BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

Odisha State Board BSE Odisha Class 9 History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା will enable students to study smartly.

BSE Odisha Class 9 History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ:

  • କୌଣସି ଦେଶର କଳା, ସ୍ଥାପତ୍ୟ, ଶିଳ୍ପ, ସାହିତ୍ୟ ଓ ବୈଷୟିକ ବିଦ୍ୟା ବିଷୟଗୁଡ଼ିକରେ ପ୍ରାଚୀନ କାଳରୁ ଅର୍ଜିତ ପାରଦର୍ଶିତା ସେ ଦେଶର ଐତିହ୍ୟର ପରିଚୟ ପ୍ରଦାନ କରିଥାଏ ।
  • ସମୟକ୍ରମେ ଏହି ବିଷୟଗୁଡ଼ିକରେ ଉନ୍ନତି ଓ ଅଭିବୃଦ୍ଧି ହୋଇ ସଭ୍ୟତା ବା ସଂସ୍କୃତିର ମାନ ଉଚ୍ଚକୋଟିର ହୋଇଥାଏ ।
  • ଅତୀତର ସାଂସ୍କୃତିକ ଉପାଦାନଗୁଡ଼ିକର ମାନ ଓ ଗୁରୁତ୍ଵ ଦେଶର ଐତିହ୍ୟର ସୂଚନା ପ୍ରଦାନ କରିଥାଏ ।

ବିଷୟବସ୍ତୁର ରୂପରେଖ:

  • କଳା
  • ସ୍ଥାପତ୍ୟ
  • ଶିଳ୍ପ କୌଶଳ
  • ସାହିତ୍ୟ
  • ବିଜ୍ଞାନ ଓ ବୈଷୟିକ ବିଦ୍ୟା

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ କଳା:
ମୂର୍ତ୍ତିକଳା:

  • ସିନ୍ଧୁ ସଭ୍ୟତାର ପ୍ରସ୍ତର ପ୍ରତିମା, ମୋହର, ନିର୍ମିତ ନର୍ତ୍ତକୀ ମୂର୍ତ୍ତି ଭାରତର ମୂର୍ତ୍ତିକଳାର ଆରମ୍ଭର ସୂଚନା ପ୍ରଦାନ କରିଥାଏ ।
  • ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତର ଜାତୀୟ ପ୍ରତୀକ ଭାବେ ଅଶୋକଙ୍କ ସାରନାଥ ସ୍ତମ୍ଭର ଅଗ୍ରଭାଗକୁ ଗ୍ରହଣ କରାଯାଇଛି ।
  • ସାରନାଥର ସ୍ତମ୍ଭ ଓ ଓଡ଼ିଶାର ଧଉଳିପାହାଡ଼ସ୍ଥ ପ୍ରସ୍ତର ଖୋଦିତ ହସ୍ତୀ ଆଦି ଅଶୋକଙ୍କ ସ୍ୱାୟର କଳାକୃତି ।
  • କୁଶାଣ ରାଜତ୍ଵ ସମୟରେ ବିଶେଷ କରି କନିଷ୍କଙ୍କ ସମୟରେ ଗାନ୍ଧାର କଳାର ବିକାଶ ହୋଇଥିଲା ।

ମୂର୍ତ୍ତିକଳା
ମୂର୍ତ୍ତିକଳା 1

  • ଦ୍ରାବିଡ଼ ଶୈଳୀରେ ଧନୁସ୍ପୋଟିଠାରେ ଅବସ୍ଥିତ ରାମେଶ୍ଵର ମନ୍ଦିର ଏବଂ ମଦୁରା ଶିବ ମନ୍ଦିର ଓ ମୀନାକ୍ଷୀ ମନ୍ଦିର ନିର୍ମାଣ କରାଯାଇଥିଲା ।
  • ଉତ୍ତର ଭାରତର ‘‘ନାଗର ଶୈଳୀ’ରେ ଭୁବନେଶ୍ୱର, ପୁରୀ ଓ କୋଣାର୍କର ମନ୍ଦିରମାନ ନିର୍ମାଣ କରାଯାଇଥିଲା, ଯାହାକି ଉତ୍କର୍ଷ ମୂର୍ତ୍ତିକଳାର ନିଦର୍ଶନ ଅଟେ ।
  • ଅଜନ୍ତାର ନବମ ଗୁମ୍ଫାରେ ରାଣୀଙ୍କ ସହିତ ବସିଥିବା ନଟରାଜ ପ୍ରତିମୂର୍ତ୍ତି ଗୁପ୍ତଯୁଗ ମୂର୍ତ୍ତିକଳାର ଶ୍ରେଷ୍ଠ ନିଦର୍ଶନ ।
  • ରାଜପୁତ ଯୁଗରେ ଉତ୍ତର ଭାରତରେ ନାଗର ଶୈଳୀରେ ନିର୍ମିତ ମନ୍ଦିରମାନଙ୍କ ମଧ୍ୟରେ ଖଜୁରାହୋ (ମଧ୍ୟପ୍ରଦେଶ ), କାଳି ମାତା ମନ୍ଦିର (ରାଜସ୍ଥାନ), ଏକ-ଲିଙ୍ଗ ମନ୍ଦିର (ଉଦୟପୁର) ଅନ୍ୟତମ ।

→ ଚିତ୍ରକଳା:

  • ଖ୍ରୀଷ୍ଟପୂର୍ବ ୫୫୦୦ରେ ଅଙ୍କିତ ସର୍ବପୁରାତନ ଚିତ୍ରକଳାର ନିଦର୍ଶନ ଆମ ଦେଶରେ ଦେଖାଯାଏ ।
  • ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି ଓ ଯୋଗୀମଠଠାରେ ଆବିଷ୍କୃତ ପ୍ରାଗ୍-ଐତିହାସିକ ଗୁମ୍ଫାଚିତ୍ରରୁ ଭାରତୀୟ ଚିତ୍ରକଳାର ପ୍ରାଚୀନତା ଜଣାପଡ଼ିଥାଏ ।
  • ହୁମାୟୁନଙ୍କଦ୍ୱାରା ନିଯୁକ୍ତ ସୟଦ ଅଲ୍ଲୀ ତାବରେଜୀ ଓ ଖୁଜା ଅବଦୁସ୍ ସମଦ ଭାରତୀୟ ଚିତ୍ରକଳାର ବିକାଶ ଘଟାଇଥିଲେ ।
  • ମୋଗଲ ସମ୍ରାଟ ବାବର, ହୁମାୟୁନ୍, ଆକବର, ଜାହାଙ୍ଗୀର ଭାରତୀୟ ଚିତ୍ରକଳାର ବିକାଶ ଘଟାଇଥିଲେ ।
  • ରାଜପୁତ ଶୈଳୀର ଉପଶାଖା ଭାବେ କାଙ୍ଗ୍ରା ବା ପାହାଡ଼ୀ ଶୈଳୀ ଚିତ୍ରକଳା ହିମାଳୟ ରାଜ୍ୟମାନଙ୍କରେ ବିକଶିତ ହୋଇଥିଲା ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ସଙ୍ଗୀତ କଳା:

  • ସିନ୍ଧୁ ସଭ୍ୟତାରୁ ଆବିଷ୍କୃତ ନର୍ତ୍ତକୀ ମୂର୍ତ୍ତିରୁ ଓ ନୃତ୍ୟରତା ମହିଳାଙ୍କ ବ୍ରୋଞ୍ଜ ମୂର୍ତ୍ତିରୁ ଭାରତୀୟ ନୃତ୍ୟକଳାର ଆବିର୍ଭାବ ହୋଇଥିବାର ସୂଚନା ମିଳିଥାଏ ।
  • ମୌର୍ଯ୍ୟ ଶାସନକାଳରେ ୬୪ କଳା ମଧ୍ୟରୁ ନୃତ୍ୟ ଓ ସଂଗୀତକୁ ଗୁରୁତ୍ଵ ପ୍ରଦାନ କରାଯାଇଥିଲା ।
  • କାଳିଦାସଙ୍କ ରଚିତ ନାଟକଗୁଡ଼ିକ ଗୁପ୍ତଯୁଗର ସଂଗୀତ କଳାର ଉତ୍କର୍ଷତା ପ୍ରମାଣ କରିଥାଏ ।
  • ସୁଲତାନୀ ଶାସନକାଳରେ ଅମୀର ଖୁସ୍‌ରୋଙ୍କଦ୍ଵାରା ପ୍ରବର୍ତ୍ତିତ କୱାଲି ଓ ଖେୟାଲ ଭାରତୀୟ ସଂଗୀତ କଳାର ବିକାଶ ଘଟାଇଥିଲା ।
  • ଆଧୁନିକ ଯୁଗର ଦୁଇ ପ୍ରମୁଖ ଶାସ୍ତ୍ରୀୟ ସଂଗୀତ ଥିଲା ଉତ୍ତର ଭାରତର ହିନ୍ଦୁସ୍ଥାନୀ ସଂଗୀତ ଓ ଦକ୍ଷିଣ ଭାରତର କଣ୍ଠାଟିକ୍ ସଂଗୀତ ।
  • ଭାରତରେ ମୃଦଙ୍ଗ, ତବଲା, ବଂଶୀ, ସନ୍ତୁର, ସାରଙ୍ଗୀ, ସୀତାର, ବୀଣା ଇତ୍ୟାଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଏ ।
  • ଭାରତରେ ବିଭିନ୍ନ ସ୍ଥାନରେ ଆଞ୍ଚଳିକ ଲୋକନୃତ୍ୟମାନ ଦେଖିବାକୁ ମିଳିଥାଏ ।
  • ଭରତ ମୁନିଙ୍କ “‘ ଭ ର ତ ନାଟ୍ୟଶାସ୍ତ୍ର’’ରୁ ଭାରତୀୟ ନାଟ୍ୟକଳାର ଉତ୍ପତ୍ତି ହୋଇଥିଲା ।
  • ଭାରତନାଟ୍ୟମ୍ – ତାମିଲନାଡୁ
    କଥାକଲି – କେରଳ
    ମୋହିନିୟାତ୍ତମ – କେରଳ
    କଥକ – ଉତ୍ତରପ୍ରଦେଶ
    କୁଚିପୁଡ଼ି – ଆନ୍ଧ୍ରପ୍ରଦେଶ
    ମଣିପୁରୀ – ମଣିପୁର
    ଓଡ଼ିଶୀ – ଓଡ଼ିଶା
  • ସାମରିକ ନୃତ୍ୟ
    ସତ୍ରିଆ – ଆସାମ
    ସତେବ୍‌ଜୀ – ପଞ୍ଜାବ
    ପାଇକ – ଓଡ଼ଶା
    କଲ୍ଲାରି ପାୟଟୁ – କେରଳ

ସଙ୍ଗୀତ କଳା

→ ସ୍ଥାପତ୍ୟ:

  • ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଭାରତୀୟ ସ୍ଥାପତ୍ୟକଳାର କ୍ରମବିକାଶ ଘଟିଥିଲା ।
  • ରାଜପୁତ ଯୁଗରେ ଆଞ୍ଚଳିକ ଶାସକମାନ ଦ୍ବାରା ଅନେକ ମନ୍ଦିର ନିର୍ମିତ ହୋଇଥିଲା । ସେ ସମୟରେ ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରେ ସୋମନାଥ ମନ୍ଦିର (ଗୁଜରାଟ), ଜଗନ୍ନାଥ ମନ୍ଦିର (ଓଡ଼ିଶା), ଖଜୁରାହୋ (ମଧ୍ୟପ୍ରଦେଶ), ଏକଲିଙ୍ଗ ମନ୍ଦିର (ରାଜସ୍ଥାନ) ଇତ୍ୟାଦି ପ୍ରସିଦ୍ଧ ଥିଲା ।

ସ୍ଥାପତ୍ୟ
ସ୍ଥାପତ୍ୟ 1

  • ମୋଗଲ ଶାସନ କାଳରେ କୁତବ୍‌ମିନାର (ଦିଲ୍ଲୀ) ଓ ଇଲତୁସ୍‌ଙ୍କ ମକବରା ଦିଲ୍ଲୀରେ ନିର୍ମାଣ କରାଯାଇଥିଲା ।
  • ଆମ ଦେଶରେ ଥ‌ିବା ଶିଖ୍ ଧର୍ମୀୟ ମନ୍ଦିର ମଧ୍ୟ ସ୍ଥାପନ କରାଯାଇଥିଲା; ଯଥା— ଅମୃତସରର ସ୍ବର୍ଣ୍ଣମନ୍ଦିର, ଦିଲ୍ଲୀର ଶିଖ୍ଗଞ୍ଜ ଓ ବଙ୍ଗଳାସାହିବ ଗୁରୁଦ୍ୱାର, ବିହାରର ପାଟନାସାହିବ ଗୁରୁଦ୍ୱାର, ମହାରାଷ୍ଟ୍ରର ନାନ୍ଦେନ୍ଦ୍ ଗୁରୁଦ୍ୱାର ଇତ୍ୟାଦି ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ଶିଳ୍ପ କୌଶଳ:

  • ହସ୍ତଶିଳ୍ପ : ସିନ୍ଧୁ ସଭ୍ୟତା ସମୟରେ ମାଟି, ପଥର ଓ ବ୍ରୋଞ୍ଜ ତଥା ତମ୍ବା ନିର୍ମିତ ବିଭିନ୍ନ ସାମଗ୍ରୀ, ବୈଦିକ ଯୁଗର ଧାତୁ ନିର୍ମିତ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଏବଂ କାଠ ଓ ଚମଡ଼ା ନିର୍ମିତ ସାମଗ୍ରୀ ଭାରତୀୟ କାରିଗରୀ ବିଦ୍ୟାର ନୈପୁଣ୍ୟ ଦେଖିବାକୁ ମିଳେ ।
  • କର୍ଣ୍ଣାଟକ – ଚନ୍ଦନ କାଠ, ମହାରାଷ୍ଟ୍ର – ତମ୍ବାପାତ୍ର, ଓଡ଼ିଶାର – ପଥରକାମ, ରାଜସ୍ଥାନର ଉତ୍ତରପ୍ରଦେଶର – ମାର୍ବଲ କାମ, ପଶ୍ଚିମବଙ୍ଗର – ଝୋଟଜାତ ଦ୍ରବ୍ୟ ଅନ୍ୟତମ ।
    ସିନ୍ଧୁ ସଭ୍ୟତା ଓ ବୈଦିକ ସଭ୍ୟତାରୁ କର୍ପାସ ଓ ପଶମ ବସ୍ତ୍ର ବୟନର ବିକାଶ ଆରମ୍ଭ ହୋଇଥିଲା ।

ଶିଳ୍ପ କୌଶଳ

→ ସାହିତ୍ୟ:

  • ଧର୍ମ ସାହିତ୍ୟ : ହିନ୍ଦୁ ସାହିତ୍ୟ ମଧ୍ଯରେ ଖ୍ରୀଷ୍ଟପୂର୍ବ ୨୦୦୦ରେ ପ୍ରଥମ ସାହିତ୍ୟ ‘ବେଦ’ ଏବଂ ପରବର୍ତ୍ତୀ କାଳରେ ସଂହିତା’, ‘ବ୍ରାହ୍ମଣ’, ‘ଆରଣ୍ୟକ’, ‘ଉପନିଷଦ’, ‘ରାମାୟଣ’, ‘ମହାଭାରତ’, ପୁରାଣ ଓ ‘ଗୀତା’ ରଚନା କରାଯାଇଥିଲା ।
  • ଜୈନ୍ୟ ସାହିତ୍ୟରେ ‘ଅଙ୍ଗ’, ‘ଉପାଙ୍ଗ’, ‘ମୂଳ’ ଓ ‘ସୂତ୍ର’ ଏବଂ ଭଦ୍ରବାହୁଙ୍କ ରଚିତ ‘କଳ୍ପସୂତ୍ର’ ଅନ୍ୟତମ ।
  • ବୌଦ୍ଧ ସାହିତ୍ୟରେ ‘ତ୍ରିପିଟକ’, ଅଶ୍ଵଘୋଷଙ୍କ ‘ବୁଦ୍ଧ ଚରିତ’, ନାଗାର୍ଜୁନଙ୍କ ‘ପ୍ରଜ୍ଞା ପାରମିତା ସୂତ୍ରଶାସ୍ତ୍ର’, ବସୁମିତ୍ରଙ୍କ ‘ମହାବିଭାଷା’ ଅନ୍ୟତମ ଅଟେ ।
  • ଅଭିଞାନ ଶାକୁନ୍ତଳମ୍ , ମାଳବିକାଗ୍ନିମିତ୍ରମ୍, ବିକ୍ରମୋବିର୍ବଶୀୟମ, ରଘୁବଂଶମ୍, ଋତୁସଂହାର ଓ ମେଘଦୂତମ୍ – କାଳିଦାସଙ୍କର ଅମର କୃତି ।
  • ଆବୁଲ ଫାଜଲ – ଆଇନ ଆକବରୀ ଓ ଆକବରନାମା ।
  • ନିରପେକ୍ଷ ସାହିତ୍ୟ – ପ୍ରାଚୀନ ଯୁଗର ସୃଷ୍ଟି ହୋଇଥିବା ସାହିତ୍ୟ କୃତି ।

ସାହିତ୍ୟ

→ ବିଜ୍ଞାନ ଓ ବୈଷୟିକ ବିଦ୍ୟା:
ଗଣିତ :

  • ସିନ୍ଧୁ ସଭ୍ୟତାର ଲୋକମାନେ ଗଣିତର ବ୍ୟବହାର ଜାଣିଥିଲେ ବୋଲି ଅନୁମାନ କରାଯାଏ । ବୈଦିକ ଯୁଗରେ ସୁଲ୍ସସୂତ୍ରରୁ ତ୍ରିଭୁଜ, ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ଆଦି ଜ୍ୟାମିତିକ ଜ୍ଞାନର ପ୍ରଚଳନ ହୋଇଥିଲା । ଗୁପ୍ତଯୁଗରେ ଆର୍ଯ୍ୟଭଟ୍ଟ ବିଭିନ୍ନ ଜ୍ୟାମିତିକ କ୍ଷେତ୍ରର କ୍ଷେତ୍ରଫଳ ଓ ଘନବସ୍ତୁର ଘନଫଳ, ବୃତ୍ତ ମଧ୍ଯରେ ଚତୁର୍ଭୁଜ ଅଙ୍କନ କରିବାର ପଦ୍ଧତି ନିର୍ଦ୍ଧାରଣ କରିଥିଲେ ।
  • ଆର୍ଯ୍ୟଭଟ୍ଟ ‘ଶୂନ’ର ବ୍ୟବହାର ଓ ବ୍ରହ୍ମଗୁପ୍ତ ‘ଶୂନ’ର କାର୍ଯ୍ୟକାରିତା ବିଷୟରେ ଅବଗତ କରାଇଥିଲେ ।
  • ଦଶମିକ ସଂଖ୍ୟା ଲିଖନ ଓ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଥମ ନଅଟି ସଂଖ୍ୟାର ମୂଲ୍ୟରେ ପାର୍ଥକ୍ୟ ହେଉଛି ଗଣିତ ବିଦ୍ୟାକୁ ଭାରତର ଦୁଇଟି ଅମୂଲ୍ୟ ଅବଦାନ ।

ଜ୍ୟୋତିର୍ବିଜ୍ଞାନ:

  • ଜ୍ୟୋତିଷଶାସ୍ତ୍ରବିତ୍ ଲଗ୍ଧଙ୍କ ‘ଜ୍ୟୋତିଷ ବେଦାଙ୍ଗ’’ରେ ଭାରତର ପ୍ରଥମ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନା କରାଯାଇଥିଲା । ସେଥ‌ିରେ ୨୭ଟି ନକ୍ଷତ୍ର, ନୂତନ ଚନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ରର ସ୍ଥାନ ଓ ପ୍ରତି ପାଞ୍ଚବର୍ଷରେ ଥରେ ପଡୁଥ‌ିବା ଅୟନର ସ୍ଥାନ ନିରୂପଣ କରାଯାଇଥିଲା ।
  • ‘ସୂର୍ଯ୍ୟ ସିଦ୍ଧାନ୍ତ’ ରେ ଆର୍ଯ୍ୟଭଟ୍ଟ ପୃଥ‌ିବୀ ଗୋଲ ବୋଲି ପ୍ରମାଣ କରିଥିଲେ । ଏହା ନିଜ ଅକ୍ଷ ଚାରିପାଖରେ ଘୂରିବା କଥା କହିଥିଲେ ।
  • ‘ବୃହତ୍ ସଂହିତା’ରେ ବରାହମିହିର ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଉପରେ ସୂଚନା ପ୍ରଦାନ କରିଥିଲେ ।
  • ସିଦ୍ଧାନ୍ତ ଦର୍ପଣରେ ପଠାଣି ସାମନ୍ତ ଅନେକ ମୂଲ୍ୟବାନ୍ ତଥ୍ୟ ପ୍ରଦାନ କରିଯାଇଛନ୍ତି ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ଚିକିତ୍ସା ବିଜ୍ଞାନ:

  • ଅଥର୍ବ ବେଦରେ ଭାରତର ଚିକିତ୍ସା ବିଜ୍ଞାନ ବିଷୟରେ ଅନେକ ତଥ୍ୟ ମିଳିଥାଏ । ‘ବୌଦ୍ଧ ଜାତକ’ ଅନୁଯାୟୀ ବୁଦ୍ଧଙ୍କ ସମୟରେ ‘ଆତ୍ରେୟ’’ ତାଙ୍କ ଶିଷ୍ୟ ‘ଭେଲା’’ ଓ ‘ଅଗ୍ନିଭେଷ’ ବିଶିଷ୍ଟ ଚିକିତ୍ସକ ଥିଲେ । ‘ଚରକ ସଂହିତା’ ଚରକ ରଚନା କରିଥିଲେ । ସେଥ‌ିରେ କାମଳ ରୋଗର ନିଦାନ ସମ୍ପର୍କରେ ସୂଚନା ମିଳେ । ଶୁଶ୍ରୁତଙ୍କ ‘ସୁଶ୍ରୁତ ସଂହିତା’ରେ ‘ଶଲ୍ୟ ଚିକିତ୍ସା’ ବିଷୟରେ ବର୍ଣ୍ଣନା କରାଯାଇଛି ।
  • ଗୁପ୍ତଯୁଗରେ ଭଗବତଙ୍କ ‘ଅଷ୍ଟାଙ୍ଗ ସଂଗ୍ରହ’, ପାଳକମ୍ୟଙ୍କ ‘ହସ୍ତୟୁର୍ବେଦ’ ଓ ପତଞ୍ଜଳିଙ୍କ ‘ଯୋଗସୂତ୍ର’ ଇତ୍ୟାଦି ଗୋଟିଏ ଲେଖାଏଁ ଉପାଦେୟ ଗ୍ରନ୍ଥ ରଚନା କରାଯାଇଥିଲା ।

ପଦାର୍ଥ ବିଜ୍ଞାନ:
ଋଷି କଣାଦ ଓ ଗୁପ୍ତଯୁଗୀୟ ବୈଜ୍ଞାନିକମାନେ ‘ପରମାଣୁ ତତ୍ତ୍ବ’’ ପ୍ରତିପାଦନ କରିଥିଲେ । ରସାୟନ ବିଜ୍ଞାନ କ୍ଷେତ୍ରରେ ବରାହମିହିର ପାରଦ ଓ ଲୁହାର ବ୍ୟବହାର ବିଷୟରେ ବର୍ଣ୍ଣନା କରିଥିଲେ । ନାଗାର୍ଜୁନ ବିଶୋଧନ ଓ ଜୀବାଣୁମୁକ୍ତ କରିବା ପଦ୍ଧତି ଆବିଷ୍କାର କରିଥିଲେ ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ବିଜ୍ଞାନ:

  • ସିନ୍ଧୁ ସଭ୍ୟତାର କାରିଗରମାନଙ୍କର ତମ୍ବା, ବ୍ରୋଞ୍ଜ, ସୁନା ଓ ରୁପା ଧାତୁର ଭିନ୍ନ ଭିନ୍ନ ସାମଗ୍ରୀ ନିର୍ମାଣରୁ ସେମାନଙ୍କ ଧାତୁ ସମ୍ବନ୍ଧୀୟ ଜ୍ଞାନ ଥିବାର ସୂଚନା ମିଳିଥାଏ ।
  • ବୈଦିକ ଯୁଗରେ ପ୍ରଥମେ ଲୌହ ଧାତୁର ବ୍ୟବହାର କରାଯାଇଥିଲା । ୪୧୫ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ମେହେରୌଲି ଲୌହ ସ୍ତମ୍ଭ ଆମର ଧାତବ ଜ୍ଞାନର ପରିଚୟ ପ୍ରଦାନ କରେ ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

Odisha State Board BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ Important Questions and Answers.

BSE Odisha Class 9 History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଦ୍ବିତୀୟ ବିଶ୍ୱଯୁଦ୍ଧର ପ୍ରମୁଖ କାରଣଗୁଡିକ ଉଲ୍ଲେଖ କର ।
Answer:

  • ଶାନ୍ତି ପ୍ରତିଷ୍ଠା ଦିଗରେ ଭର୍ସାଇ ସନ୍ଧିର କଠୋରତା ଦ୍ବିତୀୟ ବିଶ୍ୱଯୁଦ୍ଧର ମୁଖ୍ୟ କାରଣ ଥିଲା । ଏହି ସନ୍ଧିରେ ଜର୍ମାନୀକୁ ଦୁର୍ବଳ କରି ଦେବାପାଇଁ ସେ ଦେଶ ଉପରେ ରାଜନୈତିକ, ଅର୍ଥନୈତିକ ଓ ସାମରିକ କ୍ଷେତ୍ର ରେ ଅନେକ କଟକଣା ଜାରି କରାଯାଇଥିଲା । ଆକ୍ରମଣ ଭୟରେ ଜର୍ମାନୀ ବାଧ୍ୟ ହୋଇ ଏହି ଅପମାନଜନକ ସନ୍ଧିକୁ ଗ୍ରହଣ କରିଥିଲା ।
  • ଏହି ସନ୍ଧି ଜର୍ମାନୀ ଜନସାଧାରଣଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା, ଯାହା ପରବର୍ତ୍ତୀ ସମୟରେ ଦ୍ଵିତୀୟ ବିଶ୍ବଯୁଦ୍ଧର ମୁଖ୍ୟ କାରଣ ହୋଇଥିଲା ।
  • ବିଭିନ୍ନ ଆଦର୍ଶବାଦ ମଧ୍ୟରେ ସଂଘର୍ଷ ଦ୍ବିତୀୟ ବିଶ୍ୱ ଯୁଦ୍ଧର ଅନ୍ୟତମ କାରଣ ଥିଲା।। ଇଟାଲୀର ଫାସୀବାଦ, ଜର୍ମାନୀର ନାଜିବାଦ ଓ ଜାପାନର ଏକଚ୍ଛତ୍ରବାଦ ନୀତି ଅନ୍ୟ ଗଣତନ୍ତ୍ର ଓ ସାମ୍ୟବାଦୀ ଚିନ୍ତାଧାରାକୁ ବିରୋଧ କରିଥିଲା ।
  • ସ୍ପେନ୍ ଗୃହଯୁଦ୍ଧରେ ଫାସୀବାଦୀମାନଙ୍କ ବିଜୟ ଓ ଏହି ଘଟଣାରେ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ପ୍ରତିକ୍ରିୟା ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ଵିତୀୟ ବିଶ୍ବଯୁଦ୍ଧର ପ୍ରମୁଖ କାରଣ ସାଜିଥିଲା ।

୨। ଜାତିସଂଘ କେଉଁସବୁ କାରଣ ପାଇଁ ନିଜର ସତ୍ତା ହରାଇ ବସିଲା ?
Answer:

  • ପ୍ରଥମ ବିଶ୍ଵଯୁଦ୍ଧ ପରେ ସାମୂହିକ ସୁରକ୍ଷା ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଜାତିସଂଘ ଗଠନ କରିଦେଇଥୁଲା ।
  • ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍ ସନ୍ ଜାତି ସଂଘ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ସିନେଟ୍‌ର ବିରୋଧ ଯୋଗୁଁ ଆମେରିକା ଏହାର ସଭ୍ୟପଦ ଗ୍ରହଣ କରିପାରିଲା ନାହିଁ ।
  • ଜାତିସଂଘର ନିର୍ଦ୍ଦେଶ ଅମାନ୍ୟ କରୁଥିବା ଓ ବିଶ୍ୱଶାନ୍ତି ଭଙ୍ଗ କରୁଥିବା ବୃହତ୍ ରାଷ୍ଟ୍ରମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିଲା ନାହିଁ ।
  • ଏହାର ସଭ୍ୟରାଷ୍ଟ୍ରମାନେ ନିଜର ଇଚ୍ଛାନୁସାରେ ସଭ୍ୟପଦରୁ ଓହରି ଯାଇ ପାରୁ ଥିଲେ । ସ୍ବାର୍ଥପୂରଣ ନ ହେବାରୁ ପ୍ରଥମେ ଜର୍ମାନୀ ଓ ପରେ ପରେ ଇଟାଲୀ ଓ ଜାପାନ ସଭ୍ୟପଦ ତ୍ୟାଗ କଲେ ।
  • ବୃହତ୍ ରାଷ୍ଟ୍ରମାନଙ୍କର କାର୍ଯ୍ୟକଳାପ ଯୋଗୁଁ କ୍ଷୁଦ୍ର ରାଷ୍ଟ୍ରମାନେ ନିଜକୁ ସୁରକ୍ଷିତ ମଣିଲେ ନାହିଁ । ତେଣୁ ଜାତିସଂଘରୁ ସେମାନେ ଆସ୍ଥା ଲକ୍ଷ୍ୟ ପୂରଣରେ ବିଫଳ ହୋଇଥିଲା ।

୩। ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଜର୍ମାନୀର ଅବସ୍ଥା କ’ଣ ହେଲା ?
Answer:

  • ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀରେ ନାଜିଦଳ ସମ୍ପୂର୍ଣ୍ଣ ଲୋପ ପାଇଲା ।
  • ଜର୍ମାନୀର ବିଭିନ୍ନ ଅଞ୍ଚଳରେ ବ୍ରିଟେନ୍ , ଫ୍ରାନ୍ସ, ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକାର କର୍ତ୍ତୃତ୍ଵ ପ୍ରତିଷ୍ଠିତ ହେଲା ।
  • ୧୯୪୯ ମସିହାରେ ଜର୍ମାନୀର ପଶ୍ଚିମାଞ୍ଚଳକୁ ଏକତ୍ର କରାଯାଇ ପଶ୍ଚିମ ଜର୍ମାନୀ ବା ଜର୍ମାନ୍ ସଂଯୁକ୍ତ ସାଧାରଣତନ୍ତ୍ର ଗଠିତ ହୋଇଥିଲା ।
  • ପୂର୍ବ ଜର୍ମାନୀ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ନାମରେ ପରିଚିତ ହେଲା ।
  • ପଶ୍ଚିମ ଜର୍ମାନୀର ଶାସନରେ ପାଶ୍ଚାତ୍ୟ ଗଣତନ୍ତ୍ରର ପ୍ରଭାବ ରହୁଥିବାବେଳେ ପୂର୍ବ ଜର୍ମାନୀର ଶାସନରେ ସାମ୍ୟବାଦୀ ପ୍ରଭାବ ରହିଲା ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୪। ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଫାସିଷ୍ଟ ଶକ୍ତି କିପରି ପରାସ୍ତ ହେଲା ଆଲୋଚନା କର ।
Answer:

  • ଫାସିବାଦୀ ଓ ନାଜିବାଦର ଅଭ୍ୟୁଦୟ ଫଳରେ ପ୍ରଥମ ପର୍ଯ୍ୟାୟରେ ସେମାନେ ମିତ୍ରଶକ୍ତିକୁ ବିଭିନ୍ନ ରଣାଙ୍ଗନରେ ପରାସ୍ତ କଲେ । ଅକ୍ଷଶକ୍ତିର ଆକ୍ରମଣକୁ ମୁକାବିଲା କରିବାକୁ ମିତ୍ରଶକ୍ତି ଅସମର୍ଥ ହେଲା ।
  • ୧୯୪୧ ମସିହାରେ ହିଟ୍‌ଲର୍ ରୁଷ୍ ଆକ୍ରମଣ କରିବା ଫଳରେ ରୁଷ୍ ମିତ୍ରଶକ୍ତି ପକ୍ଷରେ ଯୋଗଦେଲା । ପୁନଶ୍ଚ ସେହିବର୍ଷ ଜାପାନ ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଦର ‘ପର୍ଲ ହାର୍ବର’ ଉପରେ ଆକ୍ରମଣ କରିବାରୁ ଆମେରିକା ମଧ୍ୟ ମିତ୍ରଶକ୍ତି ପକ୍ଷରେ ଯୋଗଦେଲା । ଫଳରେ ମିତ୍ରଶକ୍ତି ବଳିଷ୍ଠ ହୋଇଉଠିଲା ।
  • ବ୍ରିଟେନ୍, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍ ରୁଷ୍ ପ୍ରଭୃତି ୨୬ଟି ରାଷ୍ଟ୍ର ମିଳିତ ହୋଇ ୧୯୪୨ ମସିହାରେ ଫାସିବାଦ ବିରୁଦ୍ଧରେ ସଂଗ୍ରାମ ଘୋଷଣା କରିବା ପରେ ଯୁଦ୍ଧର ଗତି ମିତ୍ରଶକ୍ତି ସପକ୍ଷରେ ଗଲା। ଯୁଦ୍ଧର ଗତି ମିତ୍ରଶକ୍ତି ସପକ୍ଷରେ ଗଲା । ପରାସ୍ତ ହେବାକୁ ଲାଗିଲା ।
  • ୧୯୪୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌ର ମିଳିତ ସୈନ୍ୟବାହିନୀ ଇଟାଲୀର ସିସିଲି ଅସ୍ଵୀକାର କଲେ । ଜର୍ମାନୀର ସାହାଯ୍ୟ ସତ୍ତ୍ଵେ ଇଟାଲୀ ପରାଜିତ ହୋଇ ୧୯୪୫ ମସିହାରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା ।
  • ଜାପାନର ହିରୋସୀମା ଓ ନାଗାସାକି ଉପରେ ଆମେରିକାର ପରମାଣୁ ବୋମା ନିକ୍ଷେପ ଯୋଗୁଁ ସହର ଦୁଇଟି ଧ୍ୱଂସ ପାଇଲା ଓ ଜାପାନ ମଧ୍ଯ ବିନା ସର୍ତ୍ତରେ ଆତ୍ମସମର୍ପଣ କଲା । ଏହିଭଳି ଭାବରେ ଫାସିଷ୍ଟ ଶକ୍ତିର ପରାଜୟ ଘଟିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଜର୍ମାନୀ କେବେ ଓ କାହିଁକି ଦ୍ବିତୀୟ ବିଶ୍ବଯୁଦ୍ଧରେ ଆତ୍ମସମର୍ପଣ କଲା ?
Answer:

  • ୧୯୪୫ ମସିହା ଆରମ୍ଭରୁ ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ମିତ୍ରଶକ୍ତିର ସୈନ୍ୟବାହିନୀ ଜର୍ମାନୀ ଉପରେ ଆକ୍ରମଣ କରିଥିଲେ । ସେମାନେ ବର୍ଲିନ୍ ଆଡ଼କୁ ମାଡ଼ିଆସିଲାବେଳେ ହିଟଲର ମାଟିତଳେ ନିର୍ମିତ ତାଙ୍କ ଆଶ୍ରୟ କକ୍ଷରେ ଆତ୍ମହତ୍ୟା କଲେ ।
  • ରୁଷ୍ ସୈନ୍ୟ ବର୍ଲିନ୍ ଅଧୂର କରିବାରୁ ବାଧ୍ୟହୋଇ ଜର୍ମାନୀ ୧୯୪୫ ମସିହା ମେ ମାସ ୭ ତାରିଖ ଦିନ ବିନା ସର୍ତ୍ତରେ ଆତ୍ମସମର୍ପଣ କରିଥିଲା ।

୨। ଜର୍ମାନୀ ଓ ଇଟାଲୀ କେବେ ଓ କାହିଁକି ଏକ ଚୁକ୍ତି ସମ୍ପାଦନ କଲେ ? ଜାପାନ ଏହି ମେଣ୍ଟରେ କେବେ ଯୋଗଦେଲା ।
Answer:

  • ଯୁଦ୍ଧ ସମୟରେ ପରସ୍ପର କୁ ସାହାଯ୍ୟ କରିବାପାଇଁ ୧୯୩୬ ମସିହାରେ ଜର୍ମାନୀ ଓ ଇଟାଲୀ ଏକ ଚୁକ୍ତି ସମ୍ପାଦନ କରିଥିଲେ ।
  • ୧୯୩୭ ମସିହାରେ ଜାପାନ ଏହି ମେଣ୍ଟରେ ଯୋଗଦେଲା ।

୩। ସ୍ପେନରେ କେବେ ଏକ ଗୃହଯୁଦ୍ଧ ହୋଇଥିଲା ଓ ଏହାର ପରିଣତି କ’ଣ ହେଲା ?
Answer:

  • ୧୯୩୬ ମସିହାରେ ସ୍ପେନ୍‌ରେ ଏକ ଗୃହଯୁଦ୍ଧ ହୋଇଥିଲା ।
  • ପରିଣତିସ୍ୱରୂପ ସ୍ପେନ୍‌ର ନିର୍ବାଚିତ ସରକାର ଗାଦିଚ୍ୟୁତ ହେଲେ ଓ ଜେନେରାଲ୍ ଫ୍ରାଙ୍କୋଙ୍କ ନେତୃତ୍ୱରେ ସେଠାରେ ଏକଚ୍ଛତ୍ରବାଦୀ ଶାସନ ପତିଷ୍ଠିତ ହେଲା ।

୪। ଜାପାନ କାହିଁକି ବିନା ସର୍ତ୍ତରେ ଆତ୍ମସମର୍ପଣ କରିଥିଲା ?
Answer:

  • ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଜାପାନର ହିରୋସୀମା ଓ ୯ ତାରିଖରେ ନାଗାସାକି ଉପରେ ଆମେରିକା ପରମାଣ
  • ବୋମା ନିକ୍ଷେପ କରି ସହର ଦୁଇଟିକୁ ଧ୍ୱଂସ ୬। କରିଦେଲା ।
  • ପରମାଣୁ ବୋମାର ଭୟାବହତା ଦେଖ ଜାପାନ ୧୯୪୫ ମସିହା ଅଗଷ୍ଟ ୧୪ ତାରିଖରେ ବିନା ସର୍ଭରେ ଆତ୍ମସମର୍ପଣ କରିଥିଲା ।

୫। ଶ୍ରମିକ ଦଳ କେବେ ବ୍ରିଟେନ୍‌ରେ ଶାସନ କ୍ଷମତାକୁ ଆସିଲା ? ଏହାର ଫଳାଫଳ କ’ଣ ହୋଇଥିଲା ?
Answer:

  • ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ୧୯୪୫ ମସିହାରେ ବ୍ରିଟେନ୍‌ରେ ଆଟ୍‌ଲିଙ୍କ ନେତୃତ୍ଵରେ ଶ୍ରମିକ ଦଳ ଶାସନ ଭାର ଗ୍ରହଣ କରିଥିଲା ।
  • ଏହି ଦଳର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରି ବ୍ରିଟେନ୍‌ର ଅର୍ଥନୈତିକ ଉନ୍ନତି ଘଟାଇଥିଲେ ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬। ଜାପାନ କେବେ ମାଞ୍ଚୁରିଆ ଅଧିକାର କଲା ? ଜାପାନ କାହିଁକି ଜାତିସଂଘରୁ ଓହରିଗଲା ?
Answer:

  • ୧୯୩୧ ମସିହାରେ ଜାପାନ ତୈଳ ଓ ଖଣିଜ ସମ୍ପଦପୂର୍ଣ୍ଣ ଚୀନ୍‌ର ମାଞ୍ଚୁରିଆ ଅଧ୍ୟାର କରିଥିଲା ।
  • ନିଜ ସ୍ୱାର୍ଥ ଦୃଷ୍ଟିରୁ ଜାପାନ ଜାତିସଂଘରୁ ଓହରିଯାଇଥିଲା ।

୭। ମ୍ୟୁନିକ୍ ଚୁକ୍ତି କେବେ, କାହିଁକି ଓ କାହା କାହା ମଧ୍ୟରେ ସ୍ଵାକ୍ଷରିତ ହୋଇଥିଲା ?
Answer:

  • ମ୍ୟୁନିକ୍ ଚୁକ୍ତି ୧୯୩୮ ମସିହାରେ ଜର୍ମାନୀ, ବ୍ରିଟେନ୍ ଓ ଫ୍ରାନ୍‌ ସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।
  • ଏହି ଚୁକ୍ତିଦ୍ଵାରା ବ୍ରିଟେନ୍ ଓ ଫ୍ରାନ୍ସ ଜର୍ମାନୀର କାର୍ଯ୍ୟକଳାପକୁ ପରୋକ୍ଷରେ ଅନୁମୋଦନ କରିଥଲେ ।

A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଜାପାନ କେବେ ଚୀନ୍‌ର ମାଞ୍ଚୁରିଆ ଅଧିକାର କଲା ?
Answer:
ଜାପାନ ୧୯୩୧ ମସିହାରେ ଚୀନ୍‌ର ମାଞ୍ଚୁରିଆ ଆକ୍ରମଣ କରିଥିଲା ।

୨। ଜାପାନ କାହିଁକି ଜାତିସଂଘରୁ ଓହରିଗଲା ?
Answer:
ଜାପାନ ନିଜ ସ୍ୱାର୍ଥ ଦୃଷ୍ଟିରୁ ଜାତିସଂଘର ଓହରିଗଲା ।

୩ । ଜାପାନର କେଉଁ ସହର ଦୁଇଟି ପରମାଣୁ ବୋମାଦ୍ବାରା ଧ୍ଵଂସ ହୋଇଥିଲା ?
Answer:
ଜାପାନର ହୀରୋସୀମା ଓ ନାଗାସାକି ସହର ଦୁଇଟି ପରମାଣୁ ବୋମାଦ୍ଵାରା ଧ୍ଵଂସ ହୋଇଥିଲା ।

୪। ରୁଷ୍ କେବେ ଦ୍ୱିତୀୟ ବିଶ୍ଵଯୁଦ୍ଧରେ ଯୋଗଦେଲା ଓ କାହିଁକି ?
Answer:
୧୯୪୧ ମସିହାରେ ହିଟଲର୍ ରୁଷ୍ ଆକ୍ରମଣ କରିବା ଫଳରେ ରୁଷ୍ ମିତ୍ରଶକ୍ତି ସପକ୍ଷରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଯୋଗଦେଲା ।

୫। କିଏ ସେନ୍ ରେ ଏକଚ୍ଛତ୍ର ଶାସନ ପ୍ରତିଷ୍ଠା କରିଥିଲେ ?
Answer:
ଜେନେରାଲ୍ ଫ୍ରାଙ୍କୋ ସ୍ପେନ୍‌ରେ ଏକଚ୍ଛତ୍ର ଶାସନ ପ୍ରତିଷ୍ଠା କରିଥିଲେ ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬। ମ୍ୟୁନିକ୍ ଚୁକ୍ତି କ’ଣ ?
Answer:
୧୯୩୮ ମସିହାରେ ବ୍ରିଟେନ୍ ଓ ଫ୍ରାନ୍ ସ ମ୍ୟୁନିକ୍‌ଠାରେ ଜର୍ମାନୀ ସହ ଏକ ଚୁକ୍ତି କରି ଜର୍ମାନୀର କାର୍ଯ୍ୟକଳାପକୁ ଅନୁମୋଦନ କରିଥିଲେ, ଯାହା ମ୍ୟୁନିକ୍ ଚୁକ୍ତି ନାମରେ ପରିଚିତ ।

୭। ଏକଚ୍ଛତ୍ରବାଦୀ ଶକ୍ତିମାନଙ୍କୁ କ’ଣ ପ୍ରୋତ୍ସାହନ ଯୋଗାଇଥିଲା ?
Answer:
ଗଣତାନ୍ତ୍ରିକ ଓ ବୃହତ୍ ରାଷ୍ଟ୍ରମାନଙ୍କ ସନ୍ତୁଷ୍ଟୀକରଣ ନୀତି, ରାଜନୈତିକ ନିଷ୍କ୍ରିୟତା ଓ ଉଦାସୀନତା ଏକଚ୍ଛତ୍ରବାଦୀ ଶକ୍ତିମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲା ।

B. ଗୋଟିଏ ପଦରେ ଉତ୍ତର ଲେଖ ।

୧। ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ କେଉଁ ଦେଶ ବ୍ୟତୀତ ଅନ୍ୟ ଶକ୍ତିମାନେ ସେମାନଙ୍କର ସ୍ଵାର୍ଥସାଧନ ପାଇଁ ବ୍ୟଗ୍ର ଥିଲେ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା

୨। ହିଟଲର୍ କେବେ ରାଇନ୍ ଅଞ୍ଚଳ ଅଧିକାର କରିନେଲେ ?
Answer:
୧୯୩୬ ମସିହା

୩। ଜର୍ମାନୀ କେବେ ଅଷ୍ଟ୍ରିଆ ଅଧିକାର କରିଥିଲା ?
Answer:
୧୯୩୮ ମସିହା

୪। ମୁସୋଲିନୀ କେବେ ଆଫ୍ରିକା ମହାଦେଶସ୍ଥ ଆବିସିନିଆକୁ ଜୟକରି ଇଟାଲୀ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କଲେ ?
Answer:
୧୯୩୬ ମସିହା

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୫। ଜାପାନ କେବେ ତୈଳ ଓ ଖଣିଜ ସମ୍ପଦପୂର୍ଣ୍ଣ ଚୀନର ମାଞ୍ଚୁରିଆ ପ୍ରଦେଶ ଅଧିକାର କରିଥିଲା ?
Answer:
୧୯୩୧ ମସିହା

୬। ବ୍ରିଟେନ୍‌ ଓ ଫ୍ରାନ୍ସ ୧୯୩୮ ମସିହାରେ କେଉଁ ଚୁକ୍ତି କରି ଜର୍ମାନୀର ଆକ୍ରମଣାତ୍ମକ ରାଜ୍ୟବିସ୍ତାର ନୀତିକୁ ପରୋକ୍ଷରେ ଅନୁମୋଦନ କରିଥିଲେ ?
Answer:
ମ୍ୟୁନିକ୍ ଚୁକ୍ତି

୭। ୧୯୩୩ ମସିହାରେ କେଉଁ ଦେଶ ଜାତିସଂଘରୁ ଓହରି ଆସିଥିଲା ?
Answer:
ଜର୍ମାନୀ

୮। ଜାପାନ ୧୯୩୧ ମସିହାରେ ଚୀନ୍‌ର କେଉଁ ପ୍ରଦେଶ ଆକ୍ରମଣ କରିଥିଲା ?
Answer:
ମାଞ୍ଚୁରିଆ

୯। କେବେ ରୋମ-ବର୍ଲିନ୍-ଟୋକି ଓ ଅକ୍ଷଶକ୍ତି ଗଠିତ ହୋଇଥଲା ?
Answer:
୧୯୩୭ ମସିହା

୧୦। ଜର୍ମାନୀ କେବେ ପୋଲାଣ୍ଡ ଆକ୍ରମଣ କଲା ?
Answer:
୧୯୩୯ ମସିହା

୧୧। ଜର୍ମାନୀ କେବେ ଜାତିସଂଘରୁ ଓହରି ଆସିଲା ?
Answer:
୧୯୩୩ ମସିହା

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୧୨। ସେନ୍‌ରେ ଗୃହଯୁଦ୍ଧ କେବେ ସଂଘଟିତ ହୋଇଥିଲା ?
Answer:
୧୯୩୬ ମସିହା

୧୩। ଇଟାଲୀ ଓ ଜର୍ମାନୀ କେଉଁ ଦେଶର ବିଦ୍ରୋହୀମାନଙ୍କୁ ସାମରିକ ସାହାଯ୍ୟ ଯୋଗାଇଥିଲେ ?
Answer:
ସ୍ପେନ୍

୧୪। ଜେନେରାଲ ଫ୍ରାଙ୍କା କେଉଁ ଦେଶର ଶାସକ ଥିଲେ ହୋଇଥିଲା ?
Answer:
ସେନ୍

୧୫। ୧୯୩୬ ମସିହାରେ ଗଠିତ ଅକ୍ଷଶକ୍ତିରେ କେଉଁ ଦେଶ ଏକ ବର୍ଷ ପରେ ଯୋଗ ଦେଇଥିଲା ?
Answer:
ଜାପାନ

୧୬। ପୋଲାଣ୍ଡ ମାଟିରୁ ଜର୍ମାନୀକୁ ଅପସରି ଯିବାପାଇଁ କେଉଁ ଦେଶ ଚେତାବନୀ ଦେଇଥିଲା ?
Answer:
ବ୍ରିଟେନ୍

୧୭। ଦ୍ଵିତୀୟ ବିଶ୍ଵଯୁଦ୍ଧ କେବେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ?
Answer:
୧୯୩୯ ସେପ୍ଟେମ୍ବର ୧ ତାରିଖ

୧୮। ବ୍ରିଟେନ୍ କେଉଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜର୍ମାନୀ ଆକ୍ରମଣର ମୁକାବିଲା କରିଥିଲା ?
Answer:
ଚର୍ଚ୍ଚିଲ୍

୧୯। ଜାପାନର ମହାନଗରୀ ଦୁଇଟି ଉପରେ ଯୁକ୍ତରାଷ୍ଟ୍ର ଆମେରିକା କେଉଁ ବୋମା ପକାଇ ଧ୍ବଂସ କରିଦେଇଥିଲା ?
Answer:
ପରମାଣୁ ବୋମା

୨୦। ଜର୍ମାନୀଠାରୁ ସବୁପ୍ରକାର ସାହାଯ୍ୟ ପାଇ ମଧ୍ଯ ଇଟାଲୀ କେବେ ଆତ୍ମସମର୍ପଣ କରିଥିଲା ?
Answer:
୧୯୪୩ ମସିହା ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

C. ଶୂନ୍ୟସ୍ଥାନ ପୂରଣ କର ।

୧। ଜାପାନ ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଦର ନଗର ______________ ଉପରେ ଆକ୍ରମଣ କରିଥିଲା ।
Answer:
ପର୍ଲ ହାର୍ବର

୨। ଜାପାନ ୧୯୩୧ ମସିହାରେ ____________ ପ୍ରଦେଶ ଆକ୍ରମଣ କରିଥିଲା ।
Answer:
ମାଞ୍ଚୁରିଆ

୩। ରୋମ୍ -ବର୍ଲିନ୍-ଟୋକି ଓ ଅକ୍ଷଶକ୍ତି _____________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୩୭

୪। _________________ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରପେ ପ୍ରତିଷ୍ଠିତ ହୋଇଥଲା ।
Answer:
ଆମେରିକା

୫। ମୁସୋଲିନୀ ____________ ମସିହାରେ ଆବିସିନିଆକୁ ଜୟକରି ଇଟାଲୀ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କଲେ ।
Answer:
୧୯୩୬

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬। ୧୯୪୨ ମସିହାରେ _____________ ଟି ଦେଶର ପ୍ରତିନିଧ୍ ଫାସୀବାଦ ବିରୋଧରେ ମିଳିତ ସଂଗ୍ରାମ ଘୋଷଣା କରିଥିଲେ ।
Answer:
୨୬

୭। ___________________ ପରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରପେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିଷ୍ଠା ଲାଭ କଲା ।
Answer:
ଦ୍ଵିତୀୟ ବିଶ୍ୱଯୁଦ୍ଧ

୮। ଯୁକ୍ତରାଷ୍ଟ୍ର ଆମେରିକା ___________ ମସିହାରେ ଜାପାନର ହିରୋସୀମା ନଗର ଉପରେ ପରମାଣୁ ବୋମା ପକାଇଲା ।
Answer:
୧୯୪୫

୯| ______________ ର ଆତ୍ମସମର୍ପଣ ପରେ ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତ ଘଟିଲା
Answer:
ଜାପାନ

୧୦| ____________ ଯୁଦ୍ଧରେ ପ୍ରଥମ ଥର ପାଇଁ ପରମାଣୁ ବୋମାର ପ୍ରୟୋଗ କରାଯାଇଥିଲା ।
Answer:
ଦ୍ଵିତୀୟ ବିଶ୍ଵ

୧୧। _____________ ଆନୁକୂଲ୍ୟରେ ପୃଥ‌ିବୀର ଶାନ୍ତି ପ୍ରତିଷ୍ଠା ଓ ନି ର ସ୍ୱୀକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
Answer:
ଜାତିସଂଘ

୧୨। ପ୍ରଥମ ବିଶ୍ୱଯୁଦ୍ଧର _______________ ବର୍ଷ ପରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲା ।
Answer:
୨୦

୧୩ । ପ୍ୟାରିସ୍ ଶାନ୍ତ ସମ୍ମିଳନୀର ତ୍ରୁଟିବିଚ୍ୟୁତି ପାଇଁ _______________ ଯୁଦ୍ଧ ପାଇଁ ଅନେକ ପରିମାଣରେ ଦାୟୀ ।
Answer:
ଦ୍ଵିତୀୟ ବିଶ୍ଵ

୧୪ । ଶାନ୍ତି ପ୍ରତିଷ୍ଠା ନିମନ୍ତେ ବିଜୟୀ ରାଷ୍ଟ୍ରମାନଙ୍କର ଜର୍ମାନୀ ସହିତ _______________ ପକ୍ଷର କଠୋରତା ଦ୍ଵିତୀୟ ବିଶ୍ବଯୁଦ୍ଧର ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ।
Answer:
ଭର୍ସାଇ

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୧୫ । ସୋଭିଏତ୍ ରୁଷ୍ ______ ମସିହାରେ ମିତ୍ର ଶକ୍ତି ପକ୍ଷରେ ଯୁଦ୍ଧରେ ଯୋଗଦାନ କରିଥିଲା ।
Answer:
୧୯୪୧

୧୬ । ସ୍ଵାର୍ଥପୂରଣ ନ ହେବାରୁ ପ୍ରଥମେ _____________ ଦେଶ ଜାତିସଂଘର ସଭ୍ୟପଦ ତ୍ୟାଗ କରିଥିଲା ।
Answer:
ଜର୍ମାନୀ

୧୭ । ଭାରତର ସଂସଦ ବା ପାର୍ଲାମେଣ୍ଟ ଭଳି ଯୁକ୍ତରାଷ୍ଟ୍ର ଆମେରିକାର ସଂସଦକୁ _______________ କୁହାଯାଏ ।
Answer:
କଂଗ୍ରେସ

୧୮ । ଚେକେସ୍କୋଭାକିଆ ଅଞ୍ଚଳରେ _____________ ଭାଷାଭାଷୀ ଲୋକେ ବାସ କରୁଥିଲେ ।
Answer:
ଜର୍ମାନୀ

୧୯ । ଚାମ୍ବରଲେନ୍ _______________ ଦେଶର ପ୍ରଧାନମନ୍ତ୍ରୀ ଥିଲେ ।
Answer:
ଇଂଲଣ୍ଡ

୨୦ । ୧୯୩୮ ମସିହାର ମ୍ୟୁନିକ୍ ଚୁକ୍ତିଦ୍ୱାରା ମାତ୍ର _____________ ମାସ ପାଇଁ ଶାନ୍ତି ପ୍ରତିଷ୍ଠିତ ହୋଇଥିଲା ।
Answer:
୧୧

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (×) ଲେଖ ।

୧। ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଭାରତର ସଂସଦ ବା ପାର୍ଲିଆମେଣ୍ଟ ସଦୃଶ ।
Answer:

୨। ଆମେରିକାର କଂଗ୍ରେସର ଦୁଇଟି ସଦନ ହେଉଛି ସିନେଟ୍ ଓ ପ୍ରତିନିଧୂ ସଭା ।
Answer:

୩। ଜର୍ମାନୀ ଜାତିସଂଘରୁ ୧୯୩୪ ମସିହାରେ ଓହରି ଆସିଥିଲା ।
Answer:
×

୪। ‘ମ୍ୟୁନିକ୍ ଚୁକ୍ତି’ ୧୯୩୭ ମସିହାରେ ସ୍ଵାକ୍ଷରିତ ହୋଇଥଲା ।
Answer:
×

୫। ‘ମ୍ୟୁନିକ୍ ଚୁକ୍ତି’ ଦ୍ଵାରା ପ୍ରତିଷ୍ଠିତ ଶାନ୍ତି ମାତ୍ର ୧୧ ମାସ ପାଇଁ ତିଷ୍ଠି ପାରିଥିଲା ।
Answer:

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬ । ୧୯୩୫ ମସିହାରେ ସ୍ପେନ୍ ଦେଶରେ ଗୃହଯୁଦ୍ଧ ସଂଗଠିତ ହୋଇଥଲା ।
Answer:
×

୭। ସ୍ପେନର ଗୃହଯୁଦ୍ଧରେ ଜେନେରାଲ୍ ଫ୍ରାଙ୍କୋ ବିଜୟୀ ହୋଇ ସରକାର ଗଠନ କରିଥିଲେ ।
Answer:

୮। ୧୯୩୭ ମସିହାରେ ରୋମ୍-ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ହୋଇଥିଲା ।
Answer:

୯। ଆନୁଷ୍ଠାନିକ ଭାବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ୧୯୩୯ ସେପ୍ଟେମ୍ବର ୦୩ ତାରିଖରେ ଆରମ୍ଭ ହୋଇଥିଲା ।
Answer:

୧୦ । ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ୧୯୪୫, ଅଗଷ୍ଟ ୧୪ ତାରିଖ ଦିନ ହୋଇଥିଲା ।
Answer:

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 2

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ପଲି ହାର୍ବର ପ୍ରଶାନ୍ତ ମହାସାଗରର ହାଓ୍ବାର ଦ୍ବୀପରେ ଅବସ୍ଥିତ ଜାପାନର ବନ୍ଦର ନଗର ।
Answer:
ଯୁକ୍ତରାଷ୍ଟ୍ର ଆମେରିକା,

୨ । ଜାପାନ ୧୯୩୧ ମସିହାରେ ଚୀନ୍‌ର ହାହୋଇ ପ୍ରଦେଶ ଆକ୍ରମଣ କରିଥିଲା ।
Answer:
ମାଞ୍ଚୁରି ଆ,

୩। ରୋମ୍-ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ୧୯୩୪ ମସିହାରେ ଗଠିତ ହୋଇଥିଲା ।
Answer:
୧୯୩୭

୪। ଯୁକ୍ତରାଷ୍ଟ୍ର ଆମେରିକା ୧୯୪୬ ମସିହାରେ ଜାପାନରେ ହିରୋସୀମା ସହର ଉପରେ ପରମାଣୁ ବୋମା ପକାଇଥିଲା ।
Answer:
୧୯୪୫

୫। ପ୍ରଥମ ବିଶ୍ଵଯୁଦ୍ଧରେ ପ୍ରଥମ କରି ପରମାଣୁ ବୋମା ପ୍ରୟୋଗ କରାଯାଇଥିଲା ।
Answer:
ଦ୍ଵିତୀୟ ବିଶ୍ୱଯୁଦ୍ଧ

୬। ଚାମ୍ବରଲେନ୍ ଜର୍ମାନୀର ପ୍ରଧାନମନ୍ତ୍ରୀ ଥିଲେ ।
Answer:
ଇଂଲଣ୍ଡ

୭। ପ୍ରଥମ ବିଶ୍ବଯୁଦ୍ଧର ୩୦ ବର୍ଷ ପରେ ଦ୍ଵିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଥିଲା ।
Answer:
୨୦ ବର୍ଷ

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୮। ଯୁକ୍ତରାଷ୍ଟ୍ର ଆମେରିକାର ସଂସଦକୁ ଡୁମା କୁହାଯାଏ ।
Answer:
କଂଗ୍ରେସ

୯ । ଚେକୋସ୍ଲୋଭାକିଆ ଅଞ୍ଚଳରେ ଫରାସୀ ଭାଷାଭାଷୀ ଲୋକ ବାସ କରୁଥିଲେ ।
Answer:
ଜର୍ମାନୀ

୧୦। ସ୍ବାର୍ଥପୂରଣ ନ ହେବାରୁ ପ୍ରଥମେ ଇଟାଲୀ ଜାତିସଂଘର ସଭ୍ୟପଦ ତ୍ୟାଗ କରିଥିଲେ ।
Answer:
ଜର୍ମାନୀ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନିମ୍ନୋକ୍ତ ଦେଶମାନଙ୍କ ମଧ୍ୟରୁ କେଉଁ ଦେଶଟି ଏକଚ୍ଛତ୍ରବାଦୀ ଆଦର୍ଶରେ ବିଶ୍ଵାସ କରୁନଥିଲା ?
(A) ଜର୍ମାନୀ
(B) ଇଟାଲୀ
(C) ଜାପାନ
(D) ରୁଷ୍
Answer:
(D) ରୁଷ୍

2. ନିମ୍ନୋକ୍ତ ଦେଶମାନଙ୍କ ମଧ୍ୟରୁ କେଉଁ ଦେଶଟି ଗଣତାନ୍ତ୍ରିକ ଆଦର୍ଶରେ ବିଶ୍ଵାସ କରୁନଥିଲା ?
(A) ବ୍ରିଟେନ୍
(B) ଫ୍ରାନ୍ସ
(C) ଯୁକ୍ତରାଷ୍ଟ୍ର ଆମେରିକା
(D) ଇଟାଲୀ
Answer:
(D) ଇଟାଲୀ

3. ସ୍ପେନ୍‌ରେ ଗୃହଯୁଦ୍ଧ କେବେ ସଂଘଟିତ ହୋଇଥିଲା ?
(A) ୧୯୩୪
(B) ୧୯୩୫
(C) ୧୯୩୬
(D) ୧୯୩୭
Answer:
(C) ୧୯୩୬

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

4. ଇଟାଲୀ ଓ ଜର୍ମାନୀ କେଉଁ ଦେଶର ବିଦ୍ରୋହୀମାନଙ୍କୁ ସାମରିକ ସାହାଯ୍ୟ ଯୋଗାଇଥିଲେ ?
(A) ସ୍ପେନ୍
(B) ଇଟାଲୀ
(C) ଜର୍ମାନୀ
(D) ତୁର୍କୀ
Answer:
(A) ସ୍ପେନ୍

5. ଜେନେରାଲ ଫ୍ରାଙ୍କା କେଉଁ ଦେଶର ଶାସକ ଥିଲେ ?
(A) ଇଂଲଣ୍ଡ
(B) ଆମେରିକା
(C) ଇଟାଲୀ
(D) ସେନ୍
Answer:
(D) ସେନ୍

6. ୧୯୩୬ ମସିହାରେ ଗଠିତ ଅକ୍ଷଶକ୍ତିରେ କେଉଁ ଦେଶ ଏକ ବର୍ଷ ପରେ ଯୋଗ ଦେଇଥିଲା ?
(A) ଜାପାନ
(B) ତୁର୍କୀ
(C) ଆଲବାନିଆ
(D) ଚେକୋସ୍ଲୋଭାକିଆ
Answer:
(A) ଜାପାନ

7. ପୋଲାଣ୍ଡ ମାଟିରୁ ଜର୍ମାନୀକୁ ଅପସରିଯିବାପାଇଁ କେଉଁ ଦେଶ ଚେତାବନୀ ଦେଇଥିଲା ?
(A) ହଲାଣ୍ଡ
(B) ଜାପାନ
(C) ବ୍ରିଟେନ୍
(D) ରୁଷ୍
Answer:
(C) ବ୍ରିଟେନ୍

8. ବ୍ରିଟେନ୍ କେଉଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜର୍ମାନୀ ଆକ୍ରମଣର ମୁକାବିଲା କରିଥିଲା ?
(A) ଆଟଲି
(B) ଚର୍ଚ୍ଚିଲ୍
(C) ନିକ୍‌ସନ୍
(D) ଆଲେକ୍ସିନ୍
Answer:
(B) ଚର୍ଚ୍ଚିଲ୍

9. ନିମ୍ନୋକ୍ତ ମଧ୍ୟରୁ କେଉଁଟିରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଯୋଗ ଦେଇଥିଲା ?
(A) କେନ୍ଦ୍ର ଶକ୍ତି
(B) ମିତ୍ରଶକ୍ତି
(C) ମିଳିତ ଶକ୍ତି
(D) ଅକ୍ଷୟଶକ୍ତି
Answer:
(B) ମିତ୍ରଶକ୍ତି

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

10. ଜର୍ମାନୀଠାରୁ ସବୁପ୍ରକାର ସାହାଯ୍ୟ ପାଇ ମଧ୍ଯ ଇଟାଲୀ କେବେ ଆତ୍ମସମର୍ପଣ କରିଥିଲା ?
(A) ୧୯୪୦
(B) ୧୯୪୧
(C) ୧୯୪୨
(D) ୧୯୪୩
Answer:
(D) ୧୯୪୩

11. ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ କେବେ ବିନା ସର୍ଭରେ ମିତ୍ରଶକ୍ତି ନିକଟରେ ଆତ୍ମ ସମର୍ପଣ କରିଥିଲା ?
(A) ୧୯୪୫ ଅଗଷ୍ଟ ୭
(B) ୧୯୪୫ ଜୁନ୍ ୭
(C) ୧୯୪୫ ମେ ୭
(D) ୧୯୪୫ ଅଗଷ୍ଟ ୨୪
Answer:
(C) ୧୯୪୫ ମେ ୭

12. ଜାପାନର ମହାନଗରୀ ଦୁଇଟି ଉପରେ ଯୁକ୍ତରାଷ୍ଟ୍ର ଆମେରିକା କେଉଁ ବୋମା ପକାଇ ଧ୍ବଂସ କରିଦେଇଥୁଲା ?
(A) ଅଣୁ ବୋମା
(B) ପରମାଣୁ ବୋମା
(C) ଉଦଜାନ୍ ବୋମା
(D) ଜୀବାଣୁ ବୋମା
Answer:
(B) ପରମାଣୁ ବୋମା

13. ଜର୍ମାନୀ କେବେ ଜାତିସଂଘରୁ ଓହରି ଆସିଲା ?
(A) ୧୯୩୨
(B) ୧୯୩୬
(C) ୧୯୩୩
(D) ୧୯୩୫
Answer:
(C) ୧୯୩୩

14. ଜର୍ମାନୀ କେବେ ପୋଲାଣ୍ଡ ଆକ୍ରମଣ କଲା ?
(A) ୧୯୩୯
(B) ୧୯୪୦
(C) ୧୯୩୧
(D) ୧୯୪୨
Answer:
(A) ୧୯୩୯

15. ଦ୍ଵିତୀୟ ବିଶ୍ୱଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?
(A) ୧୯୩୬
(B) ୧୯୩୭
(C) ୧୯୩୮
(D) ୧୯୩୯
Answer:
(D) ୧୯୩୯

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

16. ଜେନେରାଲ୍ ଫ୍ରାଙ୍କା କେଉଁ ଦେଶର ଶାସକ ଥିଲେ ?
(A) ଇରାକ୍
(B) ଜାପାନ
(C) ଆଲବାନିଆ
(D) ସ୍ପେନ୍
Answer:
(D) ସ୍ପେନ୍

17. ଜାପାନ କେବେ ଅକ୍ଷଶକ୍ତିରେ ଯୋଗ ଦେଇଥିଲା ?
(A) ୧୯୩୫
(B) ୧୯୩୬
(C) ୧୯୩୭
(D) ୧୯୩୮
Answer:
(C) ୧୯୩୭

18. ଜର୍ମାନ୍ ସଂଯୁକ୍ତ ସାଧାରଣତନ୍ତ୍ର କେବେ ଗଠିତ ହେଲା ?
(A) ୧୯୩୯
(B) ୧୯୪୫
(C) ୧୯୪୯
(D) ୧୯୫୦
Answer:
(C) ୧୯୪୯

19. କେତେ ଖ୍ରୀଷ୍ଟାବ୍ଦରେ ଯୁକ୍ତରାଷ୍ଟ୍ର ଆମେରିକା ଜାପାନର ହିରୋସୀମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥଲା ?
(A) ୧୯୩୯
(B) ୧୯୪୨
(C) ୧୯୪୦
(D) ୧୯୪୫
Answer:
(D) ୧୯୪୫

20. ଦ୍ଵିତୀୟ ବିଶ୍ୱଯୁଦ୍ଧ କେବେ ସଂଘଟିତ ହୋଇଥିଲା ?
(A) ୧୯୧୪ ମସିହା
(B) ୧୯୨୦ ମସିହା
(C) ୧୯୩୯ ମସିହା
(D) ୧୯୪୫ ମସିହା
Answer:
(C) ୧୯୩୯ ମସିହା

21. ହିଟଲର୍‌ କେବେ ରାଇନ୍ ଅଞ୍ଚଳ ଅଧିକାର କରିନେଲେ ?
(A) ୧୯୩୩ ମସିହା
(B) ୧୯୩୬ ମସିହା
(C) ୧୯୩୮ ମସିହା
(D) ୧୯୩୯ ମସିହା
Answer:
(B) ୧୯୩୬ ମସିହା

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

22. ଜର୍ମାନୀ କେବେ ଅଷ୍ଟ୍ରିଆ ଅଧିକାର କରିଥିଲା ?
(A) ୧୯୩୩ ମସିହା
(B) ୧୯୩୬ ମସିହା
(C) ୧୯୩୮ ମସିହା
(D) ୧୯୩୯ ମସିହା
Answer:
(C) ୧୯୩୮ ମସିହା

BSE Odisha 9th Class History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

Odisha State Board BSE Odisha Class 9 History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା will enable students to study smartly.

BSE Odisha Class 9 History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • କୌଣସି ସମାଜରେ ଏହାର ସଭ୍ୟମାନଙ୍କ ଜରିଆରେ ତଥା ସାମୂହିକ ମୂଲ୍ୟବୋଧରେ ଥ‌ିବା ପରିପକ୍ବତା ଓ ମାର୍ଜିତ ଚିନ୍ତାଧାରାର ପ୍ରତିଫଳନ ହେଉଛି ସଂସ୍କୃତି ।
  • ଆଚାର ଓ ବ୍ୟବହାର, ଖାଦ୍ୟ ଓ ପୋଷକ, ଭାଷା ଓ ସାହିତ୍ୟ, ଶିକ୍ଷା ଓ ଜ୍ଞାନ, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ଧର୍ମ ଓ ବିଶ୍ଵାସ, ପ୍ରଥା ଓ ପରମ୍ପରା, ପର୍ବପର୍ବାଣି ଓ ରୀତିନୀତି, ନୃତ୍ୟ ଓ ସଙ୍ଗୀତ ଏବଂ କଳା ଓ ସ୍ଥାପତ୍ୟ ହେଉଛି ସଂସ୍କୃତିର ଉପାଦାନ ।

BSE Odisha 9th Class History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

ବିଷୟବସ୍ତୁର ରୂପରେଖ:

  • ଭାରତୀୟ ସଂସ୍କୃତିର ବୈଶିଷ୍ୟ
  • ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ

→ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ :

  • ସାଧାରଣତଃ ଭାରତୀୟ ସଂସ୍କୃତିର ନିମ୍ନୋକ୍ତ ବୈଶିଷ୍ଟ୍ୟମାନ ପରିଲକ୍ଷିତ ହୋଇଥାଏ ।
    (୧) ପ୍ରାଚୀନତା
    (୨) ନିରବଚ୍ଛିନ୍ନତା
    (୩) ଉଦାରତା
    (୪) ନିରପେକ୍ଷତା
    (୫) ବ୍ୟାପକତା
    (୬) ସାର୍ବଜନୀନତା

→ ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ:

  • ଭାରତର ବିଭିନ୍ନ କ୍ଷେତ୍ରରେ ଓ ସାମାଜିକ ସ୍ଥିତିରେ ଅଞ୍ଚଳ ଅଞ୍ଚଳ ମଧ୍ୟରେ ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତ ଅଧିବାସୀଙ୍କ ମଧ୍ୟରେଐକ୍ୟଭାବ ଦୃଷ୍ଟିଗୋଚର ହୁଏ ।
  • ‘‘ବିଭିନ୍ନତାରେ ଏକତା’’ ହେଉଛି ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ ।
  • ପୌରାଣିକ ତଥ୍ୟାନୁସାରେ ଭାରତ ଜମ୍ବୁଦ୍ଵୀପର ଏକ ଅଂଶବିଶେଷ ଥିଲା ଓ ଏହା ରାଜା ଭରତଙ୍କ ନାମାନୁସାରେ ଭାରତବର୍ଷ ନାମରେ ନାମିତ ହୋଇଥିଲା ।

BSE Odisha 9th Class History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

→ ଭୌଗୋଳିକ ବିଭିନ୍ନତାରେ ଏକତା :

  • ଭାରତର ଭିନ୍ନ ଭିନ୍ନ ସ୍ଥାନର ପ୍ରାକୃତିକ ଲକ୍ଷଣଗୁଡ଼ିକ ମଧ୍ୟରେ ଅନେକ ପ୍ରଭେଦ ଦେଖାଯାଇଥାଏ ।
  • ଭୌଗୋଳିକ ସ୍ଥିତିର ପ୍ରଭେଦ ଯୋଗୁଁ ଭାରତରେ ଭିନ୍ନ ଭିନ୍ନ ପ୍ରକାର ଜଳବାୟୁ ଅନୁଭୂତ ହୁଏ ।
  • ଏସବୁ ସତ୍ତ୍ଵେ ପ୍ରତ୍ୟେକ ଭାରତୀୟ ନିଜକୁ ଭରତସନ୍ତତି ରୂପେ ମନେକରି ଏକତା ମନୋଭାବ ପୋଷଣ କରନ୍ତି । ଭାରତୀୟ ମୁନିଋଷିଗଣ ସମଗ୍ର ଭାରତରେ ପ୍ରବାହିତ ଗଙ୍ଗା, ଯମୁନା, ନର୍ମଦା, କାବେରୀ ପ୍ରଭୃତି ନଦୀମାନଙ୍କୁ ଦେବୀରୂପେ ବର୍ଣ୍ଣନା କରି ଭାରତୀୟମାନଙ୍କ ମନରେ ଭାବଗତ ଐକ୍ୟ ଜାଗ୍ରତ କରିଛନ୍ତି ।

→ ରାଜନୈତିକ ବିଭିନ୍ନତାରେ ଏକତା :

  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତ ଷୋହଳଟି ମହାଜନପଦ ବା ରାଜ୍ୟରେ ବିଭକ୍ତ ହୋଇଥିଲା ।
  • ପ୍ରାଚୀନ ଯୁଗରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ସମୁଦ୍ରଗୁପ୍ତ, ବିକ୍ରମାଦିତ୍ୟ ପ୍ରଭୃତି ଭାରତରେ ବିଶାଳ ସାମ୍ରାଜ୍ୟ ଗଠନ କରି ଲୋକମାନଙ୍କୁ ଏକ ଶାସନାଧୀନ କରି ସେମାନଙ୍କ ମନରେ ଏକତା ଭାବ ଜାଗ୍ରତ କରିଥିଲେ ।
  • ମଧ୍ୟଯୁଗରେ ଶିବାଜୀ ଭାରତର ଅନେକ କ୍ଷୁଦ୍ର ରାଜ୍ୟ ଜୟ କରି ସେଗୁଡ଼ିକୁ ଏକ ଶାସନାଧୀନ କରି ସମସ୍ତଙ୍କ ମନରେ ଏକତାଭାବ ଜାଗ୍ରତ କରିଥିଲେ ।
  • ଦେଶ ସ୍ଵାଧୀନ ହେବା ପରେ ଓ ଗଡ଼ଜାତଗୁଡ଼ିକର ମିଶ୍ରଣ ହେବାପରେ ଭାରତ ବିଭିନ୍ନ ପ୍ରଦେଶରେ ବିଭକ୍ତ ହୋଇଥିଲେ ସୁଦ୍ଧା ଏକ ସମ୍ବିଧାନ, ଏକ ଜାତୀୟ ପତାକା, ଏକ ଜାତୀୟ ଗାନ, ଏକ ଜାତୀୟ ସଙ୍ଗୀତ ଏବଂ ସର୍ବୋପରି ଏକ ନାଗରିକତ୍ବ ସମସ୍ତ ଭାରତୀୟଙ୍କ ମଧ୍ୟରେ ରାଜନୈତିକ ଏକତା ଆଣିପାରିଛି ।

ରାଜନୈତିକ ବିଭିନ୍ନତାରେ ଏକତା
→ ଜାତିଗତ ବିଭିନ୍ନତାରେ ଏକତା :

  • ଭାରତରେ ବିଭିନ୍ନ ପ୍ରକାର ଜାତିର ଲୋକ ବାସ କରନ୍ତି ।
  • ନୃତତ୍ତ୍ୱବିଦ୍ ଡକ୍ଟର ବିରଜା ଶଙ୍କର ଗୁହାଙ୍କ ମତରେ ଭାରତରେ ଛଅ ପ୍ରକାର ଜାତିର ଲୋକ ଅଛନ୍ତି । ସେମାନେ ହେଲେ – ନେଗ୍ରିଟୋ, ପ୍ରୋଟୋ-ଅଷ୍ଟ୍ରୋଲଏଡ୍, ମଙ୍ଗୋଲଏଡ୍, ମେଡ଼େଟେରେନିଆନ୍ ବା ଦ୍ରାବିଡ଼ିଆନ୍, ପଶ୍ଚିମ ବ୍ରାସିସେଫାଲସ୍ ଓ ନରଡ଼ିକ୍‌ ବା ଇଣ୍ଡୋ-ଆରିଆନ୍ ।
  • ଏହାଛଡ଼ା ବିଦେଶାଗତ ଲୋକମାନେ ଭାରତରେ ସ୍ଥାୟୀଭାବେ ବସବାସ କରି ଭାରତୀୟ ଜୀବନଯାପନ ପ୍ରଣାଳୀକୁ ଆଦରି ନେଇ ମୂଳ ଭାରତୀୟଙ୍କ ସହ ମିଶିଯାଇ ନିଜକୁ ଭାରତୀୟ ଭାବେ ପରିଚିତ କରାଉଛନ୍ତି ।

→ ଧର୍ମଗତ ବିଭିନ୍ନତାରେ ଏକତା :

  • ଭାରତରେ ମୁଖ୍ୟତଃ ଛଅଟି ଧର୍ମ ସମ୍ପ୍ରଦାୟର ଲୋକ ବାସ କରନ୍ତି । ପୁନଶ୍ଚ ପ୍ରତ୍ୟେକ ସମ୍ପ୍ରଦାୟର ଲୋକେ ମଧ୍ୟ ବିଭିନ୍ନ ଗୋଷ୍ଠୀରେ ବିଭାଜିତ ହୋଇଛନ୍ତି ।
  • ଭାରତରେ ବସବାସ କରୁଥିବା ମୁଖ୍ୟ ଧର୍ମସଂପ୍ରଦାୟ ଓ ସେଗୁଡ଼ିକ ବିଭାଜିତ ହୋଇଥିବା ବିଭିନ୍ନ ଗୋଷ୍ଠୀର ତାଲିକା ନିମ୍ନରେ ପ୍ରଦତ୍ତ ହୋଇଛି ।

ଧର୍ମଗତ ବିଭିନ୍ନତାରେ ଏକତା

  • ଭାରତରେ ଧର୍ମଗତ ବିଭିନ୍ନତା ଥିଲେ ସୁଦ୍ଧା ସମସ୍ତ ଧର୍ମାବଲମ୍ବୀଙ୍କ ମଧ୍ୟରେ ଥ‌ିବା ସମନ୍ବୟ, ସହନଶୀଳତା ଓ ସହଯୋଗ ଯୋଗୁଁ ଐକ୍ୟଭାବ ପ୍ରତିଷ୍ଠିତ ହୋଇପାରିଛି ।
  • ଭାରତର ବିଭିନ୍ନ ଧର୍ମ ଅନୁଷ୍ଠାନ ବା ଆନ୍ଦୋଳନର ନାମ ଏବଂ ସେଗୁଡ଼ିକର ପ୍ରତିଷ୍ଠା ବା ଆରମ୍ଭ ସମୟ ନିମ୍ନ ସାରଣୀରେ ହୋଇଛି ।

BSE Odisha 9th Class History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

ଧର୍ମଗତ ବିଭିନ୍ନତାରେ ଏକତା 1

→ ଭାଷାଗତ ବିଭିନ୍ନତାରେ ଏକତା :

  • ଭାରତର ସମ୍ବିଧାନରେ ୨୨ଟି ଭାଷାକୁ ସ୍ବୀକୃତି ଦିଆଯାଇଛି ।
  • ଆମ ଦେଶରେ ପ୍ରାୟ ୧୬୫୨ଟି ମାତୃଭାଷା ଥ‌ିବାର ଅନୁମାନ କରାଯାଇଥାଏ । ଏତଦ୍‌ବ୍ୟତୀତ ୫୪୪ଟି କଥ ଭାଷା ଅଛି ।
  • ସ୍ଵାଧୀନ ଭାରତରେ ହିନ୍ଦୀ ରାଷ୍ଟ୍ରଭାଷା ଭାବରେ ସ୍ଵୀକୃତି ପାଇଲା । ହିନ୍ଦୀ, ଇଂରାଜୀ ଓ ଆଞ୍ଚଳିକ ଭାଷାକୁ ନେଇ ତ୍ରିଭାଷା ନୀତି ପ୍ରବର୍ତ୍ତନ ହେଲା ।
  • ଭାରତର ସର୍ବପୁରାତନ ଭାଷା ହେଉଛି ‘ପ୍ରାକୃତ’ । ପରେ ‘ପାଲି’ ଓ ‘ସଂସ୍କୃତ’ ଭାଷାର ପ୍ରଚଳନ ହେଲା ।
  • ସ୍ବାଧୀନ ଭାରତର ରାଷ୍ଟ୍ରଭାଷା ହିନ୍ଦୀ ଭାରତୀୟମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହୋଇଛି ।

→ କଳାଗତ ବିଭିନ୍ନତାରେ ଏକତା :

  • ଭାରତର ଚିତ୍ରକଳା, ଶିଳ୍ପକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ବାଦ୍ୟ, ନୃତ୍ୟ, ସଙ୍ଗୀତ ଓ ସାହିତ୍ୟ ଭଳି ପ୍ରତ୍ୟେକ ପ୍ରକାର କଳାର ଢଙ୍ଗ ଓ ଶୈଳୀରେ ବିବିଧତା ଦେଖାଯାଏ ।
  • ଭାରତ ଓ ଗ୍ରୀକ୍ ଶୈଳୀର ମିଶ୍ରଣରେ ଇଣ୍ଡୋ-ଗ୍ରୀକ୍ କଳାଶୈଳୀ ଏବଂ ହିନ୍ଦୁ ଓ ମୁସଲମାନଙ୍କ ଶୈଳୀର ମିଶ୍ରଣରେ ଇଣ୍ଡୋ- ଇସ୍‌ଲାମିକ୍ ଶୈଳୀରେ ନିର୍ମିତ ଅନେକ ସ୍ମାରକୀ ଭାରତୀୟଙ୍କ ମନରେ ଗର୍ବ ଆଣି ଏକତା ଭାବ ଜାଗ୍ରତ
  • ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ ହେଉଛି ବିଭିନ୍ନତାରେ ଏକତା । ଏହି ବିବିଧତା ଭାରତୀୟ ସଂସ୍କୃତିକୁ ଉନ୍ନତ ଓ ସମୃଦ୍ଧ କରିପାରିଛି ।

BSE Odisha 9th Class History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ
୩୨୭ ଖ୍ରୀ.ପୂ. – ଗ୍ରୀକ୍ ସମ୍ରାଟ୍ ଆଲେକ୍‌ଜାଣ୍ଡାର୍‌ଙ୍କ ଭାରତ ଆକ୍ରମଣ ।
୧୮୩୫ ଖ୍ରୀ.ଅ. – ଭାରତର ଗଭର୍ଣ୍ଣର ଜେନେରାଲ୍ ତଥା ବଡ଼ଲାଟ୍ ଲର୍ଡ ଇଉଲିୟମ୍ ବେଣ୍ଟିକ୍‌ଙ୍କଦ୍ୱାରା ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ ।
୧୮୫୨ ଖ୍ରୀ.ଅ. – ଭାରତରେ ଦୂରକୁ ବାର୍ତ୍ତା ପ୍ରେରଣ ପାଇଁ ତାର ବ୍ୟବସ୍ଥା ପ୍ରଚଳନ ।
୧୮୫୩ ଖ୍ରୀ.ଅ. – ବମ୍ବେଠାରୁ ଥାନେ ପର୍ଯ୍ୟନ୍ତ ପ୍ରଥମ ରେଳପଥ ଉନ୍ମୋଚନ ।
୧୮୫୪ ଖ୍ରୀ.ଅ. – ଲର୍ଡ ଡେଲ୍ହାଉସୀଙ୍କଦ୍ୱାରା ଭାରତରେ ଏକ ସମାନ ଶିକ୍ଷା ପ୍ରଣାଳୀ ଓ ସ୍ଥାନୀୟ ଭାଷାରେ ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥା ପ୍ରବର୍ତ୍ତନ ।
୧୮୫୪ ଖ୍ରୀ.ଅ. – ଭାରତରେ ଡାକସେବା ପ୍ରଚଳନ ।

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

Odisha State Board BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ Important Questions and Answers.

BSE Odisha Class 9 History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଶୀତଳ ଯୁଦ୍ଧର ଫଳାଫଳଗୁଡ଼ିକ କ’ଣ ଥିଲା ?
Answer:

  • ଶୀତଳ ଯୁଦ୍ଧ ଫଳରେ ବିଶ୍ଵ ରାଜନୀତି କ୍ଷେତ୍ରରେ ପ୍ରଭାବ ବିସ୍ତାର ପାଇଁ ଦୁଇ ବୃହତ୍ ଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଥିଲା ।
  • ପୂର୍ବ ଇଉରୋପୀୟ ରାଷ୍ଟ୍ର ପୋଲାଣ୍ଡ, ହଙ୍ଗେରୀ, ରୁ ମାନି ଆ, ବୁଲ୍ ଗେରିଆ, ଆଲ୍‌ବାନିଆ ପ୍ରଭୃତି ରାଷ୍ଟ୍ରରେ ସାମ୍ୟବାଦୀ ସରକାର ଗଠିତ ହୋଇଥିବାରୁ ସୋଭିଏତ୍ ରୁଷ୍ ସେସବୁ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ ସାହାଯ୍ୟ ଯୋଗାଇଦେଲା । ଚୀନ୍‌ରେ ୧୯୪୯ ମସିହାରେ ରୁଷ୍ ସହାୟତାରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠା ହୋଇଥିଲା ।
  • ଅପରପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ସାମ୍ୟବାଦର ପ୍ରଭାବକୁ ପ୍ରତିହତ କରିବାକୁ ବିଭିନ୍ନ ପଦକ୍ଷେପ ନେଲା ଏବଂ ଟମାନ ନୀତି ଓ ମାର୍ଶାଲ୍ ଯୋଜନା ପ୍ରଣୟନ କରି ପଶ୍ଚିମ ଇଉରୋପ ଓ ମଧ୍ୟପ୍ରାଚ୍ୟକୁ ସାମ୍ୟବାଦର ପ୍ରଭାବରୁ ମୁକ୍ତ ରଖିବାପାଇଁ ଚେଷ୍ଟା କରିଥିଲା ।
  • ଶୀତଳ ଯୁଦ୍ଧ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା ।
  • ଶୀତଳ ଯୁଦ୍ଧର ତୀବ୍ରତା ବୃଦ୍ଧି ପାଇବାରୁ ଜର୍ମାନୀ, କ୍ୟୁବା ଓ କୋରିଆ ଆଦି ଦେଶରେ ସଂଘର୍ଷ ଉପୁଜିଲା ।

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଶୀତଳ ଯୁଦ୍ଧ କ’ଣ ? କେଉଁ ଦୁଇଟି ଦେଶ ଏହାର ନେତୃତ୍ବ ନେଇଥିଲେ ?
Answer:

  • ଶୀତଳ ଯୁଦ୍ଧ ଏକ ପ୍ରତ୍ୟକ୍ଷ ବା ସିଧାସଳଖ ଯୁଦ୍ଧ ନୁହେଁ । ଏହା ଆଦର୍ଶଗତ ବିଭେଦ, ଅପପ୍ରଚାର ଏବଂ କୂଟନୀତି ସ୍ତରୀୟ ପ୍ରତିଦ୍ବନ୍ଦିତାକୁ ବୁଝାଏ ।
  • ପୃଥ‌ିବୀର ଦୁଇ ବୃହତ୍ ଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ଏହାର – ନେତୃତ୍ୱ ନେଇଥିଲେ ।

୨। ସାମ୍ୟବାଦର ପ୍ରସାର ଓ ପ୍ରଭାବକୁ ପ୍ରତିହତ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା କ’ଣ କରିଥିଲା ?
Answer:

  • ପଶ୍ଚିମ’ ଇଉରୋପ ଓ ମଧ୍ୟପ୍ରାଚ୍ୟରେ ସାମ୍ୟବାଦର ପ୍ରସାର ଓ ପ୍ରଭାବକୁ ପ୍ରତିହତ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଟୁମାନ୍ ନୀତି ଓ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକା ଏସବୁ ଦେଶଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରି ଅର୍ଥନୈତିକ ବିପର୍ଯ୍ୟୟ ଓ ସାମ୍ୟବାଦର ପ୍ରଭାବରୁ ମୁକ୍ତ କରିଥିଲା ।

୩। କେଉଁ କାରଣରୁ ଶୀତଳ ଯୁଦ୍ଧ ସୃଷ୍ଟି ହୋଇଥିଲା ? କାହାକୁ ଶୀତଳ ଯୁଦ୍ଧ କୁହାଯାଏ ?
Answer:

  • ବିଶ୍ବ ରାଜନୀତି କ୍ଷେତ୍ରରେ ପ୍ରଭାବ ବିସ୍ତାର ନିମନ୍ତେ ଦୁଇ ମହାଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ପ୍ରତିଦ୍ବନ୍ଦିତା ଆରମ୍ଭ ହେବାରୁ ପରସ୍ପର ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଲା। ନିଜ ନି ଜର ଅନୁ ଗତ ରାଷ୍ଟ୍ରଗୁଡ଼ିକୁ ସେମାନେ ଆର୍ଥିକ ଓ ସାମରିକ
    ସାହାଯ୍ୟ ଯୋଗାଇଦେଲେ ।
  • ପ ର ସ୍ପର ମଧ୍ୟରେ ମଧ୍ୟରେ କୁ ୱାର ଟନା ଓ ବିରୋଧାତ୍ମକ ପ୍ରଚାର ଫଳରେ ବିଶ୍ଵ ରାଜନୀତି କ୍ଷେତ୍ରରେ ଏକ ଅଶାନ୍ତ ତଥା ସରଗରମ ପରିସ୍ଥିତି ସୃଷ୍ଟି ହେଲା, ଯାହାକି ଶୀତଳ ଯୁଦ୍ଧ ଭାବେ ପରିଚିତ ।

୪। ‘ମାଓ ସେ ତୁଙ୍ଗ କିଏ ? ସେ କ’ଣ କରିଥିଲେ ?
Answer:

  • ମାଓ ସେ ତୁଙ୍ଗ ଚୀନ୍‌ର ସାମ୍ୟବାଦୀ ଦଳର ଜଣେ ନେତା ଥିଲେ ।
  • ୧୯୪୯ ମସିହା ଅକ୍ଟୋବର ମାସରେ ଗଣବିପ୍ଳବ ମାଧ୍ୟମରେ ସେ ଚୀନ୍ ରେ ସାମ୍ୟବାଦୀ ସରକାର ଗଠନ କରିଥିଲେ ।

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୫। କେଉଁ ରାଷ୍ଟ୍ର କେବେ ଓ କାହିଁକି ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ?
Answer:
ଦ୍ବିତୀୟ ବିଶ୍ୱଯୁଦ୍ଧରେ ବିଧ୍ବସ୍ତ ଇଉରୋପୀୟ ରାଷ୍ଟ୍ରଗୁଡ଼ିକର ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଆଣିବା ଏବଂ ସେହି ଦେଶଗୁଡ଼ିକରେ ସାମ୍ୟବାଦର ପ୍ରସାରକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୭ ମସିହା ଜୁନ୍ ୫ ତାରିଖରେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ।

A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେବେ କେଉଁ ଦେଶ ସହୟତାରେ ଚୀନ୍ ଦେଶରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
Answer:
୧୯୪୯ ମସିହାରେ ରୁଷ୍ ଦେଶ ସହାୟତାରେ ଚୀନ୍ ଦେଶରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।

୨। କେବେ ସୋଭିଏତ୍ ରୁଷ୍ ତୁର୍କୀ ସହିତ ତା’ର ପୁରାତନ ବନ୍ଧୁତ୍ୱ ଚୁକ୍ତି ନବୀକରଣ ନିମନ୍ତେ ମନା କରିଦେଇଥିଲା ?
Answer:
୧୯୪୫ ମସିହାରେ ସୋଭିଏତ୍ ରୁଷ୍ ତୁର୍କୀ ସହିତ ତା’ର ପୁରାତନ ବନ୍ଧୁତ୍ୱ ଚୁକ୍ତି ନବୀକରଣ ନିମନ୍ତେ ମନା କରିଦେଇଥୁଲା ।

୩। ଟୁମାନ୍ ଟୁମାନ୍ ନୀତି କେବେ ଉପସ୍ଥାପିତ କରାଯାଇଥିଲା
Answer:
୧୯୪୭ ମସିହା ମାର୍ଚ୍ଚ ୧୨ ତାରିଖ ଦିନ ଟୁମାନ୍ ନୀତି ଉପସ୍ଥାପିତ କରାଯାଇଥିଲା ।

୪। କେଉଁ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀର ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଥିଲା ?
Answer:
୧୯୫୦ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀର ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଥିଲା ।

୫। କେଉଁ ରାଷ୍ଟ୍ର କେବେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲେ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ୧୯୪୭ ମସିହା ଜୁନ୍ ୫ ତାରିଖରେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ।

୬। ମାର୍ଶାଲ୍ ଯୋଜନାକୁ କେଉଁ ଦେଶ ତୀବ୍ର ନିନ୍ଦା କରିଥିଲା ?
Answer:
ମାର୍ଶାଲ୍ ଯୋଜନାକୁ ସୋଭିଏତ୍ ରୁଷ୍ ତୀବ୍ର ନିନ୍ଦା କରିଥିଲେ ।

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

B. ଗୋଟିଏ ପଦରେ ଉତ୍ତର ଲେଖ ।

୧। ମାର୍ଶାଲ୍ ଯୋଜନା କେବେ ପ୍ରବର୍ତ୍ତନ କରାଯାଇଥିଲା ?
Answer:
୧୯୪୭ ଜୁନ୍ ୫

୨। ଟୁମାନ୍ ନୀତି ଆମେରିକାରେ କେବେ ପ୍ରବର୍ତ୍ତନ କରାଯାଇଥିଲା ?
Answer:
୧୯୪୭ ମାର୍ଚ୍ଚ ୧୨

୩। ମାର୍ଶାଲ୍ ଯୋଜନା କେଉଁ ନୀତିର ଏକ ସମ୍ପ୍ରସାରଣ ଥିଲା ?
Answer:
ଟୁମାନ୍ ନୀତି

୪। କେଉଁ ଦୁଇ ଦେଶ ମଧ୍ୟରେ ମାର୍ଶାଲ୍ ଯୋଜନା ତୀବ୍ରତା ସୃଷ୍ଟି କରିଥିଲା ?
Answer:
ରୁଷିଆ ଓ ଆମେରିକା

୫। ଗରିଲା ଯୁଦ୍ଧ କେଉଁ ଦେଶରେ ଲାଗି ରହିଥିଲା ?
Answer:
ଗ୍ରୀସ୍

୬। ପୃଥ‌ିବୀର କେଉଁ ଦୁଇ ମହାଶକ୍ତି ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଥିଲା ?
Answer:
ରୁଷ୍ ଓ ଆମେରିକା

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୭ । ଆଲ୍‌ବାନିଆ ଓ ବୁଲଗେରିଆରେ କେଉଁ ପ୍ରକାର ଶାସନ ପ୍ରତିଷ୍ଠିତ ହୋଇଥିଲା ?
Answer:
ସାମ୍ୟବାଦୀ

୮। ରଣକ୍ଷେତ୍ର ରେ ସିଧାସଳଖ ଯୁଦ୍ଧ ନକରି ଅନୁଗତ ରାଷ୍ଟ୍ରମାନଙ୍କୁ ଆର୍ଥିକ ଓ ସାମରିକ ସାହାଯ୍ୟ ଦେଇ ପରୋକ୍ଷ ଭାବରେ ଯୁଦ୍ଧ କରିବାକୁ କେଉଁ ଯୁଦ୍ଧ କୁହାଯାଏ ?
Answer:
ଶୀତଳ ଯୁଦ୍ଧ

୯ । ଗ୍ରୀସ୍‌ରେ ହୋଇଥିବା ଗୃହଯୁଦ୍ଧରେ କେତେ ପରିମାଣରେ ଗରିଲା ଭାଗ ନେଇଥିଲେ ?
Answer:
୧୩,୦୦୦

୧୦ । ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଜୁନ୍‌ ୧୯୪୮ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀକୁ କେତେ ପରିମାଣରେ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲା ?
Answer:
୪୦୦ ନିୟୁତ ଡଲାର

୧୧ । ‘ମାଓ ସେ ତୁଙ୍ଗୁ’ କେଉଁ ଦେଶର ଲୋକ ଥିଲେ ?
Answer:
ଚୀନ୍

୧୨ । କେଉଁ ଦେଶରେ ୧୯୧୭ ମସିହାରେ କୃଷକ ଓ ଶ୍ରମିକ ଆନ୍ଦୋଳନ ସଂଘଟିତ ହୋଇଥିଲା ?
Answer:
ରୁଷ୍

୧୩। କେଉଁ ମସିହାରେ ଚୀନ୍ ଦେଶରେ ମାଓ-ସେ-ତୁଙ୍ଗଙ୍କ ନେତୃତ୍ବରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ? ୧୪।‘ଶୀତଳ ଯୁଦ୍ଧ’ ଶବ୍ଦଟି ପ୍ରଥମ ଥର ପାଇଁ କିଏ ବ୍ୟବହାର କରିଥିଲେ ?
Answer:
୧୯୪୯

୧୪ । ‘ଶୀତଳ ଯୁଦ୍ଧ’ ଶବ୍ଦଟି ପ୍ରଥମ ଥର ପାଇଁ କିଏ ବ୍ୟବହାର କରିଥଲେ ?
Answer:
ବର୍ଣ୍ଣାଡ୍ ବାରୁକ୍

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୧୫। ଗ୍ରୀସ୍ କେବେ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ତାହାର ପଡ଼ୋଶୀ ରାଷ୍ଟ୍ର ମାନ ଙ୍କ ବିରୋଧରେ ଅଭିଯୋଗ କରିଥିଲା ?
Answer:
୧୯୪୬ ଡିସେମ୍ବର ।

C. ଶୂନ୍ୟସ୍ଥାନ ପୂରଣ କର ।

୧। ‘ଶୀତଳ ଯୁଦ୍ଧ’ ଶବ୍ଦଟିକୁ ପ୍ରଥମେ ଆମେରି କୀୟ ରାଜନୀତିଞ ______________ ୧୬ ଏପ୍ରିଲ୍ ୧୯୪୭ରେ ବ୍ୟବହାର କରିଥିଲେ ।
Answer:
ବର୍ଣ୍ଣାଡ୍ ବାରୁକ୍

୨। ଆମେରିକା _____________ ରେ ବିଶ୍ଵାସ କରୁଥିଲାବେଳେ ସୋଭିଏତ୍ ରୁଷ୍ ______________ ରେ ବିଶ୍ବାସ କରୁଥିଲା ।
Answer:
ଗଣତନ୍ତ୍ର, ସାମ୍ୟବାଦ

୩। ଚୀନ୍‌ରେ _____________ ଙ୍କ ନେତ୍ଠତୄରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
Answer:
ମାଓ ସେ ତୁଙ୍ଗ

୪। _______________ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା
Answer:
ଯୁକ୍ତରାଷ୍ଟ୍ର ଆମେରି କା

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୫। ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ୧୯୪୮ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀକୁ ଆର୍ଥିକ ତଥା ସାମରିକ ସାହାଯ୍ୟ ___________ ନିୟତ ଡଲାର ମଞ୍ଚର କରିଥିଲା ।
Answer:
୪୦୦

୬ । ମାଓ ସେ ତୁଙ୍ଗ ଚୀନ୍ ଦେଶର ______________ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ।
Answer:
ହୁନାନ୍

୭ । ୱାଲଟର୍‌ ଲିପ୍‌ମାନ ବୃତ୍ତିରେ ଜଣେ ______________ ଥିଲେ ।
Answer:
ସାମ୍ବାଦିକ

୮ । ସାମ୍ୟବାଦୀ ସରକାରରେ _______________ ଦେଶ ବିଶାସ କରେ ।
Answer:
ସୋଭିଏତ୍ ରୁଷ୍

୯। ଯୁକ୍ତରାଷ୍ଟ୍ର ଆମେରିକା ___________ ବାଦରେ ବିଶାସ କରୁଥିଲା ।
Answer:
ପୁଞ୍ଜି

୧୦ । ଜର୍ମାନୀ ବିଭାଜନ ପରେ _____________ ଜର୍ମାନୀରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥଲା ।
Answer:
ପୂର୍ବ

୧୧ । ଗରିଲା ଯୁଦ୍ଧ ______________ ଦେଶରେ ଦେଖାଯାଇଥିଲା ।
Answer:
ଗ୍ରୀସ୍

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୧୨ । ମାଓ-ସେ- ତୁଙ୍ଗ ____________ ଦେଶର ଜଶେ ସାମ୍ୟବାଦୀ ନେତା ଥିଲେ ।
Answer:
ଚୀନ୍

୧୩ । ____________ ମସିହାରେ ଚୀରେ ସାମ୍ୟବାଦୀ ସରକାର ଗଠନ କରାଯାଇଥିଲା ।
Answer:
୧୯୪୯

୧୪ । ରୁ ଷ୍ ଦେଶରେ ବିପ୍ଳବ _____________ ମସିହାରେ ଦେଖାଦେଇଥିଲା ।
Answer:
୧୯୧୭

୧୫ । ଶୀତଳ ଯୁଦ୍ଧ ଯୋଗୁଁ ଆମେରିକା ଓ _____________ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ।
Answer:
ରୁଷ୍

୧୬ । ମାର୍ଶାଲ ଯୋଜନାକ ____________ ଦେଶ ତୀବ୍ର ନିନ୍ଦା କରୁଥିଲା ।
Answer:
ରୁଷ୍ ।

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (x) ଲେଖ ।

୧। କେତେକ ଐତିହାସିକ ବିଶ୍ଵାସ କରନ୍ତି ଶୀତଳ ଯୁଦ୍ଧ ୧୯୧୮ ମସିହାରେ ଆରମ୍ଭ ହୋଇଥିଲା ।
Answer:
x

୨ । ଯୁକ୍ତରାଷ୍ଟ୍ର ଆମେରିକା ପୁଞ୍ଜିବାଦରେ ବିଶ୍ୱାସ କରୁଥିଲା ।
Answer:

୩। ସାମ୍ୟବାଦରେ ବିଶ୍ବାସ କରୁଥିବା ଦେଶ ଥିଲା ସୋଭିଏତ୍ ରୁଷ୍ ।
Answer:

୪। ଚୀନ୍‌ରେ ଦେଖାଯାଇଥିବା ଗଣବିପ୍ଲବରେ ଆମେରିକା ସାହାଯ୍ୟ କରିଥିଲା ।
Answer:
x

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୫ । ମାଓ-ସେ-ତୁଙ୍ଗଙ୍କ ନେତୃତ୍ବରେ ଭିଏତ୍‌ନାମ୍‌ରେ ନୂତନ ସରକାର ଗଠନ କରାଯାଇଥିଲା ।
Answer:
x

୬। ଜର୍ମାନୀର ବିଭାଜନ ପରେ ପୂର୍ବ ଜର୍ମାନୀରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହେଲା ।
Answer:

୭ । ଟ୍ରମାନ୍ ନୀତି ଆମେରିକା କଂଗ୍ରେସରେ ୧୯୪୭ ମସିହା ମାର୍ଚ୍ଚ ୧୨ ତାରିଖରେ ଘୋଷଣା କରାଯାଇଥିଲା ।
Answer:

୮ । ଟ୍ରମାନ୍ ଆମେରିକାର ଜଣେ ଅର୍ଥନୀତିଜ୍ଞ ଥିଲେ ।
Answer:
x

୯। ଗରିଲା ଯୁଦ୍ଧ ଗ୍ରୀସ୍ ଦେଶରେ ଦେଖାଯାଇଥିଲା ।
Answer:

୧୦ । ମାର୍ଶାଲ୍ ଯୋଜନା ୧୯୪୬ ମସିହା ଜୁନ୍ ୫ ତାରିଖରେ ଘୋଷଣା କରାଯାଇଥିଲା ।
Answer:
x

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ବର୍ଣ୍ଣାଡ ବାରୁକ୍ ସୋଭିଏତ ରୁଷର ରାଜନୀତିଜ୍ଞ ଥିଲେ ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୨ । ସୋଭିଏତ୍ ରୁଷ୍ ଗଣତନ୍ତ୍ର ଆଦର୍ଶରେ ବିଶ୍ବାସ କରୁଥିଲା ।
Answer:
ସାମ୍ୟବାଦ

୩। ଚୀନୁ ମାର୍ଶାଲ ଯୋଜନାର ତୀବ୍ର ନିନ୍ଦା କରୁଥିଲା ।
Answer:
ସୋଭିଏତ୍ ରୁଷ

୪। ଶୀତଳ ଯୁଦ୍ଧ ଶବ୍ଦଟି ପ୍ରଥମ ବିଶ୍ଵଯୁଦ୍ଧ ପରେ ବ୍ୟବହାର କରାଯାଇଥିଲା ।
Answer:
ଦ୍ୱିତୀୟ ବିଶ୍ୱଯୁଦ୍ଧ

୫। ଫ୍ରାନ୍‌ ସରେ ୧୯୧୭ ମସିହାରେ କୃଷକ ଓ ଶ୍ରମିକମାନେ ଆନ୍ଦୋଳନ କରିଥିଲେ ।
Answer:
ରୁଷିଆ

୬। ୧୯୪୮ ମସିହାରେ ଚୀନ୍‌ରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
Answer:
୧୯୪୯

୭। ମାଓ-ସେ-ତୁଙ୍ଗ ୧୮୯୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।
Answer:
୧୮୯୩

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୮ । ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସ ଗ୍ରୀସ୍ ଓ ତୁର୍କୀକୁ ୬୦୦ ନିୟୁତ ଡଲାର ମଞ୍ଜୁର କରିଥିଲା ।
Answer:
୪୦୦

୯। ମାର୍ଶାଲ ଯୋଜନା ଟୁମାନ୍ ନୀତିର ବିରୋଧ କରୁଥିଲା ।
Answer:
ସମ୍ପ୍ରସାରଣ

୧୦। ଟୁମାନ୍ ଋଷିଆର ରାଷ୍ଟ୍ରପତି ଥିଲେ ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ସୋଭିଏତ୍ ରୁଷ୍ ନିମ୍ନୋକ୍ତ କେଉଁ ଆଦର୍ଶରେ ବିଶ୍ଵାସ କରୁଥିଲା ?
(A) ଗଣତନ୍ତ୍ର
(B) ରାଜତନ୍ତ୍ର
(C) ସାମ୍ୟବାଦୀ
(D) ଲୋକତନ୍ତ୍ର
Answer:
(C) ସାମ୍ୟବାଦୀ

2. ଆମେରିକା ନିମ୍ନୋକ୍ତ କେଉଁ ଆଦର୍ଶରେ ବିଶ୍ଵାସ କରୁଥୁଲା ?
(A) ଗଣତନ୍ତ୍ର
(B) ଲୋକତନ୍ତ୍ର
(c) ରାଜତନ୍ତ୍ର
(D) ପ୍ରଜାତନ୍ତ୍ର
Answer:
(A) ଗଣତନ୍ତ୍ର

3. ୧୯୪୯ ମସିହାରେ ଚୀନ୍ ଦେଶରେ କାହା ନେତୃତ୍ୱରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
(A) ଚିଆଙ୍ଗ କାଇଶେକ୍
(B) ମାଇକେଲ୍ ଜିଆଙ୍ଗ
(C) ମାଓ-ସେତୁଙ୍ଗ
(D) ସେକ୍ ଜିଆଇ
Answer:
(C) ମାଓ-ସେତୁଙ୍ଗ

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

4. ନିମ୍ନୋକ୍ତ କେଉଁ ଯୋଜନା ଟୁମାନ୍ ନୀତିର ଏକ ସମ୍ପ୍ରସାରଣ ଥିଲା ?
(A) ମାର୍ଶାଲ୍ ଯୋଜନା
(B) ୱାରସ୍ ଯୋଜନା
(C) ଲିସବନ୍
(D) ବାରୁକ୍
Answer:
(A) ମାର୍ଶାଲ୍ ଯୋଜନା

5. କେଉଁ ଦେଶରେ ୧୯୧୭ ମସିହାରେ କୃଷକ ଓ ଶ୍ରମିକ ଆନ୍ଦୋଳନ ସଂଘଟିତ ହୋଇଥିଲା ?
(A) ଫ୍ରାନ୍ସ
(B) ଇଟାଲୀ
(C) ରୁଷ୍
(D) ଜର୍ମାନୀ
Answer:
(C) ରୁଷ୍

6. କେଉଁ ମସିହାରେ ଚୀନ୍ ଦେଶରେ ମାଓ ସେତୁଙ୍ଗଙ୍କ ନେତୃତ୍ୱରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
(A) ୧୯୪୭
(B) ୧୯୪୮
(C) ୧୯୪୯
(D) ୧୯୫୦
Answer:
(C) ୧୯୪୯

7. କେଉଁଟି ଗ୍ରୀସ୍‌ରେ ଗୃହଯୁଦ୍ଧର ସୂତ୍ରପାତ କରାଇବାରେ ଦାୟୀ ଦେଶ ଥିଲା ?
(A) ତୁର୍କୀ
(B) ଜର୍ମାନୀ
(C) ଫ୍ରାନ୍ସ
(D) ବୁଲ୍‌ଗେରିଆ
Answer:
(D) ବୁଲ୍‌ଗେରିଆ

8. ଗ୍ରୀସ୍ କେବେ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ତାହାର ପଡ଼ୋଶୀ ରାଷ୍ଟ୍ର ମାନଙ୍କ ବିରୋଧରେ ଅଭିଯୋଗ କରିଥିଲା ?
(A) ୧୯୪୬ ଡିସେମ୍ବର
(B) ୧୯୪୭ ଜାନୁୟାରୀ
(C) ୧୯୪୭ ମାର୍ଚ୍ଚ
(D) ୧୯୪୭ ଜୁନ୍
Answer:
(A) ୧୯୪୬ ଡିସେମ୍ବର

9. କେଉଁ ଦେଶ ମାର୍ଶାଲ୍ ଯୋଜନାର ତୀବ୍ର ନିନ୍ଦା କରିଥିଲା ?
(A) ଚୀନ୍
(B) ସୋଭିଏତ୍ ରୁଷ୍
(C) ବୁଲଗେରିଆ
(D) ଯୁଗୋସ୍ଲୋଭିଆ
Answer:
(B) ସୋଭିଏତ୍ ରୁଷ୍

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

10. ଶୀତଳ ଯୁଦ୍ଧ ଶବ୍ଦଟିକୁ ପ୍ରଥମେ ବ୍ୟବହାର କରିଥିବା ବର୍ଣ୍ଣାଡ଼ ବାରୁକ୍ କେଉଁ ଦେଶର ନାଗରିକ ଥିଲେ ?
(A) ରୁଷ୍
(B) ପୋଲାଣ୍ଡ
(C) ଜର୍ମାନୀ
(D) ଯୁକ୍ତରାଷ୍ଟ୍ର ଆମେରିକା
Answer:
(D) ଯୁକ୍ତରାଷ୍ଟ୍ର ଆମେରିକା

11. ଟୁମାନ୍ ନୀତିଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକା ଗ୍ରୀସ୍ ଓ ତୁର୍କୀକୁ କେତେ ନିୟୁତ ଡଲାର ଆର୍ଥିକ ସହାୟତା ଦେଇଥିଲା ?
(A) ୩୦୦
(B) ୪୦୦
(C) ୪୫୦
(D) ୫୦୦
Answer:
(B) ୪୦୦

12. କେବେ ଗ୍ରୀସ୍‌କୁ ଯୁକ୍ତରାଷ୍ଟ୍ର ଆମେରିକା ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳ ପଠାଇଥିଲା ?
(A) ୧୯୪୯
(B) ୧୯୫୨
(C) ୧୯୫୫
(D) ୧୯୪୭
Answer:
(D) ୧୯୪୭

13. ୱାଲଟର୍‌ ଲିଫ୍‌ମ୍ୟାନ୍ ବୃତ୍ତିରେ କ’ଣ ଥିଲେ ?
(A) ରାଜନୀତିଜ୍ଞ
(B) ସାମ୍ବାଦିକ
(C) ଆଇନଜୀବୀ
(D) ଶିକ୍ଷକ
Answer:
(B) ସାମ୍ବାଦିକ

14. କେବେ ଗ୍ରୀସ୍ ଓ ତୁର୍କୀର ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିଲା ?
(A) ୧୯୪୯
(B) ୧୯୫୦
(C) ୧୯୫୧
(D) ୧୯୫୨
Answer:
(B) ୧୯୫୦

15. କେଉଁ ଯୁଦ୍ଧ ଅସ୍ତ୍ରଶସ୍ତ୍ରର ଯୁଦ୍ଧ ନୁହେଁ ?
(A) ମହାଦେଶୀୟ ଯୁଦ୍ଧ
(B) ଶୀତଳ ଯୁଦ୍ଧ
(C) ସେଦାନ୍ ଯୁଦ୍ଧ
(D) ଦ୍ଵିତୀୟ ବିଶ୍ବଯୁଦ୍ଧ
Answer:
(B) ଶୀତଳ ଯୁଦ୍ଧ

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

16. ଜର୍ମାନୀ ବିଭାଜନ ପରେ ପୂର୍ବ ଜର୍ମାନୀରେ କେଉଁ ଶାସନ ପ୍ରତିଷ୍ଠିତ ହୋଇଥିଲା ?
(A) ଗଣତନ୍ତ୍ର
(B) ଲୋକତନ୍ତ୍ର
(C) ସମାଜବାଦୀ
(D) ସାମ୍ୟବାଦୀ
Answer:
(D) ସାମ୍ୟବାଦୀ

17. ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କେଉଁ ଦେଶର ସରକାରଙ୍କୁ ସୋଭିଏତ୍ ରୁଷ୍ ଫାସୀବାଦୀ ଏବଂ ପ୍ରତିକ୍ରିୟାଶୀଳ ବୋଲି ଦୋଷାରୋପ କରିଥିଲା ?
(A) ଅଷ୍ଟ୍ରେଲିଆ
(B) ଜାପାନ
(C) ତୁର୍କୀ
(D) ଫ୍ରାନ୍ସସ
Answer:
(C) ତୁର୍କୀ

18. ସାମ୍ୟବାଦର ପ୍ରସାରକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେଉଁ ଦେଶ ୧୯୪୭ ମସିହା ଜୁନ୍ ୫ ତାରିଖରେ ମାର୍ଶାଲ ଯୋଜନା ପ୍ରବର୍ତ୍ତନ କରିଥିଲା ?
(A) ଇଟାଲୀ
(B) ଜାପାନ
(C) ଯୁକ୍ତରାଷ୍ଟ୍ର ଆମେରିକା
(D) ବୁଲ୍‌ଗେରିଆ
Answer:
(C) ଯୁକ୍ତରାଷ୍ଟ୍ର ଆମେରିକା

19. ମାର୍ଶାଲ ଯୋଜନାକୁ ଯୁକ୍ତରାଷ୍ଟ୍ର ଆମେରିକାର ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତି ବିଶ୍ୱାସଘାତକତା ଏବଂ ସାମ୍ରାଜ୍ୟବାଦର ଏକ ନମୁନା ରୂପେ କିଏ ଚିତ୍ରଣ କରିଥିଲା ?
(A) ଜାପାନ
(B) ସୋଭିଏତ୍ ରୁଷ୍
(C) ଜର୍ମାନୀ
(D) ଫ୍ରାନ୍ସ
Answer:
(B) ସୋଭିଏତ୍ ରୁଷ୍

20. କେଉଁ ଦେଶ ମାର୍ଶାଲ ଯୋଜନା ମାଧ୍ୟମରେ ଇଉରୋପୀୟ ଦେଶଗୁଡ଼ିକୁ ଯଥେଷ୍ଟ ଆର୍ଥିକ ସହାୟତା ପ୍ରଦାନ କରି ସେଗୁଡ଼ିକୁ ଅର୍ଥନୈତିକ ବିପର୍ଯ୍ୟୟ ତଥା ସାମ୍ୟବାଦର ପ୍ରଭାବରୁ ରକ୍ଷା କରିଥିଲା ?
(A) ସୋଭିଏତ୍ ରୁଷ୍
(B) ଜାପାନ
(C) ଫ୍ରାନ୍ସ
(D) ଯୁକ୍ତରାଷ୍ଟ୍ର ଆମେରିକା
Answer:
(D) ଯୁକ୍ତରାଷ୍ଟ୍ର ଆମେରିକା

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

21. କେବେ ସୋଭିଏତ୍ ରୁଷ୍ ତୁର୍କୀ ସହିତ ତାହାର ପୁରାତନ ବନ୍ଧୁତ୍ୱ ଚୁକ୍ତି ନବୀକରଣ ନିମନ୍ତେ ମନା କରିଦେଇଥିଲେ ?
(A) ୧୯୪୨
(B) ୧୯୪୫
(C) ୧୯୪୮
(D) ୧୯୪୯
Answer:
(B) ୧୯୪୫

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

Odisha State Board BSE Odisha Class 9 History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ will enable students to study smartly.

BSE Odisha Class 9 History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪ ରୁ ଆରମ୍ଭ ହୋଇ ୧୯୧୮ ମସିହା ପର୍ଯ୍ୟନ୍ତ ଦୀର୍ଘ ଚାରି ବର୍ଷ ଧରି ଚାଲିଥିଲା ।
  • ଏହା ମନୁଷ୍ୟ ଜାତିର ଇତିହାସରେ ସବୁଠାରୁ ଅଧ‌ିକ ମାରାତ୍ମକ, ଶକ୍ତିଶାଳୀ, ସଂଗଠିତ ଓ ଭୟାବହ ଯୁଦ୍ଧ ଥିଲା ।
  • ଏଥ‌ିରେ ଅଧିକାଂଶ ଉନ୍ନତ ଦେଶ ଭାଗ ନେବା ସହିତ ଅନେକ ଆଧୁନିକ ଯୁଦ୍ଧାସ୍ତ୍ର ବ୍ୟବହୃତ ହୋଇଥିଲା ।
  • ଯୁଦ୍ଧରେ ସୈନ୍ୟମାନଙ୍କ ବ୍ୟତୀତ ଜନସାଧାରଣଙ୍କୁ ମଧ୍ୟ ପ୍ରକାରାନ୍ତରେ ଭାଗ ନେବାକୁ ପଡ଼ିଥିଲା ।
  • ପ୍ରଥମ ବିଶ୍ଵଯୁଦ୍ଧର କୋଡ଼ିଏ ବର୍ଷ ପରେ ଦ୍ବିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା ।
  • କେତେଗୁଡ଼ିଏ ସୁଦୂର ଓ ଆସନ୍ନ କାରଣ ଏହି ଯୁଦ୍ଧ ପାଇଁ ଦାୟୀ ଥିଲା ।

→ ବିଷୟବସ୍ତୁର ରୂପରେଖ:

  • ପ୍ରଥମ ବିଶ୍ଵଯୁଦ୍ଧର କାରଣ : ସୁଦୂର ଓ ଆସନ୍ନ କାରଣ
  • ଯୁଦ୍ଧର ପରସର ବିରୋଧୀ ପଷ
  • ଯୁଦ୍ଧର ଫଳାଫଳ

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

→ ପ୍ରଥମ ବିଶ୍ଵଯୁଦ୍ଧର କାରଣ :

(1) କୂଟନୈତିକ ଚୁକ୍ତି :

  • ୧୮୭୧ ମସିହା ମେ ୧୦ ତାରିଖରେ ଫ୍ରାଙ୍କ୍‌ଫର୍ଟ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ୧୮୮୨ ମସିହାରେ ଜର୍ମାନୀ, ଅଷ୍ଟ୍ରିଆ ଓ ଇଟାଲୀକୁ ନେଇ ‘ତ୍ରିଶକ୍ତି ମେଣ୍ଟ’ (Triple Alliance) ଗଠିତ ହୋଇଥିଲା ।
  • ୧୯୦୭ ମସିହାରେ ଇଂଲାଣ୍ଡ, ରୁଷିଆ ଓ ଫ୍ରାନ୍ସ ମଧ୍ୟରେ ‘ତ୍ରିମିତ୍ର ପକ୍ଷ’ (Triple Entente) ଗଠିତ ହୋଇଥିଲା ।

(2) ଉଗ୍ର ଜାତୀୟତାବାଦ, ସାମରିକ ପ୍ରତିଯୋଗିତା, ସାମ୍ରାଜ୍ୟବାଦ ନୀତି, ଜର୍ମାନୀର ପ୍ରାଚ୍ୟ ନୀତି, ମରଵେ ସଙ୍କଟ, ବୋସ୍‌ନିଆ – ହର୍ଜିଗୋଭିନା ସମସ୍ୟା, ଅଗାଦିର ସଙ୍କଟ, ବଲକାନ୍ ସମସ୍ୟା, କାଇଜର ଦ୍ବିତୀୟ ଉଇଲିୟମ୍‌ଙ୍କ ନୀତି ଓ ଆନ୍ତର୍ଜାତିକ ସଙ୍ଗଠନର ଅଭାବ ଇତ୍ୟାଦି ପ୍ରଥମ ବିଶ୍ବଯୁଦ୍ଧର ସୁଦୂର କାରଣ ଥିଲା ।
(3) ପାନ୍ତର :

  • ଏହା ଏକ ଯୁଦ୍ଧ ଜାହାଜ । ଫ୍ରାନ୍ସକୁ ଧମକ ଦେବା ଉଦ୍ଦେଶ୍ୟରେ ଜର୍ମାନୀର କାଇଜର ମରକ୍କୋର ଅଗାଦି ବନ୍ଦରକୁ ଏହାକୁ ପଠାଇଥିଲେ ।

ଫ୍ରାଙ୍କ୍‌ଫର୍ଟ ଚୁକ୍ତି – ୧୮୭୧ ମେ ୧୦
ତ୍ରିଶକ୍ତି ମେଣ୍ଟ – ୧୮୮୨ ମସିହା
ତ୍ରିମିତ୍ର ପକ୍ଷ – ୧୯୦୭ ମସିହା

→ ଆସନ୍ନ କାରଣ :

  • ୧୯୧୪ ମସିହା ଜୁନ୍ ୨୮ ତାରିଖରେ ଅଷ୍ଟ୍ରିଆ-ହଙ୍ଗେରୀର ଯୁବରାଜ ଫ୍ରାନ୍‌ସିସ୍ ଫର୍ଜିନାଣ୍ଡ ଓ ତାଙ୍କ ପତ୍ନୀ ସୋଫିଆଙ୍କୁ ବୋସ୍‌ନିଆ ରାଜ୍ୟର ରାଜଧାନୀ ସାରାଜେଭୋଠାରେ ଜଣେ ସର୍ବ ଜାତିର ଯୁବକ ଗୁଳିକରି ହତ୍ୟା କରିଥିଲା ।
  • ଫଳରେ ୧୯୧୪ ମସିହା ଜୁଲାଇ ୨୮ ତାରିଖରେ ଅଷ୍ଟ୍ରିଆ-ହଙ୍ଗେରୀ ସର୍ବିଆ ଉପରେ ଆକ୍ରମଣ କରିବାରୁ ପ୍ରଥମ ବିଶ୍ବଯୁଦ୍ଧର ସୂତ୍ରପାତ ହୋଇଥିଲା ।

→ ଯୁଦ୍ଧର ପରସ୍ପର ବିରୋଧୀ ପକ୍ଷ :

  • କେନ୍ଦ୍ରଶକ୍ତି : ଜର୍ମାନୀ, ଅଷ୍ଟ୍ରିଆ, ତୁର୍କୀ ଓ ବୁଲ୍‌ଗେରିଆ ଇତ୍ୟାଦି ଦେଶମାନଙ୍କୁ ନେଇ ‘କେନ୍ଦ୍ରଶକ୍ତି’ ଗଠିତ ହୋଇଥିଲା ।
  • ମିତ୍ରଶକ୍ତି : ଫ୍ରାନ୍ସ, ସର୍ବିଆ, ରୁଷିଆ, ଇଂଲାଣ୍ଡ, ବେଲଜିୟମ୍, ପର୍ତ୍ତୁଗାଲ, ଗ୍ରୀସ୍, ରୁମାନିଆ, ଜାପାନ ଓ ଚୀକୁ ନେଇ ‘ମିତ୍ରଶକ୍ତି’ ଗଠିତ ହୋଇଥିଲା ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ

→ ଯୁଦ୍ଧର ଫଳାଫଳ :

  • ପ୍ରଥମ ବିଶ୍ଵଯୁଦ୍ଧରେ ଉଭୟ ପକ୍ଷର ୩୬ଟି ରାଷ୍ଟ୍ରର ୬୫୦ ଲକ୍ଷରୁ ଅଧିକ ଲୋକ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ ।
  • ଏଥିରେ ୧୩୦ ଲକ୍ଷରୁ ଅଧ‌ିକ ଲୋକ ନିହତ, ୨୨୦ ଲକ୍ଷରୁ ଅଧ୍ଵ ଲୋକ ଆହତ ଏବଂ ୭୦ ଲକ୍ଷରୁ ଅଧିକ ଲୋକ ପଙ୍ଗୁ ହୋଇଥିଲେ ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

(1) ପ୍ରଥମ ବିଶ୍ଵଯୁଦ୍ଧର ରାଜନୈତିକ ପରିଣାମ :

  • ରାଜତନ୍ତ୍ର ଶାସନର ଲୋପ, ଗଣତନ୍ତ୍ରର ବିକାଶ, ଆନ୍ତର୍ଜ।ଡିକଡ।ବାଦର କ୍ରମବିକାଶ ଓ ଜାତୀୟତାବାଦର ବିକାଶ ।

(2) ଅର୍ଥନୈତିକ ପରିଣାମ :

  • ପ୍ରଥମ ବିଶ୍ବଯୁଦ୍ଧରେ ପ୍ରାୟ ପ୍ରତ୍ୟକ୍ଷ ଭାବେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଜିନିଷପତ୍ରର ଦରଦାମ୍ ବୃଦ୍ଧି ଓ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହେତୁ ସେମାନେ ଦୁଃଖ କଷ୍ଟରେ ଜୀବନଯାପନ କରିଥିଲେ ।
  • ମୁଦ୍ରାଙ୍ଗୀତି ଦେଖାଯିବା ଫଳରେ ଟଙ୍କାର ମୂଲ୍ୟ ହ୍ରାସ ପାଇଥିଲା । ଅତ୍ୟଧ୍ଵ ଋଣ ଯୋଗୁଁ କାଗଜ ଟଙ୍କା ପ୍ରଚଳନ କରାଯାଇଥିଲା । ସରକାରଙ୍କଦ୍ବାରା ଗୃହୀତ ଅର୍ଥନୀତି ଲୋକମାନଙ୍କ ସମସ୍ୟା ଓ ଦୁଃଖକୁ ଅଧ‌ିକ ଉତ୍କଟ କରିଦେଇଥିଲା ।
  • ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାପାଇଁ ସରକାର ବିଭିନ୍ନ ପ୍ରକାର ଟିକସ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଅତିମାତ୍ରାରେ ଟିକସ ବୋଝ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଥିଲା ।

କେନ୍ଦ୍ରଶକ୍ତି : ଜର୍ମାନୀ, ଅଷ୍ଟ୍ରିଆ, ତୁର୍କୀ, ବୁଲଗେରିଆ
ମିତ୍ରଶକ୍ତି : ଫ୍ରାନ୍ସ, ସର୍ବିଆ, ରୁଷିଆ, ଇଂଲଣ୍ଡ, ବେଲଜିୟମ, ପର୍ତ୍ତୁଗାଲ, ଗ୍ରୀସ୍, ରୁମାନିଆ, ଜାପାନ, ଚୀନ୍

ବ୍ଲାକ୍‌ହ୍ୟାଣ୍ଡ – ସର୍ବିଆର ଗୁପ୍ତ ସଂଗଠନ
ଜାର – ରୁଷିଆ ଓ ବୁଲଗେରିଆର ଶାସନ
ସୁଲତାନ୍ – ତୁର୍କୀର ଶାସକ
ନିକଟ ପ୍ରାଚ୍ୟ – ବଲକାନ୍ ଅଞ୍ଚଳ
ମଧ୍ୟ ପ୍ରାଚ୍ୟ – ଭୂମଧ୍ଯସାଗର ଓ ଭାରତ ମହାସାଗରର ମଧ୍ୟବର୍ତ୍ତୀ ଅଞ୍ଚଳ
ଦୂରପ୍ରାଚ୍ୟ – ପୂର୍ବ ସାଇବେରି ଆରୁ ଇଣ୍ତେ।ନେସିଆ ପର୍ଯନ୍ତ
ଜର୍ମ।ନା – ହୋଏନଜୋଲେଶ୍ବ
ଅଷ୍ଟ୍ରିଆ – ହାପ୍‌ସବର୍ଗ
ରୁଷିଆ – ରୋମାନୋଭ୍

ପ୍ୟାରିସ ଶାନ୍ତି ସମ୍ମିଳନୀ – ୧୯୧୯ ଜାନୁୟାରୀ ୧୮ ତାରିଖରେ ଫ୍ରାନ୍ସର ପ୍ରଧାନମନ୍ତୀ କି୍ମେନ୍ ସୁଙ୍କ ସଭାପତିତ୍ୱରେ ପ୍ୟାରିସ୍ତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କେବଳ ବିଜୟୀ ରାଷ୍ଟ୍ର ଓ ସେମାନଙ୍କର ସହଯୋଗୀ ରାଷ୍ଟ୍ରର ପ୍ରତିନିଧୁମାନେ ଯୋଗ ଦେଇଥିଲେ ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

(3) ସାମାଜିକ ପରିଣାମ :

  • ମହିଳାମାନଙ୍କ ଜୀବନରେ ପ୍ରଥମ ବିଶ୍ୱଯୁଦ୍ଧ ଅନେକ ପରିବର୍ତ୍ତନ ଆଣିଥିଲା । ଯୁଦ୍ଧ ସାମଗ୍ରୀ ଉତ୍ପାଦନ ଶିଳ୍ପମାନଙ୍କର ପୁରୁଷମାନଙ୍କ ଯୋଗଦାନ ଫଳରେ ଅନ୍ୟାନ୍ୟ କ୍ଷେତ୍ରରେ ମହିଳାମାନେ କାମ କରିବାର ସୁଯୋଗ ପାଇଲେ ।
  • ମହିଳାମାନେ ରାଜନୈତିକ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଓ ସେମାନଙ୍କର ମର୍ଯ୍ୟାଦା ଓ ସାମାଜିକ ସ୍ଥିତି ବୃଦ୍ଧି ପାଇଥିଲା ।
  • ଏହି ଯୁଦ୍ଧରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜାତି ଓ ବର୍ଣ୍ଣର ଲୋକମାନେ ଅଂଶଗ୍ରହଣ କରିବା ଫଳରେ ସେମାନଙ୍କ ମଧ୍ୟରେ ଜାତିଗତ ଓ ବର୍ଣ୍ଣଗତ ବିଦ୍ବେଷ ହ୍ରାସ ପାଇଥିଲା ।
  • ଶ୍ରମିକ ଶ୍ରେଣୀର ପୁନରୁତ୍ଥାନ ଅନ୍ୟ ଏକ ସାମାଜିକ ପରିଣାମ ଦେଖାଦେଇଥିଲା । ଶ୍ରମିକମାନେ ଦେଶର ରାଜନୀତିରେ ବିଶିଷ୍ଟ ସ୍ଥାନ ଲାଭ କଲେ ଓ ସେମାନଙ୍କର ଦାବି ପୂରଣ ପାଇଁ ଶ୍ରମିକ ଆନ୍ଦୋଳନ ଆରମ୍ଭ କରିଥିଲେ ।
  • ଶିକ୍ଷା କ୍ଷେତ୍ରରେ ଶିହ୍ବଳତା ଅନ୍ୟ ଏକ ସାମାଜିକ ଉପଲବଧୂ ଥିଲା । ଯୁଦ୍ଧରେ ଅଂଶଗ୍ରହଣ ପାଇଁ ବିଦ୍ୟାର୍ଥୀମାନଙ୍କ ଯୋଗଦାନ ଫଳରେ ଶିକ୍ଷାରେ ଶିଥୁଳତା ଆସିଥିଲା । ଅନେକ ଶିକ୍ଷାନୁଷ୍ଠାନ ନିଷ୍କ୍ରିୟ ହୋଇ ବନ୍ଦ ହୋଇଯାଇଥିଲା ।

(4) ବୈଜ୍ଞାନିକ ପରିଣାମ :

  • ପ୍ରଥମ ବିଶ୍ଵଯୁଦ୍ଧରେ ଉଡ଼ାଜାହାଜ, ବୁଡ଼ାଜାହାଜ, ବୋମା ଓ ବିଷାକ୍ତ ଗ୍ୟାସ୍‌ ବ୍ୟବହାର ପ୍ରଥମ ଥର ପାଇଁ କରାଯାଇଥିଲା ।
  • ବିଜ୍ଞାନ କ୍ଷେତ୍ରରେ ଅଧ‌ିକ ଆବିଷ୍କାର ଓ ଉଦ୍ଭାବନ କରିବାପାଇଁ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଥିଲା ।
  • ବିଜ୍ଞାନର ବିକାଶ ତଥା ଆଧୁନିକ ବୈଜ୍ଞାନିକ ଉପକରଣ ନିର୍ମାଣ କରିବାପାଇଁ ଦେଶମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ଜାଗ୍ରତ ହୋଇଥିଲା ।

(5) ସାଂସ୍କୃତିକ ପରିଣାମ :

  • ପ୍ରଥମ ବିଶ୍ୱଯୁଦ୍ଧ କାଳରେ ଅନେକ ସାହିତ୍ୟିକ, ଐତିହାସିକ, ବୈଜ୍ଞାନିକ, କଳାକାର ପ୍ରଭୃତି ନିହତ ହେବା ବ୍ୟତୀତ ବହୁସଂଖ୍ୟକ ଐତିହ୍ୟସମ୍ପନ୍ନ ଅଟ୍ଟାଳିକା, ଦୁର୍ଗ ସହିତ ବିଦ୍ୟାଳୟ, ପ୍ରେକ୍ଷାଳୟ, ଚିକିତ୍ସାଳୟ, ରେଳପଥ, ସଡ଼କପଥ, ଶିଳ୍ପାନୁଷ୍ଠାନ ଧ୍ବଂସ ପାଇଥିଲା ।
  • ସାଂସ୍କୃତିକ କ୍ଷେତ୍ରରେ ପ୍ରଥମ ବିଶ୍ୱଯୁଦ୍ଧର ପରିଣାମ ଥିଲା ନକାରାତ୍ମକ । ଏହା ବିଶ୍ଵସଂସ୍କୃତିର ବହୁ କ୍ଷତି ସାଧନ କରିଥିଲା ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୧୮୭୦ ଖ୍ରୀ.ଅ. — ଫ୍ରାନ୍ସ ଓ ପ୍ରୁସିଆ ମଧ୍ୟରେ ସିଦାନ୍ ଯୁଦ୍ଧ ସଂଘଟିତ, ଫ୍ରାନ୍ସ ପରାସ୍ତ ।
୧୮୭୭ ଖ୍ରୀ.ଅ. — ରୁଷିଆ ଓ ତୁର୍କୀ ମଧ୍ୟରେ ଯୁଦ୍ଧ ।
୧୮୭୮ ଖ୍ରୀ.ଅ. — ବର୍ଲିନ୍ ମହାସଭାରେ ବଲ୍‌କାନ୍ ଅଞ୍ଚଳରେ ଅଷ୍ଟ୍ରିଆର ପ୍ରବେଶ ପ୍ରତି ବିସ୍‌ମାର୍କଙ୍କ ସମର୍ଥନ ଘୋଷଣାଦ୍ଵାରା ରୁଷିଆ ଅସନ୍ତୁଷ୍ଟ ।
୧୮୭୯ ଖ୍ରୀ.ଅ. — ବିସ୍‌ମାର୍କଙ୍କର ଅଷ୍ଟ୍ରିଆ ସହିତ ରାଜିନାମା ସ୍ବାକ୍ଷର ।
୧୮୮୨ ଖ୍ରୀ.ଅ. — ଅଷ୍ଟ୍ରିଆ ରାଜିନାମାରେ ଇଟାଲୀର ଯୋଗଦାନ ।
୧୮୯୦ ଖ୍ରୀ.ଅ. — ବିସ୍‌ମାର୍କଙ୍କ ପତନ ।
୧୮୯୪ ଖ୍ରୀ.ଅ. — ରୁଷିଆ ଓ ଫ୍ରାନ୍ସ ମଧ୍ୟରେ ସାମରିକ ଚୁକ୍ତି ସ୍ୱାକ୍ଷର ।
୧୮୯୯ ଖ୍ରୀ.ଅ.
୧୯୦୭ ଖ୍ରୀ.ଅ. }  ହେଗ୍ରାଠାରେ ଅନୁଷ୍ଠିତ ସମ୍ମିଳନୀରେ ଯୁଦ୍ଧ ନିବାରଣ ଆଇନ ପ୍ରଣୟନ ।
୧୯୦୨ ଖ୍ରୀ.ଅ. — ଇଂଲାଣ୍ଡର ଜାପାନ ସହିତ ଚୁକ୍ତି ସ୍ବାକ୍ଷର ।
୧୯୦୪ ଖ୍ରୀ.ଅ. — ଇଂଲାଣ୍ଡର ଫ୍ରାନ୍ସ ସହିତ ଚୁକ୍ତି ସ୍ବାକ୍ଷର ।
୧୯୦୫ ଖ୍ରୀ.ଅ. — କାଇଜରଙ୍କ ମରକ୍କୋ ସୁଲତାନଙ୍କୁ ସୁରକ୍ଷା ଘୋଷଣା ।
୧୯୦୬ ଖ୍ରୀ.ଅ. — ଆଲଜେସିରାସ୍ ସମ୍ମିଳନୀ ଅନୁଷ୍ଠିତ ।
୧୯୦୭ ଖ୍ରୀ.ଅ. — ଇଂଲଣ୍ଡର ରୁଷିଆ ସହିତ ଚୁକ୍ତି ସ୍ୱାକ୍ଷର ।
୧୯୦୭ ଖ୍ରୀ.ଅ. — ଜର୍ମାନୀକୁ ଔପନିବେଶିକ ପ୍ରତିଦ୍ବନ୍ଦିତାରୁ ହଟାଇବାପାଇଁ ଇଂଲାଣ୍ଡର ଫ୍ରାନ୍ସ ସହିତ ସମ୍ପର୍କ ସ୍ଥାପନ ।
୧୯୦୮ ଖ୍ରୀ.ଅ. — (ଅକ୍ଟୋବର ୨) ଅଷ୍ଟ୍ରିଆ ସାମ୍ରାଜ୍ୟରେ ବୋସ୍‌ନିଆ ଓ ହର୍ଜିଗୋଭିନାର ମିଶ୍ରଣ ।
୧୯୧୧ ଖ୍ରୀ.ଅ. — ମରକ୍କୋ ଅଧିକାର ପ୍ରଶ୍ନ ନେଇ ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ଯୁଦ୍ଧର ଆଶଙ୍କା ।
୧୯୧୧-୧୩ ଖ୍ରୀ.ଅ. — ବଲ୍‌କାନ୍‌ ଯୁଦ୍ଧ ସଂଘଟିତ ।
୧୯୧୪ ଖ୍ରୀ.ଅ. — (ଜୁନ୍ ୨୮) ଅଷ୍ଟ୍ରିଆ-ହଙ୍ଗେରୀର ଯୁବରାଜ ଫ୍ରାନ୍‌ସିସ୍ ଫର୍ଜିନାଣ୍ଡ ଓ ତାଙ୍କ ପତ୍ନୀ ସୋଫିଆଙ୍କୁ ବୋସ୍‌ନିଆର ରାଜଧାନୀ ସାରାଜେଭୋଠାରେ ହତ୍ୟା ।
୧୯୧୪ ଖ୍ରୀ.ଅ.— (ଜୁଲାଇ ୨୮) ପ୍ରଥମ ବିଶ୍ୱଯୁଦ୍ଧର ସୂତ୍ରପାତ ।
୧୯୧୫ ଖ୍ରୀ.ଅ. — ଇଟାଲୀ ମିତ୍ରଶକ୍ତି ପକ୍ଷରେ ଯୁଦ୍ଧରେ ଯୋଗଦାନ ।
୧୯୧୭ ଖ୍ରୀ.ଅ. —ଯୁକ୍ତରାଷ୍ଟ୍ର ଆମେରିକାର ମିତ୍ରଶକ୍ତି ସପକ୍ଷରେ ପ୍ରଥମ ବିଶ୍ବଯୁଦ୍ଧରେ ଯୋଗଦାନ ଓ ରୁଷର ପ୍ରଥମ ବିଶ୍ୱଯୁଦ୍ଧରୁ ବିଦାୟ ।
୧୯୧୮ ଖ୍ରୀ.ଅ. — ଜର୍ମାନୀ ସମ୍ରାଟ କାଇଜର ଦ୍ବିତୀୟ ଉଇଲିୟମ୍ଙ୍କର ସ୍ବେଚ୍ଛାକୃତ ଭାବେ ରାଜଗାଦି ତ୍ୟାଗ ଏବଂ ହଲାଣ୍ଡ ଦେଶକୁ ପଳାୟନ ।
୧୯୧୯ ଖ୍ରୀ.ଅ. — ଫ୍ରାନ୍ସ ପ୍ରଧାନମନ୍ତ୍ରୀ କ୍ଲିମେନ୍‌ସୁଙ୍କ ସଭାପତିତ୍ୱରେ ପ୍ୟାରିସ୍ ଶାନ୍ତ ସମ୍ମିଳନୀ ଆହୂତ ।
୧୯୯୨ ଖ୍ରୀ.ଅ. — (ଏପ୍ରିଲ୍ ୨୭) ସର୍ବିଆ ଏକ ସ୍ବାଧୀନ ରାଷ୍ଟ୍ର ରୂପେ ଗଠିତ ।

BSE Odisha 9th Class History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

Odisha State Board BSE Odisha Class 9 History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ will enable students to study smartly.

BSE Odisha Class 9 History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ:

  • ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ସାମ୍ୟବାଦୀ ରାଷ୍ଟ୍ର ସୋଭିଏତ୍ ରୁଷ୍ ଓ ପୁଞ୍ଜିବାଦୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ସମଗ୍ର ବିଶ୍ଵ ଦୁଇଟି ବିବଦମାନ ଗୋଷ୍ଠୀରେ ବିଭକ୍ତ ହୋଇ ଶୀତଳ ଯୁଦ୍ଧର ବାତାବରଣ ସୃଷ୍ଟି କରିଥିଲେ ।
  • ଏସିଆ ଓ ଆଫ୍ରିକା ମହାଦେଶର ଅନେକ ରାଷ୍ଟ୍ର ଏହି ଦୁଇ ଗୋଷ୍ଠୀରେ ସାମିଲ ନ ହୋଇ ନିଜର ଜାତୀୟ ପୁନର୍ଗଠନ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ଉଦ୍ୟମ କଲେ ।
  • ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସହଯୋଗ ବୃଦ୍ଧିପାଇ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅୟମାରମ୍ଭ ହେଲା ।
  • ସାମ୍ୟବାଦୀ ବା ପୁଞ୍ଜିବାଦୀ ଗୋଷ୍ଠୀ ମଧ୍ୟରୁ କୌଣସି ଗୋଷ୍ଠୀରେ ଯୋଗ ନଦେଇ ନିରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଗୋଷ୍ଠୀ ନିରପେକ୍ଷତା (Non-Alignment) କୁହାଯାଏ ।

BSE Odisha 9th Class History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

ବିଷୟବସ୍ତୁର ରୂପରେଖ:

  • ବାନ୍ଦୁଙ୍ଗ୍ ସମ୍ମିଳନୀ
  • ପଞ୍ଚଶୀଳ ନୀତି
  • ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅଗ୍ରଗତି
  • ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅବଦାନ

ବାନ୍ଦୁଙ୍ଗ ସମ୍ମିଳନୀ
→ ବାନ୍ଦୁଙ୍ଗ ସମ୍ମିଳନୀ:

  • ୧୯୫୫ ମସିହା ଏପ୍ରିଲ ମାସରେ ୨୩ ଗୋଟି ଏସୀୟ ଓ ୬ ଗୋଟି ଆଫ୍ରିକୀୟ ରାଷ୍ଟ୍ର ଇଣ୍ଡୋନେସିଆର ପଶ୍ଚିମ ଜାଭାର ବାହୁଙ୍ଗାଠାରେ ସମ୍ମିଳିତ ହୋଇ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିଥିଲେ ।
  • ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ଵାରା ଉପସ୍ଥାପିତ ପଞ୍ଚଶୀଳ ନୀତି ସମସ୍ତ ସଭ୍ୟ ରାଷ୍ଟ୍ରଗଣ ପାଳନ କରିବା ପାଇଁ ସ୍ଥିର ହୋଇଥିଲା ।
  • ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ, ୟୁଗୋସ୍ଲୋଭିଆର ରାଷ୍ଟ୍ରପତି ମାର୍ଶାଲ୍ ଟିଟୋ ଓ ଇଜିପ୍ଟର ରାଷ୍ଟ୍ରପତି ଅବ୍‌ଦୁଲ୍ ନାସେରଙ୍କ ସହଯୋଗରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ପରିପୁଷ୍ଟ ହୋଇଥିଲା ଓ ତୃତୀୟ ବିଶ୍ଵ (Third world) ଜନ୍ମ ନେଇଥିଲା ।

→ ପଞ୍ଚଶୀଳ ନୀତି:

  • ୧୯୫୪ ମସିହାରେ ଭାରତ ଓ ଚୀନ୍ ମଧ୍ୟରେ ପ୍ରଥମେ ପଞ୍ଚଶୀଳ ନୀତି ସମ୍ପାଦିତ ହୋଇଥିଲା । ଏଥ‌ିରେ ପାଞ୍ଚଟି ନୀତି ଥିଲା; ଯଥା—
  • ଅନ୍ୟ ରାଷ୍ଟ୍ରର ସୀମା ଓ ସାର୍ବଭୌମତ୍ବ ପ୍ରତି ସମ୍ମାନ ।
  • ଅନ୍ୟ ରାଷ୍ଟ୍ର ଉପରେ ଆକ୍ରମଣରୁ ବିରତ ରହିବା ।
  • ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ।
  • ଅନ୍ୟ ରାଷ୍ଟ୍ର ସହ ସମାନତା ଭିତ୍ତିରେ ବନ୍ଧୁତ୍ବ ପ୍ରତିଷ୍ଠା କରିବା ।
  • ପରସ୍ପର ପ୍ରତି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଅବଲମ୍ବନ କରିବା ।

BSE Odisha 9th Class History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

ପଞ୍ଚଶୀଳ ନୀତି
→ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅଗ୍ରଗତି:

  • ପରସ୍ପର ମଧ୍ୟରେ ସହଯୋଗ ଓ ଉତ୍ତମ ବୁଝାମଣା ପାଇଁ ତଥା ବିଶ୍ବରେ ଶାନ୍ତି ସ୍ଥାପନ ନିମନ୍ତେ ପୃଥ‌ିବୀରେ ବିଭିନ୍ନ ସ୍ଥାନରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ସମ୍ମିଳନୀମାନ ହୋଇଥିଲା । ସେସବୁ ସମ୍ମିଳନୀର ବିବରଣୀ ନିମ୍ନସ୍ଥ ସାରଣୀରେ ଦିଆଗଲା ।

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅଗ୍ରଗତି

BSE Odisha 9th Class History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

→ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅବଦାନ:

  • ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଶୀତଳ ଯୁଦ୍ଧର ଅନ୍ତ ଦିଗରେ ସଫଳ ପଦକ୍ଷେପ ନେଇପାରିଛି । ଏହା ବିଶ୍ଵରୁ ଉପନିବେଶବାଦର ବିଲୟକୁ ତ୍ୱରାନ୍ବିତ କରିଛି ।
  • ଦକ୍ଷିଣ ଆଫ୍ରିକାର ଘୃଣ୍ୟ ବର୍ଣ୍ଣବୈଷମ୍ୟ ବିଲୋପ ଦିଗରେ ଏହାର ଉଦ୍ୟମ ପ୍ରଶଂସନୀୟ ।
  • ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ, କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ଓ ୱାରସ୍ ଚୁକ୍ତି ଆଦିର ବିଫଳତାରୁ ଏହାର କାର୍ଯ୍ୟଦକ୍ଷତା ପ୍ରମାଣିତ ହୋଇଥାଏ ।
  • ଏହି ଆନ୍ଦୋଳନ ଯୋଗୁଁ ଦୁର୍ବଳ ରାଷ୍ଟ୍ରମାନଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଛି ଓ ଏମାନେ ତୃତୀୟ ବିଶ୍ଵର ଶକ୍ତିଭାବେ ମାନବୀୟ ଭ୍ରାତୃତ୍ଵର ସଫଳ ପ୍ରସାର କରିପାରିଛନ୍ତି ।

BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

Odisha State Board BSE Odisha Class 9 History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ will enable students to study smartly.

BSE Odisha Class 9 History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ:

  • ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଗଣତନ୍ତ୍ରବାଦୀ ଯୁକ୍ତରାଷ୍ଟ୍ର ଆମେରିକା ଓ ସାମ୍ୟବାଦୀ ସୋଭିଏତ୍ ରୁଷ୍ ବିଶ୍ଵ ରାଜନୀତିରେ ବୃହତ୍ ଶକ୍ତି ରୂପରେ ଆବିର୍ଭୂତ ହେଲେ ।
  • ଉଭୟ ରାଷ୍ଟ୍ର ମଧ୍ୟରେ ଆଦର୍ଶଗତ ପ୍ରଭେଦ ଏବଂ କ୍ରମାଗତ ଉତ୍ତେଜନା ଓ ଦ୍ବନ୍ଦ ଆନ୍ତର୍ଜାତିକ ରାଜନୀତିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥଲା ।
  • ‘ଶୀତଳ ଯୁଦ୍ଧ’ ଶବ୍ଦଟି ପ୍ରଥମେ ଆମେରିକାର ରାଜନୀତିଜ୍ଞ ବର୍ଣ୍ଣାଡ୍ ବାରୁକ୍‌ଙ୍କଦ୍ୱାରା ବ୍ୟବହୃତ ହୋଇଥିଲା । ଆମେରିକୀୟ ସମ୍ବାଦିକ ୱାଲଟର୍‌ ଲିପ୍‌ମାନଙ୍କଦ୍ୱାରା ଏହା ଜନପ୍ରିୟ ହୋଇଥିଲା ।

BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

ବିଷୟବସ୍ତୁର ରୂପରେଖ:

  • ଶୀତଳ ଯୁଦ୍ଧର କାରଣ
  • ମାଓ ସେ ତୁଙ୍ଗ
  • ଶୀତଳ ଯୁଦ୍ଧର ପ୍ରସାର ଓ ଫଳାଫଳ
  • ମାର୍ଶାଲ୍ ଯୋଜନା

ଶୀତଳ ଯୁଦ୍ଧର କାରଣ
→ ଶୀତଳ ଯୁଦ୍ଧର କାରଣ:

  • ଦୁଇ ବୃହତ୍ ଶକ୍ତି; ଯଥା— ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକା ଗଣତନ୍ତ୍ରବାଦୀ ଥ‌ିବାବେଳେ ସୋଭିଏତ୍ ରୁଷ୍ ସାମ୍ୟବାଦୀ ଥିଲା ।
  • ବିଶ୍ୱ ରାଜନୀତିରେ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରବଳ ପ୍ରତିଦ୍ବନ୍ଦିତା, କ୍ରମାଗତ ଈର୍ଷା, ଶତ୍ରୁତା, କୁତ୍ସାରଟନା, ବିରୋଧାତ୍ମକ ପ୍ରଚାର ସହ କୂଟନୈତିକ ଯୁଦ୍ଧ ଆରମ୍ଭ ହେଲା ।

ମାଓ ସେ ତୁଙ୍ଗ

BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

→ ମାଓ ସେ ତୁଙ୍ଗ:

  • ୧୯୪୯ ମସିହାରେ ରୁଷ୍ ସହାୟତାରେ ଚୀନ୍ ଦେଶରେ ଗଣବିପ୍ଳବ ମାଧ୍ୟମରେ ମାଓ ସେ ତୁଙ୍ଗଙ୍କ ନେତୃତ୍ଵରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
  • ମାଓ ସେ ତୁଙ୍ଗ ୧୮୯୩ ମସିହା ଡିସେମ୍ବର ୨୬ ତାରିଖ ଦିନ ଚୀନ୍ ଦେଶର ହୁନାନ୍ ପ୍ରଦେଶର ଶାଓଶାନ୍‌ଠାରେ ଜନ୍ମଗ୍ରହଣ କରିଥିଲେ ।
  • ୧୯୪୭ ମସିହା ମାର୍ଚ୍ଚ ୧୨ ତାରିଖରେ ଆମେରିକୀୟ କଂଗ୍ରେସର ମିଳିତ ଅଧୂବେଶନରେ ଟୁମାନଙ୍କ ପ୍ରଦତ୍ତ ଅଭିଭାଷଣ ‘ଟ୍ରମାନ୍ ନୀତି’ ନାମରେ ପରିଚିତ ।

→ ଶୀତଳ ଯୁଦ୍ଧର ପ୍ରସାର ଓ ଫଳାଫଳ:

  • ସୋଭିଏତ୍ ରୁଷ ସାମ୍ୟବାଦର ଲୌହ ପରଦା ବିସ୍ତାରକୁ ବିରୋଧ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଥିଲା ।
  • ଗ୍ରୀସ୍‌ର ଉତ୍ତରରେ ଥ‌ିବା ସାମ୍ୟବାଦୀ ପଡ଼ୋଶୀ ଦେଶଗୁଡ଼ିକ ଗ୍ରୀସ୍‌ରେ ଗୃହଯୁଦ୍ଧର ସୂତ୍ରପାତ କରାଉଛନ୍ତି ବୋଲି ୧୯୪୬ ମସିହାରେ ଗ୍ରୀସ୍ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ଅଭିଯୋଗ କରିଥିଲା । ୧୯୪୭ ମସିହାରେ ଆମେରିକା ସେଠାକୁ ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳ ପଠାଇଥିଲା ।
  • ଟୁମାନ୍ ନୀତି ଅନୁସାରେ ଗ୍ରୀସ୍ ଓ ତୁର୍କୀକୁ ୪୦୦ ନିୟୁତ ଡଲାର ସାହାଯ୍ୟ ମିଳିଥିଲା ।

ଶୀତଳ ଯୁଦ୍ଧର ପ୍ରସାର ଓ ଫଳାଫଳ
→ ମାର୍ଶାଲ୍ ଯୋଜନା:

  • ଯୁଦ୍ଧବିଧ୍ଵସ୍ତ ଇଉରୋପୀୟ ରାଷ୍ଟ୍ରମାନଙ୍କର ଆର୍ଥିକ ଉନ୍ନତି ସହ ସାମ୍ୟବାଦର ପ୍ରଭାବ ରୋକିବା ନିମନ୍ତେ ୧୯୪୭ ମସିହା ଜୁନ୍ ୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାଦ୍ୱାରା ମାର୍ଶାଲ ଯୋଜନା ପ୍ରବର୍ତ୍ତିତ ହୋଇଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକାର ମାର୍ଶାଲ ଯୋଜନାକୁ ସୋଭିଏତ୍ ରୁଷ୍ ତୀବ୍ର ନିନ୍ଦା କରି ଏହା ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତି ବିଶ୍ୱାସଘାତକତା ବୋଲି ଅଭିହିତ କଲା ।
  • ଫଳରେ ଶୀତଳ ଯୁଦ୍ଧ ତୀବ୍ର ଆକାର ଧାରଣ କରିଥିଲା ଏବଂ ଜର୍ମାନୀ, କ୍ୟୁବା ଓ କୋରିଆରେ ସଂଘର୍ଷ ଘଟିଥିଲା ।

BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ
୧୮୯୩ ଖ୍ରୀ.ଅ. – (ଡିସେମ୍ବର ୨୬) ଚୀନ୍ ଦେଶର ହୁନାନ୍ ପ୍ରଦେଶରେ ମାଓ ସେ ତୁଙ୍ଗଙ୍କ ଜନ୍ମ ।
୧୯୧୭ ଖ୍ରୀ.ଅ. – ରୁଷ୍ ଦେଶରେ ଜାର୍ ଶାସନର ପତନ ଘଟି ସାମ୍ୟବାଦୀ ଶାସନ ପ୍ରତିଷ୍ଠିତ ।
୧୯୪୫ ଖ୍ରୀ.ଅ. – ସୋଭିଏତ୍ ରୁଷ, ତୁର୍କୀ ସହିତ ତାହାର ପୁରାତନ ବନ୍ଧୁତ୍ଵ ଚୁକ୍ତି ନବୀକରଣ କରିବାକୁ ଅରାଜି ।
୧୯୪୬ ଖ୍ରୀ.ଅ. – (ଡିସେମ୍ବର) ଗ୍ରୀସ୍‌ରା ପଡ଼ୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ ସଂଯୁକ୍ତ ରାଷ୍ଟ୍ରସଂଘ ନିରାପତ୍ତା ପରିଷଦରେ ଅଭିଯୋଗ ଉପସ୍ଥାପନ ।
୧୯୪୭ ଖ୍ରୀ.ଅ. – (ଜାନୁୟାରୀ) ଯୁକ୍ତରାଷ୍ଟ୍ର ଆମେରିକାଦ୍ଵାରା ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳ ଗ୍ରୀସ୍‌ ପ୍ରେରିତ; (ମାର୍ଚ୍ଚ ୧୨) ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟୁମାନ୍ ତାଙ୍କ ଅଭିଭାଷଣ ଉପସ୍ଥାପନ କରିଥିଲେ, ଯାହା ଟୁମାନ୍ ନୀତି ଭାବରେ ପରିଚିତ; (ଏପ୍ରିଲ୍ ୧୬) ଆମେରିକୀୟ ରାଜନୀତିଜ୍ଞ ବର୍ଣ୍ଣାଡ୍ ବାରୁକ୍‌ଙ୍କଦ୍ୱାରା ପ୍ରଥମେ ‘ଶୀତଳ ଯୁଦ୍ଧ’ ଶବ୍ଦଟି ବ୍ୟବହୃତ; (ଜୁନ୍ ୫) ମାର୍ଶାଲ୍ ଯୋଜନା ପ୍ରବତ୍ତନ ହୋଇଥିଲା ।
୧୯୪୯ ଖ୍ରୀ.ଅ. – ରୁଷ୍ ସହାୟତାରେ ଚୀନ୍ ଦେଶରେ ଗଣବିପ୍ଳବ ମାଧ୍ୟମରେ ମାଓ ସେ ତୁଙ୍ଗଙ୍କ ନେତୃତ୍ଵରେ ସାମ୍ୟବାଦୀ ସରକାର ଗଠିତ ।

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

Odisha State Board BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି Textbook Exercise Questions and Answers.

BSE Odisha Class 9 Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

1. ନିମ୍ନଲିଖତ ପୃଥକୀକରଣ ପାଇଁ କେଉଁ ପୃଥକୀକରଣ କୌଶଳ ପ୍ରୟୋଗ କରାଯାଏ ?

  • ସୋଡ଼ିୟମ୍ କ୍ଲୋରାଇଡ୍‌ର ଜଳରେ ଏହାର ଦ୍ରବଣକୁ ପୃଥକୀକରଣ ।
  • ସୋଡ଼ିୟମ୍‌ କ୍ଲୋରାଇଡ୍ ଓ ଏମୋନିୟମ୍ କ୍ଲୋରାଇଡ୍ର ମିଶ୍ରଣକୁ ଏମୋନିୟମ୍ କ୍ଲୋରାଇଡ୍ ର ପୃଥକୀକରଣ ।
  • ଗୋଟିଏ କାର୍‌ର ଇଞ୍ଜିନ୍ ତେଲରେ ରହିଯାଇଥିବା ଛୋଟ ଛୋଟ ଧାତୁଖଣ୍ଡମାନଙ୍କର ପୃଥକୀକରଣ ।
  • ଫୁଲ ପାଖୁଡ଼ାର ନିର୍ଯାସରୁ (extract) ବିଭିନ୍ନ ବର୍ଣ୍ଣକଣା (ଉପାଦାନ)ର ପୃଥକୀକରଣ ।
  • ଦହିରୁ ଲହୁଣିର ପୃଥକୀକରଣ ।
  • ଚାହାରୁ ଚାହାପତ୍ରର ପୃଥକୀକରଣ ।
  • ଗହମଦାନାରୁ ଚୋପାର ପୃଥକୀକରଣ ।
  • ଜଳରେ ଭାସୁଥ‌ିବା ସୂକ୍ଷ୍ମ ପଙ୍କ କଣିକାମାନଙ୍କ ପୃଥକୀକରଣ ।
  • ପାଣିରୁ ତେଲର ପୃଥକୀକରଣ ।
  • ବାଲିରୁ ଲୁହା ପିନ୍ ର ପୃଥକୀକରଣ ।

ଉ –

  • ରାଷ୍ଟ1ଭବନ ଓ ସୁଟିକ1କରଣ
  • ଊର୍ଦ୍ଧ୍ବ ପାତନ
  • ପରିସ୍ରବଣ
  • କ୍ରୋମାଟୋଗ୍ରାଫି
  • କୋଦ୍ରାପସାରଣ ପଦ୍ଧତି
  • ପୃଥକ1କରଣ ଫନେଲ
  • ଚାଲୁଣୀରେ ଛାଣିବା
  • ଚୁମ୍ବକୀୟ ପୃଥକୀକରଣ
  • କୁଲା ଦ୍ଵାରା ପାଦୁଡିବ୍
  • ପରିସ୍ରବଣ

2. ଦ୍ରବଣ, ଦ୍ରାବକ, ଦ୍ରବ, ମିଳେଇଯିବା, ଦ୍ରବୀଭୂତ, ଅଦ୍ରବୀଭୂତ, ଛାଣିବା ଓ ବଳକା ଅଂଶ ଇତ୍ୟାଦି ଶବ୍ଦ ବ୍ୟବହାର କରି ଚାହା ପ୍ରସ୍ତୁତିର ସୋପାନଗୁଡ଼ିକ ଲେଖ ।
ଉ –

  • ପ୍ରଥମେ କ୍ଷୀରକୁ ଦ୍ରାବକ ଭାବରେ ନେଇ ଗରମ କରାଯାଉ ।
  • ସେଥୁରେ ଚିନି ଓ ଚାହାଦାନାକୁ ଦୂବ ଭାବରେ ନେଇ ଦ୍ରବଣ ପ୍ରସ୍ତୁତ କରାଯାଉ । ଏହି ଦ୍ରବଣକୁ କିଛି ସମୟ ଉତ୍ତପ୍ତ କରାଯାଉ ।
  • ଚିନି ଦ୍ରବୀଭୂତ ହେବ ଓ ଚାହାଦାନ ମିଳାଇଯିବ ।
  • ଚାହା ଛାଣିବା ଦ୍ଵାରା ଅଦ୍ରବୀଭୂତ ଅଂଶ ଅଲଗା ହୋଇଯିବ ।
  • ବଳକା ଅଂଶ ହେଉଛି ଆବଶ୍ୟକ ଚାହା ।

3. ବନ୍ଦନା ବିଭିନ୍ନ ତାପମାତ୍ରାରେ ତିନୋଟି ଭିନ୍ନ ପଦାର୍ଥର ଦ୍ରବଣୀୟତା ପର ତଥ୍ୟଗୁଡ଼ିକ ସଂଗ୍ରହ କଲା । 100g ଜଳରେ କେତେ ଗ୍ରାମର ପଦାର୍ଥ ସୃଷ୍ଟି ହୋଇପାରିବ, ସେହି ଦ୍ରବଣୀୟତା ସାରଣୀରେ ଦିଆଯାଇଛି ।
BSE Odisha 9th Class Physical Science Solutions Chapter 2 img-1
(a) 313K ତାପମାତ୍ରାରେ 50 ଗ୍ରାମ୍ ଜଳରେ ପୋଟାସିୟମ୍ ନାଇଟ୍ରେଟ୍‌ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ କେତେ ବସ୍ତୁତ୍ଵର ପୋଟାସିୟମ୍ ନାଇଟ୍ରେଟ୍ ଆବଶ୍ୟକ ହେବ ?

(b) 353K ତାପମାତ୍ରାରେ ବନ୍ଦନା ପୋଟାସିୟମ୍ କ୍ଲୋରୋଇଡ୍‌ର ଏକ ଦ୍ରବଣ ଜଳରେ ତିଆରି କଲା ଏବଂ ସାଧାରଣ ତାପମାତ୍ରାରେ ଥଣ୍ଡା କରିବାକୁ ଛାଡ଼ିଦେଲା । ଦ୍ରବଣଟି ଥଣ୍ଡା ହେଲାପରେ ସେ କ’ଣ ପର୍ଯ୍ୟବେକ୍ଷଣ କଲା ବୁଝାଅ ।

(c) 293Kରେ ପ୍ରତ୍ୟେକ ଲବଣର ଦ୍ରବଣୀୟତାର କଳନା କର । ଏହି ତାପମାତ୍ରାରେ କେଉଁ ଲବଣର ଦ୍ରବଣୀୟତା ସର୍ବାଧ‌ିକ ?

(d) ଏକ ଲବଣର ଦ୍ରବଣୀୟତା ଉପରେ ତାପମାତ୍ରା ପରିବର୍ତ୍ତନର କ’ଣ ପ୍ରଭାବ ପଡ଼ିଥାଏ ?

ଉ –

(a) 313 K ତାପମାତ୍ରାରେ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ
100g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍ ନାଇଟ୍ରେଟର ପରିମାଣ 62g
∴ 50g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍‌ର ନାଇଟ୍ରେଟର ପରିମାଣ BSE Odisha 9th Class Physical Science Solutions Chapter 2 img-2

(b) ବନ୍ଦନା ଲକ୍ଷ୍ୟ କଲାଯେ, ଦ୍ରବଣ ଥଣ୍ଡା ହେବାକୁ ଆରମ୍ଭ କଲାମାତ୍ରେ ପୋଟାସିୟମ କ୍ଲୋରାଇଡ଼ ନିମ୍ନରେ ସଂଗୃହୀତ ହେବାକୁ ଆରମ୍ଭ କଲା । କାରଣ ନିମ୍ନ ତାପମାତ୍ରାରେ ପଦାର୍ଥର ଦ୍ରବଣୀୟତା କମ୍ ହୋଇଥାଏ ।

(c) 20°C = 20 + 273K = 293K
293 K ତାପମାତ୍ରାରେ (100 ଗ୍ରାମ୍ ଜଳରେ)
ପୋଟାସିୟମ୍ ନାଇଟ୍ରେଟର ଦ୍ରବଣ1ପତା – 32 ଗ୍ରାମ୍
ପୋଡ଼ିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 36 ଗ୍ରାମ୍
ପୋଟାସିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 35 ଗ୍ରାମ୍
ଏମୋନିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 37 ଗ୍ରାମ୍

(d) ତାପମାତ୍ରା ବୃଦ୍ଧି ପାଇଲେ ଲବଣର ଦ୍ରବଣୀୟତା ବୃଦ୍ଧିପାଏ ।

4. ନିମ୍ନଲିଖୂତଗୁଡ଼ିକୁ ଉଦାହରଣ ଦେଇ ବୁଝାଅ ।
(a) ପୃକ୍ତ ଦ୍ରବଣ, (b) ବିଶୁଦ୍ଧ ପଦାର୍ଥ, (c) କଲଏଡ୍, (d) ସସ୍ପେନ୍‌ସନ୍ ।

ଉ –

(a) ପୃକ୍ତ ଦ୍ରବଣ – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ କୁହାଯାଏ ।

ଉଦାହରଣ – ଜଳରେ କପର ସଲ୍‌ଫେଟ୍ ଚୂର୍ଣ ମିଶାଇ ଦ୍ରବଣକୁ ଅବିରତ ଭାବରେ ଗୋଳାଯାଉ । ଚୂର୍ଣ୍ଣଗୁଡ଼ିକ ଦ୍ରବୀଭୂତ ହୋଇଯିବ । ପୁଣି ଚୂର୍ଣ୍ଣ ମିଶାଇ ଗୋଳାଯାଉ । ଏହିପରି କ୍ରମାଗତ ଚୂର୍ଣ୍ଣ ମିଶାଇ ଗୋଳାଇଲେ, ଏପରି ଅବସ୍ଥା ଆସିବ ଯେତେବେଳେ ଆଉ ଚୂର୍ଣ୍ଣ ଦ୍ରବୀଭୂତ ନ ହୋଇ ତଳେ ବସିରହିବ । ତା’ପରେ ଦ୍ରବଣକୁ ଛାଣିଦେଲେ ଯେଉଁ ଦ୍ରବଣ ମିଳିବ, ତାହା ହେଉଛି କପର ସଲ୍‌ଫେଟ୍ରର ପୃକ୍ତ ଦ୍ରବଣ ।

(b) ବିଶୁଦ୍ଧ ପଦାର୍ଥ :
(i) ଯେଉଁ ପଦାର୍ଥ କେବଳ ଏକ ପ୍ରକାରର ଅଣୁକୁ ନେଇ ଗଠିତ ହୋଇଥାଏ ଏବଂ ପଦାର୍ଥର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ରହିଥାଏ, ତାହାକୁ ବିଶୁଦ୍ଧ ପଦାର୍ଥ କୁହାଯାଏ ।

(ii) ଚିନି ଏକ ବିଶୁଦ୍ଧ ପଦାର୍ଥ କାରଣ ଏହାର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ଓ ଏହାର ସଂଯୋଜନ ସମସ୍ତ ଅଂଶରେ ସମାନ ରହିଥାଏ ।
ଉଦାହରଣ – ଚିନି, ଲୁଣ, ଜଳ, ଲୁହା, ତମ୍ବା, ସୁନା, ରୁପା ଇତ୍ୟାଦି ।

(c) କଲଏଡ୍ – କଲଏଡ ଦ୍ରବଣ ଓ ସସ୍ପେନ୍‌ସନ୍ ର ଏକ ମାଧ୍ୟ ଅବସ୍ଥା । କଲଏଡ୍ ଏକ ଅସମଜାତୀୟ ମିଶ୍ରଣ, ଯାହାର କଣିକାଗୁଡ଼ିକର ଆକାର (1nm ରୁ 100nm ମଧ୍ୟରେ) ଖାଲି ଆଖୁରେ ଦେଖୁବା ପାଇଁ ଖୁବ୍‌ ଛୋଟ ହୋଇଥାଏ କିନ୍ତୁ ଆଲୋକକୁ ବିସରିତ କରିବା ପାଇଁ ଆବଶ୍ୟକୀୟ ଆକାରଠାରୁ ଅଧିକ ହୋଇଥାଏ ।
ଉଦାହରଣ – ସାବୁନ ମିଶ୍ରିତ ଜଳ, ଅଠା, କ୍ଷୀର, ଏଲୟ ଆଦି କଲଏଡ଼ର ଉଦାହରଣ ଅଟନ୍ତି ।

(d) ସସ୍ପେନସନ୍ – ଦ୍ରାବକରେ ଯେଉଁ ଦ୍ରବ ଦ୍ରବୀଭୂତ ହୁଏ ନାହିଁ ଓ ଯାହାର କଣିକାଗୁଡ଼ିକ ଖାଲି ଆଖୁକୁ ଦେଖାଯାଏ ଏବଂ ଭାସମାନ ଅବସ୍ଥାରେ ଧୀରେ ଧୀରେ ନିମ୍ନରେ ବସିଯାଏ । ତାହାକୁ ସସ୍ପେନ୍ ସନ୍ କୁହାଯାଏ । ସସ୍ପେନସନ୍ ହେଉଛି ତରଳରେ କଠିନର ଏକ ଅସମଜାତୀୟ ମିଶ୍ରଣ । ଏଥ‌ିରେ କଣିକାଗୁଡ଼ିକ ଦ୍ରବୀଭୂତ ହୋଇନଥାଏ ।

ଉଦାହରଣ – ବନ୍ୟାଜଳ, ଚକ୍‌ଗୁଣ୍ଡ ମିଶାପାଣି ଆଦି ସସ୍ପେନସନ୍‌ ଉଦାହରଣ ।

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

5. ନିମ୍ନଲିଖୂତ ପ୍ରତ୍ୟେକକୁ ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର । ସୋଡ଼ାପାଣି, କାଠ, ବାୟୁ, ମାଟି, ଭିନେଗାର, ଛଣା ଚାହା ।
ଉ –
ସମଜାତୀୟ ମିଶ୍ରଣ – ସୋଡ଼ାପାଣି, ବାୟୁ, ଭିନେଗାର, ଛଣା ଚାହା
ଅସମଜାତୀୟ ମିଶ୍ରଣ – ମାଟି, କାଠ

6. ତୁମକୁ ଦିଆଯାଇଥବା ଏକ ରଙ୍ଗହୀନ ତରଳ, ବିଶୁଦ୍ଧ ପାଣି ବୋଲି କିପରି ଜାଣିବ ?
ଉ –

  • ପାତନ ଯନ୍ତ୍ରରେ ଉକ୍ତ ରଙ୍ଗହୀନ ତରଳ ପଦାର୍ଥକୁ ନେଇ ତା ମଧ୍ୟରେ ଏକ ଥର୍ମୋମିଟରକୁ ବୁଡ଼ାଇ ରଖ୍ ଉକ୍ତ ପଦାର୍ଥକୁ ଉତ୍ତପ୍ତ କରାଯାଉ ।
  • ଥର୍ମୋମିଟରର ତାପମାତ୍ରା 100°C କିମ୍ବା 373K ତାପମାତ୍ରାରେ ପହଞ୍ଚିଲା ପରେ ଯଦି ସମସ୍ତ ତରଳ ପଦାର୍ଥ ଫୁଟିବାକୁ ଲାଗେ ଓ ବାଷ୍ପୀଭୂତ ହୋଇଯାଏ, ତେବେ ଏହା ବିଶୁଦ୍ଧ ଜଳ ବୋଲି ଜଣାପଡ଼ିବ ।
  • ଯେତେ ତାପ ପ୍ରୟୋଗ କଲେ ମଧ୍ୟ ଥର୍ମୋମିଟର ତାପମାତ୍ରା 100°C ରୁ ଅଧ‌ିକ ହେବ ନାହିଁ, ତେବେ ଏହା ବିଶୁଦ୍ଧ ଜଳ ନୁହେଁ ବୋଲି ଜଣାପଡ଼ିବ ।

7. ନିମ୍ନଲିଖତ କେଉଁ ଦ୍ରବ୍ୟଗୁଡ଼ିକ ବିଶୁଦ୍ଧ ପଦାର୍ଥ ?
(a) ବରଫ (b) କ୍ଷୀର (c) ଲୁହା (d) ଲବଣାର୍ମି (e) କାସିୟମ୍ ଅକ୍‌ସାଇଡ୍ (f) ପାରଦ (g) ଇଟା (h) କାଠ (i) ବାୟୁ ।
ଉ –
ବିଶୁଦ୍ଧ ପଦାର୍ଥ – ବରଫ, ଲୁହା, ଲବଣାମ୍ଳ, କ୍ୟାଲ୍‌ସିୟମ୍ ଅକ୍‌ସାଇଡ୍,

8. ନିମ୍ନଲିଖୁତ ମିଶ୍ରଣମାନଙ୍କ ମଧ୍ୟରୁ ଦ୍ରବଣଗୁଡ଼ିକୁ ଚିହ୍ନାଅ ।
(a) ମାଟି (b) ସମୁଦ୍ରଜଳ (c) ବାୟୁ (d) କୋଇଲା (e) ସୋଡ଼ା ପାଣି
ଉ –
ଦ୍ରବଣ – ସମୁଦ୍ରଜଳ ଓ ସୋଡ଼ାପାଣି ।

9. ନିମ୍ନଲିଖତ କେଉଁ ଉଦାହରଣରେ ଟିଣ୍ଡାଲ ସିଦ୍ଧାନ୍ତ ଦେଖୁହେବ ।
(a) ଲୁଣ ଦ୍ରବଣ (b) କ୍ଷୀର (c) କପର ସଲ୍‌ଟ୍ ଦ୍ରବଣ (d) ଷ୍ଟାର୍ଚ୍ଚ
ଉ –
କ୍ଷୀର ଓ ଷ୍ଟାର୍କ ଦ୍ରବଣରେ ଟାଇଣ୍ଡାଲ ପ୍ରଭାବ ଦେଖୁହେବ ।

10. ନିମ୍ନଲିଖତ ଦ୍ରବ୍ୟଗୁଡ଼ିକୁ ମୌଳିକ, ଯୌଗିକ ଓ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର ।
(a) ସୋଡ଼ିୟମ୍‌ (b) ମାଟି (c) ଚିନି ଦ୍ରବଣ (d) ରୁପା (e) କାଲସିୟମ୍ କାର୍ବୋନେଟ୍ (f) ଟିଣ (g) ସିଲିକନ୍ (h) କୋଇଲା (i) ବାୟୁ (j) ସାବୁନ (k) ମିଥେନ (l) କାର୍ବନ୍ ଡାଇଅକ୍‌ସାଇଡ୍ (m) ରକ୍ତ ।
ଉ –
ମୌଳିକ – ସୋଡ଼ିୟମ୍‌ (Na), ରୁପା (Ag), ଟିଣ (Sn), ସିଲିକନ୍ (Si)
ଯୌଗିକ – କ୍ୟାଲ୍‌ସିୟମ୍ କାର୍ବୋନେଟ୍ (CaCO3), ମିଥେନ୍ (CH4), କାର୍ବନ ଡାଇଅକ୍‌ସାଇଡ୍
ମିଶ୍ରଣ – ମାଟି, ଚିନି ଦ୍ରବଣ, ବାୟୁ, ସାବୁନ, ରକ୍ତ, କୋଇଲା

11. ନିମ୍ନଲିଖ ମଧ୍ୟରୁ କେଉଁଗୁଡ଼ିକ ରାସାୟନିକ ପରିବର୍ତ୍ତନ ?
ଉ –

  • ଏକ ଗଛର ବୃଦ୍ଧି
  • ଲୁହାରେ କଳଙ୍କି ଲାଗିବା
  • ଲୁହା ଗୁଣ୍ଡ ଓ ବାଲି ମିଶିବା
  • ଖାଦ୍ୟ ଚାନ୍ଦିବା
  • ଖାଦ୍ୟ ହଜମ ହେବା
  • ଜଳ ବରଫ ହେବା
  • ମହମବତୀ ଜଳିବା ।
    ରାସାୟନିକ ପରିବର୍ତ୍ତନ – ଗଛର ବୃଦ୍ଧି, ଲୁହାରେ କଳଙ୍କି ଲାଗିବା, ଖାଦ୍ୟ ରାନ୍ଧିବା, ଖାଦ୍ୟ ହଜମ ହେବା ମହମବତୀ ଜଳିବା ।

ପ୍ରଶ୍ନବଳୀ ଓ ଉତ୍ତର:

1. ପଦାର୍ଥ (Substance) କହିଲେ କ’ଣ ବୁଝ ?
ଉ-
ବସ୍ତ୍ର ହେଉଛି ଏକପ୍ରକାର ପଦାର୍ଥ ଯାହାକୁ ଭୌତିକ ଉପାୟରେ ଅନ୍ୟପ୍ରକାର ପଦାର୍ଥକୁ ପୃଥକ କରାଯାଇପାରିବ ।

ଉଦାହରଣ : ଖାଇବା ଲୁଣ (NaCl) ଏକ ବସ୍ତ ଯାହାର ରାସାୟନିକ ଉପାଦାନ, ଯଥା – ସୋଡିୟମ୍ (Na) ଓ କ୍ଲୋରିନ୍ (C) କୁ ଭୌତିକ ପ୍ରକ୍ରିୟାଦ୍ଵାରା ପୃଥକ୍ କରିହେବ ନାହିଁ ।

2. ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ମଧ୍ୟରେ ଥ‌ିବା ପାର୍ଥକ୍ୟଗୁଡ଼ିକ ଲେଖ ।
ଉ-
BSE Odisha 9th Class Physical Science Solutions Chapter 2 img-3

3. ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ପୃକ୍ତ ଦ୍ରବଣ ନେଇ ତାହାକୁ ଧୀରେ ଧୀରେ ଥଣ୍ଡା କଲେ କ’ଣ ହେବ ?
ଉ-
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ପୃକ୍ତ ଦ୍ରବଣ ନେଇ ତାହାକୁ ଧୀରେ ଧୀରେ ଥଣ୍ଡା କଲେ ତାହାର ଗାଢ଼ତା ବୃଦ୍ଧି ପାଇବ, ଅର୍ଥାତ୍ ଆମେ ଏକ ଗାଢ଼ ଦ୍ରବଣ ପାଇବା; କାରଣ ଏଥିରେ ଦ୍ରବର ପରିମାଣ ଅଧିକ ରହିଛି ।
BSE Odisha 9th Class Physical Science Solutions Chapter 2 img-4

4. ଉଦାହରଣ ସହ ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଅ ।
ଉ-
BSE Odisha 9th Class Physical Science Solutions Chapter 2 img-5

5. ସୋଲ, ଦ୍ରବଣ ଓ ଭାସମାନ କଣିକା ପରସ୍ପରଠାରୁ କିପରି ପୃଥକ୍, ବୁଝାଇ ଦିଅ ।
ଉ-
BSE Odisha 9th Class Physical Science Solutions Chapter 2 img-6

6. 293 K ତାପମାତ୍ରାରେ 100 ଗ୍ରାମ୍ ଜଳରେ 36 ଗ୍ରାମ୍‌ର ସୋଡ଼ିୟମ୍ କ୍ଲୋରାଇଡ୍ ମିଶାଇ ଏକ ପୃକ୍ତ ଦ୍ରବଣ ପ୍ରସ୍ତୁତ କରାଗଲା । ଏହାର ଗାଢ଼ତା ଉପରୋକ୍ତ ତାପମାତ୍ରାରେ ନିର୍ଣ୍ଣୟ କର ।
ଉ-
ଦ୍ରବ(ସୋଡ଼ିୟମ କ୍ଲୋରାଇଡ୍)ର ବସ୍ତୁତ୍ଵ = 36 ଗ୍ରାମ୍, ଦ୍ରାବକ(ଜଳ)ର ବସ୍ତତ୍ଵ = 100 ଗ୍ରାମ୍
ଦ୍ରବଣର ବସ୍ତୁତ୍ଵ = ଦ୍ରବର ବସ୍ତତ୍ଵ + ଦ୍ରାବକର ବସ୍ତତ୍ଵ = 100 + 36 = 136 ଗ୍ରାମ୍ ।
∴ ଦ୍ରବଣର ବସ୍ତୁତ୍ୱ ଶତକଡା ବା ଗାଢ଼ତା  BSE Odisha 9th Class Physical Science Solutions Chapter 2 img-7
× 100 = \(\frac { 36g }{ 136g }\) x 100 = 26.47%

7. ବାୟୁରେ ଥ‌ିବା ବିଭିନ୍ନ ଗ୍ୟାସ୍‌ଗୁଡ଼ିକୁ ସେମାନଙ୍କର ସ୍ଫୁଟନାଙ୍କର ବଦ୍ଧିତକ୍ରମରେ ସଜାଅ ।
ଉ-
BSE Odisha 9th Class Physical Science Solutions Chapter 2 img-8

8. ବାୟୁ ଥଣ୍ଡା ହେଲାବେଳେ କେଉଁ ଗ୍ୟାସ୍ ପ୍ରଥମେ ତରଳରେ ପରିଣତ ହୁଏ ?
ଉ-
ଆଂଶିକ ପାତନ ସ୍ତମ୍ଭରେ ବାୟୁ ଥଣ୍ଡା ହେଲାବେଳେ ଅକ୍ସିଜେନ୍ ଗ୍ୟାସ୍ ପ୍ରଥମେ ତରଳରେ ପରିଣତ ହୁଏ ।

9. ତୁମେ କିପରି ପରସ୍ପର ସହିତ ମିଶି ଯାଉଥବା କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ପୃଥକ୍ କରିପାରିବ ?
(ସେମାନଙ୍କର ସ୍ଫୁଟନାଙ୍କ ମଧ୍ୟରେ ପାର୍ଥକ୍ୟ 25°C ରୁ ଅଧ‌ିକ)
ଉ-

  • କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ଆଂଶିକ ପାତନ ପ୍ରଣାଳୀ ବ୍ୟବହାର କରି ପୃଥକ୍ କରାଯାଇ ପାରିବ । କାରଣ ଉଭୟ ତରଳ ବିଘଟିତ ନହୋଇ ଫୁଟିଥା’ନ୍ତି ଏବଂ ସେମାନଙ୍କର ସ୍ଫୁଟନାଙ୍କ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ଥାଏ ।
  • କିରୋସିନିର ସ୍ଫୁଟନାଙ୍କ ପରିସର 170°C ରୁ 250°C ଏବଂ ପେଟ୍ରୋଲର ସ୍ଫୁଟନାଙ୍କ ପରିସର 30°C ରୁ 170°C |
  • ଆଂଶିକ ପାତନ ଯନ୍ତ୍ରରେ କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ଉତ୍ତପ୍ତ କରାଗଲେ, ଏହା ବାଷ୍ପରେ ପରିଣତ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ସ୍ଫୁଟନାଙ୍କ ବିଶିଷ୍ଟ ଉତ୍ତପ୍ତ ବାଷ୍ପ ପାତନ ଯନ୍ତ୍ରରେ ଘନୀଭୂତ ହୋଇ ତରଳରେ ପରିଣତ ହୋଇଥାଏ ।
  • ପ୍ରଥମେ କିରୋସିନି 170°Cରୁ 250°C ସ୍ଫୁଟନାଙ୍କ ପରିସରରେ ଘନୀଭୂତ ହୋଇ ତରଳ ଅବସ୍ଥା ପ୍ରାପ୍ତ ହୋଇଥାଏ ଏବଂ ଆଂଶିକ ପାତନ ଯନ୍ତ୍ରର ଏକ କୋଠରିରେ ଜମା ହୋଇଥାଏ ।
  • ତା’ପରେ ପେଟ୍ରୋଲ 70°C ରୁ 170°C ସ୍ଫୁଟନାଙ୍କ ପରିସରରେ ଘନୀଭୂତ ହୋଇ ତରଳ ଅବସ୍ଥା ପ୍ରାପ୍ତ ହୋଇଥାଏ ଏବଂ ପାତନ ଯନ୍ତ୍ରର ଅନ୍ୟ ଏକ କୋଠରିରେ ଜମା ହୁଏ ।

10. ନିମ୍ନ ପ୍ରଦତ୍ତ ପ୍ରଶ୍ନରେ ପୃଥକ୍ କରିବା କୌଶଳମାନଙ୍କର ନାମ ଲେଖ । ପୃଥକ୍ କରିବା କୌଶଳର ନାମ
ଉ-

  • ଦହିରୁ ଲହୁଣୀ → କେନ୍ଦ୍ରାପସାରଣ
  • ସମୁଦ୍ରଜଳରୁ ଲୁଣ → ବାଷ୍ପୀଭବନ ଓ ସ୍ଫଟିକୀକରଣ
  • ଲୁଣରୁ କର୍ପୂର → ଊର୍ଷପାତନ

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

11. ସ୍ଫଟିକୀକରଣର କୌଶଳଦ୍ଵାରା କେଉଁ ପ୍ରକାର ମିଶ୍ରଣମାନଙ୍କୁ ପୃଥକ୍ କରାଯାଇଥାଏ ?
ଉ-

  • ସମୁଦ୍ର ଜଳ ଏକ ସମଜାତୀୟ ମିଶ୍ରଣ । ଏହି ଜଳରୁ ମିଳୁଥିବା ଲୁଣରେ ଅନେକ ଅପଦ୍ରବ ରହିଥାଏ । ଏହି ଅପଦ୍ରବମାନଙ୍କୁ ଅପସାରଣ କରିବା ପାଇଁ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ ।
  • ସ୍ଫଟିକୀକରଣ ପଦ୍ଧତିରେ ଦ୍ରବଣରୁ ଶୁଦ୍ଧ କଠିନକୁ ସ୍ଫଟିକ ଆକାରରେ ଅଲଗା କରାଯାଇଥାଏ । ଅଶୁଦ୍ଧ ନମୁନାରୁ ବିଶୁଦ୍ଧ କପର ସଲ୍‌ଫେଟ୍ (ଫିଟିକିରି) ପାଇବାପାଇଁ ମଧ୍ୟ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ ।

12. ନିମ୍ନଲିଖତ ପରିବର୍ତ୍ତନଗୁଡ଼ିକୁ ରାସାୟନିକ ବା ଭୌତିକ ଆକାରରେ ଶ୍ରେଣୀବିଭାଗ କର ।

  • ଗଛ କାଟିବା ।
  • ଆଲମାରୀରେ କଳଙ୍କି ଲାଗିବା (rusting) ।
  • ଜଳ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରାଇବାଦ୍ଵାରା ଜଳ ହାଇଡ୍ରୋଜେନ୍ ଓ ଅକ୍‌ସିଜେନ୍ ଗ୍ୟାସ୍‌ରେ ପରିଣତ ହେବା ।
  • ଜଳରେ ସାଧାରଣ ଲୁଣ ଦ୍ରବୀଭୂତ ହେବା ।
  • କାଗଜ ଓ କାଠକୁ ଜାଳିବା ।
  • ତାୱାରେ ଲହୁଣୀକୁ ତରଳାଇବା |
  • ଜଳର ସ୍ଫୁଟନ ଓ ବାଷ୍ପର ସୃଷ୍ଟି ।
  • କଞ୍ଚାଫଳରୁ ଏକ ଫଳସାଲାଡ଼ ତିଆରି କରିବା

ଉ-
ଭୌତିକ ପରିବର୍ତ୍ତନ

  • ଗଛ କାଟିବା ।
  • ତାୱାରେ ଲହୁଣୀକୁ ତରଳାଇବା |
  • ଜଳର ସ୍ଫୁଟନ ଓ ବାଷ୍ପର ସୃଷ୍ଟି ।
  • ଜଳରେ ସାଧାରଣ ଲୁଣ ଦ୍ରବୀଭୂତ ହେବା |

ରାସାୟନିକ ପରିବର୍ତ୍ତନ

  • ଆଲମାରୀରେ କଳଙ୍କି ଲାଗିବା (rusting) ।
  • ଜଳ ମଧ୍ୟରେ ବିଦ୍ୟୁତ୍ ପ୍ରବାହିତ କରାଇବା ଦ୍ଵାରା
  • ଜଳ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ଗ୍ୟାସ୍‌ରେ
  • ପରିଣତ ହେବା

କଞ୍ଚାଫଳରୁ ଏକ ଫଳ ସାଲାଡ୍ ତିଆରି କରିବା । କାଗଜ ଓ କାଠକୁ ଜାଳିବା

13. ତୁମ ଚାରିପଟେ ଥିବା ପଦାର୍ଥମାନଙ୍କୁ ବିଶୁଦ୍ଧ ପଦାର୍ଥ କିମ୍ବା ମିଶ୍ରଣ ଭାବରେ ଅଲଗା ଅଲଗା କର
ଉ-
BSE Odisha 9th Class Physical Science Solutions Chapter 2 img-9

କାର୍ଯ୍ୟାବଳୀ (Activity)

ତୁମପାଇଁ କାମ 2.1 :

ଗୋଟିଏ ଶ୍ରେଣୀର ପିଲାମାନଙ୍କୁ A, B, C, D ନାମକ ଚାରୋଟି ଗ୍ରୁପ୍‌ରେ ବିଭକ୍ତ କରାଯାଉ । A ଗ୍ରୁପ୍‌ର ପିଲାମାନଙ୍କୁ ଏକ ବିକରରେ 50 ମି.ଲି. ଜଳ ଓ ଏକ ଚାମଚ କପର ସଲ୍‌ଫେଟ୍ ଗୁଣ୍ଡ ଦିଆଯାଉ । B ଗ୍ରୁପ୍‌ର ପିଲାମାନଙ୍କୁ ଏକ ବିକରରେ 50 ମି.ଲି. ଜଳ ଓ ଦୁଇ ଚାମଚ କପର ସଲ୍‌ଫେଟ୍ ଗୁଣ୍ଡ ଦିଆଯାଉ ।
ଗ୍ରୁପ୍ C ଓ D ର ପିଲାମାନଙ୍କୁ ଭିନ୍ନ ପରିମାଣର କପର ସଲ୍‌ଫେଟ୍ ଏବଂ ପୋଟାସିୟମ୍ ପରମାଙ୍ଗାନେଟ୍ କିମ୍ବା ସାଧାରଣ ଲୁଣ (ସୋଡ଼ିୟମ୍‌ କ୍ଲୋରାଇଡ୍) ଦିଆଯାଉ । ସେମାନେ ନେଇଥିବା ଉପାଦାନଗୁଡ଼ିକୁ ମିଶାଇ ଅଲଗା ଅଲଗା ମିଶ୍ରଣ ପ୍ରସ୍ତୁତ କରନ୍ତୁ ।

ପର୍ଯ୍ୟବେକ୍ଷଣ :
ସବୁ ଗ୍ରୁପ୍‌ର ପିଲାମାନେ ମିଶ୍ରଣର ରଙ୍ଗ ଓ ରୂପବିନ୍ୟାସ ସଂପର୍କରେ ତଥ୍ୟ ସଂଗ୍ରହ କର ।
ଉ –

  • ଗ୍ରୁପ୍ A ଓ Bର ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣର ସଂଯୋଜନ (composition) ସବୁ ଅଂଶରେ ସମାନ । ଏହି ପ୍ରକାର ମିଶ୍ରଣକୁ ସମଜାତୀୟ (Homogeneous) ମିଶ୍ରଣ ବା ଦ୍ରବଣ କୁହାଯାଏ । ଚିନିପାଣି, ଲୁଣପାଣି ଆଦି ସମଜାତୀୟ ମିଶ୍ରଣର ଉଦାହରଣ ଅଟେ ।
  • କିନ୍ତୁ Bର ପିଲାମାନେ ପ୍ରସ୍ତୁତ କରିଥିବା କପର ସଲଫେଟ୍ ମିଶ୍ରଣର ରଙ୍ଗ ଗ୍ରୁପ୍ A ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣଠାରୁ ଅଧିକ ଗାଢ଼ ଅଟେ ।
    ସିଦ୍ଧାନ୍ତ : ଏଥରୁ ଜଣାଯାଏ ଯେ, ଏକ ସମଜାତୀୟ ମିଶ୍ରଣର ସଂଯୋଜନ ପରିବର୍ତ୍ତନଶୀଳ ହୋଇପାରେ ।
  • ଗ୍ରୁପ୍ C ଓ D ର ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣର ସଂଯୋଜନ ସବୁ ଅଂଶରେ ସମାନ ନୁହେଁ । ଏପ୍ରକାରର ମିଶ୍ରଣକୁ ଅସମଜାତୀୟ (Heterogeneous) ମିଶ୍ରଣ କୁହାଯାଏ ।
    ଉଦାହରଣ : ସୋଡ଼ିୟମ୍ କ୍ଲୋରାଇଡ୍ ଓ ଲୁହାଗୁଣ୍ଡର ମିଶ୍ରଣ, ଲୁଣ ଓ ଗନ୍ଧକର ମିଶ୍ରଣ, ତେଲ ଓ ଜଳର ମିଶ୍ର ମିଶ୍ରଣ ଇତ୍ୟାଦି ଅସମଜାତୀୟ ମିଶ୍ରଣର ଉଦାହରଣ ଅଟେ
    ସିଦ୍ଧାନ୍ତ : ଏକ ଅସମଜାତୀୟ ମିଶ୍ରଣର ଅଲଗା ଅଲଗା ଅଂଶ ରହିଥାଏ ।

ତୁମପାଇଁ କାମ 2.2 :
ପୁଣି ଥରେ ଶ୍ରେଣୀର ପିଲାମାନଙ୍କୁ ଚାରୋଟି ଗ୍ରୁପ୍ A, B, C ଓ D ନାମରେ ବିଭକ୍ତ କରାଯାଉ । A ଗ୍ରୁପ୍‌ର ପିଲାମାନଙ୍କୁ ଅଳ୍ପ ପରିମାଣର କପର ସଲ୍‌ଫେଟ୍ ସ୍ଫଟିକ, ଗ୍ରୁପ୍ Bର ପିଲାମାନଙ୍କୁ ପୂରା ଚାମଚ କପର ସଲ୍‌ଫେଟ୍, ଗ୍ରୁପ୍ C ର ପିଲାମାନଙ୍କୁ ଚକ୍‌ଗୁଣ୍ଡ ବା ଅଟାଗୁଣ୍ଡ ଏବଂ ଗ୍ରୁପ୍ Dର ପିଲାମାନଙ୍କୁ ଅଳ୍ପ କେତେ ଟୋପା କ୍ଷୀର ବା କାଳି ଦିଆଯାଉ । ପ୍ରତ୍ୟେକ ଗ୍ରୁପ୍ ପାତ୍ରରେ ଜଳ ନେଇ ସେମାନଙ୍କୁ ଦିଆଯାଇଥିବା ପଦାର୍ଥଗୁଡ଼ିକୁ ସେଥୁରେ ମିଶାଇ କାଚ ରଡ୍ ସାହାଯ୍ୟରେ ଗୋଳାନ୍ତୁ ।

ପର୍ଯ୍ୟବେକ୍ଷଣ : ମିଶ୍ରଣର କଣିକାଗୁଡ଼ିକ ଆଖୁକୁ ଦେଖାଯାଉଛି କି ?

ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣର କଣିକା ଆଖୁକୁ ଦେଖାଯାଉ ନାହିଁ; କିନ୍ତୁ ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣର କଣିକା ଆଖୁକୁ ଦେଖାଯାଉଛି ।

ଗୋଟିଏ ଟର୍ଚ୍ଚରୁ ନିର୍ଗତ ଆଲୋକ ରଶ୍ମିକୁ ବିକରରେ ଥିବା ମିଶ୍ରଣ ଉପରେ ଗୋଟିଏ ପଟରୁ ପକାଇ ଅନ୍ୟ ପଟରୁ ଲକ୍ଷ୍ୟ କର । ଆଲୋକ ରଶ୍ମିର ଗତିପଥ ଦେଖାଯାଉଛି କି ?

ଗ୍ରୁପ୍ A ଓ B ପ୍ରସ୍ତୁତ କରିଥିବା ମିଶ୍ରଣରେ ଆଲୋକ ରଶ୍ମିର ଗତିପଥ ଦେଖାଯିବ ନାହିଁ । ଗ୍ରୁପ୍ C ଓ D ପ୍ରସ୍ତୁତ କରିଥିବା ମିଶ୍ରଣରେ ଆଲୋକ ରଶ୍ମିର ଗତିପଥ ଦେଖାଯିବ ।

ମିଶ୍ରଣକୁ କିଛି ସମୟ ପାଇଁ ସ୍ଥିର ରଖାଯାଉ । ମିଶ୍ରଣଟି ସ୍ଥିର ରହିଛି ନା ତା’ର କଣିକାଗୁଡ଼ିକୁ ବିକରର ନିମ୍ନରେ ବସିଯିବା ପାଇଁ କିଛି ସମୟ ଆବଶ୍ୟକ କରୁଛି ?

ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣଗୁଡ଼ିକ ସ୍ଥିର ରହିବ । କିନ୍ତୁ ଗ୍ରୁପ୍ ୯ ପ୍ରସ୍ତୁତ କରିଥିବା ମିଶ୍ରଣର କଣିକାଗୁଡ଼ିକୁ ବିକରର ନିମ୍ନରେ ବସିଯିବା ପାଇଁ କିଛି ସମୟ ନେବେ ।

ମିଶ୍ରଣକୁ ଫିଲ୍ଟର କାଗଜ ବ୍ୟବହାର କରି ଛାଣ । ଫିଲ୍ଟର କାଗଜରେ କିଛି ଅବଶେଷ ରହିଛି କି ?

ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣକୁ ଫିଲ୍ଟର କାଗଜରେ ଛାଣିଲେ କିଛି ଅବଶେଷ ରହିବ ନାହିଁ । କିନ୍ତୁ ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣକୁ ଫିଲ୍‌ଟର କାଗଜରେ ଛାଣିଲେ ଅବଶେଷ ରହିଯିବ ।
ସିଦ୍ଧାନ୍ତ : : ଗ୍ରୁପ୍ A ଓ B ପ୍ରସ୍ତୁତ କରିଥିବା ମିଶ୍ରଣ ଦ୍ରବଣ, ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣ ସସ୍ପେନ୍ ସନ ଏବଂ ଗ୍ରୁପ୍ D ପ୍ରସ୍ତୁତ କରିଥିବା ମିଶ୍ରଣ କଲଏଡ୍ ଅଟେ ।

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

ତୁମପାଇଁ କାମ 2.3 :

ଦୁଇଟି ବିକରରେ ପାଖାପାଖୁ 50 ମି.ଲି. ଲେଖାଏଁ ଜଳ ନିଆଯାଉ । ଗୋଟିଏ ବିକରରେ ଲୁଣ ଓ ଅନ୍ୟ ବିକରରେ ଚିନି ମିଶାଇ ଲଗାତର ଭାବେ ଗରମ କରାଯାଉ । ଯେତେବେଳେ ଆଉ ଅଧ୍ବକ ଦ୍ରବ ମିଶିପାରିବ ନାହିଁ, ସେତେବେଳେ ବିକରକୁ ଗରମ କରି ସେଥ‌ିରେ ଥ‌ିବା ଦ୍ରବଣର ତାପମାତ୍ରା ପ୍ରାୟ 5°C ବୃଦ୍ଧି କରାଯାଉ । ପୁନଶ୍ଚ ସେଥୁରେ ଦ୍ରବ ମିଶାଇବା ଆରମ୍ଭ କରାଯାଉ ।

ପର୍ଯ୍ୟବେକ୍ଷଣ :
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଲୁଣ ଓ ଚିନିର ପରିମାଣ କ’ଣ ସମାନ ?

ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଲୁଣ ଓ ଚିନିର ପରିମାଣ ଅସମାନ ।
ସିଦ୍ଧାନ୍ତ : ଏକ ନିର୍ଦ୍ଦିଷ୍ଟ ତାପମାତ୍ରାର ଏକ ପ୍ରଦତ୍ତ ଦ୍ରାବକରେ ଭିନ୍ନ ଭିନ୍ନ ବସ୍ତର ଦ୍ରବଣୀୟତା ଭିନ୍ନ ଭିନ୍ନ ହୋଇଥାଏ ।

ପୃକ୍ତ ଦ୍ରବଣ :

  • ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ (Saturated solution) କୁହାଯାଏ ।
  • ଗୋଟିଏ ପୃକ୍ତ ଦ୍ରବଣରେ ଏହି ତାପମାତ୍ରାରେ ଯେଉଁ ପରି ମାଣର ଦ୍ରବ ରହିଥାଏ, ତାହାକୁ ଦ୍ରବଣୀୟତା (Solubility) କୁହାଯାଏ ।

ଅପରିପୃକ୍ତ ଦ୍ରବଣ :

  • ଯଦି ଗୋଟିଏ ଦ୍ରବଣରେ ଦ୍ରବର୍ ପରିମାଣ ଏହାର ପୃକ୍ତ ସ୍ତରଠାରୁ କମ୍ ଥାଏ ତେବେ ତାହାକୁ ଅପରିପୃକ୍ତ 996 (Unsaturated solution)
  • ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣ (ବସ୍ତୁତ୍ଵ କିମ୍ବା ଆୟତନ)ର ଦ୍ରବଣ ବା ଦ୍ରାବକରେ ଦ୍ରବୀଭୂତ ହୋଇଥିବା ଦ୍ରବର ପରିମାଣଦ୍ଵାରା ଦ୍ରବଣର ଗାଢ଼ତା ପ୍ରକାଶ କରାଯାଏ ।

ତୁମପାଇଁ କାମ 2.4 :
ଗୋଟିଏ ବିକରର ଅଧା ପର୍ଯ୍ୟନ୍ତ ପାଣିନେଇ ଏକ ୱାଚ୍ ଗ୍ଲାସ୍ ଉପରେ ରଖାଯାଉ । କିଛି ବୁନ୍ଦା କାଳି ଏହି ୱାଚ୍ ଗ୍ଲାସ୍ ଉପରେ ରଖ୍ ବିକରଟିକୁ ଗରମ କରାଯାଉ । ୱାସ୍‌ରୁ ବାଷ୍ପୀଭବନ ହେବାକୁ ଆରମ୍ଭ କରିବ । ଗରମ କରିବା ଚାଲୁରଖୁଲେ ବାଷ୍ପୀଭବନ ଘଟିବ ଏବଂ ଗରମ କରିବା ବନ୍ଦ କରିଦେଲେ ୱାଚ୍ ଗ୍ଲାସ୍‌ରେ ଅଧିକ କିଛି ପରିବର୍ତ୍ତନ ହେବ ନାହିଁ ।

ପର୍ଯ୍ୟବେକ୍ଷଣ :

ୱାଚ୍ ଗ୍ଲାସ୍‌ରୁ କିଏ ବାଷ୍ପୀଭୂତ ହୋଇଛି ବୋଲି ଭାବୁଛ ?
ଉ –
ୱାଚ୍ ଗ୍ଲାସ୍‌ରୁ ଜଳ ବାଷ୍ପୀଭୂତ ହୋଇଛି ।

ୱାଚ୍ ଗ୍ଲାସ୍‌ରେ କିଛି ଅବଶେଷ ରହିଛି କି ?
ଉ –
ୱାଚ୍ ଗ୍ଲାସ୍‌ରେ ରଞ୍ଜକର ଅବଶେଷ ରହିଛି ।

ତୁମର ମତ କ’ଣ ? କାଳି ଗୋଟିଏ ଏକକ ବସ୍ତୁ (ଶୁଦ୍ଧ) ନା ଏକ ମିଶ୍ରଣ ?
ଉ –
କାଳି ଜଳରେ ରଞ୍ଜକର ଏକ ମିଶ୍ରଣ ।

ସିଦ୍ଧାନ୍ତ : ଏଥୁରୁ ଜଣାଗଲା ଯେ, କାଳି ହେଉଛି ତରଳରେ ରଙ୍ଗର ଏକ ମିଶ୍ରଣ । ବାଷ୍ପୀଭବନ ପ୍ରଣାଳୀରେ ଉଦ୍‌ବାୟୀ ଉପାଦାନ (ତରଳ ଦ୍ରାବକ)କୁ ଅଣ ଉଦ୍‌ବାୟୀ ଉପାଦାନ (ଦ୍ରବ) ଠାରୁ ପୃଥକ୍ କରିହେବ ।

BSE Odisha 9th Class Physical Science Solutions Chapter 2 img-10

(b) କ୍ଷୀରରୁ ସରର ପୃଥକୀକରଣ :

ତୁମପାଇଁ କାମ 2.5 :
ସଂପୂର୍ଣ୍ଣ ସରଥବା କ୍ଷୀର ଏକ ପରୀକ୍ଷା ନଳୀରେ ନିଆଯାଉ । ଦୁଇ ମିନିଟ୍ ପାଇଁ ଏକ ସେଣ୍ଟ୍ରିଫ୍ୟୁଜିଂ ଯନ୍ତ୍ର (Centrifusing machine) ବା ମନ୍ଥନ ଦଣ୍ଡ ସାହାଯ୍ୟରେ ଏହାକୁ ଘୂର୍ଣ୍ଣନ କରାଯାଉ ।

ପର୍ଯ୍ୟବେକ୍ଷଣ :

କ୍ଷୀରକୁ ମନ୍ଥନ କରିସାରିବା ପରେ ତୁମେ କ’ଣ ଲକ୍ଷ୍ୟ କଲ ?
ଉ –
କ୍ଷୀରକୁ ମନ୍ଥନ କରିସାରିବା ପରେ କ୍ଷୀରରୁ ସର ପୃଥକ୍ ହୋଇଯାଏ ।

କ୍ଷୀରରୁ ସର କିପରି ଅଲଗା କରାଯାଇ ପାରିବ, ବୁଝାଇ ଦିଅ ।
ଉ-
କେନ୍ଦ୍ରାପସାରଣ ପଦ୍ଧତିରେ ମିଶ୍ରଣର କଣିକାମାନେ ଦ୍ରୁତ ବେଗରେ ଘୂରିଲାବେଳେ ଅଧିକ ସାନ୍ଦ୍ରତା ବିଶିଷ୍ଟ କଣିକାଗୁଡ଼ିକ ତଳେ ବସିଯାଏ ଏବଂ ହାଲୁକା କଣିକାଗୁଡ଼ିକ ଉପରେ ରହିଯାଏ । ତେଣୁ ସେମାନଙ୍କର ପୃଥକୀକରଣ ହୋଇଥାଏ ।

କେନ୍ଦ୍ରାପସାରଣ ପଦ୍ଧତିର ପ୍ରୟୋଗ

  • ରୋଗନିର୍ଣ୍ଣୟ ବିଜ୍ଞାନାଗାରରେ ରକ୍ତ ଓ ମୂତ୍ର ପରୀକ୍ଷା ପାଇଁ ବ୍ୟବହୃତ ହୁଏ ।
  • ଦୁଗ୍‌ଧ ଜାତୀୟ ପଦାର୍ଥର ଉତ୍ପାଦନ କେନ୍ଦ୍ର ଓ ଘରେ ସରରୁ ଲହୁଣୀ ପ୍ରସ୍ତୁତ ପାଇଁ ବ୍ୟବହୃତ ହୁଏ ।
  • ଲୁଗାସ। ମେସିନ୍‌ରେ ଓଦା ଲୁଗାରୁ ଜଳ ଅପସାରଣ କରିବାପାଇଁ ବ୍ୟବହୃତ ହୁଏ ।
  • ଦୁଇଟି ମିଶୁନଥୁବା ତରଳ ପଦାର୍ଥର ମିଶ୍ରଣର ପୃଥକୀକରଣ :

ତୁମପାଇଁ କାମ 2.6 :
କିରୋସିନି ତେଲ ଓ ଜଳର ମିଶ୍ରଣକୁ ଏକ ପୃଥକକାରୀ ଫନେଲ୍‌ରେ ଢଳାଯାଉ । ଏହାକୁ କିଛି ସମୟ ପାଇଁ ହଲଚଲ ନ କରି ରଖୁଲେ କିରୋସିନି ଓ ଜଳର ପୃଥକ୍ ପୃଥକ୍ ସ୍ତର ସୃଷ୍ଟିହେବ । ପୃଥକ୍‌କାରୀ ଫନେଲ୍‌ର ଷ୍ଟପ୍‌କକ୍ (stopcock) ଖୋଲି ଦିଆଯାଉ ଓ ତଳସ୍ତରରେ ଥ‌ିବା ଜଳକୁ ଯତ୍ନ ସହକାରେ ତଳମୁହଁ ବାଟେ କାଢ଼ିନିଆଯାଉ । ପୃଥକ୍‌କାରୀ ଫନେଲ୍‌ର ଉପର ସ୍ତରରେ ଥିବା ତେଲ ଯେତେବେଳେ ଷ୍ଟପ୍‌କକ୍ ନିକଟକୁ ଖସିଆସିବ ସେତେବେଳେ ଷ୍ଟପ୍‌କକ୍‌କୁ ମୋଡ଼ି ପୁନର୍ବାର ବନ୍ଦ କରିଦିଆଯାଉ ।
BSE Odisha 9th Class Physical Science Solutions Chapter 2 img-11

ପର୍ଯ୍ୟବେକ୍ଷଣ : ଏଥୁରୁ ଜଣାଗଲା ଯେ, କିରୋସିନି ତେଲର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହୋଇଥିବାରୁ ତାହା ଜଳର ଉପର ସ୍ତରରେ ରହିଲା । ଫଳରେ ପୃଥକକାରୀ ଫନେଦ୍ଵାରା ଜଳ ସହଜରେ ଅଲଗା ହୋଇପାରିଲା ।

ସିଦ୍ଧାନ୍ତ : ଦୁଇଟି ମିଶି ପାରୁନଥ‌ିବା ତରଳକୁ ସେମାନଙ୍କର ସାନ୍ଦ୍ରତା ପାର୍ଥକ୍ୟ ଯୋଗୁଁ ଦୁଇଟି ସ୍ତରରେ ପୃଥକ୍ କରିହୁଏ ।

ପୃଥକକାରୀ ଫନେଲ୍ ପଦ୍ଧତିର ପ୍ରୟୋଗ :

  • ଏହା ତେଲ ଓ ଜଳର ମିଶ୍ରଣକୁ ଅଲଗା କରେ ।
  • ଲୁହାକୁ ତାହାର ଧାତୁପିଣ୍ଡରୁ ଅଲଗା କଲାବେଳେ ହାଲୁକା ଧାତୁମଳ (slag)କୁ ଉପରସ୍ତରରୁ ଅଲଗା କରି ଦିଆଯାଏ ଏବଂ ତରଳ ଲୁହା ଫର୍ସେସ୍ ତଳେ ରହିଯାଏ ।

(d) ଲୁଣ ଓ ଏମୋନିୟମ୍ କ୍ଲୋରାଇଡ୍ ମିଶ୍ରଣର ପୃଥକୀକରଣ :

  • ଏମୋନିୟମ୍ କ୍ଲୋରାଇଡ୍ ଊର୍ଦ୍ଧ୍ବପାତୀ (Sublimate) ଉଦ୍‌ୟୀ ପଦାର୍ଥ ଏବଂ ଲୁଣ ଅଣଊର୍ଷପାତୀ (non-sublimate) ପଦାର୍ଥ ଅଟେ ।
  • ଏ ପ୍ରକାର ମିଶ୍ରଣର ପୃଥକୀକରଣ ପାଇଁ ଊର୍ଦ୍ଧ୍ୱ ପାତନ ପ୍ରଣାଳୀ ଅବଲମ୍ବନ କରାଯାଏ ।
  • କେତେକ କଠିନ ଊର୍ଦ୍ଧ୍ୱ ପାତୀର ଊର୍ଦ୍ଧ୍ଵ ପାତୀର ଉଦାହରଣ ହେଲା – ଏମୋନିୟମ୍ କ୍ଲୋରାଇଡ୍, କର୍ପୂର, ନାଫ୍‌ଲିନ୍ ଏବଂ ଆନ୍ତଃସିନ୍ ।

(e) କଳା କାଳିର ରଞ୍ଜକ ଏକ ରଙ୍ଗ ବିଶିଷ୍ଟ କି ?

ତୁମପାଇଁ କାମ 2.7 :
ଫିଲ୍ ଟର କାଗଜର ଏକ ସରୁ ପଟ୍ଟ (Strip)ର ତଳଧାରରୁ ପ୍ରାୟ 3 ସେ.ମି. ଉପରେ ପେନ୍‌ସିଲ୍ ବ୍ୟବହାର କରି ଏକ ଗାର ଟଣାଯାଉ । ଗୋଟିଏ କାଳିକଲମରୁ ଏକ ଛୋଟ ବୁନ୍ଦା କାଳି ଏହି ଗାରର ମଧ୍ୟଭାଗରେ ପକାଇ ଏହାକୁ ଶୁଖୁବାକୁ ଦିଆଯାଉ । ଜଳଥିବା ଏକ ବିକର୍ ଭିତରେ ଫିଲ୍‌ଟର୍ ପେପରକୁ ପୂରାଯାଉ; ଯେପରି କାଳିବୁନ୍ଦାଟି ଜଳସ୍ତରର ଠିକ୍ ଉପରକୁ ରହିବ । ଏହାକୁ ହଲଚଲ ନ କରି ରଖାଯାଉ ।
BSE Odisha 9th Class Physical Science Solutions Chapter 2 img-12
BSE Odisha 9th Class Physical Science Solutions Chapter 2 img-13

ପର୍ଯ୍ୟବେକ୍ଷଣ :
କାଗଜ ଉପରେ ତୁମେ କ’ଣ ଲକ୍ଷ୍ୟ କାଗଜ ଉପରେ ତୁମେ କ’ଣ ଲକ୍ଷ୍ୟ କରୁଛ ?
ଉ –
ଜଳ ଉପର କୁ ଉଠି ଲାବେଳେ ଫିଲ୍‌ ଟର କାଗଜ ଉପରେ ବିଭିନ୍ନ ରଙ୍ଗ ଦେଖାଯିବ ।

ତୁମେ କ’ଣ ଫିଲ୍ଟର କାଗଜ ପଲ୍ଲୀରେ ବିଭିନ୍ନ ପ୍ରକାର ରଙ୍ଗ ପାଉଛି କି ?
ଉ –
ହଁ, ଫିଲ୍ଟର କାଗଜ ପଲ୍ଲୀରେ ବିଭିନ୍ନ ପ୍ରକାର ରଙ୍ଗ ମିଳିବ ।

ତୁମ ମତରେ ଫିଲ୍ଟର କାଗଜ ପଲ୍ଲୀରେ ରଙ୍ଗୀନ ଦାଗ ଉପରକୁ ଉଠିବାର କାରଣ କ’ଣ ହୋଇପାରେ

ସିଦ୍ଧାନ୍ତ :
କାଳି ବିଭିନ୍ନ ରଙ୍ଗରେ ତିଆରି ହୋଇଥିବାରୁ ଫିଲ୍ଟର କାଗଜ ପଟ୍ଟରେ ରଙ୍ଗୀନ ଦାଗ ଉପରକୁ ଉଠେ । ଏଥିରୁ ଜଣାଗଲା ଯେ, କାଳିରେ ଜଳ ଦ୍ରାବକ ଓ ରଞ୍ଜକ ହେଉଛି ଦ୍ରବ । ଜଳ ଫିଲ୍‌ଟର୍‌ କାଗଜରେ ଉପରକୁ ଉଠିଲାବେଳେ ସେହି ଜଳ ନିଜ ସାଙ୍ଗରେ ରଞ୍ଜକର କଣିକାଗୁଡ଼ିକୁ ନେଇ ଉପରକୁ ଉଠେ । ଗୋଟିଏ ରଞ୍ଜକ ସାଧାରଣତଃ ଦୁଇ ବା ତତୋଧ୍ଵକ ରଙ୍ଗର ମିଶ୍ରଣ ଅଟେ । ରଙ୍ଗର ଯେଉଁ ଉପାଦାନ ଜଳରେ ବେଶୀ ଦ୍ରବଣୀୟ ତାହା ଶୀଘ୍ର ଉପରକୁ ଉଠିଥାଏ ଏବଂ ଏହି ପ୍ରଣାଳୀରେ ରଞ୍ଜକର ରଙ୍ଗଗୁଡ଼ିକ ପୃଥକ୍ କରାଯାଏ ।

କ୍ରୋମାଟୋଗ୍ରାଫି (Chromatography) :
ଯେଉଁ ପ୍ରଣାଳୀକୁ ବ୍ୟବହାର କରି ଗୋଟିଏ ଦ୍ରାବକରେ ଦ୍ରବୀଭୂତ ହୋଇଥବା ଏକାଧ୍ୟକ ଦ୍ରବମାନଙ୍କୁ ପୃଥକ କରାଯାଏ ତାହାକୁ କ୍ରୋମୋଟାଗ୍ରାଫି କୁହାଯାଏ ।

କ୍ରୋମାଟୋଗ୍ରାଫିର ପ୍ରୟୋଗ :

  • ଏହା ରଞ୍ଜକରେ ଥ‌ିବା ରଙ୍ଗମାନଙ୍କୁ ଅଲଗା କରେ ।
  • ଏହା ପ୍ରାକୃତିକ ରଙ୍ଗରୁ ବର୍ଣ୍ଣକଣା (pigments) ମାନଙ୍କୁ ଅଲଗା କରେ ।
  • ଏହା ନିଶାଦ୍ରବ୍ୟରୁ ରକ୍ତକୁ ଅଲଗା କରେ ।

ଦୁଇଟି ମଣିଷ।ଇଥିବା ତରଳ ପଦାର୍ଥର ମିଶ୍ରଣର ପୃଥକୀକରଣ

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

ତୁମପାଇଁ କାମ 2.8 :
ଏକ ପାତନ ଫ୍ଲାସ୍କରେ ଏସିଟୋନ୍ ଓ ଜଳର ମିଶ୍ରଣକୁ ନିଆଯାଉ । ଏଥରେ ଏକ ଥର୍ମୋମିଟର ସଂଯୋଗ କରାଯାଉ । ଥର୍ମୋମିଟର ଉପରେ ଲକ୍ଷ୍ୟ ରଖ୍ ଏହି ମିଶ୍ରଣକୁ ଧୀରେ ଧୀରେ ଗରମ କଲେ ଏସିଟୋନ୍ ବାଷ୍ପୀଭୂତ ହୋଇ କଣ୍ଟେନସର୍‌କୁ ଚାଲିଯିବ ଓ ସେଥୁରେ ଘନୀଭୂତ ହେବ । ଏହାକୁ କଣ୍ଟେନ୍‌ସର୍‌ର ବହିଃଗମନ ପଥଦେଇ ସଂଗ୍ରହ କରିହେବ । ପାତନ ଫ୍ଲାସ୍କ ମଧ୍ୟରେ ଜଳ ରହିଯିବ ।

ପର୍ଯ୍ୟବେକ୍ଷଣ :
ମିଶ୍ରଣ ଗରମ ହେବାକୁ ଆରମ୍ଭ ହେଲାବେଳେ, ତୁମେ କ’ଣ ଦେଖିଲ ?
ଉ –
ଏସିଟୋନ୍ ବାଷ୍ପୀଭୂତ ହୋଇ କଣ୍ଟେନ୍ ସର ଆଡ଼କୁ ଗତି କଲା ।

କେଉଁ ତାପମାତ୍ରାରେ ଥର୍ମୋମିଟରର ପଠନାଙ୍କ (reading) କିଛି ସମୟ ପାଇଁ ସ୍ଥିର ରହିଲା ?
ଉ –
78.3°C

ଏସିଟୋନ୍ ର ସ୍ଫୁଟନାଙ୍କ କେତେ ?
ଉ –
78.3°C

କାହିଁକି ଦୁଇଟି ଉପାଦାନ ଅଲଗା ହେଲା ?
ଉ-
କାରଣ ଉପାଦାନ ଦୁଇଟିର ସ୍ଫୁଟନାଙ୍କ ଭିନ୍ନ ।

ସିଦ୍ଧାନ୍ତ : ଏହି ପ୍ରଣାଳୀକୁ ପାତନ କୁହାଯାଏ । ଦୁଇଟି ମିଶି ଯାଇଥବା ତରଳମାନଙ୍କର ସ୍ଫୁଟନାଙ୍କ ତାପମାତ୍ରାରେ ଯଥେଷ୍ଟ ପାର୍ଥ କ୍ୟ ଥାଏ ଓ ଉତ୍ତପ୍ତ ହୋଇ ଫୁଟିଲାବେଳେ ଅପଘଟିତ ହୁଅନ୍ତି ନାହିଁ, ସେହି ତରଳ ମିଶ୍ରଣର ଉପାଦାନଗୁଡ଼ିକୁ ପୃଥକ୍ କରିବା ପାଇଁ ଏହି ପ୍ରଣାଳୀ ବ୍ୟବହୃତ ହୁଏ ।
BSE Odisha 9th Class Physical Science Solutions Chapter 2 img-14
BSE Odisha 9th Class Physical Science Solutions Chapter 2 img-15

ଆଂଶିକ ପାତନ ପ୍ରଣାଳୀ :

  • ଯେଉଁ ଉପାଦାନଗୁଡ଼ିକର ସ୍ଫୁଟନାଙ୍କ ମଧ୍ୟରେ ପାର୍ଥକ୍ୟ 25Kରୁ କମ୍ ଅଟେ, ସେହି ପ୍ରକାରର ଦୁଇ ବା ଅଧିକ (ମିଶିଯାଇଥିବା) ତରଳମାନଙ୍କ ମିଶ୍ରଣକୁ ଆଂଶିକ ପାତନ ପ୍ରଣାଳୀରେ ପୃଥକ୍ କରାଯାଏ ।
  • ଉଦାହରଣ ସ୍ଵରୂପ, ବାୟୁରୁ ବିଭିନ୍ନ ପ୍ରକାର ଗ୍ୟାସୀୟ ଉପାଦାନକୁ ଅଲଗା କରାଯାଏ । ପେଟ୍ରୋଲିୟମ୍ ଜାତ ଦ୍ରବ୍ୟରେ ଥିବା ଛୋଟ ଛୋଟ ଅଂଶବିଶେଷକୁ ଆଂଶିକ ପାତନ ପ୍ରଣାଳୀରେ ଅଲଗା କରାଯାଏ ।

ବାୟୁରୁ ବିଭିନ୍ନ ଗ୍ୟାସ୍‌ଗୁଡ଼ିକର ପୃଥକୀକରଣ :
BSE Odisha 9th Class Physical Science Solutions Chapter 2 img-16

  • ବାୟୁ ହେ ଉଛି ଏକ ସମଜାତୀୟ ମିଶ୍ରଣ ।
  • ଆଂଶିକ ପାତନ ପ୍ରଣାଳୀରେ ବାୟୁ ମଧ୍ୟରେ ଥ‌ିବା ଉପାଦାନଗୁଡ଼ିକୁ ଅଲଗା କରାଯାଏ ।
  • ବାୟୁରୁ ଏକ ନିର୍ଦ୍ଦିଷ୍ଟ ଗ୍ୟାସ୍‌ ପାଇବାକୁ ହେଲେ ବାୟୁରେ ରହିଥ‌ିବା ଅନ୍ୟ ସମସ୍ତ ଗ୍ୟାସ୍‌କୁ ଅଲଗା କରିବାକୁ ହେବ ।
  • ବାୟୁର ଚାପ ବୃଦ୍ଧିକରି ତାହାକୁ ସଙ୍କୁଚିତ କରିବା ପରେ ତାହାର ତାପମାତ୍ରାକୁ ହ୍ରାସ କଲେ ତରଳ ବାୟୁ ମିଳିବ ।
  • ଆଂଶିକ ପାତନ ସ୍ତମ୍ଭରେ ତରଳ ବାୟୁକୁ ଧୀରେ ଧୀରେ ଗରମ କଲେ ବାୟୁରେ ଥ‌ିବା ଗ୍ୟାସ୍‌ମାନେ ସେମାନଙ୍କ ସ୍ଫୁଟନାଙ୍କ ଅନୁ ସାରେ ଭିନ୍ନ ଭିନ୍ନ ଉଚ୍ଚତାରେ ଅଲଗା ହୋଇଯିବେ ।

BSE Odisha 9th Class Physical Science Solutions Chapter 2 img-17 BSE Odisha 9th Class Physical Science Solutions Chapter 2 img-18

ତୁମପାଇଁ କାମ 2.9 :
ଏକ ଚିନାପାତ୍ରରେ ପ୍ରାୟ 5g ଅଶୁଦ୍ଧ କପର ସଲ୍‌ଫେଟ୍‌ର ନମୁନା ନିଆଯାଉ । ଏହାକୁ ସର୍ବନିମ୍ନ ପରିମାଣର ପାଣିରେ ଦ୍ରବୀଭୂତ କରି ଏଥୁରୁ ଅପଦ୍ରବ ପଦାର୍ଥକୁ ଛାଣି ବାହାରକରି ଦିଆଯାଉ । ପୃକ୍ତ ଦ୍ରବଣ ପାଇବାପାଇଁ
ଦିଆଯାଉ ଓ ଦିନକ ପାଇଁ ହଲଚଲ୍ ନକରି ଘର ତାପମାତ୍ରା (room temperature)ରେ ଧୀରେ ଧୀରେ ଥଣ୍ଡା ହେବାକୁ ଛାଡ଼ି ଦିଆଯାଉ । ଚିନା ପାତ୍ରରେ କପର ସଲ୍‌ଫେଟ୍‌ର ସ୍ଫଟିକ ମିଳିବ । ଏହି ପ୍ରଣାଳୀକୁ ସ୍ଫଟିକୀକରଣ (crystallisation) କୁହାଯାଏ ।

ପର୍ଯ୍ୟବେକ୍ଷଣ :
ଚିନାପାତ୍ରରେ ତୁମେ କ’ଣ ନିରୀକ୍ଷଣ କଲ ?
ଉ-
ଚିନାପାତ୍ରରେ କିଛି ନୀଳବର୍ଷର ସ୍ଫଟିକ ଦେଖୁଲୁ ।

ସ୍ଫଟିକଗୁଡ଼ିକ କ’ଣ ଏକାଭଳି ଦେଖାଯାଉଛି ?
ଉ-
ହଁ, ସ୍ଫଟିକଗୁଡ଼ିକ ଏକାଭଳି ଦେଖାଯାଉଛି ।

ଚିନାପାତ୍ରରେ ଥିବା ତରଳ ମଧ୍ୟରୁ ତୁମେ କିପରି ସ୍ଫଟିକଗୁଡ଼ିକୁ ପୃଥକ କରିପାରିବ ?
ଉ –
ଚିନାପାତ୍ରରେ ଥିବା ତରଳକୁ ଏକ ଚାଲୁଣୀରେ ଜାଣିଲେ ସ୍ଫଟିକଖୁଡିକ ଚାଲୁଣୀରେ ରହିଯିବ ଓ ତରଳ ଛାଣି ହୋଇଯିବ ।

ସିଦ୍ଧାନ୍ତ : ସମୁଦ୍ର ଜଳରୁ ମିଳୁଥିବା ଲୁଣରେ ଅନେକ ଅପଦ୍ରବ ରହିଥାଏ । ଏହି ଅପଦ୍ରବମାନଙ୍କୁ ଅପସାରଣ କରିବା ପାଇଁ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ । ଏହି ପ୍ରକ୍ରିୟାରେ ଦ୍ରବଣରୁ ଶୁଷ୍କ କଠିନକୁ ସ୍ଫଟିକ ରୂପେ ପୃଥକ କରାଯାଏ

ସ୍ଫଟିକୀକରଣ : ଯେଉଁ ପ୍ରକ୍ରିୟାରେ ଦ୍ରବଣରୁ ଶୁଦ୍ଧ କଠିନକୁ ପୃଥକ କରାଯାଏ, ତାହାକୁ ସ୍ଫଟିକୀକରଣ କୁହାଯାଏ ।

  • ସ୍ଫଟିକୀକରଣ ପଦ୍ଧତିରେ ଦ୍ରବଣରୁ ଶୁଦ୍ଧ କଠିନକୁ ସ୍ଫଟିକ ଆକାରରେ ଅଲଗା କରାଯାଇଥାଏ ।
  • ସ୍ଫଟିକୀକରଣ କୌଶଳ ଅଧିକ ଭଲ କାରଣ –
  • ଶୁଷ୍କ ହେବା ପର୍ଯ୍ୟନ୍ତ ଗରମ କଲେ କେତେକ କଠିନ ବିଘଟିତ ହୋଇଯାଆନ୍ତି ଅଥବା ଆଉ କେତେକ କଠିନ ତିନିପରି ସମ୍ପୁର୍ଣ୍ଣଭାବରେ ପୋଡ଼ିଯାଇ କଳା ହୋଇଯାଆନ୍ତି
  • ପରିସ୍ରବଣ ପରେ ବି କେତେକ ଅପଦ୍ରବ ଦ୍ରବଣରେ ଦ୍ରବୀଭୂତ ହୋଇ ରହିଯାଇପାରେ । ବାଷ୍ପୀଭବନ ସମୟରେ ସେଗୁଡ଼ିକ କଠିନକୁ ଦୂଷିତ କରିଥାଏ।

ସ୍ଫଟିକୀକରଣ ପ୍ରୟୋଗ :
(a) ସମୁଦ୍ର ଜଳରୁ ବିଶୁଦ୍ଧ ଲୁଣ ମିଳିଥାଏ । (b) ଅଶୁଦ୍ଧ ନମୁନାରୁ ଫିଟିକିରିର ସ୍ଫଟିକ ମିଳିଥାଏ ।
(iv) ସହରମାନଙ୍କରେ ଜଳଯୋଗାଣ ସଂସ୍ଥା ପିଇବାପାଣି ଯୋଗାଇଥା’ନ୍ତି । ଜଳଯୋଗାଣ ସଂସ୍ଥାରୁ ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଏ ।
BSE Odisha 9th Class Physical Science Solutions Chapter 2 img-19

ତୁମପାଇଁ କାମ 2.10 :

ଶ୍ରେଣୀର ପିଲାମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳକୁ 5gର ଲୁହାଗୁଣ୍ଡ ଓ 3gର ସଲଫର୍ ଗୁଣ୍ଡ ଗୋଟିଏ ଲେଖାଏଁ ଚିନି ପାତ୍ରରେ ଦିଆଯାଉ ।
ଦଳ – I : ଲୁହାଗୁଣ୍ଡ ଓ ସଲଫର୍ ଗୁଣ୍ଡକୁ ମିଶାଇ ପେଷଣ କରନ୍ତୁ ।
ଦଳ – II : ଲୁହାଗୁଣ୍ଡ ଓ ସଲଫର୍ ଗୁଣ୍ଡର ମିଶ୍ରଣକୁ ଲାଲ୍ ହେବା ପର୍ଯ୍ୟନ୍ତ ଭଲକରି ଗରମ କରନ୍ତୁ ଓ ନିଆଁରୁ କାଢ଼ି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ ।
ଦଳ – I ଓ ଦଳ – II : ଚୁମ୍ବକ ସାହାଯ୍ୟରେ ପଦାର୍ଥର ଚୁମ୍ବକତ୍ଵ ଅଛି କି ନାହିଁ ପରୀକ୍ଷା କରନ୍ତୁ ।

ବିଭିନ୍ନ ଦଳ ପାଇଥିବା ପଦାର୍ଥର ରଙ୍ଗ ଓ ମସୃଣତା ତୁଳନା କରାଯାଉ । ପାଇଥିବା ପଦାର୍ଥର ଏକ ଅଂଶରେ କାର୍ବନ ଡାଇସଲଫାଇଡ଼୍ ମିଶାଯାଉ । ଏହାକୁ ଭଲଭାବେ ଗୋଳାଇ ଛଣାଯାଉ । ପଦାର୍ଥର ଅନ୍ୟ ଅଂଶରେ ଲଘୁ ଗନ୍ଧକାମ୍ଳ କିମ୍ବା ଲଘୁ ଲବଣାମ୍ଳ ମିଶାଯାଉ । ଲୁହା ଓ ସଲଫର୍ ମୌଳିକକୁ ଅଲଗା ଅଲଗା ନେଇ ଉପରେ ବର୍ଣ୍ଣିତ କାର୍ଯ୍ୟର ସମସ୍ତ ସୋପାନଗୁଡିକ ଆଉଥରେ କାର୍ଯ୍ୟକାରୀ କରାଯାଉ ।

ପର୍ଯ୍ୟବେକ୍ଷଣ :
ଦୁଇଦଳ ପାଇଥ‌ିବା ପଦାର୍ଥ ଦେଖିବାକୁ ଏକା ପ୍ରକାର କି ?
ଉ-
ଦୁଇଦଳ ପାଇଥ‌ିବା ପଦାର୍ଥ ଦେଖିବାକୁ ଏକା ପ୍ରକାର ନୁହେଁ |
ଦଳ – I ର ପଦାର୍ଥରେ ଧୂସର ରଙ୍ଗର ଲୁହାକଣିକା ଓ ହଳଦିଆ ରଙ୍ଗର ସଲଫର୍ କଣିକା ଦେଖାଯାଏ ।
ଦଳ – II ର ପଦାର୍ଥରେ କଳାରଙ୍ଗର ଆଇରନ୍ ସଲଫାଇଡ୍ (FeS2) ଯୌଗିକ ଦେଖାଯାଏ ।

କେଉଁ ଦଳ ପାଇଥିବା ପଦାର୍ଥଟି ଚୁମ୍ବକତ୍ଵ ଧର୍ମ ପ୍ରଦର୍ଶନ କରୁଛି ?
ଉ-
ଦଳ – I ପାଇଥ‌ିବା ପଦାର୍ଥଟି ଚୁମ୍ବକତ୍ଵ ଧର୍ମ ପ୍ରଦର୍ଶନ କରୁଛି ।

ପାଇଥବା ପଦାର୍ଥର ଉପାଦାନମାନଙ୍କୁ ଆମେ ପୃଥକ୍ କରିପାରିବା କି ?
ଉ-
ଦଳ – I ପାଇଥିବା ପଦାର୍ଥର ଉପାଦାନମାନଙ୍କୁ ଚୁମ୍ବକ ସାହାଯ୍ୟରେ ପୃଥକ୍ କରିପାରିବା; କିନ୍ତୁ ଦଳ – II ପାଇଥ‌ିବା ପଦାର୍ଥର ଉପାଦାନଗୁଡିକୁ ପୃଥକ୍ କରିପାରିବା ନାହିଁ ।

ଲଘୁ ଗନ୍ଧକାମ୍ଳ ବା ଲଘୁ ଲବଣାମ୍ଳ ମିଶାଇଲା ପରେ ଉଭୟ ଦଳ ଏକ ଗ୍ୟାସ୍ ପାଇଥିଲେ କି ? ଉଭୟ ପୃଥକ୍ ଥିଲା । କ୍ଷେତ୍ରରେ ମିଳିଥିବା ଗ୍ୟାସ୍‌ର ବାସ୍ନା ସମାନ ନା ପୃଥକ୍ ଥିଲ |
ଉ-
ହଁ । ଉଭୟ ଦଳ ଏକ ଗ୍ୟାସ୍‌ ପାଇଥିଲେ । କିନ୍ତୁ ଉଭୟ କ୍ଷେତ୍ରରେ ବାସ୍ନା ସମାନ ନ ଥ‌ିବାରୁ ଦଳ ପାଇଥିବା ଗ୍ୟାସ୍ ଗନ୍ଧହୀନ ଥିଲା । କିନ୍ତୁ ଦଳ – II ପାଇଥ‌ିବା ଗ୍ୟାସ୍ ପଚାଅଣ୍ଡା ଗନ୍ଧଯୁକ୍ତ ଥିଲା ।

ସିଦ୍ଧାନ୍ତ :
(i) ଦ ଳ – I ପାଇଥିବା ଗ୍ୟାସ୍ ହାଇଡ୍ରୋଜେନ୍ ଅଟେ ଏବଂ ଏହା ରଙ୍ଗହୀନ, ଗନ୍ଧହୀନ ଓ ଦାହ୍ୟ । ଦ ଳ – II ପାଇଥିବା ଗ୍ୟାସ୍ ହାଇଡ୍ରୋଜେନ୍ ସଲଫାଇଡ୍ ଅଟେ ଏବଂ ଏହା ରଙ୍ଗହୀନ ଓ ପଚାଅଣ୍ଡା ଗନ୍ଧଯୁକ୍ତ ଗ୍ୟାସ୍ ।

(ii) ଦଳ – I ପାଇଥିବା ପଦାର୍ଥ ଦୁଇଟି ମୌଳିକ ଯଥା : ଲୁହା ଓ ସଲଫର୍‌ର ମିଶ୍ରଣ ଥିଲା । ଏହି ମିଶ୍ରଣର ଧର୍ମ ଏହାର ଉପାଦାନଗୁଡିକର ଧର୍ମ ସହିତ ସମାନ । ତେଣୁ ଏହା ଏକ ଭୌତିକ ପରିବର୍ତ୍ତନ ଥିଲା । ଦଳ – II ପାଇଥିବା ପଦାର୍ଥ ଆଇରନ୍ ସଲଫାଇଡୁ ଏକ ଯୌଗିକ ଥିଲା । ଏହାର ଧର୍ମ ଏହାର ଉପାଦାନ ଲୁହା ଓ ସଲଫର୍‌ର ଧର୍ମଠାରୁ ସଂପୂର୍ଣ୍ଣ ଭିନ୍ନ । ତେଣୁ ଏହା ଏକ ରାସାୟନିକ ପରିବର୍ତ୍ତନ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

Odisha State Board BSE Odisha Class 9 History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ will enable students to study smartly.

BSE Odisha Class 9 History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
→ ଉପକ୍ରମ:

  • ଶତାବ୍ଦୀରେ ଆରମ୍ଭ କରିଥିଲେ ।
  • ପୃଥ‌ିବୀର ବିଭିନ୍ନ ଅଞ୍ଚଳରେ ଆବାସ ସ୍ଥାପନ କରି ମାତୃଦେଶର ଲାଭ ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।
  • ବାଣିଜ୍ୟ ବ୍ୟବସାୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ଉପନିବେଶବାଦର ମୁଖ୍ୟ ଲକ୍ଷ୍ୟ ଥିଲା ।
  • କେନ୍ଦ୍ରମାନେ ଖୋଲି ଏକଚାଟିଆ ବାଣିଜ୍ୟ କାରବାର ପାଇଁ ଉଦ୍ୟମ କରିଥିଲେ ଓ ସେମାନଙ୍କ ମଧ୍ୟରେ ଅଷ୍ଟାବ୍ଦଶ ଶତାବ୍ଦୀର ଶେଷଭାଗ ପର୍ଯ୍ୟନ୍ତ କଳହ ଲାଗି ରହିଲା ।
  • ଊନବିଂଶ ଶତାବ୍ଦୀର ଶେଷବେଳକୁ ବିଭିନ୍ନ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅବସ୍ଥା ଉପନିବେଶବାଦର ବିକାଶ ପାଇଁ ସହାୟକ ହୋଇଥିଲା ।
  • ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ନିଜର ସ୍ବାର୍ଥକୁ ସୁହାଉଥ‌ିବା ଅଞ୍ଚଳକୁ ଜୟ କରି ସେଠାରେ ଔପନିବେଶିକ ସାମ୍ରାଜ୍ୟବାଦ ପ୍ରତିଷ୍ଠା କଲେ, ଯାହାକି ୧୯୧୪ ମସିହାର ପ୍ରଥମ ବିଶ୍ବଯୁଦ୍ଧର ଏକ ପ୍ରମୁଖ କାରଣ ଥିଲା ।

ବିଷୟବସ୍ତୁର ରୂପରେଖ :

  • ଏସିଆ ଓ ଏସିଆରେ ଉପନିବେଶବାଦର କାରତ
  • ଏସିଆରେ ଉପନିବେଶ ସ୍ଥାପନ
  • ଆଫ୍ରିକାରେ ଉପନିବେଶ ସ୍ଥାପନ
  • ଉପନିବେଶବାଦର ପରିଣାମ

→ ଉପନିବେଶବାଦ :
କୌଣସି ଅଞ୍ଚଳରେ ପ୍ରବାସୀମାନଙ୍କ ବସତି ସ୍ଥାପନକୁ ଏକ ସ୍ବତ୍ୱାଧିକାରୀ ରାଜ୍ୟ ମନେକରି ମାତୃଦେଶର ଲାଭ ପାଇଁ କାର୍ଯ୍ୟ କରିବାକୁ ଉପନିବେଶବାଦ କୁହାଯାଏ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଏସିଆ ଓ ଆଫ୍ରିକାରେ ଉପନିବେଶବାଦର କାରଣ :
(Causes of Colonialism in Asia & Africa) :
ଭୌଗୋଳିକ ଆବିଷ୍କାର :

  • ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଅନେକ ଭୌଗୋଳିକ ଆବିଷ୍କାର ହୋଇଥିଲା ।
  • ଏସିଆ ଓ ଆଫ୍ରିକା ମହାଦେଶକୁ ଜଳପଥ ଓ ସ୍ଥଳପଥ ଆବିଷ୍କାର ହେବା ଫଳରେ ଯାତାୟାତ ଓ ଯୋଗାଯୋଗର ଅଧ‌ିକ ସୁବିଧା ହୋଇଥିଲା ।
  • ନୂତନ ଭାବେ ଆବିଷ୍କୃତ ଅଞ୍ଚଳରେ ବ୍ୟବସାୟିକ ଓ ରାଜନୈତିକ ଲାଭ ପାଇଁ ଅନୁକୂଳ ପରିସ୍ଥିତି ରହିଥିଲା ।

→ ଲାଭଜନକ ବ୍ୟବସାୟର ସୁବିଧା :

  • ଏସିଆ ମହାଦେଶରୁ ମସଲା, ଚାହା, କାର୍ପାସ ବସ୍ତ୍ର, ରେଶମ, ସୁନା, ମୁକ୍ତା, ପ୍ରାକୃତିକ ଔଷଧ, ଚୀନାମାଟିର ପାତ୍ର, ଇବୋନି କାଠ ଏବଂ ଆଫ୍ରିକା ମହାଦେଶରୁ ସୁନା, ହୀରା, ତମ୍ବା, ମୂଲ୍ୟବାନ୍ କାଠ, ହାତୀଦାନ୍ତ, ରବର, ୟୁରାନିୟମ ପ୍ରଭୃତି ଦ୍ରବ୍ୟ ସଂଗ୍ରହ କରି ଇଉରୋପୀୟମାନେ ସେମାନଙ୍କ ଦେଶରେ ବିକ୍ରି କରି ପ୍ରଚୁର ଲାଭ କଲେ ।
  • ସେମାନଙ୍କ ଦେଶରେ ବିକ୍ରି କରି ପ୍ରଚୁର ଲାଭ କଲେ । ଆଫ୍ରିକାରେ ଦାସ ବ୍ୟବସାୟ ସବୁଠାରୁ ବେଶୀ ଲାଭଦାୟକ ଥିଲା ।

→ କ୍ରୀତଦାସ :
ନିଜ ଜନ୍ମଭୂମି ଛାଡ଼ି ଓ ନିଜର ବ୍ୟକ୍ତିଗତ ସ୍ଵାଧୀନତାକୁ କିଛି ଅର୍ଥ ବିନିମୟରେ ଆଜୀବନ ବିକ୍ରୟ କରି ବିଦେଶକୁ ଗୋଲାମି କରିବାକୁ ଯାଇଥିବା ବ୍ୟକ୍ତିକୁ କ୍ରୀତଦାସ କୁହାଯାଏ ।

  • ଭୌଗୋଳିକ ଆବିଷ୍କାର ।
  • ଲାଭଜନକ ବ୍ୟବସାୟର ସୁବିଧା ।
  • ଶିଳ୍ପ ବିପ୍ଲବ ।
  • ପରିବହନ ଓ ଯୋଗାଯୋଗର ଉନ୍ନତି ।
  • ଦୁର୍ବଳ ଶାସନ ।
  • ଧର୍ମ ଓ ସଂସ୍କୃତିର ପ୍ରଭାବ ।
  • ଅନ୍ୟାନ୍ୟ ଅନୁକୁଳ ପରିସ୍ଥିତି ।

→ ଶିଳ୍ପ ବିପ୍ଳବ :
ଅଷ୍ଟାଦଶ ଶତାବ୍ଦୀରେ ଇଂଲଣ୍ଡରେ ବୟନ ଶିଳ୍ପରୁ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା ।
ଶିଳ୍ପ ବିପ୍ଳବ ଯୋଗୁଁ ଅନେକ ଦ୍ରବ୍ୟ ଉତ୍ପାଦିତ ହେବାକୁ ଲାଗିଲା, ସେଗୁଡ଼ିକୁ ବିକ୍ରି କରିବାପାଇଁ ଏସିଆ ଓ ଆଫ୍ରିକା ମହାଦେଶରେ ବଜାର ସୃଷ୍ଟି କରିବା ସହଜ ହୋଇଥିଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

→ ପରିବହନ ଓ ଯୋଗାଯୋଗର ଉନ୍ନତି :
ବାଷ୍ପୀୟ ଇଞ୍ଜିନ୍ ଉଦ୍ଭାବନ ହେବା ଫଳରେ ଜଳପଥ ଓ ସ୍ଥଳପଥରେ ମାଲ ପରିବହନ ସୁବିଧା ହେଲା । କଞ୍ଚାମାଲ ଯୋଗାଣ ଓ ଉତ୍ପାଦିତ ଦ୍ରବ୍ୟର ରପ୍ତାନି ଓ ଆମଦାନି ସହଜ ହେଲା ।

→ ଦୁର୍ବଳ ଶାସନ :
ଊନବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକା ମହାଦେଶରେ ଉନ୍ନତ ଯୁଦ୍ଧାସ୍ତ୍ରର ଅଭାବ, ଲୋକମାନଙ୍କର ସ୍ଥାନୀୟ ଶାସକଙ୍କ ପ୍ରତି ଆନୁଗତ୍ୟର ଅଭାବ ଏବଂ ସର୍ବୋପରି ଦୁର୍ବଳ ସେନାବାହିନୀ ଫଳରେ ଇଉରୋପୀୟମାନେ ଏଠାରେ ଶାସନ କରିବା ଆରମ୍ଭ କରିଥିଲେ ।

ଧର୍ମ ଓ ସଂସ୍କୃତିର ପ୍ରଚାର :

  • ପଛୁଆ ଶ୍ରେଣୀର ଲୋକେ ପାଶ୍ଚାତ୍ୟ ସଂସ୍କୃତି ଓ ଧର୍ମର ସମ୍ପର୍କରେ ଆସିଲେ ସେମାନଙ୍କର ଜୀବନର ଉନ୍ନତି ଆସିବ ବୋଲି ଇଉରୋପୀୟମାନେ ପ୍ରଚାର କଲେ ।
  • ତେଣୁ ଏହା ଉପନିବେଶ ସ୍ଥାପନକୁ ତ୍ୱରାନ୍ବିତ କଲା ।

→ ଅନ୍ୟାନ୍ୟ ଅନୁକୂଳ ପରିସ୍ଥିତି :
ଏସିଆ ଓ ଆଫ୍ରିକାର ସାମରିକ ବା ବାଣିଜ୍ୟିକ ଗୁରୁତ୍ଵ ଓ ଅବସ୍ଥିତି, ଇଉରୋପରେ ଉତ୍ପାଦିତ ଯନ୍ତ୍ର ପ୍ରସ୍ତୁତ ସାମଗ୍ରୀ ପ୍ରତି ଆଗ୍ରହ, ସ୍ଵଳ୍ପ ପାରିଶ୍ରମିକରେ ଯଥେଷ୍ଟ ମାନବ ସମ୍ବଳର ଉପଲବ୍‌ ଆଦି କାର୍ଯ୍ୟ ଉପନିବେଶ ସ୍ଥାପନ ପାଇଁ ଇଉରୋପୀୟମାନଙ୍କୁ ଆକର୍ଷିତ କରିଥିଲା ।

ଏସିଆରେ ଉପନିବେଶ ସ୍ଥାପନ :

  • ପର୍ତ୍ତୁଗାଲର ବିଶିଷ୍ଟ ନାବିକ ଭାସ୍କୋଡ଼ାଗାମା ୧୪୯୮ ଖ୍ରୀଷ୍ଟାବ୍ଦରେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
  • ଭାରତକୁ ଜଳପଥ ଆବିଷ୍କୃତ ହେବାପରେ ପର୍ତ୍ତୁଗୀଜ୍, ଓଲନ୍ଦାଜ୍, ଦିନାମାର, ଇଂରେଜ ଓ ଫରାସୀ ପ୍ରଭୃତି ଇଉରୋପୀୟ ଅଧିବାସୀଗଣ ବାଣିଜ୍ୟ ଉଦ୍ଦେଶ୍ୟରେ ଭାରତରେ ଉପନିବେଶ ସ୍ଥାପନ କରିଥିଲେ ।
  • ୧୮୫୭ର ମହାନ୍ ବିଦ୍ରୋହ ପରେ ଭାରତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନାଧୀନ ହେଲା ।
  • ବଙ୍ଗର ଗଭର୍ଣ୍ଣର ରବର୍ଟ କ୍ଲାଇବ୍ଲଙ୍କ ପଲାସୀ ଯୁଦ୍ଧ ୧୭୫୭ ଠାରୁ ଭାରତର ସ୍ବାଧୀନତା ପର୍ଯ୍ୟନ୍ତ ଦୀର୍ଘ ୧୯୦ ବର୍ଷ ଧରି ଭାରତ ଇଂରେଜ ଶାସନାଧୀନ ଥିଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 1

ଚୀନ୍‌ରେ ଇଂଲାଣ୍ଡର ପ୍ରଭାବ ବିସ୍ତାର :

  • ଇଂରେଜମାନେ ଚୀନ୍‌ରୁ ଚା’ ଓ ରେଶମ କ୍ରୟ କରି ଇଉରୋପରେ ବିକ୍ରୟ କରୁଥିଲେ ଏବଂ ଭାରତରେ ଅଫିମ ଚାଷ କରି ଚୀନ୍ ସହିତ ବେଆଇନ ଅଫିମ ବ୍ୟବସାୟ କରୁଥିଲେ ।
  • ଚୀନ୍ ଏକ ଅଫିମ ବୋଝେଇ ଜାହାଜକୁ ଜବତ କରି ଅଫିମକୁ ନଷ୍ଟ କରିଦେବାରୁ ୧୮୩୯ ଖ୍ରୀ.ଅ.ରେ ଚୀନ୍ ଓ ଇଂଲାଣ୍ଡ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଅଫିମ ଯୁଦ୍ଧ କୁହାଯାଏ । ଏଥିରେ ଚୀନ୍ ପରାସ୍ତ ହୋଇ ଇଂଲାଣ୍ଡକୁ ତା’ ଅଞ୍ଚଳରେ ପାଞ୍ଚଟି ବନ୍ଦର ଖୋଲିବାକୁ ଅନୁମତି ଦେଲା ଏବଂ ହଙ୍ଗକଙ୍ଗ୍ ଦ୍ବୀପ ଇଂଲାଣ୍ଡକୁ ହସ୍ତାନ୍ତର କଲା ।

ପଲାସୀ ଯୁଦ୍ଧ:

୧୭୫୭ ମସିହା ଜୁନ୍ ମାସ ୨୩ ତାରିଖରେ ପଶି୍ମବଙ୍ଗର ଭାଗାରଥୀ ନଦୀକୂଳରେ ଅବସ୍ଥିତ ପଲାସୀ ନାମକ ସ୍ଥାନରେ ଲର୍ଡ କ୍ଲାଇଡ୍ ଓ ସିରାଜଉଦୌଲାଙ୍କ ମଧ୍ୟରେ ପଲାସୀ ଯୁଦ୍ଧ ସଂଘଟିତହୋଇଥିଲା । ଏହି ଯୁଦ୍ଧରେ ଇଂରେଜମାନେ ବିଜୟ ଲାଭ କରିଥିଲେ ଓ ଭାରତରେ ଇଂରେଜ ଶାସନର ମୂଳଦୁଆ ପଡ଼ିଥିଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଚୀନ୍‌ର ବିଭାଜନ:

  • କୋରିଆ ଉପରେ ଜାପାନ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିବା ଫଳରେ ଜାପାନ ଓ ଚୀନ୍ ମଧ୍ଯରେ ଯୁଦ୍ଧ ହୋଇଥିଲା । ଏଥିରେ ଚୀନ୍ ପରାସ୍ତ ହେବା ସଙ୍ଗେ ସଙ୍ଗେ କୋରିଆ ସ୍ବାଧୀନ ହୋଇଥିଲା ଏବଂ ଚୀନ୍ ଜାପାନକୁ ଫର୍ମୋଜା ଓ ଅନ୍ୟାନ୍ୟ ଦ୍ବୀପ ଦେବା ସହିତ ଶହେ ପଚାଶ ଲକ୍ଷ ଡଲାର କ୍ଷତିପୂରଣ ଭାବେ ଦେଇଥିଲା ।
  • ଚୀନ୍‌କୁ କ୍ଷତିପୂରଣ ଦେବାପାଇଁ ଅର୍ଥ ସହାୟତା ଦେଇ ଜର୍ମାନୀ, ରୁଷିଆ, ଫ୍ରାନ୍ସ ଓ ଇଂଲାଣ୍ଡ ଚୀନକୁ ଭାଗ ଭାଗ କରି ନିଜ ନିଜର କର୍ତ୍ତୃତ୍ଵ ପରିସରଭୁକ୍ତ କଲେ । ଚୀନର ଏହି ବିଭାଜନକୁ ‘ଚୀନା ତରଭୁଜର କର୍ତ୍ତନ’ କୁହାଯାଏ ।

ଚୀନା ତରଭୁଜର କର୍ତ୍ତନ : (କେଉଁ ଦେଶ କ’ଣ ପାଇଥିଲେ ?)
ରୁଷିଆ – ଚୀନ୍‌ର ମାଞ୍ଚୁରିଆରେ ରେଳପଥ ନିର୍ମାଣ ଓ ଲିଆଓତୁଙ୍ଗ ଉପଦ୍ୱୀପ ।
ଜର୍ମାନୀ – କିଆଚାଓ ଉପସାଗର ଏବଂ ସାଣ୍ଡୁଙ୍ଗ ଓ ହୋୟାଙ୍ଗ ହୋ ଉପତ୍ୟକା ।
ଫ୍ରାନ୍ସ – କାଙ୍ଗଚାଓ ଉପସାଗର ଓ ଚୀନ୍‌ର ୩ଟି ଦାକ୍ଷିଣାତ୍ୟ ପ୍ରଦେଶ ।
ଇଂଲଣ୍ଡ – ୟାଙ୍ଗ୍‌ ଉପତ୍ୟକା ଓ ଵିହିଡ଼ି ।

ହଲାଣ୍ଡର ନିୟନ୍ତ୍ରଣ ବିସ୍ତାର :

  • ଶ୍ରୀଲଙ୍କା ପ୍ରଥମେ ପର୍ତ୍ତୁଗାଲ୍ ଓ ପରବର୍ତ୍ତୀ କାଳରେ ହଲାଣ୍ଡ ଏବଂ ଇଂଲାଣ୍ଡଦ୍ବାରା ଅଧିକୃତ ହେଲା ।
  • ୧୮୭୫ ମସିହା ପରେ ହଲାଣ୍ଡ ମୋଲୁକା ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲେ ।

ଇଣ୍ଡୋ-ଚୀନ୍‌ରେ ଫ୍ରାନ୍ସର ସଫଳତ। :

  • ଦକ୍ଷିଣ-ପୂର୍ବ ଏସିଆର ଲାଓସ୍, କାମ୍ବୋଡ଼ିଆ ଓ ଭିଏତ୍‌ନାମ ଅଞ୍ଚଳ ଇଣ୍ଡୋ-ଚୀନ୍ ଭାବରେ ପରିଚିତ ।
  • ଫ୍ରାନ୍ସ ଇଣ୍ଡୋ-ଚୀନ୍‌ରେ ବ୍ୟବସାୟ ପ୍ରସାର ଉଦ୍ୟମରେ ସଫଳ ହୋଇ ଇଣ୍ଡୋ-ଚୀନ୍‌ର ସର୍ବେସର୍ବା ହେଲା ।

→ ଇଂଲାଣ୍ଡର ବର୍ମା ଅସ୍କୋର :
ଫ୍ରାନ୍ସର ବର୍ମାରେ ସାମ୍ରାଜ୍ୟ ବିସ୍ତାର ଆଶଙ୍କା କରି ଇଂଲାଣ୍ଡ ବର୍ମା ବିରୋଧରେ ଯୁଦ୍ଧଘୋଷଣା କରିଥିଲା ଏବଂ ୧୮୮୬ ମସିହାରେ ଇଂଲାଣ୍ଡ ବର୍ଷାକୁ ପରାସ୍ତ କରି ଭାରତ ସହ ମିଶାଇ ବିରାଟ ଇଂରେଜ ସାମ୍ରାଜ୍ୟରେ ପରିଣତ କରିଥିଲା ।

→ ଯୁକ୍ତରାଷ୍ଟ୍ର ଆମେରିକା ଅଧୀନରେ ଫିଲିପାଇନ୍ସ :
ଯୁକ୍ତରାଷ୍ଟ୍ର ଆମେରିକା କ୍ୟୁବା ଓ ଫିଲିପାଇନ୍ସକୁ ସ୍ପେନୀୟ ଶାସନ କବଳରୁ ମୁକ୍ତ କରି ନିଜର ଉପନିବେଶ କରିଥିଲା ।

ଇଂଲାଣ୍ଡର ତିବ୍ବତ ଓ ଇରାନ୍‌ ଅଧିକାର :

  • ୧୯୦୭ ମସିହାର ଏକ ରାଜିନାମା ଅନୁଯାୟୀ ଦକ୍ଷିଣ ଇରାନ୍ ଇଂଲାଣ୍ଡର ଓ ଉତ୍ତର ଇରାନ୍ ରୁଷିଆର କର୍ତ୍ତୃତ୍ବାଧୀନ ହେଲା ।
  • ୧୯୧୧ ମସିହାରେ ଚୀନ୍‌ରେ ରାଜତନ୍ତ୍ରର ଉଚ୍ଛେଦ ପରେ ତିବ୍ବତ ଇଂରେଜମାନଙ୍କ ଅଧୀନକୁ ଚାଲିଗଲା ।
  • ୧୯୧୭ ମସିହାର ରୁଷ ବିପ୍ଳବ ପରେ ରୁଷ୍ ଇରାନ୍ ଉପରୁ ସମସ୍ତ ଅଧିକାର ପ୍ରତ୍ୟାହାର କରିନେବାରୁ ଇରାନ୍‌ ଇଂଲାଣ୍ଡଦ୍ୱାରା ଅଧିକୃତ ହେଲା ।

→ ତୁର୍କୀର କ୍ଷୟ :
ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀ ଓ ତୁର୍କୀର ପରାଜୟ ହେତୁ ତୁର୍କୀ ସାମ୍ରାଜ୍ୟାଧୀନ ସିରିଆ, ପାଲେଷ୍ଟାଇନ, ମେସୋପଟାମିଆ ଓ ଆରବ ସମେତ ସୁବିସ୍ତୃତ ଅଞ୍ଚଳ ଇଂଲାଣ୍ଡ ଓ ଫ୍ରାନ୍ସର ନିୟନ୍ତ୍ରଣାଧୀନ ହୋଇ ରହିଲା ।

ଜାପାନର ସଫଳତା :

  • କୋରିଆକୁ ନେଇ ୧୮୯୪ ମସିହାରେ ଜାପାନ ଓ ଚୀନ୍ ମଧ୍ଯରେ ହୋଇଥିବା ଯୁଦ୍ଧ ପରେ ଚୀନ୍‌ରେ ଜାପାନର ପ୍ରଭାବ ବୃଦ୍ଧି ପାଇଲା ।
  • ୧୯୦୨ ମସିହାରେ ଇଂଲାଣ୍ଡ ସହିତ ଚୁକ୍ତି ସ୍ୱାକ୍ଷର କରି ଜାପାନ ଏକ ବୃହତ୍ ରାଷ୍ଟ୍ରର ସମକକ୍ଷ ହୋଇପାରିଲା ।
  • ୧୯୦୪-୦୫ ମସିହା ଯୁଦ୍ଧରେ ଜାପାନ ରୁଷିଆକୁ ପରାସ୍ତ କରି ସାଖାଲିନ୍‌ର ଦକ୍ଷିଣ ଭାଗ ଓ ପୋର୍ଟଆର୍ଥର ସହ ଲିଆଓତୁଙ୍ଗ ଉପଦ୍ୱୀପର ଦକ୍ଷିଣ ଭାଗ ପାଇଲା ।
  • ୧୯୧୦ ମସିହାରେ କୋରିଆ, ଜାପାନର ଏକ ଉପନିବେଶ ରୂପେ ପରିଗଣିତ ହେଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଆଫ୍ରିକାରେ ଉପନିବେଶ ସ୍ଥାପନ :
ବେଲ୍‌ଜିଆନ୍ କର ସୃଷ୍ଟି :

  • ବେଲ୍‌ଜିୟମ୍‌ର ରାଜାଙ୍କ ସହାୟତାରେ ୧୮୭୮ ମସିହାରେ ଆନ୍ତର୍ଜାତିକ କଙ୍ଗୋ ସଙ୍ଗଠନ ଗଠନ କରାଯାଇଥିଲା ।
  • ୧୮୮୫ ମସିହାରେ କଙ୍ଗୋ ସ୍ଵାଧୀନ ରାଷ୍ଟ୍ର ଗଠିତ ହେଲା ।
  • ୧୯୦୮ ମସିହାରେ ରାଜା ଲିଓପୋଲ୍ଡ କଙ୍ଗୋ ରାଷ୍ଟ୍ରକୁ ବେଲଜିୟମ୍ ସରକାରଙ୍କୁ ହସ୍ତାନ୍ତର କରିଥିଲେ ଓ ଏହା ବେଲ୍‌ଜିଆନ୍ କଙ୍ଗୋ ନାମରେ ପରିଚିତ ହେଲା ।

ନାଇଜେରିଆରେ ଇଂଲାଣ୍ଡର ଆଧ୍ୟାତ୍ୟ :

  • ନାଇଜେରିଆର ଗୋଟିଏ ଭାଗ ଅଧିକାର କରିଥିବା ଇଂଲାଣ୍ଡ ସେଠାରୁ ଫ୍ରାନ୍ସର କମ୍ପାନୀକୁ ପ୍ରତିଦ୍ବନ୍ଦିତାରୁ ହଟାଇ କ୍ରମେ ନାଇଜେରିଆର ଶାସକ ହେଲା ।
  • କିଛି ବର୍ଷ ପରେ ନାଇଜେରିଆକୁ ଇଂଲାଣ୍ଡର ସୁରକ୍ଷାପ୍ରାପ୍ତ ରାଷ୍ଟ୍ର ଭାବେ ଘୋଷଣା କରାଗଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ପଶ୍ଚିମ ଆଫ୍ରିକାରେ ଫ୍ରାନ୍ସର ସାମ୍ରାଜ୍ୟ ବିସ୍ତାର :

  • କଙ୍ଗୋ ନଦୀର ଉତ୍ତରାଞ୍ଚଳ ଫ୍ରାନ୍ସ ଅଧିକୃତ ହେବାପରେ ଏହା ‘ଫରାସୀ କଙ୍ଗୋ’ ଭାବରେ ପରିଚିତ ହେଲା ।
  • ପରେ ପଶ୍ଚିମ ଆଫ୍ରିକାରେ ଫ୍ରାନ୍ସ ସାମ୍ରାଜ୍ୟ ବିସ୍ତାର କରିଥିଲା ।

ଜର୍ମାନୀର କ୍ଷତି :

  • ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ପରାଜୟ ପରେ ଏହାର ଉପନିବେଶଗୁଡ଼ିକୁ ବିଜେତା ରାଷ୍ଟ୍ରମାନେ ବାଣ୍ଟିନେଲେ ।
  • ଲାଇବେରିଆ ବ୍ୟତୀତ ସମଗ୍ର ପଶ୍ଚିମ ଆଫ୍ରିକା ଇଉରୋପୀୟମାନଙ୍କ ମଧ୍ୟରେ ଭାଗ ଭାଗ ହୋଇଥିଲା ।

ପ୍ରବାସୀ ଡମାନଙ୍କଦ୍ୱାରା ନୂତନ ରାଜ୍ୟ ସ୍ଥାପନ :

  • ‘ବୋଏର୍’ ନାମରେ ପରିଚିତ ପ୍ରବାସୀ ଡମାନେ ଦକ୍ଷିଣ ଆଫ୍ରିକାରେ ‘ଅରେଞ୍ଜ’ ଓ ‘ଟ୍ରାନ୍ସଭାଲ’ ନାମରେ ଦୁଇଟି ରାଜ୍ୟ ସ୍ଥାପନ କରିଥିଲେ ।
  • ୧୯୫୦ ମସିହା ସୁଦ୍ଧା ସେମାନେ ଏହାକୁ ଶାସନ କରୁଥିଲେ ।

ଦକ୍ଷିଣ ଆଫ୍ରିକାର ଶ୍ୱେତାଙ୍ଗ ଶାସନ :

  • ୧୮୭୦ ମସିହାରେ ସେସିଲ୍ ରୋଡ଼ସ୍ ନାମକ ଜଣେ ଇଂରେଜ ଅର୍ଥାନ୍ଵେଷୀ ବ୍ୟକ୍ତିଙ୍କ ନାମାନୁସାରେ ଏକ ଆଫ୍ରିକୀୟ ଉପନିବେଶର ନାମ ରୋଡ଼େସିଆ ହୋଇଥିଲା ।
  • କିଛି କାଳ ପରେ ଦକ୍ଷିଣ ଆଫ୍ରିକା ୟୁନିଅନ୍ ଗଠିତ ହୋଇ ଶ୍ୱେତାଙ୍ଗମାନଙ୍କଦ୍ୱାରା ଶାସିତ ହେଲା । ପରବର୍ତ୍ତୀ କାଳରେ ଦକ୍ଷିଣ ଆଫ୍ରିକା ଏକ ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ଘୋଷିତ ହେଲା ।

ପୂର୍ବ ଆଫ୍ରିକାର ନିୟନ୍ତ୍ରଣ :

  • ଫ୍ରାନ୍ସ ଓ ଇଂଲାଣ୍ଡ ମଧ୍ୟରେ ହୋଇଥିବା ରାଜିନାମାନୁଯାୟୀ ଫ୍ରାନ୍ସ ମାଡ଼ାଗାସ୍କର ଲାଭ କଲା ଏବଂ ପୂର୍ବ ଆଫ୍ରିକାକୁ ଜର୍ମାନୀ ଓ ଇଂଲାଣ୍ଡ ମଧ୍ଯରେ ଭାଗ ଭାଗ କରାଗଲା ।
  • ୧୮୯୬ ମସିହାରେ ଉଗାଣ୍ଡାକୁ ଇଂରେଜଙ୍କ ସୁରକ୍ଷାପ୍ରାପ୍ତ ରାଷ୍ଟ୍ରଭାବେ ଘୋଷଣା କରାଗଲା ।
  • ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀ ଅଧ୍ଵକୃତ ପୂର୍ବ ଆଫ୍ରିକା ଇଂଲଣ୍ଡକୁ ପ୍ରତ୍ୟର୍ପଣ ପରେ ଟାଙ୍ଗାନାଇକା ଏବଂ ଇଂରେଜ ଅଧୂକୃତ ପୂର୍ବ ଆଫ୍ରିକାକୁ କେନିଆ ନାମରେ ନାମିତ କରାଗଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଇଟାଲୀର ଔପନିବେଶିକ ଉଦ୍ୟମ :

  • ଇଟାଲୀ ଆଫ୍ରିକାର ସୋମାଲିଲାଣ୍ଡ ଓ ଏରିଟ୍ରିଆକୁ ଅଧିକାର କରିଥିଲା ଓ ଆବିସିନିଆକୁ ତା’ର ସୁରକ୍ଷାପ୍ରାପ୍ତ ଅଞ୍ଚଳ ବୋଲି ଦାବି କରି ଆକ୍ରମଣ କଲା ।
  • ୧୮୯୬ ମସିହାରେ ଇଟାଲୀୟ ସୈନ୍ୟବାହିନୀ ଆବିସିନିଆଦ୍ଵାରା ପରାସ୍ତ ହୋଇଥିଲା ।

ଫ୍ରାନ୍ସର ଟ୍ୟୁନିସିଆ ଦଖଲ :

  • ୧୮୭୮ ମସିହାର ରାଜିନାମା ଅନୁସାରେ ଇଂଲାଣ୍ଡ ସାଇପ୍ରସ୍ ଦ୍ୱୀପକୁ ଅଧିକାର କଲା ।
  • ପ୍ରତିବଦଳରେ ଫ୍ରାନ୍ସ ଟ୍ୟୁନିସିଆରେ ପ୍ରଭାବ ବିସ୍ତାର ପାଇଁ ସୁଯୋଗ ପାଇଲା ।

ମରକ୍କୋର ସ୍ଥିତି ନିର୍ଦ୍ଧାରଣ :
୧୯୦୪ ମସିହାରେ ବ୍ରିଟେନ୍‌ ଓଁ ଫ୍ରାନ୍ସ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଅନୁସାରେ ଫ୍ରାନ୍ସକୁ ମରକ୍କୋ ଓ ଇଂଲାଣ୍ଡକୁ ଇଜିପ୍ଟ ଦିଆଗଲା ।

  • ପବୋଏ – ର୍ରବାସୀ ଡଚ୍ ଅଧିବାସୀମାନଙ୍କୁ ବୋଏର କୁହାଯାଏ ।
  • କେନିଆ – ଇଂରେଜ ଅଧୂକୃତ ପୂର୍ବ ଆଫ୍ରିକା କେନିଆ ନାମରେ ନାମିତ ହୋଇଥିଲା ।
  • ଟାଙ୍ଗନାଇକା – ଜର୍ମାନୀ ଅଧିକୃତ ପୂର୍ବ ଆଫ୍ରିକାକୁ ‘ଟାଙ୍ଗନାଇକା’ କୁହାଯାଏ ।
  • ଲିବିଆ – ତୁର୍କୀ ସାମ୍ରାଜ୍ୟର ଅଧ୍ଵତ ତ୍ରିପୋଲି ଓ ସିଲେନାଇକା ଇଟାଲାଦ୍ୱ।ର। ଅଧ୍ କୄତ ହେବା ପରେ ଏହାକୁ ଲିବିଆ ନାମ ଦିଆଯାଇଥିଲା ।

ମରକ୍କୋର ସ୍ଥିତି ନିର୍ଦ୍ଧାରଣ :

  • ୧୯୦୪ ମସିହାରେ ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଅନୁସାରେ ଫ୍ରାନ୍ସକୁ ମରକ୍କୋ ଓ ଇଂଲାଣ୍ଡକୁ ଇଜିପ୍ଟ ଦିଆଗଲା ।
  • ଜର୍ମାନୀ ଏହି ଚୁକ୍ତି ଯୋଗୁଁ କ୍ରୋଧାନ୍ବିତ ହୋଇଥିଲା ।
  • ଶେଷରେ ଫ୍ରାନ୍ସ ‘ଫରାସୀ କଙ୍ଗୋ’ର ୨୫୦୦୦୦ କି.ମି. ଅଞ୍ଚଳ ଜର୍ମାନୀକୁ ସମର୍ପଣ କରିଥିଲା ।

→ ବିଖଣ୍ଡିତ ତୁର୍କୀ :
ତୁର୍କୀ ସାମ୍ରାଜ୍ୟର ଅଧ୍ଵତ ତ୍ରିପୋଲି ଓ ସିରେନାଇକା ଇଟାଲୀଦ୍ଵାରା ଅଧ୍ୟାତ ହେବାପରେ ଏହି ଅଞ୍ଚଳ ଲିବିଆ ନାମରେ ପରିଚିତ ହେଲା ।

ବିଭାଜିତ ସୁଦାନ :

  • ଊନବିଂଶ ଶତାବ୍ଦୀରେ ଜଣେ ସୁଦାନୀୟ ନେତା ସୁଦାନ ଉପରୁ ଇଂଲଣ୍ଡ ଓ ଇଜିପ୍ଟର ଅଧିକାର ଉଚ୍ଛେଦ କରିଥିଲେ ।
  • ୧୮୯୮ ମସିହାରେ ଇଜିପ୍ଟ ଓ ଇଂଲାଣ୍ଡ ମଧ୍ୟରେ ହୋଇଥିବା ଯୁଦ୍ଧରେ ଇଂଲାଣ୍ଡ ସୁଦାନକୁ ପୁନଃ ଅଧିକାର କଲା ।

ସୁଏଜ କେନାଲ :
ଇଜିପ୍ଟର ଗଭଣ୍ଡିର ଇସ୍‌ମାଇଲ ପାଶା ୧୮୬୯ ମସିହାରେ ସୁଏଜ କେନାଲ ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ଵ ଦେଇଥିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଉପନିବେଶବାଦର ପରିଣାମ :
କୁପରିଣାମ :

  • ଉପନିବେଶର ଅର୍ଥନୀତି ଦୁର୍ବଳ ହେଲା ।
  • ସ୍ଥାନୀୟ ଶିଳ୍ପଗୁଡ଼ିକ ଧ୍ଵଂସପ୍ରାପ୍ତ ହେଲା ।
  • ଶିଳ୍ପ ସ୍ଥାପନକୁ ନିରୁତ୍ସାହିତ କରାଗଲା ।
  • କୃଷି ପ୍ରଣାଳୀରେ ପରିବର୍ତ୍ତନ ହେଲା ।
  • ଅତ୍ୟଧିକ କର ଓ ଖଜଣାଦ୍ୱାରା ଶୋଷଣ ଚାଲୁରହିବା ଯୋଗୁଁ ଦାରିଦ୍ର୍ୟ ବୃଦ୍ଧି ପାଇଲା ।
  • ବର୍ଣ୍ଣଗତ ବିଦ୍ବେଷ ଓ ଅହଙ୍କାର ସୃଷ୍ଟି ହେଲା ।

ସୁପରିଣାମ :

  • ଉପନିବେଶମାନଙ୍କରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ, ଡାକତାର, ରେଳପଥ ପ୍ରଚଳନ ହେଲା ।
  • ଅନ୍ୟ ଦେଶ ସହ ବାଣିଜ୍ୟିକ ସମ୍ପର୍କ ପରବର୍ତୀ ସମୟରେ ଅର୍ଥନୀତିର ପ୍ରଗତିରେ ସାହାଯ୍ୟ କରିଥିଲା ।
  • ନୂତନ ସଭ୍ୟତା ଓ ସଂସ୍କୃତିଦ୍ୱାରା ପ୍ରଭାବିତ ହେବା ଫଳରେ ଉପନିବେଶବାସୀ ନିଜ ଦେଶରେ ସାମାଜିକ ଓ ସାଂସ୍କୃତିକ ଉନ୍ନତି ଆଣିପାରିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 2

→ ବର୍ଣ୍ଣବୈଷମ୍ୟ ନୀତି – ଦକ୍ଷିଣ ଆଫ୍ରିକାର ମହାନ୍ ନେତା ନେଲସନ୍ ମାଣ୍ଡେଲା ବର୍ଣବୈଷମ୍ୟ ନୀତି ବିରୋଧରେ ସଂଗ୍ରାମ କରି ଦୀର୍ଘ ୨୭ ବର୍ଷ କାଳ ବନ୍ଦୀ ହୋଇଥିଲେ ଓ ମୁକ୍ତ ହୋଇ ୧୯୯୪ ମସିହାରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 3

→ ଉଗ୍ର ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ମହାତ୍ମା ଗାନ୍ଧି ଆନ୍ଦୋଳନ ଆରମ୍ଭ କରିଥିଲେ । ସେ ୧୮୯୩ ମସିହାରେ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 4
ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :

୧୪୯୭ ଖ୍ରୀ.ଅ. – ପର୍ତ୍ତୁଗାଲର ରାଜଧାନୀ ଲିସବନ୍‌ଠାରୁ ଭାସ୍କୋଡ଼ାଗାମାଙ୍କର ଜଳଯାତ୍ରା ଆରମ୍ଭ ।
୧୪୯୮ ଖ୍ରୀ.ଅ. – ଭାସ୍କୋଡ଼ାଗାମାଙ୍କଦ୍ୱାରା ଭାରତକୁ ଜଳପଥ ଆବିଷ୍କାର ।
୧୭୫୭ ଖ୍ରୀ.ଅ. – ବଙ୍ଗଳାର ନବାବ ସିରାଜଉଦ୍ଦେଲା ଏବଂ ବ୍ରିଟିଶ୍ ଇଷ୍ଟଇଣ୍ଡିଆ କମ୍ପାନୀର ଲର୍ଡ କ୍ଲାଇନ୍‌ଙ୍କ ମଧ୍ୟରେ ପଲାସୀ ଯୁଦ୍ଧ ସଂଘଟିତ, ଭାରତରେ ଇଂରେଜ ଶାସନର ଭିତ୍ତି ସ୍ଥାପନ ।
୧୮୩୯ ଖ୍ରୀ.ଅ. – ଇଂଲାଣ୍ଡ ଓ ଚୀନ୍ ମଧ୍ୟରେ ଅଫିମ ଯୁଦ୍ଧ ସଂଘଟିତ ।
୧୮୫୭ ଖ୍ରୀ.ଅ. – ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ ବିରୋଧରେ ଭାରତୀୟମାନଙ୍କ ପ୍ରଥମ ବିଦ୍ରୋହ ।
୧୮୬୯ ଖ୍ରୀ.ଅ. – ସୁଏଜ୍ କେନାଲ ଖନନ ସମ୍ପୂର୍ଣ୍ଣ ।
୧୮୭୫ ଖ୍ରୀ.ଅ. – ହଲାଣ୍ଡର ମୋଲୁକା ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର ।
୧୮୭୮ ଖ୍ରୀ.ଅ. – ଆନ୍ତର୍ଜାତିକ କଙ୍ଗୋ ସଂଘ ଗଠନ ଏବଂ ଇଂଲାଣ୍ଡର ସାଇପ୍ରସ୍ ଦ୍ୱୀପ ଅଧିକାର ।
୧୮୮୦ ଖ୍ରୀ.ଅ. – ବର୍ମାରେ ରେଳପଥ ନିର୍ମାଣ ପାଇଁ ବର୍ମାଦ୍ଵାରା ଫ୍ରାନ୍ସକୁ ଅନୁମତି ପ୍ରଦାନ ଏବଂ ଜର୍ମାନୀର ଟେଗୋଲାଣ୍ଡ ଅଧୂକାର ।
୧୮୮୨ ଖ୍ରୀ.ଅ. – ଇଂଲାଣ୍ଡର ଇଜିପ୍ଟ ଦଖଲ ।
୧୮୮୫ ଖ୍ରୀ.ଅ. – କଙ୍ଗୋ ସ୍ଵାଧୀନ ରାଷ୍ଟ୍ରରେ ପରିଣତ ।
୧୮୮୬ ଖ୍ରୀ.ଅ. – ଇଂଲାଣ୍ଡଦ୍ୱାରା ବର୍ମା ପରାସ୍ତ ଭାରତ ସହ ଏହାର ମିଶ୍ରଣ ।
୧୮୯୦ ଖ୍ରୀ.ଅ. – ରାଜିନାମାନୁଯାୟୀ ଇଂଲାଣ୍ଡର ଉଗାଣ୍ଡା ପ୍ରାପ୍ତି।
୧୮୯୪ ଖ୍ରୀ.ଅ. – କୋରିଆକୁ ନେଇ ଜାପାନ ଓ ଚୀନ୍ ମଧ୍ଯରେ ଯୁଦ୍ଧ ସଂଘଟିତ ।
୧୮୯୬ ଖ୍ରୀ.ଅ. – ଆବିସିନିଆଦ୍ଵାରା ପରାଜିତ ।
୧୮୯୮ ଖ୍ରୀ.ଅ. – ଇଜିପ୍ଟ ଓ ଇଂଲାଣ୍ଡ ମଧ୍ୟରେ ଯୁଦ୍ଧ ଏବଂ ଇଂଲାଣ୍ଡଦ୍ବାରା ସୁଦାନ ପୁନଃ ଅଧିକୃତ ।
୧୯୦୪-୦୫ ଖ୍ରୀ.ଅ. – ଇଂଲାଣ୍ଡ ସହିତ ଚୁକ୍ତି ସ୍ବାକ୍ଷର କରି ଜାପାନ ଇଉରୋପୀୟ ବୃହତ୍ ରାଷ୍ଟ୍ରର ସମକକ୍ଷ ।
୧୯୦୨ ଖ୍ରୀ.ଅ. – ଫ୍ରାନ୍ସର ମରସ୍କୋ ଅଧିକାର ।
୧୯୦୪ ଖ୍ରୀ.ଅ. – ଜାପାନଦ୍ୱାରା ରୁଷିଆ ପରାଜିତ ।
୧୯୦୭ ଖ୍ରୀ.ଅ. – ଦକ୍ଷିଣ ଇରାନ୍ ଇଂଲଣ୍ଡର ଓ ଉତ୍ତର ଇରାନ୍ ରୁଷିଆର କର୍ତ୍ତୃତ୍ବାଧୀନ।
୧୯୦୮ ଖ୍ରୀ.ଅ. – କଙ୍ଗୋର ରାଜା ଲିଓପୋଲ୍ସଙ୍କଦ୍ଵାରା କଙ୍ଗୋକୁ ବେଲଜିୟମ୍ ସରକାରଙ୍କୁ ହସ୍ତାନ୍ତର ।
୧୯୧୦ ଖ୍ରୀ.ଅ. – କୋରିଆ ଜାପାନର ଏକ ଉପନିବେଶରେ ପରିଣତ ।
୧୯୧୧ ଖ୍ରୀ.ଅ. – ଚୀନ୍‌ରେ ରାଜତନ୍ତ୍ରର ଉଚ୍ଛେଦ ।
୧୯୧୨ ଖ୍ରୀ.ଅ. – ମରକ୍‌ ଫ୍ରାନ୍ସର ସୁରକ୍ଷାପ୍ରାପ୍ତ ଦେଶ ଭାବେ ପ୍ରତିଷ୍ଠିତ ।
୧୯୧୪ ଖ୍ରୀ.ଅ. – ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ।
୧୯୧୭ ଖ୍ରୀ.ଅ. – ରୁଷ୍ ବିପ୍ଳବ ସଂଘଟିତ ।
୧୯୨୨ ଖ୍ରୀ.ଅ. – ଇଜିପ୍ଟ ଏକ ସାର୍ବଭୌମ ସ୍ଵାଧୀନ ରାଷ୍ଟ୍ର ଭାବେ ଘୋଷିତ ।
୧୯୯୪ ଖ୍ରୀ.ଅ. – ମହାନ୍ ନେତା ନେଲସନ୍ ମାଣ୍ଡେଲା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Odisha State Board BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି Textbook Exercise Questions and Answers.

BSE Odisha Class 10 Odia Solutions Chapter 8 ସର୍ବଂସହା ମାଟି

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଦିହ ସିନା ତୋର ପାହାଡ଼ପଥର ……………………… ପତର ପ୍ରାଣ । (ସବୁଜ, କଅଁଳ, ବହଳ)
Answer:
କଅଁଳ

(ଖ) ତୋହରି ଅନ୍ତର ଆଦେଶେ ଚଳେ ମୁଁ ଘୋଷି ତୋର …………………………. । (ଜୟଗାନ, ମହାକୀର୍ତ୍ତି, ମହାଯଶ)
Answer:
ମହାଯଶ

(ଗ) କେଉଁଠି ହଜିଛି ଖୋଜି ଦେଏ ମୋର ……………………….. ର ଚାବିକାଠି । (ପ୍ରେରଣା, ଭାବନା, ଚେତନା )
Answer:
ଚେତନା

(ଘ) ଅମାପ ଧରିମୁଁ ଦେଏ ଟିକେ ମୋତେ …………………………… ହେଉ ମୋର ଛାତି । (ଟାଣ, ଦୃଢ଼, ନିଦା)
Answer:
ନିଦା

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୨।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଜନ୍ମ, ଦୁଃଖ, ଦୋଷ, ନିଦା, ଧୀର, ଅମାପ, କଅଁଳ, ସ୍ନେହ

ଶବ୍ଦ ବିପରାର୍ଥରୋଧକ ଶବ୍ଦ
ଚ୍ଚନ୍ନ ମୃତ୍ୟୁ
ଦୁଃଖ ସୁଖ
ଦୋଷ ନିର୍ଘୋଷ
ନିଦା ଫର୍ମା
ଧାର ଚଞ୍ଚଳ/ହ୍ରତ
ଅମାପ ମାପ
କଅଁଳ କର୍କଶ/କଠିନ
ସ୍ନେହ କୃଶା

Question ୩।
ନିମ୍ନଲିଖ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ମା, ଦେହ, ଜଳ, ପବନ, ବୁକୁ, ପାଦ

ମା, ଜନନୀ, ମାତା
ଦେହ, ଗାତ୍ର, ଶରୀର, କଳେବର
ଜଳ, ସଲିଳ, ଅମ୍ବୁ ପାଣି
ପବନ, ମରୁତ, ସମୀର, ବାୟୁ
ବୁକୁ, ବକ୍ଷ, ଛାତି, ହୃଦୟ
ପାଦ ଚରଣ, ପୟର, ଗୋଡ଼

Question ୪।
ନିମ୍ନଲିଖ ଶବ୍ଦମାନଙ୍କର ଗଦ୍ୟରୂପ ଲେଖ ।
ସେନେହ, ମୁକତି, ଶକତି, ତୃପତି, ସରଗ, ସପନ

ପନ୍ଦ୍ୟରୂପ ଗନ୍ଦ୍ୟରୂପ
ସେନେହ, ସ୍ନେହ
ମୁକତି, ମୁକ୍ତି
ଶକତି, ଶକ୍ତି
ତୃପତି, ତୃପ୍ତି
ସରଗ, ସ୍ଵର୍ଗ
ସପନ ସପ୍ନ

Question ୫।
ନିମ୍ନଲିଖତ ଶବ୍ଦମାନଙ୍କୁ ସାର୍ଥକ ବାକ୍ୟରେ ବ୍ୟବହାର କର ।
ଅମାପ, ଅଳି, ଜୟଗାନ, ଚେତନା, ଆଘାତ
Answer:
ଅମାପ, – ଦ୍ଵିତୀୟ ପାଣ୍ଡବ ଭୀମ ଅମାପ ଶକ୍ତିର ଅଧିକାରୀ ଥିଲେ ।
ଅଳି, – ପିଲାମାନେ ମା’ଙ୍କ ପାଖରେ ଅଳି କରିବା ଏକ ସ୍ଵାଭାବିକ କଥା ।
ଜୟଗାନ, – ସମସ୍ତେ ମାତୃଭୂମିର ଜୟଗାନ କରିବା ଉଚିତ ।
ଚେତନା, – ଚେତନାର ଜାଗରଣରେ ସାଧାରଣ ମଣିଷ ଅସାଧାରଣ ମଣିଷରେ ପରିଣତ ହୁଏ ।
ଆଘାତ – ଅନ୍ୟକୁ ଆଘାତ କଲେ ପ୍ରତ୍ୟାଘାତ ସହିବାକୁ ପଡ଼ିଥାଏ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୬ ।
କବି କାହାକୁ ସର୍ବସହଣୀ ବୋଲି କହିଛନ୍ତି ?
Answer:
କବି ମାଟିମାଆକୁ ସର୍ବସହଣୀ ବୋଲି କହିଛନ୍ତି ।

Question ୭।
କେଉଁଠାରୁ ଆମେ ଶକ୍ତି ଓ ତୃପ୍ତି ପାଭ ବୋଲି କବି କହିଛନ୍ତି ?
Answer:
ଆମେ ମାଟିମାଆର ମିଠା ପାଣି, ପବନ ଓ ଗଛଲତାର ଫଳରୁ ଶକ୍ତି ଓ ତୃପ୍ତି ପାଉ ବୋଲି କବି କହିଛନ୍ତି ।

Question ୮।
ଆମ ମନସୁଖ ଲାଗି ହସକଥା କେଉଁଠାରେ ଭରି ରହିଛି ?
Answer:
ଆମ ମନସୁଖ ଲାଗି ହସକଥା ନଦାସ ମୁଦ୍ରରେ ଭରି ରହିଛି ।

Question ୯ ।
କବି କାହାକୁ ମା’ବୋଲି କହିଛନ୍ତି ?
Answer:
କବି ଜନ୍ମମାଟିକୁ ମାଆ ବୋଲି କହିଛନ୍ତି ।

Question ୧୦ ।
ମାଟି ଚେରମୂଳ ଗଛଲତା ସାଇତି ରଖୁବା ପଛରେ କି ଉଦ୍ଦେଶ୍ୟ ଅଛି ?
Answer:
ମାଟି ଚେରମୂଳ ଗଛଲତା ସାଇତି ରଖ୍ ପଛରେ ମାନବର ରୋଗଜନିତ ଶାରୀରିକ ଯନ୍ତ୍ରଣା ଦୂର କରିବାର ଉଦ୍ଦେଶ୍ୟ ନିହିତ ଅଛି ।

Question ୧୧ ।
ସ୍ଵର୍ଗଠାରୁ ମାଟିର ଆକର୍ଷଣ କବିଙ୍କ ପାଇଁ ଅଧୁକ । ଏହା କବିତାର କେଉଁ ପଦରୁ ଜଣାଯାଏ ଲେଖ ।
Answer:
‘ସରଗ ଡାକିଲେ ମନ ବଳେ ନାହିଁ ଛାଡ଼ିବାକୁ ତୋର କାଖ’ – କବିତାର ଏହି ପଦରୁ କବିଙ୍କ ପାଇଁ ସ୍ଵର୍ଗଠାରୁ ମାଟିର ଆକର୍ଷଣ ଅଧ‌ିକ ବୋଲି ଜଣାପଡ଼େ । ସ୍ଵର୍ଗଠାରୁ ମାଟିର ଆକର୍ଷଣ ଆଧ୍ କ ବୋଲି ଜଣାପଡ଼େ ।

Question ୧୨ ।
କେଉଁ କର୍ମ ହେତୁ କବି ଏ ଦେଶକୁ ବୁଲିବାକୁ ଆସିଛନ୍ତି ?
Answer:
କେତେ ତପସ୍ୟାରୂପକ ପୁଣ୍ୟକର୍ମର ଫଳ ହେତୁ କବି ଏ ଦେଶକୁ ବୁଲିବାକୁ ଆସିଛନ୍ତି ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୩।
ମାଟିର ମହାଯଶ ଘୋଷିବାକୁ କବି କାହାଠାରୁ ଆଦେଶ ପାଇଛନ୍ତି ?
Answer:
ମାଟିର ମହାଯଶ ଘୋଷିବାକୁ କବି ଜନ୍ମଭୂମିର ଅନ୍ତର୍ଗତ ଆଦେଶ ପାଇଛନ୍ତି ।

Question ୧୪।
ମାଟି ମା’ ଆମ ଦୋଷକୁ କାହିଁକି କ୍ଷମା କରିଛି ?
Answer:
ମାଟି ମା’ ଆମକୁ ନିଜର ସନ୍ତାନ ବୋଲି ମନେକରି ଆମର ସମସ୍ତ ଦୋଷକୁ କ୍ଷମା କରିଛି

Question ୧୫ ।
ବଣପକ୍ଷୀର ଡାକ ଶୁଣି ଦେହରେ କି ଭାବ ସୃଷ୍ଟି ହୁଏ ?
Answer:
ବଣପକ୍ଷୀର ଡାକ ଶୁଣି ଆମ ମନରେ ପୁଲକ ଓ ଗର୍ବଭାବ ସୃଷ୍ଟି ହୁଏ ।

ସପ୍ରସଙ୍ଗ ସରଳାର୍ଥ

Question ୧୬ ।
ଜନମ କାଳୁ ଯେ ଦେହେ ତୋ’ ଆଘାତ
କେତେ ନ ଦେଇଛି ମୁର୍ହିଁ
ନିଜ ଛୁଆ ବୋଲି ସବୁ ଦୋଷ ସିନା
କ୍ଷମିଅଛୁ ଏକା ତୁହି
Answer:
ଚନମ କାଳୁ ଯେ ……………….. କ୍ଷମି ଅଛୁ ଏକା ତୁଦ୍ୱା
ପ୍ରୋକ୍ତ ପଦ୍ୟାଶଟି ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ‘ମାଟି ପାଣି ପବନ’ କବିତା ସଂକଳନରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ମାଟିକୁ ଜଣେ କ୍ଷମାମୟୀ, କଲ୍ୟାଣମୟୀ ତଥା ସ୍ନେହମୟୀ ସନ୍ତାନବତ୍ସଳା ଆଦର୍ଶ ଜନନୀ ଭାବେ ବର୍ଣ୍ଣନା

ମାତୃଗର୍ଭରୁ ବାହାରି ଶିଶୁଟିଏ ମାଟି ଉପରେ କରେ ପ୍ରଥମ ଆଲୋକ ଦର୍ଶନ । ଜନ୍ମଦାତ୍ରୀ ମା’ ପରି ମାଟି ଶିଶୁଟିର ସମସ୍ତ ଆବଶ୍ୟକତାକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ । ଜନନୀ ପରି ମାଟି ମା’ ମଧ୍ୟ ସନ୍ତାନବତ୍ସଳା । ନିଜ ବକ୍ଷର ଫଳ, ପୁଷ୍ପ, ଜଳ, ବାୟୁ ଦେଇ ସେ ତା’ ସନ୍ତାନମାନଙ୍କ ଶରୀର ପରିପୁଷ୍ଟ କରେ । ଶରୀରରେ ଶକ୍ତି ଓ ହୃଦୟରେ ଭରିଦିଏ ତୃପ୍ତି । ମାତ୍ର ଭୂମିଷ୍ଠ ହେବା ଦିନଠାରୁ ମାଟି ମା’ ଉପରେ ତା’ର ସନ୍ତାନଗଣ ଆରମ୍ଭ କରିଦିଅନ୍ତି ସବୁ ପ୍ରକାର ଅତ୍ୟାଚାର । ତା’ ଉପରେ ଯେତେ ଆଘାତ ଦେଲେ ମଧ୍ୟ ସର୍ବଂସହା ମାଟି ନିଜ ସନ୍ତାନର ସବୁ ରାଗ, ରୋଷ ଭୁଲିଯାଇ ତା’ ମହାନ୍ ଗୁଣରେ କ୍ଷମା ପ୍ରଦାନ କରେ । କେବେ କୌଣସି ପ୍ରତିବାଦ କରେନି କି ପ୍ରତିକ୍ରିୟା ପ୍ରକାଶ କରେନି ଠିକ୍ ନିଜ ଜନ୍ମଦାତ୍ରୀ ମା’ପରି । ଜନନୀ ପରି ସବୁ ଅଳି, ଅର୍ଦ୍ଧଳି ଅଝଟପଣକୁ ସହି ସ୍ନେହ ମମତାର ସ୍ପର୍ଶ ଦେଇ ମାଟି ମା’ ତା’ର ସନ୍ତାନ ପାଇଁ କ୍ଷମାମୟୀ, କରୁଣାମୟୀ ଆଦର୍ଶ ମା’ ପରି ଅକୁଣ୍ଠ ସେବା କରି ଚାଲିଥାଏ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୧୭ ।
ଅମାପ ଧରିମୁଁ ଦେଏ ଟିକେ ମତେ
ନିଦା ହେଉ ମୋର ଛାତି
ନିଜେ ଦୁଃଖ ସହି ଏ ଜଗତ ପାଇଁ
ଲାଗିପଡ଼େ ଦିନ ରାତି ।
Answer:
ଅମାପ ଧରିଯୁଁ ………………….. ଦିନ ରାତି ।
ଉଦ୍ଧୃତାଂଶଟି ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ‘ମାଟି ପାଣି ପବନ’ କବିତା ସଂକଳନରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ମାଟି ମା’ ନିକଟରୁ ଧୈର୍ଯ୍ୟ ଓ ସହନଶୀଳତା ପରି ମହାନ୍ ଗୁଣଗୁଡ଼ିକୁ ଶିକ୍ଷା କରିବା ସହ ତା’ରି ଆଦର୍ଶରେ ତ୍ତଦ୍ ଚୁଦ୍ଧି ହେବାପାଇଁ କାମନା କରିଛନ୍ତ୍ରା ଜନ୍ମଦାତ୍ରୀ ମା’ ପରି ମାଟି ମା’ ହେଉଛି ସର୍ବଂସହା, ସନ୍ତାନବତ୍ସଳା, ଧୈର୍ଯ୍ୟ ଓ ସହନଶୀଳତାର ମୂର୍ତ୍ତିମନ୍ତ ପ୍ରତୀକ ସେ । ପ୍ରତ୍ୟେକ ବ୍ୟକ୍ତି ପାଇଁ ମାଟି ହେଉଛି ଜଣେ କଲ୍ୟାଣମୟୀ ମା’, ସ୍ନେହମୟୀ ଧାତ୍ରୀ ଓ ବନ୍ଦନୀୟୀ ଶିକ୍ଷୟିତ୍ରୀ । ଧରାପୃଷ୍ଠରେ ଭୂମିଷ୍ଠ ହେବା ଦିନଠାରୁ ସେ ଆମରି ସେବାରେ ନିଜକୁ ଉତ୍ସର୍ଗ କରିଦେଇଛି । ଜୀବନ ଧାରଣ ପାଇଁ ପ୍ରମୁଖ ଉପାଦାନ ଜଳ।

ବାୟୁ ଓ ଖାଦ୍ୟ ଯୋଗାଇଦେଇ ଗଭୀର ସ୍ନେହ ଓ ନିବିଡ଼ ମମତା ଦେଇ ଲାଳନପାଳନ କରିଆସିଛି । କିନ୍ତୁ ପ୍ରତିବଦଳରେ ଆମଠାରୁ ପାଇଛି ଆଘାତ ପରେ ଆଘାତ ଯାହାକୁ ସେ ତା’ର ମହାନ୍ ଗୁଣରେ ନୀରବରେ ସହିଯାଉଛି । ସବୁ ଆଘାତ ଓ ଯଥେଚ୍ଛାଚାରକୁ ସହ୍ୟ କରିବାପାଇଁ ସତେ ଯେପରି ତା’ର ଅନ୍ତରରେ ଭରି ରହିଛି ଧୈର୍ଯ୍ୟ ଓ ସହିଷ୍ଣୁତାର ଅସରନ୍ତି ଭଣ୍ଡାର । ତା’ର ସେହି ସ୍ଵର୍ଗୀୟ ଗୁଣରୁ କିଛି ପ୍ରାପ୍ତ ହେବାପାଇଁ କବି ମାଟି ମା’କୁ ସାନୁନୟ ନିବେଦନ କରିଛନ୍ତି, ଯଦ୍ବାରା ସେ ଜୀବନକାଳ ମଧ୍ୟରେ ସବୁ ଘାତ-ପ୍ରତିଘାତ, ନିନ୍ଦା-ଅପବାଦ ଓ ଦୁଃଖ-ଜଞ୍ଜାଳ ସହ୍ୟ କରି ଧୈର୍ଯ୍ୟର ସହ ଜଗତ କଲ୍ୟାଣରେ ବ୍ରତୀ ହେବାପାଇଁ ସମର୍ଥ ହୋଇପାରିବେ ।

Question ୧୮।
ତୋର ମୁକତିରେ ମୋର ମୁକତି ମା’
ତୋର ହସେ ମୋର ହସ
ତୋହରି ଅନ୍ତର ଆଦେଶେ ଚଳେ ମୁଁ
ଘୋଷି ତୋର ମହାଯଶ ।
Answer:
ତେ।ର ସଙ୍ଗତିରେ ……………………ତୋର ମହାପରାଶା”
ପ୍ରଦତ୍ତ ପଦ୍ୟାଶଟି ପ୍ରଖ୍ୟାତ ନାରୀକବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ରଚିତ ‘ମାଟି ପାଣି ଓ ପବନ’ କବିତା ପୁସ୍ତକରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ମାଟି ମା’ର ମୁକ୍ତି ସହ ସନ୍ତାନର ମୁକ୍ତି ତଥା ତା’ର ମଙ୍ଗଳରେ ସନ୍ତାନର ମଙ୍ଗଳ ନିହିତ ଏହି ବାଣୀ ଉପରେ ଆଲୋକପାତ କରିଛିନ୍ତି ।

ଦୀର୍ଘଦିନର ପରାଧୀନତା ରୂପକ ଅମାରାତ୍ରି ପାହିବାର ସମୟ ସନ୍ନିକଟ ହୋଇଛି ଓ ସ୍ଵାଧୀନତାର ନୂତନ ସୂର୍ଯ୍ୟ ରବିତ ହେବାରେ ଯେ ବିଳମ୍ବ ନାହିଁ, ଏହା ଅନୁଭବ କରି କବି ଆନନ୍ଦ ପ୍ରକାଶ କରିଛନ୍ତି । ଜନ୍ମମାଟିର ମୁକ୍ତି ସହିତ ତା’ର ସନ୍ତାନମାନଙ୍କ ମୁକ୍ତ ଜୀବନଯାପନ ଶୈଳୀ ଓତଃପ୍ରୋତ ଭାବେ ଜଡ଼ିତ। ଜନ୍ମଭୂମି ଭାରତ ଜନନୀର ସୁଖର ଦିନ ଆଗତପ୍ରାୟ ବୋଲି ଜାଣି କବି ତା’ର ଜୟଗାନରେ ଉଲ୍ଲସିତ ହୋଇ ଉଠିଛନ୍ତି । ମହାଭାରତୀୟ ଦର୍ଶନ ଓ ଆଦର୍ଶରେ ଉଦ୍‌ବୁଦ୍ଧ କବି ଜନ୍ମଭୂମିର ଯଶ ଓ ଗୌରବ ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆଗଭର ହୋଇଛନ୍ତି । ଭାରତବର୍ଷର ମହାନ୍ ଐତିହ୍ୟ ତଥା ଆଧ୍ୟାତ୍ମିକ ପରମ୍ପରାର ସୁରକ୍ଷା ହିଁ ଜନ୍ମମାଟି ଅନ୍ତରର ଆଦେଶ । ଚେତନଗର୍ଭା ସେହି ଜନନୀ ଜନ୍ମଭୂମିର ଆଦେଶକୁ ବହନ କରି ଏବଂ ସୁପ୍ତ ଚେତନାକୁ ଜାଗ୍ରତ କରି ମାଟି ମା’ର ଗୁଣଗାନ କରିବାକୁ ଆହ୍ୱାନ ଦେଇଛନ୍ତି କବି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୯ ।
ପଠିତ କବିତା ଅବଲମ୍ବନରେ ମାଟି ପ୍ରତି କବିଙ୍କ ମନୋଭାବର ପରିଚୟ ପ୍ରଦାନ କର । କିମ୍ବା, କବି ବିଦ୍ଯୁପ୍ରଭା ମାଟିକୁ ମା’ ଓ ଶ୍ରେଷ୍ଠ ଗୌରବ ପ୍ରଦାନରେ କେତେଦୂର ପଠିତ କବିତାଟିରେ ସମର୍ଥ ହୋଇଛନ୍ତି ଦର୍ଶାଅ ।
Answer:
ଆଧୁନିକ ଓଡ଼ିଆ କବିତା- ସାରସ୍ବତ-କାନନ ଯେଉଁ ସାଧକଗଣଙ୍କ ବୌଦ୍ଧିକ ଅବଦାନରେ ପୁଷିତ ଓ ସୁରଭିତ ସେମାନଙ୍କ ମଧ୍ୟରେ ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ନାମ ଉଚ୍ଚାରିତ ହୁଏ । ଆଧୁନିକ କବିତାର ପ୍ରବହମାନ ଫଲ୍‌ଗୁରେ ଚିରତଲ୍ଲୀନ ଏହି ମହୀୟସୀ ପ୍ରଜ୍ଞାଧାରିଣୀଙ୍କ ସୃଷ୍ଟିସମୂହ ରୋମାଣ୍ଟିସିଜିମ୍, ସ୍ଵଦେଶପ୍ରୀତି, ଆଧ୍ୟାତ୍ମିକତା ତଥା ବାସ୍ତବବାଦର ସୁସମନ୍ଵୟରେ ଅନୁରଞ୍ଜିତ । ଏହି ସଫଳ ସ୍ରଷ୍ଟାଙ୍କ ସୃଷ୍ଟିସମ୍ଭାର ମଧ୍ଯରେ କବିତା ସଙ୍କଳନ ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ବିହାୟସୀ’, ‘ଝରା ଶିଉଳି’, ‘ସ୍ବପ୍ନଦୀପ’, ‘କାକଳି’, ‘ଯାହାକୁ ଯିଏ’ ଓ ‘ମାଟି ପାଣି ପବନ’ ଆଦି ତାଙ୍କ ଅନନ୍ୟ କବିପ୍ରତିଭାର ପରିଚୟ ବହନ କରେ । .

‘ସର୍ବଂସହା ମାଟି’ ଶୀର୍ଷକ କବିତାଟି କବିଙ୍କ ‘ମାଟି ପାଣି ପବନ’ କବିତା ସଙ୍କଳନରୁ ସଂଗୃହୀତ । କବିତାଟିରେ କବିଙ୍କ ମାଟିମନସ୍କତା, ସ୍ଵଦେଶପ୍ରେମ ତଥା ଦିବ୍ୟଚେତନା କବିତାଟିକୁ ରସୋତ୍ତୀର୍ଣ୍ଣ କରିଛି । କବି ସର୍ବଂସହା ତୁଳନା କରି ମାଟି ମା’ର ମହନୀୟ ଗୁଣାବଳୀ ଗାନ କରିବା ସହ ସନ୍ତାନଭାବେ ମାଟି ମା’ପ୍ରତି କର୍ତ୍ତବ୍ୟ ସୁରକ୍ଷା ପ୍ରତି ଧ୍ୟାନ ପ୍ରଦାନ ତଥା ମାଟି ମା’ର ସମ୍ମାନ ରକ୍ଷାପ୍ରତି ସଚେତନ ରହିବାକୁ ପରୋକ୍ଷରେ ସୂଚନା ପ୍ରଦାନ କରିଛନ୍ତି ।

ମାତୃଗର୍ଭରୁ ଭୂମିଷ୍ଠ ହେବା ପରେ ଶିଶୁ ମାଟି ଉପରେ ହିଁ କରେ ପ୍ରଥମ ଆଲୋକ ଦର୍ଶନ । ପରେ ପରେ ମାଟି ମା’ ଜଣେ ସୁଦକ୍ଷା ଧାତ୍ରୀଭାବେ କରେ ତା’ର ଲାଳନପାଳନ । ଜଳ, ବାୟୁ ଓ ଖାଦ୍ୟ ଯୋଗାଇ ତା’ର ଶିଶୁପ୍ରାଣକୁ ପରିପୁଷ୍ଟ କରେ ମାଟି । ମା’ର କ୍ଷୀର ପରି ମାଟି ତା’ ଗର୍ଭସ୍ଥ ସୁଶୀତଳ ଜଳ, ଜୀବନଧାରଣ ପାଇଁ ତା’ ପୃଷ୍ଠଦେଶରେ ପ୍ରବାହିତ ମୁଦୁମନ୍ଦ ପବନ ଏବଂ ତା’ ବକ୍ଷରେ ଉତ୍ପାଦିତ ଶସ୍ୟ କେଦାର ଓ ବୃକ୍ଷଲତା ତାକୁ ଖାଦ୍ୟ ଯୋଗାଇ ତା’ ଶିଶୁ ଶରୀରରେ ଶକ୍ତି ସଞ୍ଚାର କରାଏ । କେବଳ ସେତିକି ନୁହେଁ ଶାନ୍ତିରେ ସୁନିଦ୍ରା ପାଇଁ ତା’ପାଇଁ ବିଛାଇଦିଏ କୋମଳ ଘାସର ସବୁଜ ଗାଲିଚା । ଅନ୍ତର ଖୋଲା ସ୍ନେହ ସ୍ପର୍ଶ ଦେଇ କୋଳରେ ଶୁଆଇଦିଏ ତା’ର ଅଝଟ ଅବୁଝା ସନ୍ତାନକୁ । ସବୁ ଅଳି-ଅର୍ଦ୍ଦଳି, ରାଗ-ରୋଷ ସହ୍ୟକରି ଗଭୀର ସ୍ନେହରେ ମା’ପରି ସେ ଲାଳନ ପାଳନ କରେ । କବିଙ୍କ ଭାଷାରେ-

“ସବୁଜ ଘାସର କଅଁଳ କିଛିଶା
ଦିଏ କି ଆରାମ ମତେ
ମାଆ ପରି ମୋର ଅଳି ଆରବଳି
କେତେ ନ ସହିଛୁ ସତୋ”

କେବଳ ପାନ, ଭୋଜନ, ଶୟନ ନୁହେଁ ଶିଶୁର ସ୍ୱାସ୍ଥ୍ୟରକ୍ଷା ପାଇଁ ମଧ୍ୟ ମା’ ମନ ବ୍ୟାକୁଳ ହୋଇଉଠେ । କୌଣସି କାରଣରୁ ତା’ର ସନ୍ତାନ ଅସୁସ୍ଥ ହୋଇପଡ଼ିଲେ ମାଟି ମା’ ତା’ କୋଳରେ ସାଇତି ରଖୁଥ‌ିବା ଚେର, ମୂଳି ଔଷଧକୁ ଯୋଗାଇ ଦେଇ ତାକୁ ସୁସ୍ଥ କରିଥାଏ । ପୁନଶ୍ଚ କେବଳ ଶାରୀରିକ ସୁସ୍ଥତା ନୁହେଁ ମାନସିକ ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନଶୀଳ ଥାଏ ମାଟି ମା’ । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ମାନସିକ ସ୍ୱାସ୍ଥ୍ୟ ଅପରିହାର୍ଯ୍ୟ ଅନୁଭବ କରି ତା’ ହୃଦୟରେ ପ୍ରାଣଖୋଲା ହସ ଓ ଦିବ୍ୟାନନ୍ଦ ଭରିଦେବାକୁ ମାଟି ମା’ ନଦୀ ଓ ସମୁଦ୍ରରେ ସଜାଇ ରଖୁଥାଏ ଚିତ୍ତୋଲ୍ଲାସକ ଦୃଶ୍ୟରାଜି । ବହୁବର୍ଣ୍ଣା ଜଳଜୀବମାନଙ୍କର କ୍ରୀଡ଼ା କୌତୁକ, ପଶୁପକ୍ଷୀମାନଙ୍କ ରଙ୍ଗରସ ଆମ ମନରେ ଭରିଦିଏ ସ୍ବର୍ଗୀୟ ଆନନ୍ଦ । ସେହି ଦୃଶ୍ୟରାଜି ଚିନ୍ତାଗ୍ରସ୍ତ ମାନସପଟରୁ ସବୁ ଅବସାଦ ଦୂର କରିବାରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରେ। ମାଟି ମା’ କ୍ରୋଡ଼ରେ ଶୋଭନୀୟ ବନଭୂମିର ଶାନ୍ତକାନ୍ତ ପରିବେଶ ଓ ତହିଁରେ ପକ୍ଷୀକୁଳର କଳକୂଜନ ଏବଂ ଡାଳକୁ ଡାଳ ଉଡ଼ିବୁଲିବାର ଦୃଶ୍ୟ ବାସ୍ତବିକ ମନୋମୁଗ୍ଧକର । ମାଟି ମା’ କୋଳର ଶାନ୍ତ-ଶୀତଳ, କାନ୍ତ-କୋମଳ, ପ୍ରୀତିପ୍ରଦ ତାହା ସ୍ମରଣ କରି ଉଲ୍ଲସିତା ନାରୀକବି ଗାଇଉଠିଛନ୍ତି –

‘ବୁକୁ ମୋ ଫୁଲାଏ ଆଖୁ ମୋ ଭୁଲାଏ
ତୋ ବଣ ପକ୍ଷୀର ଡାକ
ସରଗ ଡାକିଲେ ମନ ବଳେ ନାହିଁ
ଛାଡ଼ିବାକୁ ତୋ’ର କାଖ ।’’

ମାଟି ପ୍ରତି କବିଙ୍କର ମମତ୍ୱବୋଧର ତୀବ୍ରତା ଏହି ଉକ୍ତିରୁ ସହଜେ ଅନୁମେୟ । ସଂପ୍ରତି ବିଳାସବ୍ୟସନ ପ୍ରଲୁବ୍ଧ ବସ୍ତୁବାଦୀ ମାନବ ମୃତ୍ତିକା ସଂରକ୍ଷଣ ଦିଗରେ ଯେପରି ଉଦାସାନ ମନୋଭାବ ପୋଷଣ କରିଛି ତାହା ଭରିଷ୍ୟତରେ ସମଗ୍ର ଜାରଜଗତ ପାଇଁ ଘାତକ ସାବ୍ୟସ୍ତ ହେବ, ଏପରି ସନ୍ଦେହ ଅମୂଳକ ନୁହେଁ । ମାଟି ପ୍ରତି କବିଙ୍କ ମନୋଭାବ ପାଠକମାନଙ୍କୁ ମାଟି ମା’ର ସୁରକ୍ଷା ଦିଗରେ ଯେ ପ୍ରେରଣା ପ୍ରଦାନ କରିବ ଏହା ନିଃସନ୍ଦେହରେ କୁହାଯାଇପାରେ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୨୦ ।
‘ମାଟି ସର୍ବଂସହା’ ଏହାର ଯଥାର୍ଥତା ପ୍ରତିପାଦନ କର । କିମ୍ବା, ଜନନୀ ପରି ମାଟି ମାଆ ସହନଶୀଳତାର ପ୍ରତିମୂର୍ତ୍ତି – ଉକ୍ତିଟିର ସତ୍ୟତା ପଠିତ କବିତା ଅବଲମ୍ବନରେ ଆଲୋଚନା କର ।
Answer:
ଓଡ଼ିଆ ଆଧୁନିକ କବିତା ଯେଉଁ ସାରସ୍ଵତ ସାଧକମାନଙ୍କ ବୌଦ୍ଧିକ ଚେତନାରେ ସମୃଦ୍ଧ, ସେମାନଙ୍କ ମଧ୍ୟରେ ପ୍ରଖ୍ୟାତ ନାରୀକବି ବିଦ୍ୟୁତ୍‌ପ୍ରଭା ଦେବୀ ଅନ୍ୟତମ । ବାସ୍ତବବାଦ ସହ ରୋମାଣ୍ଟିସିଜିମ୍ର ସୁମଧୁର ସମନ୍ଵୟ କବିଙ୍କ ଅନୁଭୂତିସିକ୍ତ ସୃଷ୍ଟିନିଚୟର ସାର୍ଥକ ପ୍ରତିବେଦନ । ସରଳ, ସାବଲୀଳ ଭାଷା ଓ ଭାବ ତଥା ସୁଲଳିତ ଶୈଳୀରେ କବିଙ୍କ ରଚନାବଳୀ ସୁଖପାଠ୍ୟ, ଶ୍ରୁତିମଧୁର ତଥା ବୋଧଗମ୍ୟ । କବିଙ୍କ ସାରସ୍ଵତ ସୃଷ୍ଟିସମ୍ଭାର ମଧ୍ଯରେ କବିତା ପୁସ୍ତକ ‘ସବିତା’, ‘ଉତ୍କଳ ସାରସ୍ଵତ ପ୍ରତିଭା’, ‘କନକାଞ୍ଜଳି’, ‘ମରୀଚିକା’, ‘ବିହାୟସୀ’, ‘ଝରା ଶିଭଳି’, ‘ସ୍ବପ୍ନଦ୍ଵୀପ’, ‘କାକଳି’, ‘ଯାହାକୁ ଯିଏ’, ‘ସଞ୍ଚୟନ’ ଓ ‘ମାଟି ପାଣି ପବନ’ କବିଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ ।

‘ସର୍ବଂସହା ମାଟି’ଶୀର୍ଷକ କବିତାଟି କବିଙ୍କ ‘ମାଟି ପାଣି ପବନ’ ପୁସ୍ତକରୁ ସଂଗୃହୀତ ଏକ ସମ୍ଭୋଧୀ କବିତା ଯେଉଁଥରେ କବି ମାଟିର ସର୍ବଂସହା ଗୁଣର ଜୟଗାନ କରିବା ସହ ମାଟିଠାରୁ ଧୈର୍ଯ୍ୟ ଓ ସହନଶୀଳତା ପରି ସୁମହାନ୍ ସ୍ବର୍ଗୀୟ ଗୁଣଗୁଡ଼ିକୁ ଶିକ୍ଷାକରି ନିଜକୁ ଜନମଙ୍ଗଳ କର୍ମରେ ନିୟୋଜିତ କରିବାପାଇଁ ଗଭୀର କାମନା ପୋଷଣ କରିଛନ୍ତି ।

ସମଗ୍ର ଜୀବଜଗତ ପାଇଁ ମାଟି ମା’ର ମହନୀୟ ଅବଦାନ ଲକ୍ଷ୍ୟକରି କବି ମାଟିକୁ ମା’ ସହ ତୁଳନା କରିଛନ୍ତି ଓ ତା’ର ଯଶୋଗାନରେ ଶତମୁଖ ହୋଇଉଠିଛନ୍ତି । ମାଟି ପ୍ରତି କବିଙ୍କର ଗଭୀର ମମତ୍ୱବୋଧ ଲକ୍ଷ୍ୟକଲେ ଜଣାଯାଏ ସତେ ଯେପରି ସେ ଆଧୁନିକ ସହରୀ ସଭ୍ୟତା ସଂକ୍ରମଣର ଶିକାର ହୋଇନାହାନ୍ତି । ମାଟିମନସ୍କ କବି, ପଲ୍ଲୀର ସ୍ନିଗ୍ଧ, ମଧୁର ପରିବେଶ, ସରଳ ଗ୍ରାମ୍ୟ ପରିବେଷ୍ଟନୀର ଶାଶ୍ୱତ ଶାନ୍ତି ଓ ଅନାବିଳ ପ୍ରେମାନନ୍ଦର ନିବିଡ଼ ଆଶ୍ଳେଷରେ ତଲ୍ଲୀନ ହେବାକୁ ଗଭୀର ଆଗ୍ରହୀ ଥ‌ିବା ଅନୁମିତ ହୁଏ । ମାଟି ମା’ଠାରେ କବି ଲକ୍ଷ୍ୟ କରିଛନ୍ତି, ଜନ୍ମଦାତ୍ରୀ ମା’ର ସ୍ବସନ୍ତାନ ପ୍ରତି ତ୍ୟାଗସର୍ବସ୍ଵ ଜୀବନାଦର୍ଶ । ଜୀବନର ସବୁ ସୁଖ, ସ୍ୱାଚ୍ଛନ୍ଦ୍ୟକୁ ନିଜ ସନ୍ତାନର ତୃପ୍ତି ଓ ଆନନ୍ଦ ପାଇଁ ଉତ୍ସର୍ଗ କରିବାରେ ମା’ ପାଇଥାଏ ଶାନ୍ତି ଓ ସନ୍ତୋଷ । ସନ୍ତାନର ସବୁ ଅଳି, ଅର୍ଦ୍ଧଳି, ରାଗ, ରୋଷକୁ ଅକୁଣ୍ଠିତ ଚିତ୍ତରେ ଗଳାଧଃକରଣ କରି ଅକାତରେ ଢାଳିଦିଏ ତା’ ବୁକୁତଳର ସ୍ନେହ, ମମତା, ସେବା, ଯତ୍ନ । ସନ୍ତାନର ସବୁ ଦୋଷ, ତ୍ରୁଟିକୁ ସେ ତା’ର ମହାନ୍ ଗୁଣରେ କ୍ଷମା କରିଦିଏ । ମନରେ ପାତର ଅନ୍ତର ଭାବ ନରଖ୍ ମା’ ତା’ର ସବୁ ସନ୍ତାନ ସନ୍ତତିଙ୍କ ପାଇଁ ସମଦୃଷ୍ଟି ଓ ସମଭାବ ପରିପୋଷଣ କରିଥାଏ । ଠିକ୍ ସେହିପରି ସର୍ବଂସହା ମାଟି ମା’ ଆମର ସବୁ ଅତ୍ୟାଚାରକୁ ନୀରବରେ ସହିଯାଏ, କେବେ କିଛି ବି ପ୍ରତିବାଦ କରିନଥାଏ । କବିଙ୍କ ଭାଷାରେ-

ମାଟି ମା’ଠାରେ କବି ଲକ୍ଷ୍ୟ କରିଛନ୍ତି, ଜନ୍ମଦାତ୍ରୀ ମା’ର ସ୍ଵସନ୍ତାନ ପ୍ରତି ତ୍ୟାଗସର୍ବସ୍ଵ ଜୀବନାଦର୍ଶ । ଜୀବନର ସବୁ ସୁଖ, ସ୍ୱାଚ୍ଛନ୍ଦ୍ୟକୁ ନିଜ ସନ୍ତାନର ତୃପ୍ତି ଓ ଆନନ୍ଦ ପାଇଁ ଉତ୍ସର୍ଗ କରିବାରେ ମା’ ପାଇଥାଏ ଶାନ୍ତି ଓ ସନ୍ତୋଷ । ସନ୍ତାନର ସବୁ ଅଳି, ଅର୍ଦ୍ଧଳି, ରାଗ, ରୋଷକୁ ଅକୁଣ୍ଠିତ ଚିତ୍ତରେ ଗଳାଧଃକରଣ କରି ଅକାତରେ ଢାଳିଦିଏ ତା’ ବୁକୁତଳର ସ୍ନେହ, ମମତା, ସେବା, ଯତ୍ନ । ସନ୍ତାନର ସବୁ ଦୋଷ, ତ୍ରୁଟିକୁ ସେ ତା’ର ମହାନ୍ ଗୁଣରେ କ୍ଷମା କରିଦିଏ । ମନରେ ପାତର ଅନ୍ତର ଭାବ ନରଖ୍ ମା’ ତା’ର ସବୁ ସନ୍ତାନ ସନ୍ତତିଙ୍କ ପାଇଁ ସମଦୃଷ୍ଟି ଓ ସମଭାବ ପରିପୋଷଣ କରିଥାଏ । ଠିକ୍ ସେହିପରି ସର୍ବଂସହା ମାଟି ମା’ ଆମର ସବୁ ଅତ୍ୟାଚାରକୁ ନୀରବରେ ସହିଯାଏ, କେବେ କିଛି ବି ପ୍ରତିବାଦ କରିନଥାଏ । କବିଙ୍କ ଭାଷାରେ-

‘ମାଆ ପରି ମୋର ଅଳି ଅରଦଳି
କେତେ ନ ସହିଛୁ ସତେ ।’’
ପୁନଶ୍ଚ –
“ସରଚ ସହଣା ମାଟି
ସବୁରି ଉପରେ ସେଦେହ ତୋହର
ସମାନେ ଦେଇଛୁ ବାଣ୍ଟି।

ମାଟି ମା’ ଜନ୍ମଦାତ୍ରୀ ମା’ ପରି ବାତ୍ସଲ୍ୟର ମୂର୍ତ୍ତିମନ୍ତ ବିଗ୍ରହ । କବିଙ୍କ ଲେଖନୀରେ ତା’ର ମହିମାମଣ୍ଡିତ ରୂପ ପରିଦୃଷ୍ଟ ହୁଏ । ମାତୃଗର୍ଭରୁ ଭୂମିଷ୍ଠ ହେବାପରେ ଆମେ ମାଟି ମା’ ଉପରେ କାହିଁ କେତେ ଯେ ଅତ୍ୟାଚାର କରିଛୁ ତା’ର ଇୟଭା ନାହିଁ । ମାଟି ଉପରେ ମଳ ମୂତ୍ରାଦି ତ୍ୟାଗଠାରୁ ଆରମ୍ଭକରି ଖନନ, କର୍ଷଣ, ବିସ୍ଫୋରଣଜନିତ ସମସ୍ତ ଅତ୍ୟାଚାର ବିରୋଧରେ କେବେବି ପ୍ରତିବାଦ କରେନି ମାଟି ମା’, କାରଣ ସେ ସର୍ବଂସହା । କବିଙ୍କ ଭାଷାରେ-

‘‘ଜନମକାଳୁ ଯେ ଦେହେ ତୋ ଆଘାତ
କେତେ ନ ଦେଇଛି ମୁହିଁ
ନିଜ ଛୁଆ ବୋଲି ସବୁ ଦୋଷ ସିନା
କ୍ଷମି ଅଛୁ ଏକା ତୁହି ।”

ଗର୍ଭଜାତ ସନ୍ତାନର ସବୁ ରାଗ, ରୋଷ, ଅଭିମାନ, ଅତ୍ୟାଚାରକୁ ଜନ୍ମଦାତ୍ରୀ ମା’ ସହିନେଲା ପରି ମାଟି ମା’ ଆମ ସମସ୍ତଙ୍କ ଯଥେଚ୍ଛାଚାରକୁ ତା’ ମହାନ୍ ଗୁଣରେ କ୍ଷମା କରିଦିଏ । ଧୈର୍ଯ୍ୟ ଓ ସହନଶୀଳତାର ମୂର୍ତ୍ତିମନ୍ତ ଅବତାର ମାଟି ମା’ପାଇଁ କବି ମନର ବ୍ୟାକୁଳତା ଓ ସଂବେଦନଶାଳତା କବିତାରେ ସୃଷ୍ଟ ପରିଦୃଷ ହୁଏ। ପାଠକମାନଙ୍କୁ ମାଟିର ଯତ୍ନ ନେବାପାଇଁ ପରୋଷ ଇଙ୍ଗିତ କବିତାର ଅନ୍ତଃସ୍ଵର କହିଲେ ଅତ୍ୟୁକ୍ତି ହେବନାହିଁ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୨୧ ।
କବି ମାଟିମାଆର ଜୟଗାନରେ ଶତମୁଖ- ଏହାକୁ ପଠିତ କବିତା ଅନୁସରଣରେ ବର୍ଣ୍ଣନା କର । କିମ୍ବା, ମାଟିମାଆର ଜୟଗାନ କରିବାକୁ କବି ଯେପରି ଯଥାର୍ଥ ଜ୍ଞାନ କରିଛନ୍ତି, ତା’ର ସ୍ଵରୂପ ପଠିତ ‘ସର୍ବଂସହା ମାଟି’ କବିତାକୁ ଆଧାର କରି ବିଶ୍ଳେଷଣ କର ।
Answer:
ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ସ୍ଥାନ ସ୍ବତନ୍ତ୍ର । ସରଳ ଭାଷା, କୋମଳଭାବ ତଥା ଲୋଭନୀୟ ମଞ୍ଜୁଳ ଶୈଳୀ ତାଙ୍କ ସୃଷ୍ଟିନିଚୟର ମୁଖ୍ୟ ଆଧାର । କବିଙ୍କ ସୃଷ୍ଟିରେ ସ୍ଵଦେଶପ୍ରୀତି, ସାଂସ୍କୃତିକ ଚେତନା, ପଲ୍ଲୀପ୍ରାଣତା, ଜୀବନବୋଧ ତଥା ଆଧ୍ୟାତ୍ମିକତାର ସୁସମନ୍ଵୟ ପରିଦୃଷ୍ଟ ହୋଇଥାଏ । ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ସଞ୍ଚୟନ’, ‘ବିହାୟସୀ’, ‘ଝରାଶିଉଳି’, ‘ସ୍ବପ୍ନଦୀପ’, ‘କାକଳି’, ‘ମାଟି ପାଣି ପବନ’ ଆଦି କବିତା ସଙ୍କଳନ କବିଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ପରିଚୟ ପ୍ରଦାନ କରେ ।

ପଲ୍ଲୀପ୍ରାଣତା, ଜୀବନବୋଧ ତଥା ଆଧାତ୍ମିକତାର ସୁସମନ୍ଵୟ ପରିଦୃଷ୍ଟ ହୋଇଥାଏ । ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ସଞ୍ଚୟନ’, ‘ବିହାୟସୀ’, ‘ଝରାଶିଉଳି’, ‘ସ୍ବପ୍ନଦୀପ’, ‘କାକଳି’, ‘ମାଟି ପାଣି ପବନ’ ଆଦି କବିତା ସଙ୍କଳନ କବିଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ । ଆଲୋଚ୍ୟ ‘ସର୍ବଂସହା ମାଟି’ଶୀର୍ଷକ କବିତାଟି କବିଙ୍କ ‘ମାଟି ପାଣି ପବନ’ କବିତା ସଙ୍କଳନରୁ ସଂଗୃହୀତ, ଯେଉଁଥରେ କବିଙ୍କର ମାଟି ପ୍ରତି ମମତ୍ୱବୋଧ ପ୍ରକଟିତ ହେବା ସଙ୍ଗେ ସଙ୍ଗେ ମାନବ ଜୀବନ ପ୍ରତି ମାଟିର ମହନୀୟ ଅବଦାନକୁ କବି କରି ନିଜ ଦେଶାତ୍ମବୋଧ ଚେତନାର ପରିଚୟ ପ୍ରଦାନ କରିଛନ୍ତି ।

କବିଙ୍କ ମତରେ, ଜନ୍ମ ଜନ୍ମାନ୍ତର ତପସ୍ୟାର ଫଳସ୍ୱରୂପ ତାଙ୍କୁ ଭାରତବର୍ଷ ପରି ମହାନ୍ ଦେବଭୂମି, ବୀରଭୂମିରେ ଜନ୍ମଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ପୁଣ୍ୟଭୂମି, ଭାରତବର୍ଷର ମୃତ୍ତିକା କେବଳ ତୁଚ୍ଛ ଗୋଡ଼ି, ମାଟି, ପଥର ନୁହେଁ, ବରଂ ଏହି ମାଟିର ପ୍ରତିଟି ଅଣୁ ପରମାଣୁରେ ଭରି ରହିଛି ଦିବ୍ୟ ଚେତନା । ଏ ମାଟିର ପ୍ରତିଟି ଧୂଳିକଣା ବହୁ ମହାମନୀଷୀ, ପୈଗମ୍ବର, ଅବତାରୀ ପୁରୁଷଙ୍କ ପଦସ୍ପର୍ଶରେ ପବିତ୍ର ହୋଇଛି । ବହୁ ବୀର, ସାହସୀ, ଯୋଦ୍ଧାଙ୍କର ରକ୍ତକଣିକା ଏ ମାଟିର ସ୍ବାତନ୍ତ୍ର୍ୟକୁ ପ୍ରମାଣିତ କରିଛି । ତେଣୁ ତପସ୍ୟା, ଦୈବୀ ଆଶୀର୍ବାଦ, ପ୍ରାରବ୍ଧ କର୍ମଫଳ ବିନା ଏ ମାଟିରେ ଜନ୍ମଲାଭ କରିବା କଦାପି ସମ୍ଭବ ନୁହେଁ । କବିଙ୍କ ଭାଷାରେ।

“କେତେ ଗପ କରି ଏକ ଜନମରେ
ଆସିଛି ତୋ’ ଦେଶେ ବୁଲି ।’’

ଦେବଭୂମି ଭାରତବର୍ଷର ପବିତ୍ର ଧୂଳିକଣାକୁ ମଥାରେ ବୋଳି ମହାପୁରୁଷମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବାକୁ କବି ଇଚ୍ଛାପୋଷଣ କରିଛନ୍ତି । ବୀର ସହିଦମାନଙ୍କର ରକ୍ତରଞ୍ଜିତ ଏଇ ମୁଭିକା ସ୍ପର୍ଶରେ କବି ନିଜ ହୃଦୟରେ ଦେଶପ୍ରେମଭାବ ଜାଗ୍ରତ କରିପାରିବେ ଓ ଜନ୍ମମାଟିର ସୁନାମ ବୃଦ୍ଧିରେ ପ୍ରୟାସୀ ହେବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି । କବିଙ୍କ କଣ୍ଠରେ-

“ତୁହି ଦେବଭୂମି ତୁହି ଗାରଭୂମି
ତୁହି ମୋ ଭାରତ ମାଆ
ତୋର ପାଦ ଧୁଳି ପୁଣ୍ଡେ ହୋଇ କୋଳି
ରଖିବି ତୋହରି ନାଆଁ”

ସ୍ଵଦେଶପ୍ରେମୀ କବି ବିଦ୍ୟୁତ୍‌ପ୍ରଭା ଜନ୍ମମାଟିର ଦୀର୍ଘ ପ୍ରତୀକ୍ଷିତ ମୁକ୍ତି ଆସନ୍ନ ବୋଲି ଅନୁଭବ କରିଛନ୍ତି । ତାଙ୍କ ମତରେ, ପରାଧୀନତାର ଅମାରାତ୍ରି ଅବସାନ ହେବାର ସମୟ ଆଗତପ୍ରାୟ । ‘ସ୍ଵାଧୀନତା ରୂପକ ନବୋଦିତ ସୂର୍ଯ୍ୟ ଉଦୟ ହେବାର ପାହାନ୍ତି ପ୍ରହର ଉପଗତ । ସ୍ଵାଧୀନତା ପ୍ରାପ୍ତି ସନ୍ନିକଟ ପ୍ରାୟ ଉପଲବ୍ଧ କରି କବି ମୁକ୍ତି ସ୍ଵପ୍ନରେ ବିଭୋର ହୋଇଛନ୍ତି ଏବଂ ଜନ୍ମମାଟିର ଜୟଗାନ କରି ପୂର୍ବଜମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଏବଂ ମହାଭାରତୀୟ ଦର୍ଶନରେ ଉଦ୍‌ବୁଦ୍ଧ ହୋଇ ଜନ୍ମମାଟିର ସମ୍ମାନ ଦିଗରେ ପ୍ରୟାସୀ ହେବେ ବୋଲି କହିଛନ୍ତି ।

‘ଚିର ଦୁଃଖର ତୋ ପାହାରି ଅନ୍ଧାର
ରାତି ଆସୁଅଛି ପାହି
ସେ ନୂଆ ସପନେ ଫୁଲେ ମୁଁ ଆନନ୍ଦେ
ଜୟ ଗାନ ତୋର ଗାଇ ।’’

ଜନ୍ମମାଟି ଭାରତବର୍ଷକୁ କବି ଚେତନଗର୍ଭା ବୋଲି କହିଛନ୍ତି । ମହାମନୀଷୀମାନଙ୍କ ସଂସ୍ପର୍ଶରେ ଆସି ଏହି ମୃତ୍ତିକା ଅଲୌକିକ ଆତ୍ମଭୌତିକ ଚୈତ୍ତ ସତ୍ତାର ଅଧିକାରୀ ହୋଇପାରିଛି । ଏହି ମୃତ୍ତିକା ମାନବ ହୃଦୟରେ ଦିବ୍ୟଚେତନା ସୃଷ୍ଟି କରିବାରେ ଅନନ୍ୟ ଅଲୌକିକ ଭୂମିକା ଗ୍ରହଣ କରିଥାଏ । ସେହି ପବିତ୍ର ମାଟିରେ ଜନ୍ମଲାଭ କରି କବି ଧନ୍ୟ ହୋଇଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ତାଙ୍କ ଅନ୍ତରରେ ଚେତନା ଜାଗ୍ରତ କରାଇବାପାଇଁ ସେ ଜନ୍ମମାଟିକୁ ଅନୁରୋଧ କରିଛନ୍ତି । ଯଦ୍ବାରା ଜଣେ ଚେତନଶୀଳ ନାଗରିକଭାବେ ସେ ନିଜ ଜନ୍ମଭୂମିର ଯଶ ଓ ସମ୍ମାନ ରକ୍ଷା ଦିଗରେ ନିଜକୁ ଉତ୍ସର୍ଗ କରିବାକୁ ସମର୍ଥ ହେବେ । ଜନ୍ମମାଟି ପ୍ରତି କବିମାନସର ଏତାଦୃଶ ଆବେଗଭରା ଆହ୍ବାନ କବିଙ୍କ ସ୍ଵଦେଶପ୍ରେମର ପରିଚୟ ପ୍ରଦାନ କରେ ।

ତୁମ ପାଇଁ କାମ

Question ୨୨ ।
କବି ବିଦ୍ଯୁପ୍ରଭା ଦେବୀଙ୍କର ଅନ୍ୟ କବିତାଗୁଡ଼ିକୁ ସଂଗ୍ରହକରି ପଢ଼ ।

Question ୨୩ ।
ଉକ୍ତ କବିତାଟିକୁ ଆବୃତ୍ତି ଅଥବା ସ୍ଵରସହ ଗାନ କର ।

Question ୨୪ ।
ମାଟି ମା ଉଦ୍ଦେଶ୍ୟରେ ଲିଖ୍ ଅନ୍ୟକବିମାନଙ୍କର କବିତାଗୁଡ଼ିକୁ ସଂଗ୍ରହ କରି ଶିକ୍ଷକଙ୍କୁ ଦେଖାଅ ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି 1

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ନିଜେ ଦୁଃଖ ସହି କବି କ’ଣ କରିବାକୁ ଚାହିଁଛନ୍ତି ?
Answer:
ପାହାଡ଼ ପଥର

Question 2.
ସର୍ବଂସହା ମାଟିର ଦେହ କିଏ ?
Answer:
ଜଗତର ହିତ ସାଧନ

Question 3.
ଦେହ ପାହାଡ଼ ପଥର ହେଲେ ବି ମାଟିମାଆର ପ୍ରାଣଟି କିପରି ?
Answer:
କଅଁଳ ପତ୍ର ପରି

Question 4.
କବିତାରେ କବି କାହାକୁ ସର୍ବସହଣୀ ବୋଲି କହିଛନ୍ତି ?
Answer:
ମାଟି

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 5.
ମାଟି ମା’ର ପ୍ରାଣ କିପରି ବୋଲି କବିତାରେ କୁହାଯାଇଛି ?
Answer:
କଅଁଳ ପତ୍ର ପରି

Question 6.
ଭାରତମାତାଙ୍କର ନାମ କିପରି ରଖୁବାକୁ କବି କହିଛନ୍ତି ?
Answer:
ପାଦଧୂଳି ମୁଣ୍ଡରେ ବୋଳି

Question 7.
ଜଗତର ମଙ୍ଗଳ ପାଇଁ ମାଟି ମା’ର କେଉଁ ଗୁଣକୁ କବି ମାଗିଛନ୍ତି ?
Answer:
ପୌର୍ଯ୍ୟ

Question 8.
କବି କାହାକୁ ମା’ ବୋଲି କହିଛନ୍ତି ?
ଭ-
ନିଜ ଗାଁ ମାଟିକୁ

Question 9.
ବିଦ୍ୟୁତପ୍ରଭାଦେବୀ କେଉଁ ପୁସ୍ତକ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ?
Answer:
ସଞ୍ଚୟନ

Question 10.
ଭାରତମାତାର ପ୍ରାଣ କିଭଳି ବୋଲି କବି କହିଛନ୍ତି ?
Answer:
କଅଁଳ ପତର

Question 11.
ଛାତିକୁ ନିଦା କରିବାକୁ କବି ମାଟିମାଆଠାରୁ କ’ଣ ଭିକ୍ଷାକରିଛନ୍ତି ?
Answer:
ପୌର୍ଯ୍ୟ

Question 12.
ନଈ, ସମୁଦ୍ରରେ ମାଟି ମା’ କ’ଣ ରଖିଛନ୍ତି ବୋଲି କବି କହିଛନ୍ତି ?
Answer:
ହସକଥା

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
‘ସର୍ବଂସହା ମାଟି’ କବିତାଟି କବିଙ୍କର କେଉଁ ପୁସ୍ତକରୁ ଆନୀତ ?
Answer:
‘ସର୍ବଂସହା ମାଟି’ କବିତାଟି କବିଙ୍କର ‘ମାଟି ପାଣି ପବନ’ ପୁସ୍ତକରୁ ଆନୀତ ।

Question 2.
କେଉଁ କବିତା ପୁସ୍ତକ ପାଇଁ କବି ବିଦ୍ୟୁତପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ ହୋଇଛନ୍ତି ?
Answer:
‘ସଞ୍ଚୟନ’ କବିତା ପୁସ୍ତକ ପାଇଁ କବି ବିଦ୍ୟୁତପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ ହୋଇଛନ୍ତି ।

Question 3.
କବିଙ୍କ ଦେହରେ କିଏ ବଳ ଦେଇଛି ?
Answer:
ମାଟିମାଆର ମିଠା ପାଣି ଓ ଧୀର ପବନ କବିଙ୍କ ଦେହରେ ବଳ ଦେଇଛି ।

Question 4.
ଆରାମ ଦେବାପାଇଁ ମାଟିମାଆ କ’ଣ ବିଛାଇ ରଖୁଛି ?
Answer:
ଆରାମ ଦେବାପାଇଁ ମାଟିମାଆ ସବୁଜ ଘାସର କଅଁଳ ବିଛଣା ବିଛାଇ ରଖୁଛି ।

Question 5.
ମାଆ ପରି କିଏ ଆମ ଅଳି ଅର୍ଦ୍ଧଳି ସହୁଛି ?
Answer:
ମାଆ ପରି ମାଟିମାଆ ଆମ ଅଳି ଅର୍ଦ୍ଧଳି ସହୁଛି !

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 6.
ମାଟିମାଆ କାହିଁକି ଆମର ସମସ୍ତ ଦୋଷକୁ କ୍ଷମାକରି ଦେଉଛି ?
Answer:
ମାଟିମାଆ ଆମକୁ ତା’ ନିଜର ସନ୍ତାନ ମନେକରି ଆମର ସମସ୍ତ ଦୋଷକୁ କ୍ଷମାକରି ଦେଉଛି ।

Question 7.
ମାଟି ମାଆର ଶରୀର କେଉଁଥ‌ିରେ ଗଢ଼ା ବୋଲି କବି କହିଛନ୍ତି ?
Answer:
ମାଟି ମାଆର ଶରୀର ପାହାଡ଼ ପଥରରେ ଗଢ଼ା ବୋଲି କବି କହିଛନ୍ତି ।

Question 8.
ମାଟିମାଆର ପ୍ରାଣ କିପରି ?
Answer:
ମାଟି ମାଆର ପ୍ରାଣ କଅଁଳ ପତ୍ର ପରି ଅତ୍ୟନ୍ତ କୋମଳ ।

Question 9.
ସନ୍ତାନ ମୁଖରେ କେତେବେଳେ ହସ ଫୁଟିଉଠେ ?
Answer:
ମାଟିମାଆ ହସିଲେ ସନ୍ତାନ ମୁଖରେ ହସ ଫୁଟିଉଠେ ।

Question 10.
ମାଟିର ମହାଯଶ ଘୋଷିବାକୁ କବି କାହାଠାରୁ ଆଦେଶ ପାଇଛନ୍ତି ?
Answer:
ମାଟିର ମହାଯଶ ଘୋଷିବାକୁ କବି ଜନ୍ମଭୂମିର ଅନ୍ତରରୁ ଆଦେଶ ପାଇଛନ୍ତି ।

Question 11.
ବଣ ପକ୍ଷୀର ଡାକ ଶୁଣି ଦେହରେ କି ଭାବ ସୃଷ୍ଟି ହୁଏ ?
Answer:
ବଣ ପକ୍ଷୀର ଡାକ ଶୁଣି ଆନନ୍ଦରେ ଛାତି ଫୁଲିଉଠେ ଏବଂ ଆଖ୍ ବାସ୍ତବତାକୁ ଭୁଲିଯାଏ ।

Question 12.
ମାଆମାଟି ସମସ୍ତଙ୍କ ଉପରେ ସମାନ ଭାବରେ କ’ଣ ବାଣ୍ଟି ଦେଇଛି ?
Answer:
ମାଆମାଟି ସମସ୍ତଙ୍କ ଉପରେ ସମାନ ଭାବରେ ତା’ର ସ୍ନେହକୁ ବାଣ୍ଟି ଦେଇଛି ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 13.
ଆମ ଭାରତ ମାଆ କିପରି ବୋଲି କବି କହିଛନ୍ତି ?
Answer:
ଆମ ଭାରତ ମାଆ

Question 14.
କବୟିତ୍ରୀ ବିଦ୍ୟୁତପ୍ରଭା
Answer:
କବୟିତ୍ରୀ ବିଦ୍ୟୁତପ୍ରଭା ଦେବୀଙ୍କ ରଚିତ ଦୁଇଟି କବିତା ପୁସ୍ତକର ନାମ ହେଲା କନକାଞ୍ଜଳି ଓ ମରୀଚିକା ।

Question 15.
କବି କେଉଁ ବଳରେ ପବିତ୍ର ଦେବଭୂମିରେ ଜନ୍ମଗ୍ରହଣ କରିଛନ୍ତି ?
Answer:
କବି କେତେ ଜନ୍ମର ପୁଣ୍ୟକର୍ମ ବଳରେ ପବିତ୍ର ଦେବଭୂମିରେ ଜନ୍ମଗ୍ରହଣ କରିଛନ୍ତି ।

Question 16.
କ’ଣ ଘୋଷିବାକୁ କବି ଜନ୍ମଭୂମିଠାରୁ ଅନ୍ତର୍ଗତ ଆଦେଶ ପାଇଛନ୍ତି ?
Answer:
ମାଟିମାଆର ମହାଯଶ ଘୋଷିବାକୁ କବି ଜନ୍ମଭୂମିଠାରୁ ଅନ୍ତର୍ଗତ ଆଦେଶ ପାଇଛନ୍ତି ।

Question 17.
ଦେହ ପାହାଡ଼ ପଥର ହେଲେ ବି ମାଟିମାଆର ପ୍ରାଣ କିପରି ?
Answer:
ଦେହ ପାହାଡ଼ ପଥର ହେଲେ ବି ମାଟି ମାଆର ପ୍ରାଣ କଅଁର ପତ୍ରପରି କୋମଳ ।

(B) । ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ବିଦ୍ୟୁତପ୍ରଭା ଦେବୀ କେଉଁ ସମୟର କବି ?
Answer:
ସ୍ୱାଧାନତା ପରବର୍ତ୍ତୀ

Question 2.
କବିତାରେ କବି କାହାର ଗୁଣାବଳୀ ବର୍ଣ୍ଣନା କରିଛନ୍ତି ?
Answer:
ମାଟିମାଆର

Question 3.
‘ସର୍ବଂସହା ମାଟି’ କବିତାରେ କବି ମନୁଷ୍ୟର କେଉଁ ଚେତନାକୁ ଜାଗ୍ରତ କରାଇବାକୁ ଆହ୍ଵାନ ଦେଇଛନ୍ତି ?
Answer:
ସୁପ୍ତ ବିବ୍ୟଚେତନାକୁ

Question 4.
ମାଟିମାଆ ସମସ୍ତଙ୍କ ଉପରେ ସମାନଭାବରେ କ’ଣ ବାଣ୍ଟି ଦେଇଛି ?
Answer:
ସ୍ନେହ

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 5.
‘ସରବ ସହଣୀ’ କହିଲେ କ’ଣ ବୁଝ ?
Answer:
ସବୁକିଛି ସହିବାରେ ନିପୁଣା

Question 6.
‘ସବୁରି ଉପରେ ସେନେହ ତୋହର ସମାନେ ଦେଇଛୁ ବାଣ୍ଟି’ ।
Answer:
ନିରପେକ୍ଷତା

Question 7.
ମାଟିମାଆ ତା’ର ସନ୍ତାନ ପାଇଁ ଖାଦ୍ୟ କେଉଁଠାରେ ସଜାଇ ରଖୁଛି ?
Answer:
ଗଛଲତାରେ

Question 8.
ଏହି ପାଦରେ ମାଟିମାଆଙ୍କର କେଉଁ ଗୁଣ ପ୍ରକାଶିତ ହେଉଛି ?
Answer:
ବୁକ୍ ଫୁଲା ଆନନ୍ଦ

Question 9.
‘ସର୍ବଂସହା ମାଟି’ କବିତାରେ କବି କାହାର ମୁକ୍ତି କାମନା କରିଛନ୍ତି ?
Answer:
ଭାରତମାଆର

Question 10.
କବି ବିଦ୍ୟୁତପ୍ରଭଭା ଦେବୀ କଟକ ଜିଲ୍ଲାର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
Answer:
ନାଟରା

Question 11.
‘ସର୍ବଂସହା ମାଟି’ କବିତାର କବି କିଏ ?
Answer:
ବିଦ୍ୟୁପ୍ରଭା ଦେବୀ

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 12.
ବିଦ୍ୟୁପ୍ରଭା ଦେବୀ କେଉଁ କୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଥିଲେ ?
Answer:
ସଞ୍ଚୟନ

Question 13.
‘ସର୍ବଂସହା ମାଟି’ କବିତାଟି କବିଙ୍କର କେଉଁ କବିତା ପୁସ୍ତକରୁ ସଂଗୃହୀତ ?
Answer:
ମାଟି ପାଣି ପବନ

Question 14.
ସନ୍ତାନର ମୁକ୍ତି କାହା ମୁକ୍ତିରେ ନିହିତ ଅଛି ?
Answer:
ଜନ୍ମଭୂମିର ମୁକ୍ତିରେ

Question 15.
କେଉଁ ପକ୍ଷୀର ଡାକ ଶୁଣିଲେ ବୁକୁ ଫୁଲି ଉଠେ ?
Answer:
ବଣପକ୍ଷୀ

Question 16.
କବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କର କେଉଁ ପ୍ରକାର ଚାବିକାଠି ହଜିଯାଇଛି ?
Answer:
ଚେତନା

Question 17.
ଦେହ ପାହାଡ଼ ପଥର ହେଲେ ବି ଜନ୍ମମାଟିର ପ୍ରାଣ କିପରି ହୋଇଥାଏ ?
Answer:
କଅଁଳ

Question 18.
କବି ବିଦ୍ୟୁତପ୍ରଭା ଦେବୀ କାହାକୁ ସର୍ବସହଣୀ ବୋଲି କହିଛନ୍ତି ?
Answer:

Question 19.
ମାଟିମାଆର ମିଠା ପାଣି ଓ ଧୀରପବନ କବିଙ୍କ ଦେହରେ କ’ଣ ଭରି ଦେଇଛି ବୋଲି କବି କହିଛନ୍ତି ?
Answer:
ବଳ

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 20.
‘ସର୍ବଂସହା ମାଟି’ କବିତାରେ କବିଙ୍କୁ ଶକ୍ତି ଓ ତୃପ୍ତି କିଏ ଦେଇଛି ?
Answer:
ଗଛଲତାର ଫଳ

Question 21.
ଦେହ ଦୁଃଖ ପାଇଁ ମାଟିମାଆ କ’ଣ ସାଇତି ରଖୁଛି ?
Answer:
ଚେରମୂଳି, ଗଛଲତା

Question 22.
ମାଟି ମାଆ ମନସୁଖ ଲାଗି ହସକଥା କେଉଁଠାରେ ଭରି ରଖୁଛି ?
Answer:
ନଈ ସମୁଦ୍ରରେ

Question 23.
କେଉଁ ପକ୍ଷୀର ଡାକ ବୁକୁକୁ ଫୁଲାଇବା ସହ ଆଖୁକୁ ଭୁଲାଇଦିଏ ?
Answer:
ବଣପକ୍ଷୀର ଡାକ

Question 24.
ଯେତେ ଦୋଷ କଲେ ମଧ୍ୟ କ’ଣ ମନେକରି ମାଟି ମାଆ ସବୁଦୋଷ କ୍ଷମା କରିଦେଇଛି ?
Answer:
ନିଜ ସନ୍ତାନ ମନେକରି

Question 25.
ମାଟିମାଆର ଶରୀର କେଉଁଥରେ ଗଢ଼ା ବୋଲି କବି କହିଛନ୍ତି ?
Answer:
ପାହାଡ଼ ପଥରରେ

Question 26.
ମାଟିମାଆର ପ୍ରାଣ କିପରି ?
Answer:
କୋମଳ ପତ୍ର ସଦୃଶ

Question 27.
କବି ମାଟିମାଆକୁ କ’ଣ ଖୋଜିବାକୁ କହିଛନ୍ତି ?
Answer:
ଚେତନ’ର ଚାବିକାଠି

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 28.
କବି ଚେତନଗର୍ଭା ବୋଲି କାହାକୁ କହିଛନ୍ତି ?
Answer:
ମାଟିମାଆକୁ

Question 29.
‘ସର୍ବଂସହା ମାଟି’ କବିତାରେ କବି କାହାକୁ ଦେବଭୂମି ଓ ବୀରଭୂମି ବୋଲି କହିଛନ୍ତି ?
Answer:
ଭାରତ ଜନନୀକୁ

Question 30.
ନିଜେ ଦୁଃଖ ସହି କାହା ପାଇଁ ଦିନରାତି ଲାଗିପଡ଼ିବେ ବୋଲି କବି କହିଛନ୍ତି ?
Answer:
ଜଗତ ପାଇଁ

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
ଭାରତାମାତାର ………………………. କଅଁଳ ପତର ବୋଲି କବି କହିଛନ୍ତି ।
Answer:
ପ୍ରାଣ,

Question 2.
କବିତାରେ କବି ମାଟିକୁ ………………………….. ସହିତ ତୁଳନା କରିଛନ୍ତି ।
Answer:
ମାଆ,

Question 3.
ସନ୍ତାନର ରାଗରେ।ଷ ଜନିତ ଦୋଷକୁ …………………… ଭୁଲିଯାଏ ।
Answer:
ଜନନୀ,

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 4.
ସନ୍ତାନର ଅଳି ଅର୍ଦ୍ଦଳିକୁ ମାଆପରି …………………… ସହିଯାଏ ।
Answer:
ମାଟି ମାଆ,

Question 5.
ମାଟି ମାଆଠାରୁ କବି ………………………. ପାଇବାପାଇଁ ପ୍ରାର୍ଥନା କରିଛନ୍ତି ।
Answer:
ଧୈର୍ଯ୍ୟ,

Question 6.
କବିତାରେ କବି ………………… କୁ ପାଆ ବୋଲି କହିଛନ୍ତି ।
Answer:
ନିଜ ଜନ୍ମମାଟିକୁ,

Question 7.
ଛାତିକୁ ନିଦା କରିବାକୁ କବି ମାଟିମାଆଠାରୁ …………………….. ଭିକ୍ଷା କରିଛନ୍ତି ।
Answer:
ଧୈର୍ଯ୍ୟ,

Question 8.
ନଈ, ସମୁଦ୍ରରେ ମାଟି ମା’………………………… ରଖିଛନ୍ତି ବୋଲି କବି କହିଛନ୍ତି।
Answer:
ହସକଥା,

Question 9.
ମାଟି ମାଆ ସମସ୍ତଙ୍କ ଉପରେ ସମାନ ଭାବରେ ……………… ଗାଣ୍ଡି ଦେଇଛି ।
Answer:
ସ୍ନେହ,

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 10.
ମାଟିମାଆ ତା’ର ସନ୍ତାନ ପାଇଁ ଖାଦ୍ୟ ………………. ରେ ସଜାଇ ରଖୁଛି ।
Answer:
ଗଛଲତା

Question 11.
କବି କଟକ ଜିଲ୍ଲାର …………………. ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
Answer:
ନାଟରା

Question 12.
ମାଟି ମାଆ ……………………… ବୋଲି କବି କହିଛନ୍ତି ।
Answer:
ସର୍ବ ସହଣୀ,

Question 13.
କବି …………………… କୁ ସରବ ସହଶା ବୋଲି କହିଛନ୍ତି।
Answer:
ମାଟିମାଆ,

Question 14.
କବିଙ୍କୁ ଶକ୍ତି ଓ ତୃପ୍ତି …………………….. ଦେଇଛି ।
Answer:
ଗଛଲତାର ଫଳ

(D) ଠିକ୍ ଉକ୍ତି ପାଇଁ ‘T” ଓ ଭୁଲ୍ ଉକ୍ତି ପାଇଁ ‘F” ଲେଖ ।

1. କ୍ଷୀର କାକଳିରୁ ନାରୀକବି ଉତ୍ସାହ ପାଇଛନ୍ତି ।
2. କବିତାରେ କବି ସନ୍ତାନମାନଙ୍କର ମୁକ୍ତି କାମନା କରିଛନ୍ତି ।
3. ‘ସର୍ବଂସହା ମାଟି’ କବିତାର କବି ବିଦ୍ଯୁପ୍ରଭା ଦେବୀ ।
4. ‘ସର୍ବଂସହା ମାଟି’ କବିତାଟି କବିଙ୍କର ‘ମାଟି ପାଣି ପବନ’ କବିତା ପୁସ୍ତକରୁ ସଂଗୃହୀତ ।
5. ବଣପକ୍ଷୀର ଡାକ ଶୁଣିଲେ ବୁକୁ ଫୁଲି ଉଠେ ।
6. ସରଗ ଡାକିଲେ ମଧ୍ୟ ମାଟିମାଆର କାଖ ଛାଡ଼ି ଯିବାକୁ ମନ ବଳେ ନାହିଁ ।
7. ଯେତେ ଦୋଷ କଲେ ମଧ୍ୟ ନିଜ ସନ୍ତାନ ମନେକରି ମାଟିମାଆ ସବୁ ଦୋଷ କ୍ଷମା କରିଦେଇଛି ।
8. କବି ମାଟିମାଆକୁ ଚେତନାର ଚାବିକାଠି ଖୋଜିବାକୁ କହିଛନ୍ତି ।
୨. ନିଜେ ଦୁଃଖ ସହି ଜଗତ ପାଇଁ ଦିନରାତି ଲାଗିପଡ଼ିବେ ବୋଲି କବି କହିଛନ୍ତି ।
10. ମାଟିମାଆର ମହାଯଶ ଘୋଷିବାକୁ କବି ଆଦେଶ ପାଇଛନ୍ତି ।
11. ମାଟିମାଆ ମନସୁଖ ଲାଗି ହସକଥା ବିଲବାଡ଼ିରେ ଭରି ରଖୁଛି ।
12. ମାଟିମାଆର ଶରୀର ପାଣି କାଦୁଅରେ ଗଢ଼ା ବୋଲି କବି କହିଛନ୍ତି ।
13. କବି ଚେତନଗର୍ଭା ବୋଲି ମାଟି ମାଆକୁ କହିଛନ୍ତି ।
14. ଭାରତ ମାଆର ପାଦଧୂଳି ଗଳାରେ ବୋଳି ହେବାପାଇଁ କବି କହିଛନ୍ତି ।
Answer:
1. କ୍ଷୀର କାକଳିରୁ ନାରୀକବି ଉତ୍ସାହ ପାଇଛନ୍ତି । (F)
2. କବିତାରେ କବି ସନ୍ତାନମାନଙ୍କର ମୁକ୍ତି କାମନା କରିଛନ୍ତି । (F)
3. ‘ସର୍ବଂସହା ମାଟି’ କବିତାର କବି ବିଦ୍ଯୁପ୍ରଭା ଦେବୀ । (T)
4. ‘ସର୍ବଂସହା ମାଟି’ କବିତାଟି କବିଙ୍କର ‘ମାଟି ପାଣି ପବନ’ କବିତା ପୁସ୍ତକରୁ ସଂଗୃହୀତ । (T)
5. ବଣପକ୍ଷୀର ଡାକ ଶୁଣିଲେ ବୁକୁ ଫୁଲି ଉଠେ । (T)
6. ସରଗ ଡାକିଲେ ମଧ୍ୟ ମାଟିମାଆର କାଖ ଛାଡ଼ି ଯିବାକୁ ମନ ବଳେ ନାହିଁ । (T)
7. ଯେତେ ଦୋଷ କଲେ ମଧ୍ୟ ନିଜ ସନ୍ତାନ ମନେକରି ମାଟିମାଆ ସବୁ ଦୋଷ କ୍ଷମା କରିଦେଇଛି । (T)
8. କବି ମାଟିମାଆକୁ ଚେତନାର ଚାବିକାଠି ଖୋଜିବାକୁ କହିଛନ୍ତି । (T)
୨. ନିଜେ ଦୁଃଖ ସହି ଜଗତ ପାଇଁ ଦିନରାତି ଲାଗିପଡ଼ିବେ ବୋଲି କବି କହିଛନ୍ତି । (T)
10. ମାଟିମାଆର ମହାଯଶ ଘୋଷିବାକୁ କବି ଆଦେଶ ପାଇଛନ୍ତି । (T)
11. ମାଟିମାଆ ମନସୁଖ ଲାଗି ହସକଥା ବିଲବାଡ଼ିରେ ଭରି ରଖୁଛି । (F)
12. ମାଟିମାଆର ଶରୀର ପାଣି କାଦୁଅରେ ଗଢ଼ା ବୋଲି କବି କହିଛନ୍ତି । (F)
13. କବି ଚେତନଗର୍ଭା ବୋଲି ମାଟି ମାଆକୁ କହିଛନ୍ତି । (T)
14. ଭାରତ ମାଆର ପାଦଧୂଳି ଗଳାରେ ବୋଳି ହେବାପାଇଁ କବି କହିଛନ୍ତି । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶକତି ବିଛଣା
ସହଶା ଗଛଲତା
ଘାସର ସମୁଦ୍ର
ଅଳି ତୃପତି
ଚେର ମୂଳି ସୁଖ
ନଈ ଅବଦଳି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶକତି ତୃପତି
ସହଶା ମାଟି
ଘାସର ବିଛଣା
ଅଳି ଅବଦଳି
ଚେର ମୂଳି ଗଛଲତା
ନଈ ସମୁଦ୍ର

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ବୁକୁ କ୍ଷମିଅଛୁ
ଦୋଷ ଧରିଫୁଁ
ରାଗ ଜଗତ
ଅମାପ ପଥର
ପାହାଡ ପତର
କଅଁଳି ରୋଷ
ଫୁଲା ଏ

Answer:

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ବୁକୁ ଫୁଲା ଏ
ଦୋଷ କ୍ଷମିଅଛୁ
ରାଗ ରୋଷ
ଅମାପ ଧରିଫୁଁ
ପାହାଡ ପଥର
କଅଁଳି ପତର

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ଦୁଃଖ ଅନ୍ଧାର
ଘୋଷି ସପନ
ପାହାନ୍ତି ଦଡମଡି
ନୂଆ ପାଦଧ୍ଥାଳି
ଦେବଭୂମି ଗାର ଭୂମି
ଚେତନା ଚାବିକାଠି
ମହାଯଶ

Answer:

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ଦୁଃଖ ଦଡମଡି
ଘୋଷି ମହାଯଶ
ପାହାନ୍ତି ଅନ୍ଧାର
ନୂଆ ସପନ
ଦେବଭୂମି ଗାର ଭୂମି
ଚେତନା ଚାବିକାଠି

କରି ପରିଚୟ

ସ୍ଵାଧାନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଜଗତରେ ପାରାକବି ବିହ୍ୟୁତ୍ ପ୍ରଭା ଦେବା ଥିଲେ ଅନିର୍ବଚାନୟ କାବ୍ୟପ୍ରତିଭାର ଅଧିକାରିଣୀ । ସେହି ପ୍ରଜ୍ଞାଦୀପ୍ତ କବିଙ୍କ ସୃଷ୍ଟିନିଚୟ ତାଙ୍କ ସ୍ଵଦେଶପ୍ରୀତି, ସାଂସ୍କୃତିକ ଚେତନା, ଜୀବନବୋଧ, ଆଧ୍ୟାତ୍ମିକତା ତଥା ନିସର୍ଗଦୃଷ୍ଟିର ପରିପ୍ରକାଶରେ ହୋଇଛି ସୁମଞ୍ଜୁଳ । ତାଙ୍କ ସାରସ୍ଵତ ଲେଖନୀ ନିଃସୃତ ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ସଞ୍ଚୟନ’, ‘ବିହାୟସୀ’ ପ୍ରଭୃତି କବିତାପୁସ୍ତକ ଓଡ଼ିଆ ସାହିତ୍ୟକୁ କରିଛି ସମୃଦ୍ଧ ।

ସୃଜନାଭିମୁଖ୍ୟ

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଜଗତରେ ବିଦ୍ୟୁତ୍‌ପ୍ରଭା ଦେବୀ ଜଣେ ବିଶିଷ୍ଟ ତଥା ଜନପ୍ରିୟ କବି ଭାବେ ପରିଚିତା । ସ୍ଵଦେଶପ୍ରୀତି, ସାଂସ୍କୃତିକ ଚେତନା, ଜୀବନବୋଧ, ଆଧ୍ୟାମ୍ବିକତା, ନିଃସର୍ଗ ଦୃଷ୍ଟିର ମଞ୍ଜୁଳ ପରିପ୍ରକାଶରେ ତାଙ୍କ ସୃଷ୍ଟି ଉଦ୍‌ଭାସିତ । କବିଙ୍କ ‘ମାଟି ପାଣି ପବନ’ କବିତା ପୁସ୍ତକରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରେ କବି ମାଟିକୁ ମାଆ ସହିତ ତୁଳନା କରି ମାଟି ମାଆର ମହନୀୟ ଗୁଣାବଳୀ ବର୍ଣ୍ଣନା କରିବା ସହ ମନୁଷ୍ୟର ସୁପ୍ତ ଦିବ୍ଯ ଚେତନାକୁ ଜାଗ୍ରତ କରିବାପାଇଁ ଆହ୍ଵାନ ଦେଇଛନ୍ତି ।

କବିତାର ପ୍ଠଷ୍ଠଭୂମି

‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’- ଏହି ମନ୍ତ୍ରରେ ଅଭିମନ୍ତ୍ରିତ ନାରୀକବିଙ୍କ ସାରସ୍ଵତ ଦୃଷ୍ଟିରେ ଏ ମାଟି ହେଉଛି ସର୍ବଂସହା । ସେ ଜନନୀତୁଲ୍ୟା ପୂଜନୀୟା । ତା’ ହୃଦୟର ସକଳ ସ୍ନେହକୁ ସେ ତା’ର ସମସ୍ତ ସନ୍ତାନମାନଙ୍କ ଭିତରେ ସମାନ ଭାବରେ ବାଣ୍ଟି ଦେଇଛି । ତା’ର ମିଠାପାଣି, ଧୀରପବନ ତଥା ଗଛଲତାର ଫଳ ତା’ ସନ୍ତାନମାନଙ୍କ ହୃଦୟରେ ଭରିଦେଇଛି ଶକ୍ତି ଓ ତୃପ୍ତି । ସମସ୍ତଙ୍କ ପାଇଁ ସେ ସଜାଇ ରଖୁଛି ତା’ର ସବୁଜଘାସର ଆରାମଦାୟକ କୋମଳ ବିଛଣା । ମାଆ ପରି ସନ୍ତାନର ସକଳ ଅଳି ଅର୍ଦ୍ଧଳି ସହି ତା’ର ରୋଗପୀଡ଼ା ନିବାରଣ ପାଇଁ ସାଇତି ରଖୁଛି ବୃକ୍ଷଲତାର ବିଭିନ୍ନ ଚେରମୂଳି ଔଷଧ । ଚିତ୍ତବିନୋଦନ ନିମନ୍ତେ ସେ ନଦୀସମୁଦ୍ରରେ ଭରିରଖୁଛି ଅନେକ ହସକଥା । ତା’ବଣପକ୍ଷୀର ଡାକ ମନକୁ ଆନମନା କରିଦେବା ସହ ଗର୍ବରେ ବକ୍ଷକୁ ସ୍ତ୍ରୀତ କରିଦିଏ । ମାଟି ମାଆର କୋଳରେ ରହି ଦିବ୍ୟସୁଖ ଲାଭ କରୁଥିବାବେଳେ ସ୍ଵର୍ଗ ଡାକିଲେ ମଧ୍ୟ ମାଆର ସୁଖମୟ କୋଳ ଛାଡ଼ିଯିବାକୁ ମଣିଷ ଅନିଚ୍ଛୁକ ହୁଏ ।

କେତେ ଜନ୍ମର ପୁଣ୍ୟକର୍ମ ବଳରେ ମାନବ ଏହି ପବିତ୍ର ଦେବଭୂମିରେ ଜନ୍ମଗ୍ରହଣ କରେ । ଜନ୍ମକାଳରୁ ସେ ମାଟିମାଆ ପାଖରେ ଯେତେ ରାଗ, ରୋଷ ଓ ତା’ଦେହରେ ଯେତେ ଆଘାତ ଦେଲେ ମଧ୍ୟ ସକଳ ଦୋଷକୁ ନିଜ ସନ୍ତାନ ମନେକରି ମାଟିମାଆ କ୍ଷମା କରିଦିଏ । ସେହି ମାଟିମାଆ ଅମାପ ଶକ୍ତିଶାଳିନୀ । ତେଣୁ କବି ନିଜେ ସକଳ ଦୁଃଖକୁ ସହି ଆପଣାକୁ ଜଗତର ମଙ୍ଗଳ କର୍ମରେ ନିୟୋଜିତ କରିବା ନିମନ୍ତେ ନିଜ ଛାତିକୁ ଟାଣ କରିବାପାଇଁ ମାଟିମାଆ ନିକଟରେ ଶକ୍ତି ପ୍ରାର୍ଥନା କରିଛନ୍ତି । ମାଟିମାଆର ଶରୀର ପାହାଡ଼ ପଥରରେ ଗଠିତ ହେଲେ ମଧ୍ୟ ତା’ର ପ୍ରାଣ କୋମଳ ପତ୍ର ସଦୃଶ । ତେଣୁ ସଂସାରର ଦୁଃଖ ଜଞ୍ଜାଳ ସହିବାକୁ ତାଙ୍କୁ ତା’ପରି ଦୃଢ଼ କରିଦେବାକୁ କବି ନିବେଦନ କରିଛନ୍ତି ।

ମାଟିମାଆର ମୁକ୍ତିରେ ହିଁ ସନ୍ତାନର ମୁକ୍ତି । ତା’ର ହସରେ ହିଁ ସନ୍ତାନ ମୁଖରେ ଫୁଟେ ହସ । କିନ୍ତୁ ସନ୍ତାନମାନଙ୍କ ଚିତ୍ତରୁ ଆଜି ହଜିଯାଇଛି ସେହି ଚିନ୍ତା ଓ ଚେତନା । କବିଙ୍କ ଦୃଷ୍ଟିରେ ବୀରଭୂମି, ଦେବଭୂମି ଭାରତଜନନୀ ହେଉଛନ୍ତି ଚେତନଗର୍ଭା । ତେଣୁ ସେ ହଜିଯାଇଥିବା ସେହି ସୁପ୍ତଚେତନାକୁ ସନ୍ତାନଙ୍କ ହୃଦୟରେ ଜାଗ୍ରତ କରାଇବାପାଇଁ ନିବେଦନ କରିଛନ୍ତି । ସେହି ଜନ୍ମଭୂମିର ଅନ୍ତର୍ଗତ ଆଦେଶ ଲାଭ କରି କବି ତାଙ୍କ ଯଶୋଗାନ କରିଚାଲିଛନ୍ତି । ମାଟିମାଆର ଦୁଃଖର ରାତ୍ରି ପାହିଆସିଲାଣି । ନୂତନ ସ୍ଵପ୍ନରେ ଉତ୍‌ଫୁଲ୍ଲିତ ହୋଇ ମହାନନ୍ଦରେ ତା’ର ପାଦଧୂଳିକୁ ମସ୍ତକରେ ବୋଳି ମାତୃଭୂମିର ଜୟଗାନ କରିବା ସହିତ ତା’ର ସୁନାମ ରକ୍ଷା କରିବା ନିମନ୍ତେ କବି ଆହ୍ୱାନ ଦେଇ ଗାଇଛନ୍ତି-

ତୁହି ମୋ ଭାରତ ମାଆ
ଗୁଣ୍ଡେ ହୋଇ ବୋଲି
ମୁଣ୍ଡେ ହୋଇ ବୋଳି
ରଖୁ ତୋହର ନାଆଁ ।

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ସର୍ବଂସହା – ସବୁ ଅଳିଅର୍ଦ୍ଦଳି ଯିଏ ସହେ
  • ସରବ – ଯିଏ ସବୁ କିଛି ସହିବା ଗୁଣରେ ନିପୁଣ
  • କ୍ଷମିଅଛୁ – କ୍ଷମା କରିଛୁ
  • ରୋଷ – କ୍ରୋଧ
  • ବଡ଼ମଡ଼ି – ଜଞ୍ଜାଳ
  • ଯଶ – କାର୍ତ୍ତ
  • ମୁକତି – ମୁକ୍ତି, ସ୍ୱାଧାନ
  • ଚେତନ – ଗରଭା – ଚେତନଗର୍ଭା ଭାତରେ ବିବିଧ ଚେତନା ସମୟକ୍ରମେ ଉନ୍ମେଷିତ ଓ ପ୍ରବର୍ତ୍ତିତ ହୋଇ ଜଗତକୁ ପ୍ରଭାବିତ କରିଛି ।
  • ଅମାପ – ଅଙ୍କଳନ (ଯାହାକୁ ମାପି ହେବ ନାହିଁ)
  • ଧରିଫୁଁ – ଶକ୍ତି ହେତୁ/ଧୌର୍ଯ୍ୟ ହେତୁ
  • ନିଦା – ବହୁ ଓଜନ ବିଶିଷ୍ଣ/ ଦୃଢ଼ / ଟାଣ/ ଶକ୍ତି
  • ବୁକୁ – ବକ୍ଷ / ଛାତି
  • ସରଗ – ସ୍ଵର୍ଗ
  • ଜୟଗାନଗାତ – ଭାରତ ମାଟି ମାଆର ଜୟଗାନ କରିବା।
  • ବାରଭୂମି – ଭାରତମାଟି ଇତିହାସରେ ‘ପାର୍ ଭୂର୍ମ’ ରୂପେ ପରିଚିତ ।

BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d)

Odisha State Board BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 5 ପରିମିତି Ex 5(d)

Question 1.
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଗୋଟିଏ ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ 3 ସେ.ମି. ଓ 5 ସେ.ମି. । ସେମାନଙ୍କ ମଧ୍ୟରେ ବ୍ୟବଧାନ 3 ସେ.ମି. ହେଲେ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ କେତେ ?
ସମାଧାନ:
ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ a  = 3 ସେ.ମି. ଓ b = 5 ସେ.ମି. । 
ସେମାନଙ୍କ ମଧ୍ୟରେ ଦୂରତା = ଉଚ୍ଚତା (h) = 3 ସେ.ମି. । 
ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) h (a + b) ସେ.ମି. ।
∴ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) × 3(3 + 5) ବର୍ଗ’ସେ.ମି. = 12 ବର୍ଗ ସେ.ମି.
∴ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ 12 ବର୍ଗ ସେ.ମି. ।

(ii) ଗୋଟିଏ ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି 18 ସେ.ମି. ଓ କ୍ଷେତ୍ରଫଳ 36 ବର୍ଗ ସେ.ମି. ହେଲେ, ସେମାନଙ୍କ ମଧ୍ୟରେ ଥ‌ିବା ବ୍ୟବଧାନ କେତେ ?
ସମାଧାନ:
ଟ୍ରାପିଜିୟମ୍ ସମାନ୍ତର ବାହୁର ଦୈର୍ଘ୍ୟର ସମଷ୍ଟି = 18 ସେ.ମି. ଓ କ୍ଷେତ୍ରଫଳ = 36 ବର୍ଗ ସେ.ମି. ।
ମନେକର ସମାନ୍ତର ବାହୁଦ୍ୱୟ ମଧ୍ୟରେ ଦୂରତା = x ସେ.ମି. ।
ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) × (ସମାନ୍ତର ବାହୁଦ୍ୱୟ ଦୈର୍ଘ୍ୟର ସମଷ୍ଟି × ସମାନ୍ତର ବାହୁଦ୍ଵୟ ମଧ୍ୟରେ ଦୂରତା)
∴ 36 = \(\frac{1}{2}\) × 18 × x
⇒ 9x = 36 ⇒ x = 4 ସେ.ମି. ।
∴ ସମାନ୍ତର ବାହୁଦ୍ଵୟ ମଧ୍ୟରେ ଥିବା ବ୍ୟବଧାନ 4 ସେ.ମି. ।

BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d)

(iii) ABCD ଟ୍ରାପିଜିୟମ୍‌ରେ A͞B || C͞D ଯଦି AB = 6 ସେ.ମି., ବ୍ୟବଧାନ AE = 4 ସେ.ମି. ଓ କ୍ଷେତ୍ରଫଳ 28 ବର୍ଗ ସେ.ମି. ହୁଏ, ତେବେ CD କେତେ ?
ସମାଧାନ:
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 1
ABCD ଏକ ଟ୍ରାପିଜିୟମ୍‌ରେ A͞B || C͞D ଓ AB = 6 ସେ.ମି. ।
A͞B ଓ C͞D ମଧ୍ୟରେ ବ୍ୟବଧାନ (h) = AE = 4 ସେ.ମି. ।
ମନେକର CD ବାହୁର ଦୈର୍ଘ୍ୟ = x ସେ.ମି. ।
ABCD ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = 28 ବର୍ଗ ସେ.ମି. ।
ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) h (a + b) ⇒ 28 = \(\frac{1}{2}\) × 4 (AB + CD)
⇒ 28 = 2(6 + x) ⇒ x + 6 = \(\frac{28}{2}\) = 14
⇒ x = 14 – 6 = 8 ସେ.ମି. ।
∴ CD ର ଦୈର୍ଘ୍ୟ 8 ସେ.ମି. ।

(iv) ଏକ ଟ୍ରାପିଜିୟମ୍‌ର ଅସମାନ୍ତର ବାହୁଦ୍ୱୟର ମଧ୍ୟବିନ୍ଦୁକୁ ଯୋଗକରୁଥିବା ସରଳରେଖାର ଦୈର୍ଘ୍ୟ 8 ସେ.ମି. ଓ 
କ୍ଷେତ୍ରଫଳ 40 ବର୍ଗ ସେ.ମି. ହେଲେ, ସମାନ୍ତର ବାହୁଦ୍ୱୟ ମଧ୍ୟରେ ଥ‌ିବା ବ୍ୟବଧାନ କେତେ ?
ସମାଧାନ:
ଟ୍ରାପିଜିୟମ୍ର ଅସମାନ୍ତର ବାହୁଦ୍ୱୟର ମଧ୍ୟବିନ୍ଦୁକୁ ଯୋଗକରୁଥିବା ସରଳରେଖାର ଦୈର୍ଘ୍ୟ = 8 ସେ.ମି. ଓ 
କ୍ଷେତ୍ରଫଳ = 40 ବର୍ଗ ସେ.ମି. ।
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 2
∴ ସମାନ୍ତର ବାହୁଦ୍ଵୟ ମଧ୍ଯରେ ବ୍ୟବଧାନ 5 ସେ.ମି. ।

(v) ABCD ଟ୍ରାପିଜିୟମ୍‌ରେ A͞B || C͞D ଓ 2AB = CD । ଯଦି ସମାନ୍ତର ବାହୁମାନଙ୍କ ମଧ୍ୟରେ ଥିବା ବ୍ୟବଧାନ 4 ସେ.ମି. ଓ କ୍ଷେତ୍ରଫଳ 42 ବର୍ଗ ସେ.ମି. ହୁଏ, ତେବେ CD କେତେ ?
ସମାଧାନ:
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 3
ABCD ଟ୍ରାପିଜିୟମ୍‌ରେ A͞B || C͞D ଓ 2AB = CD ।
ସମାନ୍ତର ବାହୁଦ୍ଵୟ ମଧ୍ୟରେ ବ୍ୟବଧାନ (h) = AE = 4 ସେ.ମି. ।
ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = 42 ବର୍ଗ ସେ.ମି. ।
⇒ \(\frac{1}{2}\) × AE (AB + CD) = 42
⇒ \(\frac{1}{2}\) × 4 (AB + 2AB) = 42 ( CD = 2AB)
⇒ 3AB = \(\frac{42}{2}\) = 21
⇒ AB = \(\frac{21}{3}\) = 7 ସେ.ମି.
CD = 2AB = 2 × 7 ସେ.ମି. = 14 ସେ.ମି.
∴ CD ର ଦୈର୍ଘ୍ୟ 14 ସେ.ମି.

Question 2.
(i) ଗୋଟିଏ ଟ୍ରାପିଜିୟମ୍‌ର ଉଚ୍ଚତା 12 ସେ.ମି. ଏବଂ କ୍ଷେତ୍ରଫଳ 96% ବର୍ଗ ସେ.ମି. ହେଲେ, ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି କେତେ ?
ସମାଧାନ:
ଟ୍ରାପିଜିୟମ୍‌ର ଉଚ୍ଚତା = 12 ସେ.ମି. ଓ କ୍ଷେତ୍ରଫଳ = 96 ବର୍ଗ ସେ.ମି.
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 4
∴ ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି 16 ସେ.ମି. । 

(ii) ଗୋଟିଏ ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 5 ମିଟର ଓ 7 ମିଟର ଏବଂ ସେମାନଙ୍କ ମଧ୍ୟରେ ବ୍ୟବଧାନ 6 ମିଟର ହେଲେ, ଟ୍ରାପିଜିୟମ୍‌ର କ୍ଷେତ୍ରଫଳ ନିଶ୍ଚୟ କର ।
ସମାଧାନ:
ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 5 ମିଟର ଓ 7 ମିଟର ।
∴ ସେମାନଙ୍କ ମଧ୍ୟରେ ବ୍ୟବଧାନ ଅର୍ଥାତ୍ ଉଚ୍ଚତା = 6 ମିଟର ।
∴ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) × ଉଚ୍ଚତା × ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ଯୋଗଫଳ
= \(\frac{1}{2}\) × 6 ମି. × (5ମି. + 7 ମି.) = 3 ମି. × 12 ମି. = 36 ବର୍ଗ ସେ.ମି. ।
∴ ଟ୍ରାପିଜିୟମ୍‌ର ଉଚ୍ଚତା 36 ବର୍ଗ ମିଟର ।

(iii) ABCD ଟ୍ରାପିଜିୟମ୍‌ରେ A͞B ଓ C͞D ପରସ୍ପର ସମାନ୍ତର ଏବଂ AB = 2CD । ଯଦି ଏହାର କର୍ଣ୍ଣଦ୍ଵୟ ପରସ୍ପରକୁ O ବିନ୍ଦୁରେ ଛେଦ କରନ୍ତି, ତେବେ Δ AOB ଓ Δ CODର କ୍ଷେତ୍ରଫଳର ଅନୁପାତ କେତେ ହେବ ନିର୍ଣ୍ଣୟ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 5
ABCD ଟ୍ରାପିଜିୟମ୍‌ରେ A͞B || C͞D ଏବଂ AB = 2CD
A͞B || C͞D ଓ BD ଛେଦକ m∠ABO = m∠CDO (ଏକାନ୍ତର)
ସେହିପରି m∠OAB = m∠OCD (ଏକାନ୍ତର)
m∠AOB = m∠COD (ପ୍ରତୀପ)
∴ Δ AOB ~ Δ COD
ସଦୃଶ ତ୍ରିଭୁଜର କ୍ଷେତ୍ରଫଳର ଅନୁପାତ, ଅନୁରୂପ ବାହୁମାନଙ୍କ ଦୈର୍ଘ୍ୟର ବର୍ଗାନୁପାତୀ ସହ ସମାନ ।

BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 6
∴ Δ AOB ଓ Δ COD ର କ୍ଷେତ୍ରଫଳର ଅନୁପାତ 4 : 1

BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d)

Question 3.
ଗୋଟିଏ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ 384 ବର୍ଗ ସେ.ମି. । ଯଦି ଏହାର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ଅନୁପାତ 3 : 5 ହୁଏ ଏବଂ ସେମାନଙ୍କ ମଧ୍ୟରେ ବ୍ୟବଧାନ 12 ସେ.ମି. ହୁଏ ତେବେ କ୍ଷୁଦ୍ରତର ସମାନ୍ତର ବାହୁର ଦୈର୍ଘ୍ୟ ନିର୍ଣ୍ଣୟ କର ।
ସମାଧାନ:
ମନେକର ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ 3x ସେ.ମି. ଓ 8x ସେ.ମି. ।
ସମାନ୍ତର ବାହୁଦ୍ଵୟ ମଧ୍ୟରେ ବ୍ୟବଧାନ (h) = 12 ସେ.ମି.
ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = 384 ବର୍ଗ ସେ.ମି. ।
ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) × ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି × ଉଚ୍ଚତା
⇒ 384 = \(\frac{1}{2}\) × (3x + 5x) × 12
⇒ 8x = \(\frac{384}{6}\) = 64
⇒ x = \(\frac{64}{8}\) = 8 ସେ.ମି. ।
କ୍ଷୁଦ୍ରତର ସମାନ୍ତର ବାହୁର ଦୈର୍ଘ୍ୟ = 3x ସେ.ମି. = 3 × 8 ସେ.ମି. = 24 ସେ.ମି. ।
∴ ଟ୍ରାପିଜିୟମ୍‌ର କ୍ଷୁଦ୍ରତର ସମାନ୍ତର ବାହୁର ଦୈର୍ଘ୍ୟ 24 ସେ.ମି. ।

Question 4.
ଗୋଟିଏ ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 58 ମିଟର ଓ 72 ମିଟର । ଏହାର ଉଚ୍ଚତା 15 ମିଟର ହେଲେ, କ୍ଷେତ୍ରଫଳ ନିର୍ଣ୍ଣୟ କର ।
ସମାଧାନ:
ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 58 ମି. ଓ 78 ମି. ଏବଂ ଉଚ୍ଚତା 15 ମି. ।
∴ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) × ଉଚ୍ଚତା × ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି
= \(\frac{1}{2}\) × 15 × (58 + 72) ବର୍ଗ ମି
= \(\frac{1}{2}\) × 15 × 130 = 975 ବର୍ଗ ମି. ।

Question 5.
ଗୋଟିଏ ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 55 ମିଟର ଓ 35 ମିଟର । ଏହାର କ୍ଷେତ୍ରଫଳ 810
ବର୍ଗ ମିଟର ହେଲେ, ଉଚ୍ଚତା ନିର୍ଣ୍ଣୟ କର ।
ସମାଧାନ:
ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 55 ମି. ଓ 35 ମି. ଏବଂ କ୍ଷେତ୍ରଫଳ 810 ମି. ।
ମନେକର ଉଚ୍ଚତାର ଦୈର୍ଘ୍ୟ = x ମି.
∴ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) × ଉଚ୍ଚତା × ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି
⇒ 810 = \(\frac{1}{2}\) × x × (55 + 35)
⇒ 810 = \(\frac{90x}{2}\)
⇒ 45x = 810
⇒ x = \(\frac{810}{45}\) = 18 ମିଟର ।
∴ ଟ୍ରାପିଜିୟମ୍‌ର ଉଚ୍ଚତା 18 ମିଟର ।

Question 6.
ଗୋଟିଏ ଟ୍ରାପିଜିୟମ୍‌ର ଦୁଇ ସମାନ୍ତର ବାହୁ ମଧ୍ୟରୁ ଗୋଟିକର ଦୈର୍ଘ୍ୟ ଅନ୍ୟଠାରୁ 20 ସେ.ମି. ବେଶୀ ଓ ଏହି ବାହୁଦ୍ୱୟ ମଧ୍ୟରେ ବ୍ୟବଧାନ 25 ସେ.ମି. । ଟ୍ରାପିଜିୟମ୍‌ର କ୍ଷେତ୍ରଫଳ 1250 ବର୍ଗ ସେ.ମି. ହେଲେ, ବାହୁଦ୍ୱୟର ଦୈର୍ଘ୍ୟ ନିର୍ଣ୍ଣୟ କର । 
ସମାଧାନ: 
ମନେକର ଟ୍ରାପିଜିୟମ୍‌ର ଗୋଟିଏ ସମାନ୍ତର ବାହୁର ଦୈର୍ଘ୍ୟ = x ସେ.ମି. ।
ପ୍ରଶ୍ନନୁସାରେ, ଅନ୍ୟ ସମାନ୍ତର ବାହୁର ଦୈର୍ଘ୍ୟ = (x + 20) ସେ.ମି. ।
ସମାନ୍ତର ବାହୁଦ୍ଵୟ ମଧ୍ୟରେ ବ୍ୟବଧାନ = 25 ସେ.ମି. = ଉଚ୍ଚତା, କ୍ଷେତ୍ରଫଳ = 1250 ବର୍ଗ ସେ.ମି.
∴ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) × ଉଚ୍ଚତା × ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି
1250 = \(\frac{1}{2}\) × 25 × (x + x + 20)
⇒ 2500 = 25 (2x + 20)
⇒ 2x + 20 = \(\frac{2500}{25}\) = 100
⇒ 2x = 100 – 20 = 80
⇒ x = \(\frac{80}{2}\) = 40
∴ ଟ୍ରାପିଜିୟମ୍‌ର ଗୋଟିଏ ସମାନ୍ତର ବାହୁର ଦୈର୍ଘ୍ୟ = 40 ସେ.ମି.
ଓ ଅନ୍ୟ ସମାନ୍ତର ବାହୁର ଦୈର୍ଘ୍ୟ = x + 20 = 40 + 20 = 60 ବର୍ଗ ସେ.ମି. ।

Question 7.
ଗୋଟିଏ ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ଵୟ ମଧ୍ୟରେ ବ୍ୟବଧାନ 30 ମିଟର ଏବଂ ସେହି ଦୁଇଟିର ଦୈର୍ଘ୍ୟର ଅନୁପାତ 2 : 3 ଅଟେ । ଗୋଟିକର ଦୈର୍ଘ୍ୟ ଅନ୍ୟଠାରୁ 10 ମିଟର ଅଧ‌ିକ ହେଲେ, କ୍ଷେତ୍ରଫଳ ନିର୍ଣ୍ଣୟ କର ।
ସମାଧାନ:
ମନେକର ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 2x ମି. ଓ 3x ମି. ।
ପ୍ରଶ୍ବାନୁସାରେ, 3x = 2x + 10
⇒ 3x – 2x = 10 ⇒ x = 10
ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ, 2x = 2 × 10 = 20 ମି. ଓ 3x = 3 × 10 = 30 ମି.
ସମାନ୍ତର ବାହୁଦ୍ଵୟ ମଧ୍ୟରେ ବ୍ୟବଧାନ ଅର୍ଥାତ୍ ଉଚ୍ଚତା = 30 ମି.
∴ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) × ଉଚ୍ଚତା × ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି
= \(\frac{1}{2}\) × 30 × (20 + 30) = 15 × 50 = 750 ବର୍ଗ ସେ.ମି. ।

Question 8.
ଗୋଟିଏ ଟ୍ରାପିଜିୟମ୍ର କ୍ଷେତ୍ରଫଳ 960 ବର୍ଗ ମିଟର । ଏହାର ଉଚ୍ଚତା 6 ମିଟର ଓ ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ଅନ୍ତର 20 ମିଟର ହେଲେ, ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ନିର୍ଣ୍ଣୟ କର ।
ସମାଧାନ:
ମନେକର ଗୋଟିଏ ସମାନ୍ତର ବାହୁର ଦୈର୍ଘ୍ୟ = x ମି. ।
ପ୍ରଶ୍ନନୁସାରେ, ଅନ୍ୟ ସମାନ୍ତର ବାହୁର ଦୈର୍ଘ୍ୟ = (x + 20) ମି. ।
କ୍ଷେତ୍ରଫଳ = 960 ବର୍ଗ ମି., ଉଚ୍ଚତା = 6 ମି. ।
∴ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) × ଉଚ୍ଚତା × ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ଯୋଗଫଳ
⇒ 960 = \(\frac{1}{2}\) × 6 × (x + x + 20)
⇒ 960 = 3(2x + 20)
⇒ 2x + 20 = \(\frac{960}{3}\)
⇒ 2x + 20 = 320
⇒ 2x = 300
⇒ x = 150 ମି.
ଅନ୍ୟ କର୍ଣ୍ଣର ଦୈର୍ଘ୍ୟ = x + 20 = 150 + 12 = 170 ସେ.ମି.
∴ ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ 150 ମି. ଓ 170 ସେ.ମି. ।

BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d)

Question 9.
ଗୋଟିଏ ଟ୍ରାପିଜିୟମ୍‌ର ଏକ ସମାନ୍ତର ବାହୁର ଦୈର୍ଘ୍ୟ 44 ମିଟର ଓ ଅନ୍ୟ ସମାନ୍ତର ବାହୁର ଦୈର୍ଘ୍ୟ ଉଚ୍ଚତାର ଅର୍ଦ୍ଧେକ । ଟ୍ରାପିଜିୟମ୍‌ର କ୍ଷେତ୍ରଫଳ 885 ବର୍ଗ ମିଟର ହେଲେ, ଉଚ୍ଚତା ନିର୍ଣ୍ଣୟ କର ।
ସମାଧାନ: 
 ଗୋଟିଏ ସମାନ୍ତର ବାହୁର ଦୈର୍ଘ୍ୟ = 44 ମି., କ୍ଷେତ୍ରଫଳ = 885 ବ. ମି. ।
ମନେକର ଉଚ୍ଚତାର ଦୈର୍ଘ୍ୟ = x ମି. । 
ପ୍ରଶ୍ନନୁସାରେ, ଅନ୍ୟ ସମାନ୍ତର ବାହୁର ଦୈର୍ଘ୍ୟ = \(\frac{x}{2}\) ମି. I
ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) × ଉଚ୍ଚତା × ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି
⇒ 885 = \(\frac{1}{2}\) × x × (45 + \(\frac{x}{2}\))
⇒ 885 = \(\frac{88 x+x^2}{4}\)
⇒ 3540 = 88x + x2
⇒ x2 + 88x – 3540 = 0
⇒ x2 + 118x – 30x – 3540 = 0
⇒ x(x + 118) – 30(x + 118) = 0
⇒ (x + 118)(x – 30) = 0
⇒ x + 118 = 0 ବା x – 30 = 0
⇒ x = -118 ଏହା ଅସମ୍ଭବ ଓ x = 30
∴ ଟ୍ରାପିଜିୟମ୍‌ର ଉଚ୍ଚତା 30 ମିଟର ।

Question 10.
ଗୋଟିଏ ଟ୍ରାପିଜିୟମ୍‌ର ଅସମାନ୍ତର ବାହୁଦ୍ୱୟର ମଧ୍ୟବିନ୍ଦୁକୁ ଛେଦ କରୁଥିବା ରେଖାଖଣ୍ଡର ଦୈର୍ଘ୍ୟ 39 ସେ.ମି. । ଏହି ରେଖାଖଣ୍ଡଠାରୁ ବୃହତ୍ତର ସମାନ୍ତର ବାହୁର ଦୂରତା 12 ସେ.ମି. ହେଲେ, କ୍ଷେତ୍ରଫଳ ନିର୍ଣ୍ଣୟ କର ।
ସମାଧାନ:
ମନେକର ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ a ସେ.ମି. ଓ b ସେ.ମି. ।
ଟ୍ରାପିଜିୟମ୍‌ର ଅସମାନ୍ତର ବାହୁଦ୍ୱୟର ମଧ୍ୟବିନ୍ଦୁକୁ ଯୋଗକରୁଥିବା ରେଖାଖଣ୍ଡର ଦୈର୍ଘ୍ୟ = \(\frac{1}{2}\) (a + b) = 39 ସେ.ମି.
ଏହି ରେଖାଖଣ୍ଡଠାରୁ ବୃହତ୍ତର ସମାନ୍ତର ବାହୁର ଦୂରତା = \(\frac{h}{2}\) = 12 ସେ.ମି. ⇒ h = 24 ସେ.ମି. ।
ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) h (a + b) = 24 × 39 = 936 ବର୍ଗ ସେ.ମି. ।

Question 11.
ଗୋଟିଏ ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 24 ମିଟର ଓ 50 ମିଟର ଓ ସେମାନଙ୍କ ମଧ୍ୟରେ ବ୍ୟବଧାନ 12 ମିଟର । ଅସମାନ୍ତର ବାହୁଦ୍ୱୟର ମଧ୍ୟବିନ୍ଦୁକୁ ଯୋଗ କରୁଥିବା ରେଖାଖଣ୍ଡ ଟ୍ରାପିଜିୟମ୍‌କୁ ଯେଉଁ ଦୁଇଟି ଚତୁର୍ଭୁଜରେ ବିଭକ୍ତ କରେ, ସେମାନଙ୍କର କ୍ଷେତ୍ରଫଳ ନିଶ୍ଚୟ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 7
ABCD ଟ୍ରାପିଜିୟମ୍‌ରେ A͞B || C͞D ଏବଂ P ଓ Q ଯଥାକ୍ରମେ A͞D ଓ B͞C ର ମଧ୍ୟବିନ୍ଦୁ ।
ମନେକର D͞E ⊥ A͞B ଓ ଏହା PQ କୁ ଠ ବିନ୍ଦୁରେ ଛେଦ କରୁଛି ।
AB = 50 ମି., CD = 24 ମି. ଏବଂ DE = 12. ମି. ।
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 8

Question 12.
ଗୋଟିଏ ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 35 ମିଟର ଓ 50 ମିଟର । ଏହାର ଅସମାନ୍ତର ବାହୁଦ୍ଵୟଙ୍କ ମଧ୍ୟରୁ ଗୋଟିଏ ସମାନ୍ତର ବାହୁମାନଙ୍କ ପ୍ରତି ଲମ୍ବ ଓ ଅନ୍ୟଟିର ଦୈର୍ଘ୍ୟ 17 ମିଟର ହେଲେ, କ୍ଷେତ୍ରଫଳ ନିର୍ଣ୍ଣୟ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 9
ABCD ଟ୍ରାପିଜିୟମ୍‌ର A͞B || CD ଏବଂ AD
AB ଓ CD ପ୍ରତି ଲମ୍ବ ।
ମନେକର AB = 50 ମି., CD = 35 ମି. ଓ BC = 17 ମି. ।
C ବିନ୍ଦୁରୁ AB ପ୍ରତି C͞E ଲମ୍ବ ଅଙ୍କିତ ହୋଇଛି ।
ବର୍ତ୍ତମାନ AECD ଏକ ଆୟତକ୍ଷେତ୍ର ।
∴ AE = CD = 35 ମି. । ତେଣୁ BE = AB – AE = 50 – 35 = 15 ମି. ।
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 10

Question 13.
ଗୋଟିଏ ଟ୍ରାପିଜିୟମ୍ର କ୍ଷେତ୍ରଫଳ 210 ବର୍ଗ ସେ.ମି. । ଏହାର ଅସମାନ୍ତର ବାହୁଦ୍ଵୟ ମଧ୍ୟରୁ ଗୋଟିକର ଦୈର୍ଘ୍ୟ 17 ସେ.ମି. ଓ ଅନ୍ୟଟି ସମାନ୍ତର ବାହୁମାନଙ୍କ ପ୍ରତି ଲମ୍ବ । ଯଦି ଗୋଟିଏ ସମାନ୍ତର ବାହୁର ଦୈର୍ଘ୍ୟ ଅନ୍ୟଠାରୁ 8 ସେ.ମି. ଅଧିକ ହୁଏ, ତେବେ ବାହୁ ତିନୋଟିର ଦୈର୍ଘ୍ୟ ନିର୍ଣ୍ଣୟ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 11
ABCD ଟ୍ରାପିଜିୟମ୍‌ରେ AB || CD ଏବଂ
AD, AB ଓ CD ପ୍ରତି ଲମ୍ବ ।
କ୍ଷେତ୍ରଫଳ = 210 ବର୍ଗ ସେ.ମି. ।
ମନେକର CD = x ସେ.ମି. ।
ପ୍ରଶ୍ନନୁସାରେ, AB = (x + 8) ସେ.ମି.
C ବିନ୍ଦୁରୁ AB ପ୍ରତି CE ଲମ୍ବ ଅଙ୍କିତ ହୋଇଛି ।
ବର୍ତ୍ତମାନ AECD ଏକ ଆୟତକ୍ଷେତ୍ର । ∴ AE = CD = x ସେ.ମି.
ତେଣୁ BE = AB – AE = 8 ସେ.ମି.
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 12
CD = x = 10 ସେ.ମି. AB = x + 8 = 10 + 8 = 18 ସେ.ମି.
∴ ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟ ଯଥାକ୍ରମେ 10 ସେ.ମି. ଓ 18 ସେ.ମି. ଏବଂ ଅନ୍ୟ ଅସମାନ୍ତର ବାହୁର ଦୈର୍ଘ୍ୟ 15 ସେ.ମି. ।

BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d)

Question 14.
ଗୋଟିଏ ଟ୍ରାପିଜିୟମ୍‌ର ଦୁଇ ସମାନ୍ତର ବାହୁର ଦୈର୍ଘ୍ୟ ଯଥାକ୍ରମେ 54 ସେ.ମି. ଓ 30 ସେ.ମି. ଏବଂ ପ୍ରତ୍ୟେକ ଅସମାନ୍ତର ବାହୁର ଦୈର୍ଘ୍ୟ 20 ସେ.ମି. ହେଲେ, କ୍ଷେତ୍ରଫଳ ନିର୍ଣ୍ଣୟ କର ।
ସମାଧାନ:
ABCD ଟ୍ରାପିଜିୟମ୍‌ର AB ||CD ଏବଂ AD ଓ BC ଅସମାନ୍ତର ବାହୁ ।
AB = 54 ସେ.ମି., CD = 30 ସେ.ମି. ଓ AD = BC = 20 ସେ.ମି. ।
ମନେକର CE || AD ଏବଂ CF ⊥ BE ।
ବର୍ତ୍ତମାନ AECD ଏକ ସାମାନ୍ତରିକ କ୍ଷେତ୍ର ।
∴ CE = AD = BC = 20 ସେ.ମି. ଏବଂ AE = CD = 30 ସେ.ମି. ।
∴ BE = AB – AE = 54 – 30 = 24 ସେ.ମି. Δ BCE ରେ BC = EC ।
ତେଣୁ ଏହା ଏକ ସମଦ୍ବିବାହୁ ତ୍ରିଭୁଜ ।
C ବିନ୍ଦୁରୁ ଭୂମି B͞E ପ୍ରତି C͞F ଲମ୍ବ ।
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 13

Question 15.
ଗୋଟିଏ ଟ୍ରାପିଜିୟମ୍‌ର ଗୋଟିଏ କୋଣର ପରିମାଣ 60° ଅଟେ । ଏହାର ପ୍ରତ୍ୟେକ ଅସମାନ୍ତର ବାହୁର ଦୈର୍ଘ୍ୟ 16 ସେ.ମି. ଏବଂ କ୍ଷେତ୍ରଫଳ 336√3 ବର୍ଗ ସେ.ମି. ହେଲେ, ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ନିର୍ଣ୍ଣୟ କର ।
ସମାଧାନ:
ABCD ଟ୍ରାପିଜିୟମ୍‌ର AB || CD ଏବଂ m∠ABC = 60° ।
AD = BC = 16 ସେ.ମି.
C ବିନ୍ଦୁରେ DA ସହ ସମାନ୍ତରଭାବେ ଅଙ୍କିତ ରେଖା AB କୁ E ବିନ୍ଦୁରେ ଛେଦକରୁ ଏବଂ C ବିନ୍ଦୁରୁ AB ପ୍ରତି CF ଲମ୍ବ ଅଙ୍କନ କରାଯାଉ ।
ବର୍ତ୍ତମାନ AECD ଏକ ସାମାନ୍ତରିକ କ୍ଷେତ୍ର ।
AD = CE = 16 ସେ.ମି.
Δ BCE ରେ BC = CE
⇒ m∠CEB = m∠CBE = 60°
∴ m∠BCE = 180° – (m∠CEB + m∠CBE) = 180° – (60° + 60°) = 60°
∴ Δ BCE ଏକ ସମବାହୁ ତ୍ରିଭୁଜ ।
∴ BE = 16 ସେ.ମି.
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 15
∴ ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ 34 ସେ.ମି. ଓ (x + 16) = 50 ସେ.ମି. ।

Question 16.
ଗୋଟିଏ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ 550√3 ବର୍ଗ ମିଟର ଓ ପ୍ରତ୍ୟେକ ଅସମାନ୍ତର ବାହୁର ଦୈର୍ଘ୍ୟ 20 ମିଟର । ଏହାର ବୃହତ୍ତର ସମାନ୍ତର ବାହୁ ସଂଲଗ୍ନ କୋଣଦ୍ଵୟର ପରିମାଣ ପ୍ରତ୍ୟେକ 60 ହେଲେ ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ନିର୍ଣ୍ଣୟ କର ।
ସମାଧାନ:
ABCD ଟ୍ରାପିଜିୟମ୍‌ର AB || CD ଏବଂ m∠ABC = 60° ।
AB = BC= 20 ମି. ।
C ବିନ୍ଦୁରୁ AD ସହ ସମାନ୍ତରଭାବେ ଅଙ୍କିତ ରେଖା 
AB କୁ E ବିନ୍ଦୁରେ ଛେଦକରୁ ଏବଂ C ବିନ୍ଦୁରୁ
AB ପ୍ରତି CF ଲମ୍ବ ଅଙ୍କନ କରାଯାଉ । 
ବର୍ତ୍ତମାନ AECD ଏକ ସାମାନ୍ତରିକ କ୍ଷେତ୍ର ।
∴ AE = CD ଏବଂ AD = EC = BC = 20 ମି.
Δ BCF ରେ BC = CE, ତେଣୁ m∠CEB = m∠CBE = 60°
∴ m∠BCE = 180° – (m∠CEB + m∠CBE) = 180° – (60° + 60°) = 60°
∴ Δ BCE ଏକ ସମଦ୍ବିବାହୁ ତ୍ରିଭୁଜ ।
⇒ AD = EC = BC = BE = 20 ମି.
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 17
∴ ଟ୍ରାପିଜିୟମ୍‌ର ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ 65 ମି, ଓ 45 ମି. ।

BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d)

Question 17.
ଗୋଟିଏ ଟ୍ରାପିଜିୟମ୍ର ଦୁଇ ସମାନ୍ତର ବାହୁର ଦୈର୍ଘ୍ୟ ଯଥାକ୍ରମେ 42 ମିଟର ଓ 30 ମିଟର । ଏହାର ବୃହତ୍ତମ ସମାନ୍ତର ବାହୁର ସଂଲଗ୍ନ କୋଣଦ୍ୱୟର ପରିମାଣ 90° ଓ 45° ହେଲେ, ଟ୍ରାପିଜିୟମ୍‌ର କ୍ଷେତ୍ରଫଳ ନିଶ୍ଚୟ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 5 ପରିମିତି Ex 5(d) 18
ABCD ଟ୍ରାପିଜିୟମ୍‌ରେ AB = 30 ସେ.ମି., CD = 42 ସେ.ମି.,
m∠ADC = 90° m∠BCD = 45°
B ବିନ୍ଦୁରୁ CD ପ୍ରତି BE ଲମ୍ବ ଅଙ୍କନ କରାଯାଉ । 
∴ AB = DE = 30 ମିଟର, 
CE = CD – DE = 42 ମି. – 30 ମି. = 12 ମି. ।
∴ Δ BCE ସମକୋଣୀ ତ୍ରିର୍ଭୁଜରେ m∠BCE = 45°
m∠CBE = 180° – (m∠BEC + m∠BCE) = 180° – (90° +45°) = 45°
∴ Δ BCE ଏକ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ।
∴ CE = BE = 12 ମି.
∴ BE ଟ୍ରାପିଜିୟମ୍‌ର ଉଚ୍ଚତା 12 ମି. ।
∴ ABCD ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac{1}{2}\) × ଉଚ୍ଚତା × ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି
= \(\frac{1}{2}\) × 12 × (30 + 42) = 6 × 72 = 432 ବର୍ଗ ମି. ।
∴ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ 432 ବର୍ଗ ମିଟର ।