BSE Odisha 6th Class Science Solutions Chapter 13 ଚୁମ୍ବକ

Odisha State Board BSE Odisha 6th Class Science Solutions Chapter 13 ଚୁମ୍ବକ Textbook Exercise Questions and Answers.

BSE Odisha Class 6 Science Solutions Chapter 13 ଚୁମ୍ବକ

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) କୃତ୍ରିମ ଚୁମ୍ବକର ଗୋଟିଏ ଉଦାହରଣ ହେଉଛି ………….. ।
(ଖ) ପ୍ରାକୃତିକ ଚୁମ୍ବକରେ ଥିବା ଲୁହାପଥରର ନାମ ହେଉଛି ………….. ।
(ଗ) ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ………….. ।
(ଘ) ଦଣ୍ଡ ଚୁମ୍ବକର ଆକର୍ଷଣ ମଝି ଅଂଶ ଅପେକ୍ଷା ମେରୁଠାରେ ………….. ।
ଉ –
(କ) ଦଣ୍ଡଚୁମ୍ବକ
(ଖ) ମାଗ୍ନେଟାଇଟ୍
(ଗ) ୨
(ଘ) ଅଧ୍ବକ

Question 2.
ଭୁଲ୍ ଥିଲେ ସଂଶୋଧନ କରି ଲେଖ ଓ ସଂଶୋଧ ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
(କ) ଚୁମ୍ବକର ଆକୃତି ଚେପ୍‌ଟା ହୋଇପାରିବ ନାହିଁ ।
(ଖ) ସୀସା ଗୋଟିଏ ଅଚୁମ୍ବକୀୟ ବସ୍ତୁ ।
(ଗ) ଗୋଟିଏ ଚୁମ୍ବକର ମେରୁ ଦୁଇଟି ସମମେରୁ ।
(ଘ) ଅଶ୍ଵକ୍ଷୁରାକୃତି ଚୁମ୍ବକର ଦିଶାତ୍ମକ ଗୁଣ ନଥାଏ ।
ଉ –
(କ) ଚୁମ୍ବକର ଆକୃତି ଚେପ୍‌ଟା ହୋଇପାରିବ ।
(ଖ) ଏହା ଠିକ୍ ଅଛି ।
(ଗ) ଗୋଟିଏ ଚୁମ୍ବକର ମେରୁ ଦୁଇଟି ବିଷମ ମେରୁ ।
(ଘ) ଅଶ୍ଵକ୍ଷୁରାକୃତି ଚୁମ୍ବକର ଦିଶାତ୍ମକ ଗୁଣ ଥାଏ ।

BSE Odisha 6th Class Science Solutions Chapter 13 ଚୁମ୍ବକ

Question 3.
ଦୁଇଟି ସମଆକୃତିର ଦଣ୍ଡ ଦିଆଯାଇଛି । ଅନ୍ୟ କିଛି ବସ୍ତୁ ଏପରିକି ସୂତା ଖଣ୍ଡେ ମଧ୍ୟ ନାହିଁ । ଦୁଇଟି ଦଣ୍ଡ ଭିତରୁ ଗୋଟିଏ ଚୁମ୍ବକ ଓ ଅନ୍ୟଟି ଲୁହାଖଣ୍ଡ । ଦୁଇଟି ଦଣ୍ଡ ଭିତରୁ କେଉଁଟି ଲୁହାଦଣ୍ଡ ପରୀକ୍ଷାଦ୍ୱାରା କିପରି ନିର୍ଣ୍ଣୟ କରିବ ଲେଖ ।
ଉ –

  • ଦୁଇଟି ସମଆକୃତିର ଦଣ୍ଡ ନିଆଯାଉ ।
  • ଗୋଟିଏ ଦଣ୍ଡକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖ୍ ଅନ୍ୟ ଦଣ୍ଡଟିର ଏକ ପ୍ରାନ୍ତକୁ ପ୍ରଥମ ଦଣ୍ଡିଟର ଗୋଟିଏ ପ୍ରାନ୍ତ ନିକଟକୁ ନିଆଯାଉ ।
  • ପୁନଶ୍ଚ ପ୍ରଥମ ଦଣ୍ଡର ପ୍ରାନ୍ତଟି ଦ୍ବିତୀୟ ଦଣ୍ଡର ଅନ୍ୟ ପ୍ରାନ୍ତକୁ ଆକର୍ଷଣ କରିବାରୁ, ଏହା ଜଣାଗଲା ଯେ ପ୍ରଥମ ଦଣ୍ଡଟି ଚୁମ୍ବକ ଓ ଦ୍ୱିତୀୟ ଦଣ୍ଡଟି ଏକ ଲୁହାଦଣ୍ଡ । କାରଣ ଦ୍ବିତୀୟ ଦଣ୍ଡଟି ଚୁମ୍ବକ ହୋଇଥିଲେ ଚୁମ୍ବକଦ୍ବୟର

Question 4.
ଚୁମ୍ବକର ଧର୍ମଗୁଡ଼ିକୁ ସଂକ୍ଷେପରେ ବର୍ଣ୍ଣନା କର ।
ଉ –

  • ଚୁମ୍ବକ ଚୁମ୍ବକୀୟ ପଦାର୍ଥଗୁଡ଼ିକୁ ଆକର୍ଷଣ କରେ । ଚୁମ୍ବକ ଲୁହା, ଇସ୍ପାତ୍, ନିକେଲ ଓ କୋବାଲଟ୍‌ ଓ ସେଗୁଡ଼ିକର କିଛି ଯୌଗିକକୁ ଆକର୍ଷଣ କରେ । ଏଲୁମିନିୟମ୍, ସୀସା, ତମ୍ବା, କାଠ, କାଚ, ପ୍ଲାଷ୍ଟିକ ଆଦି ଅଚୁମ୍ବକୀୟ ପଦାର୍ଥକୁ ଆକର୍ଷଣ କରେ ନାହିଁ ।
  • ପ୍ରତି ଚୁମ୍ବକର ଦୁଇଟି ମେରୁ ଥାଏ ଓ ଏହି ମେରୁ ଚୁମ୍ବକର ଦୁଇମୁଣ୍ଡ ଆଡ଼କୁ ରହିଥାଏ । ମେରୁଠାରେ ଚୁମ୍ବକର ଆକର୍ଷଣ ଗୁଣ ଚୁମ୍ବକର ଅନ୍ୟ ଅଂଶର ଆକର୍ଷଣ ଗୁଣଠାରୁ ଅଧିକ ।
  • ଚୁମ୍ବକର ଦିଶାତ୍ମକ ଧର୍ମଥାଏ ।
    ଚୁମ୍ବକର ଯେଉଁ ମେରୁଟି ଉତ୍ତର ଦିଗ ଆଡ଼କୁ ରହେ ତାହାକୁ ଉତ୍ତର ମେରୁ କହନ୍ତି । ସେହିପରି ଯେଉଁ ମେରୁ ଦକ୍ଷିଣ ଦିଗକୁ ରହେ ତାହାକୁ ଦକ୍ଷିଣ ମେରୁ କହନ୍ତି ।
  • ଦୁଇଟି ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରନ୍ତି ଓ ବିଷମମେରୁ ପରସ୍ପରକୁ ଆକର୍ଷଣ କରନ୍ତି । ଦୁଇଟି ଚୁମ୍ବକର ସମମେରୁ ମଧ୍ୟରେ ବିକର୍ଷଣ ହିଁ ବସ୍ତୁଟି ଚୁମ୍ବକ କି ନୁହେଁ ତାହା ଜାଣିବାର ଅସଲ ପରୀକ୍ଷା ।

BSE Odisha 6th Class Science Solutions Chapter 13 ଚୁମ୍ବକ

Question 5.
ଗୋଟିଏ ଦଣ୍ଡ ଚୁମ୍ବକର ମେରୁଗୁଡ଼ିକ ଚିହ୍ନିତ ହୋଇନାହିଁ । ତାର ଦକ୍ଷିଣ ମେରୁକୁ କେମିତି ଚିହ୍ନିବ ?
ଉ –

  • ଗୋଟିଏ ଦଣ୍ଡ ଚୁମ୍ବକ ନେଇ ତାର ଗୋଟିଏ ପ୍ରାନ୍ତକୁ ଚଖଡ଼ି ଦ୍ଵାରା ଚିହ୍ନିତ କରାଯାଉ ।
  • ଖଣ୍ଡେ ଲମ୍ବା କାଠ ବାଡ଼ିନେଇ ତା’ର ମଝିରେ ସୂତା ସାହାଯ୍ୟରେ ଦଣ୍ଡ ଚୁମ୍ବକକୁ ଭୂସମାନ୍ତର ଭାବେ ଝୁଲାଇଦିଅ ଯେପରିକି ସୂତା ଚାରିପାରେ ଘୂରିପାରିବ ।
  • ଦଣ୍ଡ ଚୁମ୍ବକଟି କିଛି ସମୟ ଦୋହଲିବା ପରେ ସ୍ଥିର ହୋଇ ରହିବ । ଏହି ସମୟରେ ଚିହ୍ନିତ ହୋଇଥିବା ପ୍ରାନ୍ତ କେଉଁ ଦିଗରେ ରହୁଛି ତାହାକୁ ଚିହ୍ନିରଖ ।
  • ପୁଣିଥରେ ଚୁମ୍ବକଟିକୁ ହଲାଇ ଦିଅ । ଏହା ପୁନଶ୍ଚ କିଛି ସମୟ ଦୋଳନ କରି ସେହି ଏକାଦିଗରେ ସ୍ଥିର ହୋଇ ରହିବ ।
  • ତୁମେ ଦେଖ୍ ଚୁମ୍ବକର ଗୋଟିଏ ନିର୍ଦ୍ଦିଷ୍ଟ ମେରୁ ସବୁବେଳେ ଉତ୍ତର ଦିଗ ଆଡ଼କୁ ଓ ଅନ୍ୟ ମେରୁଟି ସବୁବେଳେ ଦକ୍ଷିଣ ଦିଗ ଆଡ଼କୁ ରହୁଛି । ଯେଉଁ ମେରୁଟି ଦକ୍ଷିଣ ଦିଗକୁ ରହିଲା ତାହା ଦକ୍ଷିଣ ମେରୁ ଅଟେ ।

Question 6.
ସେ.ମି.ର ଗୋଟିଏ ଦଣ୍ଡ ଚୁମ୍ବକକୁ କାଟି ଦୁଇଖଣ୍ଡ କରିଦିଆଗଲା । ଗୋଟିଏ ଖଣ୍ଡର ଲମ୍ବ ୧୨ ସେ.ମି. ଓ ଅନ୍ୟଟିର ଲମ୍ବ ୬ ସେ.ମି. । ତଳେ ଦିଆଯାଇଥ‌ିବା ବାକ୍ୟଗୁଡ଼ିକ ଠିକ୍ କି ଭୁଲ୍ ପ୍ରତିପାଦନ କର ।
(କ) ୧୨ ସେ.ମି. ଓ ୬ ସେ.ମି. ଲମ୍ବ ଉଭୟ ଖଣ୍ଡରେ କେବଳ ଗୋଟିଏ ଲେଖାଏଁ ମେରୁ ରହିବ ।
(ଖ) ୧୨ ସେ.ମି. ଖଣ୍ଡରେ ଦୁଇଟି ମେରୁ ଓ ୬ ସେ.ମି. ଖଣ୍ଡରେ ଗୋଟିଏ ମେରୁ ରହିବ ।
(ଗ) ୧୨ ସେ.ମି. ଖଣ୍ଡର ମେରୁର ଶକ୍ତି ୬ ସେ.ମି. ଖଣ୍ଡର ମେରୁର ଶକ୍ତିର ଦୁଇଗୁଣ ହେବ ।
(ଘ) ଉଭୟ ଖଣ୍ଡରେ ଦୁଇଟି ଲେଖାଏଁ ମେରୁ ରହିବ ।
ଉ –
(କ) ଭୁଲ୍,
(ଖ) ଭୁଲ୍,
(ଗ) ଠିକ୍,
(ଘ) ଠିକ୍ ।

BSE Odisha 6th Class Science Solutions Chapter 13 ଚୁମ୍ବକ

ଚୁମ୍ବକ Notes :

→ ଚୁମ୍ବକର ଆବିଷ୍କାର :
(i) ସର୍ବପ୍ରଥମେ ଗ୍ରୀସ୍ ଦେଶର ଏସିଆ ମାଇନର ଅଞ୍ଚଳରେ ମାଗ୍‌ନେସ୍ ନାମକ ଜଣେ ମେଷପାଳକ ଏକ ପଥର ଆବିଷ୍କାର କରିଥିଲେ । ତାଙ୍କ ନାମାନୁସାରେ ଏହି ପଥରର ନାମ ମାଗନେଟ୍ ।
(ii) ମାଗନେଟ୍‌ର ଓଡ଼ିଆ ଅନୁବାଦ ହେଉଛି ଚୁମ୍ବକ । ଚୁମ୍ବକର ଗୁଣକୁ ଚୁମ୍ବକତ୍ଵ କୁହାଯାଏ ।
(iii) ପ୍ରାକୃତିକ ଚୁମ୍ବକ ଚୁମ୍ବକତ୍ଵ ଗୁଣ ଦେଖାଏ । ଏହାର ଅନ୍ୟନାମ ହେଉଛି ଲୋନ୍‌ଷ୍ଟୋନ୍ । ଏଥ‌ିରେ ମାଗ୍ନେଟାଇଟ୍‌ ନାମକ ଲୁହାପଥର ରହିଥାଏ ।

→ ଚୁମ୍ବକର ବିଭିନ୍ନ ଆକୃତି :

  • ଚୁମ୍ବକ ପ୍ରାକୃତିକ ଓ କୃତ୍ରିମ ରୂପରେ ମିଳେ ।
  • ପ୍ରାକୃତିକ ଚୁମ୍ବକର ନିର୍ଦ୍ଦିଷ୍ଟ ଆକୃତି ନଥାଏ । ମାତ୍ର କୃତ୍ରିମ ଚୁମ୍ବକର ନିର୍ଦ୍ଦିଷ୍ଟ ଆକୃତି ଥାଏ; ଯଥା ଦଣ୍ଡ ଚୁମ୍ବକ, ଅଶ୍ଵକ୍ଷୁରାକୃତି ଚୁମ୍ବକ ବା U ଆକୃତିର ଚୁମ୍ବକ, ବଲ୍‌ବ ପ୍ରାନ୍ତୀୟ ଚୁମ୍ବକ, ସୂଚୀ ଚୁମ୍ବକ ଓ କମ୍ପାସ ଇତ୍ୟାଦି ।
    BSE Odisha 6th Class Science Solutions Chapter 13 ଚୁମ୍ବକ - 1

→ ଚୁମ୍ବକୀୟ ଓ ଅଚୁମ୍ବକୀୟ ବସ୍ତୁ :

  • ଚୁମ୍ବକ୍ ଯେଉଁ ବସ୍ତୁକୁ ନିଜ ଆଡ଼କୁ ଆକର୍ଷିତ କରେ ସେଗୁଡ଼ିକୁ ଚୁମ୍ବକୀୟ ବସ୍ତୁ କୁହାଯାଏ । ଲୁହା, ନିକେଲ୍, କୋବାଲ୍ଟ ଓ ଇସ୍ପାତ୍ ପ୍ରଭୃତି ଚୁମ୍ବକୀୟ ବସ୍ତୁ ।
  • ଚୁମ୍ବକଦ୍ବାରା ଆକର୍ଷିତ ହେଉନଥିବା ବସ୍ତୁକୁ ଅଚୁମ୍ବକୀୟ ବସ୍ତୁ କୁହାଯାଏ । କାଚ, କାଠ, କାଗଜ, ପ୍ଲାଷ୍ଟିକ୍ ଆଦି ଅଚୁମ୍ବକୀୟ ବସ୍ତୁ ।
    ସବୁ ଧାତୁ ଚୁମ୍ବକୀୟ ପଦାର୍ଥ ନୁହେଁ ।
  • ସବୁ କୃତ୍ରିମ ଚୁମ୍ବକ ଚୁମ୍ବକୀୟ ବସ୍ତୁରୁ ତିଆରି ହୁଏ ।
  • ବେଳେବେଳେ ବସ୍ତୁରେ ଆଲୁମିନିୟମ୍ ଧାତୁ ମିଶାଇ ହାଲୁକା ଓ ଶକ୍ତ ଚୁମ୍ବକ ତିଆରି କରାଯାଏ । ଏହାକୁ ଆଲ୍‌କୋ ଚୁମ୍ବକ କହନ୍ତି ।
    BSE Odisha 6th Class Science Solutions Chapter 13 ଚୁମ୍ବକ - 2

BSE Odisha 6th Class Science Solutions Chapter 13 ଚୁମ୍ବକ

ତୁମପାଇଁ କାମ – ୧

  • ତୁମ ଚାରିପଟେ ଥ‌ିବା କିଛି ବସ୍ତୁ ସଂଗ୍ରହ କର । ଦଣ୍ଡ ଚୁମ୍ବକଟିଏ ନିଅ । ତା’ର ଗୋଟିଏ ମୁଣ୍ଡକୁ ହାତରେ ଧରି ଆର ମୁଣ୍ଡକୁ ସଂଗ୍ରହ କରିଥିବା ଗୋଟିଏ ବସ୍ତୁ ପାଖକୁ ନିଅ ।
  • ବସ୍ତୁଟି ଚୁମ୍ବକ ଆଡ଼କୁ ଆକର୍ଷିତ ହେଉଛି କି ନାହିଁ ଲକ୍ଷ୍ୟ କରି ସାରଣୀଟି ପୂରଣ କର ।

→ ବସ୍ତୁର ପ୍ରକାର :

ତୁମପାଇଁ କାମ – ୩

  • ଖଣ୍ଡିଏ କାଗଜ ଟେବୁଲ ଉପରେ ବିଛାଇ ତା’ ଉପରେ କିଛି ଲୁହା ଗୁଣ୍ଡ ଛିଞ୍ଚି ଦିଅ ।
  • ଏହାରି ଉପରେ ଦଣ୍ଡ ଚୁମ୍ବକ ଗଡ଼ାଇ ଦିଅ, ଚୁମ୍ବକର କେଉଁ ଅଂଶରେ ବେଶି ଲୁହାଗୁଣ୍ଡ ଲାଗୁଛି ଭଲ କରି ଲକ୍ଷ୍ୟ କର ।
  • ଚୁମ୍ବକର ମଝିଅଂଶ ଅପେକ୍ଷା ଦୁଇ ପ୍ରାନ୍ତରେ ବେଶି ଲୁହା ଗୁଣ୍ଡ ଲାଗିଛି କି ?
    • ପ୍ରତି ଚୁମ୍ବକର ଦୁଇଟି ମେରୁ ଥାଏ ଓ ଏହି ମେରୁ ଚୁମ୍ବକର ଦୁଇମୁଣ୍ଡ ଆଡ଼କୁ ରହିଥାଏ ।
    • ବେଶୀ ଚୁମ୍ବକୀୟ ଗୁଣ ଦେଖାଉଥିବା ଚୁମ୍ବକର ଦୁଇ ପ୍ରାନ୍ତକୁ ମେରୁ କୁହାଯାଏ ।
    • ମେରୁର ଆକର୍ଷଣ ଗୁଣ ଚୁମ୍ବକର ଅନ୍ୟ ଅଂଶର ଆକର୍ଷଣ ଗୁଣଠାରୁ ଅଧ୍ଵ ।

ଚୁମ୍ବକଦ୍ୱାରା ଦିଗ ନିର୍ଣ୍ଣୟ –

  • ଏକ ଦଣ୍ଡ ଚୁମ୍ବକର ଠିକ୍ ମଝିରେ ସୂତାଟିଏ ବାନ୍ଧି ଝୁଲାଇଲେ, ଚୁମ୍ବକର ଗୋଟିଏ ନିର୍ଦ୍ଦିଷ୍ଟ ମେରୁ ସବୁବେଳେ ଉତ୍ତର ଆଡ଼କୁ ଓ ଅନ୍ୟ ମେରୁଟି ସବୁବେଳେ ଦକ୍ଷିଣ ଆଡ଼କୁ ରହିବ ।
  • ଦଣ୍ଡ ଚୁମ୍ବକର ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଉତ୍ତର ଦିଗ ଆଡ଼କୁ ରହେ ତାକୁ ଉତ୍ତର ସନ୍ଧାନୀ ମେରୁ ବା ଉତ୍ତର ମେରୁ କହନ୍ତି । ସେହିପରି ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଦକ୍ଷିଣ ଦିଗକୁ ରହେ ତାହାକୁ ଦକ୍ଷିଣ ସନ୍ଧାନୀ ମେରୁ ବା ଦକ୍ଷିଣ ମେରୁ କହନ୍ତି ।
    BSE Odisha 6th Class Science Solutions Chapter 13 ଚୁମ୍ବକ - 4
  • ଚୁମ୍ବକର ଦିଶାତ୍ମକ ଧର୍ମଯୋଗୁଁ ତାକୁ ମୁକ୍ତ ଭାବେ ଝୁଲାଇ ରଖିଲେ ଉତ୍ତର, ଦକ୍ଷିଣ ଦିଗ ନିର୍ଣ୍ଣୟରେ ସାହାଯ୍ୟ କରେ ।
    କମ୍ପାସ ଏକ ସ୍ବତନ୍ତ୍ରଭାବେ ନିର୍ମିତ ଚୁମ୍ବକ ଭିଭିକ ଯନ୍ତ୍ର ଯାହା ସାହାଯ୍ୟରେ ଦିଗ ନିରୂପଣ କରାଯାଏ ।

→ ଚୁମ୍ବକୀୟ ମେରୁମାନଙ୍କ ମଧ୍ୟରେ ଆକର୍ଷଣ ଓ ବିକର୍ଷଣ –
ଦୁଇଟି ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରନ୍ତି ଓ ବିଷମମେରୁ ପରସ୍ପରକୁ ଆକର୍ଷଣ କରନ୍ତି ।

→ ଚୁମ୍ବକର ବ୍ୟବହାର –

  • ଚୁମ୍ବକର ଦିଶାତ୍ମକ ଧର୍ମକୁ ବ୍ୟବହାରକରି ନାବିକ କମ୍ପାସ ତିଆରି କରାଯାଇଛି । ଏହାଦ୍ଵାରା ସହଜରେ ଦିଗ ନିର୍ଣ୍ଣୟ କରିହୁଏ ।
  • ଲୁହାଗୁଣ୍ଡ ସହିତ ଅନ୍ୟ ବସ୍ତୁର ମିଶ୍ରଣରୁ ଚୁମ୍ବକଦ୍ଵାରା ଲୁହାଗୁଣ୍ଡକୁ ଅଲଗା କରାଯାଇପାରେ ।
  • କେତେକ ଆଲମାରୀ ଓ ରେଫ୍ରିଜିରେଟର୍‌ର ଦ୍ଵାର ବନ୍ଦ କରିବାପାଇଁ ଚୁମ୍ବକ ବ୍ୟବହାର କରାଯାଏ । କେତେକ ବ୍ୟାଗକୁ ମଧ୍ଯ ଚୁମ୍ବକୀୟ ବୋତାମ ଦ୍ଵାରା ବନ୍ଦ କରାଯାଏ ।
  • ବିଦ୍ୟୁତ୍ ମୋଟର, ଜେନେରେଟର୍‌, ଭାରୀ ଲୁହା ଜାତୀୟ ବସ୍ତୁକୁ ଉଠାଇବାପାଇଁ କ୍ରେନ୍ ପ୍ରଭୃତି ଯନ୍ତ୍ରପାତିରେ
  • କେତେକ ଯନ୍ତ୍ର ଭିତରେ ଥିବା ଛୋଟ ସ୍କୁକୁ ଚୁମ୍ବକୀୟ ସ୍ଫୁଡ୍ରାଇଭର ବ୍ୟବହାର କରି ଖୋଲାଯାଏ ବା ଲଗାଯାଏ । ଚୁମ୍ବକକୁ ଟେଲିଭିଜନ୍, କମ୍ପ୍ୟୁଟର, କ୍ୟାସେଟ୍, ସି.ଡ଼ି. ପ୍ରଭୃତି ନିକଟକୁ ନେବା ଉଚିତ ନୁହେଁ, ନଚେତ୍‌ ସେଗୁଡ଼ିକ କ୍ଷତିଗ୍ରସ୍ତ ହେବ ।

Question
ତୁମେ ଦେଖୁଥ‌ିବା ଯନ୍ତ୍ରପାତି, ଯେଉଁଥରେ ଚୁମ୍ବକର ବ୍ୟବହାର ହେଉଛି, ତା’ର ଏକ ତାଲିକା କର ।
ଉ –
ରେଡ଼ିଓ, ଟେଲିଭିଜନ୍, କେତେକ ଖେଳନା, କ୍ରେନ୍, ରେଫ୍ରିଜେରେଟର୍, ଚୁମ୍ବକୀୟ ସ୍ଫୁଡ୍ରାଇଭର ଇତ୍ୟାଦିରେ ଚୁମ୍ବକର ବ୍ୟବହାର ହେଉଛି ।

Leave a Comment