BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

Odisha State Board BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 17 ଶିକ୍ଷାର ବିକାଶ

୧. ପ୍ରତ୍ୟେକ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତା ପରେ ପରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା କିପରି ବିକଶିତ ହେଲା ?
Answer:

  • ସ୍ଵାଧୀନତା ପରେ ପରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମହାତ୍ମା ଗାନ୍ଧିଙ୍କ ମୌଳିକ ଶିକ୍ଷାପଦ୍ଧତି ଉପରେ ଗୁରୁତ୍ଵ ଦିଆଯାଇଥିଲା । ଶିଶୁକୁ କର୍ମାଭିମୁଖୀ ଶିକ୍ଷା ପ୍ରଦାନ ପାଇଁ ସରକାର ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ କରିଥିଲେ ।
  • ୧୯୪୭-୪୮ ଶିକ୍ଷାବର୍ଷରେ ରାଜ୍ୟ ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଅନୁଗୁଳ ଓ ରସୁଲକୋଣ୍ଡାଠାରେ ଦୁଇଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ।
  • ୧୯୫୦ ମସିହାରେ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ଥିଲା ୧୦,୧୬୫ ଏବଂ ଛାତ୍ରଛତ୍ରୀମାନଙ୍କ .ସଂଖ୍ୟା ଥିଲା ୪,୪୧,୯୬୭ ।
  • ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ଏବେ ନାମଲେଖା ଉପରେ ଗୁରୁତ୍ଵ ଦିଆଯାଇଛି । ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଓ କିଶୋରମାନେ ବିଦ୍ୟାଳୟ ଛାଡ଼ି ନ ଯିବା ପାଇଁ ବିହିତ ବ୍ୟବସ୍ଥା କରାଯାଇଛି ।
  • ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ ୧୯୯୫ ମସିହାରୁ ସରକାର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି । ୧୯୯୬ ମସିହାରୁ ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା ଓ ପରବର୍ତ୍ତୀ କାଳରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରାଯାଇଛି ।

(ଖ) ସ୍ଵାଧୀନତା ପରେ ଓଡ଼ିଶାରେ ମହାବିଦ୍ୟାଳୟ ସ୍ତରୀୟ ଶିକ୍ଷା ବ୍ୟବସ୍ଥା କିପରି ଥିଲା ?
Answer:

  • ଓଡ଼ିଶାରେ ମହାବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ବିଂଶ ଶତାବ୍ଦୀର ପଞ୍ଚମ ଦଶନ୍ଧି ସେତେ ଉତ୍ସାହଜନକ ନଥୁଲା । ଓଡ଼ିଶାର ଏକମାତ୍ର ବିଶ୍ଵବିଦ୍ୟାଳୟ ଉତ୍କଳ ବିଶ୍ଵବିଦ୍ୟାଳୟ ୧୯୪୩ ମସିହାରୁ ଏକ ସହବନ୍ଧନ ଓ ପରୀକ୍ଷା ପରିଚାଳକ ବିଶ୍ଵବିଦ୍ୟାଳୟ ଭାବେ କାର୍ଯ୍ୟ କରୁଥିଲା ।
  • ସେତେବେଳେ ରେଭେନ୍ସା ମହାବିଦ୍ୟାଳୟ ଥିଲା ଓଡ଼ିଶା ଉଚ୍ଚଶିକ୍ଷା କ୍ଷେତ୍ରରେ ଏକମାତ୍ର ଅନୁଷ୍ଠାନ । ବାଲେଶ୍ୱର, ପୁରୀ ଓ ସମ୍ବଲପୁରରେ ତିନୋଟି କନିଷ୍ଠ ମହାବିଦ୍ୟାଳୟ ଥିଲା ।
  • ୧୯୪୭ ମସିହାରେ ସରକାର ସେଗୁଡ଼ିକରେ ଡିଗ୍ରୀ ଶ୍ରେଣୀ ସଂଯୁକ୍ତ କଲେ । ସେହି ବର୍ଷ କୋରାପୁଟଠାରେ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ଏବଂ ପାରଳାଖେମୁଣ୍ଡି ମହାବିଦ୍ୟାଳୟକୁ ସରକାର ହାତକୁ ନେଲେ ।
  • ୧୯୫୦ ମସିହା ପୂର୍ବରୁ ରେଭେନ୍ସା ମହାବିଦ୍ୟାଳୟରେ ଡିଗ୍ରୀ ସ୍ତରରେ ବିଜ୍ଞାନ ଶିକ୍ଷା, ଇଂରାଜୀ, ଓଡ଼ିଆ, ଅର୍ଥନୀତି, ଗଣିତ ଓ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥା ଥିଲା । ଅନ୍ୟ ୬ଟି ସରକାରୀ ମହାବିଦ୍ୟାଳୟରେ ଇଣ୍ଟରମିଡ଼ିଏଟ୍ ସ୍ତରରେ ବିଜ୍ଞାନ ଶ୍ରେଣୀ ମଧ୍ୟ ଖୋଲାଯାଇଥିଲା ।
  • ୧୯୫୦ ମସିହାବେଳକୁ ଓଡ଼ିଶାରେ ସର୍ବମୋଟ ମହାବିଦ୍ୟାଳୟ ସଂଖ୍ୟା ଥିଲା ୧୪ ଏବଂ ସେଗୁଡ଼ିକରେ ୫୬୮୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ । ପରବର୍ତ୍ତୀ କାଳରେ ଉଭୟ ସରକାରୀ ଓ ବେସରକାରୀ ଉଦ୍ୟୋଗରେ ମହାବିଦ୍ୟାଳୟଗୁଡ଼ିକର ସଂଖ୍ୟା ବଢ଼ିଲା ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଗ) ଶିକ୍ଷକ ପ୍ରଶିକ୍ଷଣ ନିମିତ୍ତ ଓଡ଼ିଶାରେ କି କି ସୁଯୋଗ ରହିଅଛି ?
Answer:

  • ଶିକ୍ଷକ ପ୍ରଶିକ୍ଷଣ ପାଇଁ କଟକ ପ୍ରଶିକ୍ଷଣ ମହାବିଦ୍ୟାଳୟ କାର୍ଯ୍ୟରତ ଥିଲା । ଏହା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା ପରିଦର୍ଶକଙ୍କ ପାଇଁ ପ୍ରଶିକ୍ଷଣ ପ୍ରଦାନ କରୁଥିଲା ।
  • ପରବର୍ତୀ ସମୟରେ ଏହି କଲେଜକୁ ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ନାମରେ ନାମିତ କରାଗଲା । ୧୯୫୦ ମସିହାରେ ଏହି ପ୍ରଶିକ୍ଷଣ ପ୍ରକ୍ରିୟାକୁ ପ୍ରସାରିତ କରାଗଲା ।
  • ଅନୁଗୁଳ, ସମ୍ବଲପୁର ଓ ବ୍ରହ୍ମପୁରଠାରେ ପ୍ରଶିକ୍ଷଣ ମହାବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଥିଲା ।
  • ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଆବଶ୍ୟକତା ଦୃଷ୍ଟିରୁ ପରବର୍ତ୍ତୀ କାଳରେ ଓଡ଼ିଶାରେ ତତ୍କାଳୀନ ସମସ୍ତ ୧୩ଟି ଜିଲ୍ଲାରେ ଗୋଟିଏ ଲେଖାଁଏ ପ୍ରଶିକ୍ଷଣ ମହାବିଦ୍ୟାଳୟ ଖୋଲାଯାଇଥିଲା ।
  • ଏବେ ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ରାଧାନାଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡ଼ଭାନ୍‌ସଡ୍ ଷ୍ଟଡ଼ିଜ୍ ଇନ୍ ଏଡୁକେଶନ୍ (R.N.I.A.S.E.) ନାମରେ ପରିଚିତ ।

(ଘ) ବୈଷୟିକ ଶିକ୍ଷା ପାଇଁ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାରେ ସରକାର କି କି ପଦକ୍ଷେପ ନେଇଛନ୍ତି ?
Answer:

  • ବୈଷୟିକ ଶିକ୍ଷା ପାଇଁ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାରେ ଅନେକ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ୧୯୫୬ ମସିହାରେ ବୁର୍ଲାଠାରେ ଓ ୧୯୬୧ ମସିହାରେ ରାଉରକେଲାଠାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ଶୁଭାରମ୍ଭ କରାଯାଇଥିଲା ।
  • ବିଂଶ ଶତାବ୍ଦୀର ଶେଷ ଦୁଇ ଦଶକରେ ଘରୋଇ ଉଦ୍ୟୋଗରେ ଅନେକଗୁଡ଼ିଏ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ଏହାର ପରିଚାଳନା ପାଇଁ ୨୦୦୨ ମସିହାରେ ରାଉରକେଲାଠାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
  • ଭୁବନେଶ୍ଵରରେ କଲେଜ ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ନାମରେ ଏକ ଯାନ୍ତ୍ରିକ ମହାବିଦ୍ୟାଳୟ ଓ ସରାଙ୍ଗଠାରେ ଅନ୍ୟ ଏକ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ସ୍ଥାପନ କରାଯାଇଛି ।
  • ବୁର୍ଲାଠାରେ ମଧ୍ୟ ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ମହାବିଦ୍ୟାଳୟ ରହିଅଛି ।
  • ଶିଳ୍ପକ୍ଷେତ୍ରକୁ କୁଶଳୀ କାରିଗର ଯୋଗାଇବାପାଇଁ ଓଡ଼ିଶାରେ ଅନେକ ଯାନ୍ତ୍ରିକ ବିଦ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର ଓ ଶିଳ୍ପ ତାଲିମ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ।

(ଙ) କୃଷି, ପଶୁପାଳନ, ମତ୍ସ୍ୟଚାଷ ସମ୍ପର୍କିତ ଶିକ୍ଷା ଓ ଗବେଷଣା ପାଇଁ ଓଡ଼ିଶାରେ କି କି ସୁବିଧା ସୁଯୋଗ ରହିଅଛି ?
Answer:

  • କୃଷି ବିଷୟକ ଶିକ୍ଷା ପ୍ରଦାନ ପାଇଁ ୧୯୫୪ ମସିହାରେ ଭୁବନେଶ୍ବରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ପରେ ଏହାର ପରିସରକୁ ସମ୍ପ୍ରସାରିତ କରି ୧୯୬୨ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।
  • ପରବର୍ତ୍ତୀ କାଳରେ କେନ୍ଦ୍ର ସରକାର କଟକଠାରେ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କଲେ ।
  • ୧୯୭୭ ମସିହାରେ କୌଶଲ୍ୟାଗଙ୍ଗଠାରେ ଏକ ମତ୍ସ୍ୟ ଗବେଷଣା କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପିତ ହେଲା । କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର ନାମରେ ନାମିତ ଏହି ଅନୁଷ୍ଠାନ ମତ୍ସ୍ୟଚାଷ ସମ୍ପର୍କରେ ସର୍ବଭାରତୀୟ ସ୍ତରରେ ଏକ ଅଗ୍ରଣୀ ଅନୁଷ୍ଠାନ ।
  • ପରବର୍ତୀ କାଳରେ ସାକ୍ଷୀଗୋପାଳଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି ।
  • ହୀରାକୁଦର ଅନତିଦୂରରେ ଚିପିଲିମାଠାରେ ଏକ କୃଷି ମହାବିଦ୍ୟାଳୟ ମଧ୍ଯ ପ୍ରତିଷ୍ଠିତ ହୋଇଛି ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ମୌଳିକ ଶିକ୍ଷା କ’ଣ ?
Answer:

  • ମୌଳିକ ଶିକ୍ଷା ପଦ୍ଧତି ମହାତ୍ମା ଗାନ୍ଧିଙ୍କ ସ୍ବପ୍ନ ଥୁଲା ଓ ସ୍ବାଧୀନତା ପରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏହି ପଦ୍ଧତି
  • ଏହାଦ୍ଵାରା ଶିଶୁକୁ କର୍ମାଭିମୁଖୀ ଶିକ୍ଷା ପ୍ରଦାନ କରି ସ୍ଵାବଲମ୍ବୀ ହେବାର ବ୍ୟବସ୍ଥା କରାଯାଉଥିଲା ।

ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କରେ ମାଧ୍ୟମିକ ଶିକ୍ଷା ପରେ ପରୀକ୍ଷା ପରିଚାଳନା କରୁଥି ଅନୁଷ୍ଠାନଗୁଡ଼ିକର ନାମ କ’ଣ ?
Answer:

  • ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ମାଧ୍ୟମିକ ଶିକ୍ଷା ପରେ ପରୀକ୍ଷା ପରିଚାଳନା ପାଇଁ ଦୁଇଟି ଅନୁଷ୍ଠାନ ରହିଛି ।
  • ସେଗୁଡ଼ିକ ହେଲା – (୧) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ଼ ଓ (୨) ଭାରତୀୟ ମାଧ୍ୟମିକ ଶିକ୍ଷା ପରିଷଦ ।

(ଗ) ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୯୮୧ ମସିହାରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

(ଘ) ୧୯୫୦ ମସିହାବେଳକୁ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପାଇଁ ଓଡ଼ିଶାର କେଉଁ କେଉଁ ସ୍ଥାନରେ ଶିକ୍ଷାନୁଷ୍ଠାନମାନ ଥିଲା ?
Answer:
୧୯୫୦ ମସିହାରେ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପାଇଁ ଓଡ଼ିଶାର କଟକ, ଅନୁଗୁଳ, ସମ୍ବଲପୁର ଶିକ୍ଷାନୁଷ୍ଠାନମାନ ଥିଲା ।

(ଡ) ୧୯୬୧ ମସିହା ସୁଦ୍ଧା ଓଡ଼ିଶାରେ କେଉଁ ଯାନ୍ତ୍ରିକ ମହାବିଦ୍ୟାଳୟମାନ ଥିଲା ?
Answer:

  • ୧୯୬୧ ମସିହା ସୁଦ୍ଧା ଓଡ଼ିଶାରେ ବୁର୍ଲାଠାରେ ଗୋଟିଏ ଯାନ୍ତ୍ରିକ ମହାବିଦ୍ୟାଳୟ ଥିଲା ।
  • ୧୯୬୧ ମସିହାରେ ରାଉକେଲାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ଶୁଭାରମ୍ଭ ହେଲା ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଚ) ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ କେବେ ଏବଂ କେଉଁ ମହାବିଦ୍ୟାଳୟକୁ ସମ୍ପ୍ରସାରିତ କରି ପ୍ରତିଷ୍ଠିତ ହୋଇଥିଲା ?
Answer:

  • ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ୧୯୬୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।
  • ଏହା ଭୁବନେଶ୍ବରରେ ଥ‌ିବା କୃଷି ମହାବିଦ୍ୟାଳୟକୁ ସମ୍ପ୍ରସାରିତ କରି ପ୍ରତିଷ୍ଠିତ ହୋଇଥିଲା ।

(ଛ) କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ଓ କାହାଦ୍ଵାରା ପ୍ରତିଷ୍ଠା କରାଯାଇଛି ?
Answer:

  • କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କଟକଠାରେ ପ୍ରତିଷ୍ଠା କରାଯାଇଛି ।
  • ଏହା କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରତିଷ୍ଠା କରାଯାଇଛି ।

(ଜ) କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର କେବେ ଏବଂ କେଉଁଠାରେ ସ୍ଥାପିତ ହୋଇଥିଲା ?
Answer:

  • କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ୧୯୭୭ ମସିହାରେ ସ୍ଥାପିତ ହୋଇଥିଲା ।
  • ଏହା ଭୁବନେଶ୍ଵର ନିକଟସ୍ଥ କୌଶଲ୍ୟାଗଙ୍ଗଠାରେ ସ୍ଥାପିତ ହୋଇଥିଲା ।

(ଝ) ଓଡ଼ିଶାରେ ପ୍ରତିଷ୍ଠିତ ସରକାରୀ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟଗୁଡ଼ିକର ନାମ କ’ଣ ?
Answer:

  • ଓଡ଼ିଶାରେ ତିନିଗୋଟି ସରକାରୀ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି ।
  • ସେଗୁଡ଼ିକ ହେଲା (୧) କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, (୨) ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ, (୩) ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ।

ଞ) ଓଡ଼ିଶାର କେଉଁ ସ୍ଥାନରେ ଆଇନ ଶିକ୍ଷା ଓ ଗଣଯୋଗାଯୋଗ ଶିକ୍ଷା ସମ୍ବନ୍ଧୀୟ ସର୍ବଭାରତୀୟ ଶିକ୍ଷାନୁଷ୍ଠାନ ଅବସ୍ଥିତ ?
Answer:

  • ଓଡ଼ିଶାର ଆଇନ ଶିକ୍ଷା ପାଇଁ କଟକଠାରେ ଏକ ଆଇନ ବିଶ୍ବବିଦ୍ୟାଳୟ ଅଛି ।
  • ଗଣଯୋଗାଯୋଗ ଶିକ୍ଷା ପାଇଁ ଭାରତୀୟ ଗଣଯୋଗାଯୋଗ ସଂସ୍ଥା ଢେଙ୍କାନାଳଠାରେ ପ୍ରତିଷ୍ଠା କରାଯାଇଛି ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ୧୯୪୭-୪୮ ଶିକ୍ଷାବର୍ଷରେ ଓଡ଼ିଶା ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ କେଉଁ ଦୁଇଟି ସ୍ଥାନରେ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ?
Answer:
୧୯୪୭-୪୮ ଶିକ୍ଷାବର୍ଷରେ ଓଡ଼ିଶା ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଅନୁଗୁଳ ରସୁଲକୋଣ୍ଡାଠାରେ ଦୁଇଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ।

(ଖ) ୧୯୫୦ ମସିହାବେଳକୁ ଓଡ଼ିଶାରେ କେତୋଟି ହାଇସ୍କୁଲ ଥିଲା ?
Answer:
୧୯୫୦ ମସିହାବେଳକୁ ଓଡ଼ିଶାରେ ୧୫୩ଟି ହାଇସ୍କୁଲ ଥିଲା ।

(ଗ) କେବେଠାରୁ ଉତ୍କଳ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଥିଲା ?
Answer:
୧୯୪୩ ମସିହାଠାରୁ ଉତ୍କଳ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଥିଲା ।

(ଘ) ସମ୍ବଲପୁର ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠିତ ହେଲା ?
Answer:
୧୯୬୭ ମସିହାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ।

(ଡ) କେବେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହେଲା ?
Answer:
୧୯୯୯ ମସିହାରେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହେଲା ।

(ଚ) ଓଡ଼ିଶାରେ ପ୍ରତିଷ୍ଠିତ ଜାତୀୟ ବିଶ୍ବବିଦ୍ୟାଳୟ କେଉଁ ସ୍ଥାନରେ ଅବସ୍ଥିତ ?
Answer:
ଓଡ଼ିଶାରେ ପ୍ରତିଷ୍ଠିତ ଜାତୀୟ ବିଶ୍ବବିଦ୍ୟାଳୟ କଟକଠାରେ ଅବସ୍ଥିତ ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଛ) ରାଉରକେଲାସ୍ଥିତ ଯାନ୍ତ୍ରିକ ମହାବିଦ୍ୟାଳୟର ବର୍ତ୍ତମାନର ନାମ କ’ଣ ?
Answer:
ରାଉରକେଲାସ୍ଥିତ ଯାନ୍ତ୍ରିକ ମହାବିଦ୍ୟାଳୟର ବର୍ତ୍ତମାନ ନାମ ‘ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ (ଏନ୍.ଆଇ.ଟି.) ।

(ଜ) କେଉଁଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି ?
Answer:
ସାକ୍ଷୀଗୋପାଳଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି ।

(ଝ) କେଉଁ ଶିକ୍ଷାବର୍ଷଠାରୁ କଟକର ସରକାରୀ ମେଡ଼ିକାଲ କଲେଜର ନାମ ପରିବର୍ତ୍ତନ କରାଗଲା ?
Answer:
୧୯୪୯-୫୦ ଶିକ୍ଷାବର୍ଷଠାରୁ କଟକର ସରକାରୀ ମେଡ଼ିକାଲ କଲେଜର ନାମ ପରିବର୍ତ୍ତନ କରାଗଲା ।

(ଞ) ଜାତୀୟ ପୁନଃ ଥଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ କେଉଁଠାରେ ଅବସ୍ଥିତ ?
Answer:
ଜାତୀୟ ପୁନଃ ଥଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ଓଲଟପୁରଠାରେ ଅବସ୍ଥିତ ।

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ୧୯୪୭ ମସିହାରେ କେଉଁଠାରେ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ?
(i) ବାଲେଶ୍ଵର
(ii) ପୁରୀ
(iii) ସମ୍ବଲପୁର
(iv) କୋରାପୁଟ

(ଖ) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠିତ ହୋଇଥିଲା ?
(i) ୧୯୫୦
(ii) ୧୯୬୭
(iii) ୧୯୮୧
(iv) ୧୯୯୯

(ଗ) ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ କେଉଁଠାରେ ଅବସ୍ଥିତ ?
(i) ପୁରୀ
(ii) ରାଉରକେଲା
(iii) ବୁର୍ଲା
(iv) ଭୁବନେଶ୍ଵର

(ଘ) ଚିପିଲିମାଠାରେ କେଉଁ ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି ?
(i) ଯାନ୍ତ୍ରିକ ମହାବିଦ୍ୟାଳୟ
(ii) କୃଷି ମହାବିଦ୍ୟାଳୟ
(iii) ଚିକିତ୍ସା ମହାବିଦ୍ୟାଳୟ
(iv) ବିଜ୍ଞାନ ମହାବିଦ୍ୟାଳୟ

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଙ) ଆଞ୍ଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ?
(i) କଟକ
(ii) ବ୍ରହ୍ମପୁର
(iii) ବୁର୍ଲା
(iv) ଭୁବନେଶ୍ଵର

Answers:
(କ) (iv) କୋରାପୁଟ
(ଖ) (i) ୧୯୬୭
(ଗ) (ii) ରାଉରକେଲା
(ଘ) (ii) କୃଷି ମହାବିଦ୍ୟାଳୟ
(ଙ) (iv) ଭୁବନେଶ୍ଵର

Leave a Comment