Odisha State Board BSE Odisha 9th Class History Solutions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ Textbook Exercise Questions and Answers.
BSE Odisha Class 9 History Solutions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ କିପରି ଆରମ୍ଭ ହୋଇଥିଲା ?
Answer:
- ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ନୂତନ ଭାବରେ ସ୍ବାଧୀନତା ହାସଲ କରିଥିବା ଅଧିକାଂଶ ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ର ତତ୍କାଳୀନ
- ସେହି ରାଷ୍ଟ୍ରଗୁଡ଼ିକ କୌଣସି ଗୋଟିଏ ଗୋଷ୍ଠୀରେ ସାମିଲ ନ ହୋଇ ନିରପେକ୍ଷ ରହି ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରଭାବେ ପରିଚିତ ଥିଲେ ।
- ଏହି ରାଷ୍ଟ୍ରମାନେ ସେମାନଙ୍କର ଜାତୀୟ ପୁନର୍ଗଠନ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ପରସ୍ପର ସହ ସହଯୋଗ ସ୍ଥାପନ କରିଥିଲେ ।
- ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସହଯୋଗ ବୃଦ୍ଧି ପାଇ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
- ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କୁ ନେଇ ତୃତୀୟ ବିଶ୍ୱ ସୃଷ୍ଟି ହୋଇଥିଲା ।
(ଖ) ଗୋଷ୍ଠୀ ନିରପେକ୍ଷତା କାହାକୁ କୁହାଯାଏ ? ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଲକ୍ଷ୍ୟ କ’ଣ ? ଏହି ଆନ୍ଦୋଳନର ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ କିଏ ?
Answer:
- ସାମ୍ୟବାଦୀ ବା ପୁଞ୍ଜିବାଦୀ ଗୋଷ୍ଠୀ ମଧ୍ୟରୁ କୌଣସି ଗୋଷ୍ଠୀରେ ଯୋଗ ନଦେଇ ନିରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଗୋଷ୍ଠୀ ନିରପେକ୍ଷତା କୁହାଯାଏ ।
- ସ୍ଵାଧୀନତାର ସୁରକ୍ଷା, ସାମ୍ରାଜ୍ୟବାଦ ଓ ଉପନିବେଶବାଦର ବିଲୋପ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ବିଶ୍ୱଶାନ୍ତି ପ୍ରତିଷ୍ଠା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ଲକ୍ଷ୍ୟ ଅଟେ ।
- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ନେତୃତ୍ୱରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସୁଦୃଢ଼ ହୋଇଥିଲା ।
- ସେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରସ୍ତୁତକାରୀ ବାନ୍ଦୁଙ୍ଗ୍ ସମ୍ମିଳନୀର ଆତ୍ମା ଥିଲେ । ତାଙ୍କର ପଞ୍ଚଶୀଳ ବା ସମସ୍ତ ଜାତିର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ସେଠାରେ ଉପସ୍ଥାପିତ ହୋଇ ଗୃହୀତ ହୋଇଥିଲା ।
- ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ, ଯୁଗୋସ୍ଲୋଭିଆର ରାଷ୍ଟ୍ରପତି ମାର୍ଶାଲ ଟିଟୋ ଓ ଇଜିପ୍ଟର ରାଷ୍ଟ୍ରପତି ଅବଦୁଲ୍ ନାସେର୍ଙ୍କ ସହଯୋଗ ଏହାକୁ ପରିପୁଷ୍ଟ କରିଥିଲା ।
(ଗ) ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ କେବେ ଓ କେଉଁଠାରେ ପ୍ରସ୍ତୁତ କରାଯାଇଥିଲା ? ସେଠାରେ କେତୋଟି ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ଓ ସେମାନେ କେଉଁସବୁ ବିଷୟରେ ଆଲୋଚନା କରିଥିଲେ ?
Answer:
- ୧୯୫୫ ମସିହା ଏପ୍ରିଲ୍ ମାସରେ ଇଣ୍ଡୋନେସିଆର ପଶ୍ଚିମ ଜାଭାର ବାନ୍ଦୁଙ୍ଗ୍ରାଠାରେ ଅନୁଷ୍ଠିତ ‘ଆଫ୍ରୋ-ଏସୀୟ’ ରାଷ୍ଟ୍ରମାନଙ୍କର ଏକ ସମ୍ମିଳନୀରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ରୂପରେଖ ପ୍ରସ୍ତୁତ କରାଯାଇଥିଲା ।
- ଏଥିରେ ୨୩ଟି ଏସୀୟ ଓ ୬ଟି ଆଫ୍ରିକୀୟ ରାଷ୍ଟ୍ର ଯୋଗ ଦେଇଥିଲେ ।
- ସେମାନେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟକାରିତା ବିଷୟରେ ବିସ୍ତାରିତ ରୂପେ ଆଲୋଚନା କରିଥିଲେ ।
- ଏଠାରେ ସ୍ପଷ୍ଟ କରି ଦିଆଯାଇଥିଲା ଯେ ଗୋଷ୍ଠୀ ନିରପେକ୍ଷ ନୀତି ଅବଲମ୍ବନ କରୁଥିବା ରାଷ୍ଟ୍ରମାନେ ଶକ୍ତି ପ୍ରଦର୍ଶନକାରୀ ରାଷ୍ଟ୍ରମାନଙ୍କର ଅନୁଗାମୀ ନୁହଁନ୍ତି ।
- ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କର ପଞ୍ଚଶୀଳ ନୀତି ବା ସମସ୍ତ ଜାତିର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଉପସ୍ଥାପିତ ହୋଇ ଗୃହୀତ ହୋଇଥିଲା ।
(ଘ) ବିଶ୍ୱଶାନ୍ତି ପ୍ରତିଷ୍ଠା ଦିଗରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ଅବଦାନ ଆଲୋଚନା କର ।
Answer:
- ଶୀତଳ ଯୁଦ୍ଧ, ମହାଶକ୍ତି ମେଣ୍ଟ ଓ ସାମରିକ ଗୋଷ୍ଠୀ ଗଠନ ଯୁଗରେ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ।
- ଶୀତଳ ଯୁଦ୍ଧର ଅନ୍ତ ଦିଗରେ ଏକ ସଫଳ ପଦକ୍ଷେପ ନେବା ସହ ବିଶ୍ବର ଉପନିବେଶବାଦର ବିଲୟକୁ ଏହି ଆନ୍ଦୋଳନ
- ଏହି ଆନ୍ଦୋଳନ ମାଧ୍ୟମରେ ନୂତନ ଭାବରେ ସ୍ଵାଧୀନ ହୋଇଥିବା ରାଷ୍ଟ୍ରଗୁଡ଼ିକ ଏକତ୍ରିତ ହେବାଦ୍ୱାରା ଗୋଟିଏ
- ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ, କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ଓ ୱାରସ୍ ଚୁକ୍ତି ଆଦିର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ।
- ଏହାର ପ୍ରଚେଷ୍ଟା ଯୋଗୁଁ ପାରମ୍ପରିକ ଓ ଅଣପାରମ୍ପରିକ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ସଙ୍କୁଚିତ ହୋଇପାରିଛି ଏବଂ ସଂଯୁକ୍ତ ରାଷ୍ଟ୍ରସଂଘର କାର୍ଯ୍ୟକ୍ରମ ଅଧ୍ଯକ ଗଣତାନ୍ତ୍ରିକ ହୋଇପାରିଛି ।
- ଏହି ଆନ୍ଦୋଳନ ଯୋଗୁଁ ଦୁର୍ବଳ ରାଷ୍ଟ୍ରମାନେ ସ୍ଵତନ୍ତ୍ର ପରିଚୟ ଲାଭ କରିଛନ୍ତି ଏବଂ ତୃତୀୟ ବିଶ୍ଵର ଶକ୍ତିମାନେ ବିଶ୍ୱଶାନ୍ତି ଓ ମାନବୀୟ ଭ୍ରାତୃତ୍ଵର ସଫଳ ପ୍ରସାର କରିପାରିଛନ୍ତି ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଯୋଗଦେଇଥିବା ରାଷ୍ଟ୍ରମାନଙ୍କର ପ୍ରତିନିଧିମାନେ କି’ କାର୍ଯ୍ୟ ସମ୍ପାଦନ କରିଥିଲେ ?
Answer:
- ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରମାନଙ୍କର ପ୍ରତିନିଧୁମାନେ ବିଶ୍ୱଶାନ୍ତି ଓ ନିରପେକ୍ଷ ନୀତି ପାଳନ ଉପରେ ଗୁରୁତ୍ଵ ଦେଇଥିଲେ ।
- ସମଗ୍ର ବିଶ୍ଵରେ ଅଣୁଅସ୍ତ୍ର ପ୍ରସ୍ତୁତି ଓ ପ୍ରୟୋଗକୁ ସେମାନେ ବିରୋଧ କରିଥିଲେ ଓ ନିରସ୍ତ୍ରୀକରଣ ସପକ୍ଷରେ ମତପ୍ରକାଶ କରିବା ସହିତ ପରମାଣୁ ଅସ୍ତ୍ର ପରୀକ୍ଷଣକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବାକୁ ସୁପାରିସ କରିଥିଲେ ।
(ଖ) ପଞ୍ଚମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଏହି ସମ୍ମିଳନୀରେ କେଉଁ
Answer:
- ୧୯୭୬ ମସିହା ଅଗଷ୍ଟ ମାସରେ ୮୬ଟି ଦେଶର ପ୍ରତିନିଧିଙ୍କୁ ନେଇ କଲମ୍ବୋଠାରେ ପଞ୍ଚମ ଗୋଷ୍ଠୀ ନିରପେକ୍ଷ
- ଆନ୍ତର୍ଜାତିକ କାରବାରରେ ବିକାଶୋନ୍ମୁଖୀ ରାଷ୍ଟ୍ରମାନେ ନ୍ୟାୟୋଚିତ ଆର୍ଥନୀତିକ ଅଧିକାର ପାଇବା ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
(ଗ) ନୂଆଦିଲ୍ଲୀଠାରେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ଏକ ଶିଖର ବୈଠକ କେବେ ଅନୁଷ୍ଠିତ ହୋଇଥିଲା ? ଏଠାରେ କି’ ପଦକ୍ଷେପ ନିଆଯାଇଥିଲା ?
Answer:
- ୧୯୮୩ ମସିହା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ଏକ ଶିଖର ବୈଠକ ଅନୁଷ୍ଠିତ
ହୋଇଥିଲା । - ଏଠାରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଏବଂ ଆଣବିକ ଯୁଦ୍ଧରୁ ନିବୃତ୍ତ ରହିବାକୁ ରାଷ୍ଟ୍ରମାନଙ୍କୁ ନିବେଦନ କରାଯିବା ସହିତ ଏକ ଆନ୍ତର୍ଜାତିକ ଅର୍ଥବ୍ୟବସ୍ଥା ପ୍ରଚଳନ ପାଇଁ ପଦକ୍ଷେପ ନେବାକୁ ସୁପାରିସ କରାଯାଇଥିଲା ।
(ଘ) ଲୁସାକା ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କି କାର୍ଯ୍ୟ ସମ୍ପାଦିତ ହୋଇଥିଲା ?
Answer:
- ଲୁସାକା ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଶାନ୍ତି ଓ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱାରୋପ କରାଯିବା ସହ ବିଶ୍ଵ ଉତ୍ତେଜନା ଦୂର କରିବାକୁ ସାମରିକ ମେଣ୍ଟଗୁଡ଼ିକୁ ନଷ୍ଟ କରିଦେବାପାଇଁ ଦୃଢ଼ ମତ ପ୍ରକାଶ ପାଇଥିଲା ।
- ଏଥରେ ଉପନିବେଶବାଦକୁ ନିନ୍ଦା କରାଯାଇଥିଲା ଏବଂ ସମସ୍ତ ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆର୍ଥନୀତିକ ସହଯୋଗ କାମନା କରାଯାଇଥିଲା ।
(ଙ) ବାନ୍ଦୁଙ୍ଗ୍ ସମ୍ମିଳନୀର ଆତ୍ମା କିଏ ଥିଲେ ? ତାଙ୍କର କେଉଁ ନୀତି ସେଠାରେ ଗୃହୀତ ହୋଇଥିଲା ?
Answer:
- ବାନ୍ଦୁଙ୍ଗ୍ ସମ୍ମିଳନୀର ଆତ୍ମା ଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ।
- ତାଙ୍କର ପଞ୍ଚଶୀଳ ବା ସମସ୍ତ ଜାତିର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ସେଠାରେ ଗୃହୀତ ହୋଇଥିଲା ।
(ଚ) ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧୂ ଯୋଗ ଦେଇଥିଲେ ? ସେଠାରେ କେଉଁ ଦୁଇଟି କାର୍ଯ୍ୟ ସମ୍ପାଦିତ ହୋଇଥିଲା ?
Answer:
- ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୧୦୧ଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ।
- ସେଠାରେ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ୍ଣ ବିଲୋପ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ବିଶ୍ଵ ଅର୍ଥନୀତି ବ୍ୟବସ୍ଥା ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ଅର୍ଥନୈତିକ ସହଯୋଗ ପାଇଁ ଆହ୍ବାନ ଦିଆଯାଇଥିଲା ।
(ଛ) ୧୯୮୯ ମସିହା ସେପ୍ଟେମ୍ବର ମାସରେ କେଉଁଠାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ? ସମ୍ମିଳନୀରେ କେଉଁ ବିଷୟରେ ପ୍ରସ୍ତାବ ଆସିଥିଲା ?
Answer:
- ୧୯୮୯ ମସିହା ସେପ୍ଟେମ୍ବର ମାସରେ ଇଉରୋପର ୟୁଗୋସ୍ଲୋଭିଆର ରାଜଧାନୀ ବେଲ୍ଟ୍ରେଡ୍ରେ ନବମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
- ସମ୍ମିଳନୀରେ ଉତ୍ତର ଓ ଦକ୍ଷିଣର ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ଅର୍ଥନୈତିକ ସମ୍ପର୍କ ଏବଂ ନୂତନ ବିଶ୍ଵ ଅର୍ଥନୀତି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଓ ସହଯୋଗ ପାଇଁ ପ୍ରସ୍ତାବ ଆସିଥିଲା ।
(କ) ତ୍ରୟୋଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ମୁଖ୍ୟତଃ କ’ଣ ଆଲୋଚିତ ହୋଇଥିଲା ?
Answer:
- ତ୍ରୟୋଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଓ
- ଏତଦ୍ବ୍ୟତୀତ ଇରାକ୍ ଓ ଦକ୍ଷିଣ କୋରିଆ ସମସ୍ୟା ଏବଂ ବିଶ୍ଵ ସନ୍ତ୍ରାସବାଦର ମୂଳୋତ୍ପାଟନ ଉପରେ ଆଲୋଚନା ହୋଇଥିଲା ।
(ଝ) ଚତୁର୍ଦ୍ଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେବେ ଓ କେଉଁ ସ୍ଥାନରେ ଅନୁଷ୍ଠିତ ହୋଇଥୁଲା ?
Answer:
- ଚତୁର୍ଦ୍ଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ୨୦୦୬ ମସିହା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା ।
- ଏହା କ୍ୟୁବାର ରାଜଧାନୀ ହାଭାନାଠାରେ ଅନୁଷ୍ଠିତ ହୋଇଥିଲା ।
(ଞ) ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥଲା ? ଏଥରେ କେତୋଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ?
Answer:
- ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଇଜିପ୍ଟର ଶାର୍ମଏଲ୍ ଶେଖାଠାରେ ଅନୁଷ୍ଠିତ ହୋଇଥିଲା ।
- ଏଥୁରେ ୧୧୮ଟି ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ।
୩। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କାହା ନେତୃତ୍ଵରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସୁଦୃଢ଼ ହୋଇଥିଲା ?
Answer:
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସୁଦୃଢ଼ ହୋଇଥିଲା ।
(ଖ) କେଉଁମାନଙ୍କ ସହଯୋଗ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ପରିପୁଷ୍ଟ କରିଥିଲା ?
ଉ- ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ, ଯୁଗୋସ୍ଲୋଭିଆର ରାଷ୍ଟ୍ରପତି ମାର୍ଶାଲ୍ ଟିଟୋ ଓ ଇଜିପ୍ଟର ରାଷ୍ଟ୍ରପତି ଅବଦୁଲ୍ ନାସେର୍ଙ୍କ ସହଯୋଗ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ପରିପୁଷ୍ଟ କରିଥିଲା ।
Answer:
ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କୁ ନେଇ ତୃତୀୟ ବିଶ୍ଵର ସୃଷ୍ଟି ହୋଇଥିଲା ।
(ଘ) କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବୃହତ୍ ଶକ୍ତିମାନଙ୍କୁ ସେମାନଙ୍କର ସାମରିକ ଘାଟିଗୁଡ଼ିକୁ ନଷ୍ଟ କରିଦେବାକୁ ଆହ୍ବାନ ଦିଆଯାଇଥିଲା ?
Answer:
ହାଭାନା ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ (୧୯୭୯)ରେ ବୃହତ୍ ଶକ୍ତିମାନଙ୍କୁ ସେମାନଙ୍କର ସାମରିକ ଘାଟିଗୁଡ଼ିକୁ ନଷ୍ଟ
(ଙ) ଆଲୟର୍ସ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଥିଲେ ?
Answer:
ଆଲଜିୟର୍ସ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୭୬ଟି ରାଷ୍ଟ୍ରର ପ୍ରତିନିଧୂ ଯୋଗ ଦେଇଥିଲେ ।
(ଚ) ଲୁସାକା କେଉଁ ଦେଶର ରାଜଧାନୀ ?
Answer:
ଲୁସାକା ଜାମ୍ବିଆର ରାଜଧାନୀ ଅଟେ ।
ଛ) ଗୋଷ୍ଠୀ-ନିରପେକ୍ଷ ଆନ୍ଦୋଳନର ସପ୍ତମ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ସପ୍ତମ ସମ୍ମିଳନୀ ଭାରତର ରାଜଧାନୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା ।
(ଜ) ଦକ୍ଷିଣ ଆଫ୍ରିକାରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ କେଉଁ ପ୍ରଶଂସନୀୟ ପଦକ୍ଷେପ ନେଇଥିଲା ?
Answer:
ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ୍ଣ ବିଲୋପ ଦିଗରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଥିଲା ।
(ଝ) କେଉଁ ଚୁକ୍ତିଗୁଡ଼ିକର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ?
Answer:
ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ, କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ଓ ୱାରସ୍ ଚୁକ୍ତି ଆଦିର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ।
(ଞ) ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଇଜିପ୍ଟର ଶାର୍ମ ଏଲ୍ ଶେଖାଠାରେ ଅନୁଷ୍ଠିତ ହୋଇଥିଲା ।
୪। ନିମ୍ନରେ ପ୍ରତ୍ୟେକରେ ତଳେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।
(କ) କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଫଗାନିସ୍ତାନରୁ ରୁଷିଆର ସୈନ୍ୟ ଅପସାରଣ ପାଇଁ ଆହ୍ବାନ ଦିଆଯାଇଥିଲା ?
(i) ଭାନା ସମ୍ମିଳନୀ ୧୯୭୯
(ii) ହାରାରେ ସମ୍ମିଳନୀ ୧୯୮୬
(iii) ନୂଆଦିଲ୍ଲୀ ସମ୍ମିଳନୀ ୧୯୮୩
(iv) ବେଲ୍ଗ୍ରେଡ୍ ସମ୍ମିଳନୀ ୧୯୮୯
Answer:
(ii) ହାରାରେ ସମ୍ମିଳନୀ ୧୯୮୬
(ଖ) ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ପ୍ରଥମ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
(i) ବାନ୍ଦୁଙ୍ଗ୍
(ii) ଲୁସାକା
(iii) କାଇରୋ
(iv) ବେଲ୍ଗ୍ରେଡ୍
Answer:
(iv) ବେଲ୍ଗ୍ରେଡ୍
(ଗ) କେଉଁ ବିଷୟଟି ୧୯୮୯ ମସିହାରେ ବେଲ୍ଗ୍ରେଡ୍ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚିତ ହୋଇଥିଲା ?
(i) ସମ୍ପୂର୍ଣ୍ଣ ଅଣୁଅସ୍ତ୍ର ଉଚ୍ଛେଦ
(ii) ବିଶ୍ବ ଅର୍ଥନୀତି ଅବସ୍ଥା
(iii) ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟବାଦର ବିଲୋପ
(iv) ସାମ୍ରାଜ୍ୟବାଦ ବିରୋଧରେ ସାଧାରଣ ନିନ୍ଦା
Answer:
(ii) ବିଶ୍ବ ଅର୍ଥନୀତି ଅବସ୍ଥା
(ଘ) କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିଶ୍ଵ ଉତ୍ତେଜନା ଦୂର କରିବାକୁ ସାମରିକ ମେଣ୍ଟଗୁଡ଼ିକ ନଷ୍ଟ କରିଦେବା ପାଇଁ ମତ ପ୍ରକାଶ ପାଇଥିଲା ?
(i) ଲୁସାକା ସମ୍ମିଳନୀ (୧୯୭୦)
(ii) ହାଭାନା ସମ୍ମିଳନୀ (୧୯୭୯)
(iii) କଲମ୍ବୋ ସମ୍ମିଳନୀ (୧୯୭୬)
(iv) ହାରାରେ ସମ୍ମିଳନୀ (୧୯୮୬)
Answer:
(i) ଲୁସାକା ସମ୍ମିଳନୀ (୧୯୭୦)
ଙ) କେଉଁ ବିଷୟରେ ୧୯୮୬ ମସିହାର ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚନା ହୋଇଥିଲା ?
(i) ଆନ୍ତର୍ଜାତିକ ସନ୍ତ୍ରାସବାଦର ଦୂରୀକରଣ
(ii) ବିଶ୍ଵବ୍ୟାଙ୍କର ସଂସ୍କାର
(iii) ସାମରିକ ଘାଟିଗୁଡ଼ିକର ସଂସ
(iv) ବର୍ଣ୍ଣବୈଷମ୍ୟ ନୀତିର ବିଲୋପ
Answer:
(iv) ବର୍ଣ୍ଣବୈଷମ୍ୟ ନୀତିର ବିଲୋପ