BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

Odisha State Board BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ will enable students to study smartly.

BSE Odisha Class 8 History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଆମେରିକାର ସ୍ଵାଧୀନତା ସଂଗ୍ରାମ:

  • ଆମେରିକା ଆବିଷ୍ଟତ ହେବାପରେ ଇଉରୋପୀୟମାନେ ସେହି ନୂତନ ଭୂଖଣ୍ଡରେ ବସତି ସ୍ଥାପନ କରିଥିଲେ ।
  • ଇଂଲଣ୍ଡର ରାଜା ପ୍ରଥମ ଜେମ୍‌ସଙ୍କ ଉପେକ୍ଷାର ଶିକାର ହୋଇ ଦଳେ ପ୍ରୋଟେଷ୍ଟାଣ୍ଟ ମତବାଦୀ ଜାହାଜରେ ଆସି ଆମେରିକାର ମାସାଚୁସେଟ୍‌ସ୍‌ରେ ପ୍ରଥମେ ବସତି ସ୍ଥାପନ କଲେ ।
  • ମନେରଖ : କଲମ୍ବସ୍ ଆମେରିକା ଆବିଷ୍କାର କରିଥିଲେ ।
  • ଇଂରେଜମାନେ ଉତ୍ତର ଆମେରିକାର ଆଟଲାଣ୍ଟିକ୍ ମହାସାଗର ଉପକୂଳରେ ତେରଗୋଟି ଉପନିବେଶ ସ୍ଥାପନ କରିଥିଲେ । ଏଗୁଡ଼ିକ ଇଂଲଣ୍ଡର ପାର୍ଲାମେଣ୍ଟ ଆଇନ ଅନୁସାରେ ପରିଚାଳିତ ହେଉଥିଲା । ଇଂଲଣ୍ଡ ଏହି ଉପନିବେଶଗୁଡ଼ିକର ସାର୍ବଭୌମ ଶାସକ ଥିଲା ।
  • ଇଂଲଣ୍ଡ ଉପନିବେଶଗୁଡ଼ିକର ସ୍ଵାର୍ଥପ୍ରତି ଦୃଷ୍ଟିନଦେଇ ନିଜ ଆର୍ଥିକ ସ୍ଵାର୍ଥ ଉପରେ ଗୁରୁତ୍ଵ ଦେଉଥ‌ିବାରୁ ଅସନ୍ତୋଷ ବୃଦ୍ଧିପାଇ ସ୍ଵାଧୀନତା ସଂଗ୍ରାମ ଆରମ୍ଭ ହେଲା ।

→ ସ୍ଵାଧୀନତା ସଂଗ୍ରାମର କାରଣ :
(1) ଉପନିବେଶଗୁଡ଼ିକରେ ତ୍ରୁଟିପୂର୍ଣ୍ଣ ଶାସନ ପଦ୍ଧତି :

  • ପ୍ରତ୍ୟେକ ଉପନିବେଶରେ ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଥିଲେ ଓ ଏହା ଏକ ପ୍ରତିନିଧୂମୂଳକ ଶାସକ ସଂସ୍ଥାଦ୍ଵାରା ଶାସିତ ହେଉଥିଲା ।
  • ମନେରଖ : ଇଂଲଣ୍ଡ ମାତୃଦେଶ ଓ ଉପନିବେଶଗୁଡ଼ିକ ତା’ର କନ୍ୟା ରୂପେ ବିବେଚିତ ହେଉଥିଲେ ।
  • ପ୍ରତିନିଧୂ ସଭା କର ଆଦାୟ ଆଇନ ପ୍ରଣୟନ, ଗଭର୍ଣ୍ଣରଙ୍କ ବେତନ ମଞ୍ଜୁରୀ ପରି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ପାଦନ କରୁଥିଲେ ହେଁ ସ୍ଵାଧୀନ ଭାବେ କୌଣସି ଆଇନ ପ୍ରଣୟନ କରି ପ୍ରୟୋଗ କରିପାରୁ ନଥିଲା ।
  • ଗଭର୍ଣ୍ଣର ଇଂଲଣ୍ଡର ସ୍ଵାର୍ଥ ପ୍ରତି ଦୃଷ୍ଟି ରଖୁ ଉପନିବେଶଗୁଡ଼ିକୁ ଉପେକ୍ଷା କରୁଥିବାରୁ ଗଭର୍ଣ୍ଣର ଏବଂ ପ୍ରତିନିଧୂମୂଳକ ସଂସ୍ଥା ମଧ୍ୟରେ ମତପାର୍ଥକ୍ୟ ହୋଇ ବିବାଦର ସୂତ୍ରପାତ ହୋଇଥିଲା ।

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(2) ପ୍ରଚଳିତ ଏକଚାଟିଆ ବାଣିଜ୍ୟ ନୀତି :

  • ବ୍ରିଟିଶ୍ ପାର୍ଲାମେଣ୍ଟଦ୍ୱାରା ଉପନିବେଶଗୁଡ଼ିକ ପାଇଁ ପ୍ରଚଳିତ ବାଣିଜ୍ୟ ନୀତି ଅନୁଯାୟୀ ଇଂଲଣ୍ଡରେ ଉତ୍ପାଦିତ ହେଉନଥିବା ଦ୍ରବ୍ୟ ଆମେରିକାରୁ କେବଳ ଇଂଲଣ୍ଡକୁ ରପ୍ତାନି କରାଯିବ ।
  • ମାଲ୍ପପତ୍ର ନେବା ଆଣିବା କାର୍ଯ୍ୟରେ ଇଂଲଣ୍ଡ ଜାହାଜ ହିଁ ବ୍ୟବହୃତ ହେବ । ଇଂଲଣ୍ଡର ଲୌହ ଓ କାର୍ପାସ୍ ଶିଳ୍ପ ବ୍ୟତୀତ ଅନ୍ୟ ଦେଶର ଶିଳ୍ପଗୁଡ଼ିକୁ ଉପନିବେଶରେ ସ୍ଥାପନ କରାଯାଇ ପାରିବ ନାହିଁ ।
  • ଏସବୁଦ୍ଵାରା ଇଂଲଣ୍ଡର ଅର୍ଥନୀତି ସୁଦୃଢ଼ ହେବାବେଳେ ଉପନିବେଶର ଅର୍ଥନୀତି ଦୁର୍ବଳ ହୋଇଗଲା ।

(3) ଷ୍ଟାମ୍ପ୍ ଆଇନ ପ୍ରଣୟନ (୧୭୬୫) :

  • ମନେରଖ : ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ସପ୍ତବର୍ଷବ୍ୟାପୀ ଯୁଦ୍ଧର କ୍ଷତି ଭରଣା ପାଇଁ ବ୍ରିଟିଶ୍ ପାର୍ଲାମେଣ୍ଟରେ ୧୭୬୫ ମସିହାରେ ଷ୍ଟାମ ଆଇନ ପ୍ରଣୀତ ହେଲା ।
  • ଏହି ଆଇନ ଅନୁଯାୟୀ ଉପନିବେଶର ଅଧିବାସୀମାନଙ୍କୁ ଜମି କିଣା-ବିକା ଦଲିଲ, ଦସ୍ତାବିଜ୍ ଓ ଦାନପତ୍ର ଆଦାନ ପ୍ରଦାନ ସମୟରେ ନିର୍ଦ୍ଧାରିତ ମୂଲ୍ୟର ଷ୍ଟାମ୍ପ ଲଗାଇବାକୁ ବାଧ୍ୟ କରାଗଲା ।
  • ପ୍ରତିନି ବିନା କରଧାର୍ଯ୍ୟ ଅନ୍ୟାୟ ବୋଲି ଯୁକ୍ତି କରି ଉପନିବେଶବାସୀ ଏହାର ବିରୋଧ କଲେ ।

(4) କରଧାର୍ଯ୍ୟ :

  • ଷ୍ଟାମ୍ପ ଆଇନ ବଦଳରେ ଉପନିବେଶରେ ବିଭିନ୍ନ ଦ୍ରବ୍ୟ ଉପରେ ଆମଦାନି କର ବସାଗଲା ।
  • ମାତ୍ର ଉପନିବେଶରେ ଅସନ୍ତୋଷ ଦେଖାଦେବାରୁ ଚା’ ବ୍ୟତୀତ ଅନ୍ୟ ସମସ୍ତ ଦ୍ରବ୍ୟ ଉପରୁ କର ଉଠାଇ ଦିଆଗଲା । ଏହାକୁ ଭିତ୍ତିକରି ଉପନିବେଶବାସୀମାନେ ଚା’ ବର୍ଜନ କରିଥିଲେ ।

(5) ବୋଷ୍ଟନ ଚା’ ସଂଘର୍ଷ :

  • ଚା’ ଉପରୁ କର ପ୍ରତ୍ୟାହୃତ ନହେବାରୁ ୧୭୭୩ ଖ୍ରୀ.ଅ.ରେ ଇଂଲଣ୍ଡରୁ ବୋଷ୍ଟନ ବନ୍ଦରକୁ ଆସୁଥିବା ଏକ ଚା’ ବୋଝେଇ ଜାହାଜରୁ ଆନ୍ଦୋଳନକାରୀମାନେ ଶହ ଶହ ଚା’ ପେଟି ସମୁଦ୍ରକୁ ନିକ୍ଷେପ କରିଥିଲେ, ଯାହା ‘ବୋଷ୍ଟନ ଟି ପାର୍ଟି’ ନାମରେ ପରିଚିତ ।
  • ମନେରଖ : ‘ବୋଷ୍ଟନ ଟି ପାର୍ଟି’ ଘଟଣା ପରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଆଇନ ପ୍ରଣୟନ କରି ବୋଷ୍ଟନ ବନ୍ଦରକୁ ବନ୍ଦ କରିଦେବା ସହିତ ସାଧାରଣ ସଭା ଉପରେ ନିଷେଧାଜ୍ଞା ଜାରି କରିଥିଲେ ।

(6) ବିଦ୍ରୋହ ଆରମ୍ଭ :

  • ତେରଗୋଟି ଉପନିବେଶ ମଧ୍ୟରୁ ଜର୍ଜିଆ ବ୍ୟତୀତ ଅନ୍ୟ ଉପନିବେଶର ପ୍ରତିନିଧୁମାନେ ୧୭୭୪ ଖ୍ରୀଷ୍ଟାବ୍ଦରେ ମାସାଚୁସେଟସ୍‌ର ଅଧିନାୟକତ୍ୱରେ ଫିଲାଡ଼େଲଫିଆ ନାମକ ସ୍ଥାନରେ ସମ୍ମିଳିତ ହୋଇ ‘ଉପନିବେଶୀୟ ଅଧ୍ୟାର’ ନାମରେ ଏକ ଦଲିଲ ପ୍ରସ୍ତୁତ କରିଥିଲେ ।
  • ଏହାପରେ ୧୭୭୬ ଖ୍ରୀ.ଅ. ଜୁଲାଇ ୪ ତାରିଖରେ ଫିଲାଡ଼େଲଫିଆଠାରେ ଉପନିବେଶର ପ୍ରତିନିଧୂମାନେ ସମ୍ମିଳିତ ହୋଇ ସେମାନଙ୍କର ଉପନିବେଶଗୁଡ଼ିକ ‘ମୁକ୍ତ ଓ ସ୍ଵାଧୀନ’ ବୋଲି ଘୋଷଣା କଲେ । ଏହି ଘଟଣାଟି ‘ସ୍ଵାଧୀନତାର ଘୋଷଣା’ ନାମରେ ବିଖ୍ୟାତ । ଏହା ଯୁକ୍ତରାଷ୍ଟ୍ର ଆମେରିକାକୁ ଜନ୍ମ ନେଇଥିଲା । ସେହିଠାରେ ଇଂଲଣ୍ଡ ବିରୁଦ୍ଧରେ ଯୁଦ୍ଧଘୋଷଣା କରାଯାଇଥିଲା ।
  • ଇଂଲଣ୍ଡର ରାଜା ତୃତୀୟ ଜଜଙ୍କ ନିର୍ଦ୍ଦେଶରେ ଲଡ଼ କଣ୍ଠୱାଲିସ୍ ଓ ବରଗୋୟେନଙ୍କ ନେତୃତ୍ବରେ ଇଂଲଣ୍ଡର ଏକ ନୌବାହିନୀ ଆମେରିକାକୁ ଆସିଥିଲେ ।
  • ୧୭୭୭ ଖ୍ରୀ.ଅ.ରେ ଇଂଲଣ୍ଡର ସେନାଧ୍ୟକ୍ଷ ବରଗୋୟେନ ଏବଂ ୧୭୮୧ ଖ୍ରୀ.ଅ.ରେ ଇଂରେଜ ସେନାଧ୍ୟକ୍ଷ ଲର୍ଡ କର୍ଣାଲିସ ଭର୍ଜିନିଆର ୟର୍କ ଟାଉନଠାରେ ପରାଜିତ ହୋଇ ଆମେରିକୀୟଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।
  • ୧୭୮୩ ଖ୍ରୀଷ୍ଟାବ୍ଦରେ ପ୍ୟାରିସ୍ତାରେ ଏକ ଶାନ୍ତିଚୁକ୍ତି ସ୍ବାକ୍ଷରିତ ହୋଇଥ୍ ଏବଂ ଇଂଲଣ୍ଡ ୧୩ ଗୋଟି ଆମେରିକୀୟ ଉପନିବେଶର ସ୍ଵାଧୀନତା ସଂଗ୍ରାମ ଦେଇଥିଲା ।

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

ସ୍ଵାଧୀନତା ସଂଗ୍ରାମର ଫଳାଫଳ
→ ସ୍ଵାଧୀନତା ସଂଗ୍ରାମର ଫଳାଫଳ :

  • ସ୍ଵାଧୀନତା ଲାଭ ପରେ ତେରଗୋଟି ଉପନିବେଶର ପ୍ରତି ନି ଧୂମାନେ ଫିଲାଡ଼େଲ ଫି ଆଠାରେ ଏକ ସମ୍ମିଳନୀରେ ମିଳିତ ହୋଇ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ର ଗଠନ କଲେ ।
  • ଏହାର ଏକ ଲିଖ୍ ସମ୍ବିଧାନ ପ୍ରସ୍ତୁତ କରାଗଲା । ଜର୍ଜ ୱାଶିଂଟନ୍ ଆମେରିକାର ପ୍ରଥମ ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇଥିଲେ ।
  • ପ୍ରତ୍ୟେକ ନାଗରିକ ସ୍ଵାଧୀନତା ଓ ନ୍ୟାୟ ପାଇବା ଅଧିକାରକୁ ସମ୍ବିଧାନରେ ସ୍ବୀକୃତି ଦିଆଗଲା ।
  • ଏହି ସ୍ଵାଧୀନତା ସଂଗ୍ରାମ ଅନ୍ୟ ଦେଶକୁ ସ୍ଵାଧୀନତା ଦେବାପାଇଁ ଉତ୍ସାହିତ କରିଥିଲା ।
  • ଏହା ଫରାସୀ ସାମନ୍ତଗୋଷ୍ଠୀ ଓ ସ୍ଵେଚ୍ଛାଚାରୀ ଶାସକ ବିରୁଦ୍ଧରେ ବିଦ୍ରୋହ କରିବାପାଇ ପ୍ରେରଣା ଯୋଗାଇଥିଲା ।

→ ମନେରଖ :

  • ପ୍ରତିବର୍ଷ ଜୁଲାଇ ୪ ତାରିଖକୁ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଵାଧୀନତା ଦିବସ ରୂପେ ପାଳନ କରାଯାଏ ।
  • ଟମାସ୍ ଜେଫରସନ୍‌ଙ୍କ ‘ସ୍ଵାଧୀନତା ଘୋଷଣାପତ୍ର’ ଆଧୁନିକ ଗଣତନ୍ତ୍ରର ବିକାଶରେ ଏକ ମାଇଲ୍‌ଖୁଣ୍ଟ ରୂପେ ପରିଗଣିତ ।

→ ଫରାସୀ ରାଷ୍ଟ୍ରବିପ୍ଳବ (୧୭୮୯) :

  • ମନେରଖ : ୧୭୮୯ ମସିହାରେ ଫରାସୀ ରାଷ୍ଟ୍ର ବିପ୍ଳବ ହୋଇଥିଲା ।
  • ଫରାସୀ ରାଷ୍ଟ୍ରବିପ୍ଳବ ବିଶ୍ଵ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା ।
  • ଫରାସୀମାନେ ଫ୍ରାନ୍ସ ଇତିହାସକୁ ବଦଳାଇ ଦେଇଥିଲା ।

ଫରାସୀ ରାଷ୍ଟ୍ରବିପ୍ଳବ (୧୭୮୯)
→ କାରଶ:
(1) ସ୍ଵେଚ୍ଛାଚାରୀ ରାଜତନ୍ତ୍ର ଶାସନ :

  • ସପ୍ତଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶକ ପର୍ଯ୍ୟନ୍ତ ଫ୍ରାନ୍ସରେ ବୋବୌ ବଂଶୀୟ ଶାସକମାନେ” ସ୍ଵେଚ୍ଛାଚାରୀ ଶାସନ ଚଳାଇ ଆସୁଥିଲେ ।
  • ଫ୍ରାନ୍ସର ରାଜା ଚତୁର୍ଦ୍ଦଶ ଲୁଇ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ । ତାଙ୍କ ପରେ ପଞ୍ଚଦଶ ଲୁଇ ଯୁଦ୍ଧରେ ବ୍ୟସ୍ତ ରହି ଆର୍ଥିକ ଦୁରବସ୍ଥା ସୃଷ୍ଟି କରିଥିଲେ । ଷୋଡ଼ଶ ଲୁଇ ଓ ତାଙ୍କ ରାଣୀ ଭୋଗବିଳାସରେ ବୁଡ଼ିରହି ପ୍ରଜାମାନଙ୍କ ପାଇଁ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନଥିଲେ ।

(2) ସାମାଜିକ କାରଣ
(2) ସାମାଜିକ କାରଣ :

  • ଫ୍ରାନ୍ସରେ ଦୁଇଟି ସାମାଜିକ ଶ୍ରେଣୀ ଥିଲେ । ଗୋଟିଏ ସୁବିଧା ସୁଯୋଗ ଉପଭୋଗ କରୁଥିବା ଶ୍ରେଣୀ, ଅନ୍ୟଟି ଅବହେଳିତ ଶୋଷିତ ଓ ନିର୍ଯାତିତ ଶ୍ରେଣୀ ।
  • ସୁବିଧାଭୋଗୀ ଶ୍ରେଣୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୫ ଭାଗ ଥିଲା ଓ ସେମାନେ ଭୁସମ୍ପତ୍ତିର ମାଲିକ ଥିଲେ । ସୁବିଧା ବଞ୍ଚତ ଶ୍ରେଣୀରେ କୃଷକ, କାରିଗର ଓ ସାଧାରଣ ନାଗରିକ ଥିଲେ ।
  • ସମାଜରେ ଓକିଲ, ଡାକ୍ତର, ଲେଖକ, ଶିକ୍ଷକ, ବ୍ୟବସାୟୀ ଓ ଶିଳ୍ପପତିମାନେ ମଧ୍ୟ ସୁବିଧାବଞ୍ଚତ ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ । ଏମାନେ ସଂଗ୍ରାମ କରିବାକୁ ଆଗଭର ହେଲେ ।

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(3) ଅର୍ଥନୈତିକ କାରଣ :

  • ଲୁଇ ଶାସକଙ୍କ ବିଳାସପୂର୍ଣ୍ଣ ଜୀବନଯାପନ, ଇଂଲଣ୍ଡ ସହ ସପ୍ତବର୍ଷବ୍ୟାପୀ ଯୁଦ୍ଧ ଯୋଗୁଁ ଫ୍ରାନ୍ସର ରାଜକୋଷ ଶୂନ୍ୟ ହୋଇଯାଇଥିଲା । ବିଦେଶରୁ ମଧ୍ୟ ଋଣ ସଂଗ୍ରହ କରାଯାଇଥିଲା ।
  • ଏସବୁ ଭରଣା ପାଇଁ ଅତ୍ୟଧିକ କର ଆଦାୟ ଲୋକଙ୍କ ଅସନ୍ତୋଷ ବୃଦ୍ଧି କରିଥିଲା ।
  • ମନେରଖ : ଆମେରିକା ଉପନିବେଶଗୁଡ଼ିକ ଫ୍ରାନ୍ସ କବଳରୁ ରକ୍ଷାପାଇବା ପାଇଁ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ୧୭୫୬ ଖ୍ରୀ.ଅ.ରୁ ୧୭୬୩ ଖ୍ରୀ.ଅ. ପର୍ଯ୍ୟନ୍ତ ଯୁଦ୍ଧ ହୋଇଥିଲା । ଏହାକୁ ସପ୍ତବର୍ଷବ୍ୟାପୀ ଯୁଦ୍ଧ କୁହାଯାଏ ।

(4) ଦାର୍ଶନିକମାନଙ୍କ ଭୂମିକା :

  • ମଣ୍ଡେୟ୍ଯ ଫ୍ରାନ୍ସର ସ୍ଵେଚ୍ଛାଚାରୀ ରାଜତନ୍ତ୍ର ଶାସକ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରିଥିଲେ ।
  • ଭଲ୍‌ଟାୟାର ଫ୍ରାନ୍ସର ଧର୍ମଯାଜକମାନଙ୍କ ଦୁର୍ନୀତି ଓ ଅର୍ଥନୈତିକ କାର୍ଯ୍ୟ ପ୍ରତି ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
  • ରୁଷୋ ମୁକ୍ତି, ସାମ୍ୟ, ଭ୍ରାତୃତ୍ଵ ଓ ସାର୍ବଭୌମତ୍ଵ ପ୍ରଚାର କରି ବିପ୍ଳବ ପାଇଁ ଇନ୍ଧନ ଯୋଗାଇଥିଲେ ।

(4) ଦାର୍ଶନିକମାନଙ୍କ ଭୂମିକା
→ ବିପ୍ଳବର ଘଟଣାବଳୀ :

  • ଷୋଡ଼ଶ ଲୁଇ ୧୭୮୯ ଖ୍ରୀଷ୍ଟାବ୍ଦ ମେ ମାସ ୫ ତାରିଖରେ ପରିସ୍ଥିତିର ମୁକାବିଲା ପାଇଁ ଫ୍ରାନ୍ସରେ ପ୍ରତିନିଧୂ ସଭାର ଏକ ବୈଠକ ଡକାଇଥିଲେ ।
  • ବିପ୍ଳବୀମାନଙ୍କଦ୍ୱାରା ୧୭୮୯ ଖ୍ରୀଷ୍ଟାବ୍ଦ ଜୁଲାଇ ୧୪ ତାରିଖ ଦିନ ବାର୍ଷିଲ ଦୁର୍ଗର ପତନ ଘଟିଥଲା ।
  • ଜାତୀୟ ସଭା ଗଠନ କରି ସମ୍ବିଧାନ ପ୍ରଣୟନ କଲେ ଏବଂ ସମସ୍ତଙ୍କୁ ସମାନ ଅଧିକାର ଓ ସ୍ଵାଧୀନତା ଦିଆଗଲା ।
  • ଏହାପରେ ବିପ୍ଳବ ବିରୋଧୀମାନ ଙ୍କୁ ହତ୍ୟା କରାଗଲା । ନେପୋଲିୟନ ବୋନାପାର୍ଟି ଫରାସୀ ବାହିନୀର ନେତୃତ୍ବ ନେଇ ଶତ୍ରୁ ସୈନ୍ୟମାନଙ୍କୁ ପରାସ୍ତ କଲେ । ୧୭୯୨ ସେପ୍ଟେମ୍ବର ୨୦ ତାରିଖରେ ଏକ ଜାତୀୟ କନ୍‌ଭେସନ ଆହୂତ ହେଲା ।
  • ୧୭୯୩ ଖ୍ରୀ.ଅ.ରେ ଗିଲୋଟିନ୍ ନାମକ ଯନ୍ତ୍ର ସାହାଯ୍ୟରେ ଷୋଡ଼ଶ ଲୁଇଙ୍କ ମୁଣ୍ଡକାଟ ହେଲା ଏବଂ ୧୭୯୯ ଖ୍ରୀ.ଅ.ରେ ନେପୋଲିୟନ୍ ବୋନାପାର୍ଟଙ୍କଦ୍ୱାରା ସମ୍ବିଧାନ ସଂଶୋଧନ କରାଯାଇ ନୂତନ ଶାସନ ପଦ୍ଧତି ପ୍ରଚଳନ କରାଗଲା ।

ବିପ୍ଳବର ଘଟଣାବଳୀ

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ
→ ଫରାସୀ ବିପ୍ଳବର ପ୍ରଭାବ :

  • ଫରାସୀ ରାଷ୍ଟ୍ରବିପ୍ଳବ ସମଗ୍ର ପୃଥ‌ିବୀକୁ ପ୍ରଭାବିତ କରିଥିଲା । ରାଜତନ୍ତ୍ର ଶାସନକୁ ଧ୍ବଂସକରି ପ୍ରଜାତନ୍ତ୍ର ଶାସନ ପ୍ରତିଷ୍ଠା କରିବା ସହ ଏହା ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ।
  • ସ୍ଵେଚ୍ଛାଚାରୀ ରାଜତନ୍ତ୍ର ବିରୋଧରେ ବିପ୍ଳବ କରିବାକୁ ଏହା ପ୍ରେରଣା ଦେଇଥିଲା ।

ଫରାସୀ ବିପ୍ଳବର ପ୍ରଭାବ
→ ଜର୍ମାନୀ ଏକତ୍ରୀକରଣ :

  • ସପ୍ତଦଶ ଶତାବ୍ଦୀର ଶେଷଭାଗରେ ଜର୍ମାନୀ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ପରିଣତ ହୋଇଥିଲା । ନେପୋଲିୟନ୍ ଏଗୁଡ଼ିକୁ ଅଧିକାର କରି ‘ରାଇନ୍ ରାଜ୍ୟଗୋଷ୍ଠୀ’ ଗଠନ କଲେ ଯାହା ଜର୍ମାନୀ ଏକତ୍ରୀକରଣ ପାଇଁ ସହାୟ ହୋଇଥିଲା ।
  • ପରେ ଭିଏନା କଂଗ୍ରେସଦ୍ବାରା ଜର୍ମାନୀକୁ ପୂର୍ବପରି ବିଭାଜିତ କରି ରଖାଗଲା ।
  • ଜର୍ମାନୀ ରାଷ୍ଟ୍ରଗଠନ ପାଇଁ ପ୍ରୁସିଆ ଓ ଅଷ୍ଟ୍ରିଆ ମଧ୍ୟରେ ପ୍ରତିଦ୍ଵନ୍ଦିତା ଚାଲିଥିଲା ।
  • ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ ପ୍ରୁସିଆକୁ ଶକ୍ତିଶାଳୀ କରିବାପାଇଁ ସାମରିକ ନୀତିରେ କେତେକ ସଂସ୍କାର ଆଣିବାକୁ ଚାହିଁଥିଲେ, ମାତ୍ର ତାଙ୍କର ଏହି ନୀତିକୁ ପ୍ରସିଆର ପ୍ରତିନିଧି ସଭା ଡାଏଟ୍ ବିରୋଧ କରିବାରୁ ସାମ୍ବିଧାନିକ ସଂକଟ ଦେଖାଦେଇଥିଲା ।
  • ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜା ପ୍ରଥମ ଉଇଲିୟମ୍ ଅଟୋଭନ୍ ବିସର୍କ ନାମକ ଜଣେ ଚତୁର ବିଚକ୍ଷଣ କୂଟନୀତିଜ୍ଞଙ୍କୁ ତାଙ୍କର ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ।
  • ବିସ୍‌ମାର୍କ ଜାଣିଥିଲେ ଯେ ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ । ତେଣୁ ସେ ଉଇଲିୟମ୍ଙ୍କ ସାମରିକ ସଂସ୍କାରକୁ ଦୃଢ଼ ସମର୍ଥନ କରିଥିଲେ ।
  • ବିସ୍‌ମାର୍କଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ବାହିନୀ ଗଠନ ହେଲା ।
  • ଡେନମାର୍କ ଶାସନାଧୀନ ଜର୍ମାନ୍ ବାସ କରୁଥିବା କ୍ଲୋଜ୍ଉଇଗ୍ ଓ ହୋଲଷ୍ଟେନ୍‌ ନାମକ ଦୁଇଟି ଅଞ୍ଚଳ ପାଇବାପାଇଁ ୧୮୬୪ରେ ଅଷ୍ଟ୍ରିଆ ଓ ପ୍ରୁସିଆ ମିଳିତ ଭାବେ ଡେନମାର୍କ ଆକ୍ରମଣ କଲେ ।
  • ଡେନମାର୍କ ପରାସ୍ତ ହେବାରୁ ଗ୍ଲେଜ୍ଉଇଗ୍ ପ୍ରୁସିଆ ଅଧିକାରରେ ଓ ହୋଲଷ୍ଟେନ୍ ଅଷ୍ଟ୍ରିଆ ଅଧିକାରରେ ରହିଲା ।
  • ମନେରଖ : ଜର୍ମାନୀ ଏକତ୍ରୀକରଣ ପରେ ବିସ୍‌ମାର୍କ ଜର୍ମାନୀର ଚାନ୍ସେଲର ହେଲେ ଓ ବର୍ଲିନ୍ ଏହାର ରାଜଧାନୀ ହେଲା ।
  • ଏହାପରେ ବିସ୍‌ମାର୍କ ଅଷ୍ଟ୍ରିଆ ଆକ୍ରମଣର ଲକ୍ଷ୍ୟ ରଖ୍ ଇଉରୋପୀୟ ରାଷ୍ଟ୍ରମାନଙ୍କ ସହ ସୁସମ୍ପର୍କ ରଖୁଥିଲେ ।
  • ୧୮୬୬ ମସିହା ଜୁନ୍ ମାସରେ ପ୍ରୁସିଆ ଅଷ୍ଟ୍ରିଆ ଆକ୍ରମଣ କଲା ଏବଂ ସେହି ବର୍ଷ ଜୁଲାଇ ମାସରେ ସାଡ଼ୋଓ୍ୱା ଯୁଦ୍ଧରେ ଅଷ୍ଟ୍ରିଆ ପରାଜିତ କଲା ।
  • ୧୮୭୦ ମସିହା ଜୁଲାଇ ୧୫ ତାରିଖରେ ଫ୍ରାନ୍ସ ଓ ପ୍ରୁସିଆ ମଧ୍ୟରେ ଯୁଦ୍ଧ ହେଲା ଏବଂ ସେଡ଼ାନ୍ ଯୁଦ୍ଧରେ ଫ୍ରାନ୍ସ ପରାସ୍ତ ହେବାରୁ ଉଭୟ ମଧ୍ୟରେ ଏକ ସନ୍ଧି ସ୍ଵାକ୍ଷରିତ ହେଲା ।
  • ସନ୍ଧିର ସଭ୍ୟ ଅନୁଯାୟୀ ପ୍ରୁସିଆ ଫ୍ରାନ୍ସ ଅତ ଆଲସେସ୍ ଲୋରେନ୍ ଅଞ୍ଚଳ ଫେରିପାଇଲା । ଏହିପରିଭାବେ ପ୍ରୁସିଆର ନେତୃତ୍ବରେ ବିସ୍‌କ ଜର୍ମାନୀ ରାଜ୍ୟଗୁଡ଼ିକୁ ଏକତ୍ରୀକରଣ କରିବାରେ ସକ୍ଷମ ହୋଇଥିଲେ ।

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

ଜର୍ମାନୀ ଏକତ୍ରୀକରଣ
→ ଇଟାଲୀ ଏକତ୍ରୀକରଣ :

  • ଅଷ୍ଟାଦଶ ଶତାବ୍ଦୀର ଶେଷଭାଗକୁ ଇଟାଲୀ କେତେକ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା । ଅଷ୍ଟ୍ରିଆ ଓ ସ୍ପେନ୍ ଏହା ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।
  • ଏକଦା ନେପୋଲିୟନ୍ ବୋନାପାର୍ଟ ଇଟାଲୀକୁ ଅଧିକାର କରି ଅଷ୍ଟ୍ରିଆ ଓ ସ୍ପେନ୍‌ର ପ୍ରାଧାନ୍ୟରୁ ମୁକ୍ତ କରି ଫ୍ରାନ୍ସର ଶାସନାଧୀନ କରିବା ଫଳରେ ଇଟାଲୀରେ ଜାତୀୟ ଐକ୍ୟ ପ୍ରତିଷ୍ଠା ହୋଇଥିଲା ।
  • ପରେ ଭିଏନା କଂଗ୍ରେସଦ୍ୱାରା ଇଟାଲୀ ପୂର୍ବଭଳି ବିଭାଜିତ ହେଲା । ଅଷ୍ଟ୍ରିଆ ଅଧୀନରେ ଉତ୍ତର ଇଟାଲୀର ଲୋମ୍ବାର୍ଡ ଓ ଭେନିସିଆ ଏବଂ କେନ୍ଦ୍ରୀୟ ଇଟାଲୀର ଟସ୍କାନି, ପାର୍ମା ଓ ମଡ଼େନା ରାଜ୍ୟଗୁଡ଼ିକ ରହିଲା । ଦକ୍ଷିଣ ଇଟାଲୀର ମଧ୍ୟଭାଗରେ ଥିବା ରୋମ୍ ଓ ତା’ର ନିକଟବର୍ତ୍ତୀ ଅଞ୍ଚଳ ପୋପ୍‌ଙ୍କ ଶାସନାଧୀନ ରହିଲା ଏବଂ ପିଡ଼ମଣ୍ଟ-ସାର୍ଜିନିଆ ଇଟାଲୀର ରାଜବଂଶ ଅଧୀନରେ ରହିଥିଲା ।
  • ମନେରଖ : ଯୋଶେଫ ଗାରିବାଲଡ଼ି ଲାଲକୁର୍ତ୍ତା ବାହିନୀ ସାହାଯ୍ୟରେ ଫ୍ରାନ୍ସଠାରୁ ସିସିଲି, ନେପଲ୍ସ ଛଡ଼ାଇ ଆଣିଥିଲେ ।
  • ପୋପ୍ ଓ ଅଷ୍ଟ୍ରିଆ ଇଟାଲୀ ଏକତ୍ରୀକରଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାବେଳେ କାର୍ବୋନାରୀ ନାମକ ଏକ ବିପ୍ଳବୀ ସଙ୍ଗଠନ ଇଟାଲୀ ଏକତ୍ରୀକରଣ ପାଇଁ ବିଦ୍ରୋହ କରିଥିଲେ ।
  • ଇଟାଲୀ ଏକତ୍ରୀକରଣର ସ୍ବପ୍ନକୁ ସାକାର କରିବାପାଇଁ ଆଗେଇ ଆସିଥିଲେ ୩ ଜଣ ଦେଶପ୍ରେମୀ ନେତା; ଯଥା – ମାଜିନୀ, କାଲୁର ଓ ଗାରିବାଲଡି ।
  • ମନେରଖ : ଇଟାଲୀର କାର୍ବୋନାରୀ ବିପ୍ଳବୀ ସଂଗଠନର ସଦସ୍ୟମାନେ ଅଙ୍ଗାର ଜଳାଇ ତା’ର ଚାରିପଟେ ବସି ଆଲୋଚନା କରି ବିଭିନ୍ନ ପଦକ୍ଷେପମାନେ ନେଉଥିଲେ । ସେମାନଙ୍କ ଦଳର ପ୍ରତୀକ ଥିଲା ଜ୍ଵଳନ୍ତ ଅଙ୍ଗାର ।
  • ଯୋଶେଫ ମାଜିନୀ ‘ତରୁଣ ଇଟାଲୀ’ ସଂଗଠନ ମାଧ୍ୟମରେ ଯୁବସମାଜକୁ ଇଟାଲୀୟମାନଙ୍କ ମନରେ ମୁକ୍ତି ଓ ଏକତାଭାବ ସୃଷ୍ଟି ପାଇଁ ଆପ୍ରାଣ ଉଦ୍ୟମ କରିବାକୁ ଆହ୍ଵାନ ଦେଇଥିଲେ । ତାଙ୍କ ନେତୃତ୍ଵରେ ବିପ୍ଳବୀମାନେ ରୋମ୍‌ରେ ପୋପ୍ ଶାସନର ଅବସାନ ଘଟାଇ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଥିଲେ । ଜାତୀୟତାବାଦୀ କାର୍ଯ୍ୟପାଇଁ ସେ ଇଟାଲୀରୁ ନିର୍ବାସିତ ହୋଇଥିଲେ ।
  • ସାଡ଼ିନିଆର ପ୍ରଧାନମନ୍ତ୍ରୀ କାଉଣ୍ଟ କାଭୁରଙ୍କ ବିଚକ୍ଷଣ କୂଟନୀତି ବଳରେ ଇଟାଲୀ ଏକତ୍ରୀକରଣ ସମ୍ଭବ ହୋଇପାରିଥିଲା । ସେ କ୍ରିମିଆ ଯୁଦ୍ଧରେ ଅଂଶଗ୍ରହଣ କରି ଇଂଲଣ୍ଡ ଏବଂ ଫ୍ରାନ୍ସର ଅନୁକମ୍ପା ଲାଭ କରି ତାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଅଷ୍ଟ୍ରିଆ ବିରୋଧରେ କାର୍ଯ୍ୟରେ ଲଗାଇ ପାରିଥିଲେ । ୧୮୫୯ ମସିହାରେ ଅଷ୍ଟ୍ରିଆ ଓ ପିଡ଼ମଣ୍ଟ-ସାଡ଼ିନିଆ ମଧ୍ୟରେ ଯୁଦ୍ଧ ହେଲା ଓ ଏଥରେ ଅଷ୍ଟ୍ରିଆ ପରାଜିତ ହେଲା । ଫଳରେ ସାର୍ଜିନିଆ ଲୋମ୍ବାର୍ଡ଼, ପାର୍ମା, ମଡ଼େନା, ଟସ୍‌ନୀ ଆଦି ରାଜ୍ୟଗୁଡ଼ିକୁ ଅଧ୍ୟାକାର କରି ନିଜ ରାଜ୍ୟ ସହ ମିଶାଇଦେଲା ।
  • ୧୮୬୬ ମସିହା ଅଷ୍ଟ୍ରିଆ ଓ ପୁସିଆ ଯୁଦ୍ଧରେ ଅଷ୍ଟ୍ରିଆ ପରାଜିତ ହେବାରୁ ଇଟାଲୀକୁ ଭେନିସିଆ ପ୍ରଦାନ କରିଥିଲା ।
  • ଫ୍ରାନ୍ସ ଓ ପ୍ରୁସିଆ ମଧ୍ୟରେ ସଂଘଟିତ ଯୁଦ୍ଧରେ ଫ୍ରାନ୍ସ ପରାଜିତ ହେବାରୁ ଭିକ୍ଟର ଇମାନୁଏଲ ରୋମ ଅସ୍ଵୀକାର କଲେ । ଏହା ଇଟାଲୀର ରାଜଧାନୀ ହେଲା ଓ ଇଟାଲୀ ଏକତ୍ରୀକରଣ ସମ୍ଭବ ହେଲା ।

ଇଟାଲୀ ଏକତ୍ରୀକରଣଇଟାଲୀ ଏକତ୍ରୀକରଣ 1

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ
ଆମେ କ’ଣ ଶିଖୁ ?

  • କଲମ୍ବସ୍‌ଙ୍କଦ୍ଵାରା ଆମେରିକା ଆବିଷ୍କୃତ ହେବା ଓ ସ୍ବାଧୀନତା ପାଇଁ ଏହାର ସଂଗ୍ରାମ ।
  • ସ୍ୱେଚ୍ଛାଚାରୀ ରାଜତନ୍ତ୍ର ବିରୋଧରେ ହୋଇଥ୍ ଫରାସୀ ରାଷ୍ଟ୍ରବିପ୍ଳବ ଓ ବିଶ୍ବବାସୀଙ୍କୁ ଏହାର ପ୍ରେରଣା ।
  • ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ହୋଇଥିବା ଜର୍ମାନୀର ଏକତ୍ରୀକରଣ ।
  • ୟୁରୋପ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଇଟାଲୀ ଉପଦ୍ଵୀପର ଏକତ୍ରୀକରଣ ।
  • ପ୍ରସିଦ୍ଧ ଦାର୍ଶନିକ ଭଲଟାୟାର, ମଣ୍ଡେସ୍କୁ ଓ ରୁଷୋଙ୍କ ଆଦର୍ଶ ଚିନ୍ତାଧାରା ।
  • ଇଟାଲୀ ଏକତ୍ରୀକରଣ ସ୍ଵପ୍ନକୁ ସାକାର କରିଥିବା ତିନି ଦେଶପ୍ରେମୀ ଯଥା— ମାଜିନୀ, କାଲୁର ଓ ଗାରିବାଲ୍ଟିଙ୍କ କୂଟନୀତି ।

 

ଆମେ କ’ଣ ଶିଖୁ 1

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

Odisha State Board BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ Important Questions and Answers.

BSE Odisha Class 7 History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କପିଳେନ୍ଦ୍ରଦେବଙ୍କ ସମୟରେ ରାଜ୍ୟ ଶାସନ କିପରି ଥିଲା ?
Answer:

  • କପିଳେନ୍ଦ୍ରଦେବ ଜଣେ ବିଚକ୍ଷଣ ଯୋଦ୍ଧା ଏବଂ ଦିଗ୍‌ବିଜୟୀ ସମ୍ରାଟ ହେଲେହେଁ ଜଣେ ସୁଶାସକ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ସେ ପ୍ରତ୍ୟକ୍ଷଭାବେ ରାଜ୍ୟ ଶାସନ ପରିଚାଳନା କରୁଥିଲେ ।
  • ସେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳ ଗସ୍ତ କରି ପ୍ରଜାମାନଙ୍କ ଅସୁବିଧା ଶୁଣୁଥିଲେ ଓ ସେଗୁଡ଼ିକର ସମାଧାନ କରୁଥିଲେ ।
  • ସେ ପ୍ରଜାମାନଙ୍କ ଉପରୁ ଲବଣ ଓ କଉଡ଼ି କର ଉଠାଇ ଦେଇଥିଲେ ।
  • ତାଙ୍କ ଶାସନକାଳରେ ପ୍ରଜାମାନେ ସୁଖଶାନ୍ତିରେ ବାସ କରୁଥିଲେ ଓ ସେମାନଙ୍କ ଧନଜୀବନ ନିରାପଦ ଥିଲା ।
  • କୃଷି ଓ ବାଣିଜ୍ୟର ଉନ୍ନତି ଯୋଗୁଁ ରାଜ୍ୟର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ଥିଲା ।

୨। ପ୍ରତାପରୁଦ୍ରଦେବଙ୍କ ସମୟରେ ଗଜପତି ସାମ୍ରାଜ୍ୟ ଦୁର୍ବଳ ହୋଇପଡ଼ିଲା କାହିଁକି, ଆଲୋଚନା କର ।
Answer:

  • ପୁରୁଷୋତ୍ତମଦେବଙ୍କ ପରେ ତାଙ୍କ ପୁତ୍ର ପ୍ରତାପରୁଦ୍ରଦେବ ୧୪୯୭ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ଓ ସେ ଥିଲେ ସୂର୍ଯ୍ୟବଂଶର ଶେଷ ସମ୍ରାଟ ।
  • ତାଙ୍କ ସମୟରେ ବଙ୍ଗର ସୁଲତାନ ଆଲ୍ଲାଉଦ୍ଦିନ୍ ହୁସେନ୍ ଶାହ ଓଡ଼ିଶା ଆକ୍ରମଣ କରିଥିଲେ ମଧ୍ୟ ପ୍ରତାପରୁଦ୍ର- ଦେବଙ୍କଦ୍ଵାରା ପରାସ୍ତ ହୋଇଥିଲେ ।
  • ସେହି ସମୟରେ ବିଜୟନଗରର ରାଜା କୃଷ୍ଣଦେବ ରାୟା ପ୍ରବଳ ପ୍ରତାପୀ ଥିଲେ । ସେ ଓଡ଼ିଶାର ଉଦୟଗିରି ସମେତ ବହୁ ଅଞ୍ଚଳ ଅଧିକାର କରି ସୀମାଚଳମ୍ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
  • ପ୍ରତାପରୁଦ୍ରଦେବ ତାଙ୍କର ଗତିରୋଧ କରି ପରାଜିତ ହୋଇଥିଲେ ଓ ତାଙ୍କ ସହିତ ସନ୍ଧି ସ୍ଥାପନ କରି ତାଙ୍କୁ ଗୋଦାବରୀ ନଦୀର ଦକ୍ଷିଣକୁ ଥିବା ଓଡ଼ିଶା ରାଜ୍ୟର ଅଞ୍ଚଳ ଛାଡ଼ିଦେବା ସହିତ ନିଜ କନ୍ୟା ଜଗନ୍ମୋହିନୀଙ୍କୁ ତାଙ୍କ ସହ ବିବାହ କରାଇଥିଲେ ।
  • ଏହିସବୁ ଆକ୍ରମଣ ଯୋଗୁଁ ତାଙ୍କ ସମୟରେ ଗଜପତି ସାମ୍ରାଜ୍ୟ ଦୁର୍ବଳ ହୋଇପଡ଼ିଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଓଡ଼ିଶାରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା କିଏ ଥିଲେ ? ତାଙ୍କ ପୂର୍ବରୁ କେଉଁମାନେ ଓଡ଼ିଶାରେ ଶାସନ କରୁଥିଲେ ?
Answer:
(i) ଓଡ଼ିଶାରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଥିଲେ କପିଳେନ୍ଦ୍ରଦେବ ।
(ii) ତାଙ୍କ ପୂର୍ବରୁ ଓଡ଼ିଶାରେ ଗଙ୍ଗବଂଶୀ ସମ୍ରାଟମାନେ ରାଜତ୍ଵ କରୁଥିଲେ ।

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୨। କପିଳେନ୍ଦ୍ରଦେବ କେଉଁ ମନ୍ଦିର ନିର୍ମାଣ ଓ କେଉଁ ଶାସନ ପ୍ରତିଷ୍ଠା କରିଥିଲେ ?
Answer:
(i) କପିଳେନ୍ଦ୍ରଦେବ କପିଳେଶ୍ଵର ଶିବ ମନ୍ଦିର ନିର୍ମାଣ କରିଥିଲେ ।
(ii) ସେ କପିଳେଶ୍ଵରପୁର ଓ ଦାମୋଦରପୁର ନାମକ ଦୁଇଟି ଶାସନ ପ୍ରତିଷ୍ଠା କରିଥିଲେ ।

୩। କପିଳେନ୍ଦ୍ରଦେବଙ୍କର କେଉଁ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା ? ତାଙ୍କର ସାହିତ୍ୟକୃତି କ’ଣ ଥିଲା ?
Answer:
(i) କପିଳେନ୍ଦ୍ରଦେବଙ୍କର ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା ।
(ii) ସେ ସଂସ୍କୃତ ଭାଷାରେ ‘ପରଶୁରାମ ବିଜୟ’ ନାମକ ଏକ ନାଟକ ରଚନା କରିଥିଲେ ।

୪। ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଧିକାର କିମ୍ବଦନ୍ତୀ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା ଦିଅ ।
Answer:
(i) ବାସ୍ତବରେ ପୁରୁଷୋତ୍ତମଦେବ ପଲ୍ଲବମାନଙ୍କ ରାଜଧାନୀ କାଞ୍ଚିପୁରମ୍ ଅଧିକାର କରିନଥିଲେ ।
(ii) ସେ ଉଦୟଗିରିର ରାଜା ସାଲ୍ସ ନରସିଂହଦେବଙ୍କୁ ପରାଜିତ କରି ଉଦୟଗିରି ଅଧ୍ୟାର କରିଥିଲେ, ଯାହା କିମ୍ବଦନ୍ତୀରେ କାଞ୍ଚିରୂପେ ବର୍ଣ୍ଣିତ ।

୫। ହସ୍ତୀର କିଏ ଓ ସେ କାହିଁକି ପୁରୁଷୋତ୍ତମଦେବଙ୍କ ବିରୋଧରେ ବିଦ୍ରୋହ କରିଥିଲେ ?
Answer:
(i) ହସ୍ତୀର ପୁରୁଷୋତ୍ତମଦେବଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । ମାତ୍ର ମୃତ୍ୟୁ ପୂର୍ବରୁ କପିଳେନ୍ଦ୍ରଦେବ ନିଜ କନିଷ୍ଠ ପୁତ୍ର ପୁରୁଷୋତ୍ତମଦେବଙ୍କୁ ଓଡ଼ିଶାର ରାଜାରୂପେ ଘୋଷଣା କରିଥିଲେ ।
(ii) ଏଥ‌ିରେ ଅସନ୍ତୁଷ୍ଟ ହୋଇ ହସ୍ତୀର କପିଳେନ୍ଦ୍ରଦେବଙ୍କ ମୃତ୍ୟୁ ପରେ ପୁରୁଷୋତ୍ତମଦେବଙ୍କ ବିରୋଧରେ

୬। ବୀରଭଦ୍ର କିଏ ଓ ସେ କାହିଁକି ଆତ୍ମହତ୍ୟା କରିଥିଲେ ?
Answer:
(i) ବୀରଭଦ୍ର ଥିଲେ ପ୍ରତାପରୁଦ୍ରଦେବଙ୍କର ଏକମାତ୍ର ପୁତ୍ର । କୋଣ୍ଡାଭିଡୁ ଦୁର୍ଗ ଅଧିକାରବେଳେ ସେ କୃଷ୍ଣଦେବ ରାୟାଙ୍କ ସୈନ୍ୟବାହିନୀଦ୍ଵାରା ବନ୍ଦୀ ହୋଇଥିଲେ ।
(ii) କୃଷ୍ଣଦେବ ରାୟାଙ୍କ ଦରବାରରେ ତାଙ୍କୁ ଜଣେ ସାଧାରଣ ଲୋକ ସହ ଅସୀ ଯୁଦ୍ଧ କରିବାକୁ କୁହାଯିବାରୁ ସେ ଅପମାନିତ ହୋଇ ନିଜ ତରବାରୀକୁ ଛାତିରେ ବିଦ୍ଧକରି ଆତ୍ମହତ୍ୟା କରିଥିଲେ ।

୭। ପୁରୁଷୋତ୍ତମଦେବ କେଉଁ କେଉଁ ରାଜ୍ୟ ଅଧିକାର କରିଥିଲେ ?
Answer:
(i) ପୁରୁଷୋତ୍ତମଦେବ ଉଦୟଗିରିର ରାଜା ସାଲ୍ସ ନରସିଂହଙ୍କୁ ପରାଜିତ ରକି ଉଦୟଗିରି ଅସ୍କୋର କରିଥିଲେ ।
(ii) ସେ ବାହମନୀ ଆକ୍ରମଣ କରି ରାଜମହେନ୍ଦ୍ରୀ ସମେତ କୃଷ୍ଣ ଓ ଗୋଦାବରୀ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଅଧିକାର କରିଥିଲେ ।

୮। ପ୍ରତାପରୁଦ୍ରଦେବଙ୍କ ଶାସନ କାଳରେ ଦୁଇଟି ଦୁଃଖଦ ଘଟଣା କ’ଣ ଥିଲା ?
Answer:
(i) ପ୍ରତାପରୁଦ୍ରଦେବଙ୍କ ସମୟରେ ବଙ୍ଗର ସୁଲତାନ୍‌ ଆଲ୍ଲାଉଦ୍ଦିନ୍ ହୁସେନଶାହ ଓଡ଼ିଶା ଆକ୍ରମଣ କରିଥିଲେ ।
(ii) ସେ ବିଜୟନଗରର ରାଜା କୃଷ୍ଣଦେବ ରାୟାଙ୍କ ସହିତ ଯୁଦ୍ଧରେ ପରାସ୍ତ ହୋଇଥିଲେ ।

୯। ଦାକ୍ଷିଣାତ୍ୟରେ ଯୁଦ୍ଧରେ ବ୍ୟାପୃତ ଥିବାବେଳେ ପ୍ରତାପରୁଦ୍ରଦେବ ପ୍ରତ୍ୟାବର୍ତ୍ତନ କରିଥିଲେ କାହିଁକି ? ସେ ପ୍ରତ୍ୟାବର୍ତ୍ତନ କରିନଥିଲେ କ’ଣ ହୋଇଥା’ନ୍ତା ?
Answer:
(i) ଦାକ୍ଷିଣାତ୍ୟରେ ଯୁଦ୍ଧରେ ବ୍ୟାପୃତ ଥିବା ସମୟରେ ବଙ୍ଗର ସୁଲତାନ ଆଲ୍ଲାଉଦ୍ଦିନ୍ ହୁସେନଶାହ ଓଡ଼ିଶା ଆକ୍ରମଣ କରିବାରୁ ପ୍ରତାପରୁଦ୍ରଦେବ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ ।
(ii) ଯଦି ସେ ପ୍ରତ୍ୟାବର୍ତ୍ତନ କରିନଥା’ନ୍ତେ ତେବେ ଓଡ଼ିଶା ବଙ୍ଗ ସାମ୍ରାଜ୍ୟଭୁକ୍ତ ହୋଇଯାଇ ଥାଆନ୍ତା ।

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୧୦ । ପଞ୍ଚସଖା ରୂପେ କେଉଁମାନେ ପରିଚିତ ? ସେମାନେ କେଉଁ ଗଜପତି ରାଜାଙ୍କ ସମସାମୟିକ ଥିଲେ ?
Answer:
(i) ବଳରାମ ଦାସ, ଜଗନ୍ନାଥ ଦାସ, ଅନନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ନାମକ ଓଡ଼ିଶାର ପାଞ୍ଚଜଣ କବି ‘ପଞ୍ଚସଖା’ ରୂପେ ପରିଚିତ ।
(ii) ସେମାନେ ଗଜପତି ରାଜା ପ୍ରତାପରୁଦ୍ରଦେବଙ୍କ ସମସାମୟିକ ଥିଲେ ।

୧୧ । ଓଡ଼ିଶାର ରାଜା ହେବା ପୂର୍ବରୁ ମୁକୁନ୍ଦ ହରିଚନ୍ଦନ କ’ଣ ଥିଲେ ?
Answer:
(i) ଓଡ଼ିଶାର ରାଜା ହେବା ପୂର୍ବରୁ ମୁକୁନ୍ଦ ହରିଚନ୍ଦନ ପ୍ରତାପରୁଦ୍ରଦେବଙ୍କ ସୈନ୍ୟବାହିନୀର ଜଣେ ସୁଦକ୍ଷ ସୈନିକ ଥିଲେ ।
(ii) ଗୋବିନ୍ଦ ବିଦ୍ୟାଧରଙ୍କ ରାଜତ୍ଵ କାଳରେ ସେ କଟକ ସହରର ଶାସନକର୍ତ୍ତା ରୂପେ ନିଯୁକ୍ତି ପାଇଥିଲେ ।

୧୨ । ଓଡ଼ିଶା ଇତିହାସରେ ମୁକୁନ୍ଦଦେବଙ୍କୁ ତେଲେଙ୍ଗା ମୁକୁନ୍ଦ କୁହାଯାଏ କାହିଁକି ?
Answer:
(i) ମୁକୁନ୍ଦଦେବ ଗଜପତି ସାମ୍ରାଜ୍ୟର ରାଜମହେନ୍ଦ୍ରୀ ଅଞ୍ଚଳରେ ରାଜତ୍ଵ କରୁଥିବା ଚାଲୁକ୍ୟ ବଂଶରେ ଜନ୍ମଗ୍ରହଣ କରିଥିଲେ ।
(ii) ସେହି ଅଞ୍ଚଳ ତେଲୁଗୁ ଭାଷାଭାଷୀ ଅଞ୍ଚଳ ହୋଇଥିବାରୁ ଓଡ଼ିଶା ଇତିହାସରେ ତାଙ୍କୁ ତେଲେଙ୍ଗା ମୁକୁନ୍ଦ କୁହାଯାଏ ।

୧୩ । ବଙ୍ଗର ସୁଲତାନ୍ ସୁଲେମାନ୍ କର୍‌ରାଣୀ ମୁକୁନ୍ଦଦେବଙ୍କ ଉପରେ କ୍ଷୁବ୍ଧ ହେବାର କାରଣ କ’ଣ ?
Answer:
(i) ମୋଗଲ ସମ୍ରାଟ ଆକବର ବଙ୍ଗ ଜୟ କରିବା ଉଦ୍ଦେଶ୍ୟରେ ମୁକୁନ୍ଦଦେବଙ୍କ ସହିତ ସୁସଂପର୍କ ସ୍ଥାପନ କରିଥିଲେ ।
(ii) ଏହି କାରଣରୁ ବଙ୍ଗର ସୁଲତାନ ସୁଲେମାନ କର୍‌ରାଣୀ ମୁକୁନ୍ଦଦେବଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ।

୧୪ । ୧୫୬୦ ଖ୍ରୀ.ଅ.ରେ ମୁକୁନ୍ଦଦେବ କାହାକୁ ପରାସ୍ତ କରିଥିଲେ ? ଏହି ବିଜୟର ସ୍ମୃତିସ୍ୱରୂପ ସେ କ’ଣ ନିର୍ମାଣ କରିଥିଲେ ?
Answer:
(i) ୧୫୬୦ ଖ୍ରୀ.ଅ.ରେ ମୁକୁନ୍ଦଦେବ ବଙ୍ଗର ସୁଲତାନ ଗିୟାସୁଦ୍ଦିନ୍ ଜଲାଲ ଶାହାଙ୍କୁ ପରାସ୍ତ କରିଥିଲେ ।
(ii) ଏହି ବିଜୟର ସ୍ମୃତିସ୍ୱରୂପ ସେ ହୁଗୁଳୀ ଜିଲ୍ଲାର ଗଙ୍ଗାନଦୀ କୂଳରେ ତ୍ରିବେଣୀ ଘାଟ ନିର୍ମାଣ କରିଥିଲେ ।

୧୫ । ରାମଚନ୍ଦ୍ର ଭଞ୍ଜ କିଏ ? ସେ ମୁକୁନ୍ଦଦେବଙ୍କର କି କ୍ଷତି କରିଥିଲେ ?
Answer:
(i) ରାମଚନ୍ଦ୍ର ଭଞ୍ଜ ଥିଲେ ସାରଙ୍ଗଗଡ଼ର ସାମନ୍ତ ରାଜା । ୧୫୬୮ ଖ୍ରୀ.ଅ.ରେ ମୁକୁନ୍ଦଦେବ ବଙ୍ଗର ସୁଲତାନ୍ ସୁଲେମାନ କର୍ରାଣୀଙ୍କ ସହ ଯୁଦ୍ଧରେ ପରାଜିତ ହୋଇଥିବା ପରିପ୍ରେକ୍ଷୀରେ ସେ ବିଦ୍ରୋହ କରି ନିଜକୁ ଗଜପତିରୂପେ ଘୋଷଣା କଲେ ।
(ii) ତାଙ୍କୁ ଉପଯୁକ୍ତ ଶାସ୍ତି ଦେବା ନିମନ୍ତେ ମୁକୁନ୍ଦଦେବ ଗଙ୍ଗାନଦୀ କୂଳରୁ ଫେରୁଥିବାବେଳେ ବାଟରେ ଯାଜପୁର ନିକଟବର୍ତ୍ତୀ ଗୋହିରାଟିକରାଠାରେ ତାଙ୍କର ରାମଚନ୍ଦ୍ର ଭଞ୍ଜଙ୍କ ସହ ଯୁଦ୍ଧ ହେଲା ଓ ସେହି ଯୁଦ୍ଧରେ ସେ ନିହତ ହେଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 

୧। ପ୍ରତାପରୁଦ୍ରଦେବଙ୍କ ପୁତ୍ର ବୀରଭଦ୍ର ଦାକ୍ଷିଣାତ୍ୟରେ କେଉଁ ଦୁର୍ଗ ଅଧିକାର କଲାବେଳେ ବିଜୟନଗର ସୈନ୍ୟବାହିନୀ ହାତରେ ଧରାପଡ଼ିଥିଲେ ?
Answer:
ପ୍ରତାପରୁଦ୍ରଦେବଙ୍କ ପୁତ୍ର ବୀରଭଦ୍ର ଦାକ୍ଷିଣାତ୍ୟରେ କୋଣ୍ଡାଭିଡ଼ୁ ଦୁର୍ଗ ଅଧିକାର କଲାବେଳେ ବିଜୟନଗର ସୈନ୍ୟବାହିନୀ ହାତରେ ଧରାପଡ଼ିଥିଲେ ।

୨। ସୂର୍ଯ୍ୟବଂଶର କେଉଁ ସମ୍ରାଟ ୧୬ଟି ବ୍ରାହ୍ମଣ ଶାସନ ସ୍ଥାପନ କରିଥିଲେ ?
Answer:
ସୂର୍ଯ୍ୟବଂଶୀ ସମ୍ରାଟ ପୁରୁଷୋତ୍ତମଦେବ ୧୬ଟି ବ୍ରାହ୍ମଣ ଶାସନ ସ୍ଥାପନ କରିଥିଲେ ।

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୩। ସାରଳା ଦାସ କେଉଁ ଗଜପତି ରାଜାଙ୍କ ସମସାମୟିକ ଥିଲେ ?
Answer:
ସାରଳା ଦାସ ଗଜପତି କପିଳେନ୍ଦ୍ରଦେବଙ୍କ ସମସାମୟିକ ଥିଲେ ।

୪। ଶ୍ରୀଚୈତନ୍ୟ କେଉଁ ଗଜପତିଙ୍କ ରାଜତ୍ଵ କାଳରେ ଓଡ଼ିଶା ଆସିଥିଲେ ?
Answer:
ଶ୍ରୀଚୈତନ୍ୟ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ଵକାଳରେ ଓଡ଼ିଶା ଆସିଥିଲେ ।

୫। ଭୋଇ ବଂଶର ପ୍ରତିଷ୍ଠାତା କିଏ ?
Answer:
ଗୋବିନ୍ଦ ବିଦ୍ୟାଧର ଭୋଇ ବଂଶର ପ୍ରତିଷ୍ଠାତା ଥିଲେ ।

୬। ଜଗନ୍ନାଥ ମନ୍ଦିରବେଢ଼ା ମଧ୍ଯରେ ମୁକ୍ତିମଣ୍ଡପ କିଏ ନିର୍ମାଣ କରିଥିଲେ ?
Answer:
ପ୍ରତାପରୁଦ୍ରଦେବ ଜଗନ୍ନାଥ ମନ୍ଦିରବେଢ଼ା ମଧ୍ଯରେ ମୁକ୍ତିମଣ୍ଡପ ନିର୍ମାଣ କରିଥିଲେ ।

୭। ମୁକୁନ୍ଦଦେବ କେଉଁଠାରେ କାହାଦ୍ଵାରା ନିହତ ହୋଇଥିଲେ ?
Answer:
ମୁକୁନ୍ଦ ଦେବ ସାରଙ୍ଗଗଡ଼ର ସାମନ୍ତ ରାଜା ରାମଚନ୍ଦ୍ର ଭଞ୍ଜଙ୍କଦ୍ଵାରା ଯାଜପୁର ନିକଟବର୍ତ୍ତୀ ଗୋହିରୀଟିକିରାଠାରେ ନିହତ ହୋଇଥିଲେ ।

୮। କଟକର ବାରବାଟୀ ଦୁର୍ଗକୁ କିଏ ନୂତନ ରୂପେ ନିର୍ମାଣ କରିଥିଲେ ?
Answer:
ମୁକୁନ୍ଦଦେବ କଟକର ବାରବାଟୀ ଦୁର୍ଗକୁ ନୂତନ ରୂପେ ନିର୍ମାଣ କରିଥିଲେ ।

୯। ଆଲ୍ଲାଉଦ୍ଦିନ୍ ହୁସେନ ଶାହ କେଉଁ ଗଜପତିଙ୍କ ସମୟରେ ଓଡ଼ିଶା ଆକ୍ରମଣ କରିଥିଲେ ?
Answer:
ଆଲ୍ଲାଉଦ୍ଦିନ୍ ହୁସେନ ଶାହ ଗଜପତି ପ୍ରତାପରୁଦ୍ରଦେବଙ୍କ ସମୟରେ ଓଡ଼ିଶା ଆକ୍ରମଣ କରିଥିଲେ ।

୧୦ । ପୁରୁଷୋତ୍ତମଦେବ କେତେ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ?
Answer:
୧୪୬୭ ଖ୍ରୀଷ୍ଟାବ୍ଦରେ ପୁରୁଷୋତ୍ତମଦେବ ସିଂହାସନ ଆରୋହଣ କରିଥିଲେ ।

୧୧ । କପିଳେନ୍ଦ୍ରଦେବ କାହାର ସେନାପତି ଥିଲେ ?
Answer:
କପିଳେନ୍ଦ୍ରଦେବ ଗଙ୍ଗବଂଶର ଶେଷ ରାଜା ଚତୁର୍ଥ ଭାନୁଦେବଙ୍କର ସେନାପତି ଥିଲେ ।

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୧୨ । ଶାସନ କ’ଣ ?
Answer:
କେବଳ ବ୍ରାହ୍ମଣମାନେ ବସବାସ କରୁଥିବା ଗ୍ରାମକୁ ଶାସନ କୁହାଯାଏ ।

୧୩ । ହସ୍ତୀର କିଏ ?
Answer:
ହସ୍ତୀର କପିଳେନ୍ଦ୍ରଦେବଙ୍କ ଜ୍ୟେଷ୍ଠପୁତ୍ର ଥିଲେ ।

୧୪ । କେଉଁମାନେ ପଞ୍ଚସଖା ନାମରେ ପରିଚିତ ?
Answer:
ବଳରାମ ଦାସ, ଜଗନ୍ନାଥ ଦାସ, ଅନନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଯଶୋବନ୍ତ ଦାସ ପଞ୍ଚସଖା ନାମରେ ପରିଚିତ ।

Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର
(କ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବା ବାକ୍ୟାଶ ବାଛି ଶୂନ୍ୟସ୍ଥାନ ପୂରଣ କର ।

୧। ସୂର୍ଯ୍ୟବଂଶର ରାଜାମାନେ ________________ ଉପାଧ୍ଧରେ ଭୂଷିତ ହୋଇଥିଲେ ।
(ଛତ୍ରପତି, ଗଜପତି, ଗୌଡ଼େଶ୍ୱର, କର୍ଣାଟକେଶରୀ)
Answer:
ଗଜପତି

୨। କପିଳେନ୍ଦ୍ରଦେବ ପ୍ରଜାମାନଙ୍କ ଉପରୁ _______________ କର ଉଠାଇ ଦେଇଥିଲେ ।
(ପଥ କର, ତୀର୍ଥଯାତ୍ରୀ କର, ବନ କର, ଲବଣ ଓ କଉଡ଼ି କର)
Answer:
ଲବଣ ଓ କଉଡ଼ି କର

୩। ଚଣ୍ଡୀପୁରାଣ _______________ ରଚନା କରିଥିଲେ ।
(ତୁଳସୀ ଦାସ, ସାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ)
Answer:
ସାରଳା ଦାସ

୪। _____________________ ଙ୍କ ଶାସନ କାଳରେ ‘ଦାଣ୍ଡୀ ରାମାୟଣ’ ଓ ‘ଭାଗବତ’ ରଚିତ ହୋଇଥିଲା ।
(କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ, ମୁକୁନ୍ଦଦେବ)
Answer:
ପ୍ରତାପରୁଦ୍ରଦେବ

୫। ଜଗନ୍ନାଥ ମନ୍ଦିରର ବେଢ଼ା ଭିତରେ___________________ ମୁକ୍ତିମଣ୍ଡପ ନିର୍ମାଣ କରିଥିଲେ ।
(କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ, ମୁକୁନ୍ଦଦେବ, ପ୍ରତାପରୁଦ୍ରଦେବ)
Answer:
ପ୍ରତାପରୁଦ୍ରଦେବ

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୬ । ସାଲ୍ସ ନରସିଂହ ______________ ରାଜ୍ୟର ରାଜା ଥିଲେ ।
(କାଞ୍ଚ, କଳିଙ୍ଗ, ଉଦୟଗିରି, ବାହମନୀ)
Answer:
ଉଦୟଗିରି

୭ । ______________ ଙ୍କ ରାଜତ୍ଵ କାଳରେ ଗଜପତି ସାମ୍ରାଜ୍ୟର ପତନ ଆରମ୍ଭ ହେଲା ।
(କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ, ନରସିଂହଦେବ)
Answer:
ପ୍ରତାପରୁଦ୍ରଦେବ

(ଖ) ଠିକ୍ ଉକ୍ତିଗୁଡ଼ିକର ଡାହାଣରେ ଠିକ୍ (√) ଚିହ୍ନ ଓ ଭୁଲ୍ ଉକ୍ତିଗୁଡ଼ିକର ଡାହାଣରେ ଭୁଲ୍ (×) ଚିହ୍ନ ଦିଅ ।
୧। ପଲ୍ଲବମାନଙ୍କର ରାଜଧାନୀ କାଞ୍ଚିପୁରମ୍ ଥିଲା ।
୨। କପିଳେନ୍ଦ୍ରଦେବ ୧୪୯୭ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ।
୩। କପିଳେନ୍ଦ୍ରଦେବ ଦାମୋଦରପୁର ଶାସନ ପ୍ରତିଷ୍ଠା କରିଥିଲେ ।
୪। କପିଳେନ୍ଦ୍ରଦେବ କାବେରୀ ନଦୀ ତୀରରେ ପ୍ରାଣତ୍ୟାଗ କରିଥିଲେ ।
୫। ‘ପରଶୁରାମ ବିଜୟ’ ନାଟକ ସଂସ୍କୃତ ଭାଷାରେ ରଚିତ ହୋଇଥିଲା ।
୬। ଗୋହିରୀଟିକିରା ଢେଙ୍କାନାଳ ନିକଟବର୍ତ୍ତୀ ଏକ ସ୍ଥାନ ।
୭ । ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ଥିଲେ ।
୮। ପ୍ରତାପରୁଦ୍ରଦେବଙ୍କର ଏକମାତ୍ର ପୁତ୍ର ହମ୍ବୀର ଥିଲେ ।

Answers:
୧। (√)
୨। (×)
୩। (√)
୪। (×)
୫। (√)
୬। (×)
୭ । (√)
୮। (x)

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଗ) ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତର ବାଛି ଲେଖ ।
୧। ‘ଜଗନ୍ନାଥବଲ୍ଲଭ’ ନାଟକ କିଏ ରଚନା କରିଥିଲେ ?
(ଯଶୋବନ୍ତ ଦାସ, ବଳରାମ ଦାସ, ରାୟ ରାମାନନ୍ଦ, ଜୀବଦେବ ଆଚାର୍ଯ୍ୟ)
Answer:
ରାୟ ରାମାନନ୍ଦ

୨। ସରସ୍ଵତୀ ବିଳାସ ଏକ –
(ସଂସ୍କୃତ କାବ୍ୟ, ସଂସ୍କୃତ ନାଟକ, ବ୍ୟାକରଣ ଗ୍ରନ୍ଥ, ହିନ୍ଦୁ ଆଇନ ଗ୍ରନ୍ଥ)
Answer:
ହିନ୍ଦୁ ଆଇନ ଗ୍ରନ୍ଥ

୩ । କଟକ ନିକଟ ଧବଳେଶ୍ଵର ମନ୍ଦିରର ନିର୍ମାତା କିଏ ?
(ମୁକୁନ୍ଦଦେବ, ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ, କପିଳେନ୍ଦ୍ରଦେବ)
Answer:
ପ୍ରତାପରୁଦ୍ରଦେବ

୪। ରାମଚନ୍ଦ୍ର ଭଞ୍ଜ କେଉଁ ଅଞ୍ଚଳର ରାଜା ଥିଲେ ?
(ସୁନ୍ଦରଗଡ଼, ଛତିଶଗଡ଼, ସାରଙ୍ଗଗଡ଼, ମଧୁପୁରଗଡ଼)
Answer:
ସାରଙ୍ଗଗଡ଼

୫। ସୂର୍ଯ୍ୟବଂଶର କେଉଁ ନରପତି ଶ୍ରୀଚୈତନ୍ୟଙ୍କଦ୍ୱାରା ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ ?
(ପୁରୁଷୋତ୍ତମଦେବ, କପିଳେନ୍ଦ୍ରଦେବ, ମୁକୁନ୍ଦଦେବ, ପ୍ରତାପରୁଦ୍ରଦେବ)
Answer:
ପ୍ରତାପରୁଦ୍ରଦେବ

୬। ଗୋବିନ୍ଦ ବିଦ୍ୟାଧରଙ୍କ ପରେ ଓଡ଼ିଶାରେ କିଏ ରାଜତ୍ଵ କରିଥିଲେ ?
(ଗିୟାସୁଦ୍ଦିନ୍ ଜଲାଲ ଶାହ, ସୁଲେମାନ କର୍‌ରାଣୀ, ଚକ୍ରପ୍ରତାପ, ମୁକୁନ୍ଦଦେବ)
Answer:
ଚକ୍ରପ୍ରତାପ

୭। କଳାପାହାଡ଼ କିଏ ?
(ବଙ୍ଗର ସୁଲତାନ, ସାରଙ୍ଗଗଡ଼ର ରାଜା, ମୁକୁନ୍ଦଦେବଙ୍କ ସେନାପତି, ସୁଲେମାନ୍ କର୍‌ରାଣୀଙ୍କ ସେନାପତି)
Answer:
ସୁଲେମାନ୍ କର୍‌ରାଣୀଙ୍କ ସେନାପତି

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୮। ନିମ୍ନୋକ୍ତ ମଧ୍ୟରୁ କିଏ ‘ଭକ୍ତି ଭାଗବତ’ ଲେଖିଥିଲେ ?
(ଜଗନ୍ନାଥ ଦାସ, ବଳରାମ ଦାସ, ଜୀବଦେବ ଆଚାର୍ଯ୍ୟ, ରାୟ ରାମାନନ୍ଦ)
Answer:
ଜୀବଦେବ ଆଚାର୍ଯ୍ୟ

୯। ମୁକୁନ୍ଦଦେବ କେବେ ଓଡ଼ିଶାର ରାଜା ହୋଇଥିଲେ ?
(୧୪୩୪ ଖ୍ରୀ.ଅ, ୧୫୩୫ ଖ୍ରୀ.ଅ, ୧୫୬୦ ଖ୍ରୀ.ଅ., ୧୫୭୮ ଖ୍ରୀ.ଅ.)
Answer:
୧୫୬୦ ଖ୍ରୀ.ଅ.

୧୦ । ମୁକୁନ୍ଦଦେବ କେଉଁ ରାଜବଂଶରେ ଜନ୍ମଗ୍ରହଣ କରିଥିଲେ ?
(ଯାଦବ, ହୟଶାଳ, ଚାଲୁକ୍ୟ, ଗଙ୍ଗ)
Answer:
ଚାଲୁକ୍ୟ

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

Odisha State Board BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ will enable students to study smartly.

BSE Odisha Class 8 Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ରାଜନୈତିକ ଦଳ:

  • ରାଜନୈତିକ ଦଳ ଗଣତାନ୍ତ୍ରିକ ସରକାରର ଅବଚ୍ଛେଦ୍ୟ ଅଙ୍ଗ ।
  • ରାଜନୈତିକ ଦଳ ବିନା ମୁକ୍ତ ଗଣତାନ୍ତ୍ରିକ ସରକାର ଗଠିତ ହୋଇପାରେ ନାହିଁ ।
  • ମନେରଖ : ଜନସାଧାରଣଙ୍କର ରାଜନୈତିକ ସ୍ଵାଧୀନତାର ପରିପ୍ରକାଶପାଇଁ ରାଜନୈତିକ ଦଳଗୁଡ଼ିକହି ପ୍ରକୃଷ୍ଟ ମାଧ୍ୟମ ।

→ ରାଜନୈତିକ ଦଳର ବୈଶିଷ୍ଟ୍ୟ :

  • କେତେକ ବ୍ୟକ୍ତି ସଙ୍ଗଠିତ ହୋଇ ଦଳ ସଙ୍ଗଠନ କରନ୍ତି ।
  • ସେମାନେ କେତେକ ନିର୍ଦ୍ଦିଷ୍ଟ ନୀତି ଉପରେ ସହମତି ପ୍ରକାଶ କରନ୍ତି ।
  • ସେମାନେ ଜାତୀୟ ସ୍ୱାର୍ଥ ସାଧନାରେ ବ୍ରତୀ ହୋଇଥାନ୍ତି ।
  • ନିର୍ବାଚନ ମାଧ୍ୟମରେ ସେମାନେ କ୍ଷମତା ହାସଲ କରିବା ଏବଂ କ୍ଷମତା ଜାହିର କରିବାପାଇଁ ଉଦ୍ୟମ କରନ୍ତି ।
  • ପ୍ରତି ରାଜନୈତିକ ଦଳର ସଙ୍ଗଠନ, ନିୟମାବଳୀ ପତକା ଓ ଚିହ୍ନ ଆଦି ରହିଛି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ରାଜନୈତିକ ଦଳର କାର୍ଯ୍ୟାବଳୀ :

  • ରାଜନୈତିକ ଦଳଗୁଡ଼ିକ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରି ଜନମତ ଓ ରାଜନୈତିକ ସଚେତନତା ସୃଷ୍ଟି କରନ୍ତି ।
  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କର ନ୍ୟାଯ୍ୟ ଦାବିଗୁଡ଼ିକୁ ଏକତ୍ରିତ କରି ସଠିକ୍ ଭାବରେ ଉପଯୁକ୍ତ ସମୟରେ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କ ମଧ୍ୟରୁ ସେମାନଙ୍କର ସଭ୍ୟ ଚୟନ କରନ୍ତି ଓ ସଭ୍ୟମାନଙ୍କୁ ଦଳର ନୀତି ଓ ଆଦର୍ଶ ସମ୍ପର୍କରେ ପ୍ରଶିକ୍ଷଣ ଦିଅନ୍ତି ।
  • ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ସମୟରେ ସଭାସମିତି ଓ ପ୍ରଚାରପତ୍ର ମାଧ୍ୟମରେ ଜନସାଧାରଣଙ୍କ ସମ୍ମୁଖରେ ବିଭିନ୍ନ ରାଜନୈତିକ ବିକଳ୍ପ ଉପସ୍ଥାପନ କରନ୍ତି ।
  • ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ବହୁମତ ହାସଲ କଲେ ସରକାର ଗଠନ କରନ୍ତି ଓ ଦେଶ ଶାସନ କରନ୍ତି । ସଂଖ୍ୟାଗରିଷ୍ଠତା ହାସଲ କରିନପାରିଲେ, ବିରୋଧୀ ଦଳ ଭାବରେ ସରକାରଙ୍କ ଦୋଷତ୍ରୁଟି ଦର୍ଶାଇ ସରକାରଙ୍କୁ ସମାଲୋଚନା ତଥା ନିୟନ୍ତ୍ରଣ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକର ସଭ୍ୟମାନେ ବନ୍ୟା, ବାତ୍ୟା, ମରୁଡ଼ି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରପୀଡ଼ିତମାନଙ୍କୁ ସହାଯ୍ୟ ଯୋଗାଇଥାଆନ୍ତି ।

→ ଦଳୀୟ ବ୍ୟବସ୍ଥା :

  • ସାଧାରଣତଃ ତିନି ପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ; ଯଥା— (କ) ଏକ-ଦଳୀୟ ବ୍ୟବସ୍ଥା, (ଖ) ଦ୍ବି- ଦଳୀୟ ବ୍ୟବସ୍ଥା, (ଗ) ବହୁ-ଦଳୀୟ ବ୍ୟବସ୍ଥା
  • ଯେଉଁ ଦେଶରେ କେବଳ ଗୋଟିଏ ମାତ୍ର ରାଜନୈତିକ ଦଳ ଥାଏ, ତାକୁ ଏକ-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଚୀନ୍, ରୁଷିଆ ।
  • ଯେଉଁ ଦେଶମାନଙ୍କରେ ଦୁଇଟି ପ୍ରମୁଖ ଦଳ ଥାଏ, ତାକୁ ଦ୍ୱି-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଇଂଲଣ୍ଡ, ଆମେରିକା ।
  • ଯେଉଁ ଦେଶରେ ଦୁଇରୁ ଅଧୂକ ରାଜନୈତିକ ଦଳ ଦେଖାଯାନ୍ତି, ତାକୁ ବହୁ-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଭାରତ, ଫ୍ରାନ୍ସ ।
  • ଭାରତରେ ଅନେକ ଗୁଡ଼ିଏ ରାଜନୈତିକ ଦଳ ଅଛନ୍ତି; ଯଥା— କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ସମାଜବାଦୀ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଆନ୍ନା ଡ଼ି.ଏମ୍.କେ., ଡି.ଏମ୍.କେ., ଅକାଳୀଦଳ, ଶିବସେନା ଇତ୍ୟାଦି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ଜାତୀୟ ଦଳ ଓ ଆଞ୍ଚଳିକ ଦଳ :
ଆମ ଦେଶରେ ରାଜନୈତିକ ଦଳଗୁଡ଼ିକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଅଛି; ଯଥା— (୧) ଜାତୀୟ ଦଳ, (୨) ଆଞ୍ଚଳିକ ଦଳ ।

→ ଆଞ୍ଚଳିକ ଦଳ :

  • ଯେଉଁ ରାଜନୈତିକ ଦଳ ଏକ ରାଜ୍ୟର ଠିକ୍ ପୂର୍ବବର୍ତ୍ତୀ ବିଧାନସଭା ନିର୍ବାଚନରେ ସମୁଦାୟ ଭୋଟ୍‌ର ଅନ୍ୟୁନ ଛ’ ପ୍ରତିଶତ ଭୋଟ୍ ପାଇଥବ ଏବଂ ବିଧାନସଭାରେ ଅନ୍ୟୁନ ଦୁଇଟି ଆସନରେ ବିଜୟୀ ହୋଇଥିବ ତାହା ଏକ ଆଞ୍ଚଳିକ ଦଳ ଭାବରେ ସ୍ବୀକୃତି ପାଇଥାଏ ।
  • ଆଞ୍ଚଳିକ ଦଳଗୁଡ଼ିକ ସାଧାରଣତଃ ଗୋଟିଏ ଗୋଟିଏ ରାଜ୍ୟ ମଧ୍ୟରେ ସୀମିତ ।
  • ଆଞ୍ଚଳିକ ଦଳଗୁଡ଼ିକ ନିଜ ନିଜ ରାଜ୍ୟରେ ନିର୍ବାଚନ ଲଢ଼ନ୍ତି ।
  • ମନେରଖ : ବି.ଜେ.ଡ଼ି., ଡି.ଏମ୍.କେ., ତେଲୁଗୁଦେଶମ୍ ଇତ୍ୟାଦି ଗୋଟିଏ ଗୋଟିଏ ଆଞ୍ଚଳିକ ଦଳ ।

→ ଜାତୀୟ ଦଳ :

  • ଯେଉଁ ରାଜନୈତିକ ଦଳ ଠିକ୍ ପୂର୍ବବର୍ତ୍ତୀ ଲୋକସଭା ନିର୍ବାଚନ ବା ଯେକୌଣସି ଚାରିଗୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରତ୍ୟେକ ରାଜ୍ୟରେ ସମୁଦାୟ ଭୋଟର ଛ’ଶତାଂଶ ଭୋଟ ପାଇଥିବ ଏବଂ ଲୋକସଭାରେ ଅନ୍ୟୁନ ଚାରିଗୋଟି ଆସନ ଲାଭ କରିଥିବ ତାହା ଏକ ଜାତୀୟ ରାଜନୈତିକ ଦଳ ଭାବରେ ସ୍ଵୀକୃତି ଲାଭ କରିଥାଏ ।
  • ମନେରଖ : ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ଦଳ ଇତ୍ୟାଦି ଜାତୀୟ ରାଜନୈତିକ ଦଳ ଅଟନ୍ତି ।
  • ଜାତୀୟ ଦଳଗୁଡ଼ିକ ମୁଖ୍ୟତଃ ସର୍ବଭାରତୀୟ ସମସ୍ୟା, ଜାତୀୟ ସ୍ୱାର୍ଥ ଉପରେ ବିଶେଷ ଗୁରୁତ୍ବ ଦିଅନ୍ତି ।
  • ସର୍ବଭାରତୀୟ ସଙ୍ଗଠନ ରାଜ୍ୟ ସଙ୍ଗଠନକୁ ନିୟନ୍ତ୍ରିତ କରେ ଏବଂ ରାଜ୍ୟସ୍ତରୀୟ ସଙ୍ଗଠନ, ଜିଲ୍ଲା, ଉପଖଣ୍ଡ ଏବଂ ମଣ୍ଡଳ (ବ୍ଲକ୍) ସ୍ତରୀୟ ସଙ୍ଗଠନଗୁଡ଼ିକୁ ନିୟନ୍ତ୍ରିତ କରନ୍ତି ।
  • ସର୍ବଭାରତୀୟ ଦଳଗୁଡ଼ିକ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ନିର୍ବାଚନ ଲଢ଼ନ୍ତି ।

→ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ (Pressure Group) :

  • ଚାପଦାୟୀ ଗୋଷ୍ଠୀଗୁଡ଼ିକ ଦେଶର ରାଜନୈତିକ ପ୍ରକ୍ରିୟା ତଥା ପ୍ରଶାସନରେ ଏକ ପ୍ରଧାନ ଭୂମିକା ଗ୍ରହଣ କରନ୍ତି ।
  • ହାରିସ୍‌ଙ୍କ ମତରେ ଯେଉଁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ନିଜର ସୁବିଧା, ସୁଯୋଗ ହାସଲ କରିବାପାଇ ସରକାରୀ ନୀତି ନିର୍ଦ୍ଧାରକମାନଙ୍କ ଉପରେ ବିଭିନ୍ନ ଚାପ ପ୍ରୟୋଗ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ କୁହାଯାଏ ।
  • ମନେରଖ : ଚାପଦାନକାରୀ ଗୋଷ୍ଠୀକୁ ମଧ୍ୟ ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀ (Interest group) କୁହାଯାଏ ।
  • ଟର୍ଣ୍ଣରଙ୍କ ମତରେ ଯେଉଁ ଅଣ-ରାଜନୈତିକ ସଙ୍ଗଠନଗୁଡ଼ିକ ସରକାରୀ ନୀତିକୁ ପ୍ରଭାବିତ କରିଥାଆନ୍ତି; ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।
  • ଏକଷ୍ଟିନ୍‌ଙ୍କ ମତରେ ଏକ ପ୍ରକାର ମନୋଭାବାପନ୍ନ, ଏକ ପ୍ରକାର ମୂଲ୍ୟବୋଧ ଏବଂ ସ୍ବାର୍ଥରେ ବିଶ୍ଵାସୀ, ଏକ ସୁସଙ୍ଗଠିତ ସାମାଜିକ ଗୋଷ୍ଠୀ, ପ୍ରତ୍ୟକ୍ଷ ସରକାରୀ ପଦବୀ ଗ୍ରହଣ ନ କରି ନିଜ ସ୍ବାର୍ଥସାଧନ ପାଇଁ ସରକାରୀ ନୀତିକୁ ପ୍ରଭାବିତ କଲେ, ତାହାକୁ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ ଚାପଦାୟୀ ଗୋଷ୍ଠୀର ଲକ୍ଷଣ କୁହାଯାଏ ।

→ ଚାପଦାୟୀ ଗୋଷ୍ଠୀର ଲକ୍ଷଣ :

  • ଏହା ସମ ମନୋଭାବାପନ୍ନ ତଥା ସମସ୍ୱାର୍ଥୀ ବ୍ୟକ୍ତିମାନଙ୍କର ଏକ ଗୋଷ୍ଠୀ ।
  • ଏହା କୌଣସି ରାଜନୈତିକ ଦଳ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ନୁହେଁ ।
  • ସ୍ଵାର୍ଥସାଧନ ଲକ୍ଷ୍ୟରେ ଏହା ଏକ ଅସ୍ଥାୟୀ ବା ସ୍ଥାୟୀ ଗୋଷ୍ଠୀ ହୋଇଥାଏ ।
  • ଏହି ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ପ୍ରତ୍ୟକ୍ଷ ରାଜନୀତି କ୍ଷେତ୍ରକୁ ନ ଆସି ପର୍ଦା ଆଢୁଆଳରେ ରହି କାର୍ଯ୍ୟ କରନ୍ତି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ଚାପଦାନକାରୀ ଗୋଷ୍ଠୀର ଶ୍ରେଣୀବିଭାଗ :

  • ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ସାଙ୍ଗଠନିକ ଓ କାର୍ଯ୍ୟଶୈଳୀ ଦୃଷ୍ଟିରୁ ଚାରି ଭାଗରେ ବିଭକ୍ତ କରାଯାଇଛି ।
  • ସଂଘୀୟ ଗୋଷ୍ଠୀ – ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ସଂଘବଦ୍ଧ ହୋଇ ସେମାନଙ୍କର ସ୍ଵାର୍ଥ ସାଧନ ନିମିତ୍ତ ସରକାରଙ୍କ ଉପରେ ଚାପ ପ୍ରୟୋଗ କଲେ, ସେମାନଙ୍କୁ ସଂଘୀୟ ଗୋଷ୍ଠୀ କୁହାଯାଏ ; ଯଥା— ବଣିକ ସଂଘ, ଶ୍ରମିକ ମହାସଂଘ ।
  • ଅଣ-ସଂଘୀୟ ଗୋଷ୍ଠୀ – ରକ୍ତ ସମ୍ପର୍କ, ଧର୍ମୀୟ ସମ୍ପର୍କ ଓ କୌଳିକ ବୃତ୍ତି ସମ୍ପର୍କ ମାଧ୍ୟମରେ କେତେକ ବ୍ୟକ୍ତି ଏକତ୍ରିତ ହୋଇ ସେମାନଙ୍କର ସ୍ଵାର୍ଥ ସାଧନ ପାଇଁ ସରକାରୀ ନୀତିଗୁଡ଼ିକୁ ପ୍ରଭାବିତ କଲେ, ସେମାନଙ୍କୁ ଅଣ-ସଂଘୀୟ ଗୋଷ୍ଠୀ କୁହାଯାଏ; ଯଥା— ବୌଦ୍ଧଭିକ୍ଷୁ ଗୋଷ୍ଠୀ, ଯାଦବ ମହାସଭା,ଗୋଷ୍ଠୀ ।
  • ଆନୁଷ୍ଠାନିକ ଗୋଷ୍ଠୀ – ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କଦ୍ୱାରା ଗଠିତ ସଂଘକୁ ଆନୁଷ୍ଠାନିକ ଗୋଷ୍ଠୀ କୁହାଯାଏ, ଯେଉଁମାନେ ଆନୁଷ୍ଠାନିକ ସ୍ବାର୍ଥ ମାଧ୍ୟମରେ ନିଜ ନିଜର ସ୍ବାର୍ଥ ସାଧନ କରିବାପାଇଁ ସରକାରଙ୍କ ଉପରେ ଚାପ ପକାନ୍ତି; ଯଥା— ଅମଲାତନ୍ତ୍ର ।
  • ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀ – କୌଣସି ନିର୍ଦ୍ଦିଷ୍ଟ ସାମାଜିକ ମୂଲ୍ୟବୋଧରେ ବିଶ୍ୱାସ ନ କରି ହିଂସାତ୍ମକ ପନ୍ଥାରେ ସେମାନଙ୍କର ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରୁଥିବା ଗୋଷ୍ଠୀକୁ ସାମାଜିକ ମୂଲ୍ୟବୋଧ ବିରୋଧୀ ଗୋଷ୍ଠୀ କୁହାଯାଏ, ଯଥା— ଉଲ୍‌ଫା, ଜାମ୍ମୁକାଶ୍ମୀର ଲିବରେସନ୍ ଫ୍ରଣ୍ଟ ।

→ ଉଦ୍ଦେଶ୍ୟ ଦୃଷ୍ଟିରୁ ଚାପଗୋଷ୍ଠୀଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

  • ସ୍ଵାର୍ଥୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ଜନସାଧାରଣଙ୍କର ସ୍ବାର୍ଥ ପ୍ରତି ଭୃକ୍ଷେପ ନକରି ନିଜର ସ୍ଵାର୍ଥ ଯେକୌଣସି ପ୍ରକାରେ ହାସଲ କରିବାପାଇଁ ଉଦ୍ୟମ କରନ୍ତି, ସେମାନଙ୍କୁ ସ୍ୱାର୍ଥୀ ଗୋଷ୍ଠୀ କୁହାଯାଏ ।
  • ଜନମଙ୍ଗଳକାରୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ସର୍ବସାଧାରଣଙ୍କର ସ୍ବାର୍ଥ ସାଧନ ପାଇଁ ପ୍ରୟାସ କରିଥାଆନ୍ତି, ସେଗୁଡ଼ିକୁ ଜନମଙ୍ଗଳକାରୀ ଗୋଷ୍ଠୀ କୁହାଯାଏ; ଯଥା— ବସ୍ତିବାସିନ୍ଦା ଉନ୍ନୟନ ସଂଘ ।

→ କାର୍ଯ୍ୟକାଳ ଅନୁସାରେ ଚାପଗୋଷ୍ଠୀଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

  • ଦୀର୍ଘସ୍ଥାୟୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ସେମାନଙ୍କର ଚିରସ୍ଥାୟୀ ସ୍ଵାର୍ଥ ସାଧନ ନିମିତ୍ତ ସଙ୍ଗଠିତ ହୋଇ କାର୍ଯ୍ୟ କରନ୍ତି, ସେଗୁଡ଼ିକୁ ଦୀର୍ଘସ୍ଥାୟୀ ଗୋଷ୍ଠୀ କୁହାଯାଏ; ଯଥା— ସର୍ବଭାରତୀୟ ଶିକ୍ଷକ ମହାସଂଘ ।
  • କ୍ଷଣସ୍ଥାୟୀ ଗୋଷ୍ଠୀ – ଯେଉଁ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ କ୍ଷଣିକ ସ୍ବାର୍ଥ ହାସଲ ପାଇଁ ସଙ୍ଗଠିତ ହୋଇଥାଆନ୍ତି ଏବଂ ନିର୍ଦ୍ଦିଷ୍ଟ ସ୍ଵାର୍ଥ ସାଧୂ ହୋଇଗଲା ପରେ ସେହି ଗୋଷ୍ଠୀଗୁଡ଼ିକର ବିଲୟ ଘଟେ, ସେଗୁଡ଼ିକୁ କ୍ଷଣସ୍ଥାୟୀ ଗୋଷ୍ଠୀ କୁହାଯାଏ; ଯଥା – ‘ମହାନଦୀ ବଞ୍ଚାଅ ସମିତି’, ‘ନର୍ମଦା ବଞ୍ଚାଅ ସମିତି’ ।

→ ରାଜନୈତିକ ଦଳ ଓ ଚାପଦାନକାରୀ ଗୋଷ୍ଠୀ ମଧ୍ୟରେ ସାମଞ୍ଜସ୍ୟ ଓ ପାର୍ଥକ୍ୟ :
ସାମଞ୍ଜସ୍ୟ :

  • ଚାପଦାନକାରୀ ଗୋଷ୍ଠୀ ଓ ରାଜନୈତିକ ଦଳ ଉଭୟ ନିଜ ନିଜ ସଦସ୍ୟମାନଙ୍କର ସ୍ବାର୍ଥ ହାସଲ ପାଇଁ କାର୍ଯ୍ୟ କରିଥାଆନ୍ତି ।
  • କ୍ଷମତାରେ ନଥ‌ିବା ରାଜନୈତିକ ଦଳଗୁଡ଼ିକ ଓ ଚାପଦାନକାରୀ ଗୋଷ୍ଠୀ ସରକାରୀ କଳ ଉପରେ ବିଭିନ୍ନ ପ୍ରକାର ଚାପ ପକାଇ ନିଜ ନିଜର ସ୍ୱାର୍ଥ ହାସଲ କରନ୍ତି ।
  • ମନେରଖ : ରାଜନୈତିକ ଦଳଗୁଡ଼ିକ ଆକାରରେ ବଡ଼ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଥିବାବେଳେ ଚାପଦାୟୀ ଗୋଷ୍ଠୀ କେବଳ ନିଜର ସ୍ବାର୍ଥ ହାସଲ ପାଇଁ ସୀମିତ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ପାର୍ଥକ୍ୟ :

  • ରାଜନୈତିକ ଦଳଗୁଡ଼ିକ ଆକାରରେ ବଡ଼ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଥିବାବେଳେ ଚାପଦାୟୀ ଗୋଷ୍ଠୀ କେବଳ ନିଜର ସ୍ୱାର୍ଥ ହାସଲ ପାଇଁ ସୀମିତ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ ।
  • ରାଜନୈତିକ ଦଳଗୁଡ଼ିକର ନିର୍ଦ୍ଦିଷ୍ଟ ଇସ୍ତାହାର, ନିର୍ଦ୍ଦିଷ୍ଟ ଦଳୀୟ ପତାକା, ଦଳୀୟ ସମ୍ବିଧାନ ଓ ଦଳୀୟ ଚିହ୍ନ ଥ‌ିବାବେଳେ ଚାପଦାନକାରୀ ଗୋଷ୍ଠୀଗୁଡ଼ିକର ସଭ୍ୟସଂଖ୍ୟା ସୀମିତ ଓ ସେମାନଙ୍କର ନିର୍ଦ୍ଦିଷ୍ଟ ପତାକା ବା ଚୟନ ପଦ୍ଧତି ନଥାଏ ।
  • ରାଜନୈତିକ ଦଳଗୁଡ଼ିକ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି କ୍ଷମତା ହାସଲ କରିବାପାଇଁ ସର୍ବଦା ଚେଷ୍ଟା କରୁଥିବାବେଳେ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରେଇ ରହି ସରକାରୀ ନୀତିକୁ ପ୍ରଭାବିତ କରନ୍ତି ।
  • ଜଣେ ବ୍ୟକ୍ତି ଏକ ସମୟରେ କେବଳ ଗୋଟିଏ ରାଜନୈତିକ ଦଳରେ ସଭ୍ୟ ହୋଇଥାଏ; କିନ୍ତୁ ଜଣେ ବ୍ୟକ୍ତିର ବିଭିନ୍ନ ପ୍ରକାର ସ୍ବାର୍ଥ ଥିବାରୁ ସେ ଏକ ସମୟରେ ଏକାଧିକ ଚାପଦାନକାରୀ ଗୋଷ୍ଠୀର ସଭ୍ୟ ହୋଇଥାଏ ।

→ ଭାରତରେ କାର୍ଯ୍ୟରତ ଚାପଗୋଷ୍ଠୀ :
ଭାରତରେ କାର୍ଯ୍ୟରତ ଥିବା କେତେକ ମୁଖ୍ୟ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ହେଲା– ସର୍ବଭାରତୀୟ ଶ୍ରମିକ ସଂଘ, ସର୍ବଭାରତୀୟ ଶିକ୍ଷକ ମହାସଂଘ, ଓଡ଼ିଶା ଡାକ୍ତରୀ ସେବା ସଂଘ, ସରକାରୀ କଲେଜ ଶିକ୍ଷକ ସଂଘ ଓ ନିଷ୍ଫଳ ଉତ୍କଳ ଶିକ୍ଷକ ମହାସଂଘ ଇତ୍ୟାଦି ।

→ ଚାପଗୋଷ୍ଠୀର ଭୂମିକା :
ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ବିଭିନ୍ନ ପ୍ରକାରର ପ୍ରତିବାଦମୂଳକ ମାଧ୍ୟମ, ଯଥା— ଧର୍ମଘଟ, ବନ୍ଦପାଳନ, ରାସ୍ତାରୋକ ଇତ୍ୟାଦି ଜରିଆରେ ପ୍ରତିରୋଧ କରନ୍ତି ଓ ଦୁର୍ନିତୀଗ୍ରସ୍ତ ସରକାରଙ୍କୁ ନିନ୍ଦିତ କରାନ୍ତି ।

ଆମେ କ’ଣ ଶିଖୁଲେ ?

  • ଗଣତାନ୍ତ୍ରିକ ସରକାରରେ ରାଜନୈତିକ ଦଳର ଭୂମିକା ।
  • ରାଜନୈତିକ ଦଳର ସଂଜ୍ଞା, ପ୍ରକାରଭେଦ ଓ ସେମାନଙ୍କର ପତାକା ସମ୍ପର୍କରେ ସୂଚନା ।
  • ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ, ଦଳମାନଙ୍କୁ ସ୍ବୀକୃତି ପ୍ରଦାନ ।
  • ଚାପଗୋଷ୍ଠୀର ସଂଜ୍ଞା ଓ ଏହାର ଉଦ୍ଦେଶ୍ୟ ।
  • ଦୁଇଗୋଟି ଚାପଗୋଷ୍ଠୀ ରହିଛି; ଯଥା – ସ୍ଵାର୍ଥୀ ଗୋଷ୍ଠୀ ଓ ଜନମଙ୍ଗଳକାରୀ ଗୋଷ୍ଠୀ ।
  • ଚାପଗୋଷ୍ଠୀ ନିଜର ସ୍ଵାର୍ଥ ସାଧନ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ।
  • ଭାରତରେ ଥ‌ିବା ବିଭିନ୍ନ ଚାପପ୍ରଦାନକାରୀ ଗୋଷ୍ଠୀ ଯଥା : ସର୍ବଭାରତୀୟ ଶ୍ରମିକ ସଂଘ, ସର୍ବଭାରତୀୟ ଶିକ୍ଷକ ମହାସଂଘ ଇତ୍ୟାଦି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ଜାଣିବା କଥା

  • ଚାପଦାନକାରୀ ଗୋଷ୍ଠୀ ନିର୍ବାଚନରେ ଅଂଶଗ୍ରହଣ କରନ୍ତି ନାହିଁ ।
  • ଭାରତରେ ନିମ୍ନୋକ୍ତ ଚାପଦାନକାରୀ ଗୋଷ୍ଠୀ କାର୍ଯ୍ୟରତ ।
  • ସର୍ବଭାରତୀୟ ଶ୍ରମିକ ସଂଘ
  • ସର୍ବଭାରତୀୟ ଶିକ୍ଷକ ମହାସଂଘ
  • ଓଡ଼ିଶା ଡାକ୍ତରୀ ସେବା ସଂଘ
  • ସରକାରା କଲେଜ ଶିକ୍ଷକ ସଂଘ
  • ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସଂଘ

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

Odisha State Board BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ Textbook Exercise Questions and Answers.

BSE Odisha Class 6 Political Science Solutions Chapter 1 ଆମେ ଓ ଆମ ସମାଜ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ସଂକ୍ଷେପରେ ଉତ୍ତର ଲେଖ ।

(କ) ବ୍ୟକ୍ତି ସମାଜ ଉପରେ ନିର୍ଭର କରିଥାଏ କିପରି ?
Answer:

  • ବ୍ୟକ୍ତି ନିଜର ଧନଜୀବନର ସୁରକ୍ଷା ପାଇଁ ସମାଜ ଉପରେ ନିର୍ଭର କରେ ।
  • ବ୍ୟକ୍ତି ଜୀବିକା ଅର୍ଜନ ପାଇଁ ସମାଜ ଉପରେ ନିର୍ଭର କରେ ।
  • ବ୍ୟକ୍ତି ନୂତନ ଅଭିଜ୍ଞତା, ଜ୍ଞାନ ଅର୍ଜନ ପାଇଁ ସମାଜ ଉପରେ ନିର୍ଭର କରେ ।
  • ନିଜ ବ୍ୟକ୍ତିତ୍ଵର ବିକାଶ ପାଇଁ ବ୍ୟକ୍ତି ସମାଜର ଆଦର୍ଶ ନୀତି ଓ ପ୍ରଥାଗୁଡ଼ିକୁ ଅନୁସରଣ କରେ ।

(ଖ) ପରିବାରର କାର୍ଯ୍ୟଗୁଡ଼ିକ କ’ଣ ?
Answer:

  • ବଂଶରକ୍ଷା କରିବା ପରିବାରର ମୌଳିକ କାର୍ଯ୍ୟ ।
  • ଶିଶୁର ଲାଳନପାଳନ, ଶିଶୁକୁ ବିଭିନ୍ନ ସଦ୍‌ଗୁଣ ଶିକ୍ଷାଦେବା, ଶିଶୁଟି ବଡ଼ ହେବାପରେ ଜୀବିକା ଅର୍ଜନରେ ସାହାଯ୍ୟ କରିବା ଆଦି କାର୍ଯ୍ୟ ପରିବାରଦ୍ଵାରା ହୋଇଥାଏ ।
  • ଶିଶୁକୁ ଉତ୍ତମ ନାଗରିକ ରୂପେ ଗଢ଼ି ତୋଳିବାରେ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଗ) ସମୁଦାୟ ଓ ସଂଘ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
ସମୁଦାୟ ଓ ସଂଘ ମଧ୍ଯରେ ପାର୍ଥକ୍ୟ କ’ଣ

(ଘ) ଗୋଟିଏ ଜନଜାତିର ଲୋକଙ୍କ ମଧ୍ୟରେ କେଉଁସବୁ ସମାନତା ଦେଖାଯାଏ ?
Answer:

  • ଗୋଟିଏ ଜନଜାତିର ଲୋକମାନେ ନିଜକୁ ଏକ ସାଧାରଣ ବଂଶର ବୋଲି ମନେକରନ୍ତି ।
  • ଏମାନେ ଏକ ସାଧାରଣ ଭାଷାରେ କଥାବାର୍ତ୍ତା ହୁଅନ୍ତି ।
  • ଏମାନେ ସମାନ ପ୍ରକାର କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି ।
  • ଏମାନେ ମିଳିମିଶି ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି ।
  • ଏମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରନ୍ତି ।

(ଙ) ବଂଶ ବିଭାଜନର କାରଣଗୁଡ଼ିକ କ’ଣ ?
Answer:

  • ବଂଶ ବହୁ ପିଢ଼ିର ହୋଇଗଲେ ଏହାର ଲୋକସଂଖ୍ୟା ଅତ୍ୟଧ‌ିକ ହୋଇଯାଏ ।
  • ଫଳରେ ଧାର୍ମିକ କ୍ରିୟା କର୍ମ ପାଳନରେ ଅସୁବିଧା ହୁଏ ।
  • ବେଳେବେଳେ ସେମାନଙ୍କ ମଧ୍ୟରେ ସମ୍ପତ୍ତିଗତ ବିବାଦ ଦେଖାଯାଏ ।
  • ଏପରି ହେବାଦ୍ଵାରା କେତେକ ନିକଟ ସମ୍ପର୍କୀୟ ପରିବାରର ମୂଳବଂଶରୁ ଅଲଗା ହୋଇ ନୂତନ ବଂଶ ସୃଷ୍ଟି କରିବାଦ୍ୱାରା ବଂଶ ବିଭାଜନ ହୋଇଥାଏ । ମାତ୍ର ସମଗ୍ର ବଂଶର ଏକ ସାଧାରଣ ପୂର୍ବପୁରୁଷ ଥାଏ ।

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଚ) ସମାଜର ଉନ୍ନତି କିପରି କରାଯାଇପାରିବ ?
Answer:

  • ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ ହୋଇଥିବାରୁ ବ୍ୟକ୍ତିର ଉନ୍ନତି ହେଲେ ସମାଜର ଉନ୍ନତି ହୁଏ ।
  • ନିଜର ଆବଶ୍ୟକତା ପୁରଣ ସହ ସମାଜରେ ବାସ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଆବଶ୍ୟକତା ପୁରଣ ପାଇଁ ଉଦ୍ୟମ କଲେ ସମାଜର ଉନ୍ନତି ହୋଇଥାଏ ।
  • ବ୍ୟକ୍ତି ନିଜର ଧନଜୀବନ ସୁରକ୍ଷା ସହିତ ଅନ୍ୟମାନଙ୍କର ଧନଜୀବନ ସୁରକ୍ଷା ପ୍ରତି ଦୃଷ୍ଟି ଦେଲେ ସମାଜରେ ସମସ୍ତେ ସୁଖରେ ରହିବେ । ଫଳରେ ସମାଜର ଉନ୍ନତି ହେବ ।
  • ସମାଜରେ ପ୍ରଚଳିତ ଆଦର୍ଶ ନୀତି ଓ ପ୍ରଥାଗୁଡ଼ିକ ବ୍ୟକ୍ତିତ୍ଵ ବିକାଶରେ ସହାୟକ ହୋଇଥାଏ । ତେଣୁ ସମାଜର ନୀତି ଓ ପ୍ରଥାକୁ ଅତୁଟ ରଖିଲେ ସମାଜର ଉନ୍ନତି ହୋଇପାରିବ ।
  • ବ୍ୟକ୍ତି ସମାଜରେ ଉନ୍ନତି ଆଣିପାରିଲେ ସମାଜ ସମୃଦ୍ଧ ହୋଇପାରିବ ।

୨। ତଳେ ଲେଖାଥ‌ିବା ସଂଘଗୁଡ଼ିକ କାର୍ଯ୍ୟ ଦୃଷ୍ଟିରୁ କେଉଁ ପ୍ରକାରର ?

ତଳେ ଲେଖାଥ‌ିବା ସଂଘଗୁଡ଼ିକ କାର୍ଯ୍ୟ ଦୃଷ୍ଟିରୁ କେଉଁ ପ୍ରକାରର

୩। ଶୂନ୍ୟସ୍ଥାନ ପୂରଣ କର ।

(କ) କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ ହେଉଛି _______________ ।
Answer:
ପରିବାର

(ଖ) ସାଧାରଣ ଲକ୍ଷ୍ୟ ସାଧନ ପାଇଁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ମିଶି ________________ ଗଠନ କରିଥାଆନ୍ତି ।
Answer:
ସଂଘ

(ଗ) ଲୋକମାନଙ୍କ ମଧ୍ୟରେ ସମ୍ପର୍କର ନିବିଡ଼ତା _______________ ସମୁଦାୟରେ ଅଧ୍ଵ ।
Answer:
କ୍ଷୁଦ୍ର

(ଘ) ସାନ୍ତି।ଳ ଜନଜାତିର ଲୋକମାନେ _______________ ଭାଷାରେ କଥାବାର୍ତ୍ତା କରନ୍ତି ।
Answer:
ସାନ୍ତାଳୀ

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଙ) ରକ୍ତ ସମ୍ପର୍କୀୟ ପରିବାରମାନଙ୍କୁ ନେଇ ______________ ଗଠିତ ।
Answer:
ବଂଶ

୪। ଠିକ୍ତ ଉକ୍ତି ପାଖରେ (✓) ଚିହ୍ନ ଓ ଭୁଲ ଉକ୍ତି ପାଖରେ (x) ଚିହ୍ନ ଦିଅ ।
(ପ୍ରଶ୍ନ ସହ ଉତ୍ତର)

(କ) ଏକକ ପରିବାରରେ ବାପା, ମା’, ଦାଦା, ଖୁଡ଼ୀ, ସେମାନଙ୍କର ପିଲାମାନେ ମିଳିମିଶି ରହନ୍ତି ।
Answer:
x

(ଖ) ସମୁଦାୟ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥାଏ ।
Answer:

(ଗ) ସମାଜ ସହ ବ୍ୟକ୍ତିର ସମ୍ପର୍କ ନଥାଏ ।
Answer:
x

(ଘ) ପରିବାରରୁ ଶିଶୁ ବିଭିନ୍ନ ଗୁଣ ଶିକ୍ଷାକରେ ।
Answer:

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

୫। ସଂପର୍କକୁ ଲକ୍ଷ୍ୟ କରି ଶୂନ୍ୟସ୍ଥାନ ପୂରଣ କର ।
(ପ୍ରଶ୍ନ ସହ ଉତ୍ତର)

(କ) ପୁତ୍ର : ପିତାଙ୍କ ଗୋତ୍ର :: ବିବାହିତା କନ୍ୟା : ପତିଙ୍କ ଗୋତ୍ର
(ଖ) ପରଜା : କୋରାପୁଟ :: ବଣ୍ଡା : ମାଲକାନଗିରି
(ଗ) ଆତ୍ମନିର୍ଭରଶୀଳତା : କ୍ଷୁଦ୍ର ସମୁଦାୟ :: ସାମାଜିକ ନିରାପତ୍ତା : ବୃହତ୍ ସମୁଦାୟ
(ଘ) ପରିବାର : ଚିରସ୍ଥାୟୀ :: ରାଜନୈତିକ ଦଳ : ଅସ୍ଥାୟୀ

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

Odisha State Board BSE Odisha Class 9 Political Science Notes Chapter 7 ଜାତୀୟ ସଂହତି will enable students to study smartly.

BSE Odisha Class 9 Political Science Notes Chapter 7 ଜାତୀୟ ସଂହତି

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ଜାତୀୟ ସଂହତି ଏକ ଭାବଗତ ଓ ମନସ୍ତାତ୍ତ୍ଵିକ ଧାରଣା ।
  • ଏହା ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା କରିଥାଏ ବା ଅନୈକ୍ୟ ମଧ୍ୟ ଐକ୍ୟ ପ୍ରତିଷ୍ଠା କରିଥାଏ ।
  • ଜାତୀୟ ସଂହତିର ମୂଳମନ୍ତ୍ର ହେଲା – ଦେଶାତ୍ମବୋଧର ପ୍ରେରଣା, ମାତୃଭୂମି ପ୍ରତି ଏକାନ୍ତ ସ୍ନେହ, ପ୍ରେମ ଓ ମାତୃଭୂମିର ନିରାପତ୍ତା ପାଇଁ ପ୍ରତିବଦ୍ଧତା ଏବଂ ଦେଶମାତୃକାର ସେବା ଓ ସଙ୍କଳ୍ପର ପରାକାଷ୍ଠା ।

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

ବିଷୟବସ୍ତୁର ରୂପରେଖ :

  • ଜାତୀୟ ସଂହତିର ସଂଜ୍ଞା
  • ଜାତୀୟ ସଂହତିର ପ୍ରକାରଭେଦ
  • ଭାରତରେ ଜାତୀୟ ସଂହତି ରକ୍ଷା ପାଇଁ ସାମ୍ବିଧାନିକ ବ୍ୟବସ୍ଥା
  • ଜାରତୀୟ ଜାତୀୟ ସଂହତି ପଅରେ ଅବା ପ୍ରତିବଷ୍ଠକ
  • ଜାରତରେ ଜାତୀୟ ସଂହତିର ପ୍ରରେଷ୍ଠା ପାଇଁ ପଦଷ୍ଟେପ

* ଜାତୀୟ ସଂହତି ଏକ ବହୁମୁଖୀ ସାମାଜିକ ପ୍ରକ୍ରିୟା

  • ଅନେକ ବିଭିନ୍ନତା ସତ୍ତ୍ଵେ ନିଜକୁ ଭାରତର ନାଗରିକ ଭାବରେ ବିଚାର କରି ଦେଶାତ୍ମବୋଧରେ ଉଦବୃଦ୍ଧ ହେଲେ ଜାତୀୟ ସଂହତି ଅକ୍ଷୁଣ୍ଣ ରହିବ ।

ଜାତୀୟ ସଂହତିର ସଂଜ୍ଞା :

  • ବ୍ୟାପକ ଅର୍ଥରେ ଜାତୀୟ ସଂହତି ହେଉଛି ଏକ ପ୍ରକ୍ରିୟା, ଯେଉଁ ପ୍ରକ୍ରିୟା ମାଧ୍ୟମରେ ଗୋଟିଏ ଦେଶରେ ବାସ କରୁଥିବା ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଗୋଷ୍ଠୀ ସେହି ନିର୍ଦ୍ଦିଷ୍ଟ ରାଷ୍ଟ୍ର ନାମରେ ନିଜର ପରିଚୟ ସାବ୍ୟସ୍ତ କରନ୍ତି ।’

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

* ବିଭିନ୍ନତା ମଧ୍ୟରେ ଏକତା ଓ ଅନେକତ୍ଵ ମଧ୍ୟରେ ଏକତ୍ଵ ହେଉଛି ଜାତୀୟ ସଂହତିର ମୂଳାଧାର ଓ ମୂଳମନ୍ତ୍ର।

→ ଜାତୀୟ ସଂହତିର ପ୍ରକାରଭେଦ :
BSE Odisha 9th Class Political Science Notes Chapter 7 ଜାତୀୟ ସଂହତି Q.1

→ ଭାରତ ପରିପ୍ରେକ୍ଷୀରେ ଜାତୀୟ ସଂହତି :

  • ଭାରତ ବହୁ ଧର୍ମ, ବହୁ ଭାଷା, ବହୁ ସଂସ୍କୃତିର ଆବାସସ୍ଥଳୀ । ତେଣୁ ଭାରତରେ ଜାତୀୟ ସଂହତିଉପରେ ଗୁରୁତ୍ୱାରୋପ କରାଯାଇଛି ।

* ଭାରତ ଅନୈକ୍ୟ ମଧ୍ୟରେ ଐକ ପାଇଁ ପ୍ରସିଦ୍ଧ । ଭିସେଣ୍ଟ ସ୍ମିଥ୍

→ ଭାରତରେ ଜାତୀୟ ସଂହତି ରକ୍ଷା ପାଇଁ ସାମ୍ବିଧାନିକ ବ୍ୟବସ୍ଥା :

  • ଭାରତ ସମ୍ବିଧାନରେ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ତିନିଗୋଟି ମୁଖ୍ୟ ବ୍ୟବସ୍ଥା ରହିଛି; ଯଥା ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଏବଂ ଅର୍ଥନୈତିକ ବିକାଶ ।

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

→ ଧର୍ମନିରପେକ୍ଷତା :

  • ସବୁ ଧର୍ମ ପ୍ରତି ସହନଶୀଳତା ପ୍ରଦର୍ଶନ ଏବଂ ପରସ୍ପରର ଧର୍ମ ପ୍ରତି ସହୃଦୟତା ଓ ସମ୍ମାନ ପ୍ରଦର୍ଶନକୁ ଧର୍ମନିରପେକ୍ଷତା କୁହାଯାଏ ।
  • ଆମ ସମ୍ବିଧାନର ପ୍ରସ୍ତାବନାରେ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ସୂଚିତ କରାଯାଇଛି ।
  • ସମ୍ବିଧାନର ଧାରା ୨୫ ରୁ ୨୮ ମଧ୍ୟରେ ଧର୍ମଗତ ସ୍ଵାଧୀନତା ଅଧିକାର ବିଷୟରେ କୁହାଯାଇଛି ।

→ ସାମାଜିକ ନ୍ୟାୟ :

  • ସମ୍ବିଧାନରେ ଥ‌ିବା ସମାନତାର ଅଧିକାର ଏବଂ ସ୍ଵାଧୀନତାର ଅଧିକାର ବ୍ୟବସ୍ଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ଲାଗି ପ୍ରତିଶ୍ରୁତିବଦ୍ଧ ।
  • ଅନୁସୂଚିତ ଜାତି ଓ ଜନଜାତି, ଶିଶୁ ଓ ମହିଳାଙ୍କ ବିକାଶ ପାଇଁ ସମ୍ବିଧାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
  • ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ, ଗରିବ ଲୋକମାନଙ୍କ ପାଇଁ ମାଗଣା ଆଇନ ସହାୟତା ବ୍ୟବସ୍ଥା ମଧ୍ୟ ସମ୍ବିଧାନରେ ଉଲ୍ଲେଖ କରାଯାଇଛି ।
  • ଶ୍ରମିକମାନଙ୍କ ପାଇଁ ଉଚିତ ପାରିଶ୍ରମିକ ବ୍ୟବସ୍ଥା, ଅନଗ୍ରସରବର୍ଗଙ୍କ ପାଇଁ ସ୍ବତନ୍ତ୍ର ଅନୁଦାନ ବ୍ୟବସ୍ଥା ସାମାଜିକ ନ୍ୟାୟ ସ୍ଥାପନ ପାଇଁ ସହାୟକ ହୋଇଥାଏ ।

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

* ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖକୁ ଭାରତରେ ଜାତୀୟ ସଂହତି ଦିବସ ରୂପେ ପାଳନ କରାଯାଏ ।

→ ଭାରତୀୟ ଜାତୀୟ ସଂହତି ପଥରେ ଥ‌ିବା ପ୍ରତିବନ୍ଧକ :
BSE Odisha 9th Class Political Science Notes Chapter 7 ଜାତୀୟ ସଂହତି Q. 2

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

→ ଭାରତରେ ଜାତୀୟ ସଂହତିର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ :

  • ସମଗ୍ର ଦେଶରେ ଏକ ସୁଦୃଢ଼ ତଥା ସ୍ଥିର ଓ ସ୍ଵଚ୍ଛ ଶାସନ ବ୍ୟବସ୍ଥା କରିବା ।
  • ସାମ୍ପ୍ରଦାୟିକ ସହଯୋଗ ଓ ସହନଶୀଳ ମନୋଭାବ ସୃଷ୍ଟି କରିବା ।
  • ଗଣତାନ୍ତ୍ରିକ ମୂଲ୍ୟବୋଧ, ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା, ସାଂସ୍କୃତିକ ସଂହତି ପ୍ରତିଷ୍ଠା କରିବା ।
  • ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା କରିବା ।
  • ଜନସାଧାରଣଙ୍କ ମନରେ ଦେଶପ୍ରେମଭାବ ଜାଗ୍ରତ କରିବା ।
  • ଜାତୀୟ ସଂହତି ପାଇଁ ଭାବାତ୍ମକ ଏକତା ଓ ସୁଦୃଢ଼ ମନୋବଳ ଆବଶ୍ୟକ । ଏଥପାଇଁ ବ୍ୟକ୍ତି-ଚରିତ୍ର ପରିବର୍ତ୍ତନ ହେବା ଆବଶ୍ୟକ ।

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

Odisha State Board BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ Important Questions and Answers.

BSE Odisha Class 7 History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଇଂରେଜମାନେ କିଭଳି ଭାରତରେ ବାଣିଜ୍ୟ ଆରମ୍ଭ ଓ ପ୍ରସାର ଘଟାଇଥିଲେ ?
Answer:

  • ଦରବାରକୁ ପଠାଇ ଅନେକ ବାଣିଜ୍ୟ ସୁବିଧା ହାସଲ କରିଥିଲେ ।
  • ୧୬୧୯ ଖ୍ରୀ.ଅ.ରେ ସାର୍‌ ଟମାସ୍ ରୋ ଭାରତରୁ ବିଦାୟ ନେବାବେଳକୁ ଆଗ୍ରା, ଅହମ୍ମଦାବାଦ, ସୁରଟ ଆଦି କରିଥିଲେ ।
  • ଏହାପରେ ଇଂରେଜମାନେ ଭାରତର ଦକ୍ଷିଣ-ପୂର୍ବ ଉପକୂଳରେ ବାଣିଜ୍ୟକୋଠି ନିର୍ମାଣ ପାଇଁ ଉଦ୍ୟମ କରିଥିଲେ ।
  • ଫଳରେ ସେମାନେ ଗୋଲକୁଣ୍ଡା ରାଜ୍ୟର ମୁଖ୍ୟ ପୋତାଶ୍ରୟ ମୁସଲିପତ୍ତନମ୍, ବମ୍ବେ, ବଙ୍ଗଦେଶର ସୁତାନଟି ଓ ଓଡ଼ିଶାର ବାଲେଶ୍ଵରଠାରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲେ ।

୨। ଭାରତର ପର୍ତ୍ତୁଗୀଜ ବାଣିଜ୍ୟ ପ୍ରତିଷ୍ଠାନର ପ୍ରଚାର, ପ୍ରସାର ଓ ବିପର୍ଯ୍ୟୟର କାରଣ ଲେଖ ।
Answer:

  • ୧୫୦୨ ଖ୍ରୀ.ଅରେ ଭାସ୍କୋଡ଼ାଗାମା ଭାରତକୁ ପୁନର୍ବାର ଆସି ଜାମୋରିନ୍‌ଙ୍କ ଅନୁମତି କ୍ରମେ କାଲିକଟ୍‌ଠାରେ ଏକ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
  • ମାଲବାର ଉପକୂଳରେ ବାଣିଜ୍ୟିକ ପ୍ରତିଦ୍ବନ୍ଦିତା ହେତୁ ୧୫୦୦ରୁ ୧୫୦୫ ଖ୍ରୀ.ଅ. ପର୍ଯ୍ୟନ୍ତ ପର୍ତ୍ତୁଗୀଜ ଓ ଆରବ ମଧ୍ୟରେ ଯୁଦ୍ଧ ହୋଇଥିଲା । ଶେଷରେ ଆରବ ବଣିକଙ୍କ ପ୍ରାଧାନ୍ୟ ଲୋପ ପାଇ ପର୍ତ୍ତୁଗୀଜ୍‌ମାନଙ୍କ ପ୍ରାଧାନ୍ୟ ପ୍ରତିଷ୍ଠିତ ହେଲା ।
  • ପର୍ତ୍ତୁଗୀଜ ବାଣିଜ୍ୟ ପ୍ରତିଷ୍ଠାନର ପରିଚାଳନା ନିମନ୍ତେ ୩ ବର୍ଷ ପାଇଁ ଜଣେ ଲେଖାଏଁ ଗଭର୍ଣ୍ଣର ନିଯୁକ୍ତି ପାଇଲେ ।
  • ଫ୍ରାନ୍‌ସିସ୍କୋଡ଼ି ଆମିଡ଼ା ପ୍ରଥମ ପର୍ତ୍ତୁଗୀଜ ଗଭର୍ଣ୍ଣର ଥିଲେ । ପର୍ତ୍ତୁଗୀଜ ଗଭର୍ଣ୍ଣରମାନଙ୍କ ସର୍ବଶ୍ରେଷ୍ଠ ଆଲବୁକର୍କ ବିଜାପୁର ସୁଲତାନ୍‌ଙ୍କଠାରୁ ଗୋଆ ବନ୍ଦର ଦଖଲ କରିଥିଲେ । ପରବର୍ତ୍ତୀ କାଳରେ ଡାମନ, ଡିଉ, ସାଲସେଟ୍ ବେସିନ୍, ମୁମ୍ବାଇ, ହୁଗୁଳୀ ପର୍ତ୍ତୁଗୀଜମାନଙ୍କ ଅଧୀନକୁ ଆସିଥିଲା ।
  • ସେମାନେ ପ୍ରାୟ ୧୦୦ ବର୍ଷ କାଳ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଅଷ୍ଟାଦଶ . ଶତାବ୍ଦୀବେଳକୁ ଇଂରେଜ ଓ ଫରାସୀମାନଙ୍କ ସହ ପ୍ରବଳ ପ୍ରତିଦ୍ବନ୍ଦିତା କାରଣରୁ ସେମାନଙ୍କ ପ୍ରଭାବ ଲୋପ ପାଇଗଲା ।.

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତର ଉତ୍କୃଷ୍ଟ ଦ୍ରବ୍ୟଗୁଡ଼ିକ ବିଷୟରେ କିଏ ଇଉରୋପୀୟମାନଙ୍କ ନିକଟରେ ଜଣାଇଥିଲେ ? ଭାରତ ଭାରତରୁ କେଉଁ ଦ୍ରବ୍ୟଗୁଡ଼ିକ ଇଉରୋପକୁ ଯାଉଥିଲା ?
Answer:

  • ଇଟାଲୀ ପରିବ୍ରାଜକ ମାର୍କୋପୋଲୋ ଏସିଆ ଭ୍ରମଣରେ ଆସି ଭାରତର ଉତ୍କୃଷ୍ଟ ଦ୍ରବ୍ୟଗୁଡ଼ିକ ସଂପର୍କରେ ଇଉରୋପୀୟମାନଙ୍କୁ ଜଣାଇଥିଲେ ।
  • ଭାରତରୁ ପାଟବସ୍ତ୍ର, ଲବଙ୍ଗ, ମରିଚ ଆଦି ମସଲା, ମୂଲ୍ୟବାନ ପଥର, ହାତୀଦାନ୍ତ, ହୀରା, ମୁକ୍ତା ଓ ସୂକ୍ଷ୍ମ କାର୍ପାସ ବସ୍ତ୍ର ଓ ଅନ୍ୟାନ୍ୟ ବିଳାସ ସାମଗ୍ରୀ ଇଉରୋପକୁ ଯାଉଥିଲା ।

୨। କାହାର ରାଜତ୍ଵକାଳକୁ ଇଂଲଣ୍ଡ ଇତିହାସରେ ସୁବର୍ଣ୍ଣଯୁଗ କୁହାଯାଏ ? ତାଙ୍କ ଶାସନ ସମୟରେ କିଏ ଜଳପଥରେ ପୃଥ‌ିବୀ ପ୍ରଦକ୍ଷିଣ କରିଥିଲେ ?
Answer:

  • ରାଣୀ ଏଲିଜାବେଥଙ୍କ ରାଜତ୍ଵକାଳକୁ ଇଂଲଣ୍ଡ ଇତିହାସରେ ସୁବର୍ଣ୍ଣଯୁଗ କୁହାଯାଏ ।
  • ତାଙ୍କ ଶାସନ ସମୟରେ ନାବିକ, ଫ୍ରାନ୍‌ସିସ୍ ଡ୍ରେକ୍ ଜଳପଥରେ ପୃଥ‌ିବୀ ପ୍ରଦକ୍ଷିଣ କରିଥିଲେ ।

୩ । ଭାରତରେ ପର୍ତ୍ତୁଗୀଜ ଗଭର୍ଣ୍ଣରମାନଙ୍କ ମଧ୍ୟରେ କିଏ ସର୍ବଶ୍ରେଷ୍ଠ ଥିଲେ ? ତାଙ୍କୁ ପର୍ତ୍ତୁଗୀଜ ଇତିହାସରେ କେଉଁ ସ୍ଥାନ ଦିଆଯାଏ ?
Answer:

  • ଭାରତରେ ପର୍ତ୍ତୁଗୀଜ ଗଭର୍ଣ୍ଣରମାନଙ୍କ ମଧ୍ୟରେ ଆଲବୁକକର୍କ ସର୍ବଶ୍ରେଷ୍ଠ ଥିଲେ ।
  • ତାଙ୍କୁ ପର୍ତ୍ତୁଗୀଜ ଇତିହାସରେ କ୍ଲାଇବ୍ଲଙ୍କ ସ୍ଥାନ ଦିଆଯାଏ ।

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୪। କେଉଁମାନଙ୍କୁ ଦିନାମାର କୁହାଯାଏ ? ସେମାନେ ଭାରତର କେଉଁଠାରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ?
Answer:

  • ଡେନ୍‌ମାର୍କର ଅଧିବାସୀମାନଙ୍କୁ ଦିନାମାର କୁହାଯାଏ ।
  • ସେମାନେ ବଙ୍ଗଦେଶର ଶ୍ରୀରାମପୁରଠାରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ।

୫। ଇଂରେଜି ଇଷ୍ଟଇଣ୍ଡିଆ କମ୍ପାନୀ କିପରି ବମ୍ବେକୁ ଲାଭ କରିଥିଲା ?
Answer:

  • ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସ ପର୍ତ୍ତୁଗାଲ୍‌ର ରାଜକନ୍ୟା କାଥେରାଇନ୍‌ଙ୍କୁ ବିବାହ କରି ବମ୍ବେକୁ ଯୌତୁକରୂପେ ପାଇଥିଲେ ।
  • ପରେ ସେ ଏହାକୁ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଥିଲେ ।

୬। ଓଲନ୍ଦାଜ୍ କେଉଁମାନଙ୍କୁ କୁହାଯାଏ ? ସେମାନେ ଓଡ଼ିଶାର କେଉଁଠାରେ ଏକ ବାଣିଜ୍ୟକେନ୍ଦ୍ର ସ୍ଥାପନ କରିଥିଲେ ?
Answer:

  • ହଲାଣ୍ଡର ଅଧିବାସୀମାନଙ୍କୁ ଓଲନ୍ଦାଜ ବା ଡଚ୍ କୁହାଯାଏ ।
  • ସେମାନେ ଓଡ଼ିଶାର ବାଲେଶ୍ଵରଠାରେ ଏକ ବାଣିଜ୍ୟକେନ୍ଦ୍ର ସ୍ଥାପନ କରିଥିଲେ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 

୧। ଖ୍ରୀଷ୍ଟୀୟ ୧ମ ଶତାବ୍ଦୀରେ ଭାରତର କେଉଁ ସାମ୍ରାଜ୍ୟ ସହ ବାଣିଜ୍ୟ କାରବାର ଚାଲିଥିଲା ?
Answer:
ଖ୍ରୀଷ୍ଟୀୟ ୧ମ ଶତାବ୍ଦୀରେ କନିଷ୍କଙ୍କ ରାଜତ୍ଵ କାଳରେ ଅଗଷ୍ଟସ୍ ସିଜାର୍‌ଙ୍କ ରୋମ୍ ସାମ୍ରାଜ୍ୟ ସହିତ ଭାରତର ବାଣିଜ୍ୟ କାରବାର ଚାଲିଥିଲା ।

୨। କଲମ୍ବସ୍ ଭାରତକୁ ଜଳପଥରେ ଆସିବାକୁ ଚେଷ୍ଟାକରି କ’ଣ ଆବିଷ୍କାର କରିଥିଲେ ?
Answer:
କଲମ୍ବସ୍ ଜଳପଥରେ ଭାରତକୁ ଆସିବାକୁ ଚେଷ୍ଟାକରି ଆମେରିକା ଆବିଷ୍କାର କରିଥିଲେ ।

୩ । ଡର୍‌ମାନେ ଭାରତର କେଉଁ କେଉଁ ସ୍ଥାନରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ?
Answer:
ଡବ୍‌ମାନେ ଭାରତର ଗୁଜରାଟ, କରମଣ୍ଡଳ ଉପକୂଳ, ବଙ୍ଗ,ବିହାର ଆଦି ଅଞ୍ଚଳରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ।

୪। ୧୭୧୭ କେଉଁ ମୋଗଲ ସମ୍ରାଟଙ୍କ ଅନୁମତି କ୍ରମେ ଇଂରେଜମାନେ ବଙ୍ଗରେ ବାଣିଜ୍ୟିକ ସୁବିଧା ହାସଲ କରିଥିଲେ ?
Answer:
୧୭୧୭ ମୋଗଲ ସମ୍ରାଟ ଫାରୁକ୍ ସୟାରଙ୍କ ଅନୁମତି କ୍ରମେ ଇଂରେଜମାନେ ବଙ୍ଗରେ ବାଣିଜ୍ୟିକ ସୁବିଧା ହାସଲ କରିଥିଲେ ।

୫। ମାର୍କୋପୋଲୋ କିଏ ଥିଲେ ?
Answer:
ମାର୍କୋପୋଲୋ ଜଣେ ଇଟାଲୀ ପରିବ୍ରାଜକ ଥିଲେ ।

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୬। ଭାସ୍କୋଡ଼ାଗାମା ସମୁଦ୍ର ପଥଦେଇ ଲିସ୍‌କୁ ଫେରିବାବେଳେ କ’ଣ ହରାଇଥିଲେ ?
Answer:
ଭାସ୍କୋଡ଼ାଗାମା ସମୁଦ୍ରପଥ ଦେଇ ଲିସ୍‌ବନ୍‌କୁ ଫେରିବା ସମୟରେ ଚାରୋଟି ଜାହାଜ ଓ ୧୭୦ଜଣ ଲୋକଙ୍କୁ ହରାଇଥିଲେ ।

୭। ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ କେଉଁଠାରେ ବାଣିଜ୍ୟ କରିଥିଲା ?
Answer:
ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରଥମେ ଜାଭା ଓ ସୁମାତ୍ରା ଆଦି ସ୍ଥାନରେ ବାଣିଜ୍ୟ କରିଥିଲା ।

Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର
(କ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବା ବାକ୍ୟାଶ ବାଛି ଶୂନ୍ୟସ୍ଥାନ ପୂରଣ କର ।

୧। ___________________ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
(ତୃତୀୟ, ତ୍ରୟୋଦଶ, ପଞ୍ଚଦଶ)
Answer:
ପଞ୍ଚଦଶ

୨। ପ୍ରଥମ ଶତାବ୍ଦୀରେ ରୋମରେ ଶାସନ କରୁଥିବା ଅଗଷ୍ଟସ୍‌ଙ୍କ ରାଜତ୍ଵ ସମୟରେ ରୋମ ଓ ଭାରତର _________________ ନାମକ ଏକ ସାହସୀ ଯୁବକ ଏସିଆ ଭ୍ରମଣ କରିଥିଲେ।
(ରାଜନୈତିକ, ବାଣିଜ୍ୟିକ, ସାଂସ୍କୃତିକ)
Answer:
ବାଣିଜ୍ୟିକ

୩ । ତ୍ରୟୋଦଶ ଶତାବ୍ଦୀରେ ଇଟାଲାର _________________________ ନାମକ ଏକ ସାହସୀ ଯୁବକ ଏସିଆ ଭ୍ରମଣ କରିଥିଲେ ।
(ମାର୍କୋପୋଲୋ, ବାର୍ଥଲୋମିଓ ଡାଏଜ୍, କଲମ୍ବସ୍)
Answer:
ମାର୍କୋପୋଲୋ

୪। କଲମ୍ବସ୍ ପର୍ତ୍ତୁଗୀଜ୍ ସରକାରଙ୍କର ଜଣେ _____________________ ମାନେ ସବୁଠାରୁ ଆଗୁଆ ଥିଲେ ।
(ଡବ୍, ପର୍ତ୍ତୁଗୀଜ୍, ଦିନାମାର)
Answer:
ପର୍ତ୍ତୁଗୀଜ୍

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୫ । କଲମ୍ବସ୍ ପର୍ତ୍ତୁଗୀଜ୍ ସରକାରଙ୍କର ଜଣେ ________________ ଥିଲେ । (ନାବିକ, ଚିତ୍ରକର, ରାଜକର୍ମଚାରୀ)
(ନାବିକ, ଚିତ୍ରକର, ରାଜକର୍ମଚାରୀ)
Answer:
ରାଜକର୍ମଚାରୀ

୬। କଲମ୍ବସ୍ ଜଳଯାତ୍ରା କରି ଭାରତରେ ନ ପହଞ୍ଚି ________________ ଠାରେ ପହଞ୍ଚିଲେ ।
(ଆଫ୍ରିକା, ଆମେରିକା, ଆଣ୍ଟାର୍କଟିକା)
Answer:
ଆମେରିକା

୭ । ____________________ ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ।
(ଏସିଆ, ଆଫ୍ରିକା, ଦକ୍ଷିଣ ଆମେରିକା)
Answer:
ଆଫ୍ରିକା

୮ । __________________________ ଖ୍ରୀଷ୍ଟାବ୍ଦରେ ଭାସ୍କୋଡ଼ାଗାମା ଭାରତର ପଶ୍ଚିମ ଉପକୂଳରେ ଥ‌ିବା କାଲିକଟ୍ ନାମକ ସ୍ଥାନରେ ପହଞ୍ଚିଲେ ।
(୧୪୫୩, ୧୫୦୨, ୧୪୯୮)
Answer:
୧୪୯୮

୯। କାଲିକଟ୍‌କୁ ଶାସନ କରୁଥିବା ରାଜା ଜାମୋରିନ୍ ____________________ ଥିଲେ ।
(ମୁସଲମାନ, ବୌଦ୍ଧ, ହିନ୍ଦୁ)
Answer:
ହିନ୍ଦୁ

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୧୦ । ଭାରତରେ ପର୍ତ୍ତୁଗୀଜ୍ ଗଭର୍ଣ୍ଣରମାନେ ________________________ବର୍ଷ ପାଇଁ ନିଯୁକ୍ତି ପାଉଥିଲେ ।
(୨, ୩, ୫)
Answer:

(ଖ) ପ୍ରତ୍ୟେକ ପ୍ରଶ୍ନତଳେ ପ୍ରଦତ୍ତ ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ଫରାସୀମାନେ କେଉଁ ଶତାବ୍ଦୀରେ ଭାରତକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଆଗମନ କରିଥିଲେ ?
(i) ତୟୋଦଶ ଶତାବ୍ଦୀ
(ii) ପଞ୍ଚଦଶ ଶତାବ୍ଦୀ
(iii) ଷୋଡ଼ଶ ଶତାବ୍ଦୀ
(iv)ସପ୍ତଦଶ ଶତାବ୍ଦୀ
Answer:
(iv)ସପ୍ତଦଶ ଶତାବ୍ଦୀ

୨। ୧୪୫୩ ଖ୍ରୀଷ୍ଟାବ୍ଦରେ କେଉଁମାନେ କନ୍‌ଷ୍ଟାଣ୍ଟିନୋପଲ୍ ଅତ୍‌କାର କରିଥିଲେ ?
(i) ଡମାନେ
(ii) ପର୍ତ୍ତୁଗୀଜ୍‌ମାନେ
(iii) ଦିନାମାରମାନେ
(iv) ତୁର୍କମାନେ
Answer:
(iv) ତୁର୍କମାନେ

୩ । ବାର୍ଥଲୋମିଓ ଡାଏଜ୍ କେଉଁ ଦେଶର ନାବିକ ଥଲେ ?
(i) ଇଂଲଣ୍ଡ
(ii) ପର୍ତ୍ତୁଗାଲ୍
(iii) ସେନ୍
(iv) ହଲାଣ୍ଡ
Answer:
(ii) ପର୍ତ୍ତୁଗାଲ୍

୪। ୧୭୧୭ ଖ୍ରୀ.ଅ.ରେ କିଏ ଇଂରେଜ ମାନଙ୍କୁ ବଙ୍ଗ ଦେଶରେ ବାଣିଜ୍ୟ କରିବାକୁ କେତେକ ସୁବିଧା ଦେଇଥିଲେ ?
(i) ବାହାଦୂରଶାହା
(ii) ଫାରୁକ୍ ସୟାର
(iii) ଜାହାଙ୍ଗୀର
(iv) ଔରଙ୍ଗଜେବ୍
Answer:
(ii) ଫାରୁକ୍ ସୟାର

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୫। ନିମ୍ନୋକ୍ତ କିଏ ଜଳଯାତ୍ରା କରି ୧୪୯୮ ଖ୍ରୀ.ଅ.ରେ ଭାରତର ପଶ୍ଚିମ ଉପକୂଳରେ ଥ‌ିବା କାଲିକଟ୍ ନାମକ ସ୍ଥାନରେ ପହଞ୍ଚିଲେ ?
(i) ବାର୍ଥଲୋମିଓ ଡାଏଜ୍
(ii) କଲମ୍ବସ୍
(iii) ମାର୍କୋପୋଲୋ
(iv) ଭାସ୍କୋଡ଼ାଗାମା
Answer:
(iv) ଭାସ୍କୋଡ଼ାଗାମା

୬। ନିମ୍ନୋକ୍ତ ମଧ୍ୟରୁ ପର୍ତ୍ତୁଗାଲର ରାଜଧାନୀ କିଏ ?
(i) ଲିସବନ୍
(ii) କାଲିକଟ୍
(iii) ଇଟାଲୀ
(iv) ବୁଦାପେଷ୍ଟ
Answer:
(i) ଲିସବନ୍

୭। ନିମ୍ନୋକ୍ତ କିଏ ପର୍ତ୍ତୁଗୀଜମାନଙ୍କର ପ୍ରଥମ ଗଭର୍ଣ୍ଣର ଥିଲେ ?
(i) ଲବୁକର୍କ
(ii) ଜାମୋରିନ୍‌
(iii) ଫ୍ରାନ୍‌ସିସ୍କୋଡ଼ି ଆଲ୍‌ମିଡ଼ା
(iv) ପେଡ୍ରୋଆଲଭାରେଜ୍ କାବ୍ରେଲ
Answer:
(iii) ଫ୍ରାନ୍‌ସିସ୍କୋଡ଼ି ଆଲ୍‌ମିଡ଼ା

୮। ନିମ୍ନୋକ୍ତ ମଧ୍ୟରୁ କାହାକୁ ପର୍ତ୍ତୁଗୀଜ୍ ଇତିହାସରେ କ୍ଲାଇନ୍କଙ୍କ ସ୍ଥାନ ଦିଆଯାଏ ?
(i) ଫ୍ରାନ୍‌ସିସ୍କୋଡ଼ି ଆମିଡ଼ା
(ii) ପେଟ୍ରୋଆଲ୍‌ଭାରେଜ୍ କାବ୍ରେଲ
(iii) ଭାସ୍କୋଡ଼ାଗାମା
(iv) ଆଲବୁକର୍କ
Answer:
(iv) ଆଲବୁକର୍କ

୯। ନିମ୍ନୋକ୍ତ କିଏ ଭାରତକୁ ଜଳଯାତ୍ରାରେ ବାହାରି ଆମେରିକାରେ ପହଞ୍ଚିଥିଲେ ?
(i) କଲମ୍ବସ୍
(ii) ଭାସ୍କୋଡ଼ାଗାମା
(iii) ପେଡ୍ରୋଆଭାରେଜ କାବ୍ରେଲ
(iv) ଫ୍ରାନ୍‌ସିସ୍ ଡ୍ରେକ୍
Answer:
(i) କଲମ୍ବସ୍

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୧୦ । ଦିନାମାରମାନେ ବଙ୍ଗଦେଶର ନିମ୍ନୋକ୍ତ କେଉଁ ସ୍ଥାନରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ?
(i) ଚଦନନଗର
(ii) ଶ୍ରୀରାମପୁର
(iii) ସୁତାନଟି
(iv) ଗୋବିନ୍ଦପୁର
Answer:
(ii) ଶ୍ରୀରାମପୁର

୧୧। ଇଂଲଣ୍ଡର ରାଜା ପ୍ରଥମ ଜେମସ୍ ସାର୍ ଟମାସ୍ ରୋ ନାମକ ରାଜଦୂତଙ୍କୁ ଭାରତର କେଉଁ ମୋଗଲ ସମ୍ରାଟଙ୍କ ଦରବାରକୁ ପଠାଇଥିଲେ ?
(i) ଆକବର
(ii) ଶାହାଜାହାନ୍
(iii) ଜାହାଙ୍ଗୀର
(iv) ଔରଙ୍ଗଜେବ୍
Answer:
(iii) ଜାହାଙ୍ଗୀର

୧୨ । ପ୍ରଥମ କର୍ଣ୍ଣାଟକ ସମର କେଉଁ ଖ୍ରୀଷ୍ଟାବ୍ଦ ମଧ୍ୟରେ ହୋଇଥିଲା ?
(i) ୧୬୬୪-୧୭୧୫ ଖ୍ରୀଷ୍ଟାବ୍ଦ
(iii) ୧୭୧୬-୧୭୪୬ ଖ୍ରୀଷ୍ଟାବ୍ଦ
(ii) ୧୬୬୫-୧୭୧୬ ଖ୍ରୀଷ୍ଟାବ୍ଦ
(iv) ୧୭୪୬-୧୭୬୩ ଖ୍ରୀଷ୍ଟାବ୍ଦ
Answer:
(i) ୧୬୬୪-୧୭୧୫ ଖ୍ରୀଷ୍ଟାବ୍ଦ

BSE Odisha 9th Class Political Science Notes Chapter 4 ମାନବାଧିକାର

Odisha State Board BSE Odisha Class 9 Political Science Notes Chapter 4 ମାନବାଧିକାର will enable students to study smartly.

BSE Odisha Class 9 Political Science Notes Chapter 4 ମାନବାଧିକାର

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ସଂଯୁକ୍ତ ରାଷ୍ଟ୍ରସଂଘ (UNO)ର ସନନ୍ଦ ରେ ମାନବାଧ୍ୟାରକ୍ତ ବିପ୍ଳବର ମୌଳିକ ଅଧିକାର ରୂପେ ଉଲ୍ଲେଖ କରାଯାଇଥିଲା ।
  • ୧୯୪୮ ମସିହା ଡିସେମ୍ବର ମାସ ୧୦ ତାରିଖ ଦି ନ ସଂଯୁକ୍ତ ରାଷ୍ଟ୍ର ସଂଘର ସାଧାରଣ (Universal Declaration of Human Rights) ଗୃହୀତ ହୋଇଥିଲା । ଦିବସ’ ଭାବେ ପାଳନ କରାଯାଏ ।
  • ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ‘ମାନବାଧିକାର ଦିବସ’ ଭାବେ ପାଳନ କରାଯାଏ ।
  • ୧୯୬୬ ମସିହାରେ ‘ସାଧାରଣ ସଭା’ ଦ୍ଵାରା ମାନବାଧିକାର ଆଇନଗତ ମର୍ଯ୍ୟାଦା ଲାଭ କଲା ।
  • ୧୯୯୩ ମସିହାରେ ଭିଏନା ଘୋଷଣାନାମାରେ ଥିବା ଗଣତନ୍ତ୍ର, ଅର୍ଥନୈତିକ ବିକାଶ ଓ ମାନବାଧିକାର ପରସ୍ପର ସଂଲଗ୍ନଭାବେ ଦର୍ଶାଗଲା ।

BSE Odisha 9th Class Political Science Notes Chapter 4 ମାନବାଧିକାର

ବିଷୟବସ୍ତୁର ରୂପରେଖ :

  • ମାନବାଧ୍ଵରର ଐତିହାସିକ ଭିତ୍ତିଭୂମି
  • ମାନବାଧ୍ଵରର ପ୍ରକାରଭେଦ
  • ମାନବାଧ୍ଵରର ମୁଖ୍ୟ ଲକ୍ଷଣ
  • ଜାତୀୟ ମାନବାଧ‌ିକାର କମିଶନ (National Human Rights Commission)
  • ଜାତୀୟ ମାନବାଧ୍ୟାକାର କମିଶନର କାର୍ଯ୍ୟବଳୀ
  • ମାନବାଧିକାରର ସୁରକ୍ଷାରେ ପ୍ରତିବନ୍ଧକ

* ବାକ୍ ସ୍ଵାଧୀନତା, ମୁକ୍ତ ବିଶ୍ଵାସ, ଭୟ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତ୍ୟେକ ମଣିଷ ହର ଇତ୍ୟାଦି କେତେକ ମୌଳିକ ମାନବାଧ୍ୟାର ଅଟେ ।

→ ମାନବାଧ୍ଵରର ଐତିହାସିକ ଭିତ୍ତିଭୂମି :

  • ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ମାନବାଧିକାର ସହିତ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାରର ସୁରକ୍ଷା ପାଇଁ ସଂଯୁକ୍ତ ମାନବାଧିକାର ଘୋଷଣାନାମାରେ ଉଦ୍ୟମ କରିଥିଲା ।

* ମାଗ୍ନାକାର୍ଟ, ଆମେରିକାର ସ୍ୱାଧୀନତା ସଂଗ୍ରାମର ଘୋଷଣାନାମା ଓ ଫରାସୀ ବିପ୍ଳବର ଘୋଷଣାନାମାରେ ମାନବାଧିକାର ସମ୍ପର୍କରେ ସୂଚିତ କରାଯାଇଥିଲା ।

BSE Odisha 9th Class Political Science Notes Chapter 4 ମାନବାଧିକାର

→ ମାନବାଧ୍ଵରର ପ୍ରକାରଭେଦ :

ମାନବାଧ୍ୟାକାର ତିନି ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା –
(କ) ପ୍ରଥମ ପିଢ଼ି ଅଧିକାର — ଏଥ‌ିରେ ମଣିଷର ସ୍ଵତନ୍ତ୍ରତାରେ ସରକାରୀ ହସ୍ତକ୍ଷେପରୁ ମୁକ୍ତି ନିମନ୍ତେ ଦୃଷ୍ଟି ଦିଆଯାଇଛି ।
(ଖ) ଦ୍ଵିତୀୟ ପିଢ଼ି ଅଧିକାର – ଏଥୁରେ ମଣିଷର ବିଭିନ୍ନ ଅଧ୍କାର ପ୍ରାପ୍ତି ପାଇଁ ସରକାରଙ୍କର ସକାରାତ୍ମକ ଆଭିମୁଖ୍ୟ ଉପରେ ଗୁରୁତ୍ଵ ଦିଆଯାଇଛି ।
(ଗ) ତୃତୀୟ ପିଢ଼ି ଅଧିକାର – ଏଥରେ ମଣିଷର ସାର୍ବଭୌମ ଅଧିକାରକୁ ଅନ୍ତର୍ଭୁକ୍ତ କରି ମାନବାଧ୍ୟାକାରର କାର୍ଯ୍ୟ ପରିସରକୁ ବ୍ୟାପକ କରାଯାଇଛି ।

→ ମାନବାଧ୍ଵରର ମୁଖ୍ୟ ଲକ୍ଷଣ :
BSE Odisha 9th Class Political Science Notes Chapter 4 ମାନବାଧିକାର Q.1

  • ସାର୍ବଜନୀନ : ଦେଶ, ସମାଜ, ସମ୍ପ୍ରଦାୟ ଓ ସଂସ୍କୃତି ନିର୍ବିଶେଷରେ ସବୁଠାରେ ମାନବାଧ୍ୟାକାରଗୁଡ଼ିକ ସମପରିମାଣରେ ମୂଲ୍ୟବାନ୍ । ତେଣୁ ଏହା ସାର୍ବଜନୀନ ।
  • କେନ୍ଦ୍ରବିନ୍ଦୁରେ ବ୍ୟକ୍ତି : ମାନବାଧିକାରର କେନ୍ଦ୍ରବିନ୍ଦୁରେ ବ୍ୟକ୍ତି ରହିଛି । ଅର୍ଥାତ୍ ସେ ଯେଉଁ ରାଷ୍ଟ୍ର ବା ସମାଜର ଥାଉ ନା କାହିଁକି ଅଧିକାର ଉପଭୋଗ କରେ ।
  • ଗଣତନ୍ତ୍ର ଓ ବିକାଶ : ଗଣତନ୍ତ୍ରରେ ହିଁ ମାନବାଧ୍ୟାକାରର କଳ୍ପନା କରାଯାଇପାରେ । ଗଣତନ୍ତ୍ର ଓ ବିକାଶ ମଧ୍ଯ ପରସ୍ପର ପରିପୂରକ ।

BSE Odisha 9th Class Political Science Notes Chapter 4 ମାନବାଧିକାର

→ ଜାତୀୟ ମାନବାଧ‌ିକାର ସୁବଷ୍ଠା:

  • ୧୯୯୩ ମସିହାରେ ଭାରତରେ ମାନବାଧିକାର ସୁରକ୍ଷା ଆଇନ ପ୍ରଣୟନ କରାଗଲା ଓ ଏହା ଭାରତ ସମ୍ବିଧାନର ୫୧ ଧାରା ଓ ଭିଏନା ସମ୍ମିଳନୀର ସନନ୍ଦ ଅନୁଯାୟୀ କାର୍ଯ୍ୟକାରୀ କରାଯାଇଛି ।
  • କେନ୍ଦ୍ର ସ୍ତରରେ ଜାତୀୟ ମାନବାଧ୍ୟାର କମିଶନ, ରାଜ୍ୟ ସ୍ତରରେ ରାଜ୍ୟ ମାନବାତ୍‌କାର କମିଶନ ଏବଂ ମାନବାଧିକାର କୋର୍ଟ ଗଠନ କରାଯାଇ ଏ ଦିଗରେ କାର୍ଯ୍ୟ କରାଯାଉଛି ।

*‘ଆମ୍‌ନେଷ୍ଟି ଇଣ୍ଟରନେସନାଲ’ ଓ ‘ହ୍ୟୁମାନ୍ ରାଇଟ୍ସ ୱାଚ୍’ ମାନବାଧିକାରର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଦୁଇଟି ସଂସ୍ଥା ।

→ ଜାତୀୟ ମାନବାଧ‌ିକାର କମିଶନ (National Human Rights Commission) :

  • ଏହା ୧୯୯୩ ମସିହା ସେପ୍ଟେମ୍ବର ମାସ ୨୯ ତାରିଖରେ ସ୍ଥାପନ କରାଯାଇଥିଲା ।
  • ମାନବାଧିକାର ସମ୍ପର୍କିତ ସଚେତନତା ବୃଦ୍ଧି ଓ ମାନବାଧିକାରକୁ ଅଧିକ ସୁରକ୍ଷା ପ୍ରଦାନ କରିବା ଏହାର ଲକ୍ଷ୍ୟ ଅଟେ ।

BSE Odisha 9th Class Political Science Notes Chapter 4 ମାନବାଧିକାର

→ ଜାତୀୟ ମାନବାଧ୍ୟାକାର କମିଶନର କାର୍ଯ୍ୟବଳୀ :

  • ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କିତ ଅଭିଯୋଗଗୁଡ଼ିକର ତଦନ୍ତ କରିବା ।
  • ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କିତ ବିଚାରରେ ପକ୍ଷ ୬ ହେବା ।
  • ସନ୍ତ୍ରାସବାଦୀ କାର୍ଯ୍ୟକଳାପଜନିତ ମାନବାଧ୍ୟାକାର ଉଲ୍ଲଙ୍ଘନର ସମୀକ୍ଷା ସହ ଉଚିତ ପ୍ରସ୍ତାବ ପ୍ରଦାନ କରିବା ମାନବାଧିକାର ସମ୍ପର୍କରେ ଗବେଷଣା, ସଚେତନତା ଓ ପ୍ରୋତ୍ସାହନ ଯୋଗାଇବା ।
  • ମାନବାଧିକାର ସମ୍ପର୍କରେ ଗବେଷଣା, ସଚେତନତା ଓ ପ୍ରୋତ୍ସାହନ ଯୋଗାଇବା ।
  • ଜାତୀୟ ମାନବାଧ୍ୟାକାର କମିଶନକୁ ଦେୱାନୀ ଅଦାଲତ ବା ସିଭିଲ୍‌କୋର୍ଟର ମର୍ଯ୍ୟାଦା ପ୍ରଦାନ କରାଯାଇଛି ।

BSE Odisha 9th Class Political Science Notes Chapter 4 ମାନବାଧିକାର

→ ମାନବାଧିକାରର ସୁରକ୍ଷାରେ ପ୍ରତିବନ୍ଧକ:

  • ମାନବାଧିକାରର ସୁରକ୍ଷାରେ ପ୍ରତିବନ୍ଧକଗୁଡ଼ିକ ହେଲା – ହିଂସାଭାବ, ସାମ୍ପ୍ରଦାୟିକତା ଓ ଦାରିଦ୍ର୍ୟ ।

* ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର ପ୍ରଥମ ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

Odisha State Board BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ Textbook Exercise Questions and Answers.

BSE Odisha Class 7 History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

୧। ତଳେ ଦିଆଯାଇଥ‌ିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଦିଲ୍ଲୀରେ ତୁର୍କ ସୁଲତାନମାନେ କେତେ ବର୍ଷ ଶାସନ କରିଥିଲେ ?
Answer:
ଦିଲ୍ଲୀରେ ତୁର୍କ ସୁଲତାନମାନେ ଦୀର୍ଘ ୩୨୦ ବର୍ଷ ଶାସନ କରିଥିଲେ ।

(ଖ) କୁତ୍‌ବୁଦ୍ଦିନ୍ ପ୍ରତିଷ୍ଠା କରିଥିବା ବଂଶକୁ ଦାସବଂଶ କାହିଁକି କୁହାଯାଏ ?
Answer:

  • ଦାସ ବଂଶର ପ୍ରତିଷ୍ଠାତା ଥିଲେ କୁତବୁଦ୍ଦିନ୍ ଆଇବାକ୍। ସମ୍ରାଟ ହେବା ପୂର୍ବରୁ ସେ ମହମ୍ମଦ ଘୋରୀଙ୍କର ଜଣେ ଦାସ ଥିଲେ ।
  • ଏହି ବଂଶର ଶାସକମାନଙ୍କ ମଧ୍ୟରୁ କେତେକ ନିଜେ ଦାସ ବା ଦାସଙ୍କର ପୁତ୍ର ଥିଲେ । ଏମାନେ ଦାସ ବା କ୍ରୀତଦାସ ଥ‌ିବାରୁ କୁତ୍‌ବୁଦ୍ଦିନ୍ ପ୍ରତିଷ୍ଠା କରିଥିବା ବଂଶକୁ ଦାସବଂଶ କୁହାଯାଏ ।

(ଗ) ଇଲ୍‌ଡ୍‌ମିସ୍ ବିଭିନ୍ନ ସମସ୍ୟାଗୁଡ଼ିକୁ କିପରି ସମାଧନ କରିଥିଲେ ?
Answer:

  • `ଇଲ୍‌ ମିସ୍ ୧୨୧୦ ଖ୍ରୀ.ଅ.ରେ ସୁଲତାନ୍ ହେବାପରେ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
  • ଏହି ସମସ୍ୟାଗୁଡ଼ିକ କୁତବୁଦ୍ଦିନ୍‌ଙ୍କ ପୁତ୍ର ଆରାମ ଶାହା, ମୁଲତାନ୍ ଓ ବିହାରର ପ୍ରଶାସକ ଏବଂ ରାଜପୁତମାନଙ୍କଦ୍ୱାରା ସୃଷ୍ଟି ହୋଇଥିଲା । ଏମାନଙ୍କ ମଧ୍ୟରୁ କେତେକଙ୍କୁ ସେ ଯୁଦ୍ଧରେ ପରାସ୍ତ କରିଥିଲେ ଓ ଆଉ କେତେକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଫଳରେ ତାଙ୍କ ସାମ୍ରାଜ୍ୟ ପୂର୍ବରେ ଗଙ୍ଗାଠାରୁ ପଶ୍ଚିମରେ ସିନ୍ଧୁ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ଏହି ସମୟରେ ମଧ୍ୟ-ଏସିଆର ମଙ୍ଗୋଲ ଶାସକ ଚେଙ୍ଗିଜ୍ ଖାଁ ଭାରତ ଆକ୍ରମଣ କରି ସିନ୍ଧୁ ନଦୀକୂଳସ୍ଥ କେତେକ ଅଞ୍ଚଳ ଦଖଲ କରି ନେଇଥିଲେ । ମାତ୍ର ଇମିସ୍‌ଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁଁ ଚେଙ୍ଗିଜ୍ ଖାଁ ଭାରତର ଅଧ୍ଵ ଅଞ୍ଚଳ ଦଖଲ ପାଇଁ ଅଗ୍ରସର ହୋଇନଥିଲେ ।

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଘ) ସୁଲତାନ୍ ରେଜିଆ ଅନେକଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହେବାର କାରଣ କ’ଣ ?
Answer:

  • ଇଲ୍‌ ମିସ୍‌ଙ୍କ ଝିଅ ରେଜିଆ ଜଣେ ନାରୀ ଶାସିକା ଥିଲେ ।
  • ସେ ଶାସନ କାର୍ଯ୍ୟରେ ତୁର୍କ ସାମନ୍ତମାନଙ୍କ ସହଯୋଗ ପାଇଥିଲେ ମଧ୍ୟ କେତେକ ପ୍ରାଦେଶିକ ଶାସକ ତାଙ୍କୁ ବିରୋଧ କରିଥିଲେ ।
  • ସେଥ‌ିପାଇଁ ସେ ଶାସନକାର୍ଯ୍ୟ ପରିଚାଳନା କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

(ଙ‍) ଗିୟାସୁଦ୍ଦିନ୍ ବଲ୍‌ବନ୍‌ ସମ୍ରାଟଙ୍କ ମର୍ଯ୍ୟାଦା ବଢ଼ାଇବାପାଇଁ କି କି ପଦକ୍ଷେପ ନେଇଥିଲେ ?
Answer:
ସିଂହାସନ ଆରୋହଣ ପରେ ଗିୟାସୁଦ୍ଦିନ୍ ବଲ୍‌ବନ୍ ସୁଲତାନ୍ ପଦବୀର ମର୍ଯ୍ୟାଦା, ବଢ଼ାଇବାପାଇଁ ବିଭିନ୍ନ ପଦକ୍ଷେପମାନ ନେଇଥିଲେ । ଯଥା

  • ସେ ସ୍ଵର୍ଗୀୟ ରାଜତନ୍ତ୍ର ନୀତି ଅନୁସରଣ କରିଥିଲେ ।
  • ସୁଲତାନ୍‌ଙ୍କୁ ଦର୍ଶନ କରିବାକୁ ହେଲେ ସାଷ୍ଟାଙ୍ଗ ପ୍ରଣାମ ଓ ପାଦଚୁମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
  • ସର୍ବୋପରି ସେ ରକ୍ତ ଓ ଲୁହା ନୀତି ଅବଲମ୍ବନ କରିଥିଲେ ।

(ଚ) ଆଲ୍ଲାଉଦ୍ଦିନ୍ ଖାଙ୍କର ଇତିହାସରେ ସ୍ଵତନ୍ତ୍ର ସ୍ଥାନ ରହିଛି କାହିଁକି ?
Answer:
ନିମ୍ନଲିଖ କାରଣ ଯୋଗୁଁ ସୁଲତାନୀ ଇତିହାସରେ ଆଲ୍ଲାଉଦ୍ଦିନ୍ ଖାଲଜୀଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି ।

  • ପ୍ରଥମ ସୁଲତାନଭାବେ ସେ ସମଗ୍ର ପୃଥ‌ିବୀକୁ ଜୟ କରିବାର ଅଭିଲାଷ ପୋଷଣ କରି ଏକ ବିଶାଳ ସେନାବାହିନୀ ଗଠନ କରିଥିଲେ । ମାତ୍ର ବୃଦ୍ଧ ପାରିଷଦ ଆଲ୍ଲା ଉଲ୍ ମୁଲକ୍‌ଙ୍କ ପରାମର୍ଶକ୍ରମେ ସେ ପ୍ରଥମେ ଭାରତ ଜୟ କରିବାକୁ ନିଷ୍ପତ୍ତି ନେଇଥିଲେ ।
  • ଏହାଛଡ଼ା ସେ ତିନୋଟି କାର୍ଯ୍ୟ କରିବା ପାଇଁ ନିଷ୍ପଭି ନେଇଥିଲେ । ସେଗୁଡ଼ିକ ହେଲା – ତୁର୍କ ସାମନ୍ତମାନଙ୍କ କ୍ଷମତା ହ୍ରାସ, ଦାକ୍ଷିଣାତ୍ୟ ଓ ରାଜସ୍ଥାନ ବିଜୟ ଏବଂ ମଙ୍ଗୋଲ ଶକ୍ତିର ଧ୍ଵଂସ ସାଧନ ।
  • ସେ ଗୁଜରାଟ, ମାଳବ, ରକ୍ତମ୍ଭର ଓ ମେୱାରର ଚିତୋର ଦୁର୍ଗ ଅଧିକାର କରି ନିଜ ଅଧୀନସ୍ଥ କରିଥିଲେ ।
  • ମାଲିକ୍ କାଫୁରଙ୍କ ସେନାପତିତ୍ୱରେ ସେ ୧୩୦୭ ଖ୍ରୀ.ଅ.ରେ ଦେବଗିରି, ତେଲେଙ୍ଗାନା, ଦ୍ଵାରସମୁଦ୍ର, ପାଶ୍ୟ ଓ ହୟଶାଳ ରାଜ୍ୟ ଜୟକରି ଏକ ବିରାଟ ସାମ୍ରାଜ୍ୟର ଶାସନକର୍ତ୍ତା ହୋଇଥିଲେ ।
  • ସେ ଜମିମାପ କରାଇ ଓ ଅନ୍ୟାନ୍ୟ ବିଭିନ୍ନ ସୂତ୍ରରୁ କର ସଂଗ୍ରହ ମାଧ୍ୟମରେ ଅର୍ଥ ଆଣି ରାଜକୋଷ ବୃଦ୍ଧି କରିଥିଲେ ଓ ଜିନିଷପତ୍ରର ଦରଦାମ୍ ନିୟନ୍ତ୍ରଣ କରାଇଥିଲେ ।

(ଛ) ମହମ୍ମଦ୍ ବିନ୍ ତୁଗ୍‌ଲକ୍‌ଙ୍କୁ ଆଡ଼ବାୟା ରାଜା କୁହାଯାଏ କାହିଁକି ?
Answer:

  • ମହମ୍ମଦ୍ ବିନ୍ ତୁଗ୍‌ଲକ୍ ତାଙ୍କର ଅଦ୍ଭୁତ ପ୍ରକୃତି ଓ ଅଭିନବ କାର୍ଯ୍ୟକଳାପ ପାଇଁ ଦିଲ୍ଲୀର ସୁଲତାନ୍‌ମାନଙ୍କ ମଧ୍ୟରେ ପ୍ରସିଦ୍ଧ ଥିଲେ ।
  • ସେ ଜଣେ କବି, ସାହିତ୍ୟିକ ଓ ଶାସ୍ତ୍ରଜ୍ଞ ଥିଲେ ଏବଂ ସାମ୍ରାଜ୍ୟ ଓ ଜନସାଧାରଣଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଥିଲେ ।
  • ମାତ୍ର ତାଙ୍କର ଦୃଢ଼ ମନୋବଳର ଅଭାବ ଥିବାରୁ ସେ କୌଣସି କାର୍ଯ୍ୟକୁ ଶେଷପର୍ଯ୍ୟନ୍ତ ଚଳାଇ ରଖିପାରୁ ନଥିଲେ ।
  • ତାଙ୍କର ନିଷ୍ଠା, ଦୂରଦୃଷ୍ଟି ଓ ଧୈର୍ଯ୍ୟର ଅତ୍ୟନ୍ତ ଅଭାବ ଥିବାରୁ ତାଙ୍କର ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନଥିଲା ।
  • ବେଳେ ସମସ୍ତ ଦିଲ୍ଲୀବାସୀଙ୍କୁ ସ୍ଥାନାନ୍ତରିତ କରିବା, ତାମ୍ରମୁଦ୍ରା ପ୍ରଚଳନ ଆଦି ତ୍ରୁଟିପୂର୍ଣ୍ଣ ଯୋଜନାଗୁଡ଼ିକ ବିଫଳ ହୋଇଥିଲା । ଏଥିପାଇଁ ଲୋକମାନେ ତାଙ୍କୁ ଆଡ଼ବାୟା ରାଜା ବୋଲି କହୁଥିଲେ ।

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଜ) ସୁଲତାନୀ ଯୁଗର ଶାସନ କିପରି ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ ହେଉଥିଲା ?
Answer:

  • ଆଲ୍ଲାଉଦ୍ଦିନ୍ ଖାଲ୍‌ ଓ ମହମ୍ମଦ ବିନ୍ ତୁଲକ୍‌ଙ୍କ ଶାସନନୀତି ଉପରେ ପର୍ଯ୍ୟବସିତ ସୁଲତାନୀ ଶାସନ ତ୍ରିସ୍ତରୀୟ ଥିଲା, ଯଥା – କେନ୍ଦ୍ର ଶାସନ, ପ୍ରାଦେଶିକ ଶାସନ ଓ ସ୍ଥାନୀୟ ଶାସନ ।
  • କେନ୍ଦ୍ର ଶାସନ :
    (୧) କେନ୍ଦ୍ର ଶାସନର ମୁଖ୍ୟ ଭାବରେ ସୁଲତାନ ଶାସନ ବିଭାଗ ଓ ସୈନ୍ୟ ବିଭାଗର ସର୍ବୋଚ୍ଚ କର୍ତ୍ତା ଥିଲେ ଏବଂ ତାଙ୍କୁ ଶାସନ କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ଯେଉଁ ମନ୍ତ୍ରୀମାନେ ନିଯୁକ୍ତ ହୋଇଥିଲେ ସେମାନେ ଥିଲେ ୱାଜିର୍ ବା ପ୍ରଧାନମନ୍ତ୍ରୀ, କାଜି, ଦିୱାନ-ଇ-ଇନଖା, ବାରିଦ୍-ଇ-ମାମାଲିକ୍ ।
    (୨) ରାଜ୍ୟର ମୁଖ୍ୟ ଆୟ ଭୂରାଜସ୍ୱରୁ ମିଳୁଥିଲା । ଉତ୍ପନ୍ନ ଶସ୍ୟର ଏକ-ତୃତୀୟାଂଶ କର ରୂପେ ଆଦାୟ କରାଯାଉଥିଲା । କୃଷି, ଶିକ୍ଷା ଓ ସ୍ଵାସ୍ଥ୍ୟର ଉନ୍ନତି ପାଇଁ ସୁଲତାନମାନେ ଅନେକ ପଦକ୍ଷେପ ନେଇଥିଲେ ।
  • ପ୍ରାଦେଶିକ ଶାସନ :
    (୧) ରାଜ୍ୟକୁ କେତେକ ପ୍ରଦେଶ ବା ଇକ୍‌ରେ ବିଭକ୍ତ କରାଯାଇ ଶାସନର ସୁପରିଚାଳନା ପାଇଁ ମୁକ୍ତି, ୱାଲି ଓ ନାଏବ ସୁଲତାନ ଆଦି ଶାସନକର୍ତ୍ତାମାନେ ନିଯୁକ୍ତ ହୋଇଥିଲେ । ସେମାନେ ସୁଲ୍‌ତାନଙ୍କ ଭଳି କ୍ଷମତା ଭୋଗ କରୁଥିଲେ ।
    (୨) ପ୍ରଦେଶର ଆୟବ୍ୟୟ ଦିୱାନ୍-ଇ-ୱାଜିରଙ୍କଦ୍ଵାରା ଯାଞ୍ଚ କରାଯାଉଥିଲା ।
  • ସ୍ଥାନୀୟ ଶାସନ :
    (୧) ପ୍ରତ୍ୟେକ ପ୍ରଦେଶକୁ କେତେଗୁଡ଼ିଏ ସିକ୍ ଓ ପ୍ରତ୍ୟେକ ସିକ୍‌କୁ କେତେଗୁଡ଼ିଏ ପ୍ରଗଣାରେ ବିଭକ୍ତ କରାଯାଇଥିଲା ଯେଉଁଗୁଡ଼ିକର ଶାସନକାର୍ଯ୍ୟ ଜଣେ ଅମିଲ୍ ତୁଲାଉଥିଲେ ।
    (୨) ମକଦ୍ଦମ (ଗ୍ରାମର ମୁଖ୍), ପଟ୍ଟୱାରୀ ମୁଶ୍ରଫ୍ ଆଦି ସ୍ଥାନୀୟ କର୍ମଚାରୀମାନେ ଖଜଣା ଆଦାୟରେ ସାହାଯ୍ୟ କରୁଥିଲେ ।
    (୩) ପଞ୍ଚାୟତ ଗ୍ରାମର ପରିମଳ, ଶିକ୍ଷା ଓ ବିଚାର ଆଦି ବୁଝୁଥିଲାବେଳେ, ଚୌକିଦାର ଅପରାଧ ନିୟନ୍ତ୍ରଣ କରୁଥିଲେ ।

(ଝ) ଇଣ୍ଡୋ-ଇସ୍‌ଲାମୀୟ କଳା ଓ ସ୍ଥାପତ୍ୟ କିପରି ସୃଷ୍ଟି ହୋଇଥିଲା ?
Answer:

  • ତୁର୍କ-ଆଫଗାନ୍‌ମାନେ ଭାରତକୁ ପାରସ୍ୟ ଓ ମଧ୍ୟ-ଏସିଆରୁ କଳା ଓ ସ୍ଥାପତ୍ୟର ନୂଆଶୈଳୀ ଏବଂ କାରିଗରୀ କୌଶଳ ଆଣିଥିଲେ ।
  • ଏହି ନିର୍ମାଣ କୌଶଳ ବ୍ୟବହାର କରି ମୁସଲମାନମାନେ ଭାରତରେ ଅନେକ ମସ୍‌ଜିଦ୍, ସମାଧ୍ ମନ୍ଦିର, ଦୁର୍ଗ, ରାଜପ୍ରାସାଦ ଆଦି ତିଆରି କରିବାପାଇଁ ଚେଷ୍ଟା କରିଥିଲେ ।
  • ମାତ୍ର ଏଗୁଡ଼ିକର ନିର୍ମାଣକାର୍ଯ୍ୟ ପାଇଁ ଭାରତରେ ଯଥେଷ୍ଟ ଆରବୀୟ ଶିଳ୍ପୀ ନ ଥିବାରୁ ସୁଲତାନମାନେ ଉଚ୍ଚକୋଟୀର ଭାରତୀୟ ଶିଳ୍ପୀମାନଙ୍କ ଉପରେ ନିର୍ଭର କରିଥିଲେ ।
  • ଏହାଦ୍ୱାରା ଭାରତୀୟ କଳା ଓ ସ୍ଥାପତ୍ୟ ଏବଂ ଇସ୍‌ଲାମୀୟ କଳା ଓ ସ୍ଥାପତ୍ୟର ସମ୍ମିଶ୍ରଣ ଘଟି ଏକ ନୂତନ କଳା ଓ ସ୍ଥାପତ୍ୟ ସୃଷ୍ଟି ହୋଇଥିଲା ।
  • ଏହା ଇଣ୍ଡୋ-ଇସ୍‌ଲାମୀୟ କଳା ଓ ସ୍ଥାପତ୍ୟ ନାମରେ ଖ୍ୟାତ ।

(ଞ) ହାସାନ୍ ଗାଙ୍ଗୁ ବାହାମନୀ ରାଜ୍ୟର ରାଜା ହୋଇଥିଲେ କିପରି ?
Answer:

  • ମହମ୍ମଦ୍ ବିନ୍ ତୁଗ୍‌ଲକ୍‌ଙ୍କ ଶାସନ ସମୟରେ ଦାକ୍ଷିଣାତ୍ୟର କେତେକ ସାମନ୍ତ ସୁଲତାନଙ୍କ ବିରୁଦ୍ଧରେ ବିଦ୍ରୋହ କରି ଦୌଲତାବାଦ ଅଧିକାର କରିଥିଲେ ।
  • ସେମାନେ ସେମାନଙ୍କ ମଧ୍ୟରୁ ନାସିରଉଦ୍ଦିନ୍ ଶାହାଙ୍କୁ ରାଜା କରିଥିଲେ । ମାତ୍ର ସେ ରାଜ୍ୟ ଚଳାଇବାକୁ ଅସମର୍ଥ ହେବାରୁ ରାଜପଦ ପରିତ୍ୟାଗ କରିଥିଲେ ।
  • ତାଙ୍କ ପରେ ସାମନ୍ତମାନେ ହାସାନ୍ ଗାଙ୍ଗୁଙ୍କୁ ରାଜା କରିବାପାଇଁ ନିଷ୍ପଭି ନେଇଥିଲେ । ହାସାନ୍ ଗାଙ୍ଗୁ ଅଗଷ୍ଟ ୧୩, ୧୩୪୭ ଖ୍ରୀଷ୍ଟାବ୍ଦରେ ବାହାମନୀ ରାଜ୍ୟ ଗଠନ କରିଥିଲେ ।
  • ଗୁଲବଗାଁ ବାହାମନୀ ରାଜ୍ୟର ରାଜଧାନୀ ହୋଇଥିଲା । ପରେ ହାସାନ୍ ଗାଙ୍କୁ ବାହାମନ ଶାହା ଉପାଧ୍ ଧାରଣ କରି ବାହାମନୀ ରାଜ୍ୟ ଶାସନ କରିଥିଲେ ।

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଟ) କୃଷ୍ଣଦେବରାୟ କିଏ ? ତାଙ୍କର ବ୍ୟକ୍ତିତ୍ଵ କିପରି ଥିଲା ?
Answer:

  • ତୁଳୁଭ ବଂଶର କୃଷ୍ଣଦେବରାୟ ବିଜୟନଗର ରାଜ୍ୟର ଶ୍ରେଷ୍ଠ ରାଜା ଥିଲେ ।
  • ତାଙ୍କ ରାଜୁତି ସମୟରେ ବିଜୟନଗର ରାଜ୍ୟର ଖ୍ୟାତି ବଢ଼ିଯାଇଥିଲା । ଶତ୍ରୁମାନଙ୍କ ପ୍ରତି ସେ କଠୋର ମନୋଭାବ ପୋଷଣ କରୁନଥିଲେ ।
  • ସେ ସବୁ ଧର୍ମର ଲୋକମାନଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ ।
  • ସେ ନିଜେ ଜଣେ କବି ଥିଲେ ଏବଂ ତେଲଗୁ ଓ ସଂସ୍କୃତ ସାହିତ୍ୟର ବିକାଶ ପାଇଁ ଉଦ୍ୟମ କରିଥିଲେ ।

୨। ଭୁଲ୍ ଥିଲେ ଠିକ୍ କରି ଲେଖ ।
(କ) ଦିଲ୍ଲୀରେ ତୁର୍କ ସୁଲତାନ୍‌ମାନେ ୫୦୦ ବର୍ଷ ଶାସନ କରିଥିଲେ ।
Answer:
ଦିଲ୍ଲୀରେ ତୁର୍କ ସୁଲତାନମାନେ ୩୦୦ ବର୍ଷ ଶାସନ କରିଥିଲେ ।

(ଖ) ରେଜିଆ ବଲବନ୍‌ଙ୍କ ଝିଅ ଥିଲେ ।
Answer:
ରେଜିଆ ଇଲ୍‌ଡ୍‌ମିସ୍‌ଙ୍କ ଝିଅ ଥିଲେ ।

(ଗ) କବି ଅମୀର ଖୁସ୍ରୁ ଇତ୍‌ମିସ୍‌ଙ୍କ ରାଜଦରବାରରେ ସ୍ଥାନ ପାଇଥିଲେ ।
Answer:
କବି ଅମୀର ଖୁସ୍ରୁ ଗିୟାସୁଦ୍ଦିନ୍ ବଲ୍‌ବନ୍‌ଙ୍କ ରାଜଦରବାରରେ ସ୍ଥାନ ପାଇଥିଲେ ।

(ଘ) ଆଲ୍ଲାଉଦ୍ଦିନ୍ ଖାଲ୍ଜୀ ଉଲଘୁ ଖାଁଙ୍କ ସେନାପତିତ୍ଵରେ ଉତ୍ତର ଭାରତର ଅନେକ ରାଜ୍ୟ ଜୟ କରିଥିଲେ ।
Answer:
ଆଲ୍ଲାଉଦ୍ଦିନ୍ ଖାଜୀ ଉଲଘୁ ଖାଁ ଓ ନସରତ୍ ଖାଁଙ୍କ ସେନାପତିତ୍ୱରେ ଉତ୍ତର ଭାରତର ଅନେକ ରାଜ୍ୟ ଜୟ କରିଥିଲେ ।

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଙ) କୁତବୁଦ୍ଦିନ୍ ଆଇବାକ୍‌ଙ୍କ ସମୟରେ ଚେଙ୍ଗିଜ୍ ଖାଁ ଭାରତ ଆକ୍ରମଣ କରିଥିଲେ ।
Answer:
ଇତ୍‌ସିଙ୍କ ସମୟରେ ଚେଙ୍ଗିଜ୍ ଖାଁ ଭାରତ ଆକ୍ରମଣ କରିଥିଲେ ।

(ଚ) ଇବନ୍ ବତ୍ରୁତା ଇଉରୋପ ଦେଶର ପର୍ଯ୍ୟଟକ ଥିଲେ ।
Answer:
ଇବନ୍ ବତ୍ରୁତା ଆରବ ଦେଶର ପର୍ଯ୍ୟଟକ ଥିଲେ ।

(ଛ) ମହମ୍ମଦ ତୁଗ୍‌ଲକ୍ ତାଙ୍କ ରାଜଧାନୀ ଦିଲ୍ଲୀରୁ ବିଜୟନଗରକୁ ଉଠାଇ ନେଇଥିଲେ ।
Answer:
ମହମ୍ମଦ ତୁଗ୍‌ଲକ୍ ତାଙ୍କ ରାଜଧାନୀ ଦିଲ୍ଲୀରୁ ଦୌଲତାବାଦକୁ ଉଠାଇ ନେଇଥିଲେ ।

(ଜ) ଦିୱାନ୍ -ଇ-ବନ୍ସା ରାଜସ୍ୱ ବିଭାଗର ଦାୟିତ୍ଵରେ ଥିଲେ ।
Answer:
ୱାଜିର ରାଜସ୍ୱ ବିଭାଗର ଦାୟିତ୍ଵରେ ଥିଲେ ।

(ଝ) ଢାଇ-ଦିନ୍‌-ପରା ମଞ୍ଜିଦ୍ ମହମ୍ମଦ ବିନ୍ ତୁଘ୍ଲକ୍ ତିଆରି କରିଥିଲେ ।
Answer:
`ଢାଇ-ଦିକା-ଝୋପରା ମସ୍‌ଜିଦ୍ କୁତ୍‌ବୁଦ୍ଦିନ୍ ଆଇବାକ୍ ତିଆରି କରିଥିଲେ ।

(ଞ) ମହମ୍ମଦ ଶାହଙ୍କଦ୍ବାରା ଅହମ୍ମଦାବାଦ ସହର ପ୍ରତିଷ୍ଠା କରାଯାଇଥିଲା ।
Answer:
ଅହମ୍ମଦ ଶାହାଙ୍କଦ୍ବାରା ଅହମ୍ମଦାବାଦ ସହର ପ୍ରତିଷ୍ଠା କରାଯାଇଥିଲା ।

୩ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ। ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ୧୨୦୬ ଖ୍ରୀଷ୍ଟାବ୍ଦଠାରୁ ୧୫୨୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦିଲ୍ଲୀରେ ସମୁଦାୟ _________________ ଟି ରାଜବଂଶ ଶାସନ କରିଥିଲେ ।
(୪, ୫, ୬, ୭)
Answer:

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଖ) କୁତ୍‌ବୁଦ୍ଦିନ୍ ଆଇବାକ୍ ________________ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ ।
(୧୨୦୩, ୧୨୦୪, ୧୨୦୫, ୧୨୦୬)
Answer:
୧୨୦୬

(ଗ) କୁତ୍‌ବୁଦ୍ଦିନ୍ ଆଇବାକ୍ _____________ ଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ।
(କୁତ୍‌ବୁଦ୍ଦିନ୍ ଆଇବାକ୍, ଇମିସ୍, ବଲ୍‌ବନ୍, ରେଜିଆ)
Answer:
କୁତ୍‌ବୁଦ୍ଦିନ୍ ଆଇବାକ୍

(ଘ) ବଲ୍‌ବନ୍‌ଙ୍କ ______________ ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ହୋଇଥିଲା ।
(୧୨୮୪, ୧୨୮୫, ୧୨୮୬, ୧୨୮୭)
Answer:
୧୨୮୭

(ଙ) ପଦ୍ମିନୀ ______________ ରାଜ୍ୟର ରାଣୀ ଥିଲେ ।
(ମେୱାର, ରନ୍ଥମ୍ଭର, ଜାଲୋର, ଜୟପୁର)
Answer:
ମେୱାର

(ଚ) ମହମ୍ମଦ୍ ବିନ୍ ତୁଘ୍ଲକ୍ ସମୁଦାୟ _________________ ବର୍ଷ ଶାସନ କରିଥିଲେ ।
(୨୬, ୨୭, ୨୮, ୨୯)
Answer:
୨୬

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଛ) ମହମ୍ମଦ -ବିନ୍-ତୁଗ୍‌ଲକ୍ ତାଙ୍କ ରାଜକୋଷ ପୂରଣ ପାଇଁ __________________ ମୁଦ୍ରା ପ୍ରଚଳନ କରିଥିଲେ ।
(ସୁନା, ରୁପା, ତମ୍ବା, କଂସା)
Answer:
ତମ୍ବା

(ଜ) ସୁଲତାନମାନେ ଉତ୍ପନ୍ନ ଶସ୍ୟର _____________ କର ରୂପେ ନେଉଥିଲେ ।
(ଏକ ତୃତୀୟାଂଶ, ଏକ ଚତୁର୍ଥାଂଶ, ଏକ ପଞ୍ଚମାଂଶ, ଏକ ଷକ୍ଷାଂଶ)
Answer:
ଏକ ତୃତୀୟାଂଶ

(ଝ) ଫିରୋଜ ଶାହ କୋଲା ______________ ଙ୍କତ୍ୱ।ର। ନିମିତ୍ ହୋଇଥିଲା ।
(କୁତ୍‌ବୁଦ୍ଦିନ୍, ଫିରୋଜ ଶାହ, ଅହମ୍ମଦ ଶାହ, ରେଜିଆ)
Answer:
ଫିରୋଜ ଶାହ

(ଞ) ବିଜୟନଗର ରାଜ୍ୟକୁ ସମୁଦାୟ ______________ ଜଣ ଶାସକ ଶାସନ କରିଥିଲେ ।
(୧୩, ୧୪, ୧୫, ୧୬)
Answer:
୧୬

୪। କାଳକ୍ରମ ଅନୁସାରେ ସଜାଇ ଲେଖ ।
ରେଜିଆ, ବଲ୍‌ବନ୍, କୁତ୍‌ବୁଦ୍ଦିନ୍, ଇତ୍‌ମିସ୍, ମହମ୍ମଦ ବିନ୍ ତୁଘ୍ଲକ୍, ଆଲ୍ଲାଉଦ୍ଦିନ୍ ଖାଲ୍‌ଜୀ
Answer:
କୁତ୍ବବୁଦ୍ଦିନ, ଇଲ୍‌ଡ୍‌ମିସ୍‌, ରେଜିଆ, ବଲ୍‌ବନ୍, ଆଲ୍ଲାଉଦ୍ଦିନ୍ ଖାଲ୍‌ଜୀ, ମହମ୍ମଦ ବିନ୍ ତୁଘଲକ୍

BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

Odisha State Board BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି Textbook Exercise Questions and Answers.

BSE Odisha Class 9 Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

1. ନିମ୍ନଲିଖତ ଉଦାହରଣଗୁଡ଼ିକୁ ଅନୁଧ୍ୟାନ କର । କାର୍ଯ୍ୟର ସଂଜ୍ଞାନୁସାରେ ଏଥୁମଧ୍ୟରୁ ଯେଉଁ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦିତ ହୋଇଛି, ତାହାର ସୂଚନା ଦିଅ ।

(a) କଳ୍ପନା ଗୋଟିଏ ପୋଖରୀରେ ପହଁରୁଛି ।
ଉ –
କଳ୍ପନା ପୋଖରୀରେ ପହଁରୁଥ‌ିବାରୁ କାର୍ଯ୍ୟ ସମ୍ପାଦିତ ହେଉଛି । କାରଣ ସେ ବଳ ପ୍ରୟୋଗ କରି ନିଜ ଅବସ୍ଥାନରୁ ବିସ୍ଥାପିତ ହୋଇଛି ।

(b) ଗୋଟିଏ ଗଧ ନିଜ ପିଠି ଉପରେ ଜିନିଷ ନେଇଯାଉଛି ।
ନାହିଁ । ଏଠାରେ ଜିନିଷର ଓଜନ ସହ ସମପରିମାଣରେ ଉର୍ଦୁବଳ କ୍ରିୟାଶୀଳ ହୁଏ । କିନ୍ତୁ ଜିନିଷର ବିସ୍ଥାପନ ଆନୁ ଭୂମିକ ଦିଗରେ ହୋଇଥାଏ । ତେଣୁ ବିସ୍ଥାପନ ‘s’ ଓ ବଳ ‘F’ ମଧ୍ୟରେ କୋଣର ପରିମାଣ ଶୂନ ହୋଇଥାଏ । W = Fs cos 90° = 0
∴ ସମ୍ପାଦିତ କାର୍ଯ୍ୟ = 0

(c) ପବନ ଚକି କୂଅରୁ ପାଣି ଉଠାଉଛି ।
ଉ –
ପବନ ଚକି କୂଅରୁ ପାଣି ଉଠାଇଲାବେଳେ କାର୍ଯ୍ୟ ସମ୍ପାଦିତ ହୋଇଥାଏ । କାରଣ ବସ୍ତୁ (ପାଣି) ନିଜ ଅବସ୍ଥାନରୁ ବିସ୍ଥାପିତ ହୋଇଥାଏ ।

(d) ଗୋଟିଏ ସବୁଜ ଉଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରୁଛି ।
ଉ –
ଗୋଟିଏ ସବୁଜ ଉଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କଲାବେଳେ କୌଣସି ବିସ୍ଥାପନ ହୋଇନଥାଏ ତେଣୁ ଏଠାରେ କାର୍ଯ୍ୟ ସମ୍ପାଦିତ ହୁଏ ନାହିଁ ।

(e) ଗୋଟିଏ ଇଞ୍ଜିନ୍ ରେଳଗାଡ଼ିକୁ ଟାଣୁଛି ।
ଉ –
ଇଞ୍ଜିନ୍ ରେଳଗାଡ଼ିକୁ ଟାଣିବାବେଳେ ରେଳଡବା ବଳ ଦିଗରେ ବିସ୍ଥାପିତ ହୋଇଥାଏ । ତେଣୁ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।

(f) ସୂର୍ଯ୍ୟଙ୍କ କିରଣରେ ଖାଦ୍ୟଶସ୍ୟଗୁଡ଼ିକୁ ଶୁଖାଯାଉଛି ।
ଉ –
ସୂର୍ଯ୍ୟକିରଣରେ ଖାଦ୍ୟଶସ୍ୟଗୁଡ଼ିକୁ ଶୁଖାଯିବାବେଳେ କୌଣସି ବିସ୍ଥାପନ ଘଟୁ ନ ଥିବାରୁ କାର୍ଯ୍ୟ ହୁଏ ନାହିଁ ।

(g) ଗୋଟିଏ ପାଲଟଣା ଜାହାଜ ପବନ ଯୋଗୁଁ ଦରିଆରେ ଭାସି ଭାସି ଚାଲୁଛି ।
ଉ –
ଗୋଟିଏ ପାଲଟଣା ଜାହାଜ ପନବ ଯୋଗୁଁ ବିସ୍ଥାପନ ହେଉଥ‌ିବାରୁ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।

2. ସର୍କସରେ ରହିଥ‌ିବା ଏକ ବିରାଟ ବଡ଼ ଲୁହା ଜାଲିର ଗ୍ଲୋବ୍‌ (globe) ଭିତରେ ଏକ ମଟର ବାଇକ୍ ଚାଳକ ଦ୍ରୁତ ବେଗରେ ମଟର ବାଇକ୍ ଚଳାଇ, ଗ୍ଲୋବ୍‌ର ଭିତର ପୃଷ୍ଠରେ ଘୂର୍ଶନ କରି ଗ୍ଲୋବ୍‌ର ନିମ୍ନତମ ସ୍ଥାନରୁ ଭୂଲମ୍ବ ଦିଗରେ ଶୀର୍ଷତମ ସ୍ଥାନକୁ ଯାଇ ପୁଣି ନିମ୍ନତମ ସ୍ଥାନକୁ ଫେରିଆସିଲେ ମୋଟ କାର୍ଯ୍ୟ କେତେ ସମ୍ପାଦିତ ହୁଏ ?
ଉ –
ଏଠାରେ ମୋଟ ବଳର ପରିମାଣ = F, ମୋଟ ବିସ୍ଥାପନର ପରିମାଣ = 0
∴ ସମ୍ପାଦିତ କାର୍ଯ୍ୟ (W) = F · s = F . 0 = 0

3. ମୁକ୍ତଭାବେ ଖସୁଥ‌ିବା ଏକ ବସ୍ତୁର ସ୍ଥିତିଜ ଶକ୍ତି କ୍ରମାଗତଭାବେ ହ୍ରାସ ପାଉଛି । ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରୁଛି କି ? ତୁମ ଉତ୍ତରର ଯଥାର୍ଥତା ବୁଝାଅ ।
ଉ –

  • ମୁକ୍ତଭାବେ ଖସୁଥ‌ିବା ଏକ ବସ୍ତୁର ସ୍ଥିତିଜ ଶକ୍ତି କ୍ରମାଗତ ଭାବେ ହ୍ରାସ ପାଏ । କାରଣ ଭୂମିଠାରୁ ବସ୍ତୁର ଉଚ୍ଚତା କମି କମି ଯାଏ । ମାତ୍ର ବସ୍ତୁତ୍ଵ ଓ ତ୍ଵରଣ ସମାନ ଥାଏ ।
  • ମୋଟ ଯାନ୍ତ୍ରିକ ଶକ୍ତିର ପରିମାଣ ସମାନ ହେତୁ ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରେ ନାହିଁ । ସ୍ଥିତିଜ ଶକ୍ତିର ପରିମାଣ କମି କମି ଗଲେ ଗତି ଶକ୍ତିର ପରିମାଣ ସେହି ହାରରେ ବଢ଼ି ବଢ଼ି ଯିବ ।
  • ଏଠାରେ ସ୍ଥିତିଜ ଶକ୍ତି ଗତିଜ ଶକ୍ତିରେ ରୂପାନ୍ତରିତ ହେବ । ମୋଟ ଶକ୍ତି ସମାନ ରହିବ । ଏଣୁ ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରୁ ନାହିଁ ।

4. ତମେ ସାଇକେଲ୍ ଚଳାଇବା ବେଳେ ଶକ୍ତି କେଉଁ ରୂପରୁ କେଉଁ ରୂପକୁ ରୂପାନ୍ତରିତ ହୋଇଥାଏ, ତାହା ବର୍ଣ୍ଣନା କର ।
ଉ –
ପାଇକୋଲ ଚଲାଇବାବେଳେ ଉଭୟ ଦ୍ଵାର ଓ ଗୋଡ଼ର ମାଂସପେଶ1ପ ବଳ ପାଇକେଲ ଉପରେ ପ୍ରସ୍ତୁକ୍ତ ହୋଇଥାଏ । ମାଂସପେଶୀୟ ବଳ ଖାଦ୍ୟର ରାସାୟନିକ ଶକ୍ତିରୁ ମିଳିଥାଏ । ମାଂସପେଶୀୟ ଶକ୍ତି ଯାନ୍ତ୍ରିକ ଶକ୍ତିରେ ପରିଣତ ହୋଇ ସାଇକେଲ୍‌କୁ ଗତିଶୀଳ କରାଏ ।
ଖାଦ୍ୟ → ରାସାୟନିକ ଶକ୍ତି → ମାଂସପେଶୀୟ ଶକ୍ତି → ଯାନ୍ତ୍ରିକ ଶକ୍ତି

BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

5. ଗୋଟିଏ ଇଲେକ୍‌ଟ୍ରିକ୍‌ ହିଟର୍‌ର ପାୱାର 1500 ୱାଟ୍ । ଏହା 10 ଘଣ୍ଟାରେ କେତେ ଶକ୍ତି ବ୍ୟବହାର କରିବ ?
ଉ –
ଏଠାରେ ହିଟର୍‌ର ପାୱାର (P) = 1500 ୱାଟ୍, ସମୟ (t) = 10 ଘଣ୍ଟା
∴ W = Pt = 1500 ୱାଟ୍ x 10 ଘଣ୍ଟା = 15000 ୱାଟ୍ ଘଣ୍ଟା = 15 kWh = 15 ୟୁନିଟ୍
∴ ହିଟରଟି 10 ଘଣ୍ଟାରେ 15 ୟୁନିଟ୍ ଶକ୍ତି ବ୍ୟବହାର କରିବ ।

6. (m) ବସ୍ତୁତ୍ଵ ଥ‌ିବା ଗୋଟିଏ ବସ୍ତୁ ଏକ ନିର୍ଦ୍ଦିଷ୍ଟ ପରିବେଗ (v)ରେ ଗତି କରୁଛି । ଏହି ବସ୍ତୁକୁ ସ୍ଥିର ଅବସ୍ଥାକୁ ଆଣିବାକୁ ହେଲେ କେତେ ପରିମାଣର କାର୍ଯ୍ୟ କରିବାକୁ ହେବ ?
ଉ –
ଖୋଟିଏ ବସ୍ତୁର ବସ୍ତୁତ୍ଵ = m
ମନେକର ପ୍ରାରମ୍ଭିକ ପରିବେଗ (u) = v ଓ ଅନ୍ତିମ ପରିବେଗ (v) = 0
ବସ୍ତୁର ତ୍ଵରଣ = a ଓ ବିସ୍ଥାପନ = s
ତୃତ1ଯ ଖତି ସମ1କାରଣ ଅନୁଯାୟ1, v2 = u2 + 2as ⇒ s =
BSE Odisha 9th Class Physical Science Solutions Chapter 8 img-1
ବିଯୁକ୍ତ ଚିହ୍ନରୁ ପରିବେଗ ହ୍ରାସ ପାଇବାର ସୂଚନା ମିଳେ ।

7. 1500 କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ମୋଟର କାର୍ ଘଣ୍ଟା ପ୍ରତି 60 କି.ମି. ବେଗରେ ଗତି କରୁଛି । ତାହାକୁ ସ୍ଥିର ଅବସ୍ଥାକୁ ଆସିବାକୁ ହେଲେ କେତେ ପରିମାଣର କାର୍ଯ୍ୟ କରିବାକୁ ହେବ ?
ଉ –
ଏଠାରେ ମୋଟର୍‌ କାରର ପ୍ରାରମ୍ଭିକ ବେଗ (u) = 60 କି.ମି./ ଘଣ୍ଟା \(\frac { 60000 ମି. }{ 3600ସେ. }\) = \(\frac { 5 }{ 3 }\) ମି./ସେ.
ଅନ୍ତିମ ବେଗ (v) = 0 ଓ ବସ୍ତୁତ୍ୱ (m) = 1500 କି.ଗ୍ରା
ମନେକର ମୋଟର୍ କାରର ମୋଟ ବିସ୍ଥାପନ = s ଓ ତ୍ଵରଣ = a
BSE Odisha 9th Class Physical Science Solutions Chapter 8 img-2
କାର୍‌କୁ ସ୍ଥିରାବସ୍ଥାକୁ ଆଣିବାକୁ ହେଲେ 208333-38 ଜୁଲ୍ କାର୍ଯ୍ୟ କରିବାକୁ ପଡ଼ିବ ।

ପ୍ରଶାବଳୀ ଓ ଉତ୍ତର

1. ପ୍ରଶ୍ନ : ଏକ 7 ନିଉଟନ୍ ପରିମାଣର ବଳ ଗୋଟିଏ ବସ୍ତୁ ଉପରେ ପ୍ରୟୋଗ ହୋଇ ବସ୍ତୁଟିକୁ ବଳ ଦିଗରେ 8 ମିଟର ପର୍ଯ୍ୟନ୍ତ ବିସ୍ଥାପନ କରିପାରିଲା । ଏହି କ୍ଷେତ୍ରରେ କାର୍ଯ୍ୟର ପରିମାଣ କେତେ ?
BSE Odisha 9th Class Physical Science Solutions Chapter 8 img-3
ଉ –
ଏଠାରେ F = 7 ନିଉଟନ୍,
s = 8 ମିଟର ।
∴ କାର୍ଯ୍ୟର ପରିମାଣ (W) = F. s = 7 ନିଉଟନ୍ × 8 ମିଟର = 56 am |

2. ଆମେ କେଉଁ କ୍ଷେତ୍ରରେ କହିବା ଯେ, କାର୍ଯ୍ୟ ସଂପାଦିତ ହୋଇଛି ?
ଉ –
ଯେତେବେଳେ ଗୋଟିଏ ବସ୍ତ୍ର ଉପରେ ବାହ୍ୟବଳ ପ୍ରୟୋଗ କରାଯାଏ, ତାକୁ ବଳ ଦିଗରେ ଗତିଶୀଳ କଲେ କାର୍ଯ୍ୟ ସମ୍ପାଦିତ ହୋଇଥାଏ।

3. କାର୍ଯ୍ୟର ଏକ ଉଦାହରଣ ଦିଅ ଯେଉଁଠାରେ କି ବସ୍ତୁ ଉପରେ ପ୍ରୟୋଗ ହୋଇଥବା ବଳ ଏବଂ ଏହାଦ୍ଵାରା ବସ୍ତୁର ବିସ୍ଥାପନ ଏକ ଦିଗରେ ହେଉଥ‌ିବ।
ଉ –
ପାହାଡ଼ ଉପରୁ ଜଣେ ବ୍ୟକ୍ତି ଓହ୍ଲାଇଲା କ୍ଷେତ୍ରରେ ବସ୍ତୁ ଉପରେ ପ୍ରୟୋଗ ହୋଇଥିବା ବଳ ଓ ବସ୍ତୁର ବିସ୍ଥାପନ ଏକ ଦିଗରେ ହୋଇଥାଏ।

4. କାର୍ଯ୍ୟର ଆଉ ଏକ ଉଦାହରଣ ଦିଅ ଯେଉଁ କ୍ଷେତ୍ରରେ ବସ୍ତୁ ଉପରେ ପ୍ରୟୋଗ ହୋଇଥୁବା ବଳ ଓ ବସ୍ତୁର ବିସ୍ଥାପନ ବିପରୀତ ଦିଗରେ ହୋଇଥ‌ିବ ?
ଉ –
ଏକ ପଥରକୁ ଟେକିଲାବେଳେ ବସ୍ତୁ ଉପରେ ପ୍ରୟୋଗ ହୋଇଥିବା ବଳ ଓ ବସ୍ତୁର ବିସ୍ଥାପନ ବିପରୀତ ଦିଗରେ ହୋଇଥାଏ।

5. ଏକ ଜୁଲ୍ କାର୍ଯ୍ୟକୁ ଗାଣିତିକ ଭାଷାରେ ପ୍ରକାଶ କର।
ଉ –
1 ନିଉଟନ୍ ବଳ ଏକ ବସ୍ତୁ ଉପରେ କାର୍ଯ୍ୟକରି ବସ୍ତୁକୁ ବଳ ଦିଗରେ 1 ମିଟର ବିସ୍ଥାପିତ କଲେ, ବଳଦ୍ଵାରା ସମ୍ପାଦିତ କାର୍ଯ୍ୟକୁ ଏକ ଜୁଲ୍ କୁହାଯାଏ । 1 ଜୁଲ୍ = 1ନିଜଗନ୍ x 1ମିଟର

6. କୌଣସି ବସ୍ତୁର ଗତିଜ ଶକ୍ତି କ’ଣ ?
ଉ –
କୌଣସି ବସ୍ତୁ ତାହାର ଗତି ଯୋଗୁଁ ଯେଉଁ ଶକ୍ତି ଆହରଣ କରିଥାଏ, ତାହାକୁ ବସ୍ତୁର ଗତିଜ ଶକ୍ତି କୁହାଯାଏ।

BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

7. ବସ୍ତୁର ଗତିଜ ଶକ୍ତିର ସମୀକରଣ ଲେଖ ।
ଉ-
Ek = \(\frac { 1 }{ 2 }\) mv2 ଯେଉଁଠାରେ Ek = ଗତିଜ ଶକ୍ତିର ପରିମାଣ, ବସ୍ତୁର ବସ୍ତୁତ୍ଵ = m ଏବଂ ବସ୍ତୁର ପରିବେଗ = v।

8. ଗୋଟିଏ ବସ୍ତୁର ବସ୍ତୁତ୍ଵ m, ପରିବେଗ 5ମି. | ସେ. ଏବଂ ଗତିଜ ଶକ୍ତି 25 ଜୁଲ୍ । ଯଦି ବସ୍ତୁର ପରିବେଗକୁ ଦ୍ଵିଗୁଣିତ କରାଯାଏ, ତେବେ ତାହାର ଗତିଜ ଶକ୍ତି କେତେ ହେବ ? ଗତିଜ ଶକ୍ତି କେତେ ଗୁଣ ହୋଇଗଲା ?
ଉ-
ଗୋଟିଏ ବସ୍ତୁର ବସ୍ତୁତ୍ଵ = m, ପରିବେଗ (v) = 5 ମି./ସେ.
ଗତିଜ ଶକ୍ତି (Ek) = 25 ଜୁଲ୍
⇒ \(\frac { 1 }{ 2 }\) mv2 = 25 ଜୁଲ୍
⇒\(\frac { 1 }{ 2 }\) . m . (5 ମି./ସେ.)2 = 25 ଜୁଲ୍
⇒ m . 25 ମି2/ସେ2 = 50 ଜୁଲ୍
⇒ m = \(\frac { 50 }{ 25 }\) କି . ଗ୍ରା. ଣ୍ଠି 2 କି.ଗ୍ରା.
v ଦ୍ଵିଗୁଣିତ ହେଲେ v= 2 × 5ମି./ସେ. ଣ୍ଠି 10 ମି./ସେ.
∴ ଗତିକ ଶକ୍ତି = \(\frac { 1 }{ 2 }\) mv2 = \(\frac { 1 }{ 2 }\) x 2 କି.ଗ୍ରା. × (10 ମି./ସେ.)2 = 100 ଜୁଲ୍
∴ ଗତିକ ଶକ୍ତି = \(\frac { 100 }{ 25 }\) = 4 ଗୁଣ ହେଲା ।

(b) ସ୍ଥିତିଜ ଶକ୍ତି (Potential Energy):

9. ପାୱାରର୍ ସଂଜ୍ଞା କ’ଣ ?
ଉ-
କାର୍ଯ୍ୟ କରିବାର ହାରକୁ ପାୱାର୍ କହନ୍ତି ।

10. ଏକ ୱାଟ୍ ପାୱାର୍ କହିଲେ କ’ଣ ବୁଝ ?
ଉ-
ଯଦି ଗୋଟିଏ କାରକ ଏକ ସେକେଣ୍ଡରେ ଏକ ଜୁଲ୍ କାର୍ଯ୍ୟ ସମ୍ପାଦନ କରିପାରେ, ତେବେ ତାହାର ପାୱାର ଏକ ୱାଟ୍ ବୋଲି କୁହାଯାଏ ।
BSE Odisha 9th Class Physical Science Solutions Chapter 8 img-4

11. ଗୋଟିଏ ବିଦ୍ୟୁତ୍ ବଲ୍‌ବ 10 ସେକେଣ୍ଡ ସମୟ ମଧ୍ୟରେ 1000 ଜୁଲ୍ ଶକ୍ତି ବ୍ୟବହାର କରେ । ତାହାର ପାୱାର କେତେ ?
ଉ-
ଏଠାରେW = 1000 ଜୁଲ୍ ଓ t = 10 ସେକେଣ୍ଡ
BSE Odisha 9th Class Physical Science Solutions Chapter 8 img-5
∴ ବିଦ୍ୟୁତ୍ ବଲ୍‌ବର ପାୱାର 100 ୱାଟ୍ ।

12. ହାରାହାରି ପାଓ୍ବାର କେତେବେଳେ ନିର୍ଣ୍ଣୟ କରାଯାଏ ? ଏହାର ସଂଜ୍ଞା କ’ଣ ?
ଉ-

  • ଗୋଟିଏ ବସ୍ତୁ ଅଲଗା ଅଲଗା ସମୟ ବ୍ୟବଧାନରେ ଅଲଗା ଅଲଗା ହାରରେ କାର୍ଯ୍ୟ ସଂପାଦନ କଲେ ସେତେବେଳେ ବସ୍ତୁ ବା କାରକର ହାରାହାରି ପାଓ୍ବାର ନିର୍ଣ୍ଣୟ କରାଯାଏ ।
  • ସଂଜ୍ଞା – କାର୍ଯ୍ୟ ସମ୍ପାଦନ ସମୟରେ ମୋଟ ନିୟୋଜିତ ଶକ୍ତି ବା ମୋଟ ସଂପାଦିତ କାର୍ଯ୍ୟ ଏବଂ ମୋଟି ସମୟର ଅନୁପାତକୁ ହାରାହାରି ପାୱାର କୁହାଯାଏ ।

BSE Odisha 9th Class Physical Science Solutions Chapter 8 img-6

କାର୍ଯ୍ୟାବଳୀ (Activity) :

ତୁମପାଇଁ କାମ 8.1 :
ତୁମର ଦୈନନ୍ଦିନ ଜୀବନରେ କାର୍ଯ୍ୟ କରିବାର କିଛି ଉଦାହରଣକୁ ମନେ ପକାଅ ଓ ତା’ର ଏକ ତାଲିକା ପ୍ରସ୍ତୁତ କର । ଏପରି କିଛି ଉଦାହରଣ ଦିଅ ଯେଉଁଠାର କି ବଳ ପ୍ରୟୋଗ ହୋଇ ମଧ୍ୟ ବସ୍ତୁଟିର ଅବସ୍ଥାନରେ କୌଣସି ପରିବର୍ତ୍ତନ ହୁଏ ।
ଉ –

  • ଫୁଟବଲ ଗଡ଼ାଇବା, ଫୁଲ ତୋଳିବା, କୂଅରୁ ପାଣିକାଢ଼ିବା, କାଠଗଣ୍ଠିକୁ ଗଡ଼ାଇବା- ଏ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ହୋଇଛି, କାରଣ ବସ୍ତୁ ବିସ୍ଥାପିତ ହୋଇଛି ।
  • ମନେକର ଏକ ଓଜନିଆ କାଠଗଣ୍ଡିକୁ ଜଣେ ବଳପ୍ରୟୋଗ କରି ଠେଲିଲା । ଏଠାରେ ଠେଲାବଳ ପ୍ରୟୋଗ ହେଲା ମାତ୍ର କାଠଗଣ୍ଡିଟି ହଲିଲା ନାହିଁ । ତେବେ ଏଠାରେ କାର୍ଯ୍ୟ ହେଲା ନାହିଁ ।

ତୁମପାଇଁ କାମ 8.2 :

  • ବିଭିନ୍ନ ଶକ୍ତି ଉତ୍ସର ତାଲିକା କର ।
  • କେଉଁ କେଉଁ ଶକ୍ତି ସୂର୍ଯ୍ୟଙ୍କଠାରୁ ମିଳିଥାଏ, ତାହାର ଏକ ତାଲିକା କର ।
  • ଏପରି କୌଣସି ଶକ୍ତି ରହିଛି, ଯାହାକି ସୂର୍ଯ୍ୟଙ୍କଠାରୁ ଆସିନାହିଁ ? ତାହାର ଏକ ତାଲିକା କର ।

ଉ –

  • କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍, ସମୁଦ୍ର ଓ ନଦୀର ଜଳ, ଗୋବର, କାଠ, ପବନ, ଜୁଆର ଆଦି ଶକ୍ତିର ଉତ୍ସ ।
  • ସୌରଶକ୍ତି ଆଲୋକ ଶକ୍ତି, ତାପଶକ୍ତି, ବିଦ୍ୟୁତ୍ ଶକ୍ତି, ରାସାୟନିକ ଶକ୍ତି ଆଦି ବିଭିନ୍ନ ଶକ୍ତିକୁ ରୂପାନ୍ତରିତ ହୋଇଥାଏ ।
  • ନ୍ୟୁକ୍ଲିୟ ଶକ୍ତି ଓ ଭୂତାପୀୟ ଶକ୍ତି ସୂର୍ଯ୍ୟଙ୍କଠାରୁ ମିଳି ନଥାଏ ।
    • ଯେଉଁ ବସ୍ତୁର କାର୍ଯ୍ୟ କରିବାପାଇଁ କ୍ଷମତା ଥାଏ, ତାହା ମଧ୍ୟରେ ଶକ୍ତି ରହିଥାଏ । ବସ୍ତୁ ନିଜେ କାର୍ଯ୍ୟ କଲେ ଶକ୍ତି ହ୍ରାସ ପାଏ ।
    • ଯେତେବେଳେ ବସ୍ତୁ ଉପରେ ବାହ୍ୟବଳ ପ୍ରୟୋଗ କରାହୋଇଥାଏ ଓ ସେହି ବଳଦ୍ଵାରା ବସ୍ତୁ ଉପରେ କିଛି କାର୍ଯ୍ୟ କରାଯାଏ, ସେହି ସମୟରେ ବସ୍ତୁର ଶକ୍ତି ବୃଦ୍ଧି ପାଏ ।
    • ଯଦି ଗୋଟିଏ ବସ୍ତୁ ମଧ୍ୟରେ ଅଧିକ ଶକ୍ତି ଥାଏ, ତେବେ ସେହି ବସ୍ତୁ ନିକଟରେ କାର୍ଯ୍ୟ କରିବା ପାଇଁ ଅଧ‌ିକ କ୍ଷମତା ଥାଏ ।
      କାର୍ଯ୍ୟ କରିବାର ସାମର୍ଥ୍ୟକୁ ଶକ୍ତି କୁହାଯାଏ ।

ଉଦାହରଣ :

  • ଗୋଟିଏ ସମତଳରେ ଦୁଇଟି ଗୋଲକ କିଛି ବ୍ୟବଧାନରେ ରହିଛି । ସେଥିମଧ୍ୟରୁ ଦ୍ଵିତୀୟ ଗୋଲକଟି ସ୍ଥିର ରହିଛି ।
  • ପ୍ରଥମ ଗୋଲକଟିକୁ ଦ୍ଵିତୀୟ ଗୋଲକ ଆଡ଼କୁ ଗଡ଼ାଇ ଦିଆଗଲା । ଗଡ଼ିଗଡ଼ ଗତି କରୁଥିବା ପ୍ରଥମ
  • ଯେତେବେଳେ ପ୍ରଥମ ଗୋଲକଟି ଦ୍ଵିତୀୟ ଗୋଲକକୁ ଧକ୍‌କା ଦେବ, ସେତେବେଳେ ପ୍ରଥମ ଗୋଲକଟି ଦ୍ଵିତୀୟ ଗୋଲକ ଉପରେ ବଳ ପ୍ରୟୋଗ କରିବ।
  • ଏହାଦ୍ଵାରା ପ୍ରଥମ ଗୋଲକର ଶକ୍ତିର ସମ୍ପୂର୍ଣ୍ଣ ବା କିଛି ଅଂଶ ଦ୍ୱିତୀୟ ଗୋଲକକୁ ସଞ୍ଚାରିତ ହେବ ଏବଂ ସ୍ଥିର ହୋଇ ରହିଥ‌ିବା ଦ୍ଵିତୀୟ ଗୋଲକଟି ପ୍ରଥମ ଗୋଲକଠାରୁ କିଛି ଶକ୍ତି ଆହରଣ କରିବ ଓ ତାହା ଗତିଶୀଳ ହୋଇ ସମତଳ ପୃଷ୍ଠ ଉପରେ ଗଡ଼ିବା ଆରମ୍ଭ କରିବ ।
  • ପ୍ରଥମ ଗୋଲକର ଶକ୍ତି ଥିବାରୁ ତାହା ଧକ୍‌କା ମାରିବାବେଳେ କାର୍ଯ୍ୟକରି ଦ୍ଵିତୀୟ ଗୋଲକକୁ ଗତିଶୀଳ କରାଇ ପାରିଲା । ତେଣୁ ବସ୍ତୁରେ ଶକ୍ତି ଥିଲେ ତାହା କାର୍ଯ୍ୟ କରିପାରେ । କାର୍ଯ୍ୟ କରିବାର ସାମର୍ଥ୍ୟ ଦ୍ଵାରା ଶକ୍ତିକୁ ମପାଯାଇପାରିବ |

ଏକକ :
କାର୍ଯ୍ୟ ଓ ଶକ୍ତିର ଏକକ ସମାନ । CGS ପଦ୍ଧତିରେ ଶକ୍ତିର ଏକକ ଅର୍ଗ ଓ SI ପଦ୍ଧତିରେ ଜୁଲ୍ ଅଟେ । ଶକ୍ତିର ବୃହତ୍ତର ଏକକ କିଲୋକୁଲ୍ (kilo joule) ।

BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

ତୁମପାଇଁ କାମ 8.3
ବାଲୁକା ଶଯ୍ୟା ଉପରେ ଏକ ଓଜନିଆ ବଲ୍‌କୁ 25 ସେ.ମି. ଉଚ୍ଚତାରୁ ପକାଇ ବାଲି ଉପରେ ସୃଷ୍ଟି ହୋଇଥିବା ଅବତଳ ଆକାରର ଗାତର ଗଭୀରତାକୁ ମପାଯାଉ । ଏହାପରେ ସେହି ବଲ୍‌କୁ 50 ସେ.ମି., I ମିଟର ଓ 5 ମିଟର
ଗଭୀରତା ଅଧୂକ ଓ କେଉଁଟିର କମ୍ ତାହା କାରଣ ସହ ଲେଖ । ଗାତର ଗଭୀରତା ଓ ବଲ୍ ପଡୁଥିବା ଉଚ୍ଚତା ମଧ୍ୟରେ କି ସଂପର୍କ ଅଛି ନିର୍ଣ୍ଣୟ କର ।
ଉ –

  • 25 ସେ.ମି. ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥିବା ଗାତ ଅପେକ୍ଷା 50 ସେ.ମି. ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥିବା ଗାତର ଗଭୀରତା ଅଧ‌ିକ ହୋଇଥାଏ । ଅର୍ଥାତ୍ ଉଚ୍ଚତା ଯେତେ ବୃଦ୍ଧି ପାଏ ଗାତର ଗଭୀରତା ସେହି ଅନୁ ସାରେ ଅଧିକ ହୋଇଥାଏ ।
  • 5 ମିଟର ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥ‌ିବା ଗାତର ଗଭୀରତା ଅଧ‌ିକ ଓ 25 ସେ.ମି. ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥ‌ିବା ଗାତର ଗଭୀରତା କମ୍ ହୋଇଥାଏ ।
  • ବଲ୍ ଅଧ‌ିକ ଉଚ୍ଚତାରୁ ପଡ଼ିଲେ ଗାତର ଗଭୀରତା ଅଧିକ ହୁଏ । ଅଧିକ ଉଚ୍ଚତାରୁ ବସ୍ତୁଟିଏ ପଡ଼ିଲେ ତା’ର ପରିବେଗ ଅଧ୍ବକ ହେବ । ତେଣୁ ଗାତର ଗଭୀରତା ଅଧୂକ ହେବ ।
    • ଗୋଟିଏ ବସ୍ତୁର ବେଗ ବଢ଼ିଲେ ତାହାର ଗତିଜ ଶକ୍ତି ବୃଦ୍ଧିପାଏ ଓ ବେଗ କମିଲେ ତାହାର ଗତିଜ ଶକ୍ତି ହ୍ରାସପାଏ । ଗତିଶୀଳ ବସ୍ତୁ କାର୍ଯ୍ୟକଲେ ତାହାର ଗତିଜ ଶକ୍ତି ହ୍ରାସପାଏ ।
    • ସ୍ଥିର ବସ୍ତୁର ଗତିଜ ଶକ୍ତି ନଥାଏ, ତେଣୁ ସ୍ଥିର ବସ୍ତର ଗତିଜ ଶକ୍ତି ଶୂନ ଅଟେ ।
    • ଗତିଶୀଳ ବସ୍ତୁ ସ୍ଥିର ଅବସ୍ଥାକୁ ଆସିବା ପର୍ଯ୍ୟନ୍ତ ଯେଉଁ ପରିମାଣର କାର୍ଯ୍ୟକରେ ତାହା ତା’ର ଗତିଜ ଶକ୍ତିର ପରିମାଣ ସହିତ ସମାନ ଅଟେ |
    • ଗତିର ବିପରୀତ ଦିଗରେ ବଳ ପ୍ରୟୋଗ କଲେ ବସ୍ତୁର ବେଗ ଧୀରେ ଧୀରେ କମିଯାଏ ଓ ଶେଷରେ ବସ୍ତୁଟି ସ୍ଥିର ହୋଇଯାଏ । ଏଠାରେ ବସ୍ତୁ ପ୍ରତିରୋଧୀ ବଳ ବିରୁଦ୍ଧର ନିଜର ଶକ୍ତି ବ୍ୟବହାର କରି କାର୍ଯ୍ୟ କରେ ଏବଂ ମୋଟ ସମ୍ପାଦିତ କାର୍ଯ୍ୟ ତାର ଗତିଜ ଶକ୍ତି ସହ ସମାନ ହୋଇଥାଏ ।

ଉଦାହରଣ –
ରାସ୍ତାରେ ଚାଲୁଥିବା କାର୍, ଆକାଶରେ ଉଡୁଥ‌ିବା ଉଡ଼ାଜାହାଜ, ଗଛରୁ ତଳକୁ ପଡୁଥ‌ିବା ଫଳ, ବନ୍ଧୁକରୁ ନିର୍ଗତ ହେଉଥ‌ିବା ବୁଲେଟ୍‌ରେ ଗତିଜ ଶକ୍ତି ଥାଏ ।

ଗତିଜ ଶକ୍ତି ନିମନ୍ତେ ଗାଣିତିକ ସୂତ୍ର :

  • ମନେକର m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁ ଗୋଟିଏ ସରଳରେଖାରେ ସ୍ଥିର ପରିବେଗ (u)ରେ ଗତି କରୁଛି । ଏହି ବସ୍ତୁ ଉପରେ ତା’ର ଗତିର ଦିଗରେ ବଳ (F) ପ୍ରୟୋଗ କରାଗଲା ।
  • ବସ୍ତୁର ପରିବେଗ ବୃଦ୍ଧିପାଇ ତ୍ଵରଣ a ସୃଷ୍ଟିହେଲା ଓ ତାହା ଦୂରତା s ଅତିକ୍ରମ କଲାପରେ ତା’ର ପରିବେଗ v ହେଲା ।
  • ତୃତୀୟ ଗତି ସମୀକରଣ ଅନୁ ସାରେ v2 = u2 + 2as
    BSE Odisha 9th Class Physical Science Solutions Chapter 8 img-7
    ପ୍ରୟୋଗ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟ (W) = F · s = m a s (∵ F = ma)BSE Odisha 9th Class Physical Science Solutions Chapter 8 img-8
  • ଯଦି ପ୍ରାରମ୍ଭରୁ ବସ୍ତୁ ସ୍ଥିର ରହିଥାଏ ତେବେ ପ୍ରାରମ୍ଭିକ ବେଗ (u) = 0 ଅଟେ ।
  • ଏହି କାର୍ଯ୍ୟ ବାହ୍ୟବଳ ଦ୍ଵାରା ସମ୍ପାଦିତ ହୋଇଛି । ଏହା ସମପରିମାଣର ଗତିଜ ଶକ୍ତି (Ek) ଭାବରେ ବସ୍ତୁ ମଧ୍ୟରେ ରହେ ।
    ତେଣୁ Ek = W ⇒ Ek = \(\frac { 1 }{ 2 }\) mv2

ତୁମପାଇଁ କାମ 8.4 :
ଗୋଟିଏ ରବର ବ୍ୟାଣ୍ଡ୍ ନେଇ ଏହାର ଗୋଟିଏ ମୁଣ୍ଡକୁ ହାତରେ ଧରି ଅନ୍ୟ ମୁଣ୍ଡକୁ ଟାଣ । ରବର ବ୍ୟାଣ୍ଡ୍‌ ଲମ୍ବା ହୋଇଯାଏ । ବର୍ତ୍ତମାନ ରବର ବ୍ୟାଣ୍ଡ୍‌ର ଗୋଟିଏ ମୁଣ୍ଡକୁ ଛାଡ଼ିଦିଅ । କ’ଣ ହେଉଛି ଲକ୍ଷ୍ୟକର ।
ଉ –
ରବର ବ୍ୟାଣ୍ଟି ତା’ର ମୂଳ ଅବସ୍ଥାକୁ ଫେରିଯିବ । ଏଠାରେ ରବର ବ୍ୟାଣ୍ଟି ତା’ର ପ୍ରସାରଣ ଯୋଗୁ ଶକ୍ତି ଅର୍ଜନ କରିଥାଏ ।

ତୁମପାଇଁ କାମ 8.5 :
ଗୋଟିଏ ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ଗୋଟିଏ ବସ୍ତୁକୁ ଉଠାଅ । ଉତ୍ତୋଳିତ ବସ୍ତୁଟି ଏବେ କାର୍ଯ୍ୟ କରିପାରିବ । ଏହାକୁ ହାତରୁ ଛାଡ଼ିବା ମାତ୍ରେ ତାହା ତଳକୁ ଖସିପଡ଼ିବ । ଏହା ଦର୍ଶାଏ ଯେ, ବସ୍ତୁଟି ଉଚ୍ଚକୁ ଉଠିବାମାତ୍ରେ ତାହା କିଛି ଶକ୍ତି ଅର୍ଜନ କରିଥାଏ; ଯାହାଦ୍ଵାରା ସେ କାର୍ଯ୍ୟ କରିପାରେ । ଯଦି ଉଚ୍ଚତା ବଢ଼ାଇ ଦିଆଯାଏ, ତେବେ ବସ୍ତୁଟି ଅଧିକ ଶକ୍ତି ଆହରଣ କରିବ ଏବଂ ଅଧ୍ବକ କାର୍ଯ୍ୟ ସମ୍ପାଦନ କରିପାରିବ । ବସ୍ତୁଟି କେଉଁଠାରୁ ଏହି ଶକ୍ତି ଗ୍ରହଣ କଲା ?
ଉ –
କୌଣସି ବସ୍ତୁ ଆପେ ଆପେ ଉପରକୁ ଉଠିପାରେ ନାହିଁ । ବାହ୍ୟବଳ ପ୍ରୟୋଗ କଲେ ବସ୍ତୁଟି ଉପରକୁ ଉଠେ । ବାହ୍ୟବଳ ବସ୍ତୁ ଉପରେ କିଛି କାର୍ଯ୍ୟ କରିଥାଏ । ବସ୍ତୁ ଉପରେ ସଂପାଦିତ ହେଉଥ‌ିବା କାର୍ଯ୍ୟ ଯୋଗୁଁ ତାହା କିଛି ଶକ୍ତି ଆହରଣ କରିଥାଏ ଏବଂ ଏହି ଶକ୍ତି ବସ୍ତୁକୁ ସ୍ଥାନାନ୍ତରିତ ହୋଇ ବସ୍ତୁରେ ଗଚ୍ଛିତ ହୋଇ ରହେ । ଏହି ଗଚ୍ଛିତ ଶକ୍ତିକୁ ବସ୍ତୁର ସ୍ଥିତିଜ ଶକ୍ତି କୁହାଯାଏ ।

ଉଦାହରଣ –
ଏକ ରବର ବ୍ୟାଣ୍ଟକୁ ଟାଣି ଲମ୍ବା କଲେ ରବର ବ୍ୟାଣ୍ଡ୍ ଉପରେ କିଛି କାର୍ଯ୍ୟ ସମ୍ପାଦିତ ହୁଏ । ଏହି କାର୍ଯ୍ୟ ଯୋଗୁଁ -ବିରୂପିତ ରବର ବ୍ୟାଣ୍ଡ୍ କିଛି ଶକ୍ତି ଆହରଣ କରେ । ଏହି ଶକ୍ତି ରବର ବ୍ୟାଣ୍ଡ୍ ମଧ୍ଯରେ ଗଚ୍ଛିତ ହୋଇ ରହେ । ଏହି ଶକ୍ତିକୁ ରବର ବ୍ୟାଣ୍ଡ୍‌ ସ୍ଥିତିଜ ଶକ୍ତି କୁହାଯାଏ ।

BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

ତୁମପାଇଁ କାମ 8.6 :
କିଛି ସାଙ୍ଗମାନଙ୍କୁ ନେଇ ଗୋଟିଏ ଛୋଟିଆ ଗ୍ରୁପ୍‌ରେ ବସ । ସମସ୍ତଙ୍କ ସାଙ୍ଗରେ ପ୍ରକୃତିରେ ହେଉଥ‌ିବା ବିଭିନ୍ନ ରୂପାନ୍ତରଣ ବିଷୟରେ ଆଲୋଚନା କର । ସାଙ୍ଗମାନଙ୍କ ସହିତ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକ ବିଷୟରେ ଆଲୋଚନା କର ।

  • ସବୁଜ ଉଭିଦ କିପରି ଭାବେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି ?
  • ଏଥିପାଇଁ ସବୁଜ ଉଭିଦ କେଉଁଠୁ ଶକ୍ତି ପାଏ ?
  • ବାୟୁମଣ୍ଡଳରେ ବାୟୁ କିଭଳି ଭାବେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଚଳପ୍ରଚଳ କରେ ?
  • କୋଇଲା, ପେଟ୍ରୋଲିୟମ୍ ଭଳି ଇନ୍ଧନ ପ୍ରକୃତିରେ କିପରି ପ୍ରସ୍ତୁତ ହୁଏ ?
  • କେଉଁ ପ୍ରକାରର ଶକ୍ତି ରୂପାନ୍ତରଣ ଜଳଚକ୍ରକୁ ସାହାଯ୍ୟ କରିଥାଏ ?

ଉ –

  • ସବୁଜ ଉଦ୍ଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରନ୍ତି ।
  • ଏଥିପାଇଁ ସବୁଜ ଉଭିଦ ସୂର୍ଯ୍ୟଙ୍କଠାରୁ ଶକ୍ତି ପାଏ ।
  • କୋଇଲା ପ୍ରାକୃତିକ ଅନ୍ତର୍ଧୂମପାତନ ପ୍ରଣାଳୀରେ ପ୍ରସ୍ତୁତ ହୁଏ । ମାଟିତଳେ ସାମୁଦ୍ରିକ ଜୀବ ଓ ଉଭିଦ ଆଦିର ବିଘଟନରୁ ପେଟ୍ରୋଲିୟମ୍ ସୃଷ୍ଟି ହୁଏ ।
  • ପ୍ରଥମେ ଆଲୋକ ଶକ୍ତି ତାପଶକ୍ତିରେ ରୂପାନ୍ତରିତ ହୋଇ ଭୂପୃଷ୍ଠସ୍ଥ ଜଳକୁ ବାଷ୍ପୀଭୂତ କରିବାରେ ସାହାଯ୍ୟ କରେ । ବାଷ୍ପୀଭୂତ ଜଳୀୟବାଷ୍ପ ତାପଶକ୍ତିରୁ ରାସାୟନିକ ଶକ୍ତିରେ ରୂପାନ୍ତରିତ ହୋଇ ବର୍ଷା ହେବାରେ ସାହାଯ୍ୟ କରେ ।

ତୁମପାଇଁ କାମ 8.7 .
ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ବିଭିନ୍ନ ଯନ୍ତ୍ରପାତି କାର୍ଯ୍ୟ କରୁଥିବା ବେଳେ ଓ ଆମମାନଙ୍କର ବିଭିନ୍ନ କାର୍ଯ୍ୟକଳାପରେ ଶକ୍ତି ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ରୂପାନ୍ତରିତ ହୋଇଥାଏ । ଏପରି ଶକ୍ତି ରୂପାନ୍ତରଣର ଏକ ତାଲିକା ପ୍ରସ୍ତୁତ କର ଏବଂ ତାହା ସହିତ ସଂଲଗ୍ନ ଯନ୍ତ୍ରପାତିର ନାମ ଲେଖ । ପ୍ରତ୍ୟେକ ଯନ୍ତ୍ରପାତି ଓ କାର୍ଯ୍ୟକଳାପ ସହିତ ସଂପୃକ୍ତ ଶକ୍ତି ରୂପାନ୍ତରଣର ପ୍ରକ୍ରିୟାକୁ ଅନୁଧ୍ୟାନ କର ଏବଂ ତାହାକୁ ଲେଖ ।
ଉ –
BSE Odisha 9th Class Physical Science Solutions Chapter 8 img-9

ତୁମପାଇଁ କାମ 8.8 .
20 କି.ଗ୍ରା. ଓଜନ ବିଶିଷ୍ଟ ଗୋଟିଏ ବସ୍ତୁକୁ ଭୂମିଠାରୁ 4 ମିଟର ଉଚ୍ଚତାରୁ ଖସାଇ ଦିଆଗଲା । ଏହି କ୍ଷେତ୍ରରେ ନିମ୍ନଲିଖତ ଟେବୁଲରେ ଦର୍ଶାଯାଇଥ‌ିବା ଭଳି ପ୍ରତ୍ୟେକ ସ୍ଥାନରେ ବସ୍ତୁଟିର ସ୍ଥିତିଜ ଶକ୍ତି ଓ ଗତିଜ ଶକ୍ତିକୁ ହିସାବ କରି ଶୂନ୍ୟସ୍ଥାନ ପୂରଣ କର ।
BSE Odisha 9th Class Physical Science Solutions Chapter 8 img-10
BSE Odisha 9th Class Physical Science Solutions Chapter 8 img-11

  • ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 1m = 20 m2/s2
  • ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 2m = 40 m2/s2
  • ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 3m = 60 m2/s2
  • ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 4m = 80 m2/s2

ଟିକିଏ ଚିନ୍ତାକର :
ପ୍ରକୃତିରେ ଯଦି ଶକ୍ତି ରୂପାନ୍ତରଣ ପ୍ରକ୍ରିୟା ସମ୍ଭବପର ହୋଇନଥାନ୍ତା, ତେବେ କ’ଣ ହୋଇଥାଆନ୍ତ ? ଶକ୍ତିର ରୂପାନ୍ତରଣ ବିନା ପ୍ରକୃତିରେ ଜୀବନ ସମ୍ଭବ ହୋଇ ପାରିନଥାନ୍ତା । ଏଥୁରେ ତୁମେ ଏକମତ ନା ନାହିଁ ?
ଉ –
ଏଥୁରେ ଆମେ ଏକମାତ

ତୁମପାଇଁ କାମ 8.9 :
ମନେକର ଦୁଇଜଣ ବାଳକ A ଏବଂ B ଙ୍କର ଓଜନ ସମାନ । ଦୁଇଜଣଜାକ ଏକ ଦୌଡ଼ିକୁ ଧରି ପୃଥକ୍ ପୃଥକ୍‌ଭାବରେ ଉପରକୁ ଆଠ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ିଲେ । ଚଢ଼ିବାପାଇଁ Aକୁ 15 ସେକେଣ୍ଡ ଓ Bକୁ 20 ସେକେଣ୍ଡ ସମୟ ଲାଗିଲା । ଏଠାରେ ଉଭୟ À ଓ B ପ୍ରତ୍ୟେକ କେତେ ପରିମାଣ କାର୍ଯ୍ୟ ସମ୍ପାଦନ କଲେ ?
ଉ –
Aର କ୍ଷମତା ବେଶୀ ଓ Bର କ୍ଷମତା କମ୍ ।
A 1 ସେକେଣ୍ଡରେ କରିଛି BSE Odisha 9th Class Physical Science Solutions Chapter 8 img-12
B 1 ସେକେଣ୍ଡରେ କରିଛି \(\frac { 8mg }{ 20 }\) ଏକକ କାର୍ଯ୍ୟ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Odisha State Board BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ  Textbook Exercise Questions and Answers.

BSE Odisha Class 10 Life Science Solutions Chapter 8 ଶକ୍ତିର ଉତ୍ସ

Question 1.
ସୌର ଚୁଲାର ଗଠନ ଓ କାର୍ଯ୍ୟକାରିତା ଚିତ୍ର ସହ ବୁଝାଅ ।
ଉ-
ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରାଯାଏ, ତାହାକୁ ସୌରଚୁଲା କୁହାଯାଏ । ଏଥିରେ ସୌରତାପ ସିଧାସଳଖ ରୋଷେଇ ଦ୍ରବ୍ୟକୁ ଗରମ କରିଥାଏ ।
(I) ସୌରଚୁଲାର ଗଠନ – ସୌରଚୁଲା ନିମ୍ନଲିଖ ତିନୋଟି ଅଂଶଗୁଡ଼ିକୁ ନେଇ ଗଠିତ ହୋଇଥାଏ; ଯଥା- (କ) ଆଧାର ପାତ୍ର, (ଖ) ତାପଶୋଷୀ ଆଚ୍ଛାଦନ, (ଗ) ପ୍ରତିଫଳକ ।
(କ) ଆଧାର ପାତ୍ର – ଏଥରେ ଜଳ ଓ ରନ୍ଧାଦ୍ରବ୍ୟ ରଖିବାପାଇଁ ପାତ୍ରମାନ ଥାଏ । ଅଧିକ ତାପ ଅବଶୋଷଣ ପାଇଁ ଏହି ପାତ୍ରଗୁଡ଼ିକର ବାହାର ପାଖରେ କଳା ରଙ୍ଗର ପ୍ରଲେପ ଦିଆଯାଇଥାଏ ।

(ଖ) ତାପଶୋଷୀ ଆଚ୍ଛାଦନ – ଆଧାର ପାତ୍ରର ଭିତରପାର୍ଶ୍ଵରେ କଳାରଙ୍ଗର ପ୍ରଲେପ ଦିଆଯାଇଥାଏ । ଏହାର ଉପରିଭାଗକୁ କାଚ ଫଳକରେ ଆବୃତ କରାଯାଇଥାଏ । ଫଳରେ
ପାତ୍ରର ଭିତର ପାର୍ଶ୍ଵର ତାପମାତ୍ରା ବୃଦ୍ଧିପାଏ । ପାତ୍ରଦ୍ୱାରା ଅବଶୋଷିତ ତାପ ସହଜରେ କାଚ ଆବରଣର ବାହାରକୁ ଯାଇପାରେ ନାହିଁ ।

(ଗ) ପ୍ରତିଫଳକ – ସୂର୍ଯ୍ୟକିରଣକୁ ସିଧା କିମ୍ବା ଅବତଳ ପ୍ରତିଫଳକ ସାହାଯ୍ୟରେ କେନ୍ଦ୍ରୀଭୂତ କରି ଆଧାର ପାତ୍ର ମଧ୍ୟକୁ ପକାଯାଏ । ସୂର୍ଯ୍ୟର ଅବସ୍ଥାନ ଅନୁସାରେ ଏହାକୁ ବିଭିନ୍ନ ଦିଗରେ ଘୂରାଇ ସୂର୍ଯ୍ୟକିରଣକୁ ଆଧାରପାତ୍ର ଉପରେ ଫୋକସ୍ କରାଯାଇଥାଏ । ସାଧାରଣତଃ ଆଲୁମିନିୟମ ଧାତୁ କିମ୍ବା କାଚରେ ପ୍ରତିଫଳକ ତିଆରି ହୋଇଥାଏ । ଅଧ୍ବକ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତରପୃଷ୍ଠକୁ ଅତି ମସୃଣ କରାଯାଇଥାଏ ।
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 1

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

(II) ସୌରଚୁଲାର କାର୍ଯ୍ୟ –

  • ଧାତୁ ନିର୍ମିତ ଆଧାର ପାତ୍ରର ବାହାର ପାଖରେ ଓ ତାପଶୋଷୀ ଆଛାଦନର ଭିତର ପାର୍ଶ୍ଵରେ କଳାରଙ୍ଗର ପ୍ରଲେପ ଥ‌ିବାରୁ ଏହା ଧଳା ପୃଷ୍ଠ ବା ପ୍ରତିଫଳନ କରୁଥିବା ପୃଷ୍ଠଠାରୁ ଅଧିକ ତାପ ଶୋଷଣ କରେ ।
  • ତାପଶୋଷୀ ଆଚ୍ଛାଦନର ଉପରି ଭାଗକୁ କାଚ ଫଳକରେ ଆବୃତ କରାଯାଇଥିରୁ ଅଭ୍ୟନ୍ତର ତାପମାତ୍ରା ବୃଦ୍ଧିପାଏ କାରଣ ଅବଶୋଷିତ ତାପ ସହଜରେ ବାହାରିପାରେ ନାହିଁ ।
  • ଅଧ୍ବକ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତର ପୃଷ୍ଠକୁ ଅତି ମସୃଣ କରାଯାଇଥାଏ ଫଳରେ ସୌରଚୁଲାର ଅଭ୍ୟନ୍ତର ତାପମାତ୍ରା ବୃଦ୍ଧିପାଏ ଓ ରୋଷେଇ କାର୍ଯ୍ୟ କରାଯାଏ ।

Question 2.
ଜୁଆରରୁ କିପରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିହେବ ବର୍ତ୍ତନ କର ।
ଉ-

  • ଘୂର୍ଣାୟମାନ ପୃଥ‌ିବୀ ଉପରେ ଚନ୍ଦ୍ରର ମାଧ୍ୟାକର୍ଷଣ ପ୍ରଭାବ ଯୋଗୁଁ ସମୁଦ୍ରଜଳର ଉତ୍‌ଥାନପତନ ପରିଲକ୍ଷିତ ହୁଏ ଓ ଜୁଆର ସୃଷ୍ଟିହୁଏ ।
  • ସମୁଦ୍ରଜଳର ଉତ୍‌ଥାନପତନରୁ ଜୁଆର ଶକ୍ତିର ସୃଷ୍ଟି ହୋଇଥାଏ । ସମୁଦ୍ର ତଟବର୍ତ୍ତୀ ସ୍ଥାନରେ ପିଟି ହେଉଥ‌ିବା ଢେଉର ଶକ୍ତି ଯଥେଷ୍ଟ ଅଧ୍ଵ ରହିଥାଏ ।
  • 1961 ମସିହାରେ ଫରାସୀ ବୈଜ୍ଞାନିକମାନେ ଜୁଆରରୁ ଶକ୍ତି ସଂଗ୍ରହ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।
  • ରାନ୍ସ ନଦୀ ମୁହାଣରେ ଜୁଆର ଓ ଭଟ୍ଟା ମଧ୍ଯରେ ଜଳପତ୍ତନର ଉଚ୍ଚତାରେ ପ୍ରାୟ 14 ମିଟର ପାର୍ଥକ୍ୟ ରହେ । ଦିନକ ମଧ୍ୟରେ ଦୁଇଥର ଜୁଆର ଓ ଭଟ୍ଟା ହୋଇଥାଏ । ସେହି ଜୁଆରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।
  • ଜୁଆରଶକ୍ତି ସଂଗ୍ରହ ପାଇଁ ନଦୀ ମୁହାଣରେ ପ୍ରାୟ 20 କି.ମି. ଲମ୍ବର୍ ଜଳାଶୟ ନିର୍ମାଣ କରାଯାଇ ସେଥ‌ିରେ ସ୍କୁ ଇସ୍ ଗେଟ୍ ଲଗାଯାଏ ।
  • ଉଚ୍ଚ ଜୁଆର ସମୟରେ ସେହି ଗେଟ୍‌ ଖୋଲିଦିଆଯାଏ । ଜଳାଶୟ ମଧ୍ୟକୁ ଜଳ ପ୍ରବେଶ କଲାପରେ ଗେଟ୍ ବନ୍ଦ କରାଯାଏ । ପରେ ଉଚ୍ଚପତ୍ତନରୁ ଜଳକୁ ନିୟନ୍ତ୍ରିତଭାବେ ସମୁଦ୍ରକୁ ଖଲାସ କରାଯାଏ ।
  • ଏହି ଖଲାସ ହେଉଥ‌ିବା ଜଳସ୍ରୋତରେ ଟର୍‌ବାଇନ୍ ଚଳାଇ ବିଦ୍ୟୁତ୍‌ଶକ୍ତି ଉତ୍ପାଦନ କରାଯାଏ ।

Question 3.
ପବନକଳର ଚିତ୍ର ଅଙ୍କନ କରି ଏହାର କାର୍ଯ୍ୟକାରିତା ଆଲୋଚନା କର ।
ଉ-
ପବନ କଳର କାର୍ଯ୍ୟକାରିତା :

  • ପବନକଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିକୁ ଉପଯୋଗ କରି ଜେନେରେଟର ଚଳାଇ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଏ ।
  • ବାୟୁ ପ୍ରବାହ ହେଲେ ପବନକଳର ପ୍ରପେଲର ଘୂରେ ଓ ଏଥ୍ ସହିତ ସଂଯୁକ୍ତ ଜେନେରେଟର ଘୁରିଥାଏ, ଫଳରେ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।
  • ଗୋଟିଏ ପବନକଳରୁ ଉତ୍ପାଦିତ ଶକ୍ତି ଏତେ ଅଧିକ ନୁହେଁ । ତେଣୁ ଏକା ସାଙ୍ଗରେ ଗୋଟିଏ ସ୍ଥାନରେ ଅନେକ ପବନ କଳ ସ୍ଥାପନ -କରାଯାଇଥାଏ । ଏହାକୁ ପବନ ଶକ୍ତି କେନ୍ଦ୍ର ବା ପବନ ଶକ୍ତି କ୍ଷେତ୍ର କୁହାଯାଏ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 2

  • ଏହି ଶକ୍ତି କେନ୍ଦ୍ରଗୁଡ଼ିକରୁ ଉତ୍ପତ୍ତି ସମୂହ ଶକ୍ତି ବ୍ୟବସାୟିକ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷେତ୍ରରେ ସହାୟକ ହୋଇଥାଏ ।
  • ପବନର ବେଗ ଅତ୍ୟଧିକ କମିଗଲେ ବା ବଢ଼ିଗଲେ ବିଦ୍ୟୁତ୍ ଜେନେରେଟର ଚଳାଇବା ସମ୍ଭବ ହୁଏ ନାହିଁ ।
  • ସାଧାରଣତଃ ବିଦ୍ୟୁତ୍ ସରବରାହ ସୁବିଧା ନଥ‌ିବା ଦୂରସ୍ଥ କୃଷିକ୍ଷେତ୍ରମାନଙ୍କରେ ଜଳସେଚନ ପାଇଁ ପମ୍ପ ଚଳାଇବାରେ ପବନ କଳ ବିଶେଷ ସହାୟକ ହୋଇଥାଏ ।

Question 4.
ସୂର୍ଯ୍ୟ ସକଳ ଶକ୍ତିର ଆଧାର – ଏ ଉକ୍ତିର ଯଥାର୍ଥତା ଦର୍ଶାଅ ।
ଉ-

  • ପୃଥ‌ିବୀ ପୃଷ୍ଠରେ ଯେତେପ୍ରକାର ଶକ୍ତି ଉପଲବ୍ଧ, ସେଗୁଡ଼ିକର ମୂଳଉତ୍ସ ସୂର୍ଯ୍ୟ ଅଟେ ।
  • ଜଳସ୍ରୋତ ଓ ବାୟୁ ସ୍ରୋତଠାରୁ ଆରମ୍ଭ କରି ବୃକ୍ଷଲତାଦିରେ ଥ‌ିବା ଜୈବ ରାସାୟନିକ ଶକ୍ତି, ଜୀବାଶ୍ମ ଶକ୍ତି ଆଦି ସମସ୍ତ ଶକ୍ତି ସୌର ଶକ୍ତିରୁ ହିଁ ସୃଷ୍ଟି ହୋଇଥାଏ ।
  • ଜଳସ୍ରୋତ ସାଧାରଣତଃ ସୂର୍ଯ୍ୟକିରଣ ପ୍ରଭାବରେ ଉତ୍ପନ୍ନ ହେଉଥ‌ିବା ବୃଷ୍ଟିପାତ ଯୋଗୁଁ ସମ୍ଭବ ହୋଇଥାଏ ।
  • ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନଭାବେ ଉତ୍ତପ୍ତ ହେଉନଥ‌ିବାରୁ ବାୟୁଚାପରେ ପାର୍ଥକ୍ୟ ରହେ । ଏହାଯୋଗୁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ ।
  • ଜଳସ୍ରୋତରେ ଉପଲବ୍ଧ ଗତି ଶକ୍ତିକୁ ଆମ୍ଭେମାନେ ଡଙ୍ଗା, ବୋଇତ ଇତ୍ୟାଦି ଚଳାଇବାରେ ବିନିଯୋଗ କରିଥାଉ ।
  • ବାୟୁସ୍ରୋତକୁ ବ୍ୟବହାର କରି ପବନ ଚକ୍ରିଠାରୁ ଆରମ୍ଭକରି ପାଲଟଣା ବୋଇତ ପ୍ରଭୃତି ଚଳାଇବା ସମ୍ଭବ ହୋଇଥାଏ ।
  • ବୃକ୍ଷଲତାରେ ଥିବା ଜୈବରାସାୟନିକ ଶକ୍ତିକୁ ସେମାନେ ଆଲୋକଶ୍ଳେଷଣ ପଦ୍ଧତିରେ ସୂର୍ଯ୍ୟାଲୋକରୁ ଲାଭ କରିଥାନ୍ତି । ଏହି ଶକ୍ତି ଖାଦ୍ୟ-ଖାଦକ ଶୃଙ୍ଖଳରେ ଅନ୍ୟାନ୍ୟ ଜନ୍ତୁମାନଙ୍କୁ ସ୍ଥାନାନ୍ତରିତ ହୋଇଥାଏ ।
  • ଭୂମିକମ୍ପ ବା ଅନ୍ୟ କୌଣସି ପ୍ରାକୃତିକ ଉପାୟରେ ଜଙ୍ଗଲପୂର୍ଣ ଭୂଖଣ୍ଡ ଓ ଜୀବଜନ୍ତୁ ମାଟି ତଳେ ପୋତିହୋଇଗଲେ କାଳକ୍ରମେ ଅତ୍ୟଧିକ ଚାପ ଓ ତାପ ଯୋଗୁଁ ତାହା କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ରେ ରୂପାନ୍ତରିତ ହୋଇଥାଏ । ତାହା ହେଉଛି ଜୀବାଶ୍ମ ଜାଳେଣି ଏବଂ ସେଗୁଡ଼ିକ ବ୍ୟବହାର କରି ଆମେ ତାପ ଶକ୍ତି, ବିଦ୍ୟୁତ୍ ଶକ୍ତି ଓ ଯାନ୍ତ୍ରିକ ଶକ୍ତି ଆଦି ପାଇଥାଉ ।
  • ଏ ସବୁକୁ ବିଚାର କଲେ ସ୍ପଷ୍ଟ ହୁଏ ଯେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର ଏବଂ ଅସରନ୍ତି ଶକ୍ତିର ଉତ୍ସ ଅଟନ୍ତି ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Question 5.
ଗୋବର ଗ୍ୟାସ୍ ପ୍ଲାଣ୍ଟର ଚିତ୍ର ଅଙ୍କନ କରି ତାହାର ବିଭିନ୍ନ ଅଂଶର କାର୍ଯ୍ୟ ଉଲ୍ଲେଖ କର ।
ଉ-
ଗୋବରଗ୍ୟାସ ପ୍ଲାଣ୍ଟରେ ନିମ୍ନଲିଖ୍ ଅଂଶ ରହିଥାଏ; ଯଥା-
(କ) ପ୍ରବେଶ ପାତ୍ର :

  • ଏଥ‌ିରେ ଗୋବର ଓ ପାଣି 4:5 ଆୟତନ ଅନୁପାତରେ ମିଶାଇ ଭଲଭାବରେ ଫେଣ୍ଟି ମଣ୍ଡ କରାଯାଏ ଓ ଏହି ମଣ୍ଡକୁ ପ୍ରବେଶ ପାତ୍ରରେ ଭର୍ତ୍ତି କରାଯାଏ ।
  • ଏହି ମିଶ୍ରଣ ଏକ ନଳଭିତର ଦେଇ ଆପେ ଆପେ ଡାଇଜେଷ୍ଟର କୂପକୁ ଚାଲିଯାଏ ।

(ଖ) ଡାଇଜେଷ୍ଟର କୂପ :

  • ଏହାର ଚାରିକାନ୍ଥ ଇଟା ଓ ସିମେଣ୍ଟରେ ତିଆରି ହୋଇଥାଏ । ଏହାର ପ୍ରାୟ ଏକ ତୃତୀୟାଂଶ ଭୂମିର ଉପରକୁ ଓ ଦୁଇ ତୃତୀୟାଂଶ ଭୂମିଠାରୁ ତଳକୁ ଥାଏ ।
  • ଗୋବର ଓ ପାଣିର ମିଶ୍ରଣ ଏଠାରେ ଜମା ହୁଏ ।

(ଗ) ଧାତୁନିମତ ଡୋମ୍ :

  • ସାଧାରଣତଃ ଏହି ଡୋମିଟ ଇସ୍ପାତ୍ରରେ ନିର୍ମିତ ।
  • ଏବେ ସିମେଣ୍ଟ ଓ କଂକ୍ରି ଟ୍‌ରେ ଡୋମ୍ ନିର୍ମାଣ କରାଯାଉଛି । ଏହା କୂପକୁ ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ବାୟୁରୋଧୀ କରିଦିଏ ।
  • ଅମ୍ଳଜାନ ଅନୁପସ୍ଥିତିରେ ବଢ଼ି ପାରୁ ଥ‌ିବା ମିଥାନୋଜେନ୍ ଓ ମିଶ୍ରଣରୁ କିଣ୍ବନ ଦ୍ବାରା ମିଥେନ୍, ଡାଇଅକ୍ ସାଇଡ୍, ହାଇଡ୍ରୋଜେନ୍, ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି । ଏଥୁରେ ମିଥେନ୍ ଗ୍ୟାସ୍ ଶତକଡ଼ା ପ୍ରାୟ 65-75 ଭାଗ ଥାଏ । ଗ୍ୟାସ୍ ଚାପରେ ଡୋମ୍ଟି ଉପରକୁ ଉଠେ

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 3

(ଘ) ନିର୍ଗମନଳୀ :

  • ଏହି ଧାତବନଳୀ ବାଟଦେଇ ଗ୍ୟାସ୍ ରୋଷେଇଘର ଚୂଲାକୁ ଯାଏ ।
  • ନିୟନ୍ତ୍ରିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ ।

Question 6.
ସୋଲାର ସେଲ୍ କ’ଣ ? ଏହାର ଉପକାରିତା ଉଲ୍ଲେଖ କର ।
ଉ-

  • ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବାପାଇଁ ବ୍ୟବହୃତ ଉପକରଣକୁ ସୋଲାର ସେଲ୍ କୁହାଯାଏ ।
  • ଏଥିରେ ସୌରଶକ୍ତିର ସିଧାସଳଖ ବିନିଯୋଗ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିକରେ । ଏହି ପଦ୍ଧତିକୁ ଆଲୋକ ଭୋଲଟୀୟ ପ୍ରଭାବ କୁହାଯାଏ ।
  • ଭୋଲଟୀୟ ସେଲରେ ଯେପରି ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି ହୁଏ, ସେହିପରି ଏକ ଅର୍ବପରିବାହୀ ପଦାର୍ଥରେ

ସୋଲାର ସେଲ୍‌ର ଉପକାରିତା :

  • ଯାନବାହନ ଚଳାଇବାରେ ଏବଂ ରେଡ଼ିଓ ଟେଲିଭିଜନ୍‌ର ଯନ୍ତ୍ରପାତିରେ ସୌରସେଲ୍ ବ୍ୟବହାର କରାଯାଉଛି ।
  • ଦୁର୍ଗମ ବରଫାବୃତ ପାର୍ବତ୍ୟାଞ୍ଚଳରେ ଓ ମହାକାଶ ଉପଗ୍ରହରେ ଯନ୍ତ୍ରପାତି ଚଳାଇବାପାଇଁ ସୋଲାର ସେଲ୍ ମାଧ୍ୟମରେ ସୌରଶକ୍ତି ବ୍ୟବହାର କରିବା ସମ୍ଭବ ହେଲାଣି ।
  • ସୌରସେଲ୍ ତିଆରିପାଇଁ ବ୍ୟବହାର ହେଉଥ‌ିବା ବିଶେଷ ଧରଣର ସିଲିକନ୍ ସହଜରେ ଉପଲବ୍‌ଧ ହୁଏନାହିଁ । ସୌର ସେଲ୍‌ର ସଂପୂର୍ଣ ତିଆରି ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ । ପ୍ୟାନେଲ୍ ପ୍ରସ୍ତୁତି ପାଇଁ ସେଲ୍ ଓ ସେଲ୍‌କୁ ଯୋଡ଼ିବାପାଇଁ ବ୍ୟବହୃତ ସିଲଭର ଏହି ଖର୍ଚ୍ଚକୁ ବହୁଗୁଣିତ କରିଥାଏ ।

Question 7.
ନଦୀବନ୍ଧ ଯୋଜନାଦ୍ଵାରା କିପରି ଶକ୍ତି ଉତ୍ପାଦନ କରାଯାଏ ?
ଉ-
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 4

  • ଦୀବନ୍ଧ ଯୋଜନା ଦ୍ଵାରା ନଦୀରେ ବନ୍ଧ ପକାଇ ଏକ ବୃହତ୍ ଜଳଭଣ୍ଡାର ସୃଷ୍ଟି କରାଯାଏ । ପରେ ଜଳକୁ ଉଚ୍ଚପତ୍ତନରୁ ନିମ୍ନ ପତ୍ତନକୁ ପ୍ରବଳ ବେଗରେ ଛଡ଼ାଯାଏ ।
  • ସେଥୁରୁ ସୃଷ୍ଟି ହେଉଥ‌ିବା ଜଳସ୍ରୋତର ଶକ୍ତି ଟର୍‌ବାଇନ୍ ଘୂରାଇବାରେ ବ୍ୟବହୃତ ହୁଏ ।
  • ଟର୍‌ବାଇନ୍ ସହ ସଂଯୁକ୍ତ ଜେନେରେଟରର ଆର୍ମେଚର ଘୂରିବା ଦ୍ବାରା ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Question 8.
ପାର୍ଥକ୍ୟ ଦର୍ଶାଅ :
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 9
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 5

(ଖ) ଜଳ ବିଦ୍ୟୁତ୍ ଶକ୍ତି ଓ ତାପଜ ବିଦ୍ୟୁତ୍ ଶକ୍ତି
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 6

(ଗ) ସାମୁଦ୍ରିକ ତାପଜ ଶକ୍ତି ଓ ଭୂତାପଜ ଶକ୍ତି
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 7

(ଘ) ସୌରଚୁଲା ଓ ସୋଲାର ସେଲ୍
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 8

Question 9.
ସଂକ୍ଷେପରେ ଉତ୍ତର ଦିଅ ।
(କ) ସୌର ଚୁଲାର 2ଟି ଉପକାରିତା ଲେଖ ।
ଉ-

  • କୌଣସି ଇନ୍ଧନର ଆବଶ୍ୟକତା ପଡ଼େ ନାହିଁ ।
  • ପ୍ରତିଫଳକର ଭିତର ପୃଷ୍ଠକୁ ଅତି ମସୃଣ କରାଯାଇଥିବାରୁ ରୋଷେଇ ଦ୍ରବ୍ୟ ଅଧିକ ତାପମାତ୍ରାରେ ଗରମ କରାଯାଏ ।

(ଖ) ନାଭିକୀୟ ଶକ୍ତି ବିନିଯୋଗର 2ଟି ପ୍ରତିବନ୍ଧକ ଲେଖ ।
ଉ-

  • ଏହି ବିଭାଜନ ପ୍ରକ୍ରିୟାର ଏକ ବିଶେଷ ଅସୁବିଧା ହେଉଛି ବ୍ୟବହୃତ ପରମାଣୁର ସଂରକ୍ଷଣ ଓ ଏହାର ଠିକ୍ ଉପାୟରେ ପରିଚାଳନା । ଏହା ହୋଇନପାରିଲେ ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ରହିଥାଏ ।
  • ନାଭିକୀୟ ଶକ୍ତି କେନ୍ଦ୍ରର ପ୍ରତିଷ୍ଠାରେ ଅତ୍ୟଧ୍ଵ ଖର୍ଚ୍ଚ, ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ଓ ଗୁରୁ ପରମାଣୁର ସୀମିତ ଲଭ୍ଯତା ଏହି ଶକ୍ତିର ବିନିଯୋଗ ଦିଗରେ ପ୍ରତିବନ୍ଧକ ଅଟେ ।

(ଗ) ଜୀବାଶ୍ମ ଇନ୍ଧନର 2ଟି ଉପକାରିତା ଲେଖ ।

  • କୋଇଲାକୁ ଶକ୍ତିଉତ୍ସଭାବେ ବ୍ୟବହାରକରି ଶିଳ୍ପ ବିପ୍ଳବ ସମ୍ଭବ ହୋଇପାରିଛି ।
  • ଶିଳ୍ପ ଅଭିବୃଦ୍ଧିରୁ ହିଁ ମନୁଷ୍ୟର ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି

(ଘ) ସୌରଶକ୍ତି ଜୀବାଶ୍ମ ଇନ୍ଧନ ଅପେକ୍ଷା ଅଧିକ ଉପଯୋଗୀ କାହିଁକି ?
ଉ-

  • ସୌରଶକ୍ତି ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ ।
  • ଏହି ପ୍ରକାର ଶକ୍ତି ଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ ସୃଷ୍ଟି କରିହୁଏ ବା ପ୍ରାକୃତିକ
  • ସୌରପ୍ରବାହ ଦ୍ବାରା ପୃଥ‌ିବୀପୃଷ୍ଠରେ l ମିନିଟ୍‌ରେ ପ୍ରତି ବର୍ଗ ସେ.ମି.ରେ ପ୍ରାୟ 2 କ୍ୟାଲୋରୀ ଶକ୍ତି ମିଳିଥାଏ ଓ ଏହା ଏକ ସ୍ଥିରାଙ୍କ ଅଟେ ।

(ଙ) ସୌରଶକ୍ତି ବାୟୁପ୍ରବାହ ପାଇଁ କିପରି ଦାୟୀ ବୁଝାଅ ।
ଉ-
ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନ ଭାବେ ଉତ୍ତପ୍ତ ହୋଇ ନଥିବାରୁ ବାୟୁଚାପରେ ପାର୍ଥକ୍ୟ ରହେ । ବାୟୁ ଚାପର ଏହି ପାର୍ଥକ୍ୟ ଯୋଗୁଁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ । ଏହି କାରଣରୁ ସୌରଶକ୍ତି ବାୟୁ ପ୍ରବାହପାଇଁ ଦାୟୀ ଅଟେ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Question 10.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ପିଟ୍‌ରେ ପ୍ରାୟ କେତେ ପରିମାଣ କାର୍ବନ ରହିଥାଏ ?
ଉ-
ପିଟ୍‌ରେ ପ୍ରାୟ 44% ରୁ 71% ପରିମାଣ କାର୍ବନ ରହିଥାଏ ।

(ଖ) କୋକ୍‌କୁ କେଉଁ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ ?
ଉ-
କୋକ୍‌କୁ ଷ୍ଟିଲ୍ ତିଆରିପାଇଁ ବିଜାରକ ରୂପେ ବ୍ୟବହୃତ କରାଯାଏ ।

(ଗ) ଆଂଶିକ ପାତନ ପ୍ରକ୍ରିୟା କ’ଣ ?
ଉ-
ଆଂଶିକ ପାତନ ହେଲା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କେବଳ ଗୋଟିଏ ଉପାଦାନ ସଂଗୃହୀତ ହେବା ।

(ଘ) କେଉଁଗୁଡ଼ିକ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ ?
ଉ- କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସଗୁଡ଼ିକ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ ଅଟେ ।

(ଙ) ନାଭିକୀୟ ଶକ୍ତି କିପରି ମିଳିଥାଏ ?
ଉ-
ନାଭିକୀୟ ଶକ୍ତି ଗୁରୁ ପରମାଣୁର ନାଭିକୀୟ ବିଭାଜନ ଘଟିଲେ ମିଳିଥାଏ ।

Question 11.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ସୌରଶକ୍ତି କେଉଁ ପ୍ରକାର ଶକ୍ତିର ଏକ ଉଦାହରଣ ?
ଉ-
ନବୀକରଣ ଯୋଗ୍ୟ

(ଖ) ପ୍ରାକୃତିକ ଗ୍ୟାସ କେଉଁ ପ୍ରକାର ଶକ୍ତିର ଉଦାହରଣ ?
ଉ-
ନବୀକରଣ ଅଯୋଗ୍ୟ

(ଗ) ଗୋବର ଗ୍ୟାସ୍‌ରେ କେଉଁ ଗ୍ୟାସ୍ ଅଧ୍ଵ ପରିମାଣରେ ଥାଏ ?
ଉ-
ମିଥେନ୍ ଗ୍ୟାସ୍

(ଘ) କେଉଁ ଦେଶରେ ପବନ କଳ ଅଧିକ ବ୍ୟବହାର କରାଯାଏ ?
ଉ-
ନେଦରଲ୍ୟାଣ୍ଡ / ଡେନ୍‌ମାର୍କ

(ଙ) କେଉଁ ପ୍ରକାର କୋଇଲା ସବୁଠାରୁ ଉତ୍କୃଷ୍ଟ ?
ଉ- ଆନ୍‌ସାଇଟ୍

Question 12.
ଶୂନ୍ୟସ୍ଥାନ ପୂରଣ କର ।
(କ) ଏକ ସୌର ଜଳଉତ୍ତାପକ ଯନ୍ତ୍ରରେ ……………………. ଦିନଗୁଡ଼ିକରେ ପାଣି ଗରମ କରାଯାଇପାରିବ ନାହିଁ ।
(ଖ) ଗୋବର ଗ୍ୟାସ୍ ଏକ ………………… ପ୍ରକାର ଶକ୍ତିର ଅନ୍ତର୍ଭୁକ୍ତ ।
(ଗ) ଜୁଆର ଶକ୍ତି ଏକ ……………………. ପ୍ରକାର ଶକ୍ତିର ଉତ୍ସ ।
(ଘ) କୋଇଲା ଏକ ………………… ଶକ୍ତିର ଡତ୍ପ ।
(ଙ) ଗୋବର ଗ୍ୟାସରେ ମୁଖ୍ୟତଃ ………………….. ଗ୍ୟାସ୍ ଅଧ‌ିକ ପରିମାଣରେ ଥାଏ ।
(ଚ) ଆଲୋକଶ୍ଳେଷଣ ପଦ୍ଧତିରେ ସୌରଶକ୍ତି ………………….. ରେ ପରିଣତ ହୁଏ ।
(ଛ) ପେଟ୍ରୋଲିୟମ୍‌ର ବିଭିନ୍ନ ଉତ୍ପାଦ ………………………… ପଦ୍ଧତିରେ ମିଳିଥାଏ ।
(ଜ) ପୃଥ‌ିବୀ ଉପରେ ର ମାଧ୍ୟାକର୍ଷଣ …………………….. ର ପ୍ରଭାବ ଯୋଗୁଁ ସମୁଦ୍ରରେ ଜୁଆର ସୃଷ୍ଟି ହୁଏ ।

Answers
(କ) ବର୍ଷାଦିନ
(ଖ) ନବୀକରଣ ଯୋଗ୍ୟ
(ଗ) ନବୀକରଣ ଯୋଗ୍ୟ
(ଘ) ନବୀକରଣ ଅଯୋଗ୍ୟ
(ଙ) ମିଥେନ୍
(ଚ) ଜୈବରାସାୟନିକ ଶକ୍ତି |ଶର୍କରା
(ଛ) ଆଂଶିକ ପାତନ
(ଜ) ଚନ୍ଦ୍ର

Question 13.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ | ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ପିଟ୍ ସର୍ବୋତ୍କୃଷ୍ଟ ମାନ କୋଇଲା ଅଟେ ।
ଉ-
’ପିଟ୍ ନିକୃଷ୍ଟ ମାନ କୋଇଲା ଅଟେ ।

(ଖ) ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବା ପାଇଁ ସୋଲାର ସେଲ୍‌ ବ୍ୟବହାର କରାଯାଏ ।
ଉ-
ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବା ପାଇଁ ସୋଲାର ସେଲ୍ ବ୍ୟବହାର କରାଯାଏ ।

(ଗ) ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରିହୁଏ ତାକୁ ଡାଇଜେଷ୍ଟର କୁହନ୍ତି ।
ଉ-
ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରିହୁଏ ତାକୁ ସୋଲାର କୁକର କୁହନ୍ତି ।

(ଘ) ଅମ୍ଳଜାନ ଅନୁପସ୍ଥିତିରେ ଜୈବପଦାର୍ଥର ବିଘଟନଦ୍ୱାରା ନିର୍ଗତ ଗ୍ୟାସ୍‌ର ମିଶ୍ରଣକୁ ପ୍ରାକୃତିକ ଗ୍ୟାସ କୁହାଯାଏ ।
ଉ-
ଅମ୍ଳଜାନ ଅନୁପସ୍ଥିତିରେ ଜୈବପଦାର୍ଥର ବିଘଟନଦ୍ୱାରା ନିର୍ଗତ ଗ୍ୟାସ୍‌ର ମିଶ୍ରଣକୁ ଜୈବ ଗ୍ୟାସ କୁହାଯାଏ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

(ଙ) ଭୂ-ଅଭ୍ୟନ୍ତରରେ ଥ‌ିବା ତାପଶକ୍ତିକୁ ନାଭିକୀୟ ଶକ୍ତି କୁହାଯାଏ ।
ଉ-
ଭୂ-ଅଭ୍ୟନ୍ତରରେ ଥ‌ିବା ତାପଶକ୍ତିକୁ ଭୂ-ତାପଜ ଶକ୍ତି କୁହାଯାଏ ।

Question 14.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ସୌରଶକ୍ତି : ନବୀକରଣ ଯୋଗ୍ୟ : : କୋଇଲା : …………………….. ।
(ଖ) ନିକୃଷ୍ଟ ମାନ କୋଇଲା : ପିଟ୍ : : ସର୍ବୋତ୍କୃଷ୍ଟ କୋଇଲା : …………………….. ।
(ଗ) ଅଶୋଧ ତୈଳର ଆଂଶିକ ପାତନ : ପେଟ୍ରୋଲିୟମ୍ : : କୋଇଲାର ଅନ୍ତର୍ଧୂମ ପାତନ : …………………….. ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

Odisha State Board BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ will enable students to study smartly.

BSE Odisha Class 8 Political Science Notes Chapter 3 ଜିଲ୍ଲା ପ୍ରଶାସନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • ପ୍ରଶାସନିକ ସୁବିଧା ପାଇଁ ପ୍ରତି ରାଜ୍ୟକୁ କେତୋଟି ଜିଲ୍ଲାରେ ବିଭକ୍ତ କରାଯାଇଛି ।
  • ବର୍ତ୍ତମାନ ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି ।
  • ଜିଲ୍ଲାର ପ୍ରଶାସନିକ ମୁଖ୍ୟ ହେଉଛନ୍ତି ଜିଲ୍ଲାପାଳ ।
  • ବ୍ରିଟିଶ୍ ଶାସନ ସମୟରେ ଜିଲ୍ଲାପାଳଙ୍କର ମୁଖ୍ୟତଃ ଦୁଇଟି କାର୍ଯ୍ୟ ଥିଲା; ଯଥା – (୧) ‘କଲେକ୍ଟର’ ଭାବରେ ଭୂ-ରାଜସ୍ୱ ଆଦାୟ କରିବା, (୨) ‘ମାଜିଷ୍ଟ୍ରେଟ୍’ ଭାବରେ ମୋକଦ୍ଦମା ବିଚାର କରିବା ।
  • ମନେରଖ : ଭାରତରେ ଜିଲ୍ଲାପାଳ ପଦବୀ ୧୭୭୨ ମସିହାରେ ଓ୍ବାରେନ୍ ହେଷ୍ଟିଙ୍ଗସ୍‌ଙ୍କ ଦ୍ବାରା ସୃଷ୍ଟି ହୋଇଥିଲା ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

→ ଜିଲ୍ଲାପାଳ :

  • ଜିଲ୍ଲାପାଳ ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ଅଧିକାରୀ ଅଟନ୍ତି ।
  • ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଜିଲ୍ଲାର ସଦର ମହକୁମାରେ ଅବସ୍ଥିତ ।
  • ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ବା ବିକାଶ ଉପରେ ଗୁରୁତ୍ୱ ଦିଅନ୍ତି ।
  • ଜିଲ୍ଲାର ସଦର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ପ୍ରଶାସନିକ ସହାୟତା ଦେବୀପାଇଁ ଏକ ବା ଏକାଧ୍ଯକ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଡେପୁଟି କଲେକ୍ଟରମାନେ କାର୍ଯ୍ୟରତ ଅଛନ୍ତି ।
  • ଜିଲ୍ଲାରେ ଥ‌ିବା ପ୍ରତି ଉପଖଣ୍ଡରେ ଜଣେ ‘ଉପଖଣ୍ଡ ଅଧିକାରୀ’ (ସବ୍-କଲେକ୍ଟର) କାର୍ଯ୍ୟରତ ଅଛନ୍ତି ।
  • ଜିଲ୍ଲାର ପ୍ରତି ଉପଖଣ୍ଡରେ ତହସିଲ ଦାୟିତ୍ବରେ ଜଣେ ‘ତହସିଲ୍ଦାର’ କାର୍ଯ୍ୟରତ ଅଛନ୍ତି ।
  • ସକଲେକ୍ଟର ମୁଖ୍ୟତଃ ଭୂ-ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ଵ ତୁଲାନ୍ତି ।
  • ମନେରଖ : ଜିଲ୍ଲାପାଳ ପଦରେ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍) ଅଧିକାରୀ ନିଯୁକ୍ତ ହୁଅନ୍ତି ।

→ ଜିଲ୍ଲାପାଳଙ୍କ କାର୍ଯ୍ୟାବଳୀ :

  • ଭୂ-ରାଜସ୍ୱ ଆଦାୟ ଓ ଜମିଜମା ସମ୍ପର୍କିତ କାର୍ଯ୍ୟ – ଉପଖଣ୍ଡ ଅଧିକାରୀ ଓ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାପାଳ ଜିଲ୍ଲାର ଭୂ-ରାଜସ୍ୱ ଆଦାୟ କରନ୍ତି । ଏହାଛଡ଼ା ଜମିଜମା ସମ୍ପର୍କିତ କାଗଜପତ୍ରର ରକ୍ଷଣାବେକ୍ଷଣ, ଭୂ-ସଂସ୍କାର କାର୍ଯ୍ୟକ୍ରମର ସୁପରିଚାଳନା, କୃଷିର ବିକାଶ ଓ ଚାଷୀମାନଙ୍କର ସୁରକ୍ଷା, ଜମି – ଅଧୁଗ୍ରହଣ ଇତ୍ୟାଦି କାର୍ଯ୍ୟ ଜିଲ୍ଲାପାଳ ତଦାରଖ କରନ୍ତି । ଜମିଜମା ସମ୍ପର୍କିତ କେତେକ ମୋକଦ୍ଦମାର ବିଚାର ମଧ୍ୟ ଜିଲ୍ଲାପାଳ କରନ୍ତି ।
  • ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନର ସୁରକ୍ଷା କାର୍ଯ୍ୟ – ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ତାଙ୍କ ଅଧୀନସ୍ଥ ପୋଲିସ୍ ବାହିନୀଙ୍କ ସହାୟତାରେ ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତି । ଶାନ୍ତିଶୃଙ୍ଖଳା ଭଙ୍ଗର ଆଶଙ୍କା ଥିଲେ, ଜିଲ୍ଲାପାଳ ତତ୍‌କ୍ଷଣାତ୍ ସେଠାରେ ପୋଲିସ୍ ବାହିନୀକୁ ନିୟୋଜିତ କରି ଅବସ୍ଥା ସମ୍ଭାଳି ନିଅନ୍ତି । ସେ ଜିଲ୍ଲାର ମାସିକ ଅପରାଧ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ଦିଅନ୍ତି ।
  • ବିକାଶ ବା ଉନ୍ନୟନମୂଳକ କାର୍ଯ୍ୟ – ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ରାସ୍ତାଘାଟ, ଗ୍ରାମ୍ୟ ବିଦ୍ୟୁତୀକରଣ, କର୍ମନିଯୁକ୍ତି ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକ ଜିଲ୍ଲାପାଳଙ୍କର ନେତୃତ୍ବରେ ସଂପାଦିତ ହୁଏ । ମଣ୍ଡଳ ଉନ୍ନୟନ ଅଧିକାରୀ (ବି.ଡ଼ି.ଓ)ମାନେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ବ୍ଲକ୍ ବା ପଞ୍ଚାୟତ ସମିତି ସ୍ତରରେ କାର୍ଯ୍ୟକାରୀ କରାନ୍ତି ।
  • ମନେରଖ : ଜିଲ୍ଲାରେ ଥ‌ିବା ଜିଲ୍ଲାସ୍ତରୀୟ କାରାଗାର ଓ ଉପ-କାରାଗାରଗୁଡ଼ିକୁ ପରିଦର୍ଶନ କରନ୍ତି ଓ ସେଗୁଡ଼ିକର ପରିଚାଳନା ତଦାରଖ କରନ୍ତି ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

→ ବିବିଧ କାର୍ଯ୍ୟ :

  • ଜିଲ୍ଲା ଅନ୍ତର୍ଭୁକ୍ତ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲାପାଳ ରିଟଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରନ୍ତି ଓ ନିର୍ବାଚନ କାର୍ଯ୍ୟ ତଦାରଖ କରନ୍ତି ।
  • ଜିଲ୍ଲାପାଳ ଜିଲ୍ଲାର ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥ‌ିବା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥା ତଦାରଖ କରନ୍ତି ।
  • ଦୈବୀ-ଦୁର୍ବିପାକ ସମୟରେ ରିଲିଫ୍ ବଣ୍ଟନ କାର୍ଯ୍ୟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୁଏ ଜିଲ୍ଲାପାଳ ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ସୁଷମ ବଣ୍ଟନ କରନ୍ତି ।
  • ମନେରଖ : ଜିଲ୍ଲାପାଳ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ମୁଖ୍ୟ ପ୍ରୋଟୋକଲ୍ ଅଧିକାରୀ ।
  • ଜିଲ୍ଲାପାଳ ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ସ୍ଵରୋଜଗାର ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଭାରତ ନିର୍ମାଣ ଯୋଜନା, ବିଜୁ କେ.ବି.କେ. ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ମଧୁବାବୁ ପେନ୍‌ସନ୍ ଯୋଜନା ଆଦିର ସଫଳ ରୂପାୟନ କିପରି ହେବ ସେ ଦିଗରେ ପଦକ୍ଷେପ ନିଅନ୍ତି ।
  • ଜିଲ୍ଲାପାଳଙ୍କର ଭୂମିକା : ଜିଲ୍ଲାପାଳ ରାଜ୍ୟ ସରକାରଙ୍କର ‘ଚକ୍ଷୁ, କର୍ଣ୍ଣ ଓ ନାସା’ ସଦୃଶ । ସେ ଜନସାଧାରଣଙ୍କର ଜଣେ ‘ବିଶ୍ୱସ୍ତ ସେବା – ପ୍ରଦାନକାରୀ’ ପଦାଧିକାରୀ ଅଟନ୍ତି ।

→ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା

  • ୧୯୮୦ ମସିହା ଅପ୍ରେଲ ମାସ ୧ ତାରିଖଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି ।
  • ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ଗ୍ରାମୀଣ ଉନ୍ନୟନ ବ୍ୟବସ୍ଥାର ମୂଳମନ୍ତ୍ର ଅଟେ ।
  • ପ୍ରଥମେ ଏହି ସଂସ୍ଥା ‘ନାମମାତ୍ର ଚାଷୀ ଓ କୃଷି ଉପଯୋଗୀ ଜମି ଉନ୍ନୟନ ସଂସ୍ଥା’ (M.F.A.L.D.A.) ଓ ପରବର୍ତ୍ତୀ ସମୟରେ ‘କ୍ଷୁଦ୍ରଚାଷୀ ଉନ୍ନୟନ ସଂସ୍ଥା’ (S.F.D.A.) ଭାବରେ କାର୍ଯ୍ୟ କରୁଥିଲା ।
  • ମନେରଖ : ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପରିଚାଳନା ସମିତି (Governing Body)ର ଅଧକ୍ଷ ଓ ଜିଲ୍ଲାପାଳ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (Chief Executive Officer) ଅଟନ୍ତି ।

→ ଗଠନ :

  • ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ, ଜିଲ୍ଲାରେ ଥ‌ିବା ସମସ୍ତ ପଞ୍ଚାୟତ ସମିତିର ଏକ-ତୃତୀୟାଂଶ ଅଧ୍ଯକ୍ଷ, ଜିଲ୍ଲାପାଳ, ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ ଅଧିକାରୀ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ, ରିଜର୍ଭ ବ୍ୟାଙ୍କର ଜିଲ୍ଲାସ୍ତରୀୟ ପ୍ରତିନିଧ୍, ଜିଲ୍ଲାର ହରିଜନ ଓ ଆଦିବାସୀ ଉନ୍ନୟନ ଅଧିକାରୀ, ଗ୍ରାମୀଣ ମହିଳାମାନଙ୍କର ଜଣେ ପ୍ରତିନିଧ୍ର, ଜିଲ୍ଲାସ୍ତରୀୟ ମହିଳା ଓ ଶିଶୁ ମଙ୍ଗଳ ଅଧିକାରୀ, ବେସରକାରୀ ସଂସ୍ଥା (N.G.O.) ମାନଙ୍କର ଦୁଇଜଣ ପ୍ରତିନିସ୍ । ଖଦୀ ଓ ଗ୍ରାମୋଦ୍ୟୋଗ ସଂସ୍ଥାର ଜଣେ ପ୍ରତିନିଧ୍ ଏହି ସଂସ୍ଥାର ପରିଚାଳନା ସମିତିର ସଦସ୍ୟ ଅଟନ୍ତି ।
  • ମନେରଖ :ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ-ନିର୍ଦ୍ଦେଶକ ପରିଚାଳନା ସମିତିର ସଭ୍ୟ-ସଚିବ (Member Secretary) ଭାବେ କାର୍ଯ୍ୟ କରନ୍ତି ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

→ ଲକ୍ଷ୍ୟ ଓ ଉଦ୍ଦେଶ୍ୟ :

  • ବି.ଡି.ଓ.ଙ୍କ ସହାୟତାରେ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଇବା ।
  • ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ପଞ୍ଚାୟତିରାଜ ଅନୁଷ୍ଠାନ, ସମବାୟ ବ୍ୟାଙ୍କ ତଥା ଜାତୀୟକରଣ ବ୍ୟାଙ୍କ, ବିଭିନ୍ନ ନିଗମମାନଙ୍କ ସହିତ ସମନ୍ଵୟ ତଥା ସହଯୋଗ ରକ୍ଷାକରି ବିଭିନ୍ନ ବର୍ଗର ଲୋକମାନଙ୍କୁ ଯୋଜନାଗୁଡ଼ିକ ମାଧ୍ୟମରେ ଉପକୃତ କରାଇବା ।
  • ଜିଲ୍ଲା ସ୍ତରରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମଗୁଡ଼ିକ ସଫଳତା ସହ କାର୍ଯ୍ୟକାରୀ କରାଇବା ।
  • ସରକାରୀ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଗ୍ରାମର ଦରିଦ୍ର ଶ୍ରେଣୀର ଲୋକଙ୍କୁ ଭାଗୀଦାର କରାଇବା ।
  • ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କ ମଙ୍ଗଳ ଓ ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ସଫଳ କରାଇବା ।
  • ବିଭିନ୍ନ ଯୋଜନାର ନୀତି ନିର୍ଦ୍ଧାରଣ, ପ୍ରସ୍ତୁତି ତଥା କାର୍ଯ୍ୟକାରିତା କ୍ଷେତ୍ରରେ ଆର୍ଥିକ ସ୍ବଚ୍ଛତା ରକ୍ଷା ସହିତ ସଂପୃକ୍ତ କର୍ମଚାରୀମାନଙ୍କର କାର୍ଯ୍ୟ ସମୀକ୍ଷା କରିବା ।
  • ଜିଲ୍ଲାସ୍ତରୀୟ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର ଅଗ୍ରଗତିକୁ ସମୀକ୍ଷା କରିବା ।

→ ସଂସ୍ଥାର କାର୍ଯ୍ୟାଳୟ ପରିଚାଳନା ବ୍ୟବସ୍ଥା:

  • ପ୍ରତି ଜିଲ୍ଲାସ୍ତରୀୟ ଗ୍ରାମୀଣ ଉନ୍ନୟନ ସଂସ୍ଥାରେ ନିମ୍ନଲିଖ୍ ଶାଖା ରହିଛି; ଯଥା – (୧) ଆତ୍ମନିଯୁକ୍ତି ଶାଖା, (୨) କର୍ମନିଯୁକ୍ତି ଶାଖା, (୩) ମହିଳା ଶାଖା, (୪) ଇଂଜିନିୟରିଂ ଶାଖା, (୫) ହିସାବ ରକ୍ଷକ ଶାଖା, (୬) ନିୟନ୍ତ୍ରଣ ଓ ମୂଲ୍ୟାୟନ ଶାଖା, (୭) ସାଧାରଣ ପ୍ରଶାସନ ଶାଖା ।
  • ପ୍ରତିଟି ଶାଖା ଦାୟିତ୍ଵରେ ଜଣେ ଜଣେ ‘ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ’ ଅଛନ୍ତି ।

→ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭୂମିକା :

  • ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକର ସୁପରିଚାଳନା, ସେଥ‌ିପାଇଁ ମିଳିଥିବା ଅର୍ଥ ଓ ଅନୁଦାନର ସତ୍‌ବିନିଯୋଗ ଏବଂ ଶୃଙ୍ଖଳା ଓ ସ୍ଵଚ୍ଛତା ରକ୍ଷା କରାଯିବା ବ୍ୟବସ୍ଥା କରିବା ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟ ।
  • ଲୋକମାନଙ୍କ ମଧ୍ୟରେ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ଦାୟିତ୍ଵ ।

ଆମେ କ’ଣ ଶିଖୁ ?

  • ଭାରତରେ ଜିଲ୍ଲାପାଳ ପଦବୀ ୧୭୭୨ରେ ଓ୍ବାରେନ୍ ହେଣ୍ଟିଙ୍ଗସ୍‌ଙ୍କଦ୍ଵାରା ସୃଷ୍ଟି ହେବା ଓ ଜିଲ୍ଲାପାଳ ଜିଲ୍ଲାର ସର୍ବୋଚ୍ଚ ଶାସନକର୍ତ୍ତା ହେବା ।
  • ଭୂ-ରାଜସ୍ବ ଆଦାୟ କରିବା ଓ ମାଜିଷ୍ଟ୍ରେଟ୍ ଭାବରେ ମୋକଦ୍ଦମା ବିଚାର କରିବା ତାଙ୍କର ପ୍ରମୁଖ କାର୍ଯ୍ୟ
  • ଶାନ୍ତିଶୃଙ୍ଖଳା ରକ୍ଷା, ଆଇନର ସୁରକ୍ଷା ଓ ବିକାଶମୂଳକ କାର୍ଯରେ ତାଙ୍କର ଯୋଗଦାନ ।
  • ଜିଲ୍ଲାରେ କାର୍ଯ୍ୟକାରୀ ହେଉଥ‌ିବା ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା ।
  • ପୋଲିସ୍ କମିଶନରେଟ୍ ବ୍ୟବସ୍ଥା ଥିବା ଜିଲ୍ଲାମାନଙ୍କରେ ଶାନ୍ତିଶୃଙ୍ଖଳା ରକ୍ଷା ସହଜ ହୋଇଥାଏ ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

ଜାଣିବା କଥା

  • ପୋଲିସ୍ କମିଶନରେଟ୍ : ଯେଉଁ ଜିଲ୍ଲାରେ ପୋଲିସ୍ କମିଶନରେଟ୍ ବ୍ୟବସ୍ଥା ଚାଲୁ ରହିଛି, ସେଠାରେ ଜିଲ୍ଲାପାଳ ପୋଲିସ କମିଶନରଙ୍କ ସାହାଯ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି ।
  • ଉପଖଣ୍ଡ : ଗୋଟିଏ ଜିଲ୍ଲାକୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ କେତେଗୋଟି ଭାଗରେ ବିଭକ୍ତ କରାଯାଇଥାଏ । ଏହାକୁ ଉପଖଣ୍ଡ (Sub-Division) କୁହାଯାଏ ।
  • ସର୍ବଭାରତୀୟ ପ୍ରଶାସନିକ ସେବା : ଆଇ.ଏ.ଏସ୍. ଓ ଆଇ.ପି.ଏସ୍.କୁ ସର୍ବଭାରତୀୟ ପ୍ରଶାସନିକ ସେବା କୁହାଯାଏ । ଏହି ସେବାଗୁଡ଼ିକ ଲାଗି ସାରା ଭାରତ ପାଇଁ ଗୋଟିଏ ସଂସ୍ଥା ଯଥା : କେନ୍ଦ୍ର ଲୋକସେବା ଆୟୋଗ (U.P.S.C.) ଦ୍ଵାରା ଚୟନ କାର୍ଯ୍ୟ କରାଯାଏ ।
  • ଆରକ୍ଷୀ ଅଧ୍ୟକ୍ଷକ : ଜିଲ୍ଲାର ସର୍ବୋଚ୍ଚ ପୋଲିସ୍ ଅଧିକାରୀଙ୍କୁ ଆରକ୍ଷୀ ଅଧ୍ୟକ୍ଷକ (Superintendent of Police) କରାଯାଏ ।