CHSE Odisha Class 11 Economics Book Solutions (+2 1st Year)

CHSE Odisha 11th Class Economics Book Solutions (+ 2 1st Year)

CHSE Odisha Class 11 Economics Book Solutions in Odia Medium

Part A Indian Economy

Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Unit 2 କ୍ଷେତ୍ରୀୟ ଉନ୍ନୟନ

Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Unit 4 ଭାରତୀୟ ଅର୍ଥନୀତି ପାଇଁ ସାମ୍ପ୍ରତିକ ଆହ୍ବାନ

Part B Statistics for Economics

Unit 5 ପରିସଂଖ୍ୟାନର ଉପସ୍ଥାପନା

Unit 6 ବାରମ୍ବାରତା ବିତରଣ

Unit 7 ପରିସାଂଖିକ ପଦ୍ଧତି (I)

Unit 8 ପରିସାଂଖ୍ୟକ ପଦ୍ଧତି (II)

CHSE Odisha Class 11 Economics Book Solutions in English Medium

  • Unit 1 Status of Indian Economy
  • Unit 2 Sectoral Development
  • Unit 3 Economic Planning and Economic Reforms
  • Unit 4 Current Challenges Facing the Indian Economy
  • Unit 5 Introductory Statistics
  • Unit 6 Frequency Distribution
  • Unit 7 Statistical Methods – I
  • Unit 8 Statistical Methods – II

CHSE Odisha Class 11 Economics Syllabus (+2 1st Year)

Economics (Paper-I)
First Year CHSE
Indian Economy & Statistics

A. Indian Economy

Unit I Status of Indian Economy (12 Marks)
Basic characteristics of the contemporary Indian economy, Structural changes in the Indian economy and the present state of relative contributions of primary, secondary, and tertiary sectors, Demographic features, Adverse effects of population growth, and Population Policy of India

Unit II Sectoral Development (15 Marks)
Agriculture – Importance, low productivity and its causes, Green Revolution, present agricultural situation.
Industry – Importance, Industrial Policies – 1948,1956, 1991.
Infrastructure -Role, Economic Infrastructure (Energy, Transport, and Communications) and Social Infrastructure (Education and Health)
Foreign Trade – Role, Composition, Direction.

Unit III Economic Planning and Economic Reforms (13 Marks)
Planning – Meaning, Need, Objectives, and Achievements, NitiAyog
Economic Reforms Since 1991 – need and main features of Liberalisation, Privatisation, and Globalisation.

Unit IV Current Challenges Facing the Indian Economy (20 Marks)
Poverty – absolute and relative poverty, causes of poverty, and important poverty alleviation programmes currently in place.
Unemployment and underemployment – causes, dimensions, and government programmes currently in place.
Inflation – causes and anti-inflationary measures in place.
Sustainable economic development – Meaning of sustainable development. Economic growth and its adverse impact on the Environment. Problems of global warming and climate change.

B. Statistics for Economics

Unit V Introductory Statistics (7 Marks)
Meaning, scope, importance, use, and limitations of statistics in economics.
Sources of statistical data – primary and secondary sources, NSSO, and Census of India as sources of secondary data in India.
Methods of collection of primary data – census and sampling methods and their relative merits and demerits

Unit VI Frequency Distribution (8 Marks)
Meaning and types of variables and frequency distribution.
Organisation of Data-Basics, Presentation of data – Tabular and diagrammatic presentation, Bar diagram, Pie diagram, Histogram, Frequency Polygon, Ogives, line graphs, Historigrams.

Unit VII Statistical Methods – I (15 Marks)
Measures of Central Tendency – Simple and Weighted Arithmetic Mean, Median, Mode, Concepts of Geometric Mean, Harmonic Mean
Measures of Dispersion Absolute Measures – Range, Quartile Deviation, Mean Deviation and Standard Deviation Relative Measures – Coefficients of Range, Quartile Deviation, Mean Deviation, and Standard Deviation
Merits and Demerits of different Measures of Dispersion

Unit VIII Statistical Methods – II (10 Marks)
Correlation – Meaning, Correlation and Causation, Types of Correlation, Scatter diagram Method of measuring correlation, uses of correlation in Economics
Regression – Meaning, Difference between Correlation and Regression, Uses of Regression in Economics
Index Numbers – Meaning, Importance, Uses, Consumer, and Wholesale Price Index Number.
Time Series – Meaning, Uses, and Components.

CHSE Odisha Class 11 Sociology Unit 2 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 2 ମୌଳିକ ସମ୍ପ୍ରତ୍ୟୟ Short Answer Questions.

CHSE Odisha 11th Class Sociology Unit 2 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ସମାଜର ଯେକୌଣସି ତିନିଗୋଟି ଉପାଦାନର ନାମ ଉଲ୍ଲେଖ କର ।
Answer:
ସମାଜର ତିନିଗୋଟି ଉପାଦାନଗୁଡ଼ିଜ ହେଲା –
(i) ସାମାଜିକ ସମ୍ପର୍କର ଏକ ପଦ୍ଧତି
(ii) ସମାନତା ଏବଂ
(iii) ତାରତମ୍ୟତା

2. ସମୁଦାୟ କହିଲେ କ’ଣ ବୁଝ ?
Answer:
ସମୁଦାୟ ଏକ ନିର୍ଦ୍ଦିଷ୍ଟ ସୀମାରେଖାରେ ଅବସ୍ଥିତ ଜନସମୂହକୁ ବୁଝାଇଥାଏ । ଯେତେବେଳେ କୌଣସି କ୍ଷୁଦ୍ର ବା ବୃହତ୍ ସମୂହର ଲୋକମାନେ ଏକତ୍ର ବାସ କରି କୌଣସି ନିର୍ଦ୍ଦିଷ୍ଟ ସ୍ବାର୍ଥରେ ଭାଗ ନ ନେଇ ସାଧାରଣ ଜୀବନର ମୌଳିକ ଅବସ୍ଥାରେ ଭାଗୀଦାର ହୋଇଥା’ନ୍ତି, ସେତେବେଳେ ସେହି ସମୂହକୁ ଆମେ ସମୁଦାୟ ବୋଲି କହିଥାଉ । ଏହି ସମୁଦାୟ ହେଉଛି ଏକ ସୀମାରେଖୀୟ ସମୂହ ଯାହାକି ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ ।

3. ସମୁଦାୟ ସଂଜ୍ଞା ପ୍ରଦାନ କର ।
Answer:
ଇ.ଏସ୍. ବୋଗାର୍ଡ଼ସ୍‌ (E.S. Bogardus) ଙ୍କ ମତରେ, ‘ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତରେ ବାସ କରୁଥିବା ଏବଂ ‘ଆମ ଭାବନା’ ଥିବା ଏକ ସାମାଜିକ ସମୂହକୁ ସମୁଦାୟ କୁହାଯାଇଥାଏ ।’’
କିଙ୍ଗ୍‌ସଲେ ଡେଭିସ୍ (Kingsley Davis) ଙ୍କ ମତରେ, ‘‘ଏହି ସମୁଦାୟ ହେଉଛି ଏକ କ୍ଷୁଦ୍ରାତିକ୍ଷୁଦ୍ର ଆଞ୍ଚଳିକ ସମୂହ ଯାହାକି ସାମାଜିକ ଜୀବନର ସମସ୍ତ ବିଭାଗକୁ ଧାରଣ କରିଥାଏ ।’’

4. ସମୁଦାୟର ଯେକୌଣସି ଚାରିଗୋଟି ଲକ୍ଷଣ ଦର୍ଶାଅ ।
Answer:
ସମୁଦାୟର ଚାରିଗୋଟି ଲକ୍ଷଣଗୁଡ଼ିକ ହେଲା-
(i) ନିର୍ଦ୍ଦିଷ୍ଟ ସ୍ଥାନ (Definite Locality)
(ii) ସମ୍ପ୍ରଦାୟ ଭାବନା (Community Sentiment)
(iii) ସମାନତା (Likeness)
(iv) ପ୍ରାକୃତିକତା (Naturality)

CHSE Odisha Class 11 Sociology Unit 2 Short Answer Questions in Odia Medium

5. ସଂଘ କହିଲେ କ’ଣ ବୁଝ ?
Answer:
ଯେତେବେଳେ ଦଳେ ଲୋକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟର ପରିତୃପ୍ତି ପାଇଁ ସଙ୍ଗଠିତ ହୁଅନ୍ତି, ସେତେବେଳେ ସେମାନେ ଏକ ସଂଘ ଗଠନ କରିଥା’ନ୍ତି । ତେଣୁ ଏକ ବା ଏକାଧିକ ଉଦ୍ଦେଶ୍ୟ ପୂରଣ ନିମିତ୍ତ ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କଦ୍ୱାରା ଶୃଙ୍ଖଳିତଭାବେ ଗଠିତ ହୋଇଥିବା ସଙ୍ଗଠନକୁ ସଂଘ କୁହାଯାଏ ।

6. ସଂଘର ସଂଜ୍ଞା ପ୍ରଦାନ କର ।
Answer:
ପି. ଜିସ୍ବବର୍ଟ (P. Gisbert) ଙ୍କ ମତରେ, ‘ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବା କେତେକ ସୀମିତ ଉଦ୍ଦେଶ୍ୟ ପୂରଣ ନିମିତ୍ତ ସଙ୍ଗଠିତ ହୋଇଥ୍ ଦଳେ ବ୍ୟକ୍ତିଙ୍କୁ ନେଇ ସଂଘ ଗଠିତ ହୋଇଥାଏ ।’’
ଇ. ଏସ୍. ବୋଗାର୍ଡ଼ସ୍ (E.S. Bogardus) ଙ୍କ ମତରେ, ‘ଯେତେବେଳେ କେତେକ ଲୋକ ଏକତ୍ର ହୋଇ କେତେକ ଉଦ୍ଦେଶ୍ୟ ପୂରଣ ପାଇଁ କାର୍ଯ୍ୟ କରିଥା’ନ୍ତି ତାହାକୁ ସଂଘ କୁହାଯାଏ ।’’

7. ସଂଘର ଚାରିଗୋଟି ମୁଖ୍ୟ ଉପାଦାନକୁ ଦର୍ଶାଅ ।
Answer:
ସଂଘର ଚାରିଗୋଟି ମୁଖ୍ୟ ଉପାଦାନ ହେଲା-

  • ଏକ ଗୋଷ୍ଠୀ (A group of people)
  • ସ୍ୱେଚ୍ଛାକୃତ ସଭ୍ୟପଦ (Voluntary membership)
  • ସାଧାରଣ ଲକ୍ଷ୍ୟ (Common aims)
  • ସହଯୋଗୀ ଆତ୍ମା (Cooperative spirit)

8. ଅନୁଷ୍ଠାନ କହିଲେ କ’ଣ ବୁଝ ?
Answer:
ପ୍ରତ୍ୟେକ ସଂଘ ଏବଂ ସଙ୍ଗଠନ କେତେକ ସ୍ବୀକୃତିପ୍ରାପ୍ତ ଏବଂ ପ୍ରତିଷ୍ଠିତ ନୀତିନିୟମଦ୍ୱାରା ପରିଚାଳିତ । ଏହି ନିୟମ ବା କାର୍ଯ୍ୟପ୍ରଣାଳୀଗୁଡ଼ିକୁ ସମାଜ ବିଜ୍ଞାନରେ ଅନୁଷ୍ଠାନ ବୋଲି କୁହାଯାଏ । ଏହି ଅନୁଷ୍ଠାନ ହେଉଛି ସ୍ବୀକୃତିପ୍ରାପ୍ତ ଏବଂ ଗ୍ରହଣୀୟ କର୍ମପଦ୍ଧତି ଯାହା ବ୍ୟକ୍ତି ଏବଂ ସମୂହ ମଧ୍ୟରେ ଥିବା ସମ୍ପର୍କକୁ ନିୟନ୍ତ୍ରିତ କରିଥାଏ ।

9. ଅନୁଷ୍ଠାନର ମୁଖ୍ୟ ଲକ୍ଷଣଗୁଡ଼ିକ କ’ଣ ଅଟେ ?
Answer:
ନିମ୍ନରେ ଅନୁଷ୍ଠାନର ମୁଖ୍ୟ ଲକ୍ଷଣଗୁଡ଼ିକୁ ଉଲ୍ଲେଖ କରାଗଲା ।
(i) ନିର୍ଦ୍ଦିଷ୍ଟ ଆବଶ୍ୟକତାର ସନ୍ତୁଷ୍ଟତା (Satisfaction of specific needs)
(ii) ମୂଲ୍ୟବୋଧର ପ୍ରତୀକ (Embodiment of values);
(iii) ଭଲଭାବେ ପରିଭାଷିତ ପରମ୍ପରା (Well-defined traditions);
(iv) ଅବକ୍ଷୟତା (Abstractness)

10. ସାମାଜିକ ସମୂହର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:
ସାମାଜିକ ସମୂହର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା-
(i) ବ୍ୟକ୍ତିମାନଙ୍କର ସମଷ୍ଟି (Collection of individuals);
(ii) ପାରସ୍ପରିକ ସମ୍ପର୍କ (Mutual relationship);
(iii) ଆମ-ଭାବନା (We-feeling);
(iv) ସାଧାରଣ ଆଗ୍ରହ (Common interest)

11. ପ୍ରାଥମିକ ସମୂହ କହିଲେ କ’ଣ ବୁଝ ?
Answer:
ଏହି ପ୍ରାଥମିକ ସମୂହ ଆକାରରେ କ୍ଷୁଦ୍ର ଅଟେ ଏବଂ ମୁଖୋନୁ ଖ ସମ୍ପର୍କ, ଘନିଷ୍ଠ ବନ୍ଧନ ଏବଂ ସହଯୋଗିତାଦ୍ୱାରା ପରିଚାଳିତ । ଅନ୍ୟ ଅର୍ଥରେ ପ୍ରତ୍ୟକ୍ଷ ଏବଂ ଘନିଷ୍ଠ ସମ୍ପର୍କ ରକ୍ଷାକରୁଥିବା ସୀମିତସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ପ୍ରାଥମିକ ସମୂହ ଗଠିତ । ଏହି ସମୂହ ସାମାଜିକ ସଂରଚନାର ଏକକ ଜୀବକୋଷରୂପେ ପରିଚିତ ।

12. ପ୍ରାଥମିକ ସମୂହର ଚାରିଗୋଟି ବୈଶିଷ୍ଟ୍ୟର ନାମ ଉଲ୍ଲେଖ କର ।
Answer:
ପ୍ରାଥମିକ ସମୂହର ଚାରିଗୋଟି ବୈଶିଷ୍ଟ୍ୟ ହେଲା-

  • ଶାରୀରିକ ସାନ୍ନିଧ୍ୟତା (Physical proximity);
  • କ୍ଷୁଦ୍ର ଆକାର (Small size);
  • ଶେଷର ପରିଚୟ (Identy of ends);
  • ବ୍ୟକ୍ତିଗତ ସମ୍ପର୍କ (Personal relationship)

CHSE Odisha Class 11 Sociology Unit 2 Short Answer Questions in Odia Medium

13. ଗୌଣ ସମୂହ କାହାକୁ କୁହାଯାଏ ?
Answer:
ଯେଉଁ ସମୂହର ସଦସ୍ୟମାନଙ୍କର ସମ୍ପର୍କରେ ମୁଖୋନ୍ମୁଖ ସମ୍ପର୍କ ପରିଲକ୍ଷିତ ହୋଇ ନ ଥାଏ, ତାହାକୁ ଗୌଣ ସମୂହ କୁହାଯାଏ । ଏହି ଗୌଣ ସମୂହ ହେଉଛି ସେହି ସମୂହ ଯାହା ପରୋକ୍ଷ, ଅବୈୟକ୍ତିକ ଏବଂ ଗୌଣ ସମ୍ପର୍କ ଉପରେ ପ୍ରତିଷ୍ଠିତ । ଏହାର ସଦସ୍ୟମାନେ ଆତ୍ମସ୍ୱାର୍ଥଦ୍ୱାରା ପରିଚାଳିତ ଏବଂ ସଦସ୍ୟମାନେ ବିକ୍ଷିପ୍ତଭାବରେ ରହିବାର ଦେଖାଯାଇଥାଏ ।

14. ଆନ୍ତଃସମୂହ କହିଲେ କ’ଣ ବୁଝ ?
Answer:
ସମ୍ବନର୍‌ଙ୍କ ମତରେ, ବ୍ୟକ୍ତି ଯେଉଁ ସମୂହରେ ବାସକରେ, ସେହି ସମୂହକୁ ବ୍ୟକ୍ତିର ଆନ୍ତଃସମୂହ କୁହାଯାଇଥାଏ । ଅନ୍ୟ ଅର୍ଥରେ ଆନ୍ତଃ-ସମୂହ ହେଉଛି ସେହି ସାମାଜିକ ସମୂହ ଯେଉଁଥରେ ବ୍ୟକ୍ତିମାନେ ବାସ କରିଥା’ନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକପ୍ରକାର ସଚେତନ ଭାବନା ରହିଥାଏ ।

15. ବହିଃସମୂହ କହିଲେ ତୁମେ କ’ଣ ବୁଝ ?
Answer:
ସମ୍ବନର୍‌ଙ୍କ ମତରେ, ଯେଉଁ ସମୂହରେ ବ୍ୟକ୍ତି ସଦସ୍ୟଭୁକ୍ତ ହୋଇ ନ ଥାଏ ବା ଯେଉଁ ସମୂହ ସହିତ ସେ ପରିଚିତ ନୁହେଁ, ସେହି ସମୂହକୁ ବ୍ୟକ୍ତିର ବହିଃସମୂହ ବୋଲି କୁହାଯାଇଥାଏ । ଅନ୍ୟ ଅର୍ଥରେ ବ୍ୟକ୍ତି ବାସକରୁଥିବା ନିଜ ସମୂହ ବ୍ୟତୀତ ଅନ୍ୟ ସମସ୍ତ ସମୂହକୁ ସେହି ବ୍ୟକ୍ତିର ବହିଃସମୂହ ବୋଲି କୁହାଯାଇଥାଏ ।

16. ସଂସ୍କୃତିର ଚାରିଗୋଟି ଲକ୍ଷଣ ଦର୍ଶାଅ ।
Answer:
ସଂସ୍କୃତିର ଚାରିଗୋଟି ଲକ୍ଷଣ ହେଲା-
(i) ସଂସ୍କୃତି ଏକ ଅର୍ଜିତ ଗୁଣ ।
(ii) ସଂସ୍କୃତି ଆଦର୍ଶବାଦୀ ଅଟେ ।
(iii) ସଂସ୍କୃତି ଏକ ଚଳନଶୀଳ ବ୍ୟାପାର ।
(iv) ସଂସ୍କୃତି ମାନବିକ ଆବଶ୍ୟକତାଗୁଡ଼ିକୁ ପୂରଣ କରିଥାଏ ।

17. ଭୌତିକ ସଂସ୍କୃତି କହିଲେ କ’ଣ ବୁଝ ?
Answer:
ଯେଉଁସବୁ ପଦାର୍ଥଗୁଡ଼ିକୁ ଦେଖହୁଏ ଏବଂ ସ୍ପର୍ଶ କରିହୁଏ, ତାହା ଭୌତିକ ସଂସ୍କୃତିର ଅନ୍ତର୍ଭୁକ୍ତ ଅଟେ । ଏହିପ୍ରକାର ସଂସ୍କୃତି ମୂର୍ଖ ଏବଂ ସ୍ପର୍ଶଯୋଗ୍ୟ ପଦାର୍ଥକୁ ନେଇ ଗଠିତ । ବାସଗୃହ, ପୋଷାକ-ପରିଚ୍ଛଦ, ଆସବାବାପତ୍ର, ପୁସ୍ତକ ପ୍ରଭୃତି ଏହି ଭୌତିକ ସଂସ୍କୃତିର ଉଦାହରଣ ଅଟେ ।

18. ଭୌତିକ ସଂସ୍କୃତି କହିଲେ କ’ଣ ବୁଝ ?
Answer:
ଏହି ଅଭୌତିକ ସଂସ୍କୃତି ଅମୂର୍ତ୍ତି ଏବଂ ସ୍ପର୍ଶହୀନ ଅଟେ । ଏହି ସଂସ୍କୃତିର ପରିବର୍ତ୍ତନର ବେଗ ଧୀର, ମନ୍ତର ଗତିରେ ସଂଘଟିତ ହୋଇଥାଏ । ଆଦର୍ଶ, ମୂଲ୍ୟବୋଧ, ବିଶ୍ଵାସ, ପ୍ରଥା, ପରମ୍ପରା ଇତ୍ୟାଦି ଅଭୌତିକ ସଂସ୍କୃତିର ଅନ୍ତର୍ଭୁକ୍ତ ଅଟେ ।

19. ପ୍ରାଥମିକ ସମୂହର ଦୁଇଗୋଟି ଉଦାହରଣ ଉଲ୍ଲେଖ କର ।
Answer:
ପ୍ରାଥମିକ ସମୂହର ଦୁଇଗୋଟି ଉଦାହରଣ ହେଉଛି
(୧) ପରିବାର ଓ (୨) ପଡ଼ୋଶୀ

20. ସଂଘର ଯେକୌଣସି ଦୁଇଟି ଉଦାହରଣ ପ୍ରଦାନ କର ।
Answer:
ସଂଘର ଦୁଇଗୋଟି ଉଦାହରଣ ହେଉଛି-
(୧) ପରିବାର ଓ (୨) ରାଜନୈତିକ ଦଳ ।

21. ଗୌଣ ସମୂହର ଦୁଇଗୋଟି ଲକ୍ଷଣ ପ୍ରଦାନ କର ।
Answer:
ଗୌଣ ସମୂହର ଦୁଇଗୋଟି ଲକ୍ଷଣ ହେଉଛି-
(୧) ପରୋକ୍ଷ ସମ୍ପର୍କ (୨) ମୁଖୋନୁ ଖ ସମ୍ପର୍କର ଅଭାବ ।

22. ମାଜର ଯେକୌଣସି ଦୁଇଗୋଟି ପ୍ରକାର୍ଯ୍ୟ ସମ୍ବନ୍ଧୀୟ ଉପାଦାନ ପ୍ରଦାନ କର ।
Answer:
ସମାଜର ଦୁଇଗୋଟି ପ୍ରକାର୍ଯ୍ୟ ସମ୍ବନ୍ଧୀୟ ଉପାଦାନ ହେଲା-
(୧) ମୌଳିକ ଆବଶ୍ୟକତାର ପରିପୂରଣ ପାଇଁ ବନ୍ଦୋବସ୍ତ । (୨) ସାମାଜିକୀକରଣ ଓ ପାରସ୍ପରିକ ନିର୍ଭରଶୀଳତା ।

23. ଅବସ୍ତୁଭିତ୍ତିକ ସଂସ୍କୃତିର ଦୁଇଗୋଟି ଉଦାହରଣ ପ୍ରଦାନ କର ।
Answer:
ଅବସ୍ତୁଭିଭିକ ସଂସ୍କୃତିର ଦୁଇଗୋଟି ଉଦାହରଣ ହେଲା-
(୧) ପ୍ରଥା, ପରମ୍ପରା ଓ (୨) ଭାଷା, ମୂଲ୍ୟବୋଧ ।

CHSE Odisha Class 11 Sociology Unit 2 Short Answer Questions in Odia Medium

24. ବସ୍ତୁଭିଭିକ ସଂସ୍କୃତିର ଯେକୌଣସି ଦୁଇଗୋଟି ଉଦାହରଣ ପ୍ରଦାନ କର ।
Answer:
ବସ୍ତୁଭିଭିକ ସଂସ୍କୃତିର ଦୁଇଗୋଟି ଉଦାହରଣ ହେଲା- (୧) ବାସଗୃହ, ପୋଷାକ ପରିଚ୍ଛଦ, (୨) ପୁସ୍ତକ, ଆସୁବାବପତ୍ର ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ସମାଜ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ଏବଂ ସମୁଦାୟ ମଧ୍ୟରେ ବିଭିନ୍ନ ପ୍ରକାର ତାରତମ୍ୟ ପ୍ରକାଶ ପାଇଥାଏ । ସେଗୁଡ଼ିକୁ ନିମ୍ନମତେ ବର୍ଣ୍ଣନା କରାଯାଇପାରେ ।

(i) ସମାଜ ସାମାଜିକ ସମ୍ପର୍କର ସମଷ୍ଟି ଅଟେ । ଏହି ସମ୍ପର୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ, ଶୃଙ୍ଖଳିତ କିମ୍ବା ବିଶୃଙ୍ଖଳିତ ହୋଇପାରେ । ଅନ୍ୟ ପକ୍ଷରେ ସମୁଦାୟ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ଦଳେ ବ୍ୟକ୍ତିଙ୍କର ସମଷ୍ଟି ଅଟେ । ଏହି ସମୁଦାୟର ଲୋକମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ, ଅନ୍ତରଙ୍ଗ ଏବଂ ସହଯୋଗମୂଳକ ସମ୍ପର୍କ ବିଦ୍ୟମାନ ।

(ii) ସମାଜ ଅମୂର୍ଖ (Abstract) ଅଟେ । ଏହାର କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ । କିନ୍ତୁ ସମୁଦାୟ ଏକ ମୂର୍ଖ (Concrete) ସମ୍ପ୍ରତ୍ୟୟ ଅଟେ । ଏହି ସମୁଦାୟର ନିର୍ଦ୍ଦିଷ୍ଟ ଆକାର ବିଷୟରେ ଆମେ କଳନ କରିପାରୁ । ଏହି ସମୁଦାୟ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନବସତିକୁ ସୂଚାଇଥାଏ ଯାହାର ସ୍ଥିତିକୁ ଆମେ ସହଜରେ ନିର୍ଦ୍ଧାରଣ କରିପାରୁ ।

(iii) ସମୁଦାୟର ସଦସ୍ୟମାନଙ୍କ ମଧ୍ୟରେ ଆମେ ‘ସାମୁଦାୟିକ ମନୋଭାବ’ (Community sentiment) ଦେଖିବାର ପାଇଥାଉ । ଏହି ସାମୁଦାୟିକ ମନୋଭାବ ସମୁଦାୟର ଏକ ମୁଖ୍ୟ ବୈଶିଷ୍ଟ୍ୟ ଅଟେ । ଏହି ସାମୁଦାୟିକ ମନୋଭାବ ବିନା ସମୁଦାୟ ଅସ୍ଥିତ୍ଵ ନାହିଁ କହିଲେ ଚଳେ । ମାତ୍ର ସମାଜର ସଦସ୍ୟମାନଙ୍କ ମଧ୍ୟରେ ଏହି ଭାବନା ପ୍ରାୟ ପରିଲକ୍ଷିତ ହୋଇ ନ ଥାଏ ।

(iv) ସମାଜ ଏକ ବ୍ୟାପକ ସଂସ୍ଥା ଅଟେ । ଏହାର ପରିସର କେତେକ ସମୁଦାୟକୁ ଅନ୍ତର୍ଭୁକ୍ତ କରିଥାଏ । ମାତ୍ର ଅପରପକ୍ଷରେ ସମୁଦାୟ ହେଉଛି ସମାଜର ଅଂଶ ସ୍ଵରୂପ । ଏହାର ଆକାର କ୍ଷୁଦ୍ର ହୋଇଥିବାରୁ ଏହା ସମାଜକୁ ନିଜର ପରିସରଭୁକ୍ତ କରିପାରି ନ ଥାଏ ।

2. ସଂଘ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏକ ସଂଘ ଏକ ସମୁଦାୟ ପଦବାଚ୍ୟ ହୋଇପାରେ ନାହିଁ । ଏହା ହେଉଛି ସମୁଦାୟ ମଧ୍ୟରେ ଥ‌ିବା ଏକ ସ୍ବେଚ୍ଛାକୃତ ଏବଂ ସଙ୍ଗଠିତ ସମୂହ ଅଟେ । ଏହି ସଂଘ ଏବଂ ସମୁଦାୟ ପରସ୍ପରଠାରୁ କେତେକ କ୍ଷେତ୍ରରେ ପୃଥକ୍ ଅଟନ୍ତି ।

(i) ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ଚରିତାର୍ଡ କରିବାପାଇଁ ଲୋକମାନେ ସ୍ବେଚ୍ଛାକୃତଭାବେ ସଂଘ ଗଠନ କରିଥା’ନ୍ତି । ମାତ୍ର ଅନ୍ୟପକ୍ଷରେ ସମୁଦାୟ ସ୍ବତଃସ୍ଫୁର୍ଭ (spontaneous) ଭାବେ ତିଆରି ହୋଇଥାଏ । ତେଣୁ ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ସଂଘ ମନୁଷ୍ୟକୃତ ହୋଇଥିବା ସ୍ଥଳେ ସମୁଦାୟ ଈଶ୍ଵରକୃତ ଅଟେ ।

(ii) ସଂଘର ଗଠନ ନିମିତ୍ତ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିହିତ ଥାଏ । ସଂଘ ମାନବ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରି ନ ଥାଏ । କିନ୍ତୁ ଅପରପକ୍ଷରେ ସମୁଦାୟ ମାନବ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ । କୌଣସି ନିର୍ଦ୍ଦିଷ୍ଟ ଆଗରେ ରଖ୍ ବ୍ୟକ୍ତି ସମୁଦାୟର ସଦସ୍ୟ ହୋଇ ନ ଥାଏ । ଏହି ସମୁଦାୟର ସଦସ୍ୟତା ବ୍ୟକ୍ତିର ଜନ୍ମଗତ ପ୍ରବୃତ୍ତି ଅଟେ । ତେଣୁ ସମୁଦାୟ ସଂଘ ଅପେକ୍ଷା ଅଧିକ ବ୍ୟାପକ ଅଟେ ।

(iii) ସଂଘର ସଭ୍ୟପଦ ସ୍ଵେଚ୍ଛାକୃତ ହେବାବେଳେ ସମୁଦାୟର ସଭ୍ୟପଦ ବାଧ୍ୟତାମୂଳକ ଅଟେ । ବ୍ୟକ୍ତି ତା’ର ଇଚ୍ଛା ଅନୁସାରେ ଯେକୌଣସି ସଂଘର ସଭ୍ୟପଦ ଗ୍ରହଣ କିମ୍ବା ପରିତ୍ୟାଗ କରିପାରେ । ଅପରପକ୍ଷରେ ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସମୁଦାୟର ସଭ୍ୟହୋଇ ରହିଥାଏ ।

(iv) ସମୁଦାୟର ଏକ ମୁଖ୍ୟ ଉପାଦାନ ହେଉଛି ସାମୁଦାୟିକ ମନୋଭାବ । ଏହି ସାମୁଦାୟିକ ମନୋଭାବ ବ୍ୟତିରେକେ ସମୁଦାୟର ସ୍ଥିତି ବିଷୟରେ କଳ୍ପନା କରାଯାଇ ନ ପାରେ । ମାତ୍ର ସଂଘରେ ଏପ୍ରକାର ମନୋଭାବ ପରିଲକ୍ଷିତ ହୋଇ ନ ଥାଏ ।

CHSE Odisha Class 11 Sociology Unit 2 Short Answer Questions in Odia Medium

(v) ଏକ ସଂଘର ନିର୍ଦ୍ଦିଷ୍ଟ ଭୌଗୋଳିକ ଭୂଖଣ୍ଡ ନ ଥାଏ । ଅପରପକ୍ଷରେ ଏକ ସମୁଦାୟର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡ ରହିଥାଏ । ସମୁଦାୟ ସେହି ଲୋକମାନଙ୍କୁ ନିଜର ପରିସରଭୁକ୍ତ କରିଥାଏ, ଯେଉଁମାନେ କି ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ଯରେ ବାସ କରିଥା’ନ୍ତି ।

3. ସମାଜ ଏବଂ ସଂଘ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ଏବଂ ସଂଘ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି । ସେମାନଙ୍କ ମଧ୍ୟରେ ନିମ୍ନଲିଖ ପ୍ରଭେଦଗୁଡ଼ିକୁ ଦେଖୁବାକୁ ମିଳିଥାଏ ।

(i) ସମାଜ ସାମାଜିକ ସମ୍ପର୍କର ଏକ ସମଷ୍ଟି ହୋଇଥିବାବେଳେ ସଂଘ ଲୋକମାନଙ୍କର ଏକ ସମୂହରୂପେ ପରିଚିତ ।
(ii) ସମାଜ ପ୍ରାକୃତିକ ଉପାୟରେ ଆମ ଦୃଷ୍ଟିଗୋଚରକୁ ଆସିଛି । ପ୍ରକୃତି ଏହାର ବିକାଶରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ସଂଘ ଲୋକମାନଙ୍କଦ୍ୱାରା ଇଚ୍ଛାକୃତଭାବେ ଗଠିତ । ତେଣୁ ସଂଘ କୃତ୍ରିମ ଉପାୟରେ ସୃଷ୍ଟି ହୋଇଥିବାବେଳେ ସମାଜ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥାଏ ।
(iii) ସମାଜ ସ୍ଥାୟୀ ସଂସ୍ଥାରୂପେ ପରିଚିତ । ମାତ୍ର ସଂଘ ସ୍ଥାୟୀ ବା ଅସ୍ଥାୟୀ ହୋଇପାରେ । ଏହି ଦୃଷ୍ଟିରୁ ସମାଜ ସଂଘ ଅପେକ୍ଷା ଅଧ୍ବକ ସୁଦୃଢ଼ ଅଟେ ।
(iv) ସମାଜ ଉଭୟ ସହଯୋଗିତା ଏବଂ ସଂଘର୍ଷର ଏକ ସମାହାର । ତେଣୁ ମାକାଇଭର୍ (Maclver) କହିଛନ୍ତି, ‘ସମାଜ ହେଉଛି ସଂଘର୍ଷଦ୍ବାରା ଅତିକ୍ରାନ୍ତ ସହଯୋଗିତା ।’’ ମାତ୍ର ଅପରପକ୍ଷରେ ସଂଘ ମୁଖ୍ୟତଃ ସହଯୋଗିତା ଉପରେ ହିଁ ପ୍ରତିଷ୍ଠିତ ।
(v) ସମାଜ ଲୋକମାନଙ୍କର ସମସ୍ତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ପୂରଣ କରିଥାଏ । ମାତ୍ର ସଂଘ ଲକ୍ଷ୍ୟ ଉପରେ ପ୍ରତିଷ୍ଠିତ । କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ସଂଘକୁ ଗଠନ କରାଯାଇଥାଏ । ତେଣୁ ସମାଜର ଲକ୍ଷ୍ୟ ସଂଘର ଲକ୍ଷ୍ୟ ତୁଳନାରେ ବ୍ୟାପକ ଅଟେ ।

4. ଅନୁଷ୍ଠାନର ପ୍ରକାର୍ଯ୍ୟଗୁଡ଼ିକୁ ଆଲୋଚନା କର ।
Answer:
ସମାଜରେ ଅନୁଷ୍ଠାନର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଏହା କେତେକ ମୁଖ୍ୟ ସାମାଜିକ ପ୍ରକାର୍ଯ୍ୟକୁ ସମ୍ପାଦନ କରିଥାଏ । ଏହି ପ୍ରକାର୍ଯ୍ୟଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।

(i) ଅନୁଷ୍ଠାନ କେତେକ ନିର୍ଦ୍ଧାରିତ ନୀତିନିୟମ ମାଧ୍ୟମରେ ତା’ର ସଦସ୍ୟମାନଙ୍କର ଆଚରଣ ଏବଂ ବ୍ୟବହାର ପଦ୍ଧତିକୁ ନିୟନ୍ତ୍ରିତ କରିଥାଏ । ଉଦାହରଣସ୍ୱରୂପ, ଏକ ସାମାଜିକ ଅନୁଷ୍ଠାନରୂପେ ପରିବାର ତା’ର ସଦସ୍ୟମାନଙ୍କର ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ସେହିପରି ବିବାହ ଅନୁଷ୍ଠାନ ସ୍ଵାମୀ ଏବଂ ‘ସ୍ତ୍ରୀ’ଙ୍କର ଯୌନ ସମ୍ପର୍କକୁ ନିୟନ୍ତ୍ରିତ କରିଥାଏ ।
(ii) ସମାଜରେ ପ୍ରଚଳିତ ଆଦର୍ଶ, ଜ୍ଞାନ, ନୈତିକତା ଏବଂ ବ୍ୟବହାର ପ୍ରଭୃତି ଗୋଟିଏ ପୁରୁଷରୁ ଅନ୍ୟ ଗୋଟିଏ ପୁରୁଷକୁ ଏହି ଅନୁଷ୍ଠାନ ଜରିଆରେ ସ୍ଥାନାନ୍ତରିତ ହୋଇଥାଏ ।
(iii) ଏହି ଅନୁଷ୍ଠାନଗୁଡ଼ିକ ବ୍ୟକ୍ତିର ସାମାଜିକୀକରଣ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥା’ନ୍ତି । ଏହା ଫଳରେ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସଂଘଟିତ ହୋଇଥାଏ ।
(iv) ଏହି ଅନୁଷ୍ଠାନ ସମାଜରେ ବ୍ୟକ୍ତିର ପ୍ରସ୍ଥିତି ଏବଂ ଭୂମିକାକୁ ନିର୍ଦ୍ଧାରିତ କରିଥାଏ । ବିବାହ ଅନୁଷ୍ଠାନଦ୍ୱାରା ସ୍ଵାମୀ ଏବଂ ସ୍ତ୍ରୀର ଭୂମିକା ନିର୍ଦ୍ଧାରିତ ହୋଇଥାଏ ।
(v) ଏକ ଅନୌପଚାରିକ ମାଧ୍ୟମଭାବେ ଅନୁଷ୍ଠାନ ସମାଜରେ ବ୍ୟକ୍ତି ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ସମାଜରେ ଯୌନସମ୍ପର୍କ ବିବାହ ଅନୁଷ୍ଠାନଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଲୋକମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧକୁ ଧର୍ମ ନିୟନ୍ତ୍ରତ କରିଥାଏ । ଲୋକମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଦୈନନ୍ଦିନର କାର୍ଯ୍ୟକଳାପ ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଜାହରି କରିଥାଏ ।
(vi) ଏହି ଅନୁଷ୍ଠାନ ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପରିଚାଳିତ କରି ସମାଜର ଏକତା ଏବଂ ସଂହତିକୁ ଦୃଢ଼ କରିଥାଏ । ତେଣୁ କୁହାଯାଇପାରେ ଯେ ସମାଜର ଏକତା ଏବଂ ସଂହତି ରକ୍ଷା କରିବା କ୍ଷେତ୍ରରେ ଅନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।

5. ସଂଘ ଏବଂ ଅନୁଷ୍ଠାନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ସଂଘ ଏବଂ ଅନୁଷ୍ଠାନ ମଧ୍ୟରେ ପରିଦୃଷ୍ଟ ହେଉଥ‌ିବା ମୁଖ୍ୟ ପ୍ରଭେଦଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ! –

(i) ଅନୁଷ୍ଠାନ କେତେକ ନୀତିନିୟମ, ବିଧ୍ଵବିଧାନ ଏବଂ କାର୍ଯ୍ୟପ୍ରଣାଳୀର ଏକ ବ୍ୟବସ୍ଥା । ମାତ୍ର ସଂଘ ଲୋକମାନଙ୍କର ଏକ ସଙ୍ଗଠନ । ତେଣୁ ସଂଘ ମାନବିକ ଦିଗଗୁଡ଼ିକୁ ସୂଚାଉଥ‌ିବାବେଳେ ଅନୁଷ୍ଠାନ ମନୁଷ୍ୟର ବ୍ୟବହାର ଏବଂ ଆଚରଣର ସାମାଜିକ ଅବସ୍ଥାକୁ ସୂଚାଇଥାଏ।

(ii) ଅନୁଷ୍ଠାନଗୁଡ଼ିକ ସ୍ଵତଃସ୍ଫୁର୍ଭଭାବେ ଦୃଷ୍ଟିଗୋଚରକୁ ଆସିଥା’ନ୍ତି । ଅପରପକ୍ଷରେ ସଂଘ କେତେକ ବ୍ୟକ୍ତିଙ୍କଦ୍ୱାରା ଇଚ୍ଛାକୃତଭାବେ ଗଠିତ ହୋଇଥାଏ । ତେଣୁ ଅନୁଷ୍ଠାନର ସଦସ୍ୟପଦ ବାଧ୍ୟତାମୂଳକ ହେଉଥିବାବେଳେ ସଂଘର ସଭ୍ୟପଦ ଇଚ୍ଛାଧୀନ ଅଟେ ।

(iii) ସଂଘ ‘ମୂର୍ଖ’ (concrete) ଅଟେ । ଏହି ସଂଘକୁ ବ୍ୟକ୍ତିଙ୍କର ସମଷ୍ଟିରୂପେ ଦେଖାଯାଇଥାଏ । ଅପରପକ୍ଷରେ ଅନୁଷ୍ଠାନ ଅମୁର୍ତ୍ତି (abstract) ଅଟେ । ଏହି ଅନୁଷ୍ଠାନ ନିୟମ ଏବଂ କାର୍ଯ୍ୟ ପଦ୍ଧତିର ଏକ ବ୍ୟବସ୍ଥା, ଯାହାକୁ ଆମେ ଦେଖୁପାରି ନ ଥାଉ ।

(iv) ସଂଘରେ କେତେକ ଔପଚାରିକ ନିୟମ ରହିଥାଏ; କିନ୍ତୁ ଅନୁଷ୍ଠାନର ନୀତିନିୟମ ଏବଂ ବିଶ୍ଵାସ ପଦ୍ଧତି ପ୍ରଭୃତି ସାମାଜିକ ନିୟନ୍ତ୍ରଣର ଅନୌପଚାରିକ ମାଧ୍ୟମ ଉପରେ ପର୍ଯ୍ୟବସିତ ।

(v) ଏହି ଅନୁଷ୍ଠାନ ମନୁଷ୍ୟର କର୍ମପଦ୍ଧତିକୁ ଦର୍ଶାଉଥ‌ିବାବେଳେ ସଂଘ ବ୍ୟକ୍ତିର ସଭ୍ୟପଦକୁ ସୂଚାଇଥାଏ । ତେଣୁ କୁହାଯାଇପାରେ ଯେ ମନୁଷ୍ୟ ସଂଘର ସଭ୍ୟ ଅଟେ; ମାତ୍ର ଅନୁଷ୍ଠାନର ନୁହେଁ ।

(vi) ସଂଘ ବ୍ୟକ୍ତିଗତ ସ୍ଵାର୍ଥ ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରିଥାଏ । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ ସଂଘ ଲୋକମାନଙ୍କର କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ପୂରଣ କରୁଥିବାବେଳେ ଅନୁଷ୍ଠାନ ସାମୂହିକ କଲ୍ୟାଣ ଉପରେ ଅଧ‌ିକ ଗୁରୁତ୍ଵ ଦେଇଥାଏ ।

(vii) ସଂଘକୁ ଲୋକମାନଙ୍କଦ୍ଵାରା ସ୍ଥାପିତ କରାଯାଇଥାଏ । ଏହା କିପରି ସ୍ଥାପିତ ହେଲା ଏବଂ କାହାଦ୍ବାରା ସ୍ଥାପିତ ହେଲା ଏହା ସ୍ପଷ୍ଟରୂପେ କୁହାଯାଇପାରେ । ମାତ୍ର ଅପରପକ୍ଷରେ ଅନୁଷ୍ଠାନର ଉତ୍ପତ୍ତି କିପରି ବା କାହାଦ୍ଵାରା ହୋଇଛି, ସେ ବିଷୟରେ କିଛି କଳ୍ପନା କରାଯାଇପାରିବ ନାହିଁ । ଏହାର କାରଣ ଅନୁଷ୍ଠାନ ଧୀରେ ଧୀରେ ସ୍ବତଃ ବିକଶିତ ହୋଇଥାଏ । ଅନୁଷ୍ଠାନ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।

CHSE Odisha Class 11 Sociology Unit 2 Short Answer Questions in Odia Medium

6. ଅନୁଷ୍ଠାନ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
(i) ସମୁଦାୟ ଲୋକମାନଙ୍କର ଏକ ସମୂହରୂପେ ପରିଚିତ । ଅନ୍ୟପକ୍ଷରେ ଅନୁଷ୍ଠାନ ହେଉଛି ବହୁ ନୀତିନିୟମ, କାର୍ଯ୍ୟରୀତି, ପ୍ରଥା, ପରମ୍ପରାର ଏକ ସଙ୍ଗଠନ ।
(ii) ଅନୁଷ୍ଠାନ ସମାଜର ଏକ ସଂରଚନା ଯାହାକି କେତେକ ଆବଶ୍ୟକତାର ପୂରଣ ପାଇଁ ସୃଷ୍ଟି ହୋଇଥାଏ । କିନ୍ତୁ ଅପରପକ୍ଷରେ ସମୁଦାୟ ଦଳେ ଲୋକମାନଙ୍କଦ୍ୱାରା ଗଠିତ ହୋଇଥାଏ, ଯେଉଁମାନେ କି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ପାଖରେ ସ୍ଥାୟୀଭାବେ ବାସ କରିଥା’ନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକ ଦୃଢ଼ ‘ଆମେକ-ଭାବନା’ (we-feeling) ରହିଥାଏ ।
(iii) ଅନୁଷ୍ଠାନର ସେପରି କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ । ମାତ୍ର ସମୁଦାୟର ନିର୍ଦ୍ଦିଷ୍ଟ ଆକାର ରହିଛି । ବ୍ୟକ୍ତି ସମୁଦାୟର ସଭ୍ୟ ଅଟେ, ମାତ୍ର ଅନୁଷ୍ଠାନର ନୁହେଁ ।
(iv) ଅନୁଷ୍ଠାନର ଜନ୍ମ ସମୁଦାୟ ମଧ୍ଯରେ ହୋଇଥାଏ । ମାତ୍ର ସମୁଦାୟ ଆପେ ଆପେ ବିକାଶଲାଭ କରିଥାଏ । (v) ପ୍ରତ୍ୟେକ ଅନୁଷ୍ଠାନ ଜୀବନର ଏକ ନିର୍ଦ୍ଦିଷ୍ଟ ଦିଗ ସହିତ ସମ୍ପୃକ୍ତ; କିନ୍ତୁ ସମୁଦାୟ ମନୁଷ୍ୟର ସମ୍ପୂର୍ଣ୍ଣ ସାମାଜିକ ଜୀବନ ସହିତ ସମ୍ପୃକ୍ତ ଅଟେ ।
(vi) ଅନୁଷ୍ଠାନ ମନୁଷ୍ୟମାନଙ୍କର ସାମୂହିକ କାର୍ଯ୍ୟାବଳୀ ଉପରେ ପର୍ଯ୍ୟାବସିତ; କିନ୍ତୁ ସମୁଦାୟ ଲୋକମାନଙ୍କର ପାରସ୍ପରିକ ସମ୍ପର୍କ ଉପରେ ପ୍ରତିଷ୍ଠିତ ।
(vii) ଅନୁଷ୍ଠାନ ଅମୂର୍ଖ (abstract) ଏବଂ ସ୍ପର୍ଶହୀନ ଅଟେ; ମାତ୍ର ସମୁଦାୟ ମୂର୍ଖ (concrete) ଏବଂ ଦୃଶ୍ୟଯୋଗ୍ୟ ଅଟେ ।
(viii) ପ୍ରତ୍ୟେକ ଅନୁଷ୍ଠାନ ଏକ ନିର୍ଦ୍ଦିଷ୍ଟ ପ୍ରତୀକ ଉପରେ ପର୍ଯ୍ୟବସିତ; କିନ୍ତୁ ପ୍ରତ୍ୟେକ ସମୁଦାୟ ଏକ ନିର୍ଦ୍ଦିଷ୍ଟ ନାମକୁ ଧାରଣ କରିଥାଏ ।
(ix) ମନୁଷ୍ୟର ବହୁବିଧ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାପାଇଁ ସମୁଦାୟ ହେଉଛି ସମାଜର ଏକ ମୁଖ୍ୟ ଅଙ୍ଗ । ଅପରପକ୍ଷରେ କେତେକ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ପୂରଣ କରିବା ନିମିତ୍ତ ଅନୁଷ୍ଠାନ ହେଉଛି ସମାଜର ଏକ ସଂରଚନା ।

7. ଅନୁଷ୍ଠାନ ଏବଂ ସମାଜ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ଏବଂ ଅନୁଷ୍ଠାନ ମଧ୍ୟରେ ନିମ୍ନଲିଖ ପ୍ରଭେଦଗୁଡ଼ିକ ଦେଖିବାକୁ ମିଳିଥାଏ ।

  • ସମାଜ ହେଉଛି ସାମାଜିକ ସମ୍ପର୍କର ଏକ ଜାଲ ସଦୃଶ । ମାତ୍ର ଅପରପକ୍ଷରେ ଅନୁଷ୍ଠାନ କେତେକ ନୀତିନିୟମ, ପ୍ରଥା, ପରମ୍ପରା ଏବଂ ବ୍ୟାବହାରିକ ରୀତିର ଏକ ସଙ୍ଗଠନ ଅଟେ ।
  • ଅନୁଷ୍ଠାନ ହେଉଛି କେତେକ କାର୍ଯ୍ୟରୀତି ଯାହାକି ସମାଜଦ୍ବାରା ସ୍ବୀକୃତିପ୍ରାପ୍ତ ଏବଂ ଗ୍ରହଣୀୟ ହୋଇଥାଏ । ମାତ୍ର ଅନୁଷ୍ଠାନଦ୍ୱାରା ସମାଜ ସ୍ବୀକୃତିପ୍ରାପ୍ତ ହୋଇ ନ ଥାଏ ।
  • ସମାଜ ମାନବିକ ଭାବଧାରାଗୁଡ଼ିକ ପ୍ରଦର୍ଶନ କରିଥାଏ; କିନ୍ତୁ ଅନୁଷ୍ଠାନ ଆଚରଣ ଏବଂ ବ୍ୟବହାରର ଏକ ସାମାଜିକ
  • ସମାଜ ମଧ୍ୟରେ ଅନୁଷ୍ଠାନଗୁଡ଼ିକ ତିଷ୍ଠି ରହିଥା’ନ୍ତି । ଏଗୁଡ଼ିକ ସମାଜର ସଦସ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପରିଚାଳିତ କରିଥା’ନ୍ତି ।
  • ପ୍ରତ୍ୟେକ ଅନୁଷ୍ଠାନ ମୁଖ୍ୟତଃ ଜୀବନର ଏକ ନିର୍ଦ୍ଦିଷ୍ଟ ଦିଗ ସହିତ ସମ୍ପୃକ୍ତ ଥ‌ିବାବେଳେ, ସମାଜ ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ ।
  • ପ୍ରତ୍ୟେକ ଅନୁଷ୍ଠାନର ଏକ ନିର୍ଦ୍ଦିଷ୍ଟ ପ୍ରତୀକ (symbol) ଥାଏ; ମାତ୍ର ସମାଜର କୌଣସି ନିର୍ଦ୍ଦିଷ୍ଟ ପ୍ରତୀକ ନ ଥାଏ ।

8. ସାମାଜିକ ସମୂହର ବୈଶିଷ୍ଟ୍ୟଗୁଡ଼ିକୁ ଆଲୋଚନା କର ।
Answer:
ଗୋଷ୍ଠୀଗତ ଜୀବନଯାପନ କରିବା ମନୁଷ୍ୟର ଏକ ସହଜାତ ଗୁଣ । ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ତା’ର ଦୈନନ୍ଦିନ ଜୀବନରେ ସମୂହ ଉପରେ ନିର୍ଭର କରିଥାଏ । ନିମ୍ନରେ ସାମାଜିକ ସମୂହର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ବିଶ୍ଳେଷଣ କରାଗଲା ।

(i) ବ୍ୟକ୍ତିଙ୍କର ଏକ ସମଷ୍ଟ (Collection of individuals)- ସାମାଜିକ ସମୂହ ବ୍ୟକ୍ତିମାନଙ୍କର ଏକ ସମଷ୍ଟି ଅଟେ । ଦଳେ ବ୍ୟକ୍ତିଙ୍କ ଅନୁପସ୍ଥିତିରେ ସାମାଜିକ ସମୂହର ସ୍ଥିତି ବିଷୟରେ କଳ୍ପନା କରାଯାଇ ନ ପାରେ । ଏହି ସାମାଜିକ ସମୂହ ହେଉଛି ବ୍ୟକ୍ତିମାନଙ୍କର ଏକ ସମଷ୍ଟି, ଯେଉଁମାନେ କି ଏକ ସାଧାରଣ ଲକ୍ଷ୍ୟ ପାଇଁ ସାମାଜିକ ଚୁକ୍ତିରେ ଆବଦ୍ଧ ହୋଇଥା ନ୍ତି ।

(ii) ପାରସ୍ପରିକ ସମ୍ପର୍କ (Mutual relationship)- ପାରସ୍ପରିକ ସମ୍ପର୍କ ସାମାଜିକ ସମୂହର ଏକ ବଳିଷ୍ଠ ଲକ୍ଷଣ । ପାରସ୍ପରିକ ସମ୍ପର୍କ ବ୍ୟତିରେକେ ଏକ ସାମାଜିକ ସମୂହର ସ୍ଥିତିକୁ ସ୍ବୀକାର କରାଯାଇ ନ ପାରେ । ଏହି ପାରସ୍ପରିକ ସମ୍ପର୍କ ହେଉଛି ଏକ ମୂଳଦୁଆ, ଯାହା ଉପରେ ସାମାଜିକ ସମୂହ ଦଣ୍ଡାୟମାନ ଅଟେ । ଏହି ପାରସ୍ପରିକ ସମ୍ପର୍କ ଯେତେ ନିବିଡ଼ ହୁଏ, ଭାବର ଆଦାନପ୍ରଦାନ ସେତେ ଗଭୀର ହୁଏ ।

(iii) ଏକତାବଦ୍ଧ ଚେତନା (Sense of unity) ଐକ୍ୟ ଭାବନା ନ ରହିଲେ ସାମାଜିକ ସମୂହ ଗଠନ କରାଯାଇପାରିବ ନାହିଁ । ଗୋଟିଏ ସାମାଜିକ ସମୂହର ସଦସ୍ୟମାନଙ୍କ ମଧ୍ୟରେ ଦୃଢ଼ ଐକ୍ୟ ମନୋବୃତ୍ତି ରହିଥାଏ । ଏହା ସାମାଜିକ ସଂହତିର ଏକ ଦୃଢ଼ ପ୍ରତୀକ ଅଟେ । ଏହି ଐକ୍ୟ ଭାବନା ସେମାନଙ୍କ ମଧ୍ୟରେ ସଙ୍ଗଠିତ ହେଉଥ‌ିବା ମାନସିକ କ୍ରିୟା ପ୍ରକ୍ରିୟାରୁ ସୃଷ୍ଟି ହୋଇଥାଏ ।

(iv) ‘ଆମ-ଭାବନା’ (We-feeling)- ସାମାଜିକ ସମୂହର ଏକ ମୁଖ୍ୟ ଲକ୍ଷଣ ହେଉଛି ‘ଆମ-ଭାବନା’ । ଏହି ‘ଆମ-ଭାବନା’ ସମୂହର ସମସ୍ତ ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖୁଥାଏ । ଏହି ଭାବନା ବଳରେ ପ୍ରତ୍ୟେକ ସମୂହର ସଦସ୍ୟମାନେ ନିଜ ସମୂହର ବ୍ୟକ୍ତିମାନଙ୍କୁ ନିଜର ବୋଲି ମନେକରନ୍ତି ଏବଂ ଅନ୍ୟ ସମୂହର ବ୍ୟକ୍ତିମାନଙ୍କୁ ବାହାର ବ୍ୟକ୍ତିଭାବରେ ଗଣନା କରିଥା’ନ୍ତି ।

(v) ସାଧାରଣ ସ୍ଵାର୍ଥ (Common interest)- ସାମାଜିକ ସମୂହ ସମୂହ ସ୍ବାର୍ଥ ଉପରେ ପର୍ଯ୍ୟବସିତ । ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ସ୍ବାର୍ଥକୁ ପୂରଣ କରି ନ ଥାଏ । ଏକ ସାମାଜିକ ସମୂହର ସଦସ୍ୟମାନଙ୍କର ଲକ୍ଷ୍ୟ, ଆଗ୍ରହ, ଅଭିବୃଦ୍ଧି ଏବଂ ଆଦର୍ଶ ମୋଟଉପରେ ସାଧାରଣ ଅଟେ । ସଦସ୍ୟମାନେ ଏକ ସାଧାରଣ ସମସ୍ୟାକୁ ମିଳିତଭାବରେ ଆଲୋଚନା କରନ୍ତି । ତେଣୁ କୁହାଯାଇପାରେ ଯେ ପ୍ରତ୍ୟେକ ସାମାଜିକ ସମୂହ ସାମୂହିକ ସ୍ବାର୍ଥ ଉପରେ ପର୍ଯ୍ୟବସିତ ।

9. ଗୌଣ ସମୂହର ପ୍ରକାର୍ଯ୍ୟଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
Answer:
ଆଧୁନିକ ଶିଳ୍ପବହୁଳ ସମାଜରେ ଗୌଣ ସମୂହର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଗୌଣ ସମୂହ ଆଧୁନିକ ସମାଜରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥାଏ । ଗୌଣ ସମୂହଦ୍ୱାରା ସମ୍ପାଦିତ ହେଉଥ‌ିବା କେତେକ ମୁଖ୍ୟ କାର୍ଯ୍ୟଗୁଡ଼ିକୁ ସଂକ୍ଷେପରେ ଆଲୋଚନା କରାଗଲା ।

(i) ନିର୍ଦ୍ଦିଷ୍ଟ ସ୍ଵାର୍ଥର ପରିତୃପ୍ତି (Fulfilment of specific interest)- ଗୌଣ ସମୂହର ଗୋଟିଏ ମୁଖ୍ୟ ପ୍ରକାର୍ଯ୍ୟ ହେଉଛି ଯେ ଏହା ସଦସ୍ୟମାନଙ୍କର ନିର୍ଦ୍ଦିଷ୍ଟ ସ୍ବାର୍ଥକୁ ପୂରଣ କରିଥାଏ । ଲୋକମାନେ ସେମାନଙ୍କର ଅଭିଳାଷିତ ଲକ୍ଷ୍ୟକୁ ପୂରଣ କରିବାପାଇଁ ଗୌଣ ସମୂହର ସଦସ୍ୟଭୁକ୍ତ ହୋଇଥା’ନ୍ତି । ଉଦାହରଣସ୍ୱରୂପ, ରାଜନୈତିକ ଲକ୍ଷ୍ୟ ଏବଂ ଅଭିଳାଷକୁ ପୂରଣ କରିବାପାଇଁ ଗୌଣ ସମୂହର ସଦସ୍ୟଭୁକ୍ତ ହୋଇଥା’ନ୍ତି । ଉଦାହରଣସ୍ୱରୂପ, ରାଜନୈତିକ ଲକ୍ଷ୍ୟ ଏବଂ ଅଭିଳାଷକୁ ପୂରଣ କରିବାପାଇଁ ଏକ ରାଜନୈତିକ ଦଳ ଗଠିତ ହୋଇଥାଏ ।

(ii) କାର୍ଯ୍ୟଦକ୍ଷତା ବୃଦ୍ଧି (Increase in efficiency)- ଗୌଣ ସମୂହ ତାର ସଦସ୍ୟମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି ଗୌଣ ସମୂହ ଶ୍ରମ ବିଭାଜନ ଏବଂ କାର୍ଯ୍ୟ ବିଶେଷୀକରଣଦ୍ବାରା ବିଶେଷଭାବେ ଚିହ୍ନିତ ହୋଇଥାଏ । ଏହାର ପରିଚାଳନା ନିମିତ୍ତ ବହୁ ନୀତିନିୟମ ସୃଷ୍ଟି ହୋଇଥାଏ । ଏକ ଦକ୍ଷତାପୂର୍ଣ୍ଣ ଔପଚାରିକ ବିଶେଷଜ୍ଞମଣ୍ଡଳୀଦ୍ଵାରା ହୋଇଥାଏ । ଏହାର ପରିଚାଳନା ନିମିତ୍ତ ବହୁ ନୀତିନିୟମ ସୃଷ୍ଟି ହୋଇଥାଏ । ଏକ ଦକ୍ଷତାପୂର୍ଣ ଔପଚାରିକ ବିଶେଷଜ୍ଞମଣ୍ଡଳୀଦ୍ଵାରା ଏହା ପରିଚାଳିତ । ସମସ୍ତ ସଦସ୍ୟ ସେମାନଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ପୂରଣ କରିବାପାଇଁ ଦକ୍ଷତାର ସହିତ କାର୍ଯ୍ୟ କରିଥା’ନ୍ତି । ଏହା ଫଳରେ ସଦସ୍ୟମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ।

(iii) ସୁବିଧାସୁଯୋଗର ମାଧ୍ୟମ (Channels of opportunity)- ଗୌଣ ସମୂହ ସମସ୍ତପ୍ର କାର ସୁବିଧାସୁଯୋଗର ଏକ ସଠିକ୍ ମାଧ୍ୟମରୂପେ କାର୍ଯ୍ୟ କରିଥାଏ । ଗୌଣ ସମୂହଗୁଡ଼ିକ ବ୍ୟକ୍ତିଗତ ପ୍ରତିଭା, ଦକ୍ଷତା, କର୍ମକୁଶଳତା ଏବଂ ସାର୍ମର୍ଥ୍ୟ ପ୍ରଭୃତିର ବିକାଶ ପାଇଁ ଏକ ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ । ବର୍ତ୍ତମାନ ସମାଜରେ ବାଣିଜ୍ୟ ବ୍ୟବସାୟ, ଶିଳ୍ପ ଏବଂ ଅନ୍ୟାନ୍ୟ କଳ-କୌଶଳ କ୍ଷେତ୍ରରେ ଦକ୍ଷ ଏବଂ ଅଭିଜ୍ଞ ଲୋକମାନେ ନିମ୍ନସ୍ତରରୁ ଊର୍ଦ୍ଧ୍ବସ୍ତରକୁ ଉନ୍ନୀତ ହୋଇପାରୁଛନ୍ତି । ଏହା କେବଳ ଗୌଣ ସମୂହଗୁଡ଼ିକର ବିକାଶ ଯୋଗୁଁ ସମ୍ଭବପର ହୋଇପାରିଛି ।

(iv) ପ୍ରଶସ୍ତ ଦୃଷ୍ଟିଭଙ୍ଗୀ (Wider outlook)- ଗୌଣ ସମୂହ ତା’ର ସଦସ୍ୟମାନଙ୍କର ଦୃଷ୍ଟିଭଙ୍ଗୀକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିଥାଏ । ଏହି ଗୌଣ ସମୂହର ପରିସର ପ୍ରାଥମିକ ସମୂହ ଅପେକ୍ଷା ବ୍ୟାପକ ଅଟେ । ଏହି ସମୂହ ବହୁସଂଖ୍ୟକ ଲୋକ ଏବଂ ଅଞ୍ଚଳକୁ ନିଜର ପରିସରଭୁକ୍ତ କରିଥାଏ, ଯାହାଫଳରେ କି ସେମାନଙ୍କର ଦୃଷ୍ଟିଭଙ୍ଗୀ କ୍ରମଶଃ ପ୍ରଶସ୍ତ ହୋଇଥାଏ । ଏହି ଗୌଣ ସମୂହ ଆଞ୍ଚଳିକତାବାଦ, ପ୍ରାଦେଶିକବାଦ ଏବଂ ଜାତିବାଦ ପ୍ରଭୃତିର ବନ୍ଧନକୁ ଛିନ୍ନ କରିଥାଏ ।

CHSE Odisha Class 11 Sociology Unit 2 Short Answer Questions in Odia Medium

10. ଆନ୍ତଃସମୂହ ଏବଂ ବହିଃସମୂହ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏହି ଆନ୍ତଃସମୂହ ଏବଂ ବହିଃସମୂହ ମଧ୍ୟରେ ମଧ୍ୟରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଏହି ଦୁଇଟି ସମୂହ ମଧ୍ୟରେ ଦୃଷ୍ଟିଗୋଚର ହେଉଥ‌ିବା କେତେକ ମୁଖ୍ୟ ତାରତମ୍ୟକୁ ନିମ୍ନରେ ପ୍ରଦାନ କରାଗଲା ।

(i) ଯେଉଁ ସମୂହରେ ବ୍ୟକ୍ତି ବାସ କରିଥାଏ, ତାହା ତା’ର ଅନ୍ତଃ ସମୂହରୂପେ ପରିଚିତ । ଅନ୍ୟ ସମସ୍ତ ସମୂହକୁ ସେହି ବ୍ୟକ୍ତିର ବହିଃସମୂହ କୁହାଯାଏ ।
(ii) ଆନ୍ତଃସମୂହର ସଦସ୍ୟମାନଙ୍କର ମନୋବୃତ୍ତିରେ ସମାନତା ପରିଲକ୍ଷିତ ହୋଇଥାଏ; ମାତ୍ର ବହିଃସମୂହ ପ୍ରତି ସେମାନଙ୍କର ସମାନ ମନୋବୃତ୍ତି ନ ଥାଏ ।
(iii) ଆନ୍ତଃସମୂହର ସଦସ୍ୟମାନେ ପରସ୍ପର ସହିତ ପରିଚିତ ଅଟନ୍ତି; ମାତ୍ର ବିହଂସମୂହର ସଦସ୍ୟମାନଙ୍କ ସହିତ ସେମାନେ ପରିଚିତ ନୁହଁନ୍ତି ।
(iv) ଆନ୍ତଃସମୂହର ସଦସ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ସହଯୋଗିତା ଏବଂ ପାରସ୍ପରିକ ସାହାଯ୍ୟଦ୍ୱାରା ନିର୍ଦ୍ଧାରିତ ହୋଇଥାଏ; କିନ୍ତୁ ବହିଃସମୂହର ସଦସ୍ୟମାନଙ୍କ ମଧ୍ୟରେ ଥ‌ିବା ସମ୍ପର୍କ ନୈରାଶ୍ୟ, ପ୍ରତିଦ୍ବନ୍ଦିତା ଏବଂ ସଂଘର୍ଷଦ୍ବାରା ସ୍ଥିରୀକୃତ ହୋଇଥାଏ ।
(v) ଆନ୍ତଃସମୂହର ସଦସ୍ୟମାନେ ସକାରାତ୍ମକ (positive) ଭାବନାଦ୍ୱାରା ପରିଚାଳିତ ହେଉଥ‌ିବା ସ୍ଥଳେ ବହିଃସମୂହର ସଦସ୍ୟମାନେ ନକାରାତ୍ମକ (negative) ଭାବନାଦ୍ଵାରା ପରିଚାଳିତ ହୋଇଥା’ନ୍ତି ।
(vi) ଆନ୍ତଃସମୂହରେ ‘ଆମେକ-ଭାବନା’ ଥାଏ; ମାତ୍ର ବହିଃସମୂହ ସଦସ୍ୟମାନଙ୍କର ‘ସେମାନେ’ ବା ‘ଅନ୍ୟମାନେ’ (They or other) ଭାବନା ଥାଏ । ଉଦାହରଣସ୍ୱରୂପ, ‘ଆମ୍ଭେମାନେ ହିନ୍ଦୁ’, ‘ସେମାନେ ମୁସଲମାନ’, ‘ଆମ୍ଭେମାନେ ବ୍ରାହ୍ମଣ’, ‘ସେମାନେ ଶୂଦ୍ର’ ଇତ୍ୟାଦି ।

11. ସଂସ୍କୃତିର ପ୍ରକାରଭେଦ ବିଷୟରେ ଏକ ବିବରଣୀ ଦିଅ ।
Answer:
ଓଗ୍‌ବର୍ଣ୍ଣ (Ogburn)ଙ୍କ ସଂସ୍କୃତିର ଦୁଇଟି ବିଭାଗ ରହିଛି; ଯଥା- (i) ବସ୍ତୁଭିଭିକ ସଂସ୍କୃତି ଏବଂ (ii) ବତର ବା ଅବସ୍ତୁଭିଭିକ ସଂସ୍କୃତି । ଏହି ଦୁଇଟି ବିଭାଗ ପରସ୍ପର ସହ ନିବିଡ଼ଭାବେ ସମ୍ପୃକ୍ତ ଅଟନ୍ତି ।

(i) ବସ୍ତୁଭିଭିକ ସଂସ୍କୃତି (Material culture) ବସ୍ତୁଭିଭିକ ସଂସ୍କୃତି ସମସ୍ତ ମୂର୍ଖ (concrete) ଏବଂ ସ୍ପର୍ଶଯୋଗ୍ୟ (tangible) ବସ୍ତୁକୁ ନେଇ ଗଠିତ । ଅନ୍ୟ ଅର୍ଥରେ ଯେଉଁସବୁ ପଦାର୍ଥଗୁଡ଼ିକୁ ଦେଖୁହୁଏ ଏବଂ ସ୍ପର୍ଶ କରିହୁଏ, ତାହା ବସ୍ତୁଭିଭିକ ବା ଭୌତିକ ସଂସ୍କୃତିର ଅନ୍ତର୍ଭୁକ୍ତ ଅଟେ । ବାସଗୃହ, ପୋଷାକ-ପରିଚ୍ଛଦ, ଯନ୍ତ୍ରପାତି, ରେଡ଼ିଓ, ଘଣ୍ଟା, ଟେଲିଭିଜନ, ବହିପତ୍ର ପ୍ରଭୃତିକୁ ବସ୍ତୁଭିଭିକ ବା ଭୌତିକ ସଂସ୍କୃତି ଅନ୍ତର୍ଭୁକ୍ତ କରିଥାଏ । କାରଣ ଏହିସବୁ ବସ୍ତୁଗୁଡ଼ିକୁ ଦେଖ୍ହୁଏ ଏବଂ ସ୍ପର୍ଶ କରିହୁଏ । ଏହିପ୍ରକାର ସଂସ୍କୃତି ଦୃଢ଼ ଗତିଶୀଳ ଅଟେ ।

(ii) ଅବସ୍ତୁଭିଭିକ ସଂସ୍କୃତି (Non-material culture)- ଅବସ୍ତୁଭିଭିକ ବା ଅଭୌତିକ ସଂସ୍କୃତି ଅମୃର୍ତ୍ତ ଏବଂ ସ୍ପର୍ଶହୀନ ଅଟେ । ଏହିପ୍ରକାର ସଂସ୍କୃତି ସ୍ପର୍ଶହୀନ ବସ୍ତୁକୁ ନେଇ ଗଠିତ । ଆଦର୍ଶ, ମୂଲ୍ୟବୋଧ, ପ୍ରଥା, ପରମ୍ପରା, ଚିନ୍ତାଧାରା, ବିଜ୍ଞାନ, ସାହିତ୍ୟ ପ୍ରଭୃତି ଅବସ୍ତୁଭିଭିକ ସଂସ୍କୃତିର ଅନ୍ତର୍ଭୁକ୍ତ । ଏଗୁଡ଼ିକୁ ଦେଖ୍ହୁଏ ନାହିଁ କି ସ୍ପର୍ଶ କରିହୁଏ ନାହିଁ । ଏହିପ୍ରକାର ସଂସ୍କୃତି ଅପେକ୍ଷାକୃତ କମ୍ ଗତିଶୀଳ ଅଟେ । ତେଣୁ କୁହାଯାଇପାରେ ଯେ ଯେଉଁ ସଂସ୍କୃତି ଅଦୃଶ୍ୟ ଏବଂ ସ୍ପର୍ଶହୀନ ଅଟେ ଏବଂ ଯାହାର ବିଲୟ ସମ୍ଭବ ନୁହେଁ ତାହାକୁ ଅବସ୍ତୁଭିଭିକ ସଂସ୍କୃତି କୁହାଯାଇଥାଏ ।

12. ସାଂସ୍କୃତିକ ବିଳମ୍ବନ କ’ଣ ?
Answer:
ସାଂସ୍କୃତିକ ବିଳମ୍ବନ ସଂପ୍ରତ୍ୟଟି ପ୍ରଥମେ ଡବ୍ଲ୍ୟୁ. ଏଫ୍. ଓଗ୍‌ବର୍ଣ୍ଣ (W.F. Ogburn) ତାଙ୍କ ପୁସ୍ତକ ସାମାଜିକ ପରିବର୍ତ୍ତନ (Social Change) ରେ ଉଲ୍ଲେଖ କରିଥିଲେ । ନିମ୍ନରେ ଏହି ସାଂସ୍କୃତିକ ବିଳମ୍ବନର ବିଶ୍ଳେଷଣ କରାଗଲା ।

ଓଗ୍‌ବର୍ଣ୍ଣ ସଂସ୍କୃତିକୁ ଦୁଇଗୋଟି ବିଭାଗରେ ବିଭକ୍ତ କରିଅଛନ୍ତି; ଯଥା- ବସ୍ତୁଭିଭିକ ଏବଂ ଅବସ୍ତୁଭିଭିକ । ଓଗ୍‌ବର୍ଣ୍ଣ କୁହନ୍ତି ଯେତେବେଳେ ବସ୍ତୁଭିଭିକ ସଂସ୍କୃତିରେ ପରିବର୍ତ୍ତନ ସଂଘଟିତ ହୁଏ, ସେହି ସମୟରେ ସଂସ୍କୃତିର ଅବସ୍ତୁଭିଭିକ ବିଭାଗକୁ ମଧ୍ୟ ଗତି କରିଥାଏ । ଏହି ଦୁଇଟି ସଂସ୍କୃତି ପରିବର୍ତ୍ତନ ମଧ୍ୟ ଦେଇ ଗତି କରିଥା’ନ୍ତି । ମାତ୍ର ଏଠାରେ ସ୍ମରଣ କରାଯାଇପାରେ ଯେ ସଂସ୍କୃତିର ଏହି ଦୁଇଟି ବିଭାଗ ସମାନଭାବରେ ପରିବର୍ତ୍ତିତ ହୋଇ ନ ଥା’ନ୍ତି ।

ଓଗ୍‌ବର୍ଣ୍ଣ କହିଛନ୍ତି ବସ୍ତୁଭିଭିକ ସଂସ୍କୃତି ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥ‌ିବାବେଳେ ଅବସ୍ତୁଭିତ୍ତିକ ସଂସ୍କୃତି ଧୀର ଗତିରେ ପରିବର୍ତ୍ତିତ ହୋଇଥାଏ । ଏହି ଅବସ୍ତୁଭିଭିକ ସଂସ୍କୃତିର ଗତି ଅପେକ୍ଷାକୃତ ଧୀର ହୋଇଥିବାରୁ ଏହା ବସ୍ତୁଭିଭିକ ସଂସ୍କୃତି ସହିତ ସମାନ ଧାରାରେ ଗତି କରିପାରେ ନାହିଁ । ଫଳରେ ଏହି ଅଭୌତିକ ସଂସ୍କୃତି ଭୌତିକ ସଂସ୍କୃତିର ବହୁ ପଛରେ ପଡ଼ିଯାଏ । ଏହା ଫଳରେ ଏହି ଦୁଇଟି ସଂସ୍କୃତି ମଧ୍ୟରେ ବ୍ୟବଧାନ ଦୃଷ୍ଟିଗୋଚର ହୋଇଥାଏ । ସେହି ବ୍ୟବଧାନକୁ ଓଗ୍‌ବର୍ଣ୍ଣ ‘ସାଂସ୍କୃତିକ ବିଳମ୍ବନ (Cultural Lag) ଭାବେ ଅଭିହିତ କରିଛନ୍ତି ।

ଓଗ୍‌ବର୍ଣ୍ଣ କହିଛନ୍ତି, ଆମ୍ଭର ଖାଦ୍ୟପେୟ, ବେଶପୋଷାକ, ଚାଲିଚଳଣ ବ୍ୟବହାର ପଦ୍ଧତିରେ ଦୃତ ପରିବର୍ତ୍ତନ ହେଉଛି । ମାତ୍ର ଆମର ପ୍ରଥା, ପରମ୍ପରା, ଆଦର୍ଶ ଏବଂ ମୂଲ୍ୟବୋଧରେ ଆଶାନୁରୂପ ପରିବର୍ତ୍ତନ ହେଉନାହିଁ । ଭାରତୀୟମାନେ ପାଶ୍ଚାତ୍ୟ ଦେଶର ଭୌତିକ ସଂସ୍କୃତିକୁ ଗ୍ରହଣ କରୁଛନ୍ତି; କିନ୍ତୁ ସେମାନେ ନିଜ ଦେଶର ଅଭୌତିକ ସଂସ୍କୃତିକୁ ପରିତ୍ୟାଗ କରିପାରୁ ନାହାଁନ୍ତି । ଏହିପରିଭାବରେ ବିଭିନ୍ନ କ୍ଷେତ୍ରରେ ସାଂସ୍କୃତିକ ବିଳମ୍ବନ ସୃଷ୍ଟି ହେଉଥିବାର ଲକ୍ଷ୍ୟ କରାଯାଉଅଛି ।

ସମାଲୋଚନା (Criticism)- ଓର୍‌ବର୍ଣ୍ଣଙ୍କର ଏହି ସାଂସ୍କୃତିକ ବିଳମ୍ବନ ତତ୍ତ୍ଵକୁ କେତେକ ବିଦ୍ୟାର୍ଥୀଙ୍କଦ୍ୱାରା ସମାଲୋଚନା କରାଯାଉଅଛି।
(i) ପ୍ରଥମତଃ, ମାକାଇଭର୍‌ (MacIver) ଙ୍କ ମତରେ, ‘ବସ୍ତୁଭିଭିକ’ ଏବଂ ‘ଅବସ୍ତୁଭିଭିକ’ ସଂସ୍କୃତି ମଧ୍ୟରେ ପାର୍ଥକ୍ୟ ବିଜ୍ଞାନସମ୍ମତ ନୁହେଁ । କେ.ଡେଭିସ୍ (K.Davis) କହିଛନ୍ତି ଯେ, ସଂସ୍କୃତିର ବିଭବକୁ ବସ୍ତୁଭିଭିକ ଏବଂ ଅବସ୍ତୁଭିଭିକ ସଂସ୍କୃତିଭାବେ ବିଭକ୍ତ କରାଯାଇପାରିବ ନାହିଁ ।
(ii) ଦ୍ଵିତୀୟତଃ, ‘ବିଳମ୍ବନ’ ବା ‘Lag’ ଶବ୍ଦଟି ଏକ ଯଥାର୍ଥ ବା ଆକ୍ଷରିକ ଶବ୍ଦ ନୁହେଁ । ମାକାଇଭର କହିଛନ୍ତି, ଯେ ‘ବିଳମ୍ବନ’ ଶବ୍ଦଟି ପ୍ରାଦ୍ୟୋଗିକ କାରକ ଏବଂ ସାଂସ୍କୃତିକ ସଂରୂପ କିମ୍ବା ସଂସ୍କୃତିର ବିଭିନ୍ନ ଉପାଂଶ (component) ମଧ୍ୟରେ ଥ‌ିବା ସମ୍ପର୍କ ପ୍ରତି ଠିକ୍‌ଭାବେ ପ୍ରଯୁଜ୍ୟ ନୁହେଁ ।
(iii) ତୃତୀୟତଃ, ‘ଓଗ୍‌ବର୍ଣ୍ଣ’ଙ୍କ ପ୍ରଦତ୍ତ ସାଂସ୍କୃତିକ ବିଳମ୍ବନ ତତ୍ତ୍ଵ ସାର୍ବଜନୀନ ନୁହେଁ । ଏହି ତତ୍ତ୍ଵକୁ ଏକ ସାର୍ବଜନୀନ ତତ୍ତ୍ୱଭାବେ ପ୍ରୟୋଗ କରାଯାଇପାରିବ ନାହିଁ ।

CHSE Odisha Class 11 Sociology Unit 1 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ Short Answer Questions.

CHSE Odisha 11th Class Sociology Unit 1 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ସମାଜ ବିଜ୍ଞାନ କହିଲେ କ’ଣ ବୁଝ ?
Answer:
ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନଭାବେ ପରିଚିତ । ଏହି ସମାଜ ବିଜ୍ଞାନ ଶବ୍ଦଟି ଲାଟିନ୍ ଶବ୍ଦ ‘ସୋସିଅସ୍’ (Socious) ଏବଂ ଗ୍ରୀକ୍ ଶବ୍ଦ ‘ଲୋଗସ୍’ (Logus) ର ମିଶ୍ରଣରେ ଗଠିତ । ‘ସୋସିଅସ୍’ ବା ‘ସୋସାଇଟିସ’ ଅର୍ଥ ହେଉଛି ‘ସମାଜ’ଏବଂ ‘ଲୋଗସ୍’ ଅର୍ଥ ‘ଅଧ୍ୟୟନ’ ବା ‘ବିଜ୍ଞାନ’ । ତେଣୁ ଏହି ଅର୍ଥରେ ‘ସମାଜବିଜ୍ଞାନ’ର ଅର୍ଥ ହେଉଛି ‘ସମାଜର ବିଜ୍ଞାନ’ । ଅନ୍ୟ ଅର୍ଥରେ ସମାଜ ବିଜ୍ଞାନ ହେଉଛି ମାନବ ସମାଜର ଏକ ସୁବ୍ୟବସ୍ଥିତ ଅଧ୍ୟୟନ ।

2. ସମାଜ ବିଜ୍ଞାନର ସଂଜ୍ଞା ନିରୂପଣ କର ।
Answer:
ମୋରିସ୍ ଜିନିସ୍‌ବର୍ଗ (Morris Ginsberg) ଙ୍କ ମତରେ, “ମାନବୀୟ ପାରସ୍ପରିକ କ୍ରିୟା ଏବଂ ପାରସ୍ପରିକ ସମ୍ପର୍କ, ସେଗୁଡ଼ିକର ଅବସ୍ଥା ଏବଂ ଫଳାଫଳର ଅଧୟନକୁ ସମାଜ ବିଜ୍ଞାନ କୁହାଯାଏ ।’’

ଗିଲିନ୍ ଏବଂ ଗିଲିନ୍ (Gillin and Gillin) ଙ୍କ ମତରେ, “ବିସ୍ତୃତ ଅର୍ଥରେ ସମାଜ ବିଜ୍ଞାନ କହିଲେ ସଂଘବଦ୍ଧ ଜୀବନ ଯାପନ କରୁଥିବା ମନୁଷ୍ୟମାନଙ୍କର ପାରସ୍ପରିକ କ୍ରିୟାର ଅଧ୍ୟୟନକୁ ସମାଜଶାସ୍ତ୍ର କୁହାଯାଏ ।’’

3. ସମାଜ ବିଜ୍ଞାନ ପରିସର ସମ୍ପର୍କରେ କେଉଁ ପ୍ରକାରର ମତବାଦମାନ ପ୍ରଚଳିତ ?
Answer:
ସମାଜ ବିଜ୍ଞାନର ପରିସରକୁ ନେଇ ଦୁଇଗୋଟି ମତବାଦ ରହିଛି । ସେଗୁଡ଼ିକ ହେଲା –
(୧) ସ୍ୱାତନ୍ତ୍ର୍ୟ ବା ଆକୃତିଗତ ମତବାଦ (Formalistic School) ଏବଂ
(୨) ସାଂଶ୍ଳେଷିତ ମତବାଦ (Synthetic School) ।

CHSE Odisha Class 11 Sociology Unit 1 Short Answer Questions in Odia Medium

4. ସ୍ବାତନ୍ତ୍ର୍ୟ ମତବାଦର ପୃଷ୍ଠପୋଷକମାନଙ୍କ ମଧ୍ୟରୁ ଦୁଇଜଣଙ୍କର ନାମ ଉଲ୍ଲେଖ କର ।
Answer:
ଏହି ସ୍ବାତନ୍ତ୍ର୍ୟ ମତବାଦ ଗୋଷ୍ଠୀର ଦୁଇଜଣ ପୃଷ୍ଠପୋଷକ ହେଲେ –
(i) ମ୍ୟାକ୍‌ସ ୱେବର (Max-Weber) ଏବଂ
(ii) ଫର୍ଜିନାଣ୍ଡ୍ ଟନିସ୍ (Ferdinand Tonnies) ।

5. ସାଂଶ୍ଳେଷିକ ମତବାଦର ପୃଷ୍ଠପୋଷକମାନଙ୍କ ମଧ୍ୟରୁ ତିନି ଜଣଙ୍କର ପରିଚୟ ଦିଅ ।
Answer:
ସାଂଶ୍ଳେଷିକ ମତବାଦ ଗୋଷ୍ଠୀର ତିନିଜଣ ପୃଷ୍ଠପୋଷକ ହେଲେ –
(i) ଇମାଇଲ ଦୁର୍ଖମ (Emile Durkheim)
(ii) ଏଲ୍.ଟି.ହବସ୍ (L. T. Hobbouse)
(iii) ପି.ଏ. ସରୋକିନ୍ (P.A. Sorokin) ।

6. କମ୍‌ଙ୍କର ତ୍ରି-ସ୍ତରୀୟ ନିୟମ କ’ଣ ଅଟେ ?
Answer:
ଏହି ତ୍ରି-ସ୍ତରୀୟ ନିୟମ ସମାଜ ବିଜ୍ଞାନ ଇତିହାସକୁ ଏକ ଅତୁଳନୀୟ ଦାନରୂପେ ପରିଚିତ । କମ୍‌ଟେ ୧୮୨୨ ମସିହାରେ ଏହି ନିୟମର ବିଶ୍ଳେଷଣ କରିଥିଲେ । ତାଙ୍କ ମତରେ, ପ୍ରତ୍ୟେକ ମାନବୀୟ ଜ୍ଞାନର ଧାରା ତିନିଗୋଟି ସ୍ତର ଦେଇ ବିକଶିତ ହୋଇଥାଏ । ଏହି ସ୍ତରଗୁଡ଼ିକ ହେଲା; ଯଥା –
(୧) ଧର୍ମତାତ୍ତ୍ଵିକ
(୨) ଆଧ୍ୟାତ୍ମିକ ବା ଅମୂର୍ଖ ଏବଂ
(୩) ବୈଜ୍ଞାନିକ ବା ସକାରାତ୍ମରକ ସ୍ତର ।

7. ଧର୍ମତାତ୍ତ୍ଵିକ ସ୍ତର କହିଲେ ତୁମେ କ’ଣ ବୁଝ ?
Answer:
ମନୁଷ୍ୟ ମନର ବିକାଶଧାରାର ପ୍ରଥମ ସ୍ତର ହେଉଛି ଧର୍ମତାତ୍ତ୍ଵିକ ସ୍ତର । ଏହି ସ୍ତରରେ ମନୁଷ୍ୟ ସମସ୍ତ ବସ୍ତୁକୁ ଅତି ପ୍ରାକୃତିକ ଶକ୍ତିରୂପେ ଦେଖୁଥାଏ । ମନୁଷ୍ୟର ବିଶ୍ବାସ ଯେ ପ୍ରତ୍ୟେକ ଘଟଣା ଏହି ଶକ୍ତିଦ୍ୱାରା ନିୟନ୍ତ୍ରିତ ଅଟେ । ଏହି ଧର୍ମତାତ୍ତ୍ଵିକ ସ୍ତର ତିନୋଟି ଉପସ୍ତର ଦେଇ ଗତି କରିଥାଏ । ସେଗୁଡ଼ିକ ହେଲା –
(i) ଫେଟିସବାଦ,
(ii) ବହୁ ଈଶ୍ୱରବାଦ ଏବଂ
(iii) ଏକେଶ୍ଵରବାଦ ।

8. ଜୈବ ତତ୍ତ୍ବ କହିଲେ କ’ଣ ବୁଝାଏ ?
Answer:
‘ଜୈବ ତତ୍ତ୍ବ’ ହେଉଛି ସମାଜର ଉତ୍ପତ୍ତି ସମ୍ପର୍କୀୟ ଏକ ମୁଖ୍ୟ ତତ୍ତ୍ଵ । ଏହି ତତ୍ତ୍ଵର ପୃଷ୍ଠପୋଷକମାନେ ସମାଜକୁ ଏକ ‘ଜୀବ’ ସହିତ ତୁଳନା କରିଛନ୍ତି । ସେମାନଙ୍କ ମତରେ, ଜୀବର ଯେପରି କ୍ରମବିକାଶ ଘଟିଥାଏ, ସମାଜର ମଧ୍ୟ ସେହିପରି କ୍ରମବିକାଶ ଘଟିଥାଏ ।

9. ଜୈବ ତତ୍ତ୍ଵର ମୁଖ୍ୟ ପୁରୋଧା କିଏ ।
Answer:
ଜୈବ ତତ୍ତ୍ଵର ମୁଖ୍ୟ ପୁରୋଧା ହେଉଛନ୍ତି ହର୍ବଟ୍ ସ୍ପେନ୍ସର ।

10. ସ୍ପେନ୍ସରଙ୍କ ଜୈବ ତତ୍ତ୍ବ କ’ଣ ଅଟେ ?
Answer:
ସେନ୍ସରଙ୍କ ମତରେ, ଜୀବ ଭଳି ସମାଜ କ୍ରମୋନ୍ନତିଶୀଳ ପ୍ରକ୍ରିୟାଦ୍ଵାରା ସରଳରୁ ଜଟିଳାଭିମୁଖୀ ହୋଇଥାଏ । ଜୀବ ପରି ସମାଜ ମଧ୍ୟ ତା’ର ପ୍ରକାର୍ଯ୍ୟରେ ପାର୍ଥକ୍ୟ ଏବଂ ସଂରଚନାରେ ସଂହତି ପ୍ରଦର୍ଶନ କରିଥାଏ ।

11. ଦୁର୍ଖଙ୍କ ଆତ୍ମହତ୍ୟାର ପ୍ରକାରଭେଦ ଦର୍ଶାଅ ।
Answer:
ଦୁର୍ଖମ୍ ତାଙ୍କର ଆତ୍ମହତ୍ୟାକୁ ତିନି ଭାଗରେ ବିଭକ୍ତ କରିଅଛନ୍ତି; ଯଥା –
(i) ଆତ୍ମକୈନ୍ଦ୍ରିକ ଆତ୍ମହତ୍ୟା,
(ii) ଅପ୍ରତିମାନୀୟ ଆତ୍ମହତ୍ୟା ଏବଂ
(iii) ପରାର୍ଥବାଦୀ ଆତ୍ମହତ୍ୟା ।

CHSE Odisha Class 11 Sociology Unit 1 Short Answer Questions in Odia Medium

12. ଆତ୍ମକୈନ୍ଦ୍ରିକ ଆତ୍ମହତ୍ୟା କହିଲେ ତୁମେ କ’ଣ ବୁଝ ?
Answer:
ଦୁର୍ଖଙ୍କ ମତରେ, ଯେତେବେଳେ ବ୍ୟକ୍ତି ସାମାଜିକ ସମୂହରୁ ବିଚ୍ଛିନ୍ନ ହୋଇ ନିଃସଙ୍ଗତା ଅନୁଭବ କରେ, ସେତେବେଳେ ସେ ଆତ୍ମହତ୍ୟା କରିଥାଏ । ଦୁର୍ଖଙ୍କ ମତରେ, ଏକ ବିଘଟିତ ସମାଜ ବ୍ୟକ୍ତିଗତ ବିଘଟନ ସୃଷ୍ଟି କରି ବ୍ୟକ୍ତିକୁ ଆତ୍ମହତ୍ୟା କରିବାର ବାଟ ଦେଖାଇଥାଏ ।

13. ପରାର୍ଥବାଦୀ ଆତ୍ମହତ୍ୟା କହିଲେ ତୁମେ କ’ଣ ବୁଝ ?
Answer:
ଏହିପ୍ରକାର ଆତ୍ମହତ୍ୟା ସମୂହ କଲ୍ୟାଣପାଇଁ ସଂଘଟିତ ହୋଇଥାଏ । ପୁରାତନ ସମାଜରେ ଏହି ପ୍ରକାର ଆତ୍ମହତ୍ୟାର ମାତ୍ରା ଅଧିକ ଥିଲା । ସାଧାରଣତଃ ବୃଦ୍ଧ, ଅକର୍ମଣ୍ୟ ଏବଂ ବିଧବାମାନେ ଏହିପ୍ରକାର ଆତ୍ମହତ୍ୟା କରିଥା’ନ୍ତି । କାରଣ ଏହି ଧରଣର ବ୍ୟକ୍ତିମାନେ ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ସାମୁହିକ କଲ୍ୟାଣ ଏବଂ ସାମାଜିକ ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖୁବାପାଇଁ ସେମାନଙ୍କର ଜୀବନ ଉତ୍ସର୍ଗ କରିବାକୁ କୁଣ୍ଠା ପ୍ରକାଶ କରି ନ ଥା’ନ୍ତି ।

14. ନୃତତ୍ତ୍ଵର ବିଭିନ୍ନ ଉପ-ବିଭାଗଗୁଡ଼ିକ କ’ଣ ?
Answer:
ନୃତତ୍ତ୍ଵକୁ ମୁଖ୍ୟତଃ ୪ଟି ଭାଗରେ ବିଭକ୍ତ କରାଯାଇଛି; ସେଗୁଡ଼ିକ ହେଲା –
(୧) ଶାରୀରିକ ନୃତତ୍ତ୍ଵ (Physical Anthropology)
(୨) ସାମାଜିକ ନୃତତ୍ତ୍ଵ (Social Anthropology)
(୩) ସାଂସ୍କୃତିକ ପ୍ରତ୍ନତତ୍ତ୍ବ (Cultural Anthropology)
(୪) ପ୍ରାଗ୍-ଐତିହାସିକ ପ୍ରତ୍ନତତ୍ତ୍ବ (Pre-Historic Archaeology)

15. ସାଂସ୍କୃତିକ ନୃତତ୍ତ୍ଵ କହିଲେ ତୁମେ କ’ଣ ବୁଝ ?
Answer:
ସାଂସ୍କୃତିକ ନୃତତ୍ତ୍ବ ନୃତତ୍ତ୍ଵର ଏକ ମୁଖ୍ୟ ଅଂଶରୂପେ ପରିଚିତ । ଏହା ଆଦିମ ମାନବର ଉଭୟ ବସ୍ତୁଭିଭିକ ଏବଂ ବସ୍ତୁତ୍ଵର ସଂସ୍କୃତି ସହିତ ଜଡ଼ିତ । ଏହି ସାଂସ୍କୃତିକ ନୃତତ୍ତ୍ଵ ଆଦିମ-ମାନବର ଅତୀତ ଏବଂ ବର୍ତ୍ତମାନର ସାଂସ୍କୃତିକ ଉପାଦାନଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥାଏ ।

16. ଦୁଇଜଣ ବିଶିଷ୍ଟ ନୃତତ୍ତ୍ବବିତ୍‌ଙ୍କର ନାମ ଉଲ୍ଲେଖ କର ।
Answer:
ଦୁଇଜଣ ବିଶିଷ୍ଟ ନୃତଶ୍ଚିତ୍‌ ହେଉଛନ୍ତି –
(i) ଏ.ଏଲ୍‌. କ୍ରୋବର୍ (A.L. Krober) ଏବଂ
(ii) ରାଡ୍‌କ୍ଲିଫ୍ ବ୍ରାଉନ୍ (Redcliffe Brown) ।

17. ସମାଜ ବିଜ୍ଞାନ ଏବଂ ନୃତତ୍ତ୍ବ ମଧ୍ଯରେ ଯେଉଁ ପାର୍ଥକ୍ୟ ରହଛି, ସେଥ୍ମଧ୍ୟରୁ ଗୋଟିକର ସୂଚନା ଦିଅ ।
Answer:
ସମାଜ ବିଜ୍ଞାନ ଉଭୟ ସଭ୍ୟ ଏବଂ ଜଟିଳ ସମାଜକୁ ତା’ର ଅଧ୍ୟୟନର ପରିସରଭୁକ୍ତ କରିଥାଏ । ମାତ୍ର ନୃତତ୍ତ୍ଵ ପ୍ରାଗ୍-ଲିପିକ ଏବଂ ଆଦିମ ସମାଜକୁ ଅଧ୍ୟୟନ କରିଥାଏ ।

18. ଦୁଇଜଣ ଐତିହାସିକ ସମାଜବିଜ୍ଞାନୀଙ୍କର ନାମ ଉଲ୍ଲେଖ କର ।
Answer:
ବିଶ୍ବର ଦୁଇଜଣ ପ୍ରସିଦ୍ଧ ଐତିହ୍ୟିକ ସମାଜବିଜ୍ଞାନୀଙ୍କର ନାମ ହେଉଛି –
(i) ଆର୍‌ନୋଲ୍‌ ଟଏନବୀ (Arnold Toynbee)
(ii) ଓସୱାଲ୍ଡ ସ୍ପେଙ୍ଗଲର୍ (Oswald Spengler) |

19. ଅଧ୍ୟୟନର ପଦ୍ଧତିକୁ ଭିଭିକରି ସମାଜ ବିଜ୍ଞାନ କିପରି ରାଜନୀତି ବିଜ୍ଞାନଠାରୁ ପୃଥକ୍ ଅଟେ ?
Answer:
ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନର ଅଧ୍ୟୟନ ପଦ୍ଧତିରେ ତାରତମ୍ୟ ପ୍ରକାଶ ପାଇଥାଏ । ସମାଜ ବିଜ୍ଞାନରେ ସାମାଜିକ ସର୍ବେକ୍ଷଣ, ବ୍ୟକ୍ତି ଅଧ୍ୟୟନ, ପର୍ଯ୍ୟବେକ୍ଷଣ ଏବଂ ସାକ୍ଷାତ୍‌କାର ପଦ୍ଧତିର ବ୍ୟବହାର କରାଯାଉଥିବାବେଳେ ରାଜନୀତି ବିଜ୍ଞାନରେ ଆରୋହ ପଦ୍ଧତି (Inductive method) ଏବଂ ଅବରୋହ ପଦ୍ଧତି (Deductive method) ର ପ୍ରୟୋଗ କରାଯାଇଥାଏ ।

20. ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ବ ମଧ୍ଯରେ ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜକୁ ଅଧ୍ୟୟନ କରିଥାଏ । ଅପରପକ୍ଷରେ ମନସ୍ତତ୍ତ୍ଵ ବ୍ୟକ୍ତିର ମାନସିକ ଅବସ୍ଥାକୁ ଅଧ୍ୟୟନ କରିଥାଏ । ଏହା ବ୍ୟକ୍ତିର ମାନସିକ ପ୍ରକ୍ରିୟା, ଅନ୍ତଃ ଏବଂ ବାହ୍ୟ ବ୍ୟବହାରକୁ ଅଧ୍ୟୟନ କରିଥାଏ ।

21. ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ଯରେ ଯେକୌଣସି ଗୋଟିଏ ପ୍ରଭେଦ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ପ୍ରାଥମିକଭାବେ ବ୍ୟକ୍ତିର ଅର୍ଥନୈତିକ କାର୍ଯ୍ୟକଳାପର ସାମାଜିକ ଦିଗ ସହିତ ସମ୍ପୃକ୍ତ ଅଟେ । କିନ୍ତୁ ଅର୍ଥଶାସ୍ତ୍ର ମୁଖ୍ୟତଃ ଦ୍ରବ୍ୟ ଉତ୍ପାଦନ, ଉପଭୋଗ, ବିନିମୟ ଏବଂ ବଣ୍ଟନ ବ୍ୟବସ୍ଥା ସହିତ ଜଡ଼ିତ । ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ସମାଜ ବିଜ୍ଞାନର ପ୍ରକୃତି ମାନବବାଦୀ ଅଟେ ଏବଂ ଅର୍ଥଶାସ୍ତ୍ରର ପ୍ରକୃତି ବସ୍ତୁବାଦୀ ଅଟେ ।

22. ‘ଆତ୍ମହତ୍ୟା ତତ୍ତ୍ବ’ କିଏ ପ୍ରବର୍ତ୍ତନ କରିଥିଲେ ?
Answer:
ଆତ୍ମହତ୍ୟା ତତ୍ତ୍ବ ବିଶିଷ୍ଟ ଫରାସୀ ସମାଜଶାସ୍ତ୍ରବିତ୍ ‘ଇମାଇଲ୍ ଦୁର୍ଖମ୍’ ପ୍ରବର୍ତ୍ତନ କରିଥିଲେ ।

23. ‘ତ୍ରି-ସ୍ତରୀୟ ତତ୍ତ୍ବ’ କିଏ ପ୍ରଦାନ କରିଥିଲେ ?
Answer:
‘ତ୍ରି-ସ୍ତରୀୟ ତତ୍ତ୍ୱ’ ବିଶିଷ୍ଟ ଫରାସୀ ସମାଜଶାସ୍ତ୍ରବିତ୍ ‘ଅଗଷ୍ଟ କମ୍‌’ (Auguste Comte) ପ୍ରଦାନ କରିଥିଲେ ।

24. ହର୍ବଟ୍ ସ୍ପେନସର୍‌ଙ୍କ ଯେକୌଣସି ଏକ ବିଶେଷ ଅବଦାନ ଦର୍ଶାଅ ।
Answer:
ହର୍ବଟ୍ ସ୍ପେନସର୍‌ଙ୍କ ସମାଜଶାସ୍ତ୍ର ପ୍ରତି ବିଶେଷ ଅବଦାନ ହେଲା ‘ଜୈବ ତତ୍ତ୍ବ’ (Organic Theory) ।

CHSE Odisha Class 11 Sociology Unit 1 Short Answer Questions in Odia Medium

25. ଆତ୍ମହତ୍ୟାର ସଂଜ୍ଞା ପ୍ରଦାନ କର ।
Answer:
ଇମାଇଲ୍ ଦୁର୍ଖମ୍ (Emile Durkheim) ଙ୍କ ମତରେ, ‘‘ଆତ୍ମହତ୍ୟା, ଉତ୍‌ପୀଡି଼ତ ବ୍ୟକ୍ତି ନିଜେ ବା ପରୋକ୍ଷଭାବରେ, ସକାରାତ୍ମକ ବା ନକରାତ୍ମକ କାର୍ଯ୍ୟଦ୍ୱାରା ସମ୍ପନ୍ନ କରୁଥିବା ସମସ୍ତ ପ୍ରକାର ମୃତ୍ୟୁକୁ ବୁଝାଏ ଏବଂ ଏ ପ୍ରକାର ଫଳାଫଳ ପାଇଁ ବ୍ୟକ୍ତି ନିଜେ ହିଁ ଚେଷ୍ଟା କରିଥାଏ ।’’

26. ସମାଜ ବିଜ୍ଞାନ କେବେ ସୃଷ୍ଟି ହୋଇଥିଲା ?
Answer:
ସମାଜ ବିଜ୍ଞାନ ୧୮୩୯ ମସିହାରେ ସୃଷ୍ଟି ହୋଇଥିଲା ।

27. ଆତ୍ମହତ୍ୟା କହିଲେ କ’ଣ ବୁଝ ?
Answer:
ଆତ୍ମହତ୍ୟା ବା Sucide ସମ୍ପ୍ରତ୍ୟୟଟି ‘Sui’ ଯାହାର ଅର୍ଥ ‘ଆତ୍ମା’ ଓ ‘Cide’ ଯାହାର ଅର୍ଥ ‘ହତ୍ୟା’ର ସମ୍ମିଶ୍ରଣରେ ଗଠିତ । ଅର୍ଥାତ୍ ନିଜେ ନିଜକୁ ହତ୍ୟା କରିବାକୁ ଆତ୍ମହତ୍ୟା କୁହାଯାଏ ।

28. ଇମାଇଲ୍ ଦୁର୍ଖମ୍ (Emaile Durkheim) ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନଗୁଡ଼ିକ ଉଲ୍ଲେଖ କର ।
Answer:
ଇମାଇଲ୍ ଦୁର୍ଖମଙ୍କର ସମାଜ ବିଜ୍ଞାନକୁ ମୁଖ୍ୟ ଅବଦାନଗୁଡ଼ିକ ହେଲା –
(୧) ଆତ୍ମହତ୍ୟା ତତ୍ତ୍ଵ (Theory of Suicide)
(୨) ଶ୍ରମ ବିଭାଜନ (The Division of Labour)

29. ଅଗଷ୍ଟ କମ୍‌ (Auguste Comte) ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନଗୁଡ଼ିକ କ’ଣ ?
Answer:
ଅଗଷ୍ଟ କମ୍‌ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନଗୁଡ଼ି ହେଲା –
(୧) ତ୍ରି-ସ୍ତରୀୟ ନିୟମ (Law of Three Stages)
(୨) ପ୍ରତ୍ୟକ୍ଷବାଦ (Positivism)

30. ସମାଜ ବିଜ୍ଞାନର ଦୁଇଗୋଟି ପ୍ରକୃତି ବା ଲକ୍ଷଣ ଉଲ୍ଲେଖ କର ।
Answer:
(୧) ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଅଟେ ।
(୨) ସମାଜ ବିଜ୍ଞାନ ଏକ ଅମୂର୍ଖ (Abstract) ବିଜ୍ଞାନ ଅଟେ ।

31. ଭାରତବର୍ଷରେ ସମାଜ ବିଜ୍ଞାନର ସର୍ବପ୍ରଥମେ କେବେ ଓ କେଉଁଠାରେ ଅଧ୍ୟାପନା ଆରମ୍ଭ ହୋଇଥିଲା ?
Answer:
ଭାରତବର୍ଷରେ ସମାଜ ବିଜ୍ଞାନର ଅଧ୍ୟାପନା ସର୍ବପ୍ରଥମେ ବମ୍ବେ ବିଶ୍ବବିଦ୍ୟାଳୟରେ ୧୯୧୯ ମସିହାରେ ଆରମ୍ଭ ହୋଇଥିଲା ।

32. ସମାଜଶାସ୍ତ୍ରରେ ପ୍ରତିଷ୍ଠାତା ଜନକଗଣ କିଏ ?
Answer:
ସମାଜଶାସ୍ତ୍ରରେ ପ୍ରତିଷ୍ଠାତା ଜନକଗଣ ହେଲା –
(୧) ଅଗଷ୍ଟ କମ୍‌ (Auguste Comte)
(୨) ହର୍‌ବର୍ଟ ସେନ୍ସର (Herbert Spencer)
(୩) ଇମାଇଲ୍ ଦୁର୍ଖମ୍ (Emile Durkheim)
(୪) ମାକ୍‌ସ ୱେବର୍ (Max Weber)

33. ସମାଜ ବିଜ୍ଞାନ ଓ ଇତିହାସ ମଧ୍ୟରେ ଥିବା ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ଓ ଇତିହାସ ମଧ୍ଯରେ ଗୋଟିଏ ସାମାଜିକ ବିଜ୍ଞାନ ହୋଇଥିବା ସ୍ଥଳେ, ଇତିହାସ ଏକ ମୂର୍ଖ (Concrete) ସାମାଜିକ ବିଜ୍ଞାନ ଅଟେ ।

34. ସମାଜ ବିଜ୍ଞାନ ଓ ରାଜନୀତି ବିଜ୍ଞାନ ମଧ୍ୟରେ ଥ‌ିବା ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ଓ ରାଜନୀତି ବିଜ୍ଞାନ ମଧ୍ୟରେ ଗୋଟିଏ ପାର୍ଥକ୍ୟ ହେଉଛି – ସମାଜ ବିଜ୍ଞାନ ସମାଜର ବିଜ୍ଞାନଭାବେ ପରିଗଣିତ ହେଉଥ‌ିବାବେଳେ ରାଜନୀତି ବିଜ୍ଞାନ ରାଷ୍ଟ୍ର ଏବଂ ସରକାରଙ୍କ ବିଜ୍ଞାନରୂପେ ପରିଚିତ । ସମାଜ ବିଜ୍ଞାନ ଏକ ସାଧାରଣ ସାମାଜିକ ବିଜ୍ଞାନରୂପେ; କିନ୍ତୁ ରାଜନୀତି ବିଜ୍ଞାନ ଏକ ସ୍ବତନ୍ତ୍ର ବିଜ୍ଞାନରୂପେ ପରିଚିତ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ସମାଜ ବିଜ୍ଞାନର ପରିସର କହିଲେ କ’ଣ ବୁଝ ?
Answer:
ସମାଜ ବିଜ୍ଞାନର ପରିସର କହିଲେ ତାହାର ବିଷୟବସ୍ତୁକୁ ହିଁ ବୁଝାଇଥାଏ । ଏହି ପରିସରକୁ ଭିଭିକରି ସମାଜବିଜ୍ଞାନୀମାନେ ଭିନ୍ନ ମତ ପୋଷଣ କରିଥା’ନ୍ତି । ଭି. ଏଫ୍. କାଲବର୍ଟନ୍ (V. F. Callberton)ଙ୍କ ମତରେ, “ସମାଜ ବିଜ୍ଞାନ ଏକ ସ୍ଥିତିତାପକ ବିଜ୍ଞାନ ହୋଇଥିବାରୁ ଏହାର ସୀମା କେଉଁଠାରୁ ଆରମ୍ଭ ଏବଂ କେଉଁଠି ଶେଷ, ତାହା ନିର୍ଦ୍ଧାରଣ କରିବା କଷ୍ଟସାଧ୍ୟ ।’’ ଅନ୍ୟ କେତେକଙ୍କ ମତରେ, ସମାଜ ବିଜ୍ଞାନ ସୂର୍ଯ୍ୟର ଅଧୀନରେ ଥ‌ିବା ସମସ୍ତ ଜିନିଷକୁ ଅଧ୍ୟୟନ କରିଥାଏ । କିନ୍ତୁ ଏହି ମତ ସମାଜ ବିଜ୍ଞାନର ପରିସର ସମ୍ବନ୍ଧରେ ଅତ୍ୟନ୍ତ ଅନିଶ୍ଚିତ ଅଟେ । ପ୍ରକୃତରେ ସମାଜ ବିଜ୍ଞାନର ଅଧ୍ୟୟନ କ୍ଷେତ୍ର ସୀମିତ ଅଟେ ।

ଏହି ସମାଜ ବିଜ୍ଞାନ ହେଉଛି ମାନବିକ ଅନ୍ତଃକ୍ରିୟା ଏବଂ ଅନ୍ତଃ-ସମ୍ପର୍କ, ସେଗୁଡ଼ିକର ଅବସ୍ଥା ଏବଂ ଫଳାଫଳର ଏକ ଅଧ୍ୟୟନ । ସମାଜ ବିଜ୍ଞାନ ସମାଜରେ ମନୁଷ୍ୟର ସମ୍ପୂର୍ଣ୍ଣ ଜୀବନ ତଥା ବ୍ୟବହାରକୁ ଅଧ୍ୟୟନ କରିବା ସହିତ ବ୍ୟକ୍ତିର ସମସ୍ତ କାର୍ଯ୍ୟକଳାପକୁ ଅଧ୍ୟୟନ କରେ । ସମାଜ ବିଜ୍ଞାନର ପରିସରକୁ ନିର୍ଦ୍ଧାରଣ କରିବାପାଇଁ ଆପ୍ରାଣ ଉଦ୍ୟମ କରାଯାଇଛି । ଏଥ‌ିପାଇଁ ଦୁଇଗୋଟି ମତବାଦ ଆମ ଦୃଷ୍ଟିଗୋଚରକୁ ଆସିଛି ।

CHSE Odisha Class 11 Sociology Unit 1 Short Answer Questions in Odia Medium

ସେଗୁଡ଼ିକ ହେଲା ସ୍ୱାତନ୍ତ୍ର୍ୟ ବା ଆକୃତିଗତ ମତବାଦ ଏବଂ ସାଂଶ୍ଲେଷିକ ମତବାଦ । ପ୍ରଥମ ମତବାଦ ଅନୁସାରେ ସମାଜ ବିଜ୍ଞାନ ଏବଂ ଏହାର ପରିସର ସଂକୀର୍ଣ୍ଣ ଏବଂ ସୀମିତ ହେବା ଉଚିତ । ଦ୍ଵିତୀୟ ମତବାଦ ଅନୁସାରେ ସମାଜ ବିଜ୍ଞାନ ଏକ ସାଧାରଣ ତଥା ସୁବ୍ୟବସ୍ଥିତ ବିଜ୍ଞାନ ଏବଂ ଏହାର ପରିସର ସୁଦୂରପ୍ରସାରୀ ଅଟେ ।

2. ଅଗଷ୍ଟ କମ୍‌ଙ୍କର ତ୍ରି-ସ୍ତରୀୟ ନିୟମକୁ ସଂକ୍ଷେପରେ ଆଲୋଚନା କର ।
Answer:
ପ୍ରବୀଣ ଫରାସୀ ସମାଜବିଜ୍ଞାନୀ ଅଗଷ୍ଟ କମ୍‌ଙ୍କର ସମାଜ ବିଜ୍ଞାନ କ୍ଷେତ୍ରକୁ ଅପୂରଣୀୟ ଦାନ ରହିଛି । ସେହି ମହାମାନବଙ୍କର ଯେଉଁସବୁ ଅନୁଦାନଗୁଡ଼ିକ ଆଜି ସମାଜ ବିଜ୍ଞାନକୁ ସମୃଦ୍ଧ କରିଛି, ସେଗୁଡ଼ିକ ମଧ୍ୟରୁ ତ୍ରି-ସ୍ତରୀୟ ନିୟମ
ଅନ୍ୟତମ ।

କମ୍ଫେକଙ୍କର ଯୁକ୍ତି ଏହି ଯେ ମାନବୀୟ ଜ୍ଞାନ ତିନୋଟି ସ୍ତର ଦେଇ ବିକଶିତ ହୋଇଛି । ଏହା କମ୍‌କଙ୍କର ତ୍ରି-ସ୍ତରୀୟ ନିୟମ (Law of Three Stages) ରୂପେ ପରିଚିତ । ତାଙ୍କ ମତରେ, ମନୁଷ୍ୟର ଜ୍ଞାନର ବିବର୍ତ୍ତନ ପ୍ରକ୍ରିୟା ତିନିଗୋଟି ଅବସ୍ଥା; ଯଥା – ଧର୍ମତାତ୍ତ୍ଵିକ, ଆଧ୍ୟାତ୍ମିକ ବା ଅମୂର୍ଖ ଏବଂ ବୈଜ୍ଞାନିକ ସ୍ତର ଦେଇ ଗତି କରିଥାଏ । ଅନ୍ୟ ଅର୍ଥରେ ଏହି ନିୟମ ଅନୁସାରେ ମାନବର ଜ୍ଞାନ ତିନୋଟି ଭିନ୍ନ ସ୍ତର ଦେଇ ବିକଶିତ ହୋଇଥାଏ ।

ଏହି ଧର୍ମତାତ୍ତ୍ଵିକ ସ୍ତରରେ ମନୁଷ୍ୟର ଚିନ୍ତାଧାରା ଏକ ଅତି ପ୍ରାକୃତିକ ଶକ୍ତିଠାରେ କେନ୍ଦ୍ରୀଭୂତ ହୋଇ ରହିଥାଏ । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ ଏହି ସ୍ତରରେ ବ୍ୟକ୍ତି ସମସ୍ତ ବସ୍ତୁକୁ ଅତି ପ୍ରାକୃତିକ ଭାବେ ଅଭିହିତ କରିଥାଏ । ଏହି ସ୍ତମ୍ଭ ତିନିଗୋଟି ଉପ-ସ୍ତରରେ ବିଭକ୍ତ; ଯଥା – ଫେଟିସ୍‌ବାଦ, ବହୁଈଶ୍ବରବାଦ ଏବଂ ଏକେଶ୍ବରବାଦ ।

ମନୁଷ୍ୟ ମନର ବିବର୍ତ୍ତନ ପ୍ରକ୍ରିୟାରେ ଦ୍ବିତୀୟ ସ୍ତରଟି ହେଉଛି ଆଧ୍ୟାତ୍ମିକ ବା ଅମୂର୍ଖ ସ୍ତର । ଏହି ସ୍ତରରେ ମନୁଷ୍ୟ ଏକ ଅମୂର୍ଖ ଶକ୍ତିଠାରେ ସ୍ଥାପନ କରିଥାଏ । ତା’ର ଚିନ୍ତାଧାରାରେ ଏହି ଅମୂର୍ତ୍ତ ଶକ୍ତି ସମସ୍ତ କାର୍ଯ୍ୟକଳାପର ପଥପ୍ରଦର୍ଶକ ଅଟେ ।

ଏହି ତ୍ରି-ସ୍ତରୀୟ ନିୟମର ଶେଷ ସ୍ତରଟି ହେଉଛି ବୈଜ୍ଞାନିକ ବା ସକାରାତ୍ମକ ସ୍ତର । କମ୍ପେଙ୍କ ମତରେ, ଏହି ସ୍ତରରେ ବୈଜ୍ଞାନିକ ଚିନ୍ତାଧାରାଦ୍ୱାରା ମନୁଷ୍ୟ ସମ୍ପୂର୍ଣ୍ଣରୂପେ ଅନୁପ୍ରାଣିତ ହୋଇଥାଏ । ସେ ଯୁକ୍ତି ଏବଂ ପର୍ଯ୍ୟବେକ୍ଷଣ ଅନୁଯାୟୀ ଯେକୌଣସି ଦିଗରେ ଅଗ୍ରସର ହୋଇଥାଏ । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ ଏହି ସ୍ତରରେ ପର୍ଯ୍ୟବେକ୍ଷଣ, ପରୀକ୍ଷାକରଣ, ବିଶ୍ଳେଷଣ ଏବଂ ବର୍ଗୀକରଣ ଇତ୍ୟାଦି ଉପରେ ଅଧିକ ଗୁରୁତ୍ବ ଆରୋପ କରାଯାଇଥାଏ ।

3. ଇମାଇଲ ଦୁର୍ଖମ୍‌ଙ୍କର ଆତ୍ମହତ୍ୟାର ପ୍ରକାରଭେଦ ଆଲୋଚନା କର ।
Answer:
କଷ୍ଟେଙ୍କ ପରେ ଦୁର୍ଖମ୍ ହେଉଛନ୍ତି ଦ୍ଵିତୀୟ ଫରାସୀ ସମାଜବିଜ୍ଞାନବିତ୍ । ସେ ଜର୍ମାନୀର ସମାଜ ବିଜ୍ଞାନ ଏବଂ ସାଂସ୍କୃତିକ ନୃତତ୍ତ୍ୱକୁ ଅଧ୍ୟୟନ କରିଥିଲେ । ପ୍ରଥମେ ଦୁର୍ଖମ୍ ବୋର୍ଡ଼କ୍‌ ବିଶ୍ୱବିଦ୍ୟାଳୟରେ ସାମାଜିକ ବିଜ୍ଞାନର ପ୍ରଫେସରଭାବେ କାର୍ଯ୍ୟକରି ପରେ ପରେ ପ୍ୟାରିସ୍ ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ଏବଂ ଶିକ୍ଷା ବିଭାଗରେ ପ୍ରଫେସରଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଦୁର୍ଖମ୍‌ଙ୍କର ବିଭିନ୍ନ ଅବଦାନଗୁଡ଼ିକ ମଧ୍ୟରୁ ଆତ୍ମହତ୍ୟା ଅନ୍ୟତମ ଅଟେ । ସେ ଆତ୍ମହତ୍ୟାକୁ ତିନୋଟି ବିଭାଗରେ ବିଭକ୍ତ କରିଅଛନ୍ତି । ସେଗୁଡ଼ିକୁ ସଂକ୍ଷେପରେ ଆଲୋଚନା କରାଗଲା ।

(i) ଆତ୍ମକୈନ୍ଦ୍ରିକ (Egoistic Sucide) – ଦୂର୍ଖମ୍ ମତ ଦେଇଛନ୍ତି ଯେ, ଏହିପ୍ରକାର ଆତ୍ମହତ୍ୟା ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁ ସଂଘଟିତ ହୋଇଥାଏ । ତାଙ୍କ ମତରେ, ବ୍ୟକ୍ତି ଯେତେବେଳେ ସାମାଜିକ ସମୂହଠାରୁ ବିଚ୍ଛିନ୍ନ ହୋଇପଡ଼େ, ସାମାଜିକ ସମୂହର ସଂହତି ବିଶୃଙ୍ଖଳିତ ହୋଇପଡ଼େ, ଏହି ସମୟରେ ବ୍ୟକ୍ତି ନିଃସଙ୍ଗତା ଅନୁଭବ କରିଥାଏ ଏବଂ ଏହି ନିଃସଙ୍ଗ ଜୀବନର ଅବସାନ ପାଇଁ ସେ ଆତ୍ମହତ୍ୟାର ଆଶ୍ରୟ ନେଇଥାଏ । ଯେଉଁ ବ୍ୟକ୍ତିମାନେ ପାରିବାରିକ ସ୍ନେହରୁ ବଞ୍ଚିତ, ଛାଡ଼ପତ୍ର ପାଇ ପୁରୁଷ ବା ମହିଳା ବ୍ୟକ୍ତି ଏହିପ୍ରକାର ଆତ୍ମହତ୍ୟା କରିଥା’ନ୍ତି । ଆଉ ମଧ୍ୟ ଏହିପ୍ରକାର ଆତ୍ମହତ୍ୟା ଶିଳ୍ପ ଶ୍ରମିକ, ଅବିବାହିତ, ସନ୍ତାନବିହୀନ ଦମ୍ପତିଙ୍କଠାରେ ବିଶେଷଭାବେ ଲକ୍ଷ୍ୟ କରାଯାଇଥାଏ ।

(ii) ଅପ୍ରତିମାନୀୟ ଆତ୍ମହତ୍ୟା (Anomique Suicide) – ଏହିପ୍ରକାର ଆତ୍ମହତ୍ୟା ଦୁର୍ଖଙ୍କ ମତରେ ସାମାଜିକ ଭାରସାମ୍ୟର ଅଧଃପତନ ଯୋଗୁ ଦେଖାଯାଇଥାଏ । ସେ ମତ ଦିଅନ୍ତି, ଯେତେବେଳେ ବ୍ୟକ୍ତି ହଠାତ୍ ବିଫଳତାର ସମ୍ମୁଖୀନ ହୋଇ ଦେବାଳିଆ ହୋଇଯାଏ କିମ୍ବା ବିପୁଳ ସମ୍ପତ୍ତିର ଅଧିକାରୀ ହୁଏ, ସେତେବେଳେ ସେ ମାନସିକ ଭାରସାମ୍ୟ ହରାଇଥାଏ । ଏହି ପରିସ୍ଥିତିରେ ବ୍ୟକ୍ତି ଏହି ଆକସ୍ମିକ ପରିବର୍ତ୍ତନ ସହିତ ନିଜକୁ ସାମିଲ କରି ନ ପାରି ଆତ୍ମହତ୍ୟା କରିଥାଏ । ତେଣୁ ଏହି ପ୍ରକାର ଆତ୍ମହତ୍ୟା ଜୀବନରେ ଆକସ୍ମିକ ବିପତ୍ତି ଏବଂ ଆକସ୍ମିକ ଉନ୍ନତି ପରିପ୍ରେକ୍ଷୀରେ ସଂଘଟିତ ହୋଇଥାଏ ।

(iii) ପରାର୍ଥବାଦୀ ଆତ୍ମହତ୍ୟା (Altruistic Suicide) – ଏହିପ୍ରକାର ଆତ୍ମହତ୍ୟାରେ ବ୍ୟକ୍ତି ବିଶେଷତଃ ତା’ର ସମ୍ପର୍କୀୟମାନଙ୍କର କଲ୍ୟାଣ ପାଇଁ ଆତ୍ମହତ୍ୟା କରିଥାଏ । ଏହି ପରିସ୍ଥିତିରେ ସେ ନିଜର ସୁଖ, ଶାନ୍ତିକୁ ପର ପାଇଁ ଉତ୍ସର୍ଗ କରିଥାଏ । ସାଧାରଣତଃ ବୃଦ୍ଧ, ଅକର୍ମଣ୍ୟ ଏବଂ ବିଧବାମାନେ ଏହିପ୍ରକାର ଆତ୍ମହତ୍ୟାର ଆଶ୍ରୟ ନେଇଥା’ନ୍ତି । କାରଣ ସେମାନେ କୌଣସି କାର୍ଯ୍ୟ କରିବାପାଇଁ ସମର୍ଥ ନୁହଁନ୍ତି । ପରିବାର ଉପରେ ସବୁ ସମୟପାଇଁ ନିର୍ଭର କରିବା ପରିବର୍ତ୍ତେ ସଦସ୍ୟମାନଙ୍କରମଙ୍ଗଳ ପାଇଁ ସେମାନେ ଆତ୍ମହତ୍ୟା କରିବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତି ।

4. ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ରାଜନୀତି ବିଜ୍ଞାନ ଏବଂ ସମାଜ ବିଜ୍ଞାନ ମଧ୍ୟରେ କେତେକ କ୍ଷେତ୍ରରେ ସମାନତା ପରିଲକ୍ଷିତ ହେଉଥିଲେ ମଧ୍ୟ ଏହି ଦୁଇଟି ସାମାଜିକ ବିଜ୍ଞାନ ପରସ୍ପରଠାରୁ କେତେକ କ୍ଷେତ୍ରରେ ପୃଥକ୍ ଅଟନ୍ତି ।
(i) ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜର ବିଜ୍ଞାନରୂପେ ପରିଚିତ । କିନ୍ତୁ ଅପରପକ୍ଷରେ ରାଜନୀତି ବିଜ୍ଞାନ ରାଷ୍ଟ୍ରର ବିଜ୍ଞାନରୂପେ ପରିଚିତ । ସମାଜ ବିଜ୍ଞାନ ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀଭାବେ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ ମନୁଷ୍ୟକୁ ଏକ ରାଜନୈତିକ ପ୍ରାଣୀଭାବେ ଅଧ୍ୟୟନ କରିଥାଏ ।
(ii) ଦ୍ଵିତୀୟତଃ, ସମାଜ ବିଜ୍ଞାନର ପରିସର ରାଜନୀତି ବିଜ୍ଞାନର ପରିସରଠାରୁ ବ୍ୟାପକ ଅଟେ । ସମାଜ ବିଜ୍ଞାନ ପରିବାର, ବିବାହ, ଧର୍ମ ଜ୍ଞାତି (kinship) ଓ ଜାତି ପ୍ରଭୃତି ସମସ୍ତ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରିଥାଏ । ଅନ୍ୟପକ୍ଷରେ ରାଜନୀତି ବିଜ୍ଞାନ କେବଳ ସମାଜରେ ବ୍ୟକ୍ତିର ରାଜନୈତିକ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ । ଏହା ରାଷ୍ଟ୍ର ଏବଂ ସରକାର ପରି କେତେକ ନିର୍ଦ୍ଦିଷ୍ଟ ରାଜନୈତିକ ଅନୁଷ୍ଠାନକୁ ଅଧ୍ୟୟନ କରିଥାଏ ।
(iii) ତୃତୀୟତଃ, ସମାଜ ବିଜ୍ଞାନ ଉଭୟ ସଙ୍ଗଠିତ ଏବଂ ବିଘଟିତ ସମୁଦାୟକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ କେବଳ ସଙ୍ଗଠିତ ସମୁଦାୟକୁ ଅଧ୍ୟୟନ କରିଥାଏ ।
(iv) ଚତୁର୍ଥତଃ, ରାଜନୀତି ବିଜ୍ଞାନ ଏବଂ ସମାଜ ବିଜ୍ଞାନ ସେମାନଙ୍କର ଅଧ୍ୟୟନ ପଦ୍ଧତିରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ସମାଜ ବିଜ୍ଞାନ ତା’ର ଅଧ୍ୟୟନ ପଦ୍ଧତିରେ ପର୍ଯ୍ୟବେକ୍ଷଣ, ବ୍ୟକ୍ତି ଅଧ୍ୟୟନ, ସାକ୍ଷାତକାର ଇତ୍ୟାଦି ପ୍ରୟୋଗ କରିଥାଏ । କିନ୍ତୁ ଅନ୍ୟପକ୍ଷରେ ରାଜନୀତି ବିଜ୍ଞାନ ଆଗମ ଓ ନିଗମ ପଦ୍ଧତି (Inductive and deductive method)ର ପ୍ରୟୋଗ କରିଥାଏ ।
(v) ପଞ୍ଚମତଃ, ସମାଜ ବିଜ୍ଞାନ ସମସ୍ତପ୍ରକାର ସଂଘ ଏବଂ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଏବଂ ସରକାର ପରି ନିର୍ଦ୍ଦିଷ୍ଟ ସଂଘ ଓ ସଙ୍ଗଠନ ସହିତ ସମ୍ପୃକ୍ତ । ପ୍ରଫେସର ଗାରନର୍‌ଙ୍କ ମତରେ, ରାଜନୀତି ବିଜ୍ଞାନ କେବଳ ମାନବ ସଙ୍ଗଠନର ଗୋଟିଏ ନିର୍ଦ୍ଦିଷ୍ଟ ଆକୃତି ସହିତ ସମ୍ପୃକ୍ତ, ମାତ୍ର ସମାଜ ବିଜ୍ଞାନ ମାନବ ସଙ୍ଗଠନର ସମସ୍ତ ଆକୃତି ସହିତ ସମ୍ପୃକ୍ତ ଅଟେ ।

CHSE Odisha Class 11 Sociology Unit 1 Short Answer Questions in Odia Medium

5. ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ଅର୍ଥଶାସ୍ତ୍ର ମନୁଷ୍ୟର ଅର୍ଥନୈତିକ କାର୍ଯ୍ୟକଳାପ ସହିତ ଜଡ଼ିତ । ଏହା ମୁଖ୍ୟତଃ ସମାଜରେ ଦ୍ରବ୍ୟ ଉତ୍ପାଦନ, ଉପଭୋଗ, ବିନିମୟ ଏବଂ ବଣ୍ଟନ ପ୍ରକ୍ରିୟା ସହିତ ସମ୍ପୃକ୍ତ ଅଟେ । କିନ୍ତୁ ସମାଜ ବିଜ୍ଞାନ ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକୁ ଅଧ୍ୟୟନ କରିଥାଏ । କାର୍ଲ ମାର୍କସ୍‌ଙ୍କ ମତରେ, ମନୁଷ୍ୟର ଅର୍ଥନୈତିକ ସମ୍ପର୍କ ତା’ର ସାମାଜିକ ସମ୍ପର୍କର କାରଣ ହୋଇଥାଏ । କେତେକ ନିର୍ଦ୍ଦିଷ୍ଟ ସାମାଜିକ ସମସ୍ୟା; ଯଥା – ଦାରିଦ୍ର୍ୟ, ବେକାରି, ଭିକ୍ଷାବୃତ୍ତି ଇତ୍ୟାଦି ଉଭୟ ଅର୍ଥନୀତିଜ୍ଞ ଏବଂ ସମାଜବିଜ୍ଞାନୀଙ୍କର ମିଳିତ ଉଦ୍ୟମରେ ଅଧ୍ୟୟନ କରାଯାଇଥାଏ ।

ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ଘନିଷ୍ଠ ସମ୍ପର୍କ ନିହିତ ଥ‌ିବା ସତ୍ତ୍ବେ ଏହି ଦୁଇଟି ସାମାଜିକ ବିଜ୍ଞାନ ପରସ୍ପରଠାରୁ କେତେକ କ୍ଷେତ୍ରରେ ପୃଥକ୍ ଅଟନ୍ତି ।

  • ସମାଜ ବିଜ୍ଞାନ ସମସ୍ତ ପ୍ରକାର ସାମାଜିକ ସମ୍ପର୍କକୁ ତା’ର ଅଧ୍ୟୟନର ପରିସରଭୁକ୍ତ କରିବାବେଳେ ଅର୍ଥଶାସ୍ତ୍ର କେବଳ ମନୁଷ୍ୟର ଅର୍ଥନୈତିକ ସମ୍ପର୍କ ବିଷୟରେ ଆଲୋକପାତ କରିଥାଏ ।
  • ଅର୍ଥଶାସ୍ତ୍ର ସମାଜ ବିଜ୍ଞାନଠାରୁ ବହୁ ପୁରାତନ ଅଟେ । ଅର୍ଥଶାସ୍ତ୍ର ପୁରୁଣା ସାମାଜିକ ବିଜ୍ଞାନରୂପେ ପରିଗଣିତ ହେଉଥ‌ିବାବେଳେ ସମାଜ ବିଜ୍ଞାନ ବର୍ତ୍ତମାନ ମାତ୍ର ତା’ର ଶୈଶବ ସ୍ତର ଅତିକ୍ରମ କରିଛି ।
  • ସମାଜ ବିଜ୍ଞାନରେ ଅଧ୍ୟୟନର ମୁଖ୍ୟ ପରିସର ହେଉଛି ସମାଜ, ମାତ୍ର ଅର୍ଥଶାସ୍ତ୍ରରେ ବ୍ୟକ୍ତିକୁ ଅଧ୍ୟୟନର ପରିସରଭାବେ ନିଆଯାଇଥାଏ । କାରଣ ସମାଜ ବିଜ୍ଞାନ ସମ୍ପୂର୍ଣ୍ଣରୂପେ ସମାଜକୁ ଅଧ୍ୟୟନ କରିଥାଏ; କିନ୍ତୁ ଅର୍ଥଶାସ୍ତ୍ର ଲୋକମାନଙ୍କର ଅର୍ଥନୈତିକ ସମ୍ପର୍କକୁ ଅଧ୍ୟୟନ କରିଥାଏ ।
  • ଏହି ଦୁଇଟି ସାମାଜିକ ବିଜ୍ଞାନ ଅଧ୍ୟୟନ ପଦ୍ଧତି ପରସ୍ପରଠାରୁ ପୃଥକ ଅଟନ୍ତି ।

6. ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ବ ମଧ୍ଯରେ ସମ୍ପର୍କ ଆଲୋଚନା କର ।
Answer:
ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ବ ମଧ୍ଯରେ ସମ୍ପର୍କ ଅତି ନିବିଡ଼ ଅଟେ । ପରସ୍ପର ଆନ୍ତଃ-ସମ୍ପୃକ୍ତ ଏବଂ ଆନ୍ତଃନିର୍ଭରଶୀଳ ଅଟନ୍ତି । ସମାଜ ବିଜ୍ଞାନ ମାନବ ସମାଜକୁ ଅଧ୍ୟୟନ କରୁଥିବାବେଳେ ମନସ୍ତତ୍ତ୍ଵ ମନୁଷ୍ୟର ମସ୍ତିଷ୍କ ଏବଂ ତା’ର ବ୍ୟବହାର ଅଧ୍ୟୟନ କରିଥାଏ ।

ମନସ୍ତତ୍ତ୍ବ ତା’ର ଅଧ୍ୟୟନ ପାଇଁ ଆବଶ୍ୟକ ହେଉଥିବା କେତେକ ଉପାଦାନ ସମାଜ ବିଜ୍ଞାନଠାରୁ ପାଇଥାଏ । ମନୁଷ୍ୟର ଚରିତ୍ର ଏବଂ ବ୍ୟବହାରକୁ ସଠିକ୍‌ରୂପେ ବୁଝିବାପାଇଁ ମନସ୍ତତ୍ତ୍ବ ସମାଜ ବିଜ୍ଞାନ ଉପରେ ନିର୍ଭର କରିଥାଏ । ବ୍ୟକ୍ତିର ମାନସିକ ବିକାଶ କ୍ଷେତ୍ର ଉପରେ ସମାଜ ଗଭୀର ପ୍ରଭାବ ପକାଇଥାଏ । ମନୋବିଜ୍ଞାନୀମାନେ ଏହି ସମାଜଶାସ୍ତ୍ର ଜରିଆରେ ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିଥା’ନ୍ତି ।

ଠିକ୍ ସେହିପରି ମଧ୍ଯ ମନୋବିଜ୍ଞାନ ଆବଶ୍ୟକ ତଥ୍ୟ ବା ଆଧାର ସମାଜ ବିଜ୍ଞାନକୁ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ସାମାଜିକ ମନସ୍ତତ୍ତ୍ଵ ସମ୍ପର୍କରେ ଆବଶ୍ୟକ ଜ୍ଞାନ ନ ଥିଲେ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ଥ‌ିବା ପାରସ୍ପରିକ ସମ୍ପର୍କ ଏବଂ କାର୍ଯ୍ୟକଳାପଗୁଡ଼ିକୁ ବୁଝିବା ଅସମ୍ଭବ ହୋଇପଡ଼ିବ ।

  1. ପ୍ରଥମତଃ, ସମାଜ ବିଜ୍ଞାନ ସମାଜ ଏବଂ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରିଥାଏ । ମାତ୍ର ମନସ୍ତତ୍ତ୍ଵ ବ୍ୟକ୍ତିର ମାନସିକ ପ୍ରକ୍ରିୟାକୁ ଅଧ୍ୟୟନ କରିଥାଏ ।
  2. ଦ୍ଵିତୀୟତଃ, ସମାଜ ବିଜ୍ଞାନ ସମାଜକୁ ଗଠନ କରୁଥିବା ବିଭିନ୍ନ ସମୂହଗୁଡ଼ିକୁ ଅଧ୍ୟୟନ କରିଥାଏ । ମାତ୍ର ମନସ୍ତତ୍ତ୍ଵ ବ୍ୟକ୍ତିର ମାନସିକ ବିକାଶ ଉପରେ ସମୂହ ଜୀବନର ପ୍ରଭାବ, ସମୂହଗୁଡ଼ିକର ମାନସିକ ଜୀବନର ଉନ୍ନତି ଏବଂ ସେମାନଙ୍କର ପାରସ୍ପରିକ ସମ୍ପର୍କ ପ୍ରଭୃତିକୁ ଅଧ୍ୟୟନ କରିଥାଏ ।
  3. ତୃତୀୟତଃ, ଇ. ଏସ୍. ବୋଗାର୍ଡ଼ସ୍‌ଙ୍କ ମତରେ, ମନସ୍ତତ୍ତ୍ବ ମାନସିକ ପ୍ରକ୍ରିୟାଗୁଡ଼ିକୁ ବିଶ୍ଳେଷଣ କରୁଥିବାବେଳେ ସମାଜ ବିଜ୍ଞାନ ସାମାଜିକ ପ୍ରକ୍ରିୟାଗୁଡ଼ିକୁ ପର୍ଯ୍ୟାଲୋଚନା କରିଥାଏ ।
  4. ଚତୁର୍ଥତଃ, ସମାଜ ବିଜ୍ଞାନର ତଥ୍ୟାବଳୀଗୁଡ଼ିକୁ ପରୀକ୍ଷା କରିବା ନିମିତ୍ତ ସେପରି କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷାଗାର ନାହିଁ । ମାତ୍ର ମନସ୍ତତ୍ତ୍ଵର ତଥ୍ୟଗୁଡ଼ିକୁ ପରୀକ୍ଷା କରିବାପାଇଁ ଏକ ସ୍ବତନ୍ତ୍ର ପରୀକ୍ଷାଗାର ରହିଛି ।
  5. ପଞ୍ଚମତଃ, ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ଵ ଅଧ୍ୟୟନ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରଣାଳୀକୁ ବ୍ୟବହାର କରିଥା’ନ୍ତି । ସମାଜ ବିଜ୍ଞାନ କ୍ଷେତ୍ରରେ ସାମୂହିକ ପର୍ଯ୍ୟବେକ୍ଷଣ ପ୍ରଣାଳୀ (Group Observation Method) ବ୍ୟବହୃତ ହୋଇଥାଏ । କିନ୍ତୁ ମନସ୍ତତ୍ତ୍ଵ କ୍ଷେତ୍ରରେ ବ୍ୟକ୍ତିଗତ ପର୍ଯ୍ୟବେକ୍ଷଣ ପ୍ରଣାଳୀ (Individual Observation Method) ସୁଦୁରପ୍ରସାରୀ ଅଟେ ।

CHSE Odisha Class 11 Sociology Unit 2 Objective Questions in Odia Medium

Odisha State Board CHSE Odisha Class 11 Sociology Solutions Unit 2 ମୌଳିକ ସମ୍ପ୍ରତ୍ୟୟ Objective Questions.

CHSE Odisha 11th Class Sociology Unit 2 Objective Questions in Odia Medium

ବସ୍ତୁନିଷ୍ଠ / ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :

1. ‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ’- ଏହା କିଏ କହିଥିଲେ ?
(କ) ଆରିଷ୍ଟୋଟଲ୍
(ଖ) ପ୍ଲାଟୋ
(ଗ) ଋଷା
(ଘ) ଏଥ୍ ମଧ୍ୟରୁ କେହି ନୁହନ୍ତି
Answer:
(କ) ଆରିଷ୍ଟୋଟଲ୍

2. କେଉଁ ଗୋଟିକ ସଂଘର ମୁଖ୍ୟ ଉପାଦାନ ନୁହେଁ ?
(କ) ଦଳେ ବ୍ୟକ୍ତି
(ଖ) ସ୍ବେଚ୍ଛାକୃତ ସଭ୍ୟପଦ
(ଗ) ସାଧାରଣ ଲକ୍ଷ୍ୟ
(ଘ) ନିର୍ଦ୍ଦିଷ୍ଟ ଅଞ୍ଚଳ
Answer:
(ଘ) ନିର୍ଦ୍ଦିଷ୍ଟ ଅଞ୍ଚଳ

3. ‘ପ୍ରାଥମିକ ସମୂହ’ ସଂପ୍ରତ୍ୟୟଟି କିଏ ପ୍ରଦାନ କରିଥିଲେ ?
(କ) ସି.ଏଚ୍.କୁଲେ
(ଖ) ଓଗ୍‌ବର୍ଣ୍ଣ
(ଗ) ସମ୍ବର
(ଘ) ପ୍ଲାଟୋ
Answer:
(କ) ସି.ଏଚ୍.କୁଲେ

4. ଆନ୍ତଃ-ସମୂହ ଓ ବହିଃ-ସମୂହର ବର୍ଗୀକରଣ କିଏ କରିଥିଲେ ?
(କ) ସି.ଏଚ୍.କୁଲେ
(ଖ) ଓଗ୍‌ବର୍ଣ୍ଣ
(ଗ) ଉଇଲିୟମ୍ ଗ୍ରାହାମ୍ ସମ୍‌ନର
(ଘ) ମାକାଇଭର୍ ଏବଂ ଫେକ୍
Answer:
(ଗ) ଉଇଲିୟମ୍ ଗ୍ରାହାମ୍ ସମ୍‌ର

5. ସାଂସ୍କୃତିକ ବିଳମ୍ବନ ତତ୍ତ୍ଵର ମୁଖ୍ୟ ପୁରୋଧା କିଏ ?
(କ) ମାକାଇଭର୍
(ଖ) ବି. ମାଲିଓସ୍କି
(ଗ) ସି.ଏଚ୍.କୁଲେ
(ଘ) ଡବ୍‌ଲ୍ୟୁ. ଏଫ୍. ଓର୍‌ବର୍ଣ୍ଣ
Answer:
(ଘ) ଡବ୍ଲ୍ୟୁ. ଏଫ୍. ଓର୍‌ବର୍ଣ୍ଣ

CHSE Odisha Class 11 Sociology Unit 2 Objective Questions in Odia Medium

6. କେଉଁ ଗୋଟିକ ଅବସ୍ତୁଭିଭିକ ସଂସ୍କୃତି ନୁହେଁ ?
(କ) ପ୍ରଥା
(ଖ) ପରମ୍ପରା
(ଗ) ବାସଗୃହ
(ଘ) ମୂଲ୍ୟବୋଧ
Answer:
(ଗ) ବାସଗୃହ

7. କେଉଁ ଗୋଟିକ ବସ୍ତୁଭିଭିକ ସଂସ୍କୃତି ନୁହେଁ ?
(କ) ବାସଗୃହ
(ଖ) ପ୍ରଥା ଓ ପରମ୍ପରା
(ଗ) ପୁସ୍ତକ
(ଘ) ଆସବାବପତ୍ର
Answer:
(ଖ) ପ୍ରଥା ଓ ପରମ୍ପରା

8. “ସଂସ୍କୃତି ହେଉଛି ମନୁଷ୍ୟର ହସ୍ତକର୍ମ ଏବଂ ମାଧ୍ଯମ ଯାହାଦ୍ୱାରା କି ସେ ତା’ର ଲକ୍ଷ୍ୟଗୁଡ଼ିକୁ ସଫଳତାର ସହିତ ସମ୍ପାଦନ କରିଥାଏ ।’’ ଏକଥା କିଏ କହିଥିଲେ ?
(କ) ବି, ମାଲିନ୍‌ଓସ୍କି
(ଖ) ମାକାଇଭର୍
(ଗ) ଗିଲିନ୍ ଓ ଗିଲିନ୍
(ଘ) ସି.ଏଚ୍.କୁଲେ
Answer:
(କ) ବି. ମାଲିନ୍‌ଓସ୍କି

9. କେଉଁ ଗୋଟିକ ଗୌଣ ସମୂହର ଉଦାହରଣ ନୁହେଁ ?
(କ) ରାଜନୈତିକ ଦଳ
(ଖ) ପରିବାର
(ଗ) ଶ୍ରମିକ ସଂଘ
(ଘ) ଶିକ୍ଷକ ସଂଘ
Answer:
(ଖ) ପରିବାର

10. ‘‘ପରସ୍ପର ସହ ଜଡ଼ିତ ଥିବା ଲୋକରୀତି, ଲୋକନିୟମ ଓ ଆଇନକାନୁନମାନଙ୍କର ଏକ ଗୁଚ୍ଛକୁ ଅନୁଷ୍ଠାନ କୁହାଯାଏ ।’’ ଏକଥା କିଏ କହିଥିଲେ ?
(କ) କେ. ଡେଭିସ୍
(ଖ) ମାକାଇଭର
(ଗ) ଓଗ୍‌ବର୍ଣ୍ଣ
(ଘ) ସି.ଏଚ୍.କୁଲେ
Answer:
(କ) କେ. ଡେଭିସ୍

B. ଏକ ପଦରେ ଉତ୍ତର ଦିଅ :

1. “ସମାଜ ଏକ ସଂଘ, ଏକ ସଙ୍ଗଠନ ଏବଂ କେତେକ ଔପଚାରିକ ସମ୍ପର୍କ, ଯେଉଁଥ୍ରେ ସହଯୋଗୀ ମନୁଷ୍ୟମାନେ ଏକତାବଦ୍ଧ ହୋଇ ରହିଥା’ନ୍ତି ।’’- ଏକଥା କିଏ କହିଥଲେ ?
Answer:
ଏଫ୍.ଏଚ୍.ଗିଡ଼ିଙ୍ଗସ ।

2 ଯେତେବେଳେ କୌଣସି କ୍ଷୁଦ୍ର ବା ବୃହତ୍ ସମୂହର ଲୋକମାନେ ଏକତ୍ର ବାସକରି କୌଣସି ନିର୍ଦ୍ଦିଷ୍ଟ ସ୍ଵାର୍ଥରେ ଭାଗ ନନେଇ ସାଧାରଣ ଜୀବନର ମୌଳିକ ଅବସ୍ଥାରେ ଭାଗୀଦାର ହୋଇଥା’ନ୍ତି, ସେତେବେଳେ ସେହି ସମୂହକୁ ଆମେ କ’ଣ ବୋଲି କହିଥାଉ ?
Answer:
ସମୁଦାୟ ।

3. ସମୁଦାୟର ଦୁଇଗୋଟି ଲକ୍ଷଣ ଉଲ୍ଲେଖ କର ।
Answer:
(i) ନିର୍ଦ୍ଦିଷ୍ଟ ଅଞ୍ଚଳ, (ii) ସାମୁଦାୟିକ ମନୋଭାବ ।

CHSE Odisha Class 11 Sociology Unit 2 Objective Questions in Odia Medium

4. ଏକ ବା ଏକାଧ୍ଵ ଉଦ୍ଦେଶ୍ୟ ପୂରଣ ନିମିତ୍ତ ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କଦ୍ୱାରା ଶୃଙ୍ଖଳିତଭାବେ ଗଠିତ ହୋଇଥ‌ିବା ସଙ୍ଗଠନକୁ କ’ଣ କୁହାଯାଏ ?
Answer:
ସଂଘ ।

5. ସଂଘର ଦୁଇଗୋଟି ଉପାଦାନ କ’ଣ ଅଟେ ?
Answer:
(i) ସ୍ବେଚ୍ଛାକୃତ ସଭ୍ୟପଦ, (ii) ସାଧାରଣ ଲକ୍ଷ୍ୟ ।

6. ପ୍ରତ୍ୟେକ ସଂଘ ଏବଂ ସଙ୍ଗଠନ କେତେକ ସ୍ବୀକୃତିପ୍ରାପ୍ତ ଏବଂ ପ୍ରତିଷ୍ଠିତ ନୀତିନିୟମଦ୍ୱାରା ପରିଚାଳିତ । ଏହି ନିୟମ ବା କାର୍ଯ୍ୟ ପ୍ରଣାଳୀଗୁଡ଼ିକୁ ସମାଜ ବିଜ୍ଞାନରେ କ’ଣ ବୋଲି କୁହାଯାଏ ।
Answer:
ଅନୁଷ୍ଠାନ ।

7. ଅନୁଷ୍ଠାନ ହେଉଛି ସାମାଜିକ ସମ୍ପର୍କର ଏକ ସୁସଙ୍ଗଠିତ ପଦ୍ଧତି, ଯେଉଁଥ‌ିରେ କେତେକ ସାଧାରଣ ନୀତିନିୟମ ଏବଂ କାର୍ଯ୍ଯରୀତି ରହିଥାଏ ଏବଂ ଏହା ସମାଜର କେତେକ ମୌଳିକ ଆବଶ୍ୟକତାକୁ ପୂରଣ କରିଥାଏ ।’’– ଏକଥା କିଏ କହିଥିଲେ ?
Answer:
ହଟ୍ଟନ୍ ଏବଂ ହଣ୍ଟ (Hutton & Hunt) ।

8. ଅନୁଷ୍ଠାନର ଦୁଇଗୋଟି ମୁଖ୍ୟ ଲକ୍ଷଣ କ’ଣ ଅଟେ ?
Answer:
(i) ନିର୍ଦ୍ଦିଷ୍ଟ ଆବଶ୍ୟକତାର ପୂରଣ, (ii) ମୂଲ୍ୟବୋଧର ପ୍ରତୀକ ।

9. ‘‘ଯେତେବେଳେ ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ଏକତ୍ରିତ ହୁଅନ୍ତି ଏବଂ ପରସ୍ପରକୁ ପ୍ରଭାବିତ କରନ୍ତି, ସେତେବେଳେ ସେମାନେ ଏକ ସାମାଜିକ ସମୂହ ଗଠନ କରନ୍ତି ବୋଲି କୁହାଯାଇପାରେ ।’’– ଏକଥା କିଏ କହିଥିଲେ ?
Answer:
ଓଗ୍‌ବର୍ଣ୍ଣ ଏବଂ ନିମ୍ବକପ୍ (Ogburn & Nimkoff) ।

10. ପ୍ରାଥମିକ ସମୂହର ଦୁଇଗୋଟି ଲକ୍ଷଣ କ’ଣ ଅଟେ ?
Answer:
(i) ଶାରୀରିକ ସାନ୍ନିଧତା (Physical Proximity)
(ii) ବ୍ୟକ୍ତିଗତ ସମ୍ପର୍କ (Personal Relationship)

C. ଭ୍ରମ ସଂଶୋଧନ କର :

1. ଯେଉଁ ସମୂହର ସଦସ୍ୟମାନଙ୍କର ସମ୍ପର୍କରେ ମୁଖୋନୁ ଖ ସମ୍ପର୍କ ପରିଲକ୍ଷିତ ହୋଇ ନଥାଏ, ତାହାକୁ ପ୍ରାଥମିକ ସମୂହ କୁହାଯାଏ ।
Answer:
ଯେଉଁ ସମୂହରେ ସଦସ୍ୟମାନଙ୍କର ସମ୍ପର୍କରେ ମୁଖୋନ୍ମୁଖ ସମ୍ପର୍କ ପରିଲକ୍ଷିତ ହୋଇ ନଥାଏ, ତାହାକୁ ଗୌଣ ସମୂହ କୁହାଯାଏ ।

2. ପ୍ରାଥମିକ ସମୂହର ପ୍ରବକ୍ତା ହେଉଛନ୍ତି ପ୍ଲାଟୋ ।
Answer:
ପ୍ରାଥମିକ ସମୂହର ପ୍ରବକ୍ତା ହେଉଛନ୍ତି ସି.ଏଚ୍.କୁଲେ (C.H. Cooley) ।

CHSE Odisha Class 11 Sociology Unit 2 Objective Questions in Odia Medium

3. ‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ’- ଏହା ବିଶିଷ୍ଟ ଗ୍ରୀକ୍ ଦାର୍ଶନିକ ମାକାଇଭର୍‌ କହିଥିଲେ ।
Answer:
‘‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ’’- ଏହା ବିଶିଷ୍ଟ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍ (Aristotle) କହିଥିଲେ ।

4. ସାଂସ୍କୃତିକ ବିଳମ୍ବନ ତତ୍ତ୍ଵର ମୁଖ୍ୟ ପୁରୋଧା ହେଉଛନ୍ତି ଉଇଲିୟମ୍ ଗ୍ରାହାମ୍ ସମ୍ଵନର ।
Answer:
ସାଂସ୍କୃତିକ ବିଳମ୍ବନ ତତ୍ତ୍ଵର ମୁଖ୍ୟ ପୁରୋଧା ହେଉଛନ୍ତି ଡବ୍ଲ୍ୟୁ ଏଫ୍. ଓଗ୍‌ବର୍ଣ୍ଣ (W.F. Ogburn) ।

5. ଉଇଲିୟମ୍ ଗ୍ରାହାମ୍ ସମ୍ଵନର (William Graham Sumner) ଆନ୍ତଃସମୂହ ଓ ବହିଃସମୂହର ବର୍ଗୀକରଣ କରିଥିଲେ ।
Answer:
ଉଇଲିୟମ୍ ଗ୍ରାହାମ୍ ସମ୍ଵର (William Graham Sumner) ଆନ୍ତଃସମୂହ ଓ ବହିଃସମୂହର ବର୍ଗୀକରଣ କରିଥିଲେ ।

6. ବି. ମାଲିଓସ୍କି ସଂସ୍କୃତିକୁ ବସ୍ତୁଭିତ୍ତିକ ସଂସ୍କୃତି ଓ ଅବସ୍ତୁଭିଭିକ ସଂସ୍କୃତି ଭାବରେ ବର୍ଗୀକୃତ କରିଥିଲେ ।
Answer:
ଡବ୍ଲ୍ୟୁ. ଏଫ୍. ଓଗ୍‌ବର୍ଣ୍ଣ (W.F. Ogburn) ସଂସ୍କୃତିକୁ ବସ୍ତୁଭିଭିକ ସଂସ୍କୃତି ଓ ଅବସ୍ତୁଭିଭିକ ସଂସ୍କୃତିଭାବରେ ବର୍ଗୀକୃତ କରିଥିଲେ ।

D. ଶୂନ୍ୟସ୍ଥାନ ପୂରଣ କର । :

1. ସି.ଏଚ୍.କୁଲେ (C.H. Cooley) ଙ୍କ ମତରେ ________ ସମୂହ କହିଲେ ମୁଁ ସେହି ସମୂହକୁ ବୁଝେ, ଯେଉଁଗୁଡ଼ିକ କି ଘନିଷ୍ଠ, ମୁହାଁମୁହିଁ ସମ୍ପର୍କ ଓ ସହଯୋଗଦ୍ଵାରା ବିଶେଷଭାବେ ଚିହ୍ନିତ ହୋଇଥାଏ ।’’
Answer:
ପ୍ର।ଥମିକ

2. ଓର୍‌ ବର୍ଷଙ୍କ ମତିରେ, ‘‘ବସ୍ତୁଭିତ୍ତିକ ସଂସ୍କୃତି ଦ୍ରୁତଗତିରେ ପରିବର୍ତ୍ତିତ ହେଉଥ‌ିବାବେଳେ ଅବସ୍ତୁଭିତ୍ତିକ ବା ଅଭୌତିକ ସଂସ୍କୃତି ଅପେକ୍ଷାକୃତ ଭାବେ ଧୀର ବା ମନ୍ଥର ଗତିରେ ପରିବର୍ତ୍ତିତ ହୋଇଥାଏ । ଏହି ଦୁଇଟି ସଂସ୍କୃତି ମଧ୍ୟରେ ସୃଷ୍ଟି ହେଉଥ‌ିବା ବ୍ୟବଧାନକୁ _________ ବୋଲି କୁହାଯାଇଥାଏ ।
Answer:
ସାଂସ୍କୃତିକ ବିଳମ୍ବନ

CHSE Odisha Class 11 Sociology Unit 2 Objective Questions in Odia Medium

3. ମାକାଇଭର୍ ଏବଂ ପେଜ୍ (Maclver and Page) ଙ୍କ ମତରେ, ‘‘ଆମ୍ଭମାନଙ୍କର ଜୀବନଯାପନ ପ୍ରଣାଳୀ, ଚିନ୍ତାଧାରା, ମିଳାମିଶା, ସାହିତ୍ୟ, ଧର୍ମ, ଆମୋଦପ୍ରମୋଦ ଏବଂ ଉପଭୋଗରେ ପ୍ରତିଫଳିତ ହେଉଥ‌ିବା ___________ କୁହାଯାଏ ।’’
Answer:
ସାଂସ୍କୃତି

4. ବ୍ୟକ୍ତି ଯେଉଁ ସମୂହରେ ବାସକରେ, ସେହି ସମୂହକୁ ବ୍ୟକ୍ତିର _________ କୁହାଯାଇଥାଏ ।
Answer:
ଆନ୍ତଃ-ସମୂହ

5. ଏଚ୍.ଏମ୍. ଜନ୍‌ସନ୍‌ (H.M. Johnson) ଙ୍କ ମତରେ ‘‘ସାମାଜିକ ଆନ୍ତଃକ୍ରିୟାଗୁଡ଼ିକର ବ୍ୟବସ୍ଥିତ ରୂପ ହେଭଛି __________ ।”
Answer:
ସାମାଜିକ ସମୂହ

CHSE Odisha Class 11 Sociology Unit 1 Objective Questions in Odia Medium

Odisha State Board CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ Objective Questions.

CHSE Odisha 11th Class Sociology Unit 1 Objective Questions in Odia Medium

ବସ୍ତୁନିଷ୍ଠ / ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :

1. ସାମାଜିକ ବିଜ୍ଞାନର ଜନକ କିଏ ?
(କ) ଅଗଷ୍ଟ କମ୍‌ଟେ
(ଖ) ହର୍‌ବର୍ଟ ସ୍ପେସର୍
(ଗ) ଗିଲିନ୍ ଏବଂ ଗିଲିନ୍
(ଘ) ମୋରିସ୍ ଜିନସ୍‌ବର୍ଗ
Answer:
(କ) ଅଗଷ୍ଟ କମ୍‌ଟେ

2. ଲାଟିନ୍ ଶବ୍ଦ ‘ସୋସିୟସ୍’ର ଅର୍ଥ କ’ଣ ଅଟେ ?
(କ) ସମୁଦାୟ
(ଖ) ସମାଜ
(ଗ) ସଂଘ
(ଘ) ଅନୁଷ୍ଠାନ
Answer:
(ଖ) ସମାଜ

3. ଗ୍ରୀକ୍ ଶବ୍ଦ ‘ଲୋଗସ୍’ର ଅର୍ଥ କ’ଣ ଅଟେ ?
(କ) କଳା
(ଖ) ବିଜ୍ଞାନ
(ଗ) ସାହିତ୍ୟ
(ଘ) ଏଥୁମଧ୍ୟରୁ କେହି ନୁହେଁ ।
Answer:
(ଖ) ବିଜ୍ଞାନ

CHSE Odisha Class 11 Sociology Unit 1 Objective Questions in Odia Medium

4. ପ୍ରଥମେ ସମାଜ ବିଜ୍ଞାନ ଶବ୍ଦର ପ୍ରୟୋଗ କିଏ କରିଥିଲେ ?
(କ) ଇମାଇଲ୍ ଦୁର୍ଖମ୍
(ଖ) କାର୍ଲ ମାର୍କ
(ଗ) ଅଗଷ୍ଟ କମ୍
(ଘ) ମାକ୍ସ ୱେବର
Answer:
(ଗ) ଅଗଷ୍ଟ କମ୍‌

5. ସମାଜ ବିଜ୍ଞାନ କେବେ ସୃଷ୍ଟି ହୋଇଥିଲା ?
(କ) ୧୮୬୦
(ଖ) ୧୮୫୦
(ଗ) ୧୯୦୦
(ଘ) ୧୮୩୯
Answer:
(ଘ) ୧୮୩୯

6. ତ୍ରି-ସ୍ତରୀୟ ନିୟମ କିଏ ପ୍ରଚଳନ କରିଥିଲେ ?
(କ) ଅଗଷ୍ଟ କମ୍‌
(ଖ) ଇମାଇଲ୍ ଦୁର୍ଖମ୍‌
(ଗ) ହରବର୍ଟ
(ଘ) ମାକ୍‌ସ ୱେବର
Answer:
(କ) ଅଗଷ୍ଟ କମ୍‌

7. ଆତ୍ମହତ୍ୟା ତତ୍ତ୍ବ କିଏ ପ୍ରଦାନ କରିଥିଲେ ?
(କ) ଅଗଷ୍ଟ କମ୍‌
(ଖ) ଇମାଇଲ ଦୁର୍ଖମ୍
(ଗ) ହର୍‌ବର୍ଟ ସ୍ପେସର୍
(ଘ) ମାକ୍‌ସ ୱେବର
Answer:
(ଖ) ଇମାଇଲ୍ ଦୁର୍ଖମ୍

8. ଜୈବିକ ତତ୍ତ୍ଵର ମୁଖ୍ୟ ପୁରୋଧା କିଏ ?
(କ) ଅଗଷ୍ଟ କମ୍‌
(ଖ) ଇମାଇଲ୍ ଦୁର୍ଖମ୍
(ଗ) ହରବର୍ଟ ସେନ୍ସର
(ଘ) ମାକ୍‌ସ ୱେବର୍
Answer:
(ଗ) ହରବର୍ଟ ସେନ୍ସର୍

9. ‘‘ଇତିହାସ ଅତୀତର ସମାଜ ବିଜ୍ଞାନ ଏବଂ ସମାଜ ବିଜ୍ଞାନ ହେଉଛି ବର୍ତ୍ତମାନର ଇତିହାସ’’ – ଏକଥା କିଏ କହିଥିଲେ ?
(କ) ଜନ୍ ସେଲି
(ଖ) ଗେଟେଲ୍
(ଗ) ସେଇଲର୍
(ଗ) ଜି.ଇ. ହୋୱାର୍ଡ଼
Answer:
(ଘ) ଜି.ଇ.ହୋୱାର୍ଡ଼

10. ‘‘ସମାଜ ବିଜ୍ଞାନ ଏବଂ ନୃତତ୍ତ୍ବ ହେଉଛନ୍ତି ଦୁଇଟି ଯାଆଁଳା ଭଉଣୀ’’ – ଏକଥା କିଏ କହିଥିଲେ ?
(କ) ଏ.ଏଲ୍‌.କ୍ରୋବର୍
(ଖ) ବ୍ରାଉନ୍
(ଗ) ମାଲିନୋସ୍କି
(ଗ) ବ୍ରାଉନ୍
Answer:
(କ) ଏ.ଏଲ୍. କ୍ରୋବର୍

B. ଏକ ପଦରେ ଉତ୍ତର ଦିଅ :

1. କେଉଁ ଫରାସୀ ଦାର୍ଶନିକ ସର୍ବପ୍ରଥମେ ସମାଜ ବିଜ୍ଞାନ ଶବ୍ଦଟିକୁ ରୂପରେଖ ଦେଇଥିଲେ ?
Answer:
ଅଗଷ୍ଟ କମ୍‌ ।

2. ଇମାଇଲ୍ ଦୁର୍ଖମ୍, ଏଲ.ଟି. ହବସ୍ ଓ ପି.ଏ. ସରୋକିନ୍ କେଉଁ ମତବାଦର ପୃଷ୍ଠପୋଷକ ଥିଲେ ?
Answer:
ସାଂଶ୍ଳେଷିକ ମତବାଦ ।

CHSE Odisha Class 11 Sociology Unit 1 Objective Questions in Odia Medium

3. ଅଗଷ୍ଟ କମ୍‌ କେଉଁ ନିୟମ ପ୍ରଦାନ କରିଥିଲେ ?
Answer:
ତ୍ରି-ସ୍କରୀୟ ନିୟମ ।

4. ଜର୍ଜ ସିମେଲ୍, ସ୍କୁଲ୍, ମାକ୍‌ସ ୱେବର୍ ଓ ଫର୍ଜିନାଣ୍ଡ ଟନିସ୍ କେଉଁ ମତବାଦର ସମର୍ଥକ ଥିଲେ ?
Answer:
ସ୍ବାତନ୍ତ୍ର୍ୟ ବା ଆକୃତିଗତ ମତବାଦ ।

5. ସମାଜ ବିଜ୍ଞାନର ପରିସର ସମ୍ପର୍କରେ କେତେଗୋଟି ମତବାଦ ରହିଅଛି ?
Answer:
ଦୁଇଗୋଟି ମତବାଦ

6. ହରବର୍ଟ ସ୍ପେସର୍‌ଙ୍କର ସମାଜଶାସ୍ତ୍ର ପ୍ରତି ଥ‌ିବା ମୁଖ୍ୟ ଅବଦାନ କ’ଣ ?
Answer:
ଜୈବତତ୍ତ୍ବ ।

7. ଇମାଇଲ୍ ଦୁର୍ଖମ୍‌ଙ୍କର ସମାଜଶାସ୍ତ୍ର ପ୍ରତି ଥ‌ିବା ମୁଖ୍ୟ ଅବଦାନ କ’ଣ ?
Answer:
ଆତ୍ମହତ୍ୟା ତତ୍ତ୍ବ ।

8. ଭାରତବର୍ଷରେ ସମାଜ ବିଜ୍ଞାନର ଅଧ୍ୟାପନା କେବେ ଆରମ୍ଭ ହୋଇଥିଲା ?
Answer:
୧୯୧୯ ମସିହାରେ ।

9. ‘ସମାଜ ବିଜ୍ଞାନ’ ମୁଖ୍ୟତଃ କ’ଣ ବୁଝାଇଥାଏ ?
Answer:
ସମାଜର ଅଧ୍ୟୟନ ବା ବିଜ୍ଞାନକୁ ବୁଝାଇଥାଏ ।

C. ଭ୍ରମ ସଂଶୋଧନ କର :

1. ସମାଜ ବିଜ୍ଞାନର ସ୍ରଷ୍ଟା ହେଉଛନ୍ତି ବିଶିଷ୍ଟ ଜର୍ମାନ୍ ଦାର୍ଶନିକ ଅଗଷ୍ଟ କମ୍‌ ।
Answer:
ସମାଜ ବିଜ୍ଞାନର ସ୍ରଷ୍ଟା ହେଉଛନ୍ତି ବିଶିଷ୍ଟ ଫରାସୀ ଦାର୍ଶନିକ ଅଗଷ୍ଟ କମ୍‌ ।

2. ସମାଜ ବିଜ୍ଞାନ ଏକ ମୂର୍ତ୍ତି (Concrete) ବିଜ୍ଞାନ ଅଟେ ।
Answer:
ସମାଜ ବିଜ୍ଞାନ ଏକ ଅମୂର୍ଖ (Abstract) ବିଜ୍ଞାନ ଅଟେ ।

3. ଭାରତବର୍ଷରେ ସମାଜ ବିଜ୍ଞାନର ସର୍ବପ୍ରଥମେ ଅଧ୍ୟାପନା ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଆରମ୍ଭ ହୋଇଥିଲା ।
Answer:
ଭାରତବର୍ଷରେ ସମାଜ ବିଜ୍ଞାନର ସର୍ବପ୍ରଥମେ ଅଧ୍ୟାପନା ବମ୍ବେ ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଥିଲା ।

4. “ ସଂଘଟଦ୍ଧ ଜୀବନଯାପନ କରୁଥିବା ମନୁଷ୍ୟମାନଙ୍କର ପାରସ୍ପରିକ କ୍ରିୟାର ଅଧ୍ୟୟନକୁ ସମାଜ ବିଜ୍ଞାନ କୁହାଯାଏ ।’’ ଏକଥା ମୋରିସ୍ ଜିନ୍‌ସବର୍ଗ କହିଥିଲେ ।
Answer:
“ ସଂଘଟଦ୍ଧ ଜୀବନଯାପନ କରୁଥିବା ମନୁଷ୍ୟମାନଙ୍କର ପାରସ୍ପରିକ କ୍ରିୟାର ଅଧ୍ୟୟନକୁ ସମାଜ ବିଜ୍ଞାନ କୁହାଯାଏ ।’’ ଏକଥା ଗିଲିନ୍ ଏବଂ ଗିଲିନ୍ କହିଥିଲେ ।

5. ସମାଜ ବିଜ୍ଞାନ ଏକ ଭୌତିକ ବିଜ୍ଞାନ ଅଟେ ।
Answer:
ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଅଟେ ।

D. ଶୂନ୍ୟସ୍ଥାନ ପୂରଣ କର :

1. ଆତ୍ମହତ୍ୟା ବା Suicide ସମ୍ପ୍ରତ୍ୟୟଟି ‘Sui’ ଯାହାର ଅର୍ଥ ‘ ___________ ’ ଓ ‘Cide’ ଯାହାର ଅର୍ଥ ‘ହତ୍ୟା’ର ସମ୍ମିଶ୍ରଣରେ ଗଠିତ ।
Answer:
ଆତ୍ମା

2. ସମାଜ ବିଜ୍ଞାନ ଶବ୍ଦଟି ଲାଟିନ୍ ଶବ୍ଦ ___________ ଏବଂ ଗ୍ରୀକ୍ ଶବ୍ଦ ___________ ର ସମ୍ମିଶ୍ରଣରେ ଗଠିତ ।
Answer:
ସୋସିଅସ୍, ଲୋଗସ୍

3. “ମାନବୀୟ ପାରସ୍ପରିକ କ୍ରିୟା ଏବଂ ___________ ସେଗୁଡ଼ିକର ଅବସ୍ଥା ଏବଂ ଫଳାଫଳର ଅଧ୍ୟୟନକୁ ସମାଜ ବିଜ୍ଞାନ କୁହାଯାଏ ।’’
Answer:
ପାରସ୍ପରିକ ସମ୍ପର୍କ

CHSE Odisha Class 11 Sociology Unit 1 Objective Questions in Odia Medium

4. ସମାଜ ବିଜ୍ଞାନର ସ୍ରଷ୍ଟା ବା ଜନକ ହେଉଛନ୍ତି ବିଶିଷ୍ଟ ଫରାସୀ ଦାର୍ଶନିକ ___________ ।
Answer:
ଅଗଷ୍ଟ କମ୍ ।

CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ

Odisha State Board CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ Textbook Exercise Questions and Answers.

CHSE Odisha Class 11 Odia Chapter 12 ସୀମିତ ସମ୍ପର୍କ Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ସୀମିତ ସମ୍ପର୍କ ନାଟକଟିର ପ୍ରଥମ ଚରିତ୍ର କିଏ ? (ମାନମୟୀ ଦେବୀ, କୃପାମୟୀ ଦେବୀ, ପ୍ରେମମୟୀ ଦେବୀ, ସ୍ନେହମୟୀ ଦେବୀ)
Solution:
ପ୍ରେମମୟୀ ଦେବୀ

(ଖ) କରୁଣାଙ୍କ ପୁଅର ବୟସ କେତେ ? (ଚାରିବର୍ଷ, ପାଞ୍ଚବର୍ଷ, ତିନିବର୍ଷ, ଦୁଇବର୍ଷ )
Solution:
ତିନିବର୍ଷ

(ଗ) କରୁଣା କେଉଁ ଚାକିରୀ କରିଥିଲେ ? (କିରାଣୀ, ଶିକ୍ଷୟିତ୍ରୀ, ନର୍ସ, ପିଅନ)
Solution:
ଶିକ୍ଷୟିତ୍ରୀ

(ଘ) ଛାତିରେ କ’ଣ ପଡ଼ିଲେ ସହିବାକୁ ହୁଏ ବୋଲି କୁହାଯାଇଛି ? ( ପତର, ମାଙ୍କଡ଼ା, ଡେଣୁଆ, ପଥର)
Solution:
ପଥର

CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ

(ତ) ‘ନାଟର ଗୋବର୍ଦ୍ଧନ’ କେତେ ନମ୍ବର ଚରିତ୍ର ? (ଏକନମ୍ବର, ଦୁଇନମ୍ବର, ତିନିନମ୍ବର, ଚାରିନମ୍ବର)
Solution:
ଚାରିନମ୍ବର

(ଚ) ‘ନାଟର ଗୋବର୍ଦ୍ଧନ’ ଚରିତ୍ରର ପ୍ରକୃତ ନାମ କ’ଣ ? (ଗୋବର୍ଦ୍ଧନ, ଗନ୍ଧର୍ବ, ମୁକୁନ୍ଦ, ଯୋଗୀନ୍ଦ୍ର)
Solution:
ଗୋବର୍ଦ୍ଧନ

(ଛ) କାହାପାଇଁ ଏ ଘରେ ସେ ଅଛନ୍ତି ବୋଲି କରୁଣା କହିଛି ? (ସ୍ଵାମୀଙ୍କ ପାଇଁ, ମା’ଙ୍କ ପାଇଁ, ପୁଅ ପାଇଁ, ସାଙ୍ଗ ପାଇଁ)
Solution:
ପୁଅ ପାଇଁ

(ଜ) ତାଙ୍କର ଏକା କ’ଣ ମାଡ଼ିବସୁଚି ବୋଲି ମା’ କହିଛି (ବଳ, ବୟସ, ବଳବୟସ, ଶକତି)
Solution:
ବଳବୟସ

(ଝ) ବାହାରୁ ଦେଖିବାକୁ ପରିବାରଟି ଛୋଟ ହେଲେ ବି ଭିତରଟା କ’ଣ ବୋଲି କୁହାଯାଇଛି ? (ଅଯୋଧ୍ୟା, ଲଙ୍କା, ମଥୁରା, ଦ୍ବାରିକା)
Solution:
ଲଙ୍କା

(ଞ) ‘କେଉଁ ଯୁଗରେ ଚାକରଟାଏ ପୁଣି କ’ଣ ବୋଲି ଶାଶୂ କହିଛି ? (ଅଭାବୀ ଯୁଗରେ, ମହରଗ ଯୁଗରେ, ଦରଦାମ ଯୁଗରେ, ଶିଖାପଢ଼ା ଯୁଗରେ)
Solution:
ମହରଗ ଯୁଗରେ

(ଟ) ନିଜକୁ ଗୋଟାଏ ଚାକିରାଣୀ ବୋଲି କିଏ କହିଛି ? (ଶାଶୁ, ବୋହୂ, ସ୍କୁଲର ବାସୀ, ମୂଲିଆଣୀ)
Solution:
ଶାଶୂ

(୦) କାହା ଘରେ ପିଲାଟାକୁ ରୋଜ୍ ଛାଡ଼ିକି ଯାଉଚି ବୋଲି ବୋହୂ କହିଛି ? (ଚାକରାଣୀ, ପାଖ ପଡ଼ୋଶୀ, ସ୍କୁଲର ଦାସୀ, ସ୍କୁଲ ବେଳର ସାଙ୍ଗ)
Solution:
ସ୍କୁଲର ଦାସୀ

(ଉ) କାହା ପାଇଁ ବୋହୂଟି ବଞ୍ଚିବାକୁ ଚାହେଁ ବୋଲି କହିଛି ? (ମୁନା, କୁନା, ଟୁନା, ସୁନା)
Solution:
କୁନା

(ଢ) ନାଟକଟିର ଉପସଂହାରକୁ କ’ଣ କୁହାଯାଇଛି ? (କନ୍‌କୁ ଜନ, ସସ୍ପେନ୍ସ, କାଟାଷ୍ଟ୍ରୋଫି, ପ୍ରିଲ୍ୟୁଡ଼)
Solution:
କାଟାଷ୍ଟ୍ରୋଫି

(ଣ) ସ୍ତ୍ରୀ ତା’ର ସ୍ୱାମୀକୁ କେଉଁ ଲୋକ ବୋଲି କହିଛି ? (ଗର୍ବୀ, ଅହଙ୍କାରୀ, ଜିଦ୍ଵାର, କ୍ରୋଧୀ)
Solution:
ଜିଦ୍ଵାର

(ତ) ତାଙ୍କ ସମ୍ପର୍କଟା ଖାଲି ଗୋଟାଏ କ’ଣ ବୋଲି ସ୍ତ୍ରୀ ଜାଣିଥୁବାର କହିଛି ? (ବାହାର ଦେଖାଣିଆ, ମିଛିମିଛିକା, ବାହାନା, ଛଳନା)
Solution:
ବାହାନା

(ଥ) ସ୍ତ୍ରୀ କାହାଭଳି ମୂକ ହୋଇଥବ ବୋଲି କୁହାଯାଇଛି ? (ମେଣ୍ଢାଭଳି, ଗାଈଭଳି ’ଗଧଭଳି, ଓଟଭଳି)
Solution:
ଗାଈଭଳି

(ଦ) ସ୍ଵାମୀ-ସ୍ତ୍ରୀର ସମ୍ପର୍କଟା କାହାଠାରୁ ବଳି ଅଧିକ ସୁନ୍ଦର ବୋଲି କୁହାଯାଇଛି ? (ଗୋଟିଏ ନାଟକର ଦୃଶ୍ୟ, ଗୋଟିଏ ନାଟକର ଅଭିନୟ, ଗୋଟିଏ ରଙ୍ଗିନ୍ ଫୁଲ, ଗୋଟିଏ ପୂର୍ଣିମା ଜହ୍ନ)

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

(କ) ‘’ଏଡ଼େ ବହପ ତୋର’’ ଏହା କିଏ କାହାକୁ କହିଛି ?
Solution:
‘ଏଡ଼େ ବହପ ତୋର’’ ଏହା ଶାଶୁ ବୋହୂକୁ କହିଛି ।

(ଉ) ‘ଭାରି ଭୋକ ବୋଲି ନାତି କହିବାରୁ ବୋହୂ କ’ଣ କହିଛି ?
Solution:
ଭାରି ଭୋକ ବୋଲି ନାତି କହିବାରୁ ବୋହୂ କହିଛି, ‘ମୋତେ ଖାଇ ଦେ, ମୁଁ ଏ ନର୍କରୁ ତରିଯା’ନ୍ତି ।’’

(ଗ) ନାତି ପିଲାଟାକୁ ବୋହୂ ଦୁମ୍‌କିନା ବିଧାଟାଏ ଥୋଇବାରୁ ଶାଶୁ କ’ଣ କହିଛି ?
Solution:
ନାତି ପିଲାଟାକୁ ବୋହୂ ଦୁମ୍‌କିନା ବିଧାଟାଏ ଥୋଇବାରୁ ଶାଶୂ କହିଛି, ‘‘ତାକୁ କାଇଁକିଦୁମ୍‌କିନା ବିଧାଟାଏ ଥୋଇଦେଲୁ ? ବାଞ୍ଚ ହୋଇଛୁ କି ?’’

(ଘ) ଶାଶୁ, କାହିଁକି ତା’ ବାପା-ମା’ର ଶ୍ରାଦ୍ଧ କରୁଛନ୍ତି ବୋଲି ବୋହୂଟି କହିଲା ?
Solution:
ଯଉତୁକ ଦେଇ ଝିଅ ପଠେଇ ନ ଥିଲେ ବୋଲି, ଶାଶୂ ତା’ ବାପା-ମା’ର ଶ୍ରାଦ୍ଧ କରୁଛନ୍ତି ବୋଲି ବୋହୂଟି କହିଲା ।

(ଙ) କେଉଁକଥା ମିଛକଥା ବୋଲି ସ୍ଵାମୀ କହିଛି ?
Solution:
ସ୍ତ୍ରୀ ବାପଘରକୁ ଗଲେ ଫେରିବନି, ଏହା ମିଛକଥା ବୋଲି ସ୍ଵାମୀ କହିଛି ।

(ଚ) ମା’ ତା’ର ପୁଅକୁ କେଉଁ କଥା ପଚାରିଛି ?
Solution:
ମା’ ତା’ର ପୁଅକୁ ‘ସବୁତକ ବୋଝ ମୋରି ମୁଣ୍ଡକୁ’ ବୋଲି ପଚାରିଛି ।

(ଛ) ମା’ ତା’ କଥାଗୁଡ଼ାକ କିପରି ଲାଗୁଚି ବୋଲି ମା’ ପୁଅକୁ କହିଛି ?
Solution:
ମା’ କଥାଗୁଡ଼ାକ ଖାଲି ଗନ୍ଧଉଚି ବୋଲି ମା’ ପୁଅକୁ କହିଛି ।

(ଜ) ତୋ’ ସ୍ତ୍ରୀର କଥାଗୁଡ଼ାକ କିପରି ଲାଗୁଚି ମା’ ପୁଅକୁ କହିଛି ?
Solution:
ତୋ’ ସ୍ତ୍ରୀର କଥାଗୁଡ଼ାକ ଭାରି ସୁଆଦିଆ କି ନା, ଖାଲି ବାସୁଚି ବୋଲି ମା’ ପୁଅକୁ କହିଛି ।

(ଝ) କେଉଁ କଥା ଶେଷ ହେବାକୁ ନାଇଁ ବୋଲି ପୁଅ ମା’କୁ କହିଛି ?
Solution:
ରୋଜ୍ ରାତି ପାହିଲା କ୍ଷଣି ଏଇ ଗୋଟିଏ ପାଲା ଚାଲିଛି ଯେ ଶେଷ ହବାକୁ ନାହିଁ ବୋଲି ପୁଅ ମା’କୁ କହିଛି ।

(ଞ) କେଉଁ କଥା ନିଜେଇ ଠିକ୍ ବୁଝିପାରୁନି ବୋଲି ପୁଅ କହିଛି ?
Solution:
ଶାଶୂ ଓ ବୋହୂକୁ କିପରି ବୁଝେଇବି, ସେ କଥା ନିଜେଇ ଠିକ୍ ବୁଝି ପାରୁନି ବୋଲି ପୁଅ କହିଛି ।

(ଟ) କ’ଣ ପାଇଁ ଦେଖିବାକୁ ପୁଅ ମା’କୁ କହିଛି ?
Solution:
ରନ୍ଧାରନ୍ଧି ଟିକେ ଜଲଦି କିପରି ସରିବ ଦେଖିବାକୁ ପୁଅ ମା’କୁ କହିଛି ।

(୦) କେଉଁ କଥା ହେଲେ ବସି ମଜ୍ଜା ପାଉଥବ ବୋଲି ପୁଅ କହିଛି ?
Solution:
ଏମିତି ସବୁଦିନ ଡେରିରେ ଗଲେ, ଚାକିରିଟା କେଉଁଦିନ ହଠାତ୍ ଯେ ଚାଲିଯିବ, ବସି ମଜ୍ଜା ପାଉଥବ ବୋଲି ପୁଅ କହିଛି ।

(ଉ) କ’ଣ ମାଟି ହୋଇଗଲା ବୋଲି ବୋହୂ କହିଛି ?
Solution:
କେତେ ଆଶା ନେଇ ମୁଁ ଘର ସଂସାର କରିଥିଲି, ସବୁ ମାଟି ହୋଇଗଲା ବୋଲି ବୋହୂ କହିଛି ।

(ଢ) ପୂର୍ବ ଜନ୍ମରେ ବୋହୂ କ’ଣ ହୋଇ ଜନ୍ମ ହୋଇଥିଲା ବୋଲି ଶାଶୂ କହିଛି ?
Solution:
ପୂର୍ବ ଜନ୍ମରେ ବୋହୂ ସୀତା-ସାବିତ୍ରୀ ହୋଇ ଜନ୍ମ ହୋଇଥିଲା ବୋଲି ଶାଶୂ କହିଛି ।

(ଣ) ବୋହୂଟି ତା’ ସ୍ଵାମୀକୁ ଭଲପାଏ ନା ଘୃଣା କରେ ?
Solution:
ବୋହୂଟି ତା’ ସ୍ଵାମୀକୁ ଘୃଣା କରେ ।

(ତ) କେଉଁ କଥା ଶୁଣିବାକୁ ଚାହାନ୍ତିନି ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛନ୍ତି ?
Solution:
ମା’ ବିରୁଦ୍ଧରେ ପଦେ ହେଲେ କଥା ଶୁଣିବାକୁ ଚାହାଁନ୍ତିନି ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛନ୍ତି ।

(ଥ) କେଉଁ କାମ ସେ କରିବାକୁ ଚାହାଁନ୍ତିନି ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛି ?
Solution:
ତମ ମନରେ ଆଘାତ ଦେଲାଭଳି କେବେ କିଛି କାମ କରିବାକୁ ଚାହିଁନି ବୋଲି ସ୍ଵାମୀ, ସ୍ତ୍ରୀଙ୍କୁ କହିଛି ।

CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ

(ଦ) କେଉଁ କଥା ତାଙ୍କର ବୋକାମୀ ବୋଲି ସ୍ଵାମୀ କରୁଣାଙ୍କୁ କହିଛି ?
Solution:
ପୁଅକୁ ତାଙ୍କଠାରୁ ଦୂରେଇ ରଖିବା ତାଙ୍କର ବୋକାମୀ ବୋଲି ସ୍ଵାମୀ କରୁଣାଙ୍କୁ କହିଛି ।

(ଧ) କେଉଁ କଥା ଆପେ ଆପେ ଫୁଟି ବାହାରି ପଡ଼ିବ ବୋଲି କୁହାଯାଇଛି ?
Solution:
ସତଟାକୁ ଯେତେ ଘୋଡ଼େଇଲେ ବି ସେଇଟା ଆପେ ଆପେ ଫୁଟି ବାହାରିପଡ଼ିବ ବୋଲି କୁହାଯାଇଛି । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) ସ୍ନେହମୟୀ ଦେବୀଙ୍କ ସମ୍ପର୍କରେ କ’ଣ କୁହାଯାଇଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ନେହମୟୀ ଦେବୀ ଦେବୀଙ୍କ ସମ୍ପର୍କରେ କ’ଣ କୁହାଯାଇଛି |

(ଖ) କରୁଣାଙ୍କ ଚାକିରିରୁ ଫେରିବାବେଳ ସମ୍ପର୍କରେ ତାଙ୍କ ଶାଶୁ କ’ଣ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । କରୁଣାଙ୍କ ଚାକିରିରୁ ଫେରିବାବେଳ ସମ୍ପର୍କରେ ତାଙ୍କ ଶାଶୂ କହିଛନ୍ତି, ଆଗେ ଆମ୍ବ ଠାକୁରାଣୀ ଯେ ଏଇନେ ଆସୁ ଆସୁ ବେଳ ଯାଉଚି ।

(ଗ) ସ୍କୁଲ କଥା ସମ୍ପର୍କରେ କରୁଣା କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ସମ୍ପର୍କରେ କରୁଣା କହିଛି, ଖାଲି ତ ପିଲାଙ୍କୁ ପଢ଼େଇଲେ ହେବନି, ନାନା ବେଳ ଗଡ଼ିଲାବେଳକୁ ଆସୁଥିଲେ ଉଲ୍ଲେଖ କରିଛନ୍ତି । ସ୍କୁଲ କଥା କାମ କରିବାକୁ ପଡ଼ୁଛି ।

(ଘ) ମରି ମରି ଖଟି ଆସିଲାବେଳକୁ ଶାଶୁ ପୁଣି କ’ଣ କହୁଛନ୍ତି ବୋଲି ବୋହୂ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ମରି ମରି ଖଟିକି ଆସିଲାବେଳକୁ ଶାଶୁ ପୁଣି ଏମିତିଆ ଆବର୍ଜନିଆ କଥା କହୁଛନ୍ତି ବୋଲି ବୋହୂ କହିଛି ।

(ଙ) ନାତି ଖାଇବା କଥା କହିବାରୁ ବୋହୂ ଶାଶୁକୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ନାତି ଖାଇବା କଥା କହିବାରୁ ବୋହୂ ଶାଶୁକୁ କହିଛି, ପିଲାଟା ସକାଳ ପହରୁ ଯାଇଥିଲା, ‘ଆଗ ପିଲାଟାକୁ ଦି ମୁଠା ଖାଇବାକୁ ଦେ’ ବୋଲି କହିଲନି ।

(ଚ) ‘‘ଥାଉ ବେଶି କୁହନି’’ କହି ବୋହୂ ପୁଣି ଶାଶୁକୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ‘ଆଉ ବେଶି କୁହନି’ କହି ବୋହୂ ପୁଣି ଶାଶୁକୁ କହିଛି, ଶାଶୂ ହୋଇ ପଚାରିଲନି ସକାଳ ପହରୁ ପିଲାଟା ମୋ ସାଙ୍ଗେ ଯାଇଥିଲା ଯେ ଏଇନେ ଫେରୁଛି, ହଉ ଦେ, ଆଗ ପିଲାଟାକୁ ଦି ମୁଠା ଖୁଆଇ ଦେ ।

(ଛ) ସେ ଘରକୁ କେମିତି ବୋହୂ ହୋଇ ଆସିଥିଲା ବୋଲି ବୋହୂ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସେ ଘରକୁ ମନକୁ ମନ ପଶି ଆସିଥିଲା ବୋଲି ବୋହୂ କହିଛି।

(ଜ) ବୋହୂ କେମିତି ଘରକୁ କମ୍ପଉଚି ଏବଂ କେଉଁ କଥାକୁ ଜଗୁନି ବୋଲି ଶାଶୂ କହିଛି
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂ କେତେ ବଡ଼ ପାଟିଟାଏ କରି ଘରକୁ କେମିତି କମ୍ପଉଚି ଏବଂ ମାନ ମହତକୁ ବି ଟିକିଏ ଜଗୁନି ବୋଲି ଶାଶୂ କହିଛି ।

(ଝ) କେଉଁ କଥାରେ ବୋହୂ ଫଟେଇ ହେଉଚି ବୋଲି ଶାଶୂ କହିଛି ?
Solution:
ଖାଉଚି ବୋଲି, ବୋହୂ ଫଟେଇ ହେଉଚି ବୋଲି ଶାଶୂ କହିଛି ।

(ଞ) ମା’ କ’ଣ କହୁଥିଲା ବୋଲି ସ୍ଵାମୀ, ସ୍ତ୍ରୀଙ୍କୁ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ମା’ କହୁଥିଲା · ଏଇ କେତେ ଦିନ ହେଲା ତମେ କୁଆଡ଼େ ବାପଘରକୁ ଯିବ ବୋଲି ଖୁବ୍‌ ଜିଦ୍ ଧରି ବସିଛ ବୋଲି ସ୍ଵାମୀ ୍ତ୍ରୀଙ୍କୁ କହିଛି

(ଟ) ସ୍ତ୍ରୀ ତାଚ୍ଛଲ୍ୟ କରି ତାଙ୍କ ସ୍ବାମୀଙ୍କୁ କ’ଣ କହିଥିଲେ ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ତାଚ୍ଛଲ୍ୟ କରି ତାଙ୍କ ସ୍ବାମୀଙ୍କୁ କହିଥିଲା, ତୁମର ଖାଲି ପୁଅଟାଏ ଦରକାର, ମୋ ସଙ୍ଗେ ତମର ସମ୍ପର୍କ ବା କ’ଣ ।

(୦) ସ୍ତ୍ରୀଙ୍କର କେଉଁ ଅଭ୍ୟାସ କଥା ସ୍ଵାମୀ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀଙ୍କର ସବୁବେଳେ ସବୁ କଥାକୁ ଓଲଟା ବୁଝିବାର ଅଭ୍ୟାସ କଥା ସ୍ଵାମୀ କହିଛି ।

(ଡ) ‘‘ଯାହା ମୁଁ ଦେଖୁଚି?? – କ’ଣ ଦେଖୁଛନ୍ତି ବୋଲି ସ୍ଵାମୀ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଯେତେସବୁ ବାଜେ କଥା, ସବୁବେଳେ ମୁଣ୍ଡଟା ଭିତରେ ଭର୍ତ୍ତି କରି, ମୁଣ୍ଡଟାକୁ ବିଗାଡ଼ି ସାରିଲଣି, ଯାହା ମୁଁ ଦେଖୁଛି, ବୋଲି ସ୍ଵାମୀ କହିଛନ୍ତି ।

(ଢ) କ’ଣ ଚାହିଁବେନି ଓ କ’ଣ କରିବେ ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ମୁଁ ଠିକ୍‌କରି ନେଇଛି, ଏଣିକି ଏ ଘରେ ମୋ ତରଫରୁ ଆଉ କେଉଁ କଥାକୁ ବଢ଼େଇବାକୁ ବାହିବିନି, ବରଂ କମେଇବାକୁ ଚେଷ୍ଟା କରିବି ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛନ୍ତି ।

(ଣ) କେଉଁ କଥା ତାଙ୍କୁ ଆଶ୍ଚର୍ଯ୍ୟ ଲାଗେ ବୋଲି ସ୍ତ୍ରୀ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ପୁଅ କାନ୍ଦିଲେ ସ୍ଵାମୀଙ୍କୁ ଚିନ୍ତା ହୋଇଯାଏ, ଏହିକଥା ତାଙ୍କୁ ଆଶ୍ଚର୍ଯ୍ୟ ଲାଗେ ବୋଲି ସ୍ତ୍ରୀ କହିଛି ।

(ତ) ପୁଅ କ’ଣ ଦେଖୁଛି ବୋଲି ମା’କୁ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ପୁଅ ଦେଖୁଛି, ତମେ ଦି’ଟା ଯାକ ମିଶି ମୋ ଭେଜାଟାକୁ ଏକଦମ୍ ଖାଇଗଲଣି, ପାଗଳ ହୋଇଯିବାକୁ ମତେ ଆଉ ବେଶି ବେଳ ଲାଗିବନି ବୋଲି ମା’କୁ କହିଛି ।

(ଥ) ବୋହୂ ନିଜେ ତା’ ବାପା ସମ୍ପର୍କରେ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂ ତା’ ବାପା ସମ୍ପର୍କରେ କହିଛି, ବାପା ସବୁ ଅବସ୍ଥା ଜାଣିଲେ ବି ଏ ବୟସରେ ଆଖିରୁ ଲୁହ ସିନା ଗଡ଼ଉଛନ୍ତି, ହେଲେ ବାପା ସମ୍ପର୍କରେ କ’ଣ କହିଛି |

(ଦ) ବୋହୂ ନିଜେ ତା’ ଭାଇ ସମ୍ପର୍କରେ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂ ନିଜେ ତା’ ଭାଇ ସମ୍ପର୍କରେ କହିଛି, କଟା ଘା’ରେ ଚୂନ ଦେଲାଭଳି ଭାଇଟା କହୁଚି – ତୋ’ ଅଭାବ କଥା ସବୁବେଳେ ତୁ ତୋ’ ବରକୁ ଜଣା, ସେ ଯାହା କରିବେ, ଆମେ କିଛି କରିବୁ ନାହିଁ ।

(ଧ) ବୋହୂର ବାପା-ଭାଇଙ୍କ ସମ୍ପର୍କରେ ଶାଶୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂର ବାପା- ଭାଇଙ୍କ ସମ୍ପର୍କରେ ଶାଶୂ କହିଛି, ‘ବାପା ଭାଇ ତ ଯଦି ତତେ ପୋଷିବାର ଇଚ୍ଛା, ତାହେଲେ ପୋଷୁ ନାହାଁନ୍ତି, କିଏ ମନା କରୁଚି ? ତତେ ନେଇ ମୁଣ୍ଡରେ ବସେଇ ଜୀବନସାରା ଏବେ ପୋଷନ୍ତୁ ।’

(ନ) ଚାକିରୀ କରୁଛି ବୋଲି ବୋହୂ କ’ଣ କରୁଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଚାକିରୀ କରୁଛି ବୋଲି ବୋହୂ ପରପୁରୁଷଙ୍କ ସାଙ୍ଗରେ ମିଶୁଚୁ କିନା, ସେଇଥିପାଇଁ ଏତେ ବଡ଼ ବଡ଼ ଫୁଟାଣି କଥାଗୁଡ଼ାକ କହିବାକୁ ସାହସ ପାଉଚି ।

(ପ) ସ୍ତ୍ରୀଙ୍କ ପାଇଁ ସ୍ଵାମୀଙ୍କ ପଦେ କଥା କ’ଣ ଥିଲା ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀଙ୍କ ପାଇଁ ସ୍ଵାମୀଙ୍କ ପଦେ କଥା ଥୁଲା, ମା’ ମନରେ କେବେ ଦୁଃଖ ଦେବନାହିଁ ।

(ଫ) ପୁଅ କୁନା ବିଷୟରେ ସେ କାହିଁକି ଚିନ୍ତିତ ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ପୁଅ କୁନା ବିଷୟରେ ସେ ଖୁବ୍ ଚିନ୍ତିତ କାରଣ ତା’ ଉପରେ ତମର ପ୍ରଭାବ ଯେମିତି ନ ପଡ଼େ ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛି ।

(ବି) ସ୍ତ୍ରୀ ପ୍ରକୃତରେ କ’ଣ କରିବାକୁ ଚାହାଁନ୍ତି ବୋଲି ସ୍ଵାମୀ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ପ୍ରକୃତରେ, ସ୍ଵାମୀ ସ୍ତ୍ରୀର ସମ୍ପର୍କଟା ପୂରାପୂରି ଲୋକ ଦେଖାଣିଆ, ଆଉ ମିଛିମିଛିକା ବାହାନା ବୋଲି କହିବାକୁ ଚାହାଁନ୍ତି ପ୍ରାୟ ୩୦ ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

(କ) ଶାଶୁ ତାଙ୍କ ବୋହୂ ସମ୍ପର୍କରେ କ’ଣ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଶାଶୂ ତାଙ୍କ ବୋହୂ ସମ୍ପର୍କରେ ସଦା ବିରକ୍ତି ପ୍ରକାଶ କରନ୍ତି । ସେ କହିଛନ୍ତି ଛତରଖାଇ, ଅଇଁଠା ଗୋଟେଇବାକୁ ବୋହୂ କରି ଆଣିଲି ଯେ, ତା’ର କୋଉ କଥାରେ ଚିନ୍ତା ନାହିଁ । ବାରବୁଲିକୁ ଘରକଥା କହିଲେ ଦାଣ୍ଡରେ ଯାଇ ନାଚିବ ।

(ଖ) “ସେଠି କାମ ପଡିବାନ” – ଏ ପ୍ରସଙ୍ଗରେ ଶାଶୁ କ’ଣ କହିଛନ୍ତି ?
Solution:
ବୋହୂ ସ୍କୁଲରେ କାମ ନାଁରେ ଅଧ‌ିକ ସମୟ ରହୁଛି । ଘରକୁ ଆସିଲେ କାଳେ କାମ କରିବାକୁ ପଡ଼ିବ, ସେଥ‌ିପାଇଁ ଏଭଳି କରୁଛି । ଶାଶୂ କହିଛି ସେଠାରେ କାମ ପଡ଼ିବନି, ତା’ ନ ହେଲେ ଘରଟା ଯାକର କାମ ପଡ଼ିବ ଓ ମହାରାଣୀ ଆମର ଚାକରାଣୀ ହୋଇଯିବେ ।

(ଗ) ହଇଲୋ ହେ ହେ କହି ଶାଶୁ ବୋହୁକୁ କ’ଣ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ହଇଲୋ ହେ …. ହେ … ଠାକୁରାଣୀ ସମାନ ଶାଶୂଟାର ତୁ ମରଣ ଚାହୁଁଛୁ । ଆଲୋ ତୋତେ ଦଇବ ସହିବ ଚ । ତୋ ମୁହଁକୁ ଟିକେ ଲାଜ ନାହିଁ । ଏଇମିତି ଅଲକ୍ଷଣିଆ କଥା କହିବାକୁ ତୋ ଜିଭ ଲେଉଟୁଛି । ହଁ ଲୋ ମା’ ମୁଁ ମଲେ ଯାଇ ଏ ଯୋଗିଣୀଖାଇଟାକୁ ସଜବାଜ ହେଇ ମଉଜ କରିବାକୁ ସୁଯୋଗ ମିଳିବ ପରା ।

CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ

(ଘ) ‘‘ଭାରି ବଢ଼ି ବଢ଼ି କଥା କହୁଚୁ ତ’’ ଉତ୍ତରରେ ବୋହୂ କ’ଣ କହିଥିଲା ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ‘ଭାରି ବଢ଼ି ବଢ଼ି କଥା କହୁଚୁ ତ’ ଉତ୍ତରରେ ବୋହୂ କହିଥିଲା, ଆଜିଯାଏ କେବେ କହିନଥୁଲି, ହେଲେ ଏଣିକି କହିବାକୁ ବାଧ୍ୟ ହେଲି । ତମେ ମତେ ଶାଶୂର ସ୍ନେହ ଦେଇଥିଲେ ମୁଁ ତୁମକୁ ବୋହୂର ଭକ୍ତି ଦେଖାଇଥା’ନ୍ତି । ତମେ ମତେ ଯାହା ଦେଇଚ, ମୋଠୁ ବି ଠିକ୍ ସେଇଆ ପାଇବ ।

(ଙ) ତାକୁ (ମୋତେ) ଡରାଣ ଦେଖେଇବେନି ବୋଲି ବୋହୂ ଶାଶୁକୁ କାହିଁକି କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଯେହେତୁ ବୋହୂ ପୁଅଠାରୁ କିଛି କମ୍ ରୋଜଗାର କରୁନି ଏବଂ ସବୁତକ ପଇସା ଘରକୁ ଆଣୁଛି । କିଛି ବାପାଭାଇଙ୍କୁ ଦେଉନାହିଁ, ସେଥ‌ିପାଇଁ ଡରାଣ ଦେଖେଇବେନି ବୋଲି ବୋହୂ ଶାଶୁକୁ କହିଛି ।

(ଚ) ‘‘ତମଭଳି ଗୋଟେ ଲୋକଙ୍କୁ ନେଇ କେମିତି ଚଳିବ’’ର ଉତ୍ତରରେ ସ୍ତ୍ରୀ ସ୍ଵାମୀଙ୍କୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ‘ତମଭଳି ଗୋଟେ ଲୋକଙ୍କୁ ନେଇ କେମିତି ଚଳିବି’ର ଉତ୍ତରରେ ସ୍ତ୍ରୀ ସ୍ଵାମୀଙ୍କୁ କହିଛି, ‘ମତେ ଛାଡ଼ି ଆଉ ଗୋଟାଏ ବାହା ହୋଇ ପଡ଼ୁନ – ଯିଏ ତୁମକୁ ସୁଖ ସରାଗ ଅଜାଡ଼ି ଦେଇ ଠିକ୍ ଚଳେଇ ପାରିବ । ସବୁକଥାକୁ ତମର ସିଧା ବୁଝିବ ।

(ଛ) କେଉଁ ଯୋଗ୍ୟତା ତାଙ୍କର ହେଇନି ବୋଲି ସ୍ତ୍ରୀ କହିଥିଲା ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସାଙ୍ଗରେ ବସି ଖାଇବା ପାଇଁ ମତେ ଆଗରୁ କେବେ ଡାକି ନ ଥୁଲ ବୋଲି ସ୍ତ୍ରୀ କହିଛି । ଅର୍ଥାତ୍ ସାଙ୍ଗରେ ବସି ଖାଇବାର ଯୋଗ୍ୟତା ତାଙ୍କର ହେଇନି ବୋଲି ସ୍ତ୍ରୀ କହିଥିଲା ।

(ଜ) କେଉଁ କଥା ଶୁଣି ତାଙ୍କ ମନ ଭାରାକ୍ରାନ୍ତ ହୋଇପଡ଼ିବ ବୋଲି ସ୍ଵାମୀ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଖାଇବାକୁ ସାଙ୍ଗରେ ଡାକିଲେ, ସାଙ୍ଗ ହୋଇ ଖାଇବ ନାହିଁ । ବରଂ ବିଭିନ୍ନ କଥା କହିବ । ତମ ସାଙ୍ଗରେ ଖାଇବାପାଇଁ ଯୋଗ୍ୟତା ହୋଇନି ବୋଲି କହିବ । ଏଭଳି ଉତ୍ତର ଶୁଣି ତାଙ୍କ ମନ ଭାରାକ୍ରାନ୍ତ ହୋଇ ପଡ଼ିବ ବୋଲି ସ୍ୱାମୀ କହିଛନ୍ତି ।

(ଝ) ଘରର ବାସିକାମ ନ ସରୁଣୁ କ’ଣ ଆରମ୍ଭ ହୋଇଯାଏ ବୋଲି କୁହାଯାଇଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଘରର ବାସି କାମ ନ ସରୁଣୁ ଆରମ୍ଭ ହୋଇଯାଏ ସ୍ଲୋଗାନ – ଆମର ଦାବି ପୂରଣ ହେଉ ଅନଶନ ପର୍ଯ୍ୟନ୍ତ । ସବୁକଥା ଏଇ ପରିବାରକୁ ନେଇ କହିଛନ୍ତି ।

(ଞ) ମା’ କାନ୍ଦି କାନ୍ଦି ପୁଅକୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ମା’ କାନ୍ଦି କାନ୍ଦି ପୁଅକୁ କହିଛି, ଏତେ ସବୁ ଦହଗଞ୍ଜ ଭିତରେ ଘାଣ୍ଟି ହେବାଠୁ ମଝିରୁ ମୁଁ ହେଲେ ମରିଯା’ନ୍ତି କି ତ୍ରାହି ପାଇଯାଆନ୍ତି । ଖଟିବ ଖଟିବ ବୋଲି କ’ଣ ମଲା ଯାକେ ଖଟୁଥ‌ିବ ? ପୁନିଅଁ ନାଇଁ କି ପରବ ନାହିଁ, ଟିକେ ଯାଇ ଆସି ପାରିବିନି ।

(ଟ) ‘‘ମୁଁ ଆଉ କାହାକୁ କହିବି କହ’’ର ଉତ୍ତରରେ ମା’ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ‘ମୁଁ ଆଉ କାହାକୁ କହିବି କହ’ ଉତ୍ତରରେ ମା’ କହିଛି, ‘ନା, ମୁଁ ଘରେ କେହି ନୁହେଁ, କିଛି ନୁହେଁ । ସବୁ ହେଉଚି ତୋର ଭାରିଯା । ଏ ଘରେ ମୁଁ ଅଛି ବୋଲି ଖଟୁଛି । ଦି’ଟାଯାକ ତମେ ରୋଜଗାର କରୁଚ ବୋଲି କାହାରି ଧନ ମୁଁ ବସି ବସି ଖାଇଯାଉନି ।

(o) ‘‘କୁଆଡ଼େ ଆଉ ଯିବି ମୁଁ”? – କେଉଁ ପ୍ରସଙ୍ଗରେ ଏହା କୁହାଯାଇଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ମା’ ଅଭିମାନରେ ପୁଅକୁ କହିଛି, ତା’କୁ ନେଇ କୌଣସି ମଠ କି ଆଶ୍ରମରେ ଛାଡ଼ି ଆସିବାକୁ । କାରଣ ବାପଘର କିମ୍ବା ଭାଇମାନଙ୍କଠାରୁ ସେ କୌଣସି ସ୍ନେହ ପାଇଲେ, ତେଣୁ ‘କୁଆଡ଼େ ଆଉ ଯିବି ମୁଁ’ ବୋଲି କହିଛନ୍ତି ।

(ତ) ‘‘ମୁଁ କ’ଣ ଜାଣିଥୁଲିରେ ପୁଅ’’ – କେଉଁ କଥା ମା’ ଜାଣି ନ ଥିଲା ବୋଲି କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ‘ମୁଁ କ’ଣ ଜାଣିଥୁଲିରେ ପୁଅ, ମୋର ସେବା କରିବ ବୋଲି ଘରକୁ ଯାହାକୁ ବୋହୂ କରି ଆଣିଥୁଲି, ଶେଷରେ ସେଇ ଆସି ମୋ ମୁଣ୍ଡରେ ବସିଲା ବୋଲି କୁହାଯାଇଛି ।

(ଢ) ବୋହୂର ଭାତ ହଜମ କଥା ଶାଶୂ କାହିଁକି କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଶାଶୁ ବୋହୂକୁ ଆକ୍ଷେପ କରି କହିଛି, ଆଉ ତ କେହି ନାହାଁନ୍ତି । ମୋରି ସାଙ୍ଗରେ ବଜର ବଜର ନ ହେଲେ କି ତୋ’ର ଭାତ ହଜମ ହଉଚି ?’ ବୋଲି ଶାଶୁ କହିଛି ।

(ଣ) ବୋହୂଟି ତା’ ଭାଇ ସମ୍ପର୍କରେ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂଟି ତା’ ଭାଇ ସମ୍ପର୍କରେ କହିଛି, କଟା ଘା’ରେ ଚୂନ ଦେଲା ଭଳି ଭାଇଟା କହୁଚି, ତୋ ଅଭାବ ଅସୁବିଧା ତୁ ତୋ ବରକୁ ଜଣା । ସେ ଯାହା କରିବ, ଆମେ କିଛି କରିପାରିବୁ ନାହିଁ ।

(ଥ) କେଉଁ ପାପଚିନ୍ତା କରିବା ଭଲ ନୁହେଁ ବୋଲି ବୋହୂ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍କୁଲରେ ଥିବା କେତେ ଜଣ ମାଷ୍ଟ୍ରାଣୀ ବାହା ନ ହୋଇ ଏକୁଟିଆ ରହୁଛନ୍ତି । ତାହା ବୋଲି ସେମାନଙ୍କର କ’ଣ ମାନ ମହତ ନାହିଁ । ସେମାନଙ୍କୁ କେହି ଚରିତ୍ରହୀନା କିମ୍ବା କୁଳଟା କହୁନାହାଁନ୍ତି । ସେମାନଙ୍କ ସମ୍ପର୍କରେ ପାପଚିନ୍ତା କରିବା ଭଲ ନୁହେଁ ବୋଲି ବୋହୂ କହିଛି ।

(ଦ) ବୋହୂଟି କୋହଭରା କଣ୍ଠରେ ତା’ ଶାଶୁକୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂଟି କୋହଭରା କଣ୍ଠରେ ତା’ ଶାଶୁକୁ କହିଛି, ସେ କେବଳ ପୁଅ କୁନା ବି ତା’ ସଙ୍ଗରେ ରହିବାକୁ ବାଧ୍ୟ ହେଉଛି । କାରଣ ଅବଳା ଗୋଟିଏ ପୁରୁଷର ସାହାରା ଦରକାର । ଶାଶୂର ଗଞ୍ଜଣା ଭାବରେ ମାନ ମହତ ନେଇ ବଞ୍ଚିବାକୁ ହେଲେ ସାଙ୍ଗକୁ ବରର ଗାଳିମାଡ଼ ଖାଇ ସେ ଆଉ କଣ୍ଠରେ ତା’ ଶାଶୁକୁ କ’ଣ କହିଛି |

(ଧ) ସେ କ’ଣ ଦେଖୁଛନ୍ତି ଏବଂ ସେଥ‌ିପାଇଁ କ’ଣ କରିବାକୁ ହେବ ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ୱାମୀ ଦେଖୁଛନ୍ତି ଝଗଡ଼ା କରିବାକୁ ସ୍ତ୍ରୀଙ୍କୁ ରାତିଦିନ କିଛି ଅଣ୍ଡୁ ନାହିଁ । ସେଥିପାଇଁ ସ୍ଵାମୀ ପରାମର୍ଶ ଦେଇ ସ୍ତ୍ରୀଙ୍କୁ କହୁଛନ୍ତି, ଟିକେ ନିଜ ଆଡୁ ନରମିଗଲେ ରାମାୟଣ ଅଶୁଦ୍ଧ ହୋଇଯିବ ନାହିଁ ।

(ନ) କେମିତି ଏକାଥରକେ ସବୁ ସମସ୍ୟାର ସମାଧାନ ହୋଇଯା’ନ୍ତା ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ସ୍ଵାମୀଙ୍କୁ କହିଛନ୍ତି, ମତେ କହିପାରୁଚ, ହେଲେ ନିଜ ମା’ଙ୍କୁ କହୁନ – ଯେମିତି କିଛି କାମ ନ କରି ହାତଗୋଡ଼ ଜାକି ବସିଛନ୍ତି, ଠିକ୍ ସେମିତି ପାଟି ମୁହଁ ବନ୍ଦ କରି ଚୁପ୍‌ଚାପ୍ ବସି ରହନ୍ତେ, ଏକାଥରକେ ସବୁ ସମସ୍ୟାର ସମାଧାନ ହୋଇଯା’ନ୍ତା ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛନ୍ତି |

(ପ) ସ୍ଵାମୀଙ୍କୁ ଗୋଟାଏ ଜିହ୍ୱାର ଲୋକ କହି ସ୍ତ୍ରୀ ତାଙ୍କୁ କ’ଣ ପଚାରିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ଵାମୀଙ୍କୁ ଗୋଟାଏ ଜିର ଲୋକ କହି ସ୍ତ୍ରୀ ତାଙ୍କୁ ପଚାରିଛନ୍ତି, ‘କେବେହେଲେ ତମେ ଗୋସେଇଁ ମା’ କୋଳରେ ନାତିକୁ ଦେଖିନାହଁ, ପୁନଶ୍ଚ ଛୁଆଟା ମୋର ଏଡ଼େ ଅଭାଗା ଯେ ବାପର ସ୍ନେହ ବି କେବେ ଟିକେ ପାଇଲାନି ।

(ଫ) ଯଦି ଭବିଷ୍ୟତରେ ତା’ ପୁଅ ବୋହୂ ତାଙ୍କୁ ଅବହେଳା କରନ୍ତି, ତେବେ କରୁଣା କ’ଣ କରିବେ ବୋଲି ସ୍ଵାମୀଙ୍କୁ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଯଦି ଭବିଷ୍ୟତରେ ତା’ ପୁଅ ବୋହୂ ତାଙ୍କୁ ଅବହେଳା କରନ୍ତି, ତେବେ କରୁଣା ନିଜ ମନକୁ ବୁଝାଇ ଭାବିନେବେ, ଜୀବନଟାକୁଇ ଖାଲିଟାରେ ବିତେଇ ଦେଇଚି, ଭାଗ୍ୟରେ ମୋର ସୁଖ ବୋଲି କିଛି ନାହିଁ । ସେମାନଙ୍କର ହସ ଖୁସି ଦେଖି ମୋ’ ହଜିଲା ଦିନର ଦୁଃଖ ଶୋକର ବୋଝକୁ ଟିକେ ହାଲୁକା କରିବି ବୋଲି ସ୍ଵାମୀଙ୍କୁ କହିଛନ୍ତି ।

(ବ) କେଉଁ କଥାଟା ଏକଦମ୍ ସ୍ପଷ୍ଟ ବୋଲି କୁହାଯାଇଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ଵାମୀ-ସ୍ତ୍ରୀ ସମ୍ପର୍କକୁ ନେଇ ଏଭଳି ଅଭିମତ ଦେଇଛନ୍ତି । ସ୍ଵାମୀ-ସ୍ତ୍ରୀ ସମ୍ପର୍କରେ ବାହାନାଟା ବେଶି ଏବଂ ସମ୍ପର୍କଟା କମ୍ ଏକଦମ୍ ସ୍ପଷ୍ଟ । ଯେଉଁଟାକୁ ନିତାନ୍ତ ନିରୁପାୟ ବୋଲି କହିଲେ ଅଧ୍ଵକ ଠିକ୍ ହେବ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର :

Question 3.
(କ) ‘ଆମର ସମ୍ପର୍କରେ ବାହାନା ବୋଲି, ସମ୍ପର୍କ କମ୍’’ – ପଠିତ ଏକାଙ୍କିକାଟିରୁ ଉକ୍ତିଟିର ସତ୍ୟତା ବୁଝାଅ ।
Solution:
‘ଆମର ସମ୍ପର୍କରେ ବାହାନା ବେଶି, ସମ୍ପର୍କ କମ୍’ ଉକ୍ତିଟି ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ‘ସୀମିତ ସମ୍ପର୍କ’ ରହିଥିବା ତିକ୍ତ ସମ୍ପର୍କକୁ ସ୍ପଷ୍ଟ କରାଇଛନ୍ତି । ପାରିବାରିକ ଜୀବନରେ ସମ୍ପର୍କ ହିଁ ମୂଳ । ସମ୍ପର୍କ ଯଦି ମଧୁର ହୁଏ, ତାହେଲେ ସୁଖ ମିଳିନଥାଏ । ନାଟ୍ୟକାର କରୁଣା ମାଧ୍ୟମରେ ସମ୍ପର୍କକୁ ସୀମିତ ନ କରି ବ୍ୟାପକ କରିବାକୁ କହିଛନ୍ତି । ପତ୍ନୀ କରୁଣା କର୍ମଜୀବୀ ମହିଳା । ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ କାମ କରେ । ସ୍ଵାମୀ ତା’ର ଚାକିରି କରନ୍ତି । ତା’ର ତିନିବର୍ଷର ପୁଅ ରହିଛି । ସବୁକିଛି ରହିଥିଲେ ବି ସେ ପାରିବାରିକ ଜୀବନରେ ବେଶ୍ ଅସହାୟ ।

ଶାଶୁ କୌଣସି ସମୟରେ ତାକୁ ପଦେ କଅଁଳ କଥା କହନ୍ତି ନାହିଁ । ସବୁବେଳେ ଟାଣ ଟାଣ କଥା କହନ୍ତି । ଏପରିକି ଚରିତ୍ରକୁ ନେଇ ଆକ୍ଷେପ କରନ୍ତି । କରୁଣା ସହି ସହି ଶେଷରେ ଶାଶୂ ମୁହଁରେ ଜବାବ ଦେଇଛି । ଫଳରେ ଶାଶୂର ପଦେ କି, ବୋହୂର ପଦେ ଜବାବ୍ ସୁଆଲ ଚାଲେ । କରୁଣାର ସ୍ୱାମୀ, କୌଣସି ସମୟରେ ପତ୍ନୀର ଓ ମା’ ଝଗଡ଼ାକୁ ସମାଧାନ କରିପାରନ୍ତି ନାହିଁ । କେବଳ ପତ୍ନୀ କରୁଣାକୁ ବୁଝେଇବାକୁ ଚେଷ୍ଟା କରନ୍ତି । ମା’ ସମ୍ପର୍କରେ ବା ମା’ ବିରୁଦ୍ଧରେ କୌଣସି ପଦେ କଥା ଶୁଣିବାକୁ ଚାହାଁନ୍ତି ନାହିଁ ।

ଏକାଙ୍କିକାର ଶେଷ ପର୍ଯ୍ୟାୟରେ କରୁଣା ଭୟଙ୍କର ଭାବରେ ସ୍ଵାମୀ ଉପରେ ଅସନ୍ତୁଷ୍ଟ ହୋଇଛି । ସେ ସିଧାସିଧ ସ୍ଵାମୀଙ୍କୁ ଆକ୍ଷେପ କରି କହିଛି, ‘ମୁଁ କେବଳ ପୁଅ ପାଇଁ ବଞ୍ଚୁଛି । ନିଜ ପୁଅ ପାଇଁ ତମ ନାଁରେ ଲୋକ ଦେଖାଣିଆ ଆଶ୍ରୟ ଚାହେଁ । ସେଥ‌ିପାଇଁ ତୁମକୁ ମନ ଭିତରେ ଘୃଣା କଲେ ବି, ସ୍ଵାମୀଙ୍କ ନିକଟରେ ପତ୍ନୀ ଭାବରେ ମୁଣ୍ଡ ପୋତି ପଡ଼ି ରହିବି । କାରଣ ବର୍ତ୍ତମାନର ସମାଜ ସ୍ବାମୀ ବିନା ମର୍ଯ୍ୟାଦାର ସହିତ ବଞ୍ଚିବାକୁ ଦେବନି ।’’ କରୁଣାର ଏଭଳି ଆକ୍ଷେପରେ ସ୍ଵାମୀ ଗୋବର୍ଦ୍ଧନ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏତେ ଦିନର ସ୍ଵାମୀ-ସ୍ତ୍ରୀର ସମ୍ପର୍କଟା ପୂରାପୂରି ଲୋକ ଦେଖାଣିଆ ମାନି ନେବାକୁ ସେ ପ୍ରସ୍ତୁତ ନୁହଁନ୍ତି । କରୁଣା ସ୍ଵାମୀଙ୍କୁ ଦୃଢ଼ ଭାବରେ କହିଛି, ସତଟାକୁ ଯେତେ ଘୋଡ଼େଇଲେ ବି ସତଟା ନିଶ୍ଚୟ ପ୍ରକାଶ ପାଇବ । କାରଣ ସେମାନଙ୍କର ସମ୍ପର୍କରେ ବାହାନା ବେଶି । ସେମାନେ କେବଳ ସ୍ଵାମୀ-ସ୍ତ୍ରୀ ହୋଇ ରହିଛନ୍ତି । କିନ୍ତୁ କୌଣସି ସମୟରେ ପତି ପତ୍ନୀଙ୍କର ନିରୁତା ପ୍ରେମ ବା ଭଲ ପାଇବା ଦେଖିବାକୁ ମିଳିନାହିଁ । ସମ୍ପର୍କଟା କେବଳ ଉପରଠାଉରିଆ । ବାସ୍ତବରେ ଏହି ସଂଳାପରୁ ଏକାଙ୍କିକାର ସାମଗ୍ରିକ ରୂପକୁ ଆକଳନ କରିହୁଏ ।

(ଖ) ‘ସୀମିତ ସମ୍ପର୍କ’ ଏକାଙ୍କିକାରୁ ଶାଶୁ-ବୋହୂଙ୍କ ସମ୍ପର୍କ କିପରି ଥିଲା ଆଲୋଚନା କର ।
Solution:
ଶାଶୁ-ବୋହୂର ସମ୍ପର୍କ ଏକ ଆପେକ୍ଷିକ ସମ୍ପର୍କ । କାରଣ ଆଜି ଯେ ଶାଶୂ ଗତକାଲି ସେ ବୋହୂ ଥିଲା ଏବଂ ଆଜି ଯେ ବୋହୂ ଆସନ୍ତାକାଲି ସେ ଶାଶୂ ହେବ । ତଥାପି ଶାଶୂ ସବୁବେଳେ ବୋହୂ ଉପରେ ଆଧୂପତ୍ୟ ବିସ୍ତାର କରିବାକୁ ଚାହେଁ । ପୁଅର ମା’ ହିସାବରେ ତା’ ମନରେ ସବୁବେଳେ ଗର୍ବ ଥାଏ । ଅପରପକ୍ଷରେ ବୋହୂ ଯେହେତୁ ଅନ୍ୟ ଘରୁ ଆସିଛି, ତେଣୁ ସେ ପ୍ରଥମେ ପ୍ରଥମେ ଡରି କରି ଚାଲେ । ଶାଶୂର ଆଦେଶକୁ ଇଚ୍ଛା ବିରୁଦ୍ଧରେ ମାନେ । ମାତ୍ର ବୋହୂ ପୁରୁଣା ହୋଇଗଲେ ଶାଶୁ କଥାକୁ ସବୁବେଳେ ମାନେ ନାହିଁ ।

ଶାଶୁ ଯେତେବେଳେ ବୋହୂର ବାପଘର କଥା ନେଇ ଆକ୍ଷେପ କରେ, ସେତେବେଳେ ବୋହୂର ତୁଣ୍ଡ ଖୋଲେ । ପଦେକୁ ପଦେ କଥା ପଡ଼େ । ଶେଷରେ ମହାସମରର ସୂତ୍ରପାତ ହୁଏ । ଶାଶୁ- ବୋହୂର ସମ୍ପର୍କ ଶତ୍ରୁ ଶତ୍ରୁର ସମ୍ପର୍କ ହୁଏ । ଆଲୋଚ୍ୟ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ‘ସୀମିତ ସମ୍ପର୍କ’ରେ ଏକାଙ୍କିକାର ପ୍ରଥମ ପର୍ଯ୍ୟାୟରେ ଶାଶୂ ଚାଉଳରୁ ଗୋଡି଼ ବାଛୁଚି ଏବଂ ନିଜର ବିରକ୍ତି ଭାବକୁ ପ୍ରକାଶ କରୁଛି । ଏହି ସମୟରେ ସ୍କୁଲରେ ଶିକ୍ଷୟିତ୍ରୀ ବୋହୂ ଘରକୁ ଫେରିଛି ।

ବୋହୂକୁ ଦେଖୁ ଦେଖୁ, ବୋହୂର ସାମାନ୍ୟ ବିଳମ୍ବକୁ ଛଳେଇ କହିଛି ଶାଶୂ । ସ୍କୁଲରୁ କାମ କରି ଆସିଥିବା ବୋହୂ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ଶାଶୁ ବୁଝିନାହିଁ । ଶାଶୁ କହିଛି – ‘ଘରକାମ କଲେ ମହାରାଣୀ ଆମର ଚାକରାଣୀ ହୋଇଯିବେ । ତା’ ସାଙ୍ଗକୁ ସୁନା ଚମ୍ପା ଦେହଟା କଳାକାଠ ପଡ଼ିଗଲେ, ରସିବ କିଏ । ବୋହୂ ପ୍ରଥମେ ସହିଗଲେ ବି ବାରମ୍ବାର ଏଭଳି କଥାଶୁଣି କଥା ପାଖକୁ କଥା କହିଛି । ବୋହୂ କହିଛି ‘‘ତମେ ମତେ ଶାଶୂର ସ୍ନେହ ଦେଇଥିଲେ ମୁଁ ତୁମକୁ ବୋହୂର ଭକ୍ତି ଦେଖେଇଥା’ନ୍ତି । ତମେ ମତେ ଯାହା ଦେଇଚ, ମୋଠୁ ଠିକ୍ ସେଇଆ ପାଇବ । X x x x x ସାଇପଡ଼ିଶା କାହାକୁ ଅଛପା ଅଛି ଯେ କହିଲେ ଜାତି ପଳେଇବ । ମୁଁ ତୁମ ପୁଅଠୁ କିଛି କମ୍ ରୋଜଗାର କରୁନି । ସବୁତକ ପଇସା ଆଣି ଏ ଘରେ ଇ ଅଜାଡ଼ି ଦେଉଚି ।’’ ବୋହୂର ଆକ୍ଷେପ ଶାଶୂ ପାଖରେ ଅସହ୍ୟ ହୁଏ । ଶାଶୁ ପୁରୁଣା ଦିନର ନଥ୍ ଖୋଲେ । ବିନା ଯଉତୁକରେ ବିବାହ ହୋଇଥିବାର କଥା କହେ । ପାଠୋଇ ଝିଅ ହିସାବରେ ଯଉତୁକର ଆବଶ୍ୟକତା ନ ଥିଲା ବୋଲି ବୋହୂ କହେ । ଏକାଙ୍କିକାର climaxରେ ପୁଣି ଶାଶୂ ବୋହୂଙ୍କୁ ଦେଖିବାକୁ ମିଳିଛି ।

ଶାଶୂ ଏଣୁତେଣୁ କହିଲାବେଳେ ବୋହୂ ଦୁଃଖ ପ୍ରକାଶ କରିଛି । ସାଂସାରିକ ଜୀବନର ବିଫଳତା ନେଇ କାନ୍ଦି ପକାଇଛି । ଶାଶୂଠାରୁ ବୋହୂ କୌଣସି ପ୍ରକାର ସହାନୁଭୂତି ପାଇନାହିଁ । ବରଂ ଶାଶୂ ବୋହୂକୁ ଆହୁରି ବିରକ୍ତିକର କଥା କହିଛି । ‘‘ଚାକିରୀ କରିଚୁ ବୋଲି ପରପୁରୁଷଙ୍କ ସାଙ୍ଗରେ ମିଶୁଚୁ କିନା, ସେଥ‌ିପାଇଁ ଏତେ ବଡ଼ ବଡ଼ ଫୁଟାଣି କଥାଗୁଡ଼ାଏ କହିବାକୁ ସାହସ ହେଉଛି ।’’ ଶାଶୂର ଏଭଳି କଥାରେ ବୋହୂ ଅସହାୟ ହୋଇପଡ଼ିଛି । ଏକାଙ୍କିକାରେ ଶାଶୁ-ବୋହୂର ସମ୍ପର୍କ ଅତି ସୀମିତ, ଯେଉଁଥରେ କାହାରି କାହାରି ପ୍ରତି ଆନ୍ତରିକତା ନାହିଁ । (ଗ) ପଠିତ ଏକାଙ୍କିକାରୁ ‘ଶାଶୂ’ର ଚରିତ୍ର ଚିତ୍ରଣ କର । ଆମ ସମାଜରେ ଶାଶୂର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଝିଅଟିଏ ବିବାହ କଲାପରେ ଶାଶୁ ଘରକୁ ଯାଏ। ଶାଶୂ ଅଧୀନର ଘରକୁ ଯାଏ । ମାଆଟିଏ ପୁଅ ବଡ଼ ହେବା ସଙ୍ଗେ ସଙ୍ଗେ ଅନେକ ସ୍ଵପ୍ନ ଦେଖେ । ପୁଅ ବିବାହ କରିବ । ବୋହୂ ଆଣିବ ।

ବୋହୂ ଆଣିଥିବା ଧନରତ୍ନ, ଯାନି ଯଉତୁକରେ ଘର ପୂରିଯିବ । ଅନେକ ସମୟରେ ଦେଖାଯାଏ, ବୋହୂ ଆସେ ହେଲେ, ଘରକୁ ଧନ ଆସେ ନାହିଁ । ସେଥ‌ିପାଇଁ ମା’ ମନରେ ରୋଷ ହୁଏ । ସେ ମା’ରୁ ଶାଶୂ ପାଲଟିଯାଏ । ବୋହୂକୁ ଆକ୍ଷେପ କରି କହେ । ପୁଅର ସରଳତାକୁ ନେଇ ଶାଶୁ ଆହୁରି ପ୍ରତାପଶାଳୀ ହୁଏ । ବୋହୂର କୌଣସି ସମୟରେ ସୁଖ ସୁବିଧା ଦେଖିପାରେ ନାହିଁ । ସମୟକ୍ରମେ ଶାଶୁ-ବୋହୂଙ୍କ କଥା କଟାକଟି ମହାସମରର ରୂପ ନିଏ । ପାରିବାରିକ ଜୀବନରେ ସୁଖ ସୁବିଧା ପାଶୋରି ଯାଏ । ଆଲୋଚ୍ୟ ଏକାଙ୍କିକା ‘ସୀମିତ ସମ୍ପର୍କ’ରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ, ଅନୁରୂପ ଚିନ୍ତାଧାରାକୁ ନେଇ, ଶାଶୁ ସ୍ନେହମୟୀର ପରିକଳ୍ପନା କରିଛି ।

ଶାଶୂ ସ୍ନେହମୟୀ, ମାତ୍ର ମନରେ ବୋହୂ ପ୍ରତି ସାମାନ୍ୟ ସ୍ନେହ ପ୍ରେମ ନାହିଁ । ସବୁବେଳେ ବୋହୂକୁ ଆକ୍ଷେପ । ବୋହୂ କେତେବେଳେ ଗଲା, ଅଇଲା, ସବୁ ନଜର ରଖିଥାଏ । କଥା କଥାକେ କଥାର ଛୁରୀ ଚଳାଇ ଦିଏ, ଯେପରି ବୋହୂ ଦେହରୁ ମାଉଁସ ଝଡ଼ି ପଡ଼ିବ । କଥାରେ ବୋହୂର ହୃଦୟ ଭାଙ୍ଗିଦିଏ । ମନ ଊଣା କରିଦିଏ । ଏକାଙ୍କିକାର ଆରମ୍ଭରେ ସ୍ନେହମୟୀର ପରିଚୟ ନାଟ୍ୟକାର ଦେଇଛନ୍ତି । ଏକାଙ୍କିକାର ସେ ପ୍ରଥମ ଚରିତ୍ର । ବୟସ ପ୍ରାୟ ପଞ୍ଚାବନ ବର୍ଷ ।

ସ୍ଵାମୀ ତାଙ୍କର ଥିଲେ କରନ୍ତି । ଏପରିକି କାମ କରୁଥିଲାବେଳେ ମଧ୍ୟ ତାଙ୍କର ପାଟି ଚାଲିଥବ । ଯେପରି ଚାଉଳରୁ ଗୋଡ଼ି ବାଛୁଛନ୍ତି, ହେଲେ, କହୁଛନ୍ତି, ‘ନିଆଁଲଗା ଚାଉଳର ଚୁଲିପଶା ଗୋଡି଼ତକ ବାଛୁ ବାଛୁ ବେଳ ଗଡ଼ିଗଲା ।’ ବୋହୂ ନ ଥିଲେ ମଧ୍ୟ ବୋହୂ ଉଦ୍ଦେଶ୍ୟରେ ‘‘ଛତରଖାଇ, ଅଇଁଠା ଗୋଟେଇବାକୁ ବୋହୂ କରି ଆଣିଲି ଯେ, ତାକୁ କୋଉ କଥାକୁ ହେଲେ ଲଗା ଅଛି ନା ପଘା ଅଛି ? ବାରବୁଲୀକୁ ଘରକଥା କହିଲେ, ଦାଣ୍ଡରେ ଯାଇ ନାଚିବ।’’

ବୋହୂ ଚାକିରି କରିଥୁବାରୁ, ସ୍କୁଲରୁ ଫେରି ଶାଶୁକୁ ସ୍ନେହରେ ସମ୍ବୋଧନ କଲେବି ଶାଶୂ ଆକ୍ଷେପମୂଳକ କଥା କହିଛି । ବୋହୂ ପ୍ରତି ନାନା ପ୍ରକାର ବିଷ ଉଦ୍‌ଗାରିଲା ପରି କଥା କହିଛି, ଯେପରି – ‘ମହାରାଣୀ ଆମର ଆସିଗଲେ ।’’ X X X X X ‘‘ଘର କାମ କଲେ ମହାରାଣୀ ଆମ ଚାକରାଣୀ ହୋଇ ଯିବେନି ? ତା’ ସାଙ୍ଗକୁ ପୁଣି ସୁନାଚମ୍ପା ଦେହଟା କଳାକାଠ ପଡ଼ିଗଲେ, ରସିବ କିଏ ?”’ ‘ହଁ, ଲୋ ମା’ ମୁଁ ମଲେ ଯାଇ ଏ ଯୋଗିଣୀଖାଇଟାକୁ ସଜବାଜ ହୋଇ ମଉଜ କରିବାକୁ ସୁଯୋଗ ମିଳିବ ।’’ ବୋହୂ କିଛି ନ କହିଲେ ଶାଶୁ ଏହିପରି କଥା କହେ । ବୋହୂ ଯେତେବେଳେ ଅସହ୍ୟ ହେଲେ କଥାର ଜବାବ ଦିଏ, ଶାଶୁ ଆହୁରି ରାଗିଯାଏ, ପୁରୁଣା କଥାକୁ ଖୋଲି କହେ । ଯାନି ଯଉତୁକ ଆଣିନି ବୋଲି ଖୁଣ୍ଟା ଦିଏ । ବୋହୂର ବାପା ଭାଇଙ୍କ ନାଁ ନେଇ ବାରକଥା କହେ । ଶେଷରେ ବୋହୂର ଚରିତ୍ର ସଂହାର କରିବାକୁ ମଧ୍ୟ ପଛାଏ ନାହିଁ । ଛଳେଇ କହେ, ‘‘ଆହାଲୋ, ମୋ ସତୀ ଶିରୋମଣି । ପୂର୍ବଜନ୍ମରେ ସତେ ଯେମିତି ତୁଇ ଏକ ସୀତା-ସାବିତ୍ରୀ ହୋଇ ନାଟ୍ୟକାର ଏହିଭଳି ଶାଶୂ ଚରିତ୍ର ଚିତ୍ରଣ କରି, ଶାଶୁମାନଙ୍କ ହୀନ ମାନସିକତାକୁ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି ।

(ଘ) ‘‘ଆମର ସମ୍ପର୍କଟା ଯେକୌଣସି ଗୋଟିଏ ନାଟକର ଅଭିନୟଠୁ ବଳି ବେଶି ସୁନ୍ଦର’’ – ପଠିତ ଉକ୍ତିଟିର ମର୍ମ ବୁଝାଅ ।
Solution:
ନାଟ୍ୟକାର କାର୍ତ୍ତିକ ଚନ୍ଦ୍ରଙ୍କ ଏକାଙ୍କିକା ‘ସୀମିତ ସମ୍ପର୍କ’ରେ ନାଟକରେ ବୋହୂ/ସ୍ତ୍ରୀ/କରୁଣା ମୁହଁରେ ଏହା କହି, ସେମାନଙ୍କର ପାରିବାରିକ ସମ୍ପର୍କ କେତେ ସୀମିତ ତାହା ସ୍ପଷ୍ଟ କରାଇଛନ୍ତି । ନାରୀ ଓ ପୁରୁଷ ପତି-ପତ୍ନୀ ଭାବରେ କନ୍ୟାଟିକୁ, କନ୍ୟାପିତା ବର ହାତରେ ଦେଲାବେଳେ, ଝିଅର ଦଶଦୋଷ କ୍ଷମା କରିବାକୁ କହେ । କନ୍ୟା କେବଳ ବରର ସ୍ନେହ ପ୍ରେମକୁ ନେଇ ସଂସାର କରିବାର ସ୍ଵପ୍ନ ଦେଖେ । ବର ପାଇଁ ବରଘରର ସମସ୍ତଙ୍କୁ ଭଲ ପାଇବାକୁ ଚେଷ୍ଟା କରେ । ସିନା, ପତ୍ନୀର ବାସ୍ତବ ମାନସିକତା ବୁଝିନଥାଏ । ଫଳରେ ପତ୍ନୀ ମାନସିକ ସ୍ତରରେ ପତିକୁ ଘୃଣା କରେ । ପତ୍ନୀ ଭାବରେ ସେ ଅଭିନୟ କଲାଭଳି ବ୍ୟବହାର ପ୍ରଦର୍ଶନ କଲେ, ସେ ବାସ୍ତବ ଜୀବନରେ ସ୍ଵତନ୍ତ୍ର ଥାଏ ।

ନିଜ ପୁଅ କୁନା ସମ୍ପାଦନ କରିଛି । ମାତ୍ର ଏତେ କାମ କଲେ ବି ସ୍ଵାମୀଠାରୁ ଯେତିକି ସ୍ନେହ ଆଦର ପାଇବା କଥା, ସେତିକି ପାଇନାହିଁ । ଶାଶୂର କଟୁକଥା ସେ ସ୍ଵାମୀ ଆଗରେ କହିଲେ, ସ୍ଵାମୀ ସେସବୁ ଶୁଣିବାକୁ କୌଣସି ସମୟରେ ପ୍ରସ୍ତୁତ ହୋଇନାହାଁନ୍ତି । ବରଂ ସବୁକିଛି ସହିଯିବାକୁ ପରାମର୍ଶ ଦେଇଛନ୍ତି । କରୁଣା ପାଇଁ ବ୍ୟସ୍ତ ହୋଇଛି । ଏଭଳି ପରିବେଶରୁ ବାହାର କରିନେବାକୁ ଚାହିଁଛି, ହେଲେ ସେ ତାହା ସବୁ ରାଗ ସ୍ଵାମୀ ଉପରେ ଶୁଝାଇଛି । ବିରକ୍ତି ପ୍ରକାଶ କରି କହିଛି – ‘ମୁଁ ଜାଣେ, ଆମ ସମ୍ପର୍କଟା କରିପାରି ନାହିଁ । ବରଂ ଖାଲି ଗୋଟାଏ ବାହାନା । ଆଜି ବି ମୁଁ ବୁଝିଚି, ତମେ ନିଜ ମା’ ପାଇଁ ସ୍ତ୍ରୀ ନାଁରେ ଗୋଟିଏ ଚାକରାଣୀ ରଖିବାକୁ ଚାହୁଁ, ଯେ କି ଗାଈ ଭଳି ମୂକ ହୋଇଥବ । ଆଉ ମୁଁ ବି ନିଜ ପୁଅ ପାଇଁ ତମ ନାଁରେ ଲୋକଦେଖାଣିଆ ଆଶ୍ରୟ ଚାହେଁ । ଆଉ ସେଥ‌ିପାଇଁ ମୁଁ ତୁମକୁ ଘୃଣା କଲେ ବି, ତମ ସହ ତଥାକଥିତ ପତ୍ନୀତ୍ଵ ଜାହିର କରି ମୁଣ୍ଡ ପୋତି ଏଇଠି ପଡ଼ିରହିଛି ।’’

ସ୍ଵାମୀ ସ୍ତ୍ରୀକୁ ନ ବୁଝାଇ ବରଂ ସ୍ତ୍ରୀ କଥାକୁ ଆହୁରି ଦୋହରାଇଛି । ଫଳରେ ସ୍ତ୍ରୀ ସ୍ଵାମୀକୁ ଆକ୍ଷେପ କଲାଭଳି କହିଛି, ସେମାନଙ୍କ ସମ୍ପର୍କ ଯେ ମିଛ ସମ୍ପର୍କ, ତାହାକୁ ବୁଝାଇ ଦେଇଛି । କାରଣ ସତଟାକୁ ଯେତେ ଘୋଡ଼େଇଲେ ବି ସତଟା ଆପେ ଆପେ ଫୁଟି ବାହାରି ପଡ଼ିବ । ଫଳରେ ସେମାନଙ୍କର ସମ୍ପର୍କରେ ବାହାନା ବେଶି ଏବଂ ସମ୍ପର୍କ କମ୍ । ଯୋଉଟାକୁ ନିତାନ୍ତ ନିରୁପାୟ କହିଲେ ଅଧ୍ବକ ଠିକ୍ ହେବ । ସ୍ଵାମୀ ସ୍ତ୍ରୀ ହିସାବରେ ସେମାନେ ଗୋଟିଏ ଛାତ ତଳେ, ଏକାଠି ମିଳିମିଶି ରହିଲେ ବି, ସେମାନଙ୍କ ମନ ବହୁ ଦୂରରେ । କାହାର କେହି କାହାରି ସୁଖଦୁଃଖରେ ସହାୟ ହେବାକୁ ଚାହାଁନ୍ତି ନାହିଁ । ନାଟକରେ ନ ଥାଏ । ଏଠାରେ କରୁଣା ବିରକ୍ତି ଓ କ୍ରୋଧ ପ୍ରକାଶ କରି ଏଭଳି ମନ୍ତବ୍ୟ ଦେଇଛି । ନାଟ୍ୟକାର ଶ୍ରୀଯୁକ୍ତ ରଥ ସ୍ଵାମୀ-ସ୍ତ୍ରୀ ସମ୍ପର୍କକୁ ସୀମିତ କରି ଦେଖାଇବାକୁ ଯାଇ ଏଭଳି ଉକ୍ତି ପ୍ରକାଶ କରିଛନ୍ତି ।

CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ

(ଡ) ପଠିତ ଏକାଙ୍କିକାରୁ କରୁଣାଙ୍କ ପାରିବାରିକ ସମସ୍ୟା ଉପରେ ଆଲୋକପାତ କର ।
Solution:

“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।’’

ଏଥିରୁ ସ୍ପଷ୍ଟ ହୁଏ ଯେ, ପାରିବାରିକ ଜୀବନରେ ପରସ୍ପର ସ୍ନେହ, ପ୍ରେମ ହିଁ ସ୍ଵର୍ଗୀୟ ସୁଖ ଦେଇଥାଏ । ଟଙ୍କାପଇସା, ଚାକିରୀ ପଦପଦବୀ ପାରିବାରିକ ଜୀବନକୁ ମଧୁମୟ କରେ ନାହିଁ । ପରସ୍ପର ପ୍ରତି ଭୁଲ ବୁଝାମଣା, ଅନ୍ୟର ମନକୁ ବୁଝିବାରେ ଅଭାବ ହିଁ ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ । ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ‘ସୀମିତ ସମ୍ପର୍କ’ରେ ସେହି ଭାବକୁ, ଅର୍ଥାତ୍ କରୁଣାର ପାରିବାରିକ ଜୀବନର ଥ‌ିବା ସମସ୍ୟାକୁ ବିଭିନ୍ନ ଦୃଷ୍ଟିକୋଣରୁ ସହଯୋଗୀ ଚରିତ୍ରମାନଙ୍କ କରୁଣାର ପ୍ରଥମ ସମସ୍ୟା, ସେ ଜଣେ କର୍ମଜୀବୀ । କର୍ମଜୀବୀ ରୂପରେ ସେ ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ ଛାତ୍ରଙ୍କୁ ପାଠ ପଢ଼ାଏ । ଠିକ୍ ସମୟରେ ସ୍କୁଲ ଯାଏ ଓ ଅପରାହ୍ନକୁ ଘରକୁ ଫେରେ । ଘରକୁ ଫେରିଲେ, ସେ ଆଉ ଶିକ୍ଷୟିତ୍ରୀ ହୋଇନଥାଏ । ସେ ହୋଇଯାଏ ମୁଖରା ଶାଶୂର ବୋହୂ । ତେଣୁ ସ୍କୁଲରୁ ଫେରୁ ଫେରୁ ତା’ କାନ ପାଖକୁ ସିଧାସିଧ୍ ଅନେକ କଥା ଅକଥା ଚାଲିଯାଏ। ଶାଶୁକୁ ସେ ଯେତେ ବୁଝାଇବାକୁ ଚେଷ୍ଟାକଲେ ବି ସେଥ‌ିରେ ସେ ସଫଳ ହୋଇପାରେନା ।

ତୃତୀୟତଃ କରୁଣା ଜଣେ ମା’ । ତିନିବର୍ଷର ପୁଅ କୁନାକୁ ସେ ଶାଶୂ ପାଖରେ ଛାଡ଼ି ଯାଇପାରନ୍ତି ନାହିଁ । ଶାଶୂ ଯଦି ନାତିକୁ ଜେଜେମା’ ହିସାବରେ ଯତ୍ନ ନିଅନ୍ତେ, କରୁଣାର ସମସ୍ୟା ଦୂରେଇ ଯାଆନ୍ତା । ତା’ ମନରେ ଶାଶୂ ପ୍ରତି ସହାନୁଭୂତି ଦେଖା ଦିଅନ୍ତା, ମାତ୍ର ସେପରି ହୁଏ ନାହିଁ । ଫଳରେ କୁନା ଯେତେବେଳେ କରୁଣାଙ୍କୁ ଖାଇବାକୁ ମାଗିଛି, ସେଥୁରେ କରୁଣା ବିରକ୍ତି ପ୍ରକାଶ କରିଛନ୍ତି । ପୁଅକୁ ମାଡ଼ ଦେଇ କହିଛନ୍ତି, ‘କ’ଣ ଖାଇବୁ ? ମୋତେ ଖାଇଦେ, ମୁଁ ହେଲେ ଏ ନର୍କରୁ ତରି ଯାଆନ୍ତି ।’’ ପୁଅକୁ ମାରିସାରିଲା ପରେ କରୁଣା ଆଉ ଶାଶୁ କଥା ସହେ ନାହିଁ । କଥା ପାଖକୁ କଥା କହେ । ‘ଆଜିଯାଏ କେବେ କହି ନ ଥୁଲି, ହେଲେ ଏଣିକି କହିବାକୁ ବାଧ୍ୟ ହେଲି । ତମେ ମତେ ଶାଶୂର ସ୍ନେହ ଦେଇଥିଲେ, ମୁଁ ତମୁକ ବୋହୂର ଭକ୍ତି ଦେଖାଇଥା’ନ୍ତି ।’’

ଶାଶୂର ଆକ୍ଷେପମୂଳକ କଥାରେ କରୁଣା ଭାଙ୍ଗିପଡ଼େ । କରୁଣାର ଚତୁର୍ଥ ସମସ୍ୟା ହେଉଛି, ବାପଘର ସମସ୍ୟା । ଭଲମନ୍ଦରେ ସେ ବାପ ଘରକୁ ଯାଇପାରେନା । କାରଣ ବାପା ବୁଢ଼ା ବୟସରେ ଆଖିରୁ ଲୁହ ଗଡ଼ାଉଛନ୍ତି ସିନା, କିନ୍ତୁ ସମାଧାନର ବାଟ ପାଉ ନାହାଁନ୍ତି । ଭାଇ, ଆଉ ଭଉଣୀର କୌଣସି ସମସ୍ୟା ସମସ୍ୟା ଓ ବଡ଼ ସମସ୍ୟା ହେଉଛି, କରୁଣାର ପତି-ପତ୍ନୀର ସମସ୍ୟା । ପତି ଗୋବର୍ଦ୍ଧନ ବୁଝିଲାଭଳି କଥା କହନ୍ତି ନାହିଁ । କେବଳ ଉପରଠାଉରିଆଙ୍କ ପରି ମା’ର ସବୁ କଥାକୁ ସହିଯିବା ଏଥୁରେ କରୁଣା ମନରେ ପତି ପ୍ରତି ଘୃଣାଭାବ ଆସେ । ସେ ପତିକୁ ଉପଯୁକ୍ତ ମର୍ଯ୍ୟାଦା ଦେଇ କଥା କହେ ନାହିଁ । କରୁଣାର ଅନ୍ୟତମ ସମସ୍ୟା ସାମାଜିକ ସମସ୍ୟା । ନାରୀ ହିସାବରେ ସେ ସ୍ଵାମୀର ଛତ୍ରଛାୟା ତଳେ ବଞ୍ଚିବାକୁ ଚାହେଁ । କାରଣ ସେ କହିଛି, ଏକା ଏକା ବଞ୍ଚିବାକୁ ଚାହିଁଲେ ବି ଆଜିର ଦୁନିଆ ମତେ ମାନ ମହତ ନେଇ ବଞ୍ଚିବାକୁ ଦବନି ।’’

ଏହିଭଳି ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କଲେ, ନାଟ୍ୟକାର ନାରୀ ସମସ୍ୟାକୁ କରୁଣା ମାଧ୍ୟମରେ ପ୍ରକାଶ କରିଛନ୍ତି । (ଚ) ‘ନାଟର ଗୋବର୍ଦ୍ଧନ’ କିଏ ? ‘ସୀମିତ ସମ୍ପର୍କ’ ଏକାଙ୍କିକାରୁ ଏହା କହିବାର ତାତ୍ପର୍ଯ୍ୟ ଉ ‘ନାଟର ଗୋବର୍ଦ୍ଧନ’ ଅର୍ଥ ନାଟକର ମୂଳ ସୂତ୍ରକାରୀ । ସେହି ଚରିତ୍ରକୁ କେନ୍ଦ୍ର କରି ଅନ୍ୟ ବିଚାର କରିବାକୁ ପଡ଼େ । ଆଲୋଚ୍ୟ ଏକାଙ୍କିକା ‘ସୀମିତ ସମ୍ପର୍କ’ରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ, ନାଟକର ନାୟକ ବା ପୁରୁଷ ଚରିତ୍ରକୁ ନାଟର ଗୋବର୍ଦ୍ଧନ ବୋଲି କହିଛନ୍ତି । ନାଟ୍ୟକାର ପ୍ରଥମେ ଏହାର ପରିଚୟ ଦେଇ ଲେଖିଛନ୍ତି – ‘ୟା’ପରେ ଆପଣମାନେ ଭେଟିବେ ଏଇ ନାଟର ଗୋବର୍ଦ୍ଧନଙ୍କୁ । ଅର୍ଥାତ୍ ଆମର ନାୟକ-ଚରିତ୍ର ନମ୍ବର ଚାରି । ପ୍ରକୃତରେ ତାଙ୍କର ବୁଝିବାକୁ ପ୍ରସ୍ତୁତ ନୁହେଁ । ଶେଷ କରୁଣାକୁ କେତେବେଳେ ମନ ପାଇଁ ପରାମର୍ଶ ଦିଅନ୍ତି ।

ସ୍ଵାମୀ ଏବଂ ଛୋଟ ପୁଅ କୁନାର ସେ ବାପା । ପାରିବାରିକ ଜୀବନର ଏତେ ଡୋରିରେ ଗୋବର୍ଦ୍ଧନ ବାନ୍ଧି ହୋଇଥିଲେ ବି ସେ ସବୁ ସମ୍ପର୍କରେ ଶିଥୁଳ । ସେ ମା’ର ପୁଅ କିନ୍ତୁ ମା’କୁ କୌଣସି ସମୟରେ ସନ୍ତୁଷ୍ଟ କରିପାରି ନାହାଁନ୍ତି । ତେଣୁ ମା’ କହିଛନ୍ତି ‘ମୁଁ ତୋ’ର କି ଦୋଷ କଲି ? ତୁ ମୋ ଉପରେ ଗରଗର ହେଉଚୁ କାହିଁକି ? ନିଜର ରକତ ମାଉଁସ ଢାଳି ପଢ଼େଇ ଲେଖେଇ ତତେ ମୁଁ ମଣିଷ କଲି, କ’ଣ ତୁ ମତେ ଶେଷକୁ ଏଇ ଫଳ ଦବୁ ବୋଲି ?’’ ଗୋବର୍ଦ୍ଧନ ପାଇଁ ସଂସାର । ଗୋବର୍ଦ୍ଧନକୁ ମଣିଷ କରିଥିବାରୁ, ସ୍ନେହମୟୀଙ୍କ ମନରେ ଗର୍ବ । ଗୋବର୍ଦ୍ଧନ ପାଇଁ ସେ ଶିକ୍ଷୟିତ୍ରୀ କରୁଣାକୁ ଘରକୁ ବୋହୂ କରି ଆଣିଛନ୍ତି । ଗୋବର୍ଦ୍ଧନ ପୁଣି ପୁଅର ବାପା ହିସାବରେ, ପୁଅର ଭଲମନ୍ଦ କିଛି ଗୋବର୍ଦ୍ଧନ ହେଉଛନ୍ତି ମୂଳ ସୂତ୍ରଧର । ଗୋବର୍ଦ୍ଧନ ସଂସାରୀ ମଣିଷ । ସେ ପୁଣି ଚାକିରି କରିଛି । ଅଫିସ୍‌କୁ ଠିକ୍ ସମୟରେ ଯିବା ହେଉଛି ତାହାର କାମ । ସେ ଘରକୁ ଫେରିଲେ ଦେଖେ ସ୍ତ୍ରୀ ଓ ମା’ ପରସ୍ପର ମଧ୍ୟରେ କଳି କରି, ମନ ଖରାପ କରିଥା’ନ୍ତି ।

ବିଧବା ମା’ର ପୁଅ ହିସାବରେ ସେ ସ୍ତ୍ରୀକୁ ବୁଝାଇବାକୁ ଚେଷ୍ଟା କରେ । ପୁଅ ପାଇଁ ପଦେ କଥା କହିଲେ ସ୍ତ୍ରୀଠାରୁ ତାଚ୍ଛଲ୍ୟପୂର୍ଣ୍ଣ କଥା ଶୁଣେ । ସ୍ତ୍ରୀ କହେ – ‘ମତେ ଛାଡ଼ି ଆଉ ଗୋଟାଏ ବାହା ହୋଇ ପଡୁନ – ଯିଏ ତୁମକୁ ସୁଖ ସରାଗ ଅଜାଡ଼ି ଦେଇ ଠିକ୍ ଚଳେଇ ନେବ । ସବୁ କଥାକୁ ତମର ସିଧା ବୁଝିବ ।’’ ସ୍ତ୍ରୀକୁ ନେଇ ସାଙ୍ଗ ହୋଇ ଖାଇବାକୁ କହିଲେ, ସ୍ତ୍ରୀ ବୁଝେ ନାହିଁ । ତଥାପି ଗୋବର୍ଦ୍ଧନ ବୁଝାଇ କହେ : ଏ ବୟସରେ ମା’କୁ ବଦଳାଇବା ସମ୍ଭବ ନୁହେଁ । ତେଣୁ ତା’ର ମନକୁ ଚାହିଁ ଆମେ ନିଜ ନିଜକୁ ବଦଳାଇବାକୁ ପଡ଼ିବ ।’’ କୌଣସି କଥା ସ୍ତ୍ରୀ ବୁଝିନାହିଁ । ପ୍ରକୃତରେ ପତ୍ନୀର ମନ ନେଇ କିପରି ଚଳିବାକୁ ହୁଏ, ସେ ବୁଝିନାହିଁ । ଫଳରେ ତା’କୁ ଶୁଣିବାକୁ ପଡ଼ିଛି, ତାଙ୍କ ପତିପତ୍ନୀର ସମ୍ପର୍କ ଗୋଟାଏ ବାହାନା । ଏହି ପ୍ରସଙ୍ଗରେ ଗୋବର୍ଦ୍ଧନ ଗୋଟାଏ ମିଛିମିଛିକା ବାହାନା ?’’ ଏହିଭଳି ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କଲେ, ଗୋବର୍ଦ୍ଧନ ହିଁ ନାଟର ଗୋବର୍ଦ୍ଧନ ।

(କ) ନାଟ୍ୟକାର ପରିଚିତି :

ବିଂଶ ଶତାବ୍ଦୀର ସପ୍ତମ ଦଶକ ପରବର୍ତ୍ତୀ ସମୟରେ ଶ୍ରୀଯୁକ୍ତ ରଥ ଓଡ଼ିଆ ସାହିତ୍ୟରେ ଯେ ଏକ ନୂତନ ପରୀକ୍ଷାଧର୍ମୀ ନାଟ୍ୟଧାରା ସୃଷ୍ଟି କରିଛନ୍ତି, ଏଥ‌ିରେ ସନ୍ଦେହ ନାହିଁ । ଶ୍ରୀଯୁକ୍ତ ରଥଙ୍କ କଥା ଓ କଳ୍ପନା ପରିଚିତ ପୃଥ‌ିବୀକୁ କେନ୍ଦ୍ରକରି ପ୍ରତ୍ୟେକ ନାଟକ ଅବକ୍ଷୟିତ ଜୀବନ, ପୀଡ଼ିତ ଆତ୍ମା ଓ ଅସଂଲଗ୍ନ ସାମାଜିକ ଜୀବନ ଚିତ୍ରକୁ ଉପସ୍ଥାପନ କରିଥାଏ । ବିଭିନ୍ନ ପରୀକ୍ଷା ଓ ପ୍ରୟୋଗ ନେଇ ଶ୍ରୀଯୁକ୍ତ ରଥ ଓଡ଼ିଆ ନାଟ୍ୟ ପରମ୍ପରାରେ ଏକ ସମୃଦ୍ଧଧାରା ସୃଷ୍ଟି କରିଛନ୍ତି । ‘ଜୀବନ ଯୁଦ୍ଧ’ ତାଙ୍କର ପ୍ରଥମ ପ୍ରକାଶିତ ନାଟକ । ନାଟ୍ୟକାର ‘ସ୍ଵର୍ଗଦ୍ଵାର’, ‘ସ୍ମୃତି’, ସାନ୍ତନା ଓ ଶୂନ୍ୟତା’, ‘ଜଉଘର’, ‘ସମୁଦ୍ରର ରଙ୍ଗ ଯନ୍ତ୍ରଣା’ ‘ଆଜିର ରାଜା’, ‘ଅନ୍ୟ ଆକାଶ’, ‘ମୁଁ ନୁହେଁ, ‘ଏବଂ ବହ୍ନିମାନ’, ‘ଅନ୍ଧକାରର ଅଇନା’, ‘ତୃତୀୟ ପୃଥ‌ିବୀ’, ‘ମାଂସର ଫୁଲ’, ‘ଈଶ୍ବର ଜଣେ ଯୁବକ’ ପରି ଅନେକ ଅବିସ୍ମରଣୀୟ ସୃଷ୍ଟି ପ୍ରଦାନ କରିଛନ୍ତି ।

ନାଟକର ଚରିତ୍ର ଚିତ୍ରଣରେ, ମଞ୍ଚ ନିର୍ଦ୍ଦେଶନାରେ, ଘଟଣା ବିନ୍ୟାସରେ ଅନେକ ପରୀକ୍ଷାନିରୀକ୍ଷା ସେ କରିଛନ୍ତି । ଅନେକ କ୍ଷେତ୍ରରେ ଇଚ୍ଛାକୃତ ଦୁର୍ବୋଧତା ତାଙ୍କ ନାଟକଗୁଡ଼ିକୁ ଅସ୍ପଷ୍ଟ କରିପକାଇଛି । ଆଲୋକ ସଂପାତରେ, ସଂଳାପରେ ଏବଂ ଗ୍ରାହ୍ୟ ହୋଇପାରେ । ଆଶା କରାଯାଇପାରେ ତାଙ୍କ ଲେଖନୀରୁ ଆମେ ପ୍ରତିନିଧୁଶ୍ରେଣୀୟ ନାଟକ ପାଇପାରିବୁ ।

(ଖ) ଏକାଙ୍କିକାର ସାରକଥା :

ଗଢ଼େ । ପରସ୍ପର ସ୍ନେହ ଓ ପ୍ରେମକୁ ନେଇ ପରିବାରରେ ସୁଖଶାନ୍ତି ଗଢ଼ିଉଠିଥାଏ । ସେଥ‌ିପାଇଁ କୁହାଯାଇଛି, ଯେଉଁ ଘରେ ପରସ୍ପର ସ୍ନେହ ପ୍ରେମ ଥାଏ, ସେ ଘର ବା ପରିବାର ହେଉଛି ବୈକୁଣ୍ଠ । ପରିବାର ହିଁ ସ୍ଵର୍ଗର ପ୍ରତିରୂପ । ପରିବାରରେ ସ୍ନେହ, ପ୍ରେମ ସହିତ ସମସ୍ତଙ୍କ ପାଇଁ ରହିଥାଏ ତ୍ୟାଗ ଓ ଉତ୍ସର୍ଗୀକୃତ ଭାବ । ମାତ୍ର ସାମ୍ପ୍ରତିକ ସମାଜରେ ଏହା ଆସ୍ତେ ଆସ୍ତେ କମି କମି ଆସିଲାଣି । ଏକାନ୍ତବର୍ତ୍ତୀ ପରିବାର ଆଉ ଦେଖିବାକୁ ମିଳୁନାହିଁ । ଏପରିକି ଛୋଟ ପରିବାରର ସଦସ୍ୟମାନେ ମଧ୍ୟ ପରିବ୍ୟାପ୍ତି ହେଉଛି ସୀମିତ ।

ଏଠାରେ ସମ୍ପର୍କର ବନ୍ଧନ ଯେପରି ଶିଥୁଳ, ତ୍ୟାଗ ଓ ସହନଶୀଳତାର ଅନୁଭୂତି ମଧ୍ୟ ସେହିପରି ନିଷ୍ପ୍ରଭ । ସାମ୍ପ୍ରତିକ ପରିବାରର ଅସମ୍ପର୍କିତ ମଣିଷର ଚିତ୍ର, ଉକ୍ତ ଏକାଙ୍କିକାରେ ଦେଖାଇ ଦିଆଯାଇଛି । ଏକାଙ୍କିକାରେ ଚରିତ୍ର ସଂଖ୍ୟା ସୀମିତ । ମାତ୍ର ଚାରୋଟି ଶାଶୁ/ମା’, ବୋହୂ/ସ୍ତ୍ରୀ, ସ୍ଵାମୀ/ପୁଅ ଏବଂ ନାତି । ଏହାର ସ୍ଥାନ ହେଉଛି ସାମାଜିକ ଏବଂ କାଳ ହେଉଛି ସାମ୍ପ୍ରତିକ । ଏକାଙ୍କିକାର ଆରମ୍ଭରେ ନେପଥ୍ୟରୁ ନାଟକର ସୂଚନା ଦିଆଯାଇଛି । ଓ ଅସନ୍ତୋଷରେ ରହିଛନ୍ତି ।

ବୟସ ୫୫ ହେବ । ସେ କୁଲାରେ ବସି ଚାଉଳରୁ ଗୋଡ଼ି ବାହୁଛନ୍ତି । ଦୀର୍ଘ ପନ୍ଦରବର୍ଷ ହେବ ତାଙ୍କର ସ୍ଵାମୀକୁ ସେ ହରେଇଛନ୍ତି । ସ୍ଵାମୀ ଥିଲେ ଇଂରେଜ ଅମଳର କିରାଣୀ । ମୃତ୍ୟୁବେଳକୁ ସେଇ ସ୍ଵାଧୀନ ଭାରତର କିରାଣୀ ଭାବରେ ଥିଲେ । ଅର୍ଥାତ୍ ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା । ସେ ଅଶାନ୍ତିରେ ଥିଲେ । ଅଶାନ୍ତିର କାରଣ ହେଉଛି ସ୍ନେହରେ କଥା କହୁନଥିଲେ । ସେହି କାମକଲାବେଳେ ସେ ନିଜର ଅସୁସ୍ଥଭାବକୁ ପ୍ରକାଶ କଲାବେଳେ ବୋହୂକୁ ମନେମନେ ଗାଳି ଦେଉଥ‌ିଲେ । ସେହି ଘରର ବୋହୂ ହେଉଛନ୍ତି କର୍ମଜୀବୀ । ବାଳିକା ସ୍କୁଲର ଶିକ୍ଷୟିତ୍ରୀ ଭାବରେ, ଘରର କାମ ବେଶି କରିପାରନ୍ତି ନାହିଁ । ସ୍କୁଲରେ କାମକରିକରି ଆସି ବିରକ୍ତି ପ୍ରକାଶ କରନ୍ତି । ଶାଶୁ ବୋହୂକୁ କାମ ନ କରୁଥିବାରୁ ଆକ୍ଷେପ କରନ୍ତି ।

ଫଳରେ ଶାଶୁବୋହୂଙ୍କର ହୁଏ ବଚସା, କଥା କଟାକଟି । ଶାଶୁ ନିଜର ଶାଶୁପଣିଆ ବୋହୂ ଉପରେ ଜାହିର୍ କରନ୍ତି । କଥା କହୁକହୁ ଅକଥାବି କହିପକାନ୍ତି । ଯେପରି ଶାଶୁକହନ୍ତି – ‘ଘରକାମ କଲେ ମହାରାଣୀ ଆମ ଚାକରାଣୀ ହୋଇଯିବେନି ? ତା’ ସାଙ୍ଗକୁ ପୁଣି ସୁନାଚମ୍ପା ଦେହଟା କଳାକାଠ ପଡ଼ିଗଲେ, ରସିବ କିଏ ??’ ଶାଶୁ କଥାର ସାମାନ୍ୟ ପ୍ରତିବାଦ କରେ ବୋହୂ । ସେହି ପ୍ରତିବାଦକୁ ଶାଶୁ ସହିପାରେନି । ଆହୁରି ଖରାପକରି, ବିଭିନ୍ନ ପ୍ରକାର କଥାକହେ । ଏହି ସମୟରେ ନାତି ବୋହୂକୁ ଖାଇବାକୁ ମାଗିବାରୁ, ବୋହୂ ନାତି ପିଠିରେ ବିଧା ଥୋଇ ନିଜର ରାଗ ଶୁଝାଇଛି ।

ବୋହୂ ଆକ୍ଷେପ କରି କହିଛି, ମୁଁ ଛାଏଁ ଛାଏଁ ତୁମ ଘରକୁ ଆସି ନଥୁଲି । ଏ ଛୁଆକୁ ମୁଁ ଗୋଟେଇ ଆଣିନାହିଁ । ଶାଶୁ କଥାର ବେଶ୍ ଜବାବ ଦେଇଛି ବୋହୂ । ଶାଶୁ ଯେମିତି ବଡ଼ ପାଟି କରିଛି, ବୋହୂ ମଧ୍ୟ ଅନୁରୂପ ବଡ଼ ପାଟି କରିଛି । ଶାଶୁ ବୋହୂକୁ ଉଦଣ୍ଡୀ, ରଣଚଣ୍ଡୀ ବୋଲି କହିଛି । ବାପାଭାଇ କିଛି ଜାନି ଯୌତୁକ ଦେଇନାହାନ୍ତି ବୋଲି କଥାକଥାକେ ଆକ୍ଷେପ କରିଛି । ବୋହୂ ଶାଶୁକଥାରେ ପ୍ରତିବାଦ କରିଛି । ଯେହେତୁ ସେ ପାଠ ପଢ଼ି, ଚାକିରି କରିଛି, ନିଜେ ରୋଜଗାରକ୍ଷମ, ତେଣୁ ସେ ଯୌତୁକ ଆଣିବାର ଦରକାର ପଡ଼ିନାହିଁ । ସେ ଶାଶୁଘରକୁ ଆସିଲା ପରେ ତା’ ରୋଜଗାର ପଇସାରେ ନଣନ୍ଦ ଦୁଇଟାଙ୍କୁ ବାହାଘର କରାଇଛି । ଶାଶୁ ବୋହୂ କଥାର କଡ଼ା ଜବାବ ଦେଇଛି ।

ଏହା ଥିଲା ନାଟିକାର ପ୍ରଥମ ଅଧ୍ୟାୟ । ଏଥିରେ ଶାଶୁ ଓ ବୋହୂ ଉଭୟେ ଉଭୟଙ୍କୁ ଦୋଷାରୋପ କରିଛନ୍ତି । କେହି କାହାକୁ ସହ୍ୟ କରିପାରି ନାହାଁନ୍ତି । ସଂସାର କରିବାକୁ ହେଲେ ଯେ, ଛାତିରେ ପଥର ନଦି ଚଳିବାକୁ ହୁଏ, ଏମାନେ ତାହା ଭୁଲି ଯାଇଛନ୍ତି । ପରବର୍ତୀ ସମୟରେ ଦେଖାଦେଇଛନ୍ତି ସ୍ଵାମୀ/ପୁଅ, ଯାହାର ନାମ ଗୋବର୍ଦ୍ଧନ । ସେ ଘରକୁ ପଶି ଆସୁ ଆସୁ ମା’କୁ ଖୋଜିଛି । ସ୍ତ୍ରୀ କରୁଣାକୁ ଦେଖ୍, ମା’ କୁଆଡ଼େ ଗଲା ବୋଲି ପଚାରିଛି । ବୋହୂ ଶାଶୁ ଉପରେ ଅସନ୍ତୁଷ୍ଟ ଥ‌ିବାରୁ, ସେହି ଭାବକୁ ପ୍ରକାଶ କରିଛି ସ୍ଵାମୀ ପାଖରେ ।

ଶାଶୁଙ୍କୁ ସବୁବେଳେ ଖୋଜୁଥ‌ିବାରୁ ସେ ସ୍ଵାମୀଙ୍କ ଉପରେ ଚିଡ଼ିଯାଇଛି । ସ୍ଵାମୀ ହଠାତ୍ ସ୍ତ୍ରୀର ଏପରି କଥା ଶୁଣି ସେ ବିରକ୍ତି ପ୍ରକାଶ କରିଛି । ସ୍ତ୍ରୀକୁ ପଚାରିଛି, ସେ କୁଆଡ଼େ ବାପଘର ଯିବ ବୋଲି ଜିଦ୍ କରୁଛି । ଗଲେ ଆଉ ଆସିବନି ବୋଲି କହିଛି । ସ୍ଵାମୀ ସ୍ତ୍ରୀକୁ ବୁଝାଇବାକୁ ଚେଷ୍ଟାକରିଛି । ପରିସ୍ଥିତିକୁ ସେ ସୁଧାରି ନେବାକୁ ଚାହିଁଛି । ପୁଅକୁ ମାଧ୍ୟମକରି ପରସ୍ପର ମଧ୍ୟରେ କଥା କଟାକଟି ହୋଇଛି । ସ୍ତ୍ରୀ ଯେତେ ଓଲଟା କଥା କହିଲେ ବି ସ୍ଵାମୀ କଥାକୁ ସହଜ ସରଳ କରିନେବାକୁ ଚାହିଁଛି । ସାଙ୍ଗ ହୋଇ ଖାଇବା ପାଇଁ ପ୍ରସ୍ତାବ ଦେଇଛି । ହେଲେ ସ୍ତ୍ରୀ କୌଣସି କଥା ଶୁଣିବାକୁ ଚାହିଁନାହିଁ । ବରଂ ଅସଜଡ଼ା କଥାଗୁଡ଼ାଏ କହିଛି । ଏହି ସମୟରେ ଭିତରୁ ପୁଅକାନ୍ଦ ଶୁଣାଗଲେ ମଧ୍ୟ, କେହି ପୁଅ କଥା ଉପରେ ଗୁରୁତ୍ଵ ଦେଇନାହାଁନ୍ତି । ସ୍ତ୍ରୀ କହିଛି, ଏ ଘରର ଅସୁସ୍ଥ ପରିବେଶରେ ମୁଁ ମୋ ପୁଅକୁ ରଖୁ ନାହିଁ । ତାହାକୁ ପରଦିନ ସକାଳ ହୋଇଛି । ଯାହା ଆଜି ଘଟୁଛି, ସବୁଦିନ ସେଇଭଳି ଘଟଣା ଘଟୁଛି ।

ବାସି କାମ ସରୁ ନସରୁଣୁ ଆରମ୍ଭ ହୋଇଯାଏ ଅଭିଯୋଗର ଫର୍ଦ୍ଦ। ଶାଶୁ/ମା’ ଏବଂ ସ୍ଵାମୀ/ପୁଅଙ୍କର କଥାବାର୍ତ୍ତା ଚାଲିଛି । ମା’ ଅବୁଝା ହୋଇଛି । ଆକ୍ଷେପକରି କାନ୍ଦିଛି । ପୁଅ ଯେତେ ପାରେ ସେତେ ବୁଝାଇବାକୁ ଚେଷ୍ଟାକରିଛି । ହେଲେ ମା’ କୌଣସି କଥା ବୁଝିବାକୁ ଚାହିଁନାହିଁ । ସେ ଅଧ୍ଵକ କାମ କରୁଛି, କାମ କରି କରି ଥକି ପଡ଼ୁଛି, ବୋହୂକଥା ସହି ପାରୁନାହିଁ, ଏହିଭଳି ଅନେକ କଥା କହି ପୁଅସାଙ୍ଗରେ କଜିଆ ଲଗାଇବାକୁ ଚେଷ୍ଟାକରିଛି । ମା’ର ଏଭଳି କଥାଶୁଣି, ପୁଅ ବିରକ୍ତ ହୋଇଯାଇଛି । ଉଭୟଙ୍କଠାରୁ ଏଭଳି କଥା ଶୁଣି ଶୁଣି ମୁଣ୍ଡ ଖରାପ ହୋଇଯିବ ବୋଲି କହିଛି ।

ମା’ କିନ୍ତୁ କିଛି ବୁଝିବାକୁ ଚାହିଁନାହିଁ । ପୁଅ ପରିବେଶକୁ ସୁଧାରି ନେବାପାଇଁ ରନ୍ଧାରନ୍ଧି ଦେଖୁବାପାଇଁ ମା’କୁ କହିଛି । ନେପଥ୍ୟରୁ ଶୁଣାଯାଇଛି, ପରିବେଶ କିପରି ଅଛି । ଏତେ ଅଶାନ୍ତି, ଲଢ଼େଇ ଝଗଡ଼ା ଭିତରେ ବି ସବୁକାମ ଚାଲିଛି । କେବଳ କାହାରି ମନରେ ସରସତା ନାହିଁ । କାହାରି ମନ କାହାରି ସହିତ ମିଶୁନାହିଁ । ବାହାରକୁ ଛୋଟ ପରିବାର ଦେଖାଗଲେ ପରିସର । ସେଥ‌ିରେ ସମସ୍ତେ ନିଜ ନିଜ ବିଚାରରେ ରହିଛନ୍ତି । କେହି କାହା ସହିତ ବି, ଭିତରଟା ଗୋଟିଏ ଅସଜଡ଼ା ଅଧିକ ଖର୍ଚ୍ଚ ହୋଇଯିବ ।

ପିଲାଟି କିପରି ହଇରାଣ ଶୁଣିବାକୁ ପ୍ରସ୍ତୁତ ନୁହେଁ । ମାତ୍ର କୌଣସି ସମୟରେ ମଞ୍ଚରେ ଆଲୋକ ପଡ଼ିବା ମାତ୍ରେ ଦେଖାଦେଇଛି ଯେ ଶାଶୁ ବୋହୂ ପରସ୍ପର ପ୍ରତି ତୀକ୍ଷ୍ଣ ବାକ୍ୟ-ବାଣ ପ୍ରୟୋଗ କରୁଛନ୍ତି । ବୋହୂ କହୁଛି ଯେ, ଘରେ କାମ କରିବା ପାଇଁ ଚାକର ପିଲାଟିଏ ରଖୁଥିଲା । ସ୍କୁଲ ପାଖରେ ଘରଭଡ଼ା ମିଳିବାରୁ ଚାକର ପିଲାଟିକୁ ବାହାର କରିଦିଆଗଲା । ଶାଶୁ କହିଛି, ଏ ମହଙ୍ଗା ଯୁଗରେ ଚାକରଟା ରଖୁ ନିଜକୁ ସେ ଚାକରାଣୀ ବୋଲି କହି ବୋହୂକୁ ଆକ୍ଷେପ କରିଛି ।

ବୋହୂ ନିଜର ଦୟନୀୟ ପରିସ୍ଥିତି, ହେଉଛି, ସେ ସମ୍ବନ୍ଧରେ ଶାଶୁକୁ ବୁଝାଇବାକୁ ଚେଷ୍ଟା କରିଛି । ମାତ୍ର ଶାଶୁ ବୋହୂର କୌଣସି କଥା ବୋହୂ ନିଜର ଭାଗ୍ୟକୁ ନେଇ ବ୍ୟସ୍ତହୋଇଛି । ସେ କେତେ ଆଶାକରି ଘର ସଂସାର କରିଥିଲା, ସେ ସୁଖ ପାଇଲା ନାହିଁ । ଫଳରେ ତା’ର ବାପାଭାଇ ଦୁଃଖରେ ଅଛନ୍ତି । ବାପା ଭାଇଙ୍କ କଥାଶୁଣିବା ମାତ୍ରେ ଆହୁରି କେତେ କ’ଣ ଶାଶୁ କହିଛି । ଏପରିକି ବୋହୂ ଚାକରି କରି ପରପୁରୁଷଙ୍କ ସାଙ୍ଗରେ ମିଶୁଛି ବୋଲି ଖୁଣ୍ଟା ଦେଇଛି । ବୋହୂ ପରିବେଶ ଓ ପରିସ୍ଥିତିକୁ ନେଇ ଚଳିବା କଥା କହିଲେ ଶାଶୁ କିଛି ବୁଝିନାହିଁ । ଛଳେଇ କରି କହିଛି – ‘ଆହାଲୋ . . . ମୋ ସତୀ ଶିରୋମଣି । ପୂର୍ବ ଜନ୍ମରେ ସତେ ଯେମିତି ତୁଇ ଏକା ସୀତା-ସାବିତ୍ରୀ ହୋଇ ଜନ୍ମିଥିଲୁ ।’’ ଶାଶୁର ଛଳୋକ୍ତିରେ ବୋହୂ କାନ୍ଦି ପକାଇଛି ।

କୋହଭରା କଣ୍ଠରେ ପୁଅ ପାଇଁ ସେ ଏତେକଥା ଶୁଣୁଛି ବୋଲି କହିଛି । କେବଳ ମର୍ଯ୍ୟାଦାର ସହିତ ଚଳିବ ବୋଲି ସେ ସ୍ଵାମୀ ସହିତ ରହିଛି, ନହେଲେ ସେ କୁଆଡ଼େ ପଳାଇଯାଆନ୍ତାଣି । ଶାଶୁର ଗଞ୍ଜଣା ଓ ସ୍ୱାମୀର ଗାଳିମାଡ଼ ଖାଇ ଆଉ ସେ ଏଠାରେ ପଡ଼ି ରହିନଥାନ୍ତା । ଶେଷଦୃଶ୍ୟରେ ଦେଖାଯାଇଛି ସ୍ଵାମୀ ସ୍ତ୍ରୀ ରାତ୍ରିରେ ନିଦ୍ରାଯିବା ପୂର୍ବରୁ କଥାବାର୍ତ୍ତା କରୁଛନ୍ତି । କଥାବାର୍ତ୍ତା ନୁହେଁ ପରସ୍ପର ମଧ୍ୟରେ କଥା କଟାକଟି କରୁଛନ୍ତି । ସେମାନେ ରାତିରେ ମଧ୍ୟ ଭଲରେ ଶୋଇପାରୁ ନାହାଁନ୍ତି । ସ୍ତ୍ରୀ ମନର ପୁଞ୍ଜୀଭୂତ ରାଗରୋଷକୁ ସ୍ଵାମୀ ଆଗରେ ବଖାଣି ବସିଛି । ସ୍ଵାମୀ କିଛି ଶୁଣିବାକୁ ଚାହିଁନି । ମା’ ବିରୁଦ୍ଧରେ ସେ କିଛିବି ଶୁଣିବାକୁ ଚାହିଁ ନାହିଁ । ମାତୃଭକ୍ତ ଭାବରେ କହିଛି ମା’ ଏ ବୟସରେ କେବେବି ବଦଳିବ ନାହିଁ ।

ତେଣୁ ସ୍ତ୍ରୀକୁ ବଦଳିଯିବା ପାଇଁ ସ୍ଵାମୀ ପରାମର୍ଶ ଦେଇଛି । ସ୍ତ୍ରୀ କହିଛି ଗୋସେଇଁ ମା’ ହିସାବରେ ନାତିକୁ କେତେବେଳେ ସ୍ନେହ ଶ୍ରଦ୍ଧା କରୁନାହାଁନ୍ତି । ସେହି ଛୋଟପିଲାର ଭବିଷ୍ୟତକୁ ଆଖ୍ ଆଗରେ ରଖ୍ ଏପରି ପରିବେଶରୁ ସେ ଦୂରେଇ ଯିବାକୁ ଚାହିଁଛନ୍ତି । ସ୍ୱାମୀ ସ୍ତ୍ରୀକୁ ବୁଝାଇଛନ୍ତି । ଯଦି ତୁମ ବୋହୂ ତୁମ ପ୍ରତି ଅବହେଳା କରେ, ଭବିଷ୍ୟତକୁ ବିଚାର କର । ମାତ୍ର ସ୍ତ୍ରୀ ବୋହୂର ସବୁକଥା ସହିଯିବେ ବୋଲି କହିଛନ୍ତି ।

ସ୍ତ୍ରୀ ନିଜ ମନର ପୁଞ୍ଜୀଭୂତ ଦୁଃଖକୁ ପ୍ରକାଶ କରି କହିଛି – ସେମାନଙ୍କର ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଗୋଟାଏ ବାହାନା, ଯେଉଁଥିରେ ବାସ୍ତବତା ନାହିଁ । ବରଂ ସେ ତାଙ୍କ ଘରକୁ ସ୍ତ୍ରୀ ଭାବରେ ଆସି ନାହାଁନ୍ତି, ଆସିଛନ୍ତି ଗୋଟିଏ ଚାକରାଣୀ ଭାବରେ । ବର୍ତ୍ତମାନ ସେ ପୁଅ ପାଇଁ କେବଳ ସ୍ଵାମୀ ପାଖରୁ ଗୋଟିଏ ମିଛ ଆଶ୍ରୟ ଚାହେଁ । ତାଙ୍କ ମନରେ ସ୍ଵାମୀ ପ୍ରତି ଯେତେ ଘୃଣା ରହିଲେବି, ସେ ପତ୍ନୀ ଭାବରେ ମୁଣ୍ଡମାଡ଼ି ରହିଥ‌ିବେ । ସେ ଏକା ବଞ୍ଚିବାକୁ ଚାହିଁଲେ ବି ଆଜିର ଦୁନିଆ ତାଙ୍କୁ ଏକା ବଞ୍ଚିବାକୁ ଦେବନାହିଁ ।

କ୍ଷୋଭର ସହିତ ସ୍ତ୍ରୀ ପୁଣି କହିଛି – ‘ସତଟାକୁ ଯେତେ ଘୋଡ଼େଇଲେ ବି ସେଇଟା ଆପେ ଆପେ ଫୁଟି ବାହାରି ପଡ଼ିବ । କଥାଟା ଏକଦମ୍ ସ୍ପଷ୍ଟ-ଆମର ସମ୍ପର୍କରେ ବାହାନାଟା ବେଶି, ସମ୍ପର୍କ କମ୍। ଯୋଉଟାକୁ ନିରୁପାୟ ବୋଲି କହିଲେ ଅଧ୍ଵକ ଠିକ୍ ହେବ । ଆମେ ଦୁହେଁ ଗୋଟାଏ ଘରର ଛାତତଳେ ସ୍ଵାମୀ ସ୍ତ୍ରୀ ଭାବରେ ଏକାଠି ମିଳିମିଶି ରହୁଥିଲେ ବି ଆମର ସମ୍ପର୍କଟା ଯେକୌଣସି ଗୋଟାଏ ନାଟକର ଅଭିନୟଠୁ ବଳି ବେଶି ସୁନ୍ଦର . . . ଅଧ୍ଵ ଜୀବନ୍ତ ।’’

ନେପଥ୍ୟରୁ ଶୁଣାଯାଇଛି, ଏଇଠି ନାଟିକାଟି ଶେଷ ହୋଇନାହିଁ । ଏହାକୁ ପୁଣି ଆରମ୍ଭ ବୋଲି ଧରାଯାଇପାରେ । କାରଣ ସମ୍ପର୍କ ଯେତେବେଳେ ସୀମିତ, ସେଠାରେ କାହାଣୀର ସମାପ୍ତି ନାହିଁ କିମ୍ବା ଏ ଘଟଣାର ସମାଧାନ ଖୋଜିବା ଅସମ୍ଭବ ।

CHSE Odisha Class 11 Odia Solutions Chapter 11 ଭାଲୁ ଉପଦ୍ରବ

Odisha State Board CHSE Odisha Class 11 Odia Solutions Chapter 11 ଭାଲୁ ଉପଦ୍ରବ Textbook Exercise Questions and Answers.

CHSE Odisha Class 11 Odia Chapter 11 ଭାଲୁ ଉପଦ୍ରବ Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର। ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ରେଡ଼ିଓର ଜରୁରୀ ଘୋଷଣା ଶୁଣିବାବେଳକୁ ସୁରେଶ କ’ଣ ଭାଙ୍ଗୁଥୁଲା ? (ପଥର, ମୁଗୁର, ଇଟା, ହାତୁଡ଼ି)
Solution:
ମୁଗୁର

(ଖ) କିଏ ଯାଇ ରେଡ଼ିଓ ବନ୍ଦ କରି ଦେଇଚି ? (ଦେବକାନ୍ତ, ନିଶାକର, ଗୋପୀ, ମନମୋହନ)
Solution:
ମନମୋହନ

(ଗ) କେଉଁ ଖବରଟା ବେଳେବେଳେ ସତ ହୋଇଯାଏ ବୋଲି ନିଶାକର କହିଛନ୍ତି ? (ସକାଳ, ମଧ୍ୟାହ୍ନ, ଅପରାହ୍ନ, ସନ୍ଧ୍ୟା)
Solution:
ସକାଳ

(ଘ) କୈଳାସର ସଂସ୍କୃତ ଶ୍ଳୋକ ଶୁଣି ତାହା କେଉଁ ଭାଷାର ବୋଲି ସୁରେଶ କହିଛନ୍ତି ? ( ଓଡ଼ିଆ, ହିନ୍ଦୀ, ତେଲୁଗୁ, ତାମିଲ)
Solution:
ତେଲୁଗୁ

(ଙ) କେଉଁ କଥା ଭୟାନକ ବୋଲି ଗୋପୀ କହିଛି ? (ଭାଲୁକାମୁଡ଼ା, ଭାଲୁର ଜିଭଚଟା, ଭାଲୁ ଆମ୍ପୁଡ଼ା, ଭାଲୁ ଘୋଷରା)
Solution:
ଭାଲୁ ଆମ୍ପୁଡ଼ା

(ଚ) ଭାଲୁ ଆଦୌ କ’ଣ ସହିପାରେ ନାହିଁ ? (ବନ୍ଧୁତା, ମାନବିକତା, ବିଶ୍ଵସଘାତକତା, ଶଠତା)
Solution:
ବିଶ୍ଵସଘାତକତା

(ଛ) ମନମୋହନଙ୍କ ଭାଇଟିର କେତେବେଳେ ଇଣ୍ଟରଭିଉ ଥିଲା ? (ଆଠଟାରେ, ନଅଟାରେ, ଦଶଟାରେ, ସାଢ଼େ ଦଶଟାରେ)
Solution:
ଦଶଟାରେ

(ଜ) କୈଳାସଙ୍କର ସେଦିନ ଜଣକ ସାଙ୍ଗରେ କେଉଁଠି ଦେଖାକରିବାର ଥିଲା ? (ବସ୍‌ଷ୍ଟାଣ୍ଡରେ, ମେଡ଼ିକାଲରେ, ରେଡ଼ିଓ ଷ୍ଟେସନରେ, ଷ୍ଟେସନରେ )
Solution:
ଷ୍ଟେସନରେ

CHSE Odisha Class 11 Odia Solutions Chapter 11 ଭାଲୁ ଉପଦ୍ରବ

(ଝ) ନିଶାକରବାବୁ ଖଟ ଉପରେ କ’ଣ ଦେଖ୍ ଭା…. ବୋଲି କହିଲେ ? (କଳାଚାଦର, କଳାବେଡ଼ସିଟ୍, କଳାକମ୍ବଳ, କଳାରେଜେଇ)
Solution:
କଳାକମ୍ବଳ

(ଞ) କମ୍ବଳଟା କିଏ ଘୋଡ଼ିହୋଇ ଶୋଇଥିଲା ? (ସୁରେଶ, ଦେବକାନ୍ତ, ଗୋପୀ, ମନମୋହନ)
Solution:
ଗୋପୀ

(ଟ) ଭାଲୁର କାହାପ୍ରତି ଆଲର୍ଜି ବୋଲି ମନମୋହନ କହିଛନ୍ତି ? (ଅନ୍ଧାର, ଆଲୁଅ, ଦ୍ବିପ୍ରହର, ସକାଳ)
Solution:
ଆଲୁଅ

(୦) କେଉଁ ଭାଲୁ ଜଙ୍ଗଲରୁ ଆସି ଆମ ପାଇଖାନାରେ ଲୁଚିନାହିଁ ବୋଲି ମନମୋହନ କହିଲେ ? (ସହରୀଭାଲୁ, ଭୟାନକ ଭାଲୁ, କବିତାର ଭାଲୁ, ଗପର ଭାଲୁ)
Solution:
ଗପର ଭାଲୁ

(ଉ) ‘ଆଲୁଅରେ ଖାଇଲେ ଗୁଡ଼, ଅନ୍ଧାରରେ ଖାଇଲେ ତ ସେଇ ଗୁଡ଼’’ ଏହା କିଏ କହିଛି ? (ମନମୋହନ, ନିଶାକର, ସୁରେଶ, ଗୋପୀ)
Solution:
ନିଶାକର

(ଢ) କେଉଁ କଥା ବରଦାସ୍ତ କରିପାରିବେନି ବୋଲି ସୁରେଶ କହିଛନ୍ତି ? (ଭାଲୁ, ବନ୍ଦ, ଅପମାନ, ଭୟ)
Solution:
ବନ୍ଦ

(ଣ) ଦରକାର ପଡ଼ିଲେ କିଏ ଭାଲୁଠୁ ଆହୁରି ବେଶି ହିଂସ୍ର ହୋଇପାରେ ? (ସିଂହ, ବାଘ, ଗୟଳ, ମଣିଷ)
Solution:
ମଣିଷ

(ତ) ଇଚ୍ଛାକଲେ ମଣିଷ ବି କ’ଣ ହୋଇପାରେ ବୋଲି ମନମୋହନ କହିଛନ୍ତି ? (ହତ୍ୟାକାରୀ, ପଶୁ, ପ୍ରତିଶୋଧପରାୟଣ, କ୍ଷମାଶୀଳ)
Solution:
ପଶୁ

(ଥ) ଗୋପୀକୁ କିଏ ପିଟିଲା ବୋଲି ସେ କହିଥିଲା ? (ଭୂତ, ଭାଲୁ, ପୋଲିସ, କିଏ ଜଣେ)
Solution:
ଭାଲୁ

(ଦ) କୈଳାସ କ’ଣ ବଜେଇ ବଜେଇ ଭିତରକୁ ଆସିଥିଲା ? (ବଂଶୀ, କେନ୍ଦରା, ଖଞ୍ଜଣୀ, ମୃଦଙ୍ଗ)
Solution:
ମୃଦଙ୍ଗ

(ଧ) କୈଳାସ କ’ଣ ହୋଇଗଲା ବୋଲି ସୁରେଶ କହିଛନ୍ତି ? (କଳାକାର, ଯୋଗୀ, ପାଗଳ, ପଣ୍ଡିତ)
Solution:
ପାଗଳ

(ନ) ଏ ଭାଲୁର ପୂର୍ବପୁରୁଷ କିଏ ବୋଲି କୈଳାସ କହିଛି ? (ହନୁମାନ, ଜାମ୍ବବାନ, ସୁଗ୍ରୀବ, ଅଙ୍ଗଦ)
Solution:
ଜାମ୍ବବାନ

(ପ) ଭାଲୁକୁ ମାରିଲେ ଏହା କେଉଁଭଳି ଏକ ଇସ୍ୟୁ ହୋଇଯିବ ବୋଲି କୁହାଯାଇଛି ? (ଅଯୋଧ୍ୟା, ଲଙ୍କା, କିଷ୍କିନ୍ଧ୍ୟା, କାଶ୍ମୀର)
Solution:
ଅଯୋଧ୍ୟା

(ଫ) କିଏ ଗୋପୀକୁ ନିଶାକରର ଜିମାରେ ଛାଡ଼ିଦେଇ ଯାଇଥିଲେ ? (ତା’ ମାଆ, ତା’ ବୁଢ଼ୀମା’, ତା’ ବାପା, ତା’ ବୁଢ଼ାବାପା)
Solution:
ତା’ ବୁଢ଼ୀମା’

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖି। ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

(କ) ରେଡ଼ିଓର ଜରୁରୀ ଘୋଷଣା ଶୁଣି କୈଳାସର ଅବସ୍ଥା କ’ଣ ହୋଇଚି ?
Solution:
ରେଡ଼ିଓର ଜରୁରୀ ଘୋଷଣା ଶୁଣି ଣାପାପାନରେ ଥିବା କୈଲାସର ଗୋଡ଼ ଦୁଇଟା ତଳକୁ ଓଦେଳ ଥାପିଛି ଏବଂ ସେ ପ୍ରାୟ ଫ୍ଲାଟ ହୋଇଯାଇଛି ।

(ଖ) ସହର ଭିତରକୁ ଭାଲୁଟିଏ ପଶି ଆସିଥିବାର ଶୁଣି ସୁରେଶର ଅବସ୍ଥା କ’ଣ ହୋଇଛି ?
Solution:
ସହର ଭିତରକୁ ଭାଲୁଟିଏ ପଶି ଆସିଥିବାର ଶୁଣି ମୁଗୁର ଭାଙ୍ଗୁଥ‌ିବା ସୁରେଶ ମହିଷାସୁର ମର୍ଦ୍ଦିନୀ ପରି ଲୋରେ ମିଳ ହୋଲମାଲଛି |

(ଗ) ରେଡ଼ିଓ କେଉଁସବୁ ବିଷୟରେ ମିଛ କହେ ବୋଲି କୈଳାସ କହିଛି ?
Solution:
ରେଡ଼ିଓ, ବଜାର ଦର, ପାଣିପାଗ, ବନ୍ୟା, ମରୁଡ଼ି ବିଷୟରେ ମିଛ କହେ ବୋଲି କୈଳାସ କହିଛି

(ଘ) ସସେମିରା ପ୍ରସଙ୍ଗରେ କିଏ ସଂସ୍କୃତ ଶ୍ଳୋକଟିଏ କହିଛି ?
Solution:
ସସେମିରା ପ୍ରସଙ୍ଗରେ କୈଳାସ ସଂସ୍କୃତ ଶ୍ଳୋକଟିଏ କହିଛି ।

(ଙ) କୌଣସି ଏକ ଭାଲୁ କାହିଁ ଜିଭରେ ସସେମିରା ଲେଖ୍ ଦେଇଥିଲା ?
Solution:
କୌଣସି ଏକ ଭାଲୁ କଦ୍ଵା ଜିଭରେ ସସେମିରା ଲେଖ୍ ଦେଇଥିଲା |

(ଚ) ଆଜି ଆଉ ବଜାରି ଯିବା ସମ୍ଭବ ନୁହେଁ ବୋଲି ନିଶୀକର କାହିଁକି କହିଛି ?
Solution:
ରାଲ୍ମ ସନରକୃ ପଣିଆପିଛି ଖବର ଶୁଣିବାପରେ ଆଉ ବଜାର ଯିବା ସମ୍ଭବ ନୁହେଁ ବୋଲି ନିଶାକର କହିଛି ।

(ଛ) ଭାଲୁ କେଉଁବାଟ ଦେଇ ବାଥରୁମ୍‌କୁ ପଶି ଆସିଥିଲା ବୋଲି ଦେବକାନ୍ତ ଅନୁମାନ କରିଛି ?
Solution:
ଭାଲୁ ପଛପଟ ଖୋଲା ଦରଜା ଦେଇ ବାୟୁମକୁ ପଶି ଆସିଥିଲା ବୋଲି ଦେବକାନ୍ତ ଅନୁମାନ କରିଛି ।

(କ) ଭାଲୁ ବେଡ଼ରୁମ୍‌ରେ ଢୁକିଥିଲେ କ’ଣ ହୋଇଥାଆନ୍ତା ?
Solution:
ଭାଲୁ ବେଡ଼ରୁମ୍‌ରେ ଢୁକିଥିଲେ ପିଣ୍ଡାରେ ମଣିଷ ଶୋଇ ପଡ଼ିଥାନ୍ତା।

(ଝ) ଭାଲୁ କେଉଁଠି ଥିଲେ ବାହାରିବାର ଉପାୟ ନାହିଁ ବୋଲି ମନମୋହନ କହିଛି ?
Solution:
ଭାଲୁ ବାହାରେ ଥିଲେ ଯେମିତି ବାହାରିବାର ଉପାୟ ନାହିଁ, ଭିତରେ ଥିଲେ ବି ସେମିତି ବାହାରିବାର ଉପାୟ ନାହିଁ ବୋଲି ମନମୋହନ କହିଛି |

(ଞ) କେଉଁଠି ଭାଲୁ ଉପଦ୍ରବ ଆରମ୍ଭ ହୋଇଯାଇଛି ବୋଲି ନିଶାକର କହିଲେ ?
Solution:
ସହରରେ ନୁହେଁ, ଆମର ଏ ମେସ୍ ଭିତରେ ଭାଲୁ ଉପଦ୍ରବ ଆରମ୍ଭ ହୋଇଯାଇଛି ବୋଲି ନିଶାକର କହିଛି |

(ଟ) ନିଶାକରବାବୁ ଗୋପୀକୁ ଠେଲିଦେଇ କ’ଣ କହିଥିଲେ ?
Solution:
ନିଶାକରବାବୁ ଗୋପୀକୁ ଠେଲିଦେଇ, ‘ଖାଲି ସବୁବେଳେ ସପନ ଦେଖୁଥା’ ବୋଲି କହିଥିଲେ ।

(୦) ମନମୋହନ ଭାଲୁକୁ ଶୋଇଥ‌ିବାର ଦେଖୁବାବେଳେ ଭାଲୁ କେଉଁ ଅବସ୍ଥାରେ ଥିଲା ବୋଲି ନିଶାକର କହିଲେ ?
Solution:
ମନମୋହନ ଭାଲୁକୁ ଶୋଇଥବାର ଦେଖିବାବେଳେ, ସେତେବେଳେ ଦିନଥ‌ିବାରୁ, ଜରରେ କମ୍ପୁଥିଲା ବୋଲି ନିଶାକର କହିଲେ ।

CHSE Odisha Class 11 Odia Solutions Chapter 11 ଭାଲୁ ଉପଦ୍ରବ

(ଙ) ମନମୋହନ ଓ ନିଶାକର ଭାଲୁ ସମ୍ପର୍କରେ କଥା ହେଲାବେଳେ ସୁରେଶ ହାତରେ କ’ଣ ସବୁ ଧରି ଆସିଥିଲେ ?
Solution:
ମନମୋହନ ଓ ନିଶାକର ଭାଲୁ ସମ୍ପର୍କରେ କଥା ହେଲାବେଳେ ସୁରେଶ ହାତରେ ଗୋଟାଏ ବଲ୍ବ୍ ହୋଲତର ସହିତ କିଛି ତାର ଓ ହାତୁଡ଼ି ଧରି ଆସିଥିଲେ ।

(ଢ) କେଉଁ କଥା ପ୍ରମାଣ ମାଗିଲେ ଦବା କଷ୍ଟକର ବୋଲି ନିଶାକର କହିଛି ?
Solution:
ଏ ଜଗତଟା ବିଶ୍ଵାସରେ ଚାଲିଛି, ମାତ୍ର ଏହା ପ୍ରମାଣ ମାଗିଲେ ଦବା କଷ୍ଟକର ବୋଲି ନିଶାକର କହିଛି ।

(ଣ) ଆଲୁଅ ନ ଜାଳିବାକୁ ନିଶାକର କାହିଁକି କହିଛି ?
Solution:
ଭାଲୁର ବିଶ୍ଵାସ ପ୍ରତି ଆସ୍ଥାରଖି ଆଲୁଅ ନ ଜାଳିବାକୁ ନିଶାକର କହିଛି ।

(ତ) ଭାଲୁର କେଉଁ କଥା ପ୍ରତି ଆଶା ରଖାଯାଉ ବୋଲି ନିଶାକର କହିଛି ?
Solution:
ଭାଲୁର ବିଶ୍ଵାସ ପ୍ରତି ଆଶା ରଖାଯାଉ ବୋଲି ନିଶାକର କହିଛି ।

(ଥ) କେଉଁ କଥାସବୁ ବନ୍ଦ ବୋଲି ସୁରେଶ କହିଛି ?
Solution:
ଖାଇବା, ଶୋଇବା, ଝାଡ଼ା, ପରିସ୍ରା ସବୁ ବନ୍ଦ ବୋଲି ସୁରେଶ କହିଛି ।

(ଦ) ଭାଲୁ ବିଷୟରେ କାହାକୁ ଖବର ଦେବେ ବୋଲି ମନମୋହନ କହିଛି ?
Solution:
ଭାଲୁ ବିଷୟରେ anti ଭାଲୁ Squard କୁ ଖବର ଦେବେ ବୋଲି ମନମୋହନ କହିଛି ।

(ଧ) ସ୍କାର୍ଡ଼ ଫୁଆଡ଼୍ କଥା ରଖି କ’ଣ ଦରକାର ବୋଲି ମନମୋହନ କହିଛି ?
Solution:
ସ୍ଫୁର୍ଡ଼ ଫୁଆଡ଼୍ କଥା ରଖି ଘରବାଲା ଚୂନ ଦେବାପାଇଁ ଯେଉଁ ବାଉଁଶ ରଖିଥିଲା ସେଇଥୁରୁ ଗୋଟିଏ ଦରକାର ବୋଲି ମନମୋହନ କହିଛି ।

(ନ) ବହିରେ କ’ଣ ଲେଖୁଚି ବୋଲି ଦେବକାନ୍ତ କହିଛି ?
Solution:
ଭାଲୁ ଗୋଟିଏ ହିଂସ୍ର ପ୍ରାଣୀ ଓ ପ୍ରତିଶୋଧପ୍ରବଣ ବୋଲି ବହିରେ ଲେଖିଚି ବୋଲି ଦେବକାନ୍ତ କହିଚି ।

(ପ) ଭାଲୁଟାର କେଉଁ ଜ୍ଞାନ ନାହିଁ ବୋଲି ନିଶାକର କହିଛି ?
Solution:
ଭାଲୁ ଗୋପୀ ଗାଲରେ ମାରିଥିବାରୁ, ତା’ର ବଡ଼ସାନ ଜ୍ଞାନ ନାହିଁ ବୋଲି ନିଶାକର କହିଛି ।

(ଫ) ରାତିଟାର କଥା ବୋଲି ନିଶାକର କାହିଁକି କହିଛି ?
Solution:
ରାତିଟାର କଥା ବୋଲି ନିଶ୍କର କହିଛି, କାରଣ ରାତି ପାହିଲେ ଭାଲୁ ଭାଲୁ ବାଟରେ ଓ ଆମେ ଆମ କାହିଁକି କହିଛି |

Question 3.
ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) ସହର ଭିତରକୁ ଭାଲୁଟାଏ ପଶି ଆସିଥିର ନିଶାକରଠାରୁ ଶୁଣି ମନମୋହନ କ’ଣ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ସହର ଭିତରକୁ ଭାଲୁଟାଏ ପଶି ଆସିଥିର ନିଶାକରଠାରୁ ଶୁଣି ମନମୋହନ କହିଛି, ଆପଣ ଗାଲୁଆମି କରି, ବଜାର ନ ଯାଇ, ଯାହା ପଚରା ପୋକରା ବଳକା ପରିବା ଅଛି, ସେଇଥରେ ଚଳେଇ ନେବେ ବୋଲି ଚାହିଁଛନ୍ତି ।

(ଗ) କେଉଁ କଥା ମନମୋହନ ଜାଣିପାରିବନି ବୋଲି ଗୋପୀ ମନମୋହନକୁ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ସହରରେ ରହୁଥ‌ିବା ଲୋକ ହିସାବରେ ଭାଲୁ ଆମ୍ପୁଡ଼ା କି ଭୟାନକ ସେ କଥା ମନମୋହନ ଜାଣିପାରିବନି ବୋଲି ଗୋପୀ ମନମୋହନକୁ କହିଛି ।

(ଘ) ‘ଆପଣ ଯାହା ଭାବିପାରନ୍ତି”…..ଏହା କିଏ କେଉଁ ପ୍ରସଙ୍ଗରେ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ‘ଆପଣ ଯାହା ଭାବି ପାରନ୍ତି’… ଏହା ନିଶାକର ରୋଷେଇ ବନ୍ଦ ପ୍ରସଙ୍ଗରେ କହିଛି ।

(ଙ) ଭାଲୁର ଯିବା ଆସିବା ସମ୍ପର୍କରେ ମନମୋହନ କ’ଣ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଭାଲୁର ଯିବା ଆସିବା ସମ୍ପର୍କରେ ମନମୋହନ କହିଛି, ‘ଭାଲୁ କ’ଣ ଟୁର୍ ପ୍ରୋଗ୍ରାମ୍ ଦେଇ ସହରକୁ ଗସ୍ତ କରିବାକୁ ଆସିଛି ଯେ ତା’ମିତା ଥାପିବା କଥା କଣାପଡିବ ?

(ଚ) ସୁରେଶର ସେଦିନ କ’ଣ କାମ ଥିଲା ବୋଲି ସେ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଅଫିସ୍‌ରେ ଗୋଟାଏ ଜରୁରୀ ଫାଇଲ୍ dispose କରିବାର ଥିଲା ଉଲ୍ଲେଖ କରିଛନ୍ତି । ସୁରେଶର ସେଦିନ ବୋଲି ସେ କହିଛି ।

(ଛ) ସରକାର ସମସ୍ତଙ୍କୁ କେଉଁ ବିଷୟରେ ଜଣାଇବାକୁ ଅନୁରୋଧ କରିଥିଲେ ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ସରକାର ଗୋଟିଏ ଅନୁସନ୍ଧାନ ସ୍କାର୍ଡ଼ ଖୋଲିଛନ୍ତି, ଯିଏ ବା ଯେଉଁମାନେ ଭାଲୁର ସନ୍ଧାନ ପାଇବେ, ତୁରନ୍ତ ସେହି ୱାର୍ଡ଼କୁ ଜଣାଇବାକୁ ଅନୁରୋଧ ।

(ଜ) ସର୍ବଶେଷ ଖବରରୁ କ’ଣ ଜଣାଯାଇଛି ବୋଲି ଆନାଉନ୍ସ ହୋଇଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ସର୍ବଶେଷ ଖବରରୁ ଜଣାଯାଇଛି, ଆଜି ସହରରେ ହେବାକୁ ଥିବା ଇଣ୍ଟରଭ୍ୟୁ, କ୍ରିକେଟ୍ ଖେଳ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାସବୁ ଏହି ଭାଲୁ ଉପଦ୍ରବ ପାଇଁ ବନ୍ଦ ରହିଛି ବୋଲି ଆନାଉନ୍ସ ହୋଇଛି ।

(ଝ) ଗୋପୀ ଆଖ୍ ବନ୍ଦକରି ଚିତ୍କାର କରିବା ଦେଖୁ ନିଶାକର ବାବୁ କ’ଣ କହିଛନ୍ତି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଗୋପୀ ଆଖି ବନ୍ଦ କରି ଚିତ୍କାର କରିବା ଦେଖି ନିଶାକର ବାବୁ କହିଛନ୍ତି, ‘ଆ କାହିଁକି ଏତେ ପାଟି କରୁଚ ? ଶୋଇ ପଡ଼ିଛି, ଉଠି କରିବା|

(ଞ) ମନମୋହନ ବାବୁ ଭାଲୁକୁ କେଉଁଠି ଶୋଇଥ‌ିବାର ଦେଖ‌ିଲେ ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ମନମୋହନ ବାବୁ ଭାଲୁକୁ ପାଇଖାନା ଭିତରେ ଶୋଇଥବାର ଦେଖିଲେ ।

(ଟ) ଶକ୍ତି ଆଉ ବଳ ମାପିବା ପାଇଁ କ’ଣ ଦରକାର ହୁଏ ବୋଲି ମନମୋହନ ନିଶାକରକୁ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଶକ୍ତି ଆଉ ବଳ ବୋଲି ମନମୋହନ ନିଶାକରକୁ କହିଛି |

(୦) ସୁରେଶ ଗୋପୀକୁ ଡାକି କେଉଁଠି ଆଲୁଅ ଜାଳିବାକୁ କହିଛି ଓ କାହିଁକି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ସୁରେଶ ଗୋପୀକୁ ଡାକି ବାଥୁରୁମ୍ ବାହାରେ ଆଲୁଅ ଢାଳିବାକୁ କହିଛି, କାରଣ ବାଥୁରୁମ୍ ଭିତରକୁ ଯେପରି ସାମାନ୍ୟ ଆଲୁଅ ପଡ଼ିବ ।

(ଉ) ଭାଲୁ କେଉଁ ଦଣ୍ଡ ଦେବ ବୋଲି ସୁରେଶକୁ ଜଣା ନଥିଲା?
Solution:
ଦିନସାରା ଓପାସ ରହିଛନ୍ତି, ରାତିକି ଖାଇବା କଥା ଜଣାନାହିଁ, ସେଥ‌ିରେ ବାଥୁରୁମ୍ ଯିବା ମନା, ଭାଲୁ ତାଙ୍କୁ ଏପରି ଦଣ୍ଡ ଦେବ ବୋଲି ସୁରେଶକୁ ଜଣାନଥୁଲା ।
(ଢ) ସୁରେଶ ୱାର୍ଡ଼ କଥା କାହିଁକି କହୁଥିଲା ବୋଲି ମନମୋହନକୁ କହିଛି ?


‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଭାଲୁଟିକୁ ଏ ଘରୁ ବିଦା ନକଲା ପର୍ଯ୍ୟନ୍ତ, ଏ ଘରେ କାହାରି କିଛି Freedom ନାହିଁ, ତେଣୁ ସୁରେଶ ୱାର୍ଡ଼ କଥା ମନମୋହନକୁ

(ଣ) ‘‘ଠିକ୍ କହିଛୁ ମନମୋହନ’’- ଏଠାରେ ମନମୋହନର କେଉଁ କଥାଟି ଠିକ୍ ବୋଲି କୁହାଯାଇଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଏଠାରେ ମନମୋହନର,‘ଠିକ୍ କହିଛୁ ମନମୋହନ ାଲୁଠାରୁ ଆହୁରି ବେଶି ହିଂସ୍ର ହୋଇପାରେ’ ‘ଦରକାର ପଡ଼ିଲେ ମଣିଷ କଥାଟି ଠିକ୍ ବୋଲି କୁହାଯାଇଛି । ଲ୍ଲେଖ କରିଛନ୍ତି ।

(ତ) ଭାଲୁ କ’ଣ କରିପାରେ ବୋଲି ଦେବକାନ୍ତ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଭାଲୁ ଉଚ୍ଚ ଜାଗାକୁ ଚଢ଼ିପାରେ, ଆମ୍ପୁଡ଼ା କାମୁଡ଼ା ପରି ଜାବୁଡ଼ା ବି ଲଗେଇପାରେ ବୋଲି ଦେବକାନ୍ତ କହିଛି । .

(ଥ) ‘ଟିଟ୍ ଫର୍ ଟ୍ୟା’’ ପ୍ରସଙ୍ଗରେ କ’ଣ କୁହାଯାଇଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଭାଲୁକୁ ଘରେ ପୂରାଇ, ତା’ଭୟରେ କାକୁସ୍ଥ ହେବା ଅପେକ୍ଷା ତାକୁ ସାମ୍‌ନା କରିବା ଅତ୍ୟନ୍ତ ଭଲ ପ୍ରସଙ୍ଗରେ ‘ଟିଟ୍-ଫର୍ ଟ୍ୟାଟ୍’

(ଦ) ମନମୋହନର ଉଦ୍‌ବୋଧନ ଶୁଣି ଗୋପୀ କ’ଣ କହିଥିଲା ?
Solution:
ଶୁଣି ଗୋପୀ କହିଥିଲା, ବାଉଁଶଟାଏ ଆଣିଦେବି ଆଜ୍ଞା ଖେଞ୍ଚା ମାରିଦେଲେ ଖୋଲା ଦରଜା ଦେଇ ପଳେଇବାକୁ ଭାଲୁ ବାଟ ପାଇବନି ।

(ଧ) ଉଣେଇଶ ଶହ ଏକାନବେ ମସିହା ଆଇ. ଏ.ଏସ୍ ପରୀକ୍ଷାରେ ଜାମ୍ବବାନ ବିଷୟରେ କେଉଁ ପ୍ରଶ୍ନ ପଡ଼ିଥିଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଉଣେଇଶ ଶହ ଏକାନବେ ମସିହା ଆଇ. ଏ. ଏସ୍. ପରୀକ୍ଷାରେ ଜାମ୍ବବାନ ବିଷୟରେ ପ୍ରଶ୍ନ ପଡ଼ିଥିଲା, Write a shortnote on Jambaban was a bear who served ରାମ like Hanuman |

(ନ) କୈଳାସ ଘର ଭିତରେ ବସି ବସି କ’ଣ କରିଛି ?
Solution:
‘ଭାନ୍ଦୁ ରପଦର’ ଏହାକିକାରେ ନାଏହେଲାର ବିଲଯ ବସି ବସି ଭାଲୁ ଜଣାଣ ଲେଖିଚି ।

(ପ) କୈଳାସ ତା’ ମନଟାକୁ କିପରି ବୁଝେଇ ସାରିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । କୈଳାସ ତା’ମନଟାକୁ ବୁଝେଇ ସାରିଚି – ‘ଏଠି ପଡ଼ିଆ ନାହିଁ, ପୋଖରୀ ନାହିଁ, ପାଇଖାନା ଦଖଲ ହୋଇ ଯାଇଓ, ରେ ମନ . ତୁ ଶୋଇଯା ।’

(ଫ) କ’ଣ କଲେ ଭାଲୁ ଚାଲିଯିବ ବୋଲି ଦେବକାନ୍ତ ପ୍ରସ୍ତାବ ଦେଇଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଦେବକାନ୍ତ ଭାଲୁ ଚାଲିଯିବାର ପ୍ରସ୍ତାବ ଦେଇ କହିଛି, ଯଦି ପାଇଖାନାର ପଛପଟ ଦରଜାଟା ଖୋଲି ଦିଆଯାଏ, ତାହେଲେ ଭାଲୁ ଚାଲିଯିବାର ରାଷ୍ଟ୍ର ସଫା ହୋଇଯିବ ।

(ବ) ଭାଲୁ ତା’ ନିରାପଦ ଜାଗା କାହିଁକି ଛାଡ଼ିଯିବ ନାହିଁ ବୋଲି ନିଶାକର କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଆସିବା ବେଳ ହେଲାଣି, ସେଥ୍ପାଇଁ ଭାଲୁ ତା’ନିରାପଦ ଜାଗା ଉଲ୍ଲେଖ କରିଛନ୍ତି । ଯେହେତୁ ଭାଲୁକୁ ଜର ଛାଡ଼ିଯିବ ନାହିଁ ବୋଲି ନିଶାକର କହିଛି ।

CHSE Odisha Class 11 Odia Solutions Chapter 11 ଭାଲୁ ଉପଦ୍ରବ

(ଭ) ପାଇଖାନା ଭିତରେ ଭାଲୁ କ’ଣ ଜାଣିପାରିଥବ ଏବଂ ଦରଜା ଖୋଲା ଦେଖୁ କ’ଣ କରିବ ବୋଲି କୁହାଯାଇଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ପାଇଖାନା ଭିତରେ ଭାଲୁ ତା’ର ମୁକ୍ତି ଦରକାର ବୋଲି ଜାଣିପାରିଥବ ଏବଂ ଦରଜା ଖୋଲା ଦେଖିଲେ ତା’ର ଜର ଫର ଛାଡ଼ି ପଳେଇବ ବୋଲି କୁହାଯାଇଛି ।

(ମ) ଶୋଇଯାଇଥିବା ଗୋପୀ ଖୁଲି ଖୁଲି ହସି କ’ଣ କହୁଥିଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଶୋଇଥିବା ଗୋପୀ ଖିଲି ଖିଲି ହସି କହୁଥିଲା, ‘ଏ ଛାଡ଼….ଭାଲୁ……ଛାଡ଼ ମ! ତୁ କୁତୁ କୁତୁ କଲେ ମୁଁ ତ ତତେ କୁତୁ କୁତୁ କରିଦେବି…..ଚୁପ୍ ହୋଇ ବସିଲୁ ଖେଳିବା ।’

(ଯ) ଗୋପୀ କବାଟର ଜଞ୍ଜିରଟା ଖୋଲିଦେବା ପ୍ରସ୍ତାବ ଶୁଣି କୈଳାସ କ’ଣ କହିଚି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଗୋପୀ କବାଟର ଜଞ୍ଜିରଟା ଖୋଲି ଦେବା ପ୍ରସ୍ତାବ ଶୁଣି, କୈଳାସ କହିଛି, ଭାଲୁ ଜାମ୍ବବାନର ବଂଶଧର….ତାକୁ ମୁକ୍ତି ଦେଲେ ଇହକାଳ ପରକାଳ ସବୁ କାଳରୁ ମୁକ୍ତି ମିଳିଯିବ ।

(ର) ରାତିସାରା ଭାଲୁ କ’ଣ କଲା ବୋଲି ଗୋପୀ କହିଚି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ରାତି ସାରା ଭାଲୁ ସତରେ ନୁହେଁ, ସପନରେ ତା’କୁ କୁତୁ କୁତୁ କଲା ବୋଲି ଗୋପୀ କହିଛି ।

(ଳ) ପଛ ଦରଜାଟା ଖୋଲିଦେବାକୁ ଗୋପୀ କାହିଁକି ନାହିଁ କରିଥିଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ପଛ ଦରଜାଟା ଖୋଲି ଦେବାକୁ ଗୋପୀ ନାହିଁ କରିଥିଲା, ସେ କହିଥିଲା ଭାଲୁଟା ରାଗି ଯାଇଥବ ଏବଂ ଦରଜା ଖୋଲିବା କ୍ଷଣି ତା’ଉପରକ୍ତ ଚାକ, ପତିବ |

(ବି) ଗୋପୀ ଶେଷରେ କ’ଣ କହି କାନ୍ଦି କାନ୍ଦି ଚାଲିଗଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଗୋପୀକୁ ସମସ୍ତେ ଘେରି ମାଡ଼ ଦେବାରୁ, ସେ କହିଲା, ମାରନି, ଆଉ ମାରନି ମୋତେ ବାବୁମାନେ, ମୁଁ ନିଶ୍ଚେ ଯିବି, ତମେ ସବୁ ଭାଲୁକୁ ଡରିଗଲ, ଆଉ ମୁଁ ଡରିବି କାହିଁକି, ମୁଁ ଭାଲୁକୁ ଯାଉଚି କହି କାନ୍ଦି କାନ୍ଦି ଚାଲିଗଲା ।

(ଶ) ଗୋପୀ ତା’ ଘରକୁ ଚାଲିଯିବାବେଳେ ଭାଲୁ ଏବଂ ଅନ୍ୟ ସମସ୍ତଙ୍କ ମଧ୍ୟରେ କ’ଣ ପ୍ରଭେଦ ଥ‌ିବାର କହିଥିଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଗୋପୀ ତା’ଘରକୁ ଚାଲିଯିବାବେଳେ ଭାଲୁ ଏବଂ ଅନ୍ୟ ସମସ୍ତଙ୍କ ମଧ୍ୟରେ ପ୍ରଭେଦ ଥ‌ିବାର କହିଥିଲା । ଭାଲୁ ମତେ ହାତ ମୁଠାରେ ପାଇ ଛାଡ଼ିଦେଲା, କାରଣ ତମମାନଙ୍କଠାରୁ ଭାଲୁ ବେଶ୍ ନିରୀହ, ହେଲେ ତମ କଥା ମାନିନଥିଲେ, ତମେମାନେ ମୋତେ ପିଟି ପିଟି ମାରିଦେଇଥାନ୍ତ ।

Question 4.
ପ୍ରାୟ ୩୦ ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

(କ) ‘ଭାଲୁ ଉପଦ୍ରବ’ ଏକାଙ୍କିକାଟିର ମଞ୍ଚସଜ୍ଜା କିପରି ହୋଇଛି ?
Solution:
ମଞ୍ଚକୁ ଗୋଟିଏ ସାଧାରଣ ବସା ଉଠାଘର ଭାବରେ ଧରି ନିଆଯାଇପାରେ । ଏହାର ଗୋଟିଏ କ’ଣକୁ ଖଟିଆଟିଏ ଏବଂ ଅନ୍ୟ କ’ଣରେ ଟିପୟ ଏବଂ ତାହା ଉପରେ ଟିଭି ଓ ରେଡ଼ିଓ ଥୁଆ ହୋଇଛି । କାନ୍ଥସାରା ଅନେକ ଚଳଚ୍ଚିତ୍ର, ଅଭିନେତା ଅଭିନେତ୍ରୀଙ୍କର ଫଟୋ ମରାଯାଇଛି । ଗୋଟିଏ ଯୋଡ଼ିଏ ଚେୟାର୍ ଇତସ୍ତତ ପଡ଼ିଛି । ଗୋଟିଏ ପାଖକୁ କୁସ୍ତି କରିବା ସରଞ୍ଜାମ ରହିଛି ।

(ଖ) କେଉଁ ଅପ୍ରତ୍ୟାଶିତ ସମ୍ବାଦଟି ରେଡ଼ିଓ ଘୋଷଣା କରିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ରେଡ଼ିଓ ଘୋଷଣା କରିଥିବା ଅପ୍ରତ୍ୟାଶିତ ସମ୍ବାଦଟି ହେଉଛି, ‘ଗୋଟିଏ ଭାଲୁ, ହଠାତ୍ ଉତ୍‌କ୍ଷିପ୍ତ ହୋଇ ଜଙ୍ଗଲ ଭିତରୁ ପଳେଇ ଆସି ଆମ ଏ ସହର ଭିତରେ ଭୁକି ପଡ଼ିଛି । ସେ ଯେକୌଣସି ଜାଗାରେ ଥାଇପାରେ, ଯେକୌଣସି ଜାଗାରେ ପହଞ୍ଚିପାରେ, ଯେକୌଣସି ମୁହୂର୍ତ୍ତରେ ଯେକୌଣସି ଲୋକର କ୍ଷତି କରିପାରେ ।

(ଗ) ଭାଲୁ ସହ ସଂସ୍କୃତର ସମ୍ପର୍କ ବିଷୟରେ କୈଳାସ କ’ଣ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଭାଲୁ ସହ ସଂସ୍କୃତର ସଂପର୍କ ବିଷୟରେ କୈଳାସ କହିଛି, ଭାଲୁ ସହ ସଂସ୍କୃତର ଘନିଷ୍ଠ ସମ୍ପର୍କ ରହିଛି । ଯଦି ଭାଲୁ ସଂସ୍କୃତରେ ପଣ୍ଡିତ ନଥାନ୍ତା, ତାହେଲେ ସେ କିପରି ଗଛରେ ଚଢ଼ିଥିବା ମଣିଷ ଜିଭ ଭିତରେ ସସେମିରା ଲେଖିଦେଇଥାନ୍ତା ।

(ଘ) ସାଧାରଣ ଇକ୍ୟୁଏସନ୍‌ରେ ମନମୋହନ କେଉଁ ସିଦ୍ଧାନ୍ତରେ ପହଞ୍ଚି ପାରୁଥ‌ିବାର କହିଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ମନମୋହନ ନିଶାକରଙ୍କ ଉଦ୍ଦେଶ୍ୟରେ କହିଛି, ଆପଣ କୌଣସି ନା କୌଣସି କାରଣରୁ ଭାଲୁକୁ ଡରୁଛନ୍ତି । ସଂସ୍କୃତ ଶ୍ଳୋକରୁ ମଧ୍ଯ ଜଣାଯାଉଛି, ଭାଲୁ ବିଶ୍ଵାସଘାତକଙ୍କୁ ଘୃଣାକରେ । ତେଣୁ ସାଧାରଣ ଇକ୍ୟୁଏସନ୍‌ରେ ‘ମନମୋହନ ଏହି ସିଦ୍ଧାନ୍ତରେ ପହଞ୍ଚି ପାରୁଥିବାର କହିଲା ।

(ଙ) ‘‘ରାଗୁଛନ୍ତି କାହିଁକି ସାର୍‌’’- ଏହା କିଏ କାହାକୁ କେଉଁ ପ୍ରସଙ୍ଗରେ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ‘ରାଗୁଛନ୍ତି କାହିଁକି କରିବା ଯୋଜନା କରିଛି, ସେତେବେଳେ ସୁରେଶ ତାଙ୍କୁ ବିଶ୍ବାସଘାତକ ବୋଲି ଆକ୍ଷେପ କରିଛନ୍ତି । ନିଶାକର ଏଥୁରେ ବିରକ୍ତି ପ୍ରକାଶ କରିବାରୁ, ମନମୋହନ ବୁଝାଇବାକୁ ଯାଇ କହିଛି, ଆପଣ ମେସ୍‌ରେ ଛୋଟବଡ଼ ବିଶ୍ଵାସଯାତକତା ନ କଲେ ମେମ୍ ଚଳାଲଚା କାଠିନ |

(ଚ) ହାତୀ ପାଇଁ ଏ ଦେଶରେ ବନ୍ଦ ଡାକରା ଦେବେ ବୋଲି ସୁରେଶ କାହିଁକି କହିଛି ?’
Solution:
ଆକ୍ଷେପ କରି କହିଛି, ଭାଲୁ ପାଇଁ ଯଦି ମେସ୍ ବନ୍ଦ କରିଦେବ ତା’ହେଲେ ହାତୀପାଇଁ ଏ ଦେଶକୁ ତ ଗୋଟାଏ ବନ୍ଦ ଡାକରା ଦେଇଦେବେ ।

(ଛ) ‘କହ କହ କେଉଁଠାରେ ତୁହି’ ବୋଲି ସୁରେଶ କାହିଁକି କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଗୋପୀ ଚିତ୍କାର କରି ଆସିବାରୁ ଏବଂ ଭାଲୁ ଥ‌ିବାର ସୂଚନା ଦେବାରୁ ନାଟକୀୟ ଭାବରେ ବାହାସ୍ଫୋଟ ମାରି ସୁରେଶ ନିଜର ବଡ଼ ପଣ ଦେଖାଇ ଭାଲୁ ଉଦ୍ଦେଶ୍ୟରେ ଏହା କହିଛି । ଗଦା ବୁଲେଇ, ଭାଲୁକୁ ମାରିବା ଉଦ୍ଦେଶ୍ୟରେ କେବଳ କଥାରେ ଏପରି କହୁଥିଲା ସିନା କିନ୍ତୁ କାର୍ଯ୍ୟରେ କିଛି କରିନଥିଲା ।

(ଜ) ଭାଲୁକୁ ସମନ ସଦନକୁ ପଠାଇବା କାହିଁକି ସମ୍ଭବ ହେଲାନି ବୋଲି ସୁରେଶ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ସୁରେଶ କହିଛି, ଭାଲୁଟି ବାହାରେ ବୁଲୁଥିଲେ ଦେଖେଇ ଦେଇଥା’ନ୍ତି, ବାଥରୁମରେ, ଛୋଟ ରୁମ୍ଟା ହେତୁ, ଫାଇଟ୍ କରିହେବନି । ଫଳରେ ଭାଲୁକୁ ସମନ ସଦନକୁ ପଠାଇବା ସମ୍ଭବ ହେଲାନି ବୋଲି ସୁରେଶ କହିଛି ।

(ଝ) ସରକାର କେଉଁମାନଙ୍କୁ ନେଇ ଗୋଟିଏ ଅନୁସନ୍ଧାନ ସ୍କାର୍ଡ଼ ଖୋଲିଥିଲେ ଓ କାହିଁକି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଜଙ୍ଗଲ ଭିତରୁ ସହର ଭିତରକୁ ପଶି ଆସିଥିବା ଭାଲୁକୁ ଖୋଜିବାପାଇଁ ସରକାର ଗୋଟିଏ ଅନୁସନ୍ଧାନ ସ୍ଫୁର୍ଡ଼ ଖୋଲିଥିଲେ । ସହରର ପୋଲିସ୍ ବାହିନୀ, ଛୋଟ ବଡ଼ ଅନୁସନ୍ଧାନକାରୀ ଦଳ, ଛୋଟ ବଡ଼ ଶିକାରୀ ଏବଂ ଉତ୍ସାହୀ ଯୁବକମାନଙ୍କୁ ନେଇ ସରକାର ଅନୁସନ୍ଧାନ ୱାର୍ଡ଼ ଗଠନ କରିଥିଲେ ।

(ଞ) ଟି.ଭି.ର ଦର୍ଶକମାନଙ୍କୁ କ’ଣ ଜଣାଇ ଦେଉଛୁ ବୋଲି କିଏ କାହିଁକି କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଛାଡ଼ି ସହର ଭିତରକୁ ପଳାଇ ଆସିଛି, ସେଥ‌ିପାଇଁ ସରକାରୀ ଉଲ୍ଲେଖ କରିଛନ୍ତି । ଯେହେତୁ ଭାଲୁଟି ଜଙ୍ଗଲ ସ୍ତରରେ ଏକ ସ୍କାର୍ଡ଼ ବା ଅନୁସନ୍ଧାନକାରୀ ଦଳ ନିଯୁକ୍ତ ହୋଇଛନ୍ତି । ଟିଭିରେ, ଟିଭିର କର୍ମକର୍ତ୍ତା ଦର୍ଶକମାନଙ୍କୁ ଜଣାଇ ଦେଇଛନ୍ତି ସେଦିନ ଦର୍ଶକମାନଙ୍କୁ ରାତି ୯.୫୦ ମିନିଟ୍‌ରେ ଭାଲୁ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଇବେ । ଭାଲୁର ସ୍ଵଭାବ, ଚରିତ୍ର ଏବଂ ଅନ୍ୟାନ୍ୟ ବିଷୟକୁ ନେଇ ଏହି ଚିତ୍ରଟି ଲୋକମାନଙ୍କ ସତର୍କତା ପାଇଁ ପ୍ରସ୍ତୁତ କରାଯାଇଛି ।

(ଟ) ନିଶାକରବାବୁ ଅନ୍ଧାର ଭିତରେ ଟି.ଭି. ସୁଇଚ୍ ଅଫ୍ କରି କ’ଣ କହିଲା ?
Solution:
ଭିତରେ ଟି.ଭି.ର ସୁଇଚ୍ ଅଫ୍ କଲେ ଓ ଗଜର ଗଜର ହୋଇ କହୁଥିଲେ, ‘ଖୋଜୁଥା – ହ୍ୟାପେ ଜାଲ ପକାଇ ଖୋଜୁଥା ! ତୁମ ଅନୁସନ୍ଧାନ ସ୍କାର୍ଡ଼କୁ କ୍ୟା କହୁଁ, ତମକୁ କ୍ୟ କହୁଁ । ଭାଲୁ ଆସି ଆମ ଝାଡ଼ା ପରିସ୍ରା ବନ୍ଦ କରିସାରିଲାଣି ।

(୦) ଗୋପୀ ଭାଲୁ ବିଷୟରେ କ’ଣ ସ୍ଵପ୍ନ ଦେଖୁଥିଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଗୋପୀ ଭାଲୁ ବିଷୟରେ ସ୍ଵପ୍ନ ଦେଖୁଥିଲା, ଭାଲୁଟା ପାଇଖାନା ଭିତରୁ ବାହାରି ଆସି, ଖଟ ଉପରକୁ ଉଠିଲା ଏବଂ କମ୍ବଳ ଟେକି ତା’ପାଖରେ ଜାକି ଜୁକି ହୋଇ ଶୋଇପଡ଼ିଲା ।

(ଡ) ସ୍ଟାର୍ଡ଼କୁ ସୁରେଶ ଭାଲୁର ଖବର ଦେବାକୁ ଯିବାବେଳେ ନିଶାକର ତାଙ୍କୁ କାହିଁକି ବାରଣ କରିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଦିନଟାଯାକ ଗାଧୁଆ ଘରକୁ ଯାଇନଥ‌ିବାରୁ ସୁରେଶ ଭାଲୁ ବିଷୟରେ ସ୍ଫୁର୍ଡ଼କୁ ଖବର ଦେବାକୁ ଯାଉଥିଲା । ମାତ୍ର ନିଶାକର ସୁରେଶକୁ ଅଟକାଇ କହିଛି, ଆପଣ ଭଲକରି ଜାଣିଛନ୍ତି ଭାଲୁ ବିଶ୍ଵାସଘାତକକୁ କ୍ଷମାକରେ ନାହିଁ ….. ଆମ ସମସ୍ତଙ୍କ ଜିଭ ଟାଣି ତା’ଉପରେ ଯଦି ସସେମିରା ଲେଖିଦେଲା |

(ଢ) ଭୟଟାକୁ ଆମେ ଆଖ୍ ସାମ୍‌ନାରେ ରଖୁଛୁ ବୋଲି ନିଶାକର କାହିଁକି କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଭାଲୁ ବନ୍ଦ ହୋଇଛି, ସହରର ସମସ୍ତ ଲୋକ ଅଜଣା ବିପଦକୁ ଭୟକରି କବାଟ କିଳି ଘରେ ପଶିଛନ୍ତି । ଯେହେତୁ ଭାଲୁଟି ଆମ ଗାଧୁଆଘରେ ରହିଛି, ସେଥ‌ିପାଇଁ ଭୟଟାକୁ ଆମେ ଆଖି ସାମନାରେ ରଖିଛୁ ବୋଲି ନିଶାକର କହିଛି |

(ଣ) କ’ଣ ତାକୁ ମିଳିଗଲା ବୋଲି ଦେବକାନ୍ତ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଇଣ୍ଟରଭ୍ୟୁ ପାଇଁ ଆଣିଥିବା ଜେନେରାଲ ନଲେଜ୍ ବହିରୁ ଭାଲୁ ବିଷୟରେ ଗୋଟିଏ ରଚନା ମିଳିଗଲା ବୋଲି ଦେବକାନ୍ତ କହିଛି | ଆଜିକାଲି ପରିବେଶ ଓ ଗ୍ୟଲନ୍ତୁ ପ୍ରର ଶ୍ରୀମାଇଁ ଗୋଟାଏ ବଡ ଟପିକ୍ ବହିରେ ଏହା ରହିଥାଏ |

(ତ) ଦେବକାନ୍ତଠାରୁ ମିଳିଗଲା ବୋଲି ଶୁଣି ଏବଂ ଭାଲୁ ବିଷୟରେ ରଚନା ଥିବାର ଜାଣି ନିଶାକର ଓ
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଦେବକାନ୍ତଠାରୁ ମିଳିଗଲା ବୋଲି ଶୁଣି ଏବଂ ଭାଲୁ ବିଷୟରେ ରଚନା ଥିବାର ଜାଣି ନିଶାକର ଓ ମନମୋହନ ଥଟ୍ଟା କରି ଦେବକାନ୍ତକୁ କହିଛନ୍ତି, ଭାଲୁ ଏକ ସ୍ତନ୍ୟପାୟୀ ପ୍ରାଣୀ କି ନୁହେଁ, ଅଣ୍ଡା ଦିଏ ନା ପିଲା ଜନ୍ମ କରେ ଓ କ’ଣ ଖାଏ ଓ କେଉଠି ଶୁଏ, ବ୍ରେକ୍‌ଫାଷ୍ଟ, ଲଞ୍ଚ, ଡିନର ଖାଏ । ଡନ୍‌ଲପ୍ ବେଡ଼ରେ ଶୁଏ ଆଉ ଲାଭେଣ୍ଡର ସାବୁନରେ ଗାଧାଏ, ଏହିଭଳି କହି ବହିଟାକୁ ହାତରୁ ଟାଣି ଫୋପାଡ଼ି ଦେଲା ।

(ଥ) ଗୋପୀର ଗାଲରେ କିଏ ଠାଏ କିନା ଚାପୁଡ଼ାଟେ ବସାଇ ଦେଲା ବୋଲି ଗୋପୀ କହିଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଗୋପୀ ଗାଲରେ ଭାଲୁ ଠାଏ କିନା ଚାପୁଡ଼ାଟେ ବସାଇ ଦେଲା ବୋଲି ଗୋପୀ କହିଛି । ଗୋପୀ ପାଇଖାନା ସ୍କାଇଲାଇଟ୍‌ ବାଟେ ଆସି ଗୋପୀ ଗାଲରେ ଠାଏ କରି ଚାପୁଡ଼ାଟେ ବସାଇ ଦେଇଥିଲା ।

(ଦ) ମନମୋହନ ଦିଶାକରତାର୍ ଚପ୍ ରତ୍ରିରାକ୍ ଦାଢିଛି ?
Solution:
ଉଦାହରଣ ଦେଇ କହିଛନ୍ତି, ଗୋଟିଏ ଗାଲରେ କେହି ମାରିଲେ ଆର ଗାଲଟି ଦେଖେଇ ଦିଅ । ନିଶାକରଙ୍କ ଏଭଳି କଥା ଶୁଣି ମନମୋହନ ତାଙ୍କୁ ଚୁପ୍ ରହିବାକୁ କହିଛି । କାରଣ ଗୋଟିଏ ହିଂସ୍ରଜନ୍ତୁକୁ ଘର ଭିତରେ ପୂରାଇ ତା’ଭୟରେ କାକୁସ୍ଥ ହେବା ଅପେକ୍ଷା, ତା’ ସାମ୍‌ନା କରିବା ଅତ୍ୟନ୍ତ ଭଲ ।

(ଧ) ମନମୋହନ ଉଦ୍‌ବୋଧନ ଦେବା ଭଙ୍ଗୀରେ କ’ଣ କହିଥିଲେ ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ମନମୋହନ ଉଦ୍‌ବୋଧନ ଦେବା ଭଙ୍ଗୀରେ କହିଥିଲେ, ଆପଣମାନଙ୍କ ମନରେ ଭୟ ଅଛି । ଭୀରୁତା ଅଛି । ଫାଇଟିଙ୍ଗ ସ୍ପିରିଟ୍ ନାହିଁ । ସେଥ‌ିପାଇଁ ଭାଲୁ କ’ଣ ପିମ୍ପୁଡ଼ିଟାଏ ବି ଆପଣଙ୍କୁ ଡରେଇ ଦଉଚି । କିନ୍ତୁ ମୁଁ ଯିବି । ମୁଁ ତାକୁ ସାମ୍‌ନା କରିବି ।

(ନ) ତୁ ଗଲୁବେ କୈଳାସ ବୋଲି ସୁରେଶ କାହିଁକି କହିଛି ?
Solution:
ହୋଇ, ଭାଲୁକୁ ଜାମ୍ବବାନ ବୋଲି କହିଛି ଏବଂ ସେ ଆମ ସମସ୍ତଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି କହିବାରୁ, ସୁରେଶ ବିରକ୍ତି ପ୍ରକାଶ କରି, ତୁ ଗଲୁବେ କୈଳାସ ବୋଲି କହିଛନ୍ତି । କାରଣ ଭାଲୁ ପାଇଁ ତାଙ୍କ ପେଟ ଗୋଳମାଳ ହେଲାଣି ସିନା, କୈଳାସର ମୁଣ୍ଡ ଗୋଳମାଳ ହେବାକୁ ବସିଲାଣି ବୋଲି ସୁରେଶ କହିଛି ।

(ପ) ସ୍ଟାର୍ଡ଼କୁ ଖବର ଦେଲେ ସ୍ଫୁର୍ଡ଼ କି କି ପ୍ରଶ୍ନ କରିବ ବୋଲି କୁହାଯାଇଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ସ୍ଫୁର୍ଡ଼କୁ ଖବର ଦେଲେ ସ୍ଫୁର୍ଡ଼ ଆସି ପ୍ରଶ୍ନ କରିବ, ଭାଲୁ କେତେବେଳଠୁ ଆପଣଙ୍କ ପାଇଖାନା ଦଖଲ କରିଛି, କାଲି ସକାଳଠୁ ଆଜି ସକାଳ ଯାଏ ଚବିଶ ଘଣ୍ଟା ବିତିଯାଇଥିଲେ ବି, ୱାର୍ଡ଼କୁ କାହିଁକି ଖବର ,କରିନାହାଁନ୍ତି ?

(ଫ) କେଉଁ ସମ୍ଭାବନାକୁ ଆଦୌ ଏଡ଼େଇ ଦିଆଯାଇପାରେନା ବୋଲି ଦେବକାନ୍ତ କହିଛି ?
Solution:
ଉଲ୍ଲେଖ କରିଛନ୍ତି । ଭାଲୁକୁ ମୁକ୍ତି ଦେବା ଦୀର୍ଘଦିନରୁ ଖୋଲାଯାଇନଥିବା କବାଟକୁ ‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ସମ୍ପର୍କରେ ଆଲୋଚନା ଚାଲିଥିଲାବେଳେ, ନିଶାକର କହିଥିଲା ଖୋଲିଲାବେଳେ, ତାହା କେଁ କଟର ଶବ୍ଦ କରିବ ଏବଂ ସେହି ଶବ୍ଦରେ ବିରକ୍ତ ହୋଇ, ଯଦି ଭାଲୁ ଖୋଲିବା ଲୋକକୁ ଆକ୍ରମଣ କରିବ । ଏଭଳି କଥାରେ ଦେବକାନ୍ତ କହିଛି, ସେଭଳି ସମ୍ଭାବନାକୁ ଆଦୌ ଏଡ଼େଇ ଆକ୍ରମଣ କରିବ ।

(ବ) ‘‘ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ?’ ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ପାଇଖାନା ପଛପଟ ଦରଜାଟା ଖୋଲିଦେଲେ ଭାଲୁଟି ଚାଲିଯିବ, ଏହା ବ୍ୟତୀତ ଆଉ କୌଣସି ବାଟ ନାହିଁ ବୋଲି ନିଷ୍ପତ୍ତି ନିଆଗଲେ ମଧ୍ୟ ଏ କାମ କିଏ କରିବ ଏ ସମ୍ପର୍କରେ ନିଶାକର କହିଛି, ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ?

(ଭ) ଦରଜା ଖୋଲିବା ସମ୍ପର୍କରେ ଗୋପୀ ନିଶାକରବାବୁଙ୍କୁ କ’ଣ କହିଥିଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଗୋପୀକୁ ଦରଜା ଖୋଲିବାକୁ ବାଧ୍ୟ କରିବାରୁ, ସେ ନିଶାକରବାବୁଙ୍କୁ କହିଥିଲା, ‘ନିଶାକରବାବୁ ତମେ ମନାକର । ସେମାନେ ସିନା କେହି ନୁହଁନ୍ତି, ତମେ ତ ଆମ ଗାଁଲୋକ ହିସାବରେ, ମୋର କିଛି ହୋଇଗଲେ ମୋ ବୁଢ଼ୀମା’କୁ ତମେ କ’ଣ କହିବ ?

(ମ) ଗୋପୀ ଦରଜା ଖୋଲିବାକୁ ନାହିଁ କରିବାରୁ ଅନ୍ୟମାନଙ୍କର ପ୍ରତିକ୍ରିୟା କ’ଣ ଥିଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଗୋପୀ ଦରଜା ଖୋଲିବାକୁ ନାହିଁ କରିବାରୁ ଅନ୍ୟମାନଙ୍କର ପ୍ରତିକ୍ରିୟା ଅତି ନିଷ୍ଠୁର ଥିଲା । ସୁରେଶ ଗୋପୀର ବେକକୁ ଧରିଥିଲା, ନିଶାକର ଯିବାପାଇଁ ବୁଝାଉଥିଲା ଏବଂ କୈଳାସ କହିଥିଲା, ସେ ଯିବାଟା ବିଧ୍ଵ ନିର୍ଦ୍ଦିଷ୍ଟ ।

(ଯ) ଗୋପୀର ବୁଢ଼ୀମା’ମେସ୍‌ର ସମସ୍ତଙ୍କୁ ନେହୁରା ହୋଇ କ’ଣ କହି ଯାଇଥିଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି | ଗୋପୀ ମେସ୍‌ର ଧରି ମୋ’ବୁଢ଼ୀ ମା’ କେତେ ନେହୁରା ହୋଇ କହିଥିଲା, ବିପଦ ଆପଦକୁ ତମେ ମୋର ସାହା ପକ୍ଷ ହେବ, ମୋ ଅଳି ଅର୍ଦ୍ଧଳି ସମ୍ଭାଳିବ ।

(ର) `ଭାଲୁ ପାଖକୁ ଯିବା ଆଗରୁ ଗୋପୀ ବାବୁମାନଙ୍କଠାରେ କ’ଣ ଦେଖୁ ବୋଲି କହିଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ଭାଲୁ ପାଖକୁ ଯିବା ଆଗରୁ ଗୋପୀ ବାବୁମାନଙ୍କଠାରେ ନିଷ୍ଠୁର ଚେହେରା ଦେଖିଥିଲା । ଭାଲୁକୁ ଦେଖିଲା ପରେ ମନେ ହେଲା, ଭାଲୁର ଚେହେରା ସେମାନଙ୍କଠାରୁ ଢେର ନିରୀହ । ଭାଲୁ ଗୋପୀକୁ ହାତମୁଠାରେ ପାଇ ଛାଡ଼ି ଦେଲେ ବି, ବାବୁମାନଙ୍କ କଥା ମାନି ନଥିଲେ, ଗୋପୀକୁ ସେମାନେ ଛାଡ଼ି ନଥାନ୍ତେ, ପିଟି ପିଟି ମାରି ବୋଲି |

CHSE Odisha Class 11 Odia Solutions Chapter 11 ଭାଲୁ ଉପଦ୍ରବ

(ଳ) ‘ସସେମିରା’ ଗପ କଥା ମନେପକାଇ ଗୋପୀ ଗଲାବେଳେ ବାବୁମାନଙ୍କୁ କ’ଣ କହିଯାଇଥିଲା ?
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହା ଉଲ୍ଲେଖ କରିଛନ୍ତି । ‘ସସେମିରା’ ଗପକଥା ରଖିପାରିଲ ନାହିଁ । ଯୋଉ ବିଶ୍ଵାସରେ ସେ ତୁମ ପାଖରେ ମୋତେ ଛାଡ଼ି ଯାଇଥିଲା, ସମସ୍ତେ ମିଶି ବୋଲି ଲେଖିଦେବ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର :
Question 5.
(କ) ‘ଭାଲୁ ଉପଦ୍ରବ’ ଏକାଙ୍କିକା ନାମକରଣର ସାର୍ଥକତା ପ୍ରଦାନ କର ।
Solution:
ଏକାଙ୍କିକା ‘ଭାଲୁ ଉପଦ୍ରବ’ରେ ନାଟ୍ୟକାର ବିଜୟ ମିଶ୍ର, ଏକାଙ୍କିକାର କଥାବସ୍ତୁକୁ ନେଇ ନାମକରଣ କରିଛନ୍ତି । ଏକାଙ୍କିକାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାଲୁ ଉପସ୍ଥିତିଜନିତ ବିପଦପୂର୍ଣ୍ଣ ମାନସିକତା, କଥାବସ୍ତୁ ରୂପେ ଉପସ୍ଥାପନ କରାଯାଇଛି । ଏକଦା ଜଙ୍ଗଲ ଛାଡ଼ି ଭାଲୁଟି ସହରକୁ ଚାଲି ଆସିଛି । ଭାଲୁ ସହରକୁ ଚାଲି ଆସି କେଉଁ ସ୍ଥାନରେ ରହିଯାଇଛି, ଜଣା
ଖବର ଜଣାଇ ଦିଆଯାଇଛି । ସମସ୍ତଙ୍କ ମନରେ ଦେଖା ଦେଇଛି ଭାଲୁର ଭୟ ବା ଭାଲୁ ଉପଦ୍ରବ । ପ୍ରଶାସନଠାରୁ ଆରମ୍ଭ କରି ବ୍ୟକ୍ତି ବିଶେଷ ପର୍ଯ୍ୟନ୍ତ ଏ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି ।

ଏହି ଭାଲୁ ଉପଦ୍ରବ ଆରମ୍ଭ ହୁଏ କୌଣସି ଏକ ମେସ୍‌ରେ । ମେସ୍‌ର ମ୍ୟାନେଜର ନିଶାକରବାବୁ ପ୍ରଥମେ ଭୟରେ ବାହାରକୁ ବାହାରି କୌଣସି ପ୍ରକାର ସଉଦା ବା ପରିବା ଆଣିବାକୁ ଯାଇନାହାଁନ୍ତି । ଫଳରେ ସେଦିନ ମେସ୍ ବନ୍ଦ ହୋଇଛି । ଭାଲୁ ପାଇଁ ମେସ୍ କେବଳ ବନ୍ଦ ହୋଇନାହିଁ । ସେମାନେ ଜାଣି ପାରିଛନ୍ତି ଭାଲୁ ଆସି, ସେମାନଙ୍କର ଗାଧୁଆ ଘରେ ଆଶ୍ରୟ ନେଇଛି । ତେଣୁ ଭାଲୁ ଭୟରେ କେହି ନିତ୍ୟକର୍ମ କରିପାରିନାହାଁନ୍ତି । ଝାଡ଼ା, ପରିସ୍ରା, ଗାଧୁଆ ସମସ୍ତଙ୍କର ବନ୍ଦ ହୋଇଯାଇଛି ।

ଭାଲୁର ସନ୍ଧାନ ପାଇବେ, ତୁରନ୍ତ ସେହି ସ୍ଟାର୍ଡ଼କୁ ଜଣାଇବାକୁ ଅନୁରୋଧ କରାଯାଇଛି । ସହରରେ ହେବାକୁ ଥିବା ଇଣ୍ଟରଭ୍ୟୁ, କ୍ରିକେଟ ଖେଳ ଓ ଅନ୍ୟାନ୍ୟ ସବୁ ବ୍ୟବସ୍ଥା ବନ୍ଦ ହୋଇଯାଇଛି । ଭାଲୁ ପାଇଁ ନିଶାକରଙ୍କୁ ଜର ହୋଇଯାଇଛି । ଏପରିକି ମେସ୍‌ରେ ସମସ୍ତେ ସ୍ଥିର କରିଛନ୍ତି, ପାଇଖାନା ପାଖ ପଛ ଦରଜା ଖୋଲି ଦେଲେ, ଭାଲୁଟି ବାହାରିଯିବ । ସେହି ସମୟରେ ପ୍ରଶ୍ନ ଉଠିଛି, କିଏ ଦରଜା ଖୋଲିବାକୁ ଯିବ । ସମସ୍ତେ ନିଜକୁ ସୁରକ୍ଷିତ ରଖି, ଗୋପୀଙ୍କୁ ବାଧ୍ୟ କରିଛନ୍ତି ପଛ ଦରଜା ଖୋଲିବାକୁ । ଗୋପୀ ରାଜି ନ ହେବାରୁ, ତାକୁ ମାଡ଼ ଦେଇ ବା କରିଛନ୍ତି । ବାଧ୍ୟହୋଇ ଶେଷରେ ଗୋପୀ ଯାଇଛି, ସେହି ବିପଦପୂର୍ଣ୍ଣ କାମ କରିବାକୁ । ଗୋପୀ ଜାଣିଛି ମେସ୍‌ର ମେମ୍ବରମାନେ ଭାଲୁଠାରୁ ଆହୁରି ହିଂସ୍ର ଓ ନିଷ୍ଠୁର । ସେମାନଙ୍କର ଉପଦ୍ରବ ସହି କରିନପାରି ସେ ଭାଲୁ ପାଖକୁ ଯାଇଛି । ଭାଲୁ ଦୟାରୁ ଗୋପୀ ବଞ୍ଚଲେ ବି, ସେ ଆଉ ମେସ୍‌ରେ ରହିନାହିଁ । ସମସ୍ତେ ତା’ର ବୁଢ଼ୀମା’ର ବିଶ୍ଵାସକୁ ତୁଟାଇ ଦେଇଛନ୍ତି । ରହିଛି ।

(ଖ) ‘ଭାଲୁ ଉପଦ୍ରବ’ ଏକାଙ୍କିକାରୁ ମନମୋହନଙ୍କ ଚରିତ୍ର ଚିତ୍ରଣ କର ।
Solution:
ସାହିତ୍ୟରେ ଚରିତ୍ର, ସାହିତ୍ୟିକର ମାନସ ସନ୍ତାନ । ସାହିତ୍ୟିକ ସିଧାସିଧ୍ କିଛି କହେ ନାହିଁ ଯାହା କହେ, ତା’ର କଚ୍ଛିତ ଚରିତ୍ର ମାଧ୍ୟମରେ । ପୁନଶ୍ଚ ସେ ବିଭିନ୍ନ ପ୍ରକାର ଚରିତ୍ର ସୃଷ୍ଟିକରି ଘଟଣାକୁ ହୃଦୟସ୍ପର୍ଶୀ କରାଏ । ଯେଉଁ ଚରିତ୍ର ସତ୍ୟର ଯେତେ ନିକଟବର୍ତୀ, ସେହି ଚରିତ୍ର ସେତେ ପାଠକୀୟ ଶ୍ରଦ୍ଧା ଲାଭ କରିଥାଏ । ପୁନଶ୍ଚ ନାଟକ ବା ଏକାଙ୍କିକା କ୍ଷେତ୍ରରେ ଚରିତ୍ର ସିଧାସିଧୁ ନିଜର ରୁଚିବୋଧକୁ ପ୍ରକାଶ କରିଥା’ନ୍ତି । ଫଳରେ ସେମାନଙ୍କ ଚରିତ୍ରକୁ ଆକଳନ କରିବା ସହଜ ହୋଇଥାଏ । ‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ମନମୋହନ ଚରିତ୍ର ମାଧ୍ୟମରେ ସାଂପ୍ରତିକ ମଣିଷମାନଙ୍କର ସୁବିଧାବାଦୀ ଅନୁଚିନ୍ତାକୁ ପ୍ରକାଶ କରିଛନ୍ତି ।
I
ଏକାଙ୍କିକାର ପ୍ରଥମ ପର୍ଯ୍ୟାୟରୁ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ମନମୋହନ ଚରିତ୍ରକୁ ଦେଖିବାକୁ ମିଳେ । ନିଶାକର ବାବୁଙ୍କ ପରିଚାଳିତ ମେସ୍‌ର ମେମ୍ବର ଭାବରେ ସେ ପହଞ୍ଚି, ନିଶାକର ବାବୁଙ୍କ କଥାକୁ ବିଶ୍ବାସ କରିନାହିଁ । କୌଣସି କଥାକୁ ନ ଶୁଣି ନ ଜାଣି, ସେ କଥାକୁ ଅବିଶ୍ୱାସ କରେ । ତେଣୁ ନିଶାକରକୁ ମନମୋହନ କହିଛି, ଆପଣ ଗୋଟିଏ ମହାଗାଲୁ, କୌଣସି ଉପାୟରେ ବଜାର ଯିବା ବନ୍ଦ କରି, ଯାହା ପଚା ପୋକରା ପରିବା ଅଛି, ତାକୁ ମେଣ୍ଟେଇ ଦେବେ । ସହରକୁ ଭାଲୁ ଆସିବାର ଆତଙ୍କ ଖେଳି ଯାଇଥିଲେ ବି, ସେଥ‌ିରେ ସେ ନିଶାକରକୁ ବଜାର ଯିବାକୁ ବାଧ୍ୟ କରିଛି । ସ୍ବାର୍ଥପର ମଣିଷ ହିସାବରେ ମନମୋହନ କେବଳ ନିଜ ସୁବିଧା କଥା ଭାବିଛି । ମନମୋହନ ଜାଣିଛି ଭାଲୁ ବାହାରେ ଥିଲେ ଯେମିତି ବାହାରିବାର ଉପାୟ ନାହିଁ, ଠିକ୍ ସେହିପରି ଭିତରେ ଥିଲେ କମ୍ବଳଟାକୁ ଦେଖି ଡରିଯାଇଥିଲେ ମନମୋହନ, ତାଙ୍କ ମନରୁ ସେଭଳି ଭୟ ଦୂରେଇ ଦେଇଛି ।

ପାଇଖାନା ଫାଟବାଟେ ମନମୋହନ ଦେଖିଛି ଭାଲୁକୁ, କିନ୍ତୁ ରାତି ହେଲେ ଭାଲୁ ଜର ଛାଡ଼ିଯାଇଥବ ଓ ଶତସିଂହର ପରାକ୍ରମ ଦେଖାଉଥ‌ିବ । କାଙ୍କିକାର ଶେଷ ପର୍ଯ୍ୟାୟରେ ମନମୋହନ ସମସ୍ତଙ୍କ ସହିତ ମିଶି ଗୋପୀକୁ ପଛ ଦରଜା ଖୋଲିବାକୁ ବାଧ୍ୟ, କରିଛି । ନିଜେ ନ ଗଲେ ମଧ୍ଯ ‘କି ଭାରୀ କାମଟେ ଯେ ପିଲା ହେଲା ବୋଲି ପାରିବନି’ । ଗୋପୀ ଯେତେବେଳେ ଶୋଇଛି, ଗୋପୀକୁ ଗୋଇଠାମାରି ମନମୋହନ ଡାକିଛି ! ଗୋପୀ ଉଠିଲାପରେ ତା’ର କୌଣସି କଥା ଶୁଣିବାକୁ ସେ ପ୍ରସ୍ତୁତ ହୋଇନାହିଁ ।

ଧମକ ଦେଇ କହିଛି – ‘ମାରି ମାରି ତୋ ପିଠିରୁ ଛାଲ ଉତାରି ଦେବି ଯଦି ନ ଯିବୁ।’ ଗୋପୀକୁ ସମସ୍ତଙ୍କ ସହିତ ମିଶି ମନମୋହନ ମାଡ଼ ଦେଇଛି । ଗୋପୀ ଯିବାକୁ ରାଜି ହେଲାପରେ, ନିଜେ ସୁରକ୍ଷିତ ଥିବାରୁ ଆତ୍ମ ସନ୍ତୋଷ ଲାଭ କରିଛି । କହିଛି – ‘ଗୋପୀଟା ନ ଯାଇଥିଲେ ବଡ଼ Problem ହୋଇଥା’ନ୍ତା । ନିଜ ପ୍ରୋବ୍ଲେମ୍‌କୁ ସମାଧାନ କରିବାକୁ ଯାଇ ସେ ଅନ୍ୟକୁ ବିପଦ ମୁହଁକୁ ଠେଲି ଦେଇ, ଆନନ୍ଦିତ ହୋଇଛି !

(ଗ) ପଠିତ ଏକାଙ୍କିକାରୁ ଗୋପୀ ଚରିତ୍ରର ଆବଶ୍ୟକତା ବୁଝାଅ ।
Solution:
ନାଟ୍ୟକାର ବିଜୟ ମିଶ୍ର ଜଣେ ଯଶସ୍ବୀ ନାଟ୍ୟକାର । ସେ ତାଙ୍କର ନାଟକରେ ଏଭଳି ଚରିତ୍ର ସୃଷ୍ଟି କରନ୍ତି, ଯେଉଁ ଚରିତ୍ର ମାଧ୍ୟମରେ ସାଂପ୍ରତିକ ମଣିଷମାନଙ୍କର ସ୍ବାର୍ଥ ସର୍ବସ୍ଵ ମନୋଭାବ ଓ ଅବିଶ୍ଵାସ ଭାବକୁ ଦେଖାଇଛନ୍ତି । ଆଲୋଚ୍ୟ ଏକାଙ୍କିକା ‘ଭାଲୁ ଉପଦ୍ରବ’ରେ ଗୋପୀ ଭଳି ସରଳ, ନିରୀହ, ମେସ୍‌ରେ ବୋଲକରା ଭାବରେ କାମ କରୁଥିବା ଚରିତ୍ର ମାଧ୍ୟମରେ, ମେସ୍‌ରେ ରହୁଥ‌ିବା ବଡ଼ମାନଙ୍କ ହୃଦୟହୀନ ଭାବକୁ ନାଟ୍ୟକାର ଦେଖାଇଛନ୍ତି । ଗୋପୀ ଚରିତ୍ର ନଥୁଲେ ଅନ୍ୟ ଉପାୟ ବା ନିସ୍ତାର ନାହିଁ ବୋଲି ନାଟ୍ୟକାର ପ୍ରମାଣ ଦେଇଛନ୍ତି ।

ଏକାଙ୍କିକାର ଆରମ୍ଭରେ ଗୋପୀ, ନିଶାକରବାବୁଙ୍କ କଥାରେ ପରିଚାଳିତ ହୋଇଛି । ନିଶାକରବାବୁ ମେସ୍‌ର ମ୍ୟାନେଜର ଭାବରେ, ଗୋପୀକୁ ନେଇ ବଜାର ସଉଦା କରିବାକୁ ବାହାରିଛନ୍ତି । କିନ୍ତୁ ଭଲ ଖବର ଶୁଣିଲା ପରେ ସେ ଆଉ ବଜାର ଯାଇ ନାହାଁନ୍ତି । ସରଳ ଗୋପୀ ମେସ୍‌ରେ ଖାଏ ପିଏ ଏବଂ ଅବସର ସମୟରେ କେବଳ ଶୋଇପଡ଼େ । ଶୋଇ ଶୋଇ ସ୍ୱପ୍ନ ଦେଖେ । ଦରକାର ପଡ଼ିଲେ ଗାଁ ପିଲା ହିସାବରେ ଅନ୍ୟମାନଙ୍କୁ ଉପଦେଶ ଦିଏ । ଭାଲୁର ଭୟଙ୍କର ଭାବକୁ ପ୍ରମାଣିତ କରି ଗୋପୀ କହିଛି – ‘ଆପଣ ସହରରେ ରହିଛନ୍ତି। ଆପଣ କୋଉଠୁ ଜାଣିବେ – ଭାଲୁ ଆମ୍ପୁଡ଼ା କି ଭୟାନକ ।

ଗୋପୀ ପ୍ରଥମେ ଦେଖିଛି, ଗାଧୁଆ ଘରେ ଭାଲୁକୁ । ଫଳରେ ଭୟରେ ସମସ୍ତଙ୍କର ଗାଧୁଆ ଓ ପାଇଖାନା ଘର କାମ ବନ୍ଦ ହୋଇଛି । ଗୋପୀ ଖଟ ଉପରେ କମ୍ବଳ ଘୋଡ଼େଇ ହୋଇ ଶୋଇଛି । ମାତ୍ର ଗୋପୀକୁ ଦେଖି ନିଶାକରବାବୁ ଭୟ ପାଇଛନ୍ତି । ଗୋପୀ ଶୋଇ ସ୍ବପ୍ନ ଦେଖୁଥିଲା, ‘ପାଇଖାନା ଭିତରୁ ଭାଲୁଟା ବାହାରି ଆସି ତା ପାଖରେ ଜାକି ଜୁକି ହୋଇ ଶୋଇଛି ।’ ପୁଣି ଭାଲୁକୁ ଦେଖିବାକୁ ଯାଇ ଗୋପୀ, ଭାଲୁଠାରୁ ଚଟକଣା ଖାଇଛି । ସବୁବେଳେ ଦେଖାଦେଇଛି, ଗୋପୀ ସରଳ ପିଲା ହିସାବରେ, ଭାଲୁକୁ ନେଇ ସବୁବେଳେ ସ୍ବପ୍ନ ଦେଖିଛି । ପିଲାବୁଦ୍ଧି ହେତୁ, ସ୍ଵପ୍ନରେ ସେ ଭାଲୁ ସାଙ୍ଗରେ ଖେଳିଛି । ମାତ୍ର ସମସ୍ତେ ସ୍ଥିର କରିଛନ୍ତି, ପଛପଟ ଦରଜାଟା ଗୋପୀ ଖୋଲିଦେବ ଏବଂ ଭାଲୁଟି ବାହାରିଯିବ । ଭାଲୁଟି ଯିବା ପୂର୍ବରୁ ଗୋପୀକୁ ଯେ ଆକ୍ରମଣ କରିପାରେ, ସେଥ୍ୟପ୍ରତି କେହି ଗୁରୁତ୍ଵ ଦେଇନାହାଁନ୍ତି ।

ବରଂ ସମସ୍ତେ ଗୋପୀର କୌଣସି କଥା ନ ଶୁଣି, ଗୋପୀକୁ ନିଷ୍ଠୁର ଭାବରେ ମାଡ଼ ମାରି ଗୋପୀକୁ ବିପଦ ମୁହଁକୁ ଠେଲି ଦେଇଛନ୍ତି । ବାଧ୍ୟ ପରେ ସେ ଆଉ ମେସ୍‌ରେ ରହିବାକୁ ଚାହିଁନାହିଁ । ଗଲବେଳେ କହିଛି, ବାବୁମାନଙ୍କ ଚେହେରାଠାରୁ ଭାଲୁ ଚେହେରା ବେଶ୍ ନିରୀହ । ଭାଲୁ ପାଖରେ ପାଇ ଛାଡ଼ି ଦେଲେ ବି, ବାବୁମାନଙ୍କ କଥା ମାନିନଥିଲେ, ସେମାନେ ତାକୁ ମାରିଦେଇଥାନ୍ତେ । ପୁନଶ୍ଚ ବାବୁମାନେ ତା’ବୁଢ଼ୀମା ବିଶ୍ଵାସରେ ବିଷ ଦେଇଛନ୍ତି । ତେଣୁ ସମସ୍ତେ ନିଜ ଜିଭ ଟାଣି ନିଜ ହାତରେ ସସେମିରା ବାସ୍ତବରେ ଏକାଙ୍କିକାରେ ଗୋପୀର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(ଘ) ‘ସସେମିରା’ ଉପାଖ୍ୟାନଟି କ’ଣ ? ‘ଭାରୁ ଉପଦ୍ରବ’ ଏକାଙ୍କିକାରେ ଏହାର ସଂଯୋଜନା କିପରି ଫଳପ୍ରଦ ହୋଇଛି ଆଲୋଚନା କର ।
Solution:
‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ନାଟ୍ୟକାର ବିଜୟ ମିଶ୍ର ଏହି ‘ସସେମିରା’ ଉପାଖ୍ୟାନଟି ସଂଯୋଜିତ କରି ସ୍ଵାର୍ଥନ୍ୱେଷୀ ମଣିଷର ସର୍ବକାଳୀନ ରୂପକୁ ଦେଖାଇଛନ୍ତି । ରାଜାପୁଅଟି ଜଙ୍ଗଲରେ ବୁଲୁ ବୁଲୁ ସନ୍ଧ୍ୟା ହୋଇଯାଇଛି । ସେ ବାଘ ହାବୁଡ଼ରେ ପଡ଼ିଯାଇଛି । ବାଘ ବିପଦରୁ ରକ୍ଷାପାଇବା ପାଇଁ, ରାଜପୁଅ ନିକଟରେ ଥିବା ଗଛରେ ଚଢ଼ିଯାଇଛି । ମାତ୍ର ରାଜାପୁଅ ଗଛକୁ ଚଢ଼ିଗଲା ପରେ ଦେଖିଛି, ସେହି ଗଛରେ ପୂର୍ବରୁ, ବାଘ ଭୟରେ ଭାଲୁଟି ରହିଛି । ରାଜାପୁଅ ବଡ଼ ଅଡୁଆ ପରିସ୍ଥିତିରେ ପଡ଼ିଯାଇଛି । କାରଣ ଗଛରେ ରହିଲେ ଭାଲୁ ବିପଦ ଏବଂ ତଳକୁ ଗଲେ ବାଘ ବିପଦ । ରାଜାପୁଅର ଏଭଳି ଅବସ୍ଥା ଦେଖି, ଭାଲୁ ରାଜାପୁଅକୁ ନିର୍ଭୟ ପ୍ରତିଶ୍ରୁତି ଦେଇଛି । ଫଳରେ ଦୁଇଜଣ ବନ୍ଧୁ ଭାବରେ ଗଛ ଉପରେ ରାତ୍ରିଯାପନ କରିଛନ୍ତି । କିଛି ସମୟ ପରେ ରାଜାପୁଅକୁ ନିଦ ଲାଗିଛି । ଭାଲୁ କହିଛି, ତୁମେ ମୋ ଜଙ୍ଘ ଉପରେ ମୁଣ୍ଡରଖି ଶୋଇପଡ଼ । ରାଜାପୁଅ ଭାଲୁକଥାକୁ ବିଶ୍ଵାସ କରି, ଭାଲୁ ଜଙ୍ଘ ଉପରେ ମୁଣ୍ଡ ରଖି ଶୋଇଛି । ରାଜାପୁଅକୁ ନିଦଲାଗିଲା ପରେ,

ଭାଲୁକୁ ବହୁଭାବରେ ପ୍ରଭାବିତ କରିବାକୁ ଚାହିଁଛି । କହିଛି, ରାଜାପୁଅକୁ ଠେଲି ଦେଲେ, ରାଜାପୁଅ ତଳେ ପଡ଼ିଯିବ ଏବଂ ସେ ତାହାକୁ ଖାଇ ଚାଲିଯିବ । ଭାଲୁ କିନ୍ତୁ ସେଭଳି ବିଶ୍ଵାସ ଘାତକ କାମ କରିନାହିଁ । ରାଜାପୁଅର ନିଦଭାଙ୍ଗିଲା ପରେ, ଭାଲୁ ରାଜାପୁଅ ଜଙ୍ଘ ଉପରେ ମୁଣ୍ଡ ଦେଇ ଶୋଇଛି । ଭାଲୁକୁ ନିଦ ଲାଗିଲା ପରେ, ତଳେ ଥିବା ବାଘ ରାଜପୁଅ ମନରେ ବିଶ୍ଵାସ ଜନ୍ମାଇଲା ଭଳି କଥା କହିଛି । ରାଜାପୁଅ ବାଘ କଥାରେ ବିଶ୍ଵାସ କରି ଭାଲୁକୁ ଠେଲି ଦେଇଛି । ମାତ୍ର ଭାଲୁ ତା’ନଖରେ ଗଛକୁ ଭିଡ଼ିଧରି ଥିବାରୁ ସେ ତଳେ ପଡ଼ିନାହିଁ । ନିଦ ଭାଙ୍ଗିଗଲା ପରେ ଜାଣିଛି, ରାଜାପୁଅ ତା’ପ୍ରତି ବିଶ୍ଵାସ ଘାତକ କାମ କରିଛି । ସକାଳ ହେଲାପରେ ବାଘ ଚାଲିଯାଇଛି । ଭାଲୁ ଓ ରାଜାପୁଅ ତଳକୁ ଆସିଛନ୍ତି । ରାଜାପୁଅ ବିଶ୍ଵାସ ଘାତକ କାମ ସସେମିରା କହିଛି । କାଳିଦାସ ରାଜାପୁଅକୁ ଏଭଳି ବିପଦରୁ ଶ୍ଳୋକ ପଢ଼ି ମୁକ୍ତ କରିଛନ୍ତି ।

ଏହି ସଂସ୍କୃତ କାହାଣୀକୁ ନାଟ୍ୟକାର ‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ସଂଯୋଜିତ କରିଛନ୍ତି । ମେସ୍‌ରେ ସମସ୍ତେ ଥିଲେ ବି, ସାନପିଲା, ବୋଲକରା ଗୋପୀକୁ ସମସ୍ତେ ବିପଦ ମୁହଁକୁ ଠେଲି ଦେଇଛନ୍ତି । ସେହି ଗୋପୀ ଚାକିରି କରିବାକୁ ଆସିଥୁଲା ବେଳେ, ଗୋପୀର ବୁଢ଼ୀମା’ ସମସ୍ତଙ୍କୁ କହିଥିଲା, ବିପଦ ଆପଦକୁ ସାହାହେବ, ସବୁ ଅଳି ଅର୍ଦ୍ଧଳି ସମ୍ଭାଳିବ । ହେଲେ ସବୁ ବାବୁମାନେ ନିଷ୍ଠୁର ଭାବରେ ଗୋପୀକୁ ମାଡ଼ମାରି ବିପଦ୍ ମୁହଁକୁ ଠେଲି ଦେଲେ । ଗୋପୀ ଜାଣି ପାରିଛି ବାବୁମାନଙ୍କଠାରୁ, ଭାଲୁ ଖୁବ୍ ନିରୀହ । କାରଣ ଭାଲୁ ହାତମୁଠାରେ ପାଇ ଗୋପୀକୁ ଛାଡ଼ିଦେଲା, କିନ୍ତୁ ବାବୁମାନଙ୍କ କଥା ମାନି ନ ଥିଲେ, ସେମାନଙ୍କ ଗୋପୀକୁ ପିଟି ପିଟି ମାରି ଦେଇଥାନ୍ତେ । ଗୋପୀ ମେସ୍ ଛାଡ଼ି ଗଲାବେଳେ କହିଛି, ବୁଢ଼ୀମା’ ବିଶ୍ୱାସକୁ ତମେମାନେ ଭାଙ୍ଗିଦେଇଛ । ସେ ମେସ୍ ଛାଡ଼ି ଗଲାବେଳେ କହିଛି – ‘ମୁଁ ତ ରହିପାରିବିନି ହେଲେ କହି ଯାଉଚି…ତମେ ସମସ୍ତେ ତମ ଜିଭଟାଣି ନିଜ ହାତର ସସେମିରା ବୋଲି ଲେଖିଦେବ ।’’ସେଦିନ ରାଜାପୁତ୍ର ଯେଉଁଭଳି ଅବିଶ୍ଵାସୀ ହୋଇଥିଲା, ଆଜି ସବୁ ମଣିଷଙ୍କ ଭିତରେ ସେହିଭଳି ସ୍ଵାର୍ଥପରତା ଓ ଅବିଶ୍ଵାସ ବୋଧ ରହିଥିବା ନାଟ୍ୟକାର କହିଛନ୍ତି ।

(ଙ) ‘ଭାଲୁ’ ସମ୍ପର୍କରେ ଉପସ୍ଥିତ ବନ୍ଧୁମାନେ ଯେଉଁସବୁ ମନ୍ତବ୍ୟ ଦେଇଥିଲେ ତା’ର ଆକଳନ କର ।
Solution:
ନାଟ୍ୟକାର ବିଜୟ ମିଶ୍ର ହିଁ ନବନାଟ୍ୟ ଆନ୍ଦୋଳନର ପରବର୍ତ୍ତୀ ପୁରୋଧା । ସେ ନାଟକରେ ଅନେକ ପ୍ରତୀକ ପ୍ରୟୋଗ କରି, ହିଂସ୍ରଜନ୍ତୁ ଭାବେ ବର୍ଣ୍ଣନା କରି, ତାହାକୁ ବିଶ୍ଵାସ ଓ ଆସ୍ଥାର ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି । ଏଥିପାଇଁ ସଂସ୍କୃତ କାହାଣୀ ଉପସ୍ଥିତି ସମ୍ପର୍କରେ ମେସ୍‌ରେ ରହୁଥ‌ିବା ବାବୁମାନେ ନିଜସ୍ବ ଚିନ୍ତାଧାରା ଓ ମନ୍ତବ୍ୟ ପ୍ରକାଶ କରିଛନ୍ତି । କୌଣସି ଏକ ବଣୁଆ ଭାଲୁ, ସହର ମଧ୍ୟକୁ ପଶିଆସିଛି । ସେହି ଖବର ପ୍ରଚାରିତ ହେଲା ପରେ, ସମସ୍ତଙ୍କ ମନରେ କିପରି ଭୟଙ୍କର ଭାବ ସୃଷ୍ଟି ହୋଇଛି ।

ମନମୋହନ ଉପରକୁ ଦେଖାଇ ହେଲାଭଳି କହିଛି, ଭାଲୁ ଆସିଲେ ବି ଆମର କିଛି କରିପାରିବ ନାହିଁ । ଗାଉଁଲି ପିଲା ହିସାବରେ ଗୋପୀ କିନ୍ତୁ ଏହି କଥାକୁ ବିଶ୍ଵାସ କରିପାରି ନାହିଁ । ବରଂ ସେ କହିଛି ଭାଲୁ କାମୁଡ଼ା ବଡ଼ ଭୟାନକ । ସେହି ସମୟରେ କୈଳାସ ସସେମିରା ଗଳ୍ପର ସୂଚନା ଦେଇଛି । ଗଳ୍ପ ଶୁଣି ନିଶାକର କହିଛି, ଭାଲୁ ବିଶ୍ଵାସ ଘାତକତା ଆଦୌ ସହିପାରେ ନାହିଁ । ଅର୍ଥାତ୍ ବିଶ୍ଵାସ ଘାତକଙ୍କୁ ସେ ଘୃଣାକରେ । ଯେହେତୁ ନିଶାକରବାବୁ ମେସ୍ ଚଳାଇବାରେ କିଛି ବିଶ୍ଵାସଘାତକ କାମ କରିଥିବେ, ତାହେଲେ ଭାଲୁ ତାଙ୍କୁ ନିଶ୍ଚୟ ଆକ୍ରମଣ କରିବ ।

ଗୋପୀ ପ୍ରଥମେ ବାଥୁରୁମ୍‌ରେ ଭାଲୁକୁ ଦେଖିଛି । ତେଣୁ ଭାଲୁ ପାଇଁ କେବଳ ମେସ୍ ରୋଷେଇ ବନ୍ଦ ହୋଇନାହିଁ । ଦଳ ମଧ୍ଯ ଗଠନ କରାଯାଇଛି । ଭାଲୁ ଭୟ ସମସ୍ତଙ୍କ ମନରେ ଏଭଳି ସଂକ୍ରମିତ ହୋଇଛି ଯେ, ଖଟ ଉପରେ କଳାକମ୍ବଳ ଘୋଡ଼େଇ ହୋଇଥିବା ଗୋପୀକୁ ନିଶାକର ଭାଲୁ ବୋଲି ଭାବିଛି । ଆଉ ଗୋପୀ ଶୋଇ ଶୋଇ ସବୁବେଳେ ଭାଲୁକୁ ନେଇ ସ୍ଵପ୍ନ ଦେଖିଛି ଓ ସ୍ଵପ୍ନରେ ସ୍ଵପ୍ନରେ ଖେଳିଛି ! ପାଇଖାନା ଭିତରେ ଭାଲୁ ରହିଥିଲେ ବି, ରାତି ହେଲେ ଭାଲୁର ଡର ଛାଡ଼ିଯାଏ ।

ଆଉ ଶତସିଂହର ପରାକ୍ରମ ପ୍ରକାଶ କରେ ବୋଲି ମନମୋହନ କହିଛି । ପୁନଶ୍ଚ ଭାଲୁ ବିଶ୍ଵାସ ଘାତକକୁ କ୍ଷମାକରେ ନାହିଁ, ତେଣୁ ସେ ସମସ୍ତଙ୍କ ଜିଭଟାଣି ତା’ଉପରେ ସସେମିରା ଲେଖିଦେବ ବୋଲି, ନିଶାକର ଆଶଙ୍କା କରିଛି । ଦେବକାନ୍ତ ଭାଲୁ ବିଷୟରେ ଅଧ୍ଵକ ଜାଣିବାପାଇଁ ଆହୁରି ହିଂସ୍ର ହୋଇପାରେ ବୋଲି ମନମୋହନ କହିଛି । ଭାଲୁକୁ ନେଇ କୈଳାସର ଚିନ୍ତାଧାରା ସ୍ଵତନ୍ତ୍ର । ସେ ମୃଦଙ୍ଗ ବଢେଇ ଭାଲୁକୁ ଜାମ୍ବବାନ ବୋଲି ମନେକରିଛି । ସର୍ପ ଜଣାଣ ପରି ସେ ବସି ବସି ଭାଲୁ ଜଣାଣ ରଚନା କରିଛି । ଏକଳି ଯୁଗରେ ଭାଲୁର ଶରଣାପନ୍ନ ହେବାପାଇଁ ଗୀତ ଗାଇଛି । ଦେଖା ଦେଇଛି କେହି ଭାଲୁ ମାରଣ କଥା ଚିନ୍ତାକଲାବେଳେ ଅନ୍ୟ କେହି ଭାଲୁ ଜଣାଣ ଗାଇଛି । ଭାଲୁ ମାଧ୍ୟମରେ ବନ୍ଧୁମାନଙ୍କର ମାନସିକ ଚିନ୍ତାଧାରା ପ୍ରକାଶ ପାଇଛି ।

(ଗ) ‘ଭାଲୁ ଉପଦ୍ରବ’ ଏକାଙ୍କିକାରୁ ସୁରେଶର ଚରିତ୍ର ଚିତ୍ରଣ କର ।
Solution:
କଥାବସ୍ତୁ ପରେ ନାଟକରେ ଦ୍ୱିତୀୟ ସ୍ଥାନ ହେଉଛି ଚରିତ୍ରର । କଥାବସ୍ତୁ ଚରିତ୍ରମାନଙ୍କ ଦ୍ଵାରା ସଂଳାପ ରୂପେ ମଞ୍ଚ ଉପରେ ପ୍ରସାରିତ ହୋଇଥାଏ । ଚରିତ୍ର ବ୍ୟତିରକେ ନାଟକ|ଏକାଙ୍କିକା ଅସମ୍ଭବ । ଏଥ‌ିପାଇଁ ଏକାଙ୍କିକାରେ ଚରିତ୍ର ହେଉଛି ଏକ ଆବଶ୍ୟକୀୟ ଉପାଦାନ । ଆଲୋଚ୍ୟ ଚରିତ୍ର ସୁରେଶ ନାଟ୍ୟକାର ବିଜୟ ମିଶ୍ରଙ୍କ ଏକାଙ୍କିକା ‘ଭାଲୁ ଉପଦ୍ରବ’ର ଏକାଙ୍କିକାର ପ୍ରଥମ ପର୍ଯ୍ୟାୟରେ ସୁରେଶ ଦୁଇହାତରେ ଦୁଇଟା ମୁଗୁର ଭାଙ୍ଗୁ ଭାଙ୍ଗୁ ଗୋଟିଏ ଦିଗରେ ପ୍ରବେଶ କରି, ଅନ୍ୟ ଦିଗରେ ପ୍ରସ୍ଥାନ କରୁଛି । ସହର ଭିତରକୁ ଭାଲୁ ପଶିଆସିଥିବା ଘୋଷଣା ହେଲାପରେ, କୈଳାସ ସସେମିରା ପ୍ରସଙ୍ଗ ସୂଚନା ଦେଇଛି । ସୁରେଶ କିନ୍ତୁ କୈଳାସର ଏଭଳି କଥାରେ ବିରକ୍ତି ପ୍ରକାଶ କରିଛି ।

ଭାଲୁ ଆସିଥିବାରୁ ନିଶାକର ବଜାର ଯିବାକୁ ବନ୍ଦ କରିବାରୁ, ସୁରେଶ ନିଶାକରକୁ ଆକ୍ଷେପ କରିଛି । ଅନ୍ୟମାନ, ଭଳି ବିଶ୍ଵାସ ଘାତକ ବୋଲି କହିଛି । ପୁଣି କହିଛି ‘‘କବା. ଭାଲୁଟା….ତା’ପାଇଁ ଆପଣ Mess ବନ୍ଦ କରିଦେବେ ? ଭାଲୁ ପାଇଁ ଯଦି ମେସ୍ ବନ୍ଦ କରିଦେବେ, ତା’ହେଲେ ହାତୀପାଇଁ ଏ ଦେଶକୁ ତ ଗୋଟାଏ ବନ୍ଦ ଡାକରା ଦେଇଦେବେ ।’’
ଗୋପୀ ଚିତ୍କାର କରି ଭାଲୁ କଥା କହିବାରୁ, ଉପରେ ଫୁଟାଣି ଦେଖାଇ ସୁରେଶ ନିଜକୁ ଅତିରଞ୍ଜିତ କରି ପ୍ରକାଶ କରିଛି ।

କହିଛି, ‘କାହିଁରେ……କୋଇଠି….ରେ ଭଲୁକ….ଏଇ ଗଦାଘାତେ ଆଜି ତୋତେ ପଠେଇବି ସମନ ସଦନେ… କହ କହ କେଉଁଠାରେ ତୁହି ।’’ କିନ୍ତୁ ଭାଲୁ ଯେ ବାଥୁରୁମ୍‌ରେ ଏହା ଜାଣି ସାରିବା ପରେ ଚୁପ୍ ହୋଇଯାଇଛି । ଆହୁରି ମିଛୁଆଙ୍କ ଭଳି କହିଛି, ବାହାରେ ବୁଲୁଥିଲେ ଦେଖେଇ ଦେଇଥା’ନ୍ତି…ବାଥରୁମ୍‌ରେ ପଶିଚି ମାନେ…..ଛୋଟ ରୁମ୍ଟା, fight କରିହେବନି । ସୁରେଶ ନିଜକୁ ଅଫିସ୍‌ର ଜଣେ କର୍ମପ୍ରବଣ କର୍ମୀ ବୋଲି କହିଛି । ତା’ ଅଫିସ୍‌ରେ ଗୋଟିଏ ଜରୁରୀ ଫାଇଲ୍ dispose ହେବାର ଥିଲା, ବୋଲି ଉଲ୍ଲେଖ କରିଛି। ଅନ୍ୟକୁ କେବଳ ସବୁବେଳେ ଦୋଷ ଦେବା ଅଭ୍ୟାସ ହେଉଛି ସୁରେଶର । ନିଶାକରବାବୁ ବାଥୁରୁମ୍ ଲାଇଟ୍‌ର ବାହାରେ ସୁଇଚ୍ ରଖିନଥୁବାରୁ, ସୁରେଶ କହିଛି । ଭାଲୁ ଯୋଗୁ ଉପାସ ରହିବା ଓ ନିତ୍ୟକର୍ମ କରି ନପାରିବାରୁ ସୁରେଶ ବାରମ୍ବାର ଚିଡ଼ି ଚିଡ଼ି ହୋଇଛି ।

ମଣିଷ ଓ ପଶୁ ମଧ୍ୟରେ ତୁଳନା କରି କହିଛି, ‘ପଶୁ ମଣିଷକୁ ମାରିଦିଏ, ଏକଥା ଯେମିତି ଠିକ୍, ମଣିଷ ବି ପଶୁମାଂସ ଖାଏ, ଏକଥା ସେମିତି ଠିକ୍ ।’’ପଛ ଦରଜା ଖୋଲି ଦେଲେ ଭାଲୁ ବାହାରିଯିବ, ସେଭଳି ଆଲୋଚନାରେ ସହମତ ହୋଇଛି ସୁରେଶ । ମାତ୍ର ଗୋପୀ ଦ୍ଵାରା ଏ କାମ କରାଯିବ, ଏଥରେ ସେ ପ୍ରଥମେ ଅନିଚ୍ଛା ପ୍ରକାଶ କରିଛି । କିନ୍ତୁ ପରେ ଅନ୍ୟମାନଙ୍କ ପରି ସେ ଗୋପୀକୁ ବାଧ୍ଯ କରିଛି, ସେଭଳି ବିପଦପୂର୍ଣ୍ଣ କାମ କରିବା ପାଇଁ । ଗୋପୀର ବେକ ଧରି ମାଡ଼ ଦେଇଛି । ଗୋପୀ ଦରଜା ଖୋଲିବାକୁ ଗଲାବେଳେ, ସେ ସତର୍କତାର ସହିତ ରହି ଧାରା ବିବରଣୀ ପ୍ରକାଶ କଲାଭଳି କହିଛି ।

(କ) କବି ପରିଚୟ :

ଓଡିଆ ନବନାଟ୍ୟ ଆନ୍ଦୋଳନର ଅନ୍ୟତମ ପୁରୋଧା ହେଉଛିନ୍ତି ନାଟ୍ୟକାର ବିଲୟ ପିଣ୍ଡ | ଗତାନୁଗତିକ ନାଟକକୁ ଏକ ତନ୍ନ ମାନର ଆରେଲ ବିଗରେ ତାଙ୍କଉ ଅନସାକାଣ୍ର୍ୟ | ପରମାର ଏଙ୍କ ଆଧୁନିକତା ଉତ୍ପ ସହିତ ଏକ ବିଚିତ୍ର ସାଲିସ୍ କରିଛିନ୍ତି ନାଟ୍ୟକାର ବିକମ ମିଣ୍ଡ | ଏକ ଭିନ୍ନ ମାର୍ଗରେ ଆଗେଇ ନେବା ଦିଗରେ ତାଙ୍କର ଭୂମିକା ଅନସ୍ବୀକାର୍ଯ୍ୟ । ପରମ୍ପରା ଏବଂ ଆଧୁନିକତା ଉଭୟ ସହିତ ଏକ ବିଚିତ୍ର ସାଲିସ୍ କରିଛନ୍ତି ନାଟ୍ୟକାର ବିଜୟ ମିଶ୍ର । ଏହି ମହାନ୍ ନାଟ୍ୟକାର ବାଲେଶ୍ଵର ଜିଲ୍ଲାର ନୀଳଗିରିସ୍ଥ ସନ୍ତରାଗଡ଼ିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସମୟ ହେଉଛି ୧୯୩୬ ମସିହା ଜୁଲାଇ ୧୫ ତାରିଖ । ଇଂଜିନିୟରିଂରେ ଡିପ୍ଲୋମା ଲାଭ କରିବା ପରେ ପରେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ । ସେହି ଚାକିରିରେ ରହି ମଧ୍ୟ ମଞ୍ଚ, ବେତାର, ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ସହିତ ସେ ଓତପ୍ରୋତ ଭାବେ ଜଡ଼ିତ ରହିଥିଲେ । ପ୍ରତ୍ୟେକ ମାଧ୍ୟମ ପାଇଁ ସେ ନାଟକ ରଚନା ପାଇଁ ଚେଷ୍ଟା କରୁଥିଲେ ।

ବିଜୟ ମିଶ୍ରଙ୍କ ନାଟକ ‘ଏକାକୀ’ ୧୯୬୨ରେ ସଙ୍ଗୀତ ନାଟକ ଏକାଡ଼େମୀଦ୍ଵାରା ସର୍ବଶ୍ରେଷ୍ଠ ନାଟକ ଭାବରେ ପୁରସ୍କୃତ ହୋଇଥିଲା । ତାଙ୍କର ‘ଯାଦୁକର’ ୧୯୮୦ରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି । ୧୯୭୮ରେ ମିଶ୍ର ୧୯୬୪ରେ ‘ଅଶାନ୍ତ ଗ୍ରହ’ ରଚନା କରି ପାରମ୍ପରିକ ନାଟକକୁ ଏକ ନୂଆ ଢାଞ୍ଚାରେ ପକାଇଥିଲେ । ୧୯୬୨ରେ ତାଙ୍କ ରଚିତ ‘ଦୁଇଟି ସୂର୍ଯ୍ୟଦଗ୍‌ଧ ଫୁଲକୁ ନେଇ’ ଏକ ଭିନ୍ନ ସ୍ଵାଦର ନାଟକ । ଦୁଇଟି ଚରିତ୍ର ମାଧ୍ୟମରେ ଏହି ନାଟକରେ folk form ର ସଫଳ ପ୍ରୟୋଗ ଘଟିଛି । ୧୯୬୪ଠାରୁ ନାଟ୍ୟକାର ମିଶ୍ର ଆଉ ପଛକୁ ଫେରି ଚାହିଁନାହାଁନ୍ତି । ସୃଷ୍ଟି କରିଛନ୍ତି, ଗୋଟିଏ ପରେ ଗୋଟିଏ ପରୀକ୍ଷାମୂଳକ ନାଟକ । ନାଟ୍ୟକାର ବିଜୟ ମିଶ୍ରଙ୍କ ଚାରୋଟି ନାଟକ ସାଧାରଣତଃ ଦର୍ଶକ, ପାଠକଙ୍କ ଦୃଷ୍ଟି ଆକର୍ଷଣ କରେ । ସେଗୁଡ଼ିକ ହେଉଛି – ‘ଅଶାନ୍ତ ଗ୍ରହ’, ‘ଶବବାହକମାନେ’, ‘ତଟ ନିରଞ୍ଜନା’ ଏବଂ ‘ଜଣେ ରାଜା ଥିଲେ’ । ଚାରୋଟିଯାକ ନାଟକ ନିଜ ବାଲ୍ୟକାଳରୁ ନାଟ୍ୟକାର ମିଶ୍ର ନାଟକ ପ୍ରତି ଆସକ୍ତ ହୋଇ ପଡ଼ିଥିଲେ । ଅବଶ୍ୟ ଏହା ପଛରେ ଥିଲା ତାଙ୍କ ପିତାଙ୍କର ପ୍ରଚ୍ଛନ୍ନ ଆଶୀର୍ବାଦ । ପିତା କଳାପ୍ରିୟ ଥିବାରୁ ପରିବାର ମଧ୍ୟରେ ସେ କଳାଚର୍ଚ୍ଚାର ସୁଯୋଗ ପାଇଥିଲେ । ତତ୍‌କାଳୀନ

ବ୍ରାହ୍ମଣ ପରିବାର ମଧ୍ୟରେ ଜନ୍ମଗ୍ରହଣ କରି ମଧ୍ୟ ନାଟ୍ୟକାର ବିଶେଷ କୌଣସି ବାଧାବିଘ୍ନର ସମ୍ମୁଖୀନ ହୋଇନଥିଲେ । ଅଧ୍ଵନ୍ତୁ ତାଙ୍କ ପିତା ଗୋଟିଏ ଯାତ୍ରା ବା ଅପେରା ଦଳର ପୃଷ୍ଠପୋଷକ ଥିଲେ । ନାଟକ ଲେଖିବା ପୂର୍ବରୁ ଶ୍ରୀଯୁକ୍ତ ମିଶ୍ରଙ୍କର ସାରସ୍ଵତ ଜୀବନ ଆରମ୍ଭ ହୋଇଥିଲା କବିତା ରଚନାରେ । ମାତ୍ର ସେହି କବିତା ଲେଖାରେ ସେ ସିଦ୍ଧି ଅର୍ଜନ କରିନଥିଲେ । ସମୟ ତାଙ୍କୁ ବାଧା ଦେଇଥିଲେ ବି କବିତାର ସ୍ଥାନକୁ ସେ ନାଟକରେ ଦେଇଥିଲେ । ଫଳରେ ସେ ନାଟ୍ୟ ଜଗତ ପ୍ରତି ଆସକ୍ତ ହୋଇ ନୂଆ ଜୀବନ ଆରମ୍ଭ କରିଥିଲେ । ସେ ଜୀବନ ଥିଲା ତାଙ୍କର ନାଟକ ଜୀବନ ।

ପାରମ୍ପରିକ ଶିକ୍ଷାରେ ସେ ଅଧ୍ଵ ଅଗ୍ରସର ହୋଇନଥିଲେ । ହାଇସ୍କୁଲ ପାଠ ଶେଷ କରିବା ପରେ ସେ ଭର୍ତ୍ତି ହୋଇଥଲେ ଇଞ୍ଜିନିୟରିଂ ସ୍କୁଲରେ । ସେଠାରୁ ଡିପ୍ଲୋମା ପାର୍ଶ୍ଵକରି ସେ ଓଭରସିୟର ଭାବେ ନିଯୁକ୍ତି ହୋଇଥିଲେ । ୧୯୬୦ ମସିହାରୁ ସେ ନାଟକ ଲେଖା ଆରମ୍ଭ କରିଥିଲେ । ପାରମ୍ପରିକ ଓ ଆଧୁନିକ ଉଭୟ ପ୍ରକାର ନାଟକ ସେ ରଚନା କରିବାରେ ମନୋନିବେଶ କରିଥିଲେ । ତାଙ୍କଦ୍ବାରା ରଚିତ ନାଟକଗୁଡ଼ିକ ହେଉଛି ‘ଜନନୀ’, ‘ପଞ୍ଚଶାୟକ’, ‘ଶୃଙ୍ଖଳା’, ‘ଅଶାନ୍ତଗ୍ରହ’, ‘ତିମିର ତୀର୍ଥ’, ‘ସାଗରତୀରେ’, ‘ଯାଯାବର’, ‘ହେ ସ୍ଵର୍ଗ ବିଦାୟ’, ‘ପ୍ରତୀକ୍ଷା’, ‘ମନ ଅରଣ୍ୟ’, ‘ଶବବାହକମାନେ’, ‘ଚନ୍ଦ୍ରଚୋରି’, ‘ଏଠି ସେଠି ସବୁଠି’, ‘ଦୁଇଟି ସୂର୍ଯ୍ୟଦଗ୍‌ଧ ଫୁଲକୁ ନେଇ’, ‘ଯାଦୁକର’, ତଟ ନିରଞ୍ଜନା’, ‘ଜଣେ ରାଜା ଥିଲେ’, ‘ପର୍ଶୁରାମ’ ଏବଂ ‘ବାଦ୍‌ଶାହା’ ।

ନାଟ୍ୟକାର ମିଶ୍ର ପରମ୍ପରା ଏବଂ ଆଧୁନିକତାକୁ ଏକା ସଙ୍ଗରେ ସ୍ବାଗତ କରିଥିଲେ ଏବଂ ସବୁଥ୍ରେ ସେ ସିଦ୍ଧି ଅର୍ଜନ ମୁଖ୍ୟତଃ ୧୯୬୦ରୁ ୧୯୬୮ ମସିହା ମଧ୍ୟରେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ପାଣିପାଗ ସହିତ ସାଲିସ୍ କରି ନାଟକ ରଚନା କରିଥିଲେ ଏବଂ ସେଥ‌ିରେ ମଧ୍ୟ ସେ ସଫଳତା ଅର୍ଜନ କରିଥିଲେ ।

(ଖ) ଏକାଙ୍କିକାର ସାରକଥା :

ନାଟ୍ୟକାର ବିଜୟ ମିଶ୍ର ତାଙ୍କ ନାଟକରେ ମଣିଷର ବାହ୍ୟ କାର୍ଯ୍ୟକଳାପ (Outer action) ଅପେକ୍ଷା ଆମ୍ବିକ ପ୍ରକାଶ କରିଛନ୍ତି । ସାମ୍ପ୍ରତିକ ସମୟରେ ମଣିଷମାନେ ବେଶ୍ ସ୍ବାର୍ଥପର । ଏକାଙ୍କିକାରେ ବର୍ତ୍ତମାନ ସମୟର ପଟ୍ଟଭୂମିରେ ମାନବୀୟ ଅବମୂଲ୍ୟାୟନର ଚିତ୍ରକୁ ନାଟ୍ୟକାର ଦେଖାଇଛନ୍ତି । ଆମ୍ବସର୍ବସ୍ଵ ମଣିଷ ଆଜି ନିଜର ଅବସ୍ଥିତିକୁ ନେଇ ଚିନ୍ତାଗ୍ରସ୍ତ । ଏକଦା ବିଶ୍ଵମାନବ ପାଇଁ ଏକକ ମାନବର ବଳିଦାନର କଥା ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ଆଜି କିନ୍ତୁ ସେହି ଚିନ୍ତାଧାରା ବଦଳିଯାଇଛି । ପରିବର୍ତ୍ତିତ ପରିସ୍ଥିତିରେ ମଣିଷ ନିଜେ ବଞ୍ଚିବାପାଇଁ ଯେକୌଣସି ବ୍ୟକ୍ତିକୁ ବଳିଦାନ ଦେବାକୁ ପ୍ରସ୍ତୁତ ହୋଇଛି । ଆତ୍ମସର୍ବସ୍ଵ ବିଶ୍ଵର ଏଇ ନୈତିକ ଅବମୂଲ୍ୟାୟନର ଚିତ୍ରକୁ ଅତି ଚମତ୍କାର ଭାବରେ ‘ଭାଲୁ ଉପଦ୍ରବ’ ଏକାଙ୍କିକାରେ ଉପସ୍ଥାପନ କରାଯାଇଛି । ଭାଲୁ ଆଖ୍ୟାରେ ଲୋକଗଳ୍ପର ମାନବ କେବଳ ଅକୃତଜ୍ଞ ନୁହେଁ, ଆଜିର ମାନବ ବି ସେହି ଅକୃତଜ୍ଞତାର ପରମ୍ପରାକୁ ଅବ୍ୟାହତ ରଖୁଛି ।

ନିଶାକର, ଗୋପୀ, ମନମୋହନ ଓ ଦେବକାନ୍ତ । କୌଣସି ଏକ ସହରରେ ଛୋଟ ବଡ଼ ଚାକିରି କରି ବା ବୃତ୍ତି ଆଶାୟୀ କୈଳାଶ, ସୁରେଶ, ମନମୋହନ ଓ ଦେବକାନ୍ତ ଘରଭଡ଼ା ନେଇ ମେସ୍ କରିଛନ୍ତି । ମେସ୍ ବୁଝାବୁଝି ଦାୟିତ୍ଵରେ ଅଛନ୍ତି ନିଶାକର । ଟହଲିଆ ବା ଚାକର ଭାବରେ ଅଛନ୍ତି, ସବୁଠାରୁ ସାନ ଗୋପୀ । ମେସ୍‌ରେ ସକାଳୁ ସକାଳୁ ସୁରେଶ ଓ କୈଳାସ ଶରୀର ଚର୍ଚ୍ଚା ବା ବ୍ୟାୟାମ କରୁଛନ୍ତି । ସେହି ରୁମ୍‌ରେ ଥୁଆ ହୋଇଛି ଟିଭି ଓ ରେଡ଼ିଓ । ସକାଳୁ ସକାଳୁ ପରିବା ଆଣିବା ପାଇଁ ବାହାରିଛନ୍ତି ନିଶାକର ଓ ଗୋପୀ । ଏହି ସମୟରେ ରେଡ଼ିଓ ଯୋଗେ ଶୁଣିପାରିଛନ୍ତି, ବିଶେଷ ଖବରକୁ । ପାଖ ଜଙ୍ଗଲରୁ ସହର ଭିତରକୁ ପଶି ଆସିଛି ଭାଲୁ । ଭାଲୁଟି ଯେକୌଣସି ଜାଗାରେ ଥାଇପାରେ କିମ୍ବା ଯେକୌଣସି ସ୍ଥାନରେ ପହଞ୍ଚି, ସାଧାରଣ ଲୋକଙ୍କର କ୍ଷତି ଘଟାଇପାରେ । ତେଣୁ ସମସ୍ତେ ଭାଲୁ ପ୍ରତି ସତର୍କ ରହିବାକୁ ବିଶେଷ ଘୋଷଣା କରାଯାଇଛି ।

ଏହି ଘୋଷଣା ଶୁଣି ବ୍ୟାୟାମ କରୁଥିବା ସୁରେଶ ଓ କୈଳାସ ସ୍ଥିର ହୋଇଯାଇଛନ୍ତି । ବଜାରକୁ ପରିବା ଆଣିବାପାଇଁ ବାହାରିଥିବା ନିଶାକର ଓ ଗୋପୀ ଅଟକି ଯାଇଛନ୍ତି । ସେହି ସମୟରେ ମେସ୍‌କୁ ଆସିଛନ୍ତି ଦେବକାନ୍ତ ଓ ମନମୋହନ । ସେମାନେ ମଧ୍ୟ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି । ପ୍ରସଙ୍ଗକ୍ରମେ ସେମାନେ ଭାଲୁ ଓ ରାଜାପୁଅକୁ ନେଇ ରଚନା କରାଯାଇଥିବା ସସେମିରା ଗଳ୍ପର ସୂଚନା ଦେଇଛନ୍ତି । ଦେବକାନ୍ତ କହିଛି, କୌଣସି ଏକ ଭାଲୁ ବିଶ୍ଵାସଘାତକ ବନ୍ଧୁର ଜିଭରେ ସସେମିରା ଲେଖ୍ ଦେଇଥିଲା । ଏହାର ଉତ୍ତର ଦେଇ ଓ କଥାଟିକୁ ଆହୁରି ସ୍ପଷ୍ଟକରି ନିଶାକର କହିଛି– ଭାଲୁ ବିଶ୍ଵାସଘାତକତାକୁ ଆଦୌ ସହିପାରେ ନାହିଁ ।

ଭାଲୁ ସହରକୁ ଆସିଥିବା କଥା ଶୁଣି, ନିଶାକର ଆଉ ପରିବା ଆଣିବାପାଇଁ ଯାଇନାହାଁନ୍ତି । ସେଦିନ ଆଉ ରୋଷେଇ ହୋଇପାରିବ ନାହିଁ ବୋଲି କହିଛନ୍ତି । ରୋଷେଇ ବନ୍ଦ କଥା ଶୁଣି ସୁରେଶ, କୈଳାସ, ଦେବକାନ୍ତ ଓ ମନମୋହନ ଅସନ୍ତୁଷ୍ଟ ହୋଇଛନ୍ତି । ସେମାନଙ୍କର ଦାୟିତ୍ଵପୂର୍ଣ୍ଣ କାମ ମାରା ହେବ ଓ ସେମାନେ ଅସୁବିଧାରେ ପଡ଼ିବେ ବୋଲି କହିଛନ୍ତି । ସେହି କରି ଗୋପୀ ଦୌଡ଼ି ଦୌଡ଼ି ଆସିଛି । ପଚାରିବାରୁ କହିଛି, ସେ ଯେପରି ଅନୁଭବ କରିଛି ଭାଲୁ ତାକୁ ଆକ୍ରମଣ କରିବାକୁ ଆସିଛି । ସମସ୍ତେ କେବଳ ଭାଲୁକୁ ନେଇ କେତେ କଥା କହିଲେ ମଧ୍ୟ, ସମସ୍ୟା ସମାଧାନର ସୂତ୍ର ବାହାର କରି ନାହାଁନ୍ତି । ଏହି ସମୟରେ ଦେବକାନ୍ତ ପ୍ରକୃତିର ଡାକ ମାନେ ଦୁଇ ନମ୍ବର ପାଇଁ ଭିତରକୁ ଯାଇଛି । ହଠାତ୍ ଗାମୁଛା ପିନ୍ଧି ଛାନିଆ ହୋଇ ଭାଲୁ-ଭାଲୁ-କହି ବାହାରକୁ ଆସିଛି ।

ସମସ୍ତେ ଦେବକାନ୍ତକୁ ଧରି ପକାଇଛନ୍ତି ଏବଂ ଘଟଣା କ’ଣ ବୋଲି ପଚାରିଛନ୍ତି । ଦେବକାନ୍ତ କହିଛି, ତାଙ୍କ ବାର୍ଥରୁମ୍‌ରେ ଭାଲୁ ଅଛି । ଅନ୍ୟମାନେ ଅନୁମାନ କରିଛନ୍ତି, ପଛଦରଜା, ବୋଧହୁଏ ଖୋଲାଥିବା ସମୟରେ, ଭାଲୁଟି ପାଇଖାନା ଘରକୁ ପଶିଆସିଛି । ଯେହେତୁ ଭାଲୁଟି ଗାଧୁଆଘରକୁ ପଶି ଆସିଛି, ସମସ୍ତଙ୍କର ଝାଡ଼ା, ପରିସ୍ରା ବନ୍ଦ ହୋଇଯାଇଛି । ରୋଷେଇ ବନ୍ଦ ସାଙ୍ଗକୁ ସେମାନଙ୍କର ନିତ୍ୟକର୍ମ ସାରିବା ଆଉ ସମ୍ଭବ ହୋଇନାହିଁ । ସମସ୍ତେ ଜାଣିଛନ୍ତି ଓ ସହରରେ ନୁହେଁ ବରଂ ଏହି ମେସ୍‌ରେ ଭାଲୁ ଉପଦ୍ରବ ଆରମ୍ଭ ହୋଇଯାଇଛି । ଏହିଭଳି ଆଳାପ ଆଲୋଚନାରେ ଦିନ କଟିଯାଇଛି । ସନ୍ଧ୍ୟା ସମୟରେ ଟି.ଭି.ରେ ଘୋଷଣା କରାଯାଇଛି, ‘ବହୁ ଅନୁସନ୍ଧାନ ଏବଂ ଖୋଜାଖୋଜି କଲାପରେ ମଧ୍ୟ ଆଜି ଦିନସାରା ଜଙ୍ଗଲରୁ ପଳାଇ ଆସିଥିବା ଭାଲୁଟିର ସନ୍ଧାନ ମିଳିନାହିଁ ।

ରାଜ୍ୟର ପୋଲିସ୍‌ବାହିନୀ କ୍ଷମା କରିବେ ସହରର ପୋଲିସ୍‌ବାହିନୀ ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀ ଦଳ ଛୋଟବଡ଼ ଶିକାରୀ ଏବଂ ଉତ୍ସାହୀ ଯୁବକମାନଙ୍କୁ ନେଇ ସରକାର ଗୋଟିଏ ଅନୁସନ୍ଧାନ ୱାର୍ଡ଼କୁ ଜଣାଇବାକୁ ଅନୁରୋଧ । ସର୍ବଶେଷ ଖବରରୁ ଜଣାଯାଇଛି, ଆଜି ସହରରେ ହେବାକୁ ଥ‌ିବା ଇଣ୍ଟରଭ୍ୟୁ, କ୍ରିକେଟ୍‌ଙ୍ଖଳ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସବୁ ଏଇ ଭାଲୁ ଉପଦ୍ରବ ପାଇଁ ବନ୍ଦ ରହିଛି । ଦର୍ଶକମାନଙ୍କୁ ଆମେ ଜଣାଇ ଦେଉଛୁ ଯେ ଆଜି ରାତି ୯ଟା ୫୦ରେ ଭାଲୁ ଉପରେ ଏକ ବୃତ୍ତ ଚିତ୍ର ପ୍ରଦର୍ଶନ କରିବୁ । ତା’ର ସ୍ଵଭାବ, ଚରିତ୍ର ଏବଂ ଅନ୍ୟାନ୍ୟ ବିଷୟକୁ ନେଇ ଏଇ ଚିତ୍ରଟି ପ୍ରସ୍ତୁତ କରାଯାଇଛି ।’’ ନିଶାକର ହଠାତ୍ ଖଟ ଉପରେ କଳାକମ୍ବଳ ଘୋଡ଼େଇ ହୋଇ ଶୋଇଥିବା ଗୋପୀକୁ ଦେଖ୍, ଭାଲୁ ବୋଲି ଭାବିଛି । ଛାନିଆଁରେ ଭାଲୁ ଭାଲୁ ବୋଲି ପାଟି କରିଛି ।

ନିଶାକର ଭୟରେ ଆଖୁବୁଜି ଦେଇ ଭାଲୁ ଭାଲୁ ଚିତ୍କାର କଲାବେଳେ, ଗୋପୀ କମ୍ବଳ ଫୋପାଡ଼ି ଦେଇ ନିଶାକର ପାଖରେ ଛିଡ଼ାହୋଇ ପାଟିକରିଛି । ସମସ୍ତେ ଆସିଲା ପରେ ଜଣାଗଲା ଖଟ ଉପରେ ଥିବା କମ୍ବଳକୁ ସେମାନେ ଭାଲୁ ବୋଲି ଧରି ନେଇଥିଲେ । ମନମୋହନ କହିଥୁଲା ପାଇଖାନା ନିକଟରେ ଯେଉଁ ଫାଟ ଅଛି, ତା’ରି ଭିତର ଦେଇ ସେ ଭାଲୁ ଦେଖିଥିଲା । ସେତେବେଳେ ଭାଲୁଟି ଜରରେ କମ୍ପୁଥିଲା । ହେଲେ ରାତି ହେବାରୁ ଜର ଛାଡ଼ି ଯାଇଥ‌ିବ । ତେଣୁ ସେ ଭୟଙ୍କର ଗର୍ଜନ କରୁଛି । ପାଇଖାନା ପଟ ଅନ୍ଧାର ଥିବାରୁ, ସେପଟେ ଆଲୁଅ ଲଗାଇବା ପାଇଁ ସୁରେଶ ଚେଷ୍ଟାକରିଛି । ପୁଣି ଏହି ଖବର ସ୍କାର୍ଡ଼ ପାର୍ଟିକୁ ଜଣାଇବା ପାଇଁ ସୁରେଶ କହିଲେ ବି, ନିଶାକର ସେଥୁରେ ବାରଣ କରିଛି ।

ସମସ୍ତେ ଭାଲୁକୁ ନେଇ କେତେ କଥା କହିଛନ୍ତି । ସେମାନେ ଦିନସାରା ଭାଲୁ ପାଇଁ ଘରେ ବନ୍ଦ ହୋଇ ରହିଛନ୍ତି । ସେମାନଙ୍କର ଝାଡ଼ା, ପରିସ୍ରା, ଖାଇବା ସବୁ ବନ୍ଦ ହୋଇଛି । ଦେବକାନ୍ତ କହିଛି, ଭାଲୁ ଗୋଟିଏ ହିଂସ୍ରପ୍ରାଣୀ, ସେ ମଧ୍ଯ ପ୍ରତିଶୋଧପ୍ରବଣ । ମନମୋହନ ଓ ସୁରେଶ, ଦେବକାନ୍ତ କଥାର ଉତ୍ତରଦେଇ କହିଛନ୍ତି, ଅନେକ ସମୟରେ, ଦରକାର ପଡ଼ିଲେ ମଣିଷ ଭାଲୁଠାରୁ ଆହୁରି ହିଂସ୍ର ହୋଇପାରେ । ତୁଳନାକରି ସୁରେଶ କହିଛି, ‘ପଶୁ ମଣିଷକୁ ମାରିଦିଏ, ଏକଥା ଯେମିତି ଠିକ୍ ମଟିଷ ବି ପଶୁ ମାଂସ ଖାଏ, ଏକଥା ସେମିତି ଠିକ୍ । ତଫାତ୍‌ ଏତିକି ଆମେ ରନ୍ଧା ମାଂସ ଖାଇଲାବେଳେ, ସେମାନେ କଞ୍ଚାମାଂସ ଖାଇଥା’ନ୍ତି । ମନମୋହନ କହିଛି, ଇଚ୍ଛାକଲେ ମଣିଷ ବି ପଶୁ ହୋଇପାରେ ।

ଏହି ସମୟରେ ଗୋପୀ ଦୌଡ଼ି ଦୌଡ଼ି ଆସି ଚିତ୍କାର କରି ତଳେ ପଡ଼ିଯାଇଛି । ସମସ୍ତେ ପଚାରିବାରୁ କହିଛି, ତାକୁ ପିଟିଛି । ସେ ସମ୍ପର୍କରେ ଆଲୋଚନା ନସରୁଣୁ କୈଳାସ ମୃଦଙ୍ଗ ବଜାଇ, ଭାଲୁଙ୍କୁ ନେଇ ରାମାୟଣ ପ୍ରସଙ୍ଗ ଉପସ୍ଥାପନ କରିଛି । ଭାଲୁକୁ ନେଇ ଜଣାଣ ରଚନା କରିଛି ବୋଲି କହିଛି । ସମସ୍ତେ ଭାଲୁ ଜଣାଣ ବୋଲିଛନ୍ତି ।

ପରଦିନ ରାତି ନପାହୁଣୁ ସମସ୍ତେ ଉଠିଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ଚିନ୍ତା ସେମାନେ କିପରି ପାଇଖାନା ଯିବେ । ଯେହେତୁ ପାଇଖାନା ଘରେ ଭାଲୁ ପଶିଛି, ଭାଲୁକୁ ଡରି ସେମାନେ ନିତ୍ୟକର୍ମ ସାରିପାରୁ ନାହାଁନ୍ତି । ସେମାନେ ଚିନ୍ତା କରିଛନ୍ତି ଯଦି ମିଳିତଭାବେ ଭାଲୁକୁ ଆକ୍ରମଣ କରିବେ, ତା’ହେଲେ ସେମାନେ ଭାଲୁ ଉପଦ୍ରବରୁ ରକ୍ଷାପାଇବେ । ଭାଲୁକୁ ଆକ୍ରମଣ କଲେ, ଭାଲୁ ହୁଏତ ପ୍ରତି ଆକ୍ରମଣ କରିପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି । ସ୍କାର୍ଡ଼ ପାର୍ଟିକୁ ଜଣାଇବାକୁ ଚାହିଁଲେ ବି, କାଳେ ସେମାନଙ୍କ ଆଡ଼କୁ ଦୋଷ ଆସିବ, ସେଥ୍ପାଇଁ ସେମାନେ ତାହା କରିନାହାଁନ୍ତି ।

ଦେବକାନ୍ତ କହିଛି, ଆମେ ଯେମିତି ପାଇଖାନା ଯିବାକୁ ଛଟପଟ ହେଉଛୁ, ଭାଲୁଟି ମଧ୍ଯ ପାଇଖାନାରେ ରହି, ସେହିପରି ଛଟପଟ ହେଉଥ‌ିବ । ଯଦି ପାଇଖାନାର ପଛପଟ ଦରଜାଟା ଖୋଲି ଦିଆଯାଏ, ତା’ହେଲେ ଭାଲୁ ସେହି ବାଟଦେଇ ବାହାରକୁ ଚାଲିଯିବ । ସମସ୍ତେ ସ୍ଥିର କଲେ ପାଇଖାନା ପଛପଟ କବାଟ ଖୋଲିଲେ ଭାଲୁଟି ବାହାରିଯିବ, ହେଲେ ସେହି କାମଟି କିଏ କରିବ, ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲା । କାରଣ କବାଟ ଖୋଲିବାକୁ ଗଲେ ହୁଏତ ଭାଲୁ ତାକୁ ଆକ୍ରମଣ କରିପାରେ । କାରଣ ଭାଲୁଟି ପାଇଖାନା ଭିତରେ ରହି ବାରବାର ଗର୍ଜନ କରୁଥିବାର ସେମାନେ ଶୁଣିଛନ୍ତି । ନିଜ ଜୀବନକୁ ବିପନ୍ନକରି କେହି ପଛ କବାଟ ଖୋଲିବାକୁ ସାହସ କଲେ ନାହିଁ । ଉପରକୁ ଯେଉଁମାନେ ସାହସୀ ବୋଲି ଦେଖାଇ ହେଉଥିଲେ, ସେମାନେ ସାହସକରି କବାଟ ପାଖକୁ ଗଲେନାହିଁ ।

ସେହି ସମୟରେ ଖଟଖୁରାକୁ ଆଉଜି ଗୋପୀ ଶୋଇଥିଲା । କାରଣ ଏହିସବୁ କଥାଚାର ଭିତରେ ତା’ର କୌଣସି ଆଶ୍ଵିପଡ଼ିଲା ଗୋପୀ ଉପରେ । ସେ ପ୍ରସ୍ତାବ ଦେଲା ଗୋପୀ ଯିବ ପଛପଟ ଖୋଲିବାକୁ । ନିଶାକର ଏଥୁରେ ଅନିଚ୍ଛା ପ୍ରକାଶ କରିଥିଲା । କାରଣ ସେ ପିଲାଟାକୁ ତା’ ବୁଢ଼ୀ ମା’ ମୋ ଜିମାରେ ଛାଡ଼ିଦେଇଯାଇଛି । ତା’ର ଯଦି କିଛି ହୋଇଯାଏ, ତା’ହେଲେ ସେ ତା’ ବୁଢ଼ୀମା’ ପାଖରେ ଉତ୍ତରଦାୟୀ ରହିବ । ନିଶାକର କଥା କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ । ସମସ୍ତେ ମିଳିତ ଭାବରେ ଗୋପୀ ଯିବ ବୋଲି କହିଲେ । ନିଜ ନିଜର ଅସୁବିଧା କଥା କହୁଥିଲେ ବି ଗୋପୀ କାଳେ କ’ଣ ହୋଇଯିବ, ସେଥ‌ିପାଇଁ ଚିନ୍ତା କରୁନଥିଲେ । ବରଂ ମନମୋହନ ଗୋପୀକୁ ଗୋଇଠାମାରି ଉଠାଇଥିଲା । ସମସ୍ତଙ୍କ କ୍ରୂର ଆହ୍ଵାନରେ ଗୋପୀ ଉଠିଥିଲା । ନିଜର ସ୍ଵପ୍ନକଥା ଗୋପୀ କହିଲେ ବି, ଗୋପୀ କଥାକୁ କେହି ଶୁଣିଲେ ନାହିଁ ବରଂ ବାଧକଲେ ଗୋପୀକୁ ଯିବାପାଇଁ । ଗୋପୀ ଅନୁନୟ ବିନୟ ହେଲା । ଯିବାପାଇଁ ଅନିଚ୍ଛା ପ୍ରକାଶକଲା । ଶେଷରେ ସେମାନେ ଗୋପୀକୁ ବାଧକଲେ ଯିବାପାଇଁ । ଗୋପୀ ନିଶାକର ବାବୁଙ୍କ ପାଖରେ ଅନୁନୟ କଲେ ମଧ୍ୟ, ତା’କଥା କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ ।

ବରଂ ମାଡ଼ ସହିତ ବିଭିନ୍ନ ପ୍ରକାର ଧମକ ଦେଲେ । ମାଡ଼ ଭୟରେ ଗୋପୀ ଭାଲୁ ପାଖକୁ ଯାଇ କବାଟ ଖୋଲିବାକୁ କହିଲା । କାନ୍ଦି କାନ୍ଦି ଗୋପୀ ବାଧ୍ୟହୋଇ କହିଲା ‘‘ମାରନି, ଆଉ ମାରନି ବାବୁମାନେ, ମୁଁ ନିଶ୍ଚେ ଯିବି, ତମେସବୁ ଭାଲୁକୁ ଡରିଗଲ . . . ଆଉ ମୁଁ ଭାଲୁକୁ ଡରିବି କାହିଁକି ମୁଁ ଯାଉଚି ।’ ଗୋପୀ ଗଲାପରେ, ସୁରେଶ ଭିତରକୁ ଚାହିଁ ଗୋପୀ କ’ଣ କରୁଛି, ସେ ସମ୍ପର୍କରେ ଧାରା ବିବରଣୀ ଦେବା ଶୈଳୀରେ କହୁଥିଲା । ସେହି ସମୟରେ ଶୁଭୁଥିଲା ଭାଲୁର ଗର୍ଜନ। ଆଲୁଅ ଲିଭିଗଲା ଏବଂ ପୁଣି ଜଳିଲା ବେଳକୁ ଦେଖାଗଲା, ଗୋପୀ ହାତରେ ଗୋଟାଏ ଥଳୀ ଧରି ଆଖୁ ଲୁହ ମୋ ପାଖରେ ଛାଡ଼ିଯାଇଛି ବୋଲି କହିଲା । ହେଲେ ଗୋପୀ’ କହିଲା, ମୋ ବୁଢ଼ୀ ମା’ ଜାଣିନଥୁଲା ଯେ, ବିପଦରୁ ମୁକୁଳିବା ପାଇଁ ଦରକାର ହେଲେ ତୁମେ ମୋତେ ବିପଦ ମୁହଁକୁ ଠେଲିଦେବ । ଭାଲୁ ହୁଏତ ଦୟାକରି ଛାଡ଼ିଦେଲେ ବି, ଭିତରେ ସେତିକି ଦୟାଭାବ ନାହିଁ ।

ଦୁଃଖରେ ଗୋପୀ କହୁଥିଲା – ‘ତମ ସମସ୍ତଙ୍କ ହାତଧରି ମୋ ବୁଢ଼ୀମା’ କେତେ ନେହୁରା ହୋଇ କହିଥିଲା । ବିପଦ ଆପଦକୁ ତମେ ମୋର ସାହାପକ୍ଷ ହେବ, ମୋ ଅଳିଅର୍ଦ୍ଧଳି ସମ୍ଭାଳିବ । ହେଲେ ବାବୁମାନେ, ତମେ ଏଇମିତି ସାହାପକ୍ଷ ହେଲ . . . । ବାବୁମାନେ, ଭାଲୁ ପାଖକୁ ଯିବା ଆଗରୁ ମୁଁ ତମମାନଙ୍କୁ ଦେଖିଚି । ଆଉ ତମମାନଙ୍କ ସେ ଚେହେରା ଦେଖ୍ ସାରିଲାପରେ, ଭାଲୁକୁ ଦେଖିଲାବେଳେ ମନେହେଲା, ସେ ତମମାନଙ୍କଠାରୁ ଢେର, ନିରୀହ . . . ଭାଲୁ ମୋତେ ହାତମୁଠାରେ ପାଇ ଛାଡ଼ିଦେଲା, ହେଲେ ତମ କଥା ମାନି ନଥିଲେ, ତମେମାନେ କେବେ ମତେ “ ଛାଡ଼ି ନଥାନ୍ତ – ପିଟିପିଟି ମତେ ମାରିଦେଇଥା’ନ୍ତ ।’’.ଗୋପୀ କାନ୍ଦି କାନ୍ଦି ବାବୁମାନଙ୍କଠାରୁ ବିଦାୟ ନେଲାବେଳେ, ସମସ୍ତେ ଯେପରି କାକୁସ୍ଥ ହୋଇ ଛିଡ଼ା ହୋଇଥିଲେ । ଶେଷରେ ଗୋପୀ କୈଳାସବାବୁ କହୁଥ‌ିବା ସସେମିରା ଗପର ସୂଚନା ଦେଇ ଯାଉଚି ।’’

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

Odisha State Board CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ Textbook Exercise Questions and Answers.

CHSE Odisha Class 11 Odia Chapter 10 ଅତ୍ୟାଚାରିତ Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ବ୍ରଜବିହାରୀଙ୍କୁ କିଏ ତେଢ଼ିକରି କଥା କହୁଥୁଲା ? (କୁଲି, ଅନାଦି, ଦନେଇ, ବିନୋଦ)
Solution:
ଦନେଇ ।

(ଖ) ଚାକରସଂଘର ଯେକୌଣସି ଚାକର କେତେଘଣ୍ଟାରୁ ବେଶି କାମ କରିପାରିବେନି ବୋଲି କୁହାଯାଇଛି ? (ଆଠଘଣ୍ଟା, ନଅଘଣ୍ଟା, ଦଶଘଣ୍ଟା, ବାରଘଣ୍ଟା)
Solution:
ଦଶଘଣ୍ଟା ।

(ଗ) କେତେଦିନ ପରେ ବ୍ରଜବିହାରୀ ଘରକୁ ଫେରିଥିଲେ ? (ଚାରିମାସ, ତିନିମାସ, ଦୁଇମାସ, ଏକମାସ)
Solution:
ଦୁଇମାସ

(ଘ) ବ୍ରଜବିହାରୀଙ୍କ ଅନୁପସ୍ଥିତିରେ ତାଙ୍କ ସାନଭାଇ ରାଜେନ୍ଦ୍ର କ’ଣ ହୋଇଯାଇଛି ବୋଲି ସେ କହିଲେ ? ( ଚତୁର, ଫାଜିଲ୍, ଅଭଦ୍ର, ଧୁରନ୍ଧର)
Solution:
ଅଭଦ୍ର

(ଙ) ‘ଏଇ ଶେଷ ରେଜୋଲ୍ୟୁସନ ହିଁ ବାସ୍ତବିକ୍ ସବୁଠୁଁ ବାଞ୍ଛନୀୟ’’– ଏହା କିଏ କହିଛନ୍ତି ? (ରାଜେନ୍ଦ୍ର, ବନମାଳା, ବ୍ରଜବିହାରୀ, ଅନାଦିବାବୁ)
Solution:
ବ୍ରଜବିହାରୀ |

(ଚ) ରାଜେନ୍ଦ୍ର କେଉଁ ଫିଲ୍ମ ଦେଖିବାକୁ ଯାଉଥିଲା ? (ରଖୱାଲା, ହିମତୱାଲି, ହଣ୍ଟରୱାଲି, ବଡ଼ିଗାର୍ଡ଼)
Solution:
ହଣ୍ଟରୱାଲି ।

(ଛ) ତାଙ୍କର କ’ଣ ସଂଘଫଙ୍ଗ ନାହିଁ ବୋଲି ବ୍ରଜବିହାରୀ କାହାକୁ ପଚାରିଲେ (ଚାକରକୁ, ପତ୍ନିଙ୍କୁ, ସାନଭାଇକୁ, ମାଷ୍ଟ୍ରେଙ୍କୁ)
Solution:
ମାଷ୍ଟ୍ରେଙ୍କୁ ।

(ଜି) କେଉଁ ଡାକଟା ଗୋଟାଏ ଅବଜ୍ଞାସୂଚକ ସମ୍ବୋଧନ ବୋଲି କୁହାଯାଇଛି ? (ଚାକର, ମାତ୍ରେ, ହେ,ମାଷ୍ଟ୍ରେ)
Solution:
ମାଷ୍ଟ୍ରେ ।

(ଝ) ବୁଲୁକୁ ପଢ଼େଇବାକୁ ମାଷ୍ଟ୍ରେ କେତେବେଳେ ଆସିଥିଲେ ? (ସାଢ଼େ ତିନିଟା, ସାଢ଼େ ଚାରିଟା, ସାଢ଼େ ପାଞ୍ଚଟା, ସାଢ଼େ ଛଅଟା)
Solution:
ସାଢ଼େ ଚାରିଟା ।

(ଞ) ବୁଲୁର ପାଠପଢ଼ା ସାରି ମାଷ୍ଟ୍ରେ କେତେବେଳେ ଫେରି ଯାଇଥିଲେ ? (ପାଞ୍ଚଟା କୋଡ଼ିଏ, ଚାରିଟା କୋଡ଼ିଏ, ଛଅଟା କୋଡ଼ିଏ, ସାତଟା କୋଡ଼ିଏ)
Solution:
ପାଞ୍ଚଟା କୋଡ଼ିଏ ।

(ଟ) ବୁଲୁକୁ ମାଷ୍ଟ୍ରେ କେତେ ମିନିଟ୍ ପଢ଼ାଇଥିଲେ ? (ପଇଁଚାଳିଶ ମିନିଟ୍, ପଞ୍ଚାବନ ମିନିଟ୍, ପଚାଶ ମିନିଟ୍, ଚାଳିଶ ମିନିଟ୍)
Solution:
ପଚାଶ ମିନିଟ୍ |

(୦) ମାଷ୍ଟ୍ରେ ଓଳିକି କେତେଟା କରି ଟିଉସନ କରୁଥିଲେ ? (ପାଞ୍ଚଟା, ଚାରିଟା, ତିନିଟା, ଛଅଟା)
Solution:
ଛଅଟା |

(ଡ) ମାଷ୍ଟ୍ରେ ପାଠଗୁଡ଼ାକ କେଉଁଭଳି ପିଲାମାନଙ୍କୁ ଗଳେଇ ଦିଅନ୍ତି ? (ଟାବଲେଟ, ପିଲ୍, ବଟିକା, ଗୁଳି)
Solution:
ପିଲ୍ ।

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

(ଢ) କେଉଁ କଥା ବୁଝିବା ଦରକାର ନାହିଁ ବୋଲି ବ୍ରଜବିହାରୀ ପ୍ରଶ୍ନ କରିଛନ୍ତି ? (ପାଠ, ସତ୍ୟ, ଗଣିତ, ଭଲମନ୍ଦ)
Solution:
ପାଠ ।

(ଣ) ବ୍ରଜବିହାରୀ ଜଣେ ଅତ୍ୟାଚାରିତ ସ୍ଵାମୀ ବୋଲି କାହାକୁ କହିଥିଲେ ? (ବନମାଳାଙ୍କୁ, ବିନୋଦବାବୁଙ୍କୁ, ରାଜେନ୍ଦ୍ରଙ୍କୁ, ମାଷ୍ଟ୍ରେଙ୍କୁ)
Solution:
ବିନୋଦବାବୁଙ୍କୁ ।

(ତ) ବିନୋଦ ଅତ୍ୟାଚାରିତ ସ୍ଵାମୀ ସଂଘର କେଉଁ ପଦବୀରେ ଥିଲେ ? (ଚେୟାରମ୍ୟାନ୍, ସଭାପତି, ସମ୍ପାଦକ, ଉପ-ସଭାପତି)
Solution:
ସମ୍ପାଦକ |

(ଦ) ‘ଅତ୍ୟାଚାରିତ ସ୍ଵାମୀ ସଂଘ’ର ସାଇକିଆଟ୍ରିଷ୍ଟ କିଏ ଥିଲେ ? (ବିନୋଦବାବୁ, ବସନ୍ତବାବୁ, ଶିବରାମବାବୁ, ଘନଶ୍ୟାମବାବୁ)
Solution:
ଶିବରାମବାବୁ ।

(ଧ) ବନମାଳାଙ୍କର ବୟସ କେତେ ଥିଲା ? (ପଇଁଚାଳିଶ, ବତିଶ, ତିରିଶ, ଛତିଶ )
Solution:
ତିରିଶ

(ନ) ବ୍ରଜବିହାରୀଙ୍କ ବୟସ କେତେ ଥିଲା ? (ଚାଳିଶ, ପଇଁଚାଳିଶ, ପଇଁତିରିଶ, ପଞ୍ଚାବନ)
Solution:
ଚାଳିଶ ।

(ପ) ବନମାଳା ବିବାହ କଲାବେଳେ କଲେଜରେ କେଉଁ ଶ୍ରେଣୀରେ ପଢୁଥିଲେ ? (+୨, ବି.ଏ., ଏମ୍.ଏ., ଆଇ.ଏ.)
Solution:
ଆଇ.ଏ. ।

(ଫ) ବ୍ରଜବିହାରୀବାବୁ ମାସରେ କେତେଦିନ ଟୁର୍ କରନ୍ତି ? (ପନ୍ଦରଦିନ, ସତରଦିନ, ଅଠରଦିନ, କୋଡ଼ିଏଦିନ)
Solution:
କୋଡ଼ିଏଦିନ ।

(ବି) ଅନାଦିଙ୍କ ସ୍ତ୍ରୀଙ୍କ ନାମ କ’ଣ ଥିଲା ? (ମିନତିଦେବୀ, ସୁଷମାଦେବୀ, ସେବତୀଦେବୀ, ବିନତିଦେବୀ)
Solution:
ବିନତିଦେବୀ ।

(ଭ) ପାରିବାରିକ ଥଇଥାନ ସମିତିର ଚେୟାରମ୍ୟାନ୍ କିଏ ଥିଲେ ?
Solution:
ବନମାଳାଦେବୀ ।

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ। ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

(କ) ବ୍ରଜବିହାରୀ ପତି କେଉଁ ପଦବୀରେ ଥିଲେ ?
Solution:
ବ୍ରଜବିହାରୀ ପତି ଡେପୁଟି ମାଜିଷ୍ଟ୍ରେଟ୍ ପଦବୀରେ ଥିଲେ ।

(ଖ) ଦନେଇର ଭଲ ନା କ’ଣ ଥିଲା ?
Solution:
ଦନେଇର ଭଲ ନାଁ ଜନାର୍ଦ୍ଦନ ବେହେରା ଥିଲା ।

(ଗ) କେଉଁକଥା କହିପାରିବନି ବୋଲି ଦନେଇ ବ୍ରଜବିହାରୀଙ୍କୁ କହିଛି ?
Solution:
ମା’ଙ୍କ କଥା କହିପାରିବନି ବୋଲି ଦନେଇ ବ୍ରଜବିହାରୀଙ୍କୁ କହିଛି ।

(ଘ) ଦନେଇ ନ ଡାକି ତାକୁ ଜନାର୍ଦ୍ଦନବାବୁ ଡାକିବାକୁ ସେ କେଉଁ ଯୁକ୍ତି ଦର୍ଶାଇଥିଲା ?
Solution:
ଯେହେତୁ ବାବୁଙ୍କ ଭଳି ସେ ଜଣେ ମଣିଷ ତେଣୁ ତାକୁ ଦନେଇ ନ ଡାକି ଜନାର୍ଦ୍ଦନବାବୁ ଡାକିବାକୁ ସେ ଯୁକ୍ତି କରିଛି ।

(ଙ) କେଉଁ ସଂଘରେ ତାଙ୍କ ପାଇଁ ଆଇନ ପାଶ୍ ହୋଇଛି ବୋଲି ଦନେଇ କହିଥିଲା ?
Solution:
ନିଷ୍ଫଳ କଟକ ଚାକର ସଂଘରେ ତାଙ୍କ ପାଇଁ ଆଇନ ପାଶ୍ ହୋଇଛି ବୋଲି ଦନେଇ କହିଥିଲା ।

(ଚ) ଛୁଟି ପାଇବାପରେ ଚାକରମାନେ କ’ଣ କରିବେ ବୋଲି ଦନେଇ କହିଛି ?
Solution:
ଛୁଟି ପାଇବାପରେ ଚାକରମାନେ ବୁଲିବେ, ଥ୍ଟର ସିନେମା ଦେଖୁବେ ବୋଲି ଦନେଇ କହିଛି ।

(ଝ) ଆଜିକାଲି କୌଣସି ପୁରୁଷ ନିରୁଦେଶ ହେବାର ଅର୍ଥ କ’ଣ ହୋଇପାରେ ?
Solution:
ଆଜିକାଲି କୌଣସି ପୁରୁଷ ନିରୁଦେଶ ହେବାର ଅର୍ଥ କୌଣସି ନା କୌଣସି ନାରୀର କବଳରେ ନିଶ୍ଚୟ ପଡ଼ିଥ‌ିବେ ।

(ଞ) ଓଡ଼ିଶାର କନ୍ଦିବିକନ୍ଦିରେ ଆଜିକାଲି କେଉଁମାନେ ଖୁନ୍ଦି ହୋଇଗଲେଣି ?
Solution:
ଓଡ଼ିଶାର କନ୍ଦିବିକନ୍ଦିରେ ଆଜିକାଲି ବନମାଳାଙ୍କ ପରି ଦୁର୍ଦାନ୍ତ ନାରୀ ଖୁନ୍ଦି ହୋଇଗଲେଣି ।

(ଟ) ବନମାଳା ଦେବୀ କାହାର ସଭାନେତ୍ରୀ ଥିଲେ ?
Solution:
ବନମାଳା ଦେବୀ ଗୃହଲକ୍ଷ୍ମୀ ସମିତିର ସଭାନେତ୍ରୀ ଥିଲେ ।

(୦) ଛାତ୍ରସଂଘର ନୂଆ ଆଇନ ଅନୁଯାୟୀ କୌଣସି ଗାଡ଼ିଆନ୍ ଛାତ୍ରର କେଉଁକଥା ଉପରେ ହସ୍ତକ୍ଷେପ କରିପାରିବେ ନାହିଁ ?
Solution:
ଛାତ୍ରସଂଘର ନୂଆ ଆଇନ ଅନୁଯାୟୀ କୌଣସି ଗାଡ଼ିଆନ୍ ଛାତ୍ରର ବ୍ୟକ୍ତିଗତ ସ୍ଵାଧୀନତା ଉପରେ ହସ୍ତକ୍ଷେପ କରିପାରିବେ ନାହିଁ ।

(ତ) ଅଧ୍ୟାପକ ଓ ଶିକ୍ଷକମାନେ କ’ଣ କରିପାରିବେନି ବୋଲି କୁହାଯାଇଛି ?
Solution:
ଅଧ୍ୟାପକ ଓ ଶିକ୍ଷକମାନେ ଛାତ୍ରମାନଙ୍କୁ ଶାସନ କରିପାରିବେନି ବୋଲି କୁହାଯାଇଛି ।

(ଢ) ପରୀକ୍ଷାରେ ସବୁ ସବ୍‌କ୍ଟରେ ବାସ୍ତବିକ ଫେଲ୍ ହେଲେ ମଧ୍ୟ ସେମାନଙ୍କୁ କ’ଣ କରାଯିବ ବୋଲି କୁହାଯାଇଛି ?
Solution:
ପରୀକ୍ଷାରେ ସବୁ ସବ୍‌କ୍ସରେ ବାସ୍ତବିକ ଫେଲ୍ ହେଲେ ମଧ୍ୟ ସେମାନଙ୍କୁ Sent up କିମ୍ବା କ୍ଲାସ୍ ଉଠେଇ ବୋଲି କୁହାଯାଇଛି |

(ଣ) ତାଙ୍କ ପାଇଁ କେଉଁ ସଂଘ ତିଆରି ହୋଇଛି ବୋଲି ମାଷ୍ଟ୍ରେ କହିଥିଲେ ?
Solution:
ତାଙ୍କ ପାଇଁ Low-paid Teacher’s Association ତିଆରି ହୋଇଛି ବୋଲି ମାଷ୍ଟ୍ରେ କହିଥିଲେ ।

(ତ) ଏଣିକି ତାଙ୍କୁ କ’ଣ ଡାକିବାକୁ ମାଷ୍ଟ୍ରେ ବ୍ରଜବିହାରୀଙ୍କୁ କହିଥିଲେ ?
SOlution:
ଏଣିକି ତାଙ୍କୁ ମାଷ୍ଟ୍ରେ ବାବୁ ଡାକିବାକୁ ମାଷ୍ଟ୍ରେ ବ୍ରଜବିହାରୀଙ୍କୁ କହିଥିଲେ ।

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

(ଥ) ଆଜିକାଲି କେଉଁକଥା ଭାରି ସହଜ ବୋଲି ମାଷ୍ଟ୍ରେ କହିଛନ୍ତି ?
Solution:
ଆଜିକାଲି ପାଠ ପଢ଼ାଇବା ଭାରି ସହଜ ବୋଲି ମାଷ୍ଟ୍ରେ କହିଛନ୍ତି ।

(ଦ) ମାଷ୍ଟରକୁଳ ଭାସିଯିବେ ବୋଲି କାହିଁକି କୁହାଯାଇଛି ?
Solution:
ପିଲାମାନେ ବୁଝିକରି ପାଠ ପଢ଼ିଲେ ମାଷ୍ଟରକୁଳ ଭାସିଯିବେ ବୋଲି କୁହାଯାଇଛି ।

(ଧି) `କେଉଁ କଥାରେ ବିପଦ ବୋଲି ମାଷ୍ଟ୍ରେ କହିଛନ୍ତି ?
Solution
ପିଲାମାନେ ବୁଝିକରି ପାଠ ପଢ଼ିଲେ ବିପଦ ବୋଲି ମାଷ୍ଟ୍ରେ କହିଛନ୍ତି ।

(ନ) ବ୍ରଜବିହାରୀଙ୍କ ଦୁଇ ପୁଅଙ୍କର ନାମ କ’ଣ ?
Solution:
ବ୍ରଜବିହାରୀଙ୍କ ଦୁଇ ପୁଅଙ୍କ ନାମ ବୁଲୁ ଓ ଟୁଲୁ ।

(ପ) ବ୍ରଜବିହାରୀବାବୁ କେତେବର୍ଷ ହେଲା ବିବାହ କରିଥିଲେ ବୋଲି କହିଛନ୍ତି ?
Solution:
ବ୍ରଜବିହାରୀବାବୁ ପନ୍ଦରଦଫଁ ହେଲା ବିବାହ କରିଥିଲେ ବୋଲି କହିଛନ୍ତି |

(ଫ) ବନମାଳା କଲେଜରେ କେଉଁ ଶ୍ରେଣୀରେ କେତେଥର ଫେଲ୍ ହୋଇଥିଲେ ?
Solution:
ବନମାଳା କଲେଜରେ ଆଇ.ଏ. ଶ୍ରେଣୀରେ ତିନିଥର ଫେଲ୍ ହୋଇଥିଲେ ।

(ବି) ବ୍ରଜବିହାରୀଙ୍କ ବଡ଼ପୁଅ ତାଙ୍କ ସାନପୁଅଠାରୁ କେତେ ବଡ଼ ଥିଲା ?
Solution:
ବ୍ରଜବିହାରୀଙ୍କ ବଡ଼ପୁଅ ତାଙ୍କ ସାନପୁଅଠାରୁ ନଅବର୍ଷ ବଡ଼ ଥିଲା ।

(ଭ) ବ୍ରଜବିହାରୀ ତାଙ୍କ ସ୍ତ୍ରୀଙ୍କୁ କାହିଁକି ସିନେମା ଥୁଟର୍ ଦେଖାଇ ନେଇ ପାରନ୍ତିନି ?
Solution:
ଟୁର୍ ଓ ଅଫିସ୍ କାମରେ ବ୍ୟସ୍ତ ରହି ବ୍ରଜବିହାରୀ ତାଙ୍କ ସ୍ତ୍ରୀଙ୍କୁ ସିନେମା ଥୁଟର୍ ଦେଖାଇ ନେଇ ପାରନ୍ତିନି ।

(ମ) କେଉଁ ଆହତ ସୈନ୍ୟମାନଙ୍କ ପାଇଁ ବନମାଳା ସ୍ଟ୍ରେଟର୍, ମଫଲର୍ ବୁଣୁଥିଲେ ?
Solution:
ଇଣ୍ଡୋନେସିଆର ଆହତ ସୈନ୍ୟମାନଙ୍କ ପାଇଁ ବନମାଳା ସ୍ଟ୍ରେଟର୍, ମଫଲର୍ ବୁଣୁଥିଲେ ।

(ଯ) ସାଇକିଆଟ୍ରିଷ୍ଟ ଶେଷରେ କାହାର ଦୋଷ ଦେଇଛନ୍ତି ?
Solution:
ସାଇକିଆଟ୍ରିଷ୍ଟ ଶେଷରେ ତ୍ରକବିଦ୍ଵାରାବାରୁବ କାହାର ଦୋଷ ଦେଇଛନ୍ତି

(ଣ) ନାରୀ କ’ଣ କରିବେ ବୋଲି ବ୍ରଜବିହାରୀ କହିଛନ୍ତି ?
Solution:
ନାରୀ ବାହା ହେବେ ଓ ପିଲାଛୁଆ ଜନ୍ମ କରିବେ ବୋଲି ବ୍ରଜବିହାରୀ କହିଛନ୍ତି ।

(ବ) ତାଙ୍କୁ କ’ଣ କରିବାକୁ ଚେଷ୍ଟା କରନ୍ତୁ ବୋଲି ବ୍ରଜବିହାରୀ ଶିବରାମଙ୍କୁ କହିଛନ୍ତି ?
Solution:
‘ମତେ ତେବେ ସାମାଜିକ କରିବାକୁ ଚେଷ୍ଟା କରନ୍ତୁ’ ବୋଲି ବ୍ରଜବିହାରୀ ଶିବରାମଙ୍କୁ କହିଛନ୍ତି ।

(ଶ ) ବ୍ରଜବିହାରୀଙ୍କ ପରି ଅନାଦି ବି କ’ଣ ଥିଲେ ?
Solution:
ବ୍ରଜବିହାରୀଙ୍କ ପରି ଅନାଦି ବି ଅତ୍ୟାଚାରିତ ସ୍ଵାମୀ ଥିଲେ ।

(ଷ) ଅନାଦିବାବୁଙ୍କ ଆଦର ସମାଜରେ କେଉଁ ଭାବରେ ବଢୁଥୁଲା ?
Solution:

(ସ) ଅନାଦିବାବୁଙ୍କ କେସ୍‌ ବଡ଼ ସାଂଘାତିକ ବୋଲି କାହିଁକି କୁହାଯାଇଛି ?
Solution:
କେସ୍‌ଟା ବଡ଼ ସାଂଘାତିକ ବୋଲି କୁହାଯାଇଛି ।

Question 3.
ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) ବ୍ରଜବିହାରୀଙ୍କ ବୟସ କେତେ ଥିଲା ଓ ସେ ଦେଖୁବାକୁ କିପରି ଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀଙ୍କ ବୟସ— ଚାଳିଶ ଓ ସେ ଗୌରବର୍ଣ୍ଣ, ସ୍ଵାସ୍ଥ୍ୟବାନ୍, କୁଞ୍ଚୁକୁଞ୍ଚିଆ ବାଳ ଓ ଆଟ୍‌ରେ ଚଷମା ଲଗାଉଥିଲେ ।

(ଖ) ‘‘ତୋ ମୁଣ୍ଡ ବିଗିଡ଼ି ଯାଇଚି କିରେ’’– ଏହା କିଏ କାହାକୁ କାହିଁକି କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଘରର ଚାକର ଦନେଇ, ତାକୁ ଜନାର୍ଦ୍ଦନବାବୁ ବୋଲି ଡାକିବାକୁ ବ୍ରଜବାବୁଙ୍କୁ କହିବାରୁ ବ୍ରଜବାବୁ ଦନେଇକୁ ଏହା କହିଛନ୍ତି ।

(ଗ) କେଉଁ ଆଇନ ପାଶ୍ ହୋଇଗଲାଣି ବୋଲି ଦନେଇ କହିଛି ଓ କାହିଁକି ?
Solution:
ସମାନ, କେହି କାହାକୁ ରେ ରା, ତୁ ତା କରି ପାରିବେନି ବୋଲି ଆଇନ ପାଶ୍ ହୋଇଗଲାଣି ବୋଲି ଦନେଇ କହିଛି । ବ୍ରଜବାବୁ ରୁକ୍ଷ ଗଳାରେ ତାକୁ ‘କିବେ’ କହିବାରୁ ସେ ଏପରି କହିଛି ।

(ଘ) ଦନେଇକୁ ଲେଖିପଢ଼ି ଆସେ କି ନାହିଁ ପଚାରିବାରୁ ବ୍ରଜବିହାରୀଙ୍କୁ ଦନେଇ କି ଉତ୍ତର ଦେଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଦନେଇକୁ ଲେଖାପଢ଼ି ଆସେ କି ନାହିଁ ପଚାରିବାରୁ ବ୍ରଜବିହାରୀଙ୍କୁ ଦନେଇ ଉତ୍ତର ଦେଇ କହିଛି, ମୋ ନାଁ ଦସ୍ତଖତ କରିଦେବି, ଦରଖାସ୍ତଗୁଡ଼ାକ ଆଉ କାହାର ହାତରେ ପଢ଼େଇ ନେବି ।

(ଉ) ଦରଖାସ୍ତ ପାଇ ଦନେଇ କ’ଣ କହିଥିଲା ?
Solution:
ପାଇ ଦନେଇ କହିଛି, ‘ହଉ ତେବେ, ମୁଁ ଚାକର ସଂଘରେ ତାଙ୍କ କଥା ପକେଇବି ।’

(ଚ) ପୁରୁଷମାନଙ୍କର ଆଉ ଚାରାନାହିଁ କାହିଁକି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ବ୍ୟବହାରରେ ଅସନ୍ତୁଷ୍ଟ ହୋଇ କହିଛନ୍ତି, ତାଙ୍କଭଳି ଦୁର୍ଦାନ୍ତ ନାରୀ ପୁନଶ୍ଚ କଲେଜରେ ସହଶିକ୍ଷା|

(ଛ) ସଂଘଟିର ପ୍ରଧାନ ଲକ୍ଷ୍ୟ କ’ଣ ଥିଲା ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଗୃହଲକ୍ଷ୍ମୀ ସମିତିଦ୍ୱାରା ଗଢ଼ା ସଂଘଟିର ପ୍ରଧାନ ଲକ୍ଷ୍ୟ, ପରିବାର ପାଇଁ ଉପଯୁକ୍ତ ଗୃହିଣୀ ଉଲ୍ଲେଖ କରିଛନ୍ତି ।

(ଜ) କେଉଁଥ‌ିରେ ବଡ଼ଭାଇ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ରାଜେନ୍ଦ୍ର କହିଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଗଢ଼ିବା । ସ୍ଵାଧୀନତା ଉପରେ ବଡ଼ଭାଇ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ରାଜେନ୍ଦ୍ର କହିଛି ।

(ଝ) ଅଧ୍ୟାପକ ଓ ଶିକ୍ଷକମାନଙ୍କ ପାଇଁ କିଏ କେଉଁ ଆଇନ ତିଆରି କରିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଅଧ୍ୟାପକ ଓ ଶିକ୍ଷକଙ୍କ ପାଇଁ ଛାତ୍ରସଂଘ ଆଇନ ତିଆରି କରିଛି, ଏଣିକି ଅଧ୍ୟାପକ ଓ ଶିକ୍ଷକମାନେ ଛାତ୍ରମାନଙ୍କୁ ଶାସନ କରିପାରିବେନି ।

(ଞ) ଛାତ୍ରଙ୍କ ପରୀକ୍ଷାଫଳ ସମ୍ପର୍କରେ ନୂଆ ଆଇନରେ କ’ଣ କୁହାଯାଇଛି ?
Solution:
ସମ୍ପର୍କରେ ନୂଆ ଆଇନରେ କୁହାଯାଇଛି, ପରୀକ୍ଷାରେ ସବୁ Subjectରେ ଛାତ୍ର ଫେଲ୍ ହେଲେ ମଧ୍ୟ, ତାଙ୍କୁ Sent up କିମ୍ବା କ୍ଲାସ୍ ଉଠେଇ ଦିଆଯିବ ।

(ଟ) ଲେଡ଼ି ଷ୍ଟୁଡେଣ୍ଟମାନଙ୍କ ସମ୍ପର୍କରେ ନୂଆ ଆଇନରେ କ’ଣ କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଲେଡ଼ି ଷ୍ଟୁଡେଣ୍ଟମାନଙ୍କ ସମ୍ପର୍କରେ ନୂଆ ଆଇନରେ କୁହାଯାଇଛି, ସେମାନେ କ୍ଲାସ୍‌ରେ ଅଲଗା ସିଟ୍‌ରେ ନ ବସି ଛାତ୍ରମାନଙ୍କ ସାଥ୍‌ରେ ଏକା ବେଞ୍ଚରେ ବସିବେ ।

(୦) କାଲି ପରୀକ୍ଷା ଦୃଷ୍ଟିରୁ ରାଜେନ୍ଦ୍ରଙ୍କୁ କ’ଣ କରିବାକୁ ହେବ ବୋଲି ବଡ଼ଭାଇ କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । କାଲି ପରୀକ୍ଷା ଦୃଷ୍ଟିରୁ ରାଜେନ୍ଦ୍ରଙ୍କୁ ବ୍ୟଙ୍ଗକରି ସିନେମା ଦେଖିଯିବାକୁ ହେବ ବୋଲି ବଡ଼ଭାଇ କହିଛନ୍ତି ।

(ଡ) ବ୍ରଜବିହାରୀ କେଉଁକଥା ଭୁଲି ଯାଇଥିଲେ ବୋଲି ମାଷ୍ଟ୍ରେଙ୍କୁ କହିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି। ବ୍ରଜବିହାରୀ Low- paid Teacher’s Association କଥା ଭୁଲି ଯାଇଥିଲେ ବୋଲି ମାଷ୍ଟ୍ରେଙ୍କୁ କହିଥିଲେ ।

(ଢ) ବୁଲୁକୁ ପଢ଼ାଇବାକୁ ମାଷ୍ଟ୍ରେ କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବୁଲୁକୁ ପଢ଼ାଇବାକୁ ମାତ୍ରେ ସାଢ଼େ ଚାରିଟାବେଳେ ଆସିଥିଲେ ଓ ପାଞ୍ଚଟା କୋଡ଼ିଏବେଳେ ଯାଇଥିଲେ ।

(ଣ) ପାଠ ମୁଖସ୍ତ କରିଦେଲେ ପିଲାଙ୍କର କ’ଣ ହେବ ବୋଲି କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ପାଠ ମୁଖସ୍ତ କରିଦେଲେ ପିଲାମାନେ ପରୀକ୍ଷାରେ ଲେଖୁ ଲେଖୁ ଯେଉଁଠି ଅଟକିଗଲେ ସେଇଠି ଆଉ ମୁଣ୍ଡରୁ କିଛି ବାହାରିବ ନାହିଁ ହେବ ବୋଲି କୁହାଯାଇଛି |

(ତ) ବ୍ରଜବିହାରୀଙ୍କ ପରିବାରରେ ସମୁଦାୟ କେତେଜଣ ଥିଲେ ଓ କିଏ କିଏ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀଙ୍କ ପରିବାରରେ ବ୍ରଜବିହାରୀ, ବନମାଳା, ବୁଲୁ, ଟୁଲୁ, ରାଜୁ ଓ ଚାକର ଦନେଇ ।

(ଥ) ବ୍ରଜବିହାରୀଙ୍କ କେଉଁକଥା ମନେପଡୁନି ବୋଲି ସେ ସାଇକିଆଟ୍ରିଷ୍ଣୁଙ୍କୁ କହିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ବଡ଼ ପ୍ରାକୁ ‘ଉପେ ଖୁବ୍ ପ୍ରନ୍ଦରା’ ନୋଳି କେତେଥର କଦ୍ଵିଛିନ୍ତି, ତାନ୍ତ, ମନେପଡୁମି ଗୋପି ସେ ପାଲାକିଆରିକୁଶ କହିଥିଲେ ।

(ଦ) ସାଇକିଆଟ୍ରିଷ୍ଟ୍ ବ୍ରଜବିହାରୀଙ୍କ କେଉଁ ଦୋଷ ଥ‌ିବାର ସୂଚନା ଦେଇଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ବଡ଼ ଅସାମାଜିକ ହୋଇ ପଡ଼ିଛନ୍ତି ଏବଂ ସ୍ତ୍ରୀଙ୍କ ସହିତ ଯଥେଷ୍ଟ ମିଳାମିଶା କରିପାରି ନାହାଁନ୍ତି, ସାଇକିଆଟ୍ରିଷ୍ଟ ବ୍ରଜବିହାରୀଙ୍କ ଏହି ଦୋଷ ଥ‌ିବାର ସୂଚନା ଦେଇଛନ୍ତି ।

(ଧ) ବ୍ରଜବିହାରୀ କେଉଁକଥା କରିଥା’ନ୍ତେ ଆଉ କେଉଁ କଥା କରି ନଥା’ନ୍ତେ ବୋଲି ସାଇକିଆଟ୍ରିଷ୍ଟ୍ କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ଚାକିରି କରିଥା’ନ୍ତେ ଓ ସ୍ତ୍ରୀ, ସଂସାର କରିନଥାନ୍ତେ ବୋଲି ସାଇକିଆଟ୍ରିଷ୍ଟ କହିଛନ୍ତି ।

(ନ) ପାରିବାରିକ ଥଇଥାନ ସମିତି କେଉଁ ଦିଗରେ କାର୍ଯ୍ୟ କରେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ପାରିବାରିକ ଥଇଥାନ ସମିତି ଅତ୍ୟାଚାରିତ ସ୍ଵାମୀମାନଙ୍କ ପରିବାରରେ ଶାନ୍ତି ଶୃଙ୍ଖଳା ଆଣିବା ଦିଗରେ କାର୍ଯ୍ୟକରେ ।

(ପ) ପାରିବାରିକ ଥଇଥାନ ସମିତିରେ କେଉଁମାନେ କାର୍ଯ୍ୟ କରୁଥିବାର ଶିବରାମ କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ସମିତିରେ ବହୁ ଭଦ୍ରମହିଳା ସଭ୍ୟ ଅଛନ୍ତି, ସେମାନେ ସ୍ଵାମୀ ଦିଗରେ କାର୍ଯ୍ୟ କରୁଥିବାର ଶିବରାମ କହିଛନ୍ତି। ଉଲ୍ଲେଖ କରିଛନ୍ତି । ପାରିବାରିକ ଥଇଥାନ ଅତ୍ୟାଚାରିତମାନଙ୍କୁ ସାମାଜିକ କରିବା କରୁଥିବାର ଶିବରାମ କହିଛନ୍ତି |

(ଫ) ରସିଦ୍ ଦେବାବେଳେ ଶିବରାମ ବ୍ରଜବିହାରୀଙ୍କୁ କ’ଣ କହିଥିଲେ ?
Solution:
ଶିବରାମ ବ୍ରଜବିହାରୀଙ୍କୁ ‘ଆପଣ ସନ୍ଧ୍ୟାବେଳେ ଆସନ୍ତୁ ସବୁ ବ୍ୟବସ୍ଥା କରି ଦିଆହେବ’ ବୋଲି କହିଥିଲେ ଶିବରାମ ବ୍ରଜବିହାରୀଙ୍କୁ କ’ଣ କହିଥିଲେ |

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

(ଭ) ‘‘ଆପଣ ତାଙ୍କୁ ଚିହ୍ନନ୍ତି?? ? ବିନୋଦବାବୁଙ୍କ ଏ ପ୍ରଶ୍ନର ଉତ୍ତରରେ ବନମାଳାଦେବୀ କ’ଣ କହିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ‘ଆପଣ ତାଙ୍କୁ ଚିହ୍ନନ୍ତି ?’ ତାଙ୍କ ସ୍ତ୍ରୀଙ୍କ ଅତ୍ୟାଚାରରୁ ମୁଁ ମୁକ୍ତ କରିବି ।

(ମ) ବିନୋଦ ଓ ଅନାଦି କାହିଁକି ବିସ୍ମିତ ହୋଇଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ସମିତିର ଚେୟାରମ୍ୟାନ୍ ବନମାଳାଦେବୀ, ବ୍ରଜବାବୁଙ୍କର ସହଧର୍ମିଣୀ ଜାଣିଲା ପରେ, ବିନୋଦ ଓ ଅନାଦି ବିସ୍ମିତ ହୋଇଥିଲେ ।

Question 4.
ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ।

(କ) ବ୍ରଜବିହାରୀ ବାବୁ ବୈଠକଖାନାରେ ପ୍ରବେଶ କଲାପରେ କ’ଣ କରିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ବୈଠକଖାନାରେ ପ୍ରବେଶ କଲାପରେ କୁଲିକୁ ପଇସା ଦେଇ ବିଦା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ବାବୁ କରିଥିଲେ ଏବଂ କ୍ଳାନ୍ତି ମେଣ୍ଟାଇବା ପାଇଁ ଫ୍ୟାନ୍ ଦେଇ ଗୋଟିଏ ଆର୍ମଚେୟାରରେ ବସିପଡ଼ି ଶ୍ବସ୍ତିରେ ନିଶ୍ଵାସ ମାରି ଟେବୁଲ ଉପରୁ ଖବରକାଗଜ ଆଣି ପଢ଼ିଥିଲେ ।

(ଖ) ନିରୁଦ୍ଦଶ ବ୍ୟକ୍ତିଙ୍କ ସମ୍ପର୍କରେ ଖବରକାଗଜରେ କ’ଣ ପ୍ରକାଶ ପାଇଥିଲା ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ନିରୁଦ୍ଦଶ ବ୍ୟକ୍ତିଙ୍କ ସମ୍ପର୍କରେ ଖବର ପ୍ରକାଶ କରିଥିଲେ ଶ୍ରୀମତୀ ବନମାଳୀଦେବୀ, ଚାନ୍ଦିନୀଚୌକ, କଟକ – ୨ । ସେ ପ୍ରକାଶ କରିଥିଲେ, ତାଙ୍କର ସ୍ଵାମୀ ଶ୍ରୀ ବ୍ରଜବିହାରୀ ପତି, ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର, ବୟସ ଚାଳିଶ, ସ୍ୱାସ୍ଥ୍ୟବାନ୍, ଗୌରବର୍ଣ୍ଣ, କୁଞ୍ଚୁକୁଞ୍ଚିଆ ବାଳ, ଆଖ୍ୟାରେ ଚଷମା, ଆଜକୁ ପ୍ରାୟ ଦୁଇମାସ ହେଲା ନିରୁଦେଶ ହୋଇଛନ୍ତି, ଯଦି କୌଣସି ଦୟାଶୀଳା ନାରୀ ମୋର ସ୍ଵାମୀଙ୍କୁ ପାଇଥା’ନ୍ତି, ତେବେ ତାଙ୍କୁ ସେ ନିଜର ସମ୍ପତ୍ତି ନ କରି, ନିମ୍ନ ଠିକଣାରେ ଫେରସ୍ତ ଦେବେ ।’

(ଗ) ‘‘ଏ କଥା କୋଉଠି ଲେଖାଅଛି ?’’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବାବୁ ଘରେ ଚାକରକୁ ଡାକି ଡାକି ବିରକ୍ତି ପ୍ରକାଶ କରିଛନ୍ତି । ଚାକରକୁ ଦେଖିଲାପରେ ଆହୁରି ବିରକ୍ତି ପ୍ରକାଶ କରି, ସମସ୍ତେ କ’ଣ ମରିଗଲେଣି ବୋଲି କହିଛନ୍ତି । ଏଥ‌ିରେ ଦନେଇ କହିଛି, ସମସ୍ତେ ବଞ୍ଚୁଛନ୍ତି । ଆହୁରି ବ୍ରଜବାବୁଙ୍କ ମୁହଁରେ ଜବାବ ଦେଇ କହିଛି, ବଞ୍ଚୁ ବୋଲି ଡାକିଲେ ଯେ ଶୁଣିବୁ, ଏକଥା କୋଇଠି ଲେଖାଅଛି ।

(ଘ) ‘‘ଆଜିକାଲି ସଭିଙ୍କର ହେଲାଣି, ଆମର ହବନି କାହିଁକି ??? ଏହା କିଏ କେଉଁ ପ୍ରସଙ୍ଗରେ କହିଛି ?
Solution:
‘ ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବାବୁଙ୍କ ଚାକର ଦନେଇ ଏହା କହିଛି । ଦନେଇ କହିଛି ଆଜିକାଲି ଯେହେତୁ ସମସ୍ତେ ସମାନ କେହି କାହାକୁ ଅପମାନ ଦେଲା ଭଳି କଥା କହିବେ ନାହିଁ ବୋଲି ତାଙ୍କ ସଂଘରେ ପାଶ୍ ହୋଇଛି । ବ୍ରଜବାବୁ ଏହାଶୁଣି ତାଙ୍କର ଗୋଟିଏ ସଂଘ ଗଢ଼ାହେଲାଣି ବୋଲି ପ୍ରଶ୍ନ କରିବାରୁ, ଦନେଇ କହିଛି ସଭିଙ୍କର ସଂଘ ହେଲାବେଳେ ଆମର ସଂଘ କାହିଁକି ହେବନାହିଁ ।

(ଙ) ‘ନିଷ୍ଫଳ କଟକ ଚାକର ସଭାରେ’ କେଉଁସବୁ ଆଇନି ପାଶ୍ ହୋଇଥିଲା ?
Solution:
ସଭାରେ, ମୁନିବମାନେ ଚାକରକୁ ତୁ ତା କରିପାରିବେନି, ତାଙ୍କୁ ମାରଧର କରିପାରିବେନି, ବାବୁମାନେ ଯାହା ଖାଇବେ, ପିନ୍ଧିବେ ଓ ଯେଉଁଠି ଶୋଇବେ, ଚାକରମାନେ ସେହିପରି ଖାଇବେ, ପିନ୍ଧିବେ ଓ ଶୋଇବେ ବୋଲି ଆଇନ ପାଶ୍ ହୋଇଥିଲା ।

(ଚ) ବାବୁ ଓ ଚାକର ପରସ୍ପର କେଉଁଥ‌ିରେ ସମାନ ନୁହନ୍ତି ବୋଲି ଦନେଇ କହିଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବାବୁ ଓ ଚାକର ଖାଇବା, ପିନ୍ଧିବା, ଶୋଇବାରେ ସମାନ ହେଲେ ମଧ୍ୟ, କେବଳ ଦରମା ପାଇବା କ୍ଷେତ୍ରରେ ବାବୁ ଓ ଚାକର ପରସ୍ପର ସମାନ ନୁହଁନ୍ତି ବୋଲି ବନେଇ କହିଛି ।

(ଛ) ଭଲକାମ ନ କଲେ ବାବୁମାନେ ଚାକରଙ୍କୁ କିପରି ତଡ଼ି ଦେଇପାରିବେ ବୋଲି କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଭଲକାମ ନ କଲେ ବାବୁମାନେ ଚାକରଙ୍କୁ କିଛି କହିପାରିବେନି କିମ୍ବା ସେମିତି ତଡ଼ି ଦେଇପାରିବେନି । ସେଥ୍ପାଇଁ ଚାକର ସଂଘର ସେକ୍ରେଟେରୀଙ୍କ ନିକଟକୁ ଦରଖାସ୍ତ କରିବାକୁ ହେବ, ସିଏ ଆସି ଘଟଣା ତଦନ୍ତ କରିବେ– ଯଦି ଚାକରର ଦୋଷ ହୋଇଥବ, ତେବେ ସିଏ ହୁକୁମ ଦେଲେ ବାବୁ ଚାକରକୁ ତଡ଼ି ପାରିବେ ।

(ଜ) ବ୍ରଜବିହାରୀ ଦେଇଥ‌ିବା ଦରଖାସ୍ତଟିର ବିଷୟବସ୍ତୁ କ’ଣ ଥିଲା ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ଦେଇଥ‌ିବା ଦରଖାସ୍ତଟିରେ ବିଷୟବସ୍ତୁ ଥୁଲା, ଚାକର ଦନେଇ ବେହେରାଙ୍କୁ ଚାକିରିରୁ ବାହାର କରିବା । ସେହି କରିବା ପାଇଁ ଲେଖାଯାଇଥିଲା ।

(ଞ) ବ୍ରଜବିହାରୀ କେତେଦିନ ଧରି ଘରକୁ ନ ଫେରିବାର କାରଣ କ’ଣ ଥିଲା ବୋଲି କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଯେହେତୁ ବ୍ରଜବିହାରୀ ବାବୁ ସପ୍ତାହକ ପାଇଁ ଟୁର୍‌ରେ ଯାଇ ଦୁଇମାସ ହେଲା କୌଣସି ଖବର ଦେଇ ନଥିଲେ, ସେଥ‌ିପାଇଁ ଧରି ଘରକୁ ନ ଫେରିବାର କାରଣ ବନ୍ୟ ଦେବୀଙ୍କ କବଳରୁ ସେ ମୁକ୍ତି ପାଇପାରୁନଥିଲେ, ଅର୍ଥାତ୍ ଯାଜପୁରରେ ବନ୍ୟାଞ୍ଚଳର ଅବସ୍ଥା ଏତେ ଶୋଚନୀୟ ହୋଇଥିଲା ଯେ, ଆଉ ସେଠୁ ଫେରିଆସି ହେଲାନାହିଁ ।

(ଟ) କିଏ ଉପଯୁକ୍ତ ଗୃହିଣୀ ତିଆରି କରିପାରିବ ବୋଲି ବ୍ରଜବିହାରୀ କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ବାବୁ ନିଜର ପତ୍ନୀଙ୍କୁ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି, ଦୀର୍ଘ ଦୁଇମାସ ପରେ ସ୍ଵାମୀ ଘରକୁ ଫେରିଲାବେଳକୁ ସିନା ଉପଯୁକ୍ତ ଗୃହିଣୀ |

(୦) ବନମାଳା, ‘ଗୃହଲକ୍ଷ୍ମୀ ସମିତି’ର ସଭାକୁ ଗଲାବେଳେ ବ୍ରଜବିହାରୀଙ୍କୁ କ’ଣ ସବୁ କରିବାକୁ ବରାଦ କରିଯାଇଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବନମାଳା, ‘ଗୃହଲକ୍ଷ୍ମୀ କରିଯାଇଥିଲେ । ସାନପୁଅ ଟୁଲୁର ଫିଡିଂ ବଟଲରେ ଦୁଧ ରଖାଯାଇ ଆଲମିରାରେ ଥୁଆ ହୋଇଛି, ତା’ର ଖାଇବା ସମୟ ହେଲେ, ତାକୁ ଦୁଧ ପେଇଦେବ । ବଡ଼ପୁଅ ବୁଲୁର ପାଠ ପଢ଼ା ସରିଲେ ତାକୁ ଜଳଖୁ ଦେବ ବୋଲି କହିଥିଲେ ।

(ଡି) ଛାତ୍ରସଂଘର ନୂଆ ଆଇନ କ’ଣ କ’ଣ ଥିଲା ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଛାତ୍ରସଂଘର ନୂଆ ଆଇନ ଥିଲା, କୌଣସି ଅଭିଭାବକ ଛାତ୍ରର ବ୍ୟକ୍ତିଗତ ସ୍ଵାଧୀନତା ଉପରେ ହସ୍ତକ୍ଷେପ କରିପାରିବେ ନାହିଁ, ଅଧ୍ୟାପକ କିମ୍ବା ଶିକ୍ଷକମାନେ ଛାତ୍ରମାନଙ୍କୁ ଶାସନ କରିପାରିବେନି, ପରୀକ୍ଷାରେ ସବୁ ବିଷୟରେ ଫେଲ୍ ହେଲେ ମଧ୍ୟ ସେମାନଙ୍କୁ Sent up କିମ୍ବା କ୍ଲାସ୍ ଉଠଶଇ ଦିଆଯିବ। ଲେଡ଼ି ଷ୍ଟୁଡେଣ୍ଟମାନେ କ୍ଲାସ୍‌ରେ ଅଲଗା ସିଟ୍‌ରେ ନ ବସି ଛାତ୍ରମାନଙ୍କ ସାଥ୍‌ରେ ଏକା ବେଞ୍ଚଳରେ ବସିବେ ।

(ଢ) ତାଙ୍କ ସଂସାର ଦୁଇମାସ ଭିତରେ କ’ଣ ହେଇଚି ବୋଲି ବ୍ରଜବିହାରୀ କହିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ତାଙ୍କ ସଂସାର ଦୁଇମାସ ଭିତରେ ଯେମିତି ବଦଳିଯାଇଛି ବୋଲି ବ୍ରଜବିହାରୀ କହିଥିଲେ । ସେ, ଓ ତାଙ୍କର ଛୋଟ ଦୁଇ ପୁଅଙ୍କ Under developed economy Over developed ବୋଲି ଭାବିଥିଲେ ।

(ଣ) ବୁଲୁର ପାଠପଢ଼ା ସମୟ ସମ୍ପର୍କରେ ବ୍ରଜବିହାରୀ ଓ ମାଷ୍ଟ୍ରେଙ୍କ ମଧ୍ୟରେ କେଉଁସବୁ କଥାବାର୍ତ୍ତା ହୋଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବୁଲୁର ଘରୋଇ ମାଷ୍ଟ୍ରେ ସାଢ଼େ ଚାରିଟାବେଳେ ଆସି ପାଞ୍ଚଟା କୋଡ଼ିଏରେ ଯିବାକୁ ବାହାରିଛନ୍ତି । ସେ ପଚାଶ ମିନିଟ୍‌ରୁ ଅଧ‌ିକ ସମୟ ପଢ଼ାଇ ପାରିବେ ନାହିଁ ବୋଲି କହିଛନ୍ତି । କାରଣ ଏହି ଓଳିକେ ତାଙ୍କୁ ଛ’ଟା ଟିଉସନ୍ କରିବାକୁ ପଡ଼େ ବୋଲି ସ୍ଵୀକାର କରିଛନ୍ତି । ବ୍ରଜବିହାରୀ ଏଥିରେ ଉଭ୍ୟକ୍ତ ହେବାରୁ, ସେ କହିଛନ୍ତି ବର୍ତ୍ତମାନ ପାଠ ପଢ଼ା ସହଜ ହେଲାଣି । ସେମାନେ କେବଳ ପିଲ୍ ଗିଳାଇଲା ଭଳି ପିଲାଙ୍କୁ ନୋଟ ଡାକି ମୁଖସ୍ଥ କରିବାକୁ କଥାବାର୍ତ୍ତା |

(ତ) ଆଜିକାଲି ପାଠପଢ଼ାରେ କାହିଁକି କଷ୍ଟ ନାହିଁ ବୋଲି ମାଷ୍ଟ୍ରେ କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବାବୁ ବିରକ୍ତି ପ୍ରକାଶ କଲେ ମଧ୍ୟ, ମାତ୍ରେ ତାଙ୍କୁ କହିଛନ୍ତି ଆଜିକାଲି ପାଠ ପଢ଼େଇବା ସହଜ ହୋଇଗଲାଣି । ସେ କେବଳ ପିଲ୍ ଭଳି ପିଲାମାନଙ୍କୁ ଗିଳାଇ ଦେଉଛନ୍ତି, ଅର୍ଥାତ୍ ସବୁ ବିଷୟରେ ନୋଟ୍ ଡାକି ଦେଇ ପିଲାମାନଙ୍କୁ ଘୋଷାଇ ଦେଉଛନ୍ତି ।

(ଥ) ବୁଝିକରି ପାଠ ପଢ଼ିଲେ କଣ ହେବ ବୋଲି କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଘରୋଇ ମାଷ୍ଟ୍ରେ କହିଛନ୍ତି, ବୁଝିକରି ପାଠ ପଢ଼ିଲେ ମାଷ୍ଟରକୁଳ ଭାସିଯିବେ, କାରଣ ବୁଝିକରି ପାଠ ପଢ଼ିବାଦ୍ଵାରା ବେଶି ସଂଖ୍ୟାରେ ପିଲାଗୁଡ଼ା ପାଶ୍ କରିଯିବେ । ପିଲା ପାଶ୍ କରିଗଲେ, ଟିଉସନ୍ ବଜାର ମାନ୍ଦା ପଡ଼ିଯିବ ।

(ଦ) ମାସେ ଦୁଇଟାରେ କ’ଣ ହୋଇଗଲାଣି ବୋଲି: ବ୍ରଜବିହାରୀ କହିଛନ୍ତି ?
Solution:
ଘରେ ଯେପରି ସମସ୍ତେ ବଦଳି ଗଲେଣି । ସମସ୍ତଙ୍କୁ ଦେଖ‌ିଲେ ଜାଣିହେଉଛି, ସମସ୍ତଙ୍କର under developed economy over developed ହୋଇଗଲାଣି |

(ଧ) ପତ୍ନୀ ବନମାଳା ବ୍ରଜବିହାରୀଙ୍କ ଉପରେ କି ଧରଣର ଅତ୍ୟାଚାର କରୁଥିଲେ ?
Solution:
ବ୍ରଜବିହାରୀଙ୍କ ଉପରେ କି ଧରଣର ଅତ୍ୟାଚାର କରୁଥିଲେ ବୋଲି ସାଇକିଆଟ୍ରିଷ୍ଟଙ୍କ ପ୍ରଶ୍ନରେ ବ୍ରଜବିହାରୀ କହିଛନ୍ତି, ସେ ଟୁର୍ ଆସି ଘରେ ଦେଖୁବେ ତାଙ୍କ ସ୍ତ୍ରୀ ଘରେ ନଥ‌ିବେ, ଘରେ ଥିଲେ ମଧ୍ୟ କୌଣସି ପ୍ରକାର ଅଭ୍ୟର୍ଥନା କରନ୍ତି ନାହିଁ । ହଠାତ୍ ସେ ଗୃହଲକ୍ଷ୍ମୀ ସମିତିର ସଭାକୁ ଚାଲିଯିବେ, ଏପରିକି ସେ ଚା’ କପେ ଖାଇବାକୁ ପାଆନ୍ତି ନାହିଁ । ସବୁ କାମ ହାତରେ କରିବାକୁ ହୋଇଥାଏ ।

(ନ) ଅଧିକାଂଶ ସମୟରେ ବନମାଳା କ’ଣ କରିଥା’ନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଅଧିକାଂଶ ସମୟ ବନମାଳା ବାହାରେ ରହନ୍ତି । ପ୍ରାୟ ରାତି ଦଶଟାବେଳକୁ ଘରକୁ ଫେରନ୍ତି । ଅଧିକାଂଶ ସମୟ ସେ ବାହାରୁ ଖାଇ ଆସିଥାନ୍ତି ବୋଲି ବ୍ରଜବାବୁ ଅଭିଯୋଗ କରିଛନ୍ତି ।

(ଫ) ମହିଳାଟିଏ କେଉଁଠୁ ପାଇବେ ବୋଲି ବ୍ରଜବିହାରୀ ପଚାରିବାରୁ ଶିବରାମ କ’ଣ କହିଛନ୍ତି ?
Solution:
ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ମହିଳାଟିଏ କେଉଁଠୁ ପାଇବେ ବୋଲି ବ୍ରଜବିହାରୀ ପଚାରିବାରୁ ଶିବରାମ କହିଛନ୍ତି, ଆପଣଙ୍କୁ ଏଥିପାଇଁ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ, ସେମାନେ ଏହାର ବ୍ୟବସ୍ଥା କରିଦେବେ । ସେମାନଙ୍କର ଗୋଟିଏ ପାରିବାରିକ ଥଇଥାନ ସମିତି ଅଛି, ଯେଉଁଥରେ ବହୁ ଭଦ୍ରମହିଳା ସଭ୍ୟ ଅଛନ୍ତି, ସେମାନେ ଚିତ୍ତାକର୍ଷକ ବ୍ୟବହାରଦ୍ୱାରା ସ୍ବାମୀ ଅତ୍ୟାଚାରିତମାନଙ୍କୁ ସାମାଜିକ କରିଥା’ନ୍ତି ।

(ବ) ‘ପାରିବାରିକ ଥଇଥାନ ସମିତି’ କାହାକୁ ସାହାଯ୍ୟ କରିଥାଏ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ପାରିବାରିକ ଥଇଥାନ ସମିତିରେ ବହୁ ଭଦ୍ରମହିଳା ସଭ୍ୟ ଅଛନ୍ତି । ସେମାନେ ଅତ୍ୟାଚାରିତ ସ୍ଵାମୀମାନଙ୍କୁ ପରିବାରରେ ଶାନ୍ତିଶୃଙ୍ଖଳା ଆଣିବା ଦିଗରେ ସାହାଯ୍ୟ କରିଥା’ନ୍ତି । ଯେଉଁ ସ୍ଵାମୀମାନେ ଅତ୍ୟାଚାରିତ ସେମାନଙ୍କୁ ସାମାଜିକ କରିବା ଦିଗରେ ଏମାନେ ଚିତ୍ତାକର୍ଷକ ବ୍ୟବହାର ପ୍ରଦର୍ଶନ କରିଥା’ନ୍ତି ।

(ଭ) ସ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନାଦି କ’ଣ କରିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ଦିଗରେ ଅନାଦି, ସ୍ତ୍ରୀଙ୍କର ଯେତେବେଳେ ଯାହା ଦରକାର ସବୁ ଯୋଗାଇ ଦେଇଥିଲେ । ଏପରିକି ଶାଢ଼ୀ, ଗାଡ଼ି, ଘର ଯୋଗାଇ ଦେବାକୁ ଯାଇ, ଅନାଦି ବହୁତ ପଇସା ଖର୍ଚ୍ଚ କରିଥିଲେ ।

(ମ) ଅନାଦିଙ୍କୁ ସାହାଯ୍ୟ କରିବା ପାଇଁ ସଂଘ କ’ଣ କରିପାରିବ ବୋଲି କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଅନୁଯାୟୀ ଅନାଦିବାବୁ, ତାଙ୍କ ସ୍ତ୍ରୀଙ୍କୁ ଦେଖେଇ ଦେଖେଇ ଅନ୍ୟ କରିବେ, ସେମାନଙ୍କ ସହିତ ପ୍ରଣୟ ଅଭିନୟ କରିବେ । ସେହି ନାରୀମାନଙ୍କୁ ଯୋଗାଇ ଦେବେ, ଉଲ୍ଲେଖ କରିଛନ୍ତି । ସଂଘର ପରାମର୍ଶ ନାରୀମାନଙ୍କ ସହିତ ଖୁବ୍ ମିଳାମିଶା |

(ଯ) କୌଣସି ଦୁର୍ଘଟଣା ଘଟିବାର ଆଶଙ୍କା ନାହିଁ ବୋଲି ବିନୋଦବାବୁ କହିଥିଲେ କାହିଁକି ?
Solution:
ଆଶଙ୍କାକୁ ଦୂରେଇ ଦେବାପାଇଁ କହିଥିଲେ, ଯେହେତୁ ଆପଣମାନେ ଅତି ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ସମିତିର ତେଣୁ ଏପରି କ୍ଷେତ୍ରରେ କୌଣସି ଦୁର୍ଘଟଣା ଘଟିବାର ଆଶଙ୍କା ନାହିଁ ।

(ର) ବ୍ରଜବିହାରୀଙ୍କର ଭଲଭାଗ୍ୟ ବୋଲି ବିନୋଦବାବୁ କହିବାର କାରଣ କ’ଣ ଥିଲା ?
Solution:
ଭଲଭାଗ୍ୟ ବୋଲି ବିନୋଦବାବୁ କହିଛନ୍ତି, କାରଣ ସମିତିର ସ୍ଵୟଂ ଚେୟାରମ୍ୟାନ୍ ଯେହେତୁ ବ୍ରଜବାବୁଙ୍କ ଦାୟିତ୍ଵ ନେଇଛନ୍ତି ।

ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :

Question 5.
(କ) ଅତ୍ୟାଚାରିତ’ ଏକାଙ୍କିକା ନାମକରଣର ସାର୍ଥକତା ଦର୍ଶାଅ ।
Solution:
ସାହିତ୍ୟ ଜଗତରେ ନାମକରଣ ଏକ ସ୍ଵତନ୍ତ୍ର କଳା । ବାସ୍ତବ ଜୀବନରେ ନାମକରଣର ହୁଏତ, ସାର୍ଥକତା ରହିନପାରେ, ମାତ୍ର ସାହିତ୍ୟ କ୍ଷେତ୍ରରେ ନାମକରଣର ଶତ ପ୍ରତିଶତ ସାର୍ଥକତା ରହିଥାଏ । କାରଣ ସାହିତ୍ୟିକ ସାହିତ୍ୟ ପରିକଳ୍ପନା କରାଯାଇଥାଏ । ସୁତରାଂ ନାମରୁ ହିଁ ସାହିତ୍ୟର ବିଶେଷତାକୁ ଆକଳନ କରି ହୋଇଥାଏ । ଆଧୁନିକ ସାହିତ୍ୟ କର ‘ଅତ୍ୟାଚାରିତ’ ଏକାଙ୍କିକାରେ ଏହିଭଳି ନାମକରଣ କରି, କଥାବସ୍ତୁରେ ଏହାର ସାର୍ଥକତା ପ୍ରମାଣ କରିଛନ୍ତି । ଏକାଙ୍କିକାଟି ପ୍ରାୟ ମାତ୍ରାଧ‌ିକ ଚରିତ୍ର ନିଜକୁ ନିଜେ, ଅତ୍ୟାଚାରିତ ବୋଲି ମନେକରିଛନ୍ତି । ସେମାନେ ନିଜର ସ୍ଥିତିକୁ ଭୁଲିଯାଇଛନ୍ତି । କର୍ତ୍ତବ୍ୟପରାୟଣତାରେ ଖୁଲାପ କରିଛନ୍ତି । ଯାହା କରିବା କଥା ସେଥପ୍ରତି ସଚେତନ ନହୋଇ ଅନ୍ୟକୁ କେବଳ ଦୋଷ ଦେବାରେ ଲାଗିଛନ୍ତି । ସେମାନେ ଅତ୍ୟାଚାରିତ ବୋଲି ବିବେଚନା କରି ସଂଘ ଗଠନ କରି ନିଜର କର୍ମପ୍ରବଣତା ଓ ସାମାଜିକତାକୁ ଫାଙ୍କି ଦେବାକୁ ଚାହିଁଛନ୍ତି ।

ଅତ୍ୟାଚାରିତ ଚରିତ୍ରମାନେ ହେଉଛନ୍ତି ବ୍ରଜବିହାରୀ, ବନମାଳା, ଦନେଇ, ରାଜେନ୍ଦ୍ର, ଟିଉସନ୍ ମାଷ୍ଟ୍ରେ ଓ ଅନାଦି । ଏମାନେ ସମସ୍ତେ ନିଜର କର୍ତ୍ତବ୍ୟରେ ଖୁଲାପ କରିଛନ୍ତି, ମାତ୍ର ଅନ୍ୟକୁ ଦୋଷାରୋପ କରି ନିଜକୁ ଅତ୍ୟାଚାରିତ ବୋଲି ବ୍ରଜବିହାରୀ ବାବୁ ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର ଦାୟିତ୍ଵ ନେଇଥିଲେ ମଧ୍ୟ ସଂସାର ସମ୍ପର୍କରେ ସେ ଅନଭିଜ୍ଞ । ବୟସ ଚାଳିଶ ହେଲେ ବି ନାରୀ ମନସ୍ତତ୍ତ୍ଵ ବୁଝିବାରେ ଅକ୍ଷମ । ତେଣୁ ସେ ମାସରେ କୋଡ଼ିଏ ଦିନ ଟୁର୍ ଓ ଦଶଦିନ ଅଫିସ୍ ଉପେକ୍ଷିତ ହୋଇ ବାହାରେ ବିଭିନ୍ନ ସାଙ୍ଗଠନିକ କାମରେ ମନ ଦେଇଛନ୍ତି । ସ୍ଵାମୀ ପ୍ରତି ଯେ କିଛି କର୍ଭବ୍ୟ ଅଛି, ତାହା ସେ ଭୁଲି ଯାଇଛନ୍ତି । ସେହିପରି ମାଲିକ ଓ ମାଲିକାଣୀଙ୍କ ଅନୁପସ୍ଥିତିରେ ଚାକର ଦନେଇ ସ୍ଵେଚ୍ଛାଚାରୀ ହୋଇଯାଇଛି । ଏପରିକି ଚାକରମାନଙ୍କୁ ନେଇ ସେ ସଂଘ ଗଠନ କରିଛି | ମାଲିକ ସହିତ ସବୁକ୍ଷେତ୍ରରେ ସମାନ ହେବାକୁ ଚାହିଁଛି । ସେ ନିଜର ସ୍ଥିତିକୁ ଶେଷ ଚରିତ୍ର ଅନାଦି ପତ୍ନୀଙ୍କୁ ଯାବତୀୟ ସୁବିଧା ଦେଇ, ପତ୍ନୀଙ୍କ ସ୍ୱେଚ୍ଛାଚାରୀ କରାଇବାରେ କାରଣ ହୋଇଛନ୍ତି ।

(ଖ) ‘ଅତ୍ୟାଚାରିତ’ ଏକାଙ୍କିକାରୁ ବ୍ରଜବିହାରୀଙ୍କ ଚରିତ୍ର ଚିତ୍ରଣ କର ।
Solution:
ଚରିତ୍ର ଚିତ୍ରଣ ସାହିତ୍ୟରେ ଏକ ମନୋଜ୍ଞ କଳା । ଚରିତ୍ରମାନେ ହେଉଛନ୍ତି ସାହିତ୍ୟିକର ମାନସ ସନ୍ତାନ । ସାହିତ୍ୟିକ ମନର କଥାକୁ ଚରିତ୍ର ମାଧ୍ୟମରେ ପ୍ରକାଶ କରେ । ସମାଜକୁ ଯାହାକିଛି ବାର୍ତ୍ତା, ସେହି ଚରିତ୍ର ମାଧ୍ୟମରେ ହିଁ ଦେଇଥାଏ । ଯେଉଁ ଚରିତ୍ର ସ୍ଵାଭାବିକ ଓ ସତ୍ୟର ନିକଟବର୍ତୀ, ତାହା ସେତିକି ପାଠକୀୟ ଶ୍ରଦ୍ଧା ଲାଭ କରିଥାଏ । ନାଟ୍ୟକାର ପ୍ରାଣବନ୍ଧୁ କର ‘ଅତ୍ୟାଚାରିତ’ ଏକାଙ୍କିକାରେ ବ୍ରଜବିହାରୀଙ୍କ ଚରିତ୍ର ମାଧ୍ୟମରେ, ସଂସାର ପ୍ରତି ଯଥାର୍ଥ କର୍ତ୍ତବ୍ୟ ନକରି ନିଜେ ଅସନ୍ତୋଷ ଓ ଅତ୍ୟାଚାରିତ ମନେକରୁଥିବା ଭାବକୁ ପ୍ରକାଶ କରିଛନ୍ତି । ସଂସାର ହେଉଛି ସ୍ନେହ ପ୍ରେମର ବନ୍ଧନ, ଏହା ନବୁଝି କେବଳ ଅନ୍ୟଠାରୁ ସେବା ଆଶା କରିବା ନିରର୍ଥକ, ଏହା ନାଟ୍ୟକାର ଏହି ଚରିତ୍ର ମାଧ୍ୟମରେ ଦେଖାଇଛନ୍ତି ।

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

ବ୍ରଜବାବୁ ଜଣେ ପଦସ୍ଥ ଅଫିସର । ସେ ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର ଦାୟିତ୍ଵରେ ଥାଇ, ସବୁବେଳେ ଅଫିସ୍ କାମରେ ବ୍ୟସ୍ତ ରହନ୍ତି । ତେଣୁ ସେ ମାସରେ କୋଡ଼ିଏ ଦିନ ଟୁରରେ ରହିଲାବେଳେ, ଅନ୍ୟ ଦଶଦିନ ଅଫିସ କାମରେ ନିଜକୁ ବ୍ୟସ୍ତ ରଖନ୍ତି । ଏକାଙ୍କିକାର ଆରମ୍ଭରେ ବ୍ରଜବାବୁ ସପ୍ତାହକ ପାଇଁ ଟୁର୍‌ରେ ଯାଇ ଦୁଇମାସ ପରେ ଘରକୁ ଫେରିଛନ୍ତି । କାରଣ ଯାଜପୁର ବନ୍ୟାଞ୍ଚଳରୁ ସେ ମୁକୁଳି ପାରିନାହାଁନ୍ତି । ଏହି ଦୁଇମାସ ଭିତରେ ତାଙ୍କ ସଂସାର ଏକରକମ ଭାସିଯାଇଛି ।

ସେଥ‌ିପାଇଁ ତାଙ୍କୁ ସାଇକିଆଟ୍ରିଷ୍ଟ ଶିବରାମବାବୁ କହିଛନ୍ତି ~ ତେବେ ଖାଲି ଚାକିରି କରିଥା’ନ୍ତେ ସ୍ତ୍ରୀ, ସଂସାର କରି ନଥାନ୍ତେ … ଯେଉଁମାନେ ଚାକିରିସର୍ବସ୍ଵ ସେମାନଙ୍କର ସ୍ତ୍ରୀମାନେ ଏହିପରି ସ୍ଵେଚ୍ଛାଚାରୀ ହେବାକୁ ବାଧ୍ୟ ହୁଅନ୍ତି ।”? ବ୍ରଜବାବୁ ସଂସାର କ୍ଷେତ୍ରରେ ଜଣେ ଅସଫଳ ମଣିଷ । ଫଳରେ ତାଙ୍କର ଚାକର, ସାନଭାଇ, ଟିଉସନ୍ ମାଷ୍ଟ୍ରେ ନିଜର ପତ୍ନୀଙ୍କୁ ଠିକ୍ ଭାବରେ ସେ ଚଳାଇ ନାହାଁନ୍ତି । ସମସ୍ତେ ତାଙ୍କ ପ୍ରତି ସ୍ୱେଚ୍ଛାଚାରୀ ଭାବ ପ୍ରକାଶ କରିଛନ୍ତି । ସେ ପତ୍ନୀଙ୍କ ଠାରୁ ସାମାନ୍ୟଭାବେ ସମ୍ଭାଷଣ ପାଇନାହାଁନ୍ତି ।

ନିଜ ଦୋଷକୁ ନିଜେ ନ ଖୋଜି ସେ ପହଞ୍ଚୁଛନ୍ତି, ‘ଅତ୍ୟାଚାରିତ ସ୍ଵାମୀ ସଂଘ’ ବୋଲି ପ୍ରମାଣିତ ହୋଇଛି । …… ବ୍ରଜବାବୁ ଜଣେ ସନ୍ଦେହୀ ମଣିଷ । ସେ ଏକଦେଶଦର୍ଶୀ ଚିନ୍ତାଧାରା ପ୍ରକାଶ କରନ୍ତି । ନାରୀଙ୍କ ସମ୍ପର୍କରେ ସେ କହିଛନ୍ତି – ‘ନାରୀ ତ ନାରୀ– ବାହା ହେବେ ପିଲାଛୁଆ ଜନ୍ମ କରିବେ ।’’ ପୁଣି ଶିବରାମବାବୁ ଯାହା କହିଛନ୍ତି, ସେଥ‌ିରେ ସେ ଯୁକ୍ତି କରିଛନ୍ତି— ‘‘ଅତ୍ୟାଚାରିତ ସ୍ଵାମୀମାନଙ୍କର ଚିତ୍ତକୁ ଆକର୍ଷଣ କଲାପରେ ଯଦି ସତକୁ ସତ ସେମାନଙ୍କୁ ସଶରୀରେ ଆକର୍ଷଣ କରନ୍ତି ?’’ ଏହିପରି ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କଲେ, ବ୍ରଜବିହାରୀଙ୍କୁ ଜଣେ ସଂସାର ଅନଭିଜ୍ଞ ମଣିଷ ଭାବରେ ଚିତ୍ରଣ

(ଗ) ପଠିତ ଏକାଙ୍କିକାଟିରେ ନାଟକୀୟ ଉତ୍କଣ୍ଠା ସୃଷ୍ଟି କରିବାରେ ବନମାଳାଙ୍କ ଭୂମିକା ନିରୂପଣ କର ।
Solution”
ନାହିଁ । ଉତ୍କଣ୍ଠା ହିଁ ଦର୍ଶକ ମଧ୍ୟରେ ଆଗ୍ରହ ଏବଂ ଉତ୍ତେଜନା ସୃଷ୍ଟି କରିଥାଏ । ଯେଉଁ ନାଟକରେ ବିସ୍ମୟ ଉତ୍ପାଦନକାରୀ ଶକ୍ତି ଯେତେ ପ୍ରଖର, ସେ ନାଟକ ସେତେ ସଫଳ । ବିସ୍ମୟ ଓ ଉତ୍ତେଜନା ଯୋଗୁ ଉତ୍କଣ୍ଠା ବୃଦ୍ଧି ପାଇଥାଏ । ଉତ୍କଣ୍ଠା ସୃଷ୍ଟି କରିବାକୁ ହେଲେ, ଦର୍ଶକ କିଛି ଜାଣିଥୁବ ଏବଂ କିଛି କିଛି ଅଜଣା ମଧ୍ୟ ରହିଥବ । ଏହି ଅଜଣା ଅଂଶକୁ ନେଇ ଉତ୍କଣ୍ଠା ସୃଷ୍ଟି କରାଯାଇଥାଏ । ଏକାଙ୍କିକାର ପ୍ରଥମ ଦୃଶ୍ୟରେ ବ୍ରଜବିହାରୀବାବୁ ଟୁର୍‌ରେ ଯାଇଥିଲେ । ଦୀର୍ଘ ଦୁଇମାସ ପରେ ଘରକୁ ଫେରିଛନ୍ତି ।

କଥାବାର୍ଭା ହେଲାପରେ ବନମାଳା ଘରକୁ ଫେରିଛନ୍ତି । ମାତ୍ର ବ୍ରଜବିହାରୀକୁ ଦେଖୁ ସେଭଳି କୌଣସି ପତ୍ନୀସୁଲଭ ଭାବ ପ୍ରକାଶ କରିନାହାଁନ୍ତି । ବରଂ ସ୍ବାମୀଙ୍କୁ ଆକ୍ଷେପ କରି କହିଛନ୍ତି, ଆଜିକାଲି କୌଣସି ପୁରୁଷ ନିରୁଦ୍ଦଶ ହେବା ଅର୍ଥ କୌଣସି ଚିଡ଼େଇଲା ଭଳି କହିଛନ୍ତି, ‘ତମ ଭଳି ଦୁର୍ଦାନ୍ତ ନାରୀତ ଆଜିକାଲି ଓଡ଼ିଶାରେ କନ୍ଦି ବିକନ୍ଦିରେ ଖୁନ୍ଦି ହୋଇଗଲେଣି ।’ ଏତେ କଥା କହିଲା ପରେ ମଧ୍ୟ ବନମାଳା ସ୍ଵାମୀଙ୍କ ପ୍ରତି କୌଣସି ପ୍ରକାର କର୍ତ୍ତବ୍ୟ ଥିବା କଥା ଭୁଲି ଯାଇଛନ୍ତି । ତରତରରେ ଗୃହଲକ୍ଷ୍ମୀ ସମିତିରେ ଯୋଗଦେବାକୁ ଗଲାବେଳେ, ସ୍ବାମୀଙ୍କୁ ପୁଅମାନଙ୍କ ଖାଇବା ଖବର ବୁଝିବାପାଇଁ ବରାଦ କରିଛନ୍ତି । ଦ୍ଵାରା ଅତ୍ୟାଚାରିତ ବୋଲି କହିଛନ୍ତି । ସେଠାରେ କିଛି ସମୟ ସାଇକିଆଟ୍ରିଷ୍ଟ ସହିତ ଗପସପ ହେଲାପରେ, ସମସ୍ୟାର ନିରାକରଣ ପାଇଁ ସେ କହିଛନ୍ତି –

‘ପ୍ରତିଦିନ ଅନ୍ତତଃ ଘଣ୍ଟାଏ ଲେଖାଏଁ ଅନ୍ୟ କୌଣସି ମହିଳାଙ୍କ ସହିତ ମିଳାମିଶା ଓ ଗପସପ କରିବାକୁ ପଡ଼ିବ।’ ସେଭଳି ମହିଳା କେବଳ ପାରିବାରିକ ଥଇଥାନ ସମିତିରୁ ହିଁ ଗ୍ରହଣ କରାଯିବ । ଏହିଭଳି କଥୋପକଥନ ବେଳେ ଝଡ଼ବେଗରେ ବନମାଳା ଦେବୀ ପ୍ରବେଶ କରିଛନ୍ତି । ବ୍ରଜବାବୁ ବନମାଳାଙ୍କୁ ଦେଖ୍ ଚମକି ପଡ଼ିଛନ୍ତି ଆଉ ବନମାଳା ବ୍ରଜବିହାରୀଙ୍କୁ ଦେଖୁ ବିସ୍ମିତ ହୋଇଛନ୍ତି । ବିନୋଦବାବୁ ବ୍ରଜବାବୁଙ୍କୁ ବନମାଳାଙ୍କୁ ଚିହ୍ନାଇଛନ୍ତି । ସେ ଜଣେ ଅତ୍ୟାଚାରିତ ସ୍ଵାମୀ ହିସାବରେ, ସଂଘର ସାହାଯ୍ୟ ଚାହାଁନ୍ତି ବୋଲି କହିଛନ୍ତି । ବନମାଳା ସେ ଦାୟିତ୍ଵ ନିଜେ ନେଇଛନ୍ତି । ‘ମୁଁ ତାଙ୍କୁ ତାଙ୍କ ସ୍ତ୍ରୀଙ୍କ ଅତ୍ୟାଚାରରୁ ମୁକ୍ତ କରିବି’ ବୋଲି କହିଛନ୍ତି । ବନମାଳାଦେବୀ ନିଜେ ସମିତିର ଚେୟାରମ୍ୟାନ୍ ହୋଇ ଦାୟିତ୍ଵ ନେଇଥବାରୁ, ବ୍ରଜବାବୁ ଭାଗ୍ୟବାନ୍ ବୋଲି ବିନୋଦବାବୁ କହିଛନ୍ତି ।

(ଘ) ପଠିତ ଏକାଙ୍କିକାରୁ ଶିବରାମଙ୍କ ଗୁରୁତ୍ଵ ବୁଝାଅ ।
Solution:
ନାଟ୍ୟକାର ନାଟକରେ ଦୁଇପ୍ରକାର ଚରିତ୍ରର ସାହାଯ୍ୟ ନେଇ କଥାବସ୍ତୁକୁ ଆଗେଇ ନେଇଥା’ନ୍ତି । ସେଥୁରୁ ଗୋଟିଏ ହେଉଛି ମୁଖ୍ୟ ଚରିତ୍ର ଏବଂ ଅନ୍ୟଟି ହେଉଛି ଗୌଣ ଚରିତ୍ର । ଗୌଣ ଚରିତ୍ର ମାଧ୍ୟମରେ ମୁଖ୍ୟ ପ୍ରତିପାଦନ କରାଯାଇଥାଏ । ଆଲୋଚ୍ୟ ଏକାଙ୍କିକା ‘ଅତ୍ୟାଚାରିତ’ରେ ନାଟ୍ୟକାର ପ୍ରାଣବନ୍ଧୁ କର ମୁଖ୍ୟ ଚରିତ୍ରର ବିଶେଷତା ଚରିତ୍ର ବ୍ରଜବିହାରୀଙ୍କ ଏକାଙ୍କିକାର ଦ୍ଵିତୀୟ ଦୃଶ୍ୟରେ ଶିବରାମବାବୁ ଜଣେ ସାଇକିଆଟ୍ରିଷ୍ଟ ଭାବରେ ଦେଖାଦିଅନ୍ତି । ବ୍ରଜବିହାରୀବାବୁ ଜଣେ ଅତ୍ୟାଚାରିତ ସ୍ଵାମୀ ବୋଲି ନିଜକୁ ନିଜେ ମନେକରିଛନ୍ତି । ତେଣୁ ସେ ‘ଅତ୍ୟାଚାରିତ ସ୍ଵାମୀ ସଂଘ’ ନିକଟରେ ପହଞ୍ଚି ଏହାର ନିରାକରଣ କରିବାକୁ ଇଚ୍ଛା କରିଛନ୍ତି । ବ୍ରଜବାବୁଙ୍କ ମନକଥାକୁ ଜାଣିବାପାଇଁ ଶିବରାମବାବୁ ଗୋଟି ଗୋଟି କରି ଅନେକ କଥା ପଚାରିଛନ୍ତି ।

ସଂସାର ସମ୍ବନ୍ଧୀୟ ଅନେକ ପ୍ରଶ୍ନ ପଚାରିଲାପରେ ଶେଷରେ ସ୍ପଷ୍ଟଭାବରେ ସିଦ୍ଧାନ୍ତ ଶିବରାମ କହିଛନ୍ତି, ‘ଦେଖନ୍ତୁ ବ୍ରଜବାବୁ, ଏଥରେ ମୁଁ ଦେଖୁଚି ଆପଣଙ୍କର ହିଁ ଦୋଷ ।’’ ଶିବରାମଙ୍କ କଥାରେ ଉଭ୍ୟକ୍ତ ହୋଇଛନ୍ତି, ବ୍ରଜବିହାରୀ । ଶିବରାମ ବୁଝାଇବା ଶୈଳୀରେ ବ୍ରଜବିହାରୀକୁ କହିଛନ୍ତି – ‘ଆପଣ ବଡ଼ ଅସାମାଜିକ ହୋଇପଡ଼ିଛନ୍ତି, କରିପାରିନାହାଁନ୍ତି ।’’ କେବଳ ଚାକିରିସର୍ବସ୍ଵ ଜୀବନ ବିତାଉଥ‌ିବାରୁ, ସ୍ତ୍ରୀ ସ୍ଵେଚ୍ଛାଚାରୀ ହୋଇଛନ୍ତି । ନାରୀମାନଙ୍କ ମନର କଥା ନବୁଝିବାରୁ ଏଭଳି ପରିସ୍ଥିତି ହୋଇଛି ବୋଲି ସେ ସ୍ପଷ୍ଟ କରାଇଛନ୍ତି ।

ସ୍ତ୍ରୀଙ୍କ ସହିତ ଯଥେଷ୍ଟ ମିଳାମିଶା ଶିବରାମବାବୁ ଉପରୋକ୍ତ ସମସ୍ୟାର ନିରାକରଣ ପାଇଁ, ବ୍ରଜବିହାରୀଙ୍କୁ ପରାମର୍ଶ ଦେଇଛନ୍ତି । ତାଙ୍କ କଥା ଅନୁସାରେ କାମକଲେ, ତାଙ୍କ ସ୍ତ୍ରୀଙ୍କୁ ଜବତ କରିହେବ ବୋଲି ସେ କହିଛନ୍ତି । ପ୍ରଥମେ ସୋସିଏବଲ ହେବାକୁ ପଡ଼ିବ ବୋଲି କହିଛନ୍ତି । ପ୍ରତିଦିନ ଅନ୍ତତଃ ଘଣ୍ଟାଏ ଲେଖାଏଁ ଅନ୍ୟକୌଣସି ମହିଳାଙ୍କ ସଙ୍ଗେ ମିଳାମିଶା ଓ ଗପସପ କରିବାକୁ ପଡ଼ିବ । ଅତ୍ୟାଚାରିତ ସ୍ଵାମୀମାନଙ୍କୁ ପରିବାରରେ ଶାନ୍ତି ଶୃଙ୍ଖଳା ଆଣିବା ଦିଗରେ, ପାରିବାରିକ ଥଇଥାନ ସମିତିର ଭଦ୍ର ମହିଳାଙ୍କ ସାହାଯ୍ୟ ନେବାକୁ ପଡ଼ିବ । ବ୍ରଜବିହାରୀ ଏଥ‌ିରେ ସନ୍ଦେହ ପ୍ରକାଶ କଲେ ମଧ୍ୟ, ତାହାକୁ ଶିବରାମ ଦୂରେଇ ଦେଇଛନ୍ତି । ଦେବୀ ହେଉଛନ୍ତି ବ୍ରଜବିହାରୀଙ୍କ ପତ୍ନୀ । ବ୍ରଜବିହାରୀ କେବଳ ଶିବରାମଙ୍କ କଥାରେ ବଦଳି ଗଲାଭଳି ମନେ ହୋଇଛନ୍ତି ।

(ଙ) ଏକ ପାରିବାରିକ ସମସ୍ୟାଭିତ୍ତିକ ଏକାଙ୍କିକା ଭାବେ ‘ଅତ୍ୟାଚାରିତ’ର ମୂଲ୍ୟାଙ୍କନ କର ।
Solution:
କରିଥାନ୍ତି । ପାରସ୍ପରିକ ସ୍ନେହ, ପ୍ରେମ, ଆନ୍ତରିକତାରେ ପାରିବାରିକ ଜୀବନର ମିଳନର ସୁମଧୁର ତାନ ନିନାଦିତ ହୁଏ । ଭୁଲ୍ ବୁଝନ୍ତି । କେବଳ ନିଜଦୃଷ୍ଟିରେ ନିଜେ ଠିକ୍ ରହିଥା’ନ୍ତି ବୋଲି ମନେ କରିଥା’ନ୍ତି । ଫଳରେ ପାରିବାରିକ ଜୀବନ ଅନ୍ୟମାନେ ସ୍ୱେଚ୍ଛାଚାରୀ ହୁଅନ୍ତି । ନିଜର କର୍ତ୍ତବ୍ୟକୁ ଭୁଲି, ଅତ୍ୟାଚାରିତ ବୋଲି ମନେକରନ୍ତି । ନାଟ୍ୟକାର ପ୍ରାଣବନ୍ଧୁ କର ଏହିଭଳି ଏକ ପାରିବାରିକ ସମସ୍ୟାକୁ ନେଇ ରଚନା କରିଛନ୍ତି, ଏକାଙ୍କିକା ‘ଅତ୍ୟାଚାରିତ’ । ପରିବାରର ମୂଳ ହେଉଛନ୍ତି ବ୍ରଜବିହାରୀବାବୁ । ସେ ଡେପୁଟି ମାଜିଷ୍ଟ୍ରେଟ୍ ଓ କଲେକ୍ଟର ଦାୟିତ୍ଵରେ ରହି, ଅଫିସ୍ କାମରେ ବୁଡ଼ିରହନ୍ତି । ମାସରେ ପ୍ରାୟ କୋଡ଼ିଏ ଦିନ ଟୁର୍‌ରେ ରହିଲାବେଳେ, ଅନ୍ୟ ଦଶଦିନ ଅଫିସ୍ କାମରେ ବ୍ୟସ୍ତ ରହନ୍ତି । ସ୍ଵାମୀ ହିସାବରେ ପତ୍ନୀ ପ୍ରତି କର୍ଭବ୍ୟ, ଗୃହସ୍ଥ ଭାବରେ ପରିବାରରେ ଅନ୍ୟାନ୍ୟଙ୍କ ଦାୟିତ୍ୱବୋଧକୁ ସେ ଭୁଲିଯାଆନ୍ତି ।

ଫଳସ୍ବରୂପ ସମସ୍ତେ ହୋଇଯାଆନ୍ତି ସ୍ୱେଚ୍ଛାଚାରୀ । ସେ ସପ୍ତାହକ ପାଇଁ ଟୁର୍‌ରେ ଯାଇ, ଦୁଇମାସ ରହିଯାଆନ୍ତି ବାହାରେ । ଘରକୁ ଫେରିଲାପରେ ଦେଖନ୍ତି, ଚାକର ଦନେଇ ହୋଇଯାଇଛି ଜନାର୍ଦ୍ଦନବାବୁ । ସେ ବାବୁଙ୍କ ସହିତ ସମାନ ଖାଇବା, ପିନ୍ଧିବା ଓ ଶୋଇବାର ଦାବି କରିଛି । ଏପରିକି ସନ୍ଧ୍ୟାପରେ ସିନେମା ଦେଖିବାକୁ ଯାଇଛି । ବ୍ରଜବାବୁଙ୍କର କୌଣସି କଥାକୁ ସେ ଖାତିର କରିନାହିଁ । ପତ୍ନୀ ବନମାଳା ଦେବୀ ଘରକୁ ଫେରି ସ୍ଵାମୀଙ୍କୁ ଦେଖୁଲେ ମଧ୍ୟ, କୌଣସି ପ୍ରକାର ପତ୍ନୀସୁଲଭ ସମ୍ଭାଷଣ ଜଣାଇ ନାହାଁନ୍ତି । ବରଂ ସପ୍ତାହକ ପାଇଁ ଯାଇ, ଦୁଇମାସ ରହିଥିବାରୁ, ସ୍ଵାମୀଙ୍କ ଉପରେ ସେ ଅଭିଯୋଗ କରିଛନ୍ତି । ଘରର ଓ ପିଲାମାନଙ୍କ ଦାୟିତ୍ଵ ବୁଝିବାକୁ କହି ବନମାଳା, ପୁନର୍ବାର ଗୃହଲକ୍ଷ୍ମୀ ସମିତି ସଭାକୁ ଯାଇଛନ୍ତି । ବ୍ରଜବାବୁ ସାନଭାଇ ରାଜେନ୍ଦ୍ର ଓ ଟିଉସନ୍‌ ମାଷ୍ଟ୍ରେଙ୍କଠାରୁ ଅନୁରୂପ ଅବଜ୍ଞାସୂଚକ ବ୍ୟବହାର ପାଇଛନ୍ତି । ବ୍ରଜବିହାରୀ ବାଧ୍ୟହୋଇ, ସମସ୍ୟାର ସମାଧାନ ପାଇ ଅତ୍ୟାଚାରିତ ସ୍ଵାମୀ ସଂଘ’ର ଶରଣାପନ୍ନ ହୋଇଛନ୍ତି । ସେ ଭୋଗ କରିଛନ୍ତି । ଅନାଦିଙ୍କୁ ତାଙ୍କ ପତ୍ନୀ ଉପେକ୍ଷା ପରି ଅନ୍ୟମାନଙ୍କ ସହିତ ପ୍ରଣୟ ସମ୍ପର୍କ ସ୍ଥାପନ କରିଛି ।

(ଚ) ପଠିତ ଏକାଙ୍କିକାରୁ ଅତ୍ୟାଚାରିତ ସ୍ଵାମୀଙ୍କର ଅତ୍ୟାଚାରଜନିତ ଦୁଃଖ ବୁଝାଅ ।
Solution:
ପାରିବାରିକ ଜୀବନରେ ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା, ଆନ୍ତରିକତା ଓ ଭଲପାଇ ନାହିଁ ସ୍ଵର୍ଗୀୟ ସୁଖ ଦେଇଥାଏ । କାରଣ କେବଳ ଚାକିରି, ଟଙ୍କା ପଇସା, ପଦ ପଦବୀକୁ ନେଇ ପାରିବାରିକ ଜୀବନରେ ସୁଖ ଖୋଜିଲେ ନିରାଶ ହେବାକୁ ପଡ଼େ । ପୁନଶ୍ଚ ସ୍ଵାମୀ ସ୍ତ୍ରୀ ପାଇଁ ଏବଂ ସ୍ତ୍ରୀ ସ୍ଵାମୀ ପାଇଁ କୌଣସି ଦାୟିତ୍ବ ବା କର୍ତ୍ତବ୍ୟ ନକରି କେବଳ ଅଧିକାର ଖୋଜିଲେ, ସବୁବେଳେ ମିଳିନଥାଏ । ବରଂ ଏଭଳି ମାନସିକତା ପାରିବାରିକ ଜୀବନକୁ କରେ ବେସୁରା ଓ ରଙ୍ଗହୀନ । ଏହିଭଳି ଏକ କାହାଣୀକୁ ନେଇ ନାଟ୍ୟକାର ପ୍ରାଣବନ୍ଧୁ କର ‘ଅତ୍ୟାଚାରିତ’ ଏକାଙ୍କିକାରେ, ସ୍ଵାମୀଙ୍କର ଅସହାୟବୋଧ ଭାବକୁ ପ୍ରକାଶ କରିଛନ୍ତି । ଏଥିରେ ଦୁଇଜଣ ସ୍ୱାମୀ, ବ୍ରଜବିହାରୀବାବୁ ଓ ଅନାଦିବାବୁ ନିଜ ନିଜ ପତ୍ନୀଙ୍କଦ୍ଵାରା ଅତ୍ୟାଚାରିତ ବୋଲି ମନେକରିଛନ୍ତି । ଏହି ସମସ୍ୟାର ସମାଧାନପାଇଁ ସେମାନେ ପହଞ୍ଚିଛନ୍ତି ‘ଅତ୍ୟାଚାରିତ ସ୍ଵାମୀ ସଂଘ’ ଅଫିସ୍‌ରେ । ଉତ୍ତମ ବ୍ୟବହାର ପାଇ ନଥାନ୍ତି ।

ଅଭିଯୋଗ କରି କହିଛନ୍ତି, ସେ ଟୁର୍‌ରୁ ଫେରିଲାବେଳେ ଦେଖନ୍ତି, ତାଙ୍କ ସ୍ତ୍ରୀ ଘରେ ନାହାଁନ୍ତି । ଘରେ ଥିଲେ ମଧ୍ୟ କୌଣସି ପ୍ରକାର ଅଭ୍ୟର୍ଥନା କରନ୍ତି ନାହିଁ । ବରଂ ସେ ତାଙ୍କର ଗୃହଲକ୍ଷ୍ମୀ ସମିତିକୁ ବାହାରିଯାଆନ୍ତି । ସ୍ୱାମୀଙ୍କୁ କପେ ଚା’କରି ଦେବାର ଆବଶ୍ୟକତା ସେ ଅନୁଭବ କରନ୍ତି ନାହିଁ । ବାଧ୍ୟହୋଇ ସବୁକାମ ତାଙ୍କୁ ହାତରେ କରିବାକୁ ପଡ଼େ । ପୁନଶ୍ଚ ତାଙ୍କ ପତ୍ନୀ ଇଣ୍ଡୋନେସିଆ ଆହତ ସୈନ୍ୟଙ୍କ ପାଇଁ ସ୍ଟେଟର ବୁଣୁଥିଲାବେଳେ, ତାଙ୍କ ପ୍ୟାଣ୍ଟ, ସାର୍ଟ, କୋଟ୍‌ରେ ବୋତାମ ଛିଡ଼ିଗଲାଣି ଏସବୁ ମରାମତି ହୋଇପାରୁନି । ଅଧିକାଂଶ ଦିନ ତାଙ୍କ ସ୍ତ୍ରୀ ବାହାରେ । ପ୍ରାୟ ରାତି ଦଶଟା ବେଳକୁ ଘରକୁ ଫେରନ୍ତି । ଏପରିକି ଅନେକ ସମୟରେ ରାତ୍ରିଭୋଜନ ବାହାରୁ ଖାଇଆସିଥା’ନ୍ତି । ସ୍ଵାମୀ କ’ଣ ଖାଇବେ ନ ଖାଇବେ ସେଥପ୍ରତି ଦୃଷ୍ଟି ନଥାଏ ।

ଅନ୍ୟଜଣେ ଅତ୍ୟାଚାରିତ ସ୍ଵାମୀ ଅନାଦି ବାବୁ। ସେ ସ୍ତ୍ରୀଙ୍କ ଉପରେ ଅତି ବେଶିମାତ୍ରାରେ ଦୃଷ୍ଟିଦେବାରୁ, ତାଙ୍କ ସ୍ତ୍ରୀ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଯେତେବେଳେ ଯାହା ଦରକାର, ଅର୍ଥାତ୍ ଶାଢ଼ୀ, ଗାଡ଼ି, ବାଡ଼ି ମାନେ’ ଘର ସବୁକିଛି ସେ ପତ୍ନୀଙ୍କୁ ଯୋଗାଇ ଦେଇଥିବାରୁ, ପତ୍ନୀ ନୂଆଁଘରେ ଦିନେ ଛାଡ଼ି ଦୁଇଦିନ ଛାଡ଼ି ଗାର୍ଡ଼ନ ପାର୍ଟି କରୁଛନ୍ତି । ଅନ୍ୟମାନଙ୍କୁ ନେଇ ଗାଡ଼ିରେ ହାୱାଖାଇ ବୁଲୁଛନ୍ତି । ଖାଲି ଏତିକି ନୁହେଁ ରୀତିମତ୍ ଅନ୍ୟ ସହିତ ପ୍ରଣୟ ଆରମ୍ଭ କରି ଦେଇଛନ୍ତି । ଅତ୍ୟାଚାରିତ ହେଲାବେଳେ, ଅନ୍ୟଜଣେ ପତ୍ନୀଙ୍କ ପ୍ରତି ଅତ୍ୟଧ୍ଵକ ମୁହଁବଢ଼ା ନୀତି ପାଇଁ ଅତ୍ୟାଚାରିତ ହୋଇଛନ୍ତି ।

(କ) କବି ପରିଚୟ :

ପ୍ରାଣବନ୍ଧୁ କର ୧୯୧୪ ମସିହାରେ କଟକ ଜିଲ୍ଲାର ଡମପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଏମ୍. ଏ. ପାଶ୍ କରିବାପରେ ସେ ଅଧ୍ୟାପକ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ ବିଭିନ୍ନ ସମୟରେ ବହୁ ଶିକ୍ଷାୟତନରେ ଅଧ୍ୟାପକ ଓ ଅଧ୍ଯକ୍ଷଭାବେ କାର୍ଯ୍ୟକରି ସଫଳତା ଅର୍ଜନ କରିଥିଲେ । ଅଧ୍ୟାପକ କରଙ୍କ ପୂର୍ଣାଙ୍ଗ ନାଟ୍ୟସୃଷ୍ଟି ସୀମିତ । ମାତ୍ର ସେହି ସୀମିତ ସୃଷ୍ଟି ମଧ୍ୟରେ ସିଦ୍ଧି ତାଙ୍କର ଅସୀମ । ସାମାନ୍ୟ କେତେଖଣ୍ଡ ନାଟକ, ତାଙ୍କ ନାଟ୍ୟ ଜୀବନର ମହାନ୍ ଅବଦାନ ଭାବରେ ସ୍ଵୀକୃତି ଲାଭ କରିଅଛି । ‘ଅଶାନ୍ତ’ ନାଟକ ହେଉଛି ତାଙ୍କଦ୍ୱାରା ରଚିତ ଏକ ସଫଳ ପୂର୍ଣ୍ଣାଙ୍ଗ ନାଟକ । ସେହି ନାଟ୍ୟ ସୃଷ୍ଟି ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ନାଟ୍ୟକାର କର ବିଧ୍ଵବଦ୍ଧ ଭାବେ ପୂର୍ଣ୍ଣାଙ୍ଗ ନାଟକ ଲେଖିବାରେ ଯେତେ ପରିଚିତ ନୁହଁନ୍ତି, ତା’ଠାରୁ ଅଧ‌ିକ ପରିଚିତ ହୋଇଛନ୍ତି, ତାଙ୍କିକା ସ୍ରଷ୍ଟା ଭାବରେ । ତଥାପି ‘ଶ୍ଵେତପଦ୍ମା’ ପାଇଁ ସେ ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି । ତାଙ୍କଦ୍ବାରା ରଚିତ ଏକାଙ୍କିକାଗୁଡ଼ିକ ଏକାଙ୍କିକା ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ଭାବରେ ପ୍ରକାଶିତ ହୋଇଛି । ସେହି ଏକାଙ୍କିକାଗୁଡ଼ିକ ହେଉଛି – ‘ଶୋଭାବର୍ଦ୍ଧନ’, ‘ମହ୍ୟା’, ‘ପାଗଳ ଜନତାର ବାହାରେ’, ‘ଦଶବର୍ଷ ପରେ’, ‘ବାସ୍ତବ’, ‘ପ୍ରବୀର ଦାସ’, ‘ଶିଳ୍ପୀର ମୃତ୍ୟୁ’, ‘କିଛି ନାହିଁ ସେଥ‌ିରେ’, ‘ଶିଶୁ’, ‘ସନ୍ଧ୍ୟା ଆସରର ଭୂତ’, ‘ରାମଚନ୍ଦ୍ରର ସାଧନା’, ‘ସ୍ନାୟୁ ସଂହାର’, ‘ଦୁଃଖାବଲୋକନ’ ।
ଓଡ଼ିଆ ଏକାଙ୍କିକା ରଚନା କ୍ଷେତ୍ରରେ ଅଧ୍ୟାପକ ପ୍ରାଣବନ୍ଧୁ କର ସବୁଦୃଷ୍ଟିରୁ ସଫଳତା ଅର୍ଜନ କରିଛନ୍ତି । ବାସ୍ତବଧର୍ମୀ ଏକାଙ୍କିକା ରଚନା କରିବା କ୍ଷେତ୍ରରେ ଅସାଧାରଣ ସିଦ୍ଧି ରହିଛି । ସର୍ବୋପରି ଛୋଟ ନାଟକ ବା ଏକାଙ୍କିକା ରଚନାରେ ଅଧ୍ୟାପକ କର ଯେଉଁ ସଫଳତା ଅର୍ଜନ କରିଛନ୍ତି, ତାହା ସବୁ ଦିଗରୁ ଉନ୍ନତ ମାନର, ଏଥିରେ ସନ୍ଦେହ ନାହିଁ ।

(ଖ) ଏକାଙ୍କିକାର ସାରକଥା :

‘ଅତ୍ୟାଚାରିତ’ ନାଟ୍ୟକାର ପ୍ରାଣବନ୍ଧୁ କରଙ୍କର ଏକ ଭିନ୍ନ ସ୍ବାଦର ଏକାଙ୍କିକା । ଏଥୁରେ ନାଟ୍ୟକାର ଯେଉଁ କେତୋଟି ଚରିତ୍ରର ବର୍ଣ୍ଣନା ଦେଇଛନ୍ତି, ସେଥ‌ିରେ ସେମାନଙ୍କର ମନସ୍ତାତ୍ତ୍ଵିକ ଦିଗକୁ ଅତି ସୂଚନାତ୍ମକ ଭାବେ ପ୍ରକାଶ କରିଛନ୍ତି । ଯେଉଁମାନେ ଯେଉଁ ସ୍ତରରେ ରୁହନ୍ତୁନା କାହିଁକି, ସମସ୍ତଙ୍କ ପ୍ରତି ଉପଯୁକ୍ତ ବ୍ୟବହାର ଓ କର୍ତ୍ତବ୍ୟ କରିବା ଉଚିତ । କୌଣସି ସମୟରେ ଏକଦେଶଦର୍ଶୀ ମନୋଭାବ ପୋଷଣ କରିବା ଉଚିତ ନୁହେଁ । ଅନ୍ୟ ପ୍ରତି କର୍ଭବ୍ୟ ନକରି କେବଳ ନିଜର ଅଧିକାର ଜାହିର କଲେ, ଉପଯୁକ୍ତ ବ୍ୟବହାର ମିଳିନଥାଏ । ଉପଯୁକ୍ତ ବ୍ୟବହାର ନମିଳିଲେ, ଜଣେ ନିଜକୁ ଅତ୍ୟାଚାରିତ ବୋଲି ମନେକରିଥାଏ । ଏକାଙ୍କିକାର ନାୟକ ବ୍ରଜବିହାରୀ ବାବୁ । ମାସରେ ୨୦ ଦିନ ଟୁର୍‌ରେ ରହନ୍ତି ।

ଅଫିସ୍ କାମ କରି ଆଉ ଦଶଦିନ ନାହିଁ । ଫଳରେ ପରିବାରର ସଦସ୍ୟଙ୍କଠାରୁ ଅନୁରୂପ ଭାବେ ସେ ଉପଯୁକ୍ତ ବ୍ୟବହାର, ସହାନୁଭୂତି କିମ୍ବା ସେବା ପାଆନ୍ତି ନାହିଁ । ବରଂ ସେ ଅତ୍ୟାଚାରିତ ହେଉଛନ୍ତି ବୋଲି ମନେକରିଥା’ନ୍ତି । ସେହିପରି ତାଙ୍କ ସ୍ତ୍ରୀ ବନମାଳା, ଚାକର ଜନାର୍ଦ୍ଦନ, ଭାଇ ରାଜେନ୍ଦ୍ର, ଟିଉସନ୍ ମାଷ୍ଟ୍ର ଆଦି ମାନସିକ ସନ୍ତୁଳନର ଶିକାର ହୋଇ ଅନ୍ୟ ଉପରେ ଦୋଷାରୋପ କରନ୍ତି । ସେମାନେ ଅତ୍ୟାଚାରିତ ହେଉଛନ୍ତି ବୋଲି ମନେକରନ୍ତି ଏବଂ ସେଥୁରୁ ମୁକ୍ତି ପାଇବାପାଇଁ ବିଭିନ୍ନ ସଂଘ ଗଠନ କରିଥା’ନ୍ତି ।

ଏକାଙ୍କିକାର ପ୍ରଥମ ଦୃଶ୍ୟରେ ଦେଖା ଦେଇଛନ୍ତି ବ୍ରଜବିହାରୀ ପତି, ଡେପୁଟି ମାଜିଷ୍ଟ୍ରେଟ୍ ଓ କଲେକ୍ଟର । ବୟସ ଚାଳିଶ, ସ୍ୱାସ୍ଥ୍ୟବାନ୍, ଗୌରବର୍ଣ୍ଣ, କୁଞ୍ଚୁକୁଞ୍ଚିଆ ବାଳ, ଆଖିରେ ଚଷମା । ସେ ପହଞ୍ଚୁଛନ୍ତି ତାଙ୍କର ବୈଠକଖାନାରେ । ପଛରେ ଆସିଛି କୁଲି । କୁଲି ସୁକେଶ ଓ ବେଜିଂ ଗ ଆଶ୍ୱସ୍ତ ହେବାକୁ ଚେଷ୍ଟା କରିଛନ୍ତି । ଟେବୁଲ୍ ଉପରେ ଥିବା ଖବରକାଗଜ ଉପରେ ଆଖି ବୁଲେଇ ନେଲାବେଳେ ଦେଖିଛନ୍ତି,. ତାଙ୍କରି ନାମରେ ନିରୁଦ୍ଦଶ ସମ୍ବାଦଟି ବାହାରିଛି । ତାଙ୍କର ପତ୍ନୀ ବନମାଳା, ତାଙ୍କର ପୂର୍ବ ପରିଚୟ ଦେଇ ଲେଖିଛନ୍ତି, ଯଦି କୌଣସି ଦୟାଶୀଳା ନାରୀ ମୋର ସ୍ଵାମୀଙ୍କୁ ପାଇଥାନ୍ତି, ତେବେ ତାଙ୍କୁ ସେ ନିଜର, ସମ୍ପରି ଭାବରେ ଅଧିକାର ନକରି ଦୟାକରି ନିମ୍ନଲିଖ ଠିକଣାରେ ଫେରସ୍ତ ଦେବେ । ତଳେ ନିଜର ଠିକଣା ଲେଖିଛନ୍ତି । ବ୍ରଜବିହାରୀ ବାବୁ ଏଭଳି ଖବର ପଢ଼ି ଅସ୍ଥିର ହୋଇ ପଡ଼ିଛନ୍ତି । ତାଙ୍କର ଚାକର ଦନେଇକୁ ଡାକିଛନ୍ତି ।

ବିରକ୍ତି ପ୍ରକାଶ କରି କହିଛନ୍ତି, ‘ଏ ଘରେ ସମସ୍ତେ ମରିଗଲେଣି ନା କ’ଣ ?’ ଦନେଇ କହିଛି, ସମସ୍ତେ ବଞ୍ଚୁଛନ୍ତି । ବାବୁଙ୍କୁ ଯେଭଳି ମର୍ଯ୍ୟାଦା ଦେବାକଥା, ସେ ସେପରି ନକରି ବରଂ ଯୁକ୍ତି କରିଛି । ତାକୁ ଦନେଇ ନଡାକି ବରଂ ଜନାର୍ଦ୍ଦନ ବାବୁ ବୋଲି ଜନାର୍ଦ୍ଦନ ନିଜର ମର୍ଯ୍ୟାଦା ଦେଇ ଡାକିବାକୁ କହିଛି । ବ୍ରଜବିହାରୀ ରାଗିଗଲେ ମଧ୍ୟ ସେ ଡରିଯାଇ ନାହିଁ । ବରଂ କହିଛି, ନାହିଁ ବୋଲି ବୁଝାଇଛି । ବ୍ରଜବିହାରୀବାବୁ ବାଧ୍ୟ ହୋଇ ଚାକର ଦନେଇକୁ ଜନାର୍ଦ୍ଦନ ବୋଲି ଡାକିଛନ୍ତି । ତାଙ୍କ ସଂଘରେ କ’ଣ କ’ଣ ସବୁ ଆଇନ ପାଶ୍ ହୋଇଛି ବୋଲି ପଚାରିଛନ୍ତି । ଦନେଇ କହିଛି, ସେମାନେ ଚାକର ହେଲେ ବି ବାବୁମାନେ ଯେମିତି ଖାଇବେ, ଯେମିତି ପିନ୍ଧିବେ, ଯେମିତି ଶୋଇବେ, ସେମାନେ ସେହିଭଳି ଚଳିବେ । ପୁନଶ୍ଚ ସେମାନେ ଆଉ ସବୁବେଳେ କାମ କରିବେ ନାହିଁ ।

ଚାକରମାନଙ୍କୁ ବାହାର କରିବାକୁ ହେଲେ ସଂଘର ସେକ୍ରେଟେରୀ ନିକଟକୁ ଦରଖାସ୍ତ ଦେବାକୁ ହେବ । ସେକ୍ରେଟେରୀ ଘଟଣାର ତଦନ୍ତ କରିବେ । ଯଦି ଚାକରର ଦୋଷ ହୋଇଥବ, ତାହେଲେ ସେକ୍ରେଟେରୀ ହୁକୁମ ଦେଲେ ବାବୁ ଚାକରକୁ ତଡ଼ି ଦେଇପାରିବେ । ଏହାବ୍ୟତୀତ ଚାକରକୁ ମନଇଚ୍ଛା ତଡ଼ିପାରିବେ ନାହିଁ । ବ୍ରଜବାବୁ ଦନେଇକୁ ବାବୁ ବୋଲି ସମ୍ବୋଧନ କରି କହିଛନ୍ତି ମା’ଙ୍କୁ ଡାକି ଦେବାପାଇଁ । ମାତ୍ର ଦନେଇ ସେଥିରେ ମଧ୍ୟ ରାଜି ହୋଇନାହିଁ । କାରଣ ତା’ର ଟାଇମ୍ ହୋଇଗଲାଣି । ସକାଳ ସାତଟାରୁ ଦିନ ପାଞ୍ଚଟା ପର୍ଯ୍ୟନ୍ତ ସେ କାମ କରିବ । ପାଞ୍ଚଟା ପରେ ସେ ବୁଲିବ । ଥୁଟର ବା ସିନେମା ଦେଖିବ । ରାତି ବାରଟା ଆଗରୁ ଘରକୁ ଫେରିବ । ବାବୁ କିମ୍ବା ବାବୁଆଣୀ ତା’ର ଫେରିବା ବାଟକୁ ଜଗି ବସିଥ‌ିବେ । ଏତିକି କହି ଦନେଇ ବାହାରକୁ ଯିବାକୁ କହିଛି । ବ୍ରଜବାବୁ ଜାଣିଛନ୍ତି ଚାକର ସଂଘର ସେକ୍ରେଟେରୀ ନିଜେ ଜନାର୍ଦ୍ଦନ ବେହେରା ।

ବ୍ରଜବାବୁ କାଗଜ ବାହାର କରି ଦନେଇ ବେହେରାକୁ ଚାକିରିରୁ ବାହାର କରିବାପାଇଁ ଦରଖାସ୍ତ ଦେଇଛନ୍ତି । ଦନେଇ ବେହେରା ସେହି ଦରଖାସ୍ତକୁ ଚାକର ସଂଘରେ ପକାଇବେ ବୋଲି କହି ସେଠାରୁ ଚାଲିଯାଇଛି । ଦନେଇ ଗଲାପରେ ସେଠାରେ ପହଞ୍ଚିଛନ୍ତି ବନମାଳା । ଆଧୁନିକ ସାଜସଜାରେ ସେ ସଜ୍ଜିତା । ସ୍ଵାମୀଙ୍କୁ ଦେଖି କୌଣସି ପ୍ରକାର ଆଗ୍ରହ ପ୍ରକାଶ କରିନାହାଁନ୍ତି । ବ୍ରଜବାବୁ ଅନେକ ବେଳୁ ଆସିଲେଣି । ଅଭ୍ୟର୍ଥନା ପାଇଁ ଘରେ କାହାକୁ ପାଇନାହାଁନ୍ତି ବୋଲି କହିଛନ୍ତି । ହେଲେ ସ୍ତ୍ରୀ ହିସାବରେ ବନମାଳା କୌଣସି ପ୍ରକାର ସହାନୁଭୂତି ପ୍ରକାଶ କରିନାହାଁନ୍ତି । ବରଂ କହିଛନ୍ତି, ଘରେ କେହି ନରହିବା ସ୍ଵାଭାବିକ । କାରଣ ସପ୍ତାହକ ପାଇଁ ଟୁର୍‌ରେ ଯାଇ, ଦୁଇମାସ ପରେ ସେ ଫେରିଛନ୍ତି ।

ପଡ଼ିଛି । ବ୍ରଜବାବୁ ତାଚ୍ଛଲ୍ୟ କଲାଭଳି କହିଛନ୍ତି – ‘ତମର advertisement ପଢ଼ି କୌଣସି kind lady ମତେ ପାଇ ତମ ପାଖକୁ deliver କରି ନାହାଁନ୍ତି ।’’ ବରଂ ସେ ବନ୍ୟା ଅଞ୍ଚଳକୁ ଯାଇଥିଲେ । ଯାଜପୁରର ବନ୍ୟାଞ୍ଚଳ ଅବସ୍ଥା ଏତେ ଖରାପ ହୋଇଥିଲା ଯେ ସେଠାରୁ ଫେରିବା ସମ୍ଭବ ହୋଇନଥିଲା କିମ୍ବା ସେଠାରୁ ଡାକ ଆସିବା ସମ୍ଭବ ନଥିଲା ବୋଲି ସେ କହିଥିଲେ । ବନମାଳା ନିଜର ଅମୂଳକ ଅନୁମାନ ପାଇଁ କୌଣସି ପ୍ରକାର ଶୋଚନା କରି ନାହାଁନ୍ତି । ବରଂ ଆକ୍ଷେପ କଲା ଭଳି ‘‘ଆଜିକାଲି କୌଣସି ପୁରୁଷ ନିରୁଦ୍ଦଶ ହେବା ଅର୍ଥ କୌଣସି ନା କୌଣସି ନାରୀର କବଳରେ ନିଶ୍ଚୟ ପଡ଼ିଥ‌ିବ ।’’ ବ୍ରଜବାବୁ ବନମାଳାଙ୍କ ପ୍ରତି ବିରକ୍ତି ପ୍ରକାଶ କରି ନାରୀ ସ୍ଵାଧୀନତା ଓ ଶିକ୍ଷାକୁ ନାରୀ ସ୍ଵେଚ୍ଛାଚାରିତା ବୋଲି ସୂଚନା ଦେଇଛନ୍ତି ।

ବନମାଳା ବ୍ରଜବାବୁଙ୍କ କୌଣସି ପ୍ରକାର ବିହୁପକୁ ଖାତିର କରି ନାହାଁନ୍ତି। ବ୍ରଜବାବୁଙ୍କୁ ସେ କୌଣସି ପ୍ରକାର ଅଭ୍ୟର୍ଥନା କରିପାରିବେ ନାହିଁ ବୋଲି ସଫା ସଫା ମନା କରିଛନ୍ତି । ବରଂ ସେ ଗୃହଲକ୍ଷ୍ମୀ ସମିତି ସଭାକୁ ଯାଉଛନ୍ତି ବୋଲି କହିଛନ୍ତି ଏବଂ ଘରେ ସାନପୁଅ ଟୁଲୁକୁ କ୍ଷୀର ପିଆଇଦେବ ଏବଂ ବଡ଼ପୁଅ କୁଲୁକୁ ପଢ଼ି ସାରିଲେ ଜଳଖିଆ ଦେଇ ଦେବ ବୋଲି ବରାଦ କରିଛନ୍ତି ।

ଘଣ୍ଟା ଦେଖି ସମୟ ହୋଇଗଲାଣି ବୋଲି କହି ବନମାଳା ସେଠାରୁ ଚାଲିଯାଇଛନ୍ତି । ବ୍ରଜବାବୁ ବନମାଳାଙ୍କର ବ୍ୟବହାରରେ ବିସ୍ମିତ ହୋଇଛନ୍ତି । ଏହି ସମୟରେ, ହୁଇସିଲ୍ ବଜାଇ ବଜାଇ ଭିତର ଆଡୁ ତାଙ୍କର ସାନଭାଇ ରାଜେନ୍ଦ୍ର ପ୍ରବେଶ କରିଛି । ବଡ଼ଭାଇ ଥିଲେ ମଧ୍ୟ କୌଣସି ପ୍ରକାର ସଂକୋଚ ପ୍ରକାଶ କରିନାହିଁ । ବରଂ ତା’ର ଏପରି ବେଖାତିର ଢଙ୍ଗକୁ ବ୍ରଜବାବୁ ସହି ପାରିନାହାଁନ୍ତି । ସେ ରାଜେନ୍ଦ୍ରକୁ ଡାକିଛନ୍ତି । ଦୁଇମାସ ଭିତରେ ଅଭଦ୍ର ହୋଇ ଗଲାଣି ବୋଲି ତାକୁ ସେ କହିଛନ୍ତି । ରାଜେନ୍ଦ୍ର ଭାଇଙ୍କର କୌଣସି କଥାକୁ ଖାତିର କରି ନାହିଁ । ବରଂ ଛାତ୍ରସଂଘର ଆଇନ ବୋଲି କହିଛି । ଅଧ୍ୟାପକ କିମ୍ବା ଶିକ୍ଷକମାନେ ତାଙ୍କୁ କିଛି କହି ପାରିବେନି ବୋଲି ଦମ୍ଭର ସହିତ ପ୍ରକାଶ କରିଛି । ପରୀକ୍ଷାରେ ଫେଲ୍ ହେଲେ ମଧ୍ୟ, ସେମାନଙ୍କୁ Sent up କିମ୍ବା କ୍ଲାସ୍ ପ୍ରମୋଶନ ଦିଆଯିବ ।

ଲେଡ଼ି ଷ୍ଟୁଡେଣ୍ଟମାନେ କ୍ଲାସ୍‌ରେ ଅଲଗା ନବସି, ଛାତ୍ରମାନଙ୍କ ସହିତ ଗୋଟିଏ ସିଟ୍‌ରେ ବସିବେ ବୋଲି କହିଛି । ଆସନ୍ତା କାଲି ପରୀକ୍ଷା ଥିଲେ ମଧ୍ୟ ସେ ସିନେମା ବ୍ରଜବାବୁ ବ୍ୟସ୍ତ ହୋଇ ପଡ଼ିଛନ୍ତି । ତାଙ୍କର ଦୁଇମାସ ଅନୁପସ୍ଥିତିରେ ସମସ୍ତେ କିଭଳି ପରିବର୍ତ୍ତନ ହୋଇଛନ୍ତି । ଚାକର ସଂଘ, ନାରୀ ସଂଘ, ଛାତ୍ରସଂଘ ନାମରେ ନିଜ କାମ ନିଜେ ନକରି ସ୍ଵେଚ୍ଛାଚାରୀ ଭାବ ପ୍ରକାଶ କରିଛନ୍ତି । ଏହି ସମୟରେ ଘରଭିତରୁ ବାହାରି ଆସିଛନ୍ତି, ବଡ଼ପୁଅକୁ ପଢ଼ାଇବାକୁ ଆସୁଥ‌ିବା ଶିକ୍ଷକ । ବ୍ରଜବାବୁ ବିରକ୍ତି ପ୍ରକାଶ କରି, ମାଷ୍ଟ୍ରେ ତମରି କିଛି ସଂଘ ଫଙ୍ଗ ନାହିଁ, ବୋଲି କହିବାରୁ ଶିକ୍ଷକ ମଧ୍ଯ ଅନ୍ୟମାନଙ୍କ ଭଳି ବେଖାତିର ଭାବ ପ୍ରକାଶ କରିଛି । ‘Low-paid Teacher’s Association’ ନିଷ୍ପତ୍ତି ଅନୁଯାୟୀ ସେ ୫୦ ମିନିଟ୍ ପଢ଼ାଇ ସାରିଛି । ଆଉ ଅଧ‌ିକ ସମୟ ରହିପାରିବ ନାହିଁ । ସେ ପିଲାଙ୍କୁ ବୁଝାଇ ସୁଝାଇ ପାଠ ପଢ଼ାଇ ପାରିବେ ନାହିଁ । କେବଳ ନୋଟ୍ ଡାକି ପିଲାଙ୍କୁ ପରୀକ୍ଷାପାଇଁ ଏବଂ ସେମାନଙ୍କୁ ଅଧିକ ଟିଉସନ୍ ମିଳିବ ।

ଶିକ୍ଷକ ଜଣଙ୍କ ନମସ୍କାର କରି ଚାଲିଯିବା ପରେ, ବ୍ରଜବାବୁ ବ୍ୟସ୍ତ ହୋଇ ପଡ଼ିଛନ୍ତି । ମାସ ଦୁଇଟାରେ ସବୁକିଛି ଯେପରି ବଦଳି ଯାଇଛି ବୋଲି ସେ ଅନୁଭବ କରିଛନ୍ତି ।
ଏକାଙ୍କିକାର ଦ୍ଵିତୀୟ ଦୃଶ୍ୟରେ ବ୍ରଜବାବୁ ପହଞ୍ଚୁଛନ୍ତି ‘‘ଅତ୍ୟାଚାରିତ ସ୍ଵାମୀ ସଂଘ’’ରେ । ସେଠାରେ ଥ‌ିବା ବିନୋଦବାବୁଙ୍କ ସହିତ ତାଙ୍କର ଦେଖା ହୋଇଛି । ସେ କିପରି ପତ୍ନୀଙ୍କ ଅତ୍ୟାଚାରରୁ ମୁକ୍ତି ପାଇବେ, ସେଥ‌ିପାଇଁ ନିଜର ଦୁଃଖ ଜଣାଇଛନ୍ତି । ବ୍ୟବସ୍ଥାପାଇଁ ତାଙ୍କୁ ଶହେଟଙ୍କା ଦେବାକୁ ପଡିଛି । ଟଙ୍କା ଦେବାପରେ ଶିବରାମ ବାବୁ ମନସ୍ତତ୍ତ୍ବବିତ୍ ଭାବରେ ବ୍ରଜବାବୁଙ୍କ ଅନେକ ପ୍ରଶ୍ନ ପଚାରିଛନ୍ତି । ବ୍ରଜବାବୁ ମଧ୍ୟ ତାଙ୍କ ପାରିବାରିକ ଜୀବନ ସମ୍ପର୍କରେ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରିଛନ୍ତି । ଶେଷରେ ଶିବରାମବାବୁ ଜାଣିପାରିଛନ୍ତି, ଯାହାକିଛି ଘଟଣା ଘଟିଛି, ସେଥ‌ିପାଇଁ ଦାୟୀ ହେଉଛନ୍ତି ନିଜେ ବ୍ରଜବାବୁ । କାରଣ ଅଫିସ୍ କାମ କରିବାକୁ ଯାଇ ସେ ନିଜର ସଂସାର ପ୍ରତି ଅବହେଳା କରିଛନ୍ତି । ସ୍ତ୍ରୀ ମନସ୍ତତ୍ତ୍ଵ ବୁଝିବାରେ ସେ ଅକ୍ଷମ ।

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

ବ୍ରଜବାବୁ ନିଜ ପତ୍ନୀକୁ ଜବତ କରିବାପାଇଁ ଅନ୍ୟ କୌଣସି ମହିଳାଙ୍କ ସହିତ ଗପସପ, ମିଳାମିଶା କରିବାକୁ ପଡ଼ିବ ବୋଲି ଶିବରାମ ବାବୁ ପରାମର୍ଶ ଦେଇଛନ୍ତି । ଅତ୍ୟାଚାରିତ ସ୍ଵାମୀ ପରିବାରରେ ଶାନ୍ତି ଶୃଙ୍ଖଳା ଆଣିବାପାଇଁ, ପାରିବାରିକ ଥଇଥାନ ସମିତିର ସାହାଯ୍ୟ ନେବାକୁ ପଡ଼ିବ ବୋଲି କହିଛନ୍ତି । ସବୁକଥା ଶୁଣିସାରିବା ପରେ ବ୍ରଜବାବୁ ଫେରିଯିବାକୁ ବସିଛନ୍ତି । ସେହି ସମୟରେ ପହଞ୍ଚିଛନ୍ତି ଅନାଦି ବାବୁ । ଅନାଦି ବାବୁ ମଧ୍ଯ ପାରିବାରିକ ଦୁଶ୍ଚିନ୍ତାରେ ରହିଛନ୍ତି ବୋଲି କହିଛନ୍ତି । ବ୍ରଜବାବୁ ପରିବାର ପ୍ରତି ଅବହେଳା କଲାବେଳେ, ଅନାଦିବାବୁଙ୍କର ପରିବାର ପ୍ରତି ଅତିଶୟ ଆସକ୍ତି ତାଙ୍କ ସ୍ତ୍ରୀ ହୋଇଛନ୍ତି ସ୍ୱେଚ୍ଛାଚାରୀ । ଏପରିକି ଅନ୍ୟ ପୁରୁଷମାନଙ୍କ ସହିତ ସେ ଅବାଧ ମିଳାମିଶା କରନ୍ତି ।

ତେଣୁ ସେ ମଧ୍ୟ ‘ଅତ୍ୟାଚାରିତ ସ୍ଵାମୀ ସଂଘ’ର ସାହାଯ୍ୟ ନେଇଛନ୍ତି । ବ୍ରଜବାବୁ ଫେରିଗଲାବେଳେ, ଝଡ଼ ବେଗରେ ପହଞ୍ଚିଛନ୍ତି ବନମାଳା ଦେବୀ । ବନମାଳା ଦେବୀ ବ୍ରଜବାବୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ ବ୍ରଜବାବୁଙ୍କୁ ତାଙ୍କ ସ୍ତ୍ରୀଙ୍କ ଅତ୍ୟାଚାରରୁ ମୁକ୍ତ କରିବେ ବୋଲି ଦାୟିତ୍ଵ ନେଇଛନ୍ତି । ସମିତିର ଚେୟାରମ୍ୟାନ୍ ଯେ ବନମାଳା ଦେବୀ ତାଙ୍କର ସହଧର୍ମିଣୀ ବୋଲି ବିନୋଦବାବୁ ଓ ଅନାଦି ବାବୁଙ୍କୁ ସେ କହିଛନ୍ତି । ବିନୋଦବାବୁ ଓ ଅନାଦିବାବୁ ଏହାଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ।

CHSE Odisha Class 11 Odia Solutions Chapter 7 ହିମକାଳ

Odisha State Board CHSE Odisha Class 11 Odia Solutions Chapter 7 ହିମକାଳ Textbook Exercise Questions and Answers.

CHSE Odisha Class 11 Odia Chapter 7 ହିମକାଳ Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ଦଣ୍ଡଧର କହିଲେ କ’ଣ ବୁଝ ? (ରାଜା, ଯମଦେବତା, ପୁଲିସ, ବିଚାରପତି)
Solution:
ଯମ ଦେବତା ।

(ଖ) ନିମ୍ନଲିଖ କେଉଁ ନାମଟି କୃଷ୍ଣଙ୍କର ନୁହେଁ ? (ପୀତବାସ, କଞ୍ଜନୟନ, ରୋହିଣୀନନ୍ଦନ, ଯଶୋଦାନନ୍ଦନ )
Solution:
ରୋହିଣୀନନ୍ଦନ

(ଗ) ପଦ୍ମିନୀର ସ୍ଵାମୀ କିଏ ? (ଚନ୍ଦ୍ର, ପୃଥ‌ିବୀ, ସୂର୍ଯ୍ୟ, ପୁଷ୍କରିଣୀ)
Solution:
ସୂର୍ଯ୍ୟ ।

(ଙ) ମିତ୍ର ସହିତ କିଏ ପ୍ରାଣତ୍ୟାଗ କରେ ? (ପାଣି, କ୍ଷୀର, ମହୁ, ଘିଅ)
Solution:
କ୍ଷୀର ।

(ଚ) କୋଟି ବ୍ରହ୍ମାଣ୍ଡ ନାଥ କିଏ ? (କୃଷ୍ଣ, ଜଗନ୍ନାଥ, ରାମ, ରାଜା)
Solution:
ଜଗନ୍ନାଥ

(ଛ) ଚିତ୍ରଭାନୁର ଅର୍ଥ କ’ଣ ? (ନିଆଁ, ପାଣି, ଖରା, ରେଜେଇ)
Solution:
ନିଆଁ ।

(ଜ) ନିମ୍ନଲିଖ କେଉଁ କାର୍ଯ୍ୟଟି ଶୀତଋତୁ ଲାଗି ପ୍ରଯୁଜ୍ୟ ନୁହେଁ ? (ନବ ନିଶାର ସଜାଡ଼ିଲା, ତପନ ଜଳେ ପ୍ରୀତିକଲା, ମନ୍ଦିର ଭେଦ ନିରୋଧ, ଚନ୍ଦ୍ର ଚନ୍ଦନକୁ ସ୍ନେହ କଲା)
Solution:
ଚନ୍ଦ୍ର ଚନ୍ଦନକୁ ସ୍ନେହ କଲା ।

(ଝ) ହିମ ଋତୁରେ ନିମ୍ନଲିଖିତ କେଉଁ କାର୍ଯ୍ୟଟି ହୁଏ ନାହିଁ ? (ଦିବସ ସାନ ହୁଏ, ପଦ୍ମବନ ବିକଶିତ ହୁଏ, ପଦ୍ମବନ ପୋଡ଼ିଯାଏ, ଶୀତଳ ଜଳରୁ ଆଗ୍ରହ ତୁଟି ଯାଏ ।)
Solution:
ପଦ୍ମବନ ବିକଶିତ ହୁଏ ।

(ଞ) ନିମ୍ନଲିଖୂ କେଉଁ ବ୍ୟକ୍ତି ପଦ୍ମସହିତ ସଂପୃକ୍ତ ନୁହେଁ ? (ବ୍ରହ୍ମା, ସୂର୍ଯ୍ୟ, ଲକ୍ଷ୍ମୀ, ଯମ)
Solution:
ଯମ ।

(୦) ଦୁଃଖ ପଡ଼ିବାବେଳେ ବନ୍ଧୁମାନେ କି ପ୍ରତିକ୍ରିୟା ପ୍ରଦର୍ଶନ କରନ୍ତି ? (ସୁଖୀ ହୁଅନ୍ତି, ବିମୁଖ ହୁଅନ୍ତା, ସମବେଦନା ଦିଅନ୍ତି, କ୍ରୋଧ ପ୍ରକାଶ କରନ୍ତି)
Solution:
ବିମୁଖ ହୁଅନ୍ତି ।

(ଡ) ଶୀତ ଋତୁରେ ସୂର୍ଯ୍ୟ କେଉଁ ଦିଗକୁ ଗତି କରନ୍ତି ? (ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ)
Solution:
ଦକ୍ଷିଣ ।

CHSE Odisha Class 11 Odia Solutions Chapter 7 ହିମକାଳ

(ଢ) ହସନ୍ତୀ କହିଲେ କ’ଣ ବୁଝ ? (ହସୁଥ‌ିବା ଝିଅ, ସକାଳର ସୂର୍ଯ୍ୟକିରଣ, ନିଆଁ ଉହେଇ, ଉଦୟ ହୋଇ ଆସୁଥ‌ିବା ଚନ୍ଦ୍ର)
Solution:
ନିଆଁ ଉହେଇ ।

(6) ଆମ ଦେଶରେ କେଉଁ ମାସକୁ ହିମଋତୁ କୁହାଯାଏ ? (ଆଷାଢ଼-ଶ୍ରାବଣ, କାର୍ତ୍ତିକ-ମାର୍ଗଶିର, ଫାଲଗୁନ-ଚୈତ୍ର, ବୈଶାଖ-ଜ୍ୟେଷ୍ଠ)
Solution:
କାର୍ତ୍ତିକ-ମାର୍ଗଶୀର ।

(ତ) ନିମ୍ନଲିଖୂ କେଉଁ ନାମଟି ସୂର୍ଯଙ୍କର ନୁହେଁ ? (ସହସ୍ରାଶୁ, ସହସ୍ରାକ୍ଷ, ବିକର୍ଜନ, ଦିବାକର)
Solution:
ସହସ୍ରାକ୍ଷ ।

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନ ମୂଲ୍ୟ ୧ ନମ୍ବର ।

(କ) ‘ହିମକାଳ’ କବିତାର କବି କିଏ ?
Solution:
‘ହିମକାଳ’ କବିତାର କବି ଦୀନକୃଷ୍ଣ ଦାସ ।

(ଖ) ଏହି କବିତାଟି କବିଙ୍କର କେଉଁ କାବ୍ୟର ଅଂଶବିଶେଷ ?
Solution:
ଏହି କବିତାଟି କବିଙ୍କର ସର୍ବଶ୍ରେଷ୍ଠ କାବ୍ୟକୃତି ‘ରସକଲ୍ଲୋଳ’ କାବ୍ୟର ଅଂଶବିଶେଷ ।

(ଗ) ଶୀତଋତୁ ଆସିବାରୁ ଦିବସର କି ଦଶା ହେଲା ?
Solution:
ଶୀତଋତୁ ଆସିବାରୁ ଦିବସର ନ୍ୟୁନ ଭାବର ଦଶା ହେଲା ।

(ଘ) ବ୍ରହ୍ମାଙ୍କ ଆସନ କିଏ ?
Solution:
ବ୍ରହ୍ମାଙ୍କ ଆସନ ପଦ୍ମ ।

(ଙ) ପଦ୍ମର ସ୍ଵାମୀ ବୋଲି କାହାକୁ କୁହାଯାଇଛି ?
Solution:
ପଦ୍ମର ସ୍ଵାମୀ ବୋଲି ସୂର୍ଯ୍ୟଙ୍କୁ କୁହାଯାଇଛି ।

(ଚ) କାହାକୁ କାହିଁକି ଶ୍ରୀନିବାସ ବୋଲି କୁହାଯାଇଛି ?
Solution:
ଶ୍ରୀ ଅର୍ଥ ଲକ୍ଷ୍ମୀ, ଲକ୍ଷ୍ମୀ ବାସ କରୁଥିବାରୁ ପଦ୍ମର ଅନ୍ୟନାମ ଶ୍ରୀନିବାସ ବୋଲି କୁହାଯାଇଛି ।

(ଛ) କୃଷ୍ଣଙ୍କ କରରେ କିଏ ଶୋଭାପାଏ ?
Solution:
କୃଷ୍ଣ ବା ଭଗବାନ୍ ବିଷ୍ଣୁଙ୍କ କରରେ ପଦ୍ମ ଶୋଭାପାଏ ।

(ଝ) କର୍ପୂର ଚନ୍ଦନ କେତେବେଳେ ଅଗ୍ନିପରି ପ୍ରତୀୟମାନ ହୁଏ ?
Solution:
କର୍ପୂର ଚନ୍ଦନ ବିରହକାଳରେ ଅଗ୍ନିପରି ପ୍ରତୀୟମାନ ହୁଏ ।

(ଞ) ମିତ୍ର ସହିତ କିଏ ପ୍ରାଣତ୍ୟାଗ କରେ ?
Solution:
କ୍ଷୀର ଜଳ ସହିତ ମିତ୍ରତା ପାଇଁ ପ୍ରାଣତ୍ୟାଗ କରେ ।

(ଟ) ଭଗବାନ୍ ଜଗନ୍ନାଥ କେତେବେଳେ କାହିଁକି ଲକ୍ଷ୍ମୀଙ୍କୁ କୋଳରେ ବସାଇ ଅନେକ ଲୁଗା ଘୋଡ଼ି ହୁଅନ୍ତି ?
Solution:
ଭଗବାନ୍ ଜଗନ୍ନାଥ ଶୀତଋତୁରେ ଶୀତରୁ ରକ୍ଷା ପାଇବାପାଇଁ ଲକ୍ଷ୍ମୀଙ୍କୁ କୋଳରେ ବସାଇ ଅନେକ ଲୁଗା |

(୦) ଅଗ୍ନି କାହିଁକି ଘରେ ଘରେ ପୂଜା ପାଇଲେ ?
Solution:
ଶୀତରୁ ରକ୍ଷା ପାଇବାପାଇଁ ଘରେ ଘରେ ଅଗ୍ନି ପୂଜା ପାଇଲେ ।

(ଡ) ଶୀତକୁ କିଏ ନିନ୍ଦା କରେ ?
Solution:
ଶୀତର ପ୍ରକୋପରୁ ରକ୍ଷା ପାଇବାପାଇଁ ଛାତିରେ ଦୁଇ ହାତ ଛନ୍ଦି କଷ୍ଟ ପାଉଥିବା ବ୍ୟକ୍ତି ଶୀତକୁ ନିନ୍ଦା କରେ ।

(ଢ) ମନରୁ କିଏ ଶୀତ ଭୟ ଛାଡ଼ିଦେଲା ?
Solution:
ନୂଆ ଶୀତଲୁଗା ସଜାଡ଼ିଥିବା ବ୍ୟକ୍ତି ମନରୁ ଶୀତଭୟ ଛାଡ଼ିଲେ ।

(ଢ) ଶୀତଋତୁରେ ସୂର୍ଯ୍ୟ କେଉଁ ଦିଗକୁ ଗତି କରନ୍ତି ?
Solution:
ଶୀତଋତୁରେ ସୂର୍ଯ୍ୟ ଦକ୍ଷିଣ ଦିଗକୁ ଗତି କରନ୍ତି ।

(ତ) ଶୀତରୁ ରକ୍ଷା ପାଇବାପାଇଁ ଲୋକ କ’ଣ କରେ ?
Solution:
ଶୀତରୁ ରକ୍ଷା ପାଇବାପାଇଁ ଲୋକମାନେ ଉଷୁମ ପାଣିକୁ ଭଲ ପାଇଲେ ଏବଂ ଘରର ଜଳାକବାଟି ଆଦି ବନ୍ଦ କରି, ନିଆଁ ଉହ୍ନେଇ ପାଖରେ ବସିଲେ ।

Question 3.
ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସମ୍ପର୍କରେ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର।

(କ) କୃଷ୍ଣକଥା ଶ୍ରବଣରେ କେଉଁ ବ୍ୟଥା ଦୂର ହୁଏ ବୋଲି କବି କହିଛନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । କୂଶକଥା ଣ୍ଡବଣରେ ଦଣ୍ଡଧର ବ୍ୟଥା ବା ମୃତ୍ୟୁଲୋକର ଅଧୂପତି ଯମଦଣ୍ଡ ଦୂର ହୁଏ ବୋଲି କବି କହିଛନ୍ତି ।

CHSE Odisha Class 11 Odia Solutions Chapter 7 ହିମକାଳ

(ଖ) ଶୀତଋତୁ ଆଗମନରେ କିଏ ପୋଡ଼ିଗଲା ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଣାତରତୁ ଆଗମନରେ ପଦନନ ପୋଡ଼ିଗଲା ।

(ଗ) ସୁଖ ଓ ଦୁଃଖରେ ବନ୍ଧୁମାନେ କିପରି ବ୍ୟବହାର କରନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ସୁଖବେଳେ ଅନୁକୂଳ ଓ ଦୁଃଖ ବେଳେ ପୃତିକ୍ତଲ ବ୍ୟବହାର ବହିଯାନେ କରିଥାନ୍ତି |

(ଘ) ବିଚ୍ଛେଦ ସମୟରେ ଚନ୍ଦ୍ର ଓ ଚନ୍ଦନ ପ୍ରେମୀ ଯୁଗଳଙ୍କୁ କିପରି ଲାଗେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ବିଚ୍ଛେଦ ସମୟରେ ଚନ୍ଦ୍ର ଓ ଚନ୍ଦନ ପ୍ରେମୀ ଯୁଗଳଙ୍କୁ ବିଷତୁଲ୍ୟ ବା ନିଆଁ ପରି ଲାଗେ ।

(ଙ) କ୍ଷୀର କାହିଁକି ଆତ୍ମହତ୍ୟା କରେ ବୋଲି କବି କହିଛନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । କ୍ଷୀରର ଜଳ ସହିତ ମିତ୍ରତା ଥ‌ିବାରୁ, ଜଳର ମୃତ୍ୟୁ ପାଇଁ କ୍ଷୀର ଆତ୍ମହତ୍ୟା କରେ ବୋଲି କବି କହିଛନ୍ତି ।

(ଚ) ଶୀତରେ ଜଗନ୍ନାଥ କିପରି ବେଶଭୂଷା ହେଲେ ?
Solution:
ବସାଇ କେତେ ପ୍ରକାର ବସ୍ତ୍ର ଘୋଡ଼ାଇ ହୋଇ ବେଶଭୂଷା ହେଲେ ।

(ଛ) ଘରେ ଘରେ କାହିଁକି ଅଗ୍ନି ଉଦୟ ହେଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଶୀତକଷ୍ଟରୁ ରକ୍ଷା ପାଇବାପାଇଁ ଘରେ ଘରେ ଅଗ୍ନି ଉଦୟ ହେଲେ ।

(ଜ) କେହି ମନରୁ କାହିଁକି ଶୀତ ଭୟ ଛାଡ଼ିଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । କେହି ନବ ନିଶାର ବା ନୂଆ ଶୀତଲୁଗା ସଜାଡ଼ି ରଖିବା ହେତୁ ମନରୁ ଶୀତ ଭୟ ଛାଡ଼ିଲେ ।

(ଝ) ଶୀତରୁ ରକ୍ଷା ପାଇବାପାଇଁ ଲୋକମାନେ କି କି ପ୍ରତିଷେଧକ ବ୍ୟବସ୍ଥା କଲେ ?
Solution:
ଉଷୁମ ପାଣି ବ୍ୟବହାର କରିବା ସହିତ ଘରର ଜଳ କବାଟି ବନ୍ଦକରି ନିଆଁ ଉହ୍ଲେଇରେ ନିଆଁ ପୋଇଁଲେ ।

(ଞ୍) ଅଗୁରୁଧୂପ ପୁରେ ପଶି ଲୋକେ କ’ଣ ଗାଇ ତୋଷ ହେଉଥିଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଅଗୁରୁଧୂପ ପୁରେ ପଶି ଲୋକେ କୃଷ୍ଣ ଚରିତ ଗୀତ ଗାଇ ତୋଷ ହେଉଥିଲେ ।

Question 4.
ପ୍ରାୟ ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।

(କ) ଗୋପପୁରରେ ଶୀତଋତୁ ପ୍ରବେଶ କରିବାରୁ କି କି ଘଟଣା ଘଟିଲା ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଗୋପପୁରରେ ଶୀତଋତୁ ପ୍ରବେଶ କରିବାରୁ ପୀତବାସ ଶ୍ରୀକୃଷ୍ଣ ବିଭିନ୍ନ ପ୍ରକାର ଲୀଳାଖେଳା କଲେ । ଏହି ସମୟରେ ଦିବସ ସାନ ହେଲା ଓ ପଦ୍ମବନ ଧ୍ବଂସ ହେଲା ପରି ଘଟଣା ଘଟିଲା ।

(ଖ) ପଦ୍ମକୁ କେଉଁମାନେ କାହିଁକି ରକ୍ଷା କରିପାରିଲେ ନାହିଁ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ପଦ୍ମକୁ ବ୍ରହ୍ମା, ଲକ୍ଷ୍ମୀ, ଭଗବାନ ବିଷ୍ଣୁ ଆଦି ବଡ଼ ବଡ଼ ପ୍ରଭୁମାନେ ରକ୍ଷା କରିପାରିଲେ ନାହିଁ, କାରଣ ଯାହାର ଯାହା ଭୋଗ କରିବା ପାଇଁ କପାଳରେ ରହିଛି, ସେ ତାହା ନିଶ୍ଚୟ ଭୋଗ କରିବ ।

(ଗ) ଏହି ପ୍ରସଙ୍ଗକୁ କବି ଦୀନକୃଷ୍ଣ କିପରି ବର୍ଣ୍ଣନା କରିଅଛନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଭଲ ସମୟରେ ବ୍ରହ୍ମା ପଦ୍ମ ଉପରେ ବସିଥାନ୍ତି । ଲକ୍ଷ୍ମୀ ଉଲ୍ଲେଖ କରିଛନ୍ତି ।

(ଙ) ସାଧାରଣ ଲୋକ ଶୀତକୁ କିପରି ଅନୁଭବ କଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ସାଧାରଣ ଲୋକଙ୍କର ଶୀତ ହେତୁ ଦେହ ଥରିଉଠିଲା ଓ ସେମାନେ ଯୋଡ଼ହସ୍ତ ହୋଇ ଶୀତରୁ ରକ୍ଷା ପାଇବାପାଇଁ ଚେଷ୍ଟା କଲେ । କେହି କେହି ପଡ଼ିଲେ ।

(ଚ) ଶୀତ ଆସିବାରୁ ଲୋକେ କେଉଁ ପଦାର୍ଥରେ ଆଗ୍ରହ ପ୍ରକାଶ କଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଶୀତ ଆସିବାରୁ ଲୋକେ ନୂଆ ଶୀତବସ୍ତ୍ରରେ, ତୁଳାଶେଯ ବା ରେଜେଇରେ, ଉଷୁମ ପାଣିରେ, ନିଆଁ ଉହ୍ନେଇରେ ନିଆଁ ପୋଇଁବାରେ ଆଗ୍ରହ ପ୍ରକାଶ କଲେ ।

(ଛ) ଶୀତରୁ ରକ୍ଷାପାଇବା ପାଇଁ ଲୋକେ କ’ଣ କଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଶୀତରୁ ରକ୍ଷା ପାଇବାପାଇଁ ଲୋକମାନେ ଏବଂ ଉହ୍ଲେଇରେ ନିଆଁ ପୋଇଁଲେ । ଆଉ କେତେକ ନୂଆ ଶୀତବସ୍ତ୍ର ବ୍ୟବହାର କଲେ ।

(ଜ) ଶୀତଯୋଗୁଁ କେଉଁସବୁ ପଦାର୍ଥରୁ ଲୋକଙ୍କ ଆଗ୍ରହ ତୁଟିଗଲା ?
Solution:
ଉପରୁ ସ୍ନେହଭାବ ତୁଟିଗଲା ।

(ଝ) କୃଷ୍ଣ ଚରିତ ଗାନରେ କିଏ କାହିଁକି କିପରି ଖୁସି ହେଉଥ‌ିଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଅଗୁରୁ ଓ ଧୂପ ନିଆଁ ଦିଆଯାଇଥିବା ସେମାନେ ରକ୍ଷା ପାଇବା ସହିତ ଭକ୍ତି ଭାବରେ ଉଦ୍‌ବୁଦ୍ଧ ହୋଇଥିଲେ ।

ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :

(କ) ‘ହିମକାଳ’ କବିତା ଅବଲମ୍ବନରେ ଶୀତଋତୁର ପ୍ରାକୃତିକ ଚିତ୍ର ପ୍ରଦାନ କର ।
Solution:
ପ୍ରକୃତି ସହିତ ମଣିଷର ସମ୍ପର୍କ ଅତି ନିବିଡ଼ । ପ୍ରକୃତିର ନୈସର୍ଗିକ ବିଳାସ ତା’ପ୍ରାଣରେ ସୃଷ୍ଟି କରିଛି ବିଚିତ୍ର ଭାବ । ଋତୁଚକ୍ରର ଆବର୍ତ୍ତନ ତା’ପ୍ରାଣରେ ସୃଷ୍ଟି କରିଛି ଭାବାନ୍ତର । କବିମାନେ ସେହି ଦୃଷ୍ଟିରୁ ସେମାନଙ୍କର କାବ୍ୟ କବିତାରେ ପ୍ରକୃତିର ସ୍ଵରୂପକୁ ଜୀବନ୍ତ ଭାବରେ ବର୍ଣ୍ଣନା କରିଛନ୍ତି । ‘ହିମକାଳ’ କବିତାଟି ରୀତିଯୁଗର ଅନ୍ୟତମ ବିଶିଷ୍ଟ କବି ଦୀନକୃଷ୍ଣ ଭାବରେ ଏବଂ ରୀତିଯୁଗୀୟ କାବ୍ୟାଦର୍ଶ ଅନୁସରଣରେ ପ୍ରକୃତି ବର୍ଣ୍ଣନା କରିଛନ୍ତି । ସେ ବିଭିନ୍ନ ଋତୁ ବର୍ଣ୍ଣନା ଦେଇ, ଋତୁକାଳୀନ ସାମାଜିକ ପ୍ରଭାବକୁ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି । କବି ଶୀତଋତୁର ମନୋଜ୍ଞ ବର୍ଣ୍ଣନା ଦେଇଛନ୍ତି । ଶୀତଋତୁ ଆସିବାରୁ ଦିବସ ନ୍ୟୁନ ଅର୍ଥାତ୍ ଛୋଟ ହୋଇଗଲା ଏବଂ ରାତ୍ରି ଶୀତଳକାରକ ଦ୍ରବ୍ୟ ଇଚ୍ଛା କରୁଥିଲେ ବି, ଶୀତ ଆସିବାରୁ ସମସ୍ତେ ଅଗ୍ନି ନିକଟରେ ରହିବାକୁ ଚେଷ୍ଟା କଲେ ।

ହିମକାଳ ବା ଶୀତ ସମୟ ଆସିବାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ହୋଇଥିଲା । ଫଳରେ ଧରା ପୃଷ୍ଠରେ ଉତ୍ତାପ କମିଗଲା । ସମସ୍ତେ ଶୀତକୁ ଭୟ କଲେ । ଶୀତରୁ ରକ୍ଷାପାଇବା ପାଇଁ ସବୁଆଡ଼େ ନିଆଁଜାଳି ଲୋକମାନେ ରହିଲେ । ଶୀତହେତୁ ଲୋକମାନେ ଯୋଡ଼ହସ୍ତ ହେଲେ । କାରଣ ଯୋଡ଼ହସ୍ତ ହୋଇ ସେମାନେ ଶୀତକଷ୍ଟରୁ ରକ୍ଷା ପାଇବାପାଇଁ ଚେଷ୍ଟା କଲେ । ପୁନଶ୍ଚ ଶୀତର ପ୍ରକୋପ ଯୋଗୁ କେତେ ବ୍ୟକ୍ତି ଛାତିରେ ଦୁଇହାତ ଛନ୍ଦି ରହିବାର ଦେଖାଗଲା । ଶୀତକଷ୍ଟ ଏତେ ପୋଇଁବାକୁ ଇଚ୍ଛାକଲେ । ଉହ୍ନେଇରେ ଜାଳିଲେ । ଭକ୍ତିଭାବାପନ୍ନ ବ୍ୟକ୍ତିମାନେ ଅଗୁରୁ ଓ ଧୂପ ନିଆଁ ଦିଆଯାଇଥବା ଘରେ ବସି କୃଷ୍ଣଚରିତ ଗାନ କଲେ ।

(ଖ) ଗଠିତ ଦ୍ବିମକାଳ କବିତା ଅବଲମୂନାରେ ଦାନତ୍କଣକର କବିତ୍ଵ ଓ ପାଣିତ୍ୟ ପୂଚନା ଦିଆ |
Solution:
‘ହିମକାଳ’ କବିତାଟି ଭକ୍ତକବି ତଥା ରୀତିଯୁଗର ଅନ୍ୟତମ ଶ୍ରେଷ୍ଠ କବି ଦୀନକୃଷ୍ଣ ଦାସଙ୍କର ଲୋକପ୍ରିୟ କାବ୍ୟ ‘ରସକଲ୍ଲୋଳ’ର ଅଂଶବିଶେଷ । ରସକଲ୍ଲୋଳ କାବ୍ୟ ସ୍ରଷ୍ଟାଚିତ୍ତର ପଦ୍ୟମୟ କମନୀୟ ପ୍ରତିଲିପି । ରୀତିଯୁଗୀୟ କାବ୍ୟାଦର୍ଶ ନେଇ କବି ଏଥୁରେ ଅଳଙ୍କାର, ରସ, ଗୁଣ, ରୀତି ଓ ଧ୍ଵନି ଆଦି ବ୍ୟବହାର କରିଛନ୍ତି । ତଥାପି ନିର୍ମଳ କବିତ୍ଵ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । କୌଣସି ସ୍ଥାନରେ ସେ କବିତାରେ କୃତ୍ରିମତା ପ୍ରଦର୍ଶନ କରିନାହାଁନ୍ତି । ବରଂ ସମୁଦାୟ କାବ୍ୟର ନମୁନା ହେଉଛି ଆମର ଆଲୋଚ୍ୟ କବିତା ‘ହିମକାଳ’ ।

ସେ ସମଗ୍ର କାବ୍ୟକୁ ‘କ’ ଆଦ୍ୟ ଅକ୍ଷରରେ ବର୍ଣ୍ଣନା କରି କବିତ୍ଵର ପରିଚୟ ଦେଇଛନ୍ତି । ‘କ’ ଅକ୍ଷର ନିୟମ ନେଇ ସେ ଯେପରି କୃଷ୍ଣ ରସାଶ୍ରିତ କାବ୍ୟ ହିମକାଳ ଆସିବାରୁ ଓ କୁହୁଡ଼ି ପଡ଼ିବାରୁ ପଦ୍ମବନ ଧ୍ୱଂସ ହେଲା । ପ୍ରକୃତିର ଏହି ସାଧାରଣ ଦୃଶ୍ୟକୁ କବି ଅସାଧାରଣ ଭାବରେ ପ୍ରକାଶ କରି ନିଜର କବିତ୍ଵ ଓ ପାଣ୍ଡିତ୍ୟର ପରିଚୟ ଦେଇଛନ୍ତି । ପଦ୍ମର ବିଶେଷତା ବର୍ଣ୍ଣନା କରି କବି ଲେଖିଛନ୍ତି, କୁଶକେତୁ ବା ବ୍ରହ୍ମାଙ୍କ ଆସନ ହେଉଛି ପଦ୍ମ । ଲକ୍ଷ୍ମୀ ମଧ୍ଯ ପଦ୍ମବନରେ ବାସ କରିଥାନ୍ତି । ବିଷ୍ଣୁଙ୍କ କରରେ ସଦାସର୍ବଦା ପଦ୍ମ ଶୋଭା ପାଉଥାଏ ।

ପଦ୍ମର ସ୍ଵାମୀ ବା ପ୍ରଭୁ ହେଉଛନ୍ତି ସ୍ବୟଂ ସୂର୍ଯ୍ୟଦେବ । ପଦ୍ମ ସହିତ କେତେ ବଡ଼ ବଡ଼ ଦେବଦେବୀଙ୍କର ସମ୍ପର୍କ ଥୁଲେ ମଧ୍ୟ କେହି ପଦ୍ମକୁ ଏହି ବିପଦ ସମୟରେ ରଖିପାରିଲେ ନାହିଁ । ବରଂ ପଦ୍ମ ଭାଗ୍ୟରେ ଯାହା ଥିଲା, ତାହା ସେ ଭୋଗକଲା । ପୁନଶ୍ଚ ଏକ ସର୍ବକାଳୀନ ସତ୍ୟ ପ୍ରକାଶ କରି କବି ଲେଖିଛନ୍ତି, କୁଶଳରେ ସମସ୍ତେ ସୁମୁଖ ହେଲାବେଳେ, ବିପଦ ସମୟରେ ସମସ୍ତେ ବିମୁଖ ହୋଇଥାନ୍ତି । କବିତାରେ ଶବ୍ଦ ସଂଯୋଜନାରେ କବି ନିଜର ବିଶେଷତା ପ୍ରମାଣ କରିଛନ୍ତି । ଉଦାହରଣ ସ୍ୱରୂପ କେତେକ ଶବ୍ଦକୁ ନିଆଯାଇପାରେ – ‘କାନ୍ତ-କାନ୍ତା’, ‘ପୟ ପୟରେ’, ‘କଞ୍ଜନୟନ’, ‘କଞ୍ଜ’, ‘କଞ୍ଜନେତ୍ରୀ’, ‘ନବ ନିଶାର’, ‘ଚନ୍ଦ୍ର ଚନ୍ଦନ ସ୍ନେହଗଲା’ ।

CHSE Odisha Class 11 Odia Solutions Chapter 7 ହିମକାଳ

(ଗ) ‘ହିମକାଳ’ କବିତା ଆଧାରରେ କବିଙ୍କ ଶୀତ ସୌନ୍ଦର୍ଯ୍ୟ ବର୍ଣ୍ଣନାକୁ ନିଜ ଭାଷାରେ ଲେଖ ।
Solution:
କବିର ଦୃଷ୍ଟିଭଙ୍ଗୀ ସ୍ଵତନ୍ତ୍ର । ସାଧାରଣ ମଣିଷ ଯାହାକୁ ଦେଖି ମଧ୍ୟ ଦେଖିପାରେ ନାହିଁ, କବି ତାହାକୁ ତା’ର ଜ୍ଞାନ ନେତ୍ରରେ ଦେଖେ । ଫଳରେ କବି ନିଆରା ଦୃଷ୍ଟିନେଇ କବିତା ଆକାରରେ ପାଠକ ନିକଟରେ ବଖାଣି ବସେ । ମନୋଜ୍ଞ ଭାବରେ ଚିତ୍ରଣ କରିଛନ୍ତି । ଆସିବାରୁ ଦିନ କ୍ରମଶଃ କମି କମି ଆସିଛି । କୁହୁଡ଼ି ପଡ଼ିବାରୁ ପଦ୍ମବନ ଧ୍ୱଂସ ହୋଇଛି । ସବୁବେଳେ ଶୋଭା ପାଉଥିବା ପଦ୍ମ ଲୋକମାନେ ନିଆଁ ପୁଆଁଇଛନ୍ତି । ଶୀତ ପାଇଁ କେହି କେହି ଥରି ଉଠିବା ସହିତ ହାତ ଯୋଡ଼ି ଦେଇଛି ଓ ଆଉ କେହି ହୃଦୟରେ କର ଛନ୍ଦି, ଶୀତକୁ ନିନ୍ଦା କରିଛି । ସମସ୍ତେ ଯେଭଳି ବିକଳ ହୋଇ ଅଗ୍ନିର ଉପସ୍ଥିତି କାମନା କରିଛନ୍ତି ।ଯେଉଁମାନେ ଘରେ ରହିଛନ୍ତି, ସେମାନେ ଶୀତରୁ ରକ୍ଷାପାଇବା ପାଇଁ ନୂଆ ଶୀତବସ୍ତ୍ର ସଜାଡ଼ି ରଖିଛନ୍ତି ।

ତୁଳାଶେଯ ବା ରେଜେଇ ବ୍ୟବହାର କରିବାକୁ କେହି କେହି ଇଚ୍ଛା କରିଛନ୍ତି । ଥଣ୍ଡା ଜଳକୁ ସମସ୍ତେ ଦୂରେଇ ଦେଇ ଉଷୁମ ପାଣିରେ ମନ ବଳାଇଛନ୍ତି । ଘରକୁ ଉଷୁମ ରଖିବାପାଇଁ ସମସ୍ତେ ଜଳାକବାଟିକୁ ବନ୍ଦ କରି ଦେଇଛନ୍ତି ଓ ନିଆଁ ଉହ୍ଲେଇ ପାଖରେ ବସି ସେକି ହୋଇଛନ୍ତି । ଗରିବ ଲୋକମାନେ ଶୀତବସ୍ତ୍ର ଅଭାବରେ, ଶୀତକଷ୍ଟରୁ ରକ୍ଷା ପାଇବାପାଇଁ ଜଙ୍ଘ ଓ ଆଣ୍ଠୁ ମଧ୍ଯରେ ଜାକି ହୋଇ ରହିଛନ୍ତି ଓ ଖରାରେ ବସିଛନ୍ତି କିମ୍ବା ନିଆଁ ପୋଇଁଛନ୍ତି ।

(ଘ) ପଠିତ କବିତାରୁ କବି ଦୀନକୃଷ୍ଣଙ୍କ ଭକ୍ତି ଭାବନାର ପରିଚୟ ଦିଅ ।
Solution:
ଦୀନକୃଷ୍ଣ ଥିଲେ ଭକ୍ତ । ଜଗନ୍ନାଥଙ୍କର ପରମ ଉପାସକ । ଜଗନ୍ନାଥଙ୍କଠାରେ ସେ କୃଷ୍ଣତ୍ଵ ଆରୋପ କୃଷ୍ଣ ହେଉଛନ୍ତି ତାଙ୍କର ଆରାଧ୍ୟ ଦେବତା । ସେହି କୃଷ୍ଣଙ୍କର ଲୀଳାଖେଳାକୁ ନେଇ ସେ ରଚନା କରିଛନ୍ତି ଅନେକ କାବ୍ୟ କବିତା । ଜଣେ ଭକ୍ତ ଓ ପୂର୍ଣ୍ଣ ସମର୍ପିତ ପ୍ରାଣ ନହେଲେ ସେ କେବେହେଲେ ଏଭଳି ସାରସ୍ଵତ ସୃଷ୍ଟି କରିପାରିବେ ନାହିଁ । ବଖାଣି ବସିଛନ୍ତି । ତାଙ୍କ ମତରେ କୃଷ୍ଣନାମ ଶ୍ରବଣରେ ସବୁପାପ ଦୂର ହୋଇଯାଏ ଏବଂ ଯମଦଣ୍ଡରୁ ମୁକ୍ତି ମିଳିଥାଏ । କୃଷ୍ଣ ଋତୁରେ ଗୋପୀମାନଙ୍କ ସହିତ ସେ ଅପୂର୍ବ କ୍ରୀଡ଼ା କରିଛନ୍ତି । କୃଷ୍ଣ ଓ ବିଷ୍ଣୁ ମଧ୍ୟରେ ସେ ଅଭେଦ ପରିକଳ୍ପନା କରିଛନ୍ତି । ସେଥ‌ିପାଇଁ ପଦ୍ମବନ ଧ୍ଵଂସ ପ୍ରସଙ୍ଗରେ ଭଗବାନ ବିଷ୍ଣୁ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥା’ନ୍ତି ବୋଲି କହିଛନ୍ତି ।

ଶୀତଋତୁରେ ଦେବ ମନ୍ଦିରରେ ଦେବଦେବୀଙ୍କୁ ଶୀତବସ୍ତ୍ର ଲାଗି କରାଯାଏ । କବି ଏହି ପର୍ଯ୍ୟାୟରେ ତାଙ୍କର ଆରାଧ୍ୟ –
CHSE Odisha Class 11 Odia Solutions Chapter 7 Img 1
କବି ଯେଉଁ ପର୍ଯ୍ୟାୟରେ ସାମାନ୍ୟ ସୁଯୋଗ ପାଇଛନ୍ତି, ସେଠାରେ ତାଙ୍କର ଆରାଧ୍ୟ ଦେବତାଙ୍କ ମହିମାଗାନ କରିଛନ୍ତି । ମହିମାଗାନ ସହିତ ତାଙ୍କର ଦିବ୍ୟ ସ୍ଵରୂପକୁ ସ୍ମରଣ କରାଇ ଦେଇଛନ୍ତି । ଶୀତଋତୁରେ ଲୋକମାନେ ଉହ୍ଲେଇରେ ନିଆଁ ରଖି ନିଆଁ ପୋଇଁଲେ । ମିଳିତ ଭାବରେ ବସି, ଅଗୁରୁ ଧୂପପୁର ଅର୍ଥାତ୍ ମନ୍ଦିରମାନଙ୍କରେ କୃଷ୍ଣ ଚରିତ ଗୀତ ଗାନକରି ମନ ସନ୍ତୁଷ୍ଟ କଲେ ବୋଲି କବି ଉଲ୍ଲେଖ କରିଛନ୍ତି । ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କରି ଦେଖିଲେ କବି ଦୀନକୃଷ୍ଣ ପ୍ରଥମେ ଭକ୍ତ ଓ ପରେ କବି ।

(କ) କବି ପରିଚୟ :

ଓଡ଼ିଆ ସାହିତ୍ୟର ମଧ୍ୟଯୁଗୀୟ କାବ୍ୟ ପରମ୍ପରା ଭିତରେ ଦୀନକୃଷ୍ଣ ଦାସ ଏକ ବହୁଚର୍ଚ୍ଚିତ ପ୍ରତିଭା । ରୀତିଯୁଗର ଇତିହାସକାରମାନେ ଜାଣିପାରିଛନ୍ତି ଯେ କବି ଦୀନକୃଷ୍ଣ ଉପେନ୍ଦ୍ର ଭଞ୍ଜଙ୍କର କିଞ୍ଚିତ୍ ପୂର୍ବବର୍ତ୍ତୀ କବି । ଯଥାର୍ଥରେ ତାଙ୍କ ବିଷୟରେ କୁହାଯାଇଛି – ‘ରୀତି ସାହିତ୍ୟ ପରମ୍ପରାର ଆଦ୍ୟସ୍ରଷ୍ଟା ଦୀନକୃଷ୍ଣ ଦାସ ହିଁ ଆଳଂକାରିକ କାବ୍ୟ ସାହିତ୍ୟର ଧାରା ପ୍ରବାହିତ କରି ଦୀନକୃଷ୍ଣ ଭକ୍ତକବି ଜୟଦେବଙ୍କ ତୁଲ୍ୟ ଓଡ଼ିଆ ସାହିତ୍ୟରେ ଗୌରବ ଅର୍ଜନ କରିଛନ୍ତି । ତାଙ୍କ କାବ୍ୟ ପ୍ରତିଭାର ସର୍ବଶ୍ରେଷ୍ଠ ନିଦର୍ଶନ ‘ରସକଲ୍ଲୋଳ’ । ଏତଦ୍‌ବ୍ୟତୀତ ସେ ଅନ୍ୟାନ୍ୟ ବହୁ କାବ୍ୟକବିତା ରଚନା କରିଛନ୍ତି । ସେହି ଦୀନକୃଷ୍ଣ ଦାସ ଯେତେଜଣ ହୁଅନ୍ତୁନା କାହିଁକି, ‘ରସକଲ୍ଲୋଳ’ର କବି ଦୀନକୃଷ୍ଣ ସପ୍ତଦଶ ଶତାବ୍ଦୀର ପ୍ରତିଭା ।

ତାଙ୍କର ଆବିର୍ଭାବ ଓ ତିରୋଧାନ କାଳକୁ ଆନୁମାନିକ ଖ୍ରୀ. ୧୬୫୦ ରୁ ଖ୍ରୀ. ୧୭୧୩ ପର୍ଯ୍ୟନ୍ତ ଧରାଯାଇପାରେ । ଦୀନକୃଷ୍ଣଙ୍କ ତଥାପି ଦୀନକବି ଦୀନକୃଷ୍ଣ ଥିଲେ ନିର୍ଭିକ ଓ ସ୍ପଷ୍ଟବାଦୀ । ତାଙ୍କର କାବ୍ୟରାଜି ଥିଲା ଅପୂର୍ବ ଶୋଭାବିମଣ୍ଡିତ । ସେ ଯେଉଁ ଅଧୀନରେ ସେ ନାମକୁ ମାତ୍ର ରାଜା; ମାତ୍ର ତାଙ୍କର ବିଳାସୀ ଅଭିଳାଷ ଓ କବି ବୋଲାଇବାର ପିପାସା ପ୍ରବଳ ଥିଲା; ତେଣୁ ସେ ଦୀନକୃଷ୍ଣଙ୍କ ପ୍ରତି କଠୋର ଆଦେଶ କରିଥିଲେ ଯେ, ତାଙ୍କ ନାମରେ କାବ୍ୟ କବିତା ଭଣିତା କରିବାପାଇଁ । ହେଲେ କରିବାକୁ ହେଲେ ମଧ୍ୟ ସେ ବିଚଳିତ ହେଲେ ନାହିଁ । ନିଜର ନିଭୀକତାର ପରିଚୟ ଦେବାକୁ ଯାଇ ସେ ଲେଖୁଥିଲେ –
CHSE Odisha Class 11 Odia Solutions Chapter 7 Img 2
ଉଦ୍‌ଘୋଷଣ ହେବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟଜନକ କଥା । ଦୀନକୃଷ୍ଣଙ୍କର ଏହି ବାଣୀ ତାଙ୍କୁ କାଳଜୟୀ କରିରଖୁଛି । ଜୀବନରେ ସର୍ବସ୍ଵ ହରାଇ, ଏକଘରକିଆ ହୋଇ, ବ୍ରାହ୍ମଣୀ ନଦୀକୂଳରେ କୁଡ଼ିଆ କରି ରହିଥିଲେ ବି ସେ ନିଜର ସ୍ବାଭିମାନକୁ ମିଳେ । ସେ ରସକଲ୍ଲୋସ ବ୍ୟତୀତ ଅନ୍ୟ ଯେଉଁ ଗ୍ରନ୍ଥସବୁ ଲେଖୁଛନ୍ତି, ସେଥୁମଧ୍ୟରୁ ଆର୍ତ୍ତତ୍ରାଣ ଚଉତିଶା, ବାରମାସୀ କୋଇଲି, ଗୁଣ୍ଡିଚାବିଜେ, ନାବକେଳି, ରାଧାକବଚ, ରସବିନୋଦ, ଭାବସମୁଦ୍ର, ଗୁଣସାଗର, ପ୍ରସ୍ତାବ ସିନ୍ଧୁ, ନାମରତ୍ନ ଗୀତା, ଅମୃତସାଗର, ତତ୍ତ୍ୱସାଗର, ମହିମାସାଗର, କୃଷ୍ଣଦାସ ବୋଲି ଆଦି ଉଲ୍ଲେଖନୀୟ । ଏହି ଗ୍ରନ୍ଥମାନଙ୍କ ମଧ୍ୟରୁ ‘ରସକଲ୍ଲୋଳ’ ଓ ‘ଆର୍ତ୍ତତ୍ରାଣ ଚଉତିଶା’ ଅଧ୍ବକ ଲୋକପ୍ରିୟ । ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’ ସମ୍ବନ୍ଧରେ ବୀମ୍‌ସ ସାହେବଙ୍କ ମତ ବିଶେଷ ଉଲ୍ଲେଖଯୋଗ୍ୟ । ସେ ୧୮୭୨ ମସିହାରେ ଯଥାର୍ଥରେ ଲେଖୁଥିଲେ –

“The Rasakallola” or “Waves of Delight” is most popular poem in Orissa. Its songs are sung by the peasantry in every part of the country. Many of its lines have passed into proverbs and have become household words with all classes. It owes this great popularity in some measure to its comparatives freedom from long Sanskrit words being for the most part, except when the poet soars, into the higher style, written in the purest and simplest Oriya vernacular.”

କବି ଦୀନକୃଷ୍ଣଙ୍କର ସର୍ବଶ୍ରେଷ୍ଠ କବିକୃତି ହେଉଛି ‘ରସକଲ୍ଲୋଳ’ । କେବଳ ସଂସ୍କୃତ ଭାଷାକୁ ବାଲେ ‘ରସକଲ୍ଲୋଳ’ କାବ୍ୟଭଳି ସୁଲଳିତ କାବ୍ୟରଚନା ଅନ୍ୟ କୌଣସି ଭାଷାରେ ପରିଲକ୍ଷିତ ହୁଏ ନାହିଁ । ଏହାର ଶବ୍ଦ ସଂଯୋଜନା କୁହାଯାଇଛି – ‘କଲ୍ଲୋଳେ ପଦ ଲାଳିତ୍ୟ’’ । ସ୍ଥଳରେ ରହିଛି ଯୌନବିଳାସର ବହୁଇଙ୍ଗିତ । ଏହା ସତ୍ତ୍ବେ କବି ଦୀନକୃଷ୍ଣଙ୍କ କାବ୍ଯସାଧନା ରୀତିଯୁଗୀୟ କାବ୍ୟଧାରାର ଏକ ମଧୁମୂର୍ଦ୍ଧନା ଯେ ତୋଳିଛି ଏହା ନିଃସନ୍ଦେହରେ କୁହାଯାଇପାରେ । ସମ୍ପୃକ୍ତ କାବ୍ୟର ପ୍ରତ୍ୟେକଟି ସ୍ଥାନରୁ କବିଙ୍କର ନିର୍ମଳ

(ଖ) କବିତାର ପୃଷ୍ଠଭୂମି :

କବିତାଟି ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସର୍ବଶ୍ରେଷ୍ଠ କାବ୍ୟକୃତି ‘ରସକଲ୍ଲୋଳ’ କାବ୍ୟର ଏକାଦଶ ଛାନ୍ଦର ଅଂଶବିଶେଷ । ଓ କୃଷ୍ଣଙ୍କର ଲୀଳାଖେଳାକୁ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି । ଋତୁ ବର୍ଣ୍ଣନା ପ୍ରାଚୀନ କାବ୍ୟ ରଚନାର ଏକ ସୁନ୍ଦର ପରମ୍ପରା । କାବ୍ୟର କଥାବସ୍ତୁ ଓ ନାୟକନାୟିକାମାନଙ୍କର ମାନସିକଗ ପ୍ରାଚୀନ କାବ୍ୟକାରମାନେ ବିଶେଷକରି ବୈଷ୍ଣବ ଭକ୍ତ କବିମାନେ ପ୍ରତ୍ୟେକ ଛାନ୍ଦର ଆରମ୍ଭରେ ନିଜର ଇଷ୍ଟଙ୍କର ବନ୍ଦନା କରିଛନ୍ତି । କବି ଦୀନକୃଷ୍ଣ ଛାନ୍ଦର ଆରମ୍ଭରେ କୃଷ୍ଣଙ୍କର ମହିମା ସ୍ମରଣ କରାଇଛନ୍ତି । ପୁନଶ୍ଚ କାବ୍ୟ ରଚନା କରାଯାଉଥିଲା ରସିକ, ପଣ୍ଡିତ ତଥା ବିଦଗ୍ଧ ପାଠକମାନଙ୍କ ପାଇଁ । ତେଣୁ ସେଭଳି ପାଠକଙ୍କୁ କବି ସମ୍ବୋଧନ କରି କୃଷ୍ଣ ନାମର ମହତ୍ତ୍ଵ ସୂଚାଇଅଛନ୍ତି । କବି କହୁଛନ୍ତି, ହେ ପଣ୍ଡିତମାନେ କର୍ଷରେ କୃଷ୍ଣକଥା ସଦାସର୍ବଦା ଶ୍ରବଣ କର । କୃଷ୍ଣନାମ ଶ୍ରବଣ କଲେ ମୃତ୍ୟୁଲୋକର ଅଧୂତି ଯମଦଣ୍ଡ ତୁମକୁ ଲାଗିବ ନାହିଁ । କରିଛି ହିମମୟ ହିମକାଳ । ହିମଋତୁ ଆସିବାରୁ ଦିବାଭାଗର ସମୟସୀମା କ୍ରମଶଃ କମି କମି ଆସିଛି । କୁହୁଡ଼ି ପଡ଼ିବାରୁ ପଦ୍ମବନ ପୋଡ଼ି ଗଲାଭଳି ନଷ୍ଟ ହୋଇଯାଇଛି ।

ଥାଏ, ସେ ତାହା ଭୋଗ କରିଥାଏ । ସେଥୁରୁ କେହି ତାକୁ ରକ୍ଷା କରିପାରନ୍ତି ନାହିଁ । ଯିଏ ଯେତେ ବଡ଼ ହେଲେ କିମ୍ବା ବଡ଼ଲୋକଙ୍କ ଛତ୍ରଛାୟାତଳେ ରହିଲେ ମଧ୍ୟ ତାହାକୁ ତା’ର ମନ୍ଦଭାଗ୍ୟ ଭୋଗ କରିବାକୁ ପଡ଼ିଥାଏ । ଯେପରି ପଦ୍ମ ହେଉଛି, କୁଶକେତୁ ବା ବ୍ରହ୍ମାଙ୍କର ଆସନ । ଲକ୍ଷ୍ମୀଙ୍କର ନିବାସ ସ୍ଥାନ ହେଉଛି ପଦ୍ମ। ଭଗବାନ ବିଷ୍ଣୁଙ୍କ କରରେ ସଦାସର୍ବଦା ପଦ୍ମ ଶୋଭା ପାଉଥାଏ । ସୂର୍ଯ୍ୟ ହେଉଛନ୍ତି ପଦ୍ମର ନାଥ ବା ସ୍ଵାମୀ । ପଦ୍ମ ସହିତ ଏତେ ଦେବଦେବୀଙ୍କର ସମ୍ପର୍କ ଓ ପ୍ରିୟତା ଥିଲେ ମଧ୍ୟ, ହିମ ଦାଉରୁ କେହି ପଦ୍ମକୁ ରକ୍ଷା କରିପାରନ୍ତି ନାହିଁ । ଶୀତଋତୁର କାକର ପଦ୍ମବନକୁ ପୋଡ଼ି ନଷ୍ଟ କରିଦେଇଥାଏ । ପଦ୍ମ ଭାଗ୍ୟରେ ଯାହା ଥୁଲା, ତାହା ସେ ଭୋଗ କରିଥାଏ । ପୁନଶ୍ଚ କବି ଆହୁରି କହିଛନ୍ତି, ସମ୍ପଦ ବା ସୁଖ ସମୟରେ ସମସ୍ତେ ଆସି ପ୍ରିୟଭାବ ପ୍ରକାଶ କରିଥାନ୍ତି, ମାତ୍ର ଦୁଃଖ ବା ବିପଦ ସମୟରେ କେହି ଦେଖା ଦିଅନ୍ତି ନାହିଁ । ବରଂ ବିପଦ ପଡ଼ିଥିବା ଲୋକପ୍ରତି ସେମାନେ ବିମୁଖ ଭାବ ପ୍ରକାଶ କରିଥାନ୍ତି ।

ସୁଖ ସମୟରେ ବା ଆନନ୍ଦ କାଳରେ ଯାହା ସୁଖର ଭାବକୁ ଦ୍ବିଗୁଣିତ କରୁଥାଏ, ଦୁଃଖ ସମୟରେ ତାହା ସେଭଳି ଭାବ ପ୍ରକାଶ କରିନଥାଏ । ବରଂ ସେହି ସୁଖକାରକ ଦ୍ରବ୍ୟ ଦୁଃଖର ମାତ୍ରାକୁ ବଢ଼ାଇ ଦେଇଥାଏ । ଏହାକୁ ବୁଝାଇବାକୁ ଯାଇ କବି ଉଦାହରଣ ଦେଇ କହିଛନ୍ତି – କର୍ପୂର ଚନ୍ଦନ ହେଉଛି ଶରୀର ପାଇଁ ଶୀତଳକାରକ । ମିଳନ ସମୟରେ ଏହା ଶରୀରକୁ ସୁଖ ଦେଇଥାଏ । କିନ୍ତୁ ବିଯୋଗ ସମୟରେ ଶୀତଳକାରକ କର୍ପୂର ଚନ୍ଦନ ବିରହୀ ପ୍ରାଣକୁ ଶୀତଳ ନକରି ଅଗ୍ନିଭଳି ଦହନ କରିଥାଏ । ଦ୍ଵିତୀୟ ଉଦାହରଣ ଦେଇ କବି କହିଛନ୍ତି ଚନ୍ଦ୍ର ସଦାସର୍ବଦା ଶୀତଳ ଆଲୋକ ପ୍ରଦାନ କରିଥାଏ । ମାତ୍ର ବିରହୀ ପାଇଁ ସେହି ଚନ୍ଦ୍ର କିରଣ ବିଷତୁଲ୍ୟ ଜ୍ଵାଳା ଦେଇଥାଏ । ପୁନଶ୍ଚ ମଳୟ ପବନ ବିଗ୍ରହ କାଳରେ ଆନନ୍ଦଦାୟକ ନହୋଇ ବିପରୀତ ବୋଧ ହୋଇଥାଏ ; ଅର୍ଥାତ୍ ବିଷଭଳି ମନେ ହୋଇଥାଏ ।

ଅନେକ କ୍ଷେତ୍ରରେ ପ୍ରୀତିପାଇଁ ଜୀବନ ଦେବାକୁ ମଧ୍ୟ ହୋଇଥାଏ । ତାହାକୁ ବୁଝାଇବାକୁ ଯାଇ କବି କ୍ଷୀର ନୀର ପ୍ରୀତି କଥା ଉଲ୍ଲେଖ କରିଛନ୍ତି । କ୍ଷୀର ଓ ନୀର ସହଜରେ ମିଶି ଯାଇଥାନ୍ତି । ସେମାନଙ୍କ ମଧ୍ୟରେ ସେହିଭଳି ସ୍ଵଭାବ ରହିଥାଏ । ସେମାନଙ୍କ ମଧ୍ୟରେ ସମାନ ଧର୍ମ ରହିଥିଲେ ହେଁ କ୍ଷୀର ସିଝିବା ସମୟରେ ଜଳର ମୃତ୍ୟୁ ହୋଇଥାଏ । ଜଳ ମିତ୍ର କ୍ଷୀର ପାଇଁ ପ୍ରାଣତ୍ୟାଗ କରିଥାଏ । ଅନେକ ସମୟରେ ଦେଖାଯାଇଥାଏ ଯେ, ନିଜରକ୍ଷଣ ଅସମ୍ଭାଳ ହୋଇଥାଏ । ସେହି ସମୟରେ ସେ ଅନ୍ୟକୁ ରକ୍ଷାକରିବା ପାଇଁ ସମର୍ଥ ହୋଇନଥାଏ । ଯେପରି ବ୍ରହ୍ମା, ବିଷ୍ଣୁ, ସୂର୍ଯ୍ୟ ଏତେ ଶକ୍ତିଶାଳୀ ହୋଇ ମଧ୍ୟ ଶୀତରେ ବିଚଳିତ ହୋଇଥା’ନ୍ତି । ସେମାନେ ଅନ୍ୟକୁ ରକ୍ଷା କରିବା ସମ୍ଭବ ହୋଇନଥାଏ । କୋଟି ବ୍ରହ୍ମାଣ୍ଡର ନାଥ, ଜଗତର ପାଳନକର୍ତ୍ତା, ଯେକି ସଦାସର୍ବଦା ହସ୍ତରେ ଶଙ୍ଖ ଓ ଚକ୍ର ଧରିଥା’ନ୍ତି, ସେ ମଧ୍ଯ ଶୀତରୁ ରକ୍ଷା ପାଇବାପାଇଁ ଚେଷ୍ଟା କରିଥା’ନ୍ତି ।

CHSE Odisha Class 11 Odia Solutions Chapter 7 ହିମକାଳ

ପଦ୍ମଲୋଚନା ଲକ୍ଷ୍ମୀକୁ କୋଳରେ ଧରି ବିଭିନ୍ନ ବସ୍ତ୍ର ଘୋଡ଼ାଇ ହୋଇ ଶୀତ ପ୍ରକୋପରୁ ମୁକ୍ତି ପାଇଥା’ନ୍ତି । ପୁନଶ୍ଚ ଶୀତ ପ୍ରଭାବରୁ ରକ୍ଷା ପାଇବାପାଇଁ ସୂର୍ଯ୍ୟ କିଛି ତେଜ ନେଇ ଦକ୍ଷିଣ ଦିଗକୁ ଗତି କରିଛନ୍ତି । ଅଗ୍ନି ଶୀତକୁ ଭୟକରି, ବିଭିନ୍ନ ଗୃହରେ ନିଜର କାନ୍ତି ପ୍ରକାଶ କରିଛି । ସେହି ଅଗ୍ନିକୁ ସେବାକରି ବା ନିଆଁ ପୁଆଁଇ ଶୀତ କଷ୍ଟରୁ ରକ୍ଷାପାଇବା ପାଇଁ ଲୋକମାନେ ଚେଷ୍ଟା ଶୀତ ଋତୁରେ, ଅଧିକ ଥଣ୍ଡା ଅନୁଭୂତ ହେବାରୁ ଲୋକେ ଯୋଡ଼ହସ୍ତ ହୋଇ ଶୀତରୁ ରକ୍ଷା ପାଇବାପାଇଁ ଚେଷ୍ଟା କରିଛନ୍ତି । ସେହି ଶୀତର ପ୍ରକୋପ ଯୋଗୁ କେହି କେହି ଛାତିରେ ଦୁଇହାତ ଛନ୍ଦିଛନ୍ତି । ସେଭଳି କରି ଶୀତ ପ୍ରଭାବରୁ ନିଜକୁ ଯାଇଛନ୍ତି । ସେମାନଙ୍କ ଶରୀର ନଇଁ ପଡ଼ିଲାପରି ହୋଇଛି । ବିକଳରେ ସେମାନେ ନିଆଁରେ ସେକି ହେବାକୁ ଇଚ୍ଛା କରିଛନ୍ତି । ଶୀତର ପ୍ରକୋପ ଓ ମାତ୍ରା ସମ୍ପର୍କରେ କଥୋପକଥନ ହୋଇଛନ୍ତି । ଶୀତକୁ ସେମାନେ ଗାଳି ଦେଇଛନ୍ତି ।

ଏହି କଷ୍ଟଦାୟକ କବିତାର ଶେଷ ପର୍ଯ୍ୟାୟରେ ଦୀନକୃଷ୍ଣ ନିଜର ଭକ୍ତିଭାବକୁ ପରିପ୍ରକାଶ କରିଛନ୍ତି । କାରଣ ସେ ଥିଲେ ପ୍ରଥମେ ଭକ୍ତ ଓ ପରେ କବି । ଶ୍ରୀକୃଷ୍ଣଙ୍କଠାରେ ନିଜକୁ ସେ ସଂପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଛନ୍ତି । ସେ ତାଙ୍କର କାବ୍ୟ ସାଧନାରେ ଗତିକରି ଅବଶେଷରେ, ନିଜକୁ ସେହି ପ୍ରିୟତମ ଓ ଗତିମୁକ୍ତିଦାତାଙ୍କ ପାଖରେ ଉତ୍ସର୍ଗକରି ଗଭୀର ଆନନ୍ଦ ଲାଭ କରିଛନ୍ତି । କବିଙ୍କ ମତରେ ଏହି କ୍ଷଣଭଙ୍ଗୁର ସଂସାରରେ କିଛି ସ୍ଥାୟୀ ନୁହେଁ । ସବୁକିଛି ଅନିତ୍ୟ । କେବଳ କୃଷ୍ଣକଥା ଓ କୃଷ୍ଣ ନାମହିଁ ଏକମାତ୍ର ସାର ବୋଲି ସେ ଉଲ୍ଲେଖ କରିଛନ୍ତି । କାରଣ କୃଷ୍ଣ କଥାହିଁ ସଂସାରର ସମସ୍ତ ଦୁଃଖକୁ ବିନାଶ କରିପାରେ ।

ଭାବ ପ୍ରକାଶ କରିଛନ୍ତି । କୃଷ୍ଣଙ୍କ ପାଇଁ ଯେଉଁ କାର୍ଯ୍ୟ କରିବା କଥା, ସେହି କାର୍ଯ୍ୟରେ କେବେ ହେଲେ ହେଳା କରିବ ନାହିଁ । ବରଂ ସେହି କାର୍ଯ୍ୟ କରିବାପାଇଁ ସର୍ବଦା ତତ୍‌ପର ହୋଇ ରହିବ । କୃଷ୍ଣଙ୍କ ପାଇଁ ଯାହା ରୁଚିର, ସେଭଳି ଦ୍ରବ୍ୟ ସଜାଡ଼ି ରଖିବ ଓ କୃଷ୍ଣଙ୍କ ଗୀତ ଶ୍ରଦ୍ଧାରେ ଗାନ କରିବ । ଏହା କରିବାଦ୍ଵାରା କୃଷ୍ଣ ତୁମ ଉପରେ ନିଶ୍ଚୟ ସନ୍ତୁଷ୍ଟ ହେବେ ବୋଲି କବି କହିଛନ୍ତି । ଶେଷରେ ତାଙ୍କ ପ୍ରତି ପ୍ରସନ୍ନ ଭାବ ରଖିବାପାଇଁ ସେ ପଣ୍ଡିତମାନଙ୍କ ନିକଟରେ ଗୁହାରି କରିଛନ୍ତି ।

(ଗ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 11 Odia Solutions Chapter 7 Img 3

CHSE Odisha Class 11 Odia Solutions Chapter 8 ମିତ୍ରତା

Odisha State Board CHSE Odisha Class 11 Odia Solutions Chapter 8 ମିତ୍ରତା Textbook Exercise Questions and Answers.

CHSE Odisha Class 11 Odia Chapter 8 ମିତ୍ରତା Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ‘ବିଭାବସୁ ବଂଶେ ଜାତ ଆମ୍ଭର’ – ବିଭାବସୁ ଶବ୍ଦର ଅର୍ଥ କ’ଣ ? (ସୂର୍ଯ୍ୟ, ଚନ୍ଦ୍ର, ସୋମ, ନାଗ)
Solution:
ସୂର୍ଯ୍ୟ ।

(ଖ) ସୁଗ୍ରୀବ କେଉଁ ଦେଶର ରାଜା ଥିଲେ ? (ଅଯୋଧ୍ୟା, କିଷ୍କିନ୍ଧ୍ୟା, ହସ୍ତିନା, ଲଙ୍କା)
Solution:
କିଷ୍କିନ୍ଧ୍ୟା ।

(ଗ) ରାମ ଓ ସୁଗ୍ରୀବ କ’ଣ ଖାଇ ବଞ୍ଚିଲେ ? (ଫଳମୂଳ, ଭାତଡ଼ାଲି, ରୁଟି-ତରକାରୀ, ପଣା-ପାଣି)
Solution:
ଫଳମୂଳ ।

(ଘ) ‘ବାଧା ମାତା ଭ୍ରାତାରେ ଉପୁଜିଛି – କହିଲେ କାହାକୁ ବୁଝାଏ ? (ଲକ୍ଷ୍ମଣ, ବାଳୀ, ହନୁମାନ, ଭରତ)
Solution:
ବାଳୀ ।

(ଙ) ରାମ ଓ ସୁଗ୍ରୀବଙ୍କର କାହାକୁ ସାଧ ପାଇଁ ଇଚ୍ଛା ? (ପାପ, ବୈରି, ପୁଣ୍ୟ, ଧର୍ମ)
Solution:
ବୈରି ।

(ଚ) ସୁଗ୍ରୀବ ବାଳୀ ଡରରେ କେଉଁଠି ଲୁଚିଥିଲେ ? (ବନ, ଗୃହ, ଗିରି, ପ୍ରାସାଦ)
Solution:
ଗିରି ।

(ଛ) ସିଂହ ହାତୀକୁ ମାରିଲେ ମଧ୍ୟ କାହାକୁ ଡରେ ? (ବ୍ୟାଘ୍ର, କୁକୁର, ଶରଭ, ଶୁକର)
Solution:
ଶରଭ ।

(ଜି) କିଏ ଜନ୍ମହେବା ମାତ୍ରେ ବାଳସୂର୍ଯ୍ୟଙ୍କୁ ଡେଇଁ ଧରିଥିଲା ? (ହନୁମାନ, ବାଳୀ, ଅଙ୍ଗଦ, ସୁଗ୍ରୀବ)
Solution:
ହନୁମାନ ।

(ଝ) ରାମ ଓ ସୁଗ୍ରୀବ କାହାକୁ ସାକ୍ଷୀରଖୁ ମିତ୍ର ହେଲେ ? (ଲକ୍ଷ୍ମଣ, ହନୁମାନ, ବହ୍ନି, ପର୍ବତ)
Solution:
ବହ୍ନି ।

CHSE Odisha Class 11 Odia Solutions Chapter 8 ମିତ୍ରତା

(ଞ) ଦୁନ୍ଦୁଭି ଅସ୍ଥିକୁ ରାମଚନ୍ଦ୍ର କିପରି ଫିଙ୍ଗିଦେଲେ ? (ହାତରେ, ବାମପାଦର ବୃଦ୍ଧାଙ୍ଗୁଳିରେ, ଶରରେ, ଧନୁହଳରେ)
Solution:
ବାମପାଦର ବୃଦ୍ଧାଙ୍ଗୁଳିରେ ।

(ଟ) ବଜ୍ରଠାରୁ କାହାର ଆଣ୍ଠୁ ଅଧ‌ିକ ? (ସପ୍ତଶାଳା, ଲକ୍ଷ୍ମଣର ଶର, ରାମଙ୍କ ବାଣ, ବାଳୀର ଶକ୍ତି)
Solution:
ସପ୍ତଶାଳା ।

(୦) ବିରାଧାରି କିଏ ? (ରାମ, ଲକ୍ଷ୍ମଣ, ସୁଗ୍ରୀବ, ବାଳୀ)
Solution:
ରାମ

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନ ମୂଲ୍ୟ –

(କ) ‘ମିତ୍ରତା’ କବିତାର କବି କିଏ ?
Solution:
‘ମିତ୍ରତା’ କବିତାର କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ।

(ଖ) ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମସ୍ଥାନ କେଉଁଠି ?
Solution:
ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମସ୍ଥାନ ଗଞ୍ଜ।ମାତ୍ର ଶୁମ୍ନସର |

(ଘ) ‘ରାମ ସୁଗ୍ରୀବ ମିତ୍ରତା’ କେଉଁ କାବ୍ୟର ଅଂଶବିଶେଷ ?
Solution:
‘ରାମ ସୁଗ୍ରୀବ ମିତ୍ରତା’ ‘ବୈଦେହୀଶ ବିଳାସ’ କାବ୍ୟର ଅଂଶବିଶେଷ ।

(ଙ) କେଉଁ ବେନିଜନଙ୍କର ଏକ ଦଶା ପଡ଼ିଥିଲା ?
Solution:
ରାମ ଓ ସୁଗ୍ରୀବ ବେନିଜନଙ୍କର ଏକ ଦଶା ପଡ଼ିଥିଲା ।

(ଚ) ସୂର୍ଯ୍ୟଙ୍କ ପୁତ୍ର କିଏ ?
Solution:
ସୂର୍ଯ୍ୟଙ୍କ ପୁତ୍ର ସୁଗ୍ରୀବ ।

(ଚ୍ଛ) ‘ପର ଧରଷଣେ’ ଶବ୍ଦର ଅର୍ଥ କ’ଣ ?
Solution:
‘ପର ଧରଷଣେ’ ଶବ୍ଦର ଅର୍ଥ ଅନ୍ୟଦ୍ଵାରା ଦୁଃଖ ପାଇବା ।

(ଖ) କାହା ପାଇଁ ସୁଗ୍ରୀବଙ୍କ ଜୀବନରେ ବାଧା ଉପୁଜିଥିଲା ?
Solution:
ଭ୍ରାତା ବାଳୀ ପାଇଁ ସୁଗ୍ରୀବଙ୍କ ଜୀବନରେ ବାଧା ଉପୁଜିଥିଲା ।

(ଟ) ରାମଚନ୍ଦ୍ର ଓ ସୁଗ୍ରୀବଙ୍କର କାହାକୁ ବିନାଶ କରିବାର ଇଚ୍ଛା ଅଛି ?
Solution:
ରାମଚନ୍ଦ୍ର ଓ ସୁଗ୍ରୀବଙ୍କର ବୈରି ବିନାଶ କରିବାର ଇଚ୍ଛା ଅଛି ।

(୦) ରାମ ଓ ସୁଗ୍ରୀବ କାହିଁକି ମିତ୍ର ହେଲେ ?
Solution:
ରାମ ଓ ସୁଗ୍ରୀବ ସମଦଶାପନ୍ନ ହୋଇଥ‌ିବାରୁ ମିତ୍ର ହେଲେ ।

(ତ) ପଶୁରାଜ ସିଂହ ଅତି ବଳଶାଳୀ ହେଲେ ମଧ୍ୟ କାହାକୁ ଡରୁଥାଏ ?
Solution:
ପଶୁରାଜ ସିଂହ ଅତି ବଳଶାଳୀ ହେଲେ ମଧ୍ୟ ଶରଭକୁ ଡରୁଥାଏ ।

(ଢ) ରାମ ଉତ୍ସାହରେ କ’ଣ କହିଲେ ?
Solution:
ରାମ ଉତ୍ସାହରେ ଗୋଟିଏ ବାଣରେ ବାଳୀକୁ ବିନ୍ଧି ପକାଇବେ ବୋଲି କହିଲେ ।

(ଣ) ସୁଗ୍ରୀବ ସୀତା କେଉଁ ଲୋକରେ ଥିଲେ ମଧ୍ୟ ଖୋଜାଇ ଆଣିବେ ବୋଲି କହିଛନ୍ତି ?
Solution:
ସୁଗ୍ରୀବ ସୀତା ବ୍ରହ୍ମଲୋକରେ ଥିଲେ ମଧ୍ୟ ଖୋଜାଇ ଆଣିବେ ବୋଲି କହିଛନ୍ତି ।

(ତ) କିଏ ଜନ୍ମ ହେବାମାତ୍ରେ ବାଳସୂର୍ଯ୍ୟଙ୍କୁ ଡେଇଁ ଧରିଛି ?
Solution:
ହନୁମାନ ଜନ୍ମ ହେବାମାତ୍ରେ ବାଳସୂର୍ଯ୍ୟଙ୍କୁ ଡେଇଁ ଧରିଛି ।

(ଥ) ରାମ ଓ ସୁଗ୍ରୀବ କିପରି ମିତ୍ର ହେଲେ ?
Solution:
ରାମ ଓ ସୁଗ୍ରୀବ ସମଦଶାପନ୍ନ ଥ‌ିବାରୁ, ସେମାନେ ବହ୍ନିକୁ ସାକ୍ଷୀ ରଖ୍ ମିତ୍ର ହେଲେ ।

(ଦ) ରାମଚନ୍ଦ୍ର ସୁଗ୍ରୀବକୁ କାହାକୁ ଦେଖାଅ ବୋଲି କହିଛନ୍ତି ?
Solution:
ରାମଚନ୍ଦ୍ର ସୁଗ୍ରୀବକୁ ଶତ୍ରୁକୁ ଦେଖାଅ ବୋଲି କହିଛନ୍ତି ।

(ଧ) ସୁଗ୍ରୀବ ରାମଚନ୍ଦ୍ରଙ୍କୁ ବାଳୀକୁ ବଧ କରିବାକୁ ହେଲେ କାହାର ଅସ୍ଥି ଟେକିବାକୁ କହିଛନ୍ତି ?
Solution:
ସୁଗ୍ରୀବ ରାମଚନ୍ଦ୍ରଙ୍କୁ ବାଳୀକୁ ବଧ କରିବାକୁ ହେଲେ ଦୁନ୍ଦୁଭିର ଅସ୍ଥି ଟେକିବାକୁ କହିଛନ୍ତି ।

(ନ) ରାମଚନ୍ଦ୍ର ତାଙ୍କର କେଉଁ ପାଦ ଆଙ୍ଗୁଳିରେ ଦୁନ୍ଦୁଭି ଅସ୍ଥିକୁ ଟେକି ଫୋପାଡ଼ିଦେଲେ ?
Solution:
ରାମଚନ୍ଦ୍ର ତାଙ୍କର ଚାମ ପାଦ ତୃଦ୍ଧାଲୁଲିରେ ଦୁନ୍ଦୁଭି ଅସ୍ଥିକୁ ଟେକି ଫୋପାଡ଼ିଦେଲେ |

(ପ) ଦୁନ୍ଦୁଭି ଅସ୍ଥି ପଡ଼ିବାର ଶବ୍ଦ ଶୁଣି କିଷ୍କିନ୍ଧ୍ୟାର ଲୋକମାନେ କ’ଣ ଭାବିଲେ ?
Solution:
ଦୁନ୍ଦୁଭି ଅସ୍ଥି ପଡ଼ିବାର ଶବ୍ଦ ଶୁଣି କିଷ୍କିନ୍ଧ୍ୟାର ଲୋକମାନେ ଭାବିଲେ ବଜ୍ରାଘାତରେ ମୈନାକ ପର୍ବତ ଦୂରରେ ପଡ଼ିଲା ।

(ଫ) ‘ବିରାଧାରି’ ଶବ୍ଦର ଅର୍ଥ କ’ଣ ?
Solution:
‘ବିରାଧାରି’ ଶବ୍ଦର ଅର୍ଥ ବିରାଧ ରାକ୍ଷସର ଶତ୍ରୁ ।

Question 3.
ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନାପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।

(କ) ସୁଗ୍ରୀବ କାହିଁକି ବାଳୀକୁ ଡରୁଥିଲେ ?
Solution:
‘ମିତ୍ରତା’ କବିତାରେ କବି ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ବାଳୀ ସୁଗ୍ରୀବକୁ ମାରିଦେବା ପାଇଁ ସବୁବେଳେ ଖୋଜୁଥ‌ିବାରୁ, ସୁଗ୍ରୀବ ବାଳୀକୁ ଡରୁଥିଲେ ।

(ଖ) ହନୁମାନ କାହିଁକି ସୂର୍ଯ୍ୟଙ୍କୁ ଧରିଥିଲେ ?
Solution:
‘ମିତ୍ରତା’ କବିତାରେ କବି ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ହନୁମାନ ଜନ୍ମ ସମୟରେ ସୂର୍ଯ୍ୟଙ୍କୁ ଖାଇବା ନିମନ୍ତେ ଡେଇଁ କରି ଧରି ପକାଇଥିଲେ ।

CHSE Odisha Class 11 Odia Solutions Chapter 8 ମିତ୍ରତା

(ଗ) ଦୁନ୍ଦୁଭି କିଏ ?
Solution:
‘ମିତ୍ରତା’ କବିତାରେ କବି ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ପୁରାଣରେ ବର୍ଣ୍ଣିତ ଅସୁର ଦୁନ୍ଦୁଭି ବାଳୀକୁ ଯୁଦ୍ଧ ପାଇଁ ଆହ୍ଵାନ ଦେଇଥିଲେ ମଧ୍ୟ ବାଳୀ ଭୟରେ ପାତାଳକୁ ପଳାଇଥିଲା, ମାତ୍ର ବାଳୀ ତାକୁ ଅନୁସରଣ କରି ପାତାଳ ପୁରରେ ବଧ କରିଥିଲା ।

(ଘ) ଇନ୍ଦ୍ର ମୈନାକ ଉପରେ ବଜ୍ରାଘାତ କରିଥିଲେ କାହିଁକି ?
Solution:
‘ମିତ୍ରତା’ କବିତାରେ କବି ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ମୈନାକ ପର୍ବତର ପକ୍ଷ ଥିଲା ଏବଂ ସେ ଉଡ଼ିଯାଇ ବିଭିନ୍ନ ସ୍ଥାନରେ ପଡ଼ୁଥ‌ିବାରୁ ଅନେକ ଜନପଦ ନଷ୍ଟ ହୋଇଯାଉଥିଲା । ପ୍ରଜାଙ୍କ ବିକଳ ଶୁଣି ଇନ୍ଦ୍ର ବଜ୍ରପାତ କରି ତା’ର ପକ୍ଷଛେଦନ କରିଥିଲେ ।

(ଶ‍) ଦୁନ୍ଦୁଭି ଅସ୍ଥି ହାଲୁକା ହୋଇଯାଇଛି ବୋଲି ସୁଗ୍ରୀବ କାହିଁକି ଭାବିଲା ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସୂର୍ଯ୍ୟକିରଣ ପଡ଼ି ଦୁନ୍ଦୁଭି ଅସ୍ଥି ହାଲୁକା ହୋଇଯାଇଛି ବୋଲି ସୁଗ୍ରୀବ ଭାବିଲା ।

(ଚ) ସପ୍ତଶାଳା କ’ଣ ?
Solution:
ଏବଂ ସେହି ସପ୍ତଶାଳାକୁ ଯିଏ ଗୋଟିଏ ବାଣରେ ବିନ୍ଧି ପାରିବ ସେ ବାଳୀକୁ ମାରିପାରିବ । ସୁତରାଂ ସପ୍ତଶାଳା ନାଦା ପଦ୍ୟର ଏକ ମାନଦଣ୍ଡ |

(ଛ) ରଘୁବୀର କିଏ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ରଘୁବଂଶରେ ରାମଚନ୍ଦ୍ରଙ୍କର ଜନ୍ମ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ରଘୁବୀର ବୋଲି କୁହାଯାଇଛି ।

(ଜ) ବିଭାବସୁ ବଂଶ କହିଲେ କ’ଣ ବୁଝ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ବିଭାବସୁ ଅର୍ଥ ସୂର୍ଯ୍ୟ । ରାମଚନ୍ଦ୍ର ସୂର୍ଯ୍ୟବଂଶରେ ଜାତ ହୋଇଥିବାରୁ, ତାଙ୍କ ବଂଶକୁ ବିଭାବସୁ ବଂଶ ବୋଲି କୁହାଯାଇଛି ।

(ଝ) କିଏ ପିଲାବେଳେ ସୂର୍ଯ୍ୟଙ୍କୁ ଧରିଥିଲା ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ହନୁମାନ ପିଲାବେଳେ ସୂର୍ଯ୍ୟଙ୍କୁ ଧରିଥିଲା ।

(ଞ) ଶ୍ରୀରାମ ସୁଗ୍ରୀବ କିପରି ମିତ୍ର ହେଲେ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ଶ୍ରୀରାମ ଓ ସୁଗ୍ରୀବ ବନରେ ହେଲେ ।

(ଟ) ବିଧେରେ କିଏ ବିଭାବସୁଙ୍କ ପୁତ୍ର ଅଟନ୍ତି ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ବିଧ୍ୟରେ ସୁଗ୍ରୀବ ବିଭାବସୁଙ୍କ ପୁତ୍ର ଅନ୍ତପ୍ର!ରଣ କରି ପାତାଳ ମଧ କରିଥିଲା |

(୦) କେଉଁମାନଙ୍କ ପ୍ରବୋଧନାରେ ରାମ ଓ ସୁଗ୍ରୀବ କାଳଯାପନ କରୁଥିଲେ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସାନଭାଇ ଲକ୍ଷ୍ମଣଙ୍କ ପ୍ରବୋଧନାରେ ରାମ ଓ ମନ୍ତ୍ରୀଙ୍କ ପ୍ରବୋଧନାରେ ସୁଗ୍ରୀବ କାଳଯାପନ କରୁଥିଲେ ।

(ତ‍) ‘ବାଧା ମାତା ଭ୍ରାତାରେ ଉପୁଜିଛି? – ର ଅର୍ଥ କ’ଣ ?
Solution:
ରାମଚନ୍ଦ୍ର ଓ ଭ୍ରାତା ବାଳୀ ବାଧାରେ ସୁଗ୍ରୀବ ରାଜା ହେବାରେ ବାଧା ଉପୁଜାଇଛନ୍ତି ବୋଲି, ଏଠାରେ କୁହାଯାଇଛି ।

(ଣ) ସୁଗ୍ରୀବ ପର୍ବତରେ କାହିଁକି ଲୁଚିଥିଲେ ?
Solution:
‘ମିତ୍ରତା’ କବିତାରେ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସୁଗ୍ରୀବ ବାଳୀ ଡରରେ ପର୍ବତରେ ଲୁଚିଥିଲେ ।

(ତ) ସୁଗ୍ରୀବ ବିନୟର ସହିତ କ’ଣ କହିଲେ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସୁଗ୍ରୀବ ବିନୟର ସହିତ କହିଲେ, ଯଦି ବାଳୀକୁ ବଧ କରିବାକୁ ଇଚ୍ଛା ଅଛି, ତା’ହେଲେ ଦୁନ୍ଦୁଭି ଅସ୍ଥି ଟେକି ନିଜ ଶକ୍ତିର ପରୀକ୍ଷା ଦିଅ ।

(ଥ) ବିଧାତା ସପ୍ତଶାଳା ବୃକ୍ଷରେ ବାଳୀର ଅଧେ ବଳ କାହିଁକି ରଖୁଥିଲେ ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ବାଳୀର ପାଦପାତରେ ପୃଥ‌ିବୀର ଭାରା ଦୁର୍ବିସହ ହେବାରୁ, ବିଧାତା ତୁଳାଦଣ୍ଡରେ ଜିନିଷକୁ ସମାନ ଭାଗରେ ରଖୁଲା ପରି, ସପ୍ତଶାଳା ବୃକ୍ଷରେ ବାଳୀର ଅଧେ ବଳ ରଖୁଥିଲେ ।

Question 4.
ପ୍ରାୟ ତିରିଶଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ।

(କ) ‘ବେନିଜନେ ପଡ଼ିଛି ଏକ ଦଶା’– କାହା ପ୍ରସଙ୍ଗରେ ଓ କାହିଁକି କୁହାଯାଇଛି ?
Solution:
‘ମିତ୍ରତା’ କବିତାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ‘ବେନିଜନେ ପଡ଼ିଛି ଏକଦଶ’– ଏହା ଶ୍ରୀରାମ ଓ ସୁଗ୍ରୀବଙ୍କ ଉଦ୍ଦେଶ୍ୟରେ କୁହାଯାଇଛି । କାରଣ ଉଭୟେ ବନରେ ବୁଲିବା ସମୟରେ ହେଲେ |

(ଖ) ରାମ ଓ ସୁଗ୍ରୀବ କାହିଁକି ମିତ୍ର ହେବା ଉଚିତ ?
Solution:
‘ମିତ୍ରତା’ କବିତାରେ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ପତ୍ନୀ ବିରହରେ ରାମଚନ୍ଦ୍ର ଓ ପୁତ୍ର । ସେହିପରି ରାମ ଅଯୋଧ୍ୟାରେ ରାଜା ହେବାରୁ ଓ ସୁଗ୍ରୀବ କିଷ୍କିନ୍ଧ୍ୟାର ରାଜା ହେବାରୁ ବଞ୍ଚିତ ହୋଇ ବନର ଫଳମୂଳ ଖାଇ ବଞ୍ଚୁଛନ୍ତି । ସୁତରାଂ ରାମ ଓ ସୁଗ୍ରୀବ ମିତ୍ର ହେବା ଉଚିତ ।

(ଗ) ରାମଚନ୍ଦ୍ରଙ୍କ ବୀରତ୍ଵର ପରୀକ୍ଷା ସୁଗ୍ରୀବ କିପରି ନେଲେ ?
Solution:
ପାଇଁ କହିବାରୁ ସୁଗ୍ରୀବ, ରାମଚନ୍ଦ୍ରଙ୍କ ଶକ୍ତିର ପରୀକ୍ଷା ନେଇଥିଲେ । ପ୍ରଥମେ ପର୍ବତ ପ୍ରାୟ ରୁଣ୍ଡ ହୋଇଥିବା ସପ୍ତଶାଳାକୁ ଗୋଟିଏ ବାଣରେ ଛେଦି ଦେଇଥିଲେ ।

(ଘ) ରାମଚନ୍ଦ୍ର ଦୁନ୍ଦୁଭି ଅସ୍ଥିକୁ ସହଜରେ ଫିଙ୍ଗି ଦେବାରୁ ସୁଗ୍ରୀବ ମନରେ କି ସନ୍ଦେହ ଜାତ ହେଲା ?
Solution:
‘ମିତ୍ରତା’ କବିତାରେ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ରାମଚନ୍ଦ୍ର ଦୁନ୍ଦୁଭି ଅସ୍ଥିକୁ ସହଜରେ ଫିଙ୍ଗି ଦେବାରୁ ସୁଗ୍ରୀବଙ୍କ ମନରେ ସନ୍ଦେହ ହୋଇଥିଲା । ସେ ଭାବିଥିଲେ, ଦୁନ୍ଦୁଭିର ମାଂସ ପଚି ନଷ୍ଟ ହୋଇଯାଇଛି ଏବଂ ସୂର୍ଯ୍ୟ କିରଣରେ ତା’ର ଅସ୍ଥି ଶୁଷ୍କ ହୋଇଯାଇଛି, ତେଣୁ ରାମଚନ୍ଦ୍ର

(ଙ) ସପ୍ତଶାଳା ବୃକ୍ଷର ମାହାତ୍ମ୍ୟ ବର୍ଣ୍ଣନା କର ।
Solution:
‘ମିତ୍ରତା’ କବିତାରେ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସପ୍ତଶାଳା ଥିଲା ବଜ୍ରଠାରୁ କରି ଜିନିଷ ରଖୁଲା ପରି ବାଳୀର ଅଧେ ବଳକୁ ସପ୍ତଶାଳାରେ ରଖିଥିଲେ । ଗୋଟିଏ ନାଗସାପ ସାତବାଙ୍କ ହୋଇ ଶୋଇଛି ଏବଂ ସେଥୁରେ ସାତଟି ଶାଳଗଛ ଠିଆ ହୋଇଛି । ଗୋଟିଏ ଶରରେ ଯେ ସାତଟି ଶାଳଗଛକୁ ବିନ୍ଧିପାରିବ, ସେ ବାଳୀ ସହ ଯୁଦ୍ଧ ପାଇଁ ସମର୍ଥ ହେବ ।

(ଚ) ସୁଗ୍ରୀବର କାହା ଉପରେ ଭରସା ଥିଲା, ଓ କାହିଁକି ?
Solution:
‘ମିତ୍ରତା’ କବିତାରେ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହା ଉଲ୍ଲେଖ କରିଛନ୍ତି । ସୁଗ୍ରୀବର ଶ୍ରୀରାମଙ୍କ ବଳ ଉପରେ ଭରସା ଥିଲା । କାରଣ ସୁଗ୍ରୀବଙ୍କ କହିବା ଅନୁସାରେ ରାମଚନ୍ଦ୍ର ନିଜ ଶକ୍ତିର ପରିଚୟ ଦେଇଥିଲେ । ଶ୍ରୀରାମ ବାଳୀକୁ ମାରିପାରିବେ ବୋଲି ଭରସା ହୋଇଥିଲା ।

ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :

Question 5.

(କ) ରାମ ଓ ସୁଗ୍ରୀବଙ୍କର ମିତ୍ରତା କିପରି ହେଲା, ତାହା ଉଲ୍ଲେଖ କର ।
Solution:
କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରୀତିଯୁଗର ଶ୍ରେଷ୍ଠ ଆଳଙ୍କାରିକ କବି । ସେ ବହୁ କାବ୍ୟ କବିତା ରଚନା କରି ମଧ୍ୟଯୁଗୀୟ ଓଡ଼ିଆ କାବ୍ଯସାହିତ୍ୟକୁ ସମୃଦ୍ଧ କରିଛନ୍ତି । ସେ ନାନାଶାସ୍ତ୍ର ଅଧ୍ୟୟନ କରି କାବ୍ୟ ସମୁଦ୍ରରେ ଅବଗାହନ କରିଥିଲେ । ‘ବୈଦେହୀଶ ବିଳାସ’ ତାଙ୍କ ପ୍ରତିଭାର ଏକ ସାର୍ଥକ ଦ୍ୟୋତନା । କଥାବସ୍ତୁ ବର୍ଣ୍ଣନାରେ ଏ କାବ୍ୟର ମୂଲ୍ୟ ଅନନ୍ୟ । ଏଥରେ ନୈଷଧୀୟ ପ୍ରଭାବ ଲକ୍ଷ୍ୟ କରାଯାଏ । ଆଲୋଚ୍ୟ କବିତା ‘ମିତ୍ରତା’ କବିଙ୍କର ‘ବ’ ଅନୁପ୍ରାସରେ ରଚନା କରାଯାଇଥିବା କାବ୍ୟ ‘ବୈଦେହୀଶ ବିଳାସ’ର ଅଂଶବିଶେଷ । ପବିତ୍ର ଗ୍ରନ୍ଥ ରାମାୟଣର କଥାବସ୍ତୁ ଉପରେ ଆଧାରିତ ଏ ପିତୃସତ୍ୟ ରକ୍ଷା କରିବାକୁ ଯାଇ, ରାମଚନ୍ଦ୍ର ଚଉଦ ବର୍ଷ ବନବାସ ଯାଇଛନ୍ତି । ସାଙ୍ଗରେ ଯାଇଛନ୍ତି ପ୍ରାଣସମା ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣ । ବନବାସ କାଳରେ ଲଙ୍କପତି ରାବଣ ସୀତାଙ୍କୁ ମାୟାକରି ଚୋରାଇ ନେଇଛି । ସୀତାଙ୍କ ସନ୍ଧାନରେ ଦୁହେଁ ମିତ୍ରତା ସୂତ୍ରରେ ହୋଇଛନ୍ତି ଆବଦ୍ଧ । ଅପହରଣ କରି ନେଇଛି । ରାମଚନ୍ଦ୍ର ସୂର୍ଯ୍ୟବଂଶର ଦାୟାଦ । ସୁଗ୍ରୀବ ସୂର୍ଯ୍ୟଙ୍କର ପୁତ୍ର ।

ରାମଚନ୍ଦ୍ର ଅଯୋଧ୍ୟା ରାଜପଦରୁ ବଞ୍ଚିତ ହେଲା ଭଳି ସୁଗ୍ରୀବ କିଷ୍କିନ୍ଧ୍ୟାର ରାଜା ହେବାର ସୌଭାଗ୍ୟ ପାଇନାହାନ୍ତି । ଉଭୟେ ବନଚାରୀ ଭାବରେ ବନର ଫଳମୂଳ ଭକ୍ଷଣ କରି ଜୀବନ ଅତିବାହିତ କରୁଛନ୍ତି । ରାମଚନ୍ଦ୍ର ଅନୁଜ ଲକ୍ଷ୍ମଣଙ୍କ ଆଶ୍ଵାସନାରେ ଦୁଃଖ ଲାଘବ କଲାଭଳି, ସୁଗ୍ରୀବ ମନ୍ତ୍ରୀଙ୍କର ଆଶ୍ଵାସନାରେ ଦୁଃଖ ଲାଘବ କରୁଛନ୍ତି । ରାମ ବିମାତା କୈକେୟୀଙ୍କ ପାଇଁ ଏବଂ ସୁଗ୍ରୀବ ବଡ଼ଭାଇ ବାଳୀଙ୍କ ପାଇଁ ବନବାସ କଷ୍ଟ ଭୋଗ କରୁଛନ୍ତି । ଉଭୟେ ଶତ୍ରୁ ସଂହାର ପାଇଁ ସଂକଳ୍ପବଦ୍ଧ ହୋଇ ମିତ୍ର ହେବାର ସଂକଳ୍ପ ସେନା ଲଗାଇ ସୀତା ବ୍ରହ୍ମଲୋକରେ ଥିଲେ ମଧ୍ୟ ଅକ୍ଳେଶରେ ଖୋଜି ଆଣିବାପାଇଁ ସ୍ବୀକାର କରିଛନ୍ତି । ଫଳରେ ଉଭୟେ ଉଭୟଙ୍କ ଦୁଃଖ ଅନୁଭବ କରି, ଅଗ୍ନିକୁ ସାକ୍ଷୀ ରଖ୍ ବନ୍ଧୁତ୍ଵ ସ୍ଥାପନ କରିଛନ୍ତି । କବି ଲେଖନୀରେ ରାମ ସୁଗ୍ରୀବଙ୍କ ମିତ୍ରତା ବର୍ଣ୍ଣନା ବେଶ୍ ହୃଦୟସ୍ପର୍ଶୀ ଓ ମନୋଜ୍ଞ ହୋଇପାରିଛି ।

(ଖ) ରାମଙ୍କୁ ବାଳୀ ସହ ଲଢ଼ିବା ପୂର୍ବରୁ ଯେଉଁ ଦୁଇଟି ଶକ୍ତି ପରୀକ୍ଷା ଦେବାକୁ ପଡ଼ିଥିଲା ତାହାର ବର୍ଣ୍ଣନା କର ।
Solution:
କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରୀତିଯୁଗର ଶ୍ରେଷ୍ଠ କବି । ‘ବ’ ଅନୁପ୍ରାସ ନିୟମରେ ସେ ରଚନା କରିଛନ୍ତି, ଅଂଶବିଶେଷ । ‘ରାମାୟଣ’ର ସୁନ୍ଦରାକାଣ୍ଡ କଥାବସ୍ତୁ ଉପରେ ଆଧାରିତ ରାମଚନ୍ଦ୍ର ଓ ସୁଗ୍ରୀବଙ୍କ ମିତ୍ରତା ସ୍ଥାପନ ଏହି କବିତାର ମୁଖ୍ୟ ପ୍ରସଙ୍ଗ । ଏଥିରେ ମଧ୍ୟ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ନିକଟରେ ଶକ୍ତି ପରୀକ୍ଷା ବିଷୟଟି ଅନ୍ୟତମ ଆକର୍ଷଣୀୟ କଥାବସ୍ତୁ । ପିତୃସତ୍ୟ ପାଳନ କରିବାକୁ ଯାଇ ଆଦର୍ଶ ପୁତ୍ର ରାମଚନ୍ଦ୍ର ଭାଇ ଓ ଭାର୍ଯ୍ୟାକୁ ନେଇ ଚଉଦ ବର୍ଷ ବନବାସ ଯାଇଛନ୍ତି । ମାୟାବୀ ରାବଣ, ମାୟାକରି ସୀତାଙ୍କୁ ଅପହରଣ କରିନେଇଛି । ରାମଚନ୍ଦ୍ର ସୀତାଙ୍କୁ ଅନ୍ଵେଷଣ କରି ବନରେ ଭ୍ରମଣ କରୁ କରୁ ସୁଗ୍ରୀବଙ୍କ ସହିତ ଭେଟ ହୋଇଛି । ଉଭୟେ କଥୋପକଥନ କରି, ସମଦଶାପନ୍ନ ବୋଲି ଅନୁଭବ କରିଛନ୍ତି ।

ଗୋଟିଏ ବାଣରେ ବିନାଶ କରିଦେବେ । ମାତ୍ର ସୁଗ୍ରୀବଙ୍କର ମିତ୍ର ରାମଙ୍କ କଥା ଉପରେ ଆସ୍ଥା ସ୍ଥାପନ କରି ପାରିନାହାଁନ୍ତି । ସେ ରାମଙ୍କ ନିକଟରେ ଶକ୍ତି ପରୀକ୍ଷା ପାଇଁ, ଦୁଇଟି ପ୍ରସଙ୍ଗ କହିଛନ୍ତି । ପ୍ରଥମ ପରୀକ୍ଷାଟି ହେଉଛି, ଦୁନ୍ଦୁଭି ରାକ୍ଷସର ଅସ୍ଥି ଉତ୍ତୋଳନ । ବାଳୀ ଦୁର୍ଦାନ୍ତ ରାକ୍ଷସ ଦୁନ୍ଦୁଭିକୁ ମାରି, ତା’ର ଅସ୍ଥିସମୂହକୁ ପର୍ବତପ୍ରାୟ ରୁଣ୍ଡ କରିଥିଲା । ସେହି ଅସ୍ଥିକୁ ଯିଏ ଫିଙ୍ଗିଦେଇ ପାରିବ ସେ ବାଳୀ ସହ ଯୁଦ୍ଧପାଇଁ ସମର୍ଥ ହେବ ବୋଲି ସୁଗ୍ରୀବ କହିଛନ୍ତି । ରାମ ବାମପାଦ ବୁଢ଼ା ଆଙ୍ଗୁଠିରେ ସେ ଅସ୍ଥିକୁ ଫିଙ୍ଗି ଦେଇଛନ୍ତି । ଯେପରି ହାତୀ ଶୁଣ୍ଢରେ ପଦ୍ମଫୁଲକୁ ତୋଳି ଆକାଶକୁ ଫିଙ୍ଗିଦିଏ, ରାମଚନ୍ଦ୍ର ଅତି ସହଜରେ ସେହି ଅସ୍ଥି ଗଦାକୁ ଫିଙ୍ଗି ଦେଇଛନ୍ତି । କିଷ୍କିନ୍ଧ୍ୟାବାସୀ ସେହି ଶବ୍ଦ ଶୁଣି ଭାବିଛନ୍ତି, ଇନ୍ଦ୍ରଙ୍କ ବଜ୍ରାଘାତରେ ମୈନାକ ପର୍ବତ ଦୂରରେ ପଡ଼ିଛି । ସୁଗ୍ରୀବ ଏହା ଦେଖ୍ ଚିନ୍ତାକରିଛି ଯେ ମାଂସ, ଚର୍ମ ଓ ରକ୍ତଦ୍ଵାରା ଦୁନ୍ଦୁଭି ବଡ଼ ଓଜନିଆ ହୋଇଥିଲା । ସୂର୍ଯ୍ୟ କିରଣରେ ଏଗୁଡ଼ିକ ପଡ଼ି ଶୁଖୁ ହାଲୁକା ହୋଇଯାଇଛି ତେଣୁ ସୁଗ୍ରୀବଙ୍କ ମନରେ ସନ୍ଦେହ ଆସିଛି ଏବଂ ସେ ରାମଙ୍କୁ ଦ୍ୱିତୀୟ ପରୀକ୍ଷାସ୍ଥଳୀକୁ ଘେନି ଯାଇଛନ୍ତି ।

ଦ୍ବିତୀୟ ପରୀକ୍ଷା ସପ୍ତଶାଳା ଛେଦନ । ବିଧାତା ବାଳୀ ବଳକୁ ସମାନ କରି ଅର୍ଦ୍ଧେକ ବଳକୁ ସପ୍ତଶାଳାରେ ରଖୁଥିଲେ । ଗୋଟିଏ ନାଗସାପ ସାତବାଙ୍କ ହୋଇ ଶୋଇଛି । ସେହି ସାତଟି ବାଙ୍କରେ ସାତଟି ଶାଳଗଛ ଠିଆ ହୋଇଛି । ଗୋଟିଏ ଶରରେ ଯେ ସାତୋଟି ଯାକ ଶାଳଗଛକୁ ବିନ୍ଧିପାରିବ, ସେ ବାଳି ସହ ଯୁଦ୍ଧ ପାଇଁ ସମର୍ଥ ହେବ । ରାମଚନ୍ଦ୍ର ପାଦରେ ସର୍ପର ଲାଙ୍ଗୁଳକୁ ଛୁଇଁ ଦେବାରୁ ସେ ସଳଖାଯାଇଛି ଏବଂ ରାମଚନ୍ଦ୍ର ଗୋଟିଏ ଶରରେ ସାତଟି ଶାଳଗଛକୁ ଛେଦନ କରିଛନ୍ତି । ଏହିପରି ରାମ ବାଳୀ ସହ ଯୁଦ୍ଧ କରିବା ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନକରି ସୁଗ୍ରୀବର ଆସ୍ଥାଭାଜନ ହୋଇଛନ୍ତି ।

CHSE Odisha Class 11 Odia Solutions Chapter 8 ମିତ୍ରତା

Question 6.
‘ମିତ୍ରତା’ କବିତାରୁ କବିଙ୍କର ଶବ୍ଦ ସଂଯୋଜନା ଓ ବର୍ଣ୍ଣନା ଚାତୁର୍ଯ୍ୟର ପରିଚୟ ପ୍ରଦାନ କର ।
Solution:
ରୀତିଯୁଗର ସର୍ବଶ୍ରେଷ୍ଠ କବି ଉପେନ୍ଦ୍ର ଭଞ୍ଜ । ସେ ପୁଣି କବିସମ୍ରାଟ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର କବିତ୍ଵ, ପାଣ୍ଡିତ୍ୟ, ଶବ୍ଦ ସଂଯୋଜନା ଓ ବର୍ଣ୍ଣନା ଚାତୁରୀ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି । ଆଲୋଚ୍ୟ ‘ମିତ୍ରତା’ କବିତାଟି ‘ବ’ ଅନୁପ୍ରାସ ନିୟମରେ ରଚନା କରାଯାଇଛି । ଏହା ‘ଚକ୍ରକେଳି ବାଣୀ’ ରାଗରେ ଆଲୋଚ୍ୟ କବିତାରେ ଶବ୍ଦ ସଂଯୋଜନା ଅତ୍ୟନ୍ତ ଶ୍ରୁତିମଧୁର ହୋଇଛି । ଏହାର ପ୍ରତ୍ୟେକ ପଦ ମୁଦୁ ଓ ଲଳିତ ବଂଶ’, ‘ବିଭୂତି’, ‘ବିହାୟସେ’ ପ୍ରଭୃତି ଶବ୍ଦ ପ୍ରୟୋଗ ସୃଷ୍ଟିକୁ ମହିମାନ୍ବିତ ହୋଇଛି । ଏଥ‌ିରେ ଯେକୌଣସି ଶବ୍ଦକୁ ବିଚାର କରି, ତାହାର ସଂଯୋଜନା ଉପଯୁକ୍ତ ସ୍ଥାନରେ ହୋଇଛି ବୋଲି ବୁଝିବାକୁ ହେବ । ରାମ ଓ ସୁଗ୍ରୀବ ସମଦଶାପନ୍ନ । ସେମାନେ ପରସ୍ପର କଥୋପକଥନ କରି ଜାଣିପାରିଛନ୍ତି, ରାମ ବିମାତାଙ୍କ ପାଇଁ ଏବଂ ସୁଗ୍ରୀବ ଭାଇ ବାଳୀଙ୍କ ପାଇଁ ଏଭଳି ଦଶା ଭୋଗ କରୁଛନ୍ତି । ବର୍ଣ୍ଣନା ବେଶ୍ ନାଟକୀୟ ଓ ଜୀବନ୍ତ ମନେହୋଇଛି ।

କବି ବର୍ଣ୍ଣନା ଚାତୁରୀରେ ବାଳୀଙ୍କ ବଳକୁ ଅଷ୍ଟପାଦ ବିଶିଷ୍ଟ ଶରଭ ସହିତ ତୁଳନା କରିଛନ୍ତି । ଅଳ୍ପକଥାରେ, ଗୋଟିଏ ଶବ୍ଦ ବା ପଦରେ ସେ ଅନେକ ପୌରାଣିକ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି । ଯେପରି ‘ବିଭାବସୁ ବଂଶେ ଜାତ ଆମ୍ଭର, ବିଧୂରେ ତ ତାଙ୍କ କୁମର ।’ ‘ବାଧା ମାତା ଭ୍ରାତାରେ ଉପୁଜିଛି’, ‘ବାଳଭାନୁ ଜନ୍ମ ଡେଇଁ ଧରିଛି’, ‘ଦୁନ୍ଦୁଭି ଅସ୍ଥି’, ‘ସପ୍ତଶାଳା’, ‘ମଇନାକ ଉଡ଼ି’ ଇତ୍ୟାଦିରୁ ଏହା ସ୍ପଷ୍ଟ ଜଣାପଡ଼େ । ଏସବୁ ଦୃଷ୍ଟିରୁ ବିଚାର କରି ଦେଖ‌ିଲେ, ଆଲୋଚ୍ୟ କବିତାଟିରେ କବିଙ୍କ ଶବ୍ଦ ସଂଯୋଜନା ଓ ବର୍ଣ୍ଣନା ଚାତୁରୀ ଅତ୍ୟନ୍ତ ମନୋଜ୍ଞ ହୋଇଛି ।

(ଘ) ‘ମିତ୍ରତା’ କବିତାର ସାରମର୍ମ ନିଜ ଭାଷାରେ ଲେଖ ।
Solution:
ଯେଉଁ କେତେଜଣ କବି ଆଦୃତ କରାଇଥିଲେ, ସେମାନଙ୍କ ମଧ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଅନ୍ୟତମ । ଆଲୋଚ୍ୟ ଉପରେ ଆଧାରିତ ଉକ୍ତ କାବ୍ୟର ଏହି ଅଂଶଟି ରାମ ସୁଗ୍ରୀବ ମିତ୍ରତା ବର୍ଣ୍ଣନାର ଉତ୍କୃଷ୍ଟ ବିଷୟବସ୍ତୁ । ଚୋରାଇ ନେଇଛି । ପତ୍ନୀ ବିରହବିଧୁରା ରାମଙ୍କର ବନରେ ସାକ୍ଷାତ ହୋଇଛି କିଷ୍କିନ୍ଧ୍ୟାର ସୁଗ୍ରୀବଙ୍କ ସହିତ । ଉଭୟେ ସୂର୍ଯ୍ୟଙ୍କର ପୁତ୍ର । ରାମ ଯେପରି ଅଯୋଧ୍ୟାର ରାଜା ହେବାରୁ ବଞ୍ଚିତ, ସୁଗ୍ରୀବ ମଧ୍ଯ ସେହିପରି କିଷ୍କିନ୍ଧ୍ୟାର ରାଜପଦରେ ଅଭିଷିକ୍ତ ହୋଇ ପାରିନାହାନ୍ତି । ଉଭୟେ ବନବାସୀ ଓ ପତ୍ନୀହରା । ସେମାନେ ବନର ଫଳମୂଳ ଖାଇ ଜୀବନ ନିର୍ବାହ କରୁଛନ୍ତି । ଉଭୟ ସମଦଶାପନ୍ନ ହୋଇଥିବାରୁ ଅଗ୍ନିକୁ ସାକ୍ଷୀରଖ୍ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇଛନ୍ତି ।

ସୁଗ୍ରୀବ ସୀତାଙ୍କୁ ଖୋଜି ଆଣିବାର ପ୍ରତିଶ୍ରୁତି ପ୍ରଦାନ କଲାବେଳେ, ରାମଚନ୍ଦ୍ର ବାଳୀକୁ ବଧ କରିବାର ଅଭୟ ପ୍ରଦାନ କରିଛନ୍ତି । ଜନ୍ମ ସମୟରେ ସୂର୍ଯ୍ୟଙ୍କୁ ଧରିଥିବା ହନୁମାନଦ୍ୱାରା ସୁଗ୍ରୀବ ସୀତାଙ୍କୁ ଖୋଜାଇ ଆଣିବା ପାଇଁ କହିଛନ୍ତି । ସୁଗ୍ରୀବ କହିଛନ୍ତି ବାଳୀଠାରେ ରହିଛି ଶତସିଂହର ବଳ । ତାହାକୁ ବଧ କରିବା ପୂର୍ବରୁ ସୁଗ୍ରୀବଙ୍କ ଅନୁରୋଧରେ ରାମଚନ୍ଦ୍ର ଦୁଇଟି ଶକ୍ତି ପରୀକ୍ଷା ଦେଇଛନ୍ତି । ପ୍ରଥମତଃ ମୃତ ଦୁନ୍ଦୁଭି ରାକ୍ଷସର ଅସ୍ଥିର ଉତ୍ତୋଳନ ଏବଂ ଦ୍ଵିତୀୟତଃ ଗୋଟିଏ ଶିରିରେ ସପ୍ତଶାଳା ଛେଦନ । ଦୁନ୍ଦୁଭି ରାକ୍ଷସ୍‌ର ଅସ୍ଥି ପର୍ବତ ସମାନ ପଡ଼ିଥିଲେ ବି, ରାମଚନ୍ଦ୍ର ବାମପାଦର ବୁଢ଼ା ଆଙ୍ଗୁଳିରେ ଅନାୟସରେ ତାହାକୁ ଉଠାଇ ଫିଙ୍ଗି ଦେଇଥିଲେ । ରାମଚନ୍ଦ୍ର ଅକ୍ଳେଶରେ ଦୁନ୍ଦୁଭି ଅସ୍ଥିକୁ ଫିଙ୍ଗିଦେବାରୁ ସୁଗ୍ରୀବ ଭାବିଲେ ଯେ, ଏହା ପଚି ନଷ୍ଟ ହେବା ସଙ୍ଗେ ସଙ୍ଗେ ସୂର୍ଯ୍ୟ କିରଣରେ ଶୁଖୁଲା ହୋଇଥିବାରୁ ରାମଚନ୍ଦ୍ର ତାହା ସହଜରେ ଫୋପାଡ଼ି ଦେଇଥିଲେ ।

ପରେ ବସୁଧା ଭାରକ୍ରାନ୍ତ ହେବାରୁ ବିଧାତା ବାଳୀର ଅଧାବଳ ସପ୍ତଶାଳା ଗଛରେ ରଖିଲେ । ସପ୍ତଶାଳାକୁ ଗୋଟିଏ ବାଣରେ ରାମଚନ୍ଦ୍ର ଭେଦ କରିଥିଲେ । ଏହି କବିତାଟିରେ ରାମ ଓ ସୁଗ୍ରୀବଙ୍କ ସମଦଶା ବର୍ଣ୍ଣନା, ରାମଙ୍କ ବୀରତ୍ଵ ପ୍ରକାଶିତ ହୋଇଛି । କବିଙ୍କର ଏହି ଛାନ୍ଦଟି ଏତେ ଲୋକପ୍ରିୟ ଯେ ଗ୍ରାମାଞ୍ଚଳର କି ଶିକ୍ଷିତ, କି ଅଶିକ୍ଷିତ ସମସ୍ତେ ଆଗ୍ରହର ସହିତ ଏହାକୁ ଗାନ କରିଥା’ନ୍ତି ।

(ଡ) କବିତାର ନାମକରଣ ‘ମିତ୍ରତା’ ଦିଆଯିବାର ସାର୍ଥକତା ବିତାର କର ।
Solution:
ସାରସ୍ଵତ ସୃଷ୍ଟିର ନାମକରଣ ଏକ ସ୍ଵତନ୍ତ୍ର ପର୍ଯ୍ୟାୟ । ଏଥ‌ିରେ ସ୍ରଷ୍ଟା ସେହି ସୃଷ୍ଟିର କଥାବସ୍ତୁ ବା ନାୟକ ନୁହେଁ । ଏହା ‘ବୈଦେହୀଶ ବିଳାସ’ କାବ୍ୟର ଅଂଶବିଶେଷ । ଏଥିରେ ରାମାୟଣର କଥାବସ୍ତୁକୁ ବର୍ଣ୍ଣନା କରାଯାଇଛି । ରାମଚନ୍ଦ୍ର ସୁଗ୍ରୀବଙ୍କ ସହିତ ଦେଖାହେଲା ପରେ ପରସ୍ପର ପରସ୍ପର ମଧ୍ୟରେ ସହାନୁଭୂତିଶୀଳ କଥୋପକଥନ ହୋଇଛନ୍ତି । ରାମଚନ୍ଦ୍ର ପିତୃସତ୍ୟ ପାଳନରେ ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କୁ ନେଇ ବନବାସ କରିଛନ୍ତି । ବନବାସ ସମୟରେ ରାବଣ, ମାୟାକରି ସୀତାଙ୍କୁ ଅପହରଣ କରିଛି । ଶୋକାକୁଳିତ ରାମଚନ୍ଦ୍ର ସୀତାଙ୍କ ସନ୍ଧାନରେ ବନରେ ବୁଲୁଥ‌ିବା ସମୟରେ, କିଷ୍କିନ୍ଧ୍ୟା ରାଜପଦରୁ ବିତାଡ଼ିତ ସୁଗ୍ରୀବଙ୍କ ସହିତ ଭେଟ ହୋଇଛି । ରାମଚନ୍ଦ୍ର ଦୁଃଖରେ ସୁଗ୍ରୀବକୁ କହିଛନ୍ତି, ଆମେ ସମଦଶାପନ୍ନ । ଅର୍ଥାତ୍ ବନବାସ ସମୟରେ ପତ୍ନୀ ସୀତାଙ୍କୁ ମୁଁ ହରାଇ ଯେପରି ଦୁଃଖରେ ଅଛି, ଠିକ୍ ସେହିପରି ତୁମେ ମଧ୍ଯ ପତ୍ନୀ ରୋମାକୁ ବାଳୀ ଅପହରଣ କରି ନେଇଥିବାରୁ ଦୁଃଖରେ ଅଛ । ରାମଚନ୍ଦ୍ର ସୂର୍ଯ୍ୟବଂଶରେ ଜନ୍ମ ଏବଂ ସୁଗ୍ରୀବ ସୂର୍ଯ୍ୟଙ୍କର ପୁତ୍ର । ଉଭୟେ ଅଯୋଧ୍ୟା ଏବଂ କିଷ୍କିନ୍ଧ୍ୟାରେ ରାଜା ହେବାକଥା । ମାତ୍ର ଭାଗ୍ୟର ବିପର୍ଯ୍ୟୟ ହେତୁ, ସେମାନେ ହୋଇଛନ୍ତି ରାଜ୍ୟହରା ।

ଓ ସୁଗ୍ରୀବ ମନ୍ତ୍ରୀଙ୍କର ଆଶ୍ଵାସନାରେ ନିଜ ନିଜ ଦୁଃଖ ଲାଘବ କରୁଛନ୍ତି । ରାମଚନ୍ଦ୍ର ବିମାତା କୈକେୟୀଙ୍କ ଚକ୍ରାନ୍ତରେ ଏବଂ ହେବା ଉଚିତ । ରାମ ଅନାୟାସରେ ଗୋଟିଏ ଶରରେ ବାଳୀବଧ କରିଦେବେ ବୋଲି କହିବାରୁ, ସୁଗ୍ରୀବ ବ୍ରହ୍ମଲୋକରେ ଥିଲେ ମଧ୍ୟ ସୀତାଙ୍କୁ ଖୋଜି ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ରାମ ଓ ସୁଗ୍ରୀବ ଅଗ୍ନିକୁ ସାକ୍ଷୀରଖୁ ମିତ୍ର ଆମ ସମାଜରେ ଏକ ଚଳଣି ରହିଛି, ଯଦି କେହି କେହି ସମଦଶାପନ୍ନ, ସମଭାବାପନ୍ନ, ସମାନ ନାମ ହୋଇଥା’ନ୍ତି, ତାହାହେଲେ ସେମାନେ ମିତ୍ର ବା ମଇତ୍ର ହୋଇଥା’ନ୍ତି । ରାମଚନ୍ଦ୍ର ଓ ସୁଗ୍ରୀବ ସମାନ ବଂଶର ଏବଂ ସମଦଶାପନ୍ନ ହୋଇଥ‌ିବାରୁ ସେମାନେ ମିତ୍ର ହୋଇଛନ୍ତି । କବିତାରେ ଏହା ମୁଖ୍ୟ ପ୍ରସଙ୍ଗ ହୋଇଥିବାରୁ, ଏହାର ନାମକରଣ ‘ମିତ୍ରତା’ ଯଥାର୍ଥ ହୋଇଛି ।

(କ) ଲେଖକ ପରିତିନି :

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ସାହିତ୍ୟର ଜଣେ ପ୍ରସ୍ତୁତଯଶା କବି । ତାଙ୍କ ପାଣ୍ଡିତ୍ୟ ଓ କବିତ୍ର ଥିଲା ଅନନ୍ୟ ସାଧାରଣ । ସାରା ଜୀବନ ସେ ଥିଲେ ସାହିତ୍ୟ ଜଗତର ଜଣେ ନିରଳସ ସାଧକ । ବିଦ୍ୟାନୁରାଗୀ ଉପେନ୍ଦ୍ର ଭଞ୍ଜ ନିଜର ପାଣ୍ଡିତ୍ୟ ଅର୍ଜନ ପାଇଁ ବହୁ ପଣ୍ଡିତ ତଥା ସାଂସ୍କୃତିକ କ୍ଷେତ୍ରର ସାହାଯ୍ୟ ଲାଭ କରିଥିଲେ । ସେ ଘୁମୁସର ବା ଆଧୁନିକ ଗଞ୍ଜାମ ମଧ୍ୟଯୁଗରେ ଓଡ଼ିଶାର ରାଜ ଦରବାରରେ ସଙ୍ଗୀତ ଚର୍ଚ୍ଚା ଥିଲା ଏକ ପ୍ରଧାନ କର୍ମ । ଉପେନ୍ଦ୍ର ଭଞ୍ଜ ଘୁମୁସରର ରାଜ ଦରବାରରେ ଓ ନୟାଗଡ଼ର ରାଜଦରବାରରେ ସାହିତ୍ୟ ଚର୍ଚ୍ଚା ମଧ୍ଯରେ ନିଜକୁ ଆବଦ୍ଧ ରଖୁଥିଲେ । ସେ ଥିଲେ ସିଦ୍ଧସାଧକ । ବୁଗୁଡ଼ାର ସିଦ୍ଧଗୁମ୍ଫା ଓ ନୟାଗଡ଼ର ‘ରଘୁନାଥ ପୀଠ’ ତାଙ୍କ ସାଧନାର ପୀଠ ଥିଲା । ଘୁମୁସର ରାଜଦରବାରରେ ରାଜସିଂହାସନ ପାଇଁ ଘଟିଥିବା ନାରକୀୟ ଲୀଳାରେ ନିଜକୁ ସମ୍ପୃକ୍ତ ନରଖ୍ ସେ ଜ୍ଞାନ ସାଧନପାଇଁ ଦେଶାନ୍ତର ହୋଇ ନୟାଗଡ଼ରେ ଆଶ୍ରୟ ନେଇଥିଲେ । ସେ ସମ୍ଭବତଃ ଖ୍ରୀ. ୧୬୮୦ ରୁ ଖ୍ରୀ. ୧୭୨୦ ପର୍ଯ୍ୟନ୍ତ ଜୀବିତ ଥିଲେ ବୋଲି ଅନୁମାନ କରାଯାଏ ।

ରୀତିଯୁଗର ଅନ୍ୟାନ୍ୟ ଶ୍ରେଷ୍ଠକବି କବି ଦୀନକୃଷ୍ଣ, ଧନଞ୍ଜୟ ଓ ଅଭିମନ୍ୟୁ ଆଦିଙ୍କ କବିପ୍ରତିଭା ଓ ପାଣ୍ଡିତ୍ୟଠାରୁ ତାଙ୍କର ପ୍ରତିଭା ଥିଲା ଆହୁରି ପ୍ରାଣବନ୍ତ ଓ ପ୍ରଭାବଶାଳୀ । ଏହି ମହାନ୍ ପ୍ରତିଭାଧର କବିଙ୍କୁ ସମଗ୍ର ଓଡ଼ିଆ ଜାତି ‘କବି ସମ୍ରାଟ’ ଉପାଧ୍ଧରେ ଭୂଷିତ କରିଛି । ପ୍ରତିସ୍ପର୍ଶୀ ସଂସ୍କୃତ ପଣ୍ଡିତଙ୍କ ଅହମିକା ବିରୁଦ୍ଧରେ ସଂଗ୍ରାମ କରି ଓଡ଼ିଆ ସାହିତ୍ୟକୁ ସଂସ୍କୃତ ସାହିତ୍ୟ ସମକକ୍ଷ କରିବାପାଇଁ ଉପେନ୍ଦ୍ରଙ୍କ ସାଧନା ବାସ୍ତବିକ ଉଲ୍ଲେଖନୀୟ । ସେ ରୀତିକାବ୍ୟ ଓ ସଂସ୍କୃତ କାବ୍ୟର ସମସ୍ତ ଗୁଣ ଓ ଲକ୍ଷଣକୁ ଅକ୍ଷରେ ଅକ୍ଷରେ ପାଳନ କରି ନିଜର କଳ୍ପନାବିଳାସ, ପୁରାଣଜ୍ଞାନ, ସଙ୍ଗୀତଜ୍ଞାନ, ଅଳଙ୍କାର ଜ୍ଞାନ ଓ ଶବ୍ଦଅର୍ଥ ଜ୍ଞାନକୁ ତାଙ୍କ ସେ କାବ୍ୟ ସାଧନା ମାର୍ଗରେ ବିଶେଷ ଭାବରେ ଶ୍ରୀହର୍ଷଙ୍କ ନୈଷଧ କାବ୍ୟକୁ ଅନୁସରଣ କରିଥିଲେ ହେଁ, ମାଘ, ଭାରବୀ ଓ କାଳିଦାସଙ୍କୁ ମଧ୍ୟ ଗ୍ରହଣ କରିଥିଲେ । ସଂସ୍କୃତ କାବ୍ୟଶାସ୍ତ୍ର ଓ ପୁରାଣ ବ୍ୟତୀତ ଅଭିଧାନ ଗ୍ରନ୍ଥ, ଅଳଙ୍କାର ଶାସ୍ତ୍ର ଓ ସଙ୍ଗୀତ ଶାସ୍ତ୍ରକୁ ମଧ୍ଯ ଆୟତ୍ତ କରିଥିଲେ । ଉପେନ୍ଦ୍ରଙ୍କ କାବ୍ୟର ଶବ୍ଦ ଓ ଅର୍ଥର ଏକ ବ୍ୟାପକ ଭୂମିକା ଲକ୍ଷଣୀୟ । ଏଥିପାଇଁ ସେ ଯଥାର୍ଥରେ କହିଥିଲେ – ‘ମୁଁ ଲଭିଛି ଶବଦ ସାଗର ପାର ।’’

ଜଣେ ସଙ୍ଗୀତ କବିଭାବେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିଭା ଥିଲା ଅସାଧାରଣ । ତାଙ୍କର ସଙ୍ଗୀତ ସାଧାରଣ ମଣିଷଠାରୁ ଦରବାରର ବିଳାସୀ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସବୁଠି ଥିଲା ଅତ୍ୟନ୍ତ ଆଦରର ବସ୍ତୁ । ଏହି ପ୍ରତିଭାକୁ ଲକ୍ଷ୍ୟକରି ଉତ୍କଳମଣି ଗୋପବନ୍ଧୁ ଲେଖୁଥିଲେ –
CHSE Odisha Class 11 Odia Solutions Chapter 8 Img 1
ମହାକାବ୍ୟ ଓ କାବ୍ଯବ୍ୟତୀତ ଉପେନ୍ଦ୍ର ଅସଂଖ୍ୟା ଛାନ୍ଦ, ଚଉପଦୀ, ଚଉତିଶା, ଦୋହା, ପୋଇ ଆଦି ରଚନା କରି ଜଣେ ପ୍ରତିଷ୍ଠିତ ସଙ୍ଗୀତକାର କବିର ଗୌରବ ଅର୍ଜନ କରିଛନ୍ତି । ମଧ୍ୟଯୁଗୀୟ କାବ୍ୟ ସାହିତ୍ୟ ତାଙ୍କ ସିଦ୍ଧି ଓ ସାଧନାରେ ‘ଭଞ୍ଜଯୁଗ’ ନାମରେ ନାମିତ ହେବାର ଗୌରବ ଅର୍ଜନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କବିଙ୍କର ପ୍ରମୁଖ କାବ୍ୟକୃତି
(୧) ଲାବଣ୍ୟବତୀ, (୨) ବୈଦେହୀଶ ବିଳାସ, (୩) କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, (୪) ରସିକ ହାରାବଳୀ, (୫) ପ୍ରେମ ସୁଧାନିଧ୍ୟ, (୬) ଛାନ୍ଦଭୂଷଣ, (୭) ରସପଞ୍ଚକ, (୮) ଅବନା ରସତରଙ୍ଗ, (୯) ସୁଭଦ୍ରା ପରିଣୟ, (୧୦) କଳାକଉତୁକ, (୧୧) ଚିତ୍ରକାବ୍ୟ ବନ୍ଧୋଦୟ, (୧୨) ରସଇ/ଦଶପୋଇ ।

ଉପେନ୍ଦ୍ରଙ୍କ ବିମଳ କାବ୍ଯସାଧନା ନିକଟରେ ଓଡ଼ିଆ ସାହିତ୍ୟ ଋଣୀ । ରାଜପରିବାରର ଅନ୍ତର୍ଦ୍ଦହ ସାଙ୍ଗକୁ ଓଡ଼ିଶାର ଅସ୍ଥିର ରାଜନୈତିକ ଅବହାୱା ମଧ୍ୟରେ ରସପୂର୍ଣ୍ଣ କାବ୍ୟସାଧନା ଉପେନ୍ଦ୍ରଙ୍କ ପାଇଁ କିଛି କମ୍ ସାଧନାର କଥା ନଥିଲା । ଏକ ଦେଇଛି ଏକ ଆଶାତୀତ ମର୍ଯ୍ୟାଦା ଓ ଗୁରୁଗମ୍ଭୀର ପ୍ରତିଷ୍ଠା ।

(ଖ) କବିତାର ପୂଣରୁମି :

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ମିତ୍ରତା’ କବିତାଟି ତାଙ୍କର ‘ବ’ ଅନୁପ୍ରାସରେ ରଚିତ ସର୍ବଶ୍ରେଷ୍ଠ କାବ୍ୟ ‘ବୈଦେହୀଶ ବିଳାସ’ର ଅଷ୍ଟବିଂଶ ଛାନ୍ଦର ଅଂଶବିଶେଷ । ଉକ୍ତ କାବ୍ୟଟି ରାମାୟଣ କଥାବସ୍ତୁକୁ ନେଇ ରଚନା କରାଯାଇଛି । ମର୍ଯ୍ୟାଦା ଜାନକୀ ଏବଂ ଅନୁଜ ଲକ୍ଷ୍ମଣ । ସେ ବନରେ ବହୁ ଅସୁର ସଂହାର କରି ମୁନିଙ୍କର ଯଜ୍ଞ ରକ୍ଷା କରିଛନ୍ତି । ଶେଷରେ ସେମାନେ ପହଞ୍ଚିଛନ୍ତି ପଞ୍ଚବଟୀରେ । ସେହି ଅରଣ୍ୟରେ ସେମାନେ ଲଙ୍କାର ରାଜା ରାବଣର ଭଉଣୀ ସୂର୍ପଣଖାର ବ୍ୟବହାରରେ ଛଦ୍ମବେଶରେ ସୀତାଙ୍କୁ ଅପହରଣ କରି ଲଙ୍କାକୁ ନେଇଯାଇଛି । ସୀତାଙ୍କୁ ଖୋଜି ଖୋଜି ରାମଚନ୍ଦ୍ର ଓ ଲକ୍ଷ୍ମଣ କିସ୍କିନ୍ଧ୍ୟାରେ ପହଞ୍ଚିଛନ୍ତି । ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସହିତ ଭେଟ ହୋଇଛି । ପରସ୍ପର ପରସ୍ପରର ଦୁଃଖରେ ସହାନୁଭୂତି ପ୍ରକାଶ କରିଛନ୍ତି ଓ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇଛନ୍ତି । ଏହାହିଁ କବିତାର କଥାବସ୍ତୁ ।

(ଗ) କବିତାର ସାରକଥା :

ଉଭୟଙ୍କୁ ସମାନ ଦଶା ପଡ଼ିଛି ବୋଲି ସୂଚନା ଦେଇଛନ୍ତି । ରାମଚନ୍ଦ୍ର ହେଉଛନ୍ତି ସୂର୍ଯ୍ୟବଂଶର ଦାୟାଦ ଏବଂ ସୁଗ୍ରୀବ ହେଉଛନ୍ତି ସୂର୍ଯ୍ୟଙ୍କର ପୁତ୍ର । ସୁତରାଂ ସେମାନଙ୍କ ମଧ୍ୟରେ ବଂଶଗତ ସାମ୍ୟ ରହିଥ‌ିବା, ସେମାନେ ଜାଣିପାରିଛନ୍ତି । ରାମଚନ୍ଦ୍ରଙ୍କ ସୁଗ୍ରୀବଙ୍କ ପତ୍ନୀ ରୋମାଙ୍କୁ ବଡ଼ ଭାଇ ବାଳୀ ଅପହରଣ କରିନେଇ ଥ‌ିବାରୁ ସେ ମଧ୍ୟ ଦୁଃଖରେ ରହିଛନ୍ତି । ଉଭୟେ ଉଭୟ ନିଜ ରାଜ୍ୟରେ ରାଜା ହେବା କଥା । ଅର୍ଥାତ୍ ରାମଚନ୍ଦ୍ର ଅଯୋଧ୍ୟାରେ ଏବଂ ସୁଗ୍ରୀବ କିଷ୍କିନ୍ଧ୍ୟାରେ ରାଜା ହୋଇଥା’ନ୍ତେ । ମାତ୍ର ବିଧୂର ବିଧାନ ବଡ଼ ବିଚିତ୍ର । ଉଭୟେ ରାଜ୍ୟହରା ଓ ପତ୍ନୀହରା ହୋଇ ବନରେ ବୁଲୁଛନ୍ତି । ବନର ଫଳମୂଳ ଭକ୍ଷଣ କରି ସେମାନେ ଜୀବନଧାରଣ କରିଛନ୍ତି । ରାମଚନ୍ଦ୍ର କେବଳ ଅନୁଜ ଭ୍ରାତା ଲକ୍ଷ୍ମଣଙ୍କ ପାଇ ଏବଂ ସୁଗ୍ରୀବ ମନ୍ତ୍ରୀଙ୍କର ଆଶ୍ଵାସନା ପାଇ ନିଜ ନିଜ ଦୁଃଖ ଲାଘବ କରୁଛନ୍ତି ।

ମାତା କୈକେୟୀଙ୍କ ପାଇଁ ରାମଚନ୍ଦ୍ର ସିଂହାସନରେ ବସିବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ସୁଗ୍ରୀବ, ଭ୍ରାତା ବାଳୀର ଶତ୍ରୁତା ପାଇଁ ରାଜା ହୋଇ ରହିବା ସମ୍ଭବ ହୋଇନାହିଁ । ଉଭୟଙ୍କ ମଧ୍ୟରେ ଏହିଭଳି ସାମ୍ୟତା ରହିଥ‌ିବାରୁ ଉଭୟେ ମିତ୍ରତା ସୂତ୍ରରେ ଆବଦ୍ଧ ହେବା ଉଚିତ ବୋଲି ସଂକଳ୍ପ କରିଛନ୍ତି । ସୁଗ୍ରୀବ ରାମଚନ୍ଦ୍ରଙ୍କୁ କହିଛନ୍ତି –, ‘ଉଭୟଙ୍କ ମଧ୍ୟରେ ଏତେ ସାମ୍ୟ ଥିଲେ ବି, ମୁଁ ଆପଣଙ୍କଠାରୁ ଆହୁରି ଦୁଃଖରେ ରହିଛି । ଆପଣ ନିର୍ଭୟରେ ବନରେ ବୁଲିପାରୁଛନ୍ତି, ମାତ୍ର ମୁଁ ବାଳୀ ଭୟରେ ବନରେ ନିର୍ଭୟରେ ରହିପାରୁନାହିଁ । କାରଣ ବାଳୀ ଯେକୌଣସି ସମୟରେ ମୋତେ ଆକ୍ରମଣ କରିବ, ସେଥ‌ିପାଇଁ ମୁଁ ପର୍ବତଗୁହାରେ ଲୁଚି ଲୁଚି ରହିଛି ।’ ନିଜର ଏଭଳି
ମାରିପାରୁଥିଲେ ମଧ୍ୟ ଶରଭ ଅର୍ଥାତ୍ ଅଷ୍ଟପଦ ବିଶିଷ୍ଟ ମୃଗକୁ ଭୟ କରିଥାଏ ।’ ଏଠାରେ କବି ସୁଗ୍ରୀବକୁ ବଳୀୟାନ ସିଂହ ସହିତ ତୁଳନା କରିଥିଲାବେଳେ, ବାଳୀକୁ ତା’ଠାରୁ ଅଧ‌ିକ ବଳଶାଳୀ ଶରଭ ସହିତ ତୁଳନା କରିଛନ୍ତି ।

ରାମଚନ୍ଦ୍ର ଓ ସୁଗ୍ରୀବ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାମଚନ୍ଦ୍ର କହିଛନ୍ତି, ସେ ଗୋଟିଏ ବାଣରେ ବାଳୀକୁ ବିନ୍ଧି ଦେବେ । ଅର୍ଥାତ୍ ତାଙ୍କର ଗୋଟିଏ ବାଣ ବାଳୀ ମୃତ୍ୟୁର କାରଣ ହେବ । ରାମଚନ୍ଦ୍ରଙ୍କର ଏଭଳି କଥା ଶୁଣି, ସୁଗ୍ରୀବ କହିଛନ୍ତି, ସୀତା ଯେକୌଣସି ସ୍ଥାନରେ ଥିଲେ ମଧ୍ୟ, ଏପରିକି ବ୍ରହ୍ମଲୋକରେ ଥିଲେ ମଧ୍ୟ, ସେ ତାଙ୍କୁ ଖୋଜି ଆଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୁଗ୍ରୀବ ଭଣଜା ହନୁମାନକୁ ଦେଖାଇ ତାହାର ଅଦ୍ଭୁତ ପରାକ୍ରମ ବର୍ଣ୍ଣନା କରିଛନ୍ତି । ସୁଗ୍ରୀବ ଅଗ୍ନିକୁ ସାକ୍ଷୀରଖ୍ ମିତ୍ର ହୋଇଛନ୍ତି । ସନ୍ଦେହ ଆସିଛି । ସେ ବିନୟର ସହିତ, ଶତ୍ରୁକୁ ମାରିବା ପୂର୍ବରୁ ଦୁଇଥର ବଳ ପରୀକ୍ଷା କରିବାପାଇଁ କହିଛନ୍ତି । ସୁଗ୍ରୀବଙ୍କର ଅନୁରୋଧ ରକ୍ଷାକରି ରାମଚନ୍ଦ୍ର ଦୁଇଥର ଶକ୍ତି ପରୀକ୍ଷା ଦେଇଛନ୍ତି ।

CHSE Odisha Class 11 Odia Solutions Chapter 8 ମିତ୍ରତା

ପ୍ରଥମ ପରୀକ୍ଷା ହେଉଛି, ମୃତ ଦୁନ୍ଦୁଭି ରାକ୍ଷସର ଅସ୍ଥି ଉତ୍ତୋଳନ । ବାଳୀ ଏହି ଦୁର୍ଦାନ୍ତ ଦୁନ୍ଦୁଭି ଅସୁରକୁ ମାରିଥିଲା । ତା’ର ଅସ୍ଥିସମୂହ ପର୍ବତପ୍ରାୟ ରୁଣ୍ଡ ହୋଇ ପଡ଼ିଥିଲା । ଆକାଶକୁ ଫିଙ୍ଗି ଦେଇଛନ୍ତି । ସେହି ଦୃଶ୍ୟକୁ ତୁଳନା କରି ଏବଂ ରାମଚନ୍ଦ୍ରଙ୍କ ଅସାମାନ୍ୟ ବୀରତ୍ଵର ପ୍ରମାଣ କରି କବି କହିଛନ୍ତି, ହାତୀ ଯେପରି ପଦ୍ମଫୁଲକୁ ତୋଳିକରି ସହଜରେ ଆକାଶକୁ ଫିଙ୍ଗିଦିଏ, ଠିକ୍ ସେହିପରି ରାମଚନ୍ଦ୍ର ଦୁନ୍ଦୁଭି ଅସ୍ଥିକୁ ଆକାଶକୁ ଫିଙ୍ଗି ଦେଇଛନ୍ତି । ସେହି ଫିଙ୍ଗିବାର ଭୟଙ୍କର ଶବ୍ଦ ଶୁଣି କିଷ୍କିନ୍ଧ୍ୟାବାସୀ ଭାବିଛନ୍ତି, ଇନ୍ଦ୍ରଙ୍କ ବଜ୍ରଘାତରେ ମୈନାକ ପର୍ବତ ଉଡ଼ି ଦୂରରେ ପଡ଼ିଛି ।

ଆସିନାହିଁ । ସେ ଚିନ୍ତା କରିଛନ୍ତି, ରକ୍ତ, ମାଂସ, ଚର୍ମଦ୍ଵାରା ଦୁନ୍ଦୁଭି ବଡ଼ ଓଜନିଆ ଥିଲା । କିନ୍ତୁ ତା’ର ଶରୀର ପଚି ନଷ୍ଟ ହୋଇଯାଇଛି । ଫଳରେ ରାମଚନ୍ଦ୍ର ସହଜରେ, ଅସ୍ଥିକୁ ଦୂରକୁ ଫିଙ୍ଗି ଦେଇଛନ୍ତି । ତେଣୁ ସୁଗ୍ରୀବଙ୍କ ମନରେ ସନ୍ଦେହ ଆସିଛି । ବାଳୀ ଚାଲିଲାବେଳେ ତା’ର ଓଜନିଆ ପାଦପାତରେ ବସୁଧା ଭାରାକ୍ରାନ୍ତ ହୋଇଛି । ଏଣୁ ବସୁଧାର ଅନୁରୋଧରେ ବ୍ରହ୍ମା ବାଳୀର ଅଧାବଳ ସପ୍ତଶାଳା ଗଛରେ ରଖୁଛନ୍ତି । ତୁଳାଦଣ୍ଡର ଉଭୟ ପାର୍ଶ୍ଵରେ ସମାନଭାର ରଖୁଲାଭଳି ହୋଇଛି । ଏହି ସପ୍ତଶାଳାକୁ ଇନ୍ଦ୍ରାଦି ଦେବତାମାନେ ମଧ୍ୟ ଗୋଟିଏ ଶରରେ ବିନ୍ଧି ପାରିନାହାନ୍ତି । ତା’ର କାରଣ ଗୋଟିଏ ସାପ ଲାଙ୍ଗୁଳକୁ ଛୁଇଁଦେବାରୁ ସେ ସଳଖ୍ ସିଧା ହୋଇଯାଇଛି । ସାତଟି ଶାଳଗଛ ସିଧାହୋଇ ଏକ ଦିଗରେ ରହିବାରୁ ରାମଚନ୍ଦ୍ର ଗୋଟିଏ ଶରରେ ତା’କୁ ଭେଦକରିଛନ୍ତି ।

କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 11 Odia Solutions Chapter 8 Img 2
CHSE Odisha Class 11 Odia Solutions Chapter 8 Img 3

CHSE Odisha Class 11 Odia Solutions Chapter 6 ଶାପମୋଚନ

Odisha State Board CHSE Odisha Class 11 Odia Solutions Chapter 6 ଶାପମୋଚନ Textbook Exercise Questions and Answers.

CHSE Odisha Class 11 Odia Chapter 6 ଶାପମୋଚନ Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖୁବାକୁ ହେବ । ପ୍ରଶ୍ନର ମୂଲ୍ୟ ୧ ନମ୍ବର।

(କ) ଶୁକ କେଉଁ ରାଜାଙ୍କୁ ଦ୍ଵାରକାପୁର କଥା କହିଛନ୍ତି ? (ଯୁଧୁଷ୍ଠିର, ପରୀକ୍ଷିତ, ନୃଗରାଜ, ନନ୍ଦ)
Solution:
ପରୀକ୍ଷିତ ।

(ଖ) ପ୍ରଦ୍ୟୁମ୍ନ ଶାମ୍ବ ଆଦି ଖେଳିବାପରେ ବନ ମଧ୍ୟରେ କ’ଣ ଖୋଜୁଥିଲେ । (ଫୁଲ, ବାରି, ଫଳ, ଜନ୍ତୁ)
Solution:
ବାରି ।

(ଗ) କୂପରେ ପଡ଼ିଥିବା ଅଦ୍ଭୁତ ଜନ୍ତୁଟି ଦେଖ୍କୁ କିପରି ? (ହାତୀ ସଦୃଶ, ବିରାଟ ବୃକ୍ଷ ସଦୃଶ, ପର୍ବତ ସଦୃଶ, ଅଶ୍ଵ ସଦୃଶ)
Solution:
ପର୍ବତ ସଦୃଶ ।

(ଘ) କୂପରେ ପଡ଼ିଥିବା ଅଦ୍ଭୁତ ଜନ୍ତୁଟିର ନାମ କ’ଣ ? (ବାଘ, ସିଂହ, ନବଗୁଞ୍ଜର, କୃକଲାଶ)
Solution:
କୃକଲାଶ ।

(ଙ) ଶ୍ରୀକୃଷ୍ଣଙ୍କ ପୁଅମାନେ ହାରିଯିବାର ଶୁଣି କିଏ ହସିବେ ? (ଚକ୍ରପାଣି, ରୋହିଣୀସୁତ, ସର୍ବଜନ, କୃକଲାଶ)
Solution:
ସର୍ବଜନ ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(ଚ) ରୋହିଣୀସୁତ କୃଷ୍ଣପୁତ୍ରମାନେ ହାରିଯିବା କଥା ଶୁଣି କ’ଣ ହେବେ ? (ଖୁସିହେବେ, ନିର୍ଭୟ ହେବେ, ପାଖକୁ ଡାକିବେ, ଆନନ୍ଦିତ ହେବେ)
Solution:
ନିର୍ଭୟ ହେବେ ।

(ଜ) ତଳକୁ ମୁହଁକରି କୂପ ମଧ୍ଯରେ ପଡ଼ିଥିବା କୃକଲାଶ ଦେଖୁ କିଏ ଚକିତ ହେଲେ ? (ପ୍ରଦ୍ୟୁମ୍ନ, ଶାମ୍ବ, ଦେବରାଜ, ଅନିରୁଦ୍ଧ)
Solution:
ଦେବରାଜ |

(ଝ) କୃଷ୍ଣଙ୍କ କରଲାଗି କୃକଲାଶର କ’ଣ ହେଲା ? (ଦିବ୍ୟସ୍ୱରୂପ ଧାରଣ କଲା, ଦଉଡ଼ିଲା, ଚାଲିଲା, ହସିଲା)
Solution:
ଦିବ୍ୟସ୍ୱରୂପ ଧାରଣ କଲା |

(ଞ) କିଏ କୃକଲାଶକୁ ତା’ର ପୂର୍ବଜନ୍ମ ବୃତ୍ତାନ୍ତ ବିଷୟରେ ପ୍ରଶ୍ନ କରିଥିଲେ ? (ଶୁକ, ପରୀକ୍ଷିତ, କୃଷ୍ଣ, ବଳରାମ)
Solution:
କୃଷ୍ଣ ।

(ଟ) କୃକଲାଶ ପୂର୍ବଜନ୍ମରେ କ’ଣ ଥିଲା ? (ନୃଗରାଜ, ମୃଗରାଜ, ହସ୍ତୀରାଜ, ସିଂହରାଜ)
Solution:
ନୃଗରାଜ ।

(୦) ନୃଗରାଜ କେଉଁ ବଂଶରେ ଜାତ ହୋଇଥିଲେ ? (ଦାସ ବଂଶ, ଈକ୍ଷାକୁ ବଂଶ, ନାଗ ବଂଶ, ସୋମ ବଂଶ)
Solution:
ଈକ୍ଷାକୁ ବଂଶ

(ଉ) ପୃଥ‌ିବୀର ଦାନୀମାନଙ୍କ ମଧ୍ୟରେ କିଏ ଅଗ୍ରଣୀ ? (ମଇରାଜ, ଦତ୍ତରାଜ, ନାଗରାଜ, ମୃଗରାଜ)
Solution:
ଦତ୍ତରାଜ |

(ଢ) ନୃଗରାଜ ଗାଈମାନଙ୍କ ଦୋହନ ପାଇଁ କେଉଁ ପାତ୍ର ଦାନ ଦେଇଥିଲେ ? (ସୁବର୍ଣ୍ଣ, ରୌପ୍ୟ, କାଂସ୍ୟ, ଲୌହ)
Solution:
କାଂସ୍ୟ ।

(ଣ) ନୃଗରାଜ କେଉଁ ମାପର ଭୂମି ବ୍ରାହ୍ମଣଙ୍କୁ ଦାନ ଦେଇଥିଲେ ? (ଗୁଣ୍ଡେ, ଏକରେ, ଗୋ ଚର୍ମ ମୀପ, ହସ୍ତୀପାଦ ମାପ)
Solution:
ଗୋ ଚର୍ମ ମାପ ।

(ତ) ନୃଗରାଜ ଅଜ୍ଞାନରେ ପ୍ରଭାତରେ ବିପ୍ରହସ୍ତରେ କ’ଣ ଦାନ ଦେଲେ ? (ଭୂମି, ସୁବର୍ଣ୍ଣ, ଗାଈ, ଅନ୍ନ)
Solution:
ଗାଈ ।

(ଥ) ଉତ୍ସର୍ଗ ଦାନ ହରଣ କଲେ ଜୀବ ଅନ୍ତକାଳରେ କ’ଣ ଭୋଗକରେ ? (ପାପ, ନର୍କ, ସ୍ଵର୍ଗ, ଭୂମି)
Solution:
ନର୍କ ।

(ଦ) ବିପ୍ରର ବାକ୍ୟ ଶୁଣି ରାଜାଙ୍କ ମୁଣ୍ଡରେ କ’ଣ ପଡ଼ିଲା ? (ଫୁଲ, ଚାଉଳ, ବଜ୍ର, ଶର)
Solution:
ବଜ୍ର ।

(ଧ) ନୃଗରାଜ ପ୍ରଥମେ କେଉଁ ଭାରକୁ ବହନ କଲେ ? (ପୁଣ୍ୟ, ପାପ, ଦୁଃଖ, ଶୋକ)
Solution:
ପାପ ।

(ନ) ପାପ ଭୋଗର ଅନ୍ତେ ମୃଗରାଜ କାହାକୁ ଭେଟିବେ ବୋଲି ଯମ କହିଥିଲେ ? (ମଦନଗୋପାଳ, ବିଦ୍ର, ବ୍ରାହ୍ମଣ, ବ୍ରହ୍ମା)
Solution:
ମଦନଗୋପାଳ ।

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

(ଖ) କୃଷ୍ଣଙ୍କର ଦୁଇପୁତ୍ରଙ୍କ ନାମ ଲେଖ |
Solution:
କୃଷ୍ଣଙ୍କର ଦୁଇପୁତ୍ରଙ୍କ ନାମ ପ୍ରଦ୍ୟୁମ୍ନ ଓ ଶାମ୍ବ ।

(ଗ) କୃଷ୍ଣକୁମରମାନେ କ୍ରୀଡ଼ା କରିବାପରେ କ’ଣ ଖୋଜିଲେ ?
Solution:
କୃଷ୍ଣକୁମରମାନେ କ୍ରୀଡ଼ା କରିବାପରେ ତୃଷିତ ହୋଇ ବାରି ବା ଜଳ ଖୋଜିଲେ ।

(ଘ) ପ୍ରଦ୍ୟୁମ୍ନ ଓ ଶାମ୍ବ କୂପ ମଧ୍ଯରେ କ’ଣ ଦେଖ‌ିଲେ ?
Solution:
ପ୍ରଦ୍ୟୁମ୍ନ ଓ ଶାମ୍ବ କୂପ ମଧ୍ଯରେ ପର୍ବତ ସଦୃଶ ଅଦ୍ଭୁତ ଜନ୍ତୁଟିଏ ଦେଖ‌ିଲେ ।

(ଙ) କୂପ ମଧ୍ଯରେ ପଡ଼ିଥିବା ଜୀବଟିର ନାମ କ’ଣ ?
Solution:
କୂପ ମଧ୍ଯରେ ପଡ଼ିଥିବା ଜୀବଟିର ନାମ କୃକଲାଶ ।

(ଚ) କୃକଲାଶର ଆକାର କିପରି ଥୁଲା ?
Solution:
କୃକଲାଶର ଆକାର ପର୍ବତ ସଦୃଶ ଥିଲା ।

(ଛ) କୃଷ୍ଣପୁତ୍ରମାନେ କୃକଲାଶର କେଉଁ ଅଂଶରେ ଦଉଡ଼ି ଲଗାଇ ଟାଣିବାକୁ ଲାଗିଲେ ?
Solution:
କୃଷ୍ଣପୁତ୍ରମାନେ କୃକଲାଶର ଲ।ଲ୍ଲଲରେ ଦଉଡ଼ି ଲଗାଇ ଟାଣିବାକୁ ଲାଗିଲେ |

CHSE Odisha Class 11 Odia Solutions Chapter 6 ଶାପମୋଚନ

(କ) କୃଷ୍ଣପୁତ୍ରମାନେ କୃକଲାଶକୁ କୂଅରୁ ଉଦ୍ଧାର ନ କରିପାରି କାହାକୁ ଜଣାଇଲେ ?
Solution:
କୃଷ୍ଣପୁତ୍ରମାନେ କୃକଲାଶକୁ କୂଅରୁ ଉଦ୍ଧାର ନ କରିପାରି କୃଷ୍ଣଙ୍କୁ ଜଣାଇଲେ ।

(ଝ) ଦେବରାଜ କୃକଲାଶର କେଉଁ ଅଙ୍ଗକୁ ଧରି କୂପରୁ ବାହାର କଲେ ?
Solution:
ଦେବରାଜ କୃକଲାଶର ଳ3ଁକୁ ଧରି କୂପରୁ ବାହାର କଲେ |

(ଞ) ନୃଗରାଜ କେଉଁ ବଂଶରେ ଜାତ ହୋଇଥିଲେ ?
Solution:
ନୃଗରାଜ ଈକ୍ଷାକୁ ବଂଶରେ ଜାତ ହୋଇଥିଲେ ।

(ଟ) ‘ଶାପମୋଚନ’ କବିତାରେ କେଉଁ ଦାନୀ ରାଜାଙ୍କ କଥା କୁହାଯାଇଛି ?
Solution:
‘ଶାପମୋଚନ’ କବିତାରେ

(୦) କାହାକୁ ସର୍ବଭୂତଙ୍କ ଆତ୍ମା ବୋଲି କୁହାଯାଇଛି ?
Solution:
କୃଷ୍ଣଙ୍କୁ ସର୍ବଭୂତଙ୍କ ଆତ୍ମା ବୋଲି କୁହାଯାଇଛି ।

(ଡି) ନୃଗରାଜା ଦାନ ଦେଇଥ‌ିବା ଗୋରୁମାନେ କେଉଁ ବର୍ଣ୍ଣର ଥିଲେ ?
Solution:
ନୃଗରାଜା ଦାନ ଦେଇଥୁବା ଗୋରୁମାନେ ସୁନ୍ଦର ସୁକପିଳ ବର୍ଣ୍ଣର ଥିଲେ ।

(ଢ) ଗୋରୁମାନଙ୍କୁ ଦୋହନ ପାଇଁ ନୃଗରାଜା କେଉଁ ପାତ୍ର ଦାନ ଦେଇଥିଲେ ?
Solution:
ଗୋରୁମାନଙ୍କୁ ଦୋହନ ପାଇଁ ନୃଗରାଜା କାଂସ୍ୟ ପାତ୍ର ଦାନ ଦେଇଥିଲେ ।

(ଣ) ନୃଗରାଜାଙ୍କ ଦାନରେ ତ୍ରୁଟି ରହିଲା କେଉଁଠି ?
Solution:
ନୃଗରାଜା ଥରେ ଦାନ ଦେଇଥିବା ଗାଈକୁ ଭୁଲ୍‌ରେ ଆଉ ଜଣେ ବ୍ରାହ୍ମଣଙ୍କୁ ଦାନ ଦେଇଥିଲେ ବୋଲି, ଦାନରେ ତାଙ୍କର ତ୍ରୁଟି ରହିଥିଲା ।

(ତ) ଧେନୁକୁ ଚିହ୍ନିଲା ପରେ ବିପ୍ର ତା’ର କ’ଣ ଧରିଲା ?
Solution:
ଧେନୁକୁ ଚିହ୍ନିଲା ପରେ ବିପ୍ର ତା’ର ଲାଙ୍ଗୁଳକୁ ଧରିଲା ।

(ଥ) ଧେନୁ ତା’ର ବୋଲି ବିପ୍ରଙ୍କ ପ୍ରଶ୍ନରେ ବ୍ରାହ୍ମଣ କ’ଣ ଉତ୍ତର ଦେଲା ?
Solution:
ଧେନୁ ତା’ର ବୋଲି ବିପ୍ରଙ୍କ ପ୍ରଶ୍ନରେ ବ୍ରାହ୍ମଣ ରାଗିଯାଇ ଉତ୍ତର ଦେଲା, ‘ଏହାକୁ ମୁଁ ପ୍ରତ୍ୟକ୍ଷେ ଦାନ ରୂପେ ଗ୍ରହଣ କରିଛି ବୋଲି ତୁ ଆଖ୍ ଖୋଲି ଦେଖେ ।’

(ଦ) ବିପ୍ର ଧେନୁର କ’ଣ ଧରି ନିଜ ପୁରକୁ ଗଲା ?
Solution:
ବିପ୍ର ଧେନୁର ଶୃଙ୍ଗ ଧରି ନିଜ ପୁରକୁ ଗଲା ।

(ଧ) ବ୍ରାହ୍ମଣ ଧେନୁର ଲାଞ୍ଜ ଧରିବା ପରେ ଉଭୟଙ୍କ ମଧ୍ୟରେ କ’ଣ ହେଲା ?
Solution:
ବ୍ରାହ୍ମଣ ଧେନୁର ଲାଞ୍ଜ ଧରିବା ପରେ ଉଭୟଙ୍କ ମଧ୍ୟରେ କନି ସୂତ୍ର ହେଲା |

(ନ) ଦୁଇ ବ୍ରାହ୍ମଣ କେଉଁଠାରେ କଳି କଲେ ?
Solution:
ଦୁଇ ବ୍ରାହ୍ମଣ ପଥରେ କଳି କଲେ ।

(ପ) ବ୍ରାହ୍ମଣ ଦ୍ଵୟ ଉଚ୍ଚବାଚ ହୋଇ କେଉଁଠାରେ ଯାଇ ପହଞ୍ଚିଲେ ?
Solution:
ବ୍ରାହ୍ମଣ ଦ୍ଵୟ ଉଚ୍ଚବାଚ ହୋଇ ନୃଗରାଜ ପୁରରେ ପହଞ୍ଚିଲେ ।

(ଫ) ଦେଇଥ‌ିବା ଦାନ ହରଣ କଲେ କ’ଣ ହୁଏ ?
Solution:
ଦେଇଥ‌ିବା ଦାନ ହରଣ କଲେ ଶେଷରେ ନର୍କ ଭୋଗ କରିବାକୁ ହୁଏ ।

(ଭ) ବିପ୍ରର ବାକ୍ୟ ଶୁଣି ନୃଗରାଜଙ୍କ ଶିରରେ କ’ଣ ପଡ଼ିଲା ?
Solution:
ବିପ୍ରର ବାକ୍ୟ ଶୁଣି ନୃଗରାଜଙ୍କ ଶିରରେ ବଜ୍ର ପଡ଼ିଲା ।

(ମ) ଦାନକ୍ରିୟାରେ ତ୍ରୁଟି ହୋଇଥିବା ଜାଣିବାରୁ ରାଜାଙ୍କର କି ପ୍ରତିକ୍ରିୟା ହେଲା ?
Solution:
ଦାନକ୍ରିୟାରେ ତ୍ରୁଟି ହୋଇଥିବା ଜାଣିବାରୁ ରାଜା ମନରେ ଭୟ ପାଇଲେ ଓ ତାଙ୍କର ଶରୀର ଥରି ଉଠିଲା ।

(ଯ) ରାଜା ବିପ୍ରଙ୍କୁ କେଉଁଠାରେ ପ୍ରବୋସ୍‌ଲେ ?
Solution:
ରାଜା ବିପ୍ରଙ୍କୁ ପାଦ ପାଖରେ ପ୍ରବୋଧଲେ ।

(ର) ବିପ୍ରଙ୍କ ପାଦଧରି ରାଜା କ’ଣ ସଂକଳ୍ପ କଲେ ?
Solution:
ବିପ୍ରଙ୍କ ପାଦଧରି ରାଜା ଲକ୍ଷେ ଧେନୁ ଦାନ ଦେବେ ବୋଲି ସଂକଳ୍ପ କଲେ ।

(ଳ) ବିପ୍ରଙ୍କ ପାଦଧରି ନୃଗରାଜ କ’ଣ ଅନୁରୋଧ କଲେ ?
Solution:
ବିପ୍ରଙ୍କ ପାଦଧରି ନୃଗରାଜ ଲକ୍ଷେ ଧେନୁ ବଦଳରେ ସେହି ଧେନୁଟିକୁ ଦେବାପାଇଁ ଅନୁରୋଧ କଲେ ।

(ବ) ନୃଗରାଜ କ’ଣ ଦକ୍ଷିଣା ଦେବେ ବୋଲି ବିପ୍ରଙ୍କୁ କହିଲେ ?
Solution:
ନୃଗରାଜ ହେମ-ନିଧ୍ଵ ଦକ୍ଷିଣା ଦେବେ ବୋଲି ବିପ୍ରଙ୍କୁ କହିଲେ ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(ଶ) ନୃଗରାଜଙ୍କ ଅନୁରୋଧ ଶୁଣି ବିପ୍ର କ’ଣ କହିଲା ?
Solution:
ନୃଗରାଜଙ୍କ ଅନୁରୋଧ ଶୁଣି ବିପ୍ର କହିଲା, ଏହି ଗାଈ ବ୍ୟତୀତ, ଆଉ ଲକ୍ଷେ ଗାଈରେ ମୋର ମନ ସନ୍ତୁଷ୍ଟ ହେବ ନାହିଁ ।

(ଷ) ରବିନନ୍ଦନ ନୃଗରାଜଙ୍କୁ କ’ଣ ଆଜ୍ଞା ଦେଲେ ?
Solution:
ରବିନନ୍ଦନ ନୃଗରାଜଙ୍କୁ ପୁଣ୍ୟ-ପାତକ ବିଚାର କରି, କାହାକୁ ଆଗେ ଭୋଗ କରିବ ବୋଲି ଆଜ୍ଞା ଦେଲେ ।

(ସ) ଯମଙ୍କ କଥା ଶୁଣି ନୃଗରାଜ ପ୍ରଥମେ କେଉଁ ଭାର ଭୁଞ୍ଜିବେ ବୋଲି ସ୍ଥିର କଲେ ?
Solution:
ଯମଙ୍କ କଥା ଶୁଣି ନୃଗରାଜ ପ୍ରଥମେ ପାପଭାର ଭୁଞ୍ଜିବେ ବୋଲି ସ୍ଥିର କଲେ ।

(କ୍ଷ) ପାପଭାର ଭୋଗ କରିବା ପାଇଁ ନୃଗରାଜ କେଉଁ ଜନ୍ମ ନେଇଥିଲେ ?
Solution:
ପାପଭାର ଭୋଗ କରିବାପାଇଁ ନୃଗରାଜ କୃକଲାଶ ଜନ୍ମ ନେଇଥିଲେ ।

(ୟ) ନୃଗରାଜ ପାପର ଅନ୍ତଃପରେ କାହାକୁ ଭେଟିବ ବୋଲି ଯମ ଆଜ୍ଞା ଦେଲେ ?
Solution:
ନୃଗରାଜ ପାପର ଅନ୍ତଃପରେ ମଦନଗୋପାଳଙ୍କୁ ଭେଟିବ ବୋଲି ଯମ ଆଜ୍ଞାଦେଲେ ।

(ଲ) କାହାର କରଲାଗି ନୃଗରାଜ ଦିବ୍ୟ ତନୁ ଧାରଣ କରିବେ ବୋଲି ଯମ କହିଥିଲେ ?
Solution:
କୃଷ୍ଣଙ୍କ କରଲାଗି ନୃଗରାଜ ଦିବ୍ୟ ତନୁ ଧାରଣ କରିବେ ବୋଲି ଯମ କହିଥିଲେ ।

(ଉ) କୃଷ୍ଣ କୂପ ମଧ୍ୟରୁ କୃକଲାଶକୁ କିପରି ଉଦ୍ଧାର କଲେ ?
Solution:
ମାଳାକାର ଯେପରି ମାଳାକୁ ସହଜରେ ଉଠାଇଥାଏ, ଠିକ୍ ସେହିପରି କୃଷ୍ଣ କୂପ ମଧ୍ୟରୁ କୃକଲାଶକୁ ଉଦ୍ଧାର କଲେ ।

(8) କେଉଁ ପୁଣ୍ୟ ବଳରୁ ନୃଗରାଜ ସ୍ଵର୍ଗରେ ବସିଲେ ?
Solution:
ନିଜ ସୁକୃତ-ତପ ପୁଣ୍ୟ ବଳରୁ ଦୃଗରାଜ ସ୍ଵର୍ଗରେ ବସିଲେ ।

(ଉ) କୃଷ୍ଣଙ୍କ କରସ୍ପର୍ଶରେ କୃକଲାଶର କ’ଣ ହେଲା ?
Solution:
କୃଷ୍ଣଙ୍କ କରସ୍ପର୍ଶରେ ଦିବ୍ୟତନୁ ଧାରଣ କଲା ।

(i) କେଉଁ ପାପ ମହାଘୋର ?
Solution:
ବ୍ରହ୍ମସ୍ଵ ହରଣ ପାପ ମହାଘୋର ।

(ii) ନୃଗରାଜକୁ କୃକଲାଶ କରିବା ପାଇଁ କିଏ ନିର୍ଦ୍ଦେଶ ଦେଲେ ?
Solution:
ନୃଗରାଜକୁ ବୃକଲାଶ କରିବାପାଇଁ ଯମ ନିର୍ଦ୍ଦେଶ ଦେଲେ ।

Question 3.
ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଦୁଇଟି ବାକ୍ୟରେ ଉତ୍ତର ଲେଖ । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ରହିବ।

(କ) କୃଷ୍ଣକୁମରମାନେ ବନ ମଧ୍ଯରେ କ’ଣ କରୁଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣକୁମରମାନେ ବନ ମଧ୍ୟରେ ବିଭିନ୍ନ ପ୍ରକାର ଲୀଳାଖେଳା କରୁଥିଲେ ।

(ଖ) କୃଷ୍ଣଙ୍କ ପୁଅମାନେ ବନ ମଧ୍ୟରେ ଥ‌ିବା ପରିତ୍ୟକ୍ତ କୂପ ପାଖକୁ କାହିଁକି ଯାଇଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣଙ୍କ ପୁଅମାନେ ବନରେ ଯାଇଥିଲେ ।

(ଗ) କୂପ ମଧ୍ୟରେ ଥ‌ିବା ଅଦ୍ଭୁତ ଜନ୍ତୁଟି କିପରି ଥିଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୁପ ମଧ୍ୟରେ ଥିବା ଅଭୁତ ଜନ୍ତୁଟି ପର୍ବତ ସଦୃଶ ଥିଲା ।

(ଘ) କୃଷ୍ଣକୁମାରମାନେ ବିସ୍ମୟରେ ପରସ୍ପରକୁ ଚାହିଁ କ’ଣ ଚିନ୍ତାକଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣକୁମାରମାନେ ବିସ୍ମୟରେ ପରସ୍ପରକୁ ଚାହିଁ ଚିନ୍ତାକଲେ, ‘ଏହି କୃକଲାଶକୁ କୂପ ମଧ୍ୟରୁ ଉଦ୍ଧାର କରିବା ।’

(ଙ) କୃଷ୍ଣପୁତ୍ରମାନେ ଲାଙ୍ଗୁଳରେ କ’ଣ ଲଗାଇ ଶକ୍ତ କରି ବାନ୍ଧିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ବକଳଚର୍ମପାଶି ଲଗାଇ ଶକ୍ତ କରି ବାନ୍ଧିଲେ ।

(ଚ) କୃକଲାଶକୁ ଜଣେ ଜଣେ ଟାଣି ବିଫଳ ହେଲା ପରେ କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ବୃକଲାଶକୁ ଜଣେ ଜଣେ ଟାଣି ନ୍ଦିଫଳ ହେଲାପରେ ପାପସ୍ତେ ଏକାବେଳେକେ ମିଶି ଗାଣିଲେ |

(ଛ) କୃଷ୍ଣକୁମରମାନେ ଏକାବେଳକେ କୃକଲାଶକୁ ଟାଣି ବିଫଳ ହେବାରୁ ସେମାନଙ୍କର କ’ଣ ହେଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣକୁମରମାନେ ଏକାବେଳେକେ ବିଶ୍ଵାସ ରହିଲା ନାହିଁ ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(ଜି) ଅଦ୍ଭୁତ ଜନ୍ତୁକୁ କୂପ ମଧ୍ୟରୁ ବାହାର ନ କରିପାରି କୃଷ୍ଣକୁମରମାନେ ପରସ୍ପର ମୁହଁ ଚାହିଁ କ’ଣ କଥା ହେଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଅଦ୍ଭୁତ ଜନ୍ତୁକୁ କୂପ ମଧ୍ୟରୁ ବାହାର ନକରି ପାରି କୃଷ୍ଣକୁମାରମାନେ ପରସ୍ପର ମୁହଁ ଚାହିଁ କହିଲେ, ଏହା ବଡ଼ ବିପରୀତ କଥା ଓ ଆମର ସାମର୍ଥ୍ୟ ନ ଥିବାରୁ, କୃକଲାଶଟି ସାମାନ୍ୟଭାବେ ହଲିଲା ନାହିଁ, ଯାହାକି ଆମ ପାଇଁ ବଡ଼ ଲଜ୍ୟାକର କଥା |

(ଝ) କେଉଁ କଥା ଶୁଣି ସବୁଲୋକ ହସିବେ ବୋଲି କୃଷ୍ଣପୁତ୍ରମାନେ ଭାବିଛନ୍ତି ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣଙ୍କଠାରୁ ଜନ୍ମ ହୋଇ ସାମାନ୍ୟ କୃକଲାଶକୁ ସେମାନେ କୂପରୁ ବାହାରକୁ ଆଣିପାରି ନାହାଁନ୍ତି, ଏହା ଜାଣିଲେ ସବୁଲୋକ ହସିବେ ବୋଲି କୃଷ୍ଣପୁତ୍ରମାନେ ଭାବିଛନ୍ତି ।

(ଞ) ଦ୍ଵାରକାପୁରର ବଧୂମାନେ ମୁହଁରେ ଲୁଗାଦେଇ କାହିଁକି ହସିବେ ?
Solution:
କଥାଶୁଣି ଦ୍ଵାରକାପୁରର ବଧୂମାନେ ମୁହଁରେ ଲୁଗାଦେଇ ହସିବେ ।

(ଟ) କୃଷ୍ଣପୁତ୍ରମାନେ ନିରାଶ ହୋଇ କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣପୁତ୍ରମାନେ ନିରାଶ ହୋଇ, କୃଷ୍ଣଙ୍କ ପାଖକୁ ଯାଇ ବନରେ ଦେଖୁଥ‌ିବା କୃକଲାଶ କଥା କହିଲେ ।

(୦) ପୁତ୍ରମାନଙ୍କ କଥା ଶୁଣି କୃଷ୍ଣ କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ପୁତ୍ରମାନଙ୍କ କଥା ଶୁଣି କୃଷ୍ଣ ହସିଲେ ଏବଂ ସେହି ସ୍ଥାନକୁ ଯିବାକୁ କହିଲେ ।

(8‍) କ’ଣ ଦେଖୁ ଦେବରାଜ ଆଶ୍ଚର୍ଯ୍ୟ ହେଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ମୁହଁ ତଳକୁ ଓ ଲାଞ୍ଜ ଊର୍ଦ୍ଧ୍ବକୁ କରି, ଗିରିଶୃଙ୍ଗ ପ୍ରାୟ କୃକଲାଶକୁ ଦେଖ୍ ଦେବରାଜ ଆଶ୍ଚର୍ଯ୍ୟ ହେଲେ ।

(ଉ) ଦାମୋଦର କାହା ଭଳି କୃକଲାଶକୁ କୂପ ମଧ୍ଯରୁ ଉଦ୍ଧାର କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ମାଳାକାର ଯେପରି ମାଳାକୁ ସହଜରେ ଉଠାଇନିଏ, ଠିକ୍ ସେହିଭଳି ଦାମୋଦର କୃକଲାଶକୁ କୂପ ମଧ୍ୟରୁ ଉଦ୍ଧାର କଲେ ।

(ଣ) ହୃଷୀକେଶ କୃକଲାଶକୁ କୂପରୁ ଉଦ୍ଧାର କଲାପରେ କ’ଣ ହେଲା ?
Solution:
ଉଦ୍ଧାର କଲାପରେ, ତା’ର ପ୍ରାଣ ଛାଡ଼ିଗଲା ।

(ତ) ଦିବ୍ୟପୁରୁଷର ମୁହଁକୁ ଚାହିଁ କୃଷ୍ଣ ହସି ହସି କ’ଣ ପଚାରିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଦିବ୍ୟପୁରୁଷର ମୁହଁକୁ ଚାହିଁ କୃଷ୍ଣ ହସି ହସି ପଚାରିଲେ, ହେ ମହାଭାଗ, ପୁଣ୍ୟଦେହୀ, ତୁମେ କିଏ ଏବଂ କେଉଁ ପାପରୁ ତୁମେ କୃକଲାଶ |

(ଥ) କୃଷ୍ଣଙ୍କ ପ୍ରଶ୍ନର ଉତ୍ତରରେ ଦିବ୍ୟପୁରୁଷ ନିଜର କ’ଣ ପରିଚୟ ଦେଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣଙ୍କ ପ୍ରଶ୍ନର ଉତ୍ତରରେ ଦିବ୍ୟପୁରୁଷ, ଈକ୍ଷାକୁ ବଂଶରେ ଜନ୍ମ ନୃଗରାଜ ବୋଲି ପରିଚୟ ଦେଲା ।

(ଦ) ‘କେବଳ ମୋତେ ପରିମାଣୁ’ କାହା ପ୍ରସଙ୍ଗରେ କୁହାଯାଇଛି ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ‘କେବଳ ମୋତେ ପରିମାଣୁ’

(ଧ) ନୃଗରାଜ କେତେ ସଂଖ୍ୟକ ଗାଈ ଦାନ ଦେଇଥିଲେ ?
Solution:
ଗାଈ ଦାନ ଦେଇଥିଲେ, ଅର୍ଥାତ୍ ଭୂମିରେ ଯେତେ ଧୂଳି, ଗଗନରେ ଯେତେ ତାରା ଓ ବରଷାର ଯେତେ ଧାରା, ସେହି ପ୍ରମାଣ ଗାଈ ସେ ଦାନ ଦେଇଥିଲେ ।

(ନ) ନୃଗରାଜ କେତେ ଭୂମି ଦାନ କରିଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ନୃଗରାଜ ଗୋ ଚର୍ମ ମାପେ ଭୂମି ଦାନ କରିଥିଲେ ।

(ପ) ନୃଗରାଜ ଅଜ୍ଞାନରେ କେଉଁ କଥା ଜାଣିପାରିଲେ ନାହିଁ ?
Solution:
ଦାନ ଦେଇଥ‌ିବା ଗାଈକୁ ପୁଣିଥରେ ଅନ୍ୟଜଣେ ବିପ୍ରହସ୍ତରେ ଦାନ ଦେଇଥିଲେ ।

(ଫ) ବ୍ରାହ୍ମଣ ଧେନୁ ତା’ର ବୋଲି କ’ଣ ପ୍ରମାଣ ଦେଖାଇଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ବ୍ରାହ୍ମଣ ଧେନୁ ତା’ର ବୋଲି ପ୍ରମାଣ କରିବାକୁ ଯାଇ କହିଥିଲା, ସେ ପ୍ରତ୍ୟକ୍ଷ ଭାବରେ ଦାନ ଗ୍ରହଣ କରିଛି ଏବଂ ତା’ ହାତରେ ଥିବା ଜଳ, ତୁଳସୀ, କୁଶକୁ ଦେଖାଇଛି ।

(ବ) ବ୍ରାହ୍ମଣ ଦୁହେଁ ଧେନୁର କ’ଣ ଧରି ଗୋରୁ ନିଜର ବୋଲି ଦାବି କଲେ ?
Solution:
ବୋଲି ଦାବିକରି, ଜଣେ ଶିଙ୍ଗ ଧରିଥିଲାବେଳେ ଅନ୍ୟ ଜଣେ ଲାଞ୍ଜ ଧରିଥିଲା ।

(ଭ) ରାଜପଥରେ ବ୍ରାହ୍ମଣ ଦୁହେଁ ପରସ୍ପର ମଧ୍ୟରେ କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ରାଜପଥରେ ବ୍ରାହ୍ମଣ ଦୁହେଁ ପରସ୍ପର ‘ମଧ୍ୟରେ କଳି କଲେ ।

(ମ) ରାଜା ବିପୁର ପାଦ ଧରି କ’ଣ ମାଗିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ରାଜା ବିପୁର ପାଦ ଧରି ଲକ୍ଷେ ଧେନୁ ବଦଳରେ, ସେହି ଧେନୁଟିକୁ ମାଗିଲେ ।

(ଯ) ମୃତ୍ୟୁପରେ ଯମଦୂତମାନେ ମୃଗରାଜଙ୍କର କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ମୃତ୍ୟୁପରେ ଯମଦୂତମାନେ ନୃଗରାଜାଙ୍କର ଦେହୀକୁ ବନ୍ଧନ କରି, ଯମଙ୍କ ନିକଟରେ ପହଞ୍ଚାଇ ଦେଲେ ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(ର) ଯମ ନୃଗରାଜଙ୍କୁ ପାପର ଅନ୍ତଃପରେ କାହାକୁ ଭେଟିବୁ ବୋଲି କହିଛନ୍ତି ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଯମ ନୃଗରାଜଙ୍କୁ ପାପର ଅନ୍ତଃପରେ ମଦନଗୋପାଲବୁ ଭେଟିବୁ ବୋଲି କହିଛନ୍ତି |

Question 4.
ପ୍ରାୟ ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

(କ) ପ୍ରଦ୍ୟୁମ୍ନ, ଶାମ୍ବ ଆଦି ବଣରେ ଖେଳି ସାରିବା ପରେ କ’ଣ ହେଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ପ୍ରଦ୍ୟୁମ୍ନ ଓ ଶାମ୍ବ ଆଦି କୃଷ୍ଣପୁତ୍ରମାନେ ବଣରେ ଖେଳି ଖେଳି ତୃଷିତ ହୋଇଛନ୍ତି ଏବଂ ତୃଷା ପାଇଁ ବଣରେ ଜଳ ଖୋଜିବାକୁ ଯାଇ ଏକ କୂପପାଖରେ ପହଞ୍ଚିଛନ୍ତି, ଯେଉଁଥରେ ସେମାନେ ଅଦ୍ଭୁତ ଜନ୍ତୁ ଦେଖୁଛନ୍ତି ।

(ଖ) କୃଷ୍ଣକୁମରମାନେ କୃକଲାଶର ଉଦ୍ଧାର ପାଇଁ କ’ଣ ଚେଷ୍ଟା କରିଥିଲେ ?
Solution:
କୃକଲାଶକୁ ଉଦ୍ଧାର କରିବାକୁ ଯାଇ ତୃଣବକଳ ଚର୍ମର ଦଉଡ଼ିକୁ ତା’ର ଲାଞ୍ଜରେ ବାନ୍ଧି ଉପରକୁ ଉଠାଇବାକୁ ଚେଷ୍ଟା କରିଥିଲେ । ପ୍ରଥମେ ଜଣେ ଜଣେ କରି ଟାଣିବା ପରେ, କୃକଲାଶ ନ ଉଠିବାରୁ, ସମସ୍ତେ ମିଳିତ ଉଦ୍ଧାର ପାଇଁ କ’ଣ ଚେଷ୍ଟା କରିଥିଲେ |

(ଗ) ‘ଲାଜ ତ ମରଣୁ ବଳିଲା’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣକୁମରମାନେ କୂପ ମଧ୍ୟରେ ଥିବା କୃକଲାଶକୁ ଉପରକୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ । କୃକଲାଶ ଲାଞ୍ଜରେ ଦଉଡ଼ି ବାନ୍ଧି ଜଣ ଜଣ କରି ଚେଷ୍ଟାରେ ବିଫଳ ହେବାରୁ, ମିଳିତଭାବରେ ଟାଣିଲା ପରେ ସମସ୍ତେ ଥକିପଡ଼ିଲେ ବି କୃକଲାଶ ଉପରକୁ ଉଠିନଥିଲା । କୃଷ୍ଣପୁତ୍ର ହୋଇ ତାଙ୍କର ଅସାମର୍ଥ୍ୟ ଭାବକୁ ବିବେଚନା କରି ସେମାନେ ଭାବିଛନ୍ତି, ‘ଲାଜ ତ ମରଣୁ ବଳିଲା’ ।

(ଙ) ଶ୍ରୀକୃଷ୍ଣ ଘୋର ବନକୁ ଯାଇ କ’ଣ କଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଶ୍ରୀକୃଷ୍ଣ ଘୋର ବନକୁ ଯାଇ ଦେଖ‌ିଲେ ଶୁଷ୍କ ଓ ଅନ୍ଧକାର କୂପ ମଧ୍ୟରେ ଗିରିଶୃଙ୍ଗ ପ୍ରାୟ କୃକଲାଶ ଅଧୋବଦନ ଊର୍ଦ୍ଧଲାଞ୍ଜ ହୋଇ ପଡ଼ିଛି । ସେ ତାହାର ଲାଞ୍ଜକୁ ବାମ ହାତରେ, ସହଜରେ ଉପରକୁ ଉଠାଇ ଆଣିଥିଲେ ।

(ଚ) କୃଷ୍ଣଙ୍କର ହାତ ଲାଗିବା ପରେ କୃକଲାଶର କ’ଣ ହେଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣ ବାମକରରେ ବୃକଲାଶର ଲାଞ୍ଜକୁ ଧରି ଉପରକୁ ଆଣିବା ପରେ ତା’ର ପ୍ରାଣ ଛାଡ଼ିଲା ଓ ସେ ଦିବ୍ୟ ସ୍ୱରୂପ ଲାଭକଲା । ସେ ଉଦୟଗିରି ଶିଖରରେ ଶଶୀ ପରି ଶୁଦ୍ଧ ସୁବର୍ଷରେ ଝଲସୁଥୁଲା ଓ ମେଘ ଦେହରେ ବିଜୁଳି ପ୍ରକାଶର ରୂପ ସହିତ, ଦିବ୍ଯବସନ ସହିତ ଫୁଲମାଳରେ ଶୋଭା ପାଉଥିଲା ।

(ଛ) କୃକଲାଶର ଦିବ୍ୟସ୍ଵରୂପ ଦେଖ୍ କୃଷ୍ଣ କ’ଣ ପଚାରିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃକଲାଶର ଦିବ୍ୟସ୍ୱରୂପ ଦେଖୁ କୃଷ୍ଣ ପଚାରିଲେ, ଦେବତା ସଦୃଶ ଦେଖାଯାଉଥ‌ିବା ହେ ମହାଭାଗ ପୁଣ୍ୟଦେହୀ, ତୁମେ କିଏ ଏବଂ କାହିଁକି କୃକଲାଶ ହୋଇଥିଲ ?

(ଜ) କୃକଲାଶ କୃଷ୍ଣଙ୍କ ପ୍ରଶ୍ନର ଉତ୍ତର କ’ଣ ଦେଲା ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣ କୃକଲାଶର ପରିଚୟ ପଚାରିଲେ । ସେ କହିଲା, ‘ମୁଁ ହେଉଛି ଈକ୍ଷାକୁ ବଂଶର ନୃଗରାଜା । ମହାଦାନୀ ଭାବରେ ଦାନ ଦେବାବେଳେ, ଦେବା ଅପରାଧରେ କୂକଳାଶ ହୋନ୍ଦଥ୍ଲି |

(ଝ) ନୃଗରାଜ ବ୍ରାହ୍ମଣମାନଙ୍କୁ କିପରି ଧେନୁ ଦାନ କରୁଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । କୃଷ୍ଣ କୃକଲାଶର ପରିଚୟ ପଚାରିଲେ । ରୂପବନ୍ତୀ, ସରଳ ବସ୍ତ୍ରାବତୀ, ସୁକପିଳ ବର୍ଣ୍ଣଯୁକ୍ତା, ଶୃଙ୍ଗରେ ସୁବର୍ଣ୍ଣ ପରିପୂର୍ଣ୍ଣା, ଖୁରରେ ରଜତ ଖଞ୍ଜଣିଯୁକ୍ତା ଧେନୁ ଦାନ କରୁଥିଲେ ।

(ଞ) କେଉଁ ଉତ୍ତମ ବ୍ରାହ୍ମଣମାନଙ୍କୁ ନୃଗରାଜ ଗାଈ ଦାନ ପାଇଁ କହିଛନ୍ତି ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଯୁବା, ସୁଗୁଣ ସାଧୁଶୀଳ, କୁଟୁମ୍ବଗହଳରେ ଥ‌ିବା ଦରିଦ୍ର, ଉତ୍ତମ ବ୍ରହ୍ମଚର୍ଯ୍ୟ ଦୀକ୍ଷା ଗ୍ରହଣ କରିଥିବା, ବେଦାଧ୍ୟୟନ ସହିତ ମନ୍ତ୍ରଶିକ୍ଷା କରିବା ଓରମ ବ୍ରାହ୍ମଣମାନଙ୍କୁ ନୃଗରାଜ ଗାଈ ଦାନ ପାଇଁ କହିଛନ୍ତି |

(ଟ) ନୃଗରାଜ କିଭଳି ଗୁଣସମ୍ପନ୍ନ ଗୋ ଦାନ ଦେଇଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ନୃଗରାଜା କ୍ଷୀରସମ୍ପର୍ଣ୍ଣା, ସାଧୁ ପ୍ରକୃତିର, ତରୁଣ ବତ୍ସ୍ୟଯୁକ୍ତା, ସୁକପିଳବର୍ଣ୍ଣା, ଶୃଙ୍ଗରେ ସୁବର୍ଣ୍ଣ ଓ ଖୁରରେ ରୁପାର ଖଞ୍ଜଣିଯୁକ୍ତ ଗୁଣସମ୍ପନ୍ନ ଗୋ ଦାନ ଦେଉଥିଲେ ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(୦) ନୃଗରାଜ ବିଭିନ୍ନ ଦାନ ପରେ ମଧ୍ୟ କେଉଁ ପାପ ଆଚରଣ କରିଥିଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଭୂମି, ସୁବର୍ଣ୍ଣ, ଶଯ୍ୟା, ଗଜ, ତୁରଗ, ଦାସୀ, ବସ୍ତ୍ର, ଅଜାଣତରେ ବଡ଼ ଭୁଲ୍ କରିଥିଲେ । ଯେଉଁ ଧେନୁକୁ ସେ ଉଲ୍ଲେଖ କରିଛନ୍ତି । ନୃଗରାଜ ଉନ୍ନତମାନର ଧେନୁ, ଭୂଷଣ, ଅନ୍ନ, ଜଳ ଆଦି ଦାନ ପରେ ମଧ୍ୟ ସେ ଥରେ ଦାନ ଦେଇଥିଲେ, ସେହି ଧେନୁକୁ ପୁନର୍ବାର ଅନ୍ୟଜଣେ ବ୍ରାହ୍ମଣକୁ ଅଜାଣତରେ ଦାନ ଦେଇଥ‌ିବା ଭଳି ପାପ ଆଚରଣ କରିଥିଲେ ।

(ଉ‍) ନୃଗରାଜ ବ୍ରାହ୍ମଣ ଦୁହିଁଙ୍କ ମଧ୍ୟରେ କଳହର ମୀମାଂସା କରିବା ଲାଗି କ’ଣ ପ୍ରସ୍ତାବ ଦେଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଭୂମି, ସୁବର୍ଣ୍ଣ, ଶଯ୍ୟା, ଗଜ, ତୁରଗ, ଦାସୀ, ବସ୍ତ୍ର, ଅଜାଣତରେ ବଡ଼ ଭୁଲ୍ କରିଥିଲେ ଦେଇଥିଲେ । ସେହି ଧେନୁ ଦାନ ସହିତ ସୁବର୍ଣ୍ଣ ଦକ୍ଷିଣା ରୂପେ ଦେବାକୁ ମଧ୍ୟ କହିଥିଲେ ।

(ଢ) ବ୍ରାହ୍ମଣ ଦୁହେଁ ରାଜାଙ୍କ ପ୍ରସ୍ତାବ ସ୍ଵୀକାର କଲେ ନାହିଁ କାହିଁକି ?
Solution:
କ୍ରୋଧରେ ରାଜାଙ୍କ ପ୍ରସ୍ତାବ ସ୍ଵୀକାର କଲେ ନାହିଁ । ସେମାନେ ସେହି ନିର୍ଦ୍ଦିଷ୍ଟ ଧେନୁ ବଦଳରେ ଲକ୍ଷେ କା ଅୟୁତ ଧେନୁ ମଧ୍ଯ ନେବାକୁ ଚାହିଁ ନଥୁଲେ ।

(ଣ) ଶାପମୋଚନ ପରେ ନୃଗରାଜ କିପରି ସ୍ଵର୍ଗ ଯାତ୍ରାକଲେ ?
Solution:
କୃଷ୍ଣଙ୍କ କରସ୍ପର୍ଶ ପାଇ ନୃଗରାଜ ସଙ୍ଗେ ସଙ୍ଗେ ଦିବ୍ୟତନୁ ଧାରଣକଲେ । ନିଜ ସୁକୃତ ବଳରୁ ଓ ପୁଣ୍ୟବଳରୁ ସେ ସ୍ଵର୍ଗଯାତ୍ରା କଲେ ।

(ତ) ଯମ ନୃଗରାଜଙ୍କୁ କେଉଁ ପରାମର୍ଶ ଦେଲେ ?
Solution:
‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସ ଏହା ଉଲ୍ଲେଖ କରିଛନ୍ତି । ଯମ ନୃଗରାଜଙ୍କୁ କହିଲେ, ଦିବ୍ୟତନୁ ଧାରଣକରି, ପୁଣ୍ୟବଳରେ ସେ ସ୍ଵର୍ଗରେ ବସିବ ।

ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :

Question 5.
(କ) ‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସଙ୍କ ବିଷୟ ବିନ୍ୟାସ କୌଶଳ ଉପସ୍ଥାପନ କର ।
Solution:
ଭକ୍ତକବି ଜଗନ୍ନାଥ ଦାସ ଓଡ଼ିଆ ଭାଷା ଓ ସାହିତ୍ୟର ଯଥାର୍ଥ ରୂପକାର । ଜଗନ୍ନାଥଙ୍କ ପୂର୍ବରୁ ଯଦିଓ ସାରଳା ଦାସ ମହାଭାରତ ରଚନା କରିଥିଲେ, ତାହା ଏତେ ମାର୍ଜିତ ଭାଷାରେ, ଶୁଦ୍ଧ ଓଡ଼ିଆରେ ରଚନା କରାଯାଇ ନଥିଲା । କୃଷ୍ଣଙ୍କର ଅପୂର୍ବ ଲୀଳାଖେଳାକୁ ନବାକ୍ଷରୀ ବୃତ୍ତରେ ସହଜ ସରଳ ଭାଷାରେ ପ୍ରକାଶ କରିଛନ୍ତି କବି ଜଗନ୍ନାଥ ଦାସ । କୃଷ୍ଣ ହେଉଛନ୍ତି ଲୀଳା ସୁନ୍ଦର । ଦୁଷ୍ଟ ଦଳନ ଓ ସନ୍ଥ ପାଳନ ପାଇଁ ସେ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଛନ୍ତି । ସେହି ଅବସରରେ ସେ ତାଙ୍କର ଯେଉଁ ଲୀଳା ପ୍ରକାଶ କରିଛନ୍ତି, ସେଥୁରୁ ଦ୍ଵାରକାଲୀଳା ପ୍ରସଙ୍ଗ ଅତି ଚମତ୍କାର । ଆଲୋଚ୍ୟ କବିତା ‘ଶାପମୋଚନ’ରେ କବି, ନୃଗରାଜା କିପରି କୃଷ୍ଣଙ୍କ୍ କରସ୍ପର୍ଶ ପାଇ ଶାପମୁକ୍ତ ହୋଇ, ଦିବ୍ୟସ୍ୱରୂପ ଧାରଣ କରିଛନ୍ତି, ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

କଥାବସ୍ତୁର ଶେଷ ପର୍ଯ୍ୟାୟଟି କବିତାର ପ୍ରଥମ ପର୍ଯ୍ୟାୟରେ ବର୍ଣ୍ଣନା କରାଯାଇଛି । କୃଷ୍ଣକୁମରମାନେ ବନ ମଧ୍ୟରେ କୂପ ମଧ୍ଯରେ ପତିତ ବିରାଟକାୟ କୃକଲାଶକୁ ଦେଖୁଛନ୍ତି । କୃକଲାଶକୁ ଉପରକୁ ଉଠାଇବାକୁ ଚେଷ୍ଟାକରି ମଧ୍ୟ, ସେମାନେ କୃକଲାଶକୁ ଶୁଷ୍କକୂପରୁ ଉଦ୍ଧାର କରିଛନ୍ତି । କୃଷ୍ଣଙ୍କ ସ୍ପର୍ଶପାଇ କୃକଲାଶ ପ୍ରାଣତ୍ୟାଗ କରିଛି । କୃକଲାଶ ହୋଇଛନ୍ତି ଦିବ୍ଯତନୁ ସ୍ଵରୂପ । କୃଷ୍ଣ ତାହାକୁ, ପରିଚୟ ପଚାରିବାରୁ ସେ ନିଜର ଅତୀତ ଇତିବୃତ୍ତ ବଖାଣି ବସିଛି ।

କବିତାର ପରବର୍ତ୍ତୀ ପର୍ଯ୍ୟାୟରେ କୃକଲାଶ ନିଜକୁ ଈକ୍ଷାକୁ ବଂଶର ନୃଗରାଜ ବୋଲି କହିଛନ୍ତି । ସେ ଦାନୀ ହିସାବରେ ନିଜକୁ ଯଥେଷ୍ଟ ପ୍ରତିଷ୍ଠିତ କରାଇଥିଲେ ବି, ଭ୍ରମବଶତଃ ଥରେ ଦାନ ଦେଇଥିବା ଗାଈକୁ ପୁଣିଥରେ ଅନ୍ୟଜଣଙ୍କୁ ଦାନ ଦେଇଛନ୍ତି । ଫଳରେ ଦାନ ନେଇଥିବା ବ୍ରାହ୍ମଣ ଦୁଇଜଣ, ନୃଗରାଜଙ୍କୁ ଦୋଷାରୋପ କରିଛନ୍ତି । ସେ ଯେତେ ଚେଷ୍ଟାକରି ମଧ୍ୟ ବ୍ରାହ୍ମଣ ଦ୍ଵୟଙ୍କୁ ବୁଝାଇ ପାରିନାହାଁନ୍ତି । ଶେଷରେ ସେ ମୃତ୍ୟୁବରଣ କରିଛନ୍ତି । ବ୍ରହ୍ମସ୍ଵ ହରଣ କରିଥିବା ପାପର ନମକାହା କୂକଲାଣ ଭାବରେ ଶୁତ୍ରକୁପରେ ପଢିଚ୍ଚିନ୍ତି |

(ଖ) ନୃଗରାଜ ଚରିତ୍ରର ବୈଶିଷ୍ଟ୍ୟ ନିରୂପଣ କର ।
Solution:
ଚରିତ୍ର ଚିତ୍ରଣ ସାହିତ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ କଳା । ସ୍ରଷ୍ଟା ନିଜର ଅଭିଜ୍ଞତା ଓ ଅନୁଭୂତିକୁ ଆଧାରକରି ଚରିତ୍ରକୁ ବର୍ଣ୍ଣନା କରିଥା’ନ୍ତି । ଯେଉଁ ଚରିତ୍ର ଯେତେ ସ୍ଵାଭାବିକ ଓ ସତ୍ୟର ନିକଟବର୍ତୀ, ସେହି ଚରିତ୍ର ସେତେ ପାଠକୀୟ ଶ୍ରଦ୍ଧା ଲାଭ କରିପାରେ । ସେଥ‌ିରେ ପାଠକ ଯେପରି ନିଜକୁ ଦେଖ୍ ପାଇବାର ସୁଯୋଗ ନିଏ । ପୌରାଣିକ ଚରିତ୍ର ବର୍ଣ୍ଣନାରେ କବିର ସେତେଟା ସ୍ଵାଧୀନତା ନଥିଲେ ମଧ୍ୟ, ସେ ତାହାକୁ ଯଥାସମ୍ଭବ ସ୍ଵାଭାବିକ କରାଇଥାଏ । ଭକ୍ତକବି ଜଗନ୍ନାଥ ପଞ୍ଚସଖାଯୁଗର ଲୋକପ୍ରିୟ କବି । ସଂସ୍କୃତ ଭାଗବତକୁ ସହଜ, ସରଳ ଓ ସତ୍ୟର ନିକଟବର୍ତ୍ତୀ କରି ବିଭିନ୍ନ ଚରିତ୍ରର ସେ ବର୍ଣ୍ଣନା ଦେଇଛନ୍ତି । ଆଲୋଚ୍ୟ କବିତା ‘ଶାପମୋଚନ’ରେ କବି ମହାଦାନୀ ରାଜା ନୃଗରାଜଙ୍କ ଚରିତ୍ରର ମହନୀୟତା ପ୍ରତିପାଦନ କରିବାକୁ ଚେଷ୍ଟା କରିଛନ୍ତି ।

ଅଗ୍ରଣୀ । ପୁଣି ସେ ଭକ୍ତି ଓ ଦିବ୍ୟଜ୍ଞାନସମ୍ପନ୍ନ । ସେ ଭଗବାନଙ୍କର ଲୀଳାଖେଳାକୁ ଭଲଭାବରେ ଅବଗତ ହୋଇଛନ୍ତି । କୌଣସି ସମୟରେ ନିଜର ଅହଂକାର ପ୍ରକାଶ ନକରି ଉଦ୍ଧାରକର୍ତ୍ତା ଶ୍ରୀକୃଷ୍ଣଙ୍କୁ ସର୍ବଭୂତଙ୍କ ଆତ୍ମା ଓ ଅଶେଷ ଜ୍ଞାନୀ ବୋଲି ବିବେଚନା କରିଛନ୍ତି । କେବଳ କୃଷ୍ଣ ସବୁଜାଣିଲେ ମଧ୍ୟ ତାଙ୍କୁ ପରୀକ୍ଷା କରିବାପାଇଁ ପ୍ରଶ୍ନ କରିଛନ୍ତି ବୋଲି କହିଛନ୍ତି । ତଥାପି କୃଷ୍ଣଙ୍କର ଆଜ୍ଞାକୁ ପାଳନ କରିଛନ୍ତି । ନିଜର ଅତୀତକୁ ଉନ୍ମୋଚନ କରିଛନ୍ତି ।

ସେ ନିଜର ଦାନୀପଣ ସ୍ଵରୂପ, ଅନେକ ଦୁଗ୍ଧବତୀ, ସାଧୁ ପ୍ରକୃତିର, ବସ୍ତ୍ରାବତୀ ବିଭିନ୍ନ ଅଳଙ୍କାର ଶୋଭିତା ଧେନୁ ବ୍ରାହ୍ମଣମାନଙ୍କୁ ଦାନ ଦେଇଛନ୍ତି । ଦାନ ଦେଲାବେଳେ ସେ ପୁଣି ଉପଯୁକ୍ତ ବ୍ରାହ୍ମଣଙ୍କୁ ହିଁ ଦାନର ଯୋଗ୍ୟ ବୋଲି ବିବେଚନା କରିଛନ୍ତି । ଯେଉଁମାନେ ସାଧୁଶୀଳ, ଦରିଦ୍ର, କୁଟୁମ୍ବୀ, ଉତ୍ତମ ବ୍ରହ୍ମଚର୍ଯ୍ୟ ଦୀକ୍ଷାଯୁକ୍ତ, ବେଦାଧ୍ୟୟନେ ଓ ମନ୍ତ୍ରଶିକ୍ଷାରେ ପଣ୍ଡିତ, ସେହିମାନଙ୍କୁ ସେ ଦାନ ଦେଇଛନ୍ତି । ପୁନଶ୍ଚ ସେ ଭୂମି, ସୁବର୍ଣ୍ଣ, ଭୋଗ୍ୟବସ୍ତୁ, ବସ୍ତ୍ରଭୂଷଣ, ଅନ୍ନ, ଜଳ, ସୁମିଷ୍ଟ ପବିତ୍ର ଭୋଜନ ଦାନ କରୁଥିଲେ । କବି ଏଭଳି ବର୍ଣ୍ଣନାରୁ ନୃଗରାଜଙ୍କୁ ଜଣେ ଦାନୀ ଭାବରେ ପ୍ରମାଣ କରିଛନ୍ତି । ନୃଗରାଜ ଏତେ ଦାନ ଦେଲେ ମଧ୍ୟ, ଭ୍ରମବଶତଃ ଗୋଟିଏ ଧେନୁକୁ ଦୁଇଥର ଦାନ ଦେଇଛନ୍ତି । ବ୍ରାହ୍ମଣଦ୍ଵୟ କଳିକଲେ ବି, ସେ ତାହାର ସମାଧାନ କରି ପାରିନାହାଁନ୍ତି । ନିଜର ନମ୍ରସ୍ବଭାବ ପ୍ରକାଶ କରି ବ୍ରାହ୍ମଣମାନଙ୍କ ପାଦହସ୍ତଧରି ନିଜର ଭୁଲ ସ୍ଵୀକାର କରିଛନ୍ତି ।

ସେହି ଧେନୁ ବଦଳରେ ଅନେକ ଧେନୁ ଓ ସୁବର୍ଣ୍ଣ ଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ସେ କୌଣସି ପ୍ରକାରେ ନିଜକୁ ଦୋଷମୁକ୍ତ କରି ପାରିନାହାଁନ୍ତି । ବ୍ରାହ୍ମଣମାନଙ୍କୁ ସେ ଯେଭଳି ବୁଝାଇଛନ୍ତି, ସେଥୁରୁ ତାଙ୍କର ନମ୍ର ସ୍ଵଭାବର ପରିଚୟ ମିଳେ । ଶେଷରେ ଯମଦ୍ଵାରରେ ଯମଦଣ୍ଡ ଭୋଗିଛନ୍ତି । କୃକଲାଶ ଭାବରେ ଅପେକ୍ଷା କରିଛନ୍ତି, କୃଷ୍ଣଙ୍କର କରସ୍ପର୍ଶକୁ । ଶେଷରେ ସେ ହୋଇଛନ୍ତି ସ୍ବର୍ଗଗାମୀ । କବି ଜଗନ୍ନାଥ ଦାସ ମୃଗରାଜର ବୈଶିଷ୍ଟ୍ୟକୁ ସୁନ୍ଦର ଭାବରେ ଚିତ୍ରଣକରି ନିଜ ବିଶେଷତାର ପରିଚୟ ଦେଇଛନ୍ତି ।

(ଗ) ‘ଶାପମୋଚନ’ କବିତା ଅନୁସରଣରେ କବିଙ୍କର ଧାର୍ମିକ ଭାବନାର ସ୍ବତନ୍ତ୍ରତା ବିଚାର କର ।
Solution:
‘ଶାପମୋଚନ’ କବିତାର କବି ଭକ୍ତକବି ଜଗନ୍ନାଥ ଦାସ । ସେ ଥିଲେ କୃଷ୍ଣିକପ୍ରାଣ । ସେ ପୁଣି ଜଗନ୍ନାଥ ଓ କୃଷ୍ଣଙ୍କ ଭିତରେ ଅଭେଦ କଳ୍ପନା କରିଥିଲେ । ସେ ଜାଣିଥିଲେ ଜନ୍ମ ଜନ୍ମର ସାଧନା ଓ ତପସ୍ୟାକୁ ନେଇ ମଣିଷ ସୁଖ ଭୋଗକରେ । ଯେଉଁମାନେ ପଣ୍ଡିତ, ସନ୍ଥ, ସେମାନେ ଜାଗତିକ ସୁଖ ଅପେକ୍ଷା, ପରମାତ୍ମା ସାନ୍ନିଧ୍ୟକୁ ଯଥାର୍ଥ ସୁଖ ବୋଲି ଗ୍ରହଣ କରିଥା’ନ୍ତି । କାରଣ ଜାଗତିକ ସୁଖରେ ତୃପ୍ତି ଆସି ନଥାଏ । ଆଧ୍ୟାତ୍ମିକ ସୁଖରେ ମନରେ ଶାନ୍ତି ଓ ତୃପ୍ତି ଆସିଥାଏ । ସେହି ପରମାତ୍ମାଙ୍କ ସାନ୍ନିଧ୍ଵ ପାଇଁ, ଭଗବତ୍ ପ୍ରାପ୍ତି ପାଇଁ ମୁନୀ, ଋଷିମାନେ ତପସ୍ୟା କରନ୍ତି । ଯୁଗଯୁଗ ଧରି ତପସ୍ୟା ହୋଇଥାଏ | କବି ଜଗନ୍ନାଥ ଦାସ, ଶ୍ରୀମଦ୍ ଭାଗବତର ପ୍ରତି ପର୍ଯ୍ୟାୟରେ କୃଷ୍ଣଙ୍କର ଅପୂର୍ବ ଲୀଳାକୁ ବର୍ଣ୍ଣନା କରି ନିଜର ଧାର୍ମିକ ଭାବକୁ ପରିପ୍ରଚାର କରିଛନ୍ତି ।

CHSE Odisha Class 11 Odia Solutions Chapter 6 ଶାପମୋଚନ

ପାଇଁ ଚେଷ୍ଟାକରି ଅସଫଳ ହୋଇଛନ୍ତି । କାରଣ ସେହି କୃକଲାଶ ସାଧାରଣ ନଥିଲା । ଶାପଗ୍ରସ୍ତ ନୃଗରାଜ କୃକଲାଶ ଭାବରେ ପଡ଼ିରହି ଅପେକ୍ଷା କରିଛନ୍ତି କୃଷ୍ଣଙ୍କର କରସ୍ପର୍ଶକୁ । କୃଷ୍ଣ ଯେତେବେଳେ କୃକଲାଶକୁ ଦେଖୁଛନ୍ତି, ଭାବଗ୍ରାହୀ ଭାବରେ ସେ କୃକଲାଶର ଭାବକୁ ବୁଝିଛନ୍ତି । କୁକଲାଶକୁ ଉପରକୁ ସହଜରେ ବାମ କରରେ ଉଠାଇ ଆଣିଛନ୍ତି । ସେହି ପ୍ରସଙ୍ଗକୁ ବର୍ଣ୍ଣନା କରିବାକୁ ଯାଇ କବି ନିଜର ଧାର୍ମିକ ଭାବନାକୁ ପ୍ରକାଶ କରିଛନ୍ତି ।
CHSE Odisha Class 11 Odia Solutions Chapter 6 Img 1
କୃକଲାଶ କେବଳ କୃଷ୍ଣଙ୍କ କରସ୍ପର୍ଶକୁ ଅପେକ୍ଷା କରିଥିଲା । ଯମରାଜା କୃକଲାଶ ଭାବରେ ଦଣ୍ଡ ଦେଇଥିଲେ ବି, ସେ ଯେ ମଦନଗୋପାଳଙ୍କୁ ଭେଟିବ, ତାହା ମଧ୍ୟ କହିଥିଲେ । ସୁତରାଂ ନୃଗରାଜ କୃକଲାଶ ଭାବରେ ଶୁଷ୍କ କୂପରେ ପଡ଼ିରହିଥିଲେ ଏବଂ ଭକ୍ତ ଭାବରେ ଭଗବାନଙ୍କ ସାନ୍ନିଧକୁ ଅପେକ୍ଷା କରିଥିଲେ । ଏଭଳି ଭାବଧାରା ବର୍ଣ୍ଣନା କବିଙ୍କର ଧାର୍ମିକ ଭାବନାର ପରିଚୟ ଦିଏ । କୃକଲାଶ ଦିବ୍ୟସ୍ୱରୂପ ଲାଭ କଲାପରେ ଶ୍ରୀକୃଷ୍ଣ ତାହାର ପରିଚୟ ପଚାରିଛନ୍ତି । ନୃଗରାଜ ଦିବ୍ୟସ୍ଵରୂପ ନେଇ ନିଜର ପରିଚୟ ଦେବା ପୂର୍ବରୁ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ନିଜର ସମର୍ପଣ ଭାବପ୍ରକାଶ କରିଛନ୍ତି । କହିଛନ୍ତି, ହେ କୃଷ୍ଣ ତୁମେ ସବୁକିଛି ଜାଣିଛ । କାରଣ ତୁମକୁ ସେଭଳି ପରିଚୟ ଦେବାକୁ ମୁଁ ଅସମର୍ଥ । ତୁମେ ହେଉଛ ସର୍ବଭୂତଙ୍କ ଆତ୍ମା ଓ ସର୍ବଜ୍ଞାନୀ । ସବୁ ଜାଣିଥୁଲେ ମଧ୍ୟ, ମୋତେ ପରୀକ୍ଷା କରିବାପାଇଁ ବା ମୋଠାରୁ ଶୁଣିବାପାଇଁ ତୁ କେବଳ ପଚାରୁଅଛୁ ।

କେବଳ ତୋ’ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ କହୁଛି । ଏଭଳି ବର୍ଣ୍ଣନାରେ କବିଙ୍କର ଭକ୍ତିଭାବ ପ୍ରକାଶିତ । ଆହୁରି ପୁଣି ଲେଖୁଛନ୍ତି, ସମସ୍ତେ କର୍ମଫଳର ଅଧୀନ । ଏପରିକି ବ୍ରହ୍ମାଶଙ୍କର ଦେହ ଧରି କର୍ମଫଳ ଭୋଗ କରିଥା’ନ୍ତି । ଏହିଭଳି ବିଭିନ୍ନ ବର୍ଣ୍ଣନାରେ କବିଙ୍କର ଭକ୍ତିଭାବ ପ୍ରକାଶିତ ।

(ପ) ‘ସ୍ଵର୍ଗେ ବସିବୁ ପୁଣ୍ୟ ବଳେ’ । ନିଜ ସୁକୃତ ତପ ଫଳେ’’ ରୁ କବିଙ୍କ କାବ୍ୟ ଆଭିମୁଖ୍ୟ ବିଚାର କର ।
Solution:
ଉକ୍ତ ପଦଟି କବି ଜଗନ୍ନାଥ ଦାସ ‘ଶାପମୋଚନ’ କବିତାରେ ଉଲ୍ଲେଖ କରିଛନ୍ତି । ଏହି କବିତାଟି କବିଙ୍କର ଏହି କବିତାରେ କବି ନୃଗରାଜଙ୍କର ପ୍ରସଙ୍ଗ ବର୍ଣ୍ଣନା କରିବା ସହିତ, ଲୀଳାସୁନ୍ଦର କୃଷ୍ଣଙ୍କର ମାନବୀୟ ଲୀଳାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଯେହେତୁ କବି ଜଣେ ଭକ୍ତ ଓ କୃଷ୍ଣପ୍ରେମରେ ଉଦ୍‌ବୁଦ୍ଧ, ସେଥ‌ିପାଇଁ ସ୍ଥଳ ବିଶେଷରେ ଦୈବୀଲୀଳାର ବର୍ଣ୍ଣନା କରିଛନ୍ତି । କୃଷ୍ଣ ହେଉଛନ୍ତି ଲୀଳାସୁନ୍ଦର । ସେ ଭକ୍ତର ମନୋବାଞ୍ଛା ପରିପୂରଣକାରୀ । ସେହିଭଳି ଅପୂର୍ବ ଲୀଳା ଦେଖାଇଛନ୍ତି ନୃଗରାଜଙ୍କ କ୍ଷେତ୍ରରେ ।

ନୃଗରାଜ ଥିଲେ ଦାନୀମାନଙ୍କ ମଧ୍ୟରେ ଅଗ୍ରଣୀ । ସେ ଏତେ ଦାନ କରନ୍ତି ଯେ, ତାହାକୁ ତୁଳନା କରି ସେ ନିଜେ କହିଛନ୍ତି, ଭୂମିରେ ଯେତେ ଧୂଳି ଅଛି, ଗଗନରେ ଯେତେ ତାରକାବଳୀ ଅଛନ୍ତି, ବରଷାରେ ଯେତେ ଧାରା ରହିଛି, ସେହି ପରିମାଣର ଧେନୁ ସେ ଦାନ କରିଛନ୍ତି । ପୁନଶ୍ଚ ସେ ସାଧାରଣ ଧେନୁ ଦାନ କରନ୍ତି ନାହିଁ, ସୁଗୁଣଯୁକ୍ତ ଓ ଅଳଙ୍କାର ବିମଣ୍ଡିତା ଧେନୁ ହିଁ ସେ ଦାନ କରିଛନ୍ତି । ଏହା ସହିତ ସେ ଭୂମି, ସୁବର୍ଣ୍ଣ, ଦାସୀ, ଧାନ୍ୟ, ଭୋଗ୍ୟବସ୍ତୁ, ବସ୍ତ୍ର, ଭୂଷଣ, ଦେବମନ୍ଦିରରେ ଅନ୍ନ, ଜଳ ଭଳି ପବିତ୍ର ଭୋଜନ ଦାନ କରନ୍ତି । ଏତେ କଲେ ମଧ୍ୟ ଦୃଗରାଜା ଅଜାଣତରେ ଭୁଲ୍ କରିଛନ୍ତି ।

ଯେଉଁ ଧେନୁକୁ ସେ ଥରେ ଦାନ ଦେଇଥିଲେ, ସେହି ଧେନୁକୁ ପୁଣି ଥରେ ଅନ୍ୟଜଣେ ବ୍ରାହ୍ମଣକୁ ଦାନ ଦେଇଛନ୍ତି । ବୁଝିନାହାଁନ୍ତି । ସେହି ଧେନୁ ବଦଳରେ ଯେତେ ଧେନୁ ଓ ସୁବର୍ଣ୍ଣ ଦାନକଲେ ମଧ୍ୟ, ସେମାନେ ସନ୍ତୁଷ୍ଟ ହୋଇନାହାଁନ୍ତି । ସମସ୍ତେ କର୍ମଫଳ ଭୋଗ କରିଥା’ନ୍ତି । କର୍ମଫଳରୁ କେହି ବାଦ୍ ଯାଆନ୍ତି ନାହିଁ । ତୁମେ ପୁଣ୍ୟବନ୍ତ ହେଲେ ବି, ତୁମର କିଞ୍ଚିତ୍ ପାପ ରହିଛି । ବ୍ରହ୍ମସ୍ଵ ପାପ ହେତୁ ତୁମକୁ କୃକଲାଶ ହେବାକୁ ପଡ଼ିବ । ମାତ୍ର ନୃଗରାଜଙ୍କ ଦେହୀ ଯମରାଜଙ୍କୁ ମୁକ୍ତିର ବାଟ ପଚାରିଲା ପରେ, ସେ ଉପରୋକ୍ତ ଉକ୍ତିଟି କହିଛନ୍ତି । ଅର୍ଥାତ୍ ତୁମେ ତୁମର କର୍ମଫଳ ଭୋଗକଲେ ମଧ୍ୟ, ପାପଫଳ ସରି ଆସିବାପରେ, ତୁମେ ମଦନଗୋପାଳଙ୍କୁ ଭେଟିବ। ତାଙ୍କରି କରସ୍ପର୍ଶ ପାଇଁ କୃକଲାଶ ଜୀବନର ଅନ୍ତ ଘଟିବ ଓ ତୁମେ ସ୍ୱର୍ଗସୁଖ ଲାଭକରିବ । ଏହି ପ୍ରସଙ୍ଗରେ କବି କର୍ମଫଳର ମହତ୍ତ୍ଵକୁ ଦେଖାଇଛନ୍ତି ।

(ଙ) ‘ଶାପମୋଚନ’ କବିତାରୁ ତୁମେ କ’ଣ ଶିକ୍ଷାକଲ ସଂକ୍ଷେପରେ ଲେଖ ।
Solution:
ଶ୍ରୀମଦ୍ ଭାଗବତର ଦଶମସ୍କନ୍ଧ (ଦ୍ଵାରକାଲୀଳା)ର ଅଂଶବିଶେଷ । ଏଥରେ କବି ଦୁଷ୍ଟଦଳନକାରୀ ଓ ସନ୍ଥପାଳନକାରୀ, ଲୀଳାସୁନ୍ଦର ବ୍ରଜବିହାରୀ ଶ୍ରୀକୃଷ୍ଣଙ୍କ ଅପୂର୍ବ ଲୀଳାକୁ ବର୍ଣ୍ଣନା କରିବାକୁ ଯାଇ ନୃଗରାଜଙ୍କ ଶାପମୋଚନ ପ୍ରସଙ୍ଗ ଉଲ୍ଲେଖ ଭଗବାନ୍ ଶ୍ରୀକୃଷ୍ଣ ଜନ୍ମ ନେଇଛନ୍ତି ଭକ୍ତଜନଙ୍କୁ ଉଦ୍ଧାର କରିବାପାଇଁ । ସେ ଜାଣିଛନ୍ତି କୃକଲାଶର ମନର କଥାକୁ । ଫଳରେ ତାଙ୍କର ପୁତ୍ରମାନେ ଯେତେ ଚେଷ୍ଟାକଲେ ମଧ୍ୟ କୃକଲାଶ ତିଳେମାତ୍ର ଘୁଞ୍ଚିନାହିଁ । ମାତ୍ର କୃକଲାଶକୁ ଅକ୍ଳେଶରେ କୃଷ୍ଣ ବାହାରକୁ ବାହାର କରି ଆଣିଛନ୍ତି । ଏହି ପର୍ଯ୍ୟାୟରେ କବି କୃଷ୍ଣଙ୍କ ଉଦ୍ଦେଶ୍ୟରେ ଦୟାସାଗର ଓ ଦେବହରି ପ୍ରତିଶବ୍ଦ ବ୍ୟବହାର କରିଛନ୍ତି । ଏଥୁରୁ କୃଷ୍ଣଙ୍କର ବିଶେଷତା ସୂଚିତ ହୋଇଛି । ଫଳରେ କୃଷ୍ଣଙ୍କ କରଲାଗି, ଦୀର୍ଘଦିନରୁ ଅପେକ୍ଷାରତ କୃକଲାଶ, ସେହି ପାପଶରୀରକୁ ପରିତ୍ୟାଗ କରି ଦିବ୍ୟସ୍ୱରୂପ ଧାରଣ କରିଛ ।

କୃଷ୍ଣ ସେହି ଦିବ୍ୟସ୍ୱରୂପର ପରିଚୟ ଜାଣିବାକୁ ଚାହିଁଛନ୍ତି । କୃକଲାଶ ରୂପେ ସେ କାହିଁକି ରହିଥିଲା ବୋଲି ପଚାରିଛନ୍ତି । ତା’ର ତ୍ରାଣକର୍ତ୍ତା କୃଷ୍ଣଙ୍କର ମହନୀୟତା ସେ ବର୍ଣ୍ଣନା କଲେ ମଧ୍ୟ, ନିଜର ପରିଚୟ ବଖାଣି ବସିଛି । କର୍ମଫଳ ସମସ୍ତଙ୍କୁ ଭୋଗ କରିବାକୁ ପଡ଼ିବ । ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ସମସ୍ତ କର୍ମର ଫଳ ଶେଷରେ ଭୋଗ କରିବାକୁ ହେବ । ଏପରିକି ଶିବ, ବ୍ରହ୍ମା ଆଦି ଦେବତାମାନେ ମଧ୍ୟ କର୍ମଫଳର ଅଧୀନ । ନୃଗରାଜ ଅଜାଣତରେ ଭୁଲ୍ କରିଥିଲେ ମଧ୍ୟ, ତାଙ୍କୁ ବ୍ରହ୍ମସ୍ଵ ହରଣ ପାପ ଲାଗିଥିଲା । କବି ଏହାକୁ ସ୍ପଷ୍ଟକରି ଲେଖୁଛନ୍ତି –
CHSE Odisha Class 11 Odia Solutions Chapter 6 Img 2

(କ) ଲେଖକ ପରିତିନି :

ଭାଗବତକାର କବି ଜଗନ୍ନାଥ ଦାସ ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ । ଆବ୍ରାହ୍ମଣ ଚାଣ୍ଡାଳ, ଅକ୍ଷର ଅପରିଚିତଠାରୁ ରାଜସଭାର ପଣ୍ଡିତଙ୍କ ପର୍ଯ୍ୟନ୍ତ ସମସ୍ତେ ଯେଉଁ ଓଡ଼ିଆକବିଙ୍କୁ ଜାଣନ୍ତି ସେ ହେଉଛନ୍ତି ଜଗନ୍ନାଥ ଦାସ । ଓଡ଼ିଆଭାଷାକୁ ସାରଳା ଦାସ ବା ବଳରାମ ଦାସଙ୍କ ପୁରାତନ ଶୈଳୀରୁ ମୁକ୍ତକରି ସୁସ୍ଥ ସୁନ୍ଦର ସରସ ଭାଷା ଓ ଶୈଳୀ ମାଧ୍ୟମରେ ଉପସ୍ଥାପିତ କଲେ ଜଗନ୍ନାଥ ଦାସ । ତେଣୁ ଗବେଷକମାନେ ଭାଗବତର ଭାଷାକୁ Standard Odia Language ବା ମାନକ ଭାଷା ଆଖ୍ୟା ଦେଇଛନ୍ତି ।

ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସ । ଏମାନେ ସମସ୍ତେ ଥିଲେ କବି ଓ ସମାଜ ସଂସ୍କାରକ । ସମାଜ ଓ ସାଂସ୍କୃତିକ ବିକାଶ ପାଇଁ ଏମାନେ ଚେଷ୍ଟା କରିଥିଲେ । ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ସର୍ବଭାରତୀୟ ଧର୍ମ ଆନ୍ଦୋଳନ କ୍ଷେତ୍ରରେ ଏମାନେ ଥିଲେ ଗୋଟିଏ ସ୍ୱତନ୍ତ୍ର ପ୍ରବାହ । ସମାଜର ସାଧାରଣ ମଣିଷର ଧର୍ମଜୀବନରେ ପ୍ରବେଶ ଓ ବ୍ରାହ୍ମଣ କ୍ଷତ୍ରିୟଙ୍କ ପରି ଆଧାମ୍ବିକ ସାଧନାରେ ଯୋଗଦାନ ଲାଗି ଏହି କବିମାନଙ୍କର ମୁଖ୍ୟ ଭୂମିକା ଥିଲା । ସେଥିପାଇଁ ଅବଶ୍ୟ ସେମାନେ ଜ୍ଞାନ, ଯୋଗ, ଭକ୍ତି ଆଦିରେ ସହାୟତା ନେଉଥିଲେ । କେ ? ଜଗନ୍ନାଥ ଦାସଙ୍କୁ ଛାଡ଼ି ଏମାନେ ସମସ୍ତେ ଶୂଦ୍ର କରିପାରିଥିଲେ ।

ଜଗନ୍ନାଥ ଦାସ ପୁରୀ ସହରବାସୀ ଥିଲେ । ପୁରୀର ଅନତି ଦୂରରେ ଅବସ୍ଥିତ କପିଳେଶ୍ଵରପୁର ଶାସନରେ ସେ ଜନ୍ମଲାଭ କରିଥିଲେ । ପିତା ଭଗବାନ ମିଶ୍ର ଥୁଲେ ଜଗନ୍ନାଥ ମନ୍ଦିରର ପୁରାଣ ପଣ୍ଡା । ସଂସ୍କୃତ ଭାଷାରେ ରଚିତ ପୁରାଣ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପୈତୃକ ସୂତ୍ରରୁ ତାଙ୍କୁ ଏହି ପୁରାଣପଣ୍ଡା ପଦବୀଟି ମିଳି ଯାଇଥିଲା । ନିଜ ଜନନୀଙ୍କର ଅନ୍ତିମ ଅଭିଳାଷ ପୂରଣ କରିବାପାଇଁ ସେ ସଂସ୍କୃତ ଭାଗବତ ପୁରାଣକୁ ଶୁଦ୍ଧ ସରଳ ପ୍ରାଞ୍ଜଳ ଓଡ଼ିଆ ଭାଷାରେ ଅନୁବାଦ କଲେ । ସେ ସମୟରେ ସଂସ୍କୃତ ପଣ୍ଡିତମାନଙ୍କର ସାହିତ୍ୟ ରାଜ୍ୟରେ ଖୁବ୍‌ ଆଦର ଥିଲା । ଜଗନ୍ନାଥ ବ୍ରାହ୍ମଣ ହୋଇ ସଂସ୍କୃତ ପାଣ୍ଡିତ୍ୟ, ଚରିତ୍ର ଆଦିକୁ ସମାଲୋଚନା କରାଗଲା । କିନ୍ତୁ ଆପଣାର ନିଷ୍ଠା, ଭକ୍ତି ଓ ପାଣ୍ଡିତ୍ୟ ବଳରେ ସେସବୁ ସହ୍ୟକରି ଜଗନ୍ନାଥ ଭବିଷ୍ୟତ ଜାତି ପାଇଁ ଦେଇଗଲେ ଅମୂଲ୍ୟ ରତ୍ନ ଶ୍ରୀମଦ୍ ଭାଗବତ ।

ଚରିତାମୃତ’ ନାମରେ ଏକ ଗ୍ରନ୍ଥ ରଚନା କରିଥିଲେ । ଏଥରେ ଭକ୍ତକବି ଜଗନ୍ନାଥଙ୍କ ଜୀବନୀ ସହିତ ପ୍ରଭୁ ଜଗନ୍ନାଥଙ୍କ ପୂଜା ଉପାସନା ବର୍ଣ୍ଣିତ ହୋଇଛି । ଏହି ଗ୍ରନ୍ଥରୁ ଜଣାଯାଏ ଜଗନ୍ନାଥ ଦାସଙ୍କର ଶ୍ରୀଚୈତନ୍ୟଙ୍କ ସହିତ ଖୁବ୍‌ ନିକଟ ସମ୍ପର୍କ ଥିଲା । ଶୁଣାଯାଏ ଜଗନ୍ନାଥ ବଟଗଣେଶଙ୍କ ନିକଟରେ ଭାଗବତ ବ୍ୟାଖ୍ୟା କରୁଥିବା ସମୟରେ ତାଙ୍କର ପ୍ରଥମ ସାକ୍ଷାତ୍‌କାର ହେଲା ସେ ଶତାବ୍ଦୀର ଭାରତବର୍ଷର ସର୍ବଶ୍ରେଷ୍ଠ ସନ୍ନ୍ୟାସୀ ଶ୍ରୀଚୈତନ୍ୟଙ୍କ ସହିତ । ସେତେବେଳେ ଜଗନ୍ନାଥ ଦାସଙ୍କୁ ମାତ୍ର ଅଠର ବର୍ଷ ।

ଜଗନ୍ନାଥଙ୍କ ପାଣ୍ଡିତ୍ୟ ଓ ଭକ୍ତିରେ ଚୈତନ୍ୟ ଏତେ ମୁଗ୍ଧ ହୋଇଗଲେ ଯେ, ସେ ଜଗନ୍ନାଥଙ୍କୁ ‘ଅତିବଡ଼ୀ’ ବୋଲି ହୁଅନ୍ତି । ଏଥିରେ ଚୈତନ୍ୟଙ୍କର ବଙ୍ଗୀୟ ଭକ୍ତ ଓ ସମର୍ଥକଗଣ ଅଭିମାନ କରିଥିଲେ । ଯାହାଫଳରେ ସେମାନେ ଚୈତନ୍ୟଙ୍କୁ ଛାଡ଼ି ପୁରୀରୁ ଯାଜପୁର ଦେଇ ନବଦ୍ଵୀପ ଚାଲିଯାଇଥିଲେ, କିନ୍ତୁ ଚୈତନ୍ୟ ଜଗନ୍ନାଥଙ୍କୁ ଛାଡ଼ି ପୁରୀରୁ ଗଲେ ନାହିଁ । ‘ଜଗନ୍ନାଥ ଚରିତାମୃତ’ ଗ୍ରନ୍ଥରେ ଏ ବିଷୟ ବର୍ଣ୍ଣିତ ହୋଇଛି ।
CHSE Odisha Class 11 Odia Solutions Chapter 6 Img 3
ଜଗନ୍ନାଥ ଦାସ ଉଭୟ ସଂସ୍କୃତ ଓ ଓଡ଼ିଆ ଭାଷାରେ ପଣ୍ଡିତ ଥିଲେ । ସେ ସଂସ୍କୃତରେ ‘କୃଷ୍ଣଭକ୍ତି କଳ୍ପଲତା’, ‘ଉପାସନା ଶତକ’, ‘ନିତ୍ୟାଚାର’, ‘ନୀଳାଦ୍ରିଶତକ’, ‘ଶ୍ରୀ ଜଗନ୍ନାଥ ଚରଣାମ୍ବୋଧରଣୀ’ ଆଦି ଗ୍ରନ୍ଥ ରଚନା କରିଥିଲେ । ଏତଦ୍‌ବ୍ୟତୀତ ଓଡ଼ିଆରେ ‘ଭାଗବତ’, ‘ଶୈବାଗମ ଭାଗବତ’, ‘ଗୁପ୍ତ ଭାଗବତ’, ‘ଷୋଳ ଚଉପଦୀ’, ‘ତୁଳା ଭିଣା’, ‘ଅର୍ଥ କୋଇଲି’, ‘ଦୀକ୍ଷା ସମ୍ବାଦ’ ଆଦି ଗ୍ରନ୍ଥ ରଚନା କରିଥିଲେ । ଜଗନ୍ନାଥଙ୍କ ଭାଗବତ ତାଙ୍କର ସର୍ବଶ୍ରେଷ୍ଠ ରଚନା । ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ଉପରେ ଭାଗବତର ପ୍ରଭାବ ସର୍ବାଧ‌ିକ ।

ନ୍ୟାୟ ନିଶାପଠାରୁ ହେଲା ଯେ ପ୍ରତ୍ୟେକ ଓଡ଼ିଆ ତା’ ଜୀବନରେ ଗୁରୁତ୍ଵପୂର୍ଣ୍ଣ ପରିସ୍ଥିତି ପାଇଁ ଭାଗବତ ପଢ଼ିବାକୁ ଆରମ୍ଭ କଲେ । ଭାଗବତ ପ୍ରତି ଆଗ୍ରହରୁ ସୃଷ୍ଟି ହେଲା ଭାଗବତ ଗାଦି ଓ ଭାଗବତ ଟୁଙ୍ଗୀ । ଏହି ଭାଗବତ ପାଠର ଆଦର ଓ ଭାଗବତ ଟୁଙ୍ଗୀ ସଂସ୍କୃତି ତାତ୍ତ୍ଵିକ ପ୍ରସଙ୍ଗ ଓଡ଼ିଆ ପାଠକଙ୍କର ଦୁର୍ବୋଧ ହେବ ବୋଲି ସେ ଅନୁଭବ କରିଛନ୍ତି, ସେଠି ସେ ତାକୁ ପରିହାର କରିଛନ୍ତି ବା ସଂକ୍ଷେପରେ କହି ଯାଇଛନ୍ତି । ଲୋକେ ଜୀବନ ସଂକଟର ପ୍ରତିଟି ମୁହୂର୍ତ୍ତରେ ଉଦ୍ଧାର କରନ୍ତି ଭାଗବତର ପଦାବଳୀ ।

ତାରାଖଚିତ ଆକାଶ ପରି ରହସ୍ୟମୟ, ଶିଶିରସ୍ନାତ ସକାଳ ପରି ସ୍ନିଗ୍‌ଧ ଓ ନବୀନ, ଗୋଧୂଳିର ସ୍ତମିତ ଆଲୋକ ପରି ଭାବୋତ୍ତୀର୍ଣ୍ଣ । ସ୍ଵକ୍ତି ମଧ୍ୟରେ ଭାଗବତର ପଦାବଳୀ, ସର୍ବତ୍ର ସହଜ ବୋଧଗମ୍ୟ ନୁହେଁ । ତଥାପି ଏହାର ଆଧ୍ୟାତ୍ମିକ ଏପରି ପ୍ରତିଷ୍ଠା ଲାଭ କରିଛି ଯେ, ‘ଭାଗବତ’ର ପଦାବଳୀ ଉଦ୍ଧାର କରି ସବୁ ଯୁକ୍ତି ଓ ବିତର୍କର ଚରମ ସିଦ୍ଧାନ୍ତ ମିଳିଥାଏ ।’’ ଗୃହୀତ । ଦ୍ଵାରକାପୁରରେ କୃଷ୍ଣଙ୍କ ପୁତ୍ରମାନଙ୍କ ଲୀଳା ଅବକାଶରେ ମୃଗରାଜା ମୋକ୍ଷଲାଭ ଓ ବ୍ରହ୍ମସ୍ଵ ସମ୍ପର୍କରେ ଶ୍ରୀକୃଷ୍ଣଙ୍କର ଉପଦେଶ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି ।

CHSE Odisha Class 11 Odia Solutions Chapter 6 ଶାପମୋଚନ

(ଖ) କବିତାର ସାରକଥା :

ଶୁକମୁନି ବକ୍ତା ଭାବରେ, ଶ୍ରୋତା ପରୀକ୍ଷିତଙ୍କୁ ଦ୍ଵାରକା ପ୍ରସଙ୍ଗ ବୁଝାଇ କହିଛନ୍ତି । ଦ୍ଵାରାକାପୁରରେ କୃଷ୍ଣଙ୍କ ସନ୍ତାନ ଯେତେ ଥିଲେ, ସେମାନେ ମିଳିତ ଭାବରେ ବନରେ ବିଭିନ୍ନ ପ୍ରକାର ଲୀଳାଖେଳା କରିଛନ୍ତି । ପ୍ରଦ୍ୟୁମ୍ନ, ଶାମ୍ବ ଆଦି ପୁତ୍ରମାନେ ବହୁ ସମୟଧରି ବନରେ କ୍ରୀଡ଼ାକୌତୁକ କରି ଥକି ପଡ଼ିଛନ୍ତି । ଶ୍ରମଜନିତ କ୍ଳାନ୍ତି ହେତୁ ସେମାନେ ତୃଷିତ ହୋଇଛନ୍ତି । ତୃଷ୍ଣା ପରିତୃପ୍ତି ପାଇଁ ସେମାନେ ବନରେ ଜଳର ସନ୍ଧାନ କରିଛନ୍ତି । ସେହି ବନ ମଧ୍ୟରେ ନିରୀକ୍ଷଣ କରିଛନ୍ତି । କିନ୍ତୁ ସେଠାରେ ସେମାନେ ଜଳ ଦେଖୁନାହାନ୍ତି । ବରଂ କୂପଭିତର ଅନ୍ଧାରୁଆ ହୋଇଛି । କୂପ ଶୁଷ୍କ ଥ‌ିବାରୁ ତୃଣରେ ଆଚ୍ଛାଦିତ ହୋଇରହିଛି । ସେହି ତୃଣ ଭିତରେ ଏକ ଅଦ୍ଭୁତ ଜନ୍ତୁ ଥିବା ସେମାନେ ଲକ୍ଷ୍ୟ କରିଛନ୍ତି । କୂପ ଭିତରେ ଥ‌ିବା ଜନ୍ତୁଟି ପର୍ବତ ଆକୃତିର ଦେଖାଯାଉଥିଲେ ମଧ୍ୟ, ନିରେଖି ଦେଖୁଲା ପରେ ଜଣାଯାଇଛି ତାହା ଏକ ବଣୁଆ ଏଣ୍ଡୁଅ । ସେହି ଏଣ୍ଡୁଅକୁ ଦେଖ୍ କୃଷ୍ଣପୁତ୍ରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଜଣେ ଅନ୍ୟଜଣଙ୍କୁ ସେ ସମ୍ପର୍କରେ ମତାମତ ଦେଇଛନ୍ତି । ଏହାକୁ ବର୍ଣ୍ଣନା କରି କବି ଲେଖୁଛନ୍ତି –
CHSE Odisha Class 11 Odia Solutions Chapter 6 Img 4
କୃଷ୍ଣପୁତ୍ରମାନେ ବିଚାର କରିଛନ୍ତି, ଏହି ଏଣ୍ଡୁଅକୁ କୂଅଭିତରୁ ବାହାର କରିବା । ସେଥ‌ିପାଇଁ ସେମାନେ ଏଣ୍ଡୁଅର ଲାଞ୍ଜରେ ଦଉଡ଼ି ବାନ୍ଧି ତାହାକୁ କୂଅଭିତରୁ ଉଦ୍ଧାର କରିବାପାଇଁ ଚେଷ୍ଟା କରିଛନ୍ତି । ଲାଞ୍ଜରେ ଦଉଡ଼ିବାନ୍ଧି ଯେତେ ଟାଣିଲେ ମଧ୍ୟ, ତାଙ୍କଦ୍ବାରା ଏଣ୍ଡୁଅଟି ସାମାନ୍ୟ ଭାବେ ଘୁଞ୍ଚିନାହିଁ । ଜଣେ ଜଣେ କରି ଟାଣିବାର ସଫଳ ନ ହେବାରୁ, ସମସ୍ତେ ମିଳିତ କୃକଲାଶ ବା ଏଣ୍ଡୁଅକୁ ନିଜର ବଳ ପ୍ରୟୋଗକରି କୂଅର ବାହାରକୁ ଆଣି ନ ପାରିବାରୁ, ସେମାନେ ନିଜକୁ ହୀନବୀର୍ଯ୍ୟ ବୋଲି ମନେ କରିଛନ୍ତି । ସେହି କଥା ଚିନ୍ତାକରି ନିଜେ ଲଜ୍ଜିତ ହୋଇଛନ୍ତି । ମରଣଠାରୁ ଲଜ୍ୟା ବଳିଲା ବୋଲି ଭାବିଛନ୍ତି । କୃଷ୍ଣଙ୍କ ଔରସରୁ ଜାତ ହୋଇଥିଲେ ମଧ୍ୟ, ସେମାନେ ସାମାନ୍ୟ ଏଣ୍ଡୁଅକୁ କୂଅରୁ ବାହାର କରିପାରି ନଥୁବାରୁ ମାନସିକ ଅବସାଦ ଲାଭ କରିଛନ୍ତି । ଏଭଳି ଘଟଣା ଯଦି ପ୍ରକାଶ ପାଏ, ତା’ହେଲେ ସମସ୍ତେ ତାଙ୍କୁ ଉପହାସ କରିବେ ।

ଏଭଳି ଭୀରୁ ଭଳି କାର୍ଯ୍ୟରେ ନିଷ୍ଠୁର କଥା କହିବେ । କୃଷ୍ଣସୁତ ବୋଲି ସେମାନଙ୍କ ମନରେ ଯେଉଁ ଦାୟିକ ଭାବ ଥିଲା, ତାହା ଦୂରେଇଯିବ । ରାଜପୁରରେ ଥ‌ିବା ବଧୂମାନେ ମୁହଁରେ ବସନ ଦେଇ ହସିବେ । ଉଲ୍ଲେଖ କରିଛନ୍ତି । ସେମାନେ କହିଛନ୍ତି, ଘନ ଜଙ୍ଗଲ ଭିତରେ ଏକ ଅଦ୍ଭୁତ ଘଟଣା ଘଟିଲା । ବନ ମଧ୍ୟରେ ଏକ ଶୁଖୁ କୂପରେ ଏକ ବିଚିତ୍ର କୃକଲାଶ ଆକୃତିର ଜୀବ ଦେଖୁଛନ୍ତି । ସେହି ଜୀବର ଆକାର ବେଶ୍ ବଡ଼ । ଦେଖୁଲେ ପର୍ବତ ପରି ଦେଖାଯାଉଛି । ମାତ୍ର ସେହି ଜୀବଟି ସ୍ଥିରହୋଇ ରହିଛି । ଆମ୍ଭେମାନେ ଯେତେ ଚେଷ୍ଟାକଲେ ମଧ୍ୟ ସେହି ଜୀବକୁ ସାମାନ୍ୟ ଭାବରେ ଘୁଞ୍ଚାଇ ପାରିଲୁ ନାହିଁ । ଲୀଳାସୁନ୍ଦର କୃଷ୍ଣ ପୁତ୍ରମାନଙ୍କ କଥାରେ ଆଶ୍ଚର୍ଯ୍ୟ ହେଲାଭଳି ଭାବ ପ୍ରକାଶ କରିଛନ୍ତି । ସେମାନଙ୍କ ସହିତ ବନକୁ ଯାଇଛନ୍ତି, ସେହି ବିଚିତ୍ର ଜୀବକୁ ଦେଖିବାପାଇଁ ।

କୃଷ୍ଣ ପୁତ୍ରମାନଙ୍କ ସହିତ ବନକୁ ଯାଇ, କୂପ ମଧ୍ୟରେ ଥ‌ିବା ଏଣ୍ଡୁଅକୁ ଦେଖୁଛନ୍ତି । ଶୁଖୁଲା କୂଅ ମଧ୍ୟରେ ଘାସ ପରିପୂର୍ଣ୍ଣ । ସେଥରେ ଗିରିଶୃଙ୍ଗ ସଦୃଶ ଏଣ୍ଡୁଅ ତଳକୁ ମୁହଁକରି ଏବଂ ଲାଞ୍ଚକୁ ଉପରକୁ କରି ରହିଅଛି । ଏହାକୁ ବର୍ଣ୍ଣନା କରି କବି ଲେଖୁଛନ୍ତି ।
CHSE Odisha Class 11 Odia Solutions Chapter 6 Img 5
ଦୟାସାଗର ଶ୍ରୀକୃଷ୍ଣ, ଏଣ୍ଡୁଅର ଲାଞ୍ଜକୁ ବାମ ହାତରେ ଧରି କୂଅରୁ ବାହାର କରିଛନ୍ତି । କୃଷ୍ଣପୁତ୍ରମାନେ ଯାହାକୁ କୂଅରୁ ବାହାର କରିବାକୁ ଚେଷ୍ଟାରେ ବିଫଳ ହୋଇଥିଲେ ଏବଂ ଲଜ୍ଜିତ ହୋଇଥିଲେ, ସେହି ବିରାଟ, ପର୍ବତପ୍ରାୟ ଏଣ୍ଡୁଅକୁ କୃଷ୍ଣ ବାମକରରେ ଧରି ବାହାରକୁ ଆଣିଛନ୍ତି । କବି ସେହି ଲୀଳାପ୍ରସଙ୍ଗକୁ ଉଲ୍ଲେଖ କରିବାକୁ ଯାଇ ସୁନ୍ଦର ଉପମାଟିଏ ସାଧାରଣ ଏଣ୍ଡୁଅ ନଥିଲା । ସେ ଥିଲା ଶାପଗ୍ରସ୍ତ ନୃଗରାଜ । ଶାପଗ୍ରସ୍ତ ହୋଇ ସେ ଏଣ୍ଡୁଅ ଭାବରେ ଶୁଖୁଲା କୁଅରେ ପଡ଼ିଥିଲା ଏବଂ କୃଷ୍ଣଙ୍କ ସ୍ପର୍ଶକୁ ଅପେକ୍ଷା କରିଥିଲା । କୃଷ୍ଣଙ୍କ ସ୍ପର୍ଶ ପାଇ ଏଣ୍ଡୁଅଟି ଦିବ୍ୟରୂପ ଧାରଣ କରିଛି । ଏହାକୁ ବର୍ଣ୍ଣନା କରି କବି ଗୋଟିଏ ପରେ ଗୋଟିଏ ଉପମା ବାଢ଼ି ବସିଛନ୍ତି । ଏଣ୍ଡୁଅଟି ଦିବ୍ୟରୂପ ଧାରଣ କରିଛ । ଏଣ୍ଡୁଅ ରୂପ ଯାଇ ଧାରଣ କରିଛି । ତାହାର ଶରୀର ଶୁଦ୍ଧ ସୁବର୍ଣ୍ଣ ଭଳି ଝଟକି ଉଠିଛି ।

ମେଘମାଳାରେ ବିଜୁଳିର ଜ୍ୟୋତି ଦେଖାଗଲା ଭଳି, ସମସ୍ତଙ୍କ ଦୃଷ୍ଟିକୁ ସେ ଝଲସାଇ ଦେଇଛି । ଦିବ୍ଯବସନ ସାଙ୍ଗକୁ ସୁଗନ୍ଧିତ ପୁଷ୍ପମାଳକୁ ଦେଖୁ ଶ୍ରୀକୃଷ୍ଣ ଆଶ୍ଚର୍ଯ୍ୟ ହୋଇଛନ୍ତି । ସର୍ବଜ୍ଞାତା କୃଷ୍ଣ, ଯେକି ସବୁକିଛି କାର୍ଯ୍ୟ ପାଇଁ ପୃଥ‌ିବୀ ବିଖ୍ୟାତ, ସେହି ବ୍ରହ୍ମରାଶି ପ୍ରଭୁ ଶାପମୁକ୍ତ ଏଣ୍ଡୁଅର ପରିଚୟ ଜାଣିବା ପାଇଁ ଚାହିଁଛନ୍ତି । ହସିହସି ସବୁକିଛି ସେ ପଚାରିଛନ୍ତି । କାରଣ ସେହି ଏଣ୍ଡୁଅ ସାଧାରଣ ନଥିଲା। ପୁନଶ୍ଚ ସେ କୃଷ୍ଣଙ୍କ ସ୍ପର୍ଶପାଇ ଶାପମୁକ୍ତ ହେବାରୁ ସେ ହେଉଛି ପୁଣ୍ୟଦେହୀ । ଦେବତା ଭଳି ତାହାର ଶରୀର ଶୋଭାପାଉଥିଲା । କୃଷ୍ଣଙ୍କ ପ୍ରଶ୍ନକୁ ବର୍ଣ୍ଣନା କରି କବି ଲେଖୁଛନ୍ତି
CHSE Odisha Class 11 Odia Solutions Chapter 6 Img 6
ଶ୍ରୀକୃଷ୍ଣଙ୍କ କଥାର ଉତ୍ତର ଦେଇଛନ୍ତି ଶାପଗ୍ରସ୍ତ ନୃଗରାଜା । ସେ ଅତି ନମ୍ରତାର ସହିତ କୃଷ୍ଣଙ୍କୁ ପ୍ରଣାମ କରିଛନ୍ତି । ସୂର୍ଯ୍ୟସଦୃଶ ମୁକୁଟ ନଇଁଯାଇଛି ଗୋବିନ୍ଦଙ୍କ ପାଦପଦ୍ମରେ । ସେ ନିଜର ପରିଚୟ ଦେଇଛନ୍ତି । ସେ ହେଉଛନ୍ତି ଈକ୍ଷ୍ମାକୁ ବଂଶର ନୃଗରାଜା । ସେ ନିଜକୁ ଦାନୀ ଭାବରେ ପ୍ରମାଣ କରିବାପାଇଁ ଅନେକ ଦାନ ଦେଇଛନ୍ତି । ଜଗତରେ ଯେତେ ଦାନୀ ଅଛନ୍ତି, ସେମାନଙ୍କ ମଧ୍ୟରେ ସେ ଶ୍ରେଷ୍ଠ ଦାନୀ । କୃଷ୍ଣ ଯେ ସର୍ବଜ୍ଞାତା ତାହାର ସୂଚନା ଦେଇ ନିଜର ନମ୍ରତା ଓ ଭକ୍ତିଭାବ ସେ ପ୍ରକାଶ କରିଛି । କୃଷ୍ଣ ସବୁ ଜାଣିଲେ ମଧ୍ୟ, କେବଳ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ, ସବୁକିଛି ଖୋଲି କହିଛନ୍ତି ।

ଦାନୀ ହିସାବରେ ସେ ଅନେକ ଗୋରୁ ଦାନ କରିଛନ୍ତି । କେତେ ଯେ ଦାନ ଦେଇଛନ୍ତି, ତାହାର ହିସାବ ସେ ରଖୁନାହାଁନ୍ତି । ଏହି ପ୍ରସଙ୍ଗରେ ସେ ଦାନର ପରମାଣକୁ ବୁଝାଇବାକୁ ଯାଇ କହିଛନ୍ତି, ଭୂମିରେ ଯେତେ ଧୂଳି, ଗଗନରେ ଯେତେ ତାରକା, ବରଷାର ଯେତେ ଧାରା, ସେହି ସଂଖ୍ୟାରେ ସେ ଗୋରୁ ଦାନ ଦେଇଛନ୍ତି । କେବଳ ସେ ସାଧାରଣ ଗୋରୁ ଦାନ ଦେଇ ନାହାଁନ୍ତି, ବରଂ ସବୁଠାରୁ ମୂଲ୍ୟବାନ୍ ଗୋରୁମାନଙ୍କୁ ସେ ଦାନ ଦେଇଛନ୍ତି । ଗୋ-ସମ୍ପଦଗୁଡ଼ିକ ଅଳ୍ପବୟସର ଦୁଗ୍ଧବତୀ, ଶାନ୍ତ ସ୍ଵଭାବର ଏବଂ ବତ୍ସାଯୁକ୍ତ । ପିଙ୍ଗଳ ବର୍ଣ୍ଣ ସହିତ ଗୋରୁମାନଙ୍କର ଶୃଙ୍ଗରେ ସୁବର୍ଣ୍ଣ ଶୋଭାପାଉଥାଏ । ଖୁରାରେ ରହିଥାଏ ରୂପାର ବାଜେଣି । ଏହିପରି ଉପଯୁକ୍ତ ଗାଈମାନଙ୍କର ବର୍ଣ୍ଣନା ଦେଇ ନୃଗରାଜାଙ୍କ ମୁଖରେ କବି କହିଛନ୍ତି –
CHSE Odisha Class 11 Odia Solutions Chapter 6 Img 7
ନୃଗରାଜା କେବଳ ଉପଯୁକ୍ତ ଗୋ ଦାନ କରନ୍ତି ନାହିଁ ବରଂ ସେ ଉପଯୁକ୍ତ ବ୍ରାହ୍ମଣମାନଙ୍କୁ ଦାନ ଦେଇଥା’ନ୍ତି ବୋଲି ସ୍ଵୀକାର କରିଛନ୍ତି । ଯେଉଁ ବ୍ରାହ୍ମଣ ଯୁବା, ସୁଗୁଣ, ସାଧୁ, ଶୀଳସ୍ଵଭାବ, ଦରିଦ୍ର, ବହୁକୁଟନ୍ତ୍ରୀ, ବ୍ରହ୍ମଚର୍ଯ୍ୟ ଦୀକ୍ଷାଯୁକ୍ତ, ବେଦାଧ୍ୟୟନେ ସଦାତପୁର, ସେହିଭଳି ବ୍ରାହ୍ମଣମାନଙ୍କୁ ସୁପୁଣ୍ୟକାଳରେ ସେ ଦାନ ଦେଇଥା’ନ୍ତି ବୋଲି କହିଛନ୍ତି । କେବଳ ସେ ଗୋ-ସମ୍ପଦ ଦାନ ଦେଇନାହାଁନ୍ତି, ଆହୁରି ମଧ୍ୟ ଭୂମି, ସୁବର୍ଣ୍ଣ, ଗଜ, ଅଶ୍ଵ, କନ୍ୟାଦାସୀ, ଶସ୍ୟ, ଶଯ୍ୟା, ବସ୍ତ୍ର, ଭୂଷଣ ଅନେକ ଦାନ ଦେଇଛନ୍ତି । ପୁନଶ୍ଚ ଦେବ ମନ୍ଦିରମାନଙ୍କର ସେ ଜଳଦାନ ଓ ଅନ୍ନଦାନ କରିବାକୁ ଯାଇ ସୁମିଷ୍ଟ ପବିତ୍ର ଭୋଜନ ଦାନ କରିଛନ୍ତି ।

ଏତେ ଦାନ କରିଥିଲେ ମଧ୍ୟ, ସେହି ଦାନ ଦେବା ଅବକାଶରେ ମୃଗରାଜ କିଞ୍ଚ୍ ପାପ କରିଛନ୍ତି ବୋଲି ଗାଈ ଦାନ ଦେବା ସମୟରେ ଜଣେ ବ୍ରାହ୍ମଣଙ୍କୁ ଗାଈଟିଏ ଦାନ ଦେଇଥୁଲି ବୋଲି ନୃଗରାଜା କହିଛନ୍ତି । ମାତ୍ର ସେହି ଗାଈଟି ଫିଟିଯାଇ ପୁନର୍ବାର ଗୋଷ୍ଠରେ ପଶିଯାଇଛି । ଅଜାଣତରେ ସେହି ଗାଈକୁ ସେ ଅନ୍ୟଜଣେ ବ୍ରାହ୍ମଣକୁ ଦାନ ଦେଇଛନ୍ତି । ଦ୍ଵିତୀୟ ବ୍ରାହ୍ମଣଟି ଗାଈ ନେଇଯିବା ସମୟରେ ପ୍ରଥମ ବ୍ରାହ୍ମଣଟି, ତା’ର ହଜିଲା ଗାଈକୁ ଦେଖୁଛି । ଫଳରେ ସେହି ଗୋଟିଏ ଗାଈକୁ ନେଇ ପରସ୍ପର ମଧ୍ୟରେ ଦୃହ ସୃଷ୍ଟି ହୋଇଛି । ଶେଷରେ ସେମାନେ ନୃଗରାଜା ପାଖରେ ପହଞ୍ଚିଛନ୍ତି । ପ୍ରଥମ ବ୍ରାହ୍ମଣଟି ଅଭିଯୋଗ କରିଛି, ଥରେ ଦାନ ଦେଇଥିବା ଗାଈକୁ ଆଉଥରେ ଦାନ ଦେଇଥ‌ିବାରୁ ତାଙ୍କର ଅପରାଧ ହୋଇଛି । ସେହି ଅପରାଧ ପାଇଁ ତାଙ୍କୁ ନର୍କ ଭୋଗ କରିବାକୁ ହେବ । କବି ଏହାକୁ ବର୍ଣ୍ଣନା କରି ଲେଖୁଛନ୍ତି –
CHSE Odisha Class 11 Odia Solutions Chapter 6 Img 8
ବିପ୍ରର ଆକ୍ଷେପମୂଳକ କଥା ଶୁଣି ନୃଗରାଜା ଭୟଭୀତ ହୋଇଛନ୍ତି । ଭୟରେ ତାଙ୍କର ଶରୀର ଥରି ଉଠିଛି । ଚେଷ୍ଟା କରିଛନ୍ତି । ମାତ୍ର ସେହି ଧେନୁ ବଦଳରେ ଅଜାଣତରେ ସେ ବଡ଼ ଭୁଲ୍ କରିଥିବାରୁ ବ୍ରାହ୍ମଣଙ୍କ ନିକଟରେ ହାତ ଯୋଡ଼ିଛନ୍ତି । ଯୋଡ଼ହସ୍ତ ଶିରରେ ଲଗାଇଛନ୍ତି । ଦୁଇ ବ୍ରାହ୍ମଣଙ୍କ ପାଦତଳେ ପଡ଼ି ନିଜର ଦୋଷ ସ୍ଵୀକାର କରିଛନ୍ତି । ସେମାନଙ୍କୁ ବୁଝାଇବାକୁ ନୃଗରାଜା ବ୍ରାହ୍ମଣମାନେ କୌଣସି ପ୍ରକାର ରାଜାଙ୍କ କଥା ଶୁଣିନାହାନ୍ତି । ରାଜା କେବଳ ବୁଝାଇ ନାହାନ୍ତି, ବରଂ ଲକ୍ଷେ ଧେନୁ ଦେବାପାଇଁ କହିଛନ୍ତି । ଅନେକ ସ୍ବର୍ଶ ଦକ୍ଷିଣା ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ବ୍ରାହ୍ମଣ ଦୁଇଜଣ ହୋଇ କଥା ବଦଳାଇ ଥିବାରୁ ଧ୍ୟାର କରିଛନ୍ତି ।

ବ୍ରାହ୍ମଣ କ୍ରୋଧ ପ୍ରକାଶ କରି ଘରକୁ ଫେରି ଯାଇଥିଲେ ମଧ୍ୟ ପରଦିନ ପୁନର୍ବାର ରାଜାଙ୍କୁ ଧେନୁ ଦେବାପାଇଁ ବାଧ୍ୟ କରିଛନ୍ତି । ପ୍ରତିଦିନ ରାଜା ବ୍ରାହ୍ମଣର ପାଦଧରି ନିଜର ଭୁଲ୍ ସ୍ଵୀକାର କରିଛନ୍ତି । ମାତ୍ର ବ୍ରାହ୍ମଣ କୌଣସି ପ୍ରକାରେ ସନ୍ତୁଷ୍ଟ ହୋଇନାହାଁନ୍ତି । ବରଂ କ୍ରୋଧ ପ୍ରକାଶ କରି ରାଜାଙ୍କୁ ଆକ୍ଷେପ କରିଛନ୍ତି ।ନେଇଛନ୍ତି । ଯମଦୂତ ନେଇଥୁଲେ ବି, ଯେହେତୁ ରାଜା ମହାଦାନୀ ଥିଲେ ତେଣୁ ରବିନନ୍ଦନ ଯମ, ରାଜାଙ୍କୁ ଅନେକ ପ୍ରକାର ସମ୍ମାନ କରିଛନ୍ତି । ପାପ ପୁଣ୍ୟର ବିଚାର ପରେ, ଯମ କହିଛନ୍ତି, ‘ହେ ରାଜା, ତୁମେ ଜୀବନରେ ଅନେକ ପୁଣ୍ୟ କରିଥିଲେ ବି ଅଳ୍ପକିଛି ପାପ କରିଛି । ତେଣୁ ଆଗେ ପୁଣ୍ୟ କିମ୍ବା ପାପର ଫଳ ଭୋଗ କରିବ ନିର୍ଣ୍ଣୟ କର । କାରଣ ସମସ୍ତେ କର୍ମଫଳର ଅଧୀନ । ଏପରିକି ବ୍ରହ୍ମା ଶଙ୍କର ପରି ଦେବତାମାନେ ମଧ୍ୟ କର୍ମଫଳ ଭୋଗ କରିଥା’ନ୍ତି । ଏହାକୁ ବର୍ଣ୍ଣନା କରି
CHSE Odisha Class 11 Odia Solutions Chapter 6 Img 9
ରାଜା ମନ ମଧ୍ୟରେ କର୍ମଫଳ ଭୋଗକଥାକୁ ଚିନ୍ତା କରିଛନ୍ତି । ଶେଷରେ ସେ ନିର୍ଣ୍ଣୟ କରିଛନ୍ତି, ପାପଫଳକୁ ଆଗେ ଭୋଗ କରିବେ ଏବଂ ପରେ ପୁଣ୍ୟଫଳ ଭୋଗ କରିବେ । ରାଜାଙ୍କ କଥା ଅନୁସାରେ ଯମରାଜା ଦୂତମାନଙ୍କୁ କହିଛନ୍ତି, ନୃଗରାଜା ବ୍ରହ୍ମସ୍ଵ ପାପରେ ଭାଗୀ ଅଟନ୍ତି । ଏହି ପାତକ ପାଇଁ ତାଙ୍କୁ ଏଣ୍ଡୁଅ କରିଦେବାକୁ ଆଦେଶ ଦେଇଛନ୍ତି । ସେହି ଭୋଗ କରିଛନ୍ତି । ଯମ ମୁକ୍ତିର ବାଟ ମଧ୍ୟ କହିଛନ୍ତି । ଯେଉଁଦିନ କୃଷ୍ଣଙ୍କ କରସ୍ପର୍ଶ ଲାଭ କରିବେ, ସେହିଦିନ ରାଜା ଦିବ୍ୟତନୁ ଧାରଣ କରିବେ । ପାପଫଳ ସରି ଯାଇଥବାରୁ, ପୁଣ୍ୟଫଳ ପାଇ ସ୍ଵର୍ଗକୁ ଗମନ କରିବେ । କୃଷ୍ଣଙ୍କ କରସ୍ପର୍ଶ ପାଇ ନୃଗରାଜ ଶାପରୁ ମୁକ୍ତି ପାଇଛନ୍ତି । କୃଷ୍ଣଙ୍କ ପାଦତଳେ ପଡ଼ି ଶରଣାପନ୍ନ ହୋଇଛନ୍ତି ।

(ଗ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 11 Odia Solutions Chapter 6 Img 10
CHSE Odisha Class 11 Odia Solutions Chapter 6 Img 11