BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.1

Odisha State Board BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.1 Textbook Exercise Questions and Answers.

BSE Odisha Class 7 Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.1

Question 1.
ରହିମ୍ 200 ଟି ଡାକଟିକଟ ସଂଗ୍ରହ କରିଥିଲା । ହାସିନା ରହିମ୍ ଅପେକ୍ଷା 12% ଅଧ‌ିକ ଡାକଟିକଟ ସଂଗ୍ରହ କରିଥିଲା । ତେବେ ହାସିନା ସଂଗ୍ରହ କରିଥିବା ଡାକଟିକଟ ସଂଖ୍ୟା କେତେ ?
ସମାଧାନ:
ହାସିନା ରହିମ୍ ଅପେକ୍ଷା 12% ଅବ୍ଲକ ଡାକଟିକଟ ସଂଗ୍ରହ କରିଥିଲା ।
ରହିମ୍ 100 ଟି ଡାକଟିକଟ୍ ସଂଗ୍ରହ କରିଥିବାବେଳେ ହାସିନା ସଂଗ୍ରହ କରିଛି 112 ଟି ଡାକଟିକଟ ।
ରହିମ୍ 200 ଟି ଡାକଟିକଟ ସଂଗ୍ରହ କରିଥିବାବେଳେ ହାସିନା ସଂଗ୍ରହ କରିଛି = 2 × 112 = 224 ଟି ଡାକଟିକଟ୍ ।

ବିକଳ୍ପ ସମାଧାନ :
ରହିମ୍ ସଂଗ୍ରହ କରିଥିବା ଡାକଟିକେଟ ସଂଖ୍ୟା = 200
ହାସିନା ରହିମ୍ ଅପେକ୍ଷା 12% ଅଧ‌ିକ ଡାକଟିକେଟ ସଂଗ୍ରହ କରିଥିଲା ।
∴ ଅଧିକର ପରିମାଣ = 200 × 12% = 200 × \(\frac{12}{1000}\) = 24
∴ ହାସିନା ସଂଗ୍ରହ କରିଥିବା ଡାକଟିକେଟ ସଂଖ୍ୟା = 200 + 24 = 224

Question 2.
ମିତୁନ୍ 150 ଟି ନଡ଼ିଆ ବିକିବାକୁ ରଖୁଥିଲା ।  ସେଥୁରୁ 20% ନଷ୍ଟ ହୋଇଗଲା । ଅବଶିଷ୍ଟ ନଡ଼ିଆକୁ ସେ ଗୋଟା ପ୍ରତି 5 ଟଙ୍କା ହିସାବରେ ବିକିଲେ ନଡ଼ିଆ ବିକ୍ରିରୁ ସେ ମୋଟ କେତେ ଟଙ୍କା ପାଇଲା ?
ସମାଧାନ:
ମିତୁନ ବିକିବା ପାଇଁ ରଖୁଥିବା ନଡ଼ିଆ ସଂଖ୍ୟା = 150 । 
150 ନଡ଼ିଆରୁ ନଷ୍ଟ ହୋଇଗଲା 20% ।
ମୋଟ ନଷ୍ଟ ହୋଇଥ‌ିବା ନଡ଼ିଆର ପରିମାଣ = 150 × 20%
= 150 × \(\frac{20}{100}\) = 30 ଟି
∴ ଅବଶିଷ୍ଟ ନଡ଼ିଆ ସଂଖ୍ୟା = 150 – 30 = 120
1 ଟି ନଡ଼ିଆର ବିକ୍ରିମୂଲ୍ୟ 5 ଟଙ୍କା ହେଲେ 120 ଟି ନଡ଼ିଆର ବିକ୍ରିମୂଲ୍ୟ 120 × 5 ଟ = 600 ଟଙ୍କା ।
∴ ନଡ଼ିଆ ବିକ୍ରିରୁ ମିତୁନ୍ ମୋଟ 600 ଟଙ୍କା ପାଇଲା ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.1

Question 3.
ଜନ୍ ପରୀକ୍ଷାରେ 445 ନମ୍ବର ରଖିବାରୁ ତା’ର ପ୍ରଥମ ଶ୍ରେଣୀ ନମ୍ବରରୁ 35 ନମ୍ବର କମ୍ ରହିଲା । ଯଦି ପ୍ରଥମ ଶ୍ରେଣୀରେ ପାସ୍ କରିବା ଲାଗି ଅତି କମ୍‌ରେ 60% ନମ୍ବର ଆବଶ୍ୟକ ହୋଇଥାଏ, ତେବେ ମୋଟ କେତେ ନମ୍ବର ଲାଗି ପରୀକ୍ଷା ହୋଇଥିଲା ?
ସମାଧାନ:
ଜନ୍ ପରୀକ୍ଷାରେ 445 ନମ୍ବର ରଖୁବାରୁ ପ୍ରଥମ ଶ୍ରେଣୀ ନମ୍ବରରୁ 35 ନମ୍ବର କମ୍ ରଖ୍ଲା
∴ ପ୍ରଥମ ଶ୍ରେଣୀ ପାଇବାପାଇଁ ସର୍ବନିମ୍ନ ନମ୍ବର 445 + 35 = 480
ସର୍ବନିମ୍ନ ନମ୍ବର 60 ପ୍ରଥମ ଶ୍ରେଣୀପାଇଁ ହେଲେ ମୋଟ ନମ୍ବର 100 ।
ସର୍ବନିମ୍ନ ନମ୍ବର 1 ପ୍ରଥମ ଶ୍ରେଣୀପାଇଁ ହେଲେ ମୋଟ ନମ୍ବର = \(\frac{100}{6}\)
ସର୍ବନିମ୍ନ ନମ୍ବର 480 ପ୍ରଥମ ଶ୍ରେଣୀପାଇଁ ହେଲେ ମୋଟ ନମ୍ବର = \(\frac{4800×100}{60}\) = 800
∴ ମୋଟ 800 ନମ୍ବର ଲାଗି ପରୀକ୍ଷା ହୋଇଥିଲା ।

Question 4.
ଜଣେ ବ୍ୟକ୍ତି ତାଙ୍କ ମାସିକ ଦରମାର 30% କରଜ ସୁଝିଲେ, ଅବଶିଷ୍ଟର ସଞ୍ଚୟ କରିଲେ । ତାଙ୍କ ପାଖରେ ବଳକା 10,500 ଟଙ୍କା ଘରଖର୍ଚ୍ଚ ପାଇଁ ରହିଲା । ତାଙ୍କର ମାସିକ ଦରମା କେତେ ?
ସମାଧାନ:
ପ୍ରଶ୍ନ ଭୁଲ୍ ଅଛି ।

Question 5.
ପୁରୁଣିଆଁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା 140 ଏବଂ ବେଲବାହାଳୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା 175 । ତେବେ ବେଲବାହାଳୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା, ପୁରୁଣିଆଁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅପେକ୍ଷା ଶତକଡ଼ା କେତେ ଅଧ୍ଵ ?
ସମାଧାନ:
ପୁରୁଣିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା = 140
ବେଲବାହାଳୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା = 175
∴ ଦୁଇ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟାରେ ପାର୍ଥକ୍ୟ = 175 – 140 = 35
140 ରୁ ଅଧିକ 35 । 1ରୁ ଅଧିକ \(\frac{35}{140}\) = \(\frac{5}{20}\)
100 ରୁ ଅଧିକ = 100 × \(\frac{5}{20}\) = 25
∴ ବେଲବାହାଳୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା, ପୁରୁଣିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅପେକ୍ଷା 25% ଅଧିକ ।

Question 6.
ଖଲିଲ୍ ବାବୁଙ୍କ ବଗିଚାରେ 60ଟି ନଡ଼ିଆଗଛ ଅଛି ଏବଂ ଜୟନ୍ତ ବାବୁଙ୍କ ବାଡ଼ିରେ 75ଟି ନଡ଼ିଆଗଛ ଅଛି । 
(କ) ଖଲିଲ୍ ବାବୁଙ୍କ ନଡ଼ିଆଗଛ ସଂଖ୍ୟା ଜୟନ୍ତ ବାବୁଙ୍କ ନଡ଼ିଆଗଛ ସଂଖ୍ୟା ଅପେକ୍ଷା ଶତକଡ଼ା କେତେ କମ୍ ?
ସମାଧାନ:
ଖଲିଲ୍ ବାବୁଙ୍କ ବଗିଚାରେ ନଡ଼ିଆ ଗଛସଂଖ୍ୟା ଜୟନ୍ତବାବୁଙ୍କ ନଡ଼ିଆ ଗଛ ସଂଖ୍ୟାଠାରୁ 
= 75 – 60 = 15 ଟି କମ୍
75 ରୁ କମ୍ 15 । 1 ରୁ କମ୍ =  \(\frac{15}{75}\) = \(\frac{1}{5}\)
100 ରୁ କମ୍ = \(\frac{1}{5}\) × 100 = 20
ଖଲିଲ ବାବୁଙ୍କ ନଡ଼ିଆଗଛ ସଂଖ୍ୟା ଜୟନ୍ତ ବାବୁଙ୍କ ନଡ଼ିଆଗଛ ସଂଖ୍ୟା ଅପେକ୍ଷା 20% କମ୍ ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.1

(ଖ) ଜୟନ୍ତ ବାବୁଙ୍କ ନଡ଼ିଆଗଛ ସଂଖ୍ୟା, ଖଲିଲ୍ ବାବୁଙ୍କ ନଡ଼ିଆଗଛ ସଂଖ୍ୟା ଅପେକ୍ଷା ଶତକଡ଼ା କେତେ ଅଧିକ ?
ସମାଧାନ:
ଜୟନ୍ତ ବାବୁଙ୍କ ନଡ଼ିଆଗଛ ସଂଖ୍ୟା ଖଲିଲ୍‌ବାବୁଙ୍କ ନଡ଼ିଆଗଛ ସଂଖ୍ୟାଠାରୁ ଅଧିକ 75 – 60 = 15
60 ରୁ ଅଧିକ 15 । 1 ରୁ ଅଧିକ = \(\frac{15}{60}\) = \(\frac{1}{4}\)
100 ରୁ ଅଧିକ =  \(\frac{1}{4}\) × 100 = 25
∴ ଜୟନ୍ତ ବାବୁଙ୍କ ନଡ଼ିଆଗଛ ସଂଖ୍ୟା, ଖଲିଲ୍‌ବାବୁଙ୍କ ନଡ଼ିଆଗଛ ସଂଖ୍ୟା ଅପେକ୍ଷା 25% ଅଧିକ । 

(ଗ) ଉଭୟ ଉତ୍ତର ସମାନ ହେଲା କି ? ଯଦି ନ ହେଲା, କାହିଁକି ସମାନ ହେଲା ନାହିଁ ଲେଖ ।
ସମାଧାନ:
ଉଭୟ ଉତ୍ତର ସମାନ ନୁହେଁ କାରଣ ଉଭୟରେ ମୂଳ ଗଛ ସଂଖ୍ୟା ସମାନ ନୁହେଁ । ବୃଦ୍ଧିବେଳେ ମୂଳ ଗଛ ସଂଖ୍ୟା 60 ଓ ହ୍ରାସବେଳେ ମୂଳ ଗଛ ସଂଖ୍ୟା 75 ।

Leave a Comment