
Answer:
କୃଷ୍ଣ ଭୟରେ ଚମକି ପଡ଼ି ମାତା ଯଶୋଦାଙ୍କ କଣ୍ଠରେ ଦୁଇ ହାତକୁ ଛନ୍ଦି ଲୁଗା ଘୋଡ଼ି ହୋଇ ଶୋଇଯାଉଥିଲେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ସପ୍ରସଙ୍ଗ ସରଳାର୍ଥ ଲେଖ

୩୧। ଜୀବନ ବିହୁନେ ଯେହ୍ନେ ଝଷ
ରାଜା ବିନେ ଯେହ୍ନେ ଗ୍ରାମ ଦେଶ।
Answer:
ଛାଇକି ଅନାଇ ଡରୁ……………… ଗ୍ରାମଦେଶ।
ଶଂସିତ ପଦ୍ୟାଶଟି ଭକ୍ତଚରଣ ଦାସଙ୍କ ବିରଚିତ ‘ ମଥୁରା ମଙ୍ଗଳ କାବ୍ଯାନ୍ତର୍ଗତ ଷଷ୍ଠ ଛାନ୍ଦରୁ ସଂଗୃହୀତ ‘କାହା ମୁଖ
ଅନାଇ ବଞ୍ଚିବି’ ଶୀର୍ଷକ ପଦ୍ୟରୁ ଆନୀତ।

ଶଂସିତ ପଦ୍ୟାଶଟି ଭକ୍ତଚରଣ ଦାସଙ୍କ ବିରଚିତ ‘ ମଥୁରା ମଙ୍ଗଳ କାବ୍ଯାନ୍ତର୍ଗତ ଷଷ୍ଠ ଛାନ୍ଦରୁ ସଂଗୃହୀତ ‘କାହା ମୁଖ ଅନାଇ ବଞ୍ଚିବି’ ଶୀର୍ଷକ ପଦ୍ୟରୁ ଆନୀତ।
ଏଠାରେ କବି କୃଷ୍ଣଙ୍କ ବିନା ଯଶୋଦାଙ୍କ ମନରେ ସୃଷ୍ଟ ଅନାଗତ ଆଶଙ୍କା ଉପରେ ଆଲୋକପାତ କରିଛନ୍ତି । ମଥୁରାରେ ଆୟୋଜିତ ଧନୁଉତ୍ସବ ଦର୍ଶନ କରିବାକୁ କଂସର ନିମନ୍ତ୍ରଣ ଚିଟାଉ ଅକୁରଠାରୁ ପାଇବା ପରେ ଗୋପପୁରରେ ହାହାକାର ପଡ଼ିଯାଇଛି । ଶ୍ରୀକୃଷ୍ଣ ମଥୁରା ଯିବାପାଇଁ ସମ୍ମତି ପ୍ରଦାନ କଲାପରେ ଯଶୋଦାଙ୍କ ମାତୃହୃଦୟ ବ୍ୟାକୁଳ ହୋଇଉଠିଛି। ମାତୃହୃଦୟର ଗଭୀର ବାତ୍ସଲ୍ୟ ମମତାର ଚିତ୍ର କବିଙ୍କ ଲେଖନୀ ମୁନରେ ଜୀବନ୍ତ ହୋଇଉଠିଛି ।

କୃଷ୍ଣଙ୍କୁ ଦଣ୍ଡେ ନ ଦେଖ‌ି ମାତା ଯଶୋଦା ବ୍ୟର୍ଥିତ ହୋଇ ପଡ଼ନ୍ତି । କୃଷ୍ଣ ମଥୁରାପୁର ଯାତ୍ରା କଲାପରେ ସେ କିପରି କାଳାତିପାତ କରିବେ ତାହା ଚିନ୍ତା କରି ତାଙ୍କ ପ୍ରାଣ ବିଷାଦରେ ଭରି ଉଠିଛି । ପୁତ୍ର ବିନା ଦେହଧାରଣ କରି ବଞ୍ଚିବା ଯେ ତାଙ୍କ ପକ୍ଷେ ସମ୍ଭବ ହେବ ନାହିଁ, ଏହା ସେ ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି । ଜଳ ବିନା ମତ୍ସ୍ୟ ଯେପରି ବଞ୍ଚିବା ଅସମ୍ଭବ ଏବଂ ରାଜା ବିନା ରାଜ୍ୟର ଅବସ୍ଥା ଯେଭଳି ଭାବେ ବିପର୍ଯ୍ୟୟ ଅଭିମୁଖୀ ହୋଇଥାଏ, ଠିକ୍ ସେହିପରି କୃଷ୍ଣଙ୍କ ବିଚ୍ଛେଦରେ ଯଶୋଦା

ପ୍ରାଣଧାରଣ କରିବା ଅସମ୍ଭବ ହୋଇଉଠିବ। ମାନସିକ ଭାରସାମ୍ୟ ହରାଇ ସେ ହୁଏତ ମୃତ୍ୟୁବରଣ କରିବେ ଏହି ଆଶଙ୍କାରେ ତାଙ୍କ ହୃଦୟ ଦଗ୍ଧଭୂତ ହୋଇଉଠିଛି। ସ୍ନେହମୟୀ ଜନନୀଙ୍କ କୋମଳ ମନ ବିଳପି ଉଠିଛି। ତାଙ୍କ ମନୋଭାବନାର ଏକ ନିଚ୍ଛକ ଚିତ୍ର କବି କଳ୍ପନାରେ ମନୋଜ୍ଞ ହୋଇଉଠିଛି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୩୨। ଯେତେବେଳେ ବନେ ଯାଉ ସଙ୍ଗରେ ମୋ ପ୍ରାଣ ନେଉ
ନିମିଷେ ବିଚ୍ଛେଦ ନ ସହଇ ।
Answer:
ଯେତେବେଳେ ……… ନ ସହଇ ।
ପ୍ରଦତ୍ତ ପଦ୍ୟାଶଟି ଭକ୍ତଚରଣ ଦାସଙ୍କ ବିରଚିତ ‘ମଥୁରା ମଙ୍ଗଳ କାବ୍ଯାନ୍ତର୍ଗତ ଷଷ୍ଠ ଛାନ୍ଦରୁ ସଂଗୃହୀତ ‘କାହା ମୁଖ ଅନାଇ ବଞ୍ଚିବି ’ ଶୀର୍ଷକ ପଦ୍ୟରୁ ଆନୀତ। ଏଠାରେ କବି ଶ୍ରୀକୃଷ୍ଣଙ୍କ ଗୋଚାରଣ ଉଦ୍ଦେଶ୍ୟରେ ବନଗମନ ପରିପ୍ରେକ୍ଷୀରେ ମାତା ଯଶୋଦାଙ୍କ ମନର ଭାବାନ୍ତର ବର୍ଣ୍ଣନା କରିଛନ୍ତି। ଗୋପାଳ ବାଳକମାନଙ୍କ ସହ ଶ୍ରୀକୃଷ୍ଣ ବନ ମଧ୍ୟକୁ ଗୋଚାରଣ ନିମନ୍ତେ ଯାଉଥିଲେ। ଅନିଚ୍ଛା ସତ୍ତ୍ଵେ ପୁତ୍ରର ଇଚ୍ଛାକୁ ବିରୋଧ କରିପାରୁ ନ ଥିଲେ ସେ। କିନ୍ତୁ ଏକୋଇର ବଳା, ପୁତ୍ର ଶ୍ରୀକୃଷ୍ଣ ତାଙ୍କ ପାଇଁ ନୟନପିତୁଳା ପ୍ରାୟ ଥିଲେ। ଜୀବନସଙ୍ଖାଳି ପୁତ୍ରକୁ ଦଣ୍ଡେ ଛାଡ଼ି ରହିବା ତାଙ୍କୁ ଅସହ୍ୟ ବୋଧ ହେଉଥିଲା । ବନ ମଧ୍ୟରେ ପୁତ୍ର ପ୍ରତି ଅହେତୁକ ବିପଦ ଆଶଙ୍କା କରି ତାଙ୍କ ମନ ଅଥୟ ହୋଇ ଉଠୁଥିଲା। ପୁତ୍ର ବିରହରେ ସାରାଦିନ ଗୃହରେ କେବଳ ଯନ୍ତ୍ରବତ୍ ଚଳପ୍ରଚଳ ହେଉଥିଲେ ସେ। ପୁତ୍ରର କ୍ଷଣିକ ବିଚ୍ଛେଦ ତାଙ୍କୁ କୋଟି ଯୁଗ ପ୍ରାୟ ଅନୁଭୂତ ହେଉଥିଲା। କାରଣ କୃଷ୍ଣ ତାଙ୍କ ପାଇଁ ଥିଲେ ଅନ୍ଧର ଲଉଡ଼ି ସଦୃଶ। କୃଷ୍ଣ ବନରୁ ବାହୁଡ଼ିବା ପର୍ଯ୍ୟନ୍ତ ସେ ନିଜକୁ ପ୍ରାଣହୀନ ପ୍ରାୟ ଅନୁଭବ କରୁଥିଲେ। ପଦ୍ୟାଶଟିରେ ମାତୃହୃଦୟର ଗଭୀର ବାତ୍ସଲ୍ୟ ମମତା ପ୍ରକଟିତ ହୋଇଛି।

୩୩। ସରଲବଣୀ ଅଧାମ ପକ୍ଵରମ୍ଭା ସୁଧା ସମ
ମୁଖେ ଦେଲେ ଥୁ ଥୁ କରି ଫିଲ୍ମ।
Answer:
ସରଲବଣୀ……………. କରି ଫିଙ୍ଗୁ।
ଶଂସିତ ପଦ୍ୟାଶଟି ପକ୍ଵରମ୍ଭାଦାସଙ୍କ ବିରଚିତ ‘ ମଥୁରା ମଙ୍ଗଳ କାବ୍ଯାନ୍ତର୍ଗତ ଷଷ୍ଠ ଛାନ୍ଦରୁ ସଂଗୃହୀତ
‘କାହା ମୁଖ ଅନାଇ ବଞ୍ଚି’ ଶୀର୍ଷକ କବିତାରୁ ଆନୀତ।
ଏଠାରେ କବି ଶ୍ରୀକୃଷ୍ଣଙ୍କ ଖାଦ୍ୟରୁଚି ସମ୍ପର୍କରେ ଆଲୋକପାତ କରିଛନ୍ତି।

ସାଧାରଣତଃ ପୁଅ ପାଇଁ ମା’ର ମନ ସଦା ବ୍ୟାକୁଳିତ ଥାଏ। ସନ୍ତାନର ମନ ଜାଣି ସେ ରୁଚିକର ଖାଦ୍ୟପଦାର୍ଥମାନ ତା’ପାଇଁ ସଜାଡ଼ି ରଖୁଥାଏ। ସ୍ନେହମୟୀ ମା’ ଯଶୋଦା ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ କ୍ଷୀରସର, ରାବିଡ଼ି ଓ ଲବଣୀ ପରି ଦୁଗ୍ଧଜାତ ସୁସ୍ୱାଦୁ ଖାଦ୍ୟପଦାର୍ଥ ଏବଂ ଅମୃତ ସମ ପାଚିଲା କଦଳୀ ଆଦି ପୁଷ୍ଟିକର ଦ୍ରବ୍ୟ ସାଇତି ରଖୁଥାଆନ୍ତି। କିନ୍ତୁ ସେସବୁ ପଦାର୍ଥ ଶ୍ରୀକୃଷ୍ଣଙ୍କ ପାଇଁ ଥିଲା ଅରୁଚିକର। ଯେତେ ଆଦରରେ ମାଆ ତାଙ୍କୁ ଏ ସମସ୍ତ ଖୁଆଇଦେଲେ ମଧ୍ୟ କୃଷ୍ଣ ସେସବୁକୁ ଥୁ ଥୁ କରି ଫିଙ୍ଗି ଦେଉଥିଲେ। ମା’ ଯଶୋଦା ଏହା ଲକ୍ଷ୍ୟ କରି ବ୍ୟସ୍ତ ହୋଇ ଉଠୁଥିଲେ। କୃଷ୍ଣ ମଥୁରା ଚାଲିଗଲେ ସେଠାରେ କିଏ ତାଙ୍କ ମନ ଜାଣି ଖାଦ୍ୟ ଖୋଇଦେବ, ଏହା ଚିନ୍ତା କରି ମା’ ଯଶୋଦା ବିବ୍ରତ ହୋଇପଡ଼ିଛନ୍ତି। ମମତାମୟୀ ଜନନୀ ପ୍ରାଣର ବାତ୍ସଲ୍ୟ ମମତା ଏଠାରେ ସ୍ପଷ୍ଟ ପ୍ରତିଭାତ ହୋଇଛି।

୩୪। ଛାଇକି ଅନାଇ ଡରୁ ଧାଇଁ ମୋତେ କୋଳ କରୁ
ବସନେ ଘୋଡ଼ାଇ ମୁଖ ଗୋଟି।
Answer:
ଛାଇକି ଅନାଇ ଡରୁ ……… ମୁଖ ଗୋଟି ।
ପ୍ରୋକ୍ତ ପଦ୍ୟାଶଟି ଭକ୍ତଚରଣ ଦାସଙ୍କ ରଚିତ ‘ମଥୁରା ମଙ୍ଗଳ କାବ୍ଯାନ୍ତର୍ଗତ ଷଷ୍ଠ ଛାନ୍ଦରୁ ସଂଗୃହୀତ ‘କାହା ମୁଖ ଅନାଇ ବଞ୍ଚିବି’ ଶୀର୍ଷକ ପଦ୍ୟରୁ ଆନୀତ।
ଏଠାରେ କବି ଶ୍ରୀକୃଷ୍ଣ ଶୈଶବରେ କିପରି ଭୟାତୁର ଥିଲେ ତାହା ବର୍ଣ୍ଣନା କରିଛନ୍ତି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ବାଲ୍ୟକାଳରେ ଶ୍ରୀକୃଷ୍ଣ ଭୀଷଣ ଭୟାଳୁ ଥିଲେ । ତେଣୁ ମାତା ଯଶୋଦା ତାଙ୍କ ପାଇଁ ବ୍ୟସ୍ତ ହୋଇପଡୁଥିଲେ । ସେ ଏତେମାତ୍ରାରେ ଭୟାତୁର ଥିଲେ ଯେ ନିଜ ଛାଇକୁ ଦେଖୁ ଡରି ଯାଉଥିଲେ ଓ ଧାଇଁଯାଇ ମା’ଙ୍କୁ ଜାବୋଡ଼ି ଧରୁଥୁଲେ । ମା’ଙ୍କ ପିନ୍ଧା ବସନରେ ନିଜ ମୁହଁକୁ ଲୁଚାଇ ଦେଉଥିଲେ । ଯଶୋଦା ପୁଅକୁ କୋଳରେ ଭିଡ଼ିଧରି ତାଙ୍କ ମନରେ ସାହସ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ । ଏପରି ଭୟାଳୁ ପୁତ୍ର ମଥୁରା ନଗରୀରେ କିପରି ସମୟ ଅତିବାହିତ କରିବ ଏହି ଚିନ୍ତାରେ ଯଶୋଦା ବ୍ୟସ୍ତ ହୋଇଉଠି ଛନ୍ତି । କଂସ ରାଜପ୍ରାସାଦରେ ମହାବଳଶାଳୀ ହସ୍ତୀ, ଅଶ୍ଵ ଓ ରାକ୍ଷସମାନଙ୍କ ଉପସ୍ଥିତି ଲକ୍ଷ୍ୟ କରି ତାଙ୍କ ଆଦରର ପୁଅ ହୁଏତ ଭୟରେ ଶିହରି ଉଠିବ, ଏହା ଚିନ୍ତା କରି ମା’ ମନ ଆତଙ୍କିତ
ହୋଇପଛନ୍ତି।

୩୫। ମାଏ ବୋଲି ଡାକିବୁ କାହାକୁ
ସାହା ବା କେ ଆହା ବୋଲିବାକୁ ରେ।
Answer:
ମାଏ ବୋଲି ……….. ଆହା ବୋଲିବାକୁ ରେ।
ଶଂସିତ ପଦ୍ୟାଶଟି କବି ଭକ୍ତଚରଣ ଦାସଙ୍କ ରଚିତ ‘ମଥୁରା ମଙ୍ଗଳ କାବ୍ୟର ଷଷ୍ଠ ଛାନ୍ଦରୁ ସଂଗୃହୀତ ‘କାହା ମୁଖ ଅନାଇ ବଞ୍ଚିବି’ ଶୀର୍ଷକ ପଦ୍ୟରୁ ଉଦ୍ଧୃତ ।
ଏଠାରେ କବି ଶ୍ରୀକୃଷ୍ଣଙ୍କ ବିରହରେ ବ୍ୟଥ୍ତ ହୋଇ ସ୍ନେହମୟୀ ଯଶୋଦାଙ୍କର ମାତୃହୃଦୟର ବାତ୍ସଲ୍ୟ ମମତାର ଏକ ଜୀବନ୍ତ ଚିତ୍ର ପ୍ରଦାନ କରିଛନ୍ତି।

ମଥୁରାରେ ଧନୁଯାତ୍ରା ଦେଖ‌ିବାପାଇଁ ଶ୍ରୀକୃଷ୍ଣ ପ୍ରସ୍ତୁତ ହେବା ସମ୍ବାଦ ଶୁଣିଲା ପରେ ମା’ ଯଶୋଦା ବାତୁଳ ପ୍ରାୟ ବିଳାପ କରିଛନ୍ତି। କୃଷ୍ଣଙ୍କୁ ମୁହୂର୍ତ୍ତେ ଛାଡ଼ି ବଞ୍ଚିବା ଯାହା ପାଇଁ ଅଶେଷ ଯନ୍ତ୍ରଣାପ୍ରଦ ଥୁଲା, ସେହି ନୟନ-ପିତୁଳା, ଦୁଃଖୀ-ଧନକୁ ସୁଦୂର ମଥୁରାନଗରୀକୁ ପଠାଇ ସେ ବା କିପରି ଦେହଧାରଣ କରି ରହିପାରିବେ । ତାଙ୍କ ମାନସପଟରେ ପୁତ୍ରର ଶୈଶବ ଓ ବାଲ୍ୟଜୀବନର ସୁଖସ୍ଥ ତିଭରା ମୁହୂର୍ତ୍ତଗୁଡ଼ିକ ନାଚି ଉଠିଛି, ଯାହାକୁ ସ୍ମରଣ କରି ଯଶୋଦାଙ୍କ ଅନ୍ତର କାନ୍ଦି ଉଠିଛି । ତାଙ୍କର ଦୁର୍ବଳ ଶରୀର ବିଶିଷ୍ଟ ଭୟାଳୁ ପୁତ୍ର ରାକ୍ଷସପୁରୀରେ କିପରି ଦିନ ଅତିବାହିତ କରିବ, ସେହି ଚିନ୍ତାରେ ସେ ମ୍ରିୟମାଣ ହୋଇପଡ଼ିଛନ୍ତି । ଯେଉଁ ଅଲିଅଳ ପୁତ୍ର କାନ୍ଥରେ ଅଙ୍କିତ ଚିତ୍ରପନ୍ତିରେ ଏକ ଭୟଙ୍କର ଛବି ଦେଖ‌ିଲେ ଭୟରେ ଶିହରି ଉଠେ, ସ୍ବପ୍ନ ଦେଖ୍ ଚମକିଉଠେ ଏବଂ ମା’ଙ୍କୁ ଜାବୋଡ଼ି ଧରି ପଣତରେ ମୁହଁ ଢାଙ୍କିଦିଏ, ସେପରି ଭୟାଳୁ ସନ୍ତାନ ରାକ୍ଷସପୁରୀ ମଥୁରାରେ କିପରି ଦିନ କାଟିବ, ଏକଥା କଳ୍ପନା କରି ଆତଙ୍କିତ ହୋଇଛନ୍ତି ଯଶୋଦା। ସେଠାରେ ସାହା ହେବାପାଇଁ କି ଅଭୟ ଦେବାପାଇଁ କେହି ନ ଥ‌ିବେ। ଏହି ଆଶଙ୍କାରେ ଯଶୋଦା ବିଚଳିତ ହୋଇପଡ଼ିଛନ୍ତି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୩୬। ଯଶୋଦାଙ୍କ ମାତୃହୃଦୟର ମଧୁର ଅଭିବ୍ୟକ୍ତି କିପରି ପ୍ରକାଶିତ ହୋଇଛି ପଠିତ କବିତା ଅନୁସରଣରେ ଲେଖ ।
କିମ୍ବା, ମାତୃହୃଦୟର ବାତ୍ସଲ୍ୟ ମମତା ମାତା ଯଶୋଦାଙ୍କଠାରେ କିପରି ପରିପ୍ରକାଶ ଲାଭ କରିଛି, ତାହା ପଠିତ
କବିତା ଅବଲମ୍ବନରେ ନିଜ ଭାଷାରେ ବର୍ଣ୍ଣନା କର।
କିମ୍ବା, ‘କାହା ମୁଖ ଅନାଇ ବଞ୍ଚିବି’ ମାତୃ ହୃଦୟର ବାତ୍ସଲ୍ୟଧାରାର ଏକ ଜ୍ଵଳନ୍ତ ପ୍ରତୀକ – ପ୍ରତିପାଦନ କର।
Answer:
‘ ମନବୋଧ ଚଉତିଶା ପରି କାଳଜୟୀ କବିତାର ସ୍ରଷ୍ଟା ଭକ୍ତଚରଣ ଦାସ ଉତ୍କଳର ପୁରପଲ୍ଲୀରେ ଜଣେ ସୁପରିଚିତ ବ୍ୟକ୍ତିତ୍ଵ। ମଧ୍ୟଯୁଗୀୟ ଓଡ଼ିଆ କାବ୍ଯସାହିତ୍ୟରେ ଯେଉଁ କତିପୟ ସାରସ୍ଵତ ସାଧକ ସ୍ୱସୃଷ୍ଟିନିଚୟଦ୍ଵାରା ଯଶସ୍ବୀ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଭକ୍ତଚରଣ ଏକ ସ୍ବତନ୍ତ୍ର ସମ୍ମାନର ଅଧିକାରୀ। ଭକ୍ତଚରଣଙ୍କ ବୈଷ୍ଣବ ଶୁଦ୍ଧାଭକ୍ତି ଆଧାରିତ, ଭକ୍ତି ରସାଶ୍ରିତ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ଯରେ ‘କଳାକଳେବର ଚଉତିଶା’, ‘ମନବୋଧ ଚଉତିଶା’, ‘ଗୋପ ମଙ୍ଗଳ, ‘ ମନଃ ଶିକ୍ଷା ଓ ମଥୁରା ମଙ୍ଗଳ ଆଦି କାବ୍ୟ କବିତାବଳୀ କବିଙ୍କ କୃଷ୍ଣଭକ୍ତି ଓ ଚେତନାର ପରିଚାୟକ । ଆଲୋଚ୍ୟ କବିତା ‘କାହୀ ମୁଖ ଅନାଇ ବଞ୍ଚିବି’ କବିଙ୍କର ଶ୍ରେଷ୍ଠ କାବ୍ୟ ‘ମଥୁରା ମଙ୍ଗଳ’ର ଷଷ୍ଠ ଛାନ୍ଦାନ୍ତର୍ଗତ ପ୍ରଥମ ଆଠଗୋଟି ପଦର ସମାହାର। କବିତାଟି ମାତୃହୃଦୟର ଗଭୀର ବାତ୍ସଲ୍ୟମମତା ଭରା ସ୍ଵଚ୍ଛଳ ମନ୍ଦାକିନୀଧାରା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏତଦ୍‌ଭିନ୍ନ କବିତାଟିରେ କବିଙ୍କର କରୁଣ ରସାଶ୍ରିତ ବର୍ଣ୍ଣନା ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ।

ଧନୁ ଉତ୍ସବ ଦର୍ଶନ ପାଇଁ ଅକ୍ରୁରଙ୍କ ସହ କୃଷ୍ଣ ମଥୁରାନଗରୀ ଯିବା ସମ୍ବାଦ ଶ୍ରବଣ କରି ଗୋପ ଗୋପାଙ୍ଗନା, ଗୋପାଳ ବାଳକ, ନନ୍ଦରାଜା ଓ ମାତା ଯଶୋଦା ଏପରିକି ଗୋପପୁରର ଆବାଳ-ବୃଦ୍ଧ-ବନିତା ଶୋକାକୁଳ ହୋଇପଡ଼ିଲେ । ମାତା ଯଶୋଦା ବାତୁଳ ପ୍ରାୟ ହୋଇ କ୍ରନ୍ଦନ କରିବାକୁ ଲାଗିଲେ । କୃଷ୍ଣଙ୍କ ଶୈଶବ ଓ ବାଲ୍ୟାବସ୍ଥାର ସୁମଧୁର ସୁଖସ୍ଥ ତି ତାଙ୍କ ମାନସପଟରେ ବାରମ୍ବାର ପ୍ରତିବିମ୍ବିତ ହେବାକୁ ଲାଗିଲା । ଆକୁଳତାରେ ଭରି ଉଠିଲା ତାଙ୍କ ମାତୃହୃଦୟ । ପୁତ୍ର ବିଚ୍ଛେଦ ତାଙ୍କ ପାଇଁ ଯେ ଅସହ୍ୟ ହେବ ଓ ଶରୀର ପ୍ରାଣଶୂନ୍ୟ ବୋଧ ହେବ, ଏହା ଚିନ୍ତାକରି ତାଙ୍କ ହୃଦୟ ଶିହରି ଉଠିଛି । କବିଙ୍କ ଭାଷାରେ–

‘‘ଆରେ ବାବୁ ଶ୍ୟାମଘନ ଗଳେ ମଧ୍ୟଯୁଗୀୟ
କାହା ମୁଖ ଅନାଇ ବଞ୍ଚିବି
ହେବ ଦଶଦିଗ ଶୂନ୍ୟ ଅସ୍ଥିର ହେବ ଜୀବନ
ନିଶି ଦିବସରେ ଝୁରୁଥବି ରେ, ଜୀବଧନ ।’’

ସର୍ବଶକ୍ତିମାନ ଭଗବାନ ଶ୍ରୀକୃଷ୍ଣଙ୍କ ମାତା ହେବାର ଗୌରବରେ ଗରୀୟସୀ ହୋଇ ମଧ୍ୟ ଜଣେ ସାଧାରଣ ସ୍ନେହଶୀଳା ଜନନୀ ପରି ପୁତ୍ର ବିରହରେ ଯଶୋଦା ମ୍ରିୟମାଣ ହୋଇଉଠିଛନ୍ତି । ଶୈଶବ କାଳରେ ପୁତ୍ର ଶରୀରରେ ଅଗୁରୁ, ଚନ୍ଦନ, କୁଙ୍କୁମ, କସ୍ତୁରୀ ଆଦି ଲେପନ କରିବା, ଚକ୍ଷୁରେ କଜ୍ଜ୍ବଳ ଲଗାଇଦେବା ସମୟରେ କୃଷ୍ଣଙ୍କ ତନ୍ଦ୍ରାଭରା ଆଖୁଡ଼ିକ ମା’ଙ୍କ ଆଖୁ ଆଗରେ ନାଚି ଉଠିଛି । କଣ୍ଠରେ କୁଣ୍ଡଳ, ଲଲାଟରେ ଚିତା, କେଶବିନ୍ୟାସ ତଥା କୁସୁମରେ ମସ୍ତକ ମଣ୍ଡନ ଆଦି ପୁତ୍ରର ସଯତ୍ନ ଲାଳନ ପାଳନ ସ୍ୱହସ୍ତରେ ଯଶୋଦା ନିର୍ବାହ କରୁଥିଲେ । ସେସବୁ ସ୍ମରଣ କରି ତାଙ୍କ ଚକ୍ଷୁ ଲୋତକାପ୍ଲତ ହୋଇଉଠିଛି।

ଯଶୋଦାଙ୍କ ପାଇଁ କୃଷ୍ଣ ଥିଲେ ଜଣେ ସାଧାରଣ ଅଝଟ ବାଳକ । ତାଙ୍କର ଖାଦ୍ୟରୁଚି ଥିଲା ସ୍ଵତନ୍ତ୍ର । ଯେତେ ଯତ୍ନରେ ମାତା କ୍ଷୀରସର, ଲବଣୀ, ରାବିଡ଼ି ଆଦି ଦୁଗ୍ଧଜାତ ପୁଷ୍ଟିକର ସୁସ୍ୱାଦୁ ଖାଦ୍ୟ ଖୁଆଇଦେଲେ ମଧ୍ୟ ସେସବୁକୁ ଥୁ ଥୁ କରି ଫିଙ୍ଗି ଦେଉଥିଲେ ସେ । ବାଧକଲେ ବିରକ୍ତ ହୋଇ ପାକଭାଣ୍ଡ ଭାଙ୍ଗି ପକାଉଥିଲେ । ସବୁ ଦୁଷ୍ଟାମି, ଅଳି ଓ ଅଝଟପଣକୁ ମା’ ମଥାପାତି ସହିଯାଉଥିଲେ।

କିଶୋର ବୟସ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଭୟାଳୁ ଥିଲେ । ସେଥ‌ିପାଇଁ ମା’ ସଦା ସଜାଗ ରହିଥିଲେ । ବାଲ୍ୟ ବୟସରୁ ନିଜ ଛାଇକୁ ଦେଖ୍ ଭୟ କରିବା, ବିକଟ ସ୍ଵପ୍ନ, ଅନ୍ଧକାର ଗୃହ ଏପରିକି ଗୃହକାନ୍ଥରେ ଅଙ୍କିତ ଚିତ୍ରପଟରେ ଭୟଙ୍କର ଛବି ଦେଖୁ ଶିହରି ଉଠୁଥିଲେ ସେ । ଏପରି ଭୟାତୁର ବାଳକ ପୁତ୍ର କଂସର ମଥୁରାପୁରୀରେ ହସ୍ତୀ, ଅଶ୍ଵ ଓ ରାକ୍ଷସମାନଙ୍କୁ ପ୍ରତ୍ୟକ୍ଷ କରି କିପରି ପରିସ୍ଥିତିର ସମ୍ମୁଖୀନ ହେବେ ଓ କିଏ ତାଙ୍କର ସହାୟ ହେବ ଏସବୁ ଭାବନା ମା’ଙ୍କ ମନକୁ ଆକୁଳତାରେ ଭରି ଦେଇଛି।
କବିଙ୍କ ଭାଷାରେ–

‘‘ଏବେ କଂସପୁର ଯିବୁ ରାକ୍ଷସମାନଙ୍କୁ
ଡରି କାହାକୁ ଧରିବୁ ଯାଇ ରେ ଜୀବଧନ
ମାଏ ବୋଲି ଡାକିବୁ କାହାକୁ
ସାହା ବା କେ ଆହା ବୋଲିବାକୁ ରେ ?’

କୃଷ୍ଣଙ୍କୁ ଦଣ୍ଡେ ନ ଦେଖି ମାତା ଯଶୋଦା ବାତୁଳ ପ୍ରାୟ ହୋଇ ଉଠୁଥିଲେ। କୃଷ୍ଣ ଗୋପାଳ ବାଳକମାନଙ୍କ ସହ ଗୋଚାରଣ ନିମନ୍ତେ ବନକୁ ଗଲେ ଯଶୋଦାଙ୍କ ମନ ଅହେତୁକ ଆଶଙ୍କାରେ ଆଚ୍ଛନ୍ନ ହୋଇଉଠୁଥିଲା। ସନ୍ତାନ ପାଇଁ ମା’ ମନର ଆକୁଳତା, ବାତ୍ସଲ୍ୟମମତା କବିଙ୍କ କଳ୍ପନାଚାତୁରୀରେ ହୋଇଉଠିଛି ପ୍ରାଣସ୍ପର୍ଶୀ। ଯଶୋଦାଙ୍କ ମାତୃହୃଦୟର ମଧୁର ଭାବାବେଗରେ କବିତାଟି ରସାଣିତ ହୋଇଛି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୩୭। କବିତାଟିର ଆଧାରରେ କୃଷ୍ଣଙ୍କ ବାଲ୍ୟକାଳର ଏକ ଆଲେଖ୍ୟ ପ୍ରଦାନ କର ।
କିମ୍ବା, ‘ମଥୁରା ମଙ୍ଗଳ’ର ଷଷ୍ଠ ଛାନ୍ଦକୁ ଆଧାର କରି କୃଷ୍ଣଙ୍କର ବାଲ୍ୟଲୀଳାର କେତୋଟି ମଧୁର ମୁହୂର୍ତ୍ତର ଚିତ୍ର ପ୍ରଦାନ କର।
କିମ୍ବା, କୃଷ୍ଣଙ୍କର ବାଲ୍ୟଲୀଳାର ସମସ୍ତ ଦୃଷ୍ଟାନ୍ତ ମଣିଷର ଶୈଶବାବସ୍ଥାର ଏକ ଅବିକଳ ପ୍ରତିଫଳନ – ଏହାର ଯାଥାର୍ଥ ପ୍ରତିପାଦନ କର।
Answer:
ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ କାବ୍ଯସାହିତ୍ୟ ଯେଉଁ କେତେଜଣ ମହାନ୍ ସ୍ରଷ୍ଟାଙ୍କ ଅବଦାନରେ ପୁଷ୍କଳ ଓ ରସୋତ୍ତୀର୍ଣ୍ଣ ହୋଇପାରିଥିଲା; ସେମାନଙ୍କ ମଧ୍ୟରେ ଭକ୍ତଚରଣ ଦାସ ଅନ୍ୟତମ । ସଂସାର ଜଞ୍ଜାଳଗ୍ରସ୍ତ ମାନବର ମନକୁ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ କରିବାପାଇଁ ଭକ୍ତଚରଣଙ୍କ ‘ମନବୋଧ ଚଉତିଶା’ କବିଙ୍କର ଗଭୀର ତତ୍ତ୍ଵଜ୍ଞାନର ଯଥେଷ୍ଟ ପରିଚୟ ଦେଇଥାଏ । ଏତଦ୍‌ଭିନ୍ନ ଏହି ପ୍ରଥଯଶା ବୈଷ୍ଣବ କବିଙ୍କ ଅନ୍ୟାନ୍ୟ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ଯରେ ‘କଳାକଳେବର ଚଉତିଶା ‘ ମନଃ ଶିକ୍ଷା’, ‘ ଗୋପ ମଙ୍ଗଳ ଓ ‘ ମଥୁରା ମଙ୍ଗଳ ଆଦି କାବ୍ୟକବିତାଗୁଡ଼ିକ କୃଷ୍ଣ ଚେତନାରେ ରସାଳ ଓ ମନୋଜ୍ଞ। କବିତା ‘କାହା ମୁଖ ଅନାଇ ବଞ୍ଚିବି’ କବିଙ୍କର କାଳଜୟୀ ‘ମଥୁରା ମଙ୍ଗଳ କାବ୍ୟ ଅନ୍ତର୍ଗତ ଷଷ୍ଠ ଛାନ୍ଦର ପ୍ରଥମ ଆଠଗୋଟି ପଦର ସମାହାର । ଏହି କବିତାଟିରେ କୃଷ୍ଣଙ୍କ ଶୈଶବ ଓ ବାଲ୍ୟକାଳର ସୁମଧୁର ଲୀଳା ବର୍ଣ୍ଣନା ସହିତ କରେ।

ଦୁର୍ମୂଲା ନନ୍ଦନ କଂସଦ୍ଵାରା ଆୟୋଜିତ ଧନୁଉତ୍ସବ ଦର୍ଶନ କରିବାକୁ ଅକ୍ରୂର ସହ ଶ୍ରୀକୃଷ୍ଣଙ୍କ ମଥୁରାପୁର ଗମନ ସମ୍ବାଦ ଶ୍ରବଣ କଲାପରଠାରୁ ଯଶୋଦାଙ୍କ ହୃତସ୍ପନ୍ଦନ ବଢ଼ିଯାଇଛି। ଶୋକରେ ଅଧୀରା ହୋଇ ସେ ବାତୁଳ ପ୍ରାୟ ହୋଇ ଉଠିଛନ୍ତି। ତାଙ୍କ ମାନସପଟରେ ଉଦ୍ଭାସିତ ହୋଇଉଠିଛି ଶ୍ରୀକୃଷ୍ଣଙ୍କ ବାଲ୍ୟକାଳର ଲୀଳାସମୂହ। ଚକ୍ଷୁ ହୋଇଉଠିଛି ଲୋତକାପୁ ତ। ପୁଅର ଗୁଣ ବାହୁନି ସେ ବିଳାପ କରିଛନ୍ତି।

ବୃଦ୍ଧକାଳର ଏକମାତ୍ର ପୁତ୍ର ଶ୍ରୀକୃଷ୍ଣ ଯଶୋଦାଙ୍କ ପାଇଁ ହୋଇଉଠିଥିଲେ ଜୀବର ଜୀବନ, ଦରିଦ୍ର ପସରା ଓ ନୟନ ପିତୁଳା। ସ୍ଵହସ୍ତରେ ସେ ପୁତ୍ରର ଲାଳନପାଳନ ଦାୟିତ୍ଵ ନିର୍ବାହ କରୁଥିଲେ। ଶୈଶବରେ ତାଙ୍କ ଶରୀରରେ ଅଗୁରୁ, ଚନ୍ଦନ, କସ୍ତୁରୀ, କୁଙ୍କୁମାଦି ଲେପନ କରୁଥିଲେ। ସେହି ମା’ ହାତର ସ୍ନେହପୂର୍ଣ୍ଣ ଶୀତଳ ସ୍ପର୍ଶରେ କୃଷ୍ଣଙ୍କ ଚକ୍ଷୁଦ୍ଵୟ ତନ୍ଦ୍ରାଳସରେ ମୁଦି ହୋଇ ଆସୁଥିଲା। ପୁତ୍ରକୁ ଗଭୀର ଆଶ୍ଳେଷରେ ଭିଡ଼ି ଧରି ସୁକୋମଳ ଶେଯ ପାରିଦେଇ ଶୁଆଇ ପକାଉଥିଲେ ଯଶୋଦା। ଅଶୁଭ ଦୃଷ୍ଟି ଆଢୁଆଳରେ ପୁଅକୁ ରଖିବାପାଇଁ କୃଷ୍ଣଙ୍କ ଚକ୍ଷୁରେ କଜ୍ଜ୍ବଳ ପିନ୍ଧାଇ ଦେଉଥିଲେ। କପାଳରେ ଚିତା ଓ କଣ୍ଠରେ କୁଣ୍ଡଳ ପିନ୍ଧାଇ ପୁଅକୁ ସଜାଇ ରଖୁଥିଲେ। ରାକା ରଜନୀର ଆକାଶକୁ ଚାହିଁ ଚନ୍ଦ୍ର ତୋଳିଆଣି ଦେବାପାଇଁ କୃଷ୍ଣ ନନ୍ଦରାଜାଙ୍କ ପାଖରେ ଅଳି କରୁଥିଲେ। କବିଙ୍କ ଭାଷାରେ–

କାହା ଅଙ୍ଗେ ଚତୁଃସମ ଲେପିବି କରି ମ
ନିଦ୍ରାରେ କେ ହେଉଥୁବ ଘାରି ।
କାହାକୁ ଅଞ୍ଜନ ଦେବି: ବସ୍ତ୍ର ପାଡ଼ି ଶୁଆଇବି
ପିତାଙ୍କୁ ମାଗିବ କେହୁ ହରି ରେ ଜୀବଧନ ?’

କୃଷ୍ଣଙ୍କ ମସ୍ତକସ୍ଥ ସୁବିନ୍ୟସ୍ତ ଘନକୃଷ୍ଣ କେଶରାଶିକୁ ସଯତ୍ନ ବନ୍ଧନ କରି କୁସୁମ ମଣ୍ଡନ କରିଦେଉଥ୍ଲେ ଜନନୀ ଯଶୋଦା । ଅନ୍ୟ ଗୋପାଳ ବାଳକଙ୍କ ସହ କ୍ରୀଡ଼ା କୌତୁକରେ ମାତି ଧୂଳିଧୂସରିତ ହୋଇ ଉଠୁଥିଲେ, ମା’ ତାଙ୍କୁ କୋଳକୁ ଉଠାଇ ଧୂଳି ଝାଡ଼ି ଦେଉଥିଲେ ଓ ପୁନରାୟ ଅପରିଷ୍କାର ଲୁଗା ବଦଳାଇ ଦେଉଥିଲେ । ସବୁ ମା’ଙ୍କ ପରି ପ୍ରିୟ ପୁତ୍ର କୃଷ୍ଣଙ୍କ ମନ ଜାଣି ଖାଦ୍ୟ ପ୍ରସ୍ତୁତ କରୁଥିଲେ ଯଶୋଦା । ଅମୃତ ସମ କ୍ଷୀରସର, ଲବଣୀ, ରାବିଡ଼ି ଆଦି ପୁଷ୍ଟିକର କ୍ଷୀରଜାତ ଦ୍ରବ୍ୟ, ପାଚିଲା କଦଳୀ କୃଷ୍ଣଙ୍କ ପାଇଁ ଅରୁଚିକର ଥିଲା ।

ଆଦର କରି ପାଟିରେ ଦେଲେ ସେସବୁକୁ ଥୁ ଥୁ କରି ସେ ଫିଙ୍ଗି ଦେଉଥିଲେ । ବେଶୀ ବାଧ୍ୟ କଲେ କୃଷ୍ଣ ବିରକ୍ତ ହୋଇ ଉଠୁଥିଲେ, ଏପରିକି କୋପାବିଷ୍ଟ ହୋଇ ରନ୍ଧନ ପାତ୍ର ଭାଙ୍ଗି ପକାଉଥିଲେ । ପୁତ୍ରର ଏତାଦୃଶ ଅଝଟପଣ ଦୁଷ୍ଟାମିକୁ ମା’ ଯଶୋଦା ମଥାପାତି ସହି ନେଉଥିଲେ। କିଶୋର କୃଷ୍ଣ ସାଥୀ ଗୋପାଳ ବାଳକମାନଙ୍କ ସହ ଧେନୁ ନେଇ ଗୋଚାରଣ ନିମନ୍ତେ ଯାଉଥିଲେ । ସେହି ସମୟତକ ଯଶୋଦାଙ୍କ ବ୍ୟସ୍ତତା ବହୁଗୁଣିତ ହୋଇଯାଉଥିଲା । କ୍ଷଣକ ପାଇଁ ହେଲେ ମଧ୍ୟ ପୁତ୍ର ବିଚ୍ଛେଦ ତାଙ୍କୁ ବିଷାଦିତ କରୁଥିଲା।
କବି କଣରେ –

ଯେତେବେଳେ ବନେ ଯାଉ ସଙ୍ଗରେ ମୋ ପ୍ରାଣ ନେଉ
ନିମିଷେ ବିଚ୍ଛେଦ ନ ସହଇ।
ଏବେ ଯିବୁ ମଥୁରାକୁ ମୋତେ ପ୍ମଯି କାହାକୁ
ଚନ୍ଦ୍ରମୁଖ ନ ଦେଖ‌ିଲେ ମୁହିଁରେ ଜୀବଧନ
ଜୀବନ ହାରିବି ଗଣ୍ଡ ଜଳେ ।
ତୁ ମୋତେ ଅନ୍ତର ହେଲେ ତିଳେ ରେ ।’

ଆବାଲ୍ୟରୁ ଶ୍ରୀକୃଷ୍ଣ ଭୀଷଣ ଭୟାଳୁ ଥିଲେ । ଏପରିକି ନିଜ ଛାଇକୁ ଦେଖୁ ସେ ଡରି ଯାଉଥଲେ ଓ ଧାଇଁଯାଇ ମା’ଙ୍କ କୋଳଲଗ୍ନା ହୋଇ ଯାଉଥିଲେ । ମା’ଙ୍କ ପିନ୍ଧା ବସନରେ ଢାଙ୍କି ନେଉଥୁଲେ ମୁଖମଣ୍ଡଳ । ଗୃହକାନ୍ଥରେ ଅଙ୍କିତ ଚିତ୍ରପନ୍ତିରେ କୌଣସି ଭୟଙ୍କର ରୂପ ତାଙ୍କ ଦୃଷ୍ଟିପଥାରୂଢ଼ ହେଲେ ସେ ତତ୍‌କ୍ଷଣାତ୍‌ ସେହି ଘରୁ ବାହାରି ଆସୁଥିଲେ । ଭୟ ହେତୁ ରାତ୍ରିରେ ସେ ମା’ଙ୍କ ଦେହଲଗା ହୋଇ ଶୋଇବାକୁ ପସନ୍ଦ କରୁଥିଲେ ।

କୌଣସି ଭୟଙ୍କର ସ୍ଵପ୍ନ ଦେଖ‌ିଲେ ଚମକି ପଡୁଥିଲେ । ମା’ ଯଶୋଦାଙ୍କ ବେକକୁ ଜାବୋଡ଼ି ଧରି ଦେହକୁ ଆଉଜି ପଡ଼ୁଥିଲେ । ପୁଅକୁ ସସ୍ନେହ ଆଲିଙ୍ଗନପୂର୍ବକ ମା’ ପୁନରାୟ ଘୋଡ଼ାଇ ଶୁଆଇ ପକାଉଥିଲେ । କୃଷ୍ଣ ଶାରୀରିକ ଦୃଷ୍ଟିରୁ ଦୁର୍ବଳ ଥିଲେ, ଯେଉଁଥିପାଇଁ ମାତା ଯଶୋଦା ଚିନ୍ତିତ ହୋଇ ରହୁଥିଲେ । ଏପରିକି ଦୁର୍ବଳତା ହେତୁ ଉଚ୍ଚ ପାହାଚ ଚଢ଼ିବାକୁ ସେ ସକ୍ଷମ ନ ଥିଲେ । ସ୍ନେହମୟୀ ଜନନୀ ଯଶୋଦା ସେଥ‌ିପାଇଁ ତାଙ୍କୁ ଗୋଡ଼େ ଗୋଡ଼େ ଜଗି ରହୁଥିଲେ । ପିତାମାତାଙ୍କ ସସ୍ନେହ ଲାଳନପାଳନରେ କୃଷ୍ଣଙ୍କ ବାଲ୍ୟଜୀବନ ସୁଖରେ କଟିଥିଲା।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୩୮। କବିତାଟିର ନାମକରଣର ସାର୍ଥକତା ପ୍ରତିପାଦନ କର।
କିମ୍ବା, ‘କାହା ମୁଖ ଅନାଇ ବଞ୍ଚିବି’କବିତାରେ ମାତା ଯଶୋଦା କାହାର ମୁଖ ଦେଖିବାପାଇଁ ବ୍ୟାକୁଳତା ପ୍ରକାଶ କରିଛନ୍ତି ଓ କାହିଁକି ?
Answer:
ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ କବି ଭକ୍ତଚରଣ ଦାସ ଜଣେ କୁଶଳୀ ସ୍ରଷ୍ଟା ଭାବରେ ସୁବିଦିତ । ତାଙ୍କର ସୃଷ୍ଟିନିଚୟ ଓଡ଼ିଶାର ପୁରପଲ୍ଲୀରେ ଜନପ୍ରିୟ ଭକ୍ତିରସାତ୍ମକ ଗ୍ରନ୍ଥ ଭାବେ ସୁବିଖ୍ୟାତ । ତାଙ୍କ ସମୟର ସାହିତ୍ୟକୁ ମୁଖ୍ୟତଃ ଧର୍ମାଶ୍ରୟୀ ସାହିତ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ମୋହ-ମାୟାଭରା ସଂସାର ଜଞ୍ଜାଳଗ୍ରସ୍ତ ମାନବ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବାରେ କବିଙ୍କ କାଳଜୟୀ ରଚନା ‘ ମନବୋଧ ଚଉତିଶାର ସାଫଲ୍ୟ କାହାକୁ ଅଜଣା ନୁହେଁ । କବିଙ୍କ ଅନ୍ୟାନ୍ୟ ସାରସ୍ଵତ କୃତିଗୁଡ଼ିକ ମଧ୍ୟରେ ‘କଳା କଳେବର ଚଉତିଶା’, ‘ମନଃ ଶିକ୍ଷା’, ‘ଗୋପ ମଙ୍ଗଳ ଓ ‘ମଥୁରା ମଙ୍ଗଳ ଆଦି ଖ୍ୟାତିସମ୍ପନ୍ନ ମଧ୍ୟରେ କବିଙ୍କର କଳ୍ପନା-ପ୍ରବଣତା ତାଙ୍କୁ ଜଣେ କୃତବିଦ୍ୟ କଳାକାରର ଆସନ ପ୍ରଦାନ କରିଅଛି । ପରମ ବୈଷ୍ଣବ କବି ଭକ୍ତଚରଣଙ୍କ ‘ମଥୁରା ମଙ୍ଗଳ’ କାବ୍ୟ ଅନ୍ତର୍ଗତ ଷଷ୍ଠ ଛାନ୍ଦର ପ୍ରଥମ ଆଠଗୋଟି ପଦର ସମାହାର ହେଉଛି ଆଲୋଚ୍ୟ କବିତା ‘କାହା ମୁଖ ଅନାଇ ବଞ୍ଚିବି’ର କଳେବର।

ସାଧାରଣତଃ ରଚନାର କଥାବସ୍ତୁକୁ ବିଚାରକୁ ନେଇ ବିଷୟଟିର ନାମକରଣ କରାଯାଇଥାଏ। ଆଲୋଚ୍ୟ କବିତାଟିକୁ ପାଠ କଲେ ସ୍ପଷ୍ଟ ହୃଦ୍‌ବୋଧ ହୁଏ ଯେ ଏହାର ନାମକରଣ ଯଥାର୍ଥ । ଶ୍ରୀକୃଷ୍ଣ ଥିଲେ ନନ୍ଦ ଦମ୍ପତିଙ୍କର ବୃଦ୍ଧକାଳର ଏକମାତ୍ର ସନ୍ତାନ। ଏକୋଇର ବଳା ନନ୍ଦନନ୍ଦନ ଉଭୟଙ୍କ ପାଇଁ ଥିଲେ ଜୀବନ ସଦୃଶ। ବିଶେଷତଃ ମାତା ଯଶୋଦାଙ୍କ ପ୍ରାଣ ପ୍ରାଚୁର୍ଯ୍ୟରେ ଭରି ଉଠିଥିଲା, କାରଣ କୃଷ୍ଣଙ୍କୁ ପାଇ ସେ ଲାଭ କରିଥିଲେ ମାତୃଜୀବନର ପରମ ସାଫଲ୍ୟ। ଶୈଶବରୁ କୃଷ୍ଣଙ୍କ ସୁଧାଝରା ଶ୍ରୀକୃଷ୍ଣ। କର୍ମମୟ ଜୀବନର ଜଞ୍ଜାଳ ମଧ୍ୟରେ ବୁଡ଼ି ରହିଥିଲେ ମଧ୍ୟ ଅଲିଅଳ ପୁତ୍ର କୃଷ୍ଣଙ୍କ ମୁଖପଦ୍ମକୁ ଚାହିଁଦେଲେ ତାଙ୍କ ହୃଦୟ ପୂରି ଉଠୁଥିଲା।

ଗୃହସ୍ତରେ, ସଯତ୍ନରେ ସେ ପୁତ୍ରର ଲାଳନପାଳନ କାର୍ଯ୍ୟ ସମ୍ପାଦନ କରୁଥିଲେ। ଶ୍ରୀକୃଷ୍ଣଙ୍କ ମଥୁରା ଯାତ୍ରା ସମ୍ବାଦ ଶ୍ରବଣରେ ତାଙ୍କ ପ୍ରାଣ ଶିହରି ଉଠିଥିଲା । ହୃଦୟ ହାହାକାର କରି ଉଠିଥିଲା । ଯାହାର ମୁଖଦର୍ଶନ ତାଙ୍କୁ ଉଲ୍ଲସିତ କରୁଥୁଲା, ସେହି ପୁତ୍ରକୁ ମଥୁରା ପଠାଇ ସେ ବା କିପରି ନିଶ୍ଚିନ୍ତ ରହିପାରନ୍ତେ ! କୃଷ୍ଣଙ୍କ ବିନା ପ୍ରାଣଧାରଣ କରିବା ଯେ ଅସମ୍ଭବ ହୋଇଉଠିବ ଏହା ମର୍ମେ ମର୍ମେ ଅନୁଭବ କରିଥିଲେ ମା’ ଯଶୋଦା। ପୁତ୍ରର ଗୁଣ ବାହୁନି ସେ ବିଳାପ କରିବା ଆରମ୍ଭ କରିଦେଇଛନ୍ତି । କବିତାର ପ୍ରଥମ ପଦରୁ ହିଁ ଯଶୋଦାଙ୍କ କୋହଭରା ଉକ୍ତି କବିତାର ନାମକରଣର ଯଥାର୍ଥତା ପ୍ରତିପାଦନ କରେ।
କବିଙ୍କ ଭାଷାରେ–

‘‘ଆରେ ବାବୁ ଶ୍ୟାମଘନ ଗଳେ ମଧ୍ୟଯୁଗୀୟ
କାହା ମୁଖ ଅନାଇ ବଞ୍ଚିବି
ହେବ ଦଶଦିଗ ଶୂନ୍ୟ ଅସ୍ଥିର ହେବ ଜୀବନ
ନିଶି ଦିବସରେ ଝୁରୁଥବି ରେ, ଜୀବଧନ ।’’
ଜୀବନ ବିହୁନେ ଯେହ୍ନେ ଝସ
ରାଜା ବିନେ ଯେହ୍ନେ ଗ୍ରାମଦେଶ ରେ ।’’

ଶୈଶବ କାଳରେ କୃଷ୍ଣଙ୍କ ଶରୀରରେ ଅଗୁରୁ, ଚନ୍ଦନ, କସ୍ତୁରୀ, କୁଙ୍କୁମାଦି ଲେପନ କରିବା, ଚକ୍ଷୁରେ କଜ୍ଵଳ ଲଗାଇବା, ସୁକୋମଳ ଶେଯରେ ଶୁଆଇ ଦେବାଠାରୁ ଆରମ୍ଭ କରି କେଶବିନ୍ୟାସ ପୂର୍ବକ ମସ୍ତକରେ ପୁଷ୍ପ ମଣ୍ଡନ କରିବା, କପାଳରେ ଚିତା, କଣ୍ଠରେ କୁଣ୍ଡଳ ପିନ୍ଧାଇ ମୁଖମଣ୍ଡଳକୁ ସୁଶୋଭନ କରିବା ଆଦି ସମସ୍ତ କାର୍ଯ୍ୟ ଯଶୋଦା ଗୃହସ୍ତରେ ସମ୍ପାଦନ କରୁଥିଲେ । ପୁତ୍ର କୃଷ୍ଣଙ୍କ ସୁଦର୍ଶନ ମୁଖାରବିନ୍ଦକୁ ଚାହିଁ ତାଙ୍କ ହୃଦୟ ପୁଲକିତ ହୋଇଉଠୁଥିଲା । ରାତ୍ରି କାଳରେ ଆକାଶକୁ ଚାହିଁ ଚନ୍ଦ୍ର ତୋଳି ହୃଦୟରେ ମା’ ଲୋତକ ବର୍ଷଣ କରିଛନ୍ତି । ପୁତ୍ର ବିଚ୍ଛେଦରେ ଦେହଧାରଣ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିବ ବୋଲି

‘‘ଏକଥା ସୁମରି ଯିବି ମରି ।
ନିଶ୍ଚେ ଯେବେ ଯିବୁ ମଧୁପୁରୀ ରେ ।’’

ଅଲିଅଳ କୃଷ୍ଣଙ୍କ ପାଇଁ କ୍ଷୀରସର, ଲବଣୀ, ଅଧାମ, ସୁମିଷ୍ଟ ପାଚିଲା କଦଳୀ ଆଦି ସୁସ୍ଵାଦୁକର ଖାଦ୍ୟଦ୍ରବ୍ୟ ସଜାଇ ରଖୁଥିଲେ ମା’ ଯଶୋଦା । ସେସବୁରେ କିନ୍ତୁ କୃଷ୍ଣଙ୍କର ରୁଚି ନ ଥିଲା । ଆଦରରେ ପାଟିରେ ଦେଲେ ମଧ୍ୟ ସେସବୁକୁ ସେ ଥୁ ଥୁ କରି ଫିଙ୍ଗି ଦେଉଥ‌ିଲେ । ବାଧ୍ୟ କଲେ କ୍ରୋଧବଶତଃ ପାକଭାଣ୍ଡ ଭାଙ୍ଗି ଦେଉଥିଲେ । ତାଙ୍କର ସମସ୍ତ ଅଳି ଓ ଅଝଟପଣକୁ ମଥାପାତି ସହିଯାଉଥିଲେ ମା’ ଯଶୋଦା । ଗୋପବାଳକ ଗହଣରେ କିଶୋର କୃଷ୍ଣ ଧେନୁ, ବତ୍ସା ନେଇ ଗୋଚାରଣ ନିମନ୍ତେ ବନକୁ ଯାଉଥିଲେ ।

ତାଙ୍କର ସେହି ଅନୁପସ୍ଥିତିରେ ଯଶୋଦାଙ୍କ ପ୍ରାଣ ଆତଙ୍କିତ ହୋଇଉଠୁଥିଲା । ଅଧୀରା ଜନନୀ ଚାହିଁ ବସୁଥିଲେ ପୁଅର ଫେରିବା ବାଟକୁ । ତାଙ୍କ ନୟନ ପିତୁଳା ପ୍ରାୟ କୃଷ୍ଣଙ୍କୁ ମୁହୂର୍ତ୍ତେ ନ ଦେଖିଲେ ହୃଦୟ କାରୁଣ୍ୟରେ ଭରି ଉଠୁଥିଲା । ସେହି ପୁତ୍ରକୁ ଦୁର୍ମିଲା ନନ୍ଦନ ଦୁର୍ମତି କଂସପୁରକୁ ପଠାଇ କେଉଁ ମା’ ଥୟ ଧରି ରହିବ ? ତେଣୁ ତାଙ୍କ କଣ୍ଠରୁ ସ୍ଵତଃ ସ୍ଫୁରି ଉଠିଛି –

‘‘ଏକଥା ସୁମରି ଯିବି ମରି । ମୋତେ ସମର୍ପି କାହାକୁ
ଚନ୍ଦ୍ରମୁଖ ନ ଦେଖ‌ିଲେ ମୁହିଁରେ ଜୀବଧନ ।
ଜୀବନ ହାରିବି ଗଣ୍ଡ ଜଳେ ।
ତୁ ମୋତେ ଅନ୍ତର ହେଲେ ତିଳେ ରେ।’’

ଆବାଲ୍ୟରୁ ଶ୍ରୀକୃଷ୍ଣ ଭୀଷଣ ଭୟାଳୁ ଥିଲେ । ଏପରିକି ନିଜ ଛାଇକୁ ଦେଖ୍ ସେ ଡରିଯାଇ ମା’ଙ୍କ କୋଳରେ ମୁହଁ ଲୁଚାଇ ପକାଉଥିଲେ । ଅନ୍ଧକାର ଗୃହ ଦେଖ୍ ଭୟରେ ଥରି ଉଠୁଥଲେ । ଏପରିକି ଗୃହକାନ୍ଥରେ ଅଙ୍କିତ ଚିତ୍ରପନ୍ତିରେ ଭୟଙ୍କର ଛବିଟିଏ ଦେଖିଲେ ଭୟରେ ଶିହରି ଉଠୁଥିଲେ । ଶୟନ କାଳରେ ଅସ୍ଵାଭାବିକ ସ୍ବପ୍ନ ଦେଖ୍ ଚମକି ପଡୁଥିଲେ ସେ । ଆତଙ୍କିତ ହୋଇ ମା’ଙ୍କ ଗଳାବେଷ୍ଟନ କରି ଦେହଲଗ୍ନା ହେଉଥିଲେ ।

ଏପରି ଦୁର୍ବଳ ଓ ଭୟାଳୁ ପୁଅ କଂସାସୁର ପୁରୀରେ ହସ୍ତୀ, ଅଶ୍ଵ ଓ ଭୟଙ୍କର ରାକ୍ଷସମାନଙ୍କ ଗହଣରେ କିପରି କାଳାତିପାତ କରିବ ଏହି ଚିନ୍ତାରେ ଯଶୋଦା ମ୍ରିୟମାଣ ହୋଇପଡ଼ିଛନ୍ତି । ବିଶେଷତଃ ପୁତ୍ରବିଚ୍ଛେଦ ସହ୍ୟ କରିବା ତାଙ୍କ ପକ୍ଷେ ଅତୀବ ବେଦନାଦାୟକ ହେବ ଓ ପୁତ୍ର ମୁଖ ଦର୍ଶନ ବିନା ତାଙ୍କ ଜୀବନ କାରୁଣ୍ୟରେ ଭରିଉଠିବ, ଏହା କହି ସେ ବିଳାପ କରିଛନ୍ତି । ସମଗ୍ର କବିତାଟିର ଛତ୍ରେ ଛତ୍ରେ ‘ କାହା ମୁଖ ଅନାଇ ବଞ୍ଚିବି ’ ନାମକରଣର ସାର୍ଥକତା ପ୍ରତିପାଦିତ ହୋଇଛି ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୩୯ । କୃଷ୍ଣଙ୍କ ମଥୁରା ଗମନରେ ମା’ ଯଶୋଦା କାହିଁକି ଆତଙ୍କିତ ହୋଇପଡ଼ିଛନ୍ତି ଲେଖ।
କିମ୍ବା, କୃଷ୍ଣଙ୍କର ମଥୁରାଗମନ ସମ୍ବାଦ ମାତା ଯଶୋଦାଙ୍କୁ ବିବ୍ରତ ଓ ଆତଙ୍କିତ କରିବାର କାରଣ କ’ଣ, ଉଲ୍ଲେଖ କର।
Answer:
ଅଷ୍ଟାଦଶ ଶତାବ୍ଦୀର ପ୍ରଥଯଶା କବିମାନଙ୍କ ମଧ୍ୟରେ ଭକ୍ତଚରଣ ଦାସ ଅନ୍ୟତମ । ‘ଗୋପ ମଙ୍ଗଳ, ‘ମନଃ ଶିକ୍ଷା’, ‘କଳା କଳେବର ଚଉତିଶା ଓ ବହୁଜନପ୍ରିୟ ‘ମନବୋଧ ଚଉତିଶା’ ଓ ‘ମଥୁରା ମଙ୍ଗଳ ଆଦି କାବ୍ୟକବିତାମାନ କବିଙ୍କର ଅସାଧାରଣ ସାରସ୍ବତ କୃତି । ଭକ୍ତଚରଣ ଯେ କେବଳ ଜଣେ ବୈଷ୍ଣବ କବି ଥିଲେ ତାହା ନୁହେଁ, ଜଣେ ଦକ୍ଷ ଚିକିତ୍ସକ ଭାବେ ମଧ୍ୟ ସେ ସୁନାମ ଅର୍ଜନ କରିଥିଲେ । ତାଙ୍କ ରଚିତ ଦୁଇଖଣ୍ଡି ବୈଦ୍ୟଶାସ୍ତ୍ର ପୁସ୍ତକ ତାଙ୍କ ଆୟୁର୍ବେଦ ଜ୍ଞାନନୈପୁଣ୍ୟର ପରିଚାୟକ ।

ଏହି ଭକ୍ତକବିଙ୍କ ଶ୍ରେଷ୍ଠ ସାରସ୍ଵତ କୃତି ‘ମଥୁରା ମଙ୍ଗଳ’ରେ କବି ଶ୍ରୀକୃଷ୍ଣଙ୍କ ମହିମା ପ୍ରଖ୍ଯାପନ କରି ଯାହା ବର୍ଣ୍ଣନା କରିଛନ୍ତି, ତାହା ତାଙ୍କୁ ଜଣେ ବିଶିଷ୍ଟ ବୈଷ୍ଣବ କବିର ଆସନରେ ଆସୀନ କରିଛି । ହାହାକାର କରିଉଠିବ, ଏହି ଭାବନାରେ ସେ ମ୍ରିୟମାଣ ହୋଇପଡ଼ିଛନ୍ତି । ଗୋପପୁର ଓ ନନ୍ଦଭବନରେ ତାଙ୍କର ଲୀଳାଚପଳ ସୁଖସ୍ଥ ତିଭରା ବାଲ୍ୟଜୀବନର ପ୍ରତ୍ୟେକଟି ଚିତ୍ର ତାଙ୍କ ମାନସପଟରେ ଉଦ୍ଭାସିତ ହୋଇଉଠିଛି । ଆଖୁରୁ ବହିଯାଇଛି ଧାର ଧାର ଲୁହ । କ୍ରନ୍ଦନରତା ଜନନୀ ଯଶୋଦା ବ୍ୟଥୂ ପ୍ରାଣରେ ପୁତ୍ର ଗୁଣକୁ ବାହୁନି ଉଠିଛନ୍ତି ।

କିଶୋର କୃଷ୍ଣ ଗୋପପୁରର ସାଥୀ ଗୋପାଳ ବାଳକମାନଙ୍କ ସହ ବନକୁ ଗୋଚାରଣରେ ଯାଉଥିଲେ ଓ ସନ୍ଧ୍ୟାକୁ ଗାଈଗୋଠ ସହ ଗୃହକୁ ପ୍ରତ୍ୟାବର୍ତନ କରୁଥିଲେ । କୃଷ୍ଣଙ୍କର ସେହି ଅନୁପସ୍ଥିତି ମାତା ଯଶୋଦାଙ୍କୁ କୋଟିଯୁଗ ସମ ବୋଧ ହେଉଥିଲା । ବନ ମଧ୍ୟରେ କାଳେ ପୁତ୍ର କୌଣସି ବିପଦର ସମ୍ମୁଖୀନ ହେବ, ସେହି ଅହେତୁକ ଆଶଙ୍କା ଯଶୋଦାଙ୍କୁ ବିବ୍ରତ କରୁଥିଲା । ଏକଲୟରେ ପୁଅର ଫେରିବା ବାଟକୁ ଚାହିଁ ରହୁଥିଲେ ସେ । ସେସବୁ ସ୍ମରଣ କରି ପୁତ୍ର ବିରହରେ ପ୍ରାଣଧାରଣ କରିବା ତାଙ୍କ ପକ୍ଷେ ଯେ ଅସହ୍ୟ ହୋଇଉଠିବ ଏହି ଭାବନା ତାଙ୍କୁ ଭାରାକ୍ରାନ୍ତ କରିଛି I କବିଙ୍କ ଭାଷାରେ–

“ଯେତେବେଳେ ବନେ ଯାଉ ସଙ୍ଗରେ ମୋ ପ୍ରାଣ ନେଉ
ନିମିଷେ ବିଚ୍ଛେଦ ନ ସହଇ ।’’

ଆବାଲ୍ୟରୁ ଶ୍ରୀକୃଷ୍ଣ ଭୀଷଣ ଭୟାଳୁ ଥିଲେ । ଏପରିକି ନିଜ ଛାଇକୁ ଦେଖ୍ ଭୟରେ ମା’ଙ୍କ କୋଳକୁ ଡେଇଁପଡ଼ି ଢାବୋଡ଼ି ଧରୁଥିଲେ । ମା’ଙ୍କ ପିନ୍ଧା ବସନରେ ମୁହଁକୁ ଲୁଚାଇ ପକାଉଥିଲେ l ଅନ୍ଧକାର ଗୃହ ଦେଖ‌ିଲେ ଭୟରେ ଶିହରି ଉଠୁଥ‌ିଲେ । ଶ୍ରୀକୃଷ୍ଣ କେବଳ ଯେ ଭୟାତୁର ଥିଲେ ତା’ ନୁହେଁ, ଶାରୀରିକ ଦୁର୍ବଳତା ହେତୁ ଉଚ୍ଚ ପାହାଚ ଆରୋହଣ କରିବାକୁ ମଧ୍ୟ ସମର୍ଥ ହେଉ ନ ଥିଲେ । ଏପରି ଦୁର୍ବଳ ଶରୀରବିଶିଷ୍ଟ ଭୟାତୁର ପୁତ୍ର ମଥୁରା ନଗରୀର ରାଜପୁରୀରେ ମହାବଳ ହସ୍ତୀମାନଙ୍କର ଗର୍ଜନ ଓ ଭୟଙ୍କର ଅଶ୍ଵମାନଙ୍କ ତ୍ରେଷାରବ ଶୁଣିଲେ ତା’ ଅବସ୍ଥା କିପରି ଦୟନୀୟ ହୋଇପଡ଼ିବ ସେହି ଚିନ୍ତାରେ ମାତା ଯଶୋଦାଙ୍କ ହଦୟ ଶିହରି ଉଠିଛି । କବିଙ୍କ ଭାଷାରେ—

‘“ ଛାଇକି ଅନାଇଁ ଡରୁ ଧାଇଁ ମୋତେ କୋଳ କରୁ
ବସନେ ଘୋଡ଼ାଇ ମୁଖ ଗୋଟି
ହେବ ଦଶଦିଗ ଶୂନ୍ୟ ଅସ୍ଥିର ହେବ ଜୀବନ
ଉଚ୍ଚ ପାବଚ୍ଛ ନ ପାରୁ ଉଠି ରେ ଜୀବଧନ ।
ମଧୁପୁରେ ହସ୍ତୀ ଘୋଡ଼ାମାନ
ଗର୍ଜିଲେ ନ ପୁଣ ଡରୁ ଶ୍ୟାମ ରେ ।’’

ଶ୍ରୀକୃଷ୍ଣ ଏପରି ଭୟାକୁ ଥିଲେ ଯେ ଗୃହକାନ୍ଥରେ ଚିତ୍ରିତ ଚିତ୍ରପନ୍ତିରେ କୌଣସି ଏକ ଭୟଙ୍କର ଛବି ଦେଖିଲେ ଭୟରେ ଥରି ଉଠି ଗୃହ ମଧ୍ୟରୁ ଧାଇଁ ପଳାଉଥିଲେ । ସାମାନ୍ୟ ଚିତ୍ର ଦେଖ୍ ଆତଙ୍କିତ ହୋଇପଡ଼ୁଥିବା କୃଷ୍ଣ ରାକ୍ଷସପୁରୀ ମଥୁରା ନଗରୀରେ ଅସୁରମାନଙ୍କୁ କିପରି ପ୍ରତ୍ୟକ୍ଷ କରିପାରିବ ସେହି ଚିନ୍ତାରେ ଜନନୀ ମ୍ରିୟମାଣ ହୋଇପଡ଼ିଛନ୍ତି । ରାତ୍ରିକାଳରେ ଶ୍ରୀକୃଷ୍ଣ ମା’ ଯଶୋଦାଙ୍କ ନିକଟରେ ଶୟନ କରୁଥିଲେ ।

ସ୍ଵପ୍ନରେ କୌଣସି ଅସ୍ଵାଭାବିକ ରୂପ ଦର୍ଶନ କଲେ ଭୟରେ ଚମକି ଉଠି ମା’ ବୋଲି ଚିତ୍କାର କରି ଉଠୁଥିଲେ । ଜନନୀଙ୍କ ଗଳାବେଷ୍ଟନ କରି ଜାବୋଡ଼ି ଧରୁଥୁଲେ । ଯଶୋଦା ତାଙ୍କୁ ପ୍ରବୋଧନା ଦେଇ ପୁନର୍ବାର ଘୋଡ଼ାଇ ଦେଇ ଶୁଆଇ ପକାଉଥିଲେ। ଏପରି ଭୟାତୁର ସନ୍ତାନ ମଥୁରାପୁରୀରେ କିପରି ଏକାକୀ କାଳାତିପାତ କରିବ ସେହି ଆଶଙ୍କା ଯଶୋଦାଙ୍କ ହୃଦୟକୁ ଆଚ୍ଛନ୍ନ କରିଛି । ଏହିପରି ଭାବେ ବହୁବିଧ ଆଶଙ୍କାରେ ଆତଙ୍କିତ ମା’ ଯଶୋଦା କୃଷ୍ଣ ବିଚ୍ଛେଦରେ ବିଷାଦିତ ତଥା ଅଧୀରା ହୋଇ କ୍ରନ୍ଦନ କରିଛି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୪୦। କୃଷ୍ଣଙ୍କ ବାଲ୍ୟକାଳର ବେଶଭୂଷା ବର୍ଣ୍ଣନା କର।
କିମ୍ବା, କୃଷ୍ଣଙ୍କର ବାଲ୍ୟକାଳର ବେଶ-ବୈଚିତ୍ରର ଏକ ବିବରଣୀ ପ୍ରଦାନ କର।
କିମ୍ବା, ବାଲ୍ୟକାଳରେ କୃଷ୍ଣଙ୍କୁ ମାତା ଯଶୋଦା କି କି ବେଶ-ପରିପାଟୀରେ ସଜାଉଥିଲେ ତାହା ବର୍ଣ୍ଣନା କର।
Answer:
ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ କାବ୍ଯସାହିତ୍ୟ ଯେଉଁ କତିପୟ ସାରସ୍ଵତ ସାଧକଙ୍କ ଅତନ୍ଦ୍ର ସାଧନାରେ ଋଦ୍ଧିମନ୍ତ ହୋଇଥିଲା ସେମାନଙ୍କ ମଧ୍ୟରେ ବୈଷ୍ଣବ କବି ଭକ୍ତଚରଣ ଦାସ ଅନ୍ୟତମ । ଏହି ମହାନ୍ ସ୍ରଷ୍ଟାଙ୍କ କାଳଜୟୀ ସୃଷ୍ଟି ଶିକ୍ଷାଦାନ କରିବାକୁ ସମର୍ଥ ହୋଇଥାଏ । ଅଦ୍ୟାବଧୂ ଅଳଂକାଂଶ ଓଡ଼ିଆ ସେହି ଚଉତିଶାର ପଦମାନଙ୍କୁ ଆବୃତ୍ତି କରିଥାଆନ୍ତି ।

କବିଙ୍କ ଅନ୍ୟାନ୍ୟ ସୃଷ୍ଟିସମ୍ଭାର ମଧ୍ଯରେ ‘ମନଃ ଶିକ୍ଷା’, ‘ଗୋପ ମଙ୍ଗଳ’, ‘କଳା କଳେବର ଚଉତିଶା’ ଓ ‘ ମଥୁରା ମଙ୍ଗଳ କାବ୍ୟ କବିଙ୍କ ଅସାମାନ୍ୟ ସାରସ୍ଵତ ପ୍ରତିଭାର ସ୍ବାକ୍ଷର ବହନ କରେ । କବିଙ୍କ ସୃଷ୍ଟିନିଚୟକୁ ଧର୍ମାଶ୍ରୟୀ ସାହିତ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶ୍ରୀକୃଷ୍ଣ ଲୀଳାମୃତ ଉପରେ ଆଧାରିତ ‘ମଥୁରା ମଙ୍ଗଳ କବିଙ୍କର ଶ୍ରେଷ୍ଠ କୃତି ।

କବିତା ‘କାହା ମୁଖ ଅନାଇ ବଞ୍ଚିବି କବିଙ୍କର ‘ମଥୁରା ମଙ୍ଗଳ’ କାବ୍ୟାନ୍ତର୍ଗତ ଷଷ୍ଠ ଛାନ୍ଦର ପ୍ରଥମ ଆଠଗୋଟି ପଦକୁ ନେଇ ପ୍ରକାଶିତ ହୋଇଛି । ଅକ୍ରୁରଙ୍କ ସହ ଶ୍ରୀକୃଷ୍ଣ ମଥୁରାଗମନ କରୁଥିବା ସମ୍ବାଦରେ ଶୋକାଭିଭୂତ ମାତା ଯଶୋଦାଙ୍କ ହୃଦୟର କାରୁଣ୍ୟ ଓ ପୁତ୍ରବିଚ୍ଛେଦ ଅବ୍ୟବହିତ ପୂର୍ବରୁ କରୁଣ ବିଳାପର କଥାବସ୍ତୁ ହିଁ କବିତାର ମାର୍ମିକ ଅଭିବ୍ୟକ୍ତି । ବୃଦ୍ଧକାଳର ଏକମାତ୍ର ସନ୍ତାନ କୃଷ୍ଣ ଥିଲେ ଯଶୋଦାଙ୍କ ଜୀବନ ଧନ, ନୟନ ପିତୁଳା । ତାଙ୍କୁ ଦଣ୍ଡେ ନ ଦେଖ‌ିଲେ ସେ ବାତୁଳ ପ୍ରାୟ ହୋଇ ଉଠୁଥିଲେ ।

ମଥୁରାପୁରୀ ଚାଲିଗଲା ପରେ ତାଙ୍କ ସହ ଯଶୋଦାଙ୍କ ଜୀବନର ସବୁ ସୁଖଶିରୀ ହଜିଯିବ ବୋଲି ଚିନ୍ତାକରି ତାଙ୍କ ସ୍ନେହମୟୀ ଜନନୀ ଯଶୋଦା ଶିଶୁପୁତ୍ର କୃଷ୍ଣଙ୍କ ବେଶବିନ୍ୟାସ ଗୃହସ୍ତରେ ସମ୍ପାଦନ କରୁଥିଲେ । କୃଷ୍ଣଙ୍କ ସୁକୋମଳ ଦେହରେ ଅଗୁରୁ, ଚନ୍ଦନ, କସ୍ତୁରୀ ଓ କୁଙ୍କୁମ ଆଦିର ପ୍ରଲେପ ଦେଇ ସ୍ନେହସ୍ପର୍ଶ ପ୍ରଦାନ କରୁଥିଲେ । ସେହି ସମୟରେ ଶ୍ରୀକୃଷ୍ଣଙ୍କ ନୟନ ତନ୍ଦ୍ରାଳସରେ ମୁଦି ହୋଇ ଆସୁଥିଲା । ଆଖ୍ୟାରେ କଜ୍ଜଳ ଲଗାଇ ସୁକୋମଳ ଶେଯରେ ସେ ପୁଅକୁ ଶୁଆଇ ପକାଉଥିଲେ ।

‘‘କାହା ଅଙ୍ଗେ ଚତୁଃସମ ଲେପିବି କରିମ
ନିଦ୍ରାରେ କେ ହେଉଥୁବ ଘାରି ।
କାହାକୁ ଅଞ୍ଜନ ଦେବି; ବସ୍ତ୍ର ପାଡ଼ି ଶୁଆଇବି
ପିତାଙ୍କୁ ମାଗିବ କେହୁ ହରି ରେ ଜୀବଧନ ।’’

କୃଷ୍ଣଙ୍କ ଘନକୃଷ୍ଣ କେଶରାଶିକୁ ସଯତ୍ନ କୁଣ୍ଡାଇ ଜୁଡ଼ା ବାନ୍ଧି ଦେଉଥିଲେ ମା’ ଯଶୋଦା । ନାନାବିଧ ସୁବାସିତ ପୁଷ୍ପରେ ମସ୍ତକ ମଣ୍ଡନ କରି ଓ କପାଳରେ ଚିତା ଆଙ୍କିଦେଇ ଉତ୍‌ଫୁଲ୍ଲିତା ହେଉଥିଲେ ଯଶୋଦା । କଣ୍ଠରେ କୁଣ୍ଡଳ ପିନ୍ଧାଇ କୃଷ୍ଣଙ୍କ ମୁଖାରବିନ୍ଦ ଦର୍ଶନରେ ଉଲ୍ଲସିତା ହୋଇ ଉଠୁଥିଲେ ସେ । ସେହି ଦେବୋପମ ମୁଖପଦ୍ମ ଦର୍ଶନରେ ଜୀବନର ସମସ୍ତ ଦୁଃଖ ଭୁଲି ଯାଉଥିଲେ ସେ । ମଥୁରା ଚାଲିଗଲା ପରେ ସେଥୁରୁ ବଞ୍ଚିତା ହୋଇ କିପରି କାଳାତିପାତ କରିବେ ସେହି ଚିନ୍ତାରେ ବ୍ୟଥ୍‌ ହୋଇଛନ୍ତି ଜନନୀ ଯଶୋଦା।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ତୁମ ପାଇଁ କାମ :

  • ୪୧। ଭକ୍ତଚରଣ ଦାସଙ୍କ ‘ମଥୁରାମଙ୍ଗଳ’ ଏବଂ ଅନ୍ୟ କୃତିଗୁଡ଼ିକ ସଂଗ୍ରହ କରି ପଢ଼।
  • ୪୨। ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣ୍ଣନା କରାଯାଇଥିବା କାବ୍ୟଗୁଡ଼ିକର ନାଁ ଓ ଲେଖକଙ୍କ ନାଁ ସଂଗ୍ରହ କରି ଟିପା ଖାତରେ ଲେଖ।

A ଗୋଟିଏ ବାକ୍ୟରେ ଉତ୍ତର ଲେଖ।

1. କୃଷ୍ଣଙ୍କ କର୍ଣ୍ଣଯୁଗଳରେ କ’ଣ ଶୋଭାପାଏ ?
Answer:
କୃଷ୍ଣଙ୍କ କର୍ଣ୍ଣଯୁଗଳରେ କୁଣ୍ଡଳ ଶୋଭାପାଏ।

2. କୃଷ୍ଣ ବନକୁ ଗଲେ ଯଶୋଦାଙ୍କ ମନରେ କି ଅନୁଭୂତି ସୃଷ୍ଟି ହୁଏ ?
Answer:
ସତେ ଯେପରି କୃଷ୍ଣ ତାଙ୍କ ପ୍ରାଣକୁ ସଙ୍ଗ ରେ ନେଇଯାଆନ୍ତି ବୋଲି ଯଶୋଦା ଅନୁଭବ କରନ୍ତି।

3. କୃଷ୍ଣଙ୍କ ଅନୁପସ୍ଥିତିରେ ଯଶୋଦା କ’ଣ କରିବେ ବୋଲି କହିଛନ୍ତି ?
Answer:
କୃଷ୍ଣଙ୍କ ଅନୁପସ୍ଥିତିରେ ପୁତ୍ର ବିରହ ସହି ନ ପାରି ଯଶୋଦା ଗଭୀର ଜଳରେ ଆମ୍ବ ବିସର୍ଜନ କରିବେ ବୋଲି କହିଛନ୍ତି ।

4. ଯଶୋଦା କୃଷ୍ଣଙ୍କୁ କ’ଣ କ’ଣ ଖାଇବାକୁ ଦିଅନ୍ତି ?
Answer:
ଯଶୋଦା କୃଷ୍ଣଙ୍କୁ ଅମୃତତୁଲ୍ୟ ସର, ଲବଣି, ରାବିଡ଼ି ଓ ପାଚିଲା କଦଳୀ ଖାଇବାକୁ ଦିଅନ୍ତି।

5. କୃଷ୍ଣଙ୍କୁ ସୁସ୍ୱାଦୁ ଖାଦ୍ୟ ରୁଚେ ନାହିଁ ବୋଲି କବିତାର ଯେଉଁ ପଂକ୍ତିରୁ ଜଣାପଡୁଛି ତାହା ଲେଖ।
Answer:
ସର ଲବଣି ଅଧାମ ପକ୍ଵରମ୍ଭା ସୁଧା ସମ ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ।

6. କୃଷ୍ଣ ରାଗିଗଲେ କ’ଣ କରୁଥିଲେ ?
Answer:
କୃଷ୍ଣ ରାଗିଗଲେ ପାକହାଣ୍ଡି ଭାଙ୍ଗୁଥିଲେ।

7. କୃଷ୍ଣ ଡରିଗଲେ କ’ଣ କରୁଥିଲେ ?
Answer:
କୃଷ୍ଣ ଡରିଗଲେ ଧାଇଁଯାଇ ମା’ଙ୍କୁ କୁଣ୍ଢାଇ ଧରି ତାଙ୍କ ପିନ୍ଧା ବସନରେ ନିଜ ମୁଖକୁ ଘୋଡ଼ାଇ ଦେଉଥିଲେ।

8. କୃଷ୍ଣ କାହାକୁ ଦେଖୁ ଭୟ କରୁଥିଲେ ?
Answer:
କୃଷ୍ଣ ଛାଇକୁ ଦେଖ୍ ତଥା ଅନ୍ଧାରଘର ଓ କାନ୍ଥରେ ଥ‌ିବା ଭୟଙ୍କର ମୂର୍ତ୍ତି ତଥା ଚିତ୍ରପଂକ୍ତିକୁ ଦେଖ୍ ଡରୁଥିଲେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

9. କୃଷ୍ଣ ମଥୁରାରେ କ’ଣ ଶୁଣି ଅଧ୍ଵ ଭୟଭୀତ ହୋଇପଡ଼ିବେ ବୋଲି ଯଶୋଦା ଆଶଙ୍କା ପ୍ରକାଶ କରିଛନ୍ତି ?
Answer:
ମଥୁରାରେ ହାତୀ ଓ ଘୋଡ଼ାମାନଙ୍କର ଗର୍ଜନ ଶୁଣି କୃଷ୍ଣ ଅଧ୍ଵ ଭୟଭୀତ ହୋଇପଡ଼ିବେ ବୋଲି ଯଶୋଦା ଆଶଙ୍କା କରିଛନ୍ତି।

10. କୃଷ୍ଣ ଉଚ୍ଚ ପାହାଚ ଉଠିପାରନ୍ତି ନାହିଁ ବୋଲି ଯଶୋଦା କାହିଁକି କହିଛନ୍ତି ?
Answer:
କୃଷ୍ଣ ଭୟାଳୁ ଥ‌ିବାରୁ ଉଚ୍ଚ ପାହାଡ଼ ଉଠିପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି ।

11. କାନ୍ଥରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ କ’ଣ କରୁଥିଲେ ?
Answer:
କାନ୍ତରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ ସଙ୍ଗେ ସଙ୍ଗେ ସେ ଘରୁ ବାହାରି ଆସୁଥିଲେ ।

12. କୃଷ୍ଣ କ୍ଳାନ୍ତ ହୋଇ କେଉଁଠି ଶୋଇଯାଉଥିଲେ ?
Answer:
କୃ ଷ୍ଣ କ୍ଲାନ୍ତ ହୋଇ ମାଆଙ୍କ ଶୋଇଯାଉଥିଲେ ।

13. କୃଷ୍ଣ ଶୋଇଥିଲାବେଳେ କାହିଁକି ଚମକି ଉଠୁଥିଲେ ବୋଲି ଯଶୋଦା କହିଛନ୍ତି ?
Answer:
କୃଷ୍ଣ ଶୋଇବାବେଳେ ନିଦରେ ଭୟଙ୍କର ସ୍ବପ୍ନ ଦେଖୁ ଚମକି ପଡୁଥିଲେ।

14. କୃଷ୍ଣ ଚମକି ପଢ଼ି କ’ଣ କରୁଥିଲେ ?
Answer:
କୃଷ୍ଣ ଭୟରେ ଚମକି ପଡ଼ି ମାତା ଯଶୋଦାଙ୍କ କଣ୍ଠରେ ଦୁଇ ହାତକୁ ଛନ୍ଦି ଲୁଗା ଘୋଡ଼ି ହୋଇ ଶୋଇଯାଉଥିଲେ।

15. ‘ଶ୍ୟାମଘନ’ ବୋଲି କିଏ, କାହାକୁ ସମ୍ବୋଧନ କରିଛନ୍ତି ?
Answer:
‘ଶ୍ୟାମଘନ’ ବୋଲି ମାତା ଯଶୋଦା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରିଛନ୍ତି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

B. ଗୋଟିଏ ପଦରେ ଉତ୍ତର ଲେଖ।

1. ‘ଝସ’ କହିଲେ କାହାକୁ ବୁଝାଏ ?
Answer:
ମାଛ

2. କାହା ବିନା ରାଜ୍ୟର ଅବସ୍ଥା ବିପର୍ଯ୍ୟସ୍ତ ହୁଏ ?
Answer:
ରାଜା

3. କୃଷ୍ଣ ତାଙ୍କ ପିତାଙ୍କୁ କ’ଣ ମାଗନ୍ତି ?
Answer:
ଆକାଶର ଚନ୍ଦ୍ର

4. ଚନ୍ଦନ, ଅଗୁରୁ, କସ୍ତୁରୀ ଓ କୁଙ୍କୁମକୁ କ’ଣ କୁହାଯାଏ ?
Answer:
ଚତୁଃସମ

5. କୃଷ୍ଣ କେଉଁ ସ୍ଥାନକୁ ଉଠିପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି ?
Answer:
ପାବଚ୍ଛକୁ

6. କେଉଁଠାରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ ପଳାଇ ଯାଇଥିଲେ ?
Answer:
କାନ୍ଥରେ

7. କୃଷ୍ଣ କ୍ଳାନ୍ତ ହୋଇ ରାତ୍ରିରେ କେଉଁଠାରେ ଶୋଇ ଯାଉଥିଲେ ?
Answer:
ମାତାଙ୍କ କୋଳରେ

8. କୃଷ୍ଣ ଶୋଇଥିବାବେଳେ ଚମକି ଉଠୁଥିଲେ କାହିଁକି ?
Answer:
ଭୟଙ୍କର ସ୍ଵପ୍ନ ଦେଖୁ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

9. କୃଷ୍ଣ ଚମକିପଡ଼ି କାହା କଣ୍ଠକୁ ଦୁଇହାତରେ ଭିଡ଼ି ଧରୁଥିଲେ ?
Answer:
ମାତାଙ୍କର

10. ଯଶୋଦା କୃଷ୍ଣଙ୍କ ଆଖୁରେ କ’ଣ ଲଗାଇ ଦିଅନ୍ତି ?
Answer:
ଅଞ୍ଜନ

11. କୃଷ୍ଣ ମଥୁରାକୁ ଗଲେ ଯଶୋଦା କେଉଁଠାରେ ନିଜ ଜୀବନ ବିସର୍ଜନ କରିବେ ବୋଲି କହିଛନ୍ତି ?
Answer:
ଗଣ୍ଡଜଳରେ

12. ପିତାଙ୍କୁ ମାଗିବ କେହୁ ହରିରେ ଜୀବଧନ’ – ଏଠାରେ ‘ହରି’ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି ?
Answer:
ଚାନ୍ଦ

13. ‘କାହାମୁଖ ଅନାଇ ବଞ୍ଚିବି’ କବିତାଟିର କବି କିଏ ?
Answer:
ଭକ୍ତଚରଣ ଦାସ

14. ଚତୁଃସମ କାହାକୁ କୁହନ୍ତି ?
Answer:
ଚନ୍ଦନ, ଅଗୁରୁ, କୁଙ୍କୁମ ଓ କସ୍ତୁରୀ

15. କୃଷ୍ଣଙ୍କ କାନରେ କ’ଣ ଶୋଭାପାଏ ?
Answer:
ସୁବର୍ଣ୍ଣ କୁଣ୍ଡଳ

16. କଂସପୁର ଗଲେ ଶ୍ରୀକୃଷ୍ଣ କାହାକୁ ଦେଖୁବେ ବୋଲି ଯଶୋଦା କହିଛନ୍ତି ?
Answer:
ରାକ୍ଷସମାନଙ୍କୁ

17. ‘କାହା ମୁଖ ଅନାଇ ବଞ୍ଚିବି’ କବିତାଟି କେଉଁ କାବ୍ୟର ଅଂଶବିଶେଷ ?
Answer:
ମଥୁରା ମଙ୍ଗଳ

18. ‘ମଥୁରା ମଙ୍ଗଳ’ କାବ୍ୟର ପ୍ରଣେତା କିଏ ?
Answer:
ଭକ୍ତଚରଣ ଦାସ

19. ମାତା ଯଶୋଦା ‘ଶ୍ୟାମଘନ’ ବୋଲି କାହାକୁ ସମ୍ବୋଧନ କରିଛନ୍ତି ?
Answer:
ଶ୍ରୀକୃଷ୍ଣଙ୍କୁ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

C. ଶୂନ୍ୟସ୍ଥାନ ପୂରଣ କର।

1. ‘କାହା ମୁଖ ଅନାଇ ବଞ୍ଚି’– ଏହି ଉକ୍ତିଟି ମାତା ଯଶୋଦା ___________ ଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
Answer:
ଶ୍ରୀକୃଷ୍ଣ

2. ‘ଜୀବନ ବିହୁନେ ଯେହ୍ନେ ଝସ’– ଏଠାରେ ‘ଜୀବନ’ ଶହୃ ________ ଅର୍ଥରେ ପ୍ରଯୁକ୍ତ ହୋଇଛି।
Answer:
ଜଳ

3. ଶ୍ରୀକୃଷ୍ଣ __________ ରେ ଘାରି ହେଉଥିଲେ।
Answer:
ନିଦ୍ରା

4. ଯଶୋଦା ଶ୍ରୀକୃଷ୍ଣଙ୍କ କେଶ ବନ୍ଧନ କରି _________ ରେ ସୁବେଶ କରୁଥିଲେ।
Answer:
କୁସୁମ

5. ଯଶୋଦା ଶ୍ରୀକୃଷ୍ଣଙ୍କ ଲଲାଟରେ ଲଗାଉ ________ ଦେଉଥିଲେ ।
Answer:
ଚିତା

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

6. ମାତା ଯଶୋଦା ଶ୍ରୀକୃଷ୍ଣଙ୍କ ଅଙ୍ଗରୁ__________ ଦେଉଥିଲେ ।
Answer:
ଧୂଳି

7. ଯଶୋଦା ଶ୍ରୀକୃଷ୍ଣଙ୍କୁ ____________ ପିନ୍ଧାଇ ଦେଇଥିଲେ।
Answer:
କାଛି

8. ଯଶୋଦା ଶ୍ରୀକୃଷ୍ଣଙ୍କୁ ____________ ଖାଇବାକୁ ଦେଉଥିଲେ।
Answer:
ପାଚିଲା କଦଳୀ

9. କୃଷ୍ଣ ଅନ୍ଧାର ଘର ଦେଖ‌ିଲେ ଭୟରେ __________ ହୁଅନ୍ତି ।
Answer:
ଥ‌ରହିର

10. ___________ ରେ ହାତୀ ଘୋଡ଼ାମାନେ ଗର୍ଜିବେ ବୋଲି ଯଶୋଦା କହିଛନ୍ତି।
Answer:
ମଧୁପୁର

11. ଯଶୋଦାଙ୍କ ପକ୍ଷରେ ____________ ଙ୍କର ବିଚ୍ଛେଦ ଅସହ୍ୟ ଥିଲା।
Answer:
କୃଷ୍ଣ

12. ଯଶୋଦା କୃଷ୍ଣଙ୍କୁ _____________ କୁ ଯିବାକୁ ବାରଣ କରୁଥିଲେ।
Answer:
ମଥୁରା

13. ‘ଜୀବନ’ ଅଭାବରେ __________ ବଞ୍ଚିପାରେ ନାହିଁ।
Answer:
ଝସ

14. କଂସ _______________ ରାଜ୍ୟର ରାଜା ଥୁଲେ।
Answer:
ମଥୁରା

15. ‘କାହା ମୁଖ ଅନାଇ ବଞ୍ଚି’ ପଦ୍ୟଟି ମଥୁରାମଙ୍ଗଳ ଛାନ୍ଦରୁ ____________ ସଂଗୃହୀତ ହୋଇଛି।
Answer:
ଷଷ୍ଠ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

16. ‘ମଥୁରାମଙ୍ଗଳ’ କାବ୍ୟର ଷଷ୍ଠ ଛାନ୍ଦରେ ସମୁଦାୟ____________ ଟି ପଦ ଅଛି।
Answer:
୨୦

17. ‘କାହା ମୁଖ ଅନାଇ ବଞ୍ଚିବି’ କବିତାଟି ‘ମଥୁରାମଙ୍ଗଳ’କାବ୍ୟାନ୍ତର୍ଗତ ଷଷ୍ଠ ଛାନ୍ଦର ____________ ଟି ପଦର ସମନ୍ବିତ ରୂପ ଅଟେ।
Answer:
ପ୍ରଥମ ଆଠ

18. ମଥୁରାର ରାଜା ___________ ଧନୁତ୍ସବର ଆୟୋଜନ କରିଥିଲେ।
Answer:
କଂସ

19. ____________ କଂସଙ୍କର ଧନୁ ଉତ୍ସବ ଦେଖିବାକୁ ମଥୁରାକୁ ଯାଇଥିଲେ।
Answer:
କୃଷ୍ଣ

20. ଶ୍ରୀକୃଷ୍ଣ ଧନୁ ଉତ୍ସବ ଦେଖିବାକୁ ମଥୁରାକୁ ଯିବାବେଳେ _____________ ଙ୍କର ହୃଦୟ ଆଶଙ୍କାରେ ବ୍ୟାକୁଳ ହୋଇଉଠିଛି ।
Answer:
ଯଶୋଦା

21. ଯଶୋଦା କୃଷ୍ଣଙ୍କ ଶରୀରରେ ____________ କରୁଥିଲେ ।
Answer:
ଚତୁଃସମ

22. କୃଷ୍ଣଙ୍କ ଅନୁପସ୍ଥିତିରେ ଯଶୋଦା ___________ ରେ ଜୀବନ ହାରିବେ ବୋଲି କହିଛନ୍ତି ।
Answer:
ଗଣ୍ଡଜଳ

23. କୃଷ୍ଣ ରାଗିଗଲେ_________________ ଭାଙ୍ଗୁଥିଲେ ।
Answer:
ପାକଭାଣ୍ଡ

24. କୃଷ୍ଣ ନିଜର __________ କୁ ଦେଖୁ ଭୟ କରୁଥିଲେ।
Answer:
ଛାଇ

25. କୃଷ୍ଣ ଡରିଗଲେ _________ ଙ୍କୁ କୁଣ୍ଢାଇ ଧରୁଥିଲେ ।
Answer:
ମାଆ.

26. ଶ୍ରୀକୃଷ୍ଣ _________ ରେ ରାକ୍ଷସମାନଙ୍କୁ ଦେଖୁବେ ବୋଲି ଯଶୋଦା କହିଛନ୍ତି ।
Answer:
ମଧୁପୁର

27. ରାତିରେ ଶ୍ରୀକୃ ଷ୍ଣ __________ ଙ୍କ କୋଳରେ ଶୟନ କରୁଥିଲେ ।
Answer:
ଯଶୋଦା

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

28. କୃଷ୍ଣ ବନକୁ ଗଲେ ଯଶୋଦାଙ୍କ ମନରେ _________ ଅନୁଭୂତି ସୃଷ୍ଟି ହୁଏ।
Answer:
ପ୍ରାଣହୀନ

29. ‘ମଧୁଭୁବନ’ କହିଲେ _______ କୁ ବୁଝାଏ।
Answer:
ମଥୁରା

30. କୃଷ୍ଣଙ୍କର ___________ ରେ କୁଣ୍ଡଳ ଶୋଭାପାଏ।
Answer:
କାନ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

D. ଠିକ୍ କିମ୍ବା ଭୁଲ୍ ଲେଖ।

1. ‘ଝସ’ କହିଲେ ପୃଥିବୀକୁ ବୁଝାଏ।
2. ପ୍ରଜା ବିନା ରାଜ୍ୟର ଅବସ୍ଥା ବିପର୍ଯ୍ୟସ୍ତ ହୁଏ।
3. କୃଷ୍ଣ ଚମକିପଡ଼ି ପିତାଙ୍କ କଣ୍ଠକୁ ଦୁଇହାତରେ ଭିଡ଼ି ଧରୁଥିଲେ।
4. ଭକ୍ତଚରଣ ଦାସ ‘କାହାମୁଖ ଅନାଇ ବଞ୍ଚିବି’ କବିତାଟିର କବି ଅଟନ୍ତି।
5. ମଧୁପୁର ଗଲେ ଶ୍ରୀକୃଷ୍ଣ ରାକ୍ଷସମାନଙ୍କୁ ଦେଖୁବେ ବୋଲି ଯଶୋଦା କହିଛନ୍ତି।
6. ରେବତୀ ଶ୍ରୀକୃଷ୍ଣଙ୍କ ଲଲାଟରେ କୁଙ୍କୁମ ଲଗାଇ ଦେଇଥିଲେ।
7. ଯଶୋଦା ଶ୍ରୀକୃଷ୍ଣଙ୍କୁ କାଛି ପିନ୍ଧାଇ ଦେଇଥିଲେ।
8. ଯଶୋଦା ଶ୍ରୀକୃଷ୍ଣଙ୍କୁ ପାଚିଲା କଦଳୀ ଖାଇବାକୁ ଦେଉଥିଲେ।
9. ମଧୁପୁରରେ ହାତୀ ଘୋଡ଼ାମାନେ ଗର୍ଜିବେ ବୋଲି ଯଶୋଦା କହିଛନ୍ତି।
10. ଯଶୋଦା କୃଷ୍ଣଙ୍କୁ ବୃନ୍ଦାବନକୁ ଯିବାକୁ ବାରଣ କରୁଥିଲେ।
11. ‘କାହା ମୁଖ ଅନାଇ ବଞ୍ଚିବି’ ପଦ୍ୟଟି ‘ମଥୁରାମଙ୍ଗଳ’ କାବ୍ୟର ପଞ୍ଚମ ଛାନ୍ଦରୁ ସଂଗୃହୀତ ହୋଇଛି।
12. ‘ମଥୁରାମଙ୍ଗଳ’ କାବ୍ୟର ଷଷ୍ଠ ଛାନ୍ଦରେ ସମୁଦାୟ ୨୦ ଟି ପଦ ଅଛି।
13. ‘କାହା ମୁଖ ଅନାଇ ବଞ୍ଚି’ କବିତାଟି ‘ମଥୁରାମଙ୍ଗଳ’ କାବ୍ୟାନ୍ତର୍ଗତ ଷଷ୍ଠ ଛାନ୍ଦର ଶେଷ ୮ଗୋଟି ପଦର ସମନ୍ବିତ ରୂପ ଅଟେ।
14. କୃଷ୍ଣ ନିଜର ଛାଇକୁ ଦେଖୁ ଭୟ କରୁଥିଲେ।

Answers
1. ଭୁଲ୍
2. ଭୁଲ୍
3. ଭୁଲ୍
4. ଠିକ୍
5. ଠିକ୍
6. ଭୁଲ୍
7 .ଠିକ୍
8. ଠିକ୍
9. ଠିକ୍
10. ଭୁଲ୍
11. ଭୁଲ୍
12. ଠିକ୍
13. ଭୁଲ୍
14. ଠିକ୍

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

E. ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

1. ‘ଝସ’ କହିଲେ କାହାକୁ ବୁଝାଏ?
(A) ଜଳ
(B) ମାଛ
(C) କଚ୍ଛପ
(D) କୁମ୍ଭୀର
Answer:
(B) ମାଛ

2. କାହା ବିନା ରାଜ୍ୟର ଅବସ୍ଥା ବିପର୍ଯ୍ୟସ୍ତ ହୁଏ ?
(A) ମନ୍ତ୍ରୀ
(B) ସଚିବ
(C) ରାଜା
(D) ସେନାପତି
Answer:
(C) ରାଜା

3. କୃଷ୍ଣ ତାଙ୍କ ପିତାଙ୍କୁ କ’ଣ ମାଗନ୍ତି ?
(A) ପୋଖରୀର ପଦ୍ମ
(B) ନବନୀତ
(C) ଆକାଶର ଚନ୍ଦ୍ର
(D) ଧନ
Answer:
(C) ଆକାଶର ଚନ୍ଦ୍ର

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

4. ଚନ୍ଦନ, ଅଗୁରୁ, କସ୍ତୁରୀ ଓ କୁଙ୍କୁମକୁ କ’ଣ କୁହାଯାଏ ?
(A) ଚତୁଃସମ
(B) ଚତୁଃରସ
(C) ଚତୁର୍ଦ୍ରବ୍ଯ
(D) ଚତୁର୍ଲେପ
Answer:
(A) ଚତୁଃସମ

5. କୃଷ୍ଣ କେଉଁ ସ୍ଥାନକୁ ଉଠିପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି ?
(A) ପର୍ବତକୁ
(B) ଗଛ ଉପରକୁ
(C) ପାବଚ୍ଛକୁ
(D) ପଲ୍ଯଙ୍କକୁ
Answer:
(C) ପାବଚ୍ଛକୁ

6. କେଉଁଥରେ ଉଯଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ ପଳାଇ ଯାଇଥଲେ ?
(A) କାନ୍ଥରେ
(B) ଭୂତଳେ
(C) ନୃତ୍ୟଶାଳାରେ
(D) ଚିତ୍ରଶାଳାରେ
Answer:
(A) କାନ୍ଥରେ

7. କୃଷ୍ଣ କ୍ଳାନ୍ତ ହୋଇ ରାତ୍ରିରେ କେଉଁଠାରେ ଶୋଇ ଯାଉଥିଲେ ?
(A) ଭୂତଳେ
(B) ବନରେ
(C) ପିତାଙ୍କ କୋଳରେ
(D) ମାତାଙ୍କ କୋଳରେ
Answer:
(D) ମାତାଙ୍କ କୋଳରେ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

8. କୃଷ୍ଣ ଶୋଇଥିବାବେଳେ ଚମକି ଉଠୁଥିଲେ କାହିଁକି ?
(A) ଜ୍ଵର ହେତୁ
(B) ରୋଗ ହେତୁ
(C) କ୍ଳାନ୍ତ ହେତୁ
(D) ଭୟଙ୍କର ସ୍ବପ୍ନ ଦେଖୁ
Answer:
(D) ଭୟଙ୍କର ସ୍ବପ୍ନ ଦେଖୁ

9 . କୃଷ୍ଣ ଚମକିପଡ଼ି କାହା କଣ୍ଠକୁ ଦୁଇହାତରେ ଭିଡ଼ି ଧରୁଥିଲେ ?
(A) ନନ୍ଦଙ୍କର
(B) ବଳରାମଙ୍କର
(C) ମାତାଙ୍କର
(D) ଗୋପବାଳକଙ୍କର
Answer:
(C) ମାତାଙ୍କର

10. ଯଶୋଦା କୃଷ୍ଣଙ୍କ ଆଜ୍‌ରେ କ’ଣ ଲଗାଇ ଦିଅନ୍ତି ?
(A) ଚନ୍ଦନ
(B) କୁଙ୍କୁମ
(C) ଅଞ୍ଜନ
(D) ଅଗୁରୁ
Answer:
(C) ଅଞ୍ଜନ

11. କୃଷ୍ଣ ମଥୁରାକୁ ଗଲେ ଯଶୋଦା କେଉଁଠାରେ ନିଜ ଜୀବନ ବିସର୍ଜନ କରିବେ ବୋଲି କହିଛନ୍ତି ?
(A) ଗଣ୍ଡଜଳରେ
(B) ଯମୁନା ନଦୀରେ
(C) ସମୁଦ୍ରରେ
(D) ପୁଷ୍କରିଣୀରେ
Answer:
(A) ଗଣ୍ଡଜଳରେ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

12. ‘ପିତାଙ୍କୁ ମାଗିବ କେହୁ ହରିରେ ଜୀବଧନ’ – ଏଠାରେ ‘ହରି’ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି ?
(A) ଖେଳଣା
(B) ନାରାୟଣ
(C) ଚାନ୍ଦ
(D) ନେଉଳ
Answer:
(C) ଚାନ୍ଦ

13. ‘କାହାମୁଖ ଅନାଇ ବଞ୍ଚିବି’ କବିତାଟିର କବି କିଏ ?
(A) ମଧୁସୂଦନ ରାଓ
(B) ଭକ୍ତଚରଣ ଦାସ
(C) ଦୀନବନ୍ଧୁ ଦାସ
(D) ଜଗନ୍ନାଥ ଦାସ
Answer:
(B) ଭକ୍ତଚରଣ ଦାସ

14. ଚତୁଃସମ କାହାକୁ କୁହନ୍ତି ?
(A) ଚନ୍ଦନ, ଅଗୁରୁ, କୁଙ୍କୁମ ଓ କସ୍ତୁରୀ
(B) ଚନ୍ଦନ, ଫୁଲ, ତୁଳସୀ, ମହୁ
(C) ବେଲପତ୍ର, ଚନ୍ଦନ, ତୁଳସୀ, ମହୁ
(D) ଦୁଗ୍ଧ, ମହୁ, ମିଶ୍ରି, ଛେନା
Answer:
(A) ଚନ୍ଦନ, ଅଗୁରୁ, କୁଙ୍କୁମ ଓ କସ୍ତୁରୀ

15. କୃଷ୍ଣଙ୍କ କାନରେ କ’ଣ ଶୋଭାପାଏ ?
(A) ସୁବର୍ଣ୍ଣକୁଣ୍ଡଳ
(B) ମୋତିମାଳି
(C) ହୀରାଫୁଲ
(D) ସୁବର୍ଣ୍ଣମାଳି
Answer:
(A) ସୁବର୍ଣ୍ଣକୁଣ୍ଡଳ

16. କୃଷ୍ଣ କ’ଣ ଦେଖୁ ଘରୁ ପଳାଇଯା’ନ୍ତି ?
(A) ରାକ୍ଷସ ମୂର୍ତ୍ତି
(B) କାନ୍ଥରେ ଥିବା ଭୟଙ୍କର ଚିତ୍ରପନ୍ତି
(C) ଭୟଙ୍କର ପଶୁ
(D) ସର୍ପ
Answer:
(B) କାନ୍ଥରେ ଥିବା ଭୟଙ୍କର ଚିତ୍ରପନ୍ତି

17. କଂସପୁର ଗଲେ ଶ୍ରୀକୃଷ୍ଣ କାହାକୁ ଦେଖୁବେ ବୋଲି ଯଶୋଦା କହିଛନ୍ତି ?
(A) କଂସକୁ
(B) ରାକ୍ଷସମାନଙ୍କୁ
(C) ଯମୁନାନଦୀକୁ
(D) ହାତୀଘୋଡ଼ାମାନଙ୍କୁ
Answer:
(B) ରାକ୍ଷସମାନଙ୍କୁ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

18. ‘କାହା ମୁଖ ଅନାଇ ବଞ୍ଚିବି’ କବିତାଟି କେଉଁ କାବ୍ୟର ଅଂଶବିଶେଷ ?
Answer:
(A) ଲାବଣ୍ୟବତୀ
(B) ଗୋପମଙ୍ଗଳ
(C) ମଥୁରା ମଙ୍ଗଳ
(D) ଦ୍ବାରିକା ମଙ୍ଗଳ
Answer:
(C) ମଥୁରା ମଙ୍ଗଳ

19. ‘ମଥୁରା ମଙ୍ଗଳ’ କାବ୍ୟର ପ୍ରଣେତା କିଏ ?
(A) ଅରକ୍ଷିତ ଦାସ
(B) ବତ୍ସା ଦାସ
(C) ଦନେଇ ଦାସ
(D) ଭକ୍ତଚରଣ ଦାସ
Answer:
(D) ଭକ୍ତଚରଣ ଦାସ

20. ମାତା ଯଶୋଦା ‘ଶ୍ୟାମଘନ’ ବୋଲି କାହାକୁ ସମ୍ବୋଧନ କରିଛନ୍ତି ?
(A) ମେଘକୁ
(B) କୃଷ୍ଣଙ୍କୁ
(C) ବଳରାମଙ୍କୁ
(D) କଳାହାଣ୍ଡିଆ ମେଘକୁ
Answer:
(C) ବଳରାମଙ୍କୁ

21. ‘କାହା ମୁଖ ଅନାଇ ବଞ୍ଚି’– ଏହି ଉକ୍ତିଟି ମାତା ଯଶୋଦା କାହା ଉଦ୍ଦେଶ୍ୟରେ କହିଛନ୍ତି ?
(A) ବଳରାମ
(B) ଶ୍ରୀକୃଷ୍ଣ
(C) ନନ୍ଦ
(D) ରାଧା
Answer:
(B) ଶ୍ରୀକୃଷ୍ଣ

22. ‘ଜୀବନ ବିହୁନେ ଯେହ୍ନେ ଝସ’– ଏଠାରେ ଜୀବନ ଶବ୍ଦ କେଉଁ ଅର୍ଥରେ ପ୍ରଯୁକ୍ତ ହୋଇଛି ?
Answer:
(A) ପ୍ରାଣ
(B) ପବନ
(C) ଜଳ
(D) ଅମୃତ
Answer:
(C) ଜଳ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

23. ଶ୍ରୀକୃଷ୍ଣ କେଉଁଥରେ ଘାରି ହେଉଥିଲେ ?
(A) ନିଦ୍ରାରେ
(B) ନିଶାରେ
(C) ଦୁଃଖରେ
(D) ଶୋକରେ
Answer:
(A) ନିଦ୍ରାରେ

24. ଯଶୋଦା ଶ୍ରୀକୃଷ୍ଣଙ୍କ କେଶ ବନ୍ଧନ କରି କେଉଁଥରେ ସୁବେଶ କରୁଥିଲେ ?
(A) କୁଙ୍କୁମରେ
(B) କୁସୁମରେ
(C) ବସ୍ତ୍ରରେ
(D) ମୟୂର ଚନ୍ଦ୍ରିକାରେ
Answer:
(B) କୁସୁମରେ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ବିଷୟଗତ ଶବ୍ଦାବଳୀ ଓ ଉତ୍ତର

ଶ୍ୟମଘନ – କଳାମେଘ / ଶ୍ରୀକୃଷ୍ଣ|
ମଧୁକୁଚନ – ମଥୁରାପୁର।
ଦଶଦିଗ – ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ, ଅଗ୍ନି, ବାୟୁ, ଈଶାନ, ନୈଋତ, ଊର୍ଦ୍ଧ୍ବ ଓ ଅଧଃ —ଏହି ହେଲା ଦଶଟି ଦିଗ।
ଶୁନ୍ତ୍ୟ – ଖାଲି।
ନିଶିଦିସ, – ଦିନରାତି।
ଜବସ – ଜଳ।
ଖଷ – ମାଛ।
ଯେହୋ – ଯେପରି।
ଚତୁଃସମ – ଚନ୍ଦନ, ଅଗୁରୁ, କୁଙ୍କୁମ ଓ କସ୍ତୁରୀ।
ସୁଷମ – ସୁନ୍ଦର।
BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି
BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି Q . 3
BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି Q . 4

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6

Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6 Textbook Exercise Questions and Answers.

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6

Question 1.
C କୁ କେନ୍ଦ୍ରବିନ୍ଦୁ ନେଇ 4.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର । P, Q, R ବିନ୍ଦୁକୁ ଚିହ୍ନଟ କର ଯେପରି P ବିନ୍ଦୁ ବୃତ୍ତର ଅନ୍ତର୍ଦ୍ଦେଶରେ, ‘Q’ ବିନ୍ଦୁ ବୃତ୍ତ ଉପରେ ଓ ‘R’ ବିନ୍ଦୁ ବୃତ୍ତ ର ବହିଃର୍ଦ୍ଦେଶରେ ରହିବ ।
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6 1

Question 2.
‘O” କୁ କେନ୍ଦ୍ରବିନ୍ଦୁ ରୂପେ ନେଇ 4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର । A͞B ନାମକ ଏକ ଜ୍ୟା ଅଙ୍କନ କର । କ୍ଷୁଦ୍ରଚାପ ଉପରେ ଏକ ବିନ୍ଦୁ ‘X’ ଚିହ୍ନଟ କର ।
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6 2

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6

Question 3.
ନିମ୍ନସ୍ଥ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତି ପାଖରେ ଠିକ୍ ଚିହ୍ନ () ଓ ଭୁଲ୍ ଉକ୍ତି ପାଖରେ ଛକି ଚିହ୍ନ (✗) ଦିଅ। 
(କ) ବୃତ୍ତର ପ୍ରତ୍ୟେକ ବ୍ୟାସାର୍ଦ୍ଧ ଏକ ଜ୍ୟା ଅଟେ ।
ସମାଧାନ:

(ଖ) ବୃତ୍ତର ପ୍ରତ୍ୟେକ ବ୍ୟାସ ଏକ ଜ୍ୟା ଅଟେ ।
ସମାଧାନ:

(ଗ) ବୃତ୍ତର ପ୍ରତ୍ୟେକ ଜ୍ୟା କେନ୍ଦ୍ରରେ ସମନ୍ବିଖଣ୍ଡିତ ହୁଏ ।
ସମାଧାନ:

(ଘ) ବୃତ୍ତର ପ୍ରତ୍ୟେକ ଜ୍ୟା ଏକ ରେଖାଖଣ୍ଡ ଯାହାର ପ୍ରାନ୍ତ ବିନ୍ଦୁଦ୍ବୟ ବୃତ୍ତ ଉପରେ ଅବସ୍ଥିତ ।
ସମାଧାନ:

(ଚ) ଏକ ବୃତ୍ତର ପ୍ରତ୍ୟେକ ବ୍ୟାସର ମଧ୍ୟବିନ୍ଦୁ ହେଉଛି ଉକ୍ତ ବୃତ୍ତର କେନ୍ଦ୍ର।
ସମାଧାନ:

Question 4.
‘O’ କୁ କେନ୍ଦ୍ର ରୂପେ ନେଇ 3.7 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକବୃତ୍ତ ଅଙ୍କନ କର । ପ୍ରୋଟ୍ରାକ୍ଟର ବ୍ୟବହାର କରି ଏକ ବୃତ୍ତକଳା ଅଙ୍କନ କର, ଯାହାର କେନ୍ଦ୍ରୀୟ କୋଣର ପରିମାଣ 72° ।
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6 3

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6

Question 5.
ଶୂନ୍ୟସ୍ଥାନ ପୂରଣ କର । (<, >, = ଚିହ୍ନମାନଙ୍କ ମଧ୍ୟରୁ ଉପଯୁକ୍ତ ଚିହ୍ନକୁ ବ୍ୟବହାର କର ।) 
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6 4
(କ) OP _______ OQ, ଯେଉଁଠି ‘O’ ବୃତ୍ତର କେନ୍ଦ୍ରବିନ୍ଦୁ । P ବିନ୍ଦୁ ବୃତ୍ତ ଉପରିସ୍ଥ ଓ Q ବିନ୍ଦୁ ବୃତ୍ତର ଅନ୍ତଃର୍ଦ୍ଦେଶରେ ଅବସ୍ଥିତ । 
ସମାଧାନ:
>

(ଖ) OP _______ OR, ଯେଉଁଠି ‘O’ ବୃତ୍ତର କେନ୍ଦ୍ରବିନ୍ଦୁ । P ବୃତ୍ତ ଉପରିସ୍ଥ ଏକ ବିନ୍ଦୁ ଏବଂ R ବିନ୍ଦୁ ବୃତ୍ତର ବହିଃର୍ଦ୍ଦେଶରେ ଅବସ୍ଥିତ । 
ସମାଧାନ:
<

(ଗ) \(\widehat{\mathrm{AXB}}\) ର ଦୈର୍ଘ୍ୟ _______  ଅର୍ଦ୍ଧବୃତ୍ତର ଦୈର୍ଘ୍ୟ । 
ସମାଧାନ:
=

CHSE Odisha Class 12 History Chapter 10 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 10 ସୁଫି ଓ ଭକ୍ତି ଆନ୍ଦୋଳନ Objective Questions.

CHSE Odisha 12th Class History Chapter 10 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ଭକ୍ତକବି ଜଗନ୍ନାଥ ଦାସଙ୍କୁ କିଏ ଅତିବଡ଼ୀ ଉପାଧ୍ ପ୍ରଦାନ କରିଥିଲେ ?
(କ) କବୀର
(ଖ) ନାନକ
(ଗ) ଶ୍ରୀଚୈତନ୍ୟ
(ଘ) ରାମାନଦ
Answer:
(ଗ) ଶ୍ରୀଚୈତନ୍ୟ

୨ । ମଇନୁଦ୍ଦିନ୍ ଚିସ୍ତି ଭାରତର କେଉଁ ସ୍ଥାନରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ ?
(କ) ପଞ୍ଜାବ
(ଖ) ରାଜସ୍ଥାନ
(ଗ) ଆଜମୀର
(ଘ) ଦିଲୀ
Answer:
(ଗ) ଆଜମୀର

୩ । କେବେ ମୁଇନୁଦ୍ଦିନ୍ ଚିସ୍ତି ଦେହତ୍ୟାଗ କରିଥିଲେ ?
(କ) ୧୨୩୧ ଖ୍ରୀ.ଅ.
(ଖ) ୧୨୩୨ ଖ୍ରୀ.ଅ.
(ଗ) ୧୨୩୩ ଖ୍ରୀ.ଅ.
(ଘ) ୧୨୩୪ ଖ୍ରୀ.ଅ.
Answer:
(ଘ) ୧୨୩୪ ଖ୍ରୀ.ଅ.

୪ । କେଉଁଠାରେ ଫରିଦ୍ ଜନ୍ମଗ୍ରହଣ କରିଥିଲେ ?
(କ) ଲାହୋର
(ଖ) ପାରସ୍ଯ
(ଗ) ଆଫଗାନିସ୍ଥାନ
(ଘ) କାବୁଲ
Answer:
(ଗ) ଆଫଗାନିସ୍ଥାନ

୫। କେଉଁ ସୁଫିସନ୍ଥଙ୍କର କର୍ମସ୍ଥଳୀ ଥିଲା ହାସୀ ?
(କ) ବାବା ଫରିଦ୍
(ଖ) ନିଜାମୁଦିନ ଆଉଲିଆ
(ଗ) ଶେଖ୍ ନାସିରୁଦ୍ଦିନ୍
(ଘ) ମଇନୁଦ୍ଦିନ୍ ଚିସ୍ତି
Answer:
(କ) ବାବା ଫରିଦ୍

CHSE Odisha Class 12 History Chapter 10 Objective Questions in Odia Medium

୬ । କିଏ କହିଥିଲେ, ‘ରାଜା ଓ ସମ୍ଭ୍ରାନ୍ତମାନଙ୍କ ସହିତ ବନ୍ଧୁତା ସ୍ଥାପନ କରନାହିଁ । ତୁମର ଆଧ୍ୟାତ୍ମିକ ଜୀବନ ପ୍ରତି ସେମାନଙ୍କର ସାକ୍ଷାତ୍‌କୁ ମାରାତ୍ମକ ବୋଲି ବିବେଚନା କର ।’’
(କ) ମଇନୁଦ୍ଦିନ୍ ଚିସ୍ତି
(ଖ) ବାବା ଫରିଦ୍
(ଗ) ଶେଖ୍ ନାସିରୁଦ୍ଦିନ୍
(ଘ) ନିଜାମଉଦ୍ଦିନ୍ ଆଉଲିଆ
Answer:
(ଖ) ବାବା ଫରିଦ୍ର

୭ । ୧୨୩୬ ଖ୍ରୀଷ୍ଟାବ୍ଦରେ ବାଦାଉନ୍‌ଠାରେ କେଉଁ ସୁଫିସନ୍ଥ ଜନ୍ମଗ୍ରହଣ କରିଥିଲେ ?
(କ) ଶେଖ୍ ସଲିମ୍
(ଖ) ନିଜାମୁଦ୍ଦିନ୍ ଆଉଲିଆ
(ଗ) ଶେଖ୍ ନାସିରୁଦ୍ଦିନ୍
(ଘ) ମଇନୁଦ୍ଦିନ୍ ଚିସ୍ତି
Answer:
(ଖ) ନିଜାମୁଦ୍ଦିନ୍ ଆଉଲିଆ

୮ । କେଉଁ ସୁଫିସନ୍ଥ ଦିଲ୍ଲୀ ନିକଟବର୍ତ୍ତୀ ଗିୟାସପୁରଠାରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ?
(କ) ଶେଖ୍ ସଲିମ୍
(ଖ) ନିଜାମୁଦ୍ଦିନ୍ ଆଉଲିଆ
(ଗ) ବାବା ଫରିଦ୍
(ଘ) ମଇନୁଦ୍ଦିନ୍ ଚିମ୍ପି
Answer:
(ଖ) ନିଜାମୁଦ୍ଦିନ୍ ଆଉଲିଆ

୯ । କେଉଁ ସୁଫିସନ୍ଥଙ୍କୁ ‘ଦିଲ୍ଲୀର ଚିରାଗ’ ବୋଲି କୁହାଯାଉଥିଲା ?
(କ) ଶେଖ୍ ନାସିରୁଦ୍ଦିନ୍
(ଖ) ବାବା ଫରିଦ୍
(ଗ) ଶେଖ୍ ସଲିମ୍
(ଘ) ମଇନୁଦ୍ଧନ୍
Answer:
(କ) ଶେଖ୍ ନାସିରୁଦ୍ଦିନ୍

୧୦ । କେବେ ଶେଖ୍ ନାସିରୁଦ୍ଦିନ୍ ଦେହତ୍ୟାଗ କରିଥିଲେ ?
(କ) ୧୩୩୨ ଖ୍ରୀ.ଅ.
(ଖ) ୧୩୩୩ ଖ୍ରୀ.ଅ.
(ଗ) ୧୩୩୪ ଖ୍ରୀ.ଅ.
(ଘ) ୧୩୩୬ ଖ୍ରୀ.ଅ.
Answer:
(କ) ୧୩୩୬ ଖ୍ରୀ.ଅ.

୧୧ । ଫତେପୁରସିକ୍ରିଠାରେ କେଉଁ ସୁଫିସନ୍ଥ ଅବସ୍ଥାନ କରୁଥିଲେ ?
(କ) ମଇନୁଦ୍ଦିନ୍ ଚିସ୍ତି
(ଖ) ଶେଖ୍ ସଲିମ୍
(ଗ) ନିଜାମୁଦ୍ଦିନ୍ ଆଉଲିଆ
(ଘ)ଶେଖ୍ ଲିମ୍
Answer:
(ଖ) ଶେଖ୍ ସଲିମ୍

୧୨ । ସୁହରାବର୍ତ୍ତୀ ସଂପ୍ରଦାୟର ପ୍ରତିଷ୍ଠାତା କିଏ ଥିଲେ ?
(କ) ସିହାବୁଦ୍ଦିନ୍ ସୁହରାବନ୍ଦୀ
(ଖ) ହମିଦ୍‌ଉଦ୍ଦିନ ନାଗୌରୀ
(ଗ) ଶେଖ୍ ବାହାଉଦ୍ଦିନ୍ ଜାକାରିୟା
(ଘ) ବଜରୁଦ୍ଦିନ୍ ଅରିଫ୍
Answer:
(କ) ସିହାବୁଦ୍ଦିନ୍ ସୁହରାବନ୍ଦୀ

CHSE Odisha Class 12 History Chapter 10 Objective Questions in Odia Medium

୧୩ । ସୁହରାବର୍ତୀ ସଂପ୍ରଦାୟର କେଉଁ ସନ୍ଥ ୧୧୮୨ ଖ୍ରୀଷ୍ଟାବ୍ଦରେ ମୁଲତାନଠାରେ ଜନ୍ମଗ୍ରହଣ କରିଥିଲେ ?
(କ) ଶେଖ୍ ବାହାଉଦ୍ଦିନ୍ ଜାକାରିୟା
(ଖ) ହମିଦ୍‌ଉଦ୍ଦିନ ନାଗୌରୀ
(ଗ) ରୁକ୍‌ଉଦ୍ଦିନ୍
(ଘ) ବଜରୁଦ୍ଦିନ୍ ଅରିଫ୍
Answer:
(କ) ଶେଖ୍ ବାହାଉଦ୍ଦିନ୍ ଜାକାରିୟା

୧୪ । କିଏ କାଦିର ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ ?
(କ) ଶେଖ୍ ଅବଦୁଲ
(ଖ) ମହମ୍ମଦ ଜିଲାନୀ
(ଗ) ଶାହା ନିଆମତାଲା
(ଘ)ଶେଖ୍ ହମିଦ୍‌ଗଞ୍ଜ
Answer:
(କ) ଶେଖ୍ ଅବଦୁଲ

୧୫ । କିଏ କାଦିର ସଂପ୍ରଦାୟଙ୍କୁ ଭାରତରେ ଲୋକପ୍ରିୟ କରାଇଥିଲେ ?
(କ) ଶେଖ୍ ଅବଦୁଲ
(ଖ) ମହମ୍ମଦ ଜିଲାନୀ
(ଗ) ଶେଖ୍ ହମିଦ୍‌ଗଞ୍ଜ
(ଘ) ଶେଖ୍ ମାଲି
Answer:
(ଖ) ମହମ୍ମଦ ଜିଲାନୀ

୧୬ । କିଏ ନକସ୍ଵବଦୀ ସଂପ୍ରଦାୟକୁ ଭାରତରେ ଲୋକପ୍ରିୟ କରାଇଥିଲେ ?
(କ) ବାକ୍ସିବିଲ୍ଲା
(ଖ) ମହମ୍ମଦ ସରହିଜ୍
(ଗ) ୱାଲି ଉଲ୍ଲା
(ଘ) ମୀର ଦାର୍ଦ
Answer:
(କ) ବାକ୍ସିବିଲ୍ଲା

୧୭ । କିଏ ପ୍ରଥମେ ଦାକ୍ଷିଣାତ୍ୟରେ ଭକ୍ତିବାଦ ପ୍ରଚାର କରିଥିଲେ ?
(କ) ରାମାନୁଜ
(ଖ) ନିମ୍ବାର୍କ
(ଗ) ରାମାନନ୍ଦ
(ଘ) କବାର
Answer:
(କ) ରାମାନୁଜ

୧୮ । ଭକ୍ତିବାଦର କେଉଁ ପ୍ରଚାରକ ପ୍ରୟାଗଠାରେ ଜନ୍ମଗ୍ରହଣ କରିଥିଲେ ?
(କ) ରାମାନୁଜ
(ଖ) ରାମାନନ୍ଦ
(ଗ) ନିମ୍ବାର୍କ
(ଘ) ନାନକ
Answer:
(ଖ) ରାମାନନ୍ଦ

୧୯ । ଉତ୍ତର ଭାରତରେ ଭକ୍ତିବାଦର ପ୍ରଥମ ପ୍ରଚାରକଙ୍କ ନାମ ଲେଖ ।
(କ) କବୀର
(ଖ) ନିମ୍ବାର୍କ
(ଗ) ରାମାନୁଜ
(ଘ) ନାନକ
Answer:
(କ) କବୀର

୨୦ । କେବେ କବୀର ଜନ୍ମଗ୍ରହଣ କରିଥିଲେ ?
(କ) ୧୪୩୪ ଖ୍ରୀ.ଅ.
(ଖ) ୧୪୩୫ ଖ୍ରୀ.ଅ.
(ଗ) ୧୪୩୮ ଖ୍ରୀ.ଅ.
(ଘ) ୧୪୪୦ ଖ୍ରୀ.ଅ.୦
Answer:
(ଘ) ୧୪୪୦ ଖ୍ରୀ.ଅ.

CHSE Odisha Class 12 History Chapter 10 Objective Questions in Odia Medium

୨୧ । ମୁସଲମାନ ତନ୍ତୀ ନୀରୁ ଓ ତାଙ୍କ ପତ୍ନୀ ନିମା କାହାଙ୍କୁ ଲାଳନପାଳନ କରିଥିଲେ ?
(କ) କବୀର
(ଖ) ନାନକ
(ଗ) ଶ୍ରୀଚୈତନ୍ୟ
(ଘ) ନିମ୍ବାର୍କ
Answer:
(କ) କବୀର

୨୨ । ରାମାନନ୍ଦଙ୍କର ପ୍ରିୟ ଶିଷ୍ୟଙ୍କ ନାମ ଲେଖ ।
(କ) କବୀର
(ଖ) ବଲ୍ଲଭାଚାର୍ଯ୍ୟ
(ଗ) ଶ୍ରୀଚୈତନ୍ୟ
(ଘ) ନାନକ
Answer:
(କ) କବୀର

୨୩ । ଭକ୍ତିବାଦର କେଉଁ ପ୍ରଚାରକଙ୍କର ଶିଷ୍ୟମାନଙ୍କୁ ‘କବୀରପନ୍ଥୀ’ କୁହାଯାଉଥିଲା ?
(କ) ନିମ୍ବାର୍କ
(ଖ) ବଲ୍ଲଭାଚାର୍ଯ୍ୟ
(ଗ) କବୀର
(ଘ) ରାମାନନ୍ଦ
Answer:
(ଗ) କବୀର

୨୪ । କିଏ ‘ଦୋହା’ ମାଧ୍ୟମରେ ଭକ୍ତିବାଦର ପ୍ରଚାର କରି ଲୋକପ୍ରିୟ ହୋଇଥିଲେ ?
(କ) ନିମ୍ବାର୍କ
(ଖ) ରାମାନୁଜ
(ଗ) ରାମାନନ୍ଦ
(ଘ) କବୀର
Answer:
(ଘ) କବୀର

୨୫ । କିଏ ଶିଙ୍ଖଧର୍ମ ପ୍ରତିଷ୍ଠା କରିଥିଲେ ?
(କ) କବୀର
(ଖ) ନାନକ
(ଗ) ଶ୍ରୀଚୈତନ୍ୟ
(ଘ) ରାମାନୁଜ
Answer:
(ଖ) ନାନକ

୨୬ । କିଏ ୧୪୬୯ ଖ୍ରୀଷ୍ଟାବ୍ଦରେ ଲାହୋର ନିକଟବର୍ତୀ ତାଇୱାନ୍ଦି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
(କ) ରାମାନୁଜ
(ଖ) ରାମାନନ୍ଦ
(ଗ) କବୀର
(ଘ) ନାନକ
Answer:
(ଘ) ନାନକ

୨୭ । ଗ୍ରନ୍ଥସାହେବ ବା ଆଦିଗ୍ରନ୍ଥରେ କାହା ବାଣୀ ସନ୍ନିବେଶିତ ?
(କ) ନାନକ
(ଖ) କବୀର
(ଗ) ଶ୍ରୀଚୈତନ୍ୟ
(ଘ) ରାମାନୁଜ
Answer:
(କ) ନାନକ

୨୮ । କେବେ ନାନକ ଦେହତ୍ୟାଗ କରିଥିଲେ ?
(କ) ୧୫୩୬ ଖ୍ରୀଷ୍ଟାବ୍ଦ
(ଖ) ୧୫୩୭ ଖ୍ରୀଷ୍ଟାବ୍ଦ
(ଗ) ୧୫୩୮ ଖ୍ରୀଷ୍ଟାବ୍ଦ
(ଘ) ୧୫୪୦ ଖ୍ରୀଷ୍ଟାବ୍ଦ
Answer:
(ଖ) ୧୫୩୮ ଖ୍ରୀଷ୍ଟାବ୍ଦ

୨୯ । କିଏ ନିଜର ମୃତ୍ୟୁ ପୂର୍ବରୁ ଅଙ୍ଗଦଙ୍କୁ ନିଜର ଉତ୍ତରାଧିକାରୀ ରୂପେ ମନୋନୀତ କରିଥିଲେ ?
(କ) ନାନକ
(ଖ) ରାମାନନ୍ଦ
(ଗ) କବୀର
(ଘ) ଶ୍ରୀଚୈତନ୍ୟ
Answer:
(କ) ନାନକ

CHSE Odisha Class 12 History Chapter 10 Objective Questions in Odia Medium

୩୦ । କିଏ ୧୪୮୬ ଖ୍ରୀଷ୍ଟାବ୍ଦରେ ପଶ୍ଚିମବଙ୍ଗର ନବଦ୍ଵୀପରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ?
(କ) ନାନକ
(ଖ) ଶ୍ରୀଚୈତନ୍ୟ
(ଗ) କବୀର
(ଘ) ବଲ୍ଲଭାଚାର୍ଯ୍ୟ
Answer:
(ଖ) ଶ୍ରୀଚୈତନ୍ୟ

୩୧ । ଜଗନ୍ନାଥ ମିଶ୍ର ଓ ଶଚୀଦେବୀ କାହାର ପିତା ଓ ମାତା ଭାବେ ପରିଚିତ ?
(କ) ନାନକ
(ଖ) ଶ୍ରୀଚୈତନ୍ୟ
(ଗ) କବୀର
(ଘ) ରାମାନୁଜ
Answer:
(ଖ) ଶ୍ରୀଚୈତନ୍ୟ

୩୨ । କିଏ ବିଶ୍ୱମ୍ଭର ଓ ନିମାଇଁ ନାମରେ ପରିଚିତ ଥିଲେ ?
(କ) ଶ୍ରୀଚୈତନ୍ୟ
(ଖ) କବୀର
(ଗ) ନାନକ
(ଘ) ନିମ୍ବାର୍କ
Answer:
(କ) ଶ୍ରୀଚୈତନ୍ୟ

୩୩ । କିଏ ‘ଗୌରାଙ୍ଗ ମହାପ୍ରଭୁ’ ନାମରେ ବିଖ୍ୟାତ ହୋଇଥିଲେ ?
(କ) ନାନକ
(ଖ) ଶ୍ରୀଚୈତନ୍ୟ
(ଗ) କବୀର
(ଘ) ବଲ୍ଲଭାଚାର୍ଯ୍ୟ
Answer:
(ଖ) ଶ୍ରୀଚୈତନ୍ୟ

୩୪ । କେବେ ଶ୍ରୀଚୈତନ୍ୟ ଦେହତ୍ୟାଗ କରିଥିଲେ ?
(କ) ୧୫୩୦ ଖ୍ରୀ.ଅ.
(ଖ) ୧୫୩୧ ଖ୍ରୀ.ଅ.
(ଗ) ୧୫୩୨ ଖ୍ରୀ.ଅ.
(ଘ) ୧୫୩୩ ଖ୍ରୀ.ଅ.୦
Answer:
(ଘ) ୧୫୩୩ ଖ୍ରୀ.ଅ.

CHSE Odisha Class 12 History Chapter 10 Objective Questions in Odia Medium

୩୫ । ‘ଗୁରୁମୁଖୀ’ ଭାଷାରେ କିଏ ନିଜର ଧର୍ମମତ ପ୍ରଚାର କରିଥିଲେ ?
(କ) ନାନକ
(ଖ) ଶ୍ରୀଚୈତନ୍ୟ
(ଗ) କବୀର
(ଘ) ରାମାନୁଜ
Answer:
(କ) ନାନକ

୩୬ । କେଉଁ ମୁସଲମାନ କବି ପ୍ରଥମେ ଊର୍ଦ୍ଧ୍ଵ ଭାଷାରେ କବିତା ରଚନା କରିଥିଲେ ?
(କ) ଆବୁଲଫାଜଲ
(ଖ) ଫାୟାଜୀ
(ଗ) ଅମୀର ଖୁସ୍ର
(ଘ) ଅମୀର ହାସାନ୍
Answer:
(ଗ) ଅମୀର ଖୁସ୍ରୁ

୩୭ । ଓଡ଼ିଶାର କେଉଁ ରାଜା ଶ୍ରୀଚୈତନ୍ୟଙ୍କର ପୃଷ୍ଠପୋଷକତା କରିଥିଲେ ?
(କ) କପିଳେନ୍ଦ୍ରଦେବ
(ଖ) ପୁରୁଷୋତ୍ତମଦେବ
(ଗ) ପ୍ରତାପରୁଦ୍ରଦେବ
(ଘ) ଚୋଡ଼ଗଙ୍ଗଦେବ
Answer:
(ଗ) ପ୍ରତାପରୁଦ୍ରଦେବ

୩୮ । କିଏ ‘ତାରିଖ-ଇ-ଫିରୋଜଶାହୀ’ ଗ୍ରନ୍ଥ ରଚନା କରିଥିଲେ ?
(କ) ଜିଆଉଦ୍ଦିନ୍ ବରାଣୀ
(ଖ) ଅମୀର ଖୁସୁ
(ଗ) ଇଜାମୀ
(ଘ) ସାରଙ୍ଗଧର
Answer:
(କ) ଜିଆଉଦ୍ଦିନ ବରାଣୀ

୩୯ । କିଏ ‘ତବାକତ୍-ଇ-ନାସିରୀ’ ପୁସ୍ତକ ରଚନା କରିଥିଲେ ?
(କ) ମିନ୍‌ହାଜ୍-ଉସ୍ – ସିରାଜ
(ଖ) ଅମୀର ଖୁସୁ
(ଗ) ଜିଆଉଦ୍ଦିନ୍ ବରାଣୀ
(ଘ) ରଟ୍ ବି
Answer:
(କ) ମିହାଜ୍- ଉସ୍-ସିରାଜ୍

୪୦ । କବୀରଙ୍କ ଆଧ୍ୟାମିକ ଗୁରୁ କିଏ ଥିଲେ ?
(କ) ଶଙ୍କରାଚାର୍ଯ୍ୟ
(ଖ) ମର୍ଦ୍ଦନା
(ଗ) ରାମାନନ୍ଦ
(ଘ) ଈଶ୍ୱରପୁରୀ
Answer:
(ଗ) ରାମାନନ୍ଦ

CHSE Odisha Class 12 History Chapter 10 Objective Questions in Odia Medium

୪୧ । କବୀରପନ୍ଥୀମାନଙ୍କ ପ୍ରଧାନ ଧର୍ମଗ୍ରନ୍ଥ କ’ଣ ?
(କ) ଦୋହା
(ଖ) ବାଜକ
(ଗ) ଗ୍ରନ୍ଥସାହେବ
(ଘ) ଗୁରୁମୁଖା
Answer:
(ଖ) ବୀଜକ

୪୨ । ନିମ୍ନୋକ୍ତଙ୍କ ମଧ୍ୟରୁ ନାନକଙ୍କ ପିତା କିଏ ଥିଲେ ?
(କ) ନୀରୁ
(ଖ) କାଲୁବେଦୀ
(ଗ) ମର୍ଦ୍ଦନା
(ଘ) ଜଗନ୍ନାଥ ମିଶ୍ର
Answer:
(ଖ) କାଲୁବେଦୀ

୪୩ । ଶ୍ରୀଚୈତନ୍ୟଙ୍କୁ କିଏ କୃଷ୍ଣମନ୍ତ୍ରରେ ଦୀକ୍ଷା ପ୍ରଦାନ କରିଥିଲେ ?
(କ) ରାମାନନ୍ଦ
(ଖ) ଈଶ୍ୱରପୁରୀ
(ଗ) ଜଗନ୍ନାଥ ମିଶ୍ର
(ଘ) ଶଙ୍କରାଚାଯ୍ୟ
Answer:
(ଖ) ଈଶ୍ୱରପୁରୀ

୪୪ । ଶିଖ୍ ଶବ୍ଦର ଅର୍ଥ କ’ଣ ?
(କ) ଗୁରୁ
(ଖ) ପିତା
(ଗ) ଭ୍ରାତା
(ଘ) ଶିଷ୍ୟ
Answer:
(ଘ) ଶିଷ୍ୟ

୪୫ । ନିମ୍ନୋକ୍ତ ମଧ୍ଯରୁ ଶିଖୁମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ କ’ଣ ?
(କ) ବୀଜକ
(ଖ) ଜେନ୍ଦ-ଆଭେସ୍ତ
(ଗ) ଗ୍ରନ୍ଥସାହେବ
(ଘ) ଗୁରୁମୁଖା
Answer:
(ଗ) ଗ୍ରନ୍ଥସାହେବ

B. ଶୂନ୍ୟସ୍ଥାନ ପୂରଣ କର ।

୧ । ସୁଫ୍ ଶବ୍ଦର ଅର୍ଥ ________________।
Answer:
ଉଲ୍ ବସ୍ତ୍ର ନିର୍ମାଣର ଏକ ସାମଗ୍ରୀ

୨। ନିଜାମୁଦ୍ଦିନ୍ ଆଉଲିଆ___________________ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୨୬୬

୩ । ________________ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ପଶମ ବସ୍ତ୍ର ଓ ମୁଦ୍ରାଥଳି ଶେଖ୍ ନାସିରୁଦ୍ଦିନ୍ ଗ୍ରହଣ କରି ନଥିଲେ ।
Answer:
ମହମ୍ମଦ ବିନ୍ ତୋଗଲୋକ

୪ । ନାସିରୁଦ୍ଧନ୍ ଚିସ୍ତ _______________ ଠାରେ ଆଉଲିଆଙ୍କ ଶିଷ୍ୟତ୍ଵ ଗ୍ରହଣ କରିଥିଲେ ।
Answer:
ଦିଲ୍ଲୀ

CHSE Odisha Class 12 History Chapter 10 Objective Questions in Odia Medium

୫। ଶେଖ୍ ବାହାଉଦ୍ଦିନ୍ ଜାକାରିୟା _______________ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୧୮୨

୬ । ମହମ୍ମଦ ତୋଗଲକ ଓ ଫିରୋଜଶାହା ତୋଗଲକଙ୍କ ସମୟରେ _________________ ସମ୍ପ୍ରଦାୟର ବିଶେଷ ଅଗ୍ରଗତି ହୋଇଥିଲା ।
Answer:
ସୁହରାବନ୍ଦୀ

୭ | ନକସ୍ଵନ୍ଦୀ ସମ୍ପ୍ରଦାୟର ଅନୁଗାମୀମାନେ _________________ ପାଳନ ଉପରେ ଅଧ‌ିକ ଗୁରୁତ୍ଵ ଦେଉଥିଲେ ।
Answer:
ଶାରିଆଡ଼

୮ । ଅଦ୍ଵୈତ ମତବାଦର ପ୍ରଚାରକ ଥିଲେ _____________ ।
Answer:
ଶଙ୍କରାଚାର୍ଯ୍ୟ

୯ । _____________ ଖ୍ରୀ.ଅ.ରେ କବୀର ଜନ୍ମଗ୍ରହଣ କରିଥିଲେ ।
Answer:
୧୪୪୦

୧୦ । ‘‘ଯଦି ପ୍ରସ୍ତରମାନ ପୂଜାକରି ଜଣେ ଈଶ୍ଵରଙ୍କୁ ଦେଖ‌ିବାକୁ ପାଏ, ମୁଁ ଗୋଟିଏ ପାହାଡ଼କୁ ପୂଜା କରିବି ।’’ ଏହା _______________ କହିଥିଲେ ।
Answer:
କବୀର

୧୧। ________________ ଙ୍କର ପିତାଙ୍କ ନାମ କାଲୁବେଦୀ ଥିଲା ।
Answer:
ନାନକ

୧୨ । ନାନକଙ୍କର ଧର୍ମପ୍ରଚାରର ଭାଷା ଥିଲା _______________ ।
Answer:
ଗୁରୁମୁଖୀ

୧୩ । ଓଡ଼ିଶା ପ୍ରସିଦ୍ଧ ପଞ୍ଚସଖା ________________ ଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ।
Answer:
ଶ୍ରୀଚୈତନ୍ୟ

CHSE Odisha Class 12 History Chapter 10 Objective Questions in Odia Medium

୧୪। ______________ ଙ୍କୁ ଦିଲ୍ଲୀର ଚିରାଗ ବୋଲି ଅଭିହିତ କରାଯାଉଥିଲା ।
Answer:
ଶେଖ୍ ନାସିରୁଦ୍ଦିନ ଚିଷ୍ଠି

୧୫ । ବଲ୍ଲଭାଚାର୍ଯ୍ୟ ______________ ଧର୍ମକୁ ଜନପ୍ରିୟ କରାଇଥିଲେ ।
Answer:
କୃଷ୍ଣଧର୍ମ

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଭକ୍ତିର ଅର୍ଥ କ’ଣ ?
Answer:
ଭକ୍ତିର ଅର୍ଥ ଈଶ୍ବରଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ପ୍ରଦର୍ଶନ ।

୨। ଭକ୍ତି ଆନ୍ଦୋଳନ ଫଳରେ କେଉଁ ଭାଷାର ଉତ୍ପତ୍ତି ହୋଇଥିଲା ?
Answer:
ଭକ୍ତି ଆନ୍ଦୋଳନ ଫଳରେ ଉର୍ଦୁ ଭାଷାର ଉତ୍ପତ୍ତି ହୋଇଥିଲା ।

୩ । କର୍ମମାର୍ଗ କ’ଣ ?
Answer:
କର୍ମମାର୍ଗ ଅନୁସାରେ ମୂର୍ତ୍ତିପୂଜା, ଯୋଗ, ସାଧନା, ଆରାଧନା, ଦାନ, ଦକ୍ଷିଣା ଓ ତୀର୍ଥଯାତ୍ରା ଇତ୍ୟାଦି କ୍ରିୟାକର୍ମଦ୍ଵାରା ମୋକ୍ଷପ୍ରାପ୍ତି ସମ୍ଭବ ହୋଇଥାଏ ।

୪ । ରାମାନୁଜ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ?
Answer:
୧୦୬୦ ଖ୍ରୀ.ଅ.ରେ ରାମାନୁଜ ତିରୁପତିଠାରେ ଜନ୍ମଗ୍ରହଣ କରିଥିଲେ ।

୫ । ରାମାନନ୍ଦଙ୍କର ପ୍ରଧାନ ଶିଷ୍ୟ କିଏ ଥିଲେ ?
Answer:
ପଦ୍ମାବତୀ ଓ ସୁରସାରୀ ରାମାନନ୍ଦଙ୍କର ପ୍ରଧାନ ଶିଷ୍ୟ ଥିଲେ ।

୬। କବୀର କେଉଁ ଭାଷାରେ ଭକ୍ତିବାଦ ପ୍ରଚାର କରିଥିଲେ ?
Answer:
କବୀର ହିନ୍ଦୀ ଭାଷାରେ ଭକ୍ତିବାଦ ପ୍ରଚାର କରିଥିଲେ ।

CHSE Odisha Class 12 History Chapter 10 Objective Questions in Odia Medium

୭ । ଶିଖ୍ମାନଙ୍କର ପବିତ୍ର ଧର୍ମଗ୍ରନ୍ଥର ନାମ କ’ଣ ?
Answer:
ଶିଖ୍ମାନଙ୍କର ପବିତ୍ର ଧର୍ମଗ୍ରନ୍ଥର ନାମ ଗ୍ରନ୍ଥସାହେବ ।

୮। ଭକ୍ତି ଆନ୍ଦୋଳନର ତିନିଜଣ ସନ୍ଥଙ୍କ ନାମ ଲେଖ ।
Answer:
କବୀର, ନାନକ ଏବଂ ଚୈତନ୍ୟ ଭକ୍ତ ଆନ୍ଦୋଳନର ତିନିଜଣ ସନ୍ଥ ଥିଲେ ।

୯ । ଚୈତନ୍ୟ କାହାଠାରୁ ଦୀକ୍ଷା ଗ୍ରହଣ କରିଥିଲେ ?
Answer:
ଚୈତନ୍ୟ ଈଶ୍ଵରପୁରୀ ନାମକ ଜଣେ ସାଧୁ ପୁରୁଷଙ୍କ ନିକଟରୁ ଦୀକ୍ଷା ଗ୍ରହଣ କରିଥିଲେ ।

୧୦ । ମଇନୁଦ୍ଦିନ୍ ଚିସ୍ତଙ୍କର ସୁଫିବାଦର କେଉଁ ସମ୍ପ୍ରଦାୟ ସହିତ ସମ୍ପର୍କ ଥିଲା ?
Answer:
ମଇନୁଦ୍ଦିନ ଚିସ୍ତିଙ୍କର ସୁଫିବାଦର ଚିସ୍ତା ସମ୍ପ୍ରଦାୟ ସହିତ ସମ୍ପର୍କ ଥିଲା ।

୧୧ । କେଉଁ ସୁଫିସନ୍ତ ବାବା ଫରିଦ୍ ନାମରେ ଖ୍ୟାତିଲାଭ କରିଥିଲେ ?
Answer:
ସୁଫିସନ୍ଥ ଫରିଦୁଦ୍ଦିନ୍ ବାବା ଫରିଦ୍ ନାମରେ ଖ୍ୟାତିଲାଭ କରିଥିଲେ ।

୧୨ । ଶ୍ରୀଚୈତନ୍ୟ କେଉଁ ଧର୍ମ ପ୍ରଚାର କରିଥିଲେ ?
Answer:
ଶ୍ରୀଚୈତନ୍ୟ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ ।

୧୩ । ନାନକ ବିବାହ କରିଥିବା କନ୍ୟାର ନାମ କ’ଣ ଥିଲା ?
Answer:
ନାନକ ବିବାହ କରିଥିବା କନ୍ୟାର ନାମ ସୁଲଖଇନ୍ ଥିଲା ।

୧୪ । କେଉଁ କେଉଁ ଭାଷାର ସମ୍ମିଶ୍ରଣରେ ଊର୍ଦ୍ଧ୍ଵ ଭାଷା ସୃଷ୍ଟି ହୋଇଥୁଲା ?
Answer:
ପାର୍ସୀ ଏବଂ ହିନ୍ଦୀ ଭାଷାର ସମ୍ମିଶ୍ରଣରେ ଊର୍ଦ୍ଧ୍ଵ ଭାଷାର ସୃଷ୍ଟି ହୋଇଥିଲା

CHSE Odisha Class 12 History Chapter 10 Objective Questions in Odia Medium

୧୫ । ଯୁଗ୍ମ ନୃତ୍ୟ ବା ‘ଡୁଏଟ୍’ କିପରି ସୃଷ୍ଟି ହୋଇଥିଲା ?
Answer:
କବାଲୀ ତଥା ଗଜଲ୍‌ର ଅନୁକରଣରେ ହିନ୍ଦୁମାନେ ଯୁଗ୍ମ ନୃତ୍ୟ ବା ଡୁଏଟ୍ ପ୍ରସ୍ତୁତ କରିଥିଲେ ।

୧୬ । ସୁଫିବାଦ କ’ଣ ?
Answer:
ସୁଫି ମତବାଦ ପ୍ରେମ ଉପରେ ପ୍ରତିଷ୍ଠିତ ଏବଂ ଏକେଶ୍ୱରବାଦ ଉପରେ ଏହା ବିଶ୍ଵାସ କରିଥାଏ ।

୧୭ । ‘ଚିସ୍ତା ସମ୍ପ୍ରଦାୟ’ କିଏ ଆରମ୍ଭ କରିଥିଲେ ?
Answer:
ଅବ୍‌ଦୁଲ୍ ଚିସ୍ତି ‘ଚିସ୍ତି ସମ୍ପ୍ରଦାୟ’ ଆରମ୍ଭ କରିଥିଲେ ।

୧୮ । କିଏ ‘ଉମୀର ରାସୋ’ ରଚନା କରିଥିଲେ ?
Answer:
ସାରଙ୍ଗଧର ‘ଉମୀର ରାସୋ ରଚନା କରିଥିଲେ ।

୧୯ । କାଦିରୀ ସମ୍ପ୍ରଦାୟ କେଉଁ ସୁଫି ସନ୍ଥଙ୍କଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ?
Answer:
କାଦିରୀ ସମ୍ପ୍ରଦାୟ ଅବ୍‌ଦୁଲ୍ କାଦିର୍ ଜିଲାନିଙ୍କଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ।

୨୦ । ନକ୍‌ବାଦ ସମ୍ପ୍ରଦାୟ ସହିତ ସମ୍ପର୍କ ରଖୁଥ‌ିବା ଜଣେ ସୁଫି ସନ୍ଥଙ୍କର ନାମ ଲେଖ ।
Answer:
ନକ୍‌ବାଦ ସମ୍ପ୍ରଦାୟ ସହିତ ସମ୍ପର୍କ ରଖୁଥ‌ିବା ସୁଫି ସନ୍ଥଙ୍କର ନାମ ହେଲା, ଖୁଜା ବାକ୍ସି ବିଲ୍ଲା, ସଇଖ୍ ଅହମ୍ମଦ ସରହିନ୍ଦ୍ ।

୨୧ । ଓଡ଼ିଶାର ପଞ୍ଚସଖା କାହାଦ୍ଵାରା ପ୍ରଭାବିତ ହୋଇଥିଲେ ?
Answer:
ଓଡ଼ିଶାର ପଞ୍ଚସଖା ଚୈତନ୍ୟଙ୍କଦ୍ଵାରା ପ୍ରଭାବିତ ହୋଇଥିଲେ ।

୨୨ । ଊର୍ଦ୍ଧ୍ଵ ଭାଷା କେଉଁ ଭାଷା ନାମରେ ପ୍ରଥମେ କଥିତ ଥିଲା ?
Answer:
ଊର୍ଦ୍ଧ୍ଵ ଭାଷା ପ୍ରଥମେ ‘ଯବନ-ଇ-ହିନ୍ଦୁଭି’ ନାମରେ କଥ୍ତ ଥିଲା ।

CHSE Odisha Class 12 History Chapter 10 Objective Questions in Odia Medium

୨୩ । ‘ତାରିଖ-ଇ-ଫିରୋଜଶାହୀ’ ଲେଖକ କିଏ ?
Answer:
‘ତାରିଖ୍ -ଇ-ଫିରୋଜଶାହୀ’ର ଜିଆଉଦ୍ଦିନ୍ ବରାନୀଙ୍କଦ୍ଵାରା ଲିଖୁତ ହୋଇଥିଲା ।

୨୪ । ଖୁଜା ମଇନୁଦ୍ଦିନ୍ ଚିସ୍ତି କେବେ ମୃତ୍ୟୁବରଣ କରିଥିଲେ ?
Answer:
୧୨୩୪ ଖ୍ରୀ.ଅ.ରେ ଖୁଜା ମଇନୁଦ୍ଦିନ୍ ଚିସ୍ତି ମୃତ୍ୟୁବରଣ କରିଥିଲେ ।

୨୫ । କବୀର କେବେ ଜନ୍ମଗ୍ରହଣ କରିଥିଲେ ?
Answer:
୧୪୪୦ ଖ୍ରୀ.ଅ.ରେ କବୀର ଜନ୍ମଗ୍ରହଣ କରିଥିଲେ ।

୨୬ । କବୀରଙ୍କ ଶିଷ୍ୟମାନଙ୍କୁ କ’ଣ କୁହାଯାଏ ?
Answer:
କବୀରଙ୍କ ଶିଷ୍ୟମାନଙ୍କୁ ‘କବୀରପନ୍ଥୀ’ କୁହାଯାଏ ।

୨୭ । ‘ବୀଜକ କ’ଣ ?
Answer:
‘ବୀଜକରେ କବୀରଙ୍କ ନୀତିବାଣୀଗୁଡ଼ିକ ଲିପିବଦ୍ଧ ହୋଇଛି ।

୨୮ । କିଏ ‘ତବାକତ-ଇ-ନାସିରୀ’ ରଚନା କରିଥିଲେ ?
Answer:
କାଜି ‘ମିନ୍‌ହାଜ–ଉସ୍-ସିରାଜ’ ତବାକତ-ଇ-ନାସିରୀ ରଚନା କରିଥିଲେ ।

୨୯ । କବୀର କେବେ ମୃତ୍ୟୁବରଣ କରିଥିଲେ ?
Answer:
କବୀର ୧୫୧୦ ଖ୍ରୀ.ଅ.ରେ ମୃତ୍ୟୁବରଣ କରିଥିଲେ ।

୩୦ । ନାନକ କେବେ ଓ କେଉଁଠାରେ ଜନ୍ମଲାଭ କରିଥିଲେ ?
Answer:
ନାନକ ୧୪୬୯ରେ ଲାହୋର ନିକଟବର୍ତ୍ତୀ ତାଇୱାନ୍ଦି (ନାନକୋନା)ଠାରେ ଜନ୍ମଗ୍ରହଣ କରିଥିଲେ ।

CHSE Odisha Class 12 History Chapter 10 Objective Questions in Odia Medium

୩୧ । କେଉଁ ଭାଷାରେ ନାନକ ନିଜର ଧର୍ମବାଣୀ ପ୍ରଚାର କରିଥିଲେ ?
Answer:
ଗୁରୁ ନାନକ ‘ଗୁରୁମୁଖୀ’ ଭାଷାରେ ନିଜର ଧର୍ମବାଣୀ ପ୍ରଚାର କରିଥିଲେ ।

୩୨ । କେବେ ନାନକ ମୃତ୍ୟୁବରଣ କରିଥିଲେ ?
Answer:
ନାନକ ୧୫୩୮ ଖ୍ରୀ.ଅ.ରେ ମୃତ୍ୟୁବରଣ କରିଥିଲେ ।

୩୩ । ଅଙ୍ଗଦ କିଏ ?
Answer:
ଅଙ୍ଗଦ ହେଉଛନ୍ତି ଗୁରୁ ନାନକଙ୍କ ଶିଷ୍ୟ ଓ ଉତ୍ତରାଧ୍ୟାକାରୀ ।

୩୪ । ଶ୍ରୀଚୈତନ୍ୟ କେବେ ଓ କେଉଁଠାରେ ଜନ୍ମଲାଭ କରିଥିଲେ ?
Answer:
ଶ୍ରୀଚୈତନ୍ୟ ୧୪୮୬ ଖ୍ରୀ.ଅ.ରେ ବଙ୍ଗଳାର ନବଦ୍ଵୀପଠାରେ ଜନ୍ମଗ୍ରହଣ କରିଥିଲେ ।

୩୫ । ଶ୍ରୀଚୈତନ୍ୟ କାହାକୁ ‘ଅତିବଡ଼ୀ’ ଉପାଧ୍ ପ୍ରଦାନ କରିଥିଲେ ?
Answer:
ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କୁ ‘ଅତିବଡ଼ୀ’ ଉପାଧ୍ ପ୍ରଦାନ କରିଥିଲେ ।

D. ଭ୍ରମ ସଂଶୋଧନ କର ।

୧। ୧୯୬୬ ଖ୍ରୀଷ୍ଟାବ୍ଦରେ ବ୍ଲାଜା ଅବଦୁଲ୍ ଚିସ୍ତଙ୍କଦ୍ଵାରା ଚିସ୍ତଗୋଷ୍ଠୀ ଆରମ୍ଭ ହୋଇଥିଲା ।
Answer:
୯୬୬ ଖ୍ରୀଷ୍ଟାବ୍ଦରେ ଖୂଜା ଅବଦୁଲ୍ ଚିମ୍ପିଙ୍କଦ୍ଵାରା ଚିଣ୍ଡିଗୋଷ୍ଠୀ ଆରମ୍ଭ ହୋଇଥିଲା ।

୨। ଚିସ୍ତି ସମ୍ପ୍ରଦାୟର ଶେଷ ବିଖ୍ୟାତ ସୁଫିସନ୍ଥ ଥିଲେ ଶେଖ୍ ନିଜାମୁଦ୍ଦିନ୍ ଆଉଲିଆ ।
Answer:
ଚିସ୍ତା ସମ୍ପ୍ରଦାୟର ଶେଷ ବିଖ୍ୟାତ ସୁଫୀସନ୍ଥ ଥିଲେ ଶେଖ୍ ନାସିରୁଦ୍ଦିନ୍ ।

CHSE Odisha Class 12 History Chapter 10 Objective Questions in Odia Medium

୩। ଭକ୍ତି ଆନ୍ଦୋଳନର ସୂତ୍ରପାତ ପ୍ରଥମେ ପୂର୍ବ ଭାରତରେ ହୋଇଥିଲା ।
Answer:
ଭକ୍ତି ଆନ୍ଦୋଳନର ସୂତ୍ରପାତ ପ୍ରଥମେ ଦଷିଶ ଭାରତରେ ହୋଇଥିଲା ।

୪ । ଶଙ୍କରାଚାର୍ଯ୍ୟ ତାଙ୍କର ‘ବେଦାନ୍ତ ସଂଗ୍ରହ’ ପୁସ୍ତକରେ ବିଷ୍ଣୁଙ୍କୁ ଏକ ଅବତାର ବୋଲି ବର୍ଣ୍ଣନା କରିଛନ୍ତି ।
Answer:
ରାମାନନ୍ଦ ତାଙ୍କର ‘ବେଦାନ୍ତ ସଂଗ୍ରହ’ ପୁସ୍ତକରେ ବିଷ୍ଣୁଙ୍କୁ ଏକ ଅବତାର ବୋଲି ବର୍ଣ୍ଣନା କରିଛନ୍ତି ।

୫ । ୧୫୯୫ ଖ୍ରୀ.ଅ.ରେ ଚୈତନ୍ୟ ସନ୍ୟାସବ୍ରତ ଗ୍ରହଣ କରିଥିଲେ ।
Answer:
୧୫୧୦ ଖ୍ରୀ.ଅ.ରେ ଚୈତନ୍ୟ ସନ୍ୟାସବ୍ରତ ଗ୍ରହଣ କରିଥିଲେ ।

୬ । ଗଜପତି କପିଳେନ୍ଦ୍ରଦେବଙ୍କ ରାଜତ୍ଵ ସମୟରେ ଶ୍ରୀଚୈତନ୍ୟ ଓଡ଼ିଶାକୁ ଆସିଥିଲେ ।
Answer:
ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ଵ ସମୟରେ ଶ୍ରୀଚୈତନ୍ୟ ଓଡ଼ିଶାକୁ ଆସିଥିଲେ ।

୭ । ଦିଲ୍ଲୀଠାରେ ନାନକ ଆଶ୍ରମ ପ୍ରତିଷ୍ଠା କରିଥିଲେ ।
Answer:
କର୍ତ୍ତାରପୁରଠାରେ ନାନକ ଆଶ୍ରମ ପ୍ରତିଷ୍ଠା କରିଥିଲେ ।

CHSE Odisha Class 12 History Chapter 11 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 11 ଭାରତରେ ବ୍ରିଟିଶ୍ ଔପନିବେଶିକ ଅର୍ଥନୀତି (୧୭୫୭ ରୁ ୧୮୫୭) Short & Long Answer Questions

CHSE Odisha 12th Class History Chapter 11 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଡେଲ୍ହାଉସୀଙ୍କ ସମୟରେ ହୋଇଥିବା କୃଷିର ବ୍ୟବସାୟୀକରଣ ବିଷୟରେ ଲେଖ ।
Answer:
ଡେଲ୍ହାଉସୀଙ୍କ ସମୟରେ ଉନ୍ମୋଚିତ ହୋଇଥିବା ଗଙ୍ଗା କେନାଲ ପରି ପରବର୍ତ୍ତୀ ସମୟରେ ବହୁ କେନାଲ ଉଦ୍‌ଘାଟିତ ହୋଇଥିଲା । ଏହା ଜଳସେଚନରେ ସହାୟକ ହୋଇ ଶସ୍ୟ ଉତ୍ପାଦନ ବୃଦ୍ଧି କରିବା ଦିଗରେ ସହାୟକ ହୋଇଥଲା । ମରୁଡ଼ି ଏବଂ ଜଳାଭାବ ସମୟରେ କେନାଲରୁ ଜଳ ନେଇ କୃଷିକାର୍ଯ୍ୟରେ ବିନିଯୋଗ କରାଯାଇପାରିଥିଲା ।

୨। ଭାରତରେ ସଡ଼କର ଉନ୍ନତି ପାଇଁ କିଏ ଦୃଷ୍ଟି ଦେଇଥିଲେ ? କେଉଁ ସଡ଼କର ନିର୍ମାଣ କାର୍ଯ୍ୟ ୧୮୩୯ ଖ୍ରୀ.ଅ.ରୁ ଆରମ୍ଭ ହୋଇ ୧୮୫୦ ଖ୍ରୀ.ଅ.ରେ ଶେଷ ହେଲା ?
Answer:
ଭାରତରେ ସଡ଼କର ଉନ୍ନତି ପାଇଁ ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍ ଦୃଷ୍ଟି ଦେଇଥିଲେ । ଗ୍ରାଣ୍ଡ ଟ୍ରଙ୍କ ରୋଡ଼ର ନିର୍ମାଣ କାର୍ଯ୍ୟ ୧୮୩୯ ଖ୍ରୀ.ଅ.ରୁ ଆରମ୍ଭ ହୋଇ ୧୮୫୦ ଖ୍ରୀ.ଅ.ରେ ଶେଷ ହୋଇଥିଲା ।

୩ । କେବେ ଭାରତରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ? ୧୮୫୩ ଖ୍ରୀ.ଅ.ରେ ବ୍ୟବହୃତ ପ୍ରଥମ ରେଳପଥ କେଉଁଠାରୁ କେଉଁ ପର୍ଯ୍ୟନ୍ତ ନିର୍ମିତ ହୋଇଥିଲା ?
Answer:
୧୮୫୦ ଖ୍ରୀ.ଅ.ରେ ଭାରତରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ୧୮୫୩ ଖ୍ରୀ.ଅ.ରେ ପ୍ରଥମେ ବମ୍ବେରୁ ଥାନେ ପର୍ଯ୍ୟନ୍ତ ରେଳରାସ୍ତା ନିର୍ମିତ ହୋଇଥିଲା ।

୪। କିଏ ଭାରତରେ ଡାକ ଆଇନ ପ୍ରଚଳନ କରିଥିଲେ ? ଡାକ ମାହାସୁଲ କିପରି ନିର୍ଦ୍ଧାରିତ ହୋଇଥିଲା ?
Answer:
ଲର୍ଡ ଡେଲ୍ହାଉସୀ ଭାରତରେ ଡାକ ଆଇନ ପ୍ରଚଳନ କରିଥିଲେ । ଦୂରତ୍ୱ ନିର୍ବିଶେଷରେ ଅଧତୋଳା ଓଜନର ପ୍ରତି ଚିଠି ପାଇଁ ଦୁଇ ପଇସା ମୂଲ୍ୟର ଡାକ ମାହାସ୍କୁଲ ଧାର୍ଯ୍ୟ ହୋଇଥିଲା ।

୫। ଇଂରେଜମାନଙ୍କର ବାଣିଜ୍ୟ ନୀତି ଭାରତରେ କୁଟୀରଶିଳ୍ପକୁ କିପରି ଏକ ଶକ୍ତ ଧକ୍‌କା ଦେଇଥୁଲା ?
Answer:
ଭାରତୀୟମାନଙ୍କର ବାଣିଜ୍ୟକୁ ଶକ୍ତ ଧକ୍‌କା ଦେଇଥିବା ଇଂରେଜମାନେ ଭାରତରୁ କଞ୍ଚାମାଲ ଲୁଟିନେବା ସହିତ ଭାରତୀୟ କୁଟୀରଶିଳ୍ପକୁ ରୁଗ୍‌ଣ କରିଦେଇଥିଲେ । ଭାରତର ବୁଣାକାର, ବଢ଼େଇ ଓ ତୈଳିକ ଆଦି ବିଭିନ୍ନ ପେସାର ବ୍ୟକ୍ତିମାନଙ୍କୁ ନିରୁତ୍ସାହିତ କରାଗଲା । ଏହା ଭାରତୀୟମାନଙ୍କର ବାଣିଜ୍ୟକୁ ଶକ୍ତ ଧକ୍‌କା ଦେବା ସହିତ ଭାରତର ଅର୍ଥନୀତିକୁ ବହୁମାତ୍ରାରେ ହଁବଳ କରିଦେଇଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୬। ଚିରସ୍ଥାୟୀ ବନ୍ଦୋବସ୍ତ କ’ଣ ?
Answer:
୧୭୯୩ ଖ୍ରୀଷ୍ଟାବ୍ଦରେ ଲର୍ଡ଼ କର୍ଡୱାଲିସ୍ ବଙ୍ଗଦେଶରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ । ଏହି ବନ୍ଦୋବସ୍ତ ଅନୁଯାୟୀ ଜମିଦାରମାନଙ୍କୁ ଜମିର ସ୍ବତ୍ବାଧୀକାରୀଭାବେ ସ୍ଵୀକାର କରାଗଲା ଏବଂ ସେମାନେ ପ୍ରତିବର୍ଷ ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଭୂ-ରାଜସ୍ୱ ଦେବାକୁ ବାଧ୍ୟ ହେଲେ ।

୭ । କେଉଁ ଉଦ୍ଦେଶ୍ୟରେ କମ୍ପାନୀକୁ ଭୂ-ରାଜସ୍ୱ ବନ୍ଦୋବସ୍ତ କରିବାକୁ ପଡ଼ିଥିଲା ?
Answer:
ଭାରତୀୟ ରାଜନୀତିରେ ଔପନିବେଶବାଦକୁ ସମ୍ପୂର୍ଣ୍ଣରୂପେ ପ୍ରବେଶ କରାଇବା ଲକ୍ଷ୍ୟରେ କମ୍ପାନୀକୁ ଭୂ- ରାଜସ୍ଵ ବନ୍ଦୋବସ୍ତ କରିବାକୁ ପଡ଼ିଥିଲା । ତେଣୁ ୧୮୧୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରଶାସନିକ ଓ ବିଚାର ବିଭାଗରେ ଯେଉଁ ପରିବର୍ତ୍ତନ କରାଗଲା ତା’ର ଅସଲ ଉଦ୍ଦେଶ୍ୟ ହେଲା ସାମ୍ରାଜ୍ୟବାଦ ଅଭିବୃଦ୍ଧି ପାଇଁ ଭୂ-ରାଜସ୍ୱ ଆଦାୟ । ରୟତମାନଙ୍କୁ ରାଜସ୍ଵର ବୋଝ ବହନ କରିବାକୁ ପଡ଼ିଥିଲା ।

୮। ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି ସୁଫଳ ଲେଖ ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି ସୁଫଳ ହେଲା ।

  • ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ କୃଷିର ଉନ୍ନତି ସମ୍ଭବ ହୋଇପାରିଥିଲା ।
  • କୃଷିର ଉନ୍ନତି ଘଟିବା ଫଳରେ କୃଷକମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବାକୁ ଲାଗିଲା । ଏହାଦ୍ୱାରା ଜମିଦାରମାନେ ମଧ୍ୟ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପୁଞ୍ଜି ନିବେଶ କରି ଏହାର ଶ୍ରୀବୃଦ୍ଧି ଘଟାଇଥିଲେ ।

୯ । ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି କୁଫଳ ଲେଖ ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି କୁଫଳ ହେଲା

  • ଏହି ଚିରସ୍ଥାୟୀ ବନ୍ଦୋବସ୍ତ କୃଷକମାନଙ୍କର ସ୍ବାର୍ଥକୁ ଉପେକ୍ଷା କରିଥିଲା ।
  • ଏହି ବନ୍ଦୋବସ୍ତ ଫଳରେ ବିଳାସୀ ଜମିଦାରୀ ଗୋଷ୍ଠୀର ଉଦ୍ଭବ ଘଟିଥିଲା ।

୧୦ । ବିତ୍ତର ବହିଃପ୍ରବାହ ତତ୍ତ୍ଵକୁ କେଉଁମାନେ ସମାଲୋଚନା କରି କ’ଣ ମନ୍ତବ୍ୟ ଦେଇଥିଲେ ?
Answer:
ବିତ୍ତର ବହିଃପ୍ରବାହ ତତ୍ତ୍ଵକୁ ରମେଶଚନ୍ଦ୍ର ଦତ୍ତ, ଜି.ଭି. ଯୋଶୀ ଏବଂ ଥର୍ନଟର୍ନ କଠୋର ସମାଲୋଚନା କରିଥିଲେ । ସେମାନେ ମତବ୍ୟକ୍ତ କରିଥିଲେ ଯେ, ‘ଭାରତୀୟ ଅର୍ଥନୀତି ଏବଂ ବାଣିଜ୍ୟର ବିକାଶ କ୍ଷେତ୍ରରେ ବିତ୍ତର ବହିଃପ୍ରବାହ ପ୍ରଧାନ ପ୍ରତିବନ୍ଧକ ଅଟେ ।’’

୧୧ । ରେଳପଥର ବିକାଶ କିପରି ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଚେତନା ଆଣିବାରେ ସଫଳ ହୋଇଥିଲା ?
Answer:
ଭାରତରେ ରେଳପଥର ବିକାଶ ଯୋଗୁ ଲୋକମାନେ ସହଜରେ ଓ ସ୍ଵଳ୍ପ ମୂଲ୍ୟରେ ଯାତାୟାତ କରିପାରିଲେ । ଧନୀ, ଦରିଦ୍ର, ସବର୍ଣ୍ଣ ଓ ଅସବର୍ଣ୍ଣ ଲୋକମାନେ ଗୋଟିଏ ବଗିରେ ଏକତ୍ର ଯାତ୍ରା କରିବାରୁ ଉଚ୍ଚନୀଚ ଭେଦଭାବ ଓ ତାରତମ୍ୟ ହ୍ରାସ ପାଇଥିଲା । ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଚେତନା ଆଣିବାରେ ରେଳପଥର ବିକାଶ ଥିଲା ଏକ ଆଶୀର୍ବାଦ ।

୧୨ । କେଉଁ କାରଣ ପାଇଁ ଶିଳ୍ପୀ ଓ କାରିଗରମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା ?
Answer:
ବିଦେଶୀ ଦ୍ରବ୍ୟ ପ୍ରତି ଭାରତୀୟମାନେ ଆକୃଷ୍ଟ ହୋଇପଡ଼ିବାରୁ ଶିଳ୍ପୀ ଓ କାରିଗରମାନେ ନିରୁତ୍ସାହିତ ହୋଇପଡ଼ିଥିଲେ । ଇଂଲଣ୍ଡର କଳକାରଖାନାଗୁଡ଼ିକ ପାଇଁ ଭାରତରୁ କଞ୍ଚାମାଲ ଚାଲାଣ କରି ନିଆଯିବାରୁ ଭାରତୀୟ କାରିଗରମାନେ ନିଜ ନିଜର ଶିଳ୍ପ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଶସ୍ତାରେ ପାଇପାରି ନଥିଲେ । ଫଳରେ କୁଟୀରଶିଳ୍ପର ବିନାଶ ଘଟିଥିଲା । ଅପରପକ୍ଷେ ଇଂରେଜମାନଙ୍କ ଅତ୍ୟାଚାର ସହ୍ୟ କରିନପାରି ଶିଳ୍ପୀ ଓ କାରିଗରମାନେ ସେମାନଙ୍କର କୌଳିକ ବୃତ୍ତି ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୧୩ । ରୟତରୀ ବନ୍ଦୋବସ୍ତ କେଉଁଠାରେ ଆରମ୍ଭ ହୋଇଥିଲା ? ଏହି ବ୍ୟବସ୍ଥା ଅନୁଯାୟୀ କିଏ ଓ ଉତ୍ପାଦନର କେତେ ଭାଗ ରାଜସ୍ୱ ଆଦାୟ କରିବାର ଦାୟିତ୍ଵ ନେଲେ ?
Answer:
ମାଡ୍ରାସ୍ ଓ ବମ୍ବେ ପ୍ରେସିଡ଼େନ୍ସିର ଅନେକ ଭାଗରେ ରୟତରୀ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହି ବ୍ୟବସ୍ଥା ଅନୁଯାୟୀ ଗ୍ରାମ କର୍ମଚାରୀମାନେ ଉତ୍ପାଦନର ଶତକଡ଼ା ୫୦ ଭାଗ ରାଜସ୍ୱ ଆଦାୟ କରିବା ଦାୟିତ୍ୱ ନେଲେ ।

୧୪ । ମାହାଲୱାରୀ ବ୍ୟବସ୍ଥା କେବେ ଓ କାହା ସୁପାରିସରେ ପ୍ରଚଳନ କରାଗଲା ?
Answer:
ମାହାଲୱାରୀ ବ୍ୟବସ୍ଥା ୧୮୨୨ ଖ୍ରୀ.ଅ.ରେ ହୋଲ୍ଟ ମେକେଞ୍ଜିଙ୍କ ସୁପାରିସରେ ପ୍ରଚଳନ କରାଗଲା ।

୧୫ । ଇଂରେଜମାନେ ଭାରତରେ କାହିଁକି ଟେଲିଗ୍ରାଫ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ ? କେଉଁ ବ୍ରିଟିଶ୍ ଇଞ୍ଜିନିୟର ଡେଲ୍ହାଉସୀଙ୍କ ଟେଲିଗ୍ରାଫ୍ ଯୋଜନା କାର୍ଯ୍ୟକାରୀ କରିଥିଲେ ?
Answer:
ନିଜ ସାମ୍ରାଜ୍ୟବାଦୀ ମନୋଭାବକୁ ଚରିତାର୍ଥ କରିବାପାଇଁ ଡେଲ୍ହାଉସୀ ଭାରତରେ ଟେଲିଗ୍ରାଫ୍ ଓ ଡାକ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଓ’ ସାନେସୀ ନାମକ ବ୍ରିଟିଶ୍ ଇଞ୍ଜିନିୟର ଡେଲ୍ହାଉସୀଙ୍କ ଟେଲିଗ୍ରାଫ୍ ଯୋଜନା କାର୍ଯ୍ୟକାରୀ କରିଥିଲେ ।

୧୬ । କୃଷକମାନଙ୍କ ଦାରିଦ୍ର୍ୟର କାରଣମାନ କ’ଣ ଥିଲା ?
Answer:
ଇଷ୍ଟଇଣ୍ଡିଆ କମ୍ପାନୀର ତ୍ରୁଟିପୂର୍ଣ୍ଣ ଭୂ-ରାଜସ୍ଵ ନୀତି ଏବଂ ଭାରତର ଗ୍ରାମ୍ୟ ଓ ହସ୍ତଶିଳ୍ପର ପତନ କୃଷକମାନଙ୍କ ଦାରିଦ୍ର୍ୟର ମୁଖ୍ୟ କାରଣ ଥିଲା । ଇଂଲଣ୍ଡରେ ଶିଳ୍ପ ବିପ୍ଳବ ପରେ କମ୍ପାନୀ ସରକାର ଇଂଲଣ୍ଡରୁ ଭାରତକୁ କାର୍ପାସ ବସ୍ତ୍ର ରପ୍ତାନୀ କରିବା ଫଳରେ ଭାରତରେ ହସ୍ତଶିଳ୍ପର ପତନ ଘଟିଥିଲା ଏବଂ ସେହି କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନେ କୃଷି ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥିଲେ । ମାତ୍ର ସରକାର କୃଷିଜାତ ଦ୍ରବ୍ୟପାଇଁ କୃଷକମାନଙ୍କୁ ଉପଯୁକ୍ତ ମୂଲ୍ୟ ଦେଉନଥିଲେ ।

୧୭ । ରୟତରୀ ବ୍ୟବସ୍ଥାରେ କୃଷକମାନେ କିପରି ଅତ୍ୟାଚାରିତ ହେଉଥିଲେ ?
Answer:
ରୟତରୀ ବ୍ୟବସ୍ଥାରେ ରୟତମାନେ ନିଜ ଇଚ୍ଛାନୁସାରେ ଜମି ବାଣ୍ଟିନେବାର ବ୍ୟବସ୍ଥା ଥିଲେ ମଧ୍ୟ ପ୍ରକୃତରେ ଏହା ଘଟୁନଥିଲା । ରୟତମାନଙ୍କୁ ବଳପୂର୍ବକ ଯେକୌଣସି ଜମି ଚାଷ କରିବାକୁ ସରକାରୀ କର୍ମଚାରୀମାନେ ବାଧ୍ୟ କର ଥିଲେ । ଏଥରେ ରାଜି ନ ହେଲେ ରୟତମାନଙ୍କ ବେତ୍ରାଘାତ କରାଯାଉଥିଲା । ଏହି ବ୍ୟବସ୍ଥାରେ ରୟତମାନଙ୍କର ଜମି ମାଲିକାନା ସ୍ୱତ୍ଵ ରହିନଥିଲା ।

୧୮ । ବ୍ରିଟେନ୍‌ର ବାଣିଜ୍ୟ ନୀତି ଭାରତର ପାରମ୍ପରିକ ଅର୍ଥନୀତିକୁ କିପରି ବିନାଶ କରିଥିଲା ?
Answer:
ଭାରତରୁ କଞ୍ଚାମାଲ ବ୍ରିଟେନ୍‌ରୁ ରପ୍ତାନୀ କରିବା ଓ ଭାରତକୁ ବିଟ୍ରେନ୍‌ର ଖାଉଟି ରାଜ୍ୟରେ ପରିଣତ କରିବା କାର୍ଯ୍ୟରେ ଇଂରେଜମାନେ ମନୋନିବେଶ କରିଥିଲେ । ଭୂରାଜସ୍ଵ ଏବଂ ଅନ୍ୟାନ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଆଦାୟ କରି ଇଂରେଜମାନେ ଉଦ୍ଦେଶ୍ୟମଳକ ଭାବରେ ଭାରତୀୟ ଆର୍ଥନୀତିକ ଢାଞ୍ଚା ବଦଳାଇ ଦେଇଥିଲେ । ଶୋଷଣରେ ଭାରତୀୟମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଇଂରେଜମାନେ ଭାରତରୁ କଞ୍ଚାମାଲ ବୋହିନେବାରୁ ଭାରତୀୟ ଶିଳ୍ପ ରୁଗ୍‌ଣ ହୋଇପଡ଼ିଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ଦେୱାନୀ ହସ୍ତାନ୍ତର କ’ଣ ?
Answer:
ବକ୍‌ସାର ଯୁଦ୍ଧ ପରେ କ୍ଲାଇଟ୍ ଇଂରେଜମାନଙ୍କର ବିଜୟ ଏବଂ ମିଳିତଶକ୍ତିଙ୍କ ପରାଜୟର ପୂର୍ଣ୍ଣସୁଯୋଗ ନେବାପାଇଁ ବୁଦ୍ଧି ପ୍ରୟୋଗ କରିଥିଲେ । ପ୍ରଥମେ ସେ ଅଯୋଧ୍ୟାର ନବାବ ସୁଜାଉଜୌଲାଙ୍କ ସହିତ ସନ୍ଧିଚୁକ୍ତିରେ ଆବଦ୍ଧ ହୋଇଥିଲେ । ଚୁକ୍ତି ଅନୁଯାୟୀ ନବାବ କ୍ଲାଇନ୍‌ଙ୍କୁ କାର ଓ ଏହ୍ଲାବାଦ ଅଞ୍ଚଳ ସହିତ ଯୁଦ୍ଧର କ୍ଷତିପୂରଣ ବାବଦକୁ ପଚାଶ ଲକ୍ଷ ଟଙ୍କା ଦେବାପାଇଁ ରାଜି ହୋଇଥିଲେ । ଏହାପରେ କ୍ଲାଇବ ମୋଗଲ ସମ୍ରାଟ୍ ଶାହାଆଲାମ୍‌ଙ୍କୁ ସନ୍ଧି ପାଇଁ ଆହ୍ୱାନ କରିଥିଲେ । ସମ୍ରାଟ୍‌ଙ୍କ ଶୋଚନୀୟ ଅବସ୍ଥା ଦେଖୁ ତାଙ୍କୁ କାରା ଓ ଏହ୍ଲାବାଦ ଦୁଇଟି ଅଞ୍ଚଳ ଦାନ କରିଥିଲେ ଏବଂ ଛବିଶ ଲକ୍ଷ ଟଙ୍କାର ଗୋଟିଏ ବାର୍ଷିକ ବୃତ୍ତି ଦେବାକୁ ରାଜି ହୋଇଥିଲେ । ପ୍ରତିଦାନରେ ଶାହାଆଲାମ୍ ଇଷ୍ଟଇଣ୍ଡିଆ କମ୍ପାନୀକୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ପ୍ରଦାନ କରିଥିଲେ । ଦେବୀ ଶବ୍ଦର ଅର୍ଥ ରାଜସ୍ୱ ଆଦାୟ ।

୨। ଇଂରେଜମାନେ କିପରି ଭାବରେ ଭାରତର କୁଟୀରଶିଳ୍ପକୁ ଧ୍ୱଂସ କରିଦେଇଥିଲେ ?
Answer:
ଭାରତୀୟ କାରିଗରମାନେ ମୁଖ୍ୟତଃ କୁଟୀରଶିଳ୍ପ ଉପରେ ନିର୍ଭର କରି ଚଳୁଥୁଲେ । ଇଂରେଜମାନେ ଭାରତକୁ ଆସିବା ପରେ ଅତି ଅଳ୍ପ ଦରରେ କଞ୍ଚାମାଲଗୁଡ଼ିକ କ୍ରୟ କରି ସେଗୁଡ଼ିକୁ ଇଂଲଣ୍ଡ ପଠାଇ ଦେଉଥିଲେ । ଇଂଲଣ୍ଡର ଯନ୍ତ୍ର ତିଆରି ସୌଖୀନ ଦ୍ରବ୍ୟକୁ ଭାରତରେ ପ୍ରଚୁର ପରିମାଣରେ ବିକ୍ରୟ କରାଯାଉଥିଲା । ଏହା ଭାରତୀୟ କୁଟୀରଶିଳ୍ପଜାତ ଦ୍ରବ୍ୟ ଅପେକ୍ଷା ଶସ୍ତା ଥିବାରୁ ଲୋକମାନଙ୍କ ମଧ୍ୟରେ ଏହାର ଚାହିଦା ବୃଦ୍ଧି ପାଇଥିଲା । ଏହାଛଡ଼ା ଇଂରେଜମାନେ ଭାରତୀୟ ବୁଣାକାର ଓ କାଠକାମର କାରିଗରମାନଙ୍କୁ କୁଟୀରଶିଳ୍ପଜାତ ଦ୍ରବ୍ୟ ପ୍ରସ୍ତୁତ ନ କରିବାକୁ ତାଗିଦ କରିଦେଇଥିଲେ । ଏହିଭଳି ଭାବରେ ଇଂରେଜମାନେ ଭାରତୀୟ କୁଟୀରଶିଳ୍ପକୁ ଧ୍ୱଂସ କରିଦେଇଥିଲେ ।

୩ । ଚିରସ୍ଥାୟୀ ବନ୍ଦୋବସ୍ତର ନୀତିଗୁଡ଼ିକ କ’ଣ ଥିଲା ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ଜମିଦାରୀ ପ୍ରଥାର ପୁନର୍ବିନ୍ୟାସ ଘଟିଥିଲା । ଏହି ବନ୍ଦୋବସ୍ତର ନୀତିଗୁଡ଼ିକ ଥିଲା –

  • ଜମିଦାରମାନେ ନିର୍ଦ୍ଦିଷ୍ଟ ଇଲାକାରେ ଦଶବର୍ଷ ଯାଏ ରାଜସ୍ୱ ଆଦାୟ କରିବା ଦାୟିତ୍ଵ ନେଇଥିଲେ ।
  • ଜମିଦାରମାନେ ବଂଶାନୁକ୍ରମିକ ଓ ଆଇନସମ୍ମତଭାବେ ସ୍ଵତ୍ୱ ଉପଭୋଗ କଲେ ଏବଂ ଏକ ନିର୍ଦ୍ଦିଷ୍ଟ ହାରରେ ସରକାରଙ୍କୁ ରାଜସ୍ଵ ଦେଲେ ।
  • ଜମିଦାରମାନେ ଚାହିଁଲେ ଏହି ଜମିଦାରୀ ସ୍ଵତ୍ଵକୁ ହସ୍ତାନ୍ତର କିମ୍ବା ବିକ୍ରି କରିପାରୁଥିଲେ ।
  • ଜମିଦାରମାନେ ନିୟମିତ ଭାବରେ ଏକ ନିର୍ଦ୍ଦିଷ୍ଟ ସମୟରେ ରାଜସ୍ୱ ଦେବାକୁ ଅସମର୍ଥ ହେଲେ ସୂର୍ଯ୍ୟାସ୍ତ ଆଇନ ବଳରେ ଜମିଦାରୀ ନିଲାମ ହେବାର ବ୍ୟବସ୍ଥା ରହିଥିଲା ।

୪ । ଭାରତୀୟ ବସ୍ତ୍ରଶିଳ୍ପର ଧ୍ବଂସ ସାଧନ କିପରି ହୋଇଥିଲା ?
Answer:
ଇଷ୍ଟଇଣ୍ଡିଆ କମ୍ପାନୀ ଏକ ରାଜନୈତିକ ଶକ୍ତି ରୂପରେ ପରିଣତ ହେବାପରେ ଭାରତୀୟ ଶିଳ୍ପ ଉପରେ ବହୁ ରାଜନୈତିକ କଟକଣା ଜାରୀ କରିଥିଲା । ତନ୍ମଧ୍ୟରୁ ବଙ୍ଗଳା, ବିହାର ଓ ଓଡ଼ିଶାର ବସ୍ତ୍ରଶିଳ୍ପ ଉପରେ କଟକଣା ଥିଲା ଉଲ୍ଲେଖଯୋଗ୍ୟ । ଏହା ଫଳରେ ଏହି ରାଜ୍ୟର ଶିଳ୍ପଜାତ ବସ୍ତୁଗୁଡ଼ିକ ବହୁ ଅର୍ଥନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପୁନଶ୍ଚ କମ୍ପାନୀ ବସ୍ତ୍ର ବୟନ କାରୀଗରମାନଙ୍କୁ ବହୁ କମ୍ ପାରିଶ୍ରମିକ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ବାଧ୍ୟ କରୁଥିଲେ କେବଳ କମ୍ପାନୀକୁ ବସ୍ତ୍ରଗୁଡ଼ିକ ବିକ୍ରୟ କରିବାପାଇଁ । ପୁନଶ୍ଚ ତୁଳା ଓ ସୂତାର ବିକ୍ରୟ ଉପରେ କମ୍ପାନୀର ଏକଚାଟିଆ ଅଧିକାର ଥ‌ିବାରୁ କମ୍ପାନୀର ପ୍ରଶାସକମାନେ ଭାରତୀୟ ବସ୍ତ୍ର କାରୀଗରମାନଙ୍କୁ ତାହା ବହୁ ଉଚ୍ଚ ଦରରେ ବିକ୍ରି କରୁଥିଲେ । ଫଳରେ ଭାରତୀୟ ବସ୍ତ୍ର କାରିଗରମାନେ ଉଭୟ କ୍ରେତା ଓ ବିକ୍ରେତା ଭାବେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିଲେ । କେବଳ ସେତିକି ନୁହେଁ, ଭାରତ ତିଆରି ବସ୍ତ୍ର ଇଂଲଣ୍ଡର ବଜାରକୁ ପ୍ରବେଶ କଲାବେଳେ ଅତ୍ୟଧିକ କର ଆଦାୟ କରାଯାଉଥିଲା । ଏହିପରି ଭାବରେ ଭାରତୀୟ ବସ୍ତ୍ରବୟନ କାରିଗରମାନଙ୍କର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିଲା ଓ ଏଣ୍ଟ୍‌ସହିତ ଭାରତର ସୂତା ଓ ବୟନଶିଳ୍ପର ଧ୍ୱଂସ ସାଧନ ହୋଇଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୫ । ବିତ୍ତ ପ୍ରବାହର କୁଫଳ ସମ୍ପର୍କରେ ଲେଖ ।
Answer:
ଇଷ୍ଟଇଣ୍ଡିଆ କମ୍ପାନୀର ଶହେ ବର୍ଷ (୧୭୫୭ରୁ ୧୮୫୭) ଶାସନ ମଧ୍ୟରେ ଭାରତରୁ ବିଭର ଯେଉଁ ବହିଃପ୍ରବାହ ଘଟିଥିଲା ତାହାର କୁଫଳ ଥିଲା ଅବର୍ଣ୍ଣନୀୟ । ପ୍ରଥମତଃ, ବିତ୍ତର ବହିଃପ୍ରବାହ ଭାରତୀୟମାନଙ୍କୁ ଦୁଃଖ ଦେବା ସହିତ ଭାରତର ଅର୍ଥନୀତିକୁ ଦାରୁଣ ଧକ୍କା ଦେଇଥିଲା । ଦ୍ଵିତୀୟତଃ, ବିତ୍ତର ବହିଃପ୍ରବାହ ଯୋଗୁଁ ଇଂଲଣ୍ଡ ପରିପୁଷ୍ଟ ହୋଇଥିଲା । ତୃତୀୟତଃ, ବିତ୍ତ ପ୍ରବାହ ଯୋଗୁଁ ଭାରତରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଶିହ୍ବଳତା ଦେଖାଯାଇଥିଲା । ଚତୁର୍ଥତଃ, ବିତ୍ତର ବହିଃପ୍ରବାହ ଫଳରେ ଭାରତରେ ଶିଳ୍ପର ଅବନତି ଦେଖାଦେଇଥିଲା । ଶେଷତଃ, ବିତ୍ତର ପ୍ରବାହ ଯୋଗୁଁ ଭାରତରେ ଅରାଜକତା ଦେଖାଦେଇଥିଲା ।

୬ । ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାର ସୁଫଳଗୁଡ଼ିକ ଉଲ୍ଲେଖ କର ।
Answer:
ଇଷ୍ଟଇଣ୍ଡିଆ କମ୍ପାନୀର ଶହେବର୍ଷ (୧୭୫୭ରୁ ୧୮୫୭) ଶାସନ ମଧ୍ୟରେ ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାର ପ୍ରସାର ଘଟିବାଦ୍ଵାରା ଭାରତୀୟମାନଙ୍କର ଜୀବନଯାତ୍ରାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ବିଶେଷକରି ରେଳପଥ ଓ ସଡ଼କପଥର ବିକାଶ ଘଟିବା ପରେ ଦେଶ ଭିତରେ ଏବଂ ବାହାରେ ବାଣିଜ୍ୟ କାରବାର ବୃଦ୍ଧି ପାଇଥଲା । ଏହାଦ୍ଵାରା ଶିଳ୍ପ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଜନସାଧାରଣ ମଧ୍ଯ ଅତି ଆନନ୍ଦରେ ଯାତାୟାତ କରିପାରିଲେ । ଡାକ ଓ ତାର ବିଭାଗ ପ୍ରତିଷ୍ଠା ହେବା ଫଳରେ ଲୋକମାନେ ଅତି ଅଳ୍ପ ମୂଲ୍ୟରେ ଏବଂ କମ୍ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସମ୍ବାଦ ପ୍ରେରଣ କରିପାରିଲେ । ରେଳ ପ୍ରଚଳନ ହେବା ଫଳରେ ଭାରତ ବିଭିନ୍ନ ପ୍ରାନ୍ତ ସଂଯୋଜିତ ହୋଇଥିଲା ।

୭ । ଇଂରେଜ ଶାସନ କାଳରେ ଭାରତୀୟ ଶିଳ୍ପୀ ଓ କାରିଗରମାନଙ୍କ ଅବସ୍ଥା କିପରି ଦୁଃସ୍ଥ ହୋଇ ପଡ଼ିଥିଲା ?
Answer:
ଇଂରେଜ ଶାସନ କାଳରେ ଭାରତୀୟ ଶିଳ୍ପୀ ଏବଂ କାରିଗରମାନଙ୍କ ବିପର୍ଯ୍ୟସ୍ତ ଅବସ୍ଥା ପଶ୍ଚାତ୍‌ରେ ଅନେକ କାରଣ ନିହିତ ଥିଲା । ସେଗୁଡ଼ିକ ହେଲା- ପ୍ରଥମତଃ, ଇଂରେଜ ଅଫିସର ଏବଂ ଶିକ୍ଷିତ ଭାରତୀୟମାନଙ୍କ ମଧ୍ୟରେ ବିଦେଶୀ ଦ୍ରବ୍ୟପାଇଁ ପ୍ରବଳ ଆଗ୍ରହ ଦେଖାଦେଇଥିଲା । ଫଳତଃ ଭାରତୀୟ ଶିଳ୍ପୀ ଏବଂ କାରିଗରମାନେ ହତୋତ୍ସାହିତ ହୋଇପଡ଼ିଥିଲେ । ଦ୍ଵିତୀୟତଃ, ବିଭିନ୍ନ ସମୟରେ ପରିଲକ୍ଷିତ ହୋଇଥିବା ଦୁର୍ଭିକ୍ଷମାନ ଭାରତରେ ଗ୍ରାମୀଣ ଶିଳ୍ପୀ ଏବଂ କାରିଗରମାନଙ୍କ ପାଇଁ ଦୁଃଖର କାରଣ ହୋଇଥିଲା । ତୃତୀୟତଃ, ଇଂରେଜମାନେ ଭାରତରେ ଯାନ୍ତ୍ରିକ ପ୍ରଗତିକୁ ନିରୁତ୍ସାହିତ କରିଥିଲେ । ଚତୁର୍ଥତଃ, ଭାରତୀୟ ଶିଳ୍ପୀ ଓ କାରିଗରମାନେ ଆଉ ଶସ୍ତାରେ କଞ୍ଚାମାଲ ପାଇପାରି ନ ଥିଲେ । ପଞ୍ଚମତଃ, ଇଂରେଜମାନେ ଭାରତୀୟ ଶିଳ୍ପୀ ଏବଂ କାରିଗରମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଫଳରେ ଭୟଭୀତ ହୋଇ ଶିଳ୍ପୀ ଏବଂ କାରିଗରମାନେ ସେମାନଙ୍କ କୌଳିକ ବୃତ୍ତି ତ୍ୟାଗ କରିବାପାଇଁ ବାଧ୍ୟ ହୋଇଥିଲେ ।

୮ | ଦସ୍ତକ କହିଲେ କ’ଣ ବୁଝ ?
Answer:
କମ୍ପାନୀର ପଣ୍ୟଦ୍ରବ୍ୟ ପରିବହନ ନିମନ୍ତେ ‘ଦସ୍ତକ’ ନାମରେ ମୁକ୍ତ ବାଣିଜ୍ୟ ଅନୁମତି ପ୍ରଦାନର ବ୍ୟବସ୍ଥା ହୋଇଥିଲା । କିନ୍ତୁ କମ୍ପାନୀର କର୍ମଚାରୀମାନେ ଏହାର ଅପବ୍ୟବହାର କରି ବ୍ୟକ୍ତିଗତ ବାଣିଜ୍ୟରେ ମଧ୍ୟ ଉକ୍ତ ‘ଦସ୍ତକ’ର ବ୍ୟବହାର କରିଥିଲେ । ଏହାଦ୍ଵାରା କର୍ମଚାରୀମାନେ ପ୍ରଚୁର ଲାଭବାନ୍ ହୋଇଥୁଲେ ଓ ଲାଭର ସମସ୍ତ ଅଂଶ ଇଂଲଣ୍ଡକୁ ହିଁ ଚାଲିଯାଉଥଲା । ଆରମ୍ଭରୁ ଇଷ୍ଟଇଣ୍ଡିଆର କର୍ମଚାରୀମାନେ ଭାରତୀୟମାନଙ୍କଠାରୁ ବହୁ ଭାବରେ ଉପହାର ହେଉ କିମ୍ବା ଉନ୍ମୋଚ ଭାବରେ ହେଉ ପ୍ରଚୁର ପରିମାଣରେ ସୁନା ଗ୍ରହଣ କରୁଥିଲେ ଏବଂ ଏହା ଇଂଲଣ୍ଡକୁ ଚାଲିଯାଉଥିଲା । ଜଣାଯାଏ ଯେ, ଓ୍ବାରେନ୍ ହେଜିଂସ୍‌ଙ୍କ ସମୟରେ ବାର୍ଷିକ ଚାଳିଶ ଲକ୍ଷ ଟଙ୍କାର ସୁନା ଭାରତରୁ ଇଂଲଣ୍ଡକୁ ପଠା ଯାଉଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୯ । ୧୮୫୪ ମସିହାର ଡାକ ଆଇନ କ’ଣ ?
Answer:
ଲର୍ଡ଼ ଡେହାଉସୀ ଡାକ ବିଭାଗର ଆମୂଳଚୂଳ ପରିବର୍ତ୍ତନ ଘଟାଇଥିଲେ । ୧୮୫୪ ଖ୍ରୀ.ଅ.ରେ ନୂତନ ‘ଡାକଘର ଆଇନ’ ପ୍ରଣୟନ କରାଗଲା । ସହର ତଥା ଗ୍ରାମରେ ଡାକଘରମାନ ସ୍ଥାପନ କରାଗଲା । ଡାକବିଭାଗର କାର୍ଯ୍ୟକାରିତାକୁ ତଦାରଖ କରିବାପାଇଁ ଜଣେ ‘ଡାଇରେକ୍ଟର ଜେନେରାଲ’ ନିଯୁକ୍ତ ହୋଇଥିଲେ । ପ୍ରତ୍ୟେକ ଚିଠି ଉପରେ ଦୁଇ ପଇସାର ଟିକେଟ୍ ଲଗାଯାଇଥିଲା । ମାତ୍ର ଦୁଇ ପଇସାରେ ଭାରତସାରା ଚିଠି ଅନାୟାସରେ ପହଞ୍ଚି ପାରୁଥିଲା । ଏହା ଯେ କେବଳ ସଂଯୋଗ ସ୍ଥାପନ ବା ବୃଦ୍ଧିରେ ସହାୟକ ହେଉଥିଲା ତାହା ନୁହେଁ, ଇଷ୍ଟଇଣ୍ଡିଆ କମ୍ପାନୀ ପାଇଁ ଏହା ଅର୍ଥ ଆଗମନର ପଥ ସୁଗମ କରିଦେଇଥିଲା ।

୧୦ । ତାଲୁକଦାରୀ ବ୍ୟବସ୍ଥା କ’ଣ ?
Answer:
ସମଗ୍ର ଉତ୍ତରପ୍ରଦେଶ ମାହାଲୱାରୀ ବ୍ୟବସ୍ଥା ଅଧୀନରେ ନ ଥିଲା । ଉତ୍ତରପ୍ରଦେଶର ଆବଧ ଜିଲ୍ଲାରେ ତାଲୁକଦାରୀ ନାମକ ଅନ୍ୟ ଏକ ଭୂବନ୍ଦୋବସ୍ତ ପ୍ରଚଳିତ ଥିଲା । ଏହି ତାଲୁକଦାରୀ ବ୍ୟବସ୍ଥା ଅନୁଯାୟୀ ଇଂରେଜ ସରକାର ତିରିଶ ବର୍ଷ ପାଇଁ ତାଲୁକଦାରଙ୍କ ସହ ଏକ ରାଜିନାମା କରିଥିଲେ । ସରକାରଙ୍କ ତରଫରୁ ତାଲୁକଦାର ବିଭିନ୍ନ ଗ୍ରାମରୁ ରାଜସ୍ୱ ଆଦାୟ କରିବାର ବ୍ୟବସ୍ଥା ହୋଇଥିଲା । ଜମି ଉପରେ ତାଲୁକଦାରଙ୍କର କୌଣସି ଅସ୍ଵୀକାର ନ ଥିଲା । ରାଜସ୍ୱ ଆଦାୟକାରୀଭାବେ ସେ ସରକାରଙ୍କଠାରୁ ତାଙ୍କର ପାରିଶ୍ରମିକ ବେତନ ଆକାରରେ ପାଉଥିଲେ । ଏହାକୁ ତାଲୁକଦାରୀ ବ୍ୟବସ୍ଥା କୁହାଯାଉଥିଲା ।

୧୧ । ସୂର୍ଯ୍ୟାସ୍ତ ନିୟମ କ’ଣ ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତର ଅନ୍ୟତମ କୁଫଳ ଥିଲା ସୂର୍ଯ୍ୟାସ୍ତ ନିୟମ । ଏହି ନିୟମ ଅନୁସାରେ ଏକ ନିର୍ଦ୍ଦିଷ୍ଟ ଦିନରେ ଜମିଦାରମାନେ କମ୍ପାନୀର କାର୍ଯ୍ୟାଳୟରେ ରାଜସ୍ଵ ଦାଖଲ କରିବାପାଇଁ ବାଧ୍ୟ ହେଉଥିଲେ । ଏହା ଜମିଦାରଙ୍କ କ୍ଷମତା ଉପରେ ଏକ ଅଙ୍କୁଶ ଲଗାଯାଇଥିଲା । ଫଳରେ କ୍ରମଶଃ ଏହି ବନ୍ଦୋବସ୍ତ ଜମିଦାରମାନଙ୍କ ମଧ୍ୟରେ ଅପ୍ରିୟ ହୋଇପଡ଼ିଲା । ଏହାର ଲୋକପ୍ରିୟତା ମଧ୍ୟ ହ୍ରାସ ହେବାକୁ ଲାଗିଲା । ଠିକ୍ ସମୟରେ ଅର୍ଥ ପୈଠ କରି ନ ପାରି ବହୁ ଜମିଦାର ଜମିର ମାଲିକାନା ସ୍ୱତ୍ଵ ହରାଇ ସର୍ବାସ୍ଵାନ୍ତ ହୋଇଗଲେ ।

୧୨ । ଭାରତରେ ପାଶ୍ଚାତ୍ୟ ବଜାରର ସୃଷ୍ଟି କିପରି ହୋଇଥିଲା ?
Answer:
ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେବା ଫଳରେ ଉତ୍ପାଦନ ବୃଦ୍ଧି ପାଇଥିଲା । ଫଳରେ ରପ୍ତାନୀ ମଧ୍ୟ ବୃଦ୍ଧି ପାଇବା ଫଳରେ ଭାରତରେ ପାଶ୍ଚାତ୍ୟ ବଜାରମାନ ସୃଷ୍ଟି ହେବାକୁ ଲାଗିଲା । ସ୍ଵଦେଶୀ ଦ୍ରବ୍ୟ ପରିବର୍ତ୍ତେ ବିଦେଶୀ ଦ୍ରବ୍ୟମାନ ବଜାରରେ ବହୁପରିମାଣରେ ଦେଖିବାକୁ ମିଳିଲା । ଏହିସବୁ ଦ୍ରବ୍ୟ ଶସ୍ତା ଥିବାରୁ ଭାରତୀୟ ଦ୍ରବ୍ୟର ଚାହିଦା ହ୍ରାସ ପାଇଲା । ଭାରତୀୟ ଶିଳ୍ପ ଏବଂ କାରିଗରମାନେ ହତାଶ ହୋଇ ଦାରୁଣ ଦାରିଦ୍ର୍ୟ ମଧ୍ୟରେ ସଢ଼ିବାକୁ ଲାଗିଲେ ।

CHSE Odisha Class 12 History Chapter 11 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ‘ଚିରସ୍ଥାୟୀ ବନ୍ଦୋବସ୍ତ’ କ’ଣ ? ଏହାର ସୁଫଳ ଓ କୁଫଳମାନ ଆଲୋଚନା କର ।
Answer:
ୱାରେନ୍ ହେଷ୍ଟିଙ୍ଗସ୍‌ଙ୍କ ବିଦାୟର ଗୋଟିଏ ବର୍ଷ ପରେ ଭାରତର ରାଜନୈତିକ ପଟ୍ଟଭୂମିରେ ଜଣେ ଗଭର୍ଣ୍ଣର ଜେନେରାଲଙ୍କ ଆବିର୍ଭାବ ଘଟିଥିଲା । ସେ ଥିଲେ ମାରକୁଲସ୍ କର୍ଡୱାଲିସ୍ । ସେ ଥିଲେ ଏକମାତ୍ର ବ୍ୟକ୍ତି ଯିଏକି ଦୁଇଥର ପାଇଁ ଉକ୍ତ ପଦବୀରେ ନିଯୁକ୍ତ ହୋଇଥିଲେ । ଏକ ସୁସ୍ଥ ଶାସନ ପ୍ରତିଷ୍ଠା ଦିଗରେ ତାଙ୍କ କାର୍ଯ୍ୟକାଳ ଇଂରେଜ ଇତିହାସରେ ଗୋଟିଏ ଅବିସ୍ମରଣୀୟ ଅଧ୍ୟାୟ । ଶାସନ କ୍ଷେତ୍ରରେ ଲର୍ଡ଼ କଣ୍ଠୱାଲିସ୍‌ଙ୍କ ଉଲ୍ଲେଖଯୋଗ୍ୟ କୃତିତ୍ଵ ହେଉଛି ଚିରସ୍ଥାୟୀ ବନ୍ଦୋବସ୍ତ । ଏହାକୁ ସଂକ୍ଷେପରେ ସରକାରଙ୍କ ଦୀର୍ଘମିଆଦୀ ରାଜସ୍ଵ ନୀତି କୁହାଯାଇଥାଏ । କମ୍ପାନୀ ରାଜସ୍ୱର ସର୍ବୋଚ୍ଚ ପରିମାଣ ଭୂମିରୁ ମିଳିଥାଏ ବୋଲି ଅବଗତ ହୋଇ କର୍ଡୱାଲିସ୍ ସର୍ବଶ୍ରେଷ୍ଠ ଦୃଷ୍ଟି ଦେଇଥିଲେ ଭୂରାଜସ୍ଵର ଅବସ୍ଥା ଉପରେ । ସେ ମଧ୍ୟ ରାଜସ୍ୱ ବିଭାଗରେ ବହୁ ତ୍ରୁଟି ରହିଥିବାର ଲକ୍ଷ୍ୟ କରିଥିଲେ ।

ପୂର୍ବପ୍ରଚଳିତ ରାଜସ୍ଵ ବ୍ୟବସ୍ଥା କାହାରି ମଙ୍ଗଳ ସାଧନ କରୁନଥିଲା । ତେଣୁ କର୍ଣ୍ଣାଲିସ ଏକ ସମୟୋପଯୋଗୀ ବ୍ୟବସ୍ଥା ପ୍ରବର୍ତ୍ତନ କରିବାର ଆବଶ୍ୟକତା ଉପଲବ୍‌ କରିଥିଲେ । ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସେ ଏ କ୍ଷେତ୍ରରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଥିଲେ ଏବଂ କର୍ମଚାରୀଙ୍କର ସାହାଯ୍ୟ ଓ ପରାମର୍ଶ ଗ୍ରହଣ କରିଥିଲେ । ବୋର୍ଡ଼ ଅଫ୍ ରେଭିନ୍ୟୁର ତତ୍କାଳୀନ ସଭାପତି ସାର୍ ଜନ୍ ସୋର୍, ମୁଖ୍ୟ ସେରସ୍ତାଦାର ଜେମସ୍ ଗ୍ରାଣ୍ଟ ଓ ଚାର୍ଲସ୍ ଷ୍ଟୁଆର୍ଟ, ଡନକାନ୍ ଓ ସାର୍ ଉଇଲିୟମ୍ ଜୋନ୍‌ସ୍‌ଙ୍କ ପରି କେତେକ ପଦସ୍ଥ କର୍ମଚାରୀଙ୍କ ସହିତ ଯେ ନିୟମିତ ଆଲୋଚନା କରି ଶେଷରେ ୧୭୯୩ ଖ୍ରୀ.ଅ.ରେ ଜମିଦାରମାନଙ୍କ ସହିତ ଏକ ଦଶବର୍ଷିଆ ବନ୍ଦୋବସ୍ତ ଧାର୍ଯ୍ୟ କରିଥିଲେ । ଏହା ଚିରସ୍ଥାୟୀ ବନ୍ଦୋବସ୍ତ (Permanent Settlement) ନାମରେ ଖ୍ୟାତ ।

ଚିରସ୍ଥାୟୀ ବନ୍ଦୋବସ୍ତର ବିଭିନ୍ନ ଧାରା – ଚିରସ୍ଥାୟୀ ବନ୍ଦୋବସ୍ତଦ୍ଵାରା ଜମିଦାରୀ ପ୍ରଥାର ପୁନର୍ବିନ୍ୟାସ ଘଟିଥିଲା । ଜମିଦାରମାନେ ଉଦ୍ଦିଷ୍ଟ ଇଲାକାରେ ଦଶବର୍ଷଯାଏ ରାଜସ୍ୱ ଆଦାୟ କରିବାର ଦାୟିତ୍ଵ ନେଇଥିଲେ । ଜମିର କର ଓ ସରକାରଙ୍କ ପ୍ରାପ୍ୟ ଧାର୍ଯ୍ୟ କରାଯାଇଥିଲା । ଜମିଦାରମାନେ ବଂଶାନୁକ୍ରମିକ ଓ ଆଇସମ୍ମତଭାବେ ସ୍ଵତ୍ଵ ଉପଭୋଗ କରିବାକୁ ଲାଗିଲେ । ନିର୍ଦ୍ଦିଷ୍ଟ ତାରିଖରେ ଜମିଦାରମାନେ ନିଜ ଅଞ୍ଚଳରୁ ଆଦାୟ ଅର୍ଥକୁ ସରକାରୀ ରାଜକୋଷରେ ପଇଠ କରୁଥିଲେ । ଜମିଦାରମାନେ ଏହି ଜମିଦାରୀ ସ୍ଵତ୍ଵକୁ ହସ୍ତାନ୍ତର କରି ବିକ୍ରି କରିବାପାଇଁ ଅନୁମତି ପାଇଥିଲେ । ଜମିଦାରମାନେ ପ୍ରଜାମାନଙ୍କୁ ପଟ୍ଟା ଦେବାର ବ୍ୟବସ୍ଥା ରହିଥିଲା । ତହିଁରେ ପରିମାଣ ଓ ରାଜସ୍ଵ ପଇଠର ତାରିଖ ଉଲ୍ଲେଖ ଥିଲା । ଏହି ବନ୍ଦୋବସ୍ତ ପ୍ରଚଳନ ହେବାରୁ କେତେକ ଦୃଷ୍ଟିରୁ ପ୍ରଜାମାନଙ୍କର ଲାଭ ହୋଇଥିଲା । କମ୍ପାନୀ ତଥା ସରକାରଙ୍କର ସ୍ଵାର୍ଥରକ୍ଷା ହୋଇପାରିଥିଲା । ସର୍ବୋପରି ଏହି ବ୍ୟବସ୍ଥାରୁ ଉଭୟ ସୁଫଳ ଓ କୁଫଳ ମିଳିଥିଲା ।

  • ସୁଫଳ – ଚିରସ୍ଥାୟୀ ବନ୍ଦୋବସ୍ତ ଏକାଧାରରେ କମ୍ପାନୀ, ଜମିଦାର ଓ ରୟତମାନଙ୍କପାଇଁ ବହୁ ଆଶୀର୍ବାଦ ଆଣିଥିଲା ।
  • ପ୍ରଥମତଃ, ପୂର୍ବର ରାଜସ୍ଵ ହାର ଅପେକ୍ଷା ବର୍ତ୍ତମାନର ରାଜସ୍ଵ ହାର ଦ୍ଵିଗୁଣିତ ହେବାରୁ ସରକରାଙ୍କ ଆୟ ହଠାତ୍ ପ୍ରଚୁରଭାବେ ବୃଦ୍ଧି ପାଇଥିଲା ।
  • ଦ୍ଵିତୀୟତଃ, ଭୂ-ରାଜସ୍ଵରୁ କମ୍ପାନୀ ନିଶ୍ଚତରୂପେ କେତେ ପାଇବ ତାହା ଜଣାପଡ଼ିବା ଫଳରେ ଏହା ନିଜର ଆୟ- ବ୍ୟୟ ସମୀକ୍ଷା କରିବାକୁ ସମର୍ଥ ହୋଇପାରିଥିଲା ।
  • ତୃତୀୟତଃ, ପ୍ରତ୍ୟେକ ବର୍ଷ ରାଜସ୍ଵ ବନ୍ଦୋବସ୍ତ କରିବାଜନିତ ବିପୁଳ ଅର୍ଥବ୍ୟୟରୁ କମ୍ପାନୀ ରକ୍ଷାପାଇଥିଲା ।
  • ଚତୁର୍ଥତଃ, ଚିରସ୍ଥାୟୀ ବନ୍ଦୋବସ୍ତ ଏପରି ଏକ ଶ୍ରେଣୀ ସୃଷ୍ଟି କରିଥିଲା ଯେଉଁମାନେ କି ଇଂରେଜମାନଙ୍କ ପାଖରେ ସଦାସର୍ବଦା ଅନୁରକ୍ତ ଓ ବିଶ୍ବସ୍ତ ହୋଇ ରହିଥିଲେ ।
  • ପଞ୍ଚମତଃ, ଜମିଦାରମାନେ ସରକାରଙ୍କୁ ନିୟମିତରୂପେ ରାଜସ୍ଵ ଦେଉଥ‌ିବା ପର୍ଯ୍ୟନ୍ତ ନିଜ ସ୍ଵତ୍ଵର ମାଲିକ ହୋଇ ରହିଥିଲେ । ସେମାନେ ପୁଲିସ୍ ଓ ବିଚାର ଦାୟିତ୍ୱରୁ ଅବ୍ୟାହତି ପାଇ କୃଷିକାର୍ଯ୍ୟରେ ମନୋନିବେଶ କରିବା ଫଳରେ ଧନଶାଳୀ ହୋଇପାରିଥିଲେ ।
  • ଷଷ୍ଠତଃ, ଚିରସ୍ଥାୟୀ ବନ୍ଦୋବସ୍ତରେ ଜମିଦାରମାନେ ରୟତମାନଙ୍କୁ ପଟ୍ଟା ଦେବାର ବ୍ୟବସ୍ଥା ଥ‌ିବାରୁ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିଥିଲା ।
  • ସପ୍ତମତଃ, ସ୍ଥାୟୀଭାବରେ ରାଜସ୍ଵର ପରିମାଣ ଧାର୍ଯ୍ୟ ହେବାଦ୍ଵାରା କୃଷିର ଉନ୍ନତି ପାଇଁ ରୟତମାନେ ଅଧିକରୁ ଅଧିକ ଯନ୍ତ୍ରବାନ୍ ହୋଇଥିଲେ ।

ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ସାଧାରଣ ଲୋକଙ୍କର ସମୃଦ୍ଧିକୁ ଲକ୍ଷ୍ୟକରି ମାର୍ଗମେନ୍ କହିଛନ୍ତି, ‘ଏହା ଥିଲା ଏକ ସାହସିକ ତଥା ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ । ଏହାଫଳରେ ଜନସଂଖ୍ୟା ବୃଦ୍ଧି ପାଇଥିଲା ଏବଂ ଲୋକମାନଙ୍କର ସାଧାରଣ ଜୀବନରେ କ୍ରମ ଉନ୍ନତିର ସଂକେତମାନ ପରିଲକ୍ଷିତ ହୋଇଥିଲା ।’’ ଏସବୁ ସତ୍ତ୍ଵେ ଚିରସ୍ଥାୟୀ ବନ୍ଦୋବସ୍ତର କୁପରିଣାମ ଥିଲା ସମଭାବରେ ନୈରାଶ୍ୟଜନକ ।
କୁଫଳ –

  • ଚିରସ୍ଥାୟୀ ବନ୍ଦୋବସ୍ତର ବ୍ୟବସ୍ଥାଗୁଡ଼ିକ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରି ନଥ‌ିବାରୁ ବହୁକ୍ଷେତ୍ରରେ ବିଶୃଙ୍ଖଳା ଉପୁଜି ବଙ୍ଗର ବହୁ ସମୃଦ୍ଧ ପରିବାର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ସେମାନେ ମଧ୍ୟ ବହୁସଂଖ୍ୟାର ମକଦ୍ଦମାରେ ଜଡ଼ିତ ହୋଇ କ୍ଷତିଗ୍ରସ୍ତ ହୋଇଥିଲେ ।
  • ସ୍ଥାୟୀଭାବରେ ରାଜସ୍ଵ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହାର ପରିମାଣ ପୂର୍ବାପେକ୍ଷା ଅଧିକ ହୋଇଥିବାରୁ ବହୁ ଜମିଦାର ରାଜସ୍ୱ ଦେଇନପାରି ସୂର୍ଯ୍ୟାସ୍ତ ଆଇନ ବଳରେ ନିଜର ସମ୍ପଭି ହରାଇ ବସିଥିଲେ ।
  • କାଳକ୍ରମେ ଜମିଦାରମାନେ ଧନଶାଳୀ ହୋଇ ପ୍ରାଚୁର୍ଯ୍ୟ ଓ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଲାଗିଲେ । ଏପରିକି ରୟତମାନଙ୍କଠାରୁ ରାଜସ୍ୱ ଆଦାୟ କରିବାର ଦାୟିତ୍ଵ ନିଜ ନିଜ ଗୁମାସ୍ତାମାନଙ୍କ ଉପରେ ନ୍ୟସ୍ତକରି ଇଲାକା ଛାଡ଼ି ଜମିଦାରମାନେ ସହରରେ ଯାଇ ବସବାସ କରିବାକୁ ଲାଗିଲେ । ଏଣେ ଗୁମାସ୍ତାମାନେ ରୟତମାନଙ୍କଠାରୁ ବିଭିନ୍ନ ଉପାୟରେ ରାଜସ୍ୱ ଆଦାୟ କରି ନିଜର ପୁଞ୍ଜି ବଢ଼ାଇ ଚାଲିଥିଲେ । ଫଳରେ ପ୍ରଜାହିତୈଷୀ ଜମିଦାର ସୃଷ୍ଟି କରିବାପାଇଁ
  • ଚିରସ୍ଥାୟୀ ବନ୍ଦୋବସ୍ତ ମଧ୍ଯ ବହୁ କ୍ଷେତ୍ରରେ ରୟତମାନଙ୍କର ସ୍ଵାର୍ଥରକ୍ଷା କରିବା ଦିଗରେ ସାହାଯ୍ୟ କରିନଥିଲା । ସେମାନେ ଜମିଦାରମାନଙ୍କ ବିରୁଦ୍ଧରେ ନିଜର ସ୍ଵାର୍ଥରକ୍ଷା ନିମନ୍ତେ ବିଚାରାଳୟକୁ ଯିବାପାଇଁ ଆଇନରେ ରୟତମାନଙ୍କୁ କଣ୍ଠୱାଲିସ୍‌ଙ୍କର ବଳିଷ୍ଠ ଆଶା ଧୂଳିସାତ୍ ହୋଇଥିଲା ।
  • ପ୍ରଥମେ ସରକାରଙ୍କ ଆଦାୟ ବୃଦ୍ଧି ପାଇଥିଲେ ମଧ୍ୟ ଯେତେବେଳେ ଜମିର ଉତ୍ପାଦନ ଆଶାତୀତ ଭାବରେ ବୃଦ୍ଧି ପାଇଥିଲା ସରକାର ସେତେବେଳେ ଅଧିକ ରାଜସ୍ଵ ପାଇବାର ସୁଯୋଗ ହରାଇ ବସିଥିଲେ ।

ଚିରସ୍ଥାୟୀ ବନ୍ଦୋବସ୍ତର କୁପରିମାଣ ଉପରେ ମତବ୍ୟକ୍ତ କରି ହୋମସ୍ ଲେଖୁଛନ୍ତି, ‘ଚିରସ୍ଥାୟୀ ବନ୍ଦୋବସ୍ତ ଥିଲା ଏକ ଦୁର୍ଭାଗ୍ୟଜନକ ପଦକ୍ଷେପ । ଦରିଦ୍ର ରୟତମାନେ ଏଥୁରୁ କୌଣସିପ୍ରକାର ସାହାଯ୍ୟ ପାଇପାରୁ ନଥିଲେ । ଜମିଦାରମାନେ ମଧ୍ୟ ରାଜସ୍ଵ ଦେବାରେ ଅସମର୍ଥ ହେବାରୁ ସେମାନଙ୍କ ଜମିଦାରୀ ବିକ୍ରି ହୋଇଯାଉଥିଲା ଏବଂ ଏଥ‌ିରେ ସରକାରଙ୍କରହିଁ ହିତ ସାଧୁତ ହୋଇଥିଲା ।’’ ମୋଟାମୋଟିଭାବେ ଦେଖିବାକୁ ଗଲେ ଏହା ଲର୍ଡ଼ କଣ୍ଠୱାଲିସ୍‌ଙ୍କର ସମୟୋପଯୋଗୀ ଏକ ଦୃଢ଼ ପଦକ୍ଷେପ ଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୨। ଭାରତରୁ କିପରି ବିତ୍ତ ବା ସମ୍ପଦର ପ୍ରବାହ ଘଟିଥିଲା ଆଲୋଚନା କର ।
Answer:
୧୭୫୭ ଖ୍ରୀ.ଅ.ର ପଲାସୀ ଯୁଦ୍ଧ ପରଠାରୁ ୧୮୫୭ ଖ୍ରୀ.ଅ.ର ସିପାହି ବିଦ୍ରୋହ ମଧ୍ଯରେ ଇଂରେଜମାନେ ଭାରତରୁ ମନଇଚ୍ଛା ଧନସମ୍ପତ୍ତି ଇଂଲଣ୍ଡକୁ ବୋହିନେଇ ଭାରତର ଅର୍ଥନୀତିକୁ ଦୁର୍ବଳ କରିଦେଇଥିଲେ । ଭାରତୀୟ ବିତ୍ତର ଏହି ପ୍ରବାହକୁ ଦାଦାଭାଇ ନାରୋଜୀ ‘ପ୍ରବାହ ତତ୍ତ୍ୱ’ ନାମରେ ନାମିତ କରିଥିଲେ । ଅତି ବଳିଷ୍ଠଭାବରେ ସେ ଏହି ବିଭ ପ୍ରବାହ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ବିତ୍ତ ପ୍ରବାହର କାରଣ – ଇଂରେଜମାନଙ୍କଦ୍ୱାରା ଇଂଲଣ୍ଡକୁ ଭାରତୀୟ ବିତ୍ତର ପ୍ରବାହ ଘଟୁଥିଲା । ଏହା ପଛରେ ବହୁ କାରଣ ନିହିତ ଥିଲା । ପ୍ରଥମତଃ, ସୁଦୂର ଇଂଲଣ୍ଡରୁ ଭାରତର ଔପନିବେଶିକ ଅର୍ଥନୀତି ପରିଚାଳିତ ହେଉଥିଲା । ପୁନଶ୍ଚ ଭାରତୀୟମାନଙ୍କର ନିୟନ୍ତ୍ରଣ ଏହା ଉପରେ ନ ଥିଲା । ଦ୍ଵିତୀୟତଃ, ଭାରତୀୟମାନଙ୍କ ଶିଳ୍ପ କ୍ଷେତ୍ରରେ ବିକାଶକୁ ଇଂଲଣ୍ଡ ମନପ୍ରାଣ ଦେଇ ବିରୋଧ କରୁଥିଲା ।

ତୃତୀୟତଃ, ଭାରତରେ ବ୍ରିଟିଶ୍ ପ୍ରଶାସନିକ ଅଫିସର ତଥା କର୍ମଚାରୀ ଏବଂ ରାଜ୍ୟଜୟ ପାଇଁ ଉଦ୍ଦିଷ୍ଟ ସେନାବାହିନୀର ପ୍ରତିପୋଷଣ ନିମିତ୍ତ ପ୍ରଚୁର ଅର୍ଥର ଆବଶ୍ୟକତା ଏହି ବିତ୍ତ ପ୍ରବାହର ଅନ୍ୟତମ କାରଣ ଥିଲା । ଚତୁର୍ଥତଃ, ଭାରତର ଭୌଗୋଳିକ ସ୍ଥିତି ଇଂରେଜମାନଙ୍କୁ ଭାରତ ବାହାରେ ସାମ୍ରାଜ୍ୟ ବିସ୍ତାର କରିବାପାଇଁ ସକ୍ଷମ କରାଇପାରିଥିଲା । ତେଣୁ ନିର୍ବିଘ୍ନରେ ଏବଂ ବିନା ପ୍ରତିରୋଧରେ ସେମାନେ ଭାରତର ବିପୁଳ ବିଭକୁ ଲୁଟି ନେଉଥିଲେ । ଶେଷରେ ରାଜସ୍ଵ, ବିଭିନ୍ନ ଶିଳ୍ପ ତଥା ରେଳ, ଡାକ ଏବଂ ଅନ୍ୟାନ୍ୟ ବିଭାଗରୁ ଆନୀତ ସମସ୍ତ ଅର୍ଥ ଇଂରେଜମାନେ ଭାରତୀୟମାନଙ୍କ ପାଇଁ ବ୍ୟୟ କରୁ ନ ଥିଲେ । ଫଳରେ ଭାରତରୁ ଇଂଲଣ୍ଡକୁ ନିର୍ବିବାଦରେ ବିତ୍ତର ପ୍ରବାହ ଘଟୁଥିଲା ।

ଦାଦାଭାଇ ନାରୋଜୀ ପ୍ରାକ୍ ବ୍ରିଟିଶ୍ ଏବଂ ଇଂରେଜମାନଙ୍କ ସମୟରେ ବିତ୍ତର ସ୍ଥିତି ସମ୍ପର୍କରେ ନିଜର ତୁଳନାତ୍ମକ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ତାଙ୍କ ମତରେ, ମୋଗଲ ଏବଂ ମରହଟ୍ଟାମାନଙ୍କ ଶାସନ ସମୟରେ ଭାରତୀୟ ରାଜ୍ୟମାନଙ୍କରୁ ଲୁଣ୍ଠିତ ବିତ୍ତମାନ ଏହି ଭାରତରେ ହିଁ ରହୁଥିଲା । ସେ ସମସ୍ତ ବିତ୍ତ ପୁଣି ଭାରତୀୟମାନଙ୍କ ପାଇଁ ବ୍ୟୟ କରାଯାଉଥିଲା । ବିତ୍ତର ଏହି ଅନ୍ତଃପ୍ରବାହ ଭାରତର ଅର୍ଥନୀତିକୁ ବିପନ୍ନ କରୁ ନ ଥିଲା । ମାତ୍ର ଇଂରେଜମାନଙ୍କ ଆଗମନ ସହିତ ବିତ୍ତ ପ୍ରବାହ କ୍ଷେତ୍ରରେ ପରିବର୍ତ୍ତନ ଘଟିଥିଲା । ମାତ୍ର ଶହେ ବର୍ଷ ମଧ୍ୟରେ (୧୭୫୭ରୁ ୧୮୫୭) କମ୍ପାନୀର କର୍ମକର୍ତ୍ତା, କର୍ମଚାରୀ ଏବଂ ବେପାରୀମାନେ ଭାରତର ବିଭକୁ ନିଜ ଦେଶକୁ ବୋହିନେଇଥିଲେ । ବିତ୍ତର ବହିଃପ୍ରବାହ ଯୋଗୁଁ ଭାରତ କ୍ରମଶଃ ଦରିଦ୍ର ହୋଇଯାଇଥିଲା ।

ବିତ୍ତ ପ୍ରବାହର ବିଭିନ୍ନ ଦିଗ – ବିତ୍ତ ପ୍ରବାହର ବିଭିନ୍ନ ଦିଗ ରହିଥିଲା । ପ୍ରଥମତଃ, ଇଂଲଣ୍ଡରେ ଅବସ୍ଥିତ ଇଷ୍ଟଇଣ୍ଡିଆ କମ୍ପାନୀର ପଦସ୍ଥ ଅଫିରମାନଙ୍କ ଦରମା ବାବଦକୁ ଭାରତରୁ ଅର୍ଥ ପଠାଯାଉଥିଲା ।
ଦ୍ଵିତୀୟତଃ, ୧୭୭୩ ଖ୍ରୀ.ଅ.ରେ ହୋଇଥ‌ିବା ଚାର୍ଟର ଆଇନ ବଳରେ ଇଷ୍ଟଇଣ୍ଡିଆ କମ୍ପାନୀର ଅଂଶୀଦାରମାନଙ୍କୁ ଭାରତରୁ ଆଦାୟ ହେଉଥିବା ରାଜସ୍ୱରୁ ୬,୩୦,୦୦୦ ପାଉଣ୍ଡ ଦେବା କଥା ସ୍ଥିର ହୋଇଥିଲା । ସେହିଦିନଠାରୁ ୧୮୫୭ ପର୍ଯ୍ୟନ୍ତ ଏହା ନିରବଚ୍ଛିନ୍ନ ଭାବରେ ଚାଲିଆସୁଥିଲା । ତୃତୀୟତଃ, ଭାରତୀୟ ପ୍ରଶାସନିକ କାର୍ଯ୍ୟ ଏବଂ ସୈନ୍ୟବାହିନୀରୁ ଅବସର ନେଇ ଇଂଲଣ୍ଡରେ ବାସ କରୁଥିବା ବ୍ୟକ୍ତିବିଶେଷଙ୍କ ପେନ୍‌ସନ ପାଇଁ ମଧ୍ଯ ଭାରତରୁ ଅର୍ଥ ପଠାଯାଉଥିଲା ।

ତୃତୀୟତଃ, ଭାରତୀୟ ପ୍ରଶାସନିକ କାର୍ଯ୍ୟ ଏବଂ ସୈନ୍ୟବାହିନୀରୁ ଅବସର ନେଇ ଇଂଲଣ୍ଡରେ ବାସ କରୁଥିବା ବ୍ୟକ୍ତିବିଶେଷଙ୍କ ପେନ୍‌ସନ ପାଇଁ ମଧ୍ୟ ଭାରତରୁ ଅର୍ଥ ପଠାଯାଉଥିଲା । ଚତୁର୍ଥତଃ, ନୌବାହିନୀ, ସାଧାରଣ ପ୍ରଶାସନିକ ସେବା ଏବଂ ସ୍ଥଳବାହିନୀ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଇଂଲଣ୍ଡ ବଜାରରେ କିଣାହେବା ବାବଦରେ ଅର୍ଥ ମଧ୍ଯ ଭାରତରୁ ଯାଉଥିଲା । ଶେଷତଃ, ବୈଦେଶିକ ବ୍ୟାଙ୍କ, ବୀମା ଏବଂ ଜାହାଜ କମ୍ପାନୀ ପାଇଁ ଇଂଲଣ୍ଡ ଯେଉଁ ଅର୍ଥ ବିନିଯୋଗ କରୁଥିଲା ତାହାର ମୋଟା ଅଙ୍କ ଭାରତରୁ ହିଁ ଯାଉଥିଲା । ଏହିସବୁ ଉପାୟରେ ଭାରତରୁ ବିଭର ବହିଃପ୍ରବାହ ଘଟୁଥିଲା ।

ବିତ୍ତ ପ୍ରବାହର କୁଫଳ – ଦୀର୍ଘ ଶହେ ବର୍ଷ ମଧ୍ୟରେ ଭାରତରୁ ବିଭର ଯେଉଁ ବହିଃପ୍ରବାହ ଘଟିଥିଲା ଏହାର କୁଫଳ ଥୁଲା ଅବର୍ଣ୍ଣନୀୟ । ଏହା ଭାରତୀୟମାନଙ୍କୁ ଅଶେଷ ଦୁଃଖ ଦେବା ସହିତ ଭାରତର ଅର୍ଥନୀତିକୁ ଦାରୁଣ ଧକ୍କା ଦେଇଥିଲା । ଏହାର କୁଫଳଗୁଡ଼ିକ ଥିଲା ନିମ୍ନ ପ୍ରକାରର । ପ୍ରଥମତଃ, ବିତ୍ତର ଏହି ବହିଃପ୍ରବାହ ଭାରତରେ ଦାରିଦ୍ର୍ୟ ବୃଦ୍ଧିର ପ୍ରଧାନ କାରଣରୂପେ ଦେଖାଦେଇଥିଲା । ଭାରତୀୟମାନଙ୍କ ଅର୍ଥରେ ଇଂଲଣ୍ଡ ପରିପୁଷ୍ଟ ହୋଇଥିବାବେଳେ ଭାରତର କୃଷକ, ଶ୍ରମିକ ଏବଂ ଶିଳ୍ପୀମାନଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଥିଲା । ଦ୍ଵିତୀୟତଃ, ଭାରତରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଶିଥୁଳତା ଦେଖାଦେଇଥିଲା । ଧନିକ ବା ଜମିଦାର ଶ୍ରେଣୀୟ ଲୋକମାନେ ଇଂରେଜ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ପୁଞ୍ଜି ବିନିଯୋଗର ସୁଯୋଗ ପାଇପାରି ନ ଥିଲେ ।

ତୃତୀୟତଃ, ଏହି ବିତ୍ତୀୟ ବହିଃପ୍ରବାହ ଫଳରେ ଭାରତରେ ଶିଳ୍ପର ଅବନତି ଦେଖାଯାଇଥିଲା । ଭାରତରୁ ଲୁହାପଥର, ତୁଳା, କପା ଆଦି କଞ୍ଚାମାଲ ଇଂଲଣ୍ଡକୁ ଚାଲିଯିବା ଫଳରେ ଭାରତୀୟ ଶିଳ୍ପ ରୁଗ୍‌ଣ ହୋଇପଡ଼ିଥିଲା । ଶେଷତଃ, ଭାରତୀୟମାନେ ଚାକିରି ନ ପାଇବାରୁ ସେମାନଙ୍କର ବୃଦ୍ଧି ଉଚ୍ଛେଦ ହେବାରୁ ସେମାନେ ବିଦ୍ରୋହୀ ହୋଇ ଉଠିଥିଲେ । ବିଭିନ୍ନ ପ୍ରକାର କୁକର୍ମ ମାଧ୍ୟମରେ ଅନେକ ଜୀବିକା ନିର୍ବାହର ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେଲେ । ଏହା ଭାରତରେ ଅରାଜକତା ବୃଦ୍ଧି କରିବାରେ ଯଥେଷ୍ଟ ସହାୟକ ହୋଇଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୩ । ଭାରତରେ ୧୭୫୭ ଖ୍ରୀ.ଅ. ରୁ ୧୮୫୭ ଖ୍ରୀ.ଅ. ମଧ୍ଯରେ ଗମନାଗମନ ଓ ଯୋଗାଯୋଗର ବିକାଶ କିପରି ଘଟିଥିଲା ଉଲ୍ଲେଖ କର ।
Answer:
ଭାରତରେ ଇଂରେଜ ଶାସନର ପ୍ରତିଷ୍ଠା ପରେ ତା’ର ଭାଗ୍ୟ ବଦଳିବାରେ ଲାଗିଥିଲା । ନିଜର ବ୍ୟାବସାୟିକ କାରବାର ବୃଦ୍ଧି କରିବାପାଇଁ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ଗମନାଗମନର ସୁବିଧା କରିଥିଲା । ତେଣୁ ପରିବହନ ପାଇଁ ସଡ଼କ ଏବଂ ରେଳପଥର ବ୍ୟାପକ ପ୍ରସାର ଘଟିଥିଲା । ଯୋଗାଯୋଗ ନିମିତ୍ତ ଡାକ ଏବଂ ଟେଲିଗ୍ରାଫ୍‌ର ପ୍ରଚଳନ ମଧ୍ୟ ବିଧ୍ଵବଦ୍ଧଭାବରେ ଘଟିଥିଲା । ଭାରତକୁ ଆଧୁନିକୀକରଣ କରିବା ଦିଗରେ ଏଗୁଡ଼ିକର ଗୁରୁତ୍ଵ ଯଥେଷ୍ଟ ଥିଲା । ଏସବୁପାଇଁ ଡେହାଉସୀଙ୍କ ଅବଦାନ ଥିଲା ଉଲ୍ଲେଖଯୋଗ୍ୟ ।

ଭାରତରେ ଇଂରେଜମାନେ ପଦାର୍ପଣ କରିବା ପୂର୍ବରୁ ଏହାର ପରିବହନ ବ୍ୟବସ୍ଥା ଅତି ଅନୁନ୍ନତ ଅବସ୍ଥାରେ ଥିଲା । ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଦ୍ରବ୍ୟ ଆଦି ପରିବହନ ନିମିତ୍ତ ସ୍ଥଳପଥରେ ଲୋକମାନେ ଶଗଡ଼, ଓଟ, ଗଧ, ଘୋଡ଼ା ଆଦି ଉପରେ ନିର୍ଭର କରୁଥିଲେ । ଜଳପଥରେ ନୌକା ଓ ଭେଳା ଉପରେ ନିର୍ଭର କରାଯାଉଥିଲା । ଇଂରେଜମାନେ ଉପଲବ୍‌ କରିଥିଲେ ଯେ ଭାରତରେ ବାଣିଜ୍ୟିକ ପ୍ରସାର ନିମିତ୍ତ ଏହାର ରାସ୍ତାଗୁଡ଼ିକ ସମ୍ପ୍ରସାରଣ କରିବା ତଥା ନଦୀଗୁଡ଼ିକରେ ଷ୍ଟିମର ସାହାଯ୍ୟରେ ପରିବହନର ସୁଯୋଗ ସୃଷ୍ଟି କରିବା ଏକାନ୍ତ ଅପରିହାର୍ଯ୍ୟ । ବିଶେଷକରି ଡେଲ୍ହାଉସୀ ଭାରତରେ ପଦାର୍ପଣ କରିବା ପରେ ପରିବହନ ବ୍ୟବସ୍ଥାର ଉନ୍ନତି ପାଇଁ ଉଦ୍ୟମ କରିଥିଲେ ।

ସଡ଼କପଥର ବିକାଶ – ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍ ତାଙ୍କ ଶାସନ କାଳରେ ସଡ଼କପଥର ବିକାଶ ପାଇଁ ଦୃଷ୍ଟି ଦେଇଥିଲେ । ସେ କଲିକତାକୁ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ ସହିତ ଯୋଗ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ସେ କଲିକତାରୁ ଦିଲ୍ଲୀ ପର୍ଯ୍ୟନ୍ତ ‘ଗ୍ରାଣ୍ଡ ଟ୍ରକ୍ ରୋଡ଼’ ନିର୍ମାଣ କରାଇଥିଲେ । ପରେ ପରେ ଏହି ସଡ଼କ ଲାହୋର ଏବଂ ପେଶର ସହିତ ମଧ୍ୟ ସଂଯୁକ୍ତ କରାଯାଇଥିଲା । ଏହାପରେ ବମ୍ବେଠାରୁ ଆଗ୍ରା ପର୍ଯ୍ୟନ୍ତ ଲମ୍ବିଥିଲା ବିଶାଳ ସଡ଼କପଥ । ପରେ ୧୮୫୪ ଖ୍ରୀ.ଅ.ରେ ଲର୍ଡ଼ ଡେଲ୍ହାଉସୀ ସଡ଼କପଥ, ରେଳପଥ ଓ କେନାଲ ଖନନ ଉପରେ ବିଶେଷଭାବେ ଦୃଷ୍ଟି ଦେଇଥିଲେ ଏବଂ ଏଥ‌ିପାଇଁ ପୂର୍ତ୍ତବିଭାଗ ଗଠନ କରିଥିଲେ । କ୍ରମେ ଭାରତବର୍ଷରେ ଗମନାଗମନ ଓ ପରିବହନ ପାଇଁ ସଡ଼କପଥର ବିକାଶ ଘଟିଥିଲା ।

ଜଳପଥ – ସଡ଼କପଥ ପରି ଜଳପଥର ଆବଶ୍ୟକତା ମଧ୍ଯ ଇଂରେଜମାନେ ଉପଲ୍‌ବଧୂ କରିଥିଲେ । ସେଥ‌ିପାଇଁ ଗଙ୍ଗା ଆଦି ନଦୀରେ ନୌକା ସହିତ ଷ୍ଟିମରର ବନ୍ଦୋବସ୍ତ ମଧ୍ଯ ସେମାନେ କରିଥିଲେ । କେବଳ ସେତିକି ନୁହେଁ, କୃଷିର ଉନ୍ନତି ନିମିତ୍ତ ସେମାନେ କେନାଲର ବିକାଶ ମଧ୍ଯ କରାଇଥିଲେ । ୧୮୫୪ ଖ୍ରୀ.ଅ.ରେ ଗଙ୍ଗାନଦୀର ମୁଖ୍ୟ କେନାଲ ଉଦ୍‌ଘାଟିତ ହୋଇଥିଲା । ପରେ ୧୮୮୨ ଖ୍ରୀ.ଅ.ରେ ସରହିନ୍ଦ୍ କେନାଲର ଶୁଭ ଉଦ୍‌ଘାଟନ ହୋଇଥିଲା । ମାତ୍ର ସ୍ଥଳପଥ ତୁଳନାରେ ଜଳପଥର ସେମିତି ଆଦୃଶିଆ ବିକାଶ ହୋଇପାରିନଥିଲା ।

ରେଳପଥର ପ୍ରଚଳନ – ଶିଳ୍ପ ବିପ୍ଳବ ପରେ ୧୮୨୫ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ରେଳ ଚଳାଚଳ ହୋଇଥିଲା । ଏହି ରେଳପଥଦ୍ଵାରା କଞ୍ଚାମାଲ ଇତ୍ୟାଦିର ପରିବହନ ଏବଂ ଉତ୍ପନ୍ନ ଦ୍ରବ୍ୟର ବଣ୍ଟନ ସହଜ ହେବ ବୋଲି ଜଣାପଡ଼ିଥିଲା । ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ଏହାର ଆବଶ୍ୟକତା ଅନୁଭବ କରିଥିଲା । ଭାରତରେ ରେଳପଥର ବିକାଶ ନିମିତ୍ତ ଡେଲ୍ହାଉସୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବମ୍ବେରୁ କଲ୍ୟାଣ ନଗର, କଲିକତାରୁ ରାଣୀଗଞ୍ଜ ଏବଂ ମାନ୍ଦ୍ରାଜରୁ ଆର୍‌କୋଟ୍ ପର୍ଯ୍ୟନ୍ତ ରେଳପଥର ବିକାଶ ନିମିତ୍ତ ସେ ଉଦ୍ୟମ କରିଥିଲେ । ୧୮୫୩ ଖ୍ରୀ.ଅ.ରେ ପ୍ରଥମଥର ପାଇଁ ଥାନେ ଏବଂ ବମ୍ବେ ମଧ୍ୟରେ ରେଳ ଚଳାଚଳ କରିଥିଲା । ୧୮୫୪ ଖ୍ରୀ.ଅ.ରେ କଲିକତାଠାରୁ ରାଣୀଗଞ୍ଜଆଡ଼କୁ ୬୦ କିଲୋମିଟର ଲମ୍ବର ରେଳପଥ ନିର୍ମିତ ହୋଇଥିଲା । ୧୮୫୬ ଖ୍ରୀ.ଅ.ରେ ମାନ୍ଦ୍ରାଜ ଆର୍‌କୋଟ୍ ରେଳପଥର ଶୁଭାରମ୍ଭ ହୋଇଥିଲା । ୧୮୬୯ ଖ୍ରୀ.ଅ. ବେଳକୁ ୪,୦୦୦ ମାଇଲରୁ ଅଧିକ ରେଳପଥ ଭାରତରେ ବିସ୍ତାରଲାଭ କରିଥିଲା । ଅବଶ୍ୟ ଏହାପରେ ଭାରତରେ ରେଳପଥର ଦ୍ରୁତ ବିକାଶ ଘଟିଥିଲା ।

ଡାକ ବିଭାଗର ସ୍ଥାପନ – ଯୋଗାଯୋଗ ସ୍ଥାପନ ପାଇଁ ଭାରତରେ ଡାକ ବିଭାଗର ପ୍ରଚଳନ ଥିଲା ଇଂରେଜମାନଙ୍କର ଅନ୍ୟ ଏକ ବଳିଷ୍ଠ ପଦକ୍ଷେପ । ଡେଲ୍ହାଉସୀଙ୍କ ଆଗମନ ପୂର୍ବରୁ ଭାରତରେ ଘୋଡ଼ାସବାର ଏବଂ ବ୍ୟକ୍ତିବିଶେଷଙ୍କଦ୍ଵାରା ଡାକ ପ୍ରେରଣ କରାଯାଉଥିଲା । ସମ୍ବାଦ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବାପାଇଁ ଅହେତୁକ ବିଳମ୍ବ ହେଉଥିଲା । ଇଂଲଣ୍ଡରେ ସାର୍ ରୋଲାଣ୍ଡ ହିଲ୍ ନାମକ ଜଣେ ବ୍ୟକ୍ତି ‘ପେନି ଡାକ ମାହାସୁଲ ପ୍ରଥା’ ଉଦ୍ଭାବନ କରିଥିଲେ । ଏହାଫଳରେ ଡାକଟିକଟ କିଣି ଚିଠି ଉପରେ ଲଗାଇ ଚିଠି ପକାଇବାକୁ ପଡ଼ିଲା । ଡେହାଉସୀ ଭାରତରେ ‘ଅର୍ଦ୍ଧଅଣା’ ଡାକ ପ୍ରଥା ପ୍ରଚଳନ କରିଥିଲେ । ଏଥୁ ସହିତ ‘ନୂତନ ଡାକଘର ଆଇନ’ ପ୍ରଣୟନ କରିଥିଲେ । ସହର ତଥା ଗ୍ରାମମାନଙ୍କରେ ଡାକଘରମାନ ସ୍ଥାପନ କରାଯାଇଥିଲା ।

ଡାକବିଭାଗର କାର୍ଯ୍ୟକାରିତାକୁ ତଦାରଖ କରିବାପାଇଁ ଜଣେ ଡାଇରେକ୍ଟର ଜେନେରାଲ ନିଯୁକ୍ତି ପାଇଥିଲେ । ଏହା ଯେ କେବଳ ସଂଯୋଗ ସ୍ଥାପନ କରିବାପାଇଁ ସହାୟକ ହୋଇଥିଲା ତାହା ନୁହେଁ, ଇଷ୍ଟଇଣ୍ଡିଆ କମ୍ପାନୀ ପାଇଁ ଏହା ଅର୍ଥ ଆଗମନର ପଥକୁ ସୁଗମ କରି ଦେଇଥିଲା । ଟେଲିଗ୍ରାଫ୍ ବ୍ୟବସ୍ଥାର ପ୍ରଚଳନ – ଲର୍ଡ଼ ଡେଲ୍‌ହାଉସୀ ଭାରତରେ ଟେଲିଗ୍ରାଫ୍ ପ୍ରଚଳନ କରାଇ ଭାରତରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଘଟାଇଥିଲେ । ଡେହାଉସୀଙ୍କ ସମୟରେ ଦୀର୍ଘ ୪୦୦୦ ମାଇଲ୍ ବ୍ୟାପୀ ଟେଲିଗ୍ରାଫ୍ ତାର ଟଣାଯାଇଥିଲା । ଏହା ଫଳରେ କଲକତା ସହିତ ବମ୍ବେ, ପେଶୱାର, ମାନ୍ଦ୍ରାଜ, ବାରାଣସୀ, ଅମ୍ବାଲା ଆଦି ସ୍ଥାନ ସହିତ ସଂଯୁକ୍ତ ହୋଇପାରିଥିଲା । ଏହା ଫଳରେ ଖୁବ୍ କମ୍ ସମୟ ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସମ୍ବାଦ ପ୍ରେରଣ କରାଯାଇପାରିଲା । ୧୮୫୭ ଖ୍ରୀ.ଅ. ପରେ ଭାରତବର୍ଷରେ ଏହା ବହୁଳରୂପେ ପ୍ରସାରିତ ହୋଇଥିଲା ।

ଫଳାଫଳ – ଭାରତରେ ଇଂରେଜମାନଙ୍କର ପରିବହନ ଓ ଯୋଗାଯୋଗର ଫଳାଫଳ ଥିଲା ସୂଦୁରପ୍ରସାରୀ । ପ୍ରଥମତଃ, ରେଳ ପ୍ରଚଳନ ହେବାଫଳରେ ଭାରତର ବିଭିନ୍ନ ପ୍ରାନ୍ତ ସଂଯୋଜିତ ହୋଇପାରିଲା । ବିଭିନ୍ନ ପ୍ରାନ୍ତର ଲୋକମାନଙ୍କ ମଧ୍ୟରେ ଥ‌ିବା ମନୋମାଳିନ୍ୟ କ୍ରମଶଃ ଦୂରୀଭୂତ ହୋଇପାରିଥିଲା । ଏହା ସମୟକ୍ରମେ ଭାରତୀୟମାନଙ୍କ ମଧ୍ୟରେ ଏକତା ବୃଦ୍ଧି କରାଇ ଜାତୀୟତାବାଦ ଉନ୍ମେଷ କରିବା ଦିଗରେ ସହାୟକ ହୋଇଥିଲା । ଦ୍ଵିତୀୟତଃ, କୃଷିର ଉନ୍ନତିଲାଗି ଯଥେଷ୍ଟ ସହାୟକ ହୋଇଥିଲା କେନାଲ ଖନନ । ଏହା ଜଳସେଚନରେ ସହାୟକ ହୋଇ କୃଷି ଉତ୍ପାଦନ ବୃଦ୍ଧି କରିଥିଲା ଏବଂ ବାଣିଜ୍ୟ ବ୍ୟବସାୟରେ ମଧ୍ୟ ସହାୟକ ହୋଇଥିଲା ।

ତୃତୀୟତଃ, ସଡ଼କପଥର ବିକାଶ ଘଟିବା ଫଳରେ ଯାତାୟାତ ଓ ପରିବହନ ବ୍ୟବସାୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଥିଲା । ଚତୁର୍ଥତଃ, ଡାକବିଭାଗ ଓ ଇଲେକ୍‌ଟ୍ରିକ୍‌ ଟେଲିଗ୍ରାଫ୍‌ର ପ୍ରଚଳନ ଫଳରେ ଭାରତରେ ସମ୍ବାଦ ସରବରାହ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଶେଷତଃ, ପରିବହନ ଓ ସଂଯୋଗ ବ୍ୟବସ୍ଥା ଫଳରେ ଇଂରେଜମାନେ ଭାରତାୟମାନଙ୍କ ବିଶେଷଭାବରେ ଶୋଷଣ କରିବାର ସୁଯୋଗ ପାଇପାରିଥିଲେ । ଭାରତର ବିଭିନ୍ନ ବନ୍ଦର ଏବଂ ସହର ତଥା ଉପାନ୍ତ ଅଞ୍ଚଳରେ ରେଳଦ୍ଵାରା ସଂଯୁକ୍ତ ହେବାଫଳରେ ଏ ଦେଶର କଞ୍ଚାମାଲ ଅନାୟାସରେ ଭାରତ ବାହାରକୁ ଯାଇପାରୁଥିଲା ଏବଂ ବିଦେଶୀ ଦ୍ରବ୍ୟ ମଧ୍ୟ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ପ୍ରସାରଲାଭ କରିପାରୁଥିଲା । ସର୍ବୋପରି ୧୭୫୭ ଖ୍ରୀ.ଅ.ରୁ ୧୮୫୭ ଖ୍ରୀ.ଅ.ରୁ ମଧ୍ଯରେ ଇଂରେଜମାନେ ଭାରତରେ ଗମନାଗମନ ଏବଂ ସଂଯୋଗ କ୍ଷେତ୍ରରେ ବହୁ ଉନ୍ନତି ସାଧନ କରିଥିଲେ । ଏହା ଏକପକ୍ଷରେ ଭାରତୀୟମାନଙ୍କ ଅଶେଷ ଉନ୍ନତିସାଧନ କରିଥିଲେ ମଧ୍ୟ ଅନ୍ୟପକ୍ଷରେ ଇଂରେଜମାନଙ୍କର ରାଜନୈତିକ ସ୍ଵାର୍ଥ ଏବଂ ଆର୍ଥନୀତିକ ଶୋଷଣକୁ ପାଥେୟ ଯୋଗାଇଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୪। ଇଷ୍ଟଇଣ୍ଡିଆ କମ୍ପାନୀର ବାଣିଜ୍ୟନୀତି ଉପରେ ଆଲୋଚନା କର ।
Answer:
ଜଳପଥ ଆବିଷ୍କାର ପରେ ଇଉରୋପର ବିଭିନ୍ନ ଜାତି ଭାରତ ସହିତ ବାଣିଜ୍ୟ କରିବାପାଇଁ ଉତ୍ସାହ ପ୍ରକାଶ କରିଥିଲେ । ସେହି ଜାତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ ପର୍ତ୍ତୁଗୀଜ୍, ଡଚ୍, ଇଂରେଜ ଓ ଫରାସୀମାନେ । ସପ୍ତଦଶ ଶତାବ୍ଦୀ ଆରମ୍ଭରେ ଯଦିଚ ପର୍ତ୍ତୁଗୀଜ୍‌ମାନେ ଭାରତରେ ବ୍ୟାପକ ବାଣିଜ୍ୟ କରୁଥିଲେ, ଅଷ୍ଟାଦଶ ଶତାବ୍ଦୀବେଳକୁ ସେମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣରୂପେ ଅଚଳ ହୋଇପଡ଼ିଥିଲା । ଡ୍ୟୁପ୍ଲେଙ୍କ ପରେ ଫରାସୀମାନଙ୍କର ବାଣିଜ୍ୟ ବ୍ୟବସାୟର ପତନ ଘଟିଥିଲା । ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଡଚ୍ ଓ ଇଂରେଜମାନେ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ରଖିଥିଲେ । ପଲାସୀ ଯୁଦ୍ଧ ପର୍ଯ୍ୟନ୍ତ ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀ ଗୋଟିଏ ବାଣିଜ୍ୟ କର୍ପୋରେସନ୍ ପରି କାର୍ଯ୍ୟ କରୁଥିଲା । ପଲାସୀ ଯୁଦ୍ଧ ପରେ ଭାରତରେ ଇଂରେଜମାନଙ୍କର ଅର୍ଥନୈତିକ ନୀତିରେ ବିରାଟ ପରିବର୍ତ୍ତନ ଦେଖାଦେଇଥିଲା । ଇଷ୍ଟଇଣ୍ଡିଆ କମ୍ପାନୀ ନିଜର ରାଜନୈତିକ କ୍ଷମତା ମାଧ୍ୟମରେ ଭାରତର ବାଣିଜ୍ୟ ବ୍ୟବସାୟକୁ ନିୟନ୍ତ୍ରଣ କରିବାପାଇଁ ଚେଷ୍ଟା କରିଥିଲା ।

ଏହା ତିନୋଟି ମୂଳ ଲକ୍ଷ୍ୟ ଉପରେ ପ୍ରତିଷ୍ଠିତ ଥିଲା; ଯଥା –

  • କମ୍ପାନୀର ଲାଭର ପରିମାଣକୁ ବୃଦ୍ଧି କରାଇବା
  • ଭାରତକୁ ଅଧିକ ଲାଭଜନକ କରାଇବା
  • ନିଜର ସ୍ଥିତିକୁ ଭାରତରେ ସୁଦୃଢ଼ କରିବା ।

ଏହାର ପରିଣାମସ୍ୱରୂପ ଇଂଲଣ୍ଡର ଅର୍ଥନୈତିକ ଶୋଷଣର ଶିକାର ହୋଇଥିଲା ଐଶ୍ଵର୍ଯ୍ୟଶାଳୀ ଭାରତବର୍ଷ । ପ୍ରଥମେ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତୀୟ ଦ୍ରବ୍ୟକୁ ନେଇ ଇଉରୋପୀୟ ବଜାରରେ ବିକ୍ରି କରୁଥିଲା । ସେତେବେଳେ ଭାରତର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇନଥିଲା । ମାତ୍ର ସେମାନେ ଭାରତରେ ସାମ୍ରାଜ୍ୟ ସ୍ଥାପନ କରିବା ପରେ (୧୮୫୭ ମସିହା) ବାଣିଜ୍ୟ ପ୍ରତି ଅଧ‌ିକ ଯନ୍ତ୍ରବାନ୍ ହୋଇଥିଲେ । ଏଥିପାଇଁ ସେମାନେ ବହୁ ନିୟମ ଓ ବେନିୟମ କାର୍ଯ୍ୟ କରିବାକୁ ପଛାଇନଥିଲେ । ଉଦାହରଣସ୍ୱରୂପ, ଇଂଲଣ୍ଡରେ ଶିଳ୍ପ ବିପ୍ଳବ ପରେ ତା’ର ଶିଳ୍ପଜାତ ଦ୍ରବ୍ୟ ସବୁ ବହୁ ପରିମାଣରେ ପ୍ରସ୍ତୁତ ହେବାରୁ ସେଗୁଡ଼ିକୁ ଭାରତୀୟ ବଜାରରେ ଶସ୍ତାରେ ବିକ୍ରି କରିବାପାଇଁ ସେହି ଦ୍ରବ୍ୟ ଉପରେ କୌଣସି ଟିକସ ବସାଇନଥିଲେ ।

ଅପରପକ୍ଷେ ଭାରତୀୟ ଶିଳ୍ପଜାତ ଦ୍ରବ୍ୟ ଉପରେ ଟିକସ ବସାଇବା ଫଳରେ ତା’ର ମୂଲ୍ୟ ବଢ଼ିଯାଇଥିଲା । ଫଳରେ ଭାରତୀୟ ବାଣିଜ୍ୟ ଧ୍ୱଂସ ପାଇଯାଇଥିଲା । ଏହି ନୀତି ଫଳରେ ଭାରତର ବହୁ ଶିଳ୍ପ ଅଚଳ ହୋଇପଡ଼ିଥିଲା । ଭାରତୀୟ ଦ୍ରବ୍ୟର ରପ୍ତାନି ବୃଦ୍ଧି କରିବାକୁ କମ୍ପାନୀ ବଙ୍ଗଳାରେ ଅର୍ଥ ବିନିଯୋଗ କରିଥିଲା । ଏହାଦ୍ଵାରା ଭାରତୀୟ ଉତ୍ପାଦନକାରୀମାନେ ଲାଭବାନ୍ ହେବା କଥା; କିନ୍ତୁ କମ୍ପାନୀ ସେମାନଙ୍କ ଉପରେ କଟକଣା ଜାରି କରିଥିଲା । ରାଜନୈତିକ କ୍ଷମତା ଖଟାଇ ବଙ୍ଗଳାର ବୁଣାକାରମାନଙ୍କୁ ଅଳ୍ପମୂଲ୍ୟରେ, ଏପରିକି କ୍ଷତିରେ କାର୍ପାସ ବସ୍ତ୍ର ବିକ୍ରି କରିବାକୁ କମ୍ପାନୀ ବାଧ୍ୟ କରିଥିଲା । ଭାରତୀୟ କାରଖାନାରେ କାର୍ଯ୍ୟ କରିବାକୁ ବୁଣାକାରମାନଙ୍କୁ ବାରଣ କରାଯାଇଥିଲା ଏବଂ ସେମାନେ ଅଳ୍ପ ମଜୁରିରେ କମ୍ପାନୀର କାରଖାନାରେ କାର୍ଯ୍ୟକରିବାକୁ ବାଧ୍ୟ ହେଉଥିଲେ ।

ଗରିବ ବୁଣାକାରମାନେ ଦଣ୍ଡ ଭୟରେ କମ୍ପାନୀ କାରଖାନାରେ କାର୍ଯ୍ୟ କରିବାକୁ ବଣ୍ଡ ଲେଖିଦେଇଥିଲେ । ବଙ୍ଗଳାର ହସ୍ତଶିଳ୍ପୀମାନଙ୍କୁ ଅଧିକ ମଜୁରି ପ୍ରଦାନ ନକରିବାକୁ ଉଭୟ ଭାରତୀୟ ଓ ବିଦେଶୀ କମ୍ପାନୀମାନଙ୍କୁ ବାଧ୍ୟ କରାଯାଇଥିଲା । କମ୍ପାନୀର କର୍ମଚାରୀମାନେ ତୁଳା ବ୍ୟବସାୟ ମଧ୍ୟ ଏକଚାଟିଆ କରି ନେଇଥିଲେ । ଫଳରେ ଭାରତୀୟ ବୁଣାକାରମାନେ ଅଧ‌ିକ ମୂଲ୍ୟଦେଇ ତୁଳା କିଣୁଥିଲେ । ବ୍ରିଟେନ୍‌ରେ ଉତ୍ପାଦିତ ଦ୍ରବ୍ୟ ଭାରତୀୟ ଦ୍ରବ୍ୟଠାରୁ ଉତ୍କୃଷ୍ଟ ଓ ସୁଲଭ ନଥିଲେ ମଧ୍ୟ ବ୍ରିଟେନ୍ ତାହାର ଉତ୍ପାଦିତ ଦ୍ରବ୍ୟର ସ୍ଵାର୍ଥରକ୍ଷା ପାଇଁ ସଜାଇଥଲା । ବ୍ରିଟେନ୍ ସରକାର ମଧ୍ୟ ଭାରତୀୟ ହସ୍ତଶିଳ୍ପ ଉପରେ ଶୁଳ୍‌କ ବୃଦ୍ଧି କରିବାରୁ ବିଦେଶରେ ଚାଲୁଥିବା ଭାରତର ପୂର୍ବ କାରବାର ହ୍ରାସ ପାଇଥିଲା ।

ଶିଳ୍ପ ବିପ୍ଳବ ଯୋଗୁଁ ବ୍ରିଟେନ୍‌ରେ ଯେଉଁ କ୍ଷମତାଶାଳୀ ଉତ୍ପାଦନକାରୀ ଶ୍ରେଣୀର ଉତ୍‌ଥାନ ଘଟିଲା, ସେହି ଶ୍ରେଣୀ ପ୍ରତ୍ୟକ୍ଷ ରାଜନୀତିକ କ୍ଷମତା ହାସଲ କରି ଭାରତୀୟ ଶାସନକୁ ପ୍ରଭାବିତ କରିଥିଲା । ଉତ୍ପାଦନକାରୀମାନଙ୍କର ଲାଭ ଉତ୍ପାଦନରୁ ହିଁ ଆସୁଥୁଲା, ବାଣିଜ୍ୟରୁ ନୁହେଁ । ତେଣୁ ସେମାନେ ବିଟ୍ରେନ୍‌କୁ ଭାରତୀୟ ଦ୍ରବ୍ୟର ଆମଦାନୀ ପରିବର୍ତ୍ତେ ଭାରତରେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ଉପରେ ଗୁରୁତ୍ଵ ଦେଇଥିଲେ । ସେମାନେ ନିଜର ଉଦ୍ୟୋଗ ପାଇଁ ଭାରତକୁ ତୁଳା ଓ ରେଶମ ପରି ଅନ୍ୟାନ୍ୟ କଞ୍ଚାମାଲ ପଠାଇବାକୁ କମ୍ପାନୀ ଉପରେ ଚାପ ପ୍ରୟୋଗ କରିଥିଲେ । ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥିଲା । ବ୍ରିଟେନ୍‌ର କାର୍ପାସ୍ ବସ୍ତ୍ର ପାଖ ଦେଶଗୁଡ଼ିକୁ ବିଶେଷଭାବରେ ଭାରତରୁ ରପ୍ତାନୀ କରାଗଲା ।

ବ୍ରିଟିଶ୍ ଉତ୍ପାଦନକାରୀମାନେ ଅନୁଭବ କରିଥିଲେ ଯେ କମ୍ପାନୀର ଭାରତରେ ରାଜସ୍ଵ ନିୟନ୍ତ୍ରଣ ଏବଂ ରପ୍ତାନୀ ବାଣିଜ୍ୟ ମୁଖ୍ୟତଃ ସେମାନଙ୍କ ସ୍ୱାର୍ଥରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ୧୭୯୩ ଖ୍ରୀ.ଅ. ରୁ ୧୮୧୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେମାନେ କମ୍ପାନୀ ଓ ତାହାର ବାଣିଜ୍ୟିକ ସୁବିଧା ବିରୋଧରେ ଅଭିଯାନ ଚଳାଇଥିଲେ । ଫଳରେ ୧୮୧୩ ଖ୍ରୀଷ୍ଟାବ୍ଦରେ କମ୍ପାନୀର ଭାରତୀୟ ବାଣିଜ୍ୟ ଉପରେ ଥିବା ଏକଚାଟିଆ ଅଧିକାର ଲୋପ କରାଯାଇଥିଲା । ଏହିଠାରୁ ଭାରତ ସଚିବ ବ୍ରିଟେନ୍‌ର ଆର୍ଥନୀତିକ ସମ୍ପର୍କରେ ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । କୃଷିପ୍ରଧାନ ଭାରତ ପରିବର୍ତ୍ତିତ ହୋଇଥିଲା। ଶିଳ୍ପପ୍ରଧାନ ଇଂଲଣ୍ଡର ଆର୍ଥନୀତିକ କଲୋନୀରେ ।

ଭାରତର ସରକାରଙ୍କର ମୁକ୍ତ ବାଣିଜ୍ୟନୀତି ଯୋଗୁଁ ବ୍ରିଟିଶ୍ କଳପ୍ରସ୍ତୁତ ଦ୍ରବ୍ୟ ବିନା କଟକଣାରେ ଭାରତରେ ପ୍ରବେଶ କରିଥିଲା । ଫଳରେ ବ୍ରିଟିଶ୍ ଦ୍ରବ୍ୟ ସହିତ ଭାରତୀୟ ହସ୍ତଶିଳ୍ପ ଭୟଙ୍କର ଓ ଅତୁଳନୀୟ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ଲୋପ ପାଇବାକୁ ବସିଥିଲା । ଭାରତକୁ ବ୍ରିଟିଶ୍ର ରପ୍ତାନୀ ଦ୍ରବ୍ୟ ପ୍ରକାଶ୍ୟ ଭାବରେ କିମ୍ବା ନାମମାତ୍ର ଟିକସ ଧାର୍ଯ୍ୟ ହୋଇଆସୁଥିଲା । ଭାରତରେ ବ୍ରିଟିଶ୍ ଦ୍ରବ୍ୟ ବିକ୍ରି କରିବାପାଇଁ ବଜାରବୃଦ୍ଧି କରିବା ହେଲା ଏହା ପରିବର୍ତ୍ତିତ ବାଣିଜ୍ୟ ନୀତିର ଉଦ୍ଦେଶ୍ୟ । ନୂତନ ରାଜ୍ୟଜୟ ଓ ଅଯୋଧ୍ୟା ପରି କରଦ ରାଜ୍ୟ ଅଧୁକାର କରିବା ନୀତି ଗ୍ରହଣ କରି ବ୍ରିଟିଶ୍ ଦ୍ରବ୍ୟର କ୍ରେତା ସଂଖ୍ୟା ବୃଦ୍ଧି କରିବାକୁ ସରକାର ଚେଷ୍ଟା କରିଥିଲେ । ଇଂରେଜମାନେ ଭାରତୀୟ ଦ୍ରବ୍ୟ ପରିବର୍ତ୍ତେ ନିଜ ଦେଶର କଳକାରଖାନା ପାଇଁ ଭାରତରୁ କଞ୍ଚାମାଲ ରପ୍ତାନୀ ଉପରେ ଜୋର୍ ଦେଇଥିଲେ । ଚୀନ୍ ଦେଶର ବାରଣ ସତ୍ତ୍ଵେ ଇଂରେଜମାନେ ଭାରତରୁ ଅଫିମ ନେଇ ସେ ଦେଶରେ ବାଣିଜ୍ୟ କଲେ । ଊନବିଂଶ ଶତାବ୍ଦୀର ଶେଷ ସୁଦ୍ଧା ଭାରତରୁ ମୁଖ୍ୟତଃ ତୁଳା, ରେଶମ, ଝୋଟ, ତୈଳବୀଜ, ଗହମ, ଚମଡ଼ା, ନୀଳ ଓ ଚା’ ରପ୍ତାନୀ ହେଉଥିଲା ।

ଗୋଟିଏ ଶିଳ୍ପାନ୍ନତ ଦେଶ ପାଇଁ କୃଷିର ବ୍ୟବସାୟୀକରଣ ଏକାନ୍ତ ଆବଶ୍ୟକ । ଶିଳ୍ପର କଞ୍ଚାମାଲ ରୂପେ ସାଧାରଣତଃ କୃଷିଜାତ ଦ୍ରବ୍ୟ ବ୍ୟବହୃତ ହୋଇଥାଏ । ତେଣୁ ଶିଳ୍ପର ବିକାଶ ସହିତ କୃଷି ଉତ୍ପାଦନ ବୃଦ୍ଧି ଜରୁରୀ ହୋଇପଡ଼ିଥିଲା । ନିଜ ଶିଳ୍ପ ପାଇଁ କଞ୍ଚାମାଲ ଯୋଗାଇବା ଏବଂ ଇଉରୋପୀୟ ଓ ଆମେରିକା ବଜାରରେ ଅର୍ଥକରୀ ଫସଲ ବିକ୍ରିକରି ଲାଭବାନ୍ ହେବା ଉଦ୍ଦେଶ୍ୟରେ ଇଂରେଜମାନେ କୃଷିର ବ୍ୟବସାୟୀକରଣ କରିଥିଲେ । କୃଷିର ଉନ୍ନତି ପାଇଁ ଭାରତ ସରକାରଙ୍କ ଅଧୀନରେ ଏକ କୃଷି ବିଭାଗ ଖୋଲିବାକୁ ଦାବି କରାଗଲା । କପା ଚାଷର ଉନ୍ନତି ପାଇଁ ୧୮୩୯ମସିହାରେ କୋର୍ଟ ଅଫ୍ ଡାଇରେକ୍ଟର ବାରିଜଣ ଆମେରିକୀୟ ବିଶେଷଜ୍ଞଙ୍କୁ ଭାରତକୁ ପଠାଇଥିଲେ । ଭାରତୀୟ କପାଚାଷୀଙ୍କୁ ତାଲିମ ଦେବା ଥିଲା ସେମାନଙ୍କର ଦାୟିତ୍ଵ । ଉଦ୍ଦେଶ୍ୟ ଥିଲା, ବ୍ରିଟିଶ୍ ମିଲ୍ ପାଇଁ ଉନ୍ନତ ମାନର ତୁଳା ଉତ୍ପନ୍ନ ଓ ରପ୍ତାନୀ କରିବା ।

ଫଳରେ ଅଧୂକରୁ ଅଧ‌ିକ ଜମିରେ କପାଚାଷ କରାଗଲା । ଚା’ ଓ କଫି ଚାଷ ଅପେକ୍ଷା ନୀଳଚାଷ ଥିଲା ଅଧ୍ଵକ ଲାଭଦାୟକ । ତେଣୁ ଇଂରେଜମାନେ ଭାରତରେ ନୀଳ ଚାଷ ଉପରେ ଗୁରୁତ୍ଵ ଦେଇଥିଲେ । ଆମେରିକା ଓ ଇଉରୋପୀୟ ବଜାରରେ ଝୋଟ ପ୍ରସ୍ତୁତ ଦ୍ରବ୍ୟର ଚାହିଦା ଥିବାରୁ ଭାରତରେ ଝୋଟଚାଷ କରାଗଲା । ଏହା ସହିତ ଧୂଆଁପତ୍ର, ଅଫିମ, ଆଖୁ ଆଦି ନୂତନଭାବରେ ମଧ୍ଯ ଚାଷ କରାଗଲା ।
କୃଷିର ବ୍ୟବସାୟୀକରଣରେ ବ୍ରିଟିଶ୍ ବଣିକ, ଉତ୍ପାଦନକାରୀ ଏବଂ ଇଂରେଜମାନଙ୍କ ମଧ୍ୟସ୍ଥିରୂପେ କାର୍ଯ୍ୟ କରୁଥିବା ଭାରତୀୟ ବଣିକ ଓ ଋଣଦାତା ଲାଭବାନ୍ ହୋଇଥିଲେ । ଅବଶ୍ୟ ଏହାଦ୍ୱାରା ଭାରତରେ ଅଳ୍ପ କେତୋଟି ଶିଳ୍ପ ଗଢ଼ିଉଠିଥିଲା; କିନ୍ତୁ ଅଧିକାଂଶ ଭାରତୀୟ ଶିଳ୍ପର ମାଲିକ ଥିଲେ ବ୍ରିଟିଶ୍ ପୁଞ୍ଜିପତି । ଅନ୍ୟ ପକ୍ଷରେ ବ୍ରିଟିଶ୍ ବାଣିଜ୍ୟ ନୀତି ଯୋଗୁଁ ଭାରତୀୟମାନଙ୍କ ଅବସ୍ଥା ଦୁଃଖପୂର୍ଣ୍ଣ ହୋଇଥିଲା । ଅଧ୍ବକ ପରିମାଣରେ ଅର୍ଥକରୀ ଫସଲ ଉତ୍ପାଦନ କରାଯିବାରୁ ଖାଦ୍ୟଶସ୍ୟ ପାଇଁ ଉତ୍କୃଷ୍ଟ ଜମିର ପରିମାଣ କମିଯାଇଥିଲା । ଫଳରେ ଭାରତୀୟ କୃଷି ଓ କୃଷକମାନଙ୍କ ଅବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଘଟିଥିଲା । କୃଷକମାନେ ମହାଜନମାନଙ୍କର ଋଣ ପରିଶୋଧ କରିନପାରି କ୍ରମେ ଦରିଦ୍ର ହୋଇଯାଇଥିଲେ ।

ବ୍ରିଟେନ୍‌ର ବାଣିଜ୍ୟ ନୀତି ଫଳରେ ଭାରତର ପାରମ୍ପରିକ ଅର୍ଥନୀତିର ବିନାଶ ଘଟିଥିଲା । ଭାରତରୁ କଞ୍ଚାମାଲ ବ୍ରିଟେନ୍‌କୁ ରପ୍ତାନୀ କରିବା ଓ ଭାରତକୁ ବ୍ରିଟେନ୍‌ର ଖାଉଟି ରାଜ୍ୟରେ ପରିଣତ କରିବା କାର୍ଯ୍ୟରେ ଇଂରେଜମାନେ ଅଧିକ ମନୋନିବେଶ କରିଥିଲେ । ଭୂ-ରାଜସ୍ଵ ଏବଂ ଅନ୍ୟାନ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଆଦାୟ କରି ଇଂରେଜମାନେ ଉଦ୍ଦେଶ୍ୟମୂଳକ ଭାବରେ ଭାରତୀୟ ଆର୍ଥନୀତିକ ଢାଞ୍ଚା ବଦଳାଇ ଦେଇଥିଲେ । ସେମାନଙ୍କ ଶୋଷଣରେ ଭାରତର ବଳିଷ୍ଠ ଅର୍ଥନୀତି କ୍ରମଶଃ ଦୁର୍ବଳ ହୋଇପଡ଼ିଥିଲା । ଫଳରେ ଧନଶାଳୀ ଭାରତ ପରିବର୍ତ୍ତିତ ହୋଇଥିଲା ଏକ ଦରିଦ୍ର ଦେଶରେ ।

ଇଂରେଜମାନଙ୍କର ଅର୍ଥନୈତିକ ଶୋଷଣର କ୍ରମବର୍ଦ୍ଧିଷ୍ଣୁ ପରିଣାମ ହେଲା ଭାରତରୁ ଇଂଲଣ୍ଡକୁ ଅର୍ଥର ବହିର୍ଗମନ । ଇଷ୍ଟଇଣ୍ଡିଆ କମ୍ପାନୀ ଏକ ବ୍ୟବସାୟିକ ସଂସ୍ଥା ହୋଇଥିବାରୁ ଭାରତକୁ କେତେ ପରିମାଣରେ ବ୍ୟବସାୟିକ ଲାଭ ହାସଲ କରିପାରିବ ସେଥ‌ିପାଇଁ ସତତ ଚେଷ୍ଟା କରିଥିଲା । ଭାରତରୁ ଇଂଲଣ୍ଡକୁ କଞ୍ଚାମାଲ ପଠାଇ, ଇଂଲଣ୍ଡ ପ୍ରସ୍ତୁତ ଦ୍ରବ୍ୟକୁ ଭାରତରେ ଚଢ଼ା ଦାମ୍‌ରେ ବିକ୍ରିକରି, ଭାରତକୁ ଇଂଲଣ୍ଡକୁ ରପ୍ତାନୀ ଦ୍ରବ୍ୟ ଉପରେ ଅଧ‌ିକ ଶୁଳ୍‌କ ବସାଇ କମ୍ପାନୀ ପ୍ରଚୁର ଅର୍ଥ ରୋଜଗାର କରିଥିଲା । ଏଥୁସହିତ ‘ଦସ୍ତକ ପ୍ରଥା’ର ଅପବ୍ୟବହାର କରି କମ୍ପାନୀ ପ୍ରଚୁର ଅର୍ଥ ଭାରତରୁ ଲୁଟି ନେଇଥିଲା । ଉପଢୌକନ ଓ ଉତ୍କୋଚ ମାଧ୍ୟମରେ ମଧ୍ୟ ବହୁ ଅର୍ଥ କମ୍ପାନୀ ଭାରତରୁ ଆଦାୟ କରିଥିଲା । ଏହିପରି ଭାବରେ ବିପୁଳ ପରିମାଣର ଅର୍ଥ ପ୍ରତିବର୍ଷ ଇଂଲଣ୍ଡକୁ ନିର୍ଗମନ ହେଉଥିଲା । ଏହି ପ୍ରତିକ୍ରିୟାରେ ବାର୍ଷିକ ବାଇଶ ନିୟୁତ ପାଉଣ୍ଡ ଅର୍ଥ ଭାରତରୁ ଇଂଲଣ୍ଡକୁ ଚାଲାଣ ହେଉଥିଲା ବୋଲି ରମେଶଚନ୍ଦ୍ର ଦତ୍ତ ମତବ୍ୟକ୍ତ କରିଥିଲେ । ତେଣୁ ଆର୍ଥିକ କ୍ଷତି ଯୋଗୁ ଭାରତର ଅର୍ଥନୈତିକ ଅବସ୍ଥା କ୍ରମଶଃ ଦୁର୍ବଳ ହୋଇପଡ଼ିଥିଲା । ତେଣୁ ଯଥାର୍ଥରେ କୁହାଯାଇଛି, ‘‘ସୂର୍ଯ୍ୟ ପୃଥ‌ିବୀ ବକ୍ଷରୁ ଜଳୀୟ ଅଂଶ ଶୋଷଣ କରି ଇଂଲଣ୍ଡରେ ବର୍ଷା କରାଉଥିଲା ।’’

CHSE Odisha Class 12 History Chapter 11 Short & Long Answer Questions in Odia Medium

୫ । ଇଷ୍ଟଇଣ୍ଡିଆ କମ୍ପାନୀଦ୍ଵାରା କୃଷିର ବାଣିଜ୍ୟିକୀକରଣ କିପରି କୃଷକ ଗୋଷ୍ଠୀକୁ ଦାରିଦ୍ର୍ୟ ଓ କୃଷିକ୍ଷେତ୍ରରେ ଅବନତି ଆଡ଼କୁ ନେଇଯାଇଥିଲା ?
Answer:
ଭାରତୀୟମାନଙ୍କର କୃଷି ଥିଲା ମୁଖ୍ୟ ଜୀବିକା ଏବଂ ସେହି ଦୃଷ୍ଟିରୁ କୃଷିଜାତ ଦ୍ରବ୍ୟ ଉତ୍ପନ୍ନ କରି ବହୁ ଗ୍ରାମ ଆତ୍ମନିର୍ଭରଶୀଳ ହୋଇଥିଲେ । ସେଗୁଡ଼ିକ ମଧ୍ୟ ସହରାଞ୍ଚଳର ଶିଳ୍ପଗୁଡ଼ିକୁ କଞ୍ଚାମାଲ ଯୋଗାଉଥିଲେ । ସେମାନେ ମୁଖ୍ୟତଃ ଧୂଆଁପତ୍ର, ନୀଳ, ଅଫିମ, ଆଖୁ, କପା ଆଦି ନୂତନ ଭାବେ ଚାଷ କରିଥିଲେ । ପୁନଶ୍ଚ କୃଷକମାନେ ସ୍ଥାନୀୟ ମହାଜନମାନଙ୍କ ଉପରେ ଅର୍ଥ ପାଇଁ ନିର୍ଭର କରୁଥିଲେ । ସେମାନେ ଋଣ ଆଣି ସଦାସର୍ବଦା ଏଥୁରେ ବୁଡ଼ି ରହୁଥିଲେ । କୃଷକମାନେ ଏହାସତ୍ତ୍ଵେ କୃଷିରେ ପ୍ରଚଳିତ ପାରମ୍ପରିକ ପ୍ରଥା ଭାରତୀୟ କୃଷକମାନଙ୍କୁ ନିରାପତ୍ତା ଯୋଗାଇଥିଲା । କୃଷକମାନେ ମହାଜନମାନଙ୍କର ଋଣ ପରିଶୋଧ କରିପାରୁ ନ ଥିଲେ ମଧ୍ୟ ସେମାନଙ୍କଠାରୁ ଜମି ଛଡ଼ାଇ ନେଉଥିଲେ । ମାତ୍ର ଭାରତରେ ଇଂରେଜ ରାଜତ୍ଵ ପରେ କୃଷି ଓ କୃଷକମାନଙ୍କର ଅବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଘଟିଥିଲା ।

ଭାରତୀୟ କୃଷକମାନଙ୍କ ଦାରିଦ୍ର୍ୟର ଗୋଟିଏ କାରଣ ଥିଲା ଇଂରେଜମାନଙ୍କର ରାଜସ୍ଵ ନୀତି । କୃଷକମାନେ ଇଂରେଜ ସରକାରଙ୍କୁ ସର୍ବାଧ‌ିକ ପରିମାଣରେ ରାଜସ୍ଵ ଦେଉଥିଲେ । ଜମି ଉପରେ ସବୁଦିନ ପାଇଁ ଅଧିକାର ଜାହିର କରିପାରୁ ନ ଥିଲେ । ଜମିଦାର ଚାହିଁଲେ ଯେକୌଣସି ମୂହୂର୍ତ୍ତରେ କୃଷକମାନଙ୍କଠାରୁ ଜମି ଛଡ଼ାଇ ନେଉଥଲେ । ଏତଦ୍‌ବ୍ୟତୀତ ଜମିଦାରମାନେ ରାଜସ୍ୱ ଛଡ଼ା ବିଭିନ୍ନ ଉପାୟରେ କୃଷକମାନଙ୍କଠାରୁ ବହୁ ଅର୍ଥ ଆଦାୟ କରୁଥିଲେ । ଏପରିକି ସେମାନଙ୍କ ପାଖରୁ ବାଧ୍ୟତାମୂଳକ ଶ୍ରମ ଆଦାୟ କରାଯାଉଥିଲା । ଏହିପରି ଭାବେ ଇଂରେଜମାନଙ୍କର ରାଜସ୍ୱ ନୀତି କୃଷକମାନଙ୍କୁ ଦରିଦ୍ର କରିବା ଦିଗରେ ମୁଖ୍ୟ କାରଣ ହୋଇଥିଲା । ଭାରତୀୟ କୃଷକ ଗୋଷ୍ଠୀ ଏହିପରି ଭାବେ ଇଂରେଜ ସରକାର, ଜମିଦାର ଓ ମହାଜନମାନଙ୍କର ଶୋଷଣର ଶିକାର ହୋଇଥିଲେ । ପୁନଶ୍ଚ କୃଷକମାନେ ଅଶିକ୍ଷିତ ହୋଇଥିବାରୁ ସେମାନେ ତାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇପାରୁ ନ ଥିଲେ ।

ଇଂରେଜମାନଙ୍କର ବାଣିଜ୍ୟନୀତି ଭାରତର ଗ୍ରାମ ଓ ସହରରେ ଗଢ଼ିଉଠିଥିବା କୁଟୀର ଶିଳ୍ପର ଧ୍ଵଂସ ସାଧନ କରିଥିଲା । ନଗରରେ ବାସ କରୁଥିବା ଶିଳ୍ପ କାରିଗରମାନେ ଗ୍ରାମକୁ ଚାଲିଯାଇ କୃଷିକାର୍ଯ୍ୟ କରିଥିଲେ । ଫଳରେ କୃଷି ଉପରେ ଅଧ‌ିକ ଚାପ ପଡ଼ିଥିଲା । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଶତକଡ଼ା ୫୫ ଭାଗ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ହୋଇଥିବା ସ୍ଥଳେ ସେହି ଶତାବ୍ଦୀର ଶେଷଆଡ଼କୁ କୃଷକମାନଙ୍କର ସଂଖ୍ୟା ଶତକଡ଼ା ୭୫କୁ ବୃଦ୍ଧି ପାଇଥିଲା । ପୁନଶ୍ଚ ଭାରତବର୍ଷର ଜନସଂଖ୍ୟା ଦ୍ରୁତଗତିରେ ବଢୁଥିବା ସ୍ଥଳେ ଜମିର ପରିମାଣ ବଢୁ ନ ଥିଲା । ବଡ଼ ବଡ଼ ଚାଷଜମି ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇଯାଇଥିଲା । କୃଷି ଉତ୍ପାଦନ କାଳକ୍ରମେ ହ୍ରାସ ପାଇଥିଲା ।

ଇଂରେଜ ସରକାର ମଧ୍ୟ ଜଳସେଚନ ବ୍ୟବସ୍ଥାର ଉନ୍ନତି ଦିଗରେ ବିଶେଷ ଭାବେ ଯନ୍ତ୍ରବାନ୍ ହୋଇନଥିଲେ । ଅପରପକ୍ଷେ ଇଂରେଜ ସରକାରଙ୍କଦ୍ଵାରା କୃଷିର ବାଣିଜ୍ୟିକୀକରଣ ମଧ୍ଯ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଥିଲା । ଇଂରେଜ ସରକାର କାର୍ପାସ୍ ଭଳି କେତୋଟି କୃଷିଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ । ସେହିସବୁ ଦ୍ରବ୍ୟ ହିଁ ଇଂଲଣ୍ଡକୁ ପଠାଯାଉଥିଲା । ତା’ର ନିର୍ଦ୍ଧାରିତ ମୂଲ୍ୟ ଅନେକ ପରିମାଣରେ କମ୍ ରଖାଯାଇଥିବାରୁ କୃଷକମାନେ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିଲେ ।

CHSE Odisha Class 12 History Chapter 11 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 11 ଭାରତରେ ବ୍ରିଟିଶ୍ ଔପନିବେଶିକ ଅର୍ଥନୀତି (୧୭୫୭ ରୁ ୧୮୫୭) Objective Questions.

CHSE Odisha 12th Class History Chapter 11 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । କେବେ ଲର୍ଡ଼ କର୍ଡୱାଲିସ୍ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରିଥିଲେ ?
(କ) ୧୭୨୦ ଖ୍ରୀ.ଅ.
(ଖ) ୧୭୯୧ ଖ୍ରୀ.ଅ.
(ଗ) ୧୭୯୨ ଖ୍ରୀ.ଅ.
(ଘ) ୧୭୯୩ ଖ୍ରୀ.ଅ.
Answer:
(ଘ) ୧୭୯୩ ଖ୍ରୀ.ଅ.

୨। କେବେ ମାନ୍ଦ୍ରାଜ୍-ଆର୍‌କୋଟ୍ ରେଳପଥର ଶୁଭାରମ୍ଭ ହୋଇଥିଲା ?
(କ) ୧୮୫୩ ଖ୍ରୀ.ଅ.
(ଖ) ୧୮୫୪ ଖ୍ରୀ.ଅ.
(ଗ) ୧୮୫୫ ଖ୍ରୀ.ଅ.
(ଘ) ୧୮୫୬ ଖ୍ରୀ.ଅ.
Answer:
(ଖ) ୧୮୫୬ ଖ୍ରୀ.ଅ.

୩ । ରୟତରୀ ଭୂ-ରାଜସ୍ଵ ବନ୍ଦୋବସ୍ତ କାହା ସହିତ କରାଯାଇଥିଲା ?
(କ) ସରକାର
(ଖ) ଗ୍ରାମସଭା
(ଗ) ଜମିଦାର
(ଘ) କୃଷକ
Answer:
(ଘ) କୃଷକ

୪। କେଉଁ ଅଞ୍ଚଳରେ ରୟତରୀ ଭୂ-ବନ୍ଦୋବସ୍ତ ପ୍ରଚଳନ କରାଯାଇଥିଲା ?
(କ) ମାନ୍ଦ୍ରାଜ, ବମ୍ବେ ଓ ସିନ୍ଧୁପ୍ରଦେଶ
(ଖ) ବଙ୍ଗଳା ଓ ବିହାର
(ଗ) ଓଡ଼ିଶା ଓ ମଧ୍ୟପ୍ରଦେଶ
(ଘ) ଉତ୍ତରପ୍ରଦେଶ ଓ ପଞ୍ଜାବ
Answer:
(କ) ମାନ୍ଦ୍ରାଜ, ବମ୍ବେ ସିନ୍ଧୁପ୍ରଦେଶ

୫ । କେଉଁ ଅଞ୍ଚଳରେ ମାହାଲୱାରୀ ଭୂ-ବନ୍ଦୋବସ୍ତ ପ୍ରଚଳନ କରାଯାଇଥିଲା ?
(କ) ବଙ୍ଗଳା ଓ ବିହାର
(ଖ) ଓଡ଼ିଶା ଓ ଗୁଜରାଟ
(ଗ) ଉତ୍ତରପ୍ରଦେଶ ଓ ପଞ୍ଜାବ
(ଘ) ମାନ୍ଦ୍ରାଜ ଓ ବମ୍ବେ
Answer:
(ଗ) ଉତ୍ତରପ୍ରଦେଶ ଓ ପଞ୍ଜାବ

CHSE Odisha Class 12 History Chapter 11 Objective Questions in Odia Medium

୬ । କୃଷକମାନଙ୍କ ଦାରିଦ୍ର୍ୟର ପ୍ରଧାନ କାରଣ କ’ଣ ଥିଲା ?
(କ) ଇଂରେଜ ସାମ୍ରାଜ୍ୟବାଦ
(ଖ) ସରକାରଙ୍କ ଅଧିକ ପରିମାଣର ଭୂ-ରାଜସ୍ଵ ଧାର୍ଯ୍ୟ ଓ ସଂଗ୍ରହ
(ଗ) ସାମାଜିକ ସଙ୍ଗଠନର ପରିବର୍ତ୍ତନ
(ଘ) ବୈଷୟିକ ଞାନର ଅଭାବ
Answer:
(ଖ) ସରକାରଙ୍କ ଅଧିକ ପରିମାଣର ଭୂ-ରାଜସ୍ୱ ଧାର୍ଯ୍ୟ ଓ ସଂଗ୍ରହ

୭। ଭାରତରୁ ଇଷ୍ଟଇଣ୍ଡିଆ କମ୍ପାନୀର ଏକଚାଟିଆ ବାଣିଜ୍ୟ କାରବାର କେବେ ଉଚ୍ଛେଦ କରାଗଲା ?
(କ) ୧୭୬୫ ଖ୍ରୀ.ଅ.
(ଖ) ୧୭୯୩ ଖ୍ରୀ.ଅ.
(ଗ) ୧୮୧୩ ଖ୍ରୀ.ଅ.
(ଘ) ୧୮୨୯ ଖ୍ରୀ.ଅ.
Answer:
(ଗ) ୧୮୧୩ ଖ୍ରୀ.ଅ.

୮ | କେବେ କଲିକତାଠାରୁ ରାଣୀଗଞ୍ଜ ଆଡ଼କୁ ୬୦ କି.ମି. ଲମ୍ବର ରେଳପଥ ନିର୍ମିତ ହୋଇଥିଲା ?
(କ) ୧୮୫୪ ଖ୍ରୀ.ଅ.
(ଖ) ୧୯୫୪ ଖ୍ରୀ.ଅ.
(ଗ) ୧୭୫୨ ଖ୍ରୀ.ଅ.
(ଘ) ୧୪୫୨ ଖ୍ରୀ.ଅ.
Answer:
(କ) ୧୮୫୪ ଖ୍ରୀ.ଅ

୯ । ଶିଳ୍ପ ବିପ୍ଳବ ପରେ କେବେ ପ୍ରଥମେ ଇଂଲଣ୍ଡରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ?
(କ) ୧୮୨୩ ଖ୍ରୀ.ଅ.
(ଖ) ୧୮୨୫ ଖ୍ରୀ.ଅ.
(ଗ) ୧୮୩୨ ଖ୍ରୀ.ଅ.
(ଘ) ୧୮୪୦ ଖ୍ରୀ.ଅ.
Answer:
(ଖ) ୧୮୨୫ ଖ୍ରୀ.ଅ.

୧୦। ଆର୍.ସି. ଦତ୍ତ ତାଙ୍କ ପୁସ୍ତକ ‘ଦି ଇକୋନୋମିକ୍ ହିଷ୍ଟ୍ରି ଅଫ୍ ଇଣ୍ଡିଆ’ରେ ଦର୍ଶାଇଛନ୍ତି, କିପରି ଭାରତୀୟ ଉତ୍ପାଦନକାରୀମାନଙ୍କର ସ୍ଥାନ ବ୍ରିଟିଶ ଉତ୍ପାଦନକାରୀମାନଙ୍କଦ୍ଵାରା ଅଧ୍ବକୃତ ହେବ ଏବଂ ଭାରତୀୟ ଶିଳୋଦ୍ୟୋଗ ମୂଲ୍ୟରେ ବ୍ରିଟିଶ ଶିଳ୍ପଦ୍ୟୋଗ ଉନ୍ନତି କରିବ, ତାହାର ଉପାୟ ବାହାର କରିବାକୁ ୧୮୧୨ରେ ପାର୍ଲିଆମେଣ୍ଟ ସିଲେକ୍ଟ କମିଟି ଚେଷ୍ଟା କରୁଥିଲା; ଏହି ପୁସ୍ତକ କେବେ ପ୍ରକାଶିତ ହୋଇଥିଲା ?
(କ) ୧୯୦୦ ଖ୍ରୀ.ଅ.
(ଖ) ୧୯୦୧ ଖ୍ରୀ.ଅ.
(ଗ) ୧୯୦୨ ଖ୍ରୀ.ଅ.
(ଘ) ୧୯୦୩ ଖ୍ରୀ.ଅ.
Answer:
(ଖ) ୧୯୦୧ ଖ୍ରୀ.ଅ.

୧୧। କେବେ ଭାରତକୁ ପଠାଇଥିଲେ ?
(କ) ୧୮୩୬ ଖ୍ରୀ.ଅ.
(ଖ) ୧୮୩୭ ଖ୍ରୀ.ଅ.
(ଗ) ୧୮୩୮ ଖ୍ରୀ.ଅ.
(ଘ) ୧୮୩୯ ଖ୍ରୀ.ଅ.ଖ୍ରୀ.ଅ.
Answer:
(ଘ) ୧୮୩୯ ଖ୍ରୀ.ଅ.

CHSE Odisha Class 12 History Chapter 11 Objective Questions in Odia Medium

୧୨ । ‘ବିତ୍ତ ପ୍ରବାହ ତତ୍ତ୍ଵ’ର ପ୍ରବକ୍ତା କିଏ ଥିଲେ ?
(କ) ଆର୍.ସି. ଦତ୍ତ
(ଖ) ଦାଦାଭାଇ ନାରୋଜୀ
(ଗ) ବାଲଗଙ୍ଗାଧର ତିଲକ
(ଘ) ଗୋପାଳକୃଷ୍ଣ ଗୋଖଲେ
Answer:
(ଖ) ଦାଦାଭାଇ ନାରୋଜୀ

୧୩ । କେବେ ଗଙ୍ଗାନଦୀ ମୁଖ୍ୟ କେନାଲର ଶୁଭାରମ୍ଭ ହୋଇଥିଲା ?
(କ) ୧୮୫୦ ଖ୍ରୀ.ଅ.
(ଖ) ୧୮୫୧ ଖ୍ରୀ.ଅ.
(ଗ) ୧୮୫୨ ଖ୍ରୀ.ଅ.
(ଘ) ୧୮୫୪ ଖ୍ରୀ.ଅ.
Answer:
(ଘ) ୧୮୫୪ ଖ୍ରୀ.ଅ.

୧୪ । କେବେ ସିର୍‌ହିନ୍ଦୁ କେନାଲର ଶୁଭ ଉଦ୍‌ଘାଟନ ହୋଇଥିଲା ?
(କ) ୧୮୮୨ ଖ୍ରୀ.ଅ.
(ଖ) ୧୮୮୫ ଖ୍ରୀ.ଅ.
(ଗ) ୧୮୫୮ ଖ୍ରୀ.ଅ.
(ଘ) ୧୮୮୬ ଖ୍ରୀ.ଅ.
Answer:
(କ) ୧୮୮୨ ଖ୍ରୀ.ଅ.

୧୫ । କେବେ ବମ୍ବେରୁ ଥାନେ ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିଲା ?
(କ) ୧୮୫୧ ଖ୍ରୀ.ଅ.
(ଖ) ୧୮୫୨ ଖ୍ରୀ.ଅ.
(ଗ) ୧୮୫୩ ଖ୍ରୀ.ଅ.
(ଘ) ୧୮୫୪ ଖ୍ରୀ.ଅ.
Answer:
(ଗ) ୧୮୫୩ ଖ୍ରୀ.ଅ.

୧୬ । ୧୮୫୩ ଖ୍ରୀଷ୍ଟାବ୍ଦରେ କଲିକତାଠାରୁ ଆଗ୍ରା ପର୍ଯ୍ୟନ୍ତ ଟେଲିଗ୍ରାଫ୍ ଲାଇନ୍ ଉନ୍ମୋଚିତ ହୋଇଥିଲା । ଜଣେ ବ୍ରିଟିଶ ଇଞ୍ଜିନିୟର ଟେଲ୍ହାଉସୀଙ୍କ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ । ସେହି ବ୍ୟକ୍ତି ଜଣଙ୍କ କିଏ ଥିଲେ ?
(କ) ଓ’ ସାନେସୀ
(ଖ) ମ୍ୟାକ୍ ଆଡ଼ାମ୍
(ଗ) ମ୍ୟାକ୍ସୋଲାଣ୍ଡ ଷ୍ଟିଫେନ୍‌ସନ୍
(ଘ) ସାର୍ ରୋଲାଣ୍ଡ ହିଲ୍
Answer:
(କ) ଓ’ ସାନେସୀ

୧୭ । ଚିରସ୍ଥାୟୀ ବନ୍ଦୋବସ୍ତ ଅନୁଯାୟୀ କିଏ ଜମିର ସ୍ଵତ୍ତ୍ଵାଧ୍ୟାକାରୀ ଥିଲେ ?
(କ) ଜମିଦାର
(ଖ) କୃଷକ
(ଗ) ଗ୍ରାମସଭା
(ଘ) ସରକାର
Answer:
(କ) ଜମିଦାର

୧୮ । କାହାଦ୍ଵାରା ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଣୟନ କରାଯାଇଥିଲା ?
(କ) ଓ୍ବାରେନ୍‌ ହେଜିଂସ୍
(ଖ) ଲର୍ଡ ଡେଲ୍‌ହାଉସୀ
(ଗ) ଲର୍ଡ଼ କର୍ଡଲିସ୍
(ଘ) ଲର୍ଡ ୱେଲସଲି
Answer:
(ଗ) ଲର୍ଡ଼ କର୍ଡୱାଲିସ୍

୧୯ । କିଏ ରୟତୱାରୀ ବ୍ୟବସ୍ଥା ସହ ଜଡ଼ିତ ଥିଲେ ?
(କ) ଡବ୍ଲ୍ୟୁ ଡବ୍ଲ୍ୟୁ
(ଖ) ହୱର
(ଗ) ଫିଲିପ୍ ଡଫ୍
(ଘ) ଥୋମାସ୍ ମୁନରେ
Answer:
(ଖ) ଥୋମାସ୍ ମୁନ୍‌

CHSE Odisha Class 12 History Chapter 11 Objective Questions in Odia Medium

୨୦ । ଇଂରେଜ ଅଫିସର ସାର୍ ଥୋମାସ୍ ମୁନ୍‌ କେଉଁଠାରେ ରୟତରୀ ବ୍ୟବସ୍ଥାର ପ୍ରଚଳନ କରିଥିଲେ ?
(କ) ବମେ
(ଖ) ଦିଲ୍ଲୀ
(ଗ) ମାନ୍ଦ୍ରାଜ
(ଘ) ଆସାମ
Answer:
(ଗ) ମାନ୍ଦ୍ରାଜ

୨୧ । ଉତ୍ତରପ୍ରଦେଶର ଆବଧ ଜିଲ୍ଲାରେ କେଉଁ ପ୍ରକାର ରାଜସ୍ୱ ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା ?
(କ) ତାଲୁକଦାରୀ ବ୍ୟବସ୍ଥା
(ଖ) ମାହାଲୱାରୀ ବ୍ୟବସ୍ଥା
(ଗ) ରୟତରୀ ବ୍ୟବସ୍ଥା
(ଘ) ଚିରସ୍ଥାୟୀ ବ୍ୟବସ୍ଥା
Answer:
(କ) ତାଲୁକଦାରୀ ବ୍ୟବସ୍ଥା

୨୨ । କାହାର ସୁପାରିସ କ୍ରମେ ଲର୍ଡ଼ କର୍ଡୱାଲିସ୍ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଣୟନ କରିଥିଲେ ?
(କ) କ୍ୟାପ୍ଟେନ୍‌ ରିଡ଼୍
(ଖ) ଜନ ସୋର୍
(ଗ) ଥୋମାସ୍ ମୁନରେ
(ଘ) ହୋଲଟ୍ ମେକେଞ୍ଜି
Answer:
(ଖ) ଜନ୍ ସୋର୍

୨୩ । କର୍ଡୱାଲିସ୍ କେବେ ଦଶବର୍ଷିଆ ବନ୍ଦୋବସ୍ତ ଆଇନ ପ୍ରଚଳନ କରାଯାଇଥିଲା ?
(କ) ୧୭୮୮ ଖ୍ରୀ.ଅ.
(ଖ) ୧୭୮୯ ଖ୍ରୀ.ଅ.
(ଗ) ୧୭୯୦ ଖ୍ରୀ.ଅ.
(ଘ) ୧୭୯୧ ଖ୍ରୀ.ଅ.
Answer:
(ଖ) ୧୭୮୯ ଖ୍ରୀ.ଅ.

୨୪ । କିଏ ଦଶବର୍ଷିଆ ବନ୍ଦୋବସ୍ତକୁ ଅନୁମୋଦିତ କରିଥିଲେ ?
(କ) ଲର୍ଡ଼ କର୍ଡଲିସ୍
(ଖ) ଲର୍ଡ଼ ୱେଲସଲି
(ଗ) ସାର୍ ଜନ୍ ସୋର୍
(ଘ) ଜନ୍ ମାକେଞ୍ଜି
Answer:
(କ) ଲର୍ଡ଼ କର୍ଡୱାଲିସ୍

୨୫ । କେବେ ଗ୍ରାଣ୍ଟ ଟ୍ରଙ୍କ ରୋଡ଼୍ ନିର୍ମିତ ହୋଇଥିଲା ?
(କ) ୧୮୩୯ ଖ୍ରୀ.ଅ.
(ଖ) ୧୮୫୩ ଖ୍ରୀ.ଅ.
(ଗ) ୧୮୬୭ ଖ୍ରୀ.ଅ.
(ଘ) ୧୮୫୭ ଖ୍ରୀ.ଅ.
Answer:
(କ) ୧୮୩୯ ଖ୍ରୀ.ଅ.

୨୬ । ‘ସୂର୍ଯ୍ୟାସ୍ତ ନିୟମ’ କେଉଁ ଭୂରାଜସ୍ୱ ନୀତି ସହିତ ସମ୍ପୃକ୍ତ ?
(କ) ରୟତରୀ ବ୍ୟବସ୍ଥା
(ଖ) ମାହାଲୱାରୀ ବ୍ୟବସ୍ଥା
(ଗ) ଚିରସ୍ଥାୟୀ ବନ୍ଦୋବସ୍ତ
(ଘ) ପାଞ୍ଚବର୍ଷିଆ ବନ୍ଦୋବସ୍ତ ବ୍ୟବସ୍ଥା
Answer:
(ଗ) ଚିରସ୍ଥାୟୀ ବନ୍ଦୋବସ୍ତ

CHSE Odisha Class 12 History Chapter 11 Objective Questions in Odia Medium

୨୭ । ରୟତ୍ରୀ ବ୍ୟବସ୍ଥା କିଏ ଆରମ୍ଭ କରିଥିଲେ ?
(କ) ସାର୍ ଟମାସ୍ ରୋ
(ଖ) ସାର୍ ଥୋମାସ୍ ମୁନ୍‌
(ଗ) ହକିନ୍ନ
(ଘ) ଓ୍ବାରେନ୍ ହେଜିଂସ୍
Answer:
(ଖ) ସାର୍ ଥୋମାସ୍ ମୁନ୍‌

ମାହାଲୱାରୀ ବ୍ୟବସ୍ଥାରେ ଜମିର ବଣ୍ଟନ କିଏ କରୁଥିଲା ?
(କ) କମ୍ପାନୀ
(ଖ) ଗ୍ରାମମୁଝ୍ୟ
(ଗ) ଜମିଦାର ବା ମିଳିତ ଗୋଷ୍ଠୀ’
(ଘ) ତହସିଲଦାର
Answer:
(ଗ) ଜମିଦାର ବା ମିଳିତଗୋଷ୍ଠୀ

୨୯ । କେତେ ଖ୍ରୀଷ୍ଟାବ୍ଦରେ ଭାରତରେ ଟେଲିଗ୍ରାଫ୍ ସ୍ଥାପିତ ହୋଇଥିଲା ?
(କ) ୧୮୫୪ ଖ୍ରୀ.ଅ.
(ଖ) ୧୮୫୩ ଖ୍ରୀ.ଅ.
(ଗ) ୧୮୬୭ ଖ୍ରୀ.ଅ.
(ଘ) ୧୮୫୭ ଖ୍ରୀ.ଅ.
Answer:
(ଖ) ୧୮୫୩ ଖ୍ରୀ.ଅ.

B. ଶୂନ୍ୟସ୍ଥାନ ପୂରଣ କର ।

୧। _______________ ଗଭର୍ଣ୍ଣର ଜେନେରାଲ ଥିବା ସମୟରେ ଭାରତରେ ପ୍ରଥମ ରେଳପଥର ପ୍ରବର୍ତ୍ତନ କରାଇଥିଲା ।
Answer:
ଲର୍ଡ଼ ଡେଲ୍ହାଉସୀ

୨। ଭାରତରେ ପ୍ରଥମେ ରେଳପଥ ________________ ଖ୍ରୀ.ଅ.ରେ ପ୍ରବର୍ତ୍ତନ କରାଯାଇଥିଲା ।
Answer:
୧୮୫୩

୩ । _______________ ଖ୍ରୀ.ଅ.ରେ ଭାରତରେ ପ୍ରଥମେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇଥିଲା ।
Answer:
୧୮୨୩

୪। ________________ ଙ୍କୁ ଭାରତର ଟେଲିଗ୍ରାଫ୍ ସୁପରିଟେଣ୍ଡେଣ୍ଟ ରୂପେ ଲର୍ଡ଼ ଡେହାଉସୀ ନିଯୁକ୍ତ କରିଥିଲେ ।
Answer:
ସାଂଘନେସୀ

୫ । _______________ ଖ୍ରୀ.ଅ.ରେ ଭାରତରେ ୨୭୬ଟି ପୋଷ୍ଟ ଅଫିସ୍ ଥିଲେ ମଧ୍ୟ ସେଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁ ନ ଥିଲା ।
Answer:
୧୮୩୬

୬ । ଇଲଶ୍ତରେ ______________ ନାମକ ଜଣେ ବ୍ୟକ୍ତି ପେନି ଡାକ ମାହାସ୍କୁଲ ପଥା ଉଦ୍ଭାବନ କରିଥିଲେ ।
Answer:
ସାର୍ ଗୋଲାଣ୍ଡ ହିଲ୍

CHSE Odisha Class 12 History Chapter 11 Objective Questions in Odia Medium

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧ । ମାହାଲୱାରୀ ବ୍ୟବସ୍ଥା କେଉଁ ଅଞ୍ଚଳରେ ପ୍ରଚଳିତ ଥିଲା ?
Answer:
ମାହାଲରୀ ବ୍ୟବସ୍ଥା ଉତ୍ତରପଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପ୍ରଚଳିତ ଥିଲା ।

୨। କେବେ ମାନ୍ଦ୍ରାଜରେ ରୟତରୀ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ?
Answer:
୧୮୨୦ ଖ୍ରୀ.ଅ.ରେ ମାନ୍ଦ୍ରାଜରେ ରୟତରୀ ବ୍ୟବସ୍ଥା ସାର୍ ଥୋମାସ୍ ମୁନ୍‌ଙ୍କଦ୍ୱାରା କାର୍ଯ୍ୟକାରୀ ହୋଇଥିଲା ।

୩ । କେଉଁମାନେ ବିତ୍ତ ପ୍ରବାହ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ?
Answer:
ଦାଦାଭାଇ ନାରୋଜୀ, ରମେଶ ଚନ୍ଦ୍ର ଦତ୍ତ ଏବଂ ଜି.ଭି. ଯୋଶୀ, ଥର୍ନଟନ୍ ଆଦି ବିଭପ୍ରବାହ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ।

୪ । କେଉଁ ବଡ଼ଲାଟ୍ ଭାରତରେ ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ?
Answer:
ଲର୍ଡ଼ ଡେହାଉସୀ ଭାରତରେ ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

୫ । କେବେ ଗଙ୍ଗାନଦୀର ମୁଖ୍ୟ କେନାଲ ଉଦ୍‌ଘାଟିତ ହୋଇଥିଲା ?
Answer:
୧୮୫୪ ଖ୍ରୀ.ଅ.ରେ ଗଙ୍ଗାନଦୀର ମୁଖ୍ୟ କେନାଲ ଉଦ୍‌ଘାଟିତ ହୋଇଥିଲା ।

୬ । କେବେ ଭାରତରେ ପ୍ରଥମେ ରେଳ ଚଳାଚଳ କରିଥିଲା ?
Answer:
୧୮୫୩ ଖ୍ରୀ.ଅ.ରେ ପ୍ରଥମଥରପାଇଁ ଭାରତରେ ବମ୍ବେ ଓ ଥାନେ ମଧ୍ୟରେ ରେଳ ଚଳାଚଳ କରିଥିଲା ।

CHSE Odisha Class 12 History Chapter 11 Objective Questions in Odia Medium

୭ । ‘ପେନି ଡାକ ମାହାସ୍କୁଲ ପ୍ରଥା’ କିଏ ଭଦ୍ଭାବନ କରିଥିଲେ ?
Answer:
ଇଂଲଣ୍ଡର ସାର୍ ରୋଲାଣ୍ଡ୍ ହିଲ୍ ପେନି ଡାକ ମାହାସ୍କୁଲ ପ୍ରଥା ଉଦ୍ଭାବନ କରିଥିଲେ ।

୮ । କେବେ ଭାରତରେ ‘ଅର୍ଦ୍ଧଅଣା ଡାକପ୍ରଥା’ ପ୍ରଚଳିତ ହୋଇଥିଲା ?
Answer:
୧୮୫୨ ଖ୍ରୀ.ଅ.ରେ ଭାରତରେ ‘ଅର୍ଦ୍ଧଅଣା ଡାକପ୍ରଥା’ ପ୍ରଚଳିତ ହୋଇଥିଲା ।

୯ । କେବେ ଭାରତରେ ପରୀକ୍ଷାମୂଳକଭାବେ ଟେଲିଗ୍ରାଫ୍ ତାର ଲମ୍ବିଥିଲା ?
Answer:
୧୮୫୨ ଖ୍ରୀ.ଅ.ରେ ଭାରତରେ ପରୀକ୍ଷାମୂଳକଭାବେ ଟେଲିଗ୍ରାଫ୍ ତାର ଲମ୍ବିଥିଲା ।

୧୦ । କେବେ ଭାରତରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳିତ ହୋଇଥିଲା ?
Answer:
୧୭୯୩ ଖ୍ରୀ.ଅ.ରେ ଭାରତରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳିତ ହୋଇଥିଲା ।

୧୧ । ଚରିସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳନ ପାଇଁ କିଏ କର୍ଡୱାଲିସ୍‌ଙ୍କୁ ସାହାଯ୍ୟ କରିଥିଲେ ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳନପାଇଁ ସାର୍ ଜନ୍ ସୋର୍ କର୍ଡୱାଲିସ୍‌ଙ୍କୁ ସାହାଯ୍ୟ କରିଥିଲେ ।

୧୨ । କେଉଁ ବର୍ଷ ଭାରତରେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇ ଥିଲା ?
Answer:
୧୮୨୩ ମସିହାରେ ଭାରତରେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇଥିଲା ।

୧୩ । ମାହାଲୱାରି ବ୍ୟବସ୍ଥା କେଉଁ କେଉଁ ଅଞ୍ଚଳରେ ପ୍ରଚଳିତ ଥିଲା ?
Answer:
ମାହାଲୱାରି ବ୍ୟବସ୍ଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତରେ ପ୍ରଚଳିତ ଥିଲା ।

୧୪ । ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ କେଉଁ ଗୋଷ୍ଠୀର ଉଦ୍ଭବ ଘଟିଥିଲା ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ବିଳାସୀ ଜମିଦାର ଗୋଷ୍ଠୀର ଉଦ୍ଭବ ଘଟିଥିଲା ।

CHSE Odisha Class 12 History Chapter 11 Objective Questions in Odia Medium

୧୫ । ଡାକଘର ଆଇନ ଅନୁସାରେ ପ୍ରତ୍ୟେକ ଚିଠି ଉପରେ କେତେ ପଇସାର ଟିକେଟ୍ ଲଗାଯାଉଥିଲା ?
Answer:
ଡାକଘର ଆଇନ ଅନୁସାରେ ପ୍ରତ୍ୟେକ ଚିଠି ଉପରେ ୨ ପଇସାର ଟିକେଟ୍ ଲଗାଯାଉଥିଲା ।

D. ଭ୍ରମ ସଂଶୋଧନ କର ।

୧ । ମାଡ୍ରାସ୍ ପ୍ରେସିଡ଼େନ୍ସିରେ ରୟତରୀ ବ୍ୟବସ୍ଥା ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କଦ୍ଵାରା ପ୍ରଣୟନ କରାଯାଇଥିଲା ।
Answer:
ମାଡ୍ରାସ୍ ପ୍ରେସିଡ଼େନ୍ସିରେ ରୟତରୀ ବ୍ୟବସ୍ଥା ଗଭର୍ଣ୍ଣର ଥୋମାସ୍ ମୁନ୍‌ଙ୍କଦ୍ଵାରା ପ୍ରଣୟନ କରାଯାଇଥିଲା ।

୨। ୧୮୨୩ ଖ୍ରୀ.ଅ.ରେ ଭାରତରେ ପ୍ରଥମେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ।
Answer:
୧୮୨୩ ଖ୍ରୀ.ଅ.ରେ ଭାରତରେ ପ୍ରଥମେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇଥିଲା ।

୩ । ୧୮୧୯ ଖ୍ରୀ.ଅ.ରେ ସାର୍ ଥୋମାସ୍ ମୁନ୍‌ରେ ନାମକ ଜନୈକ ଇଂରାଜୀ ଉଚ୍ଚପଦସ୍ଥ କର୍ମଚାରୀ ଏକ ନୂତନ ଭୂରାଜସ୍ଵ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲେ, ଯାହା ଥିଲା ଜମିଦାରୀ ଓ ରୟତରୀ ବନ୍ଦୋବସ୍ତର ଏକ ମିଶ୍ରଣ ।
Answer:
୧୮୧୯ ଖ୍ରୀ.ଅ.ରେ ହୋଲ୍‌ ମେକେଞ୍ଜି ନାମକ ଜନୈକ ଇଂରେଜ ଉଚ୍ଚପଦସ୍ଥ କର୍ମଚାରୀ ଏକ ନୂତନ ଭୂରାଜସ୍ଵ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲେ ଯାହାଥିଲା ଜମିଦାରୀ ଓ ରୟତରୀ ବନ୍ଦୋବସ୍ତର ଏକ ମିଶ୍ରଣ ।

୪। ୧୮୧୮ ଖ୍ରୀ.ଅ.ରେ ବମ୍ବେର ଗଭର୍ଣ୍ଣର କଲିସ୍ ରୟତରୀ ବ୍ୟବସ୍ଥା ସହ ମିଶୁଥିବା ଏକ ଭୂବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ ।
Answer:
୧୮୧୮ ଖ୍ରୀ.ଅ.ରେ ବମ୍ବେର ଗଭର୍ଣ୍ଣର ମାଉଣ୍ଟସୁଆର୍ଟ ଆର୍ଟ ଟଫିନ୍‌ନ୍‌ ରୟତରୀ ବ୍ୟବସ୍ଥା ସହ ମିଶୁଥ‌ିବା ଏକ ଭୂବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ ।

୫। ଲର୍ଡ଼ ଉଇଲିୟମ ବେଷ୍ଟିକ୍‌ଙ୍କୁ ‘ଭାରତୀୟ ରେଳପଥର ଜନକ’ ରୂପେ ଅଭିହିତ କରାଯାଇଥାଏ ।
Answer:
ଲର୍ଡ଼ ଡେଲ୍ହାଉସୀଙ୍କୁ ‘ଭାରତୀୟ ରେଳପଥର ଜନକ’ ରୂପେ ଅଭିହିତ କରାଯାଇଥାଏ ।

୬ । ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ଼ ଡେଲ୍ହାଇସୀଙ୍କ ସମୟରେ ପ୍ରବର୍ତ୍ତିତ ହୋଇଥିଲା ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ଼ କର୍ଡୱାଲିସ୍‌ଙ୍କ ସମୟରେ ପ୍ରବର୍ତ୍ତିତ ହୋଇଥିଲା ।

CHSE Odisha Class 12 History Chapter 11 Objective Questions in Odia Medium

୭ । ଚିରସ୍ଥାୟୀ ବନ୍ଦୋବସ୍ତ ସମଗ୍ର ଭାରତବର୍ଷରେ ପ୍ରଚଳିତ ଥିଲା ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ସମଗ୍ର ଭାରତବର୍ଷରେ ପ୍ରଚଳିତ ନ ହୋଇ କେବଳ ବଙ୍ଗ, ବିହାର, ଓଡ଼ିଶା ଓ ଅଳ୍ପ କେତେକ ସ୍ଥାନରେ ପ୍ରଚଳିତ ଥିଲା ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Odisha State Board BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ Textbook Exercise Questions and Answers.

BSE Odisha Class 10 Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Question 1.
5R ନୀତି କ’ଣ ? ଏହାଦ୍ଵାରା ଆମର ପ୍ରାକୃତିକ ସମ୍ପଦମାନଙ୍କର କିପରି ସୁରକ୍ଷା ହୋଇପାରିବ ଦର୍ଶାଅ । ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ବତଃସ୍ପର୍ଭ ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।

(i) ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ୱତଃସ୍ଫୁର୍ତ ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।

(ii) ପରିବେଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ‘5R’ ନୀତିକୁ ଏକ ମାଧ୍ୟମ ଭାବରେ ପରିଗଣିତ କରାଯାଇଛି । ଏଗୁଡ଼ିକ ହେଲା- ସମ୍ବରଣ (Reduce), ପୁନଶ୍ଚକ୍ରଣ (Recycle) ଓ ପୁନଃବ୍ୟବହାର (Reuse) ।

(iii) ସମ୍ବରଣ : ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କମ୍ ସମ୍ପଦ ବ୍ୟବହାର କରିବାକୁ ସମ୍ବରଣ କୁହାଯାଏ । ଅନେକ ସମୟରେ ଆମେ ଆବଶ୍ୟକଠାରୁ ଅଧିକ ସମ୍ପଦ ବ୍ୟବହାର କରିଥାଉ ଓ ନଷ୍ଟ ମଧ୍ୟ କରିଥାଉ । ଆମେ ସଚେତନ ହେଲେ ଏହି ଅପଚୟକୁ ରୋକିହେବ ।

(iv) ପୁନଶ୍ଚକ୍ରଣ : ଆମେ କିଛିମାତ୍ରାରେ ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବରେ ବ୍ୟବହାର କରି ପୁନର୍ବାର ବ୍ୟବହାର କରିବା ହେଉଛି ପୁନଶ୍ଚକ୍ରଣ ପଦ୍ଧତି । ପୁନଶ୍ଚକ୍ରଣ ଦ୍ବାରା କଳକାରଖାନାର କଞ୍ଚାମାଲର ଆବଶ୍ୟକତା କିଛିମାତ୍ରାରେ ମେଣ୍ଟାଯାଇପାରିବ । ସେହିପରି ଜୈବ ଆବର୍ଜନାକୁ ଆମେ କମ୍ପୋଷ୍ଟରେ ପରିଣତ କରି ବଗିଚାରେ ବା ଚାଷ ଜମିରେ ବ୍ୟବହାର କରିପାରିବା ।

(v) ପୁନଃବ୍ୟବହାର : କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପ୍ରଦ୍ଧତି । ବ୍ୟବହାରଯୋଗ୍ୟ ପଦାର୍ଥଗୁଡ଼ିକୁ ଥରେ ବ୍ୟବହାର କରିବା ପରେ  ବର୍ଜନ ନ କରି ବାରମ୍ବାର ବ୍ୟବହାର କଲେ ସେହିପଦାର୍ଥର ଠିକ୍ ଉପଯୋଗ ହେବା ସହ ସମ୍ପଦର ସଂରକ୍ଷଣ ମଧ୍ୟ ହୋଇଥାଏ ।

(vi) ଯେକୌଣସି ଦେଶର ଆର୍ଥିକ ପ୍ରଗତି ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ଉତ୍ସ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ବିକାଶ ଓ ପରିବେଶ ସୁରକ୍ଷା ପରସ୍ପରର ବିପରୀତମୁଖୀ ପରି ଦେଖାଯାଉଥିଲେ ମଧ୍ୟ ଆଧୁନିକ ବଦଳାଇବା ସହ ପରିବେଶର କ୍ଷତି ନ କରି ଅର୍ଥନୈତିକ ଉନ୍ନତି ତଥା ସାମାଜିକ ଅଗ୍ରଗତି କିପରି କରାଯାଇପାରିବ ତାହା ଚିନ୍ତା କରିବା ବିଧେୟ । ତା’ସହ ଆବଶ୍ୟକ ନୀତିନିୟମ ଓ ଆଇନ ପ୍ରଣୟନ ପାଳନ କରିବା ଉଚିତ୍‌ । ଏହାଦ୍ଵାରା ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା ହେବାସହ ଏଗୁଡ଼ିକ ଚିରନ୍ତନ ଭାବରେ ଆମର ଆବଶ୍ୟକତାକୁ ମେଣ୍ଟାଇବାରେ ସକ୍ଷମ ହେବ ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Question 2.
ଜଙ୍ଗଲ ନଷ୍ଟହେବାର କାରଣଗୁଡ଼ିକ ବର୍ତ୍ତନ କର ।
ଉ-
ନିମ୍ନଲିଖୂତ କାରଣମାନଙ୍କ ଯୋଗୁ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି; ଯଥା-

(i) ଭାରତରେ ଲକ୍ଷ ଲକ୍ଷ ଆଦିବାସୀ ଜଙ୍ଗଲ ଓ ଜଙ୍ଗଲ ତଳି ଅଞ୍ଚଳରେ ବାସକରି ନିଜର ଦୈନନ୍ଦିନ ଜୀବନଯାପନ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ।
(ii) କଳକାରଖାନା, ରାସ୍ତାଘାଟ, ରେଳଲାଇନ୍, ଜନବସତି ଓ ଚାଷପାଇଁ ଜଙ୍ଗଲ ସଫାହେବାଦ୍ଵାରା ବଡ଼ ଘଞ୍ଚ ଜଙ୍ଗଲ ଖଣ୍ଡବିଖଣ୍ଡିତ ହେଉଛି ।
(iii) ଆଦିବାସୀ ଓ ସହର ତଳିଅଞ୍ଚଳର ଗାଁମାନଙ୍କରେ ବାସକରୁଥିବା ଲୋକମାନେ ଜଙ୍ଗଲରୁ ଖାଦ୍ୟ, କାଠ, ପତ୍ର, ଫଳ, ଫୁଲ, ମହୁ, ଝୁଣା ଓ ସେମାନଙ୍କ ଗୃହପାଳିତ ପଶୁମାନଙ୍କପାଇଁ ଚାରା ସଂଗ୍ରହ ଯୋଗୁ ଜଙ୍ଗଲ ସମ୍ପଦର ଅବକ୍ଷୟ ହେଉଛି ।
(iv) ସହରବାସୀମାନେ ପରୋକ୍ଷଭାବରେ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟଦ୍ୱାରା ଉପକୃତ ହୋଇଥାନ୍ତି । ଏମାନେ ତିଆରି କରିଥାନ୍ତି । ଫଳରେ ଦିନକୁ ଦିନ ଜଙ୍ଗଲ ସମ୍ପଦ କ୍ରମଶଃ ସଙ୍କୁଚିତ ହେଉଛି ଓ ମୁଣ୍ଡପିଛା ଜଙ୍ଗଲର ଆୟତନ କମିବାରେ ଲାଗିଛି ।
(v) ବହୁ ଶିଳ୍ପସଂସ୍ଥାରେ ଜଙ୍ଗଲଜାତ ପଦାର୍ଥକୁ କଞ୍ଚାମାଲ ଭାବରେ ବ୍ୟବହାର କରି ଅନେକ ପ୍ରକାରର ବ୍ୟବହାରଯୋଗ୍ୟ ପଦାର୍ଥ ଉତ୍ପାଦନ କରାଯାଉଛି । କାଗଜ, କାଠ, ଖେଳ ଉପକରଣ ଓ କବିରାଜି ଔଷଧ ଦ୍ରୁତକ୍ଷୟ ଘଟୁଛି ।
(vi) ଜଙ୍ଗଲରେ ଅଧିବାସୀମାନଙ୍କର ଅର୍ଥନୈତିକ ପ୍ରଗତି ଓ ସାମାଜିକ ବିକାଶ ନ ହେବା ଫଳରେ ସେମାନେ ତାଙ୍କର ବିକଳ୍ପ ଆୟ ପାଇଁ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିଥା’ନ୍ତି ।

Question 3.
ଜଙ୍ଗଲ ସମ୍ପଦର ଅଂଶୀଦାରମାନେ କିଏ ? ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା କ’ଣ ?
ଉ-
(i) ସହର, ଗ୍ରାମାଞ୍ଚଳ ଓ ଜଙ୍ଗଲରେ ବାସ କରୁଥିବା ଆଦିବାସୀ ଓ ଜଙ୍ଗଲ ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଜଙ୍ଗଲ ସମ୍ପଦର ଅଂଶୀଦାର ଅଟନ୍ତି । ଏତଦ୍‌ବ୍ୟତୀତ ଜଙ୍ଗଲ ବିଭାଗ, ପ୍ରକୃତିପ୍ରେମୀ ଓ ଶିଳ୍ପପତିମାନେ ମଧ୍ୟ ଏହାର ଅଂଶୀଦାର ହୋଇଥା’ନ୍ତି ।
(ii) ସଂରକ୍ଷିତ ଜଙ୍ଗଲ ଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା କରାଯାଇ ସେଥ‌ିରେ ଗ୍ରାମବାସୀମାନଙ୍କଦ୍ୱାରା ମନୋନୀତ 5ରୁ 10 ଜଣ ଲୋକଙ୍କୁ ସଭ୍ୟଭାବେ ଗ୍ରହଣ କରାଯାଇଛି ।

ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା :
BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ 1
(ii) ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ଦେଉଥ‌ିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ଓ ଶୁକ୍ଳ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଉଛି । ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେସଙ୍ଗେ ସେମାନଙ୍କର ସାମୂହିକ ଉନ୍ନତି ପାଇଁ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Question 4.
‘ଜଙ୍ଗଲ ହେଉଛି ଜୈବବିବିଧତାର ଉତ୍ସ’ – ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
ଉ-

(i) ଜୈବ ବିବିଧତା କହିଲେ ସାଧାରଣତଃ ଗୋଟିଏ ସ୍ଥାନରେ ବସବାସ କରୁଥିବା ସମସ୍ତ ପ୍ରାଣୀ, ଉଭିଦ ଓ ଅଣୁଜୀବମାନଙ୍କୁ ବୁଝାଇଥାଏ । ଜଙ୍ଗଲ ପରିବେଶରେ ଅପେକ୍ଷାକୃତ କମ୍ ଜାଗାରେ ଅନେକ ପ୍ରକାର ବୃକ୍ଷଲତା ଓ ଜୀବଜନ୍ତୁ ଦେଖାଯାଉଥ‌ିବାରୁ ଏହାକୁ ଜୈବ ବିବିଧତା ଏକ ମୁଖ୍ୟ ଉତ୍ସ ବୋଲି କୁହାଯାଏ ।
(ii) ଜଙ୍ଗଲରେ ଏହି ପାକତିକ ଜୈବ ବିବିଧତା କତିମ ଉପାୟରେ ମଧ୍ଯ ସୃଷ୍ଟି କରାଯାଇପାରିବ ନାହିଁ । ଅନେକ ଅଞ୍ଚଳରେ ଜଙ୍ଗଲ ସଫା ହୋଇଯିବା ପରେ ସେହି ଅଞ୍ଚଳରେ ଶାଗୁଆନ, ଫାସି ଇତ୍ୟାଦି ଏକ ପ୍ରକାରର ବୃକ୍ଷରୋପଣ କରାଯିବା ଫଳରେ ଜୈବ ବିବିଧତା ହ୍ରାସ ପାଇବା ସହ ଜଙ୍ଗଲ ପରିସଂସ୍ଥାର କ୍ଷତି ଘଟୁଛି ଓ ମୁଭିକାର ମାନ ମଧ୍ଯ କମିଯାଉଛି ।
(iii) ତେଣୁ ପ୍ରକୃତରେ କହିବାକୁ ଗଲେ ପଶୁ, ପକ୍ଷୀ ଓ ଉଦ୍ଭିଦ ଯାହାକି ପ୍ରାକୃତିକ ଭାବେ ଜଙ୍ଗଲରେ ମିଳିଥାଏ, ତାହା ଥରେ ନଷ୍ଟ ହୋଇଗଲେ ପୁନର୍ବାର ସୃଷ୍ଟି କରାଯାଇପାରିବ ନାହିଁ । ତେଣୁ ପ୍ରାକୃତିକ ଜଙ୍ଗଲ ଜୈବ ବିବିଧତାର ପ୍ରମୁଖ ଉତ୍ସ ଅଟେ ।

Question 5.
ଜଙ୍ଗଲ ସମ୍ପଦ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ବର୍ଣ୍ଣନା କର ।
ଉ-

(i) ଜଙ୍ଗଲ ସମ୍ପଦର ମୁଖ୍ୟତଃ 4ଟି ଅଂଶୀଦାର ରହିଛନ୍ତି; ଯଥା- ଜଙ୍ଗଲ ଓ ତାର ଆଖପାଖ ଅଞ୍ଚଳରେ ଅସ୍ଵାସୀ, ଜଙ୍ଗଲ ବିଭାଗ, ଶିଳ୍ପପତି ଓ ପ୍ରକୃତିପ୍ରେମୀ । ସମସ୍ତ ଅଂଶୀଦାରମାନଙ୍କୁ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କାର୍ଯ୍ୟକ୍ଷମ କରାଯାଇଛି ।

(ii) ଭାରତ ସରକାରଙ୍କଦ୍ୱାରା ପ୍ରଚଳିତ ଏହି ଜଙ୍ଗଲ ପରିଚାଳନା ଯୋଜନାରେ ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷ ଅଂଶୀଦାରମାନଙ୍କ ଅଧିକ ଗରତ ଦିଆଯାଉଛି । ସେମାନଙ୍କର ଅଧିକାରକୁ ଅକ୍ଷୁଣ୍ଣ ରଖୁବା ସହିତ ସେମାନଙ୍କ ଜରିଆରେ ଜଙ୍ଗଲ ସମ୍ପଦର ସଂରକ୍ଷଣ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।

(iii) ସେଥୁପାଇଁ ସଂରକ୍ଷିତ ଜଙ୍ଗଲଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା ଗଠନ କରାଯାଇ ସେଥ‌ିରେ ଗ୍ରାମବାସୀମାନଙ୍କଦାରା ମନୋନୀତ ପାଞ୍ଚରୁ ଦଶଜଣ ଲୋକଙ୍କ ସଭ୍ୟଭାବେ ନିଆଯାଉଛି ।

(iv) ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ହେଉଥ‌ିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ଓ ଶୁଳ୍କ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଉଛି ।

(v) ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେସଙ୍ଗେ ସେମାନଙ୍କର ସାମୂହିକ ଉନ୍ନତି ପାଇଁ ସେଠାକାର ଜଙ୍ଗଲରୁ ଲବ୍ଧ ଶୁଳ୍କର ଏକ ଅଂଶ ଖର୍ଚ୍ଚ କରାଯାଉଛି । ଫଳରେ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Question 6.
ଭୂତଳ ଜଳସ୍ତର କମିବାର କାରଣଗୁଡ଼ିକ କ’ଣ ? ଭୂତଳ ଜଳସ୍ତର କିପରି ସମୃଦ୍ଧ କରାଯାଇପାରିବ ?
ଉ-
ଭୂତଳ ଜଳସ୍ତର କମିବାର କାରଣ :
(i) ଦେଶରେ ଖାଦ୍ୟର ଆବଶ୍ୟକତା ବୃଦ୍ଧିପାଉଥିବାରୁ ଦିନକୁ ଦିନ କୃଷି ଓ ଶିଳ୍ପସଂସ୍ଥା ପାଇଁ ଅଧ‌ିକରୁ ଅଧିକ ଜଳ ବ୍ୟବହାର କରାଯାଉଛି । ଫଳରେ ଭୂପୃଷ୍ଠ ଜଳ ବ୍ୟବହାର ସଙ୍ଗେ ସଙ୍ଗେ ଆମ୍ଭେମାନେ ମଧ୍ୟ ନଳକୂପ ଓ ଉଠା ଜଳସେଚନଦ୍ଵାରା ଭୂତଳ ଜଳର ଅତ୍ୟଧିକ ବ୍ୟବହାର କରିଚାଲିଛୁ ।

(ii) ଅନ୍ୟପକ୍ଷରେ ପାହାଡ଼ ଓ ପର୍ବତମାନଙ୍କରୁ ଜଙ୍ଗଲ ସଫା ହୋଇଯିବାଦ୍ବାରା ଭୂତଳକୁ ଜଳର ଗତି କମିବାରେ ଲାଗିଛି ଓ ଭୂତଳ ଜଳର ପରିମାଣ ଦିନକୁ ଦିନ କମିବାରେ ଲାଗିଛି । ସେଥ୍ପାଇଁ ଜଳସମ୍ପଦର ସଂରକ୍ଷଣ ସହ ଏହାର ସୁପରିଚାଳନାପାଇଁ ଆବଶ୍ୟକ ପଦକ୍ଷେପ ନେବା ଦରକାର ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

ଭୂତଳ ଜଳସ୍ତର ସମୃଦ୍ଧ ହେବାର ଉପାୟ :
BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ 2

(iii) ନଦୀବନ୍ଧ ଯୋଜନା – ଆମ ଦେଶରେ ଚାଷବାସ ପାଇଁ ଜଳସେଚନର ଆବଶ୍ୟକତାକୁ ଉପଲବ୍ଧକରି ତତ୍‌କାଳୀନ ଇଂରେଜ ସରକାର ସର୍ବପ୍ରଥମେ ବିଭିନ୍ନ ବଡ଼ ଓ ଚିରସ୍ରୋତା ନଦୀମାନଙ୍କରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିଥିଲେ ।

(iv) ଜଳଛାୟା ପରିଚାଳନା- ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ଵାରା ବର୍ଷାଜଳ ଭୂତଳ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।

(v) ଏକ ଚିରାଚରିତ ପ୍ରଥା । ସେଥ‌ିପାଇଁ ସବୁ ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ୱାରା ମାଟିର ଆର୍ଦ୍ରତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ । ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(vi) ଜଳର ପୁନଶ୍ଚ କ୍ରଣ – କୃଷି ଓ ପିଇବାପାଇଁ ଆବଶ୍ୟକ ଜଳ ଅପେକ୍ଷା ଶିଳ୍ପସଂସ୍ଥାମାନେ ଅଧିକ ଜଳ ବ୍ୟବହାର କରିଥାନ୍ତି । ଏହି ଜଳ ଦୂଷିତ ହୋଇ ନିର୍ଗତ ହୋଇଥାଏ ଓ ଅନେକ ସମୟରେ ବିଶୋଧ ନ ହୋଇ ଭୂପୃଷ୍ଠ ଅନୁସାରେ ବିଶୋଧ କରି ପୁନଶ୍ଚକ୍ରଣ କରିପାରିଲେ ଜଳ ପ୍ରଦୂଷଣଜନିତ ସମସ୍ୟା ଦୂର ହେବା ସହିତ ସେମାନଙ୍କର ନିର୍ଭରଶୀଳତା କିଛିମାତ୍ରାରେ କମାଯାଇପାରିବ । ଶିଳ୍ପସଂସ୍ଥାମାନେ ନିଜସ୍ୱ ଶକ୍ତି ଉତ୍ପାଦନ କେନ୍ଦ୍ରପରି ନିଜସ୍ବ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଜରିଆରେ ଜଳ ଗଚ୍ଛିତ କରି ରଖୁରିବେ ଓ ଏହାକୁ ବ୍ୟବହାର କରିପାରିବେ ।

Question 7.
ବୃଷ୍ଟିଜଳ ସଂରକ୍ଷଣର ଉପାୟଗୁଡ଼ିକ ବର୍ଣ୍ଣନ କର ।
ଉ-
(i)ଆମ ଦେଶରେ ବୃଷ୍ଟିଜଳକୁ ସଂରକ୍ଷଣ କରି ଦରକାର ସମୟରେ ବ୍ୟବହାର କରିବା ଏକ ଚିରାଚରିତ ପ୍ରଥା । ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ଵାରା ମାଟିର ଆର୍ଦ୍ରତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ ।
(ii) ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ୍ମିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ବାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।
(iii) କେବଳ ଖାଲୁଆ ଅଞ୍ଚଳରେ ଏହି ଜଳ ଭୂପୃଷ୍ଠ ଜଳ ଆକାରରେ ବର୍ଷସାରା ଉପଲବ୍ଧ ହେଉଥ‌ିବାବେଳେ ଜଳ ଜମିରହୁଥ‌ିବା ସ୍ଥାନଗୁଡ଼ିକରେ ଖରାଦିନେ ଚାଷକାର୍ଯ୍ୟ କରାଯାଇ ପାରୁଛି ଓ ଭୂତଳ ଜଳ ଉତ୍ତୋଳନ କରି ଜଳସେଚନ କରାଯାଇ ପାରୁଛି ।
(iv) ସହରାଞ୍ଚଳମାନଙ୍କରେ ସବୁଆଡ଼େ ‘କଂକ୍ରିଟ୍ ଜଙ୍ଗଲ’ ସୃଷ୍ଟି ହେଉଥ‌ିବାରୁ ବର୍ଷାଜଳ ଭୂତଳକୁ ଗତି କରିବାର ବାଟ ରହୁନାହିଁ ଓ ଏହା ବୋହିଯାଇ ନଦୀରେ ମିଶୁଛି । ସେଥ‌ିପାଇଁ ଆମକୁ ବର୍ଷାଜଳ ସଂରକ୍ଷଣ କରି ଭୂତଳକୁ ପଠାଇବାର ବ୍ୟବସ୍ଥା କରିବା ଦରକାର ।
(v) ଛାତ ଉପରେ ପଡ଼ୁଥ‌ିବା ବର୍ଷାଜଳକୁ ଏକ ବାଲିଶଯ୍ୟା ଥିବା କମ୍ ଗଭୀର ଗର୍ଭକୁ ଛାଡ଼ିଦେଲେ ଏହି ଜଳ ବାଲିଶଯ୍ୟାଦ୍ଵାରା ଶୋଷିହୋଇ ମାଟିତଳକୁ ଗତିକରି ଭୂତଳ ଜଳ ସହିତ ମିଶିପାରିବ । ଏହାଛଡ଼ା ବଷାଜଳକୁ ଟାଙ୍କି ସାହାଯ୍ୟରେ ସଂଗ୍ରହ କରି ସିଧାସଳଖ ବ୍ୟବହାର ମଧ୍ୟ କରାଯାଇପାରିବ ।

Question 8.
ବୃହତ୍ ନଦୀବନ୍ଧ ଯୋଜନାଦ୍ଵାରା ଆମକୁ କେଉଁ ପ୍ରକାରର ସୁବିଧା ମିଳିପାରିଛି ? ଆମେ ଏହାର ବିକଳ୍ପ ଚିନ୍ତା କରିବା କାହିଁକି ଦରକାର ?
ଉ-
(i) ବହଡ଼ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁସ୍ଥାନକୁ ସମପରିମାଣରେ ଉପଲବ୍‌ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ ।
(ii) ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୂରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି ।
(iii) ଓଡ଼ିଶା ସରକାର ‘ମୋ’ପୋଖରୀ’ ପ୍ରକଳ୍ପ ଏହି ଦିଗରେ ଏକ ଉତ୍ତମ ପଦକ୍ଷେପ ।

Question 9.
ସଂକ୍ଷେପରେ ଉତ୍ତର ଦିଅ ।
(କ) ଜଳଛାୟା ପରିଚାଳନା କ’ଣ ?
ଭ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ୱାରା ବର୍ଷାଜଳ ଭୂତଳ ଜଳଭାବରେ ସଂରକ୍ଷିତ ହୋଇପାରିବ । ଏହି ପ୍ରକ୍ରିୟାକୁ ଜଳଛାୟା ପରିଚାଳନା କୁହାଯାଏ ଓ ପାହାଡ଼ର ଗଡ଼ାଆ ଆଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।
(i) ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ କ୍ଷୟକୁ ରୋକିବା ଓ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ।
(ii) ପାହାଡ଼ର ଶିଖରରୁ ପାଦଦେଶ ପର୍ଯ୍ୟନ୍ତ ସ୍ଥାନେସ୍ଥାନେ ପଥର ବନ୍ଧ ନିର୍ମାଣ କରିବାଦ୍ଵାରା ବର୍ଷାଜଳର ବେଗ କମାଯାଇପାରିବ ଓ ଅଧ୍ଵ ଜଳ ଭୂତଳକୁ ଗତି କରିପାରିବ ।

(ଖ) କ୍ଷୁଦ୍ର ନଦୀବନ୍ଧ ଯୋଜନା କିପରି ଉପଯୋଗୀ ?
ଭ-
ବୃହତ୍ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁସ୍ଥାନକୁ ସମପରିମାଣରେ ଉପଲବ୍‌ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ । ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୂରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି ।

(ଗ) ସମତଳ ଅଞ୍ଚଳରେ ଜଳ ସଂରକ୍ଷଣ କିପରି କରାଯାଏ ?
ଉ-
ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତିକରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(ଘ) ବୃହତ୍ ନଦୀବନ୍ଧ ଯୋଜନାରେ କି କି ଅସୁବିଧା ରହିଛି ?
ଉ-
ବଣ୍ଟନ ସମୟରେ କେନାଲ୍ ବନ୍ଧରେ ଅନେକ ସମୟରେ ଘାଇ ସୃଷ୍ଟିହୋଇ ବହୁପରିମାଣର ଜଳ ନଷ୍ଟହୋଇ ସେହି ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି କରୁଛି । ସେହିପରି କେତେକ କେନାଲ୍‌ରେ ଆବଶ୍ୟକ ପରିମାଣର ଜଳପ୍ରବାହ ହେଉନଥ‌ିବାରୁ ଲୋକମାନେ କେନାଲ ବନ୍ଧଗୁଡ଼ିକୁ କାଟିଦେଇ ପରିସ୍ଥିତିକୁ ଆହୁରି ଜଟିଳ କରିଦେଉଛନ୍ତି । ଜଳଭଣ୍ଡାର ସୃଷ୍ଟି ହେବାଦ୍ୱାରା ଯେଉଁସବୁ ଗାଁ ଓ ଜମି ଜଳାର୍ଣ୍ଣବ ହେଉଛି ସେଠାକାର ଲୋକମାନଙ୍କୁ ସେହିସ୍ଥାନ ଛାଡ଼ି ଅନ୍ୟସ୍ଥାନକୁ ଯିବାକୁ ପଡ଼ୁଛି । ଫଳରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଘରଦ୍ୱାର, ଜମିବାଡ଼ି ଓ ବେପାରବଣିଜ ସବୁ ହରାଇ ନିଃସ୍ବ ହୋଇଯାଉଛନ୍ତି । ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଓ ଚାକିରି ନ ମିଳିବାଦ୍ଵାରା ପ୍ରୀତିକର ସାମାଜିକ ତଥା ଅର୍ଥନୈକ ପରିସ୍ଥିତି ସୃଷ୍ଟି ହେଉଛି ।

(ଙ) କୋଇଲା ଓ ପେଟ୍ରୋଲିୟମ୍ଜନିତ ପ୍ରଦୂଷଣ ବିଷୟରେ ଏକ ଟିପ୍ପଣୀ ଦିଅ ।
ଉ-
କୋଇଲା ଓ ପେଟ୍ରୋଲିୟମ୍ ଜଳିବାଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଅଙ୍ଗାରକାମ୍ଳ ପରିମାଣ ବଢ଼ିବାଦ୍ୱାରା ତାପମାତ୍ରା ବୃଦ୍ଧିପାଇ ସବୁଜ କୋଠରି ପ୍ରଭାବ ଅନୁଭୂତ ହେଉଛି । ଆମେ ନିଜକୁ ଓ ଜୈବବିବିଧତାକୁ ରକ୍ଷା କରିବାପାଇଁ କୋଇଲା ତଥା ପେଟ୍ରୋଲିୟମ୍ର ବ୍ୟବହାରକୁ ନିୟନ୍ତ୍ରିତ କରିବା ସଙ୍ଗେ ସଙ୍ଗେ ବିକଳ୍ପ, ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ତ୍ବରାନ୍ବିତ କରିବା ଦରକାର । ଏଥପାଇଁ ନିମ୍ନୋକ୍ତ ପଦକ୍ଷେପମାନ ନେବା ନିତାନ୍ତ ଆବଶ୍ୟକ ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

(ଚ) ପୁନଃବ୍ୟବହାର :
ଉ-
(i) କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପଦ୍ଧତି ।
(ii) ସେହିପଦାର୍ଥର ଠିକ୍ ଉପଯୋଗ ହେବା ସହ ସମ୍ପଦର ସଂରକ୍ଷଣ ମଧ୍ୟ ହୋଇଥାଏ ।
(iii) ଉଦାହରଣସ୍ୱରୂପ ଆମର ପୁରୁଣା ଲୁଗାପଟା ଓ ଚପଲ, ରଦି କାଗଜ, ପଲିଥୁନ୍ ମୁଣା, କାଗଜ ଡବା, କାଚ ଓ ପ୍ଲାଷ୍ଟିକ୍ ବୋତଲଗୁଡ଼ିକୁ ବିଭିନ୍ନ କାର୍ଯ୍ୟପାଇଁ ବ୍ୟବହାର କରି ଆମେ ପ୍ରଦୂଷଣକୁ ମଧ୍ୟ ଅନେକାଂଶରେ ପ୍ରଶମିତ କରିପାରିବା ।

(ଛ) ପ୍ରାକୃତିକ ସମ୍ପଦ ସଂରକ୍ଷଣରେ ପ୍ରକୃତିପ୍ରେମୀମାନଙ୍କର ଭୂମିକା
ଉ-
(i) 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କଦ୍ୱାରା କଟାଯାଉଥ‌ିବା ଗଛଗୁଡ଼ିକୁ ରକ୍ଷା କରିବାପାଇଁ ଘରୱାଲ୍ ଜିଲ୍ଲାର ରେନି ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।
(ii) ଏହା ଚିପ୍‌ ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
(iii) ଚିପକୋ ଆନ୍ଦୋଳନ ପରି ୧୯୮୩ ମସିହାରେ କର୍ଣ୍ଣାଟକରେ ‘ଅସ୍ଥିକୋ ଆନ୍ଦୋଳନ’’ର ସୂତ୍ରପାତ ହୋଇଥିଲା । ‘‘ଆଖିକୋ’’ର ଅର୍ଥ ମଧ୍ଯ କୁଣ୍ଢାଇ ଧରିବା ।
(iv) ଏହି ଆନ୍ଦୋଳନ କ୍ରମଶଃ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲା ଓ ଲୋକମାନେ ସେମାନଙ୍କ ଅଞ୍ଚଳର ଜଙ୍ଗଲର ସୁରକ୍ଷା ପାଇଁ ଆଗଭର ହେଲେ ।
(v) ପଶ୍ଚିମବଙ୍ଗର ଆରାବରି ଅଞ୍ଚଳର ଶାଳ ଜଙ୍ଗଲ ସଂରକ୍ଷଣ, କେରଳର ପେରିୟାର ଜଙ୍ଗଲ ସଂରକ୍ଷଣ ଇତ୍ୟାଦି ଏହାର ଜ୍ଵଳନ୍ତ ଉଦାହରଣ ।

(ଜ) IUCN
ଉ-
ଏହା ପୃଥ‌ିବୀର ସବୁଠାରୁ ବଡ଼ ପରିବେଶ ସମ୍ବନ୍ଧୀୟ ସଂସ୍ଥା ଏହା ସ୍ଵତନ୍ତ୍ର ଭାବରେ ପରିବେଶ, ଜୈବବିବିଧତା, ପୃଥ‌ିବୀର ବିପନ୍ନ ଜାତିର ଉଭିଦ ଓ ପ୍ରାଣୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ତଥ୍ୟ ଭଣ୍ଡାର ସୃଷ୍ଟି କରିଛି ।
(i) ଜନସାଧାରଣଙ୍କ ଧାରଣା ଯେ ଜଙ୍ଗଲ ସମ୍ପଦ କେବଳ ସରକାରଙ୍କର ଓ ଏଥରେ ସେମାନଙ୍କର କୌଣସି ଅଧିକାର ନାହିଁ କିନ୍ତୁ ଜନଚେତନା ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗଦାନ ବିନା ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପ୍ରାୟତଃ ଅସମ୍ଭବ ।
(ii) ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ବିଶ୍ଵ ଜଳବାୟୁରେ କେଉଁସବୁ ପରିବର୍ତ୍ତନ ହେବ ଓ ତାହା ଆମର ଜୀବନଧାରାକୁ କିପରି ପ୍ରଭାବିତ କରିବ ସେ ବିଷୟରେ ଜନସଚେତନତା ସୃଷ୍ଟି କରିବା ଆବଶ୍ୟକ ।

(ଞ) ଚିପ୍‌ ଆନ୍ଦୋଳନ :
ଉ-
(i) 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କଦ୍ୱାରା କଟାଯାଉଥ‌ିବା ଗଛଗୁଡ଼ିକୁ ରକ୍ଷା କରିବାପାଇଁ ଘରୱାଲ୍ ଜିଲ୍ଲାର ରେନି (Reni) ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଏହା ଚିପ୍‌ (Chipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ
(ii) ଏହା ଚିପ୍‌ (Chipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

(ଟ) ବିଷୋଇ ସମ୍ପ୍ରଦାୟ :
ଉ-
ଭାରତର ରାଜସ୍ଥାନ, ହରିଆନା, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ବାସ କରୁଥିବା ଲୋକମାନେ ତାଙ୍କ ଧର୍ମଗୁରୁଙ୍କ ଉପଦେଶ ମାନୀ ପ୍ରକୃତି ।

Question 10.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଅଟକ ବନ୍ଧ ବା ଆଡ଼ିବନ୍ଧ କ’ଣ ?
ଉ-
ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକ ବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷା ଜଳକୁ ରଖାଯିବା ଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(ଖ) ଜଳଛାୟା ଅଞ୍ଚଳ କାହାକୁ କୁହାଯାଏ ?
ଉ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରି, ପଥର ଅଟକ ବନ୍ଧ ଦେଇ ଜଳପ୍ରବାହର କ୍ଷିପ୍ରତା କମାଇ, ଜଳର ଭୂତଳକୁ ମାତ୍ରା ବୃଦ୍ଧି କରିବା ଜଳଛାୟା ପରିଚାଳନ ହେତୁ ପାହାଡ଼ର ଏହି ଗଡ଼ାଣିଆ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ ।

(ଗ) ବିଶ୍ଵ ବନ୍ୟଜୀବ ପାଣ୍ଠିର ମୂଳ ଲକ୍ଷ୍ୟ କ’ଣ ?
ଉ-
ବିଶ୍ଵ ବନ୍ୟଜୀବ ପାଣ୍ଠିର ଲକ୍ଷ୍ୟ ହେଉଛି, ଜୈବ ବିବିଧତାର ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ସମାନ ଓ ପରିପୋଷଣକାରୀ ବ୍ୟବହାର ନିଶ୍ଚିତ କରିବା ।

(ଘ) ରେଡ଼୍ ଡାଟା ବୁକ୍‌ରେ କେଉଁ କେଉଁ ରଙ୍ଗର ପୃଷ୍ଠା ରହିଛି ?
ଉ-
‘ରେଡ଼ଡାଟା ବୁକ୍‌ରେ ସିଲେଇ ହୋଇନଥ‌ିବା ଗ୍ରନ୍ଥି ଯୋଗୁଁ ବିଭିନ୍ନ ରଙ୍ଗର ପୃଷ୍ଠା ମଧ୍ୟରୁ ଗୋଲାପି ଓ ସବୁଜ ରଙ୍ଗର ପୃଷ୍ଠା ରହିଛି ।

(ଙ) ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କ’ଣ ?
ଉ-
ସଂରକ୍ଷିତ ଜଙ୍ଗଲ ନିକଟରେ ରହିଥିବା ଗ୍ରାମବାସୀମାନଙ୍କୁ ଅଂଶୀଦାର ଭାବରେ ଯୋଜନାରେ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ‘ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା’’ କାର୍ଯ୍ୟକାରୀ ହେଉଛି ।

Question 11.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ଉଦ୍ଭିଦ ଉଦ୍ୟାନ କେଉଁ ପ୍ରକାର ସଂରକ୍ଷଣର ଉଦାହରଣ ?
ଉ-
ବାହ୍ୟସ୍ଥାନେ ସଂରକ୍ଷଣ

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

(ଖ) ଜାତୀୟ ଉଦ୍ୟାନ କେଉଁ ପ୍ରକାର ସଂରକ୍ଷଣର ଉଦାହରଣ ?
ଉ-
ସ୍ବସ୍ଥାନେ ସଂରକ୍ଷଣ

(ଗ) ସୁନ୍ଦରଲାଲ ବହୁଗୁଣା କେଉଁ ପରିବେଶ ଆନ୍ଦୋଳନର ସୂତ୍ରଧର ?
ଉ-
ଚିପ୍ପକୋ ଆନ୍ଦୋଳନ

(ଘ) . କୋଇଲା କେଉଁ ପ୍ରକାର ପ୍ରାକୃତିକ ସମ୍ପଦର ଉଦାହରଣ ?
ଉ-
ନବାକରଣ ଅଯୋଗ୍ୟ

(ଙ) ସର୍ଦାର ସରୋବର ନଦୀବନ୍ଧ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉ-
ଟୁଜରାଟ

Question 12.
ଶୂନ୍ୟସ୍ଥାନ ପୂରଣ କର ।
(କ) IUCN ବିପନ୍ନ ଜାତି ବନ୍ୟପ୍ରାଣୀଙ୍କ ସମୀକ୍ଷା କରି ……………………… ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ ।
(ଖ) ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକାଶମାର୍ଗରୁ ହେଲିକାପ୍ଟର ସାହାଯ୍ୟରେ ………………………. ବ୍ୟବହାର କରିଥିଲେ
(ଗ) ଆମ ଦେଶରେ ରହିଥିବା ସମସ୍ତ ଚିଡ଼ିଆଖାନା ………………………. ଦ୍ଵାରା ନିୟନ୍ତ୍ରିତ ।
(ଘ) ତାପଜ ବିଦ୍ୟତ୍ କେତ୍ରରୁ ବାହାରୁଥିବା ………………. କୁ ବ୍ୟବହାର କରି ଇଟା ତିଆରି କରାଯାଉଛି ।
(ଙ) ଆମ ଘରେ ସୃଷ୍ଟି ହେଉଥ‌ିବା କାଚ ବୋତଲ, ଧାତୁ ଓ ଜରି ପରି ଆବର୍ଜନାକୁ କଞ୍ଚାମାଲ ଭାବରେ ବ୍ୟବହାର କରି ସେଥୁରୁ ପୁନର୍ବାର ମୂଳ ବସ୍ତୁ ଉତ୍ପାଦନ କରିବା ପ୍ରକ୍ରିୟାକୁ …………………………. କୁହାଯାଏ ।

Answer:
(କ) ରେଡ଼ଡାଟା ବୁକ୍
(ଖ) ଜଳ କମାଣ
(ଗ) କେନ୍ଦ୍ରୀୟ ଚିଡ଼ିଆଖାନା ସଂସ୍ଥା
(ଘ) ଫ୍ଲାଇଆସ୍ । କୋଇଲା ପାଉଁଶ
(ଙ) ପୁନଃଶ୍ଚକ୍ରଣ

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 1.
ଦତ୍ତ ମାପଦ୍ଵୟ ମଧ୍ୟରେ ଅନୁପାତ ନିର୍ଣ୍ଣୟ କର । 
(କ) 600 ଗ୍ରାମ୍ ଓ 20 ଗ୍ରାମ୍
ସମାଧାନ:
600 ଗ୍ରାମ୍ ଓ 20 ଗ୍ରାମର ଅନୁପାତ = 600 : 20 = 30 : 1

(ଖ) 500 ଗ୍ରାମ୍ ଓ 2 କି.ଗ୍ରା 
ସମାଧାନ:
500 ଗ୍ରାମ୍ ଓ 2 କି.ଗ୍ରା.ର ଅନୁପାତ (∵ 2 କି.ଗ୍ରା. = 2000 ଗ୍ରାମ)
500 ଗ୍ରାମ୍ ଓ 2000 ଗ୍ରାମର ଅନୁପାତ = 500 : 2000 = 1 : 4

(ଗ) 25 ପଇସା ଓ 1 ଟଙ୍କା
ସମାଧାନ:
25 ପଇସା ଓ 1 ଟଙ୍କାର ଅନୁପାତ 
= 25 ପଇସା ଓ 100 ପଇସାର ଅନୁପାତ = 25 : 100 = 1 : 4

(ଘ) 20 ମିନିଟ୍ ଓ 5 ଘଣ୍ଟା
ସମାଧାନ:
20 ମିନିଟ୍ ଓ 5 ଘଣ୍ଟାର ଅନୁପାତ (∵ 5 ଘଣ୍ଟା = 300 ମିନିଟ୍)
= 20 ମିନିଟ୍ ଓ 300 ମିନିଟ୍ର ଅନୁପାତ = 20 : 300 = 1 : 15

(ଙ) 15 ମିଟର ଓ 90  ସେ.ମି.
ସମାଧାନ:
15 ମିଟର ଓ 90 ସେ.ମି.ର ଅନୁପାତ (15 ମିଟର = 1500 ସେ.ମି.)
= 1500 ସେ.ମି. ଓ 90 ସେ.ମି.ର ଅନୁପାତ = 1500 : 90 = 50 : 3

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 2.
ଗୋଟିଏ ଶ୍ରେଣୀର ବାଳକ ସଂଖ୍ୟା 40 ଓ ବାଳିକା ସଂଖ୍ୟା 25 ହେଲେ, 
(କ) ବାଳକ ଓ ବାଳିକା ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳକ ଓ ବାଳିକା ସଂଖ୍ୟାର ଅନୁପାତ = 40 : 25 = 8 : 5

(ଖ) ବାଳିକା ଓ ବାଳକ ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳିକା ଓ ବାଳକ ସଂଖ୍ୟାର ଅନୁପାତ = 25 : 40 = 5 : 8

(ଗ) ବାଳକ ସଂଖ୍ୟା ଓ ସମୁଦାୟ ପିଲା ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳକ ସଂଖ୍ୟା = 40, ସମୁଦାୟ ପିଲାସଂଖ୍ୟା = 40 + 25 = 65
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 1
∴ ବାଳକ ସଂଖ୍ୟା ଓ ସମୁଦାୟ ପିଲାସଂଖ୍ୟାର ଅନୁପାତ 8 : 13 । 

(ଘ) ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା ଓ ବାଳିକା ସଂଖ୍ୟାର ଅନୁପାତ କେତେ ହେବ ?
ସମାଧାନ:
ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା = 40 + 15 = 55
ବାଳକ ସଂଖ୍ୟା = 25
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 2
∴ ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା ଓ ବାଳିକା ସଂଖ୍ୟାର ଅନୁପାତ କେତେ 11 : 5 ହେବ ।

Question 3.
ଗୋଟିଏ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା 28 ଓ ଛାତ୍ର ସଂଖ୍ୟା 1176 । ସେ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ର ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ଗୋଟିଏ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା = 28 ଓ ଛାତ୍ର ସଂଖ୍ୟା = 1176
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 3
ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ର ସଂଖ୍ୟାର ଅନୁପାତ 1 : 42 ।

Question 4.
ହରି 5 ଘଣ୍ଟାରେ 17 କି.ମି. ବାଟ ଯାଏ ଓ ରାମ 3 ଘଣ୍ଟାରେ 34 କି.ମି. ବାଟ ଯାଏ । ସେମାନଙ୍କ ଘଣ୍ଟା ପ୍ରତି ବେଗର ଅନୁପାତ
କେତେ ?
ସମାଧାନ:
ହରି 5 ଘଣ୍ଟାରେ 17 କି.ମି. ବାଟ ଯାଏ । ହରି 1 ଘଣ୍ଟାରେ ଯିବ = \(\frac{17}{5}\) କି.ମି. ।
ରାମ 3 ଘଣ୍ଟାରେ 34 କି.ମି ବାଟ ଯାଏ ।
ରାମ 1 ଘଣ୍ଟାରେ \(\frac{34}{3}\)  କି.ମି. ବାଟଯାଏ ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 4
ହରି ଓ ରାମର ଘଣ୍ଟାପ୍ରତି ବେଗ 3 : 10 ।

Question 5.
ରାମ ଓ ଶ୍ୟାମର ଘଣ୍ଟା ପ୍ରତି ବେଗର ଅନୁପାତ 3 : 5 । ରାମ 5 ଘଣ୍ଟାରେ 22\(\frac{1}{2}\) କି.ମି. ବାଟ ଯାଏ । ଶ୍ୟାମର ଘଣ୍ଟା ପ୍ରତି ବେଗ
କେତେ ?
ସମାଧାନ:
ରାମ ଓ ଶ୍ୟାମର ଘଣ୍ଟାପ୍ରତି ବେଗର ଅନୁପାତ 3 : 5 ।
ଅର୍ଥାତ୍ ରାମ ଘଣ୍ଟାରେ 3 ଗୁଣ ଗଲେ ଶ୍ୟାମ ଘଣ୍ଟାରେ 5 ଗୁଣ ଯାଏ ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 5

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 6.
ସକିଲା ଗୋଟିଏ ସପ୍ତାହରେ 1008 ଟଙ୍କା ବ୍ୟୟ କରେ ଓ ପ୍ରତ୍ୟେକ ଦିନ 216 ଟଙ୍କା ଆୟ କରେ । ତା’ର ଦୈନିକ ଆୟ ଓ ବ୍ୟୟର ଅନୁପାତ ନିର୍ଣ୍ଣୟ କର ।
ସମାଧାନ:
ସକିଲା ଏକ ସପ୍ତାହ ବା 7 ଦିନରେ ବ୍ୟୟ କରେ 1008 ଟଙ୍କା ।
ସକିଲା 1 ଦିନରେ ବ୍ୟୟ କରେ = \(\frac{1008}{7}\) = 144 ଟଙ୍କା ।
ସକିଲା 1 ଦିନରେ ଆୟ କରେ = 216 ଟଙ୍କା l 
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 6
ସକିଲାର ଦୈନିକ ଆୟ ଓ ବ୍ୟୟର ଅନୁପାତ 3 : 2 ।

CHSE Odisha Class 12 History Chapter 13 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 13 ମହାତ୍ମା ଗାନ୍ଧି ଏବଂ ସ୍ଵାଧୀନତା ପାଇଁ ଜାତୀୟ ସଂଗ୍ରାମ Objective Questions.

CHSE Odisha 12th Class History Chapter 13 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଅସହଯୋଗ ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ ? ସେଠାରେ କାହିଁକି ବିଦ୍ରୋହ ହେଲା ?
Answer:
ଅସହଯୋଗ ଆନ୍ଦୋଳନ ସମୟରେ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଥିଲେ ଯେ କି ବ୍ରିଟିଶ୍ ସରକାରଙ୍କର ପ୍ରିୟପାତ୍ର ଥିଲେ । ସେ ଅସହଯୋଗ ଆନ୍ଦୋଳନକୁ ବିରୋଧ କରିଥିଲେ ଏବଂ ଆନ୍ଦୋଳନ ପୂର୍ବରୁ ଭୂରାସ୍ବ ବୃଦ୍ଧି କରିଥିବାରୁ କନିକାରେ ବିଦ୍ରୋହ ଆରମ୍ଭ ହୋଇଥିଲା ।

୨। ତିଳକ ସ୍ଵରାଜ ପାଣ୍ଠି କାହିଁକି ଗଠନ କରାଯାଇଥିଲା ?
Answer:
ଅସହଯୋଗ ଆନ୍ଦୋଳନକୁ ବ୍ୟାପକ କରିବା ଲକ୍ଷ୍ୟରେ ‘ତିଳକ ସ୍ଵରାଜ ପାଣ୍ଠି’ ଗଠିତ ହୋଇଥିଲା । ଭାରତର ପ୍ରତ୍ୟେକ ପ୍ରାନ୍ତର ଲୋକମାନେ ଅକୁଣ୍ଠିତ ଚିତ୍ତରେ ଏହି ପାଣ୍ଠିକୁ ଅର୍ଥଦାନ କରିଥିଲେ । ଏପରିକି ନାରୀମାନେ ନିଜ ନିଜର ଅଳଙ୍କାର ମଧ୍ୟ ଏହି ପାଣ୍ଠିକୁ ଦାନ କରିଥିଲେ । ଖୁବ୍‌ କମ୍ ସମୟ ମଧ୍ୟରେ ଅସହଯୋଗ ଆନ୍ଦୋଳନ
ଭାରତର ଆବାଳବୃଦ୍ଧବନିତାଙ୍କୁ ପ୍ରଭାବିତ କରିଥିଲା ।

୩ । ଚୌରୀଚୌରା ଘଟଣା କେବେ ଓ କେଉଁଠାରେ ସଂଘଟିତ ହୋଇଥିଲା ? ଏହା ଫଳରେ କେଉଁ ଆନ୍ଦୋଳନରେ ପୂର୍ଣଚ୍ଛେଦ ପଡ଼ିଥିଲା ?
Answer:
ଚୌରୀଚୌରା ଘଟଣା ୫ ଫେବୃୟାରୀ ୧୯୨୨ ଖ୍ରୀ.ଅ.ରେ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର ଚୌରୀଚୌରା ନାମକ ସ୍ଥାନରେ ସଂଘଟିତ ହୋଇଥିଲା । ଏହା ଫଳରେ ଅସହଯୋଗ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ।

୪। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିବା ଚାରିଜଣ ବିଶିଷ୍ଟ ନେତାମାନଙ୍କର ନାମ ଲେଖ ।
Answer:
ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥ‌ିବା ଚାରିଜଣ ବିଶିଷ୍ଟ ନେତାଙ୍କର ନାମ ହେଲା, ଗୋପବନ୍ଧୁ ଚୌଧୁରୀ, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଏବଂ ନୀଳକଣ୍ଠ ଦାସ ।

୫ । ଗାନ୍ଧିଜୀ କେବେ କାହିଁକି ଓଡ଼ିଶା ଆଗମନ କରିଥିଲେ ଓ ପ୍ରଥମେ ସେ କେଉଁଠି ଭାଷଣ ଦେଇଥିଲେ ।
Answer:
ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମିତ୍ତ ୧୯୨୧ରେ ମହାତ୍ମା ଗାନ୍ଧି ଓଡ଼ିଶା ଆଗମନ କରିଥିଲେ । ମାର୍ଚ୍ଚ ୨୩ ତାରିଖ ୧୯୨୧ରେ କଟକଠାରେ ପହଞ୍ଚି ସେ କାଠଯୋଡ଼ି ନଦୀବାଲିରେ ଏକ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୬ । ନେହେରୁ ରିପୋର୍ଟରେ କେଉଁ ପଦ ଉପରେ ଗୁରୁତ୍ଵ ଦିଆଯାଇଥିଲା ? ତରୁଣ ଗୋଷ୍ଠୀର କେଉଁ ନେତାମାନେ ଏହି ରିପୋର୍ଟକୁ ଉଚିତ ମନେ କରିନଥିଲେ ?
Answer:
ନେହେରୁ ରିପୋର୍ଟରେ ଡୋମିନିଅନ୍ ପଦ ଉପରେ ଗୁରୁତ୍ଵ ଦିଆଯାଇଥିଲା । ମାତ୍ର ଜବାହାରଲାଲ୍ ନେହେରୁ ଓ ସୁଭାଷଚନ୍ଦ୍ର ବୋଷଙ୍କ ପରି ତରୁଣ ଗୋଷ୍ଠୀ ଏହି ରିପୋର୍ଟକୁ ଉଚିତ ମନେ କରିନଥିଲେ ।

୭ । ୧୯୨୯ ଖ୍ରୀ.ଅ.ରେ କଂଗ୍ରେସର କେଉଁ ଅଧୁବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ କେଉଁ ପ୍ରସ୍ତାବ ଆଗତ କରାଗଲା ? ଏଥରେ ନେହେରୁ ଭାବପ୍ରବଣ ହୋଇ କ’ଣ କହିଥିଲେ ?
Answer:
୧୯୨୯ ଖ୍ରୀ.ଅ. ଡିସେମ୍ବର ମାସରେ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଆଗତ କରାଗଲା । ଏଥ‌ିରେ ଭାବପ୍ରବଣ ହୋଇ ନେହେରୁ କହିଲେ, ‘ବ୍ରିଟିଶ୍ ସାମ୍ରାଜ୍ୟର ଆଲିଙ୍ଗନ ହେଉଛି ଏକ ଭୟାବହ ବ୍ୟାପାର । ଏହା ଜୀବନ ସଞ୍ଚାରକ ଶ୍ରଦ୍ଧାର ଆଲିଙ୍ଗନ ନୁହେଁ କି ହୋଇପାରିବ ନାହିଁ ।

୮। ‘ସାଇମନ୍ ଫେରିଯାଅ’ ଧ୍ବନି କେବେ ଓ କାହିଁକି ଭାରତୀୟମାନେ ଦେଇଥଲେ ? ଏହି କମିଶନକୁ କେଉଁମାନେ ତୀବ୍ର ବିରୋଧ କରିଥିଲେ ?
Answer:
୧୯୨୮ ଖ୍ରୀ.ଅ.ରେ ସାଇମନ୍ କମିଶନ୍ ଭାରତରେ ପ୍ରବେଶ କଲାମାତ୍ରେ ଭାରତୀୟମାନେ ‘ସାଇମନ୍ ଫେରିଯାଅ’ ଧ୍ଵନି ଦେଇଥିଲେ । ଏହି କମିଶନରେ ଜଣେ ହେଲେ ଭାରତୀୟ ସଦସ୍ୟ ନଥିଲେ । ଜାତୀୟ କଂଗ୍ରେସ, ମୁସଲିମ୍ ଲିଗ୍ ଏବଂ ଭାରତର ବିଭିନ୍ନ ସଂଗଠନ ଏହି କମିଶନ୍‌କୁ ତୀବ୍ର ବିରୋଧ କରିଥିଲେ ।

୯ । ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ କେବେ କେଉଁଠାରେ କାହା ସଭାପତିତ୍ୱରେ ଗୃହୀତ ହୋଇଥିଲା ? ସେ ସମୟରେ ଭାରତର ବଡ଼ଲାଟ କିଏ ଥିଲେ ?
Answer:
୧୯୨୯ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଗୃହୀତ ହୋଇଥିଲା । ସେ ସମୟରେ ଭାରତର ବଡ଼ଲାଟ ଲର୍ଡ ଇର୍‌ଉଇନ୍ ଥୁଲେ ।

୧୦ । ପ୍ରଥମ ଗୋଲଟେବୁଲ ବୈଠକ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଏଥୁରେ କେଉଁ ବିଷୟରେ ଆଲୋଚନା କରାଯାଇଥିଲା ?
Answer:
ପ୍ରଥମ ଗୋଲଟେବୁଲର ବୈଠକ ୨ ନଭେମ୍ବର ୧୯୩୦ ଖ୍ରୀ.ଅ.ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତକୁ ଏକ ଅଧୁରାଜ୍ୟର ମାନ୍ୟତା ଦେବା ବିଷୟରେ ଆଲୋଚନା କରାଯାଇଥିଲା, ମାତ୍ର କୌଣସି ବଳିଷ୍ଠ ସିଦ୍ଧାନ୍ତ ନିଆଯାଇପାରିନଥିଲା ।

୧୧ । ଦ୍ଵିତୀୟ ଗୋଲଟେବୁଲ ବୈଠକ କେବେ ଓ କାହା ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭାରତର କିଏ ଯୋଗ ଦେଇଥିଲେ ?
Answer:
ଦ୍ଵିତୀୟ ଗୋଲଟେବୁଲ ବୈଠକ ଡିସେମ୍ବର ୧୯୩୧ ଖ୍ରୀ.ଅ.ରେ ପ୍ରଧାନମନ୍ତ୍ରୀ ରାମ୍‌ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତରୁ ଗାନ୍ଧିଜୀ ଯୋଗ ଦେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୨ । ଭାରତଛାଡ଼ ଆନ୍ଦୋଳନ ପ୍ରସ୍ତାବ କେବେ ଏବଂ କଂଗ୍ରେସର କେଉଁ ଅଧ‌ିବେଶନରେ ଗୃହୀତ ହୋଇଥିଲା ? ଏହା କେଉଁ ବିପ୍ଳବ ନାମରେ ପ୍ରସିଦ୍ଧ ହୋଇଥୁଲା ?
Answer:
ଅଗଷ୍ଟ ୮, ୧୯୪୨ରେ ଭାରତୀୟ ଜାତୀୟ କଂଗ୍ରେସର ବମ୍ବେ ଅଧୂବେଶନରେ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ଅଗଷ୍ଟ ବିପ୍ଳବ ନାମରେ ପ୍ରସିଦ୍ଧ ହୋଇଥିଲା ।

୧୩ । ଦାଣ୍ଡିଯାତ୍ରା କେବେ ଓ କେଉଁ ଆଶ୍ରମରୁ ବାହାରିଥିଲା ? ଏହାର ନେତୃତ୍ବ କିଏ ନେଇଥିଲେ ?
Answer:
ଦାଣ୍ଡିଯାତ୍ରା ୧୯୨୦, ମାର୍ଚ୍ଚ ୧୨ ତାରିଖ ଦିନ ସାବରମତୀ ଆଶ୍ରମରୁ ଆରମ୍ଭ ହୋଇଥିଲା । ଏହାର ନେତୃତ୍ୱ ମହାତ୍ମା ଗାନ୍ଧି ନେଇଥିଲେ ।

୧୪ । ସୀମାନ୍ତ ଗାନ୍ଧି କିଏ ? ସେ ଗଠନ କରିଥିବା ଜାତୀୟତାବାଦୀ ଅନୁଷ୍ଠାନର ନାମ କ’ଣ ଥିଲା ?
Answer:
ଖାଁ ଅବ୍‌ଦୁଲ୍ ଗଫର ଖାଁଙ୍କୁ ସୀମାନ୍ତ ଗାନ୍ଧି କୁହାଯାଏ । ସେ ଗଠନ କରିଥିବା ଜାତୀୟତାବାଦୀ ଅନୁଷ୍ଠାନର ନାମ ‘ଖୁଦାଇ ଖୁଡ଼ିଗାର’ ଥିଲା ।

୧୫ । ଓଡ଼ିଶାରେ ଇଞ୍ଚୁଡ଼ି ସତ୍ୟାଗ୍ରହରେ କେଉଁ ନାରୀମାନେ ନେତୃତ୍ୱ ନେଇଥିଲେ ? କିଏ ପ୍ରଥମେ ଲୁଣ ମାରି ଆଇନ ଭାଙ୍ଗିଥିଲେ ?
Answer:
ଓଡ଼ିଶାରେ ଇଞ୍ଚୁଡ଼ି ସତ୍ୟାଗ୍ରହରେ ରମାଦେବୀ ଓ ମାଳତୀଦେବୀ ନେତୃତ୍ୱ ନେଇଥିଲେ । ଆଚାର୍ଯ୍ୟ ହରିହର ପ୍ରଥମେ ଲୁଣ ମାରି ଆଇନ ଭାଙ୍ଗିଥିଲେ ।

୧୬ । ଅସହଯୋଗ ଆନ୍ଦୋଳନର ଫଳାଫଳ ସମ୍ପର୍କରେ ଲେଖ ।
Answer:
ଅସହଯୋଗ ଆନ୍ଦୋଳନ ପ୍ରତି ଭାରତର ପ୍ରତ୍ୟେକ କୋଣରୁ ଜନସମର୍ଥନ ମିଳିଥିଲା । ଆନ୍ଦୋଳନ ପରଠାରୁ କଂଗ୍ରେସର ଲକ୍ଷ୍ୟ ପରିବର୍ତ୍ତନ ହୋଇଥିଲା । ସଂସ୍କାର ପରିବର୍ତ୍ତେ ସ୍ୱରାଜ ହାସଲ କରିବା ହୋଇଥିଲା କଂଗ୍ରେସର ଲକ୍ଷ୍ୟ । ଜନସାଧାରଣ ଆନ୍ଦୋଳନରେ ବହୁସଂଖ୍ୟାରେ ଯୋଗଦେବାରୁ କଂଗ୍ରେସ ଏକ ସାର୍ବଜନୀନ ଅନୁଷ୍ଠାନରେ ପରିଣତ ହୋଇଥିଲା । ଅବଶ୍ୟ ଆନ୍ଦୋଳନକୁ ସ୍ଥଗିତ ରଖୁବାରୁ ଗାନ୍ଧିଙ୍କୁ ଅନେକେ ସମାଲୋଚନା କରିଥିଲେ ।

୧୭ । କଂଗ୍ରେସର କେଉଁ ଅଧୁବେଶନରେ କିଏ ଭାରତ ଛାଡ଼ ପ୍ରସ୍ତାବ ଆଗତ କରିଥିଲେ ? ଭାରତ ଛାଡ଼ ଆନ୍ଦୋଳନ କେଉଁ ବିପ୍ଳବ ନାମରେ ପରିଚିତ ?
Answer:
କଂଗ୍ରେସର ବମ୍ବେ ଅଧିବେଶନରେ ମହାତ୍ମା ଗାନ୍ଧି ଭାରତଛାଡ଼ ପ୍ରସ୍ତାବ ଆଗତ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନ ଅଗଷ୍ଟ ବିପ୍ଳବ ନାମରେ ପରିଚିତ ।

୧୮ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ?
Answer:
ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦୁଇଟି କାର୍ଯ୍ୟକ୍ରମ ଥିଲା । ପ୍ରଥମତଃ ବ୍ରିଟିଶ ଦ୍ରବ୍ୟ, କୋର୍ଟ, ଚାକିରି ଓ ଶିକ୍ଷାନୁଷ୍ଠାନ ବର୍ଜନ କରାଯାଇଥିଲା । ଦ୍ଵିତୀୟତଃ ଖଦି ବ୍ୟବହାର, ହିନ୍ଦୁ-ମୁସଲମାନ ଏକତା, ଅସ୍ପୃଶ୍ୟତା ଦୂରୀକରଣ, ନିଶା ନିବାରଣ ଓ ଜାତୀୟ ଶିକ୍ଷାର ପ୍ରଚାର ପ୍ରଭୃତି ଗଠନମୂଳକ କାର୍ଯ୍ୟ ଉପରେ ଗୁରୁତ୍ଵ ଦିଆଯାଇଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୯ । ସାଇମନ କମିଶନ କାହିଁକି ଗଠନ କରାଯାଇଥିଲା ଏବଂ ଏହା କି ପ୍ରକାର ବିରୋଧର ସମ୍ମୁଖୀନ ହୋଇଥିଲା ?
Answer:
୧୯୧୯ର ଭାରତ ଶାସନ ଆଇନର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବାପାଇଁ ୧୯୨୭ ଖ୍ରୀ.ଅ.ରେ ସାଇମନ କମିଶନ ଗଠିତ ହୋଇଥିଲା । କମିଶନରେ ଜଣେ ହେଲେ ଭାରତୀୟ ସଭ୍ୟ ନଥିଲେ । ଏଥିପାଇଁ ମାଡ୍ରାସ କଂଗ୍ରେସ ଅଧୂବେଶନରେ କମିଶନକୁ ବିରୋଧ କରାଯିବାପାଇଁ ନିଷ୍ପତ୍ତି ହୋଇଥିଲା । ୧୯୨୮ ଖ୍ରୀ.ଅ.ରେ ସାଇମନ କମିଶନ ବମ୍ବେଠାରେ ପହଞ୍ଚିଥିଲା । ଏହାକୁ ବିରୋଧ କରାଯାଇ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା ଏବଂ କଳା ପତାକା ପ୍ରଦର୍ଶନ କରାଯାଇଥିଲା ।

୨୦ । ଇଞ୍ଚୁଡ଼ି ସତ୍ୟାଗ୍ରହ ସମ୍ପର୍କରେ ଲେଖ ।
Answer:
ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ୨୧ ଜଣ ସତ୍ୟାଗ୍ରହୀ କଟକର ସ୍ଵରାଜ ଆଶ୍ରମରୁ ବାହାରି ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରାଯିବାରୁ ଆଚାର୍ଯ୍ୟ ହରିହର ସତ୍ୟାଗ୍ରହୀମାନଙ୍କର ନେତୃତ୍ୱ ନେଇ ଇଞ୍ଚୁଡ଼ିଠାରେ ପହଞ୍ଚିଥିଲେ । ୧୯୩୦ ଖ୍ରୀ.ଅ. ଏପ୍ରିଲ ୧୩ ତାରିଖ ଦିନ ଆଚାର୍ଯ୍ୟ ହରିହର ଲବଣଯୁକ୍ତ ମାଟି ମୁଠାଏ ଧରି ଲବଣ ଆଇନ ଭଙ୍ଗ କରିଥିଲେ । ପରେ ପରେ ଆଚାର୍ଯ୍ୟ ହରିହର ଏବଂ ଅନ୍ୟମାନଙ୍କୁ ପୋଲିସ୍ ଗିରଫ କରିଥିଲେ ।

୨୧ । ପ୍ରଥମ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇ କେବେ ଶେଷ ହେଲା ? ଯୁଦ୍ଧରେ ଭାରତ କେଉଁ ଶକ୍ତିକୁ ସାହାଯ୍ୟ କରିଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪ ଖ୍ରୀ.ଅ.ରେ ଆରମ୍ଭ ହୋଇ ୧୯୧୮ ଖ୍ରୀ.ଅ.ରେ ଶେଷ ହେଲା । ଯୁଦ୍ଧରେ ଭାରତ ମିତ୍ରଶକ୍ତିକୁ ସାହାଯ୍ୟ କରିଥିଲା ।

୨୨ । ଆଇନ ଅମାନ୍ୟ ଆନ୍ଦୋଳନରେ ବାନରସେନାର କାର୍ଯ୍ୟ କ’ଣ ଥିଲା ?
Answer:
ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟତମ କାର୍ଯ୍ୟପନ୍ଥା ଥିଲା ନାରୀମାନଙ୍କଦ୍ୱାରା ବିଦେଶୀ ଲୁଗାଦୋକାନ ଆଗରେ ଧାରଣା ଦିଆଯିବ । ସେମାନଙ୍କ ପଛକୁ ୧୬ ବର୍ଷରୁ କମ୍ ପିଲାମାନେ ମଧ୍ୟ ସତ୍ୟାଗ୍ରହୀ ରୂପେ ଯୋଗ ଦେଇଥିଲେ । ସେମାନଙ୍କୁ ବାନରସେନା କୁହାଯାଉଥିଲା । ନାରୀମାନଙ୍କ ଅନୁପସ୍ଥିତିରେ ବାନରସେନା ଲୁଗା ଦୋକାନ ଆଗରେ ଧାରଣା ଦେଉଥିଲା । ବହୁ ସ୍ଥାନରେ ବାନରସେନାଙ୍କୁ ପୋଲିସର ବେତମାଡ଼ ସହିବାକୁ ପଡୁଥିଲା ।

୨୩ । ନିମାପଡ଼ା ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ସରକାରଙ୍କୁ ଖଜଣା ନ ଦେବାପାଇଁ ନିମାପଡ଼ାଠାରେ ଏକ ପ୍ରତିବାଦ ସଭା ହୋଇଥିଲା । ଲୋକମାନେ ପୋଲିସମାନଙ୍କୁ ଚାକିରି ଛାଡ଼ିଦେବାକୁ ପ୍ରବର୍ତ୍ତାଇଥିଲେ ଓ ପୋଲିସର ବାରଣ ସତ୍ତ୍ଵେ ଥାନାରେ ଜାତୀୟ ପତାକା ଉଡ଼ାଇଥିଲେ । ସେମାନେ ମଧ୍ଯ ଥାନାରେ ଅଗ୍ନି ସଂଯୋଗ କରିଥିଲେ । ପୋଲିସ ଗୁଳି ଚଳାଇବାରୁ ଜଣେ ମୃତ୍ୟୁବରଣ କରିଥିଲା ଏବଂ ବହୁ ଲୋକ ଆହତ ହୋଇଥିଲେ ।

୨୪ । ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍ କିଏ ଓ ସେ କ’ଣ କରିଥିଲେ ?
Answer:
ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍‌ ୧୮୮୫ ଖ୍ରୀ.ଅ.ର ଜଣେ ଅବସରପ୍ରାପ୍ତ ଇଂରେଜ ଅଧିକାରୀ ଥିଲେ । ଇଂରେଜ ସରକାରଙ୍କର ଭାରତରେ ବିଶୃଙ୍ଖଳିତ ଶାସନ ଦେଖି ତାଙ୍କର ହୃଦୟ ବାଧୂତ ହୋଇଥିଲା ଏବଂ ସେ ଭାରତର ତତ୍‌କାଳୀନ ବଡ଼ଲାଟ ଲର୍ଡ ଡଫରିଙ୍କୁ ପ୍ରଭାବିତ କରି ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା କରିଥିଲେ ।

୨୫ । ପବିତ୍ର ମୋହନ ପ୍ରଧାନ କିଏ ସେ କେଉଁଠାରେ ନେତୃତ୍ୱ ନେଇଥିଲେ ?
Answer:
ପବିତ୍ର ମୋହନ ପ୍ରଧାନ ଜଣେ ସ୍ଵାଧୀନ ସଂଗ୍ରାମୀ ଯେ କି ଭାରତଛାଡ଼ ଆନ୍ଦୋଳନ ସମୟରେ ତାଳଚେରର ନେତୃତ୍ଵ ନେଇଥିଲେ ଏବଂ ବ୍ରିଟିଶମାନଙ୍କଦ୍ଵାରା ମୃତ୍ୟୁବରଣ କରିଥିଲେ ।

୨୬ । କଷ୍ଟି ଡାକୁଆ କିଏ ? ସେ କେଉଁଠାରେ ଓ କିପରି ମୃତ୍ୟୁବରଣ କରିଥିଲେ ?
Answer:
ଭାରତଛାଡ଼ ଆନ୍ଦୋଳନ ସମୟରେ ଗଡ଼ଜାତ ଅଞ୍ଚଳରେ ନେତୃତ୍ୱ ନେଇଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ କଷ୍ଟି ଡାକୁଆ ଅନ୍ୟତମ । ନୟାଗଡ଼ର ନୂଆଗାଁଠାରେ ପୋଲିସ୍ ଗୁଳିରେ କାଶୀ ମୃତ୍ୟୁବରଣ କରିଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨୭ । ୧୯୨୧ ଖ୍ରୀ.ଅ.ରେ କେଉଁ ସନ୍ଧି ତୁର୍କୀ
Answer:
ସପକ୍ଷରେ ଗଲା ? ତାହାର ପ୍ରଭାବ ଭାରତରେ କିପରି ପଡ଼ିଥିଲା ? ଉ– ୧୯୨୧ ଖ୍ରୀ.ଅ.ରେ ସେଲ୍‌ରେ ସନ୍ଧି ତୁର୍କୀ ସପକ୍ଷରେ ଗଲା । ତାହାର ପ୍ରଭାବରେ ଗାନ୍ଧିଜୀ ଗଢ଼ିଥ‌ିବା ହିନ୍ଦୁ-ମୁସଲମାନ ମେଣ୍ଟ ଭାଙ୍ଗି ଯାଇଥିଲା ଓ ସାମ୍ପ୍ରଦାୟିକ ଭେଦଭାବ ମୁଣ୍ଡ ଟେକିଥିଲା ।

୨୮। ଅସହଯୋଗ ଆନ୍ଦୋଳନ ସମୟରେ ଗଢ଼ି ଉଠିଥ‌ିବା ଜାତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ନାମ କ’ଣ ଥିଲା ?
Answer:
ଅସହଯୋଗ ଆନ୍ଦୋଳନ ସମୟରେ ବଙ୍ଗରେ ଜାତୀୟ ବିଶ୍ଵବିଦ୍ୟାଳୟ, ତିଳକ ମହାରାଷ୍ଟ୍ର ବିଦ୍ୟାଳୟ, ବିହାର ବିଦ୍ୟାପୀଠ, ଗୁଜରାଟ ବିଦ୍ୟାପୀଠ, ବନାରସ୍ ବିଦ୍ୟାଳୟ ଓ ଲାହୋର ଜାତୀୟ ମହାବିଦ୍ୟାଳୟ ପରି କେତେକ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା ।

୨୯। ଦ୍ଵିତୀୟ ଗୋଲଟେବୁଲ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ ? ଏହି ବୈଠକ କାହିଁକି ସଫଳ ହେଲା ନାହିଁ ?
Answer:
ଦ୍ବିତୀୟ ଗୋଲଟେବୁଲ ବୈଠକରେ ମ୍ୟାକ୍ସେନାଲଡ଼ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଭାରତୀୟମାନଙ୍କ ଦାବିକ୍ ଉପେକ୍ଷା କରାଯାଇଥିଲା ଏବଂ ଇଂରେଜମାନେ ଭେଦନୀତି ପ୍ରୟୋଗ କରିବାଦ୍ୱାରା ଏହି ବୈଠକ ସଫଳ ହେଲା ନାହିଁ ।

୩୦। କାହା ସଭାପତିତ୍ଵରେ ଓଡ଼ିଶାରେ ପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହେଲା ? କିଏ ଏହି କମିଟିର ଉପସଭାପତି ଥିଲେ ?
Answer:
ଗୋପବନ୍ଧୁ ଦାସଙ୍କ ସଭାପତିତ୍ବରେ ଓଡ଼ିଶାରେ ପ୍ରଥମ ପ୍ରାଦେଶିକ କଂଗ୍ରେସ କିମିଟି ଗଠିତ ହୋଇଥିଲା । ଡକ୍ଟର ଏକରାମ୍ ରସୁଲ ୧୯୨୧ ଖ୍ରୀ.ଅ.ରେ ଏହି କମିଟିର ଉପସଭାପତି ଥିଲେ ।

୩୧। କ୍ରିପ୍‌ସ୍ ମିଶନ୍ କେବେ ଭାରତକୁ ଆଗମନ କରିଥିଲା ? ସେ କି ପ୍ରସ୍ତାବ ଦେଇଥିଲେ ?
Answer:
କ୍ରିପ୍‌ସ୍‌ ମିଶନ ୧୯୪୬ ଖ୍ରୀ.ଅ.ରେ ଭାରତକୁ ଆସିଥିଲା । ଭାରତରେ ଏକ ଶାସନ ବିଧେୟକ ସଭା ଗଠନ କରିବାପାଇଁ ଏହି ମିଶନ ପ୍ରସ୍ତାବ ଦେଇଥିଲା ।

B. ପାଞ୍ଚଟି ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ୧୯୨୧ ଖ୍ରୀ.ଅ.ରେ ଭାରତୀୟମାନେ ବ୍ରିଟିଶ ଯୁବରାଜଙ୍କୁ କାହିଁକି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Answer:
୧୯୨୧ ଖ୍ରୀ.ଅ.ରେ କେରଳର ଉତ୍ତର ଭାଗରେ ଅବସ୍ଥିତ ମାଲବାର ନିକଟରେ ମୋପଲା ବା ମୁସଲମାନ କୃଷକମାନେ ଏକ ଜମିଦାରୀ କରିବା ଉଦ୍ଦେଶ୍ୟରେ ଅଲ୍ଲୀ ଭ୍ରାତୃଦ୍ଵୟଙ୍କୁ ନେତୃତ୍ୱ ପ୍ରଦାନ କରିଥିଲେ । ଇଂରେଜ ସରକାର ଏହାର ମୁକାବିଲା କରିବା ଉଦ୍ଦେଶ୍ୟରେ ଅଲ୍ଲୀ ଭ୍ରାତୃଦ୍ଵୟଙ୍କୁ ଗିରଫ କରିଥିଲେ । ଭାରତର ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟି ସରକାରଙ୍କର ଏତାଦୃଶ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ୱେଲସର ଯୁବରାଜଙ୍କର ଭାରତ ପରିଦର୍ଶନକୁ ବର୍ଜନ କରିବାପାଇଁ ନିଷ୍ପଭି ନେଇଥିଲେ । ୧୯୨୧ ଖ୍ରୀ.ଅ. ନଭେମ୍ବର ୧୭ ତାରିଖ ଦିନ ଯୁବରାଜ ଭାରତ ପରିଦର୍ଶନରେ ଆସିଥିଲାବେଳେ ତାଙ୍କୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

୨। ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନ କରିବାକୁ କାହିଁକି ନିଷ୍ପତ୍ତି ନେଇଥିଲେ ?
Answer:
ବ୍ରିଟିଶ ଶାସନ ସହିତ ଅସହଯୋଗ ସ୍ଥାପନ କରିବା ଦିଗରେ ଗାନ୍ଧିଜୀଙ୍କୁ ପ୍ରଭାବିତ କରିଥିବା ଘଟଣା ମଧ୍ୟରୁ ରାଓ୍ବାଲାଡ୍ ଆଇନର ପ୍ରବର୍ତ୍ତନ, ଅମୃତସରସ୍ଥିତ ଜାଲିଆନାଓ୍ବାଲାବାଗ୍‌ରେ ସଂଘଟିତ ବୀଭତ୍ସ ହତ୍ୟାକାଣ୍ଡ ଥିଲା ଅନ୍ୟତମ । କେବଳ ସେତିକି ନୁହେଁ, ପରିଶେଷରେ ଖିଲାଫତ୍ ଆନ୍ଦୋଳନ ଥିଲା ଅନ୍ୟ ଏକ ଦୁର୍ଭାଗ୍ୟଜନକ ଘଟଣା ଯହାକି ବ୍ରିଟିଶ ସରକାରଙ୍କ ଦୟା ଓ ନ୍ୟାୟ ବିଚାର ଉପରେ ଗାନ୍ଧିଜୀଙ୍କ ବିଶ୍ୱାସକୁ ଧୂଳିସାତ୍ କରିଦେଇଥିଲା ଏବଂ ଗାନ୍ଧିଜୀ ସତ୍ୟ, ଅହିଂସା ଏବଂ ଆୟୋତ୍ସର୍ଗ ଆଦି ମହାନ୍ ନୀତି ଉପରେ ଆଧାରିତ ଅସହଯୋଗ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୩ । ଇରମ୍ ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ବାସୁଦେବପୁରର ଇରମ୍ଠାରେ କର ନଦେବାପାଇଁ ପ୍ରତିଜ୍ଞାବଦ୍ଧ ହୋଇ ୧୯୪୨ ଖ୍ରୀ.ଅ. ସେପ୍ଟେମ୍ବର ୨୮ ତାରିଖ ଦିନ ଲୋକମାନେ ମେଳଣ ପଡ଼ିଆରେ କମଳାପ୍ରସାଦ କରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରିଥିଲେ । ପଡ଼ିଆରୁ ବାହାରିବାପାଇଁ ଗୋଟିଏ ସରୁ ରାସ୍ତା ରହିଥିଲା । ଏହାକୁ ଅବରୋଧ କରି ସନ୍ଧ୍ୟା ସମୟରେ ଡି.ଏସ୍.ପି. ଗୁଳିଚାଳନା କରିବାପାଇଁ ନିର୍ଦ୍ଦେଶ ଦେଉଥିଲେ । ଫଳରେ ୨୯ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୫୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆଘାତ ପାଇଥିଲେ । ଏହି ଘଟଣା ଦ୍ଵିତୀୟ ଜାଲିଆନାଓ୍ବାଲାବାଗର ରୂପ ନେଇଥିଲା । ତେଣୁ ଯଥାର୍ଥରେ ଏହାକୁ ‘ରକ୍ତ ତୀର୍ଥ’’ କୁହାଯାଇଥାଏ ।

୪। ଗାନ୍ଧି-ଇରଉଇନ୍ ଚୁକ୍ତି ସମ୍ବନ୍ଧରେ ଆଲୋଚନା କର ।
Answer:
୧୯୩୧ ଖ୍ରୀ.ଅ. ଫେବୃୟାରୀ ୨୭ ତାରିଖ ଦିନ ଗାନ୍ଧିଜୀ ଓ ବଡ଼ଲାଟ ଇର୍‌ଉଇନ୍‌ଙ୍କ ମଧ୍ୟରେ ଏକ ଚୁକ୍ତିନାମା ସମ୍ପାଦିତ ହୋଇଥିଲା । ଏହା ଗାନ୍ଧି-ଇର୍‌ଉଇନ୍ ଚୁକ୍ତି ନାମରେ ପ୍ରସିଦ୍ଧ । ଏହି ଚୁକ୍ତି ଅନୁସାରେ ଇର୍‌ଉଇନ୍ ଭାରତୀୟମାନଙ୍କର କେତେକ ଦାବି ପୂରଣ କରିବାକୁ ସମ୍ମତ ହୋଇଥିଲେ । (i) ଆଇନ ଅମାନ୍ୟ ଆନ୍ଦୋଳନବେଳେ ଗିରଫ ହୋଇଥିବା ସବୁ ବନ୍ଦୀଙ୍କୁ ମୁକ୍ତି ଦିଆଯିବ, (ii) ସେମାନଙ୍କର ସମସ୍ତ ବାଜ୍ୟାପ୍ତି ସମ୍ପଭି ସେମାନଙ୍କୁ ପ୍ରଦାନ କରାଯିବ, (iii), ଭାରତରେ ସଂଘୀୟ ସରକାର ପ୍ରତିଷ୍ଠା କରାଯିବ, (iv) ଭାରତୀୟମାନଙ୍କୁ ଲୁଣ ତିଆରିପାଇଁ ଅଧିକାର ଦିଆଯିବ । ଗାନ୍ଧୀ-ଇର୍‌ଉଇନ୍ ଚୁକ୍ତି ପରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହର କରି ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇଥିଲେ ।

୫ । ଐତିହାସିକ ଦାଣ୍ଡିଯାତ୍ରା ବିଷୟରେ ଲେଖ୍ ।
Answer:
ଇଂରେଜ ସରକାରଙ୍କ ଲବଣ-ଆଇନ ଭଙ୍ଗ କରିବାପାଇଁ ଗାନ୍ଧିଜୀ ୭୮ ଜଣ ସହକର୍ମୀଙ୍କ ସହିତ ଗାନ୍ଧିଜୀ ସାବରମତୀରୁ ଦାଣ୍ଡି ଉପକୂଳକୁ ଯାତ୍ରା କରିଥିଲେ । ଦୀର୍ଘ ୨୪ ଦିନ ପଦଯାତ୍ରା ପରେ ଏପ୍ରିଲ ୬ ତାରିଖ ଦିନ ଦାଣ୍ଡି ସମୁଦ୍ରକୂଳରେ ସେ ଲବଣ ପ୍ରସ୍ତୁତକରି ଲବଣ-ଆଇନ ଭଙ୍ଗ କରିଥିଲେ । ଏହା ଐତିହାସିକ ଦାଣ୍ଡିଯାତ୍ରା ନାମରେ ପ୍ରସିଦ୍ଧ । ଏହି ଆନ୍ଦୋଳନରେ ସରକାର ଗାନ୍ଧିଜୀଙ୍କ ସହ ବହୁ ତୁଙ୍ଗନେତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ । ପରବର୍ତୀ ସମୟରେ ଗାନ୍ଧି ଓ ଇର୍‌ଉଇନ୍‌ଙ୍କ ମଧ୍ୟରେ ଏକ ଚୁକ୍ତି ସମ୍ପାଦିତ ହୋଇ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଥିଲା ।

୬ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ପଣ୍ଡିତ ଗୋପବନ୍ଧୁ ଦାସ କିପରି ଭାବରେ ପରିଚାଳିତ କରିଥିଲେ ?
Answer:
୧୯୨୦ ଖ୍ରୀ.ଅ.ରେ ନାଗପୁର କଂଗ୍ରେସ ଅଧ୍ଵବେଶନରେ ଅସହଯୋଗ ଆନ୍ଦୋଳନ ପୂର୍ଣ୍ଣମାତ୍ରାରେ ଗୃହୀତ ହୋଇଥିଲା । ଓଡ଼ିଶାରୁ ୩୫ଜଣ ପ୍ରତିନିଧ୍ଵ ଏଥିରେ ଯୋଗଦେଇଥିଲେ । ୧୯୨୧ରେ ଗୋପବନ୍ଧୁ ଦାସଙ୍କ ସଭାପତିତ୍ୱରେ ଓଡ଼ିଶାର ପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦାୟିତ୍ଵ କଂଗ୍ରେସ କମିଟିକୁ ପ୍ରଦାନ କରାଯାଇଥିଲା । ଗାନ୍ଧିଜୀଙ୍କ ଅନୁମୋଦିତ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ବିଷୟରେ ଗୋପବନ୍ଧୁ ଦାସ ଓଡ଼ିଶାବାସୀଙ୍କୁ ବୁଝାଇଥିଲେ । ସେ ଭାଗୀରଥ ମହାପାତ୍ରଙ୍କୁ କଟକ ସହରରେ, କୃପାସିନ୍ଧୁ ମିଶ୍ରଙ୍କୁ ପୁରୀ ଜିଲ୍ଲାରେ, ହରେକୃଷ୍ଣ ମହତାବଙ୍କୁ ବାଲେଶ୍ଵର ଜିଲ୍ଲାରେ ଅସହଯୋଗ ଆନ୍ଦୋଳନ ପରିଚାଳନା କରିବାପାଇଁ ନିୟୋଜିତ କରିଥିଲେ ।

୭ । କନିକା ବିଦ୍ରୋହ ସଂପର୍କରେ ଲେଖ ।
Answer:
ଅସହଯୋଗ ଆନ୍ଦୋଳନର ସ୍ରୋତରେ ଭାସିଯାଇ କନିକାର ପ୍ରଜାମାନେ ବିଦ୍ରୋହ କରିଥିଲେ । ବିଦ୍ୟାଳୟ ତ୍ୟାଗକରି ଛାତ୍ରମାନେ ବିଦ୍ରୋହ ପାଇଁ କୃଷକମାନଙ୍କୁ ଉତ୍ସାହିତ କରିଥିଲେ । ୧୯୨୨ ମସିହାରେ ଜଣେ କୋର୍ଟ’ ପିଅନ ଓ ଦୁଇଜଣ ରାଜପିଅନଙ୍କୁ ଉତ୍ୟକ୍ତ ଜନତା ଧସ୍ତାଧସ୍ତି କରିବା ଫଳରେ ପୋଲିସ୍ ପାଞ୍ଚଜଣଙ୍କୁ ଗିରଫ କରି ନେଇଥିଲେ । ସେମାନଙ୍କୁ ଉତ୍ୟକ୍ତ ଜନତା ପୋଲିସ କବଳରୁ ଛଡ଼ାଇନେବାବେଳେ ପୋଲିସ୍ ଅଧୀକ୍ଷକ ଶ୍ରୀକୃଷ୍ଣ ମହାପାତ୍ରଙ୍କ ନିର୍ଦ୍ଦେଶରେ ଜନତାଙ୍କ ଉପରକୁ ଗୁଳିବର୍ଷଣ କରାଯାଇଥିଲା । ଫଳରେ ପାଟପୁରଠାରେ ବାସୁ ସେଠୀ ଏବଂ ବିଶୁନୀ ମଢ଼ୁଆଳ ମୃତ୍ୟୁବରଣ କରିଥିଲେ ଏବଂ ବହୁ ବ୍ୟକ୍ତି ଆହତ ହୋଇଥିଲେ । ଓଡ଼ିଶାର ଅସହଯୋଗ ଆନ୍ଦୋଳନର ଶେଷ ପର୍ଯ୍ୟାୟରେ କନିକା ବିଦ୍ରୋହ ଇଂରେଜ ଅତ୍ୟାଚାରର ଅଶ୍ରୁଳ ସ୍ମୃତି ବହନ କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୮ । ଓଡ଼ିଶା ଆଇନ ଅମାନ୍ୟ ଆନ୍ଦୋଳନ ପୃଷ୍ଠଭୂମି ଉପରେ ଆଲୋକପାତ କର ।
Answer:
୧୯୩୦ ଖ୍ରୀ.ଅ.ରେ ଐତିହାସିକ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ମହାତ୍ମା ଗାନ୍ଧି । ୧୯୩୦ ଖ୍ରୀ.ଅ. ଫେବୃୟାରୀ ୨୮ ତାରିଖ ଦିନ ଉତ୍କଳ କଂଗ୍ରେସ କମିଟି ଆନୁକୂଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ଵ ନେବାପାଇଁ ଗୋପବନ୍ଧୁ ଚୌଧୁରୀଙ୍କୁ ଦାୟିତ୍ୱ ଅର୍ପଣ ବାହିନୀ’ ଆଦି ବିଭିନ୍ନ ଭାବରେ ବିଭକ୍ତ ହୋଇଥିଲେ । ଏହିପରି ଭାବରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପୃଷ୍ଠଭୂମି ପ୍ରସ୍ତୁତ ହୋଇଥିଲା ।

୯ । ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନର ଶୁଭାରମ୍ଭ କିପରି ଘଟିଥିଲା ? କିମ୍ବା, ରେଭେନ୍ସା କଲେଜରେ ଭାରତଛାଡ଼ ଆନ୍ଦୋଳନ କିପରି ରୂପ ନେଇଥିଲା ?
Answer:
୧୯୪୨ ଖ୍ରୀ.ଅ. ଅଗଷ୍ଟ ୯ ତାରିଖରେ ଓଡ଼ିଶାର କଂଗ୍ରେସର ନେତାମାନଙ୍କୁ ପୋଲିସ୍ ଗିରଫ କରିନେବା ସହିତ ‘ଭାରତଛାଡ଼’ ଆନ୍ଦୋଳନର ଶୁଭାରମ୍ଭ ଘଟିଥିଲା ଓଡ଼ିଶା ମାଟିରେ । କଟକର ରେଭେନ୍ସା କଲେଜ ଫାଟକ ଆଗରେ ଛାତ୍ରମାନେ ଏକ ସଭାର ଆୟୋଜନ କରି ଭାରତଛାଡ଼ ଆନ୍ଦୋଳନ ଏବଂ କଂଗ୍ରେସ ନେତାମାନଙ୍କୁ ସହଯୋଗ ପ୍ରଦାନ ନିମିତ୍ତ ନିଷ୍ପତ୍ତି ନେଇଥିଲେ । ୧୪ ଅଗଷ୍ଟ, ୧୯୪୨ରେ ଛାତ୍ରନେତା ବିଭୁଧେନ୍ଦୁ ମିଶ୍ର, ସୁରଜମଲ୍ଲ ଶାହା, ଅଶୋକ ଦାସ, ବିରେନ୍ ମିତ୍ର ଆଦିଙ୍କ ନେତୃତ୍ୱରେ କଲେଜ ଅଫିସରେ ଅଗ୍ନିସଂଯୋଗ କରି ଆସବାବପତ୍ର ପୋଡ଼ି ଦିଆଗଲା । କଟକର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଯୋଗଦେଇଥିଲେ ଏହି ଆନ୍ଦୋଳନରେ । ସଙ୍ଗେ ସଙ୍ଗେ ପୋଲିସ୍ ବିଭୁଧେନ୍ଦୁ ମିଶ୍ର ଓ ସୁରଜମଲ୍ଲ ଶାହାଙ୍କୁ ଗିରଫକରି ବ୍ରହ୍ମପୁର ଜେଲ୍‌କୁ ପଠାଇ ଦେଇଥିଲେ । ଅଗଷ୍ଟ ୧୬ରେ ଲୋକମାନେ ପୋଲିସ୍ ଅଧିକାର କରିନେଇଥିବା ବରୀର କଂଗ୍ରେସ ଆଶ୍ରମ ଉପରେ ଚଢ଼ଉକରି ସେଠାରେ ଚୌକିଦାର ପୋଷାକ ଆଦି ପୋଡ଼ିଦେଇଥିଲେ ।

୧୦ । ଧାମନଗର ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ଧାମନଗରଠାରେ ଭାରତଛାଡ଼ ଆନ୍ଦୋଳନକୁ ଗତିଶୀଳ କରାଇଥୁଲେ ମୁରଲୀଧର ପଣ୍ଡା । ସେ ଚୌକିଦାର ପୋଷାକ ପୋଡ଼ିଥିବାର ଅଭିଯୋଗ ପାଇ ପୋଲିସ୍ ଶ୍ରୀଜଙ୍ଗ ଗ୍ରାମକୁ ଯାତ୍ରା କରିଥିଲେ । ସେତେବେଳକୁ ସେ ଲୁଣିଆ କଟସାହି ଗାଁକୁ ଚାଲିଯାଇଥିଲା । ପୋଲିସ୍ ଲୁଣିଆ କଟସାହିରେ ପହଞ୍ଚିଲାମାତ୍ରେ ଲୋକମାନେ ଶଙ୍ଖ ଓ ଢୋଲ ବଜାଇବାରୁ ପାଖ ଗ୍ରାମଗୁଡ଼ିକରୁ ବହୁସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଥିଲେ । ଫଳରେ ପୋଲିସ୍ ଗୁଳିଚାଳନା କରିଥିଲେ । ଏଥ‌ିରେ ୧୦/୧୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ବହୁଲୋକ କ୍ଷତବିକ୍ଷତ ହୋଇଥିଲେ । ଶେଷରେ ମୁରଲୀଧର ପଣ୍ଡାଙ୍କୁ ପୋଲିସ ଗିରଫ କରିଥିଲେ ।

୧୧ । ଭାରତଛାଡ଼ ଆନ୍ଦୋଳନରେ ଲକ୍ଷ୍ମଣ ନାୟକଙ୍କ ଭୂମିକା ଉଲ୍ଲେଖ କର ।
Answer:
ବୈପାରିଗୁଡ଼ା ଥାନା ଅଧୀନରେ ଥ‌ିବା ତେନ୍ତୁଳିଗୁମ୍ମାର ଲକ୍ଷ୍ମଣ ନାୟକ ଭାରତଛାଡ଼ ଆନ୍ଦୋଳନକୁ ତେଜସ୍କ୍ରିୟ କରାଇଥିଲେ କୋରାପୁଟ ଜିଲ୍ଲାରେ । ବିପ୍ଳବପାଇଁ ସେ ଗାଁ ଗାଁ ବୁଲି ଲୋକମାନଙ୍କୁ ମତାଉଥିଲେ । ୨୧ଅଗଷ୍ଟ, ୧୯୪୨ରେ କଂଗ୍ରେସ ପତାକା ଓ ଲାଠିଧରି ବହୁଲୋକଙ୍କ ସହ ସେ ମାଥୁଲି ଥାନା ଘେରାଉ କରିବାପାଇଁ ଅଗ୍ରଗାମୀ ହୋଇଥିଲେ । ମାଥୁଲି ଥାନାରେ ପହଞ୍ଚି ସେ ‘ମହାତ୍ମା ଗାନ୍ଧି କି ଜୟ’ ଧ୍ଵନିରେ ସେହି ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ । ପୋଲିସ ଲାଠି ଚାଳନା କରି ତାଙ୍କୁ ଧରାଶାୟୀ କରି ଦେଇଥିଲା । ଜଣେ ଜଙ୍ଗଲରକ୍ଷୀକୁ ପିଟିପିଟି ହତ୍ୟା କରିଥିବାର ଏକ ମିଥ୍ୟା ଅଭିଯୋଗରେ ପୋଲିସ୍ ଲକ୍ଷ୍ମଣ ନାୟକଙ୍କକୁ ଗିରଫ କରି ବ୍ରହ୍ମପୁର ଜେଲକୁ ପ୍ରେରଣ କରିଥିଲେ । ସେଠାରେ ତାଙ୍କୁ ୨୯ ମାର୍ଚ୍ଚ, ୧୯୪୩ରେ ଫାଶୀ ଦିଆଯାଇଥିଲା ।

୧୨ । ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନପାଇଁ କି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା ?
Answer:
ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନର ପ୍ରତିକ୍ରିୟା ତୀବ୍ର ଆକାର ଧାରଣ କରିଥିଲା । ଏଥିରେ କେତେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା । ସେଗୁଡ଼ିକ ହେଲା –

  • ଖଜଣା ବନ୍ଦ କରିବା
  • ଗୋଦାମ ଲୁଣ୍ଠନ କରିବା
  • ସରକାରୀ କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗଦେବାପାଇଁ ପ୍ରବର୍ତ୍ତାଇବା
  • ଧର୍ମଘଟ ପାଳନ କରିବା
  • ପୋଲିସ୍‌କୁ ରୋକିବାପାଇଁ ଯୋଗାଯୋଗ ବିଚ୍ଛିନ୍ନ କରିବା
  • ପଞ୍ଚାୟତ ଗଠନ କରିବା
  • ଜଙ୍ଗଲ ଆଇନ ଉଲ୍ଲଙ୍ଘନ କରିବା
  • ସରକାରୀ ଆଇନ ଅମାନ୍ୟ କରିବା ଏବଂ
  • ସରକାରୀ କର୍ମଚାରୀଙ୍କୁ ଖାଦ୍ୟଦ୍ରବ୍ୟ ଯୋଗାଣ ନିଷିଦ୍ଧ କରିବା ପ୍ରଭୃତି ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୩ । ଯାଜପୁର ଜାଗରଣ ବିଷୟରେ ଲେଖ ।
Answer:
କାଇପଦର ଗୁଳିକାଣ୍ଡ ପରେ ଗିରଫ କରାଯାଇଥିବା ସତ୍ୟାଗ୍ରହୀମାନଙ୍କୁ ପୋଲିସ୍ ଯାଜପୁର ନେଇଯାଇଥିଲା । ପୋଲିସ୍ ସେ ଅଞ୍ଚଳରେ ସଭା ସମିତି ଇତ୍ୟାଦିକୁ ନିଷିଦ୍ଧ କରିଥିଲା । ଏହାକୁ ଅବମାନନା କରି ୧୫,୦୦୦ ରୁ ଊର୍ଦ୍ଧ୍ବ ଲୋକ ଥାନା ଏବଂ ଏସ୍.ଡି.ଓ ଅଫିସ ଆଡ଼କୁ ଅଗ୍ରସର ହୋଇଥିଲେ । ପୋଲିସ୍ ବାଧ୍ୟହୋଇ ଗୁଳିଚାଳନା କରିଥିଲା । ଏହି ସମୟରେ ଆକାଶମାର୍ଗରୁ ଟିୟର୍ ଗ୍ୟାସ୍ ପକାଯାଇଥିଲା । ଫଳରେ ଜନତା ଛତ୍ରଭଙ୍ଗ ଦେଇଥିଲେ ଏବଂ ସେଠାରେ ଅବସ୍ଥା ଆୟତ୍ତ କରାଯାଇପାରିଥିଲା ।

୧୪ । ଖିଲାଫତ୍ ଆନ୍ଦୋଳନ କ’ଣ ?
Answer:
ପ୍ରଥମ ବିଶ୍ଵଯୁଦ୍ଧରେ ତୁର୍କୀ ଜର୍ମାନୀକୁ ସାହାଯ୍ୟ କରୁଥିଲା । ଯୁଦ୍ଧରେ ଜର୍ମାନୀର ପରାଜୟ ପରେ ତୁର୍କୀ ମିତ୍ରଶକ୍ତିଙ୍କର ରୋଷର ଶିକାର ହୋଇଥିଲା । ଯୁଦ୍ଧପରେ ମିତ୍ରଶକ୍ତି ତୁର୍କୀର ଅଟୋମାନ ସାମ୍ରାଜ୍ୟକୁ ଖଣ୍ଡ ଖଣ୍ଡ କରି ଖଲିଫା ପଦକୁ ଲୋପ କରିଦେବାକୁ ନିଷ୍ପତ୍ତି ନେଇଥିଲେ । ତୁର୍କୀର ଖଲିଫା ଥିଲେ ମୁସଲମାନ ଜଗତର ଧର୍ମଗୁରୁ । ଇଂରେଜମାନଙ୍କର ଏହି ନିଷ୍ପଭିରେ ଭରତୀୟ ମୁସଲମାନମାନେ ଉତ୍‌କ୍ଷିପ୍ତ ହେଲେ । ଭାରତରେ ମହମ୍ମଦ ଅଲ୍ଲୀ ଓ ସୌକତ ଅଲ୍ଲୀଙ୍କ ନେତୃତ୍ଵରେ ମୁସଲମାନ ଗଣ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହାକୁ ଖିଲାଫତ୍ ଆନ୍ଦୋଳନ କୁହାଯାଏ । ମହାତ୍ମା ଗାନ୍ଧି ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ।

୧୫ । ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର ।
Answer:
୧୯୧୯ ଖ୍ରୀ.ଅ. ଏପ୍ରିଲ ୧୩ ତରିଖ ଦିନ ପଞ୍ଜାବର ଜାଲିଆନାୱାଲାବାଗଠାରେ ବହୁ ହିନ୍ଦୁ ସେମାନଙ୍କର ବୈଶାଖୀ ଉତ୍ସବ ପାଳନ ଅବସରେ ଏକତ୍ରିତ ହୋଇଥିଲେ । ଶାନ୍ତିପୂର୍ଣ୍ଣ ଭାବରେ ସଭାକାର୍ଯ୍ୟ ଚାଲିଥିବାବେଳେ ହଠାତ୍ ଇଂରେଜ ଜେନେରାଲ ଡାୟାର ସୈନ୍ୟବାହିନୀ ସହ ସେଠାରେ ପହଞ୍ଚିଲେ । ସେ ବାଗର ଏକମାତ୍ର ପ୍ରବେଶଦ୍ୱାରକୁ ଅବରୋଧ କରି ନିରୀହ ଜନତାଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ୫୦୦ ଲୋକ ନିହତ ଓ ୧୨୦୦ ଲୋକ ଆହତ ହୋଇଥିଲେ । ଏହାକୁ ଇତିହାସରେ ଜାଲିଆନାୱଲାବାଗ ହତ୍ୟାକାଣ୍ଡ କୁହାଯାଏ ।

୧୬ । ଓଡ଼ିଶାରେ ଲବଣ ସତ୍ୟାଗ୍ରହ ବିଷୟରେ ଟିପ୍‌ପଣୀ ଦିଅ ।
Answer:
ଗାନ୍ଧିଜୀଙ୍କଦ୍ଵାରା ଦାଣ୍ଡି ନାମକ ସ୍ଥାନରେ ଯେପରି ଭାବେ ଲବଣ ଆଇନ ଭଙ୍ଗ କରାଗଲା, ସେହିପରି ଭାବରେ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ସମୁଦ୍ର କୂଳରେ ଇଞ୍ଚୁଡ଼ି ନାମକ ସ୍ଥାନରେ ଲବଣ ଆଇନ ଭଙ୍ଗ କରାଯାଇଥିଲା । ଗୋପବନ୍ଧୁ ଚୌଧରୀଙ୍କ ନେତୃତ୍ୱରେ ସତ୍ୟାଗ୍ରହୀମାନେ ଇଞ୍ଚୁଡ଼ି ଯାତ୍ରା କରୁଥିଲାବେଳେ ବାଟରେ ତାଙ୍କୁ ପୋଲିସ୍ ଗିରଫ କରିନେଲେ । ଏହାପରେ ସତ୍ୟାଗ୍ରହୀମାନଙ୍କର ନେତୃତ୍ୱ ନେଇଥିଲେ ଆଚାର୍ଯ୍ୟ ହରିହର । ୧୩ ଏପ୍ରିଲ୍ ସକାଳେ ହଜାର ହଜାର ସତ୍ୟାଗ୍ରହୀଙ୍କ ଗହଣରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କରିଥିଲେ । ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ର ନାଥ ଦାସ ଇଞ୍ଚୁଡ଼ିଠାରେ ଲବଣ ତିଆରି ପାଇଁ କ୍ଷେତ୍ର ପ୍ରସ୍ତୁତ କଲେ । ମାର୍ଥାଠାରେ ମା’ ରମାଦେବୀ ଓ ମାଳତୀଦେବୀ ସ୍ଥାନୀୟ ସ୍ତ୍ରୀ ଲୋକଙ୍କ ସହାୟତାରେ ଲବଣ ପ୍ରସ୍ତୁତ କଲେ ।

୧୭ । ରାୱାଲାତ୍ ଆଇନ କ’ଣ ?
Answer:
ବ୍ରିଟିଶ ଶାସନ ସହିତ ଅସହଯୋଗ ସ୍ଥାପନ କରିବା ଦିଗରେ ଗାନ୍ଧିଜୀଙ୍କୁ ପ୍ରଭାବିତ କରିଥିବା ଘଟଣା ମଧ୍ୟରୁ ରାୱାଲାଡ୍ ଆଇନର ପ୍ରବର୍ତ୍ତନ ଥିଲା। ଅନ୍ୟତମ । ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଇଂଲଣ୍ଡ ବିରୁଦ୍ଧରେ ଭାରତରେ ମାନଙ୍କଦ୍ଵାରା ସଂଘଟିତ ଜାତୀୟତାବାଦୀ କାର୍ଯ୍ୟକ୍ରମର ପ୍ରତିରୋଧ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ନିମନ୍ତେ ବ୍ରିଟିଶ ସରକାର ବିଚାରପତି ରାଓ୍ବାଲାଷ୍ଟ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ସୁପାରିସ ଉପରେ ଭିଭିକରି ଭାରତୀୟ ବିଧାନ ପରିଷଦରେ ୧୯୧୯ରେ ଗୋଟିଏ ଆଇନ ଗୃହୀତ ହୋଇଥିଲା । ଏହା ରାୱାଲାଡ୍ ଆଇନ ନାମରେ ଖ୍ୟାତ । ଏଥ‌ିରେ ବ୍ୟବସ୍ଥା ଥିଲା ଯେକୌଣସି ଭାରତୀୟଙ୍କୁ ବିନା ୱାରେଣ୍ଟରେ ବନ୍ଦୀ କରାଯାଇ ତାଙ୍କୁ କାରାଦଣ୍ଡ ଦିଆଯାଇପାରିବ । ବସ୍ତୁତଃ ଏହା ଜନପ୍ରିୟ ସ୍ଵାଧୀନତା ଆନ୍ଦୋଳନକୁ ଦମନ କରିବାପାଇଁ ଉଦ୍ଦିଷ୍ଟ ଥିଲା ତେଣୁ ଗାନ୍ଧିଜୀ ଏହା ବିରୁଦ୍ଧରେ ସତ୍ୟାଗ୍ରହ ଆନ୍ଦୋଳନ ଚଳାଇବା ନିମନ୍ତେ ଭାରତୀୟଙ୍କୁ ଆହ୍ଵାନ ଦେଇଥିଲେ ।

୧୮ । ଲାହୋର କଂଗ୍ରେସ ଅଧିବେଶନରେ କ’ଣ ହୋଇଥିଲା ?
Answer:
ସାଇମନ୍ କମିଶନର ପ୍ରତ୍ୟାବର୍ତ୍ତନ ପରେ ପରେ ଡିସେମ୍ବର ୧୯୨୯ରେ ଜାତୀୟ କଂଗ୍ରେସର ଲାହୋର ଅଧୂବେଶନରେ ଜବାହାରଲାଲ ନେହେରୁଙ୍କ ସଭାପତିତ୍ୱରେ ‘ପୂର୍ଣ୍ଣ ସ୍ଵରାଜ’ ପ୍ରସ୍ତାବ ଗୃହୀତ ହୋଇଥିଲା । ୩୧ ଡିସେମ୍ବର ୧୯୨୯ରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉତ୍ତୋଳନ କରଯାଇଥିଲା । ୨୬ ଜାନୁୟାରୀ ୧୯୩୦ ପ୍ରଥମ ସ୍ଵାଧୀନତା ଦିବସ ରୂପେ ଘୋଷଣା କରାଯାଇଥିଲା । କଂଗ୍ରେସର ଏହି ଅଧୁବେଶନରେ ଆଇନ ଅମାନ୍ୟ ଆନ୍ଦୋଳନରେ ଶୁଭାରମ୍ଭ ଗାନ୍ଧିଜୀଙ୍କ ନେତୃତ୍ଵରେ ହେବ ବୋଲି ସ୍ଥିର ହୋଇଥିଲା । ବ୍ରିଟିଶ ସରକାରଙ୍କ ମନମୁଖୀ ଶାସନ ପ୍ରତିବଦଳରେ ଆରମ୍ଭ ହୋଇଥିଲା ଆଇନ ଅମାନ୍ୟ ଆନ୍ଦୋଳନ ।

୧୯ । ଶ୍ରୀଜଙ୍ଗର ଟିକସ ବିରୋଧୀ ସତ୍ୟାଗ୍ରହ କ’ଣ ?
Answer:
ବାଲେଶ୍ଵରର ୧୦ଗୋଟି ଗ୍ରାମକୁ ନେଇ ଗଠିତ ଶ୍ରୀଜଙ୍ଗ ଅଞ୍ଚଳରେ ଟିକସ ବିରୋଧୀ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଗୌରମୋହନ ଦାସ ଏବଂ ବିଦ୍ୟାଧର ରଥଙ୍କ ନେତୃତ୍ଵରେ ଏହା ପରିଚାଳିତ ହୋଇଥିଲା । ଲୋକମାନଙ୍କୁ ଟିକସ ଦେବାପାଇଁ ବାରଣ କରାଗଲା । ସେହି ଅଞ୍ଚଳର ବାରଖଣ୍ଡ ଗ୍ରାମ ଚୌକିଦାରୀ କର ଦେଲେ ନାହିଁ । ଶ୍ରୀଜଙ୍ଗ ଅଧିବାସୀମାନେ କର ପ୍ରଦାନ ନ କରିବାରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଆରକ୍ଷୀ ଅଧ୍ୟକ୍ଷ ସେଠାରେ ପହଞ୍ଚି ଲଙ୍କାକାଣ୍ଡ ସୃଷ୍ଟି କରିଥିଲେ । ପୋଲିସ୍ ଜୁଲମ ଏତେ ମାତ୍ରାଧ୍ୟକ ହୋଇଥିଲା ଯେ ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨୦ । କ୍ରିପ୍‌ ମିଶନ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଲେଖ ।
Answer:
ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଶ୍ରମିକଦଳର ଜଣେ ବିଖ୍ୟାତ ନେତା ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କୁ ଭାରତୀୟ ନେତାମାନଙ୍କ ସହ ପରାମର୍ଶ କରି ଦେଶର ସରକାର ଗଠନ ସମ୍ପର୍କରେ ମତାମତ ଦେବାପାଇଁ ୧୯୪୨ ଖ୍ରୀ.ଅ. ଅଗଷ୍ଟ ୮ ତାରିଖରେ ଭାରତକୁ ପ୍ରେରଣ କରିଥିଲେ । ତାହା ‘କ୍ରିପ୍‌ ମିଶନ୍’ ନାମରେ ବିଖ୍ୟାତ । ବିଭିନ୍ନ ଦଳର ନେତାମାନଙ୍କ ସହ ଆଲୋଚନା କରି କ୍ରିପ୍‌ସ ଭାରତର ଶାସନ ବ୍ୟବସ୍ଥା ସମ୍ପର୍କରେ ନିମ୍ନଲିଖୂତ ମତାମତ ଉପସ୍ଥାପନ କରିଥିଲେ ।

  • ‘‘ଭାରତକୁ ଏକ ଅଧୁରାଜ୍ୟ ବା ଡୋମିନିୟନର ଆସନ ଦିଆଯିବ ।’’
  • ଯୁଦ୍ଧର ଅବସାନ ପରେ ଭାରତ ପାଇଁ ଗୋଟିଏ ନୂତନ ସମ୍ବିଧାନ ପ୍ରଣୟନ ନିମନ୍ତେ ଭାରତୀୟମାନଙ୍କୁ ନେଇ ଏକ ସଂସ୍ଥା ଗଠନ କରାଯିବ । ବ୍ୟବସ୍ଥା ରଖାଯିବ ।
  • ସମ୍ବିଧାନ ପ୍ରଣୟନକାରୀ ସଂସ୍ଥାରେ ଭାରତୀୟ ଦେଶୀୟ ରାଜ୍ୟର ପ୍ରତିନିଧ୍ ଅଂଶଗ୍ରହଣ କରିବାପାଇଁ ବ୍ୟବସ୍ଥା ରଖାଯିବ ।
  • ନୂତନ ସମ୍ବିଧାନ ପ୍ରଣୟନ ହେବା ପର୍ଯ୍ୟନ୍ତ ବ୍ରିଟିଶ ସରକାର ଭାରତର ନିରାପତ୍ତା ପାଇଁ ଦାୟୀ ରହିବେ । ଉପରିଲିଷ୍କୃତ କ୍ରିପ୍‌ସଙ୍କର ଏହି ପ୍ରସ୍ତାବଗୁଡ଼ିକ ଭାରତୀୟମାନଙ୍କ ମନର ଆଶା ଓ ଆତ୍ମବିଶ୍ଵାସ ସଞ୍ଚାର କରିପାରି ନ ଥିଲା । ତେଣୁ ଭାରତୀୟ ଜାତୀୟ କଂଗ୍ରେସ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

୨୧ । ପାପଡ଼ାହାଣ୍ଡି ଗୁଳିକାଣ୍ଡ ବିଷୟରେ ଆଲୋଚନା କର ।
Answer:
ଅଗଷ୍ଟ ୨୪, ୧୯୪୨ରେ ବହୁ ଲୋକ ଏକତ୍ରିତ ହୋଇ କୋରାପୁଟର ପାପଡ଼ାହାଣ୍ଡିରେ ଥ‌ିବା ପୋଲ ଏବଂ ଥାନା ଧ୍ବଂସ କରିବାକୁ ଯାଇଥିଲେ । ପୋଲିସ ସେମାନଙ୍କୁ ରାସ୍ତାରେ ବାଧା ଦେଇଥିଲା । ସେମାନେ ନ ଶୁଣିବାରୁ ପୋଲିସ୍ ଗୁଳି କରିଥିଲା ଏବଂ ୧୫ଜଣ ଲୋକ ମୃତ୍ୟୁବରଣ କରିଥିଲେ । ବହୁ କଂଗ୍ରେସ କର୍ମୀଙ୍କୁ ଗୁଳିକରି ପୋଲିସ୍ ପାପଡ଼ାହାଣ୍ଡି ନଦୀଗର୍ଭକୁ ନିକ୍ଷେପ କରିଥିଲା ବୋଲି ଅଭିଯୋଗ ହୋଇଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ବିବରଣୀ ପ୍ରଦାନ କର ।
Answer:
ମହାତ୍ମା ଗାନ୍ଧି ପ୍ରାୟ ୨୦ ବର୍ଷକାଳ ଆଫ୍ରିକାରେ ଅବସ୍ଥାନ କରି ୧୯୧୫ରେ ଭାରତକୁ ଫେରିଥିଲେ । ଏହାପରେ ସେ ଭାରତୀୟମାନଙ୍କ ସ୍ଵାଧୀନତା ଆନ୍ଦୋଳନର ନେତୃତ୍ଵ ଗ୍ରହଣ କରିଥିଲେ । ସେହି ସମୟରେ ପ୍ରଥମ ମହାସମର ଚାଲିଥିଲା । ଗାନ୍ଧିଜୀଙ୍କ ଆହ୍ଵାନକ୍ରମେ ଭାରତୀୟ ନେତା ଓ ଜନସାଧାରଣ ଇଂରେଜ ସରକାରଙ୍କୁ ସାହାଯ୍ୟ ଦେଲେ । ମଣ୍ଟେଗୁ-ଚେମ୍ସଫୋର୍ଡ଼ ଭାରତର ଭୂମିକାର ପ୍ରଶଂସା କଲେ ଏବଂ ଏହାର ପୁରସ୍କାର ସ୍ଵରୂପ ଯୁଦ୍ଧ ପରେ ଏ ଦେଶର ସ୍ୱାୟତ୍ତ ଶାସନର କ୍ରମବିକାଶ ପାଇଁ ପ୍ରତିଶ୍ରୁତି ଦେଲେ । ୧୯୧୮ରେ ଯୁଦ୍ଧ ଶେଷ ହେବାପରେ ଭାରତୀୟମାନେ ସରକାରଙ୍କଠାରୁ ବହୁତ କିଛି ଆଶା କରିଥିଲେ । ମାତ୍ର ଏହାପରେ ଇଂରେଜ ସରକାର ଭାରତୀୟମାନଙ୍କ ସାହାଯ୍ୟ ଓ ସମର୍ଥନ ଭୁଲିଗଲେ ଏବଂ ସେମାନଙ୍କ ପ୍ରତି କଠୋର ବ୍ୟବହାର ପ୍ରଦର୍ଶନ କଲେ । ଗାନ୍ଧିଜୀ ଏହାର ତୀବ୍ର ପ୍ରତିରୋଧ କଲେ । ପରିଶେଷରେ ଇଂରେଜ ସରକାରଙ୍କ ସହିତ ଅସହଯୋଗ ପାଇଁ ପଦକ୍ଷେପ ନେଲେ । ଏହି ଅସହଯୋଗ ଆନ୍ଦୋଳନ ବିଭିନ୍ନ କାରଣପାଇଁ ସଂଗଠିତ ହୋଇଥିଲା ।

ରାଓ୍ବାଲାଙ୍କ୍ ଆଇନ- ଭାରତୀୟମାନଙ୍କର ଆଶା ଓ ଦାବି ପୂରଣ କରାଯାଇ ନଥିବାରୁ ସେମାନେ ଆନ୍ଦୋଳନ କରିପାରନ୍ତି ବୋଲି ସରକାର ଆଶଙ୍କା ପ୍ରକାଶ କଲେ । ତେଣୁ ଭାରତୀୟ ବିଦ୍ରୋହୀମାନଙ୍କୁ କିପରି ଦମନ କରାଯାଇ ପାରିବ, ସେଥ୍‌ପାଇଁ ରାୱାଲାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେଲା । ୧୯୧୯ରେ ରାୱାଲାଡ୍ ଏକ କଠୋର ଆଇନ ପ୍ରଣୟନ କଲେ । ଏହାଦ୍ଵାରା ସରକାର ଯେକୌଣସି ବ୍ୟକ୍ତିଙ୍କୁ ସନ୍ଦେହରେ ଗିରଫ କରିପାରିଲେ ଏବଂ ବିନା ବିଚାରରେ ଜେଲ୍‌କୁ ପଠାଇଦେଇ ପାରିଲେ । ସରକାରଙ୍କ ବିଶ୍ଵାଘାତକତା ମହାତ୍ମା ଗାନ୍ଧିଙ୍କୁ ମର୍ମାହତ କରିଥିଲା । ସେ ଏହି ଆଇନର ବିରୋଧ କରି ୧୯୧୯ ଏପ୍ରିଲ ୬ ତାରିଖରେ ଦେଶବ୍ୟାପୀ ହରତାଳ କରିଥିଲେ । ଇଂରେଜ ସରକାର ଗାନ୍ଧିଜୀଙ୍କ ସମେତ ହଜାର ହଜାର ବ୍ୟକ୍ତିଙ୍କୁ ଗିରଫ କଲେ ।

ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡ– ଏହି ସମୟରେ ପଞ୍ଜାବର ଅମୃତସରରେ ବିଶେଷ ଉତ୍ତେଜନା ଦେଖାଦେବାରୁ ୧୯୧୯ ଏପ୍ରିଲ- ୧୧ ତାରିଖରେ ଡାୟାରଙ୍କ ହାତରେ ଇଂରେଜ ସରକାର ଶାସନ ଭାର ଅର୍ପଣ କଲେ । ପଞ୍ଜାବରେ ସବୁପ୍ରକାର ସଭାସମିତିକୁ ବେଆଇନ ଘୋଷଣା କରାଗଲା । କିନ୍ତୁ ଏପ୍ରିଲ ୧୩ ତାରିଖ ଦିନ ବୈଶାଖୀ ଉତ୍ସବ ପାଳନ କରିବାପାଇଁ ଜାଲିଆନାଓ୍ବାଲାବାଗ ଉଦ୍ୟାନରେ ହଜାର ହଜାର ନରନାରୀ ସମ୍ମିଳିତ ହୋଇଥିଲେ । ଏହି ସମୟରେ ହଠାତ ଡାୟାର ସେଠାରେ ଉପସ୍ଥିତ ହୋଇ ବାଗର ଏକମାତ୍ର ପ୍ରବେଶଦ୍ଵାରକୁ ବନ୍ଦକରି ନିରୀହ ଜନତାଙ୍କ ଉପରକୁ ଆଖୁବୁଜା ଗୁଳିଚାଳନା ପାଇଁ ଆଦେଶ ଦେଇଥିଲେ । ଏହି ଗୁଳିକାଣ୍ଡରେ ହଜାର ହଜାର ଲୋକ ମୃତାହତ ହୋଇଥିଲେ । ଏହି ଘଟଣାରେ ଗାନ୍ଧିଜୀ ମର୍ମାହତ ହୋଇପଡ଼ିଲେ ।

ଖୁଲାଫତ୍ ଆନ୍ଦୋଳନ– ତୁର୍କୀର ସୁଲତାନ ସମଗ୍ର ପୃଥ‌ିବୀର ମୁଲସମାନମାନଙ୍କର ଧର୍ମଗୁରୁ ବା ଖଲିଫାରୂପେ ସମ୍ମାନିତ ଥିଲେ । ପ୍ରଥମ ବିଶ୍ଵଯୁଦ୍ଧରେ ସେ ଜର୍ମାନୀକୁ ସମର୍ଥନ କରିଥିଲେ । ଯୁଦ୍ଧରେ ଜର୍ମାନୀର ପରାଜୟ ପରେ ଇଂରେଜ ସରକାର ତୁର୍କୀର ସୁଲତାନଙ୍କୁ ଗିରଫ କଲେ । ଏହା ବିଶ୍ଵରେ ମୁସଲମାନ ସଂପ୍ରଦାୟକୁ ଅପମାନିତ କରିଥିଲା । ଭାରତରେ ମୁସଲମାନମାନେ ତୁର୍କୀ ସୁଲତାନଙ୍କ ଗିରଫରେ ହତୋତ୍ସାହ ହୋଇପଡ଼ିଲେ । ଗାନ୍ଧିଜୀଙ୍କ ନେତୃତ୍ଵରେ ଖୁଲାଫତ୍ ସମ୍ମିଳନୀ ଆହ୍ବାନ କରାଗଲା । ୧୯୨୦ରେ ଗାନ୍ଧିଜୀଙ୍କ ପରାମର୍ଶକ୍ରମେ ନିଷ୍ଫଳ ଭାରତ ଖୁଲାଫତ୍ କମିଟି ଭାରତୀୟ ଜାତୀୟ କଂଗ୍ରେସ ସହ ମିଶି ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ ।

ଗାନ୍ଧିଜୀ କଲିକତାର କଂଗ୍ରେସ ଅଧ‌ିବେଶନରେ ଅସହଯୋଗ ପ୍ରସ୍ତାବ ଆଗତ କରିଥିଲେ । ପରବର୍ତ୍ତୀ ସମୟରେ ୧୯୨୦ ଡିସେମ୍ବର ମାସରେ ନାଗପୁରଠାରେ ଚାଲିଥିବା କଂଗ୍ରେସ ଅଧ୍ବବେଶନ ଗାନ୍ଧିଜୀଙ୍କ ପ୍ରସ୍ତାବକୁ ଗ୍ରହଣକରି ଅନୁମୋଦିତ କରିଥିଲା । ଫଳରେ ଅସହଯୋଗ ଆନ୍ଦୋଳନପାଇଁ ଗାନ୍ଧିଜୀ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କଲେ । ଆନ୍ଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ- ଇଂରେଜ ସରକାରଙ୍କ ଶାସନକଳକୁ ସମ୍ପୂର୍ଣ୍ଣ ସ୍ଥାଣୁ କରିଦେବା ଏହି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ଥିଲା । ଗାନ୍ଧିଜୀଙ୍କ ଆନ୍ଦୋଳନର ଦୁଇଟି ଦିଗ ଥିଲା- ଗଠନମୂଳକ ଓ ବିରୋଧାତ୍ମକ ।

ଗଠନମୂଳକ ଲକ୍ଷ୍ୟ:

  • ସମସ୍ତ ପ୍ରକାର ବିଦେଶୀ ଦ୍ରବ୍ୟର ବର୍ଜନ
  • ସ୍ଵଦେଶୀ ଦ୍ରବ୍ୟର ବହୁଳ ବ୍ୟବହାର
  • ସୂତାକଟା ଓ ଲୁଗାବୁଣା
  • ସାଂପ୍ରଦାୟିକତା ଓ ଅସ୍ପୃଶ୍ୟତାର ନିବାରଣ
  • ଜାତୀୟ ଶିକ୍ଷାର ପ୍ରତିଷ୍ଠା ଓ ପ୍ରସାର ।

ବିରୋଧାତ୍ମକ ଲକ୍ଷ୍ୟ:

  • ବ୍ୟବସ୍ଥାପକ ପରିଷଦ ପାଇଁ ନିର୍ବାଚନ ବର୍ଜନ
  • ଆଇନ ଅଦାଲତଗୁଡ଼ିକ ବର୍ଜନ
  • ସରକାରୀ ସ୍କୁଲ ଓ କଲେଜ ବର୍ଜନ
  • ସରକାରଙ୍କଦ୍ଵାରା ଆୟୋଜିତ ଦରବାର ଓ ଉତ୍ସବ ଆଦିର ବର୍ଜନ ।

ସତ୍ୟ ଓ ଅହିଂସା ମାଧ୍ୟମରେ ଆନ୍ଦୋଳନ ଚଳାଇବାକୁ ଗାନ୍ଧିଜୀ ଦେଶବାସୀଙ୍କୁ ପ୍ରବର୍ତ୍ତାଇଲେ । ତାଙ୍କ ମତରେ, ନିଷ୍ଠାପର ଅହିଂସା ନୀତି ବଳରେ ସ୍ୱରାଜ୍ୟ ହାସଲ ହୋଇପାରିବ । ଆନ୍ଦୋଳନର ଅଗ୍ରଗତି- ୧୯୨୧ ଖ୍ରୀ.ଅ.ର ପ୍ରାରମ୍ଭରେ ଆନ୍ଦୋଳନ ଆରମ୍ଭ ହେଲା । ହଜାର ହଜାର ଜନସାଧାରଣ ଏଥ‌ିରେ ଯୋଗଦାନ କରି ଏହାକୁ ଗଣଆନ୍ଦୋଳନର ରୂପ ଦେଇଥିଲେ । ଶତକଡ଼ା ୮୦ ଭାଗ ଲୋକ ନିର୍ବାଚନ ବର୍ଜନ କଲେ । ଖ୍ୟାତନାମା ଆଇନଜୀମାନେ; ଯଥା- ମୋତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସ, ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ କୋର୍ଟକଚେରୀ ବର୍ଜନ କରିଥିଲେ । ବହୁସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ବର୍ଜନ କରି ଜାତୀୟ ଶିକ୍ଷାନୁଷ୍ଠାନରେ ଯୋଗଦେଲେ । ଲୋକମାନେ ବିଦେଶୀଦ୍ରବ୍ୟ ବର୍ଜନ କଲେ । ଦେଶର ସର୍ବତ୍ର ଲୁଗାବୁଣା ଓ ସୂତାକଟା ଆରମ୍ଭ ହେଲା । ସ୍ଵଦେଶୀ ବସ୍ତୁର ଆଦର ବଢ଼ିଲା । ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ ମହମ୍ମଦ ସୌକତ ଅଲ୍ଲୀ, ମହମ୍ମଦ ଅଲ୍ଲୀ, ଡଃ ଆନସାରୀ, ମୌଲାନା ଆବୁଲ କାଲାମ ଆଜାଦ, ଚିତ୍ତରଞ୍ଜନ ଦାସ, ଲାଲା ଲଜପତ୍ ରାୟ, ମୋତିଲାଲ ନେହେରୁ ଓ ଜବାହରଲାଲ ନେହେରୁ ଇତ୍ୟାଦି ତୁଙ୍ଗ ନେତାମାନେ ।

ସରକାରଙ୍କ ଦମନ ନୀତି- ଅସହଯୋଗ ଆନ୍ଦୋଳନର ଅଗ୍ରଗତିକୁ ପ୍ରତିରୋଧ କରିବାପାଇଁ ଇଂରେଜ ସରକାର ଦମନନୀତି ପ୍ରୟୋଗ କରିଥିଲେ । ବହୁ ଜାତୀୟତାବାଦୀ ନେତାଙ୍କୁ ଗିରଫ କରାଗଲା । ଭାରତ ଦର୍ଶନରେ ଆସିଥୁବା ୱେଲ୍ସର ଯୁବରାଜଙ୍କୁ ଭାରତୀୟମାନେ ଦେଶବ୍ୟାପୀ ହରତାଳ କରି ସ୍ଵାଗତ କରିଥିଲେ । ଫଳରେ ଇଂରେଜ ସରକାର ଭାରତୀୟମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର, ଗୁଳି ଓ ଲାଠିଚାଳନା ଆରମ୍ଭ କରିଥିଲେ । ଇଂରେଜ ସରକାର ୩୦,୦୦୦ ଲୋକଙ୍କୁ ଗିରଫ କଲେ । ସରକାରଙ୍କ ଦୃଢ଼ ଦମନନୀତି ସତ୍ତ୍ଵେ ଏହି ଆନ୍ଦୋଳନ ଦ୍ରୁତବେଗରେ ପ୍ରସାରଲାଭ କରିଥିଲା ।

ଆନ୍ଦୋଳନ ପ୍ରତ୍ୟାହାର- ଆନ୍ଦୋଳନ ଅଗ୍ରଗତି କରୁଥିବାବେଳେ ହଠାତ୍‌ ୧୯୨୨ ଖ୍ରୀ.ଅ. ଫେବୃୟାରୀ ୫ ତରିଖ ଦିନ ଉତ୍ତରପ୍ରଦେଶର ଚୌରୀଚୌରାଠାରେ ଉଭ୍ୟକ୍ତ ଜନତା ଏକ ପୋଲିସ୍ ଥାନାରେ ଅଗ୍ନିସଂଯୋଗ କରିଥିଲେ । ଏଥ‌ିରେ ୨୨ ଜଣ ପୋଲିସ୍ କର୍ମଚାରୀ ଜୀବନ୍ତ ଦଗ୍‌ଧ ହୋଇଥିଲେ । ଏହି ଘଟଣାରେ ମର୍ମାହତ ହୋଇ ଗାନ୍ଧିଜୀ ହଠାତ୍ ଆନ୍ଦୋଳନକୁ ସ୍ଥଗିତ ରଖୁଲେ । ଅବଶ୍ୟ ଏଥିପାଇଁ କଂଗ୍ରେସର ତୁଙ୍ଗ ନେତାମାନେ ତାଙ୍କୁ ସମାଲୋଚନା କରିଥିଲେ । ଇଂରେଜ ସରକାର ଗାନ୍ଧିଜୀଙ୍କୁ ମାର୍ଚ୍ଚ ୧୪, ୧୯୨୨ରେ ଗିରଫ କରି ଜେଲ୍‌କୁ ପଠାଇ ଦେଇଥିଲେ । ସେ ଦୀର୍ଘ ୬ ବର୍ଷକାଳ ବନ୍ଦୀ ଅବସ୍ଥାରେ ପୁନାର ୟାରୱାଡ଼ା ସେଣ୍ଟ୍ରାଲ ଜେଲ୍‌ରେ ରହିଥିଲେ । ପରେ ଅସୁସ୍ଥତା ହେତୁ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା ।

ଫଳାଫଳ – ‘ଗାନ୍ଧିଜୀ ଜେଲରୁ ମୁକ୍ତିଲାଭ କରି ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ । ସେ ଜନସାଧାରଣଙ୍କୁ ଚରଖାଦ୍ଵାରା ସୂତା କାଟିବାକୁ ଉତ୍ସାହିତ କଲେ । ଅସ୍ପୃଶ୍ୟତା ଦୂରୀକରଣ ଓ ନିଶା ନିବାରଣପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନେଇଥିଲେ । ଅସହଯୋଗ ଆନ୍ଦୋଳନ ବିଫଳ ହୋଇଥିଲେ ମଧ୍ୟ ଏହାର ଫଳାଫଳ ଗୁରୁତ୍ଵପୂର୍ଣ ଥିଲା । ଏହାଦ୍ଵାରା ଭରତର ସ୍ଵାଧୀନତା ଆନ୍ଦୋଳନ ଗ୍ରାମାଞ୍ଚଳକୁ ପରିବ୍ୟାପ୍ତ ହେଲା । ଭାରତୀୟମାନଙ୍କର ବ୍ରିଟିଶ ବିରୋଧୀ ମନୋଭାବ ତୀବ୍ରତର ହେଲା । ଏହାପରେ କଂଗ୍ରେସ କେବଳ ଭାରତୀୟ ନେତାମାନଙ୍କ ଅନୁଷ୍ଠାନ ନହୋଇ ଭାରତୀୟ ଜନତାଙ୍କ ଅନୁଷ୍ଠାନ ହେଲା । ଗାନ୍ଧିଜୀ ଭାରତର ଶ୍ରେଷ୍ଠ ଜନପ୍ରିୟ ନେତାରୂପେ ସ୍ଵୀକୃତ ହେଲେ । ଏହି ଆନ୍ଦୋଳନ ଭାରତୀୟମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି କରିଥିଲା । ପରବର୍ତୀ ଆନ୍ଦୋଳନ ପାଇଁ ଭାରତୀୟମାନେ ଗାନ୍ଧିଜୀଙ୍କ ନେତୃତ୍ୱକୁ ଅପେକ୍ଷା କରି ରହିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପ୍ରଭାବ କିପରି ଅନୁଭୂତ ହୋଇଥିଲା ଉଲ୍ଲେଖ କର ।
Answer:
ସମଗ୍ର ଭାରତରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରତିଧ୍ଵନି ପ୍ରତିଫଳିତ ହୋଇଥିଲା ଓଡ଼ିଶାରେ । ଓଡ଼ିଶାରେ ଯଦୁମଣି ମଙ୍ଗରାଜଙ୍କ ନେତୃତ୍ଵରେ ରେଭେନ୍ସା କଲେଜର କେତେକ ଛାତ୍ର ପ୍ରତିରକ୍ଷା ବାହିନୀରେ ଯୋଗଦେଇ ଇଂରେଜମାନଙ୍କୁ ସାହାଯ୍ୟ କରିଥିଲେ ପ୍ରଥମ ବିଶ୍ଵଯୁଦ୍ଧ ସମୟରେ । ମାତ୍ର ଯୁଦ୍ଧ ପରେ ଭାରତୀୟମାନଙ୍କୁ କିଛିଟା ରାଜନୈତିକ ଅଧିକାର ଦେବା ପରିବର୍ତ୍ତେ କଠୋର ରାୱାଲଡ୍ ଆଇନ ପ୍ରବର୍ତ୍ତନ କରିଥିଲେ ଇଂରେଜମାନେ । ଇଂରେଜମାନଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଗାନ୍ଧିଜୀ ଶେଷରେ ଅସହଯୋଗ ଆନ୍ଦୋଳନ କରିବାପାଇଁ ସ୍ଥିର କରିଥିଲେ ।

୧୯୨୦ ଡିସେମ୍ବର ମାସରେ ଜାତୀୟ କଂଗ୍ରେସର ନାଗପୁର ଅବେଶନରେ ଓଡ଼ିଶାରୁ ୩୫ ଜଣ ପ୍ରତିନିଧ୍ ଗୋପବନ୍ଧୁ ଦାସଙ୍କ ନେତୃତ୍ଵରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ହରେକୃଷ୍ଣ ମହତାବ, ମୁକୁନ୍ଦପ୍ରସାଦ ଦସ, ନିରଞ୍ଜନ ପଟ୍ଟନାୟକ, ଭାଗୀରଥ୍ ମହାପାତ୍ର, ଯଦୁମଣି ମଙ୍ଗରାଜ ପ୍ରଭୃତି ନେତାମାନେ ମୁଖ୍ୟ ଥିଲେ । ଏହି ଅଧୂବେଶନରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ଓ ଉନ୍ମାଦନାର ସହ ଗୃହୀତ ହୋଇଥିଲା । ଏହାଛଡ଼ା ଏଥିରେ ଭାଷାସୂତ୍ରରେ ପ୍ରଦେଶ ଗଠନ ନୀତିକୁ ମାନିନିଆଯାଇ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠନକୁ ସ୍ୱୀକୃତି ପ୍ରଦାନ କରାଗଲା । ଓଡ଼ିଶାର ପ୍ରତିନିଧୁମାନେ ନୂତନ ଆଶା ନେଇ ଓଡ଼ିଶାକୁ ଫେରିଆସି ଗାନ୍ଧିଜୀଙ୍କ ନେତୃତ୍ଵରେ ଅସହଯୋଗ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କଲେ । ପଣ୍ଡିତ ଗୋପବନ୍ଧୁ ଦାସ ଉତ୍କଳ କଂଗ୍ରେସ କମିଟି ଗଠନ କରି ତା’ର ସଭାପତି ହେଲେ ଓ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପରିଚାଳନା ଦାୟିତ୍ଵ କଂଗ୍ରେସ ଉପରେ ନ୍ୟସ୍ତ କରାଗଲା ।

ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ଅଗଣିତ ଓଡ଼ିଆ ଯୁବକ ସ୍କୁଲ-କଲେଜ ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ । ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ନୀଳକଣ୍ଠ ଦାସ, ଗୋପବନ୍ଧୁ ଚୌଧୁରୀ ପ୍ରମୁଖ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ । ଗୋପବନ୍ଧୁ ଚୌଧୁରୀ ଡେପୁଟି କଲେକ୍ଟର ଚାକିରିରୁ ଇସ୍ତଫା ଦେଲେ ଓ ପଣ୍ଡିତ ଲିଙ୍ଗରାଜ ମିଶ୍ର ସରକାରୀ ଅଧ୍ୟାପକ ଚାକିରି ଛାଡ଼ି ଆନ୍ଦୋଳନରେ ଯୋଗଦେଲେ । କଂଗ୍ରେସ କର୍ମୀମାନଙ୍କୁ ତାଲିମ ଦେବାପାଇଁ କଟକର ‘ସ୍ଵରାଜ ଆଶ୍ରମ’ ଓ ଜଗତ୍‌ସିଂହପୁରରେ ‘ଅଳକା ଆଶ୍ରମ’ ପ୍ରତିଷ୍ଠା କରାଯାଇଥିଲା । କଟକରେ ଛାତ୍ରମାନେ ‘ସ୍ଵରାଜ ସେବକ ସଂଘ’ ଗଠନ କରିଥିଲେ ।

ଆନ୍ଦୋଳନର ଲକ୍ଷ୍ୟ – ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦୁଇଟି ଲକ୍ଷ୍ୟ ଥିଲା । ପ୍ରଥମଟି ହେଲା – ବିଦେଶୀ ଦ୍ରବ୍ୟ, ସରକାରୀ କୋର୍ଟକଚେରି, ସରକାରଙ୍କ ପ୍ରଦତ୍ତ ପଦବୀ ଓ ଉପାଧ୍ ଏବଂ ଇଂରେଜ ସରକାରଙ୍କ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବର୍ଜନ କରିବା । ଦ୍ଵିତୀୟଟି ହେଲା – ଓଡ଼ିଶାରେ ହିନ୍ଦୁ-ମୁସଲମାନମାନଙ୍କ ମଧ୍ୟରେ ଐକ୍ୟଭାବ, ନିଶା ନିବାରଣ, ଜାତୀୟ ଶିକ୍ଷାର ପ୍ରସାର ଏବଂ ଓଡ଼ିଶାରେ ଖଦୀର ପ୍ରସାର ଆଦି ଗଠନମୂଳକ କାର୍ଯ୍ୟ କରିବା । ବିଦେଶୀ ଦ୍ରବ୍ୟ ବର୍ଜନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା । କଂଗ୍ରେସ କର୍ମୀମାନେ ବାଲେଶ୍ଵର ଜିଲ୍ଲାରେ ‘ସ୍ଵରାଜ ମନ୍ଦିର’ ପ୍ରତିଷ୍ଠା କରି ବିଦେଶୀ ବସ୍ତ୍ର ବର୍ଜନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରରୋଚନାରେ ବହୁ ଓଡ଼ିଆ ଶ୍ରମିକ କଲିକତାସ୍ଥିତ ବିଦେଶୀ ଦୋକାନମାନଙ୍କରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ । ଫଳରେ କଲିକତାର ବଡ଼ବଜାରରେ ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିଲା ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧିଜୀ ଓଡ଼ିଶା ଆସି କଟକର କାଠଯୋଡ଼ି ବାଲିପଠାରେ ସଭା କରିଥିଲେ ଏଥ‌ିରେ ଗୋପବନ୍ଧୁ ଦାସ ସଭାପତିତ୍ୱ କରିଥିଲେ । ଆନ୍ଦୋଳନକୁ ସଫଳ କରିବାପାଇଁ ବିବିଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ କରିବା ଫଳରେ ଓଡ଼ିଶାରେ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗୋପବନ୍ଧୁ ଦାସଙ୍କ ପ୍ରଚେଷ୍ଟାରେ ସତ୍ୟବାଦୀଠାରେ ଜାତୀୟ ବନବିଦ୍ୟାଳୟ କାର୍ଯ୍ୟକାରୀ ହୋଇଥିଲା । କଟକରେ ଏକ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ଏହି ବିଦ୍ୟାଳୟମାନଙ୍କରେ ସୂତାକଟା, ଲୁଗାବୁଣା, କାଠକାମ ଓ ହିନ୍ଦୀଶିକ୍ଷା ଇତ୍ୟାଦି ପାଠ୍ୟକ୍ରମ ରହିଥିଲା ।

ଏହି ସମୟରେ ଓଡ଼ିଶାରେ ଜମିଦାରମାନଙ୍କ ଅତ୍ୟାଚାର ବଢ଼ିଚାଲିଲା । ଜମିଦାରମାନଙ୍କ ବିରୋଧରେ ଉତ୍କଳ ପ୍ରାଦେଶିକ କମିଟି ସ୍ଵର ଉତ୍ତୋଳନ କରିଥିଲା । କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ପ୍ରଜାମାନଙ୍କୁ ଅତ୍ୟାଚାର କରି ଭୂରାଜସ୍ୱ ଆଦାୟ କରୁଥିବାରୁ କଂଗ୍ରେସ କର୍ମୀମାନେ ତାଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ଫଳରେ ଗୋପବନ୍ଧୁ ଦାସ ଓ ଭାଗୀରଥ ମହାପାତ୍ରଙ୍କୁ ଛଅମାସ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା ।

ଆନ୍ଦୋଳନକୁ ଦମନ– ଅସହଯୋଗ ଆନ୍ଦୋଳନକୁ ଦମନ କରିବାପାଇଁ ଇଂରେଜ ସରକାର ଅନ୍ୟାନ୍ୟ ରାଜ୍ୟଭଳି ଓଡ଼ିଶାରେ ମଧ୍ୟ ଦମନମୂଳକ କାର୍ଯ୍ୟ ଆରମ୍ଭ କଲେ । ସଭାସମିତି, ଶୋଭାଯାତ୍ରା ବେଆଇନ ବୋଲି ଘୋଷିତ ହେଲା । ଗୋପବନ୍ଧୁ ଦାସଙ୍କୁ ହାତକଡ଼ି ପକାଇ ଗିରଫକରି ନିଆଗଲା ଏବଂ ହଜାରିବାଗ ଜେଲକୁ ପଠାଇ ଦିଆଗଲା । ଚୌରୀଚୌରା ହିଂସାକାଣ୍ଡ ପରେ ଗାନ୍ଧିଜୀ ମର୍ମାହତ ହୋଇ ଆନ୍ଦୋଳନକୁ ସ୍ଥଗିତ ରଖୁବା ଫଳରେ ଓଡ଼ିଶାରେ ଏହାର ଗତି ଧୂମେଇ ଯାଇଥିଲା ।

ଫଳାଫଳ– ୧୯୨୪ ଜୁନ୍ ୨୪ ତାରିଖରେ ହଜାରିବାଗ ଜେଲ୍‌ରୁ ମୁକ୍ତି ପାଇବା ପରେ ପଣ୍ଡିତ ଗୋପବନ୍ଧୁ ଦାସ କଟକରେ ଅନୁଷ୍ଠିତ ଉତ୍କଳ ପ୍ରାଦେଶିକ କମିଟିରେ ଯୋଗ ଦେଇଥିଲେ । ହରେକୃଷ୍ଣ ମହତାବ ଜେଲରୁ ଫେରିବା ପରେ ୧୯୨୩ ଖ୍ରୀ.ଅ. ସେପ୍ଟେମ୍ବର ୨ ତାରିଖ ଦିନ ବାଲେଶ୍ଵରରୁ ‘ପ୍ରଜାତନ୍ତ୍ର’ ସମ୍ବାଦପତ୍ର ପ୍ରକାଶନ କରିଥିଲେ । ଓଡ଼ିଶାରେ ଏହି ଅସହଯୋଗ ଆନ୍ଦୋଳନ ଖଦୀ ଓ ଚରଖା ଆନ୍ଦୋଳନକୁ ପ୍ରସାର କରିବାରେ ସାହାଯ୍ୟ କରିଥିଲା । ମହାତ୍ମାଗାନ୍ଧୀଙ୍କୁ ଜାତୀୟ ନେତାଭାବରେ ସ୍ଵୀକୃତି ମିଳିଲା । ଓଡ଼ିଶାରେ କନିକା କୃଷକ ଆନ୍ଦୋଳନକୁ ପାଥେୟ ଯୋଗାଇଥିଲା ଏହି ଅସହଯୋଗ ଆନ୍ଦୋଳନ । ଶେଷରେ ଭାରତ ତଥା ଓଡ଼ିଶାବାସୀଙ୍କ ମନରେ ମୁକ୍ତିସଂଗ୍ରାମ ଜାରି ରଖୁବାପାଇଁ ଅପୂର୍ବ ଉନ୍ମାଦନା ସଞ୍ଚାର କରିଥିଲା । ମୋଟ ଉପରେ ଅସହଯୋଗ ଆନ୍ଦୋଳନରେ ଓଡ଼ିଶାର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୩ । ଆଇନ ଅମାନ୍ୟ ଆନ୍ଦୋଳନରେ ଓଡ଼ିଶାର ଭୂମିକା କ’ଣ ଥିଲା ଆଲୋଚନା କର ।
Answer:
୧୯୨୯ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ଗୃହୀତ ହୋଇ ୧୯୩୦ରେ ମହାତ୍ମା ଗାନ୍ଧି ଆରମ୍ଭ କରିଥିଲେ ଆଇନ ଅମାନ୍ୟ ଆନ୍ଦୋଳନ । ସେ ୧୯୩୦ ମାର୍ଚ୍ଚ ୧୨ ତାରିଖ ଦିନ ଐତିହାସିକ ଦାଣ୍ଡିଯାତ୍ରା କରି ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାର ପ୍ରତିକ୍ରିୟା ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଅନୁଭୂତ ହୋଇଥିଲା । ଇଞ୍ଚୁଡ଼ି, କାକଟପୁର ଓ ଗଞ୍ଜାମ ଆଦି ସ୍ଥାନରେ ବ୍ୟାପକ ହୋଇଉଠିଥିଲା ଏହି ଆଇନ ଅମାନ୍ୟ ଆନ୍ଦୋଳନ । ୧୯୩୦ ଫେବୃୟାରୀ ୨୮ରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଆନୁକୂଲ୍ୟରେ ଆହୂତ ହୋଇଥିଲା ସଭା । ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଗୋପବନ୍ଧୁ ଚୌଧୁରୀ । ଲବଣ ସତ୍ୟାଗ୍ରହ ପାଇଁ ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡ଼ିକୁ ସର୍ବପ୍ରଥମେ ମନୋନୟନ କରାଯାଇଥିଲା । ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ରନାଥ ଦାସଙ୍କ ଉପରେ ନ୍ୟସ୍ତ ଥିଲା ବାଲେଶ୍ଵରର ସତ୍ୟାଗ୍ରହୀମାନଙ୍କୁ ଏକଜୁଟ କରାଇବାର ଦାୟିତ୍ଵ ।

୧୯୩୦ ଖ୍ରୀ.ଅ. ଏପ୍ରିଲ ୬ ତାରିଖ ଦିନ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ୨୧ ଜଣ ସତ୍ୟାଗ୍ରହୀ କଟକ ସ୍ଵରାଜ ଆଶ୍ରମରୁ ଇଞ୍ଚୁଡ଼ି ପର୍ଯ୍ୟନ୍ତ ଐତିହାସିକ ଯାତ୍ରା ଆରମ୍ଭ କରିଥିଲେ । ପୋଲିସ ବାଟରୁ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରିନେଇଥିଲେ । ୧୯୩୦ ଖ୍ରୀ.ଅ. ଏପ୍ରିଲ ୧୪ ତାରିଖ ଦିନ ସତ୍ୟାଗ୍ରହୀମାନେ ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କରିଥିଲେ । ଏପ୍ରିଲ ୨୦ ତାରିଖ ଦିନ ରମାଦେବୀ ଓ ମାଳତୀଦେବୀଙ୍କ ନେତୃତ୍ଵରେ ଶହ ଶହ ମହିଳା ଇଞ୍ଚୁଡ଼ିକୁ ଯାତ୍ରା କରିଥିଲେ । ଲବଣ ଆଇନ ଭଙ୍ଗକରି ଆଚାର୍ଯ୍ୟ ହରିହରଙ୍କ ସହ ଶହ ଶହ ଅନ୍ୟାନ୍ୟ ସତ୍ୟାଗ୍ରହୀ ପୋଲିସ୍ ହାତରେ ଗିରଫ ହୋଇଥିଲେ ।

ଇଞ୍ଚୁଡ଼ି ବ୍ୟତୀତ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ; ଯଥା- ଅବିଭକ୍ତ କଟକ ଜିଲ୍ଲାର କୁଜଙ୍ଗ, ପୁରୀ ଜିଲ୍ଲାର କୁହୁଡ଼ି ଓ ଅସ୍ତରଙ୍ଗ, ଗଞ୍ଜାମ ଜିଲ୍ଲାର ହୁମା ପ୍ରଭୃତି ସ୍ଥାନରେ ଲୁଣମରା ଅଭିଯାନ ଚାଲୁରହିଲା । ହଜାର ହଜାର ଲୋକ ସରକାରୀ ନୀଳକଣ୍ଠ ଦାସ, ଜଗନ୍ନାଥ ରଥ, ନୀଳାମ୍ବର ଦାସ, କରୁଣାକର ପାଣିଗ୍ରାହୀ ଏବଂ ମଥୁରାମୋହନ ବେହେରା ବାଲେଶ୍ଵର ଜିଲ୍ଲାର ମାର୍ଥାଠାରେ ଲବଣ ସତ୍ୟାଗ୍ରହର ନେତୃତ୍ଵ ନେଇଥିଲେ । ଓଡ଼ିଶାରେ ସ୍କୁଲମାନଙ୍କରୁ ବହୁ ଅଳ୍ପବୟସ୍କ ଛାତ୍ର ଏକତ୍ରିତ ହୋଇ ବାନରସେନା ଗଠନକରି ଆନ୍ଦୋଳନାତ୍ମକ କାର୍ଯ୍ୟ ଚାଲୁରଖୁଲେ । ଲୁଗାପୋଡ଼ି, ମଦଦୋକାନ ଆଗରେ ପିକେଟିଂ ଆଦି ସେମାନଙ୍କର ପ୍ରଧାନକାର୍ଯ୍ୟ ଥିଲା । ପୋଲିସ୍ ସେମାନଙ୍କୁ ବେତମାଡ଼ଦ୍ଵାରା ଦମନ କରିବାପାଇଁ ଚେଷ୍ଟାକରି ବିଫଳ ହେଲେ ।

ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ଓଡ଼ିଶାର ବହୁ ନେତା ସରକାରଙ୍କଦ୍ଵାରା ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରେ ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ଲିଙ୍ଗରାଜ ମିଶ୍ର, ନନ୍ଦକିଶୋର ଦାସ, ନୀଳକଣ୍ଠ ଦାସ, ଯଦୁମଣି ମଙ୍ଗରାଜ, କୃପାସିନ୍ଧୁ ହୋତା, ରମାଦେବୀ, ସରଳାଦେବୀ ପ୍ରଭୃତି ପ୍ରମୁଖ ଥିଲେ । ୧୯୩୧ ଖ୍ରୀଷ୍ଟାବ୍ଦରେ ଗାନ୍ଧି-ଇର୍‌ଉଇନ୍ ଚୁକ୍ତି ସ୍ୱାକ୍ଷରିତ ହେବାପରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଥିଲେ । ଚୁକ୍ତିର ସର୍ଭେ ଅନୁସାରେ ବଡ଼ଲାଟ ଭାରତୀୟମାନଙ୍କର କେତେକ ନ୍ୟାଯ୍ୟ ଦାବିକୁ ମାନିନେଇଥିଲେ ।

କିନ୍ତୁ ଗାନ୍ଧିଜୀ ଦ୍ଵିତୀୟ ଗୋଲ୍ଟେବୁଲ ବୈଠକରୁ ନିରାଶ ହୋଇ ଫେରିବା ପରେ ପୁନର୍ବାର ଆଇନ ଅମାନ୍ୟ ଆନ୍ଦୋଳନ ଚଳାଇବାପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ଫଳରେ ଦେଶର ଚାରିଆଡ଼େ ଏହି ଆନ୍ଦୋଳନ ପୂର୍ବାପେକ୍ଷା ତୀବ୍ରଭାବରେ ଚାଲିଲା । ପୋଲିସ୍ ଓଡ଼ିଶାରେ କଟକ, ପୁରୀ, ବାଲେଶ୍ଵର ଏବଂ ସମ୍ବଲପୁର ପ୍ରଭୃତି ସ୍ଥାନର କଂଗ୍ରେସ କାର୍ଯ୍ୟାଳୟଗୁଡ଼ିକୁ ଦଖଲ କରିନେଲେ ଏବଂ ବହୁ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ନୀଳାମ୍ବର ଦାସ, ବିନୋଦ କାନୁନ୍‌ଗୋ, ସୁରେନ୍ଦ୍ରନାଥ ଦାସ ପ୍ରଭୃତି ନେତାମାନେ ଆନ୍ଦୋଳନକୁ ବେଳକୁ ଓଡ଼ିଶାରେ ଏହି ଆନ୍ଦୋଳନରେ ଭଟ୍ଟା ପଡ଼ିଯାଇଥିଲା ।

ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଫଳାଫଳ ଥିଲା ସୁଦୂରପ୍ରସାରୀ । ଏହି ଆନ୍ଦୋଳନ ଫଳରେ ଓଡ଼ିଶାରେ ଜନଜାଗରଣ ଅଧ୍ବକ ପରିମାଣରେ ବୃଦ୍ଧି ପାଇଥିଲା । ୧୯୩୧ ଖ୍ରୀ.ଅ.ରେ କଟକଠାରେ ରାଧାନାଥ ରଥ, ମଧୁସୂଦନ ପଟ୍ଟନାୟକ, ବାଲୁଙ୍କେଶ୍ୱର ଆଚାର୍ଯ୍ୟ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଉଦ୍ୟମରେ ପ୍ରଥମ ଓଡ଼ିଶା ପ୍ରଜା ସମ୍ମିଳନୀ ଆୟୋଜିତ ହୋଇଥିଲା । ଓଡ଼ିଶାରେ ଏହି ସମୟରେ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ ନାମକ ଦୁଇଟି ସାପ୍ତାହିକ ସମ୍ବାଦପତ୍ର ଦୈନିକ ରୂପେ ପ୍ରକାଶଲାଭ କରିଥିଲା । ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ନାରୀ ଜାଗରଣ ପାଇଁ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୪। ଭାରତଛାଡ଼ ଆନ୍ଦୋଳନ କେଉଁ ପରିସ୍ଥିତିରେ ଆରମ୍ଭ ହେଲା ? ଭାରତର ସ୍ଵାଧୀନତାକୁ ଏହା କିପରି ତ୍ବରାନ୍ବିତ କଲା ?
Answer:
୧୯୪୨ରେ ଭାରତର ରାଜନୀତି ଜିନ୍ନାଙ୍କ ପାକିସ୍ତାନ ଦାବି, ଜାପାନୀମାନଙ୍କର ସୀମାନ୍ତ ଆକ୍ରମଣ ଏବଂ ଇଂରେଜମାନଙ୍କ ଦମନନୀତି ଯୋଗୁଁ ଶୋଚନୀୟ ଅବସ୍ଥାରେ ପହଞ୍ଚିଲା । ଦେଶରେ ଅରାଜକତା ଓ ଅଶାନ୍ତି ଦିନକୁ ଦିନ ବୃଦ୍ଧି ପାଇଲା । ମହାତ୍ମା ଗାନ୍ଧି ଉପଲବ୍‌ଧୁ କଲେ ଯେ ଇଂରେଜମାନେ ଭାରତର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଅଧିକ ସମୟ ଖେଳ ଖେଳିଲେ ଦେଶର ସର୍ବନାଶ ଘଟିବ । ତେଣୁ ସେ ହଠାତ୍‌ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କରିବାପାଇଁ ସ୍ଥିର କଲେ । ଏହାଛଡ଼ା ସେ ଆଶାକଲେ ଯେ ସରକାର ଏପରି ସଂକଟକାଳରେ ଆନ୍ଦୋଳନକୁ ଦବାଇବାପାଇଁ କଠୋର ନୀତି ଅବଲମ୍ବନ ନକରି ଆପୋଷ ସମାଧାନ ପାଇଁ ଉଦ୍ୟମ କରିବେ । କେତେକ ତୁଙ୍ଗନେତା ସରକାରଙ୍କଠାରୁ ଠିକ୍ ଓଲଟା ଆଶା କରୁଥିଲେ ମଧ୍ୟ ଗାନ୍ଧିଜୀଙ୍କର ପ୍ରସ୍ତାବକୁ ଅଗ୍ରାହ୍ୟ କରିପାରିଲେ ନାହିଁ ।

ଆନ୍ଦୋଳନର ପୃଷ୍ଠଭୂମି– ପ୍ରଥମତଃ, ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କ ନେତୃତ୍ୱରେ ଏକ ଦଳ ଭାରତ ପଠାଇଥିଲେ । ଏହା ‘କ୍ରିପ୍‌ ମିଶନ’ ନାମରେ ବିଖ୍ୟାତ । ବିଭିନ୍ନ ଦଳ ସହିତ ଆଲୋଚନା କରି ଭାରତରେ ଔପନିବେଶିକ ସ୍ୱାୟତ୍ତ ଶାସନ ପ୍ରଚଳନ କରିବାର ପ୍ରସ୍ତାବ ଦେଇଥିଲେ କ୍ରିପ୍‌ସ । ଏଥ‌ିରେ ଭାରତ ବିଭାଜନର ମଞ୍ଜି ସୁପ୍ତଭାବରେ ରହିଥ‌ିବାରୁ ଗାନ୍ଧିଜୀ କ୍ରିପ୍‌ସଙ୍କ ଏହି ପ୍ରସ୍ତାବରେ ଉତ୍‌କ୍ଷିପ୍ତ ହୋଇଥିଲେ । ଫଳରେ କ୍ରିପ୍‌ସଙ୍କ ପ୍ରସ୍ତାବ ଭାରତୀୟମାନଙ୍କଦ୍ଵାରା ଗୃହୀତ ହେଲାନାହିଁ । ଦ୍ଵିତୀୟତଃ, ଜାପାନ ବର୍ମା ଅଧିକାର କରିବା ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ଶରଣାର୍ଥୀମାନେ ଇଂରେଜମାନଙ୍କର ଅତ୍ୟାଚାର ସମ୍ପର୍କରେ ବର୍ଣ୍ଣନା କରିଥିଲେ ଯାହା ବହୁ ନେତାଙ୍କୁ ବିଚଳିତ କରିଥିଲା ।

ତେଣୁ ଇଂରେଜମାନଙ୍କୁ ଭାରତରୁ ତଡ଼ିବାର ଉପଯୁକ୍ତ ସମୟ ଆସିଯାଇଛି ବୋଲି କଂଗ୍ରେସ ଉପଲବ୍‌ଧ୍ଵ କରିଥିଲା । ତୃତୀୟତଃ, ସମ୍ଭାବ୍ୟ ଜାପାନ ଆକ୍ରମଣର ଭୟ ଭାରତୀୟମାନଙ୍କୁ ଲାଗିଥିଲା । ଇଂରେଜମାନଙ୍କୁ ସିଙ୍ଗାପୁର, ମାଳୟ ଏବଂ ବର୍ମାରେ ପରାସ୍ତ କରିବା ପରେ କାଳେ ଭାରତଆଡ଼କୁ ଜାପାନ ମାଡ଼ିଆସିବ, ଏଥ‌ିପାଇଁ ଭାରତୀୟମାନେ ଇଂରେଜମାନଙ୍କୁ ଭାରତରୁ ତଡ଼ିବାପାଇଁ କଂଗ୍ରେସ ନେତାମାନେ ଚାହିଁଥିଲେ । ଏହିସବୁ କାରଣପାଇଁ ଭାରତଛାଡ଼ ଆନ୍ଦୋଳନର ଉତ୍ପତ୍ତି ଘଟିଥିଲା ।

ଭାରତଛାଡ଼ ପ୍ରସ୍ତାବ– ୮ ଅଗଷ୍ଟ ୧୯୪୨ରେ ଭାରତୀୟ ଜାତୀୟ କଂଗ୍ରେସର ବମ୍ବେ ଅଧିବେଶନରେ ମହାତ୍ମା ଜଳିଉଠିଲା । ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ତେଣୁ କଂଗ୍ରେସ ଜଳି ଉଠିଲା । ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ତେଣୁ କଂଗ୍ରେସ ଅଧିବେଶନରେ ସେହି ପ୍ରସ୍ତାବ ଗୃହୀତ ହେବାର ଅଳ୍ପ କେଇଘଣ୍ଟା ପରେ ଅଗଷ୍ଟ ୯ ତାରିଖ ପ୍ରତ୍ୟୁଷରେ ଗାନ୍ଧିଜୀ, ଜବାହରଲାଲ ନେହେରୁ, ଆଜାଦ୍ କୃପାଳିନୀ ପ୍ରମୁଖ ତୁଙ୍ଗ ନେତାଙ୍କୁ ଗିରଫକରି ନିଆଗଲା । କଂଗ୍ରେସକୁ ବେଆଇନ ଘୋଷଣା କରାଗଲା ଏବଂ ଦେଶସାରା ସବୁ କଂଗ୍ରେସ କର୍ମୀଙ୍କୁ ଜେଲରେ ଭର୍ତ୍ତି କରିଦିଆଗଲା । ସରକାରଙ୍କ ଏଭଳି ଆଚରଣରେ ଜନସାଧାରଣ କ୍ଷୁବ୍‌ଧ ହୋଇ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ନେଲେ । ଫଳରେ ଭାରତଛାଡ଼ ଆନ୍ଦୋଳନକ୍ଷିପ୍ରଗତିରେ ଆଗେଇ ଚାଲିଲା | କାର୍ଯ୍ୟପନ୍ଥା– ଏହି ଆନ୍ଦୋଳନ ସମୟରେ କଂଗ୍ରେସ ନିମ୍ନ କାର୍ଯ୍ୟପନ୍ଥାମାନ ଗ୍ରହଣ କରିଥିଲା ।

  • କୃଷକମାନେ ଜମିକର ଦେବେନାହିଁ ଓ ଅନ୍ୟାନ୍ୟ ଟିକସ ପ୍ରଚଳନ ବନ୍ଦ ରହିବ ।
  • ଇଂରେଜ କର୍ମଚାରୀଙ୍କୁ ଖାଦ୍ୟଦ୍ରବ୍ୟ ବିକ୍ରି କରିବେ ନାହିଁ ।
  • କାଗଜ ନୋଟ୍ ଗ୍ରହଣ କରାଯିବ ନାହିଁ ।
  • ରାସ୍ତା, ଟେଲିଗ୍ରାଫ ଲାଇନ୍ ଓ ରେଳଧାରଣା ବିପର୍ଯ୍ୟସ୍ତ କରିଦିଆଯିବ ।
  • ସ୍କୁଲ, କଲେଜ, କୋର୍ଟ ଆଦି ବର୍ଜନ କରାଯିବ ।
  • ପୋଲିସ୍ ଥାନା, କୋର୍ଟ ଓ ଜେଲ ଭାରତୀୟମାନଙ୍କ ଅକ୍ତିଆରକୁ ନିଆଯିବ ।
  • ପଞ୍ଚାୟତ ସ୍ତରରେ ଶାନ୍ତି ବାହିନୀ ଗଠନ କରାଯିବ ।
  • ଅହିଂସା ମାର୍ଗରେ ଆନ୍ଦୋଳନକୁ ଚାଲୁ ରଖାଯିବ ।

ଉପରୋକ୍ତ କାର୍ଯ୍ୟମାନ ଦେଶର ସର୍ବତ୍ର ପାଳନ କରିବାପାଇଁ କର୍ମୀମାନେ ଉଦ୍ୟମ କଲେ । ସମଗ୍ର ଦେଶରେ ବିଦ୍ରୋହର ବହ୍ନି ଜଳିଉଠିଲା । ସଭା ଓ ଶୋଭାଯାତ୍ରାରେ ଦେଶ ପ୍ରକମ୍ପିତ ହେଲା । ସହରମାନଙ୍କର ଜୀବନଯାତ୍ରା ଅଚଳ ହୋଇପଡ଼ିଲା; ମାତ୍ର ସରକାରଙ୍କ ଦମନଲୀଳା ଆଗରେ ଆନ୍ଦୋଳନ ବେଶୀଦିନ ବଞ୍ଚୁପାରିଲା ନାହିଁ । ସରକାର ଜନତାଙ୍କ ଉପରେ ଆଖୁବୁଜା ଗୁଳିଚାଳନା, ଲାଠିଚାଳନା ଓ ବୋମାବର୍ଷଣ କଲେ । ଅନେକ ଗ୍ରାମ ଜାଳିଦେଲେ ଓ ସ୍ତ୍ରୀଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଲେ । ସରକାରୀ ହିସାବ ଅନୁସାରେ ଏହି ଆନ୍ଦୋଳନରେ ୬୦ ହଜାରରୁ ଅଧ‌ିକ ଲୋକ ଗିରଫ ହୋଇଥିଲେ, ଏକହଜାର ଲୋକ ଗୁଳିକାଣ୍ଡରେ ପ୍ରାଣ ହରାଇଥିଲେ ଏବଂ ଦୁଇହଜାର ଲୋକ ଆହତ ହୋଇଥିଲେ ।

ଗାନ୍ଧିଜୀ ଜେଲରେ ୧୯୪୩ ଖ୍ରୀ.ଅ.ରେ ଏହାର ପ୍ରତିବାଦ କରି ୨୧ ଦିନ ଅନଶନ ପାଳନ କଲେ । ମାତ୍ର ସରକାର ଗାନ୍ଧିଜୀଙ୍କ ପ୍ରତି କୌଣସି ଉଦାରତା ଦେଖାଇ ନଥିଲେ । ସୌଭାଗ୍ୟବଶତଃ ତାଙ୍କର ଅନଶନ ସଫଳ ହୋଇଥିଲା । ଏହି ଆନ୍ଦୋଳନରେ ମୁସ୍‌ଲିମ୍ ଲିଗ୍ ଜିନ୍ନା ଅଂଶଗ୍ରହଣ କରିନଥିଲେ । ଫଳାଫଳ” ଏହି ଆନ୍ଦୋଳନର ଫଳାଫଳ ସୁଦୂରପ୍ରସାରୀ ଥିଲା । ପ୍ରଥମତଃ, ଏହି ଆନ୍ଦୋଳନ ଭାରତୀୟମାନଙ୍କୁ ସାହସୀ କରିଦେଇଥିଲା । ଗାନ୍ଧିଜୀଙ୍କ ବାଣୀ– ‘କର ବା ମର’ (Do or Die) ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରିଥିଲା ଅପୂର୍ବ ପ୍ରେରଣା । ତେଣୁ ସେମାନେ ଇଂରେଜ ସରକାରର ଗୁଳି, ଲାଠିମାଡ଼ ଆଦିକୁ ଭୂକ୍ଷେପ କରିନଥିଲେ । ଦ୍ଵିତୀୟତଃ, ଏହି ଆନ୍ଦୋଳନ ଇଂରେଜ ସରକାରଙ୍କ ଆଖ୍ ଖୋଲି ଦେଇଥିଲା । ସେମାନେ ଉପଲବ୍‌ କଲେ ଯେ ଭୟ ମାଧ୍ୟମରେ ଆଉ ଭାରତୀୟମାନଙ୍କୁ ଶାସନ କରିହେବ ନାହିଁ । ତେଣୁ ଭାରତରେ ବିକଳ୍ପ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନପାଇଁ ସେମାନେ ଚିନ୍ତା କରିବାକୁ ଲାଗିଲେ । ପରିଶେଷରେ ଏହି ଆନ୍ଦୋଳନ ମହାତ୍ମା ଗାନ୍ଧିଙ୍କର ଭାବମୂର୍ତ୍ତିକୁ ବଳିଷ୍ଠଭାବରେ ପ୍ରତିଷ୍ଠିତ କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

ଆନ୍ଦୋଳନ । ସ୍ଵାଧୀନତା ପ୍ରାପ୍ତି ପାଇଁ ଏହା ଭାରତୀୟମାନଙ୍କ ମନରେ ନୂତନ ଉନ୍ମାଦନା ସୃଷ୍ଟି କରିଥିଲା । ବ୍ରିଟିଶ ସାମ୍ରାଜ୍ୟର ଗୌରବ-ରବିକୁ ଭାରତବର୍ଷରୁ ଅସ୍ତମିତ କରିବାପାଇଁ ଆବାହନୀ ସଙ୍ଗୀତ ଗାଇଥିଲା ଭାରତଛାଡ଼ ଆନ୍ଦୋଳନ । ୧୯୪୨ ଅଗଷ୍ଟ, ବିପ୍ଳବ ଦବିଗଲା ସତ, ମାତ୍ର ଏହାପରେ ଭାରତଛାଡ଼ ଧ୍ଵନି କଂଗ୍ରେସର ମୂଳମନ୍ତ୍ର ହୋଇ ରହିଗଲା । ଜୟପ୍ରକାଶ ନାରାୟଣଙ୍କ ଭାଷାରେ, ‘ଫରାସୀ ବିପ୍ଳବ ଓ ରୁଷ୍ ବିପ୍ଳବ ସେମାନଙ୍କ ଦେଶର ଇତିହାସରେ ଯେଉଁ ସ୍ଥାନ ଅଧିକାର କରିଅଛି, ୧୯୪୨ର ବିପ୍ଳବକୁ ଆମ ଦେଶ ଇତିହାସରେ ସେହି ସ୍ଥାନ ଦିଆଯାଇପାରେ ।’’