BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Odisha State Board BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ will enable students to study smartly.

BSE Odisha Class 10 Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ନିର୍ବାଚନ ପ୍ରକ୍ରିୟା :

  • ଜନମତ ହେଉଛି ଗଣତନ୍ତ୍ରର ଭିତ୍ତିଭୂମି । ତେଣୁ ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ କରାଯାଇଥାଏ । ଆମ ଦେଶରେ ଏହି ନିର୍ବାଚନ ସାବାଳକ ମତଦାନ ପ୍ରଥା ଉପରେ ଆଧାରିତ ।
  • ଆମ ଦେଶରେ ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭାର ପୁନର୍ଗଠନ ପାଇଁ ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ ହୋଇଥାଏ । ଏହି ନିର୍ବାଚନରେ ନାଗରିକମାନେ ମତାତ୍‌କାର ସାବ୍ୟସ୍ତ କରିଥା’ନ୍ତି ।
  • ଗଣତନ୍ତ୍ର ଶାସନରେ ନିର୍ବାଚନର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଭାରତର ସମ୍ବିଧାନ ପ୍ରଣେତାମାନେ ଏକ ମୁକ୍ତ, ଅବାଧ ଓ ନିର୍ମଳ ନିର୍ବାଚନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । କାରଣ ନିର୍ବାଚନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ହେଲେ ଗଣତନ୍ତ୍ର ଭୁଶୁଡ଼ିପଡ଼ିବ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଗଭୀର କୁଠାରାଘାତ ହେବ ।
  • ଗଣତାନ୍ତ୍ରିକ ସରକାରରେ ଜନକଲ୍ୟାଣ ବା ଜନମଙ୍ଗଳ ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ମାଧ୍ୟମରେ ଲୋକମାନେ ସେମାନଙ୍କର ପ୍ରତିନିଧୁ ଚୟନ କରନ୍ତି ।

→ ନିର୍ବାଚନର ପ୍ରକାରଭେଦ :
ନିର୍ବାଚନ ମୁଖ୍ୟତଃ ଦୁଇପ୍ରକାରର; ଯଥା – ପ୍ରତ୍ୟକ୍ଷ ନିର୍ବାଚନ ଓ ପରୋକ୍ଷ ନିର୍ବାଚନ ।

(୧) ପ୍ରତ୍ୟକ୍ଷ ନିର୍ବାଚନ:
ପ୍ରତ୍ୟକ୍ଷ ନିର୍ବାଚନରେ ସମସ୍ତ ମତଦାତା ସିଧାସଳଖ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନିଜର ମତଦାନ କରିଥାଆନ୍ତି ଏବଂ ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାଆନ୍ତି ।

  • ଭାରତକୁ ୫୪୩ ଗୋଟି ଏକ-ସଦସ୍ୟ ବିଶିଷ୍ଟ ସଂସଦୀୟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି । ନିର୍ଦ୍ଦିଷ୍ଟସଂଖ୍ୟକ ଜନସଂଖ୍ୟାକୁ ଆଧାର କରି ଲୋକସଭା ଆସନ ଓ ରାଜ୍ୟ ବିଧାନସଭା ଆସନ ପାଇଁ ଅଲଗା ଅଲଗା ନିର୍ବାଚନମଣ୍ଡଳୀ ସ୍ଥିର କରାଯାଇଛି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଜଣେ ଲେଖାଏଁ ପ୍ରତିନିଧୁ ନିର୍ବାଚିତ ହୁଅନ୍ତି । ତେଣୁ ଏଗୁଡ଼ିକୁ ‘ଏକ- ସଦସ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ’ କୁହାଯାଏ ।
  • ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ମାଧ୍ୟମରେ ଲୋକପ୍ରତିନିଧୁ ନିର୍ବାଚିତ ହୁଅନ୍ତି । ଆବଶ୍ୟକସ୍ଥଳେ ଉପ-ନିର୍ବାଚନ ଓ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ବ୍ୟବସ୍ଥା ସମ୍ବିଧାନରେ ରହିଛି । ସ୍ବାଭାବିକ କାର୍ଯ୍ୟକାଳ ପୂର୍ବରୁ ଲୋକସଭା ବା ରାଜ୍ୟ ବିଧାନସଭା ଭାଙ୍ଗିଗଲେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଏବଂ ଜଣେ ସଦସ୍ୟଙ୍କ ଇସ୍ତଫା କିମ୍ବା ମୃତ୍ଯୁ କିମ୍ବା ନିର୍ବାଚନ ଅସିଦ୍ଧ ଘୋଷିତ ହେବା ହେତୁ ସେହି ଶୂନ୍ୟ ପଡ଼ିଥିବା ସଦସ୍ୟ ପଦ ପୂରଣ ପାଇଁ ଉପ-ନିର୍ବାଚନ କରାଯାଏ ।
  • ପ୍ରତ୍ୟକ୍ଷ ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକ ନିଜର ରାଜନୈତିକ କର୍ଭବ୍ୟ ପ୍ରତି ସଚେତନ ରହିଥାଏ ଓ ନିଜ ମତଦାନ ଅଧିକାରର ଗୁରୁତ୍ଵ ବୁଝିଥାଏ ।
  • ଲୋକସଭାର ନିର୍ବାଚିତ ୫୪୩ ଜଣ ସାଂସଦଙ୍କୁ ବାଦଦେଲେ ଆଙ୍ଗୋ-ଭାରତୀୟ ସମ୍ପ୍ରଦାୟ ମଧ୍ୟରୁ ୨ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ ସାଂସଦ ଭାବେ ଲୋକସଭାକୁ ମନୋନୀତ କରିଥା’ନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(୨) ପରୋକ୍ଷ ନିର୍ବାଚନ:
ଲୋକମାନେ ପରୋକ୍ଷ ଭାବରେ ନିଜର ପ୍ରତିନିଧ‌ିଙ୍କୁ ବାଛିବାକୁ ପରୋକ୍ଷ ନିର୍ବାଚନ କୁହାଯାଏ ।

  • ଏହି ପ୍ରକ୍ରିୟାରେ ମତଦାତାମାନେ ପ୍ରଥମେ ଗୋଟିଏ ପ୍ରତିନିଧ୍ଵ ସଭା ପାଇଁ ଲୋକ ପ୍ରତିନିଧୁ ନିର୍ବାଚିତ କରନ୍ତି । ଏହି ନିର୍ବାଚିତ ଲୋକପ୍ରତିନିଧୂ ସଭାର ସଦସ୍ୟମାନେ ଅନ୍ୟ ଲୋକପ୍ରତିନିଧୁମାନଙ୍କୁ ନିର୍ବାଚିତ କରନ୍ତି । ଏହା କମ୍ ବ୍ୟୟସାପେକ୍ଷ।
  • ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟସଭାର ସଦସ୍ୟ ଓ ରାଜ୍ୟ ବିଧାନ ପରିଷଦର ସଦସ୍ୟମାନେ ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇଥା’ନ୍ତି ।

(୧) ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାମାନଙ୍କର ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ ‘ନିର୍ବାଚକ ମଣ୍ଡଳୀ’ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।
(୨) ଲୋକସଭା ଓ ରାଜ୍ୟସଭାର ସଭ୍ୟମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।

→ ଭାରତରେ ପ୍ରଚଳିତ ନିର୍ବାଚନ ବ୍ୟବସ୍ଥାର ବିଶେଷତ୍ଵ:

  • ଭାରତ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଲୋକସଭା,ରାଜ୍ୟ ବିଧାନସଭାର ସଦସ୍ୟ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର କେତେକ ସ୍ଵାୟତ୍ତ ଶାସନ ସଂସ୍ଥା; ଯଥା – ପୌର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ନିର୍ବାଚିତ ସଦସ୍ୟ ଚୟନ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ କରାଯାଏ । ଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
  • ରାଜ୍ୟସଭା, ରାଜ୍ୟ ବିଧାନ ପରିଷଦର ସଦସ୍ୟ, ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପରୋକ୍ଷ ଭାବରେ ନିର୍ବାଚିତ ହୁ ଅନ୍ତି ।
  • ଲୋକସଭା ଓ ରାଜ୍ୟ ବିଧାନମଣ୍ଡଳର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଯୋଗ୍ୟ ମତଦାତାଙ୍କର ଏକ ନାମ ତାଲିକା ପ୍ରସ୍ତୁତିର ବ୍ୟବସ୍ଥା ରହିଛି । ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମତଦାତାଙ୍କ ନାମ ତାଲିକା ଅନ୍ତର୍ଭୁକ୍ତ କରାଯିବ ।
  • ସାର୍ବଜନୀନ ସାବାଳକ ମତଦାନ ପ୍ରଥା ହେଉଛି ଭାରତୀୟ ନିର୍ବାଚନ ବ୍ୟବସ୍ଥାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହାଦ୍ୱାରା ଜାତି, ଧର୍ମ, ଲିଙ୍ଗ, ସମ୍ପତ୍ତି ଓ ଜନ୍ମସ୍ଥାନ ନିର୍ବିଶେଷରେ ୧୮ ବର୍ଷ ବା ତଦୂର୍ଣ୍ଣ ବୟସର ସାବାଳକ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିବାର ଅଧ୍ୟାକାର ପାଇଛନ୍ତି ।
  • ଲୋକସଭା, ରାଜ୍ୟସଭା, ରାଜ୍ୟ ବିଧାନସଭା, ରାଜ୍ୟ ବିଧାନ ପରିଷଦ ଏବଂ ଅନ୍ୟାନ୍ୟ ନିର୍ବାଚିତ ପଦବୀ ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ବିଷୟରେ ସମ୍ବିଧାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ।
  • ମତଦାତାଙ୍କ ନାମ ତାଲିକା ନିୟମିତ ଭାବେ ନିର୍ବାଚନ ପୂର୍ବରୁ ସଂଶୋଧନ କରାଯାଏ । ଏହାଛଡ଼ା ପ୍ରତି ୧୦ ବର୍ଷରେ ଥରେ ଜନଗଣନା ଶେଷ ହେବା ପରେ ମଧ୍ଯ ନାମ ତାଲିକା ସଂଶୋଧନ କରାଯାଏ ।
  • ଆମ ସମ୍ବିଧାନ ଅନୁସାରେ ଜଣେ ମତଦାତା ଗୋପନୀୟ ମତଦାନ ମାଧ୍ୟମରେ ତା’ର ମତଦାନ ସାବ୍ୟସ୍ତ କରେ । ଘୋଷିତ ହେବେ ।
  • ବର୍ତ୍ତମାନ ନିର୍ବାଚନରେ ‘ଇଲେକ୍ଟ୍ରୋନିକ୍ସ ମତଦାନ ଯନ୍ତ୍ର’ ପ୍ରଚଳନ କରାଯାଉଛି । ଫଳର ମତଦାନ ଓ ମତଗଣନା କାର୍ଯ୍ୟ ସହଜରେ ଓ ଶୀଘ୍ର ହୋଇପାରୁଛି । କିଛି ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ କାର୍ଯ୍ୟରେ ମତଦାନ ବ୍ୟବସ୍ଥା ‘ବାଲାଟ୍ ପେପର’ ମାଧ୍ୟମରେ କରାଯାଉଛି ।
  • ଭାରତର ସମ୍ବିଧାନ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଲୋକସଭା, ରାଜ୍ୟ ବିଧାନସଭା, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାରେ ସେମାନଙ୍କ ଜନସଂଖ୍ୟାର ଅନୁପାତ ଅନୁସାରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ହୋଇଛି ।
  • ବର୍ତ୍ତମାନ ଲୋକସଭାରେ ୭୯ଟି ଆସନ ଓ ୪୧ଟି ଆସନ ଯଥାକ୍ରମେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୨୪ଟି ଆସନ ଅନୁସୂଚିତ ଜାତି, ୩୨ଟି ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ।
  • ସମ୍ବିଧାନ ଅନୁସାରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିବାଦର ସମାଧାନ ପାଇଁ କ୍ଷମତା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଦେଶର ଉଚ୍ଚତମ ନ୍ୟାୟାଳୟ ଉପରେ ନ୍ୟସ୍ତ କରାଯାଇଛି । ପ୍ରତ୍ୟେକ ବିଜୟୀ ପ୍ରାର୍ଥୀଙ୍କୁ ରିଟଣ୍ଡିଂ ଅଫିସର ଏକ ‘ସ୍ବୀକୃତି ପତ୍ର’ ପ୍ରଦାନ କରନ୍ତି । ଜିଲ୍ଲାପାଳ ସେହି ଜିଲ୍ଲାର ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଏବଂ ଉପ-ଜିଲ୍ଲାପାଳମାନେ ସଂପୃକ୍ତ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ରାଜ୍ୟ ବିଧାନସଭାର ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଭାବରେ ନିଯୁକ୍ତ ହୁଅନ୍ତି । ଏହି ରିଟଣ୍ଡିଂ ଅଫିସରମାନଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ନିଯୁକ୍ତ କରନ୍ତି ।
  • ଭାରତରେ ସାଧାରଣ ନିର୍ବାଚନ ପରିଚାଳନା ଦାୟିତ୍ଵ ଦେଶର ନିର୍ବାଚନ ଆୟୋଗ ଉପରେ ନ୍ୟସ୍ତ କରାଯାଇଛି ।
  • ସମ୍ବିଧାନ ଓ ଆଇନଗତ ବ୍ୟବସ୍ଥା ମାଧ୍ୟମରେ ସୂଚିତ ମାନସିକ ବିକୃତି, ଅଣନାଗରିକତା, କେତେକ ନିର୍ଦ୍ଦିଷ୍ଟ ଅପରାଧ ବା ନିର୍ବାଚନରେ ଦୁର୍ନୀତିପରାୟଣତା, ବାସସ୍ଥାନରୁ ବିଚ୍ୟୁତ ଓ ବେଆଇନ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବା କାରଣରୁ ଅଯୋଗ୍ୟ ବିବେଚିତ ବ୍ୟକ୍ତି ମତଦାନ କରିପାରିବେ ନାହିଁ ।
  • 4. ପ୍ରତ୍ୟେକ ରାଜ୍ୟ ଲୋକସଭା ପ୍ରାର୍ଥୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଓ ପ୍ରତ୍ୟେକ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ନିର୍ବାଚନ ଖର୍ଚ୍ଚର ସର୍ବାଧ‌ିକ ପରିମାଣ ଭାବରେ ଆଇନ ମାଧ୍ୟମରେ ସ୍ଥିର କରାଯାଇଛି ।
  • ମତଦାତାଙ୍କର ନିର୍ବାଚନ ଫଟୋ ପରିଚୟପତ୍ର : ପ୍ରତ୍ୟେକ ମତଦାତାଙ୍କୁ ନିର୍ବାଚନ ଆୟୋଗ ଗୋଟିଏ ଲେଖାଏଁ ‘ପରିଚୟପତ୍ର’ ଦେଇଥା’ନ୍ତି । ସେଥରେ ମତଦାତାଙ୍କ ନାମ, ବୟସ, ବାସସ୍ଥାନ, ପିତା/ସ୍ଵାମୀଙ୍କର ନାମ ସୂଚିତ ହୋଇଥାଏ I ମତଦାନ ସମୟର ମତଦାତାଙ୍କର ପରିଚୟ ଏହି ‘ପରିଚୟପତ୍ର’ ଦ୍ବାରା ସାବ୍ୟସ୍ତ ହୋଇଥାଏ ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟ 
(୧) ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ :

  • ଲୋକସଭାର ୫୪୩ଟି ସ୍ଥାନ ପାଇଁ ସମଗ୍ର ଦେଶକୁ ୫୪୩ଟି ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି । ଜନସଂଖ୍ୟାକୁ ଆଧାର କରି ନିର୍ବାଚନ ମଣ୍ଡଳୀ ସ୍ଥିର କରାଯାଇଛି । ପ୍ରତ୍ୟେକ ଜନଗଣନା ପରେ ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରିତ ହେଉଛି । ଲୋକସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଗୋଟିଏ ନିର୍ବାଚନ ମଣ୍ଡଳୀ ଏକାଧିକ ରାଜ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ । ଓଡ଼ିଶାର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ୨୧ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ କରାଯାଇଛି ଓ ଏହାର ଅନୁପାତ ହେଉଛି – ୭:୧।
  • ଓଡ଼ିଶାରେ ୨୧ ଗୋଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଅଛି । ସେଗୁଡ଼ିକ ହେଲା – (୧) ଆସ୍କା, (୨) ବାଲେଶ୍ୱର, (୩) ବରଗଡ଼, (୪) ବ୍ରହ୍ମପୁର, (୫) ଭଦ୍ରକ (ସଂ), (୬) ଭୁବନେଶ୍ୱର, (୭) ବଲାଙ୍ଗୀର, (୮) କଟକ, (୯) ଢେଙ୍କାନାଳ, (୧୦) ଜଗତ୍‌ସିଂହପୁର(ସଂ), (୧୧) ଯାଜପୁର(ସଂ), (୧୨) କଳାହାଣ୍ଡି, (୧୩) କନ୍ଧମାଳ, (୧୪) କେନ୍ଦ୍ରାପଡ଼ା, (୧୫) କେନ୍ଦୁଝର (ସଂ), (୧୬) କୋରାପୁଟ (ସଂ), (୧୭) ମୟୂରଭଞ୍ଜ (ସଂ), (୧୮) ନବରଙ୍ଗପୁର (ସଂ), (୧୯) ପୁରୀ, (୨୦) ସମ୍ବଲପୁର, (୨୧) ସୁନ୍ଦରଗଡ଼ (ସଂ) ।

(୨) ମତଦାତାଙ୍କ ପୂର୍ଣ୍ଣାଙ୍ଗ ନାମ ତାଲିକା ପ୍ରସ୍ତୁତି:
ମୁଖ୍ୟତଃ ନିର୍ବାଚନ ହେବା ପୂର୍ବରୁ ଭୋଟର ତାଲିକା ସଂଶୋଧ ହୋଇଥାଏ । ସେଥ‌ିରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ନାମ ଓ ଅନ୍ୟ ବିବରଣୀ ରହିଥାଏ । ମୃତ ମତଦାତାଙ୍କ ନାମ ତାଲିକାରୁ କାଟିଦିଆଯାଏ । ଭୋଟର ତାଲିକାରେ ଥ‌ିବା ଭୋଟରମାନେ ହିଁ ଭୋଟ ଦେଇପାରନ୍ତି ।

(୩) ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ଏବଂ ରିଟଣ୍ଡିଂ ଅଫିସର ଓ ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି:

  • ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ଆୟୋଗ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କରି ଲୋକସଭା ପାଇଁ ସାଧାରଣ ନିର୍ବାଚନର ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରନ୍ତି । ରାଜ୍ୟ ବିଧାନସଭା ପାଇଁ ରାଜ୍ୟପାଳଙ୍କ ଆଦେଶମତେ ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରାଯାଏ । ପ୍ରାର୍ଥୀମାନଙ୍କଦ୍ୱାରା ନାମାଙ୍କନ ପତ୍ର ଦାଖଲର ତାରିଖ, ପ୍ରାର୍ଥୀପତ୍ର ଯାଞ୍ଚର ତାରିଖ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ମତଦାନ ତାରିଖ ଏବଂ ମତଗଣନା ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଥା’ନ୍ତି ।
  • ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଜଣେ ରିଟଣ୍ଡିଂ ଅଫିସର ଓ ତିନିଜଣ ନିରପେକ୍ଷ ପରିଦର୍ଶକଙ୍କୁ ନିର୍ବାଚନ ଆୟୋଗ ନିଯୁକ୍ତ କରିଥା’ନ୍ତି । ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ନିଯୁକ୍ତ କରାଯାଏ ।

(୪) ପ୍ରାର୍ଥୀ ମନୋନୟନ :
ପ୍ରତ୍ୟେକ ମତଦାତାଙ୍କର ନିର୍ବାଚନରେ ପ୍ରାର୍ଥୀ ହେବାର ଅଧିକାର ରହିଛି । ତାଙ୍କର ସର୍ବନିମ୍ନ ବୟସ ସୀମା ଅନ୍ୟୁନ ୨୫ ବର୍ଷ ହେବା ଆବଶ୍ୟକ । ଦଳୀୟ ପ୍ରାର୍ଥୀମାନଙ୍କୁ ରାଜନୈତିକ ଦଳ ପକ୍ଷରୁ ଦଳୀୟ ‘ଟିକେଟ’ ମିଳେ । ନିର୍ଦ୍ଦଳୀୟ ସ୍ବାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନ ସଂକେତ ନିର୍ବାଚନ ଆୟୋଗ ଦେଇଥା’ନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(୫) ନାମାଙ୍କନ ପତ୍ର ଦାଖଲ :

  • ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ତାରିଖ ଓ ଦିନ ଘୋଷଣା ହେଲାପରେ ନିର୍ବାଚନରେ ପ୍ରତିଦ୍ଵହିତା କରିବାପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ରିଟର୍ଡିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି । ପ୍ରତି ନାମାଙ୍କନ ପତ୍ରରେ ପ୍ରତ୍ୟେକ ପ୍ରାର୍ଥୀଙ୍କର ନାମକୁ ଅନ୍ୟୁନ ଜଣେ ମତଦାତା ପ୍ରସ୍ତାବ କରିବେ ଏବଂ ଆଉ ଜଣେ ମତଦାତା ସମର୍ଥନ କରିବେ ଏବଂ ପ୍ରାର୍ଥୀ ନିଜେ ନିଜର ସମ୍ମତି ପ୍ରଦାନପୂର୍ବକ ଏଥରେ ସ୍ବାକ୍ଷର ପ୍ରଦାନ କରିବେ । ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀ ନିଜ ଆୟର ପରିମାଣ ଓ ନିଜ
    ବିରୋଧରେ ଥିବା ଫୌଜଦାରୀ ମକଦ୍ଦମାର ସୂଚନା ଦାଖଲ କରନ୍ତି ।
  • ସମ୍ବିଧାନର ଧାରା-୭୧ ଅନୁସାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ମୋକଦ୍ଦମାର ବିଚାର କେବଳ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇପାରିବ ।

(୬) ଅମାନତ ଅର୍ଥରାଶି ଦାଖଲ :
ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଅମାନତ ଭାବରେ ଦାଖଲ କରିଥାଆନ୍ତି ଏବଂ ନିର୍ବାଚନମଣ୍ଡଳୀରୁ ମିଳିଥିବା ସମସ୍ତ ସିଦ୍ଧମତର ଏକ-ଷତାଂଶ ସମର୍ଥନ ନ ମିଳିଲେ ସେ ଏହି ଅମାନତ ରାଶି ହରାଇଥାଆନ୍ତି ।

(୭) ନାମାଙ୍କନ ପତ୍ର ଯାଞ୍ଚ’ :
ନାମାଙ୍କନ ପତ୍ର ଯାଞ୍ଚ ସମୟରେ ପ୍ରାର୍ଥୀମାନଙ୍କର ଯୋଗ୍ୟତା ଏବଂ ଆବଶ୍ୟକ ସମସ୍ତ କାଗଜପତ୍ର ଦାଖଲ ହୋଇଛି କି ନାହିଁ ଯାଞ୍ଚ କରାଯାଏ ଏବଂ ଆଇନ ଅନୁସାରେ ବୈଧ ନାମାଙ୍କନ ପତ୍ରଗୁଡ଼ିକର ଏକ ପୂର୍ଣ୍ଣାଙ୍ଗ ନାମ ତାଲିକା ରିଟଣ୍ଡିଂ ଅଫିସର ଘୋଷଣା କରନ୍ତି ।

(୮) ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ନାମତାଲିକା ଘୋଷଣା :
ବୈଧ ନାମାଙ୍କନ ପତ୍ରର ଏକ ପୂର୍ଣାଙ୍ଗ ନାମତାଲିକା ଘୋଷଣା ହେବାପରେ କୌଣସି ପ୍ରାର୍ଥୀ ଚାହିଁଲେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଅମାନତ ଟଙ୍କା ଫେରିପାଇବେ । ପରବର୍ତୀ ସମୟରେ ରିଟଣ୍ଡିଂ ଅଫିସର ଏକ ଚୂଡ଼ାନ୍ତ ନାମତାଲିକା ପ୍ରକାଶ କରିବେ । ଯଦି କୌଣସି ନିର୍ବାଚନମଣ୍ଡଳୀରୁ ଏକମାତ୍ର ସିଦ୍ଧ ପ୍ରାର୍ଥୀପତ୍ର ଚୂଡ଼ାନ୍ତ ହୁଏ, ସେଠାରେ ସେହି ପ୍ରାର୍ଥୀ ନିର୍ଦ୍ଦରେ ନିର୍ବାଚିତ ଘୋଷିତ ହୁଅନ୍ତି ଓ ସେଠାରେ ନିର୍ବାଚନ କରାଯାଏ ନାହିଁ ।

(୯) ନିର୍ବାଚନ ସଂକେତ ପ୍ରଦାନ :

  • ପ୍ରତ୍ୟେକ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଦଳୀୟ ସଂକେତ ପ୍ରଦାନ କରନ୍ତି ।
  • ସ୍ଵାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଆୟୋଗ ପ୍ରାର୍ଥୀ ନିଜେ ଚୟନ କରିଥିବା ନିର୍ବାଚନ ସଂକେତ ପ୍ରଦାନ କରିଥା’ନ୍ତି । ନିର୍ବାଚନ ଆୟୋଗଙ୍କଦ୍ଵାରା ସ୍ଵୀକୃତ କେତେକ ସଙ୍କେତ ମଧ୍ୟରୁ ପ୍ରାର୍ଥୀ ଗୋଟିଏ ବାଛିବାର ବ୍ୟବସ୍ଥା ଥିଲେ ହେଁ ଏ କ୍ଷେତ୍ରରେ ନିର୍ବାଚନ ଆୟୋଗଙ୍କର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ ।

(୧୦) ନିର୍ବାଚନ ପ୍ରଚାର ଅଭିଯାନ :

  • ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ନାମତାଲିକା ଘୋଷଣା କରାଯିବା ପରେ ନିର୍ବାଚନ ପ୍ରଚାର ଆରମ୍ଭ ହୁଏ । ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜ ଦଳର ନିର୍ବାଚନ ଇସ୍ତାହାର ପ୍ରକାଶ କରନ୍ତି ।
  • ସ୍ଵାଧୀନ ପ୍ରାର୍ଥୀମାନେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ନିର୍ବାଚନ ପ୍ରଚାର କରିଥା’ନ୍ତି ।
  • ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ । ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ ।
  • ପ୍ରାଚୀର ପତ୍ର, ବିଜ୍ଞାପନ, ଦୂରଦର୍ଶନରେ ବିତର୍କ, ସମ୍ବାଦପତ୍ରରେ ବାର୍ତ୍ତା ପ୍ରକାଶନ, ସାଧାରଣସଭା ଓ ଭ୍ୟାଲି ଇତ୍ୟାଦି ପ୍ରଚାର ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ ପ୍ରଚାର ହୋଇଥାଏ ।

(୧୧) ଆଦର୍ଶ ଆଚରଣ ବିଧ୍ :

  • ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ‘ଆଦର୍ଶ ଆଚରଣ ବିଧ୍’ ଲାଗୁ କରିଥା’ନ୍ତି । ଏହା ନିର୍ବାଚନ ସମୟରେ ହିଂସାକାଣ୍ଡ ଓ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନକୁ ରୋକିବାରେ ସହାୟକ ହୋଇଥାଏ ।
  • ଆଦର୍ଶ ଆଚରଣ ବିଧୂ ଭଙ୍ଗକଲେ ଅଭିଯୋଗକ୍ରମେ ପ୍ରାର୍ଥୀଙ୍କୁ ନିର୍ବାଚନ ଆୟୋଗ ଦଣ୍ଡିତ କରିଥାଆନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(୧୨) ମତଦାନ ବ୍ୟବସ୍ଥା :
ନିର୍ବାଚନ ପାଇଁ ମତଦାନ ତାରିଖ ଓ ସମୟସୀମା ନିର୍ବାଚନ ଆୟୋଗଙ୍କଦ୍ୱାରା ସ୍ଥିର ହୋଇଥାଏ । ମତଦାନ ପ୍ରକ୍ରିୟାକୁ ଠିକ୍ ଭାବରେ ଚଳାଇବାପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଏକାଧିକ ମତଦାନ କେନ୍ଦ୍ର ଥାଏ । ମତଦାନ କେନ୍ଦ୍ରଠାରୁ ୧୦୦ ମିଟର ମଧ୍ୟରେ ନିର୍ବାଚନ ପ୍ରଚାର ନିଷିଦ୍ଧ ।

  • ମତଦାନ କେନ୍ଦ୍ରକୁ ପରିଚାଳନା କରିବାପାଇଁ ଜଣେ ପ୍ରିଜାଇଡିଂ ଅଫିସର ଓ ଏକାଧ୍ଵକ ପୋଲିଂ ଅଫିସର ନିଯୁକ୍ତ ହୁଅନ୍ତି । ପ୍ରାର୍ଥୀମାନଙ୍କର ପ୍ରତିନିଧୂ ମଧ୍ଯ କେନ୍ଦ୍ରରେ ଉପସ୍ଥିତ ରହନ୍ତି ।
  • ମତଦାତାମାନେ ନିର୍ଦ୍ଧାରିତ ସମୟସୀମା ମଧ୍ଯରେ ନିଜ ନିଜର ମତଦାନ କରନ୍ତି । ସେମାନେ ‘ନିର୍ବାଚନ ଫଟୋ ପରିଚୟ ପତ୍ର’ଦ୍ଵାରା ନିଜର ପରିଚୟ ସାବ୍ୟସ୍ତ କରନ୍ତି ।
  • ମତଦାନ ପତ୍ରରେ ମତଦାତାମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ମୋହର ଲଗାଇ ମତଦାନ ବାକ୍ସରେ ପକାନ୍ତି । ଏବେ ମତଦାନ କେନ୍ଦ୍ରରେ ‘ଇଲେକ୍‌ଟ୍ରୋନିକ୍‌ସ୍ ଭୋଟିଂ ମେସିନ୍’ର ପ୍ରଚଳନ ହେଲାଣି । ଏହି ଯନ୍ତ୍ରରେ ଥ‌ିବା ନିର୍ଦ୍ଦିଷ୍ଟ ସୁଇଚ୍ ଚିପି ମତଦାତାମାନେ ମନୋନୀତ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରନ୍ତି । ଡାକ ମାଧ୍ୟମରେ ଭୋଟ ଦେବାର ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି ।
  • ମତଦାନର ସମୟ ସକାଳ ୭ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଥାଏ ।
  • ଭୋଟ ଗ୍ରହଣର ସମୟ ଅତିକ୍ରାନ୍ତ ହେଲାପରେ ‘ମତଦାନ ପେଟି’ (ବାକ୍ସ) ଅଥବା ଇ. ଭି. ଏମ୍. ଗୁଡ଼ିକୁ କନାରେ ବାନ୍ଧି ଜଉମୁଦ ଦେଇ ସିଲ୍ କରାଯାଏ ଓ ରିଟଣ୍ଡିଂ ଅଫସିରଙ୍କ ପାଖକୁ ଭୋଟଗଣତି ପାଇଁ ପଠାଯାଏ ।
  • ଇ. ଭି. ଏମ୍. ବା ମତଦାନ ପତ୍ରରେ ଉଦ୍ଦିଷ୍ଟ ସ୍ଥାନରେ ନିଜ ମନପସନ୍ଦର ଜଣେ ପ୍ରାର୍ଥୀଙ୍କୁ ମତଦାତା ନିଜର ସିଦ୍ଧମତ ପ୍ରଦାନ କରିବେ । ଗୋଟିଏ ମତଦାତାଙ୍କର ଗୋଟିଏ ସିଦ୍ଧମତ ଥାଏ I ଅନ୍ୟଥା ମତଦାନ ଅସିଦ୍ଧ ଘୋଷିତ ହୁଏ ବା ମତଦାନ ନାକଚ ହୁଏ । ନାକଚ ହୋଇଥିବା ମତଦାନ ଗଣା ହୁଏ ନାହିଁ ।

(୧୩) ସିଦ୍ଧମତ ଗଣତି ଏବଂ ଚୂଡ଼ାନ୍ତ ଫଳାଫଳ ଘୋଷଣା :

  • ସିଦ୍ଧମତ ଗଣତି କରାଯିବାର ସ୍ଥାନ, ତାରିଖ, ଦିନ ଓ ସମୟ ନିର୍ବାଚନ ଆୟୋଗ ଘୋଷଣା କରିଥାଆନ୍ତି । ନିର୍ଦ୍ଧାରିତ ସମୟରେ ମତଦାନ ପେଟି କିମ୍ବା ଇ. ଭି. ଏମ୍.ଗୁଡ଼ିକୁ ଖୋଲାଯାଏ ଓ ଗଣନା କାର୍ଯ୍ୟ ଆରମ୍ଭ ହୁଏ । ସର୍ବାଧ୍ଵ ମତଦାତାଙ୍କର ସିଦ୍ଧମତ ସମର୍ଥନ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଏ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଏ ।
  • ରିଟଣ୍ଡିଂ ଅଫିସର ନିର୍ବାଚନ ଫଳାଫଳ ଘୋଷଣା କରି ସେହି ଘୋଷଣାନାମାକୁ ନିର୍ବାଚନ ଆୟୋଗଙ୍କୁ ପଠାଇ ଦିଅନ୍ତି ଓ ବିଜୟୀ ପ୍ରାର୍ଥୀଙ୍କୁ ଏକ ସାର୍ଟିଫିକେଟ୍ ଦିଅନ୍ତି ।
  • ନିର୍ବାଚନ ପ୍ରକ୍ରିୟା ସମୟରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେ ନିର୍ବାଚନ ଫଳାଫଳକୁ ନେଇ ପରାଜିତ ପ୍ରାର୍ଥୀ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା ମାଧ୍ୟମରେ ଅଭିଯୋଗ ଆଣିପାରିବେ । ଉଚ୍ଚ ନ୍ୟାୟାଳୟର ନିଷ୍ପଭି ବିରୋଧରେ ଅଭିଯୋଗକାରୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ । ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ଚୂଡ଼ାନ୍ତ ଅଟେ ।
  • ନିର୍ବାଚନ ପ୍ରକ୍ରିୟା ଚାଲୁଥିବା ସମୟରେ କୌଣସି ପ୍ରାର୍ଥୀଙ୍କର ମୃତ୍ୟୁ ଘଟିଲେ ସେହି ନିର୍ବାଚନମଣ୍ଡଳୀର ମତଦାନ ବନ୍ଦ ରହେ ଓ ପରବର୍ତ୍ତୀ ସମୟରେ ଭୋଟ ଗ୍ରହଣ କରାଯାଏ ।
  • ଲୋକପ୍ରତିନିଧ୍ ଆଇନର ବ୍ୟବସ୍ଥାନୁସାରେ ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକାର ମୋକଦ୍ଦମାର ବିଚାର ପ୍ରଥମେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଓ ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ କରାଯିବ ଏବଂ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପଭି ଚୂଡ଼ାନ୍ତ ଅଟେ ।

→ ଭାରତର ନିର୍ବାଚନ ଆୟୋଗ :

  • ଭାରତର ନିର୍ବାଚନ ଆୟୋଗ ଏକ ସମ୍ବିଧାନ ସ୍ଵୀକୃତ ସ୍ଵୟଂଶାସିତ ସଂସ୍ଥା ।
  • ଏହି ସଂସ୍ଥାକୁ ଆମ ଦେଶରେ ମୁକ୍ତ, ଅବାଧ ତଥା ସ୍ଵଚ୍ଛ ଏବଂ ନିର୍ମଳ ନିର୍ବାଚନ ସମ୍ପାଦନ କରିବାପାଇଁ ଅନେକ ସାମ୍ବିଧାନିକ କ୍ଷମତା ପ୍ରଦାନ କରାଯାଇଛି ।
  • ଏହାର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ ।

→ ନିର୍ବାଚନ ଆୟୋଗର ଗଠନ :

  • ଭାରତୀୟ ସମ୍ବିଧାନର ୩୨୪ ଧାରାରେ ଏକ ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଦୁଇଜଣ ନିର୍ବାଚନ ଆୟୁକ୍ତଙ୍କୁ ନେଇ ଏହି ସଂସ୍ଥା ଗଠିତ ହୋଇଛି । ସେମାନଙ୍କୁ ଭାରତର ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରନ୍ତି । ଏହି ପଦବୀରେ ଜଣେ ଆୟୁକ୍ତ ୬ ବର୍ଷ ପାଇଁ ବା ସର୍ବାଧ‌ିକ ୬୫ ବର୍ଷ ବୟସ୍କ ହେବା ପର୍ଯ୍ୟନ୍ତ ରହିପାରିବେ ।
  • ସଂସଦର ପ୍ରତ୍ୟେକ ସଦନର ସ୍ବତନ୍ତ୍ର ସଂଖ୍ୟାଗରିଷ୍ଠ ସାଂସଦଙ୍କ ସମର୍ଥନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ପଦଚ୍ୟୁତ ହୋଇପାରିବେ । ମୁଖ୍ୟତଃ ‘ପ୍ରମାଣିତ ଅସଦାଚରଣ ଓ ଶାରୀରିକ ଅସାମର୍ଥ୍ୟ’ କାରଣରୁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ପଦଚ୍ୟୁତ କରାଯାଏ ।
  • ନିର୍ବାଚନ ଆୟୋଗର ଅନ୍ୟ ଆୟୁକ୍ତଦ୍ଵୟ ମୁଖ୍ୟ ଆୟୁକ୍ତଙ୍କ ବିନା ଅନୁମୋଦନରେ ରାଷ୍ଟ୍ରପତିଙ୍କଦ୍ବାରା ପଦଚ୍ୟୁତ ହେବେ ନାହିଁ ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

→ ନିର୍ବାଚନ ଆୟୋଗଙ୍କର କ୍ଷମତା ଓ କାର୍ଯ୍ୟାବଳୀ :

  • ସମ୍ବିଧାନର ଧାରା-୩୨୪ରୁ ଧାରା-୩୨୮ ମଧ୍ୟରେ ନିର୍ବାଚନ ଆୟୋଗଙ୍କ କ୍ଷମତା ଓ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦିଆଯାଇଛି ।
  • ଭାରତର ସଂସଦ, ରାଜ୍ୟ ବିଧାନମଣ୍ଡଳ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଷୟର ତତ୍ତ୍ୱାବଧାନ, ପରିଚାଳନା ଦାୟିତ୍ବ ଓ ନିୟନ୍ତ୍ରଣ କ୍ଷମତା ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ହୋଇଛି ।
  • ନିର୍ବାଚନ ଆୟୋଗଙ୍କ ମତଦାତାମାନଙ୍କ ନିର୍ବାଚନ ଫଟୋ ପରିଚୟପତ୍ର ପ୍ରଦାନ କରନ୍ତି, ନିର୍ବାଚନ ତାରିଖ ଓ ତତ୍‌ସମ୍ପର୍କିତ କାର୍ଯ୍ୟସୂଚୀ ବିଷୟରେ ବିଜ୍ଞପ୍ତି ଜାରି କରିଥା ନ୍ତି।
  • ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ ସଂକେତ ଓ ଦଳୀୟ ସ୍ବୀକୃତି ପ୍ରଦାନ, ନିର୍ବାଚନ ସମୟରେ ପର୍ଯ୍ୟବେକ୍ଷକ ଓ ରିଟଣ୍ଡିଂ ଅଫିସର ନିଯୁକ୍ତି, ବିଭିନ୍ନ ରାଜନୈତିକ ଦଳକୁ ଦୂରଦର୍ଶନ ଓ ଆକାଶବାଣୀରେ ନିର୍ବାଚନ ପ୍ରଚାରର ସୁଯୋଗ ପ୍ରଦାନ, ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦର ସମାଧାନ, ପ୍ରାର୍ଥୀଙ୍କର ନିର୍ବାଚନ ବ୍ୟୟର ସର୍ବାଧ‌ିକ ସୀମା ନିର୍ଦ୍ଧାରଣ ଆଦି କାର୍ଯ୍ୟ ନିର୍ବାଚନ ଆୟୋଗଙ୍କର ଦାୟିତ୍ବ ପରିସରଭୁକ୍ତ ।

→ ରାଜ୍ୟ ନିର୍ବାଚନ ଆୟୋଗ :

  • ସମ୍ବିଧାନର ୭୩ତମ ସଂଶୋଧନ ଆଇନ (୧୯୯୨) ପୌରସଂସ୍ଥାମାନଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟ, ମତଦାତାଙ୍କ ନାମତାଲିକା ପ୍ରସ୍ତୁତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ହାତରେ ନ୍ୟସ୍ତ ହୋଇଛି ।
  • ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟକାଳ ଏବଂ କାର୍ଯ୍ୟ ସର୍ଭାବଳୀ ରାଜ୍ୟପାଳ, ସେହି ରାଜ୍ୟର ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନକୁ ନଜରରେ ରଖ୍ ନିରୂପଣ କରନ୍ତି ।
  • ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜ୍ୟପାଳଙ୍କଦ୍ୱାରା ନିଯୁକ୍ତ ହୋଇଥା’ନ୍ତି । ତାଙ୍କ କାର୍ଯ୍ୟକାଳର ସର୍ବାଧ‌ିକ ବୟସ ସୀମା ୬୨ ବର୍ଷ ।
  • ରାଜ୍ୟ ନିର୍ବାଚନ ଆୟୁକ୍ତ ଏକ ସଦସ୍ୟ ବିଶିଷ୍ଟ ଅଟେ ।
  • ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗର କାର୍ଯ୍ୟାଳୟ ଭୁବନେଶ୍ଵରରେ ଅବସ୍ଥିତ ।

ଜାଣିବା କଥା

  • ଓଡ଼ିଶା ବିଧାନସଭା ପାଇଁ ରାଜ୍ୟରେ ୧୪୭ ଗୋଟି ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀ ରହିଛି ।
  • ରାଜ୍ୟସଭାର ସର୍ବାଧ‌ିକ ସଦସ୍ୟ ସଂଖ୍ୟା – ୨୫୦। ସେଥୁରୁ ସର୍ବାଧ‌ିକ ୨୩୮ ଜଣ ସଦସ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ଏବଂ ସାହିତ୍ୟ, କଳା, ବିଜ୍ଞାନ ଓ ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠା ଲାଭକରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୨ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କଦ୍ୱାରା ମନୋନୀତ ହୁଅନ୍ତି । ବର୍ତ୍ତମାନ ରାଜ୍ୟସଭାରେ ନିର୍ବାଚିତ ସାଂସଦଙ୍କ ସଂଖ୍ୟା ହେଉଛି ୨୩୩ ଓ ମନୋନୀତ ସାଂସଦଙ୍କ ସଂଖ୍ୟା – ୧୨ ।
  • ଓଡ଼ିଶା ବିଧାନସଭାର ସଦସ୍ୟମାନେ ରାଜ୍ୟସଭାକୁ ୧୦ ଜଣ ସାଂସଦଙ୍କୁ ନିର୍ବାଚିତ କରନ୍ତି । ସେମାନଙ୍କ ମଧ୍ୟରୁ ଏକ-ତୃତୀୟାଂଶ ସଦସ୍ୟ ପ୍ରତି ଦୁଇବର୍ଷରେ ଅବସର ନିଅନ୍ତି । ତେଣୁ ପ୍ରତି ଦୁଇବର୍ଷରେ ଥରେ ଉକ୍ତ ଶୂନ୍ୟ ପଡ଼ିଥିବା ଆସନ ପାଇଁ ନିର୍ବାଚନ କରାଯାଏ ।
  • ଲୋକସଭାର ସର୍ବାଧ‌ିକ ସଦସ୍ୟ ସଂଖ୍ୟା ୫୫୨ । ବିଭିନ୍ନ ରାଜ୍ୟରୁ ୫୩୦ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ସର୍ବାଧ୍ଵ ୨୦ ଜଣ ସାଂସଦ ନିର୍ବାଚିତ ହୁଅନ୍ତି । ଆବଶ୍ୟକସ୍ଥଳେ,
    ରାଷ୍ଟ୍ରପତି ଆଙ୍ଗ୍ଲଭାରତୀୟ ସମ୍ପ୍ରଦାୟ ମଧ୍ୟରୁ ଦୁଇଜଣା ପ୍ରତିନିଧିଙ୍କୁ ଲୋକସଭାର ସାଂସଦ ଭାବରେ ମନୋନୀତ କରିବାର ବ୍ୟବସ୍ଥା ଅଛି । ଓଡ଼ିଶାରୁ ଲୋକସଭାକୁ ୫ ବର୍ଷ ପାଇଁ ୨୧ ଜଣ ସାଂସଦ ନିର୍ବାଚିତ ହୁଅନ୍ତି ।
  • ବର୍ତ୍ତମାନ ଲୋକସଭାର ସାଂସଦଙ୍କ ସଂଖ୍ୟା – ୫୪୫ । ସେମାନଙ୍କ ମଧ୍ୟରୁ ରାଜ୍ୟଗୁଡ଼ିକରୁ ୫୩୦ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୩ ଜଣ ନିର୍ବାଚିତ ସାଂସଦ ଅଛନ୍ତି । ସେମାନଙ୍କ ବ୍ୟତୀତ ଆଉ ଦୁଇଜଣ ଆଙ୍ଗୋ- ଭାରତୀୟଙ୍କୁ ରାଷ୍ଟ୍ରପତି ସାଂସଦ ଭାବରେ ମନୋନୀତ କରିଛନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

ଭାରତରେ ମୁକ୍ତ ଓ ଅର୍ବାଧ ନିର୍ବାଚନ ପାଇଁ ପ୍ରତିବନ୍ଧକ

  • ଭାରତରେ ମୁକ୍ତ ଓ ଅବାଧ ନିର୍ବାଚନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଯାଏ । ସେଗୁଡ଼ିକ ହେଲା
    (୧) ପ୍ରତିଦ୍ଵନ୍ଦିତା ପାଇଁ ରାଜନୈତିକ ଦଳର ସଂଖ୍ୟା ବୃଦ୍ଧି ।
    (୨) ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟାରେ ଅସ୍ଵାଭାବିକ ବୃଦ୍ଧି ।
    (୩) ନିର୍ବାଚନ ସମୟରେ ଅଧ୍ବକସଂଖ୍ୟକ ରାଜନୈତିକ ହିଂସାଜନିତ କାର୍ଯ୍ୟକଳାପ ବୃଦ୍ଧି ।
    (୪) ଅଧ୍ଵସଂଖ୍ୟକ ସ୍ବାଧୀନ ପ୍ରାର୍ଥୀଙ୍କର ନିର୍ବାଚନରେ ଅଂଶଗ୍ରହଣ ।
    (୫) ସରକାରଙ୍କର ନିର୍ବାଚନୀ ବ୍ୟୟ ବୃଦ୍ଧି ।
    (୬) ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନଙ୍କଦ୍ଵାରା ସୀମା ବହିର୍ଭୂତ ଗୋପନୀୟ ନିର୍ବାଚନଜନିତ ବ୍ୟୟାଧ୍ୟାକ୍ୟ ।
    (୭) ମାସାଧ୍ଵ ସମୟ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ।
    (୮) ଅର୍ଥବଳ ଓ ବାହୁବଳ ଇତ୍ୟାଦି ଅସାଧୁ ପନ୍ଥାର ଅବଲମ୍ବନ ହେତୁ କେତେକ ପ୍ରାର୍ଥୀଙ୍କର ନିର୍ବାଚନରେ ଜୟଲାଭର ହୋଇପାରିଛି ।
    (୯) ନିର୍ବାଚନରେ ଅପରାଧୀକରଣ ବୃଦ୍ଧି ।
  • ଏସବୁ ଘାତ ପ୍ରତିଘାତ ସତ୍ତ୍ଵେ ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ବ୍ୟବସ୍ଥା ଗଣତାନ୍ତ୍ରିକ ପ୍ରଣାଳୀ ଅବଲମ୍ବନଦ୍ଵାରା ସଫଳକାମ ହୋଇପାରିଛି ।
  • ଭାରତର ନିର୍ବାଚନ ପ୍ରକ୍ରିୟାରେ ନିମ୍ନୋକ୍ତ ଅନ୍ୟ କେତେଗୋଟି ପ୍ରତିବନ୍ଧକ ପରିଲକ୍ଷିତ ହୋଇଛି; ଯଥା –
    (୧) କ୍ଷୁଦ୍ର ରାଜନୀତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ନିର୍ବାଚନରେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ।
    (୨) କେତେକ ରାଜନୀତିକ ଦଳରେ ‘ପାରିବାରିକ ରାଜନୀତି’ର ଛିଟା ଦେଖିବାକୁ ମିଳୁଛି । ‘ଦଳୀୟ ଟିକେଟ’ ଆବଣ୍ଟନରେ ‘ପାରିବାରିକ ରାଜନୀତି’ର ପ୍ରଭାବ ବୃଦ୍ଧିପାଉଛି ।
    (୩) ରାଜନୀତିକ ଅପରାଧୀକରଣ ନିର୍ବାଚନ ପ୍ରକ୍ରିୟାକୁ ଅଧ‌ିକ ପ୍ରଭାବିତ କରୁଅଛି ।
    (୪) ନିର୍ବାଚନ ରାଜନୀତିରେ ଧନିକ ଶ୍ରେଣୀ ତଥା କୋଟିପତି ପ୍ରାର୍ଥୀମାନଙ୍କର ବିଜୟର ଆଶା ଅଧୁକ ଜଣାପଡୁଛି ।
  • ତଥାପି ରାଜନୀତିକ ଦଳ, ସରକାର ଓ ଜନସାଧାରଣଙ୍କର ନିର୍ବାଚନୀ ସଂସ୍କାରମୁଖୀ ପ୍ରଚେଷ୍ଟାଦ୍ୱାରା ଭାରତ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ଆଶା କରାଯାଏ ।

BSE Odisha 10th Class History Notes Chapter 18 କୃଷିର ବିକାଶ

Odisha State Board BSE Odisha 10th Class History Notes Chapter 18 କୃଷିର ବିକାଶ will enable students to study smartly.

BSE Odisha Class 10 History Notes Chapter 18 କୃଷିର ବିକାଶ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

→ କୃଷିର ବିକାଶ:

  • କୃଷି ଓଡ଼ିଶାର ଅଧିକାଂଶ ଲୋକଙ୍କର ପ୍ରମୁଖ ଜୀବି କା ହୋଇଥିବାରୁ ସ୍ଵାଧୀନତା ପରର ସରକାରଙ୍କ ପ୍ରଧାନ କାର୍ଯ୍ୟ ଥିଲା ଜମିରେ ପ୍ରକୃତରେ କୃଷିକାର୍ଯ୍ୟ କରୁଥିବା ଚାଷୀକୁ ସ୍ଵତ୍ଵାଧୁକାର ପ୍ରଦାନ ।
  • ଏହି ସମସ୍ୟା ସମାଧାନ କ୍ଷେତ୍ରରେ ଚିରସ୍ଥାୟୀ ବନ୍ଦୋବସ୍ତ ସମୟରୁ ପ୍ରଚଳିତ ଜମିଦାରୀ ପ୍ରଥା ପ୍ରଧାନ ପ୍ରତିବନ୍ଧକ ଥିଲା ।
  • ଏଥିପାଇଁ ହରେକୃଷ୍ଣ ମହତାବ ଜମିଦାରୀ ପ୍ରଥା ଉଚ୍ଛେଦ ପାଇଁ ଓଡ଼ିଶା ବିଧାନସଭାରେ ଏକ ବିଧେୟକ ଆଗତ କରିଥିଲେ ଏବଂ ଷଷ୍ଠ ଦଶକରେ ଜମିଦାରୀ ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହେଲା ।
  • ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ଼ କର୍ଡୱାଲିସ୍‌ଙ୍କଦ୍ୱାରା ୧୭୯୩ ମସିହାରେ ଆରମ୍ଭ କରାଯାଇଥିଲା । ଏହି ବନ୍ଦୋବସ୍ତ ଖସଡ଼ା ପ୍ରସ୍ତୁତ କରିଥିଲେ ସାର୍ ଜନ୍ ସୋର୍ ।

କୃଷିର ବିକାଶ

  • ୧୯୫୫ ମସିହାରୁ ଭୂଦାନ ଆନ୍ଦୋଳନରେ ସଂଗୃହୀତ ଜମି ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା । ଆଦିବାସୀ କୃଷକମାନଙ୍କ ଜମି ଯେପରି ଅଣଆଦିବାସୀମାନେ ନେଇନଯାଆନ୍ତି ସେଥ୍ପାଇଁ ବ୍ୟବସ୍ଥା କରାଗଲା ।
  • ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଆଚାର୍ଯ୍ୟ ବିନୋବା ଭାବେ । ତାଙ୍କ ମୂଳନାମ ଥିଲା ବିନାୟକ ନରହରି ଭାବେ ।
  • ୧୯୪୭ ମସିହାରେ ଏକ ଆଇନ ବଳରେ ଗ୍ରାମ ମହାଜନଙ୍କ ଏକଚାଟିଆ ଅର୍ଥ କାରବାର ନିୟନ୍ତ୍ରିତ ହେଲା ଓ ୧୯୪୮ ମସିହାରେ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଗଲା ।
  • ୧୯୪୮ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠିତ ହେଲା । ସମବାୟ ସଂସ୍ଥା ଜରିଆରେ କୃଷକମାନଙ୍କୁ ସ୍ଵଳ୍ପ ସୁଧରେ ଋଣ ଦିଆଗଲା ।
  • ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକମାନଙ୍କୁ ‘ତକାଭି’ ଋଣ ପ୍ରଦାନ କରାଗଲା । ସରକାର ‘ଅଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ କର’ ନାମକ ଯୋଜନାରେ ପତିତ ଜମିକୁ ଚାଷୋପଯୋଗୀ କଲେ ।
  • ଜଳସେଚନ ପାଇଁ ପୋଖରୀ ଖୋଳାଗଲା, ପୋତି ହୋଇପଡ଼ିଥିବା ପୋଖରୀର ପୁନରୁଦ୍ଧାର ହେଲା, ନୂଆ ଜଳାଶୟ ଖନନ ହେଲା, କୃଷକମାନଙ୍କ ହଳ, ଲଙ୍ଗଳ ଓ ବଳଦ, ରିହାତି ଦରରେ ସାର ଓ ବିହନ ଯୋଗାଇ ଦିଆଗଲା ।
  • ଓଡ଼ିଶା ସରକାର ଏକ କୃଷି ମହାବିଦ୍ୟାଳୟ ଓ ପରେ ଏକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
  • ଫଳଚାଷ ପାଇଁ ଅନୁଗୁଳ, ପଟ୍ଟାଙ୍ଗୀ ଓ ଜି. ଉଦୟଗିରିରେ କେନ୍ଦ୍ରମାନ ସ୍ଥାପନ କରାଯାଇ ଫଳଗଛ ଚାରା ଓ କଲମୀ ଫଳଚାଷୀମାନଙ୍କୁ ଯୋଗାଇ ଦିଆଗଲା ।
  • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ସରକାର ‘ଟେଣ୍ଟ୍‌ ରିଲିଫ୍’ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କଲେ । ଏହି ଯୋଜନାରେ ଗାଁଗହଳିରେ ଲୋକମାନଙ୍କୁ ରାସ୍ତାଘାଟ ତିଆରି, ପୋଖରୀ ଖୋଳା କାମରେ ଶ୍ରମଦାନ ବଦଳରେ ଅର୍ଥ ବା ଖାଦ୍ୟଶସ୍ୟ ପ୍ରଦାନ କରାଯାଏ ।

→ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ:

  • ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାରେ ସର୍ବବୃହତ୍ ବହୁମୁଖୀ ଯୋଜନା ଥିଲା କେନ୍ଦ୍ରୀୟ ଜଳ ଆୟୋଗଦ୍ଵାରା କାର୍ଯ୍ୟକାରୀ ହୋଇଥିବା । ହୀରାକୁଦ ନଦୀବନ୍ଧ ଯୋଜନା ।
  • ଏହି ଯୋଜନାର ତିନୋଟି ଉଦ୍ଦେଶ୍ୟ ଥିଲା – (i) ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ, (ii) ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଓ (iii) ଜଳ ବିଦ୍ୟୁତ୍ ଉତ୍ପାଦନ ।
  • ୧୯୪୮ ମସିହାରେ ଏହାର କାମ ଆରମ୍ଭ ହୋଇ ୧୯୫୬ ମସିହାରେ ଏହାର କାର୍ଯ୍ୟ ସମାପ୍ତ ହୋଇଥିଲା ।
  • ଏତଦ୍‌ବ୍ୟତୀତ ଆନ୍ଧ୍ରପ୍ରଦେଶ ସହଯୋଗରେ ମାଛକୁଣ୍ଡ ଯୋଜନା, କୋରାପୁଟର ଅପରକୋଲାବ ଯୋଜନା, ଇନ୍ଦ୍ରାବତୀ ଯୋଜନା, ରେଙ୍ଗାଲି ଓ ଭୀମକୁଣ୍ଡ ଯୋଜନା ଓଡ଼ିଶାରେ ଜଳସେଚନ କ୍ଷେତ୍ରରେ ସହାୟକ ହୋଇଛି ।

ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ
→ ଗୋପାଳନ, ମତ୍ସ୍ୟଚାଷ ଓ କୁକୁଡ଼ା ପାଳନର ସୁବ୍ୟବସ୍ଥା:

  • ଗୋପାଳନ, ମତ୍ସ୍ୟଚାଷ, କୁକୁଡ଼ା ପାଳନ ପ୍ରଭୃତି କାର୍ଯ୍ୟକୁ ମଧ୍ଯ ଓଡ଼ିଶା ସରକାର ପ୍ରୋତ୍ସାହନ ଯୋଗାଉଛନ୍ତି ।
  • ରୋଗରୁ ରକ୍ଷା କରିବାପାଇଁ ୧୯୪୯ ମସିହାରେ ଏକ ଆଇନ ପ୍ରଣୀତ ହୋଇଛି ।
  • ମହାନଦୀ, ଧାମରା, ସୁବର୍ଣ୍ଣରେଖା ଓ ଚିଲିକାର ମତ୍ସ୍ୟଜୀବୀମାନଙ୍କୁ ପ୍ରୋତ୍ସାହନ ଦିଆଯାଇଛି, ମାଛ ସଂରକ୍ଷଣ ପାଇଁ ମାଛଧରା କେନ୍ଦ୍ର ନିକଟରେ ବରଫ କଳ ପ୍ରତିଷ୍ଠା କରାଯାଇଛି ଓ ଧୀବରମାନଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରାଯାଇଛି ।

→ କୃଷିର ବିକାଶ ପାଇଁ ସୁବ୍ୟବସ୍ଥା:

  • ବନ୍ୟା, ମରୁଡ଼ି, ବାତ୍ୟା ଭଳି ସମସ୍ୟା ପ୍ରପୀଡ଼ିତ କୃଷକମାନଙ୍କୁ ସୁରକ୍ଷା ପ୍ରଦାନ, ଉତ୍ପାଦିତ କୃଷିଜାତ ଦ୍ରବ୍ୟର ସଠିକ୍ ମୂଲ୍ୟରେ ବିକ୍ରୟ ବ୍ୟବସ୍ତା ଓ କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଛନ୍ତି ।
  • କୃଷିର ବିକାଶ ପାଇଁ କୃଷିବିଭାଗ ଅଧୀନରେ ୪ଟି ନିର୍ଦ୍ଦେଶାଳୟ ଅଛି; ଯଥା – (i) କୃଷି ଓ ଖାଦ୍ୟଶସ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, (ii) ଉଦ୍ୟାନ କୃଷି ନିର୍ଦେଶାଳୟ, (iii) ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ, (iv) ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ।
  • ମତ୍ସ୍ୟ ସମ୍ପଦର ବିକାଶ ପାଇଁ ମତ୍ସ୍ୟପାଳନ ନିର୍ଦ୍ଦେଶାଳୟ, ପଶୁସମ୍ପଦର ଉନ୍ନତି ପାଇଁ ପଶୁଧନ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ।
  • ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ବିହନ ନିଗମ, ଓଡ଼ିଶା କୃଷି ଶିଳ୍ପ ନିଗମ, କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ, ଓଡ଼ିଶା କାଜୁ ଉନ୍ନୟନ ନିଗମ, ଓଡ଼ିଶା କୃଷି କ୍ରମୋନ୍ନତି ଓ ବିନିଯୋଗ ନିଗମ ପ୍ରଭୃତି କୃଷିର ବିକାଶ ପାଇଁ କାର୍ଯ୍ୟ କରୁଛି ।
  • ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ଓ କୃଷି ବିଭାଗ ଅଧୀନସ୍ଥ ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକ କୃଷକମାନଙ୍କୁ ପ୍ରଶିକ୍ଷଣ ଏବଂ ଦିଗ୍‌ଦର୍ଶନ ଦେବା ନିମନ୍ତେ କାର୍ଯ୍ୟ କରୁଛନ୍ତି ।
  • କଟକରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କୌଶଲ୍ୟାଗଙ୍ଗଠାରେ ମଧୁରଜଳ ମତ୍ସ୍ୟଚାଷ କେନ୍ଦ୍ର ଓ ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
  • ୧୯୭୬ ମସିହାରୁ ଅନେକ କୃଷି ବିଜ୍ଞାନ କେନ୍ଦ୍ର ଓଡ଼ିଶାରେ ପ୍ରତିଷ୍ଠା କରାଯାଇଛି ।
  • ‘ଅଭାବୀ ବିକ୍ରି’ ସମସ୍ୟାରୁ ରକ୍ଷା ପାଇବାପାଇଁ ସରକାର ସିଧାସଳଖ କୃଷକମାନଙ୍କଠାରୁ ଧାନ ସଂଗ୍ରହର ବ୍ୟବସ୍ଥା କରିଛନ୍ତି ।
  • ଉତ୍ପାଦିତ ଦ୍ରବ୍ୟ ଠିକ୍ ମୂଲ୍ୟରେ ବିକ୍ରି ହୋଇ ନ ପାରିବାକୁ ‘ଅଭାବୀ ବିକ୍ରି’ କୁହାଯାଏ ।

ଐତିହାସିକ ଘଟଣାବଳୀ ଓ ସମୟ 
୧୯୪୭ ଖ୍ରୀ.ଅ. – ଏକ ଆଇନ ବଳରେ ଗ୍ରାମ ମହାଜନଙ୍କ ଏକଚାଟିଆ ଅର୍ଥ କାରବାର ନିୟନ୍ତ୍ରଣ ।
୧୯୪୮ ଖ୍ରୀ.ଅ. – ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ ଓ ସମବାୟ ବ୍ୟାଙ୍କ ପ୍ରତିଷ୍ଠା ।
୧୯୪୯ ଖ୍ରୀ.ଅ. – ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ସରକାରଙ୍କଦ୍ବାରା ଏକ ଆଇନ ପ୍ରଣୟନ ।
୧୯୫୫ ଖ୍ରୀ.ଅ. – ଭୂଦାନ ଆନ୍ଦୋଳନରେ ସଂଗୃହୀତ ଜମି ଚାଷୀମାନଙ୍କ ମଧ୍ୟରେ ବାଣ୍ଟନ ।
୧୯୫୬ ଖ୍ରୀ.ଅ. – ହୀରାକୁଦ ନଦୀବନ୍ଧ ଯୋଜନାର ନିର୍ମାଣ କାର୍ଯ୍ୟ ସମାପ୍ତି ।
୧୯୭୬ ଖ୍ରୀ.ଅ. – ଗୋତି ପ୍ରଥା ଉଚ୍ଛେଦ ଆଇନ ବଳରେ ଗୋତି ପ୍ରଥା ସମ୍ପୂର୍ଣ୍ଣ ଭାବେ ଲୋପ ।
୧୯୭୬ ଖ୍ରୀ.ଅ. – ଓଡ଼ିଶାରେ ଅନେକ କୃଷିବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ।

BSE Odisha 10th Class History Notes Chapter 19 ଶିଳ୍ପର ବିକାଶ

Odisha State Board BSE Odisha 10th Class History Notes Chapter 19 ଶିଳ୍ପର ବିକାଶ will enable students to study smartly.

BSE Odisha Class 10 History Notes Chapter 19 ଶିଳ୍ପର ବିକାଶ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

→ ସ୍ଵାଧୀନତା ପ୍ରାପ୍ତି ପରେ ଶିଳ୍ପକ୍ଷେତ୍ରରେ ଓଡ଼ିଶାର ସ୍ଥିତି :

  • ସ୍ବାଧୀନତା ପ୍ରାପ୍ତିବେଳକୁ ଶିଳ୍ପକ୍ଷେତ୍ରରେ ଓଡ଼ିଶାର ସ୍ଥିତି ଦୟନୀୟ ଥିଲା । ଓଡ଼ିଶାରେ କେବଳ ଗୋଟିଏ କାଗଜ କଳ, ଗୋଟିଏ କାଚ କାରଖାନା, ଗୋଟିଏ ସାବୁନ କାରଖାନା, ଦୁଇଟି ମଧ୍ୟମ ଧରଣର ଚିନିକଳ ଏବଂ ଅଳ୍ପ କେତେଟି ଧାନକଳ ଓ ତେଲ କଳ ବ୍ୟତୀତ ଅନ୍ୟ କୌଣସି କଳକାରଖାନା ନ ଥିଲା ।
  • ଓଡ଼ିଶାରେ ପ୍ରାକୃତିକ ଖଣିଜ ସମ୍ପଦ, ଜଙ୍ଗଲଜାତ ଦ୍ରବ୍ୟ ଓ କାରଖାନା ଉପଯୋଗୀ କୃଷିଜାତ ଦ୍ରବ୍ୟର ଅଭାବ ନ ଥିଲା । ଶିଳ୍ପାୟନ ପାଇଁ ଆବଶ୍ୟକ ମାନବ ସମ୍ବଳ ମଧ୍ୟ ପର୍ଯ୍ୟାପ୍ତ ଥିଲା ।
  • ଓଡ଼ିଶାରେ ଶିଳ୍ପାୟନ ସମ୍ଭବ ନ ହେବାର ଦୁଇଟି କାରଣ ଥିଲା – (i) ଉଦ୍ୟୋଗପତିଙ୍କ ଅଭାବ ଓ (ii) ପୁଞ୍ଜିର ଅଭାବ ।
  • ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାରେ ୧୯୪୬ ମସିହାରେ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସର ଦ୍ବିତୀୟ ମନ୍ତ୍ରୀମଣ୍ଡଳ କାର୍ଯ୍ୟ କରୁଥିଲା ଏବଂ ସେ ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଉଦ୍ୟମ କରିଥିଲେ ।
  • ଓଡ଼ିଶାରେ ଶିଳ୍ପ ବିକାଶ କ୍ଷେତ୍ରରେ ଥିବା ପ୍ରତିବନ୍ଧକଗୁଡ଼ିକ ମଧ୍ୟରେ ଆବଶ୍ୟକ ଭିଭିଭୂମିର ଅଭାବ, ଓଡ଼ିଶାକୁ ଆସିବାକୁ ଭାରତୀୟ ଶିଳ୍ପପତିମାନଙ୍କ ଅନାଗ୍ରହ, ଓଡ଼ିଆ ଶିଜୋଦ୍ୟୋଗୀଙ୍କ ଅନୁପସ୍ଥିତି, ରେଳପଥର ଅନଗ୍ରସରତା ଓ ପୋତାଶ୍ରୟର ଅଭାବ, ପ୍ରଶିକ୍ଷିତ ମାନବ ସମ୍ବଳର ଅଭାବ ଇତ୍ୟାଦି ପ୍ରମୁଖ ଥିଲା ।

BSE Odisha 10th Class History Notes Chapter 19 ଶିଳ୍ପର ବିକାଶ

→ ଓଡ଼ିଶାରେ ଶିଳ୍ପ ବିକାଶ କ୍ଷେତ୍ରରେ ମହତାବଙ୍କ ଭୂମିକା :

  • ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ମହତାବ ମହାନଦୀ ଓ କାଠଯୋଡ଼ି ଉପରେ ପୋଲ ତିଆରି କାର୍ଯ୍ୟ ଆରମ୍ଭ କରିଥିଲେ ।
  • ୧୯୪୯-୫୦ ଆର୍ଥିକ ବର୍ଷରେ ଜୟପୁର ଓ ବିଶାଖାପାଟଣା ମଧ୍ଯରେ ସୁନକି ଓ ଜୟପୁର ରାସ୍ତାକୁ ଉନ୍ନତ କରିବାପାଇଁ ଓଡ଼ିଶା ସରକାର ଅର୍ଥବ୍ୟବସ୍ଥା କରିଥିଲେ ।
  • ଓଡ଼ିଶାରେ ରେଳପଥର ବିକାଶ ନିମନ୍ତେ ୧୯୪୯-୫୦ ଆର୍ଥିକ ବର୍ଷରେ ୨୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଗଲା । ଓଡ଼ିଶାରେ ଥ‌ିବା ଚାନ୍ଦବାଲି, ଗୋପାଳପୁର ଓ ଧାମରା ପୋତାଶ୍ରୟର ଉନ୍ନତୀକରଣ କରାଗଲା ।
  • ଶକ୍ତି ଯୋଗାଶ ପାଇଁ ଚୌଦ୍ଵାର ଓ ବ୍ରହ୍ମପୁରରେ ଦୁଇଟି ଛୋଟ ଛୋଟ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ଥିଲା । ୧୯୫୭ ମସିହାରେ ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲା ।
  • ବୈଷୟିକ ଶିକ୍ଷାର ପ୍ରସାର, ବିଜ୍ଞାନ ଓ ଶିଳ୍ପର ଗବେଷଣା ପାଇଁ ଏକ ପରିଷଦ ଗଠନ, ଶିଳ୍ପ ବିଭାଗର ପୁନର୍ଗଠନ, ଶିଳ୍ପାୟନ ସମ୍ଭାବନା ବିଷୟରେ ସର୍ବେକ୍ଷଣ, ଶିଳ୍ପ ଋଣ ନିଗମ ଗଠନ, ପ୍ରାଦେଶିକ ଶିଳ୍ପ ଅନୁଦାନ ବ୍ୟବସ୍ଥା ଏବଂ ଏକ ଶିଳ୍ପ ପରିଷଦର ଗଠନ ଭଳି କେତେକ ପଦକ୍ଷେପ ଶିଳ୍ପର ବିକାଶ ପାଇଁ ମହତାବ ମନ୍ତ୍ରିମଣ୍ଡଳ ଗ୍ରହଣ କରିଥିଲା ।
  • ସ୍ଵାଧୀନତା ପରେ ପରେ ଚୌଦ୍ଵାରଠାରେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ନାମରେ ଏକ ଲୁଗାକଳ ପ୍ରତିଷ୍ଠା କରାଗଲା । ରାଜଗାଙ୍ଗପୁରଠାରେ ଏକ ସିମେଣ୍ଟ କାରଖାନା ସ୍ଥାପନ ପାଇଁ ସରକାର ସମସ୍ତ ସୁବିଧା ଯୋଗାଇଦେଲେ ।
  • ୧୯୪୭-୪୮ ଆର୍ଥିକ ବର୍ଷରେ ଓଡ଼ିଶାରୁ ମିଳୁଥିବା ଲୁହାପଥର ଓ ମାଙ୍ଗାନିଜକୁ ବ୍ୟବହାର କରି ଲୌହ ଓ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ସର୍ବେକ୍ଷଣ କରାଗଲା । ଏଥପ୍ରତି ଅଣଓଡ଼ିଆ ଶିଳ୍ପପତିଙ୍କ ଅନାଗ୍ରହ ଲକ୍ଷ୍ୟ କରି ବିଦେଶୀ ପୁଞ୍ଜି ନିବେଶ ନିମିତ୍ତ ଅନୁମତି ଦେବାକୁ ମହତାବ ଭାରତ ସରକାରଙ୍କୁ ଅନୁରୋଧ କଲେ ।
  • ଓଡ଼ିଶାରେ ଶିଳ୍ପ ବିକାଶର ସମ୍ଭାବନା ଓ ଯୋଜନା ପ୍ରସ୍ତୁତି ପାଇଁ ଆମେରିକାରୁ ଡେଭିଡ୍ ଏଫ୍. ରୋଜେନ୍ ନାମକ ଜଣେ ବୈଷୟିକ ପରାମର୍ଶଦାତାଙ୍କୁ ଓଡ଼ିଶା ଅଣାଗଲା ।

→ କୁଟୀର ଶିଳ୍ପ ଓ କ୍ଷୁଦ୍ରଶିଳ୍ପର ବିକାଶ :

  • କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଶିଳ୍ପ ବିଦ୍ୟାଳୟମାନଙ୍କରେ ତନ୍ତକାମ, ବଢ଼େଇ କାମ, ସିଲେଇ କାମ ପ୍ରଭୃତି ତାଲିମ ଦିଆଗଲା ।
  • ହସ୍ତତନ୍ତ, ସୁନାରୁପାର ତାରକସି କାମ, ଚମଡ଼ା କାମ, ରେଶମ ଶିଳ୍ପର ବିକାଶ ପାଇଁ ସରକାର ବଜାରର ବ୍ୟବସ୍ଥା କରିଥିଲେ । ବୁଣାକାର ସମବାୟ ସମିତିଗୁଡ଼ିକୁ ପୁନର୍ଜୀବିତ କରାଗଲା ।
  • ଦିଲ୍ଲୀରେ ଥ‌ିବା କୁଟୀର ଶିଳ୍ପ ସଂଗ୍ରହାଳୟରେ ଏକ ଓଡ଼ିଶା ଅନୁଭାଗ ସଂଯୋଗ କରାଗଲା ।
  • ୧୯୪୭-୪୮ ମସିହାରେ ଓଡ଼ିଶାରେ ସମବାୟ ସମିତିର ସଂଖ୍ୟା ଥିଲା ୧୩୩
  • ୧୯୫୦ ମସିହାପରଠାରୁ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଶିଳ୍ପ ପ୍ରତିଷ୍ଠା ହେବାରୁ ଅଧୂକରୁ ଅଧୂକ ଓଡ଼ିଆ କଳକାରଖାନାରେ କାମ କରିବାକୁ ଆସିଲେ । ୧୯୫୧ ମସିହାରେ ଶ୍ରମଶକ୍ତି ୭-୧୪ ପ୍ରତିଶତ କଳକାରଖାନାରେ କାମ କରୁଥିବାବେଳେ ୧୯୬୧ରେ ଏହା ୮.୦୫ ପ୍ରତିଶତରେ ପହଞ୍ଚିଲା ।
  • ୧୯୮୪-୮୫ ମସିହାବେଳକୁ ୩,୯୦,୦୦୦ ଶ୍ରମିକ ଓଡ଼ିଶାର ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରୁଥିଲେ ।
  • ଶିଳ୍ପ ଭିତ୍ତିଭୂମିକୁ ଦୃଢ଼ କରିବା ପାଇଁ ରାସ୍ତାଘାଟ ତିଆରି କରାଯାଇ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରାଗଲା

BSE Odisha 10th Class History Notes Chapter 19 ଶିଳ୍ପର ବିକାଶ

→ ରାଷ୍ଟ୍ରାୟତ୍ତ ଉଦ୍ୟୋଗ :

  • ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ପାରାଦ୍ବୀପ ବନ୍ଦର ପ୍ରତିଷ୍ଠା ହେଲା ଓ ୧୯୭୫ ମସିହାରେ ଏହାକୁ ରେଳଲାଇନ୍‌ଦ୍ବାରା ସଂଯୁକ୍ତ କରାଗଲା ।
  • ୨୦୦୦ ମସିହା ବେଳକୁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର କାର୍ଯ୍ୟାରମ୍ଭ କଲା ।
  • ୧୯୫୦ ମସିହା ପରେ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଶିଳ୍ପ ପ୍ରତିଷ୍ଠା ଉଦ୍ୟମ ଆରମ୍ଭ ହେଲା ଏବଂ କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଡି଼ଶାର ଶିଳ୍ପ ମାନଚିତ୍ରକୁ ସମୃଦ୍ଧ କରିଥିଲା ।
  • ଜର୍ମାନୀ ସହାୟତାରେ ରାଉରକେଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେଲା ।
  • କୋରାପୁଟ ଜିଲ୍ଲାର ପଞ୍ଚପତିମାଳିଠାରେ ବକ୍‌ସାଇଟ୍ ଖଣିର ସନ୍ଧାନ ମିଳିବା ପରେ କୋରାପୁଟର ଦାମନଯୋଡ଼ି ଓ ଅନୁଗୁଳର ନାଲ୍‌କୋଠାରେ ଦୁଇଟି ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା କରାଗଲା । ପୂର୍ବରୁ ହୀରାକୁଦଠାରେ ମଧ୍ୟ ଏକ ଆଲୁମିନିୟମ୍ କାରଖାନା ପ୍ରତିଷ୍ଠା କରାଯାଇଥିଲା ।
  • ୧୯୭୧ ମସିହାରେ ଭାରତୀୟ ସାର ନିଗମ ତାଳଚେରଠାରେ ଏକ ସାର କାରଖାନା ପ୍ରତିଷ୍ଠା କରିଥିଲେ ।
  • ୧୯୮୧ ମସିହାରେ ପାରାଦୀପଠାରେ ପାରାଦୀପ ଫସ୍‌ଫେଟସ୍ ଲିମିଟେଡ଼ ନାମରେ ଏକ ସାର କାରଖାନା ଆତ୍ମପ୍ରକାଶ କଲା ।
  • ସୋଭିଏତ୍ ରୁଷିଆ ସହଯୋଗରେ ସୁନାବେଡ଼ାଠାରେ ଏକ ମିଗ୍ ବିମାନ ଇଞ୍ଜିନ୍ ତିଆରି କାରଖାନା ପ୍ରତିଷ୍ଠା ହୋଇଛି ।
  • ୧୯୭୮ ମସିହାରେ ଆଣବିକ ଶକ୍ତି ଆୟୋଗ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଏକ ବିରଳ ମୃତ୍ତିକା କାରଖାନା ଏବଂ ତାଳଚେରଠାରେ ଏକ ଭାରୀଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛି ।
  • ବଡ଼ମୂଳଠାରେ ଏକ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରାଯାଇଛି ।
  • ବିଂଶ ଶତାବ୍ଦୀରେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟ ନଦୀକୂଳରେ ଜୟଶ୍ରୀ ରାସାୟନିକ କାରଖାନା, ରାୟଗଡ଼ା ଜିଲ୍ଲାର ଥୁରୁଭାଲିଠାରେ ଫେରୋସିଲିକନ୍ କାରଖାନା, କଟକ ଜିଲ୍ଲାରେ ଚୌଦ୍ଵାରଠାରେ ଫେସ୍କୋ ଆଲଏଜ୍
  • କାରଖାନା, କେନ୍ଦୁଝରର ଯୋଡ଼ା ଓ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ଠାରେ ଫେରୋ ମାଙ୍ଗାନିଜ୍ କାରଖାନା ଓ ବାଲେଶ୍ଵରଠାରେ ଟାୟାର କାରଖାନା ପ୍ରତିଷ୍ଠା ହୋଇଛି ।

→ କୃଷିଭିତ୍ତିକ ଶିଳ୍ପ :

  • ୧୯୪୯ ମସିହାରେ ଚୌଦ୍ଵାରଠାରେ ଏକ ଲୁଗା କାରଖାନା ପ୍ରତିଷ୍ଠା କରାଗଲା ।
  • ପରେ ସୂତା ତିଆରି ପାଇଁ ଓଡ଼ିଶାରେ ୬ଟି ସୂତା କାରଖାନା ଝାରସୁଗୁଡ଼ା, ବରଗଡ଼, ଖୋର୍ଦ୍ଧା, ତିର୍ତ୍ତୋଲ, ଆଠଗଡ଼ ଓ ଢେଙ୍କାନାଳର ଗୋବିନ୍ଦପୁରଠାରେ ପ୍ରତିଷ୍ଠା କରାଯାଇଥିଲା ।
  • ଯାଜପୁର ଜିଲ୍ଲାର ଧାନମଣ୍ଡଳଠାରେ ଏକ ଝୋଟ କଳ ପ୍ରତିଷ୍ଠା କରାଯାଇଛି ।
  • ଓଡ଼ିଶାର ଆସ୍କା, ରାୟଗଡ଼ା, ନୟାଗଡ଼ ଓ ବରଗଡ଼ରେ ଚିନିକଳ ସ୍ଥାପିତ ହେଲା ।
  • ଓଡ଼ିଶାର ଚୌଦ୍ଵାରଠାରେ ଟିଟାଗଡ଼ ପେପର ମିଲ୍, ବ୍ରଜରାଜନଗରଠାରେ କାଗଜ କଳ, କୋରାପୁଟର ସେବା କାଗଜ କଳ ପ୍ରତିଷ୍ଠା କରାଯାଇଛି ।
  • ରେଶମ ପୋକ ପାଳନ ଓ ରେଶମ ସୂତା ଉତ୍ପାଦନ ମଧ୍ୟ ଏକ କୃଷିଭିତ୍ତିକ ଶିଳ୍ପ ।

→ ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଶିଳ୍ପର ବିକାଶ :

  • ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଗଚ୍ଛିତ ଲୁହାପଥରକୁ ଆଧାର କରି ଲୌହ ଓ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ କମ୍ପାନୀ ସହ ଓଡ଼ିଶା ସରକାର ରାଜିନାମା ପତ୍ର ସ୍ବାକ୍ଷର କରିଛନ୍ତି ।
  • (୧) ପୋସ୍କୋ ସହିତ ପାରାଦ୍ଵୀପ ନିକଟସ୍ଥ ପ୍ରସ୍ତାବିତ ଲୌହ-ଇସ୍ପାତ କାରଖାନା, (୨) ଟାଟା ଷ୍ଟିଲ୍ ସହିତ ଡୁବୁରୀଠାରେ ପ୍ରସ୍ତାବିତ ଲୌହ ପ୍ରକଳ୍ପ, (୩) ଜିନ୍ଦଲ ଷ୍ଟେନ୍‌ଲେସ୍ ଷ୍ଟିଲ୍ ସହିତ ଯାଜପୁର ଜିଲ୍ଲାରେ ପ୍ରସ୍ତାବିତ କାରଖାନା, (୪) ଜିନ୍ଦଲ ଷ୍ଟିଲ୍ ଓ ପାୱାର ତରଫରୁ କେନ୍ଦୁଝର ଓ ଅନୁଗୁଳଠାରେ ପ୍ରସ୍ତାବିତ ଲୌହ ପ୍ରକଳ୍ପ ।
  • ପୋସ୍କୋ, ଟାଟା ଷ୍ଟିଲ୍ ଓ ଜିନ୍ଦଲ ଆଦି କମ୍ପାନୀ ଓଡ଼ିଶାରେ ଶିଳ୍ପ ସ୍ଥାପନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।
  • ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାଲାଗି ଓଡ଼ିଶା ସରକାର ନୂତନ ଶିଳ୍ପନୀତି ଘୋଷଣା କରିଛନ୍ତି ।
  • ୨୦୦୭ ମସିହାରେ ଓଡ଼ିଶା ସରକାର ନୂତନ ଶିଚ୍ଛନୀତି ଘୋଷଣା କରିଥିଲେ ।
  • ଏହି ଶିଳ୍ପନୀତିରେ ହସ୍ତଶିଳ୍ପ, ଖଦୀ, ହସ୍ତତନ୍ତ ଆଦି ଉପରେ ଗୁରୁତ୍ବ ଦିଆଯାଇଛି ।
  • ସୂଚନା ପ୍ରଯୁକ୍ତିବିଦ୍ୟା, ଜୀବ ବୈଷୟିକ ବିଜ୍ଞାନ, ସାମୁଦ୍ରିକ ବିଜ୍ଞାନ, ଖାଦ୍ୟ ପ୍ରସ୍ତୁତୀକରଣ ଓ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦିଆଯାଇ ଅଧ୍ଵ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି ।
  • ଓଡ଼ିଶାରେ ସୂଚନା ଶିଳ୍ପର ବଡ଼ ବଡ଼ କମ୍ପାନୀ ଯଥା – ଟାଟା କନ୍‌ସଲ୍‌ଟାନ୍ସି, ଇନ୍‌ଫୋସିସ୍, ଉଇପ୍ରୋ, ସତ୍ୟମ ମହିନ୍ଦ୍ରା କାର୍ଯ୍ୟରତ ଅଛନ୍ତି ।
  • ଝାରସୁଗୁଡ଼ା, ଅନୁଗୁଳ, ପାରାଦ୍ବୀପ ଓ କଳିଙ୍ଗନଗରକୁ ନାଭିକେନ୍ଦ୍ର କରି ନୂତନ ଶିଳ୍ପାଞ୍ଚଳ ଗଢ଼ି ଉଠୁଛି ।

BSE Odisha 10th Class History Notes Chapter 19 ଶିଳ୍ପର ବିକାଶ

ଐତିହାସିକ ଘଟଣାବଳୀ ଓ ସମୟ 
୧୯୪୬ ଖ୍ରୀ.ଅ. – ହରେକୃଷ୍ଣ ମହତାବଙ୍କ ନେତୃତ୍ବରେ ଦ୍ବିତୀୟ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ ।
୧୯୪୭-୪୮ଖ୍ରୀ.ଅ. – ଓଡ଼ିଶାରେ ଲୌହ-ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସର୍ବେକ୍ଷଣ ଆରମ୍ଭ ।
୧୯୪୯ ଖ୍ରୀ.ଅ. – ଚୌଦ୍ଵାରଠାରେ ଏକ ଲୁଗାକଳ ପ୍ରତିଷ୍ଠା
୧୯୫୭ ଖ୍ରୀ.ଅ. – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ।
୧୯୭୧ ଖ୍ରୀ.ଅ. – ଭାରତୀୟ ସାର ନିଗମ ତାଳଚେରଠାରେ ଏକ ସାର କାରଖାନା ପ୍ରତିଷ୍ଠା ।
୧୯୭୫ ଖ୍ରୀ.ଅ. – ପାରାଦ୍ଵୀପକୁ ରେଳଲାଇନ୍‌ଦ୍ୱାରା ସଂଯୁକ୍ତକରଣ I
୧୯୭୮ ଖ୍ରୀ.ଅ. – ଭାରତୀୟ ଆଣବିକ ଶକ୍ତି ଆୟୋଗଦ୍ଵାରା ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଏକ ବିରଳ ମୃତ୍ତିକା
୧୯୮୧ ଖ୍ରୀ.ଅ. – ପାରାଦ୍ଵୀପଠାରେ ‘ପାରାଦ୍ବୀପ ଫସ୍‌ଫେଟସ୍ ଲିମିଟେଡ୍’ ନାମରେ ଏକ ସାର କାରଖାନାର ଆତ୍ମପ୍ରକାଶ ।
୨୦୦୭ ଖ୍ରୀ.ଅ – ଓଡ଼ିଶା ସରକାରଙ୍କ ନୂତନ ଶିଳ୍ପନୀତି ଘୋଷଣା ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

Odisha State Board BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ will enable students to study smartly.

BSE Odisha Class 10 History Notes Chapter 20 ଭିଭିଭୂମିର ବିକାଶ

→ ଓଡ଼ିଶାରେ ଭିତ୍ତିଭୂମିର ବିକାଶ:

  • ଭିତ୍ତିଭୂମି ଏକ ମୌଳିକ ଢାଞ୍ଚାଗତ ମୂଳଦୁଆ । ଏହି ମୂଳଦୁଆ ଦୃଢ଼ ହେଲେ ଗୋଟିଏ ଦେଶର ଆର୍ଥନୀତିକ ବିକାଶ ସମ୍ଭବ ହୋଇଥାଏ ।
  • ୧୯୩୬ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ପରାଧୀନ ଭାରତର ଏକ ପ୍ରଦେଶ ରୂପେ ରହିଥ‌ିବା ଓଡ଼ିଶାର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା ।
  • ପୁନଶ୍ଚ ୧୯୩୯ରୁ ୧୯୪୫ ପର୍ଯ୍ୟନ୍ତ ଚାଲିଥିବା ୨ୟ ବିଶ୍ଵଯୁଦ୍ଧ ଓ ୧୯୪୨ର ଭାରତଛାଡ଼ ଆନ୍ଦୋଳନ ଯୋଗୁଁ ଭିତ୍ତିଭୂମିର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରି ନଥିଲା ।
  • ୧୯୪୬ ମସିହା ପରଠାରୁ ଓଡ଼ିଶାରେ ଭିଭିଭୂମିର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା ।
  • କେତେକ ନିର୍ଦ୍ଦିଷ୍ଟ ଆଧାର; ଯଥା – ଜଳସେଚନ, ରାସ୍ତାଘାଟର ଉନ୍ନତୀକରଣ ଓ ଗମନାଗମନର ସୁବିଧା, ରେଳପଥର ବିକାଶ, ବିମାନଘାଟୀ ଓ ପୋତାଶ୍ରୟର ବ୍ୟବସ୍ଥା, ଯୋଗାଯୋଗ, ମାନବ ସମ୍ବଳର ବିକାଶ, ଶକ୍ତିକ୍ଷେତ୍ରରେ ବିକାଶ, ଅର୍ଥ ଯୋଗାଣ ବ୍ୟବସ୍ଥା, ପର୍ଯ୍ୟଟନ ପାଇଁ ଆତିଥ୍ୟ ଯୋଗାଣ ବ୍ୟବସ୍ଥା, ଉଦ୍ୟୋଗପତିମାନଙ୍କୁ ପ୍ରଶିକ୍ଷଣ, ସରକାରୀ ପ୍ରୋତ୍ସାହନ ଇତ୍ୟାଦିକୁ ନେଇ ଭିତ୍ତିଭୂମିର ବିକାଶ ସମ୍ଭବ ହୋଇଥାଏ ।
  • ଭିତ୍ତିଭୂମିର ବିକାଶ ହେଲେ କୃଷି, ଶିଳ୍ପ, ପର୍ଯ୍ୟଟନ, ସାମାଜିକ ସଂହତି ତଥା ସବୁ ଜିଲ୍ଲାର ସମତୁଲ ବିକାଶ ସମ୍ଭବ ହୁଏ ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

→ କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ:

  • କୃଷିର ଉନ୍ନତି ଓଡ଼ିଶାର ଆର୍ଥନୀତିକ ପ୍ରଗତିର ଚାବିକାଠି ।
  • କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କିତ ବିଭାଗଗୁଡ଼ିକ ହେଲା – ଜଳସେଚନ, କୃଷି ବିଜ୍ଞାନ ଓ କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନର ପ୍ରୟୋଗ, ଉନ୍ନତ ସାର ଓ ବିହନ ଯୋଗାଣ, ରୋଗ ପୋକ ନିୟନ୍ତ୍ରଣ ଓ କୃଷକମାନଙ୍କୁ ଦରକାର ସମୟରେ ସହାୟତା ପ୍ରଦାନ ।
  • ସ୍ଵାଧୀନତା ପରେ ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ଧ ଓ ଆନିକଟ କରାଯାଇ କେନାଲ ଯୋଗେ ଜଳସେଚନ କରାଯାଇଛି ।
  • ଓଡ଼ିଶାରେ ୬୫ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । ଅବିଭକ୍ତ ପୁରୀ ଜିଲ୍ଲା ଆଠୋଟି କେନାଲଦ୍ୱାରା ଜଳସେଚିତ ହେଉଛି । ପୁରୀ କେନାଲ ଏ ଅଞ୍ଚଳର ମୁଖ୍ୟ କେନାଲ ।
  • ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ତାଳଦଣ୍ଡା, ମାଛଗାଁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲଦ୍ଵାରା; ହୀରାକୁଦ ନଦୀବନ୍ଧ ଯୋଜନାଦ୍ଵାରା ଅବିଭକ୍ତ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ଅନେକ ଅଞ୍ଚଳ ଏବଂ ରେଙ୍ଗାଲି ପ୍ରକଳ୍ପ, ହ୍ରଦଗଡ଼ ନଦୀବନ୍ଧ, ଅପର କୋଲାବ, ବାଲିମେଳା ଓ ଇନ୍ଦ୍ରାବତୀ ପ୍ରକଳ୍ପଦ୍ବାରା ଅନେକ ଅଞ୍ଚଳରେ ଜଳସେଚନର ସୁବିଧା ହୋଇପାରିଛି ।
  • କୃଷି ସମ୍ପର୍କୀୟ ଗବେଷଣା ପାଇଁ ଓଡ଼ିଶାରେ କେତୋଟି କେନ୍ଦ୍ରୀୟ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଛି ।
  • କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର, କୌଶଲ୍ୟାଗଙ୍ଗଠାରେ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟ କରୁଛି ।
  • ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଓ ଚିପିଲିମାଠାରେ ପ୍ରତିଷ୍ଠିତ କୃଷି ମହାବିଦ୍ୟାଳୟ କୃଷି ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଛି ।
  • ପଞ୍ଚାୟତମାନଙ୍କରେ ନିଯୁକ୍ତ ଗ୍ରାମ୍ୟ କୃଷିକର୍ମୀମାନେ କୃଷକମାନଙ୍କୁ ବୈଷୟିକ ସହାୟତା ଓ ପରାମର୍ଶ ପ୍ରଦାନ କରୁଛନ୍ତି ଏବଂ ସମବାୟ ସଂସ୍ଥା ଓ ବ୍ୟାଙ୍କମାନଙ୍କ ଜରିଆରେ କୃଷକମାନଙ୍କୁ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି ।

→ ଶିଳ୍ପ ପାଇଁ ଭିତ୍ତିଭୂମିର ବିକାଶ:

  • ରାଜ୍ୟକୁ ଶିକ୍ରୋଦ୍ୟୋଗୀମାନଙ୍କୁ ଆକର୍ଷିତ କରିବାକୁ ହେଲେ ପରିବହନର ସୁବିଧା, ଆବଶ୍ୟକୀୟ ଜମି ଓ ଜଳ, ଉନ୍ନତ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥା, ପ୍ରଶିକ୍ଷିତ ମାନବ ଶକ୍ତିର ବିକାଶ ଆବଶ୍ୟକ ।
  • ଓଡ଼ିଶାରେ ଶିଳ୍ପ ଉପଯୋଗୀ ଅନେକ ଜମି ଓ ସୁଦୀର୍ଘ ସମୁଦ୍ରତଟ ରହିଛି । ମାତ୍ର ଶିଳ୍ପ ପାଇଁ ଜମି ଅଧଗ୍ରହଣ ପାଇଁ ବିସ୍ଥାପିତ ସମସ୍ୟା ଦେଖାଯାଉଛି ।
  • ସରକାର ବିସ୍ଥାପିତମାନଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ସହମତିରେ ଜମି ଅଧଗ୍ରହଣ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି ।

→ ରାସ୍ତାଘାଟ ଓ ପରିବହନ ବ୍ୟବସ୍ଥା:

  • କୃଷି, ଶିଳ୍ପ, ପର୍ଯ୍ୟଟନ ଓ ସାମାଜିକ ଐକ୍ୟ ପାଇଁ ଉନ୍ନତ ଗମନାଗମନ ଓ ପରିବହନ ବ୍ୟବସ୍ଥା ନିହାତି ଆବଶ୍ୟକ ।
  • ବର୍ତ୍ତମାନ ଓଡ଼ିଶାରେ ରାଜପଥର ସଂଖ୍ୟା ୫ରୁ ବୃଦ୍ଧି ପାଇ ୧୫ରେ ପହିଞ୍ଚିଛି ଏବଂ ଏହି ରାଜପଥଗୁଡ଼ିକର ଦୈର୍ଘ୍ୟ ୩,୬୫୫ କି.ମି. ।
  • ପ୍ରାଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଗାଁଗହଳରେ ଅନେକ ପକ୍‌କା ରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବିଧା ହୋଇପାରିଛି ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

→ ରେଳପଥ:

  • ଭାରତରେ ରେଳପଥ ୧୮୫୩ ମସିହାରେ ଆରମ୍ଭ ହୋଇଥିଲା ।
  • ଓଡ଼ିଶାରେ ପ୍ରଥମେ ୧୮୯୭ ମସିହାରେ ରେଳଗାଡ଼ି ଚାଲିଥିଲା । ସେତେବେଳେ ଓଡ଼ିଶାରେ ୩୫୮ କି.ମି. ରେଳପଥ ଥିଲା; ଯାହା ସ୍ଵାଧୀନତା ପ୍ରାପ୍ତିବେଳକୁ ୯୧୪ କି.ମି.ରେ ପହଞ୍ଚିଲା ।
  • ବର୍ତ୍ତମାନ ଭାରତରେ ୧୬ଟି ରେଳବାଇ ଜୋନ୍ ଅଛି । ଏଥୁମଧ୍ୟରୁ ଇଷ୍ଟକୋଷ୍ଟ ରେଳବାଇ ଜୋନ୍ ଗୋଟିଏ ଏହା ଅଧୀନରେ ସମ୍ବଲପୁର, ଖୋଦ୍ଧୀରୋଡ଼ ଓ ୱାଲଟିଅର ଡିଭିଜନ କାର୍ଯ୍ୟ କରୁଛି ।
  • ୧୯୯୬ ମସିହା ଅଗଷ୍ଟ ୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ପୂର୍ବତଟ ରେଳପଥର ଶୁଭ ଦେଇଥିଲେ । ୨୦୦୩ ଏପ୍ରିଲ୍‌ରେ ଭୁବନେଶ୍ଵରରେ ମୁଖ୍ୟ
    କାର୍ଯ୍ୟାଳୟ ସହିତ ଏହା କାର୍ଯ୍ୟକାରୀ ହେଲା ।
  • ଓଡ଼ିଶାର ଦୈତାରୀ ବଂଶପାଣି ରେଳରାସ୍ତା ପ୍ରକଳ୍ପର କାର୍ଯ୍ୟ ସରିଛି ଏବଂ ଲାଞ୍ଜିଗଡ଼ ରେଳପଥର ନିର୍ମାଣ କାର୍ଯ୍ୟ ଭବାନୀପାଟଣା ପର୍ଯ୍ୟନ୍ତ ଶେଷ ହୋଇଛି । ଏହାଛଡ଼ା ହରିଦାସପୁର-ପାରାଦୀପ, ଅନୁଗୁଳ-ଡୁବୁରି, ତାଳଚେର-ବିମଳାଗଡ଼ ଆଦି ରେଳପଥ ନିର୍ମାଣାଧୀନ ରହିଛି ।

→ ବିମାନ ବନ୍ଦର ଓ ପୋତାଶ୍ରୟ :

  • ଓଡ଼ିଶାର ଭୁବନେଶ୍ଵରଠାରେ ଅବସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆମଦାନୀ ଓ ରପ୍ତାନିର ସୁବିଧା ପାଇଁ ‘କଷ୍ଟମ୍ସ ବିମାନ ବନ୍ଦର’ ଭାବେ ଘୋଷଣା କରାଯାଇଛି । ଏଠାରେ ଭାରତର ସବୁ ବଡ଼ ବଡ଼ ସହରକୁ ବିମାନ ସେବା ଉପଲବ୍‌ଧ ହେଉଛି ।
  • ୧୯୯୫ ମସିହା ଅଗଷ୍ଟ ମାସରୁ ଏଠାରେ ଏକ ଏୟାର କାର୍ପୋ କମ୍ପ୍ଲେକ୍ସ କାର୍ଯ୍ୟ କରୁଛି ।
  • ଭୁବନେଶ୍ବର ବିମାନ ବନ୍ଦର ବ୍ୟତୀତ ଓଡ଼ିଶାରେ ୧୩ଟି ବିମାନ ଅବତରଣ କେନ୍ଦ୍ର ଓ ୧୬ଟି ହେଲିପ୍ୟାଡ଼ ଅଛି ।
  • ବିଂଶ ଶତାବ୍ଦୀର ସପ୍ତମ ଦଶକରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇ ଏଠାରୁ ବିଦେଶକୁ ଲୁହାପଥର ରପ୍ତାନି କରାଯାଉଛି । ୧୯୭୦-୭୨ ମସିହାରେ ଏହି ବନ୍ଦର ୧୯ ଲକ୍ଷ ଟନ୍ ପଣ୍ୟ କାରବାର କରିଥିଲା ।
  • ଏହି ବନ୍ଦରକୁ ଭିଭିକରି ପରାଦ୍ଵୀପ ଫସ୍‌ଫେଟ୍ସ କାରଖାନା ଗଢ଼ିଉଠିଛି ଓ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଇଛି।
  • ୧୯୭୫ ମସିହାରେ ପାରାଦ୍ୱୀପକୁ ରେଳପଥ ସହିତ ସଂଯୁକ୍ତ କରାଯାଇଥିଲା। ୧୯୮୭ ମସିହାଠାରୁ ଗୋପାଳପୁରଠାରେ ଏକ ମଧ୍ୟମ ଶ୍ରେଣୀର ବନ୍ଦର କାର୍ଯ୍ୟ କରୁଅଛି ।
  • ଟାଟା କମ୍ପାନୀ ସହାୟତାରେ ଧାମରାଠାରେ ଏକ ବୃହତ୍ ବନ୍ଦର ନିର୍ମାଣ କରାଯାଇଛି।

→ ବିଦ୍ୟୁତ୍ ଶକ୍ତି :

  • ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାର ଚୌଦ୍ଵାର ଓ ବ୍ରହ୍ମପୁରଠାରେ ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ର ଥିଲା । ବର୍ତ୍ତମାନ ଇବ୍ ଓ ତାଳଚେରଠାରେ ତାପଜ ବିଦ୍ୟୁତ୍ କେନ୍ଦ୍ର କାର୍ଯ୍ୟ କରୁଛି ।
  • ୧୯୪୮ ମସିହାରେ ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୧୯୫୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା । ବର୍ତ୍ତମାନ ଓଡ଼ିଶାରେ ୬ଟି ଜଳବିଦ୍ୟୁତ୍ ପ୍ରକଳ୍ପ ରହିଛି; ଯଥା – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ, ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପ, ରେଙ୍ଗାଲି ଜଳବିଦ୍ୟୁତ୍ ପ୍ରକଳ୍ପ, ଅପରକୋଲାବ ଜଳବିଦ୍ୟୁତ୍ ପ୍ରକଳ୍ପ, ଅପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପ ଓ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପ ।
  • ବର୍ତ୍ତମାନ ତାପଜ ବିଦ୍ୟୁତ୍ ଓ ଜଳ ବିଦ୍ୟୁତକୁ ମିଶାଇ ଓଡ଼ିଶାର ନିଜସ୍ଵ ବିଦ୍ୟୁତ୍ ଉତ୍ପାଦନ ସାମର୍ଥ୍ୟ ୨୮୫୬ ମେଗାଓ୍ବାଟ୍ ।
  • ବିଦ୍ୟୁତ୍ ଶକ୍ତିର ସୁଷମ ବଣ୍ଟନ ପାଇଁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ପରିଷଦର କାର୍ଯ୍ୟ ଦୁଇଗୋଟି ନିଗମକୁ ଦିଆଯାଇଛି; ଯଥା – (୧) ଓଡ଼ିଶା ଗ୍ରୀଡ୍ ନିଗମ ଓ (୨) ଓଡ଼ିଶା ଜଳବିଦ୍ୟୁତ୍ ଶକ୍ତି ନିଗମ ।
  • ଗ୍ରୀକୁ ବିଦ୍ୟୁତ୍ ସରବରାହ ଓ ବିତରଣ ଦାୟିତ୍ୱ, ଓଡ଼ିଶା ଜଳବିଦ୍ୟୁତ୍ ଶକ୍ତି ନିଗମକୁ ଜଳବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ପରିଚାଳନା ଦାୟିତ୍ଵ ଓ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମକୁ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ଦାୟିତ୍ଵ ଦିଆଯାଇଛି ।
  • ବିଦ୍ୟୁତ୍ ବିତରଣ ପାଇଁ ୱେସ୍କୋ, ନେସ୍କୋ, ସାଉଥ୍ ଓ ସେସ୍କୋ (ସେସୁ) ନାମକ ଚାରିଗୋଟି ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି ।
  • ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌ଶକ୍ତି ଯୋଗାଇ ଦେବାରେ ୨୦୦୬ ମସିହାରୁ ‘ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା ଓ ‘କୁଟୀର ଜ୍ୟୋତି ଯୋଜନା’’ ଓ ୨୦୦୭ ମସିହାରୁ ‘ବିଜୁ ଗ୍ରାମଜ୍ୟୋତି ଯୋଜନା’ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

→ ମାନବ ସମ୍ବଳର ବିକାଶ:

  • କୌଣସି ଦେଶର ସାମୂହିକ ଉନ୍ନତି ପାଇଁ ଏକ ସୁସ୍ଥ ମାନବ ସମ୍ବଳର ଏକାନ୍ତ ଆବଶ୍ୟକତା ରହିଛି । ପ୍ରଶିକ୍ଷିତ ମାନବ ସମ୍ବଳ ସୃଷ୍ଟି ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି ।
  • ଓଡ଼ିଶାରେ ବୈଷୟିକ ଶିକ୍ଷା ପାଇଁ ଶିଳ୍ପ ତାଲିମକେନ୍ଦ୍ର, ଯାନ୍ତ୍ରିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ; ସୂଚନା ପ୍ରଯୁକ୍ତି ବିଦ୍ୟା, କମ୍ପ୍ୟୁଟର ବିଜ୍ଞାନ, ଜୀବ ବୈଷୟିକ ବିଦ୍ୟା ଶିକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ; କଳା, ବାଣିଜ୍ୟ, ବିଜ୍ଞାନ ପାଠ୍ୟକ୍ରମ ସମ୍ପର୍କିତ ଅନେକ କଲେଜ; ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରଶିକ୍ଷଣ ମହାବିଦ୍ୟାଳୟ; ପର୍ଯ୍ୟଟନ ଓ ହୋଟେଲ ପରିଚାଳନା ଶିକ୍ଷା ନିମିତ୍ତ ଅନେକ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯାଇଛି ।

→ ଭିତ୍ତିଭୂମିର ବିକାଶ ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା :

  • ଚଳଚ୍ଚିତ୍ର ପାଇଁ ଓଡ଼ିଶାରେ କଳିଙ୍ଗ ଷ୍ଟୁଡ଼ିଓ ଭଳି ଅନୁଷ୍ଠାନ କାର୍ଯ୍ୟ କରୁଅଛି ।
  • ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ହୋଟେଲ ଓ ଅତିଥ୍ ଗୃହ, ପାନ୍ଥନିବାସ ଓ ପାନ୍ଥନିକାମାନ ଖୋଲାଯାଇଛି ।
  • ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଭୁବନେଶ୍ଵର, ପୁରୀ, କୋଣାର୍କକୁ ନେଇ ଏକ ‘ସୁବର୍ଣ୍ଣ ତ୍ରିଭୁଜ’ର ପରିକଳ୍ପନା କରାଯାଇଛି ।
  • ଚିଲିକା, ଭିତରକନିକାରେ ଜଳଯାତ୍ରା ପାଇଁ ସରକାରୀ ବୋଟ୍ ଯୋଗାଇ ଦିଆଯାଇଛି ।
  • ଓଡ଼ିଶାରେ ଭିତ୍ତିଭୂମିର ବିକାଶ ସହିତ ଓଡ଼ିଆମାନଙ୍କ ସାମାଜିକ ପ୍ରତିବଦ୍ଧତା ଓ ସଂହତି ଦୃଢ଼ ହେଉଛି । ଏହାର ବିକାଶ ପାଇଁ ଅନେକ ସଂସ୍ଥା କାର୍ଯ୍ୟରତ; ଯଥା – ଓଡ଼ିଶା ଶିଳ୍ପ ଉନ୍ନୟନ ଓ ଅର୍ଥ ନିବେଶ ନିଗମ, ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ, ଓଡ଼ିଶା ରାଜ୍ୟ ବୈଦ୍ୟୁତିକ ସାମଗ୍ରୀ ଉନ୍ନୟନ ନିଗମ, ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ, ଓଡ଼ିଶା କୃଷି ଓ ଅର୍ଥ ଉନ୍ନୟନ ଓ ଅର୍ଥ ନିବେଶ ନିଗମ, ଓଡ଼ିଶା ରାଜ୍ୟ ଅର୍ଥ ନିଗମ, ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଇନ୍ଫୋସିଟି ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

ଐତିହାସିକ ଘଟଣାବଳୀ ଓ ସମୟ
୧୮୫୩ ଖ୍ରୀ.ଅ. – ଭାରତରେ ରେଳପଥ ଆରମ୍ଭ ।
୧୮୯୭ ଖ୍ରୀ.ଅ. – ଓଡ଼ିଶାରେ ପ୍ରଥମେ ରେଳଗାଡ଼ି ଚଳାଚଳ ।
୧୯୩୬ ଖ୍ରୀ.ଅ. – ଏକ ସ୍ବତନ୍ତ୍ର ପ୍ରଦେଶ ଭାବରେ ଓଡ଼ିଶା ପ୍ରଦେଶର ଆତ୍ମପ୍ରକାଶ ।
୧୯୪୨ ଖ୍ରୀ.ଅ. – ‘ଭାରତ ଛାଡ଼’ ଆନ୍ଦୋଳନ ସଂଘଟିତ ।
୧୯୪୬ ଖ୍ରୀ.ଅ. – ଓଡ଼ିଶାରେ ଭିତ୍ତିଭୂମିର ବିକାଶ ନିମନ୍ତେ କାର୍ଯ୍ୟାରମ୍ଭ ।
୧୯୪୮ ଖ୍ରୀ.ଅ. – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟକ୍ଷମ ।
୧୯୫୭ ଖ୍ରୀ.ଅ. – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ।
୧୯୭୫ ଖ୍ରୀ.ଅ. – ପାରାଦ୍ଵୀପକୁ ରେଳପଥ ସହିତ ସଂଯୁକ୍ତକରଣ ।
୧୯୮୭ ଖ୍ରୀ.ଅ. – ଏକ ମଧ୍ୟମ ଶ୍ରେଣୀ ବନ୍ଦର ଭାବେ ଗୋପାଳପୁର ବନ୍ଦରର କାର୍ଯ୍ୟାରମ୍ଭ ।
୧୯୯୫ ଖ୍ରୀ.ଅ. – (ଅଗଷ୍ଟ) ଭୁବନେଶ୍ଵର ବିମାନ ବନ୍ଦରରେ ଏକ ଏୟାର କାର୍ପୋ କମ୍ପ୍ଲେକ୍ସର କାର୍ଯ୍ୟାରମ୍ଭ ।
୧୯୯୬ ଖ୍ରୀ.ଅ. – (ଏପ୍ରିଲ୍ ୧) ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇନ ୧୯୯୫ କାର୍ଯ୍ୟକାରୀ ।
୧୯୯୬ ଖ୍ରୀ.ଅ. – (ଅଗଷ୍ଟ ୮) ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କଦ୍ଵାରା ପୂର୍ବତଟ ରେଳପଥର ଶୁଭ ଉଦ୍‌ଘାଟନ ।
୨୦୦୩ ଖ୍ରୀ.ଅ. – (ଏପ୍ରିଲ୍) ଭୁବନେଶ୍ଵରରେ ମୁଖ୍ୟ କାର୍ଯ୍ୟାଳୟ ସହିତ ପୂର୍ବତଟ ରେଳପଥ କାର୍ଯ୍ୟକ୍ଷମ ।
୨୦୦୬ ଖ୍ରୀ.ଅ. – ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା କାର୍ଯ୍ୟକାରୀ ।
୨୦୦୭ ଖ୍ରୀ.ଅ. – ବିଜୁ ଗ୍ରାମଜ୍ୟୋତି ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ।

BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

Odisha State Board BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ Important Questions and Answers.

BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

Objective Type Questions with Answers 

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ କେଉଁ ବୈଜ୍ଞାନିକ ଆବିଷ୍କାର କରିଥିଲେ ?
ଉ –
ଫାରାଡ଼େ

2. ଗୋଟିଏ ବିଦ୍ୟୁତ୍ ସ୍ରୋତଧାରୀ ଦୀର୍ଘ ଓ ସଳଖ ସଲେନଏଡ଼ର ଭିତର ଅଂଶରେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତାର କ’ଣ ପରିବର୍ତ୍ତନ ଘଟିଥାଏ ?
ଉ –
ସବୁଠାରେ ସମାନ ରହେ

3. ବିଦ୍ୟୁତ୍ ପ୍ରବାହ ଉତ୍ପନ୍ନ କରିବା ପାଇଁ ବ୍ୟବହାର ହେଉଥିବା ସାଧନର ନାମ କ’ଣ ?
ଉ –
ଜେନେରେଟର

4. ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁଯାୟୀ କେଉଁ ଆକୃତି ଚୁମ୍ବକୀୟ କ୍ଷେତ୍ରର ଦିଗ ସୂଚାଏ ?
ଉ –
ତର୍ଜନ1

5. ଚୁମ୍ବକୀୟ କ୍ଷେତ୍ର ପ୍ରତି ଲମ୍ବ ଭାବରେ ଥିବା ଏକ ସଳଖ ପରିବାହୀରେ ବିଦ୍ୟୁସ୍ରୋତ ଜନିତ ବଳର ଦିଗ ନିର୍ଣ୍ଣୟ କରିବା ପାଇଁ ଫ୍ଲେମିଂଙ୍କ କେଉଁ ନିୟମଟି ବ୍ୟବହାର ହୁଏ ?
ଉ –
ଫ୍ଲେମିଙ୍କ ବାମହସ୍ତ୍ର ନିୟମ

6. ଜେନେରେଟର୍‌ର କେଉଁ ଅଂଶକୁ ବାହ୍ୟ ପରିପଥ ସହ ସଂଯୁକ୍ତ କରାଯାଏ ?
ଉ –
ବ୍ରସ୍

7. ଆମ ଦେଶରେ ନିଉଟ୍ରାଲ୍ ଓ ଫେଜ୍ ମଧ୍ଯରେ ପାର୍ଥକ୍ୟ କେତେ ?
ଉ –
220 V

8. ବାୟୁ ଶୀତଳକ ପାଇଁ କେତେ ଏମ୍ପିୟର୍ ଫ୍ୟୁଜ୍ ଲାଗେ ?
ଉ –
15 A

9. ବିଦ୍ୟୁତ୍ ପଙ୍ଖାର ରେଗୁଲେଟ୍‌ର ଯେଉଁ କାମ କରିଥାଏ, କେଉଁ ଉପକରଣଟି ବିଜ୍ଞାନାଗାରରେ ସେହି କାମ କରିଥାଏ ?
ଉ –
ରିଓଷ୍ଟାଟ୍

10. ଗୃହବିଦ୍ୟୁତ୍ ପରିପଥରେ ଲାଗିଥିବା ଏକ ହିଟର୍ କଏଲ୍‌କୁ ସମାନ ଦୁଇଭାଗରେ କାଟି ପ୍ରତ୍ୟେକ ଖଣ୍ଡକୁ ସେହିଠାରେ ପୁନଃ ସଂଯୋଗ କଲେ ପ୍ରତ୍ୟେକରେ ବିଦ୍ୟୁତ୍ ସ୍ରୋତର ପରିମାଣରେ କି ପରିବର୍ତ୍ତନ ହେବ ?
ଉ –
ଦୁଇଗୁଣ ହେବ

11. ଏକ ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ସୃଷ୍ଟି ହେଉଥ‌ିବା ଚୁମ୍ବକୀୟ କ୍ଷେତ୍ରର ଦିଗ କେଉଁ ହସ୍ତ ନିୟମଦ୍ୱାରା ଜଣାଯାଏ ।
ଉ –
ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ନିୟମ

12. ଗୋଟିଏ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ପୂର୍ବକୁ ଗତିକରି ଚୁମ୍ବକୀୟ କ୍ଷେତ୍ରଦ୍ଵାରା ଉତ୍ତରକୁ ବିକ୍ଷେପିତ ହେଲେ-ଚୁମ୍ବକୀୟ କ୍ଷେତ୍ରର ଦିଗ କେଉଁ ଆଡ଼କୁ ହେବ ?
ଉ –
ତଳକୁ

13. ଗୋଟିଏ ବୃତ୍ତାକାର ତାରର ବ୍ୟାସକୁ ଦୁଇଗୁଣ କଲେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା କେତେ ଗୁଣ ହେବ ?
ଉ –
\(\frac { 1 }{ 2 }\) ଗୁଣ

14. ଲମ୍ବ ଭାବରେ ସଳଖ ତାରରେ ବିଦ୍ୟୁତପ୍ରବାହ ହେଲେ ଚୁମ୍ବକୀୟ କ୍ଷେତ୍ରର ରେଖାଗୁଡ଼ିକ କ’ଣ ହୋଇଥାଏ ?
ଉ –
ସମକୈନ୍ଦ୍ରିକ ବୃତ୍ତକାର

15. ସଲେନଏଡ୍ ଭିତର ପଟରେ ଚୁମ୍ବକୀୟ କ୍ଷେତ୍ର ରେଖାଗୁଡ଼ିକର ଧର୍ମ କ’ଣ ?
ଉ –
ସରଳରେଖକ ଓ ପରସ୍ପର ସହ ସମାନ୍ତର

16. ଏକ ଇଲେକ୍‌ଟ୍ରନ୍‌ ଲମ୍ବ ଭାବରେ ଚୁମ୍ବକ କ୍ଷେତ୍ର ମଧ୍ୟକୁ ପ୍ରବେଶ କଲେ ଏହା ଉପରେ କାର୍ଯ୍ୟକାରୀ ବଳର ଦିଗରେ କି ପରିବର୍ତ୍ତନ ହେବ ?
ଉ –
ପୃଷ୍ଠ ଭିତରକୁ

17. ବିଦ୍ୟୁତ୍ ସ୍ରୋତର ଦିଗ ଓ ଚୁମ୍ବକୀୟ କ୍ଷେତ୍ରର ଦିଗ ମଧ୍ଯରେ ସଂପର୍କ କ’ଣ ?
ଉ –
ପରସ୍ପର ପ୍ରତି ଲମ୍ବ

18. ବୃତ୍ତାକାର ତାରର ବ୍ୟାସ 3 ଗୁଣ କରିଦେଲେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତାର କି ପରିବର୍ତ୍ତନ ହେବ ?
ଉ –
\(\frac { 1 }{ 3 }\) ଗୁଣ

19. ଗୋଟିଏ ଯୁକ୍ତଚାର୍ଜ ବିଶିଷ୍ଟ କଣିକା ପଶ୍ଚିମକୁ ଗତି କରୁଥିବାବେଳେ ଏକ ଚୁମ୍ବକୀୟକ୍ଷେତ୍ରଦ୍ୱାରା ଉତ୍ତରକୁ ବିକ୍ଷେପିତ ହୁଏ, ଚୁମ୍ବକୀୟ କ୍ଷେତ୍ରର ଦିଗ କ’ଣ ହେବ ?
ଉ –
ଉପରକୁ ହେବ

20. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ବୃଦ୍ଧାଙ୍ଗୁଳି କାହାର ଦିଗ ସୂଚିତ କରେ ?
ଉ –
ପରିବାହୀର ଗତି

21. ମୋଟର୍‌ରେ କମ୍ୟୁଟେଟର୍‌ର କାର୍ଯ୍ୟ କ’ଣ ?
ଉ –
ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ

24. ଚୁମ୍ବକଟିଏ ବିଦ୍ୟୁତ୍ ସ୍ରୋତଧାରୀ ପରିବାହୀ ଉପରେ ସମପରିମାଣର ବିପରୀତ ବଳ ପ୍ରୟୋଗ କରେ ବୋଲି କେଉଁ
ଉ –
ଏମ୍ପିୟର୍

25. କୌଣସି ଜିନିଷକୁ ଛୁଇଁଲେ ଆମ ଶରୀରର ସ୍ନାୟୁକୋଷଦ୍ଵାରା ମାଂସପେଶୀରେ ଉତ୍ପନ୍ନ ହେଉଥିବା ଚୁମ୍ବକୀୟ କ୍ଷେତ୍ରର
ଉ –
10-12 ଗୁଣ

26. ପରିବାହୀ ଓ ଚୁମ୍ବକୀୟ କ୍ଷେତ୍ର ମଧ୍ୟସ୍ଥ କୋଣର ପରିମାଣ କେତେ ହେଲେ ଚୁମ୍ବକୀୟ କ୍ଷେତ୍ରରେ ଥିବା ପରିବାହୀରେ ବଳର ପରିମାଣ ଶୂନ ହେବ ?
ଉ –
180

27. ପରିପଥରେ ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ କରୁଥିବା ଉପକରଣକୁ କ’ଣ କହନ୍ତି ?
ଉ –
କମ୍ୟୁଟେଟ୍‌

28. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କେଉଁ ବୈଜ୍ଞାନିକଙ୍କଦ୍ବାରା ଆବିଷ୍କୃତ ହୋଇଥିଲା ।
ଉ –
ଫାରାଡ଼େ

29. ଲୌହ ଖଣ୍ଡ ସହ ତାର କୁଣ୍ଡଳୀକୁ କ’ଣ କହନ୍ତି ?
ଉ –
ଆର୍ମେଚର୍‌

30. କେଉଁ ବୈଜ୍ଞାନିକଙ୍କଦ୍ୱାରା ସରଳ ଭୋଲ୍‌ଟୀୟ ସେଲ୍ ତିଆରି ହୋଇଥିଲା ।
ଉ –
ଭୋଲ୍ଟା

BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

31. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତର ଆବୃତ୍ତି କେଉଁ ବୈଜ୍ଞାନିକଙ୍କ ନାମରେ ନାମିତ ।
ଉ –
ହର୍ମ

32. ବିଦ୍ୟୁତ୍ ପ୍ରବାହ ଉତ୍ପନ୍ନ କରୁଥିବା ସାଧନର ନାମ କ’ଣ ?
ଉ –
ଜେନେରେଟର

33. ସଳଖ ବିଦ୍ୟୁତ୍ ସ୍ରୋତର ଆବୃତ୍ତି କେତେ ?
ଉ –
0 Hz

34. ଭାରତରେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ କେତେ ସେକେଣ୍ଡରେ ଥରେ ଦିଗ ପରିବର୍ତ୍ତନ କରେ ?
ଉ –
0.01

35. ଫ୍ଲେମିଂଙ୍କ ଦକ୍ଷିଣ ହସ୍ତ ନିୟମ ଅନୁଯାୟୀ ମଧ୍ୟମା କରେ ?
ଉ –
ପ୍ରେରିତ ବିଦ୍ୟୁତ୍ ପ୍ରବାହ

36. ବିଦ୍ୟୁତ୍ ଜେନେରେଟର୍‌ରେ କେଉଁ ନିୟମ କାର୍ଯ୍ୟ କାହାର ଦିଗ ନିର୍ଦ୍ଦେଶ କରେ ।
ଉ –
ଫ୍ଲେମିଂଙ୍କ ଦକ୍ଷିଣ ହସ୍ତ ନିୟମ

37. ପ୍ରେରିତ ବିଦ୍ୟୁତ୍ ପ୍ରବାହର ଦିଗ ପରିବର୍ତ୍ତନର ବ୍ୟବଧାନ କେତେ ?
ଉ –
ପ୍ରତି ଅର୍ବ ଘୂର୍ଣ୍ଣନ

38. ପ୍ରେରିତ ବିଦ୍ୟୁତ୍ ପ୍ରବାହର ଦିଗ ଜାଣିବାପାଇଁ ଫ୍ଲେମିଙ୍କ କେଉଁ ହସ୍ତ ନିୟମ ସାହାଯ୍ୟ କରେ ?
ଉ –
ଦକ୍ଷିଣ ନିୟମ

39. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କାହାଦ୍ବାରା ଆବିଷ୍କୃତ ହୋଇଥିଲା ?
ଉ –
ମାଇକେଲ୍ ଫାରାଡ଼େ

40. କେଉଁ ବୈଜ୍ଞାନିକଙ୍କଦ୍ୱାରା ବିଦ୍ୟୁତ୍ ସ୍ରୋତର ପ୍ରଥମ ମନୁଷ୍ୟକୃତ ଉତ୍ସ ତିଆରି ହୋଇଥିଲା ?
ଉ –
ଭୋଲ୍‌ଟା

41. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ପଦ୍ଧତିରେ ଯାନ୍ତ୍ରିକ ଶକ୍ତିରୁ କେଉଁ ଶକ୍ତି ମିଳେ ?
ଉ –
ବିଦ୍ୟୁତ୍ ଶକ୍ତି

42. ପ୍ରେରିତ ବିଦ୍ୟୁତ୍ ପ୍ରବାହର ଧାରଣା କେଉଁ ବୈଜ୍ଞାନିକ ଦେଇଥିଲେ ?
ଉ –
ଫାରାଡ଼େ

43. ନରମ ଲୌହଖଣ୍ଡ ସହ କୁଣ୍ଡଳୀକୁ କ’ଣ କହନ୍ତି ?
ଉ –
ଆର୍ମେଚର୍

44. ଏସି ଜେନେରେଟର୍‌ରେ ବ୍ୟବହୃତ ବ୍ରଶ ସଂଖ୍ୟା କେତେ ?
ଉ –
2

45. ଏକ ଜେନେରେଟର୍ କ’ଣ ଘୂରାଏ ?
ଉ –
ଆର୍ମେରର କିମ୍ବା ଚୁମ୍ବକ

46. 2.5 KW ହିଟର 220 V ବିଭବାନ୍ତର ପରିବାହୀରେ କାର୍ଯ୍ୟକଲେ କେତେ ରେଟିଂ ହ୍ୟୁଜ୍ ବ୍ୟବହାର କରାଯିବ ?
ଉ –
13 A

47. ଆମ ଦେଶରେ ଫେଜ୍ ଓ ନିଉଟ୍ରାଲ୍ ମଧ୍ୟରେ ବିଭବାନ୍ତର କେତେ ଭୋଲ୍‌ଟ ?
ଉ –
220 V

48. ଗିଜର ପାଇଁ କେଉଁ ରେଟିଂର ଫ୍ୟୁଜ୍ ବ୍ୟବହାର କରାଯାଏ ?
ଉ –
15 A

49. ଯୋଗାଣ ତାରରେ ଲାଲ୍‌ରଙ୍ଗର ବିଦ୍ୟୁତ୍‌ରୋଧୀଦ୍ଵାରା ଆଚ୍ଛାଦିତ ତାରକୁ କ’ଣ କହନ୍ତି ?
ଉ –
ଲାଇଭ୍

BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

50. ଭୂତାର କେଉଁ ରଙ୍ଗର ବିଦ୍ୟୁତ୍‌ରୋଧୀ ଦ୍ଵାରା ଆଚ୍ଛାଦିତ ଅଟେ ?
ଉ –
ସବୁଜ

51. ବିଦ୍ୟୁତ୍ ବଲ୍‌ବ ଓ ପଙ୍ଖା ଆଦି ଉପକରଣ ପାଇଁ କେତେ ରେଟିଂର ପରିପଥ ବ୍ୟବହାର କରାଯାଏ ?
ଉ –
5 A

52. ଘରେ ଲାଗିଥିବା ମିଟରଟି କେଉଁ ମିଟର ଅନ୍ତର୍ଭୂକ୍ତ ?
ଉ –
ୱାଟ୍ ମିଟର

53. 48 ୱାଟ୍‌ର ଏକ କାରର ହେଡ୍‌ଲାଇଟ୍ 12V ବ୍ୟାଟେରି ସହ ସଂଯୁକ୍ତ ହୋଇଛି । ଏଥ‌ିରେ କେତେ ରେଟିଂର ଫ୍ୟୁଜ୍ ଆବଶ୍ୟକ ?
ଉ –
5 A

54. ପରିପଥ ବିଚ୍ଛିନ୍ନ ପାଇଁ ଫ୍ୟୁଜ୍ ବଦଳରେ କ’ଣ ବ୍ୟବହୃତ ହେଉଛି ?
ଉ –
MCB

55. ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଜନିତ ଚୁମ୍ବକୀୟ କ୍ଷେତ୍ରରେଖା କିପରି ?
ଉ –
ସମକେନ୍ଦ୍ରିକ ବୃତ୍ତପରି

56. ନରମ ଲୁହାକୁ ସଲେନଏଡ଼ର ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ କେଉଁ ଚୁମ୍ବକରେ ପରିଣତ କରାଯାଏ ?
ଉ –
ବିଦ୍ୟୁତ୍ ଚୁମ୍ବକ

B ଶୂନ୍ୟସ୍ଥାନ ପୂରଣ କର ।

1. ପ୍ରଥମ ସରଳ ଭୋଲଟୀୟ ସେଲ୍‌ ବୈଜ୍ଞାନିକ ………………. ତିଆରି କରିଥିଲେ ।
2. ବିଦ୍ୟୁତ୍ ପ୍ରବାହ ଓ ଚୁମ୍ବକତ୍ଵ ମଧ୍ଯରେ ବୈଜ୍ଞାନିକ ……………… ସମ୍ପର୍କ ସ୍ଥାପନ କରିଥିଲେ |
3. ଚୁମ୍ବକୀୟ କ୍ଷେତ୍ରର ତୀବ୍ରତାର ସେଗ୍ରାସେ ଏକକକୁ ……………. ବୋଲି କୁହାଯାଏ ।
4. ଚୁମ୍ବକର ପ୍ରଭାବ ଅନୁଭୂତ ହେଉଥ‌ିବା ଅଞ୍ଚଳକୁ ………………. କ୍ଷେତ୍ର କହନ୍ତି ।
5. ଚୁମ୍ବକୀୟ କ୍ଷେତ୍ରର ଆପେକ୍ଷିକ ସାମର୍ଥ୍ୟ ………………….. ଉପରେ ନିର୍ଭର କରେ ।
6. ଯେଉଁଠାରେ ଚୁମ୍ବକୀୟ କ୍ଷେତ୍ରରେଖାଗୁଡ଼ିକ ବେଶୀ ଲଗାଲଗି ହୋଇଥାଏ, ସେଠାରେ ଚୁମ୍ବକୀୟ କ୍ଷେତ୍ରର ……………… ଅଧିକ ହୋଇଥାଏ ।
7. ଚୁମ୍ବକୀୟ କ୍ଷେତ୍ର ଯେଉଁ ରାଶିଦ୍ୱାରା ପ୍ରକାଶ କରାଯାଏ, ତାହାର ଉଭୟ ପରିମାଣ ଓ …………………. ଥାଏ ।
8. ବିଦ୍ୟୁସ୍ରୋତର ଦିଗ ବିପରୀତ ହେଲେ ଚୁମ୍ବକୀୟ କ୍ଷେତ୍ରର ଦିଗ ………………… ହେବ ।
9. ଏକ ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ସୃଷ୍ଟ ଚୁମ୍ବକୀୟ କ୍ଷେତ୍ର ……………….. ଆକାରର ହୋଇଥାଏ ।
10. ଫ୍ୟୁଜ୍ …………… ଓ ……………….. ର ଏକ ମିଶ୍ରଧାତୁ ।
11. ସଳଖ ପରିବାହୀରେ ବିଦ୍ୟୁତ ପ୍ରବାହ ଯୋଗୁଁ ସୃଷ୍ଟ ଚୁମ୍ବକୀୟ କ୍ଷେତ୍ରର ଦିଗ ………………….. ସାହାଯ୍ୟରେ ନିର୍ଣ୍ଣୟ କରାଯାଏ |
12. ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମକୁ ………………… ନିୟମ ବୋଲି କହନ୍ତି ।
13. ବିଦ୍ୟୁତ୍ ପ୍ରବାହିତ ାରଠାରୁ ଦୂରତା ବଢ଼ିଲେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ………………….. |
14. ବିଦ୍ୟୁତ୍ ସ୍ରୋତର ଦିଗ ଓ ଚୁମ୍ବକୀୟ କ୍ଷେତ୍ରର ଦିଗ ପରସ୍ପର ………………… |
15. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ମଧ୍ୟମା ……………….. ର ଦିଗ ସୂଚାଏ ।
16. ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁଯାୟୀ …………………… ପରିବାଦ୍ଵାର ଗତିର ବିଖ ସୂଚାଏ |
17. ଫ୍ଲେମିଂଙ୍କ ବାମହସ୍ତ ନିୟମରେ …………………… ଅଙ୍ଗୁଳି ଚୁମ୍ବକ କ୍ଷେତ୍ରର ଦିଗ ଦର୍ଶାଏ ।
18. ପରିପଥରେ ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ କରୁଥିବା ଉପକରଣକୁ ……………. କହନ୍ତି ।
19. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ……………….. ଆବିଷ୍କାର କରିଥିଲେ ।
20. କ୍ଷୀଣ ବିଦ୍ୟୁତ୍ ପ୍ରବାହର ସୂଚକ ଯନ୍ତ୍ରଟିର ନାମ ……………………….. |
21. ………………. ସାହାଯ୍ୟରେ ଚୁମ୍ବକୀୟ କ୍ଷେତ୍ରରେଖା ଜାଣିହୋଇଥାଏ ।
22. ଫ୍ଲେମିଂଙ୍କ ……………. ନିୟମ ସାହାଯ୍ୟରେ ବିଦ୍ୟୁତ୍ ଜେନେରେଟର କାର୍ଯ୍ୟ ପ୍ରଣାଳୀ ବୁଝିହୁଏ ।
23. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମରେ ତର୍ଜନୀ ……………… ର ଦିଗ ନିର୍ଦ୍ଦେଶ କରିବ ।
24. ………………… ପଦ୍ଧତି ବ୍ୟବହାର କରି ବିଦ୍ୟୁତ୍ ଜେନେରେଟର କାର୍ଯ୍ୟକରେ ।
25. ପ୍ରତି ଅର୍ଥଘୁର୍ଣ୍ଣନ ପରେ ପ୍ରେରିତ ବିଦ୍ୟୁତ୍ ପ୍ରବାହର ଦିଗ ପରିବର୍ତ୍ତନ ଘଟି ଉତ୍ପନ୍ନ ହେଉଥ‌ିବା ବିଦ୍ୟୁତ୍ ସ୍ରୋତକୁ ………………….. କ ହନ୍ତି ।
26. ଜେନେରେଟର୍‌ରେ ସଳଖ ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ ପାଇଁ ………………… ଉପକରଣ ଲଗାଯାଏ ।
27. ଦୂର ସ୍ଥାନକୁ …………………. ବିଦ୍ୟୁତ୍ ସ୍ରୋତ କାର୍ଯ୍ୟ କରିଥାଏ ।
28. ଭାରତରେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତର ଆବୃତ୍ତି ……………… |
29. ଆମ ଦେଶରେ ଲାଇଭ ଓ ନିଉଟ୍ରାଲ ମଧ୍ୟରେ ବିଭବାନ୍ତର ……………….. |
30. ଘରେ ଉପକରଣଗୁଡ଼ିକର ସଂଯୋଗ ………………. ଭାବେ ହୋଇଥାଏ ।
31. ଲାଇଭ ତାର ଓ ନିଉଟ୍ରାଲ ତାର ସିଧାସଳଖ ପରସ୍ପରକୁ ସ୍ପର୍ଶ କଲେ …………………. ହୋଇଥାଏ ।
32. ଘରେ ଏକାଧ୍ଵକ ଉପକରଣକୁ ସଂଯୋଗ କଲେ ବିଦ୍ଯୁସ୍ରୋତର ପରିମାଣ ବଢ଼ିଗଲେ ଏହାକୁ ………………. କ ହନ୍ତି ।
33. ବିଦ୍ୟୁତ୍ ବଲ୍‌ବ, ପଙ୍ଖା ଆଦିରେ ………………. ରେଟିଂର ପରିପଥ ବ୍ୟବହାର କରାଯାଏ ।
34. ଭୂ-ତାର ……………………. ରଙ୍ଗର ବିଦ୍ୟୁତ୍‌ରୋଧୀ ଦ୍ଵାରା ଆଚ୍ଛାଦିତ ।
35. ଗିଜରପାଇଁ ………………… ରେଟିଂର ପରିପଥ ବ୍ୟବହାର କରାଯାଏ ।
36. ବିଦ୍ୟୁତ୍ ଜେନେରେଟର୍‌ରେ ……………… ଶକ୍ତିରୁ ବିଦ୍ୟୁତ୍ ଶକ୍ତି ମିଳେ ।
37. ବ୍ୟାଟେରୀ ……………….. ବିଦ୍ୟୁତ୍ ସ୍ରୋତର ଉତ୍ସ ।
38. ଦଣ୍ଡ ଚୁମ୍ବକର …………………. ଠାରେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା ଅଧିକ ।
39. ସଲେନଏଡ୍‌ରେ ତାର କୁଣ୍ଡଳୀର ଘେର ସଂଖ୍ୟା ବୃଦ୍ଧିହେଲେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା …………………. ହେବ ।
40. ଆଭ୍ୟନ୍ତରୀଣ ଅଙ୍ଗ ପ୍ରତ୍ୟଙ୍ଗର ପ୍ରତିବିମ୍ବ ପାଇବାପାଇଁ ଯେଉଁ ପଦ୍ଧତି ଅନୁସରଣ କରାଯାଏ ତାକୁ …………………. କ ହନ୍ତି ।
41. ବୈଜ୍ଞାନିକ ………………… ସରଳ ଭୋଲ୍‌ଟୀୟ ସେଲ୍ ତିଆରି କରିଥିଲେ ।
42. ‘ତାରରେ ବିଦ୍ୟୁତ୍ ପ୍ରବାହ ହେଲେ ଚୁମ୍ବକ ଭଳି କାର୍ଯ୍ୟକରେ’ ଏହାକୁ …………………. ଆବିଷ୍କାର କରିଥିଲେ ।
43. କୌଣସି ଜିନିଷକୁ ଛୁଇଁଲେ ଆମ ଶରୀରର ସ୍ନାୟୁକୋଷଦ୍ଵାରା ମାଂସପେଶୀରେ ଉତ୍ପନ୍ନ ହେଉଥିବା ଚୁମ୍ବକୀୟ କ୍ଷେତ୍ରର …………….. ଗୁଣ ।
44. ଚୁମ୍ବକର ପ୍ରଭାବ ଅନୁଭୂତ ହେଉଥ‌ିବା ଅଞ୍ଚଳକୁ ………………. କ ହନ୍ତି ।
45. ବିଦ୍ୟୁତ୍ ପ୍ରବାହ ଯୁକ୍ତ ତାରଠାରୁ ଦୂରତା ବଢ଼ିଲେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ……………. |
46. ………………. ଉପକରଣ ଦ୍ବାରା ବିଦ୍ୟୁତ୍ ସ୍ରୋତର ପରିମାଣ ବଦଳାଏ ।
47. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ତର୍ଜନୀ ………………. ର ଦିଗ ସୂଚାଏ ।
48. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ବୃଦ୍ଧାଙ୍ଗୁଳି …………………… ର ଦିଗ ସୂଚାଏ ।
49. କ୍ଷୀଣ ବିଦ୍ୟୁତ୍ ମାପକ ଯନ୍ତ୍ରର ନାମ ……………….. ।
50. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମରେ ମଧ୍ୟମା ……………….. ର ଦିଗ ସୂଚାଏ ।

Answer:
1. ଆଲେସାଣ୍ଟ୍ରୋ ଭୋଲ୍‌ଟା
2. ଓର୍‌ଷ୍ଟେଡ୍
3. ଓର୍‌ଷ୍ଟେଡ୍
4. ଚୁମ୍ବକୀୟ କ୍ଷେତ୍ର
5. କ୍ଷେତ୍ରରେଖାଗୁଡ଼ିକର ଘନତ୍ଵ
6. ସାମର୍ଥ୍ୟ
7. ଦିଗ
8. ବିପରୀତ
9. ସମକୌଦ୍ରିକ ବୃତ୍ତ
10. ସୀସା ଓ ଟିଣ
11. ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ନିୟମ
12. ମାକ୍ସୱେଲଙ୍କ କର୍କ
13. କମେ
14. ଲମ୍ବ
15. ବିଦ୍ୟୁତ୍ ସ୍ରୋତ
16. ବୃଦ୍ଧାଙ୍ଗୁଳି
17. ତର୍ଜନୀ
18. କମ୍ୟୁଟେଟ୍‌ର
19. ମାଇକେଲ୍ ଫାରାଡ଼େ
20. ଗାଲଭାନୋମିଟର
21. କମ୍ପାସ ସୂଚୀ
22. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମ
23. ଚୁମ୍ବକୀୟ କ୍ଷେତ୍ର
24. ବିଦ୍ୟୁତ୍ ଚୁମ୍ବକୀୟ ପଦ୍ଧତି
25. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ
26. କମ୍ୟୁଟେଟ୍‌ର
27. ଏ.ସି.
28. 50 ତୂତ୍ସଁ
29. 220 V
30. ସମାନ୍ତରାଳ
31. ଲଘୁପଥନ
32. ଓଭରଲୋଡିଂ
33. 5 A
34. ସବୁଜ
35. 15 A
36. ଯାନ୍ତ୍ରିକ
37. ସଳଖ
38. ମେରୁ
39. ବୃଦ୍ଧି
40. ଚୁମ୍ବକୀୟ ଅନୁଦାନ ପ୍ରତିବିମ୍ବନ (MRI)
41. ଆଲେସାଣ୍ଡୋ ଭୋଲ୍‌ଟା
42. ଓରଷ୍ଟେଡ୍
43. 10-12
44. ଚୁମ୍ବକୀୟ କ୍ଷେତ୍ର
45. କମେ
46. ରିଓଷ୍ଟାଟ୍
47. ଚୁମ୍ବକୀୟ କ୍ଷେତ୍ରର ଦିଗ
48. ପରିବାହୀ ଉପରେ କାର୍ଯ୍ୟକାରୀ ବଳର ଦିଗ
49. ଗାଲଭାନୋମିଟର
50. ପ୍ରେରିତ ବିଦ୍ୟୁତ ପ୍ରବାହର ଦିଗ

BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

C ଠିକ୍ ଉକ୍ତି ପାଇଁ (✓) ବା ଭୁଲ ଉକ୍ତି ପାଇଁ (x) ଲେଖ ।

1. ଚୁମ୍ବକୀୟ କ୍ଷେତ୍ରରେଖାଗୁଡ଼ିକ ଅବିଚ୍ଛିନ୍ନ ଓ ମୁଦିତ ରେଖା ।
2. ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମର ଅନ୍ୟନାମ ମାକ୍ସୱେଲ୍‌ଙ୍କ କର୍କ ନିୟମ ।
3. ଗୋଟିଏ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ପଶ୍ଚିମକୁ ଗତି କରୁଥିବାବେଳେ ଏକ ଚୁମ୍ବକୀୟ କ୍ଷେତ୍ରଦ୍ଵାରା ଉତ୍ତରକୁ ବିକ୍ଷେପିତ ହେଲେ ଚୁମ୍ବକୀୟ କ୍ଷେତ୍ରର ଦିଗ ଦକ୍ଷିଣକୁ ହେବ ।
4. ବିଦ୍ୟୁତ୍ ଜେନେରେଟରରେ ବିଦ୍ୟୁତ୍ ଶକ୍ତି ଯାନ୍ତ୍ରିକ ଶକ୍ତିରେ ରୂପାନ୍ତରିତ ହୁଏ ।
5. ଗୃହ ବିଦ୍ୟୁତ୍ ପରିପଥରେ ଅଧିକ ବିଦ୍ୟୁତ୍ ପ୍ରବାହ ଦୂର କରିବାପାଇଁ ଆମିଂ ବ୍ୟବସ୍ଥା କରାଯିବା ଆବଶ୍ୟକ ।
6. ଗୋଟିଏ ପରିପଥରେ ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ କରୁଥିବା ଉପକରଣକୁ କମ୍ୟୁଟେଟର କହନ୍ତି ।
7. ବୈଜ୍ଞାନିକ ଫାରାଡ଼େ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ଆବିଷ୍କାର କରିଥିଲେ ।
8. ଭାରତରେ ମିଳୁଥ‌ିବା ଏ.ସି. ବିଦ୍ୟୁତ୍ ପ୍ରବାହର ଆବୃତ୍ତି 100 ହର୍ସ ।
9. ଭାରତ ବର୍ଷରେ ଘରୋଇ ଯୋଗାଣରେ ବ୍ୟବହୃତ ବିଦ୍ୟୁତ୍ ବିଭବାନ୍ତର 220 V ।
10. ବ୍ୟାଟେରୀ ସାଧାରଣତଃ ସଳଖ ବିଦ୍ୟୁତ୍ ସ୍ରୋତର ଉତ୍ସ ଅଟେ ।
11. ଘରେ ଏକାଧିକ ଉପକରଣକୁ ସଂଯୋଗ କଲେ, ବିଦ୍ୟୁତ୍ ସ୍ରୋତର ପରିମାଣ ବଢ଼ିଯିବାକୁ ଓଭର ଲୋଡ଼ି କହନ୍ତି ।
12. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତର ଆବୃଦ୍ଧିକୁ ବୈଜ୍ଞାନିକ ଫାରାଡ଼େଙ୍କ ନାମ ଅନୁସାରେ ପ୍ରକାଶ କରାଯାଏ ।
13. ମୋଟରରେ ଲାଗିଥିବା ବ୍ରଶ୍ନଗୁଡ଼ିକ ତମ୍ବାରେ ନିର୍ମିତ ।
14. ଗାଲଭାନୋମିଟର ଜରିଆରେ ଲାଇଭ୍ ଓ ନିଉଟ୍ରାଲ୍ ତାର ଦୁଇଟି ମିଟର ବୋର୍ଡ଼କୁ ଆସେ ।
15. 1.25 KW ହିଟର୍ 220V ବିଭବାନ୍ତର ପରିବାହୀରେ କାର୍ଯ୍ୟ କଲେ 10A ରେଟିଂରେ ଫ୍ୟୁଜ୍ ବ୍ୟବହାର କରାଯିବ ।
16. ବିଦ୍ୟୁତ୍ ଖୁଣ୍ଟିରୁ ଘରକୁ ଆସିଥିବା ତାରକୁ ଯୋଗାଣ ତାର କୁହାଯାଏ ।
17. ଚୁମ୍ବକୀୟ କ୍ଷେତ୍ରର ଦିଗ ସୂଚୀ ଚୁମ୍ବକର ଉତ୍ତର ମେରୁର ଦିଗରୁ ଜଣାଯାଏ ।
18. ଦଣ୍ଡ ଚୁମ୍ବକର ଦକ୍ଷିଣ ମେରୁଠାରେ ଅଧ୍ବକ ଲୁହାଗୁଣ୍ଡ ଜମାହୁଏ ।
19. ଚୁମ୍ବକୀୟ କ୍ଷେତ୍ରରେ ତୀବ୍ରତାର C.G.S. ଏକକକୁ ଓମ୍ କୁହାଯାଏ ।
20. ବିଦ୍ୟୁତ୍ ସ୍ରୋତର ଦିଗ ଉତ୍ତରରୁ ଦକ୍ଷିଣ ଆଡ଼କୁ ପ୍ରବାହିତ ହେଲେ କମ୍ପାସ ସୂଚୀ ପୂର୍ବ ଦିଗକୁ ବିକ୍ଷେପିତ ହେବ ।

Answer:

1. ✓
2. ✓
3. x
4. x
5. ✓
6. ✓
7. ✔
8. x
9. ✓
10. ✓
11. ✔
12. x
13. x
14. x
15. ✔
16.✔
17.✔
18. x
19. x
20. ✓

D ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 10th Class Physical Science Important Questions Chapter 9 img-1
BSE Odisha 10th Class Physical Science Important Questions Chapter 9 img-2

E ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଚୁମ୍ବକୀୟ କ୍ଷେତ୍ର କାହାକୁ କହନ୍ତି ?
ଉ-
ଚୁମ୍ବକର ପ୍ରଭାବ ଅନୁଭୂତ ହେଉଥିବା ଅଞ୍ଚଳକୁ ଚୁମ୍ବକୀୟ କ୍ଷେତ୍ର କହନ୍ତି ।

2. ଚୁମ୍ବକୀୟ କ୍ଷେତ୍ରର ଦିଗ କିପରି ଜାଣିବ ?
ଉ-
କମ୍ପାସ ସୂଚୀକୁ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ରଖିଲେ ଉତ୍ତର ମେରୁ ଯେଉଁ ଦିଗକୁ ରହିବ ତାହା ଚୁମ୍ବକୀୟ କ୍ଷେତ୍ରର ଦିଗ ଜଣାଯାଏ ।

3. ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ କେଉଁଠାରେ ଅଧ‌ିକ ?
ଉ –
ଯେଉଁଠାରେ କ୍ଷେତ୍ରରେଖାଗୁଡ଼ିକ ବେଶୀ ଲଗାଲଗି ହୋଇଥାଏ ସେଠାରେ ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଅଧିକ ହୋଇଥାଏ ।

4. ଓରଷ୍ଟେଡ୍‌ଙ୍କ ସିଦ୍ଧାନ୍ତ ଲେଖ ।
ଉ –
ପ୍ରତ୍ୟେକ ବିଦ୍ୟୁତ୍ ପ୍ରବାହୀର ଚାରିପାଖରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ ।

5. ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ନିୟମ କ’ଣ ?
ଉ –
ମନେକର ଯେଉଁ ତାରରେ ବିଦ୍ୟୁତ୍ ପ୍ରବାହ ହେଉଛି ତାକୁ ତୁମେ ଡାହାଣ ହାତରେ ଏମିତି ମୁଠାଇ ଧରିଛି ଯେ ବୁଢ଼ା ଆଙ୍ଗୁଳିଟି ବିଦ୍ୟୁତ୍ ପ୍ରବାହ ଦିଗରେ ତାର ସହ ସମାନ୍ତର ହୋଇ ଲମ୍ବିରହିଛି ଓ ଅନ୍ୟ ଆଙ୍ଗୁଳିଗୁଡ଼ିକ ତାର ଚାରିପଟେ ବଙ୍କାଇ ହୋଇ ଘେରି ରହିଛି । ଏହି ଆଙ୍ଗୁଳି ଗୁଡ଼ିକର ଟିପ ଯେଉଁ ବୃତ୍ତାକାର ଦିଗର ସୂଚନା ଦେଉଛି ତାହା ହେଉଛି ବିଦ୍ୟୁତ୍ ସ୍ରୋତ ବହନ କରୁଥିବା ପରିବାହୀ ଜନିତ ଚୁମ୍ବକୀୟ କ୍ଷେତ୍ରର ଦିଗ ।

6. ଦୁଇଟି ଚୁମ୍ବକୀୟ କ୍ଷେତ୍ରରେଖା କାହିଁକି ପରସ୍ପରକୁ ଛେଦ କରନ୍ତି ନାହିଁ ?
ଉ –
ଦୁଇଟି ଚୁମ୍ବକୀୟ କ୍ଷେତ୍ରରେଖା ପରସ୍ପରକୁ ଛେଦ କରନ୍ତି ନାହିଁ କାରଣ ଚୁମ୍ବକୀୟ କ୍ଷେତ୍ରର ଗୋଟିଏ ବିନ୍ଦୁରେ ଦୁଇଟି ଦିଗ ନାହିଁ । ଯଦି ଦୁଇଟି ବିନ୍ଦୁରେ ଛେଦ କରୁଥାନ୍ତା ତେବେ କମ୍ପାସ ସୂଚୀ ଏକ ସମୟରେ ଦୁଇଟି ଦିଗ ଦର୍ଶାନ୍ତା |

7. ସଲେନଏଡ୍ କାହାକୁ କହନ୍ତି ?
ଉ-
ବିଦ୍ୟୁତ୍ରୋଧୀ ଆବରଣଯୁକ୍ତ ତମ୍ବାତାରରୁ ତିଆରି ବହୁ ବୃତ୍ତାକାର ଘେର ବିଶିଷ୍ଟ ଏକ ସିଲିଣ୍ଡର ସଦୃଶ କୁଣ୍ଡଳୀକୁ ସଲେନଏଡ୍ କୁହାଯ ଏ ।

8. ବିଦ୍ୟୁତ୍ ଚୁମ୍ବକ କାହାକୁ କହନ୍ତି ?
ଉ-
ନରମ ଲୁହାଭଳି ଚୁମ୍ବକୀୟ ବସ୍ତୁଟିଏ ସଲେନଏଡ୍ ଭିତରେ ରଖିଲେ ସଲେନଏଡ୍‌ର ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ ତାହା ଚୁମ୍ବକରେ ପରିଣତ ହୁଏ । ଏପ୍ରକାର ଚୁମ୍ବକକୁ ବିଦ୍ୟୁତ୍ ଚୁମ୍ବକ କହନ୍ତି ।

9. ଫ୍ଲେମିଂଙ୍କ ବାମହସ୍ତ ନିୟମ ଲେଖ ।
ଉ –
ବାମହସ୍ତର ବୃଦ୍ଧାଙ୍ଗୁଳି, ତର୍ଜନୀ ଓ ମଧ୍ଯମାକୁ ଏପରି ଖୋଲିରଖ ଯେପରି ସେଗୁଡ଼ିକ ପରସ୍ପର ପ୍ରତିଲମ୍ବ ହୋଇ ରହିବେ । ଯଦି ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ମଧ୍ୟମା ବିଦ୍ୟୁତ୍ ସ୍ରୋତର ଦିଗ ସୂଚାଏ ତେବେ ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥ‌ିବା ବଳର ଦିଗ ବୃଦ୍ଧାଙ୍ଗୁଳିଦ୍ୱାରା ନିର୍ଦ୍ଦେଶିତ ହେବ ।

BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

10. ଆର୍ମେଚର କାହାକୁ କହନ୍ତି ?
ଉ-
ନରମ ଲୌହଖଣ୍ଡ ସହ ତାର କୁଣ୍ଡଳୀକୁ ଆର୍ମେଚର କହନ୍ତି ।

11. ମୋଟର୍‌ରେ ବିଖଣ୍ଡିତ ବଳୟର ଆବଶ୍ୟକତା କ’ଣ ?
ଉ –
ମୋଟର୍‌ରେ ବିଖଣ୍ଡିତ ବଳୟ ବା କମ୍ୟୁଟେଟ୍‌ର ପରିପଥରେ (ଆର୍ମେଚର୍‌ରେ) ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ କରେ । ଫଳରେ ଆର୍ମେଚରଟି ନିରବଚ୍ଛିନ୍ନ ଭାବରେ ଏକ ଦିଗରେ ଘୂରୁଥାଏ ।

12. ପ୍ରେରିତ ବିଭବାନ୍ତର କାହାକୁ କହନ୍ତି ?
ଉ –
ତାର କୁଣ୍ଡଳୀ ଓ ଚୁମ୍ବକ ମଧ୍ଯରେ ଆପେକ୍ଷିକ ଗତି ଯୋଗୁଁ କୁଣ୍ଡଳୀରେ ଏକ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି ହୋଇ ବିଦ୍ୟୁସ୍ରୋତ ପ୍ରବାହିତ ହୁଏ । ଏହି ବିଭବାନ୍ତରକୁ ପ୍ରେରିତ ବିଭବାନ୍ତର କହନ୍ତି ।

13. ପ୍ରେରିତ ବିଦ୍ୟୁତ୍ ସ୍ରୋତ କାହାକୁ କହନ୍ତି ?
ଉ–
କୁଣ୍ଡଳୀ ଓ ଚୁମ୍ବକ ମଧ୍ୟରେ ଆପେକ୍ଷିକ ଗତି ଯୋଗୁଁ କୁଣ୍ଡଳୀରେ ଏକ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି ହୁଏ । ଏହି ବିଭବନ୍ତର ଯୋଗୁଁ କୁଣ୍ଡଳୀରେ ବିଦ୍ୟୁତ୍ ପ୍ରବାହିତ ହୁଏ । ଏହି ବିଦ୍ୟୁତ୍ ସ୍ରୋତକୁ ପ୍ରେରିତ ବିଦ୍ୟୁତ୍ ସ୍ରୋତ କହନ୍ତି ।

14. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କାହାକୁ କୁହାଯାଏ ?
ଉ –
ଗୋଟିଏ ପରିବାହୀ ସହ ସଂପୃକ୍ତ ଚୁମ୍ବକୀୟ କ୍ଷେତ୍ରର ପରିବର୍ତ୍ତନ ହେଲେ ଅନ୍ୟ ଏକ ପରିବାହୀରେ ପ୍ରେରିତ ବିଦ୍ୟୁତ୍ ସ୍ରୋତ ସୃଷ୍ଟି ହୁଏ । ଏହାକୁ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କହନ୍ତି ।

15. ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ କ’ଣ ?
ଉ –
ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ପରିବାହୀର ଚାରିପଟେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ ଅର୍ଥାତ୍ ତାହା ଚୁମ୍ବକ ଭଳି କାର୍ଯ୍ୟକରେ । ଏହି ପ୍ରଭାବକୁ ବିଦ୍ୟୁସ୍ରୋତର ଚୁମ୍ବକୀୟ ପ୍ରଭାବ କହନ୍ତି ।

16. ବିଦ୍ୟୁସ୍ରୋତ ପ୍ରବାହିତ ପରିବାହୀରେ ଚୁମ୍ବକୀୟ କ୍ଷେତ୍ର ଅଛି ବୋଲି କିପରି ଜାଣିବ ?
ଉ–
ପରିବାହୀ ନିକଟରେ ଏକ କମ୍ପାସଟିଏ ରଖିଲେ କମ୍ପାସ ସୂଚୀ ବିକ୍ଷେପିତ ହେବ । ଏଥରୁ ଜାଣିବା ଯେ ପରିବାହୀ ଚାରିପାଖରେ

17. ସଲେନଏଡ୍‌ର ଭିତର ପାର୍ଶ୍ଵ ସମ ଚୁମ୍ବକୀୟ କ୍ଷେତ୍ର କାହିଁକି ?
ଉ –
ସଲେନଏଡ୍‌ର ଭିତର ପାର୍ଶ୍ଵରେ କ୍ଷେତ୍ରରେଖାଗୁଡ଼ିକ ସରଳ ରେଖ୍ ଓ ପରସ୍ପରସହ ସମାନ୍ତର । ତେଣୁ ସଲେନଏଡ୍‌ର ଭିତର ପାର୍ଶ୍ଵରେ ସବୁଠାରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଦିଗ ସମାନ ।

18. ଏକ ବିଦ୍ୟୁତ୍ ଚୁମ୍ବକର ଚିତ୍ର ଅଙ୍କନ କର ।
ଉ –
BSE Odisha 10th Class Physical Science Important Questions Chapter 9 img-3

19. ଆନ୍ଦ୍ର-ମ୍ୟାରୀ ଏମ୍ପିୟରଙ୍କ ତତ୍ତ୍ବ କ’ଣ ?
ଉ –
ବୈଜ୍ଞାନିକ ଆନ୍ଦ୍ର-ମ୍ୟାରୀ ଏମ୍ପିୟର ଦର୍ଶାଇଥିଲେ ଯେ ବିଦ୍ୟୁତ୍ ପରିବାହୀଦ୍ୱାରା ସୃଷ୍ଟ ଚୁମ୍ବକୀୟ କ୍ଷେତ୍ରରେ ଚୁମ୍ବକଟି ରହିଲେ ଚୁମ୍ବକଟି ମଧ୍ୟ ବିଦ୍ୟୁତ୍ ସ୍ରୋତଧାରୀ ପରିବାହୀ ଉପରେ ସମପରିମାଣର ବିପରୀତ ବଳ ପ୍ରୟୋଗ କରିବ ।

20. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କିପରି ସୃଷ୍ଟି ହୁଏ ?
ଉ –
ପରିବାହୀ ନିକଟରେ ଚୁମ୍ବକର ଗତିଯୋଗୁଁ କିମ୍ବା ଚୁମ୍ବକ ନିକଟରେ ପରିବାହୀର ଗତିଯୋଗୁଁ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ସୃଷ୍ଟି ହୋଇଥାଏ ।

21. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ବୃଦ୍ଧାଙ୍ଗୁଳି କାହାର ଓ ତର୍ଜନୀ କାହାର ଦିଗ ସୂଚାଏ ?
ଉ –
ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ସୂଚାଏ । ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥ‌ିବା ବଳର ଦିଗ ବା ତାର ଗତିର ଦିଗ ବୃଦ୍ଧାଙ୍ଗୁଳି ଦ୍ଵାରା ନିର୍ଦ୍ଦେଶିତ ହେବ ।

22. ସଳଖ ବିଦ୍ୟୁତ୍ ସ୍ରୋତ କ’ଣ ?
ଉ—
ଦିଗ ବଦଳାଉନଥ‌ିବା ବିଦ୍ୟୁତ୍ ପ୍ରବାହକୁ ସଳଖ ବିଦ୍ୟୁତ୍ ସ୍ରୋତ କହନ୍ତି ।

23. ପ୍ରତ୍ୟାବର୍ତ୍ତୀ ବିଦ୍ୟୁସ୍ରୋତ କାହାକୁ କହନ୍ତି ?
ଉ–
ସମାନ ସମୟ ବ୍ୟବଧାନରେ ଦିଗ ପରିବର୍ତ୍ତନ କରୁଥ‌ିବା ବିଦ୍ଯୁସ୍ରୋତକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ କହନ୍ତି ।

24. ଫ୍ଲେମିଂଙ୍କୁ ଦକ୍ଷିଣ ହସ୍ତ ନିୟମ ଲେଖ ।
ଉ-
ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି, ତର୍ଜନୀ ଓ ମଧ୍ଯମାକୁ ଏପରି ଖୋଲିରଖ ଯେପରିକି ସେଗୁଡ଼ିକ ପରସ୍ପର ପ୍ରତି ସମକୋଣରେ ରହିବେ । ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ବୃଦ୍ଦାଙ୍ଗୁଳି ପରିବାହୀର ଗତିର ଦିଗ ନିର୍ଦ୍ଦେଶକଲେ ମଧ୍ୟମା ପ୍ରେରିତ ବିଦ୍ୟୁତ୍ ପ୍ରବାହର ସୃଷ୍ଟିର ଦିଗ ନିର୍ଦ୍ଦେଶ କରିବ ।

25. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମରେ ତର୍ଜନୀ କାହାର ଓ ମଧ୍ୟମା କାହାର ଦିଗ ସୂଚାଏ ?
ଉ-
ତର୍ଜନୀ- ଚୁମ୍ବକୀୟ କ୍ଷେତ୍ର, ମଧ୍ୟମା – ପ୍ରେରିତ ବିଦ୍ୟୁତ୍ ପ୍ରବାହ

26. ବିଦ୍ୟୁତ୍ ଜେନେରେଟର୍‌ର କାହାକୁ କହନ୍ତି ?
ଉ –
ଯେଉଁ ଉପକରଣ ସାହାଯ୍ୟରେ ଯାନ୍ତ୍ରିକ ଶକ୍ତି ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ ହୁଏ, ତାକୁ ବିଦ୍ୟୁତ୍ ଜେନେରେଟର କହନ୍ତି ।

27. ବିଦ୍ୟୁତ୍ ଜେନେରେଟର୍‌ର ମୂଳତତ୍ତ୍ଵ କ’ଣ ?
ଉ –
ମଧ୍ୟରେ ଘୁରାଇଲେ କ୍ଷେତ୍ରରେଖାର ମାନ ପରିବର୍ତ୍ତନ ହୋଇ କୁଣ୍ଡଳୀ ମଧ୍ୟରେ ପ୍ରେରିତ ବିଦ୍ୟୁତ୍ ପ୍ର ିନ୍ଦ ସୃଷ୍ଟି ହୁଏ ।

28. ଦୁଇ ପ୍ରକାରର ବିଦ୍ୟୁତ୍ ଜେନେରେଟର୍‌ର ନାମ ଲେଖ ।
ଉ-
ଏ.ସି. ଜେନେରେଟର, ଡି.ସି. ଜେନେରେଟର୍ ।

29. ଏସି ଜେନେରେଟର୍‌ କାହାକୁ କହନ୍ତି ?
ଉ –
ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ କରୁଥିବା ଜେନେରେଟର୍‌କୁ ଏସି ଜେନେରେଟର୍‌ କହନ୍ତି ।

BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

30. ଡି. ସି. ଜେନେରେଟର୍‌ କାହାକୁ କହନ୍ତି ?
ଉ –
ଯେଉଁ ଜେନେରେଟର୍ ସଳଖ ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ କରେ ସେହି ଜେନେରେଟର୍‌କୁ ଡି.ସି. ଜେନେରେଟର୍ କହନ୍ତି ।

31. ମୁଖ୍ୟ ବିଦ୍ୟୁତ୍ ଯୋଗାଣ ତାର କାହାକୁ କହନ୍ତି ?
ଉ –
ବିଦ୍ୟୁତ୍ ଖୁଣ୍ଟରୁ ଝୁଲନ୍ତା ତାର ବା ମାଟିତଳେ କେବଦ୍ୱାରା ଯେଉଁ ଦୁଇଟି ତାର ଘରକୁ ଆସିଥାଏ । ତାହାକୁ ମୁଖ୍ୟ ବିଦ୍ୟୁତ୍ ଯୋଗାଣ ତାର କୁହାଯାଏ ।

32. ଭୂ-ତାର କାହାକୁ କହନ୍ତି ?
ଉ–
ଘରେ ଫେଜ୍‌ତାର ଓ ନିଉଟ୍ରାଲ ତାର ସାଙ୍ଗକୁ ବ୍ୟବହୃତ ହେଉଥିବା ତୃତୀୟ ତାରକୁ ଭୂ-ତାର କୁହାଯାଏ ।

33. ଫ୍ୟୁଜ୍‌ର କାର୍ଯ୍ୟ ପଦ୍ଧତି ଲେଖ
ଉ-
ଫ୍ୟୁଜ୍ ବିଭିନ୍ନ ଉପକରଣ ଓ ପରିପଥକୁ ଅତ୍ୟଧ୍ଵ ବିଦ୍ୟୁତ୍ ପ୍ରବାହ ଜନିତ କ୍ଷତିରୁ ରକ୍ଷାକରେ ।

34. ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମରେ ବୃଦ୍ଧାଙ୍ଗୁଳି କାହାର ଦିଗ ଦର୍ଶାଏ ।
ଊ–
(i) ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମରେ ବୃଦ୍ଧାଙ୍ଗୁଳି ବିଦ୍ୟୁତ୍ ସ୍ରୋତର ଦିଗ ନିର୍ଦ୍ଦେଶ କରେ ।

35. ବିଦ୍ୟୁତ୍ ପ୍ରବାହିତ ହେଉଥ‌ିବା ପରିପଥ ନିକଟରେ ଏକ କମ୍ପାସ ସୂଚୀ ରଖୁଲେ ତାହାର ବିକ୍ଷେପଣ କାହା ଉପରେ ନିର୍ଭର କରେ ?
ଉ—
ବିଦ୍ୟୁତ୍ ପ୍ରବାହିତ ହେଉଥ‌ିବା ପରିପଥ ନିକଟରେ ଏକ କମ୍ପାସ ସୂଚୀ ରଖୁଲେ ତାହାର ବିକ୍ଷେପଣ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା ଓ ବିଦ୍ୟୁତ୍ ସ୍ରୋତ ଉପରେ ନିର୍ଭର କରେ ।

36. ଏକ ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ସୃଷ୍ଟି ହେଉଥ‌ିବା ଚୁମ୍ବକୀୟ କ୍ଷେତ୍ରର ଦିଗ କେଉଁ ନିୟମଦ୍ୱାରା ଜଣାଯାଏ ?
ଉ–
ଏକ ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ସୃଷ୍ଟି ହେଉଥିବା ଚୁମ୍ବକୀୟ କ୍ଷେତ୍ରର ଦିଗ ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ନିୟମଦ୍ୱାରା ଜଣାଯାଏ ।

37. ଗୋଟିଏ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ପୂର୍ବକୁ ଗତିକରି ଚୁମ୍ବକୀୟ କ୍ଷେତ୍ରଦ୍ୱାରା ଉତ୍ତରକୁ ବିକ୍ଷେପିତ ହେଲେ ଚୁମ୍ବକୀୟ କ୍ଷେତ୍ରର ଦିଗ କେଉଁ ଆଡ଼କୁ ହେବ ?
ଉ –
ଗୋଟିଏ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ପୂର୍ବକୁ ଗତିକରି ଚୁମ୍ବକୀୟ କ୍ଷେତ୍ରଦ୍ଵାରା ଉତ୍ତରକୁ ବିକ୍ଷେପିତ ହେଲେ ଚୁମ୍ବକୀୟ କ୍ଷେତ୍ରର ଦିଗ ତଳଆଡ଼କୁ ହେବ ।

38. ଫ୍ଲେମିଂଙ୍କ ବାମହସ୍ତ ନିୟମ ନିମ୍ନୋକ୍ତ କେଉଁ କ୍ଷେତ୍ରରେ କାର୍ଯ୍ୟକାରୀ ହୁଏ ?
ଊ–
ଫ୍ଲେମିଂଙ୍କ ବାମହସ୍ତ ନିୟମ ବୈଦ୍ୟୁତିକ ମୋଟର କ୍ଷେତ୍ରରେ କାର୍ଯ୍ୟକାରୀ ହୁଏ ।

39. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ବୃଦ୍ଧାଙ୍ଗୁଳି କାହାର ଦିଗ ସୂଚିତ କରେ ?
ଉ–
ଫ୍ଲେମିଂଙ୍କ ବାମହସ୍ତ ନିୟମରେ ବୃଦ୍ଧାଙ୍ଗୁଳି ପରିବାହୀର ଗତିର ଦିଗ ସୂଚିତ କରେ ।

40. ମୋଟର୍ ଘୂର୍ଣ୍ଣନ ବେଗ କାହା ଉପରେ ନିର୍ଭର କରେ ନାହିଁ ?
ଉ –
ମୋଟର୍ ଘୂର୍ଣ୍ଣନ ବେଗ ବିଦ୍ୟୁତ୍ ପ୍ରବାହର ଦିଗ ଉପରେ ନିର୍ଭର କରେ ନାହିଁ ।

F ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

1. ଦକ୍ଷିଣହସ୍ତର ବୃଦ୍ଧାଙ୍ଗୁଳି ନିୟମ : ଚୁମ୍ବକୀୟ କ୍ଷେତ୍ରର ଦିଗ :: ଫ୍ଲେମିଂଙ୍କ ବାମହସ୍ତ ନିୟମର ତର୍ଜନୀ : …………………… |
2. ବିଦ୍ୟୁତ୍ ସ୍ରୋତଜନିତ ଚୁମ୍ବକୀୟକ୍ଷେତ୍ର : ଓର୍‌ଷ୍ଟେଡ୍ :: ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ : …………………… |
3. ବିଦ୍ୟୁତ୍ ଶକ୍ତିକୁ ଯାନ୍ତ୍ରିକ ଶକ୍ତି : ମୋଟର୍‌ :: ଯାନ୍ତ୍ରିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି : …………………….. |
4. ବିଦ୍ୟୁତ୍ ପ୍ରବାହର ଦିଗ : ମଧ୍ୟମା :: ବଳର ଦିଗ ………………………….. |
5. ଡି.ସି. ଜନିତ୍ର : ସଳଖ ବିଦ୍ୟୁତ୍ :: ଏ.ସି. ଜନିତ୍ର : ……………….. |
6. ଡି.ସି. ଜେନେରେଟର୍ : ବିଖଣ୍ଡିତ ବଳୟ :: ଏ.ସି. ଜନିତ୍ର : …………………… |
7. ଫ୍ଲେମିଂଙ୍କ ବାମହସ୍ତ ନିୟମ : ମୋଟର୍ :: ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମ: …………………. |
8. ସିଧା ତାର : ସମକୈନ୍ଦ୍ରିକ ବୃତ୍ତାକାର ବଳରେଖା :: ତାର କୁଣ୍ଡଳୀ ……………….. |
9. ସଳଖ ବିଦ୍ୟୁତ୍ ସ୍ରୋତ : ଏକଦିଗ :: ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ : ……………………… |
10. ଫେଜ୍‌ର : ଲାଲ୍ :: ନିଉଟ୍ରାଲ ତାର : ……………….. |
11. ଘରର ବିଦ୍ୟୁତ୍ ଉପକରଣ : ସମାନ୍ତରାଳ ସଂଯୋଗ :: ବିବାହ ଉତ୍ସବରେ ରଙ୍ଗିନ୍ ବଲ୍‌ବ : ………………… |
12. ଗିଜର : 15A :: ବିଦ୍ୟୁତ୍ ବଲ୍ସବ : …………………….. |
13. ଲାଇଭ ଲାଇନ୍ : ପଜିଟିଭ :: ନିଉଟ୍ରାଲ ଲାଇନ୍ : …………………… |
14. AC ପରିବହନ : କମ୍ ଖର୍ଚ୍ଚ : DC ପରିବହନ : …………………… |
15. ସଳଖ ବିଦ୍ୟୁତ୍ : DC ଜେନେରେଟର :: ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ …………………… |
16. ଅଙ୍ଗାରକ ବ୍ରଶ : B1B2 :: ସ୍କ୍ରିପ୍ ବଳୟ : ……………………… |
17. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମରେ ମଧ୍ୟମା : ପ୍ରେରିତ ବିଦ୍ୟୁତ୍ ପ୍ରବାହ :: ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମରେ ମଧ୍ୟମା : ……………………. |
18. ଆଲସାନ୍ଦ୍ରୋ ଭୋଲ୍‌ଟା : ପ୍ରଥମ ମନୁଷ୍ୟକୃତ ବିଦ୍ୟୁତ୍ ଉତ୍ସ :: ମାଇକେଲ୍ ଫାରାଡେ : ………………….. |
19. ମାଇକେଲ୍ ଫାରାଡ଼େ : 1831 :: ଆସାନ୍ଦ୍ରା ଭୋଲ୍‌ଟା : ………………….. |
20. ଚୁମ୍ବ ବାହାରେ : ଉତ୍ତରରୁ ଦକ୍ଷିଣ :: ଚୁମ୍ବକ ଭିତରେ : ………………. |
21. କ୍ଷେତ୍ରରେଖାଗୁଡ଼ିକ ଲାଗିଲାଗି : ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଅଧିକ :: କ୍ଷେତ୍ରରେଖାଗୁଡ଼ିକ ମଧ୍ୟରେ ଦୂରତା ଅଧ୍ଵ : …………………… |
22. ସମମେରୁ : ବିକର୍ଷଣ :: ବିଷମ ମେରୁ : …………………….. |
23. ଡି.ସି. ଜେନେରେଟର୍ : ବିଖଣ୍ଡିତ ବଳୟ :: ଏ.ସି. ଜେନେରେଟର୍‌ : …………………….. |
24. ବିଦ୍ୟୁତ୍ ପ୍ରବାହର ଦିଗ : ମଧମ :: ବଳର ଦିଗ : ………………….. |
25. ଡି.ସି. ଜନିତ୍ର : ସଳଖ ବିଦ୍ୟୁତ୍ ସ୍ରୋତ :: ଏ.ସି. ଜନିତ୍ର : ……………. |
26. କମ୍ୟୁଟେଟ୍‌ର : ବିଖଣ୍ଡିତ ବଳୟ :: ଆର୍ମେଚର୍‌ : ………………………… |
27. ସଳଖ ବିଦ୍ୟୁତ୍ ସ୍ରୋତ : ଏକ ଦିଗ :: ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ପ୍ରବାହ : …………………… |

Answer:
1. ଚୁମ୍ବକୀୟ କ୍ଷେତ୍ରର ଦିଗ
2. ଫାରାଡ଼େ
3. ଜେନେରେଟର
4. ବୃଦ୍ଧାଙ୍ଗୁଳି
5. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍
6. ସ୍କ୍ରିପ୍ରବଳୟ
7. ଜେନେରେଟର
8. ଦଣ୍ଡ ଚୁମ୍ବକର ବଳରେଖା ସଦୃଶ
9. ପ୍ରତ୍ୟେକ ଅର୍ଶଘୂର୍ଣ୍ଣନରେ ଦିଗ ପରିବର୍ତ୍ତନ
10. କଳା
11. ପଙ୍‌କ୍ତି ସଂଯୋଗ
12. 5 A
13. ନେଗେଟିଭ
14. ଅଧ୍ବକ ଖର୍ଚ୍ଚ
15. A.C. ଜେନେରେଟର୍‌
16. R1R2
17. ବିଦ୍ୟୁତ୍ ପ୍ରବାହର ଦିଗ
18. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ
19. 1800
20. ଦକ୍ଷିଣରୁ ଉତ୍ତର
21. ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ କମ୍
24. ବୃଦ୍ଧାଙ୍ଗୁଳି
22. ଆକର୍ଷଣ
23. ସ୍କ୍ରିପ୍ ବଳୟ
25. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ
26. ତାରକୁଣ୍ଡଳୀ
27. ପ୍ରତ୍ୟେକ ଅର୍ଥ ଘୂର୍ଣ୍ଣନ ଦିଗର ପରିବର୍ତ୍ତନ

BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

SUBJECTIVE TYPE QUESTIONS WITH ANSWERS

1. A.C. ଓ D.C. କହିଲେ କ’ଣ ବୁଝ ? D.C. ଅପେକ୍ଷା A.C. କାହିଁକି ଅଧ୍ବକ ଉପଯୋଗୀ ? A.C. ଜେନେରେଟର ଓ D.C. ଜେନେରେଟର ମଧ୍ଯରେ ପାର୍ଥକ୍ୟ ଦର୍ଶାଅ । 2kWର ଏକ ହିଟର ପାଇଁ 10A ଫ୍ୟୁଜ୍ ବ୍ୟବହୃତ ହୁଏ ଏବଂ 220V ବିଦ୍ୟୁତ୍ ବିଭବାନ୍ତର ପରିପଥ ସହ ସଂଯୁକ୍ତ ହେଲେ ଫ୍ୟୁଜ୍ ତରଳିବ କି ନାହିଁ ବୁଝାଅ ।
ଉ –

  • A.C.– ଯେଉଁ ବିଦ୍ୟୁତ୍ ଏକ ନିର୍ଦ୍ଦିଷ୍ଟ ଅନ୍ତରରେ ଦିଗ ବଦଳାଏ ତାହାକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁସ୍ରୋତ ବା A.C. କ ହନ୍ତି ।
    D.C. – ଯେଉଁ ବିଦ୍ୟୁତ ସ୍ରୋତ ଆଦୌ ଦିଗ ବଦଳାଏ ତାକୁ D.C. କହନ୍ତି ।
  • ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ବା A.C. ଘରୋଇ ବ୍ୟବହାର ପାଇଁ ଅଧିକ ଉପଯୋଗୀ । ଦୂରସ୍ଥାନକୁ ଏ.ସି. ପରିବହନରେ ଡି.ସି. ପରିବହନ ତୁଳନାରେ କମ୍ ଶକ୍ତି ନଷ୍ଟ ହୁଏ ।

A.C. ଜେନେରେଟର ଓ D.C. ଜେନେରେଟର ମଧ୍ୟରେ ପାର୍ଥକ୍ୟ :

  • A.C. ଜେନେରେଟରରେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ଉତ୍ପନ୍ନ ହେଉଥ‌ିବାବେଳେ D.C. ଜେନେରେଟରରେ ସଳଖ ବିଦ୍ୟୁତ୍ ଉତ୍ପନ୍ନ ହୁଏ ।
  • A.C. ଜେନେରେଟରରେ ରିଙ୍ଗ ବଳୟ ବ୍ୟବହୃତ ହେଲାବେଳେ D.C ଜେନେରେଟରରେ ବିଖଣ୍ଡିତ ବଳୟ ବା କମ୍ୟୁଟେଟରରେ ବ୍ୟବହୃତ ହୁଏ ।
  • A.C. ଜେନେରେଟରରୁ ଉତ୍ପନ୍ନ ବିଦ୍ୟୁତ୍ ସ୍ରୋତ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିଗ ପରିବର୍ତ୍ତନ କରୁଥିବାବେଳେ D.C. ଜେନେରେଟରରୁ ଉତ୍ପନ୍ନ ବିଦ୍ୟୁତ୍ ସ୍ରୋତର ଦିଗ ନିର୍ଦ୍ଦିଷ୍ଟ ଥାଏ ।
  • ଦୂରସ୍ଥାନକୁ A.C. ପରିବହନରେ D.C. ଅପେକ୍ଷା କମ୍ ଶକ୍ତି ନଷ୍ଟ ହୁଏ ।
    P = 2kW = 2000 W, V = 220 V
    P = VI, I = \(\frac { P }{ V }\) = \(\frac { 2000 }{ 220 }\) = 9.09 A
    ∴ ଫ୍ୟୁଟି ତରଳିବ ନାହିଁ ।

2. ଭୂ-ତାର କ’ଣ ? ପରିପଥ ସଂଯୋଗ ପ୍ରଣାଳୀ କ’ଣ ଲେଖ । ଫ୍ୟୁଜ୍ ଲଘୁପଥନ ଓଭରଲୋଡ କ’ଣ ବୁଝାଅ । ଏକ ଗୃହ ବିଦ୍ୟୁତ୍ ପରିପଥର ଚିତ୍ର ଅଙ୍କନ କର ।
ଉ –

  • ଏହା ସବୁଜ ବର୍ଣ୍ଣର ବିଦ୍ୟୁତ୍‌ରୋଧୀ ଦ୍ଵାରା ଆଚ୍ଛାଦିତା |
  • ଏହାର ଗୋଟିଏ ପ୍ରାନ୍ତ ଏକ ଧାତବ ଫଳକ ସହ ସଂଯୁକ୍ତ ହୋଇଥାଏ, ଯାହା ଘର ବାହାରେ ମାଟିରେ ଗହୀରେଇ ପୋତି ଦିଆଯାଏ । ଅନ୍ୟପ୍ରାନ୍ତଟି ବିଦ୍ୟୁତ୍ ଉପକରଣ ଧାତବ ଖୋଳ ସହ ଯୋଡ଼ି ଦିଆଯାଏ ।
  • ଯଦି କେତେବେଳେ ବିଦ୍ୟୁତ୍ ସ୍ରୋତ ଲିକ୍ କରି ଧାତବ ଖୋଳକୁ ଚାଲି ଆସେ ତାହା ଭୂ-ତାର ଯୋଗେ ମାଟିକୁ ଚାଲିଯାଏ ଏବଂ ଧାତବ ଉପକରଣକୁ ଛୁଇଁଲେ ବିଦ୍ୟୁତ୍ ଆଘାତ ଲାଗେ ନାହିଁ । ଏହି କାରଣରୁ ବୈଦ୍ୟୁତିକ ଇସ୍ତ୍ରୀ, ଟୋଷ୍ଟର, ରେଫ୍ରିଜେରେଟର ଆଦି ଉପକରଣ ଧାତବ ଖୋଳକୁ ଭୂ-ତାର ସଂଲଗ୍ନ କରାଯାଇଥାଏ ।

ପରିପଥ ସଂଯୋଗ ପ୍ରଣାଳୀ

  • ପ୍ରତି ପରିପଥରେ ପୃଥକ୍ ଭାବେ ବିଭିନ୍ନ ବିଦ୍ୟୁତ୍ ଉପକରଣ ଲାଇଭ ଓ ନିଉଟ୍ରାଲ ତାର ମଧ୍ଯରେ ସଂଯୋଗ କରାଯାଏ ।
  • ପ୍ରତି ଉପକରଣ ପାଇଁ ଏକ ସ୍ବତନ୍ତ୍ର (ON/OFF) ସୁଇଚ୍ ରହିଥାଏ । ଏହା ସାହାଯ୍ୟରେ ଉପକରଣକୁ ବିଦ୍ୟୁତ୍ ଯୋଗାଣ କରାଯାଏ ବା ବନ୍ଦ କରାଯାଏ ।
  • ସବୁ ଉପକରଣ ପାଇଁ ସମାନ ବିଦ୍ୟୁତ୍ ବିଭବାନ୍ତର ରଖୁବା ସକାଶେ ସେଗୁଡ଼ିକର ସମାନ୍ତରାଳ ସଂଯୋଗ କରାଯାଏ ।
    BSE Odisha 10th Class Physical Science Important Questions Chapter 9 img-4

3. ସଲେନଏଡ୍ କ’ଣ ? ଚିତ୍ର ସହ ସଲେନଏଡ଼ରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ରର ପ୍ରକୃତି ଲେଖ । ଚୁମ୍ବକୀୟ କ୍ଷେତ୍ରର ପରିମାଣ କାହା ଉପରେ ନିର୍ଭର କରେ ? ବିଦ୍ୟୁତ୍ ଚୁମ୍ବକ କାହାକୁ କହନ୍ତି ?
ଉ –
ସଲେନଏଡ୍ : ବିଦ୍ୟୁତ୍ ରୋଧୀ ଆବରଣଯୁକ୍ତ ତମ୍ବାତାରରୁ ତିଆରି ବହୁ ବୃତ୍ତାକାର ଘେର ବିଶିଷ୍ଟ କୁଣ୍ଡଳୀକୁ ସଲେନଏଡ୍ କୁହାଯାଏ ।

ପ୍ରକୃତି :

  • ସଲେନଏଡ଼ରେ ବିଦ୍ୟୁତ୍ ପ୍ରବାହିତ ହେଲେ ଏହା ଏକ ଦଣ୍ଡ ଚୁମ୍ବକ ପରି କାର୍ଯ୍ୟ କ
  • ବିଦ୍ୟୁତ୍ ରୋଧୀ ସଲେନଏଡ୍ ଗୋଟିଏ ପ୍ରାନ୍ତ ଚୁମ୍ବକୀୟ ଉତ୍ତର ମେରୁ ଓ ଅନ୍ୟପ୍ରାନ୍ତଟି ଦକ୍ଷିଣ ମେରୁ ଭଳି କାର୍ଯ୍ୟକରେ ।
  • ସଲେନଏଡ୍ ଭିତରପଟର ସବୁଠାରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଦିଗ ସମାନ ।

BSE Odisha 10th Class Physical Science Important Questions Chapter 9 img-5

ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା :

  • ପରିବାହୀରେ ବିଦ୍ୟୁତ୍ ସ୍ରୋତର ପରିମାଣ ବଢ଼ିଲେ ସମ୍ପୃକ୍ତ ଚୁମ୍ବକୀୟ କ୍ଷେତ୍ରର ପରିମାଣ ବଢ଼େ ।
  • ଗୋଟିଏ କୁଣ୍ଡଳୀରେ n ସଂଖ୍ୟକ ଘର ରହିଲେ ନିର୍ଦ୍ଦିଷ୍ଟ ବିଦ୍ୟୁତ ସ୍ରୋତ ପାଇଁ ଚୁମ୍ବକୀୟ ପରିମାଣ ଘେର ତୁଳନାରେ n ଗୁଣ ହେବ ।

ବିଦ୍ୟୁତ୍ ଚୁମ୍ବକ :

ନରମ ଲୁହାଭଳି ଚୁମ୍ବକୀୟ ବସ୍ତୁଟିଏ ସଲେନଏଡ୍ ଭିତରେ ରଖିଲେ ସଲେନଏଡ୍‌ର ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ ତାହା ଚୁମ୍ବକରେ ପରିଣତ ହୁଏ । ଏ ପ୍ରକାର ଚୁମ୍ବକତ୍ଵକୁ ବିଦ୍ୟୁତ୍ ଚୁମ୍ବକ କହନ୍ତି ।

4. ଗୋଟିଏ ବୈଦ୍ୟୁତିକ ମୋଟର୍‌ର ନାମାଙ୍କିତ ଚିତ୍ର ଅଙ୍କନ କରି ଏହାର ନିୟମ ଓ କାର୍ଯ୍ୟପ୍ରଣାଳୀ ବୁଝାଅ । କିମ୍ବା, ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁସାରେ ମୋଟର୍ କିପରି କାର୍ଯ୍ୟ କରେ ନାମାଙ୍କିତ ଚିତ୍ର ସହ ବର୍ଣ୍ଣନା କର ।
ଉ –
ବୈଦ୍ୟୁତିକ ମୋଟର୍ ଏକ ଘୂର୍ଣାୟମାନ ଯନ୍ତ୍ର । ଏହା ବିଦ୍ୟୁତ୍ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ରୂପାନ୍ତରିତ କରେ ।

ନିୟମ – ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ଉପରେ ମୋଟର୍ ପର୍ଯ୍ୟବସିତ ପର୍ଯ୍ୟବସିତ । ଗୋଟିଏ ଆୟତଘନାକାର ବିଦ୍ୟୁତ୍ ପ୍ରବାହୀ ପରିବାହୀକୁ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ରଖିଲେ ଉଭୟ ଚୁମ୍ବକୀୟ କ୍ଷେତ୍ର ଓ ବିଦ୍ୟୁତପ୍ରବାହୀ ପରିବାହୀ ପରସ୍ପରକୁ ପ୍ରଭାବିତ କରନ୍ତି । ଫଳରେ ପରିବାହୀ ଉପରେ ଏକ ବଳ କାର୍ଯ୍ୟକାରୀ ହୋଇଥାଏ । ଏହି ବଳ ପ୍ରଭାବରେ ପରିବାହୀଟି ଗତିଶୀଳ ହୋଇଥାଏ ।

BSE Odisha 10th Class Physical Science Important Questions Chapter 9 img-6
କାର୍ଯ୍ୟପ୍ରଣାଳୀ :

  • ବ୍ୟାଟେରୀରୁ ବିଦ୍ୟୁତ୍ ସ୍ରୋତ ବ୍ରଶ X ମାଧ୍ୟମରେ କୁଣ୍ଡଳୀ ABCD ମଧ୍ୟରେ ପ୍ରବେଶ କରେ ଓ Y ମାଧ୍ଯମରେ କୁଣ୍ଡଳୀ ମଧ୍ୟରୁ ପ୍ରସ୍ଥାନ କରିଥାଏ ।
  • ବିଦ୍ୟୁତ୍ ସ୍ରୋତ ବାହୁ AB ରେ A ରୁ B ଆଡ଼କୁ ଓ ବାହୁ CD ରେ C ରୁ D ଆଡ଼କୁ ପ୍ରବାହିତ ହୋଇଥାଏ ।
  • ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁସାରେ AB ଉପରେ କାର୍ଯ୍ୟକାରୀ ହେଉଥ‌ିବା ବଳ ଏହାକୁ ତଳଆଡ଼କୁ ଠେଲୁଥିବାବେଳେ CD ଉପରେ କାର୍ଯ୍ୟକାରୀ ହେଉଥ‌ିବା ବଳ ଏହାକୁ ଉପରକୁ ଠେଲିଥାଏ ।
  • କୁଣ୍ଡଳୀ ଓ ଅଖ ଗୋଟିଏ ଅକ୍ଷ ଚାରିପଟେ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଘୂରିଥାଏ ।
  • ଅର୍ଶଘୂର୍ଣ୍ଣନ ହେବା ପରେ ( ବ୍ରଶ X ସହ ଓ P ବ୍ରଶ Y ସହ ଲାଗିବ ।
  • କୁଣ୍ଡଳୀରେ ବିଦ୍ୟୁତ୍ ସ୍ରୋତର ଦିଗ ବିପରୀତ ହୋଇ DCBA ଦିଗରେ ପ୍ରବାହିତ ହୋଇଥାଏ ।
  • (vii) ବିଦ୍ୟୁତ୍ ସ୍ରୋତର ଦିଗର ପରିବର୍ତ୍ତନ AB ଓ CD ଉପରେ କାର୍ଯ୍ୟକାରୀ ହେଉଥ‌ିବା ବଳର ଦିଗ ପରିବର୍ତ୍ତନ କରେ । ପୂର୍ବରୁ ତଳକୁ ଯାଉଥବା AB ବର୍ତ୍ତମାନ ଉପରକୁ ଉଠିବ ଏବଂ ପୂର୍ବରୁ ଉପରକୁ ଉଠୁଥ‌ିବା CD ବର୍ତ୍ତମାନ ତଳକୁ ଖସିବ ।
  • (viii) କୁଣ୍ଡଳୀ ଓ ଅଖ ଏକାଦିଗରେ ଆଉ ଏକ ଅର୍ଶଘୂର୍ଣ୍ଣନ କରିବ ।
  • (ix) ପ୍ରତି ଅର୍ଶଘୂର୍ଣ୍ଣନ ପରେ ବିଦ୍ୟୁତ୍ ସ୍ରୋତ ଦିଗ ବଦଳି ଚାଲିବ ଏବଂ କୁଣ୍ଡଳୀ ଓ ଅଖ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଅନବରତ ଘୂରିଚାଲିବ ।
  • (x) ଯେଉଁ ଯନ୍ତ୍ରକୁ ଘୂରାଇବା ଆବଶ୍ୟକ ତାକୁ ଅଖ ସହିତ ସଂଯୁକ୍ତ କରି ଦିଆଯିବ ।

ଅତିସଂଯିପ୍ର ଉତ୍ତରମ୍ଜଲକ ପ୍ରଣ୍ଟୋତ୍ତର

1. ଏକ ପରୀକ୍ଷା ମାଧ୍ୟମରେ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ସଂକ୍ଷେପରେ ବୁଝାଅ ।
ଉ –
ପରୀକ୍ଷା :
BSE Odisha 10th Class Physical Science Important Questions Chapter 9 img-7

  • ଖଣ୍ଡିଏ ସଳଖ ମୋଟା ତମ୍ବାତାର ନେଇ ଗୋଟିଏ ବିଦ୍ୟୁତ୍ ପରିପଥର ଦୁଇ ବିନ୍ଦୁ X ଓ Y ମଧ୍ୟରେ ରଖ । ଏହା କାଗଜର ପୃଷ୍ଠତଳ ସହ ଲମ୍ବ ଭାବରେ ରହୁ।
  • କାଗଜ ଉପରେ ଗୋଟିଏ ଛୋଟ କମ୍ପାସ ତାର ପାଖାପାଖୁ ରଖ । କମ୍ପାସ ସୂଚୀର ଅବସ୍ଥିତି ଲକ୍ଷ୍ୟ କରାଯାଉ ।
  • ପରିପଥ ମୁଦିତ କରି ସେଥ‌ିରେ ବିଦ୍ୟୁତ୍ ପ୍ରବାହ କରାଯାଉ ।

ପର୍ଯ୍ୟବେକ୍ଷଣ : ପରିପଥରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ କମ୍ପାସ ସୂଚୀର ବିକ୍ଷେପ ହେବ ।

ସିଦ୍ଧାନ୍ତ :
ପରିପଥରେ ବିଦ୍ୟୁତ ପ୍ରବାହ ଯୋଗୁଁ ସୂଚୀ ବିକ୍ଷେପ ହେଉଛି । ତମ୍ବାତାରରେ ବିଦ୍ୟୁତ ପ୍ରବାହ ଯୋଗୁଁ ତାହା ଚୁମ୍ବକ ଭଳି କାର୍ଯ୍ୟ କରୁଛି ।

2. ବୃତ୍ତାକାର ପରିବାହୀରେ ବିଦ୍ୟୁତ୍ ସ୍ରୋତଜନିତ ଚୁମ୍ବକୀୟ କ୍ଷେତ୍ର କିପରି ସୃଷ୍ଟି ହୁଏ ବୁଝାଅ ।
ଉ –

  • ବୃତ୍ତାକାର ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଚୁମ୍ବକୀୟ
  • ବଳରେଖାଗୁଡ଼ିକ ଏକାଦିଗରେ ଊର୍ଦ୍ଧ୍ୱମୁଖୀ ଅଟନ୍ତି ।
  • ବୃତ୍ତାକାର ପରିବାହୀର କେନ୍ଦ୍ର ନିକଟରେ ଚୁମ୍ବକୀୟ କ୍ଷେତ୍ରରେଖାଗୁଡ଼ିକ
  • କୁଣ୍ଡଳୀ କେନ୍ଦ୍ରରେ ଚୁମ୍ବକୀୟ କ୍ଷେତ୍ରରେଖାଗୁଡ଼ିକ ସମତଳ କୁଣ୍ଡଳୀର
  • କୁଣ୍ଡଳୀରେ ବିଦ୍ୟୁତ୍ ସ୍ରୋତର ପରିମାଣ ବୃଦ୍ଧି ହେଲେ କିମ୍ବା ଘେରସଂଖ୍ୟା ବୃଦ୍ଧି ହେଲେ କୁଣ୍ଡଳୀର ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ବଢ଼ିବ ।
  • କୁଣ୍ଡଳୀର ବ୍ୟାସାର୍ଦ୍ଧ ବୃଦ୍ଧି ହେଲେ ଚୁମ୍ବକୀୟ କ୍ଷେତ୍ର ହ୍ରାସ ପାଏ ।

BSE Odisha 10th Class Physical Science Important Questions Chapter 9 img-8

3. ସଲେନଏଡ଼ରେ ବିଦ୍ୟୁତ୍ ସ୍ରୋତଜନିତ ଚୁମ୍ବକୀୟ କ୍ଷେତ୍ର କିପରି ସୃଷ୍ଟି ହୁଏ ବୁଝାଅ ।
ଉ –

  • ସଲେନଏଡ୍ ହେଉଛି ବିଦ୍ୟୁତ୍‌ଧୀ ଆବରଣଯୁକ୍ତ ତମ୍ବାତାର ନିର୍ମିତ ବହୁ ବୃତ୍ତାକାର ଘେର ବିଶିଷ୍ଟ ଏକ କୁଣ୍ଡଳୀ ।
  • ସଲେନଏଡ଼ରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ତାହା ଏକ ଦଣ୍ଡ ଚୁମ୍ବକ ପରି କାର୍ଯ୍ୟ କରେ । ଗୋଟିଏ ପ୍ରାନ୍ତ ଚୁମ୍ବକୀୟ ଉତ୍ତର ମେରୁ ଓ ଅନ୍ୟ ପ୍ରାନ୍ତ ଦକ୍ଷିଣ ମେରୁ ଭଳି ଆଚରଣ କରେ ।
  • ସଲେନଏଡ୍‌ର ଭିତରପଟେ ସବୁଠାରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଦିଗ ସମାନ ।
  • ସଲେନଏଡ୍‌ରେ ବିଦ୍ୟୁତ୍ର ପରିମାଣ କିମ୍ବା ଘେରସଂଖ୍ୟା ବୃଦ୍ଧି ପାଇଲେ ଏହାର ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା ବୃଦ୍ଧି ପାଏ ।
  • ନରମ ଲୁହା ଭଳି ଚୁମ୍ବକୀୟ ବସ୍ତୁଟିଏ ସଲେନଏଡ୍ ଭିତରେ ରଖିଲେ ସଲେନଏଡ୍‌ର ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ ତାହା ଚୁମ୍ବକରେ ପରିଣତ ହୁଏ । ଏ ପ୍ରକାର ଚୁମ୍ବକକୁ ବିଦ୍ୟୁତ୍ ଚୁମ୍ବକ କହନ୍ତି ।

4. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତର ସୁବିଧାଗୁଡ଼ିକ ଲେଖ ।
ଉ –

  • କମ୍ୟୁଟେଟର ସାହାଯ୍ୟରେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତକୁ ସଳଖ ବିଦ୍ୟୁତ୍ ସ୍ରୋତରେ ପରିଣତ କରାଯାଇପାରିବ ।
  • A.C. ଉପକରଣ ଅଧୂକ ଦିନ ସ୍ଥାୟୀ ରହିଥାଏ ।
  • A.C. ପରିବହନରେ କମ୍ ଖର୍ଚ୍ଚ ହେବ ।
  • ଭୋଲ୍ଟେଜ୍ ରୂପାନ୍ତରଣ ସହଜ ହୋଇଥିବାରୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍‌କୁ ଭିନ୍ନ ଭିନ୍ନ ଭୋଲ୍ଟେଜ୍‌ରେ ବ୍ୟବହାର କରାଯାଇପାରିବ ।

BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

5. ରାସ୍ତାରେ ଥ‌ିବା ବିଦ୍ୟୁତ୍ ଖୁଣ୍ଟରୁ ଗୃହର ବିଭିନ୍ନ କୋଠରିକୁ ବିଦ୍ୟୁତ୍ ଯୋଗାଣ କିପରି କରାଯାଏ ବର୍ଣ୍ଣନା କର ।
ଉ –

  • ବିଦ୍ୟୁତ୍ ଖୁଣ୍ଟରୁ ଝୁଲନ୍ତା ତାର ବା ମାଟିତଳ କେବୁଲ୍‌ଦ୍ୱାରା ଦୁଇଟି ତାର ଘରକୁ ଆସିଥାଏ । ଏହାକୁ ମୁଖ୍ୟ ବିଦ୍ୟୁତ୍ ଯୋଗାଣ ତାର କୁହାଯାଏ ।
  • ସେଥିମଧ୍ୟରୁ ଗୋଟିଏ ଲାଲ୍ ରଙ୍ଗର ବିଦ୍ୟୁତ୍‌ରୋଧୀ ଏବଂ ଅନ୍ୟଟି କଳାରଙ୍ଗର ବିଦ୍ୟୁତରୋଧୀ ଆବରଣ ଥିବା ତାର । ତାରଦ୍ଵୟକୁ ଯଥାକ୍ରମେ ଫେଜ ଲାଇନ୍ ଓ ନିଉଟ୍ରାଲ ଲାଇନ୍ କହନ୍ତି ।
  • ଗୋଟିଏ ମୁଖ୍ୟ ଫ୍ୟୁଜ୍ ଜରିଆରେ ଲାଇଭ୍ ଓ ନିଉଟ୍ରାଲ ତାର ଦୁଇଟି ଘରକାନ୍ଥରେ ଲାଗିଥିବା ୱାଟ୍ ମିଟର ବୋର୍ଡ଼କୁ ଆସେ ।
  • ୱାଟ୍ ମିଟରରୁ ଲାଇଭ ଓ ନିଉଟ୍ରାଲ୍ ତାର ଦୁଇଟି ବଣ୍ଟନ ବାକ୍ସକୁ ଯାଇଥାଏ । ବଣ୍ଟନ ବାକ୍ସରେ ଲାଇଭ୍ ତାରରେ ଫ୍ୟୁଜ୍ ଲାଗିଥାଏ ।
  • ୱାଟ୍ ମିଟରରୁ ତାର ଦୁଇଟି ଘର ଭିତରେ ଥ‌ିବା ବିଭିନ୍ନ ବିଦ୍ୟୁତ୍ ପରିପଥକୁ ବିଦ୍ୟୁତ୍ ଯୋଗାଏ ।
  • ବଣ୍ଟନ ବାକ୍ସରେ ଫ୍ୟୁଜ୍ ଓ ନିରାପତ୍ତା ବ୍ୟବସ୍ଥା ପାଇଁ ଆର୍ଥି କରାଯାଇଥାଏ ।

6. ପରିବାହୀରେ ବିଦ୍ୟୁତ୍ ପ୍ରବାହ ହେତୁ ସୃଷ୍ଟ ଚୁମ୍ବକୀୟ କ୍ଷେତ୍ରରେ ଦିଗ ବିଦ୍ୟୁତ୍ ପ୍ରବାହର ଦିଗ ଉପରେ ନିର୍ଭର କରେ । ଏହାକୁ କିପରି ପ୍ରମାଣ କରିବ ?
ଉ –
ପରୀକ୍ଷଣ ଓ ପର୍ଯ୍ୟବେକ୍ଷଣ :

  • ଖଣ୍ଡିଏ ଲମ୍ବା ଓ ସଳଖ ତମ୍ବାତାର, ଦୁଇଟି କିମ୍ବା ତିନୋଟି 1.5 V ସେଲ୍, ଗୋଟିଏ ପ୍ଲଗ୍ କି’କୁ ପଙ୍‌କ୍ତିରେ ସଂଯୋଗ କରାଯାଉ ।
    BSE Odisha 10th Class Physical Science Important Questions Chapter 9 img-9
  • ସଳଖ ତାର ସହ ସମାନ୍ତର କରି ଏକ ଛୋଟ କମ୍ପାସ୍ ରଖାଯାଉ । ବର୍ତ୍ତମାନ ପ୍ଲଗ୍ କିକୁ ବନ୍ଦକରି ପରିପଥରେ ବିଦ୍ୟୁତ୍ ପ୍ରବାହ କରାଯାଉ । ବର୍ତ୍ତମାନ କମ୍ପାସ୍ ସୂଚୀର ଉତ୍ତର ମେରୁ ପୂର୍ବଆଡ଼କୁ ବିକ୍ଷେପିତ ହେବ ।
  • ବର୍ତମାନ ସେଲ୍‌ଗୁଡ଼ିକର ଅଗ୍ର ବଦଳାଇ ପରିପଥରେ ବିଦ୍ୟୁତ୍ ପ୍ରବାହ ବିପରୀତ ଦିଗରେ ଅର୍ଥାତ୍‌ ପରିପଥରେ ବିଦ୍ୟୁତ୍ ପ୍ରବାହ ଦକ୍ଷିଣରୁ ଉତ୍ତରକୁ କରାଯାଉ । ବର୍ତ୍ତମାନ କମ୍ପାସ୍ ସୂଚୀର ଉତ୍ତର ମେରୁ ପଶ୍ଚିମକୁ ବିକ୍ଷେପିତ ହେବ ।

ସିଦ୍ଧାନ୍ତ : ଉପରୋକ୍ତ ପରୀକ୍ଷଣରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ପରିପଥରେ ବିଦ୍ୟୁତ୍ ସ୍ରୋତର ଦିଗ ବଦଳିଲେ ଚୁମ୍ବକୀୟ କ୍ଷେତ୍ରର ଦିଗ ମଧ୍ୟ ବଦଳିବ ।

7. ମୋଟରରେ ବିଖଣ୍ଡିତ ବଳୟର କାର୍ଯ୍ୟ କ’ଣ ଲେଖ ।
ଉ –

ବିଖଣ୍ଡିତ ବଳୟର କାର୍ଯ୍ୟ :

  • ଯେଉଁ ଉପକରଣଟି ପରିପଥରେ ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ କରିଥାଏ, ତାହାକୁ କମ୍ୟୁଟେଟ୍‌ ବା ବିଖଣ୍ଡିତ ବଳୟ କହନ୍ତି । ମୋଟରରେ ବିଖଣ୍ଡିତ ବଳୟ କମ୍ୟୁଟେଟ୍‌ର ଭାବରେ କାର୍ଯ୍ୟ କରିଥାଏ ।
  • ବିଦ୍ୟୁତ୍ ସ୍ରୋତର ଦିଗରେ ପରିବର୍ତ୍ତନ AB ଓ CD ଉପରେ କାର୍ଯ୍ୟକାରୀ ହେଉଥ‌ିବା ବଳର ଦିଗ ପରିବର୍ତ୍ତନ କରେ । ଫଳରେ ପୂର୍ବରୁ ତକକୁ ଯାଇଥବା AB ଉପରକୁ ଉଠିବ ଏବଂ ପୂର୍ବରୁ ଉପରକୁ ଉଠିଥିବା CD ତଳକୁ ଖସିବ ।
  • ତେଣୁ କୁଣ୍ଡଳୀ ଓ ଅଖ ଏକାଦିଗରେ ଆଉ ଏକ ଅର୍ଦ୍ଧ ଘୂର୍ଣ୍ଣନ କରିବ । ପ୍ରତି ଅର୍ଦ୍ଧ ଘୂର୍ଣ୍ଣନ ପରେ ବିଦ୍ୟୁତ୍ ସ୍ରୋତର ଦିଗ ବଦଳି ଚାଲିବ । କୁଣ୍ଡଳୀ ଓ ଅଖ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଅନବରତ ଘୂରି ଚାଲିବ ।

ସଂକ୍ଷିପ୍ତ ଭତ୍ତରମୂଳକ ପ୍ରଶ୍ନୋତ୍ତର

1. ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମ ଓ କର୍କ ସ୍କୃ ନିୟମରୁ ଚୁମ୍ବକୀୟ କ୍ଷେତ୍ରର ଦିଗ କିପରି ଜାଣିବ ?
ଉ –
(i) ମନେକର ଯେଉଁ ତାରରେ ବିଦ୍ୟୁତ୍ ପ୍ରବାହ ହେଉଥ‌ିବ ତାକୁ ଡାହାଣ ହାତରେ ମୁଠାଇ ଧରିଲେ ବୁଢ଼ା ଆଙ୍ଗୁଳିଟି ବିଦ୍ୟୁତ୍ ପ୍ରବାହ ଦିଗରେ ତାର ସହ ସମାନ୍ତର ହୋଇ ଲମ୍ବିଯାଇଛି ଓ ଅନ୍ୟ ଆଙ୍ଗୁଳିଗୁଡ଼ିକ ତାର ଚାରିପଟେ ବଙ୍କାଇ ହୋଇ ଘେରି ରହିଛି । ବୃଦ୍ଧାଙ୍ଗୁଳି ବିଦ୍ୟୁତ୍ ପ୍ରବାହର ଦିଗ ନିର୍ଦ୍ଦେଶ କରୁଥିବାବେଳେ ପରିବାହୀକୁ ମୁଠାଇ ଧରିଥ‌ିବା ଆଙ୍ଗୁଳିଗୁଡ଼ିକର ଟିପ ପରିବାହୀ ଚାରିପଟେ ଚୁମ୍ବକୀୟ କ୍ଷେତ୍ରର ରେଖାଗୁଡ଼ିକର ଦିଗ ନିର୍ଦ୍ଦେଶ କରୁଛି ।

(ii) କର୍କ ସ୍କୃ ନିୟମ ଅନୁଯାୟୀ ଯଦି ଆମେ ଗୋଟିଏ କର୍କ ସ୍କୁକୁ ହାତରେ ଧରି ଏମିତି ଘୂରାଇବା ଯେ କର୍କ ସ୍ଫୁଟି ବିଦ୍ୟୁତ୍ ସ୍ରୋତ ଦିଗରେ ଆଗକୁ ବଢ଼ିବ ତା’ହେଲେ ଘୂରାଇବା ଦିଗଟି ଚୁମ୍ବକୀୟ କ୍ଷେତ୍ରର ଦିଗ ଦର୍ଶାଇବ ।

2. ଚୁମ୍ବକୀୟ କ୍ଷେତ୍ର ରେଖାର ଧର୍ମଗୁଡ଼ିକ ଲେଖ ।
ଉ –

  • ଚୁମ୍ବକର ଉତ୍ତର ମେରୁରୁ କ୍ଷେତ୍ରରେଖା ବାହାରି ଦକ୍ଷିଣ ମେରୁରେ ମିଶେ । କିନ୍ତୁ ଚୁମ୍ବକ ଭିତରେ ଦକ୍ଷିଣ ମେରୁରୁ ଉତ୍ତର ମେରୁ ପର୍ଯ୍ୟନ୍ତ ଯାଇଥାଏ । ତେଣୁ ଚୁମ୍ବକୀୟ କ୍ଷେତ୍ରରେଖା ଏକ ଅବିଚ୍ଛିନ୍ନ ଓ ମୁଦିତ ରେଖା ।
  • ଚୁମ୍ବକୀୟ କ୍ଷେତ୍ରର ଆପେକ୍ଷିକ ସାମର୍ଥ୍ୟ କ୍ଷେତ୍ରରେଖାଗୁଡ଼ିକର ଘନତ୍ଵ ଉପରେ ନିର୍ଭର କରେ ।
  • ଚୁମ୍ବକୀୟ ରେଖା ପରସ୍ପର ସହ ସମାନ୍ତର ।
  • ଚୁମ୍ବକୀୟ କ୍ଷେତ୍ରରେଖାଗୁଡ଼ିକ ବେଶି ଲାଗି ଲାଗି ରହିଥିଲେ ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଅଧିକ ହେବ ।

3. ଗୃହ ପରିପଥରେ ଓଭରଲୋଡିଂରୁ ରକ୍ଷା ପାଇବାପାଇଁ ଦୁଇଟି ନିବାରଣ ଲେଖ ।
ଉ –

  • ଅଧ୍ବକ ପାଓ୍ବାର ବିଶିଷ୍ଟ ବିଦ୍ୟୁତ୍ ଉପକରଣ; ଯଥା- ହିଟର, ଗିଜର, ଶୀତତାପ ନିୟନ୍ତ୍ରକ, ଇସ୍ତ୍ରୀ ଇତ୍ୟାଦି ଏକା
  • ଅନେକଗୁଡ଼ିଏ ବିଦ୍ୟୁତ୍ ଉପକରଣ ଗୋଟିଏ ସକେଟ୍‌ରେ ସଂଯୁକ୍ତ ହେବା ଅନୁଚିତ ।

4. ବିଦ୍ୟୁତ୍ ପରିପଥ ଓ ଉପକରଣ ସୁରକ୍ଷା ପାଇଁ ବ୍ୟବହୃତ ଦୁଇଟି ସାଧାରଣ ବ୍ୟବସ୍ଥା ଉଲ୍ଲେଖ କର ।
ଊ –

  • ଫ୍ୟୁଜ୍ – ଏହା ଓଭର ଲୋଡିଂ ଓ ଲଘୁପତନରୁ ବିଦ୍ୟୁତ୍ ପରିପଥ ତଥା ବିଦ୍ୟୁତ୍ ଉପକରଣଗୁଡ଼ିକୁ ସୁରକ୍ଷା ଦିଏ ।
  • ଭୂ-ତାର – ଏହା ବିଦ୍ୟୁତ ଉପକରଣର ଧାତବ ଖୋଳ ସହ ସଂଯୁକ୍ତ ହୋଇଥାଏ । ଯଦି ବିଦ୍ୟୁତ ସ୍ରୋତ ଲିକ୍ କରି ଧାତବ ଖୋଳକୁ ଚାଲିଆସେ ତାହା ଭୂତାର ଯୋଗେ ମାଟିତଳକୁ ଚାଲିଯାଏ ଏବଂ ଧାତବ ଉପକରଣକୁ ଛୁଇଁଲେ ବିଦ୍ୟୁତ୍ ଆଘାତ ଲାଗେ ନାହିଁ ।

5. ଭୂ-ତାର କ’ଣ ? ଏହାର ଉପକାରିତା ଲେଖ ।
ଉ –
(i) ଭୂ-ତାର ଗୋଟିଏ ପ୍ରାନ୍ତକୁ ଘରର ବାହାରେ ମାଟିରେ ଗଭୀରତାରେ ପୋତାଯାଏ ଓ ଅନ୍ୟ ପ୍ରାନ୍ତକୁ ବିଦ୍ୟୁତ୍ ଉପକରଣର ଧାତବ ଖୋଳ ସହ ସଂଯୁକ୍ତ କରାଯାଇଥାଏ । କୌଣସି କାରଣରୁ ବିଦ୍ୟୁତ୍ ସ୍ରୋତ ଲିକ୍ ହୋଇ ଧାତବ ଖୋଳକୁ ଚାଲିଆସିଲେ ତାହା ଭୂତାର ମାଧ୍ୟମରେ ମାଟି ତଳକୁ ଚାଲିଯାଏ, ଫଳରେ ଧାତବ ଉପକରଣକୁ ଧାତବ ଖୋଳକୁ ଚାଲିଆସିଲେ ତାହା ଭୂତାର ମାଧ୍ୟମରେ ମାଟି ତଳକୁ ଚାଲିଯାଏ, ଫଳରେ ଧାତବ ଉପକରଣକୁ ଛୁଇଁଲେ ବିଦ୍ୟୁତ୍ ଆଘାତ ଲାଗେ ନାହିଁ ।

(ii) ଅତ୍ୟଧ‌ିକ ବିଦ୍ୟୁତ୍ ସ୍ରୋତକୁ ଭୂତାର ମାଟିକୁ ପଠାଇ ଦେଇଥାଏ । ଫଳରେ ଉପକରଣ ଓ ବ୍ୟବହାରକାରୀର କୌଣସି କ୍ଷତି ହୁଏ ନାହିଁ ।

6. A.C. ଜେନେରେଟର ଆର୍ମେଚର ଘୂରାଇବାର ଉପାୟ ଲେଖ ।
ଉ –

  • ଜଳବିଦ୍ୟୁତ୍ କେନ୍ଦ୍ରରେ ଉଚ୍ଚ ସ୍ତରରେ ରହୁଥ‌ିବା ଜଳର ସ୍ଥିତିଜ ଶକ୍ତି ସାହାଯ୍ୟରେ ଆର୍ମେଚର ଘୂରାଯାଏ |
  • ତାପଜ ବିଦ୍ୟୁତ କେନ୍ଦ୍ରରେ ବାଷ୍ପର ତାପଶକ୍ତି ସାହାଯ୍ୟରେ ଆର୍ମେଚର ଘୂରାଯାଏ ।
  • ଗୃହରେ, ଛୋଟବଡ ଦୋକାନରେ ଛୋଟ ଛୋଟ ଜେନେରେଟର, ପ୍ରାକୃତିକ ଇନ୍ଧନ ଯେପରିକି ଡିଜେଲ, ପେଟ୍ରୋଲ ଓ କିରୋସିନିର ରାସାୟନିକ ଶକ୍ତି ସାହାଯ୍ୟରେ ଆର୍ମେଚର ଘୂରାଯାଏ ।

7. ଚୁମ୍ବକୀୟ କ୍ଷେତ୍ରରେଖା ଅଙ୍କନ କରି ଦୁଇଟି ଚୁମ୍ବକ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ କିପରି ଜାଣିବ ?
ଉ –

  • ଚୁମ୍ବକୀୟ କ୍ଷେତ୍ରର ଆପେକ୍ଷିକ ସାମର୍ଥ୍ୟ ବଢ଼ିଲେ କ୍ଷେତ୍ରରେଖାଗୁଡ଼ିକ ମଧ୍ୟରେ ଦୂରତା ହ୍ରାସ ପାଇବ ।
  • ଚୁମ୍ବକୀୟ କ୍ଷେତ୍ରରେଖା ଅଧିକ ପାଖାପାଖୁ ରହିଲେ ସେହି ଚୁମ୍ବକ ଅଧୁକ ଶକ୍ତିଶାଳୀ ହେବ ।

8. A.C. ଏହାର ଦିଗ 0.01 ସେକେଣ୍ଡରେ ପରିବର୍ତ୍ତନ କଲେ ଆବୃତ୍ତି କେତେ ?
ଉ –
(i) 0.01 ସେକେଣ୍ଡରେ ଦିଗ ପରିବର୍ତ୍ତନ କରୁଥ‌ିବାରୁ ଗୋଟିଏ ପୂର୍ଣ ଘୂର୍ଣ୍ଣନ ପାଇଁ
2 × 0.01 = 0.02 ସେକେଣ୍ଡ ଲାଗିବ
0.2 ସେକେଣ୍ଡରେ 1 ଥର ପୂର୍ଣ ଘୂର୍ଣ୍ଣନ ହେଲେ ।
1 ସେକେଣ୍ଡରେ \(\frac { 1 }{ 0.02 }\) = \(\frac{1}{\frac{2}{100}}\) = \(\frac { 100 }{ 2 }\) = 50 ପୂର୍ଣ ଘୂର୍ଣ୍ଣନ ହେବ ।
∴ ଏହାର ଆବୃତ୍ତି 50 Hz |

9. ଚୁମ୍ବକୀୟ କ୍ଷେତ୍ରର ଦିଗ BSE Odisha 10th Class Physical Science Important Questions Chapter 9 img-10 α କଣିକା ।
ଉପଯୁକ୍ତ ନିୟମ ପ୍ରୟୋଗ କରି କାର୍ଯ୍ୟକାରୀ ବଳର ଦିଗ ଉଲ୍ଲେଖ କର ।
ଉ –

  • ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁଯାୟୀ ଯଦି ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ମଧ୍ୟମା ବିଦ୍ୟୁତ ସ୍ରୋତର ଦିଗ ସୂଚାଏ, ତେବେ ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥ‌ିବା ବଳର ଦିଗ ବା ପରିବାହୀର ଗତିର ଦିଗ ବୃଦ୍ଧାଙ୍ଗୁଳିଦ୍ୱାରା ନିର୍ଦ୍ଦେଶିତ ହେବ ।
  • ତେଣୁ α କଣିକା ଉପରେ ଊର୍ଦ୍ଧ୍ୱମୁଖୀ ବଳ କାର୍ଯ୍ୟ କରିବ ।

10. ସଲେନଏଡ୍ କ’ଣ ? ଏହା କୁଣ୍ଡଳୀଠାରୁ କିପରି ଭିନ୍ନ ?
ଉ –

  • ବିଦ୍ୟୁତରୋଧୀ ଆବରଣଯୁକ୍ତ ତମ୍ବାତାରରୁ ତିଆରି ବହୁ ବୃତ୍ତାକାର ଘେରବିଶିଷ୍ଟ ଏକ ସିଲିଣ୍ଡର ସଦୃଶ କୁଣ୍ଡଳୀକୁ ସଲେନଏଡ୍ କହନ୍ତି । ସଲେନଏଡ୍‌ର ଭିତର ପଟରେ କ୍ଷେତ୍ରରେଖାଗୁଡ଼ିକ ସରଳରୈଖ୍ୟ ଓ ପରସ୍ପର ସହ ସମାନ୍ତର ।
  • ସଲେନଏଡ୍‌ର ଭିତର ପଟରେ ସବୁଠାରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଦିଗ ସମାନ । କିନ୍ତୁ ବୃତ୍ତାକାର କୁଣ୍ଡଳୀର ଭିତରେ ଚୁମ୍ବକୀୟ କ୍ଷେତ୍ର ପରିବର୍ତ୍ତନଶୀଳ ।

BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

11. ନିମ୍ନ ଚିତ୍ରଦ୍ଵୟ କେଉଁ ପ୍ରକାର ପରିବାହୀର ଚୁମ୍ବକୀୟ କ୍ଷେତ୍ର ଦର୍ଶାଏ ଲେଖ ।
BSE Odisha 10th Class Physical Science Important Questions Chapter 9 img-11
ଉ –

  • ଚିତ୍ର (a)ରେ ପ୍ରଦର୍ଶିତ ଚୁମ୍ବକୀୟ କ୍ଷେତ୍ରର ବଳରେଖାଗୁଡ଼ିକ ଏକ କୁଣ୍ଡଳୀ ବା ବୃତ୍ତାକାର ପରିବାହୀରେ ବିଦ୍ୟୁତ୍ ସ୍ରୋତଜନିତ ଚୁମ୍ବକୀୟ କ୍ଷେତ୍ର ଦର୍ଶାଉଛି।
  • ଚିତ୍ର (b)ରେ ଏକ ବିଦ୍ୟୁତ୍ ସ୍ରୋତ ବହନକାରୀ ସଲେନଏଡ୍ ଭିତରେ ଚୁମ୍ବକୀୟ କ୍ଷେତ୍ରରେଖା ଦର୍ଶାଉଅଛି ।

12. ପ୍ରେରିତ ବିଦ୍ୟୁତ୍ ସ୍ରୋତର ସାମର୍ଥ୍ୟ କେଉଁ କାରକ ଉପରେ ନିର୍ଭର କରେ ?
ଭ –
ପ୍ରେରିତ ବିଦ୍ୟୁତ୍ ସ୍ରୋତର ସାମର୍ଥ୍ୟ ନିମ୍ନଲିଖ୍ କାରକଗୁଡ଼ିକ ଉପରେ ନିର୍ଭର କରେ ।

  • କୁଣ୍ଡଳୀ ଓ ଚୁମ୍ବକ ମଧ୍ୟରେ ଆପେକ୍ଷିକ ଗତି
  • ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ
  • କୁଣ୍ଡଳୀର ଘେର ସଂଖ୍ୟା

13. ଗୃହ ବିଦ୍ୟୁତ୍ ପରିପଥରେ ଅଧିକ ବିଦ୍ୟୁତ୍ ପ୍ରବାହ ବିପଦ ଦୂର କରିବାପାଇଁ କ’ଣ କରାଯିବା ଉଚିତ ?
ଉ –

  • ଗୋଟିଏ ପ୍ଲଗ୍ ସକେଟ୍‌ରେ ଏକାଶ୍‌ ଉପକରଣ ସଂଯୋଗ କରିବ ନାହିଁ ।
  • ପରିବାହୀ ତାରଗୁଡ଼ିକର ଉନ୍ନତ କୁପରିବାହୀ ଆବରଣ ରହିବା ଦରକାର ।
  • ଗୃହ ପରିପଥକୁ ବିଭିନ୍ନ ଭାଗରେ ବିଭକ୍ତ କରି ପ୍ରତ୍ୟେକ ଭାଗରେ ଫ୍ୟୁଜ୍‌ର ବ୍ୟବହାର କରିବା ଆବଶ୍ୟକ ।
  • ଅତ୍ୟଧ୍ବକ ପାୱାର ବିନିଯୋଗ କରୁଥିବା ଉପକରଣ; ଯଥା— ରେଫ୍ରିଜିରେଟର, ଜଳ ତାପକ ଇତ୍ୟାଦି ଏକ ସମୟରେ ବ୍ୟବହାର କରିବା ଉଚିତ ନୁହେଁ ।

14. ଗୋଟିଏ ତାର କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ କେଉଁ ଉପାୟରେ ସୃଷ୍ଟି କରାଯାଇପାରିବ ବଣ୍ଣନା କର ।
ଉ –

  • ପରିବାହୀ ନିକଟରେ ଚୁମ୍ବକର ଗତିଯୋଗୁଁ କିମ୍ବା ଚୁମ୍ବକ ନିକଟରେ ପରିବାହୀର ଗତିଯୋଗୁଁ ତାର କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ସଷ୍ଟି ହୁଏ ।
  • ପାଖାପାଖୁ ବିଦ୍ୟୁତ୍ ପ୍ରବାହିତ ହେଉଥ‌ିବା କୁଣ୍ଡଳୀ ଓ ବିଦ୍ୟୁତ୍ ପ୍ରବାହିତ ହେଉନଥିବା ତାର କୁଣ୍ଡଳୀଦ୍ଵୟ ମଧ୍ୟରୁ ଯେକୌଣସି ଗୋଟିକରେ ଗତି କିମ୍ବା ନିକଟରେ ଥିବା ତାର କୁଣ୍ଡଳୀରେ ବିଦ୍ୟୁତ୍ ପ୍ରବାହର ପରିମାଣରେ ପରିବର୍ତ୍ତନ

15. ସଳଖ ବିଦ୍ୟୁତ୍ ସ୍ରୋତ ଓ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –

  • ସଳଖ ବିଦ୍ୟୁତ୍ ସ୍ରୋତ ସର୍ବଦା ଗୋଟିଏ ଦିଗରେ ପ୍ରବାହିତ ହେଉଥ‌ିବାବେଳେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁସ୍ରୋତ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିଗ ପରିବର୍ତ୍ତନ କରେ ।
  • ଦୂର ସ୍ଥାନକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ପରିବହନରେ କମ୍ ଶକ୍ତି ନଷ୍ଟ ହୁଏ । କିନ୍ତୁ ସଳଖ ବିଦ୍ୟୁତ୍ ସ୍ରୋତରେ ଅଧିକ ଶକ୍ତି ନଷ୍ଟ ହୁଏ ।

16. ପରିପଥରେ 5A ଫ୍ୟୁଜ୍ ଲାଗିଛି । କେତୋଟି 100 W ବଲ୍‌ ନିରାପଦରେ ବ୍ୟବହୃତ ହୋଇପାରିବ ?
ଉ –
P = 100W ମନେକର x ଟି ବଲ୍‌ବର ପାୱାର = 100 × x ୱାଟ୍
V = 220 V, I = 5 Amp, P = V × I ⇒ 100 x x = 220 x 5 ⇒ x = \(\frac { 220×5 }{ 100 }\) = 11 ଟି
∴ 100 ୱାଟ୍‌ର 11ଟି ବଲ୍‌ବ ନିରାପଦରେ ବ୍ୟବହାର କରାଯାଇପାରିବ ।

17. ଘରୋଇ ଉପକରଣ ବ୍ୟବହାର ପାଇଁ 2ଟି ନିରାପତ୍ତା ସାଧନ ଲେଖ ।
ଉ –

  • ଫ୍ୟୁଜ୍‌ର ବ୍ୟବହାର କରିବା ।
  • ବିଦ୍ୟୁତ୍ ଉପକରଣଗୁଡ଼ିକର ଧାତବ ଆବରଣକୁ ଭୂତାର ସହିତ ସଂଯୋଗ କରିବା ଉଚିତ୍ ।

18. ଗୋଟିଏ ସମଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ବିଦ୍ୟୁତ୍ ପ୍ରବାହୀ ପରିବାହୀ ସମାନ୍ତର ଓ ଲମ୍ବଭାବରେ ରଖୁଲେ ପରିବାହ1 ଉପରେ ବଳ କିପରି କାର୍ଯ୍ୟକାରୀ ହୁଏ ?
ଉ –

  • ବିଦ୍ୟୁତ୍ ସ୍ରୋତର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ପ୍ରତି ଲମ୍ବହେଲେ ପରିବାହୀ ଉପରେ ସର୍ବାଧ‌ିକ ବଳ କାର୍ଯ୍ୟକାରୀ ହୁଏ ।
  • ବିଦ୍ୟୁସ୍ରୋତର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ପ୍ରତି ସମାନ୍ତର ହେଲେ ପରିବାହୀ ଉପରେ ସର୍ବନିମ୍ନ ବଳ କାର୍ଯ୍ୟକାରୀ ହୁଏ ।

19. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମ କେଉଁ କ୍ଷେତ୍ରରେ ପ୍ରୟୋଗ କରାଯାଏ ? ଏହି ନିୟମ ପ୍ରୟୋଗ କରାଯାଉଥ‌ିବା ଏକ ଉପକରଣର ନାମ ଲେଖ ।
ଉ –

  • ଚୁମ୍ବକୀୟ କ୍ଷେତ୍ରରେ ପରିବାହୀର ଗତିଜନିତ ପ୍ରେରିତ ବିଦ୍ୟୁତ୍ ପ୍ରବାହର ଦିଗ ନିର୍ଣ୍ଣୟ କରିବାପାଇଁ ଫ୍ଲେମିଂଙ୍କ ଦକ୍ଷିଣ ହସ୍ତ ନିୟମ ପ୍ରୟୋଗ କରାଯାଏ ।
  • ଏହି ନିୟମଦ୍ୱାରା ବିଦ୍ୟୁତ୍ ଜେନେରେଟର୍‌ରେ ଥିବା ଆର୍ମେଚର ଘୂରିବା ସହ ସ୍ରୋତର ଦିଗ ସୂଚାଇଥାଏ ।

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

Odisha State Board BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ Important Questions and Answers.

BSE Odisha Class 9 History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରଥମ ବିଶ୍ୱଯୁଦ୍ଧର ମୁଖ୍ୟ କାରଣମାନ ଆଲୋଚନା କର।
Answer:
୧୯୧୪ ମସିହାରେ ସଂଘଟିତ ହୋଇଥିବା ପ୍ରଥମ କାରଣମାନ ନିମ୍ନ ପ୍ରକାରର ଥିଲା-

  • ଉପନିବେଶ ପ୍ରତିଷ୍ଠା ପାଇଁ ଇଂଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଜାପାନ ପ୍ରଭୃତି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦିତା ଓ ବାରମ୍ବାର ସଂଘର୍ଷ ପ୍ରଥମ ବିଶ୍ବଯୁଦ୍ଧର ଅନ୍ୟତମ କାରଣ ଥିଲା ।
  • କେନ୍ଦ୍ର କରି ଯୁଦ୍ଧଖୋର ମନୋଭାବ ଏବଂ ସାମରିକ ମେଣ୍ଟ ଗଠନ, ଜର୍ମାନୀ, ଇଟାଲୀ ଓ ଅଷ୍ଟ୍ରି ଆ-ହଙ୍ଗେରୀଦ୍ଵାରା ୧୮୮୨ରେ ‘ତ୍ରି ଶକ୍ତି ମେଣ୍ଟ’ ଗଠନ ଏବଂ ଜର୍ମାନୀ ଆତ୍ମପତ୍ୟକୁ ପ୍ରତିହତ କରିବା ପାଇଁ ଇଂଲାଣ୍ଡ, ଫ୍ରାନ୍ସ ଓ ରୁଷକୁ ନେଇ ୧୯୦୭ ମସିହାରେ ‘ତ୍ରିମିତ୍ର ପକ୍ଷ’ ଗଠନ ଏହି ଯୁଦ୍ଧର ବଳିଷ୍ଠ କାରଣ ଥିଲା ।
  • କାଇଜର ଦ୍ଵିତୀୟ ଉଇଲିୟମ୍‌ଙ୍କ ଅସ୍ଥିର ଓ ଅପରିଣାମଦର୍ଶୀ ନୀତି ଓ ଯୁଦ୍ଧର ସମ୍ଭାବନା ଏଡ଼ାଇବାକୁ ଆନ୍ତର୍ଜାତିକ ସଙ୍ଗଠନର ଅଭାବ ପ୍ରଥମ ବିଶ୍ବଯୁଦ୍ଧର ଅନ୍ୟତମ କାରଣ ଥିଲା ।
  • ୧୯୧୪ ମସିହା ଜୁନ୍ ୨୮ ତାରିଖରେ ଅଷ୍ଟ୍ରିଆ-ହଙ୍ଗେରୀର ଯୁବରାଜ ଫ୍ରାନ୍‌ସିସ୍ ଫର୍ଜିନାଣ୍ଡ ଓ ତାଙ୍କର ପତ୍ନୀ ସୋଫିଆଙ୍କୁ ବୋସ୍ ଆର ରାଜଧାନୀ ‘ସାରାଜେଭୋ’ଠାରେ ସର୍ବ ଜାତିର ଜଣେ ଯୁବକଦ୍ଵାରା ଗୁଳିକରି ହତ୍ୟା ଏବଂ ଏହାର ପ୍ରତିକ୍ରିୟାସ୍ଵରୂପ ୧୯୧୪ ମସିହା ଜୁଲାଇ ୨୮ ତାରିଖରେ ଅଷ୍ଟ୍ରିଆ-ହଙ୍ଗେରୀର ସର୍ବିଆ ଆକ୍ରମଣ ବିଶ୍ୱଯୁଦ୍ଧର ଅୟମାରମ୍ଭ କରିଥିଲା ।

୨। ‘ପ୍ୟାରିସ୍ ଶାନ୍ତ ସମ୍ମିଳନୀ’ ବିଷୟରେ ଏକ ଟିପ୍‌ପଣୀ ଲେଖ ।
Answer:

  • ପ୍ରଥମ ବିଶ୍ୱଯୁଦ୍ଧ ପରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ କ୍ଲି ମେମ୍ବୁ ଙ୍କ ସଭାପତିତ୍ୱରେ ୧୯୧୯ ମସିହାରେ ପ୍ୟାରିସ୍ ଶାନ୍ତ ସମ୍ମିଳନୀ ଆହୂତ ହୋଇଥିଲା ।
  • ଏହି ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍‌ ସନ୍, ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲଏଡ୍ ଜର୍ଜ ଓ ଫ୍ରାନ୍‌ ସର ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କିମେମ୍ବୁ ନୀତି ନିର୍ଦ୍ଧାରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
  • ଏହି ସମ୍ମିଳନୀରେ ଫ୍ରାନ୍ସର ଭର୍ସାଇଠାରେ ଜର୍ମାନୀ ସହ ‘ଭର୍ସାଇ ଚୁକ୍ତି’ ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିର ସର୍ଭଗୁଡ଼ିକ ହୋଇଥିବାରୁ କମୀନୀରେ ପ୍ରତିଶୋଧପରାୟଣତା ସୃଷ୍ଟି ହେଲା ।
  • ଏହା ବ୍ୟତୀତ ପ୍ୟାରିସ୍ତାରେ ଅଷ୍ଟ୍ରିଆ ସହ ‘ସେଣ୍ଟଜର୍ମେନ୍ ଚୁକ୍ତି’, ହଙ୍ଗେରୀ ସହ ‘ଟ୍ରାଏନନ୍ ଚୁକ୍ତି’, ବୁଲ୍‌ଗେରିଆ ସହ ‘ନିଉଲି ଚୁକ୍ତି’, ତୁର୍କୀ ସହ ‘ସେଭର୍ସ’ ଓ ‘ଲସେନ ଚୁକ୍ତି’ ସ୍ବାକ୍ଷରିତ ହୋଇଥିଲା ।

୩। ବଲ୍‌କାନ୍‌ ସମସ୍ୟା ପ୍ରଥମ ବିଶ୍ୱଯୁଦ୍ଧର କିପରି ଏକ କାରଣ ଥିଲା ?
Answer:
ନିମ୍ନଲିଖ କାରଣ ଯୋଗୁଁ ବଲ୍‌କାନ୍ ସମସ୍ୟା ପ୍ରଥମ ବିଶ୍ୱଯୁଦ୍ଧର ଏକ କାରଣ ଦୋଥିଲା ।

  • ଅଷ୍ଟ୍ରିଆ ଓ ସର୍ବିଆ ମଧ୍ୟରେ ଏବଂ ଅଷ୍ଟ୍ରିଆ ଓ ରୁଷିଆ ମଧ୍ୟରେ କଳହ ବଲକାନ୍ ଅଞ୍ଚଳରେ ଆଞ୍ଚଳିକ ସଙ୍କଟ ସୃଷ୍ଟି କରିଥିଲା ।
  • ବଲ୍‌କାନ୍ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର ପାଇଁ ଅଷ୍ଟ୍ରିଆ ଓ ରୁଷିଆ ମଧ୍ୟରେ ପ୍ରତିଦ୍ବନ୍ଦିତା ସମସ୍ୟାକୁ ଅଧ୍ଵକ ଜଟିଳ କରିଥିଲା ।
  • ଗୋଟିଏ ପଟେ ଜର୍ମାନୀକୁ ମିତ୍ର ରୂପେ ପାଇ ଅଷ୍ଟ୍ରିଆର ସାହସ ବଢ଼ିଯାଇଥିଲାବେଳେ ଇଂଲାଣ୍ଡ ଓ ଫ୍ରାନ୍ସ ସହିତ ମିତ୍ରତା ଯୋଗୁଁ ରୁଷିଆ ଅଧୁକ ଶକ୍ତିଶାଳୀ ହୋଇଯାଇଥିଲା ।
  • ବାସ୍ତବରେ ଅଷ୍ଟ୍ରିଆ, ରୁଷିଆ ଓ ଜର୍ମାନୀର ରାଜନୈତିକ ପ୍ରତିଦ୍ବନ୍ଦିତା ସେହି ଅଞ୍ଚଳରେ ଘୋର ବିପଦ ସୃଷ୍ଟି କରିଥିଲା । ଫଳସ୍ୱରୂପ ୧୯୧୨-୧୩ ମସିହାରେ ସେଠାରେ ଯୁଦ୍ଧ ଲାଗିଗଲା

୪। ପ୍ରଥମ ବିଶ୍ଵଯୁଦ୍ଧ ରାଜନୀତି କ୍ଷେତ୍ରରେ କେହଁ କେହଁ ପରିବର୍ତ୍ତନ ଆଣିଥିଲା ?
Answer:
ପ୍ରଥମ ବିଶ୍ୱଯୁଦ୍ଧ ରାଜନୀତି କ୍ଷେତ୍ରରେ ନିମ୍ନଲିଖ ପରିବର୍ତ୍ତନମାନ ଆଣିଥିଲା ।

  • ପ୍ରଥମ ବିଶ୍ଵଯୁଦ୍ଧ ଇଉରୋପ ତଥା ଅନ୍ୟାନ୍ୟ ଦେଶଗୁଡ଼ିକରେ ସ୍ୱେଚ୍ଛାଚାରୀ ଓ ରାଜତନ୍ତ୍ର ଶାସନର ଲୋପ ଘଟାଇବା ସଙ୍ଗେ ସଙ୍ଗେ ଜର୍ମାନୀର ହୋଏନ୍‌ଲେଏଁ, ଅଷ୍ଟ୍ରିଆର ହାସ୍ବର୍ଗ ଏବଂ ରୁଷିଆର ରୋମାନୋଭ୍ ଭଳି ରାଜବଂଶର ପତନ ଘଟାଇଥିଲା ।
  • ପୋଲାଣ୍ଡ, ବୁଲ୍ ଗେରି ଆ, ଚେକୋସ୍ଲୋଭାକିଆ ଓ ଫି ନ୍ ଲାଣ୍ଡରେ ଏକଚ୍ଛତ୍ରବାଦୀ ଶାସନର ଅନ୍ତ ଘଟିଲା ଏବଂ ସେଠାରେ ଗଣତାନ୍ତକ ନାତିନିୟମ ଅନୁସୃତ ହୋଇଥିଲା ।
  • ପ୍ରଥମେ ଜର୍ମାନୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେବା ପରେ ରୁଷିଆ, ଚେକୋସ୍ଲୋଭାକିଆ, ଜର୍ମାନୀ, ଅଷ୍ଟ୍ରିଆ, ପୋଲାଣ୍ଡ, ଲିଥୁଆନିଆ, ଫିନ୍‌ଲାଣ୍ଡ, ତୁର୍କୀ ଆଦି ଅଞ୍ଚଳରେ ସାଧାରଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇଥିଲା ।
  • ପ୍ରଥମ ବିଶ୍ଵଯୁଦ୍ଧ ପରେ ଜାତୀୟତାବାଦ ଉପରେ ଆଧାରିତ ଚିନ୍ତାଧାରାକୁ ବିଶେଷ ଗୁରୁ ତ୍ବ ଦିଆଯାଇଥ୍ ଏବଂ ସମଗ୍ର ଇଉରୋପରେ କାତାୟତାବାଦର ବିକାଶ ଘଟିଥିଲା ।

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୫। ପ୍ରଥମ ବିଶ୍ଵଯୁଦ୍ଧ ପରେ ବିଜ୍ଞାନ ଓ ସାଂସ୍କୃତିକ କ୍ଷେତ୍ରରେ କି ପରିବର୍ତ୍ତନ ଘଟିଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ପରେ ବିଜ୍ଞାନ ଓ ସାଂସ୍କୃତିକ କ୍ଷେତ୍ରରେ ଘଟିଥିବା ପରିବର୍ତ୍ତନମାନ ନିମ୍ନରେ ଉଲ୍ଲେଖ କରାଗଲା।

  • ବିଜ୍ଞାନ କ୍ଷେତ୍ରରେ ଅଧ୍ଵ ଆବିଷ୍କାର ଓ ଉଦ୍ଭ। ବନ କରିବାପାଇଁ  ବୈଜ୍ଞାନିକମାନଙ୍କ ମଧ୍ୟରେ ଆଗ୍ରହ ଆସିଥଲା ।
  • ବିଜ୍ଞାନର ବିକାଶ ତଥା ଆଧୁନିକ ବୈଜ୍ଞାନିକ ଉପକରଣ ନିର୍ମାଣ କରିବାପାଇଁ ଦେଶଗୁଡ଼ିକ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ଜାଗ୍ରତ ହେଲା ।
  • ସାଂସ୍କୃତିକ କ୍ଷେତ୍ରରେ ପ୍ରଥମ ବିଶ୍ବଯୁଦ୍ଧର ପରିଣାମ ନକାରାତ୍ମକ ଥିଲା । ଏହି ଯୁଦ୍ଧରେ ସାହିତ୍ୟିକ, ଐତିହାସିକ, ଅନେକ ବୈଜ୍ଞାନିକ, କଳାକାର ପ୍ରଭୃତି ଜୀବନ ହରାଇବା ଯୋଗୁଁ ଦେଶର ପ୍ରଗତିରେ ବାଧା ସୃଷ୍ଟି ହେଲା ।
  • ସାଂସ୍କୃତିକ ଦୃଷ୍ଟିକୋଣରୁ ବିଶିଷ୍ଟ ସ୍ଥାନ ଅସ୍ଵୀକାର କରିଥିବା ତଥା ଦେଶର ଐତିହ୍ୟ ବହନ କରୁଥ‌ିବା ଅନେକ ସୁନ୍ଦର ଅଟ୍ଟାଳିକା ଏବଂ ସାଂସ୍କୃତିକ ବିକାଶରେ ସାହାଯ୍ୟ କରୁଥ‌ିବା ବିଦ୍ୟାଳୟ, ପ୍ରେକ୍ଷାଳୟ, ଚିକିତ୍ସାଳୟ, ରେଳପଥ, ସଡ଼କପଥ, ଶିଳ୍ପାନୁଷ୍ଠାନ ଓ ଧର୍ମାନୁଷ୍ଠାନ ବିଶ୍ୱଯୁଦ୍ଧ ଫଳରେ ଧ୍ବଂସ ପାଇଲା ।

୬। ପ୍ରଥମ ବିଶ୍ଵଯୁଦ୍ଧ ବର୍ଷଗତ ତିକ୍ତତା କିପରି ଦୂର କରିପାରିଥିଲା ?
Answer:
ବର୍ଣ୍ଣଗତ ତିକ୍ତତା ଦୂରୀକରଣରେ ପ୍ରଥମ ବିଶ୍ୱଯୁଦ୍ଧ ନିମ୍ନଲିଖ ଭୂମିକା ଗ୍ରହଣ କରିଥିଲା ।

  • ପ୍ରଥମ ବିଶ୍ଵଯୁଦ୍ଧ ପୂର୍ବରୁ ଇଂଲଣ୍ଡର ଲୋକମାନେ କଳା-ଗୋର। ବର୍ଣ୍ଣ ଗତ ବୈଷମ୍ୟ ପାଇଁ ଭାରତ ଓ ଆଫ୍ରି କାର ଲୋକମାନଙ୍କୁ ଘୃଣା କରୁଥିଲେ ।
  • ବର୍ଷ ଭିଭିରେ ଜର୍ମାନ୍ ଓ ଫରାସୀମାନେ ନିଜକୁ ଅନ୍ୟ ଦେଶର ଅଧ୍ୟାସୀମାନଙ୍କଠାରୁ ଉତ୍କୃଷ୍ଟ ବୋଲି ମନେ କରୁଥିଲେ ।
  • କିନ୍ତୁ ଯୁଦ୍ଧ ପରେ ପରିସ୍ଥିତିରେ ପରିବର୍ତ୍ତନ ହେଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ସମସ୍ତ ଜାତି ଓ ବର୍ଷର ଲୋକମାନେ ଯୁଦ୍ଧରେ ସକ୍ରିୟ ଭାଗ ନେଇଥିଲେ ।
  • ଭାରତ ଓ ଆଫ୍ରିକାର ସୈନ୍ୟମାନେ ଇଂଲାଣ୍ଡ ସୈନ୍ୟବାହିନୀ ସହିତ ମିଶି ଲଢ଼େଇ କରିବାରୁ ସେମାନେ ଇଂଲାଣ୍ଡର ସହାନୁଭୂତି ପାଇଥିଲେ ଓ ଜାତିଗତ ବିଦ୍ବେଷ ଓ ବର୍ଣ୍ଣଗତ ତିକ୍ତତା ହ୍ରାସ ପାଇଥିଲା ।

୭ । ୧୯୧୪ ଖ୍ରୀ.ଅ.ରେ ହୋଇଥିବା ଯୁଦ୍ଧକୁ ପ୍ରଥମ ବିଶ୍ବଯୁଦ୍ଧ କୁହାଯାଏ କାହିଁକି ?
Answer:

  • ୧୯୧୪ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇ ଦୀର୍ଘ ଚାରିବର୍ଷରୁ ଊର୍ଦ୍ଧ୍ବକାଳ ବ୍ୟାପି ରହିଥ‌ି ମହାସମର ମନୁଷ୍ୟ ଜାତିର ଇତିହାସରେ ସେ ପର୍ଯ୍ୟନ୍ତ ସଂଘଟିତ ସମସ୍ତ ଯୁଦ୍ଧଠାରୁ ଅଧି ମାରାତ୍ମକ, ଶକ୍ତିଶାଳୀ, ସଙ୍ଗଠିତ ଓ ଭୟାବହ ଥିଲା ।
  • ଏଥିରେ ପୃଥ‌ିବୀର ଅଧିକାଂଶ ଉନ୍ନତ ଦେଶ ଭାଗ ନେଇଥିଲେ ଏବଂ ଅନେକ ଆଧୁନିକ ଯୁଦ୍ଧାସ୍ତ୍ର ବ୍ୟବହୃତ ହୋଇଥିଲା । ଏଥିରେ ସୈନ୍ୟମାନଙ୍କ ସହିତ ଜନସାଧାରଣ ମଧ୍ଯ ଭାଗ ନେଇଥିଲେ ।
  • ଏହି ଯୁଦ୍ଧର ଫଳାଫଳ ସୁଦୂରପ୍ରସାରୀ ଥିଲା ଓ ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଥିଲା ।
  • ଏହି ଯୁଦ୍ଧର ସମାପ୍ତି ହେବାର କୋଡ଼ିଏ ବର୍ଷ ପରେ ଅନ୍ୟ ଏକ ବିଶ୍ବଯୁଦ୍ଧ ସଙ୍ଗଠିତ ହୋଇଥିବାରୁ ଏହାକୁ ‘ପ୍ରଥମ ବିଶ୍ଵଯୁଦ୍ଧ’ ନାମରେ ନାମିତ କରାଯାଇଛି ।

୮। ପ୍ରଥମ ବିଶ୍ଵଯୁଦ୍ଧ ମହିଳାମାନଙ୍କ ଜୀବନରେ କେଉଁ ପରିବର୍ତ୍ତନ ଆଣିଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ମହିଳାମାନଙ୍କ ଜୀବନରେ ନିମ୍ନଲିଖତ ପରିବର୍ତ୍ତନମାନ ଆଣିଥିଲା ।

  • ସୈନ୍ୟଙ୍କ ସ୍ଥାନ ପୂରଣ କରିବାପାଇଁ ଦେଶର ସୈନ୍ୟଙ୍କ ସ୍ଥାନ ପୂରଣ କରିବାପାଇଁ ଦେଶର ଜନସାଧାରଣଙ୍କୁ ସୈନ୍ୟବାହିନୀରେ ଉପୁଜି ଥ୍ ଖାଲି ସ୍ଥାନ ଗୁଡ଼ିକ ମହିଳାମାନଙ୍କଦ୍ଵାରା ପୂରଣ ହେଲା ।
  • ମହିଳାମାନେ ଦେଶର ଅର୍ଥନୈତିକ ବିକାଶ ପାଇଁ ଅନେକ କାମ କଲେ ଏବଂ ରାଜନୀତିରେ ଅଂଶଗ୍ରହଣ କଲେ ।
  • ସେମାନଙ୍କ ମନରେ ଆତ୍ମବିଶ୍ଵାସ ଓ ସାହସ ବୃଦ୍ଧି ପାଇବା ଯୋଗୁଁ ସେମାନେ ପୁରୁଷମାନେ ଉପଭୋଗ କରୁଥିବା ସମସ୍ତ ସୁବିଧା ସୁଯୋଗ ଓ ଅଧିକାର ପାଇବାପାଇଁ ଦାବି କଲେ ।
  • ଏହି ଯୁଦ୍ଧ ମହିଳାମାନଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣି ଦେଇଥିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପ୍ରଥମ ବିଶ୍ୱଯୁଦ୍ଧର ଏପରି ନାମକରଣ ହୋଇଛି କାହିଁକି ?
Answer:
(i) ୧୯୧୪ ଖ୍ରୀଷ୍ଟାବ୍ଦରେ ହୋଇଥିବା ଯୁଦ୍ଧରେ ଅଧିକାଂଶ ଉନ୍ନତ ରାଷ୍ଟ୍ର ଭାଗ ନେଇଥିଲେ ଓ ଅନେକଗୁଡ଼ିଏ ସଂସାତ୍ମକ ଯୁଦ୍ଧାସ୍ତ୍ର ବ୍ୟବହୃତ ହୋଇଥିଲା ।
(ii) ଏହି ଯୁଦ୍ଧରେ ସୈନ୍ୟମାନଙ୍କ ବ୍ୟତୀତ ଯୁଦ୍ଧରତ ଦେଶମାନଙ୍କର କନସାଧାରଣଙ୍କ ମ ପ୍ରକାରାନ୍ତରେ ଭାଗ ନେବାକୁ ପଡ଼ିଥିଲା । ତେଣୁ ଏହି ଯୁଦ୍ଧକୁ ପ୍ରଥମ ବିଶ୍ଵଯୁଦ୍ଧ କୁହାଯାଏ ।

୨।  କେବେ ଯୁକ୍ତରାଷ୍ଟ୍ର ଆମେରିକା ମିତ୍ର ଶକ୍ତି ସପକ୍ଷରେ ଯୋଗଦେଲା ? ଏହାର ପରିଣତି କ’ଣ ହେଲା ?
Answer:
(i) ୧୯୧୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ମିତ୍ରଶକ୍ତି ସପକ୍ଷରେ ଯୋଗଦେଲା ।
(ii) ଏହା ଫଳରେ ଯୁଦ୍ଧର ଗତିପଥ ବଦଳିଗଲା । କ୍ରମେ ଜର୍ମାନୀ ଓ କେନ୍ଦ୍ର ଶକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ରମାନେ ରଣକ୍ଷେତ୍ରରେ ପରାଜୟ ବରଣ କଲେ ।

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୩ । କେଉଁ ସ୍ଥାନୀୟ ଘଟଣାକୁ କେନ୍ଦ୍ର କରି ପ୍ରଥମ ବିଶ୍ବଯୁଦ୍ଧର ସୂତ୍ରପାତ ହୋଇଥିଲା ?
Answer:
(i) ୧୯୧୪ ମସିହା ଜୁନ୍ ମାସ ୧୮ ତାରିଖରେ ସର୍ବ ଜାତିର ଜଣେ ଯୁବକ ଅଷ୍ଟ୍ରିଆ- ହଙ୍ଗେରୀର ଯୁବରାଜ ଫ୍ରାନ୍‌ସିସ୍ ଫର୍ଜିନାଣ୍ଡ ଓ ତାଙ୍କର ପତ୍ନୀ ସୋଫିଆଙ୍କୁ ବୋସ୍‌ ଆ ରାଜ୍ୟର ରାଜଧାନୀ ସାରାଜେଭୋଠାରେ ଗୁଳି କରି ହତ୍ୟା କଲା ।
(ii) ଏହାର ପ୍ରତିକ୍ରିୟାସ୍ବରୂପ ୧୯୧୪ ମସିହା ଜୁଲାଇ ୨୮ ତାରିଖରେ ଅଷ୍ଟ୍ରିଆ ସର୍ବିଆ ଆକ୍ରମଣ କରିବାରୁ ପ୍ରଥମ ବିଶ୍ଵ ଯୁଦ୍ଧର ସୂତ୍ରପାତ ହୋଇଥିଲା ।

୪। ପ୍ରଥମ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇଥିଲା ଓ କେବେ ଶେଷ ହେଲା ? ଏହି ଯୁଦ୍ଧରେ କେତେ ଲୋକ ଅଂଶଗ୍ରହଣ କରିଥିଲେ ?
Answer:
(i) ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ ମସିହା ଜୁଲାଇ ୨୮ ତାରିଖରୁ ଆରମ୍ଭ ହୋଇ ୧୯୧୮ ମସିହା ନଭେମ୍ବର ୧୧ ତାରିଖରେ ଶେଷ ହେଲା ।
(ii) ଏହି ଯୁଦ୍ଧରେ ଉଭୟ ପକ୍ଷରୁ ପ୍ରାୟ ୬୫୦ ଲ କ୍ଷ ରୁ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ।

୫। ଭର୍ସାଇ ଚୁକ୍ତି କେବେ ସ୍ୱାକ୍ଷରିତ ହୋଇଥିଲା ? ଏହି ଚୁକ୍ତିର ସଉଁଗୁଡ଼ିକ କିପରି ଥିଲା ?
Answer:
(i) ଭର୍ସାଇ ଚୁକ୍ତି ୧୯୧୯ ମସିହାରେ ଜର୍ମାନୀ ସହିତ ଭର୍ସାଇଠାରେ ସ୍ବାକ୍ଷରିତ ହୋଇଥିଲା ।
(ii) ଏହି ଚୁକ୍ତି ର ସର୍ଭଗୁଡ଼ିକ ଏକତରଫା, ନିର୍ଦେଶାତ୍ମକ ଓ ଅପମାନଜନକ ଥିଲା ଯାହାକି ନିର୍ଦେଶାତ୍ମକ ଓ ଅପମାନଜନକ ଥିଲା ଯାହାକି କରିଥିଲା ।

୬। ପ୍ରଥମ ବିଶ୍ଵଯୁଦ୍ଧରେ ଲଢ଼ିଥ‌ିବା ‘କେନ୍ଦ୍ରଶକ୍ତି’ ଓ ‘ମିତ୍ରଶକ୍ତି’ ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକର ନାମ ଲେଖ । କିମ୍ବା, ପ୍ରଥମ ବିଶ୍ଵ ଯୁଦ୍ଧରେ କେଉଁ ଦେଶଗୁଡ଼ିକ ‘କେନ୍ଦ୍ରଶକ୍ତି’ ଓ ‘ମିତ୍ରଶକ୍ତି’ ନାମରେ ପରିଚିତ ହୋଇଥିଲେ ?
Answer:
(i) ପ୍ରଥମ ବିଶ୍ଵଯୁଦ୍ଧରେ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ର ଦୁଇଟି ପରସ୍ପର ବିରୋଧୀ ସାମରିକ ମେଣ୍ଟରେ ଅନ୍ତର୍ଭୁକ୍ତ ହୋଇଥିଲେ; ଯଥା – କେନ୍ଦ୍ରଶକ୍ତି ଓ ମିତ୍ରଶକ୍ତି । ଜର୍ମାନୀ, ଅଷ୍ଟ୍ରିଆ, ତୁର୍କୀ ଓ ବୁଲ୍‌ଗେରିଆ ପ୍ରଭୃତି ଦେଶଗୁଡ଼ିକ ‘କେନ୍ଦ୍ରଶକ୍ତି’ର ଅନ୍ତର୍ଭୁକ୍ତ ଥିଲେ ।
(ii) ଅନ୍ୟ ପକ୍ଷରେ ସର୍ବିଆ, ରୁଷିଆ, ଫ୍ରାନ୍ସ, ଇଂଲାଣ୍ଡ, ବେଲ୍‌ଜିୟମ୍, ପର୍ତ୍ତୁଗାଲ୍, ଗ୍ରୀସ୍, ରୁ ମାନି ଆ, ଜାପାନ ଓ ଚୀନ୍ ପ୍ରଭୃତି ରାଷ୍ଟ୍ରଗୁଡ଼ିକ ‘ମିତ୍ରଶକ୍ତି’ର ଅନ୍ତର୍ଭୁକ୍ତ ଥିଲେ ।

୭। ତୁର୍କୀର ବୋସ୍‌ନିଆ ଓ ହର୍ଜିଗୋଭିନା ପ୍ରଦେଶକୁ ନେଇ କେବେ ଓ କିପରି ଅଷ୍ଟ୍ରିଆ ଓ ସର୍ବିଆ ମଧ୍ଯରେ ଶତ୍ରୁତା ବୃଦ୍ଧି ପାଇଲା ?
Answer:
(i) ୧୯୦୮ ମସିହା ଅକ୍ଟୋବର ୨ ତାରିଖରେ ବର୍ଲିନ୍‌ ମହାସଭାର ସର୍ଭକୁ ଉଲ୍ଲଙ୍ଘନ କରି ଅଷ୍ଟ୍ରିଆ ତୁର୍କୀର ବୋସ୍‌ନିଆ ଓ ହର୍ଜିଗୋଭିନା ପ୍ରଦେଶଦ୍ ୟକୁ ନି ଜ ସାମ୍ରାଜ୍ୟରେ ମିଶାଇଦେଲା । ଅଷ୍ଟ୍ରିଆର ଏହି ନିଷ୍ପତ୍ତିକୁ ସର୍ବିଆ ବିରୋଧ କଲା ଏବଂ ପ୍ରତିବାଦ ଜଣାଇଲା ।
(ii) ଏହି ଘଟଣାରୁ ଅଷ୍ଟ୍ରିଆ ଓ ସର୍ବିଆ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଲା ।

୮। ପ୍ରଥମ ବିଶ୍ୱଯୁଦ୍ଧର ସାଂସ୍କୃତିକ ଫଳାଫଳ କ’ଣ ଥିଲା ?
Answer:
(i) ସାଂସ୍କୃତିକ କ୍ଷେତ୍ରରେ ପ୍ରଥମ ବିଶ୍ୱଯୁଦ୍ଧର ପରିଣାମ ନକାରାତ୍ମକ ଥିଲା । ଏହି ଯୁଦ୍ଧରେ ଅନେକ ସାହିତ୍ୟିକ, ଐତିହାସିକ, ବୈଜ୍ଞାନିକ, କଳାକାର ପ୍ରଭୃତି ଜୀବନ ହରାଇବା ଫଳରେ ଦେଶର ସାଂସ୍କୃତିକ ପ୍ରଗତି ବାଧାପ୍ରାପ୍ତ ହେଲା ।
(ii) ଦେଶର ଐତିହ୍ୟ ବହନ କରୁଥିବା ଅନେକ ସୁନ୍ଦର ଅଟ୍ଟାଳିକା ଏବଂ ସାଂସ୍କୃତିକ ବିକାଶରେ ସାହାଯ୍ୟ କରୁଥିବା ବିଦ୍ୟାଳୟ, ପ୍ରେକ୍ଷାଳୟ, ଚିକିତ୍ସାଳୟ, ରେଳ ପଥ, ସଡ଼କ ପଥ, ଶିଳ୍ପାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଆଦି ଧ୍ୱଂସ ପାଇଥିଲା ।

୯। ମହିଳାମାନଙ୍କ ଜୀବନରେ ପ୍ରଥମ ବିଶ୍ଵଯୁଦ୍ଧ କି କି ରାଜନୈତିକ ଓ ଅର୍ଥନୈତିକ ପରି ବ ର୍ଷ ନ ଆଣିଥିଲା ?
Answer:
(i) ପ୍ରଥମ ବିଶ୍ୱଯୁଦ୍ଧ ପରେ ମହିଳାମାନେ ଦେଶର ଅର୍ଥନୈତିକ ବିକାଶ ପାଇଁ କାମ କଲେ ଏବଂ ରାଜନୈତିକ ଆଦୋଳନଗୁଡିକରେ ସକିୟ ଘଟିଲା ଅଂଶଗ୍ରହଣ କଲେ ।
(ii) ସେମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଓ ସାହସ ବୃଦ୍ଧି ପାଇଲା । ସେମାନେ ପୁରୁଷମାନଙ୍କ ସହିତ ସମାନ ମର୍ଯ୍ୟାଦା ଓ ସାମାଜିକ ସ୍ଥିତି ଦାବି କଲେ ।

୧୦ । ବର୍ଣ୍ଣଗତ ବୈଷମ୍ୟ ନୀତିକୁ ପ୍ରଥମ ବିଶ୍ଵଯୁଦ୍ଧ କିପରି ଦୂର କରିପାରିଥିଲା ?
Answer:
(i) ଯୁଦ୍ଧରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ସମସ୍ତ ଜାତି ଓ ବର୍ଣ୍ଣର ଲୋକମାନେ ଭାଗନେବା ଫଳରେ ସେମାନଙ୍କ ମଧ୍ୟରେ ବର୍ଣ୍ଣଗତ ବୈଷମ୍ୟ ରହିଲା ନାହିଁ ।
(ii) ଭାରତ ଓ ଆଫ୍ରିକାର ସୈନ୍ୟମାନେ ଇଂଲାଣ୍ଡ ସୈନ୍ୟବାହିନୀ ସହିତ ମିଶି ଲଢ଼ିବାରୁ ସେମାନେ ଇଂଲାଣ୍ଡର ସହାନୁଭୂତି ପାଇଲେ ଏବଂ ସେମାନଙ୍କ ମଧ୍ୟରେ ଥ‌ିବା ଜାତିଗତ ବିଦ୍ବେଷ ଓ ବର୍ଣ୍ଣଗତ ତିକ୍ତତା ହ୍ରାସ ପାଇଲା ।

୧୧ । ପ୍ରଥମ ବିଶ୍ଵଯୁଦ୍ଧ ପରେ ଟଙ୍କାର ମୂଲ୍ୟ କାହିଁକି ହ୍ରାସ ପାଇଥିଲା ?
Answer:
(i) ପ୍ରଥମ ବିଶ୍ୱଯୁଦ୍ଧ ଲୋକଙ୍କର ଆର୍ଥିକ ଅବସ୍ଥାକୁ ଦୁର୍ବଳ କରି ଦେଇଥିଲା । ଭାରୀ ସଂଖ୍ୟାର କାଗଜ ଟଙ୍କା ପ୍ରଚଳନ କରିବାକୁ ପଡ଼ିଲା ।
(ii) ଏହା ଫଳରେ ମୁଦ୍ରାଷ୍ଟୀତି ଘଟିଲା । ଫଳରେ ଟଙ୍କାର ମୂଲ୍ୟ ହ୍ରାସ ପାଇଲା ଓ ଜିନିଷପତ୍ରର ଦରଦାମ୍ ବୃଦ୍ଧି ପାଇଲା ।

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୧୨ । ସରକାର ଲୋକଙ୍କ ଉପରେ କାହିଁକି ଟିକସ ବସାଇଥିଲେ ? ଏହାର ପରିଣାମ କ’ଣ ହେଲା ?
Answer:
(i) ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଅନେକ ଦେଶରେ ସରକାର ବିଭିନ୍ନ ପ୍ରକାର ଟିକସ ବସାଇଲେ ।
(ii) ଆର୍ଥିକ ଦୂରବସ୍ଥାରେ କଷ୍ଟ ପାଉଥ୍ ଉଦ୍ଦେଶ୍ୟରେ ଅନେକ ଦେଶରେ ସରକାର ନଳିତା ବିଡ଼ା ସଦୃଶ ଥିଲା । ଅତିମାତ୍ରାରେ ଟିକସର ବୋଝ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଥିଲା ।

୧୩ । କେବେ ଓ କାହିଁକି ପ୍ୟାରିସ୍ ଶାନ୍ତ ସମ୍ମିଳନୀ ଆହୂତ ହୋଇଥିଲା ?
Answer:
ରାଷ୍ଟ୍ରମାନଙ୍କ ମଧ୍ୟରେ ଆନ୍ତର୍ଜାତିକବାଦର ବିକାଶ ଘଟିବା ଫଳରେ ଭବିଷ୍ୟତରେ ପ୍ରଥମ ବିଶ୍ଵଯୁଦ୍ଧ ଭଳି ଯୁଦ୍ଧର ଆଶଙ୍କାକୁ ଦୂର କରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଅବଲମ୍ବନ କରିବା ଉଦ୍ଦେଶ୍ୟରେ ୧୯୧୯ ମସିହାରେ ପ୍ୟାରିସ୍ ଶାନ୍ତି ସମ୍ମିଳନୀ ଆହୂତ ହୋଇଥିଲା ।

୧୪ । ଭୂମିକା ଗ୍ରହଣ କରିଥିଲେ ? ଏହି ସମ୍ମିଳନୀରେ ସ୍ୱାକ୍ଷରିତ ହୋଇଥ‌ିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଚୁକ୍ତିର ନାମ କ’ଣ ଥିଲା ?
Answer:
(i) ଫ୍ରାନ୍‌ସ ପ୍ରଧାନମନ୍ତ୍ରୀ କ୍ଲି ମେନ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ୟାରିସ୍ ଶାନ୍ତି ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରି କାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍‌ ସନ୍, ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ଲଏଡ୍ ଜର୍ଜ ଓ କ୍ଲିମେନ୍ସ୍ ସମସ୍ତ ନିଷ୍ପଭି ନିର୍ଦ୍ଧାରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
(ii) ଏହି ସମ୍ମିଳନୀରେ ସ୍ଵାକ୍ଷରିତ ହୋଇଥ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଚୁକ୍ତିର ନାମ ‘ଭର୍ସାଇ ଚୁକ୍ତି’ ଥିଲା ।

୧୫ । ପ୍ରଥମ ବିଶ୍ଵଯୁଦ୍ଧ ପରେ କେଉଁ ଦେଶରେ ଭୂମିକା ଗ୍ରହଣ କରିଥିଲେ ? ସମାପ୍ତି ଘଟି ସାଧାରଣତନ୍ତ ପ୍ରତିଷ୍ଠା କରାଯାଇଥିଲା ? ଏହାପରେ ପ୍ରତିଷ୍ଠିତ ହୋଇଥ‌ିବା ସାଧାରଣତନ୍ତ୍ର ରାଷ୍ଟ୍ରଗୁଡ଼ିକର ନାମ କ’ଣ ?
Answer:
(i) ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନ୍ ଦେଶରେ ସାଧାର ଶାସନର ସମାପ୍ତି ଘଟି ସାଧାରଣତନ୍ତ ପ୍ରତିଷ୍ଠା କରାଯାଇଥିଲା ।
(ii) ଏହାକୁ ଅନୁକରଣ କରି ପ୍ରତିଷ୍ଠିତ ହୋଇଥ‌ିବା ସାଧାରଣତନ୍ତ୍ର ରାଷ୍ଟ୍ର ଗୁଡ଼ିକ ହେଲା – ରୁଷିଆ, ଚେକୋସ୍ଲୋଭାକିଆ, ଜର୍ମାନୀ, ଅଷ୍ଟ୍ରିଆ, ପୋଲାଣ୍ଡ, ଲିଥୁଆନିଆ, ଫିନ୍‌ଲାଣ୍ଡ, ତୁର୍କୀ ପ୍ରଭୃତି ।

୧୬ । ଭର୍ସାଇ ଚୁକ୍ତି କିପରି ଦ୍ଵିତୀୟ ବିଶ୍ବଯୁଦ୍ଧର କାରଣ ହୋଇଥିଲା ?
Answer:
(i) ଭର୍ସାଇ ଚୁକ୍ତିର ସଉଁଗୁଡ଼ିକ ଏକତରଫା,ନି ଶାମ୍ କ ଓ ଅପମାନଜନକ ହୋଇଥ୍ ବାରୁ ଏହା ଜର୍ମାନୀରେ ପ୍ରତିଶୋଧପରାୟଣତା ସୃଷ୍ଟି କଲା ।
(ii) ଏହା ଭବିଷ୍ୟତରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ପାଇଁ ଏକ କାରଣ ହୋଇଥିଲା ।

୧୭ । କାହାର ପ୍ରସ୍ତାବ ଅନୁଯାୟୀ ଏକ ଆନ୍ତର୍ଜାତିକ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଗଲା ଏବଂ ଫଳସ୍ବରୂପ କେଉଁ ଅନୁଷ୍ଠାନ ସୃଷ୍ଟି ହେଲା ?
Answer:
(i)ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍‌ସନ୍‌ଙ୍କ ପ୍ରସ୍ତାବ ଅନୁଯାୟୀ ରାଷ୍ଟ୍ରମାନଙ୍କ ସମସ୍ୟ।ଗୁଡ଼କୁ ପରସ୍କର ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଏବଂ ସ୍ଥାୟୀ ଭାବରେ ଏକ ଆନ୍ତର୍ଜାତିକ ଅନୁଷ୍ଠାନ ପ୍ରତିଷ୍ଠା କରିବାପାଇଁ ପ୍ୟାରିସ୍ ଶାନ୍ତି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା ।
(ii) ଏହି ନିଷ୍ପତ୍ତିର ଫଳସ୍ଵରୂପ ‘ଜାତିସଂଘ’ ସୃଷ୍ଟି ହେଲା ।

୧୮ । ତୁର୍କୀର ସୁଲତାନ୍ କେବେ ଆତ୍ମସମର୍ପଣ କରିଥିଲେ ଏବଂ ଏହାର ପରିଣାମ କ’ଣ ଥିଲା ?
Answer:
(i) ତୁର୍କୀର ସୁଲତାନ୍ ୧୯୨୨ ମସିହା ନଭେମ୍ବର ମାସରେ ଆତ୍ମସମର୍ପଣ କରି ରାଜଗାଦି ପରିତ୍ୟାଗ କରିଥିଲେ ।
(ii) ଏହାଦ୍ଵାରା ରାଜବଂଶ ଶାସନର ସମାପ୍ତି ଘଟିଲା । ଏହାପରେ ୧୯୨୩ ମସିହାରେ ଖଲିଫା ପଦର ଉଚ୍ଛେଦ ଘଟିଥିଲା ।

୧୯ । ପ୍ରଥମ ବିଶ୍ଵଯୁଦ୍ଧ ପରେ କେଉଁ କେଉଁ ରାଷ୍ଟ୍ରରେ ଏକଚ୍ଛତ୍ରବାଦୀ ଶାସନର ଅନ୍ତ ଘଟିଥିଲା ଏବଂ କେଉଁ କେଉଁ ରାଷ୍ଟ୍ରରେ ଗଣତାନ୍ତ୍ରିକ ନୀତି ନିୟମ ଅନୁସୃତ ହୋଇଥିଲା ?
Answer:
(i) ପ୍ରଥମ ବିଶ୍ଵ ଯୁଦ୍ଧ ପରେ ପୋଲାଣ୍ଡ, ବୁଲ୍ ଗେରିଆ, ଚେକୋସ୍ଲୋଭାକିଆ ଓ ଫିନ୍‌ଲାଣ୍ଡରେ ଏକଚ୍ଛତ୍ରବାଦୀ ଶାସନର ଅନ୍ତ ଘଟିଲା ।
(ii) ଇଂଲାଣ୍ଡ, ସ୍ପେନ୍, ଗ୍ରୀସ୍ ଓ ରୁମାନିଆରେ ଇଂଲାଣ୍ଡ, ସ୍ପେନ୍, ଗ୍ରୀସ୍ ଓ ରୁମାନିଆରେ ନଥିଲେ ସୁଦ୍ଧା ସେସବୁ ଦେଶଗୁଡ଼ିକରେ ଗଣତାନ୍ତ୍ରିକ ନୀତି ନିୟମ ଅନୁ ସୂତ ହୋଇଥିଲା ।

୨୦ । କାଇଜର ଦ୍ବିତୀୟ ଉଇଲିୟମ୍ କିଏ ଥିଲେ ? ସେ କେଉଁ ନୀତି ଅବଲମ୍ବନ କରିଥିଲେ ?
Answer:
(i) ଜର୍ମାନୀରେ ହୋଏନ୍‌ଲେର୍ୟ ବଂଶର ଶେଷ ଶାସକ ଥିଲେ କାଇଜର ଦ୍ବିତୀୟ ଉଇଲିୟମ୍ ।
(ii) ଜର୍ମାନୀରେ ହୋଏନ୍‌ଲେର୍ୟ ବଂଶର ଶେଷ କରି ଏକ ଅସ୍ଥିର ଓ ଅପରିଣାମଦର୍ଶୀ ନୀତି ଅବଲମ୍ବନ କରିଥିଲେ ।

୨୧ । ନିକଟ ପ୍ରାଚ୍ୟ କହିଲେ କେଉଁ ଅଞ୍ଚଳକୁ ବୁଝାଏ ? ଏହାର ଉତ୍ତର ଓ ଦକ୍ଷିଣରେ କ’ଣ ରହିଛି ?
Answer:
(i) ନିକଟ ପ୍ରାଚ୍ୟ କହିଲେ ବଲ୍‌କାନ୍ ଅଞ୍ଚଳକୁ ବୁଝାଏ ।
(ii) ଏହାର ଉତ୍ତର ଭାଗଟି ଆଡ୍ରିଆଟିକ୍ ଓ କୃଷ୍ଣସାଗର ମଧ୍ୟବର୍ତ୍ତୀ ଅଞ୍ଚଳ ଏବଂ ଦକ୍ଷିଣ ଭାଗଟି ଆଇଓନିଆନ୍ ଏବଂ ଏଜିଆନ୍ ସାଗର ମଧ୍ୟବର୍ତୀ ଗ୍ରୀସ୍ ଉପଦ୍ଵୀପ ଅଟେ ।

୨୨ । ସର୍ବିଆ କାହାକୁ ଘୁଷୁରୀ ରାଜନୀତି ଭାବେ ଅଭିହିତ କରିଥିଲା ?
Answer:
(i) ବିଦେଶକୁ ଘୁଷୁରୀ ରପ୍ତାନି ସର୍ବିଆର ଏକ ପ୍ରଧାନ ବ୍ୟବସାୟ ଥିଲା ।
(ii) ଆଡ୍ରି ଆଟିକ୍ ସାଗରକୁ ପ୍ରବେଶ ବନ୍ଦ କରିବାଦ୍ଵାରା ସର୍ବିଆର ବ୍ୟବସାୟରେ କ୍ଷତି ହେଲା । ସର୍ବିଆ ଏହାକୁ ଅଷ୍ଟ୍ରିଆର ଘୁଷୁରୀ ରାଜନୀତି ବୋଲି ଅଭିହିତ କଲା ।

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୨୩ । ସର୍ବିଆ ଉପରେ ପ୍ରତିଶୋଧ ନେବାପାଇଁ ଅଷ୍ଟ୍ରିଆ କିପରି ସୁଯୋଗ ପାଇଲା ? ଅଷ୍ଟ୍ରିଆକୁ କିଏ ନିଃସର୍ତ୍ତ ସମର୍ଥନ କରିଥିଲା ?
Answer:
(i) ସର୍ବ ଜାତିର ଜଣେ ଯୁବକଦ୍ଵାରା ଅଷ୍ଟିଆ- ହଙ୍ଗେରୀ ରାଜକୁମାରଙ୍କ ହତ୍ୟା ସର୍ବିଆ ଉପରେ ପ୍ରତିଶୋଧ ନେବାପାଇଁ ଅଷ୍ଟ୍ରିଆକୁ ସୁଯୋଗ ଦେଇଥିଲା ।
(ii) ସର୍ବିଆ ବିରୁଦ୍ଧରେ ଅଷ୍ଟ୍ରିଆକୁ ଜର୍ମାନୀ ନିଃସର୍ଭ ସମର୍ଥନ କରିଥିଲା ।

୨୪ । ଅଷ୍ଟ୍ରିଆ ଓ ସର୍ବିଆ ମଧ୍ଯରେ ତିକ୍ତତା ବୃଦ୍ଧି ପାଇବାର ମୁଖ୍ୟ କାରଣ କ’ଣ ଥିଲା ?
Answer:
(i) ବୋସ୍‌ନିଆ ଓ ହର୍ଜିଗୋଭିନାକୁ ନିଜ ଦେଶରେ ସାମିଲ କରିବା ବିଷୟକୁ ନେଇ ଏବଂ।
(ii) ଆଡ୍ରି ଆଟିକ୍ ସାଗର ମଧ୍ୟକୁ ସର୍ବିଆର ପ୍ରବେଶପଥ ଅବରୋଧ କରିଥିବା ହେତୁ ଅଷ୍ଟ୍ରିଆ ଓ ସର୍ବିଆ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା ।

୨୫ । ତୁର୍କୀରେ ଶେଷ ସୁଲତାନ କିଏ ଥିଲେ ? ସେ କେବେ ଆତ୍ମସମର୍ପଣ କରିବାରୁ ତୁର୍କୀରେ ସୁଲତାନୀ ଶାସନର ପରିସମାପ୍ତି ଘଟିଲା ?
Answer:
(i) ତୁର୍କୀରେ ଶେଷ ସୁଲତାନ ଥିଲେ ଷଷ୍ଠ ମହମ୍ମଦ ୱାହିଦଲ୍-ଦିନ୍ ।
(ii) ୧୯୨୨ ମସିହା ନଭେମ୍ବର ମାସରେ ସେ କେବେ ଆତ୍ମସମର୍ପଣ କରିବାରୁ ତୁର୍କୀରେ ସୁଲତାନୀ ଶାସନର ପରିସମାପ୍ତି ଘଟିଲା ।

୨୬ । ଜର୍ମାନୀ କେଉଁଥ‌ିପାଇଁ ତୁର୍କୀର ଅନୁମତି ଆବଶ୍ୟକ କରୁଥିଲା ଏବଂ ଏହାକୁ କିଏ ବିରୋଧ କରୁଥିଲା ?
Answer:
(i) ଜର୍ମାନୀ ନିଜର ବାଣିଜ୍ୟ ବ୍ୟବସାୟ ବୃଦ୍ଧି କରିବାପାଇଁ ଓ ବର୍ଲିନ୍-ବାଦ୍ ରେଳପଥ ପ୍ରକଳ୍ପ ନିର୍ମାଣ କରିବାପାଇଁ ତୁର୍କୀର ଅନୁମତି ଆବଶ୍ୟକ କରୁଥିଲା ।
(ii) ଇଂଲାଣ୍ଡ ଏହାକୁ ବିରୋଧ କରୁଥିଲା ।

୨୭ । ଜର୍ମାନୀର ପ୍ରାଚ୍ୟ ନୀତିକୁ ରୁଷିଆ କାହିଁକି ବିରୋଧ କରିଥିଲା ?
Answer:
ଫ୍ରାନ୍ସର ଘନିଷ୍ଠ ବନ୍ଧୁ ହିସାବରେ ରୁଷିଆ ମଧ୍ୟ ଫ୍ରାନ୍ସର ଘନିଷ୍ଠ ବନ୍ଧୁ ହିସାବରେ ରୁଷିଆ ମଧ୍ୟ ଜର୍ମାନୀର ପ୍ରାଚ୍ୟ ନୀତିକୁ ବିରୋଧ କରିଥିଲା ।

୨୮ । ଉଗ୍ର ସାମ୍ରାଜ୍ୟବାଦର ସୃଷ୍ଟି କିପରି ହୋଇଥିଲା ?
(i) ଅର୍ଥନୈତିକ ପ୍ରଭାବ ବିସ୍ତାର ସହ ରାଜନୈତିକ ଆଧୂପତ୍ୟ ବିସ୍ତାର ପାଇଁ ଦେଶ ଦେଶ ମଧ୍ୟରେ ଅହେତୁକ ଔପନିବେଶିକ ପ୍ରତିଦ୍ବନ୍ଦିତା ସୃଷ୍ଟି ହୋଇଥିଲା ।
(ii) ଏହା ପ୍ରତିଦ୍ବନ୍ଦିତାଳକ ଔପନିବେଶିକବାଦରୁ ଉଗ୍ର ସାମ୍ରାଜ୍ୟବାଦ ଜନ୍ମ ନେଲା ।

୨୯ । ଉଗ୍ର ଜାତୀୟତାବାଦରେ ଅନୁପ୍ରାଣିତ ହୋଇ ଜର୍ମାନୀ କ’ଣ କରିଥିଲା ? ବଲ୍‌କାନ୍ ଅଞ୍ଚଳ ଏହାଦ୍ଵାରା କିପରି ପ୍ରଭାବିତ ହୋଇଥିଲା ?
Answer:
(i) ଉଗ୍ର ଜାତୀୟତାବାଦରେ ଅନୁପ୍ରାଣିତ ହୋଇ ଜର୍ମାନୀର ଜନସାଧାରଣ ଓ ସରକାର ଜର୍ମାନୀକୁ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ର ବୋଲି ମନେକରିଥିଲେ ।
(ii) ବଲ୍‌ କାନ୍ ରାଜ୍ୟମାନଙ୍କର ଆଭ୍ୟନ୍ତରୀଣ ରାକନାତି ମଧ୍ୟ ଉଗ୍ର ଜାତୀୟତାବାଦରେ ପ୍ରଭାବିତ ହୋଇଥିଲା ।

୩୦ । ଜର୍ମାନୀ ଏକତ୍ରୀକରଣରେ କିଏ ଓ କେବେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
(i) ବିସ୍‌ମାର୍କ ୧୮୭୧ ମସିହାରୁ ୧୮୯୦ ମସିହା ପର୍ଯ୍ୟନ୍ତ ଜର୍ମାନୀର ଚାନ୍‌ ସେଲ୍‌ର ଥିଲେ ।
(ii) ଜର୍ମାନୀର ଏକତ୍ରୀକରଣରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

୩୧ । ସମଗ୍ର ବିଶ୍ଵରେ ଆଲ୍ପତ୍ୟ ବିସ୍ତାର କରିବାପାଇଁ କିଏ ଓ କେଉଁ ନୀତି ଅବଲମ୍ବନ କରିଥିଲେ ଓ ଏହାର ଫଳାଫଳ କ’ଣ ଥିଲା ?
Answer:
(i) ଜର୍ମାନୀର କାଇଜର ଦ୍ବିତୀୟ ଉଇଲିୟମ୍ ସମଗ୍ର ବିଶ୍ୱ ରେ ଆଧ୍ୟାତ୍ୟ ବିସ୍ତାର କରିବାପାଇଁ ନୀତି ଅବଲମ୍ବନ କରିବା ଯୋଗୁଁ ଇଂଲାଣ୍ଡକୁ ନିଜର ନିରପେକ୍ଷ ନୀତି ତ୍ୟାଗ କରିବାକୁ ପଡ଼ିଲା ।
(ii) ଫଳରେ ୧୯୦୨ ମସିହାରେ ଇଂଲାଣ୍ଡ ବାଧ୍ୟ ହୋଇ ଜାପାନ ସହିତ, ୧୯୦୪ ମସିହାରେ ଫ୍ରାନ୍ସ ସହିତ ଏବଂ ୧୯୦୭ ମସିହାରେ ରୁଷିଆ ସହିତ ଚୁକ୍ତି ସ୍ୱାକ୍ଷର କଲା ।

୩୨ । ଉଡ୍ର ଉଇଲ୍ ସନ୍ କିଏ ? ପ୍ୟାରିସ୍ ଶାନ୍ତି କିଏ ଓ କେଉଁ ନୀତି ଅବଲମ୍ବନ କରିଥିଲେ ଓ ଏହାର କରିଥିଲେ ?
Answer:
(i) ଉଡ୍ରୋ ଉଇଲ୍‌ସନ୍ ଆମେରିକାର ରାଷ୍ଟ୍ରପତି ଥିଲେ ।
(ii) ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ସେ ଇଂଲାଣ୍ଡର ପ୍ରଧାନ ମନ୍ତ୍ରୀ ଲଏଡ୍ ଜର୍ଜ ଓ ଫ୍ରାନ୍ସ ର ପ୍ରଧାନମନ୍ତ୍ରୀ କ୍ଲିମେନ୍ ଙ୍କ ସହିତ ମିଶି ସମସ୍ତ ନୀତି ନିର୍ଦ୍ଧାରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

୩୩ । ପ୍ରଥମ ବିଶ୍ଵଯୁଦ୍ଧ ଶିକ୍ଷା କ୍ଷେତ୍ରରେ କିଭଳି ପ୍ରଭାବ ପକାଇଥିଲା ?
Answer:
(i) ଯୁଦ୍ଧ କ୍ଷେତ୍ରରେ ଲଢ଼େଇ କରି ବାପାଇଁ ସୈନ୍ୟମାନଙ୍କ ଆବଶ୍ୟକତା ବୃଦ୍ଧି ପାଇବା ବହୁ ସଂଖ୍ୟକ ସୈନ୍ୟବାହିନୀରେ ଯୋଗଦେଲେ । ସମସ୍ତଙ୍କ ପାଇଁ ସାମରିକ ପ୍ରଶିକ୍ଷଣ ବାଧ୍ୟତାମୂଳକ ହେଲା ।
(ii) ବିଦ୍ୟାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗୁଁ ଅନେକଗୁଡ଼ିଏ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଗଲା । ଫଳରେ ଶିକ୍ଷାର ପ୍ରଗତିରେ ଶି ସ୍ଥୂଳତା ଦେଖାଦେଲା ।

୩୪ । ପ୍ରଥମ ବିଶ୍ୱଯୁଦ୍ଧର ଫଳାଫଳ ଶ୍ରମିକ ଶ୍ରେଣୀର ପୁନରୁତ୍ଥାନରେ କିପରି ସାହାଯ୍ୟ କରିଥିଲା ?
Answer:
(i) ଶ୍ରମିକମାନେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବହୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସାମଗ୍ରୀ ଉତ୍ପାଦନରେ ଅଂଶଗ୍ରହଣ କରି ଦେଶର ରାଜନୀତିରେ ଏକ ବିଶିଷ୍ଠ ସ୍ଥାନ ଅଧିକାର କରିପାରିଥିଲେ ।
(ii) ଯୁଦ୍ଧ ଶେଷ ହେବା ପରେ ବ୍ୟବସାୟ ତଥା ଦେଶର ଶାସନରେ ସେମାନଙ୍କ ଭୂମିକା ନିର୍ଦ୍ଧାରଣ କରିବାପାଇଁ ସେମାନେ ଦାବି କଲେ ଏବଂ ଣ୍ତମିକ ସଂଘଗୁଡ଼କି ଆଦୋଳନକୁ ସଫଳ କରିବାପାଇଁ ସମସ୍ତ ଉଦ୍ୟମ କଲେ । ବିଶ୍ବଯୁଦ୍ଧର ଏକ ଗୁରୁତ୍ଵପୂର୍ଣ୍ଣ ପରିଣାମ ଥିଲା ।

୩୫ । ‘ତ୍ରିଶକ୍ତି ମେଣ୍ଟ’ କେବେ ଓ କେଉଁମାନଙ୍କୁ ନେଇ ଗଠିତ ହୋଇଥିଲା ?
Answer:
(i) ୧୮୭୯ ମସିହାରେ ବିସ୍‌ମାର୍କ ଅଷ୍ଟ୍ରିଆ ସହ ଏକ ରାଜିନାମା ସ୍ବାକ୍ଷର କରିଥିଲେ ।
(ii) ୧୮୮୨ ମସିହାରେ ଇଟାଲୀ ଏଥିରେ ଯୋଗ ଦେବାରୁ ଜର୍ମାନୀ, ଅଷ୍ଟ୍ରିଆ ଓ ଇଟାଲୀ ମଧ୍ୟରେ ‘ତ୍ରିଶକ୍ତି ମେଣ୍ଟ’ ଗଠିତ ହେଲା ।

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୩୬ । ‘ତ୍ରିମିତ୍ର ପକ୍ଷ’ କେବେ ଓ କେଉଁମାନଙ୍କୁ ନେଇ ଗଠିତ ହୋଇଥିଲା ?
Answer:
(i) ଇଂଲାଣ୍ଡ ୧୯୦୪ ମସିହାରେ ଫ୍ରାନ୍ସ ସହ ଓ ୧୯୦୭ ମସିହାରେ ରୁଷିଆ ସହ ଚୁକ୍ତି ସ୍ୱାକ୍ଷର କଳା ।
(ii) ଏହି ପରିପ୍ରେକ୍ଷୀରେ ଇଂଲାଣ୍ଡ, ରୁଷିଆ ଓ ଫ୍ରାନ୍ସ ମଧ୍ୟରେ ‘ତ୍ରିମିତ୍ର ପକ୍ଷ’ ଗଠିତ ହୋଇଥିଲା ।

୩୭ । ପ୍ରଥମ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ସହିତ ସ୍ବାକ୍ଷରିତ ହୋଇଥ‌ିବା ସନ୍ଧିର ନାମ କ’ଣ ଥିଲା ? ଏହା କେବେ ସ୍ୱାକ୍ଷରିତ ହୋଇଥିଲା ?
Answer:
(i) ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀ ସହିତ ସ୍ୱାକ୍ଷରିତ ହୋଇଥ୍‌ ସନ୍ଧିର ନାମ ଥିଲା ‘ଭର୍ସାଇ ସନ୍ଧି’ ।
(ii) ଏହି ସନ୍ଧି ୧୯୧୯ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

୩୮ । ‘ତ୍ରିଶକ୍ତି ମେଣ୍ଟ’ର କେଉଁ ସଭ୍ୟ ରାଷ୍ଟ୍ର ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭରେ ନିରପେକ୍ଷ ରହିଥିଲା ? ‘ତ୍ରିମିତ୍ର ପକ୍ଷ’ର କେଉଁ ସଭ୍ୟ ରାଷ୍ଟ୍ର ୧୯୧୭ ମସିହାରେ ଏହି ଯୁଦ୍ଧରୁ ଅପସରି ଗଲା ?
Answer:
(i) ‘ତ୍ରିଶକ୍ତି ମେଣ୍ଟ’ର ସଭ୍ୟ ରାଷ୍ଟ୍ର ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭରେ ନିରପେକ୍ଷ ରହିଥିଲା ।
(ii) ‘ତ୍ରିମିତ୍ର ପକ୍ଷ’ର ସଭ୍ୟ ରାଷ୍ଟ୍ର ରୁଷ୍ ୧୯୧୭ ମସିହାରେ ଏହି ଯୁଦ୍ଧରୁ ଅପସରି ଗଲା ।

୩୯ । ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ କିଏ ସଭାପତିତ୍ବ କରିଥିଲେ ? ଏଥ‌ିରେ କେଉଁମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
(i) ପ୍ୟାରସ୍ ଶାନ୍ତ ସମ୍ମିଳନୀରେ ଫ୍ରାନ୍ ସ ପ୍ରଧାନମନ୍ତ୍ରୀ କିମେନ୍ସ ସଭାପତିତ୍ବ କରିଥିଲେ ।
(ii) ଏଥ‌ିରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍‌ସନ୍, ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ଲଏଡ୍ ଜର୍ଜ ଓ କ୍ଲିମେନ୍ସ୍ ସମସ୍ତ ନୀତି କେଉଁମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ୧୯୧୭ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧରୁ କେଉଁ ଦେଶ ଓହରିଯାଇଥିଲା ?
Answer:
ପୂର୍ବ ଇଉରୋପରେ ରୁଷିଆ ଜର୍ମାନୀଠାରୁ ପରାଜୟ ସ୍ଵୀକାର କରି ୧୯୧୭ ମସିହାରେ ବିଶ୍ୱଯୁଦ୍ଧରୁ ଓହରିଗଲା

୨। ସର୍ବିଆ କେଉଁ ଗୁପ୍ତ ସଙ୍ଗଠନ ଗଠନ କରିଥିଲା ?
ଅଷ୍ଟ୍ରିଆକୁ ଆତଙ୍କିତ କରିବାପାଇଁ ସର୍ବିଆ ‘ବ୍ଲାକ୍ ହ୍ୟାଣ୍ଡ’ ଗୁପ୍ତ ସଙ୍ଗଠନ ଗଠନ କରିଥିଲା

୩। ଜର୍ମାନୀକୁ ଔପନିବେଶିକ ପ୍ରତିଦ୍ବନ୍ଦିତାରୁ ହଟାଇବାପାଇଁ ଇଂଲାଣ୍ଡ କାହା ସହିତ ହାତ ମିଳାଇଥିଲା ?
Answer:
୧୯୦୭ ମସିହାରେ ଜର୍ମାନୀକୁ ଔପନିବେଶିକ ପ୍ରତିଦ୍ବନ୍ଦିତାରୁ ହଟାଇବାପାଇଁ ଇଂଲାଣ୍ଡ କାହା ଫ୍ତ।ନ୍ସସ ହିତ ହାତ ମିଳାଇଥିଲା ।

୪ । ପ୍ରଥମ ବିଶ୍ଵଯୁଦ୍ଧ ପୂର୍ବରୁ ଗଠିତ ମୁଖ୍ୟ ସାମରିକ ମେଣ୍ଟଦ୍ଵୟର ନାମ ଲେଖ ।
Answer:
ପ୍ରଥମ ବିଶ୍ଵଯୁଦ୍ଧ ପୂର୍ବରୁ ଗଠିତ ମୁଖ୍ୟ ସାମରିକ ମେଣ୍ଟଦ୍ଵୟର ନାମ ଥିଲା ‘ତ୍ରିଶକ୍ତି ମେଣ୍ଟ’ ଓ ‘ତ୍ରିମିତ୍ର ପକ୍ଷ’ ।

୫। ୧୯୦୮ ମସିହାରେ ତୁର୍କୀର ସାର୍ବଭୌମ ଅଧୀନରେ ଥ‌ିବା କେଉଁ ଦୁଇଟି ପ୍ରଦେଶକୁ ଅଷ୍ଟ୍ରିଆ ନିଜ ସାମ୍ରାଜ୍ୟରେ ମିଶାଇଦେଲା ?
Answer:
୧୯୦୮ ମସିହାରେ ତୁର୍କୀର ସାର୍ବଭୌମ ଅଧୀନରେ ଥୁବା ବୋସ୍‌ନିଆ ଓ ହର୍ଜିଗୋଭିନା ପ୍ରଦେଶଦ୍ଵୟକୁ ଅଷ୍ଟ୍ରିଆ ନିଜ ସାମ୍ରାଜ୍ୟରେ ମିଶାଇଦେଲା ।

୬। ଇଟାଲୀ କେବେ ମିତ୍ରଶକ୍ତି ସପକ୍ଷରେ ଯୁଦ୍ଧରେ ଯୋଗଦେଲା ?
Answer:
ଅଷ୍ଟ୍ରିଆ ଓ ତୁର୍କୀର କିଛି ଅଧ୍ୟାତ ଅଞ୍ଚଳ ଇଟାଲୀକୁ ଦିଆଯିବ ବୋଲି ଇଂଲାଣ୍ଡ ଓ ଫ୍ରାନ୍ସଠାରୁ ପ୍ରତିଶ୍ରୁତି ପାଇବା ପରେ ଇଟାଲୀ ୧୯୧୫ ମସିହା ମେ ମାସରେ ମିତ୍ରଶକ୍ତି ସପକ୍ଷରେ ଯୁଦ୍ଧରେ ଯୋଗଦେଲା ।

୭। ପ୍ୟାରିସ୍ ଶାନ୍ତ ସମ୍ମିଳନୀର ଅବ୍ୟବହିତ ପରେ କେଉଁ କେଉଁ ନୂତନ ରାଷ୍ଟ୍ର ଗଠିତ ହେଲା ?
Answer:
ପ୍ୟାରିସ୍ ଶାନ୍ତ ସମ୍ମିଳନୀର ଅବ୍ୟବହିତ ପରେ ଚେକୋସ୍ଲୋଭାକିଆ, ଯୁଗୋସ୍ଲୋଭିଆ, ହଙ୍ଗେରୀ, ପୋଲାଣ୍ଡ, ଫିନ୍‌ଲାଣ୍ଡ, ଲିଥୁଆନିଆ, ଇଷ୍ଟୋନିଆ ଓ ଲାଟିଭିଆ ଆଦି ରାଷ୍ଟ୍ର ଗଠିତ ହେଲା ।

୮। ପ୍ରଥମ ବିଶ୍ଵ ଯୁଦ୍ଧରେ କେଉଁ ଦେଶମାନେ ‘ମିତ୍ରଶକ୍ତି’ ସପକ୍ଷରେ ଯୋଗ ଦେଇଥିଲେ ?
Answer:
ପ୍ରଥମ ବିଶ୍ଵଯୁଦ୍ଧରେ ସର୍ବିଆ, ରୁଷିଆ, ଫ୍ରାନ୍ସ, ବ୍ରିଟେନ୍, ଇଟାଲୀ, ଗ୍ରୀସ୍, ରୁମାନିଆ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ପ୍ରଭୃତି ‘ମିତ୍ରଶକ୍ତି’ ସପକ୍ଷରେ ଯୋଗ ଦେଇଥିଲେ।

୯। ପ୍ରଥମ ବିଶ୍ଵ ଯୁଦ୍ଧରେ କେଉଁ ଦେଶମାନେ ‘କେନ୍ଦ୍ରଶକ୍ତି’ର ଅନ୍ତର୍ଭୁକ୍ତ ଥିଲେ ?
Answer:
ପ୍ରଥମ ବିଶ୍ବଯୁଦ୍ଧରେ ଅଷ୍ଟ୍ରିଆ, ଜର୍ମାନୀ, ବୁଲ୍‌ଗେରିଆ ଓ ତୁର୍କୀ ପ୍ରଭୃତି ଦେଶମାନେ ‘କେନ୍ଦ୍ରଶକ୍ତି’ର ଅନ୍ତର୍ଭୁକ୍ତ ଥିଲେ ।

୧୦ । ପ୍ରଥମ ବିଶ୍ୱଯୁଦ୍ଧ ପରେ କେଉଁ କେଉଁ ଦେଶରୁ ରାଜତନ୍ତ୍ର ଲୋପ ପାଇଥିଲା ?
Answer:
ପ୍ରଥମ ବିଶ୍ୱଯୁଦ୍ଧ ପରେ ଅଷ୍ଟ୍ରିଆ, ତୁର୍କୀ ଓ ଜର୍ମାନୀ ପ୍ରଭୃତି ଦେଶରୁ ରାଜତନ୍ତ୍ର ଶାସନ ଲୋପ ପାଇଥିଲା ।

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୧୧ । ପ୍ରଥମ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇ କେବେ ଶେଷ ହେଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪ ମସିହା ଜୁଲାଇ ୨୮ ତାରିଖରୁ ଆରମ୍ଭ ହୋଇ ୧୯୧୮ ମସିହା ନଭେମ୍ବର ୧୧ ତାରିଖରେ ଶେଷ ହେଲା ।

୧୨ । କେଉଁଠାରେ ଅଷ୍ଟ୍ରିଆ-ହଙ୍ଗେରୀ ରାଜକୁମାରଙ୍କୁ ହତ୍ୟା କରାଗଲା ?
Answer:
୧୯୧୪ ମସିହା ଜୁନ୍ ୨୮ ତାରିଖରେ ସର୍ବ ଜାତିର ଜଣେ ଯୁବକ ବୋସ୍‌ନିଆ ରାଜ୍ୟର ରାଜଧାନୀ ସାରା ଜେଭୋଠାରେ ଅଷ୍ଟ୍ରି ଆ-ହଙ୍ଗେରୀର ରାଜକୁମାରଙ୍କୁ ହତ୍ୟା କଲା ।

୧୩ । ବିସ୍‌ମାର୍କ କେବେ ଜର୍ମାନୀର ଚାନ୍ସେଲର ଭାବେ କ୍ଷମତାରେ ଥିଲେ ?
Answer:
ଜର୍ମାନୀର ଚାନ୍ସେଲର ଭାବେ ବିସ୍‌ମାର୍କ ୧୮୭୧ ମସିହାରୁ ୧୮୯୦ ମସିହା ପର୍ଯ୍ୟନ୍ତ କ୍ଷମତାରେ ଥିଲେ ।

୧୪। ଜର୍ମାନୀର ଏକତ୍ରୀକରଣରେ କିଏ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ଜର୍ମାନୀର ଏକତ୍ରୀକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

୧୫ । ସିଦାନ୍ ଯୁଦ୍ଧ କେବେ ହୋଇଥିଲା ?
Answer:
୧୮୭୦ ମସିହାରେ ଫ୍ରାନ୍ସ ଓ ପ୍ରୁସିଆ ମଧ୍ୟରେ ସିଦାନ୍ ଯୁଦ୍ଧ ହୋଇଥିଲା ।

୧୬ । କେଉଁ ରାଷ୍ଟ୍ରର ପରାଜୟ ପରେ ଜର୍ମାନୀ ଏକତ୍ରୀକରଣ ସମ୍ପୂର୍ଣ୍ଣ ହୋଇଥିଲା ?
Answer:
ପରାଜୟ ପରେ ଜର୍ମାନୀ ଏକତ୍ରୀକରଣ ସମ୍ପୂର୍ଣ୍ଣ ହୋଇଥିଲା ।

୧୭ । କେବେ ଅଷ୍ଟ୍ରଆ ରାଜିନାମାରେ ଇଟାଲୀ ଯୋଗଦେଲା ।
Answer:
୧୮୮୨ ମସିହାରେ ଅଷ୍ଟ୍ରିଆ ରାଜିନାମାରେ ଇଟାଲୀ ଯୋଗଦେଲା ।

୧୮। ତ୍ରିଶକ୍ତି ମେଣ୍ଟର ରାଷ୍ଟ୍ରମାନେ ପରସ୍ପର ମଧ୍ୟରେ କି ପ୍ରତିଶ୍ରୁତିବଦ୍ଧ ହେଲେ ?
Answer:
ତ୍ରିଶକ୍ତି ମେଣ୍ଟ ଏକ ପ୍ରତିରକ୍ଷାତ୍ମକ ଚୁକ୍ତି ଥିଲା ଏବଂ ଏହି ମେଣ୍ଟର ରାଷ୍ଟ୍ରମାନେ ପରସ୍ପରର ନିରାପତ୍ତା ଲାଗି କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହେଲେ ।

୧୯ । ବଲ୍‌କାନ୍ ଅଞ୍ଚଳ କାହାକୁ କୁହାଯାଏ ?
Answer:
ଆଲ୍‌ବାନିଆ, ବୁଲ୍‌ଗେରିଆ, ଗ୍ରୀସ୍, ରୁମାନିଆ, ସର୍ବିଆ, ମଣ୍ଟିନିଟ୍ରୋ ଓ ବୋସ୍‌ନିଆ, ହର୍ଜଗୋଭିନା ଏବଂ ଇଉରୋପୀୟ ତୁର୍କୀକୁ ଧାରଣ କରିଥିବା ଦକ୍ଷିଣ-ପୂର୍ବ ଇଉରୋପର ଉପଦ୍ୱୀପକୁ ବଲ୍‌ କାନ୍ ଅଞ୍ଚଳ କୁହାଯାଏ ।

୨୦ । କେବେ ଜର୍ମାନୀ ନିଜର ନୌଶକ୍ତିରେ ଇଂଲାଣ୍ଡ ଅପେକ୍ଷା ଅଧ୍ବକ ବୃଦ୍ଧି ଘଟାଇଛି ବୋଲି ଘୋଷଣା କଲା ?
Answer:
୧୮୯୦ ମସିହାରେ ଜର୍ମାନୀ ନିଜର ନୌଶକ୍ତିରେ ଇଂଲାଣ୍ଡ ଅପେକ୍ଷା ଅଧିକ ବୃଦ୍ଧି ଘଟାଇଛି ବୋଲି ଘୋଷଣା କଲା ।

୨୧ । ୧୯୦୭ ମସିହାରେ ଜର୍ମାନୀକୁ ଔପନିବେଶିକ ପ୍ରତିଦ୍ଵନ୍ଦିତାରୁ ହଟାଇବାପାଇଁ କିଏ କିଏ ହାତ ମିଳାଇଥିଲେ ।
Answer:
୧୯୦୭ ମସିହାରେ ଜର୍ମାନୀକୁ ଔପନିବେଶିକ ପ୍ରତିଦ୍ଵନ୍ଦିତାରୁ ହଟାଇବାପାଇଁ ଇଂଲାଣ୍ଡ ଓ ଫ୍ରାନ୍ସ ହାତ ମିଳାଇଥିଲେ ।

୨୨ । ମଧ୍ୟପ୍ରାଚ୍ୟର ଅନ୍ତର୍ଭୁକ୍ତ ଦେଶଗୁଡ଼ିକର ନାମ ଲେଖ ।
Answer:
ଇଜିପ୍ଟ, ପାଲେଷ୍ଟାଇନ୍, ଏସୀୟ ତୁର୍କୀ, ଇରାନ୍, ଆଫଗାନିସ୍ଥାନ, ଇରାକ୍, ସିରିଆ, ଲେବାନନ୍, ଜୋର୍ଡାନ୍, ସାଉଦି ଆରବ ଏବଂ ୟେମେନ୍ ଆଦି ଦେଶଗୁଡ଼ିକ ମଧ୍ୟପ୍ରାଚ୍ୟର ଅନ୍ତର୍ଭୁକ୍ତ ।

୨୩ । ତୁର୍କୀର ସୁଲତାନ କେବେ ଆତ୍ମସମର୍ପଣ କରିଥିଲେ ଏବଂ ଏହା ସହିତ କେଉଁ ରାଜବଂଶରେ ସମାପ୍ତି ଘଟିଲା ?
Answer:
୧୯୨୨ ମସିହା ନଭେମ୍ବର ମାସରେ ତୁର୍କୀର ସୁଲତାନ୍ ଆତ୍ମସମର୍ପଣ କରି ସିଂହାସନ ତ୍ୟାଗ କରିବାଦ୍ୱାରା ତୁର୍କୀର ଉସ୍‌ମାନୀ ରାଜବଂଶର ସମାପ୍ତି ଘଟିଲା ।

୨୪ । କେନ୍ଦ୍ରଶକ୍ତି ବିରୋଧରେ କେଉଁ ଶକ୍ତିର ଯୁଦ୍ଧୋତ୍ତର ଘୋଷଣା ଲୋକମାନଙ୍କୁ ଗଣତନ୍ତ୍ର ଲାଗି ପ୍ରେରଣ ପ୍ରଦାନ କରିଥିଲା ?
Answer:
କେନ୍ଦ୍ର ଶକ୍ତି ବିରୋଧରେ ମିତ୍ରଶକ୍ତିର ଯୁଦ୍ଧୋତ୍ତର ଘୋଷଣା ଲୋକମାନଙ୍କୁ ଗଣତନ୍ତ୍ର ଲାଗି ପ୍ରେରଣ ପ୍ରଦାନ କରିଥିଲା ।

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୨୫ । ପ୍ୟାରସ୍ ଶାନ୍ତ ସମ୍ମିଳନୀ କେବେ ଓ କାହିଁକି ହୋଇଥିଲା ?
Answer:
ଘଟିବା ଫଳରେ ଭବିଷ୍ୟତରେ ଯୁଦ୍ଧର ଆଶଙ୍କାକୁ ଦୂର କରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଅବଲମ୍ବନ କରିବା ଉଦ୍ଦେଶ୍ୟରେ ୧୯୧୯ ମସିହାରେ ପ୍ୟାରିସ୍ ଶାନ୍ତି ସମ୍ମିଳନୀ ଆହୂତ ହୋଇଥିଲା ।

୨୬ । ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିଗୁଡ଼ିକ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଚୁକ୍ତିର ନାମ କ’ଣ ଥିଲା ?
Answer:
ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିଗୁଡ଼ିକ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଚୁକ୍ତିର ନାମ ଭର୍ସାଇ ଚୁକ୍ତି ଥିଲା ।

୨୭ । ଇଂଲାଣ୍ଡ କେବେ ଜାପାନ ସହିତ, କେବେ ଫ୍ରାନ୍ସ ସହିତ ଏବଂ କେବେ ରୁଷିଆ ସହିତ ଚୁକ୍ତି ସ୍ୱାକ୍ଷର କଲା ?
Answer:
ଇଂଲାଣ୍ଡ ୧୯୦୨ ମସିହାରେ ଜାପାନ ସହିତ, ୧୯୦୪ ମସିହାରେ ଫ୍ରାନ୍ସ ସହିତ ଏବଂ ୧୯୦୭ ମସିହାରେ ରୁଷିଆ ସହିତ ଚୁକ୍ତି ସ୍ବାକ୍ଷର କରିଥିଲା ।

୨୮ । ଜର୍ମାନୀ ଦେଶର ଶେଷ ଶାସକ କିଏ ଥିଲେ ?
Answer:
ଜର୍ମାନୀ ଦେଶର ଶେଷ ଶାସକ ଥିଲେ କାଇଜର

୨୯ । କିଏ ତୁର୍କୀର ଶେଷ ଖଲିଫା ଥିଲେ ?
Answer:
ଅବ୍‌ଦ୍ ଅଲ୍ ମଜିଦ୍ ତୁର୍କୀର ଶେଷ ଖଲିଫା ଥିଲେ ।

୩୦ । ଚେକୋସ୍ଲୋଭାକିଆ କେବେ ଦୁଇଟି ସ୍ଵାଧୀନ ରାଷ୍ଟ୍ରରେ ବିଭାଜିତ ହୋଇଥିଲା ?
Answer:
ଚେକୋସ୍ଲୋଭାକିଆ ୧୯୯୩ ମସିହାରେ ଦୁଇଟି ସ୍ଵାଧୀନ ରାଷ୍ଟ୍ରରେ ବିଭାଜିତ ହୋଇଥିଲା ।

୩୧ । କେବେ ମଣ୍ଟିନିଟ୍ରୋ ସ୍ଵାଧୀନ ରାଷ୍ଟ୍ରରୂପେ ଗଠିତ ହେଲା ?
Answer:
ମଣ୍ଟିନିଟ୍ରୋ ୨୦୦୬ ମସିହା ଜୁନ୍ ୩ ତାରିଖରେ ସ୍ବାଧୀନ ରାଷ୍ଟ୍ର ରୂପେ ଗଠିତ ହେଲା ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। କେଉଁଠାରେ ଉସ୍ମାନୀ ରାଜବଂଶ ଶାସନ କରୁଥିଲା ?
Answer:
ତୁର୍କୀ

୨। ରୁଷିଆରେ ‘ରୋମାନୋଭ୍’ ରାଜବଂଶର ଶେଷ ଶାସକ କିଏ ଥିଲେ ?
Answer:
ଜାର୍ ଦ୍ୱିତୀୟ ନିକୋଲାସ୍

୩। ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ କିଏ ସଭାପତିତ୍ବ କରିଥିଲେ ?
Answer:
କ୍ଲିମେନ୍ସ୍

୪। ଫ୍ରାନ୍‌ସିସ୍ ଯୋସେଫ୍ କେଉଁ ଦେଶର ଶେଷ ଶାସକ ଥିଲେ ?
Answer:
ଅଷ୍ଟ୍ରିଆ

୫। ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀର କାଇଜର କିଏ ଥିଲେ ?
Answer:
ଦ୍ୱିତୀୟ ଉଇଲିୟମ୍

୬। ପ୍ରଥମ ବିଶ୍ଵଯୁଦ୍ଧ ପରେ ଶାନ୍ତି ପାଇଁ ପୃଥ‌ିବୀରେ କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା ?
Answer:
ଜାତିସଂଘ

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୭। ‘ଅଗାଦି ବନ୍ଦର’ କେଉଁ ଦେଶରେ ଅବସ୍ଥିତ ?
Answer:
ମରକ୍କୋ

୮। ୨୦୦୬ ଜୁନ୍ ୩ ରେ କେଉଁ ଦେଶ ସ୍ଵାଧୀନ ହୋଇଥିଲା ?
Answer:
ମଣ୍ଟିନିଟ୍ରୋ

୯ । କେଉଁ ଦୁଇ ଦେଶ ମଧ୍ୟରେ ୧୯୦୪ ମସିହାରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ?
Answer:
ଇଂଲାଣ୍ଡ ଓ ଫ୍ରାନ୍ସ

୧୦ । ଇଂଲାଣ୍ଡ କେବେ ରୁଷିଆ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା ?
Answer:
୧୯୦୭ ମସିହା

୧୧ ।୧୮୯୦ ମସିହା ପରେ କେଉଁ ଦେଶ ନୌଶକ୍ତିରେ ଘୋଷଣା କଲା ?
Answer:
ଜର୍ମାନୀ

୧୨ । ବର୍ଲିନ୍-ବାଗ୍‌ଦାଦ୍ ରେଳପଥ ପ୍ରକଳ୍ପ ନିର୍ମାଣ କରିବାପାଇଁ କେଉଁ ଦେଶ ଆଗ୍ରହ ପ୍ରକାଶ କରିଥିଲା ?
Answer:
ଜର୍ମାନୀ

୧୩ । ଜର୍ମାନୀର ପ୍ରସାରଣ ଓ ସମରସଜ୍ଜା ତାଙ୍କ ବୈଦେଶିକ ନୀତିର ମୂଳଭିତ୍ତି ବୋଲି କିଏ ଘୋଷଣା କରିଥିଲେ ?
Answer:
ଦ୍ଵିତୀୟ ଉଇଲିୟମ୍

୧୪ । ୧୮୯୯ ଓ ୧୯୦୭ ମସିହାରେ କେଉଁଠାରେ ଅନୁଷ୍ଠିତ ଆଇନ ପ୍ରଣୟନ କରାଯାଇଥିଲା ?
Answer:
ହେଗ୍

୧୫ । ଅଷ୍ଟ୍ରିଆର ଯୁବରାଜ ଫଡ଼ିନାଣ୍ଡ ଓ ତାଙ୍କ ପତ୍ନୀଙ୍କ କେଉଁ ସ୍ଥାନରେ ହତ୍ୟା କରାଯାଇଥିଲା ?
Answer:
ସେରାଜେଭୋ

୧୬ । ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାୟ କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ?
Answer:
୩୬ଟି

୧୭ । ଆମେରିକାର କେଉଁ ରାଷ୍ଟ୍ରପତି ଜାତିସଂଘ ଗଠନ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ଉଡ୍ରୋ ଉଇଲ୍ସସନ୍‌

୧୮ । ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲସନ୍ କେଉଁ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ ?
Answer:
୧୪ ସୂତ୍ରୀ

୧୯ । ପ୍ରଥମ ବିଶ୍ୱଯୁଦ୍ଧପରେ ରାଷ୍ଟ୍ରମାନଙ୍କୁ କାହିଁକି ବହୁ ପରିମାଣରେ କାଗଜ ଟଙ୍କା ପ୍ରଚଳନ କରିବାକୁ ପଡ଼ିଥିଲା ?
Answer:
ଭାରୀ ସଂଖ୍ୟାର ଋଣ ଯୋଗୁଁ

୨୦ । ଜର୍ମାନୀ କେବେ ଯୁଦ୍ଧ ବିରତି ସନ୍ଧିରେ ସ୍ବାକ୍ଷର କଲା ?
Answer:
୧୯୧୮ ନଭେମ୍ବର ୧୧ ।

C ଶୂନ୍ୟସ୍ଥାନ ପୂରଣ କର ।

୧। ___________ ଜର୍ମାନୀ ଏକତ୍ରୀକରଣର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
Answer:
ବିସ୍‌ମାର୍କ

୨। ରୁଷିଆ ଓ ତୁର୍କୀ ମଧ୍ୟରେ ____________ ମସିହୋରେ ଯୁକ୍ତ।
ସଂଘଟିତ ହୋଇଥିଲା ।
Answer:
୧୮୭୭

୩ । ____________ ନିବାରଣ ପାଇଁ ହୋଇଥି ଗୁରୁତ୍ବପୂର୍ଣ୍ଣ ଆଇନଗୁଡ଼ିକ ହୋଇଥ ସମ୍ମିଳନୀଗୁଡ଼ିକରେ ପ୍ରଣୟନ କରାଯାଇଥିଲା ।
Answer:
ଯୁଦ୍ଧ

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୪ । ____________ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ବିଶ୍ବଯୁଦ୍ଧରେ ଜଡି଼ତ ହୋଇଥିଲା ।
Answer:
୧୯୧୭

୫ । ____________ ମସିହାରେ ପ୍ୟାରିସ୍ ଶାନ୍ତ ସମ୍ମିଳନୀ ଆହୂତ ହୋଇଥିଲା ।
Answer:
୧୯୧୯

୬ | ଫ୍ରାନ୍ସର ଭର୍ସାଇଠାରେ ଜର୍ମାନୀ ସହିତ _______________ ସ୍ବାକ୍ଷରିତ ହୋଇଥିଲା ।
Answer:
ଭର୍ସାଇ

୭ । _________________ କୁ ଆତଙ୍କିତ କରିବାପାଇଁ ସର୍ବିଆ ‘ବ୍ଲାକ୍ ହ୍ୟାଣ୍ଡ’ ଗୁପ୍ତ ସଙ୍ଗଠନ ସ୍ଥାପନ କରିଥିଲା ।
Answer:
ଅଷ୍ଟ୍ରିଆ

୮। ଇଟାଲୀ ______________ __________________ ପ୍ରଥମ ବିଶ୍ଵଯୁଦ୍ଧରେ ଯୋଗଦେଲା ।
Answer:
୧୯୧୫, ମିତ୍ରଶକ୍ତି

୯୮ ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ __________________ ସଭାପତିତ୍ୱ କରିଥିଲେ ।
Answer:
କ୍ଲିମେନ୍ସ୍

୧୦। ______________ ର ପରାଜୟ ପରେ ଜର୍ମାନୀ ଏକତ୍ରୀକରଣ ସମ୍ଭବ ହୋଇଥିଲା ।
Answer:
ଫ୍ରାନ୍ସ ।

D ଠିକ୍ ଉକ୍ତି ପାଇଁ (√) ଓ ଭୁଲ ଉକ୍ତି ପାଇଁ (×) ଲେଖ ।

୧। ବିସମାର୍କ ଔପନିବେଶିକ ବିସ୍ତାରଣ ନୀତିର ସପକ୍ଷରେ ଥିଲେ ।
୨। ୧୯୦୪ ମସିହାରେ ଇଂଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।
୩। ‘ପାନ୍ତର’ ନାମକ ଯୁଦ୍ଧ ଜାହାଜକୁ ଫ୍ରାନ୍ସ ମରକ୍କୋର ଅଗାଦି ବନ୍ଦରକୁ ପଠାଇଥିଲା ।
୪। ‘ଅଗାଦି’ ବନ୍ଦର ଫ୍ରାନ୍ସରେ ଅବସ୍ଥିତ ।
୫୮ ୧୯୧୨-୧୩ ମସିହାରେ ବଲକାନ୍ ଯୁଦ୍ଧ ସଂଗଠିତ
୬। ଫ୍ରାନ୍‌ସିସ୍ ଫର୍ଡିନାଣ୍ଡଙ୍କୁ ଜର୍ମାନୀରେ ହତ୍ୟା କରାଯାଇଥିଲା ।
୭ । ବିଦେଶକୁ ଘୁଷୁରୀ ରପ୍ତାନି କରିବା ସର୍ବିଆର ଏକ ପ୍ରଧାନ ବ୍ୟବସାୟ ଥିଲା ।
୮। ଅଷ୍ଟ୍ରିଆକୁ ଆତଙ୍କିତ କରିବାପାଇଁ ଫ୍ରାନ୍ସ ‘ବ୍ଲାକ୍ ଲ୍ୟାଣ୍ଡ’’ ଗୁପ୍ତ ସଂଗଠନ ସ୍ଥାପନ କରିଥିଲା ।
୯ । ନିକଟ ପ୍ରାଚ୍ୟ କହିଲେ ବଲ୍‌କାନ୍ ଅଞ୍ଚଳକୁ ବୁଝାଉଥିଲା ।
୧୦ । ଯୁକ୍ତରାଷ୍ଟ୍ର ଆମେରିକା ୧୯୧୫ ମସିହାରେ ପ୍ରଥମ ବିଶ୍ବଯୁଦ୍ଧରେ ଜଡି଼ତ ହୋଇଥିଲା ।

Answers:
୧। (×)
୨। (√)
୩। (×)
୪। (×)
୫। (√)
୬। (×)
୭ । (√)
୮। (x)
୯୮ (√)
୧୦ । (x)

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ 1

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ 2

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ 3

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ 4

F ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ପ୍ରଥମ ବିଶ୍ୱଯୁଦ୍ଧର ବାଇଶବର୍ଷ ପରେ ଦ୍ବିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲା ।
Answer:
କୋଡ଼ିଏ ବର୍ଷ

୨। ଫ୍ରାନ୍ସ ଓ ପ୍ରୁସିଆ ମଧ୍ୟରେ ହୋଇଥ‌ିବା ସିଦାନ ଯୁଦ୍ଧରେ ପ୍ରୁସିଆ ପରାସ୍ତ ହୋଇଥିଲା ।
Answer:
ଫ୍ରାନ୍ସ

୩। ୧୯୦୫ ମସିହାରେ ଇଂଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୦୪

୪। ହିଟଲର ଜର୍ମାନୀ ଏକତ୍ରୀକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
Answer:
ବିସମାର୍କ

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୫। ଜାତିସଂଘ କ୍ଲିମେନସୁଙ୍କ ପ୍ରସ୍ତାବରେ ଗଠନ କରାଯାଇଥିଲା ।
Answer:
ଉଡ୍ରୋ ଉଇଲସନ

୬ । ଭୂମଧ୍ୟ ସାଗର ଓ ଭାରତ ମହାସାଗରର ମଧ୍ୟବର୍ତ୍ତୀ ଅଞ୍ଚଳକୁ ନିକଟ ପ୍ରାଚ୍ୟ କୁହାଯାଏ ।
Answer:
ମଧ୍ୟ ପ୍ରାଚ୍ୟ

୭ । ପ୍ରସିଆ ଦେଶର ଏକ ପ୍ରଧାନ ବ୍ୟବସାୟ ଥିଲା ବିଦେଶକୁ ଘୁଷୁରି ରପ୍ତାନି କରିବା ।
Answer:
ସର୍ବିଆ

୮ । ବୋସ୍‌ନିଆର ରାଜଧାନୀ ଥିଲା ଟାସ୍‌ମାନିଆ ।
Answer:
ସାରାଜେଭୋ

୯। ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ବିଶ୍ଵଯୁଦ୍ଧରେ ୧୯୧୮ ମସିହାରେ ଯୋଗଦେଇଥିଲା ।
Answer:
୧୯୧୭

୧୦ । ସମ୍ରାଟ ଫ୍ରାନ୍‌ସିସ୍ ଜୋସେଫ୍ ଅଷ୍ଟ୍ରେଲିଆର ଶେଷ ଶାସକ ଥିଲେ ।
Answer:
ଅଷ୍ଟ୍ରିଆ

G ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନିକଟ ପ୍ରାଚ୍ୟ କହିଲେ କେଉଁ ଅଞ୍ଚଳକୁ ବୁଝାଇଥାଏ ?
(A) ବଲ୍‌କାନ୍ ଅଞ୍ଚଳ
(B) ଆର୍ଡିଆଟିକ୍
(C) ପୂର୍ବ ଇଉରୋପ
(D) ଟାଙ୍ଗାନାଇକା
Answer:
(A) ବଲ୍‌କାନ୍ ଅଞ୍ଚଳ

2. ଭୂମଧ୍ଯସାଗର ଓ ଭାରତ ମହାସାଗର ମଧ୍ୟବର୍ତ୍ତୀ ଅଞ୍ଚଳକୁ କ’ଣ କୁହାଯାଏ ?
(A) ନିକଟ ପ୍ରାଚ୍ୟ
(B) ଦୂର ପ୍ରାଚ୍ୟ
(C) ମଧ୍ଯ ପ୍ରାଚ୍ୟ
(D) ଆଦ୍ୟ ପ୍ରାଚ୍ୟ
Answer:
(C) ମଧ୍ଯ ପ୍ରାଚ୍ୟ

3. ନିମ୍ନୋକ୍ତ ମଧ୍ୟରୁ କେଉଁଟି ମଧ୍ୟ ପ୍ରାଚ୍ୟର ଅନ୍ତର୍ଭୁକ୍ତ ଦେଶ ନୁହେଁ ?
(A) ଇଜିପ୍ଟ
(B) ପାଲେଷ୍ଟାଇନ୍
(C) ତୁର୍କୀ
(D) ଭାରତ
Answer:
(D) ଭାରତ

4. ‘ଇଣ୍ଡୋନେସିଆ’ କେଉଁ ପ୍ରାଚ୍ୟ ଅନ୍ତର୍ଭୁକ୍ତ ଦେଶ ଅଟେ ?
(A) ଦୂର ପ୍ରାଚ୍ୟ
(B) ନିକଟ ପ୍ରାଚ୍ୟ
(C) ମଧ୍ଯ ପ୍ରାଚ୍ୟ
(D) ଆଦ୍ୟ ପ୍ରାଚ୍ୟ
Answer:
(A) ଦୂର ପ୍ରାଚ୍ୟ

5. ‘ ହୋଏନ୍‌ ଜୋଲେଣ୍ଡ’ ରାଜବଂଶ କେଉଁ ଦେଶରେ ଶାସନ କରୁଥିଲା ?
(A) ଅଷ୍ଟ୍ରିଆ
(B) ରୁଷ୍
(C) ଜର୍ମାନୀ
(D) ଫ୍ରାନ୍ସ
Answer:
(C) ଜର୍ମାନୀ

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

6. ଅଷ୍ଟ୍ରିଆରେ କେଉଁ ରାଜବଂଶ ଶାସନ କରୁଥିଲେ ?
(A) ହୋଏନ୍‌ଲେଣ୍ଡ୍
(B) ହାପସ୍‌ବର୍ଗ
(C) ରୋମାନୋଭ
(D) ଜାର୍
Answer:
(B) ହାପସ୍‌ବର୍ଗ

7. ତୁର୍କୀରେ ଖଲିଫା ପଦର ଉଚ୍ଛେଦ କେବେ ହୋଇଥିଲା ?
(A) ୧୯୨୦
(B) ୧୯୨୧
(C) ୧୯୨୨
(D) ୧୯୨୩
Answer:
(D) ୧୯୨୩

8. ଉସ୍‌ମାନୀ ରାଜବଂଶ କେଉଁଠାରେ ଶାସନ କରୁଥିଲା ?
(A) ଜର୍ମାନୀ
(B) ରୁଷିଆ
(C) ତୁର୍କୀ
(D) ଫ୍ରାନ୍ସ
Answer:
(C) ତୁର୍କୀ

9. ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ କିଏ ସଭାପତିତ୍ବ କରିଥିଲେ ?
(A) ଉଡ୍ରୋ ଉଇଲସନ୍
(B) କ୍ଲିମେଣ୍ଟ୍
(C) ଚର୍ଚ୍ଚିଲ
(D) ମ୍ୟାକ୍ସୋନାଲଡ଼
Answer:
(B) କ୍ଲିମେଣ୍ଟ୍

10. ଫ୍ରାନ୍‌ସିସ୍ ଜୋସେଫ୍ କେଉଁ ଦେଶର ଶେଷ ଶାସକ ଥିଲେ ?
(A) ଜର୍ମାନୀ
(B) ଅଷ୍ଟ୍ରିଆ
(C) ଇଟାଲୀ
(D) ରୁଷ୍
Answer:
(B) ଅଷ୍ଟ୍ରିଆ

11. ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀର କାଇଜର କିଏ ଥିଲେ ?
(A) ପ୍ରଥମ ଉଇଲିୟମ୍
(B) ଦ୍ଵିତୀୟ ଉଇଲିୟମ୍
(C) ତୃତୀୟ ଉଇଲିୟମ୍
(D) ଚତୁର୍ଥ ଉଇଲିୟମ୍
Answer:
(B) ଦ୍ଵିତୀୟ ଉଇଲିୟମ୍

12. ପ୍ରଥମ ବିଶ୍ଵଯୁଦ୍ଧ ପରେ ଶାନ୍ତି ପାଇଁ ପୃଥ‌ିବୀରେ କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା ?
(A) ଜାତିସଂଘ
(B) ମିଳିତ ଜାତିସଂଘ
(C) ସଯୁକ୍ତ ସଂଘ
(D) ମିଳିତ ସଂଘ
Answer:
(A) ଜାତିସଂଘ

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

13. ‘ଅଗାଦି ବନ୍ଦର’ କେଉଁ ଦେଶରେ ଅବସ୍ଥିତ ?
(A) ଫ୍ରାନ୍ସ
(B) ଇଟାଲୀ
(C) ଜର୍ମାନୀ
(D) ମରକୋ
Answer:
(D) ମରକୋ

14. ୨୦୦୬ ଜୁନ୍ ୩ ରେ କେଉଁ ଦେଶ ସ୍ଵାଧୀନ ହୋଇଥିଲା?
(A) ସର୍ବିଆ
(B) ଅଷ୍ଟ୍ରିଆ
(C) ମଣ୍ଟିନିଟ୍ରୋ
(D) ଯୁଗସ୍ଲୋଭିଆ
Answer:
(C) ମଣ୍ଟିନିଟ୍ରୋ

15. ନିମ୍ନୋକ୍ତ କେଉଁ ରାଷ୍ଟ୍ରଟି ‘ମିତ୍ରଶକ୍ତି’ର ଅନ୍ତର୍ଭୁକ୍ତ ନ ଥିଲା ?
(A) ରୁଷ୍
(B) ରୁମାନିଆ
(C) ଫ୍ରାନ୍ସ
(D) ତୁର୍କୀ
Answer:
(B) ରୁମାନିଆ

16. ନିମ୍ନୋକ୍ତ କେଉଁ ମସିହାରେ ତ୍ରିଶକ୍ତି ମେଣ୍ଟ ଗଠିତ ହୋଇଥିଲା ?
(A) ୧୬୮୨
(B) ୧୭୮୨
(C) ୧୮୮୨
(D) ୧୯୮୨
Answer:
(C) ୧୮୮୨

17. ୧୯୧୭ ମସିହାରେ ପ୍ରଥମ ବିଶ୍ବଯୁଦ୍ଧରୁ କେଉଁ ଦେଶ ପ୍ରଥମେ ଓହରି ଯାଇଥିଲା ?
(A) ଫ୍ରାନ୍ସ
(B) ସ୍ପେନ୍
(C) ସର୍ବିଆ
(D) ରୁଷ୍
Answer:
(D) ରୁଷ୍

18. ‘ମରକ୍‌’କୁ କେନ୍ଦ୍ର କରି କେଉଁ ଦୁଇ ରାଷ୍ଟ୍ର ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା ?
(A) ଫ୍ରାନ୍ସ ଓ ଜର୍ମାନୀ
(B) ଫ୍ରାନ୍ସ ଓ ଇଂଲାଣ୍ଡ
(C) ଇଂଲାଣ୍ଡ ଓ ଜର୍ମାନୀ
(D) ଜର୍ମାନୀ ଓ ରୁଷ୍
Answer:
(A) ଫ୍ରାନ୍ସ ଓ ଜର୍ମାନୀ

19. ନିମ୍ନୋକ୍ତ କେଉଁ ଦେଶ ସାମରିକ ମେଣ୍ଟଭୁକ୍ତ ହୋଇଥିଲେ ମଧ୍ୟ ଯୁଦ୍ଧର ପ୍ରାରମ୍ଭରେ ନିରପେକ୍ଷ ରହିଥୁଲା ?
(A) ଯୁକ୍ତରାଷ୍ଟ୍ର ଆମେରିକା
(B) ଆଲ୍‌ବାନିଆ
(C) ଇଟାଲୀ
(D)ସର୍ବିଆ
Answer:
(C) ଇଟାଲୀ

20. ପ୍ରଥମ ବିଶ୍ଵଯୁଦ୍ଧ ପରେ ନିମ୍ନୋକ୍ତ କେଉଁ ଦେଶରୁ ଏକଚ୍ଛତ୍ରବାଦୀ ଶାସନର ଅନ୍ତ ଘଟିଲା ?
(A) ବ୍ରିଟେନ୍
(B) ପୋଲାଣ୍ଡ
(C) ଇଟାଲୀ
(D) ସେନ୍
Answer:
(B) ପୋଲାଣ୍ଡ

BSE Odisha 9th Class History Important Questions Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

21. ଭର୍ସାଇ ଚୁକ୍ତି ନିମ୍ନୋକ୍ତ କେଉଁ ରାଷ୍ଟ୍ର ପ୍ରତି ଅପମାନଜନକ ଥିଲା ?
(A) ଇଂଲାଣ୍ଡ
(B) ଜର୍ମାନୀ
(C) ସାଉଦି ଆରବ
(D) ଇଟାଲୀ
Answer:
(B) ଜର୍ମାନୀ

22. ପ୍ରଥମ ବିଶ୍ଵଯୁଦ୍ଧରେ ପ୍ରାୟ କେତେସଂଖ୍ୟକ ଲୋକ ଅଙ୍ଗପ୍ରତ୍ୟଙ୍ଗ ହରାଇଥିଲେ ?
(A) ୬୦ ଲକ୍ଷ
(B) ୭୦ ଲକ୍ଷ
(C) ୧ କୋଟି
(D) ୨ କୋଟି
Answer:
(B) ୭୦ ଲକ୍ଷ

23. ଯୁକ୍ତରାଷ୍ଟ୍ର ଆମେରିକା କେବେ ମିତ୍ରଶକ୍ତି ସପକ୍ଷରେ ଯୋଗଦେଲା ?
(A) ୧୯୧୪
(B) ୧୯୧୨
(C) ୧୯୧୫
(D) ୧୯୧୭
Answer:
(D) ୧୯୧୭

24. କେଉଁ ଚୁକ୍ତି ଅନୁସାରେ ଫ୍ରାନ୍ସ ତା’ର ଦୁଇଟି ପ୍ରଦେଶ ଆଲ୍‌ସେସ୍ ଓ ଲରେନ୍ ଜର୍ମାନୀକୁ ହସ୍ତାନ୍ତର କଲା ?
(A) ଫ୍ରାଙ୍କଫର୍ଟ ସନ୍ଧି
(B) ରାଇନ୍ ସନ୍ଧି
(C) ପାରିସ୍ ଚୁକ୍ତି
(D) ଶାନ୍ତି ଚୁକ୍ତି
Answer:
(A) ଫ୍ରାଙ୍କଫର୍ଟ ସନ୍ଧି

25. ୧୮୮୨ ମସିହାରେ ଜର୍ମାନୀ -ଅଷ୍ଟ୍ରିଆ ରାଜିନାମାରେ କେଉଁ ଦେଶ ଯୋଗ ଦେବା ଫଳରେ ତ୍ରିଶକ୍ତି-ମେଣ୍ଟ ସୃଷ୍ଟି ହୋଇଥିଲା ?
(A) ରୁଷିଆ
(B) ଫ୍ରାନ୍ସ
(C) ଇଟାଲୀ
(D) ଇଂଲଣ୍ଡ
Answer:
(C) ଇଟାଲୀ

26. ରୁଷିଆ ଓ ଫ୍ରାନ୍ସ କେବେ ‘ଦୃଶକ୍ତି ମେଣ୍ଟ’ ନାମକ ଏକ ସାମରିକ ଚୁକ୍ତି ସ୍ୱାକ୍ଷର କରିଥିଲେ ?
(A) ୧୮୯୪ ମସିହା
(B) ୧୯୦୨ ମସିହା
(C) ୧୯୦୪ ମସିହା
(D) ୧୯୦୫ ମସିହା
Answer:
(A) ୧୮୯୪ ମସିହା

27. ଇଂଲଣ୍ଡ କେବେ ରୁଷିଆ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା ?
(A) ୧୮୯୪ ମସିହା
(B)୧୯୦୨ ମସିହା
(C) ୧୯୦୪ ମସିହା
(D) ୧୯୦୭ ମସିହା
Answer:
(D) ୧୯୦୭ ମସିହା

28. ୧୮୯୦ ମସିହା ପରେ କେଉଁ ଦେଶ ନୌଶକ୍ତିରେ କଲା ?
(A) ଇଟାଲୀ
(B) ଫ୍ରାନ୍ସ
(C) ଜର୍ମାନୀ
(D) ରୁଷିଆ
Answer:
(C) ଜର୍ମାନୀ

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

Odisha State Board BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ will enable students to study smartly.

BSE Odisha Class 10 Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ :
1. ଆମ ଦେଶ ଭାରତରେ ବର୍ତ୍ତମାନ ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।

→ ଭାରତର ରାଜ୍ୟସମୂହ :
(୧) ଆନ୍ଧ୍ରପ୍ରଦେଶ, (୨) ଆସାମ, (୩) ବିହାର, (୪) ଗୁଜରାଟ, (୫) ହରିୟାଣା, (୬) କର୍ଣାଟକ, (୭) କେରଳ, (୮) ମଧ୍ୟପ୍ରଦେଶ, (୯) ତାମିଲନାଡୁ, (୧୦) ମହାରାଷ୍ଟ୍ର, (୧୧) ନାଗାଲାଣ୍ଡ, (୧୨) ଓଡ଼ିଶା, (୧୩) ପଞ୍ଜାବ, (୧୪) ରାଜସ୍ଥାନ, (୧୫) ଉତ୍ତର ପ୍ରଦେଶ, (୧୬) ପଶ୍ଚିମବଙ୍ଗ, (୧୭) ତେଲେଙ୍ଗାନା, (୧୮) ହିମାଚଳ ପ୍ରଦେଶ, (୧୯) ମଣିପୁର, (୨୦) ତ୍ରିପୁରା, (୨୧) ମେଘାଳୟ, (୨୨) ସିକିମ୍, (୨୩) ମିଜୋରାମ୍, (୨୪) ଅରୁଣାଚଳ ପ୍ରଦେଶ, (୨୫) ଗୋଆ, (୨୬) ଛତିଶଗଡ଼, (୨୭) ଉତ୍ତରାଖଣ୍ଡ, (୨୮) ଝାଡ଼ଖଣ୍ଡ

  • ୨୦୧୯ ମସିହାରେ ପାର୍ଲିଆମେଣ୍ଟରେ ୩୭୦ ଧାରାର ଉଚ୍ଛେଦ ଗୃହୀତ ହୋଇ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ବଳବତ୍ତର ହୋଇ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଭାରତୀୟ ସମ୍ବିଧାନ ବାହାରେ ଏକ ସ୍ବତନ୍ତ୍ର ସମ୍ବିଧାନଦ୍ୱାରା ଶାସନ ସମାପ୍ତି ହୋଇଛି ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

→ ଭାରତର କେନ୍ଦ୍ରଶାସିତ ଅଞ୍ଚଳସମୂହ :
(୧) ଦିଲ୍ଲୀ, (୨) ପଣ୍ଡିଚେରୀ (ପୁଦୁଚେରୀ), (୩) ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ, (୪) ଲାକ୍ଷାଦ୍ଵୀପ, (୫) ଦାଦ୍ରା ଓ ନଗରହାବେଳି, (୬) ଡାମନ ଓ ଡିଉ, (୭) ଚଣ୍ଡିଗଡ଼ (୮) ଜାମ୍ମୁକାଶ୍ମୀର (୯) ଲଦାଖ ।

  • କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରୁ ଦିଲ୍ଲୀ ଓ ପଣ୍ଡିଚେରୀ (ପୁଦୁଚେରୀ)ର ସାମ୍ବିଧାନିକ ସ୍ଥିତି ଭିନ୍ନ ଏବଂ ଏହି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଅଛି ।
  • ୧୯୬୨ ମସିହାର ପଣ୍ଡିଚେରୀ (ପ୍ରଶାସନ) ଆଇନ ତଥା କେନ୍ଦ୍ରଶାସିତ ଅଞ୍ଚଳ ଶାସନ ଆଇନ, ୧୯୬୩ ଏବଂ ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ, ୧୯୬୨ ଓ ୩୭ ତମ ସମ୍ବିଧାନ ସଂଶୋଧନ ଆଇନ, ୧୯୭୪ର ବ୍ୟବସ୍ଥା ତଥା ସମ୍ବିଧାନର ଧାରା-୨୩୯ ‘କ’ ଅନୁସାରେ ପଣ୍ଡିଚେରୀ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ସେଠାରେ ଗୋଟିଏ ବିଧାନସଭା ଓ ମନ୍ତ୍ରୀପରିଷଦର ବ୍ୟବସ୍ଥା ରଖାଯାଇଛି । ଏଠାରେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ଉପରାଜ୍ୟପାଳ (ଲେଫ୍‌ଟନାଣ୍ଟ ଗଭର୍ଣ୍ଣର) ଶାସନମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
  • ୧୯୯୨ ମସିହା ଫେବୃୟାରୀ ମାସ ୧ ତାରିଖ ଦିନ ସମ୍ବିଧାନର ଧାରା ୨୩୯(କ) (କ) ଓ ୨୩୯ (କ) (ଖ) ଏବଂ ୬୯ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ସମ୍ବିଧାନରେ ପ୍ରଯୁକ୍ତ ନୂତନ ବ୍ୟବସ୍ଥା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀକୁ ‘ଜାତୀୟ ରାଜଧାନୀ ଅଞ୍ଚଳ’ ଓ ଏକ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ମିଳିଛି ।
  • ୧୯୯୩ ମସିହା ପରଠାରୁ ଦିଲ୍ଲୀ ପାଇଁ ଗୋଟିଏ ବିଧାନସଭା ଓ ଗୋଟିଏ ମନ୍ତ୍ରିପରିଷଦର ବ୍ୟବସ୍ଥା କରାଯାଇଛି । ରାଜ୍ୟ ତାଲିକାଭୁକ୍ତ ତିନିଗୋଟି ବିଷୟ; ଯଥା – ଆଇନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ପୋଲିସ୍ ଏବଂ ଜମିଜମା ବିଷୟକୁ ଛାଡ଼ି ଅନ୍ୟ ବିଷୟଗୁଡ଼ିକ ଉପରେ ଦିଲ୍ଲୀ ବିଧାନସଭାର ଆଇନ ପ୍ରଣୟନ କରିବାର କ୍ଷମତା ରହିଛି । ଏଠାରେ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ଉପରାଜ୍ୟପାଳ (ଲେଫ୍‌ଟନାଣ୍ଟ ଗଭର୍ଣ୍ଣର) ଶାସନମୁଖ୍ୟ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ।
  • କୌଣସି ଅଧ୍ୟାତ ଅଞ୍ଚଳର ପ୍ରଶାସନ ନିମନ୍ତେ ଭାରତ ସମ୍ବିଧାନରେ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନାହିଁ, ମାତ୍ର ସେହି ଅଞ୍ଚଳଗୁଡ଼ିକୁ କେନ୍ଦ୍ରଶାସିତ ଅଞ୍ଚଳର ପଦମର୍ଯ୍ୟାଦା ମିଳିଛି ।
  • ଫରାସୀ ଅଧ୍ବକୃତ ପଣ୍ଡିଚେରୀ, କାରିକଲ, ମାହେ, ୟନମ୍ ଅଞ୍ଚଳ ଓ ପର୍ତ୍ତୁଗାଲ୍ ଅଧିକୃତ ଗୋଆ, ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗରହାବେଳି ଅଞ୍ଚଳର ଭାରତ ସହିତ ମିଶ୍ରଣ ହେବା ଫଳରେ ୧୯୬୨ ମସିହାରେ ସେଗୁଡ଼ିକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଛି ।

→ ରାଜ୍ୟ ପୁନର୍ଗଠନର ପ୍ରବହମାନ ଘଟଣାବଳୀ :

  • ୧୯୫୦ ମସିହାରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବା ସମୟରେ, ଭାରତରେ ଥିବା ନଅଗୋଟି ପ୍ରାକ୍ତନ ବ୍ରିଟିଶ୍ ଶାସନାଧୀନ ଭାରତୀୟ ପ୍ରଦେଶ ସମେତ ଅନ୍ୟ ସମସ୍ତ ଅଞ୍ଚଳକୁ ‘କ’, ‘ଖ’, ‘ଗ’ ଓ ‘ଘ’ ରାଜ୍ୟ ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା ।
  • ସ୍ଵାଧୀନତା ପୂର୍ବର ବ୍ରିଟିଶ୍ ଶାସନାଧୀନ ନଅଗୋଟି ପ୍ରଦେଶ ଯଥା – (୧) ଆସାମ, (୨) ବିହାର, (୩) ବମ୍ବେ, (୪) ମଧ୍ୟପ୍ରଦେଶ, (୫) ମାଡ୍ରାସ୍, (୬) ଓଡ଼ିଶା, (୭) ପଞ୍ଜାବ, (୮) ସଂଯୁକ୍ତ ପ୍ରଦେଶ ଓ (୯) ପଶ୍ଚିମବଙ୍ଗକୁ ‘କ’ ଶ୍ରେଣୀଭୁକ୍ତ କରାଯାଇଛି ।
  • ‘ଖ’ ଶ୍ରେଣୀଭୁକ୍ତ ୫ଟି ରାଜ୍ୟ ହେଉଛି – (୧) ହାଇଦ୍ରାବାଦ, (୨) ଜାମ୍ମୁ ଓ କାଶ୍ମୀର, (୩) ମଧ୍ୟଭାରତ, (୪) ମହୀଶୂର, (୫) ପାତିଆଲା ଓ ପୂର୍ବ ପଞ୍ଜାବ ।
  • ‘ଗ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକ ହେଉଛି – (୧) ଆଜମୀର, (୨) ଭୋପାଳ, (୩) ବିଳାସପୁର, (୪) କୁଚ- ବିହାର, (୫) କୁର୍ଗ ।
  • ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଓ ଅନ୍ୟାନ୍ୟ ଅଧିକୃତ ଅଞ୍ଚଳ ‘ଘ’ ଶ୍ରେଣୀଭୁକ୍ତ ହୋଇଛି ।
  • ‘କ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକରେ ଜଣେ ଜଣେ ରାଜ୍ୟପାଳ, ‘ଖ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକରେ ଜଣେ ଜଣେ ରାଜ୍ୟପ୍ରମୁଖ, ‘ଗ’ ଓ ‘ଘ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକରେ ଜଣେ ଜଣେ ଚିଫ୍ କମିଶନର (ଲେଫ୍ଟନାଣ୍ଟ ଗଭର୍ଣ୍ଣର) ଶାସନମୁଖ୍ୟ ଭାବେ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ହେଉଥିଲେ ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

→ ଭାଷାଭିଭିକ ରାଜ୍ୟ ଗଠନ :

  • ୧୯୪୬ ମସିହାରୁ ୧୯୪୯ ମସିହା ମଧ୍ୟରେ ନୂତନ ସମ୍ବିଧାନର ପ୍ରଣୟନ କାର୍ଯ୍ୟ ଚାଲୁଥିବାବେଳେ ଭାଷାଭିଭିକ ରାଜ୍ୟ ବା ପ୍ରଦେଶ ଗଠନ ଲାଗି ଦାବି ସମ୍ବିଧାନ ପ୍ରଣୟନ ସଭାରେ ଆଲୋଚିତ ହୋଇଥିଲେ ମଧ୍ୟ ଜାତୀୟ ସଂହତିର ସୁରକ୍ଷା ଓ ପ୍ରଶାସନିକ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଏହା ଠିକ୍ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା ।
  • ଭାରତର ଦକ୍ଷିଣାଞ୍ଚଳର ମାଡ୍ରାସ୍, ହାଇଦ୍ରାବାଦ ଓ ମହୀଶୂର ଅଞ୍ଚଳର ତେଲୁଗୁ ଭାଷାଭାଷୀ ତଥା ମହୀଶୂରର କନ୍ନଡ଼ ଭାଷାଭାଷୀ ଲୋକମାନେ ନିଜ ପାଇଁ ସ୍ଵତନ୍ତ୍ର ରାଜ୍ୟ ବା ପ୍ରଦେଶ ଦାବି କରିଥିଲେ ।
  • ମରାଠୀ ଭାଷାଭାଷୀ ଲୋକମାନେ ମହାରାଷ୍ଟ୍ର ରାଜ୍ୟ ବା ପ୍ରଦେଶ ଗଠନ ପାଇଁ ସ୍ଵତନ୍ତ୍ର ଦାବି କରିଥିଲେ ।
  • ମାଲାୟାଲାମ୍ ଓ ତାମିଲ ଭାଷାଭାଷୀ ଲୋକମାନେ ସ୍ବତନ୍ତ୍ର ରାଜ୍ୟ ବା ପ୍ରଦେଶ ଗଠନ ପାଇଁ ଦାବି କରିଥିଲେ ।
  • ୧୯୪୮ ମସିହାରେ ସମ୍ବିଧାନ ପ୍ରଣୟନ ସଭାର ସୁପାରିସକ୍ରମେ ‘ଭାଷାଭିଭିକ ପ୍ରଦେଶ ଆୟୋଗ’’ ଗଠନ କରାଗଲା । ଏଥିରେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦାର ବଲ୍ଲଭଭାଇ ପଟେଲ ଓ ପଟ୍ଟାଭି ସୀତାରାମାୟା ସଦସ୍ୟ ରହିଲେ ।
  • ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ୧୯୬୨ ଅନୁସାରେ ପଣ୍ଡିଚେରୀ, କାରିକଲ, ମାହେ ଓ ୟନମ୍, ପଣ୍ଡିଚେରୀ (ପୁଦ୍ଧଚେରୀ)କୁ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ସ୍ଥାନିତ କରାଯାଇଛି ।
  • ୧୯୫୨ ମସିହାରେ ସ୍ଵତନ୍ତ୍ର ତେଲୁଗୁ ରାଜ୍ୟ ଦାବି କରି ଅନଶନ କରୁଥିବା ପୋଳି ଶ୍ରୀରାମୁଲୁଙ୍କ ମୃତ୍ୟୁ ଘଟଣା ସମସ୍ୟାକୁ ଅଧ‌ିକ ଜଟିଳ କରିଦେବାରୁ ୧୯୫୩ ମସିହାରେ ସରକାରଙ୍କ ନିଷ୍ପଭି ଅନୁସାରେ ମାଡ୍ରାସ୍‌ର ତେଲୁଗୁ ଭାଷାଭାଷୀ ଅଞ୍ଚଳକୁ ନେଇ ନୂତନ ଆନ୍ଧ୍ରପ୍ରଦେଶ ଗଠିତ ହେଲା ।
  • ନୂତନ ରାଜ୍ୟ ବା ପ୍ରଦେଶ ଗଠନ ଦାବିର ସମାଧାନ ପାଇଁ ୧୯୫୬ ମସିହାର ‘ରାଜ୍ୟ ପୁନର୍ଗଠନ ଆୟୋଗ’ ଗଠିତ ହେଲା । ଏଥ‌ିରେ ନ୍ୟାୟମୂର୍ତ୍ତି ଫଜଲ ଅଲ୍ଲୀ, ବିଶିଷ୍ଟ ଐତିହାସିକ ସର୍ଦାର କେ.ଏମ୍. ପାନିକର ଓ ହୃଦୟନାଥ କୁଞ୍ଜରୁ ସଦସ୍ୟ ଥିଲେ ।
  • ଏହି ଆୟୋଗର ମୁଖ୍ୟ ଉଦ୍ଦେଶ୍ୟ ଥିଲା– ଜାତୀୟ ଐକ୍ୟ ଓ ସଂହତିର ସୁରକ୍ଷା ସହିତ ରାଜ୍ୟବାସୀଙ୍କର ସମୂହ କଲ୍ୟାଣ ତଥା ସଂଖ୍ୟାଲଘୁ ଭାଷାଭାଷୀ ଲୋକମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ରାଜ୍ୟ ପୁନର୍ଗଠନ ରୂପରେଖ ନିର୍ଦ୍ଧାରଣ କରିବାପାଇଁ ଆବଶ୍ୟକ ସୁପାରିସ କରିବା ।
  • ଏହି କମିଶନର ସୁପାରିସକ ଭିତ୍ତିକରି ୧୯୫୬ ମସିହାର ରାଜ୍ୟ ପୁନର୍ଗଠନ ଆଇନ ତଥା ସମ୍ବିଧାନର ସପ୍ତମ ସଂଶୋଧନ ଆଇନ ଜରିଆରେ ପୂର୍ବସୂଚିତ କ, ଖ, ଗ ଓ ଘ ଶ୍ରେଣୀୟ ରାଜ୍ୟ ବା ପ୍ରଦେଶକୁ ଉଚ୍ଛେଦ କରାଯାଇ ନୂତନ ଭାବରେ ୧୪ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଗଲା ।
  • ସେହି ରାଜ୍ୟଗୁଡ଼ିକ ହେଉଛି – (୧) ଆନ୍ଧ୍ରପ୍ରଦେଶ, (୨) ଆସାମ, (୩) ବିହାର, (୪) ବମ୍ବେ, (୫) ଜାମ୍ମୁ ଓ କାଶ୍ମୀର, (୬) କେରଳ, (୭) ମଧ୍ୟପ୍ରଦେଶ, (୮) ମାଡ୍ରାସ୍, (୯) ମହୀଶୂର, (୧୦) ଓଡ଼ିଶା, (୧୧) ପଞ୍ଜାବ, (୧୨) ରାଜସ୍ଥାନ, (୧୩) ଉତ୍ତରପ୍ରଦେଶ, (୧୪) ପଶ୍ଚିମବଙ୍ଗ ।
  • ୬ଟି କେନ୍ଦ୍ରଶାସିତ ଅଞ୍ଚଳ ହେଉଛି– (୧) ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ, (୨) ଦିଲ୍ଲୀ, (୩) ହିମାଚଳ ପ୍ରଦେଶ (୪) ଲାକ୍ଷାଦ୍ଵୀପ, ମିନିକୟ ଓ ଆମିନଡ଼ିଭି ଦ୍ଵୀପପୁଞ୍ଜ, (୫) ମଣିପୁର, (୬) ତ୍ରିପୁରା ।

→ ନୂତନ ରାଜ୍ୟ ଗଠନ ଓ ରାଜ୍ୟ ପୁନର୍ଗଠନ ତଥା ରାଜ୍ୟର ଚତୁଃସୀମା ଏବଂ ନାମ ପରିବର୍ତ୍ତନ ସମ୍ପର୍କିତ ସାମ୍ବିଧାନିକ ବ୍ୟବସ୍ଥା :

  • ସମ୍ବିଧାନର ଧାର ୨ ଅନୁସାରେ ସଂସଦ ଆଇନ ପ୍ରଣୟନ କରି ଭାରତୀୟ ସଂଘୀୟ ବ୍ୟବସ୍ଥାରେ ନୂତନ ରାଜ୍ୟ ସାମିଲ କରିପାରିବ ବା ନୂତନ ରାଜ୍ୟ ପ୍ରତିଷ୍ଠା କରିପାରିବ ।
  • ୩୫ତମ ଓ ୩୬ ତମ ସଂଶୋଧନ ଆଇନ ବଳରେ ସିକିମ୍ ୧୯୭୪ ମସିହାରେ ‘ସଂଲଗ୍ନ ରାଜ୍ୟ’ ବା ‘ସହଯୋଗୀ ରାଜ୍ୟ’, ୧୯୭୫ ମସିହାରେ ଏକ ‘ପୂର୍ଣାଙ୍ଗ ରାଜ୍ୟ’ର ମାନ୍ୟତା ପାଇଲା ।
  • ସମ୍ବିଧାନର ଧାରା—୩ରେ ସୂଚିତ ବ୍ୟବସ୍ଥା ଅନୁସାରେ ସଂସଦ ଆଇନ ପ୍ରଣୟନଦ୍ୱାରା –
    (୧) କୌଣସି ରାଜ୍ୟରୁ କିଛି ଅଞ୍ଚଳ ଅଲଗା କରି ବା ଦୁଇ ବା ତତୋଽଧିକ ରାଜ୍ୟକୁ ବା ରାଜ୍ୟର କିଛି ଅଞ୍ଚଳକୁ ମିଶ୍ରଣ କରି ନୂତନ ରାଜ୍ୟ ସୃଷ୍ଟି କରିପାରିବ ।
    (୨) କୌଣସି ରାଜ୍ୟର ଆୟତନକୁ ବୃଦ୍ଧି କରିପାରିବ ବା ହ୍ରାସ କରିପାରିବ ।
    (୩) କୌଣସି ରାଜ୍ୟର ପରିସୀମା ପରିବର୍ତ୍ତନ କରିପାରିବ ।
    (୪) କୌଣସି ରାଜ୍ୟର ନାମ ପରିବର୍ତ୍ତନ କରିପାରିବ ।
    (କ) ଏହି ପରିପ୍ରେକ୍ଷୀରେ କୁହାଯାଇଛି ଯେ ଆବଶ୍ୟକ ବିଷୟ ସୂଚିତ କରି ରାଷ୍ଟ୍ରପତିଙ୍କ ପ୍ରାକ୍ ସୁପାରିସ ମିଳିବା ପରେ ସଂସଦର ଯେ କୌଣସି ସଦନରେ ଏକ ଚିଠା ଆଗତ କରାଯାଇ ପାରିବ ।
    (ଖ) ରାଷ୍ଟ୍ରପତି ନିଜର ସୁପାରିସ ଦେବା ପୂର୍ବରୁ ପ୍ରୋକ୍ତ ଚିଠା ଆଇନକୁ ସଂଶ୍ଳିଷ୍ଟ ରାଜ୍ୟ ବା ରାଜ୍ୟମାନଙ୍କର ବିଧାନମଣ୍ଡଳକୁ ପ୍ରେରଣ କରି ଉକ୍ତ ସଦନର ଆବଶ୍ୟକ ମତାମତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜାଣିବେ । ମାତ୍ର ରାଜ୍ୟ ବିଧାନମଣ୍ଡଳର ମତାମତ ଗ୍ରହଣ କରିବାପାଇଁ ରାଷ୍ଟ୍ରପତି ବାଧ୍ଯ ନୁହନ୍ତି ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

→ ଅଦ୍ୟାବଧୂ ନୂତନ ରାଜ୍ୟ ଗଠନ ଓ ରାଜ୍ୟ ପୁନର୍ଗଠନ କ୍ଷେତ୍ରରେ ଅନୁସୃତ ଉଲ୍ଲିଖତ ପଦ୍ଧତି :

  • ବମ୍ବେ ରାଜ୍ୟ ପୁନର୍ଗଠନ ଆଇନ, ୧୯୬୦ ଅନୁସାରେ ବମ୍ବେ ରାଜ୍ୟକୁ ବିଭାଜିତ କରାଯାଇ ମହାରାଷ୍ଟ୍ର ଓ ଗୁଜରାଟ ରାଜ୍ୟଦ୍ଵୟ ଗଠିତ ହୋଇଅଛି ।
  • ନାଗାଲାଣ୍ଡ ରାଜ୍ୟ ଗଠନ ଆଇନ, ୧୯୬୨ ବଳରେ ୧୯୬୪ ମସିହା ଫେବୃୟାରୀ ୧ ତାରିଖଠାରୁ ନୂତନ ନାଗାଲାଣ୍ଡ ରାଜ୍ୟ ଗଠିତ ହୋଇଅଛି ।
  • ୧୯୬୬ ମସିହାର ପଞ୍ଜାବ ପୁନର୍ଗଠନ ଆଇନ ବଳରେ ପଞ୍ଜାବ ରଜ୍ୟ ବିଭାଜିତ ହୋଇ ନୂତନ,ରାଜ୍ୟ ହରିୟାଣା, ପଞ୍ଜାବ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ ସୃଷ୍ଟି ହୋଇଛି ।
  • ୧୯୬୯ ମସିହାର ଆସାମ (ମେଘାଳୟ) ପୁନର୍ଗଠନ ଆଇନ ଅନୁସାରେ ମେଘାଳୟ ଉପରାଜ୍ୟ ସୃଷ୍ଟି ହୋଇ ୧୯୭୧ ମସିହାରେ ରାଜ୍ୟ ପାହ୍ୟାକୁ ଉନ୍ନୀତ ହୋଇଛି ।
  • ୧୯୭୦ ମସିହାର ହିମାଚଳ ପ୍ରଦେଶ ରାଜ୍ୟ ଗଠନ ଆଇନ ଅନୁସାରେ ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଥ‌ିବା ହିମାଚଳ ପ୍ରଦେଶ ରାଜ୍ୟ ପାହ୍ୟାକୁ ଉନ୍ନୀତ ହେଲା ।
  • ୧୯୭୧ ମସିହାର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ (ପୁନର୍ଗଠନ) ଆଇନ ଅନୁସାରେ ମଣିପୁର, ତ୍ରିପୁରା ଓ ମେଘାଳୟ ରାଜ୍ୟ ହେବା ସହିତ ଅରୁଣାଚଳ ପ୍ରଦେଶ ଓ ମିଜୋରାମ୍‌କୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଯାଇଛି ।
  • ୧୯୮୬ ମସିହାରେ ମିଜୋରାମ୍ ରାଜ୍ୟ ପାହ୍ୟାକୁ ଉନ୍ନୀତ ହୋଇଛି ।
  • ୧୯୮୬ ମସିହାରେ ଅରୁଣାଚଳ ପ୍ରଦେଶ ଗୋଟିଏ ରାଜ୍ୟର ମାନ୍ୟତା ପାଇଛି ।
  • ୧୯୮୭ ମସିହାର ଗୋଆ ରାଜ୍ୟ ପୁନର୍ଗଠନ ଆଇନ ବଳରେ ସେହି ବର୍ଷ ମେ ମାସ ୩୦ ତାରିଖରେ ଗୋଆ ଏକ ରାଜ୍ୟର ମାନ୍ୟତା ପାଇଛି ।
  • ମଧ୍ୟପ୍ରଦେଶ ରାଜ୍ୟ ପୁନର୍ଗଠନ ଆଇନ ୨୦୦୦ ବଳରେ ୨୦୦୦ ମସିହା ନଭେମ୍ବର ମାସ ୧ ତାରିଖରୁ ଛତିଶଗଡ଼ ରାଜ୍ୟ ଗଠିତ ହୋଇଛି ।
  • ଉତ୍ତରପ୍ରଦେଶ ରାଜ୍ୟ ପୁନର୍ଗଠନ ଆଇନ ବଳରେ ଉତ୍ତର ପ୍ରଦେଶରୁ କିଛି ଅଞ୍ଚଳକୁ ଅଲଗା କରାଯାଇ ୨୦୦୦ ମସିହା ନଭେମ୍ବର ମାସ ୯ ତାରିଖରୁ ଉତ୍ତରାଖଣ୍ଡ ରାଜ୍ୟ ଗଠିତ ହୋଇଛି ।
  • ୨୦୦୦ ମସିହା ନଭେମ୍ବର ୧୫ ତାରିଖରୁ ବିହାର ପୁନଗଠନ ଆଇନ–୨୦୦୦ ବଳରେ ବିହାରର କିଛି ଅଞ୍ଚଳକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ସୃଷ୍ଟି ହୋଇଛି ।
  • ୨୦୧୪ ମସିହା ଜୁନ୍ ୨ ତାରିଖ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ୨୦୧୪ ଅନୁସାରେ ଆନ୍ଧ୍ରପ୍ରଦେଶକୁ ବିଭାଜିତ କରି ତେଲେଙ୍ଗାନା ରାଜ୍ୟ ଗଠିତ ହୋଇଛି ।
  • ୨୦୧୯ ମସିହା ଅକ୍ଟୋବର ୩୧ ତାରିଖରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ଆଇନ ୨୦୧୯ ଅନୁସାରେ ଜାମ୍ମୁ ଓ କାଶ୍ମୀରକୁ ବିଭାଜନ କରି (୧) ଜାମ୍ମୁକାଶ୍ମୀର ଓ (୨) ଲଦାଖ ନାମକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠନ କରାଗଲା ।

→ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନାମ ପରିବର୍ତ୍ତନ :

  • ୧୯୬୮ ମସିହାରେ ମାଡ୍ରାସ୍ ରାଜ୍ୟର ନୂତନ ନାମ ହୋଇଛି | ତାମିଲନାଡୁ ।
  • ୧୯୭୩ ମସିହାରେ ମହୀଶୂର ରାଜ୍ୟର ନାମ ପରିବର୍ତ୍ତିତ ହୋଇ ‘କର୍ଣାଟକ’ ହୋଇଛି ।
  • ପୂର୍ବର ଲାକାଡ଼ିଭ, ମିନିକୟ ଓ ଆମିନିଡ଼ିଭି ଦ୍ଵୀପପୁଞ୍ଜର ନାମ ୧୯୭୩ ମସିହାରେ ପରିବର୍ତ୍ତିତ ହୋଇ ‘ଲାକ୍ଷାଦ୍ଵୀପ’ ହୋଇଛି |
  • ୨୦୧୧ ମସିହାରେ ସଂସଦରେ ଆଇନ ପ୍ରଣୟନ କରାଯାଇ | ‘ଓରିଶା’ (ORISSA) ଓ ‘ଓରିୟା’ (ORIYA) ଶବ୍ଦ ପରିବର୍ତ୍ତିତ ହୋଇ ଯଥାକ୍ରମେ ‘ଓଡ଼ିଶା’ (ODISHA) ଏବଂ ‘ଓଡ଼ିଆ’ (ODIA) ହୋଇଅଛି ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

ଜାଣିବା କଥା
(କ). ୧୯୬୧ ମସିହାର ଡିସେମ୍ବର ମାସ ୧୯ ତାରିଖ ଦିନ ଗୋଆ, ଡାମନ ଓ ଡିଉ ଭାରତରେ ମିଶିଲା । ଏହା ପୂର୍ବରୁ ଦୀର୍ଘ ୪୫୦ ବର୍ଷ ଧରି ଏହି ଅଞ୍ଚଳ ପର୍ତ୍ତୁଗାଲ୍ ଅଧୀନରେ ଥିଲା । ଭାରତ ସହିତ ମିଶିବା ପରେ ସମ୍ବିଧାନ ସଂଶୋଧନ ଆଇନ ବଳରେ ଉଲ୍ଲିଖୂତ ଅଞ୍ଚଳ ପ୍ରଥମେ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଛି ଓ ୧୯୮୭ ମସିହାରେ କେବଳ ଗୋଆ ଏକ ରାଜ୍ୟର ମାନ୍ୟତା ପାଇଛି । ଡାମନ ଓ ଡିଉ ପୂର୍ବପରି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ରହିଛନ୍ତି ।
(ଖ). ଫରାସୀମାନଙ୍କ ଅଧୀନରେ ଥ‌ିବା ପଣ୍ଡିଚେରୀ, କାରିକଲ, ମାହେ ଓ ୟନମ୍ ଅଞ୍ଚଳ ଭାରତରେ ମିଶିଯାଇଛି ଓ ୧୯୬୨ ମସିହା ଡିସେମ୍ବର ମାସରେ ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ପଣ୍ଡିଚେରୀ (ପୁଦୁଚେରୀ) ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଉଛି ।
(ଗ). ୧୯୬୧ ମସିହାରେ ଦଶମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଦାଦ୍ରା ଓ ନଗରହାବେଳି କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଛି ।

  • ବ୍ରିଟିଶ୍ ଶାସନ ସମୟରେ ସିକିମ୍‌ରେ ପୁରୁଷାନୁକ୍ରମିକ ରାଜତନ୍ତ୍ର ଚାଲୁଥିଲା ଓ ଚୋଗ୍ୟାଲ ଥିଲେ ଏହାର ରାଷ୍ଟ୍ରମୁଖ୍ୟ । ଭାରତ ସ୍ଵାଧୀନତା ପାଇବା ପରେ ସିକିମ୍ବର ଜନସାଧାରଣ ଭାରତରେ ମିଶିଯିବା ପାଇଁ ଆଗ୍ରହ ପ୍ରକାଶ କଲେ । ପ୍ରଥମେ ଏକ ଚୁକ୍ତି ସମ୍ପାଦିତ ହେବା ପରେ ସିକିମ୍ ହେଲା ଭାରତର ଏକ ସୁରକ୍ଷାପ୍ରାପ୍ତ ଅଞ୍ଚଳ (Protectorate) । ପରବର୍ତୀ ସମୟରେ ସିକିମ୍ ପ୍ରଶାସନ ଆଇନ ଓ ଭାରତ ସହିତ ମିଶ୍ରଣ ପ୍ରସ୍ତାବ (Resolution) ଅନୁସାରେ ୧୯୭୪ ମସିହାଠାରୁ ସିକିମ୍ ପ୍ରଥମେ ଏକ ‘ସହଯୋଗୀ ରାଜ୍ୟ’ ବା ‘ସଂଲଗ୍ନ ରାଜ୍ୟ’ ଓ ପରେ ୧୯୭୫ ମସିହାରେ ଏକ ‘ପୂର୍ଣ୍ଣାଙ୍ଗ ରାଜ୍ୟ’ର ମାନ୍ୟତା ପାଇଛି ।

BSE Odisha 10th Class Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା

Odisha State Board BSE Odisha 10th Class Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା will enable students to study smartly.

BSE Odisha Class 10 Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ :

  • ସ୍ଵାଧୀନତା ପ୍ରାପ୍ତି ପରଠାରୁ ଆମ ଦେଶରେ ଗଣତନ୍ତ୍ର ଶାସନର ପ୍ରତିଷ୍ଠା ହେଲା ।
  • ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖ ଦିନଠାରୁ ପ୍ରଚଳିତ ନୂତନ ସମ୍ବିଧାନ ମାଧ୍ୟମରେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଘୋଷଣା କରାଗଲା ।
  • ବର୍ତ୍ତମାନ ବିଶ୍ଵରେ ପ୍ରାୟତଃ ୧୩୦ଟି ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରହିଛି ।
  • ଗଣତନ୍ତ୍ର ଶାସନରେ ପ୍ରତ୍ୟେକ ନାଗରିକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଦେଶ ଶାସନରେ ଅଂଶଗ୍ରହଣ କରୁଥିବାରୁ, ଏହି ଶାସନକୁ ଲୋକମାନଙ୍କର ଶାସନ କୁହାଯାଏ ।
  • ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ସାର୍ବଭୌମ କ୍ଷମତାର ଅଧିକାରୀ ।
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ବାସ୍ତବରେ କହିଥିଲେ, ‘ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶାସନ ।’’
  • ରାଜନୀତିର୍ବିଜ୍ଞାନୀ ସିଲିଙ୍କ ମତରେ, ‘‘ଯେଉଁ ସରକାରରେ ପ୍ରତ୍ୟେକ ବ୍ୟକ୍ତି ଅଂଶଗ୍ରହଣ କରିଥା’ନ୍ତି, ତାହାକୁ ଗଣତନ୍ତ୍ର କୁହାଯାଏ ।’’
  • ଗଣତନ୍ତ୍ର ମୁଖ୍ୟତଃ ଦୁଇ ପ୍ରକାରର; ଯଥା – ପ୍ରତ୍ୟକ୍ଷ ଗଣତନ୍ତ୍ର ଓ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର ।
  • ପ୍ରାଚୀନ ଗ୍ରୀସ୍ ଦେଶର ‘ନଗର ରାଜ୍ୟ’ରେ ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା କାର୍ଯ୍ୟ କରୁଥିଲା । ଏହିସବୁ ନଗର ରାଜ୍ୟର ଆୟତନ କ୍ଷୁଦ୍ର ଓ ଲୋକସଂଖ୍ୟା କମ୍ ହେତୁ ନଗର ରାଜ୍ୟର ସମସ୍ତ ଅଧିବାସୀ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବରେ ସାମିଲ ହୋଇପାରୁଥିଲା । କିନ୍ତୁ ଏବେ ବହୁଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ତାହା ସମ୍ଭବ ହୋଇପାରୁ ନାହିଁ ।
  • ଆମ ଦେଶରେ ଜନସଂଖ୍ୟା ଓ ଆୟତନର ବିଶାଳତା ଦୃଷ୍ଟିରୁ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇଛି ।
  • ଭାରତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଇତ୍ୟାଦି ଅନେକ ଦେଶରେ ଏହି ପ୍ରକାର ଶାସନ ବ୍ୟବସ୍ଥା ପ୍ରଚଳିତ ।

BSE Odisha 10th Class Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା

→ ଭାରତର ସମ୍ବିଧାନରେ ପ୍ରଦତ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା :

  • କ୍ୟାବିନେଟ୍ ମିଶନ୍‌ର ପ୍ରସ୍ତାବ ଅନୁଯାୟୀ ସ୍ଵାଧୀନ ଭାରତ ପାଇଁ ଏକ ନୂତନ ସମ୍ବିଧାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ କରାଗଲା । ଏହାର ପ୍ରଥମ ବୈଠକ ୧୯୪୬ ମସିହା ଡିସେମ୍ବର ମାସ ୯ ତାରିଖରେ ବସିଥିଲା ଏବଂ ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନ ଧରି କାର୍ଯ୍ୟ ଚାଲିବା ପରେ ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖରେ ନୂତନ ସମ୍ବିଧାନ ପ୍ରଣୟନ କାର୍ଯ୍ୟ ଶେଷ ହେଲା ।
  • ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପ୍ରଣୟନ ସଭାରେ ନୂତନ ସମ୍ବିଧାନ ଗୃହୀତ ହେଲା ।
  • ଡଃ ଭୀମରାଓ ଆମ୍ବେଦକର ଏହି କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
  • ଲୋକମାନଙ୍କର ସ୍ଵାଧୀନତା ଓ ସମାନତା ଉପରେ ଗୁରୁତ୍ଵ ପ୍ରଦାନ, ଶାସନରେ ଲୋକମାନଙ୍କର ଅଂଶଗ୍ରହଣ ନିମନ୍ତେ ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା ଓ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଆମ ସମ୍ବିଧାନରେ ରହିଛି ।
  • ସମ୍ବିଧାନର ଆରମ୍ଭରେ ଏକ ‘ପ୍ରସ୍ତାବନା’ ବା ‘ପ୍ରାକ୍‌କଥନ’ ରହିଛି, ଯାହା ସମ୍ବିଧାନର ମୁଖବନ୍ଧ ସ୍ୱରୂପ । ଏଥ‌ିରେ ଭାରତର ଜନସାଧାରଣଙ୍କ ସାର୍ବଭୌମ କ୍ଷମତାର ଅଧିକାରୀ ଭାବରେ ସଚିତ କରାଯାଇଛି ।
  • ଭାରତରେ ପରୋକ୍ଷ ବା ପ୍ରତିନିଧୂମୂଳକ ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ରହିଛି । ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ଭାରତର ସଂସଦ ଗଠିତ ହୋଇଛି ।
  • ଲୋକସଭା (ନିମ୍ନ ସଦନ)ର ସଭ୍ୟମାନେ ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ଏବଂ ରାଜ୍ୟସଭା (ଉଚ୍ଚ ସଦନ)ର ସଦସ୍ୟମାନେ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
  • ଲୋକସଭାରେ ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ପାଇଥିବା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଲୋକସଭା ନିକଟରେ ସାମୂହିକ ଭାବେ ଉତ୍ତରଦାୟୀ ରହିଥାଏ ।
  • ରାଜ୍ୟ ସ୍ତରରେ ବିଧାନସଭାର ସଦସ୍ୟମାନେ ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି । ଯେଉଁ ରାଜ୍ୟରେ ବିଧାନ ପରିଷଦ ଅଛି ସେଠାରେ ବିଧାନ ପରିଷଦର ସଦସ୍ୟମାନେ ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ।
  • ଆମ ଦେଶରେ ୫ ଗୋଟି ରାଜ୍ୟରେ ବିଧାନ ପରିଷଦ ରହିଛି । ସେହି ରାଜ୍ୟଗୁଡ଼ିକ ହେଉଛି – ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ । ଆନ୍ଧ୍ରପ୍ରଦେଶରେ ୨୦୦୭ ମସିହାରେ ବିଧାନ ପରିଷଦ ପୁନଃ ସ୍ଥାପିତ ହୋଇଛି । ୧୯୮୫ ମସିହାରେ ଏହା ଉଠିଯାଇଥିଲା ।

BSE Odisha 10th Class Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା

  • ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର ନେତା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ ରାଜ୍ୟ ମନ୍ତ୍ରିମଣ୍ଡଳ ରାଜ୍ୟ ବିଧାନସଭା ନିକଟରେ ଏହାର ସମସ୍ତ କାର୍ଯ୍ୟକଳାପ ପାଇଁ ସାମୁହିକ ଭାବରେ ଉତ୍ତରଦାୟୀ ରହନ୍ତି ।
  • ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ଆଇନ ଜରିଆରେ ଭାରତର ସମ୍ବିଧାନରେ ନିର୍ବାଚନଭିଭିକ ସ୍ଥାନୀୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ସୂଚିତ ହୋଇଛି । ଆମ ଦେଶର ସହରାଞ୍ଚଳରେ ପୌର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଗ୍ରାମାଞ୍ଚଳରେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ଗଠନର ବ୍ୟବସ୍ଥା ରହିଛି । ଫଳରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ସମ୍ଭବ ହୋଇପାରିଛି ।
  • ଭାରତରେ ଲୋକସଭା, ରାଜ୍ୟସଭା ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ପ୍ରତିନିଧୂମାନଙ୍କୁ ନିର୍ବାଚିତ କରିବାପାଇଁ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ପ୍ରଚଳିତ ହେଉଛି ।
  • ଆମ ସମ୍ବିଧାନଦ୍ୱାରା ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସମ୍ପତ୍ତି ଓ ଶିକ୍ଷା ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭରତୀୟ ନିର୍ବାଚନରେ ମତଦାନ କରିବାପାଇଁ ଅଧିକାର ପାଇଛନ୍ତି ।
  • ଆମ ଦେଶରେ ବର୍ତ୍ତମାନ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ସାବାଳକ ନାଗରିକ ମତଦାନ ଅଧ୍ୟାକାର ପାଇଛନ୍ତି । ଏହା ସମ୍ବିଧାନର ୩୨୬ ଧାରାରେ ଉଲ୍ଲେଖ ରହିଛି । ଏହାକୁ ଆଧାର କରି ସଂସଦରେ ଲୋକ ପ୍ରତିନିଧ୍ ଆଇନ ୧୯୫୦ ଓ ୧୯୫୧ ମସିହାରେ ପ୍ରଣୀତ ହୋଇଛି ।

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

Odisha State Board BSE Odisha 10th Class History Important Questions 13 ଗୋଆ ଓ ପୁଦୁଚେରୀର ମୁକ୍ତି Important Questions and Answers.

BSE Odisha Class 10 History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ସ୍ଵାଧୀନତା ପରବର୍ତ୍ତୀ ଭାରତରେ ଅବସ୍ଥାପିତ ଫରାସୀ ଓ ପର୍ତ୍ତୁଗୀଜ୍ ଉପନିବେଶ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର ।
Answer:

  • ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ଇଂରେଜ ଶାସନ କବଳରୁ ମୁକ୍ତ ହେଲେ ସୁଦ୍ଧା ପର୍ତ୍ତୁଗୀଜ୍ ଓ ଫରାସୀ ଉପନିବେଶ ଭାବରେ ଭାରତର କିଛି ଅଂଶ ରହିଯାଇଥିଲା ।
  • ଭାରତର ପଶ୍ଚିମ ଉପକୂଳରେ ଅବସ୍ଥିତ ଗୋଆ, ଦାମନ, ଡିଉ, ଦାଦ୍ରା ଓ ନଗରହାବେଳିରେ ପର୍ତ୍ତୁଗୀଜ୍‌ମାନେ ଶାସନ କରୁଥିଲେ ।
  • ପୁଦୁଚେରୀ, ଚନ୍ଦନନଗର, କରାଇକଲ, ମାହେ ଓ ୟାନାମ୍ ଆଦି ଫରାସୀ ଉପନିବେଶ ଥିଲା ।
  • ଫରାସୀ ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣା ଅନୁସାରେ ଫରାସୀ ଉପନିବେଶଗୁଡ଼ିକରେ ଜନମତ ନିଆଯାଇ ସେଗୁଡ଼ିକୁ ଭାରତ ସହିତ ମିଶାଇ ଦିଆଗଲା ।
  • କିନ୍ତୁ ପର୍ତ୍ତୁଗୀଜ୍ ସରକାର ଉପନିବେଶ ଛାଡ଼ିବାକୁ ରାଜି ନ ହେବାରୁ ଭାରତ ସକାର ଗୋଆକୁ ସୈନ୍ୟ ପ୍ରେରଣ କରି ୧୯୬୧ ମସିହାରେ ପର୍ତ୍ତୁଗୀଜ୍ ଉପନିବେଶଗୁଡିକୁ ଭାରତ ସହ ମିଶ୍ରଣ କରିଥିଲେ ।

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ପର୍ତ୍ତୁଗୀଜ୍ ଶାସନାଧୀନ ହେବା ପର୍ଯ୍ୟନ୍ତ ଗୋଆର ଇତିହାସର ଏକ ବିବରଣୀ ଦିଅ ।
Answer:

  • ଗୋଆର ଇତିହାସ ବେଶ୍ ପ୍ରାଚୀନ । ଅତୀତରେ ଏହା ଗୋମଞ୍ଚଳ, ଗୋପକପତ୍ତମ୍, ଗୋପକପୁରୀ, ଗୋବପୁରୀ ବା ଗୋମନ୍ତକ ନାମରେ ପରିଚିତ ଥିଲା ।
  • ସମୟକ୍ରମେ ସାତବାହାନ, କଦମ୍ବ, ରାଷ୍ଟ୍ରକୂଟ, ଚାଲୁକ୍ୟ, ଶିଲାଦର, ଯାଦବମାନେ ଶାସନ କରୁଥିଲେ । ଖିଲ୍‌ମାନଙ୍କ ସମୟରେ ଏହା ମୁସଲମାନ ଶାସନାଧୀନ ଥିଲା ।
  • ଭାସ୍କୋଡ଼ାଗାମାଙ୍କ ଭାରତକୁ ଜଳପଥ ଆବିଷ୍କାର ପରେ ପର୍ତ୍ତୁଗୀଜ୍‌ମାନେ ଗୋଆ ଅଧ୍ୟାକାର କରିବାକୁ ଅଭିଯାନ ଆରମ୍ଭ କଲେ । ୧୫୧୦ ମସିହାରେ ବିଜୟନଗର ସମ୍ରାଟଙ୍କ ସହାୟତାରେ ପର୍ତ୍ତୁଗୀଜ୍‌ମାନେ ଗୋଆ ଅଧିକାର କଲେ ।

୨। ‘ଅନ୍ତଃକ୍ଷେତ୍ର’ କାହାକୁ କୁହାଯାଏ ? ସ୍ଵାଧୀନତାପ୍ରାପ୍ତି ପରେ ଭାରତ ଅନ୍ତର୍ଗତ କେଉଁ ଅଞ୍ଚଳସବୁ ଏହିପରି ଅନ୍ତଃକ୍ଷେତ୍ର ରୂପେ ପରିଚିତ ଥିଲେ ?
Answer:

  • ସାଧାରଣତଃ ଗୋଟିଏ ସ୍ଵାଧୀନ ରାଷ୍ଟ୍ର ମଧ୍ୟରେ ଥିବା ଅନ୍ୟ ବିଦେଶୀ ରାଷ୍ଟ୍ରର ଶାସନାଧୀନ ଅଞ୍ଚଳଗୁଡ଼ିକୁ ‘ଅନ୍ତଃକ୍ଷେତ୍ର’ କୁହାଯାଏ ।
  • ଦୃଷ୍ଟାନ୍ତସ୍ୱରୂପ, ଭାରତର ସ୍ବାଧୀନତା ପ୍ରାପ୍ତି ପରେ ଭାରତ ଅନ୍ତର୍ଗତ ଥିବା ଗୋଆ, ଦାମନ, ଡିଉ, ଦାଦ୍ରା ଓ ନଗରହାବେଳି ଗୋଟିଏ ଗୋଟିଏ ପର୍ତ୍ତୁଗୀଜ୍ ଅନ୍ତଃକ୍ଷେତ୍ର ରୂପେ ପରିଚିତ ଥିଲା ।
  • ସେହିପରି ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ପୁଦୁଚେରୀ, ଚନ୍ଦନନଗର, କରାଇକଲ, ମାହେ ଓ ୟାନାମ୍ ଇତ୍ୟାଦି ଫରାସୀ ଅନ୍ତଃକ୍ଷେତ୍ରରୂପେ ବିବେଚିତ ହେଉଥିଲା ।

୩। ଭାରତର ୨୫ତମ ରାଜ୍ୟଟି କିଏ ? ଏହା କିପରି ସମ୍ଭବ ହେଲା ?
Answer:

  • ଭାରତର ୨୫ତମ ରାଜ୍ୟଟି ହେଉଛି ‘ଗୋଆ’ । ପୂର୍ବରୁ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଥିଲା ।
  • ୧୯୬୩ ମସିହାରେ ଗୋଆରେ ସାଧାରଣ ନିର୍ବାଚନ ହେଲା । ପରେ ୧୯୬୭ ମସିହାରେ ଗୋଆ ମହାରାଷ୍ଟ୍ରରେ ମିଶିବ ଅଥବା ପୃଥକ୍ ରହିବ ପ୍ରସଙ୍ଗ ଉପରେ ଏକ ଗଣଭୋଟର ଆୟୋଜନ ହେଲା । ଗୋଆର ଲୋକମାନେ ମହାରାଷ୍ଟ୍ର ସହିତ ମିଶିବା ସପକ୍ଷରେ ନ ଥିଲେ ।
  • ପରିଶେଷରେ ୧୯୮୭ ମସିହା ମେ ୩୦ ତାରିଖ ଦିନ ଗୋଆକୁ ଦାମନ ଓ ଡିଉରୁ ଅଲଗା କରି ରାଜ୍ୟ ପାହ୍ୟା ପ୍ରଦାନ କରାଗଲା ।

୪। ବର୍ତ୍ତମାନର ପୁହୁଚେରୀ ବିଷୟରେ ଏକ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:

  • ଆଧୁନିକ ପୃଦ୍ଧଚେରୀ ଭାରତ ସରକାରଙ୍କର ଏକ କେନ୍ଦ୍ରଶାସିତ ଅଞ୍ଚଳ ।
  • ଏହାର କ୍ଷେତ୍ରଫଳ ପ୍ରାୟ ୪୮୯ ବର୍ଗ କିଲୋମିଟର ଓ ଲୋକସଂଖ୍ୟା ୯,୭୪,୩୪୫ ।
  • ପୁଦୁଚେରୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲେ ସୁଦ୍ଧା ଏଠାରେ ତିରିଶ ଆସନବିଶିଷ୍ଟ ଏକ ନିର୍ବାଚିତ ସଭାଗୃହ ଅଛି । ଏହାର ଲୋକସଭା ଓ ରାଜ୍ୟସଭାରେ ଜଣେ ଲେଖାଏଁ ପ୍ରତିନିଧ୍ଵ ଅଛନ୍ତି ।

୫। ପୁଦୁଚେରୀ କିପରି ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେଲା ?
Answer:

  • ୧୯୫୪ ମସିହା ଅକ୍ଟୋବର ମାସରେ ପୁଦୁଚେରୀ ଓ କରାଇକଲରେ ଏକ ଜନମତ ନିଆଗଲା ।
  • ସେହି ଜନମତ ଭାରତ ସହିତ ମିଶ୍ରଣ ସପକ୍ଷରେ ଗଲା ।
  • ସେହିବର୍ଷ ନଭେମ୍ବର ୧ ତାରିଖ ଦିନ ପୁଦୁଚେରୀ ଓ କରାଇକଲର ଶାସନ କ୍ଷମତା ଭାରତ ସରକାରଙ୍କ ହାତକୁ ଆସିଲା । ସେହିଦିନଠାରୁ ଏହା ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇରହିଛି ।

୬ । ପର୍ତ୍ତୁଗୀଜ୍ ସରକାର ଜାତିସଂଘର ସୁରକ୍ଷା ପରିଷଦରେ କେଉଁ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ ? ଏହି ପ୍ରସଙ୍ଗଟି କିପରି ଅକାମି ହୋଇଗଲା ? ପରେ ପର୍ତ୍ତୁଗୀଜ୍ ସରକାର କି ପଦକ୍ଷେପ ଗ୍ରହଣ କରିଥିଲେ ?
Answer:

  • ୧୯୬୧ ମସିହା ଡିସେମ୍ବର ୧୮ ତାରିଖରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ଓ ସେଠାରେ ଉପସ୍ଥିତ ଥିବା ପର୍ତ୍ତୁଗୀଜ୍ ସୈନ୍ୟଙ୍କୁ ପରାଜିତ କଲେ ।
  • ପର୍ତ୍ତୁଗୀଜ୍ ସରକାର ଏହାକୁ ଏକ ଆକ୍ରମଣ ବୋଲି ବର୍ଣ୍ଣନା କରି ଜାତିସଂଘର ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉତ୍‌ଥାପନ କଲେ ।
  • ଭାରତର ସୈନ୍ୟ ପ୍ରତ୍ୟାହାର ପ୍ରସ୍ତାବଟି ଋଷୀୟ ଭିଟୋ ବଳରେ ଅକାମି ହୋଇଗଲା । ପରଦିନ ଅର୍ଥାତ୍ ଡିସେମ୍ବର ୧୯ ତାରିଖ ଦିନ ଗୋଆରେ ଅବସ୍ଥାପିତ ପର୍ତ୍ତୁଗୀଜ୍ ଗଭର୍ଣ୍ଣର ଶରଣପତ୍ରରେ ସ୍ବାକ୍ଷର କରି ଭାରତର ଶରଶାଗତ ହେଲେ ।

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ଭାରତ ସ୍ଵାଧୀନତା ପରେ କେଉଁ କେଉଁ ଦେଶର ଉପନିବେଶ ଭାରତରେ ରହିଯାଇଥିଲା ?
Answer:
ଭାରତ ଇଂରେଜ ଶାସନରୁ ମୁକ୍ତ ହେବା ପରେ ମଧ୍ୟ କେତେକ ବୈଦେଶିକ ଦେଶର ଉପନିବେଶ ଭାରତରେ ରହିଯାଇଥିଲା । ସେହି ଦେଶଗୁଡ଼ିକ ହେଲେ– (i) ପର୍ତ୍ତୁଗାଲ୍ ଓ (ii) ଫ୍ରାନ୍ସ ।

୨। ଅତୀତରେ ଗୋଆ କେଉଁ କେଉଁ ନାମରେ ପରିଚିତ ଥିଲା ? କେଉଁମାନେ ଏହାକୁ ଶାସନ କରିଥିଲେ ?
Answer:

  • ଅତୀତରେ ଗୋଆ, ଗୋମଞ୍ଚଳ, ଗୋପକପତ୍ତମ୍, ଗୋପକପୁରୀ, ଗୋବପୁରୀ ବା ଗୋମନ୍ତକ ନାମରେ ପରିଚିଚ ଥିଲା ।
  • କାଳର କ୍ରମିକତାରେ ଗୋଆକୁ ସାତବାହାନ, କଦମ୍ବ, ରାଷ୍ଟ୍ରକୂଟ, ଚାଲୁକ୍ୟ, ଶିଲଦାର, ଯାଦବମାନେ ଶାସନ କରିଥିଲେ ।

୩। କେବେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଏକ ଚୁକ୍ତି ହେଲା ? ଏହି ଚୁକ୍ତିରେ କ’ଣ ସ୍ଥିର କରାଗଲା ?
Answer:

  • ୧୯୪୮ ମସିହାରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହେଲା ।
  • ଫରାସୀ ଅନ୍ତଃକ୍ଷେତ୍ରରେ ଗଣଭୋଟ ଅନୁଷ୍ଠିତ ହେବାପାଇଁ ଏହି ଚୁକ୍ତିରେ ସ୍ଥିର କରାଗଲା ।

୪। ପର୍ତ୍ତୁଗୀଜ୍ ଉପନିବେଶଗୁଡ଼ିକ କିପରି ଭାରତ ସହିତ ମିଶିଥିଲେ ?
Answer:

  • ପର୍ତ୍ତୁଗାଲ୍ ସରକାର ଉପନିବେଶଗୁଡ଼ିକୁ ଭାରତ ସହ ମିଶାଇବା ନିମନ୍ତେ ରାଜି ହୋଇନଥିଲେ । ତେଣୁ ଭାରତ ନିଜର ସୈନ୍ୟବାହିନୀ ପ୍ରେରଣ କରି ଏହି ଉପନିବେଶଗୁଡ଼ିକୁ ମୁକ୍ତ କରିଥିଲା ।
  • ତେଣୁ ଭାରତ ନିଜର ସୈନ୍ୟବାହିନୀ ପ୍ରେରଣ କରି ଏହି ଉପନିବେଶଗୁଡ଼ିକୁ ମୁକ୍ତ କରିଥିଲା ।

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଭାରତରେ ବ୍ରିଟିଶ୍ ସାମ୍ରାଜ୍ୟବାଦର ଅବସାନ କେବେ ହୋଇଥିଲା ?
Answer:
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତରେ ବ୍ରିଟିଶ୍ ସାମ୍ରାଜ୍ୟବାଦର ଅବସାନ ହୋଇଥିଲା ।

2. କେଉଁ ଦୁଇ ମୁଖ୍ୟ ଅଞ୍ଚଳକୁ ଭାରତର ରାଜନୀତିକ ପରିଧ‌ିକୁ ଆଣିବାପାଇଁ ଏକ ଆହ୍ବାନ ଥିଲା ?
Answer:
ଗୋଆ ଓ ପୁଦୁଚେରୀକୁ ଭାରତର ରାଜନୀତିକ ପରିଧ୍ ଭିତରକୁ ଫେରାଇ ଆଣିବା ଭାରତ ସରକାରଙ୍କ ପାଖରେ ଏକ ପ୍ରମୁଖ ଆହ୍ବାନ ଥିଲା ।

3. ଅନ୍ତଃକ୍ଷେତ୍ର କାହାକୁ କୁହାଯାଏ ?
Answer:
ଗୋଟିଏ ରାଷ୍ଟ୍ର ମଧ୍ୟରେ ଥ‌ିବା ଅନ୍ୟ ରାଷ୍ଟ୍ରର ଶାସନାଧୀନ ଅଞ୍ଚଳଗୁଡ଼ିକୁ ଅନ୍ତଃକ୍ଷେତ୍ର କୁହାଯାଏ ।

4. ଗୋଆରେ ୧୯୬୭ ମସିହାରେ କାହିଁକି ଗଣଭୋଟ କରାଯାଇଥିଲା ?
Answer:
ଗୋଆରେ ଗଣଭୋଟ କରାଯିବାର ଉଦ୍ଦେଶ୍ୟ ଥିଲା ଯେ ଗୋଆ ମହାରାଷ୍ଟ୍ରରେ ରହିବ ନା ଅଲଗା ରହିବ ।

5. ପୁଦୁଚେରୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ସୁଦ୍ଧା ସେଠାରେ କେତେ ଆସନ ବିଶିଷ୍ଟ ବିଧାନସଭା ରହିଛି ?
Answer:
ପୁଦୁଚେରୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ସେଠାରେ ତିରିଶ ଆସନ ବିଶିଷ୍ଟ ଏକ ବିଧାସଭା ରହିଛି ।

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଗୋଟିଏ ରାଷ୍ଟ୍ର ମଧ୍ୟରେ ଥ‌ିବା ଅନ୍ୟରାଷ୍ଟ୍ରର ଶାସନାଧୀନ ଅଞ୍ଚଳକୁ କ’ଣ କୁହାଯାଏ ?
Answer:
ଅନ୍ତଃକ୍ଷେତ୍ର

2. ଭାରତରେ ବ୍ରିଟିଶ୍ ଶାସନକୁ କି ପ୍ରକାର ଶାସନ କୁହାଯାଉଥିଲା ?
Answer:
ସାମ୍ରାଜ୍ୟବାଦ

3. ଚନ୍ଦନନଗର କେଉଁଠାରେ ଅବସ୍ଥିତ ଥିଲା ?
Answer:
ବଙ୍ଗଳାରେ

4. କିଏ ଗୋଆକୁ ବିଦେଶୀ ହାତକୁ ଠେଲି ଦେଇଥିଲେ ?
Answer:
ବିଜୟନଗରର ସମାଟ

5. ଗୋଆ କେତେ ବର୍ଷ ଧରି ପର୍ତ୍ତୁଗୀଜ୍ ଶାସନାଧୀନ ଥିଲା ?
Answer:
୫୫୦ ବର୍ଷ

6. ପୁଦୁଚେରୀର ପୂର୍ବନାମ କ’ଣ ଥିଲା ?
Answer:
ପଣ୍ଡିଚେରୀ

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

7. ଗୋଟିଏ ଦେଶ ଅନ୍ୟ ଏକ ଦେଶରେ ବସତି ସ୍ଥାପନ କରି ରହିବାକୁ କ’ଣ କୁହାଯାଏ ?
Answer:
ଉପନିବେଶ

8. ଗୋଆରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର ପ୍ରସ୍ତାବ ସୁରକ୍ଷା ପରିଷଦରେ କାହା ବଳରେ ଅକାମୀ ହୋଇଗଲା ?
Answer:
ରୁଷୀୟ ଭିଟୋ

9. ଭାସ୍କୋଡ଼ାଗାମାଙ୍କ ଜଳପଥ ଆବିଷ୍କାର ପରେ ପର୍ତ୍ତୁଗୀଜ୍‌ମାନେ କେଉଁ ସ୍ଥାନ ଅଧିକାର କରିବାକୁ ଅଭିଯାନ ଆରମ୍ଭ କରିଥିଲେ ?
Answer:
ଗୋଆ

10. କେଉଁ ଜନ -ଅନୁଷ୍ଠାନ ନଗର ହାବେଳି ଦଖଲ କରିନେଲେ ?
Answer:
ଆଜାଦ ଗୋମନ୍ତକ ଦଳ

11. ଗୋଆ, ମହାରାଷ୍ଟ୍ରରେ ମିଶିବ ଅଥବା ଅଲଗା ରହିବ, ଏଥ‌ିପାଇଁ ଗଣଭେଟ କେବେ ଅନୁଷ୍ଠିତ ହୋଇଥିଲା ?
Answer:
୧୯୬୭

12. ଫରାସୀ ଉପନିବେଶଗୁଡ଼ିକ ଭାରତରେ ସମ୍ପୂର୍ଣ୍ଣଭାବେ ମିଶିଯିବାପାଇଁ ଫରାସୀ ଜାତୀୟ ସଭା କେବେ ଅନୁମୋଦନ କଲା ?
Answer:
୧୯୬୨ ମେ’

13. ବର୍ତ୍ତମାନ ପୁଦୁଚେରୀର କ୍ଷେତ୍ରଫଳ କେତେ ?
Answer:
୪୮୯ ବର୍ଗ କି.ମି.

14. କେଉଁ ସରକାର ପର୍ତ୍ତୁଗୀଜ୍ କର୍ତ୍ତୃପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ?
Answer:
ଆମେରିକା ସରକାର

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

15. ୟାନମରେ ଥ‌ିବା ଫରାସୀ ଶାସକ କିଏ ଥିଲେ ?
Answer:
ଏଡ଼ୱାର୍ଡ ଗୋବର୍ଟ

C. ଶୂନ୍ୟସ୍ଥାନ ପୂରଣ କର ।

1. ପର୍ତ୍ତୁଗୀଜମାନେ ଗୋଆରେ ________________ ବର୍ଷ ଧରି ଶାସନ କରିଆସୁଥିଲେ ।
Answer:
୪୫୦

2. _______________ ମସିହାରେ ଗୋଆରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
Answer:
୧୯୬୩

3. ୨୫ ତମ ରାଜ୍ୟ ଭାବେ ______________ ଭାରତରେ ମିଶିଯାଇଥିଲା ।
Answer:
ଗୋଆ

4. ଗୋଆ, ଡାମନ ଡିଉର ଜନସାଧାରଣ ______________ ମସିହାରେ ଏକ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Answer:
୧୯୫୫

5. ପର୍ତ୍ତୁଗୀଜମାନେ ଭାରତର _______________ ଉପକୂଳରେ ଶାସନ କରୁଥିଲେ ।
Answer:
ପଶ୍ଚିମ

6. _______________ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
Answer:
ଭାସ୍କୋଡ଼ାଗାମା

7. ଫରାସାମାନେ ଭାରତର ______________ ଉପକୂଳରେ ଶାସନ କରୁଥିଲେ ।
Answer:
ପୂର୍ବ

8. ମାହେ ____________ ଉପକୂଳରେ ଅବସ୍ଥିତ ଥିଲା ।
Answer:
ମାଲାବାର

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

9. ______________ ର ସମ୍ରାଟ ପର୍ତ୍ତୁଗୀଜ୍‌ମାନଙ୍କୁ ଗୋଆ ଦଖଲ କରିବାରେ ସାହାଯ୍ୟ କରିଥିଲେ । ମାନଙ୍କର ଏକ ଅନ୍ତଃକ୍ଷେତ୍ର ଥିଲା ।
Answer:
ବିଜୟନଗର

10. ନଗର ହାବେଳି _____________ ମାନଙ୍କର ଏକ ଅନ୍ତଃକ୍ଷେତ୍ର ଥିଲା ।
Answer:
ପର୍ତ୍ତୁଗୀଜ

11. ଭାରତ ସରକାର ____________ ମସିହାରେ ଗୋଆକୁ ସୈନ୍ୟବାହିନୀ ପଠାଇଥିଲେ ।
Answer:
୧୯୬୧

12. ଆଫ୍ରିକୀୟ ଦେଶ ଆଙ୍ଗୋଲାରେ _____________ ମାନେ ଦମନ ଲୀଳା ଚଳାଇ ବିଦ୍ରୋହକୁ ଦମନ କରିଥିଲେ ।
Answer:
ପର୍ତ୍ତୁଗୀଜ

13. ପ୍ରୁଦୁଚେରୀରେ _____________ ଟି ଆସନ ବିଶିଷ୍ଟ ଏକ ବିଧାସଭା ରହିଛି ।
Answer:
୩୦

14. ଲୋକସଭାରେ ପ୍ରଦୁଚେରୀର ମାତ୍ର ______________ ସଦସ୍ୟ ଅଛନ୍ତି ।
Answer:
ଜଣେ

15. ୧୯୫୪ ମସିହା ଅକ୍ଟୋବର ମାସରେ ______________ ଠାରେ ଜନମତ ନିଆଯାଇଥିଲା ।
Answer:
ପୁଦୁଚେରୀ

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ଭାରତରେ ଗଣତନ୍ତ୍ରର ଅବସାନ ୧୯୪୭ ମସିହା ହୋଇଥିଲା ।
Answer:
x

2. ପୂର୍ବ-ଉପକୂଳରେ ଅବସ୍ଥିତ ପୁଦୁଚେରୀରେ ଫରାସୀମାନେ ଶାସନ କରୁଥିଲେ ।
Answer:
✓

3. ୧୫୧୫ ମସିହାରେ ପର୍ତ୍ତୁଗୀଜ୍‌ମାନେ ଗୋଆ ଅଧିକାର କରିଥିଲେ ।
Answer:
x

4. ଗୋଆରେ ପର୍ତ୍ତୁଗୀଜ୍ ଶାସକମାନେ ଜନସାଧାରଣଙ୍କ ସୁଖ ସୁବିଧା ପାଇଁ ଦୃଷ୍ଟି ଦେଉଥିଲେ ।
Answer:
x

5. ୧୯୫୫ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଗୋଆରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
Answer:
x

6. ୧୯୬୧ ମସିହାରେ ଉପନିବେଶମାନଙ୍କ ଉପରେ ପର୍ତ୍ତୁଗୀଜ ଜୁଲମର ସ୍ପଷ୍ଟ ଚିତ୍ର ପରିଲକ୍ଷିତ ହୋଇଥିଲା ।
Answer:
✓

7. ଦାମନ ଓ ଡିଉକୁ ଗୋଆରୁ ଅଲଗା କରି କେନ୍ଦ୍ରଶାସିତ ଅଞ୍ଚଳଭାବେ ରଖାଯାଇଥିଲା ।
Answer:
✓

8. ୧୯୬୨ ମସିହା ଅଗଷ୍ଟ ୧୧ ରେ ଦାଦ୍ରା ଓ ନଗର ହାବେଳିକୁ ଭାରତ ସହିତ ମିଶାଇ ଦିଆଯାଇଥିଲା ।
Answer:
x

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

9. ଭାରତ ଓ ଫ୍ରାନ୍ସ ମଧ୍ୟରେ ୧୯୪୭ ମସିହାରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
Answer:
x

10. ୧୯୪୯ ଜୁନ୍ ୧୯ରେ ଚନ୍ଦନନଗରରେ ଗଣଭୋଟ ଅନୁଷ୍ଠିତ ହୋଇଥିଲା ।
Answer:
✓

11. ୟାନମ ଓ ମାହେରେ ଜଣେ ଇଂରେଜ ଶାସକ ଜନ ଆନ୍ଦୋଳନକୁ ବଳ ପ୍ରୟୋଗ କରି ଦମନ କରିବାକୁ ଚେଷ୍ଟା କରିଥିଲେ ।
Answer:
x

12. ଗୋଆ ଭାରତର ୨୬ତମ ରାଜ୍ୟର ମାନ୍ୟତା ପାଇଛି ।
Answer:
x

13. ଭାରତରେ ଥିବା ଫରାସୀ ଉପନିବେଶର ଆୟତନ ଥିଲା ମାତ୍ର ୫୧୦ ବର୍ଗ କିଲୋମିଟର ।
Answer:
✓

14. ୧୯୬୧ ମସିହା ଅଗଷ୍ଟ ୧୧ରେ ଦାଦ୍ରା ଓ ନଗର ହାବେଳିକୁ ଭାରତ ସହିତ ମିଶାଇ ଦିଆଯାଇଥିଲା ।
Answer:
✓

15. ପୁଦୁଚେରୀ ଭାରତର ରାଜଧାନୀ ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳ ସହିତ ରାଜନୈତିକ ଦୃଷ୍ଟିରୁ ସମାନ ।
Answer:
✓

16. ଗୋଆରେ ୧୯୫୫ରେ କରାଯାଇଥିବା ବିକ୍ଷୋଭରେ ଦଶ ହଜାର ଲୋକ ଅଂଶ ଗ୍ରହଣ କରିଥିଲେ ।
Answer:
x

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

17. ଗୋଆର ବିକ୍ଷୋଭ ବେଳେ ପୁଲିସ ଗୁଳିଚାଳନା ଫଳରେ ୨୨ ଜଣ ସତ୍ୟାଗ୍ରହୀ ମୃତ୍ୟୁବରଣ କରିଥିଲେ ।
Answer:
✓

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । question 1

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 1

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । question and answer 2

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । question and answer 3

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । question 4

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 4

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

Odisha State Board BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ Important Questions and Answers.

BSE Odisha Class 10 History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ମିଶ୍ରଣ ପୂର୍ବରୁ ଓଡ଼ିଶାରେ କେତୋଟି କେଉଁ କେଉଁ ଶ୍ରେଣୀର ଗଡ଼ଜାତ ରାଜ୍ୟ ଥିଲା ? ସେଗୁଡ଼ିକର ରାଜନୈତିକ ସ୍ଥିତି କିପରି ଥୁଲା ?
Answer:

  • ମିଶ୍ରଣ ପୂର୍ବରୁ ଓଡ଼ିଶାରେ ଆୟତନ ଦୃଷ୍ଟିରୁ ‘କ’, ‘ଖ’ ଓ ‘ଗ’ ଶ୍ରେଣୀର ମୋଟ ୨୬ଟି ଗଡ଼ଜାତ ରାଜ୍ୟ ଥିଲା ।
  • ‘କ’ ଶ୍ରେଣୀଭୁକ୍ତ ୧୧ଟି, ‘ଖ’ ଶ୍ରେଣୀଭୁକ୍ତ ୧୨ଟି ଓ ‘ଗ’ ଶ୍ରେଣୀଭୁକ୍ତ ୩ଟି ଗଡ଼ଜାତ ରାଜ୍ୟ ଥିଲା ।
  • ଏହି ଦେଶୀୟ ରାଜ୍ୟଗୁଡ଼ିକ ବ୍ରିଟିଶ୍ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟାତଳେ ସୁରକ୍ଷିତ ଥିଲା । ଏଥ୍ ମଧ୍ୟରୁ ଅଧିକାଂଶ ଦେଶୀୟ ରାଜ୍ୟର ଶାସନ ପଦ୍ଧତି ତଥା ସାମାଜିକ ଓ ଆର୍ଥନୀତିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା ।
  • ଗଡ଼ଜାତ ପ୍ରଜାମାନେ କୁଶାସନର ଶିକାର ହୋଇ ଦୁଃଖ ଓ ନୈରାଶ୍ୟ ମଧ୍ଯରେ କାଳାତିପାତ କରୁଥିଲେ । ସେମାନଙ୍କର ନିଜସ୍ଵ ସମସ୍ୟା ଏତେ ଅଧିକ ଥିଲା ଯେ ଜାତୀୟ ସ୍ଵାଧୀନତା ସଂଗ୍ରାମର ବାର୍ତ୍ତା ମଧ୍ୟ ସେମାନଙ୍କୁ ପ୍ରଭାବିତ କରିପାରି ନଥିଲା ।
  • ଏହାଛଡ଼ା ଦେଶୀୟ ରାଜ୍ୟମାନଙ୍କରେ ବେଠି, ବେଗାରୀ, ମାଗଣ, ରସଦ, ଭେଟି ପ୍ରଭୃତି ପ୍ରଜାମାରଣ ପ୍ରଥା ପ୍ରଚଳିତ ଥିଲା; ଯାହାକି ପ୍ରଜାମାନଙ୍କ ଦୁଃଖକୁ ବହୁଗୁଣିତ କରିଥିଲେ ।

୨। ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଫଳାଫଳ ଉଲ୍ଲେଖ କର ।
Answer:

  • ଓଡ଼ିଶା ପ୍ରଦେଶ ସହିତ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ଓଡ଼ିଶାର ଗଣତାନ୍ତ୍ରିକ ପ୍ରକ୍ରିୟା ଗଡ଼ଜାତ ରାଜ୍ୟମାନଙ୍କୁ ସଂପ୍ରସାରିତ ହେଲା ।
  • ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାରେ ଆଉ ୩୧ଟି ଆସନ ସଂଯୁକ୍ତ ହେଲା । ଓଡ଼ିଶା ବିଧାନସଭାରେ ନିର୍ବାଚିତ ସଭ୍ୟ ସଂଖ୍ୟା ବୃଦ୍ଧିପାଇ ୯୧ ହେଲା ।
  • ୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ଏ ସମସ୍ତ ସଦସ୍ୟକୁ ନେଇ ଓଡ଼ିଶା ବିଧାନସଭାର ଅଧ୍ଵବେଶନ ନୂଆ ରାଜଧାନୀ ଭୁବନେଶ୍ଵରରେ ଅନୁଷ୍ଠିତ ହେଲା ।
  • ଗଡ଼ଜାତ ପ୍ରଜାମାନଙ୍କୁ ସ୍ବାଧୀନତାର ସ୍ବାଦ ଚଖାଇବାପାଇଁ ଗଡ଼ଜାତ ଶାସନ ବ୍ୟବସ୍ଥାକୁ ପ୍ରାଦେଶିକ ଶାସନ ଅନୁରୂପ କରିବାର ପ୍ରଚେଷ୍ଟା ଆରମ୍ଭ ହେଲା । ଗଡ଼ଜାତଗୁଡ଼ିକ ସାମିଲ କରି ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପୁନର୍ଗଠନ କରି ତେରଟି ଜିଲ୍ଲାର ସୃଷ୍ଟି କରାଗଲା । ସମୟକ୍ରମେ ପ୍ରଜା ଆନ୍ଦୋଳନ ପ୍ରଶମିତ ହୋଇଗଲା ।
  • ଗଡ଼ଜାତ ଅଞ୍ଚଳର ରାଜା ଓ ପ୍ରଜା ଉଭୟ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯୋଗଦାନ କଲେ । ଓଡ଼ିଶାର ପ୍ରାକୃତିକ ସମ୍ପଦର ଠିକ୍ ବିନିଯୋଗ ହୋଇପାରିଲା । ଦେଶୀୟ ରାଜ୍ୟଗୁଡ଼ିକର ଓଡ଼ିଶା ସହିତ ମିଶ୍ରଣ ପରେ ଓଡ଼ିଆମାନଙ୍କ ମଧ୍ୟରେ ଐକ୍ୟ ଏବଂ ଉତ୍ସାହ ପରିଲକ୍ଷିତ ହେଲା ।

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ମିଶ୍ରଣ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କର ସଂଖ୍ୟା କେତେ ଥିଲା ? ସେମାନଙ୍କୁ କେଉଁ ଦୃଷ୍ଟିରୁ ବିଚାର କରି କେତେଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ?
Answer:

  • ମିଶ୍ରଣ ପୂର୍ବରୁ ଓଡ଼ିଶା ସୀମା ସହ ମିଶି ରହିଥିବା ଓଡିଆ ଭାଷାଭାଷୀ ଗଡ଼ଜାତମାନଙ୍କର ସଂଖ୍ୟା ଥିଲା ଛବିଶ ।
  • ସେମାନଙ୍କୁ ଆୟତନ ଦୃଷ୍ଟିରୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ।
  • ସେଗୁଡ଼ିକ ହେଲା – ‘କ’, ‘ଖ’ ଓ ‘ଗ’ ଶ୍ରେଣୀଭୁକ୍ତ ଗଡ଼ଜାତ ରାଜ୍ୟ ।

୨। କେବେ ମହତାବ ଓଡ଼ିଶା ଗଡ଼ଜାତ ରାଜାମାନଙ୍କର ସମ୍ମିଳନୀ ଡାକିଥିଲେ ଏବଂ ସମ୍ମିଳନୀରେ ମହତାବ କି ପ୍ରକାର ଯୁକ୍ତି ଉପସ୍ଥାପନ କରିଥିଲେ ? ଏହାରା ଫଳାଫଳ କ’ଣ ହୋଇଥିଲା ?
Answer:

  • ୧୯୪୭ ଅକ୍ଟୋବର ୧୬ ତାରିଖରେ ମହତାବ ଓଡ଼ିଶା ଗଡ଼ଜାତ ରାଜାମାନଙ୍କର ସମ୍ମିଳନୀ ସମ୍ବଲପୁରଠାରେ ଡାକିଥିଲେ ।
  • ଓଡ଼ିଶାର ଶାନ୍ତିଶୃଙ୍ଖଳା, ପ୍ରଶାସନିକ ସୁବିଧା ଓ ସାମୂହିକ ପ୍ରଗତି ପାଇଁ ଦେଶୀୟ ରାଜ୍ୟଗୁଡ଼ିକ ଓଡ଼ିଶା ପ୍ରଦେଶ ସହିତ ମିଶିଯିବା ଉଚିତ ବୋଲି ମହତାବ ଯୁକ୍ତି ଉପସ୍ଥାପନ କରିଥିଲେ ।
  • ଓଡ଼ିଶା ସହିତ ମିଶିଯିବାକୁ ମହତାବଙ୍କର ନିବେଦନ ପ୍ରତି ରାଜାମାନେ କର୍ଣ୍ଣପାତ କଲେ ନାହିଁ ।

୩ । ଦେଶୀୟ ରାଜ୍ୟମାନଙ୍କରେ ପ୍ରଜାମାନେ କିପରି ଜୀବନ ଅତିବାହିତ କରୁଥିଲେ ?
Answer:

  • ତତ୍‌କାଳୀନ ଦେଶୀୟ ରାଜ୍ୟଗୁଡ଼ିକରେ ଶାସନ ପଦ୍ଧତି ତଥା ଆଭ୍ୟନ୍ତରୀଣ ସାମାଜିକ ଓ ଆର୍ଥନୀତିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା । କୁଶାସନର ମାତ୍ରା ବହୁ ପରିମାଣରେ ବୃଦ୍ଧି ପାଇଥିଲା ।
  • ଫଳରେ ଗଡ଼ଜାତର ପ୍ରଜାମାନେ ଅତି ଦୁଃଖ ଓ ହତାଶା ମଧ୍ୟରେ କାଳାତିପାତ କରୁଥିଲେ ।
  • ରାଜା, ରାଜପ୍ରତିନିଧ୍ଵ ଓ ରାଜକର୍ମଚାରୀମାନେ ବିଭିନ୍ନ ଭାବରେ ପ୍ରଜାମାନଙ୍କୁ ଶାରୀରିକ ଓ ଆର୍ଥିକ ଶୋଷଣ କରୁଥିଲେ ।

୪। ତତ୍‌କାଳୀନ ଦେଶୀୟ ରାଜ୍ୟମାନଙ୍କର ପ୍ରଚଳିତ ପ୍ରଜାମାରଣ ପ୍ରଥାଗୁଡ଼ିକର ନାମ ଲେଖ ଓ ତନ୍ମଧ୍ୟରୁ ଅତି ଲଜ୍ଜାଜନକ ପ୍ରଥାଟି କ’ଣ ଥିଲା ବୁଝାଅ ।
Answer:

  • ତତ୍‌କାଳୀନ ଗଡ଼ଜାତ ବା ଦେଶୀୟ ରାଜ୍ୟଗୁଡ଼ିକରେ ମୁଖ୍ୟତଃ ପାଞ୍ଚପ୍ରକାର ପ୍ରଜାମାରଣ ପ୍ରଥା ପ୍ରଚଳିତ ଥିଲା ।
  • ସେଗୁଡ଼ିକ ହେଲା – ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ଇତ୍ୟାଦି ।
  • ତନ୍ମଧ୍ୟରୁ ଅତିଶୟ ଅମାନବିକ ଓ ଲଜ୍ଜାଜନକ ପ୍ରଥାଟି ହେଲା ‘ବେଗାରୀ’ । ଏହି ପ୍ରଥା ଅନୁସାରେ, ରାଜା ବା ରାଜକର୍ମଚାରୀମାନଙ୍କୁ ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ପ୍ରଜାମାନେ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ବୋହି ନେଉଥିଲେ ।

୫। ତତ୍‌କାଳୀନ ଗଡ଼ଜାତ ଶାସନ ବିରୋଧରେ ସଂଘଟିତ ପ୍ରଜା ଆନ୍ଦୋଳନଗୁଡ଼ିକ ମଧ୍ୟରୁ କେତେକର ଦୃଷ୍ଟାନ୍ତ ଦିଅ ।
Answer:

  • ଓଡିଶାର ଗଡ଼ଜାତ ଅଞ୍ଚଳମାନଙ୍କରେ ଚାଲିଥିବା କୁଶାସନ, ଶୋଷଣ ଓ ଅତ୍ୟାଚାର ବିରୋଧରେ ପ୍ରଜାମାନେ ସର୍ବପ୍ରଥମେ ୧୯୨୨ ମସିହାରେ ଢେଙ୍କାନାଳରେ ସଙ୍ଗଠିତ ହୋଇ ସ୍ଵର ଉତ୍ତୋଳନ କରିବାକୁ ଆରମ୍ଭ କଲେ ।
  • ପରେ ୧୯୨୮ ମସିହାରେ ଓଡ଼ିଶାର ନୀଳଗିରିରେ ପ୍ରଜାମାନେ ବିଦ୍ରୋହ କଲେ ।
  • ତତ୍‌ପରେ ୧୯୩୦ ମସିହାରେ ବୌଦରେ ଓ ୧୯୩୨ ମସିହାରେ ତାଳଚେରରେ ପ୍ରଜା ଆନ୍ଦୋଳନ ଆରମ୍ଭ ହେଲା ।

୬। ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି କାହିଁକି ଓ କାହା ଅଧ୍ଯକ୍ଷତାରେ ପୁନର୍ଗଠିତ ହୋଇଥିଲା ? ଏହି କମିଟିରେ ଅନ୍ୟ କେଉଁମାନେ ଅନ୍ତର୍ଭୁକ୍ତ ଥିଲେ ?
Answer:

  • ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କର ପ୍ରଚଳିତ ଶାସନ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ବନ୍ଧରେ ତଦନ୍ତ କରିବାପାଇଁ ୧୯୩୮ ମସିହାରେ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହୋଇଥିଲା ।
  • ଏହାର ଅଧ୍ୟକ୍ଷ ରହିଲେ ହରେକୃଷ୍ଣ ମହତାବ ଓ ସମ୍ପାଦକ ଥିଲେ ସାରଙ୍ଗଧର ଦାସ ।
  • ଏହି ତଦନ୍ତ କମିଟିର ଅନ୍ୟ ଦୁଇଜଣ ସଭ୍ୟ ଅନ୍ତର୍ଭୁକ୍ତ ଥିଲେ । ସେମାନଙ୍କର ନାମ ହେଲା – ଲାଲ୍‌ମୋହନ ପଟ୍ଟନାୟକ ଓ ବଳବନ୍ତରାୟ ମେହେଟ୍ଟା ।

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। କଟକ ସମ୍ମିଳନୀରେ କେତେ ଜଣ ଗଡ଼ଜାତ ରାଜା ଉପସ୍ଥିତ ଥିଲେ ଓ କେଉଁମାନେ ଉପସ୍ଥିତ ନ ଥିଲେ ?
Answer:

  • କଟକ ସମ୍ମିଳନୀ ‘ଖ’ ଓ ‘ଗ’ ଶ୍ରେଣୀର ୧୫ ଜଣ ଗଡ଼ଜାତ ରାଜାଙ୍କ ମଧ୍ୟରୁ ୧୨ ଜଣ ଉପସ୍ଥିତ ଥିଲେ ।
  • ଏହି ସମ୍ମିଳନୀରେ ଆଠମଲ୍ଲିକ, ବଣାଇ ଓ ତିଗିରିଆର ରାଜା ଉପସ୍ଥିତ ନ ଥିଲେ ।

୨। ଓଡ଼ିଶା ସହ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାରେ ମହତାବଙ୍କ ଭୂମିକାକୁ ପ୍ରଶଂସା କରି ସର୍ଦାର ପଟେଲ୍ କ’ଣ କହିଥିଲେ ?
Answer:
କରି ସର୍ଦାର ପଟେଲ କହିଥିଲେ – ‘ମୁଁ କରିଛି ଏବଂ ମୁଁ ଅଧିକ ଖୁସି ଏଇଥପାଇଁ ଯେ ହେବାକୁ ପଥପ୍ରଦର୍ଶନ କରିପାରିଲା ।’’ ଓଡ଼ିଶା ସହ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାରେ ମହତାବଙ୍କର ଭୂମିକାକୁ ପ୍ରଶଂସା ଖୁସି ଯେ ମୁଁ ମହତାବଙ୍କର ସ୍ବପ୍ନକୁ ସାକାର କରିବାରେ ତାଙ୍କୁ ସାହାଯ୍ୟ ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟ ଅବଶିଷ୍ଟ ଭାରତକୁ ତା’ର ଅନୁଗାମୀ

୩ । କେବେ ମୟୂରଭଞ୍ଜର ରାଜା ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିଲେ ଏବଂ କେବେ ମୟୂରଭଞ୍ଜ ଓଡ଼ିଶା ସହ ମିଶିଥୁଲା ?
Answer:

  • ୧୯୪୮ ଅକ୍ଟୋବର ୧୭ ତାରିଖ ଦିନ ମୟୂରଭଞ୍ଜର ରାଜା ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ ।
  • ୧୯୪୯ ମସିହା ଜାନୁୟାରୀ ୧ ତାରିଖ ଦିନ ମୟୂରଭଞ୍ଜ ଓଡ଼ିଶା ସହିତ ମିଶିଥିଲା ।

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

୪। ମହତାବଙ୍କ ଗଡ଼ଜାତ ମିଶ୍ରଣ ପ୍ରସ୍ତାବଟିକୁ ରାଜାମାନେ କିପରି ବିଚାର କଲେ ?
Answer:

  • ମହତାବ ଦୁଇଥର ଗଡ଼ଜାତ ରାଜାମାନଙ୍କୁ ମିଶ୍ରଣ ବିଷୟରେ ଚିଠି ଲେଖୁଥିଲେ; ମାତ୍ର ସେମାନେ ଏହି ମିଶ୍ରଣ ପ୍ରସ୍ତାବକୁ ପସନ୍ଦ କଲେ ନାହିଁ; ବରଂ ସେମାନେ ପ୍ରକାଶ୍ୟରେ ଏହାର ବିରୋଧ କଲେ ।
  • ପ୍ରକୃତପକ୍ଷେ, ‘ମିଶ୍ରଣ’ ଶବ୍ଦଟି ଓଡ଼ିଶା ଗଡ଼ଜାତ ରାଜାମାନଙ୍କ ପାଇଁ ‘ଶ୍ରୁତିକଟୁ’ ଥିଲା ।

୫। କେବେ କେତୋଟି ଗଡ଼ଜାତର ଶାସନଭାର ଭାରତ ସରକାର ଓଡ଼ିଶାର ପ୍ରାଦେଶିକ ସରକାରଙ୍କୁ ହସ୍ତାନ୍ତର କରିଥିଲେ ? କେବେ ଏସବୁ ଗଡ଼ଜାତ ରାଜ୍ୟ ଓଡ଼ିଶା ସହ ମିଶିଗଲା ?
Answer:

  • ୧୯୪୭ ଡିସେମ୍ବର ୨୩ରେ ଭାରତ ସରକାର ଚବିଶଟି ଗଡ଼ଜାତର ଶାସନଭାର ଓଡ଼ିଶାର ପ୍ରାଦେଶିକ ସରକାରଙ୍କୁ ହସ୍ତାନ୍ତର କଲେ ।
  • ୧୯୪୮ ମସିହା ଜାନୁୟାରୀ ୧ ତାରିଖଠାରୁ ଓଡ଼ିଆ ଭାଷାଭାଷୀ ଚବିଶଟି ଗଡ଼ଜାତ ଓଡ଼ିଶା ପ୍ରଦେଶ ସହିତ ମିଶିଗଲା ।

୬। କେଉଁଠାରୁ ଭାରତରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାର ଆରମ୍ଭ ହୋଇଥିଲା ଏବଂ କେଉଁ ଦେଶୀୟ ରାଜ୍ୟ ଦଖଲ ପରେ ମିଶ୍ରଣ ପ୍ରକ୍ରିୟାର ଯବନିକା ପତନ ହୋଇଥିଲା ?
Answer:

  • ଓଡ଼ିଶାର ନୀଳଗିରିରୁ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
  • ହାଇଦ୍ରାବାଦ ଦଖଲ ପରେ ଏହି ପ୍ରକ୍ରିୟାର ଯବନିକା ପତନ ହୋଇଥିଲା ।

୭। କିଏ ହରେକୃଷ୍ଣ ମହତାବଙ୍କୁ ‘‘ପର୍ଶୁରାମ’’ ଆଖ୍ୟା ଦେଇଥିଲେ ? ପ୍ରକୃତରେ ପର୍ଶୁରାମ କିଏ ଥିଲେ ?
Answer:

  • କଳାହାଣ୍ଡିର ମହାରାଜ ହରେକୃଷ୍ଣ ମହତାବଙ୍କୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ।
  • ପ୍ରକୃତରେ ‘ପର୍ଶୁରାମ’ ଥିଲେ ଜଣେ ବ୍ରାହ୍ମଣ ତଥା ପୌରାଣିକ ମହାନାୟକ । ସେ ଧରାପୃଷ୍ଠରୁ କ୍ଷତ୍ରିୟମାନଙ୍କୁ ନିପାତ କରିବାପାଇଁ ଅସ୍ତ୍ରଧାରଣ କରିଥିଲେ ।

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଗଡ଼ଜାତ ପ୍ରଜାମାନଙ୍କୁ କେଉଁମାନେ ଶୋଷଣ କରୁଥିଲେ ?
Answer:
ରାଜା, ରାଜପ୍ରତିନିଧ୍ଵ ଓ ରାଜ କର୍ମଚାରୀମାନେ ବିଭିନ୍ନ ଭାବରେ ପ୍ରଜାମାନଙ୍କୁ ଶୋଷଣ କରୁଥିଲେ ।

2. ‘ମାଗଣ’ ଅର୍ଥ କ’ଣ ?
Answer:
ରାଜକୀୟ ବିବାହ ଓ ଅନ୍ୟାନ୍ୟ ଉତ୍ସବ ସମୟରେ ପ୍ରଜାମାନେ ଅର୍ଥ ଓ ଦ୍ରବ୍ଯ ଆକାରରେ ରାଜାଙ୍କୁ ଉପହାର ପ୍ରଦାନକୁ ମାଗଣ କୁହାଯାଉଥିଲା ।

3. ଢେଙ୍କାନାଳରେ ପ୍ରଜା ଆନ୍ଦୋଳନ କେବେ ଓ କ’ଣ ପାଇଁ ଆରମ୍ଭ ହୋଇଥିଲା ?
Answer:
ଓଡ଼ିଶାର ଗଡ଼ଜାତରେ ଚାଲୁଥିବା କୁଶାସନ, ଶୋଷଣ, ଅତ୍ୟାଚାର ବିରୋଧରେ ଢେଙ୍କାନାଳରେ ୧୯୨୨ ମସିହାରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ।

4. ଓଡ଼ିଶାର ଗଡ଼ଜାତ ପ୍ରଜା ଆନ୍ଦୋଳନକୁ ଭାରତୀୟ ଜାତୀୟ କଂଗ୍ରେସ କେବେ ସମର୍ଥନ ପ୍ରଦାନ କରିଥିଲା ?
Answer:
୧୯୩୭ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଡ଼ଜାତ ପ୍ରଜା ଆନ୍ଦୋଳନକୁ ସମର୍ଥନ ପ୍ରଦାନ କରିଥିଲା ।

5. ମୟୂରଭଞ୍ଜର ମହାରାଜା କେବେ ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ ?
Answer:
୧୯୪୮ ଅକ୍ଟୋବର ୧୭ ତାରିଖ ଦିନ ମୟୂରଭଞ୍ଜର ମହାରାଜା ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିଥିଲା ।

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଘନଶ୍ୟାମ ମହାନ୍ତିଙ୍କ ରଚିତ କବିତା ପୁସ୍ତକର ନାମ କ’ଣ ଥିଲା ?
Answer:
ଦଶହରା ଭେଟି

2. ୧୯୪୯ ଜାନୁୟାରୀ ୧ ତାରିଖରେ କେଉଁ ଗଡ଼ଜାତ ଓଡ଼ିଶା ରାଜ୍ୟ ସହିତ ମିଶିଥିଲା ?
Answer:
ମୟୂରଭଞ୍ଜ

3. କଟକ ସମ୍ମିଳନୀକୁ ଗଡ଼ଜାତ ରାଜାମାନଙ୍କୁ ନିମନ୍ତ୍ରଣ କରିବା ଦାୟିତ୍ଵ କାହାକୁ ଦିଆଯାଇଥିଲା ?
Answer:
ଭି.ପି. ମେନନ

4. ସ୍ବାଧୀନ ଭାରତ ସହ ପ୍ରଥମେ କେଉଁ ଦେଶୀୟ ରାଜ୍ୟର ମିଶ୍ରଣ ଘଟିଥିଲା ?
Answer:
ନାଳଟିରି

5. କଟକ ସମ୍ମିଳନୀରେ ‘ଖ’ ଓ ‘ଗ’ ଶ୍ରେଣୀର କେତେ ଜଣ ରାଜା ଯୋଗ ଦେଇଥିଲେ ?
Answer:
୧୨ ଜଣ

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

6. ଓଡ଼ିଶା ସରକାରଙ୍କ ତରଫରୁ କିଏ ନୀଳଗିରି ଦଖଲ କାର୍ଯ୍ୟ କିଏ ପରିଚାଳନା କରିଥିଲେ ?
Answer:
ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ

7. କେଉଁମାନଙ୍କଦ୍ୱାରା ‘ପୂର୍ବାଞ୍ଚଳ ଗଡ଼ଜାତ ସଂଘ’ ଗଠିତ ହୋଇଥିଲା ?
Answer:
ଓଡ଼ିଶା ଓ ଛତିଶଗଡ଼ର ଅଣଚାଳିଶଟି ଦେଶୀୟ ରାଜ୍ୟର ରାଜାଙ୍କଦ୍ୱାରା

8. ‘ପ୍ୟାଥୋଲର୍ଜି ଅଫ୍ ପ୍ରିନ୍ସ’ ପୁସ୍ତକର ଲେଖକ କିଏ ଥିଲେ ?
Answer:
କହ୍ନେଇଲାଲ ଚୌବେ

9. ଓଡ଼ିଶାର ଗଡଜାତରେ ଚାଲୁଥିବା କୁଶାସନ, ଶୋଷଣ, ଅତ୍ୟାଚାର ବିରୋଧରେ ଗଡଜାତ ପ୍ରଜାମାନେ କେବେ ସ୍ଵର ଉତ୍ତୋଳନ କରିବା ଆରମ୍ଭ କରିଥିଲେ ?
Answer:
୧୯୨୨

10. ଗଡ଼ଜାତ ରାଜ୍ୟଗୁଡ଼ିକ ଅବସ୍ଥାକୁ ଆଧାର କରି ରଚିତ ‘ଭୁଲିବୁ ନାହିଁ’ କବିତା ପୁସ୍ତକର ରଚୟିତା କିଏ ?
Answer:
ବ୍ରଜକିଶୋର ଧଳ

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

11. ନୀଳଗିରିର ରାଜା କେଉଁମାନଙ୍କୁ ପୋଲିସ୍‌ବାହିନୀରେ ନିଯୁକ୍ତି ଦେଲେ ?
Answer:
ଗୁର୍ଖାମାନଙ୍କୁ

12. ଓଡ଼ିଶା ଗଡଜାତ ତଦନ୍ତ କମିଟିକୁ କେବେ ପୁନର୍ଗଠିତ କରାଯାଇଥିଲା ?
Answer:
୧୯୩୮

13. ବଳବନ୍ତରାୟ ମେହେଟ୍ଟା କେଉଁ କମିଟିର ଅନ୍ୟତମ ସଦସ୍ୟ ଥିଲେ ?
Answer:
ପୁନର୍ଗଠିତ ଗଡ଼ଜାତ ତଦନ୍ତ କମିଟି

14. ଭାରତ ସରକାର କେବେ ଷଢ଼େଇକଳା ଓ ଖରସୁଆଁ ଗଡ଼ଜାତକୁ ଓଡ଼ିଶାରୁ କାଢ଼ି ନେଇ ବିହାରରେ ମିଶାଇ ଦେଇଥିଲେ ?
Answer:
୧୯୪୮ ମେ’ ୧୮

15. ଗଡ଼ଜାତ ମିଶ୍ରଣ ପ୍ରସ୍ତାବର ବିରୋଧ କରି କଳାହାଣ୍ଡିର ମହାରାଜା କାହାକୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ?
Answer:
ହରେକୃଷ୍ଣ ମହତାବ

16. ଓଡ଼ିଶା ସହ ମିଶ୍ରଣ ସମୟରେ ନୀଳଗିରି ଜନସଂଖ୍ୟା କେତେ ଥିଲା ?
Answer:
୭୩, ୧୦୯

17. ନୀଳଗିରି ଗଡ଼ଜାତ ଦଖଲ କାର୍ଯ୍ୟ ଚାଲିଥିବାବେଳେ ହରେକୃଷ୍ଣ ମହତାବ କେଉଁଠାରେ ଥିଲେ ?
Answer:
ଦିଲ୍ଲୀରେ

18. ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ସଭ୍ୟସଂଖ୍ୟା ୬୦ରୁ ବଢ଼ି କେତେ ହେଲା ?
Answer:
୯୧

19. ହରେକୃଷ୍ଣ ମହତାବ କେବେ ଷ୍ଟାଫୋର୍ଡ଼ କ୍ରିପସ୍‌ଙ୍କୁ ସାକ୍ଷାତ କରିଥିଲେ ?
Answer:
୧୯୪୨

20. କଳାହାଣ୍ଡିର ମହାରାଜାଙ୍କ ପାଇଁ କାହା ସ୍ବତନ୍ତ୍ର ଟ୍ରେନ୍‌ କଟକ ରେଳଷ୍ଟେସନରେ ଘଣ୍ଟାଏ ଅପେକ୍ଷା କରିଥିଲା ?
Answer:
ସର୍ଦ୍ଦାର ପଟେଲ

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

C. ଶୂନ୍ୟସ୍ଥାନ ପୂରଣ କର ।

1. ଦେଶୀୟ ରାଜ୍ୟ ମିଶ୍ରଣ ଚୁକ୍ତିରେ ______________ ଙ୍କ ସ୍ବାକ୍ଷର ପାଇଁ ପଟେଲଙ୍କ ସ୍ୱତନ୍ତ୍ର ଟ୍ରେନ୍‌ କଟକ ରେଳ ଷ୍ଟେସନରେ ଘଣ୍ଟାଏ ଅପେକ୍ଷା କରିଥିଲା ।
Answer:
କଳାହାଣ୍ଡି ରାଜା

2. ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ________________ ତାରିଖରେ ଓଡ଼ିଶା ପ୍ରଦେଶ ସହିତ ମିଶିଗଲା ।
Answer:
୧୯୪୮ ଜାନୁଆରୀ ୧

3. ଓଡ଼ିଶାର ମୋଟ ୨୬ଟି ଗଡ଼ଜାତ ରାଜ୍ୟ ମଧ୍ୟରୁ ______________ ଟି ଗଡ଼ଜାତ ଓଡ଼ିଶା ପ୍ରଦେଶ ସହିତ ମିଶିଥିଲେ ।
Answer:
୨୪

4. ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ________________ ତାରିଖରେ ଓଡ଼ିଶା ପ୍ରଦେଶ ସହିତ ମିଶିଥିଲା ।
Answer:
୧୯୪୯ ଜାନୁଆରୀ ୧

5. ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ଅଧିବେଶନ ନୂତନ ରାଜଧାନୀ ଭୁବନେଶ୍ୱରରେ _______________ ଅନୁଷ୍ଠିତ ହୋଇଥଲା ।
Answer:
୧୯୪୯ ଅକ୍ଟୋବର ୧୦

6. ଢେଙ୍କାନାଳରେ ପ୍ରଜା ଆନ୍ଦୋଳନ ______________ ମସିହାରେ ଆରମ୍ଭ ହୋଇଥିଲା ।
Answer:
୧୯୨୨

7. ______________ ମସିହାରେ ନୀଳଗିରିରେ ପ୍ରଜା ବିଦ୍ରୋହ ଆରମ୍ଭ ହୋଇଥିଲା ।
Answer:
୧୯୨୮

8. ____________ ମସିହାରେ ବୌଦରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ।
Answer:
୧୯୩୦

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

9. ଗଡ଼ଜାତଗୁଡିକ ସାମିଲକରି ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପୁର୍ନଗଠନ କରି _______________ ଟି ଜିଲ୍ଲା ସୃଷ୍ଟି କରାଯାଇଥିଲା ।
Answer:
୧୩

10. ଗଡ଼ଜାତମାନଙ୍କରେ ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ରାଜା ବା ରାଜକର୍ମଚାରୀମାନଙ୍କୁ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ବୋହିବା ପ୍ରଥାକୁ _____________ କୁହାଯାଉଥିଲା ।
Answer:
ବେଗାରୀ

11. ରାଜକୀୟ ବିବାହ ଓ ଅନ୍ୟାନ୍ୟ ଉତ୍ସବ ସମୟରେ ପ୍ରଜାମାନେ ଅର୍ଥ ଓ ଦ୍ରବ୍ୟ ଆକାରରେ ଉପହାର ଦେବା ପ୍ରଥାକୁ _______________ କୁହାଯାଉଥିଲା ।
Answer:
ମାଗଣ

12. ଗଡ଼ଜାତ ରାଜା ଓ ରାଜକର୍ମଚାରୀମାନଙ୍କ ମଫସଲ ଗସ୍ତ ସମୟରେ ସେମାନଙ୍କ ଶିବିରରେ ମାଗଣା ଖାଦ୍ୟପେୟର ବନ୍ଦୋବସ୍ତ କରିବା ପ୍ରଥାକୁ _____________ କୁହାଯାଉଥିଲା ।
Answer:
ରସଦ

13. ଗଡ଼ଜାତ ରାଜ୍ୟମାନଙ୍କରେ ଚାଲିଥିବା କୁଶାସନ ବିରୁଦ୍ଧରେ ସର୍ବପ୍ରଥମେ _____________ ରାଜ୍ୟରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ।
Answer:
ଢେଙ୍କାନାଳ

14. ୧୯୩୮ ମସିହାରେ _____________ ଙ୍କ ନେତୃତ୍ୱରେ ନୀଳଗିରିରେ ପ୍ରଜାମଣ୍ଡଳ ଗଠିତ ହୋଇଥିଲା ।
Answer:
ସାରଙ୍ଗଧର ଦାସ

15. ଓଡ଼ିଶାର ଗଡ଼ଜାତମାନଙ୍କର ଶାସନ ବ୍ୟବସ୍ଥା କାର୍ଯ୍ୟକାରିତାର ତଦନ୍ତ କରିବାପାଇଁ 1938 ମସିହାରେ ଗଠିତ ତଦନ୍ତ କମିଟିର _____________ ଅଧ୍ୟକ୍ଷ ରହିଥିଲେ ।
Answer:
ହରେକୃଷ୍ଣ ମହତାବ

16. ଗଡ଼ଜାତ ରାଜ୍ୟମାନଙ୍କରେ ପର୍ବପର୍ବାଣି ବା ବିବାହ ସମୟରେ ରାଜଉଆସକୁ ଉପହାର ପଠାଇବା ପ୍ରଥାକୁ _____________ କୁହାଯାଉଥିଲା ।
Answer:
ଭେଟି

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

17. ଓଡ଼ିଶା ସରକାର ______________ ତାରିଖରେ ନୀଳଗିରି ରାଜ୍ୟକୁ ଦଖଲ କରିଥିଲେ ।
Answer:
୧୯୪୭ ନଭେମ୍ବର ୧୪

18. ୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ଓଡ଼ିଶା ବିଧାନସଭାର ଅଧିବେଶନ _______________ ଠାରେ ଅନୁଷିତ ହୋଇଥିଲା ।
Answer:
ପୁରୀ

19. ୧୯୪୭ ଡିସେମ୍ବର ୧୩ ତାରିଖରେ ସର୍ଦ୍ଦାର ପଟେଲ, ଭି.ପି. ମେନନ ଓ ଅନ୍ୟ କେତେକ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ _____________ ସ୍ଥାନରେ ପହଞ୍ଚିଲେ ।
Answer:
ଭୁବନେଶ୍ଵର

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1. ରଣପୁର ‘ଗ’ ଶ୍ରେଣୀର ଗଡ଼ଜାତ ଥିଲା ।
Answer:
✓

2. ରାଜକର୍ମଚାରୀମାନଙ୍କୁ ପାଲିଙ୍କିରେ ବୋହିନେବାକୁ ବେଠି କୁହାଯାଏ ।
Answer:
x

3. ରାଜାଙ୍କ କର୍ମଚାରୀଙ୍କୁ ମଫସଲ ଗସ୍ତରେ ଥ‌ିବାବେଳେ ମାଗଣାରେ ଖାଦ୍ୟପେୟ ପ୍ରଦାନକୁ ମାଗଣ କୁହାଯାଉଥିଲା ।
Answer:
x

4. ଦଶହରା ଭେଟି ପୁସ୍ତକ ବ୍ରଜକିଶୋର ଧଳ ଲେଖୁଥିଲେ ।
Answer:
x

5. ଓଡ଼ିଶାରେ ଗଡ଼ଜାତରେ ଚାଲିଥିବା କୁଶାସନ, ଶୋଷଣ ଅତ୍ୟାଚାର ବିରୋଧରେ ଗଡ଼ଜାତ ପ୍ରଜାମାନେ ୧୯୨୩ ମସିହାରେ ଢେଙ୍କାନାଳରେ ଆରମ୍ଭ ହୋଇଥିଲା ।
Answer:
x

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

6. ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅଧିବେଶନରେ ଭୁବନାନନ୍ଦ ଦାସ ସଭାପତିତ୍ୱ କରିଥିଲେ ।
Answer:
✓

7. କଟକରେ ଅନଷ୍ଠିତ ହୋଇଥବା ଦ୍ଵିତୀୟ ପଜା ସମ୍ମିଳନୀରେ ସଭାପତିତ କରିଥିଲେ ସାରଙ୍ଗଧର ଦାସ ।
Answer:
x

8. ଭାରତୀୟ ଜାତୀୟ କଂଗ୍ରେସ ୧୯୩୭ ମସିହାରେ ଗଡ଼ଜାତ ଆନ୍ଦୋଳନକୁ ସମର୍ଥନ କରିଥିଲା ।
Answer:
✓

9. ୧୯୩୭ ମସିହାରେ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହୋଇଥିଲା ।
Answer:
x

10. ହରେକୃଷ୍ଣ ମହତାବ ଗଡ଼ଜାତ ମିଶ୍ରଣ ସମ୍ବନ୍ଧରେ ସାର୍ ଷ୍ଟାଫୋର୍ଡ଼ କ୍ରିପସ୍‌ଙ୍କୁ ୧୯୪୨ରେ ସାକ୍ଷାତ କରିଥିଲେ ।
Answer:
✓

11. ୧୯୪୬ ଏପ୍ରିଲ ୬ରେ ମହତାବ କ୍ୟାବିନେଟ୍ ମିଶନକୁ ସାକ୍ଷାତ କରିଥିଲେ ।
Answer:
✓

12. ମୟୂରଭଞ୍ଜର ମହାରାଜା ହରେକୃଷ୍ଣ ମହତାବଙ୍କୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ।
Answer:
x

13. ପର୍ଶୁରାମ ଜାତିର ବ୍ରାହ୍ମଣ ଥିଲେ ।
Answer:
✓

14. ଧରାପୃଷ୍ଠରୁ କ୍ଷତ୍ରିୟମାନଙ୍କୁ ନିପାତ କରିବାପାଇଁ ସେ ଅସ୍ତ୍ର ଧାରଣ କରିଥିଲେ ।
Answer:
✓

15. ନୀଳଗିରିର ଜନସଂଖ୍ୟାର ୨୦ ପ୍ରତିଶତ ଲୋକ ଥିଲେ ଜନଜାତି ।
Answer:
x

16. ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୬୦ ରୁ ବଢ଼ି ୯୧ ହେଲା ।
Answer:
✓

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And Answer

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And Answer 2

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 3

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 3

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And Answer 4

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Odisha State Board BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ Textbook Exercise Questions and Answers.

BSE Odisha Class 10 Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ଭାଲୋରି ଶିଖରେ ସାକ୍ଷ୍ୟାତରା ଦେଖ୍
ଆସନ୍ତି ପଟ୍ଟିକା ମହୋଲ୍ଲାସେ ବେକି।
ଏହି ପଦଟିରେ କବି କେଉଁମାନଙ୍କୁ ଉଲ୍ଲସିତ ହେବାର ଦେଖିଚ୍ଛନ୍ତି
(କ) ପ୍ରକୃତିପ୍ରେମୀ
(ଖ) କୌକାଚାଳକ
(ଗ) ମାନଜବା
(ଘ) ପର୍ଯ୍ୟଟକ
Answer:
(ଗ) ମାନଜବା

Question ୨।
ନିଶା ଆଗମନରେ ଅବନା କେଉଁ ରୂପ ଧାରଣ କରିଛି
(କ) ଗମ୍ଭାର
(ଖ) ନିଶୁଳ
(ଗ) କୋଳାହଳପୂର୍ଣ୍ଣ
(ଘ) ନିସ୍ତବ୍ଧ
Answer:
(ଖ) ନିଶୁଳ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୩ ।
ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ଆସେ – ଆଶେ, ଦୁକୂଳ- ଦିକୂଳ, ତରଣୀ – ତରଣି, ଦ୍ବିପ – ଦୀପ
Answer:
ଆସେ – ଆସିଥାଏ।/ଆଗମନ କରେ (ଆସିବା ଅର୍ଥରେ)
ଆଶେ – ଇଛ୍ଛାରେ/ ଉଦ୍ଦେଶ୍ୟରେ (ଆଶ କରିବା ଅର୍ଥରେ)
ତୁକଳ – ବସ୍ତ୍ର/ଲୁଗା
ବିତ୍କଳ – ନଦାର ଦୁଇ କୁଳ
ତରଶା – ନୈକା
ତରଣି – ସୂର୍ଯ୍ୟ
ଦ୍ୱିପ – ହାତା
ଦାପ – ପ୍ରଦୀପ

Question ୪ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।”
ସମୁଦ୍ର, ମାରୁତ, ଅବନୀ, ନିଶୀଥୁନୀ, ବାଗୀଶ୍ୱରୀ
Answer:
ସମୁଦ୍ର – ସାଗର, ଅର୍ଦ୍ଧବ, ସିନ୍ଧୁ
ଅବନୀ – ପୃଥ‌ିବୀ, ଧରିତ୍ରୀ, ରସା, ମହୀ
ବାଗୀଶ୍ବରୀ – ସରସ୍ଵତୀ, ବୀଣାପାଣି, ବାଗ୍‌ଦେବୀ
ମାରୁତ – ପବନ, ସମୀର, ଅନିଳ
ନିଶିଥୁନୀ – ରାତ୍ରି, ବିଭାବରୀ, ଶର୍ବରୀ

Question ୫ ।
‘ବାଗୀଶ୍ଵରୀ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(କ) ବାକାଶ + ଅରା
(ଖ) ବାଗାଶ + ଅରା
(ଗ) ରାଗି + ଈଶ୍ଵାରା
(ଘ) ବାକ୍ + ଈଣ୍ଠରା
Answer:
(ଘ) ବାକ୍ + ଈଣ୍ଠରା

କ୍ଷୁଦ୍ର ଉତ୍ତରମୂଳକ ପୂନୋତ୍ତର

Question ୭।
ଏହି କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ?
Answer:
ଏହି କବିତାରେ କବି ସନ୍ଧ୍ୟାକାଳର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ।

Question ୮।
ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି କେଉଁ ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି ?
Answer:
ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି ‘ମଧୁର – ବାସିନା’ ଏବଂ ‘ଜ୍ୟୋତ୍ସ୍ନା – ବୁତ୍କଳ -ବାସିନା’ ଏହି ଶବ୍ଦପୁଞ୍ଜଜ୍ୱୟ ବ୍ୟବହାର କରିଛନ୍ତି।

Question ୯୮
‘ଗଲାଣି ତ ଗଲା କଥାରେ ସଙ୍ଗାତ’ର ଅର୍ଥ କ’ଣ ?
Answer:
ଯେଉଁ କଥା ଅତୀତ ହୋଇଯାଇଛି ସେହି କଥାକୁ ଧରି ବସିଲେ କୌଣସି ଲାଭ ହୁଏ ନାହିଁ ।

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୧୦ ।
ପୋତପାଳ ମଶାଲ ଜାଳିଛି କାହିଁକି ?
Answer:
ନୌକା ଉପରେ ଜଳୁଥିବା ମଶାଲର ଅଗ୍ନିଶିଖାଦ୍ଵାରା ଆକର୍ଷିତ ହୋଇ ମୀନମାନେ ନୌକା ଭିତରକୁ ଡେଇଁ ଥାଆନ୍ତି । ତେଣୁ ମୀନ ଧରିବା ଉଦ୍ଦେଶ୍ୟରେ ପୋତପାଳ ମଶାଲ ଜାଳିଛି ।

Question ୧୧ ।
ଶିଖାର ଉଠିବା ପଡ଼ିବା ସହିତ କବି କାହାକୁ ତୁଳନା କରିଛନ୍ତି ?
Answer:
ଶିଖାର ଉଠିବା ପଡ଼ିବା ସହିତ କବି ଦୁଃଖୀଜନ ମନରେ ସୃଷ୍ଟ ଆଶା ଓ ହତାଶାକୁ ତୁଳନା କରିଛନ୍ତି ।

Question ୧୨ ।
କେଉଁ ଦୃଶ୍ୟକୁ କବି ପାରଦ-ଧଉତ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ଜ୍ୟୋତ୍ସ୍ନାଲୋକରେ ଆଲୋକିତ ସମଗ୍ର ଜଳ, ସ୍ଥଳ ଓ ଆକାଶର ସ୍ଵଚ୍ଛ ପରିପ୍ରକାଶକୁ କବି ପାରଦ-ଧଉତ ବୋଲି ବର୍ଣ୍ଣନା କରିଛନ୍ତି ।

Question ୧୩ ।
ହ୍ରଦ ମଧ୍ୟଭାଗରେ କାହାର ପ୍ରତିବିମ୍ବ ଶୋଭା ପାଉଛି ?
Answer:
ହ୍ରଦ ମଧ୍ୟଭାଗରେ ଦ୍ବୀପ ଓ ଦ୍ଵୀପ ଉପରିସ୍ଥ ପର୍ବତର ପ୍ରତିବିମ୍ବ ଶୋଭା ପାଉଛି।

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୧୪ ।
ଛାୟାମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ କାହା ରୂପ ସହିତ ତୁଳନା କରାଯାଇଛି ?
Answer:
ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପଚିତ୍ରିତ ମହାଦେବଙ୍କ କଳେବର ସହିତ ତୁଳନା କରାଯାଇଛି ।

Question ୧୫ ।
ନିଶୀଥୁନୀର ପ୍ରଭାବକୁ କିଏ ପ୍ରଚାର କରୁଛି ?
Answer:
ନିଶାଥନାର ପ୍ରଭାବକୁ ଦୂରରୁ ଭାସିଆସୁଥ୍ ବା ନିଝରର କଳନାଦ ତଥା ଝିଙ୍କାରାର ଝଙ୍କ।ରାର ଝଙ୍କାର ପ୍ରଚାର କରୁଛି ।

ପପ୍ରସଙ୍ଗ ସରଳାର୍ଥ

Question ୧୬ ।
ଉଲ୍ଲାସର ଆତ୍ମା ପ୍ରାୟେ ଗୀତ-ତାନ
ହ୍ରଦ ନୀଳ-ବକ୍ଷେ କରେ ଅଷ୍ଠାନ ।.
Answer:
ଉଲ୍ଲାସର ଆତ୍ମା ………………….. କରେ ଅନ ।
ପ୍ରୋକ୍ତ ପଦ୍ୟାଶଟି କବିବର ରାଧାନାଥ ରାୟଙ୍କଦ୍ବାରା ରଚିତ ଖଣ୍ଡକାବ୍ୟ ‘ଚିଲିକାରୁ ଗୃହୀତ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ସନ୍ଧ୍ୟାକାଳରେ ଚିଲିକାର ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକା ଧରି ଫେରୁଥିବା ମୀନଜୀବୀମାନଙ୍କ କଣ୍ଠ ନିଃସୃତ ଚିତ୍ତୋଲ୍ଲାସକ ଗୀତାମୃତ ତଥା ସେମାନଙ୍କ ତୃପ୍ତ ମାନସିକତା ଉପରେ ଆଲୋକପାତ କରିଛନ୍ତି । ଚିଲିକାର ସାୟଂକାଳୀନ ଶୋଭା କବିଙ୍କୁ ଗଭୀରଭାବେ ଆମୋଦିତ କରିଛି । ଭାଲେରୀ ପାହାଡ଼ ଚୂଡ଼ାଶୀର୍ଷରେ ଦେଖାଦେବା ପରେ ମତ୍ସ୍ୟଜୀବୀମାନେ ପ୍ରାଚୀ ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକାମାନ ଧରି ତଟ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରନ୍ତି । ନୌକାଗୁଡ଼ିକୁ ସ୍ୱୟଂଚାଳିତ କରିବାପାଇଁ ସେମାନେ ପାଲ ଟାଣିଦେଇ ସାରାଦିନର ପରିଶ୍ରମଜନିତ କ୍ଳାନ୍ତି ଅପନୋଦନ ନିମିତ୍ତ ସଂଗୀତ ଗାନରେ ମଜ୍ଜି ଯାଆନ୍ତି ।

ସାରାଦିନ ପରିଶ୍ରମର ଫଳକୁ ଚକ୍ଷୁ ସମ୍ମୁଖରେ ଦେଖ୍ ତୃପ୍ତିରେ ସେମାନଙ୍କ ମନରେ ଆନନ୍ଦ ଭରିଯାଇଥାଏ। ତେଣୁ ସରାଗରେ ସେମାନଙ୍କ କଣ୍ଠରୁ ଝରିସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ ଚର୍ମ୍ପ ର ଅମୃତପଦାବଳୀ । କବିସୂର୍ଯ୍ୟଙ୍କ ଅମୃତରସବର୍ଷୀ କୋମଳ ପଦାବଳୀ ମୀନଜୀବୀଙ୍କ ସ୍ବରତାନ ଅପୂର୍ବ ସଙ୍ଗୀତ ମୂର୍ଦ୍ଧନା ସୃଷ୍ଟିକରେ । ସେହି ସଙ୍ଗୀତର ସ୍ଵର୍ଗଝଙ୍କାର ସେମାନଙ୍କ ଉଲ୍ଲସିତ ହୃଦୟର ଆତ୍ମସମ ଶ୍ରୋତାକୁ ମନ୍ତ୍ରମୁଗ୍ଧ କରେ । ରାଗରାଗିଣୀର ଛନ୍ଦ ସମୀର ସଞ୍ଚାଳିତ ହୋଇ କବିଙ୍କ ଶ୍ରୁତିଗୋଚର ହୋଇଛି । ସମଗ୍ର ହ୍ରଦର ବିସ୍ତୃତ ବକ୍ଷରେ ନିନାଦିତ ସଙ୍ଗୀତର ପ୍ରତିଧ୍ବନି କବିଙ୍କୁ କରିଛି ଆତ୍ମହରା । ତେଣୁ ସେହି ସଙ୍ଗୀତକୁ କବି ଉଲ୍ଲାସର ଆତ୍ମା ସହ ତୁଳନା କରିଛନ୍ତି ।

Question ୭ ।
ପାପଗର୍ଭେ ଯେହ୍ନେ ପଡ଼ଇ ଅଜ୍ଞାନ
ତରୀ-ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ।
Answer:
ପାପଗର୍ଭେ ଯେହ୍ନେ ……………………………. .କବିତାରୁ ଆନୀତ ।
ଶଂସିତ ପଦ୍ୟାଶଟି କବିବର ରାଧାନାଥ ରାୟଙ୍କ ଖଣ୍ଡକାବ୍ୟ ‘ଚିଲିକା ‘ରୁ ଗୃହୀତ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରୁ ଆନୀତ। ଏଠାରେ କବି ସନ୍ଧ୍ୟାକାଳରେ ଚିଲିକା ଗର୍ଭରେ ଭାସମାନ ନୌକାର ମଶାଲ ବହ୍ନିରେ ଆକର୍ଷିତ ମୀନମାନଙ୍କ ଅବସ୍ଥାକୁ ବାହ୍ୟ ଚାକଚକ୍ୟପୂର୍ଣ୍ଣ ‘ପାପ’ ଘୂର୍ଣ୍ଣି ପ୍ରତି ଆକର୍ଷିତ ମୂର୍ଖ ମାନବର ଯନ୍ତ୍ରଣା ଓ ମୃତ୍ୟୁ ସହ ତୁଳନା କରିଛନ୍ତି ।

ଚିଲିକାର ମତ୍ସ୍ୟଜୀବୀମାନେ ବିଳମ୍ବିତ ସନ୍ଧ୍ୟାରେ ମତ୍ସ୍ୟ ସଂଗ୍ରହ କରିବାପାଇଁ ଏକ କୌଶଳ ଅବଲମ୍ବନ କରନ୍ତି । ନୌକାମାନଙ୍କରେ ମଶାଲ ପ୍ରଜ୍ଜ୍ୱଳିତ କରି ସ୍ଥିରଭାବେ ସେମାନେ ବସିରହନ୍ତି । ଚତୁର୍ଦ୍ଦିଗ ଅନ୍ଧକାର ଥିବାବେଳେ ମଶାଲ ଅଗ୍ନିର ଲେଲିହାନ ଶିଖାଦ୍ବାରା ଆକର୍ଷିତ ହୋଇ ମୀନମାନେ ନୌକା ମଧ୍ୟକୁ ଲମ୍ଫ ପ୍ରଦାନ କରନ୍ତି ଓ ଛଟପଟ ହୋଇ ପ୍ରାଣପାତ କରିଥାଆନ୍ତି । ମୀନମାନଙ୍କର ଏତାଦୃଶ ଅବସ୍ଥା ଲକ୍ଷ୍ୟ କରି କବି ମୂଢ଼ମାନବ ଚରିତ୍ରର ଏକ ସାଧାରଣ ସତ୍ୟ ଆବିଷ୍କାର କରିଛନ୍ତି।

ତାଙ୍କ ମତରେ ଅନ୍ଧବ୍ୟକ୍ତି ବାହ୍ୟ ଚାକଚକ୍ୟ ଓ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ନିଜ ଅଲକ୍ଷ୍ୟରେ ପାପବୃହ ମଧ୍ୟକୁ ଆକର୍ଷିତ ହୁଏ । ପରବର୍ତୀ ସମୟରେ ସେହି ପାପାବର୍ତ୍ତ ମଧ୍ଯରୁ ମୁକ୍ତି ପାଇବାକୁ ଅସମର୍ଥ ହୁଏ । ଫଳତଃ ଯନ୍ତ୍ରଣାଜର୍ଜରିତ ହୋଇ ଅକାଳ ମୃତ୍ୟୁ ବରଣ କରିଥାଏ । ବାସ୍ତବିକତା ପ୍ରତି ଅଜ୍ଞ ମୂର୍ଖ ମଣିଷ ଅଲକ୍ଷ୍ୟରେ ପାପପଙ୍କରେ ଘାଣ୍ଟିହୋଇ ପ୍ରାଣପାତ କରିବାପରି ମଶାଲ ଅଗ୍ନି-ସ୍ପର୍ଶର ଭୟାବହତା ସମ୍ପର୍କରେ ଅଜ୍ଞମୀନମାନେ ମୃତ୍ୟୁକୁ ଆମନ୍ତ୍ରଣ କରନ୍ତି । ଏ କବିତା ମାଧ୍ୟମରେ ଏକ ଗୁରୁତ୍ଵପୂର୍ଣ ଶାଶ୍ବତ ବାର୍ତ୍ତା ପ୍ରଦାନ କରି କବି ପାଠକମାନଙ୍କୁ ପରୋକ୍ଷରେ ସତର୍କ କରାଇଛନ୍ତି ।

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୧୮ ।
ପ୍ରତିବିମ୍ବରାଜି ଦ୍ୱୀପ-ଶୈଳ-ତଳେ
ସ୍ପଷ୍ଟାକାରେ ଶୋଭେ ହ୍ରଦ-ଅନ୍ତଃ ସ୍ଥଳେ ।
Answer:
ପ୍ରତିବିମ୍ବରାଜି ……………………….. ହ୍ରଦ ଅନ୍ତଃସ୍ଥଳେ ।
ପ୍ରଦତ୍ତ ପଦ୍ୟାଶଟି କବିବର ରାଧାନାଥ ରାୟଙ୍କ ରଚିତ ‘ବୈଦେହୀଶ ବିଳାସ ’କାବ୍ୟର ଚତ୍ୱାରିଂଶ ଛାନ୍ଦ ଅନ୍ତର୍ଗତ ‘ଚିଲିକାରେ ସାୟନ୍ତ୍ରନ ଦୃଶ୍ୟ ଶୀର୍ଷକ କବିତାରୁ ଆନୀତ। ଏଠାରେ କବି ଜ୍ୟୋତ୍ସ୍ନାବିଧୌତ ରାତ୍ରିରେ ଚିଲିକା ହ୍ରଦ ମଧ୍ୟସ୍ଥ ଦ୍ବୀପ ଓ ଶୈଳରାଜିର ସ୍ଫଟିକ୍ ସ୍ୱଚ୍ଛଜଳ ଦର୍ପଣରେ ପ୍ରତିବିମ୍ବିତ ଶୋଭା ବର୍ଣ୍ଣନା କରିଛନ୍ତି । କବିଙ୍କ କାବ୍ୟନାୟିକା ଚିଲିକା ସଦା ହାସ୍ୟମୟୀ, ଲାସ୍ୟମୟୀ, ଛନ୍ଦାମୟୀ ତଥା ଚଳଚପଳମୟୀ । ପ୍ରଭାତ, ପ୍ରଦୋଷ, ମଧ୍ୟାହ୍ନ, ସାୟନ୍ତନ ସବୁ ସମୟରେ ତା’ର ରୂପମାଧୁରୀ କବିଙ୍କୁ କରିଛି ଆତ୍ମହରା ।

ବିଶେଷତଃ ରାକାରଜନୀର ରଜତଶୁଭ୍ର ଜ୍ୟୋତ୍ସ୍ନାଲୋକରେ ଚିଲିକା ହୋଇଉଠେ ଅପରୂପା ଲାବଣ୍ୟମୟୀ । ତୀର ପାର୍ଶ୍ୱସ୍ଥ ହ୍ରଦର ମୁହୂ ତରଙ୍ଗାୟିତ ସ୍ଵଚ୍ଛ ଜଳରାଶି ଉପରେ ଶୁଭ୍ରଜ୍ୟୋତ୍ସ୍ନାର ପ୍ରତିଫଳନ ତରଳ ହୀରକସମ କମନୀୟ ରୂପଛଟା ପ୍ରକାଶ କରେ । ହ୍ରଦ ଅନ୍ତଃସ୍ଥଳର ସ୍ଥିର ଜଳରାଶିରେ କିନ୍ତୁ ହଦ୍ରମଧ୍ଯସ୍ଥ କ୍ଷୁଦ୍ର ଦ୍ବୀପସମୂହ ଓ ତଦୁପରି ଶୈଳରାଜି ପ୍ରତିବିମ୍ବିତ ହୋଇ ସ୍ପଷ୍ଟ ପ୍ରତିଭାତ ହୋଇଉଠେ । ସ୍ବଚ୍ଛଜଳ ଦର୍ପଣରେ ଦ୍ବୀପ ଓ ଶୈଳମାନ ଓଲଟଭାବେ ପ୍ରତିଫଳିତ ହୋଇ ଚିତ୍ରପଟ ପ୍ରାୟ ପରିଦୃଷ୍ଟ ହୁଏ । ପ୍ରକୃତିର ଏହି ନିଃସର୍ଗ ଶୋଭା ସ୍ଵଚ୍ଛ କବିମାନସରେ ମଧ୍ୟ ପ୍ରତିବିମ୍ବିତ ହୋଇଛି । ଜ୍ୟୋସ୍ନା ପରିପ୍ଟ ତ ଚିଲିକାର ରୂପମାଧୁରୀ କବିଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି ।

Question ୧୯ ।
କଳି ଉପଦ୍ରବେ ତ୍ୟଜି ଲୋକାଳୟ
ଶାନ୍ତି କି ଏ ସ୍ଥଳେ ଭଜିଲେ ଆଶ୍ରୟ ।
Answer:
କଳି ଉପଦ୍ରବେ ……………………….. ଭଜିଲେ ଆଶ୍ରୟ ।
ପ୍ରତ୍ୟୁଷରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚିଲିକାରେ ମତ୍ସ୍ୟଚ୍ଚାବାମାନଙ୍କ ଗହଳ ତଥା ପର୍ଯ୍ୟଟକମାନଙ୍କ ଚଳପ୍ରଚଳରେ ସଦା କୋଳାହଳ ମୁଖରିତ ରହିଥାଏ । ପ୍ରକୃତିପ୍ରେମୀ ରାଧାନାଥଙ୍କ ସୌନ୍ଦର୍ଯ୍ୟପିପାସୁ ମନ ଚିଲିକାରେ ସୂର୍ଯ୍ୟାସ୍ତ ଓ ସାୟନ୍ତନକୁ ପ୍ରାଣଭରି ଉପଭୋଗ କରିଛି । ସନ୍ଧ୍ୟା ଅତିକ୍ରାନ୍ତ ପରେ ମତ୍ସ୍ୟଜୀବୀମାନେ ମଶାଲ ଜାଳି ମୀନ ସଂଗ୍ରହରେ ବ୍ୟସ୍ତ ଥାଆନ୍ତି । ଶୁକ୍ଳପକ୍ଷରେ ଆକାଶରେ ଚନ୍ଦ୍ରୋଦୟ ଚିଲିକା ବକ୍ଷରେ ମନୋମୁଗ୍ଧକର ଶୋଭାର ପସରା ମେଲିଧରେ । ରାତ୍ରିର ଗଭୀରତା ବୃଦ୍ଧିପାଇବା ମାତ୍ରେ କ୍ରମେ ଜନଗହଳି ଅପସରିଯାଏ ଚିଲିକା ତୀରରୁ । ସଦା କୋଳାହଳ ମୁଖରିତ ତଟଦେଶରେ ଶାନ୍ତି ବିରାଜମାନ କରେ । କେବଳ ଦୂରରୁ ଭାସିଆସିଥିବା ନିର୍ଭରର କଳତାନ ଓ ଝିଙ୍କାରିର ଝଙ୍କାର ରାତ୍ରିର ନିବିଡ଼ତାକୁ ଯାହା ସୂଚାଇଥାଏ । ଚତୁଃପାର୍ଶ୍ଵରେ ଅଖଣ୍ଡ ନୀରବତା ଓ ବିପୁଳ ପ୍ରଶାନ୍ତ ରାଜୁତି କରେ ।

କବିଙ୍କ ମତରେ କଳି କଳୁଷିତ ମାନବ ସମାଜରେ ସର୍ବଦା ଅଶାନ୍ତିର ବାତାବରଣରେ ଅତିଷ୍ଠ ହୋଇ ‘ଶାନ୍ତି’ ଏହି କୋଳାହଳଶୂନ୍ୟ ସ୍ଥାନକୁ ନିଜ ଆଶ୍ରୟସ୍ଥଳୀ ରୂପେ ବାଛିନିଅନ୍ତି । ଗ୍ରାମ, ଜନପଦ, ସହର, ନଗର ସର୍ବତ୍ର ମାନବ ସ୍ଵାର୍ଥସିଦ୍ଧି ନିମନ୍ତେ କଳିଝଗଡ଼ାରେ ଲିପ୍ତ ହୋଇ ପରିବେଶକୁ ଅଶାନ୍ତ କରିଚାଲିଛି । ନିର୍ଜନ ରାତ୍ରିର ନିସ୍ତବ୍ଧ ପ୍ରହରରେ ଚିଲିକା ତୀରକୁ ପ୍ରଶାନ୍ତି ଆଳୟ ବିବେଚନା କରି ‘ଶାନ୍ତି’ ସେଠାକୁ ଆଶ୍ରୟ ନେବାପାଇଁ ଧାଇଁ ଆସିଛି । ‘ଶାନ୍ତି’ଠାରେ ମାନବତ୍ବ ଆରୋପ କରି କବି ଚିଲିକା ତୀରର ନିର୍ଜନ ରାତ୍ରିର ନୀରବ ପରିବେଶକୁ ସୁନ୍ଦରଭାବେ ଉପସ୍ଥାପନ କରିଛନ୍ତ୍ରି

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୦ ।
ପଠିତ କବିତା ଅନୁସରଣରେ ଚିଲିକାର ସାୟଂକାଳୀନ ଦୃଶ୍ୟ ବର୍ଣ୍ଣନା କର ।
Answer:
ଆଧୁନିକ କାବ୍ୟଧାରାର ଭିଭି ସଂସ୍ଥାପକ, କାନ୍ତ-କୋମଳ, ମୃଦୁ-ମଞ୍ଜୁଳ ଉତ୍କଳୀୟ ପ୍ରାକୃତିକ ଶୋଭାସମ୍ପଦର ଚିହ୍ନରା ଗ୍ରାହକ ତଥା ସାରସ୍ଵତ ସାଧନାର ଅତନ୍ଦ୍ର ସାଧକ କବିବର ରାଧାନାଥ ରାୟଙ୍କର ଉତ୍କଳ ରାଶାଭଶ୍ରୀରକୁ ଅବଦାନ ଅନସ୍ବୀକାର୍ଯ୍ୟ । ପ୍ରକୃତି କବି ରାଧାନାଥଙ୍କ ସୃଷ୍ଟି ସମୂହ ବାସ୍ତବିକ ଜନଜୀବନ-ସ୍ପର୍ଶୀ ଓ ସୁଖପାଠ୍ୟ । ପ୍ରାକୃତିକ ଶୋଭାବୈଭବରେ ଚିରତଲ୍ଲୀନ ଏହି ପ୍ରଜ୍ଞାପୁରୁଷଙ୍କ ‘କେଦାରଗୌରୀ’, ‘ଚନ୍ଦ୍ରଭାଗା’, ‘ନନ୍ଦିକେଶ୍ଵରୀ’, ‘ଉଷା’, ‘ପାର୍ବତୀ’, ‘ଦରବାର’ ଓ ‘ମହାଯାତ୍ରା’ ଆଦି ସୃଷ୍ଟିନିଚୟ ଯେଭଳିଭାବେ ବିଦଗ୍ଧ ଚେତନାରେ ଅନୁରଞ୍ଜିତ ତା’ର ପଟାନ୍ତର ନାହିଁ ।

କବିଙ୍କ ଖଣ୍ଡକାବ୍ୟ ‘ଚିଲିକା’ ହେଉଛି ସୌନ୍ଦର୍ଯ୍ୟ ସାଗରର ବୈଦୁର୍ଯ୍ୟ ତରଙ୍ଗ । ‘ଚିଲିକା’ କାବ୍ୟର କିୟଦଂଶ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରେ ପ୍ରକୃତି ଚିତ୍ରଣର ମନ୍ମୟତା, ପୂଜ୍ୟପୂଜାର ମହାନତା ତଥା କବିଙ୍କ ଜୀବନ ଦର୍ଶନର ପ୍ରତିବିମ୍ବ ପରିଦୃଷ୍ଟ ହେଲେହେଁ କବିତାଟିରେ ଚିଲିକାରେ ସାକ୍ଷ୍ୟକାଳୀନ ପ୍ରାକୃତିକ ସୌନ୍ଦର୍ଯ୍ୟ ଗଭୀର ମମତ୍ୱବୋଧରେ ଚିତ୍ରିତ ହୋଇଛି ।

ପ୍ରକୃତିର ଚିର ଆଲେଖ୍ୟଶାଳିକା ଉତ୍କଳରେ ନିସର୍ଗ ଶୋଭାର ଅବଗୁଣ୍ଠନବତା – ନାୟିକା – ଚିଲିକା, ସାୟଂକାଳରେ ପରିପ୍ରକାଶ କରେ ତା’ର ଅଭିନବ ରୂପବିନ୍ୟାସ । ବିଳମ୍ବିତ ଗୋଧୂଳିରେ ବାରୁଣୀ ଗଗନର ରକ୍ତିମ ଆଭା ଚିଲିକାର ସ୍ଫଟିକ ସ୍ୱଚ୍ଛ ଛାୟାକାରରେ ପରିଦୃଷ୍ଟ ହେଉଥିଲା । ଭାଲେରୀ ଶୈଳ ଶିଖର ଉର୍ବଭାଗରେ ସନ୍ଧ୍ୟାତାରାକୁ ଦେଖୁ ମୀନଜୀବୀମାନେ ମତ୍ସ୍ୟପୂର୍ଣ୍ଣ ଜଳ ଦର୍ପଣରେ କ୍ରମଶଃ ନିଷ୍ପ୍ରଭ ହୋଇଆସୁଥିଲା। ଚିଲିକାର ପ୍ରାଚୀ ଦିଗ୍‌ବଳୟ ତଳୁ ମୀନଜୀବୀମାନଙ୍କ ତରୀମାନ କ୍ରମେ ଛାୟାକାରରେ ପରିଦୃଷ୍ଠ ହେଉଥିଲେ। ଭାଲେରା ଶୈଳ ଶିଖର ଉର୍ଘ୍ଜଭ।ଗରେ ସକ୍ଷ୍ୟାତାରାକୁ ଦେଖି ମାନଜାବମାନେମତ୍ସ୍ୟପୂର୍ଣ୍ଣ ନୌକା ବାହି ଗୃହାଭିମୁଖୀ ହେଉଥିଲେ । ମୁଦୁମନ୍ଦ ପୂବେଇ ପବନରେ ସେମାନଙ୍କ ପାଲଟଣା ନୌକାମାନ ସମୁଦ୍ର ମୁହାଣରୁ କୂଳକୁ ଫେରିଆସୁଥିଲା ।

ମତ୍ସ୍ୟଜୀବୀମାନଙ୍କ ମନର ଉଲ୍ଲାସ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତର ସଙ୍ଗୀତ ମୂହଁନାରୁ । ସେହି ସଙ୍ଗୀତର ସୁମଧୁର ସ୍ଵରଲହରୀ ସମୀର ସଞ୍ଚାଳିତ ହୋଇ ଚିଲିକା ବକ୍ଷରେ ପ୍ରତିଧ୍ଵନିତ ହେଉଥିଲା । ଉଲ୍ଲାସର ଆତ୍ମାସମ ସେହି ଗୀତତାନର ପ୍ରତିଧ୍ଵନି ସମଗ୍ର ହ୍ରଦର ସୁନୀଳ ବକ୍ଷରେ ନିନାଦିତ ହୋଇ କବିଙ୍କୁ କରୁଥୁଲା ଆମୋଦିତା ଚନ୍ଦ୍ରମାର ରଜତଶୁଭ୍ର ଜ୍ୟୋତିରାଶିର ଝଲକରେ ଚିଲିକା ବକ୍ଷ ହୋଇଉଠୁଥିଲା ଉଦ୍ଭାସିତ । କବିଙ୍କୁ ପ୍ରତୀତ ହେଉଥିଲା, ସତେ ଯେପରି ଲାବଣ୍ୟମୟୀ ଦେବୀ ଦେବାଙ୍ଗନା ଜ୍ୟୋସ୍ନାରୂପକ ପାଟବସ୍ତ୍ର ପରିହିତା ହୋଇ ସ୍ମିତହାସ୍ୟ ବଦନରେ ବିରାଜମାନା କରିଙ୍କ ଭାଷାରେ

‘ହସନ୍ତ ଚୌଦିଗେ ମଧୁର ହାସିନୀ
ଦିଗଙ୍ଗନା ଜ୍ୟୋସ୍ନା-ଦୁକୂଳ-ବାସିନୀ ।’’

ଜ୍ୟୋତ୍ସ୍ନାବିଧୌତ ସାୟଂକାଳରେ କବିସୂର୍ଯ୍ୟଙ୍କ ରଚନାର ଭାବଗ୍ରାମ୍ଭୀର୍ଯ୍ୟ ତଥା ସଙ୍ଗୀତର ମନମତାଣିଆ ସ୍ଵର କବିଙ୍କୁ ଟାଣିନେଇଛି ଅତୀନ୍ଦ୍ରିୟ ରାଜ୍ୟକୁ । ମତ୍ସ୍ୟଜୀବୀଙ୍କ କଣ୍ଠନିଃସୃତ ବଳଦେବ ରଥଙ୍କ ଚମ୍ପୂ-

‘ଗଲାଣି ତ ଗଲା କଥାରେ ସଙ୍ଗାତ
ଗଲାଶି ତ ଗଲା କଥା
ଗୁପତେ ସିନା ମୁଁ ତୋତେ ପଚାରିଲି
ବଳି ପଡ଼ିବାରୁ ବ୍ୟଥା ।”

ସଙ୍ଗୀତ ଶ୍ରବଣରେ କବି ଆତ୍ମବିସ୍ମୃତ ହୋଇ ଉଠିଛନ୍ତି ଓ ସେହି ଅପ୍ରାକୃତ ପ୍ରେମମୂର୍ତ୍ତି ପାଦପଦ୍ମରେ ମଥାନତ ପୂର୍ବକ ଭକ୍ତିପୂତ କୃତାଞ୍ଜଳି ନିବେଦନ କରିଛନ୍ତି । ଯୋଗଜନ୍ମା, ବିଦଗ୍ଧ କବିସୂର୍ଯ୍ୟଙ୍କ ଅମୀୟ ରସବର୍ଷୀ କବିତା ଶ୍ରବଣ କରି କବି କଣ୍ଠରୁ ଝରିପଡ଼ିଛି

‘ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ
ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ ।’’

ଚିଲିକା ବକ୍ଷରେ ଭାସମାନ ନୌକାଗୁଡ଼ିକ ଉପରେ ପ୍ରଜ୍ଜ୍ୱଳିତ ମଶାଲର ଶିଖା ଚିଲିକାର ସୁନୀଳ ଜଳରାଶିରେ ପ୍ରତିବିମ୍ବିତ ହୋଇଉଠୁଥିଲାବେଳେ ମଶାଲ ଜ୍ୟୋତିରେ ଆକର୍ଷିତ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଉଥିଲେ । ଜ୍ଵଳନ୍ତ ମଶାଲର ଲେଲିହାନ ଶିଖାଦ୍ବାରା ଆକର୍ଷିତ ମୀନଗୁଡ଼ିକଙ୍କ ଯନ୍ତ୍ରଣାଦଗ୍ଧ ମୃତ୍ୟୁ ଦର୍ଶନ କରି କବି ମାନବ ଜୀବନର ଏକ ସାଧାରଣ ଦୁର୍ବଳତା ଉପରେ ଆଧାରିତ ସାଧାରଣ ସତ୍ୟ ଆବିଷ୍କାର କରିଛନ୍ତି ।

ତରଙ୍ଗାୟିତ ଜଳରାଶି ଉପରେ ମଶାଲବାର୍ହି ନୌକାମାନଙ୍କର ଉତ୍ ଥାନ ପତନ ହେତୁ କେତେବେଳେ ନୌକାମାନ ସ୍ୱଷ୍ଠ ପରିଦୃଷ୍ଟ ହେଉଥିଲେ ତ କେତେବେଳେ ଅନ୍ତର୍ହିତ ହେଲାପରି ପ୍ରତୀୟମାନ ହେଉଥିଲେ । ଏହି ଦୃଶ୍ୟ ଦର୍ଶନରେ କବିଙ୍କ ଦାର୍ଶନିକ ମନରେ ଭାବାନ୍ତର ସୃଷ୍ଟି ହୋଇଛି । ଯେପରି ଦୁଃଖୀଜନର ଅନ୍ତରରେ ଆଶାର ଆଲୋକ ଜଳିଉଠି ତାକୁ ଉଲ୍ଲସିତ କରିଦିଏ ତ କେବେ ପୁଣି ନିର୍ବାପିତ ହୋଇ ତା’ ହୃଦୟକୁ ଠେଲିଦିଏ ନୈରାଶ୍ୟର ଅନ୍ଧକାର ମଧ୍ୟକୁ । ଚିଲିକାରେ ପରିଦୃଷ୍ଟ ଦୃଶ୍ୟକୁ ସାଧାରଣ ଜୀବନ ଦର୍ଶନ ସହ କବି ସୁନ୍ଦରଭାବେ ତୁଳନା କରିଛନ୍ତି । ଜ୍ୟୋତ୍ସ୍ନାଲୋକରେ ଚିଲିକା ଗର୍ଭସ୍ଥ ଦ୍ବୀପ, ଶୈଳ, ବନରାଜି ସ୍ବଚ୍ଛ ଜଳଦର୍ପଣରେ ପ୍ରତିବିମ୍ବିତ ହୋଇ ଅନିର୍ବଚନୀୟ ଶୋଭା ଧାରଣ କରନ୍ତି । ରାକା ରଜନୀର ଶୁଭ୍ର ଜ୍ୟୋତ୍ସ୍ନାରେ ସମଗ୍ର ସୃଷ୍ଟି ପାରଦଧୌତ ହେଲାପରି ପ୍ରତୀତ ହୁଏ । ହ୍ରଦ ମଧ୍ୟ ଗିରି-

“କ୍ଷାରେ।ଦ – ସୋଦର – ଜ୍ୟୋସ୍ନାର୍ଣ୍ଣବେ ଭାସି
ଦିଶନ୍ତି ବିଶଦ ଗିରି, ବନ, ନାସି ।’’

ମସୃଣ ପ୍ରସ୍ତର ଓ କୋମଳ-ସ୍ନିଗ୍ଧ ପତ୍ରାବଳୀ ଉପରେ ଜ୍ୟୋତ୍ସ୍ନାଲୋକର ପ୍ରତିଫଳନ ଝଟକି ଉଠେ । ପାର୍ଶ୍ଵଦେଶ ବନସ୍ଥଳୀରେ ଛାୟା ଓ ଆଲୋକର ଯୁଗଳବଷ୍ଠିତ ମହାଯୋଗା ଯୋଗମଗ୍ନ ମହେଶ୍ନରଙ୍କ ରୁଦ୍ର- ସୁନ୍ଦର ବିଶାଳ ବପୁର ଭ୍ରମ ସୃଷ୍ଠିକରେ ସନ୍ଧ୍ୟା ପରେ ରାତ୍ରିର ଗଭୀରତା ବୃଦ୍ଧି ହେବାମାତ୍ରେ ତୀରବର୍ତ୍ତୀ ଅଞ୍ଚଳ କ୍ରମେ ଜନଶୂନ୍ୟ ହୋଇଉଠେ । ଶାନ୍ତ ଓ ନୀରବ ହୋଇଉଠେ ପରିବେଶ । ଚିଲିକାର ବର୍ଣ୍ଣେ।ତ୍ସବମୟ ସାଫ୍ଟନ୍ତନ ଦୃଶ୍ୟ ଦର୍ଶନରେ ଭାବୁକ ରାଧାନାଥ ଆମ୍‌ବିଭୋର ହୋଇଉଠିଛନ୍ତି ଏବଂ ତାଙ୍କ ଲେଖନୀରୁ ଝରିପଡ଼ିଛି ରସାଳ, ପୁଷ୍କଳ ଓ ମନୋଜ୍ଞ ପଦାବଳୀ । ଚିଲିକା ପାଇଁ କବି କଣ୍ଠରୁ ଝରିପଡ଼ିଛି-

“ଅଟେ ସର୍ବଟୋଭା ସାମନ୍ତର ଟାକା
ପ୍ରକୃତିର ଚାରୁ ଆଲେଖ୍ୟ ଶାଳିକା ।’’

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୨୧ ।
ଶଂସିତ କବିତା ଆଧାରରେ ମୀନଜୀବୀମାନଙ୍କର ଭାବାବେଗ ବର୍ଣ୍ଣନା କର। କିମ୍ବା, ମୀନଜୀବୀମାନଙ୍କର କାର୍ଯ୍ୟାବଳୀ କବିଙ୍କ ପ୍ରାଣରେ କିପରି ଭାବାନ୍ତର ସୃଷ୍ଟି କରିଛି, ତାହା ପଠିତ କବିତାନୁସରଣରେ ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ କାବ୍ଯସାହିତ୍ୟର ଜନକ, ପ୍ରକୃତି କବି ରାଧାନାଥ ଊନବିଂଶ ଶତାବ୍ଦୀର ଶେଷଭାଗରେ ଆଧୁନିକ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହୋଇ ଓଡ଼ିଆ ସାହିତ୍ୟରେ ଏକ ନୂତନ ଧାରା ପ୍ରବର୍ତ୍ତନ କରିଯାଇଛନ୍ତି । ପ୍ରାକୃତିକ ଶୋଭାବୈଭବରେ ଚିରକଲୀନ ଏହି କବି ନିଜର ଅସାଧାରଣ ସାରସ୍ଵତ ସୃଷ୍ଟିସମ୍ଭାରରେ ଓଡ଼ିଆ ବାଣୀଭଣ୍ଡାରକୁ କରିଛନ୍ତି ସୁସମୃଦ୍ଧ । ତାଙ୍କ ଲେଖନୀ ନିଃସୃତ ‘କେଦାର ଗୌରୀ’, ‘ନନ୍ଦିକେଶ୍ୱରୀ’, ‘ଚନ୍ଦ୍ରଭାଗା’, ‘ଉଷା’, ‘ପାର୍ବତୀ’, ‘ଦରବାର’, ‘ଚିଲିକା’ଏବଂ ‘ମହାଯାତ୍ରା’ଆଦି କବିଙ୍କ ଅସାଧାରଣ ପ୍ରତିଭାର ଜ୍ୱଳନ୍ତ ନିଦର୍ଶନ ।

ବିଳମ୍ବିତ ଗୋଧୂଳିରେ ବାରୁଣୀ ଗଗନ ରକ୍ତିମ ଆଭା ବିକିରଣ କରୁଥିବାବେଳେ ଚିଲିକାର ସାୟଂକାଳୀନ ପରିବେଶ ହୋଇଉଠେ ବର୍ଣ୍ଣୋତ୍ସବମୟ । ସନ୍ଧ୍ୟାର ମନୋଜ୍ଞ ପରିବେଶରେ କବିଙ୍କ ଭାବୁକ ପ୍ରାଣ ସୌନ୍ଦର୍ଯ୍ୟାନୁସନ୍ଧାନରେ ତତ୍ପର ହୋଇଉଠେ। ଚିଲିକା ବକ୍ଷରେ ସାୟଂନ୍ତନ ଦୃଶ୍ୟ ଦର୍ଶନରେ କବିପ୍ରାଣ ଉଲ୍ଲସିତ ହୋଇଉଠିଛି । ସୁଦୂର ପ୍ରାଚୀ ଦିଗ୍‌ବଳୟ ତଳୁ ମତ୍ସ୍ୟଜୀବୀମାନଙ୍କ ନୌକାମାନ କ୍ରମେ ଛାଯ୍ୟାକାରରେ ପରିଦୃଷ୍ଠ ହେବାକୁ ଲାଗେ। ମାନଜାବାମାନେ ସମୁଦ୍ର ମୁହ୍ୟପୂର୍ଣ୍ଣରୁ ମତ୍ସ୍ୟଜାବାମାନଙ୍କ ନୌକାମାନ କ୍ରମେ ଛାୟାକାରରେ ପରିଦୃଷ୍ଠ ହେବାକୁ ଲାଗେ । ମାନଜାବାମାନେ ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ କୌକାମାନଙ୍କରେ ପାଲ ଟାଣିଦେଇ ତୀରାଭିମୁଖୀ ହେଉଥା’ନ୍ତି । ଭାଲେରୀ ଚୂଡ଼ାରେ ସନ୍ଧ୍ୟାତାରା ଦର୍ଶନ କରି ଚିଲିକାର ପୂର୍ବପାର୍ଶ୍ବରୁ ମତ୍ସ୍ୟଜୀବୀମାନଙ୍କ ଆନନ୍ଦ ମନରେ ମନଫୁଲାଣିଆ ଗୀତରେ ହଜିଯାଆନ୍ତି ।

ବହୁଦୂରରୁ ସେମାନଙ୍କ ତରୀମାନ ଛାୟାଚିତ୍ର ସମ ପରିଲକ୍ଷିତ ହେଉଥିଲାବେଳେ ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ର ଅମୃତ ପଦାବଳୀର ସୁମଧୁର ସଙ୍ଗୀତ ମୂହଁନାରେ ଚିଲିକା ବକ୍ଷ ପ୍ରତିଧ୍ଵନିତ ହୋଇଉଠେ । କବିସୂର୍ଯ୍ୟଙ୍କ ‘ଗଲାଣି ତ ଗଲା କଥାରେ ସଙ୍ଗୀତ’ଗୀତାମୃତ ସମୀର ସଞ୍ଚାଳିତ ହୋଇ କବିବର ରାଧାନାଥଙ୍କୁ ଆତ୍ମବିଭୋର କରିଛି । ‘ଚମ୍ପୂ’ ପଦାବଳୀର ଭାବଗାମ୍ଭୀର୍ଯ୍ୟ ତଥା ମୀନଜୀବୀଙ୍କ ସ୍ଵରମାଧୁରୀରେ ତଲ୍ଲୀନ ହୋଇ କବିମାନସ ଅତୀନ୍ଦ୍ରିୟ ରାଜ୍ୟରେ ବିଚରଣ କରିଛି । କଳ୍ପଲୋକରେ ରହି କବି ଅପ୍ରାକୃତ ପ୍ରେମମୂର୍ତି ଦର୍ଶନ ପୂର୍ବକ ଅନ୍ତରର ଭକ୍ତିପୂତ ଶ୍ରଦ୍ଧାଞ୍ଜଳ ଅର୍ପଣ କରିଛନ୍ତି । ଧୀବରମାନଙ୍କ କଣ୍ଠନିଃସୃତ ଚମ୍ପୂର ପଦାମୃତ ଗାନରୁ ସେମାନଙ୍କ

‘ଉଲ୍ଲାସର ଆତ୍ମା ପ୍ରାୟେ ଗୀତ-ତାନ
ହ୍ରଦ-ନୀଳ-ବକ୍ଷେ କରେ ଅନ ।’’

ମତ୍ସ୍ୟଜୀବୀମାନଙ୍କ ଉଲ୍ଲସିତ ମାନସିକତା କବିଙ୍କୁ ଆମୋଦିତ କରିଛି । ଜୀବନ-ଜୀବିକା ପାଇଁ ସମୁଦ୍ରରୁ ମାଛ ଧରିବା ସେମାନଙ୍କ ନିତ୍ୟନୈମିତ୍ତିକ କର୍ମ । ସନ୍ଧ୍ୟାରେ ମତ୍ସ୍ୟପୂର୍ଣ୍ଣ ନୌକାଧରି ସେମାନେ ଆତ୍ମତୃପ୍ତିରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ତୀରାଭିମୁଖୀ ନୌକାରେ ବସି କ୍ଳାନ୍ତି ଅପନୋଦନ ନିମିତ୍ତ ସେମାନଙ୍କ କଣ୍ଠରୁ ଝରିପଡ଼େ ତୃପ୍ତିର ସଙ୍ଗୀତ । ସ୍ଵଳ୍ପ ବିଳମ୍ବିତ ସନ୍ଧ୍ୟାରେ ଚିଲିକା ବକ୍ଷରେ ଭାସମାନ ନୌକାରେ ମଶାଲମାନ ପ୍ରଜ୍ଜ୍ୱଳିତ ହୋଇଉଠେ । ରାତ୍ରିର ଅନ୍ଧକାରରେ ମାଛ ମାରିବାପାଇଁ ମୀନଜୀବୀମାନେ ଏହି କୌଶଳ ଅବଲମ୍ବନ କରିଥାଆନ୍ତି ।

ଜ୍ଵଳନ୍ତ ମଶାଲର ଲେଲିହାନ ଅଗ୍ନିଶିଖାର ଆକର୍ଷଣରେ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଇଥାଆନ୍ତି ଓ ମତ୍ସ୍ୟଜୀବୀମାନେ ନୌକା ମଧ୍ୟରୁ ସେଗୁଡ଼ିକୁ ସଂଗ୍ରହ କରି ନିଅନ୍ତି । ମୀନମାନଙ୍କ ଏତାଦୃଶ ଆଚରଣ ଲକ୍ଷ୍ୟକରି କବି ସଂସାରରେ ପରିଲକ୍ଷିତ ଅଜ୍ଞାନ ମାନବ ଚରିତ୍ରର ଏକ ସାଧାରଣ ସତ୍ୟ ଉପଲବ୍ଧ-କରିଛନ୍ତି । କବିଙ୍କ ମତରେ ବାହାରକୁ ରମ୍ୟ ଓ ଲୋଭନୀୟ ପ୍ରତୀୟମାନ ହେଉଥ‌ିବା ବସ୍ତୁର ଅନ୍ତରାଳରେ ଏକ ମାରାତ୍ମକ ଭୟଙ୍କରିତା ଲୁକ୍‌କାୟିତ ହୋଇ ରହିଥାଏ । ମାନବ ସମାଜକୁ ଜୀବନ ସମ୍ପର୍କିତ ଏକ ଗୁରୁତ୍ଵପୂର୍ଣ୍ଣ ଶାଶ୍ୱତ ବାର୍ତ୍ତା ପ୍ରଦାନ କରି କବି କହିଛନ୍ତି

‘ଭବେ ପାପମୂର୍ତି ପରି ଅଟଇ ସେ,
ସ୍ପର୍ଶୀ ମାରାତ୍ମକ ରୂପେ ରମ୍ୟ ଦିଶେ;
ପାପ-ଗର୍ଭେ ଯେହ୍ନେ ପଡ଼ଇ ଅଜ୍ଞାନ,
ତରୀ ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ।’’

ଜୀବିକା ନିର୍ବାହ ପାଇଁ ଚିଲିକା ତଟଦେଶରେ ଅବସ୍ଥାନ କରୁଥିବା ମତ୍ସ୍ୟଜୀବୀମାନେ ଚିଲିକା ତଥା ତତ୍‌ସଂଲଗ୍ନ ସମୁଦ୍ରରୁ ମାଛ ଧରି ଆନନ୍ଦରେ କାଳାତିପାତ କରନ୍ତି । ସାରାଦିନ ଅକ୍ଳାନ୍ତ ପରିଶ୍ରମ କରି ଆଶାନୁରୂପ ମତ୍ସ୍ୟ ଉତ୍ପାଦନ କଲାପରେ ଆତ୍ମତୃପ୍ତିରେ ନିଜର ଭାବାବେଗ ପରିପ୍ରକାଶ କରନ୍ତି ସଙ୍ଗୀତ ତାନରେ । କବି ସେମାନଙ୍କ ମନମତାଣିଆ ଗୀତଗାନରୁ ସେମାନଙ୍କ ଉଲ୍ଲସିତ ଭାବାବେଗକୁ ଅନୁଭବ କରିଛନ୍ତି ।

Question ୨୨ ।
ପଠିତ କବିତା ଅବଲମ୍ବନରେ ଚିଲିକାର ଯେଉଁ ରୂପରାଜି କବି ମାନସରେ ଉଦ୍‌ଭାସିତ ହୋଇଛି ତାହା ବର୍ଣ୍ଣନା କର । କିମ୍ବା, ଚିଲିକାର ସାୟଂକାଳୀନ ଦୃଶ୍ୟ ବର୍ଣ୍ଣନାରେ କବିଙ୍କ ଭାବାବେଗକୁ ପ୍ରକାଶ କର ।
Answer:
ଊନବିଂଶ ଶତାବ୍ଦୀର ଶେଷଭାଗରେ କବିବର ରାଧାନାଥ ଆଧୁନିକ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହୋଇ କାବ୍ୟଧାରାରେ ସାହିତ୍ୟର ଯେଉଁ ନୂତନ ଧାରା ପ୍ରବର୍ତ୍ତନ କଲେ ତାହା ତାଙ୍କୁ ଯୁଗସ୍ରଷ୍ଟାର ଗୌରବରେ ମହିମାମଣ୍ଡିତ କଲା । ପ୍ରାଚୀନ କଥାବସ୍ତୁରେ ଆଧୁନିକ ରଙ୍ଗ ବୋଳି ସେ ଉତ୍କଳ ବାଣୀଭଣ୍ଡାରକୁ ଦେଇଗଲେ କାଳଜୟୀ ସୃଷ୍ଟି ସମ୍ପଦ । ପ୍ରକୃତିର ଅନନ୍ୟ ଉପାସକ କବିବର ରାଧାନାଥଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ‘କେଦାରଗୌରୀ’, ‘ନନ୍ଦିକେଶ୍ୱରୀ’, ‘ଉଷା’, ‘ପାର୍ବତୀ’, ‘ଚନ୍ଦ୍ରଭାଗା’, ‘ଦରବାର’ ଓ ‘ମହାଯାତ୍ରା’ ଆଦି କାବ୍ୟସମୂହ କବିଙ୍କ ଅସାଧାରଣ ପ୍ରତିଭାର ପରିଚାୟକ । ଖଣ୍ଡକାବ୍ୟ ‘ଚିଲିକା’ ପ୍ରକୃତି ଉପରେ ସଂପୂର୍ଣ୍ଣ ରୂପେ ଆଧାରିତ ହୋଇଥିଲେ ହେଁ କବି ଏହି କାବ୍ୟରେ ଉତ୍କଳର ବହୁ ପ୍ରାଚୀନ କିମ୍ବଦନ୍ତୀ, ଉତ୍କଳ

ସାହିତ୍ୟର ଦୁରବସ୍ଥା ତଥା ନିଜ ଜୀବନ ଦର୍ଶନକୁ ସନ୍ନିବେଶିତ କରିବା ସହ ବହୁ ସାଧାରଣ ସାମାଜିକ ସତ୍ୟ ତଥା ନୈତିକ ବାର୍ତ୍ତା ପ୍ରେରଣ କରିଛନ୍ତି ପାଠକ ସମାଜକୁ । ଚିଲିକାର ସୌନ୍ଦର୍ଯ୍ୟକୁ କବି ଭାରତର ବିଭିନ୍ନ ସ୍ଥାନର ପ୍ରାକୃତିକ ଦୃଶ୍ୟ ସହ ତୁଳନା କରି ତାହାକୁ ଭାରତର ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟର ଗନ୍ତାଘର ଭାବେ ଉପସ୍ଥାପନ କରିଛନ୍ତି । ଚିଲିକାର ସୌନ୍ଦର୍ଯ୍ୟ କବି ଚକ୍ଷୁରେ ଚିର ଶାଶ୍ଵତ ତଥା ସ୍ୱର୍ଗୀୟ ।

ପଠିତ କବିତା ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିଙ୍କ ଖଣ୍ଡକାବ୍ୟ ‘ଚିଲିକା’ର କୀୟଦଂଶ ଯେଉଁଥରେ କବିଙ୍କ ପ୍ରକୃତି ଚିତ୍ରଣର ମନ୍ମୟତା, ପୂଜ୍ୟପୂଜାର ମହାନତା ତଥା ସ୍ୱଜୀବନ ଦର୍ଶନର ବାସ୍ତବତା ପ୍ରତିଫଳିତ । ପ୍ରକୃତିର ଜଣେ ଚିହ୍ନରା ଗ୍ରାହକଭାବେ ଆହୁରି ମାଧୁର୍ଯ୍ୟବନ୍ତ । ଅପରୂପା ଲାବଣ୍ୟବତୀ ଚିଲିକା କବିଙ୍କ ଶିଳ୍ପୀ ହସ୍ତ ସ୍ପର୍ଶରେ ମହିମାନ୍ବିତ ହୋଇଉଠିଛି । ଦିଗବଳୟବ୍ୟାପୀ ବାରୁଣୀ ଗଗନର ରକ୍ତିମ ଆଭା ଚିଲିକାର ସ୍ଫଟିକ ସ୍ୱଚ୍ଛ ଜଳ ଦର୍ପଣରେ ପ୍ରତିବିମ୍ବିତ ହୋଇ ବିଳମ୍ବିତ ଗୋଧୂଳିର ଶୋଭାକୁ ବହୁଗୁଣିତ କରିଛି । ଚିଲିକା ପ୍ରାଚୀ ଚକ୍ରବାଳ ଉହାଡ଼ରୁ ମତ୍ସ୍ୟଜୀବୀମାନଙ୍କ ପାଲଟଣା ତରୀମାନ ଛାୟାସମ ପ୍ରତୀୟମାନ ହୋଇଛନ୍ତି ।

ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକାମାନ ଧରି ଉଲ୍ଲସିତ ମନରେ ମୀନଜୀବୀମାନେ ତୀରାଭିମୁଖୀ ହେଉଥୁଲାବେଳେ ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତର ମଧୁର ମୂର୍ଦ୍ଦନା କବିଙ୍କୁ ଭାବବିହ୍ବଳ କରିଛି । ଉଲ୍ଲାସର ଆମ୍ବାସମ ସେହି ଗୀତ ତାନର ପ୍ରତିଧ୍ଵନି ସମୀର ସଞ୍ଚାଳିତ ହୋଇ ସମଗ୍ର ନୀଳହ୍ରଦରେ ବ୍ୟାପିଯାଇଛି । ଭାଲେରୀ ପାହାଡ଼ ଉହାଡ଼ରୁ ଦୃଶ୍ୟମାନ ହୋଇଛି ସନ୍ଧ୍ୟାତାରା । କ୍ରମେ କ୍ରମେ ଚିଲିକାର ମୃଦୁ ତରଙ୍ଗାୟିତ ଜଳରାଶି ଉପରେ ଚନ୍ଦ୍ରମାର ରଜତଶୁଭ୍ର ଆଲୋକରାଶି ଉଦ୍‌ଭାସିତ ହୋଇଉଠିଛି । କବିଙ୍କୁ ପ୍ରତୀତ ହୋଇଛି ସତେଯେପରି ଲାବଣ୍ୟମୟୀ ଦେବୀ ଦିଗଙ୍ଗନା ଜ୍ୟୋତ୍ସ୍ନା ରୂପକ ପାଟବସ୍ତ୍ର ପରିଧାନ କରି ସହାସ୍ୟ ବଦନରେ ବିରାଜମାନ କରିଛନ୍ତି । କବିଙ୍କ ଭାଷାରେ

‘‘ହସନ୍ତି ଚୌଦିଗେ ମଧୁର ହାସିନୀ
ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୂଳବାସିନୀ ।’’

ମତ୍ସ୍ୟଜୀବୀଙ୍କ କଣ୍ଠନିଃସୃତ କବିସୂର୍ଯ୍ୟଙ୍କ ‘କିଶୋର ଚନ୍ଦ୍ରାନନ ଚମ୍ପୁ ର ଅମୃତ ରସବର୍ଷୀ ପଦାବଳୀ ତଥା ଧୀବରମାନଙ୍କ ସୁରଲହରା କବିଙ୍କୁ ଅତାଦ୍ରିୟ ରାଜ୍ୟକୁ ଟାଣିଦେଇଛି। ଆମ୍ବବିସ୍ତୃ ତ କବି ଚଳହେବ ରଥଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ଭୂୟସା ପ୍ରଶଂସା କରିଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ଚିଲିକା ବକ୍ଷର ଭାସମାନ ନୌକାଗୁଡ଼ିକରେ ମତ୍ସ୍ୟଜୀବୀମାନଙ୍କଦ୍ଵାରା ପ୍ରଜ୍ବଳିତ ମଶାଲ କବିଙ୍କ ଦୃଷ୍ଟି ଆକର୍ଷଣ କରିଛି । ଜ୍ଵଳନ୍ତ ମଶାଲର ଲେଲିହାନ ଶିଖାଦ୍ଵାରା ଆକର୍ଷିତ ମୀନମାନେ ନୌକା ଗର୍ଭକୁ ଲମ୍ଫପ୍ରଦାନ କରିଥାଆନ୍ତି । ଅକ୍ଳେଶରେ ମତ୍ସ୍ୟ ସଂଗ୍ରହ କରିବାପାଇଁ ମୀନଜୀବୀମାନଙ୍କ ଏତାଦୃଶ ପ୍ରକ୍ରିୟା ଲକ୍ଷ୍ୟକରି, କବି ମାନବ ଜୀବନର ଏକ ସାଧାରଣ ଚାରିତ୍ରିକ ଦୁର୍ବଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସଂସାରରେ ରମ୍ୟ ମୂର୍ତ୍ତିଧାରୀ ‘ପାପ’ ସାଧାରଣ ମଣିଷକୁ ଆକର୍ଷଣ କରି କିପରି ଯନ୍ତ୍ରଣାଦାୟକ ମୃତ୍ୟୁ ଗର୍ଭକୁ ଠେଲି ଦେଇଥାଏ ତାହା ଉଲ୍ଲେଖ କରି ମାନବ ସମାଜ ପ୍ରତି ଏକ ତାତ୍ତ୍ଵିକ ବାର୍ତ୍ତା ପ୍ରେରଣ କରିଛନ୍ତି ।

ଚିଲିକା ଗର୍ଭସ୍ଥ ସମାର ସଞ୍ଚଳିତ ତରଙ୍ଗାୟିତ ସୁନାଳ ଜଳରାଣି ଉପରେ ଭାସମାନ କ୍ରୈକାମୀନଙ୍କର ଉତ୍‌ଥାନ ପତନ ହେତୁ କେତେବେଳେ ସେସବୁ ସ୍ପଷ୍ଟ ପ୍ରତିଭାତ ହୋଇଥାଆନ୍ତି ତ କେତେବେଳେ ଅନ୍ତର୍ହିତ ହେବାପରି ପ୍ରତୀୟମାନ ହୋଇଥା’ନ୍ତି । ଏହି ଦୃଶ୍ୟ କବିଙ୍କ ମନରେ ଭାବାନ୍ତର ସୃଷ୍ଟି କରିଛି । ଦୁଃଖୀଜନର ଅନ୍ତରରେ କେତେବେଳେ ଆଶାର ଆଲୋକ ସୃଷ୍ଟି ହୋଇ ତାକୁ ଆମୋଦିତ କରିଥାଏ ତ ପୁଣି କେତେବେଳେ ତାହା ସଂପୂର୍ଣ୍ଣ ନିର୍ବାପିତ ହୋଇ ତାକୁ ଦୁଃଖ ଓ ନୈରାଶ୍ୟର ଘନ ଅନ୍ଧକାର ମଧ୍ୟକୁ ଠେଲିଦିଏ । ଏସବୁ ଦୃଶ୍ୟକୁ ବାସ୍ତବ ଜୀବନ ସହ ଯଥାର୍ଥ ତୁଳନା କରି କବି ନିଜ ବୌଦ୍ଧିକ ଚେତନାର ପରିଚୟ ପ୍ରଦାନ କରିଛନ୍ତି।

ସନ୍ଧ୍ୟା ଅତିକ୍ରାନ୍ତ ହୋଇ ରାତ୍ରିର ନିବିଡ଼ତା ବୃଦ୍ଧି ହେଲା ପରେ ଚିଲିକା ବକ୍ଷରେ ଜନକୋଳାହଳ କ୍ରମଶଃ ହ୍ରାସ ପାଇବାକୁ ଲାଗେ ଓ ନୀରବତା ରାଜୁତି କରିବାକୁ ଆରମ୍ଭ କରେ । ଚନ୍ଦ୍ରମାର ରଜତ ଶୁଭ୍ର ଧବଳ ଜ୍ୟୋତିରାଶି ଜଳ, ସ୍ଥଳ ଓ ଆକାଶରେ ବିଚ୍ଛୁରିତ ହୋଇ ଏକ ଅପରୂପ ଶୋଭା ଧାରଣ କରେ । ରାକା ରଜନୀର ଶୁଭ୍ରଜ୍ୟୋତ୍ସ୍ନାରେ ସମଗ୍ର ସୃଷ୍ଟି ପାରଦଧୌତ ହେଲାପରି ସ୍ପଷ୍ଟ ପରିଦୃଷ୍ଟ ହୁଏ । ଚିଲିକାବକ୍ଷସ୍ଥ ଦ୍ୱୀପ, ଶୈଳ, ବନରାଜି ଜଳ ଦର୍ପଣରେ ପ୍ରତିଫଳିତ ହୋଇ ଅନିର୍ବଚନୀୟ ଶୋଭାଶ୍ରୀ ଧାରଣ କରେ । ମସୃଣ ଶିଳାଖଣ୍ଡର ପୃଷ୍ଠଭାଗ ତଥା କୋମଳ-ସ୍ନିଗ୍ଧ ପତ୍ରାବଳୀ ଉପରେ ଜ୍ୟୋତ୍ସ୍ନାଲୋକର ପ୍ରତିଫଳନ ସେହି ଶୋଭାକୁ ବହୁଗୁଣିତ କରିଦିଏ ।

ପାର୍ଶ୍ଵଦେଶସ୍ଥ ବନଭୂମିରେ ଆଲୋକଛାୟାର ଯୁଗଳବନ୍ଦୀ ସର୍ପବେଷ୍ଟିତ ମହାଯୋଗୀ ଯୋଗମଗ୍ନ ମହେଶ୍ଵରଙ୍କ ତନ୍ଦ୍ରାବିଜଡ଼ିତ ରୁଦ୍ରଗମ୍ଭୀର ବିଶାଳବପୁର ଭ୍ରମ ସୃଷ୍ଟିକରେ । କ୍ରମେ ଗିରିବନଘେରା ତଟଦେଶ ଜନଶୂନ୍ୟ ହୋଇ ଚତୁର୍ଦ୍ଦିଗରେ ଖେଳିଯାଏ ଅଖଣ୍ଡ ନୀରବତା, ପ୍ରୀତିପ୍ରଦ ପ୍ରଶାନ୍ତି । ସେହି ନୀରବ ପରିବେଶକୁ ଲକ୍ଷ୍ୟକରି କବି କହିଛନ୍ତି, ସତେଯେପରି କଳି କଳୁଷ ଉପଦ୍ରବରେ ଅତିଷ୍ଠ ‘ଶାନ୍ତି’ ଜନକୋଳାହଳରୁ ଆସି ସେହି ସ୍ଥାନଟିକୁ ନିଜ ଆଶ୍ରୟସ୍ଥଳୀ ରୂପେ ବାଛି ନେଇଛନ୍ତି । ଉତ୍କଳ ଲକ୍ଷ୍ମୀଙ୍କ ବିଳାସ ସରୋବର, ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ସସ୍ନେହ ସମ୍ବୋଧନ କରି କବି କହିଛନ୍ତି

‘ଚିଲିକା ! ତୋହର ଏହି ଶୋଭାବନ
ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ ।’’

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୨୩ ।
କବିତା ଅନୁସରଣରେ ଚିଲିକାର ସାୟନ୍ତନ ପରିବେଶ ବର୍ଣ୍ଣନା କରି ତୁମର ଜଣେ ବନ୍ଧୁଙ୍କ ନିକଟକୁ ପତ୍ରଟିଏ ଲେଖ ।

ନେତାଜା ଛାତ୍ରାବାସ
ତା ……………………

ପ୍ରିୟ ଶ୍ରେୟାନ୍,

ଶୁଭେଚ୍ଛା ନେବୁ । ଗତକାଲି ତୋ’ର ଚିଠି ପାଇଲି । ପରୀକ୍ଷାରେ ଭଲ କରିଛୁ ଜାଣି ଖୁସି ହେଲି । ମାସ ଶେଷବେଳକୁ ସ୍କୁଲ ଛୁଟିହେଲେ ଗାଁକୁ ଯିବି। ଆମ ସାହିତ୍ୟ ବହିର ଗୋଟିଏ ବିଷୟ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଆଜି ଗୁରୁଜୀ ଆମକୁ ଯେପରି ଭାବେ ପଢ଼ାଇଲେ, ତୁ ବିଶ୍ଵାସ କରିପାରିବୁନି । ଶ୍ରେୟାନ୍, ଆମକୁ ଲାଗିଲା ସତେ ଯେମିତି ଆମେ ଚିଲିକା କୂଳରେ ବସି ସନ୍ଧ୍ୟା ସମୟଟିକୁ ପ୍ରାଣଭରି ଉପଭୋଗ କରୁଛୁ । ଆଜି ସେ ବିଷୟରେ ତୋ’ ପାଖକୁ ଲେଖୁଛି । ଚିଠି ପଢ଼ି କେମିତି ଲାଗିଲା କହିବୁ ।

ଶ୍ରେୟାନ୍, ତୁ ତ ଜାଣିଛୁ । କବିବର ରାଧାନାଥ ଥିଲେ ଜଣେ ମହାନ୍ ପ୍ରକୃତି କବି । ଯୁଗ ଯୁଗ ଧରି ଅନ୍ୟ କବିମାନଙ୍କ ଲେଖନୀରେ ଯେଉଁ ପ୍ରକୃତି ଅବହେଳିତ ହୋଇଥିଲା, ରାଧାନାଥ ସେହି ପ୍ରକୃତି ସଙ୍ଗେ ଆତ୍ମୀୟତା ପ୍ରତିଷ୍ଠା କରି ଶହ ଶହ ବର୍ଷର ବିସ୍ମ ତିରୁ ତାହାକୁ ସାହିତ୍ୟାଲୋକକୁ ଟାଣିଆଣିଲେ । ପ୍ରକୃତି-ଭକ୍ତ ରାଧାନାଥ ଉତ୍କଳୀୟ ପ୍ରକୃତିର ରୂପଲାବଣ୍ୟ, ମନୋହାରିତା, ଶାନ୍ତିପୂର୍ଣ୍ଣତା ଓ ତା’ରି ମାଧ୍ୟମରେ ଜନ୍ମଭୂମିର ସୁଭଗତା ଓ ସମ୍ପଦଶାଳିତାକୁ ଶତମୁଖରେ କୀର୍ତ୍ତନ କଲେ । ବିଶେଷତଃ ରାଧାନାଥ ଚିଲିକାକୁ ଉତ୍କଳ କମଳାଙ୍କ ବିଳାସସ୍ଥଳୀ ଭାବେ ବର୍ଣ୍ଣନା କରି ଯେପରି ଭାବେ ତା’ର ପ୍ରାକୃତିକ

ବକ୍ଷରେ ସନ୍ତରଣଶୀଳ ମରାଳ-ମାଳିକା, ଚିଲିକାର ନୀଳ-ନିର୍ମଳ ବିଶାଳ ଜଳରାଶି, ଚିଲିକା ବକ୍ଷସ୍ଥିତ ଇନ୍ଦ୍ରନୀଳମଣି ବର୍ଣ୍ଣରଞ୍ଜିତ ଶୈଳରାଜି, ଶୋଭାର ଆଶ୍ରମ-ରୂପୀ ଚାରୁ ତୀରଭୂମିର ଗିରିଖୋଲ, ନାସି, କାନ୍ତାର-କନ୍ଦରା, ଶୈବାଳ ମସୃଣ, ଶିଳାଖଣ୍ଡ, ହରିତାୟମାନ ଦ୍ଵୀପମାଳା ଏ ସବୁକିଛି ରାଧାନାଥ ନେତ୍ର ସିଂହାସନରେ ଅଧୂରୂଢ଼ ହୋଇଛନ୍ତି । ସବୁକିଛିରେ କବିମାନସ ଅନୁସନ୍ଧାନ କରିବସିଛି ସୌନ୍ଦର୍ଯ୍ୟର ସତ୍ତା ଏବଂ ସେହି ସତ୍ତା ଭିତରେ କବି ଚାହିଁଛନ୍ତି, ପାଠକଶ୍ରେଣୀ ଅବଗାହନ କରି ଆନନ୍ଦର ଅଧିକାରୀ ହୁଅନ୍ତୁ । ଚିଲିକାର ସୌନ୍ଦର୍ଯ୍ୟରେ ଆତ୍ମହରା କବି ଗାଇଉଠିଛନ୍ତି-

‘ଆହା ଏ ଶୋଭାର କାହିଁ ପଟାନ୍ତର ?
ଥିଲେ ଥିବ ସ୍ଵର୍ଗେ ମର୍ଭେ ଅଗୋଚର ।’’

ଚିଲିକାରେ କବିଙ୍କ ସୂର୍ଯ୍ୟାସ୍ତ ବର୍ଣ୍ଣନା ଯେପରି ପୁଷ୍କଳ ଓ ହୃଦୟଗ୍ରାହୀ ହୋଇଉଠିଛି, ତତୋଽକ ମନୋମୁଗ୍ଧକର ହୋଇଛି ଚିଲିକାର ସାୟନ୍ତନ ଶୋଭାସମ୍ଭାର । ବାରୁଣୀ ଗଗନ ପୀତବର୍ଷରେ କାନ୍ତମୟ ହୋଇଉଠିଥିବାବେଳେ ଦୂର ଚକ୍ରବାଳରୁ ମତ୍ସ୍ୟଜୀବୀମାନଙ୍କ ପାଲଟଣା ନୌକାମାନ ଛାୟାସମ ପରିଦୃଷ୍ଟ ହୋଇଛି । ମତ୍ସ୍ୟପୂର୍ଣ୍ଣ ନାଆ ଉପରେ ବସି ଉଲ୍ଲସିତ ମୀନଜୀବୀମାନେ କବିସୂର୍ଯ୍ୟଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ସୁଲଳିତ ପଦାବଳୀକୁ ଗାନ କରି ପରିବେଶକୁ ସଙ୍ଗୀତମୟତାରେ ଭରି ଦିଅନ୍ତି । ଉଲ୍ଲାସର ଆତ୍ମା ସମ ସେହି ଗୀତତାନର ପ୍ରତିଧ୍ଵନି ଚିଲିକା ବକ୍ଷରେ ବିରାଜମାନ କରି କବିଙ୍କୁ ଆମୋଦିତ କରିଛି । ଭାଲେରି ପାହାଡ଼ ଉହାଡ଼ରେ ସନ୍ଧ୍ୟାତାରା ଓ ପ୍ରାଚୀ ଗଗନରେ ଚନ୍ଦ୍ରମା ଆକାଶକୁ ସ୍ନିଗ୍ଧ କିରଣରେ ରଞ୍ଜିତ କରି ଅପରୂପ ଶୋଭା ପରିପ୍ରକାଶ କରନ୍ତି ।

ପଶ୍ଚିମାକାଶର ରକ୍ତିମା ଓ ପୂର୍ବାକାଶର ଧବଳିମା ଦର୍ଶକ ପ୍ରାଣରେ ସୃଷ୍ଟିକରେ ଅନିର୍ବଚନୀୟ ଆନନ୍ଦ । ନବୋଦିତ ଚନ୍ଦ୍ରର ଚନ୍ଦ୍ରିକାରେ, ସମୀର ସଞ୍ଚାଳିତ ମୃଦୁ ତରଙ୍ଗାୟିତ ଜଳରାଶି, ଚିଲିକାର ଦ୍ଵୀପରାଜି, ତୀରଦେଶ ଓ ସମଗ୍ର ଆକାଶମଣ୍ଡଳ ପାରଦଧୌତ ହେଲା ପରି ପ୍ରତୀୟମାନ ହୁଏ । ରାତ୍ରିକାଳରେ ମୀନଜୀବୀମାନେ ନୌକାରେ ମଶାଲମାନ ଜଳାଇ ଅଭିନବ ଉପାୟରେ ମତ୍ସ୍ୟସଂଗ୍ରହ କରନ୍ତି । ମଶାଲର ଉଜ୍ଜଳ ଲେଲିହାନ ଶିଖାରେ ଆକର୍ଷିତ ହୋଇ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଇଥାଆନ୍ତି । ଏହି ଦୃଶ୍ୟକୁ ଲକ୍ଷ୍ୟ କଲାବେଳେ କବି ସଂସାରର ଏକ ଗୁରୁତ୍ଵପୂର୍ଣ୍ଣ ତତ୍ତ୍ବ ବର୍ଣ୍ଣନା କରି କହିଛନ୍ତି ଯେପରି ଆଖୁକୁ ମନୋହର ପ୍ରତୀତ ହେଉଥିବା ‘ପାପ’ର ଆକର୍ଷଣରେ ମୂର୍ଖ ମାନବ ପାପଗର୍ଭ ମଧ୍ୟକୁ ପ୍ରବେଶ କରେ ଓ ଯନ୍ତ୍ରଣା ଜର୍ଜରିତ ହୋଇ ଅକାଳରେ ପ୍ରାଣପାତ କରେ, ଠିକ୍ ସେହିପରି ମୀନଗଣ ମଶାଲ ଅଗ୍ନିରେ ଆକର୍ଷିତ ହୋଇ ନୌକା ମଧ୍ୟକୁ ଲମ୍ଫଦେଇ ପ୍ରାଣ ହରାଇଥାଆନ୍ତି ।

ତରଙ୍ଗାୟିତ ଜଳରାଶି ଉପରେ ଦୂରରୁ ଭାସି ଆସୁଥୁବା ନୌକାମାନଙ୍କର ସମତାଳରେ ଉତ୍‌ଥାନ ପତନ ହେତୁ ନୌକାଗୁଡ଼ିକର ମଶାଲ ଶିଖା କେତେବେଳେ ସ୍ପଷ୍ଟ ଦୃଶ୍ୟମାନ ହୋଇଉଠେ ତ ପୁଣି କେତେବେଳେ ଅନ୍ତର୍ହିତ ହେଲାପରି ପ୍ରତୀୟମାନ ହୁଏ । ଏହାକୁ ଅତି ସୁନ୍ଦର ଭାବେ କବି ଦୁଃଖୀ ଜନର ଅନ୍ତରରେ ସୃଷ୍ଟ ଆଶା ଓ ନୈରାଶ୍ୟର ଲୁଚକାଳି ଖେଳ ସହ ତୁଳନା କରିଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ରାତ୍ରିର ନିବିଡ଼ତା ବଢ଼ିଚାଲେ ଓ ଚିଲିକାର ତୀରଦେଶ ଓ ବକ୍ଷସ୍ଥଳୀରୁ କୋଳାହଳ କମିବାରେ ଲାଗେ । ଚିଲିକାର ପରିବେଶ ହୋଇଉଠେ ଶାନ୍ତ ଶୀତଳ, ଆଉ ଚିଲିକା ହୋଇଉଠେ ଭାବୁକମାନଙ୍କର ପରମ ପ୍ରିୟ । କବିବରଙ୍କ ଦୃଷ୍ଟିରେ ସେହି ଦୃଶ୍ୟ ହେଉଛି-

“ଅଟେ ସର୍ଗଶୋଭା ସାମନ୍ତର ଟାକା
ପ୍ରକୃତିର ଚାରୁ ଆଲେଖ୍ୟ-ଶାଳିକା ।’’

ଚିଲିକାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ ଯାଇ କବି ନିଜ ଭାଷାର ଯାଦୁକରୀ ମାୟାରେ ପାଠକକୁ ଅଭିଭୂତ କରିଛନ୍ତି । କବିଙ୍କ ମାନସରାଜ୍ୟରେ ଉଦ୍ଭାସିତ ଛାୟାଚିତ୍ରକୁ କବି ପାଠକର ମାନସ ଦର୍ପଣରେ ପ୍ରତିବିମ୍ବିତ କରାଇବାରେ ସକ୍ଷମ ହୋଇଚ୍ଛନ୍ତି ରାଧାନାଥଙ୍କ ଲେଖନୀ ସମଗ୍ର ଭାବରେ କେବଳ ଅନୁସନ୍ଧାନ କରିଛି ସୌନ୍ଦର୍ଯ୍ୟର ସତ୍ତା, ଯେଉଁ ସତ୍ତା ମଧ୍ୟରେ ଲୁକ୍‌କାୟିତ ହୋଇ ରହିଛି ଆନନ୍ଦର ବାରିଧାରା । ଜ୍ୟୋତ୍ସା ଲୋକରେ ଚିଲିକା ଗର୍ଭସ୍ଥ ଦ୍ଵାପରାକି ଓ ତନ୍ମଧ୍ୟସ୍ଥ ଶୈଳରାଜି ଜଳ ଦର୍ପଶରେ ପ୍ରତିବିମ୍ବିତ ହୋଇ ଅନୁପମ ଶୋଭା ଧାରଣ କରିଛି । ହ୍ରଦ ମଧ୍ୟସ୍ଥ ଗିରିବନ, ଶୈଳଶିଖର କ୍ଷୀରସିନ୍ଧୁ ସହୋଦର ଜ୍ୟୋସ୍ଟାଣ୍ଡବରେ ଭାସି ବୁଲିବାର ଭ୍ରମ ସୃଷ୍ଟି କରିଛି ।

ପାର୍ଶ୍ଵଦେଶ ବନସ୍ଥଳୀରେ ଆଲୋକ ଛାୟାର ଲୁଚକାଳି ଖେଳ ମହାଯୋଗୀ ମହେଶ୍ଵରଙ୍କ ରୁଦ୍ରସୁନ୍ଦର ବିଶାଳ ବପୁର ଭ୍ରମ ସୃଷ୍ଟି କରିଛି । କ୍ରମେ କ୍ରମେ ଗିରିବନ ଘେରା ଉପକୂଳ ଜନଶୂନ୍ୟ ହୋଇଉଠିଛି । କେବଳ ଦୂରରୁ ଭାସିଆସୁଥିବା ନିର୍ଝରର କଳତାନ ଓ ଝିଙ୍କାରିର ଝଙ୍କାର ଘନ ନିଶିଥୁନୀର ସୂଚନା ପ୍ରଦାନ କରି ଚାଲିଛି । କବିଙ୍କୁ ପ୍ରତୀତ ହୋଇଛି ସତେ ଯେପରି କଳିକଳୁଷ ଉପଦ୍ରବରେ ଅତିଷ୍ଠ ହୋଇ ଶାନ୍ତିଦେବା ଜନକୋଳାହଳପୂର୍ଣ୍ଣ ସ୍ଥାନ ତ୍ୟାଗ କରି ଏହି ଚିଲିକାତୀରକୁ ନିଜ ବିଶ୍ରାମସ୍ଥଳୀ ଭାବେ ବାଛି ନେଇଛନ୍ତି । ଶ୍ରେୟାନ୍, ଭାବାବେଗରେ ବହୁତ କିଛି ଲେଖୁଦେଲି । ଅଧ‌ିକ ଲେଖୁ ତୋତେ ଧୈର୍ଯ୍ୟଚ୍ୟୁତ କରିବାକୁ ଚାହୁଁନି । ଘରେ ମଉସାମାଉସୀଙ୍କୁ ମୋର ପ୍ରଣାମ ଓ ସାନ ଭାଇଭଉଣୀଙ୍କୁ ସ୍ନେହ ଜଣାଇ ରହୁଛି ।

|| ଇତି ||
ତୋର ସ୍ନେହାବଦ୍ଧ
ପ୍ରଦ୍ୟୁମ୍ନ

ଠିକ ଶା

ପ୍ରେରକ ପ୍ରାପ୍ତେଷୁ
ପ୍ରଦ୍ୟୁମ୍ନ ପଟ୍ଟନାୟକ ଶ୍ରେୟନ୍ ମହାନ୍ତି
ମାର୍ଫତ ପ୍ରଦୋଷ ପଟ୍ଟନାୟକ ମାର୍ଗତ – ଶୌଭିତ୍ ମହାନ୍ତି
ନେତାଜା ଛାତ୍ରାବାସ ମହାରଣାର ନଗର
ଆଠଗଡ଼ ହାଇସ୍କଲ ପୋ. – ତୁଳସୀପୁର
ପୋ. – ଆଠଗଡ଼ ଜି. – କଟକ
ଜି. – କଟକ


ତୁମ ପାଇଁ କାମ

Question ୨୪ ।
ଚିଲିକା ଖଣ୍ଡକାବ୍ୟଟି ପଢ଼ ।

Question ୨୫ ।
ଓଡ଼ିଆ ସାହିତ୍ୟରେ ଚିଲିକା ବିଷୟରେ ଥ‌ିବା ଅନ୍ୟ ଲେଖାମାନ ସଂଗ୍ରହ କରି ପଢ଼ ।

Question ୨୬ ।
ଚିତ୍ର ମାଧ୍ୟମରେ ଚିଲିକାର ସାୟଂକାଳୀନ ଦୃଶ୍ୟ ଅଙ୍କନ କରି ସାହିତ୍ୟ ଶିକ୍ଷକଙ୍କୁ ଦେଖାଅ ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

ବଷ୍ଥନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ପୂର୍ବ ଦିଗ୍‌ବଳୟରେ କବି କାହାର ଛାୟାଚିତ୍ର ଦେଖୁଛନ୍ତି ?
Answer:
ଧାରରଙ୍କ ନୌକାଗୁଡ଼ିକର

Question 2.
ସର୍ପମଣ୍ଡିତ ଶିବଙ୍କ ସହିତ କବି କାହାକୁ ତୁଳନା କରିଛନ୍ତି ?
Answer:
ବନଭୂମି

Question 3.
ନିଶୀଥୁନୀର ପ୍ରଭାବକୁ କିଏ ପ୍ରଚାର କରୁଛି ?
Answer:
ହର ଝରନାଦ/ଝିଙ୍କାରି – ଝଙ୍କାର

Question 4.
ମଶାଲ ଦେଖୁ ମୀନମାନେ କ’ଣ କରିବେ ?
Answer:
ତରୀ ଗର୍ଭରେ ପଡ଼ି ପ୍ରାଣ ଦେବେ

Question 5.
ଚିଲିକା ପବନରେ କେଉଁ କବିଙ୍କ ସଙ୍ଗୀତ ଭାସି ଆସୁଥୁଲା ?
Answer:
କବିସୂର୍ଯ୍ୟଙ୍କ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 6.
ସମୁଦ୍ର ମୁହାଣରୁ ମାଛଧରି ଧୀବରମାନେ କେଉଁ କଥା ଭାବି ଫେରୁଥିଲେ ?
Answer:
ନିଜ ଘରକଥା

Question 7.
ଭାଲେରି ପର୍ବତ ଚିଲିକାର କେଉଁ ଦିଗରେ ଅବସ୍ଥିତ ?
Answer:
ପଶ୍ଚିମ

Question 8.
ପଠିତ କବିତାରେ କଳି ଉପଦ୍ରବରେ ଲୋକାଳୟ ତ୍ୟାଗ କରି କିଏ ଗିରି ବନଦେଶରେ ଆଶ୍ରୟ ନେଇଥିବାର ସମ୍ଭାବନା କରାଯାଇଛି ?
Answer:
ଶାନ୍ତି

Question 9.
ମାନ-ଆକର୍ଷଣ ଆଶାରେ ପୋତପାଳ ତରଶାରେ କ’ଣ କରେ?
Answer:
ମଶାଲ ଜଳାଏ

Question 10.
ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ଠାନ – ଏକଥା କାହାକୁ ଲକ୍ଷ୍ୟ କରି କୁହାଯାଇଛି ?
Answer:
କବିସ୍ୱର୍ଯ୍ୟ ବଳଦେବ ରଥ

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ମୀନଜୀବୀମାନେ କେଉଁଠାରୁ ମାଛ ଧରିବା କଥା କବି ବର୍ଣ୍ଣନା କରିଛନ୍ତି ?
Answer:
ମୀନଜୀବୀମାନେ ସମୁଦ୍ର ମୁହାଣରୁ ମାଛ ଧରିବା କଥା କବି ବର୍ଣ୍ଣନା କରିଛନ୍ତି ।

Question 2.
‘ପୋତପାଳ’ କହିଲେ କ’ଣ ବୁଝ ?
Answer:
ପୋତପାଳ – ‘ପୋତ’ ଅର୍ଥାତ ନାବ ଓ ‘ପାଳ’ ଅର୍ଥାତ୍ ପାଳନକର୍ତ୍ତା ବା ମୁଖ୍ୟ, ସୁତରାଂ ପୋତପାଳ କହିଲେ ନାବମୁଖ୍ୟ ବା ମୀନଜୀବୀକୁ ବୁଝାଏ ।

Question 3.
କବି କାହାକୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ?
Answer:
କବି କବିସୂର୍ଯ୍ୟ ବଳଦେବ ରଥଙ୍କୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ।

Question 4.
ଚିଲିକା ମାରୁତ ଦୂରରୁ କ’ଣ ବହି ଆଣୁଥୁଲା ?
Answer:
ଚିଲିକା ମାରୁତ ଦୂରରୁ ମୀନଜୀବୀମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତକୁ ବହି ଆଣୁଥୁଲା ।

Question 5.
କିଏ ଲୋକାଳୟ ତ୍ୟାଗ କରି ଚିଲିକାକୁ ଆଶ୍ରୟ କରିଛନ୍ତି ବୋଲି କବି କହିଛନ୍ତି ?
Answer:
ଶାନ୍ତିଦେବୀ ଲୋକାଳୟ ତ୍ୟାଗକରି ଚିଲିକାକୁ ଆଶ୍ରୟ କରିଛନ୍ତି ବୋଲି କବି କହିଛନ୍ତି ।

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 6.
କବି କାହାକୁ ପାପମୂର୍ତ୍ତି ସହ ତୁଳନା କରିଛନ୍ତି ?
Answer:
କବି ନାବବକ୍ଷରେ ପ୍ରଜ୍ୱଳିତ ମଶାଲକୁ ପାପମୂର୍ତ୍ତି ସହ ତୁଳନା କରିଛନ୍ତି ।

Question 7.
‘ଗଲାଣି ତ ଗଲା କଥାରେ ସଙ୍ଗାତ’- ଏହା କବିଙ୍କ କେଉଁ କାବ୍ୟର ଏକ ଅଂଶ ?
Answer:
‘ଗଲାଣି ତ ଗଲା କଥାରେ ସଙ୍ଗୀତ’- ଏହା କବିସୂର୍ଯ୍ୟ ବଳଦେବ ରଚିତ ‘କିଶୋର ଚନ୍ଦ୍ରାନନ୍ଦ ଚତ୍ସ’ କାବ୍ୟର ଏକ ଅଂଶ ।

Question 8.
କବିବରଙ୍କ କେଉଁ ସୃଷ୍ଟି ଓଡ଼ିଆ ସାହିତ୍ୟରେ ପ୍ରଥମ ପ୍ରବନ୍ଧ ଭାବେ ବିବେଚିତ ?
ଭ-
କବିବରଙ୍କ ରଚିତ ପ୍ରବନ୍ଧ ‘ବିବେକୀ’ ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ ଭାବେ ବିବେଚିତ ।

Question 9.
କବିବରଙ୍କ ଲିଖୂତ ଗଳ୍ପର ନାମ କ’ଣ ?
Answer:
କବିବରଙ୍କ ଲିଖ୍ ଗଳ୍ପର ନାମ ହେଉଛି ‘ଇତାଲୀୟ ଯୁବା’।

Question 10.
‘ଚିଲିକା’ ଭିନ୍ନ ରାଧାନାଥଙ୍କ ଅନ୍ୟ ଦୁଇଗୋଟି କାବ୍ୟର ନାମ ଲେଖ ।’
Answer:
ରାଧାନାଥଙ୍କ ରଚିତ ‘ଚିଲିକା’ ଭିନ୍ନ ଅନ୍ୟ ଦୁଇଗୋଟି କାବ୍ୟର ନାମ ହେଲା ‘ଚନ୍ଦ୍ରଭାଗା’ ଓ ‘ପାର୍ବତୀ’ ।

Question 11.
ସମୁଦ୍ର ମୁହାଣରୁ ମତ୍ସ୍ୟ ଧରି ଫେରୁଥିଲାବେଳେ ମତ୍ସ୍ୟଜୀବୀମାନଙ୍କ ମନରେ କି ଭାବନା ଥିଲା ?
Answer:
ସମୁଦ୍ର ମୁହାଣରୁ ମତ୍ସ୍ୟ ଧରି ଫେରୁଥିଲାବେଳେ ମତ୍ସ୍ୟଜୀବୀମାନଙ୍କ ମନରେ ନିଜ ନିଜ ଗୃହଚିନ୍ତା ଥିଲା ।.

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 12.
‘ଯଶୋଦେହେ ଆୟୁଷ୍ମାନ’- ଏହା କାହା ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
‘ଯଶୋଦେହେ ଆୟୁଷ୍ମାନ’ କବିସୂର୍ଯ୍ୟ ବଳଦେବ ରଥଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ।

Question 13.
କବି କାହାକୁ ‘ଉଲ୍ଲାସର ଆତ୍ମା’ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ମତ୍ସ୍ୟଜୀବୀମାନଙ୍କ ମୁଖନିଃସୃତ କବିସୂର୍ଯ୍ୟଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର ଗୀତାମୃତ ‘ଗଲାଣି ତ ଗଲା କଥାରେ ସଙ୍ଗାତ’ ଶୀର୍ଷକ ଲଳିତ୍ର କୋମଳ ଗୀତାବଳୀର ସଙ୍ଗୀତକୁ କବି ‘ଉଲ୍ଲାସର ଆତ୍ମା’ ବୋଲି ବର୍ଣ୍ଣନା କରିଛନ୍ତି ।

Question 14.
ଦୁଃଖୀଜନର୍ ଅନ୍ତର ମଧ୍ଯରେ କାହାର ଉତ୍‌ଥାନ ପତନ କଥା କବି କହିଛନ୍ତି ?
Answer:
ଦୁଃଖୀଜନର ଅନ୍ତର ମଧ୍ୟରେ ସୃଷ୍ଟ ଆଶାର ଉତ୍‌ଥାନ ପତନ କଥା କବି ଉଲ୍ଲେଖ କରିଛନ୍ତି ।

Question 15.
କବି ‘କ୍ଷୀରୋଦ-ସୋଦର’ ବୋଲି କାହାକୁ କହିଛନ୍ତି ?
Answer:
ଜ୍ୟୋତ୍ସ୍ନାବିଧୌତ ରାତ୍ରିକୁ ଜ୍ୟୋତ୍ସ୍ନାର୍ଣ୍ଣବ ଭାବେ ଅଭିହିତ କରି ତାହାକୁ ‘କ୍ଷୀରୋଦ-ସୋଦର’ ବୋଲି କବି ବର୍ଣ୍ଣନା କରିଛନ୍ତି ।

Question 16.
କେଉଁ ଶବ୍ଦ ରାତ୍ରିର ଗଭୀରତା ଦର୍ଶାଏ ବୋଲି କବି କହିଛନ୍ତି ?
Answer:
ଦୂରରୁ ଭାସି ଆସୁଥ‌ିବା ନିର୍ଝରର କଳନାଦ ଓ ଝଙ୍କାରିର ଝି ଝି ଶବ୍ଦ ହିଁ ରାତ୍ରିର ଗଭୀରତା ଦର୍ଶାଇଥାଏ ବୋଲି କବି

Question 17.
ବଳଦେବ ରଥଙ୍କ ରଚିତ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର କେଉଁ କାବାଂଶ ଗୃହକୁ ପ୍ରତ୍ୟାବର୍ତ୍ତନ କାଳରେ ଧୀବରମାନଙ୍କ ମୁଖରୁ ନିଃସୃତ ହୋଇଛି ?
Answer:
ବଳଦେବରଥଙ୍କ ରଚିତ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ କାବ୍ୟର ଏକ ଅଂଶ ‘ଗଲାଣି ତ ଗଲା କଥାରେ ସଙ୍ଗୀତ’ ଗୃହକୁ ପ୍ରତ୍ୟାବର୍ତ୍ତନ କାଳରେ ଧୀବରମାନଙ୍କ ମୁଖରୁ ନିଃସୃତ ହୋଇଛି ।

(B) ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ମୀନମାନଙ୍କୁ ଆକୃଷ୍ଟ କରିବାପାଇଁ ପୋତପାଳମାନେ ନୌକାରେ କ’ଣ ଜାଳନ୍ତି ?
Answer:
ମଶାଳ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 2.
ମୀନମାନେ କେଉଁଠାକୁ ଡେଇଁ ପ୍ରାଣ ଦେବେ ବୋଲି ‘ଚିଲିକାରେ ସାୟନ୍ତନ’ କବିତାରେ କବି କହିଛନ୍ତି ?
Answer:
ତରା ଗର୍ଭକୁ

Question 3.
ନିଶାଗମନରେ ଅବନୀ କେଉଁ ରୂପ ଧାରଣ କରିଛି ?
Answer:
ନିଶ୍ଚଳ

Question 4.
ନିଶୀଥୁନୀର ପ୍ରଭାବକୁ କିଏ ପ୍ରଚାର କରୁଛି ବୋଲି କବି କହିଛନ୍ତି ?
Answer:
ଝିଙ୍କାରି – ଝଙ୍କାର

Question 5.
କଳି ଉପଦ୍ରବ ହେତୁ ଲୋକାଳୟ ତ୍ୟାଗକରି ଶାନ୍ତି ଦେବୀ କେଉଁଠାରେ ଆଶ୍ରୟ ନେଲେ ବୋଲି କବି କହିଛନ୍ତି ?
Answer:
ଚିଲିକାରେ

Question 6.
ନଦୀ ବା ସମୁଦ୍ର ମଧ୍ୟକୁ ପଶି ଯାଇଥବା ପର୍ବତ ବା ସ୍ଥଳଭାଗକୁ କ’ଣ କୁହାଯାଏ ?
Answer:
ନାମି

Question 7.
ହ୍ରଦ ମଧ୍ୟଭାଗରେ କାହାର ପ୍ରତିବିମ୍ବ ଶୋଭାପାଉଛି ?
Answer:
ଶୈଳର

Question 8.
ଅଜ୍ଞାନ କେଉଁ ଗର୍ଭରେ ପଡ଼େ ?
Answer:
ପାପ ଗର୍ହଁରେ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 9.
କବିବର ରାଧାନାଥ ରାୟ ଆଧୁନିକ ଓଡ଼ିଆ କାବ୍ୟଧାରାର କ’ଣ ଥିଲେ ?
Answer:
ଭିତ୍ତି ସଂସ୍ଥ।ପକ

Question 10.
ବାଲେଶ୍ଵର ଜିଲ୍ଲାର କେଉଁ ଗ୍ରାମରେ ରାଧାନାଥ ଜନ୍ମଗ୍ରହଣ କରିଥିଲେ ?
Answer:
ଙ୍କେଦାରପୁର

Question 11.
ଖଣ୍ଡବାକ୍ୟ ଚିଲିକା କବିଙ୍କର ଏକ କି ପ୍ରକାର କାବ୍ୟ ?
Answer:
ପ୍ରକୃତି କାବ୍ୟ

Question 12.
‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିତାରେ କବିଙ୍କର କେଉଁ ଚିତ୍ତବୃତ୍ତି ପ୍ରତିଫଳିତ ହେଉଛି ?
Answer:
ସୌନ୍ଦର୍ଯ୍ୟ

Question 13.
କବି ରାଧାନାଥ ତାଙ୍କ କବିତାରେ କାହା ପ୍ରତି ଶାଶ୍ୱତ ବାର୍ତ୍ତା ଦେଇଛନ୍ତି ?
Answer:
ଜୀବନ ପ୍ରତି

Question 14.
ମୀନଜୀବୀମାନଙ୍କର ନାବଗୁଡ଼ିକ କେଉଁଠାରେ ଦେଖାଯାଉଥିଲା ?
Answer:
ପୂର୍ବ ଦିଗ୍ ବଳୟରେ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 15.
ମୀନଜୀବୀମାନେ ମାଛ ଧରି ସାରି ଫେରିବା ସମୟରେ କେଉଁ କଥା ଭାବୁଥିଲେ ?
Answer:
ଗୃହ କଥା

Question 16.
ମୀନଜୀବୀମାନେ ସନ୍ଧ୍ୟାତାରା କେଉଁ ଶିଖରରେ ଦେଖୁଥିଲେ ?
Answer:
ଭାଲେରି ଶିଖରେ

Question 17.
ଆକାଶରେ ସନ୍ଧ୍ୟାତାରା କେଉଁ ସମୟରେ ଦେଖାଯାଏ ?
Answer:
ସାୟଂକାଳରେ

Question 18.
ଶ୍ମଶାନ କେଉଁ ଦେହକୁ ଗ୍ରାସ କରେ ?
Answer:
ମାଟି ଦେହକୁ

Question 19.
କବି କେଉଁ ଦେହକୁ ଆୟୁଷ୍ଠାନ ବୋଲି କହିଛନ୍ତି ?
Answer:
ଯଶୋଦହକୁ

Question 20.
କାହା ମନରେ ଆଶାର ଉତ୍‌ଥାନ ପତନ ହୁଏ ବୋଲି କବି କହିଛନ୍ତି ?
Answer:
ଦୁଃଖା ମନରେ

Question 21.
ରାତ୍ରିର ଆଗମନ ହେତୁ କ’ଣ ବଞ୍ଚରୁ ନାହିଁ ବୋଲି କବି କହିଛନ୍ତି ?
Answer:
ଲୋକ କୋଳାହଳ

Question 22.
କେଉଁମାନେ ଚନ୍ଦ୍ର କିରଣରେ କୁଡୁବୁଡୁ ହୋଇଛନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ଜଳ, ସ୍ଥଳ ଓ ଆକାଶ

Question 23.
କବି ରାତ୍ରିକାଳରେ କାହାର ଝଙ୍କାର ଶୁଣିଛନ୍ତି ?
Answer:
ଝିଙ୍କାରିକ ଝିଙ୍କାରିର

Question 24.
କବି ଚିଲିକାର ସାୟନ୍ତନ ଦୃଶ୍ୟକୁ କ’ଣ ବୋଲି କହିଛନ୍ତି ?
Answer:
ବର୍ଣ୍ଣେତ୍ସବମୟ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 25.
ଏ ଲୀଳା – ରଚନ୍ତି ଦେବୀ ବାଗୀଶ୍ବରୀ – ଉକ୍ତ ପଦର କେଉଁ ଶବ୍ଦ ‘ସରସ୍ଵତୀ’ଙ୍କୁ ବୁଝାଉଛି ?
Answer:
ଚାଗାଶ୍ୱରା

Question 26.
ନୌକାରେ ମାଛ ପଡ଼ି ପ୍ରାଣ ଦେବାବେଳେ ତାକୁ କାହା ସହିତ କବି ତୁଳନା କରିଛନ୍ତି ?
Answer:
ଅଜ୍ଞାନ

Question 27.
‘ଚିଲିକାରେ ସାୟନ୍ତନ’ କବିତାର କବି କେଉଁ ସମୟର ଦୃଶ୍ୟ ବର୍ତ୍ତନ କରିଛନ୍ତି ?
Answer:
ସକ୍ଷ୍ୟା

Question 28.
‘ଦିଗଙ୍ଗନା’ ଶବ୍ଦଟି ସହ କବିତାର କେଉଁ ଶବ୍ଦର ସମ୍ପର୍କ ରହିଛି ?
Answer:
ମଧୁର – ହାସିନା

Question 29.
ଚଉଦିଗରେ କେଉଁମାନେ ହସନ୍ତି ବୋଲି କବି କହିଛନ୍ତି ?
Answer:
ଦିଗଙ୍ଗନାମାନେ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 30.
ପୋତପାଳମାନେ ରାତ୍ରିରେ ତରଣୀରେ କ’ଣ ଜାଳନ୍ତି ?
Answer:
ମଶାଲ

Question 31.
କବି ସଂସାରରେ କାହାକୁ ପାପମୂର୍ତ୍ତି ପରି ବୋଲି କହିଛନ୍ତି ?
Answer:
ମଶାଲକୁ

Question 32.
ବୋଇତ ଥରେ ଦୃଶ୍ୟମାନ ଓ ଥରେ ଅନ୍ତର୍ହିତ ହୁଏ କାହିଁକି ?
Answer:
ତରଙ୍ଗରେ ତୋହଲୁଥ୍ ବାରୁ

Question 33.
କେଉଁମାନଙ୍କୁ କବି ଜ୍ୟୋତ୍ସ୍ନା ଦୁକୂଳବାସିନୀ ବୋଲି କହିଛନ୍ତି ?
Answer:
ଦିଗଙ୍ଗନାମାନଙ୍କୁ

Question 34.
ଜ୍ୟୋତ୍ସ୍ନା ପରିପ୍ଟ ତ ସୃଷ୍ଟି କିପରି ଦେଖାଯାଉଛି ବୋଲି କବି କହିଛନ୍ତି ?
Answer:
ପାରଦ – ଧୌତ ପରି

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 35.
ଦ୍ବୀପ ଓ ଶୈଳମାନଙ୍କର ପ୍ରତିବିମ୍ବରାଜି କେଉଁଠାରେ ସ୍ପଷ୍ଟାକାରେ ଶୋଭାପାଉଛି ?
Answer:
ହ୍ରଦର ଅନ୍ତଃସ୍ଥଳରେ

Question 36.
ଶାନ୍ତିଦେବୀ କାହିଁକି ଲୋକାଳୟ ତ୍ୟାଗ କରିଛନ୍ତି ବୋଲି କବି କହିଛନ୍ତି ?
Answer:
କଳିର ଉପହବ ହେତୁ

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
କବି ପଶେ।ଦେହେ ଆୟୁଷ୍ଟାନ ବୋଲି ……………………… ଙ୍କୁ କହିଛନ୍ତି।
Answer:
କବିସୂର୍ଯ୍ୟ ବଳଦେବ ରଥ

Question 2.
ପ୍ରାଚୀ ଦିଗ କହିଲେ …………………….. ଦିଗକୁ ବୁଝାଯାଏ।
Answer:
ପୂର୍ବ

Question 3.
ଚିଲିକାର ନାଳ ବକ୍ଷରେ ………………..ଅଧ୍ ଷ୍ଠ।ନ କରିଛି ବୋଲି କବି କହିଛନ୍ତି
Answer:
ଗୀତ-ତାନ

Question 4.
ସଙ୍ଗୀତ ଆବେଶରେ ମନ ନାନା ରୂପରେ …………………. ରେ ଚିଚରଣ କରେ।
Answer:
ଅତାନ୍ଦ୍ରିୟ ଦେଶ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 5.
ଧନ୍ୟ ରଥେ। ଏଠାରେ ‘ରଥେ’ ବୋଲି କବି …………………….ଙ୍କୁ ସମ୍ବେ।ଧନ କରିଛନ୍ତି।
Answer:
ବଳଦେବ ରଥ

Question 6.
ସର୍ପମଣ୍ଡିତ ଶିବଙ୍କ ସହିତ କବି ……………………. କୁ ତୁଳନା କରିଛନ୍ତି।
Answer:
ବନଭୂମି

Question 7.
ଚିଲିକା କାବ୍ୟର ପ୍ରଣେତା …………….. ।
Answer:
ରାଧାନାଥ ରାୟ

Question 8.
କରିବାର ରାଧାନାଥ ରାୟ ଆଧୁନିକ ଓଡ଼ିଆ କାବ୍ୟଧାରାର ……………….. ଥିଲେ।
Answer:
ଭିଭି ସଂସ୍ଥାପକ

Question 9.
ଖଣ୍ଡରାକ୍ୟ ‘ଚିଲିକା’ କାନ୍ତିଙ୍କର ଏକ ……………………….. କାବ୍ୟା
Answer:
ପ୍ରକୃତି

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 10.
ମାନଚ୍ଚାବାମାନଙ୍କର ନାବଗୁଡ଼ିକ ……………………. ରେ ଦେଖାଯାତ୍ତଥ୍ ଲା
Answer:
ପୂର୍ବ ଦିଗ୍‌ବଳୟ

Question 11.
ମୀନଜୀବୀମାନଙ୍କ କଣ୍ଠରୁ ……………………. ଗୀତାମୃତ ଭାସି ଆସିଛି ।
Answer:
କବିସୂର୍ଯ୍ୟ

Question 12.
ଦୁଃଖୀମନର ଆଶା ସହିତ କବି ………………………. କୁ ତୁଳନା କରିଛନ୍ତି।
Answer:
ମଶାଲର ଶିଖା

Question 13.
କବି ରାତ୍ରିକାଳରେ …………….. ର ଝଙ୍କାର ଶୁଣିଛନ୍ତି।
Answer:
ଝିଙ୍କାରି

Question 14.
କବି ଚିଲିକାର ସାୟନ୍ତନ ଦୃଶ୍ୟକୁ …………………… ବୋଲି କହିଛନ୍ତି ।
Answer:
ବର୍ଣ୍ଣୋତ୍ସବମୟ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 15.
ଭାଲେରି ଶିଖରରେ………………………. ଦେଖୁ ମୀନଜୀବୀମାନେ ପାଲ ଟେକି ମହାଆନନ୍ଦରେ ଫେରି ଆସନ୍ତି ।
Answer:
ସନ୍ଧ୍ୟାତାରା

Question 16.
ନୌକାରେ ମାଛ ପଡ଼ି ପ୍ରାଣ ଦେବାବେଳେ ତାକୁ ……………………….. ସହିତ କବି ତୁଳନା କରିଛନ୍ତି ।
Answer:
ଅଜ୍ଞାନ

Question 17.
‘ଚିଲିକାରେ ସାୟନ୍ତନ’ କବିତାର କବି …………………….. ସମୟର ଦୃଶ୍ୟ ବର୍ଣ୍ଣନ କରିଛନ୍ତି ।
Answer:
ସକ୍ଷ୍ୟା

Question 18.
କବି …………………..-କୁ ସଂସାରରେ ପାପମୂର୍ତ୍ତି ପରି ବୋଲି କହିଛନ୍ତି ।
Answer:
ମଶାଲ

Question 19.
କବି ଜ୍ୟୋତ୍ସ୍ନା ଦୁକୂଳବାସିନୀ ବୋଲି. …………………… ମାନଙ୍କୁ କହିଛନ୍ତି ।
Answer:
ଦିଗଙ୍ଗନା

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 20.
ଜ୍ୟୋତ୍ସ୍ନା ………………….. ଠାରେ ଜକଜକ ହୋଇ ପ୍ରତିଫଳିତ ହେଉଛି ।
Answer:
ସ୍ମିଗ୍ ଧ ତରୁପତ୍ର

(D) ଠିକ୍ ଉକ୍ତି ପାଇଁ ‘T” ଓ ଭୁଲ୍ ଉକ୍ତି ପାଇଁ ‘F” ଲେଖ ।

1. ‘ଚନ୍ଦ୍ରଚୂଡ଼’ କହିଲେ ଚନ୍ଦ୍ରଙ୍କୁ ବୁଝାଇଥାଏ ।
2. ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିତାଟି ‘ଦରବାର’ କାବ୍ୟର ଅଂଶବିଶେଷ ।
3. ‘ଚିଲିକା’ କାବ୍ୟର ପ୍ରଣେତା ରାଧାନାଥ ରାୟ ।
4. ବଳଦେବ ରଥ ‘କବିସୂର୍ଯ୍ୟ’ ଉପାଧ୍ଧରେ ଭୂଷିତ ହୋଇଥିଲେ ।
5. ‘ବାଗୀଶ୍ଵରୀ’ – କହିଲେ ସରସ୍ଵତୀଙ୍କୁ ବୁଝାଯାଏ ।
6. ମୀନମାନଙ୍କୁ ଆକୃଷ୍ଟ କରିବାକୁ ପୋତପାଳମାନେ ନୌକାରେ ମଶାଲ ଜାଳନ୍ତି ।
7. ‘ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ୍’ – ଏକଥା କବିସୂର୍ଯ୍ୟ ବଳଦେବ ରଥଙ୍କୁ ଲକ୍ଷ୍ୟକରି କୁହାଯାଇଛି ।
8. କଳି ଉପଦ୍ରବ ହେତୁ ଲୋକାଳୟ ତ୍ୟାଗକରି ଶାନ୍ତିଦେବୀ ଅଂଶୁପାରେ ଆଶ୍ରୟ ନେଲେ ବୋଲି କବି କହିଛନ୍ତି ।
9. କବି ବଳଦେବ ରଥଙ୍କୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ।
10. ମୀନମାନେ କୂଅକୁ ଡେଇଁ ପ୍ରାଣ ଦେବେ ବୋଲି କବି କହିଛନ୍ତି ।
11. ନିଶାଗମନରେ ଅବନୀ ନିଶ୍ଚଳ ରୂପ ଧାରଣ କରିଛି ।
12. ଛାୟାମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପଭୂଷିତ ମହାଦେବଙ୍କ ତନୁର ରୂପ ସହିତ ତୁଳନା କରାଯାଇଛି ।
13. ନିଶୀଥୁନୀର ପ୍ରଭାବକୁ ଝିଙ୍କାରି-ଝଙ୍କାର ପ୍ରଚାର କରୁଛି ବୋଲି କବି କହିଛନ୍ତି ।
14. ସାଗର ମଧ୍ୟଭାଗରେ ଶୈଳର ପ୍ରତିବିମ୍ବ ଶୋଭାପାଉଛି ।
15. ଅଜ୍ଞାନ ପାପ ଗର୍ଭରେ ପଡ଼େ ।
Answer:
1. ‘ଚନ୍ଦ୍ରଚୂଡ଼’ କହିଲେ ଚନ୍ଦ୍ରଙ୍କୁ ବୁଝାଇଥାଏ । (F)
2. ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିତାଟି ‘ଦରବାର’ କାବ୍ୟର ଅଂଶବିଶେଷ । (F)
3. ‘ଚିଲିକା’ କାବ୍ୟର ପ୍ରଣେତା ରାଧାନାଥ ରାୟ । (T)
4. ବଳଦେବ ରଥ ‘କବିସୂର୍ଯ୍ୟ’ ଉପାଧ୍ଧରେ ଭୂଷିତ ହୋଇଥିଲେ । (T)
5. ‘ବାଗୀଶ୍ଵରୀ’ – କହିଲେ ସରସ୍ଵତୀଙ୍କୁ ବୁଝାଯାଏ । (T)
6. ମୀନମାନଙ୍କୁ ଆକୃଷ୍ଟ କରିବାକୁ ପୋତପାଳମାନେ ନୌକାରେ ମଶାଲ ଜାଳନ୍ତି । (T)
7. ‘ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ୍’ – ଏକଥା କବିସୂର୍ଯ୍ୟ ବଳଦେବ ରଥଙ୍କୁ ଲକ୍ଷ୍ୟକରି କୁହାଯାଇଛି । (T)
8. କଳି ଉପଦ୍ରବ ହେତୁ ଲୋକାଳୟ ତ୍ୟାଗକରି ଶାନ୍ତିଦେବୀ ଅଂଶୁପାରେ ଆଶ୍ରୟ ନେଲେ ବୋଲି କବି କହିଛନ୍ତି । (F)
9. କବି ବଳଦେବ ରଥଙ୍କୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ।
10. ମୀନମାନେ କୂଅକୁ ଡେଇଁ ପ୍ରାଣ ଦେବେ ବୋଲି କବି କହିଛନ୍ତି । (F)
11. ନିଶାଗମନରେ ଅବନୀ ନିଶ୍ଚଳ ରୂପ ଧାରଣ କରିଛି । (T)
12. ଛାୟାମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପଭୂଷିତ ମହାଦେବଙ୍କ ତନୁର ରୂପ ସହିତ ତୁଳନା କରାଯାଇଛି । (T)
13. ନିଶୀଥୁନୀର ପ୍ରଭାବକୁ ଝିଙ୍କାରି-ଝଙ୍କାର ପ୍ରଚାର କରୁଛି ବୋଲି କବି କହିଛନ୍ତି । (T)
14. ସାଗର ମଧ୍ୟଭାଗରେ ଶୈଳର ପ୍ରତିବିମ୍ବ ଶୋଭାପାଉଛି । (F)
15. ଅଜ୍ଞାନ ପାପ ଗର୍ଭରେ ପଡ଼େ । (T)

(E) ସ୍ତମ୍ଭ ମିଳନ କର ।

Question 1.
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଭ।କେରି ଶିଖରେ
ସମୁଦ୍ର ମହାଶେ
କବିସୂର୍ଯ୍ୟ ବିଚରଣ
ଅତାନ୍ଦ୍ରିୟ ଦେଶେ ମାରାମ୍ କ
ସର୍ଶେ ଗାଣାମୃତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଭ।କେରି ଶିଖରେ
ସମୁଦ୍ର ମହାଶେ
କବିସୂର୍ଯ୍ୟ ଗାଣାମୃତ
ଅତାନ୍ଦ୍ରିୟ ଦେଶେ ବିଚରଣ
ସର୍ଶେ ମାରାମ୍ କ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 2.
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମହୋଲ୍ଲ।ସେ ହାସିନା
ଭାବି ଶୁଭକ୍ଷଶେ
ମଧୁର ଶୁଶାନ
ଗ୍ରାସିଛ ଟେକି
ଜନ୍ମ ଏକଧ୍ୟାନେ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମହୋଲ୍ଲ।ସେ ଟେକି
ଭାବି ଏକଧ୍ୟାନେ
ମଧୁର ହାସିନା
ଗ୍ରାସିଛ ଶୁଶାନ
ଜନ୍ମ ଶୁଭକ୍ଷଶେ

Question 3.
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମସୃଶ ତନୁ
ଚନ୍ଦ୍ରଚୂଡ ଆରେଗେ
ସ୍କର୍ଶେ ହାମିନା
ସଙ୍ଗତ ଉପଳେ
ମଧୁର ମାରାମକ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମସୃଶ ଉପଳେ
ଚନ୍ଦ୍ରଚୂଡ ତନୁ
ସ୍କର୍ଶେ ମାରାମକ
ସଙ୍ଗତ ଆରେଗେ
ମଧୁର ହାମିନା

ସୃଷ୍ଟି ସମ୍ପଦ :

ସାରଳାଯୁଗର ପୁରାଣପ୍ରୀତି, ପଞ୍ଚସଖା ଯୁଗର ଧାର୍ମିକ ଚେତନା ଓ ରୀତିଯୁଗର ପ୍ରଣୟିନୀ ରୂପବିଳାସ; ଏହି ତ୍ରିଧାରାକୁ ମାନସଲୋକରେ ଏକୀଭୂତ କରି ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ, ଆଳଙ୍କାରିକ ଅନୁଶାସନର ଗତାନୁଗତିକ ଭାବଧାରାରେ ଚମକ ସୃଷ୍ଟିକଲେ ଆଧୁନିକ କାବ୍ୟଧାରାର ଭିତ୍ତି ସଂସ୍ଥାପକ କବିବର ରାଧାନାଥ ରାୟ । ରମଣୀୟ ପ୍ରକୃତିର ସୁରମ୍ୟ ଶ୍ୟାମଳ କ୍ରୋଡ଼ରେ, ବାଲେଶ୍ଵର ଜିଲ୍ଲା ସୋର ନିକଟବର୍ତ୍ତୀ କେଦାରପୁର ଗ୍ରାମରେ ପିତା ସୁନ୍ଦର ନାରାୟଣ ଓ ମାତା ତାରିଣୀଦେବୀଙ୍କ କୋଳ ମଣ୍ଡନ କରିଥିଲେ ଏହି ନୂତନ ଯୁଗ ସୃଷ୍ଟିର ଅଧ୍ଵନାୟକ । ବିଶ୍ଵବିଦ୍ୟାଳୟର ଉଚ୍ଚ ଉପାଧ୍ ଧାରଣ କରିନଥିଲେ ମଧ୍ୟ ସ୍ବୀୟ ଅଧ୍ୟବସାୟ ଓ ଗଭୀର ବିଦ୍ୟାନୁରାଗ ଫଳରେ ଇଂରାଜୀ, ସଂସ୍କୃତ, ବଙ୍ଗଳା ବିଶେଷ କରି ଓଡ଼ିଆ ଭାଷାରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରି ବହୁଶାସ୍ତ୍ରଦର୍ଶୀ ପଣ୍ଡିତ ରୂପେ କୃତିତ୍ଵର ଅଧିକାରୀ ହୋଇପାରିଥିଲେ । ଜୀବନର ପ୍ରଜ୍ଞା ଉନ୍ମେଷ କାଳରୁ ସମସ୍ତ ଉଜ୍ଜ୍ବଳ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ରାଧାନାଥ ବାଲେଶ୍ଵର ଜିଲ୍ଲା ସ୍କୁଲର ତୃତୀୟ ଶିକ୍ଷକ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ନିଜର ଦକ୍ଷତା ତଥା ନିଷ୍ଠାପର ଅଧ୍ୟବସାୟ ବଳରେ ଉତ୍ତରୋତ୍ତର ଉନ୍ନତି

ପଥରେ ଅଗ୍ରସର ହୋଇ ସେ ଅବଶେଷରେ ବଙ୍ଗ-ବିହାର-ଓଡ଼ିଶା ବିଦ୍ୟାଳୟସମୂହର ସର୍ବୋଚ୍ଚ ପଦବୀ ସ୍କୁଲ ଇନିସ୍ପେକ୍ଟର ରୂପେ ଅଧ୍ଵଷ୍ଠିତ ହୋଇଥଲେ । ଉଚ୍ଚାଭିଳାଷୀ ରାଧାନାଥ ଆଜୀବନ ରୁଗ୍‌ଣ ଶରୀରରେ ଦାରୁଣ ରୋଗ ଯନ୍ତ୍ରଣା ତଥା ମାନସିକ ଦୁଶ୍ଚିନ୍ତାରେ ମ୍ୟୁହମାନ ହେଲେହେଁ ତାଙ୍କ କାବ୍ୟଚର୍ଚ୍ଚାର ପରିସର ଉତ୍ତରୋଭର ଶ୍ରୀବୃଦ୍ଧି ଲାଭ କରିଥିଲା । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭାଷାରେ ବିଦ୍‌ବତ୍ତା ଅର୍ଜନ କରି କବି ରାଧାନାଥ ମଧ୍ୟଯୁଗୀୟ ସୃଷ୍ଟି ଆଦର୍ଶ ଭିତରେ ଏକ ନୂତନ ଆଦର୍ଶର ଚମକ ସୃଷ୍ଟି କରିଥିଲେ । ପ୍ରଜ୍ଞାଦୀପ୍ତ ହୃଦୟ ନେଇ ପ୍ରାଚ୍ୟ ବିଷୟର ଉପାଦାନମାନଙ୍କୁ ପାଶ୍ଚାତ୍ୟ ରୀତିରେ ପରିବେଷଣ କରି ଚର୍ଚ୍ଚିତ ହୋଇଥିଲେ ସେ ।

ତାଙ୍କ କବିକୀର୍ତ୍ତିର ଗୌରବାବହ କୃତି ମଧ୍ୟରେ ‘କେଦାରଗୌରୀ’, ‘ନନ୍ଦିକେଶ୍ୱରୀ’, ‘ଉଷା’, ‘ପାର୍ବତୀ’, ‘ଚନ୍ଦ୍ରଭାଗା’, ‘ଉର୍ବଶୀ’, ‘ଚିଲିକା’, ‘ମହାଯାତ୍ରା’ ଆଦି କାବ୍ୟସମୂହ, ‘ମେଘଦୂତ’ ଓ ‘ତୁଳସୀ ସ୍ତବକ’ ପରି ଅନୁବାଦ ସାହିତ୍ୟ, ‘ବିବେକୀ’ ଓ ‘ଇତାଲୀୟ ଯୁବା’ ପରି ଗଦ୍ୟ ସାହିତ୍ୟ ଆଦି ରାଧାନାଥଙ୍କ ବହୁପାଠିତା, ପାଣ୍ଡିତ୍ୟ ଓ କବିତ୍ଵର ଉଚ୍ଚକୋଟୀର ନିଦର୍ଶନ । ଏତଦ୍‌ଭିନ୍ନ କବିଙ୍କ ‘ସର୍ବେଷା ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ’’ (ଭାରତ ସ୍ମରଣୀୟ ଗୀତିକା) କବିଙ୍କ ସଂସ୍କୃତ ଗୀତି ପ୍ରତିଭାର ଅପୂର୍ବ ସ୍ବାକ୍ଷର ବହନ କରେ । ଦୁର୍ବୋଧ ଶାବ୍ଦିକ ବୈଭବ ଓ ଆଳଙ୍କାରିକ ଆଟୋପ ମଧ୍ୟରେ ସାଧାରଣ ପାଠକବର୍ଗଙ୍କଦ୍ୱାରା ସମାଲୋଚିତ ରୀତିଯୁଗୀୟ କାବ୍ୟଚେତନାରେ ପରିବର୍ତ୍ତନ ତୋଳି ରାଧାନାଥଙ୍କ ସୃଷ୍ଟିସମୂହ ଜନଜୀବନସ୍ପର୍ଶୀ ତଥା ସୁଖପାଠ୍ୟ ହୋଇପାରିଥିଲା । ଭକ୍ତକବି ମଧୁସୂଦନ ରାଓ କବିଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାରେ ବିମୁଗ୍ଧ ହୋଇ କହିଛନ୍ତି-

ତ୍ତତ୍କଳ – ନିସର୍ଗ – ଲକ୍ଷ୍ମୀ ଦେବା ପୁରୋହିତ
ଲଳିତ-କବିତା ଶିଳ୍ପୀ ରସଜ୍ଞ ପଣ୍ଡିତ ।
ଗରିମା ମହିମା ସର୍ବ ଉତ୍କଳ ଧାମର
ନବ ବର୍ଷେ ବର୍ଷିଅଛ କବି ଚିତ୍ରକର ।’’

ସ୍ଥଙ୍କନା ଭିମୁଖ୍ୟ

ଓଡ଼ିଆ ସାହିତ୍ୟରେ ରାଧାନାଥ ରାୟ ଆଧୁନିକ ଯୁଗର ପ୍ରବର୍ତ୍ତକ ଭାବେ ସୁବିଦିତ । ନୂତନ ଭାବ ଓ କଥାବସ୍ତୁ ବ୍ୟବହାର କରି, ପାଶ୍ଚାତ୍ୟ ସାହିତ୍ୟ ଓ ସଭ୍ୟତାରୁ ବିଷୟବସ୍ତୁ ସଂଗ୍ରହ କରି ସେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରି ଯାଇଛନ୍ତି । ପ୍ରକୃତି ଚିତ୍ରଣ, ଜାତୀୟତାଭାବ, ମୃତ୍ୟୁ ସଚେତନତା ଓ ବିଦୁପାତ୍ମକ ଦୃଷ୍ଟିଭଙ୍ଗୀରେ କବିଙ୍କର ମୌଳିକତା ସ୍ପଷ୍ଟ । ପ୍ରାଚ୍ୟ କାବ୍ୟ ପରମ୍ପରା ମିଳନାନ୍ତକ ହୋଇଥିବାବେଳେ ରାଧାନାଥଙ୍କ ସମସ୍ତ କାବ୍ୟ ହୋଇଛି ବିୟୋଗାନ୍ତକ । ‘ଚିଲିକା’ ଏକ ଖଣ୍ଡକାବ୍ୟ

କବିତାର ପୃଷ୍ଠଭୂମି

ରାଧାନାଥଙ୍କ ଅମ୍ଳାନ ସାରସ୍ଵତ କୃତି ଖଣ୍ଡକାବ୍ୟ ‘ଚିଲିକା’ର ସୃଷ୍ଟି ୧୮୯୨ ମସିହାରେ । ‘ଚିଲିକା’ କାବ୍ୟ ପ୍ରକୃତି ଉପରେ ସମ୍ପୂର୍ଣ୍ଣ ରୂପେ ଆଧାରିତ ହେଲେହେଁ ଏଥରେ ପ୍ରକାରାନ୍ତରେ ଉତ୍କଳର କେତେକ ପ୍ରାଚୀନ କିମ୍ବଦନ୍ତୀ, ଉତ୍କଳ ସାହିତ୍ୟର ଦୁରବସ୍ଥା ତଥା କବିଙ୍କ ଜୀବନଦର୍ଶନ ପ୍ରକାଶ ପାଇଛି । ମୁଖ୍ୟତଃ ‘ଚିଲିକା’ କାବ୍ୟ କବିଙ୍କ ପାଇଁ ସୌନ୍ଦର୍ଯ୍ୟ ଉନ୍ନୀତ କରାଇଛନ୍ତି । ଚିଲିକାର ସୌନ୍ଦର୍ଯ୍ୟକୁ କବି ଭାରତର ବିଭିନ୍ନ ସ୍ଥାନର ପ୍ରାକୃତିକ ଦୃଶ୍ୟ ସହିତ ତୁଳନା ଆନନ୍ଦଧାର୍ମକୁ ଉନ୍ନୀତ କରାଇଛନ୍ତି। ଚିଲିକାର ସୌନ୍ଦର୍ଯ୍ୟକୁ କବି ଭାରତର ବିଭିନ୍ନ ସ୍ଥାନର ପ୍ରାକୃତିକ ଦୃଶ୍ୟ ସହିତ ତୁଳନା ସ୍ଵର୍ଗୀୟ, ଚିର ଶାଶ୍ଵତ। ତାଙ୍କ ଭାଷାରେ

‘‘ଆହା ଏ ଶୋଭାର କାହିଁ ପଟାନ୍ତର ?
ଥିଲେ ଥ‌ିବ ସ୍ଵର୍ଗେ ମର୍ତ୍ତ୍ୟ ଅଗୋଚର ।
ପାଶୋରିବ ଦେଖି କହ କେହୁ ଜନ
ଏ ଶୋକ ପାଶୋରା ଅପ୍‌ସରା ଭୁବନ ।’’

ଚିଲିକା କେବଳ ପ୍ରକୃତିର ଏକ ଚିତ୍ରପୁରୀ ନୁହେଁ, ମନୋଜ୍ଞ ସୃଷ୍ଟିରେ ସେ ହେଉଛି ଚାରୁ ଆଲେଖ୍ୟଶାଳିକା । ପ୍ରକୃତିର ଗନ୍ତାଘର ସେ । ପ୍ରକୃତିର ଜଣେ ଚିହ୍ନରା ଗ୍ରାହକ ଭାବେ କବି ଚିଲିକାର ସୌନ୍ଦର୍ଯ୍ୟକୁ ଆକଣ୍ଠ ପାନ କରି ତା’ର ରମଣୀୟତାକୁ ଆହୁରି ମାଧୁର୍ଯ୍ୟବନ୍ତ କରିଛନ୍ତି । ତାଙ୍କ ଲେଖନୀରେ ଚିଲିକା ସତେଯେପରି ସଞ୍ଜୀବନୀ ମନ୍ତ୍ରରେ ନବଜୀବନ ଲାଭକରିଛି । ଅପରୂପା ଲାବଣ୍ୟବତୀ ଚିଲିକା କବିଙ୍କ ଶିଳ୍ପୀ ହାତସ୍ପର୍ଶରେ ମହିମାନ୍ବିତ ହୋଇଉଠିଛି । ସୌନ୍ଦର୍ଯ୍ୟପିପାସୁ ପ୍ରାଣରେ ରୂପତୃଷ୍ଣାର ଅନ୍ତ ନଥାଏ । କବିଙ୍କ କାବ୍ୟନାୟିକା ଚିଲିକା ସଦା ହାସ୍ୟମୟୀ, ଛନ୍ଦୋମୟୀ ତଥା ଚଳଚପଳମୟୀ ।

ପ୍ରଭାତ, ମଧ୍ୟାହ୍ନ, ସାୟନ୍ତନ ସବୁ ସମୟରେ ତା’ର ରୂପମାଧୁରୀ କବିଙ୍କୁ କରିଛି ଆତ୍ମହରା । ଆଲୋଚ୍ୟ କବିତାରେ କବି ଗୋଧୂଳିରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚିଲିକା ବକ୍ଷରେ ପରିଦୃଷ୍ଟ ଦୃଶ୍ୟାବଳୀ ଉପସ୍ଥାପନ କରିବାକୁ ଯାଇ ଉତ୍କଳର ଅନ୍ୟତମ ବରପୁତ୍ର କବିସୂର୍ଯ୍ୟ ଚଳଦେବ ରଥଙ୍କ ଯଶୋଗାନରେ ହୋଇଉଠିଛିନ୍ତି ଗରଜିହ୍ୱ ସାକ୍ଷ୍ୟକାଳାନ ଚିଲିକାର ମନୋରମ ଦୃଶ୍ୟରାଜି କବିଙ୍କୁ କରିଛି ଆତ୍ମହରା । ଏତଦ୍‌ଭିନ୍ନ ମତ୍ସ୍ୟଜୀବୀମାନଙ୍କ କଣ୍ଠରେ କବିସୂର୍ଯ୍ୟଙ୍କ ସଙ୍ଗୀତର ମୂହଁନା, କବିଙ୍କ ହୃଦୟରେ ଅଙ୍କୁରିତ ଜାତୀୟତା ଭାବନାର ଉଦ୍‌ବେଳନ, ଜୀବନ ସ୍ରୋତସ୍ଵିନୀର ସୁଖ, ଦୁଃଖ ସମ ପାର୍ଶ୍ଵଦ୍ଵୟର ଅନୁଶୀଳନ, ସର୍ବୋପରି କବିଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟପିପାସା କବିତାର ଅନ୍ତଃସ୍ବର ।

କବିତାର ମର୍ମବାଶା

ବିଳମ୍ବିତ ଗୋଧୂଳିରେ ବାରୁଣୀ ଗଗନର ରକ୍ତିମ ଆଭା ଚିଲିକାର ସ୍ଫଟିକ ସ୍ୱଚ୍ଛ ଜଳଦର୍ପଣରେ କ୍ରମଶଃ ନିଷ୍ପ୍ରଭ ହୋଇ ଆସୁଥିଲା । ଚିଲିକାର ପୂର୍ବ ପାର୍ଶ୍ଵ ସମୁଦ୍ର ମୁହାଣରୁ ମତ୍ସ୍ୟଜୀବୀମାନେ ଆନନ୍ଦ ମନରେ ଫେରିଆସୁଥିଲେ ମସ୍ଥ୍ୟପୂର୍ଣ୍ଣ ନାଗମାନ ଧରି। କାହିଁ କେତେ ଦୂରରୁ ସେମାନଙ୍କ ନୌକାମାନ ଛାୟାସମ ପ୍ରତୀୟମାନ ହେଉଥିଲା । ଜୀବନ ଜୀବିକା ପାଇଁ ସମୁଦ୍ର ମୁହାଣକୁ ନୌକା ନେଇ ମାଛଧରିବା ଥିଲା ସେମାନଙ୍କ ନିତ୍ୟନୈମିତ୍ତିକ କର୍ମ । ସୁଲୁସୁଲୁ ପୂବେଇ ପବନରେ ପାଲଟଣା ନୌକାମାନ ହଲି ଦୋହଲି ଫେରି ଅସୁଥୁଲେ କୂଳକୁ । ଭାଲେରୀ ପାହାଡ଼ ଚୂଡ଼ା ଉପରେ ଆକାଶରେ ଦୃଶ୍ୟମାନ ହେଉଥିଲା ସନ୍ଧ୍ୟାତାରା !

ମତ୍ସ୍ୟଜୀବୀମାନଙ୍କ ମନର ଉଲ୍ଲାସ ସ୍ପଷ୍ଟ ବାରି ହୋଇପଡୁଥିଲା ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତର ସଙ୍ଗୀତ ମୂର୍ଦ୍ଧନାରୁ । ସେହି ସଙ୍ଗୀତର ସୁରଲହରୀ ସମୀର ସଞ୍ଚାଳିତ ହୋଇ ଚିଲିକା ବକ୍ଷରେ ପ୍ରତିଧ୍ଵନିତ ହେଉଥିଲା । ଉଲ୍ଲାସର ଆତ୍ମା ସମ ସେହି ଗୀତ ତାନର ପ୍ରତିଧ୍ଵନି ସମଗ୍ର ହ୍ରଦର ସୁନୀଳ ବକ୍ଷରେ ବିରାଜମାନ କରି କବିଙ୍କୁ କରୁଥିଲା ଆମୋଦିତ । ଚନ୍ଦ୍ରମାର ରଜତଶୁଭ୍ର ଜ୍ୟୋତିରାଶିର ଝଲକରେ ଚିଲିକା ବକ୍ଷ ହୋଇଉଠୁଥିଲା ଉଦ୍ଭାସିତ । କବିଙ୍କୁ ପ୍ରତୀତ ହେଉଥିଲା ସତେ ଯେପରି ଲାବଣ୍ୟମୟୀ ଦେବୀ ଦିଗଙ୍ଗନା ଜ୍ୟୋତ୍ସ୍ନାରୂପକ ପାଟବସ୍ତ୍ର ପରିହିଡ଼ା ହୋଇ ସ୍ମିତହାସ୍ୟ ବଦନରେ ବିରାଜମାନ । କବିଙ୍କ ଭାଷାରେ-

ଦିଗଙ୍ଗନା ଜ୍ୟୋତ୍ସ୍ନା-ଦୁକୂଳ-ବାସିନୀ ।’’
ଦିଗଙ୍ଗନା ଜ୍ୟୋତ୍ସ୍ନା-ଦୁକୂଳ-ବାସିନୀ ।’’

ମତ୍ସ୍ୟଜୀବୀଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୂ –
‘ଗଲାଣି ତ ଗଲା କଥାରେ ସଙ୍ଗାତ
ଗଲାଣି ତ ଗଲା କଥା
ଗୁପତେ ସିନା ମୁଁ ତୋତେ ପଚାରିଲି
ବଳି ପଡ଼ିବାରୁ ବ୍ୟଥା ।’’

କବି ଭାବନାର ପଟ୍ଟ ପରିବର୍ତ୍ତନ କରିଛି । ସଙ୍ଗୀତର ସେହି ମନମତାଣିଆ ସ୍ଵର ବିତାନ ଓ ରଚନାର ଭାବଗାମ୍ଭୀର୍ଯ୍ୟ କବିଙ୍କୁ ଅତୀନ୍ଦ୍ରିୟ ରାଜ୍ୟକୁ ଟାଣି ନେଇଛି । କବି ଆତ୍ମବିସ୍ମୃତ ହୋଇ ଉଠିଛନ୍ତି ଓ ସେହି ଅପ୍ରାକୃତ ପ୍ରେମମୂର୍ତ୍ତିଙ୍କଠାରେ ମଥାନତ ପୂର୍ବକ ଭକ୍ତିପୂତ କୃତାଞ୍ଜଳି ନିବେଦନ କରିଛନ୍ତି । ଯାହାଙ୍କ ଆଜ୍ଞାରେ ବାଗ୍‌ଦେବୀ ସରସ୍ଵତୀ କବିମାନସରେ ରଚନା କରନ୍ତି ତାଙ୍କର ଅମୃତଲୀଳା, ସେହି ପରଂବ୍ରହ୍ମ ପରାତ୍ପରଙ୍କ ସାନ୍ନିଧ୍ୟ ଲାଭ ଆଶାରେ ଅଲକ୍ଷ୍ୟରେ କବିଙ୍କ ଆତ୍ମା ଶୂନ୍ୟ ଶୂନ୍ୟଭାସିଯାଇଛି । କବିସୂର୍ଯ୍ୟଙ୍କ କାଳଜୟୀ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଲଳିତ ମଧୁର ପଦାବଳୀକୁ ଶ୍ରବଣ କରି କବି ଆହ୍ଲାଦିତ ହୋଇଛନ୍ତି । ତାଙ୍କ ଅମ୍ଳାନ ପ୍ରତିଭାର ଭୂୟସୀ ପ୍ରଶଂସାରେ ଶତଜିହ୍ଵା ହୋଇ କବି ଗାଇ ଉଠିଛନ୍ତି-

‘ଧନ୍ୟ ରଥେ ! ତୁମ୍ଭ ଜନ୍ମ ଶୁଭକ୍ଷଣେ
ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳଭୁବନେ ।’’

କବିସୂର୍ଯ୍ୟଙ୍କ ପାର୍ଥିବ ଶରୀର ମାଟିରେ ମିଶିଯାଇଥିଲେ ମଧ୍ୟ ତାଙ୍କ ସୃଷ୍ଟ ବିଦଗ୍ଧ ସାରସ୍ଵତ ସମ୍ଭାର ପାଇଁ ସେ ଚିର ଯଶସ୍ୱୀ ହୋଇ ପାଠକ ହୃଦୟରେ ଯେ ଚିର ଆୟୁଷ୍ମାନ ରହିବେ ବୋଲି କବି ରାଧାନାଥ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି । କବିସୂର୍ଯ୍ୟ ବଳଦେବଙ୍କ ସୁମହାନ୍ ସାରସ୍ଵତ କୀର୍ତ୍ତିର ମହିମା ଗାନ କରି କବି ସ୍ଵମହନୀୟତାର ପରିଚୟ ପ୍ରଦାନ କରିଛନ୍ତି ।

ଚିଲିକା ବକ୍ଷସ୍ଥ ଭାସମାନ ନୌକା ଉପରେ ମତ୍ସ୍ୟଜୀବୀମାନଙ୍କଦ୍ଵାରା ପ୍ରଜ୍ଵଳିତ ମଶାଲର ଶିଖା କବିଙ୍କ ଦୃଷ୍ଟି ଆକର୍ଷଣ କରିଛି ରାତ୍ରିକାଳରେ ହ୍ରଦରୁ ମାଛ ଧରିବାପାଇଁ ସେମାନଙ୍କର ଏହା ଏକ ଅଭିନବ କୌଶଳ । ଜ୍ଵଳନ୍ତ ମଶାଲର ଲେଲିହାନ ଶିଖାଦ୍ବାରା ଆକର୍ଷିତ ହୋଇ ମାଛମାନେ ନୌକା ମଧ୍ୟକୁ ଲମ୍ଫ ଦେଇଥାଆନ୍ତି । ବିନା କଷ୍ଟରେ ମତ୍ସ୍ୟ ସଂଗ୍ରହ କରିବାର ଏହି ଦୃଶ୍ୟ ଦର୍ଶନ କରି କବି ମାନବ ଜୀବନର ଏକ ସାଧାରଣ ଦୁର୍ବଳତା ଉପରେ ଆଧାରିତ ସତ୍ୟକୁ ଆବିଷ୍କାର କରିଛନ୍ତି ।ମଶାଲ ଅଗ୍ନିର ରଙ୍ଗ ରୂପରେ ଆକର୍ଷିତ ହୋଇ ମୀନ ଯେପରି ମୃତ୍ୟୁକୁ ଆମନ୍ତ୍ରଣ କରେ, ସେହିପରି ଏହି ସଂସାର ସାଗରରେ ରମ୍ୟ ମୂର୍ତ୍ତି ଧାରଣ କରି ପାପାଗ୍ନି ଅଜ୍ଞାନ ମଣିଷକୁ ଆକର୍ଷଣ କରିଥାଏ । ସେହି ମନମୋହକାରୀ ରୂପରେ ଆକର୍ଷିତ ହୋଇ ସେ ପାପଗର୍ଭରେ ପତିତ ହୁଏ ଏବଂ ଅବିଳମ୍ବେ ଯନ୍ତ୍ରଣାରେ ଜର୍ଜରିତ ହୋଇ ପ୍ରାଣପାତ କରିଥାଏ । କବିଙ୍କ ଭାଷାରେ

“ପାପ – ଗର୍ଭେ ଯେହ୍ନେ ପଢ଼ଇ ଅଜ୍ଞାନ
ତରୀ-ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ।’’

ତରଙ୍ଗୟିତ ସୂନାଳ ଜଳରାଶି ଉପରେ ଭାସମାନ ନୌକାମାନଙ୍କରି ସମତଳରେ ଉତଥାନ ପତନ ହେତୁ ମଶାଲ ଶିଖା କେତେବେଳେ ସ୍ପଷ୍ଟ ହୋଇଉଠୁଥୁଲା ତ ପୁଣି କେତେବେଳେ ଅନ୍ତର୍ହିତ ହେଲାପରି ପ୍ରତୀୟମାନ ହେଉଥିଲା । ଏହି ଦୃଶ୍ୟକୁ ଲକ୍ଷ୍ୟକରି କବି କହିଛନ୍ତି – ଯେପରି ଦୁଃଖୀଜନ ଅନ୍ତରରେ କେବେ କେବେ ଆଶାର ଆଲୋକ ଝଲସି ଉଠେ; ପୁଣି ତାହା ସମ୍ପୂର୍ଣ୍ଣ ନିର୍ବାପିତ ହୋଇ ତାକୁ ନୈରାଶ୍ୟ ମଧ୍ୟକୁ ଠେଲିଦିଏ, ବିଳମ୍ବିତ ସନ୍ଧ୍ୟାରେ ରାତ୍ରିର ନିବିଡ଼ତା ଯେତେ ବଢ଼ି ଚାଲିଥାଏ, ଚିଲିକା ମଧ୍ୟରେ ଜନକୋଳାହଳ ଅନୁରୂପ ଭାବେ କମିବାରେ ଲାଗେ । କ୍ରମଶଃ ନୀରବତା ବଢ଼ିବାକୁ ଆରମ୍ଭ କରେ ।

ଚନ୍ଦ୍ରମାର ରଜତ କିରଣ ଜଳ, ସ୍ଥଳ ଓ ଆକାଶରେ ତା’ର ସମ୍ପୂର୍ଣ ରାଜୁତି ବିସ୍ତାର କରେ । ରାକା ରଜନୀର ଶୁଭ୍ରଜ୍ୟୋସ୍ନାରେ ସମଗ୍ର ସୃଷ୍ଟି ପାରଦଧୌତ ହେଲାପରି ସ୍ପଷ୍ଟ ପ୍ରତିଭାତ ହୁଏ । ଜ୍ୟୋତ୍ସ୍ନାଲୋକରେ ଚିଲିକା ଗର୍ଭସ୍ଥ ଦ୍ବୀପ ଓ ତଦୁପରି ଶୈଳରାଜି ସ୍ଵଚ୍ଛ ଜଳଦର୍ପଣରେ ପ୍ରତିବିମ୍ବିତ ହୋଇ ଅନିର୍ବଚନୀୟ ଶୋଭା ଧାରଣ କରନ୍ତି । ହ୍ରଦ ମଧ୍ୟସ୍ଥ ଗିରି-ବନ, ଶୈଳ-ଶିଖର କ୍ଷୀରସିନ୍ଧୁ ସହୋଦର ଜ୍ୟୋତ୍ସ୍ନାର୍ଣ୍ଣବରେ ଭାସମାନ ଥିବାର ଭ୍ରମ ସୃଷ୍ଟି କରନ୍ତି । ମସୃଣ ପ୍ରସ୍ତର ଓ କୋମଳ ସ୍ନିଗ୍ଧ ପତ୍ରାବଳୀ ଉପରେ ଜ୍ୟୋତ୍ସ୍ନାଲୋକର ପ୍ରତିଫଳନ ଝଟକି ଉଠେ । ପାର୍ଶ୍ଵଦେଶର ବନସ୍ଥଳୀରେ ଛାୟା, ଆଲୋକର ଯୁଗଳବନ୍ଦୀ ସର୍ପବେଷ୍ଟିତ ମହାଯୋଗୀ ଯୋଗମଗ୍ନ ମହେଶ୍ଵରଙ୍କ ରୁଦ୍ର ସୁନ୍ଦର ବିଶାଳ ବପୁର ଭ୍ରମ ସୃଷ୍ଟି କରେ । କବିଙ୍କ ଭାଷାରେ-

‘‘ସର୍ପେ ଚିତ୍ର ଚନ୍ଦ୍ରଚୂଡ଼-ତନୁ ଭଳି
ଛାୟା-ମିଶ୍ର-କରେ ଶୋଭେ ବନସ୍ଥଳୀ ।’’

କେବଳ ଦୂରରୁ ଭାସି ଆସୁଥ‌ିବା ନିର୍ଝରର କଳନାଦ ଓ ଝିଙ୍କାରିର ଝଙ୍କାର ଘନ ନିଶିଥୁନୀର ସୂଚନା ପ୍ରଦାନ କରିଥାଏ । ଏହି ପରିବେଶରେ କବିଙ୍କୁ ପ୍ରତୀତ ହୋଇଥିଲା ସତେଯେପରି କଳିକଳୁଷ ଉପଦ୍ରବରେ ଅତିଷ୍ଠ ହୋଇ ‘ଶାନ୍ତିଦେବୀ’ ଲୋକାଳୟ ତ୍ୟାଗକରି ଜନକୋଳାହଳ ଶୂନ୍ୟ ସେହି ସ୍ଥାନକୁ ନିରାପଦ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଛନ୍ତି । ଶେଷରେ ଉତ୍କଳଲକ୍ଷ୍ମୀଙ୍କ ବିଳାସ ସରୋବର, ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ସସ୍ନେହ ସମ୍ବୋଧନ କରି ବଙ୍ଗୋତ୍ସବମୟ ସାୟନ୍ତନ ଦୃଶ୍ୟ ବର୍ଣ୍ଣନାକୁ ବିରାମ ଦେଇଛନ୍ତି କବି । ତାଙ୍କ ଭାଷାରେ-

‘ଚିଲିକା ! ତୋହର ଏହି ଶୋଭାବନ
ବର୍ଷେତ୍ସବମୟ ଦୃଶ୍ୟ ସାୟନ୍ତନ ।’’

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

କଠିନ ଶବ୍ଦାର୍ଥ ଓ ଟିପ୍ପଣୀ

  • ପାୟନ୍ତନ – ପକ୍ଷ୍ୟକାଳ
  • ପ୍ରାଚୀ – ପୂର୍ବଦିଗ
  • ମାନଜାବା – ଚ୍ଚଳଭ।ଗରୁ ମାଛଧରି ଓ ବିକ୍ରୟ କରି ଜାବିକା ନିର୍ବାହ କରୁଥିବା ବ୍ୟକ୍ତି
  • ଠାରେ ଠାରେ – ଣ୍ଠାନେ ଣ୍ଠାନେ
  • ଛାୟାକାରେ – ଛାର ଆକାରରେ ବା ଅସୃଷ୍ଟ ରୂପେ ଦେଖାଯିବା
  • ଭାଲେରି – ଚିଲିକା ମଧ୍ୟସ୍ଥି ଏକ ପାହାଡର ନାମ
  • ସମୁଦ୍ର ମୁହାଣ – ନଦା ଓ ସମୁଦ୍ରର ମିଳନ ସ୍ଥଳ
  • ପଟିକା – ପାଲ
  • ମହୋଲ୍ଲାସେ – ଖୁବ୍ ଆନନ୍ଦରେ
  • କରିମର୍ଯ୍ୟ – କରିସୂର୍ଯ୍ୟ ତଳଦେବ ରଥ
  • ଗାତୀମୃତ – ଅମୃତ ତୁଲ୍ୟ ମଧୁର ଗାତ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚର୍ମ ଓଡିଆ ସାହିତ୍ୟରେ ଏକ କାଳଜୟ। ବିଦଗ୍ଧ ସାରସ୍ଵତ ସୃଷ୍ଟି
  • ମାରୁତ – ବାୟୁ/ ପବନ
  • ବିଗଙ୍ଗନା – ଭିରମାଳିକା ଦେବା
  • ଗାତ ତାନ – ଗାତର ଧୁନି (ସ୍ଵର)
  • ଅଧିଷ୍ଠାନ – ଅବସ୍ଥିତି
  • ଦୁକୂଳ – ପାଗଲୁଗା
  • ଆଚାନ୍ଦ୍ରିୟ – ଇନ୍ଦ୍ରିୟମାନଙ୍କୁ ଅତିକ୍ରମ କରି ଇନ୍ଦ୍ରି ୟାତୀତ, ଇନ୍ଦ୍ରିୟର ଅଗୋଚର, ଚକ୍ଷୁ, କର୍ଣ୍ଣ ପ୍ରଭୃତିଦ୍ଵାରା ଯାହା ଜ।ଶି ହୁଏ ନାହିଁ।
  • ଗଲାଶି ତ ଗଲା କଥାରେ ସଙ୍ଗୀତ – କରିସୂର୍ଯ୍ୟ ଚଳାଦେବ ରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ର ଏକ ପଦ୍ୟାଶ । ଏହି ଚମ୍ପୂ ଆଦ୍ୟ ‘ଗ’ ବର୍ଣ୍ଣ ନିୟମରେ ରଚିତ ଚଉପଦୀ ।
  • ବାପାଶ୍ଵରା – ସରସ୍ଵତୀ
  • ମୃତ୍ୟୁଞ୍ଜୟ – ମୃତୁତ୍ୟୁକୁ ଯେ ଜୟ କରିଛି
  • ଯଶୋଦହେ – ଯଶସ୍ଵା ଶରୀରରେ
  • ଆରେଶେ – ଆଦେଶରେ/ବିହ୍ଵଳରେ
  • ପୋତପାଳ – ନାବିକ/ନୌକାଚାଳକ
  • ତରଣ। – ନୌକା
  • ବିଚରଣ – ବୁଲିବା
  • ମଶାଲ – ନିଆଁହୁଳା
  • ପାପଗର୍ତ୍ତ – ପାପ ରୂପକ ଖାଲରେ
  • ନିରର୍ତ୍ତି – ରଞ୍ଚ ନ ପାରିବ।
  • ଜ୍ଜ୍ୟୋତ୍ସାପରିପ୍ପୁତ – ଚନ୍ଦ୍ର କାରଣରେ ଜୁଡୁବୁଡୁ
  • କ୍ଷାରୋଦ – କ୍ଷାର ସମୁଦ୍ର
  • ମସ୍ତଶ – ଚିକକଶ
  • ଉପଳ – ଚାଲିଗରଢ଼ା/ପଥରଖଣ୍ତ
  • ଚନ୍ଦ୍ରଚୂଡ଼ – ମହାଦେବ
  • ନିଶ୍ରଥନା – ରାତ୍ରି
  • ଲୋକାଳୟ – ଗ୍ରାମ/ଜନପଦ
  • ଅର୍ଣ୍ଣବ – ସମୁଦ୍ର
  • ନାସି – ପବିତ ବା ସ୍ଥଳଭାଗ ଯାହା ସମୁଦ୍ର ମଧ୍ୟକୁ ପଶିଥାଏ
  • ବିଶଦ – ଶୁଭ୍ର/ନିର୍ମଳ/ସୃଷ୍ଠ ଭାବେ ଦୃଶ୍ୟମାନ
  • ସ୍ନିଗ୍ଧ – ଚିକ୍ କଶ/ କୋମଳ/ମଧୁର/ସୁନ୍ଦର
  • ଶୋଭବନ – ସୁନ୍ଦର
  • ପାୟନ୍ତ୍ରନ – ସନ୍ଧ୍ୟାକଳାନ