BSE Odisha 10th Class Life Science Solutions Chapter 9 ଆମ ପରିବେଶ

Odisha State Board BSE Odisha 10th Class Life Science Solutions Chapter 9 ଆମ ପରିବେଶ Textbook Exercise Questions and Answers.

BSE Odisha Class 10 Life Science Solutions Chapter 9 ଆମ ପରିବେଶ

Question 1.
ପରିସଂସ୍ଥାର ଗଠନିକ ଉପାଦାନର ଏକ ବିବରଣୀ ଦିଅ ।
ଉ-

  • ପୃଥ‌ିବୀପୃଷ୍ଠରେ ‘ନଦୀ, ସମୁଦ୍ର, ହ୍ରଦ, ତୃଣଭୂମି, ଜଙ୍ଗଲ, ମରୁଭୂମି ଇତ୍ୟାଦି ବିଭିନ୍ନ ପ୍ରକାରର ପରସଂସ୍ଥା ରହିଛି । ପ୍ରତ୍ୟେକ ପରିସଂସ୍ଥା ନିମ୍ନଲିଖ୍ 4ଟି ଉପାଦାନକୁ ନେଇ ଗଠିତ ଯଥା – (a) ଅଜୈବିକ ଉପାଦାନ, (b) ଉତ୍ପାଦକ, (c) ଭକ୍ଷକ ଓ (d) ଅପଘଟକ
  • ଅଜୈବିକ ଉପାଦାନ – ପରିବେଶରେ ଥ‌ିବା ମାଟି, ପାଣି, ପବନ, ଅନ୍ୟ ମୌଳିକ ପଦାର୍ଥ ଓ ଯୌଗିକ ପଦାର୍ଥ ପରି ସମସ୍ତ ନିର୍ଜୀବ ପଦାର୍ଥକୁ ନେଇ ପରିସଂସ୍ଥାର ଅଜୈବିକ ଉପାଦାନ ଗଠିତ ହୋଇଛି । ଏହି ଉପାଦାନମାନଙ୍କୁ ମଧ୍ୟ ତିନିଭାଗରେ ବିଭକ୍ତ କରାଯାଇଛି । ଯଥା – ତାପମାତ୍ରା, ଆର୍ଦ୍ରତା ଓ ଆଲୋକ ଇତ୍ୟାଦି ଜଳବାୟୁକୁ ନିଯନ୍ତ୍ରଣ କରୁଥିବା ଡାଇକ । ଜୀବ-ଭୂତି-ରସାୟନ ଚକ୍ରରେ ଭାଗ ନେଇଥିବା ଜଳ, ଅଙ୍ଗାରକ, ଯବକ୍ଷାରଜାନ ପରି ଅଜୈବିକ ପଦାର୍ଥ, ଜୀବର ଶଣୀର ଗଠନରେ ସାହାଯ୍ୟ କରୁଥିବା ପୁଷ୍ଟିସାର, ସ୍ନେହସାର ଓ ଶ୍ଵେତସାର ଇତ୍ୟାଦି ଜୈବିକ ଓ ଅଜୈବିକ ଉପାଦାନ ମଧ୍ଯରେ ସଂଯୋଗ ସୃଷ୍ଟିକାରୀ ପଦାର୍ଥ ।
  • ଉତ୍ପାଦକ – ପରିବେଶରେ ଥ‌ିବା ସମସ୍ତ ପ୍ରକାର ସବୁଜ ଉଭିଦ, ଘାସ, ଗଛ ଇତ୍ୟାଦି ଉତ୍ପାଦକ ଅଟନ୍ତି । ଶକ୍ତିରେ ରୂପାନ୍ତରିତ କରେ । ନିଜ ଖାଦ୍ୟ ନିଜେ ତିଆରି କରୁଥିବାରୁ ସେମାନଙ୍କୁ ସ୍ଵପୋଷୀ ବା ସ୍ବଭୋଜୀ କୁହାଯାଏ ।
  • ଭକ୍ଷକ – ଭକ୍ଷକମାନଙ୍କଠାରେ ଅଜୈବିକ ଉପାଦାନରୁ ନିଜ ପାଇଁ ଖାଦ୍ୟ ତିଆରି କରିବାର କ୍ଷମତା ନାହିଁ । ପରଭୋଜୀ କୁହାଯାଏ । ଖାଦ୍ୟ ଅଭ୍ୟାସ ଅନୁସାରେ ପରଭୋଜୀମାନେ ପ୍ରାଥମିକ ଭକ୍ଷକ, ଦ୍ୱିତୀୟକ ଭକ୍ଷକ, ତୃତୀୟ ଭକ୍ଷକ ଏବଂ ଶୀର୍ଷ ଭକ୍ଷକ ହୋଇଥା’ନ୍ତି । ଉଦାହରଣ ତୃଣଭୋଜୀମାନେ ପ୍ରାଥମିକ ଭକ୍ଷକ ହୋଇଥିବାବେଳେ ତୃଣଭୋଜୀମାନଙ୍କୁ ଖାଉଥ‌ିବା ମାଂସାଶୀ ପ୍ରାଣୀ ଦ୍ବିତୀୟକ ଭକ୍ଷକ, ସେମାନଙ୍କୁ ଖାଉଥ‌ିବା ପ୍ରାଣୀ ତୃତୀୟକ ଓ ଏହି କ୍ରମରେ ଶେଷରେ ରହୁଥ‌ିବା ପ୍ରାଣୀକୁ ଶୀର୍ଷ ଭକ୍ଷକ କୁହାଯାଏ ।
  • ଅପଘଟକ- ଅପପଟକମାନେ ନିଜର ଖାଦ୍ୟପାଇଁ ମୃତହାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଉଥ‌ିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି । ଉତ୍ପାଦକ ଏବଂ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁ ପରେ ମିଶିଯାଏ । ପରିବେଶର ମୁଖ୍ୟ ଅପଘଟକମାନେ ହେଉଛନ୍ତି ବୀଜାଣୁ, କବକ ଓ କେତେକ ଆଦିପ୍ରାଣୀ ଇତ୍ୟାଦି ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ

Question 2.
ଖାଦ୍ୟ ଶୃଙ୍ଖଳ ଓ ଏହାର ମହତ୍ତ୍ଵ ଆଲୋଚନା କର ।
ଉ-

(i) ଗୋଟିଏ ପରିସଂସ୍ଥାରେ ସବୁଜ ଉଭିଦ ହେଉଛନ୍ତି ଉତ୍ପାଦକ । ତୃଣଭୋଜୀମାନେ ସବୁଜ ଉଦ୍ଭିଦ ଖାଇ ବଞ୍ଚନ୍ତି । ତୃଣଭୋଜୀମାନଙ୍କୁ ମାଂସାଶୀ ପ୍ରାଣୀମାନଙ୍କୁ ଖାଇ ବଞ୍ଚନ୍ତି । ଗୋଟିଏ ପରିସଂସ୍ଥାରେ ସବୁଜ ଉଦ୍ଭଦଠାରୁ ବିଭିନ୍ନ ଅନୁକ୍ରମରେ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀମାନଙ୍କ ବାଟଦେଇ ଖାଦ୍ୟ ଓ ଖାଦ୍ୟସ୍ଥିତ ଶକ୍ତିର ପ୍ରଭାବକୁ ଖାଦ୍ୟଶୃଙ୍ଖଳ କୁହାଯାଏ ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ 1

ଖାଦ୍ୟଶୃଙ୍ଖଳ ସବୁସମୟରେ ଗୋଟିଏ ସରଳ ରେଖାରେ ଗତିକରେ ଓ ଏଥୁରୁ ପରିସଂସ୍ଥାର ବିଭିନ୍ନ ଜୀବଙ୍କ ଭିତରେ ଥ‌ିବା ସମ୍ପର୍କର ସୂଚନା ମିଳେ ।

(ii) ଖାଦ୍ୟଶୃଙ୍ଖଳ ସାଧାରଣତଃ ନିମ୍ନୋକ୍ତ ଖାଦ୍ୟସ୍ତରକୁ ନେଇ ଗଠିତ, ଯଥା- ଉତ୍ପାଦକତାରେ ସବୁଳ ଉଦ୍ଭିଦ ପ୍ରଥମ ଖାଦ୍ୟସ୍ତର ଦଖଲ କରିଛନ୍ତି । ସବୁଜ ଉଦ୍ଭଦରୁ ସିଧାସଳଖ ଖାଦ୍ୟ ଗ୍ରହଣ କରୁଥିବା ତୃଣଭୋଜୀ ପ୍ରାଣୀମାନେ ରହିଛନ୍ତି ଦ୍ବିତୀୟ ଖାଦ୍ୟ ସ୍ତରରେ । ଏହି ପ୍ରାଣୀଙ୍କୁ ଖାଉଥ‌ିବା ମାଂସାଶୀ କ୍ରମ-1 ପ୍ରାଣୀଙ୍କ ସ୍ଥାନ ହେଉଛି ତୃତୀୟ ଖାଦ୍ୟ ସ୍ତର । ଚତୁର୍ଥ ଖାଦ୍ୟ ସ୍ତର ଦଖଲ କରିଛନ୍ତି ମାଂସାଶୀ କ୍ରମ-2 ପ୍ରାଣୀମାନେ ଏବଂ ଏମାନଙ୍କ ଖାଦ୍ୟ ହେଉଛି ମାଂସାଶୀ କ୍ରମ-1 ପ୍ରାଣୀ । ଖାଦ୍ୟ ଶୃଙ୍ଖଳର ଶେଷସ୍ତରରେ ଥ‌ିବା ପ୍ରାଣୀଙ୍କୁ ଶୀର୍ଷ ଭକ୍ଷକ କୁହାଯାଏ । ମାତ୍ର ତିନୋଟି ଖାଦ୍ୟ ସ୍ତରକୁ ନେଇ ମଧ୍ୟ ଖାଦ୍ୟ ଶୃଙ୍ଖଳ ଗଠିତ ହୋଇପାରେ ।

ଖାଦ୍ୟଶୃଙ୍ଖଳର ମହତ୍ତ୍ବ :
(iii) ଖାଦ୍ୟଶୃଙ୍ଖଳରୁ ଗୋଟିଏ ପରିସଂସ୍ଥାରେ ପ୍ରାଣୀମାନଙ୍କ ମଧ୍ୟରେ ଥିବା ଖାଦ୍ୟ ଓ ଖାଦକ ସମ୍ପର୍କ ବିଷୟରେ ଜାଣିହୁଏ । ଏହା ଖାଦ୍ୟ ଉତ୍ପାଦନ ଓ ପ୍ରବାହ ଉପରେ ନିର୍ଭର କରି ପରିସଂସ୍ଥାର ବିଭିନ୍ନ ଜୀବ ଭିତରେ ଗଢ଼ିଉଠିଥିବା ସମ୍ପର୍କର ସୂଚନା ପ୍ରଦାନ କରିଥାଏ ।
(iv) ଏହାଦ୍ଵାରା ଗୋଟିଏ ପରିସଂସ୍ଥାରେ ଘଟୁଥ୍ରେ ଘଟୁଥ‌ିବା ଶକ୍ତି ପ୍ରବାହ ସମ୍ବନ୍ଧରେ ଜାଣିହୁଏ ।
(v) ଚଳନ ବିଷୟରେ ମଧ୍ୟ ଆମେ ଜାଣିପାରିବା ଏବଂ ବିଷାକ୍ତ ପଦାର୍ଥର ଜୈବପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ କରିପାରିବା ।

Question 3.
ଜୀବମଣ୍ଡଳର ଗଠନ ଓ ଉପାଦାନ ବର୍ଣ୍ଣନା କର ।
ଉ-

  • ପୃଥ‌ିବୀପୃଷ୍ଠରେ ଥିବା ସମସ୍ତ ପ୍ରକାର ଜଳର ଉତ୍ସକୁ ଜଳମଣ୍ଡଳ କୁହାଯାଏ । ଜଳମଣ୍ଡଳରେ ସବୁ ସମୁଦ୍ର, ହିମପ୍ରବାହ, ନଦୀ, ହ୍ରଦ, ପୁଷ୍କରିଣୀ ଓ ଝରଣା ଇତ୍ୟାଦିର ଜଳସହ ଭୂତଳ ଜଳ ରହିଅଛି ।
  • ଭୂପୃଷ୍ଠର ପ୍ରାୟ 640 କି.ମି. ଉପରକୁ ବ୍ୟାପିଥିବା ଅଞ୍ଚଳକୁ ବାୟୁମଣ୍ଡଳ କୁହାଯାଏ । ବାୟୁମଣ୍ଡଳ 78.62% ଯବକ୍ଷାରଜାନ, 20.84% ଅମ୍ଳଜାନ, 0.03 ଭାଗ ଅଙ୍ଗାରକାମ୍ଳ, ଅବଶିଷ୍ଟ ଜଳୀୟବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍‌କୁ ନେଇ ଗଠିତ ।
  • ଅଶ୍ମମଣ୍ଡଳ ବା ପ୍ରସ୍ତରମଣ୍ଡଳ ପୃଥ‌ିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ମାଟି, ପଥର, ପାହାଡ଼, ପର୍ବତ ଇତ୍ୟାଦିକୁ ନେଇ ଗଠିତ । ଜୀବମଣ୍ଡଳର ଅର୍ଥ କେବଳ ଜୀବମାନଙ୍କର ସମଷ୍ଟି ନୁହେଁ, ବରଂ ଏହା ସମଗ୍ର ଜୀବଜଗତ ଓ ଏଥୁସହିତ ସଂଶ୍ଳିଷ୍ଟ ପରିବେଶକୁ ମଧ୍ୟ ବୁଝାଏ । ପୃଥ‌ିବୀର ସମସ୍ତ ପରିସଂସ୍ଥାକୁ ନେଇ ଏହା ଗଠିତ ହୋଇଥାଏ ।
  • ଏହା ସୌରଶକ୍ତି ଦ୍ଵାରା ପରିଚାଳିତ ଏବଂ ଆତ୍ମନିୟନ୍ତ୍ରଣକ୍ଷମ ଏକ ପ୍ରାକୃତିକ ସଂସ୍ଥା ଅଟେ । ଏହାକୁ ପୃଥ‌ିବୀର ସବୁଠାରୁ ବଡ଼ ପରିସଂସ୍ଥା ଭାବେ ଗ୍ରହଣ କରାଯାଇପାରିବ ।
  • ଏହା ଜୈବ ସଙ୍ଗଠନର ସର୍ବୋଚ୍ଚ ସ୍ତର ଅଟେ । ଏହାର ମୁଖ୍ୟ ଉପାଦାନ ହେଉଛି – ସମସ୍ତ ଜୀବଙ୍କ ସମଷ୍ଟି, ବାୟୁମଣ୍ଡଳ, ଜଳମଣ୍ଡଳ, ଅଶ୍ମମଣ୍ଡଳ ଏବଂ ଜୀବମାନଙ୍କଠାରୁ ଜାତ ପଦାର୍ଥ ତଥା ଜୈବିକ ଚକ୍ର ସୃଷ୍ଟି କରୁଥିବା ସବୁ ପଦାର୍ଥ ।
  • ଫେରନ୍ତାସଙ୍କେତ ବ୍ୟବସ୍ଥାଦ୍ଵାରା ଏହା ସମସ୍ଥିତି ବଜାୟ ରଖୁଥାଏ ।

Question 4.
‘ପରିସଂସ୍ଥାରେ ଶକ୍ତିର ପ୍ରବାହ ଏକତରଫା’ – ଆଲୋଚନା କର ।
ଉ-

  • ପରିସଂସ୍ଥାରେ ଶକ୍ତିର ପ୍ରବାହ ସୂର୍ଯ୍ୟଙ୍କଠାରୁ ଆରମ୍ଭ ହୋଇ ଉତ୍ପାଦକ, ତୃଣଭୋଜୀ, ମାଂସାଶୀ କ୍ରମ-1 ଓ 2 ତଥା ଶୀର୍ଷଭକ୍ଷକ ଠାରେ ଖାଦ୍ୟ ଜରିଆରେ ପହଞ୍ଚିଥାଏ ।
  • ଯେକୌଣସି ପରିସଂସ୍ଥାରେ ଶକ୍ତିର ପ୍ରବାହ ସୂର୍ଯ୍ୟଙ୍କଠାରୁ ସ୍ଵପୋଷୀ ଏବଂ ତା’ପରେ ସମସ୍ତ ଭକ୍ଷକ ଓ ଅପଘଟକମାନଙ୍କ ଭିତରେ ସିଧାସଳଖ ଏକ ଦିଗରେ ହୋଇଥାଏ । ତେଣୁ ଶକ୍ତିର ପ୍ରବାହ ଅଣଚକ୍ରାକାର ବା
  • ଆର୍.ଏଲ୍.ଲିଣ୍ଡେମାନ୍ ନାମକ ଜଣେ ପରିବେଶବିତ୍ 1942 ମସିହାରେ ବିଭିନ୍ନ ପୋଷକସ୍ତରରେ ମିଳୁଥିବା ଶକ୍ତିର ପରିମାଣକୁ ଅଧ୍ୟୟନ କରି ‘10% ନିୟମ’ ପ୍ରଣୟନ କରିଥିଲେ । ଉଦାହରଣ : ଯଦି ଗୋଟିଏ ପରିସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 100 କ୍ୟାଲୋରୀ ହୁଏ, ତେବେ ତୃଣଭୋଜୀ ସ୍ତରରେ ଶକ୍ତିର ପରିମାଣ 10 କ୍ୟାଲୋରୀ ହେବ ।
  • ସେହିପରି ମାଂସାଶୀକ୍ରମ ସ୍ତର- 1 ଠାରେ 1 କ୍ୟାଲୋରୀ ଶକ୍ତି ମିଳିବ ଓ ମାଂସାଶୀ ସ୍ତର-2ଠାରେ ମାତ୍ର 0.1 କ୍ୟାଲୋରୀ ଶକ୍ତି ମିଳିବ ।
  • ସୁତରାଂ ପରିବେଶରେ ତୃଣଭୋଜୀ ସ୍ତରରେ ସବୁଠାରୁ ଅଧ‌ିକ ଶକ୍ତି ମିଳିଥାଏ ଏବଂ ଶେଷସ୍ତରଠାରେ ସବୁଠାରୁ କମ୍ ଶକ୍ତି ମିଳିଥାଏ ।

Question 5.
ଅମ୍ଳଜାନଚକ୍ର ବିଷୟରେ ଆଲୋଚନା କର ।
ଉ-
ଅମ୍ଳଜାନ ଚକ୍ର : ଅମ୍ଳଜାନ ବାୟୁମଣ୍ଡଳରେ ୨୧ ଭାଗ ଥାଏ । ଜଳରେ ଦ୍ରବୀଭୂତ ହୋଇଥାଏ । ବିଭିନ୍ନ ପଦାର୍ଥ ଯଥା- ସଲଫର ଡାଇଅକ୍ ସାଇଡ଼୍ ନାଇଟ୍ରୋଜେନ୍ ଅକ୍‌ସାଇଡ଼, ଅଙ୍ଗାରକାମ୍ଳ ଓ କାର୍ବନ ମନୋଅକ୍‌ସାଇଡ୍ ଇତ୍ୟାଦି ବାୟୁ ମଣ୍ଡଳରେ ଥାଏ । ନାଇଟ୍ରେଟ୍, ଯବକ୍ଷାର ସହ ମିଶି ଜଳ ଓ ମୃତ୍ତିକାରେ ରହି ଥାଏ । ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, DNA, RNA ବିଭିନ୍ନ ପରିମାଣରେ ଥାଏ ।

  • ଶ୍ଵାସନ ଓ ଅପଘଟନ ପ୍ରକ୍ରିୟାରେ ଜୀବ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ଛାଡ଼େ ।
  • ଅଣୁଜୀବମାନେ ମୃତ ଶରୀରର ଅପଘଟନ କଳାନ୍ତି ।
  • ଉଭିଦ ଅଙ୍ଗାରକାମ୍ଳ ନେଇ ଆଲୋକଶ୍ଳେଷଣରେ ଶର୍କରା ପ୍ରସ୍ତୁତି କରେ ଓ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼େ । ଅଙ୍ଗାରକର ମାଟି, ଜଳ, ବାୟୁମଣ୍ଡଳ ଓ ଜୀବଶରୀର ମାଧ୍ୟମରେ ଚକ୍ରାକାର ପ୍ରବାହ ପ୍ରକ୍ରିୟା ବର୍ଣ୍ଣନ କର ।

ଅବସ୍ଥାରେ ଦେଖିବାକୁ ମିଳେ । ଏହି ଗ୍ୟାସ୍ ମାଟିରେ ଅପଘଟିତ ଜୈବ ଅଙ୍ଗାରକ ଭାବରେ ଥାଏ । ଖଣିଜ ତୈଳ, କୋଇଲା, ଗ୍ରାଫାଇଟ୍ ଓ ହୀରାରେ ଜୀବମଣ୍ଡଳ ଓ ଜୀବ ମଣ୍ଡଳରୁ ଜଳ, ମାଟି ଓ ପୁଣି ବାୟୁମଣ୍ଡଳକୁ ଯାତାୟତ କରିଥାଏ । ଏହି ପ୍ରକ୍ରିୟାକୁ ଅଙ୍ଗାରକଚକ୍ର କୁହାଯାଏ ।

6. ଅଙ୍ଗାରକର ମାଟି, ଜଳ, ବାୟୁମଣ୍ଡଳ ଓ ଜୀବଶରୀର ମାଧ୍ୟମରେ ଚକ୍ରାକାର ପ୍ରବାହ ପ୍ରକ୍ରିୟା ବଣ୍ଡନ କର ।
ଉ-
ଅପଘଟିତ ଜୈବ ଅଙ୍ଗାରକ ଭାବରେ ଥାଏ । ଖଣିଜ ତୈଳ, କୋଇଲା, ଗ୍ରାଫାଇଟ୍ ଓ ହୀରାରେ କାର୍ବୋନେଟ୍ ପଥରରେ ଜମିଥାଏ । ବାୟୁମଣ୍ଡଳରୁ ଜୀବମଣ୍ଡଳ ଓ ଜୀବ ମଣ୍ଡଳରୁ ଜଳ, ମାଟି ଓ ପୁଣି ବାୟୁମଣ୍ଡଳକୁ ଯାତାୟତ କରିଥାଏ । ଏହି ପ୍ରକ୍ରିୟାକୁ

BSE Odisha 10th Class Life Science Solutions Chapter 9 ଆମ ପରିବେଶ 3

BSE Odisha 10th Class Life Science Solutions Chapter 9 ଆମ ପରିବେଶ

Question 7.
ସଂକ୍ଷେପରେ ଉତ୍ତର ଦିଅ ।
(କ) ପରିସଂସ୍ଥାରେ ଅପଘଟକଙ୍କର ଭୂମିକା କ’ଣ ?
ଉ-

  • ଅପଘଟକମାନେ ନିଜର ଖାଦ୍ୟପାଇଁ ମୃତପ୍ରାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଉଥ‌ିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି । ଉତ୍ପାଦକ ଏବଂ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁ ପରେ ତାହା ଅପଘଟକମାନଙ୍କ ଦ୍ବାରା ବିଭିନ୍ନ ମୌଳିକ ଉପାଦାନରେ ପରିଣତ ହୋଇ ମାଟି ଓ ବାୟୁମଣ୍ଡଳରେ ମିଶିଯାଏ ।
  • ପରିବେଶର ମୁଖ୍ୟ ଅପଘଟକମାନେ ହେଉଛନ୍ତି ବୀଜାଣୁ, କବକ, କେତେକ ଆଦିପ୍ରାଣୀ ଇତ୍ୟାଦି ।

(ଖ) ଜୈବ ପରିବର୍ତ୍ତନ କ’ଣ ? ଏଥୋଗୁଁ ଆମର କି ଅସୁବିଧା ହେଉଛି ?
ଉ-

  • କେତେକ ବିଷାକ୍ତ ପଦାର୍ଥ ଜୀବ ଶରୀର ମଧ୍ୟରେ ସହଜରେ କ୍ଷୟ ହୁଏନାହିଁ । ତେଣୁ ଏହିସବୁ ବିଷାକ୍ତ ପଦାର୍ଥ ରେଚନ କ୍ରିୟାଦ୍ଵାରା ପ୍ରାଣୀ ଶରୀରରୁ ନିଷ୍କାସିତ ହୋଇପାରେ ନାହିଁ । ଶରୀରର କୋଷମାନଙ୍କ ମଧ୍ୟରେ ଏହା ଜମା ହୋଇ ରହେ ଓ ପ୍ରାଣୀର ସହନ ଶକ୍ତିର ବାହାରକୁ ଚାଲିଗଲେ ଶରୀର ଭିତରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ସୁତରାଂ ବିଷାକ୍ତ ପଦାର୍ଥର କ୍ରମାଗତ ବୃଦ୍ଧିକୁ ଜୈବ ପରିବର୍ତ୍ତନ କୁହାଯାଏ ।
  • ଜୈବ ପରିବର୍ଦ୍ଧନଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାର କୀଟନାଶକ ବଦ୍ଧିତ ପରିମାଣରେ ଜମା ହେଉଛି ଓ ବିଭିନ୍ନ ରୋଗରେ ଆମେ ଆକ୍ରାନ୍ତ ହେଉଛୁ ।

(ଗ) ଖାଦ୍ୟଜାଲି କହିଲେ କ’ଣ ବୁଝ ?
ଉ-

  • ପରିବେଶରେ ଗୋଟିଏ ପ୍ରକାର ଖାଦ୍ୟକୁ ଅନେକ ପ୍ରକାର ପ୍ରାଣୀ ଖାଆନ୍ତି, ଉଦାହରଣ – ଘାସକୁ ଝିଣ୍ଟିକା, ଠେକୁଆ, ହରିଣ ଖାଇ ବଞ୍ଚନ୍ତି । ଅନ୍ୟ ପକ୍ଷରେ ଗୋଟିଏ ଖାଦକ (ପ୍ରାଣୀ) କେବଳ ଗୋଟିଏ ପ୍ରକାର ଖାଦ୍ୟ ଉପରେ ନିର୍ଭର ନ କରି ଅନେକ ପ୍ରକାର ଖାଦ୍ୟ ଖାଇ ବଞ୍ଚେ । ଉଦାହରଣ ମଣିଷ ତୃଣଭୋଜୀ ହୋଇପାରେ, ମାଂସାଶୀ (C1) ହୋଇପାରେ ବା ସର୍ବଭୋଜୀ ମଧ୍ୟ ହୋଇପାରେ ।
  • ପରିବେଶରେ ଗୋଟିଏ ଜୀବ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ବଞ୍ଚେ ଏବଂ ସେହି ପ୍ରାଣୀକୁ ଅନ୍ୟ ପ୍ରାଣୀମାନେ ଖାଦ୍ୟସାରେ ବ୍ୟବହାର କରିଛି । ତେଣୁ ପରିବେଶରେ ପ୍ରାଣୀମାନଙ୍କ ମଧ୍ୟରେ ଖାବ୍ୟସମ୍ପର୍କ ଗୋଟିଏ ସରଳରେଖା ପରି ନହୋଇ ଏକ ଗଛର ଶାଖା ପ୍ରଶାଖା ପରି ଛନ୍ଦି ହୋଇ ଖାଦ୍ୟଜାଲି ସୃଷ୍ଟି କରିଥାଏ ।

(ଘ) ଇକୋଲୋଜିକାଲ ପିରାମିଡ୍ କ’ଣ ? ଏହା କି କି ପ୍ରକାରର ?
ଉ-

  • ଚାରଲସ୍ ଏଲ୍‌ଟନ୍‌ 1927 ମସିହାରେ ଦର୍ଶାଇଥିଲେ ଯେ, ପରିସଂସ୍ଥାରେ ଉତ୍ପାଦକମାନଙ୍କ ସଂଖ୍ୟା ସବୁଠାରୁ ଅଧିକ ଏବଂ ତୃତୀୟକ ଭକ୍ଷକ ତଥା ଶୀର୍ଷ ଭକ୍ଷକଙ୍କ ସଂଖ୍ୟା ସବୁଠାରୁ କମ୍ ।
  • ଉତ୍ପାଦକ ସ୍ତରଠାରୁ ତୃତୀୟକ ଭକ୍ଷକ ସ୍ତର ପର୍ଯ୍ୟନ୍ତ ଜୀବମାନଙ୍କସଂଖ୍ୟା କ୍ରମାଗତଭାବେ କମିକମି ଯାଏ । ସଂଖ୍ୟା ଅନୁସାରେ ଏମାନଙ୍କୁ ସଜାଇ ରଖିଲେ ଏହା ଏକ ପିରାମିଡ଼ ପରି ଦେଖାଯିବ । ଏହାକୁ ସଂଖ୍ୟା ପିରାମିଡ୍ କୁହାଯାଏ ।
  • ଜୀବମାନଙ୍କ ଜୈବିକ ବସ୍ତୁତ୍ୱ ଉତ୍ପାଦକ ସ୍ତରଠାରୁ କ୍ରମାଗତ ଭାବେ କମିଯାଏ ।
  • ଶକ୍ତିର ପ୍ରବାହରେ ମଧ୍ଯ ପ୍ରତ୍ୟେକ ସ୍ତରରେ ପୂର୍ବବର୍ତ୍ତୀ ସ୍ତର ତୁଳନାରେ କମ୍ ଶକ୍ତି ଉପଲବ୍ଧ ହୋଇଥାଏ ଏହି ଦୁଇ ଅବସ୍ଥାକୁ ବିଚାରକୁ ନେଇ ଗଠନ କରାଯାଇଥିବା ପିରାମିଡ଼କୁ ଯଥାକ୍ରମେ ଜୈବିକ ବସ୍ତୁତ୍ବ ପିରାମିଡ୍ ଓ ଶକ୍ତି ପିରାମିଡ୍ ଗଠିତ ହୋଇଥାଏ ।

(ଙ) ପରିସଂସ୍ଥାରେ ସମସ୍ଥିତି କିପରି ସମ୍ଭବ ହୁଏ ?
ଉ-

  • ପରିବର୍ତ୍ତନଶୀଳ ବାହ୍ୟ ପରିବେଶରେ ସଫଳଭାବେ ବଞ୍ଚିରହିବାପାଇଁ ଜୀବମାନେ ନିଜ ଶରୀରର ଅନ୍ତଃପରିବେଶକୁ ସ୍ଥିର ରଖୁବାକୁ ଚେଷ୍ଟା କରନ୍ତି । ଅଧିକ ଗରମ ହେଲେ ଆମ ଦେହରୁ ଝାଳ ବାହାରି ଆମ ଶରୀରକୁ ଥଣ୍ଡାକରେ। ଅତ୍ୟର୍ଥକ ଶୀତ ପ୍ରକୋପରୁ ରକ୍ଷାପାଇବାପାଇଁ ଲୋମଟାଙ୍କୁରି ଉଠେ ବା ଶରୀର ଥରିବାକୁ ଆରମ୍ଭ କରେ । ଜୀବ ନିଜ ଶରୀର ମଧ୍ୟରେ ଥ‌ିବା ନିର୍ଦ୍ଦିଷ୍ଟ ନିୟନ୍ତ୍ରଣ ପ୍ରକ୍ରିୟା ଦ୍ବାରା ଦେହ ଭିତର ପରିବେଶରେ ସମସ୍ଥିତି ରକ୍ଷା କରିପାରେ ।
  • ଗୋଟିଏ ପରିସଂସ୍ଥାରେ ସମସ୍ଥିତି ରକ୍ଷାପାଇଁ ତହିଁରେ ଥ‌ିବା ଉପାଦାନମାନେ ପରସ୍ପର ମଧ୍ୟରେ ସନ୍ତୁଳନ ରକ୍ଷା କରି କାର୍ଯ୍ୟକରନ୍ତି । ଯଦି କୌଣସି କାରଣରୁ ସମସ୍ଥିତି ଦୁର୍ବଳ ହୁଏ ବା ଏଥ‌ିରେ ବ୍ୟାଘାତ ସୃଷ୍ଟିହୁଏ, ତେବେ ପରିସଂସ୍ଥାର ଭାରସାମ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ପରିସଂସ୍ଥାର ସଫଳ କାର୍ଯ୍ୟକାରିତାପାଇଁ ସମସ୍ଥିତି ଏକାନ୍ତ ଆବଶ୍ୟକ ।

(ଚ) ଦଶ ପ୍ରତିଶତ ନିୟମ ବୁଝାଅ ।
ଉ-

  • ଆର୍.ଏଲ୍.ଲିଣ୍ଡେମାନ୍ ନାମକ ଜଣେ ପରିବେଶବିତ୍ 1942 ମସିହାରେ ବିଭିନ୍ନ ପୋଷକସ୍ତରରେ ମିଳୁଥିବା ଶକ୍ତିର ପରିମାଣକୁ ଅଧ୍ୟୟନ କରି ‘10% ନିୟମ’ ପ୍ରଣୟନ କରିଥିଲେ ଉଦାହରଣ : ଯଦି ଗୋଟିଏ ପରିସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 100 କ୍ୟାଲୋରି ହୁଏ, ତେବେ ତୃଣଭୋଜୀ ସ୍ତରରେ ଶକ୍ତିର ପରିମାଣ 10 କ୍ୟାଲୋରି ହେବ ।
  • ସେହିପରି ମାଂସାଶୀକ୍ରମ ସ୍ତର – 1 ଠାରେ l କ୍ୟାଲୋରି ଶକ୍ତି ମିଳିବ ଓ ମାଂସାଶୀ ସ୍ତର-2 ଠାରେ ମାତ୍ର 0.1 କ୍ୟାଲୋରି ଶକ୍ତି ମିଳିବ । ଏଥୁରୁ ଆମେ ଜାଣିଲୁ ପରିବେଶରେ ତୃଣଭୋଜୀ ସ୍ତରରେ ସବୁଠାରୁ ଅଧିକ ଶକ୍ତି ମିଳିଥାଏ ଏବଂ ଶେଷସ୍ତରଠାରେ ସବୁଠାରୁ କମ୍ ଶକ୍ତି ମିଳିଥାଏ ।

(ଛ) ‘ପରିସଂସ୍ଥା’ କହିଲେ କ’ଣ ବୁଝ ?
ଉ-

  • ଗୋଟିଏ ଅଞ୍ଚଳରେ ବାସକରୁଥିବା ସମସ୍ତ ସଜୀବ (ଉଦ୍ଭଦ, ପ୍ରାଣୀ, ଅଣୁଜୀବ) ଓ ନିର୍ଜୀବ ବସ୍ତୁ (ମାଟି, ପାଣି, ପବନ)କୁ ନେଇ ପରିସଂସ୍ଥା ଗଠିତ ହୋଇଥାଏ । ଏହା ପ୍ରକୃତିର ଏକ ଗାଠନିକ ଓ କ୍ରିୟାତ୍ମକ ଏକକ ।
  • ଜୀବମଣ୍ଡଳରେ ଅନେକ ପ୍ରକାର ପରିସଂସ୍ଥା ରହିଛି, ଯଥା- ଜଙ୍ଗଲ ପରିସଂସ୍ଥା, ତୃଣଭୂମି ପରିସଂସ୍ଥା, ମରୁଭୂମି ପରିସଂସ୍ଥା, ପୁଷ୍କରିଣୀ ପରିସଂସ୍ଥା, ନଦୀ ପରିସଂସ୍ଥା ଓ ସମୁଦ୍ର ପରିସଂସ୍ଥା । ‘ଇକୋସିଷ୍ଟମ’ ଶବ୍ଦର ବ୍ୟବହାର ପ୍ରଥମେ 1935 ମସିହାରେ ଏ.ଜି.ଟାନ୍‌ସ୍‌ଲେ କରିଥିଲେ ।

Question 8.
ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
(କ) ଜୈବ-ଅବନମିତଅକ୍ଷମ ବର୍ଜ୍ୟ
ଉ-

  • ବଡ଼ବଡ଼ ସହରମାନଙ୍କରୁ ବାହାରୁଥିବା ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ, ପାରଦ ଓ ଅନ୍ୟ ରାସାୟନିକ ପଦାର୍ଥ, ଧାତୁନିର୍ମିତ ପଦାର୍ଥ ଆଦି ଜୈବ-ଅବନମିତକ୍ଷମ ପଦାର୍ଥ ଅଟନ୍ତି ।
  • ପରିବେଶରେ ଅଣୁଜୀବଙ୍କଦ୍ବାରା ଏହାର ଅପଘଟନ ହୁଏ ନାହିଁ । ଏଗୁଡ଼ିକ ପରିବେଶରେ ଜମାହୋଇ ରହନ୍ତି ।
  • ଏ ଭିତରୁ କିଛି ଖାଦ୍ୟଶୃଙ୍ଖଳ ମାଧ୍ୟମରେ ଜୀବମାନଙ୍କ ଶରୀରରେ ପ୍ରବେଶ କରି ଜୈବପରିବର୍ତ୍ତନ କରାନ୍ତି । ଏହାର ପ୍ରଭାବରେ ମଣିଷ ଓ ଗୃହପାଳିତ ପଶୁ ବହୁରୋଗରେ ଆକ୍ରାନ୍ତ ହେଲେଣି ।

(ଖ) ଜୈବ ଅବନମିତକ୍ଷମ ବର୍ଜ୍ୟ
ଉ-

  • ସମସ୍ୟା ସୃଷ୍ଟି କଲାଣି । କାରଣ ସବୁପ୍ରକାର ବର୍ଜ୍ୟବସ୍ତୁକୁ କ୍ଷୟ କରିବାର କ୍ଷମତା ପରିବେଶର ନାହିଁ । ପନିପରିବା, ଫଳମୂଳ, ପତ୍ର, କାଗଜ, କାଠ ଇତ୍ୟାଦି ଜୈବ ପଦାର୍ଥ ଜୈବ ଅବନମିତକ୍ଷମ ।
  • ଏହିସବୁ ଜୈବ ପଦାର୍ଥ ପରିବେଶରେ ଅପଘଟିତ ହୋଇ ମାଟିରେ ମିଶେ । କିନ୍ତୁ ବର୍ଜ୍ୟର ସୁପରିଚାଳନା ନହେବା ଦ୍ଵାରା ଏହା ବହୁଳ ପରିମାଣରେ ପରିବେଶରେ ଜମା ହୋଇ ରହୁଛି । ବର୍ଷାଦିନେ ଏହା ପଚି ବାୟୁ ଓ ଭୂପୃଷ୍ଠଜଳ ପ୍ରଦୂଷଣ ସହିତ ଭୂତଳ ଜଳ ପ୍ରଦୂଷଣର ମଧ୍ଯ କାରଣ ହୋଇପଡୁଛି ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ

(ଗ) କଳ୍ପବୃକ୍ଷ
ଉ-

  • ଦିଲ୍ଲୀ ଏବଂଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଉପରେ ଗବେଷଣା କରିବା ସହିତ ସବୁଜ ବଳୟ ସୃଷ୍ଟିପାଇଁ 1979 ମସିହାଠାରୁ ‘କଳ୍ପବୃକ୍ଷ’ ନାମକ ଏକ ସଂସ୍ଥା କାର୍ଯ୍ୟ କରୁଛି ।
  • ସଂସ୍ଥା ତରଫରୁ ସ୍କୁଲ ଛାତ୍ରମାନଙ୍କୁ ପରିବେଶ ସୁରକ୍ଷା ବିଷୟରେ ଶିକ୍ଷା ଅଞ୍ଚଳରେ ଖଣି ଉତ୍ତୋଳନ ଯୋଗୁଁ ସୃଷ୍ଟି ହେଉଥ‌ିବା ପରିବେଶ ସମସ୍ୟା ଉପରେ ଏହି ସଂସ୍ଥା କାର୍ଯ୍ୟ କରୁଛି ।

(ଘ) ଅମ୍ଳବର୍ଷା
ଉ-

  • ଦିଲ୍ଲୀ ଏବଂଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଉପରେ ଗବେଷଣା କରିବା ସହିତ ସବୁଜ ବଳୟ ସୃଷ୍ଟିପାଇଁ 1979 ମସିହାଠାରୁ ‘କଳ୍ପବୃକ୍ଷ’ ନାମକ ଏକ ସଂସ୍ଥା କାର୍ଯ୍ୟ କରୁଛି ।
  • ଏହାର ପ୍ରଭାବରେ ଜଙ୍ଗଲ, ଘାସପଡ଼ିଆ ଏବଂ ଶସ୍ୟକ୍ଷେତ୍ରର ଉତ୍ପାଦନ କ୍ଷମତା ହ୍ରାସ ପାଇଲାଣି ।

(ଙ) ସବୁଜ କୋଠରି ପ୍ରଭାବ
ଉ-

  • କୋଠରି ପ୍ରଭାବ ପରିଲକ୍ଷିତ ହେଉଛି । ଏଥୁଗୁଁ ଧୀରେ ଧୀରେ ବାୟୁମଣ୍ଡଳର ତାପମାତ୍ରା ବଢ଼ି ଏହା ବିଶ୍ଵତାପନ ବା ଗ୍ଲୋବାଲ ୱାରମିଂର କାରଣ ହେଲାଣି ।
  • ବିଶ୍ଵତାପନ ଯୋଗୁଁ ସମୁଦ୍ର ଜଳପତ୍ତନ ବଢ଼ିବାରେ ଲାଗିଛି ଏବଂ ବିଶ୍ୱ ଜଳବାୟୁରେ ଅବାଞ୍ଛିତ ପରିବର୍ତ୍ତନ ଘଟୁଛି ।

(ଚ) ଓଜୋନ୍ ଛିଦ୍ର
ଉ-

  • ଶୀତଳୀକରଣ ଯନ୍ତ୍ରରେ ବ୍ୟବହୃତ କ୍ଲୋରୋଫ୍ଲୋରୋକାର୍ବନ (CFC) ଗ୍ୟାସ ଓଜୋନ୍ ସ୍ତରରେ ଛିଦ୍ର ସୃଷ୍ଟି କଲାଣି । ଫଳରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣି ରଶ୍ମି ଏହି ଛିଦ୍ର ଦେଇ ଏବେ ପୃଥ‌ିବୀପୃଷ୍ଠରେ ସିଧାସଳଖ ପହଞ୍ଚିଲାଣି ।
  • ଏହାର ପ୍ରଭାବରେ ମନୁଷ୍ୟଙ୍କ ଦେହରେ ଚର୍ମ କର୍କଟ ରୋଗ ଓ ଆଟ୍‌ରେ ପରଳ ରୋଗ ଦେଖାଦେଉଛି ।

(ଛ) ସ୍ଥୂଳ ପୋଷକ
ଉ-

  • ଜୀବ ବଞ୍ଚିବା ଓ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ମୌଳିକ ଉପାଦାନ ଆବଶ୍ୟକ ।
  • ଜୀବ ଶରୀରପାଇଁ ଅଧୂକ ପରିମାଣରେ ଆବଶ୍ୟକ ହେଉଥ‌ିବା କାର୍ବନ, ନାଇଟ୍ରୋଜେନ୍, ଅକସିଜେନ, ହାଇଡ୍ରୋଜେନ୍, ପଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ସଲଫର ଫସଫରସ୍ ପରି ମୌଳିକ ଉପାଦାନକୁ ସ୍ଥୂଳ ପୋଷକ କୁହାଯାଏ ।

(ଜି) ସୂକ୍ଷ୍ମ ପୋଷକ
ଉ-

  • ଜୀବ ଶରୀର ପାଇଁ ଖୁବ୍ କମ୍ ପରିମାଣରେ ଆବଶ୍ୟକ ହେଉଥିବା ମୌଳିକଗୁଡ଼ିକୁ ସୂକ୍ଷ୍ମ ପୋଷକ କୁହାଯାଏ ।
  • କପର, ମାଙ୍ଗାନିଜ, ଜିଙ୍କ, ବୋରନ୍, କୋବାଲ୍ଟ, ସୋଡ଼ିୟମ ଓ ଲୌହ ଇତ୍ୟାଦି ସୂକ୍ଷ୍ମ ପୋଷକ ଅଟନ୍ତି ।

(ଝ) ଅପଘଟକ
ଉ-

  • ଅପଘଟକମାନେ ନିଜର ଖାଦ୍ୟପାଇଁ ମୃତପ୍ରାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଇଥିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି ।
  • ଉପାଦାନରେ ପରିଣତ ହୋଇ ମାଟି ଓ ବାୟୁମଣ୍ଡଳରେ ମିଶିଯାଏ ।
  • ପରିବେଶର ମୁଖ୍ୟ ଅପଘଟକମାନେ ବୀଜାଣୁ, କବକ ଓ କେତେକ ଆଦିପ୍ରାଣୀ ଅଟନ୍ତି ।

(ଞ) ପରିବେଶ ସନ୍ତୁଳନ
ଉ-
ଜୀବ ଜୀବ ଭିତରେ ତଥା ଜୀବ ଓ ପରିବେଶ ଭିତରେ ଏକ ନିବିଡ଼ ସମ୍ପର୍କ ଗଢ଼ି ଉଠିଛି ଏବଂ ପରିସଂସ୍ଥାରେ ଏକ ସୂକ୍ଷ୍ମ, ସମନ୍ବିତ ସନ୍ତୁଳନ ସମ୍ଭବ ହୋଇଛି । ଏହି ସମନ୍ବିତ ଅବସ୍ଥାକୁ ପରିବେଶ ସନ୍ତୁଳନ ବା ପ୍ରାକୃତିକ ଭାରସାମ୍ୟ କୁହାଯାଏ ।

Question 9.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଜଳମଣ୍ଡଳ କାହାକୁ କୁହାଯାଏ ?
ଭ-
ପୃଥ‌ିବୀପୃଷ୍ଠରେ ଥ‌ିବା ସମସ୍ତ ପ୍ରକାର ଜଳର ଉତ୍ସ; ଯଥା – ସମୁଦ୍ର, ନଦୀ, ହ୍ରଦ, ଝରଣା, ଭୂତଳ ଜଳ ଇତ୍ୟାଦିକୁ ଜଳମଣ୍ଡଳ କୁହାଯାଏ । ଏହା ପୃଥିବୀପୃଷ୍ଠର ସମସ୍ତ ଜଳରାଶି ଓ ଭୂତଳ ଜଳ ସମୂହକୁ ନେଇ ଗଠିତ ।

(ଖ) ଆଲୋକଶ୍ଳେଷଣରେ ସୌରଶକ୍ତି କେଉଁ ଶକ୍ତିରେ ରୂପାନ୍ତରିତ ହୋଇଥାଏ ?
ଉ-
ଆଲୋକଶ୍ଳେଷଣରେ ସୌରଶକ୍ତି ସବୁଜକଣା ଉପସ୍ଥିତିରେ ରାସାୟନିକ ଶକ୍ତିରେ ରୂପାନ୍ତରିତ ହୋଇଥାଏ ।

(ଗ) ସ୍ଵପୋଷୀ କାହାକୁ କୁହାଯାଏ ଓ କାହିଁକି ?
ଉ-
ପରିବେଶରେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରୁଥିବାରୁ ସବୁପ୍ରକାର ସବୁଜ ଉଭିଦମାନଙ୍କୁ ସ୍ଵପୋଷୀ ବା ସ୍ଵଭୋଜୀ କୁହାଯାଏ ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ

(ଘ) ତାପଗତି ବିଜ୍ଞାନର ପ୍ରଥମ ନିୟମ ଉଲ୍ଲେଖ କର ।
ଉ-
ଶକ୍ତି ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ କିନ୍ତୁ ଏହାର ବିଲୟ ଘଟେନାହିଁ କି ଏହା ସୃଷ୍ଟି ହୋଇପାରେ ନାହିଁ । ସବୁଜ ଉଦ୍ଭିଦ ଆଲୋକଶ୍ଳେଷଣ ଜରିଆରେ ସୌରଶକ୍ତିକୁ ରାସାୟନିକ ଶକ୍ତିରେ ରୂପାନ୍ତରିତ କରିବା ଏହାର ଏକ ଉଦାହରଣ ଅଟେ ।

(ଙ) ପରିସଂସ୍ଥାର ଗାଠନିକ ଉପାଦାନର ନାମ ଉଲ୍ଲେଖ କର ।
ଉ- ପ୍ରତ୍ୟେକ ପରିସଂସ୍ଥା 4ଗୋଟି ଗାଠନିକ ଉପାଦାନକୁ ନେଇ ଗଠିତ ଯଥା-

  • ଅଜୈବିକ ଉପାଦାନ,
  • ଉତ୍ପାଦକ,
  • ଭକ୍ଷକ,
  • ଅପଘଟକ

(ଚ) ବାୟୁମଣ୍ଡଳରେ ଯବକ୍ଷାରଜାନ ଓ ଅମ୍ଳଜାନର ଶତକଡ଼ା ପରିମାଣ କେତେ ?
ଉ-
ବାୟୁମଣ୍ଡଳରେ ଯବକ୍ଷାରଜାନର ପରିମାଣ 68.62% ଓ ଅମ୍ଳଜାନର ପରିମାଣ 20.84% ।

(ଛ) ଖାଦ୍ୟଶୃଙ୍ଖଳ କ’ଣ ?
ଉ-
ଗୋଟିଏ ପରିସଂସ୍ଥା ରେ ସବୁଜ ଗଣିତଠାରୁ ବିଭିନ୍ନ କ୍ରମରେ ତୃଣଭୋଳୀ ଓ ମାଂସାଶୀ ପ୍ରାଣୀମାନଙ୍କ ବାଟଦେଇ ଖାଦ୍ୟ ଓ ଖାଦ୍ୟସ୍ଥିତ ଶକ୍ତିର ପ୍ରବାହକୁ ଖାଦ୍ୟଶୃଙ୍ଖଳ କୁହାଯାଏ । ଏହାସବୁ ସମୟରେ ଗୋଟିଏ ସରଳରେଖାରେ ଗତି କରେ ।

(ଜି) ଅପଘଟକର କାର୍ଯ୍ୟ କ’ଣ ?
ଉ-
ଉତ୍ପାଦକ ଓ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁପରେ ଜୈବିକ ପଦାର୍ଥ ଅପଘଟକଙ୍କଦ୍ବାରା ମୌଳିକ ଉପାଦାନରେ ପରିଣତ ହୋଇ ମାଟି ଓ ବାୟୁମଣ୍ଡଳରେ ମିଶିଥାଏ ।

Question 10.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ପରିବେଶରେ ଶ୍ଵେତସାର ତିଆରି କରିପାରୁଥ‌ିବା ସମସ୍ତ ପ୍ରକାର ସବୁଜ ଉଦ୍ଭଦକୁ ସାମୁହିକ ଭାବରେ କ’ଣ କୁହାଯାଏ ?
ଉ-
ଉତ୍ସାଦକ

(ଖ) ଉତ୍ପାଦକ ଓ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁ ପରେ ତାଙ୍କ ଶରୀରକୁ ବିଭିନ୍ନ ମୌଳିକ ଉପାଦାନରେ ପରିଣତ କରି ମାଟିରେ ମିଶାଉଥବା ଜୀବଗୁଡ଼ିକୁ ସାମୂହିକ ଭାବରେ କ’ଣ କୁହାଯାଏ ?
ଉ-
ଅପଘଟକ

(ଗ) ଜଳ, ଅଙ୍ଗାରକ, ଯବକ୍ଷାରଜାନ ଇତ୍ୟାଦି ଅଜୈବିକ ପଦାର୍ଥର ପରିସଂସ୍ଥାରେ ଥ‌ିବା ଅଜୈବିକ ଓ ଜୈବିକ ଉପାଦାନ ମଧ୍ଯରେ ଚକ୍ରାକାର ଗତିକୁ କି ପ୍ରକାର ଚକ୍ର ଭାବରେ ନାମିତ କରାଯାଇଛି ?
ଉ-
ଜୈବ ଭୂ-ରାସାୟନିକ ଚକ୍ର

(ଘ) ପରିସଂସ୍ଥାରେ ଶକ୍ତିର ପ୍ରବାହ କେଉଁ ପ୍ରକାର ?
ଉ-
ଅଣଚକ୍ରାକାର / ଏକତରଫା

(ଙ) ପ୍ରାଣୀ ଶରୀରରୁ କେତେକ ବିଷାକ୍ତ ପଦାର୍ଥ ନିଷ୍କାସିତ ନହୋଇ ଶରୀର କୋଷରେ ଜମାହୋଇ ରହିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
ଭ-
ଜୈବ ପରିବର୍ତନ (Biomagnification)

Question 11.
ଶୂନ୍ୟସ୍ଥାନ ପୂରଣ କର ।
(କ) ପରିସଂସ୍ଥାରେ ପ୍ଲବ ଉଭିଦ ଏକ ………………… ।
(ଖ) ………………… କରିଥିଲେ ।
(ଗ) ନିଜର ଖାଦ୍ୟ ପ୍ରସ୍ତୁତ କରିପାରୁଥିବା ଜୀବମାନଙ୍କୁ ……………………. କୁହାଯାଏ ।
(ଘ) ଖାଦ୍ୟଶକ୍ତି ପାଇଁ ଅନ୍ୟ ଉପରେ ନିର୍ଭର କରୁଥ‌ିବା ଜୀବଙ୍କୁ ……………………. କୁହାଯାଏ ।
(ଙ) ତୃଣଭୋଜୀମାନେ ………………………….. ଶ୍ରେଣୀର ଭକ୍ଷକ ।
(ଚ) ଇକୋଲୋଜିକାଲ ପିରାମଡ଼ର ଧାରଣା ପ୍ରଥମେ ……………………. ଦେଉଥ୍ ଲେ ।

Answers:
(କ) ଉତ୍ପାଦକ
(ଖ) ଏ.ଜି. ଟାନ୍‌ସ୍‌
(ଗ) ସ୍ଵପୋଷୀ/ସ୍ଵଭୋଜୀ
(ଘ) ପରଭୋଜୀ/ଭକ୍ଷକ
(ଙ) ପ୍ରାଥମିକ
(ଚ) ଚାରଲସ୍‌ ଏଲଟନ୍

BSE Odisha 10th Class Life Science Solutions Chapter 9 ଆମ ପରିବେଶ

Question 12.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ|ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ତୃଣଭୂମି ପରିସଂସ୍ଥାରେ ଝିଣ୍ଟିକା ଏକ ଉତ୍ପାଦକ ।
ଭ-
ତୃଣଭୂମି ପରିସଂସ୍ଥାରେ ଝିଣ୍ଟିକା ଏକ ଭକ୍ଷକ ।

(ଖ) ରେଚନ ପ୍ରକ୍ରିୟାଦ୍ଵାରା ସ୍ଥନ୍ୟପାୟୀ ପ୍ରାଣୀମାନଙ୍କ ଶରୀରର ତାପମାତ୍ରା ପ୍ରାୟ ସ୍ଥିର ରହେ
ଭ-
ସମସ୍ଥିତି ପ୍ରକ୍ରିୟାଦ୍ଵାରା ସ୍ଥନ୍ୟପାୟୀ ପ୍ରାଣୀମାନଙ୍କ ଶରୀରର ତାପମାତ୍ରା ପ୍ରାୟ ସ୍ଥିର ରହେ ।

(ଗ) ଆଜୋଟୋବାକୁର ଏକ ସହଜୀବୀ ବ୍ୟାକ୍ଟେରିଆ ।
ଉ-
ଇସ୍‌ରସିଆକୋଲି ଏକ ସହଜୀବୀ ବ୍ୟାକ୍ଟେରିଆ ।

(ଘ) ଗ୍ରାଫାଇଟ୍‌ରେ ବହୁ ପରିମାଣର ଅଙ୍ଗାରକ ଗଚ୍ଛିତ ହୋଇ ରହିଛି ।
ଉ-
ଗ୍ରାଫାଇଟ୍‌ରେ ବହୁ ପରିମାଣର ଅଙ୍ଗାରକ ଗଚ୍ଛିତ ହୋଇ ରହିଛି ।

(ଙ) ଇକୋଲୋଜିକାଲ ପିରାମିଡ଼ର ଧାରଣା ପ୍ରଥମେ ଚାରଲସ୍ ଡାରୱିନ୍ ଦେଇଥିଲେ ।
ଭ-
ଇକୋଲୋଜିକାଲ ପିରାମିଡ଼ର ଧାରଣା ପ୍ରଥମେ ଚାରିଲସ୍ ଏଲ୍‌ଟନ ଦେଇଥିଲେ ।

Question 13.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ପତ୍ର : ଜୈବଅବନମିତକ୍ଷମ :: ପ୍ଲାଷ୍ଟିକ୍‌ନିର୍ମିତ ପଦାର୍ଥ : ………………… ।
(ଖ) ସଲଫର ଡାଇଅକ୍‌ସାଇଡ ଗ୍ୟାସ୍ : ଅମ୍ଳବର୍ଷା :: ସି.ଏଫ୍.ସି. : ………………… ।
(ଗ) କାର୍ବନ : ସ୍ଥୂଳ ପୋଷକ :: ମାଙ୍ଗାନିଜ : ………………… ।
(ଘ) ଦଶ ପ୍ରତିଶତ ନିୟମ : ଲିପ୍ତେମାନ୍ :: ଇକୋଲୋଜିକାଲ ପିରାମିଡ୍ : ………………… ।
(ଙ) ଝିଣ୍ଟିକା : ପ୍ରାଥମିକ ଭକ୍ଷକ :: ବେଙ୍ଗ : ………………… ।

Answers:
(କ) ଅଣ-ଅବନମିତଅକ୍ଷମ
(ଖ) ଓଜୋନ ଛିଦ୍ର
(ଗ) ସୂକ୍ଷ୍ମ ପୋଷକ
(ଘ) ଚାର୍‌ଲସ୍ ଏଲ୍‌ଟନ୍‌
(ଙ) ଦ୍ବିତୀୟକ ଭକ୍ଷକ

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8

Odisha State Board BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8 Textbook Exercise Questions and Answers.

BSE Odisha Class 7 Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8

Question 1.
ଗୋଟିଏ ସ୍ଫୁଟର ଘଣ୍ଟା ପ୍ରତି 40 କି.ମି. ବେଗରେ ଗତି କଲେ 800 ମି. ରାସ୍ତାକୁ କେତେ ସେକେଣ୍ଡରେ ଅତିକ୍ରମ କରିବ ?
ସମାଧାନ: 
ଏଠାରେ ସ୍କୁଟରର ବେଗ (s) = 40 କି.ମି./ଘଣ୍ଟା
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8 1
= \(\frac{1}{50}\) × 3600 ସେକେଣ୍ଡ = 72 ସେକେଣ୍ଡ ବା 1 ମିନିଟ୍ 12 ସେକେଣ୍ଡ ।
∴ ସ୍କୁଟରଟି 800 ମି. ରାସ୍ତାକୁ 1 ମିନିଟ୍ 12 ସେକେଣ୍ଡରେ ଅତିକ୍ରମ କରିବ ।

Question 2.
ଗୋଟିଏ ଟ୍ରେନ୍‌ର ଦୈର୍ଘ୍ୟ 600 ମି. । ଗୋଟିଏ ଖୁଣ୍ଟକୁ ଏହା 40 ସେକେଣ୍ଡରେ ଅତିକ୍ରମ କଲେ ଏହାର ଘଣ୍ଟା ପ୍ରତି ବେଗ କେତେ ?
ସମାଧାନ: 
ଟ୍ରେନ୍ ଏକ ଖୁଣ୍ଟକୁ ଅତିକ୍ରମ କରିବା ଅର୍ଥ ନିଜ ଦୈର୍ଘ୍ୟକୁ ଅତିକ୍ରମ କରିବାକୁ ହେବ ।
ଦୂରତା (d) = 600 ମିଟର ଓ ସମୟ (t) = 40 ସେକେଣ୍ଡ
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8 2
= 15 × 3600 ମି. / ଘଣ୍ଟା = 54 କି.ମି. / ଘଣ୍ଟା 
∴ ଟ୍ରେନ୍‌ର ଘଣ୍ଟା ପ୍ରତି ବେଗ 54 କି.ମି. ।

Question 3.
ସୋନାଲି ପାଦରେ ଚାଲିଚାଲି ଗୋଟିଏ 400 ମି. ଲମ୍ବ ପୋଲକୁ 5 ମିନିଟ୍‌ରେ ଅତିକ୍ରମ କଲେ, 2 ଘଣ୍ଟାରେ କେତେ ବାଟ ଯିବ ?
ସମାଧାନ: 
5 ମିନିଟ୍‌ରେ ସୋନାଲି ଯାଏ 400 ମିଟର ।
1 ମିନିଟ୍‌ରେ ସୋନାଲି ଯାଏ = \(\frac{490}{5}\) ମିଟର = 80 ମିଟର
1 ଘଣ୍ଟା ବା 60 ମିନିଟ୍‌ରେ ସୋନାଲି ଯାଏ 60 × 80 ମି. = 4800 ମି.
ସୋନାଲି 2 ଘଣ୍ଟାରେ ଯିବ = 4800 ମି. × 2 = 9600 ମି. = \(\frac{9600}{1000}\) କି.ମି. = 9.6 କି.ମି. ।
∴ ସୋନାଲି 2 ଘଣ୍ଟାରେ 9.6 କି.ମି. ବାଟ ଯିବ ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8

Question 4.
କିଶୋର ବାବୁ ଘଣ୍ଟା ପ୍ରତି 30 କି.ମି. ବେଗରେ ଯାଇ ଗୋଟିଏ ସ୍ଥାନରେ 6 ଘଣ୍ଟାରେ ପହଞ୍ଚିଲେ । କେତେ ବେଗରେ ଯାଇଥିଲେ ସେହି ସ୍ଥାନରେ ସେ 3 ଘଣ୍ଟାରେ ପହଞ୍ଚାନ୍ତେ ?
ସମାଧାନ: 
କିଶୋର ବାବୁ 1 ଘଣ୍ଟାରେ ଯାଆନ୍ତି 30 କି.ମି. ।
ସେ 6 ଘଣ୍ଟାରେ ଯିଟେ 6 × 30 କି.ମି. = 180 କି.ମି.
∴ ସ୍ଥାନଟିର ଦୂରତ୍ୱ = 180 କି.ମି.
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8 3
∴ 60 କି.ମି./ଘଣ୍ଟା ବେଗରେ ଯାଇଥିଲେ ସେହି ସ୍ଥାନରେ କିଶୋର ବାବୁ 3 ଘଣ୍ଟାରେ ପହଞ୍ଚିଥାନ୍ତେ ।

Question 5.
ଘଣ୍ଟା ପ୍ରତି 90 କି.ମି. ବେଗରେ ଗତି କରୁଥ‌ିବା ଗୋଟିଏ ଟ୍ରେନ୍ ପ୍ଲାଟଫର୍ମରେ ଛିଡ଼ା ହୋଇଥବା ଗୋଟିଏ ଲୋକକୁ 20 ସେକେଣ୍ଡରେ ଅତିକ୍ରମ କଲେ, ଟ୍ରେନ୍‌ର ଦୈର୍ଘ୍ୟ କେତେ ?
ସମାଧାନ: 
ଟ୍ରେନ୍‌ଟି 1 ଘଣ୍ଟା ବା 3600 ସେକେଣ୍ଡରେ ଯାଏ 90 କି.ମି. ବା 90000 ମିଟର ।
∴ 1 ସେକେଣ୍ଡରେ ଟ୍ରେନ୍‌ଟି ଯାଏ \(\frac{90000}{3600}\) ମିଟର = 25 ମିଟର
20 ସେକେଣ୍ଡରେ ଯିଟେ = 20 × 25 ମି. = 500 ମିଟର
∴ ଟ୍ରେନ୍‌ଟି ଏକ ଲୋକକୁ ଅତିକ୍ରମ କରିବା ଅର୍ଥ ନିଜ ଦୈର୍ଘ୍ୟକୁ ଅତିକ୍ରମ କରିବା । 
∴ ଟ୍ରେନ୍‌ଟିର ଦୈର୍ଘ୍ୟ 500 ମି. ।

Question 6.
ଦିପ୍ତି ଘଣ୍ଟାପ୍ରତି 60 କି.ମି. ବେଗରେ ଘରଠାରୁ କିଛି ଦୂରତାକୁ 30 ମିନିଟ୍‌ରେ ଅତିକ୍ରମ କରି, ସେହି ସ୍ଥାନରୁ ଘଣ୍ଟା ପ୍ରତି 72 କି.ମି. ବେଗରେ ଯାଇ ଅଫିସ୍‌ରେ 30 ମିନିଟ୍‌ରେ ପହଞ୍ଚେ । ତା’ ଘରଠାରୁ ଅଫିସ୍ କେତେ ଦୂର ? 
ସମାଧାନ: 
ଦିପ୍ତି 1 ଘଣ୍ଟାରେ ଯାଏ 60 କି.ମି. ।
ଦିପ୍ତି 30 ମିନିଟ୍ ବା \(\frac{1}{2}\) ଘଣ୍ଟାରେ ଯିବ 60 × \(\frac{1}{2}\) କି.ମି. = 30 କି.ମି. ।
ଅର୍ଥାତ୍ ଦିପ୍ତିର ଘରଠାରୁ ନିର୍ଦ୍ଦିଷ୍ଟ ସ୍ଥାନ ମଧ୍ୟରେ ଦୂରତା = 30 କି.ମି. ।
ପୁନଶ୍ଚ ଦିପ୍ତି 1 ଘଣ୍ଟାରେ ଯାଏ 72 କି.ମି. ।
ଦିପ୍ତି 30 ମିନିଟ୍ ବା \(\frac{1}{2}\) ଘଣ୍ଟାରେ ଯିବ 72 × \(\frac{1}{2}\) କି.ମି. = 36 କି.ମି.
ଅର୍ଥାତ୍ ନିର୍ଦ୍ଦିଷ୍ଟ ସ୍ଥାନଠାରୁ ଦିପ୍ତିର ଅଫିସ୍ ମଧ୍ଯରେ ଦୂରତା = 36 କି.ମି. ।
∴ ଦିପ୍ତି ଘରଠାରୁ ଅଫିସର ଦୂରତା = 30 କି.ମି. + 36 କି.ମି. = 66 କି.ମି.

Question 7.
ଗୋଟିଏ ଟ୍ରେନ୍ 30 ସେକେଣ୍ଟରେ ଗୋଟିଏ ବତୀଖୁଣ୍ଟକୁ ଓ ଗୋଟିଏ 300 ମିଟର ପୋଲକୁ ଏକ ମିନିଟ୍‌ରେ ଅତିକ୍ରମ କଲେ ଟ୍ରେନ୍‌ର ଦୈର୍ଘ୍ୟ ଓ ଘଣ୍ଟା ପ୍ରତି ବେଗ କେତେ ?
ସମାଧାନ: 
ଏକ ଟ୍ରେନ୍ ଗୋଟିଏ ବତୀଖୁଣ୍ଟକୁ 30 ସେକେଣ୍ଡ ବା \(\frac{1}{2}\) ମିନିଟ୍‌ରେ ଅତିକ୍ରମ କରେ \(\frac{1}{2}\) ମିନିଟ୍‌ରେ ଅତିକ୍ରମ କରେ ଅର୍ଥାତ୍ ନିଜର ଦୈର୍ଘ୍ୟ ।
ଟ୍ରେନ୍‌ଟି 300 ମିଟର ପୋଲକୁ 1 ମିନିଟ୍‌ରେ ଅତିକ୍ରମ କରେ ଅର୍ଥାତ୍ ନିଜର ଦୈର୍ଘ୍ୟ ଓ 300 ମିଟର ପୋଲକୁ 1 ମିନିଟ୍‌ରେ ଅତିକ୍ରମ କରେ ।
ଟ୍ରେନ୍‌ଟି 300 ମିଟର ଦୈର୍ଘ୍ୟକୁ 1 – \(\frac{1}{2}\) = \(\frac{1}{2}\) ମିନିଟ୍‌ରେ ଅତିକ୍ରମ କରେ ।
ଟ୍ରେନ୍‌ଟି \(\frac{1}{2}\) ମିନିଟ୍‌ରେ ଅତିକ୍ରମ କରେ 300 ମିଟର ।
ଟ୍ରେନ୍‌ଟି 1 ମିନିଟ୍‌ରେ ଅତିକ୍ରମ କରିବ = 300 ÷ \(\frac{1}{2}\) = 300 × 2 = 600 ମିଟର ।
ଟ୍ରେନ୍‌ଟି 60 ମିନିଟ୍‌ରେ ଅତିକ୍ରମ କରିବ = 600 ମି. × 60 = 36000 ମି. = 36 କି.ମି. ।
∴ ଟ୍ରେନ୍‌ର ଦୈର୍ଘ୍ୟ 300 ମିଟର ଓ ଘଣ୍ଟା ପ୍ରତି ବେଗ 36 କି.ମି. ।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

Odisha State Board BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ Textbook Exercise Questions and Answers.

BSE Odisha Class 6 Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ।

(କ) ପୃଥ‌ିବୀକୁ କେତୋଟି ମଣ୍ଡଳରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ’ଣ କ’ଣ ?
Answer:
ପୃଥ‌ିବୀକୁ ଚାରିଗୋଟି ମଣ୍ଡଳରେ ବିଭକ୍ତ କରାଯାଇଅଛି । ସେଗୁଡ଼ିକ ହେଲା – ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ଚାରିମଣ୍ଡଳ ଓ ଭୌରମଣ୍ଡଳ।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଖ) ପୃଥ‌ିବୀର କେଉଁ କେଉଁ ମହାଦେଶ ସମ୍ପୂର୍ଣ୍ଣଭାବେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ?
Answer:
ପୃଥ‌ିବୀର ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ମହାଦେଶ ଦ୍ଵୟ ସମ୍ପୂର୍ଣ୍ଣଭାବେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ।

(ଗ) ପୃଥ‌ିବୀରେ ମହାଦେଶଗୁଡ଼ିକର ସଂଖ୍ୟା କେତେ ? ସେଗୁଡ଼ିକର ନାମ ଲେଖ।
Answer:
ପୃଥ‌ିବୀରେ ସାତଗୋଟି ମହାଦେଶ ରହିଛି । ସେଗୁଡ଼ିକ ହେଲା – ଏସିଆ, ଇଉରୋପ, ଉତ୍ତର
ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ।

(ଘ) ଭୂପୃଷ୍ଠରୁ କ୍ରମ ଅନୁସାରେ ବାୟୁମଣ୍ଡଳର ବିଭିନ୍ନ ସ୍ତରର ନାମ ଲେଖ।
Answer:
ଭୂପୃଷ୍ଠରୁ କ୍ରମ ଅନୁସାରେ ବାୟୁମଣ୍ଡଳର ବିଭିନ୍ନ ସ୍ତରଗୁଡ଼ିକର ନାମ ହେଲା – ଟ୍ରପୋସ୍ପିଅର, ଷ୍ଟ୍ରାଟୋସ୍ପିଅର, ମେସୋସ୍ପିଅର, ଥର୍ମୋସ୍ପିଅର, ଏକ୍ସୋସ୍ପିଅର।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୨ । ଭୌଗୋଳିକ କାରଣ ଲେଖ।

(କ) ପୃଥ‌ିବୀକୁ ‘ନୀଳଗ୍ରହ’ କୁହାଯାଏ।
Answer:
ପୃଥ‌ିବୀରେ ତିନି-ଚତୁର୍ଥାଂଶ ଜଳଭାଗଦ୍ବାରା ଆଚ୍ଛାଦିତ। ତେଣୁ ଏହାକୁ ନୀଳଗ୍ରହ କୁହାଯାଏ।

(ଖ) ପୃଥ‌ିବୀର ଉତ୍ତର ଗୋଲାର୍ଷକୁ ‘ସ୍ଥଳ ଗୋଲାର୍ଦ୍ଧ’ କୁହାଯାଏ।
Answer:
ପୃଥ‌ିବୀର ଅଧିକାଂଶ ସ୍ଥଳଭାଗ ଉତ୍ତର ଗୋଲାର୍ଦ୍ଧରେ ରହିଥ‌ିବାରୁ ଏହାକୁ ସ୍ଥଳ ଗୋଲାର୍ଦ୍ଧ କୁହାଯାଏ।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ଜୀବମାନଙ୍କ ପାଇଁ ଜୈବମଣ୍ଡଳ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ।
Answer:
ପୃଥ‌ିବୀ ପୃଷ୍ଠରେ ଏହି ମଣ୍ଡଳଟି ସବୁଠାରୁ ଛୋଟ ମାତ୍ର ଗୁରୁତ୍ଵପୂର୍ଣ୍ଣ । ପୃଥ‌ିବୀ ପୃଷ୍ଠରେ ଥ‌ିବା ଜୀବଜନ୍ତୁ, ବୃକ୍ଷଲତା ଆଦିକୁ ନେଇ ଗଠିତ ଏହି ମଣ୍ଡଳଟି ଜୀବଜଗତର ଧାରଣ ଓ ପୋଷଣ କର୍ତ୍ତା । ଭୂପୃଷ୍ଠର ମୃତ୍ତିକା, ଜଳ ଓ ବାୟୁ ଦ୍ବାରା ଜୈବମଣ୍ଡଳଟି ପରିପୁଷ୍ଟ । ମନୁଷ୍ୟ ଏହି ଜୈବମଣ୍ଡଳରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

(ଘ) ଆଟ୍‌ଲାଣ୍ଟିକ୍ ମହାସାଗର ତଟ ଦେଶରେ ଅନେକ ପୋତାଶ୍ରୟ ରହିଛି ।
Answer:
ଏହି ଆଟ୍‌ଲାଣ୍ଟିକ୍ ମହାସାଗରର ତଟଦେଶ ଅତ୍ୟନ୍ତ ଦନ୍ତୁରିତ ହୋଇଥିବାରୁ ଏହାର ତଟଦେଶରେ ଅଧ୍ୟା ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦର ଦେଖାଯାଏ । ଏହା ବାଣିଜ୍ୟ କାରବାରରେ ସହାୟକ ହୋଇଥାଏ।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୩। ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ନିର୍ଦ୍ଧାରଣ କର।

(କ) ପୃଥ‌ିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା କେତେ ?
(୧) ୮୮୪୮ ମିଟର
(୨) ୮୮୮୪ ମିଟର
(୩) ୮୪୮୮ ମିଟର
(୪) ୮୮୮୮ ମିଟର
Answer:
(୧) ୮୮୪୮ ମିଟର

(ଖ) ପୃଥ‌ିବୀ ପୃଷ୍ଠରେ ଉପଲବ୍ଧ ଜଳର ପରିମାଣ କେତେ ?
(୧) ୦.୩ ଭାଗ
(୨) ୦.୦୩ ଭାଗ
(୩) ୩ ଭାଗ
(୪) ୦.୦୦୩ ଭାଗ
Answer:
(୨) ୦.୦୩ ଭାଗ

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ଭୂ-ପୃଷ୍ଠରେ ଥିବା ସ୍ଥଳଭାଗର ପରିମାଣ କେତେ ?
(୧) ୩ /୪
(୨) ୧/୩
(୩) ୨/୩
(୪)୧/୨
Answer:
୧/୪ (ପୁସ୍ତକସ୍ଥ ପ୍ରଶ୍ନପତ୍ରରେ ତ୍ରୁଟି ଅଛି ।)

(ଘ) ବାୟୁମଣ୍ଡଳରେ କେଉଁ ବାଷ୍ପର ପରିମାଣ ଅଧ‌ିକ ହେଲେ ଭୂଗୋଲକୀୟ ତାପମାତ୍ରାରେ କ୍ରମଶଃ ବୃଦ୍ଧି ଘଟିଥାଏ ?
(୧) ଅମ୍ଳଜାନ
(୨) ଅଙ୍ଗାରକାମ୍ଳ
(୩) ଆର୍‌ଗନ୍
(୪) ଯବକ୍ଷାରଜାନ
Answer:
(୨) ଅଙ୍ଗାରକାମ୍ଳ

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୪। ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନଗୁଡ଼ିକ ପୂରଣ କର।

(କ) ପୃଥ‌ିବୀର ଗଭୀରତମ ଖାତ ____________ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ।
Answer:
ମାରିଆନା

(ଖ) ଗୋଟିଏ ଦେଶ ନାମରେ ନାମିତ ମହାସାଗରଟିର ନାମ ____________।
Answer:
ଭାରତ ମହାସାଗର

(ଗ) ପୃଥ‌ିବୀର ବୃହତ୍ତମ ମହାସାଗର _____________ ଅଟେ।
Answer:
ପ୍ରଶାନ୍ତ ମହାସାଗର

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଘ) ପୃଥ‌ିବୀର ଉଚ୍ଚତମ ଶୃଙ୍ଗ __________ ଅଟେ।
Answer:
ଏଭେରେଷ୍ଟ

୫। ସଂକ୍ଷିପ୍ତ ଟିପ୍ପଣୀ ଲେଖ।

(କ) ଜଳୀୟ ଗ୍ରହ
Answer:
ପୃଥ‌ିବୀରେ ଶତକଡ଼ା ୭୧ ଭାଗ ଜଳ ରହିଥ‌ିବାରୁ ଏହାକୁ ଜଳୀୟ ଗ୍ରହ କୁହାଯାଏ।

(ଖ) ଜୈବମଣ୍ଡଳ
Answer:
ବଡ଼ ବଡ଼ ପ୍ରାଣୀଠାରୁ ଆରମ୍ଭ କରି ଅତି କ୍ଷୁଦ୍ର ଏକକୋଷୀ ପ୍ରାଣୀ,ବିରାଟ ଦ୍ରୁମଠାରୁ ଆରମ୍ଭ କରି କ୍ଷୁଦ୍ର ଗୁଳ୍ମଲତା ପର୍ଯ୍ୟନ୍ତ ଉଭିଦସମୂହ ଏହି ଜୈବମଣ୍ଡଳରେ ଅନ୍ତର୍ଭୁକ୍ତ। ଏହି ମଣ୍ଡଳଟି ଜୀବଜଗତରେ ଧାରଣ ଓ ପୋଷଣ କର୍ତ୍ତା ଭୂପୃଷ୍ଠର ଜଳ, ମୃତ୍ତିକା ଓ ବାୟୁଦ୍ୱାରା ଏହା ପରିପୁଷ୍ଟ। ମନୁଷ୍ୟ ଏହି ଜୈବମଣ୍ଡଳର ମୁଖ୍ୟ ଭୂମିକା ଗ୍ରହଣ କରିଛି।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ପରିସଂସ୍ଥା
Answer:
ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଏବଂ ସେହି ଅଞ୍ଚଳରେ ରହୁଥ‌ିବା ଜୀବଗୋଷ୍ଠୀ ( ପ୍ରାଣୀ ଓ ଉଦ୍ଭିଦମାନଙ୍କୁ) ନେଇ ଯେଉଁ ପରିବେଶ ସୃଷ୍ଟି ହୁଏ, ତାହାକୁ ପରିସଂସ୍ଥା କୁହାଯାଏ।

(ଘ) ଅଶ୍ମମଣ୍ଡଳ
Answer:
ପୃଥ‌ିବୀର ଅଶ୍ମମଣ୍ଡଳଟି ଭୂତ୍ଵକର ବିଭିନ୍ନ ଶିଳା ଓ ମୃତ୍ତିକା ସ୍ତରକୁ ନେଇ ଗଠିତ। ଭୂପୃଷ୍ଠରେ ଥ‌ିବା ବିଭିନ୍ନ ପ୍ରାଣୀ ଓ ଉଭିଦମାନଙ୍କ ଜୀବନଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ଏହି ଶିଳା ଓ ମୃତ୍ତିକାରୁ ହିଁ ମିଳିଥାଏ। ଏହି ମଣ୍ଡଳଟି ପୃଥ‌ିବୀର ସାତୋଟି ମହାଦେଶ ଓ ସମୁଦ୍ର ତଳକୁ ନେଇ ଗଠିତ।

BSE Odisha 6th Class Geography Notes Chapter 5 ପୃଥିବୀର ମଣ୍ଡଳସମୂହ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 5 ପୃଥିବୀର ମଣ୍ଡଳସମୂହ

  • ଜୀବଜଗତର ଚଳପ୍ରଚଳ ଆଦି କାର୍ଯ୍ୟ ପାଇଁ ଆବଶ୍ୟକ ଏକ କଠିନ ଶିଳା ବା ମୃତ୍ତିକାର ସ୍ତର ହେଉଛି ଅଶ୍ମମଣ୍ଡଳ ଦ୍ୱାରା ଉପଲବ୍‌ଧ ହୋଇପାରିଛି। ପୃଥ‌ିବୀର ଚତୁଃପାର୍ଶ୍ବରେ ଏକ ବାୟୁମଣ୍ଡଳ ଘେରି ରହିଛି। ଭୂପୃଷ୍ଠର ପ୍ରାୟ ତିନି-ଚତୁର୍ଥାଂଶ ଜଳଭାଗଦ୍ବାରା ବେଷିତ। ଏହା ପୃଥ‌ିବୀର ବାରିମଣ୍ଡଳ।
  • ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳର ଉପାଦାନଗୁଡ଼ିକୁ ଆଧାର କରି ଜୈବମଣ୍ଡଳ ଗଠିତ।
  • ଅଶ୍ମମଣ୍ଡଳ ପୃଥ‌ିବୀର ସାତୋଟି ମହାଦେଶ ଓ ସମୁଦ୍ରତଳକୁ ନେଇ ଗଠିତ।
  • ପୃଥ‌ିବୀର ସାତୋଟି ମହାଦେଶର ନାମ ହେଲା – ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ଇଉରୋପ, ଅଷ୍ଟ୍ରେଲିଆ।
  • ଉତ୍ତର ଗୋଲାର୍ଦ୍ଧରେ ଅଧୂକ ସ୍ଥଳଭାଗ ଥିବାରୁ ଏହାକୁ ସ୍ଥଳ ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଅଧିକାଂଶ ଜଳଭାଗ ଥିବାରୁ ଏହାକୁ ଜଳ ଗୋଲାଈଁ କୁହାଯାଏ।
  • ପୃଥ‌ିବୀରେ ଜଳର ପରିମାଣ ବହୁତ ଅର୍ଧକ ହୋଇଥିବାରୁ ଏହା ମଧ୍ୟ ଜଳୀୟ ଗ୍ରହ ଓ ନୀଳ ଗ୍ରହ ରୂପେ ପରିଚିତ।
  • ଜଳରାଶି ଚଳନଶୀଳ। ଏହାର ତିନିପ୍ରକାର ଗତ ଅଛି; ଯଥା – ଢେଉ, ଜୁଆର ଓ ସାମୁଦ୍ରିକ ସ୍ରୋତ।
  • ପୃଥ‌ିବୀର ୪ଟି ମହାସାଗର ମୁଖ୍ୟତଃ ରହିଅଛି। ସେଗୁଡ଼ିକ ହେଲା– ପ୍ରଶାନ୍ତ ମହାସାଗର, ଆଟ୍‌ଲାଷ୍ଟିକ୍ ମହାସାଗର, ଭାରତ ମହାସାଗର ଓ ସୁମେରୁ ମହାସାଗର।
  • ପ୍ରଶାନ୍ତ ମହାସାଗର ପୃଥ‌ିବୀର ବୃହତ୍ତମ ମହାସାଗର। ଆଟ୍‌ଲାଣ୍ଟିକ୍ ମହାସାଗର ପୃଥ‌ିବୀର ଦ୍ବିତୀୟ ବୃହତ୍ତମ ମହାସାଗର। ଏହା ଆକୃତି ଇଂରାଜୀ ଅକ୍ଷର S ଆକାରର। ଭାରତ ମହାସାଗର ଭାରତ ନାମରେ ନାମିତ ଏବଂ ଏସିଆ ମହାଦେଶର ଦକ୍ଷିଣରେ ଅବସ୍ଥିତ। ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧର ଉତ୍ତରମେରୁକୁ କେନ୍ଦ୍ରକରି ସମେରୁ ମହାସାଗର ରହିଅଛି।
  • ପୃଥ‌ିବୀର ଭୂପୃଷ୍ଠରୁ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ। ପୃଥିବୀପୃଷ୍ଠରୁ ଉପରକୁ କ୍ରମ ଅନୁସାରେ ସ୍ତରଗୁଡ଼ିକ ହେଲା ଟ୍ରପୋସ୍ପିଅର, ଷ୍ଟ୍ରାଟୋସ୍ପିଅର, ମେସୋସ୍ପିଅର, ଥର୍ମୋସ୍ପିଅର ଏବଂ ଏକ୍ସୋସ୍ପିଅର। ବାୟୁରେ ଯବକ୍ଷାରଜାନ ଶତକଡା ୭୮ ଭାଗ ଥିବାବେଳେ ଅମ୍ଳଜାନ ଶତକଡ଼ା ୨୧ ଭାଗ ରହିଛି। ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ମାତ୍ର ଶତକଡ଼ା ୦.୦୩ ଭାଗ।
  • ବାୟୁମଣ୍ଡଳରେ ପ୍ରବାହିତ ହେଉଥ‌ିବା ବାୟୁକୁ ପବନ କୁହାଯାଏ। ବାୟୁ ପ୍ରବାହ ଅନୁଯାୟୀ ପବନର ଦିଗ ନିଶ୍ଚୟ କରାଯାଇଥାଏ।
  • ପୃଥ‌ିବୀ ପୃଷ୍ଠରେ ଥ‌ିବା ଜୀବଜନ୍ତୁ, ବୃକ୍ଷଲତା ଆଦିକୁ ନେଇ ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳର ସମ୍ମିଶ୍ରଣକୁ ଜୈବମଣ୍ଡଳ କୁହାଯାଏ। ସମସ୍ତ ସଜୀବ ପଦାର୍ଥକୁ ମୁଖ୍ୟତଃ ପ୍ରାଣୀଜଗତ ଓ ଉଭିଦଜଗତ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଅଛି।
  • ପ୍ରାକୃତିକ ଦୁର୍ବିପାକ ଅଶମଣ୍ଡଳ ଉପରିଭାଗରେ ବହୁତ ପରିବର୍ତ୍ତନ ଆଣିଥାଏ। ଏହି ପ୍ରାକୃତିକ ବିପର୍ଯ୍ୟୟ ଫଳରେ ତହିଁରୁ ନିର୍ଗତ ଦୂଷିତ ପଦାର୍ଥ ସମୁଦ୍ର, ହ୍ରଦ, ନଦୀ, ଆଦିର ଜଳକୁ ଦୂଷିତ କରିଥାଏ।
  • କଳକାରଖାନା, ତାପଜ ଶକ୍ତି କେନ୍ଦ୍ର ଯାନବାହନରୁ ନିର୍ଗତ ପାଉଁଶ ଓ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରେ ଓ ଅଙ୍ଗାରକାମ୍ଳର ପରିମାଣ ବଢ଼ାଇଥାଏ। ଫଳରେ ପୃଥ‌ିବୀର ତାପମାତ୍ରା ବୃଦ୍ଧି ଘଟେ। ଏହାକୁ ଭୂଗୋଲକୀୟ ଉଷତା ବୃଦ୍ଧି କୁହାଯାଏ।
  • ଭୂଗୋଲକୀୟ ଉଷ୍ମତା ବୃଦ୍ଧି ଫଳରେ ପୃଥ‌ିବୀର ବାୟୁମଣ୍ଡଳ ତଥା ବାରିମଣ୍ଡଳରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଥାଏ। ଏହା ସମଗ୍ର ବିଶ୍ବରେ ଥ‌ିବା ବରଫ ରାଶି ତରଳିବାରେ ସାହାଯ୍ୟ କରେ ଫଳରେ ଜଳରାଶିର ପତନ ବୃଦ୍ଧି ପାଇ ମହାପ୍ଲାବନ ସୃଷ୍ଟି ହୋଇପାରେ। ଏଥରେ ପରିବେଶ, ପରିସଂସ୍ଥା ତଥା ସମଗ୍ର ପୃଥ‌ିବୀର ସୁରକ୍ଷିତ ରହିବା ସମ୍ଭବ ନହେଁ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

Odisha State Board BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ will enable students to study smartly.

BSE Odisha Class 6 Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

ବିଷୟବସ୍ତୁ
ସ୍ୱାୟତ୍ତ ଶାସନ କ’ଣ ? ପଞ୍ଚାୟତିରାଜ, ଗ୍ରାମାଞ୍ଚଳ ସ୍ନାୟତ୍ତ ଶାସନ ବ୍ୟବସ୍ଥା, ଗ୍ରାମ ପଞ୍ଚାୟତ (ଗଠନ, କାର୍ଯ୍ୟ ଓ ଆୟ) ପଞ୍ଚାୟତ ସମିତି (ଗଠନ ଓ କାର୍ଯ୍ୟ), ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମ, ଜିଲ୍ଲା ପରିଷଦ, ଜିଲ୍ଲା ପରିଷଦର ଗଠନ, କାର୍ଯ୍ୟ ଓ ଆୟ, ସହରାଞ୍ଚଳର ସ୍ୱାୟତ୍ତ ଶାସନ ବ୍ୟବସ୍ଥା, ମହାନଗର ନିଗମ (ଗଠନ, କାର୍ଯ୍ୟ ଓ ଆୟ, ପୌରପାଳିକା ବା ନଗର ପାଳିକା) (ଗଠନ, କାର୍ଯ୍ୟ ଓ ଆୟ), ବିଜ୍ଞାପିତ ଅଞ୍ଚଳ ପରିଷଦ ।

(୧) ସ୍ୱାୟତ୍ତ ଶାସନ କ’ଣ?

  • ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନେ ସେମାନଙ୍କ ପ୍ରତିନିଧ୍ବ ବାଛି ‘ଜନଗୋଷ୍ଠୀ’ ତିଆରି କରିଥା’ନ୍ତି । ଜନଗୋଷ୍ଠୀ ନିଜକୁ ନିଜେ ଶାସନ କରିବାକୁ ‘ସ୍ୱାୟତ୍ତଶାସନ’ କୁହାଯାଏ ।
  • ଆମ ଦେଶର କେନ୍ଦ୍ର ଶାସନର ମୁଖ୍ୟ କାର୍ଯ୍ୟପାଳିକା ଦିଲ୍ଲୀରେ ଅବସ୍ଥିତ ।
  • ସେହିପରି ପ୍ରତ୍ୟେକ ରାଜ୍ୟ ଶାସନର ମୁଖ୍ୟ କାର୍ଯ୍ୟାଳୟ ସାଧାରଣତଃ ନିଜ ନିଜ ରାଜ୍ୟର ରାଜଧାନୀ ଥାଏ ।

(୨) ପଞ୍ଚାୟତିରାଜ

  • ୧୯୫୮ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟି ଏକ ତିନିସ୍ତର ବିଶିଷ୍ଟ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ପ୍ରଚଳନ କରିବାକୁ ସୁପାରିସ୍ କରିଥିଲେ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୩) ଗ୍ରାମାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥା

  • ଆମ ଦେଶରେ ସ୍ଥାନୀୟ ସ୍ୱାୟତ୍ତଶାସନ ବ୍ୟବସ୍ଥା ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା— ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ।
  • ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ମଧ୍ୟରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଅନ୍ତର୍ଭୁକ୍ତ ।

(୩) ଗ୍ରାମ ପଞ୍ଚାୟତ (ଗଠନ, କାର୍ଯ୍ୟ ଓ ଆୟ)

  • ଦୁଇ ହଜାରରୁ ଦଶ ହଜାର ଲୋକ ବାସ କରୁଥିବା ଗ୍ରାମକୁ ନେଇ ଗୋଟିଏ ଗ୍ରାମପଞ୍ଚାୟତ ଗଠିତ ।
  • ଏଥିରେ ଏକରୁ ଅଧିକ ଗ୍ରାମ ଥାଇପାରେ ।
  • ଆମ ରାଜ୍ୟର ପଞ୍ଚାୟତ ଆଇନ ଅନୁଯାୟୀ ଅତି ବେଶୀରେ ୨୫ ଜଣ ଓ ଅତି କମ୍‌ରେ ୧୧ ଜଣ ୱାର୍ଡ଼ ସଭ୍ୟ ରହିପାରିବେ ।
  • ସରପଞ୍ଚ ଗ୍ରାମ ପଞ୍ଚାୟତର ମୁଖ୍ୟ ଅଟନ୍ତି ।
  • ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ୫ ବର୍ଷ ।
  • ମନେରଖ : ଆମ ରାଜ୍ୟରେ ବର୍ତ୍ତମାନ ୬, ୨୩୪ଟି ଗ୍ରାମ ପଞ୍ଚାୟତ ରହିଛି ।
  • ଗ୍ରାମ ପଞ୍ଚାୟତର କାର୍ଯ୍ୟ ଦୁଇ ପ୍ରକାର । ଯଥା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ ।
  • ଗ୍ରାମ ପଞ୍ଚାୟତର ଆୟ ଦୁଇଟି ମାଧମରୁ ପାଇଥାଏ । ଯଥା— ନିଜସ୍ବ ଆୟ ଓ ସରକାରୀ ଅନୁଦାନ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୫) ପଞ୍ଚାୟତ ସମିତି (ଗଠନ ଓ କାର୍ଯ୍ୟ)

  • ପଞ୍ଚାୟତ ସମିତି ପଞ୍ଚାୟତିରାଜ ବ୍ୟବସ୍ଥାର ଦ୍ବିତୀୟ ସ୍ତର ।
  • କେତୋଟି ଗ୍ରାମ ପଞ୍ଚାୟତକୁ ନେଇ ବ୍ଲକସ୍ତରରେ ଗୋଟିଏ ପଞ୍ଚାୟତ ସମିତି ଗଠିତ ହୋଇଥାଏ ।
  • ପ୍ରତି ବ୍ଲକ୍‌ରେ ଥ‌ିବା ଗୋଟିଏ ପଞ୍ଚାୟତ ସମିତି ଥାଏ ।
  • ଗୋଟିଏ ପଞ୍ଚାୟତ ସମିତି ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାଏ ।
  • ପ୍ରତି ଦୁଇମାସରେ ଥରେ ପଞ୍ଚାୟତ ସମିତି ବୈଠକ ବସେ ।
  • ମନେରଖ : ଓଡ଼ିଶାରେ ୩୧୪ଟି ପଞ୍ଚାୟତ ସମିତି ରହିଛି ।
  • ପଞ୍ଚାୟତ ସମିତିର କାର୍ଯ୍ୟ ହେଉଛି– ସରକାରଙ୍କର ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା, ପଞ୍ଚାୟତ ସମିତି ବୈଠକରେ ଗୃହୀତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା, ଗ୍ରାମ ପଞ୍ଚାୟତଗୁଡ଼ିକର ଆୟବ୍ୟୟ ଅଟକଳ ପ୍ରସ୍ତୁତ କରିବା ଓ ବ୍ଲକସ୍ତରୀୟ ଯୋଜନା ପ୍ରସ୍ତୁତ କରିବା ।
  • ପଞ୍ଚାୟତ ସମିତିର ନିଜସ୍ୱ ଆୟ ନଥାଏ । ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବାପାଇଁ ସମସ୍ତ ଅର୍ଥ ସରକାରଙ୍କଠାରୁ ମିଳିଥାଏ ।

(୬) ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମ

  • ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକ ହେଲା — ଗ୍ରାମାଞ୍ଚଳ ଗରିବଲୋକଙ୍କ ଆର୍ଥିକ ଥଇଥାନ କାର୍ଯ୍ୟକ୍ରମ, ସମନ୍ବିତ ଗ୍ରାମ ଉନ୍ନୟନ ଯୋଜନା, ପ୍ରଧାନମନ୍ତ୍ରୀଙ୍କ ଅର୍ଥ ଯୋଗାଣ କାର୍ଯ୍ୟକ୍ରମ ଓ ଜାତୀୟ ଗ୍ରାମ୍ୟ ନିଯୁକ୍ତି କାର୍ଯ୍ୟକ୍ରମ ଏବଂ ଗ୍ରାମ୍ୟ ଶ୍ରମିକ ନିଯୁକ୍ତି ସୃଷ୍ଟି ।

(୭) ଜିଲ୍ଲା ପରିଷଦ (ଗଠନ, କାର୍ଯ୍ୟ ଓ ଆୟ)

  • ପ୍ରତି ଜିଲ୍ଲାକୁ କେତେଗୁଡ଼ିଏ ଜିଲ୍ଲାପରିଷଦ ଜୋନ୍‌ରେ ବିଭକ୍ତ କରାଯାଏ ଓ ପ୍ରତ୍ୟେକ ଜୋନରୁ ସାବାଳକ ଭୋଟ ପ୍ରଥା ଜରିଆରେ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରାଯାଏ ।
  • ଜିଲ୍ଲା ପରିଷଦର କାର୍ଯ୍ୟକାଳ ୫ ବର୍ଷ l
  • ଜିଲ୍ଲା ପରିଷଦର କାର୍ଯ୍ୟ ହେଉଛି– ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତି, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା, ଜିଲ୍ଲା ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଇତ୍ୟାଦିକୁ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବା, କୃଷି, ଶିଳ୍ପ, ପଶୁପାଳନ, ଗ୍ରାମ୍ୟ ବିଦ୍ୟୁତ୍ଵକରଣ, ସାମାଜିକ ବନୀକରଣ ଓ ବିଭିନ୍ନ ସ୍ତରୀୟ ଶିକ୍ଷାପାଇଁ ପଦକ୍ଷେପ ଗ୍ରହଣ କରିବା ଇତ୍ୟାଦି ।
  • ଜିଲ୍ଲା ପରିଷଦର ଆୟ ହେଉଛି- ମୁଖ୍ୟତଃ ସରକାରୀ ଅନୁଦାନ ଉପରେ ନିର୍ଭର କରେ, ଏହାଛଡ଼ା ବିଭିନ୍ନ କର ଆଦାୟ, ରହିବା ଘର ଓ ଦୋକାନ ଘର ଇତ୍ୟାଦିରୁ ଏହା ଭଡ଼ା ସୂତ୍ରରେ ଅର୍ଥ ପାଇଥାଏ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୮) ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା

  • ସହରାଞ୍ଚଳ ସ୍ୱାୟତ୍ତ ଶାସନ ୩ ଭାଗରେ ବିଭକ୍ତ ।
  • ସେଗୁଡ଼ିକ ହେଲା– ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ।

(୯) ମହାନଗର ନିଗମ

  • ସାଧାରଣତଃ ୧୦ ଲକ୍ଷରୁ ଅଧ‌ିକ ଲୋକ ବାସକରୁଥିବା ସହରମାନଙ୍କରେ ମହାନଗର ନିଗମ ଗଠିତ ହୋଇଥାଏ ।
  • ନଗରର ବିଭିନ୍ନ ୱାର୍ଡ଼ରୁ ନିର୍ବାଚିତ ହୋଇଥିବା ବିଭିନ୍ନ ପ୍ରତିନିଧୁ ବା କର୍ପୋରେଟର ସେମାନଙ୍କ ମଧ୍ୟରୁ ଜଣଙ୍କୁ ମେୟର ଓ ଅନ୍ୟ ଜଣଙ୍କୁ ଡେପୁଟି ମେୟର ଭାବରେ ନିର୍ବାଚିତ କରିଥା’ନ୍ତି ।
  • ନିଗମର ମୁଖ୍ୟ ହେଉଛନ୍ତି ମେୟର ଓ ସେ ନିଗମ ପରିଷଦର ଅଧ୍ୟକ୍ଷତା କରନ୍ତି ।
  • ମହାନଗର ନିଗମର କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସରକାର ଦ୍ବାରା ଜଣେ କାର୍ଯ୍ୟପାଳିକା ବା କମିଶନର ନିଯୁକ୍ତ ହୋଇଥା’ତି, ଯିଏକି ନିଗମର ସମସ୍ତ ବୈଠକରେ ଯୋଗଦିଅନ୍ତି ଓ ବିଭିନ୍ନ ବଜେଟ୍ ରିପୋର୍ଟ ପ୍ରସ୍ତୁତ କରି ନିଗମ ପରିଷଦରେ ଦାଖଲ କରନ୍ତି ।
  • ମହାନଗର ନିଗମର କାର୍ଯ୍ୟ ଦୁଇ ପ୍ରକାର । ଯଥା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ । ବାଧ୍ୟତାମୂଳକ କାର୍ଯ୍ୟ ହେଉଛି – ପାଣିଟାଙ୍କି ନିର୍ମାଣ ଓ ଏହାର ରକ୍ଷଣାବେକ୍ଷଣ, ରାସ୍ତା ବିଦ୍ୟୁତ୍‌କରଣ ଓ ଯୋଗାଣ, ଯାନବାହନ ଚଳାଚଳ ଓ ନିୟନ୍ତ୍ରଣ, ଅଳିଆ ଆବର୍ଜନା ସଫା, ନାଳନର୍ଦ୍ଦମା ନିର୍ମାଣ ଓ ରକ୍ଷଣାବେକ୍ଷଣ ଇତ୍ୟାଦି । ଇଚ୍ଛାଧୀନ କାର୍ଯ୍ୟ ହେଉଛି– ସର୍ବସାଧାରଣ ପାଠାଗାର, ଯାଦୁଘର ଓ ପାର୍କ ନିର୍ମାଣ, ବିଶ୍ରାମ ଗୃହ, ଅନାଥଶ୍ରମ ନିର୍ମାଣ ଓ ପରିଚାଳାନା, ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ ଓ ସାମାଜିକ ବନୀକରଣ ଇତ୍ୟାଦି ।
  • ମହାନଗର ନିଗମର ଆୟର ପନ୍ଥା ହେଉଛି– ଯାନବାହନ ଓ ବିଭିନ୍ନ ପ୍ରାଣୀମାନଙ୍କ ଉପରୁ ଟିକସ, ସମ୍ପତ୍ତିକର, ପ୍ରମୋଦକର, ଶିକ୍ଷାକର, ବୃଷ୍ଟିକର ଓ କୋଠାବାଡ଼ି, ଲାଇସେନ୍ସ ଫି ଇତ୍ୟାଦି ଅଣଟିକସରୁ ଓ ଗୋପାଳନ, କୁକୁଡ଼ା ପାଳନ, ସିନେମା ପ୍ରଭୃତିରୁ ବାଣିଜ୍ୟ କର ଭଳି ଲାଭଜନକ ବ୍ୟବସାୟ ଦ୍ବାରା ଓ ଅନେକ ସମୟରେ ସରକାରୀ ଅନୁଦାନ ସୂତ୍ରରୁ ଏହା ନିଜର ଆୟ କରିଥାଏ ।

(୧୦) ପୌରପାଳିକା ବା ନଗରପାଳିକା (ଗଠନ, କାର୍ଯ୍ୟ ଓ ଆୟ)

  • ପୌରପାଳିକାର ସମସ୍ତ ୱାର୍ଡ଼ର ପ୍ରତିନିଧ୍ଵ (କାଉନ୍ସିଲର)ମାନଙ୍କୁ ନେଇ ପୌର ପରିଷଦ ଗଠିତ ।
  • କାଉନ୍ସିଲରଙ୍କ ମଧ୍ୟରୁ ଏକ-ତୃତୀୟାଂଶ ମହିଳାମାନଙ୍କ ପାଇଁ ସଂରକ୍ଷିତ ।
  • ନିର୍ବାଚିତ କାଉନସିଲରମାନେ ନିଜ ଭିତରୁ ଜଣଙ୍କୁ ଚେୟାରମ୍ୟାନ ଓ ଆଉଜଙ୍କୁ ଭାଇସ୍‌ଚେୟାରମ୍ୟାନ ଭାବେ ନିର୍ବାଚିତ କରନ୍ତି । ଚେୟାରମ୍ୟାନ ସଭାରେ ଅଧ୍ୟକ୍ଷତା କରନ୍ତି ।
  • ପୌର ପରିଷଦର ଦୈନନ୍ଦିନ କାର୍ଯ୍ୟ ତଦାରଖ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇଥା’ଛି ।
  • ପୌରପାଳିକାର କାର୍ଯ୍ୟକ ଦଇ ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ । ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ହେଲା– ଗମନାଗମନ, ରାସ୍ତାନିର୍ମାଣ ଓ ରକ୍ଷଣାବେକ୍ଷଣ, ପାନୀୟଜଳ ଯୋଗାଣ, ଜଳ ନିଷ୍କାସନ ଓ ଆଲୋକ ବ୍ୟବସ୍ଥା, ସଂକ୍ରାମକ ରୋଗର ନିରାକରଣ, ପ୍ରାଥମିକ ଶିକ୍ଷାର ପ୍ରସାର ଏବଂ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଦି ପ୍ରମୁଖ । ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ହେଲା– ଗୃହ ନିର୍ମାଣ ଓ ଟାଉବସ୍‌ର ପ୍ରଚଳନ, ଆମୋଦ ପ୍ରମୋଦ ପାଇଁ ପାର୍କ ତିଆରି, ସିନେମା ଗୃହ ନିର୍ମାଣ, ହାଟ ବଜାର ଓ ପାଠାଗାର ସ୍ଥାପନ ।
  • ପୌରପାଳିକାର ଆୟ ପନ୍ଥା ହେଲା– ପୌରପାଳିକା ତା’ର ଆୟର ଦୁଇଟି ଉପାୟରେ ଅର୍ଥ ପାଇଥାଏ । ଯଥା— ନିଜସ୍ବ ଆୟ ଓ ସରକାରୀ ଅନୁଦାନ ନିଜସ୍ବ ଆୟ ହେଲା– ପୌରପାଳିକାର ଅନ୍ତର୍ଗତ ଜମି, ଘର, କୋଠାବାଡ଼ି, ପଣ୍ୟକର, ପାଇଖାନା, ଆଲୋକ ଓ ଜଳକର, ବ୍ୟବସାୟ, ପ୍ରମୋଦ କର, ସାଇକେଲ, ରିକ୍କା, ଶଗଡ଼, ଟ୍ରଲି ଆଦି ଯାନବାହନରୁ ଟିକସ ଆଦାୟ । ସରକାରୀ ଅନୁଦାନ ହେଲା ପୌରପାଳିକାର ଉନ୍ନତିମୂଳକ କାର୍ଯ୍ୟପାଇଁ ବିଭିନ୍ନ ସମୟରେ ସରକାର ବିଭିନ୍ନ ଅନୁଦାନ ଦେବା ସହିତ ଋଣ ମଧ୍ୟ ଯୋଗାଇଥା’ନ୍ତି ।
  • ମନେରଖ: ଆମ ରାଜ୍ୟରେ ଏବେ ୩୫ଟି ପୌରସଂସ୍ଥା ବା ପୌରପାଳିକା ଅଛି ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୧୧) ବିଜ୍ଞାପିତ ଅଞ୍ଚଳ ପରିଷଦ

  • ଯେଉଁ ଛୋଟ ସହରର ଲୋକସଂଖ୍ୟା ୧୦ ହଜାରରୁ ଅଧିକ ସେଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ (N.A.C.) ଗଠିତ ହୋଇଥାଏ ।
  • ବିଜ୍ଞାପିତ ଅଞ୍ଚଳ ପରିଷଦର ଗଠନ, କାର୍ଯ୍ୟ, ଆୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ପୌରପାଳିକା ବା ମ୍ୟୁନିସିପାଲିଟି ପରି ହୋଇଥାଏ ।
  • ମନେରଖ: ଓଡ଼ିଶାରେ ଏବେ ୬୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି ।

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4

Odisha State Board BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 Textbook Exercise Questions and Answers.

BSE Odisha Class 7 Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4

Question 1.
ପାର୍ଶ୍ୱସ୍ଥ ଚିତ୍ରରେ, A͞B = C͞B, A͞D = C͞D । ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 1
(କ) Δ ABD ଓ Δ CBD ର କେଉଁ କେଉଁ ବାହୁ ସର୍ବସମ ?
ସମାଧାନ:
Δ ABD ଓ Δ CBD ରେ AB ≅ C͞B, B͞D ≅ BD, DA ≅ DC ।

(ଖ) ଚିତ୍ରରେ ଥିବା Δ ABD ଓ Δ CBD ସର୍ବସମ କି ? ଯଦି ତୁମ ଉତ୍ତର ‘ହଁ’ , କାରଣ ଲେଖ । ଯଦି ତୁମ ଉତ୍ତର ‘ନାହିଁ’, କାରଣ ଲେଖ ।
ସମାଧାନ:
Δ ABD ≅ Δ CBD କାରଣ ତ୍ରିଭୁଜଦ୍ଵୟ ବା-ବା-ବା ସର୍ବସମତା ସର୍ଭକୁ ପୂରଣ କରୁଛି ।

(ଗ) Δ ABD ଏବଂ Δ CBD ର କେଉଁ କେଉଁ କୋଣ ସର୍ବସମ ?
ସମାଧାନ:
∠A ≅ ∠C, ∠ABD ≅ ∠CBD ଏବଂ ∠ADB ≅ ∠CDB

(ଘ) B͞D କେଉଁ କେଉଁ କୋଣକୁ ସମଦ୍ବିଖଣ୍ଡ କରେ ?
ସମାଧାନ:
BD, ∠ABC ଓ ∠ADC କୋଣଦ୍ଵୟକୁ ସମନ୍ଦିଖଣ୍ଡ କରେ ।

(ଙ) Δ ABD ≅ Δ BDC ଲେଖିବା ଠିକ୍ ହେବ କି ? ତୁମ ଉତ୍ତରର କାରଣ ଲେଖ ।
ସମାଧାନ:
Δ ABD ≅ Δ BDC ଲେଖିବା ଠିକ୍ ହେବ ନାହିଁ । କାରଣ A ↔ B, B ↔ D ଓ D ↔ C ନୁହେଁ ।

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4

Question 2.
ଦୁଇଟି ସର୍ବସମ ତ୍ରିଭୁଜ ଅଙ୍କନ କରି ପ୍ରମାଣ କର ଯେ “ସର୍ବସମ ତ୍ରିଭୁଜରେ ସର୍ବସମ ବାହୁମାନଙ୍କର ସମ୍ମୁଖୀନ କୋଣମାନେ ଅନୁରୂପ’’।
ସମାଧାନ:
(i) ଗୋଟିଏ ଡ୍ରଇଁ କାଗଜ ଉପରେ ଯେ କୌଣସି ଗୋଟିଏ Δ ଅଙ୍କନ କର (ଚିତ୍ର : କ) ଓ ତା’ର ନାମ ଦିଅ Δ ABC । ସେହି କାଗଜ ଉପରେ BC ର ଦୈର୍ଘ୍ୟ ସଙ୍ଗେ ସମାନ ଦୈର୍ଘ୍ୟର ରେଖାଖଣ୍ଡଟିଏ ଅଙ୍କନ କର (ଚିତ୍ର : ଖ) ଓ ତା’ର ନାମ ଦିଅ OR ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 2.1
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 2.2
(ii) ତୁମ କମ୍ପାସରେ AB ର ଦୈର୍ଘ୍ୟ ସଙ୍ଗେ ସମାନ ବ୍ୟାସାର୍ଦ୍ଧ ନେଇ Qକୁ କେନ୍ଦ୍ରକରି ଗୋଟିଏ ଚାପ ଅଙ୍କନ କର (ଚିତ୍ର : ଗ) ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 2.3
(iii) ପୁନଶ୍ଚ, କମ୍ପାସ୍‌ରେ AC ର ଦୈର୍ଘ୍ୟ ସଙ୍ଗେ ସମାନ ବ୍ୟାସାର୍ଦ୍ଧ ନେଇ R କୁ କେନ୍ଦ୍ର କରି ଗୋଟିଏ ଚାପ ଅଙ୍କନ କର, ଯେପରି ତାହା ପୂର୍ବରୁ ଅଙ୍କିତ ଚାପକୁ ଛେଦ କରିବ (ଚିତ୍ର : ଘ)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 2.4
(iv) ଏହି ଛେଦବିନ୍ଦୁର ନାମ ‘P’ ଦିଅ ।
(v) ବର୍ତ୍ତମାନ P͞Q ଓ PR ଅଙ୍କନ କର । Δ PQR ମିଳିଲା ।
(vi) ଏବେ ABC ତ୍ରିଭୁଜର ଅବିକଳ ନକଲ ତିଆରି କର ।
(vii) ଏହାକୁ Δ PQR ଉପରେ ରଖ, ଯେପରି Δ ABC ର ଶୀର୍ଷବିନ୍ଦୁ A ଉପରେ Δ PQR ର ଶୀର୍ଷବିନ୍ଦୁ P ରହିବ ।
(viii) Δ ABC ଓ Δ PQR ର କୋଣମାନଙ୍କୁ ମାପିଲେ ∠A ≅∠P, ∠B ≅ ∠Q ଓ ∠C ≅ ∠R ।
ଥୁରୁ ପ୍ରମାଣିତ ହେଲା ଯେ, “ସର୍ବସମ ତ୍ରିଭୁଜର ସର୍ବସମ ବାହୁମାନଙ୍କର ସମ୍ମୁଖୀନ କୋଣମାନ ସର୍ବସମ’’ ।
Δ ABC ଓ Δ PQR ମଧ୍ୟରେ AB = PQ BC = QR

(କ) CA ସହ Δ PQR ର କେଉଁ ବାହୁର ଦୈର୍ଘ୍ୟ ସମାନ ହେଲେ Δ ABC ≅ Δ PQR ହେବ ?
ସମାଧାନ:
CA ସହ Δ PQR ର RP ବାହୁର ଦୈର୍ଘ୍ୟ ସମାନ ହେଲେ Δ ABC ≅ Δ PQR ହେବ ।

(ଖ) Δ ABC ≅ Δ POR ହେଲେ, ଶୂନ୍ୟସ୍ଥାନରେ କ’ଣ ଲେଖାଯିବ ?
ଶୀର୍ଷବିନ୍ଦୁ A ର ଅନୁରୂପ _________
ଶୀର୍ଷବିନ୍ଦୁ B ର ଅନୁରୂପ _________
ଶୀର୍ଷବିନ୍ଦୁ C ର ଅନୁରୂପ _________
ସମାଧାନ:
ଶୀର୍ଷବିନ୍ଦୁ A ର ଅନୁରୂପ ଶୀର୍ଷବିନ୍ଦୁ P
ଶୀର୍ଷବିନ୍ଦୁ B ର ଅନୁରୂପ ଶୀର୍ଷବିନ୍ଦୁ Q
ଶୀର୍ଷବିନ୍ଦୁ C ର ଅନୁରୂପ ଶୀର୍ଷବିନ୍ଦୁ R

Question 3.
ନିମ୍ନସ୍ଥ ଚିତ୍ରମାନଙ୍କରେ ବାହୁ-ବାହୁ-ବାହୁ ସର୍ବସମତା ସର୍ଭ ଅନୁସାରେ ସର୍ବସମ ହେଉଥ‌ିବା ତ୍ରିଭୁଜ ମାନଙ୍କର ନାମ ଲେଖ ?
(କ)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 3
ସମାଧାନ:
Δ ABC ≅ Δ RPQ

(ଖ)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 4
ସମାଧାନ:
Δ ABD ≅ Δ ACD

(ଗ)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 5
ସମାଧାନ:
Δ LMN ≅ Δ STR

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4

Question 4.
ପାର୍ଶ୍ୱସ୍ଥ ଚିତ୍ରରେ AB = AC ଓ D, B͞C ର ମଧ୍ୟ ବିନ୍ଦୁ । ଏହି ଚିତ୍ର ଦେଖି ଶୂନ୍ୟସ୍ଥାନ ପୂରଣ କର ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 6
Δ ADB ≅ Δ ______
∠ABD ≅ ∠ ______
∠BAD ≅ ∠ ______
∠ADB ≅ ∠ ______
ଦୁଇଟି ତ୍ରିଭୁଜର ସର୍ବସମତାର ଆଉ ଗୋଟିଏ ସର୍ଭ ସଂପର୍କରେ ଆଲୋଚନା କରିବା ।
ସମାଧାନ:
Δ ADB ≅ Δ ADC
∠ABD ≅ ∠ACD
∠BAD ≅ ∠CAD
∠ADB ≅ ∠ADC

BSE Odisha 6th Class Political Science Notes Chapter 3 ସରକାର

Odisha State Board BSE Odisha 6th Class Political Science Notes Chapter 3 ସରକାର will enable students to study smartly.

BSE Odisha Class 6 Political Science Notes Chapter 3 ସରକାର

ବିଷୟବସ୍ତୁ
ସରକାରର ସଂଜ୍ଞା, ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ, ସରକାରଙ୍କର ଆଇନ୍ ପ୍ରଣୟନ, ସରକାରୀ ଅନୁଷ୍ଠାନ, ବିଭିନ୍ନ ପ୍ରକାରର ସରକାର, ସଂସଦୀୟ ସରକାର, ରାଷ୍ଟ୍ରପତୀୟ ସରକାର, ଐକିକ ସରକାର, ରାଷ୍ଟ୍ରସଂଘୀୟ ସରକାର, ରାଜତନ୍ତ୍ରିକ ସରକାର, ଗଣତାନ୍ତ୍ରିକ ସରକାର ।

→ (୧) ସରକାରର ସଂଜ୍ଞା

  • ସରକାର ରାଷ୍ଟ୍ରର ଏକ ଅପରିହାର୍ଯ୍ୟ ଅଙ୍ଗ ଓ ରାଷ୍ଟ୍ର ଶାସନ ପାଇଁ ସରକାର ଗଠନ କରାଯାଏ ।
  • ଗମନାଗମନ ପାଇଁ ରାସ୍ତା ତିଆରି, ରାସ୍ତା ମରାମତି, ସହର ଓ ଗ୍ରାମକୁ ବିଦ୍ୟୁତ ଶକ୍ତି ଯୋଗାଣ, ଲୋକମାନଙ୍କୁ ଚାଷ ଓ ବ୍ୟବସାୟ ପାଇଁ ଋଣ ପ୍ରଦାନ, ବିଦ୍ୟାଳୟ ପାଇଁ ଗୃହ ନିର୍ମାଣ ଇତ୍ୟାଦି ସରକାରଙ୍କର କାର୍ଯ୍ୟ ଅଟେ ।

→ (୨) ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ
ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ହେଲା– ରାସ୍ତା ନିର୍ମାଣ ଓ ମରାମତି, ବିଦ୍ୟୁତଶକ୍ତି ଯୋଗାଣ, ଚାଷ ଓ ବ୍ୟବସାୟ ପାଇଁ ଋଣ ପ୍ରଦାନ, ବିଦ୍ୟାଳୟ ଗୃହ ତଥା ଗରିବ ଲୋକଙ୍କ ପାଇଁ ବାସଗୃହ ବ୍ୟବସ୍ଥା, ସମସ୍ତଙ୍କୁ ସୁରକ୍ଷା, କର୍ମଯୋଗାଣ, ଦରଦାମ ନିୟନ୍ତ୍ରଣ, ବାହାର ଦେଶ ସହ ସମ୍ପର୍କ ରକ୍ଷା, ଦେଶର ସୀମାସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ବେଳେ ସାହାଯ୍ୟ ପ୍ରଦାନ ।

BSE Odisha 6th Class Political Science Notes Chapter 3 ସରକାର

→ (୩) ସରକାରଙ୍କର ଆଇନ ପ୍ରଣୟନ

  • ଜନସାଧାରଣଙ୍କର ମଙ୍ଗଳ ପାଇଁ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଥା’ଛି ।
  • ଏଗୁଡ଼ିକ ହେଲା– ସର୍ବସାଧାରଣ ସ୍ଥାନରେ ଧୂମପାନ ନକରିବା, ନିୟନ୍ତ୍ରିତ ବେଗରେ ଗାଡ଼ିଚଳାଇବା, ଚାଳକ ହେଲ୍‌ମେଟ୍ ପିନ୍ଧିବା ସହିତ ନିଜପାଖରେ ଲାଇସେନ୍ସ ରଖୁବା ଇତ୍ୟାଦି ।

→ (୪) ସରକାରୀ ଅନୁଷ୍ଠାନ

  • ସରକାର ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ସରକାରୀ କାର୍ଯ୍ୟ କରିଥା’ନ୍ତି ।
  • ବିଭିନ୍ନ ସରକାରୀ ଅନୁଷ୍ଠାନଗୁଡ଼ିକ ହେଲା– ପୋଷ୍ଟ ଅଫିସ, ପୋଲିସ ଷ୍ଟେସନ, ବିଦ୍ୟାଳୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ହାଇକୋର୍ଟ, ତହସିଲ ଇତ୍ୟାଦି ।

→ (୫) ସରକାରର ପ୍ରକାର ଭେଦ

  • ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସରକାର ଗଠିତ ହୋଇଥାଏ ।
  • ସେଗୁଡ଼ିକ ହେଲା – ସଂସଦୀୟ ସରକାର, ରାଷ୍ଟ୍ରପତୀୟ ସରକାର, ଐକିକ ସରକାର, ରାଷ୍ଟ୍ରସଂଘୀୟ ସରକାର, ରାଜତନ୍ତ୍ରିକ ସରକାର, ଗଣତାନ୍ତ୍ରିକ ସରକାର ।

BSE Odisha 6th Class Political Science Notes Chapter 3 ସରକାର

→ (୬) ସଂସଦୀୟ ସରକାର

  • ସଂସଦୀୟ ସରକାରରେ ରାଷ୍ଟ୍ରମୁଖ୍ୟ ‘ଆଳଙ୍କାରିକ ମୁଖ୍ୟ’ ମାତ୍ର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ ମନ୍ତ୍ରୀମଣ୍ଡଳ ଶାସନର ‘ପ୍ରକୃତ ମୁଖ୍ୟ’ ଅଟନ୍ତି ।
  • ସଂସଦୀୟ ସରକାରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ନିଜ ନିଜ ଭିତରେ ଉତ୍ତମ ବୁଝାମଣା ଭିଭିରେ କାର୍ଯ୍ୟକରନ୍ତି ।
  • ବ୍ୟବସ୍ଥାପିକାର ସଭ୍ୟମାନେ ଜନସାଧାରଣଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି ଓ ବ୍ୟବସ୍ଥାପିକାର ସଭ୍ୟ ଓ ବିଭାଗୀୟ ମନ୍ତ୍ରୀମାନେ ସେମାନଙ୍କର କାର୍ଯ୍ୟପାଇଁ ଲୋକମାନଙ୍କ ପାଖରେ ଉତ୍ତରଦାୟୀ ରହନ୍ତି ।
  • ମନେରଖ: ଭାରତ ଓ ଜାପାନରେ ସଂସଦୀୟ ସରକାର ରହିଛି ।

→ (୭) ରାଷ୍ଟ୍ରପତୀୟ ସରକାର

  • ଏହି ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ଉଭୟ ରାଷ୍ଟ୍ର ଓ ସରକାରର ମୁଖ୍ୟ ଅଟନ୍ତି ଓ ତାଙ୍କ ନାମରେ ଶାସନ କାର୍ଯ୍ୟ ଚାଲେ ।
  • ରାଷ୍ଟ୍ରପତି ବିଭିନ୍ନ ସଚିବମାନଙ୍କୁ ନିଯୁକ୍ତ କରି ସେମାନଙ୍କ ମାଧ୍ୟମରେ ଶାସନ କାର୍ଯ୍ୟ ପରିଚାଳନା କରନ୍ତି ।
  • ମନେରଖ : ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଶ୍ରୀଲଙ୍କା ଓ ବ୍ରାଜିଲ୍ ଆଦି ଦେଶରେ ଏହି ପ୍ରକାର ସରକାର ରହିଛି ।

→ (୮) ଐକିକ ସରକାର

  • ଯେଉଁ ରାଷ୍ଟ୍ରରେ ସମସ୍ତ କ୍ଷମତା ଗୋଟିଏ ସରକାର ବା କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ଥାଏ, ତାକୁ ‘ଐକିକ ସରକାର’ କୁହାଯାଏ ।
  • ଏହି ପ୍ରକାର ସରକାରୀ ବ୍ୟବସ୍ଥାକୁ ଅଧିକ ଫଳପ୍ରଦ କରିବାପାଇଁ ରାଷ୍ଟ୍ରକୁ କେତୋଟି ଅଞ୍ଚଳରେ ବିଭକ୍ତ କରାଯାଏ ଓ ଆଞ୍ଚଳିକ ସରକାରମାନଙ୍କୁ କେନ୍ଦ୍ର ସରକାର କିଛି କ୍ଷମତା ପ୍ରଦାନ କରିଥାଆନ୍ତି ।
  • ମନେରଖ : ଇଟାଲୀ, ବେଲ୍‌ଜିୟମ୍, ଜାପାନ, ଇରାନ, ଯୁକ୍ତରାଜ୍ୟ ବା ଇଂଲଣ୍ଡ ଓ ଫ୍ରାନ୍ସ ପ୍ରଭୃତି ଦେଶରେ ‘ଐକିକ ସରକାର’ ଶାସନ ପ୍ରଚଳିତ ।

BSE Odisha 6th Class Political Science Notes Chapter 3 ସରକାର

→ (୯) ରାଷ୍ଟ୍ରସଂଘୀୟ ସରକାର

  • ସମ୍ବିଧାନର ନିର୍ଦ୍ଦେଶ ଅନୁସାରେ ‘ରାଷ୍ଟ୍ର ସଂଘୀୟ ସରକାର’ ଗଠିତ ହୋଇଥାଏ ।
  • ଏହି ବ୍ୟବସ୍ଥାରେ ରାଷ୍ଟ୍ରସ୍ତରରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ରାଜ୍ୟ ସରକାର ଗଠନ କରାଯାଏ ଓ ଉଭୟ ସରକାର ବ୍ୟବସ୍ଥାପିକା, ପ୍ରଶାସନିକ ଓ ନ୍ୟାୟିକ କ୍ଷମତା ଉପଭୋଗ କରିଥାଆନ୍ତି ।
  • ମନେରଖ : ଭାରତ ଓ ରୁଷିଆ ଆଦି ରାଷ୍ଟ୍ରରେ ‘ରାଷ୍ଟ୍ରସଂଘୀୟ ସରକାର’ ରହିଛି ।

→ (୧୦) ରାଜତନ୍ତ୍ରିକ ସରକାର

  • ପୃଥ‌ିବୀର ସବୁଠାରୁ ପ୍ରାଚୀନ ଶାସନ ହେଉଛି ରାଜତନ୍ତ୍ର ଶାସନ ବା ‘ରାଜତନ୍ତ୍ରିକ ସରକାର’ ।
  • ଏହି ଶାସନରେ ସମସ୍ତ କ୍ଷମତାର ଅଧିକାରୀ ରାଜାଙ୍କର ସମସ୍ତ ଆଇନ୍ ବା ଆଦେଶ ପ୍ରଜାମାନେ ମାନିବାକୁ ବାଧ୍ୟ ।
  • ମନେରଖ : ଅତୀତରେ ଫ୍ରାନ୍ସ ଓ ତୁର୍କୀ ପ୍ରଭୃତି ରାଷ୍ଟ୍ରରେ ‘ରାଜତନ୍ତ୍ରିକ ସରକାର’ ଶାସନ ପ୍ରଚଳିତ ଥିଲା ।

→ (୧୧) ଗଣତାନ୍ତ୍ରିକ ସରକାର

  • ଗଣତନ୍ତ୍ର ହେଉଛି ଗଣ-ଶାସନ । ଏହି ଶାସନରେ ସାବାଳାକମାନେ ସ୍ବାଧୀନ ଭାବରେ ଭୋଟ ଦେଇ ରାଜନୈତିକ ଦଳର ଲୋକମାନଙ୍କ ମଧ୍ୟରୁ ଜଣକୁ ସେମାନଙ୍କର ପ୍ରତିନିଧ୍ବ ବାଛନ୍ତି ।
  • ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ବ୍ୟକ୍ତିମାନେ ସରକାର ଗଢ଼ି ରାଜ୍ୟ ଶାସନ କରିଥାଆନ୍ତି ।
  • ଗଣତନ୍ତ୍ର ବା ‘ଡେମୋକ୍ରାସି’ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ‘ଡେମୋସ୍’ (ଲୋକମାନେ) ଓ ‘କ୍ରୀଟସ୍’ (ଶାସନ)ରୁ ଆସିଛି ଯାହାର ଅର୍ଥ ହେଉଛି ‘ଗଣଶାସନ’ ।
  • ମନେରଖ : ବର୍ତ୍ତମାନ ଭାରତ, ପାକିସ୍ତାନ ଆଦି ରାଷ୍ଟ୍ରରେ ‘ଗଣତାନ୍ତ୍ରିକ ସରକାର’ ପ୍ରଚଳିତ । ଆମ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକମାନଙ୍କର ଭୋଟ ଦେବାର ଅଧିକାର ଅଛି ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

Odisha State Board BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ will enable students to study smartly.

BSE Odisha Class 6 Political Science Notes Chapter 2 ରାଷ୍ଟ୍ର

ବିଷୟବସ୍ତୁ
ରାଷ୍ଟ୍ରର ଅର୍ଥ, ରାଷ୍ଟ୍ରର ବୈଶିଷ୍ଟ୍ୟ/ଉପାଦାନ, ରାଷ୍ଟ୍ରର ଉତ୍ପତ୍ତି ଓ ବିକାଶ, ରାଷ୍ଟ୍ରରେ ଉତ୍ପତ୍ତି ସମ୍ବନ୍ଧୀୟ ବିଭିନ୍ନ ମତବାଦ, ରାଷ୍ଟ୍ରର କାର୍ଯ୍ୟ ।

→ (୧) ରାଷ୍ଟ୍ର ଅର୍ଥ

  • ସବୁଠାରୁ ବଡ଼ କ୍ଷମତାଶାଳୀ ସାମାଜିକ ତଥା ରାଜନୈତିକ ଅନୁଷ୍ଠାନକୁ ରାଷ୍ଟ୍ର କୁହାଯାଏ ।
  • ରାଷ୍ଟ୍ର ଏକ ସ୍ଥାୟୀ ଅନୁଷ୍ଠାନ । ତେଣୁ ଏହାର ଆବଶ୍ୟକତା ସର୍ବଦା ଦରକାର ହୋଇଥାଏ ।
  • ରାଷ୍ଟ୍ରର ନୀତିନିୟମ ମନୁଷ୍ୟର ସାମାଜିକ ଜୀବନକୁ ଶୃଙ୍ଖଳିତ ଓ ଦୃଢ଼ୀଭୂତ କରେ ।
  • ରାଷ୍ଟ୍ର ଏକ ଅତ୍ୟାବଶ୍ୟକ ଅନୁଷ୍ଠାନ, କାରଣ ମନୁଷ୍ୟର ଇଚ୍ଛା ତାକୁ ରାଷ୍ଟ୍ରରେ ରହିବାକୁ ବାଧ୍ୟ କରିଥାଏ ।
  • ମନେରଖ : ଆରିଷ୍ଟୋଟଲଙ୍କ ମତରେ, ପରିବାର ଓ ଗ୍ରାମମାନଙ୍କର ସମଷ୍ଟିରେ ରାଷ୍ଟ୍ରର ଅଧ୍ୟାପକ ଗାରନରଙ୍କ ମତରେ, ସ୍ଥାୟୀ ଭାବରେ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ଭୋଗ ଦଖଲକାରୀ, ବାହ୍ୟ ନିୟନ୍ତ୍ରଣ ମୁକ୍ତ ଏବଂ ଅଧିକାଂଶ ଅଧିବାସୀଙ୍କ ନିରବଚ୍ଛିନ୍ନ ଆନୁଗତ୍ୟ ଲାଭ କରୁଥିବା ଏକ ସଙ୍ଗଠିତ ସରକାରର ଅଧିକାରୀ, ଊଣା ଅଧିକେ ଲୋକମାନଙ୍କର ସମ୍ପ୍ରଦାୟକକୁ ରାଷ୍ଟ୍ର କହନ୍ତି ।

→ (୨) ରାଷ୍ଟ୍ରର ବୈଶିଷ୍ଟ୍ୟ | ଉପାଦାନ

  • ରାଷ୍ଟ୍ରର ଚାରିଗୋଟି ମୁଖ୍ୟ ଉପାଦାନ ରହିଛି ।
  • ସେଗୁଡ଼ିକ ହେଲା– ଜନସଂଖ୍ୟା, ଆୟତନ, ସରକାର ଓ ସାର୍ବଭୌମତ୍ୱ ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

→ ଜନସଂଖ୍ୟା

  • ଜନସଂଖ୍ୟା ବିନା ରାଷ୍ଟ୍ରର କଳ୍ପନା ଅସମ୍ଭବ । ତେଣୁ ରାଷ୍ଟ୍ର ଗଠନ ପାଇଁ ଅଧିବାସୀ/ଜନସଂଖ୍ୟା ଆବଶ୍ୟକ ।
  • ପ୍ରକୃତରେ ଗୋଟିଏ ରାଷ୍ଟ୍ରର ଜନସଂଖ୍ୟା ସେହି ରାଷ୍ଟ୍ରର ଆୟତନ ଓ ସମ୍ବଳ ଅନୁସାରେ ହେବା ଉଚିତ ।
  • ମନେରଖ : ପ୍ଲାଟୋଙ୍କ ମତରେ ରାଷ୍ଟ୍ରର ଜନସଂଖ୍ୟା ୫୦୪୦ ହେବା ଦରକାର । ଋଷୋଙ୍କ ମତରେ ରାଷ୍ଟ୍ରର ଜନସଂଖ୍ୟା ୧୦, ୦୦୦ ହେବା ଦରକାର ।

→ ଆୟତନ

  • ଏକ ନିର୍ଦ୍ଦିଷ୍ଟ ଭୂ-ଖଣ୍ଡ ବିନା କୌଣସି ରାଷ୍ଟ୍ର କଳ୍ପନା ଅସମ୍ଭବ । ତେଣୁ ଏହାର ନିର୍ଦ୍ଦିଷ୍ଟ ପରିସୀମା ଆବଶ୍ୟକ ।
  • ଏହାର ପରିସୀମା ବୃହତ୍ ହୋଇପାରେ କିମ୍ବା ଛୋଟ ହୋଇପାରେ ।

→ ସରକାର :

  • ସରକାର ଏକ ରାଜନୈତିକ ସଙ୍ଗଠନ ।
  • ଏହା ଆଇନ୍‌ଦ୍ବାରା ପରିଚାଳିତ ।
  • ସରକାରଙ୍କ ଦ୍ବାରା ରାଷ୍ଟ୍ରରେ ଶାସନକାର୍ଯ୍ଯ ଚାଲେ ଓ ରାଷ୍ଟ୍ରର ବାସ୍ତବରୂପ ପ୍ରକାଶ ପାଏ ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

→ ସାର୍ବଭୌମତ୍ୱ:

  • ସାର୍ବଭୌମତ୍ୱ ରାଷ୍ଟ୍ରର ସବୁଠାରୁ ଗୁରୁତ୍ୱପୂରର୍ଶ ଉପାଦାନ ଓ ରାଷ୍ଟ୍ରର ଜୀବନ ଶକ୍ତି ।
  • ଏହି କ୍ଷମତା ପ୍ରୟୋଗ କରି ରାଷ୍ଟ୍ର ନିଜ ଦେଶର ନାଗରିକ, ଗୋଷ୍ଠୀ, ଅନୁଷ୍ଠାନ ଉପରେ ନିୟନ୍ତ୍ରଣ ଜାରି ରଖେ । ତେଣୁ ଏହାକୁ ‘ଆଭ୍ୟନ୍ତରୀଣ ସାର୍ବଭୌମତ୍ୱ’ କୁହାଯାଏ ।
  • ‘ବହିଃସାର୍ବଭୌମତ୍ୱ’ ବଳରେ ରାଷ୍ଟ୍ର ନିଜର ବୈଦେଶିକ ନୀତି ନିର୍ଦ୍ଧାରଣ କରେ ।
  • ମନେରଖ : ସାର୍ବଭୌମତ୍ୱ ଲାଟିନ୍ ଶବ୍ଦ ‘ସୁପରନସ୍’ରୁ ଆସିଛି । ଯାହାର ଅର୍ଥ ହେଉଛି ‘ସର୍ବୋଚ୍ଚ କ୍ଷମତା’ ।

→ (୩) ରାଷ୍ଟ୍ରର ଉତ୍ପତ୍ତି ଓ ବିକାଶ

  • ପ୍ରାଚୀନମତ ଅନୁସାରେ ରାଷ୍ଟ୍ର ଈଶ୍ବରଙ୍କ ସୃଷ୍ଟି ଓ ଏହାର ଶାସକ ରାଜା ଈଶ୍ବରଙ୍କ ପ୍ରତିନିଧୂ ।
  • ଖ୍ରୀଷ୍ଟଧର୍ମର ପୁରାତନ ଟେଷ୍ଟମେଣ୍ଟ ଓ ହିନ୍ଦୁ ଧର୍ମର ମନୁଶ୍ରୁତି ଓ ମହାଭାରତର ଭଗବାନଙ୍କ ଦ୍ବାରା ରାଷ୍ଟ୍ର ସୃଷ୍ଟି ହୋଇଛି ବୋଲି କୁହାଯାଇଛି । ଏହି ମତକୁ ଐଶ୍ଵରିକ ସୃଷ୍ଟିତର୍‌ କୁହାଯାଏ ।
  • ଯୁଦ୍ଧ ବା ଶକ୍ତିଦ୍ୱାରା ରାଷ୍ଟ୍ର ସୃଷ୍ଟି– ଏହି ମତବାଦକୁ ଶକ୍ତିତର୍‌ କୁହାଯାଏ । ଏହି ପ୍ରକାର ପ୍ରଥା ଅତୀତରେ ପ୍ରଚଳିତ ଥିଲା ।
  • ପିତା ବା ମାତାଙ୍କ କର୍ତ୍ତୃତ୍ଵର ରୂପାନ୍ତରରେ ରାଷ୍ଟ୍ର ସୃଷ୍ଟି ହୋଇଛି- ଏହା ପିତୃଶାସିତ ଓ ମାତୃଶାସିତ’ ସିଦ୍ଧାନ୍ତ କୁହାଯାଏ ।
  • ଇଂରେଜ ଦାର୍ଶନିକ ହର୍‌ସ୍‌, ଲକ୍ ଓ ଫରାସୀ ଦାର୍ଶନିକ ଋଷୋ ‘ସାମାଜିକ ଚୁକ୍ତି ମତବାଦ’ର ସମର୍ଥକ ଅଟନ୍ତି ।
  • ମନେରଖ : ମନୁଷ୍ୟ ଚୁକ୍ତି କରି ରାଷ୍ଟ୍ର ସୃଷ୍ଟି ହେବା ମତବାଦକୁ ‘ସାମାଜିକ ଚୁକ୍ତି ମତବାଦ’ କୁହାଯାଏ ।

→ (୪) ରାଷ୍ଟ୍ରର ଉତ୍ପତ୍ତି ସମ୍ବନ୍ଧୀୟ ବିଭିନ୍ନ ମତବାଦ
କ୍ରମ ବିବର୍ତ୍ତନ ମତବାଦ

  • ରକ୍ତଗତ ସମ୍ପର୍କ – ରକ୍ତଗତ ସମ୍ପର୍କରୁ ପରିବାର ବୃଦ୍ଧି ଓ କାଳକ୍ରମେ ବଂଶ ଓ ଗୋଷ୍ଠୀର ଉତ୍ପତ୍ତି ହୋଇ ସେହି ଗୋଷ୍ଠୀ ଶେଷରେ ରାଷ୍ଟ୍ରରେ ପରିଣତ ହେଲା ।
  • ଧର୍ମ– ଅତି ପ୍ରାଚୀନ କାଳରୁ ଧାର୍ମିକ ଏକତା ଯୋଗୁଁ ରାଷ୍ଟ୍ର ସୃଷ୍ଟି ହୋଇଥିଲା ।
  • ଶକ୍ତି – ଅତୀତରେ ଶକ୍ତି ପ୍ରୟୋଗଦ୍ଵାରା ରାଷ୍ଟ୍ରନିର୍ମାଣ ହୋଇଥିଲା ।
  • ବ୍ୟକ୍ତିଗତ ସମ୍ପତ୍ତି – ଯାଯାବର ଜୀବନ ପରିତ୍ୟାଗ କରି ବ୍ୟକ୍ତିଗତ ସମ୍ପତ୍ତିର ମାଲିକ ହୋଇଥିବା ମଣିଷ ନିଜର ବ୍ୟକ୍ତିଗତ ସମ୍ପତ୍ତିର ସୁରକ୍ଷାପାଇଁ ରାଷ୍ଟ୍ରର ଆବଶ୍ୟକତା ଉପଲବ୍ଧି କଲା ।
  • ରାଜନୈତିକ ଭାବନା – ରାଷ୍ଟ୍ରଗଠନ ନିମିତ୍ତ ରାଜନୈତିକ ଭାବନା ବା ଇଚ୍ଛାଦ୍ଵାରା ରାଷ୍ଟ୍ର ସୃଷ୍ଟି ହୋଇଛି । ରାଷ୍ଟ୍ରଦ୍ୱାରା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ହୋଇପାରିଲା ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

→ (୫) ରାଷ୍ଟ୍ରର କାର୍ଯ୍ୟ

  • ରାଷ୍ଟ୍ରର କାର୍ଯ୍ୟକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ ରାଯାଇଛି । ଯଥା- ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ ।
  • ବାଧ୍ୟତାମୂଳକ କାର୍ଯ୍ୟ – ରାଷ୍ଟ୍ରର ସ୍ଥିତି, ବ୍ୟକ୍ତିର ସୁରକ୍ଷା ଓ ଦେଶର ସ୍ଵାଧୀନତା ରକ୍ଷାପାଇଁ ଯେଉଁ କାର୍ଯ୍ୟ କରାଯାଏ, ତାକୁ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ କୁହାଯାଏ ।
  • ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ହେଲା– ଶାନ୍ତି ଶୃଙ୍ଖଳା ରକ୍ଷା, ଧନଜୀବନ ସୁରକ୍ଷା, ବହିଃଶତ୍ରୁ ଆକ୍ରମଣରୁ ରକ୍ଷା, ଅନ୍ୟ ଦେଶ ସହ ସମ୍ପର୍କ ସ୍ଥାପନା ।
  • ଇଚ୍ଛାଧୀନ କାର୍ଯ୍ୟ– ଯେଉଁ କାର୍ଯ୍ୟଗୁଡ଼ିକ ଜନସାଧାରଣଙ୍କ କଲ୍ୟାଣପାଇଁ ଉଦ୍ଦିଷ୍ଟ ତାକୁ ରାଷ୍ଟ୍ରର ଇଚ୍ଛାଧୀନ କାର୍ଯ୍ୟ କୁହାଯାଏ ।
  • ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ହେଲା— ଶିଳ୍ପ ସଂସ୍ଥା ନିୟନ୍ତ୍ରଣ, କୃଷି, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ଉନ୍ନତି ସାଧନ, ଅତ୍ୟାବଶ୍ୟକ ଦ୍ରବ୍ୟର ଉଚିତ୍ ଯୋଗାଣ, ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ, ଦୁର୍ବଳ ଶ୍ରେଣୀର ଲୋକଙ୍କପାଇଁ ସାମାଜିକ ଓ ଆର୍ଥିକ ବ୍ୟବସ୍ଥା କରିବା ।

BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ

Odisha State Board BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ will enable students to study smartly.

BSE Odisha Class 6 Political Science Notes Chapter 1 ଆମେ ଓ ଆମ ସମାଜ

ବିଷୟବସ୍ତୁ
ପରିବାର, ପରିବାର କାର୍ଯ୍ୟ, ବଂଶ ଓ ବଂଶର ଗୋତ୍ର, ଜନଜାତି, ସଂଘ, ସମୁଦାୟ, ସମାଜ ।

→ (୧) ପରିବାର

  • ପରିବାର ହେଉଛି ସବୁଠାରୁ କ୍ଷୁଦ୍ର ସାମାଜିକ ଅନୁଷ୍ଠାନ । ଏହା ଦୁଇ ପ୍ରକାରର, ଯଥା— ଏକକ ପରିବାର ଓ ଯୌଥ ପରିବାର ।
  • ବାପା, ମା’ ଓ ସେମାନଙ୍କର ସନ୍ତାନଙ୍କୁ ନେଇ ଗଠିତ ପରିବାରକୁ ଏକକ ପରିବାର କୁହାଯାଏ ।
  • ବାପା, ମା’, ବଡ଼ବାପା, ବଡ଼ମା’, ଦାଦା, ଖୁଡ଼ୀ, ଅବିବାହିତ ଦାଦା ଓ ପିଉସୀ, ଜେଜେବାପା, ଜେଜେମା’ ଆଦି ମିଳିମିଶି ରହୁଥ‌ିବା ପରିବାରକୁ ଯୌଥ ପରିବାର କହନ୍ତି ।
  • ମନେରଖ : ଭାରତୀୟ ପରିବାରଗୁଡ଼ିକରେ ପିତା ହିଁ ମୁଖ୍ୟ ହୋଇଥା’ଛି । ଆଉ କେତେକ ପରିବାରରେ ମାତା ମଧ୍ୟ ମୁଖ୍ୟ ହୋଇଥାଆନ୍ତି ।

→ (୨) ପରିବାର ମୌଳିକ କାର୍ଯ୍ୟ

  • ବଂଶରକ୍ଷା କରିବା ପରିବାରର ମୌଳିକ କାର୍ଯ୍ୟ । ଏହା ବ୍ୟତୀତ ଶିଶୁର ଲାଳନପାଳନ, ଶିଶୁକୁ ବିଭିନ୍ନ ସଦ୍‌ଗୁଣ ଶିକ୍ଷାଦେବା, ଶିଶୁଟି ବଡ଼ହେବା ପରେ ଜୀବିକା ଅର୍ଜନରେ ସାହାଯ୍ୟ କରିବା ଆଦି କାର୍ଯ୍ୟ ପରିବାର କରିଥାଏ ।
  • ଶିଶୁକୁ ଉତ୍ତମ ନାଗରିକରୂପେ ଗଢ଼ି ତୋଳିବାରେ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ

→ (୩) ବଂଶ ଓ ବଂଶର ଗୋତ୍ର

  • କେତେକ ପିଢ଼ିର ରକ୍ତ ସମ୍ପର୍କୀୟମାନଙ୍କୁ ନେଇ ବଂଶ ଗଠିତ I ବାପା, ବଡ଼ବାପା, ଦାଦାଙ୍କ ପରିବାର ଜେଜେବାବାଙ୍କ ପରିବାରରୁ ସୃଷ୍ଟି । ଏମାନଙ୍କ ମଧ୍ୟରେ ରକ୍ତ ସମ୍ପର୍କ ରହିଛି । ଏଣୁ ଏମାନେ ଗୋଟିଏ ବଂଶର ।
  • ବଂଶ ପରମ୍ପରା ଅନୁସାରେ ଗୋଟିଏ ବଂଶର ଲୋକମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରିବା ସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, କ୍ରିୟାକର୍ମପାଳନ କରିଥା’ଛି ।
  • ହିନ୍ଦୁମାନଙ୍କର ବଂଶ ସାଧାରଣତଃ ପିତୃ ବଂଶୀୟ ଅଟେ ।
  • ବେଳେବେଳେ ଧାର୍ମିକ କ୍ରିୟା କର୍ମପାଳନରେ ମୂଳ ବଂଶରୁ ଅଲଗା ହୋଇ ଯେଉଁ ନୂଆ ବଂଶ ସୃଷ୍ଟି କରିଥା’ନ୍ତି, ସେହି ପ୍ରକ୍ରିୟାକୁ ବଂଶ ବିଭାଜନ କୁହାଯାଏ ।
  • ପ୍ରତ୍ୟେକ ବଂଶର ଗୋତ୍ର ଥାଏ ଯାହାର ଅର୍ଥ ହେଉଛି କୁଳ ପ୍ରବର୍ତ୍ତକ ଋଷି ।
  • ଯେଉଁ ଋଷିଙ୍କୁ ପରିବାରର ନିଜର ବୋଲି ସମ୍ମାନ ଦେଇଥା’ନ୍ତି । ସେହି ବଂଶର ଗୋତ୍ର ସେହି ଋଷିଙ୍କ ନାମ ଅନୁସାରେ ହୋଇଥାଏ । ଯଥା– କାଶ୍ୟପ, ଭରଦ୍ଵାଜ ଓ ନାଗସ୍ୟ ଇତ୍ୟାଦି ।
  • ମନେରଖ : କେତେକ ପିଢ଼ିର ରକ୍ତ ସମ୍ପର୍କୀୟମାନଙ୍କୁ ନେଇ ‘ବଂଶ’ ଗଠିତ ।

→ (୪) ଜନଜାତି

  • ଏକ ସାଧାରଣ ନାମ ଥିବା ଦେଶୀୟ ଲୋକମାନଙ୍କର କ୍ଷୁଦ୍ର ସମୂହକୁ ‘ଜନଜାତି’ କୁହାଯାଏ ।
  • ଜନଜାତି ଭାରତୀୟ ସମାଜର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଜନଜାତିକୁ ଇଂରାଜିରେ Tribe କୁହାଯାଏ । ଆମେ ଏହି ଲୋକଙ୍କୁ ଆଦିବାସୀ ବା ବନବାସୀ ରୂପେ ଜାଣିଥାଉ ।
  • ଏମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରିଥା’ନ୍ତି ଓ ଏକ ସାଧାରଣ ଭାଷାରେ କଥାବାର୍ତ୍ତା ହୁଅନ୍ତି ଓ ମିଳିମିଶି ବିଭିନ୍ନ ପର୍ବପର୍ବାଣି ପାଳନ କରିଥା’ଛି ।
  • ଆମରାଜ୍ୟରେ ବଣ୍ଡା, ସାନ୍ତାଳ, କନ୍ଧ ଆଦି ଜନଜାତି ଦେଖାଯା’ନ୍ତି ।
  • ମନେରଖ : ଆମ ରାଜ୍ୟରେ ପ୍ରାୟ ୬୨ ପ୍ରକାର ଆଦିମ ଅସ୍ଵାସୀ ଦେଖାଯା’ଛି । ସାନ୍ତାଳମାନଙ୍କର ଭାଷା ସାନ୍ତାଳୀ I ଏହାର ନିଜସ୍ଵ ଲିପିଅଛି ।

→ (୫) ସଂଘ

  • କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ମିଶି ସଂଘ ଗଠନ କରିଥା’ନ୍ତି ।
  • କାର୍ଯ୍ୟ ଅନୁସାରେ ଏହା ଅନେକ ପ୍ରକାରର, ଯଥା— ପରିବାର, ଓକିଲ ସଂଘ, ଶିକ୍ଷକ ସଂଘ, ଛାତ୍ର ସଂଘ, ହିନ୍ଦୁ ମହାସଭା ଇତ୍ୟାଦି ।
  • ସଂଘର ପରିଚାଳନା ପାଇଁ ଜଣେ ମୁଖ୍ୟଥାଆନ୍ତି ଏବଂ ସଂଘର ସଦସ୍ୟମାନେ ସଂଘର କେତେକ ନିୟମମାନ ପାଳନ କରିଥାଆନ୍ତି ।
  • ପରିବାର ପରିସଂଘ ଚିରସ୍ଥାୟୀ ଅଟେ ।

BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ

→ (୬) ସମୁଦାୟ

  • ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକତା ମନୋଭାବନେଇ ବାସକରୁଥିବା ଲୋକମାନଙ୍କୁ ନେଇ ‘ସମୁଦାୟ’ ଗଠିତ ହୁଏ ।
  • ଏହା ପ୍ରାକୃତିକ ଭାବେ ସୃଷ୍ଟି ହୋଇଥାଏ ।
  • ଏକ ସବୁଦାୟରେ ବାସକରୁଥିବା ବ୍ୟକ୍ତିମାନେ ଏକ ସର୍ବସାଧାରଣ ଜୀବନ ଧାରାରେ ସହଭାଗୀ ହୋଇଥା’ନ୍ତି।
  • ସଦସ୍ୟମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବା ସମୁଦାୟର ମୁଖ୍ୟ ଲକ୍ଷ୍ୟ । ସମୁଦାୟ ଯେତେ ଛୋଟ ହୋଇଥାଏ ଲୋକଙ୍କ ମଧ୍ୟରେ ଏକତା ସେତେ ଦୃଢ଼ ହୋଇଥାଏ ।
  • ବୃହତ୍ ସମୁଦାୟ ମଧ ବ୍ୟକ୍ତିକୁ ଅନେକ ପ୍ରକାର ସାହାଯ୍ୟ କରିଥାଏ ।
  • ମନେରଖ : କୌଣସି ସଂଘ ନିଜ ଲକ୍ଷ୍ୟବାଦ ସର୍ବସାଧାରଣ ଉନ୍ନତିମୂଳକ କାର୍ଯ୍ୟକଲେ ତାହାର ସମୁଦାୟିକ ଗୁଣ ବୃଦ୍ଧିପାଏ ।

→ (୭) ସମାଜ

  • ଆଦିମ ମନୁଷ୍ୟ ସ୍ୱାଧୀନଭାବେ ଚଳୁଥିଲା । ପରବର୍ତ୍ତୀ ସମୟରେ ଲୋକସଂଖ୍ୟା ବୃଦ୍ଧି ହେତୁ ସେମାନଙ୍କ ମଧ୍ୟରେ କଳହ ଓ ଶତ୍ରୁତା ସୃଷ୍ଟିହେଲା । ତେଣୁ ମଣିଷ ନୀତି ନିୟମ ସୃଷ୍ଟିକରି ସୁଖରେ ଚଳିବାକୁ ଚେଷ୍ଟାକଲା । ସେହି ଚଳଣିରୁ ସମାଜ ସୃଷ୍ଟି ହେଲା ।
  • ସମାଜ ବିନା ମଣିଷ ବଞ୍ଚିବା ଅସମ୍ଭବ । ବ୍ୟକ୍ତି ତା’ର ଆବଶ୍ୟକତା ପାଇଁ ସମାଜ ଉପରେ ନିର୍ଭର କରିଥାଏ । ଅପରପକ୍ଷରେ ସମାଜ ମଧ୍ୟ ବ୍ୟକ୍ତି ଉପରେ ନିର୍ଭର କରିଥାଏ ।
  • ମନେରଖ: ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ ।

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Odisha State Board BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ Textbook Exercise Questions and Answers.

BSE Odisha Class 10 Odia Solutions Chapter 15 କାଳର କପୋଳ ତଳେ

ପରୀକ୍ଷା ଉପଯୋଗୀ ଅତିରି

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ଧଉଳି ପାହାଡ଼ ପାଦ ଦେଶରେ କେଉଁ ନଦୀ ବହି ଯାଉଛି ?
Answer:
ଧଉଳି ପାହାଡ଼ ପାଦ ଦେଶରେ ଦୟାନଦୀ ବହି ଯାଉଛି ।

Question ୨।
ଅଙ୍ଗଦ ଚଉଧୁରୀ କେଉଁ ବିଷୟର ଛାତ୍ର ?
Answer:
ଅଙ୍ଗଦ ଚଉଧୁରୀ ଇତିହାସ ବିଷୟର ଛାତ୍ର ।

Question ୩ ।
ଅଙ୍ଗଦ ଚଉଧୁରୀ କେଉଁ ବିଶ୍ଵବିଦ୍ୟାଳୟର ଛାତ୍ର ?
Answer:
ଅଙ୍ଗଦ ଚଉଧୁରୀ ନାଳନ୍ଦା ବିଶ୍ଵବିଦ୍ୟାଳୟର ଛାତ୍ର !

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question ୪।
ଅଙ୍ଗଦ କାହାର ଶିଳାଲେଖ ପଢ଼ିଛନ୍ତି ?
Answer:
ଅଙ୍ଗଦ ଅଶୋକଙ୍କ ଶିଳାଲେଖ ପଢ଼ିଛନ୍ତି ।

Question ୫।
କାହା ସ୍ପର୍ଶରେ ଅଙ୍ଗଦ ଚମକି ପଡ଼ିଲେ ?
Answer:
ରାଜ ବଂଶର ଲୋକଙ୍କ ସ୍ପର୍ଶରେ ଅଙ୍ଗଦ ଚମକି ପଡ଼ିଲେ ।

Question ୬।
“ଆପଣ କ’ଣ କଳିଙ୍ଗର ମହାରାଜା ?”- ଏହା କିଏ କାହାକୁ କହିଛି ?
Answer:
ଏହା ଅଙ୍ଗଦ ରାଜବଂଶର ଲୋକଙ୍କୁ କହିଛି ।

Question ୭।
‘ମୁଁ ତ ଦୁନିଆରେ ସବୁଠାରୁ ଶୀଘ୍ର ଚାଲେ ।? – ଏହା କାହାର ଉକ୍ତି ?
Answer:
ଏହା ରାଜବଂଶର ଲୋକଙ୍କ ଉକ୍ତି ।

Question ୮।
କଳିଙ୍ଗ ମହାରଣାଙ୍କ ନାମ କ’ଣି ଥିଲା ?
Answer:
କଳିଙ୍ଗ ମହାରଣାଙ୍କ ନାମ କୁରୁବାକୀ ଥିଲା ।

Question ୯।
କେଉଁମାନେ ମହାରାଣାଙ୍କୁ ସସଂଭ୍ରମ ଅଭିବାଦନ ଜଣାଇଲେ ?
Answer:
ପାତ୍ର ମନ୍ତ୍ରୀ ପରିଷଦ ବର୍ଗଙ୍କ ସମେତ ସମସ୍ତ ସେନାନାୟକ ମହାରଣାଙ୍କୁ ଅଭିବାଦନ ଜଣାଇଲେ ।

Question ୧୦ ।
କାହା ସହିତ ରାଜଜେମା ଦରବାର କକ୍ଷକୁ ଆସିଲେ ?
Answer:
ପତିଙ୍କ ସହିତ ରାଜଜେମା ଦରବାର କକ୍ଷକୁ ଆସିଲେ ।

Question ୧୧ ।
କଳିଙ୍ଗ କିଏ ଆକ୍ରମଣ କରିଛନ୍ତି ?
Answer:
ମଗଧ ସମ୍ରାଟ ଅଶୋକ ଆକ୍ରମଣ କରିଛନ୍ତି ।

Question ୧୨ ।
ଯୁଦ୍ଧ କେଉଁଠି ଆରମ୍ଭ ହୋଇଗଲାଣି ?
Answer:
କଳିଙ୍ଗ ଉପକଣ୍ଠରେ ଯୁଦ୍ଧ ଆରମ୍ଭ ହୋଇଗଲାଣି ।

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question ୧୩ ।
ଅଚାନକ ଆକ୍ରମଣରେ କଳିଙ୍ଗର କ’ଣ ଧ୍ୱଂସ ହୋଇଛି ?
Answer:
ସୀମାନ୍ତ ବାହିନୀ ଧ୍ୱଂସ ହୋଇଛି ।

Question ୧୪ ।
‘କଳିଙ୍ଗ ଏକ ଅତି ସଙ୍କଟ ମୁହୂର୍ତ୍ତରେ ଆସି ପହଞ୍ଚିଛି?? – ଏହା କାହାର ଉକ୍ତି ?
Answer:
କଳିଙ୍ଗର ମହାମନ୍ତ୍ରୀଙ୍କ ଭକ୍ତି ।

Question ୧୫ ।
ରାଜେଶ୍ଵରୀ କେତେ ଜଣ ଯୋଦ୍ଧାଙ୍କୁ ଚାହୁଁଥିଲେ ?
Answer:
ବାରଜଣ ଯୋଦ୍ଧାଙ୍କୁ ରାଜେଶ୍ୱରୀ ଚାହୁଁଥିଲେ ।

Question ୧୬ ।
ରାଜେଶ୍ଵରୀ କେତେଜଣ ଯୋଦ୍ଧାଙ୍କୁ ବାହାରକୁ ଯିବାକୁ କହିଲେ ?
Answer:
ରାଜେଶ୍ୱରୀ ପାଞ୍ଚଜଣ ଯୋଦ୍ଧାଙ୍କୁ ବାହାରକୁ ଯିବାକୁ କହିଲେ ।

Question ୧୭ ।
ଯୁଦ୍ଧରେ କେତେଜଣ ସେନାପତି ରାଜେଶ୍ଵରୀ ସ୍ଥିର କଲେ ?
Answer:
ଯୁଦ୍ଧରେ ବାରଜଣ ସେନାପତି ରାଜେଶ୍ଵରୀ ସ୍ଥିର କଲେ

Question ୧୮ ।
ରକ୍ତର ନଦୀ କିଏ ପାଲଟିଲା ?
Answer:
ରକ୍ତର ନଦୀ ଦୟାନଦୀ ପାଲଟିଲା।

Question ୧୯ ।
କଳିଙ୍ଗ ଯୁଦ୍ଧ କେତେ ମାସ ଲାଗିଥିଲା ?
Answer:
କଳିଙ୍ଗ ଯୁଦ୍ଧ ଚାରିମାସ ଲାଗିଥିଲା

Question ୨୦ ।
କେତେ ଦିନରେ ଯୁଦ୍ଧ ଶେଷ ହେବ ବୋଲି ମହାମନ୍ତ୍ରୀ ମଗଧ ସମ୍ରାଟଙ୍କୁ କହିଥିଲେ ? ମଗଧ ସମ୍ରାଟଙ୍କୁ କହିଥିଲେ ।
Answer:
ଦୁଇଦିନ ଭିତରେ ଯୁଦ୍ଧ ଶେଷ ହେବ ବୋଲି ମହାମନ୍ତ୍ରୀ

Question ୨୧ ।
ମଗଧ ସୈନ୍ୟଙ୍କ ନିକଟରୁ କ’ଣ ସରି ଆସୁଥୁଲା ?
Answer:
ମଗଧ ସୈନ୍ୟଙ୍କ ନିକଟରୁ ରସଦ ସରି ଆସୁଥିଲା ।

Question ୨୨ ।
ଅଶୋକ କେଉଁ ମନ୍ତ୍ରରେ ଦୀକ୍ଷିତ ହେଲେ ?
Answer:
ଅଶୋକ ବୁଦ୍ଧଙ୍କର ଅହିଂସା ମନ୍ତ୍ରରେ ଦୀକ୍ଷିତ ହେଲେ ।

Question ୨୩ ।
ରାଜେଶ୍ଵରୀ କାହା ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ ?
Answer:
ରାଜେଶ୍ୱରୀ ମଗଧ ସେନାପତିଙ୍କ ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ ।

Question ୨୪ ।
ରାଜନୀତିର ବ୍ରହ୍ମାସ୍ତ୍ର କ’ଣ ?
Answer:
ଷଡ଼ଯନ୍ତ୍ର ରାଜନୀତିର ବ୍ରହ୍ମାସ୍ତ୍ର ।

Question ୨୫ ।
ଶାନ୍ତିସ୍ତୂପନ କେଉଁଠି ଅବସ୍ଥିତ ?
Answer:
ଧଉଳି ପାଦ ଦେଶ ପାହାଡ଼ରେ ଶାନ୍ତିସ୍ତୂପନ ଅବସ୍ଥିତ ।

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
‘ଏ ଯୁଦ୍ଧରେ କେହି ଜଣେ ସେନାପତି ନୁହଁନ୍ତି । ଆପଣମାନେ ପ୍ରତ୍ୟେକ ଜଣେ ଜଣେ ସେନାପତି ବୋଲି ମନେ ରଖୁବେ ।’’ ଏହା କିଏ କହିଥିଲେ ?
Answer:
ରାଜେଶ୍ଵରା

Question 2.
ରାଜେଶ୍ଵରୀ ଦରବାର କକ୍ଷକୁ କାହା ସହିତ ଆସିଥିଲେ ?
Answer:
ପତିଙ୍କ ସହିତ

Question 3.
ରାଜେଶ୍ୱରୀ ସମ୍ମୁଖ ସମରକୁ ତାଙ୍କ ସହିତ ଯିବାପାଇଁ କେତେ ଜଣକୁ ବାଛିଥିଲେ ?
Answer:
ବାର

Question 4.
କଳିଙ୍ଗ ରାଜଜେମା ରାଜେଶ୍ଵରୀ କିପରି ମୃତ୍ୟୁବରଣ କରିଥିଲେ ?
Answer:
ମଗଧ ସେନାପତିଙ୍କ ସହ ଯୁଦ୍ଧ କରି

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question 5.
‘ମୁଁ ତ ଦୁନିଆରେ ସବୁଠାରୁ ଶୀଘ୍ର ଚାଲେ’’– ଏହା କିଏ କହିଛନ୍ତି ?
Answer:
ବାର୍ଘଦେହା ପୁରୁଷ

Question 6.
ପିତାଙ୍କ ଇଚ୍ଛାକୁ ସ୍ଵୀକାର କରିଥିବାରୁ ରାଜେଶ୍ଵରୀ କାହାକୁ କୃତଜ୍ଞତା ଜଣାଇଥିଲେ ?
Answer:
ସଭାସଦ୍ ମାନଙ୍କୁ

Question 7.
ରାଣୀ କୁରୁବକୀ କଳିଙ୍ଗ ମହାରାଜାଙ୍କର କେଉଁ ବାର୍ତ୍ତା ଧରି ଦରବାର କକ୍ଷରେ ପ୍ରବେଶ କରିଥିଲେ ?
Answer:
ରାଜାଙ୍କ ଅନୁପସ୍ଥିତିରେ ରାଜଜେମା ରାଜେଶ୍ଵରା ସମସ୍ତ୍ର କାର୍ଯ୍ୟ ପରିଚାଳନା କରିବା

Question 8.
ରାଜନାତିର ବ୍ରହାସ୍ତ କାହାକୁ କୁହାଯାଏ?
Answer:
ଷଡ଼ଯନ୍ତ୍ରକୁ

Question 9.
ରାଜନାତିର ଷଡ଼ଯନ୍ତ୍ରକୁ କ’ଣ ବୋଲି କୁହାଯାଇଛି?
Answer:
ବ୍ରହ୍ମାସ୍ତ

Question 10.
‘ଆପଣ କ’ଣ ଇତିହାସ ପୁରୁଷ ?- ଏକଥା କିଏ କହିଥିଲେ ?
Answer:
ଅଙ୍ଗଦ ଚୌଧୁରା

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

(A) ।ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ଲେଖୁ ନନ୍ଦିନୀ ଶତପଥୀ କେବେ ଜନ୍ମଗ୍ରହଣ କରିଥିଲେ ?
Answer:
ଲେଖୁ ନନ୍ଦିନୀ ଶତପଥୀ ୧୯୩୧ ମସିହାରେ ଜନ୍ମଗ୍ରହଣ କରିଥିଲେ ।

Question 2.
ନନ୍ଦିନୀ ଶତପଥୀଙ୍କ ପିତାଙ୍କ ନାମ କ’ଣ ?
Answer:
ନନ୍ଦିନୀ ଶତପଥୀଙ୍କ ପିତାଙ୍କ ନାମ କାଳିନ୍ଦୀଚରଣ ପାଣିଗ୍ରାହୀ ।

Question 3.
ନନ୍ଦିନୀ ଶତପଥୀ ଏକଦା ଓଡ଼ିଶାର କ’ଣ ଥିଲେ ?
Answer:
ନନ୍ଦିନୀ ଶତପଥୀ ଏକଦା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ।

Question 4.
ନନ୍ଦିନୀ ଶତପଥୀ କେଉଁ ସମ୍ମାନରେ ସମ୍ମାନିତ ହୋଇଥିଲେ ?
Answer:
ନନ୍ଦିନୀ ଶତପଥୀ ‘ସାହିତ୍ୟ ଭାରତୀ’’ରେ ସମ୍ମାନିତ ହୋଇଥିଲେ ।

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question 5.
ଇତିହାସର ଛାତ୍ର କିଏ ଥିଲେ ?
Answer:
ଇତିହାସର ଛାତ୍ର ଥିଲେ ଅଙ୍ଗଦ ଚୌଧୁରୀ ।

Question 6.
ଅଙ୍ଗଦ ଚୌଧୁରୀ କେଉଁଠାରୁ ଗବେଷଣା କାର୍ଯ୍ୟରେ ଆସିଥିଲେ ?
Answer:
ଅଙ୍ଗଦ ଚୌଧୁରୀ ନାଳନ୍ଦା ବିଶ୍ବବିଦ୍ୟାଳୟରୁ ଗବେଷଣା କାର୍ଯ୍ୟରେ ଆସିଥିଲେ ।

Question 7.
କିଏ କଳିଙ୍ଗ ବିଜୟ କରିଥିଲେ ?
Answer:
ଗଧ ସମ୍ରାଟ ଅଶୋକ କଳିଙ୍ଗ ବିଜୟ କରିଥିଲେ ।

Question 8.
‘ଶିଳାଲେଖ’’ରେ କ’ଣ ଉଲ୍ଲେଖ ଥିଲା ?
Answer:
‘ଶିଳାଲେଖ’ରେ ଅହିଂସା, ଦୟା, କ୍ଷମା ବିଷୟରେ ଉଲ୍ଲେଖ ଥିଲା ।

Question 9.
ସାଧାରଣ ପ୍ରକାର ରନ୍ଧିନଶାଳାରେ ମାଂସ ରନ୍ଧିନ କରାଯାଇପାରିବା
Answer:
ସାଧାରଣ ପ୍ରଜାର ରନ୍ଧନଶାଳାରେ ମୟୂର ମାଂସ ରନ୍ଧନ କରାଯାଇପାରିବ ।

Question 10.
ସୂର୍ଯ୍ୟର ଶେଷ କିରଣ କାହାର ଛାତି ଉପରୁ ଅପସରି ଗଲାଣି ?
Answer:
ସୂର୍ଯ୍ୟର ଶେଷ କିରଣ ଦୟାନଦୀର ଛାତି ଉପରୁ ଅପସରି ଗଲାଣି ।

Question 11.
କେଉଁଥ‌ିପାଇଁ ଧଉଳି ପର୍ବତ କମ୍ପି ଉଠିଲା ?
Answer:
ଘୋଡ଼ାଟାପୁ ଆଉ ବ୍ରେଷାରବ ସହିତ ଅସ୍ତ୍ରର ଝଙ୍କାରରେ ଧଉଳି ପର୍ବତ କମ୍ପି ଉଠିଲା ।

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question 12.
ଅଙ୍ଗଦ କ’ଣ ଦେଖ‌ିଲେ ?
Answer:
ମହାରାଣୀ କୁରୁବକୀ ଧୀରେ ଧୀରେ ଓହ୍ଲାଇ ଆସୁଥିବାର ଅଙ୍ଗଦ ଦେଖ‌ିଲେ ।

Question 13.
ଅଙ୍ଗଦ କିପରି ବସିଥିଲେ ?
Answer:
ଅଙ୍ଗଦ ଦୁଇ ଆଣ୍ଠୁ ଭିତରେ ମୁଣ୍ଡ ଗୁଞ୍ଜି ବସିଥିଲେ ।

Question 14.
ଅଙ୍ଗଦଙ୍କ ସାମନାରେ କିଏ ଠିଆ ହୋଇଥିଲେ ?
Answer:
ଅଙ୍ଗଦଙ୍କ ସାମନାରେ ଠିଆ ହୋଇଥିଲେ ଜଣେ ଦୀର୍ଘଦେହୀ ପୁରୁଷ ।

Question 15.
ପୁତ୍ର କାହାକୁ ରାଜ ସିଂହାସନ ପ୍ରଦାନ କରିବାର ପରମ୍ପରା ରହିଛି ?
Answer:
ପୁତ୍ର କନ୍ୟାକୁ ରାଜ ସିଂହାସନ ପ୍ରଦାନ କରିବାର ପରମ୍ପରା ରହିଛି

Question 16.
ବୃଦ୍ଧି ଓ ବୀରତ୍ଵରେ କିଏ ରାଜପୁତ୍ରଠାରୁ ଊଣା ନୁହନ୍ତି ?
Answer:
ବୁଦ୍ଧି ଓ ବୀରତ୍ଵରେ ରାଜଜେମା ରାଜପୁତ୍ରଠାରୁ ଊଣା ନୁହନ୍ତି ।

Question 17.
ରାଜଜେମା କେତେ ଜଣ ଯୋଦ୍ଧାଙ୍କୁ ମନୋନୀତ କରିଥିଲେ ?
Answer:
ରାଜଜେମା ବାର ଜଣ ଯୋଦ୍ଧାଙ୍କୁ ମନୋନୀତ କରିଥିଲେ ।

Question 18.
ଦୟାନଦୀ କେଉଁ ନଦୀରେ ପରିଣତ ହୋଇଥିଲା ?
Answer:
ଦୟାନଦୀ ରକ୍ତନଦୀରେ ପରିଣତ ହୋଇଥିଲା ।

Question 19.
ଶିବିର ଭିତରେ ସମ୍ରାଟ ଅଶୋକ କେଉଁ ଅବସ୍ଥାରେ ବସିଥିଲେ ?
Answer:
ଶିବିର ଭିତରେ ସମ୍ରାଟ ଅଶୋକ ଚିନ୍ତାନ୍ବିତ ଅବସ୍ଥାରେ ବସିଥିଲେ ।

Question 20.
ଆଦେଶକୁ ଅପେକ୍ଷା କରି କିଏ ପାଖରେ ଠିଆ ହୋଇଥିଲେ ?
Answer:
ଆଦେଶକୁ ଅପେକ୍ଷା କରି ମହାମନ୍ତ୍ରୀ ପାଖରେ ଠିଆ ହୋଇଥିଲେ ।

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question 21.
ମଗଧର ସେନାବାହିନୀ କିପରି ଥିଲେ ?
Answer:
ମଗଧର ସେନାବାହିନୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ ।

Question 22.
କଳିଙ୍ଗର ଗାଁ ଗଣ୍ଡାରୁ ଲୋକମାନେ କ’ଣ କ’ଣ ଧରି ଆସୁଥୁଲେ ?
Answer:
କଳିଙ୍ଗର ଗାଁ ଗଣ୍ଡାରୁ ଲୋକମାନେ ଖଣ୍ଡା, ତଲବାର, ତୀର, ବର୍ଚ୍ଛା ଧରି ଆସୁଥିଲେ ।

Question 23.
ରୁଗ୍‌ଣ ମହାରାଜ କ’ଣ କରିବାକୁ ଅକ୍ଷମ ଥିଲେ ?
Answer:
ରୁଗ୍‌ଣ ମହାରାଜ ଯୁଦ୍ଧ କରିବାକୁ ଅକ୍ଷମ ଥିଲେ |

Question 24.
ପରଦିନ ପ୍ରତ୍ୟୁଷରେ କେଉଁଠାରେ ନାଗରା ବାଜିଲା ?
Answer:
ପରଦିନ ପ୍ରତ୍ୟୁଷରେ କଳିଙ୍ଗ ରାଜ୍ୟରେ ନାଗରା ବାଜିଲା ।

Question 25.
କିଏ ଯୁଦ୍ଧର ବିଭୀଷିକା ଦେଖୁ ଅତ୍ୟନ୍ତ ମର୍ମାହତ ହେଲେ ?
Answer:
ମଗଧରାଜ ଅଶୋକ ଯୁଦ୍ଧର ବିଭୀଷିକା ଦେଖୁ ଅତ୍ୟନ୍ତ ମର୍ମାହତ ହେଲେ ।

Question 26.
କିଏ ନରହତ୍ୟାକୁ ଦେଖ୍ ଯୁଦ୍ଧ ବନ୍ଦ କରିବାକୁ ନିଷ୍ପତ୍ତି କଲେ ?
Answer:
ଅଶୋକ ନରହତ୍ୟାକୁ ଦେଖ୍ ଯୁଦ୍ଧ ବନ୍ଦ କରିବାକୁ ନିଷ୍ପଭି କଲେ ।

Question 27.
ରାଜେଶ୍ଵରୀ କାହା ସହିତ ଯୁଦ୍ଧ କରି ମୃତ୍ୟୁବରଣ କରିଥିଲା ?
Answer:
ରାଜେଶ୍ୱରୀ ମଗଧ ସେନାପତିଙ୍କ ସହ ଯୁଦ୍ଧ କରି ମୃତ୍ୟୁବରଣ କରିଥିଲା ।

Question 28.
ରାଜନୀତିର ବ୍ରହ୍ମାସ୍ତ୍ର କ’ଣ ?
Answer:
ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡ଼ଯନ୍ତ୍ର ।

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question 29.
ଆପଣ କ’ଣ ଇତିହାସ-ପୁରୁଷ – ଏକଥା କିଏ କହିଥିଲେ ?
Answer:
ଆପଣ କ’ଣ ଇତିହାସ-ପୁରୁଷ – ଏକଥା ଅଙ୍ଗଦ ଚୌଧୁରୀ କହିଥିଲେ ।

Question 30.
କଳିଙ୍ଗର ସାଧାରଣ ପ୍ରଜା କାହିଁକି ଆସୁଥିଲେ ?
Answer:
କଳିଙ୍ଗର ସାଧାରଣ ପ୍ରଜା ଯୁଦ୍ଧ କରିବାକୁ ଆସୁଥିଲେ ।

(B) ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ଅଙ୍ଗଦ ଧଉଳି ପାହାଡ଼ ପାଦଦେଶରେ କେଉଁଠାରେ ବସିଥିଲେ ?
Answer:
ଏକ ବଡ଼ ପଥରମୁଣ୍ଡିଆ ଉପରେ

Question 2.
ଦୀର୍ଘଦେହୀ ପୁରୁଷଙ୍କ ବେଶପୋଷାକରୁ ସେ ରାଜବଂଶର ଲୋକ ବୋଲି କାହାର ମନେ ହୋଇଥିଲା ?
Answer:
ଅଙ୍ଗଦଙ୍କର

Question 3.
ଦୀର୍ଘଦେହୀ ପୁରୁଷଙ୍କ ଆଖ୍ ଦୁଇଟିରେ ଅଙ୍ଗଦ କ’ଣ ଦେଖିବାକୁ ପାଇଥିଲେ ?
Answer:
ଅସାମାନ୍ୟ ଦୀପ୍ତି

Question 4.
ଦୀର୍ଘଦେହୀ ପୁରୁଷ ଅଙ୍ଗଦଙ୍କୁ କେଉଁ ସ୍ଥାନକୁ ନେଇଗଲେ ?
Answer:
କଳିଙ୍ଗ ଦରବାର କକ୍ଷ ନିକଟକୁ

Question 5.
ମହାରାଣୀଙ୍କ ପ୍ରବେଶମାତ୍ରେ ଦରବାର କକ୍ଷ ହଠାତ୍ କ’ଣି ହୋଇଗଲା ?
Answer:
ସ୍ତବ୍‌ଧ

Question 6.
ମହାରାଜା ବିଚାର ନିମନ୍ତେ ବାର୍ତ୍ତା ପଠାଇଥବା କଥା କିଏ କହିଛନ୍ତି ?
Answer:

Question 7.
‘ସ-ପତି’ – କହିଲେ କ’ଣ ବୁଝାଯାଏ ?
Answer:
ପତି ସହିତ

Question 8.
କାହାର ଅଚାନକ ଆକ୍ରମଣରେ କଳିଙ୍ଗର ସୀମାନ୍ତବାହିନୀ ସମ୍ପୂର୍ଣ ଧ୍ୱଂସ ହୋଇଯାଇଛି ?
Answer:
ଅଶୋକଙ୍କ

Question 9.
କାହାର କଣ୍ଠର ଦୃଢ଼ତା ଅଦ୍ଭୁତ ପ୍ରଭାବ ସୃଷ୍ଟି କରିଥିଲା ?
Answer:
ରାଜେଶ୍ୱରୀଙ୍କ

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question 10.
ଅଶୋକ ତାଙ୍କ ପାଖରୁ କ’ଣ ଶେଷ ହେଲାଣି ବୋଲି କହିଛନ୍ତି ?
Answer:
ରସଦ

Question 11.
କଳିଙ୍ଗର ମହାରାଜା କାହିଁକି ଯୁଦ୍ଧ କରିବାକୁ ଅକ୍ଷମ ଥିଲେ ?
Answer:
ରୁଗ୍‌ଣ ହେତୁ

Question 12.
ସାମ୍ରାଜ୍ୟ ରକ୍ଷା ଅଥବା ବିସ୍ତାର କରିବାପାଇଁ କ’ଣ ବ୍ୟବହାର କରିବାକୁ ହୁଏ ?
Answer:
ଷଡ଼ଯନ୍ତ୍ରର ବ୍ରହ୍ମାସ୍ତ୍ର

Question 13.
ଆପଣ କ’ଣ ଇତିହାସ ପୁରୁଷ ? – ଏକଥା କିଏ ପଚାରିଛନ୍ତି ?
Answer:
ଅଙ୍ଗଦ ଚୌଧୁରୀ

Question 14.
କିଏ ଶାନ୍ତସ୍ତୂପ ଉପରେ ଉଜ୍ଜ୍ଵଳ ତାରାଟିଏ ଦେଖ‌ିଲେ ?
Answer:
ଅଙ୍ଗଦ

Question 15.
କଳିଙ୍ଗ ଯୁଦ୍ଧ ପରେ ଅଶୋକ ସବୁଦିନ ପାଇଁ କ’ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ
Answer:
ନରହତତ୍ୟା

Question 16.
କାହା ସହିତ ତାଳ ପକାଇ ଚାଲିବା ଅଙ୍ଗଦଙ୍କ ପକ୍ଷେ ସହଜ ନଥିଲା ?
Answer:
ଦୀର୍ଘଦେହୀ ପୁରୁଷଙ୍କ ସହ

Question 17.
ରାଜା ନିଜର କ’ଣ ମନୋନୀତ କରିବା ଗଣତନ୍ତ୍ର ପ୍ରଶାସନର ନିୟମ ?
Answer:
ଉତ୍ତରାଧିକାରୀ

Question 18.
ରାଜେଶ୍ଵରୀ କିଏ ?
Answer:
କଳିଙ୍ଗ ରାଜକୁମାରୀ

Question 19.
ଅଙ୍ଗଦଙ୍କ ଆଖ୍ ଆଗରେ କେଉଁ ନଦୀର ପାଣିର ରଙ୍ଗ ବଦଳି ଯାଇଥିଲା ?
Answer:
ଦୟା

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question 20.
ରାଜନୀତିର ବ୍ରହ୍ମାସ୍ତ୍ର କିଏ ?
Answer:
ଷଡ଼ଯନ୍ତ୍ର

Question 21.
ଅଙ୍ଗଦ ଚୌଧୁରୀ କେଉଁ ଛାତ୍ର ଥିଲେ ?
Answer:
ଇତିହାସର

Question 22.
କିଏ କଳଙ୍ଗ ବିଜୟ କରିଥିଲେ ?
Answer:
ସମ୍ରାଟ୍ ଅଶୋକ

Question 23.
ଦୀର୍ଘଦେହୀ ଉଜ୍ଜ୍ବଳ ପୁରୁଷଜଣକ କିଏ ଥିଲେ ?
Answer:
ଇତିହାସ ପୁରୁଷ

Question 24.
‘‘କଳିଙ୍ଗ ମହାରାଜଙ୍କର ସମସ୍ତ ଆଦେଶ ଶିରୋଧାର୍ଯ୍ୟ’’ – ଏକଥା କିଏ କହିଥିଲେ ?
Answer:
ମହାମନ୍ତ୍ରା

Question 25.
ଶାରୀରିକ ଅସୁସ୍ଥତା ହେତୁ ମହାରାଜ ରାଜ୍ୟର ଦାୟିତ୍ଵ କାହାକୁ ଅର୍ପଣ କରିବାକୁ ଚାହିଁଛନ୍ତି ?
Answer:
ରାଜଜେମାଙ୍କୁ

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question 26.
ରାଜଜେମା ରାଜେଶ୍ଵରୀ ରାଜ୍ୟ ଦାୟିତ୍ଵ ଗ୍ରହଣ କଲାବେଳେ କିଏ କଳିଙ୍ଗ ଆକ୍ରମଣ କରିଥିଲେ ?
Answer:
ସମ୍ରାଟ୍ ଅଶୋକ

Question 27.
ରାଜେଶ୍ଵରୀ ତାଙ୍କ ସହିତ ସମ୍ମୁଖ ସଂଗ୍ରାମକୁ ଯିବାପାଇଁ କେତେଜଣ ଯୋଦ୍ଧାଙ୍କୁ ଚାହିଁଥିଲେ ?
Answer:
ବାରଜଣ

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
ଶାନ୍ତିସ୍ତୂପ …………………….. ପାହାଡ଼ରେ ଅଛି ।
Answer:
ଧଉଳି

Question 2.
ଅଶୋକ ……………………. ରାଜ୍ୟର ସମ୍ରାଟ ଥ୍ଲେ ।
Answer:
ମଗଧ

Question 3.
ନନ୍ଦିନୀ ଶତପଥୀ ……………………….. ସମ୍ମାନଦ୍ୱାରା ସମ୍ମାନିତା ହୋଇଥ୍ଲେ।
Answer:
ସାହିତ୍ୟ ଭାରତୀ

Question 4.
ନନ୍ଦିନୀ ଶତପଥୀଙ୍କ ପିତାଙ୍କ ନାମ ……………….।
Answer:
କାଳିନ୍ଦୀଚରଣ ପାଣିଗ୍ରାହୀ

Question 5.
ଅଙ୍ଗଦ ଚୌଧୁରୀ ………………… ର ଛାତ୍ର ଥିଲେ ।
Answer:
ଇତିହାସ

Question 6.
ଅଙ୍ଗଦ ଚୌଧୁରୀ ……………….. ରୁ ଗବେଷଣା କାର୍ଯ୍ୟରେ ଆସିଥିଲେ ।
Answer:
ନାଳନ୍ଦା ବିଶ୍ଵବିଦ୍ୟାଳୟ

Question 7.
………………………. କଳିଙ୍ଗ ବିଜୟ କରିଥିଲେ ।
Answer:
ସମ୍ରାଟ୍ ଅଶୋକ

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question 8.
ବାର୍ଘଦେହା ଉଦ୍ଦଲ ପୁରୁଷଜଶକ ……………………..ଥିଲା ।
Answer:
ଇତିହାସ ପୁରୁଷ

Question 9.
କଳିଙ୍ଗର ମହାରାଣୀଙ୍କ ନାମ ……………………….. ଥିଲେ ।
Answer:
କୁରୁବକୀ

Question 10.
‘କଳିଙ୍ଗ ମହାରାଜଙ୍କର ସମସ୍ତ ଆଦେଶ ଶିରୋଧାର୍ଯ୍ୟ’’ – ଏକଥା ……………………. କହିଥିଲେ ।
Answer:
ମହାମନ୍ତ୍ରୀ

Question 11.
ମହାରାଣୀଙ୍କ ପ୍ରବେଶମାତ୍ରେ ଦରବାର କକ୍ଷ ହଠାତ୍ …………………..ହୋଇଗଲା
Answer:
ସ୍ତବ୍‌ଧ

Question 12.
ଯୁଦ୍ଧ ଶେଷରେ …………………………… ପ୍ରାୟ ପୁରୁଷଶୂନ୍ୟ ହୋଇପଡ଼ିଥ୍ ଲା
Answer:
କଳିଙ୍ଗ ରାଜ୍ୟ

Question 13.
କଳିଙ୍ଗ ଯୁଦ୍ଧରେ କେବଳ ସୈନ୍ୟ ନୁହଁନ୍ତି …………………….. ମଧ୍ୟ ଯୁଦ୍ଧ କରିବାକୁ ଆଗେଇ ଆସିଥିଲେ ।
Answer:
ପ୍ରଜାମାନେ

Question 14.
କଳିଙ୍ଗ ଯୁଦ୍ଧ …………………… ମାସ ଧରି ଚାଲିଥିଲା ବୋଲି ଗାଳ୍ପିକ କହିଛନ୍ତି ।
Answer:
ଚାରି

Question 15.
ରାଜେଶ୍ୱରୀ ତାଙ୍କ ସହିତ ସମ୍ମୁଖ ସଂଗ୍ରାମକୁ ଯିବାପାଇଁ ……………………… ଜଣ ଯୋଦ୍ଧାଙ୍କୁ ବାଛିଥିଲେ ।
Answer:
ବାର

Question 16.
କଳିଙ୍ଗ ଯୁଦ୍ଧରେ କଳିଙ୍ଗର ………………………….. ଜଣ ସେନାପତି ଥିଲେ ।
Answer:
ଚାରି

Question 17.
କଳିଙ୍ଗକୁ ଜୟ କରିବାକୁ ………………….. ଦିନ ଲାଗିବ ବୋଲି ମହାମନ୍ତ୍ରୀ ଅଶୋକଙ୍କୁ କହିଥିଲେ ।
Answer:
ଦୁଇ

Question 18.
ସୈନ୍ୟମାନଙ୍କ ବ୍ୟତୀତ ଆଉ ………………………. ମାନେ ହଜାର ହଜାର ସଂଖ୍ୟାରେ ଯୁଦ୍ଧରେ ଯୋଗ ଦେଉଥିଲେ ।
Answer:
ସାଧାରଣ ପ୍ରଜା

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question 19.
ଯୁଦ୍ଧର ବିଭୀଷିକା ଦୃଶ୍ୟ ………………….. ହୋଇଥିଲେ ।
Answer:
ମର୍ମାହତ

Question 20.
ଇତିହାସରେ …………………. ର ନାମ ନାହିଁ କାହିଁକି ବୋଲି ଅଙ୍ଗଦ ଇତିହାସ ପୁରୁଷଙ୍କୁ ପଚାରିଥିଲେ ।
Answer:
ରାଜେଶ୍ୱରୀଙ୍କ

Question 21.
କଳିଙ୍ଗ ଯୁଦ୍ଧର ବିଭୀଷିକା ………………………… ମର୍ମାହତ ହୋଇଥିଲେ ।
Answer:
ସମ୍ରାଟ ଅଶୋକ

Question 22.
ରାଜେଶ୍ଵରୀ ………………………. ସହ ପ୍ରଚଣ୍ଡ ଯୁଦ୍ଧକରି ମୃତ୍ୟୁବରଣ କରିଥିଲେ ।
Answer:
ମଗଧ ସେନାପତିଙ୍କ

Question 23.
ଅଶୋକ ………………………. ଧର୍ମ ଗ୍ରହଣ କରିଥିଲେ ।
Answer:
ବୌଦ୍ଧ

Question 24.
‘କାଳର କପୋଳ ତଳେ’ ଗଛଟିର ରଚୟିତା …………………..।
Answer:
ନନ୍ଦିନୀ ଶତପଥୀ

Question 25.
ରାଜେଶ୍ଵରୀ ………………… ଜଣଙ୍କୁ ସଭାଗୃହ ଛାଡ଼ିଯିବାକୁ ନିର୍ଦ୍ଦେଶ ଦେଇଥିଲେ ।
Answer:
ପାଞ୍ଚ

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

Question 26.
ଯୁଦ୍ଧ ଶେଷରେ କଳିଙ୍ଗ ରାଜ୍ୟ ପ୍ରାୟ ………………………… ହୋଇପଡ଼ିଥିଲା ।
Answer:
ପୁରୁଷଶୂନ୍ୟ

Question 27.
କଳିଙ୍ଗର ରାଜଜେମାଙ୍କ ନାମ ଥିଲା ………………………..।
Answer:
ରାଜେଶ୍ଵରୀ

Question 28.
……………………. ନଦା ରକ୍ତର ନଦା ପାଇଟି ଯାଇଥ୍ ଲା
Answer:
ଦୟା

Question 29.
ସମ୍ରାଟ୍ ଅଶୋକ ……………………… ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ ।
Answer:
ବୁଦ୍ଧଙ୍କ ଅହିଂସା

(D) ଠିକ୍ ଉକ୍ତି ପାଇଁ ‘T” ଓ ଭୁଲ ଉକ୍ତି ପାଇଁ “F” ଲେଖ ।

1. କଳିଙ୍ଗର ରାଜଜେମାଙ୍କ ନାମ କୁରୁବକୀ ଥିଲା ।
2. ଶାରୀରିକ ଅସୁସ୍ଥତା ହେତୁ କଳିଙ୍ଗର ମହାରାଜ ରାଜ୍ୟର ଦାୟିତ୍ଵ ମହାମନ୍ତ୍ରୀଙ୍କୁ ଅର୍ପଣ କରିବାକୁ ଚାହିଁଛନ୍ତି ।
3. ରାଜଜେମା ରାଜେଶ୍ଵରୀ ରାଜ୍ୟ ଦାୟିତ୍ଵ ଗ୍ରହଣ କଲାବେଳେ ସମ୍ରାଟ୍ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ ।
4. ଦୟା ନଦୀ ରକ୍ତର ନଦୀ ପାଲଟିଯାଇଥିଲା ।
5. ସମ୍ରାଟ୍ ଅଶୋକ ବୁଦ୍ଧଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ ।
6. ରାଣୀ କୁରୁବକୀ କଳିଙ୍ଗ ମହାରାଜାଙ୍କର ଅନୁପସ୍ଥିତିରେ ରାଜଜେମା ରାଜେଶ୍ଵରୀ ସମସ୍ତ କାର୍ଯ୍ୟ ପରିଚାଳନା କରିବା ବାର୍ତ୍ତା ଧରି ଦରବାର କକ୍ଷରେ ପ୍ରବେଶ କରିଥିଲେ ।
7. ଅଙ୍ଗଦ ଧଉଳି ପାହାଡ଼ ପାଦଦେଶରେ ଏକ ବଢ଼ ପଥରମୁଶ୍ରି ଆ ଉପରେ ବସିଥିଲୋ
8. ଦୀର୍ଘଦେହୀ ପୁରୁଷଙ୍କ ବେଶପୋଷାକରୁ ଅଙ୍ଗଦଙ୍କୁ ସେ ରାଜବଂଶର ଲୋକଭଳି ମନେ ହୋଇଥିଲେ ।
9. ଦୀର୍ଘଦେହୀ ପୁରୁଷଙ୍କ ଆଖ୍ ଦୁଇଟିରେ ଅଙ୍ଗଦ ଅସାମାନ୍ୟ ଦୀପ୍ତି ଦେଖିବାକୁ ପାଇଥିଲେ ।
10. ଦୀର୍ଘଦେହୀ ପୁରୁଷ ଅଙ୍ଗଦଙ୍କୁ କଳିଙ୍ଗ ଦରବାର କକ୍ଷ ନିକଟକୁ ନେଇଗଲେ ।
11. ରୁଗ୍‌ଣ ହେତୁ କଳିଙ୍ଗର ମହାରାଜା ଯୁଦ୍ଧ କରିବାକୁ ଅକ୍ଷମ ଥିଲେ ।
12. ରାଜେଶ୍ଵରୀ ମଗଧ ସେନାପତିଙ୍କ ସହ ପ୍ରଚଣ୍ଡ ଯୁଦ୍ଧକରି ମୃତ୍ୟୁବରଣ କରିଥିଲେ ।
13. ସାମ୍ରାଜ୍ୟ ରକ୍ଷା ଅଥବା ବିସ୍ତାର କରିବାପାଇଁ ଷଡ଼ଯନ୍ତ୍ରର ବ୍ରହ୍ମାସ୍ତ୍ର ବ୍ୟବହାର କରିବାକୁ ହୁଏ ।
14. ରାଜେଶ୍ଵରୀ ସ୍ଵେଚ୍ଛାରେ ଆଗେଇ ଆସିଥିବା ବାରଜଣ ଯୋଦ୍ଧାଙ୍କୁ ସଙ୍ଗରେ ନେଇ ଯୁଦ୍ଧକୁ ଯିବେ ବୋଲି କହିଥିଲେ ।
15. ମଗଧର ସେନାବାହିନୀ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ ?
Answer:
1. କଳିଙ୍ଗର ରାଜଜେମାଙ୍କ ନାମ କୁରୁବକୀ ଥିଲା । (F)
2. ଶାରୀରିକ ଅସୁସ୍ଥତା ହେତୁ କଳିଙ୍ଗର ମହାରାଜ ରାଜ୍ୟର ଦାୟିତ୍ଵ ମହାମନ୍ତ୍ରୀଙ୍କୁ ଅର୍ପଣ କରିବାକୁ ଚାହିଁଛନ୍ତି । (F)
3. ରାଜଜେମା ରାଜେଶ୍ଵରୀ ରାଜ୍ୟ ଦାୟିତ୍ଵ ଗ୍ରହଣ କଲାବେଳେ ସମ୍ରାଟ୍ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ । (T)
4. ଦୟା ନଦୀ ରକ୍ତର ନଦୀ ପାଲଟିଯାଇଥିଲା । (T)
5. ସମ୍ରାଟ୍ ଅଶୋକ ବୁଦ୍ଧଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ । (T)
6. ରାଣୀ କୁରୁବକୀ କଳିଙ୍ଗ ମହାରାଜାଙ୍କର ଅନୁପସ୍ଥିତିରେ ରାଜଜେମା ରାଜେଶ୍ଵରୀ ସମସ୍ତ କାର୍ଯ୍ୟ ପରିଚାଳନା କରିବା ବାର୍ତ୍ତା ଧରି ଦରବାର କକ୍ଷରେ ପ୍ରବେଶ କରିଥିଲେ । (T)
7. ଅଙ୍ଗଦ ଧଉଳି ପାହାଡ଼ ପାଦଦେଶରେ ଏକ ବଢ଼ ପଥରମୁଶ୍ରି ଆ ଉପରେ ବସିଥିଲୋ (T)
8. ଦୀର୍ଘଦେହୀ ପୁରୁଷଙ୍କ ବେଶପୋଷାକରୁ ଅଙ୍ଗଦଙ୍କୁ ସେ ରାଜବଂଶର ଲୋକଭଳି ମନେ ହୋଇଥିଲେ । (T)
9. ଦୀର୍ଘଦେହୀ ପୁରୁଷଙ୍କ ଆଖ୍ ଦୁଇଟିରେ ଅଙ୍ଗଦ ଅସାମାନ୍ୟ ଦୀପ୍ତି ଦେଖିବାକୁ ପାଇଥିଲେ । (T)
10. ଦୀର୍ଘଦେହୀ ପୁରୁଷ ଅଙ୍ଗଦଙ୍କୁ କଳିଙ୍ଗ ଦରବାର କକ୍ଷ ନିକଟକୁ ନେଇଗଲେ । (T)
11. ରୁଗ୍‌ଣ ହେତୁ କଳିଙ୍ଗର ମହାରାଜା ଯୁଦ୍ଧ କରିବାକୁ ଅକ୍ଷମ ଥିଲେ । (T)
12. ରାଜେଶ୍ଵରୀ ମଗଧ ସେନାପତିଙ୍କ ସହ ପ୍ରଚଣ୍ଡ ଯୁଦ୍ଧକରି ମୃତ୍ୟୁବରଣ କରିଥିଲେ । (T)
13. ସାମ୍ରାଜ୍ୟ ରକ୍ଷା ଅଥବା ବିସ୍ତାର କରିବାପାଇଁ ଷଡ଼ଯନ୍ତ୍ରର ବ୍ରହ୍ମାସ୍ତ୍ର ବ୍ୟବହାର କରିବାକୁ ହୁଏ । (T)
14. ରାଜେଶ୍ଵରୀ ସ୍ଵେଚ୍ଛାରେ ଆଗେଇ ଆସିଥିବା ବାରଜଣ ଯୋଦ୍ଧାଙ୍କୁ ସଙ୍ଗରେ ନେଇ ଯୁଦ୍ଧକୁ ଯିବେ ବୋଲି କହିଥିଲେ । (T)
15. ମଗଧର ସେନାବାହିନୀ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ ? (T)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ନନ୍ଦିନା ଶତପଥୀଙ୍କ ମୃତ୍ୟୁ ଇତିହାସ ଛାତ୍ର
ଗାନ୍ଧି କଥାମୃତ ରାଜେଶ୍ଵରା
ମଗଧ ସମ୍ରାଟ ୨୦୦୬
ଅଙ୍ଗଦ ଶ୍ରେପୁରା କେନ୍ଦ୍ର ସାହିତ୍ୟ ଏକାଡେମୀ
ରାଜଜେମା କଳିଙ୍ଗ ଆକ୍ରମଣ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ନନ୍ଦିନା ଶତପଥୀଙ୍କ ମୃତ୍ୟୁ ୨୦୦୬
ଗାନ୍ଧି କଥାମୃତ କେନ୍ଦ୍ର ସାହିତ୍ୟ ଏକାଡେମୀ
ମଗଧ ସମ୍ରାଟ କଳିଙ୍ଗ ଆକ୍ରମଣ
ଅଙ୍ଗଦ ଶ୍ରେପୁରା ଇତିହାସ ଛାତ୍ର
ରାଜଜେମା ରାଜେଶ୍ଵରା

ଗାଳ୍ପିକ ପରିଚୟ ।

ନନ୍ଦିନୀ ଶତପଥୀ ଏକ ସୁପ୍ରତିଷ୍ଠିତ ସାହିତ୍ୟିକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସବୁଜ ରାଜନୀତିରେ ଅଂଶଗ୍ରହଣ ଏକ ସାମାଜିକ ବିମୁଖତାଭାବେ ଗୃହୀତ ହେଉଥିଲା; ସେତେବେଳେ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ନନ୍ଦିନୀ ଶତପଥୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ଛାତ୍ର ରାଜନୀତିରେ । ପରେ ପରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଉଚ୍ଚକୋଡ୍ୟୁଲ୍ ଗାଳ୍ପିକ ଭାବେ ତାଙ୍କର ଅଶେଷ ଖ୍ୟାତି ରହିଛି । ତାଙ୍କ ଗଳ୍ପଗୁଡ଼ିକ ବେଶ୍ ବୌଦ୍ଧିକ, ଭାବୋଦ୍ଦୀପକ, ଐତିହାସିକ ତଥା ସାମାଜିକ ଗୁଣବତ୍ତାର ଅଧିକାରୀ । ତାଙ୍କର ସଫଳ ଗ୍ରନ୍ଥଗୁଡିକ ହେଉଛି – ‘କେତୋଟି କଥା’ ଓ ‘ସପ୍ତଦର୍ଶୀ’ ।

ସୃଜନାଭିମୁଖ୍ୟ

ଏକଦା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥ‌ିବା ନନ୍ଦିନୀ ଶତପଥୀ ଓଡ଼ିଶାର ରାଜନୀତି ତଥା ଓଡ଼ିଆ ସାହିତ୍ୟ ଜଗତରେ ଥିଲେ ଏକ ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧିକାରିଣୀ । ଏକ ସୁପ୍ରତିଷ୍ଠିତ ସାହିତ୍ୟିକ ପରିବାରରେ ଜନ୍ମଗ୍ରହଣ କରିଥିବା ସେହି ଯଶସ୍ବିନୀ ମହାମହିଳା ଛାତ୍ରୀ ଅବସ୍ଥାରୁ ଓଡ଼ିଆ କବିତା ଓ କ୍ଷୁଦ୍ରଗଳ୍ପ ରଚନାରେ ମନୋନିବେଶ କରିଥିଲେ । ରାଜନୀତିକ ଜୀବନର ବ୍ୟସ୍ତତା ମଧ୍ୟରେ ତାଙ୍କ ସାରସ୍ଵତ ସାଧନା ସ୍ଵଚ୍ଛ ହେଲେ ମଧ୍ୟ ଥିଲା ଶକ୍ତିଶାଳୀ । ମାର୍ଜିତ ଭାଷା, ଆକର୍ଷଣୀୟ ଉପସ୍ଥାପନା ଶୈଳୀ ତଥା ବଳିଷ୍ଠ ଭାବାନୁଭୂତିରେ ତାଙ୍କ ସୃଷ୍ଟିସଂପଦ ସତତ ଉଦ୍‌ଭାସିତ ।

ରାଜନୀତି ଓ ସାହିତ୍ୟ ମଧ୍ୟରେ ସମନ୍ବୟ ସୃଷ୍ଟି କରି ନିଜର ବ୍ୟକ୍ତିପ୍ରତିଭାର ବୈଶିଷ୍ଟ୍ୟ ପ୍ରତିପାଦନ କରିଥିବା କତିପୟ ଉତ୍କଳୀୟମାନଙ୍କ ମଧ୍ୟରେ ନାରୀନେତ୍ରୀ ନନ୍ଦିନୀ ଶତପଥୀଙ୍କ ସ୍ଥାନ ସ୍ଵତନ୍ତ୍ର । କାରଣ ସେ ହିଁ ଏକମାତ୍ର ନାରୀ ଯେକି ସ୍ଵକୀୟ ଶକ୍ତି ଓ ସାଧନା ବଳରେ ଓଡ଼ିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ଭାବରେ ସାରା ଭାରତବର୍ଷରେ ଚହଳ ସୃଷ୍ଟି କରିଥିଲେ । ଏହି ପ୍ରତିଭାମୟୀ ନାରୀ ଓଡ଼ିଆ ସାହିତ୍ୟର ସବୁଜଯୁଗର ଅନ୍ୟତମ ରଥୀ ଔପନ୍ୟାସିକ କବି କାଳନ୍ଦୀଚରଣ ପାଣିଗ୍ରାହୀଙ୍କର

ସୁପୁତ୍ରୀ ଥିଲେ । ତାଙ୍କ ପିତୃବ୍ୟ ଭଗବତୀଚରଣ ପାଣିଗ୍ରାହୀ ମଧ୍ୟ ପ୍ରଗତିବାଦୀ ଓଡ଼ିଆ ସାହିତ୍ୟ ଆନ୍ଦୋଳନର ଜଣେ ମୁଖ୍ୟ ପୁରୋଧା ଭାବରେ ପରିଚିତ ଥିଲେ । ବିଦ୍ୟାଳୟ ଜୀବନରୁ କବି ନନ୍ଦିନୀଙ୍କର ଓଡ଼ିଆ କବିତା ଓ କ୍ଷୁଦ୍ର ଗଳ୍ପ ରଚନାରେ ପାରଦର୍ଶିତା ରହିଥିଲା । ପରବର୍ତ୍ତୀ ଜୀବନର ରାଜନୈତିକ ବ୍ୟସ୍ତ-ବହୁଳତା ଭିତରେ ଏ ପ୍ରତିଭାରେ ସାମାନ୍ୟ ଶିଥୁଳତା ଆସିଥିଲେ ମଧ୍ୟ ତାଙ୍କର ସ୍ଵଳ୍ପ କେତୋଟି ସାରସ୍ଵତ ସୃଷ୍ଟି ମଧ୍ୟରେ ଶକ୍ତିଶାଳୀ ସାହିତ୍ୟିକ ଦୃଷ୍ଟିଭଙ୍ଗୀର ଉଜ୍ଜ୍ବଳ ନିଦର୍ଶନ ରହିଥିଲା । ସାହିତ୍ୟର ସୃଜନୀଶକ୍ତି କ୍ଷେତ୍ରରେ ତାଙ୍କର ଲେଖନୀ ଯେପରି ବଳିଷ୍ଠ ଓ ଶକ୍ତିଶାଳୀ ଥିଲା ରାଜନୈତିକ ପୃଷ୍ଠଭୂମିରେ ତାଙ୍କର ଦୃଷ୍ଟିଭଙ୍ଗୀ ଏବଂ ପଦକ୍ଷେପ ସେତିକି ଶକ୍ତିଶାଳୀ ଥିଲା । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ରାଜ୍ୟର ଦୁଃସ୍ଥ ଶିକ୍ଷକ ସମାଜ ପାଇଁ ଏକ ନୂତନ ପଦକ୍ଷେପ ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଠି କରିପାରିଥ୍ ଲା।

ତାଙ୍କର ସାରସ୍ବତ ସୃଷ୍ଟି ସମୂହ ମଧ୍ଯରେ ତାଙ୍କ କ୍ଷୁଦ୍ରଗଳ୍ପ ସମାହାର ସମ୍ବଳିତ ‘କେତୋଟି କଥା’ ଓ ‘ସପ୍ତଦଶୀ’ ନାମକ ଦୁଇଟି ପୁସ୍ତକର ନାମ ଉଲ୍ଲେଖଯୋଗ୍ୟ । ତାଙ୍କ ରାଜନୈତିକ ଓ ସାରସ୍ଵତ ଜୀବନର ସମସ୍ତ ଅଭିଜ୍ଞତା ଓ ଅନୁଭୂତି ଉକ୍ତ କ୍ଷୁଦ୍ରଗଳ୍ପଗୁଡ଼ିକରେ ପ୍ରତିଫଳିତ ହୋଇଛି । ଅନୁବାଦ ସାହିତ୍ୟରେ ତାଙ୍କର କୃତିତ୍ଵ ମଧ୍ଯ ଅନସ୍ବୀକାର୍ଯ୍ୟ । ‘ଗାନ୍ଧି କଥାମୃତ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମାଦ୍ୱାରା ପୁରସ୍କୃତ ହୋଇଥିଲା ୧୯୯୮ରେ ସେ ସମ୍ମାନଜନକ ‘ସାହିତ୍ୟଭାରତା’ ଉପାଧ୍ଧରେ ଭୂଷିତ ହୋଇଥିଲେ । ବାସ୍ତବରେ ସେ ଥିଲେ ‘ମାଟିର ମଣିଷ’ ସୃଷ୍ଟିକର୍ତ୍ତାଙ୍କର ସୁନାର କନ୍ୟା ।

ଗଦିର ପ୍ଠଷ୍ଠଭୂମି

ମହାମହିମ ମଗଧ ସମ୍ରାଟ ଅଶୋକଙ୍କର ଭାରତ ବିଜୟ ଅଭିଯାନ କ୍ଷେତ୍ରରେ ଦୁଷ୍କର୍ଷ ଓଡ଼ିଆ ପାଇକ ସୈନ୍ୟଙ୍କଦ୍ୱାରା ସୁରକ୍ଷିତ କଳିଙ୍ଗ ସାମ୍ରାଜ୍ୟ ସେଥ‌ିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ସେତେବେଳେ କଳିଙ୍ଗର ମହାରାଜା ଏବଂ ତାଙ୍କର ସୈନ୍ୟସାମନ୍ତ ଅତ୍ୟନ୍ତ ପରାକ୍ରମଶାଳୀ ଥିଲେ । ଏହା ସତ୍ତ୍ଵେ ସମ୍ରାଟ ଅଶୋକଙ୍କର ସାମ୍ରାଜ୍ୟବାଦ ଲିପ୍‌ସାର ଅଭିଳାଷ କରିଥିଲେ । ସେତେବେଳେ କଳିଙ୍ଗ ସାମ୍ରାଜ୍ୟ ଗଙ୍ଗାନଦୀର ମୁହାଣଠାରୁ ଗୋଦାବରୀ ମୁହାଣ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ଏବଂ ଏହାର ବିଭିନ୍ନ ଅଞ୍ଚଳ କଳିଙ୍ଗ, ତୋଷାଳୀ, ଉଡୁ ଓ ଉତ୍କଳ ନାମରେ ଅଭିହିତ ଥିଲା ।

ଇତିହାସ କହିବା ଅନୁଯାୟୀ ଧଉଳି ପାହାଡ଼ର ପାଦଦେଶରେ ବହିଯାଉଥବା ଦୟାନଦୀ କୂଳରେ ସମ୍ରାଟ ଅଶୋକ ଏବଂ କଳିଙ୍ଗାଧୂପତିଙ୍କ ସାମରିକ ଫୌଜ ମଧ୍ୟରେ ପ୍ରଳୟଙ୍କରୀ ଯୁଦ୍ଧ ସଂଘଟିତ ହୋଇଥିଲା । ଯୁଦ୍ଧରେ ଅସଂଖ୍ୟ ସୈନ୍ୟଙ୍କ ଲାଲରକ୍ତରେ ଜୟାନଦା ରକ୍ତରଞ୍ଜ ହୋଇଉଠିଥ୍ ଲା ଉଭୟପକ୍ଷର ବିପୁଳ କ୍ଷୟ୍ କ୍ଷତି ହୋଇଉଠିଥ୍ ଲା । ଉଭୟ ପକ୍ଷୟ ପକ୍ଷଙ୍କ ହୃଦୟରେ ପ୍ରତିହିଂସା ବହ୍ନି ନିର୍ବାପିତ ହୋଇପାରି ନଥିଲା । ସ୍ୱାଭିମାନୀ କଳିଙ୍ଗବାସୀ ଅସ୍ଥିର ହୋଇଉଠିଥିଲେ । ବିପୁଳ ମଗଧ ସୈନ୍ୟମାନଙ୍କ ଆକ୍ରମଣରେ କଳିଙ୍ଗର ମହାରାଜା ପରାହତ ହୋଇ ବନ୍ଦୀ ହେଲେ । ରାଣୀ କୁରୁବକୀଙ୍କୁ ନାନାପ୍ରକାର ମାନସିକ ଯନ୍ତ୍ରଣା ଦିଆଗଲା ।

ଘମାଘୋଟ ଯୁଦ୍ଧରେ କଳିଙ୍ଗ ପ୍ରଜାଶୂନ୍ୟ ହେବାରେ ଲାଗିଲା । ଚତୁର୍ଦ୍ଦିଗରେ ମୃତ, ପରାହତ ସୈନ୍ୟମାନଙ୍କ ଆର୍ଭଚିତ୍କାର ସମଗ୍ର କଳିଙ୍ଗକୁ ପ୍ରକମ୍ପିତ କରିଦେଲା । ଶେଷରେ କଳିଙ୍ଗଯୁଦ୍ଧର ବିଭୀଷିକା ଅଶୋକଙ୍କ ମନରେ ଦାରୁଣ ଆଘାତ ଦେଇଥିଲା ଏବଂ ଏହାଫଳରେ ତାଙ୍କ ହୃଦୟରେ ଅପୂର୍ବ ପରିବର୍ତ୍ତନ ଦେଖାଦେଇଥିଲା। କଳିଙ୍ଗର ଏକ ସାଧାରଣ ବୃଦ୍ଧାଙ୍କର ନିଜ ପୁତ୍ରର ଜୀବନ ଭିକ୍ଷା ଏବଂ ବୌଦ୍ଧଭିକ୍ଷୁ ଉପଗୁପ୍ତଙ୍କର ଶାନ୍ତିର ଆବାହନୀ ତାଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ଏହାପରେ କଳିଙ୍ଗର ପ୍ରଜାମାନଙ୍କ ପ୍ରତି ତାଙ୍କର ଏକ ସ୍ୱତନ୍ତ୍ର ଅନୁରାଗ ସୃଷ୍ଟି ହୋଇଥିଲା । କଳିଙ୍ଗ ବିଜୟ ପରେ ଅଶୋକ କଳିଙ୍ଗକୁ ପ୍ରାଚ୍ୟ-

ପ୍ରଦେଶରେ ସମ୍ମିଳିତ କରି ଏହାକୁ ନିଜର ପ୍ରତ୍ୟକ୍ଷ ଶାସନାଧୀନରେ ରଖିଲେ । କଳିଙ୍ଗ ହିଁ ଅଶୋକଙ୍କ ଯୁଦ୍ଧଭେରୀକୁ ନିସ୍ତବ୍ଧ କରି ତାଙ୍କୁ ଧର୍ମଭେରୀର ନିନାଦ ପାଇଁ ଆହ୍ୱାନ ଦେଇଥିଲା । ସୁତରାଂ ଏହାପରେ କଳିଙ୍ଗ ଅଶୋକଙ୍କ ପାଇଁ ବିଶେଷ ଆକର୍ଷଣ ତଥା ଏକ ଦୁର୍ବଳତା ରୂପେ ପ୍ରକାଶ ପାଇଥିଲା । ଏହାପରେ ଏହି ବିରାଟ ରାଜ୍ୟକୁ ମଗଧ ସାମ୍ରାଜ୍ୟରେ ଅନ୍ତର୍ଭୁକ୍ତ କରି ଏଠାରେ ଏକ ପ୍ରାଦେଶିକ ଶାସନ ପ୍ରଚଳନ କଲେ । କଳିଙ୍ଗ ଯୁଦ୍ଧରେ କଳିଙ୍ଗବାସୀ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କ ମନରୁ ପ୍ରତିହିଂସାର ବହ୍ନି ଲିଭିପାରିନଥିଲା । ତେଣୁ ଅଶୋକ କଳିଙ୍ଗର ପ୍ରଶାସନରେ ବ୍ୟକ୍ତିଗତ ହସ୍ତକ୍ଷେପ କରି କର୍ମଚାରୀମାନଙ୍କୁ ନିୟନ୍ତ୍ରଣ କଲେ ଏବଂ ସେମାନଙ୍କୁ କର୍ତ୍ତବ୍ୟନିଷ୍ଠା ଓ ମାନବପ୍ରେମରେ ଉଦ୍‌ବୁଦ୍ଧ କଲେ । କଳିଙ୍ଗରେ ଏକ ଜନମଙ୍ଗଳ ପ୍ରଶାସନର

ପ୍ରବର୍ତ୍ତନ ହେଲା । ପ୍ରଶାସନ ମାଧ୍ୟମରେ ଜନସାଧାରଣଙ୍କୁ ଧର୍ମ ଓ ନୈତିକ ମୂଲ୍ୟବୋଧ ପ୍ରତି ଆକୃଷ୍ଟ କରାଗଲା । ଏହି ସୁଶାସନ ପ୍ରଚଳନ କରି ସମ୍ରାଟ ଅଶୋକ ଜଣେ ପ୍ରଜାପ୍ରିୟ ସୁଶାସକ ହେଲେ ଏବଂ ତାଙ୍କର ଶାସନ ପ୍ରକ୍ରିୟା ସମଗ୍ର ଭାରତର ଶାସନ ପାଇଁ ଏକ ଆଦର୍ଶ ଶାସନ ରୂପେ ସ୍ବୀକୃତ ହୋଇ ତାହା ସମଗ୍ର ଭାରତୀୟଙ୍କ ପ୍ରଶାସନ କ୍ଷେତ୍ରରେ ଅନୁସୃତ ହେଲା । ଏ ହେଲା ଇତିହାସର କଥାବସ୍ତୁ ।

କିନ୍ତୁ ଏହି ଐତିହାସିକ ତଥ୍ୟ ପଛରେ କିଛି ଅନାଲୋଚିତ ତଥା ଅଲିଖ୍ ତଥ୍ୟ ଆତ୍ମଗୋପନ କରି ରହିଛି, ଯାହା ଇତିହାସ ତାହାର ପୃଷ୍ଠାରେ ସ୍ଥାନିତ କରିବାକୁ ସମର୍ଥ ହୋଇପାରିନାହିଁ । ସେହି ଅନାଲୋଚିତ ତଥା ଅଲିଖ୍ତ ତଥ୍ୟକୁ ସମ୍ବଳ କରି ପଠିତ ଗଳ୍ପଟିକୁ ଗାଳ୍ପିକା ଲୋକଲୋଚନକୁ ଆଣିବା ସଙ୍ଗେ ସଙ୍ଗେ ଉତ୍କଳର ଏକ ଉଜ୍ଜଳ ଇତିହାସକୁ ଉତ୍କଳୀୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅଭିଳାଷ ପୋଷଣ କରିଛନ୍ତି । ଏ ପ୍ରକାର ତଥ୍ୟ ପ୍ରଚଳିତ ଐତିହାସିକ ତଥ୍ୟଠାରୁ ସାମାନ୍ୟ ଭିନ୍ନ । ଏହି ତଥ୍ୟ ଅନୁଯାୟୀ ମହାମହିମ ସମ୍ରାଟ ଅଶୋକ ନିଜର ଅପରାଜେୟ ସୈନ୍ୟସାମନ୍ତଙ୍କ ପରାକ୍ରମରେ କଳିଙ୍ଗ ଯୁଦ୍ଧରୁ ବିରତ ହୋଇନଥିଲେ । କିଛି ପରିସ୍ଥିତି ତାଙ୍କୁ କଳିଙ୍ଗ ଯୁଦ୍ଧରୁ ବିରତ ହେବାକୁ ବାଧ୍ୟ କରିଥିଲା । ବାସ୍ତବରେ ଇତିହାସ ବାରମ୍ବାର ପ୍ରମାଣ କରିଆସିଛି, ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡ଼ଯନ୍ତ୍ର । ଜଣେ ସ୍ବକୀୟ ପରାକ୍ରମରେ ବୀର ହୋଇପାରେ, କିନ୍ତୁ ସାମ୍ରାଜ୍ୟ ବିସ୍ତାର କରିନପାରିଲେ, ଇତିହାସ ତାଙ୍କୁ ସମ୍ରାଟ ବା ବୀର ବୋଲି ଆଖ୍ୟା ଦେଇପାରେ ନାହିଁ। ପଠିତ ଗଳ୍ପରେ କଳିଙ୍ଗ ରାଜଜେମାଙ୍କର ଅପୂର୍ବ ବୀରତ୍ଵ ଓ ଚତୁର ଯୁଦ୍ଧ ପରିଚାଳନାରେ ହତୋତ୍ସାହ ହୋଇ ସମ୍ରାଟ ଅଶୋକ ଯୁଦ୍ଧରୁ ବିରତ ରହି ଧର୍ମର ପଥ ଅନ୍ଵେଷଣ କରିବାର ସିଦ୍ଧାନ୍ତ ଗ୍ରହଣ କରିଥିଲେ ।

ବାସ୍ତବରେ ଅଶୋକ ବହୁକାଳ ଧରି ଅଶାନ୍ତ କଳିଙ୍ଗବାସୀଙ୍କ ପ୍ରତି କଠୋର ଆଚରଣ କରିଚାଲିଥିଲେ । ଇତିହାସର ଶିଳାଲେଖମାନଙ୍କରୁ ଏହାର ଦୃଷ୍ଟାନ୍ତ ମିଳିଥାଏ । ଅଥଚ ସମ୍ରାଟଙ୍କର ଏହି ଛଳନାତ୍ମକ ରାଜନୀତିକୁ ଇତିହାସ ସମ୍ମାନ ଦେଇଥିଲେ ମଧ୍ୟ ରାଜଜେମା ରାଜେଶ୍ୱରୀଙ୍କ ଅପୂର୍ବ ସାହସ, ନିଷ୍ଠା ଓ ଚତୁରତା ଯୁଦ୍ଧ ପରିଚାଳନାର ଦକ୍ଷତାକୁ ସମ୍ମାନ ଦେବାରେ ନୀରବତା ଅବଲମ୍ବନ କରିଛି । ଇତିହାସର ଏହି ଅନାଲୋଚିତ ସତ୍ୟକୁ ଗାଳ୍ପିକା ନନ୍ଦିନୀ ଶତପଥୀ ଦୁଇଟି ବିଶେଷ ଚରିତ୍ର ମାଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି । ଏହି ଦୁଇଟି ଚରିତ୍ର ମଧ୍ୟରୁ ଗୋଟିଏ ଚରିତ୍ର ହେଲେ ନାଳନ୍ଦା ବିଶ୍ବବିଦ୍ୟାଳୟରୁ ଗବେଷଣା କାର୍ଯ୍ୟରେ ଓଡ଼ିଶାକୁ ଆସିଥିବା ଇତିହାସର ଛାତ୍ର ଅଙ୍ଗଦ ଚୌଧୁରୀ ଏବଂ ଅନ୍ୟ ଚରିତ୍ରଟି ସମୟ ବା ଇତିହାସ ପୁରୁଷ ।

BSE Odisha 10th Class Odia Solutions Chapter 15 କାଳର କପୋଳ ତଳେ

ସାରକଥା

ଅଙ୍ଗଦ ଚୌଧୁରୀ ଧଉଳି ପାହାଡ଼ର ପାଦଦେଶରେ ଥିବା ଏକ ବଡ଼ ପଥର ମୁଣ୍ଡିଆ ଉପରେ ବସିରହି ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମଗଧ ସମ୍ରାଟ ଅଶୋକ ଓ ପରାକ୍ରମଶାଳୀ କଳିଙ୍ଗସେନା ମଧ୍ୟରେ ସଂଘଟିତ ପ୍ରଳୟଙ୍କରୀ କଳିଙ୍ଗଯୁଦ୍ଧର ସ୍ମୃତିକୁ ରୋମନ୍ଥନ କରିଚାଲିଛନ୍ତି । ରୋମନ୍ଥନ ଭିତରେ ସେ ଇତିହାସର କିଛି ରହସ୍ୟମୟ ଘଟଣା ସମ୍ପର୍କରେ ଦ୍ବନ୍ଦ୍ବରେ ପଡ଼ିଯିବା ସମୟରେ ଇତିହାସ ତାକୁ ପ୍ରକୃତ ସତ୍ୟ ସମ୍ପର୍କରେ ଅବତାରଣା କରିଛି । ବହୁବର୍ଷତଳେ ମଗଧ ସମ୍ରାଟ କଳିଙ୍ଗ ବିଜୟ କରି ଏହାକୁ ତାଙ୍କର ସାମ୍ରାଜ୍ୟରେ ଅନ୍ତର୍ଭୁକ୍ତ କରିଥିଲେ । କଳିଙ୍ଗ ବିଜୟ ସମୟରେ ସମ୍ରାଟ ଅଶୋକ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥଲେ ଦୁର୍ବର୍ଷ କଳିଙ୍ଗ ସେନାନୀଙ୍କୁ ପ୍ରତିହତ କରି ସହଜରେ କଳିଙ୍ଗକୁ ବିଜୟ କରିବା ସମ୍ଭବପର ନଥିଲା । ବିରାଟ ମଗଧ ବାହିନୀକୁ କ୍ଷୁଦ୍ର କଳିଙ୍ଗର ଦୁର୍ଦ୍ଧର୍ଷ ସେନାବାହିନୀ ସହଜରେ ନିଜ ରାଜ୍ୟକୁ ସମର୍ପଣ କରିଦେବାକୁ ପ୍ରସ୍ତୁତ ନଥିଲେ । ପରାକ୍ରମୀ କଳିଙ୍ଗସେନା ନିଜର ଶେଷ ରକ୍ତବିନ୍ଦୁ ଥ‌ିବା ପର୍ଯ୍ୟନ୍ତ ମଗଧବାହିନୀକୁ ପ୍ରତିରୋଧ କରିବାକୁ ଦୃଢ଼ ଶପଥ ନେଇଥିଲେ ।

ଅନ୍ୟ ଉପାୟ ନପାଇ ମଗଧ ସମ୍ରାଟ ଷଡ଼ଯନ୍ତ୍ର କରି ନିଷ୍ଠୁର ଭାବରେ ମୁଷ୍ଟିମେୟ କଳିଙ୍ଗସେନାକୁ ଦମନ କରି କଳିଙ୍ଗକୁ ଅକ୍ତିଆର କରିଥିଲେ । କଳିଙ୍ଗ ସେନାବାହିନୀଙ୍କ ପାଇଁ ତାଙ୍କର ମହାରାଜାଙ୍କର ସ୍ୱାଭିମାନ ରକ୍ଷାଥିଲା ପ୍ରଥମ କର୍ଭବ୍ୟ । ଏଣୁ ଏହି ଗୁରୁତ୍ୱପୂର୍ଣ ଯୁଦ୍ଧରେ ଅଶୋକ ଏବଂ ତାଙ୍କ ସେନାପତିମାନଙ୍କୁ ଇତିହାସ ତା ପୃଷ୍ଠାରେ ସ୍ମୃତିର ଶଙ୍ଖାଳି କରି ସାଇତି ରଖୁଥ‌ିବାବେଳେ କଳିଙ୍ଗର ସ୍ଵାଭିମାନୀ ଏବଂ ପରାକ୍ରମଶାଳୀ ରାଜାଙ୍କର ସ୍ମୃତି ପାଇଁ ନୀରବ କାହିଁକି ? ସେତେବେଳେ କଳିଙ୍ଗର ରାଜା କିଏ ଥିଲେ ଏବଂ କାହାକୁ ପରାଜିତ କରି ଅଶୋକ ବିଜୟର ଧ୍ଵଜା ଉଡ଼ାଇଥିଲେ- ଏ ସମ୍ପର୍କରେ ଇତିହାସର ସ୍ପଷ୍ଟ ଅଭିମତ କିଛି ନଥ‌ିବା ସମ୍ପର୍କରେ ଇତିହାସ ଛାତ୍ର ଅଙ୍ଗଦଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚୀ ଉଙ୍କିମାରିଛି । ଅଶୋକଙ୍କ ଶିଳାଲେଖ ପଢ଼ିଛନ୍ତି ଅଙ୍ଗଦ । ସେଥୁରେ ଅହିଂସା, ଦୟା, କ୍ଷମା ଇତ୍ୟାଦି ବିଷୟରେ ବହୁ ଆଲୋଚନାତ୍ମକ ତଥ୍ୟ ପ୍ରଦର୍ଶନ କରାଯାଇଛି । ରାଜାଙ୍କର ରନ୍ଧନଶାଳାରେ କେତୋଟି

ମୟୂରମାଂସ ରନ୍ଧାଯାଇ ପାରିବ ଏବଂ କେଉଁ କେଉଁ ପ୍ରାଣୀଙ୍କୁ ବଧ କରାଯିବ ନାହିଁ, ସେସବୁ ଉଲ୍ଲେଖ ରହିଛି, ଅଥଚ କଳିଙ୍ଗରାଜାଙ୍କ ବିଷୟରେ କେଉଁଠି କିଛି ଆଲୋଚନା କରାଯାଇନାହିଁ । ଏଇସବୁ ପୁଞ୍ଜୀଭୂତ ପ୍ରଶ୍ନର ଉତ୍ତର ଖୋଜୁଖୋଜୁ ସୂର୍ଯ୍ୟ ପଶ୍ଚିମ ଦିଗରେ ରକ୍ତମଧ୍ଵଜାର ସଙ୍କେତ ଦେଇ ବିଦାୟ ନେବାକୁ ବସିଲେଣି। ମନ ଭିତରେ କଳିଙ୍ଗ ଯୁଦ୍ଧର ଭୟଙ୍କରତା ଉଙ୍କିମାରି ଉଠିବାରୁ ଅଙ୍ଗଦ ଚମକି ଉଠିଲେ । ଯେଉଁଠି ମଗଧସେନା ଏବଂ କଳିଙ୍ଗ ସେନାଙ୍କ ଭିତରେ ଘମାଘୋଟ ଲଢ଼େଇ ଚାଲିଥିଲା, ସେ ଅଞ୍ଚଳରେ ଘଞ୍ଚ ଜଙ୍ଗଲର ପ୍ରାବଲ୍ୟ । ତାରି ସ୍ମ ତିପଟରୁ ତାଙ୍କୁ ଶୁଣାଯାଉଥିଲା ଅସଂଖ୍ୟ ଘୋଡ଼ାଟାପୁର ଶବ୍ଦ । ଘୋଡ଼ାଟାପୁ ଆଉ ସେମାନଙ୍କର ଭୟଙ୍କର ଚିତ୍କାର ସହିତ ଢାଲ, ତରବାରି ଅସ୍ତ୍ରସମୂହର ଝଣତ୍‌କାର ଶବ୍ଦ । ଦୟାନଦୀରେ ରକ୍ତର ସୁଅ, ଅସଂଖ୍ୟ ସେନାନୀଙ୍କ ମୃତ୍ୟୁକଳୀନ ବିକଟ ଚିତ୍କାର । ଦୁଇଆଣ୍ଠୁ ଭିତରେ ମୁହଁକୁ ଗୁଞ୍ଜି ବସିରହିଲେ ଅଙ୍ଗଦ । ଭୟରେ ସମଗ୍ର ଶରୀର ତାଙ୍କର କମ୍ପି ଉଠୁଥିଲା ।

ହଠାତ୍ ତାଙ୍କ କାନ୍ଧ ଉପରେ ଜଣେ ଦୀର୍ଘଦେହୀ ପୁରୁଷଙ୍କର କୋମଳସ୍ପର୍ଶରେ ତାଙ୍କ ସ୍ବପ୍ନ ଭଙ୍ଗ ହୋଇଥିଲା । ତାଙ୍କର ବେଶପୋଷାକରୁ ସେ ଜଣେ ରାଜପୁରୁଷ ଭାବି ଅଙ୍ଗଦଙ୍କ ମନରେ ସନ୍ଦେହ ଆସିବାରୁ ସେ ତାଙ୍କୁ କଳିଙ୍ଗର ରାଜା ମନେକରି ପ୍ରଶ୍ନ କରିଥିଲେ । ଅଙ୍ଗଦଙ୍କ ପ୍ରଶ୍ନର ଉତ୍ତରକୁ ଏଡ଼ିଦେଇ ସେ ଦୀର୍ଘକାୟ ପୁରୁଷ ସ୍ମୃତିର କଳିଙ୍ଗର ମହାରାଜାଙ୍କ ନିକଟରେ ପ୍ରଶ୍ନ କରିଥିଲେ । ଅଙ୍ଗଦଙ୍କ ପ୍ରଶ୍ନର ଉତ୍ତରକୁ ଏଡ଼ିଦେଇ ସେ ଦୀର୍ଘକାୟ ପୁରୁଷ ସ୍ମୃତିର କଳିଙ୍ଗର ମହାରାଜାଙ୍କ ନିକଟରେ ତାଙ୍କୁ ପହଞ୍ଚାଇ ଦେଇଥିଲେ ।

କଳିଙ୍ଗର ରାଜଦରବାରରେ ସେତେବେଳକୁ ବିମର୍ଷର ବାତାବରଣ ଭରିଯାଇଥାଏ । ଆହତ କଳିଙ୍ଗାଧୂପତି ଶଯ୍ୟାଶାୟୀ । ଏହି ସମୟରେ ରାଣୀଅନ୍ତଃପୁରରୁ ଧୀରେ ଧୀରେ ପାହାଚ ପରେ ପାହାଚ ଅତିକ୍ରମ କରି ଓହ୍ଲାଇ ଆସୁଥିଲେ ନୂତନ ଏକ ମନ୍ତ୍ରଣା ସହିତ କଳିଙ୍ଗକୁ ଆସନ୍ନ ବିପଦରୁ ରକ୍ଷା କରିବାପାଇଁ । ମହାରାଣୀଙ୍କ ପ୍ରବେଶମାତ୍ରେ ଦରବାର କକ୍ଷର ସମସ୍ତ ଗୁଞ୍ଜରଣ ହଠାତ୍ ସ୍ତବ୍ଧ ହୋଇଗଲା । ପାତ୍ରମନ୍ତ୍ରୀ ପାରିଷଦବର୍ଗଙ୍କ ସମେତ ସମସ୍ତ ସେନାନାୟକମାନେ ତାଙ୍କୁ ସସପ୍ତମ ଅଭିବାଦନ ଜ୍ଞାପନ କଲେ । ଦରବାର କକ୍ଷରେ ସମସ୍ତଙ୍କ ମୁହଁରେ ଗଭୀର ଉତ୍କଣ୍ଠା ଭରିରହିଥିଲା । ସମସ୍ତ ଉତ୍କଣ୍ଠାର ଅବସାନ ଘଟାଇ ମହାରାଣୀ ପାରିଷଦ ବର୍ଗଙ୍କ ପାଇଁ ଆଣିଥିବା ମହାରାଜାଙ୍କର ଏକ ନୂତନ ବାର୍ତ୍ତା ସମ୍ପର୍କରେ ସୂଚନା ଦେଇଥିଲେ ।

ସେହି ନୂତନ ବାର୍ତ୍ତାଟି ହେଲା, କରିଛନ୍ତି । ତାଙ୍କର ନିଷ୍ପତ୍ତି ଏବଂ ବିଚାର ବର୍ତ୍ତମାନର ସଙ୍କଟମୟ ମୁହୂର୍ତ୍ତ ପାଇଁ ଶେଷସମ୍ବଳ । ଏ ସମ୍ପର୍କରେ ମହାରାଣୀ କୁରୁବକୀ ପାରିଷଦ ବର୍ଗଙ୍କର ମତାମତ ଲୋଡ଼ିଥିଲେ । କଳିଙ୍ଗର ମହାରାଜାଙ୍କ ସିଦ୍ଧାନ୍ତ ହିଁ ସର୍ବଶେଷ ସିଦ୍ଧାନ୍ତ ବୋଲି ପାରିଷଦବର୍ଗ ଏକ କଣ୍ଠରେ ସ୍ଵୀକାର କରିବାପରେ ରାଜଜେମା ରାଜେଶ୍ୱରୀଙ୍କୁ ଯୁଦ୍ଧପରିଚାଳନାର ଦାୟିତ୍ବ ପ୍ରଦାନ କରାଯାଇଥିଲା ।

ତା’ପରେ ଆରମ୍ଭହେଲା ରାଜେଶ୍ଵରୀଙ୍କର ଯୁଦ୍ଧ ମନ୍ତ୍ରଣା । ଦରବାର କକ୍ଷରେ ସପତି ପ୍ରବେଶ କରିବାପରେ ସର୍ବପ୍ରଥମେ ସପ୍ତମତାର ସହ ରାଜକୁମାରୀ ସଭାସଦ୍‌ମାନେ ତାଙ୍କର ପିତାଙ୍କର ଇଚ୍ଛାକୁ ସମ୍ମାନ ଦେଇଥ‌ିବାରୁ ସେମାନଙ୍କୁ ତାଙ୍କର କୃତଜ୍ଞତା ସମ୍ପର୍କରେ ସଚେତନ କରାଇବା ପରେ ତାଙ୍କ ପ୍ରତି ରାଜ୍ୟବାସୀଙ୍କର ଆସ୍ଥା ରହିଛି କି ନାହିଁ ତାହା ଜାଣିବାକୁ ଚାହିଁଥିଲେ । ରାଜକୁମାରୀଙ୍କର ବିନୟ ସପ୍ତମ ବାକ୍ୟରେ ସଭାସଦ୍‌ମାନେ ନିର୍ଭିକ ଓ ମୁକ୍ତକଣ୍ଠରେ ରାଜକୁମାରୀଙ୍କୁ ଉପସ୍ଥିତ ପରିସ୍ଥିତିର ସଙ୍କଟ ସମ୍ପର୍କରେ ଅବଗତ କରାଇଥିଲେ । ମହାମନ୍ତ୍ରୀଙ୍କ ସମେତ ରାଜପରିଷଦର ଅନ୍ୟାନ୍ୟ ସଭ୍ୟବୃନ୍ଦଙ୍କର ସମସ୍ତ ବ୍ୟଗ୍ରତା

ସଙ୍କଟ ସମ୍ପର୍କରେ ଅବଗତ କରାଇଥ୍ ଲୋ ମହାମନ୍ତ୍ରାଙ୍କ ସମେତ ରାଜପରିଷଦର ଅନ୍ୟାନ୍ୟ ସଭ୍ୟବୃନ୍ଦଙ୍କର ସମସ୍ତ ବ୍ୟଗ୍ରତା ଶୁଣିବାପରେ କଳିଙ୍ଗର ଏହି ଉପସ୍ଥିତ ସଙ୍କଟ ସର୍ମର୍କରେ ସେ ପୂର୍ଣ୍ଣ ଅବଗତ ଅଛନ୍ତି ବୋଲି ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଏବଂ ଏଭଳି ପରିସ୍ଥିତିରେ ସେ ରାଜପରିଷଦର ସମସ୍ତ ପ୍ରତିନିଧ୍ଵଙ୍କର ପୂର୍ଣ୍ଣ ସହଯୋଗ ଆଶା କରନ୍ତି ବୋଲି ବ୍ୟକ୍ତ କରିଥିଲେ । ରାଜେଶ୍ୱରୀଙ୍କ କଣ୍ଠର ଦୃଢ଼ତା ରାଜପ୍ରତିନିଧ୍ଵଙ୍କ ନିକଟରେ ଅଦ୍ଭୁତ ପ୍ରଭାବ ସୃଷ୍ଟି କରିଥିଲା । ସମସ୍ତେ ଏକ ସ୍ବରରେ ରାଜକୁମାରୀଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏହାପରେ ରାଜକୁମାରା ରାଜେଶ୍ଵରା ତୁରନ୍ତ ସେମାନଙ୍କ ମଧ୍ୟରୁ ବାରଜଣ ଯୋଦ୍ଧାଙ୍କର ଆଚ୍ଶ୍ୟକତା ସମ୍ପର୍କରେ ଜଣାଇଥିଲେ । ସମ୍ରାଟ ଅଶୋକଙ୍କ ବିରାଟ ମଗଧବାହିନୀର ମୁକାବିଲା କରି ହତୋତ୍ସାହ ହୋଇପଡ଼ିଥିବା କଳିଙ୍ଗ ଯୋଦ୍ଧାମାନେ ଏତେଶୀଘ୍ର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଆଶାକରି ନଥିଲେ ମଧ୍ୟ ରାଜକୁମାରୀଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ସ୍ଥାପନ କରି ତାଙ୍କସହ ସମ୍ମତ ହୋଇଥିଲେ ଏବଂ ତାଙ୍କର ପତିଙ୍କ ସହ ବାରଜଣରୁ ବହୁ ଅଧ୍ଵ ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ସ୍ଵେଚ୍ଛାକୃତ ଭାବରେ

ଆଗେଇ ଆସିଲେ । କାରଣ ରାଜକୁମାରୀଙ୍କର ସର୍ଭ ଥିଲା ଯେ ସେ ନିଜେ ବାରଜଣଙ୍କୁ ନିର୍ବାଚନ କରିବେ ନାହିଁ । ଯୋଦ୍ଧାମାନେ ନିଜ ଇଚ୍ଛାରେ ତାଙ୍କ ସହିତ ସାମିଲ ହେବେ । ଏଣୁ ବହୁ ଦେଶପ୍ରେମୀ ଯୋଦ୍ଧା ରାଜକୁମାରୀଙ୍କ ରଣକୌଶଳ ଯୋଜନାରେ ସାମିଲ ହୋଇଥିଲେ । ହେଲେ ରାଜକୁମାରୀ ମାତ୍ର ବାରଜଣ ଯୋଦ୍ଧାଙ୍କର ଆବଶ୍ୟକତା ଚାହିଁଥିଲେ । ଏଥ‌ିପାଇଁ ପୂର୍ବରୁ ତାଙ୍କ ପ୍ରତି ଆସ୍ଥା ସ୍ଥାପନ କରିନଥିବା ବଳକା ପାଞ୍ଚଜଣ ଯୋଦ୍ଧାଙ୍କୁ ସେ ତାଙ୍କ ମନ୍ତ୍ରଣାକକ୍ଷରୁ ଦୂରେଇ ରଖୁଥିଲେ ଏବଂ ଆବଶ୍ୟକ ହେଲେ ତାଙ୍କର ସାହାଯ୍ୟ ପରବର୍ତ୍ତୀ ସମୟରେ ନିଆଯିବ ବୋଲି କହିଥିଲେ । ଏ ସଂଗ୍ରାମ ଦୀର୍ଘଦିନ ଧରି ଲାଗିରହିପାରେ ବୋଲି ମଧ୍ୟ ସୂଚନା ଦେଇଥିଲେ ।

ଏହାପରେ ସେହି ବାରଜଣ ଯୋଦ୍ଧାଙ୍କୁ ନିଜର ମନ୍ତ୍ରଣାକକ୍ଷକୁ ଡାକି ତାଙ୍କର ରଣକୌଶଳ ସମ୍ପର୍କରେ ଗୁପ୍ତନିର୍ଦେଶ ପ୍ରଦାନ କରିଥିଲେ ଏବଂ ତାଙ୍କର ସେଇ ଗୁପ୍ତମନ୍ତ୍ରଣା ସେମାନଙ୍କ ବ୍ୟତୀତ କୌଣସି ବ୍ୟକ୍ତିଙ୍କ ନିକଟରେ ନ ପହଞ୍ଚିବାପାଇଁ ସତର୍କ କରାଇଦେଲେ । ବାରଜଣ ଯୋଦ୍ଧାଙ୍କୁ ବାରଟି ସେନାପତିର ଅଧିକାର ପ୍ରଦାନ କରାଗଲା ।

ଏହାପରେ ଧଉଳିର ପାଦଦେଶ ରଣହୁଙ୍କାରରେ ପ୍ରକମ୍ପିତ ହେଲା ଘୋଡ଼ାଟାପୁର ଶବ୍ଦରେ । ଅସ୍ତ୍ରର ଝଣତ୍‌କାର ଶବ୍ଦ ଏବଂ ସୈନିକମାନଙ୍କର ଆହତ ଚିତ୍କାରରେ ଧଉଳି ପ୍ରତିଧ୍ଵନିତ ହୋଇଉଠିଥିଲା । ଦୟାନଦୀର ସୁଅରେ ରକ୍ତର ଛଟା ଖେଳିଗଲା । କଳିଙ୍ଗ ସେନାପତିଙ୍କର ଆଦେଶ ଏବଂ ଯୁଦ୍ଧର ଭୟଙ୍କରତା ଧଉଳି ଅଞ୍ଚଳକୁ ବିଭୀଷିକାମୟ କରିଉଠିଥିଲା । କଳିଙ୍ଗର ଗାଁ ଗଣ୍ଡାରୁ ହାତରେ, ଖଣ୍ଡା, ତଲବାର, ତୀର, ବର୍ଚ୍ଛା ଧରି ଲଢ଼େଇ କ୍ଷେତ୍ରକୁ ଛୁଟି ଆସିଥିଲେ ଅଗଣିତ ଦେଶପ୍ରେମୀ । ଅସଂଖ୍ୟ ଯୋଦ୍ଧାରେ ରଣକ୍ଷେତ୍ର ପୂଣ୍ଡିହେବାଯୋଗୁଁ କେଉଁ ପକ୍ଷର କେତେ ସୈନ୍ୟ ମୃତାହତ ହେଉଥିଲେ, ତାହା କଳନା କରି ହେଉନଥିଲା ।

ମାସ ପରେ ମାସ ଅତିକ୍ରମ କରି ଚାଲିଲା । ହେଲେ କଳିଙ୍ଗ ସେନାବାହିନୀ ପରାଜିତ ହେବାର କୌଣସି ସୂଚନା ମିଳୁନଥିଲା । ଏଣୁ ଚିନ୍ତାନ୍ବିତ ସମ୍ରାଟ ଅଶୋକ ମହାମନ୍ତ୍ରୀଙ୍କଠାରୁ ଏହାର ପ୍ରକୃତ କାରଣ ଜାଣିବାକୁ ଚାହିଁଥିଲେ । କଳିଙ୍ଗ ରାଜକୁମାରୀଙ୍କର ଚତୁର ଯୁଦ୍ଧପରିଚାଳନା, କଳିଙ୍ଗ ଯୋଦ୍ଧା ମନରେ ଅସୀମ ଦୃଢ଼ତା ଓ ପ୍ରଜାମାନଙ୍କର ସ୍ବାଧୀନତା ରକ୍ଷା ପାଇଁ ଅକ୍ଳାନ୍ତ ଉଦ୍ୟମହିଁ ଏହାର ପ୍ରକୃତ କାରଣ ବୋଲି ଜାଣିବାକୁ ପାଇଥିଲେ ମଗଧ ସମ୍ରାଟ । ଚାରିମାସ ଧରି ଯୁଦ୍ଧ ଚାଲିଛି । ହଜାର ହଜାର ସୈନ୍ୟ ମୃତାହତ ହେଲେଣି । ମଗଧ ସୈନ୍ୟବାହିନୀଙ୍କ ପାଇଁ ସଞ୍ଚତ ଖାଦ୍ୟ ଏବଂ ଆବଶ୍ୟକ ଦ୍ରବ୍ୟ ମଧ୍ୟ ଶେଷହେବାକୁ ବସିଲାଣି । ଭ୍ରମ ବୁଝିପାରିଥିଲେ । ଏଣୁ ତୁରନ୍ତ ସମ୍ମାନର ସହ ଏ ଯୁଦ୍ଧର ଅବସାନ ଘଟାଇବାପାଇଁ ସମ୍ରାଟ ଅଶୋକ ରାଜନୀତିର ବ୍ରହ୍ମାସ୍ତ୍ର ଭ୍ରମ ବୁଝିପାରିଥିଲେ । ଏଣୁ ତୁରନ୍ତ ସମ୍ମାନର ସହ ଏ ଯୁଦ୍ଧର ଅବସାନ ଘଟାଇବାପାଇଁ ସମ୍ରାଟ ଅଶୋକ ରାଜନୀତିର ବ୍ରହ୍ମାସ୍ତ୍ର ବୋଲି କୁହାଯାଉଥ‌ିବା କୂଟନୀତିର ପ୍ରୟୋଗ କରିଥିଲେ ।

ପରଦିନ ପ୍ରତ୍ୟୁଷରେ ସମଗ୍ର କଳିଙ୍ଗ ରାଜ୍ୟରେ ଉଦ୍‌ଘୋଷଣା କରାଗଲା ଯେ, ମଗଧ ସମ୍ରାଟ ଅଶୋକ ଯୁଦ୍ଧର ଏ ବିଭୀଷିକା ଦେଖ୍ ମର୍ମାହତ । ଏହି ନରହତ୍ୟାକୁ ସେ ଆଜିଠାରୁ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେବଳ ଆଜି ନୁହେଁ, ଭବିଷ୍ୟତରେ ମଧ୍ୟ ସମ୍ରାଟ ଅଶୋକ ଆଉ ଯୁଦ୍ଧ କରିବେ ନାହିଁ । ସେ ବୁଦ୍ଧଙ୍କର ଅହିଂସା ମନ୍ତ୍ରରେ ଦୀକ୍ଷିତ । ଯୁଦ୍ଧର ଏହି ରହସ୍ୟମୟ ବିରତି ବେଳକୁ କଳିଙ୍ଗ ପୁରୁଷ-ଶୂନ୍ୟ ପ୍ରାୟ ହୋଇଥିଲା । ଅମିତ ବିକ୍ରମ ସହ ଲଢ଼େଇ କରିଥିବା କଳିଙ୍ଗ ରାଜଜେମା ରାଜେଶ୍ଵରୀ ଦେଶ ପାଇଁ ଯୁଦ୍ଧକ୍ଷେତ୍ରରେ ଜୀବନ ବିସର୍ଜନ କରିସାରିଥିଲେ । ସମ୍ରାଟ ଅଶୋକଙ୍କର ଏ ଯୁଦ୍ଧବିରତି ପାଇଁ ଆଉ କାହାର ପ୍ରତିରୋଧ କରିବାର ନଥିଲା ।

ହେଲେ ଯାହାର ତ୍ୟାଗ, ବୀରତ୍ଵ ଆଉ ଦେଶପ୍ରେମ ପାଇଁ ଏ ଭୟଙ୍କର ଯୁଦ୍ଧର ଅବସାନ ଘଟିଲା, ତାଙ୍କୁ କିମ୍ବା ତାଙ୍କର ଦେଶପ୍ରେମୀ ସ୍ଵାଭିମାନୀ ପିତା କଳିଙ୍ଗର ମହାରାଜଙ୍କୁ ଇତିହାସ ପରିଚୟ ଦେବାରେ ଏପରି ପକ୍ଷପାତୀତା କାହିଁକି କରିଛି ? ଇତିହାସ ଛାତ୍ର ଅଙ୍ଗଦ ଚୌଧୁରୀଙ୍କର ଏହି ଭାବପ୍ରବଣ ପ୍ରଶ୍ନର ଉତ୍ତର ଦେବାପାଇଁ ସେଇ ଇତିହାସ ପୁରୁଷ ପୁନର୍ବାର ଆବିର୍ଭୂତ ହୋଇଛନ୍ତି ତାଙ୍କ ସମ୍ମୁଖରେ । ସେ ତାଙ୍କର ପକ୍ଷପାତିତାକୁ ବିନମ୍ର କଣ୍ଠରେ ସ୍ବୀକାର କରିଛନ୍ତି ହେଲେ ସେ ଏଥ‌ିପାଇଁ ଅସହାୟ ବୋଲି ବର୍ଣ୍ଣନା କରିଛନ୍ତି । କାରଣ ଯେ ଯେତେବଡ଼ ବୀର ହେଲେ ବି ରାଜ୍ୟ ଜୟକରି ଯେ ସିଂହାସନକୁ ଅସ୍ଵୀକାର କରିପାରି ନାହିଁ, ତାଙ୍କୁ ଦିଗ୍‌ବିଜୟୀ ରାଜାର ସମ୍ମାନ ଦେବାକୁ ଇତିହାସ ପାଇଁ ପ୍ରତିବନ୍ଧକ ରହିଛି ।

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • କ୍ଷାଶ – ଦୁର୍ବଳ
  • ଚେତନ – ପତକା
  • ଅପସରି – ଓହରି ବା ହରେଇଯାଇ
  • କ୍ଷେତରାତି – ଜମିଜମା
  • ଘଞ୍ଚ – ଗହଳ
  • ହ୍ରେଷାରବ – ଘେ।ତ଼ାଙ୍କର ଶବ୍ଦ
  • ଝଣତ୍କାର – ଝଣଝଣ ଶବ୍ଦ
  • ଖ୍ଆଲ – କନା, ମନେରଖିବା
  • ଅସାମାନ୍ୟ – ଅସାଧାରଣ
  • ପଣ୍ଡିଚାଳିତବତ୍ – ମନ୍ତ୍ରଦ୍ଵାରା ଚାଳିବା ପରି
  • ଅନୁସରଣ – ପଛେ ପଛେ ଯିବା
  • ଶ୍ରିମଳ – ଧାର ବା ମନ୍ତ୍ରର
  • ଗୁଞ୍ଜନ – ଗୁଣୁଗୁଣୁ ଶବ୍ଦ
  • ସ୍ତଵ – ନୀରବ / ନିଷ୍ଠଳ
  • ପରିଷଦ – ପରିଷଦ ବା ସଭାର ବ୍ୟବନ୍ଦ
  • ଅଭିବାଦନ – ସମ୍ମାନ
  • ଆସାନ – ବସିଥିବା
  • ଉତ୍କଣ୍ଠା – ଆଗ୍ରହ ଚା ବ୍ୟଗ୍ରତା
  • ହୃତ୍ ସ୍ପନ୍ଦନ -ହୃଦୟର ଗତି
  • ଅବ୍ଜାନ – ଶେଷ
  • ବାର୍ତ୍ତା – ସନ୍ଦେଶ ବା ଖବର
  • ବିରୋଧୀର୍ଯ୍ୟ – ମସ୍ତକରେ ବହନଯୋଗ୍ୟ
  • କାର୍ଯ୍ୟଦ – ଉତ୍ତରାଧ୍ କାରା
  • ଉତ୍ତରାଧ୍ କାରା – ଉତ୍ତର ପୁରୁଷ
  • ସମ୍ମତି – ସ୍ଵାକୃତି / ହଁ କରିବା
  • ପପତି – ପତିଙ୍କ ସହ
  • ଅଭିଜ୍ଞତା – ଅନୁଭୂତି ବା ଜ୍ଞାନ
  • ବିପୁଳ – ବହୁତ, ପ୍ରଚୁର
  • ଅଚାନଳ – ହଠାତ୍
  • ମନ୍ତ୍ରଣା – ପରମର୍ଶ
  • ପ୍ରଜାର – ସଚେତନ
  • ଘନ – ଗହଳ
  • ଶ୍ରିଶିର – ଅସ୍ଥାୟୀ ବାସସ୍ଥାନ
  • ଚିନ୍ତାନିତ – ଚିନ୍ତିତ ଅବସ୍ଥା
  • ରସହ – ଖାଦ୍ୟ
  • କ୍ଷୁବ୍ଧ – ବିଚଳିତ
  • ତୁରନ୍ତ – ସଙ୍ଗେ ସଙ୍ଗେ,ଶାଘ୍ର
  • ବିଭାଷିକା – ଭଣ୍ଟଙ୍କରତା
  • ମର୍ମାହତ – ଦୁଃଖିତ
  • ଦାକ୍ଷିତ – ଦାକ୍ଷା ପ୍ରଦଶ କରିଥିବା ବା ନିୟମାବଦ୍ଧ
  • ବ୍ରହ୍ମାସ୍ତ – ସବୁଠାରୁ ଶକ୍ତିଶାଳା ଅସ୍ତ
  • ହୁତ – ଶାଘ୍ର

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.3

Odisha State Board BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.3 Textbook Exercise Questions and Answers.

BSE Odisha Class 7 Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.3

Question 1.
ଯଦି Δ POR ଓ Δ LMN ସର୍ବସମ ହୋଇଥା’ନ୍ତି, ତେବେ ନିମ୍ନସ୍ଥ ଶୂନ୍ୟସ୍ଥାନରେ କ’ଣ ଲେଖାଯିବ ?
(କ) Δ PQR ≅ Δ ……., Δ QRP ≅ Δ …….
ସମାଧାନ:
Δ PQR ≅ Δ LMN, Δ QRP ≅ Δ MNL

(ଖ) P ↔ ……., Q͞R = …….
ସମାଧାନ:
P ↔ L, Q͞R = MN

(ଗ) P͞Q ≅ ……., Q͞R ≅ …….
ସମାଧାନ:
P͞Q ≅ L͞M, Q͞R ≅ M͞N

(ଘ) P͞Q ର ଅନୁରୂପ ……., ∠R ର ଅନୁରୂପ …….
ସମାଧାନ:
P͞Q ର ଅନୁରୂପ L͞M, ∠R ର ଅନୁରୂପ ∠N

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.3

Question 2.
ପାର୍ଶ୍ୱସ୍ଥ ଚିତ୍ର ଦେଖ ଶୂନ୍ୟସ୍ଥାନ ପୂରଣ କର ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.3 1
Δ ABD ≅ …….
B͞C ର ଅନୁରୂପ …….
A͞B ≅ ……..
A͞D ର ଅନୁରୂପ ……..
ସମାଧାନ:
Δ ABD ≅ Δ CBD
B͞C ର ଅନୁରୂପ BA
A͞B ≅ CB
A͞D ର ଅନୁରୂପ CD

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Odisha State Board BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା Textbook Exercise Questions and Answers.

BSE Odisha Class 10 Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
୧୮୨୨ ମସିହାରୁ ଖ୍ରୀଷ୍ଟିୟାନ ମିଶନାରୀମାନେ ଓଡ଼ିଶାରେ କ’ଣ ପ୍ରତିଷ୍ଠା କରିଥିଲେ ?
(କ) ଚର୍ଚ୍ଚା
(ଖ) ପ୍ରେସ୍
(ଗ) ମିଶନ୍ ସ୍କୁଲ
(ଘ) ଦାତବ୍ୟ ଚିକିତ୍ସ୍ନାଳୟ
Answer:
(ଗ) ମିଶନ୍ ସ୍କୁଲ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୨।
୧୮୬୬ରେ ‘ଉତ୍କଳ ଦୀପିକା’ ପତ୍ରିକାର ସମ୍ପାଦନା କିଏ କରୁଥିଲେ ?
(କ) ମଧୁସୂଦନ ଦାସ
(ଖ) ରାମଶଙ୍କର ରାୟ
(ଗ) ପୌରାଣଙ୍କର ରାୟ
(ଘ) ରାଧାନାଥ ରାୟ
Answer:
(ଗ) ପୌରାଣଙ୍କର ରାୟ

Question ୩ ।
କେଉଁଟି କବିବର ରାଧାନାଥ ରାୟଙ୍କ କୃତି ନୁହେଁ ?
(କ) ବିବେକୀ
(ଖ)ଇତାଲାୟ ଯୁବା
(ଗ)କେଦାରଗୌରା
(ଘ) ଅବସରର ବାସରେ
Answer:
(ଘ) ଅବସରର ବାସରେ

Question ୧୧।
ଓଡ଼ିଆ ଭାଷା ସୁରକ୍ଷା ନିମିତ୍ତ ଫକୀରମୋହନଙ୍କର ଅବଦାନ ସମ୍ପର୍କରେ ଲେଖ ।
Answer:
ସରସ୍ଵତୀ ସମ୍ମାନରେ ଭୂଷିତ ସାରସ୍ଵତ ସାଧକ ଫକୀରମୋହନ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଜୀବନସାରା ପ୍ରୟାସ କରିଥିଲେ । ସେ ଥିଲେ ଓଡ଼ିଆ ଭାଷା ସାହିତ୍ୟର ଯଥାର୍ଥ ସେନାପତି । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅନ୍ୟତମ ସାରଥୀ । ସ୍କୁଲ ଶିକ୍ଷକ ଥିଲାବେଳେ ସେ ପ୍ରକାଶ କରିଥିଲେ ‘ବାଲେଶ୍ଵର ସମ୍ବାଦବାହିକା’ ନାମକ ଏକ ସମ୍ବାଦପତ୍ର । ସେ ୧୮୬୮ରେ ପ୍ରଥମ ସାହିତ୍ୟ ପତ୍ରିକା ‘ବୋଧଦାୟିନୀ’ ପ୍ରକାଶ କରିଥିଲେ । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ ଅନେକ ପାଠ୍ୟପୁସ୍ତକ ରଚନାରେ ମନୋନିବେଶ କରିଥିଲେ । ଏହାବ୍ୟତୀତ ସେ ବହୁ କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧର ରଚୟିତା । ‘ଉତ୍କଳ ଭ୍ରମଣଂ’ ତାଙ୍କର ଏକ ଭିନ୍ନ ସ୍ବାଦର କବିତା ପୁସ୍ତକ ।

ବ୍ୟାସକବିଙ୍କର ଅନ୍ୟାନ୍ୟ କବିତା ପୁସ୍ତକ ହେଉଛି, ‘ପୁଷ୍ପମାଳା’, ‘ପୂଜାଫୁଲ’, ‘ଅବସର ବାସରେ’, ‘ଧୂଳି’ ଓ ‘ବୌଦ୍ଧାବତାର କାବ୍ୟ’ । ତାଙ୍କର କାଳଜୟୀ ଯୁଗାନ୍ତକାରୀ ଉପନ୍ୟାସଗୁଡ଼ିକ ହେଉଛି, ‘ଛ’ ମାଣ ଆଠଗୁଣ୍ଠ’, ‘ଲଛମା’, ‘ମାମୁ’, ‘ପ୍ରାୟଶ୍ଚିତ୍ତ’ । ସମାଜର ବିଭିନ୍ନ ଚରିତ୍ର ଓ ସମସ୍ୟାକୁ ନେଇ ସେ ରଚନା କରିଛନ୍ତି କୋଡ଼ିଏଟି ଗଳ୍ପ । ‘ଗଳ୍ପସ୍ଵଳ୍ପ’ ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ଭାବରେ ଗଳ୍ପଗୁଡ଼ିକ ପ୍ରକାଶିତ । ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ହେଉଛି ଫକୀରମୋହନଙ୍କର ‘ରେବତୀ’ ଗଳ୍ପ। ସେ ମଧ୍ୟ ‘ନନାଙ୍କ ପାଞ୍ଜି’ ପରି ରମ୍ୟରଚନା ସୃଷ୍ଟିକରି ନିଜର ଅମଳିନ ପ୍ରତିଭାର ପରିଚୟ ଦେଇଛନ୍ତି ।

Question ୧୨ ।
ବାମଣ୍ଡା ରାଜସଭାରୁ ଫକୀରମୋହନ କେଉଁ ଉପାଧ୍ ପାଇଥିଲେ ?
Answer:
ଫକୀରମୋହନ ସେନାପତିଙ୍କ ସାରସ୍ଵତ ପ୍ରତିଭାରେ ବିମୁଗ୍ଧ ବାମଣ୍ଡାର ରାଜସଭା ବ୍ୟାସକବିଙ୍କୁ ‘ସରସ୍ଵତୀ’ ସମ୍ମାନରେ ଭୂଷିତ କରିଥିଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୧୩ ।
‘କୃଷକ ସଙ୍ଗୀତ’ର ରଚୟିତା କିଏ ?
Answer:
‘କୃଷକ ସଙ୍ଗୀତ’ ନାମକ କବିତା ପୁସ୍ତକର ରଚୟିତା ସ୍ବଭାବକବି ଗଙ୍ଗାଧର ମେହେର ।

Question ୧୪।
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର କିଏ ?
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର ହେଉଛନ୍ତି ଜଗନ୍ମୋହନ ଲାଲ । ତାଙ୍କ ରଚିତ ‘ବାବାଜୀ’ ନାଟକ ପ୍ରଥମ ଓଡ଼ିଆ ନାଟକ ଯାହା ୧୮୭୭ ମସିହାରେ ରଚିତ ହୋଇଥିଲା ।

Question ୧୫ ।
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସର ନାଁ କ’ଣ ?
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସର ନାଁ ‘ପଦ୍ମମାଳୀ’ । ଏହି ଉପନ୍ୟାସକୁ ୧୮୮୮ ମସିହାରେ ଉମେଶ ଚନ୍ଦ୍ର ସରକାର ରଚନା କରିଥିଲେ ।

Question ୧୬ ।
ଗୋପାଳଚନ୍ଦ୍ର ପ୍ରହରାଜଙ୍କର କେଉଁଟି ଏକ ଅକ୍ଷୟ କୀର୍ତ୍ତି ?
Answer:
ଗୋପାଳଚନ୍ଦ୍ର ପ୍ରହରାଜଙ୍କର ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଏକ ଅକ୍ଷୟ କୀର୍ତ୍ତି । ଏହା ସାତଖଣ୍ଡରେ ପ୍ରକାଶିତ । ଏହାକୁ କୁହାଯାଏ ଓଡ଼ିଆ ଭାଷାର କଳା କୋଣାର୍କ ।

Question ୧୭ ।
ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ କ’ଣ ଥିଲା ?
Answer:
ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ଥିଲା ଉତ୍କଳୀୟଙ୍କ ମନରେ ଜାତୀୟ ଚେତନାର ଜାଗରଣ ଓ ସର୍ବଭାରତୀୟ ଜାତୀୟତାବୋଧର ପ୍ରତିଷ୍ଠା । ପୁନଶ୍ଚ ମାନବସେବା, ଇତିହାସ ଓ ଐତିହ୍ୟର ଆବିଷ୍କାର ମାଧ୍ୟମରେ ଜାତିର ଅତୀତ ଐଶ୍ବର୍ଯ୍ୟକୁ ଦର୍ଶାଇଦେବା ଓ ସର୍ବୋପରି ଜାତୀୟ ଚରିତ୍ର ଗଠନପାଇଁ ପ୍ରେରଣା ପ୍ରଦାନ କରିବା ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ଥିଲା ସତ୍ୟବାଦୀ ପର୍ବ ୧୯୦୯ ମସିହାରୁ ଉନ୍ମେଷ ଘଟି ଏହା ୧୯୨୫ ମସିହା ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରିଥିଲା ।

Question ୧୮ ।
ସତ୍ୟବାଦୀ ବନବିଦ୍ୟାଳୟର ସ୍ୱନାମଧନ୍ୟ ଶିକ୍ଷକମାନଙ୍କର ନାମ ଲେଖ ।
Answer:
ସତ୍ୟବାଦା ବନବିଦ୍ୟାଳୟ୍ଟର ସ୍ୱନାମଧନ୍ୟ ଶିକ୍ଷକମାନଙ୍କର ନାମ ହେଲା ପଣ୍ଡିତ ଗୋପବନ୍ଧୁ ଦାସ, ଗଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ ବାସୁଦେବ ମହାପାତ୍ର ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୪।
‘କନକଲତା’ ଉପନ୍ୟାସର ରଚୟିତା କିଏ ?
(କ) ଗଙ୍ଗାଧର ମେହେର
(ଖ) ଫକାରମୋହନ ସେନାପତି
(ଗ) ନନ୍ଦକିଶୋର ବଳ
(ଘ) ରାଧାନାଥ ରାୟ
Answer:

Question ୫।
କେଉଁ କୃତିଟି ସଚ୍ଚିବାନନ୍ଦ ରାଉତରାୟଙ୍କର ?
(କ) କାଳାନ୍ତର
(ଖ) ଶିବ ଭାଇ
(ଗ) ମଶାଣିର ଫୁଲ
(ଘ) ବକ୍ରବାହୁ
Answer:
(ଗ) ମଶାଣିର ଫୁଲ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୭।
ସୂର୍ଯ୍ୟାସ୍ତ ନିଲାମ ଆଇନଦ୍ୱାରା ଓଡ଼ିଆ ଜନତା କିପରି କ୍ଷତିଗ୍ରସ୍ତ ହେଲେ ?
Answer:
ଖ୍ରୀଷ୍ଟୀୟ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ସେମାନେ ସୂର୍ଯ୍ୟାସ୍ତ ନିଲାମ ଆଇନ ବଳରେ ଓଡ଼ିଶାର କୃଷକ ଓ ଜମିମାଲିକଙ୍କ ଜମିକୁ ନୂତନଭାବେ ସୃଷ୍ଟ ଅନୁଗତ ଜମିଦାରମାନଙ୍କୁ ହସ୍ତାନ୍ତର କଲେ । ସେହି ନୂତନ ସୃଷ୍ଟ ଜମିଦାରମାନେ ଜନସାଧାରଣଙ୍କ ପ୍ରତି ଅନୁଦାର ଭାବ ପୋଷଣ କଲେ । ଫଳସ୍ଵରୂପ, ଓଡ଼ିଆ ଜାତି ହାହୁତାଶ ମଧ୍ଯରେ ନାନା ଅତ୍ୟାଚାର, ଶୋଷଣ ଓ ପୀଡ଼ନର ଶିକାର ହେଲା ।

Question ୮।
ଭାରତବର୍ଷରେ ବ୍ରାହ୍ମ ସମାଜର ପରିକଳ୍ପନା କିଏ କରିଥିଲେ ?
Answer:
ଭାରତବର୍ଷରେ ୧୮୨୮ରେ ରାଜା ରାମମୋହନ ରାୟ ବ୍ରାହ୍ମ ସମାଜର ପରିକଳ୍ପନା କରିଥିଲେ । ତାଙ୍କଦ୍ୱାରା ବ୍ରାହ୍ମ ଧର୍ମ ପିତୁଳା ପୂଜାକୁ ବିରୋଧ କରି ଏକେଶ୍ଵର ବ୍ରହ୍ମବାଦ ଉପରେ ଗୁରୁତ୍ଵ ଦେଲା ।

Question ୯ ।
ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ ଲେଖ ।
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ ‘ବିବେକୀ’ । ଉକ୍ତ ପ୍ରବନ୍ଧଟି କବିବର ରାଧାନାଥ ରାୟଙ୍କଦ୍ୱାରା ୧୮୨୩ ମସିହାର ରଚିତ ହୋଇଥ୍ଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୧୦ ।
କବିବର ରାଧାନାଥ ରାୟଙ୍କର କି କି କୃତି ରହିଛି ?
Answer:
କବିବର ରାଧାନାଥ ରାୟ ଆଧୁନିକ ଓଡ଼ିଆ ସାହିତ୍ୟର ଜନକ । ସେ ଯୁଗସ୍ରଷ୍ଟା ଓ ଯୁଗପ୍ରବର୍ତ୍ତକ । ତାଙ୍କଦ୍ବାରା ରଚିତ ପ୍ରବନ୍ଧ ‘ବିବେକୀ’ ଆଧୁନିକ ଓଡ଼ିଆ ଭାଷାର ପ୍ରଥମ ପ୍ରବନ୍ଧ । ୧୮୭୪ରେ ସେ ‘ଇତାଲୀୟ ଯୁବା’ ପରି ଏକ ଗଳ୍ପଗ୍ରନ୍ଥ ରଚନା କରିଥିଲେ । ସେ ମଧ୍ୟ କେତୋଟି କବିତା ସୃଷ୍ଟି କରିଥିଲେ । ୧୮୮୫ ମସିହାଠାରୁ ଗ୍ରୀକ୍ ଓ ଇଂରାଜୀ ସାହିତ୍ୟ ପ୍ରଭାବରେ ତାଙ୍କଦ୍ୱାରା ରଚିତ ଗାଥାକାବ୍ୟଗୁଡ଼ିକ ହେଉଛି, ‘କେଦାରଗୌରୀ’, ‘ଉଷା’, ‘ନନ୍ଦିକେଶ୍ଵରୀ’, ‘ଚନ୍ଦ୍ରଭାଗା’ ଓ ‘ପାର୍ବତୀ’ । ତାଙ୍କର ଅନ୍ୟାନ୍ୟ ସାରସ୍ଵତ କୃତି ମଧ୍ୟରେ ପ୍ରକୃତିକୁ ନେଇ ରଚିତ ଖଣ୍ଡକାବ୍ୟ ‘ଚିଲିକା’, ଅମିତ୍ରାକ୍ଷର ଛନ୍ଦରେ ରଚିତ ‘ମହାଯାତ୍ରା’, ବ୍ୟଙ୍ଗକାବ୍ୟ ‘ଦରବାର’ ଓ ‘ଯଯାତି କେଶରୀ’, ‘ଦଶରଥ ବିୟୋଗ’, ‘ସାବିତ୍ରୀ ଚରିତ’, ‘ଉର୍ବଶୀ’ ଆଦି ଅନ୍ୟତମ । ଏତଦ୍‌ଭିନ୍ନ ସେ ‘ଶିବାଜୀଙ୍କ ଉତ୍ସାହବାଣୀ’ ଓ ‘ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ’ ଆଦି କ୍ଷୁଦ୍ର କବିତା ମଧ୍ୟ ରଚନା କରିଥିଲେ ।

Question ୧୧ ।
ଓଡ଼ିଆ ଭାଷା ସୁରକ୍ଷା ନିମିତ୍ତ ଫକୀରମୋହନଙ୍କର ଅବଦାନ ସମ୍ପର୍କରେ ଲେଖ ।
Answer:
ସରସ୍ବତୀ ସମ୍ମାନରେ ଭୂଷିତ ସାରସ୍ଵତ ସାଧକ ଫକୀରମୋହନ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଜୀବନସାରା ପ୍ରୟାସ କରିଥିଲେ । ସେ ଥିଲେ ଓଡ଼ିଆ ଭାଷା ସାହିତ୍ୟର ଯଥାର୍ଥ ସେନାପତି । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅନ୍ୟତମ ସାରଥୀ । ସ୍କୁଲ ଶିକ୍ଷକ ଥିଲାବେଳେ ସେ ପ୍ରକାଶ କରିଥିଲେ ‘ବାଲେଶ୍ଵର ସମ୍ବାଦବାହିକା’ ନାମକ ଏକ ସମ୍ବାଦପତ୍ର । ସେ ୧୮୬୮ରେ ପ୍ରଥମ ସାହିତ୍ୟ ପତ୍ରିକା ‘ବୋଧଦାୟିନୀ’ ପ୍ରକାଶ କରିଥିଲେ । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ ଅନେକ ପାଠ୍ୟପୁସ୍ତକ ରଚନାରେ ମନୋନିବେଶ କରିଥିଲେ । ଏହାବ୍ୟତୀତ ସେ ବହୁ କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧର ରଚୟିତା ।

‘ଉତ୍କଳ ଭ୍ରମଣଂ’ ତାଙ୍କର ଏକ ଭିନ୍ନ ସ୍ବାଦର କବିତା ପୁସ୍ତକ । ବ୍ୟାସକବିଙ୍କର ଅନ୍ୟାନ୍ୟ କବିତା ପୁସ୍ତକ ହେଉଛି, ‘ପୁଷ୍ପମାଳା’, ‘ପୂଜାଫୁଲ’, ‘ଅବସର ବାସରେ’, ‘ଧୂଳି’ ଓ ‘ବୌଦ୍ଧାବତାର କାବ୍ୟ’ । ତାଙ୍କର କାଳଜୟୀ ଯୁଗାନ୍ତକାରୀ ଉପନ୍ୟାସଗୁଡ଼ିକ ହେଉଛି, ‘ଛ’ ମାଣ ଆଠଗୁଣ୍ଠ’, ‘ଲଛମା’, ‘ମାମୁ’, ‘ପ୍ରାୟଶ୍ଚିତ୍ତ’ । ସମାଜର ବିଭିନ୍ନ ଚରିତ୍ର ଓ ସମସ୍ୟାକୁ ନେଇ ସେ ରଚନା କରିଛନ୍ତି କୋଡ଼ିଏଟି ଗଳ୍ପ । ‘ଗଳ୍ପସ୍ଵଳ୍ପ’ ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ଭାବରେ ଗଳ୍ପଗୁଡ଼ିକ ପ୍ରକାଶିତ । ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ହେଉଛି ଫକୀରମୋହନଙ୍କର ‘ରେବତୀ’ ଗଳ୍ପ । ସେ ମଧ୍ୟ ‘ନନାଙ୍କ ପାଞ୍ଜି’ ପରି ରମ୍ୟରଚନା ସୃଷ୍ଟିକରି ନିଜର ଅମଳିନ ପ୍ରତିଭାର ପରିଚୟ ଦେଇଛନ୍ତି ।

Question ୧୨ ।
ବାମଣ୍ଡା ରାଜସଭାରୁ ଫକୀରମୋହନ କେଉଁ ଉପାଧ୍ ପାଇଥିଲେ ?
Answer:
ଫକୀରମୋହନ ସେନାପତିଙ୍କ ସାରସ୍ଵତ ପ୍ରତିଭାରେ ବିମୁଗ୍ଧ ବାମଣ୍ଡାର ରାଜସଭା ବ୍ୟାସକବିଙ୍କୁ ‘ସରସ୍ଵତୀ’ ସମ୍ମାନରେ ଭୂଷିତ କରିଥିଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୧୩ ।
‘କୃଷକ ସଙ୍ଗୀତ’ର ରଚୟିତା କିଏ ?
Answer:
‘କୃଷକ ସଙ୍ଗୀତ’ ନାମକ କବିତା ପୁସ୍ତକର ରଚୟିତା ସ୍ଵଭାବକବି ଗଙ୍ଗାଧର ମେହେର ।

Question ୧୪।
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର କିଏ ?
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର ହେଉଛନ୍ତି ଜଗନ୍ମୋହନ ଲାଲ । ତାଙ୍କ ରଚିତ ‘ବାବାଜୀ’ ନାଟକ ପ୍ରଥମ ଓଡ଼ିଆ ନାଟକ ଯାହା ୧୮୭୭ ମସିହାରେ ରଚିତ ହୋଇଥିଲା ।

Question ୧୫ ।
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଉପନ୍ୟାସର ନାଁ କ’ଣ ?
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସର ନାଁ ‘ପଦ୍ମମାଳୀ’ । ଏହି ଉପନ୍ୟାସକୁ ୧୮୮୮ ମସିହାରେ

Question ୧୬ ।
ଗୋପାଳଚନ୍ଦ୍ର ପ୍ରହରାଜଙ୍କର କେଉଁଟି ଏକ ଅକ୍ଷୟ କୀର୍ତ୍ତି ?
Answer:
ଗୋପାଳଚନ୍ଦ୍ର ପ୍ରହରାଜଙ୍କର ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଏକ ଅକ୍ଷୟ କୀର୍ତ୍ତି । ଏହା ସାତଖଣ୍ଡରେ ପ୍ରକାଶିତ । ଏହାକୁ କୁହାଯାଏ ଓଡ଼ିଆ ଭାଷାର କଳା କୋଣାର୍କ ।

Question ୧୭ ।
ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ କ’ଣ ଥିଲା ?
Answer:
ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ଥିଲା ଉତ୍କଳୀୟଙ୍କ ମନରେ ଜାତୀୟ ଚେତନାର ଜାଗରଣ ଓ ସର୍ବଭାରତୀୟ ଜାତୀୟତାବୋଧର ପ୍ରତିଷ୍ଠା । ପୁନଶ୍ଚ ମାନବସେବା, ଇତିହାସ ଓ ଐତିହ୍ୟର ଆବିଷ୍କାର ମାଧ୍ୟମରେ ଜାତିର ଅତୀତ ଐଶ୍ବର୍ଯ୍ୟକୁ ଦର୍ଶାଇଦେବା ଓ ସର୍ବୋପରି ଜାତୀୟ ଚରିତ୍ର ଗଠନପାଇଁ ପ୍ରେରଣା ପ୍ରଦାନ କରିବା ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ଥିଲା । ସତ୍ୟବାଦୀ ପର୍ବ ୧୯୦୯ ମସିହାରୁ ଉନ୍ମେଷ ଘଟି ଏହା ୧୯୨୫ ମସିହା ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରିଥିଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା.

Question ୧୮ ।
ସତ୍ୟବାଦୀ ବନବିଦ୍ୟାଳୟର ସ୍ୱନାମଧନ୍ୟ ଶିକ୍ଷକମାନଙ୍କର ନାମ ଲେଖ ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ସ୍ୱନାମଧନ୍ୟ ଶିକ୍ଷକମାନଙ୍କର ନାମ ହେଲା ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ ବାସୁଦେବ ମହାପାତ୍ର । ଏମାନେ ସମସ୍ତେ ଥିଲେ ଉଚ୍ଚଶିକ୍ଷିତ ଓ ବିଦ୍ୱାନ୍ । ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଏମାନଙ୍କର କର୍ଣ୍ଣଧାର ଏବଂ ସମସ୍ତେ ଗୋପବନ୍ଧୁଙ୍କ ଆଦର୍ଶରେ ପ୍ରଭାବିତ ହୋଇଥିଲେ । ୧୯୦୯ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ଗଠନ କରାଯାଇ ଉପରୋକ୍ତ ଶିକ୍ଷକଙ୍କଦ୍ୱାରା ଶିକ୍ଷାକାର୍ଯ୍ୟ ପରିଚାଳନା କରାଯାଇଥ୍ ଲା

Question ୧୯ ।
‘କୋଣାର୍କେ’ କେଉଁ କବିଙ୍କର କୃତି ?
Answer:
ଇତିହାସ ଆଧାରିତ ଓ ଜାତାୟ ଭାବଧାରାର ପ୍ରାଶବନ୍ତ ଦାବ୍ୟ ‘କୋଣାକେ’, ସଂସ୍କାର ଧର୍ମା ଶିକ୍ଷକ କବି ପଣ୍ଡିତ ନୀଳକଣ୍ତ ଦାସଙ୍କର ଅମଳିନ କୃତି ବା ପ୍ରତିଭା

Question ୨୦ ।
କବି କୁନ୍ତଳାକୁମାରୀଙ୍କର ଯେକୌଣସି ତିନୋଟି କୃତିର ନାମ ଲେଖ ।
Answer:
କବି କୁନ୍ତଳାକୁମାରୀଙ୍କର ତିନୋଟି କୃତି, ‘ଅଞ୍ଜଳି’, ‘ଉଚ୍ଛାସ’, ‘ସ୍ଫୁଲିଙ୍ଗ’ । ଏହିଭଳି କବିତା ସଙ୍କଳନର କୃତି ପାଇଁ ସେ ଉତ୍କଳ ଭାରତୀ ଭାବରେ ପରିଚିତ ।

Question ୨୧ ।
ସବୁଜ ଚେତନାର ପାଞ୍ଚଜଣ ତରୁଣ ସାହିତ୍ୟିକ କିଏ ?
Answer:
ସବୁଜ ଚେତନାର ପାଞ୍ଚଜଣ ତରୁଣ ସାହିତ୍ୟିକ ହେଲେ ଅନ୍ନଦାଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଶରତ ମୁଖାର୍ଜୀ ଓ ହରିହର ମହାପାତ୍ର ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୨୨ ।
ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଜନମାନସରେ ପରିଚିତ କରିବାପାଇଁ ଜାତୀୟ ଉଦ୍‌ବୋଧନମୂଳକ ଓଡ଼ିଆ ଗୀତିକା କେଉଁମାନେ ରଚନା କରିଥିଲେ ?
Answer:
ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଜନମାନସରେ ପରିଚିତ କରିବାପାଇଁ ଜାତୀୟ ଉଦ୍‌ବୋଧନମୂଳକ ଓଡ଼ିଆ ଗୀତିକା ରଚନା କରିଥିଲେ ଜାତୀୟ କବି ବୀରକିଶୋର ଦାସ ଓ ବାଞ୍ଛାନିସ୍ ମହାନ୍ତି ।

Question ୨୩ ।
ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା କିଏ ?
Answer:
ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଥିଲେ ଭଗବତୀ ଚରଣ ପାଣିଗ୍ରାହୀ । ମାର୍କସୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ୧୯୩୫ ମସିହା ଡିସେମ୍ବର ମାସରେ ଏହି ସଂସଦ ପ୍ରତିଷ୍ଠା କରିଥିଲେ । ଏହି ସଂସଦ ଆନୁକୂଲ୍ୟରେ ପ୍ରଗତିବାଦୀ ଆଭିମୁଖ୍ୟ ନେଇ ସେ ‘ଆଧୁନିକ’ ନାମରେ ପତ୍ରିକାର ଅୟମାରମ୍ଭ କରିଥିଲେ ।

Question ୨୪ ।
କବି ମାୟାଧର ମାନସିଂହ ଓ ରାଧାମୋହନ ଗଡ଼ନାୟକଙ୍କ କାବ୍ୟକ ବିଶେଷତ୍ଵ ସମ୍ପର୍କରେ ଯାହା ଜାଣ ଲେଖ ।
ସବୁଜଚେତନା ଓ ପ୍ରଗତିଚେତନା ପର୍ବଦ୍ଵୟର ସମକାଳରେ କବି ଡ. ମାୟାଧର ମାନସିଂହ ଓ କବି ରାଧାମୋହନ ଗଡ଼ନାୟକ ଓଡ଼ିଆ ପଦ୍ୟ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିଲେ । ମାୟାଧର ମାନସିଂହଙ୍କ କବିତା ମୁଖ୍ୟତଃ ପ୍ରେମ, ପ୍ରଣୟ, ସୌନ୍ଦର୍ଯ୍ୟବୋଧ, ଜାତୀୟତାବୋଧ ଓ ମାନବ-ବନ୍ଦନାର ମାର୍ମିକ ଆଲେଖ୍ୟ ବହନ କରିଥିଲା । ରାଧାମୋହନ ଗଡ଼ନାୟକ ଜଣେ ବିଶିଷ୍ଟ ଗାଥାକବି । ତାଙ୍କ କବିତାରେ ମଧ୍ଯ ଜାତୀୟତାବୋଧ ଓ ମାନବବନ୍ଦନା ‘ମୁଖ୍ୟସ୍ଥାନ ଗ୍ରହଣ କରିଛି ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୨୫ ।
ସ୍ଵାଧୀନତା ପୂର୍ବରୁ ଓ ସ୍ଵାଧୀନତା ପରେ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ କେଉଁମାନେ ସ୍ମରଣୀୟ ?
Answer:
ପ୍ରାକ୍ ସ୍ଵାଧୀନତାକାଳରେ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ବ୍ୟାସକବି ଫକୀରମୋହନ ସେନାପତି ଅଗ୍ରଗଣ୍ୟ । ତାଙ୍କ ରଚିତ ‘ରେବତୀ’ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ । ସେ ପ୍ରାୟ କୋଡ଼ିଏଟି ଗଳ୍ପ ଓ ଚାରୋଟି ଉପନ୍ୟାସ ରଚନା କରି ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଉପନ୍ୟାସ ଉମେଶ ଚନ୍ଦ୍ର ସରକାରଙ୍କର ଉପନ୍ୟାସ ‘ପଦ୍ମମାଳୀ’ । ପଲ୍ଲୀକବି ନନ୍ଦକିଶୋର ବଳ, ସତ୍ୟବାଦୀର ସାଧକ ଗୋଦାବରୀଶ ମିଶ୍ର ଗଳ୍ପ ଓ ଉପନ୍ୟାସ ରଚନା କରିଛନ୍ତି । ସେହି ଫକୀରମୋହନୀୟ ଧାରାରେ ପ୍ରଭାବିତ ହୋଇ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାବତ, ସବୁଜଗୋଷ୍ଠୀର କାଳିନ୍ଦୀ ଚରଣ ପାଣିଗ୍ରାହୀ, ସମାଜବାଦୀ ସ୍ରଷ୍ଟା ଭଗବତୀ

ଚରଣ ପାଣିଗ୍ରାହୀ, ରଘୁନାଥ ଦାସ, ସୁନନ୍ଦ କର, ମନମୋହନ ମିଶ୍ର । ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, କାହ୍ନୁଚରଣ ମହାନ୍ତି, ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକ, ପ୍ରାଣବନ୍ଧୁ କର, ଅନନ୍ତ ପ୍ରସାଦ ପଣ୍ଡା, ରାମପ୍ରସାଦ ସିଂହ, ଚକ୍ରଧର ମହାପାତ୍ର, ରାମଚନ୍ଦ୍ର ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ଗୋପୀନାଥ ମହାନ୍ତି, ହରେକୃଷ୍ଣ ମହତାବ ପ୍ରମୁଖ ଗାଳ୍ପିକ ଓ ଔପନ୍ୟାସିକମାନେ ପ୍ରାକ୍ ସ୍ଵାଧୀନତା କାଳରୁ ସ୍ୱୀୟ ପ୍ରତିଭାର ପରିଚୟ ଦେଇଛନ୍ତି । ଏହିସବୁ ଔପନ୍ୟାସିକ ଓ ଗାଳ୍ପିକମାନେ ସ୍ବାଧୀନତା ଲାଭପରେ ମଧ୍ୟ ବଳିଷ୍ଠ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟରେ ଗଳ୍ପ ଓ ଉପନ୍ୟାସର ଭଣ୍ଡାର ବୃଦ୍ଧିରେ ସହାୟକ ହୋଇଛନ୍ତି ।

ସ୍ଵାଧୀନତା ପରବର୍ତ୍ତୀ କାଳରେ ଯେଉଁ ଗାଳ୍ପିକ ଔପନ୍ୟାସିକମାନେ ଚିରସ୍ମରଣୀୟ ସେମାନେ ହେଲେ ବାମାଚରଣ ମିତ୍ର, କିଶୋରୀ ଚରଣ ଦାସ, ମନୋଜ ଦାସ, କୃଷ୍ଣପ୍ରସାଦ ମିଶ୍ର, ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ ଆଚାର୍ଯ୍ୟ, ବସନ୍ତ କୁମାରୀ ପଟ୍ଟନାୟକ, ବସନ୍ତକୁମାର ଶତପଥୀ, ଗୋବିନ୍ଦ ଦାସ, ଚନ୍ଦ୍ରଶେଖର ରଥ, ରବି ପଟ୍ଟନାୟକ, ବୀଣାପାଣି ମହାନ୍ତି, ଭୁବନେଶ୍ଵର ବେହେରା, ରାମଚନ୍ଦ୍ର ବେହେରା, ବିଭୂତି ପଟ୍ଟନାୟକ ଓ ପ୍ରତିଭା ରାୟ ଇତ୍ୟାଦି ।

Question ୨୬ ।
‘ଭୀମାଭୂୟାଁ’ ଉପନ୍ୟାସର ରଚୟିତା କିଏ ?
Answer:
ଓଡ଼ିଆ ସାହିତ୍ୟରେ ଆଦିବାସୀ ଜୀବନଧାରା ଆଧାରିତ ପ୍ରଥମ ଉପନ୍ୟାସ ‘ଭୀମା ଭୂୟାଁ’ର ରଚୟିତା

Question ୨୭ ।
ସୁରେନ୍ଦ୍ର ମହାନ୍ତିଙ୍କର ଯେକୌଣସି ଦୁଇଟି କୃତିର ନାମ ଲେଖ ।
Answer:
ସୁରେନ୍ଦ୍ର ମହାନ୍ତିଙ୍କର ଦୁଇଟି ସାରସ୍ଵତ କୃତି ହେଉଛି, ଅନ୍ଧଦିଗନ୍ତ ଓ ନୀଳଶୈଳ ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୨୮ ।
‘ଗାଁ ମଜଲିସ୍’ର ଲେଖକ କିଏ ?
Answer:
‘ଗାଁ ମଜଲିସ୍’ ଏକ ଚିନ୍ତାମୂଳକ ରମ୍ୟରଚନା ଓ ପ୍ରବନ୍ଧ । ଏହାର ଲେଖକ ଡ. ହରେକୃଷ୍ଣ ମହତାବ ।

Question ୨୯ ।
ଓଡ଼ିଆ ସାହିତ୍ୟର ଇତିହାସ କେଉଁ କେଉଁ ସାହିତ୍ୟ ଗବେଷକ ଲେଖୁଅଛନ୍ତି ?
Answer:
‘ଓଡ଼ିଆ ସାହିତ୍ୟର ଇତିହାସ’ ରଚନାରେ ଯେଉଁ ସାରସ୍ଵତ ଗବେଷକଗଣ ପାରଦର୍ଶିତା ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରେ ପଣ୍ଡିତ ବିନାୟକ ମିଶ୍ର, ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ, ସୁରେନ୍ଦ୍ର ମହାନ୍ତି, ମାୟାଧର ମାନସିଂହ, ନଟବର ସାମନ୍ତରାୟ, କୃଷ୍ଣଚରଣ ବେହେରା ଓ ବଂଶୀଧର ମହାନ୍ତି ପ୍ରମୁଖ ଅନ୍ୟତମ ।

Question ୩୦ ।
ଓଡ଼ିଆ ଭାଷାରେ ଗୀତାଭିନୟ ରଚନା କରିଥିବା ଦୁଇଜଣ ଯଶସ୍ୱୀ ସ୍ରଷ୍ଟାଙ୍କ ନାମ ଲେଖ ।
Answer:
ଓଡ଼ିଆ ଭାଷାରେ ଗୀତାଭିନୟ ରଚନା କରିଥିବା ଦୁଇଜଣ ଯଶସ୍ବୀ ସ୍ରଷ୍ଟା ହେଲେ ଜଗନ୍ନାଥ ପାଣି ଓ ବୈଷ୍ଣବ ପାଣି ।

ତୁମ ପାଇଁ କାମ

Question ୩୧ ।
ଓଡ଼ିଆ ସାହିତ୍ୟର ଇତିହାସ ସମ୍ପର୍କରେ ଜାଣିବାପାଇଁ ଅବସର ସମୟରେ ବିଦ୍ୟାଳୟ ପାଠାଗାରରୁ ବହି ସଂଗ୍ରହ କରି ପଢ଼ ।

Question ୩୨ ।
ତୁମକୁ ଭଲ ଲାଗୁଥିବା କବି ବା ଲେଖକଙ୍କ ଜୀବନୀ ଓ କୃତିଗୁଡ଼ିକୁ ସଂଗ୍ରହ କରି ପଢ଼ ଓ ତାଲିକା କର ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
‘ନିଆଁଖୁଣ୍ଟା’ କିଏ ସମ୍ପାଦନା କରୁଥିଲେ ?
Answer:
ଗୋଦାବରାଶ ମହାପାତ୍ର

Question 2.
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ କେତେ ଖଣ୍ଡରେ ପ୍ରକାଶିତ ?
Answer:
ସାତ

Question 3.
‘ଗାଁ ମଜଲିସ୍’ର ଲେଖକ କିଏ ?
Answer:
ହରେକୃଷ୍ଣ ମହତାବ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 4.
ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର କିଏ ?
Answer:
ଜଗନ୍ମୋହନ ଲାଲ

Question 5.
‘କୁସୁମାଞ୍ଜଳି’ କାହାର କୃତି ?
Answer:
ମଧୁସୂଦନ ରାଓ

Question 6.
‘ଭରସା’ ନାଟକର ନାଟ୍ୟକାରଙ୍କ ନାମ କ’ଣ?
Answer:
ଗୋପଳ ଛେ।ଟରାୟ

Question 7.
କିଏ ‘ନିଆଁଖୁଣ୍ଟା’ର ସମ୍ପାଦକ ଥିଲେ ?
Answer:
ଗୋଦାବରାଶ ମହାପାତ୍ର

Question 8.
ଆଦିବାସୀ ଜୀବନକୁ ଭିଭିକରି ଓଡ଼ିଆ ସାହିତ୍ୟରେ ପ୍ରଥମେ କେଉଁ ଉପନ୍ୟାସ ରଚିତ ହୋଇଥିଲା
Answer:
ଭାମାଭୂୟାଁ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 9.
କେଉଁଟି ବ୍ୟାସକବି ଫକାରମେ।ହନ ସେନାପତିଙ୍କର ରଚନା ନୁହେଁ?
Answer:
କେଦାରଗୌରା

Question 10.
‘କୋଣାର୍କେ’ କେଉଁ କବିଙ୍କର କୃତି ?
Answer:
ପଣ୍ଡିତ ନୀଳକଣ୍ଠ ଦାସ

Question 11.
‘କନକଲତା’ ଉପନ୍ୟାସର ରଚୟିତା କିଏ ?
Answer:
ନନ୍ଦକିଶେ।ର ବଳ

Question 12.
‘ଭୀମାଭୂୟାଁ’ ଉପନ୍ୟାସର ରଚୟିତା କିଏ ?
Answer:
ଗୋପାଳବଲ୍ଲଭ ଦାସ

Question 13.
ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ କ’ଣ ?
Answer:
ବିବେକୀ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 14.
‘ବିବେକୀ’ ପ୍ରବନ୍ଧର ରଚୟିତା କିଏ ?
Answer:
ରାଧାନାଥ ରାୟ

Question 15.
ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା କିଏ ?
Answer:
ଭଗବତୀ ଚରଣ ପାଣିଗ୍ରାହୀ

Question 16.
‘ନୀଳଶୈଳ’ ଉପନ୍ୟାସର ଲେଖକ କିଏ ?
Answer:
ସୁରେନ୍ଦ୍ର ମହାନ୍ତି

Question 17.
ବ୍ରାହ୍ମଧର୍ମ କିଏ ପ୍ରତିଷ୍ଠା କରିଥିଲେ ?
Answer:
ରାଜା ରାମମୋହନ ରାୟ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା.

Question 18.
‘ମହାଯାତ୍ରା’ କାବ୍ୟ କେଉଁ ଛନ୍ଦରେ ରଚିତ ?
Answer:
ଅମିତ୍ରାକ୍ଷର

Question 19.
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପର ନାମ କ’ଣ ?
Answer:
ରେବତ

Question 20.
କେଉଁଟି ଗୋପୀନାଥ ମହାନ୍ତିଙ୍କ ରଚନା ନୁହେଁ ?
Answer:
ବଡ଼ବାରୁ

ପରୀକ୍ଷା ଉପଯୋଗୀ ଅତିରି

(A) ।ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ଓଡ଼ିଆ ପ୍ରବନ୍ଧ ଓ ରମ୍ୟରଚନା କ୍ଷେତ୍ରରେ କେଉଁମାନେ ନିଜ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ?
Answer:
ଓଡ଼ିଆ ପ୍ରବନ୍ଧ ଓ ରମ୍ୟରଚନା କ୍ଷେତ୍ରରେ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସତ୍ୟନାରାୟଣ ରାଜଗୁରୁ, ପରମାନନ୍ଦ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଦାସ ଓ ସଦାଶିବ ମିଶ୍ର ପ୍ରମୁଖ ନିଜ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ।

Question 2.
କାହାକୁ ଆଧାର କରି କିଏ ପ୍ରଥମେ ଜାତୀୟତାର ଶୁଭଶଙ୍ଖ ନିନାଦନ କରିଥିଲା ?
Answer:
ମାତୃଭାଷା ଓ ମାତୃଭୂମିକୁ ଆଧାର କରି କର୍ମଯୋଗୀ ଗୌରୀଶଙ୍କର ରାୟଙ୍କଦ୍ଵାରା ପ୍ରତିଷ୍ଠିତ ଓ ସମ୍ପାଦିତ ‘ଉତ୍କଳ

Question 3.
ବ୍ରାହ୍ମଧର୍ମର ପ୍ରତିଷ୍ଠାତା କିଏ ଏବଂ ଏହା କାହା ଉପରେ ଗୁରୁତ୍ଵ ଦେଇଥିଲା ?
Answer:
ବ୍ରାହ୍ମଧର୍ମର ପ୍ରତିଷ୍ଠାତା ହେଉଛନ୍ତି ରାଜା ରାମମୋହନ ରାୟ ଏବଂ ଧର୍ମରେ ପିତୁଳାପୂଜାକୁ ବିରୋଧ କରି ଏକେଶ୍ବର ବ୍ରହ୍ମବାଦ ଉପରେ ଏହା ଗୁରୁତ୍ଵ ଦେଇଥିଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 4.
ବଙ୍ଗଳାରେ ରେନେସାଁ ବା ନବଜାଗରଣ କାଳରେ ଯେଉଁ ନୂତନ ଲେଖକମାନଙ୍କର ଆବିର୍ଭାବ ହୋଇଥିଲା, ସେମାନଙ୍କ ନାମ ଲେଖ ।
Answer:
ବଙ୍ଗଳାରେ ନବଜାଗରଣ କାଳରେ ଯେଉଁ ନୂତନ ଲେଖକମାନଙ୍କର ଆବିର୍ଭାବ ହୋଇଥ୍ ଲା ସେମାନେ ହେଲେ ମାଇକେଲ ମଧୁସୂଦନ ଦତ୍ତ, ବଙ୍କିମଚନ୍ଦ୍ର, ନବୀନ ସେନ୍, ହେମଚନ୍ଦ୍ର ଓ ରବୀନ୍ଦ୍ରନାଥ ଠାକୁର ।

Question 5.
ଭାଷା ସୁରକ୍ଷା ଆନ୍ଦୋଳନ୍ କ’ଣ ?
Answer:
ଓଡ଼ିଆ ଭାଷାକୁ ଓଡ଼ିଶାରୁ ଉଠାଇ ଦେବାର ସରକାରୀ ଆଦେଶନାମା ବିରୋଧରେ ୧୮୬୯/୭୦ ମସିହାରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହାକୁ ଭାଷା ସୁରକ୍ଷା ଆନ୍ଦୋଳନ କୁହାଯାଏ ।

Question 6.
‘ଉତ୍ତର କକ୍ଷ’ କାହାର ଆତ୍ମଚରିତ ?
Answer:
‘ଉତ୍ତର କକ୍ଷ’ କବି ସଚ୍ଚିଦାନନ୍ଦ ରାଉତରାୟଙ୍କର ଆମ୍ଚରିତା

Question 7.
ଫକୀରମୋହନ ରଚିତ ପ୍ରଖ୍ୟାତ ଚାରିଗୋଟି ଉପନ୍ୟାସର ନାମ ଲେଖ ।
Answer:
ଫକୀରମୋହନଙ୍କ ରଚିତ ପ୍ରଖ୍ୟାତ ଚାରିଗୋଟି ଉପନ୍ୟାସର ନାମ ହେଲା− (1) ‘ଛ’ମାଣ ଆଠଗୁଣ୍ଠ’, (2) ଲଛମା, (3) ମାମୁ, (4) ପ୍ରାୟଶ୍ଚିତ୍ତ ।

Question 8.
ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପର ନାମ କ’ଣ ଓ ତା’ର ରଚୟିତା କିଏ ?
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପର ନାମ ‘ରେବତୀ’ ଓ ତାହାର ରଚୟିତା ହେଉଛନ୍ତି ବ୍ୟାସକବି ଫକୀରମୋହନ

Question 9.
ଫକୀରମୋହନଙ୍କୁ କେଉଁ ରାଜସଭା କି ସମ୍ମାନରେ ଭୂଷିତ କରିଥିଲା ?
Answer:
ଗାମଣ୍ଡା ରାଜସଭା ‘ସରସ୍ଵତୀ’ ସମ୍ମାନରେ ଭୂଷିତ କରିଥ୍ ଲା

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 10.
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଆତ୍ମଚରିତର ନାମ କ’ଣ ଓ ତାହା କାହାର କୃତି ?
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଆତ୍ମଚରିତର ନାମ ହେଉଛି ‘ଆତ୍ମଚରିତ’ । ଓଡ଼ିଆ ସାହିତ୍ୟର ଏହି ଅମୂଲ୍ୟ

Question 11.
ଗଙ୍ଗାଧର ମେହେରଙ୍କ ଚାରିଗୋଟି କୃତିର ନାମ ଲେଖ ।
Answer:
ଗଙ୍ଗାଧର ମେହେରଙ୍କ ଚାରିଗୋଟି କୃତି ହେଲା- ‘ଇନ୍ଦୁମତୀ’, ‘କୀଚକବଧ’, ‘ଉତ୍କଳଲକ୍ଷ୍ମୀ’, ‘ପ୍ରଣୟବଲ୍ଲୀ’ ।

Question 12.
ପଲ୍ଲୀକବିଙ୍କ ଦୁଇଗୋଟି କାବ୍ୟର ନାମ ଏବଂ ଦୁଇଟି କବିତା ପୁସ୍ତକର ନାମ ଲେଖ ।
Answer:
ପଲ୍ଲୀକବିଙ୍କ ଦୁଇଟି କାବ୍ୟର ନାମ ହେଲା- ‘ଶର୍ମିଷ୍ଠା’ ଓ ‘ସୀତା ବନବାସ’ ଓ ଦୁଇଟି କବିତା ପୁସ୍ତକର ନାମ୍ ହେଲା- ‘ସନ୍ଧ୍ୟା ସଙ୍ଗୀତ’ ଓ ‘ନାନାବାୟା ଗୀତ’ ।

Question 13.
ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାରଙ୍କ ନାମ କ’ଣ ଓ ତାଙ୍କ ରଚିତ ପ୍ରଥମ ନାଟକର ନାମ କ’ଣ
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାରଙ୍କ ନାମ ଜଗନ୍ମୋହନ ଲାଲ ଏବଂ ତାଙ୍କ ରଚିତ ଓଡ଼ିଆ ସାହିତ୍ୟର ପ୍ରଥମ ନାଟକର ନାମ ହେଲା ‘ବାବାଜୀ’ ।

Question 14.
ଓଡ଼ିଆ ଭାଷାର କଳାକୋଣାର୍କ କାହାକୁ କୁହାଯାଏ ଏବଂ ତାହାର ପ୍ରଣେତା କିଏ ?
Answer:
‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’କୁ ଓଡ଼ିଆ ଭାଷାର କଳାକୋଣାର୍କ କୁହାଯାଏ । ଏହାର ପ୍ରଣେତା ହେଉଛନ୍ତି

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 15.
ସାରଳା ମହାଭାରତ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା ଗ୍ରନ୍ଥର ନାମ କ’ଣ ଓ ଏହାର ରଚୟିତା କିଏ ?
Answer:
ସାରଳା ମହାଭାରତ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା ଗ୍ରନ୍ଥର ନାମ ‘ଶ୍ରୀ ଭାରତ ଦର୍ପଣ’ ଏବଂ ଏହାର

Question 16.
ସତ୍ୟବାଦୀ ଯୁଗର କର୍ଣ୍ଣଧାର କିଏ ଓ ସେ କେଉଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ?
Answer:
ସତ୍ୟବାଦୀ ଯୁଗର କର୍ଣ୍ଣଧାର ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ । ସେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

Question 17.
ପଣ୍ଡିତ ନୀଳକଣ୍ଠଙ୍କ ଦୁଇଟି ଇତିହାସ ଆଧାରିତ ଏବଂ ଦୁଇଟି ଅନୂଦିତ କାବ୍ୟର ନାମ ଲେଖ ।
Answer:
ପଣ୍ଡିତ ନୀଳକଣ୍ଠଙ୍କ ଦୁଇଟି ଇତିହାସ ଆଧାରିତ କାବ୍ୟ ହେଲା- ‘କୋଣାର୍କେ’ ଓ ‘ଖାରବେଳ’ ଏବଂ ଦୁଇଟି ଅନୂଦିତ କାବ୍ୟର ନାମ ହେଲା- ‘ଦାସ ନାଏକ’ ଏବଂ ‘ପ୍ରଣୟିନୀ’ ।

Question 18.
ସବୁଜ ଚେତନାର ପାଞ୍ଚଜଣ ତରୁଣ ସାହିତ୍ୟିକଙ୍କ ନାମ ଲେଖ ।
Answer:
ସବୁଜ ଚେତନାର ପାଞ୍ଚଜଣ ତରୁଣ ସାହିତ୍ୟିକଙ୍କ ନାମ ହେଲା- ଅନ୍ନଦାଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଶରତଚନ୍ଦ୍ର ମୁଖାର୍ଜୀ ଓ ହରିହର ମହାପାତ୍ର ।

Question 19.
ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଜନମାନସରେ ପରିଚିତ କରିବାପାଇଁ ଜାତୀୟ ଉଦ୍‌ବୋଧନମୂଳକ ଓଡ଼ିଆ ଗୀତିକା କେଉଁମାନେ ରଚନା କରିଥିଲେ ?
Answer: ଭାରତୀୟ ସ୍ଵାଧାନତା ସଂଗ୍ରାମକୁ କନମାନସରେ ପରିଚିତ କରିବାପାଇଁ ଯେଉଁମାନେ ଜାତାୟ ଇନ୍ଦବୋଧନମ୍ବଳକ ଓଡ଼ିଆ ଗୀତିକା ରଚନା କରିଥିଲେ, ସେମାନେ ହେଲେ ଜାତୀୟ କବି ବୀରକିଶୋର ଦାସ ଓ ବାଞ୍ଛାନିଧୁ ମହାନ୍ତି ।

Question 20.
ଓଡ଼ିଆ ସାହିତ୍ୟରେ ସମାଲୋଚନା କ୍ଷେତ୍ରରେ କେଉଁମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ?
Answer:
ଓଡ଼ିଆ ସାହିତ୍ୟରେ ସମାଲୋଚନା କ୍ଷେତ୍ରରେ ମାୟାଧର ମାନସିଂହ, ସୁରେନ୍ଦ୍ର ମହାନ୍ତି, ନଟବର ସାମନ୍ତରାୟ, ନରେନ୍ଦ୍ରନାଥ ମିଶ୍ର ଓ କୁଞ୍ଜବିହାରୀ ଦାଶ ପ୍ରମୁଖ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।

Question 21.
‘ଉତ୍କଳ ଦୀପିକା’ ପତ୍ରିକାର ସଂପାଦକ କିଏ ଥିଲେ ଏବଂ ତାହା କେବେ ପ୍ରକାଶ ପାଇଥିଲା ?
Answer:
‘ଉତ୍କଳ ଦୀପିକା’ ପତ୍ରିକାର ସଂପାଦକ ଥିଲେ କର୍ମଯୋଗୀ ଗୌରୀଶଙ୍କର ରାୟ ଏବଂ ତାହା ୧୮୬୬ରେ ପ୍ରକାଶ ପାଇଥିଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 22.
ମଧୁସୂଦନ ରାଓଙ୍କ କେଉଁ ବିଚାରଧାରା ତାଙ୍କ ସାହିତ୍ୟକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଅଛି ?
Answer:
ଭକ୍ତକବି ମଧୁସୂଦନ ରାଓଙ୍କ ଉପନିଷଦୀୟ ଅମୃତଦୃଷ୍ଟି ବା ବିଚାରଧାରା ତାଙ୍କ ସାହିତ୍ୟକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଅଛି ।

Question 23.
ଫକୀରମୋହନ ସେନାପତି କେଉଁସବୁ କାବ୍ୟ ଓ କବିତାପୁସ୍ତକ ରଚନା କରିଥିଲେ ?
Answer:
ଫକୀରମୋହନ ସେନାପତି ‘ଉତ୍କଳ ଭ୍ରମଣଂ’, ‘ପୁଷ୍ପମାଳା’, ‘ପୂଜାଫୁଲ’, ‘ଅବସର ବାସରେ’, ‘ଧୂଳି’ ଇତ୍ୟାଦି କବିତା ପୁସ୍ତକ ଓ ‘ବୌଦ୍ଧାବତାର’ କାବ୍ୟ ପୁସ୍ତକ ରଚନା କରିଥିଲେ ।

Question 24.
କୁଳବୃଦ୍ଧ ମଧୁସୂଦନ ଦାସ କାହିଁକି ଓଡ଼ିଆ ଜାତିକୁ ଏକତ୍ର କଲେ ?
Answer:
କୁଳବୃଦ୍ଧ ମଧୁସୂଦନ ଦାସ ୧୯୦୩ ମସିହାରେ ‘ଉତ୍କଳ ସମ୍ମିଳନୀ’ ପ୍ରତିଷ୍ଠା କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଓଡ଼ିଆ ଜାତିକୁ ଏକତ୍ର କଲେ ।

(B) । ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ଊନବିଂଶ ଶତାବ୍ଦୀର ଶେଷଭାଗରେ ଗୀତାଭିନୟ ଜଗତରେ କିଏ ଏକ ଧାରା ସୃଷ୍ଟି କରିଥିଲେ ?
Answer:
ଜଗନ୍ନାଥ ପାଣି

Question 2.
‘ନବଯୁଗ ସାହିତ୍ୟ ସଂସଦ’ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୯୩୫, ଡିସେମ୍ବର ମାସରେ

Question 3.
‘ମାଟିର ମଣିଷ’ ଉପନ୍ୟାସ କିଏ ରଚନା କରିଥିଲେ ?
Answer:
କାଳିନ୍ଦୀଚରଣ ପାଣିଗ୍ରାହୀ

Question 4.
ଭଞ୍ଜକାବ୍ୟ ତଥା ମଧ୍ୟଯୁଗୀୟ କାବ୍ୟର ନିନ୍ଦୁକମାନଙ୍କୁ ସମୁଚିତ ଉତ୍ତର ଦେବାପାଇଁ ଗଠିତ ହୋଇଥିବା ସମିତିର ନାମ କ’ଣ ?
Answer:
ପ୍ରାଚୀ ସମିତି

Question 5.
‘ଶିକାର’ ଗଛର ଗାଳ୍ପିକ କିଏ ?
Answer:
ଭାଗବତାଚରଣ ପାଣିଗ୍ରାହା

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 6.
ସଚ୍ଚି ରାଉତରାୟଙ୍କଦ୍ଵାରା ଲିଖ୍ ଆତ୍ମଚରିତ ପୁସ୍ତକର ନାମ କ’ଣ ?
Answer:
ପାଣ୍ଡୁଲିପି

Question 7.
ସଚ୍ଚି ରାଉତରାୟଙ୍କଦ୍ଵାରା ଲିଖିତ ଆମ୍ବଚରିତ ପୁସ୍ତ୍ରକର ନାମ କ’ଣ?
Answer:
ଉତ୍ତର କକ୍ଷ

Question 8.
ଅନ୍ମଦାଶଙ୍କର ରାୟ କେଉଁ ସମୟର କବି?
Answer:
ସବୁଜପର୍ବ

Question 9.
ଗୋପୀନାଥ ମହାନ୍ତିଙ୍କ କେଉଁ କୃତିଟି ଆଦିବାସୀ ଜୀବନଧାରାକୁ ନେଇ ରଚିତ ?
Answer:
ପରଜା / ଅମୃତର ସନ୍ତାନ

Question 10.
‘ଉତ୍କଳ ସାହିତ୍ୟରେ ଇତିହାସ’ କିଏ ରଚନା କରିଥିଲେ ?
Answer:
ତାରିଣୀ ଚରଣ ରଥ

Question 11.
କାହାକୁ ସତ୍ୟବାଦୀ ଯୁଗର କର୍ଣ୍ଣଧାର କୁହାଯାଏ ?
Answer:
ଗୋପବନ୍ଧୁ ଦାସ

Question 12.
ଆର୍ତ୍ତବଲ୍ଲଭ ମହାନ୍ତି କେବେ ପ୍ରାଚୀ ସମିତ ଗଠନ କରିଥିଲେ ?
Answer:
୧୯୨୬ ମସିହାରେ

Question 13.
‘କୋଣାର୍କେ’ କେଉଁ କବିଙ୍କର କୃତି ?
Answer:
ପଣ୍ଡିତ ନୀଳକଣ୍ଠ ଦାସ

Question 14.
କେଉଁ କବିତା ସଂକଳନଟି ଗୋଦାରୀଶ ମିଶ୍ରଙ୍କଦ୍ଵାରା ରଚିତ ଗାଥାକବିତାର ମନୋଜ୍ଞ ସଂକଳନ ?
Answer:
ଆଲେଖ୍

Question 15.
କୃପାସିନ୍ଧୁ ମିଶ୍ରଙ୍କ ଦୁଇଟି ଗଦ୍ୟକୃତିର ନାମ ଲେଖ ।
Answer:
‘କେଣାର୍କ’, ‘ବାରବାଟୀ’

Question 16.
‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ – କାହାର ଆତ୍ମଚରିତ ଅଟେ ?
Answer:
ଗୋଦାବରୀଶ ମିଶ୍ର

Question 17.
‘ଅଞ୍ଜଳି’, ‘ଉଚ୍ଛାସ’, ‘ସ୍କୁଲିଙ୍ଗ’ ଓ ‘ଅର୍ଜନା’ ଆଦି କବିତା ପୁସ୍ତକଗୁଡ଼ିକର କବି କିଏ ?
Answer:
କୁନ୍ତଳାକୁମାରୀ ସାବତ

Question 18.
ଇଂରେଜମାନେ କେଉଁ ଆଇନ ବଳରେ ଓଡ଼ିଶାର କୃଷକ ଓ ଜମିମାଲିକଙ୍କ ଜମିକୁ ନେଇଗଲେ ?
Answer:
ସୂର୍ଯ୍ୟାସ୍ତ ନିଲାମ

Question 19.
ଶିକ୍ଷାଦାନ ନିମନ୍ତେ କେଉଁମାନେ ଓଡ଼ିଶାରେ ସ୍କୁଲ୍ ପ୍ରତିଷ୍ଠା କରିଥିଲେ ?
Answer:
ମିଶନାରାମାନେ

Question 20.
କାହାକୁ ଆଧାର କରି ଜାତୀୟତାର ଶୁଭଶଙ୍ଖ ନିନାଦିତ ହୋଇଥିଲା ?
Answer:
ମାତୃଭୂମି ଓ ମାତୃଭାଷାକୁ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 21.
ପ୍ରତିଟି ଓଡ଼ିଆ ନିକଟରେ କିଏ କର୍ମଯୋଗୀ ଭାବେ ସମ୍ମାନିତ ?
Answer:
ଗୌରୀଶଙ୍କର ରାୟ

Question 22.
ଭାରତବର୍ଷରେ ପ୍ରଥମେ କେଉଁଠାରେ ନବଜାଗରଣ ଦେଖାଯାଇଥିଲା ?
Answer:
ବଙ୍ଗଳାରେ

Question 23.
ଆଧୁନିକ ଓଡ଼ିଆ ସାହିତ୍ୟ କେଉଁଥୁରୁ ଜନ୍ମ ନେଇଥିଲା ?
Answer:
ମାତୃଭାଷା ପ୍ରୀତିରୁ

Question 24.
ରାଧାନାଥଙ୍କ ଏକ ଗାଥା କାବ୍ୟର ନାମ ଲେଖ ।
Answer:
ନନ୍ଦିକେଶ୍ଵରୀ

Question 25.
‘କୁସୁମାଞ୍ଜଳି’, ‘ଛାନ୍ଦମାଳା’, ‘କବିତାବଳୀ’ ଓ ‘ଉତ୍କଳଗାଥା’ ପ୍ରଭୃତି କବିତା ପୁସ୍ତକର ରଚୟିତା କିଏ ?
Answer:
ମଧୁସୂଦନ ରାଓ

Question 26.
ଫକୀରମୋହନଙ୍କ ଏକ ଅନୂଦିତ କୃତିର ନାମ ଲେଖ ।
Answer:
ରାମାୟଣ

Question 27.
ନୀଳକଣ୍ଠ ଦାସଙ୍କ ଏକ ଅନୂଦିତ କାବ୍ୟର ନାମ ଲେଖ ।
Answer:
ପ୍ରଣୟିନୀ

Question 28.
ନବଯୁଗ ସାହିତ୍ୟ ସଂସଦ ଆନୁକୂଲ୍ୟରେ କେଉଁ ପତ୍ରିକା ପ୍ରକାଶ ପାଇଥିଲା ?
Answer:
ଆଧୁନିକ

Question 29.
ବ୍ୟଙ୍ଗ କାବ୍ୟ ‘ଦରବାର’ର ସୃଷ୍ଟିକର୍ତ୍ତା କିଏ ?
Answer:
କବିବର ରାଧାନାଥ ରାୟ

Question 30.
ସାରଳା ମହାଭାରତ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା ଗ୍ରନ୍ଥର ନାମ କ’ଣ ?
Answer:
ଶ୍ରୀ ଭାରତ ଦର୍ପଣ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 31.
ଆଧୁନିକ ଯୁଗର ଆଦିପର୍ବକୁ କି ଯୁଗ କୁହାଯାଏ ?
Answer:
ରାଧାନାଥ ଯୁଗ

Question 32.
କେଉଁ ଓଡ଼ିଆ କବି ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗଳା ଭାଷାରେ ସୁପଣ୍ଡିତ ଥିଲେ ?
Answer:
ରାଧାନାଥ ରାୟ

Question 33.
‘ବିବେକୀ’ ପ୍ରବନ୍ଧର ରଚୟିତା କିଏ ?
Answer:
ରାଧାନାଥ ରାୟ

Question 34.
ରାଧାନାଥଙ୍କ ରଚିତ ‘ଚିଲିକା’ କାବ୍ୟକୁ କି କାବ୍ୟ କୁହାଯାଏ ?
Answer:
ପ୍ରକୃତି କାବ୍ୟ

Question 35.
ବାଲେଶ୍ଵର ସମ୍ବାଦବାହିକା – ଏହି ସମ୍ବାଦପତ୍ରର ପ୍ରକାଶକ କିଏ ?
Answer:
ଫକୀରମୋହନ ସେନାପତି

Question 36.
କବି ଗଙ୍ଗାଧର କେଉଁ କବି ଭାବରେ ପ୍ରତିଟି ଓଡ଼ିଆଙ୍କ ନିକଟରେ ପରିଚିତ ?
Answer:
ସ୍ବଭାବକବି

Question 37.
କିଏ ପ୍ରତିଟି ଓଡ଼ିଆଙ୍କ ନିକଟରେ ପଲ୍ଲୀକବି ଭାବରେ ଖ୍ୟାତ ?
Answer:
ନନ୍ଦକିଶୋର ବଳ

Question 38.
ଆଧୁନିକ ଓଡ଼ିଆ ସାହିତ୍ୟର ନବନିର୍ମାଣରେ କେଉଁ ପତ୍ରିକାର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା ?
Answer:
ଉତ୍କଳ ସାହିତ୍ୟ

Question 39.
କିଏ ଉତ୍କଳମଣି ଭାବରେ ଚିରନମସ୍ୟ ?
Answer:
ଗୋପବନ୍ଧୁ ଦାସ

Question 40.
କାହାକୁ ‘କୁଳବୃଦ୍ଧ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ?
Answer:
ମଧୁବାବୁ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 41.
ନନ୍ଦକିଶୋର ବଳଙ୍କଦ୍ବାରା ରଚିତ ଉପନ୍ୟାସର ନାମ କ’ଣ ?
Answer:
କନକଲତା

Question 42.
କିଏ ଭକ୍ତକବି ଭାବରେ ସମ୍ମାନିତ ?
Answer:
ମଧୁସୂଦନ ରାଓ

Question 43.
ଫକୀରମୋହନଙ୍କ ଚାରୋଟି ଉପନ୍ୟାସର ନାମ କ’ଣ ?
Answer:
ଛ’ମାଣ ଆଠଗୁଣ୍ଠ, ମାମୁ, ଲଚ୍ଛମା, ପ୍ରାୟଶ୍ଚିତ୍ତ

Question 44.
କିଏ ‘ପ୍ରାଚୀ ସମିତି’ ଗଠନ କରିଥିଲେ ?
Answer:
ଆର୍ତ୍ତବଲ୍ଲଭ ମହାନ୍ତି

Question 45.
ଓଡ଼ିଆ ସାହିତ୍ୟରେ ଚତୁର୍ଦ୍ଦଶପାଦୀ ବା ସନେଟ୍ ରଚନାରେ କିଏ ଦକ୍ଷ ଥିଲେ ?
Answer:
ମଧୁସୂଦନ ରାଓ

Question 46.
ମଧୁସୂଦନଙ୍କ ରଚିତ ଚତୁର୍ଦ୍ଦଶପାଦୀ କବିତାର ଏକ ମନୋଜ୍ଞ ସଙ୍କଳନର ନାମ କ’ଣ ?
Answer:
ବସନ୍ତଗାଥା

Question 47.
ବାମଣ୍ଡାର ରାଜସଭା ଫକୀରମୋହନଙ୍କୁ କେଉଁ ସମ୍ମାନରେ ଭୂଷିତ କରିଥିଲା ?
Answer:
ସରସ୍ବତୀ

Question 48.
‘କଣ୍ଟା ଓ ଫୁଲ’ ଓ ‘ବଙ୍କା ଓ ସିଧା’ କବିତା ପୁସ୍ତକର କବି କିଏ ?
Answer:
ଗୋଦାବରୀଶ ମହାପାତ୍ର

Question 49.
କିଏ ‘ନିଆଁଖୁଣ୍ଟା’ର ‘ସମ୍ପାଦକ ଥିଲେ ?
Answer:
ଗୋଦାବରୀଶ ମହାପାତ୍ର

Question 50.
‘ଭୀମାଭୂୟାଁ’ ଉପନ୍ୟାସର ରଚୟିତା କିଏ ?
Answer:
ଗୋପାଳବଲ୍ଲଭ ଦାସ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 51.
‘ନୀଳଶୈଳ’ ଉପନ୍ୟାସର ଲେଖକ କିଏ ?
Answer:
ସୁରେନ୍ଦ୍ର ମହାନ୍ତି

Question 52.
‘ମହାଯାତ୍ରା’ କାବ୍ୟ କେଉଁ ଛନ୍ଦରେ ରଚିତ ?
Answer:
ଅମିତ୍ରାକ୍ଷର

Question 53.
‘ଭରସା’ ନାଟକର ନାଟ୍ୟକାରଙ୍କ ନାମ କ’ଣ?
Answer:
ଗୋପାଳ ଛୋଟରାୟ

(C) ଶୂନ୍ୟସ୍ଥାନ ପୂରଣ କର।

Question 1.
‘କଣାମାମୁ’ ଉପନ୍ୟାସର ସ୍ରଷ୍ଟା ……………………..।
Answer:
ଲକ୍ଷ୍ମୀକାନ୍ତ ମହାପାତ୍ର

Question 2.
‘ହେ ମୋର କଲମ’ – ଏହି କବିତାର କବି ……………….. ।
Answer:
ଗୋଦାବରୀଶ ମହାପାତ୍ର

Question 3.
ଅଶ୍ବିନୀକୁମାର ଘୋଷ ………………………..ଉପାଧ୍ଧରେ ବିଭୂଷିତ ।
Answer:
ନାଟ୍ୟଭାରତୀ

Question 4.
‘ସ୍ୱର୍ଗରେ ଇମରଜେନ୍ସି’………………… ଙ୍କର ବିଶିଷ୍ଟ କୃତି ।
Answer:
ହରେକୃଷ୍ଣ ମହତାବ

Question 5.
ଓଡ଼ିଶାରେ ନ’ଅଙ୍କୁ ଦୁର୍ଭିକ୍ଷ ………………………. ମସିହାରେ ପଡ଼ିଥିଲା।
Answer:
୧୮୬୬

Question 6.
ପ୍ରତିଟି ଓଡ଼ିଆ ନିକଟରେ ଗୌରୀଶଙ୍କର ରାୟ ଧର୍ମଯୋଗୀ ଭାବେ ସମ୍ମାନିତ ।
Answer:
ଗୌରାଣଙ୍କର ରାୟ

Question 7.
ଭାରତବର୍ଷରେ ପ୍ରଥମେ ଓଡ଼ିଶାରେ ନବଜାଗରଣ ଦେଖାଯାଇଥିଲା ।
Answer:
ରାଜା ରାମମୋହନ ରାୟ

Question 8.
ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ …………………… ।
Answer:
ବିବେକୀ

Question 9.
ଓଡ଼ିଆ ସାହିତ୍ୟରେ …………………… ବ୍ୟାସକବି ଭାବେ ପରିଚିତ ।
Answer:
ପ୍ରକୀରମୋହନ ସେନାପତି

Question 10.
ଓଡ଼ିଆ ସାହିତ୍ୟର ପ୍ରଥମ ସାହିତ୍ୟ ପତ୍ରିକାର ନାମ, …………………… ।
Answer:
ବୋଧଦାୟିନୀ

Question 11.
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପର ନାମ ………………………. ।
Answer:
ରେବତୀ

Question 12.
‘ଛ’ମାଣ ଆଠଗୁଣ୍ଠ’ ଉପନ୍ୟାସର ରଚୟିତା ………………………।
Answer:
ଫକୀରମୋହନ ସେନାପତି

Question 13.
୧୯୦୩ ମସିହାରେ …………………….. ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ ।
Answer:
କୁଳବୃଦ୍ଧ ମଧୁସୂଦନ

Question 14.
‘କୃଷକ ସଙ୍ଗୀତ’ର ରଚୟିତା …………………………..।
Answer:
କବି ଗଙ୍ଗାଧର ମେହେର

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 15.
‘କନକଲତା’ ଉପନ୍ୟାସର ସ୍ରଷ୍ଟା ………………………….।
Answer:
ନନ୍ଦକିଶେ।ର ବଳ

Question 16.
ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାରଙ୍କ ନାମ ………………………।
Answer:
ଜଗନ୍ମୋହନ ଲାଲ

Question 17.
ଓଡ଼ିଆ ସାହିତ୍ୟର ପ୍ରଥମ ନାଟକର ନାମ ……………………….।
Answer:
ବାବାଜୀ

Question 18.
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଉପନ୍ୟାସର ନାମ …………………….।
Answer:
ପଦ୍ମମାଳୀ

Question 19.
‘ପଦ୍ମମାଳୀ’ର ଲେଖକ ……………………।
Answer:
ଉମେଶଚନ୍ଦ୍ର ସରକାର

Question 20.
…………………… କୁ ଓଡ଼ିଆ ଭାଷାର କଳାକୋଣାର୍କ କୁହାଯାଏ ।
Answer:
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

Question 21.
‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ପ୍ରଣେତା …………………….।
Answer:
ଗୋପାଳଚନ୍ଦ୍ର ପ୍ରହରାଜ

Question 22.
ଗୋପବନ୍ଧୁ ଦାସ …………………….. ଯୁଗର କର୍ଣ୍ଣଧାର ।
Answer:
ସତ୍ୟବାଦୀ

Question 23.
ଓଡ଼ିଆ ସାହିତ୍ୟରେ କାନ୍ତକବି ଭାବରେ ………………….. ପ୍ରସିଦ୍ଧି ଲାଭ କରିଛନ୍ତି ।
Answer:
ଲକ୍ଷ୍ମୀକାନ୍ତ ମହାପାତ୍ର

Question 24.
ଓଡ଼ିଆ ସାହିତ୍ୟରେ ଜାତୀୟ କବି ଭାବରେ ……………………….. ପରିଚିତ ।
Answer:
ବୀରକିଶୋର ଦାସ

Question 25.
‘ନବଯୁଗ ସାହିତ୍ୟ ସଂସଦ’ର ପ୍ରତିଷ୍ଠାତା ଥିଲେ ………………………. ।
Answer:
ଭଗବତୀ ଚରଣ ପାଣିଗ୍ରାହୀ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 26.
ହରେକୃଷ୍ଣ ମହତାବଙ୍କ ‘ଆତ୍ମଚରିତ’ର ନାମ ……………………….. ।
Answer:
ସାଧନାର ପଥେ

Question 27.
ନାଟ୍ୟକାର ………………………. ଙ୍କୁ ନାଟ୍ୟଭାରତୀ କୁହାଯାଏ ।
Answer:
ଅଶ୍ୱିନୀ କୁମାର ଘୋଷ

Question 28.
‘ପର କଲମ’ ନାଟକର ରଚୟିତା …………………….. ।
Answer:
ଗୋପାଳ ଛୋଟରାୟ

(D) ଠିକ୍ ଉକ୍ତି ପାଇଁ ‘T’ ଓ ଭୁଲ୍ ଉକ୍ତି ପାଇଁ ‘F’ ଲେଖ ।

1. ‘ଶିକାର’ ଗଳ୍ପର ଗାଳ୍ପିକ କାଳିନ୍ଦୀଚରଣ ପାଣିଗ୍ରାହୀ ।
2. ସଚ୍ଚି ରାଉତରାୟଙ୍କଦ୍ୱାରା ଲିଖ୍ ଆତ୍ମଚରିତର ନାମ ‘ସାଧନାର ପଥେ’ ।
3. ‘ପର କଲମ’ ନାଟକର ନାଟ୍ୟକାର ଗୋପାଳ ଛୋଟରାୟ ।
5. ‘କଣାମାମୁ’ ଉପନ୍ୟାସର ରଚୟିତା ଲକ୍ଷ୍ମୀକାନ୍ତ ମହାପାତ୍ର ।
6. ପ୍ରତିଟି ଓଡ଼ିଆ ନିକଟରେ ଗୌରୀଶଙ୍କର ରାୟ ଧର୍ମଯୋଗୀ ଭାବେ ସମ୍ମାନିତ ।
7. ଭାରତବର୍ଷରେ ପ୍ରଥମେ ଓଡ଼ିଶାରେ ନବଜାଗରଣ ଦେଖାଯାଇଥିଲା ।
8. ବ୍ରାହ୍ମଧର୍ମ ପିତୁଳାପୂଜାକୁ ବିରୋଧ କରୁଥିଲା ।
9. ଓଡ଼ିଶାରେ ୧୮୭୦ ମସିହା ବେଳକୁ ନବଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ହେଲା ।
10. ‘କୁସୁମାଞ୍ଜଳି’, ‘ଛାନ୍ଦମାଳା’, ‘କବିତାବଳୀ’ ଓ ‘ଉତ୍କଳଗାଥା’ ପ୍ରଭୃତି କବିତା ପୁସ୍ତକର ରଚୟିତା ମଧୁସୂଦନ ରାଓ ।
11. ଆଧୁନିକ ଓଡ଼ିଆ ସାହିତ୍ୟ ୧୮୭୦ ମସିହା ପରଠାରୁ କ୍ରମବିକାଶ ପଥରେ ଗତିକରି ଚାଲିଛି ।
12. ଆଧୁନିକ ଯୁଗର ଆଦିପର୍ବକୁ ରାଧାନାଥ ଯୁଗ କୁହାଯାଏ ।
13. ଆଧୁନିକ ଯୁଗର ଗୋଧୂଳି ଲଗ୍ନରେ ସତ୍ୟବାଦୀ ପର୍ବର ଆରମ୍ଭ ଓ ବିକାଶ ହୋଇଥିଲା ।
14. ‘ବାଲେଶ୍ଵର ସମ୍ବାଦବାହିକା’ ସମ୍ବାଦପତ୍ରିକାର ପ୍ରକାଶକ ଥିଲେ ଫକୀରମୋହନ ।
15. ଫକୀରମୋହନଙ୍କ ପ୍ରଗତି ପଥରେ ତାଙ୍କ ଦ୍ବିତୀୟ ପତ୍ନୀ ସହାୟିକା ଥିଲେ ।
16. ଫକୀରମୋହନଙ୍କ ଦ୍ଵିତୀୟା ପତ୍ନୀଙ୍କର ନାମ କୃଷ୍ଣାକୁମାରୀ ଥିଲା ।
17. ସାରଳା ମହାଭାରତ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା ଗ୍ରନ୍ଥର ନାମ ‘ଶ୍ରୀ ଭାରତ ଦର୍ପଣ’ ।
18. ଖ୍ରୀଷ୍ଟିୟାନ୍ ମିଶନାରୀମାନେ ୧୭୨୨ରେ ଓଡ଼ିଶାରେ ମିଶନ ସ୍କୁଲମାନ ପ୍ରତିଷ୍ଠା କରିଥିଲେ ।
19. ମଧୁସୂଦନଙ୍କ ରଚିତ ଚତୁର୍ଦ୍ଦଶପାଦୀ କବିତାର ଏକ ମନୋଜ୍ଞ ସଙ୍କଳନର ନାମ ‘ବସନ୍ତ ଗାଥା’ ।
20. ବଙ୍ଗଳା ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଆତ୍ମଚରିତର ନାମ ‘ଆତ୍ମଚରିତ’ ।
Answer:
1. ‘ଶିକାର’ ଗଳ୍ପର ଗାଳ୍ପିକ କାଳିନ୍ଦୀଚରଣ ପାଣିଗ୍ରାହୀ । (F)
2. ସଚ୍ଚି ରାଉତରାୟଙ୍କଦ୍ୱାରା ଲିଖ୍ ଆତ୍ମଚରିତର ନାମ ‘ସାଧନାର ପଥେ’ । (F)
3. ‘ପର କଲମ’ ନାଟକର ନାଟ୍ୟକାର ଗୋପାଳ ଛୋଟରାୟ । (T)
5. ‘କଣାମାମୁ’ ଉପନ୍ୟାସର ରଚୟିତା ଲକ୍ଷ୍ମୀକାନ୍ତ ମହାପାତ୍ର । (T)
6. ପ୍ରତିଟି ଓଡ଼ିଆ ନିକଟରେ ଗୌରୀଶଙ୍କର ରାୟ ଧର୍ମଯୋଗୀ ଭାବେ ସମ୍ମାନିତ । (F)
7. ଭାରତବର୍ଷରେ ପ୍ରଥମେ ଓଡ଼ିଶାରେ ନବଜାଗରଣ ଦେଖାଯାଇଥିଲା । (F)
8. ବ୍ରାହ୍ମଧର୍ମ ପିତୁଳାପୂଜାକୁ ବିରୋଧ କରୁଥିଲା । (T)
9. ଓଡ଼ିଶାରେ ୧୮୭୦ ମସିହା ବେଳକୁ ନବଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ହେଲା । (T)
10. ‘କୁସୁମାଞ୍ଜଳି’, ‘ଛାନ୍ଦମାଳା’, ‘କବିତାବଳୀ’ ଓ ‘ଉତ୍କଳଗାଥା’ ପ୍ରଭୃତି କବିତା ପୁସ୍ତକର ରଚୟିତା ମଧୁସୂଦନ ରାଓ । (T)
11. ଆଧୁନିକ ଓଡ଼ିଆ ସାହିତ୍ୟ ୧୮୭୦ ମସିହା ପରଠାରୁ କ୍ରମବିକାଶ ପଥରେ ଗତିକରି ଚାଲିଛି । (T)
12. ଆଧୁନିକ ଯୁଗର ଆଦିପର୍ବକୁ ରାଧାନାଥ ଯୁଗ କୁହାଯାଏ । (T)
13. ଆଧୁନିକ ଯୁଗର ଗୋଧୂଳି ଲଗ୍ନରେ ସତ୍ୟବାଦୀ ପର୍ବର ଆରମ୍ଭ ଓ ବିକାଶ ହୋଇଥିଲା । (T)
14. ‘ବାଲେଶ୍ଵର ସମ୍ବାଦବାହିକା’ ସମ୍ବାଦପତ୍ରିକାର ପ୍ରକାଶକ ଥିଲେ ଫକୀରମୋହନ । (T)
15. ଫକୀରମୋହନଙ୍କ ପ୍ରଗତି ପଥରେ ତାଙ୍କ ଦ୍ବିତୀୟ ପତ୍ନୀ ସହାୟିକା ଥିଲେ । (T)
16. ଫକୀରମୋହନଙ୍କ ଦ୍ଵିତୀୟା ପତ୍ନୀଙ୍କର ନାମ କୃଷ୍ଣାକୁମାରୀ ଥିଲା । (T)
17. ସାରଳା ମହାଭାରତ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା ଗ୍ରନ୍ଥର ନାମ ‘ଶ୍ରୀ ଭାରତ ଦର୍ପଣ’ ।
18. ଖ୍ରୀଷ୍ଟିୟାନ୍ ମିଶନାରୀମାନେ ୧୭୨୨ରେ ଓଡ଼ିଶାରେ ମିଶନ ସ୍କୁଲମାନ ପ୍ରତିଷ୍ଠା କରିଥିଲେ । (F)
19. ମଧୁସୂଦନଙ୍କ ରଚିତ ଚତୁର୍ଦ୍ଦଶପାଦୀ କବିତାର ଏକ ମନୋଜ୍ଞ ସଙ୍କଳନର ନାମ ‘ବସନ୍ତ ଗାଥା’ । (T)
20. ବଙ୍ଗଳା ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଆତ୍ମଚରିତର ନାମ ‘ଆତ୍ମଚରିତ’ । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ରାଧାନାଥ ରାୟ ଉତ୍କଳ ସମ୍ମିଳନା
ମତୁସୂଦନ ରାଓ ପଦ୍ମିନା
ଫକାରମୋହନ ଯଯାତି କେଶରା
ମଧୁସୂଦନ ଦାସ ବସନ୍ତ ଗାଥା
ଗଙ୍ଗାଧର ମେହେର ବୋଧଦାୟିନା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ରାଧାନାଥ ରାୟ ଯଯାତି କେଶରା
ମତୁସୂଦନ ରାଓ ବସନ୍ତ ଗାଥା
ଫକାରମୋହନ ବୋଧଦାୟିନା
ମଧୁସୂଦନ ଦାସ ଉତ୍କଳ ସମ୍ମିଳନା
ଗଙ୍ଗାଧର ମେହେର ପଦ୍ମିନା

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଖ୍ରୀଷ୍ଟୟାନ ମିଶନାରା କୃଷକ ଓ ଜମିମାଲିକଙ୍କ କମି ହସ୍ତ।ନ୍ତ୍ରରିତ
ନଅଙ୍କ ଦୁର୍ଭିକ୍ଷ ଉତ୍କଳ ଦୀପିକା
ସୂର୍ଯ୍ୟାସ୍ତ ନିଲାମ ଆଇନ ଇତିହାସ ପ୍ରସନ୍ଧ ଜାତି ଶୁଣାନିତ ହେ।ଇଗଲା
ଗୌରାଶଙ୍କର ରାୟ ଓଡ଼ିଶାରେ ମିଶନ ସ୍କୁଲ୍‌ ପ୍ରତିଷ୍ଠା
ରାଜା ବାମମୋହନ ରାୟ ବ୍ରାହଧର୍ମ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଖ୍ରୀଷ୍ଟୟାନ ମିଶନାରା ଓଡ଼ିଶାରେ ମିଶନ ସ୍କୁଲ୍‌ ପ୍ରତିଷ୍ଠା
ନଅଙ୍କ ଦୁର୍ଭିକ୍ଷ ଇତିହାସ ପ୍ରସନ୍ଧ ଜାତି ଶୁଣାନିତ ହେ।ଇଗଲା
ସୂର୍ଯ୍ୟାସ୍ତ ନିଲାମ ଆଇନ କୃଷକ ଓ ଜମିମାଲିକଙ୍କ କମି ହସ୍ତ।ନ୍ତ୍ରରିତ
ଗୌରାଶଙ୍କର ରାୟ ଉତ୍କଳ ଦୀପିକା
ରାଜା ବାମମୋହନ ରାୟ ବ୍ରାହଧର୍ମ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପଦ୍ମମାଳ। ଫକାରମୋହନ ସେନାପତି
ବାବାଜା ଗୋପାଳବଲ୍ଲିଭ ଦାସ
ରେଚ୍ ତା ଉମେଶଚନ୍ଦ୍ର ସରକାର
ଭାମାଭୂୟାଁ ଜଗନ୍ନେ।ହନ ଲାଲ
ଚ୍ଚାବନ ସଙ୍ଗାତ କାନ୍ତିକବି ଲକ୍ଷ୍ମୀକାନ୍ତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପଦ୍ମମାଳ। ଉମେଶଚନ୍ଦ୍ର ସରକାର
ବାବାଜା ଜଗନ୍ନେ।ହନ ଲାଲ
ରେଚ୍ ତା ଫକାରମୋହନ ସେନାପତି
ଭାମାଭୂୟାଁ ଗୋପାଳବଲ୍ଲିଭ ଦାସ
ଚ୍ଚାବନ ସଙ୍ଗାତ କାନ୍ତିକବି ଲକ୍ଷ୍ମୀକାନ୍ତ

Question 4
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପଲ୍ଲାଚିତ୍ର ନାଳକଣ୍ଠ ଦାସ
କାଞ୍ଚକାବେରା ବିନ୍ଦକିଶୋର ବଳ
ବାଇ ମହାନ୍ତି ପାଳ୍ପ ଗୋପାଳଚନ୍ଦ୍ର ଗ୍ରହରାଜ
ଶା ଭାରତ ଦର୍ପଣ ଗୋପାନାଥ ନନ୍ଦ
କୋଶାର୍କେ ରାମଶଙ୍କର ରାୟ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପଲ୍ଲାଚିତ୍ର ବିନ୍ଦକିଶୋର ବଳ
କାଞ୍ଚକାବେରା ରାମଶଙ୍କର ରାୟ
ବାଇ ମହାନ୍ତି ପାଳ୍ପ ଗୋପାଳଚନ୍ଦ୍ର ଗ୍ରହରାଜ
ଶା ଭାରତ ଦର୍ପଣ ଗୋପାନାଥ ନନ୍ଦ
କୋଶାର୍କେ ନାଳକଣ୍ଠ ଦାସ

ପ୍ରବନ୍ଧର ମର୍ମବାଣା

ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଆ ସିଲାବସ୍ କମିଟି ପ୍ରସ୍ତୁତ ‘ଓଡ଼ିଆ ସାହିତ୍ୟ କଥା’ ଓଡ଼ିଆ ସାହିତ୍ୟର ଆଦିପର୍ବରୁ ଆରମ୍ଭ ହୋଇ ଅତ୍ୟାଧୁନିକ ପର୍ବ ପର୍ଯ୍ୟନ୍ତ କ୍ରମ ବିକାଶଧାରାର ଏକ ବିହଙ୍ଗାବଲୋକନ । ସଂସ୍କୃତ, ପାଲୀ, ପ୍ରାକୃତ ଓ ଅପଭ୍ରଂଶର ସ୍ତର ଅତିକ୍ରମ କଲାପରେ ଓଡ଼ିଆ ଭାଷା ଓ ଲିପି କ୍ରମବିବର୍ତ୍ତନ ମଧ୍ୟଦେଇ ପୂର୍ଣାଙ୍ଗ ରୂପଲାବଣ୍ୟ ଲାଭ କରିଛି । ପଞ୍ଚଦଶ ଶତାବ୍ଦୀରେ ମାଟିର ମହାକବି ସାରଳା ଦାସ ଖାଣ୍ଟି ଓଡ଼ିଆ ଭାଷାରେ ଯେଉଁ ମୂଲ୍ୟବାନ୍ ଗ୍ରନ୍ଥ ରଚନା କରିଯାଇଛନ୍ତି ତାହା ଓଡ଼ିଆ ଜାତିର ଆତ୍ମପରିଚିତି ଓ ଉଡ୍ର ଜାତୀୟତାବୋଧର ବଳିଷ୍ଠ ନିଦର୍ଶନ ହୋଇ ତାଙ୍କୁ ‘ଆଦିକବି’ର ମର୍ଯ୍ୟାଦା ଦେଇଛି ।

ସାରଳା ଦାସଙ୍କ ପରେ ଭକ୍ତକବି ପଞ୍ଚସଖା ପ୍ରାକୃତ ଓଡ଼ିଆ ଭାଷାରେ ଏକ ନୂତନ ସାରସ୍ବତ ପରମ୍ପରା ସୃଷ୍ଟି କରିଗଲେ । ତାଙ୍କ ରଚନାମାନ ଓଡ଼ିଆଜାତିକୁ ଏକ ମାନବବାଦୀ ଭାବନାରେ ଉଦ୍‌ବୁଦ୍ଧ କଲା । ପଞ୍ଚସଖା ଯୁଗର ଦ୍ୱିତୀୟ ପର୍ଯ୍ୟାୟରୁ ଓଡ଼ିଆ ଭାଷାରେ କାବ୍ୟରଚନାକରାଯିବାର ଏକ ନୂତନ ପରମ୍ପରା ସୃଷ୍ଟି ହେଲା । ଦ୍ଵାଦଶ ଶତାବ୍ଦୀରେ ଜୟଦେବଙ୍କ ‘ଗୀତଗୋବିନ୍ଦ ର ସରଳ ସାବଲୀଳ ଭାଷା ଓ ଲଳିତ ଛନ୍ଦ ଷୋଡ଼ଶ ଶତାବ୍ଦୀରେ ଶେଷାର୍ଦ୍ଧ କବିମାନଙ୍କ କାବ୍ୟମାନଙ୍କରେ ପରିଲକ୍ଷିତ ହେଲା। ଏହି ଯୁଗକୁ ‘ପ୍ରାକ୍ ରୀତିଯୁଗ’ ଭାବେ ନାମିତ କରାଯାଇଛି।

ସପ୍ତଦଶ ଶତାବ୍ଦୀର ମଧ୍ୟଭାଗ ପରେ ସମୃଦ୍ଧ ରୀତିକାବ୍ୟ ରଚନା କରିବାର ପରମ୍ପରା ସୃଷ୍ଟି ହେଲା । ଶ୍ରୀଚୈତନ୍ୟଙ୍କ ସମୟରୁ ଯେଉଁ ପ୍ରେମଧର୍ମର ଉନ୍ମେଷ ଘଟିଥିଲା ତାହା ଏହି ସମୟକୁ ଓଡ଼ିଶାର କବି ମାନସରେ ଗଭୀର ପ୍ରଭାବ ପକାଇଥିଲା । ତେଣୁ ପଞ୍ଚସଖାଙ୍କ ଜଗନ୍ନାଥ ଧର୍ମ ଓ ଭକ୍ତିଭାବନା ସହ,କୃଷ୍ଣଧର୍ମ, କୃଷ୍ଣଭକ୍ତି ଓ ରାମଭକ୍ତି ଓଡ଼ିଶାର ଜନଗଣଙ୍କୁ ଅନୁରୂପ ଭାବେ ପ୍ରଭାବିତ କରିଥିଲା । ମଧ୍ୟଯୁଗୀୟ ଓଡ଼ିଆ ରୀତିକାବ୍ୟର ସମୃଦ୍ଧଧାରା ଧନଞ୍ଜୟ ଭଞ୍ଜଙ୍କ ସମୟରୁ ଆରମ୍ଭ ହେଲା । ପଞ୍ଚସଖା ଯୁଗର କାବ୍ୟ କବିତାଦି ଯାହା ମଣିଷକୁ ମାନବୀୟ ଭାବନାରେ ଉଦ୍‌ବୁଦ୍ଧ ହୋଇ ସତ୍ୟ ଓ ଧର୍ମନିଷ୍ଠ ଜୀବନଯାପନ କରିବାକୁ ହେଲା । ସ୍ୱାଭାବିକତାକୁ ହରାଇ ତାହା ହେଲା ଆଡ଼ମ୍ବରପୂର୍ଣ ।

ଏହି ରୀତିଯୁଗର ଶ୍ରେଷ୍ଠ କବି ହେଲେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ତାଙ୍କ ନାମରେ ରୀତିଯୁଗର ଅନ୍ୟନାମ ହେଲା ଭଞ୍ଜ ଯୁଗ । ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସହ ଭଜନ, ଜଣାଣ ଓ ରାଧାକୃଷ୍ଣଙ୍କ ଅମିୟପ୍ରେମ ଉପରେ ଆଧାରିତ ନାନା ଗୀତିକବିତା ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି କରିଆସିଛି । ମଧ୍ୟଯୁଗୀୟ ସାହିତ୍ୟରେ ଯେଉଁ ସନ୍ଥ-ସାହିତ୍ୟଧାରା ପଞ୍ଚସଖାଙ୍କଠାରୁ ଆରମ୍ଭ ହୋଇ କ୍ରମବିବର୍ତ୍ତନ ପଥରେ ଅଗ୍ରଗତି କରି ଆସଥିଲା ସେହି ଧାରାର ଶେଷ ଦୀପଶିଖା ହେଲେ ଭୀମଭୋଇ । ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ସାରଳା ଦାସଙ୍କଠାରୁ ଆରମ୍ଭ କରି ଭୀମଭୋଇଙ୍କ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚଶହ ବର୍ଷ ଧରି ଗତିକରି ଆସିଥିଲା । ବିବିଧ ରୂପ-ଭାବ-ବୈଭବକୁ ନେଇ ଯେଉଁ ସାହିତ୍ୟ ଏହି ଦୀର୍ଘକାଳ ମଧ୍ୟରେ ସୃଷ୍ଟି ହୋଇଥିଲା ତାହା ଓଡ଼ିଆ ଭାଷାର ଅମୂଲ୍ୟ ସମ୍ପଦ ଓ ଓଡ଼ିଆ ଜାତିର ଆତ୍ମପରିଚିତିର ବାର୍ତ୍ତା ବହନ କରିଛି ।

ଖ୍ରୀଷ୍ଟୀୟ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଇଂରେଜମାନେ ଓଡ଼ିଶାକୁ ଅଧିକାର କଲେ । ଭୟ, ଆତଙ୍କ, ଅଶିକ୍ଷା ଓ ଅନ୍ଧବିଶ୍ୱାସ ଆଦିଦ୍ୱାରା ଓଡ଼ିଆ ଜାତିର ଆତ୍ମବିଲୁପ୍ତି ଘଟିଲା । ଏହି ଶତାବ୍ଦୀର ଦ୍ୱିତୀୟାର୍ଦ୍ଧର କିଛିକାଳ ପର୍ଯ୍ୟନ୍ତ ଜାତିର ନିର୍ବେଦତା ଲାଗିରହିଲା । ନଅଙ୍କ ଦୁର୍ଭିକ୍ଷ ପରେ ଇତିହାସ ପ୍ରସିଦ୍ଧ ଓଡ଼ିଆ ଜାତି ସତେକି ଶ୍ମଶାନିତ ହୋଇଗଲା । ପରେ ପରେ ସୁପ୍ତ ଓଡ଼ିଆ ଜାତିର ନିଦ୍ରାଭଙ୍ଗ ହେଲା । ମାତୃଭୂମି ଓ ମାତୃଭାଷାକୁ ଆଧାର କରି ଓଡ଼ିଆ ଜାତୀୟତାର ଶୁଭଶଙ୍ଖ ବାଜିଉଠିଲା । ଓଡ଼ିଆ ଭାଷାକୁ ଓଡ଼ିଶାରୁ ଉଠାଇ ଦେବାର ସରକାରୀ ଆଦେଶନାମା ଓ ପଡ଼ୋଶୀ ରାଜ୍ୟର ହୀନ ଚକ୍ରାନ୍ତର ଚକ୍ରବ୍ଯୂହରୁ ଓଡ଼ିଆ ଭାଷାକୁ ଉଦ୍ଧାର କରିବାକୁ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଆଧୁନିକ ଓଡ଼ିଆ ସାହିତ୍ୟକୁ ଜନ୍ମଦେଲା ।

ଓଡ଼ିଆ ଭାଷା ମରଣସଂକଟରୁ ରକ୍ଷା ପାଇଲା । ମାତୃଭାଷା ପ୍ରୀତିରୁ ଆରମ୍ଭ ହୋଇ ପାଶ୍ଚାତ୍ୟ ସାହିତ୍ୟାଦର୍ଶରେ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ, ରମ୍ୟରଚନା, ଜୀବନୀ, ଆତ୍ମଜୀବନୀ, ଭ୍ରମଣକାହାଣୀ ଓ ସମାଲୋଚନା ଆଦି ନବରୁଚି ଓ ନବଚେତନା ସ୍ପର୍ଶରେ ଆଧୁନିକ ଓଡ଼ିଆ ସାହିତ୍ୟର ଆଦିପର୍ବ ଆରମ୍ଭ ହେଲା । ୧୮୭୦ ମସିହା ପରଠାରୁ ଆଧୁନିକ ଓଡ଼ିଆ ସାହିତ୍ୟ ରାଧାନାଥ ଯୁଗ, ସତ୍ୟବାଦୀ ପର୍ବ, ସବୁଜ ପର୍ବ, ପ୍ରଗତି ପର୍ବ, ଅତ୍ୟାଧୁନିକ ପର୍ବ ଦେଇ ଗତିକରି ଆଜି ଉତ୍ତର ଆଧୁନିକ ପର୍ବରେ ପଦାର୍ପଣ କରିଛି । ଦୀର୍ଘ ଏକଶତ ଛତିଶ ବର୍ଷ ମଧ୍ୟରେ ବହୁ ପରୀକ୍ଷା ନିରୀକ୍ଷା ଦେଇ ଗତି କରିଆସିଛି ଓଡ଼ିଆ ସାହିତ୍ୟ । ପ୍ରାଚୀନ ଯୁଗରୁ ଆଦ୍ୟାବିଧ୍ ଯେଉଁ ସାରସ୍ଵତ ସ୍ରଷ୍ଟାମାନେ ଓଡ଼ିଆ ସାହିତ୍ୟରୁ ଋଦ୍ଧିମନ୍ତ କରିଛନ୍ତି ସେମାନଙ୍କ ପରିଚୟ ଓ ସେମାନଙ୍କ ସୃଷ୍ଟି ସମ୍ପଦ ବିଷୟରେ ଅବଗତ ହେବା ପ୍ରତ୍ୟେକ ଓଡ଼ିଆଙ୍କ ପ୍ରଥମ ଓ ପରମ କାମ୍ୟ ହେବା ବିଧେ