BSE Odisha 10th Class History Solutions Chapter 16 ସାମାଜିକ ବିକାଶ

Odisha State Board BSE Odisha 10th Class History Solutions Chapter 16 ସାମାଜିକ ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 16 ସାମାଜିକ ବିକାଶ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସାମାଜିକ ଶୋଷଣରୁ ମୁକ୍ତ କରିବାପାଇଁ କି କି ପଦକ୍ଷେପମାନ ନିଆଯାଇଛି ?
Answer:

  • ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସାମାଜିକ ଶୋଷଣରୁ ମୁକ୍ତ କରିବାପାଇଁ ୧୯୪୭ ମସିହାରେ ଏକ ଆଇନ ପ୍ରଣୀତ ହୋଇ ସ୍ଥିର କରାଗଲା ଯେ ଅଣଆଦିବାସୀମାନେ ଆଦିବାସୀମାନଙ୍କ ଜମି କୌଣସି ଆଳରେ ଜବରଦଖଲ କରିପାରିବେ ନାହିଁ ।
  • ସ୍ଵତନ୍ତ୍ର ସରକାରୀ ଅଧିକାରୀଙ୍କୁ ନିୟୋଜନ କରାଯାଇ ଆଦିବାସୀମାନଙ୍କଠାରୁ ଅଣଆଦିବାସୀମାନେ ନେଇଥ‌ିବା ଜମି ଚିହ୍ନଟ କରାଗଲା ଓ ସେମାନଙ୍କୁ ସେସବୁ ଜମି ଫେରାଇ ଦିଆଗଲା ।
  • ସେମାନଙ୍କର ପାରିବାରିକ ଅର୍ଥନୀତିକୁ ସୁଧାରିବାପାଇଁ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଗଲା ।
  • କାମଧନ୍ଦା ପାଇଁ ସେମାନଙ୍କୁ ବଳ, କୃଷି ଉପକରଣ, ଚରଖା ଇତ୍ୟାଦି ଯୋଗାଇ ଦିଆଗଲା I ପୋଡୁଚାଷକୁ ନିରୁତ୍ସାହିତ କରାଗଲା ଓ ନିୟମିତ କୃଷି ପାଇଁ ପ୍ରେ. ସାହିତ କରାଗଲା ।
  • ୧୯୪୯ ମସିହାର ଅପରାଧୀ ଜନଜାତି ଆଇନ ଭଳି ଅଗଣତାନ୍ତ୍ରିକ ବିଧ୍ ବ୍ୟବସ୍ଥାକୁ ରଦ୍ଦକରି ଦିଆଗଲା ।

(ଖ) ଗ୍ରାମାଞ୍ଚଳର ଲୋକଙ୍କ ବିକାଶ ପାଇଁ ସ୍ଵାଧୀନତା ପରେ କି ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ?
Answer:

  • ସ୍ଵାଧୀନତା ପରେ ଗ୍ରାମାଞ୍ଚଳ ଲୋକଙ୍କ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି । ଇନ୍ଦରା ଆବାସ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ନିଜସ୍ବ ବାସଗୃହ ସୁବିଧା ପାଇଛନ୍ତି |
  • ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁଗୁଡ଼ିକରେ ସିମେଣ୍ଟ କଂକ୍ରିଟ୍‌ ପକ୍‌କା ସଡ଼କ ନିର୍ମିତ ହୋଇଛି ।
  • କେନ୍ଦ୍ର ସରକାରଙ୍କର ଅନ୍ତୋଦୟ ଯୋଜନାଦ୍ୱାରା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥ‌ିବା ପରିବାରକୁ ମାସିକ କିଲୋଗ୍ରାମ୍ ପିଛା ୩ ଟଙ୍କା ଦରରେ ୩୫ କିଲୋଗ୍ରାମ୍ ଚାଉଳ ଦେବା ବ୍ୟବସ୍ଥା ହୋଇଛି । ପରେ ରାଜ୍ୟ ସରକାର ନିଜ ପକ୍ଷରୁ କିଲୋଗ୍ରାମ୍ ପ୍ରତି ୨ ଟଙ୍କାରେ ଚାଉଳର ବ୍ୟବସ୍ଥା କରିଛନ୍ତି ।
  • ୨୦୦୫ ମସିହାରେ ଆରମ୍ଭ ହୋଇଥିବା ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଅନୁଯାୟୀ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବର୍ଷକୁ ଅନ୍ୟୁନ ୧୦୦ ଦିନ କାମଧନ୍ଦା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଏହି ଯୋଜନା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାଭାବେ ପରିଚିତ ।
  • ଏହା ବ୍ୟତୀତ ‘ଖାଦ୍ୟ ପାଇଁ କାମ’, ‘ସମ୍ପୂର୍ଣ ଗ୍ରାମ ସ୍ଵରୋଜଗାର ଯୋଜନା’, ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’, ‘ଜବାହର ଗ୍ରାମ ସମୃଦ୍ଧି ଯୋଜନା’, ‘ନିଶ୍ଚିତ ରୋଜଗାର ଯୋଜନା’ ବଳରେ ସାଧାରଣ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହିତ ଗ୍ରାମାଞ୍ଚଳର ବିକାଶ ସାଧୂ ହୋଇଛି ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଗ) ସ୍ଵାଧୀନତା ପରେ ଓଡ଼ିଶାରେ ଶିଶୁ ଓ ମହିଳାମାନଙ୍କ ବିକାଶ ଦିଗରେ କ’ଣ କ’ଣ କରାଯାଇଛି ?
Answer:

  • ସ୍ଵାଧୀନତା ପରେ ଓଡ଼ିଶାର ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କନ୍ୟାଭୃଣ ହତ୍ୟାକୁ ନିଷେଧ କରାଯାଇଛି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ଉଚ୍ଛେଦ କରାଯାଇଛି ।
  • ଶିଶୁମାନଙ୍କୁ ଶିକ୍ଷାଦେବାପାଇଁ ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଓ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ କରି ଶିଶୁମାନଙ୍କୁ ବିଦ୍ୟାଳୟକୁ ଅଣାଯାଉଛି ।
  • ମହିଳାମାନଙ୍କ ସାମାଜିକ ଓ ଆର୍ଥନୀତିକ ଅଭିବୃଦ୍ଧି ପାଇଁ ଜନ୍ମ ନିୟନ୍ତ୍ରଣକୁ ପ୍ରୋତ୍ସାହିତ କରି ଅବାଞ୍ଛିତ ଗର୍ଭଧାରଣ କରିବାରୁ ରକ୍ଷା କରାଯାଇପାରିଛି । ଜନନୀ ସୁରକ୍ଷା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
  • ଗ୍ରାମାଞ୍ଚଳରେ ଗ୍ରାମ୍ୟ ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଛି ।
  • ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରୁ ‘ମିଶନ ଶକ୍ତି’ ନାମକ ମହିଳା ସଶକ୍ତିକରଣ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ଋଣ ଯୋଗାଣ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବାପାଇଁ ଉଦ୍ୟମ ଜାରି ରହିଛି ।

(ଘ) ‘ମିଶନ ଶକ୍ତି’ ସମ୍ବନ୍ଧରେ ଏକ ଟିପ୍‌ପଣୀ ଲେଖ ।
Answer:

  • ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରୁ ‘ମିଶନ ଶକ୍ତି’ ନାମକ ଏକ ମହିଳା ସଶକ୍ତିକରଣ ଯୋଜନା ଆରମ୍ଭ କରାଯାଉଛି ।
  • ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ସେଗୁଡ଼ିକର ଦୃଢ଼ୀକରଣ କରି ସେଗୁଡ଼ିକ ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କର ସାମାଜିକ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ହେଉଛି ‘ମିଶନ ଶକ୍ତି’ର ଉଦ୍ଦେଶ୍ୟ ।
  • ମହିଳା ସ୍ଵୟଂ ସହାୟକ ଦଳର ସଂରକ୍ଷଣ ଓ ପ୍ରସାର, ଦଳଗୁଡ଼ିକୁ ପରିଚାଳନା ଓ ଅନ୍ୟାନ୍ୟ ବିଷୟରେ ତାଲିମ୍ ପ୍ରଦାନ, ସେମାନଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେବା ଓ ଋଣ ଯୋଗାଇବାର ବ୍ୟବସ୍ଥା କରିବା ମିଶନ ଶକ୍ତି ଯୋଜନାର ପ୍ରଧାନ କାର୍ଯ୍ୟ ।
  • ସେମାନଙ୍କ କାର୍ଯ୍ୟକଳାପର ତଦାରଖ କରିବା ଏବଂ ନୂତନ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନରେ ସହାୟତା କରିବା ହେଉଛି ‘ମିଶନ ଶକ୍ତି’ର ପ୍ରମୁଖ କାର୍ଯ୍ୟ ।
    (v)
  • ଏହି ଯୋଜନା ଫଳରେ ଅନେକ ମହିଳା ଉପକୃତ ହୋଇପାରିଛନ୍ତି ।

(ଙ) ସ୍ଵାଧୀନତା ପରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥ‌ିବା ପେନ୍‌ସନ୍ ଯୋଜନା ଓ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
Answer:

  • ସ୍ଵାଧୀନତା ପରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥ‌ିବା ପେନ୍‌ସନ୍ ଯୋଜନା ଓ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ଜାତୀୟ ବୃଦ୍ଧାବସ୍ଥା ପେନ୍‌ସନ୍ ଯୋଜନା, ଜାତୀୟ ମାତୃତ୍ଵ ହିତକାରୀ ଯୋଜନା, ଜନନୀ ସୁରକ୍ଷା ଯୋଜନା, ଜାତୀୟ ପରିବାର ହିତ ଯୋଜନା ଓ ମଧୁବାବୁ ପେନ୍‌ସନ୍ ଯୋଜନା ।
  • ୨୦୦୮ ମସିହା ଜାନୁୟାରୀ ୧ ତାରିଖରୁ ଓଡ଼ିଶାରେ ପ୍ରବର୍ତ୍ତିତ ମଧୁବାବୁ ପେନ୍‌ସନ୍ ଯୋଜନା ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତା ଦେବା ବ୍ୟବସ୍ଥା କରାଯାଇଛି ।
  • ସ୍ଵାସ୍ଥ୍ୟ ସୁରକ୍ଷା ଉଦ୍ଦେଶ୍ୟରେ ୨୦୦୮ ମସିହା ଏପ୍ରିଲ୍ ୧ ତାରିଖରୁ ପ୍ରବର୍ତ୍ତିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ଓଡ଼ିଶାର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ ୨୦୦୯-୧୦ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଛି ।
  • ଏହି ଯୋଜନା ଅନୁଯାୟୀ ରୋଗୀର ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ତିରିଶ ହଜାର ଟଙ୍କା ପର୍ଯ୍ୟନ୍ତ ଭରଣା କରାଯାଏ । ଏଥ‌ିପାଇଁ ହିତାଧ୍ୟାକାରୀଙ୍କୁ ମାତ୍ର ତିରିଶ ଟଙ୍କା ପଞ୍ଜୀକରଣ ପାଇଁ ଦେବାକୁ ପଡ଼ିଥାଏ ।
  • ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଜରୁରିକାଳୀନ ଅବସ୍ଥାରେ ତୁରନ୍ତ ସେବା ଯୋଗାଇବା ପାଇଁ ୨୦୧୩ ମାର୍ଚ୍ଚ ୫ ତାରିଖରୁ ଓଡ଼ିଶାରେ ଜରୁରିକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା ପ୍ରବର୍ତ୍ତନ କରାଯାଇଛି ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କେଉଁ ବ୍ୟବସ୍ଥାରୁ ଓଡ଼ିଶାରେ ‘ଗୋତି ପ୍ରଥା’ ଜାତ ହେଲା ଏବଂ ଏହା କେବେଠାରୁ ଉଚ୍ଛେଦ ହେଲା
Answer:

  • ଗ୍ରାମ୍ୟ ମହାଜନୀ ପ୍ରଥା ବ୍ୟବସ୍ଥାରୁ ଓଡ଼ିଶାରେ ‘ଗୋତି ପ୍ରଥା’ ଜାତ ହୋଇଥିଲା ।
  • ୧୯୪୮ ମସିହା ଜୁନ୍ ମାସରେ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିଲା ।

(ଖ) କେଉଁ ଆଇନ ବଳରେ ଏବଂ କେଉଁଦିନ ଅନୁସୂଚିତ ଜାତିର ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କଲେ ?
Answer:

  • ଓଡ଼ିଶା ମନ୍ଦିର ପ୍ରବେଶ ଅନୁମତି ଆଇନ ବଳରେ ଅନୁସୂଚିତ ଜାତିର ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କରିଥିଲେ ।
  • ୧୯୪୮ ମସିହା ମାର୍ଚ୍ଚ ୧ ତାରିଖରେ ଏହି ଲୋକମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କରିଥିଲେ ।

(ଗ) କୋରାପୁଟରେ କେଉଁମାନେ ଏକ ଭୟଙ୍କର ରୋଗର ଶିକାର ହେଉଥିଲେ ଏବଂ ଏହି ରୋଗର ନାମ କ’ଣ ଥିଲା ?
Answer:

  • କୋରାପୁଟରେ କୋୟାମାନେ ଏକ ଭୟଙ୍କର ରୋଗର ଶିକାର ହେଉଥିଲେ ।
  • ଏହି ରୋଗର ନାମ ଥିଲା ‘ୟଜ୍’ ।

(ଘ) ଅନ୍ତୋଦୟ ଯୋଜନା କ’ଣ ?
Answer:

  • ଏହା କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରବର୍ତ୍ତିତ ଏକ ଦାରିଦ୍ର୍ୟ ଦୂରୀକରଣ ଯୋଜନା ।
  • ଏହି ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥ‌ିବା ପରିବାରକୁ ମାସିକ କିଲୋଗ୍ରାମ୍ ପିଛା ୩ ଟଙ୍କା ଦରରେ ୩୫ କିଲୋ ଚାଉଳ ଦେବା ବ୍ୟବସ୍ଥା ଥିଲା; କିନ୍ତୁ ପରେ ରାଜ୍ୟ ସରକାର କିଲୋଗ୍ରାମ୍ ପ୍ରତି ୨ ଟଙ୍କାରେ ଚାଉଳ ଦେବାର ବ୍ୟବସ୍ଥା କରିଥିଲେ ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଙ) ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା କେବେଠାରୁ ପ୍ରଚଳିତ ହୋଇଥିଲା ଏବଂ ଏହାର ବ୍ୟବସ୍ଥାଟି କ’ଣ ?
Answer:

  • ୨୦୦୫ ମସିହାରେ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପ୍ରଚଳିତ ହୋଇଥିଲା ।
  • ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବର୍ଷକୁ ଅନ୍ୟୁନ ୧୦୦ ଦିନ କାମଧନ୍ଦା ଯୋଗାଇ ଦିଆଯାଉଛି ।

(ଚ) ‘ମିଶନ ଶକ୍ତି’ ଯୋଜନାର ଉଦ୍ଦେଶ୍ୟ କ’ଣ ?
Answer:
ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ସେଗୁଡ଼ିକର ଦୃଢ଼ୀକରଣ କରି ସେଗୁଡ଼ିକ ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କର ସାମାଜିକ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ହେଉଛି ‘ମିଶନ ଶକ୍ତି’ ଯୋଜନାର ଉଦ୍ଦେଶ୍ୟ ।

(ଛ) ମଧୁବାବୁ ପେନ୍‌ସନ୍ ଯୋଜନାରେ କି କି ବ୍ୟବସ୍ଥା କରାଯାଇଛି ?
Answer:
ମଧୁବାବୁ ପେନ୍‌ସନ୍ ଯୋଜନା ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତା ଦେବାର ବ୍ୟବସ୍ଥା ରହିଛି ।

(ଜ) ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ କି କି ସୁବିଧାମାନ ରହିଛି ?
Answer:

  • ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ବୀମା ଯୋଜନା ଅନୁଯାୟୀ ରୋଗୀର ଡାକ୍ତରଖାନାର ଚିକିତ୍ସା ଖର୍ଚ୍ଚ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଭରଣା କରାଯାଏ ।
  • ଏଥିପାଇଁ ହିତାଧ୍ୟାକାରୀଙ୍କୁ ମାତ୍ର ୩୦ ଟଙ୍କା ପଞ୍ଜୀକରଣ ପାଇଁ ଦେବାକୁ ପଡ଼ିଥାଏ ।

(ଝ) ‘ମୋ କୁଡ଼ିଆ’ ଯୋଜନା କାହା ପାଇଁ ଉଦ୍ଦିଷ୍ଟ ?
Answer:
‘ମୋ କୁଡ଼ିଆ’ ଯୋଜନା ମାଧ୍ୟମରେ ବନ୍ୟା, ଘରପୋଡ଼ି ଓ ହାତୀ ଉପଦ୍ରବଦ୍ଵାରା ଗୃହଶୂନ୍ୟ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ୧୯୪୭ ମସିହାରେ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ପ୍ରଣୀତ ଆଇନରେ କି କି ବ୍ୟବସ୍ଥାମାନ ରହିଛି ?
Answer:
୧୯୪୭ ମସିହାରେ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ପ୍ରଣୀତ ଆଇନରେ ବ୍ୟବସ୍ଥା ଅଛି ଯେ ଅଣଆଦିବାସୀମାନେ ଆଦିବାସୀମାନଙ୍କ ଜମି କୌଣସି ଆଳରେ ଜବରଦଖଲ କରିପାରିବେ ନାହିଁ ।

(ଖ) ଅପରାଧୀ ଜନଜାତି ଆଇନକୁ କେବେ ରଦ୍ଦ କରିଦିଆଗଲା ?
Answer:
ଅପରାଧୀ ଜନଜାତି ଆଇନକୁ ୧୯୪୯ ମସିହାରେ ରଦ୍ଦ କରିଦିଆଗଲା ।

(ଗ) କେଉଁ ଆଇନ ବଳରେ ଅସ୍ପୃଶ୍ୟତା କ୍ରମଶଃ ଅପସରିଗଲା ?
Answer:
ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ ବଳରେ ଅସ୍ପୃଶ୍ୟତା କ୍ରମଶଃ ଅପସରିଗଲା ।

(ଘ) ମ୍ୟାଲେରିଆ ରୋଗରୁ ଲୋକଙ୍କୁ ରକ୍ଷା କରିବାପାଇଁ ସରକାର କି କି ବ୍ୟବସ୍ଥା କରିଥିଲେ ?
Answer:
ମ୍ୟାଲେରିଆ ରୋଗରୁ ଲୋକଙ୍କୁ ରକ୍ଷା କରିବାପାଇଁ ସରକାର ମ୍ୟାଲେରିଆ ନିରାକରଣ ବଟିକା ବିତରଣର ବ୍ୟବସ୍ଥା କରିଥିଲେ ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଡ) ଓଡ଼ିଶାର ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରିବାପାଇଁ ପ୍ରସ୍ତୁତ ଯୋଜନାର ନାମ କ’ଣ ?
Answer:
ଓଡ଼ିଶାର ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରିବାପାଇଁ ପ୍ରସ୍ତୁତ ଯୋଜନାର ନାମ ‘ବିଜୁ ଗ୍ରାମଜ୍ୟୋତି ଯୋଜନା’ ।

(ଚ) ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ କେଉଁ ଯୋଜନା ପ୍ରଚଳିତ ହୋଇଛି ?
Answer:
ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ପ୍ରଚଳିତ ହୋଇଛି ।

(ଛ) ଜନନୀ ସୁରକ୍ଷା ଯୋଜନା କ’ଣ ?
Answer:
ଜନନୀ ସୁରକ୍ଷା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

(ଜ) ମହିଳାମାନଙ୍କ ବିକାଶ କ୍ଷେତ୍ରରେ ସ୍ଵୟଂ ସହାୟକ ଗୋଷ୍ଠୀ କି କାର୍ଯ୍ୟ କରୁଛି ?
Answer:
ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଆର୍ଥିକ ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି ।

(ଝ) କେଉଁ ଆର୍ଥିକ ବର୍ଷରୁ ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି ?
Answer:
୨୦୦୯-୧୦ ଆର୍ଥିକ ବର୍ଷରୁ ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି ।

(ଞ) ଓଡ଼ିଶା ଜୀବିକା ମିଶନର ଉଦ୍ଦେଶ୍ୟ କ’ଣ ?
Answer:
ଦାରିଦ୍ର୍ୟ ଦୂରୀକରଣ ହେଉଛି ଓଡ଼ିଶା ଜୀବିକା ମିଶନର ଉଦ୍ଦେଶ୍ୟ ।

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ୧୯୪୭ ମାର୍ଚ୍ଚ ମାସରେ କେଉଁ କାର୍ଯ୍ୟଟି ସମ୍ପାଦିତ ହୋଇଥିଲା ?
(i) ଅପରାଧୀ ଜନଜାତି ଆଇନ ରଦ୍ଦ
(ii) ମହାଜନମାନଙ୍କ ଋଣ କାରବାର ନିୟନ୍ତ୍ରଣ
(iii) ଗୋତିପ୍ରଥା ଉଚ୍ଛେଦ
(iv) ଓଡ଼ିଶା ମନ୍ଦିର ପ୍ରବେଶ ଆଇନ ପ୍ରବର୍ତ୍ତନ
Answer:
(ii) ମହାଜନମାନଙ୍କ ଋଣ କାରବାର ନିୟନ୍ତ୍ରଣ

(ଖ) ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ କେଉଁ ପ୍ରଥା ସହିତ ସମ୍ପୃକ୍ତ ?
(i) ମହାଜନ। ପ୍ରଥା
(ii) ଗୋତି ପ୍ରଥା
(iii) ଅସ୍ପୃଶ୍ୟତା ପ୍ରଥା
(iv) ବେଗାରୀ ପ୍ରଥା
Answer:
(iii) ଅସ୍ପୃଶ୍ୟତା ପ୍ରଥା

(ଗ) ‘କୋୟା’ କାହାକୁ ବୁଝାଏ ?
(i) ପୋଡୁଚାଷ
(ii) ଏକ ସାମାଜିକ ପ୍ରଥା
(iii) ଏକ ଭୟଙ୍କର ରୋଗ
(iv) ଏକ ଜନଜାତି
Answer:
(iv) ଏକ ଜନଜାତି

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଘ) ଅଙ୍ଗନବାଡ଼ି କ’ଣ ?
(i) ସ୍ଵୟଂ ସହାୟକ ଦଳ
(ii) ମହିଳା ସଶକ୍ତିକରଣ
(iii) ଶିଶୁମାନଙ୍କ ଶିକ୍ଷାକେନ୍ଦ୍ର
(iv) ଶିଶୁ ଶ୍ରମିକ
Answer:
(iii) ଶିଶୁମାନଙ୍କ ଶିକ୍ଷାକେନ୍ଦ୍ର

(ଡ) କେଉଁ ଅବିଭକ୍ତ ଜିଲ୍ଲାଗୁଡ଼ିକ ବିଜୁ କେବିକେ ଯୋଜନାର ଅନ୍ତର୍ଭୁକ୍ତ ?
(i) କଳାହାଣ୍ଡି, ବାଲେଶ୍ଵର, କୋରାପୁଟ
(ii) କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ
(iii) ଖୋର୍ଦ୍ଧା, ବଲାଙ୍ଗୀର, କୋରାପୁଟ
(iv) କଳାହାଣ୍ଡି, ବାଲେଶ୍ଵର, କେନ୍ଦୁଝର
Answer:
(ii) କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ

୫. ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

Leave a Comment