CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Odisha State Board CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ Textbook Exercise Questions and Answers.

+2 2nd Year Odia Optional Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୧।
ଚମ୍ପାଫୁଲଟିର ବର୍ଣ୍ଣ କିପରି ?
(କ) ହଳଦି ପ୍ରାୟ
(ଖ) ଆମ୍ବ ପ୍ରାୟ
(ଗ) ପଣସ ପ୍ରାୟ
(ଘ) ନଡ଼ିଆ ପ୍ରାୟ
ଉ –
(କ) ହଳଦି ପ୍ରାୟ ।

Question ୨ ।
କବିତାରେ ଚମ୍ପାଫୁଲ କହା ସହିତ ତୁଳନୀୟ ?
(କ) ଶୈଶବ
(ଖ) ଯୌବନ
(ଗ) କୈଶୋର
(ଘ) ବର୍ଦ୍ଧକ୍ୟ
ଉ –
(ଖ) ଯୌବନ ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୩ ।
ରାଜକୁମାରୀ ଚମ୍ପାଫୁଲଟି ପାଇସାରିଲା ପରେ କେଉଁଠାରେ ଗୀତ ଗାଉଥିଲେ ?
(କ) ନିଜ ନବରରେ
(ଖ) ଉପବନରେ
(ଗ) ଜଇଲରେ
(ଘ) ପୁଷ୍ଟରିଣା କୂଳରେ
ଉ-
(କ) ନିଜ ନବରରେ ।

Question ୪।
ନବ ଯୌବନ ଆସିବା ପରେ ଚମ୍ପାବତୀ କେଉଁ ବିଷାଦରେ ବ୍ୟାକୁଳିତ ହେଲା ?
(କ) ବ୍ୟକ୍ତ ବିଷାଦ
(ଖ) ଅବ୍ୟକ୍ତ ବିଷାଦ
(ଗ) ବିଷୟ ବିଷାଦ
(ଘ) ବିରହ ବିଷାଦ
ଉ-
(ଖ) ଅବ୍ୟକ୍ତ ବିଷାଦ ।

Question ୫ |
ଯୌବନ ଆସିବା ପରେ ଚମ୍ପାବତୀର କ’ଣ ଉଭେଇଗଲା ?
(କ) ବାଲ୍ୟ ଚପଳତା
(ଖ) ଦୁଃଖଭାବ
(ଗ) ଦରିଦ୍ରଭାବ
(ଘ) ରାଜକୀୟ ବଡ଼ପଣ
ଉ –
(କ) ବାଲ୍ୟ ଚପଳତା ।

Question ୬ |
ଜନକ ଜନନୀ ସେନେହ ମନ ନ ମାନେ ଆଉ – କେତେବେଳେ ?
(କ) ବାଲ୍ୟକାଳରେ
(ଖ) ଯୌବନ ଆଗମନରେ
(ଗ) କୈଶୋରରେ
(ଘ) ବାର୍ଦ୍ଧକ୍ୟରେ
ଉ –
(ଖ) ଯୌବନ ଆଗମନରେ

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୭ |
ବିଦେଶୀ କୁମର ସ୍ଵପ୍ନରେ କ’ଣ କହିଲେ ?
(କ) କର୍କଶ ବାଣୀ
(ଖ) ମଧୁବଚନ
(ଗ) କଠୋର କଥା
(ଘ) ଦୁଃଖ କାହାଣୀ
ଉ –
(ଖ) ମଧୁବଚନ ।

Question ୮ |
ରାଜକୁମାର ଦୀପାଲୋକରେ ରାଜକୁମାରୀଙ୍କର କ’ଣ ଦେଖିବେ ?
(କ) ସ୍ରସ୍ତବେଶ
(ଖ) ଅନ୍ତଃପୁର
(ଗ) ଖଟ ପାଳଙ୍କ
(ଘ) ଧନରତ୍ନ
ଉ –
(କି) ସ୍ରସ୍ତବେଶ ।

Question ୯।
ଚମ୍ପାଫୁଲଦ୍ଵାରା ରାଜକୁମାରୀ କେଉଁ ପର୍ଯ୍ୟନ୍ତ ଦେବ ଆରଧନା କରିବେ ?
(କ) ବୁଢ଼ୀ ହେବା ପର୍ଯ୍ୟନ୍ତ
(ଖ) ମାଆ ହେବା ପର୍ଯ୍ୟନ୍ତ
(ଖ) ମନଦୁଃଖ ହେବା ପର୍ଯ୍ୟନ୍ତ
(ଘ) କାନ୍ତ ପାଇବା ପର୍ଯ୍ୟନ୍ତ
ଉ –
(ଘ) କାନ୍ତ ପାଇବା ପର୍ଯ୍ୟନ୍ତ ।

Question ୧୦ ।
ରାଜକୁମାରୀ କାହା ସହିତ ଗହନବାସ କରିପାରିବେ ବୋଲି କହିଛନ୍ତି ?
(କ) ନବ ତରୁଣ
(ଖ) ବାପା
(ଗ) ମାଆ
(ଘ) ଭାଇ
ଉ –
(କ) ନବ ତରୁଣ ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୧୧ ।
ନବଯୌବନରେ ଚମ୍ପାବତୀ କେଉଁ ଦର୍ଶନ ପାଇଁ ବ୍ୟଗ୍ର ଥିଲେ ?
(କ) ପ୍ରିୟ ଦର୍ଶନ
(ଖ) ପ୍ରକୃତି ଦର୍ଶନ
(ଗ) ସୂର୍ଯ୍ୟ ଦର୍ଶନ
(ଘ) ଚନ୍ଦ୍ର ଦର୍ଶନ
ଉ –
(କ) ପ୍ରିୟ ଦର୍ଶନ ।

Question ୧୨ |
ଶ୍ୟାମଳ ସୁନ୍ଦର ଧରଣୀ ନୀଳ ଆକାଶଠାରୁ କ’ଣ ମାଗେ ?
(କ) ଶୀତ ପ୍ରେମବାରି
(ଖ) କରକାପାତ
(ଗ) ତଟିନୀ
(ଘ) ପାହାଡ଼
ଉ –
(କ) ଶୀତ ପ୍ରେମବାରି ।

Question ୧୩ ।
ପିତୃକୋଳ ତେଜି କିଏ ବାରିସ୍ ପାଖକୁ ଯାଏ ?
(କ) ସମୁଦ୍ର
(ଖ) ମେଘ
(ଗ) ତଟିନୀ
(ଘ) ପାହାଡ଼
ଉ –
(ଗ) ତଟିନୀ ।

Question ୧୪ ।
ନବନଳିନୀ ଭାବୁ କିରଣରେ କ’ଣ ଲାଭ କରେ ?
(କ) ମୁଦ
(ଖ) ଦୁଃଖ
(ଗ) ବିଷାଦ
(ଘ) ନିରାଶା
ଉ –
(କ) ମୁଦ ।

Question ୧୫ ।
ବିଧୁ ବିଭା ପାଇ କିଏ ହସ ହସ ହୋଇଉଠେ ?
(କ) ଚମ୍ପା
(ଖ) ପଦ୍ମ
(ଗ) କୁମୁଦ
(ଘ) ମଲ୍ଲୀ
ଉ –
(ଗ) କୁମୁଦ ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୧୬ ।
ଚପଳା କେଉଁଠାରେ ଖେଳେ ?
(କ) ଘନେ
(ଖ) ବନେ
(ଗ) ସଦନେ
(ଘ) ସମୁଦ୍ରେ
ଉ –
(କ) ଘନେ ।

Question ୧୭ ।
‘ବିଫଳ ଏ ଯୌବନ ମୋହରି’ କିଏ କହିଛି ?
(କ) ରାଜକୁମାର
(ଖ) ରାଜକୁମାରୀ
(ଗ) କୁମୁଦ
(ଘ) ସମୁଦ୍ରେ
ଉ –
(ଖ) ରାଜକୁମାରୀ ।

Question ୧୮ ।
ସୁକୁମାରୀ ଲତା କେଉଁଠି ଆଶ୍ରୟ ଲୋଡ଼ିଥାଏ ?
(କ) ପଥର ଉପରେ
(ଖ) ବିଟପୀ-ଅଙ୍ଗେ
(ଗ) ସମୁଦ୍ର ଭିତରେ
(ଘ) ପାଦପ ତଳେ
ଉ –
(ଖ) ବିଟପୀ -ଅଙ୍ଗେ ।

Question ୧୯ ।
ଯୁଗେ ଯୁଗେ ବିହି କ’ଣ ଖଞ୍ଜିଛି ?
(କ) ପ୍ରେମଭାବ
(ଖ) ବୈରଭାବ
(ଗ) ଘୃଣାଭାବ
(ଘ) ବିସ୍ମୟଭାବ
ଉ –
(କ) ପ୍ରେମଭାବ ।

Question ୨୦ ।
ରାଜକୁମାରୀ ତାଙ୍କ ଦଗ୍ଧ ବକ୍ଷରେ ଜୀବିତେଶ୍ଵରଙ୍କର କ’ଣ ସ୍ଥାପନ କରିବେ ?
(କ) ବିଦ୍ୟ ପୟର
(ଖ) ଫୁଲମାଳ
(ଗ) ଆଶୀର୍ବାଦ
(ଘ) ବରଦାନ
ଉ –
(କ) ଦିଦ୍ୟପୟର ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧।
ରାଜକୁମାରୀ କେଉଁ ଫୁଲଟିଏ ପାଇଥିଲେ ?
ଉ –
ରାଜକୁମାରୀ ଚମ୍ପାଫୁଲଟିଏ ପାଇଥିଲେ ।

Question ୨ ।
ସେ ଚମ୍ପାଫୁଲର ବର୍ଷ କିପରି ଥିଲା ?
ଉ –
ସେ ଚମ୍ପାଫୁଲର ବର୍ଣ୍ଣ ହଳଦି ପରି ଥିଲା ।

Question ୩ ।
କାନ୍ତ ଆସିବା ପର୍ଯ୍ୟନ୍ତ ଚମ୍ପାବତୀ କାହାକୁ ଉପାସନା କରିବେ ?
ଉ –
କାନ୍ତ ଆସିବା ପର୍ଯ୍ୟନ୍ତ ଚମ୍ପାବତୀ ଶିବ ଉପାସନା କରିବେ

Question ୪ ।
ନବ ଯୌବନର ମନ୍ତ୍ର ପାଠରେ ଚମ୍ପାବତୀର ମନ କ’ଣ ହେଲା ?
ଉ –
ନବ ଯୌବନର ମନ୍ତ୍ର ପାଠରେ ଚମ୍ପାବତୀର ମନ ଅବ୍ୟକ୍ତ ବିଷାଦରେ ବ୍ୟାକୁଳ ହେଲା ।

Question ୫।
ରାଜକୁମାରୀର ବାଲ୍ୟଚପଳତା କାହିଁକି ଉଭେଇଗଲା ?
ଉ –
ନବଯୌବନ ଆସିବାରୁ ରଜାକୁମାରୀର ବାଲ୍ୟଚପଳତା ଉଭେଇଗଲା ।

Question ୬ |
ଖେଳ ହସଖୁସି ତାକୁ କାହିଁକି ସୁଖ ଲାଗୁ ନ ଥିଲା ?
ଉ –
ନବଯୌବନ ଆସିବାରୁ ଖେଳ ହସଖୁସି ସୁଖ ଲାଗିନଥୁଲା ଓ ତା’ ହୃଦୟରେ ଅବ୍ୟକ୍ତ ଦୁଃଖ ସୃଷ୍ଟି ହୋଇଥିଲା ।

Question ୭ |
ଯୌବନ ଆସିବା ପରେ ରଜାକୁମାରୀଙ୍କୁ କିପରି ଲାଗୁଥିଲା ?
ଉ –
ଯୌବନ ଆସିବା ପରେ ରାଜକୁମାରୀଙ୍କୁ କେଉଁଠି କିଛି ଛାଡ଼ିଆସିଲା ପରି ଲାଗୁଥିଲା ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୮ |
କ’ଣ ପାଇଁ ଜନକ ଜନନୀ ଛି ଛି ବୋଲିବେ ?
ଉ –
ରାଜକୁମାରୀ ମନରେ ଯୌବନକାଳୀନ ଭାବାନ୍ତର ଜାଣିଲେ ଜନକ ଜନନୀ ଛି ଛି ବୋଲିବେ ।

Question ୯ ।
ରାଜକୁମାରୀଙ୍କୁ କାହିଁକି ଲାଜ ମାଡୁଥିଲା ?
ଉ –
ନିଜର ଯୌବନକାଳୀନ ରୂପକୁ ନିଜେ ଦେଖିଲା ପରେ ରାଜକୁମାରୀଙ୍କୁ ଲାଜ ମାଡୁଥିଲା ।

Question ୧୦ ।
ଜୀବନବଲ୍ଲଭଙ୍କୁ ଚମ୍ପାବତୀ କ’ଣ ଦେବାକୁ ଚାହୁଁଥିଲା ?
ଉ –
ଜୀବନବଲ୍ଲଭଙ୍କୁ ଚମ୍ପାବତୀ ନିଜର ନବଯୌବନ ଦେହକୁ ଦେବାକୁ ଚାହୁଁଥିଲା ।

Question ୧୧ ।
କାହାକୁ ସ୍ଵପ୍ନରେ ଦେଖୁ ରାଜକୁମାରୀ ଉନ୍ମନ ହେଲେ ?
ଉ –
ରାଜକୁମାରଙ୍କୁ ସ୍ଵପ୍ନରେ ଦେଖ୍ ରାଜକୁମାରୀ ଉନ୍ମନ ହେଲା ।

Question ୧୨ ।
କାହାର ଦିବ୍ଯ ଚରଣରେ ରାଜକୁମାରୀ ତାଙ୍କ ପରାଣ ଅର୍ପଣ କରିବେ ?
ଉ –
ନିଜର ପ୍ରିୟତମ ବା ସ୍ବପ୍ନରେ ଦେଖୁଥ‌ିବା ରାଜକୁମାରଙ୍କ ଦିବ୍ୟ ଚରଣରେ ରାଜକୁମାରୀ ତାଙ୍କର ପରାଣ ଅର୍ପଣ କରିବେ ।

Question ୧୩ ।
ବେନି ସୋଦରଙ୍କୁ ରାଜକୁମାରୀ କ’ଣ ପଚାରିବାକୁ ଚାହୁଁଥିଲେ ?

Question ୧୪।
ଶ୍ୟାମଳ ସୁନ୍ଦର ଧରଣୀ ନୀଳ ଆକାଶଠାରୁ ଶୀତ ପ୍ରେମବାରି କାହିଁକି ମାଗିଥାଏ ?
ଉ –
ଶ୍ୟାମଳ ସୁନ୍ଦର ଧରଣୀ ନୀଳ ଆକାଶଠାରୁ ଶୀତ ପ୍ରେମବାରୀ ସ୍ଵତାପ ନାଶ କରିବାପାଇଁ ମାଗିଥାଏ ।

Question ୧୫ ।
ନବ ଯୌବନରେ ଚମ୍ପାବତୀ କେଉଁ ଦର୍ଶନ ଆଶା କରୁଥିଲେ ?
ଉ –
ନବ ଯୌବନରେ ଚମ୍ପାବତୀ ପ୍ରିୟ ଦର୍ଶନ ଆଶା କରୁଥିଲେ ।

Question ୧୬ ।
ପିତୃକୋଳ ତେଜି ତଟିନୀ କାହା ପାଖକୁ ଯାଏ ?
ଉ –
ପିତୃକୋଳ ତେଜି ତଟିନୀ ବାରିସ୍ ପାଖକୁ ଯାଏ ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୧୭ ।
ବିଟପୀ ଅଙ୍ଗରେ କିଏ ଆଶ୍ରୟ ଲୋଡ଼ିଥାଏ ?
ଉ –
ବିଟପୀ ଅଙ୍ଗରେ ସୁକୁମାରୀ ଲତା ଆଶ୍ରୟ ଲୋଡ଼ିଥାଏ ।

Question ୧୮ ।
ନବ ନଳିନୀ କେଉଁଥରେ ଆନନ୍ଦ ଲାଭକରେ ?
ଉ –
ନବ ନଳିନୀ ଭାନୁକିରଣ ପାଇ ଆନନ୍ଦ ଲାଭକରେ ।

Question ୧୯ ।
କ’ଣ ପାଇ କୁମୁଦ ହସିଉଠେ ?
ଉ –
ବିଧୁବିଭା ପାଇଲାପରେ କୁମୁଦ ହସିଉଠେ ।

Question ୨୦ ।
ରାଜକୁମାରୀ କ’ଣ ଦେଇ ଜୀବିତେଶ୍ୱରଙ୍କୁ ନିଜର କରିନେବେ ?
ଉ –
ରାଜକୁମାରୀ ଆପଣାକୁ ସମର୍ପଣ କରିଦେଇ ଜୀବିତେଶ୍ଵରଙ୍କୁ ନିଜର କରିନେବେ ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧।
କିଏ ଚମ୍ପାଫୁଲଟିଏ ପାଇଥିଲେ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ଚମ୍ପାବତୀର ରାଜକନ୍ୟା ଚମ୍ପାଫୁଲଟିଏ ପାଇଥିଲେ ।

Question ୨।
କାହାର ବାଲ୍ୟ ଚପଳତା କେତେବେଳେ ଉଭେଇଗଲା ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ଯେତେବେଳେ ରାଜକନ୍ୟା ଦେହରେ ନବଯୌବନ ଆସିଗଲା, ସେତେବେଳେ ତା’ ମନରୁ ବାଲ୍ୟ ଚପଳତା ଉଭେଇଗଲା ।

Question ୩ ।
ନବଯୌବନ ଆଗମନରେ ରାଜକୁମାରୀଙ୍କର ନିଭୃତ ଅନ୍ତରରେ କ’ଣ ହେଲା ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ନବଯୌବନ ଆଗମନରେ ରାଜକୁମାରୀଙ୍କ ନିଭୃତ ଅନ୍ତରରେ ଅବ୍ୟକ୍ତ ଦୁଃଖ ପ୍ରବେଶ କରିଥିଲା ।

Question ୪।
ଜନକ ଜନନୀଙ୍କ ସ୍ନେହରେ କେତେବେଳେ ରାଜକୁମାରୀଙ୍କର ମନ ଆଉ ମାନୁନଥିଲା ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ଏବଂ ଜନକଜନନୀ ସ୍ନେହରେ ଆଉ ତାଙ୍କର ମନ ମାନୁନଥିଲା ।

Question ୫।
ସଖୀଙ୍କୁ ନ କହି କିଏ କେଉଁ ବ୍ୟଥା ସହିପାରିବେ ନାହିଁ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ସଖୀଙ୍କୁ ନକହି ରାଜକୁମାରୀ ଚମ୍ପାବତୀ ଯୌବନକାଳୀନ ଭାବାନ୍ତର ବ୍ୟଥା ସହିପାରିବେ ନାହିଁ ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୬ ।
ନବଯୌବନ ସମୟରେ ଚମ୍ପାବତୀ କାହାକୁ ଖୋଜୁଥିଲେ ?
ଉ :
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ନବଯୌବନ ସମୟରେ ରାଜକୁମାରୀ ନିଜର ଜାବନବଲ୍ଲଭଙ୍କୁ ଖୋଜୁଥିଲେ ।

Question ୭ |
କାହାର କୁଳଶୀଳ କିଏ ଜାଣି ନଥିଲେ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି ।

Question ୮।
ରାଜକୁମାରୀ ଲାଜରେ କ’ଣ ସମର୍ପି ପାରିଲେ ନାହିଁ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକୁମାରୀ ଲାଜରେ ନିଜର ଜୀବନ ଯୌବନକୁ ସମର୍ପି ପାରିଲେ ନାହିଁ ।

Question ୯ ।
ଚମ୍ପାବତୀ ବେନି ସୋଦରଙ୍କଠାରୁ କ’ଣ ଜାଣିବାକୁ ଚାହିଁଥିଲେ ?
ଉ – ‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି ।

Question ୧୦ ।
ନବଯୌବନ ଅବସ୍ଥାରେ ପ୍ରିୟଦର୍ଶନ ଲାଭକଲେ ରାଜକୁମାରୀ କ’ଣ କରିବେ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି ।

Question ୧୧ ।
ତଟନୀ ଓ ବାରିସ୍‌ ପ୍ରାସଙ୍ଗିକତା କ’ଣ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକୁମାରୀର ମାନସିକତା ଦର୍ଶାଇବାପାଇଁ ପ୍ରେମିକା ତଟିନୀ ଓ ପ୍ରେମିକ ବାରିଧର ପ୍ରସଙ୍ଗ ସୂଚାଇ ଦିଆଯାଇଛି ।

Question ୧୨ ।
କିଏ କାହିଁକି ଈପ୍‌ସିତ ଜୀବିତେଶ୍ୱରଙ୍କୁ ଖୋଜୁଥିଲେ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକୁମାରୀ ଈପସିତ ଜୀବିତେଶ୍ୱରଙ୍କୁ ଖୋଜୁଥିଲା, ତାଙ୍କର ଦିବ୍ୟପୟରରେ ନିଜର ଦଗ୍‌ଧବକ୍ଷକୁ ନିବେଶିବା ପାଇଁ ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୧୩ ।
ଦିବ୍ୟ ପୟରର ପ୍ରାସଙ୍ଗିକତା କ’ଣ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକୁମାରୀ ତା’ର ଈପ୍‌ସିତ ପୁରୁଷଙ୍କ ପାଦତଳେ ନିଜକୁ ସମର୍ପଣ କରିଦେବ, ତା’ ଦୃଷ୍ଟିରେ ଈପ୍‌ସିତ ପୁରୁଷଙ୍କ ପାଦ ହେଉଛି ଦିବ୍ୟ ବା ସବୁଠାରୁ ମୂଲ୍ୟବାନ୍ ।

Question ୧୪ ।
ଆପଣାକୁ ଦେଇ ରାଜକୁମାରୀ କାହାକୁ ନିଜର କରିନେବେ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ଆପଣାକୁ ଦେଇ ରାଜକୁମାରୀ ନିଜର ଈପ୍‌ସିତ ପୁରୁଷଙ୍କୁ ନିଜର କରିନେବ, ଯେ କି ତା’ର ଯୌବନ ଉଦ୍ଦେଶ୍ୟକୁ ଚରିତାର୍ଥ କରିବେ ।

Question ୧୫ ।
ଦେବ ଆରାଧନା କିଏ କିପରି କରିବେ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକୁମାରୀ ହଳଦି ରଙ୍ଗର ଚମ୍ପାଫୁଲ ଦେଇ ଦେବ ଆରାଧନା କରିବେ ।

(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧।
ରାଜକୁମାରୀଙ୍କ ମନ କାହିଁକି ବ୍ୟାକୁଳ ଥିଲା ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକୁମାରୀ ସଖୀମେଳରେ ମନ ଆନନ୍ଦରେ ଖେଳୁଥିଲା । ଜନକ ଜନନୀର ସ୍ନେହରେ ରହି ଦିନରାତି ସେ କଟାଇ ଦେଉଥିଲା । ସମୟକ୍ରମେ ରାଜକୁମାରୀ ଦେହରେ ଯୌବନର ପହିଲି ସ୍ପର୍ଶ । ଲାଗିଥିଲା, ଯାହାକୁ କି କବି ବର୍ଣ୍ଣନା କରିଛନ୍ତି, କେଉଁ ଦେଶରୁ ଆସି ଯୌବନ କି ମନ୍ତ୍ର ପଢ଼ିଲା, ଫଳରେ ରାଜକୁମାରୀ ମନ ଅବ୍ୟକ୍ତ ବିଷାଦରେ ବ୍ୟାକୁଳିତ ହୋଇଉଠିଲା । ଅର୍ଥାତ୍‌ ଯୌବନ ଆସିବାରୁ ରାଜକୁମାରୀର ମନ ବ୍ୟାକୁଳ ହୋଇଥିଲା ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୨ ।
ଚମ୍ପାବତୀର ବାଲ୍ୟଚପଳତା ଉଭେଇ ଯିବାର କାରଣ କ’ଣ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକନ୍ୟା ଦେହରେ ଯୌବନର ସ୍ପର୍ଶ ଲାଗିବାରୁ, ମାନସିକ ସ୍ତରରେ ତା’ର ଆସିଥିଲା ପରିବର୍ତ୍ତନ । ପୂର୍ବର ସହିତ ଖେଳିବା ଓ ଜନକ ଜନନୀଙ୍କ ସ୍ନେହ ଲାଭ କରିବା ତାହାକୁ ଆଉ ଭଲ ଲାଗିଲା ନାହିଁ । ବରଂ ଦେହରେ ଯୌବନ ଆସି ମନକୁ କଲା ବିଷାଦିତ । ସେ ମନେ ମନେ ବ୍ୟାକୁଳିତ ହୋଇଥିଲା । ଫଳସ୍ୱରୂପ ବାଲ୍ୟଚପଳତା ତା’ଠାରୁ ଦୂରେଇ ଯାଇଥିଲା ।

Question ୩।
‘ଲାଗୁଛି ପରାଣ ଅପୂର୍ଣ୍ଣ’ର – ପ୍ରସଙ୍ଗ ନିର୍ଦ୍ଦେଶ କର ।
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକୁମାରୀ ଦେହରେ ଯୌବନର ପହିଲି ସ୍ପର୍ଶ ଲାଗିବା ପରେ, ସେ ମାନସିକ ସ୍ତରରେ ବ୍ୟାକୁଳିତା ହୋଇଉଠିଛି ।
ଅବ୍ୟକ୍ତ ବିଷାଦରେ ସେ ଘାରିହୋଇଛି । ପୂର୍ବରୁ ମନରେ ରହିଥ‌ିବା ଚପଳତା କ୍ରମଶଃ ଦୂରେଇଯାଇଛି । ବରଂ ମନଟି କେମିତି ଏକୁଟିଆ ଏକୁଟିଆ ଅନୁଭୂତ ହୋଇଛି । କିଛି ଛାଡ଼ି ଆସିଲା ପରି ଲାଗିଛି । ସେ ଯେପରି ଅନ୍ୟ କେଉଁ ରାଜ୍ୟରେ ପହଞ୍ଚି ଗଲାପରି ମନେକରିଛି । ତା’ର ପ୍ରାଣ ଯେପରି ଅପୂର୍ଣ ହେଲାପରି ମନେହୋଇଛି ।

Question ୪ ।
ସଖୀଏ ବା କିସ କହିବେ ଜାଣି ପାରିଲେ କଥା – କେଉଁ କଥା ଓ କାହାର ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ଯୌବନର ସ୍ପର୍ଶ ପାଇଲାପରେ ରାଜକୁମାରୀ ଅବ୍ୟକ୍ତ ବିଷାଦରେ ଘାରିହୋଇଛି । ସବୁବେଳେ ତାକୁ ଏକୁଟିଆ ଏକୁଟିଆ ମନେହୋଇଛି । ଜନନ ଜନନୀ ସ୍ନେହକୁ ସେ ଆଉ ଆଉ ଇଚ୍ଛାକରି ନାହିଁ । ଏଭଳି ଭାବାନ୍ତରର କାରଣ ସେ ଠିକ୍‌ରୂପେ ବୁଝି ପାରିନାହିଁ । ମାନସିକ ଯନ୍ତ୍ରଣାରେ ରହିଥ‌ିବା ଚମ୍ପାବତୀର ଏଭଳି କଥା ତାହାର ସଖୀମାନେ ଜାଣିଲେ କ’ଣ ଭାବିବେ ବୋଲି ସେ ବ୍ୟସ୍ତ ହୋଇଉଠିଛି ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୫।
ରାଜକୁମାରୀଙ୍କୁ କାହିଁକି ଲାଜ ମାଡୁଥିଲା ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକୁମାରୀ ଦେହରେ ଯୌବନର ସ୍ପର୍ଶ ଅନୁଭୂତ ହୋଇଛି, ଫଳରେ ଶରୀରରେ ତା’ର ଆସିଛି ଅନେକ ପ୍ରକାର ପରିବର୍ତ୍ତନ । ନିଜେ ଉତ୍ସୁକତା ପ୍ରକାଶ କରି ନିଜକୁ ନିଜେ ଦେଖୁଛି । ଉତ୍ତୁଙ୍ଗ ଉରସକୁ ଓ ନିଜ ଶରୀରକୁ ଦେଖ୍ ତାହାକୁ ଲାଜ ମାଡ଼ିଛି ।

Question ୬।
ଜୀବନବଲ୍ଲଭଙ୍କୁ ସେ କ’ଣ ଦେବାପାଇଁ ଚାହୁଁଥିଲେ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକୁମାରୀ ତା’ର ନିଜ ଶରୀରକୁ ନିଜେ ଦେଖ୍ ଲାଜେଇ ଯାଇଛି । ଉତ୍ତୁଙ୍ଗ ଉରସେ କାହାର କେଉଁ କାର୍ଯ୍ୟ ରହିଛି ବୋଲି ଚିନ୍ତାକରିଛି । ଏହି ନବଯୌବନ ସମୟରେ ସେ ଆଉ ଏକୁଟିଆ ହୋଇ ରହିବାକୁ ଚାହିଁନାହିଁ । ବରଂ ମିଳନ ଆଶାୟୀ ହୋଇ ନିଜର ଯୌବନଭରା ଦେହକୁ ଜୀବନବଲ୍ଲଭଙ୍କୁ ସମର୍ପି ଦେବାପାଇଁ ଚାହିଁଛି ।

Question ୭ ।
ରାଜକୁମାରୀ କାହିଁକି ଉନ୍ମନ ଥିଲେ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ପ୍ରାଣ ଉଦ୍‌ବିଗ୍ନ ହୋଇଉଠିଛି । ମନ ଛନଛନ ହୋଇଛି । ସେହି ଅବସରରେ ସେ ସ୍ଵପ୍ନରେ ଦେଖୁଛି କୌଣସି ଏକ ରାଜକୁମାରଙ୍କୁ । ସେହି ରାଜକୁମାରଙ୍କୁ ସ୍ଵପ୍ନରେ ଦେଖିଲା ପରେ ସେ ଉନ୍ମନ ହୋଇଥିଲେ ।

Question ୮ ।
କିଏ କାହା ପାଖରେ କ’ଣ ସମର୍ପଣ କରିପାରିଲେ ନାହିଁ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ଯୌବନପ୍ରାପ୍ତା ରାଜକୁମାରୀ ଦେହରେ ଓ ମନରେ ଆସିଛି ପରିବର୍ତ୍ତନ । ସେ ଉଦ୍‌ବିଗ୍ନ ମନେର ଦେଖୁଛି ସ୍ଵପ୍ନ । ସ୍ବପ୍ନରେ ରାଜକୁମାରଙ୍କୁ ଦେଖିଲା ପରେ ତା’ର ମନ ଅସ୍ଥିର ହୋଇଛି । ରାଜକୁମାରଙ୍କ ଚାହାଣିରେ ସେ ହୋଇଛି ପ୍ରଲୁବ୍ଧ ।

Question ୯ ।
କିଏ କାହାର କେତେବେଳେ ମନ ଚୋରାଇ ନେଲା ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକୁମାରଙ୍କ ମ ବଚନ, ଢଳଢଳ ଚାହାଣି ରାଜକୁମାରୀଙ୍କ ମନକୁ କିଣିନେଇଛି । ଲଜ୍ୟା ହେତୁ ରାଜକୁମାରୀ ନିଜର ଯୌବନ ଅର୍ପଣ କରିପାରି ନାହାଁନ୍ତି । ସେହି ସ୍ଵପ୍ନର ତରୁଣ ରାଜକୁମାର ରାଜକୁମାରୀଙ୍କ ମନକୁ ନିମିଷକେରେ ଚୋରାଇ ନେଇଥିଲେ ।

Question ୧୦ ।
ରାଜକୁମାରୀ ଜାଗ୍ରତ ଅବସ୍ଥାରେ କ’ଣ ଦେଖୁ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ଯୌବନପ୍ରାପ୍ତା ରାଜକୁମାରୀଙ୍କ ମନଉଦାସ ଓ ପ୍ରାଣ ଛନଛନ ହୋଇଛି । ସେ ସ୍ଵପ୍ନରେ ଦେଖୁଛନ୍ତି ରାଜକୁମାରଙ୍କୁ । ସେ ବିଚାର କରିଛନ୍ତି, କବାଟ କିଳାଯାଇଥିବା ଓ ରତ୍ନପ୍ରଦୀପ ଜଳୁଥିବା ଘରେ ରାଜକୁମାର କିପରି ପ୍ରବେଶ କଲେ । ସେ ନିଜର ଥିବାରୁ ତାଙ୍କର ବେଶ ବାସ ଆୟତ୍ତରେ ନଥିଲା । ରାଜକୁମାରୀ ଜାଗ୍ରତ ଅବସ୍ଥାରେ ନିଜ ଅଙ୍ଗରୁ ଖସି ଯାଇଥିବା ବାସକୁ ଦେଖୁ ମନେମନେ ଲାଜ ପାଇଥିଲେ ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୧୧ ।
ଶ୍ୟାମଳ ସୁନ୍ଦର ଧରଣୀ ସହିତ ନୀଳ ଆକାଶର ସମ୍ପର୍କ କ’ଣ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ମିଳନ ଆଶାୟୀ ରାଜକୁମାରୀ ଦେଖୁଛି, ପ୍ରକୃତିରେ ଘଟୁଥ‌ିବା ମିଳନର ଅପୂର୍ବ ମାଧୁର୍ଯ୍ୟକୁ । ସେ ଦେଖୁଛି, ଶ୍ୟାମଳ ସୁନ୍ଦର ଧରଣୀ ସଦାସର୍ବଦା ନୀଳଆକାଶକୁ ଚାହିଁ ରହିଛି । ନୀଳଆକାଶରୁ ଖସି ପଡୁଥିବା ଶୀତ ପ୍ରେମବାରିକୁ ମାଗି ସେ ତା’ର ତପ୍ତ ଶରୀରକୁ ଶୀତଳ କରିଥାଏ। ଶ୍ୟାମଳ ସୁନ୍ଦର ଧରଣୀ ସହିତ ନୀଳ ଆକାଶର ସମ୍ପର୍କ ହେଉଛି ପ୍ରେମର ବା ସଦାମିଳନର ସମ୍ପର୍କ ।

Question ୧୨ ।
ଏ ବିଶ୍ଵବାଜେଣୀ ବୀଣାରେ ମୋ ବିରହ ଗାୟନ – ପ୍ରସଙ୍ଗ ନିର୍ଦ୍ଦେଶ କର ।
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ସଦ୍ୟ ଯୌବନପ୍ରାପ୍ତା, ମିଳନଆଶାୟୀ ରାଜକୁମାରୀ ଦେଖିଛି, ସମଗ୍ର ପ୍ରକୃତି ରାଜ୍ୟରେ ମିଳନର ମଧୁରତା । ସେ ଦେଖୁଛି ପୃଥ‌ିବୀ ଓ ଆକାଶକୁ, ନିରୀକ୍ଷଣ କରିଛି ତଟିନୀ ଓ ସାଗରକୁ, ଲକ୍ଷ୍ୟ କରିଛି ସୂର୍ଯ୍ୟ ପଦ୍ମ, ଚନ୍ଦ୍ର କୁମୁଦ, ବଲ୍ଲରୀ ଓ ବିଟପୀ ଏବଂ ଚପଳା ଓ ନୂଆମେଘକୁ । ସମସ୍ତେ ମିଳନର ମଧୁଭାବରେ ନିଜକୁ ହଜାଇ ଦେଇଛନ୍ତି । ଏହାକୁ ଦେଖୁ ରାଜକୁମାରୀ ବିଚାର କରିଛି, ସେ ଏକମାତ୍ର ଏ ବିଶ୍ଵବାଜେଣୀ ବୀଣାରେ ବିରହର ରଗିଣୀ ତୋଳୁଛି ଓ ପ୍ରିୟତମଙ୍କଠାରୁ ଦୂରରେ ରହିଛି ।

Question ୧୩ ।
‘ବିଫଳ ଏ ଯୌବନ ମୋହରି’ କିଏ କେତେବେଳେ କାହିଁକି କହିଛି ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ମିଳନଆଶାୟୀ ରାଜକୁମାରୀ ଦେଖୁଛି, ସମଗ୍ର ପ୍ରକୃତି ରାଜ୍ୟରେ ମିଳନର ମଧୁର ମୁହୂର୍ତ୍ତକୁ । ସେ ଏକମାତ୍ର ବିଶ୍ଵବାଜେଣୀ ବୀଣାରେ ବିରହର କରୁଣ ରାଗିଣୀ ତୋଳୁଛି । ଫଳସ୍ଵରୂପ ତା’କୁ ସେହି ସମୟରେ ଶୁଣାଯାଇଛି, ସ୍ଵପ୍ନର ବିହଙ୍ଗ ଓ କୁସୁମିତ ବଲ୍ଲରୀ ସହାସେ ସୂଚାଇଛନ୍ତି ‘ବିଫଳ ଯୌବନ ମୋହରି’ ।

Question ୧୪ ।
ରାଜକନ୍ୟାର ଯୌବନର ଉଦ୍ଦେଶ୍ୟ କ’ଣ ଥିଲା ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । ରାଜକନ୍ୟା ଯୌବନର ଉଦ୍ଦେଶ୍ୟ ହେଉଛି, ପ୍ରିୟତମଙ୍କ ସହିତ ମିଳିତହେବା । ତେଣୁ ସେ ବିଚାର କରିଛି, ଆପଣାକୁ ସମର୍ପଣ କରି ଈପ୍‌ସିତ୍ ପୁରୁଷଙ୍କୁ ନିଜର କରିବି । ଏହାହିଁ ଥିଲା ରାଜକନ୍ୟାର ଯୌବନର ଉଦ୍ଦେଶ୍ୟ ।

Question ୧୫ ।
କବିତାରେ ଚମ୍ପାଫୁଲର ମହତ୍ତ୍ଵ କ’ଣ ?
ଉ –
‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହା ଉଲ୍ଲେଖ କରିଛନ୍ତି । କବିତାଟିର କବି ଚମ୍ପାଫୁଲକୁ ଯୌବନ ସହିତ ତୁଳନା କରିଛନ୍ତି । ଚମ୍ପାଫୁଲ ଭଳି ଯୌବନାବସ୍ଥା କ୍ଷଣସ୍ଥାୟୀ ହେଲେ ହେଁ ସୌରଭଦୀପ୍ତ । ଉପଯୁକ୍ତ ସମୟରେ ବା ଯୌବନରେ ମିଳନର ମାଦକତା କିପରି ମଧୁମୟ ହୋଇଥାଏ, ତାହାକୁ କବି ଚମ୍ପାଫୁଲ ଭାବରେ ଗ୍ରହଣକରି ସୂଚନା ଦେଇଛନ୍ତି !

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧ ।
ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ ଭାବନା ବର୍ଣ୍ଣନା କର ।
ଉ –
ଆଧୁନିକ ଓଡ଼ିଆ ସାହିତ୍ୟର ପଲ୍ଲୀଚେତନାର ସାର୍ଥକ ରୂପକାର ଭାବରେ କବି ନନ୍ଦକିଶୋର ବଳ ପରିଚିତ ହେଲେ ବି, ସେ ନାରୀ ମାନସିକତା ଓ ଯୌବନକାଳୀନ ଆବେଦନ ଓ ଅନୁଚିନ୍ତାକୁ ସୁନ୍ଦର ଭାବରେ ତାଙ୍କର କବିତାମାନଙ୍କରେ ପ୍ରକାଶ କରିଛନ୍ତି । ଜୀବନରେ ମୂଲ୍ୟବାନ ସମୟ ହେଉଛି ଯୌବନ ସମୟ । ସେହି ସମୟରେ ନାରୀ ମନରେ ଓ ଦେହରେ ଆସେ ଅନେକ କିଛି ପରିବର୍ତ୍ତନ । ଫଳରେ ସେ ଯୌବନକାଳୀନ ଅନୁଚିନ୍ତାକୁ ନେଇ ସ୍ବପ୍ନ ପ୍ରସଙ୍ଗ ସାହିତ୍ୟରେ ସୁନ୍ଦର ଭାବରେ ପ୍ରାଚୀନ କବିମାନଙ୍କଠାରୁ ଆରମ୍ଭ କରି ମଧ୍ୟଯୁଗୀୟ କବିମାନେ ମନୋଜ୍ଞ ଭାବରେ ପ୍ରକାଶ କରିଛନ୍ତି । ଯେଉଁଥରେ କି କବି ନନ୍ଦକିଶୋର ପ୍ରଭାବିତ ହୋଇ କବିତାରେ ଚମ୍ପାବତୀ ରାଜକୁମାରୀର ସ୍ଵପ୍ନକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

ନବଯୌବନପ୍ରାପ୍ତା ରାଜକୁମାରୀ ସ୍ୱପ୍ନରେ ଦେଖୁଛି ଏକ ଦିବ୍ୟ ରାଜକୁମାରଙ୍କୁ । ସେ ରାଜକୁମାରଙ୍କର କୌଣସି ପରିଚୟ ଜାଣି ନଥୁଲେ ବି, ତାହାଙ୍କୁ ଦେଖୁରିବା ପରେ ସେ ମାନସିକ ସ୍ତରରେ ବ୍ୟସ୍ତ ହୋଇଉଠିଛି । ସେହି ବିଦେଶୀ କୁମରଙ୍କର ସ୍ୱପ୍ନରେ କହିଥ‌ିବା ମଧୁର ବଚନକୁ ରାଜକୁମାରୀ ବିସ୍ମୃତ ହୋଇ ପାରିନାହାଁନ୍ତି । ସବୁବେଳେ ସେହି ଭାଷା ତାଙ୍କର ମନେ ପଡ଼ିଯାଇଛି । ପୁନଶ୍ଚ ରାଜକୁମାରଙ୍କ ବିମୋହିତ ଢଳଢଳ ଚାହାଣିରେ ରାଜକୁମାରୀଙ୍କ ମନ କିଣି ନେଇଛନ୍ତି । ମନ ଦେଲେ ମଧ୍ୟ ଲାଜରେ ସେ ନିଜକୁ ରାଜକୁମାରଙ୍କ ନିକଟରେ ସମର୍ପଣ କରିପାରି ନାହାଁନ୍ତି । ତାଙ୍କ ରାଜକୁମାରଙ୍କୁ ଦେଖିଲା ପରେ ସେ ନିଜକୁ ଏକୁଟିଆ ଅନୁଭବ କରିଛନ୍ତି । ସଦାସର୍ବଦା ମିଳନଆଶାୟୀ ଅନୁଚିନ୍ତାରେ ଘାରି ହୋଇଛନ୍ତି । କବିଙ୍କ ଭାଷାରେ –

“ଲାଜରେ ଜୀବନ ଯୌବନ ନ ସମ୍ପିଲି ପୟରେ
କାହିଁ ଗଲେ ନବତରୁଣ, ଏବେ ଝୁରିଣ ମର୍ରେ ।
ମନ ଚୋର ମନ ଚୋରଇ କାହିଁ ଗଲେ ନିମିଷେ
ଆକୁଳ ପରାଣ ମୋହର ତାଙ୍କ ବିନା ଏ ଦେଶେ ।”

ସ୍ଵପ୍ନ କଥା ଚିନ୍ତାକରି ରାଜକୁମାରୀ ଭାବିଛି, କବାଟ କିଳା ହୋଇଥିଲେ ଏବଂ ରତ୍ନପ୍ରଦୀପ ଜଳୁଥିଲେ ମଧ୍ୟ ସେ କିପରି ଘରକୁ ପ୍ରବେଶ କଲେ । ସେ ନିଦ୍ରାରେ ଥ‌ିବାରୁ ତାଙ୍କର ବେଶବାସ ଅଣଆୟତ୍ତ ଥିଲା । ସେ ନିଶ୍ଚୟ ତାହାର ବସନମୁକ୍ତ ଉରସ ଓ କେଶକୁ ଦେଖୁଥ‌ିବେ । ଏଭଳି ଚିନ୍ତାକରି ରାଜକୁମାରୀଟି ମନେ ମନେ ଲଜ୍ଜିତ ହୋଇଛି । ସ୍ୱପ୍ନ ଦେଖୁବା ପରେ, ତାହାର ମନରେ ଆସିଛି, ରାଜକୁମାରଙ୍କ ନିକଟରେ ସେ ନିଜକୁ ନିଶ୍ଚୟ ସମର୍ପଣ କରିବ । କବିଙ୍କ

“ଚମ୍ପାଫୁଲେ କେଶ ମଣ୍ଡାଇ ହାର କଣ୍ଠେ ଲମ୍ବାଇ
ଅସ୍ପଷ୍ଟ ସ୍ବପନେ ସୁନ୍ଦର କେଣେ ଗଲେ ଉଭାଇ ।’’

କବିତାରେ ରାଜକନ୍ୟାର ସ୍ଵପ୍ନ ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ହୋଇପାରିଛି ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୨।
ନରଯୌବନ ଆଗମନରେ ରାଜକନ୍ୟାଙ୍କ ମନରେ ଯେଉଁ ଭାବାନ୍ତର ଆସିଥିଲା, ତାହାର ସ୍ଵରୂପ ନିର୍ଣ୍ଣୟ କର ।
ଉ –
ପଲ୍ଲୀକବି ନନ୍ଦକିଶୋର ବଳ, ‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ଯୌବନକାଳୀନ ନାରୀ ମାନସିକତାକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ଜୀବନର ଯୌବନ ସମୟ ହେଉଛି ସବୁଠାରୁ ମୂଲ୍ୟବାନ୍ ଓ ଗୁରୁତ୍ବପୂର୍ଣ ସମୟ । ଏହି ସମୟରେ ଦେହରେ ଓ ମନରେ ଆସେ ପରିବର୍ତ୍ତନ । ମିଳନଆଶାୟୀ ଦେହ ଦେହ ଖୋଜେ । ସେ ନିଜକୁ ଅନ୍ୟପାଖରେ ସମର୍ପଣ କରିଦେବା ଭାବରେ ବିଭୋର ହୋଇଉଠେ । ଫଳରେ ସାଂସାରିକ, ପାରିବାରିକ ଜୀବନରେ ସେ ବହୁଦିନ ଚଳିଆସିଥିଲେ ବି ନିଜକୁ ଏକୁଟିଆ ଅନୁଭବ କରେ । ନିଜର ବୋଲି କାହାକୁ ଦାବି କରିବାର ମାନସିକତାରେ ପ୍ରାଣ ଉଚ୍ଚାଟିତ ହୁଏ । ତାହାକୁ ପାଇ ନପାରିବାର ଦୁଃଖରେ ହୃଦୟରେ ଦାରୁଣ ଖେଦ ସୃଷ୍ଟି ହୋଇଥାଏ । କବି ନବଯୌବନ ପ୍ରାପ୍ତା ରାଜକୁମାରୀ ମାଧ୍ୟମରେ ଯୌବନକାଳୀନ ଭାବାନ୍ତରକୁ ସ୍ଵାଭାବିକ ଭାବେ ବର୍ଣ୍ଣନା କରିଛନ୍ତି ।

ରାଜକୁମାରୀ ଦେହରେ ଓ ମନରେ ନବଯୌବନ ଆଣିଦେଇଛି ଅନେକ ପରିବର୍ତ୍ତନ । ସତେଯେପରି ସେ ହୋଇଛି ଯୌବନମନ୍ତ୍ରରେ ଅଭିମନ୍ତ୍ରିତ । ଯୌବନ ନିଶାରେ ତଲ୍ଲୀନ ହେଲାପରେ, ତା’ମନରେ ଅବ୍ୟକ୍ତ ବିଷାଦ ଭାବ ଦେଖାଦେଇଛି । ମନରେ ଆସିଛି ଅନେକପ୍ରକାର ବ୍ୟାକୁଳଭାବ । ପୂର୍ବରୁ ରହିଥ‌ିବା ବାଲ୍ୟଚପଳତା ତା’ମନରୁ ଦୂରେଇ ଯାଇଛି । ସେ ଅସ୍ଥିର ହୋଇଯାଇଛି । କ’ଣ କରିବ ନ କରିବ, ସେଭଳି ଅନୁଚିନ୍ତାରେ ସେ ଘାରିହୋଇଛି । ତାହାର ମନେ ହୋଇଛି, ଅପୂର୍ଣ୍ଣ । ସାରା ସଂସାର ଲାଗିଛି ଶୂନ୍ୟ । ସେ ବିଚାର କରିଛି, ମୁଁ ଯେପରି ଆଉ ମୋର ହୋଇ ରହିନାହିଁ ।

ରାଜକୁମାରୀ ଏଭଳି ମାନସିକ ଅବସାଦରେ ରହିଥିଲାବେଳେ, ସେ ନିଜର ଜନକ ଜନନୀଙ୍କ, ସାଙ୍ଗ ସଖୀଙ୍କ କଥା ସ୍ମରଣ କରିଛି । କାରଣ ତା’ମନରେ ପରିବର୍ତ୍ତନ, ହୃଦୟର ଭାଷାକୁ ଯଦି କେହି ଜାଣିଯାଆନ୍ତି, ତା’ହେଲେ ତାହାକୁ ନିଶ୍ଚୟ ଛି ଛି ବୋଲି କହିବେ ବୋଲି ସେ ଭାବିଛି । ସଖୀମାନଙ୍କ ପାଖରେ କହି ହେଉନାହିଁ କିମ୍ବା ନକହି ରହି ହେଉନାହିଁ ବୋଲି ସେ ବିଚାର କରିଛି । ସମୟ ଆଣିଛି ନିଜ ଶରୀରର ଅପୂର୍ବ ପରିବର୍ତ୍ତନ, ଉତ୍ତୁଙ୍ଗ ଉରସକୁ ଦେଖୁ ସେ ଲାଜେଇ ଯାଇଛି । ଫଳସ୍ଵରୂପ ମନ ତାହାର ସ୍ଵପ୍ନରାଜ୍ୟରେ ବୁଡ଼ିଯାଇଛି । ପ୍ରକୃତିର ମିଳନର ଦୃଶ୍ୟ ତାହା ମନରେ ଖେଦ ସୃଷ୍ଟି କରିଛି ଏବଂ ସେ ନିଜକୁ ଅତି ଅସହାୟ ମନେକରିଛି । ତଥାପି ସେ ମନର ମଣିଷ ନିକଟରେ ନିଜକୁ କରିଛି ।

ବାସ୍ତବିକ କବିଙ୍କର ଯୌବନ ଆଗମନର ବର୍ଣ୍ଣନା ଅତ୍ୟନ୍ତ ମନୋଜ୍ଞ ହୋଇପାରିଛି ।

Question ୩।
ପଠିତ କବିତାରେ ନବତରୁଣୀର ମନୋଭାବ ବର୍ଣ୍ଣନା କର ।
ଉ –
ପଲ୍ଲୀକବି ନନ୍ଦକିଶୋର ବଳ, ‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାରେ ଯୌବନକାଳୀନ ନାରୀ ମାନସିକତାକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ଜୀବନର ଯୌବନ ସମୟ ହେଉଛି ସବୁଠାରୁ ମୂଲ୍ୟବାନ ଓ ଗୁରୁତ୍ଵପୂର୍ଣ୍ଣ ସମୟ । ଏହି ସମୟରେ ଦେହରେ ଓ ମନରେ ଆସେ ପରିବର୍ତ୍ତନ । ମିଳନଆଶାୟୀ ଦେହ ଦେହ ଖୋଜେ । ସେ ନିଜକୁ ଅନ୍ୟପାଖରେ ସମର୍ପଣ କରିଦେବା ଭାବରେ ବିଭୋର ହୋଇଉଠେ । ଫଳରେ ସାଂସାରିକ, ପାରିବାରିକ ଜୀବନରେ ସେ ବହୁଦିନ ଚଳିଆସିଥିଲେ ବି ନିଜକୁ ଏକୁଟିଆ ଅନୁଭବ କରେ । ନିଜର ବୋଲି କାହାକୁ ଦାବି କରିବାର ମାନସିକତାରେ ପ୍ରାଣ ଉଚ୍ଚାଟିତ ହୁଏ । ତାହାକୁ ପାଇ ନ ପାରିବାର ଦୁଃଖରେ ହୃଦୟରେ ଦାରୁଣ ଖେଦ ସୃଷ୍ଟି ହୋଇଥାଏ । କବି ନବଯୌବନ ପ୍ରାପ୍ତା ରାଜକୁମାରୀ ମାଧ୍ୟମରେ ଯୌବନକାଳୀନ ଭାବାନ୍ତରକୁ ସ୍ଵାଭାବିକ ଭାବେ ବର୍ଣ୍ଣନା କରିଛନ୍ତି ।

ରାଜକୁମାରୀ ଦେହରେ ଓ ମନରେ ନବଯୌବନ ଆଣିଦେଇଛି ଅନେକ ପରିବର୍ତ୍ତନ । ସତେଯେପରି ସେ ହୋଇଛି ମନରେ ଆସିଛି ଅନେକପ୍ରକାର ବ୍ୟାକୁଳଭାବ । ପୂର୍ବରୁ ରହିଥିବା ବାଲ୍ୟଚପଳତା ତା’ମନରୁ ଦୂରେଇ ଯାଇଛି । ସେ ଆଉ ତା’କୁ ଭଲ ଲାଗିନାହିଁ । ବରଂ ଅସ୍ଥିର ହୋଇଯାଇଛି । କ’ଣ କରିବ ସେ ଯେପରି କିଛି ଛାଡ଼ିଆସିଛି କିମ୍ବା ଅପୂର୍ଣ୍ଣ । ସାରା ସଂସାର ଲାଗିଛି ଶୂନ୍ୟ ତା’ହୃଦୟରେ ଅବ୍ୟକ୍ତ ଦୁଃଖ ପଶିଗଲା ଭଳି ମନେହୋଇଛି । ମନ ଏକ ପ୍ରକାର ନକରିବ, ସେଭଳି ଅନୁଚିନ୍ତାରେ ସେ ଘାରିହୋଇଛି । ତାହାର ମନେ ହୋଇଛି, ତାକୁ କେହି ଅଜଣା ରାଜ୍ୟରେ ଛାଡ଼ି ଦେଇଯାଇଛି । ଫଳରେ ଜୀବନ ଲାଗିଛି । ସେ ବିଚାର କରିଛି, ମୁଁ ଯେପରି ଆଉ ମୋର ହୋଇ ରହିନାହିଁ ।

ରାଜକୁମାରୀ ଏଭଳି ମାନସିକ ଅବସାଦରେ ରହିଥିଲାବେଳେ, ସେ ନିଜର ଜନକ ଜନନୀ, ସାଙ୍ଗ ସଖୀଙ୍କ କଥା ସ୍ମରଣ କରିଛି । କାରଣ ତା’ମନରେ ପରିବର୍ତ୍ତନ, ହୃଦୟର ଭାଷାକୁ ଯଦି କେହି ଜାଣିଯାଆନ୍ତି, ତା’ହେଲେ ତାହାକୁ ନିଶ୍ଚୟ ଛି ଛି ବୋଲି କହିବେବୋଲି ସେ ଭାବିଛି । ସଖୀମାନଙ୍କ ପାଖରେ କହି ହେଉନାହିଁ କିମ୍ବା ନକହି ରହି ହେଉନାହିଁ ବୋଲି ସେ ବିଚାର କରିଛି । ସମୟ ଆଣିଛି ନିଜ ଶରୀରରେ ଅପୂର୍ବ ପରିବର୍ତ୍ତନ, ଉତ୍ତୁଙ୍ଗ ଉରସକୁ ଦେଖ୍ ସେ ଲାଜେଇ ଯାଇଛି । ଫଳସ୍ବରୂପ ମନତାହାର ସ୍ଵପ୍ନ ରାଜ୍ୟରେ ବୁଡ଼ିଯାଇଛି । ପ୍ରକୃତିର ମିଳନର ଦୃଶ୍ୟ ତାହା ମନରେ ଖେଦ କରିଦେବ ବୋଲି ବିଚାର କରିଛି ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

Question ୪ ।
କବିତାରେ ବର୍ଣ୍ଣିତ ଯୁଗ୍ମଭାବର ବୈଶିଷ୍ଟ ନିରୂପଣ କର ।
ଉ –
ସୃଷ୍ଟିର ଆରମ୍ଭ ହୋଇଛି ମିଳନର ମଧୁର ମୂଚ୍ଛନାରୁ । ପୁରୁଷ ଓ ପ୍ରକୃତିର ମିଳନରେ ସୃଷ୍ଟିର ଅମୃତଧାରା ପ୍ରବାହିତ ହୋଇଥାଏ । ସୃଷ୍ଟିର ଏହି ନିୟମରୁ କେହି ବିଚ୍ୟୁତ ହୋଇପାରିବେ ନାହିଁ । ପୁନଶ୍ଚ ନାରୀ ଓ ପୁରୁଷ ମନରେ ପ୍ରକୃତିର ଏହି ସଦାମିଳନ ଉତ୍ସବ, ନୂତନ ସୃଷ୍ଟି ପାଇଁ ପ୍ରେରଣା ଦେଇଥାଏ । ଆଲୋଚ୍ୟ କବିତା ‘ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ’ରେ ପଲ୍ଲୀକବି ନନ୍ଦକିଶୋର ବଳ ନାୟିକା ରାଜକୁମାରୀର ମିଳନଉତ୍ସୁକ ମାନସିକତାକୁ ପରିପ୍ରକାଶ ପାଇଁ, ସୃଷ୍ଟିର ମିଳନ ପର୍ଯ୍ୟାୟକୁ ଅତିମାନବୀୟ ଭାବରେ ପ୍ରକାଶ କରି, ନିଜର ସାରସ୍ଵତ ସାଧନାର ବୈଶିଷ୍ଟ୍ୟ ପ୍ରମାଣ କରିଛନ୍ତି ।

ରାଜକୁମାରୀ ଦେହରେ ଦେଖାଦେଇଛି, ଯୌବନର କାଉଁରୀ ସ୍ପର୍ଶ । ସେହି ଯୌବନ ପାଇଁ ତା’ହେହ ଓ ମନରେ ଆସିଛି ଅନେକ ପରିବର୍ତ୍ତନ । ଫଳରେ ସେ ଆଉ ଚିତ୍ତ ସ୍ଥିର କରିପାରି ନାହିଁ, ବରଂ ଅବ୍ୟକ୍ତ ବିଷାଦରେ ହୋଇଛି ବିଷାଦିତ । ଦୁନିଆ ତା’କୁ ଏକୁଟିଆ ମନେହୋଇଛି । ସେ ଯେପରି ଆଉ ତାହାର ହୋଇ ରହିନାହିଁ । ନିଜ ଦେହକୁ ନିଜେ ଦେଖ୍ ଲାଜେଇ ଯାଇଛି । ସେ ସ୍ୱପ୍ନରାଜ୍ୟରେ ଭାସିବୁଲିଛି । ସ୍ୱପ୍ନରେ ଦେଖୁଛି ରାଜକୁମାରଙ୍କୁ । ସେହି ସ୍ଵପ୍ନକୁମାର ପାଦପଦ୍ମରେ ନିଜକୁ ନିଜେ ସମର୍ପିତ କରିଦେଇଛି । ମାତ୍ର ବାସ୍ତବ କ୍ଷେତ୍ରରେ ଈପ୍‌ସିତ ପୁରୁଷଙ୍କୁ ନ ପାଇବାରୁ ସେ ବ୍ୟଥ୍‌ତ ହୋଇଛି । ସେ ଦେଖଛି ସୃଷ୍ଟିରେ ଯୁଗ୍ମଭାବକୁ, ଯେଉଁ ଭାବ ତା’ମନରେ ହତାଶାର ବିକଳ ରାଗିଣୀ ସୃଷ୍ଟି କରିଛି ।

ରାଜକୁମାରୀ ଦେଖୁଛି ଶ୍ୟାମଳ ସୁନ୍ଦର ଧରଣୀ ମିଳନଆଶାୟୀ ହୋଇ ନୀଳଆକାଶକୁ ଚାହିଁ ରହିଛି । ନୀଳ ଆକାଶରୁ ଶୀତ ପ୍ରେମବାରି ପାଇବା ପାଇଁ ସେ ଅପେକ୍ଷା କରି ରହିଛି । ସେହି ଶୀତଳ ପ୍ରେମବାରିକୁ ଗ୍ରହଣ କରି ନିଜର ତାପିତ ହୃଦୟକୁ ସେ ଶାନ୍ତକରିବ । ଫୁଲଫଳରେ ପରିପୂର୍ଣ୍ଣ ହୋଇ ମିଳନର ସାର୍ଥକତାକୁ ପ୍ରମାଣ କରିବ । ପୁନଶ୍ଚ ସେ ହେବାର ଲକ୍ଷ୍ୟରେ ଆଗେଇ ଯାଇଥାଏ । ସେ ଜାଣେ ସାଗର ସହିତ ମିଳିତ ହେଲେ, ନିଜ ଜୀବନର ସାର୍ଥକତା କରିଥାଏ । ସେହି ଆଲିଙ୍ଗନ ହେତୁ ମନରୁ ସବୁ ଭୟ ଦୂରେଇ ଦେଇଥାଏ । ଯୁଗ୍ମ ଜୀବନର ଅନ୍ୟତମ ସ୍ମାରକୀ, ସୂର୍ଯ୍ୟ କିରଣରେ ନଳିନୀ ପ୍ରସ୍ଫୁଟିତ ହୋଇ, ପ୍ରିୟତମଙ୍କୁ ସମ୍ଭାଷଣ ଜଣାଇଛି । ପୁନଶ୍ଚ ବିଧୁ କିରଣରେ କୁମୁଦ ନିଜର ନିମୀଳିତ ନୟନକୁ ଖୋଲିଦେଇ, ପ୍ରିୟତମଙ୍କୁ ସାଦର ସ୍ଵାଗତିକା ଗାନକରିଛି । ସେହିପରି ନୂଆ ମେଘରେ ଚପଳା, ଅତି ଆନନ୍ଦ ମନରେ ଖେଳି, ଜୀବନର ସାର୍ଥକତା ପ୍ରମାଣ କରିଛି ।

Question ୫।
‘ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ’ କବିତାର ସାର୍ଥକତା ବିଚାର କର ।
ଉ –
କବି ଜଣେ ନିଆରା ମଣିଷ । ତା’ନିକଟରେ ରହିଥାଏ ଅସାଧାରଣ ଦୃଷ୍ଟିଶକ୍ତି । ସେହି ଦୃଷ୍ଟିଭଙ୍ଗୀ ନେଇ ସେ ମଣିଷ ମନର ଗୋପନକଥାକୁ ଅନୁଭବ କରେ । ନିଜର ଅନୁଚିନ୍ତା ଓ ଅଭିଜ୍ଞତାର ରଙ୍ଗ ବୁଡ଼ାଇ ସେ ରସିକ, ବିଦଗ୍ଧ ପାଠକଙ୍କ ମନକୁ ରସାଭିଭୂତ କରେ । ସାଧାରଣ ମଣିଷ ଯାହାକୁ ପ୍ରକାଶ କରିବାରେ ଅସମର୍ଥ ହୁଅନ୍ତି, ସେ ତାହାକୁ ମନୋଜ୍ଞ ଭାବରେ, ଶବ୍ଦର ଯାଦୁକାରୀ ଶକ୍ତିରେ ପ୍ରକାଶ କରେ । ଆଲୋଚ୍ୟ ‘ଚମ୍ପାବତୀ ରାଜକନ୍ୟାର ସ୍ବପ୍ନ’ କବିତାଟି ପଲ୍ଲୀକବି ନନ୍ଦକିଶୋର ବଳ ଏହିପରି ଦିବ୍ୟ କବିତ୍ଵ ବଳରେ କବିତା ରଚନାକରି, ତାହାର ସାର୍ଥକତା ପ୍ରମାଣ କରିଛନ୍ତି ।

କବି ନନ୍ଦକିଶୋର ଥିଲେ ପଲ୍ଲୀକବି । ତେଣୁ କବିତାଟିକୁ ସେ ଲୋକକଥା ବା ଲୋକଗୀତ ଭଳି ନାମକରଣ କୁହାଯାଇପାରେ । ପୁନଶ୍ଚ କବିତାର ପ୍ରତ୍ୟେକ ପର୍ଯ୍ୟାୟରେ, ଲୋକଗୀତର ଘୋଷା ପଦ ଭଳି ଏକ ପ୍ରତୀକାତ୍ମକ ପଦକୁ ଏଥ‌ିରେ ସଂଯୋଜିତ କରାଯାଇଛି । ଘୋଷାଟି ହେଉଛି –

ପଲ୍ଲୀକବି ନନ୍ଦକିଶୋର ବଳ ଏହିପରି ଦିବ୍ୟ କବିତ୍ଵ ବଳରେ କବିତା ରଚନାକରି, ତାହାର ସାର୍ଥକତା ପ୍ରମାଣ କରିଛନ୍ତି । କବି ନନ୍ଦକିଶୋର ଥିଲେ ପଲ୍ଲୀକବି । ତେଣୁ କବିତାଟିକୁ ସେ ଲୋକକଥା ବା ଲୋକଗୀତ ଭଳି ନାମକରଣ କୁହାଯାଇପାରେ । ପୁନଶ୍ଚ କବିତାର ପ୍ରତ୍ୟେକ ପର୍ଯ୍ୟାୟରେ, ଲୋକଗୀତର ଘୋଷା ପଦ ଭଳି ଏକ ପ୍ରତୀକାତ୍ମକ ପଦକୁ

ପୁନଶ୍ଚ ଏଥିରେ କବିତାର ଭାବକୁ ସହଜ ସରଳ କରିବାପାଇଁ, ଅଧ୍ୟକ ପରିମାଣରେ ଗ୍ରାମ୍ୟ ଶବ୍ଦ ବା ଦେଶଜ ଶବ୍ଦର ପ୍ରୟୋଗ କରାଯାଇଛି । ଯେପରି ‘ବନ’, ‘ଗୁଣି’, ‘ଉଭେଇ’, ‘ଗୋଚର’, ‘ଛି ଛି’, ‘ମଧୁବଚନ’, ‘ସଖିଲି’, ‘ନମିଷେ’, ‘ପାରିସ୍’ ଓ ‘କଳି ଥିଲି’ ଇତ୍ୟାଦି । ଏଥରେ ନାରୀ ମନସ୍ତତ୍ତ୍ଵର ଶୃଙ୍ଗାରିକ ଅନୁଚିନ୍ତା ରହିଥିଲେ ମଧ୍ୟ ତାହା

ନାୟିକା ରାଜକୁମାରୀର ଚରିତ୍ର ବର୍ଣନା ବେଶ୍ ସ୍ଵାଭାବିକ ଓ ହୃଦୟସ୍ପର୍ଶୀ ହୋଇଛି । ନବଯୌବନପ୍ରାପ୍ତା ନାରୀର ମାନସିକ ଖେଦ ଓ ମିଳନଆଶାୟୀ ଅନୁଚିନ୍ତାକୁ ଅତି ସୁନ୍ଦର ଭାବରେ କବି ବର୍ଣ୍ଣନା କରିଛନ୍ତି । ଏହି ବର୍ଣ୍ଣନା ଯେତିକି ସହଜ କବି ସରଳ, ସେତିକି ପାଠକୀୟ ଶ୍ରଦ୍ଧା ଲାଭ କରିଥାଏ। ସବୁ ପର୍ଯ୍ୟାୟରେ ସଦ୍ୟ ଯୌବନରେ ସନ୍ତୁଳିତ ସ୍ଵପ୍ନପ୍ରବଣ ଭାବକୁ ଏଥିରେ ବର୍ଣ୍ଣନା କରାଯାଇଛି ।

କବିତାର ଚତୁର୍ଥ ପର୍ଯ୍ୟାୟରେ ପ୍ରକୃତିର ଯୁଗ୍ମଜୀବନ ବର୍ଣ୍ଣନାରେ, ନାୟିକାର ମନର କଥାକୁ ଅତି ମନୋଜ୍ଞ ଭାବରେ ଦର୍ଶାଇ ଦେଇଛନ୍ତି । ଆକାଶ ସହିତ ପୃଥ‌ିବୀର ପ୍ରେମ ସମ୍ପର୍କ, ତଟିନୀର ବାରିସ୍ ସହିତ ମିଶିଯିବାର ଆବେଗ, ସୁକୁମାରୀ ଲଟାର ବିଟପୀ ଅଙ୍ଗରେ ସପ୍ରେମ ଆଲିଙ୍ଗନର ଭାବ, ସୂର୍ଯ୍ୟ ସହିତ ପଦ୍ମର, ଚନ୍ଦ୍ର ସହିତ କୁମୁଦର, ଚପଳା ସହିତ ମେଘର ସମ୍ପର୍କକୁ କବି ଅତି ସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି । ଯେପରି –

“ଭାନୁ କରେ ନବ ନଳିନୀ ଫୁଟି ଲଭଇ ମୁଦ
ବିଧୁବିଭା ପାଇ ହସଇ ନିମୀଳିତ କୁମୁଦ ।
ଢଳ ଢଳ ପ୍ରେମ ଚପଳା ଖେଳେ ନବୀନ ଘନେ,
ଯୁଗ୍ମ ଯୁଗ୍ମ ବହି ଖଞ୍ଜିଛି ସର୍ବେ ଖିଳ ଭୁବନେ ।”

କବି ପରିଚିତି :

ଆଧୁନିକ ଓଡ଼ିଆ ସାହିତ୍ୟର ଆଦି ପର୍ଯ୍ୟାୟରେ କବିବର ରାଧାନାଥ ରାୟ ଯେତେବେଳେ ମରାଳମାଳିନୀ ନୀଳାମ୍ବୁ ଚିଲିକାର ‘ଶୋକପାସୋରା’ ଚିତ୍ର ଅଙ୍କନ କରିବାରେ ନିଜକୁ ନିୟୋଜିତ କରିଥିଲେ – ତାହାଙ୍କର ଶିଷ୍ୟ ବ୍ରହ୍ମବାଦୀ ମଧୁସୂଦନ ଯେତେବେଳେ ଉପନିଷଦର ଆନନ୍ଦବାଦ ଓ ବ୍ରହ୍ମବାଦକୁ ଓଡ଼ିଆ ଭାବରାଜ୍ୟରେ ଆରୋପିତ କରିଥିଲେ ଏବଂ ସର୍ବୋପରି ଯେତେବେଳେ ଗଙ୍ଗାଧର ମେହେର ଆର୍ଯ୍ୟଋଷି ପ୍ରତିପାଦିତ ଭାରତୀୟ ପୁରାଣ ଜୀବନର ଆଦର୍ଶକୁ ମୁଖ୍ୟ ଅବଲମ୍ବନ ରୂପେ ଗ୍ରହଣ କରି ଅତୀତର ସେହି ମୁନିଋଷି ବାଞ୍ଛିତ ରାମରାଜ୍ୟରେ ନିଜର ପ୍ରତିଭାଦୀପ୍ତ ଲେଖନୀର ସଞ୍ଚରଣ କରାଉଥିଲେ, ସେତେବେଳେ ପଲ୍ଲୀକବି ନନ୍ଦକିଶୋରଙ୍କ ଆବିର୍ଭାବ ଏ ଦେଶର ସାରସ୍ଵତ ରାଜ୍ୟରେ ଏକ ନୂତନ ଜାହ୍ନବୀ ସ୍ରୋତ ପ୍ରବାହିତ କରିବା ନିମିତ୍ତ ମାର୍ଗ ଉନ୍ମୁକ୍ତ କରିଥିଲା । ଦୀର୍ଘଦିନଧରି ଅବହେଳିତ ରହିଥ‌ିବା ଉତ୍କଳୀୟ ପଲ୍ଲୀର ସ୍ଵଭାବ ସୁନ୍ଦର, ଶାନ୍ତସ୍ନିଗ୍ଧ ରୂପକୁ ସାହିତ୍ୟ ମଧ୍ୟରେ ରୂପାୟିତ କରିବାଦିଗରେ କବି ନନ୍ଦକିଶୋରଙ୍କ ପ୍ରତିଭା ଅନନ୍ୟସାଧାରଣ । ଓଡ଼ିଆ ସାହିତ୍ୟ ପଲ୍ଲୀପ୍ରକୃତି ତଥା ସରଳ ପଲ୍ଲୀଲୋକଙ୍କ ଜୀବନକୁ ନେଇ ସରଳ, ସୁନ୍ଦର ଓ ସାବଲୀଳ ଭାଷାରେ ପ୍ରଭାବଶାଳୀ କବିତାମାନ ରଚନା କରିବା ଦିଗରେ ନନ୍ଦକିଶୋର ହେଉଛନ୍ତି ଓଡ଼ିଆ ସାହିତ୍ୟର ପ୍ରଥମ କବି । ତାଙ୍କର କାବ୍ୟକବିତାରେ ବର୍ଣ୍ଣିତ ଉତ୍କଳୀୟ ପଲ୍ଲୀଜୀବନର ଚିତ୍ର, ତତ୍କାଳୀନ ଅନ୍ୟତମ ସାହିତ୍ୟସାଧକ ଫକୀରମୋହନଙ୍କୁ ଏପରି ଭାବରେ ମୁଗ୍ଧ କରିଥିଲା, ଯାହାଫଳରେ ସେ ଉଲ୍ଲେଖ କରିଛନ୍ତି –

“ପଡ଼ିଗଲା ପଲ୍ଲୀ ପ୍ରସଙ୍ଗ ବାରତା,
କେହି କବି କହିନାହିଁ ଏ ପ୍ରକାର କଥା ।” (ଉତ୍କଳ ଭ୍ରମଣ)

ଏହି ପ୍ରଭାବଶାଳୀ କବି ନନ୍ଦକିଶୋରଙ୍କର ଆବିର୍ଭାବ ଘଟିଥିଲା ୧୮୭୫ ମସିହା ଡିସେମ୍ବର ମାସ ୧୨ ତାରିଖରେ, କଟକ ଜିଲ୍ଲାର କୁସୁପୁର ଗ୍ରାମରେ । ପ୍ରାକୃତିକ ଶୋଭାରେ ଉକ୍ତ ଗ୍ରାମଟି ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା । ବିଦ୍ୟାଳୟରେ ଶିକ୍ଷାଲାଭ କରିବା ସମୟରେ ହିଁ ତାହାଙ୍କ କବିପ୍ରତିଭାର ବିକାଶ ଘଟିଥିଲା । କବି କଲେଜରେ ପାଠ ପଢ଼ିବା ସମୟରେ ‘ତାଳଚେର ପଦକ ପୁରସ୍କାର’ ପ୍ରତିଯୋଗିତା ପାଇଁ ନିର୍ଦ୍ଦିଷ୍ଟ ପଲ୍ଲୀଜୀବନ ବିଷୟକ ଏକ ପ୍ରବନ୍ଧ ରଚନା କରି ପୁରସ୍କୃତ ହୋଇଥିଲେ । ଉକ୍ତ ପ୍ରବନ୍ଧଟି ଇଂରାଜୀ ଭାଷାରେ ଲିଖ୍ ହୋଇଥିଲା । ପରବର୍ତ୍ତୀ କାଳରେ ଏହା ‘ପଲ୍ଲୀଚିତ୍ର’ ନାମରେ ଓଡ଼ିଆରେ କବିତା ଆକାରରେ ପ୍ରକାଶିତ ହୋଇଥିଲା । କବି ୧୯୦୧ ଖ୍ରୀଷ୍ଟାବ୍ଦରେ ବି.ଏ. ପାସ୍ କରି କଟକର ଭିକ୍ଟୋରିଆ ହାଇସ୍କୁଲରେ ଶିକ୍ଷକତା କରିଥିଲେ । ପରବର୍ତ୍ତୀ କାଳରେ କଲିକତାରୁ ବି.ଟି. ପାସ୍ କରି ଶିକ୍ଷା ବିଭାଗରେ ନିଯୁକ୍ତି ପାଇଥିଲେ । ଶିକ୍ଷା ବିଭାଗରେ ପରିଦର୍ଶକ ଭାବେ ସୁଚାରୁରୂପେ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ ।

ଭାବରେ ଚିତ୍ରିତ ହୋଇଛି । ନନ୍ଦକିଶୋର ଏହି ଧାରାର କବି, ଯିଏ ସର୍ବପ୍ରଥମେ ଏଇ ଦେଶର ପଲ୍ଲୀଜନତାର ଅବହେଳିତ କରିଥିଲେ ଓ ପରେ ଶିକ୍ଷା ବିଭାଗରେ ପରିଦର୍ଶକ ରୂପେ ଜୀବନ ଅତିବାହିତ କରିଥିଲେ । ପାଶ୍ଚାତ୍ୟ ସାହିତ୍ୟର ନିବିଡ଼ ସମ୍ପର୍କରେ ଆସିଥିଲେ ମଧ୍ୟ ନନ୍ଦକିଶୋର ଏ ଦେଶର ସାହିତ୍ୟରେ ପ୍ରାଚ୍ୟ-ପାଶ୍ଚାତ୍ୟ ସମନ୍ବୟର ଗୋଟିଏ ନୂତନ ଦିଗ ଉଦ୍‌ଘାଟନ କରିଥିଲେ । ଏହି ନୂତନ ଦିଗ ଏ ଦେଶର ସାଧାରଣ ଅବହେଳିତ ପଲ୍ଲୀବାସୀର ଜୀବନଧାରା ଓ ଜୀବନାଦର୍ଶ ପ୍ରତି ଏକ ବିମୁଗ୍ଧ କଳାତ୍ମକ ଦୃଷ୍ଟିନିକ୍ଷେପ କଲା । ତେଣୁ ନନ୍ଦକିଶୋରଙ୍କ ରଚନାରେ ପଲ୍ଲୀର ଜୀବନଚିତ୍ର ଅକପଟ ଜୀବନ ସମ୍ପର୍କରେ ଓ ପଲ୍ଲୀବଧୂର ଆବେଗ ଅନୁଭୂତି ବିଷୟରେ, ପଲ୍ଲୀର କୃଷକ, ପଲ୍ଲୀର ପ୍ରଭାତ ପ୍ରଦୋଷ ଓ ପଲ୍ଲୀର ଧୂଳି, ମାଟି, ପାଣି, ପବନ ସମ୍ପର୍କରେ ଗଭୀର ପରିଚୟ ଲାଭକରି ସେସବୁକୁ ସରଳ, ତରଳ, ଛନ୍ଦୋମୟ କବିତାରେ ପରିପ୍ରକାଶ କଲେ । ‘ପଲ୍ଲୀଚିତ୍ର’ (୧୮୯୮), ‘ନିର୍ଝରିଣୀ’ (୧୯୦୧) ଏହି ଦୃଷ୍ଟିକୋଣର ପରିବର୍ତ୍ତନରେ ଓ ଏହି ତାଙ୍କର ଏକ ସ୍ଵତନ୍ତ୍ର ମାନସିକତା ଉପରେ ନିର୍ଭରଶୀଳ ହୋଇଅଛି । ତେଣୁ ଆପଣା ଦୃଷ୍ଟିକୋଣର ପରିପୂରକ ଭାବରେ କବି ପଲ୍ଲୀ ପ୍ରବଚନ ଓ ପଲ୍ଲୀ ସଙ୍ଗୀତର ରାଗରାଗିଣୀରୁ ନିଜ କବିତାର ବିଷୟବସ୍ତୁ ଏବଂ କଳାସୌଷ୍ଠବ ଆହରଣ କରି ଆପଣାର ରଚନାକୁ ଏକ ସରଳ ମଧୁମୟ ସ୍ଵର୍ଗୀୟ ସୁଷମାର ଭୂଷିତ କରିଅଛନ୍ତି । କବିଙ୍କର ପଲ୍ଲୀ କବିତା ପରି ସୃଷ୍ଟି କରିଥାଏ ।

ଗଦ୍ୟରଚନା । ‘ଲକ୍ଷ୍ମୀ’ ନାମରେ ଏକ ସତ୍ୟ ଘଟଣାମୂଳକ ଗଳ୍ପ ମଧ୍ୟ ସେ ରଚନା କରିଛନ୍ତି । ରାଧାନାଥ, ଗଙ୍ଗାଧରଙ୍କ କାବ୍ୟାବଳୀ ନିକଟରେ ନନ୍ଦକିଶୋରଙ୍କ ‘ଶର୍ମିଷ୍ଠା’ କାବ୍ୟର ବିଶେଷ କୌଣସି ନୂତନ କଳାପରିପାଟୀ ନଥିଲେ ମଧ୍ୟ ଏହି କାବ୍ୟଟି ନରନାରୀର ପ୍ରେମପ୍ରଣୟ ରାଜ୍ୟରେ ବିରଳ ସ୍ଵାର୍ଥତ୍ୟାଗର ନୈତିକ ଦୃଷ୍ଟାନ୍ତ ଉତ୍‌ଥାପନ କରି ଯେପରିକ ରାଧାନାଥଙ୍କ କାବ୍ୟଜଗତ ସମ୍ପର୍କରେ ନୀରବ ପ୍ରତିବାଦ ଜ୍ଞାପନ କରିଅଛି ।

ସେହି ପଲ୍ଲୀକବିଙ୍କର ତିରୋଧାନ ହୁଏ ୧୯୨୮ ମସିହା ଜୁଲାଇ ପହିଲାରେ । ଆଜକୁ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧ‌ିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କର କୃତିରାଜି ତାଙ୍କୁ ଜନମାନସରେ ଅମର କରି ରଖୁଛି ଓ ରଖୁଥ‌ିବ ମଧ୍ୟ । ନାରୀକବି କୁନ୍ତଳାକୁମାରୀ ସାବତ୍ କବିଙ୍କ କବିତ୍ଵ ତଥା କୃତିରାଜିର ପ୍ରଶଂସା କରି ଲେଖୁଛନ୍ତି –

“ତୁମରି ଗୌରବ ଗୀତ ମଧୁର ମୂଚ୍ଛନା
ପଲ୍ଲୀପ୍ରାଣେ ଦେଇଅଛି ନବ ଉନ୍ମାଦନା ।”

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

କବିତାର ପୃଷ୍ଠଭୂମି :

ସାହିତ୍ୟ ସାଧକ ନନ୍ଦକିଶୋର ବଳ ୧୯୨୫ରେ ‘କନକଲତା’ ଉପନ୍ୟାସ ରଚନା କରିଥିଲେ । ଉପନ୍ୟାସଟିରେ ସମାଜ ସଂସ୍କାର ଉପରେ ଗୁରୁତ୍ଵ ଦିଆଯାଇଥିଲେ ବି, ସେଥ‌ିରେ ଥିବା ନାୟକ ନାୟିକାଙ୍କ ମାନସିକତା ହିଁ ଆଲୋଚ୍ୟ ସହିତ ପାଇକରାୟ ବଂଶର ଶିକ୍ଷିତ ଯୁବକ ଧନଞ୍ଜୟଙ୍କର ସାକ୍ଷାତ ହୋଇଛି, ଆଖଣ୍ଡଳମଣିଙ୍କ ବେଢ଼ାରେ । ଉଭୟ ପରିବାର ମଧ୍ୟରେ ସମ୍ପର୍କ ସ୍ଥାପନ ହେଲାପରେ, ଧନଞ୍ଜୟ ଓ କନକଲତାଙ୍କ ମଧ୍ୟରେ ବିବାହ ହେବାର ସ୍ଥିର ହୋଇଛି । ପ୍ରଥମ ଦେଖାରେ କନକଲତା ଧନଞ୍ଜୟଙ୍କ ପ୍ରତି ମାନସିକ ସ୍ତରରେ ହୋଇଛି ସମର୍ପିତ । ସେ ଅପେକ୍ଷା କରିରହିଛି ବିବାହର ଶୁଭଦିନକୁ । ସେହି ଈପ୍‌ସିତ ଦିନ ତା’ମନରେ ଆଣିଦେଇଛି ମିଳନର ଆକାଂକ୍ଷାକୁ । କନକଲତାର ଯୌବନ ଉଚ୍ଛସିତ ମନୋଭାବହିଁ ଏହି କବିତାରେ ବର୍ଣ୍ଣନା କରାଯାଇଛି । ଯୌବନ ଆସିଲା ପରେ ନାରୀର ତନୁ, ମନ ଓ ପ୍ରାଣରେ ଯେଉଁ ପରିବର୍ତ୍ତନ ଆସେ ଓ ଅନ୍ତରରେ ଯେଉଁ ଜୁଆର ଉଠେ, ତାହାକୁ କବିତାରେ ଅତି ଯଥାର୍ଥ ଭାବେ ପ୍ରକାଶ କରିଛନ୍ତି ।

କବିତାର ସାରକଥା :

କୋରକିତ କଦମ୍ବ । ତା’ହୃଦ ଆକାଶରେ ସୃଷ୍ଟି ହୋଇଛି କାମନାର ଇନ୍ଦ୍ରଧନୁ । ତେଣୁ ସେ ମନେ ମନେ, ଗୁଣୁଗୁଣୁ ହୋଇ ମନଫୁଲାଣିଆ ଗୀତ ଗାଇଛି । କବି ନନ୍ଦକିଶୋର ଥିଲେ ପଲ୍ଲୀକବି । ପଲ୍ଲୀର ଗୀତ ଗାଇବାର ଧାରାକୁ ଏଥରେ ଯୌବନାବସ୍ଥା ସହିତ ତୁଳନା କରାଯାଇଛି । ଚମ୍ପାଫୁଲରେ ଭରିରହିଥାଏ ଅମାପ ସୁରଭି; ମାତ୍ର ତାହା କ୍ଷଣସ୍ଥାୟୀ । ସେହିପରି ଯୌବନ ମଧ୍ୟ ନାନା ମାଦକତାରେ ପରିପୂର୍ଣ୍ଣ ହେଲେ ବି, ସମୟ ବିଶେଷରେ ସେଥୁରେ ପରିବର୍ତ୍ତନ ଆସେ । ସେହି ଅବସ୍ଥାରେ ସେ ମିଳନଆଶାୟୀ ମନୋଭାବ ପ୍ରତିପୋଷଣ କରିଥାଏ ।

ଚମ୍ପାବତୀର ରାଜକୁମାରୀ ଯୌବନପ୍ରାପ୍ତ ହୋଇ ନିଜ ନଗର ପରିବେଶରେ ଗୁଣୁଗୁଣୁ ହୋଇ ଗୀତଗାଇଛି । ସଖୀମାନଙ୍କ ମେଳରେ ଖେଳି ଖେଳି ଅତି ଆନନ୍ଦରେ ସମୟ ବିତାଇ ଦେଇଛି । ଜନକ ଜନନୀଙ୍କ ସ୍ନେହର ଆତିଶଯ୍ୟରେ ଦିନ ପରେ ଦିନ ଗଢ଼ିଯାଇଛି । ସମୟକ୍ରମେ ସେ ହୋଇଛି ନବତରୁଣୀ । ତାରୁଣ୍ୟର ଅନୁଚିନ୍ତାରେ ସେ ହୋଇଛି ବିଭୋର । ମନରେ, ଦେହରେ ତା’ର ଆସିଛି ଅନେକ ପରିବର୍ତ୍ତନ । ଯୌବନର କାଉଁରୀଛୁଆଁ ସତେଯେମିତି ତା’ଦେହରେ ବୋଳି ବିଷାଦ ଭାବ । ଯେଉଁ ଭାବକୁ ସେ କାହାରି ଆଗରେ ପ୍ରକାଶ କରିପାରିବ ନାହିଁ କିମ୍ବା ସ୍ଥିର ଭାବରେ ସହିପାରିବ ନାହିଁ । ଦୀର୍ଘଦିନ ଧରି ତା’ମନରେ ବସାବାନ୍ଧି ଆସିଥ୍‌ ଚାପଲ୍ୟଭାବ କେଉଁଆଡ଼େ ଉଭେଇଗଲା ପରି ମନେକରିଛି । ସେ ଯେପରି ପହଞ୍ଚିଯାଇଛି ଏକ ଅଜଣା, ଅପରିଚିତ ରାଜ୍ୟରେ ।

ସାଙ୍ଗସାଥୀଙ୍କ ସହିତ ହସିବା, ବସିବା, ଖେଳିବା ତାହାକୁ ଆଉ ସୁଖକର ମନେ ହୋଇନାହିଁ । ବରଂ ତା’ର ହୃଦୟ କନ୍ଦରରେ ଅଜଣା ଦୁଃଖ ବସାବାନ୍ଧି ରହିଗଲା ପରି ମନେ ହୋଇଛି । କେଉଁଠି କିପରି କିଛି ଛାଡ଼ିଆସିଲା ପରି ମନରେ ଉଚ୍ଚାଟିତ ଭାବ ଦେଖାଦେଇଛି । ପୁନଶ୍ଚ ମନେହୋଇଛି, ସେ ଯେପରି ତା’ ପରିଚିତ ଇଲାକାରୁ ବାହାରିଯାଇ ଏକ ଅଜଣା ଅପରିଚିତ ସ୍ଥାନରେ ପହଞ୍ଚିଯାଇଛି । କିଛି ଆଉ ପରିପୂର୍ଣ୍ଣ ଲାଗିନାହିଁ, ସବୁଯେପରି ଶୂନ୍ୟ ଶୂନ୍ୟ ମନେହୋଇଛି । ବିଶେଷକରି ସେ ମନେକରିଛି, ସେ ଆଉ ତା’ର ହୋଇ ରହିନାହିଁ । ସେ ଯେପରି ଆଉ କାହାର ହୋଇଯାଇଛି । ଏହିଭଳି ଉଚ୍ଚାଟିତ ଭାବରେ ସଦ୍ୟ ଯୌବନ ଦ୍ଵାରରେ ପାଦ ଥାପିଥ୍ୟା କିଶୋରୀଟି ମାନସିକ ସନ୍ତୁଳନରେ ରହିଛି ।

ଯୌବନ ପ୍ରଭାବରେ ରାଜକୁମାରୀ ନିଜ ମନକୁ ଆଉ ସଂଯତ କରି ରଖ୍ ପାରିନାହିଁ । ଏଭଳି ମାନସିକ ସ୍ତରରେ ପରିବର୍ତ୍ତନ ପାଇଁ ସେ ଲଜ୍ଯା ଅନୁଭବ କରିଛି । ଯେଉଁ ଚିନ୍ତାଧାରା ସେ ପ୍ରକାଶ କରିଛି, ସେଥ‌ିପାଇଁ ସେ ଅନୁତାପ କରିଆସିଛି । ସେ ଦୀର୍ଘଦିନ ଧରି ପିତାମାତାଙ୍କ ସ୍ନେହରେ ଲାଳିତ ପାଳିତ ହୋଇଥ‌ିବା ମନାକୁ ସେଭଳି ଧରି ରଖୁବାକୁ ଆଉ ସେ ଚାହିଁନାହିଁ । ତା’ପାଇଁ ସୃଷ୍ଟିହୋଇଛି ଭାବାନ୍ତର । ନିଜ ସମ୍ବନ୍ଧରେ ସେ କିଛି ବୁଝିପାରି ନାହିଁ । ସେ ପୁଣି ମନେ ମନେ ଭାବିଛି, ତା’ର ଏଭଳି ପରିବର୍ତ୍ତନ ଯଦି ପିତାମାତାଙ୍କ ନିକଟରେ ପ୍ରକାଶ ପାଏ, ତା’ହେଲେ ସେମାନେ ତାହାକୁ ଆଉ ପୂର୍ବପରି ସ୍ନେହ କରିବେ ନାହିଁ, ବରଂ ଅନାଦର ଭାବ ପ୍ରକାଶ କରିବେ । ସେହିପରି ପ୍ରିୟ ସଖୀ, ଯେଉଁମାନଙ୍କ ସହିତ ଦୀର୍ଘଦିନ ଧରି ସମୟ ବିତାଇ ଆସିଛି, କ’ଣ ବୋଲି କ’ଣ କହିଦେବେ । ସେମାନଙ୍କୁ ମୋ ମନକଥା କହି ହେଉନାହିଁ କିମ୍ବା ନକହି ଏ ବ୍ୟଥା ସହି ହେଉନାହିଁ ବୋଲି ସେ ବିଚାର କରିଛି ।

ଯୌବନ ଭାବବିଭୋର କିଶୋରୀଟି ନିଜ ରୂପକୁ ନିଜେ ନିରେଖ୍ ନିରେଖ୍ ଦେଖୁଛି । ସେହି ଦେଖ‌ିବାରେ ତା’ମନକୁ ଲଜ୍ୟା ଆସିଛି । ଉତ୍ତୁଙ୍ଗ ଉରସେ କାହାର କେଉଁ କାର୍ଯ୍ୟ ରହିଛି ବୋଲି ଚିନ୍ତାକରିଛି । ନବଯୌବନ ସମୟରେ ସେ ଆଉ ଏକାକୀ ରହିବାକୁ ଚାହିଁନାହିଁ । ବରଂ ନିଜର ଯୌବନଧନକୁ ପ୍ରିୟତମ ବା ଜୀବନବଲ୍ଲଭଙ୍କ ନିକଟରେ ସମର୍ପଣ କରିଦେବ ବୋଲି ଆଶାୟୀ ହୋଇଛି ।

CHSE Odisha Class 12 Optional Odia Solutions Chapter 7 ଚମ୍ପାବତୀ ରାଜକନ୍ୟାର ସ୍ଵପ୍ନ

କବିତାର ତୃତୀୟ ପର୍ଯ୍ୟାୟରେ ସ୍ଵପ୍ନରେ ଦେଖୁ ରାଜକୁମାରଙ୍କୁ । ମାତ୍ର ରାଜକୁମାରଙ୍କ ପରିଚୟ ଠିକ୍ ରୂପେ ପାଇ ନଥିବାରୁ, ତା’ର ମନ ଉଦ୍‌ବିଗ୍ନ ହୋଇଛି । ସେ ଛନ ଛନ ମନନେଇ ଚିନ୍ତାକରିଛି, ସେ ଯେଉଁ ରାଜକୁମାରଙ୍କୁ ଦେଖୁଛି, ସେ କେଉଁ ଦେଶର ରାଜକୁମାର, ସେ କେଉଁ ବଂଶର ଏବଂ ସେ କାହାର ନନ୍ଦନ, ଯାହାକୁ ଦେଖୁ ସେ ଭାବବିଭୋର ହୋଇଉଠିଛି ।

ସେହି ବିଦେଶୀ ରାଜକୁମାର ସ୍ଵପ୍ନରେ, ରାଜକୁମାରୀ ନିକଟରେ ମଧୁଭରା ବାଣୀ ପ୍ରକାଶ କରିଛନ୍ତି । ତାଙ୍କ କରିରଖୁଛି । ସେ ଲଜ୍ୟା ହେତୁ ନିଜର ଯୌବନଧନକୁ ରାଜକୁମାରଙ୍କ ପାଦତଳେ ସମର୍ପଣ କରି ପାରିନାହିଁ । ସ୍ଵପ୍ନକୁମାର ସ୍ଵପ୍ନରେ ଆସି ସ୍ଵପ୍ନରେ ଚାଲିଯାଇଛନ୍ତି । ସେ ଚାଲିଗଲା ପରେ ରାଜକୁମାରୀ ତାଙ୍କୁ ଝୁରି ହୋଇଛି । ସେ ଚିନ୍ତାକରିଛି, ‘ସ୍ଵପ୍ନକୁମାର ଥିଲେ ମୋ ମନଚୋର । ମୋ ମନକୁ ଚୋରାଇ ନେଇ ନିମିଷକେ କୁଆଡ଼େ ଚାଲିଯାଇଛନ୍ତି ଫଳସ୍ଵରୂପ ମୋ ମନ ଆକୁଳିତ ହୋଇଛି । ତାଙ୍କ ବିନା ମୋର ଏପରି ଅବସ୍ଥା ହୋଇଛି । ଏହି ସ୍ଵପ୍ନ ଯେପରି ଦୂରପ୍ରବାସ ଭଳି ପ୍ରତୀୟମାନ ହୋଇଛି । ଦରକାର ହେଲେ ମୁଁ ତାଙ୍କ ସହିତ ଘୋର ବନରେ ମଧ୍ୟ କାଳାତିପାତ କରିପାରିବି । ପାରିଧା ମୋର ଦୁଇ ଭାଇ ଫେରିଆସିଛନ୍ତି । ସେ ହୁଏତ ମୋ ପରାଣକାନ୍ତକୁ ଦେଖୁଥ‌ିବେ ବୋଲି ମନେହେଉଛି । ତାଙ୍କର ଘର, ପରିଚୟ କୌଣସି ବୃତ୍ତାନ୍ତ ଜାଣିନଥିଲେ ମଧ୍ୟ ତାଙ୍କୁ ଦେଖିବାପାଇଁ ମୋ ଅନ୍ତରରେ ଆଗ୍ରହ ସୃଷ୍ଟି ହେଉଛି । ସେ ପ୍ରିୟତମଙ୍କୁ କେବେ ମୋର ନବଯୌବନ ଅର୍ପଣ କରିବି ସେହି କଥା ମୁଁ କେବଳ ଭାବିଚାଲିଛି ।’’

କବିତାର ତୃତୀୟ ପର୍ଯ୍ୟାୟରେ ବିରହିଣୀ ରାଜକୁମାରୀର ମନକଥାକୁ କବି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ରାଜକୁମାରୀ ସ୍ୱପ୍ନରେ ରାଜକୁମାରଙ୍କୁ ଦେଖୁଛି । ରାଜକୁମାର ଆସି, ତାହାର ମୁକୁଳା ଛାତି ଓ କେଶକୁ ଦେଖୁଥ‌ିବେ ମନେ ହେଉଛି । ମୁଁ ସ୍ୱପ୍ନରେ ଦେଖୁଥ‌ିବା ରାଜକୁମାର କେଉଁ ଦେଶର । ମୁଁ କବାଟ ବନ୍ଦ କରିଥିଲି ଓ ମୋର ରତ୍ନ ପ୍ରଦୀପ ଜଳୁଥିଲା, ସେ କିପରି, କେଉଁ ବାଟେ ଗୃହ ମଧ୍ୟକୁ ପ୍ରବେଶ କଲେ । ମୁଁ ନିଦ୍ରାରେ ଥ‌ିବାରୁ ମୋହର ଅଙ୍ଗରୁ ବାସ ଖସି ଯାଇଥିଲା, ଯାହାକୁ କି ଉଠିଲା ପରେ ମୁଁ ଦେଖିଲି । ଦୀପାଲୋକରେ ସେ ନିଶ୍ଚୟ ମୋର ଖୋଲା ଛାତି ଓ କେଶକୁ ଦେଖୁଥ‌ିବେ । ମୋତେ ସେ ତାଙ୍କର ଆଦରର ସଂକେତ ଚମ୍ପାଫୁଲ ପ୍ରଦାନ କରି ସେ କେଉଁଆଡ଼େ ଚାଲିଗଲେ ? ସ୍ଵପ୍ନପରେ ନାୟିକାର ଖେଦକୁ କବି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ।

ଯୌବନ ପ୍ରଣୋଦିତ ମାନସିକତା ନେଇ ରାଜକୁମାରୀ ହୃଦୟରେ ଦେଖାଦେଇଛି, ଈପ୍‌ସିତ ପୁରୁଷ ସହିତ ମିଳନର ଉତ୍କଣ୍ଠା । ତେଣୁ ସେ ଦେଖୁଛି ସବୁଆଡ଼େ ମିଳନର ଭାବଫଲ୍‌ଗୁରେ ସମସ୍ତେ ଆମୋଦିତ । ସମସ୍ତେ ମିଳନ ପାଇଁ ଆଶାୟୀ ହୋଇ ରହିଛନ୍ତି ଏବଂ ସେହି ମିଳନର ସାହାନାଇରେ ସମସ୍ତେ ଯେପରି ପ୍ରାଣବିମୁଗ୍ଧ ହୋଇଛନ୍ତି । ପୁନଶ୍ଚ ସେ ଅନୁଭବ କରିଛି ଦୁଇଟି ଜୀବନର ମିଳନରେ ହିଁ ଜୀବନର ମାଧୁର୍ଯ୍ୟ ପରିପ୍ରକାଶ ହୋଇଥାଏ । ସେଥ‌ିରେ ହିଁ ରହିଥାଏ ଅମୃତତ୍ଵର ସନ୍ଧାନ । କବିତାର ଚତୁର୍ଥ ଓ ଅନ୍ତିମ ପର୍ଯ୍ୟାୟରେ କବି ଏହି ମିଳନର ମଧୁସ୍ଵରକୁ ନିନାଦିତ କରାଇଛନ୍ତି ।

ରାଜକୁମାରୀ ଦେଖୁଛି ଶ୍ୟାମଳ ସୁନ୍ଦର ଧରଣୀରାଣୀ ଚାହିଁ ରହିଛି, ନୀଳ ଆକାଶର ଅମୃତମୟ ଧାରାକୁ । ଆକାଶ ହିଁ ଧରଣୀ ଜୀବନରେ ସରସତା ଭରିଦେବ । ସେଥୁରୁ ନିଗିଡ଼ି ଆସୁଥ‌ିବା ଶୀତ ପ୍ରେମବାରିରେ, ଅପେକ୍ଷାମାଣ ଧରଣୀ ହେବ ଫୁଲଫଳପ୍ରସୂ । ତା’ ଜୀବନର ସାର୍ଥକତା କେବଳ ଆକାଶକୁ ନେଇ । ପୁନଶ୍ଚ କଳକଳ ଛଳଛଳ ଭାବନେଇ,

ଚାଲେ । କୁଳ ଉଚ୍ଛୁଳାଇ ଚାଲିଥିବା ଜଳଧାରାର ଆଶା ରହିଥାଏ କେବଳ ସାଗର ସହିତ ମିଶିଯିବା ପାଇଁ । ସାଗର ସହିତ ହଜିଗଲେ, ନିଜର ସତ୍ତାକୁ ସେଥ‌ିରେ ନିଃଶେଷ କରିଦେଲେ ହିଁ ତା’ ଜୀବନର ସାର୍ଥକତା ପ୍ରମାଣିତ ହୋଇପାରିବ । ସେହିପରି ସୁକୁମାରୀ ଲତାଟି ବୃକ୍ଷଦେହରେ ଛନ୍ଦିହୋଇ, ସେଥ‌ିରେ ନିଜର ଆଶ୍ରୟ ଖୋଜିବସେ । ବୃକ୍ଷକୁ ଆଲିଙ୍ଗନ କରି ରହିଲାପରେ, ତା’ମନରେ ପଡ଼ିଯିବାର ସକଳ ଭୟ ଦୂରେଇ ଯାଇଥାଏ । ଦୂର ଆକାଶରେ ରହିଥାଏ ସୂର୍ଯ୍ୟ । ମର୍ତ୍ତ୍ୟ

ମୁହୂର୍ତ୍ତରେ କଇଁ- ଚନ୍ଦ୍ରଙ୍କର ଶୀତଳ ସ୍ପର୍ଶ ପାଇବାପାଇଁ ନିଜକୁ ନିମୀଳିତ କରି, ହସି ହସି ଚନ୍ଦ୍ରଙ୍କୁ ସମ୍ଭାଷଣ ଜଣାଏ । ଚପଳା ବା ବିଜୁଳି ତାହାର ଉଜ୍ଜ୍ଵଳ କାର୍ତ୍ତିକୁ କେବଳ ଦେଖାଇବାକୁ ପାଏ, କଳାମେଘ ଦେହରେ । ସେହି ମେଘ ଦେହରେ ହିଁ ଚପଳା ନିଜର ଢଳଢଳ ପ୍ରେମ ଭାବକୁ ପ୍ରକାଶିତ କରେ ଓ ପ୍ରମାଣିତ କରେ । ସୃଷ୍ଟିର ଏହିଭଳି ମିଳନର ଦିଗକୁ ଲକ୍ଷ୍ୟକରି ରାଜକୁମାରୀ ଭାବିଛି, ସବୁଆଡ଼େ ମିଳନର ମଧୁର ମୂହଁନା ନିନାଦିତ ହେଉଥୁଲାବେଳେ, ସେ

ସମସ୍ତେ ଯେପରି ମିଳନର ମନ୍ତ୍ରମଧୁର ଧ୍ଵନିରେ, ଜୀବନକୁ ମଧୁମୟ କରିଛନ୍ତି, ସେ କେବଳ ଯୌବନର ଉଚ୍ଛୁଳା ମୁହୂର୍ତ୍ତରେ ବିରହତାପିତ ହେଉଛି । ଏ ବିଶ୍ଵବାଜେଣୀ ବୀଣାରେ, ସେ ହିଁ କେବଳ ବିରହର କରୁଣ ରାଗିଣୀ ତୋଳୁଛି । କବି ଏଭଳି ଭାବକୁ ପ୍ରକାଶକରି ଲେଖୁଛନ୍ତି –

“ଏକାକିନୀ ମୁହିଁ କି ଦୋଷେ କାଟେ ନବଯୌବନ
ଉଚ୍ଛସିତ ଏ ମୋ ପ୍ରଣୟ ରଖ୍ ନପାରେ ମନ ।
ଏ ବିଶ୍ଵ ବାଜେଣି ବୀଶାରେ ମୋ ବିରହ ଗାୟନ
ଏକ ତାନେ ଯେହ୍ନେ ଉଠଇ ଶୁଣି ହୁଏ ଉନ୍ମନ ।
ସ୍ଵପ୍ନର ବିହଙ୍ଗ ସୁତାନ କୁସୁମିତ ବଲ୍ଲରୀ
ସହାସେ ସୂଚାନ୍ତି ‘ବିଫଳ ଏ ଯୌବନ ମୋହର’।’’

ମିଳନର ଆଶାୟୀ, ବିରହିଣୀ ରାଜକୁମାରୀ ତା’ର ଈପ୍‌ସିତ ପୁରୁଷକୁ ଖୋଜି ବସିଛି । ସେ ଅପେକ୍ଷା କରି ରହିଛି ତା’ର ମନର ମଣିଷ ସହିତ ମିଳିତ ହେବପାଇଁ । ତେଣୁ ସେ ବିଚାର କରିଛି, ‘ସେ ଆସିବାମାତ୍ରେ ତାଙ୍କ ପାଦତଳେ ମୋର ଏହି ଦଗ୍ଧ ହୃଦୟାବେଗକୁ ସମର୍ପଣ କରିଦେବି । ନିଜକୁ ସମର୍ପଣ କରିଦେଇ ସାରିବା ପରେ ତାଙ୍କୁ ମୁଁ ନିଜର କରିନେବି, ଫଳରେ ମୋର ଜୀବନ ଯୌବନ ସାର୍ଥକ ହୋଇଯିବ ।’

କଠିନ ଶବ୍ଦାର୍ଥ ଓ ସୂଚନା :

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ - 1

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ - 2

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

Odisha State Board CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ Textbook Exercise Questions and Answers.

+2 2nd Year Odia Optional Chapter 5 ତାକୁ କିଏ ବୋଲୁଥାଇ ଗୋ Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୧।
କାକ କୋଳରେ କାହା ଭଳି ଗୋପନାରୀ କୃଷ୍ଣଙ୍କ ପାଳିଥିଲେ ?
(କ) ଶୁକ
(ଖ) ଶାରୀ
(ଗ) ପିକ
(ଘ) କପୋତ
ଉ –
(ଗ) ପିକ

Question ୨ ।
ପୋଷନ୍ତା ଥଳକୁ ଛାଡ଼ି କୃଷ୍ଣ କେଉଁଠି ରହିଲେ ?
(କ) ଗୋପ
(ଖ) ବୃନ୍ଦାବନ
(ଗ) ଦ୍ଵାରକା
(ଘ) ମଥୁରା
ଉ –
(ଘ) ମଥୁରା

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

Question ୩ ।
ବର ବେଶ ଧରି କିଏ ଆସି ଲଜ୍ଜାରେ ଫେରିଗଲା ?
(କ) ଜଳନ୍ଧର
(ଖ) ଶିଶୁପାଳ
(ଗ) ବୈଲୋଚନ
(ଘ) ବାଳି
ଉ –
(ଖ) ଶିଶୁପାଳ

Question ୪ ।
କୃଷ୍ଣ କୂଟ କରି କାହାର ଚୁଟି ଉପାଡ଼ିଥିଲେ ?
(କ) ରାବଣ
(ଖ) ବୈଲୋଚନ
(ଗ) ବଳି
(ଘ) ବାଳୀ
ଉ –
(ଖ) ବୈଲୋଚନ

Question ୫ ।
ବିନା ଦୋଷରେ ବାଳିକୁ କିଏ ବିନାଶ କରିଥିଲେ ?
(କ) ସୁଗ୍ରୀବ
(ଖ) ହନୁମାନ
(ଗ) ରାମ
(ଘ) ଲକ୍ଷ୍ମଣ
ଉ –
(ଗ) ରାମ

Question ୬ |
ବାମନ ବଳିକୁ କେଉଁଠାକୁ ପ୍ରେରଣ କରିଥିଲେ ?
(କ) ସ୍ୱର୍ଗପୁରକୁ
(ଖ) ମର୍ତ୍ତ୍ୟପୁରକୁ
(ଗ) ପାତାଳପୁରକୁ
(ଘ) କୈଳାସପୁରକୁ
ଉ –
(ଖ) ମର୍ତ୍ତ୍ୟପୁରକୁ

Question ୭ ।
ଜଳନ୍ଧର ସ୍ତ୍ରୀର ସତୀତ୍ଵ କିଏ ହରଣ କରିଥିଲେ ?
(କ) ସୂର୍ଯ୍ୟ
(ଖ) ଚନ୍ଦ୍ର
(ଗ) ବିଷ୍ଣୁ
(ଘ) ଇନ୍ଦ୍ର
ଉ –
(ଗ) ବିଷ୍ଣୁ

Question ୮ |
ଜଳନ୍ଧରକୁ କିଏ ବଧ କରିଥିଲେ ?
(କ) ରାମ
(ଖ) ବିଷ୍ଣ
(ଗ) ହର
(ଘ) ବ୍ରହ୍ମା
ଉ –
(ଗ) ହର

Question ୯।
ବେଲାଳସେନ କାହାର ପୁତ୍ର ?
(କ) ଯୁଧ୍ର
(ଖ) ଭୀମ
(ଗ) ଅର୍ଜୁନ
(ଘ) ସହଦେବ
ଉ –
(ଖ) ଭୀମ

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

Question ୧୦ ।
ଗୁରୁ ଦ୍ରୋଣଙ୍କୁ କିଏ ବଧ କରିଥିଲେ ?
(କ) ଅର୍ଜୁନ
(ଖ) ଭୀମ
(ଗ) କୃଷ୍ଣ
(ଘ) ଧୃଷ୍ଟଦ୍ୟୁମ୍ନ
ଉ –
(ଘ) ଧୃଷ୍ଟଦ୍ୟୁମ୍ନ

Question ୧୧ ।
ଦ୍ରୋଣଙ୍କୁ ମାରିବାପାଇଁ ଧୃଷ୍ଟଦ୍ୟୁମ୍ନଙ୍କୁ କିଏ ଆଖୁ ଠାରିଥିଲେ ?
(କ) ଯୁକ୍ଷିର
(ଖ) ଦ୍ରୁପଦ
(ଗ) ଅର୍ଜୁନ
(ଘ) କୃଷ୍ଣ
ଉ –
(ଘ) କୃଷ୍ଣ

Question ୧୨ ।
ରାସ ମଣ୍ଡଳରୁ କାହାର ଭୁଜ ଧରି କୃଷ୍ଣ ଘେନି ଯାଇଥିଲେ ?
(କ) ରାଧା
(ଖ) ବିଶାଖା
(ଗ) ଲଳିତା
(ଘ) ବ୍ରଜଦେବୀ
ଉ –
(ଘ) ବ୍ରଜଦେବୀ

Question ୧୩ ।
କାହାକୁ କୁଶ ମୁନ ଭୁଷି କୃଷ୍ଣ କଣା କରିଥିଲେ ?
(କ) ବଳି
(ଖ) ଶୁକ୍ର
(ଗ) ବୈଲୋଚନ
(ଘ) ଜଳ
ଉ –
(ଖ) ଶୁକ୍ର

Question ୧୪ ।
ଗୋରୁହତ୍ୟା ଦୋଷ କାହାକୁ ଲାଗିଥିଲା ?
(କ) ବ୍ରହ୍ମା
(ଖ) ବିଷ୍ଣୁ
(ଗ) ମହେଶ
(ଘ) ଇନ୍ଦ୍ର
ଉ –
(ଗ) ମହେଶ

Question ୧୫ ।
କିଏ ଷଣ୍ଢାସୁରକୁ କୌତୁକରେ ମାରିଥିଲେ ?
(କ) ସୂର୍ଯ୍ୟ
(ଖ) ଇନ୍ଦ୍ର
(ଗ) ଶିବ
(ଘ) କୃଷ୍ଣ

(ଘ) କୃଷ୍ଣ

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧ ।
କାକ କୋଳରେ ପିକ ପରି କିଏ କାହାକୁ ପାଳନ କରିଥିଲେ ?
ଉ –
କାକ କୋଳରେ ପିକ ପରି ଶ୍ରୀକୃଷ୍ଣ ନନ୍ଦ ଯଶୋଦା ଓ ରୋଗୀମାନଙ୍କଦ୍ଵାରା ପାଳିତ ହୋଇଥିଲା ।

Question ୨ ।
ମାମୁ ଓ ଭଣଜା ଏଠାରେ କାହା କାହାକୁ କୁହାଯାଇଛି ?
ଉ –
ମଥୁରାରାଜା କଂସାସୁରଙ୍କୁ ମାମୁ ଓ ଦେବକୀପୁତ୍ର ଶ୍ରୀକୃଷ୍ଣଙ୍କୁ ଭଣଜା ଭାବରେ ପୁରାଣରେ ବର୍ଣ୍ଣନା କରାଯାଇଛି ।

Question ୩।
ଶିଶୁପାଳ ବିବାହ ନ କରି କାହିଁକି ଫେରିଗଲା ?
ଉ –
ଶିଶୁପାଳଙ୍କ ଭାବିପତ୍ନୀ ରୁକ୍ମିଣୀଙ୍କୁ ଭଗବାନ ଶ୍ରୀକୃଷ୍ଣ ଦେବୀମନ୍ଦିରରୁ ଅପହରଣ କରିନେଇଥିବାରୁ ସେ ବିବାହ ନକରି ଅପମାନିତ ହୋଇ ଫେରିଗଲେ ।

Question ୪।
ସୂର୍ପଣଖା କାହିଁକି ହତଶିରୀ ହେଲା ?
ଉ –
ଶ୍ରୀରାମଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତାଙ୍କୁ ବିବାହ କରିବାକୁ ଅଭିଳାଷ ଶୋଷଣ କରିଥିବାରୁ ଅନୁଜ ଲକ୍ଷ୍ମଣ ତାଙ୍କର ନାସା, କର୍ଣ୍ଣ, ଛେଦନ କରି ତାକୁ ହତଶ୍ରୀ କରିଦେଇଥିଲେ ।

Question ୫ ।
କୂଟ କରି କାହାର ଚୁଟି କୃଷ୍ଣ ଉପାଡ଼ିଥିଲେ ?
ଉ –
ମାଳତୀ ରୂପରେ ମୋହିନୀ ମୂର୍ତ୍ତିଧାରଣ କରି ଭଗବାନ ଶ୍ରୀକୃଷ୍ଣ ବୈଲୋଚନର ଆୟୁଷ ଚୁଟି ଉପାଡ଼ି ତାକୁ ବଧ କରିଥିଲେ ।

Question ୬।
ଜନକସୂତାଙ୍କୁ କିଏ କେଉଁଠାରୁ ହରଣ କରିଥିଲା ?
ଉ –
ମଥୁରାରାଜା କଂସାସୁରଙ୍କୁ ମାମୁ ଓ ଦେବକୀପୁତ୍ର ଶ୍ରୀକୃଷ୍ଣଙ୍କୁ ଭଣଜା ଭାବରେ ପୁରାଣରେ ବର୍ଣ୍ଣନା କରାଯାଇଛି ।

Question ୭।
ବାଳିକୁ ଛଳନାରେ କିଏ ବିନାଶ କରିଥିଲେ ?
ଉ –
କିଷ୍କିନ୍ଧ୍ୟା ରାଜ ବାଳିକୁ ଭଗବାନ ଶ୍ରୀରାମଚନ୍ଦ୍ର ବିନାଶ କରିଥିଲେ ।

Question ୮।
ବଳିକୁ କିଏ ଛଳନାରେ କେଉଁଠାକୁ ପ୍ରେରଣ କରିଥିଲେ ?
ଉ –
ଦୈତରାଜ ବଳିକୁ ତିନିପାଦ ଭୂମି ମାଗିବା ଛଳରେ ଭଗବାନ ବାମନ ପାତାଳପୁରୀକୁ ପ୍ରେରଣ କରିଥିଲେ ।

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

Question ୯ ।
ଜଳନ୍ଧର ବୀର କାହାର ଶାଳକ ଥିଲେ ?
ଉ –
ଜଳନ୍ଧର ବୀର ଶିବଙ୍କ କୋପରୂପକ ଅଗ୍ନିରୁ ସମୁଦ୍ରରୁ ଜନ୍ମ ହୋଇଥିବାରୁ ସାଗରକନ୍ୟା ଲକ୍ଷ୍ମୀଙ୍କର ସାନୁଜ (ସାନଭାଇ) ଓ ଭଗବାନ ବିଷ୍ଣୁଙ୍କର ଶାଳକ ଥିଲେ ।

Question ୧୦ ।
ଜଳନ୍ଧରକୁ କିଏ ବଧ କରିଥିଲେ ?
ଉ –
ଭଗବାନ ବିଷ୍ଣୁଙ୍କ ନିର୍ଦ୍ଦେଶରେ କୈଳାସପତି ମହାଦେବ ଶିବ ଜଳନ୍ଧରକୁ ବଧ କରିଥିଲେ ।

Question ୧୧।
କୃଷ୍ଣଙ୍କର ସୁହୃଦ ବାନ୍ଧବ କିଏ ଥିଲେ ?
ଉ –
ପଞ୍ଚପାଣ୍ଡବମାନେ ଶ୍ରୀକୃଷ୍ଣଙ୍କର ସୁହୃଦ ବାନ୍ଧବ ଥିଲେ ।

Question ୧୨ ।
ବେଲାଳସେନକୁ କିଏ ବଧ କରିଥିଲେ ?
ଉ –
ବେଲାଳସେନକୁ ଭଗବାନ ଶ୍ରୀକୃଷ୍ଣ କପଟରେ ବଧ କରିଥିଲେ ।

Question ୧୩ ।
ବେଲାଳସେନ କାହାର ପୁତ୍ର ଥିଲେ ?
ଉ –
ବେଲାଳସେନା ଭୀମଙ୍କର ପୁତ୍ର ଥିଲେ ।

Question ୧୪ ।
ଗୁରୁ ଦ୍ରୋଣଙ୍କୁ କିଏ ମାରିଥିଲେ ?
ଉ –
ଗୁରୁ ଦ୍ରୋଣଙ୍କୁ ଧୃଷ୍ଟଦ୍ୟୁମ୍ନ ବଧ କରିଥିଲେ ।

Question ୧୫ ।
ଶୁକ୍ରଙ୍କ ଚକ୍ଷୁକୁ କିପରି କୃଷ୍ଣ ନଷ୍ଟ କରିଥିଲେ ?
ଉ –
ବଳିଙ୍କଠାରୁ ଦାନ ଗ୍ରହଣ ସମୟରେ କୀଟ ରୂପରେ କମଣ୍ଡଳୁ ଛିଦ୍ରରେ ଅବସ୍ଥାନ କରିଥିବା ଶୁକ୍ରାଚାର୍ଯ୍ୟଙ୍କ ଚକ୍ଷୁକୁ ଭଗବାନ ବାମନ କୁଶମୁନରେ ବିଦ୍ଧକରି ନଷ୍ଟ କରିଦେଇଥିଲେ ।

Question ୧୬ ।
ଗୋରୁହତ୍ୟା ଦୋଷ କାହାକୁ ଲାଗିଥିଲା ?
ଉ –
ଭଗବାନ ଶଙ୍କର ବେଦମାତା କପିଳା ଗାଈକୁ ତ୍ରିଶୁଳରେ ହତ୍ୟା କରିଥିବାରୁ ସେ ଗୋହତ୍ୟା ପାପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

Question ୧୭ ।
ଗୋପୀମାନେ କେଉଁଠି ଜଳକେଳି କରୁଥିଲେ ?
ଉ –
ଗୋପୀମାନେ ସମୁନାନଦୀରେ ଜଳକେଳି କରୁଥିଲେ ।

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧।
ଭଣଜା ମାମୁଙ୍କୁ ଜୀବନରେ ମାରିଲେ କାହିଁକି ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କଦ୍ଵାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ଦେବତା ଓ ସାଧୁମାନଙ୍କର ସୁରକ୍ଷା ପାଇଁ ଦେବକୀପୁତ୍ର ଶ୍ରୀକୃଷ୍ଣ ଅତ୍ୟାଚାରୀ କଂସମାମୁଙ୍କୁ ହତ୍ୟା କରିଥିଲେ ।

Question ୨।
ଶିଶୁପାଳ କାହାକୁ ବିବାହ କରିବାକୁ ଆସିଥିଲେ ଓ କାହିଁକି ଫେରିଗଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କଦ୍ଵାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ଭୀଷ୍ମଙ୍କ କନ୍ୟା ରୁକ୍ମିଣୀଙ୍କୁ ବିବାହ କରିବାକୁ ଆସିଥିବା ଶିଶୁପାଳ ଚଣ୍ଡୀ ମନ୍ଦିରରୁ ତାଙ୍କ ଭାବିପତ୍ନୀ ରୁକ୍ମିଣୀଙ୍କର କୃଷ୍ଣଙ୍କଦ୍ବାରା ଅପହରଣ ହୋଇଥ‌ିବା ସମ୍ବାଦ ଶୁଣି ଅପମାନିତ ହୋଇ ପେରିଗଲେ ।

Question ୩।
ସୂର୍ପଣଖା କିଏ ଓ ତାକୁ ହତଶିରୀ କଲା କିଏ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କଦ୍ଵାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ସୂର୍ପଣଖା ଲଙ୍କାଧୂପତି ରାବଣର ଭଗ୍ନୀ । ସେ ଶ୍ରୀରାମଙ୍କର କମନୀୟ ରୂପଶ୍ରୀରେ ମୁଗ୍ଧ ହୋଇ ତାଙ୍କୁ ବିବାହ ଜିଦ୍ କରିବାରୁ ଅନୁଜ ଲକ୍ଷ୍ମଣ ଜ୍ୟେଷ୍ଠଭ୍ରାତାଙ୍କ ନିର୍ଦ୍ଦେଶରେ ତା’ର ନାସା, କଣ୍ଠ ଛେଦନ କରି ତାକୁ ହତଶ୍ରୀ କରିଦେଇଥିଲେ ।

Question ୪ ।
ବୈଲୋଚନର୍ ମୃତ୍ୟୁ କିପରି ହେଲା ?
ଉ –
‘‘ତାଙ୍କୁ କିଏ ବୋଲୁଥାଇ ଗୋ’ ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କଦ୍ଵାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ଭଗବାନ ବିଷ୍ଣୁ ମାଳତୀକନ୍ୟା ରୂପରେ ବୈଲୋଚନକୁ ବଶୀଭୂତ କରି ତା’ର ଆୟୁଷ ଚୁଟି ଉପାଡ଼ି ଦେବାରୁ ତା’ର ମୃତ୍ୟୁ ହୋଇଥିଲା ।

Question ୫।
ସିନ୍ଧୁକୁ କିଏ କାହା ସାହାଯ୍ୟରେ ବାନ୍ଧିଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କଦ୍ବାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ଭଗବାନ ଶ୍ରୀରାମଚନ୍ଦ୍ର ବାନରସେନାଙ୍କ ସହାୟତାରେ ସିନ୍ଧୁରେ ସେତୁବନ୍ଧ ସ୍ଥାପନ କରିଥିଲେ ।

Question ୬ ।
ବାମନ କିଏ ଓ ସେ କାହିଁକି ଭିକାରି ହୋଇଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ବୈଷ୍ଣବ କବି ଭକ୍ତ ଗୌରଚରଣଙ୍କ ଅଧିକାରୀଙ୍କଦ୍ବାରା ବିରଚିତ ଏକ ଭକ୍ତିରସାତ୍ମକ କବିତା ଅଟେ । ଅସୁରରାଜା ବଳିଙ୍କୁ ପାତାଳଗାମୀ କରିବାପାଇଁ ଭଗବାନ ବାମନ ଅବତାର ଧାରଣ କରି ତିନିପାଦ ଭୂମି ଭିକ୍ଷା ମାଗିଥିଲେ ।

Question ୭ |
ଜଳନ୍ଧରର ସତୀ ସ୍ତ୍ରୀକୁ କିଏ ହରଣ କରିଥିଲେ ଓ କାହିଁକି ?
ଉ – ‘ତାଙ୍କୁ କିଏ ବୋଲୁଥାଇ ଗୋ’ ଶୀର୍ଷକ କବିତାଟି କବି ଗୌରଚରଣଙ୍କ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଅସୁରରାଜ ଜଳନ୍ଧରର ଅତ୍ୟାଚାରରୁ ଦେବତାମାନଙ୍କୁ ମୁକ୍ତିଦେବା ନିମନ୍ତେ ଭଗବାନ ବିଷ୍ଣୁ ଜଳନ୍ଧରର

Question ୮ ।
ବେଲାଳସେନକୁ କୃଷ୍ଣ କାହିଁକି ବଧ କରିଥିଲେ ?
ଉ –
‘‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ବେଲାଳସେନର ଅପୂର୍ବ ବୀରତ୍ଵରେ ଚମତ୍କୃତ ହୋଇ ମହାଭାରତ ଯୁଦ୍ଧକୁ ଅରଞ୍ଜନବ୍ୟାପୀ ବିସ୍ତାରିତ କରିବା ଅଭିପ୍ରାୟରେ ଶ୍ରୀକୃଷ୍ଣ ତା’ର ମୁଣ୍ଡକାଟ କରିଥିଲେ ।

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

Question ୯ ।
କାହାର ଇଙ୍ଗିତରେ କିଏ ଦ୍ରୋଣାଚାର୍ଯ୍ୟଙ୍କୁ ବଧ କରିଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଭଗବାନ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଧୃଷ୍ଟଦ୍ୟୁମ୍ନ ଦ୍ରୋଣାଚାର୍ଯ୍ୟଙ୍କୁ ବଧ କରିଥିଲେ ।

Question ୧୦ ।
ଶୁକ୍ରାଚାର୍ଯ୍ୟ କିଏ ? ତାଙ୍କୁ କୁଶ ମୁନରେ କିଏ ଭୁସିଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଶୁକ୍ରାଚାର୍ଯ୍ୟ ଦୈତ୍ୟଗୁରୁ ଅଟନ୍ତି ଓ ଭଗବାନ ବାମନ ତାଙ୍କୁ ବଳିଠାରୁ ଦାନଗ୍ରହଣ ସମୟରେ କୁଶମୁନରେ ଭୁସିଥିଲେ ।

Question ୧୧ ।
ଗୋପୀମାନେ କେଉଁଠି ଜଳକେଳି କରୁଥିଲେ ଏବଂ ତାଙ୍କ ବସନ କିଏ ଚୋରାଇ ନେଇଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଗୋପୀମାନେ ଯମୁନା ନଦୀରେ ଜଳକେଳି କରୁଥିଲାବେଳେ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କର ବସ୍ତ୍ରହରଣ। କରିଥିଲେ ।

Question ୧୨ ।
କବିତାର ଶେଷରେ କବି ଗୋପୀଗଣଙ୍କ ଉଦ୍ଦେଶ୍ୟରେ କ’ଣ କହିଛନ୍ତି ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । କବିତାର ଶେଷରେ କବି ଗୋପୀମାନଙ୍କୁ ଜଗତର ସ୍ରଷ୍ଟା ମହାମହିମ ଶ୍ରୀକୃଷ୍ଣଙ୍କର ନିନ୍ଦା ନକରିବାପାଇଁ ଉପଦେଶ ପ୍ରଦାନ କରିଛନ୍ତି ।

(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧ ।
କାକ କୋଳେ ପିକ ପାଳିଲା ପରାୟେ ସେବିଥିଲେ ଗୋପନାରୀ ଏହି ପଦଟିର ଅର୍ଥ ବୁଝାଇଦିଅ ।
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଭଗବାନ ଶ୍ରୀକୃଷ୍ଣ ଦେବକୀ ଓ ବସୁଦେବଙ୍କ ପୁତ୍ର ହୋଇ ମଧ୍ୟ ଗୋପପୁରରେ ନନ୍ଦରାଜା ଓ ଯଶୋଦାଙ୍କ ପରିତ୍ୟାଗ କରି ଜନ୍ମଭୂମି ମଥୁରାରେ ଅବସ୍ଥାନ କଲେ । କୋଇଲି ଛୁଆ କାଉ ବସାରେ ଲାଳିତ ପାଳିତ ହୋଇ ପୁନରାୟ କୋଇଲି ପାଖକୁ ପ୍ରତ୍ୟାବର୍ତ୍ତନ କରି ଶ୍ରୀକୃଷ୍ଣଙ୍କର ଗୋପପୁର ପରିବର୍ତ୍ତେ ମଥୁରା ଅବସ୍ଥାନକୁ କବି ତୁଳନା କରିଛନ୍ତି ।

Question ୨ ।
ଚଣ୍ଡୀ ପୁରରୁ କିଏ କନ୍ୟାକୁ କେମିତି ଭଣ୍ଡି ନେଇଗଲା ?
ଉ –
‘‘ତାଙ୍କୁ କିଏ ବୋଲୁଥାଇ ଗୋ’ ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଚେଦିରାଜ ଶିଶୁପାଳଙ୍କୁ ବିବାହ କରିବାପାଇଁ ଭୀଷ୍ମଙ୍କ ନନ୍ଦିନୀ ରୁକ୍ମିଣୀ ଚଣ୍ଡୀ ମନ୍ଦିରକୁ ପୂଜା ଛଳରେ ଯାତ୍ରା କରିଥିଲେ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଦ୍ଵାରକା ପତି ଶ୍ରୀକୃଷ୍ଣ ସେହିଠାରୁ ତାଙ୍କୁ ଅପହରଣ କରିନେଇଥିଲେ ।

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

Question ୩ ।
ବୈଲୋଚନ ବୀରକୁ କେଉଁଭଳି ଭାବରେ କୃଷ୍ଣ ହତ୍ୟା କରିଥିଲେ ?
ଉ –
‘‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ବୈଲୋଚନ ଅତ୍ୟନ୍ତ ଅତ୍ୟାଚାରୀ ଥିଲା । ସୃଷ୍ଟିର କଲ୍ୟାଣପାଇଁ ଭଗବାନ ମାଳତୀକନ୍ୟା ରୂପ ଧାରଣ କରି ବୈଲୋଚନକୁ ବଶୀଭୂତ କରିଥିଲେ । ସମୟ ଓ ସୁଯୋଗ ପାଇ ତା’ର ଆୟୁଷ ଚୁଟିକୁ ଉପାଡ଼ି ଦେଇଥିଲେ ଯାହା କରିଦେଇଥିଲେ ।

Question ୪।
ବଳି ରାଜାଙ୍କୁ ଛଳନାରେ ବାମନରୂପୀ ବିଷ୍ଣୁ କିପରି ପାତାଳଗାମୀ କରାଇଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ବଳି ରାଜାଙ୍କୁ ବାମନ ମୂର୍ତ୍ତି ଧାରଣ କରି ଭଗବାନ ବିଷ୍ଣୁ ତିନିପାଦ ଭୂମି ଦାନ ମାଗିଥିଲେ । ପ୍ରଥମ ଦୁଇପାଦରେ ସ୍ଵର୍ଗ ଓ ମର୍ତ୍ତ୍ୟକୁ ଦାନରୂପେ ପ୍ରଦାନକଲାପରେ ତୃତୀୟ ପାଦ ନିମନ୍ତେ ସେ ତା’ର ମସ୍ତକକୁ ଦେଖାଇ ଦେଇଥିଲା । ତୃତୀୟ ୟାଙ୍କୁ ତା’ର ମସ୍ତକ ଉପରେ ରଖ୍ ତାକୁ ପାତାଳଗାମୀ କରିଦେଇଥିଲେ ।

Question ୫।
ସତୀ ପତ୍ନୀଙ୍କୁ କିପରି କିଏ ହରଣ କରିଥିଲେ ଏବଂ କାହିଁକି ?
ଉ –
‘‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ରାକ୍ଷସରାଜ ଜଳନ୍ଧର ତ୍ରିପୁର ବିଜୟୀ ଥିଲା । ତା’ର ଅତ୍ୟାଚାରରେ ଦେବତାମାନେ ଅତିଷ୍ଠ ହୋଇପଡ଼ିଥିଲେ । ଜଳନ୍ଧର ପତ୍ନୀ ବୃନ୍ଦାବତୀଙ୍କ ସ୍ଵଧର୍ମନେଇ ଜଳନ୍ଧରର ଦୁର୍ଜୟ ଓ ଖୁବ୍ ଶକ୍ତିଶାଳୀ ଥିଲା । ଭଗବାନ ବିଷ୍ଣୁ ଦେବଗଣଙ୍କ ସୁରକ୍ଷାପାଇଁ ଛଦ୍ମବେଶରେ ଜଳନ୍ଧର ରୂପ ଧାରଣ କରି ତା’ର ସତୀ-ସ୍ୱାଧୀ ପତ୍ନୀର ସ୍ଵଧର୍ମ ନଷ୍ଟ କରିଦେଇଥିଲେ । ଫଳରେ ଜଳନ୍ଧର ଅନାୟାସରେ କୈଳାସପତି ଶିବଙ୍କଦ୍ଵାରା ନିଧନ ହୋଇଥିଲେ ।

Question ୬ |
ବେଲାଳସେନ ବିଷୟରେ ଯାହାଜାଣ ଲେଖ ।
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଭୀମପୁତ୍ର ବେଲାଳସେନ ଅତ୍ୟନ୍ତ ବଳଶାଳୀ ଓ ଦୁର୍ଜୟ ବୀର ଥିଲା । ସେ ଅପରଦିନ ମହାଭାରତ ଯୁଦ୍ଧକୁ ଗୋଟିଏ ଦିନରେ ପରିସମାପ୍ତି କରିଦେଇ ବିଜୟୀ ହୋଇପାରିଥାନ୍ତା; ମାତ୍ର ଶ୍ରୀକୃଷ୍ଣ ମହାଭାରତକୁ ଅଠରଦିନ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିବାପାଇଁ କପଟ ଆଚରଣ କରି ବେଲାଳସେନର ମୁଣ୍ଡକାଟ କରାଇଥିଲେ ।

Question ୭ |
ଧୃଷ୍ଟଦ୍ୟୁମ୍ନ ଗୁରୁ ଦ୍ରୋଣଙ୍କୁ କାହିଁକି ବଧ କରିଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଧୃଷ୍ଟଦ୍ୟୁମ୍ନଙ୍କ ପିତା ପାଞ୍ଚାଳରାଜ ଦ୍ରୁପଦ ଓ ଦ୍ରୋଣଙ୍କ ମଧ୍ୟରେ ପ୍ରବଳ ଶତ୍ରୁତା ଥିଲା। ମହାଭାରତ ଯୁଦ୍ଧରେ ଗୁରୁ ଦ୍ରୋଣ ଦ୍ରୁପଦଙ୍କୁ ନିଧନ କରିଥିବାରୁ ନିଜ ପିତୃହତ୍ୟାର ପ୍ରତିଶୋଧ ନେବାପାଇଁ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଧୃଷ୍ଟଦ୍ୟୁମ୍ନ ସଂଜ୍ଞାହୀନ ଗୁରୁ ଦ୍ରୋଣଙ୍କୁ ବଧ କରିଥିଲେ ।

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

Question ୮।
ବ୍ରଜଦେବୀ କିଏ ଏବଂ ତାଙ୍କୁ କୃଷ୍ଣ ରାସ ମଣ୍ଡଳୀରୁ ନେଇ କ’ଣ କରିଥିଲେ ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କାନ୍ଧରେ ବସାଇ ନେଇଯାଇଥିବା ସମୟରେ ସେ ନିଜକୁ ଅନ୍ୟମାନଙ୍କଠାରୁ ଭାଗ୍ୟବତୀ ମନେକରି ଗର୍ବ କରିଥିଲେ । ଫଳରେ ‘ଗର୍ବଗଞ୍ଜନ’ ହରି ତାଙ୍କୁ କାନ୍ଧରୁ ନିର୍ଜନ ବନରେ ନିକ୍ଷେପ କରି ଅସହାୟ ଅବସ୍ଥାରେ ପରିତ୍ୟାଗ କରିଥିଲେ ।

Question ୯।
ଶୁକ୍ରାଚାର୍ଯ୍ୟଙ୍କୁ କେଉଁ ଉଦ୍ଦେଶ୍ୟରେ ବାମନ ରୂପୀ ବିଷ୍ଣୁ କଣା କରି ଦେଇଥଳେ ?
ଉ –
‘ତାଙ୍କୁ କିଏ ବୋଲୁଥାଇ ଗୋ’ ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାରୀଙ୍କର ଏକ ଭକ୍ତିରସାତ୍ମକ ଅବସ୍ଥାନ କରି ଦାନର ସଂକଳକୁ ପ୍ରତିରୋଧ କରିଥିଲେ । କମଣ୍ଡଳୁରୁ ଜଳସ୍ରୋତ ବନ୍ଦ ହୋଇଯିବାରୁ ସଂକଳ୍ପରେ ବାଧା ସୃଷ୍ଟି ହେଲା । ଶୁକ୍ରାଚାର୍ଯ୍ୟଙ୍କ ଚକ୍ରାନ୍ତ ବୁଝିପାରି ଭଗବାନ୍ ବାମନ କୁଶମୁନରେ ଭୁସିଦେଇ ତାଙ୍କୁ କଣା କରିଦେଲେ ।

Question ୧୦ ।
ଈଶ୍ବରଙ୍କୁ ଗୋରୁହତ୍ୟା ଦୋଷ କାହିଁକି ଲାଗିଥିଲା ?
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାକାରୀଙ୍କର ଏକ ଭକ୍ତିରସାତ୍ମକ ଭକ୍ଷଣ କରି ଦେଇଥିଲେ । ମହାଦେବ ଶିବ ଏହି ସାମାନ୍ୟ ଦୋଷରେ କ୍ରୋଧାନ୍ଵିତ ହୋଇ ତ୍ରିଶୂଳ ପ୍ରୟୋଗ କରି କୈଳାସ ପରିତ୍ୟାଗ କରିଥିଲେ ।

(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧।
“ତାଙ୍କୁ କିଏ ବୋଲୁଥାଇ ଗୋ” କବିତାର ମୂଲ୍ୟାୟନ କର ।
କିମ୍ବା, ପଠିତ କବିତାର ବୈଶିଷ୍ଟ୍ୟ ପ୍ରତିପାଦନ କର ।
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧ୍ୟାକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଉକ୍ତ କବିତାରେ କବି ନିଜର ଇଷ୍ଟ ଓ ଆରାଧ୍ୟାଙ୍କର ବିଭିନ୍ନ ଆପତ୍ତିଜନକ କାର୍ଯ୍ୟକଳାପ ଉପରେ ନଦୀର ଧାରା ଉପଧାରାକୁ ଶୁଷ୍କ ବାଲୁକାରାଶି ପରି ପ୍ରତୀତ ହେଉଥିଲେ ହେଁ ତା’ର ଅଭ୍ୟନ୍ତରରେ ସ୍ନିଗ୍ଧ ବାରି ସମସ୍ତଙ୍କପାଇଁ ଶାନ୍ତିଦାୟକ ହୋଇଥାଏ । ସେହିପରି ଭଗବାନଙ୍କର ପ୍ରତ୍ୟେକ ନିଷ୍ଠୁରତାର ଅନ୍ତରାଳରେ କରୁଣାର ଦିବ୍ୟସ୍ରୋତ ସତତ ପ୍ରବାହିତ ।

ଭକ୍ତିମାର୍ଗରେ ଭକ୍ତ ଭଗବାନଙ୍କଠାରେ ରାଗ, ଅଭିମାନ, ଛଳୋକ୍ତି ଓ କଟୂକ୍ତି ମାଧ୍ୟମରେ ତାଙ୍କର ମହିମାଗାନ କରିଥାଏ । ଭକ୍ତକବି ଦୀନକୃଷ୍ଣ ଦାସ ଜଗନ୍ନାଥଙ୍କୁ, “ସର୍ପଜଣାଣ” ରେ “କାଳସର୍ପ ଆପଣ କବଳ କର ପ୍ରାଣ ପବନମାନଙ୍କୁ ସବୁରି” ବୋଲି କଟୂକ୍ତି ପ୍ରୟୋଗ କରିଥିଲେ । ସେହିପରି କବି ଗୌରଚରଣ ପଠିତ କବିତାରେ ଭଗବାନଙ୍କର ‘ପରମ ଦୟାଳୁ’ ନାମରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି –

“ତାଙ୍କୁ କିଏ ବୋଲୁଥାଇ ଗୋ ପରମ ଦୟାକୁ ହରି” ।

କ୍ରମାନ୍ୱୟରେ ସେ ପ୍ରିୟ ଠାକୁରଙ୍କର ବିଭିନ୍ନ ଆପତ୍ତିଜନକ କାର୍ଯ୍ୟକଳାପ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତାଙ୍କର କରୁଣା ସାଗର ନାମରେ ବ୍ୟଙ୍ଗୋକ୍ତି ବା ସାଟାୟାର ପ୍ରୟୋଗ କରିଛନ୍ତି । ପ୍ରଥମରେ ଭଣଜା ହୋଇ ସେ ମାମୁଙ୍କର ହତ୍ୟା କରିଥିଲେ । କୋଇଲି ଛୁଆ ବଡ଼ ହୋଇ କାଉବସା ଛାଡ଼ି ନିଜର ମା’ଙ୍କ ପାଖକୁ ଚାଲିଗଲା ପରି ଛାଡ଼ି ପଳାଇଲେ ରହିଲେ ମଥୁରା ପୁରୀ’’ ବୋଲି ଉଲ୍ଲେଖ । ରୁକ୍ମିଣୀଙ୍କୁ ବିବାହକରି ନିଜର ମାଉସୀପୁଅ ଭାଇ ଚେଦିରାଜ ଶିଶୁପାଳର ଅପମାନ କରିଛନ୍ତି । ସୂର୍ପଣଖାର ଅନାବିଳ ପ୍ରେମରେ ବିଶ୍ୱାସଘାତକତା କରି ଭାଇ ଲକ୍ଷ୍ମଣଙ୍କଦ୍ବାରା ତା’ର ନାକ, କାନ କାଟି ତାକୁ ହତଶ୍ରୀ କରିଛନ୍ତି । ମାଳତୀ କନ୍ୟାରୂପେ ବୈଲୋଚନରେ ମନୋହରଣ କରି ତା’ର ଆୟୁଷ ଚୁଟିକୁ କାଟି ତାକୁ ମୃତ୍ୟୁପଥକୁ ପ୍ରେରଣ କରିଛନ୍ତି ।

କବିତାର ପରବର୍ତ୍ତୀ ପର୍ଯ୍ୟାୟରେ କବି ଜନକନନ୍ଦିନୀ ସୀତା ହରଣ ପରେ ବିନା କାରଣରେ ବାଳିକୁ ମାରିବା ଓ ସମୁଦ୍ରରେ ସେତୁ ବାନ୍ଧିବା କାର୍ଯ୍ୟ ଉପରେ ଭକ୍ତକବି ଶ୍ରୀରାମଙ୍କୁ ସମାଲୋଚନା କରିଛନ୍ତି । ସେହିପରି ବାଳିକୁ ପାତାଳରେ ଚାପିବା, ଶୁକ୍ରାଚାର୍ଯ୍ୟଙ୍କର ଚକ୍ଷୁ କଣା କରିବା, ସୁହୃଦ ଶାଳକ ଜଳନ୍ଧର ସହ ବିଶ୍ଵାସଘାତକତା ଆଚରଣ କରି ତା’ର ମୃତ୍ୟୁର କାରଣ ହେବା ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ବିନାଶ ପାଇଁ ଧୃଷ୍ଟଦ୍ୟୁମ୍ନଙ୍କୁ ଇଙ୍ଗିତ କରିବା ପ୍ରଭୃତି କାର୍ଯ୍ୟକୁ କବି ଭଗବାନଙ୍କର ହୃଦୟହୀନତା ଓ ଅନ୍ୟାୟ ଆଚରଣ ରୂପେ ଚିତ୍ରଣ କରି ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

କବିତାର ଶେଷ ପର୍ଯ୍ୟାୟରେ ବ୍ରଜଦେବୀକୁ ଅନ୍ୟାୟ ଭାବରେ ପ୍ରତ୍ୟାଖ୍ୟାନ କରିବା, ଷାଣ୍ଟାସୁରକୁ ମାରି ଗୋହତ୍ୟା ପାପରେ ଭାଗୀଦାର ନହେବା ଏବଂ ଗୋପୀମାଙ୍କର ବସ୍ତ୍ରହରଣ କରିବା ପ୍ରଭୃତି ଶ୍ରୀକୃଷ୍ଣଙ୍କର ନିନ୍ଦନୀୟ କାର୍ଯ୍ୟକଳାପ ଉପରେ କବି ଆଲୋକପାତ କରିଛନ୍ତି ।

ମାତ୍ର କବିତାଟିର ଉପସଂହାରରେ କବି ବାସ୍ତବ ସତ୍ୟକୁ ଉନ୍ମୋଚନ କରିଛନ୍ତି । ଗୋପୀମାନଙ୍କୁ ଭଗବାନଙ୍କ ନିନ୍ଦା ନକରିବାପାଇଁ ନିବେଦନ କରିବା ସହ “ଜଗତ ଯାକର ପ୍ରଭୁ ସେ ଅଟନ୍ତି ମହାମହିମା ତାଙ୍କରି” ବୋଲି ଈଶ୍ଵରଙ୍କର ଅନ୍ତସ୍ରୋତା ଫଲ୍‌ଗୁ ନଦୀପରି ଈଶ୍ବରଙ୍କର ବିଧାନ ବଡ଼ ବିଚିତ୍ର । କବି ଏହି ଚିରନ୍ତନୀ ସତ୍ୟକୁ ପଠିତ କବିତାରେ ଉନ୍ମୋରବେଲାଳସେନର ନ କରିଛନ୍ତି । କବିତାଟି “ବ୍ୟାଜସ୍ତୁତି” ଅଳଙ୍କାର ପ୍ରୟୋଗରେ ଚମତ୍କାର ହୋଇପାରିଛି ।

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

Question ୨ ।
କିମ୍ବା, ଏକ ବ୍ୟଙ୍ଗାରସାତ୍ମକ କବିତା ଭାବରେ ଗୋପୀମାନଙ୍କ ଅଭିମାନ କିପରି କବିତାରେ ପରିସ୍ଫୁଟିତ ହୋଇଛି ବିଶ୍ଳେଷଣ କର ।
ଉ –
‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି ଭକ୍ତକବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଉକ୍ତ ଓ ଭଗବାନଙ୍କ ସମ୍ପର୍କରେ ରାଗ, ଅଭିମାନ, ଥଟ୍ଟା, ପରିହାସ, ନିନ୍ଦା ସ୍ତୁତି ପ୍ରଭୃତି ସମସ୍ତ ପ୍ରକାର ସମ୍ପର୍କର ପ୍ରଚଳନ ରହିଛି । ଏକଥା କବି ଆଲୋଚ୍ୟ କବିତା ମାଧ୍ୟମରେ ପ୍ରମାଣିତ କରିଛନ୍ତ । ଶ୍ରୀକୃଷ୍ଣ ଗୋପୀମାନଙ୍କ ସହ ଆଠବର୍ଷର ମଧୁର ସମ୍ପର୍କର ସମସ୍ତ ବନ୍ଧନଛିନ୍ନ କରି ବିନାଦ୍ଧିଧାରେ ବ୍ରଜଧାମ ପରିତ୍ୟାଗ କରି ମଥୁରା ପ୍ରତ୍ୟାବର୍ତ୍ତନ କରିଥିଲେ । ତେଣୁ ଗୋପୀମାନେ ଶ୍ରୀକୃଷ୍ଣଙ୍କ ଦୟାଳୁ ଭାବମୂର୍ତ୍ତିରେ ସନ୍ଧିହାନ ହୋଇଛନ୍ତି । ଶ୍ରୀକୃଷ୍ଣଙ୍କର କାର୍ଯ୍ୟକଳାପକୁ ସେମାନେ ବିପରୀତ ଭାବରେ ଗ୍ରହଣ କରିଛନ୍ତି । ଭକ୍ତକବି ଗୌରଚରଣ ଗୋପୀମାନଙ୍କୁ ମାଧ୍ୟମକରି ନିଜର ଆରାଧ୍ୟଙ୍କୁ ଛଳୋକ୍ତି ପ୍ରୟୋଗ କରିଛନ୍ତି –

‘‘ତାଙ୍କୁ କିଏ ବୋଲୁଥାଇ ଗୋ ପରମ ଦୟାଳୁ ହରି’’।

କବି ଶ୍ରୀକୃଷ୍ଣଙ୍କୁ ଏଠାରେ ତୀବ୍ର ସମାଲୋଚନା କରି ତାଙ୍କର ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟିକରି ଗୋଟିଏ ପରେ ଗୋଟିଏ ଲେଖାଁ ଉଦାହରଣମାନ ଦେଇଚାଲିଛନ୍ତି । ପ୍ରଥମରେ ସେ ନିଜର ମାମୁଙ୍କୁ ହତ୍ୟା କରିଛନ୍ତି । ଏକଥା ଅଦ୍ଭୁତପୂର୍ବ ପୂର୍ବରୁ କୌଣସି ଭଣଜାଙ୍କଦ୍ବାରା ଏପରି ଗର୍ହିତ ଅପରାଧ କେବେ ହୋଇନଥିଲା । ତେଣୁ କବି ଛଳୋକ୍ତି ମାଧ୍ୟମରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି – “କାହିଁ ଦେଖୁଅଛ ମାମୁକୁ ଭଣଜା ଜୀବନେ ପକାଏ ମାରି” । ସୃଷ୍ଟିର କଲ୍ୟାଣ ପାଇଁ ଭଗବାନ ଶ୍ରୀକୃଷ୍ଣ କଂସମାମୁକୁ ମାରିଥିଲେ । କବି ଏକଥା ଭଲ ଭାବରେ ଜାଣିଥିଲେ ମଧ୍ୟ ସରଳା ଗୋପୀମାନଙ୍କ ମନରେ କୌତୁକରେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ଭାବରେ ତାଙ୍କର ଦୋଷତ୍ରୁଟିଗୁଡ଼ିକର ଖୋଳତାଡ଼ କରି ଗୋପାଙ୍ଗନାମାନଙ୍କର ଭ୍ରମ ସୃଷ୍ଟି କରିଛନ୍ତି । ପ୍ରଥମତଃ କୋଇଲି ଛୁଆ ପରି କାଉବସାରେ ଶ୍ରୀକୃଷ୍ଣ ଗୋପପୁରରେ ବଢ଼ିଥିଲେ । ବର୍ଷିତ ପିକ, କାକବସା ପରିତ୍ୟାଗ କରି ସ୍ଵସ୍ଥାନକୁ ଫେରିଗଲାପରି ଶ୍ରୀକୃଷ୍ଣ ଗୋପପୁର ପରିତ୍ୟାଗ କରି ମଥୁରାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗୋପୀମାନଙ୍କୁ ସେ ପ୍ରତାରଣା କରିଛନ୍ତି । ଏକା ଗୋପୀମାନଙ୍କ ପାଇଁ ନୁହେଁ ବିଭିନ୍ନ ଅବତାରରେ ବହୁତ ଲୋକଙ୍କ ସହ ଭଗବାନ ଏହିପରି କରି ଚଣ୍ଡୀମନ୍ଦିରରୁ ତାଙ୍କର ଭାବିପତ୍ନୀ ହେବାକୁ ଯାଉଥିବା ରୁକ୍ମିଣୀଙ୍କୁ ଅପହରଣ କରିଛନ୍ତି ।

“ବିନା ଦୋଷେ ସିନ୍ଧୁ ବାନ୍ଧି ପକାଇଲେ
ବାଳିକି ବିନାଶ କରି ।”

ସେହିପରି ବଳିକୁ ପାତାଳଗାମୀ କରିବା, ଶାଳକ ଜଳନ୍ଧରର ପତ୍ନୀକୁ ପ୍ରତାରିତ କରି ତା’ର ମୃତ୍ୟୁର କାରଣ ହେବା ମଧ୍ୟ ନିନ୍ଦନୀୟ । ପ୍ରିୟ ପାଣ୍ଡବଙ୍କର ମଧ୍ୟରୁ ଭୀମପୁତ୍ର ବେଲାଳସେନର ନିଧନ କରିବା ମଧ୍ୟ ସ୍ବଜନ ବିରୋଧୀ କାର୍ଯ୍ୟକଳାପ ଅଟେ ।

କବିତାର ପରବର୍ତ୍ତୀ ଗୁରୁଦ୍ରୋଣଙ୍କୁ ଧୃଷ୍ଟଦ୍ୟୁମ୍ନଙ୍କଦ୍ୱାରା ହତ୍ୟା କରାଇବା ଓ ରାସ ମଣ୍ଡଳୀରୁ ବିଶ୍ଵାସରେ ସାଥ୍‌ରେ ଆଖ୍ କଣା କରିବା ଓ ଷଣ୍ଢାସୁର ହତ୍ୟାକରି ଗୋହତ୍ୟା ପାତକରେ ଭାଗୀ ହେବାକୁ ମଧ୍ୟ ଶ୍ରୀକୃଷ୍ଣ କୁଣ୍ଠାବୋଧ କରିନାହାନ୍ତି । କବିତାର ଉପସଂହାରରେ ଗୋପୀମାରେ ସେମାନଙ୍କର ବିଗ୍ରହରଣ ନେଇ ଅଭିଯୋଗ କରିଛନ୍ତି ।

ମାତ୍ର କବି କବିତାର ଉପସଂହାରରେ ନିଜର ସମସ୍ତ ଛଳୋକ୍ତିର ପରିଚୟ ଦେଇ ଭଗବାନଙ୍କୁ ମହିମାମୟ ଓ ପରମ ଦୟାଳୁ ରୂପେ ଚିତ୍ରଣ କରିଛନ୍ତି । ଯାହା ସେ ପୂର୍ବରୁ ବର୍ଣ୍ଣନା କରିଥିଲେ ତାହା ଛଳୋକ୍ତି ମାତ୍ର । ସେସବୁର ଅନ୍ତରାଳରେ ସୃଷ୍ଟିର କଲ୍ୟାଣ ବିଦ୍ୟମାନ । ବ୍ୟାଜସ୍ତୁତି ମାଧ୍ୟମରେ କବି ଏହି ଭକ୍ତିରସାତ୍ମକ କବିତାଟି ରଚନାକରି ଶେଷରେ ଗୋପୀମାନଙ୍କର ଭ୍ରମଦୂରକରି କବିତାର ଉପସଂହାରରେ ଉଲ୍ଲେଖ କରିଛନ୍ତି –

“ଗଉର ଚରଣ ବୋଲେ ଗୋପୀଗଣ
ହରିଙ୍କି ନିନ୍ଦା ନ କରି
ଜଗତ ଯାକର ପ୍ରଭୁ ସେ ଅଟନ୍ତି
ମହାମହିମା ତାଙ୍କରି ।”

Question ୩।
ଛଳୋକ୍ତିରେ ଶ୍ରୀକୃଷ୍ଣଙ୍କର ଗୁଣ କୀର୍ତ୍ତନ କରି ତାଙ୍କର ମହତ୍ତ୍ବ ପ୍ରତିପାଦନ କରିବା କବିଙ୍କର ଲକ୍ଷ୍ୟ, ପଠିତ କବିତା ଅବଲମ୍ବନରେ ଏହା ପ୍ରମାଣ କର ।
କିମ୍ବା, ଛଳୋକ୍ତିରେ ଗୋପୀମାନଙ୍କର ଅଭିମାନକୁ କବି ଗୌରଚରଣ କିପରି ବର୍ଣ୍ଣନା କରିଛନ୍ତି ଆଲୋଚନା କର ।
ଉ –
“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ଭକ୍ତକବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଉକ୍ତ ଓ ଭଗବାନଙ୍କ ସମ୍ପର୍କରେ ରାଗ, ଅଭିମାନ, ଥଟ୍ଟା, ପରିହାସ, ନିନ୍ଦା ସ୍ତୁତି ପ୍ରଭୃତି ସମସ୍ତ ପ୍ରକାର ସମ୍ପର୍କର ପ୍ରଚଳନ ରହିଛି । ଏକଥା କବି ଆଲୋଚ୍ୟ କବିତା ମାଧ୍ୟମରେ ପ୍ରମାଣିତ କରିଛନ୍ତ । ଶ୍ରୀକୃଷ୍ଣ ଗୋପୀମାନଙ୍କ ସେମାନେ ବିପରୀତ ଭାବରେ ଗ୍ରହଣ କରିଛନ୍ତି । ଭକ୍ତକବି ଗୌରଚରଣ ଗୋପୀମାନଙ୍କୁ ମାଧ୍ୟମକରି ନିଜର ଆରାଧ୍ୟଙ୍କୁ ଛଳୋକ୍ତି ପ୍ରୟୋଗ କରିଛନ୍ତି –

‘‘ତାଙ୍କୁ କିଏ ବୋଲୁଥାଇ ଗୋ ପରମ ଦୟାଳୁ ହରି’’।

କବି ଶ୍ରୀକୃଷ୍ଣଙ୍କୁ ଏଠାରେ ତୀବ୍ର ସମାଲୋଚନା କରି ତାଙ୍କର ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟିକରି ଗୋଟିଏ ପରେ ଗୋଟିଏ ଲେଖାଁ ଉଦାହରଣମାନ ଦେଇଚାଲିଛନ୍ତି । ପ୍ରଥମରେ ସେ ନିଜର ମାମୁଙ୍କୁ ହତ୍ୟା କରିଛନ୍ତି । ଏକଥା ଅଶ୍ରୁତପୂର୍ବ ପୂର୍ବରୁ କୌଣସି ଭଣଜାଙ୍କଦ୍ବାରା ଏପରି ଗର୍ହିତ ଅପରାଧ କେବେ ହୋଇନଥିଲା। ତେଣୁ କବି ଛଳୋକ୍ତି ମାଧ୍ୟମରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି – “କାହିଁ ଦେଖୁଅଛ ମାମୁକୁ ଭଣଜା ଜୀବନେ ପକାଏ ମାରି” । ସୃଷ୍ଟିର କଲ୍ୟାଣ ପାଇଁ ଭଗବାନ ଶ୍ରୀକୃଷ୍ଣ କଂସମାମୁକୁ ମାରିଥିଲେ । କବି ଏକଥା ଭଲ ଭାବରେ ଜାଣିଥିଲେ ମଧ୍ୟ ସରଳା ଗୋପୀମାନଙ୍କ ମନରେ କୌତୁକରେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ଭଗବାନଙ୍କର ବିଭିନ୍ନ କାର୍ଯ୍ୟକଳାପର ମଙ୍ଗଳମୟ ବିଧାନକୁ ଅଭ୍ୟନକୁ ରଖ୍ ବାହ୍ୟ ଭାବରେ ତାଙ୍କର ଦୋଷତ୍ରୁଟିଗୁଡ଼ିକର ଖୋଳତାଡ଼ କରି ଗୋପାଙ୍ଗନାମାନଙ୍କର ଭ୍ରମ ସୃଷ୍ଟି କରିଛନ୍ତି । ପ୍ରଥମତଃ କୋଇଲି ଛୁଆ ପରି କାଉବସାରେ ଶ୍ରୀକୃଷ୍ଣ ଗୋପପୁରରେ ବଢ଼ିଥିଲେ । ବର୍ଦ୍ଧିତ ପିକ, କାକବସା ପରିତ୍ୟାଗ କରି ସ୍ୱସ୍ଥାନକୁ ଫେରିଗଲାପରି ଶ୍ରୀକୃଷ୍ଣ ଗୋପପୁର ପରିତ୍ୟାଗ କରି ମଥୁରାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗୋପୀମାନଙ୍କୁ ସେ ପ୍ରତାରଣା କରିଛନ୍ତି । ଏକା ଗୋପୀମାନଙ୍କ ପାଇଁ ନୁହେଁ ବିଭିନ୍ନ ଅବତାରରେ ବହୁତ ଲୋକଙ୍କ ସହ ଭଗବାନ ଏହିପରି କରି ଚଣ୍ଡୀମନ୍ଦିରରୁ ତାଙ୍କର ଭାବିପତ୍ନୀ ହେବାକୁ ଯାଉଥିବା ରୁକ୍ମିଣୀଙ୍କୁ ଅପହରଣ କରିଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ସେ ରାମ ଅବତାରରେ ସୂର୍ପଣଖାର ଅନାବିଳ ପ୍ରେମରେ ବିଶ୍ୱାସଘାତକତା କରି ସାନଭାଇ ଲକ୍ଷ୍ମଣଙ୍କଦ୍ବାରା ତା’ର ନାସା, କଣ୍ଠ ଛେଦନ କରିଛନ୍ତି । ମାଳତୀ କନ୍ୟା ରୂପେ ବଳିଙ୍କ ପିତା ବୈଲୋଚନର ମନକୁ ବଶୀଭୂତ କରି ତା’ର ପ୍ରାଣନାଶ କରିଛନ୍ତି । ସୀତାଙ୍କ ଅପହରଣ ପାଇଁ ବିନାଦୋଷରେ ସମୁଦ୍ରକୁ ବନ୍ଧନ ଓ ବାଳିର ବିନାଶ ମଧ୍ଯ ନିନ୍ଦନୀୟ ଅଟେ । କବି ଛଳୋକ୍ତି ମାଧ୍ୟମରେ କହିଛନ୍ତି –

“ବିନା ଦୋଷେ ସିନ୍ଧୁ ବାନ୍ଧି ପକାଇଲେ
ବାଳିକି ବିନାଶ କରି । ”

ସେହିପରି ବଳିକୁ ପାତାଳଗାମୀ କରିବା, ଶାଳକ ଜଳନ୍ଧରର ପତ୍ନୀକୁ ପ୍ରତାରିତ କରି ତା’ର ମୃତ୍ୟୁର କାରଣ ହେବା ମଧ୍ଯ ନିନ୍ଦନୀୟ । ପ୍ରିୟ ପାଣ୍ଡବଙ୍କର ମଧ୍ୟରୁ ଭୀମପୁତ୍ର ବେଲାଳସେନର ନିଧନ କରିବା ମଧ୍ୟ ସ୍ଵଜନ ବିରୋଧୀ କାର୍ଯ୍ୟକଳାପ ଅଟେ ।

କବିତାର ପରବର୍ତ୍ତୀ ଗୁରୁଦ୍ରୋଣଙ୍କୁ ଧୃଷ୍ଟଦ୍ୟୁମ୍ନଙ୍କଦ୍ୱାରା ହତ୍ୟା କରାଇବା ଓ ରାସ ମଣ୍ଡଳୀରୁ ବିଶ୍ଵାସରେ ସାଥ୍‌ରେ ଆଖ୍ କଣା କରିବା ଓ ଷଣ୍ଢାସୁର ହତ୍ୟାକରି ଗୋହତ୍ୟା ପାତକରେ ଭାଗୀ ହେବାକୁ ମଧ୍ୟ ଶ୍ରୀକୃଷ୍ଣ କୁଣ୍ଠ!ବୋଧ କରିନାହାନ୍ତି । କବିତାର ଉପସଂହାରରେ ଗୋପୀମାନେ ସେମାନଙ୍କର ବସ୍ତ୍ରହରଣ ନେଇ ଅଭିଯୋଗ କରିଛନ୍ତି ।

ପରମ ଦୟାଳୁ ରୂପେ ଚିତ୍ରଣ କରିଛନ୍ତି । ଯାହା ସେ ପୂର୍ବରୁ ବର୍ଣ୍ଣନା କରିଥିଲେ ତାହା ଛଳୋକ୍ତି ମାତ୍ର । ସେସବୁର ଅନ୍ତରାଳରେ ସୃଷ୍ଟିର କଲ୍ୟାଣ ବିଦ୍ୟମାନ । ବ୍ୟାଜସ୍ତୁତି ମାଧ୍ୟମରେ କବି ଏହି ଭକ୍ତିରସାତ୍ମକ କବିତାଟି ରଚନାକରି ଶେଷରେ ଗୋପୀମାନଙ୍କର ଭ୍ରମଦୂରକରି କବିତାର ଉପସଂହାରରେ ଉଲ୍ଲେଖ କରିଛନ୍ତି –

“ଗଉର ଚରଣ ବୋଲେ ଗୋପୀଗଣ
ହରିଙ୍କି ନିନ୍ଦା ନ କରି
ଜଗତ ଯାକର ପ୍ରଭୁ ସେ ଅଟନ୍ତି
ମହାମହିମା ତାଙ୍କରି ।”

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

Question ୪।
କର ।
କିମ୍ବା, ପଠିତ କବିତା ଅବଲମ୍ବନରେ ଶ୍ରୀକୃଷ୍ଣଙ୍କର ବିଭିନ୍ନ ଲୀଳାବତାର ଉପରେ ଆଲୋକପାତ କର ।
ଉ –
‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି ଭକ୍ତକବି ଗୌରଚରଣ ଅଧିକାରୀଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଆଲୋଚ୍ୟ କବିତାଟିରେ କବି ବ୍ୟାଜସ୍ତୁତି ମାଧ୍ୟମରେ ନିଜର ପ୍ରିୟ ପ୍ରଭୁ ଶ୍ରୀକୃଷ୍ଣଙ୍କର ଲୀଳାଗାନ କରିଛନ୍ତି । ଭକ୍ତ ଓ ଭଗବାନଙ୍କ ସମ୍ପର୍କରେ ରାଗ ଅଭିମାନ ନିନ୍ଦାସ୍ତୁତି ଓ ଥଟ୍ଟା ଛଳୋକ୍ତିର ପ୍ରଚଳନ ଅଛି । ଭଗବାନ ଭାବଗ୍ରାହୀ ଭକ୍ତର ଗାଳିକୁ ମଧ୍ୟ ଆନନ୍ଦରେ ଗ୍ରହଣ କରିଥା’ନ୍ତି ।

କବି ଦୀନକୃଷ୍ଣ ଦାସ ‘ସର୍ପ ଜଣାଣ’ରେ ତାଙ୍କୁ “କାଳସର୍ପ” ଭାବରେ ଚିତ୍ରଣ କରିଛନ୍ତି । କବି ବଳରାମ ଦାସ ‘ଭାବ ସମୁଦ୍ର’ରେ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ କଟୁକ୍ତି ପ୍ରୟୋଗ କରି ପରିଶେଷରେ ତାଙ୍କୁ ସମୁଦ୍ର କୂଳରୂ ସେ ନଯିବା ପର୍ଯ୍ୟନ୍ତ ରଥାଟଣା ବନ୍ଦ ରଖିବାକୁ ବାଧ୍ୟ କରିଛନ୍ତି । ଏଠାରେ ପଠିତ କବିତାରେ କବି ଗୌରଚରଣ ସେହିପରି ଛଳୋକ୍ତି ପ୍ରୟୋଗ କରିଥିଲେ ମଧ୍ୟ ନିଜର ପ୍ରିୟ ପ୍ରଭୁଙ୍କର ଲୀଳା ବର୍ଣ୍ଣନା ତାଙ୍କର ମୂଳଲକ୍ଷ୍ୟ ଅଟେ ।

ପ୍ରଥମରେ ସୃଷ୍ଟିର କଲ୍ୟାଣ ପାଇଁ ଶ୍ରୀକୃଷ୍ଣ ଭଗବାନ ଅତ୍ୟାଚାରୀ କଂସର ଧ୍ବଂସ ସାଧନ କରିଛନ୍ତି । ଭଣଜା ହୋଇ ମଧ୍ୟ ସେ ଜଗତ କଲ୍ୟାଣ ପାଇଁ ମାମୁଙ୍କୁ ହତ୍ୟା କରିଛନ୍ତି । କର୍ତ୍ତବ୍ୟର ଆହ୍ଵାନରେ ସେ ବ୍ରଜଧାମର ସମସ୍ତ ମାୟାମମତା ପରିତ୍ୟାଗ କରି ମଥୁରା ପ୍ରତ୍ୟାବର୍ତ୍ତନ କରିଛନ୍ତି । ରୁକ୍ମିଣୀଙ୍କୁ ବିବାହ କରି ସେ ଦୁଷ୍ଟ ଶିଶୁପାଳକୁ ଉଚିତ ଶିକ୍ଷା ଦେଇଛନ୍ତି । ଏକପତ୍ନୀ ବ୍ରତଧାରୀ ଶ୍ରୀରାମ ରାବଣଭଗ୍ନୀ ସୂର୍ପଣଖାର ବିବାହ ପାଇଁ ଜିଦ୍‌ଖୋର ମନୋବୃତ୍ତି ନିମନ୍ତେ ତା’ର ଉପଯୁକ୍ତ ଦଣ୍ଡବିଧାନ କରିଛନ୍ତି । ଅତ୍ୟାଚାରୀ ବୈଲୋଚନକୁ ମାଳତୀ କନ୍ୟାରୂପେ ବିମୋହିତ କରି ତା’ର ମୃତପଥକୁ ପରିଷ୍କାର କରିବା ମଧ୍ୟ ଭଗବାନଙ୍କର ବିଧାନ ସୃଷ୍ଟିର କଲ୍ୟାଣ ପାଇଁ ଅଭିପ୍ରେତ ।

ସେହିପରି ଅତ୍ୟାଚାରୀ ରାବଣର ବିନାଶ ପାଇଁ ସେ ସମୁଦ୍ରରେ ସେତୁ ବାନ୍ଧିଥିଲେ । ଅହଙ୍କାରୀ ବାଳିର ନିଜର ସାନଭାଇକୁ ବିନାକାରଣରେ ରାଜ୍ୟରୁ ବିତାଡ଼ିତ କରି ତା’ର ପତ୍ନୀ ରୋମାକୁ ଅପହରଣ କରିବା ଅନ୍ୟାୟ ପାଇଁ ଶ୍ରୀରାମ ତାକୁ ନିଧନ କରିଥିଲେ । ବଳିର ଦାନୀପଣର ଅଭିମାନକୁ ପୂର୍ଣ୍ଣ କରିବାପାଇଁ ସେ ତାକୁ ପାତାଳଗାମୀ କରିଛନ୍ତି ।

ଗଞ୍ଜନ ପାଇଁ ଶ୍ରୀକୃଷ୍ଣ ତାଙ୍କୁ ପରିତ୍ୟାଗ କରିଛନ୍ତି । ଦୈତଗୁରୁ ଶୁକ୍ରାଚାର୍ଯ୍ୟ ଦାନକାର୍ଯ୍ୟ ପରି ପୁଣ୍ୟ ସଂକଳ୍ପରେ ବାଧା ସୃଷ୍ଟି କରିବାରୁ ଭଗବାନ ବାମନ ଅବତାରରେ ତା’ର ଚକ୍ଷୁକୁ କଣା କରିଦେଇଛନ୍ତି । ଦୁଷ୍ଟ ସଂହାର ନିମନ୍ତେ ସେ ଛଦ୍ମବେଶୀ ଦୈତ୍ୟ ଷଣ୍ଢାସୁରର ନିଧନ କରିଛନ୍ତି । ଗୋପୀଙ୍କ ବସ୍ତ୍ରହରଣ କରି ତାଙ୍କୁ ଭକ୍ତିମାର୍ଗରେ ସମର୍ପଣ ସୂତ୍ରକୁ ଦେଇଛନ୍ତି ।

ଏହିପରି ଭଗବାନଙ୍କର ଶ୍ରୀକୃଷ୍ଣ, ଶ୍ରୀରାମ, ବାମନ ଓ ବିଷ୍ଣୁ ଅବତାରର ଲୀଳା କାହାଣୀମାନ ଆଲୋଚ୍ୟ କବିତାଟିରେ କବି ବ୍ୟାଜସ୍ତୁତି ମାଧ୍ୟମରେ ବର୍ଣ୍ଣନା କରି ପରିଶେଷରେ ତାଙ୍କୁ ଜଗତପତି ଭାବରେ ପରିଚୟ ଦେଇ ଉଲ୍ଲେଖ କରିଛନ୍ତି –

“ଜଗତଯାକର ପ୍ରଭୁ ସେ ଅଟନ୍ତି
ମହାମହିମା ତାଙ୍କରି ।”

Question ୫ ।
ପଠିତ ଭଜନଟିରୁ କବି ଗୌରଚରଣଙ୍କର ମହନୀୟ କବିପ୍ରାଣର ପରିଚୟ ଦିଅ ।
କିମ୍ବା ଅନ୍ତସ୍ରୋତା ଫଲ୍‌ଗୁଧାର ପରି ପଠିତ କବିତାରେ କବିଙ୍କର ବିଭୁପ୍ରେମ କିପରି ଆତ୍ମଗୋପନ କରିଛି ତାହା ଆଲୋଚନା କର ।
ଉ –
କବି ଗୌରଚରଣ ଅଧିକାରୀଙ୍କର ‘ତାଙ୍କୁ କିଏ ବୋଲୁଥାଇ ଗୋ’’ ଶୀର୍ଷକ କବିତାଟି ଏକ ଭକ୍ତିରସାତ୍ମକ କବିତା ଅଟେ । କବି ଛଳୋକ୍ତି ମାଧ୍ୟମରେ ନିଜ ପ୍ରିୟ ପ୍ରଭୁଙ୍କର ଗୁଣ କୀର୍ତ୍ତନ କରିଛନ୍ତି । କବିତାଟି ବାହ୍ୟ ଭାବରେ ମଙ୍ଗଳମୟ ବିଧାନ ଅଭିପ୍ରେତ ରହିଅଛି ।

ଭକ୍ତ ଓ ଭଗବାନଙ୍କ ସମ୍ପର୍କରେ ମାନ-ଅଭିମାନ, ନିନ୍ଦା-ସ୍ତୁତି ଓ ଛଳ-ଥଟ୍ଟାର ପ୍ରଚଳନ ମଧ୍ୟ ଭକ୍ତିମାର୍ଗର ଅନ୍ତର୍ଗତ । ଭଗବାନଙ୍କର ପ୍ରତ୍ୟକ୍ଷ ଭାବରେ ସ୍ତୁତିଗାନ କରିବା ଅପେକ୍ଷା ପରୋକ୍ଷରେ ତାଙ୍କର ଗୁଣ ସଂକୀର୍ତ୍ତନ ଅତ୍ୟଧିକ ପ୍ରଭାବଶାଳୀ ପରିବେଷଣ କରାଯାଏ । ମୃଦଙ୍ଗର ତାଳାନୁଯାୟୀ ପରୋକ୍ଷରେ ଛଳୋକ୍ତି ମାଧ୍ୟମରେ ହରି ମହିମାଗାନ ପାଇଁ କବି

କବିତାର ବୈଶିଷ୍ଟ୍ୟ ରୂପେ ନିର୍ଣ୍ଣୟ କରାଯାଏ । ଏଠାରେ କବିଙ୍କର ସିଦ୍ଧହସ୍ତତା ଓ ମହନୀୟତା ପ୍ରତିପାଦନ କରାଯାଏ । ପରିସ୍ଫୁଟନ କରିଛନ୍ତି । କବିତାଟିର ଆବୃତ୍ତି ମାତ୍ରକେ ରାମ, କୃଷ୍ଣ, ବାମନ, ବିଷ୍ଣୁ ପ୍ରଭୃତିଙ୍କର ରୂପଚିତ୍ର ଓ ସେମାନଙ୍କର

ଏହିଠାରେ ହିଁ କବିଙ୍କର ବୈଶିଷ୍ଟ୍ୟ ଓ କବିତାର ସାର୍ଥକତା ଯାହା ଦୃଶ୍ୟପଟରେ ଛବିଟିଏପରି ଉଦ୍ଭାସିତ ହୋଇଉଠେ । ତେଣୁ କୁହାଯାଏ –
“The poetry is a speaking picture and the picture is a mute poetry” ଚିତ୍ର ଓ ଚିତ୍ର ନୀରବ କବିତା ଅଟେ ।

ମାନଙ୍କୁ ପାଠକର ଦୃଶ୍ୟପଟ୍ଟରେ ପରିସ୍ଫୁଟିତ କରିଛନ୍ତି ତାହା ସିନେମାର ଚଳଚ୍ଚିତ୍ର ପରି ରୋଚକ ଓ ଚମକପ୍ରଦ । ସଙ୍ଗୀତର ତାଳେ ତାଳେ ସଂକୀର୍ତନ ମାଧ୍ୟମରେ ଏହା ଆହୁରି ଜୀବନ୍ତ ହୋଇଉଠେ । ବିଶେଷକରି ଛଳୋକ୍ତି ଓ ବ୍ୟାଜସ୍ତୁତିର ପ୍ରୟୋଗ କବିତାଟିକୁ ଏପରି ଚିତ୍ତାକର୍ଷକ କରିଛି ଯେ, ଆବୃତ୍ତିମାତ୍ରକେ ଏହା ଭକ୍ତିରସ ସହ ବ୍ୟଙ୍ଗରସର ଅଫୁରନ୍ତ ସ୍ରୋତରେ ପାଠକକୁ କବିତାଟିକୁ ଏପରି ଚିତ୍ତାକର୍ଷକ କରିଛି ଯେ, ଆବୃତ୍ତିମାତ୍ରକେ ଏହା ଭକ୍ତିରସ ସହ ବ୍ୟଙ୍ଗରସର ଅଫୁରନ୍ତ ସ୍ରୋତରେ ପାଠକକୁ ବିମୋହିତ କରେ । ଏହିଠାରେ ତ ଗୋଟିଏ କବିର ବୈଶିଷ୍ଟ୍ୟ ପଠିତ ଓ ସାର୍ଥକତା ରହିଥାଏ ଯାହା ପଠିତ କବିତାଟିରେ କବି ରଚନା କରିଥିବାରୁ କବି ଗୌରଚରଣଙ୍କର ମହନୀୟତା କବିତାଟିର ପ୍ରତି ପୃଷ୍ଠାରେ ଜୀବନ୍ତ ହୋଇଉଠିଛି ।

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

କବି ପରିଚିତି :

ବୈଷ୍ଣବ ସମ୍ପ୍ରଦାୟର ସୁନାମଧନ୍ୟ କବି ଗୌରଚରଣ ଅଧିକାରୀ ୧୮୧୪ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମଗ୍ରହଣ କରି ୧୯୮୦ ମସିହାରେ ଇହଲୀଳା ସମ୍ବରଣ କରିଥିଲେ । ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବାପରେ କବି ନିଜର ସାରସ୍ଵତ ସୃଜନୀଶକ୍ତି ମାଧ୍ୟମରେ ଅନେକ କାବ୍ୟ, କବିତା, ଭଜନ, ଜଣାଣ ଓ ଚଉତିଶାମାନ ରଚନା କରି ବୈଷ୍ଣବ ପଦାବଳୀ ସାହିତ୍ୟର ସମୃଦ୍ଧି ସାଧନ କରିବା ସହିତ ପାଠକ ମଣ୍ଡଳୀଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲା । ସରଳ ତରଳ ଶବ୍ଦ ସଂଯୋଜନା ମାଧ୍ୟମରେ ତାଙ୍କର ଭାବପୂର୍ଣ୍ଣ ଭକ୍ତିରସାତ୍ମକ ରଚନାଗୁଡ଼ିକ ଅତ୍ୟନ୍ତ ଉଚ୍ଚକୋଟୀର ଅଟେ ।

ନିଜର ଜୀବନକାଳ ମଧ୍ୟରେ କବି ଅନେକ ଜଣାଣ, ଭଜନ, ଚଉତିଶା, ମନଶିକ୍ଷା ଓ ଚୌପଦୀମାନ ରଚନା କରି ବୈଷ୍ଣବ ପଦ୍ୟସାହିତ୍ୟକୁ ଜନପ୍ରିୟ କରିବା ସହିତ ଓଡ଼ିଆ ବାଣୀଭଣ୍ଡାରକୁ ମଧ୍ୟ ପରିପୁଷ୍ଟ କରିଛନ୍ତି । ଓଡ଼ିଶାର ଜନସାଧାରଣ ଓ ସଂକୀର୍ତ୍ତନ ମଣ୍ଡଳୀମାନଙ୍କରେ କବି ଗୌରୀଚରଣ ଅଧିକାରୀଙ୍କର ଭଜନ ଓ ଭକ୍ତିରସାତ୍ମକ ସଙ୍ଗୀତଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।

କରି ମାଧ୍ୟମରେ ଭକ୍ତ ଭଗବାନଙ୍କର ବିଭିନ୍ନ ଆପତ୍ତିଜନକ କୀର୍ତ୍ତିଗୁଡ଼ିକ ଉପରେ କଟାକ୍ଷପାତ କରି ଛଳୋକ୍ତି ପ୍ରୟୋଗ ଶୈଳୀରେ କବିତା ରଚନା “ବ୍ୟାଜସ୍ତୁତି” ଅଟେ । ଉପରକୁ ଶୁଷ୍କ ବାଲୁକାପରି ମନେହେଲେ ହେଁ ଅନ୍ତସ୍ରବା ଫଲ୍‌ଗୁଧାରା ପରି କବି ହୃଦୟର ନିଭୃତ ଭକ୍ତିଧାରା “ବ୍ୟାଜସ୍ତୁତି”ମୂଳକ କବିତାମାନଙ୍କରେ ପରିପୂର୍ଣ୍ଣ ଥାଏ । ଆଲୋଚ୍ୟ “ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି ଏକ ‘ବ୍ୟାଜସ୍ତୁତି’ମୂଳକ କବିତା ଅଟେ । ଓଡ଼ିଶାର ଭଜନ ଓ ସଂକୀର୍ତ୍ତନ ମଣ୍ଡଳୀମାନଙ୍କର ଏହି ଭଜନଟି ଅତ୍ୟନ୍ତ ଜନପ୍ରିୟତା ଲାଭକରିଛି ।

ବିଷୟ ପ୍ରବେଶ :

“ତାଙ୍କୁ କିଏ ବୋଲୁଥାଇ ଗୋ” ଶୀର୍ଷକ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ବ୍ୟାଜସ୍ତୁତି’ମୂଳକ ଭକ୍ତରସାତ୍ମକ କବିତା । ଛଳୋକ୍ତି ମାଧ୍ୟମରେ ଭଗବାନଙ୍କର ଲୀଳା କୀର୍ତ୍ତନ ଓ ମହିମାଗାନ ଭକ୍ତ କବିତାର ବିଶେଷତ୍ଵ ଅଟେ । କବି ବିଭିନ୍ନ ପୁରାଣରେ ଭଗବାନଙ୍କର ଲୀଳା କାହାଣୀମାନ ବର୍ଣ୍ଣନା କରି କବିତାଟିକୁ ଛଳୋକ୍ତି ସହିତ ରଚନା କରିଛନ୍ତି । କବିଙ୍କର ପୌରାଣିକ ଅଭିଜ୍ଞତା, ରଚନାର ଅଭିନବ ଶବ୍ଦ ସଂଯୋଜନା ସର୍ବୋପରି ଛଳୋକ୍ତି ମାଧ୍ୟମରେ ନିଜର ଆରାଧଙ୍କର ଲୀଳା କୀର୍ତ୍ତନ କବିତାଟିର ପୃଷ୍ଠଭୂମି ଅଟେ । ଏହି କବିତାଟିରେ ‘‘ବ୍ୟାଜସ୍ତୁତି’’ ଅଳଙ୍କାରର ପ୍ରୟୋଗ ଓଡ଼ିଶାର ସଂକୀର୍ତ୍ତନ ମଣ୍ଡଳୀଦ୍ଵାରା ଅତ୍ୟନ୍ତ ସମାଦୃତ ହୋଇଛି ।

କବିତାର ସାରକଥା :

‘‘ତାଙ୍କୁ କିଏ ବୋଲୁଥାଇ ଗୋ’ କବିତାଟି କବି ଗୌରଚରଣ ଅଧିକାରୀଙ୍କର ଏକ ଛଳୋକ୍ତିପୂର୍ଣ୍ଣ କବିତା ଅଟେ । ଏହି ଭଗବତ୍ ଭକ୍ତିର ଏକ ଅଭିନମ ଶୈଳୀ । ନିଜର ଇଷ୍ଟ ଓ ଆରାଧଙ୍କ ବିଭିନ୍ନ ଆପତ୍ତିଜନକ ଲୀଳାକାହାଣୀକୁ ଭକ୍ତ ଭଜନର ଲକ୍ଷଣ ଅଟେ । ଉପରକୁ ଶୁଷ୍କ ବାଲୁକାରାଶି ତୁଲ୍ୟ ପ୍ରତୀୟମାନ ହେଲେ ହେଁ ଅନ୍ତସ୍ରୋତା ଫଲ୍‌ଗୁଧାରା ପରି ଉକ୍ତ କବିତାଟିର ଅନ୍ତରାଳରେ କବିଙ୍କର ଅନାବିଳ ଭକ୍ତସ୍ରୋତ ପ୍ରବାହିତ ହେଉଅଛି ।

ଭଗବାନ କରୁଣାମୟ ଓ କରୁଣାସିନ୍ଧୁ ଭାବରେ ଭକ୍ତଜନ ମାନସରେ ପରମ ସ୍ଵାଗତଯୋଗ୍ୟ ହୋଇଛନ୍ତି । ମାତ୍ର କବି ତାଙ୍କ କରୁଣାସିନ୍ଧୁ ନାମରେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଶ୍ରୀକୃଷ୍ଣଙ୍କଦ୍ୱାରା ପ୍ରତାରିତା ହୋଇଥିବା ଗୋପୀମାନଙ୍କ ମାଧ୍ୟମରେ କବିତାର ଆଦ୍ୟରେ କବି ଜିଜ୍ଞାସା କରିଛନ୍ତି । ତାଙ୍କୁ “କିଏ ବୋଲୁଥାଇ ଗୋ ପରମ ଦୟାଳୁ ହରି ?” ଭଗବାନଙ୍କ ପରମ ଦୟାଳୁ ନାମରେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରି କବି ବିଭିନ୍ନ ଅଭିଯୋଗମାନ ଉପସ୍ଥାପନ କରିଛନ୍ତି ।

ପ୍ରଥମରେ ନିଜର ମାତୁଳ କଂସାସୁରକୁ ବଧକରି ନିଜ ହୃଦୟହୀନତାର ପରିଚୟ ଦେଇଥିଲେ । ଉପରକୁ ଏହା ଅନ୍ୟାୟ ବୋଲି ପ୍ରତୀୟମାନ ହେଉଥିଲେ ହେଁ ଅନ୍ତସ୍ରୋତ, ଫଲ୍‌ଗୁପରି ଏହାର ଅନ୍ତର୍ନିହିତ ଭାବଧାରା ସୃଷ୍ଟିର କଲ୍ୟାଣପାଇଁ ଅଭିପ୍ରେତ ଥିଲା । କଂସାସୁର ଅତ୍ୟାଚାରରୁ ତ୍ରିଭୁବନକୁ ମୁକ୍ତି ପ୍ରଦାନ କରି ଧର୍ମ ସଂସ୍ଥାପନ ଲକ୍ଷ୍ୟରେ କରିଥିଲେ ମାତ୍ର ଠିକ୍ କାଉ ବସାରେ କୋଇଲି ଛୁଆ ବଡ଼ ହୋଇ ନିଜର ମାଆକୋଳକୁ ଫେରିଗଲା ପରି ଶ୍ରୀକୃଷ୍ଣ ବ୍ରଜଧାମ ଓ ପାଳିତ ପିତାମାତା ନନ୍ଦ ଯଶୋଦାଙ୍କୁ ପରିତ୍ୟାଗ କରି ମଥୁରା ପ୍ରତ୍ୟାଗମନ କରିଥିଲେ । ଶ୍ରୀକୃଷ୍ଣଙ୍କର ଏହି ହୃଦୟହୀନତା ତାଙ୍କର ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କବି ମତବ୍ୟକ୍ତ କରିଛନ୍ତି ।

ସେହିପରି ଶିଶୁପାଳର ଆଶାରେ ଧୂଳି ପକାଇ ରୁକ୍ମିଣୀଙ୍କୁ ଚଣ୍ଡୀମନ୍ଦିରରୁ ଅପହରଣ କରିବା ମଧ୍ୟ ଅନ୍ୟ ଏକ ଅଭିଯୋଗ ଅଟେ । ଶ୍ରୀରାମଙ୍କ କମନୀୟ ରୂପକାନ୍ତିରେ ବିମୋହିତ ସୂର୍ପଣଖାର ପ୍ରେମକୁ ପ୍ରତ୍ୟାଖ୍ୟାନ କରି କପଟରେ ତା’ର ନାକ କାନ ଛେଦନ କରିବା ମଧ୍ୟ ନିଷ୍ଠୁରତାର ପରିଚୟ ଦିଏ । ବୈଲୋଚନ ବୀରକୁ ପତ୍ନୀ ରୂପରେ ତାର କେଶକୁ ଉପାଡ଼ି ବଧ କରିବା ଭଗବାନଙ୍କର ପ୍ରତାରଣାକୁ ବୁଝାଏ । ଜନକନନ୍ଦିନୀ ସୀତାଙ୍କୁ ରାବଣ ଅପହରଣ କରିଥିଲା । ମାତ୍ର ଭଗବାନ ଶ୍ରୀରାମଚନ୍ଦ୍ର ବିନାଦୋଷରେ ସମୁଦ୍ରକୁ ଦୁଇଭାଗ କରି ତେଣୁ ବାନ୍ଧିବା ଓ କିଷ୍କିନ୍ଧ୍ୟା ରାଜା ବାଳିକୁ ବିନାଶ କରିବା ତାଙ୍କର ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟି କରେ । ସେହିପରି ଛଳନାରେ ଦାନବୀର ବଳିକୁ ପାତାଳପୁରକୁ ଚାପିଦେବା ଭଗବାନଙ୍କର ନିଷ୍ଠୁରତାର ପରିଚୟ ଦିଏ ।

ବିଷ୍ଣୁଙ୍କର ଶାଳକ ଅଟେ । ମାତ୍ର ଭଗବାନ ସୁହୃଦ ବାନ୍ଧବ ଭାବରେ ତାର ଗୃହରେ ଅବସ୍ଥାନ କରି ତା’ର ପତ୍ନୀ ବୃନ୍ଦାବତୀଙ୍କ ସତୀତ୍ଵ ନାଶ କରିବା ସହିତ ଜଳନ୍ଧରକୁ ଶିବଙ୍କଦ୍ୱାରା ବିନାଶ କରାଇଥିଲେ । କବି ଭଗବାନଙ୍କର ଏହି କାର୍ଯ୍ୟକୁ ହୃଦୟହୀନତା ରୂପରେ ଚିତ୍ରଣ କରି କବିତାରେ ବର୍ଣ୍ଣନା କରିଛନ୍ତି –

“ଜଳନ୍ଧର ବୀର ଶାଳକ ତାଙ୍କର
ଭାବେ ରହି ତାର ପୁରୀ
ହରି ତା ସତୀକି ପୁଣି ତା ପତିକି
ହର କରେ ବଧ କରି ।”

କବିତାଟିର ପରବର୍ତ୍ତୀ ପର୍ଯ୍ୟାୟରେ ଚିର ଅନୁଗତ ପାଣ୍ଡବଙ୍କ ମଧ୍ୟରୁ ଭୀମପୁତ୍ର ବେଲାଳସେନଙ୍କର କପଟରେ ମୁଣ୍ଡ କାଟିଦେବା ଓ ଧୃଷ୍ଟଦ୍ୟୁମ୍ନଙ୍କଦ୍ଵାରା ସଂଜ୍ଞାହୀନ ଦ୍ରୋଣଗୁରୁଙ୍କର ବଧ କରାଇବା ମଧ୍ୟ ତାଙ୍କର ପରମ ଦୟାଳୁ ନାମରେ ପ୍ରଶ୍ନବାଚୀ ସୃଷ୍ଟିକରେ । ରାସମଣ୍ଡଳରୁ ବ୍ରଜଦେବୀଙ୍କୁ ସୂହୃଦତା ଦେଖାଇ ନିରାଶ୍ରୟରେ ଜଙ୍ଗଲରେ ପ୍ରତ୍ୟାଖ୍ୟାନ ଏବଂ ବ୍ରାହ୍ମଣ ଶୁକ୍ରାଚାର୍ଯ୍ୟଙ୍କର ଚକ୍ଷୁନଷ୍ଟ ମଧ୍ୟ ଭଗବାନଙ୍କର ହୃଦୟହୀନତାର ପରିଚୟ ଦିଏ ।

କୈଳାସରୁ ନିର୍ବାସିତ ହୋଇଥିଲା । ମାତ୍ର ଶ୍ରୀକୃଷ୍ଣ ବିନାଦ୍ଵିଧାରେ ଷଣ୍ଢାସୁରକୁ ହତ୍ୟାକରି ମଧ୍ୟ ପାପପୁଣ୍ୟରୁ ଊର୍ଦ୍ଧ୍ବରେ ରହିଗଲେ । କବି ଏହି ରହସ୍ୟ ଉନ୍ମୋଚନପାଇଁ ଜିଜ୍ଞାସାର ସ୍ଵର ଉତ୍ତୋଳନ କରିଛନ୍ତି –

‘ଯେଉଁ ଗୋରୁ ହତ୍ୟା ଶ୍ଵରେ ଲାଗିଲା
ଗଲେ କୈଳାସୁଁ ବାହାରି
କଉତୁକେ ଷଣ୍ଡା – ସୁରକୁ ମାଇଲେ
ପାପପୁଣ୍ୟ ନ ବିଚାରି ।”

କବିତାଟିର ଶେଷ ପର୍ଯ୍ୟାୟରେ ଗୋପୀମାନଙ୍କର ବସ୍ତ୍ରହରଣ ପାଇଁ ସେମାନଙ୍କର ଅଭିଯୋଗକୁ ଖଣ୍ଡନ କରି ଗୌରଚରଣ ସେମାନଙ୍କୁ ନିଜର ଇଷ୍ଟ ଆରଧ ଶ୍ରୀକୃଷ୍ଣଙ୍କର ନିନ୍ଦା ପାଇଁ ନିଷେଧ କରିଛନ୍ତି । ଭଗବାନ ମଙ୍ଗଳମୟ ଓ ତାଙ୍କର ମହିମା ଅବର୍ଣ୍ଣନୀୟ । ତାଙ୍କର ପ୍ରତ୍ୟେକ ନିଷ୍କରୁଣ କାର୍ଯ୍ୟ ମୂଳରେ ସୃଷ୍ଟିର କଲ୍ୟାଣ ବିଦ୍ୟମାନ । ଅନ୍ତସ୍ରୋତା ଫଲ୍‌ଗୁ ଉପରକୁ ଶୁଷ୍କ ବାଲୁକାରାଶି ତୁଲ୍ୟ ପ୍ରତୀତ ହେଉଥିଲେ ମଧ୍ୟ ତା’ର ଅଭ୍ୟନ୍ତରରେ ସ୍ନିଗ୍ଧ ବାରିଧାରା ସତତ ପ୍ରବାହିତ । ସେହିପରି ଭଗବତ୍‌ବିଧାନ ବାହ୍ୟ ଭାବରେ ରୁକ୍ଷ ହେଲେ ମଧ୍ୟ ତା’ର ଅନ୍ତରାଳରେ କରୁଣାର ଦିବ୍ୟସ୍ରୋତ ଚିର ବିଦ୍ୟମାନ ।

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ

କଠିନ ଶବ୍ଦାର୍ଥ ଓ ସୂଚନା :

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ - 1

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ - 2

CHSE Odisha Class 12 Optional Odia Solutions Chapter 5 ତାକୁ କିଏ ବୋଲୁଥାଇ ଗୋ - 3

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Odisha State Board CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା Textbook Exercise Questions and Answers.

+2 2nd Year Odia Optional Chapter 4 ଉଠ ନିଶି ପାହିଲା Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୧ ।
ମନ୍ଦିରରେ କିଏ ଡାକ ଦେଲା ?
(କ) ପିକ
(ଖ) ଶୁକ
(ଗ) ଶାରୀ
(ଘ) କଜଳପାତି
ଉ –
(ଖ) ଶୁକ

Question ୨ ।
ବୃକ୍ଷରେ କିଏ ରାବିଲା ?
(କ) ପିକ
(ଖ) ବକ
(ଗ) ଡାହୁକ
(ଘ) ଶୁକ
ଉ –
(କ) ପିକ

Question ୩ ।
କେଉଁମାନେ ପ୍ରଖର ଭାବରେ ଡାକ ଛାଡ଼ିଲେ ?
(କ) କୁମ୍ଭାଟୁଆ
(ଖ) ଖଞ୍ଜନ
(ଗ) ବଣି
(ଘ) କୁକ୍କୁଟ
ଉ –
(ଘ) କୁକ୍କୁଟ

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୪ ।
କେଉଁଥରେ କୃଷ୍ଣଙ୍କ ଶ୍ରୀମୁଖ ପଖାଳିବେ ବୋଲି ଯଶୋଦା କହିଛନ୍ତି ?
(କ) କ୍ଷୀର
(ଖ) ଦଧ୍
(ଗ) ବାସନୀର
(ଘ) ମହୁ
ଉ –
(ଘ) ମହୁ

Question ୫ ।
ନଦୀ କୂଳକୁ କ’ଣ ନେଇ କୃଷ୍ଣ ଆହାର କରିବେ ?
(କ) ଲବଣୀ
(ଖ) ସର
(ଗ) ଆଧାମ
(ଘ) ଦଧ୍ଅନ୍ନ
ଉ –
(ଘ) ଦଧ୍ଅନ୍ନ

Question ୬ ।
ଶୀଘ୍ର ଶଯ୍ୟାତ୍ୟାଗ ନ କଲେ କ’ଣ ଉଛୁର ହୋଇଯିବ ?
(କ) ବଣକୁ ଯିବା
(ଖ) ଖେଳିବାକୁ ଯିବା
(ଗ) ଗୋ ଗୋଷ୍ଠୀ ନେଇଯିବା
(ଘ) ଯମୁନାକୁ ଯିବା
ଉ –
(ଗ) ଗୋ ଗୋଷ୍ଠୀ ନେଇଯିବା

Question ୭।
ସିଂହଦ୍ଵାରରେ କିଏ ଡାକୁଛନ୍ତି ?
(କ) ଗୋପନାରୀ
(ଖ) ଯଶୋଦା
(ଗ) ଗୋପସୁତ
(ଘ) ରାଧିକା
ଉ –
(ଗ) ଗୋପସୁତ

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୮ |
ଦିନକର କାହାକୁ କହନ୍ତି ?
(କ) ସୂର୍ଯ୍ୟ
(ଖ) ଚନ୍ଦ୍ର
(ଗ) ତାରା
(ଘ) ଗ୍ରହାଣୁ
ଊ –
(କ) ସୂର୍ଯ୍ୟ

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧ ।
ମନ୍ଦିର ଓ ବୃକ୍ଷରେ କିଏ କିଏ ଡାକ ଦେଲେ ?
ଉ –
ମନ୍ଦିରରେ ଶୁକ ଓ ବୃକ୍ଷରେ ପିକ ଡାକଦେଇ ପ୍ରଭାତର ଆଗମନର ସୂଚନା ଦେଲେ ।

Question ୨ ।
ପ୍ରଖର ରାବ କାହାର ବୋଲି ଦର୍ଶାଯାଇଛି ?
ଉ –
କୁକ୍କୁଟର ପ୍ରଖର ରାବବୋଲି କବି ବର୍ଣ୍ଣନା କରିଛନ୍ତି ।

Question ୩ ।
କୃଷ୍ଣଙ୍କର ମୁଖ ପଖାଳିବାକୁ ଯଶୋଦା କ’ଣ ରଖୁଛନ୍ତି ?
ଉ –
ଶ୍ରୀକୃଷ୍ଣଙ୍କର ମୁଖ ପ୍ରକ୍ଷାଳନ ପାଇଁ ମା’ ଯଶୋଦା ପାତ୍ରରେ ସୁବାସିତ ଜଳ ପୂର୍ଣ୍ଣ କରି ରଖୁଥିଲେ ।

Question ୪।
କଦଳୀ ସହିତ କ’ଣ ଗୋଳିକରି ଯଶୋଦା କୃଷ୍ଣଙ୍କୁ ଦେବେ ବୋଲି କହିଛନ୍ତି ?
ଉ –
କଦଳୀ ସହିତ ଅମୃତପାଣି ଓ ଲବଣୀ ଗୋଳିକରି ଯଶୋଦା କୃଷ୍ଣଙ୍କୁ ଦେବେ ବୋଲି କହିଛନ୍ତି ।

Question ୫ ।
ଖଣ୍ଡ ସହିତ କ’ଣ ମିଶାଇ ଯଶୋଦା କୃଷ୍ଣଙ୍କୁ ଭୁଞ୍ଜାଇବେ ?
ଉ –
ଖଣ୍ଡ ସହି, ଅଧାମ, ଗୋଟିକା ଓ ପୁଳି ମିଶାଇ ଯଶୋଦା କୃଷ୍ଣଙ୍କୁ ଭୁଞ୍ଜାଇବେ ବୋଲି କହିଛନ୍ତି ।

Question ୬ ।
କ’ଣ ପାଇଁ ପଥଶ୍ରମ ହୋଇଥବ ବୋଲି ଯଶୋଦା କହିଛନ୍ତି ?
ଉ –
ବତ୍ସା ଚରାଇବାକୁ ଗୋଗୋଷ୍ଠକୁ ଯାଇ କୃଷ୍ଣଙ୍କର ପଥଶ୍ରମ ହୋଇଥବ ବୋଲି ଯଶୋଦା କହିଛନ୍ତି ।

Question ୭ |
‘ଅଶକତ ହୁଏ କି ଶରୀର’ – କିଏ କାହାକୁ କାହିଁକି କହିଛନ୍ତି ?
ଉ –
ହୋଇଥବ ବୋଲି ଆଶଙ୍କା କରି କହିଛନ୍ତି ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୮ ।
‘ଦିନକର’ର ଅର୍ଥ କ’ଣ ?
ଉ –
‘ଦିନକର’ର ଅର୍ଥ ସୂର୍ଯ୍ୟକୁ ବୁଝାଇଥାଏ ।

(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । (ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧।
‘ଉଠ ନିଶି ପାହିଲା’ର କବି କିଏ ? ତାଙ୍କ ନାମ ଲେଖ ।
ଉ –
‘ଉଠ ନିଶି ପାହିଲା’ ଯଶୋଦାଙ୍କ ମାତୃହୃଦୟ ବାତ୍ସଲ୍ୟରସମୟ ଏକ ଛାନ୍ଦ ଅଟେ । ଏହାର କବିଙ୍କ ନାମ ବନମାଳୀ ଦାସ ଅଟେ ।

Question ୨।
ନିଶି ଶେଷରେ କେଉଁ କେଉଁ ପକ୍ଷୀ କେଉଁ କେଉଁଠାରେ ଡାକ ଦେଲେ ?
ଉ –
‘ଉଠ ନିଶି ପାହିଲା’ ଶୀର୍ଷକ ଛାନ୍ଦଟି କବି ବନମାଳୀ ଦାସଙ୍କର ‘ବୈଷ୍ଣବ ପଦାବଳୀ’ର ଅନ୍ତର୍ଗତ ଅଟେ । ଗୋପପୁରରେ ନିଶାର ଅବସାନ ସହ ମନ୍ଦିରରେ ଶୁକ, ବୃକ୍ଷରେ କାକ ଓ ପିକ ଓ କୁକ୍କୁଟ ପ୍ରଭୃତିଙ୍କ ପକ୍ଷୀଙ୍କର କୂଜନ ପ୍ରଭାତର ସୂଚନା ଦେଇଥିଲା ।

Question ୩।
କୃଷ୍ଣଙ୍କ ଶ୍ରୀମୁଖ ସେ କିପରି ପଖାଳିବେ ବୋଲି ଯଶୋଦା କହିଛନ୍ତି ?
ଉ –
‘ଉଠ ନିଶି ପାହିଲା’ ଶୀର୍ଷକ ଛାନ୍ଦଟି କବି ବନମାଳୀ ଦାସଙ୍କର ଅଟେ । ଜନନୀ ଯଶୋଦା ପୁତ୍ର ଶ୍ରୀକୃଷ୍ଣଙ୍କ ମୁଖ ପ୍ରକ୍ଷାଳନ ପାଇଁ ପାତ୍ରରେ ସୁବାସିତ ଜଳ ଭରି ରଖୁଛନ୍ତି ବୋଲି କହିଥିଲେ ।

Question ୪।
କ’ଣ କ’ଣ ଖାଦ୍ୟ ଗୋଳିକରି ଯଶୋଦା କୃଷ୍ଣଙ୍କୁ ଖୁଆଇବେ ବୋଲି କହିଛନ୍ତି ?
ଉ –
‘ଉଠ ନିଶି ପାହିଲା’ ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ‘ବୈଷ୍ଣବ ପଦାବଳୀ’ର ଅନ୍ତର୍ଗତ ଅଟେ । ସହ ଅଧାମ, ଗୋଟିକା, ପୁଳି ମଧ୍ଯ ଖଣ୍ଡ ସହିତ ତାଙ୍କୁ ଖାଇବାକୁ ଦେବେ ବୋଲି କହିଛନ୍ତି ।

Question ୫ ।
କୃଷ୍ଣ କାହିଁକି ଆଶଙ୍କିତ ହୋଇଯାଇଛନ୍ତି ବୋଲି ଯଶୋଦା ଭାବୁଛନ୍ତି ?
(ବି.ଦ୍ର. – ମୂଳ କବିତାରେ ‘ଆଶଙ୍କିତ’ ପରିବର୍ତ୍ତେ ‘ଅଶକତ’ ଉଲ୍ଲେଖ ଅଛି ।)
ଉ –
‘ଉଠ ନିଶି ପାହିଲା’ ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ‘ବୈଷ୍ଣବ ପଦାବଳୀ’ର ଅନ୍ତର୍ଗତ ଅଟେ । ଏଠାରେ ଗୋଗୋଷ୍ଠକୁ ବତ୍ସା ଚରାଇବାକୁ ଯାଇ ପଥଶ୍ରମ ପାଇଥିବାରୁ ଶ୍ରୀକୃଷ୍ଣ ଅଶକତ ବା ଅବଶ ହୋଇଯାଇଛନ୍ତି ବୋଲି ଜନନୀ ଯଶୋଦା ଆଶଙ୍କା ପ୍ରକାଶ କରିଛନ୍ତି ।

(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧ ।
କୃଷ୍ଣ ଉଠିଲେ ତାଙ୍କ ମୁଖ ଯଶୋଦା କିଭଳି ପଖାଳିବେ ବୋଲି କହିଛନ୍ତି ?
ଉ –
‘ଉଠ ନିଶି ପାହିଲା’’ ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ଗୋପପୁରରେ ପ୍ରଭାତର ଆଗମନରେ ବିଭିନ୍ନ ପକ୍ଷୀଙ୍କର କୂଜନ ଶ୍ରୁତିଗୋଚର ହୋଇଛି । ଜନନୀ ଯଶୋଦା ଆଦରର ପୁଅ ଶ୍ରୀକୃଷ୍ଣଙ୍କୁ ଶଯ୍ୟାତ୍ୟାଗ ପାଇଁ ଆହ୍ଵାନ କରିଛନ୍ତି । ଜଳପାତ୍ରରେ ସୁବାସିତ ଜଳ ପୂର୍ଣ୍ଣକରି ସେ ତାଙ୍କର ପୁତ୍ର ଶ୍ରୀକୃଷ୍ଣଙ୍କର ମୁଖ ପ୍ରକ୍ଷାଳନ ନିମନ୍ତେ ବ୍ୟଗ୍ର ହୋଇଉଠିଛନ୍ତି ।

Question ୨ ।
କି? କି ଖାଦ୍ୟ ଦେବାର ଲୋଭ ଦେଖାଇ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦ୍ରାରୁ ଜାଗ୍ରତ କରାଇବାର ପ୍ରଚେଷ୍ଟା କରିଛନ୍ତି ?
ଉ –
“ଉଠ ନିଶି ପାହିଲା” ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ନିଶାର ଅବସାନ ସହିତ ବିଭିନ୍ନ ପକ୍ଷୀମାନଙ୍କର କାକଳିରେ ଗୋପପୁର ମୁଖରିତ ହୋଇଉଠିଛି । ମାତ୍ର ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗରେ ବିଳମ୍ବ କରିଛନ୍ତି । ଜନନୀ ଯଶୋଦା ତାଙ୍କୁ କଦଳୀ, ଲବଣୀକୁ ପାଣି ସହିତ ଗୋଳି ଏବଂ ଅଧାମ, ଗୋଟିକା, ପୁଳିକୁ ଖଣ୍ଡ ସହିତ ମିଶାଇ ଖାଇବାକୁ ଦେବେ ବୋଲି ଖାଦ୍ୟପ୍ରିୟ କହ୍ନାଇକୁ ପ୍ରଲୋଭନ ଦେଖାଇ ଶଯ୍ୟାତ୍ୟାଗ ପାଇଁ ଆହ୍ଵାନ କରିଛନ୍ତି । ଗୋଗୋଷ୍ଠର ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ସେ ଦଧ୍ଵନ୍ନର ବ୍ୟବସ୍ଥା କରିଛନ୍ତି ବୋଲି ପୁତ୍ର କହ୍ନେଇକୁ ସୂଚେଇ ଦେଇଛନ୍ତି ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୩।
କୃଷ୍ଣଙ୍କୁ ପଥଶ୍ରମ ହୋଇଥବ ବୋଲି ଯଶୋଦା କାହିଁକି ଭାବୁଛନ୍ତି ?
ଉ –
“ଉଠ ନିଶି ପାହିଲା” ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ନିଶାର ଅବସାନ ସହିତ ବିଭିନ୍ନ ପକ୍ଷୀଙ୍କର କାକଳିରେ ଗୋପପୁର ମୁଖରିତ ହୋଇଉଠିଛି । ମାତ୍ର ସୁକୁମାର ଶ୍ରୀକୃଷ୍ଣ ନିଶାର ଅବସାନ ସହିତ ବିଭିନ୍ନ ପକ୍ଷୀଙ୍କର କାକଳିରେ ଗୋପପୁର ମୁଖରିତ ହୋଇଉଠିଛି । ମାତ୍ର ସୁକୁମାର ଶ୍ରୀକୃଷ୍ଣ ପଥଶ୍ରାମ ପାଉଥବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

Question ୪।
ସିଂହଦ୍ଵାରରେ ଗୋପସୁତମାନେ କୃଷ୍ଣଙ୍କୁ ଡାକି କ’ଣ କହିଛନ୍ତି ?
ଉ –
“ଉଠ ନିଶି ପାହିଲା” ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ନିଶାର ଅବସାନ ସହ ଗୋପପୁର କୋଳାହଳମୟ ଓ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ପକ୍ଷୀଙ୍କର କାକଳି ପ୍ରଭାତର ଆଗମନକୁ ସୂଚାଇ ଦେବା ସହ ଗୋପସୁତମାନେ ଗୋଚାରଣକୁ ଯିବାପାଇଁ ନନ୍ଦରାଜାଙ୍କ ସିଂହଦ୍ଵାରରେ ସମବେତ ହୋଇଛନ୍ତି । ମାତ୍ର ସୁକୁମାର ଶ୍ରୀକୃଷ୍ଣ ସେପର୍ଯ୍ୟନ୍ତ ଶଯ୍ୟାତ୍ୟାଗ କରିନାହାନ୍ତି । ତେଣୁ ସାଥୀ ବାଳକମାନେ ବ୍ୟସ୍ତ ବିବ୍ରତ ହୋଇ ଆକାଶରେ ସୂର୍ଯ୍ୟଙ୍କର ଅବସ୍ଥିତିକୁ ସୂଚାଇଦେବା ସହ ଗୋଗୋଷ୍ଠକୁ ଯିବାପାଇଁ ବିଳମ୍ବ ହୋଇଯାଉଛି ବୋଲି ଦେଇଛନ୍ତି ।

Question ୫ ।
କବିତାର ଶେଷରେ କବି ବନମାଳୀ ଭକ୍ତି ଭାବରେ କ’ଣ କହିଛନ୍ତି ?
ଉ –
“ଉଠ ନିଶି ପାହିଲା” ଶୀର୍ଷକ କବିତାଟି କବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । ନିଶିର ଅବସାନ ସହିତ ଗୋପପୁର ଚଳଚଞ୍ଚଳ ହୋଇଉଠିଛି । ମା’ ଯଶୋଦାଙ୍କର ଆହ୍ଵାନ ଓ ଚାଟୁକ୍ତି ସତ୍ତ୍ଵେ ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରିନାହାନ୍ତି । ସାଥୀ ବାଳକମାନେ କୃଷ୍ଣଙ୍କର ନିଦ୍ରାଭଙ୍ଗ ପାଇଁ ତତ୍ପର ହୋଇ ଗୋଚାରଣ ପାଇଁ ସୂଚନ ଜାଗରିତ ହେବାପାଇଁ ନିବେଦନ କରି କବିତାଟିର ଉପସଂହାର କରିଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧।
‘‘ଉଠ ନିଶି ପାହିଲା’’ କବିତାର ଭାବଧର୍ମ ବିଶ୍ଳେଷଣ କର ।
କିମ୍ବା, ‘ଉଠ ନିଶି ପାହିଲା’’ ଶୀର୍ଷକ କବିତାଟି ଭକ୍ତିମାର୍ଗର କେଉଁ ଭାବକୁ ସୂଚାଇଦିଏ ତାହା ଆଲୋଚନା କର ।
ଉ –
ଜନନୀ ଯଶୋଦାଙ୍କର ବାତ୍ସଲ୍ୟରସର ଅନ୍ତସ୍ରାବୀ ଫଲ୍‌ଗୁ ନିରବିଚ୍ଛନ୍ନ ଭାବରେ ପ୍ରବାହନାମ ରହିଛି । କବି ବନମାଳୀ ଦାସ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲାପରେ ନିଜର ସାହିତ୍ୟ ମାଧ୍ୟମରେ ସେହି ଧର୍ମ ଅନ୍ତର୍ଭୁକ୍ତ ଅନେକ ଜଣାଣ, ଭଜନ ଓ ଚଉତିଶାମାନ ରଚନା କରିଥିଲେ । ବୈଷ୍ଣବ ଧର୍ମମାର୍ଗରେ ନବଧା ଭକ୍ତିର ପ୍ରଚଳନ ଅଛି । ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଓ ମଧୁର ପ୍ରଭୃତି ଭାବାମାନ ନେଇ ଭକ୍ତ ଭଗବାନଙ୍କ ସହିତ ନିଜର ଭକ୍ତିଭାବାତ୍ମକ ସମ୍ବନ୍ଧକୁ ସୁଦୃଢ଼ କରିଥାଏ ।

ବିଶେଷକରି ବାଲଗୋପାଳଙ୍କର ବାତ୍ସଲ୍ୟ ଭାବରେ ବୈଷ୍ଣବ କବିମାନେ ସମଧିକ ଭାବରେ ଅନୁପ୍ରାଣିତ ହୋଇଥା’ନ୍ତି । ଜନନୀ ଯଶୋଦାଙ୍କର ବାତ୍ସଲ୍ୟମମତା ସମସ୍ତ ବୈଷ୍ଣବ କବିମାନଙ୍କର ସାହିତ୍ୟକୁ ରସମୟ କରି ଦେଇଅଛି । କବି ବନମାଳୀ ଦାସ ମଧ୍ୟ ‘ଉଠ ନିଶି ପାହିଲା’’ ଶୀର୍ଷକ କବିତାରେ ଏକମାତ୍ର ହୃଦୟର ଆବେଗ, ଉଦ୍‌ବେଗ ଓ ବାତ୍ସଲ୍ୟ ମମତାକୁ ନେଇ କବିତାଟିକୁ ରସାପ୍ତ ଓ ଶ୍ରୁତିମଧୁର କରି ପାଠକ ସମାଜର ଶ୍ରଦ୍ଧାଭାଜନ ହୋଇପାରିଛନ୍ତି ।

ଆଲୋଚ୍ୟ କବିତାଟିରେ ଗୋପପୁରରେ ନିଶାର ଅବସାନ ହୋଇଛି । ବିଭିନ୍ନ ପକ୍ଷୀଙ୍କର କାକଳିରେ ଗୋପପୁର ଚଳଚଞ୍ଚଳ ହୋଇଛି । ପ୍ରଭାତର ଆଗମନରେ ମଧ୍ଯ ପୁତ୍ର ଶ୍ୟାମଘନ ଶଯ୍ୟାରେ ନିଦ୍ରାଗତ । ମା’ ଯଶୋଦାଙ୍କର ମାତୃପ୍ରାଣ ବିଭିନ୍ନ ଆଶଙ୍କାରେ ଉଦ୍‌ବେଳିତ । ପୁଅର ନିଦ୍ରାଭଙ୍ଗ କରିବାପାଇଁ ସେ ନାନା ପ୍ରକାର ଚାଟୁକ୍ତି ପ୍ରୟୋଗ କରିଛନ୍ତି । ପ୍ରଥମରେ ସେ ବଂଶୀଧରଙ୍କୁ ବା ଶ୍ରୀକୃଷ୍ଣଙ୍କୁ ସେ ସେ ଶୁକ, ପିକ, କାକ ଓ କୁକ୍କୁଟ ପକ୍ଷୀର କୂଜନ ସମ୍ପର୍କରେ ସୂଚନାଦେଇ ପ୍ରଭାତର ଆଗମନକୁ ତାଙ୍କୁ ଅବଗତ କରାଇଛନ୍ତି । ପୁଅର ମୁଖ ଧୌତ ପାଇଁ ସେ ଝରିରେ ସୁବାସିତ ଜଳପୂର୍ଣ କରିଛନ୍ତି । ମାତୃ ହୃଦୟର ଏହି ବାତ୍ସଲ୍ୟପ୍ରେମ ଅତି ଜୀବନ୍ତ ଭାବରେ କବିଙ୍କ ଲେକନୀରେ ପରିସ୍ଫୁଟନ ହୋଇଉଠିଛି

X X ‘‘ଉଠ ମୋର ବନମାଳୀ
ଶ୍ରୀମୁଖ ଦେବି ପଖାଳି ଝରିରେ ରଖୁଛି ବାସନାର ହେ ।’’

ଜଳରେ ତାଙ୍କ ପୁତ୍ର ମୁଖ ପ୍ରକ୍ଷାଳନ ଅପେକ୍ଷା ସେ ତା’ପାଇଁ ସ୍ଵତନ୍ତ୍ର ଭାବରେ ସୁବାସିତ ଜଳର ବ୍ୟବସ୍ଥା କରିଛନ୍ତି । ପୁଅର ପ୍ରାତଃଭୋଜନ ପାଇଁ ସେ କଦଳୀ, ଲବଣୀ, ସର, ଅଧାମ, ଗୋଟିକା ପ୍ରଭୃତି ସୁସ୍ୱାଦୁ ଖାଦ୍ୟର ଆୟୋଜନ କରିଛନ୍ତି । କୃଷ୍ଣ ଗୋଗୋଷ୍ଠକୁ ଗଲେ ମଧ୍ୟାହ୍ନ ଭୋଜନ ପାଇଁ ତାଙ୍କର ପ୍ରିୟ ଖାଦ୍ୟ ଦଧ୍ଵନ୍ନର ମଧ୍ୟ ବ୍ୟବସ୍ଥା କରିଛନ୍ତି । ଏହିପରି ବିଭିନ୍ନ ପ୍ରଲୋଭନ ଓ ଚାଟୁକ୍ତି ପରେ ମଧ୍ୟ କହ୍ନେଇ ଶଯ୍ୟାତ୍ୟାଗ କରିନାହାନ୍ତି ।

ଯଶୋଦାଙ୍କ ମାତୃପ୍ରାଣ କାରଣ ଅନୁସନ୍ଧାନ କରି ଶେଷରେ ସ୍ଥିର କରି ନେଇଛି ଯେ –
ବାଛୁରୀ ଚରାଇ ଯାଇ – କାଲି ପଶଶ୍ରମ ପାଇ,
ଅଳସଇ ଅଛ ଶୋଇ,-ଅଶକତ ହୁଏ କି ଶରୀର ହେ ।’’

ମା ଯଶୋବନ୍ତୀ ପୁଅର ପଥଶ୍ରମ କଥା ଚିନ୍ତାକରି ଉଦ୍‌ବିଗ୍ନ ହୋଇଉଠିଛନ୍ତି । ମାତୃହୃଦୟର ଏହି ଅନାବିଳ ମମତା କବିତାଟିକୁ ବାତ୍ସଲ୍ୟ ଭାବରେ ରସାଣିତ କରିଛି । ଗୋପସୁତମାନେ ଏକ୍‌ତ୍ରିତ ହୋଇ ପ୍ରିୟସଖା ଶ୍ରୀକୃଷ୍ଣଙ୍କୁ ସୂର୍ଯ୍ୟଙ୍କ ଉପସ୍ଥିତି ସମ୍ବନ୍ଧରେ ଅବଗତ କରାଇ ଗୋଗୋଷ୍ଠ ଯିବାପାଇଁ ବିଳମ୍ବ ହେବାର ସୂଚନା ଦେଇଛନ୍ତି । ଏହା ସଖ୍ୟ ଭାବର ଲକ୍ଷଣକୁ ପ୍ରତିପାଦିତ କରେ । ସର୍ବଶେଷରେ କବି ମଧ୍ୟ ସେମାନଙ୍କ ସହ ସ୍ବର ମିଳାଇ ଇଷ୍ଟଦେବତାକୁ ଜାଗ୍ରତ ହେବାପାଇଁ ନିବେଦନ କରିବା ସହ ନିଜକୁ – ‘ବନମାଳୀ ଚରଣେ କିଙ୍କର’’ ପଦରେ ଦାସ୍ୟ ଭାବରେ ସୂଚନା ଦେଇଛନ୍ତି ।

ସର୍ବଶେଷରେ ଆଲୋଚ୍ୟ କବିତାଟି ବାତ୍ସଲ୍ୟ ଭାବପ୍ରଧାନ ହେଲେ ମଧ୍ୟ ଏହି କବିତାରେ ସଖ୍ଯ ଭାବ ସହିତ ଦାସ୍ୟ ଭାବର ମଧ୍ୟ ସୁନ୍ଦର ସମନ୍ଵୟ ଅନୁଭବ କରିହୁଏ ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୨ ।
‘‘ଉଠ ନିଶି ପାହିଲା’’ କବିତାରୁ କବିଙ୍କ ଭକ୍ତିମତ୍ତାର ପରିଚୟ ଦିଅ ।
କିମ୍ବା, ‘‘ଉଠ ନିଶି ପାହିଲା’’ କବିତାକୁ ଭିରି କରି କବିଙ୍କ ଭାବଭକ୍ତିର ବିଶ୍ଳେଷଣ କର ।
ଉ –
“ଉଠ ନିଶି ପାହିଲା” କବିତାଟି ଭକ୍ତକବି ବନମାଳୀ ଦାସଙ୍କର ଏକ ଭକ୍ତିରସାତ୍ମକ କବିତା ଅଟେ । କବି ବନମାଳୀ ଦାସ ଜାତିରେ କରଣ ଥିଲେ ଓ କବିଙ୍କର କୌଳିକ ସଂଜ୍ଞା ପଟ୍ଟନାୟକ ଥିଲା । ବୈଷ୍ଣବ ଦୀକ୍ଷା ଗ୍ରହଣ ପରେ ସେ ବନମାଳୀ ଦାସ ନାମରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରି ନିଜକୁ କୃଷ୍ଣ ଭାବସ୍ରୋତରେ ନିମଜ୍ଜିତ କରିଥିଲେ । କବିଙ୍କର ସମସ୍ତ ରଚନା ବୈଷ୍ଣବ ଚେତନାମୂଳକ ଓ ତାହା ଭକ୍ତିରସରେ ରସାଣିତ ।

ବୈଷ୍ଣବ ପଦାବଳୀ ରଚନାରେ ସେ ଅଦ୍ଵିତୀୟ ସ୍ରଷ୍ଟା ଥିଲେ । ଆଲୋଚ୍ୟ କବିତାଟି ଏକ ଭକ୍ତରସାତ୍ମକ କବିତା ଯେଉଁଥରେ କବି ନିଜର ହୃଦୟର ଭାବୋଚ୍ଛାସକୁ ପରିପ୍ରକାଶ କରିଛନ୍ତି । କବି ଶ୍ରୀକୃଷ୍ଣଙ୍କୁ ନିଜର ଇଷ୍ଟ ବା ଆରାଧ ମନେ କରି ତାଙ୍କର ଅନୁଗତ ଦାସ ଭାବରେ ଦାସ୍ୟଭାବର ଅନୁସରଣ କରୁଥିଲେ । କବିତାଟିର ଶେଷ ଭାଗରେ ସେ ‘ବନମାଳୀ ଚରଣେ କିଙ୍କର’’ ପଦରେ ଏହି ଅନୁଗତ ଦାସ୍ୟ ଭାବର ସ୍ପଷ୍ଟ ପରିଚୟ ଦେଇଛନ୍ତି ।

କବି ଇଷ୍ଟଦେବ ଶ୍ରୀକୃଷ୍ଣଙ୍କର ଦାସାନୁଦାସ, ତାଙ୍କ ଶ୍ରୀଚରଣର ସେବକ । ସବୁ ବୈଷ୍ଣବ କବିମାନଙ୍କ ପରି ବ୍ରଜଧାମର ଲୀଳା ବର୍ଣ୍ଣନାରେ ସେ ସିଦ୍ଧହସ୍ତ ଥିଲେ । ବାଳଗୋବିନ୍ଦ କୃଷ୍ଣଙ୍କର ନିଦ୍ରାଭଙ୍ଗ ପାଇଁ ସେ ମାତା ଯଶୋବନ୍ତୀ ଓ ଗୋପସୁତମାନଙ୍କୁ ନିୟୋଜିତ କରିଥିଲେ । ଶ୍ରୀକୃଷ୍ଣ ସେବ୍ୟ ଓ ସେ ସେବକ । ତେଣୁ ନିଜ ଆରାଧ୍ୟାଙ୍କର ନିଦ୍ରାଭାଙ୍ଗିବା ପାଇଁ ସେ ବିଭିନ୍ନ ଆଡ଼ମ୍ବରର ଆୟୋଜନ କରିଛନ୍ତି ।

ଗୋପପୁରରେ ନିଶି ଅବସାନ ସହିତ ଶୁକ, ପିକ, କାକ ଓ କୁକ୍କୁଟର କୂଜନରେ ପ୍ରକୃତି ଚଳଚଞ୍ଚଳ ହୋଇ ଉଠିଛି । ମାତା ଯଶୋଦାଙ୍କ ମାଧ୍ୟମରେ କବି ଶ୍ରୀକୃଷ୍ଣଙ୍କୁ ବଂଶୀଧର, ବନମାଳୀ ପ୍ରଭୃତି ନାମରେ ସମ୍ବୋଧନ କରି ଶର୍ଯ୍ୟାତ୍ୟାଗ ଯାଇ ଆହ୍ଵାନ ଜଣାଇଛନ୍ତି ।

କବିତାର ନୈସର୍ଗିକ ମାଧୁରୀରେ ସେ ପ୍ରିୟ ପ୍ରଭୁଙ୍କର ଦିନଚର୍ଯ୍ୟ ବର୍ଣ୍ଣନା କରିଛନ୍ତି । ରାଜାଧୁରାଜାଙ୍କ ପରି ମା ଯଶୋଦା ତାଙ୍କ ପାଇଁ ସୁବାସିତ ନୀରରେ ମୁଖ ପଖାଳିବା ନିମନ୍ତେ ବ୍ୟବସ୍ଥା କରିଛନ୍ତି । ଏଥୁସହିତ ପ୍ରାତଃଭୋଜନ ପାଇଁ ସେ ଲବଣୀ ଓ କଦଳୀର ଆୟୋଜନ କରିଛନ୍ତି । ଏଣ୍ଟ୍‌ସହିତ ଅଧାମ, ଗୋଟିକା, ପୁଳି ପ୍ରଭୃତି ଦୁଗ୍ଧଜାତ ସୁମିଷ୍ଟ ସୁସ୍ୱାଦୁ

ନଦୀକୂଳେ ଭୋଜନ କରିବେ ।

ନିଜର ସୃଜନୀ ଶକ୍ତି ମାଧ୍ୟମରେ କବି ଯଶୋଦାଙ୍କୁ ଉପଲକ୍ଷ୍ୟ କରି ନିଜ ପ୍ରିୟ ଠାକୁରଙ୍କ ପାଇଁ ଏସବୁ ମାନସିକ ପ୍ରସ୍ତୁତି କରିଛନ୍ତି । ସୁକୁମାର କୃଷ୍ଣ ପଥଶ୍ରମ ପାଇଛନ୍ତି – ଏଥ‌ିପାଇଁ କବି ଯଶୋଦାଙ୍କ ମାତୃହୃଦୟରେ ବାତ୍ସଲ୍ୟରସର ଅବତାରଣା କରିଛନ୍ତି –

“ x x x କାଲି ପଥଶ୍ରମ ପାଇ
ଅଳସଇ ଅଛ ଶୋଇ – ଅଶକତ ହୁଏ କି ଶରୀର ।”

କରିଛନ୍ତି – “ସିଂହଦ୍ଵାରେ ଗୋପସ୍ତୁତ ଡାକରି ଉଠ ଅଚ୍ୟୁତ” ପଦରେ ।

କବିତାରେ ଉପସଂହାରରେ କବି ନିଜର ବାହ୍ୟ ଭାବର ବାସ୍ତବ ପରିଚୟ ଦେଇ “ବନମାଳୀ ଚରଣେ କିଙ୍କର” ଅତ୍ୟୁକ୍ତି ହେବନାହିଁ ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୩ ।
ସରଳ ଓ ଆବେଗମୟ ଶବ୍ଦ ବିନ୍ୟାସ ଉକ୍ତ ଗୀତିକାକୁ ଅତ୍ୟନ୍ତ ଜୀବନ୍ତ କରି ବୋଳିଛି ଆଲେ।ଚନା କର ।
କିମ୍ବା, ପଠିତ କବିତାଟି ସରଳ ସାବଲୀଳ ଶବ୍ଦ ସଂଯୋଜନା ମାଧ୍ୟମରେ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ହୋଇଛି ବିଶ୍ଳେଷଣ କର।
ଉ –
ଆଲୋଚ୍ୟ ‘ଉଠ ନିଶି ପାହିଲା’’ ଶୀର୍ଷକ କବିତାଟି ଭକ୍ତକବି ବନମାଳୀ ଦାସଙ୍କର ଏକ ଆବେଗଧର୍ମୀ ଭକ୍ତିରସାତ୍ମକ କବିତା । କବିଙ୍କ ସାବଲୀଳ ସରଳ ଶବ୍ଦବିନ୍ୟାସ ମାଧ୍ୟମରେ କବିତାଟି ଅତ୍ୟନ୍ତ ରୋଚକ ଓ ଶ୍ରୁତିମଧୁର ହୋଇପାରିଛି । ବନମାଳୀ ଦାସ ବୈଷ୍ଣବ ସମ୍ପ୍ରଦାୟର କବି ଥିଲେ । ଏହି ସମ୍ପ୍ରଦାୟର ଭକ୍ତମାନେ ସାଧାରଣତଃ ଭଜନ କୀର୍ତ୍ତନପ୍ରିୟ ହୋଇଥିବାରୁ ବିଭିନ୍ନ ପଦାବଳୀ ମାଧ୍ୟମରେ ଏମାନେ ଇଷ୍ଟଦେବଙ୍କର ଯଶ ଓ ନାମ ସଂକୀର୍ତ୍ତନ କରିଥା’ନ୍ତି ।

କବି ବନମାଳୀ ଦାସ ମଧ୍ୟରେ ଆଲୋଚ୍ୟ କବିତାଟିକୁ ସେହି ସଂକୀର୍ତ୍ତନ ଶୈଳୀରେ ସୁମଧୁର ସରଳ ଶବ୍ଦ ସଂଯୋଜନା କରି ଶ୍ରୁତିମଧୁର କରିଛନ୍ତି । କବିତାଟିର ପ୍ରାରମ୍ଭରେ ପ୍ରକୃତିର ସୀମିତ ବର୍ଣନା ଅତ୍ୟନ୍ତ ରୋଚକ ହୋଇଅଛି । ରାତିର ଅବସାନ ପରେ ପ୍ରଭାତର ସ୍ନିଗ୍ଧ ପରିବେଶକୁ କବି ପ୍ରଥମେ ପ୍ରକୃତି ମାଧ୍ୟମରେ ସୂଚାଇ ଦେଇଛନ୍ତି । ଏହି ବର୍ଣ୍ଣନା ଅତ୍ୟନ୍ତ ସରଳ, ସାବଲୀଳ ଓ ନୈସର୍ଗିକ ହୋଇଛି । ଶୁକ, କାକ, ପିକ ଓ କୁକ୍କୁଟ ପ୍ରଭୃତି ପ୍ରଭାତର ଅଗ୍ରଦୂତ ଅଟନ୍ତି । ଏଇମାନଙ୍କ ସୁମଧୁର କାକଳିରେ ପଲ୍ଲୀ ପ୍ରକୃତି ଜୀବନ୍ତ ହୋଇଉଠେ । କବି ନିଜର ଦୂରଦୃଷ୍ଟି ଓ ଅଭିଜ୍ଞତା ବଳରେ ଏଇ –

“ଉଠ ନିଶି ପାହିଲା ଏଥର ହେ ବଂଶୀଧର
ମନ୍ଦିରେ ଡାକିଲେ ଶୁକ, ବୃକ୍ଷରେ ରାବିଲେ କାକ,
କୁହୁକୁହୁ ରଟେ ପିକ, କୁକ୍କୁଟ ଡାକିଲେ ପରଖର ହେ ।” (୧)

ପକ୍ଷୀମାନଙ୍କର ସ୍ଵଭାବ ଓ ଭାବ ସହିତ ସେ ଅତି ସୁନ୍ଦର ଭାବରେ କବିତାରେ ସେମାନଙ୍କର ସଂଯୋଜନା କରିଛନ୍ତି । ଶୁକପକ୍ଷୀ ଗୃହପାଳିତ ଓ ମଣିଷମାନଙ୍କ ପରି ସେ ଡାକିପାରେ, କାଉ ତା’ର ରାଉ ରାଉ ରାବ କରିଥାଏ, କୋଇଲିର କୁହୁତାନ ଏବଂ କୁକ୍କୁଟର ପ୍ରଖର ଡାକକୁ କବି କ୍ରମ ଅନୁସାରେ କବିତାରେ ସଂଯୋଜନା କରି ଚମତ୍କାର ଭାବରେ ଉପସ୍ଥାପନା କରିଛନ୍ତି ।

ସେହିପରି “ଡାକେ ଯଶୋବନ୍ତୀ ଭାଳି, ଉଠ ମୋର ବନମାଳୀ” ପଦରେ କବି ମାତୃପ୍ରାଣର ଆବେଗ ଓ ଅନୁରୋଧକୁ ଅତି ଜୀବନ୍ତ ଭାବରେ ପରିସ୍ଫୁଟନ କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ କୃଷ୍ଣଙ୍କର ପ୍ରାତଃ ଭୋଜନ ପାଇଁ ଯଶୋଦାଙ୍କଦ୍ଵାରା ପ୍ରସ୍ତୁତ ଖାଦ୍ୟମାନ ମଧ୍ୟ ମାତୃହୃଦୟର ସ୍ଵାଭାବିକ ସହଜ ଭାବାବେଗକୁ ଉଦ୍‌ବେଳିତ କରେ । ସର, ଲବଣୀ, ଗୋଟିକା, ପାଚିଲା କଦଳୀ ଓ ଦଧ୍ଵନ୍ନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଖାଦ୍ୟ । ଏସବୁକୁ ଯଶୋଦାଙ୍କଦ୍ଵାରା ପ୍ରସ୍ତୁତ କରାଇବା କବିଙ୍କର ଆବେଗଧର୍ମୀ ହୃଦୟର ପରିଚୟ ଦିଏ ।

ପୁଅର ରୁଚି ଅନୁଯାୟୀ ଭୋଜନ ପ୍ରସ୍ତୁତ କରି ମା’ ପ୍ରାଣର ଆବେଗରେ “ଉଠ ମୋର ବନମାଳୀ, ଶ୍ରୀମୁଖ ଦେବି ପଖାଳି, ଝରିରେ ରଖୁଛି ବାସନୀର” ପଦଟି ଯଶୋଦାଙ୍କର ଅନାବିଳ ବାତ୍ସଲ୍ୟ ମମତାକୁ ପରିସ୍ଫୁଟିତ କରିଥାଏ । କବିଙ୍କ ସରଳ ସାବଲୀଳ ଆବେଗମୟ ଶବ୍ଦ ବିନ୍ୟାସ ମାଧ୍ୟମରେ କବିତାଟି ଅତ୍ୟନ୍ତ ଜୀବନ୍ତ ହୋଇଉଠିଛି ।

କବିତାର ଉପସଂହାରରେ କବି “ଉଠ ପ୍ରଭୁ ଚକ୍ରଧର, ଯିବାକୁ ହେବ ଉଛୁର” ଶବ୍ଦ ସଂଯୋଜନା ମାଧ୍ୟମରେ କବିତାର ସାବଲୀଳତାକୁ ଅତ୍ୟନ୍ତ ସ୍ପଷ୍ଟ କରିଦେଇଛନ୍ତି । ଶେଷରେ ନିଜକୁ ଇଷ୍ଟଙ୍କର ଚରଣ କିଙ୍କର ଭାବରେ ନିଜର ପରିଚୟ ଦେଇ କବି ଅତ୍ୟନ୍ତ ଚମତ୍କାର ଢଙ୍ଗରେ କବିତାଟିର ପରିସମାପ୍ତି କରିଛନ୍ତି ।

କବିତାଟିର ଆଦ୍ୟଠାରୁ ପ୍ରାନ୍ତ ପର୍ଯ୍ୟନ୍ତ ସୁନ୍ଦର ସାହିତ୍ୟିକତା, ସାବଲୀଳ ଶବ୍ଦ ସଂଯୋଜନା ଓ ସରଳ ପ୍ରକାଶଶୈଳୀ ଏହାକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ କରିଅଛି ।

Question ୪।
ଉକ୍ତ ଗୀତିକାରେ ଯଥାର୍ଥ ଭାବରେ ମାତୃ ହୃଦୟର କମନୀୟ ଆବେଗ ପରିସ୍ଫୁଟିତ ହୋଇଛି, ଆଲୋଚନା କର ।
କିମ୍ବା, ପଠିତ କବିତାକୁ ଭିଭିକରି ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ମମତାର ପରିଚୟ ଦିଅ ।
ଉ –
“ଉଠ ରାତି ପାହିଲା” ଶୀର୍ଷକ କବିତାଟି ଭକ୍ତକବି ବନମାଳୀ ଦାସଙ୍କର ଏକ ଭକ୍ତିରସପୂର୍ଣ୍ଣ କବିତା । ଏହି କବିତାରେ ବାତ୍ସଲ୍ୟରସର ଅତ୍ୟନ୍ତ ମନୋଜ୍ଞ ପରିପ୍ରକାଶ ହୋଇଛି । କବି ବୈଷ୍ଣବ ସମ୍ପ୍ରଦାୟରେ ଦୀକ୍ଷିତ ହେଲାପରେ ସାଧାରଣତଃ ବ୍ରଜଲୀଳା, କୃଷ୍ଣଚରିତ ପ୍ରଭୃତିକୁ ନେଇ ଅନେକ ବୈଷ୍ଣବ ପଦ୍ୟାବଳୀମାନ ରଚନା କରିଛନ୍ତି । ପ୍ରତ୍ୟେକ ବୈଷ୍ଣବ କବିମାନଙ୍କ ରଚନାରେ ଯଶୋଦାଙ୍କ ବାତ୍ସଲ୍ୟ ଓ ରାଧାଙ୍କ ପ୍ରେମ ଏକ ଅବିଚ୍ଛେଦ୍ୟ ଅଙ୍ଗରୂପେ ସେମାନଙ୍କର ସାରସ୍ଵତ ସୃଷ୍ଟିସମୂହକୁ ସମୃଦ୍ଧିସମ୍ପନ୍ନ କରିଅଛି ।

ବିଶେଷକରି ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ମମତା ସମସ୍ତ ମଧ୍ୟଯୁଗୀୟ କବିମାନଙ୍କ ରଚନାରେ ଅତି ଜୀବନ୍ତ ଭାବରେ ପରିସ୍ଫୁଟିତ ହୋଇଉଠିଛି । ଭକ୍ତଚରଣ ଦାସଙ୍କର “ମଥୁରାମଙ୍ଗଳ”ରେ, “ଆରେ ବାବୁ ଶ୍ୟାମଘନ” ପଂକ୍ତିଠାରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘କଳାମାଣିକରେ’ ପ୍ରଭୃତି କବିତାରେ ଏକ ଅନାବିଳ ମାତୃହୃଦୟର ନିରବିଚ୍ଛିନ୍ନ ଫଲ୍‌ଗୁ ନିରନ୍ତର ପ୍ରବାହିତ ହେଉଛି । କବି ଗୋପାଳକୃଷ୍ଣ ପ୍ରଭୃତି ବୈଷ୍ଣବ କବିଗଣ ନିଜସ୍ବ ଶୈଳୀରେ ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ମମତାକୁ ସେମାନଙ୍କର ରଚନାରେ ପରିବେଷଣ କରିଛନ୍ତି ।

କବି ବନମାଳୀ ଦାସ ମଧ୍ଯ ଅନ୍ୟମାନଙ୍କ ପରି ତାଙ୍କର “ପଦାବଳୀ” ମାନଙ୍କରେ ଯଶୋଦାଙ୍କର ବାତ୍ସଲ୍ୟ ମମତାକୁ ପରିସ୍ଫୁଟନ କରିଛନ୍ତି । ଆଲୋଚ୍ୟ “ଉଠ ନିଶି ପାହିଲା” ଶୀର୍ଷକ କବିତାଟିରେ ମାତୃହୃଦୟର ବାତ୍ସଲ୍ୟ ମମତା ଅତ୍ୟନ୍ତ କମନୀୟ ଓ ଆବେଗଧର୍ମୀ ଅଟେ । କବିତାଟିର ଅୟମାରମ୍ଭ ରାତ୍ରିର ଅବସାନ ଓ ପ୍ରଭାତର ଆଗମନରେ ସଂଯୋଜନା କରାଯାଇଛି ।

ପ୍ରଭାତର ଆଗମନୀ ସହିତ ଗୋପପୁର ଚଳଚଞ୍ଚଳ ହୋଇଉଠିଛି । ମାତ୍ର ପୁତ୍ର ଶ୍ରୀକୃଷ୍ଣ ଶଯ୍ୟାରେ ନିଦ୍ରାଗତ । ମା’ ଯଶୋବନ୍ତୀ ପୁଅକୁ ଶୁକ, ପିକ, କାକ ଓ କୁକ୍କୁଟମାନଙ୍କର ଉଦାହରଣ ଦେଇ ଶଯ୍ୟାତ୍ୟାଗ ପାଇଁ ସଚେତନ କରି ମା’ ଯଶୋବନ୍ତୀ ପୁଅକୁ ଶୁକ, ପିକ, କାକ ଓ କୁକ୍କୁଟମାନଙ୍କର ଉଦାହରଣ ଦେଇ ଶଯ୍ୟାତ୍ୟାଗ ପାଇଁ ସଚେତନ କରି ଦେଇଛନ୍ତି – ଉଠ ନିଶି ପାହିଲା ଏଥର ହେ ବଂଶୀଧର ପଦ ମାଧ୍ୟମରେ । ମା’ ପୁଅକୁ ବଂଶୀଧର ସମ୍ବୋଧନ କରିବାରେ କବିଙ୍କର ସୁନ୍ଦର ଭାବ ସମ୍ବେଦନା ରହିଛି । ପକ୍ଷୀମାନଙ୍କର କୂଜନରେ ଗୋପପୁରୀ ମୁଖରିତ; ମାତ୍ର ତାଙ୍କ ପୁଅ କହ୍ନେଇର ବଂଶୀର ସ୍ବର ନୀରବ ରହିଯାଇଛି । ତେଣୁ ଯଶୋଦା ପୁଅକୁ ପ୍ରେରଣା ଦେଇ ଶଯ୍ୟାତ୍ୟାଗ କରି ପ୍ରକୃତି ସହିତ ସ୍ବର ମିଳାଇବାପାଇଁ ବଂଶୀଧର ବୋଲି ସମ୍ବୋଧନ କରିଛନ୍ତି ।

ଜନନୀ ଯଶୋଦା ପୁତ୍ରର ନିଦ୍ରା ଭାଙ୍ଗିବା ପୂର୍ବରୁ ମୁଖ ପଖାଳିବାପାଇଁ ସୁବାସିତ ଜଳ ରଖୁଛନ୍ତି । ପୁଅକୁ ସେ ନିଜ ହାତରେ ମୁହଁ ଧୋଇଦେବେ । କବି “ଶ୍ରୀମୁଖ ଦେବି ପଖାଳି” ପଦ ମାଧ୍ୟମରେ ମାତୃହୃଦୟର ସହଜାତ ବାତ୍ସଲ୍ୟ ମମତାକୁ ପରିସ୍ଫୁଟନ କରାଇଛନ୍ତି । “ମା ହସ୍ତ ଭୋଜନ” ର ମହତ୍ଵ ରହିଛି । ମା’ ସନ୍ତାନର ମନଲାଖ୍ ଖାଦ୍ୟ ପ୍ରସ୍ତୁତ କରିଥାଏ । ତେଣୁ ଯଶୋଦା ସର, ଲବଣୀ ପ୍ରିୟ କହ୍ନେଇ ପାଇଁ ଲବଣୀ, ପାଚିଲା କଦଳୀ, ସର, ଗୋଟିକା ଅଧାମ ପ୍ରଭୃତି ପୁଅର ରୁଚି ମୁତାବକ ପ୍ରାତଃଭୋଜନ ପ୍ରସ୍ତୁତ କରିଛନ୍ତି । କବି ସୁନ୍ଦର ଭାବରେ ତାହା କବିତାରେ ପରିସ୍ଫୁଟନ କରିଛନ୍ତି –

“ଅମୃତ ପାଣି କଦଳୀ – ଲବଣୀ ସଙ୍ଗତେ ଗୋଳି,
ଅଧାମ ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ ।” (୩)

ଶ୍ରୀକୃଷ୍ଣଙ୍କର ମଧ୍ୟାହ୍ନ ଭୋଜନ ପାଇଁ ସେ ତାଙ୍କର ପ୍ରିୟ ଖାଦ୍ୟ ଦହିଭାତ ମଧ୍ୟ ପ୍ରସ୍ତୁତ କରିଛନ୍ତି । ପୁଅକୁ ସମସ୍ତ ପ୍ରଲୋଭନ ଦେଖାଇ ଚାଟୁକ୍ତି ପ୍ରୟୋଗ ପରେ ମଧ୍ୟ ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରିନାହାନ୍ତି । ଯଶୋଦାଙ୍କ ମନରେ ଆଶଙ୍କା ଆସିଛି । ପୁତ୍ରର ଗୋଚାରଣଜନିତ ପଥଶ୍ରମ କଥା ମନକୁ ଆଣି ସେ ଉଦ୍‌ବିଗ୍ନା ହୋଇଉଠିଛିନ୍ତି । ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ରସଭରା ଏକ କମନୀୟ ଭାବାବେଗ ନେଇ କବିତାଟିର ଉପସଂହାର ହୋଇଅଛି ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

Question ୫।
ପଠିତ କବିତାରେ ବାତ୍ସଲ୍ୟରସର ପରିସ୍ଫୁରଣ କିପରି ହୋଇଛି ଆଲୋଚନା କର ।
କିମ୍ବା, ପଠିତ କବିତାକୁ ଭିଭିକରି ଜନନୀ ଯଶୋଦାଙ୍କର ବାତ୍ସଲ୍ୟମମତାର ପରିଚୟ ଦିଅ ।
ଉ –
“ଉଠ ରାତି ପାହିଲା” ଶୀର୍ଷକ କବିତାଟି ଭକ୍ତକବି ବନମାଳୀ ଦାସଙ୍କର ଏକ ଭକ୍ତିରସପୂର୍ଣ୍ଣ କବିତା । ସାଧାରଣତଃ ବ୍ରଜଲୀଳା, କୃଷ୍ଣଚରିତ ପ୍ରଭୃତିକୁ ନେଇ ଅନେକ ବୈଷ୍ଣବ ପଦ୍ୟାବଳୀମାନ ରଚନା କରିଛନ୍ତି । ପ୍ରତ୍ୟେକ ବୈଷ୍ଣବ କବିମାନଙ୍କ ରଚନାରେ ଯଶୋଦାଙ୍କ ବାତ୍ସଲ୍ୟ ଓ ରାଧାଙ୍କ ପ୍ରେମ ଏକ ଅବିଚ୍ଛେଦ୍ୟ ଅଙ୍ଗରୂପେ ସେମାନଙ୍କର ସାରସ୍ବତ ସୃଷ୍ଟିସମୂହକୁ ସମୃଦ୍ଧିସମ୍ପନ୍ନ କରିଅଛି ।

ବିଶେଷକରି ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ମମତା ସମସ୍ତ ମଧ୍ୟଯୁଗୀୟ କବିମାନଙ୍କ ରଚନାରେ ଅତି ଜୀବନ୍ତ ଭାବରେ ପରିସ୍ଫୁଟିତ ହୋଇଉଠିଛି । ଭକ୍ତଚରଣ ଦାସଙ୍କର “ମଥୁରାମଙ୍ଗଳ”ରେ, “ଆରେ ବାବୁ ଶ୍ୟାମଘନ” ପଂକ୍ତିଠାରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘କଳାମାଣିକରେ’ ପ୍ରଭୃତି କବିତାରେ ଏକ ଅନାବିଳ ମାତୃହୃଦୟର ନିରବିଚ୍ଛିନ୍ନ ଫଲ୍‌ଗୁ ନିରନ୍ତର ପ୍ରବାହିତ ହେଉଛି । କବି ଗୋପାଳକୃଷ୍ଣ ପ୍ରଭୃତି ବୈଷ୍ଣବ କବିଗଣ ନିଜସ୍ବ ଶୈଳୀରେ ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ମମତାକୁ ସେମାନଙ୍କର ରଚନାରେ ପରିବେଷଣ କରିଛନ୍ତି ।

କବି ବନମାଳୀ ଦାସ ମଧ୍ଯ ଅନ୍ୟମାନଙ୍କ ପରି ତାଙ୍କର “ପଦାବଳୀ” ମାନଙ୍କରେ ଯଶୋଦାଙ୍କର ବାତ୍ସଲ୍ୟ ମମତାକୁ ପରିସ୍ଫୁଟନ କରିଛନ୍ତି । ଆଲୋଚ୍ୟ “ଉଠ ନିଶି ପାହିଲା” ଶୀର୍ଷକ କବିତାଟିରେ ମାତୃହୃଦୟର ବାତ୍ସଲ୍ୟ ମମତା ଅତ୍ୟନ୍ତ କମନୀୟ ଓ ଆବେଗଧର୍ମୀ ଅଟେ । କବିତାଟିର ଅୟମାରମ୍ଭ ରାତ୍ରିର ଅବସାନ ଓ ପ୍ରଭାତର ଆଗମନରେ ସଂଯୋଜନା କରାଯାଇଛି ।

ପ୍ରଭାତର ଆଗମନୀ ସହିତ ଗୋପପୁର ଚଳଚଞ୍ଚଳ ହୋଇଉଠିଛି । ମାତ୍ର ପୁତ୍ର ଶ୍ରୀକୃଷ୍ଣ ଶଯ୍ୟାରେ ନିଦ୍ରାଗତ । ମା’ ଯଶୋବନ୍ତୀ ପୁଅକୁ ଶୁକ, ପିକ, କାକ ଓ କୁକ୍କୁଟମାନଙ୍କର ଉଦାହରଣ ଦେଇ ଶଯ୍ୟାତ୍ୟାଗ ପାଇଁ ସଚେତନ କରି ମା’ ଯଶୋବନ୍ତୀ ପୁଅକୁ ଶୁକ, ପିକ, କାକ ଓ କୁକ୍କୁଟମାନଙ୍କର ଉଦାହରଣ ଦେଇ ଶଯ୍ୟାତ୍ୟାଗ ପାଇଁ ସଚେତନ କରି ଦେଇଛନ୍ତି – ଉଠ ନିଶି ପାହିଲା ଏଥର ହେ ବଂଶୀଧର ପଦ ମାଧ୍ୟମରେ । ମା’ ପୁଅକୁ ବଂଶୀଧର ସମ୍ବୋଧନ କରିବାରେ କବିଙ୍କର ସୁନ୍ଦର ଭାବ ସମ୍ବେଦନା ରହିଛି । ପକ୍ଷୀମାନଙ୍କର କୂଜନରେ ଗୋପପୁରୀ ମୁଖରିତ; ମାତ୍ର ତାଙ୍କ ପୁଅ କହ୍ନେଇର ବଂଶୀର ସ୍ବର ନୀରବ ରହିଯାଇଛି । ତେଣୁ ଯଶୋଦା ପୁଅକୁ ପ୍ରେରଣା ଦେଇ ଶଯ୍ୟାତ୍ୟାଗ କରି ପ୍ରକୃତି ସହିତ ସ୍ବର ମିଳାଇବାପାଇଁ ବଂଶୀଧର ବୋଲି ସମ୍ବୋଧନ କରିଛନ୍ତି ।

ଜନନୀ ଯଶୋଦା ପୁତ୍ରର ନିଦ୍ରା ଭାଙ୍ଗିବା ପୂର୍ବରୁ ମୁଖ ପଖାଳିବାପାଇଁ ସୁବାସିତ ଜଳ ରଖୁଛନ୍ତି । ପୁଅକୁ ସେ ନିଜ ହାତରେ ମୁହଁ ଧୋଇଦେବେ । କବି “ଶ୍ରୀମୁଖ ଦେବି ପଖାଳି” ପଦ ମାଧ୍ୟମରେ ମାତୃହୃଦୟର ସହଜାତ ବାତ୍ସଲ୍ୟ ମମତାକୁ ପରିସ୍ଫୁଟନ କରାଇଛନ୍ତି । “ମା ହସ୍ତ ଭୋଜନ”ର ମହତ୍ତ୍ବ ରହିଛି। ମା’ ସନ୍ତାନର ମନଲାଖ୍ ଖାଦ୍ୟ ପ୍ରସ୍ତୁତ କରିଥାଏ । ତେଣୁ ଯଶୋଦା ସର, ଲବଣୀ ପ୍ରିୟ କହ୍ନେଇ ପାଇଁ ଲବଣୀ, ପାଚିଲା କଦଳୀ, ସର, ଗୋଟିକା ଅଧାମ ପ୍ରଭୃତି ପୁଅର ରୁଚି ମୁତାବକ ପ୍ରାତଃଭୋଜନ ପ୍ରସ୍ତୁତ କରିଛନ୍ତି । କବି ସୁନ୍ଦର ଭାବରେ ତାହା କବିତାରେ ପରିସ୍ଫୁଟନ କରିଛନ୍ତି –

“ଅମୃତ ପାଣି କଦଳୀ – ଲବଣୀ ସଙ୍ଗତେ ଗୋଳି,
ଅଧାମ ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଚାଇବି ସର ହେ।” (୩)

ଶ୍ରୀକୃଷ୍ଣଙ୍କର ମଧ୍ୟାହ୍ନ ଭୋଜନ ପାଇଁ ସେ ତାଙ୍କର ପ୍ରିୟ ଖାଦ୍ୟ ଦହିଭାତ ମଧ୍ୟ ପ୍ରସ୍ତୁତ କରିଛନ୍ତି । ପୁଅକୁ ସମସ୍ତ ପ୍ରଲୋଭନ ଦେଖାଇ ଚାଟୁକ୍ତି ପ୍ରୟୋଗ ପରେ ମଧ୍ୟ ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରିନାହାନ୍ତି । ଯଶୋଦାଙ୍କ ମନରେ ଆଶଙ୍କା ଆସିଛି । ପୁତ୍ରର ଗୋଚାରଣଜନିତ ପଥଶ୍ରମ କଥା ମନକୁ ଆଣି ସେ ଉଦ୍‌ବିଗ୍ନା ହୋଇଉଠିଛିନ୍ତି । ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ ଜନନୀ ଯଶୋଦାଙ୍କର ବାତ୍ସଲ୍ୟ ରସଭରା ଏକ କମନୀୟ ଭାବାବେଗ ନେଇ କବିତାଟିର ଉପସଂହାର ହୋଇଅଛି ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

କବି ପରିଚିତି :

ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଆ ଗୀତି କବିତା କ୍ଷେତ୍ରରେ ବନମାଳୀ ଦାସଙ୍କ ସାରସ୍ଵତ ସୃଷ୍ଟି ଉଲ୍ଲେଖନୀୟ । ପୁରୀ ଜିଲ୍ଲାର ଏକ କରଣ ପରିବାରେ କବି ଜନ୍ମଗ୍ରହଣ କରିଥିଲେ । କବିଙ୍କର କୌଳିକ ସଂଜ୍ଞା ପଟ୍ଟନାୟକ ଥିଲା ଓ ଗୁରୁଦୀକ୍ଷା ଗ୍ରହଣ ପରେ ସେ ବନମାଳୀ ଦାସ ନାମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଦାରିଦ୍ର୍ୟର କଷାଘାତରେ କରି ଶ୍ରୀଜଗନ୍ନଥଙ୍କର ଶରଣାଗତ ହୋଇଥିଲେ ।

କରିଙ୍କର ସାହିତ୍ୟ ଉପରେ ପ୍ରଭାବ ପକାଇଥିଲା । ତେଣୁ ଭକ୍ତିଭାବ ସମ୍ବଳିତ କବିତାମାନ ରଚନା କ୍ଷେତ୍ରରେ ସେ ସିଦ୍ଧହସ୍ତ ଥିଲେ । ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭେଦତ୍ଵ ଦର୍ଶନ ତାଙ୍କ ଜୀବନର ଆଦର୍ଶ ଥିଲା । କବି ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ବୃନ୍ଦାବନ ଧାମରେ ଦେହତ୍ୟାଗ କରିଥିଲେ ।

କବିଙ୍କର ସାରସତ୍ଵ ସୃଷ୍ଟିସମ୍ପଦ ମଧ୍ୟରେ ସଂସ୍କୃତ ‘ରାମାୟଣ ଚମ୍ପୂ’ ଅନୁକରଣରେ ‘ସଚ୍ଚିତ୍ର ରାମାୟଣ’ ରଚନା ଏକ ଉଲ୍ଲେଖନୀୟ ଅବଦାନ । ଏତଦ୍‌ବ୍ୟତୀତ ସେ ଅସଂଖ୍ୟ ଜଣାଣ, ଭଜନ ଓ ପଦାବଳୀମାନ ରଚନା କରି ଓଡ଼ିଆ ବହୁଚର୍ଚ୍ଚିତ ସ୍ରଷ୍ଟାର ଗୌରବ ଲାଭ କରିଛନ୍ତି । ବୈଷ୍ଣବ ପଦାବଳୀ ରଚନା କ୍ଷେତ୍ରରେ କବି ସିଦ୍ଧହସ୍ତ ଥିଲେ । କବିଙ୍କର ଶତାଧ୍ଵ ବୈଷ୍ଣବ କବିତା ‘ବନମାଳୀ ପଦାବଳୀ’ ନାମରେ ପ୍ରକାଶିତ ହୋଇଛି । ‘ଚାଟ ଇଚ୍ଛାବତୀ’ ଓ ‘ବନମାଳୀ ରାହାସ’ ନାମରେ ଦୁଇଖଣ୍ଡ ପୁସ୍ତକ ତାଙ୍କ ନାମରେ ପ୍ରକାଶିତ ।

ବିଷୟ ପ୍ରବେଶ :

ବୈଷ୍ଣବ ଧର୍ମରେ ନବଧା ଭକ୍ତିର ପ୍ରଚଳନ ଅଛି । ଶାନ୍ତ, ଦାସ୍ୟ ସଖ୍ୟ, ବାତ୍ସଲ୍ୟ, ମଧୁର ପ୍ରଭୃତି ଭକ୍ତି ମାଧ୍ୟମରେ ଭକ୍ତି ଓ ଭଗବାନଙ୍କର ସମ୍ପର୍କ ଗଢ଼ିଉଠେ । ଆଲୋଚ୍ୟ “ଉଠ ନିଶି ପାହିଲା” ଶୀର୍ଷକ କବିତାଟିକୁ କବି ବାତ୍ସଲ୍ୟ ଭାବରେ ଉଦ୍‌ବେଳିତ ହୋଇଉଠିଛି । ରାତ୍ରିର ଅବସାନ ପରେ ଜନନୀ ଯଶୋଦା ଆଦରର ପୁତ୍ର ଶ୍ରୀକୃଷ୍ଣଙ୍କୁ ନିଜର କରିଦେଇଅଛି ।

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା

କରିତାର ସାରକଥା :

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବୈଷ୍ଣବ ପଦାବଳୀ ରଚନା କରି କବି ବନମାଳୀ ଦାସ ଅସଂଖ୍ୟା ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଲୋଚ୍ୟ “ଉଠ ନିଶି ପାହିଲା” ଶୀର୍ଷକ କବିତାଟିରେ ଜନନୀ ଯଶୋଦାଙ୍କର ଅନାବିଳ ମାତୃହୃଦୟର ବାତ୍ସଲ୍ୟପ୍ରେମ ଅତି ଜୀବନ୍ତ ଭାବରେ ପରିସ୍ଫୁଟିତ ହୋଇଉଠିଛି । ଓଡ଼ିଆର ମାତୃପ୍ରାଣର ବାତ୍ସଲ୍ୟଧାରା ନିରବିଚ୍ଛିନ୍ନ ଭାବରେ ଯଶୋଦାଙ୍କର ହୃଦୟରେ ପ୍ରବାହିତ ହୋଇଉଠିଛି ।

ନିଶି ଅବସାନ ପରେ ପ୍ରଭାତର ଆଗମନୀ ହୋଇଛି। ଶୁକ, ପିକ, କୁକ୍କୁଟ ପ୍ରଭୃତି ପକ୍ଷୀମାନଙ୍କର ମଧୁର କଳରବର ଗୋପପୁର ମୁଖରିତ । ସୁକୁମାର ଶ୍ରୀକୃଷ୍ଣଙ୍କର ଆଳସ୍ୟ ନିଦ୍ରାରେ ମାତୃହୃଦୟ ବ୍ୟସ୍ତ ବିବ୍ରତ । ଅଲିଅଳ ଆଦରର ପୁଅକୁ ସେ ବାତ୍ସଲ୍ୟ ରାଗରେ ସୁମଧୁର ସଙ୍ଗୀତ ଗାଇ ନିଦ୍ରାଭଙ୍ଗ ପାଇଁ ପ୍ରଚେଷ୍ଟା କରିଛନ୍ତି । ମାତୃହୃଦୟର ଶ୍ରୀକୃଷ୍ଣଙ୍କୁ ସେ ବିଭିନ୍ନ ପକ୍ଷୀମାନଙ୍କର ସୁମଧୁର ମୂର୍ଚ୍ଚନାମାନ ଶ୍ରୁତିପଟରେ ଶୁଣିବାପାଇଁ ସଚେତନ କରାଇ ଦେଇଛନ୍ତି । କବି ଜନନୀ ଯଶୋଦାଙ୍କ ବାତ୍ସଲ୍ୟ ମମତାକୁ କବିତାରେ ରୂପ ଦେଇଛନ୍ତି –

“ଉଠ ନିଶି ପାହିଲା ଏଥର ହେ ବଂଶୀଧର
ମନ୍ଦିରେ ଡାକିଲେ ଶୁକ, ବୃକ୍ଷରେ ଡାକିଲେ କାକ,
କୁହୁ କୁହୁ ରଟେ ପିକ, କୁକୁଟ ଡାକିଲେ ପରଖର ହେ।” (୧)

ମାତା ଯଶୋଦା ବଂଶୀଧର କୃଷ୍ଣଙ୍କୁ ଶୁକ, ପିକ, କାକ ଓ କୁକ୍କୁଟଙ୍କର କୁଜନ ସମ୍ପର୍କରେ ଅବଗତ କରାଇ ପ୍ରଭାତ ଆଗମନର ବାର୍ତ୍ତା ସୂଚାଇ ଦେଉଛନ୍ତି । ଏମାନଙ୍କର ସୁମଧୁର ମୂର୍ଚ୍ଚନାରେ ଗୋପପୁର ମୁଖରିତ । ମାତ୍ର ବଂଶୀଧର କୃଷ୍ଣ ନିଦ୍ରାଗତ । ତାଙ୍କର ବଂଶୀରେ ସୁମଧୁର ରାଗ ଫୁଟାଇବାପାଇଁ ମାତା ଯଶୋଦା ଏଠାରେ ପୁତ୍ରକୁ “ବଂଶୀଧର” ନାମରେ ଆହ୍ବାନ କରୁଛନ୍ତି ।

ପୁତ୍ରର ମୁଖ ପ୍ରକ୍ଷାଳନ ପାଇଁ ସେ ସୁବାସିତ ନୀର କୁମ୍ଭରେ ଭରିଦେଇଛନ୍ତି । ଶ୍ରୀକୃଷ୍ଣ ପ୍ରାତଃଭୋଜନ ପାଇଁ ତାଙ୍କର ପ୍ରିୟ ଖାଦ୍ୟ ସର, ଲବଣୀ, ଅଧାମ, ଗୋଟିକା ଓ ପାଚିଲା କଦଳୀ ପ୍ରଭୃତି ଆୟୋଜନ କରିଛନ୍ତି । ଗୋଗୋଷ୍ଠକୁ ପାଇଁ ସେ ଦଧୂଅନ୍ନ ପ୍ରସ୍ତୁତ କରିଛନ୍ତି ଯାହା ସେ ସାଥ୍‌ରେ ନେଇ ନଦୀକୂଳରେ ଗୋଚାରଣ ଅବସରରେ ଭୋଜନ କରିବେ । ଏହିପରି ବିଭିନ୍ନ ଚାଟୁକ୍ତି ଓ ପ୍ରଲୋଭନ ସତ୍ତ୍ବେ ମଧ୍ୟ କହ୍ନେଇର ଅଳସ ନିଦ ଭାଙ୍ଗିନାହିଁ ।

ଅନାବିଳ ମାତୃପ୍ରାଣ ଆଶଙ୍କାରେ ବିବ୍ରତ ହୋଇଉଠିଛି । ହୁଏତ ଗୋଗୋଷ୍ଠୀକୁ ବତ୍ସା ଚରାଇବାକୁ ଯାଇ ଅତ୍ୟଧ୍ଵ ପରିଶ୍ରମଜନିତ କ୍ଳାନ୍ତିରେ ପୁତ୍ର ତାଙ୍କର ଅବଶ ହୋଇ ବିଛଣା ତ୍ୟାଗ କରିପାରୁ ନାହିଁ । ପୁତ୍ରର ଶାନ୍ତ କ୍ଳାନ୍ତ ଶରୀରକୁ ବିଚାର କରି ମା ଯଶୋଦା ବିବ୍ରତ ହୋଇପଡ଼ିଛନ୍ତି ।

ପରବର୍ତୀ ସମୟରେ ଗୋପସୁତମାନେ ନନ୍ଦରାଜାଙ୍କର ସିଂହଦ୍ଵାର ପାଖରେ ସମବେତ ହୋଇ ଗଗନରେ ପ୍ରଭାତ ସୂର୍ଯ୍ୟଙ୍କର ସୁନେଲି କୀରଣ ବିଷୟରେ ଶ୍ରୀକୃଷ୍ଣଙ୍କୁ ସଚେତନ କରାଇ ଦେଇଛନ୍ତି । ଏଥିସହିତ ଗୋଚାରଣ ପାଇଁ ବିଳମ୍ବ ହେଉଥ‌ିବାର ସୂଚନା ଦେବା ସହିତ କବିତାଟିର ଉପସଂହାର ହେଇଅଛି । ଭକ୍ତକବି ସେହି ବ୍ରଜରାଜ ଶ୍ରୀକୃଷ୍ଣଙ୍କର ଚରଣରେ ନିଜକୁ ସମର୍ପଣ କରିବା ସହିତ କବିତାଟିର ପରିସମାପ୍ତି କରାଯାଇଅଛି ।

କଠିନ ଶବ୍ଦାର୍ଥ ଓ ସୂଚନା :

CHSE Odisha Class 12 Optional Odia Solutions Chapter 4 ଉଠ ନିଶି ପାହିଲା - 1

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Odisha State Board CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ Textbook Exercise Questions and Answers.

CHSE Odisha Class 12 Odia Chapter 11 ପତାକା ଉତ୍ତୋଳନ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
‘ପତାକା ଉତ୍ତୋଳନ’ ଗଳ୍ପଟି କେଉଁ ଦିବସର କଥା କହିଛି ?
୧୫ ଅଗଷ୍ଟ ୧୯୪୭, ୧୬ ଅଗଷ୍ଟ ୧୯୪୭, ୧୪ ଅଗଷ୍ଟ ୧୯୪୭, ୨୬ ଜାନୁଆରୀ ୧୯୫୦ ।
Answer:
୧୪ ଅଗଷ୍ଟ ୧୯୪୭

Question ୨ ।
ସୋମନାଥ ମହାପାତ୍ର କେଉଁ ଉପାଧ୍ ପାଇଥିଲେ ?
Answer:
ରାୟଚୌଧୁରୀ, ରାୟବାହାଦୂର, ରାୟସାହେବ, ରାୟମହାପାତ୍ର ।
Answer:
ରାୟବାହାଦୂର

Question ୩ ।
‘ଜୟ ସ୍ଵାଧୀନ ଭାରତ କି ଜୟ’ ଧ୍ଵନି ରାୟବାହାଦୂରଙ୍କୁ କିପରି ବିଦ୍ଧ କରୁଥୁଲା ?
ବନ୍ଧୁକ ଗୁଳି ରୂପେ, ସୁତୀକ୍ଷ୍ଣ ଶର ରୂପେ, ସୁତୀକ୍ଷ୍ଣ ଶଳାକା ରୂପେ, ସୁତୀକ୍ଷ୍ଣ ଛୁରୀକା ରୂପେ ।
Answer:
ସୁତୀକ୍ଷ୍ଣ ଶଳାକା ରୂପେ

Question ୪ ।
ବାହାରର କେଉଁ କଥା ଘର ଭିତରର ପ୍ରତ୍ୟେକ ଅନ୍ଧକାର କୋଣକୁ ଥରାଇ ଦେଉଥିଲା ?
ଗଣ୍ଡଗୋଳ, ସ୍ଲୋଗାନ, କୋଳାହଳ, ହୋହଲ୍ଲା ।
Answer:
କୋଳାହଳ

Question ୫ ।
ପଟୁଆରର ଅଗ୍ରଣୀ କିଏ ଥିଲେ ?
ବିଜୟ, ଅଜୟ, ସଞ୍ଜୟ, ମୃତ୍ୟୁଞ୍ଜୟ ।
Answer:
ବିଜୟ

Question ୬ ।
କେଉଁଟି ରାୟବାହାଦୁରଙ୍କର ଏକାନ୍ତ ନିଜସ୍ଵ ଥିଲା ବୋଲି କୁହାଯାଇଛି ?
ଭେଲଭେଟ୍ ବକ୍‌ସ, ଡ୍ରୟର୍ ଚେଷ୍ଟ, ଚାବିଲେନ୍ଥା, ସନନ୍ଦପତ୍ର ।
Answer:
ଡ୍ରୟର୍ ଚେଷ୍ଟ

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୭ ।
ରାୟବାହାଦୁର ଡ୍ରୟର ଭିତରୁ କାହା ଫଟୋଗ୍ରାଫ୍ କାଢ଼ିଥିଲେ ?
ଅଜୟ, ଅକ୍ଷୟ, ବିଜୟ, ଅରୁଣ ।
Answer:
ଅରୁଣ

Question ୮ ।
କାହା ଉପରେ ଗୋଟାଏ ହଳଦିଆ ଆସ୍ତରଣ ମାଡ଼ିଯାଇଥିଲା ବୋଲି କୁହାଯାଇଛି ?
ସନନ୍ଦପତ୍ର, ମେଡ଼ାଲ, ଫଟୋଗ୍ରାଫ୍, ଭେଲଭେଟ୍ ବାକ୍‌ ।
Answer:
ସନନ୍ଦପତ୍ର,

Question ୯।
ରାୟବାହାଦୁର ପଢ଼ୁଥ‌ିବା ସନନ୍ଦଟି ତାଙ୍କୁ କେଉଁ ସାଲରେ ପ୍ରଦତ୍ତ ହୋଇଥିଲା ?
୧୯୨୫, ୧୯୨୭, ୧୯୨୯, ୧୯୨୩ ।
Answer:
୧୯୨୩

Question ୧୦ ।
କେଉଁ ବିପ୍ଳବ ପରେ ଭାରତର ଜାତୀୟ ଆନ୍ଦୋଳନରେ ଏକ ନୂତନ ସ୍ପନ୍ଦନ ଦେଖାଦେଇଥିଲା ?
ଚଉରୀ ଚଉରା, ଜାଲିୱାନାବାଗ୍, ୱାଧା, ସାବରମତୀ ।
Answer:
ଚଉରୀ ଚଉରା

Question ୧୧ ।
ମନୁଷ୍ୟର ଜନ୍ମଗତ ଦାବି ବୋଲି କାହାକୁ କୁହାଯାଇଛି ?
ପବିତ୍ରତା, ମହନୀୟତା, ସ୍ଵାଧୀନତା, ମାନବିକତା ।
Answer:
ସ୍ଵାଧୀନତା

Question ୧୨ ।
ରାୟବାହାଦୁର ଅରୁଣକୁ କେଉଁଥ‌ିରେ ଆଘାତ କରିଥିଲେ ?
ବନ୍ଧୁକ, ଲାଠି, ବୁଟ୍, ଚାବୁକ୍ ।
Answer:
ଚାବୁକ୍

Question ୧୩ ।
ରାୟବାହାଦୁରଙ୍କ ପୁତ୍ରବଧୂର ନାମ କ’ଣ ଥିଲା ?
ଅପର୍ଣ୍ଣା, ସୁପର୍ଣ୍ଣା, ସୁକନ୍ୟା, ଋତୁପର୍ଣ୍ଣା ।
Answer:
ଅପର୍ଣ୍ଣା

Question ୧୪ ।
କିଏ କମଳନୟନର ନୀଳୋତ୍ପଳରେ ଦେବୀ ଆରାଧନା କରିଥିଲେ ?
ଶ୍ରୀକୃଷ୍ଣ, ଶ୍ରୀରାମଚନ୍ଦ୍ର, ଶ୍ରୀଗୋବିନ୍ଦ, ଶ୍ରୀଚୈତନ୍ୟ ।
Answer:
ଶ୍ରୀରାମଚନ୍ଦ୍ର

Question ୧୫ ।
ଜନତା ଫ୍ଲାଗଷ୍ଟାଫ୍ ଭାଙ୍ଗି କ’ଣ ଚିରି ଦେଇଥିଲେ ?
ନେସନାଲ ଜାକ୍, ଫେଡ଼େରାଲ ଜାକ୍, ୟୁନିୟନ ଜାକ୍, ଷ୍ଟେଟ୍‌ସ ଜାକ୍ ।
Answer:
ୟୁନିୟନ ଜାକ୍

Question ୧୬ ।
ଘର ଭିତରେ କାହାର ଶବ୍ଦ ଶୁଣି ରାୟବାହାଦୁର ହଠାତ୍ ଚମକି ଉଠିଲେ ?
ଘଣ୍ଟଧ୍ୱନି, ଶଙ୍ଖଧ୍ବନି, ପୂଜା ଆଳତି, ହୁଳହୁଳି ।
Answer:
ଶଙ୍ଖଧ୍ବନି

Question ୧୭ ।
ହେମମାଳୀ କେତେବର୍ଷ ଧରି ଏମିତି କାନ୍ଦ କାନ୍ଦି ନଥିଲେ ବୋଲି କୁହାଯାଇଛି ?
ପନ୍ଦର, କୋଡ଼ିଏ, ପଚିଶ, ବାଇଶି ।
Answer:
ପଚିଶ

Question ୧୮ ।
ରାତିସାରା କେଉଁଥରେ ମାତି ବିଜୟ ଘରକୁ ଫେରିଥିଲା ?
ସ୍ଵାଧୀନତା ଆନ୍ଦୋଳନ, ଜନତାଙ୍କ ଉତ୍ସବ, ମୁକ୍ତି ସଂଗ୍ରାମ, ସ୍ଵାଧୀନତା ଉତ୍ସବ ।
Answer:
ସ୍ଵାଧୀନତା ଉତ୍ସବ

Question ୧୯ ।
ବିଜୟ କାହାକୁ ବ୍ରିଟିଶର ଗୋଲାମ ବୋଲି କହିଛି ?
ଆଈଙ୍କୁ, ଜେଜେଙ୍କୁ, ଭାଇଙ୍କୁ, ବିଦ୍ରୋହୀଙ୍କୁ ।
Answer:
ଜେଜେଙ୍କୁ

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୨୦ ।
ସୋମନାଥ ଶେଷରେ କାହାକୁ ଆଶୀର୍ବାଦ କରିଥିଲେ ?
ଅପର୍ଣ୍ଣାକୁ, ହେମମାଳୀକୁ, ଅରୁକୁ, ବିଜୁକୁ ।
Answer:
ବିଜୁକୁ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
କାହାର ଐକ୍ୟତାନରେ ରାୟବାହାଦୁରଙ୍କ ଛାଇ ନିଦ ଭାଙ୍ଗିଯାଇଥିଲା ?
Answer:
ଶଙ୍ଖ, ଘଣ୍ଟ, ହୁଳହୁଳି ଓ ତୋପ ପ୍ରଭୃତିର ମିଳିତର ଐକତାନରେ ରାୟବାହାଦୂରଙ୍କ ଛାଇ ନିଦ ଭାଙ୍ଗିଗଲା ।

Question ୨ ।
ରାତିର ଶାନ୍ତ ନିରବ ମୁହୂଉଁ କେଉଁ ଧ୍ଵନି ଭିତରେ ଚଞ୍ଚଳ ହୋଇ ଉଠିଥିଲା ?
Answer:
ରାତିର ଶାନ୍ତ ନିରବ ମୁହୂର୍ତ୍ତ ‘ଜୟ ସ୍ଵାଧୀନ ଭାରତ କି ଜୟ’ ଧ୍ଵନି ଭିତରେ ଚଞ୍ଚଳ ହୋଇ ଉଠିଥିଲା ।

Question ୩ ।
ଝରକା କବାଟ ବନ୍ଦ କରି କାହାକୁ ରୁଦ୍ଧ କରିହୁଏନା ବୋଲି କୁହାଯାଇଛି ?
Answer:
ଝରକା କବାଟ ବନ୍ଦକରି ସ୍ପର୍ଷିତ, ଜୟନାଦକୁ ରୁଦ୍ଧ କରିହୁଏନା ବୋଲି କୁହାଯାଇଛି ।

Question ୪।
ଅରୁଣର ପୁତ୍ରର ନାମ କ’ଣ ?
Answer:
ଅରୁଣର ପୁତ୍ରର ନାମ ବିଜୟ ।

Question ୫ ।
ଅରୁଣର ଫଟୋଖଣ୍ଡିକ୍ କେଉଁଠି ସୁରକ୍ଷିତ ଥିଲା ।
Answer:
ଅରୁଣର ଫଟୋଖଣ୍ଡିକ ଭେଲ୍‌ଭେଟ୍‌ ବାକ୍ସରେ ଅତି ଯତ୍ନରେ ସୁରକ୍ଷିତ ଥିଲା ।

Question ୬ ।
ଅରୁଣର ପରିଚ୍ଛଦ କାହାପରି ଥିଲା ?
Answer:
ଅରୁଣର ପରିଚ୍ଛଦ ଅସହଯୋଗକାରୀ ସତ୍ୟାଗ୍ରହୀ ପରି ଥିଲା ।

Question ୭ ।
ରାୟବାହାଦୁର ତଳୁ ଫଟୋଟିକୁ ଉଠାଇନେଇ କ’ଣ କଲେ ?
Answer:
ରାୟବାହାଦୁର ତଳୁ ଫଟୋଟିକୁ ଉଠାଇନେଇ ପୁଣି ସେ ଭେଲଭେଟ୍ ବାକ୍ସରେ ରଖିଦେଲେ ।

Question ୮ ।
ରାୟବାହାଦୁରଙ୍କ ଆଖ୍ ଆଗରେ କିଏ ହଠାତ୍ କ’ଣ ଟାଣି ଦେଇଗଲା ପରି ଲାଗିଲା ?
Answer:
ରାୟବାହାଦୁରଙ୍କ ଆଖ୍ ଆଗରେ କିଏ ହଠାତ୍ କୁହୁଡ଼ିର ଗୋଟାଏ ପର୍ଲା ଟାଣି ଦେଇଗଲା ପରି ଲାଗିଲା

Question ୯ ।
ପଚିଶ ବର୍ଷ ତଳେ ରାୟବାହାଦୁର କେଉଁ ପଦବୀରେ ଥିଲେ ?
Answer:
ପଚିଶ ବର୍ଷ ତଳେ ରାୟବାହାଦୁର ଅସ୍ଥାୟୀ ସବ୍‌ଇନ୍ସପେକ୍ଟର ପଦବୀରେ ଥିଲେ ।

Question ୧୦ ।
‘ବନ୍ଦେ ମାତରମ୍’ର ପରବର୍ତ୍ତୀ ପାଦଟି କ’ଣ ?
Answer:
‘ବନ୍ଦେ ମାତରମ୍’ର ପରବର୍ତୀ ପାଦଟି, ସୁଜଳା ସୁଫଳା ମଳୟଜ ଶୀତଳମ୍ ।

Question ୧୧ ।
କାହା କଣ୍ଠରେ ‘ବନ୍ଦେ ମାତରମ୍’’ ସଙ୍ଗୀତର ଆବୃତ୍ତି ଶୁଣି ରାୟବାହାଦୁର ଚମକି ପଡ଼ିଥିଲେ ?
Answer:
ଅରୁ କଣ୍ଠରେ ‘ବନ୍ଦେ ମାତରମ୍’ ସଙ୍ଗୀତର ଆବୃତ୍ତି ଶୁଣି ରାୟବାହାଦୁର ଚମକି ପଡ଼ିଥିଲେ ।

Question ୧୨ ।
କେଉଁ କଥା ସ୍ଵୀକାର କରିବ ନାହିଁ ବୋଲି ଅରୁଣ କହିଛି ?
Answer:
ଅନ୍ୟାୟ ଆଦେଶ ସ୍ଵୀକାର କରିବ ନାହିଁ ବୋଲି ଅରୁଣ କହିଛି ।

Question ୧୩ ।
କେଉଁ ସୁରରେ ରାତିର ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇ ଉଠିଥିଲା ?
Answer:
ଝିଙ୍କାରି କଣ୍ଠର ଝି-ଓଁ ସୁରରେ ରାତିର ମୁହୂଉଁଗୁଡ଼ିକ ଅନୁରଣିତ ହୋଇ ଉଠିଥିଲା ।

Question ୧୪ ।
ପୁଲିସ୍ ସାହେବଙ୍କୁ ରାୟବାହାଦୁର ନାଟକୀୟ ଭଙ୍ଗିରେ କ’ଣ ଜଣାଇଥିଲେ ?
Answer:
ପୁଲିସ ସାହେବଙ୍କୁ ରାୟବାହାଦୁର ନାଟକୀୟ ଭଙ୍ଗୀରେ କୁଣ୍ଡିସ ଜଣାଇଥିଲେ ।

Question ୧୫ ।
ରାୟବାହାଦୁରଙ୍କ ବନ୍ଧୁକରେ ଖରାପଡ଼ିଲେ କିପରି ଦେଖାଯାଏ ?
Answer:
ରାୟବାହାଦୁରଙ୍କ ବନ୍ଧୁକର ବେୟୋନେଟ୍‌ରେ ଖରାପଡ଼ିଲେ ଚକ୍ ଚକ୍ ଦେଖାଯାଏ ।

Question ୧୬ ।
ରାୟବାହାଦୁର କ୍ଷିପ୍ତ ପରି ଚିତ୍କାର କରି କ’ଣ କହିଥିଲେ ?
Answer:
ରାୟବାହାଦୁର କ୍ଷିପ୍ତ ପରି ଚିତ୍କାର କରି ‘ହଟୋ ହଟୋ ! ଶାଲେ ଲୋକ’ କହିଥିଲେ ।

Question ୧୭ ।
ପଟୁଆରରେ ଆସୁଥ‌ିବା ଜନତା କେଉଁକଥା କହି କୁହାଟୁଥିଲା ?
Answer:
ପଟୁଆରରେ ଆସୁଥ‌ିବା ଜନତା ‘ବନ୍ଦେ ମାରତମ୍’ କଥା କହି କୁହାଟୁଥିଲା ।

Question ୧୮ ।
ଶୋଭାଯାତ୍ରାରେ ଆସୁଥ‌ିବା ଜନତା କିପରି ଭୀଷଣ ଓ ଭୟଙ୍କର ହୋଇ ଉଠିଥିଲା ?
Answer:
ଶୋଭାଯାତ୍ରାରେ ଆସୁଥ‌ିବା ଜନତା ଝଞ୍ଜାକ୍ରାନ୍ତ ସମୁଦ୍ରପରି ଭୀଷଣ ଓ ଭୟଙ୍କର ହୋଇ ଉଠିଥିଲା ।

Question ୧୯ ।
ସୋମନାଥ ପ୍ରକୃତରେ କ’ଣ ଚାହିଁଥିଲେ ?
Answer:
ସୋମନାଥ ପ୍ରକୃତରେ ଫାଙ୍କା ଆବାଜ କରିବାକୁ ଚାହିଁଥିଲେ ।

Question ୨୦ ।
ସୋମନାଥଙ୍କ ପିସ୍ତଲ ଗୁଳି ଫୁଟିଲା ପରେ କ’ଣ ଘଟିଲା ?
Answer:
ସୋମନାଥଙ୍କ ପିସ୍ତଲ ଗୁଳି ଫୁଟିଲା ପରେ ଅରୁଣର ରକ୍ତାକ୍ତ ଶବ ତଳେ ଖସିପଡ଼ିଲା ।

Question ୨୧ ।
ହେମମାଳୀ କେଉଁ ଅବସ୍ଥାରେ ତଳେ ମୂର୍ତ୍ତିତା ହୋଇ ପଡ଼ିଥିଲେ ?
Answer:
ହେମମାଳୀ ଆବେଗ ଓ ଉତ୍ତେଜନାରେ ତଳେ ମୂର୍ତ୍ତିତା ହୋଇ ପଡ଼ିଥିଲେ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୨୨ ।
କେଉଁ ପତାକା ଏଠି ଉଡ଼ିପାରିବ ନାହିଁବୋଲି ବିଜୁ ଜେଜେଙ୍କୁ କହିଥିଲା ?
Answer:
ୟୁନିୟନ ଜାକ୍ ପତାକା ଏଠି ଉଡ଼ିପାରିବ ନାହିଁ ବୋଲି ବିଜୁ ଜେଜେଙ୍କୁ କହିଥିଲା ।

Question ୨୩ ।
ବିଜୟ ଝୁଙ୍କିପଡ଼ି ରାୟବାହାଦୁରଙ୍କୁ କେଉଁ କଣ୍ଠରେ ଡାକିଥିଲା ?
Answer:
ବିଜୟ ଝୁଙ୍କିପଡ଼ି ରାୟବାହାଦୁରଙ୍କୁ ଅପରାଧୀ କଣ୍ଠରେ ଡାକିଥିଲା ।

Question ୨୪ ।
ବିଜୟ କିପରି ପ୍ରଭାତର ସୂର୍ଯ୍ୟୋଦୀପ୍ତ ଆକାଶଆଡ଼େ ଚାହିଁ ରହିଥିଲା ?
Answer:
ବିଜୟ ପ୍ରାଣହୀନ ପାଷାଣ ପରି ପ୍ରଭାତରେ ସୂର୍ଯ୍ୟୋଦୀପ୍ତ ଆକାଶଆଡ଼େ ଚାହିଁ ରହିଥିଲା ।

Question ୨୫ ।
ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା କେଉଁ ପଟ୍ଟଭୂମିରେ ଫରଫର ହୋଇ ଉଡ଼ୁଥିଲା ?
Answer:
ଭାଦ୍ର ଆକାଶର ମେଘହୀନ, ସୁନୀଳ ପଟ୍ଟଭୂମିରେ ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା ଫରଫର ହୋଇ ଉଡ଼ୁଥିଲା ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୧ ନମ୍ବର ।

ଗଳ୍ପ – ପତାକା ଉତ୍ତୋଳନ, ଗାଳ୍ପିକ – ସୁରେନ୍ଦ୍ର ମହାନ୍ତି

Question ୧ ।
ବାହାରର ଜୟଧ୍ଵନି ଶୁଣି ରାୟବାହାଦୁର କ’ଣ କରିଥିଲେ ?
Answer:
ବାହାର ଜୟଧ୍ଵନି ଶୁଣି ରାୟବାହାଦୁର ଗୋଟି ଗୋଟି କରି ଘରର ଝରକା କବାଟ ସବୁ ବନ୍ଦ କରିଦେଲେ ।

Question ୨।
କେଉଁ କଥା ରାୟବାହାଦୁରଙ୍କ ଚରମ ପରାଜୟ ଘୋଷଣା କରୁଥିଲା ?
Answer:
ବାହାର ଜୟନାଦ ଏକ ସୁତୀକ୍ଷଣ ଶଳାକା ରୂପେ ରାୟବାହାଦୁରଙ୍କୁ ବିଦ୍ଧ କରୁଥିଲା ଏବଂ ତାହା ତାଙ୍କର ଚରମ ପରାଜୟ ଘୋଷଣା କରୁଥିଲା ।

Question ୩ ।
ରାୟବାହାଦୁର କ୍ଷିପ୍ତ ପରି କ’ଣ କରିଥିଲେ ଓ ଘର ଭିତରେ କ’ଣ ଅନୁଭବ କରିଥିଲେ ?
Answer:
ରାୟବାହାଦୁର କ୍ଷିପ୍ତପରି ଘରର ଝରକା କବାଟଗୁଡ଼ାକ ପୁଣି ଖୋଲିଦେଲେ ଓ ବାହାରର କୋଳାହଳ ଝଡ଼ପରି ଭିତରକୁ ପଶିଆସି ସ୍ତବ୍ଧ ଅନ୍ଧକାର କୋଣ ଥରାଇ ଦେଲାବୋଲି ସେ ଅନୁଭବ କରିଥିଲେ ।

Question ୪।
ରାୟବାହାଦୁର ତଳର ରାସ୍ତାକୁ ଚାହିଁ କ’ଣ ଦେଖ‌ିଲେ ?
Answer:
ରାୟବାହାଦୁର ତଳର ରାସ୍ତାକୁ ଚାହିଁ ଦେଖ‌ିଲେ, ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକାଧରି ଜୟଧ୍ବନି କରିଚାଲିଥିଲା ବିରାଟ ପଟୁଆର ।

Question ୫ ।
ରାୟବାହାଦୁର ଡ୍ରୟର ଭିତରୁ କ’ଣ କାଢ଼ିଥିଲେ ?
Answer:
ରାୟବାହାଦୁର ଡ୍ରୟର ଭିତରୁ ପରଲୋକଗତ ଅରୁଣର ଖଣ୍ଡେ ବହୁଦିନର ଫଟୋ କାଢ଼ିଥିଲେ ।

Question ୬ ।
ଅରୁଣର ଚେହେରା ଓ ପରିଚ୍ଛେଦ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଅରୁଣର ପ୍ରତିଭାଦୀପ୍ତ, ଆଦର୍ବୋତ୍କଳ ଚେହେରା ଏବଂ ପରିଚ୍ଛେଦ ଥିଲା ଅସହଯୋଗୀ ସତ୍ୟାଗ୍ରହୀର ।

Question ୭ ।
ଅରୁଣର ଫଟୋଖଣ୍ଡିକ ଦେଖ୍ ରାୟବାହାଦୁରଙ୍କୁ କ’ଣ ମନେ ହୋଇଥିଲା ?
Answer:
ଅରୁଣର ଫଟୋଖଣ୍ଡିକ ଦେଖ୍ ରାୟବାହାଦୁରଙ୍କୁ ବିଦ୍ୟୁତର ଆଘାତରେ ଯେପରି ଟଳିପଡ଼ିବାପରି ମନେ ହୋଇଥିଲା ।

Question ୮ ।
ପ୍ରକୃତିସ୍ଥ ହେବାପରେ ରାୟବାହାଦୁର କ’ଣ କହିଥିଲେ ?
Answer:
ପ୍ରକୃତିସ୍ଥ ହେବାପରେ ରାୟବାହାଦୁର ପୁଅର ଫଟୋଟି ତଳୁ ଉଠାଇ ନେଇ ପୁଣି ସେ ଭେଲ୍‌ଭେଟ୍ ବାକ୍ସ ଭିତରେ ବନ୍ଦକରି ରଖିଦେଲେ ।

Question ୯ ।
ରାୟବାହାଦୁର କାହିଁକି ଚମକି ପଡ଼ିଥିଲେ ?
Answer:
ଅରୁକଣ୍ଠରେ ‘ବନ୍ଦେ ମାତରମ୍’’ ସଙ୍ଗୀତର ଆବୃତ୍ତି ଠିକ୍ ଏହିପରି ଥିଲା ବୋଲି, ‘ବନ୍ଦେ ମାତରମ୍’ ସଙ୍ଗୀତ ଶୁଣି ରାୟବାହାଦୁର ଚମକି ପଡ଼ିଥିଲେ ।

Question ୧୦ ।
ଅରୁ କଣ୍ଠରେ ‘ବନ୍ଦେ ମାତରମ୍’ ଶୁଣି ରାୟବାହାଦୁର ତାକୁ କ’ଣ କହିଥିଲେ ?
Answer:
ଅରୁକଣ୍ଠରେ ‘ବନ୍ଦେ ମାତରମ୍’ ଶୁଣି ରାୟବାହାଦୁର, ‘ଅରୁଣ ! ତମେ ଅନ୍ୟାୟ କରୁଛ’ ବୋଲି କହିଥିଲେ ।

Question ୧୧ ।
‘ଏ କ’ଣ କରୁଚ ତମେ?’ – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଶୁଣି, ସ୍ତ୍ରୀ ହେବମାଳିନୀ ରନ୍ଧାଘରୁ ଦଉଡି଼ଆସି ବାପ ପୁଅର ମଝିରେ ଠିଆ ହୋଇ ଏହା କହିଥିଲେ ।

Question ୧୨ ।
ରାୟବାହାଦୁର ଅରୁଣକୁ କ’ଣ ଆଦେଶ ଦେଇଥିଲେ ?
Answer:
ରାୟବାହାଦୁର ଅରୁଣକୁ, ଏହି ମୁହୂର୍ତ୍ତରେ ଘରୁ ବାହାରିଯିବାକୁ ଆଦେଶ ଦେଇଥିଲେ ଓ ତେଜ୍ୟପୁତ୍ର ବୋଲି କହିଥିଲେ ।

Question ୧୩ ।
ରାୟବାହାଦୁରଙ୍କ ଆଦେଶ ସତ୍ତ୍ବେ ଅରୁଣ କ’ଣ କରିଥିଲା ?
Answer:
ରାୟବାହାଦୁରଙ୍କ ଆଦେଶ ସତ୍ତ୍ବେ, ଅରୁଣ ଘରୁ ବାହାରି ଯାଇଥିଲା ଏବଂ ଭୁଲ୍‌ରେ କେବେ ଫେରି ନ ଥିଲା ।

Question ୧୪ ।
ପୁଲିସ୍ ଥାନା ଆଗରେ କ’ଣ ଦେଖାଦେଇଥିଲା ?
Answer:
ପୁଲିସ୍ ଥାନା ଆଗରେ ବିରାଟ ନିରସ୍ତ୍ର ଜନତା ଓ ତାଙ୍କ ସାମନାରେ ସେମାନଙ୍କର ସଶସ୍ତ୍ର ପୁଲିସ ବାହିନୀ

Question ୧୫ ।
ରାୟବାହାଦୁରଙ୍କ ଚିତ୍କାର ଶୁଣି ଜନତା କେଉଁପରି କୁହାଟୁଥିଲେ ?
Answer:
ରାୟବାହାଦୁରଙ୍କ ଚିତ୍କାର ଶୁଣି ଜନତା ବନ୍ଦେ ମାତରମ୍ ଦେଇ କୁହାଟୁଥିଲେ ।

Question ୧୬ ।
କେଉଁ ପରିସ୍ଥିତିରେ ଜନତା ପୃଷ୍ଠଭଙ୍ଗ ଦେଇ ନଥିଲେ ?
Answer:
‘ବନ୍ଦେ ମାତରମ୍’ କୁହାଟୁଥିଲା ଜନତା ଲାଠି ଚାର୍ଜର ହୁକୁମ୍ ଆସିଲାପରେ ମଧ୍ୟ ପୃଷ୍ଠଭଙ୍ଗ ଦେଇ ନଥିଲେ ।

Question ୧୭ ।
ବିଶୃଙ୍ଖଳ ଜନତା ଭିତରୁ ଅରୁଣ କ’ଣ କହିଥିଲା ?
Answer:
ବିଶୃଙ୍ଖଳ ଜନତା ମଧ୍ୟରୁ ଅରୁଣ ଚିତ୍କାର କରି କହିଥିଲା, ‘‘ଏ ଲାଠି ମାଡ଼ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ, ବନ୍ଦେ ମାତରମ୍)…………. ।’’

Question ୧୮ ।
ଅରୁଣ ଅବିଚଳିତ କଣ୍ଠରେ ଜନତାଙ୍କୁ କ’ଣ ନିର୍ଦ୍ଦେଶ ଦେଇଥିଲା ?
Answer:
ଅରୁଣ ଅବିଚଳିତ କଣ୍ଠରେ ଜନତାଙ୍କୁ ନିର୍ଦ୍ଦେଶ ଦେଇଥିଲା, ‘ଭୟ ନାହିଁ, ଭୟ ନାହିଁ ଭାଇମାନେ ! ‘‘ଶ୍ରୀରାମଚନ୍ଦ୍ର କମଳନୟନର ନୀଳୋତ୍ପଳରେ କରିଥିଲେ ଦେବୀ ଆରାଧନା’’ କହି ଜନତାଙ୍କୁ ନିର୍ଦ୍ଦେଶ ଦେଇଥିଲା ।

Question ୧୯ ।
ପଚିଶ ବର୍ଷ ଧରି ରାୟବାହାଦୁର ନିଜକୁ କ’ଣ ସାନ୍ତନା ଦେଇ ଆସିଛନ୍ତି ?
Answer:
ପଚିଶ ବର୍ଷ ଧରି ରାୟବାହାଦୁର ନିଜକୁ ସାନ୍ତନା ଦେଇ ଆସିଛନ୍ତି, ଏ ପୁତ୍ର ହତ୍ୟା କର୍ତ୍ତବ୍ୟ ସାଧନ ନିର୍ମମ ହୋଇପାରେ; ମାତ୍ର ଅନ୍ୟାୟ ନୁହେଁ ।

Question ୨୦ ।
ରାୟବାହାଦୁର ପାଗଳ ପରି ଧାଇଁ ଯାଇ କ’ଣ କହିଥିଲେ ?
Answer:
ରାୟବାହାଦୁର ‘ପାଗଳ ପରି ଧାଇଁଯାଇ, ହେମମାଳୀଙ୍କ ହାତରୁ ଶଙ୍ଖଟା ଛଡ଼ାଇ ନେଇ କହିଥିଲେ, ‘ଏ କ’ଣ କରୁଚ ତମେ’’ ।

Question ୨୧ ।
ଗତ ପଚିଶ ବର୍ଷଧରି ହେମମାଳୀ କ’ଣ କେବେ କରି ନ ଥିଲେ ?
Answer:
ଗତ ପଚିଶ ବର୍ଷଧରି ହେମମାଳା ଭୋ ଭୋ ହୋଇ କାନ୍ଦି ନ ଥିଲେ ।

Question ୨୨ ।
ହେମମାଳୀ ଦର୍ଶିତାର କଣ୍ଠରେ କ’ଣ କହିଥିଲେ ?
Answer:
ହେମମାଳୀ ଦର୍ପିତାର କଣ୍ଠରେ କହିଲେ, ଯୋଉ ପତାକାପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ ।

Question ୨୩ ।
ରାୟବାହାଦୁର ଘର ଭିତରକୁ ଯାଇ କ’ଣ କହିଥିଲେ ?
Answer:
ରାୟବାହାଦୁର ଘର ଭିତରକୁ ଯାଇ ଅନେକ ଦିନର ସାଇତା ସିଲ୍‌କର ଗୋଟାଏ ୟୁନିୟନ୍ ଜାକ୍ ପତାକା କାଢ଼ି ଉଡ଼ାଇଲେ ସେଇ ତ୍ରିରଙ୍ଗା ପତାକା ସ୍ଥାନରେ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୨୪ ।
ପତାକାଟାକୁ ଝାମ୍ପିନେଇ ବିଜୟ କ’ଣ କରିଥିଲା ?
Answer:
ପତାକାଟାକୁ ଝାମ୍ପିନେଇ ବିଜୟ କହିଥିଲା, ‘ଏ ଦେଶ ଆମର । ବ୍ରିଟିଶର ଗୋଲାମପାଇଁ ସ୍ଥାନ ନାହିଁ ଏଠି ।’

Question ୨୫ ।
‘ଅଥଚ ଭାବୁଚ ଏ ପତାକା କ’ଣ’ ? ଏଠାରେ ପତାକା କ’ଣ ବୋଲି କୁହାଯାଇଛି ?
Answer:
‘ଅଥଚ ଭାବୁଚ ଏ ପତାକା କ’ଣ ? ଏଠାରେ ପତାକା ଖଣ୍ଡେ ରଙ୍ଗିନ୍ କନା ମାତ୍ର, ରଙ୍ଗ ଛାଡ଼ିଯିବ ତା’ର, ତଥାପି ତୋ’ର ପତାକାର ଜୟ ହେଉ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

ଗଳ୍ପ – ପତାକା ଉତ୍ତୋଳନ, ଗାଳ୍ପିକ – ସୁରେନ୍ଦ୍ର ମହାନ୍ତି

Question ୧ ।
ରାୟବାହାଦୁରଙ୍କ ନିଦ କାହିଁକି ଭାଙ୍ଗି ଯାଇଥିଲା ?
Answer:
୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତି ବାରଟା ପାଖାପାଖ୍ ହେବ । ସ୍ଵାଧୀନତା ଉତ୍ସବ ପାଳନପାଇଁ ହଠାତ୍ ଶଙ୍ଖ, ଘଣ୍ଟ, ହୁଳହୁଳି ଓ ତୋପ ପ୍ରଭୃତି ବାଜି ଉଠିଲା । ସେହି ବାଦ୍ୟର ଓ ତୋପର ଶବ୍ଦରେ ରାୟବାହାଦୁରଙ୍କ ନିଦ ଭାଙ୍ଗି ଯାଇଥିଲା ।

Question ୨ ।
କେଉଁ କଥା ରାୟବାହାଦୁରଙ୍କ ଚରମ ପରାଜୟ ଘୋଷଣା କରୁଥିଲା ?
Answer:
ସ୍ବାଧୀନତା ଉତ୍ସବରେ ବାଜୁଥିବା ଶଙ୍ଖ, ଘଣ୍ଟ, ହୁଳହୁଳି ଶବ୍ଦ ଶୁଣି ରାୟବାହାଦୁରଙ୍କ ନିଦ ଭାଙ୍ଗି ଯାଇଥିଲା । ‘ଜୟ ସ୍ଵାଧୀନ ଭାରତ କି ଜୟ’ ଧ୍ଵନିରେ ସେ ଅତିଷ୍ଟ ହୋଇ ପଡ଼ିଥିଲେ । ସେଥିରୁ ନିଷ୍ପତି ପାଇବା ପାଇଁ ଘରର ସବୁ ଝରକା କବାଟ ବନ୍ଦ କରିଦେଲେ । ତଥାପି ସେହି ଶବ୍ଦର ସୁତୀକ୍ଷ୍ଣ ଶଳାକା ଯେପରି ତାଙ୍କୁ ବିଦ୍ଧ କରୁଥିଲା ଏବଂ ତାହା ତାଙ୍କର ପରାଜୟର ଘୋଷଣା କରୁଥିଲା ।

Question ୩ ।
ଝରକା କବାଟ ବନ୍ଦ କରି ମଧ୍ୟ ରାୟବାହାଦୁରଙ୍କ ଅବସ୍ଥା କିପରି ଥିଲା ?
Answer:
ଝରକା କବାଟ ବନ୍ଦ କରି ମଧ୍ୟ ରାୟବାହାଦୁର ସ୍ଵାଧୀନତା ଉତ୍ସବର ବିଜୟ ଧ୍ଵନିରୁ ରକ୍ଷା ପାଇ ପାରିନଥିଲେ । ସେଥୁରୁ ମୁକ୍ତି ପାଇବା ପାଇଁ ସେ କାନରେ ଦୁଇଟି ଆଙ୍ଗୁଠି ଚାପି ଧରିଲେ । ତଥାପି ବନ୍ଧୁକ ଗୁଳିପରି ସେ ଜୟଧ୍ବନି ଯେପରି ବୃଦ୍ଧ ରାୟବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥି ଚୂର୍ଣ୍ଣ କରି ଦେଉଥିଲା ।

Question ୪।
ରାୟବାହାଦୁର ଝରକା କବାଟ ଖୋଲି କ’ଣ ଦେଖୁଥିଲେ ?
Answer:
ରାୟବାହାଦୂର ଝରକା କବାଟ ଖୋଲି ଦେଲାପରେ ବାହାରର କୋଳାହଳ ଝଡ଼ପରି ଘର ଭିତରକୁ ପଶି ଆସିଥିଲା । ସେ ଝରକା ବାଟେ ତଳ ରାସ୍ତାକୁ ଚାହିଁ ଦେଖୁଲେ । ରାସ୍ତାରେ ଜୟଧ୍ବନି କରି ଚାଲିଥିଲା ଏକ ବିରାଟ ପଟୁଆର, ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା ଧରି ।

Question ୫ ।
ଝରକା ପାଖରୁ ଚାଲିଆସି ରାୟବାହାଦୁର କ’ଣ କରିଥିଲେ ?
Answer:
ଝରକା ପାଖରୁ ଚାଲିଆସି ରାୟବାହାଦୁର, ସୁଇଚ୍ ଦେଇ ଆଲୁଅ ଜଳାଇଲେ ଓ ତକିଆ ତଳୁ ଚାବି ଲେନ୍ଥା କାଢ଼ିଲେ । ଘରର କଣରେ ଥ‌ିବା ଡ୍ରୟାର ଖୋଲି, ସେଥୁରୁ ପରଲୋକଗତ ପୁତ୍ର ଅରୁଣର ଫଟୋ କାଢ଼ି ଦେଖୁଥିଲେ ।

Question ୬ ।
ବାହାଦୁର ଆଘାତରେ ଟଳିପଡ଼ିବାପରି ରାୟବାହାଦୁରଙ୍କୁ କାହିଁକି ମନେ ହୋଇଥିଲା ?
Answer:
ରାୟ ବାହାଦୁର ନିଜ ଡ୍ରୟର ଭିତରେ ସାଇତି ରଖିବା ନିଜର ପରଲୋକଗତ ପୁତ୍ର ଅରୁଣର ଫଟୋ ଦେଖୁଥିଲେ । ସେ ଦେଖିଲେ ସେଇ ପ୍ରତିଭା ଦୀପ୍ତ, ଆଦର୍ବୋଜ୍ଜ୍ଵଳ ଚେହେରାକୁ । ପରିଧାନ ଥିଲା ଅସହଯୋଗକାରୀ ସତ୍ୟାଗ୍ରହୀର । ସେହି ଫଟୋକୁ ଦେଖିଲା ପରେ ବିଦ୍ୟୁତ୍ ଆଘାତରେ ଟଳିପଡ଼ିବା ପରି ତାଙ୍କୁ ଲାଗିଥିଲା ।

Question ୭ ।
ଡ୍ରୟର ଭିତରୁ ରାୟବାହାଦୁର କ’ଣ ସବୁ କାଢ଼ିଥିଲେ। ?
Answer:
ଡ୍ରୟର ଭିତରୁ ରାୟବାହାଦୁର, ପରଲୋକଗତ ଅରୁଣର ଖଣ୍ଡେ ଫଟୋଗ୍ରାଫ୍, ଗୁଡ଼ାଏ ମେଡ଼ାଲ ଆଉ ସନନ୍ଦ ପତ୍ରଗୁଡ଼ିକରେ ହଳଦିଆ ଆସ୍ତରଣ ବସିଯାଇଥିଲା ।

Question ୮ ।
ବ୍ରିଟିଶ ସରକାରଙ୍କଦ୍ଵାରା ପ୍ରଦତ୍ତ ସନନ୍ଦଟିରେ କ’ଣ ଲେଖାଯାଇଥିଲା ?
Answer:
୧୯୨୩ ସାଲରେ ବ୍ରିଟିଶ ସରକାର ରାୟବାହାଦୁରଙ୍କ ଉପରେ ସନ୍ତୁଷ୍ଟ ହୋଇ ଏକ ସନନ୍ଦ ଦେଇଥିଲେ । ସେଥ‌ିରେ ଲେଖାଥିଲା – ‘ବ୍ରିଟିଶ୍ ସିଂହାସନପ୍ରତି ଆପଣଙ୍କର ନିଷ୍ଠା ଏବଂ ଅନୁରକ୍ତି ମହାମହିମ ବ୍ରିଟିଶ ସମ୍ରାଟଙ୍କୁ ମୁଗ୍ଧ କରିଛି । ବ୍ରିଟିଶ ସିଂହାସନପ୍ରତି ଏ ଅତୁଳନୀୟ ଅନୁରକ୍ତିପାଇଁ ଆପଣ ନିଜର……. ।”’

Question ୯ ।
ଚଉରୀଚଉରା ବିପ୍ଳବ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଚଉରୀଚଉରା ବିପ୍ଳବ ଭାରତର ମନ୍ଥର ଜାତୀୟ ଆନ୍ଦୋଳନର ଜଡ଼ ନାଟିକାରେ ଜଗାଇ ଦେଇଥିଲା ନୂତନ ସ୍ୱନ୍ଦନ । ପୁନଶୃ ସନ୍ତି।ସବ।ଦ ଭାରତର ଜାତୀୟ ଆନ୍ଦେ।ଳନରେ ଆଣି ଦେଇଥିଲା ନୂତନ ଥାଭିମୁଖ୍ୟ । ସେତେବେଳେ ରାୟବାହାଦୁର ଅସ୍ଥାୟୀ ସବ୍‌ଇନ୍ସପେକ୍ଟର ଥିଲେ ବି ତାଙ୍କୁ ଥାନା ଓ କଚେରୀର ସୁରକ୍ଷା ଦାୟିତ୍ଵ ଦିଆଯାଇଥିଲା ।

Question ୧୦ ।
କେଉଁ ଗାନ କ୍ରମେ ଅସ୍ପଷ୍ଟରୁ ଅସ୍ପଷ୍ଟତର ହେଉଥିଲା ?
Answer:
ବାହାରେ ଚାଲିଥ‌ିବା ‘ବନ୍ଦେ ମାତରମ୍’ ଗାନ ଠିକ୍ ଅରୁକଣ୍ଠସ୍ଵର ଭଳି ରାୟବାହାଦୁରଙ୍କୁ ମନେ ହୋଇଥିଲା । ତେଣୁ ସେ ଖୋଲା ଝରକା ପାଖକୁ ଛୁଟି ଯାଇଥଲେ ତାହା ଦେଖିବାକୁ । ମାତ୍ର ସେହି ‘ବନ୍ଦେ ମାତରମ୍’ ଐକତାନ କ୍ରମେ ଅସ୍ପଷ୍ଟରୁ ଅସ୍ପଷ୍ଟତର ହେଉଥିଲା ।

Question ୧୧ ।
ଅରୁଣ, ତା’ ବାପାଙ୍କୁ କାହିଁକି ବ୍ରିଟିଶ୍ ସରକାରଙ୍କ ‘ଗୋଲାମ ବୋଲି କହିଛି ?
Answer:
ଅରୁଣକୁ ଯେତେବେଳେ ତାଙ୍କ ବାପା ରାୟବାହାଦୁର, ବ୍ରିଟିଶ୍ ସରକାର ବିରୁଦ୍ଧରେ ଯିବାକୁ ମନାକରିଛି, ସେତେବେଳେ ଅରୁଣ କହିଛି । ସ୍ଵାଧୀନତା ହେଉଛି ମନୁଷ୍ୟର ଜନ୍ମଗତ ଅଧିକାର ଏବଂ ଏହା ତାହାର ପବିତ୍ରତମ ଦାବୀ । ତେଣୁ ବ୍ରିଟିଶ ସରକାରଙ୍କ ପାଇଁ ବାପା କହୁଥିବାରୁ, ଅରୁଣ ବାପାଙ୍କୁ ବ୍ରିଟିଶ ସରକାରଙ୍କ ଗୋଲାମ ବୋଲି କହିଛି ।

Question ୧୨ ।
‘‘ଆପଣ ଅନ୍ୟାୟ କରୁଛନ୍ତି ବାପା’’ – ଏହା କିଏ କାହାକୁ କାହିଁକି କହିଛି ?
Answer:
ରାୟବାହାଦୁର ପୁଅ ଅରୁଣ ଉପରେ କ୍ରୋଧାନ୍ବିତ ହୋଇ, ବ୍ରିଟିଶ ସରକାର ବିରୁଦ୍ଧରେ ନ ଯିବା ପାଇଁ ଆଦେଶ ଦେଇଛନ୍ତି । ଅରୁଣ ଆଦେଶ ଅମାନ୍ୟ କଲାପରେ ସେ ଉତ୍‌କ୍ଷିପ୍ତ ହୋଇ, ତାହାକୁ ଚାବୁକରେ ଆଘାତ କରିଛନ୍ତି । ତେଣୁ ଅରୁଣ ବାପା ରାୟବାହାଦୁରଙ୍କୁ, ଅବିଚଳିତ କଣ୍ଠରେ ଜବାବ ଦେଇଛି, ‘ଆପଣ ଅନ୍ୟାୟ କରୁଛନ୍ତି ବାପା’।

Question ୧୩ ।
ହେମମାଳୀ ଅନୁଯୋଗ ସ୍ୱରରେ କ’ଣ କହିଥିଲେ ଓ ରାୟବାହାଦୁରଙ୍କ ଉତ୍ତର କ’ଣ ଥିଲା ?
Answer:
ବାପା ପୁଅଙ୍କର ଯୁକ୍ତିତର୍କ ଏବଂ ବାପାଙ୍କର ପୁଅକୁ ଚାବୁକ୍‌ରେ ଆଘାତ କରିବା ଶୁଣିପାରି ହେମମାଳୀ ରନ୍ଧାଘର ଭିତରୁ ଦଉଡି଼ ଆସିଥିଲେ । ଅନୁଯୋଗ ସ୍ବରରେ ‘ଏ କ’ଣ କରୁଚ ତୁମେ’ ବୋଲି କହିଥିଲେ । ରାୟବାହାଦୁର ବିରକ୍ତି ପ୍ରକାଶ କରି ଉତ୍ତର ଦେଇଥିଲେ – ‘ଏଠୁ ଯାଅ ତମେ । ବାହାରର କଥା ନେଇ ମୁଣ୍ଡ ଖେଳେଇବାରେ ତମର କିଛି ଦରକାର ନାହିଁ । ଯାହାର ଦାନାଖାଇ ମୁଁ ମଣିଷ, ତା’ର ନିମକହାରାମ୍ ଅସମ୍ଭବ ।’

Question ୧୪ ।
ରାୟବାହାଦୁର ଅରୁଣକୁ କ’ଣ ପଚାରିଥିଲା ଓ କାହିଁକି ?
Answer:
ଇଂରେଜ ସରକାରଙ୍କ ନିକଟରେ ନିମକ ହାରାମ୍ ହୋଇପାରିବେ ନାହିଁ ବୋଲି ରାୟବାହାଦୁର କହିବାରୁ, ତାଙ୍କୁ ଅରୁଣ ପଚାରିଥିଲା, ‘‘କାହାର ଦାନା, କାହାର ପାଣି ପବନରେ ମଣିଷ ହୋଇଛନ୍ତି ଆପଣ ? ଭାରତର, ଏଇ ଗୋଲାମ ଭାରତର, ସ୍ଵାଧୀନତା ଯାହାର ଦାବୀ ।’’

Question ୧୫ ।
ରାୟବାହାଦୁର କ’ଣ ଉତ୍କର୍ଣ୍ଣ ହୋଇ ଶୁଣୁଥିଲେ ?
Answer:
ସ୍ଵାଧୀନତା ଉତ୍ସବର କୋଳାହଳ ମୁହୂର୍ଭକପାଇଁ ବନ୍ଦ ହୋଇ ଯାଇଥିଲା । ରାତିର ଲକ୍ଷ ଝିଙ୍କାରି କଣ୍ଠରେ ସେଇ ଏକ ଟଣା ହିଁ ହିଁ ସୁରରେ ରାତିର ନିରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇ ଉଠିଥିଲା । ରାୟବାହାଦୁର ସେହି ଶବ୍ଦକୁ ଉତ୍କର୍ଣ୍ଣ ହୋଇ ଶୁଣୁଥିଲେ । ଅନେକ ରାତିରେ ଏମିତି ଶୁଣିଥା’ନ୍ତି, କେବେ କେବେ ଅଧରାତିରେ ନିଦ ଭାଙ୍ଗିଗଲେ ମଧ୍ୟ ।

Question ୧୬ ।
ପୁଲିସ ସାହେବଙ୍କର କ’ଣ ହୁକୁମ ଥିଲା ?
Answer:
ଚଉରୀଚଉରା ଆନ୍ଦୋଳନ ପରେ ଓଡ଼ିଶାର ଜନତା ସ୍ଵାଧୀନତା ପାଇଁ ଜାଗି ଉଠିଥିଲା । ତେଣୁ ସେମାନେ ଥାନା, କଚେରୀଆଦି ଘେରାଉ କରିଥିଲେ । ପୁଲିସ ସାହେବଙ୍କର ହୁକୁମଥିଲା ‘ଦେଖ ମହାପାତ୍ର, ତମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କଥା ତମେ ଚଳେଇ ନେଇଛ । ଆଜି ଏକ ବିରାଟ ଜନତା ଆସୁଛି ଥାନା କଚେରୀ ସବୁ ଆକ୍ରମଣ କରିବାପାଇଁ । ସେମାନଙ୍କୁ ମୁକାବିଲା କରିବା ଦାୟିତ୍ଵ ତମର ।’’

Question ୧୭ ।
ପୁଲିସ୍ ଥାନା ଆଗରେ କେଉଁ ସବୁ ଘଟଣା ଘଟୁଥିଲା ?
Answer:
ପୁଲିସ୍ ଥାନା ଆଗରେ ନିରସ୍ତ ହୋଇ ବିରାଟ ଜନତା ରହିଥିଲା । ସେମାନଙ୍କ ସାମନାରେ ଥିଲା ସଶସ୍ତ୍ର ପୁଲିସ୍ ବାହିନୀ । ପୁଲିସ୍‌ମାନଙ୍କ ବେୟୋନେଟ୍‌ରେ ଖରାପଡ଼ି ଚିକ୍ ଚିକ୍ କରୁଥିଲା । ରାୟବାହାଦୁର କ୍ଷିପ୍ତହୋଇ ଚିତ୍କାର କରି କହିଲେ, ‘ହଟୋ ହଟୋ’, ‘ଶାଲେ ଲୋକ’ । ମାତ୍ର ଜନତା ଲାଠି ଚାର୍ଜକୁ ଖାତିର ନ କରି ‘ବନ୍ଦେ ମାତରମ୍’ ରେ କୁହାଟୁ ଥିଲେ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୧୮ ।
ସୋମନାଥ ହାତରୁ ପିସ୍ତଲ ଉଠାଇଥିଲେ କାହିଁକି ?
Answer:
ଥାନା ଓ କଚେରୀ ଆଗରେ ବିରାଟ ଜନତା ‘ବନ୍ଦେ ମାତରମ୍’ ଧ୍ଵନି ଦେଉଥିଲେ । ଲାଠି ଚାର୍ଜ ହେଲାପରେ ମଧ୍ୟ ସେମାନେ ହଟି ନ ଥିଲେ । ଏହି ସମୟରେ ଜନତାଙ୍କ ମଧ୍ୟରେ ଅରୁଣ ଲାଠି ଚାର୍ଜର ପ୍ରତିବାଦ ଜଣାଇଥିଲା । ଫଳରେ ଜନତା ଭୀଷଣ ଓ ଭୟଙ୍କର ହୋଇ ଉଠିଲେ । ଅରୁଣକୁ ଓ ଜନତାଙ୍କୁ ଭୟଭୀତ କରାଇବାପାଇଁ ସୋମନାଥ ହାତରୁ ପିସ୍ତଲ ଉଠାଇଥିଲେ ।

Question ୧୯ ।
ଅରୁଣର ନିର୍ଦ୍ଦେଶ ପାଇ ଜନତା କ’ଣ କରିଥିଲେ ?
Answer:
ଅରୁଣର ନିର୍ଦ୍ଦେଶ ପାଇ ଜନତାମାନେ ଶତସିଂହ ପରି ଗର୍ଜି ଉଠିଲେ । କେତେ ଜଣ ମଧ୍ଯ ଫ୍ଲାଷ୍ଟାଫ୍ ଭାଙ୍ଗି ତା’ ଉପରେ ଉଡ଼ୁଥ‌ିବା ୟୁନିୟନ୍ ଜାକ୍‌କୁ ଚିରି ଦେଇଥିଲେ ।

Question ୨୦ ।
ସୋମନାଥଙ୍କ ପିସ୍ତଲ ଫୁଟିଲା ପରେ କ’ଣ ଘଟିଥିଲା ?
Answer:
ସୋମନାଥ ଫାଙ୍କା ଆବାଜ କରିବାକୁ ଯାଇ ସତରେ ଗୁଳି ଫୁଟାଇ ଦେଇଥିଲେ । ଫଳରେ ତାଙ୍କ ପୁଅ ଅରୁଣ, ଯେ କି ଜନତାର ନେତୃତ୍ଵ ନେଇଥିଲା, ତାହାର ରକ୍ତାକ୍ତ ଶବ ତଳେ ଖସି ପଡ଼ିଥିଲା ।

Question ୨୧ ।
ରାୟବାହାଦୁର ହଠାତ୍ ଚମକି ଉଠିଥ୍ କାହିଁକି ?
Answer:
ରାୟବାହାଦୁର ଘରଭିତରୁ ଶଙ୍ଖଧ୍ବନି ଶୁଣି ହଠାତ୍ ଚମକି ଉଠିଥିଲେ । କାରଣ ହେମମାଳୀ ଦୋତାଲା ବାରଣ୍ଡାରେ ଗୋଟିଏ ତ୍ରିରଙ୍ଗା ପତାକା ଉଡ଼ାଇ ଦେଇ, ତାହାର ପାଦତଳେ ଦୀପଟିଏ ଜାଳି ଶଙ୍ଖ ଧ୍ଵନି କରିଥିଲେ ।

Question ୨୨ ।
ହେମମାଳା ଭୋ ଭୋ ହୋଇ କାନ୍ଦି ଉଠିଥିଲେ କାହିଁକି ?
Answer:
ହେମମାଳା ଚିତ୍କାର କରି କହିଥିଲେ, ତୁମେ ମୋତେ ଛୁଅଁ ନାହିଁ । ମୋ’ ଅରୁ ଆଜି ମୋ’ କୋଳକୁ ଫେରିଆସିଛି । ଏହାପରେ ହେମମାଳା ଭୋ ଭୋ ହୋଇ କାନ୍ଦିଥିଲେ, ଯେଉଁ କାନ୍ଦ ସେ ପଚିଶ ବର୍ଷଭିତରେ କାନ୍ଦି ନ ଥିଲେ ।

Question ୨୩ ।
କେଉଁ ପତାକାର ପତନ ଅସମ୍ଭବ ବୋଲି ରାୟବାହାଦୁର କହିଥିଲେ ଓ କାହିଁକି ?
Answer:
ୟୁନିୟନ ଜାକ୍ ପତାକାର ପତନ ଅସମ୍ଭବ ବୋଲି ରାୟବାହାଦୁର କହିଥିଲେ । କାରଣ ଏହି ପତାକା ପାଇଁ ସେ ନିଜ ପୁଅ ଅରୁକୁ ଖୁନ୍ କରିଛନ୍ତି ଓ ଜୀବନସାରା ଇଂରେଜମାନଙ୍କର ଗୋଲାମୀ କରି ଆସିଛନ୍ତି ।

Question ୨୪ ।
ହେମମାଳା କ’ଣ କହି ମୂର୍ତ୍ତିତା ହୋଇ ତଳେ ପଡ଼ିଯାଇଥିଲେ ?
Answer:
ରାୟବାହାଦୁର ପତ୍ନୀ ହେମମାଳାଙ୍କ ନିକଟରୁ ତ୍ରିରଙ୍ଗା ପତାକାଟିକୁ କାଢ଼ି ଫିଙ୍ଗିଦେଲେ । ଏହା ଦେଖ୍ ହେମମାଳା ଦର୍ପିତା କଣ୍ଠରେ କହିଲେ, ‘ଯୋଉ ପତାକା ପାଇଁ ଅରୁ ପ୍ରାଣବଳୀ ଦେଇଛି, ସେ ପତାକା ଯୁଗେ ଯୁଗେ ଉନ୍ନତ ହୋଇ ରହିବ ।’ ଆବେଗ ଓ ଉତ୍ତେଜନାରେ ଏତିକି କହି ସେ ମୂର୍ତ୍ତିତା ହୋଇ ପଡ଼ିଗଲେ ।

Question ୨୫ ।
ସାରା ରାତି ସୋମନାଥ କ’ଣ କରୁଥିଲେ ?
Answer:
ସାରା ରାତି ସୋମନାଥଙ୍କ ଆଖ‌ିରେ ନିଦ ନଥିଲା । ସେ ଅତି ସତର୍କ ପ୍ରହରୀପରି ସାରା ରାତି ଚେଇଁ ବସିଥିଲେ ୟୁନିୟନ ଜାକ୍ ପତାକା ପାଖରେ ।

Question ୨୬ ।
‘‘ବ୍ରିଟିଶ୍ର ଗୋଲାମପାଇଁ ସ୍ଥାନ ନାହିଁ ଏଠି? ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ରାୟବାହାଦୁର ‘ୟୁନିୟନ ଜାକ୍’ ପତାକାକୁ ସାରାରାତି ଜଗି ରହିଥିଲେ; ମାତ୍ର ସକାଳୁ ସକାଳୁ ନାତି ବିଜୟ ଆସି ଏହାର ବିରୁଦ୍ଧାଚରଣ କରିଛି । ‘ଏ ପତାକା ଏଠି ଉଡ଼ିପାରିବ ନାହିଁ ବୋଲି କହିଛି । ରାୟବାହାଦୁରଙ୍କ ହାତରୁ ପତକାଟିକୁ ଝାମ୍ପି ନେଇ ବିଜୟ କହିଛି, ‘ଏ ଦେଶ ଆମର ବ୍ରିଟିଶର ଗୋଲାମପାଇଁ ସ୍ଥାନ ନାହିଁ ଏଠି ।’

Question ୨୭ ।
ସୋମନାଥଙ୍କ ମୁଣ୍ଡ ଓ ନାକ ଫାଟିଯିବାର କାରଣ କ’ଣ ଥିଲା ?
Answer:
ବିଜୟ, ୟୁନିୟନ୍ ଜାକ୍ ପତାକା ନେଇଗଲାପରେ, ସୋମନାଥ ପତାକାଟିକୁ ଛଡ଼ାଇବାକୁ ଯାଇ ଅତି ଅସ୍ଵାଭାବିକ ଭାବରେ ହିଂସ୍ର ଓ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ । ଫଳରେ ବିଜୟ ତାଙ୍କୁ ଠେଲି ଦେଇଥୁଲା ଓ ସେ ସିଡ଼ିରେ ଗଡ଼ିଗଡ଼ି ତଳମହଲା ଚଟାଣରେ ପଡ଼ିଥିଲେ । ସେହି ଦୁର୍ଘଟଣାରେ ସୋମନାଥଙ୍କ ମୁଣ୍ଡ ଓ ନାକ ଫାଟିଯାଇଥିଲା ।

Question ୨୮ ।
ସୋମନାଥ କ୍ଷୀଣକଣ୍ଠରେ ବିଜୟକୁ କ’ଣ କହିଥିଲେ ?
Answer:
ସୋମନାଥ ସିଡ଼ି ଉପରୁ ତଳକୁ ଖସିପଡ଼ିଲେ । ମୁଣ୍ଡ ଓ ନାକ ତାଙ୍କର ଫାଟିଗଲା ପରେ, ରକ୍ତର ସୁଅ ଛୁଟିଲା । ବିଜୟ ଅପରାଧୀ ପରି ଜେଜେ ଡାକିବାରୁ, ସୋମନାଥ କ୍ଷୀଣ କଣ୍ଠରେ କହିଲେ, ‘ତୋତେ ଆଶୀର୍ବାଦ କରୁଛି ବିଜୁ । ମୁଁ ଅନ୍ତତଃ ଶାନ୍ତିରେ ମରି ପାରିବି ଏଥର । ଏଇ ପତାକା ପାଇଁ କେତେ ରାଜ୍ୟ ରକ୍ତପାତ ହୋଇଛି । ମୁଁ ମୋ ନିଜ ହାତରେ ପୁଅ ଅରୁଣକୁ ମାରିଛି ଏବଂ ତୁ ତୋର ବୁଢ଼ା ଉଚ୍ଛନ୍ନ ହୋଇଛି ଏବଂ ଯୁଦ୍ଧ ଜେଜେଙ୍କୁ ଆଘାତ କରିଛୁ । ମାତ୍ର ଏ ପତାକା ଖଣ୍ଡେ ରଙ୍ଗିନ୍ କନାମାତ୍ର । ରଙ୍ଗ ଛାଡ଼ିଯିବ । ତଥାପି ତୋର ପତାକାର ଜୟ ହେଉ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
ପତାକା ଉତ୍ତୋଳନ ଗଳ୍ପରୁ ରାୟବାହାଦୁରଙ୍କ ଚରିତ୍ର ଚିତ୍ରଣ କର ।
Answer:
କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପରଚନାର ସ୍ବତନ୍ତ୍ର ବିଶେଷତ୍ଵ ହେଉଛି ଚରିତ୍ର ଚିତ୍ରଣ । ଚରିତ୍ର ସୃଜନରେ, ସେ ଚରିତ୍ର ଅନ୍ତରାଳରେ ରହିଥ‌ିବା ଇତିହାସକୁ ସାର୍ଥକ ଭାବରେ ଉପସ୍ଥାପନ କରିଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’ରେ ଗାଳ୍ପିକ ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଚରିତ୍ର ମାଧ୍ୟମରେ ଜଣେ ଦେଶଦ୍ରୋହୀ, କ୍ଷମତାଲିପସୁ, ସ୍ବାର୍ଥପର ମଣିଷର ମାନସିକତାକୁ ଯଥାର୍ଥ ଭାବରେ ପ୍ରକାଶ କରିଛନ୍ତି । ତାଙ୍କ ପାଖରେ କ୍ଷମତା ଓ ଅର୍ଥ ଆଗରେ ପାରିବାରିକ ଆବେଦନ ତୁଚ୍ଛବୋଲି ସେ ପ୍ରମାଣ ଦେଇଛନ୍ତି ।

୧୯୪୭ ମସିହା ଅଗଷ୍ଟ ମାସରେ ଭାରତ ବର୍ଷ ବହୁକଷ୍ଟରେ ଇଂରେଜ ଶାସନ କବଳରୁ ମୁକ୍ତି ପାଇଥିଲା । ଏହି ମୁକ୍ତିପାଇଁ ଏ ଦେଶର ଯେପରି ନିଷ୍ଠାପର ଦେଶଭକ୍ତ ଥିଲେ, ସେହିପରି କେତେକ ଦେଶଦ୍ରୋହୀ ମଧ୍ୟ ସ୍ଵାଧୀନତା ପ୍ରାପ୍ତିରେ ଅନ୍ତରାୟ ସୃଷ୍ଟି କରୁଥିଲେ । ସେହି ଦେଶଦ୍ରୋହୀମାନେ ନିଜର ସ୍ଵାର୍ଥ, କ୍ଷମତା ଏବଂ ଅର୍ଥ ଲାଳସରେ ଇଂରେଜମାନଙ୍କର ଗୋଲାମ ହୋଇ ରହିବାକୁ ପସନ୍ଦ କରୁଥିଲେ । ଗାଳ୍ପିକ ମହାନ୍ତି ସୋମନାଥ ମହାପାତ୍ର ଚରିତ୍ର ମାଧ୍ୟମରେ ବ୍ରିଟିଶ ଶାସକର ପଦଲେହନକାରୀ ସ୍ଵାର୍ଥ ସର୍ବସ୍ଵ କର୍ମଚାରୀର ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ।

ସୋମନାଥ ବ୍ରିଟିଶ ଶାସକଙ୍କର ଗୋଲାମୀ ହୋଇ ଅବସର ନେଇଛନ୍ତି । ମାତ୍ର ବ୍ରିଟିଶ ଶାସକଙ୍କ ପ୍ରତି ତାଙ୍କ ମନରୁ ଆନୁଗତ୍ୟ ଯାଇନାହିଁ । ଫଳରେ ସମଗ୍ର ଭାରତବର୍ଷ ସ୍ଵାଧୀନତାର ଉତ୍ସବ ପାଳନ କରୁଥିଲାବେଳେ, ଏହା ତାଙ୍କ ପାଇଁ ଅସହ୍ୟ ମନେ ହୋଇଛି । ତେଣୁ ସେ ଘରେ ରହି, ନିଜ ଅତୀତର ସ୍ମୃତି ସ୍ମାରକୀ ପଦକ ଓ ସନନ୍ଦ ପତ୍ରକୁ ଦେଖୁଛନ୍ତି । ଗୋଲାମୀ ମୋହରେ ସେ ନିଜର ପୁତ୍ରକୁ ଚାବୁକ୍‌ରେ ପିଟିଛନ୍ତି, ଘରୁ ବାହାର କରି ଦେଇଛନ୍ତି ଏବଂ ସତ୍ୟାଗ୍ରହୀମାନଙ୍କୁ ଦମନ କରିବାକୁ ଯାଇ ନିଜ ପୁତ୍ରକୁ ଗୁଳିକରି ହତ୍ୟା କରିଛନ୍ତି । ଫଳସ୍ଵରୂପ ଉପରିସ୍ଥ ଅଫିସରଙ୍କ ନିକଟରେ ସେ ନିଜର ପାରିବାର ପଣକୁ ପ୍ରମାଣ କରିଛନ୍ତି । ପୁତ୍ରର ମୃତ୍ୟୁପରେ ପୁତ୍ରବଧୂ ଅପର୍ଣ୍ଣା ବିଧବା ହେଲେ ବି ସେ ସେତେଟା ଶୋଚନା କରିନାହାଁନ୍ତି । ବହୁ ଅର୍ଥ ଓ କ୍ଷମତାର ଅଧିକାରୀ ହୋଇ, ପୁତ୍ରହରା ଦୁଃଖକୁ ଭୁଲି ଯାଇଛନ୍ତି ।

ସ୍ଵାଧୀନତା ଉତ୍ସବ ଦିନ ନିଜ ଘରଭିତରେ, ପତ୍ନୀ ହେମମାଳୀଙ୍କର ତ୍ରିରଙ୍ଗା ପତାକା ଉଡ଼ାଇବାକୁ ସେ ସହ୍ୟ କରିପାରି ନାହାଁନ୍ତି । ବରଂ ଅତି ନିଷ୍ଠୁର ଭାବରେ ପୁତ୍ରହରା ପତ୍ନୀକୁ ଆହୁରି ଆଘାତ ଦେଲାଭଳି କଥା ହେମମାଳୀ ୟୁନିୟନ୍ ଜ୍ୟାକ୍ ପତାକାକୁ ଓହ୍ଲାଇଦେବ, ସେଥ‌ିପାଇଁ ବିକଳ ଭାବରେ ସଜାଗ ପ୍ରହରୀ ଭଳି ତା’କୁ ଜଗି ରହିଛନ୍ତି । ପରଦିନ ସକାଳୁ ନାତି ବିଜୟ, ୟୁନିୟନ ଜ୍ୟାକ୍ ପତାକାର ବିରୁଦ୍ଧାଚାରଣ କରିବାରୁ, ସେ ତାହା ସହିତ ପ୍ରତିବାଦ କରିଛନ୍ତି । ପରିଣତି ନାତିଠାରୁ ଠେଲାଖାଇ, ସିଡ଼ି ପାହାଚତଳେ ପଡ଼ିଛନ୍ତି ।

ଜୀବନର ଶେଷ ସମୟରେ ସୋମନାଥ ନିଜର ଭୁଲ୍ ବୁଝିପାରିଛନ୍ତି । ନାତି ବିଜୟକୁ ଡାକି ଆଶୀର୍ବାଦ କରିଛନ୍ତି । ଥରିଲା କଣ୍ଠରେ କହିଛନ୍ତି, ପତାକାଟା ସାଧାରଣ କନାଖଣ୍ଡେ, ଏହାର ରଙ୍ଗ ମଧ୍ୟ ଉଡ଼ି ଯାଇପାରେ, କିନ୍ତୁ ଏଥ‌ିପାଇଁ କେତେ ଦେଶ ଓ କେତେ ପ୍ରାଣବାୟୁ ଉଡ଼ିଯାଇଛି ।

ସୋମନାଥ ଜୀବନର ଘଟଣାକୁ ଗାଳ୍ପିକ କେବଳ ଦେଖାଇ ନାହାଁନ୍ତି, ସେ ପତ୍ନୀ ହେମମାଳୀ ଯେପରି ଅପମାନିତ କରିଛନ୍ତି, ପୁତ୍ରବଧୂ ଅପର୍ଣ୍ଣାର ଦୁଃଖକୁ ଯେଭଳି ଭୁଲିଛନ୍ତି, ତାହା ତାଙ୍କର ବ୍ରିଟିଶ ଶାସକମାନଙ୍କ ପ୍ରତି ଘୋର ଆନୁଗତ୍ୟର ସୂଚନା ଦିଏ ।

ଗଳ୍ପଟିରେ ଗାଳ୍ପିକ ଖଳନାୟକକୁ ନାୟକ କରି, ଚରିତ୍ରଚିତ୍ରଣର ମହତ୍ତ୍ଵ ପ୍ରତିପାଦନ କରିଛନ୍ତି ।

Question ୨ ।
ପଠିତ ଗଳ୍ପ ଆଧାରରେ ସ୍ଵାଧୀନତା ଆନ୍ଦୋଳନରେ ଅରୁଣର ଭୂମିକା ନିର୍ଣ୍ଣୟ କର ।
Answer:
ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଯେଉଁ କେତେଜଣ ଗାଳ୍ପିକ ସେମାନଙ୍କ ଗଳ୍ପ ସୃଷ୍ଟିରେ ସମାଜର ବିଭିନ୍ନ ଘଟଣା ଓ ବିଭିନ୍ନ ଦିଗକୁ ବର୍ଣ୍ଣନା କରିଛନ୍ତି, ସେମାନଙ୍କ ମଧ୍ୟରେ କଥାକାର ସୁରେନ୍ଦ୍ର ମହାନ୍ତି ହେଉଛନ୍ତି ଅନ୍ୟତମ । କଥାକାର ମହାନ୍ତି ତାଙ୍କର ଅନେକ ଗଳ୍ପରେ ଆଧୁନିକ ସହରୀ ଜୀବନର ଅସହାୟତା ବୋଧକୁ ଚିତ୍ରିତ କରିଥିଲେ ହେଁ, ସ୍ଵାଧୀନତା ସଂଗ୍ରାମୀମାନଙ୍କର ବାସ୍ତବ ଜୀବନକୁ ସେ ଯଥାର୍ଥ ଭାବେ ଉପସ୍ଥାପନ କରିଥିଲେ । ଦୀର୍ଘଦିନ ଧରି ଭାରତ ବ୍ରିଟିଶ ସରକାରଙ୍କ ଛତ୍ରଛାୟାତଳେ ପରାଧୀନ ହୋଇ ରହିଲା ପରେ, ଗାନ୍ଧିଜୀ ଭଳି ଅନେକ ନେତାଙ୍କ ନେତୃତ୍ଵର ଯୁବସମ୍ପ୍ରଦାୟ ସ୍ବାଧୀନତା ସଂଗ୍ରାମରେ ଝାସଦେଇ, ଦେଶକୁ ସ୍ୱାଧୀନ କରିବାପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଦେଶପାଇଁ ସେହି ସଂଗ୍ରାମୀ ବୀରମାନଙ୍କୁ ଘର ଓ ପରିବାର ଛାଡ଼ିବାକୁ ହୋଇଥିଲା । ପିତାମାତାଙ୍କର ଅବାଧ୍ଯ ହୋଇ, ସେମାନେ ଦେଶ ମାତୃକାର ସେବାରେ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ପରିଣାମରେ ସେମାନଙ୍କୁ ଜେଲ୍, ଜୋରିମାନା, ଲାଠିପ୍ରହାର ଏପରିକି ବନ୍ଧୁକ ମୁନରେ ଜୀବନ ଦେବାକୁ ହୋଇଥିଲା । ଦେଶପାଇଁ ସେମାନେ ସହୀଦ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଥିଲେ । ଶେଷରେ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଜୟ ହେଲା । ଭାରତ ହେଲା ସ୍ଵାଧୀନ । ବିଦେଶୀ ଇଂରେଜମାନେ ତାଙ୍କ ଦେଶକୁ ଫେରିଗଲେ । ଏହି ସ୍ଵାଧୀନତା ସଂଗ୍ରାମ ଓ ଦେଶ ସ୍ଵାଧୀନତା ଦିବସ ପାଳନ କରିବା ପୃଷ୍ଠଭୂମିରେ ‘ପତାକା ଉତ୍ତୋଳନ’ ଗଳ୍ପର ପରିକଳ୍ପନା କରାଯାଇଛି ।

ଅରୁଣ ଥୁଲା, ଇନ୍ସପେକ୍ଟର ସୋମନାଥ ମହାପାତ୍ରଙ୍କର ଏକମାତ୍ର ସନ୍ତାନ । ସୋମନାଥ ମହାପାତ୍ର ଇଂରେଜମାନଙ୍କ ନିକଟରେ ଚାକିରି କରି, ସେମାନଙ୍କର ଏକରମକ ଗୋଲାମ ପାଲଟି ଯାଇଥିଲା । ଫଳରେ ପୁତ୍ର ଅରୁଣ ସ୍ଵାଧୀନତା ସଂଗ୍ରାମରେ ଯୋଗଦେବାରୁ, ସେ ତାହାକୁ ସେପରି କରିବାକୁ ବାଧା ଦେଇଥିଲେ । ଅରୁଣ ବାପାଙ୍କ କଥାର ପ୍ରତିବାଦ କରିବାରୁ, ମହାପାତ୍ର ତାଙ୍କୁ ଚାବୁକ୍‌ରେ ଆଘାତ କରିଥିଲେ । ଯେତେ ପ୍ରତିରୋଧ କଲେବି ଅରୁଣ ବାପାଙ୍କ କଥାରେ

ରାଜି ହୋଇ ନଥିଲା, ବରଂ ପ୍ରତିବାଦ କରିଥିଲା । ସୋମନାଥ ମହାପାତ୍ରଙ୍କୁ ପଚାରିଥିଲା – ‘‘କାହାର ଦାନା, ପାଣି ପବନରେ ମଣିଷ ହୋଇଛନ୍ତି ଆପଣ ? ଭାରତର, ଏଇ ଗୋଲାମ-ଭାରତର, ସ୍ଵାଧୀନତା ଯାହାର ଦାବି ।’’ ରାୟବାହାଦୁର ରାଗିଯାଇ ଅରୁଣକୁ ଆଦେଶ ଦେଇଥିଲେ ଏଇ ମୁହୂର୍ତ୍ତରେ ଏ ଘରୁ ତମେ ବାହାରିଯାଅ ଅରୁଣ ! ତମେ ଆଜିଠାରୁ ମୋର ତେଜ୍ୟପୁତ୍ର ।’’

ଅରୁଣ ଘରୁ ବାହାରି ଗଲାପରେ ସଂଗ୍ରାମୀ ଭାବରେ ଜୀବନ କାଟିଛି । ଚୌରୀଚୌରା ଆନ୍ଦୋଳନ ପରେ ସେ ବିରାଟ ଜନତାର ନେତୃତ୍ଵ ନେଇଛି । ବନ୍ଦେ ମାତରମ୍ ଡାକରେ ସମସ୍ତଙ୍କୁ ପ୍ରଭାବିତ କରିଛି । ଲାଠି ଚାର୍ଜ ହେବାରୁ ତାହାର ପ୍ରତିବାଦ କରିଛି । ସଂଗ୍ରାମୀମାନଙ୍କୁ ପ୍ରେରଣା ଦେବାପାଇଁ ଅରୁଣ କହିଛି – ‘ଭୟ ନାହିଁ । ଭୟ ନାହିଁ ଭାଇମାନେ, ଶ୍ରୀ ରାମଚନ୍ଦ୍ର କମଳ ନୟନର ନୀଳୋତ୍ପଳ ଦେବୀ ଆରାଧନା କରିଥିଲେ ।’’ ଆମେ ସେହିପରି ଜୀବନ ଦେବା । ଜନତାଙ୍କୁ ଘଉଡ଼ାଇବାକୁ ଯାଇ ଫାଙ୍କା ଗୁଳିଚାଳନା କରିବା ବେଳେ, ସୋମନାଥଙ୍କ ଗୁଳିରେ ଅରୁଣ ଟଳି ପଡ଼ିଛି ।

ସ୍ଵାଧୀନତା ସଂଗ୍ରାମରେ ଅରୁଣର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଛି ।

Question ୩ ।
ସୋମନାଥ ମହାପାତ୍ର କିପରି ସବ୍-ଇନ୍ସପେକ୍ଟରରୁ ଇନ୍ସପେକ୍ଟର ହୋଇପାରିଥିଲେ – ଉଲ୍ଲେଖ କର ।
Answer:
କଥାକାର ସୁରେନ୍ଦ୍ର ମହାନ୍ତି ଜଣେ ଜୀବନଧର୍ମୀ କଥାଶିଳ୍ପୀ । ଜୀବନର ପ୍ରତ୍ୟେକ ଦିଗକୁ ସେ ତାଙ୍କର କଳ୍ପିତ ଚରିତ୍ର ମାଧ୍ୟମରେ ପ୍ରକାଶ କରିଥା’ନ୍ତି । ମଣିଷ ଜୀବନର ଚିନ୍ତା ଚେତନା ଓ ସ୍ଵାର୍ଥନ୍ୱେଷୀ ମନୋଭାବକୁ ସେ ଭଲଭାବରେ ବୁଝିଥା’ନ୍ତି ଓ କାହାଣୀ ମାଧ୍ୟମରେ ଉପସ୍ଥାପିତ କରିଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’ ଗଳ୍ପ ମାଧ୍ୟମରେ ଜୀବନରେ ମଣିଷ କିପରି ନିଜର ଉନ୍ନତିପାଇଁ ଏବଂ ନିଜକୁ ଅନ୍ୟପାଖରେ ଦାସ ଭାବରେ ବିକ୍ରି କରିଦେଲା ପରେ କିପରି ହିତାହିତ ଜ୍ଞାନଶୂନ୍ୟ ହୋଇଯାଏ, ତାହା ସୋମନାଥ ମହାପାତ୍ର ଚରିତ୍ର ମାଧ୍ୟମରେ ଦେଖାଇ ଦେଇଛନ୍ତି । ସେହି ଦାସ ମନୋଭାବ କିପରି ଜୀବନସାରା ସଂକ୍ରମିତ କରି ରଖୁଥାଏ, ତାହା ମଧ୍ୟ ଉଲ୍ଲେଖ କରିଛନ୍ତି ।

ସୋମନାଥ ମହାପାତ୍ର ଥିଲେ ଇଂରେଜ ଅଧୀନରେ ଜଣେ ଅସ୍ଥାୟୀ ସବ୍‌ଇନ୍ସପେକ୍ଟର ମାତ୍ର । ଶାସନ ପ୍ରତି ରହିଥୁଲା ଅହେତୁକ ସମର୍ପଣ ଭାବ । ସେ ଏକରକମ୍ ଦେହରେ ଭାରତୀୟ ହେଲେ ବି ମାନସିକ ସ୍ତରରେ ଥିଲେ ନିଷ୍ଠୁର ଇଂରେଜ ସରକାରଙ୍କ ସଚା ଗୋଲାମ । ତେଣୁ ସେ ଏକମାତ୍ର ପୁତ୍ର ଅରୁଣକୁ ଇଂରେଜ ସରକାର ବିରୁଦ୍ଧରେ ନ ଯିବାକୁ କହିଛନ୍ତି । ଆଦେଶ ଦେବା ଭଙ୍ଗୀରେ କହିଛନ୍ତି, ‘ଅରୁଣ ! ତମେ ଅନ୍ୟାୟ କରୁଛ । ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ତମର ଏ ଦ୍ରୋହାଚାର କେବଳ ଅନ୍ୟାୟ ନୁହେଁ…….. ।’ ଅରୁଣ ଯେତେ ବୁଝାଇଲେ ମଧ୍ୟ ବାପା ତା’ର ବୁଝି ନ ଥିଲେ । ବରଂ କ୍ଷିପ୍ତ ହୋଇ ଅରୁଣକୁ ଚାବୁକ୍‌ରେ ଆଘାତ କରିଥିଲେ । ଶେଷରେ ପତ୍ନୀଙ୍କର କୌଣସି କଥା ନ ଶୁଣି ପୁଅକୁ ସେ ବାହାର କରି ଦେଇଛନ୍ତି । ତେଜ୍ୟପୁତ୍ର କରିଛନ୍ତି । ଅରୁଣ ଘର ଛାଡ଼ି ଚାଲିଯାଇଛି ଏବଂ ସତ୍ୟାଗ୍ରହୀ ଭାବରେ ସ୍ଵାଧୀନତା ଆନ୍ଦୋଳନରେ ସାମିଲ୍ ହୋଇଛି ।

ଚୌରୀ ଚୌରା ଆନ୍ଦୋଳନ ପରେ, ଏହାର ପ୍ରଭାବ ଓଡ଼ିଶାରେ ଦେଖାଦେଇଛି । ବିରାଟ ଜନତା ଥାନା ଓ କଚେରିକି ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ପୁଲିସ୍ ସାହେବ, ମହାପାତ୍ରଙ୍କୁ ହୁକୁମ ଦେଇ କହିଛନ୍ତି – ‘ତମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କାମ ତମେ ଚଳେଇ ନେଇଛ । ଆଜି ଏ ବିରାଟ ଜନତା ଆସୁଛି ସହରର ଥାନା କଚେରୀ ସବୁ ଆକ୍ରମଣ କରିବା ପାଇଁ । ସେମାନଙ୍କୁ ମୁକାବିଲା କରିବାର ଦାୟିତ୍ଵ ତମର ।’’ ସେହି ଦାୟିତ୍ବ ନେଇ ଚାର୍ଜ କରାଇଛନ୍ତି । ଏହା ସତ୍ତ୍ବେ ଜନତା ପୃଷ୍ଠଭଙ୍ଗ ଦେଇନାହାଁନ୍ତି । ସେହି ଆନ୍ଦୋଳନର ନେତୃତ୍ଵ ନେଇଥାଏ, ତାଙ୍କ ପୁଅ ଅରୁଣ । ଲୋକମାନଙ୍କୁ ପ୍ରେରଣା ଦେଇ ଆଗକୁ ଯିବାପାଇଁ କହୁଥାଏ । ଏହିଠାରେ ପିତା ପୁତ୍ର ସମ୍ମୁଖୀନ ହେଲେ । ସୋମନାଥ ମହାପାତ୍ର ଫାଙ୍କା ଗୁଳିଚାଳନା କରିବାକୁ ଯାଇ, ଅରୁଣକୁ ଗୁଳି କରିଦେଲେ । ଗାଳ୍ପିକଙ୍କ ଭାଷାରେ ‘ସାବାସ୍ ମହାପାତ୍ର । ବ୍ରିଟିଶ ସମ୍ରାଟ ଏ ଅତୁଳନୀୟ କର୍ତ୍ତବ୍ୟ ନିଷ୍ଠାର ମହତ୍ତ୍ଵକୁ ଯଥାଯୋଗ୍ୟ ପୁରସ୍କୃତ କରିବେ ।’’ ତା’ ପରଦିନ ସୋମନାଥ ହୋଇଥିଲେ ସବ୍‌ଇନିସ୍ପେକ୍ଟରରୁ ଇନିସ୍ପେକ୍ଟର ।

ବାସ୍ତବରେ କଥାଣିଳ୍ପୀ କ୍ଷମତାଲେଲୀଭି ମଣିଷର ପ୍ରକୃତି ସ୍ଵରୂପ ସେ।ମନାଥ ମହ।ପାତ୍ରଙ୍କ ମାଧ୍ୟମରେ ଦେଖ।ଇଛନ୍ତି ।

Question ୪।
ହେମମାଳୀ ଓ ସୋମନାଥଙ୍କ ପାରିବାରିକ ଜୀବନରେ ଘଟିଥ‌ିବା ଘଟଣାଗୁଡ଼ିକ ସମ୍ପର୍କରେ ସୂଚନା ଦିଅ ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ପ୍ରଥଯଶା ସ୍ରଷ୍ଟାଭାବେ ସୁରେନ୍ଦ୍ର ମହାନ୍ତି ଅଶେଷ ସିଦ୍ଧିର ଅଧିକାରୀ ହୋଇଛନ୍ତି । ସେ ତାଙ୍କର ଗଳ୍ପରେ ପାରିବାରିକ ଜୀବନର ଅନେକ ସମସ୍ୟାକୁ କଳ୍ପିତ ଚରିତ୍ର ମାଧ୍ୟମରେ ଦେଖାଇଛନ୍ତି । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’ରେ ଜଣେ ବ୍ୟକ୍ତି ସର୍ବସ୍ଵ ଇଂରେଜଙ୍କ ଅଧୀନରେ ପୋଲିସ୍ ଚାକିରି କରିଥିବା, ସୋମନାଥ ମହାପାତ୍ର ଥିଲେ ଇଂରେଜ ସରକାରଙ୍କର ସଚା ଗୋଲାମୀ । ଗୋଲାମୀର ସବାର ନେଇ ସେ ଆଦେଶ ଦେଇଛନ୍ତି ବ୍ରିଟିଶମାନଙ୍କ ବିରୁଦ୍ଧରେ ନ ଯିବାପାଇଁ । ଅରୁଣ ଅମାନ୍ୟ ହେବାରୁ ସେ ତାହାକୁ ଚାବୁକରେ ଆଘାତ କରିଛନ୍ତି । ପିତାପୁତ୍ରଙ୍କର ଏଭଳି ଗଣ୍ଡଗୋଳରେ ହେମମାଳୀ ପ୍ରତିବାଦ ଜଣାଇଛନ୍ତି । ପୁଅଟିକୁ କୌଣସି ପ୍ରକାରେ ସେ ମୁଣ୍ଡ ଖେଳେଇବାରେ ତମର କିଛି ଦରକାର ନାହିଁ । ଯାହାର ଦାନା ଖାଇ ମୁଁ ମଣିଷ, ତା’ର ନିମହାରାମି ଅସମ୍ଭବ ।’’ ଅରୁଣ ଏହାର ପ୍ରତିବାଦ କରିବାରୁ ସେ ତାହାକୁ ତେଜ୍ୟପୁତ୍ର କରିଛନ୍ତି, ଘରୁ ବାହାରିଯିବାକୁ ଆଦେଶ ଦେଇଛନ୍ତି । କୌଣସି ପ୍ରତିକାର କରିନାହାଁନ୍ତି । ବରଂ ନିଜ ଜିଦରେ ଅଟଳ ରହିଛନ୍ତି ।

ଅଗଷ୍ଟ ୧୪, ୧୯୪୭ ରେ ସ୍ଵାଧୀନତା ଦିବସ ସାରା ଭାରତ ପାଳନ କରୁଥିଲା ବେଳେ ସେ ଏହାକୁ ସହ୍ୟ ଏହାର ସେ ଦୃଢ଼ ପ୍ରତିବାଦ କରିଛନ୍ତି । ହେମମାଳ ଅତି କରୁଣ ଭାବରେ କାନ୍ଦିଛନ୍ତି । ଦୀର୍ଘ ପଚିଶ ବର୍ଷ ଭିତରେ ସେ ପୁଅ ପାଇଁ ଏପରି କାନ୍ଦନଥିଲେ । ମାତ୍ର ରାୟବାହାଦୁର ତ୍ରିରଙ୍ଗା ପତାକାକୁ କାଢ଼ି ଫିଙ୍ଗିଦେଇ, ସେ ସ୍ଥାନରେ ୟୁନିୟନ ଜାକ୍ ପତାକାକୁ ଉଡ଼ାଇଛନ୍ତି ଏବଂ ରାତିସାରା ତାହାକୁ ଜଗି ରହିଛନ୍ତି । ୟୁନିୟନ ଜାକ୍ ପତାକାପାଇଁ ମହାପାତ୍ର ନାତି ବିଜୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ସେଥ‌ିପାଇଁ ବିଜୟ ଠେଲି ଦେଲାପରେ, ମହାପାତ୍ର ସିଡ଼ି ତଳକୁ ଖସି ପଡ଼ିଛନ୍ତି । ଶେଷ ଅବସ୍ଥାରେ ସେ ନାତିକୁ ଆଶୀର୍ବାଦ କରିଛନ୍ତି, ତ୍ରିରଙ୍ଗା ପତାକାର ଜୟଗାନ କରିଛନ୍ତି ।

ଗଳ୍ପଟିରେ ସୋମନାଥ ଓ ହେମମାଳୀଙ୍କ ଅସଜଡ଼ା ପାରିବାରିକ ଜୀବନର ଚିତ୍ର ପ୍ରଦାନ କରାଯାଇଛି ।

Question ୫ ।
‘‘ତଥାପି ତୋର ପତାକାର ଜୟ ହେଉ’’ ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି – ବିଶ୍ଳେଷଣ କର ।
Answer:
କାହାଣୀ ମାଧ୍ୟମରେ ସମାଜକୁ କିଛି ସନ୍ଦେଶ ଦେବାର ଅନ୍ୟତମ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି । ତାଙ୍କ ଦ୍ଵାରା ରଚିତ ‘ପତାକା ଉତ୍ତୋଳନ’ ଗଳ୍ପ ସ୍ଵାଧୀନତା ପୂର୍ବ ଅଗଷ୍ଟ, ୧୪ ତାରିଖ ୧୯୪୭ ମସିହା ରାତି ଓ ତା’ପରଦିନ ଚରିତ୍ର ରାୟବାହାଦୁର ସୋମନାଥ ମହାପାତ୍ର ଯେ କି ଇଂରେଜ ସରକାରଙ୍କ ନିକଟରେ ଗୋଲାମି କରି, ନିଜର ନିଜତ୍ଵକୁ ହରାଇ ବସିଛନ୍ତି । ନିଜକୁ ସେ ବ୍ରିଟିଶ ଶାସନ ଛତ୍ରଛାୟାତଳେ ରହି ଆତ୍ମ ସନ୍ତୋଷ ଲାଭ କରିଛନ୍ତି । ଅନୁଗତ ପୋଲିସ ଅଫିସର୍ ଭାବରେ ଦେଶପାଇଁ ଓ ପରିବାର ପାଇଁ ଯେ କିଛି କର୍ତ୍ତବ୍ୟ ରହିଛି, ସେ ତାହା ଭୁଲିଯାଇଛନ୍ତି । ଦ୍ଵିତୀୟ ପୀଢ଼ି ଅରୁଣ, ଯେ କି ସ୍ଵାଧୀନତା ସଂଗ୍ରାମୀ । ଦେଶ ପାଇଁ, ଜାତିପାଇଁ ପରିବାର ଛାଡ଼ି, ନିଜର ସୁଖ ସମୃଦ୍ଧି ଛାଡ଼ିଛି । ସେ ଦେଶପାଇଁ ଆତ୍ମବଳୀ ଦେଇଛି । ମାତ୍ର ଶେଷପୀଢ଼ି ବିଜୟ ଯେ କି ସ୍ଵାଧୀନତାକୁ ଉପଭୋଗ କରିଛି । ସେ ଆଉ ଅରୁଣ ପରି ସବୁ ଅତ୍ୟାଚାରକୁ ମୁଣ୍ଡପାତି ସହିଯାଇ ନାହିଁ, ବରଂ ସଂଗ୍ରାମ କରି ନିଜର ଅଧିକାର ଛଡ଼ାଇ ନେବାକୁ କହିଛା

ସୋମନାଥ ମହାପାତ୍ରଙ୍କୁ ଛାଇନିଦ ଲାଗି ଆସିଥୁଲାବେଳେ, ବାହାରେ ସ୍ଵାଧୀନତା ଉତ୍ସବର ଶବ୍ଦଶୁଣିଛନ୍ତି । ସେ ଉଠିପଡ଼ି ସେହି ଶବ୍ଦରୁ ମୁକ୍ତି ପାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ସେଥୁରୁ ସେ ମୁକ୍ତି ପାଇନାହାଁନ୍ତି । ଏଣେ ଘର ଭିତରୁ ଶଙ୍ଖଧ୍ୱନି ଶୁଣିଲା ପରେ ସେ ଆସି ଦେଖୁଛନ୍ତି, ସ୍ତ୍ରୀ ହେମମାଳୀ ତ୍ରିରଙ୍ଗା ପତାକା ଉଡ଼ାଇ ତା’ ତଳେ ଦୀପଟିଏ ଜାଳିଦେଇଛି । ମହାପାତ୍ର ସ୍ତ୍ରୀଙ୍କ ପାଖରୁ ତ୍ରିରଙ୍ଗା ପତାକା ଛଡ଼ାଇ ନେଇ, ତା’ ସ୍ଥାନରେ ‘ୟୁନିୟନ ଜାକ୍‌’ ପତାକା ଉଡ଼ାଇଛନ୍ତି । ସେହି ପତାକାକୁ ସେ ରାତିସାରା ଜଗିରହିଛନ୍ତି । କାରଣ ଏହି ପତାକାର ମର୍ଯ୍ୟାଦାପାଇଁ ସେ ନିଜର ଏକମାତ୍ର ପୁତ୍ରକୁ ଗୁଳି କରିଛନ୍ତି ।

ସାରାରାତି ସ୍ଵାଧୀନତା ଉତ୍ସବରେ ମାତି ବିଜୟ ଘରକୁ ଫେରିଛି । ଘରେ ୟୁନିୟନ ଜାକ୍ ପତାକା ଉଡ଼ୁଥିବାର ଦେଖୁ ସେ ସ୍ତମ୍ବିତ ହୋଇଯାଇଛି । ଜେଜେଙ୍କୁ ଏଥିପାଇଁ ପ୍ରଶ୍ନ କରିଛି । ଏ ପତାକା ଉଡ଼ି ପାରିବ ନାହିଁ ବୋଲି ଜେଜେଙ୍କ ହାତରୁ ପତାକାକୁ ଛଡ଼ାଇ ନେଇଛି । ଦୃଢ଼ସ୍ୱରରେ କହିଛି – ‘ଏ ଦେଶ ଆମର ବ୍ରିଟିଶର ଗୋଲାମ ପାଇଁ ସ୍ଥାନ ନାହିଁ ଏଠି ।’’ ସୋମନାଥ ହିଂସ୍ର ଓ ଉତ୍‌କ୍ଷିପ୍ତ ହୋଇ ପତାକାଟିକୁ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି । ବିଜୟ ଦୁଇହାତରେ ଜେଜେଙ୍କୁ ଠେଲି ଦେଇଛି । ସୋମନାଥ ତଳେ ପଡ଼ିଛନ୍ତି ଏବଂ ତାଙ୍କର ମୁଣ୍ଡ ଓ ନାକ ଫାଟି ତଳେ ରକ୍ତର ସୁଅ ଛୁଟିଛି ବିଜୟ ଅପରାଧୀ ପରି ଜେଜେଙ୍କୁ ଡାକିଲେ ମଧ୍ୟ କେତେ ତା’କୁ ଆଶୀର୍ବାଦ କରିଛନ୍ତି । ଶେଷକଥା ଜଣାଇ କହିଛନ୍ତି, ‘‘ଏହି ପତାକା ଖଣ୍ଡେ କପଡ଼ା ହେଲେ ବି ମୁଁ ଏହାପାଇଁ ପୁଅ ଅରୁଣକୁ ମାରିଛି ଏବଂ ତୁ ତୋ ଜେଜେଙ୍କୁ ଆଘାତ କରିଛୁ । ତଥାପି ତୋ’ ପତାକାର ଜୟ ହେଉ ବୋଲି କହିଛନ୍ତି ।’’

ଗଳ୍ପର ଶେଷଭାଗରେ ରାୟବାହାଦୁରଙ୍କ କଣ୍ଠରେ ଏହି ସଂଳାପ ବେଶ୍ ମନୋଜ୍ଞ ହୋଇଛି ।

Question ୬ ।
‘ପତାକା ଉତ୍ତୋଳନ’ ଗଳ୍ପର ନାମକରଣର ସାର୍ଥକତା ପ୍ରତିପାଦନ କର ।
Answer:
ସାରସ୍ଵତ ସୃଷ୍ଟି କ୍ଷେତ୍ରରେ ନାମକରଣର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ନାମକରଣ କରିବାରେ ସ୍ରଷ୍ଟା ଯଥେଷ୍ଟ ନାମକରଣ ସତର୍କତା ଅବଲମ୍ବନ କରିଥା’ନ୍ତି । ବିଶେଷ କ୍ଷେତ୍ରରେ ସୃଜନ କରିସାରିବା ପରେ ହିଁ ସାହିତ୍ୟିକ ଏହାର ନାମକରଣ କରିଥା’ନ୍ତି । କଥାସାହିତ୍ୟ ବା ଗଳ୍ପର ନାମକରଣ କରିବା ସମୟରେ ବିଭିନ୍ନ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇଥାଏ । ଅନେକ ସମୟରେ ଏହାର କଥାବସ୍ତୁ ଅଥବା ଚରିତ୍ରକୁ ନେଇ ନାମକରଣ କରାଯାଇଥାଏ । ପୁଣି ବେଳେବେଳେ ନାମକରଣ କରାଯିବା ସମୟରେ ପ୍ରତୀକ ପ୍ରୟୋଗ କରାଯାଇଥାଏ । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’କୁ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି କଥାବସ୍ତୁକ ନେଇ ନାମକରଣ କରିଛନ୍ତି।

ଗଳ୍ପଟିକୁ ଗାଳ୍ପିକ ମହାନ୍ତି ୧୯୪୭ ମସିହା ଅଗଷ୍ଟ ମାସରେ ଏହାକୁ ରଚନା କରିଛନ୍ତି । ଏହି ସମୟରେ ଭାରତବର୍ଷ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ସେମାନେ ନିଜର ପ୍ରତିଷ୍ଠା ଓ କ୍ଷମତାର ମୋହପାଇଁ ନିଜ ପରିବାରର ଆବେଦନକୁ ମଧ୍ୟ ତୁଚ୍ଛ ମନେକରୁଥିଲେ, ଏହିଭଳି ଏକ ପ୍ରେକ୍ଷାପଟ ଉପରେ ଗଳ୍ପଟି ରଚନା କରାଯାଇଛି ।

ସ୍ଵାଧୀନତା ଆସିବାର ପୂର୍ବଦିନ ରାତିରୁ ସାରା ଭାରତବର୍ଷରେ ଲାଗିରହିଛି ସ୍ଵାଧୀନତାର ଜୟଯାତ୍ରା । ମାତ୍ର ଦୀର୍ଘଦିନ ଧରି ଇଂରେଜ ପାଖରେ ଗୋଲାମୀ କରି ଆସିଥିବା ସୋମନାଥ ମହାପାତ୍ରଙ୍କୁ ଏହା ହୋଇଛି ଅସହ୍ୟ । ବାହାରେ ସ୍ଵାଧୀନତାର ଜୟଯାତ୍ରା ଚାଲିଥିଲା ବେଳେ, ସେ ଘରଭିତରେ ଅତୀତର ସ୍ମୃତିକୁ ଦେଖୁଛନ୍ତି । ବ୍ରିଟିଶ ଶାସକଙ୍କ ପ୍ରଦତ୍ତ ପଦକ, ପ୍ରଶଂସା ପତ୍ର ସହିତ ନିଜ ମୃତ ପୁତ୍ର ଅରୁଣର ଫଟୋକୁ ପରଖ୍ ନେଇଛନ୍ତି । ଘରଭିତରୁ ଶଙ୍ଖଧ୍ଵନି ଶୁରି ଚମକି ପଡ଼ିଛନ୍ତି । ଦେଖୁଛନ୍ତି ପତ୍ନୀ ହେମମାଳୀ ଜାତୀୟ ପତାକା ତ୍ରିରଙ୍ଗା ପତାକା ଉଡ଼ାଇ, ତାହାତଳେ ଦୀପଟିଏ ଥୋଇ ମୁଣ୍ଡିଆ ମାରୁଛନ୍ତି । ମହାପାତ୍ରଙ୍କ ପକ୍ଷେ ଏହା ଅସହ୍ୟ ମନେ ହୋଇଛି । ସେ ଜୋର୍‌କରି ତ୍ରିରଙ୍ଗା ପତାକା ସ୍ଥାନରେ ୟୁନିୟନ ଜ୍ୟାକ୍ ବ୍ରିଟିଶ ଶାସନର ପତାକାକୁ ଉଡ଼ାଇଛନ୍ତି । କାଳେ ହେମମାଳୀ ଏହାକୁ ଓହ୍ଲାଇ ଦେବ, ସେଥ‌ିପାଇଁ ଅତି ବିକଳ ଭାବରେ ସଜାଗ ପ୍ରହରୀ ପରି ତା’କୁ ଜଗି ରହିଛନ୍ତି ।

ରାତିସାରା ସ୍ଵାଧୀନତା ଉତ୍ସବରେ ମାତିରହି, ସୋମନାଥଙ୍କ ନାତି ବିଜୟ ଆସି ଘରେ ପହଞ୍ଚିଛି ଓ ଦେଖୁଛି ଘରେ ବ୍ରିଟିଶ ପତାକାକୁ । ପତାକାକୁ ନେଇ ଜେଜେ ନାତିଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ବିଜୟ ଜେଜେ ସୋମନାଥଙ୍କୁ ଠେଲି ଦେଇଛି । ସୋମନାଥ ସିଡ଼ି ପାହାଚରେ ପଡ଼ି ଜୀବନର ଶେଷ ସମୟରେ ନିଜର ଭୁଲ୍ ବୁଝି ପାରିଛନ୍ତି । ସେ ସ୍ଵୀକାର କରିଛନ୍ତି – ‘ପତାକାଟା ସାଧାରଣ କନା ଖଣ୍ଡେ, ଏହାର ରଙ୍ଗ ଉଡ଼ି ଯାଇପାରେ, କିନ୍ତୁ ଏଥ‌ିପାଇଁ କେତେ ଦେଶ ଓ କେତେ ପ୍ରାଣବାୟୁ ଉଡ଼ିଯାଇଛି ।’’ ୟୁନିୟନ ଜ୍ୟାକ୍ ଏବଂ ତ୍ରିରଙ୍ଗା ପତାକା ଭିତରେ କେବଳ ରଙ୍ଗଗତ ଫରକ ନାହିଁ, ରହିଛି ଜାତିଗତ ଫରକ । ଗଳ୍ପଟିରେ କଥାବସ୍ତୁ ଓ ଚରିତ୍ରଗୁଡ଼ିକର ସ୍ଥିତି ଏଇ ପତାକା ଉତ୍ତୋଳନ କରିବା ଉପରେ ଗୁରୁତ୍ଵ ଦିଆଯାଇଛି । ଗଳ୍ପଟିର ଅନ୍ତରାଳରେ ରହିଛି, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ ।

ଗଳ୍ପଟିକୁ ଆକଳନ କଲେ, ଏହାର ନାମକରଣର ସାର୍ଥକତା ରହିଛି ।

Additional Multiple Choice Questions (Mcqs) With Answers

Question ୧।
କେଉଁ କଥା ସ୍ଵୀକାର କରିବ ନାହିଁ ବୋଲି ଅରୁଣ କହିଛି ?
(i) ଘର ଛାଡ଼ିଯିବା
(ii) ଅନ୍ୟାୟ ଆଦେଶ
(iii) ଆନ୍ଦୋଳନ ବନ୍ଦ କରିବା
(iv) ପିସ୍ତଲ ଧରିବା
Answer:
(ii) ଅନ୍ୟାୟ ଆଦେଶ

Question ୨ ।
କିଏ କମଳନୟନର ନୀଳୋତ୍ପଳରେ ଦେବୀ ଆରାଧନା କରିଥିଲେ ?
(i) ଶ୍ରୀକୃଷ୍ଣ
(ii) ଶ୍ରୀରାମଚନ୍ଦ୍ର
(iii) ଶ୍ରୀଗୋବିନ୍ଦ
(iv) ଶ୍ରୀଚୈତନ୍ୟ
Answer:
(ii) ଶ୍ରୀରାମଚନ୍ଦ୍ର

Question ୩ ।
‘ପତାକା ଉତ୍ତୋଳନ’ ଗଳ୍ପରେ ମୁଖ୍ୟ ଉପଜୀବ୍ୟ କ’ଣ ?
(i) ପତାକା ଉଡ଼ାଇବା
(ii) ପତାକା ଉତ୍ତୋଳନ କରିବା
(iii) ଜାତୀୟ ପତାକାର ମର୍ଯ୍ୟାଦା
(iv) ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଅଧିକାର
Answer:
(iv) ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଅଧିକାର

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୪ ।
ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ କେଉଁ ବରପୁତ୍ରଙ୍କ ଜୀବନୀ ଉପରେ ଆଧାରିତ ?
(i) ଗୋପବନ୍ଧୁ ଦାସ
(ii) ମଧୁସୂଦନ ଦାସ
(iii) ନୀଳକଣ୍ଠ ଦାସ
(iv) ହରେକୃଷ୍ଣ ମହତାବ
Answer:
(ii) ମଧୁସୂଦନ ଦାସ

Question ୫ ।
ସୁରେନ୍ଦ୍ର ମହାନ୍ତି କେଉଁ ଶୈଳୀପାଇଁ ଓଡ଼ିଆ ସାହିତ୍ୟରେ ବିପୁଳ ଶ୍ରଦ୍ଧା ଲାଭ କରିଛନ୍ତି ?
(i) ବ୍ୟଙ୍ଗ ଶୈଳୀ
(ii) ଅଭିଜାତପୂର୍ଣ୍ଣ କଥନ ଶୈଳୀ
(iii) ନାଟକୀୟ ଶୈଳୀ
(iv) ସରଳ ଭାଷା ଓ ଲଘୁହାସ୍ୟ ଶୈଳୀ
Answer:
(ii) ଅଭିଜାତପୂର୍ଣ୍ଣ କଥନ ଶୈଳୀ

Question ୬ ।
ନିମ୍ନୋକ୍ତ କେଉଁଟି ଶ୍ରୀଯୁକ୍ତ ମହାନ୍ତିଙ୍କ ରଚନା ନୁହେଁ ?
(i) ହଂସଗୀତି
(ii) ମାଂସର କୋଣାର୍କ
(iii) ଅରଣ୍ୟ ଫସଲ
(iv) ମହାନିର୍ବାଣ
Answer:
(iii) ଅରଣ୍ୟ ଫସଲ

Question ୭ ।
ଗାଳ୍ପିକ କେଉଁ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ?
(i) ନୀଳଶୈଳ
(ii) ନିଳାଦ୍ରୀ ବିଜୟ
(iii) କୃଷ୍ଣାବେଣୀରେ ସନ୍ଧ୍ୟା
(iv) ସବୁଜପତ୍ର ଓ ଧୂସର ଗୋଲାପ
Answer:
(i) ନୀଳଶୈଳ

Question ୮ ।
ରାୟବାହାଦୁର ମହାପାତ୍ରଙ୍କ ପତ୍ନୀଙ୍କ ନାମ କ’ଣ ?
(i) ଜୟମାଳା
(ii) ହେମମାଳା
(iii) କଲ୍ୟାଣମାଳିନୀ
(iv) କମଳିନୀ
Answer:
(ii) ହେମମାଳା

Question ୯ ।
କିଏ ସଦ୍ୟ ବିଧବା ହୋଇ ବୃକୁଚିରା କାନ୍ଦ କାନ୍ଦିଥିଲା ?
(i) ପୂର୍ଣ୍ଣିମା
(ii) ଅପର୍ଣ୍ଣା
(iii) ଅନିମା
(iv) ଅର୍ଣ୍ଣପୂର୍ଣ୍ଣା
Answer:
(ii) ଅପର୍ଣ୍ଣା

Question ୧୦ ।
ରାୟବାହାଦୁର କୁଣ୍ଡିସ ଜଣାଇଲେ – ରେଖାଙ୍କିତ ଶବ୍ଦର ଅର୍ଥ କ’ଣ ?
(i) ସସପ୍ତମ ସଲାମ
(ii) ନମସ୍କାର
(iii) ପ୍ରଣାମ
(iv) ସମ୍ମାନ
Answer:
(i) ସସପ୍ତମ ସଲାମ

Question ୧୧ ।
ଗଳ୍ପର ଚରିତ୍ରମାନେ କେତୋଟି ପିଢ଼ିର ପ୍ରତିନିଧ୍ୟ କରୁଛନ୍ତି ?
(i) ଗୋଟିଏ
(ii) ଦୁଇଟି
(iii) ତିନୋଟି
(iv) କୌଣସିଟି ନୁହେଁ
Answer:
(iii) ତିନୋଟି

Question ୧୨ ।
ବିଜୟ କେଉଁ ପିଢ଼ିର ପ୍ରତିନିଧ୍ୟ କରୁଛି ?
(i) ବ୍ରିଟିଶ୍ ସରକାରଙ୍କ ଅନୁଗତ
(ii) ସ୍ଵାଧୀନତା ସଂଗ୍ରାମ
(iii) ସ୍ଵାଧୀନତାକୁ ଉପଭୋଗ କରୁଥିବା ପିଢ଼ି
(iv) କୌଣସିଟି ନୁହେଁ
Answer:
(iii) ସ୍ଵାଧୀନତାକୁ ଉପଭୋଗ କରୁଥିବା ପିଢ଼ି

Question ୧୩ ।
କେଉଁ ପଟ୍ଟଭୂମିରେ ସ୍ବାଧୀନ ଭାରତର ତ୍ରିରଙ୍ଗା ଫରଫର ହୋଇ ଉଡୁଥୁଲା ?
(i) ଆଷାଢ଼ର ମେଘୁଆ ଆକାଶରେ
(ii) ଭାଦ୍ରବର ନିର୍ମେଘ ସୁନୀଳ ଆକାଶରେ
(iii) ଚୈତ୍ରର ମେଘହୀନ ଧବଳ ଆକାଶରେ
(iv) କୌଣସିଟି ନୁହେଁ
Answer:
(ii) ଭାଦ୍ରବର ନିର୍ମେଘ ସୁନୀଳ ଆକାଶରେ

Question ୧୪ ।
ପୁଲିସ୍ ଥାନା ଆଗରେ ବିରାଟ ଜନତାକୁ ମୁକାବିଲା କରିବାର ଦାୟିତ୍ଵ ରାୟ ବାହାଦୁରଙ୍କୁ କିଏ ପ୍ରଦାନ କରିଥିଲେ ?
(i) ପୁଲିସ୍ ସାହେବ
(ii) ଅରୁଣ
(iii) ବିଜୟ
(iv) ବ୍ରିଟିଶ ସରକାର
Answer:
(i) ପୁଲିସ୍ ସାହେବ

ସ୍ରଷ୍ଟା ପରିଚିତି :

କଥାକାର ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଏକ ବଳିଷ୍ଠ ପ୍ରତିଭା । ତାଙ୍କର ପ୍ରତିଭା ଏକମୁଖୀ ନୁହେଁ, ବରଂ ତାହା ବହୁଦିଗପ୍ରସାରୀ । ସେ ପ୍ରବୀଣ କଥାକାର ଭାବରେ ଯେପରି ଖ୍ୟାତି ଅର୍ଜନ କରିଛନ୍ତି, ସେହିଭଳି ନିର୍ଭିକ ସମାଲୋଚକ ରୂପେ ସମସ୍ତଙ୍କ ନିକଟରେ ପରିଚିତ ହୋଇପାରିଛନ୍ତି । ବିଚକ୍ଷଣ ବକ୍ତାରୂପେ ତାଙ୍କର ସୁନାମ ସର୍ବଜନବିଦିତ । ସାଂପ୍ରତିକ ରାଜନୀତି କ୍ଷେତ୍ରରେ କଥାକାର ମହାନ୍ତିଙ୍କର କୃତିତ୍ଵପୂର୍ଣ୍ଣ ଅବଦାନ ଆଦୌ ଉପେକ୍ଷଣୀୟ ନୁହେଁ । ବିଗତ ସମୟରେ ‘କଳିଙ୍ଗ’ ଏବଂ ବର୍ତ୍ତମାନ ପ୍ରକାଶିତ ହେଉଥ‌ିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ସମ୍ପାଦନା କରି ସେ ମଧ୍ୟ ଉତ୍କୃଷ୍ଟ ସାମ୍ବାଦିକ ଓ ପ୍ରତିଭାବାନ ସମ୍ପାଦକ ରୂପେ ନିଜର ପରିଚୟ ପ୍ରଦାନ କରିଯାଇଛନ୍ତି । ସମ୍ପାଦନା କରି ସେ ମଧ୍ୟ ଉତ୍କୃଷ୍ଟ ସାମ୍ବାଦିକ ଓ ପ୍ରତିଭାବାନ ସମ୍ପାଦକ ରୂପେ ନିଜର ପରିଚୟ ପ୍ରଦାନ କରିଯାଇଛନ୍ତି ।

କଥା ସାହିତ୍ୟର ବିଶିଷ୍ଟ ବିଭାଗ ଉପନ୍ୟାସ ସୃଷ୍ଟିରେ ବଳିଷ୍ଠ ରଚନାରୀତି, ଉନ୍ନତ ଚରିତ୍ରଚିତ୍ରଣ, ନୂତନ ରୂପକଳ୍ପ ଓ ଉପମା ପ୍ରୟୋଗରେ ଅନନ୍ୟ କୁଶଳତା ସାର୍ବଜନୀନ ସ୍ଵୀକୃତିଲାଭ କରିଅଛି । ଯେପରି ଗଗନମଣ୍ଡଳ ଅକଳନ୍ତି ନକ୍ଷତ୍ରର ସମଭିବ୍ୟାହରରେ ପ୍ରାଣବନ୍ତ ହୋଇଥିଲେ ହେଁ ତନ୍ମଧ୍ୟରୁ ନିର୍ଦ୍ଦିଷ୍ଟ କେତୋଟିର ଔଜ୍ଜଲ୍ୟ ବିଶେଷ ଭାବରେ ଅନୁଭୂତ ହୁଏ, ସେହିପରି ଭାବରେ ଗୋଟିଏ ସାହିତ୍ୟିକ ଯୁଗ ବିଭିନ୍ନ ସ୍ରଷ୍ଟାର ସୃଷ୍ଟିରେ ସମୃଦ୍ଧ ହୋଇଥିଲେ ହେଁ ସେମାନଙ୍କ ମଧ୍ୟରୁ ନିର୍ଦ୍ଦିଷ୍ଟ କେତେକଙ୍କର ପ୍ରତିଭା ହିଁ ଆମକୁ ବିଶେଷଭାବରେ ଅଭିଭୂତ କରିଥାଏ । ଏହି ପରିପ୍ରେକ୍ଷୀରେ ସୁରେନ୍ଦ୍ର ମହାନ୍ତି ଓଡ଼ିଶାର ସାରସ୍ଵତ ଦରବାରରେ ଜଣେ ଖ୍ୟାତନାମା କଳାକାର ।

ଶ୍ରୀଯୁକ୍ତ ମହାନ୍ତିଙ୍କଦ୍ବାରା ରଚିତ ଏକ ରାଜନୀତିକ ଉପନ୍ୟାସ ହେଉଛି ‘ଅନ୍ଧ ଦିଗନ୍ତ’ । ସ୍ଵାଧୀନତା ପୂର୍ବବର୍ତୀ ଗଣତାନ୍ତ୍ରିକ ରାଜନୀତିରେ ପରିଲକ୍ଷିତ ହୋଇଥିବା କ୍ଷମତା ବିଳାସ ଓ ବାସ୍ତବ ଦୁନିଆରେ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଅସହାୟତାକୁ ଏଥିରେ ସେ ବିଶେଷ ଭାବରେ ରୂପାୟିତ କରିପାରିଛନ୍ତି । ସ୍ଵାଧୀନୋତ୍ତର ଭାରତୀୟ ରାଜନୀତିର ତଥା ବଳିଷ୍ଠ ପ୍ରତିଭାର ସ୍ବାକ୍ଷର ବହନ କରିଛି ‘ନୀଳଶୈଳ’ ଉପନ୍ୟାସ । ଏଥ‌ିରେ ଓଡ଼ିଆ ଜାତିର ଗୌରବମୟ ଇତିହାସ, ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକତା ବିଶେଷଭାବେ ପ୍ରତିଫଳିତ । କେବଳ ଓଡ଼ିଆ ଜାତି କାହିଁକି ସମଗ୍ର ବିଶ୍ବର ପତିତପାବନ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଏହା ପରିବର୍ଦ୍ଧିତ । ଉପନ୍ୟାସର ଦ୍ଵିତୀୟ ଖଣ୍ଡ ହେଉଛି ‘ନିଳାଦ୍ରୀ ବିଜୟ’ । ଏଥ‌ିରେ ଶ୍ରୀଜଗନ୍ନାଥ ନୀଳାଚଳ କ୍ଷେତ୍ରକୁ ଓ ରନୁ ସିଂହାସନକୁ ପୁନର୍ବାର ଆଗମନ କରିଛନ୍ତି । ‘କୃଷ୍ଣାବେଣୀରେ ସନ୍ଧ୍ୟା’ ମଧ୍ୟ ତାଙ୍କର ଅନ୍ୟତମ ଐତିହାସିକ ଉପନ୍ୟାସ ।

ଜୀବନର ପ୍ରତ୍ୟେକ ଦିଗକୁ ସେ ତାଙ୍କର ଉପନ୍ୟାସରେ ଚିତ୍ରିତ କରିବାକୁ ଚେଷ୍ଟା କରିଛନ୍ତି । ଜଡ଼ବାଦୀ ମଣିଷର ଆଧ୍ୟାତ୍ମିକ ଭାବସ୍ପନ୍ଦନ ‘କାଳାନ୍ତର’ ଉପନ୍ୟାସରେ ପ୍ରକାଶ ପାଇଛି । ଚରିତ୍ରପ୍ରଧାନ ଉପନ୍ୟାସ ଭାବରେ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ସେ ରଚନା କରିଛନ୍ତି ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୂଳବୃଦ୍ଧ’ ଉପନ୍ୟାସ । ଓଡ଼ିଆ ଗଦ୍ୟଶିଳ୍ପର ଅନ୍ୟତମ ସାର୍ଥକ ବିଭାଗ ହେଉଛି ଭ୍ରମଣ କାହାଣୀ । କଥାକାର ସୁରେନ୍ଦ୍ର ମହାନ୍ତି ‘ପେକଂ ଡାଏରୀ’ ନାମକ ଭ୍ରମଣ କାହାଣୀ ରଚନା କରି ବେଶ୍ ସିଦ୍ଧିଲାଭ କରିଛନ୍ତି ।

ଆକର୍ଷଣୀୟ । ଉପନ୍ୟାସ ଅଧ୍ୟୟନ ଓ ରସିଆସ୍ବାଦନ ସମୟସାପେକ୍ଷ ହୋଇପାରେ, ମାତ୍ର ତାଙ୍କଦ୍ବାରା ରଚିତ ଗଳ୍ପଗୁଡ଼ିକ ସଦାସର୍ବଦା ପାଠକକୁ ଅନନ୍ତ ଭାବରାଜ୍ୟରେ ଉପନୀତ କରାଏ । ତାଙ୍କ ଗଳ୍ପଗୁଡିକର ଉପସ୍ଥାପନା ଯେପରି ମନୋରଞ୍ଜନଧର୍ମୀ, ସେହିପରି ଆକର୍ଷଣୀୟ ମଧ୍ୟ । ପାରମ୍ପରିକ ରୀତିରେ ସେ ଗଳ୍ପ ରଚନା କରିବାକୁ ଇଚ୍ଛା କରନ୍ତି ନାହିଁ, ବରଂ ସ୍ୱତନ୍ତ୍ରଶୈଳୀକୁ ସର୍ବଦା ଗ୍ରହଣ କରିନେବାକୁ ଆଗ୍ରହ ପ୍ରକାଶ କରନ୍ତି । ଫଳରେ ତାଙ୍କର ଗଳ୍ପ ଅପୂର୍ବ ନାହିଁ, ବରଂ ସ୍ଵତନ୍ତ୍ରଶୈଳୀକୁ ସର୍ବଦା ଗ୍ରହଣ କରିନେବାକୁ ଆଗ୍ରହ ପ୍ରକାଶ କରନ୍ତି । ଫଳରେ ତାଙ୍କର ଗଳ୍ପ ଅପୂର୍ବ ଯାଦୁକରୀ କୌଶଳର ଅଧିକାରୀ ହୋଇଥାଏ । ପରିବେଶର ବୈଚିତ୍ର ବର୍ଣ୍ଣନାରେ ତାଙ୍କର ଦୃଷ୍ଟିକୋଣ ସୁଦୂରପ୍ରସାରୀ । ସମାଜ ପ୍ରତି ତାଙ୍କର ଦୃଷ୍ଟି ଅତି ତୀକ୍ଷ୍ଣଣ ଓ ତୀର୍ଯ୍ୟକ । ତାଙ୍କ ଗଳ୍ପର ପ୍ରାୟ ଅଧ୍ୟାକାଂଶ ଚରିତ୍ର ଅଭିଜାତ ରୁଚିସମ୍ପନ୍ନ ଓ ଉଚ୍ଚ ବଂଶଜ । ସେହିସବୁ ଚରିତ୍ରମାନଙ୍କର ଅନ୍ତର୍ନିହିତ ସ୍ବରୂପ ପ୍ରକାଶ କରିବାରେ, ଗାଳ୍ପିକ ବ୍ୟଙ୍ଗାଶ୍ରୟୀ ଶୈଳୀ ଅନୁସରଣ କରିଥାନ୍ତି । ସେ ଉଭୟ ନାରୀ ଓ ପୁରୁଷଙ୍କ ମନର ଗୋପନ ଭାବରାଶିକୁ ଅତି ସ୍ପଷ୍ଟ ଭାବେ ପାଠକ ନିକଟରେ ଉନ୍ମୋଚନ କରିଦିଅନ୍ତି । ପୁଣି ସେହିସବୁ ଅଭିଜାତ ଚରିତ୍ରଙ୍କ ହୃଦୟବ୍ୟଥା ଓ ଦରଜକୁ ସାଉଁଳେଇ ନେବାକୁ ଚେଷ୍ଟା କରନ୍ତି, ଯାହାକୁ ଅନୁଭବ କରି ପାଠକ ଦିବ୍ୟ ଓ ଶାଶ୍ଵତ ରସାସ୍ଵାଦନର ସୁଯୋଗ ନେଇଥାଏ ।

ଗାଳ୍ପିକ ଶ୍ରୀଯୁକ୍ତ ମହାନ୍ତିଙ୍କ ଗଳ୍ପର ପରିସର ପରିବ୍ୟାପ୍ତ । ତାଙ୍କର ଗଳ୍ପଗୁଡିକ କୌଣସି ନିର୍ଦ୍ଦିଷ୍ଟ ସମୟର ସ୍ଵରକୁ ନିନାଦିତ କରେ ନାହିଁ । କାରଣ ତାଙ୍କର ସୃଷ୍ଟି ପ୍ରାଚୀନ ବୌଦ୍ଧ ଯୁଗଠାରୁ ଆରମ୍ଭ କରି ସାଂପ୍ରତିକ କାଳର ପରମାଣୁ ଯୁଗର ସାମାଜିକ ରୀତି ଓ ମାନବ ଚେତନାର ପରିସୀମାକୁ ନେଇ ପରିପୁଷ୍ଟ । କେବେକେବେ ପୌରାଣିକ କଥାବସ୍ତୁକୁ ସର୍ବକାଳୀନ ମୂଲ୍ୟଦେଇ ଅତି ଚମତ୍କାର ଭାବେ ପରିବେଷଣ କରନ୍ତି । ସାଂପ୍ରତିକ ମଣିଷର ଦ୍ଵିଧାବୋଧ, ମନସ୍ତତ୍ତ୍ଵ, ପ୍ରଣୟର ସୁବିସ୍ତୃତ ମାୟାଜାଲ, ଧୂର୍ଭ ପ୍ରତାରଣାର କୁଟିଳ ଆସ୍ତରଣ, କ୍ରୂର ପ୍ରତିହିଂସାର ଦାବାଗ୍ନି, ଚରମ ସ୍ୱାର୍ଥପରତା, ଅତ୍ୟାଧୁନିକ ସଭ୍ୟତା ମଞ୍ଚରେ କୃତ୍ରିମ ଅଭିନୟ ଓ ଉପହସିତ ଆଚରଣ ପ୍ରଭୃତି ସୁରେନ୍ଦ୍ର ମହାନ୍ତିଙ୍କ କଥାସାଗର ଅସୁମାରି ଉପାଦାନ ପ୍ରାୟ ପ୍ରତ୍ୟେକ ଗଳ୍ପର ଛତ୍ରେଛତ୍ରେ ପରିପ୍ରକାଶିତ ।

ଉପନ୍ୟାସ ବା ଗଳ୍ପର କାହିଁକି ଓଡ଼ିଆ ସମାଲୋଚନା ସାହିତ୍ୟରେ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନ ଆଦୌ ଉପେକ୍ଷଣୀୟ ନୁହେଁ । ସମାଲୋଚନା କ୍ଷେତ୍ରରେ ସୃଷ୍ଟି ତାଙ୍କର ସୀମିତ ହୋଇପାରେ, ମାତ୍ର ଦୃଷ୍ଟି ପରିବ୍ୟାପ୍ତ ଭଳି ମନେହୁଏ ।

ନିକିତି ମୁନରେ ତଉଲିଲା ଭଳି ସେ ‘ଫକୀର ମୋହନ ସମୀକ୍ଷା’ରେ ଫକୀରମୋହନଙ୍କ ସାରସ୍ବତ ସୃଷ୍ଟିକୁ ସୂକ୍ଷ୍ମ ଦୃଷ୍ଟିରେ ମୂଲ୍ୟାୟନ କରିଛନ୍ତି । ‘ଓଡ଼ିଆ ସାହିତ୍ୟର ଆଦିପର୍ବ’ ଓ ‘ଓଡ଼ିଆ ସାହିତ୍ୟର ମଧ୍ୟପର୍ବ’ରେ, ଓଡ଼ିଆ ସାହିତ୍ୟର ଇତିହାସକୁ ନୂତନ ଅନୁଚିନ୍ତା ନେଇ ପରିପ୍ରକାଶ କରିଛନ୍ତି । ‘ଓଡ଼ିଆ ସାହିତ୍ୟର କ୍ରମବିକାଶ’ରେ ସାହିତ୍ୟ ଇତିହାସର ଧାରାକୁ ସମୀକ୍ଷା କଷଟିରେ ତନ୍ନତନ୍ନ କରି ପରୀକ୍ଷା କରିଛନ୍ତି । ମୋଟ ଉପରେ ସାରସ୍ଵତ ସମୀକ୍ଷା ଅବକାଶରେ ତାଙ୍କର ଲେଖନୀ ଗତାନୁଗତିକତାର ସମର୍ଥକ ନୁହେଁ ବା ଯୁକ୍ତିହୀନ ମାଧ୍ୟମିକ ପନ୍ଥାର ଅନୁସରଣ କରେ ନାହିଁ । ବରଂ ତାଙ୍କର ନିରପେକ୍ଷ ଲେଖନୀ ଯୁକ୍ତିସିଦ୍ଧତା, ବିଚାର ନୈପୁଣ୍ୟ ଓ ଗଭୀର ଅନ୍ତଦୃଷ୍ଟିର ପୃଷ୍ଠପୋଷକ ।

‘ଅଚଳାୟତନ’, ‘କୃଷ୍ଣାବେଣୀରେ ସନ୍ଧ୍ୟା’, ‘ନୀଳଶୈଳ’, ‘ନୀଳାଦ୍ରିବିଜୟ’, ‘ଶତାବ୍ଦୀର ସୂର୍ଯ୍ୟ’, ‘କୁଳବୃଦ୍ଧ’, ‘ଅନ୍ଧଦିଗନ୍ତ’, ‘ବଧୂ ଓ ପ୍ରିୟା’, ‘ହଂସଗୀତି’, ‘କାଳାନ୍ତର’, ‘ନେତିନେତି’ ଆଦି ଉପନ୍ୟାସର ଔପନ୍ୟାସିକ ମହାନ୍ତିଙ୍କର ଉଚ୍ଚକୋଟୀର କୃତି । ‘ନୀଳଶୈଳ’ ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ସେ ମଧ୍ୟ ‘କୁଳବୃଦ୍ଧ’ ଚରିତ ଉପନ୍ୟାସ ପାଇଁ ପ୍ରଥମ ସାରଳା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତାଙ୍କର ଗଳ୍ପ ସଂକଳନ ମଧ୍ୟରେ ‘କୃଷ୍ଣଚୂଡା’, ‘ମହାନଗରୀର ରାତ୍ରି’, ‘ସବୁଜପତ୍ର ଓ ଧୂସର ଗୋଲାପ’, ‘ରୁଟି ଓ ଚନ୍ଦ୍ର’, ‘ଶେଷ କବିତା’, ‘ମରାଳର ମୃତ୍ୟୁ’, ‘ଓକାଲକାଟା’, ‘ଦୁଇସୀମାନ୍ତ’, ‘କବି ଓ ନର୍ତ୍ତକୀ’, ‘ମାଂସର କୋଣାର୍କ’, ‘ମହାନିର୍ବାଣ’ ଓ ‘ଯଦୁବଂଶ’ ଇତ୍ୟାଦି ପ୍ରଧାନ ।

ସାରସ୍ଵତ ସାଧକ ସୁରେନ୍ଦ୍ର ମହାନ୍ତି କଟକ ଜିଲ୍ଲାର ସାଲେପୁର ନିକଟବର୍ତ୍ତୀ ପୁରୁଷୋତ୍ତମପୁରଠାରେ ୧୯୨୨ ୧୯୨୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ସ୍ନାତକ ଶିକ୍ଷାଲାଭ କରିସାରିବା ପରେ ରାଜନୀତିରେ ଯୋଗ ଦେଇଥିଲେ । ସାହିତ୍ୟ ସାଧନା ସହିତ ସେ ଲୋକସଭା ଓ ରାଜ୍ୟସଭାର ସଦସ୍ୟରୂପେ ଓଡି଼ଶା ତରଫରୁ ପ୍ରତିନିଧ୍ୟ କରିଥିଲେ ଏତଦ୍‌ଭିନ୍ନ ବିଭିନ୍ନ ସମୟରେ ବିଭିନ୍ନ ସଂସ୍ଥାର ସଂପାଦକ ଓ ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ସେହି ଅମର ସ୍ରଷ୍ଟା ତା୨୧.୧୨.୧୯୯୦ରେ ଅମର ପଥର ଯାତ୍ରୀ ହୋଇଥିଲେ ।

ଗଳ୍ପର ସାରକଥା :

ରାୟବାହାଦୂର ଶ୍ରୀ ସୋମନାଥ ମହାପାତ୍ର, ଆଇ.ପି. (ରିଟାୟାର୍ଡ଼), ସି.ବି.ଇ, ଓ.ବି.ଇ, କେ.ସି.ଆଇ.ଇ. ଥିଲେ ଜଣେ ରିଟାୟାର୍ଡ଼ ପୋଲିସ ଅଫିସର । ଭାରତବର୍ଷରେ ଯେତେବେଳେ ବ୍ରିଟିଶ୍ ଶାସନ ଚାଲିଥିଲା, ସେତେବେଳେ ସେ ଥିଲେ ଜଣେ ବ୍ରିଟିଶ୍ ଶାସକର ନିମକସଚ୍ଚା ପୋଲିସ୍ ଅଫିସର । ରାତି ସେତେବେଳକୁ ବାରଟା ପାଖାପାଖୁ । ରାୟସାହେବଙ୍କୁ ଛାଇନିଦ ଲାଗି ଆସିଥିଲା । ସେହି ସମୟରେ ଶଙ୍ଖ, ଘଣ୍ଟା, ଘଣ୍ଟ ଓ ଉଚ୍ଛସିତ ହୁଳହୁଳି ଧ୍ଵନିରେ ତାଙ୍କର ନିଦ ଭାଙ୍ଗିଗଲା । ଆଖ୍ ମଳିମଳି ସେ ବିଛଣା ଉପରେ ବସି ପଡ଼ିଲେ । ରାତିର ଶାନ୍ତ, ନୀରବ ମୁହୂର୍ତ୍ତରେ ଶୁଣାଯାଉଥିଲା, ‘ଜୟ ସ୍ଵାଧୀନ ଭାରତ କୀ ଜୟ’ର ଉଚ୍ଛସିତ ଧ୍ଵନି ।

ବାହାରୁ ଶୁଣାଯାଉଥବା ଏହି କୋଳାହଳ କ୍ରମଶଃ ନିକଟତର ହୋଇ ଆସୁଥିବା ଜଣାଯାଉଥିଲା । ରାୟବାହାଦୂରଙ୍କ ଦେହରେ ଏହି କୋଳାହଳ ଧ୍ବନି ଯେମିତି ଗୋଟିଏ କଣ୍ଟା ଫୋଡ଼ି ପକାଉଥିଲା । ରାୟବାହାଦୂର ବିରକ୍ତ ହୋଇ ଗୋଟିଗୋଟି କରି ସବୁ ଝରକା କବାଟ ବନ୍ଦ କରି ଦେଇଥିଲେ । ତଥାପି ଶୁଣାଯାଉଥିଲା କୋଳାହଳ । ସେହି କୋଳାହଳରୁ ରକ୍ଷା ପାଇବାପାଇଁ ରାୟବାହାଦୂର ବିକଳରେ ନିଜର କାନ ଦୁଇଟିକୁ ଦୁଇ ହାତରେ ଯେମିତି ଚାପି ଧରିଥିଲେ । ବନ୍ଧୁକର ଗୁଳିଭଳି ସେହି ଶବ୍ଦ ଯେପରି ତାଙ୍କର ସମଗ୍ର ଶରୀରକୁ ବିଦ୍ଧ କରି ପକାଉଥିଲା । କ’ଣ କରିବେ ନ କରିବେ ବିଚାର କରିନପାରି ସେ ପୁଣିଥରେ ଝରକା ଖୋଲିଲେ । ଝରକା ଖୋଲିଲାପରେ ଏହି କୋଳାହଳ ଯେପରି ଘର ଭିତରେ ପ୍ରବେଶ କରି ଘରର ପ୍ରତିଟି କୋଣ ଓ ଅନୁକୋଣକୁ ଥରାଇ ଦେଇଥିଲା ।

ରାୟବାହାଦୂର ଝରକାବାଟେ ତଳକୁ ଚାହିଁଲେ । ସେ ଦେଖ‌ିଲେ ରାସ୍ତାରେ ଜୟଧ୍ବନି କରି ଚାଲିଛି ଗୋଟିଏ ବିରାଟ ପଟୁଆର । ଆଗରେ ଅଛି ସ୍ବାଧୀନ ଭାରତର ତ୍ରିରଙ୍ଗା ପତାକା । ପଟୁଆରର ନେତୃତ୍ୱ ନେଇଛି ତାଙ୍କର ପରଲୋକଗତ ଜ୍ୟେଷ୍ଠପୁତ୍ରର ଏକମାତ୍ର ପୁତ୍ର ବିଜୟ । ଅଗ୍ରଣୀ ଭାବରେ ସେ ଧରିଛି ହାତରେ ତ୍ରିରଙ୍ଗା ପତାକା ।.

ରାୟବାହାଦୂର ଝରକା ପାଖରୁ ଚାଲିଆସି ଘରର ଆଲୁଅ ଜାଳିଲେ । ସେ ତାଙ୍କର ତକିଆତଳୁ ବାହାରକଲେ ଡ୍ରୟରର ଚାବିନେନ୍ଥା । ଏହି ଚାବିନେନ୍ଥାକୁ ସେ କେବେ ହାତଛଡ଼ା କରନ୍ତି ନାହିଁ । ଡ୍ରୟର ଖୋଲି ସେ କାଢ଼ିଲେ ନିଜର ମୃତ ପୁତ୍ର ଅରୁଣର ଖଣ୍ଡେ ବହୁଦିନର ଫଟୋଗ୍ରାଫ୍, ଯାହାକୁ କି ସେ ଭେଲଭେଟ୍ ବାକ୍‌ସରେ ଅତି ଯତ୍ନରେ ସାଇତି ରଖୁଥିଲେ । ଅରୁଣର ଫଟୋକୁ ସ୍ପଷ୍ଟଭାବେ ଦେଖ‌ିଲେ ବାରି ହୋଇପଡୁଥିଲା, ଗୋଟିଏ ସତ୍ୟାଗ୍ରହୀ ପ୍ରତିଭାଦୀପ୍ତ ଚେହେରା । ସେହି ଫଟୋକୁ ଦେଖୁଦେଖୁ ରାୟବାହାଦୂରଙ୍କ ଦେହରେ ଦେଖାଦେଲା ଅସମ୍ଭବ ପ୍ରକାର କମ୍ପନ । ତାଙ୍କର ହାତରୁ ଫଟୋଟି ତଳେ ପଡ଼ିଗଲା । ଏହାପରେ ସେ ପୁନର୍ବାର ଡ୍ରୟରରୁ କାଢ଼ିଲେ ଗୋଟିଏ ସନନ୍ଦପତ୍ର । ସେଥୁରେ କେମିତି ଗୋଟାଏ ବହଳିଆ ଆସ୍ତରଣ ମାଡ଼ି ଯାଇଥିଲା । ଅତୀତରେ ପ୍ରାପ୍ତ ହୋଇଥ‌ିବା ସେହି ସନନ୍ଦ ପତ୍ରଟି କାଢ଼ି କମ୍ପିତ ହାତରେ ପଢ଼ିବାକୁ ଆରମ୍ଭ କଲେ । ସେଥ‌ିରେ ଲେଖାଥିଲା-

‘‘ବ୍ରିଟିଶ୍ ସିଂହାସନ ପ୍ରତି ଆପଣଙ୍କର ନିଷ୍ଠା ଏବଂ ଅନୁରକ୍ତି ମହାମହିମ ବ୍ରିଟିଶ୍ ସମ୍ରାଟଙ୍କୁ ମୁଗ୍‌ଧ କରିଛି । ବ୍ରିଟିଶ୍ ସିଂହାସନ ପ୍ରତି ଏ ଅତୁଳନୀୟ ଅନୁରକ୍ତି ପାଇଁ ଆପଣ ନିଜର ….’’

ହାତରୁ ତାଙ୍କର ସନନ୍ଦ ପତ୍ରଟି ଖସି ପଡ଼ିଲା । ଆଖ୍ ଆଗକୁ ଚାଲି ଆସିଲା ବିଗତ ପଚିଶବର୍ଷ ତଳର ଘଟଣା ।

ପରାଧୀନ ଭାରତବର୍ଷରେ ଅତ୍ୟାଚାରୀ ବ୍ରିଟିଶ୍ ଶାସକଙ୍କର ଥିଲେ ନିମକସଚ୍ଚା କର୍ମଚାରୀ । ଚାକିରି ଆରମ୍ଭରେ ସେ ଥିଲେ ଅସ୍ଥାୟୀ ପୋଲିସ କର୍ମଚାରୀ, ସବ୍‌ଇନିସ୍ପେକ୍ଟର। ଚଉରୀଚଉରାଠାରେ ଦେଖା ଦେଇଥିଲା ଗୋଟିଏ ବିରାଟ ବିପ୍ଳବ । ଭାରତୀୟମାନେ ସ୍ଵାଧୀନତାପାଇଁ ଆପ୍ରାଣ ଉଦ୍ୟମ ଜାରି ରଖୁଥିଲେ । ‘ବନ୍ଦେ ମାତରମ୍’ ଧ୍ଵନିରେ ସାରା ଭାରତବର୍ଷର ଗଗନ ପବନ ହୋଇ ପଡ଼ୁଥିଲା ମୁଖରିତ ।

ଚମକି ପଡ଼ିଲେ ରାୟବାହାଦୂର । ବନ୍ଦେ ମାତରମ୍ ଧ୍ଵନି ତାଙ୍କପାଇଁ ଯେପରି ଅସହ୍ୟ ହୋଇ ପଡୁଥିଲା । ସେହି ଅବସରରେ ସେ ସ୍ମରଣ କରିଥିଲେ ପୁଅ ଅରୁଣର କଥାକୁ । ଅରୁଣକୁ ସେ ଦେଖିଲେ ସତ୍ୟାଗ୍ରହୀର ପୋଷାକରେ । ସେହି ପୋଷାକରେ ସେ ଘରକୁ ପ୍ରବେଶ କରିଥିଲା ।

ଅରୁଣର ଏହି ବେଶ ଦେଖ୍ ରାୟବାହାଦୂର ଯେମିତି କ୍ରୋଧରେ ଫାଟି ପଡ଼ିଥିଲେ । ଅରୁଣ ଯେ ବ୍ରିଟିଶ୍ ସରକାରଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରୁଛି । ଏହା ସେ ସହ୍ୟ କରିପାରୁ ନ ଥିଲେ । ଅରୁଣ ଅନ୍ୟାୟ କରୁଛି ବୋଲି ଦୃଢ଼ କଣ୍ଠରେ କହିଥିଲେ । ଅରୁଣ ପ୍ରତିବାଦ କରିବାରୁ ରାୟବାହାଦୂର ବାପା ଭାବରେ ନୁହେଁ ବରଂ ଇଂରେଜ ସରକାରଙ୍କ ଗୋଲାମ ଭାବରେ ନିଷ୍ଠୁର ଆଚରଣ ପ୍ରଦର୍ଶନ କରିଥିଲେ । ରାୟବାହାଦୂର ଚାହୁଁଥିଲେ ଅରୁଣ ତାଙ୍କର ଏ ସ୍ଵାଧୀନତା ସଂଗ୍ରାମରେ ଯୋଗ ନ ଦେଉ । ଅରୁଣ କିନ୍ତୁ ସ୍ପଷ୍ଟ ଭାବରେ ଏପରି ଆଦେଶକୁ ପାଳନ କରିବ ନାହିଁ ବୋଲି କହିଥିଲା । ଏହାପରେ ରାୟବାହାଦୂର ଉତ୍‌କ୍ଷିପ୍ତ ହୋଇ ଅରୁଣକୁ ଚାବୁକରେ ପ୍ରହାର କରିଥିଲେ । ଏହା ଭିତରେ ରୋଷେଇଘରୁ କହିଥିଲେ- ‘ଯାହାର ଦାନା ଖାଇ ମୁଁ ମଣିଷ, ତା’ର ନିମକହାରାମୀ ଅସମ୍ଭବ ।’ ଅରୁଣ ଏଭଳି କଥାର ଉତ୍ତର ଦେଇ କହିଥିଲା- ‘କାହାର ଦାନା; କାହାର ପାଣି ପବନରେ ମଣିଷ ଆପଣ ? ଭାରତର, ଏଇ ଗୋଲାମ ଭାରତର- ସ୍ଵାଧୀନତା ଯାହାର ଦାବୀ ?’ ଏହାପରେ ରାୟବାହାଦୂର ଅରୁଣକୁ ଘରୁ ତଡ଼ି ଦେଇଥିଲେ । ତାଙ୍କ ବିଚାରରେ ବ୍ରିଟିଶ୍ ସେବକର ଘରେ ଅରୁଣ ଭଳି ସତ୍ୟାଗ୍ରହୀର ସ୍ଥାନ ନାହିଁ । ଏହାପରେ ଅରୁଣ ଘରଛାଡ଼ି ଚାଲି ଯାଇଥିଲା ଆଉ ଫେରି ନ ଥିଲା ।

ଭାରତର ଚାରିଆଡେ ଶୁଭୁଥିଲା ‘ବନ୍ଦେ ମାତରଂ’ର ଶବ୍ଦ । ସମସ୍ତଙ୍କ ମନରେ ଜାଗ୍ରତ ହୋଇଥିଲା ସ୍ଵାଧୀନତା ସଂଗ୍ରାମର ଡାକରା । ଭାରତୀୟମାନେ ଚାହୁଁଥିଲେ ସ୍ଵାଧୀନତା, ମାତ୍ର ବ୍ରିଟିଶ୍ ସରକାର ଚାହୁଁଥିଲା ଏହାକୁ ଯେକୌଣସି ଉପାୟରେ ଦବାଇ ଦେବାକୁ । ପୋଲିସ ରାୟବାହାଦୂରଙ୍କୁ ସେଦିନ ହୁକୁମ ହୋଇଥିଲା- ‘ଦେଖ ମହାପାତ୍ର, ତୁମେ ଭାରି ପାରିବାର ଲୋକ । ଅନେକ ବଡ଼ବଡ଼ କଥା ତୁମେ ତୁଲେଇ ନେଇଛ । ଆଜି ଏକ ବିରାଟ ନେତା ଆସୁଛି ସହରରଥାନା, କଚେରି ସବୁ ଆକ୍ରମଣ କରିବାପାଇଁ । ସେମାନଙ୍କୁ ସାଫ୍ କରିବାର ଦାୟିତ୍ଵ ତୁମର ।’’ ଗୋଲାମଧାରୀ ଚାକର ଭାବରେ ରାୟବାହାଦୂର ସେଥ‌ିରେ ସମ୍ମତି ପ୍ରକାଶ କରିଥିଲେ ।

ଥାନା ଆଗରେ ସେଦିନ ଜନଗହଳି କରିଥିଲା ଗୋଟାଏ ବିରାଟ ଜନତାର ପଟୁଆର । ରାୟବାହାଦୂରଙ୍କ ବନ୍ଧୁକ ମୁନରେ ଖରାପଡ଼ି ଚକ୍ରଚକ୍ କରୁଥିଲା । ସେହି ସଂଗ୍ରାମୀ ଜନତାଙ୍କୁ ଦମନ କରିବାପାଇଁ ରାୟ ବାହାଦୂର କହୁଥିଲେ, ‘ହଟଯାଓ, ହଟଯାଓ ଶାଲେ ।’ ମାତ୍ର ଜନତା ରାୟବାହାଦୂରଙ୍କର କୌଣସି କଥାକୁ ଶୁଣୁ ନ ଥିଲେ । ବରଂ ସମସ୍ତଙ୍କ କଣ୍ଠରୁ ଶୁଣାଯାଉଥିଲା ବନ୍ଦେ ମାତରଂର ଉଚ୍ଛସିତ ସ୍ଵର । ଏହାପରେ ପୋଲିସ ଲାଠିମାଡ଼ ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ହଠାତ୍ କୁଆଡୁ ଆସି ଅରୁଣ ଚିତ୍କାର କରି କହିଲା ଯେ ଏଭଳି ଲୋକମାନଙ୍କୁ ଦମନ କରିବା ଅନ୍ୟାୟ । ଲାଠିମାଡ଼ କରିବା ଅନ୍ୟାୟ । କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ । ଏହାପରେ ଉପସ୍ଥିତ ଜନତା ଉଚ୍ଛସିତ ଧ୍ଵନିରେ, ଅଧ୍ଵ ଉତ୍ସାହରେ ଆଗେଇ ଆସିଲେ ।

ଏଇ ଉତ୍‌କ୍ଷିପ୍ତ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଶେଷରେ ସୋମନାଥ ମହାପାତ୍ର ପିସ୍ତଲ ଉଠାଇଲେ । ପୁତ୍ର ବିରୋଧରେ ପିତାର ଏ ଅଭିଯାନ । ଅରୁଣ ଅବିଚଳିତ ଭାବରେ ଜନତାଙ୍କୁ ନିର୍ଦ୍ଦେଶ ଦେଉଥିଲା, ‘ଭୟ ନାହିଁ, ଭୟ ନାହିଁ ଭାଇମାନେ ! ଶ୍ରୀରାମଚନ୍ଦ୍ର କମଳନୟନର ନୀଳୋତ୍ପଳରେ କରିଥିଲେ ଦେବୀ ଆରାଧନା ।’

ଜନତା ଏଥର ଆହୁରି ଉତ୍ସାହରେ ଶତସିଂହର ବଳ ନେଇ ଗର୍ଜନ କରିଉଠିଲେ । କେତେଜଣ ଏହାଭିତରେ ଯାଇ, ଥାନା ଉପରେ ଲାଗିଥିବା ୟୁନିୟନ୍ ଜାକ୍‌କୁ ଚିରି ପକାଇଲେ । ସୋମନାଥ ଏଥର ଆଉ ପରିସ୍ଥିତିକୁ ସମ୍ଭାଳି ପାରିଲେ ନାହିଁ । ପିସ୍ତଲ ଉଠାଇ ଗୁଳି ଚଳାଇଲେ ।

ସୋମନାଥ ଆଶା କରିଥିଲେ ସତ୍ୟାଗ୍ରହୀମାନଙ୍କୁ ଦମନ କରିବାପାଇଁ ଗୋଟାଏ ଫାଙ୍କା ଫାୟାର ଦରକାର । କିନ୍ତୁ ଏ କ’ଣ ହେଲା ? ସେହି ପିସ୍ତଲର ଗୁଳିରେ, ତାଙ୍କର ପୁଅ ଅରୁଣ ରକ୍ତାକ୍ତ ଅବସ୍ଥାରେ ତଳେ ଲୋଟି ପଡ଼ିଲା । ବ୍ରିଟିଶ୍ ସରକାର ତାଙ୍କର ଏହି ପୁତ୍ର ହତ୍ୟାକୁ ଭିନ୍ନ ଭାବରେ ବିଚାର କଲେ । ସେ ବିଚାର କଲେ ସୋମନାଥଙ୍କର ଅତୁଳନୀୟ ଇଂରେଜ ସରକାରଙ୍କ ପ୍ରତି ଭକ୍ତିଭାବକୁ । କର୍ତ୍ତବ୍ୟନିଷ୍ଠାପାଇଁ ଯଥାଯୋଗ୍ୟ ପୁରସ୍କୃତ କଲେ । କିନ୍ତୁ ପୁତ୍ରବଧୂ ଅପର୍ଣ୍ଣା ହେଲା ବିଧବା । ତା’ ହାତରୁ କାଚ ବାହାର କଲାବେଳେ ସେ ଅନୁଭବ କଲେ ଅକଥନୀୟ ବେଦନା । ଏହା ପରଦିନ ସୋମନାଥ ମହାପାତ୍ର ହେଲେ ପୋଲିସ୍ ଇନିସ୍ପେକ୍ଟର । ପରବର୍ତୀ ସମୟରେ ସୋମନାଥଙ୍କ ଘରକୁ ଆସିଲା ବିପୁଳ ଅର୍ଥ ଓ ପ୍ରତିପତ୍ତି । ସେ ହେଲେ ମର୍ଯ୍ୟାଦାବନ୍ତ ଅଫିସର୍ । ମାତ୍ର ଲକ୍ଷ୍ମୀ ତାଙ୍କ ଘରୁ ନେଲେ ଚିର ବିଦାୟ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

ସେଦିନ ସୋମନାଥ ମହାପାତ୍ର ମନେ ମନେ ଭାବୁଥିଲେ ବିଗତ ପଚିଶବର୍ଷ ତଳର ଏହି ଘଟଣାକୁ । ବିଚାର କରୁଥିଲେ କର୍ଭବ୍ୟର ସାଧନା ନିର୍ମମ ନିଶ୍ଚୟ; ମାତ୍ର ସେ ପୁତ୍ର ହତ୍ୟାକରି କିଛି ଅନ୍ୟାୟ କରି ନଥିଲେ। ହଠାତ୍ ଘରଭିତରୁ ଶୁଣାଗଲା ଶଙ୍ଖଧ୍ବନି । ସେହି ଶଙ୍ଖଧ୍ବନି ଶୁଣି ରାୟବାହାଦୂର ଚମକି ପଡ଼ିଥିଲେ । ସେ ଦେଖ‌ିଲେ ହେମମାଳା ଘରେ ଗୋଟିଏ ତ୍ରିରଙ୍ଗା ପତାକା ଉଡ଼ାଇ, ଏହା ତଳେ ଦୀପଜାଳି ଶଙ୍ଖଧ୍ବନି କରୁଛନ୍ତି । ଏଭଳି ଦୃଶ୍ୟ ରାୟବାହାଦୂରଙ୍କୁ ଅସହ୍ୟ ମନେହେଲା । ସେ ପାଗଳଙ୍କ ପରି ତାଙ୍କ ହାତରୁ ଛଡ଼ାଇ ଆଣିଥିଲେ ସେଇ ଶଙ୍ଖଟିକୁ । ହେମମାଳୀ ଚିତ୍କାର କରି ଉଠିଲେ- ‘‘ମୋତେ ଛୁଅଁନା, ଛୁଅଁନା ତୁମେ । ମୋ’ ଅରୁ ଫେରି ଆସିଛି ମୋ’ କୋଳକୁ ।’ ଏହାପରେ ହେମମାଳୀ ଖୁବ୍ ଜୋର୍‌ରେ କାନ୍ଦି ଉଠିଲେ ।

ରାୟବାହାଦୂରଙ୍କ ଦୁଇଆଟ୍‌ରେ ମଧ୍ୟ ଲୁହ ଜକେଇ ଆସୁଥିଲା । ଏହାକୁ ସେ କୌଣସି ପ୍ରକାରେ ସମ୍ବରଣ କରି କହିଲେ – ‘ଯେଉଁ ୟୁନିୟନ୍ ଜାକ୍‌ପାଇଁ ଅରୁକୁ ଖୁନ୍ କରିଛି, ସେ ପତାକାର ପତନ ଅସମ୍ଭବ ।’ ରାୟବାହାଦୂରଙ୍କ କଥାର ପ୍ରତିବାଦ କରି ହେମମାଳୀ ଦର୍ପିତାର କଣ୍ଠରେ କହିଲେ, ‘ଯୋଉ ପତାକାପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ।’ ହେମମାଳୀ ଆବେଗ ଓ ଉତ୍ତେଜନାରେ ତଳେ ମୂର୍ତ୍ତିତା ହୋଇ ପଡ଼ିଗଲେ । ବହୁଦିନରୁ ସାଇତି ରଖ୍ ୟୁନିୟନ୍ ଜାକ୍‌ଟିକୁ ଉଡ଼ାଇ ଦେଲେ । ରାତିସାରା ସେଇ ପତାକା ପାଖରେ ସେ ସତତ ପ୍ରହରୀ ଭଳି ଜଗି ରହିଲେ ।

ସାରାରାତି ସ୍ଵାଧୀନତା ଉତ୍ସବରେ ମାତିରହି, ପରଦିନ ସକାଳକୁ ବିଜୟ ଫେରିଲା ଘରକୁ । ଘରେ ପାଦ ଦେଇ ଏ ବିଚିତ୍ର ଦୃଶ୍ୟରେ ସେ ସ୍ତମ୍ଭିତ ହୋଇଗଲା । ଜେଜେ ସୋମନାଥ ମହାପାତ୍ରଙ୍କୁ ସେ ପ୍ରଶ୍ନ କଲା, ‘ଏ କ’ଣ ହେଉଛି ଜେଜେ ? ଆଜି ….. ୟୁନିୟନ୍ ଜାକ୍……. ।’ ସୋମନାଥ ଦୃପ୍ତ କଣ୍ଠରେ କହିଲେ ଦୁନିଆ ନିମକହାରାମ ହୋଇଯାଇପାରେ; ମାତ୍ର ସେ ନିଜେ ନୁହଁନ୍ତି । ବିଜୟ ଦୃଢ଼କଣ୍ଠରେ ଜେଜେଙ୍କ କଥାର ପ୍ରତିବାଦ କଲା । ‘ଏ ପତାକା ଉଡ଼ିପାରିବ ନାହିଁ ବୋଲି କହିଲା । ସୋମନାଥ ମଧ୍ୟ ସାଙ୍ଗେସାଙ୍ଗେ ଜଣାଇଲେ, ଯେ ସେ ବଞ୍ଚିବା ପର୍ଯ୍ୟନ୍ତ, ଏ ପତାକା ନିଶ୍ଚୟ ଉଡ଼ିବ । ବିଜୟ କହିଲା, ‘ଏ ଦେଶ ଆମର, ବ୍ରିଟିଶ୍ ଗୋଲାମର ଏ ଘରେ ସ୍ଥାନ ନାହିଁ ।’’

ବିଜୟ ୟୁନିୟନ୍ ଜ୍ୟାକ୍ ପତାକାଟିକୁ ଝାମ୍ପି ଉଠାଇ ନେଲା । ସୋମନାଥ ବିଜୟ ହାତରୁ ପତାକାଟିକୁ ଛଡ଼ାଇବାକୁ ଚେଷ୍ଟାକଲେ । ଅତି ଅସ୍ଵାଭାବିକ ଭାବେ ସେ କିପରି ହୋଇ ଉଠିଥିଲେ ହିଂସ୍ର ଓ ଉତ୍‌କ୍ଷିପ୍ତ । ବିଜୟ ପତାକା ନ ଦେବା ପାଇଁ ତାଙ୍କୁ ହାତରେ ଠେଲିଦେଲା । ସୋମନାଥ ସିଡ଼ି ପାହାଚରେ ଗଡ଼ଗଡ଼ି ତଳ ମହଲାର ଚଟାଣରେ ପଡ଼ିଗଲେ । ମୁଣ୍ଡ ଓ କାନ ଫାଟି ତଳେ ଧାରଧାର ରକ୍ତ ଛୁଟିଥିଲା । ବିଜୟ ନିଜକୁ ଘୋର ଅପରାଧୀ ମନେକରି ଧୀର କଣ୍ଠରେ ଡାକିଥିଲା, ଜେଜେ ! ସୋମନାଥଙ୍କ ବାକ୍ ଶକ୍ତି ରୁଦ୍ଧ ହୋଇ ଆସୁଥିଲା। ସେ କ୍ଷୀଣ କଣ୍ଠରେ କହିଲେ –

‘‘ତୋତେ ଆଶୀର୍ବାଦ କରୁଛି ବିଜୁ; ମୁଁ ଅନ୍ତତଃ ଶାନ୍ତିରେ ମରିପାରିବି ଏଥର । ଏହି ପତାକାପାଇଁ କେତେ ରାଜ୍ୟ ଉଚ୍ଛନ୍ନ ହୋଇଛି; କେତେ ଯୁଦ୍ଧ ଓ ରକ୍ତପାତ ବା ନ ଘଟିଛି ! ଏହି ପତାକାପାଇଁ ନିଜ ହାତରେ ମୁଁ ଗୁଳିକରି ମାରିଛି ଅରୁଣକୁ । ଏହି ପତାକା ପାଇଁ ତୁ ତୋ’ର ବୁଢ଼ା ଜେଜେକୁ ମଧ୍ୟ ଆଘାତ କରିଛୁ । ଅଥଚ ଭାବୁଚି, ଏ ପତାକା କଅଣ ? ଖଣ୍ଡେ ରଙ୍ଗୀନ୍ କନା – ରଙ୍ଗ ଛାଡ଼ିଯିବ ତା’ର । ତଥାପି ତୋ’ର ପତାକାର ଜୟ ହେଉ । ହେମ ….’

ଏହାପରେ ରାୟବାହାଦୂର ସୋମନାଥ ମହାପାତ୍ରଙ୍କ ପାଟି ପଡ଼ିଗଲା । ଇଂରେଜ ଗୋଲାମୀକୁ ପାଥେୟ କରି ଜୀବନର ଭୁଲ୍‌କୁ ସଜାଡ଼ିବାକୁ ପରାମର୍ଶ ଦେଇଗଲେ; ଉତ୍ତରାଧ୍ୟାକାରୀ ନାତି ବିଜୟକୁ । ଯେଉଁ ପନ୍ଥୀକୁ ହେୟକରି ଆସିଥିଲେ, ତାଙ୍କୁ ମଧ୍ୟ ସ୍ମରଣ କଲେ । ବିଜୟ ମଧ୍ଯ ପ୍ରାଣହୀନ ପାଷାଣ ପରି ଚାହିଁ ରହିଥିଲା ପ୍ରଭାତର ସୂର୍ଯ୍ୟୋଦୀପ୍ତ ଆକାଶକୁ । ଭାଦ୍ର ଆକାଶର ମେଘହୀନ ସୁନୀଳ ପଟ୍ଟଭୂମିରେ ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା ଫରଫର ହୋଇ ଉଡୁଥ୍ଲଲା ।

ଗଳ୍ପର ଶେଷ ପର୍ଯ୍ୟାୟରେ ଗାଳ୍ପିକ, ଅତି ଚମତ୍କାର ଭାବେ ସ୍ବାଧୀନ ଭାରତର ସମ୍ଭାବନାମୟ ଦିଗକୁ ଦେଖାଇଛନ୍ତି ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Odisha State Board CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର Textbook Exercise Questions and Answers.

CHSE Odisha Class 12 Odia Chapter 10 ସଭ୍ୟ ଜମିଦାର Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
କଲିକତା ଆମଦାନି ମାଲ ମଧ୍ୟରେ କିଏ ପ୍ରଧାନ ଥିଲା ?
ସବାଇଘାସ, ଧୂଆଁପତ୍ର, ହଳଦୀପତ୍ର, ତେଜପତ୍ର ।
Answer:
ଧୂଆଁପତ୍ର

Question ୨ ।
ମହାଜନ ବାବୁ ବଳରାମ ବଳଙ୍କର ଘର ଓଡ଼ିଶାର କେଉଁ ଅଞ୍ଚଳରେ ?
ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ।
Answer:
ଯାଜପୁର

Question ୩ ।
ମହାଜନ ବଳରାମ ଜଣେ ସଉଦାଗରଠାରୁ କେଉଁ ମୋହର କିଣିଥିଲେ ?
କାବୁଲୀ, ଆକବରୀ, ବର୍ଦ୍ଧମାନୀ, ସାହାଜାହାନୀ ।
Answer:
ଆକବରୀ

Question ୪।
ବାବୁ ବଳରାମଙ୍କ ଚାକରର ନାମ କ’ଣ ଥିଲା ?
ଗୋବିନ୍ଦା, ମାଧୁଆ, ପଦିଆ, ବିଦିଆ ।
Answer:
ବିଦିଆ

Question ୫।
କେଉଁ ହୁକାରେ ବାବୁ ବଳରାମ ଗୁଡ଼ାଖୁ ପିଅନ୍ତି ?
ରୂପାବନ୍ଧା, ସୁନାବନ୍ଧା, ପିତଳବନ୍ଧା, ତମ୍ବାବନ୍ଧା ।
Answer:
ରୂପାବନ୍ଧା

Question ୬।
କଲିକତାକୁ ଠିକ୍ କେଉଁ ଖଣି ବୋଲି କୁହାଯାଇଛି ?
ହରିଲୁଟ୍ ଖଣି, ଚୋରାଖଣି, ତଣ୍ଟିକଟା ଖଣି, ଗଣ୍ଠିକଟା ଖଣି ।
Answer:
ଗଣ୍ଠିକଟା ଖଣି

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୭ ।
ବାବୁ ବଳରାମ କେବଳ କେଉଁ ବ୍ରାହ୍ମଣ ହାତରୁ ଖାଉଥା’ନ୍ତି ?
ଓଡ଼ିଆ, ବଙ୍ଗାଳୀ, ବିହାରୀ, କାଶି ।
Answer:
ଓଡ଼ିଆ

Question ୮ ।
ଗୋପାଳର ନାଁ ‘ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର’ ବୋଲି କିଏ ଲେଖୁଥାଏ ?
ମୋହରୀର, ଗୁମାସ୍ତା, ମୁସ୍ତରୀ, ମେନେଜର ।
Answer:
ଗୁମାସ୍ତା

Question ୯।
ମହାପାତ୍ରେ, ବାବୁ ବଳରାମଙ୍କ ବ୍ୟବସାୟର କେତେ ଅଂଶୀଦାର ଥିଲେ ?
ଚାରିପଣୀ, ଆଠପଣୀ, ଦୁଇପଣୀ, ଛଅପଣୀ ।
Answer:
ଚାରିପଣୀ

Question ୧୦ ।
ଦେବୀ ଓଝା କିଏ ?
ସରପଞ୍ଚ, ୱାର୍ଡ଼ମେମ୍ବର, ଅବଧାନ, ଦୋକାନୀ ।
Answer:
ଅବଧାନ

Question ୧୧ ।
‘କୁସଂସ୍କାର – ବିମର୍ଦ୍ଦିନୀ’ ସଭାର ଅଧୂବେଶନ କେଉଁଦିନ ହୋଇଥାଏ ?
ରବିବାର, ସୋମବାର, ମଙ୍ଗଳବାର, ଗୁରୁବାର ।
Answer:
ମଙ୍ଗଳବାର

Question ୧୨ ।
ଶନିବାର ଦିନ କେଉଁ ସଭାର ଅଧିବେଶନ ହୋଇଥାଏ ?
ନାରୀ ମଙ୍ଗଳ କାରିଣୀ, ନାରୀ ସ୍ଵାଧୀନତା ବିବର୍ତ୍ତନୀ, ନାରୀ ସଶକ୍ତିକାରିଣୀ, କୁସଂସ୍କାର ବିମର୍ଦ୍ଦିନୀ ।
Answer:
ନାରୀ ସ୍ଵାଧୀନତା ବିବର୍ତ୍ତନୀ

Question ୧୩ ।
କେଉଁ ବେମାରୀରେ ଗୋପାଳ ଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା ?
ବସନ୍ତ, ଯକ୍ଷ୍ମା, ସନ୍ନିପାତ, ଝାଡ଼ାବାନ୍ତି ।
Answer:
ସନ୍ନିପାତ

Question ୧୪।
‘ଗଙ୍ଗାଲାଭ’ ବୋଇଲେ କ’ଣ ବୁଝ ?
ବ୍ରତ, ପୁଣ୍ୟ, ସ୍ନାନ, ମୃତ୍ୟୁ ।
Answer:
ମୃତ୍ୟୁ

Question ୧୫ ।
ଯାହାର ଧନ, ଜ୍ଞାନ ଅଛି, ସେ କ’ଣ କଲେ ତା’ ଜୀବନ ଧ୍ଵ ହୋଇଯାଏ ବୋଲି ସଭାରେ କୁହାଯାଇଥିଲା ?
ଘରେ ବସି ରହିଲେ, ବ୍ୟବସାୟ କଲେ, ଚାକିରି କଲେ, ବେକାର ହୋଇଗଲେ ।
Answer:
ଚାକିରି କଲେ

Question ୧୬ ।
କେଉଁ ନାମ ଶୁଣି ‘ନୂଆ ଜମିଦାର’ଙ୍କ ମନ ଭାରି ଖୁସି ହୋଇଥୁଲା ?
ସଭା, ସ୍କୁଲ, ଗାଆଁ, ଜମିଦାରୀ ।
Answer:
ସଭା

Question ୧୭ ।
ତାଲୁକ କିଣାଠାରୁ ରଙ୍ଗାଧର ମହାନ୍ତି କେଉଁ କାମରେ ଥିଲେ ?
ମୁଖ୍ୟ ଗୁମାସ୍ତା, ଛାମୁକରଣ, ଶେଠ ପାଞ୍ଜିଆ, ଗଦି ସରକାର ।
Answer:
ଶେଠ ପାଞ୍ଜିଆ

Question ୧୮ ।
ତାଲୁକ ମଧ୍ୟରେ କେଉଁ ଗ୍ରାମଟି ସବୁଠାରୁ ବଡ଼ ଥିଲା ?
ମଦନପୁର, ମାନପୁର, ନରଣପୁର, ଶ୍ୟାମପୁର ।
Answer:
ଶ୍ୟାମପୁର

Question ୧୯ ।
‘ନୂଆ ଜମିଦାର’ ବାବୁ ଶ୍ୟାମପୁର ଗ୍ରାମରେ କେଉଁ ଲୋକଙ୍କୁ ଖୋଜି ବସିଥିଲେ ?
ଶିକ୍ଷିତ ବେକାର, ଶିକ୍ଷିତ ସମାଜସେବୀ, ଶିକ୍ଷିତ ସମାଜ-ସଂସ୍କାରକ, ଶିକ୍ଷିତ କୁସଂସ୍କାର ବର୍ଜିତ ।
Answer:
ଶିକ୍ଷିତ କୁସଂସ୍କାର ବର୍ଜିତ

Question ୨୦ ।
ଏ ଦେଶର ଦୁଃଖଦୁର୍ଦ୍ଦଶାର କାରଣ ଲୋଡ଼ିଲେ ତାହା କେଉଁପରି ଜଣାଯିବ ବୋଲି ନୂଆ ଜମିଦାର ବକ୍ତୃତାରେ କହିଥିଲେ ?
ଡାହାଣୀ ଆଲୁଅ, ଦିନ ଆଲୁଅ, ଆତସବାଜୀ ଆଲୁଅ, ଲଣ୍ଠନ ଆଲୁଅ ।
Answer:
ଦିନ ଆଲୁଅ

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୨୧ ।
ସୁଶିକ୍ଷିତ ଜମିଦାର ମହୋଦୟଙ୍କ ପ୍ରସ୍ତାବକୁ କିଏ ଦୁତୀୟ କରିଥିଲେ ?
ଗାହ୍ଲବ ପଟ୍ଟନାୟକ, ବହୁଭ ରାୟ, ହରିବୋଲ ପଟ୍ଟନାୟକ, ରଙ୍ଗାଧର ମହାନ୍ତି ।
Answer:
ହରିବୋଲ ପଟ୍ଟନାୟକ

Question ୨୨ ।
‘ନୂଆ ଜମିଦାର’ଙ୍କ ବିବାହ ପାଇଁ କେଉଁଠାରେ କନ୍ୟା ଠିକ୍ ହୋଇଥିଲା ?
କଟକ, କଲିକତା, ବାଲେଶ୍ଵର, ଯାଜପୁର ।
Answer:
କଲିକତା

Question ୨୩ ।
କନ୍ୟାପିତା ମକ୍ରା ମଳିକ ଆସାମ ଚା’ ବଗିଚାରେ ପଦୋନ୍ନତି ପାଇ ଶେଷରେ କ’ଣ ହୋଇଥିଲା ?
ଖାନସମା, ବବୁର୍ଚି, କୁଲିସର୍ଦାର, ମେନେଜର ।
Answer:
ଖାନସମା

Question ୨୪ ।
ସାଆନ୍ତାଣୀଙ୍କର ବିଶ୍ଵାସୀ ପୋଇଲି କିଏ ?
ଫୁଲ, କନି, ରାଧୀ, ପଦୀ
Answer:
ରାଧୀ

Question ୨୫ ।
କୁମ୍ଭୀର କ୍’ଣ ଖୋଜିଥାଏ ବୋଲି କୁହାଯାଇଛି ?
ଲୁଣି ପାଣି, କାଦୁଆ ପାଣି, ଗୋଳିଆ ପାଣି, ପଙ୍କୁଆ ପାଣି ।
Answer:
ଗୋଳିଆ ପାଣି

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
କଲିକତା ବଡ଼ବଜାରରେ ବାବୁ ବଳରାମଙ୍କର ପରିଚୟ କ’ଣ ଥିଲା ?
Answer:
କଲିକତା ବଡ଼ବଜାରରେ ବାବୁ ବଳରାମଙ୍କର ପରିଚୟ ଗଦିଆନି ମହ।ଜଳ ଥିଲା

Question ୨ ।
‘ଦୋକ୍ତା’ କାରବାର କାହା ସହ ସମାନ ବୋଲି ମହାଜନେ କହିଥା’ନ୍ତି ?
Answer:
‘ଦୋକ୍ତା’ କାରବାର ଗୋଖର ସାପ ଖେଳାଇବା ସହ ସମାନ ବୋଲି ମହାଜନେ କହିଥା’ନ୍ତି ।

Question ୩ ।
କଲିକତା ମାଲ୍ ଆମଦାନି ରପ୍ତାନି କେଉଁଥ‌ିରେ ହେଉଥିଲା ?
Answer:
କଲିକତା ମାଲ୍ ଆମଦାନି ରପ୍ତାନି ବାଲେଶ୍ଵର ଜାହାଜରେ ହେଉଥିଲା ।

Question ୪।
ବଳରାମ ବଳଙ୍କର ଓଡ଼ିଶାରେ କାହିଁକି ନାମଡାକ ଥିଲା ?
Answer:
ବଳରାମ ବଳଙ୍କର ଓଡ଼ିଶାରେ ଜଣେ ଚିହ୍ନରା ଦଣ୍ଡିଦାର ଭାବରେ ନାମ ଡାକ ଥିଲା ।

Question ୫ ।
କଲିକତାରେ କେତେବେଳେ ତୋପ ପଡ଼େ ବୋଲି କୁହାଯାଇଛି ?
Answer:
କଲିକତାରେ କୁକୁଡ଼ା ଡାକ ଆଗରୁ ତୋପ ପଡ଼େ ବୋଲି କୁହାଯାଇଛି ।

Question ୬ ।
କପାଳିଆ ଲୋକକୁ କ’ଣ ମିଳିଥାଏ ବୋଲି କୁହାଯାଇଛି ?
Answer:
କପାଳିଆ ଲୋକକୁ ଆକବରୀ ମୋହର ମିଳିଥାଏ ବୋଲି କୁହାଯାଇଛି।

Question ୭ ।
କେଉଁଦିନରୁ ଦିନକୁ ଦିନ ଗୋପାଳର ଘର ବଢୁଥିଲା ?
Answer:
ପହରା ପଡ଼ିବା ଦିନରୁ ଦିନକୁ ଦିନ ଗୋପାଳର ଘର ବଢୁଥିଲା ।

Question ୮ ।
କେଉଁ କଥା ଗୋପାଳ ବେଶ୍ ଜାଣିଗଲାଣି ବୋଲି କୁହାଯାଇଛି ?
Answer:
ମାଲ କିଣାବିକା ଛକଛାକ ଗୋପାଳ ବେଶ୍ ଜାଣିଗଲାଣି ବୋଲି କୁହାଯାଇଛି ।

Question ୯ ।
ଗୋପାଳ, ବେପାରରେ ବାବୁ ବଳରାମଙ୍କର କ’ଣ ପରି ଥିଲା ?
Answer:
ଗୋପାଳ ବେପାରରେ ବାବୁ ବଳରାମଙ୍କର ଡାହାଣ ହାତ ପରିଥିଲା ।

Question ୧୦ ।
ଗଦିରେ ଗୋପାଳର ଡାକନାମ କ’ଣ ହୋଇଥିଲା ?
Answer:
ଗଦିରେ ଗୋପାଳର ଡାକନାମ ସାନବାବୁ ହୋଇଗଲା ।

Question ୧୧ ।
ବେପାରରେ ଲାଭ କେଉଁ ଜାଗାରେ ବୋଲି ମହାପାତ୍ରେ, ମହାଜନ ବଳଙ୍କୁ କହିଛନ୍ତି ?
Answer:
ବେପାରରେ ଲାଭ କିଣାଜାଗାରେ ବୋଲି ମହାପାତ୍ରେ, ମହାଜନ ବଳଙ୍କୁ କହିଛନ୍ତି ।

Question ୧୨ ।
ଗଦିର କେଉଁସବୁ କଥା ମହାପାତ୍ରଙ୍କ ହାତରେ ଥିଲା ?
Answer:
ଗଦିର ମାମଲତ ତହବିଲ କଥା ମହାପାତ୍ରଙ୍କ ହାତରେ ଥିଲା ।

Question ୧୩ ।
‘ବଳେ’, ତୁନି ହୋଇ ଗଦିରେ କ’ଣ କରିଥା’ନ୍ତି ବୋଲି କୁହାଯାଇଛି ?
Answer:
‘ବଳେ’, ତୁନି ହୋଇ ଗଦିରେ ମାଳା ଗଢ଼ାଉଥା’ନ୍ତି ବୋଲି କୁହାଯାଇଛି ।

Question ୧୪ ।
ମହାପାତ୍ରଙ୍କଠାରୁ ଅବଧାନେ କେତେ ଟଙ୍କା ପୁରସ୍କାର ପାଇଥିଲେ ?
Answer:
ମହାପାତ୍ରଙ୍କଠାରୁ ଅବଧାନେ ପାଞ୍ଚୋଟି ଟଙ୍କା ପୁରସ୍କାର ପାଇଥିଲେ ।

Question ୧୫ ।
ବଳବାବୁ ମହାଜନ ଗଦି ସାଙ୍ଗରେ କାହାର କାରବାର ଥିଲା ?
Answer:
ବଳବାବୁ ମହାଜନ ଗଦି ସାଙ୍ଗରେ ବଡ଼ ବଡ଼ ଇଂରାଜୀ ସଉଦାଗର ହାଉସ୍‌ମାନଙ୍କର କାରବାର ଥିଲା ।

Question ୧୬ ।
ଗଦିର ସରକାର କେଉଁଠାରେ ରାଜୀବବାବୁଙ୍କ ନାମ ଲେଖାଇ ଦେଇ ଆସିଥିଲେ ?
Answer:
ଗଦିର ସରକାର କୋଲ୍ଡକାଟା ଏଣ୍ଟ୍‌ ଏକାଡ଼େମୀରେ ରାଜୀବବାବୁଙ୍କ ନାମ ଲେଖାଇ ଦେଇ ଆସିଥିଲେ ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୧୭ ।
କେଉଁ କଥାଟା କଲିକତାର ନିୟମ ବୋଲି କୁହାଯାଇଛି ?
Answer:
ସଭାର ସମସ୍ତ ବ୍ୟୟ ବହନ କରିବା ସମ୍ପାଦକ ପକ୍ଷରେ ଉଚିତ କଥାଟା କଲିକତାରେ ନିୟମ ବୋଲି କୁହାଯାଇଛି।

Question ୧୮।
ପିତାଙ୍କ ମୃତ୍ୟୁରେ କେଉଁ କଥାଟା କୁସଂସ୍କାର ବୋଲି ରାଜୀବଲୋଚନ କହିଛନ୍ତି ?
Answer:
ପିତାଙ୍କ ମୃତ୍ୟୁରେ ଡକାପକାଇ କାନ୍ଦିବା ଗୋଟାଏ କୁସଂସ୍କାର ବୋଲି ରାଜୀବଲୋଚନ କହିଛନ୍ତି ।

Question ୧୯ ।
ଗୋପାଳ ଚନ୍ଦ୍ର ମହାପାତ୍ର ତିଆରି କରିଥିବା ମନ୍ଦିରରେ କେଉଁ ମୂର୍ତ୍ତି ସ୍ଥାପିତ ହୋଇଥିଲା ?
Answer:
ଗୋପାଳ ଚନ୍ଦ୍ର ମହାପାତ୍ର ତିଆରି କରିଥିବା ମନ୍ଦିରରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ସ୍ଥାପିତ ହୋଇଥିଲା ।

Question ୨୦ ।
କେଉଁ ସଂସ୍ଥାରୁ ଯେପରି ବ୍ୟବସ୍ଥା ଆସିବ, ସେପରି ବିଭା ହେବ ବୋଲି କୁହାଯାଇଛି ?
Answer:
ବିହାର ବିବାହ-ବ୍ୟୟ-ସଂକ୍ଷେପଣୀ ସଭାରୁ ଯେପରି ବ୍ୟବସ୍ଥା ଆସିବ, ସେପରି ବିଭା ହେବ ବୋଲି

Question ୨୧ ।
କଲିକତା ଗୋଟିଏ ବିଚିତ୍ର ଜାଗା ବୋଲି କାହିଁକି କୁହାଯାଇଛି ?
Answer:
କଲିକତା ଗୋଟିଏ ବିଚିତ୍ର ଜାଗା ବୋଲି କୁହାଯାଇଛି, କାରଣ ଟଙ୍କା ଦେଲେ ସେଠାରେ ମା’ ବାପା ଛଡ଼ା ସବୁ ମିଳିବ ।

Question ୨୨ ।
କଲିକତାର ମହାଜନ ସଭ୍ୟ ଜମିଦାରଙ୍କୁ ଦଶ ହଜାର ଟଙ୍କା କରଜ ଦେଇଥିଲେ କିପରି ?
Answer:
ଖୁବ୍ କାଇଦା କଟକଣାରେ ଜମିଦାରୀ ଲେଖୁଇ କଲିକତାର ମହାଜନ ସଭ୍ୟ ଜମିଦାରଙ୍କୁ ଦଶ ହଜାର ଟଙ୍କା କରଜ ଦେଇଥିଲା ।’

Question ୨୩ ।
ପୁଅ-ବୋହୂ ହାତ ଧରାଧରି ହୋଇ କୁଆଡ଼େ ବାହାରିଥିବାର କୁହାଯାଇଛି ?
Answer:
ପୁଅ-ବୋହୂ ହାତ ଧରାଧରି ହୋଇ ମା’ ସାଆନ୍ତାଣୀଙ୍କ ସହିତ ସାକ୍ଷାତ କରିବାକୁ ବାହାରିଥିବାରୁ କୁହାଯାଇଛି ।

Question ୨୪ ।
ମା’ ସ୍ଵାଆନ୍ତାଣୀ କେଉଁ କଥା ଶୁଣି ଚମକି ପଡ଼ି ଠିଆ ହୋଇଗଲେ ?
Answer:
ବୋହୂର ଗୋଡ଼ରେ ଲେଡ଼ିଜୋତା ଏଡ଼ିର ଠକ୍ ଠକ୍ ଶବ୍ଦ ଶୁଣି ମା’ ସାଆନ୍ତାଣୀ ଚମକିପଡ଼ି ଠିଆ

Question ୨୫ ।
ମା’ ସାଆନ୍ତାଣୀ ଘରୁ ବାହାରିଯାଇ କେଉଁଠି ରହିଥ‌ିର ସମ୍ବାଦ ଆସିଥିଲା ?
Answer:
ମା’ ସାଆନ୍ତାଣୀ ଘରୁ ବାହାରି ଯାଇ ପୁରୀର ମାତାମଠରେ ରହିଥିବାର ସମ୍ବାଦ ଆସିଥିଲା ।

Question ୨୬ ।
ବୋହୂ-ସାଆନ୍ତାଣୀଙ୍କୁ କେଉଁ ନାମରେ ଡାକିବାକୁ ଜମିଦାରବାବୁ ଚାହୁଁଥିଲେ ?
Answer:
ବୋହୂ-ସାଆନ୍ତାଣୀଙ୍କୁ ମିସେସ୍ ମହାପାତ୍ର ନାମରେ ଡାକିବାକୁ ଜମିଦାରବାବୁ ଚାହୁଁଥିଲେ ।

Question ୨୭ ।
ଗୋରୁଗୁହ କେଉଁଠି ଢଳାଯାଇଛି ଶୁଣି ଜମିଦାରବାବୁ ଖପା ହୋଇଥିଲେ ?
Answer:
ଗୋରୁଗୁହ ବବୁର୍ଜିଖାନାରେ ଢଳାଯାଇଛି ଶୁଣି ଜମିଦାର ବାବୁ ଖପା ହୋଇଥିଲେ ।

Question ୨୮ ।
ମିଷ୍ଟର ଓ ମିସେସ୍ ମହାପାତ୍ର ଘରେ ଆଉ ରହିପାରିଲେ ନାହିଁ କାହିଁକି ?
Answer:
ମିଷ୍ଟର ଓ ମିସେସ୍ ମହାପାତ୍ର ଡିକ୍ରୀଜାରି ପିଆଦା ଜୁଲମରେ ଆଉ ଘରେ ରହିପାରିଲେ ନାହିଁ ।

Question ୨୯ ।
ଜମିଦାରବାବୁ ପାଞ୍ଚ ଛ’ ବର୍ଷ ପରେ କ’ଣ କରୁଥିବାର ଶୁଣାଯାଇଥିଲା ?
Answer:
ଜମିଦାରବାବୁ ପାଞ୍ଚ ଛ’ ବର୍ଷ ପରେ ତାଙ୍କ ଶ୍ଵଶୁର କାମରେ ଆସାମରେ ଖାନସମାଗିରି କାମ କରୁଥିବାର ଶୁଣାଯାଇଥିଲା ।

Question ୩୦ ।
ବୋହୂ-ସାଆନ୍ତାଣୀଙ୍କ ପ୍ରକୃତ ନାମ କ’ଣ ଥିଲା ?
Answer:
ବୋହୂ-ସାଆନ୍ତାଣୀଙ୍କ ପ୍ରକୃତ ନାମ ‘ନୟନତ।ରା – ଦୁଃଖପାସୋରା’ ଥିଲା ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୧ ନମ୍ବର ।

ଗଳ୍ପ – ସଭ୍ୟ ଜମିଦାର, ଗାଳ୍ପିକ – ଫକିରମୋହନ ସେନାପତି

Question ୧।
ଧୂଆଁପତ୍ର କାରବାର ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଧୂଆଁପତ୍ର କାରବାର ବଡ଼ କଠିନ ବୋଲି କୁହାଯାଇଛି ।

Question ୨ ।
ଗୋପାଳ କିପରି କଲିକତା ଯାଇଥିଲା ?
Answer:
ଗୋପାଳକୁ ମହାଜନ ଦୟାକରି ସାଙ୍ଗରେ କଲିକତା ନେଇଯାଇଥିଲେ ।

Question ୩ ।
କଲିକତା ଗଦିରେ ଗୋପାଳ ପ୍ରଥମେ କିପରି ଥିଲା ?
Answer:
କଲିକତା ଗଦିରେ ଗୋପାଳ ଖାଉଛି ତ ଖାଉଛି, ଅଛି ତ ଅଛି, ତାକୁ କେହି ଦେଖାଶୁଣା କରିବାକୁ ନ ଥିଲେ ।

Question ୪ ।
ମୋହର ପୋଟଳା ଦେଖୁ ଗୋପାଳ କ’ଣ କରିଥିଲା ?
Answer:
ମୋହର ପୋଟଳା ଦେଖୁ ଗୋପାଳ ତାହାକୁ ହାତରେ ଧରି ବାବୁଙ୍କ ପାଖକୁ ଧାଇଁଲା ଏବଂ ବାବୁଙ୍କୁ ନ ପାଇ ତାହାକୁ ତାଙ୍କ ପଲଙ୍କ ତକିଆ ତଳେ ଥୋଇଦେଲା ।

Question ୫ ।
କୁକୁଡ଼ା ଡାକ ଆଗରୁ ଗଦିଆନ ଧାର୍ମିକ ହିନ୍ଦୁ ମହାଜନମାନେ କ’ଣ କରିଥା’ନ୍ତି ?
Answer:
କୁକୁଡ଼ା ଡାକ ଆଗରୁ ଗଦିଆନ ଧାର୍ମିକ ହିନ୍ଦୁ ମହାଜନମାନେ ଗଙ୍ଗାସ୍ନାନକୁ ବାହାରିଯା’ନ୍ତି ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୬ ।
କପାଳିଆ ଲୋକକୁ କ’ଣ ମିଳିଥାଏ ଓ ସେ ଗଲେ କ’ଣ ହୋଇଥାଏ ?
Answer:
କପାଳିଆ ଲୋକକୁ ଆକବରୀ ମୋହର ମିଳିଥାଏ ଓ ସେ ଗଲେ ଲକ୍ଷ୍ମୀ ଛାଡ଼ି ଯାଇଥାଏ ।

Question ୭ ।
ରୋଷେଇଆ ବ୍ରାହ୍ମଣ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ରୋଷେଇଆ ବ୍ରାହ୍ମଣ, ବାବୁଙ୍କ ସିନ୍ଦୁକର ତାଲା ଭାଙ୍ଗି, ସେଥୁରୁ ପାଞ୍ଚଶହ ଟଙ୍କାର ଥଳିଟା ନେଇ ଚାଲିଯାଇଥିଲା ।

Question ୮ ।
ଗୋପାଳ କେମିତି ରାନ୍ଧି ଶିଖୂଲା ବୋଲି କହିଛି ?
Answer:
ପୂଝାରୀ ରାନ୍ଧୁଥୁଲାବେଳେ ଗୋପାଳ ଦେଖୁ ଦେଖୁ ରନ୍ଧା ଶିଖୁ ବୋଲି କହିଛି ।

Question ୯ ।
ବାବୁ ବଳରାମ ଗାଁକୁ ଯାଇ ପ୍ରଥମେ ଗୋପାଳ ପାଇଁ କ’ଣ କରିଥିଲେ ?
Answer:
ବାବୁ ବଳରାମ ଗାଁକୁ ଯାଇ ପ୍ରଥମେ ଗୋଟିଏ ଘର ବନାଇ ଦେଇ, ଗୋପାଳକୁ ବିଭା କରାଇଦେଲେ ।

Question ୧୦ ।
ରନ୍ଧାବଢ଼ା ସାରି ଗୋପାଳ ଗଦିରେ କ’ଣ କରିଥାଏ ?
Answer:
ରନ୍ଧାବଢ଼ା ସାରି ଗୋପାଳ ଗଦିରେ ସବୁବେଳେ ବାବୁଙ୍କ ପାଖେ ପାଖେ ଥାଏ ଏବଂ କାମରେ ସାହାଯ୍ୟ ଉ କରିଥାଏ ।

Question ୧୧ ।
ଦିନେ ବେଳ ଉଣ୍ଡି ମହାଜନ ବଳଙ୍କୁ ମହାପାତ୍ର କ’ଣ ଜଣାଇଥିଲେ ?
Answer:
ଦିନେ ବେଳ ଉଣ୍ଡି ମହାଜନ ବଳଙ୍କୁ ମହାପାତ୍ର ଜଣାଇଲେ, ‘ଆଜ୍ଞା ବେପାର ଲାଭ ବିକା ଜାଗାରେ ନୁହେଁ, କିଣା ଜାଗାରେ ।’

Question ୧୨ ।
ସାନବାବୁଙ୍କ ସମ୍ପର୍କରେ ଅବଧାନେ ମହାପାତ୍ରକୁ କ’ଣ କହିଛନ୍ତି ?
Answer:
ସାନବାବୁଙ୍କ ସମ୍ପର୍କରେ ଅବଧାନେ ମହାପାତ୍ରଙ୍କୁ କହିଛନ୍ତି, ‘ସାନବାବୁ ଖୁବ୍ ବୁଦ୍ଧିଆ ଓ ଭାରି ପାଠୁଆ ଏବଂ ଖଡ଼ି ପାଠ, ପୋଥ୍ୟାଏଁ ସରିଲାପରେ ଆଉ ତାଙ୍କୁ ପଢ଼ାଇବାକୁ ପାଠ ନାହିଁ ।’’

Question ୧୩ ।
ରାଜୀବ ସମ୍ପର୍କରେ ସାଆନ୍ତାଣୀ ସାଆନ୍ତଙ୍କୁ କ’ଣ କହିଛନ୍ତି ?
Answer:
ରାଜୀବ ସମ୍ପର୍କରେ ସାଆନ୍ତାଣୀ ସାଆନ୍ତଙ୍କୁ କହିଛନ୍ତି, ରାଜୀବ ତାଙ୍କ ବୋଲ ନ ମାନି ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ବୁଲୁଛି ଏବଂ ତାକୁ ସାଙ୍ଗରେ ନେଇଯିବା ପାଇଁ କହିଛନ୍ତି ।

Question ୧୪ ।
ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ତାଙ୍କର କ’ଣ ଅସୁବିଧା ହୁଏ ?
Answer:
ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ଭାଷା ସମ୍ବନ୍ଧୀୟ ଅସୁବିଧା ହୋଇଥାଏ, କାରଣ ବାବୁ ଇଂରାଜୀ ଜାଣନ୍ତି ନାହିଁ, ସାହେବ ବି ଓଡ଼ିଆ ବୁଝନ୍ତି ନାହିଁ ।

Question ୧୫ ।
ବାବୁ ରାଜୀବ କେଉଁ ବିଷୟରେ ପକ୍‌କା ହୋଇଗଲେଣି ବୋଲି କୁହାଯାଇଛି ?
Answer:
ଚାରି ପାଞ୍ଚ ବର୍ଷ ଭିତରେ ଇଂରେଜୀ ପଢ଼ା ନ ହେଉ ପଛକେ ବାବୁ ରାଜୀବ ସଭାସମିତିରେ ଉପସ୍ଥିତି, ଥ୍ଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣ ବିଷୟରେ ପକ୍‌କା ହୋଇଗଲେଣି ବୋଲି କୁହାଯାଇଛି ।

Question ୧୬ ।
କେଉଁ ଦିନ ହୋଟେଲ ବାଲାର ବେଶ୍ ଆୟ ହୋଇଥାଏ ?
Answer:
ସମ୍ପାଦକ ରାଜୀବ ବାବୁ ଯେଉଁଦିନ ସଭାରେ ବକ୍ତୃତା ଦେଲାବେଳେ, ବହୁତ ହାତତାଳି ଦିଆଯାଏ, ସେହିଦିନ ହୋଟେଲବାଲାର ବେଶ୍ ଆୟ ହୋଇଥାଏ ।

Question ୧୭ ।
ରାଜୀବଙ୍କ କେଉଁ ଇଚ୍ଛା ମହାଜନ ବଳବାବୁ ସଫଳ କରିନଥିଲେ ?
Answer:
ରାଜୀବଙ୍କର ଇଚ୍ଛା ଥିଲା ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବା କୁସଂସ୍କାର, କେବଳ ସଭାଗୃହରେ ଭୋଜି, ଦରିଦ୍ରମାନଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାରେ ଚାନ୍ଦାଦେବା କାମ ମହାଜନ ବଳବାବୁ ସଫଳ କରିନଥିଲେ ।

Question ୧୮।
ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକମାନେ ନୂଆ ଜମିଦାରଙ୍କ ପାଇଁ କ’ଣ କରିଥିଲେ ?
Answer:
ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକ ନୂଆ ଜମିଦାରଙ୍କ ପାଇଁ ଗୋଟିଏ ସଭା କରିବାକୁ ସ୍ଥିର କରିଥିଲେ ।

Question ୧୯ ।
ଶାମପୁର ଗାଁଲୋକ ଓ ଗ୍ରାମପିଲାଙ୍କର ଗୋପାଳବାବୁ କି ଉପକାର କରିଥିଲେ ?
Answer:
ଶାମପୁର ଗାଁଲୋକଙ୍କୁ ଗୋପାଳବାବୁ କଲିକତାରେ ନାନା କାମରେ ଲଗାଇ ଦେଇ ରୋଜଗାର କରାଇ ଦେଉଥିଲେ ଓ ଗ୍ରାମପିଲାମାନଙ୍କୁ ଶିକ୍ଷିତ କରିବାପାଇଁ କଟକରେ ରଖୁ ପଢ଼ାଉଥିଲେ ।

Question ୨୦ ।
ନୂଆ ଜମିଦାରଙ୍କ ଆହ୍ବାନରେ ଶାମପୁର ଗ୍ରାମରେ କ’ଣ ଘଟିଥିଲା ?
Answer:
ନୂଆ ଜମିଦାରଙ୍କ ଆହ୍ଵାନରେ ଶାମପୁର ଗ୍ରାମରେ ଜମିଦାରୀ କଚେରୀ ଘରେ ଅନେକ ପ୍ରାଇମେରୀ, ଅପର ପ୍ରାଇମେରୀ ପାସ ତଥା ଛାତ୍ରବୃରି ଫେଲ, ଶିକ୍ଷିତ ସ୍ଵାଧୀନମନା ଲୋକଙ୍କୁ ନେଇ ସଭା କରାଇଲେ ।

Question ୨୧ ।
ହରିବୋଲ ବାବୁ କେଉଁ ଦୁଇଟି ସଭାର ସମ୍ପାଦକ ଥିଲେ ଓ କାହିଁକି ?
Answer:
ଜମିଦାରଙ୍କ ବିଚାରରେ ହରିବୋଲବାବୁ ଯୋଗ୍ୟ ଲୋକ ହୋଇଥିବାରୁ ସେ ‘ଜ୍ଞାନବର୍ଷିନୀ’ ଓ ‘ସ୍ତ୍ରୀ ସ୍ଵାଧୀନତାବର୍ଷିନୀ’ ସଭାର ସମ୍ପାଦକ ଥିଲେ ।

Question ୨୨ ।
ସଭାକାର୍ଯ୍ୟ ଶେଷ ହେବାକୁ ଅଧ୍ବକ ରାତ୍ରି ହୋଇଗଲେ ସଭ୍ୟମାନେ କ’ଣ କରିଥା’ନ୍ତି ?
Answer:
ସଭାକାର୍ଯ୍ୟ ଶେଷହେବାକୁ ଅଧ୍ଵ ରାତ୍ରି ହୋଇଗଲେ ସଭ୍ୟମାନେ ଘରକୁ ଯାଇପାରନ୍ତି ନାହିଁ ଓ କଚେରୀ

Question ୨୩ ।
ପଟ୍ଟନାୟକଙ୍କୁ କାହିଁକି ବରଖାସ୍ତ କରାଯାଇଥିଲା ?
Answer:
ପଟ୍ଟନାୟକ ଅଯୋଗ୍ୟ, କୁସଂସ୍କାରୀ, ସଭାର ବିଘ୍ନକାରୀ ଥିଲେ । ତେଣୁ ତାଙ୍କୁ ବରଖାସ୍ତ କରାଯାଇଥିଲା ।

Question ୨୪ ।
ନୂଆ ଜମିଦାରଙ୍କ ମଙ୍ଗଳକୃତ୍ୟ ସମ୍ପର୍କରେ ପଟ୍ଟନାୟକ ସାଆନ୍ତାଣୀଙ୍କୁ କ’ଣ କହିଛନ୍ତି ?
Answer:
ନୂଆ ଜମିଦାରଙ୍କ ମଙ୍ଗଳକୃତ୍ୟ ସମ୍ପର୍କରେ ପଟ୍ଟନାୟକ ସାଆନ୍ତାଣୀଙ୍କୁ କହିଛନ୍ତି, “ବାବୁଙ୍କ କଥାନୁସାରେ ଦେଶୀ କନ୍ୟାଗୁଡ଼ିକ ଅଶିକ୍ଷିତା, କୁସଂସ୍କାରୀ ଓ ଲୁଗାଖଣ୍ଡେ ପିନ୍ଧି ଆସେ ନାହିଁ, ତେଣୁ ତାଙ୍କପାଇଁ କଲିକତାରେ କନ୍ୟା ଠିକ୍ ହେଲାଣି ।.

Question ୨୫ ।
ପଟ୍ଟନାୟକ ନୂଆ ଜମିଦାରଙ୍କ ବିବାହ ବିଷୟରେ ଆଉ କିଛି କହିଲେ ନାହିଁ କାହିଁକି ?
Answer:
ଜମିଦାର ଯେତେବେଳେ କହିଲେ ବିହାର ବିବାହ-ବ୍ୟୟ-ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଏଲ ଚିଠି ଯାଇଛି, ସେଠାରୁ ଯେପରି ବ୍ୟବସ୍ଥା ଆସିବ, ସେପରି ବିଭାହେବ, ସେତେବେଳେ ନୂଆ ଜମିଦାରଙ୍କ ବିବାହ ବିଷୟରେ ପଟ୍ଟନାୟକ ଆଉ କିଛି କହିଲେ ନାହିଁ ।

Question ୨୬ ।
କନ୍ୟାଟିର ନାମ କ’ଣ ଥିଲା ଏବଂ ବାବୁ ରାଜୀବ ସେଠି ପ୍ରତ୍ୟକ୍ଷରେ କ’ଣ ଦେଖ‌ିଲେ ?
Answer:
କନ୍ୟାଟିର ନାମ ‘ନୟନତାରା-ଦୁଃଖପାସୋରା’ ଥିଲା ଏବଂ ରାଜୀବବାବୁ ସେଠି ପ୍ରତ୍ୟକ୍ଷରେ ଦେଖ‌ିଲେ, କନ୍ୟା ସୁନ୍ଦରୀ, ସଭ୍ୟା, ସ୍ଵାଧୀନା, ଶିକ୍ଷିତା ।

Question ୨୭ ।
‘ନୟନତାରା-ଦୁଃଖପାସୋରା’ ବିବାହପାଇଁ ତା’ର ବାପା-ମା’ କେଉଁ ଅସୁବିଧାରେ ପଡ଼ିଥିଲେ ?
Answer:
‘ନୟନତାରା-ଦୁଃଖପାସେରା’ ବାପା ମା’ର ଜାତି କୁଳ, ଦେଶର ପତ୍ତା ନ ଲାଗିବାରୁ, ସେମାନେ ଅସୁବିଧାରେ ପଡ଼ିଥିଲେ ।

Question ୨୮ ।
ପୁଅ ବୋହୂ ସାକ୍ଷାତ କରିବାକୁ ଗଲାବେଳେ ମା’ ସାଆନ୍ତାଣୀ କ’ଣ କରୁଥିଲେ ?
Answer:
ପୁଅବୋହୂ ସାକ୍ଷାତ କରିବାକୁ ଗଲାବେଳେ ମା’ ସାଆନ୍ତାଣୀ ଠାକୁରଙ୍କ ଆଗରେ ମାଳିଟି ହାତରେ ଧରି ଆଖ୍ ବୁଜି ବସି ଫୁସ୍ ଫୁସ୍ ‘ହରେକୃଷ୍ଣ, ହରେକୃଷ୍ଣ…’ ନାମ ଜପୁଥିଲେ ।

Question ୨୯ ।
‘ଲେଡ଼ିକୁ ଇନସଲ୍ଟ’ ବୋଲି ନୂଆ ଜମିଦାର କାହିଁକି କହିଥିଲେ?
Answer:
ପୁଅବୋହୂ ଶାଶୁକୁ ଦେଖ‌ିବାକୁ ଯିବାବେଳେ ବୋହୂ ପାଦରେ ଯୋତାପିନ୍ଧି ଯାଇଥିବାରୁ, ମନ୍ଦିର ଅପ୍ରତିଷ୍ଠା ହେଲାବୋଲି ଶାଶକୁ ପାଟି କରିଥିଲେ ଏବଂ ତାକୁ ବାହାର କରିଦେବାକୁ କହିଥିଲେ; ସେଥ‌ିପାଇଁ ଲେଡ଼ିକୁ ଇସଲ୍ଟ ବୋଲି ନୂଆ ଜମିଦାର କହିଥିଲେ ।

Question ୩୦ ।
ନୂଆ ଜମିଦାରଙ୍କର ଶୋଇବାକୁ ବେଳ ନଥୁଲା କାହିଁକି ?
Answer:
ନୂଆ ଜମିଦାର ରାତିସାରା ବକ୍ତୃତା ଓ ପାନାହାରରେ କାଟି ଦେଉଥ‌ିବାରୁ, ତାଙ୍କର ଶୋଇବାକୁ ବେଳ ନଥିଲା ।

Question ୩୧ ।
ମିସେସ୍ ମହାପାତ୍ର କେଉଁ କଥାରେ ହସିପକାଇ ବଡ଼ ଖୁସି ହୋଇଥା’ନ୍ତି ?
Answer:
ପୋଇଲି ଆଉ ମୂର୍ଖ ଚାକରମାନେ ମିସେସ୍ ମହାପାତ୍ର ବଦଳରେ ମିସ୍ତ୍ରୀ ମହାପାତ୍ର, କିସ୍‌ମିସ୍‌ ମହାପାତ୍ର, ଫିସ୍‌ଫିସ୍ ମହାପାତ୍ର କହିଲେ, ମିସେସ୍ ମହାପାତ୍ର ସେମାନଙ୍କ କଥାରେ ହସି ପକାଇ ବଡ଼ ଖୁସି ହୁଅନ୍ତି ।

Question ୩୨ ।
ପୋଇଲୀ ପଦୀ କାହିଁକି ଭାରି ପାଟିଟାଏ କରିଥିଲା ?
Answer:
ମିସେସ୍ ମହାପାତ୍ର ଯୋତା ମାଡ଼ି ହାଣ୍ଡିଶାଳରେ ପଶିବାରୁ ପୋଇଲୀ ପଦୀ ଭାରି ପାଟିଟାଏ କରିଥିଲା ।

Question ୩୩ ।
ସଭାର ସଭ୍ୟମାନେ ଆଉ ମିଷ୍ଟର ଓ ମିସେସ୍ ମହାପାତ୍ରଙ୍କ ନିକଟକୁ ଆସିଲେ ନାହିଁ କାହିଁକି ?
Answer:
ସଭାର ସଭ୍ୟମାନେ ଆଗରୁ ଏକଘରକିଆ ହୋଇ, ଗୋବର ପାଣି ପିଇ ଜାତିରେ ମିଶିଥିବାରୁ ସେମାନେ ଆଉ ମିଷ୍ଟର ‘ମହାପାତ୍ର ଓ ମିସେସ୍ ମହାପାତ୍ରଙ୍କ ନିକଟକୁ ଆସିଲେ ନାହିଁ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

ଗଳ୍ପ – ସଭ୍ୟ ଜମିଦାର, ଗାଳ୍ପିକ – ଫକିରମୋହନ ସୋନପତି

Question ୧ ।
କଲିକତି ଧୂଆଁପତ୍ରର ନାମ ବାଲେଶ୍ଵରୀ ବୋଲି କାହିଁକି କୁହାଯାଇଥିଲା ?
Answer:
ସେ ସମୟରେ କଲିକତାର ଧୂଆଁପତ୍ର ବାଲେଶ୍ଵର ଜାହାଜରେ ଆସୁଥିଲା । ବାଲେଶ୍ଵରରୁ ଶଗଡ଼ରେ ଉତ୍କଳର ସମସ୍ତ ସ୍ଥାନକୁ ଚାଲାଣ ହେଉଥିଲା । ସେଥିପାଇଁ ସମସ୍ତ ଉତ୍କଳରେ କଲିକତି ଧୂଆଁପତ୍ରର ନାମ ବାଲେଶ୍ଵରୀ ଥିଲା ।

Question ୨ ।
ଗୋପାଳ କିପରି ମହାଜନ ବଳରାମଙ୍କ କଲିକତା ଗଦିରେ ପହଞ୍ଚିଲା ?
Answer:
ମହାଜନ ବଳରାମ ତାଙ୍କ ଘର ଯାଜପୁରର କୌଣସି ଏକ ଗାଁକୁ ଯାଇଥିଲାବେଳେ, ଦଶବାର ବର୍ଷର ଛେଉଣ୍ଡ ପିଲା ଭାବରେ ଗୋପାଳ ଗାଁରେ ବୁଲୁଥିଲା । ଜାତି ପୁଅଟା ଅନାସ୍ଥା ହୋଇ ବୁଲୁଛି ଦେଖ୍, ମହାଜନ ଦୟାକରି ସାଙ୍ଗରେ ନେଇଥିଲେ ଓ ଗୋପାଳ କଲିକତା ଗଦିରେ ପହଞ୍ଚିଲା ।

Question ୩ ।
କେଉଁ କଥାକୁ ହେଜ ନ ଥାଇ ବାବୁ ବଳରାମ ଗଦି ବନ୍ଦକରି ଉଠି ଯାଇଥିଲେ ?
Answer:
ମହାଜନ ବାବୁ ବଳରାମ ଜଣେ ସୌଦାଗରଠାରୁ ପାଞ୍ଚଟି ଆକବରୀ ମୋହର କିଣିଥିଲେ ଏବଂ ସେଥ‌ିପାଇଁ ତାଙ୍କ ମନ ଖୁସିଥିଲା । କାରଣ ସେହି ମୋହରକୁ ବାକ୍‌ସରେ ରଖ୍ ପୂଜା କରିବାକୁ ଚାହିଁଥିଲେ । ମାତ୍ର ଅନ୍ୟମନସ୍କ ଭାବରେ ମୋହରଟିକୁ ତଳେ ଥୋଇ ଦେଇଥିଲେ ଏବଂ ସେହି କଥାକୁ ଦେହନଥାଇ ବାବୁ ବଳରାମ ଗଦି ବନ୍ଦକରି ଉଠି ଯାଇଥିଲେ ।

Question ୪ ।
କେଉଁ କଥା କଲିକତାର ସବୁ ଗଦିର ଦସ୍ତୁର ବୋଲି କୁହାଯାଇଛି ?
Answer:
ସବୁଗଦିର ଦସ୍ତୁର ହେଉଛି, ରୂପାବନ୍ଧା ହୁକାରେ ଭଡ଼ରଭଡ଼ର କରି ଗୁଡ଼ାଖୁ ପିଉଥୁଲେ ମହାଜନମାନେ । ସେମାନଙ୍କ ଆଗରେ ଦୁଇ କଡ଼ା କଣା କଉଡ଼ି ବନ୍ଧା ବ୍ରାହ୍ମଣ ହୁକା, କାୟସ୍ଥ ହୁକା, ନବଶାଖା ହୁକା କଂସା ବଇଠାରେ ଥୁଆ ହୋଇଥାଏ ।

Question ୫ ।
ବାବୁ ବଳରାମ କାହିଁକି ଗୋପାଳକୁ ଦଣ୍ଡଯାଏ ଅନାଇଥିଲେ ?
Answer:
ବାବୁ ବଳରାମ ଆକବରୀ ମୋହର ଖୋଜା ଖୋଜି କରୁଥ‌ିବା ସମୟରେ ଗୋପାଳ ହସିହସି ମୋହର ଅଛି ବୋଲି କହିଥିଲା । ବାବୁ ଧାଇଁ ଆସି ଗୋପାଳକୁ କୁଣ୍ଢାଇ ପକାଇଥିଲେ । ଗୋପାଳ ମୋହର କାଢ଼ିଦେଇ, ପାଇବାର ହାଲ୍ ସବୁ କହିବାରୁ, ଗୋପାଳର ସରଳତା ପାଇଁ ବାବୁ ବଳରାମ ଗୋପାଳକୁ ଦଣ୍ଡେଯାଏ ଅନାଇଥିଲେ ।

Question ୬ ।
ଗୋପାଳ ପ୍ରତି ବଳରାମଙ୍କ ଶ୍ରଦ୍ଧା ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଗୋପାଳ ବାବୁଙ୍କ ମୋହର ପାଇ ଦେବା ଦିନଠାରୁ, ସେ ତୁଚ୍ଛାଟାରେ ଦଶଥର ‘ଗୋପାଳରେ, ଗୋପାଳରେ’ ଡାକ ପକାଉଥିଲେ । ଭୋଜନ ସମୟରେ ଗୋପାଳ ଅବଖୁରାରେ ଜଳଥୋଇ ନ ଦେଲେ ବାବୁଙ୍କୁ ଭଲ ଲାଗେ ନାହିଁ । ବାବୁଙ୍କ ବିଡ଼ିଆ ଗୋପାଳ ଭାଙ୍ଗି ଦେଉଥିଲା ଓ ଶେଯପାରି ଦେଉଥିଲା । ବାବୁ ଗୋପାଳକୁ ଏହିପରି ଶ୍ରଦ୍ଧା କରୁଥିଲେ ।

Question ୭ ।
କେଉଁ ପରିସ୍ଥିତିରେ ଗୋପାଳ ରନ୍ଧାବଢ଼ା ଦାୟିତ୍ଵ ନେଇଥିଲା ?
Answer:
ହଠାତ୍ ଦିନେ ରୋଷେଇଆ ବ୍ରାହ୍ମଣ, ବାବୁଙ୍କ ସିନ୍ଦୂକରୁ ପାଞ୍ଚଶହ ଟଙ୍କା ଚୋରିକରି ପଳାଇ ଯାଇଥିଲା । ବାବୁ ବଙ୍ଗାଳୀ ବ୍ରାହ୍ମଣ ହାତରୁ ଖାଆନ୍ତି ନାହିଁ । ଏଡ଼େ ଚଞ୍ଚଳ ଓଡ଼ିଆ ବ୍ରାହ୍ମଣ ମିଳିବା ଅସମ୍ଭବ । ଏଭଳି ପରିସ୍ଥିତିରେ ବାବୁଙ୍କଠାରୁ ଅନୁମତି ପାଇ ଗୋପାଳ ରନ୍ଧାବଢ଼ା ଦାୟିତ୍ଵ ନେଇଥିଲା ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୮ ।
ବେପାରରେ ଗୋପାଳ କିପରି, ବାବୁଙ୍କର ଡାହାଣ ହାତ ହୋଇଥିଲା ?
Answer:
ଗୋପାଳ ରୋଷେଇ ସହିତ ମାଲ୍ କିଣାବିକାରେ ସାହାଯ୍ୟ କରୁଥିଲା । ବାବୁ ବହୁଥର ଦେଖୁଲେଣି ଗୋପାଳକୁ ବେପାରରେ କେହି ଠକି ଦେବେ ନାହିଁ । ତେଣୁ ଆଗ ଅପେକ୍ଷା ବେଶି ଦି ପଇସା ଲାଭ ହୁଏ । ଫଳରେ ଗୋପାଳ ଆଉ ରୋଷେଇଆ ନ ହୋଇ ବାବୁଙ୍କର ବେପାରରେ ଡାହାଣ ହାତ ହୋଇଥିଲା ।

Question ୯ ।
ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର କେଉଁ କଥାସବୁ ସନ୍ଧାନକରି ବୁଝିଥିଲେ ?
Answer:
ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର ସନ୍ଧାନ କରି ବୁଝିଥିଲେ, ଯଶୋର, ମୋତିହାର, ପାବନା ଅଞ୍ଚଳରୁ ଯେଉଁସବୁ ହଳଦୀ ଧୂଆଁପତ୍ର, ସରକ ଆସେ, ତାହାକୁ ଚାଷୀଠାରୁ କିଣେ ବୁଲା ବେପାରୀ, ସେ ବିକେ ପାଇକାରକୁ, ପାଇକାର ହାତରୁ କିଣେ ଗୋଦାମବାଲା, ଦଣ୍ଡିଦାର ତା’ପାଖରୁ ମାଲ କିଣି ଚାଲାଣ ଦିଏ। କଲିକତାରେ ମାଲ ପହଞ୍ଚିଲା ବେଳକୁ ତିନିଟା ହାତରେ ଲାଭ ଲାଗିଯାଏ ।

Question ୧୦ ।
ମହାପାତ୍ରଙ୍କ ଅନୁମତି ଘେନି ସାନବାବୁ ଗୋପାଳ ଚନ୍ଦ୍ର କ’ଣ କରିଥିଲେ ?
Answer:
ମହାପାତ୍ରଙ୍କ ଅନୁମତି ଘେନି ସାନବାବୁ ସିଧା ଠିକଣା ଜାଗା ଅର୍ଥାତ୍ ଚାଷୀମାନଙ୍କ ପାଖକୁ ଚାଲିଗଲେ । ମଝିରେ ଆଉ କାହାରିକୁ ନଗା ନ ରଖ୍ ଚାଷମୁଣ୍ଡରେ ଚାଷୀମାନଙ୍କଠାରୁ ସଉଦା କରିଥିଲେ । ଏହିପରି ଦୁଇବର୍ଷ କାମ କରିବାରୁ ପୂର୍ବ ଅପେକ୍ଷା ଦୁଇଗୁଣ ଲାଭ ହୋଇଥିଲା ।

Question ୧୧ ।
‘‘ବଳେ ଏବେ ତୁନି ହୋଇ ଗଦିରେ ମାଳା ଗଡ଼ାଉଥା’ନ୍ତି?’ ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଚାଷୀଙ୍କଠାରୁ ମାଲ କଣିଲାପରେ ଆଗ ଅପେକ୍ଷା ଦୁଇଗୁଣ ଲାଭ ହେଲା । ଫଳରେ ମହାପାତ୍ର ଆଉ ଚାକର ନ ହୋଇ ଲାଭରେ ଚାରିପଣୀ ଅଶୀଭାଗ ହେଲା । ଏହିପରି ପାଞ୍ଚ ସାତବର୍ଷ କାମକରି ଗଦିର ସବୁମାମଲତ ତହବିଲ ଚାବି ମହାପାତ୍ରଙ୍କ ହାତରେ ରହିଲା । ଫଳରେ ବଳେ କେବଳ ତୁନି ହୋଇ ଗଦିରେ ବସି ମାଳ ଗଡ଼ାଇଲେ ।

Question ୧୨ ।
ରାଜୀବଙ୍କ ସମ୍ପର୍କରେ ଅସଲ କଥାଟି କ’ଣ ଥିଲା ?
Answer:
ରାଜୀବଙ୍କର ପାଠପଢ଼ା ସମ୍ପର୍କରେ ଅବଧାନ ତାରିଫ୍ କରିଥିଲେ ଏବଂ ସେଠାରୁ ତାକୁ ନେଇଯିବାକୁ କହିଥିଲେ । ମାତ୍ର ଅସଲ କଥାଟି, ରାଜୀବ ଭାରି ଦୁଷ୍ଟ ଓ ଚାଟଶାଳୀରେ ବଡ଼ ଉତ୍ପାତ କରେ । ଅବଧାନଙ୍କ ସଙ୍ଗରେ ବି ସେ ତୋଖଡ଼ ମୋଖଡ଼ କରେ । ବଡ଼ଲୋକ ପୁଅ, ଜମିଦାର ପୁଅବୋଲି ଅବଧାନେ କିଛି କହିପାରନ୍ତି ନାହିଁ ବରଂ ଡରିଯ।ଥାନ୍ତି।

Question ୧୩ ।
ବାପ-ପୁଅ ଦୁହିଁଙ୍କ ମନ କାହିଁକି ଖୁସି ହୋଇଥିଲା ?
Answer:
ଗୋପାଳବାବୁ ପୁଅକୁ ପାଠ କଥା ପଚାରିବାରୁ, ପାଠ ନ ପଢ଼ୁଥିଲେ ମଧ୍ୟ ବାପାଙ୍କୁ କୌଣସି ପ୍ରକାରେ ରାଜୀବ ଭୁଲାଇ ଦେଇଥିଲା । ଇଂରାଜୀରେ ଗୋଟାଏ ପାସ୍ ଅଛି ବୋଲି ଗୋପାଳ ମହାପାତ୍ର ଶୁଣିଥିଲେ । ପୁଅକୁ କହିଲେ, ତୁ ବେଶି ବେଶି ପାସ୍‌ କରି ପକା, ଯେତେ ଟଙ୍କା ଲାଗିବ ଲାଗୁ । ଏଥରେ ବାପ-ପୁଅ ଦୁହିଁଙ୍କ ମନ ଖୁସି ହୋଇଥିଲା ।

Question ୧୪ ।
ବାବୁ ରାଜୀବଙ୍କ ଇଂରାଜୀ ପାଠପଢ଼ାର ପରବର୍ତ୍ତୀ ଘଟଣା କ’ଣ ଥିଲା ?
Answer:
ବାବୁ ରାଜୀବଙ୍କ ଇଂରାଜୀ ପାଠପଢ଼ାର ପରବର୍ତୀ ଘଟଣା, ସେ ବହୁତ ସଭାସମିତିରେ ଉପସ୍ଥିତ ହେଲା । ଥ୍ଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣରେ ପକ୍‌କା ହୋଇଗଲା । ସମାଜ ପରିବର୍ତ୍ତନ ପାଇଁ କୁସଂସ୍କାର-ବିମର୍ଦ୍ଦିନୀ’ ଓ ‘ନାରୀ ସ୍ଵାଧୀନତା ବିବର୍ଣନୀ ସଭାକରି ସବୁବ୍ୟୟକୁ ନିଜେ ବହନ କରିଥିଲା ।

Question ୧୫ ।
ପିତାଙ୍କ ମୃତ୍ୟୁପରେ ରାଜୀବଲୋଚନ କ’ଣ କହିଥିଲେ ?
Answer:
ପିତାଙ୍କ ମୃତ୍ୟୁପରେ ଡକାପକାଇ କାନ୍ଦିବା ଗୋଟାଏ କୁସଂସ୍କାର ବୋଲି ରାଜୀବ କହିଥିଲେ । ଶୋକ ପ୍ରକାଶ ଲାଗି ସଭାରେ ତିନିଦିନ ବକ୍ତୃତା ଦେବା ସହିତ ହାତରେ ଖଣ୍ଡେ କଳାକନା ସେ ବାନ୍ଧିଥିଲେ । ବ୍ରାହ୍ମଣ ଡାକି ଶ୍ରଦ୍ଧା କରିବାଟା ଗୋଟାଏ କୁସଂସ୍କାର ଏବଂ ସଭାଗୃହରେ ଭୋଜି, ଦରିଦ୍ରମାନଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାମାନଙ୍କୁ ଚାନ୍ଦା ଦିଆଯିବା କଥା ସେ କହିଥିଲେ ।

Question ୧୬ ।
ମହାଜନ ବଳବାବୁ ରାଜୀବଙ୍କ ଭବିଷ୍ୟତ ପାଇଁ କ’ଣ ଚିନ୍ତା କରିଥିଲେ ?
Answer:
ମହାଜନ ବଳବାବୁ ରାଜୀବଙ୍କୁ ପିତୃକାର୍ଯ୍ୟର ଉତ୍ତରାଧ୍ୟାକାରୀ ହେଉ ବୋଲି ଇଚ୍ଛା କରିଥିଲେ । ଯେହେତୁ ସେ ଇଂରାଜୀ ପାଠ ପଢ଼ିଛି, ସେଥ‌ିପାଇଁ ଆଶାକରିଥିଲେ, ବାପାଙ୍କ ଠାରୁ ବଳିଯିବ । ମହାଜନ ପାଖରେ ବସାଇ କାମ ଶିଖାଇବାକୁ ଲାଗିଲେ ଏବଂ ଶିଖାଇବାପାଇଁ କର୍ମଚାରୀଙ୍କୁ ଉପଦେଶ ଦେଲେ ।

Question ୧୭ ।
ବାବୁ ରାଜୀବ ଗଦିରେ ବସିବାର ପରିଣତି କ’ଣ ହୋଇଥିଲା ?
Answer:
ବାବୁ ରାଜୀବଙ୍କୁ ଗଦିରେ ବସାଇବାକୁ ଚାହିଁଲେ ମଧ୍ୟ, ତାଙ୍କର ବସିବାକୁ ମନ ନଥିଲା । ମହାଜନ ଧରାଧରି କରି ବସାଇଥିଲେ ! କାମରେ ମନ ନଥିଲା, ମଙ୍ଗଳବାର ଓ ଶନିବାର ରାତିରେ କୁଆଡ଼େ ଚାଲି ଯାଉଥିଲେ । ବଳବାବୁ ମନେ କଲେ, ହାତରେ ପାଇଟି ପଡ଼ିଲେ ହୁଏତ ବାଟକୁ ଆସିବ । ମାତ୍ର ଯେଉଁ କାମଦେଲେ, ଲାଭ ଥାଉ, ମୂଳରୁ ତ୍ରୁଟି କରିବସିଲା ।

Question ୧୮ ।
ବାବୁ ରାଜୀବଙ୍କ ମନରେ କେଉଁ କଥାଟା ଲାଖୁ ଯାଇଥିଲା ?
Answer:
ଲାଗଲାଗ ଯୋଡ଼ାଏ ସଭାରେ ସମ୍ପାଦକ ଅନୁପସ୍ଥିତ ରହିବାରୁ ସଭ୍ୟମାନେ ଅସନ୍ତୁଷ୍ଟ ହେଲେ । ଅନୁପସ୍ଥିତିର କାରଣ ସେମାନେ ଜାଣିପାରି, ସଭାରେ ସ୍ଵାଧୀନତା ବିଷୟରେ କହିଲେ, ଶିକ୍ଷିତ ଜମିଦାର ସନ୍ତାନପକ୍ଷରେ ପର ଅଧୀନରେ ଚାକିରି କରିବା ଉଚିତ ନୁହେଁ । ବକ୍ତୃତା ସହିତ କବିତା ପାଠରେ ମଧ୍ୟ ସେହି କଥା କହିଲେ । ରାଜୀବବାବୁଙ୍କ ମନରେ ଏହି କଥାଟା ଲାଗିଗଲା ।

Question ୧୯ ।
ଗଙ୍ଗାଧର ମହାନ୍ତିଙ୍କ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଗଙ୍ଗାଧର ମହାନ୍ତି ଠିକ୍ ନିରୂପିତ ବେଳରେ ନୂଆ ଜମିଦାରଙ୍କୁ ଗାଦିରେ ବସାଇ ଦେଲେ । ତାଲୁକ କିଣା ଦିନଠାରୁ ମହାନ୍ତି ଶେଠ ପାଞ୍ଜିଆ କାମରେ ଥିଲେ । ସେ ଥିଲେ ବିଶ୍ଵାସୀ, କାମିକା ଲୋକ ଓ ସାଆନ୍ତାଣୀଙ୍କର ଡାହାଣ ହାତ । ତାଙ୍କ ଯତ୍ନରେ ଜମିଦାରୀ ଖୁବ୍ ବଢ଼ିଛି । ଜମିଦାର ସବୁଦିନ କଲିକତାରେ ରହୁଥ‌ିବାରୁ, ସାଆନ୍ତାଣୀ ଏହାକୁ ଧରି ସବୁ ମାମଲତ ବୁଝୁଥିଲେ ।

Question ୨୦ ।
ନୂଆ ଜମିଦାରଙ୍କ ଆହ୍ବାନରେ ଶାମପୁର ଗ୍ରାମରେ କ’ଣ ଘଟିଥିଲା ?
Answer:
ନୂଆ ଜମିଦାରଙ୍କ ଆହ୍ବାନରେ ଶାମପୁର ଗ୍ରାମରେ ଶିକ୍ଷିତ କୁସଂସ୍କାରବର୍ଜିତ ଲୋକମାନଙ୍କୁ ନେଇ କଚେରୀ ଘରେ ସନ୍ଧ୍ୟା ସମୟରେ ପ୍ରଥମ ସଭା ବସିଥିଲା । ସେଥ‌ିରେ ଏ ଦେଶରେ ଦୁଃଖ ଦୁର୍ଦ୍ଦଶାର ମୂଳ ହେଉଛି କୁସଂସ୍କାର ଓ ନାରୀମାନଙ୍କୁ ଗୃହ କଣରେ ଲୁଚାଇ ରଖ୍ ବୋଲି କହିଥିଲେ ।

Question ୨୧ ।
ନୂଆ ଜମିଦାରଙ୍କ ଆଦ୍ୟ ବକ୍ତୃତାର ସାରମର୍ମ କ’ଣ ଥିଲା ?
Answer:
ନୂଆ ଜମିଦାରଙ୍କ ଆଦ୍ୟ ବକ୍ତୃତାର ସାରମର୍ମ ଥିଲା, ‘ଏ ଦେଶର ଦୁଃଖ ଦୁର୍ଦ୍ଦଶାର କାରଣ ହେଉଛି ମୂର୍ଖତା, କୁସଂସ୍କାର, ଅବଳା, ଭଗିନୀମାନଙ୍କୁ ଘର ଭିତରେ ଲୁଚାଇ ରଖୁ। ଏ ସମସ୍ତ ଦୂରକରିବା ସର୍ବାଗ୍ରେ ଉଚିତ ।

Question ୨୨ ।
ବାବୁ ହରିବୋଲ କାହିଁକି ଚାକିରି ଛାଡ଼ି ଦେଇଥିଲେ ?
Answer:
ବାବୁ ହରିବୋଲଙ୍କ ମତରେ, ସେ ବିଦୁପୁର ପୋଷ୍ଟ ଅଫିସରେ ସବ୍‌ ପୋଷ୍ଟ ମାଷ୍ଟର ଥିଲେ । ସେଠାକାର ପିଅନ ଓ ଅନ୍ୟାନ୍ୟ କର୍ମଚାରୀ ବଡ଼ ଚୋରଥିଲେ । ବାବୁ ସେମାନଙ୍କୁ ଶାସନ କରିବାରୁ ସେମାନେ ସରକାରୀ ତହବିଲ ଟ ୧୬୨୪ ଙ୍କା ଚୋରିକରି ବାବୁଙ୍କ ନାମରେ ଦେଲେ । ବାବୁ ବିରକ୍ତ ହୋଇ ପରଅଧୀନରୁ ଚାକିରି ଛାଡ଼ି ଦେଇଥିଲେ ।

Question ୨୩ ।
ହରିବୋଲବାବୁ କାହାର ସମ୍ପାଦକ ହୋଇଥିଲେ ଓ ତାଙ୍କ ଦାୟିତ୍ଵରେ ସଭାକାର୍ଯ୍ୟ କିପରି ଚାଲିଥିଲା ?
Answer:
ହରିବୋଲବାବୁ ଜମିଦାରଙ୍କ ଦୃଷ୍ଟିରେ ଯୋଗ୍ୟ ଲୋକ ହୋଇଥିବାରୁ, ସେ ‘ଜ୍ଞାନବର୍ଷିନୀ’ ଓ ‘ସ୍ତ୍ରୀ ସ୍ଵାଧୀନତା ବିବର୍ଷିନୀ’ ସଭାର ସମ୍ପାଦକ ହୋଇଥିଲେ । ପ୍ରତିଦିନ ସଭାକାର୍ଯ୍ୟ ଚାଲିଲା । ସଭାକାର୍ଯ୍ୟ ଶେଷହେବାକୁ ଅଧ୍ଵକ ରାତି ହେବାରୁ, ସଭ୍ୟମାନଙ୍କ ପାଇଁ କଚେରୀ ଘରେ ପାନ ଭୋଜନର ବନ୍ଦୋବସ୍ତ ହେଉଥିଲା ।

Question ୨୪ ।
ପଟ୍ଟନାୟକଙ୍କୁ ମା’ ସାଆନ୍ତାଣୀ ନୂଆ ଜମିଦାରଙ୍କ ସମ୍ପର୍କରେ କ’ଣ କହିଥିଲେ ?
Answer:
ପଟ୍ଟନାୟକଙ୍କୁ ମା’ ସାଆନ୍ତାଣୀ ନୂଆ ଜମିଦାରଙ୍କ ସମ୍ପର୍କରେ କହିଥିଲେ, ‘‘ନିଜେ ମୂର୍ଖ କିଛି ବୁଝିବାର ନାହିଁ, ମୁଲକରେ ଚୋର ରୁଣ୍ଡ, ଟିକିଏ ଧର୍ମଭାବ ଭଲଥାଆନ୍ତା । ଏ ଘରେ ପୁଣି ମଦମାଂସ । ରାଧେକୃଷ୍ଣ ରାଧେକୃଷ୍ଣ । ପଟ୍ଟନାୟକ ତୁମେ ଅଲଗା ହୋଇଯାଅ ।’’

Question ୨୫ ।
ହରିବୋଲବାବୁ ଉଭୟ ସଭା ଓ ଜମିଦାରୀ କାର୍ଯ୍ୟ କିପରି ତୁଲାଉଥିଲେ ?
Answer:
ହରିବୋଲବାବୁ ଉଭୟ ସଭା ଓ ଜମିଦାର କାର୍ଯ୍ୟ ନିର୍ଭୟରେ ତୁଲାଉଥିଲେ । ଏଣିକି ସୁନ୍ଦର କାର୍ଯ୍ୟ ସାଙ୍ଗକୁ, ଟଙ୍କାର ଅଭାବ ନ ଥିଲା । ବାଧା ଦେବାକୁ କେହି ନଥିଲେ । ଅମଲା ପଧାନମାନଙ୍କ ପ୍ରତି ସଫାହୁକୁମ, ଟଙ୍କା ଦାଖଲ । କୌଣସି ଉପାୟରେ ଖର୍ଚ୍ଚକରି ସେ ଉଭୟ ସଭା ଓ ଜମିଦାରୀ କାର୍ଯ୍ୟ ତୁଲାଉଥିଲେ ।

Question ୨୬ ।
ମା-ସାଆନ୍ତାଣୀଙ୍କ ଦିନ କିପରି କଟୁଥିଲା ?
Answer:
ମା-ସାଆନ୍ତାଣୀ ଘରୁବାହାରି ଉଆସ ଆଗରେ ଥ‌ିବା ରାଧାକୃଷ୍ଣ ମନ୍ଦିରରେ ରହିଥିଲେ । ପ୍ରତିଦିନ ସନ୍ଧ୍ୟା ସମୟରେ ବକତେ ଠାକୁର ପ୍ରସାଦ ହବିଷ୍ୟାନ୍ନ ଖାଉଥିଲେ । ପ୍ରତିଦିନ ସନ୍ଧ୍ୟାଠାରୁ ରାତି ଅଧଯାଏ ଭାଗବତ ପାଠହୁଏ । ମା’ ସାଆନ୍ତାଣୀ ଦିନଯାକ ଠାକୁର ଆଗରେ ଆଖ୍ ବୁଜି ବସି ମାଳି ଗଢ଼ାଉଥା’ନ୍ତି ।

Question ୨୭ ।
ଦେଶୀକନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକଙ୍କୁ କ’ଣ କହିଥିଲେ ?
Answer:
ଦେଶୀକନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକଙ୍କୁ କହିଥିଲେ, ‘ଦେଶୀକନ୍ୟାଗୁଡ଼ିକ ଅଶିକ୍ଷିତା କୁସଂସ୍କାର ଅସଭ୍ୟତାରେ ବୁଡ଼ିଛନ୍ତି, ଲୁଗାଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧଲଙ୍ଗଳା ହୋଇଥା’ନ୍ତି, ମୁହଁ ଢାଙ୍କି ମୂଷାପରି ଗାତରେ ଲୁଚିଥା’ନ୍ତି ।’

Question ୨୮ ।
ବରଯାତ୍ରୀ ଓ ରୋଶନ ସମ୍ପର୍କରେ ନୂଆ ଜମିଦାର ପଟ୍ଟନାୟକଙ୍କୁ କି ଉତ୍ତର ଦେଇଥିଲେ ।
Answer:
ପଟ୍ଟନାୟକ ବରଯାତ୍ରୀ ଓ ରୋଶନ କଥା କହିବାର, ନୂଆ ଜମିଦାର କହିଲେ, ତୁମମାନଙ୍କ ପରି ଅଶିକ୍ଷିତ ଲୋକ କେତେ ଜମିଦାର ଘରବୁଡ଼ାଇଲେଣି । ବିହାର ବିବାହ-ବ୍ୟୟ ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଏଲ ଚିଠି ଯାଇଛି, ସେଠାରୁ ଯେପରି ବ୍ୟବସ୍ଥା ଆସିବ, ସେହିପରି ବିଭାହେବ ।’

Question ୨୯ ।
ଖଦିରପୁର ଗାର୍ଡନରିଚରେ ବିଭାଘରର ପ୍ରସ୍ତୁତ କିପରି ଥିଲା ?
Answer:
ଖଦିରପୁର ଗାର୍ଡନରିଚରେ ଗୋଟାଏ ବଡ଼ ଦୋତାଲାଘରେ ଝାଡ଼ଲଣ୍ଡନ ଦେବାଲଗିରି ଶହେଖଣ୍ଡ ଦିନ ଆଲୁଅ ପରି ଜଳୁଥୁଲା ! ତଳେ ଗାଲିଚା ଶତରଞ୍ଜି ବିଛଣା ପଡ଼ିଥିଲା । ରାତିରେ ଦୁଇତରଫା ଖେମଟା ନାଚ ହେଉଥିଲା । ଦୀୟତା-ପୀୟତାଂ ଚାଲିଥିଲା । ଆଖପାଖ ବଜାର ଲୋକେ ଜାଣିଥିଲେ ଓଡ଼ିଶାର ଗୋଟିଏ ରାଜାପୁଅର ବିଭାଘର ।

Question ୩୦ ।
କେଉଁ କଥାରେ କନ୍ୟାର ବାପା ମା’ କିଛି କରିପାରୁ ନ ଥିଲେ ?
Answer:
କନ୍ୟାଟିକୁ ଦେଖିଲାପରେ ଜମିଦାର ବାବୁ ବିମୋହିତ ହୋଇଥିଲେ । ଚାରିଦିନ ହେଲା ବରକନ୍ୟା ମଧ୍ୟରେ ପୂର୍ବାଳାପ ଅର୍ଥାତ୍ Courtship ଚାଲିଛି । ବଗିଚଢ଼ି କେତେଜାଗା ବୁଲି ଆସିଲେଣି । କନ୍ୟା ବାପା ମା’ଙ୍କୁ ଏହା ଭଲ ଲାଗୁ ନଥୁଲେ ବି, ସେ କିଛି କରିପାରୁ ନଥିଲେ । କାଳେ ଜମିଦାର ପୁଅଟା ହାତରୁ ଖସିଯିବ, ସେହି ଡରରେ କିଛି କହି ପାରୁ ନଥିଲେ ।

Question ୩୧ ।
କନ୍ୟାର ବାପା ମା’ଙ୍କ ସମ୍ପର୍କରେ ଲେଖକ କି ପରିଚୟ ପାଇଥିଲେ ?
Answer:
କନ୍ୟାର ବାପା ମକ୍ରା ମଳିକ । ସେ ଆସାମ ଚା’ ବଗିଚାର ମେନେଜରଙ୍କ ପାଖରେ ବୁବୁର୍ଚି ଓ ପରେ ପଦୋନ୍ନତି ପାଇ ଖାନସମା ହୋଇଥିଲା । ସେହି ବଗିଚାରେ ୩୦/୪୦ ବର୍ଷ ହେଲା ସାହେବଙ୍କ ପାଖରେ ରହିଥିଲା । ଗ୍ରାମ, ଘର, ଜାତି, କୁଳ କିଛି ଜଣାନାହିଁ । ସେହିଠାରେ ଗୋଟିଏ କୁଲିଆଣୀକୁ ବିବାହ କରିଥିଲା ଏବଂ ତାଙ୍କର କନ୍ୟା ହେଉଛି ଜମିଦାରଙ୍କ ପତ୍ନୀ ।

Question ୩୨ ।
କନ୍ୟାଟିର ପାଠପଢ଼ା ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଚା’ ବଗିଚା ପାଖରେ ଗୋଟିଏ ସ୍କଟିଶ୍ ବ୍ୟାପଟିଷ୍ଟ ଅର୍ଟେନ ବାଳିକା ସ୍କୁଲ ଥିଲା ଏବଂ ସେହି ସ୍କୁଲରେ ନୟନତାରା ଦୁଃଖ ପାସୋରା ପାଠ ପଢ଼ିଥିଲା । ସ୍କୁଲରେ ସେ ଇଂରାଜୀରେ କଥାବାର୍ତ୍ତା ଶିଖିଛି, ମୋଜାବୁଣା ଶିଖୁଛି ଏବଂ ଗୀତ ନାଚ ଶିଖିଛି । ସ୍କୁଲରେ ପାଠ ପଢ଼ିଥିବାରୁ ଖୁବ୍ ସ୍ଵାଧୀନ । ପୁରୁଷମାନଙ୍କୁ ସେ ଖାତିର କରେ ନାହିଁ ।

Question ୩୩ ।
ମେନେଜର ହରିବୋଲ ବାବୁ ଖର୍ଚ୍ଚ ଟଙ୍କାର ହିସାବ ଦେଇ ପାରି ନ ଥିଲେ କାହିଁକି ?
Answer:
ମେନେଜର ହରିବୋଲ ବାବୁଙ୍କ ହାତରେ ରହିଥିଲା ତହବିଲ । ନାନା କାର୍ଯ୍ୟରେ ବ୍ୟସ୍ତ ଏବଂ ଜମିଦାରଙ୍କ ସ୍ଵାସ୍ଥ୍ୟ ନିମନ୍ତେ ସଭ୍ୟ ଦେଶ ନିୟମାନୁସାରେ ପାନର ମାତ୍ର କିଛି ବଳି ପଡ଼ିବାରୁ ଖର୍ଚ୍ଚ ଟଙ୍କାର ହିସାବ ରଖୁବାକୁ ବେଳ ପାଇ ନ ଥିଲେ, ତେଣୁ ସେ ହିସାବ ଦେଇ ପାରି ନ ଥିଲେ ।

Question ୩୪ ।
ଶାଶୁବୋହୂଙ୍କର ପ୍ରଥମ ଦେଖା କିପରି ଥିଲା ?
Answer:
ବୋହୂ ଆସିଲା ବେଳକୁ ଶାଶୁ ଠାକୁରଙ୍କ ଆଗରେ ମାଳିଟି ହାତରେ ଧରି ଆଜି ‘ହରେକୃଷ୍ଣ’ ନାମ ଜପୁଥିଲା । ସେହି ସମୟରେ ବୋହୂ ଦେଖା କରିବାକୁ ଯାଇଥିଲା । ବୋହୂ ଜୋତାର ଠକ୍ ଠକ୍ ଶବ୍ଦଶୁଣି ଶାଶୁ ଚମକି ପଡ଼ି ଠିଆ ହୋଇଗଲେ । ବୋହୂ ଟିକିଏ ହସି ହସି ‘ଓ ଆମର ପ୍ରିୟଶାଶୁ’ କହି ନମସ୍କାର ହେଲାବେଳକୁ ଶାଶୁ ପାଟିକରି ଉଠିଲେ । ଛୁ ନା ଛୁ ନା ବୋଲି କହିଥିଲେ ।

Question ୩୫ ।
ମିସେସ୍ ମହାପାତ୍ରଙ୍କ କେଉଁ କଥାରେ ଦାସୀ ପଦୀ ଏକମୁହାଁ ହୋଇ ଚାଲିଯାଇଥିଲା ?
Answer:
ମିସେସ୍ ମହାପାତ୍ର ବବୁର୍ବିଖାନା ତଦାରଖ କରିବାକୁ ଯାଇଥିଲେ । ସେହି ସମୟରେ ଦାସୀ ପଦୀ ଗୋବର କନାରେ ଚୁଲି ଲିପୁଥିଲା । ଯୋତାର ଠକ୍ ଠକ୍ ଶବ୍ଦ ଶୁଣି, ସେ ଚମକି ପାଟିଟିଏ କଲା । ‘ଆଲୋ ମୋ’ ମା’ ଲୋ ! ଆଲୋ ମୋ’ ବାପା ଲୋ ! ଯୋତାମାଡ଼ ହାଣ୍ଡିଶାଳରେ ପଶିଲା ଲୋ। ହାଣ୍ଡିଶାଳ ମାରୁଗଲା ଲୋ ।’’ କନା ଖଣ୍ଡ ଫୋପାଡ଼ି ଦେଇ ଏକମୁହାଁ ହୋଇ ଚାଲିଯାଇଥିଲା, ଆଉ ଉଆସରେ ତାକୁ କେହି କେବେ ଦେଖୁନାହିଁ ।

Question ୩୬ ।
ମିସେସ୍ ମହାପାତ୍ର ବବୁର୍ଜିଖାନାରେ କ’ଣ ସବୁ କରିଥିଲେ ?
Answer:
ମିସେସ୍ ମହାପାତ୍ର ବବୁର୍ଜିଖାନାରେ ଗୋବର ଲିପାକୁ ଦେଖ୍, ଏକାବେଳକେ ଶିଶିଏ ଲେଭଣ୍ଡର ଦେହଯାକ ଢାଳି ହୋଇଛନ୍ତି । ରାଜୀବବାବୁ କହିଲେ, ସେ ଘରେ ରୋଷେଇ ହେଲେ ଲେଡ଼ିଙ୍କୁ ଖାନା ରୁଚିବ ନାହିଁ ବାନ୍ତି କରିପକାଇବେ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ। ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
ପଠିତ ଗଳ୍ପରୁ ବାବୁ ବଳରାମ ବଳଙ୍କର ଅ।ଧୁନିକ ବ୍ୟବସାୟ ସମ୍ପର୍କରେ ଉଲ୍ଲେଖ କର ।
Answer:
ବ୍ୟାସକବି ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ଜନକ ଭାବରେ ଥିଲେ ସୁପରିଚିତ । ତାଙ୍କ ଗଛର ମୂଳ ପୃଷ୍ଠଭୂମି ଥିଲା ସମାଜ । ସେ ସମାଜର ବିଭିନ୍ନ ଦିଗକୁ ଗଳ୍ପରେ ପରିପ୍ରକାଶ କରି ସେଥୁରେ, ପରିବର୍ତ୍ତନ ଆଣିଛନ୍ତି । କଥାବସ୍ତୁକୁ ଆଗେଇ ନେବାପାଇଁ ସେ ସୁନ୍ଦର ପରିବେଶ ତିଆରି କରାଇଛନ୍ତି । ସେଭଳି ପରିବେଶ ବର୍ଣ୍ଣନାରେ ଗାଳ୍ପିକ ସେନାପତିଙ୍କର ସିଦ୍ଧହସ୍ତତାର ପରିଚୟ ଦେଇଥାଏ ।

ବଳରାମବାବୁ କଲିକତା ବଡ଼ ବଜାରର ଜଣେ ଗଦିଆନ ମହାଜନ । ଉତ୍କଳର ସମସ୍ତ ଧୂଆଁପତ୍ର ବେପାରୀଙ୍କର ସେ ଦଣ୍ଡୀଦାର । ଫଳରେ ସମସ୍ତ ମାଲ୍ ଆମଦାନି, ରପ୍ତାନି ତାଙ୍କ ହାତବାଟ ଦେଇ ଯାଉଥିଲା । ଧୂଆଁପତ୍ର ବ୍ୟବସାୟ ନୁହେଁ । ସେଥ‌ିପାଇଁ ଗାଳ୍ପିକ କହିଛନ୍ତି – ‘‘ଘୋଡ଼ାଚଢ଼ା ମହାଜନ କଥାପଦରେ ଘାସ କାଟେ – ଘାସକଟା ଘୋଡ଼ା ଚଢ଼େ । x × x । ଚିହ୍ନରା ଦଣ୍ଡିଦାର ନ ଧରି ଲୋକେ ଧୂଆଁପତ୍ର କିଣିବାକୁ ଭରସନ୍ତି ନାହିଁ । ବଳରାମ ବଳେ ଜଣେ ଚିହ୍ନରା, ଏଥ‌ିପାଇଁ ଓଡ଼ିଶାରେ ନାମ ଡାକ ।’’

ମହାଜନ ବଳରାମ ବଳ ଥରେ ନିଜ ଘର ଯାଜପୁରକୁ ଯାଇ, ଗାଁର ଛେଉଣ୍ଡ ପିଲା ଗୋପାଳକୁ ସାଙ୍ଗରେ ନେଇ ଆସିଥିଲେ । ମାତ୍ର ଗୋପାଳ ନିଜର ବୁଦ୍ଧି, କର୍ମନିଷ୍ଠା ଓ ସାଧୁତା ପାଇଁ ବଳଙ୍କର ପ୍ରିୟ ହୋଇଯାଇଥିଲା । ଗୋପାଳ ରୋଷେଇ କାମ କରିବା ସହିତ, ଧୂଆଁପତ୍ର ବ୍ୟବସାୟରେ ମହାଜନଙ୍କୁ ସାହାଯ୍ୟ କରୁଥିଲା । ଥରେ ଗୋପାଳ ସନ୍ଧାନ କରି ବୁଝିଲା, ମାଲ ତାଙ୍କ ପାଖକୁ ଆସିଲା ବେଳକୁ ତିନିଜାଗା ଲାଭ ରହିଯାଉଥିଲା । ଗୋପାଳ, ବାବୁଙ୍କଠାରୁ ସ୍ଵୀକୃତି ପାଇ ସଳଖେ ସଳଖେ ଠିକଣା ଜାଗାକୁ ଚାଲିଗଲା । ମଝିରେ ଆଉ କାହାର ସହାୟତା ନ ନେଇ ସେ ସିଧା ଚାଷୀଙ୍କ ପାଖରେ ପହଞ୍ଚିଲା ଓ ଚାଷୀଙ୍କଠାରୁ ସଉଦା କଲା । ଦୁଇବର୍ଷ ଏହିପରି କାମ କରିବାରୁ, ପୂର୍ବଠାରୁ ଦୁଇଗୁଣ ଲାଭ ହେଲା । ଫଳରେ ମହାପାତ୍ରେ ଏବେ ବଳଙ୍କର ଚାକର ନ ହୋଇ, ଲାଭରେ ଚାରିଅଣା ଅଂଶୀଭାଗୀ ।

କଥାଶିଳ୍ପୀ ଫକୀରମୋହନ ମହାଜନ ବଳରାମ ବଳଙ୍କର ଧୂଆଁପତ୍ର ବ୍ୟବସାୟ କିପରି କ୍ରମଶଃ ଉନ୍ନତି କରିଥିଲା ତାହା ଉଲ୍ଲେଖ କରିଛନ୍ତି ।

Question ୨ ।
‘ସଭ୍ୟ ଜମିଦାର’ ଗଳ୍ପ ଆଧାରରେ ଗୋପାଳର ଚରିତ୍ର ଚିତ୍ରଣ କର ।
Answer:
ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ ବ୍ୟାସକବି ଫକୀର ମୋହନ ସେନାପତି । ସେ ସମାଜର ବିଭିନ୍ନ ଦିଗକୁ ନେଇ ଗଳ୍ପ ରଚନା କରିଛନ୍ତି, କାରଣ ସମାଜ ସଂସ୍କାର ତାଙ୍କ ଗଳ୍ପ ରଚନାର ମୂଳ ଉଦ୍ଦେଶ୍ୟ । ସେ ମଧ୍ୟ କଞ୍ଚିତ ଚରିତ୍ର ମାଧ୍ୟମରେ ସମାଜକୁ ଦିଗ୍‌ଦର୍ଶନ ଦେବାକୁ ‘ଚେଷ୍ଟା କରିଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ସଭ୍ୟ ଜମିଦାର’ ରେ ଗୋପାଳକୁ ଏକ ସରଳ ଓ ଆଦର୍ଶ ଚରିତ୍ରଭାବେ ବର୍ଣ୍ଣନା କରିଛନ୍ତି ।

ଗଳ୍ପର ଆରମ୍ଭରେ ଗୋପାଳ, ମହାଜନ ବଳରାମ ବଳଙ୍କ ଦୟାରେ କଲିକତାରେ ପହଞ୍ଚିଛି । ସେଇଠି କେବଳ ଖାଇପିଇ ରହିବାପାଇଁ ଯାଇଥିଲେ ବି ସେ ନିଜର ସାଧୁ ସ୍ଵଭାବ ଓ କର୍ମପ୍ରବଣତାପାଇଁ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ପାଲଟି ଯାଇଛି । ସରଳ ସ୍ଵଭାବପାଇଁ ସେ ଆକବରୀ ମୋହର ପାଇ ମଧ୍ୟ, ସେଥିରେ ଲୋଭ କରିନାହିଁ । ବରଂ ମହାଜନଙ୍କୁ ତାହା ଧରାଇ ଦେଇ, ଜଣେ ଆଦରର ମଣିଷ ପାଲଟି ଯାଇଛି । ଯେଉଁ ସମୟରେ ମହାଜନ ରୋଷେଇଆ ବିନା ହଇରାଣ ହୋଇଛନ୍ତି, ସେତେବେଳେ ସେ ରୋଷେଇ କରି, ମହାଜନଙ୍କର ପ୍ରିୟପାତ୍ର ହୋଇଛି । କମ୍ ସମୟରେ ବାବୁଙ୍କ ମନଜାଣି ରୋଷେଇ କରିଦେବା, ବିଡ଼ିଆ ଭାଙ୍ଗିବା, ବିଛଣା ପାରିବା ସବୁକାମକୁ ହାତକୁ ନେଇ ସେ ବିଶ୍ଵାସୀ ମଣିଷ ପାଲଟି ଯାଇଛି । ଯାହାଫଳରେ ମହାଜନ ଗୋପାଳକୁ ବାବୁ ଭାବରେ ପରିଚିତ କରାଇଛନ୍ତି ।

ବ୍ୟବସାୟ କାମରେ ମଧ୍ୟ ଗୋପାଳ ବେଶ୍ ସଚ୍ଛୋଟ ଏବଂ ପରିଶ୍ରମୀ । ସେ କାହାକୁ ଠକିବାକୁ ଚେଷ୍ଟାକରେ ନାହିଁ କିମ୍ବା ଠକି ହୁଏନାହିଁ । ରୋଷେଇ ସାଙ୍ଗକୁ ବ୍ୟବସାୟ ଦେଖୁ ଦେଖୁ ସେ ପୋଖତ ବ୍ୟବସାୟୀ ପାଲଟି ଯାଇଛି । ଅନୁମାନ କରି ଜାଣିପାରିଛି, ଗୋଦାମରୁ ମାଲ୍ ଆଣି ବ୍ୟବସାୟ କରିବା ଅପେକ୍ଷା, ଚାଷୀଙ୍କଠାରୁ ମାଲ୍ ଆଣି ବିକିବା ଭଲ । ତେଣୁ ସେ ମହାଜନଙ୍କଠାରୁ ଅନୁମତି ନେଇ, ଚାଷୀମାନଙ୍କଠାରୁ ମାଲ୍ ଖରିଦ କରି ବ୍ୟବସାୟ କରିଛି । ଫଳରେ ଆଗ ଅପେକ୍ଷା ବ୍ୟବସାୟରେ ଅଧ୍ଵ ଲାଭ ହୋଇଛି । ମହାଜନଙ୍କ ଦୃଷ୍ଟିରେ ଗୋପାଳ ହେଉଛି ସଚ୍ଚା ମଣିଷ । ସେଥପାଇଁ ସେ ତା’ପାଇଁ ସବୁ ବ୍ୟବସ୍ଥା କରିଦେଇଛନ୍ତି । ମାତ୍ର ଗୋପାଳର କୌଣସିଥ୍ରେ ମନନଥାଏ । ଗାଳ୍ପିକ ଏହାକୁ ବର୍ଣ୍ଣନା କରି ଲେଖୁଛନ୍ତି, ‘ଗୋପାଳର ବଡ଼ଲୋକି ଚାଲିଚଳଣ ନାହିଁ, ଦିନରାତି କାମରେ ଲାଗିଥିଲେ ଆନନ୍ଦ । ଗଦିର ସବୁ ମାମଲତ ତହବିଲ ଚାବି ମହାପାତ୍ରଙ୍କ ହାତରେ ।’’ ଏଥିରେ କର୍ମ ପ୍ରବଣତା ମଣିଷକୁ କିପରି ଛୋଟରୁ ବଡ଼ କରିଥାଏ, ତାହା ଗେ।ପାନ ଚରିତ୍ର ମାଧ୍ୟମରେ ଦେଖ।ଇଚ୍ଛନ୍ତି ।

ଏତେଗୁଡ଼ିଏ ସୁଗୁଣର ଅଧିକାରୀ ହେଲେ ବି ସେ ନିଜର ପାରିବାରିକ ଜୀବନରେ ସଫଳ ମଣିଷ ହୋଇ ପାରିନାହିଁ । ପିତା ହିସାବରେ ପୁତ୍ର ରାଜୀବ ଲୋଚନଙ୍କ ପ୍ରତି ଯଥାର୍ଥ ନଜର ରଖ୍ ପାରିନାହିଁ । ସେହି ସୁଯୋଗରେ ପୁଅ ରାଜୀବ ଅମଣିଷ ହୋଇ ଯାଇଛି । ସେ ପୁଅକୁ ପାଠ ପଢ଼ିବା ପାଇଁ ସବୁ ବ୍ୟବସ୍ଥା କରିଦେଲେ ବି ତାହାକୁ ଠିକ୍ ରୂପେ ନିୟନ୍ତ୍ରଣ କରିପାରି ନାହାଁନ୍ତି । ଫଳରେ ତାଙ୍କ ପରେ ପୁଅ ରାଜୀବର ଘଟିଛି ଦାରୁଣ ବିପର୍ଯ୍ୟୟ ।

ମୋଟ ଉପରେ କଥାକାର ଗୋପାଳ ଚରିତ୍ର ମାଧ୍ୟମରେ ସଚ୍ଚାମଣିଷ ଜୀବନରେ କିପରି ଉନ୍ନତି କରିପାରେ, ତାହା ଦେଖାଇବାକୁ ଚେଷ୍ଟା କରିଛନ୍ତି ।

Question ୩ ।
ପଠିତ ଗଳ୍ପ ଅବଲମ୍ବନରେ ରାଜୀବଲୋଚନଙ୍କ ଉତ୍‌ଥାନ ଓ ପତନର ଚିତ୍ର ଦିଅ ।
Answer:
ଚରିତ୍ରମାନେ ହିଁ କଥାଶିଳ୍ପୀର ମାନସ ସନ୍ତାନ । କଥାଶିଳ୍ପୀ ଯାହା କହିବାକୁ ଚାହେଁ, ଯାହା ଦିଗ୍‌ଦର୍ଶନ ଦେବାକୁ ଚାହେଁ, ତାହା ସେ ଚରିତ୍ର ମାଧ୍ୟମରେ ହିଁ ପରିପ୍ରକାଶ କରେ । ସୁତରାଂ ଚରିତ୍ରମାନେ ହିଁ କଥାଶିଳ୍ପୀର ବାର୍ଭାବହ । ପୁନଶ୍ଚ ଆଧୁନିକ ଓଡ଼ିଆ ସାହିତ୍ୟର କଥାକାର ବ୍ୟାସକବି ଫକୀରମୋହନ ସେନାପତି ଜଣେ ସମାଜ ସଚେତନ କଥାଶିଳ୍ପୀ । ସମାଜର ପ୍ରତ୍ୟେକ ଦିଗ ଓ ଦୋଷତ୍ରୁଟିକୁ ସେ ତାଙ୍କର କଚ୍ଛିତ ଚରିତ୍ର ମାଧ୍ୟମରେ ହିଁ ପ୍ରକାଶ କରନ୍ତି । ତାଙ୍କର ଚରିତ୍ରମାନେ ହୋଇଯାଇଥା’ନ୍ତି ଗୋଟିଏ ଗୋଟିଏ ପ୍ରତୀକ । ଆଲୋଚ୍ୟ ଗଳ୍ପ ‘ସଭ୍ୟଜମିଦାର’ରେ କଥାକାର ତତ୍କାଳୀନ ଇଂରେଜ ଶିକ୍ଷିତ ଓ ନୂଆ ହୋଇ ଜମିଦାରୀ ଗ୍ରହଣ କରିଥିବା ବ୍ୟକ୍ତିମାନେ କିପରି ସ୍ୱେଚ୍ଛାଚାରୀ, ସଂସ୍କାର ନାମରେ କୁସଂସ୍କାରୀ, ମଦ୍ୟପ ହୋଇ ନିଜର କରୁଣ ପରିଣତିର କାରଣ ହୋଇଥିଲେ, ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

ରାଜବୀଲୋଚନ ‘ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ’ ଭଳି ପିଲାଦିନରୁ ଥିଲେ ସ୍ୱେଚ୍ଛାଚାରୀ । ଧନୀଘରର ପିଲା, ଜମିଦାରର ପୁଅ ହିସାବରେ ନିହାତି ଦୁଷ୍ଟ ସ୍ବଭାବର ଥିଲେ। ତେଣୁ ଗ୍ରାମରେ ପାଠ ପଢ଼ାଉଥ‌ିବା ଅବଧାନ କୌଣସି ପ୍ରକାର ନିଜ ପାଖରୁ ବିଦା କରିଦେବାର ଯୋଜନା କରିଛି । ରାଜୀବଲୋଚନ ସବୁପାଠ ସାରିଦେଲାଣି ଏବଂ ତା’କୁ ନେଇ ଯିବାପାଇଁ କହିବା ମୂଳରେ ରହିଛି ପ୍ରଚ୍ଛନ୍ନ ଉଦ୍ଦେଶ୍ୟ । ମାତ୍ର ରାଜୀବଙ୍କ ମା’ ଅର୍ଥାତ୍ ମା’ ସାଆନ୍ତାଣୀ ରାଜୀବଙ୍କ ସ୍ଵଭାବକୁ ଠିକ୍ ଅନୁମାନ କରି ନେଇଥିଲେ । ତେଣୁ ସେ ସ୍ଵାମୀଙ୍କୁ କହିଥିଲେ, ‘ରାଜୀବ ମୋ ବୋଲ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ । ତାକୁ ସାଙ୍ଗରେ ଘେନିଯାଅ ।’’

ରାଜୀବର ବାପା ଗୋପାଳବାବୁ ଥିଲେ ସରଳ ମଣିଷ । କର୍ମୀ ମଣିଷ । ତାଙ୍କ ସରଳତାର ସୁଯୋଗ ନେଇ ରାଜୀବ ଇଂରାଜୀ ପାଠପଢ଼ା ନାଁରେ, ସ୍ୱେଚ୍ଛାଚାରୀ ସ୍ଵଭାବ ପରିପ୍ରକାଶ କରିଛି । ପାଠପଢ଼ାକୁ ପଛରେ ପକାଇ ସଭାସମିତି, ଥୁଟର, କୁସ୍ଥାନ ଓ ସୁସ୍ଥାନ ଗମନରେ ପକ୍କା ହୋଇଯାଇଛି । ଦୁଇଟି ସଭାର ସମ୍ପାଦକ ହୋଇ କେବଳ ଅର୍ଥ ଶ୍ରାଦ୍ଧ କରିଛି ସିନା କିଛି ଲାଭ ହୋଇନାହିଁ । ଏପରିକି ବାପାଙ୍କ ମୃତ୍ୟୁପରେ ମଧ୍ଯ ତା’ର ଚେତନା ଉଦୟ ହୋଇ ନାହିଁ । ବାପାଙ୍କୁ ଶୁଦ୍ଧି ନ ହୋଇ, ବ୍ରାହ୍ମଣ ଡାକି ଶୁଦ୍ଧି ହେବାକୁ କୁସଂସ୍କାର ବୋଲି କହିଛି । ମହାଜନ ବଳବାବୁ ରାଜୀବଙ୍କୁ ପିତାଙ୍କ କାମରେ

ଲଗାଇବାକୁ ଚାହିଁଲେ ମଧ୍ୟ, ସେ ଗଦିରେ ବସି ବ୍ୟବସାୟ ବୁଝିବାକୁ ଚାହିଁନାହିଁ । ନିଜ ଗାଁକୁ ଆସି ଗୁଡ଼ାଏ ବେକାରିଆ ଯୁବକମାନଙ୍କୁ ସାଙ୍ଗରେ ଧରି ସଭାସମିତି ନାମରେ ମଦ୍ୟ ମାଂସକୁ ନିଜ ଜୀନନର ସାଥୀ କରିନେଇଛି । ପୁନଶ୍ଚ ସେ ନିଜର ମା’ ଓ ବିଶ୍ଵାସୀ ପାଞ୍ଜିଆଙ୍କ କଥାକୁ ନ ମାନି କଲିକତାରେ ବିବାହ ହେବାକୁ ଯାଇଛି । ଜମିଦାରୀକୁ ବନ୍ଧକ ଦେଇ, ଅର୍ଥଶ୍ରାଦ୍ଧ କରି ଜଣେ ଅଜ୍ଞାତ କୁଳଶିଳା ନାରୀକୁ ବିବାହ କରି ଜୀବନର ଚରମ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିଛି । ଜମିଦାରୀ ନ ବୁଝି ଚୋର, ଖଣ୍ଟଙ୍କ ହାତରେ ଦାୟିତ୍ଵ ଦେଇ ନିଜର ସର୍ବନାଶ କରିଛି । ଶେଷରେ ହାତରୁ ଜମିଦାରୀ ସାଙ୍ଗକୁ ସମସ୍ତ ଧନ ସମ୍ପଭି ଯାଇଛି । ଉପାୟ ଶୂନ୍ୟ ହୋଇ ଜମିଦାରୀ ହରାଇ, ଆସାମର ଚା’ ବଗିଚାରେ ଖାନସମା କାମକୁ ଆଦିରି ନେଇଛି ।

ଏଥ‌ିରେ ଗାଳ୍ପିକ ନବ୍ୟଶିକ୍ଷିତମାନେ କିପରି ଶିକ୍ଷାନାମରେ ନିଜର କରୁଣ ପରିଣତିର କାରଣ ହୋଇଛନ୍ତି, ସୁନ୍ଦର ଭାବରେ ଦର୍ଶାଇଛନ୍ତି ।

Question ୪ ।
‘ସଭ୍ୟ ଜମିଦାର’ ଗଳ୍ପରୁ ହରିବୋଲବାବୁଙ୍କ ଚରିତ୍ର ଚିତ୍ରଣ କର ।
Answer:
କଥାସମ୍ରାଟ ଫକୀରମୋହନ ସେନାପତି ସମାଜଜୀବନର ଯଥାର୍ଥ ରୂପକାର । ତାଙ୍କର ଗଳ୍ପ ଓ ଉପନ୍ୟାସ ହେଉଛି, ଚରିତ୍ରର ଚିତ୍ରଶାଳା । ସେ ସମାଜର ବିଭିନ୍ନ ଶ୍ରେଣୀର ଚରିତ୍ରଙ୍କୁ ଖୁବ୍ ନିକଟରୁ ଦେଖୁଛନ୍ତି ଏବଂ ସେମାନଙ୍କୁ ଗଳ୍ପରେ ପ୍ରତିନିଧ୍ଵ ଶ୍ରେଣୀୟ ଚରିତ୍ରଭାବେ ଉପସ୍ଥାପନ କରିଛନ୍ତି । ଆଲୋଚ୍ୟ ଗଳ୍ପ ‘ସଭ୍ୟ ଜମିଦାର’ରେ ହରିବୋଲ ବାବୁଙ୍କ ଭଳି ସ୍ଵାର୍ଥାନ୍ଵେଷୀ କୁଟିଳ ଚରିତ୍ରର ସଂଯୋଜନା କରାଇ ସଭ୍ୟ ଜମିଦାର ରାଜୀବଲୋଚନ ମହାପାତ୍ରଙ୍କୁ ସର୍ବସ୍ୱାନ୍ତ କରିବାର ପଥ ପରିଷ୍କାର କରାଇଛନ୍ତି ।

ରାଜୀବଲୋଚନ ଯେତେବେଳେ ଗାଁକୁ ନୂଆ ଜମିଦାର ଭାବରେ ଫେରିଛନ୍ତି, ସେତେବେଳେ ସେ ଖୋଜିଛନ୍ତି, ଗ୍ରାମରେ ଶିକ୍ଷିତ କୁସଂସ୍କାରବର୍ଜିତ ଲୋକ ଅଛନ୍ତି କି ନାହିଁ । ସେହି ସମୟରେ ତାଙ୍କ ପାଖରେ ପହଞ୍ଚିଛନ୍ତି ହରିବୋଲ ପଟ୍ଟନାୟକ । ବାବୁଙ୍କ କଥାରେ କଥା ମିଳାଇ, ବାବୁଙ୍କ କଥାକୁ ତାରିଫ କରି ହରିବୋଲ, ତାଙ୍କର ଦୃଷ୍ଟି ଆକର୍ଷଣ କରିଛି । ଫଳରେ ଜମିଦାର ବାବୁ ଭାରି ଖୁସିହୋଇ ହରିବୋଲଙ୍କର ପରିଚୟ ପଚାରିଛନ୍ତି । ହରିବୋଲଙ୍କ ଘର ସେହି ଗାଁରେ ଏବଂ ସେ ଇଂରାଜୀରେ ମାଇନର ପାସ କରିଛି । ପୂର୍ବରୁ ସେ ବିଦୁପୁର ପୋଷ୍ଟ୍ ଅଫିସ୍‌ରେ ସବ୍-ପୋଷ୍ଟମାଷ୍ଟର ଥିଲେ । ହରିବୋଲ କହନ୍ତି – ‘ଅନ୍ୟାନ୍ୟ କର୍ମଚାରୀ ଅର୍ଥାତ୍ ପିଅନମାନେ ବଡ଼ ଚୋର ଓ ଅଯୋଗ୍ୟ ଲୋକ ଥିଲେ । ସେ ସେମାନଙ୍କୁ ଶାସନ କରିବାରୁ ସେମାନେ ସରକାରୀ ତହବିଲର ଟ ୧୬୨୪ ଚୋରି କରି ତାଙ୍କ ନାମରେ ଗଡ଼ାଇଦେଲେ । ଯାହାଫଳରେ ସେ କଟକରେ ୬ ମାସ ଅଟକି ରହିଲେ ଏବଂ ପରେ ନିଘୋଷ ବୋଲି ଛାଡ଼ି ଦେଇଥିଲେ । ଏଥିରୁ ସ୍ପଷ୍ଟ ହୁଏ ଯେ ସରକାରୀ ଅର୍ଥ ତୋଷରପାତ କରି ଜେଲ୍ ଯାଇଥିଲେ ହରିବୋଲବାବୁ ।

ଜମିଦାରଙ୍କୁ କୌଣସିପ୍ରକାରେ ପ୍ରଭାବିତ କରି, ସେ ଯୋଗ୍ୟଲୋକ ଭାବରେ ‘ଜ୍ଞାନବର୍ଷିନୀ’ ଓ ‘ସ୍ତ୍ରୀ ସ୍ଵାଧୀନତା ବିବର୍ଷିନୀ’ ସଭାର ସମ୍ପାଦକ ହୋଇଥିଲେ । ପ୍ରତିଦିନ ସଭା ଶେଷରେ ସେ କଚେରୀ ଘରେ ଭୋଜନ ଓ ପାନ କରି ବେଶ୍ ଖୁସିରେ ସମୟ କଟାଇଲେ । ଟଙ୍କା ପାଇଁ ପୁରୁଣା ‘ଛାମୁକରଣ ଅଶାନ୍ତି ହେବାରୁ, ଜମିଦାରଙ୍କ ନିର୍ଦ୍ଦେଶରେ ସେ ହୋଇଗଲେ ଜମିଦାରୀ ବୁଝାସୁଝା କରିବାର ଲୋକ । ତାଙ୍କରିପାଇଁ ଜମିଦାରୀର ସ୍ଥିତି ତଳକୁ ତଳକୁ ଗଲା। ଜମିଦାରଙ୍କ ବିବାହ

କାର୍ଯ୍ୟରେ ହରିବୋଲ କିପରି ପଇସା ମାରିନେଇଥିଲେ ତାହାର ସୂଚନା ଦେଇ କଥାକାର ଲେଖୁଛନ୍ତି – ‘କରଜ ଦଶହଜାର ଟଙ୍କାରୁ କାହିଁରେ କେତେ ଟଙ୍କା ଖରଚ ହେଲା, ଆମ୍ଭେମାନେ ସେଥୁରେ ହିସାବ ଦେଇପାରିବୁ ନାହିଁ, କାରଣ ସେଥ‌ିରେ କିଛି ଲେଖାଲେଖୁ ନାହିଁ । ମେନେଜର ହରିବୋଲବାବୁଙ୍କ ହାତରେ ତହବିଲ । ନାନା କାର୍ଯ୍ୟରେ ବ୍ୟସ୍ତ ଏବଂ ଜମିଦାରଙ୍କ ସ୍ଵାସ୍ଥ୍ୟ ନିମନ୍ତେ ସଭ୍ୟ ଦେଶ ନିୟମାନୁସାରେ ପାନର ମାତ୍ରା କିଛି ବଳି ପଡ଼ିବାରୁ ଖର୍ଚ୍ଚ ଟଙ୍କାର ହିସାବ ରଖୁବାକୁ ବେଳ ନାହିଁ ।’’ ଏଥିରୁ ସ୍ପଷ୍ଟ ହୁଏ ଯେ ଜମିଦାରଙ୍କ ବିପର୍ଯ୍ୟୟ ଅନ୍ୟତମ ଖଳ ଚରିତ୍ର ହେଉଛି ହରିବୋଲ

ମୋଟ ଉପରେ କଥାକାର ସେନାପତି ହରିବୋଲବାବୁଙ୍କ ଚରିତ୍ର ସଂଯୋଜିତ କରି ସଭ୍ୟ ଜମିଦାରଙ୍କର ଅବନତି କରାଇଛନ୍ତି ଯାହାକି ସ୍ଵାଭାବିକ ମନେହୋଇଛି ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୫।
ନୂଆ ଜମିଦାରଙ୍କ ବିବାହ ସମ୍ପର୍କରେ କ’ଣ କୁହାଯାଇଛି – ଉଲ୍ଲେଖ କର ।
Answer:
ଆଧୁନିକ ଓଡ଼ିଆ କଥାସାହିତ୍ୟର ଜନକ କଥାସମ୍ରାଟ ଫକୀରମୋହନ ସେନାପତି । ସେ ସମାଜର ପ୍ରତ୍ୟେକ ସ୍ଥାନରୁ ଚରିତ୍ର ସଂଗ୍ରହ କରିଛନ୍ତି, ପ୍ରତ୍ୟେକ ଘଟଣାକୁ ଯଥାଯଥ ଚିତ୍ରଣ କରି, ସମାଜରେ କିଛିଟା ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି । ସେ ସମୟରେ ନୂତନ ଶିକ୍ଷାରେ ଶିକ୍ଷିତ ବ୍ୟକ୍ତିମାନେ ନିଜର ପରମ୍ପରା ଓ ସଂସ୍କୃତିକୁ ଏକାବେଳକେ ବଦଳାଇଦେବାକୁ ଚେଷ୍ଟା କରିଥିଲେ । ପାରମ୍ପରିକତାକୁ କୁସଂସ୍କାର ବୋଲି ଆକ୍ଷେପ କରୁଥିଲେ । ହେଉଛନ୍ତି ନୂଆ ଜମିଦାର ରାଜୀବଲୋଚନ ମହାପାତ୍ର । ସେ ନିଜର ବିବାହପାଇଁ ଆଧୁନିକ ଶିକ୍ଷିତା କନ୍ୟା ଖୋଜିଛନ୍ତି ଏବଂ ଏକ ଅଜ୍ଞାତକୁଳଶୀଳା କନ୍ୟାକୁ ବିବାହ କରି ଜୀବନର ସର୍ବସ୍ଵ ହରାଇଛନ୍ତି ।

ନୂଆ ଜମିଦାରଙ୍କ ଦେଶୀକନ୍ୟା ପସନ୍ଦ ନୁହେଁ । ତାଙ୍କ ଦୃଷ୍ଟିରେ ଦେଶୀକନ୍ୟାଗୁଡ଼ିକ ଅଶିକ୍ଷିତା, କୁସଂସ୍କାର ଓ ଅସଭ୍ୟତାରେ ବୁଡ଼ି ରହିଛନ୍ତି, ଲୁଗାଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧା ଲଙ୍ଗଳା ହୋଇଥା’ନ୍ତି, ମୁହଁ ଢାଙ୍କି ମୂଷା ପରି ବରଯାତ୍ରୀ କିଏ କିଏ ଯିବେ, କି କି ରୋଶନି କେତେ ତୟାର ହେବ ପଚାରିଥିଲେ । ବାବୁ ଏଥିରେ ଠୋ ଠୋ ହସି କହିଥିଲେ – ‘‘କୁସଂସ୍କାର ! ତୁମେ ତ ଇଂରାଜୀ ଜାଣନା, ଦେଖ୍ ବି ନାହଁ, ସଭ୍ୟ ବିବାହ କଥା କିପରି ଜାଣିବ?’’ ସେ ମଧ୍ୟ ପଟ୍ଟନାୟକଙ୍କର କୌଣସି କଥା ନ ଶୁଣି ବରଂ କହିଥିଲେ – ‘‘ବିହାର ବିବାହ-ବ୍ୟୟ – ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଏଲ୍ ଚିଠି ଯାଇଛି, ସେଠାରୁ ଯେପରି ବ୍ୟବସ୍ଥା ଆସିବ, ସେହିପରି ବିଭାହେବ ।’’

ସଭାର ସଭ୍ୟମାନଙ୍କୁ ଧରି ଜମିଦାରବାବୁ କଲିକତା ଗଲେ ବିବାହ କରିବାପାଇଁ । ଖଦିରପୁର ଗାଡ଼ନରିଚରେ ଗୋଟାଏ ବଡ଼ ଦୋତାଲା କୋଠା ନିଆଯାଇଥିଲା । ଘରେ ଝାଡ଼ ଲଣ୍ଡନ ଦେବାଲଗିରି ଶହେଖଣ୍ଡ ଦିନ ଆଲୁଅ ପରି ଜଳିଥିଲା । ତଳେ ଗାଲିଚା ବିଛଣା ସାଙ୍ଗକୁ ରାତିରେ ଖେମଟା ନାଚ ଚାଲିଥିଲା । ଏସବୁ ଆୟୋଜନ ଦେଖ୍, ଆଖପାଖ ବଜାର ଲୋକ ଜାଣିଲେ, ଓଡ଼ିଶାର ଗୋଟିଏ ରାଜାପୁଅର ବିଭାଘର ।

କନ୍ୟା ନିର୍ଣ୍ଣୟ ହେଲା । କନ୍ୟାର ନାମ ନୟନତାରା ଦୁଃଖପାସୋରା ଥିଲା । ବାବୁଙ୍କ ଦୃଷ୍ଟିରେ କନ୍ୟାଟି ସୁନ୍ଦରୀ, ସଭ୍ୟା, ସ୍ଵାଧୀନା, ଶିକ୍ଷିତା । ଜମିଦାରବାବୁ ବିମୋହିତ ହୋଇଥିଲେ । ମନେକଲେ, ସ୍ଵର୍ଗରୁ ଦେବକନ୍ୟାଟିଏ ଓହ୍ଲାଇ ଆସିଛି । ବିବାହପାଇଁ ଟଙ୍କା ଅଭାବ ପଡ଼ିବାରୁ ସେ ଦଶହଜାର ଟଙ୍କାରେ ଜମିଦାରୀ ବନ୍ଧା ପକାଇ ଧୁମ୍‌ଧାମ୍‌ରେ ବିବାହ କଲେ । ପୂର୍ବ ସଭାର ସଭ୍ୟମାନଙ୍କ ସହିତ ଖିଦିରପୁର ବଜାରର ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନାନା ପ୍ରକାର ମିଷ୍ଟାନ୍ନ, ନାନା ପ୍ରକାର ପେୟ, ଆସନ, ଦାନ୍ତଖୁଣ୍ଟା ପର୍ଯ୍ୟନ୍ତ ଠିକାଦାର ଯୋଗାଇ ଦେଇଥିଲା । ତିନିଦିନ ଯାଏ ନାଚ ତାମସା ପିଆର ଖୁବ୍ ଧୁମ୍‌ରେ ବିବାହ ଶେଷ ହୋଇଥିଲା ।

କଥାକାର ସଭ୍ୟ ଜମିଦାରଙ୍କ ବିବାହକୁ ବ୍ୟଙ୍ଗାତ୍ମକ ଭାବରେ ପ୍ରକାଶ କରିଛନ୍ତି ।

Question ୬ ।
ନୟନତାରା-ଦୁଃଖପାସୋରାଙ୍କ ଭୂମିକା ‘ସଭ୍ୟ ଜମିଦାର’ ଗଳ୍ପଟିକୁ କିପରି ବ୍ୟଙ୍ଗାତ୍ମକ କରିପାରିଛି ଉଲ୍ଲେଖ କର ।
Answer:
ବ୍ୟାସକବି ଫକୀରମୋହନ ସେନାପତି ଆଧୁନିକ କ୍ଷୁଦ୍ରଗଳ୍ପର ଆଦ୍ୟସ୍ରଷ୍ଟା । ସେ ଗଳ୍ପ ସୃଷ୍ଟିରେ ହାସ୍ୟ ଓ ବ୍ୟଙ୍ଗାତ୍ମକ ଶୈଳୀ ଉପରେ ହିଁ ଗୁରୁତ୍ଵ ଦେଇଥା’ନ୍ତି । କାରଣ ସୁସ୍ଥସମାଜ ଗଠନ ତାଙ୍କ ଗଳ୍ପ ସୃଷ୍ଟିର ମୂଳଲକ୍ଷ୍ୟ । ସୁତରାଂ ସମାଜରେ ଦେଖାଦେଇଥ‌ିବା ସ୍ୱେଚ୍ଛାଚାରୀଭାବକୁ ସେ ବ୍ୟଙ୍ଗକରି, ତାହାର ନିରାକରଣପାଇଁ ଅପେକ୍ଷା ରଖୁଛନ୍ତି ।

ସଭ୍ୟ ଜମିଦାରଙ୍କର ଈପ୍‌ସିତା ପତ୍ନୀ ନୟନତାରା -ଦୁଃଖପାସୋରା । ଜମିଦାରଙ୍କ ଦୃଷ୍ଟିରେ ସେ ସୁନ୍ଦରୀ, ସଭ୍ୟା, ସ୍ଵାଧୀନା ଓ ଶିକ୍ଷିତା, ଯାହାକୁ ଦେଖୁ ସେ ବିମୋହିତ ହୋଇଛନ୍ତି । ମନେକରିଛନ୍ତି, ସୁନ୍ଦରୀ ଦେବକନ୍ୟାଟିଏ ଓହ୍ଲାଇ ଆସିଛି । ମାତ୍ର ଏହି କନ୍ୟାପାଇଁ ଜମିଦାର ଜୀବନର ସମ୍ବଳ ଜମିଦାରୀକୁ ବନ୍ଧକ ପକାଇଛନ୍ତି ଓ ବିପର୍ଯ୍ୟୟର ପାହାଚରେ ପହଞ୍ଚିଯାଇଛନ୍ତି ।

ନୟନତାରା ଦୁଃଖପାସୋରାର ବଂଶ ସମ୍ପର୍କରେ କଥାକାର ଲେଖୁଛନ୍ତି – ‘କନ୍ୟାର ଜାତି କୁଳ ଘର ବିଷୟ କେହି ସନ୍ଧାନ କରି କିଛି ଠିକଣା ପାଇଲେ ନାହିଁ ।’’ ତାହାପରେ କଥାକାର କନ୍ୟାର ବଂଶ ସମ୍ପର୍କରେ ଯେଭଳି ବର୍ଣ୍ଣନା କରିଛନ୍ତି, ତାହା ନିହାତି ବ୍ୟଙ୍ଗାତ୍ମକ । ପୁନଶ୍ଚ ବହୁଦିନ ପରେ ଅନୁସନ୍ଧାନରୁ ଜଣାପଡ଼ିଲା ମକ୍ରା ମଳିକ ଯେକି ଖାନସମା ହୋଇ କୁଲିଆଣୀକୁ ବିବାହ କରିଛି, ତାହାରି ଝିଅ ହେଉଛି ଜମିଦାରଙ୍କ କନ୍ୟା ! ମା’ ନାମ ଦେଲେ ‘ନୟନତାରା’ ବାପା ଡାକିଲେ ‘ଦୁଃଖପାସୋରା’ । ଶେଷରେ ନାମ ହେଲା ନୟନତାରା-ଦୁଃଖପାସୋରା । ସେ ଅର୍ଟେନ୍ ବାଳିକା ସ୍କୁଲରେ ପାଠ ପଢ଼ି ନିଜକୁ ଖୁବ୍ ସ୍ଵାଧୀନା ମନେକରେ ତେଣୁ ସେ ପୁରୁଷଗୁଡ଼ାଙ୍କୁ ଖାତିର କରେ ନାହିଁ ।

ବିବାହ ପରେ ସେ ସ୍ଵାମୀ ସହିତ ଉଆସକୁ ଫେରିଲେ । ବରକନ୍ୟାଙ୍କୁ ବନ୍ଦାପନା କରିବାକୁ ପୋଇଲି, ଗ୍ରାମର ଝିଅବୋହୂ ନୂଆକୁଲାରେ ଚାଉଳ, ଦୂବ, ବରକୋଳିପତ୍ର ସହିତ ଘିଅଦୀପ ଥୋଇ ଆସିଲେ । ଶଙ୍ଖ ହୁଳହୁଳି ଶବ୍ଦ ଶୁଣି ଜମିଦାର କୁସଂସ୍କାର, ଅସଭ୍ୟତା କହିଲାବେଳେ, ସ୍ଵାମୀଙ୍କ ଦେଖାଦେଖ୍ ‘ଏହା ନିତାନ୍ତ ବଡ଼ କୁସଂସ୍କାର, ଏହା ଅସଭ୍ୟତା’’ କହି କନ୍ୟା ଠୋ ଠୋ କରି ହସିଉଠିଲେ । ଗାଁ ଭୁଆସୁଣୀଗୁଡ଼ାକ ଏସବୁ ଦେଖ୍ ଶୁଣି ଛାନିଆରେ ଡରରେ ଅଗଣାରେ କୁଲାଟା ତଳେ ଥୋଇଦେଇ ଯେ ଯାହା ଘରକୁ ପଳାଇ ଯାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ବୋହୂ ନୟନତାରା ଶାଶୂଙ୍କୁ ଦେଖାକରିବାକୁ ଠାକୁର ମନ୍ଦିରକୁ ଜୋତାପିନ୍ଧି ଯାଇଥିଲେ । ଗାଳ୍ପିକଙ୍କ ଭାଷାରେ – ‘ବୋହୂ ଟିକିଏ ହସି ହସି ଓ ଆମ୍ଭର ପ୍ରିୟ ଶାଶୂ ! ନମସ୍କାର-ନମସ୍କାର କେମନ୍ତ କର ଆପଣ କର’ କହି ହାତ ବଢ଼ାଇ ଯେମନ୍ତେ ଶାଶୁ ପାଖକୁ ଚାଲିଗଲେ, ବୁଢ଼ୀ ତ ‘ଛୁ-ନା, ଛୁ-ନା’ ଆରେ କିଏ ଅଛିରେ ମନ୍ଦିର ଅପ୍ରତିଷ୍ଠା ହେଲାରେ, ବାହାର କରି ଦିଅରେ, ବାହାର କରି ଦିଅରେ ବୋଲି ରଡ଼ି ଛାଡ଼ିଲେ ।’’ସେହିପରି ଜମିଦାର ସ୍ତ୍ରୀଙ୍କ ହାତଧରି ଭାରି ଖପାହେଲେ । କହିଲେ – ‘‘ଅସଭ୍ୟତା, ମୂର୍ଖତା, ଭାରି କୁସଂସ୍କାର । ଓହୋ ! ଲେଡ଼ିକୁ ଇନ୍ସସଲ୍ଟଟ।’’

ଜମିଦାରଙ୍କ ସ୍ତ୍ରୀଙ୍କୁ କେହି ମା’ ସାଆନ୍ତାଣୀ ବୋଲି କହିଲେ, ଜମିଦାରବାକୁ ଖପା ହୋଇ ଯାଉଥିଲେ । କହୁଥିଲେ, ମିସେସ୍ ମହାପାତ୍ର ଡାକିବାକୁ । ମାତ୍ର ପୋଇଲୀମାନେ ଓ ମୂର୍ଖ ଚାକରମାନେ ଠିକ୍‌ରି ଡାକି ପାରୁନଥିଲେ । ସେମାନଙ୍କ ମଧ୍ୟରୁ କେହି କିସ୍‌ମିସ୍‌ ମହାପାତ୍ର, କେହି ମିସ୍ତ୍ରୀ ମହାପାତ୍ର, କେହି ଫିସ୍ ଫିସ୍ ମହାପାତ୍ର କହୁଥିଲେ । ଏସବୁ ଡାକ ଶୁଣି ମିସେସ୍ ମହାପାତ୍ର ହସିପକାଇ ବଡ଼ ଖୁସି ହେଉଥିଲେ ।

ମିସେସ୍ ମହାପାତ୍ର ସକାଳୁ ସକାଳୁ ଚା’ଖାଇ ପୋଷାକ ପିନ୍ଧି ଉଆସ ଚଉପିଠି ବୁଲି ଆସୁଥିଲେ । ଦିନେ ସେ ବବୁର୍ଜି ଖାନା ତଦାରଖ କରିବାକୁ ଚାଲିଯାଇଥିଲେ। ଗାଳ୍ପିକ ଏହାକୁ ବର୍ଣନା କରି ଲେଖୁଛନ୍ତି – ‘ତେତେବେଳେ ପୋଇଲୀ ପଦୀ ହାଣ୍ଡିଏ ଗୋବର ପାଣି ଧରି କନା ଖଣ୍ଡକରେ ଚୁଲି ଲିପୁଥୁଲା, ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ଯେମିତି ମୁହଁ ବଙ୍କାଇ ପଛକୁ ଚାହିଁ ଦେଇଛି, ଭାରୀ ପାଟିଟାଏ କଲା, ‘ଆଲୋ ମୋ ମା ଲୋ ! ଆଲୋ ମୋ ବାପା ଲୋ ! ଜୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ ! ହାଣ୍ଡିଶାଳ ମାରୁଗଲା ଲୋ।’’ କନାଖଣ୍ଡକ ଫୋପାଡ଼ି ଦେଇ ଏକ ମୁହଁ ଧାଇଁ ପଳାଇଲା । ମିସେସ୍ ମହାପାତ୍ର, ‘ଉଆ, ଉଆ, ଉଆ’ କହି ଅନ୍ୟଆଡ଼କୁ ପଳାଇଲେ । ମୁହଁରେ ରୁମାଲ କାଢ଼ି ନ ଥିଲେ ହୁଏତ ସେ ବାନ୍ତିକରି ପକାଇଥା’ନ୍ତେ । ଏକାବେଳକେ ଶିଶିଏ ଲେଭେଣ୍ଡର ଦେହଯାକ ଢାଳିହେବାରୁ ଟିକିଏ ସାଷ୍ଟମ ହେଲେ । ଗୋରୁଗୃହ ବୁବର୍ଜି ଖାନାରେ ଜଳାହେଉଛି ଜାଣି, ଜମିଦାର କହିଲେ, ସେ ଘରେ ରୋଷେଇ ହେଲେ ଲେଡ଼ିଙ୍କୁ ଖାନା ରୁଚିବ ନାହିଁ, ବାନ୍ତି କରିପକାଇବେ । ଚାରିବୋତଲ ଫେନାଇଲ ଘରସାରା ଢଳାଗଲା ।’’

ଏହିପରି ବିଭିନ୍ନ ପ୍ରସଙ୍ଗରେ ନୟନତାରା -ଦୁଃଖପାସୋରାଙ୍କ ଭୂମିକା ଗଳ୍ପଟିକୁ ବ୍ୟଙ୍ଗାତ୍ମକ କରିପାରିଛି ।

Question ୭ ।
‘ସଭ୍ୟ ଜମିଦାର’ ଗଳ୍ପ ଅବଲମ୍ବନରେ ମା’ ସାଆନ୍ତାଣୀଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ ଦର୍ଶାଅ ।
Answer:
କଥାଶିଳ୍ପୀ ଫକୀରମୋହନ ସେନାପତି, ତାଙ୍କର ଗଳ୍ପରେ ସମାଜଚିତ୍ରକୁ ମୁଖ୍ୟ ଭାବରେ ଗ୍ରହଣ କରିଥିବାରୁ, ସମାଜର ବିଭିନ୍ନ ଶ୍ରେଣୀର ଚରିତ୍ରକୁ ଗଳ୍ପମାନଙ୍କରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଆଲୋଚ୍ୟ ଗଳ୍ପ ‘ସଭ୍ୟ ଜମିଦାର’ରେ ମା’ ସାଆନ୍ତାଣୀ ଅର୍ଥାତ୍ ଜମିଦାର ଗୋପାଳ ମହାପାତ୍ରଙ୍କର ଧର୍ମପତ୍ନୀଙ୍କୁ ହିଁ ବୁଝାଇଥାଏ । ମା’ ସାଆନ୍ତାଣୀ ଥିଲେ ଧର୍ମପରାୟଣା, କର୍ତ୍ତବ୍ୟପରାୟଣା ମହିଳା; ଯାହାଙ୍କୁ କି ଆଦର୍ଶସ୍ଥାନୀୟ । ଚରିତ୍ର ଭାବରେ ଗ୍ରହଣ କରାଯାଇପାରେ ।

ମା’ ସାଆନ୍ତାଣୀ ସବୁବେଳେ ବିବାହ ଦିନଠାରୁ ଗାଁରେ ରହିଥା’ନ୍ତି। ତାଙ୍କ ସମ୍ବନ୍ଧରେ କଥାକାର ଲେଖୁଛନ୍ତି – ‘‘କନ୍ୟାଟି ଯେମିତି ଦେଖିବାକୁ ତୌଡାଉଲ, ସେମିତି ଗୁଣ ।’’ ସ୍ଵାମୀ କଲିକତାରେ ରହିଥିଲେ ବି, ଅନୁପସ୍ଥିତିରେ ବିଶ୍ୱସ୍ତ ପାଞ୍ଜିଆକୁ ଧରି ଜମିଦାରୀ ଚଳାଇଥା’ନ୍ତି । ପୁଅ ରାଜୀବଲୋଚନ ବଡ଼ ହେଲା ପରେ ଦୁଷ୍ଟ ହେବାରୁ, ସେ ସ୍ଵାମୀଙ୍କୁ ସବୁ ସତକଥା କହିଦେଇଛନ୍ତି । ତାଙ୍କର ବିଶ୍ଵାସ ଥିଲା, ପୁଅର୍ଗାଠାରୁ ଦୂରରେ ରହିଲେ, ପାଠ ପଢ଼ି ଭଲ ମଣିଷ ହେବ । ସେଥ‌ିପାଇଁ ସେ ଜମିଦାରଙ୍କୁ କହିଛନ୍ତି, ‘‘ରାଜୀବ ମୋ’ ବୋଲ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ । ତାକୁ ସାଙ୍ଗରେ ଘେନିଯାଅ।’’ ଉପରୋକ୍ତ ବକ୍ତବ୍ୟରୁ ସାଆନ୍ତାଣୀଙ୍କର ସ୍ପଷ୍ଟକଥା ଓ ଆଦର୍ଶ ମା’ର କର୍ତ୍ତବ୍ୟ ବୋଲି ଧରିନେବାକୁ ପଡ଼ିବ ।

ଧର୍ମପରାୟଣା ମହିଳା ଭାବରେ, ସ୍ବାମୀଙ୍କୁ ହରାଇଲା ପରେ ସେ ସାଂସାରିକ ସୁଖରେ କିମ୍ବା ସେ ସମ୍ବନ୍ଧରେ କିଛି କହିବାକୁ ଚାହୁଁ ନଥିଲେ । ଫଳରେ ପୁରୁଣା ବିଶ୍ଵାସୀ ପଟ୍ଟନାୟକଙ୍କଠାରୁ ସୂତ୍ର ରାଜୀବଲୋଚନଙ୍କ ଅଧୋଗତି ଜାଣିଲା ପରେ ମଧ୍ୟ ସେ ବ୍ୟସ୍ତ ହୋଇନାହାଁନ୍ତି । ବରଂ ବାସ୍ତବ କଥା କହିଛନ୍ତି – ‘ନିଜେ ମୂର୍ଖ, କିଛି ବୁଝିବାର ନାହିଁ, ମୁଲକରେ ଚୋର ରୁଣ୍ଡ, ଟିକିଏ ଧର୍ମଭାବ ଭଲା ଥାଆନ୍ତା ଏହି ଘରେ ପୁଣି ମଦମାଂସ । ରାଧେକୃଷ୍ଣ, ରାଧେକୃଷ୍ଣ । ପଟ୍ଟନାୟକେ ତୁମେ ଅଲଗା ହୋଇଯାଅ ।’ ମା’ ସାଆନ୍ତାଣୀ ନିଜକୁ ଅଲଗା କରିନେଇଛନ୍ତି । ଉଆସରୁ ବାହାରିଯାଇ ମନ୍ଦିରରେ ରହିଛନ୍ତି । ପ୍ରତିଦିନ ସନ୍ଧ୍ୟା ସମୟରେ ବକତେ ଠାକୁର ପ୍ରସାଦ ହବିଷ୍ୟାନ୍ନ ତାଙ୍କର ହୋଇଛି ଖାଦ୍ୟ । ପ୍ରତିଦିନ ସନ୍ଧ୍ୟାଠାରୁ ଅଧର।ତି ଯ।ଏଁ ଭାଗବତ ପାଠହୁଏ । ମା’ ସାଆନ୍ତାଣୀ ଦିନଯାକ ଠାକୁର ଆଗରେ ବସି ମାଳି ଗଡ଼ାଉଥା’ନ୍ତି ।

ପୁଅ ବିବାହ କଲେ, ବୋହୂ ଆସିଲେ ହୁଏତ ତାଙ୍କ ଅସଜଡ଼ା ଘର ସଜାଡ଼ି ହୋଇଯିବ ବୋଲି ସେ ଆଶା କରିଥିଲେ । ମାତ୍ର ତାଙ୍କର ସେ ଆଶା ଆଶାରେ ହିଁ ରହିଯାଇଥିଲା । ପୁଅବୋହୂ ଆସିଥିଲେ ତାଙ୍କୁ ଦେଖାକରିବାପାଇଁ । ବୋହୂର ବ୍ୟବହାରରେ ସେ ଅତିଷ୍ଠ ହୋଇପଡ଼ିଥିଲେ । ମନ୍ଦିରରେ ଜୋତାମାଡ଼ି ପଶିଥିବାରୁ କହିଥିଲେ – ‘ଛୁ-ନା, ଛୁ- ନା, ଆରେ କିଏ ଅଛିରେ, ମନ୍ଦିର ଅପ୍ରତିଷ୍ଠା ହେଲାରେ, ବାହାର କରିଦିଅରେ ।’’ ସେହି ମୁହୂର୍ତ୍ତରେ ମା’ ସାଆନ୍ତାଣୀ ପୋଇଲୀ ରାଧୀ ଆଉ ଗୋଟିଏ ପୁଟୁଳି ଧରି ଘରୁ ବାହାରି ଯାଇଥିଲେ ପୁରୀ । ପୁରୀର ମାତାମଠରେ ରହି ଅବଶିଷ୍ଟ ଜୀବନ କଟାଇ ଦେଇଥିଲେ ।

ବାସ୍ତବରେ ମା’ ସାଆନ୍ତାଣୀଙ୍କ ଚରିତ୍ର ବର୍ଣ୍ଣନା ବେଶ୍ ମନୋଜ୍ଞ ଓ ହୃଦୟସ୍ପର୍ଶୀ ହୋଇଛି ।

Question ୮ ।
ଏକ ବ୍ୟଙ୍ଗାତ୍ମକ ଗଳ୍ପ ଭାବରେ ‘ସଭ୍ୟ ଜମିଦାର’ ଗଳ୍ପର ମୂଲ୍ୟାଙ୍କନ କର ।
Answer:
ଓଡ଼ିଆ ଗଳ୍ପସାହିତ୍ୟର ଆଦିନିର୍ମାତା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପରଚନାର ବିଧ୍ଵ ସ୍ବତନ୍ତ୍ର । ସେ ତାଙ୍କର ପ୍ରତ୍ୟେକଟି ଗଳ୍ପ ଓ ଉପନ୍ୟାସରେ ନିଜର ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି । ଆଲୋଚ୍ୟ ଗଳ୍ପ ‘ସଭ୍ୟ ଜମିଦାର’ ଗଳ୍ପରେ ମଧ୍ୟ ଏହି ବ୍ୟଙ୍ଗାତ୍ମକ ଦୃଷ୍ଟି ସାର୍ଥକ ଭାବରେ ପ୍ରକାଶ ପାଇଛି । କଥାକାର ଆଧୁନିକ ଶିକ୍ଷାରେ ଶିକ୍ଷିତ ହୋଇ ନିଜକୁ ସଂସ୍କାରଶୀଳ ବୋଲାଉଥିବା ସଭ୍ୟ ଜମିଦାର, ତାଙ୍କର ପତ୍ନୀ ମିସେସ୍ ମହାପାତ୍ର ଏବଂ ଜମିଦାର, ପୋଇଲୀଆଦିଙ୍କୁ ଚଳଣି ଓ ଚିନ୍ତାକୁ ନେଇ ଯେଭଳି ହାସ୍ୟ ଓ ବ୍ୟଙ୍ଗ ପ୍ରକାଶ କରିଛନ୍ତି, ତାହା ସମାଜକୁ ଯଥାର୍ଥ ଦିଗ୍‌ଦର୍ଶନ ଦେବାର ଅପେକ୍ଷା ରଖୁଥାଏ।

କରେ । ଅବଧାନଙ୍କ ସଙ୍ଗରେ ମଧ୍ୟ ଯୁକ୍ତିତର୍କ କରେ । ବଡ଼ଲୋକର ପୁଅ ବୋଲି କିଛି କହିପାରନ୍ତି ନାହିଁ । ତାହାକୁ କିପରି ବିଦା କରିବେ, ସେଥ‌ିପାଇଁ ସେ ଛଳନା କରି ଜମିଦାରଙ୍କୁ କହିଛନ୍ତି – ‘ସାନବାବୁ ଖୁବ୍ ବୁଦ୍ଧିଆ, ଭାରି ପାଠୁଆ । ଖଡ଼ିପାଠ, ପୋଥପାଠ ସବୁ ଛାଡ଼ିଲାଣି । ଆଉ ତାଙ୍କୁ ପଢ଼ାଇବାକୁ ପାଠ ନାହିଁ ।’’ ସେହିପରି କଲିକତାରେ ପାଠ ପଢ଼ିଲାବେଳେ, ରାଜୀବର ପାଠରେ ମନ ନ ଥାଏ ବରଂ ବାପାଙ୍କୁ ଠକି ସ୍ଵେଚ୍ଛାଚାରୀ ଭାବେ ବୁଲୁଥାଏ । ତାହାର ପାଠ ସମ୍ପର୍କରେ ଗାଳ୍ପିକ ଲେଖୁଛନ୍ତି – ‘ନା ବାପା ପାସ୍ ନ କଲେ ଇଂରାଜୀ ପାଠ ହୁଏ ନାହିଁ । ମହାପାତ୍ର ବି ଶୁଣିଥିଲେ, ଇଂରାଜୀରେ ଗୋଟିଏ ପାସ୍ ହୁଏ । କହିଲେ, ‘ହଁରେ, ସେ କଥା ମତେ ଜଣାଅଛି, ତୁ ବେଶି ବେଶି ପାସ୍ କରି ପକା, ଯେତେ ଟଙ୍କା ଲାଗିବ ଲାଗୁ ।’’ ବାପା ପୁଅ ଦୁହିଁଙ୍କ ମନ ଖୁସି ।

ବାପାଙ୍କ ମୃତ୍ୟୁପରେ ମହାଜନ ରାଜୀବକୁ ବାପାଙ୍କ କାମରେ ଲଗାଇଦେବାକୁ ଚାହିଁଥିଲେ । ମାତ୍ର ସଭାରେ ଆଲୋଚନା ହୋଇଥିଲା –
‘‘ଯାହାର ଅଛି ଧନ ଜ୍ଞାନ ଅଧ୍ଵ,
ଚାକିର କଲେ ତା’ ଜୀବନ ବ୍ଲକ ସ୍ଵୀକ ।’’
ସଭାରେ ଖୁବ୍ କରତାଳି ପଡ଼ିଲା । ରାଜୀବବାବୁଙ୍କ ମନରେ କଥାଟା ଲାଗଲା। ହରିବୋଲ ପଟ୍ଟନାୟକ ଅଧାପାଠୁଆ ହୋଇ, ସରକାରୀ ତହବିଲ୍‌ରୁ ଚୋରିକରି, ଜେଲ୍‌ଯାଇ ଘରେ ରହିଥିଲେ ବି, ସେ ନିଜର ପରିଚୟ ଯେପରି ଦେଇଛନ୍ତି ତାହା ନିତାନ୍ତ ବ୍ୟଙ୍ଗାତ୍ମକ । ନୂଆ ଜମିଦାର ଗାଁ କନ୍ୟାଙ୍କୁ ବିବାହ ନ କରିବେ ବୋଲି, ସେମାନଙ୍କ – ‘‘ଦେଶୀକନ୍ୟାଗୁଡ଼ା ଅଶିକ୍ଷିତା, କୁସଂସ୍କାର ଅସଭ୍ୟତାରେ ବୁଡ଼ିଛନ୍ତି, ଲୁଗାଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧାଲଙ୍ଗଳା ହୋଇଥା’ନ୍ତି, ମୁହଁ ଢାଙ୍କି ମୂଷାପରି ଗାତରେ ଲୁଚିଥା’ନ୍ତି।’’

ଜମିଦାରଙ୍କ ବିବାହ ପରେ, ବରକନ୍ୟାଙ୍କୁ ବନ୍ଦାପନା କରିବାକୁ ଆସିଥିବା ବୋହୂ ଭୁଆସୁଣୀଙ୍କ ଶଙ୍ଖ ହୁଳହୁଳି ଶୁଣି ଜମିଦାର ଭାରି ରାଗିଯାଇ ‘କୁସଂସ୍କାର, କୁସଂସ୍କାର, ଅସଭ୍ୟତା’’ କହି ଭାରି ଗୋଟାଏ ପାଟିକଲେ । ସ୍ଵାମୀଙ୍କ ଦେଖାଦେଖ୍ କନ୍ୟା ମଧ୍ୟ ‘ଏହା ନିତାନ୍ତ ବଡ଼ କୁସଂସ୍କାର ଅଛି, ଏହା ଅସଭ୍ୟତା’’ କହି ଠୋ ଠୋ କରି ହସି ଉଠିଲେ । ଗାଁ ଭୁଆସୁଣୀଗୁଡ଼ାକ ଏସବୁ ଦେଖ୍ ଶୁଣି ଛାନିଆରେ ଡରରେ ଅଗଣାରେ କୁଲାଟା ତଳେ ଥୋଇଦେଇ ଯେ, ଯାହା ଘରକୁ ପଳାଇଗଲେ । ଶାଶୁ ବୋହୂଙ୍କର ପ୍ରଥମ ସାକ୍ଷାତରେ ମଧ୍ୟ ଗାଳ୍ପିକ ବ୍ୟଙ୍ଗାତ୍ମକ ପରିବେଶ ସୃଷ୍ଟି କରିଛନ୍ତି – ‘ବୋହୂର ଗୋଡ଼ରେ ଲେଡ଼ିଜୋତା ଏଡ଼ିର ଠକ୍‌ ଠକ୍ ଶବ୍ଦ ଶୁଣି, ଚମକି ପଡ଼ି ଠିଆ ହୋଇଗଲେ । ବୋହୂ ଟିକିଏ ହସି ହସି ‘ଓ ଆମ୍ଭର ପ୍ରିୟ ଶାଶୁ ! ନମସ୍କାର-ନମସ୍କାର । କେମନ୍ତ କରି ଆପଣ କର’ କହି ହାତ ବଢ଼ାଇ ଯେମନ୍ତ ଶାଶୁ ପାଖକୁ ଚାଲିଗଲେ, ବୁଢ଼ୀ ତ ‘ଛୁ-ନା-ଛୁ-ନା-ଛୁ-ନା’ ଆରେ କିଏ ଅଛିରେ, ମନ୍ଦିର ଅପ୍ରତିଷ୍ଠା ହେଲାରେ, ବାହାର କରି ଦିଅରେ, ବାହାର କରି ଦିଅରେ’ ବୋଲି ରଡ଼ି ଛାଡ଼ିଲେ । ଜମିଦାରବାବୁ ମିସେସ୍ ମହାପାତ୍ରଙ୍କ ହାତଧରି ଭିଡ଼ି ନେଲେ । ଭାରୀ ଖପାଟାଏ ହୋଇ କହିଲେ, ଅସଭ୍ୟତା, ମୂର୍ଖତା, ଭାରି କୁସଂସ୍କାର । ଓହୋ ! ଲେଡ଼ିକୁ ଇସଲ୍‌ ।’’ ଏହିପରି ବିଭିନ୍ନ ସ୍ଥାନରେ ବ୍ୟଙ୍ଗାତ୍ମକ ଉକ୍ତି ପ୍ରକାଶ ପାଇଛି ।

ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କଲେ ‘ସଭ୍ୟ ଜମିଦାର’ ଗଳ୍ପ ଏକ ବ୍ୟଙ୍ଗାତ୍ମକ ଗଳ୍ପ ।

Question ୯।
‘ସଭ୍ୟ ଜମିଦାର’ ଗଳ୍ପରୁ ଇଂରାଜୀ ଶିକ୍ଷାର କୁପ୍ରଭାବ ଉପରେ ଆଲୋକପାତ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟରେ ପ୍ରଥମ ପର୍ଯ୍ୟାୟର ମୁଖ୍ୟ ପୁରୋଧା ଭାବରେ ଯୁଗସ୍ରଷ୍ଟା ଗାଳ୍ପିକ ଭାବରେ କଥାକାର ଫକୀରମୋହନ ସେନାପତି ଚିରସ୍ମରଣୀୟ । ସମାଜ ସଂସ୍କାର ଓ ହାସ୍ୟରସିକ ଭାବରେ ଜଣେ ସଫଳ ସ୍ରଷ୍ଟାର ଆସନ ନେଇ ସେ ଅଗଣିତ ପାଠକଙ୍କ ହୃଦୟରେ ଅଧିଷ୍ଠାନ କରିଛନ୍ତି । ଆଲୋଚ୍ୟ ‘ସଭ୍ୟ ଜମିଦାର’ ଗଳ୍ପଟି ସଂସ୍କାରଧର୍ମୀ ଏବଂ ଏଥରେ ନବ୍ୟଶିକ୍ଷିତ, ଯେଉଁମାନେ ଇଂରାଜୀ ଦୁଇଅକ୍ଷର ପଢ଼ୁଥିଲେ, ସେମାନେ ନିଜକୁ ସମାଜରେ ବଡ଼ ମନେକରୁଥିଲେ ବୋଲି ଦେଖାଇ ଦିଆଯାଇଛି । କୁସଂସ୍କାର ବଦଳାଇବାକୁ ଯାଇ ସେମାନେ ଅପସଂସ୍କାର କରୁଥିଲେ । କଥାକ।ର ସେନ।ପତି ସଭ୍ୟ ଜମିଦାର ରାଜବେଲେ।ଚନଙ୍କ ମାଧ୍ୟମରେ ଏହ। ଦେଖ।ଇଛନ୍ତି।

ସରଳ ପିତା ଗୋପାଳ ମହାପାତ୍ର, ପୁତ୍ର ରାଜୀବଙ୍କୁ କେଲ୍‌କାଟ୍ ଏଣ୍ଡ ଏକାଡ଼େମୀ ସ୍କୁଲ୍‌ରେ ନାମ ଲେଖାଇଦେଲେ । ପାଠ ପଢ଼ା ଚାଲିଛି ତ ଚାଲିଛି । ମାସକୁ ଥରେ ସ୍କୁଲ ଦରମା ଓ ବହିକିଣା ବ୍ୟତୀତ ବାପ ପୁଅଙ୍କର ଭେଟ ନଥାଏ । ଯେତେବେଳେ ଦରମା ଓ ବହିକିଣାର ଦାମ୍ ବଢ଼ିଗଲା, ସେତେବେଳେ ବାପା ପଚାରିବାରୁ ରାଜୀବ କୌଣସି ପ୍ରକାରେ ଭୁଲାଇ ଦେଇଥିଲା । ଇଂରାଜୀ ଜାଣିନଥ‌ିବା ସରଳ ବାପାମାନଙ୍କୁ ପିଲାମାନେ କିପରି ଠକି ଦେଉଥିଲେ, ତାହାକୁ ସୁନ୍ଦର ଓ ବ୍ୟଙ୍ଗାତ୍ମକଭାବେ ଗାଳ୍ପିକ ପ୍ରକାଶ କରିଛନ୍ତି ।

ରାଜୀବଙ୍କର ଚାରି ପାଞ୍ଚବର୍ଷ ପାଠପଢ଼ା ଭିତରେ ଇଂରାଜୀ ପଢ଼ା କେତେ ଦୂର ଗଲା, ତାହା କାହାକୁ ଜଣାଗଲା ନାହିଁ । କାରଣ ସେ ପାଠ ପଢ଼ା ନାଁରେ ବହୁତ ସଭାସମିତିରେ ଉପସ୍ଥିତି, ଥାଏଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣ ବିଷୟରେ ପକ୍‌କା ହୋଇଯାଇଥିଲେ । ସ୍ଵଦେଶର ଉନ୍ନତି ନାମରେ ଦୁଇଟି ସମିତି ଗଠନ କରିଥିଲେ । ସେହିସବୁ ସମିତିରେ ସେମାନେ ଆଶାନୁରୂପ କାମ ନକରି କେବଳ ଦେଖାଇ ହେଉଥିଲେ । ଯାହାଫଳରେ ବକ୍ତୃତା ଦେଇ ସେମାନେ କେବଳ ଆତ୍ମସନ୍ତୋଷ ଲାଭ କରୁଥିଲେ ।

ଇଂରାଜୀ ଶିକ୍ଷିତ ବ୍ୟକ୍ତିମାନେ, ଆମର ପାରମ୍ପରିକତାକୁ ବିଶ୍ଵାସ କରୁନଥିଲେ । ରାଜୀବଙ୍କ ବାପା ମରିଗଲେ ବି ଡକାପାରି କାନ୍ଦିବା ଗୋଟିଏ କୁସଂସ୍କାର ବୋଲି ମନେକରୁଥିଲେ । ବରଂ ସେମାନେ ପିତାଙ୍କ ମୃତ୍ୟୁରେ ହାତରେ କଳାକନା ବାନ୍ଧି ତିନିଦିନ ଧରି ବକ୍ତୃତା ଦେଉଥିଲେ । ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବାକୁ ସେମାନେ ପସନ୍ଦ କରୁନଥିଲେ । ଆଧୁନିକତା ନାମରେ ସେମାନେ ଥିଲେ ସ୍ୱେଚ୍ଛାଚାରୀ । ଘରେ ମଦ୍ୟମାଂସ ଖାଇବା, ରୋଷେଇ ଘରେ, ଠାକୁର ମନ୍ଦିରରେ ଜୋତାପିନ୍ଧି ଚାଲିବା, ଗୋବରରେ ଚୁଲିଲିପିବାକୁ ବାରଣ କରିବା ସେମାନଙ୍କର ବିଧ୍ ଥିଲା । ରାଜୀବଲୋଚନ କଲିକତାରୁ ବିବାହ କରି ଘରକୁ ଫେରିବା ପରେ ବୋହୂକୁ ବନ୍ଦାପନା କରି ଘରକୁ ଆଣିବା ଗୋଟିଏ କୁସଂସ୍କାର ବୋଲି କହି ବିରୋଧ କରିଥିଲେ ।

କଥାକାର ସଭ୍ୟ ଜମିଦାରଙ୍କ ମାଧ୍ୟମରେ ଇଂରାଜୀ ଶିକ୍ଷାର କୁପ୍ରଭାବକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ।

Additional Multiple Choice Questions (Mcqs) With Answers

Question ୧ ।
ବଳରାମଙ୍କୁ ଉତ୍କଳର ସମସ୍ତ ବେପାରୀଙ୍କର କ’ଣ ବୋଲି କୁହାଯାଇଛି ?
(i) ମଉଡ଼ମଣି
(ii) ମୁଖପାତ୍ର
(iii) ଭାଗ୍ୟନିୟନ୍ତା
(iv) ଦଣ୍ଡିଦାର
Answer:
(iv) ଦଣ୍ଡିଦାର

Question ୨ ।
ଗୋପାଳ ଚନ୍ଦ୍ର ମହାପାତ୍ର ନିଜ ତିଆରି ମନ୍ଦିରରେ କେଉଁ ଯୁଗଳ ମୂର୍ତ୍ତି ପ୍ରତିଷ୍ଠା କରାଇଥିଲେ ?
(i) ଲକ୍ଷ୍ମୀନାରାୟଣ
(ii) ଲକ୍ଷ୍ମୀନୃସିଂହ
(iii) ରାଧାକୃଷ୍ଣ
(iv) ସୀତାରାମ
Answer:
(iii) ରାଧାକୃଷ୍ଣ

Question ୩ ।
ଉତ୍କଳରେ କଲିକତି ଧୂଆଁପତ୍ରର ନାମ କ’ଣ ?
(i) ଦେ।କ୍ତ।
(ii) ଚୂନପତ୍ର
(iii) କଡ଼ାପତ୍ର
(iv) ବାଲେଶ୍ଵରୀ
Answer:
(iv) ବାଲେଶ୍ଵରୀ

Question ୪ ।
କାହାକୁ ନ ଧରି ଲୋକେ ଧୂଆଁପତ୍ର କିଣିବାକୁ ଭରସନ୍ତି ନାହିଁ ?
(i) ବେପାରି
(ii) ଖାଉଟି
(iii) ଚିହ୍ନରା ଦଣ୍ଡିଦାର
(iv) ମହାଜନ
Answer:
(iii) ଚିହ୍ନରା ଦଣ୍ଡିଦାର

Question ୫ ।
କପାଳିଆ ଲୋକକୁ କ’ଣ ମିଳିଥାଏ ?
(i) ଆକବରୀ ମୋହର
(ii) ଗଦି
(iii) ଗାଡ଼ି
(iv) ସାଥୀ
Answer:
(i) ଆକବରୀ ମୋହର

Question ୬ ।
ମା’ ସାଆନ୍ତାଣୀ କେଉଁ କଥା ଶୁଣି ଚମକି ପଡ଼ି ଠିଆ ହୋଇଗଲେ ?
(i) ଫଡ୍ ଫଡ଼୍
(ii) ଧଡ଼ ଧଡ଼୍
(iii) ଠକ୍ ଠକ୍
(iv) ଧକ୍ ଧକ୍
Answer:
(iii) ଠକ୍ ଠକ୍

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୭ ।
ଗୋପାଳର ନାଁ ‘ବାବୁ ଗୋପାଳଚନ୍ଦ୍ର ମହାପାତ୍ର’ ବୋଲି କିଏ ଲେଖୁଥାଏ ?
(i) ମୋହରିର
(ii) ଗୁମାସ୍ତା
(iii) ମୁସ୍ତରୀ
(iv) ମ୍ୟାନେଜର
Answer:
(ii) ଗୁମାସ୍ତା

Question ୮ ।
ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟରେ କେଉଁ ଭାବରେ ପରିଚିତ ?
(i) କଥା ସମ୍ରାଟ
(ii) ବ୍ୟାସକବି
(iii) ସରସ୍ଵତୀ ଫକୀରମୋହନ
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୯ ।
ନିମ୍ନୋକ୍ତ କେଉଁଟି ଫକୀରମୋହନଙ୍କ ରଚନା ନୁହେଁ ?
(i) ଲଛମା
(ii) ସ୍ମୃତି ଓ ଅନୁଭୂତି
(iii) ଗଳ୍ପସ୍ଵଳ୍ପ
(iv) ଛ’ମାଣ ଆଠଗୁଣ୍ଠ
Answer:
(ii) ସ୍ମୃତି ଓ ଅନୁଭୂତି

Question ୧୦ ।
କିଏ ଫକୀରମୋହନଙ୍କୁ ‘ସରସ୍ଵତୀ’ ସମ୍ମାନରେ ଭୂଷିତ କରିଥିଲେ ?
(i) ଖୋର୍ଦ୍ଧାର ଗଜପତି
(ii) ବାମଣ୍ଡାର ରାଜସଭା
(iii) ଇଂରେଜ ସରକାର
(iv) ମୟୂରଭଞ୍ଜର ରାଜା
Answer:
(ii) ବାମଣ୍ଡାର ରାଜସଭା

Question ୧୧ ।
ବେପାରରେ ଲାଭ କେଉଁ ଜାଗାରେ ବୋଲି ଗୋପାଳ ମହାଜନ ଦଳଙ୍କୁ କହିଛନ୍ତି ?
(i) ବିକ୍ରିବେଳେ
(ii) କିଣାଜାଗାରେ
(iii) ସୁଧ ଲଗାଇବାରେ
(iv) ମାଲ୍ ଷ୍ଟକ୍ କରି ରଖୁବାରେ
Answer:
(ii) କିଣାଜାଗାରେ

Question ୧୨ ।
ଦଳେ, ତୁନିହୋଇ ଗଦିରେ କ’ଣ କରିଥାନ୍ତି ବୋଲି କୁହାଯାଇଛି ?
(i) ଲେଖାପଢ଼ା
(ii) ମାଳ ଗଡ଼ାଇବା
(iii) ହିସାବ ଦେଖି
(iv) ଠାକୁରପୂଜା
Answer:
(ii) ମାଳ ଗଡ଼ାଇବା

Question ୧୩ ।
ମହାପାତ୍ରଙ୍କଠାରୁ ଅବଧାନେ କେତେ ଟଙ୍କା ପୁରସ୍କାର ପାଇଥିଲେ ?
(i) ଦଶ
(ii) ପାଞ୍ଚ
(iii) କୋଡ଼ିଏ
(iv) ପନ୍ଦର
Answer:
(ii) ପାଞ୍ଚ

Question ୧୪ ।
ଗଦିର ସରକାର କେଉଁଠାରେ ରାଜୀବବାବୁଙ୍କ ନାମ ଲେଖାଇ ଦେଇ ଆସିଥିଲେ ?
(i) କୋଲକାଟା ଫରେନ୍ ଏକାଡ଼େମୀ
(ii) କୋଲକାଟା ପ୍ୟାରୀମୋହନ ଏକାଡ଼େମୀ
(iii) କୋଲକାଟା ଏଣ୍ଟ୍ରି ଏକାଡ଼େମୀ
(iv) କୌଣସିଟି ନୁହେଁ
Answer:
(iii) କୋଲକାଟା ଏଣ୍ଟ୍ରି ଏକାଡ଼େମୀ

Question ୧୫ ।
ବାବୁ ରାଜୀବଲୋଚନଙ୍କଦ୍ୱାରା କଲିକତାରେ ସ୍ଥାପିତ ଦୁଇଟି ସମିତିର ନାମ କ’ଣ ?
(i) କୁସଂସ୍କାର ବିମର୍ଦ୍ଦିନୀ ଓ ନାରୀ ସ୍ଵାଧୀନତା-ବିବର୍ଷିନୀ
(ii) ଜ୍ଞାନ ବର୍ଷିନୀ ଓ ଭାଷା ଗୌରବ ବର୍ଷିନୀ
(iii) ଅବଲା ଦୁଃଖହାରିଣୀ ଓ ସ୍ତ୍ରୀ-ସ୍ଵାଧୀନତା ବିବଦ୍ଧିନୀ
(iv) କୌଣସିଟି ନୁହେଁ
Answer:
(i) କୁସଂସ୍କାର ବିମର୍ଦ୍ଦିନୀ ଓ ନାରୀ ସ୍ଵାଧୀନତା-ବିବର୍ଷିନୀ

Question ୧୬ ।
ପିତାଙ୍କ ମୃତ୍ୟୁପରେ କେଉଁକଥା କୁସଂସ୍କାର ବୋଲି ରାଜୀବଲୋଚନ କହିଛନ୍ତି
(i) ଡକା ପକାଇ କାନ୍ଦିବା
(ii) ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବା
(iii) ଅତ୍ୟେଷ୍ଟିକ୍ରିୟା କରିବା
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୧୭ ।
ନୂଆ ଜମିଦାର ରାଜୀବଲୋଚନଙ୍କ ପାଞ୍ଜିଆ କିଏ ଥିଲେ ?
(i) ଗଙ୍ଗାଧର ମହାନ୍ତି
(ii) ରଙ୍ଗାଧର ମହାନ୍ତି
(iii) ବିଶ୍ଵମ୍ଭର ମହାନ୍ତି
(iv) ସରୋଜ ରଞ୍ଜନ ମହାନ୍ତି
Answer:
(ii) ରଙ୍ଗାଧର ମହାନ୍ତି

Question ୧୮ ।
ନୂଆ ଜମିଦାର ରାଜୀବଲୋଚନଙ୍କୁ ପାଇ କିଏ ଭାରି ଖୁସି ହେଲେ ?
(i) ପାଞ୍ଜିଆ
(ii) ଗୁମାସ୍ତା
(iii) ପ୍ରଜାପାଟକ
(iv) ସମସ୍ତେ
Answer:
(iv) ସମସ୍ତେ

Question ୧୯ ।
କେଉଁ ସଂସ୍ଥାରୁ ଯେପରି ବ୍ୟବସ୍ଥା ଆସିବ ସେପରି ବିଭାହେବ ବୋଲି କୁହାଯାଇଛି ?
(i) ବିବାହ ଘଟସୂତ୍ର ଅଫିସ୍
(ii) ମାର୍ଟିମୋନିଆଲ୍ ସଭା
(iii) ବିବାହ ବ୍ୟୟ ସଂକ୍ଷେପଣୀ ସଭା
(iv) କୌଣସିଟି ନୁହେଁ
Answer:
(iii) ବିବାହ ବ୍ୟୟ ସଂକ୍ଷେପଣୀ ସଭା

Question ୨୦ ।
ଗାଁରେ ଗଠିତ ଯୋଡ଼ିଏ ସଭାର ସଂପାଦକ କିଏ ହେଲେ ?
(i) ରଙ୍ଗାଧର
(ii) ବିଶ୍ଵମ୍ବର
(iii) ହରିବୋଲ
(iv) ଗଙ୍ଗାଧର
Answer:
(iii) ହରିବୋଲ

Question ୨୧ ।
ନୟନତାରାଙ୍କ ଅଳଙ୍କାରଗୁଡ଼ିକ କିପରି ଥୁଲା ?
(i) ଅସଲି
(ii) ନକଲି
(iii) ପିତ୍ତଳ ଗିଲ୍ଟିଟି
(iv) ଇମିଟେସନ୍
Answer:
(iii) ପିତ୍ତଳ ଗିଲ୍ଟିଟି

Question ୨୨ ।
ବବୁର୍ଜିଖାନାରେ ଗୋରୁଗୃହ ଢଳାଯିବାର ପ୍ରତିକାର ସ୍ବରୂପ ଚାରିବୋତଲ କ’ଣ ଢଳାଗଲା ?
(i) ଲେଭେଣ୍ଡର
(ii) ଫିନାଇଲ୍
(iii) ଅତର
(iv) ଡେଟଲ୍
Answer:
(ii) ଫିନାଇଲ୍

(କ) ଗାଳ୍ପିକ ପରିଚିତି :

ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟର ସ୍ରଷ୍ଟା । ଏହି ଗଦ୍ୟସାହିତ୍ୟ ପାଇଁ ସେ ବିଶେଷଭାବେ ପ୍ରଶଂସିତ ଓ ସମ୍ମାନିତ । ସେ ୧୮୪୩ ମସିହାରେ ବାଲେଶ୍ଵର ଜିଲ୍ଲାର ମଲ୍ଲିକାଶପୁରଠାରେ ଜନ୍ମଗ୍ରହଣ କରିଥିଲେ ଓ ୧୯୧୮ ମସିହାରେ ଅମରପଥର ଯାତ୍ରୀ ହୋଇଥିଲେ । ଓଡ଼ିଆ ଗଳ୍ପସାହିତ୍ୟର ସେ ଆଦିସ୍ରଷ୍ଟା । ‘ଲଛମନିଆ’’ ତାଙ୍କର ସର୍ବପ୍ରଥମ ଗଳ୍ପ । କେତେକ ସମାଲୋଚକ କହନ୍ତି ଫକୀରମୋହନଙ୍କ ‘ଲଛମନିଆ’ ଭାରତୀୟ ଗଳ୍ପ ସାହିତ୍ୟରେ ସର୍ବପ୍ରଥମ ଗଳ୍ପରୂପେ ସମ୍ମାନିତ ।

ଓଡ଼ିଆ ଭାଷାସାହିତ୍ୟର ଚରମ ବିପର୍ଯ୍ୟୟ ସମୟରେ ସେନାପତି ସାଜି ଭାଷା ଓ ସାହିତ୍ୟର ସୁରକ୍ଷା କରିବା ଦିଗରେ, ଫକୀରମୋହନଙ୍କ ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ ଥିଲା । ଜନ୍ମରୁ ଫକୀରମୋହନ ଥିଲେ ଖୁବ୍ ରୋଗାକ୍ରାନ୍ତ । ବାଲ୍ୟକାଳରୁ ସେ ତାଙ୍କ ପିତା ଓ ମାତାଙ୍କୁ ହରାଇଥିଲେ ଏବଂ ଜେଜେମାଆଙ୍କ ସ୍ନେହରେ ଲାଳିତପାଳିତ ହୋଇଥିଲେ । ବହୁବାର ରୋଗଗ୍ରସ୍ତ ହୋଇଥିବା ହେତୁ ତାଙ୍କର ଜେଜେମାଆ ପିଲାଦିନରୁ ତାଙ୍କୁ ଫକୀର କରିଦେଇଥିଲେ । ସେ ମୁସଲମାନ ଫକୀରଙ୍କ ଭଳି ଭିକ୍ଷା ମାଗୁଥିଲେ ଓ ସେହିଭଳି ପୋଷାକ ପିନ୍ଧୁଥିଲେ । ସେହିଦିନଠାରୁ ସେ ଫକୀରମୋହନ ନାମରେ ପରିଚିତ ହୋଇଥିଲେ । ବାଲ୍ୟକାଳରୁ ରୋଗ, ଦୁଃଖ, ଯନ୍ତ୍ରଣା, ଅଭାବ ଓ ଯାବତୀୟ ପ୍ରତିକୂଳ ପରିସ୍ଥିତି ସହିତ ତାଙ୍କୁ ଦୃଢ଼ତାର ସହିତ ସଂଗ୍ରାମ କରିବାକୁ ହୋଇଥିଲା । ତାଙ୍କର ପ୍ରାଥମିକ ଶିକ୍ଷାଲାଭ କ୍ଷେତ୍ରରେ ମଧ୍ୟ ତାଙ୍କୁ ଘୋର ପ୍ରତିକୂଳାବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତଥାପି ବ୍ୟକ୍ତିଗତ ଉଦ୍ୟମରେ ଫକୀରମୋହନ କିଛି ବିଦ୍ୟା ଅଧ୍ୟୟନ କରିଥିଲେ । ପିଲାବେଳଠୁ ମଧ୍ୟ ତାଙ୍କୁ କେତେକ କାରଣରୁ କିଛି କର୍ମସଂସ୍ଥାନ ଗ୍ରହଣ କରିବାକୁ ପଡ଼ିଥିଲା । ଏଥିପାଇଁ ଜୀବନର ପ୍ରଥମ ପର୍ଯ୍ୟାୟରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାକିରି ଆରମ୍ଭ କରିଥିଲେ ପ୍ରଥମେ ବାଲେଶ୍ଵରରେ ଅଝାଲ ସିଲାଇଠାରୁ ଆରମ୍ଭକରି ଶିକ୍ଷକତା ଓ ଶିକ୍ଷକତାରୁ ତାଙ୍କର ବ୍ୟକ୍ତିଗତ ଉଦ୍ୟମ ହେତୁ ସେ ଓଡ଼ିଶାର ବିଭିନ୍ନ ଗଡ଼ଜାତର ଦେବାନ୍ ହୋଇପାରିଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନ ପରିଭ୍ରମଣ ହେତୁ ଜନଜୀବନ ସହିତ ତାଙ୍କର ବ୍ୟାପକ ପରିଚୟ ଘଟିଥିଲା । ଏହାଫଳରେ ସେ ଲୋକଚରିତ୍ର ଅନୁଧ୍ୟାନ କରିବାର ବିପୁଳ ପରିସର ଓ ସୁଯୋଗ ପାଇଥିଲେ । ପ୍ରକାରାନ୍ତରେ ଏହା ତାଙ୍କୁ ବାସ୍ତବଧର୍ମୀ ଓ ଯୁଗଜୟୀ ସାହିତ୍ୟ ସୃଷ୍ଟି କରିବାରେ ସହାୟତା କରିଥିଲା ।

୧୮୬୮-୬୯ ମସିହାରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଦେଖାଦେଇଥିଲା ବିବଦମାନ ପରିସ୍ଥିତି । ଇଂରେଜମାନେ କେବଳ ଓଡ଼ିଶାକୁ ବାହ୍ୟଶତ୍ରୁ ଭାବରେ ଆସିନଥିଲେ, ତାହା ସହିତ ଆସିଥିଲେ ତେଲେଙ୍ଗା ଓ ବଙ୍ଗାଳୀମାନେ । ଏମାନେ ଏ ଦେଶକୁ ଦେଶୀୟ ଶତ୍ରୁଭାବରେ ଶାସନ କରି ଚାଲିଥିଲେ । ବଙ୍ଗାଳୀମାନେ ନିଜ ନିଜର ସୁବିଧା ଦୃଷ୍ଟିରୁ ଓଡ଼ିଶା ପ୍ରଦେଶରୁ ଓଡ଼ିଆ ଭାଷାକୁ ଉଚ୍ଛେଦ କରିବାକୁ ଚିତ୍କାର କରୁଥିଲେ, ‘ଓଡ଼ିଆ ଏକଟା ସ୍ବତନ୍ତ୍ର ଭାଷା ନୟ ।’’ ଏହି ଭାଷା ବିଲୋପ ଆନ୍ଦୋଳନ କାଳରେ ବିପ୍ଳବୀ ଯୋଗଜନ୍ମା ଫକୀରମୋହନ ପ୍ରକୃତ ସେନାପତି ଭୂମିକା ଗ୍ରହଣ କରିଥିଲେ । ଓଡ଼ିଆ ଭାଷାର ପ୍ରାଣପ୍ରତିଷ୍ଠା ପାଇଁ ସେ ସାଜିଥିଲେ ସେନାପତି । ତାଙ୍କର ଅକ୍ଳାନ୍ତ ଶ୍ରମ ଓ ସାଧନା ହେତୁ ଓଡ଼ିଆ ଭାଷା ମୃତ୍ୟୁମୁଖରୁ ବଞ୍ଚିବା ସହିତ ନୂତନ ଜୀବନ ଲାଭ କରିଥିଲା । ୧୮୭୦ ମସିହାରେ ସେ ବାଲେଶ୍ଵରରୁ ‘ବାଲେଶ୍ଵର ସମ୍ବାଦବାହିକା’ ନାମକ ଏକ ପତ୍ରିକା ପ୍ରକାଶ କରିଥିଲେ । ଏହା ମାଧ୍ୟମରେ ସେ ଭାଷା ବିଲୋପ ଆନ୍ଦୋଳନ ବିରୁଦ୍ଧରେ ଦୃଢ଼ ସଂଗ୍ରାମ ଆରମ୍ଭ କରିଥିଲେ ।

ଶିକ୍ଷକତା କରୁଥିବା ସମୟରେ ସେ ଉତ୍କଳ ସାହିତ୍ୟର ବିକାଶ ଲାଗି ଧ୍ୟାନ ଦେଇଥିଲେ । ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଲିଖିତ ବଙ୍ଗଳାଗ୍ରନ୍ଥ ‘ଜୀବନ ଚରିତ’କୁ ସେ ଓଡ଼ିଆରେ ଅନୁବାଦ କରିଥିଲେ । ଏହା ହେଲା ତାଙ୍କର ପ୍ରଥମ ପୀଠ୍ୟପୁସ୍ତକ । ପରେ ପରେ ଓଡ଼ିଆ ପାଠ୍ୟପୁସ୍ତକର ଅଭାବ ଦୂର କରିବାରେ ସେ ଲାଗିପଡ଼ିଲେ । ସେ ଓଡ଼ିଆ ବ୍ୟାକରଣ ଓ ଅଙ୍କମାଳା ରଚନା କରି ଛପାଇଲେ । ୧୮୬୮ ମସିହାରେ ବାଲେଶ୍ଵରଠାରେ ସେ ପ୍ରଥମ ଛାପାଖାନା ବସାଇଲେ ଓ ‘ବୋଧଦାୟିନୀ’ ନାମକ ପତ୍ରିକା ପ୍ରକାଶ କରିଥିଲେ । ଏହାପରେ ସେ ‘ଭାରତବର୍ଷର ଇତିହାସ’ ମଧ୍ୟ ପ୍ରଣୟନ କରିଥିଲେ । ପରେ ସେ ‘ପୁଷ୍ପମାଳା’ ଓ ‘ଉପହାର’ ନାମକ କବିତାଗ୍ରନ୍ଥ ରଚନା କରିଥିଲେ । ପୁନଶ୍ଚ ସେ ରଚନା କରିଥିଲେ ‘ଉତ୍କଳ ଭ୍ରମଣଂ’ । ସେ କଟକରେ ଅବସ୍ଥାନ କରୁଥିବା ସମୟରେ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ‘ଧୂର୍ଜଟୀ’ ଛଦ୍ମ ନାମରେ ଗଳ୍ପ ଓ ଉପନ୍ୟାସ ପ୍ରକାଶ କରିବାକୁ ଲାଗିଲେ । ୧୮୯୭ ମସିହାରେ ସେ ରଚନା କଲେ ଓଡ଼ିଆ ସାହିତ୍ୟର କ୍ରାନ୍ତିକାରୀ ସାମାଜିକ ଉପନ୍ୟାସ ‘ଛ ମାଣ ଆଠଗୁଣ୍ଠ’ । ଊନବିଂଶ ଶତକର ପ୍ରଥମ ଚାରିଦଶକର ସାମାଜିକ ଜୀବନଚିତ୍ର ଏଥରେ ପ୍ରକାଶ ପାଇପାରିଛି । ୧୮୯୮ ମସିହାରେ ସେ ରଚନା କରିଥିଲେ ‘ରେବତୀ’ ନାମକ କ୍ଷୁଦ୍ରଗଳ୍ପ । ୧୯୦୩ ମସିହାରେ ସେ ରଚନା କଲେ ଐତିହାସିକ ଉପନ୍ୟାସ ‘ଲଛମା’ ।

୧୯୦୫ ମସିହାଠାରୁ ସେ ୧୯୧୮ ମସିହା ପର୍ଯ୍ୟନ୍ତ ଶାନ୍ତକାନନରେ ବସି ସାହିତ୍ୟ ସାଧନା କରିଥିଲେ । ଏହି ସମୟରେ ‘ମାମୁ’ (୧୯୧୩), ‘ପ୍ରାୟଶ୍ଚିତ୍ତ’ (୧୯୧୫), ‘ବୌଦ୍ଧାବତାର’ କାବ୍ୟ (୧୯୧୨), ‘ଧୂଳି’ (୧୯୦୯) ଓ ‘ଅବସର ବାସରେ’ ଇତ୍ୟାଦି ଗ୍ରନ୍ଥ ରଚନା କରିଥିଲେ । ଏହାବ୍ୟତୀତ ସେ ସମୟର ସାମାଜିକ ଜୀବନକୁ ନେଇ ଅନେକ ଗଳ୍ପ ରଚନା କରି ଓଡ଼ିଆ ଗଳ୍ପସାହିତ୍ୟର ନୂତନ ଭିଭିଭୂମି ପ୍ରସ୍ତୁତ କଲେ ।

ଜୀବନର ଶେଷପର୍ଯ୍ୟାୟ ପର୍ଯ୍ୟନ୍ତ ସାହିତ୍ୟ ସାଧନାକରି ଫକୀରମୋହନ ଓଡ଼ିଆ ଜାତି ଓ ସାହିତ୍ୟକୁ ବହୁଭାବରେ ସ୍ଵାଭିମାନୀ କରି ଗଢ଼ି ତୋଳିଛନ୍ତି । ୧୯୧୮ ମସିହାରେ ଏହି ଅମ୍ଳାନ ପ୍ରତିଭାର ତିରୋଧାନ ଘଟିଥିଲେ ବି, ତାଙ୍କର ସାରସ୍ଵତ ସାଧନା ତାଙ୍କୁ ଅମର କରି ରଖିବ । ତାଙ୍କ ସାହିତ୍ୟ ସାଧନାର ଅନ୍ତଃସ୍ବର ହେଉଛି ସମାଜ ସଂସ୍କାର ଓ ସମାଜ ଜୀବନରେ ସାମାଜିକ ଓ ନୈତିକ ମୂଲ୍ୟବୋଧର ପ୍ରତିଷ୍ଠା କରିବା ।

(ଖ) ଗଳ୍ପର ପୃଷ୍ଠଭୂମି :

ଫକୀରମୋହନ ସେନାପତି ଉନବିଂଶ ଶତାଦ୍ଦୀର ନୂତନ ସୃଷ୍ଠ ଜମିଦାର ଓ ମହାଜନମାନଙ୍କର ଶୋଷଣ ପ୍ରକୃତିକୁ ବିଭିନ୍ନ ଗଳ୍ପରେ ଦେଖାଇଛନ୍ତି । ପୁନଶ୍ଚ ସେହି ସମୟରେ ଲର୍ଡ଼ ମାକେଲଙ୍କର ଶିକ୍ଷାନୀତି (୧୮୩୫) ଫଳରେ ସମଗ୍ର ଭାରତବର୍ଷରେ ଇଂରାଜୀ ଶିକ୍ଷାପ୍ରତି ମୋହ ସୃଷ୍ଟି ହୋଇଛି । ଓଡ଼ିଶାରେ ଏହି ଶତାବ୍ଦୀର ଶେଷଭାଗରେ ଇଂରାଜୀ ଶିକ୍ଷା ଓ ସଭ୍ୟତାର ସମ୍ପ୍ରସାରଣ ଘଟିଛି । ଇଂରାଜୀ ଶିକ୍ଷାରେ ଶିକ୍ଷିତ ବ୍ୟକ୍ତିମାନେ ନିଜର ପରମ୍ପରା ଓ ସଂସ୍କୃତିକୁ ଭୁଲିବାକୁ ଚେଷ୍ଟା କରିଛନ୍ତି । ଆଲୋଚ୍ୟ ଗଳ୍ପରେ ଗାଳ୍ପିକ ନୂଆକରି ଗଢ଼ି ଉଠୁଥିବା ତଥାକଥିତ ଭ୍ରାନ୍ତ ମୋହଗ୍ରସ୍ତ ଇଂରାଜୀ ପଢୁଆ ସଭ୍ୟ ସମାଜକୁ ତୀବ୍ରଭାବରେ ସମାଲୋଚନା କରିଛନ୍ତି । ଗଳ୍ପର ମୁଖ୍ୟ ଚରିତ୍ର ରାଜୀବଲୋଚନ ମାଧ୍ୟମରେ ଲେଖକ ଇଂରାଜୀ ଶିକ୍ଷା ଓ ସଭ୍ୟତାର ଅପରିଣାମଦର୍ଶିତାକୁ ବିଦ୍ରୁପ କରିଛନ୍ତି । ବାବୁ ଗୋପାଳଚନ୍ଦ୍ର ମହାପାତ୍ର ନିଜେ ପାଠଶାଠ ନ ପଢ଼ିଥିଲେ ମଧ୍ୟ ଏକମାତ୍ର ପୁତ୍ର ରାଜୀବଲୋଚନକୁ ଇଂରାଜୀ ପଢ଼ାଇଛନ୍ତି । ପୁତ୍ରକୁ ଉପଦେଶ ଦେଇ କହିଛନ୍ତି, ‘‘ତୁ ବେଶି ପାଶ୍ କରି ପକା, ଯେତେ ଟଙ୍କା ଲାଗିବ ଲାଗୁ ।’’ ବିଭାଘର କଲିକତାରେ ସ୍ଥିର ହୋଇଛି । ବରଯାତ୍ରୀ ଓ ରୋଷଣି ପ୍ରସଙ୍ଗ ତାଙ୍କୁ କହିବାରୁ ସେ ଉତ୍ତର ଦେଇଛନ୍ତି – ‘‘ଅସଭ୍ୟତା, କୁସଂସ୍କାର । ତୁମେ ତ ଇଂରାଜୀ ଜାଣନା, ଦେଖି ବି ନାହଁ, ସଭ୍ୟ ବିବାହ କଥା କିପରି ଜାଣିବ ।’’ ଇଂରାଜୀ ଶିକ୍ଷା ଓ ସଭ୍ୟତାର ଭ୍ରାନ୍ତମୋହ ଏ ଦେଶର ଶିକ୍ଷିତ ଯୁବ ସମ୍ପ୍ରଦାୟକୁ କିପରି ବିପଥଗାମୀ କରିଥିଲା, ତା’ର ଦୃଷ୍ଟାନ୍ତ ‘ସଭ୍ୟ ଜମିଦାର’ ଗଳ୍ପରେ ଦେଖିବାକୁ ମିଳେ ।

(ଗ) ଗଳ୍ପର ସାରକଥା :

କଲିକତା ବଡ଼ବଜାରର ଗଦିଆ ମହାଜନ ବାବୁ ବଳରାମ ବଳ । ସେ ଥିଲେ ଉତ୍କଳର ସମସ୍ତ ବେପାରୀଙ୍କ ଦଣ୍ଡିଦାର । ଉତ୍କଳର ସମସ୍ତ ଧୂଆଁପତ୍ର ବ୍ୟବସାୟ ଅର୍ଥାତ୍ ମାଲ୍ ଆମଦାନି ଓ ରପ୍ତାନି ତାଙ୍କ ହାତଦେଇ ହେଉଥିଲା । ମାଲସବୁ କଲିକତାରୁ ଜାହାଜଯୋଗେ ବାଲେଶ୍ବର ଯାଉଥିଲା ଏବଂ ବାଲେଶ୍ଵରରୁ ଶଗଡ଼ରେ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା । ବଳରାମ ବାବୁଙ୍କର ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ଚାଲୁଥିଲା । ଯେହେତୁ ବଳରାମ ବାବୁ ଚିହ୍ନରା ଦଣ୍ଡିଦାର ଥିଲେ, ସେଥ‌ିପାଇଁ ତାଙ୍କୁ ନଧରି କେହି ଧୂଆଁପତ୍ର କିଣୁନଥିଲେ ।

ମହାଜନଙ୍କର ଘର ଥିଲା ଯାଜପୁର । ସେ ଥରେ ଗାଁକୁ ଯାଇଥିଲେ । ଗାଁରୁ ଫେରିବାବେଳେ ସାଙ୍ଗରେ ଆଣିଥିଲେ ଦଶ ବାର ବର୍ଷର ଛେଉଣ୍ଡ ପିଲାକୁ । ପିଲାଟିର ନାଁ ଗୋପାଳ । ଗୋପାଳ ଗଦିରେ ରହି ସବୁକାମ ଦେଖିଲେ ବି ତା’ ଉପରେ କେହି ଗୁରୁତ୍ଵ ଦେଉନଥିଲେ । ମାତ୍ର ଏକ ବିଶେଷ ଘଟଣାରେ ମହାଜନଙ୍କର ଗୋପାଳ ଏକାନ୍ତ ପ୍ରିୟ ହୋଇ ଯାଇଥିଲା ।

ଥରେ ମହାଜନ ସଉଦାଗର ପାଖରୁ ପାଞ୍ଚଟା ଆକବରୀ ମୋହର କିଣିଥିଲେ ସେହ ମୋହର କିଣିଲାପରେ ବାବୁଙ୍କ ମନ ଭାରି ଖୁସି । କାରଣ ସେଭଳି ମୋହରକୁ ବାକ୍‌ସରେ ରଖି ପୂଜାକଲେ ଲକ୍ଷ୍ମୀଙ୍କର ଶୁଭଦୃଷ୍ଟି ପଡ଼ିବ । ରାତି ଛ’ଘଡ଼ି ପର୍ଯ୍ୟନ୍ତ ପାରିଲେ ନାହିଁ । ପରଦିନ ସକାଳେ ନିତ୍ୟକର୍ମ ସାରି, ଗଦି ଉପରେ ବସି ବାବୁ ହୁକା ଟାଣୁଥିଲେ । ସେତେବେଳକୁ ବେଳ ଖୋଜାଖୋଜି କଥା ଶୁଣି, ଗୋପାଳ ମୋହର ପାଇଥିବା କଥା କହିଲା । ବାବୁଙ୍କ ପଲଙ୍କ ତକିଆ ତଳେ ମୋହର ଥୋଇଥିବା ଜପାମାଳି । ବାବୁଙ୍କର ଖାଇବା ପିଇବାଠାରୁ ଆରମ୍ଭକରି ଶେଯପରା ପର୍ଯ୍ୟନ୍ତ ସବୁକାମ କଲା ଗୋପାଳ । ସେହିପରି ଆଉଥରେ ରୋଷେଇଆ ବ୍ରାହ୍ମଣ ବାବୁଙ୍କ ଘରୁ ଚୋରିକରି ପଳାଇଗଲା । ବାବୁଙ୍କର ଭାରି ନିଷ୍ଠା । ବଙ୍ଗାଳୀ ବ୍ରାହ୍ମଣ ହାତରୁ ସେ ଖାଇବେ ନାହିଁ । ଓଡ଼ିଆ ବ୍ରାହ୍ମଣ ଏତେ ଶୀଘ୍ର ମିଳିବେ କେଉଁଠୁ ! ସେହି ସମୟରେ ବାବୁଙ୍କଠାରୁ ଅନୁମତି ନେଇ ଗୋପାଳ ରୋଷେଇ କଲା । ଅଳ୍ପ ସମୟରେ ପାଞ୍ଚତିଅଣ କରି ଠା ସଜାଡ଼ି ଦେଲା । ଗୋପାଳର ହାତତିଆରି ରନ୍ଧା ଖାଇ ବାବୁ ଖୁସିହେଲେ । କେବଳ ରୋଷେଇ ନୁହେଁ, ବଜାର ସଉଦାଠାରୁ ଆରମ୍ଭକରି ସବୁକାମ ଗୋପାଳ କଲା । ବାବୁ ଦେଖିଲେ ହୋଇଥିଲା ।

ଥରେ ବଳବାବୁ ଗାଁକୁ ଯାଇ ଗୋପାଳକୁ ଭଲ କନ୍ୟାଟିଏ ଦେଖି ବିଭା କରାଇଲେ । ଏଣେ ଗୋପାଳ ବାବୁ କେବଳ ରୋଷେଇଆ ହୋଇ ରହିଲା ନାହିଁ । ବ୍ୟବସାୟ କାମରେ ମଧ୍ୟ ମହାଜନଙ୍କୁ ସାହାଯ୍ୟ କଲା । ମହାଜନ ଦେଖିଲେ ଗୋପାଳ ହେବାରୁ ଧାଁ ଦଉଡ଼କୁ ପାରନ୍ତି ନାହିଁ, ସେହିସବୁ କାମ ଗୋପାଳକୁ କରିବାକୁ ପଡ଼ିଲା । କ୍ରମଶଃ ଗୋପାଳ ଆଉ ଗଦିରେ ଗୋପାଳ ହୋଇ ରହିଲା ନାହିଁ, ସେ ହୋଇଗଲା ସାନବାବୁ । ଗୋପାଳ ବ୍ୟବସାୟର ଉନ୍ନତି ପାଇଁ ସିଧାସିଧ୍ ମାଲ୍ ଚାଷୀଙ୍କଠାରୁ କିଣିଲା । ଫଳରେ ଆଗ ଅପେକ୍ଷା ଦୁଇଗୁଣ ଲାଭ ହେଲା । ମହାଜନ ଗୋପାଳକୁ ଆଉ ଚାକର କରି ରଖିଲେ ନାହିଁ, ସେ ଇଚ୍ଛା ଗୋପାଳ ବଡ଼ଲୋକ ହେଉ, ମାତ୍ର ଗୋପାଳର ମନ ବଡ଼ ଲୋକରେ ନୁହେଁ, ମନ କାମରେ । ସେ ସବୁବେଳେ ଦିନରାତି କାମରେ ଲାଗିଥାଏ । ଏଣିକି ଗୋପାଳ ହାତରେ ବ୍ୟବସାୟର ସବୁ ଦାୟିତ୍ଵ । ବାବୁ କେବଳ ଗଦିରେ ବସି ମାଳା ଗଡ଼ାଉଥା’ନ୍ତି ।

ବାବୁ ଗୋପାଳଚନ୍ଦ୍ର ମହାପାତ୍ରଙ୍କର ଗୋଟିଏ ବୋଲି ପୁଅ ରାଜୀବଲୋଚନ । ରାଜୀବଲୋଚନଙ୍କୁ ଚଉଦ ଚାଲିବାରୁ ସେ ଗାଆଁରେ ଦୁଷ୍ଟପିଲାଙ୍କ ସହିତ ମିଶି ଦୁଷ୍ଟାମି କଲା । ମା’ କଥା ମାନିଲା ନାହିଁ । ତେଣୁ ଗୋପାଳବାବୁ ପୁଅକୁ ପାଖକୁ ନେଇଆସିଲେ । ପୁଅକୁ ଆଣି ‘କେଲ୍‌କାଟାଣ୍ଟ୍‌ ଏଣ୍ଡ୍ ଏକାଡେମୀ’ ସ୍କୁଲରେ ନାମ ଲେଖାଇଦେଲେ । ବାବୁ ଗୋପାଳଙ୍କର ଇଚ୍ଛା ପୁଅ ଇଂରାଜୀ ପଢ଼ିଲେ, ତାଙ୍କୁ ବ୍ୟବସାୟରେ ସାହାଯ୍ୟ କରିବ, ଆଉ ଦୋଭାଷୀର ସାହାଯ୍ୟ ନେବାକୁ ପଡ଼ିବ ନାହିଁ । ଇଂରାଜୀ ସ୍କୁଲରେ ପୁଅର ସିନା ଗୋପାଳ ନାମ ଲେଖାଇ ଦେଲେ, ପଇସା ଖର୍ଚ୍ଚ କଲେ, ବହି କିଣିଦେଲେ, ହେଲେ ପୁଅ କ’ଣ ପଢୁଛି ସେ କଥା ବୁଝିବାକୁ ସମୟ ପାଇଲେ ନାହିଁ । ଫଳରେ ପାଞ୍ଚବର୍ଷ ପାଠପଢ଼ା ଭିତରେ ରାଜୀବ, ପାଠ କମ୍ ବରଂ ବିଭିନ୍ନ ସଭାସମିତିରେ ଯୋଗଦେଲେ । ମଙ୍ଗଳବାର ଦିନ ‘କୁସଂସ୍କାର-ବିମର୍ଦ୍ଦିନୀ’ ଓ ଶନିବାରଦିନ ‘ନାରୀ ସ୍ଵାଧୀନତା -ବିବଦ୍ଧନୀ’ ସଭାର ଅଧ୍ଵଂଶନ କରାଇଲେ ।

ନିଜେ ରାଜୀବଲୋଚନ ହେଲେ ଦୁଇ ସଭାର ସମ୍ପାଦକ । ନ କାନ୍ଦି ଏକ ଶୋକସଭାର ଆୟୋଜନ କରି ବକ୍ତୃତା ଦେଲେ । ବ୍ରାହ୍ମଣ ଡାକି ଶ୍ରାଦ୍ଧ ନ କରାଇ ଦରିଦ୍ରଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାରେ ଚାନ୍ଦା ଦେବାପାଇଁ ଇଚ୍ଛାକଲେ । ମାତ୍ର ମହାଜନଙ୍କ ପାଇଁ ଏସବୁ ହୋଇପାରିଲା ନାହିଁ । ମହାଜନ ଗୋପାଳର ପୁଅ ହିସାବରେ ଧରାଧରି କରି ରାଜୀବକୁ ବ୍ୟବସାୟରେ ପୂରାଇବାକୁ ଚେଷ୍ଟାକଲେ । ମାତ୍ର ରାଜୀବ ସଭାସମିତି ଛାଡ଼ିପାରିଲା ନାହିଁ । ଜମିଦାର ପୁଅ ହିସାବରେ ସେ ଅନ୍ୟ ପାଖରେ ଚାକିରି କରିବାପାଇଁ ଇଚ୍ଛା କଲେ ନାହିଁ । ମହାଜନ କୌଣସି ପ୍ରକାରେ ରାଜୀବଙ୍କୁ ଗାଁକୁ ପଠାଇଦେଲେ । ନୂଆ ଜମିଦାର ଆସୁଛନ୍ତି ବୋଲି ପାଞ୍ଜିଆ ଗୁମାସ୍ତାଠାରୁ ପ୍ରଜାପାଟକ ପର୍ଯ୍ୟନ୍ତ ସମସ୍ତେ ଖୁସିହେଲେ । ହେଲେ ଜମିଦାର କେତେବେଳେ ହେଲେ ଜମିଦାରୀର ହାନିଲାଭ ନବୁଝି, କେତେକ ପୁରୁଣା ପାଞ୍ଜିଆ, ସଭାସମିତି ପାଇଁ ଅର୍ଥ ଦେଇ ଦେଇ ଥକି ପଡ଼ିଲେ । ସାଆନ୍ତାଣୀଙ୍କ ପାଖରେ ଫେରାଦ ହେଲେ । ସାଆନ୍ତାଣୀ କହିଲେ ଚାଲିଯିବାକୁ । ମାତ୍ର ଜମିଦାରଙ୍କ କଥାରେ ପୁରୁଣା ପାଞ୍ଜିଆ କାମରୁ ବାହାରିଗଲେ । ଏଣିକି ସବୁ ଦାୟିତ୍ଵ ଦିଆଗଲା ହରିବୋଲ ବାବୁଙ୍କୁ । ମୁଲକର ଯେତେ ଚୋର ସମସ୍ତେ ରୁଣ୍ଡ ହୋଇ କେବଳ ଜମିଦାରଙ୍କୁ ଲୁଟିବାକୁ ଲାଗିଲେ । ଜମିଦାର ଘରେ ଚାଲିଲା ମଦ ମାଂସର କାରବାର । ଏସବୁ ଦେଖି ସାଆନ୍ତାଣୀ ଗୋପାଳବାବୁ କରିଥିବା ରାଧାକୃଷ୍ଣ ମନ୍ଦିରକୁ ଚାଲିଗଲେ ଓ ସେହିଠାରେ ଭାଗବତ ପଢ଼ା ସାଙ୍ଗକୁ ମାଳିଗଡ଼ାରେ ଦିନ ନେଲେ ।

ରାଜୀବବାବୁ ଯେକି ସଭ୍ୟ ଜମିଦାର, ଇଂରାଜୀ ଶିକ୍ଷାରେ ଶିକ୍ଷିତ ତାଙ୍କର ବିବାହ କାର୍ଯ୍ୟ ହେବାର ଯୋଜନା ହେଲା । କୁସଂସ୍କାର, ଅସଭ୍ୟତାରେ ବୁଡ଼ିଛନ୍ତି । ଲୁଗା ଖଣ୍ଡେ ପିନ୍ଧନ୍ତି ନାହିଁ, ଅଧାଲଙ୍ଗଳା ହୋଇଥା’ନ୍ତି, ମୁହଁ ଢାଙ୍କି ମୂଷା ପରି ଗାତରେ ଲୁଚିଥା’ନ୍ତି । ତେଣୁ ସେ କଲିକତା ଯାଇ ଶିକ୍ଷିତା ଝିଅକୁ ବିବାହ କରିବେ ବୋଲି ଚାହିଁଲେ । ସଭାର ସଭ୍ୟମାନଙ୍କୁ ସାଙ୍ଗରେ ନେଇ ସେ କଲିକତା ବାହାରିଗଲେ ବିବାହ କରିବାପାଇଁ । ସେଠାରେ ବେହିସାବୀ ଖର୍ଚ୍ଚକରି ଟଙ୍କା ସୁଧକୁ ଆଣି, ଏକ ଅଜ୍ଞାତକୁଳଶୀଳା କନ୍ୟାକୁ ବିବାହ ହେଲେ । କନ୍ୟାଟି ଥୁଲା ଆସାମ ଚା’ ବଗିଚାର ଖାନସମାର ଝିଅ । ଝିଅର ନାଁ ନୟନତାରା – ଦୁଃଖପାସୋରା ।

କରଜ ଦଶହଜାର ଟଙ୍କା ଆଣି କାହିଁରେ କେତେ ଖର୍ଚ୍ଚ ହେଲା, ସେସବୁ ଜାଣିବାପାଇଁ ଜମିଦାରଙ୍କର ବେଳ ମିଳିଲା ନାହିଁ; କାରଣ କୌଣସି ସମୟରେ ହାତରୁ ମଦଗ୍ଲାସ ଛାଡ଼ ଯାଉନଥିଲା । ଯାହାହେଉ ବହୁ ଖର୍ଚ୍ଚକରି ଜମିଦାର ଓ ଜମିଦାରାଣୀ ଦେଶସ୍ଥ ସଭ୍ୟମାନଙ୍କୁ ସାଙ୍ଗରେ ନେଇ ବାହୁଡ଼ିଲେ ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

ନୂଆ ବରକନ୍ୟା ଆସୁଥୁବାରୁ, ଉଆସର ପୋଇଲୀ ଓ ଭଲ ଭଲ ଘରର ବୋହୂମାନେ ଗୋଟିଏ ନୂଆକୁଲାରେ ବନ୍ଦାପନା ସାମଗ୍ରୀ ଧରି ବନ୍ଦାଇବାକୁ ଆସି ପହଞ୍ଚିଗଲେ । ମାତ୍ର ଜମିଦାର ଏହାକୁ କୁସଂସ୍କାର ଓ ଅସଭ୍ୟତା ବୋଲି କହିଲେ । ବରକଥା ଶୁଣି କନ୍ୟା ମଧ୍ୟ ଏଗୁଡ଼ାକ କୁସଂସ୍କାର ବୋଲି କହି ଠୋ ଠୋ ହସି ଉଠିବାରୁ, ବନ୍ଦାପନା କରିବାକୁ ଆସିଥିବା ଝିଅ ବୋହୂମାନେ ଛାନିଆ ହୋଇ ଯିଏ ଯାହାର ପଳାଇଗଲେ । ପୁଅ ବୋହୂ ହାତଧରା ଧରିହୋଇ ମା’ସାଆନ୍ତାଣୀଙ୍କୁ ଦେଖା କରିବାକୁ ବାହାରିଲେ । ମା’ ସେତେବେଳେ ଠାକୁରଙ୍କ ଆଗରେ ବସି ମାଳି ଗଡ଼ାଉଥିଲେ । ଲେଡ଼ି ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ସାଆନ୍ତାଣୀ ଚମକି ପଡ଼ିଲେ । ନମସ୍କାର କରିବାକୁ ବୋହୂ ହାତ ବଢ଼ାଇବାରୁ, ମା’ ସାଆନ୍ତାଣୀ ପାଟିକରି ଉଠିଲେ । ‘ଛୁ’ନା ଛୁ’ନା’ ବୋଲି ରଡ଼ି ଛାଡ଼ିଲେ । ଜମିଦାରବାକୁ ମିସେସ୍ ମହାପାତ୍ରଙ୍କ ହାତଧରି ବାହାରି ଗଲେ । ଲେଡ଼ିକୁ ଇନ୍‌ସଲ୍ଟ ବୋଲି ଆକ୍ଷେପ କଲେ । ଭାରି ଖପାଟାଏ ହୋଇ କହିଲେ – ‘‘ଅସଭ୍ୟତା, ମୂର୍ଖତା, ଭାରି କଂସସ୍କାର ।’’ ସେହି ମୁହୂର୍ଭରେ ମା’ ସାଆନ୍ତାଣୀ ବିଶ୍ୱାସୀ ପୋଇଲି ରାଧୀକୁ ନେଇ ପୁରୀ ବାହାରିଗଲେ ।

ସାଆନ୍ତାଣୀ ବାହାରିଗଲା ପରେ ଜମିଦାରବାବୁ ସ୍ଵେଚ୍ଛାଚାରୀ ଭାବରେ ସମୟ କଟାଇଲେ । ରାତିସାରା ବକ୍ତୃତା ଓ ପାନାହାରରେ ସମୟ ବିତାଇଲେ । ଦିନଯାକ ଶୋଇ ରହିଲେ । ଜମିଦାରୀର କୌଣସି କଥା ଶୁଣିଲେ ନାହିଁ ।

ଉଆସରେ କେହି ବୋହୂକୁ, ବୋହୂ ସାଆନ୍ତାଣୀ ଡାକିଲେ ଜମିଦାର ଖପା ହେଉଥିଲେ । ନାମ ଦେଇଥିଲେ ମିସେସ୍ ମହାପାତ୍ର । ପୋଇଲିମାନେ ମିସେସ୍ ମହାପାତ୍ର ନଡ଼ାକି, କିସ୍ କିସ୍ ମହାପାତ୍ର, ମିସ୍ତ୍ରୀ-ମହାପାତ୍ର, ଫିସ୍ ଫିସ୍ ମହାପାତ୍ର ଡାକିଲେ ମଧ୍ୟ ସେଥ‌ିରେ କାହାର ଆପତ୍ତି ନଥିଲା ।

ମିସେସ୍ ମହାପାତ୍ର ସକାଳୁ ଉଠି ଚା’ ଖାଇଲା ପରେ ପୋଷାକ ପିନ୍ଧି ଉଆସ ଚଉପିଠି ବଗିଚା ଆଉ ଆଗ ଦାଣ୍ଡରେ ପ୍ରାତଃ ଭ୍ରମଣ କରୁଥିଲେ । ଦିନେ ମିସେସ୍ ମହାପାତ୍ର ଜୋତା ପିନ୍ଧି ରୋଷେଇ ଘର ଦେଖିବାକୁ ଗଲେ । ସେତେବେଳେ ଜଣେ ପୋଇଲି, ଗୋବର କନାରେ ଚୁଲି ଲିପୁଥିଲା I ଜୋତାର ଠକ୍ ଠକ୍‌ ଶବ୍ଦଶୁଣି ପାଟିକରି କହିଲା – ‘ଆଲୋ ମୋ ମା’ଲୋ ! ଆଲୋ ମୋ ବାପା ଲୋ ! ଜୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ ! ହାଣ୍ଡିଶାଳ ମାରୁଗଲା ଲୋ ।’’ କନା ଖଣ୍ଡକ ଫୋପାଡ଼ି ଦେଇ ଏକମୁହାଁ ହୋଇ ପଳାଇଗଲା । ଏଣେ ମିସେସ୍ ମହାପାତ୍ର ଗୋବର ପାଣିକୁ ଦେଖି ‘ଉଆ, ଉଆ’, କହି ଅନ୍ୟ ଆଡ଼େ ପଳାଇଗଲେ, ମୁହଁରେ ରୁମାଲ ଦେଇ ନଥୁଲେ ଯେପରି ବାନ୍ତି କରି ପକାଇଥା’ନ୍ତେ । ଦେହରେ ଶିଶିଏ ଲେଭେଣ୍ଡର ଢାଳି ହେଲେ । ଜମିଦାରଙ୍କ କଥାରେ ରୋଷେଇ ଘରେ ଚାରିବୋତଲ ସରିକି ଫିନାଇଲ ଢଳାଗଲା ।

ଏହିପରି ଆଠ ଦଶ ମାସ ବେହିସାବୀ ଖର୍ଚ୍ଚ ହେବାରୁ ଜମିଦାରୀରେ ଆଉ କୌଣସି ଧନ ରହିଲା ନାହିଁ । ପ୍ରଜାମାନଙ୍କଠାରୁ ମାରିପିଟି ଆଗତୁରା ବର୍ଷକର ଖଜଣା ଆଦାୟ କଲେ ମଧ୍ୟ ତାହା ଅଣ୍ଟିଲା ନାହିଁ । ଏଣେ ଠିକ୍ ସମୟରେ ଜମିଦାରୀ କିସ୍ତି ନ ଦେବାରୁ ତାଲୁକ ନିଲାମ ହେବ ବୋଲି ଚିଠି ଆସିଲା । ଠିକ୍ ସେହିଦିନ କଲିକତା ମହାଜନ, ଦଶହଜାର ଟଙ୍କା ପାଇଁ, ଉଆସର ସବୁଜିନିଷ କ୍ରୋକ କଲା ।

ଜମିଦାରୀ ସହିତ ଉଆସ ଜିନିଷ ହାତରୁ ଚାଲିଗଲା ପରେ, ଜମିଦାର ଓ ମିସେସ୍ ମହାପାତ୍ର, ନିଜର ଗହଣା ବିକ୍ରି କରିବାକୁ ବସିଲେ । ମାତ୍ର ବିବାହ ସମୟରେ କିଣା ଯାଇଥ‌ିବା ଗହଣାଗୁଡ଼ିକ ପିତଳ, ଗିଲ୍ଟ ବୋଲି ଜଣାପଡ଼ିଲା । ଆଉ ଡିଗ୍ରୀଧାରୀ ପିଆଦା ଜୁଲମରେ ସେମାନେ ଉଆସରେ ରହିପାରିଲେ ନାହିଁ । ରାତିରେ ସେମାନେ କେଉଁଆଡ଼େ ଚାଲିଗଲେ ।

ପରେ ଜଣାପଡ଼ିଲା, ଜମିଦାର ବାବୁ ତାଙ୍କ ଶ୍ବଶୁର କାମରେ ଆସାମରେ ଖାନସମାଗିରି କରିଥିଲେ ।

CHSE Odisha Class 12 Odia Solutions Chapter 9 ବାର୍ତା

Odisha State Board CHSE Odisha Class 12 Odia Solutions Chapter 9 ବାର୍ତା Textbook Exercise Questions and Answers.

CHSE Odisha Class 12 Odia Chapter 9 ବାର୍ତା Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
ଶତାବ୍ଦୀର ସିଂହଦ୍ଵାରରୁ ଭବିଷ୍ୟତର ବାର୍ତା କିଏ ଆଣିଛି ?
(i) ଦୂତ
(ii) ଡାକବାଲା
(iii) ମେଘ
(iv) ପାରା
Answer:
(i) ଦୂତ

Question ୨ ।
କବି ମାନବ ଶିଶୁକୁ କିପରି ଜାଗ୍ରତ ହେବାକୁ ପରାମର୍ଶ ଦେଇଛନ୍ତି ?
(i) ପ୍ରତିଶୋଧପରାୟଣ ହୋଇ
(ii) ଲୌକିକ ଜ୍ଞାନକୁ ଧରି
(iii) ସମସ୍ତଙ୍କୁ ଆପଣାର କରି
(iv) ପ୍ରତିଶ୍ରୁତି ପାଳନ କରି

Question ୩ ।
ଦୀପ୍ତ କଣ୍ଠରେ କ’ଣ ପଚାରିବା ପାଇଁ ସମୟ ଆସିଛି?
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା
(ii) ମଣିଷ କାହିଁକି ଅନ୍ୟକୁ ବିଶ୍ୱାସ କରୁଥି
(iii) ଜୀବନର କ’ଣ ସମ୍ଭାବନା ଥିଲା
(iv) ଭବିଷ୍ୟତର କି ଆଶା ଥିଲା
Answer:
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା

Question ୪ ।
ଶତାବ୍ଦୀର ସିଂହଦ୍ଵାରରୁ ଦୂତ କାହାର ବର ଆଣିଛି ?
(i) ଜମିଦାରର
(ii) ମହାଜନର
(iii) ଦେବତାର
(iv) ଭବିଷ୍ୟତର
Answer:
(iii) ଦେବତାର

Question ୫ ।
କବି ମନୁଷ୍ୟ ପୁତ୍ରକୁ କ’ଣ ହୁଅ ବୋଲି କହିଛନ୍ତି ?
(i) ଦଗ୍ଧ ଓ ଭସ୍ମ ହେବାକୁ
(ii) ଦେବତାର ରୂପ ନେବାକୁ
(iii) ଅତ୍ୟାଚାରୀ ହେବାକୁ
(iv) କୈଫିୟତ ଦେବାକୁ
Answer:
(i) ଦଗ୍ଧ ଓ ଭସ୍ମ ହେବାକୁ

CHSE Odisha Class 12 Odia Solutions Chapter 9 ବାର୍ତା

Question ୬ ।
ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି ?
(i) ମରୁଡ଼ିର ବିଭୀଷିକା
(ii) ବାତ୍ୟାର କରାଳ ତାଣ୍ଡବ
(iii) ଭୀମ ଅତ୍ୟାଚାର
(iv) ଶୋଷଣ ପେଷଣ
Answer:
(iii) ଭୀମ ଅତ୍ୟାଚାର

Question ୭ ।
କବି ମନୁଷ୍ୟ ପୁତ୍ରକୁ କିପରି ପ୍ରତିଶୋଧ ନିଅ ବୋଲି କହିଛନ୍ତି ?
(i) ଶୋନ ପରି
(ii) ସିଂହ ପରି
(iii) ବାଘ ପରି
(iv) ହାତୀ ପରି
Answer:
(i) ଶୋନ ପରି

Question ୮ ।
କାହାର ସାଧନା ଜୟ ଲାଭ କରୁ ବୋଲି କବି ସଚ୍ଚିଦାନନ୍ଦ ରାଉତରାୟ କହିଛନ୍ତି ?
(i) କ୍ରୁଶର ସାଧନା
(ii) ଉପୀଡ଼ନର ସାଧନା
(iii) ଶିକ୍ଷାର ସାଧନା
(iv) ବ୍ରହ୍ମଜ୍ଞାନର ସାଧନା
Answer:
(i) କ୍ରୁଶର ସାଧନା

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
ଦୂତ କେଉଁଠୁ ଭବିଷ୍ୟତର ବାର୍ତା ନେଇ ଆସିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଭବିଷ୍ୟତ ବାର୍ତା ନେଇ ଆସିଛି ।

Question ୨ ।
ଶତାବ୍ଦୀର ସିଂହଦ୍ଵାରରୁ ଭବିଷ୍ୟତର ବାର୍ତା ଧରି କିଏ ଆସିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଭବିଷ୍ୟତର ବାର୍ତା ଧରିଦୂତ ଆସିଛି ।

Question ୩ ।
କାହାର ବାର୍ତା ଧରି ଦୂତ ଶତାବ୍ଦୀର ସିଂହଦ୍ଵାରରୁ ଆସିଛି ?
Answer:
ଭବିଷ୍ୟର ବାର୍ତା ଧରି ଦୂତ ଶତାବ୍ଦୀର ସିଂହଦ୍ଵାରରୁ ଆସିଛି ।

Question ୪ ।
ହୀନ ଦାସତ୍ଵ ବିରୁଦ୍ଧରେ ଦୃଢ଼ ଓ ରୂଢ଼ ହୋଇ କ’ଣ କରିବାକୁ କବି କହିଛନ୍ତି ?
Answer:
ହୀନ ଦାସତ୍ଵ ବିରୁଦ୍ଧରେ ଦୃଢ଼ ଓ ରୂଢ଼ ହୋଇ ପ୍ରତିଶୋଧ ନେବାକୁ କବି କହିଛନ୍ତି ।

Question ୫ ।
ଆଜିର ମାନବ ପୁତ୍ରକୁ ଦୀପ୍ତ କଣ୍ଠରେ ପଚାରିବା ପାଇଁ କ’ଣ ଆସିଛି ?
Answer:
ଆଜିର ମାନବ ପୁତ୍ରକୁ ଦୀପ୍ତ କଣ୍ଠରେ ଏତେ ଦିନର ଶୃଙ୍ଖଳା ଓ ଲୌହକାରାଗାର କାହିଁକି ଥିଲା ବୋଲି ପଚାରିବା ପାଇଁ ସମୟ ଆସିଛି।

Question ୬ ।
ସମୟ ଦୀପ୍ତ କଣ୍ଠରେ ଆଜି ପଚାରିବା ପାଇଁ କାହାକୁ କହିଛି ?
Answer:
ସମୟ ଦୀପ୍ତ କଣ୍ଠରେ ଆଜି ପଚାରିବା ପାଇଁ ମାନବପୁତ୍ରକୁ କହିଛି ।

Question ୭ ।
ଦୀପ୍ତ କଣ୍ଠରେ ଆଜିର ମାନବ ପୁତ୍ର କ’ଣ ପଚାରୁଛି ?
Answer:
ଦୀପ୍ତ କଣ୍ଠରେ ଆଜିର ମାନବ ପୁତ୍ର ପଚାରୁଛି, ଏତେଦିନ କାହିଁକି ଶୃଙ୍ଖଳା ଓ ଲୌହକାରାଗାର ଥିଲା ।

Question ୮ ।
ଯୁଗ ଯୁଗ ଧରି କ’ଣ ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି ?
Answer:
ଯୁଗ ଯୁଗଧରି ଭୀମ ଅତ୍ୟାଚାର ମାନବ ଆତ୍ମାକୁ ପୀଡ଼ା ଦେଲା ।

Question ୯ ।
କେଉଁ ବିଷୟରେ କୈଫିୟତ ମାଗିବାର ବେଳ ଉପସ୍ଥିତ ହୋଇଛି ?
Answer:
ଏତେ ଦିନ ଧରି ସେମାନେ କାହିଁକି ଦାସତ୍ବ ବନ୍ଧନ ଓ ଜୀବ ଅତ୍ୟାଚାରରେ ପୀଡ଼ିତ ହେଉଥିଲେ ତାହାର କୈଫିୟତ ମାଗିବାର ବେଳ ଉପସ୍ଥିତ ହୋଇଛି ।

Question ୧୦ ।
ଶତାବ୍ଦୀର ସିଂହଦ୍ଵାରରୁ ଦୂତ କାହାର ବର ଆଣିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଦେବତାର ବର ଆଣିଛି ।

Question ୧୧ ।
କବି କାହାକୁ ଭସ୍ମ ହୁଅ ବୋଲି କହିଛନ୍ତି ?
Answer:
କବି ମାନବ ପୁତ୍ରକୁ ଭସ୍ମ ହୁଅ ବୋଲି କହିଛନ୍ତି ।

CHSE Odisha Class 12 Odia Solutions Chapter 9 ବାର୍ତା

Question ୧୨ ।
‘‘କୀଟ ସମ ହୁଅ ନିଶେଷିତ’’ କାହା ପ୍ରସଙ୍ଗରେ କୁହାଯାଇଛି ?
Answer:
‘କୀଟ ସମ ହୁଅ ନିଷ୍ପେଷିତ’ ମାନବ ପୁତ୍ର ପ୍ରସଙ୍ଗରେ କୁହାଯାଇଛି ।

Question ୧୩ ।
କବି କାହାର ଉଚ୍ଛେଦ ଓ ନିର୍ମୂଳ କରିବାକୁ କହିଛନ୍ତି ?
Answer:
କବି ପୀଡ଼ନର କାରଣ ସମୂହକୁ ଉଚ୍ଛେଦ ଓ ନିର୍ମୂଳ କରିବାକୁ କହିଛନ୍ତି ।

Question ୧୪ ।
କାହାପରି ପ୍ରତିଶୋଧ ନେବାକୁ କବି ପ୍ରବର୍ତ୍ତାଇଛନ୍ତି ?
Answer:
ଶେୟନପରି ପ୍ରତିଶୋଧ ନେବାକୁ କବି ପ୍ରବର୍ତ୍ତାଇଛନ୍ତି ।

Question ୧୫ ।
ଭସ୍ମ ମଧ୍ୟରୁ କି ଦୀକ୍ଷା ଲାଭ କରିବା ପାଇଁ କବି ଉପଦେଶ ଦେଇଛନ୍ତି ?
Answer:
ଭସ୍ମ ମଧ୍ୟରୁ ଶ୍ରେଣୀ-ଚେତନା ରୂପକ ଦୀକ୍ଷା ଲାଭ କରିବା ପାଇଁ କବି ଉପଦେଶ ଦେଇଛନ୍ତି ।

Question ୧୬ ।
କବି କାହାର ଜୟ ହେଉ ବୋଲି କହିଛନ୍ତି ?
Answer:
କବି ପୀଡ଼ନର ଜୟ ହେଉ ବୋଲି କହିଛନ୍ତି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

କବିତା – ବାର୍ତା, କବି – ସଚ୍ଚିଦାନନ୍ଦ ରାଉତରାୟ

Question ୧ ।
ଭବିଷ୍ୟତର କି ବାର୍ତା ଧରି ଦୂତ ଆସିଛି ?
Answer:
ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଆସିଥ‌ିବା ମଣିଷମାନଙ୍କ ପାଇଁ ଭବିଷ୍ୟତରେ ବଞ୍ଚିବାର ଓ ଜୀବନ ଜୀଇଁବାର ସମ୍ଭାବନାର ବାର୍ତ୍ତା ଧରି ଦୂତ ଆସିଛି ।

Question ୨ ।
ଲୌକିକ ଜ୍ଞାନ କହିଲେ କ’ଣ ବୁଝ ?
Answer:
ଲୌକିକ ଜ୍ଞାନ କହିଲେ ସାଧାରଣ ମାନବିକ ଜ୍ଞାନକୁ ବୁଝାଏ, ଯେଉଁଥରେ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ସମ୍ବନ୍ଧୀୟ ଜ୍ଞାନ ନିହିତ ଥାଏ ।

Question ୩ ।
କବି ଶୋଷିତ ମଣିଷକୁ କାହାର କୈଫିୟତ ମାଗିବାକୁ କହିଛନ୍ତି ?
Answer:
ଉପୀଡ଼କମାନେ ଶୋଷିତ ମଣିଷକୁ ଯେଉଁ ଭୀଷଣ ଅତ୍ୟାଚାର, ନିର୍ଯାତନା ଓ ପୀଡ଼ା ଦେଇଛନ୍ତି କବି ତାହାର କୈଫିୟତ ମାଗିବାକୁ କହିଛନ୍ତି ।

Question ୪ ।
କବି କାହା ବିରୁଦ୍ଧରେ ପ୍ରତିଶୋଧ ନେବାକୁ କହିଛନ୍ତି ?
Answer:
ଯେଉଁ ଧନୀକ ଓ ଶୋଷକଗୋଷ୍ଠୀ ତୁମକୁ ଦାସତ୍ଵ ବନ୍ଧନରେ ବାନ୍ଧି ଶୋଷଣ କରୁଛନ୍ତି, ସେହିମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବାକୁ କବି କହିଛନ୍ତି ।

Question ୫ ।
ମୂଢ଼ ମନୁଷ୍ୟ ପୁତ୍ର କେଉଁଥୁରୁ ଜ୍ଞାନ-ରଶ୍ମି ଲାଭ କରିବ ?
Answer:
ମୂଢ଼ ମନୁଷ୍ୟ ପୁତ୍ର ଦଗ୍ଧ ହୋଇ, ଭସ୍ମ ହୋଇ, ଅର୍ଥାତ୍‌ ନିଶ୍ଳେଷଣରୁ ହିଁ ଜ୍ଞାନରଶ୍ମି ଲାଭ କରିବ ।

Question ୬ ।
ଆଜିର ମଣିଷ ଶୋଷଣ ଓ ପୀଡ଼ନର କାରଣ କିପରି ଜାଣିପାରିବ ବୋଲି କବି କହିଛନ୍ତି ?
Answer:
ଆଜିର ମଣିଷ ଦଗ୍ଧ ଓ ଭସ୍ମ ହେଲେ ଏବଂ କୀଟ ସଦୃଶ ନିଷେଷିତ ହେଲେ ଯାଇ ଶୋଷଣ ଓ ପୀଡ଼ନର କାରଣ ଜାଣିପାରିବ ବୋଲି କବି କହିଛନ୍ତି ।

Question ୭ ।
‘‘ଶୋନପରି ନିଅ ପ୍ରତିଶୋଧ’’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
କବିଙ୍କ ମତରେ ଆଜିର ମଣିଷ ଦଗ୍ଧ, ଭସ୍ମ ଓ କୀଟ ସମ ନିଷ୍ପେଷିତ ହୋଇ ପୀଡ଼ନର କାରଣମାନ ଜାଣିବା ପରେ ତା’ର ନିର୍ମୂଳ ଓ ଉଚ୍ଛେଦ ପାଇଁ ଶୋନ ଭଳି ନିଅ ପ୍ରତିଶୋଧ ବୋଲି କୁହାଯାଇଛି ।

Question ୮ ।
କାହାକୁ କବି ମହାଧର୍ମ ଆଖ୍ୟା ଦେଇଛନ୍ତି ?
Answer:
କବିଙ୍କ ମତରେ ଆଜିର ମଣିଷର ମହାଧର୍ମ ହେଉଛି ପୀଡ଼ନର କାରଣ ସମୂହକୁ ଉଚ୍ଛେଦ ଏବଂ ନିର୍ମୂଳ କରିବା ଏବଂ ଶୋନ ପରି ପ୍ରତିଶୋଧ ନେବା ।

Question ୯ ।
ଆଜିର ମଣିଷ ଭସ୍ମ ମଧ୍ୟରୁ କେଉଁ ଦୀକ୍ଷା ଗ୍ରହଣ କରିବ ବୋଲି କବି ପରାମର୍ଶ ଦେଇଛନ୍ତି ?
Answer:
ଆଜିର ମଣିଷ ଭସ୍ମ ମଧ୍ୟରୁ ଶ୍ରେଣୀ-ଚେତନାର ଦୀକ୍ଷା ଗ୍ରହଣ କରିବାକୁ କବି ପରାମର୍ଶ ଦେଇଛନ୍ତି ।

Question ୧୦ ।
କବି କ୍ରୁଶର ସାଧନାକୁ ଜୟକାର କରିବାର ଅର୍ଥ କ’ଣ ?
Answer:
‘ବାର୍ତା’ କବିତାରେ କବି ସଚ୍ଚିଦାନନ୍ଦ ରାଉତରାୟ ଏହା ଉଲ୍ଲେଖ କରିଛନ୍ତି । ଅତୀତରେ ଅତ୍ୟାଚାରୀମାନଙ୍କ କବଳରୁ ଅତ୍ୟାଚାରିତ ଜନତାର ମୁକ୍ତି ନିମନ୍ତେ ପ୍ରୟାସ କରି ମହାତ୍ମା ଯୀଶୁଖ୍ରୀଷ୍ଟ ସେମାନଙ୍କଦ୍ୱାରା କ୍ରୁଶବିଦ୍ଧ ହୋଇ ଆୟୋତ୍ସର୍ଗ କରିଥିବାରୁ କବି କ୍ରୁଶର ସାଧନାକୁ ଜୟକାର କରିଛନ୍ତି ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

କବିତା – ବାର୍ତା, କବି – ସଚ୍ଚିଦାନନ୍ଦ ରାଉତରାୟ

Question ୧ ।
ଶତାବ୍ଦୀର ସିଂହଦ୍ଵାରରୁ କିଏ, କ’ଣ ବାର୍ତା ନେଇ ଆସିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆସିଛି ଭବିଷ୍ୟତର ବାର୍ତା ପରିପ୍ରଚାର ପାଇଁ । ଶହ ଶହ ବର୍ଷ ଧରି ଚଳି ଆସିଥିବା ମାଲିକ ମୂଲିଆ, ବଡ଼ସାନ, ଶୋଷକ ଶୋଷିତର ପ୍ରଭେଦକୁ ବଦଳେଇ ଦେବାପାଇଁ ।

Question ୨ ।
କେଉଁ ବିଷୟରେ ପଚାରିବାପାଇଁ ଆଜି ସମୟ ଆସିଛି ?
Answer:
କବି ମାନବ ଶିଶୁଙ୍କୁ ପ୍ରେରଣା ଦେଇ ଲେଖିଛନ୍ତି, କୌଣସି ସମୟରେ ଦୁର୍ବଳ ନହୋଇ ଦୃଢ଼ ହୋଇ, ରୁକ୍ଷ ହୋଇ ନିଜର ଅଧିକାର ସାବ୍ୟସ୍ତ କରିବାକୁ ପଡ଼ିବ । ସେମାନେ କେଉଁ କାରଣରୁ ଦାସତ୍ଵ ବନ୍ଧନରେ ବାନ୍ଧିହୋଇ ଶୋଷିତ ହେଉଥିଲେ ସେ ବିଷୟରେ ପଚାରିବାପାଇଁ ଆଜି ସମୟ ଆସିଛି ବୋଲି କବି କହିଛନ୍ତି ।

Question ୩ ।
କେଉଁ ବିଷୟରେ କୈଫୟତ ମାଗିବାକୁ ଆଜି ବେଳ ଆସିଛି ?
Answer:
ଯୁଗ ଯୁଗରୁ ବା ଦୀର୍ଘଦିନରୁ ଶୋଷିତ ମଣିଷ ଶୋଷକଗୋଷ୍ଠୀଙ୍କ ନିଷ୍ଠୁର ଅତ୍ୟାଚାର ସହି ଆସିଛି । ଏଭଳି ବ୍ୟବହାର ଶୋଷିତଗୋଷ୍ଠୀଙ୍କୁ ପୀଡ଼ାଦେଇଛି । ମାତ୍ର ତୁମକୁ ଆଜି ଆଉ ସେହି ନିଷ୍ଠୁର ଅତ୍ୟାଚାର ସହିବାକୁ ପଡ଼ିବ ନାହିଁ; ବରଂ ନିଜର ଅଧିକାର ବିଷୟରେ କୈଫିୟତ ମାଗିବାକୁ ଆଜି ବେଳ ଆସିଛି ।

Question ୪ ।
କବି ମନୁଷ୍ୟ ପୁତ୍ରକୁ ଦଗ୍ଧ ହେବାପାଇଁ କାହିଁକି କହିଛନ୍ତି ?
Answer:
କବି ମନୁଷ୍ୟ ପୁତ୍ରକୁ ଦଗ୍ଧ ହେବାପାଇଁ କହିଛନ୍ତି କାରଣ ଦଗ୍ଧ ହେଲାପରେ ନୂତନ ସୃଷ୍ଟି ସମ୍ଭବ ହେବ । ଅନ୍ୟଭାବରେ ପ୍ରକାଶ କଲେ ସେହି ଦଗ୍ଧ ବା ନିଷେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ ଏବଂ ଯେଉଁଥୁରୁ ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ ।

Question ୫ ।
କବି ଭସ୍ମ ମଧ୍ୟରୁ କି ଦୀକ୍ଷା ଗ୍ରହଣ କରିବାକୁ କହିଛନ୍ତି ?
Answer:
କବି ଭସ୍ମ ମଧ୍ୟରୁ ଶ୍ରେଣୀ-ଚେତନାର ଦୀକ୍ଷା ଗ୍ରହଣ କରିବାକୁ କହିଛନ୍ତି । ଯେଉଁ ଚେତନା ବଦଳାଇଦେବ ମାଲିକ ଓ ମୂଲିଆ, ଶୋଷକ ଓ ଶୋଷିତର ସମ୍ପର୍କକୁ ।

Question ୬ ।
ଉପୀଡ଼ନର ଜୟ ହେଉ କହିବା ପଛରେ କବିଙ୍କ ଉଦ୍ଦେଶ୍ୟ କ’ଣ ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ବାର୍ତା ଆସିଛି, ଯୁଗ ଯୁଗ ଧରି ଶୋଷିତ ହେଉଥ‌ିବା ମଣିଷମାନେ ଜାଗିଉଠନ୍ତୁ । ସେମାନେ ବଦଳାଇ ଦିଅନ୍ତୁ ମାଲିକ ମୂଲିଆ ଓ ଶୋଷକ ଓ ଶୋଷିତର ସମ୍ପର୍କକୁ । ଉପୀଡ଼ନର ଜୟ ହେଉ କହିବା ପଛରେ କବିଙ୍କ ଉଦ୍ଦେଶ୍ୟ ହେଉଛି ଶୋଷିତ ମଣିଷଙ୍କ ମନରେ ସମ୍ଭାବନାର ବୀଜ ବୁଣିଦେବା ।

Question ୭ ।
‘ଜୟ ହେଉ ପୀଡ଼ନର’ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
କବି ‘ଜୟ ହେଉ ପୀଡ଼ନର’ ବୋଲି କହିଛନ୍ତି । କାରଣ ପୀଡ଼ନର ମାତ୍ରା ଅତ୍ୟଧ୍ଵ ହେଲେ ହିଁ ଅତ୍ୟାଚାରିତ ମାନବ ତା’ର କାରଣ ଅନୁସନ୍ଧାନ କରିବ ଏବଂ ତା’ର ଉଚ୍ଛେଦ କରିବାପାଇଁ ପ୍ରୟାସ କରିବ । ଏଥିରୁ ସେ ଶ୍ରେଣୀ-ଚେତନା ବିଷୟରେ ସଚେତନ ହେବ ଏବଂ ପୀଡ଼ନକୁ ନିର୍ମୂଳ କରିବାକୁ ଚେଷ୍ଟିତ ହେବ । ତେଣୁ କବି ପୀଡ଼ନର ମାତ୍ରା ଅତିଶୟ ହେବାକୁ ସ୍ଵାଗତ କରିଛନ୍ତି ।

Question ୮ ।
ଶୋନର ପ୍ରତିଶୋଧକୁ କବି ମହାଧର୍ମ ଆଖ୍ୟା କାହିଁକି ଦେଇଛନ୍ତି ?
Answer:
କବିଙ୍କ ମତରେ ମଣିଷ ଦଗ୍ଧ, ଭସ୍ମ ଓ କୀଟ ସମ ନିଷ୍ପେଷିତ ହେଲେ ତା’ର ଜ୍ଞାନରଶ୍ମି ଉଦୟ ହେବ ଏବଂ ସେ ପୀଡ଼ନର କାରଣ ସମୂହକୁ ଖୋଜିପାଇବା ଓ ପୀଡ଼ନର କାରଣରାଜିକୁ ନିର୍ମୂଳ କରିବାପାଇଁ, ସେ ଶୋନ ପରି ପ୍ରତିଶୋଧ ନେବା ତା’ର ମହାଧର୍ମ ବୋଲି କବି କହିଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ବାର୍ତା’ କବିତାରେ କବି ଆଧୁନିକ ଜୀବନ ସମ୍ପର୍କରେ ଯେଉଁ ବାର୍ତ୍ତା ଦେଇଛନ୍ତି – ଆଲୋଚନା କର ।
Answer:
ବାର୍ତା ଆସେ ସିଂହଦ୍ଵାରରୁ, ଅର୍ଥାତ୍ କୌଣସି ଦେବଦେବୀ ମନ୍ଦିରରୁ କିମ୍ବା ରାଜାଙ୍କର ଆଦେଶନାମା ମାଧ୍ୟମରେ । ସେହି ବାର୍ତାକୁ ସମସ୍ତେ ପାଳନ କରନ୍ତି । ବାର୍ତା ପାଳନଦ୍ୱାରା ସମାଜର ପରିବର୍ତ୍ତନ ହୁଏ ନାହିଁ, ବରଂ ମଙ୍ଗଳ ହୁଏ । ଏଠାରେ ମଧ୍ୟ ସେହିପରି ଯୁଗ ଯୁଗ ଧରି ଶୋଷିତ, ନିର୍ଯାତିତ ହେଉଥ‌ିବା ମଣିଷମାନଙ୍କ ପ୍ରତି ବାର୍ତା ବା ଆଦେଶନାମା ଆସିଛି । ଯେଉଁ ବାର୍ତାର ପ୍ରଭାବରେ ମଣିଷମାନେ ମଣିଷପଣିଆକୁ ଚିହ୍ନିବେ । ସେମାନଙ୍କ ମଧ୍ୟରେ ମାନବିକତାର ସ୍ଵାଭିମାନ ଜାଗ୍ରତ ହେବେ । ସେମାନେ ଆଉ ଅବହେଳିତ ଭାବରେ ମାଟିର ପତଙ୍ଗ ପରି ଜୀବନ ଧାରଣ କରିବେ ନାହିଁ, ବରଂ ନିଜର ଅଧିକାରକୁ ଶୋଷିତ ମଣିଷଠାରୁ ଜୋରକରି ହାସଲ କରିବାକୁ ଚେଷ୍ଟାକରିବେ ।

ଆମ ସମାଜରେ ଯୁଗ ଯୁଗ ଧରି ଚଳିଆସିଛି ମାଲିକ ମୂଲିଆର ପ୍ରଭେଦ । ସେହି ପ୍ରଭେଦଦ୍ୱାରା କେତେକ ମଣିଷ କରି, ଯାହା ଉପାର୍ଜନ କରୁଥିବେ, ତାହାକୁ ଶୋଷକ ଧନିକ ହାତରେ ଟେକି ଦେଉଥ‌ିବେ । ସେହି ଶୋଷିତମାନେ ନିଜର ଅଧିକାର ସମ୍ପର୍କରେ ସଚେତନ ନଥ‌ିବେ । କେବଳ ନିଜର ରକ୍ତକୁ ପାଣି କରି ଧନୀମାନଙ୍କର ସୁଖ ସୁବିଧାରେ କାରଣ ହୋଇଥ‌ିବେ । ତେଣୁ କବିତାର ପ୍ରଥମ ପର୍ଯ୍ୟାୟରେ କବି ଉଲ୍ଲେଖ କରିଛନ୍ତି, ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆସିଛି ଭବିଷ୍ୟତର ବାର୍ତା ପରିପ୍ରଚାର କରିବାପାଇଁ । ଶହ ଶହ ବର୍ଷଧରି ଚଳି ଆସିଥିବା ମାଲିକ ମୂଲିଆ ପ୍ରଭେଦକୁ ବଦଳାଇ ଦେବାପାଇଁ ବାର୍ତା ଆଣିଛି । ସେହି ବାର୍ତାରେ ରହିଛି କେହି ସାନ କିମ୍ବା ବଡ଼ ବୋଲି ନିଜକୁ ଦେଖେଇ ପାରିବେ ନାହିଁ । କାହାରି ମନରେ ଶୋଷଣ କିମ୍ବା ଶୋଷିତର ମାନସିକତା ରହିବ ନାହିଁ । ଭବିଷ୍ୟତରେ ସମସ୍ତେ ହେବେ ସମାନ । ସମସ୍ତଙ୍କ ମଧ୍ୟରେ ସୃଷ୍ଟି ହେବ ଲୌକିକ ଜ୍ଞାନ । ଅର୍ଥାତ୍ ସମସ୍ତେ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ପ୍ରାପ୍ତ ହୋଇ ମଣିଷ ଭଳି ମଣିଷ ହେବେ ।

CHSE Odisha Class 12 Odia Solutions Chapter 9 ବାର୍ତା

Question ୭ ।
‘ବାର୍ତା’ କବିତାରୁ କବିଙ୍କ କାବ୍ୟ ଆଭିମୁଖ୍ୟ ଉପସ୍ଥାପନ କର ।
Answer:
କବିତା ହେଉଛି କବି ହୃଦୟର ସହଜତମ ଭାବୋଚ୍ଛାସ ପରିପ୍ରକାଶ । ମୁହୂର୍ଭକର ଚିନ୍ତା ଚେତନା କବି ହୃଦୟକୁ ଭାବବିମୁଗ୍ଧ ଓ ଆନ୍ଦୋଳିତ କରିପକାଏ । କବି କଳ୍ପନେତ୍ରରେ ଯାହା କଳ୍ପନା କରେ, ତାକୁ ହିଁ ଭାଷା ମାଧ୍ୟମରେ ରୂପଦିଏ ।

ସାମ୍ୟବାଦୀ ଚିନ୍ତାଧାରାର ଭାବବିମୁଗ୍ଧ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ହୃଦୟ ଥିଲା ମାନବିକ ସମ୍ବେଦନାରେ ଋଦ୍ଧିମନ୍ତ । ସମାଜରେ ଶ୍ରମିକ, କୃଷକ, ଖଟିଖିଆ ଓ ସର୍ବହରା ମଣିଷର ଜୀବନକୁ ସେ ଲକ୍ଷ୍ୟ କରିଛନ୍ତି । ସେମାନଙ୍କ ଜୀବନଚର୍ଯ୍ୟା କବିଙ୍କୁ କରିଛି ପ୍ରଭାବିତ । ଫଳରେ ସେମାନଙ୍କ ଦୁଃଖ, ଦୈନ୍ୟ ଜୀବନକୁ ସେ ବର୍ଣ୍ଣନା କରିବା ସହିତ, ସେମାନଙ୍କ ହୃଦୟରେ ସୃଷ୍ଟି ହୋଇଥବା ଦୃଢ଼ ପ୍ରତିକ୍ରିୟାକୁ ସେ ବର୍ଣ୍ଣନା କରିଛନ୍ତି । କାରଣ ଯୁଗ ଯୁଗ ଧରି ଖଟିଖିଆ ମଣିଷ ଶୋଷକ ଗୋଷ୍ଠୀଙ୍କ ଶୋଷଣରେ ଅତିଷ୍ଠ ହୋଇପଡ଼ିଛି । ଦୃଢ଼ ପ୍ରତିବାଦ ଜଣାଇବାପାଇଁ କବି ଯେଉଁ ସନ୍ଦେଶ ଆଣିଛନ୍ତି, ତାହାକୁ ପରିପ୍ରକାଶ କରିଛନ୍ତି ‘ବାର୍ତା’ କବିତାରେ ।

କବିତାର ପ୍ରଥମ ପର୍ଯ୍ୟାୟର କବି କହିଛନ୍ତି, ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆଣଛି ଏକ ନୂତନ ବାର୍ତା । ଯେଉଁ ବାର୍ତାରେ ଯୁଗ ଯୁଗଧରି ପ୍ରଚଳିତ ହୋଇଥିବା ମାଲିକ ଓ ମୂଲିଆର ପ୍ରଭେଦ ବଦଳିଯିବ । ସମସ୍ତେ ହେବେ ସମାନ । ଜୀବନ ଜୀଇଁବାର ପ୍ରତିରୂପ ହୋଇରହିବ । ମଣିଷମାନେ ବିଶେଷ କରି ଯେଉଁମାନେ ବଞ୍ଚିବାପାଇଁ କଠୋର ପରିଶ୍ରମ କରୁଛନ୍ତି, ସେହିମାନଙ୍କ ମନରେ ପ୍ରେରଣା ସୃଷ୍ଟି କରିବା ଭଳି ବାର୍ତା ଆସିଛି । ଫଳସ୍ବରୂପ ସେମାନେ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ବା ଲୌକିକ ଜ୍ଞାନ ସଂଗ୍ରହ କରିପାରିବେ ।

କବି ବାର୍ତା ମାଧ୍ୟମରେ ଖଟିଖିଆ, ଶୋଷିତ ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାକୁ ଚାହିଁଛନ୍ତି । କବିଙ୍କ ମତରେ ନିଜର ଅଧିକାର ଆଣିବାପାଇଁ ସେମାନଙ୍କୁ ରୁକ୍ଷ, କର୍କଶ ହେବାକୁ ପଡ଼ିବ । କୌଣସି ସମୟରେ ଦୁର୍ବଳ ହେବାକୁ ପଡ଼ିବ ନାହିଁ । ନିଜର ସାଲିସ୍ ମନୋବୃତ୍ତିକୁ ପରିହାର କରି ତେଜୋମୟ କଣ୍ଠରେ ବଞ୍ଚିବାର ଅଧିକାରକୁ ଛଡ଼ାଇ ଆଣିବାକୁ ପଡ଼ିବ । ଦୀର୍ଘଦିନ ଧରି ଲୌହଶୃଙ୍ଖଳରେ ବାନ୍ଧି ହୋଇଥିଲା ଭାବକୁ ଦୂରେଇ ଦେବାକୁ ପଡ଼ିବ ।

ଦୀର୍ଘଦିନ ଧରି ଶୋଷିତ ମଣିଷ ଶୋଷକ ଗୋଷ୍ଠୀଙ୍କ ନିଷ୍ଠୁର ଅତ୍ୟାଚାର ସହିଆସିଛି । ମାତ୍ର ସମୟ ଆସିଛି, ସେମାନଙ୍କୁ ଆଉ ସେହି ନିଷ୍ଠୁର ଅତ୍ୟାଚାର ସହିବାକୁ ହେବ ନାହିଁ । ତେଣୁ କବି ସେହି ମାନବମାନଙ୍କୁ ରୁଦ୍ର ଭୈରବ ବୋଲି ସମ୍ବୋଧନ କରିଛନ୍ତି । ପୁନଶ୍ଚ ସେମାନଙ୍କୁ ଦଗ୍ଧ ହୁଅ, ଭସ୍ମ ହୁଅ ବୋଲି କବି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଶେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ । ସେଥ‌ିରେ ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ ।

ମୋଟ ଉପରେ କବି ଶୋଷିତ ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଲାଗି, କବି ‘ବାର୍ତା’ କବିତା ସୃଷ୍ଟି କରିଛନ୍ତି ।

Question ୩ ।
‘ବାର୍ତା’ କବିତାରେ କବି ଯେଉଁ ନୂତନ ପୃଥ‌ିବୀର ପରିକଳ୍ପନା କରିଛନ୍ତି ତାହାର ରୂପଚିତ୍ର ପ୍ରଦାନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟରେ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ କବିତା ମାଧ୍ୟମରେ ବିପ୍ଳବର ବାର୍ତା ଶୁଣାଇଛନ୍ତି । ଆଲୋଚ୍ୟ କବିତା ‘ବାର୍ତା’ ସେହିଭଳି ଏକ କବିତା, ଯେଉଁଥିରେ କବି ଏକ ଶୋଷଣମୁକ୍ତ ନୂତନ ପୃଥ‌ିବୀର ପରିକଳ୍ପନା କରିଛନ୍ତି । କାରଣ ସାଧାରଣ ଖଟିଖିଆ ମଣିଷ ପାଇଁ କବି ଥିଲେ ଗଭୀର ଭାବେ ସମ୍ବେଦନଶୀଳ । ଶୋଷିତ ମଣିଷର ଦୁଃଖ, ଯନ୍ତ୍ରଣା ଓ ଅଭାବକୁ ସେ ନିଜ ଭିତରେ ଅନୁଭବ କରିଛନ୍ତି । ତାଙ୍କ ପାଇଁ ହୃଦୟରେ ଆକୁଳ ଭାବ ପ୍ରକାଶ କରିଛନ୍ତି । ସେମାନଙ୍କ ପାଇଁ ତାଙ୍କର ସାରସ୍ଵତ ଲେଖନୀ ଚାଲନାକରି ନିଜ ହୃଦୟର ସମ୍ବେଦନଶୀଳ ଭାବ ଦେଖାଇଛନ୍ତି । ସେ କେବଳ ହୃଦୟରେ ଶୋଷିତ, ଶ୍ରମିକ ଓ ସର୍ବହରା ସମାଜ ପାଇଁ ଦୁଃଖ ପ୍ରକାଶ କରିନାହାନ୍ତି, ବରଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରକାରାନ୍ତରେ ବିପ୍ଳବର ବାର୍ତା ଶୁଣାଇ, ବଞ୍ଚିବାର ଅଧିକାର ଛଡ଼ାଇ ଆଣିବାପାଇଁ ପ୍ରେରଣା ଦେଇଛନ୍ତି ।

ପୃଥ‌ିବୀର ଅବହେଳିତ ମଣିଷ, ଯେଉଁମାନେ କି ଜୀବନସାରା ବଞ୍ଚିବା ପାଇଁ ସଂଗ୍ରାମ କଲେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି, ସେମାନଙ୍କୁ କବି ମାଟିର ପତଙ୍ଗ ବୋଲି କହିଛନ୍ତି । ସେହି ଅସହାୟ ମଣିଷମାନଙ୍କ ପାଇଁ ମୁକ୍ତିପିପାସା ନିମନ୍ତେ ସେ ସ୍ୱର ଉତ୍ତୋଳନ କରିଛନ୍ତି । ସମଗ୍ର ପୃଥ‌ିବୀରେ ଦେଖାଦେଇଛି ଦଳେ ଲୋକ କେବଳ ଦରିଦ୍ରମାନଙ୍କୁ ଶୋଷଣ କରି, ଧନୀଭାବରେ ପରିଚିତ ହୋଇ ବିଳାସବ୍ୟସନରେ ଜୀବନ ବିତାଉଛନ୍ତି । ଅପରପକ୍ଷରେ ଅନ୍ୟ କେତେକ ଜୀବନସାରା ରକ୍ତକୁ ପାଣିକରି ପରିଶ୍ରମ କଲେ ବି ବଞ୍ଚିବାର ସ୍ବାଦ ଅନୁଭବ କରିପାରୁ ନାହାଁନ୍ତି । କବି ଏହିଭଳି ବୈଷମ୍ୟକୁ ଦୂରେଇ ଦେଇ ଏକ ସୁସ୍ଥ ସମାଜ ଗଠନ କରିବାକୁ ଇଚ୍ଛା କରିଛନ୍ତି ।

ଯେଉଁ ମଣିଷମାନେ ଦଳିତ ହୋଇ ରହିଥିଲେ, ସେମାନଙ୍କ ମନରେ ଆତ୍ମବିଶ୍ଵାସ ଜାଗ୍ରତ କରିବାପାଇଁ କବି କହିଛନ୍ତି, ତୁମକୁ ଆଉ ନିଷ୍ଠୁର ଅତ୍ୟାଚାର ସହିବାକୁ ପଡ଼ିବ ନାହିଁ, ବରଂ ନିଜର ଅଧିକାର ସମ୍ବନ୍ଧରେ କୈଫିୟତ ମାଗିବାକୁ ପଡ଼ିବ । ତେଣୁ କବି ସେମାନଙ୍କୁ ରୁଦ୍ର ଭୈରବ ବୋଲି ସମ୍ବୋଧନ କରିଛନ୍ତି । ଭାଗ୍ୟ ଉପରେ ନିର୍ଭର କରୁଥିବା ମଣିଷଙ୍କୁ ଦଗ୍ଧ ହୁଅ, ଭସ୍ମ ହୁଅ ବୋଲି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଷେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ । ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ । ଶ୍ୟନପରି ବଞ୍ଚିବାର ଅଧିକାରକୁ ଝାମ୍ପି ନେଇପାରିବ ବୋଲି କବି କହିଛନ୍ତି । ଯେଉଁମାନେ ପୀଡ଼ିତ, ସେମାନଙ୍କର ବୀଜ ବୁଣି ଦେଇଛନ୍ତି ।

Question ୪।
‘ବାର୍ତା’ କବିତାରୁ କବିଙ୍କ ସର୍ଜନଶୀଳତାର ବୈଶିଷ୍ଟ୍ୟ ଉପସ୍ଥାପନ କର ।
Answer:
କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ସାରସ୍ୱତ ଜୀବନର ଆଦି ପର୍ଯ୍ୟାୟରେ ଜାତୀୟତାବାଦୀ ଓ ପଲ୍ଲୀପ୍ରାଣତାକୁ ନେଇ କବିତା ରଚନା କରୁଥିଲେ ବି ପରବର୍ତ୍ତୀ ସମୟରେ ସେ ସମାଜବାଦୀ ଭାବଧାରାକୁ ଆପଣେଇ ନେଇଛନ୍ତି । ସାଧନାର ଏଇ ଉତ୍ତରଣ ପର୍ଯ୍ୟାୟରେ ଅସହାୟ, ନିରନ୍ନ ଓ ସମାଜ ପ୍ରବଞ୍ଚିତ ବ୍ୟକ୍ତି ପ୍ରତି ସେ ଦରଦୀ ଭାବ ପ୍ରକାଶ କରିଛନ୍ତି । ସେହି ଅସହାୟ ମଣିଷମାନଙ୍କର କଥାକୁ ସେ ସିଧାସିଧ୍ ଉଲ୍ଲେଖ କରିଛନ୍ତି । ଯେପରି –
‘‘ଧରଣୀର ପଥେ ପଥେ ଚାଲୁ ଚାଲୁ ପଥଚାରୀ ମୁହଁ,
ଯେ ବ୍ୟଥା ବାଜିଛି ବୁକେ ମଣିଷର ଅପମାନ ଛୁଇଁ ।
ତାକୁଇ ଦେଇଚି ବାଣୀ କହିଛି ସେ ସାଧାରଣ କଥା,
ଭାଷାର କପଟ ଜାଲେ ରଚିନାହିଁ ମାୟାଜାଲ କଥା ।’’ (ପାଣ୍ଡୁଲିପି)
କବି ଖଟିଖିଆ, ପରିଶ୍ରମୀ ମଣିଷଙ୍କ ଜୀବନଶୈଳୀକୁ ଦେଖିଛନ୍ତି । ସେମାନଙ୍କ ପ୍ରତି ହେଉଥ‌ିବା ଅବିଚାରକୁ କରିଛନ୍ତି । ନ୍ୟାଯ୍ୟଦାବି ଓ ଅଧିକାର ପାଇଁ ଆନ୍ଦୋଳନର ପ୍ରେରଣା ଦେଇ ନିଜର ବୈପ୍ଳବିକ ଚିତ୍ତବୃତ୍ତିକୁ ପ୍ରକାଶ କରିଛନ୍ତି । ଶୋଷିତମାନଙ୍କ ପାଇଁ ସେ ଆଗ୍ନେୟ ଆହ୍ବାନ ଜଣାଇଛନ୍ତି ।

କବି ଖଟିଖିଆ ମେହେନତି ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାକୁ ଚାହିଁଛନ୍ତି । ତେଣୁ ସେମାନଙ୍କୁ ଦୃଢ଼ ହେବାକୁ, ରୁକ୍ଷ ଓ କର୍କଶ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି । ଅତୀତକୁ ବିସ୍ତ୍ରୁତ ହେବାକୁ ପଡ଼ିବ । ଦାସତ୍ଵ ଭାବକୁ ମନରୁ ପୋଛି ଦେବାକୁ ହେବ । ଦାୟିକ ଭାବରେ ନିଜର ଅଧିକାରକୁ ଛଡ଼ାଇ ନେବାକୁ ହେବ । ପାରମ୍ପରିକତାର ଶୃଙ୍ଖଳକୁ ଛଡ଼ାଇ ନେବାକୁ ପଡ଼ିବ । କଷ୍ଟ ଉପାର୍ଜିତ ଧନକୁ, ଧନୀ ଗୋଷ୍ଠୀଙ୍କ ହାତକୁ ବଢ଼ାଇ ଦେଇ ତୁମେ ଆଉ ଶାନ୍ତିରେ ରହିପାରିବ ନାହିଁ । ବରଂ ନିଜର ଅଧିକାର ସମ୍ପର୍କରେ କୈଫିୟତ ମାଗିବାକୁ ପଡ଼ିବ । ଏଇ ନିଷ୍ପେଷିତ, ନିରନ୍ନ ମଣିଷ ଗୋଷ୍ଠୀର ଅନ୍ତିମ ବିଜୟ ସୁନିଶ୍ଚିତ – ଏହିପରି ବୈପ୍ଳବିକ ଭାବନାରେ, ସମାଜର ବୈଷମ୍ୟକୁ ପ୍ରକଟିତ କରି ସଂଗ୍ରାମ କରିବାକୁ କବି ଆହ୍ୱାନ ଦେଇଛନ୍ତି । ଦାସତ୍ଵ ଶୃଙ୍ଖଳରେ ବନ୍ଧା ମଣିଷ ଅତ୍ୟାଚାରରୁ ହିଁ ପ୍ରତିଶୋଧର ଜ୍ଞାନାଲୋକ ଲାଭକରୁ ବୋଲି କବି କହିଛନ୍ତି ।

କବିତାରେ କବି କେତେକ ସୂଚନାତ୍ମକ ପଦ ପ୍ରୟୋଗ କରିଛନ୍ତି, ଯେଉଁ ପଦକୁ ସମୀକ୍ଷା କଲେ, ତାହାର ବିଶେଷତାକୁ ଆକଳନ କରିହୁଏ । ଯେପରି ‘ଶତାବ୍ଦୀର ସିଂହଦ୍ଵାରୁ’, ‘ଜାଗ ନରବ୍ରହ୍ମ’, ‘ଯୁଗବ୍ୟାପୀ ହୀନ ଦାସତ୍ଵ’, ‘ଲୌହ କାରାଗାର’, ‘ଭୀମ ଅତ୍ୟାଚାର’, ‘ହେ ରୁଦ୍ର ଭୈରବ’, ‘କୀଟ ସମ ହୁଅ ନିଷ୍ପେଷିତ’ ‘ଲଭ ତହୁଁ ଜ୍ଞାନରଶ୍ମି’, ‘ଶୋନ ପରି ନିଅ ପ୍ରତିଶୋଧ’ ‘କ୍ରୁଶର ସାଧନା’ ଇତ୍ୟାଦି ।

ଏହି ଦୃଷ୍ଟିରୁ ବିଚାର କଲେ କବି ଓଡ଼ିଆ କବିତାକୁ ନୂଆ ଦିଶା ଦେଖାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

Question ୫ ।
‘ଜୟ ଲଭୁ କୁଶର ସାଧନା’ ଉକ୍ତିରେ ସମଗ୍ର କବିତାର ଭାବାଦର୍ଶ କିପରି ପ୍ରତିଫଳିତ ~ ଆଲୋଚନା କର ।
Answer:
ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ ପ୍ରଗତିବାଦୀ କବି ରହିଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ପ୍ରତିଷ୍ଠିତ ଓ ସମ୍ମାନିତ ପ୍ରତିଭା ହେଉଛନ୍ତି, ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ । ତାଙ୍କର ସାରସ୍ବତ ସାଧନାର ଉତ୍ତରଣ ପର୍ଯ୍ୟାୟରେ ସେ ମାର୍କସ୍ଵାଦୀ ଅନୁଚିନ୍ତାଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଦୀନଦଳିତ, ପତିତ ଓ ଅବହେଳିତ ଗୋଷ୍ଠୀର ଅଭ୍ୟୁତ୍‌ଥାନ ପାଇଁ ତାଙ୍କ କବିତାରେ ରହିଛି ପ୍ରଚୁର ଆବେଦନ । ସମାଜରୁ ଶୋଷଣ, ପୀଡ଼ନ ଦୂରକରି ସାମ୍ୟବାଦୀ ସମାଜ ପ୍ରତିଷ୍ଠା କରିବା ହେଉଛି କବିଙ୍କ କବିତାର ମର୍ମବାଣୀ । ସେ କୌଣସି ଭାବରେ ସାଲିସ କରି ହୃଦୟ ପରିବର୍ତ୍ତନ କରିବାକୁ ଚାହିଁ ନାହାଁନ୍ତି । ବରଂ ଶକ୍ତି ପ୍ରୟୋଗ କରି, କିପରି ନ୍ୟାଯ୍ୟଦାବି ହାସଲ କରାଯିବ ସେଥ‌ିପାଇଁ ଦଳିତ ଓ ଅବହେଳିତ ସମାଜକୁ ଦେଇଛନ୍ତି ଆଗ୍ନେୟ ଆହ୍ବାନ । ମାର୍କସୀୟ ଦର୍ଶନର ଅନୁବର୍ତ୍ତନ ହେତୁ ତାଙ୍କ କବିତାରେ ପ୍ରଗତିଶୀଳ ଚେତନା ଥିଲା ଉଦ୍ଦୀପ୍ତ । ଖଟିଖିଆ ଓ ମେହେନତିଙ୍କର ହୃଦୟର ଦୁଃଖ ଓ ବେଦନାବୋଧକୁ ଦୂରେଇ ଦେବାକୁ ଏବଂ ସେମାନଙ୍କ ଜୀବନରେ ସମ୍ଭାବନାର ସୂର୍ଯ୍ୟ ଉଦୟ କରିବାକୁ କବି ଆଲୋଚ୍ୟ କବିତା ‘ବାର୍ତା’ରେ ସଫଳ ପ୍ରୟାସ କରିଛନ୍ତି ।

‘ଜୟ ଲଭୁ କ୍ରୁଶର ସାଧନା’ ପ୍ରସଙ୍ଗ ଉଲ୍ଲେଖ କରି, କବି ଯୀଶୁଙ୍କର ଆୟୋତ୍ସର୍ଗକୁ ଏକ ମିଥ୍ୟାଭାବରେ ଗ୍ରହଣ କରିଛନ୍ତି । ଯୀଶୁଙ୍କୁ ଅତ୍ୟାଚାରୀଦଳ କ୍ରୁଶରେ ଚଢ଼ାଇ ତାଙ୍କ ଦେହରେ କଣ୍ଟା ବାଡ଼େଇଦେଲେ । ଯୀଶୁ ଚାଲିଗଲେ ସତ, ମାତ୍ର ତାଙ୍କର ଆୟୋତ୍ସର୍ଗ ବ୍ୟର୍ଥ ଯାଇନାହିଁ । ସେହି ଆୟୋତ୍ସର୍ଗ ପାଇଁ ପରବର୍ତୀ ସମୟରେ ସେ ସମସ୍ତଙ୍କର ଆରାଧ୍ୟ ହୋଇଗଲେ । ତେଣୁ କବି, ଯେଉଁ ମଣିଷମାନେ ଧନିକ ଗୋଷ୍ଠୀଙ୍କ ଅତ୍ୟାଚାରକୁ ମୁଣ୍ଡପାତି ସହି ନେଇଛନ୍ତି, ସେମାନଙ୍କୁ ଦଗ୍ଧ ହୁଅ, ଭସ୍ମ ହୁଅ ବୋଲି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଷେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ । ପୀଡ଼ନ ବା ଦୁଃଖର କାରଣ କିଏ, ସେ ସମ୍ପର୍କରେ ସେମାନେ ଅନୁଭବ କରିପାରିବେ । ସେହି ମହାମନ୍ତ୍ର ବଳରେ ସବୁକିଛି ବଦଳିଯିବ । ବଦଳାଇ ହେବ ମାଲିକ- ମୂଲିଆ, ଜମିଦାର-ପ୍ରଜା, ଶୋଷକ-ଶୋଷିତର ସମ୍ପର୍କ । ଶ୍ରେଣୀ ଚେତନାର ଧ୍ବଂସ ଘଟିବ । ସମାଜରେ ସୃଷ୍ଟିହେବ ସମାଜବାଦୀ ଚେତନା । ପୀଡ଼ିତଙ୍କ ଜୀବନର ମୂଲ୍ୟାୟନ କରାଯିବ । ପୀଡ଼ନର ଜୟଗାନ କରାଯିବ । ସେହି ପର୍ଯ୍ୟାୟରେ କବି ଅତ୍ୟାଚାରୀମାନଙ୍କ ପାଇଁ ଯୀଶୁଙ୍କ ଆୟୋତ୍ସର୍ଗ ବ୍ୟର୍ଥ ହେବନାହିଁ ବୋଲି କହିଛନ୍ତି । କାରଣ ସେହି ବଳିଦାନରୁ ସୃଷ୍ଟିହେବ ଇତିହାସର ଭିନ୍ନ ଏକ ପର୍ଯ୍ୟାୟ । ସାଧନାର ଜୟହେବ ବୋଲି ମଧ୍ୟ କବି ଏଠାରେ ସୂଚାଇ ଦେଇଛନ୍ତ ।

ବାସ୍ତବରେ ଅତ୍ୟାଗରିତଙ୍କ ମନରେ ଆଣ। ସ୍ଟଷ୍ଠି ପାଇଁ ଏଭଳି ଅଭିମତ ଦେଇଛନ୍ତ

Additional Multiple Choice Questions (mcqs) With Answers

Question ୧ ।
କାହାର ସାଧନା ଜୟ ଲାଭ କରୁ ବୋଲି କବି କହିଛନ୍ତି ?
(i) କ୍ରୁଶର ସାଧନା
(ii) ଉପୀଡ଼ନର ସାଧନା
(iii) ଶିକ୍ଷାର ସାଧନା
(iv) ବ୍ରହ୍ମଜ୍ଞାନର ସାଧନା
Answer:
(i) କ୍ରୁଶର ସାଧନା

Question ୨ ।
କ’ଣ ମାଗିବାକୁ ବେଳ ହେଲା ବୋଲି କବି କହିଛନ୍ତି ?
(i) କୈଫିୟତ
(ii) ଧନ
(iii) ପରାମର୍ଶ
(iv) ପ୍ରେରଣା
Answer:
(i) କୈଫିୟତ

Question ୩ ।
ଦୀପ୍ତ କଣ୍ଠରେ କ’ଣ ପଚାରିବା ପାଇଁ ସମୟ ଆସିଛି ?
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା
(ii) ମଣିଷ କାହିଁକି ଅନ୍ୟକୁ ବିଶ୍ୱାସ କରୁଥିଲା ?
(iii) ଜୀବନର କ’ଣ ସମ୍ଭାବନା ଥିଲା ?
(iv) ଭବିଷ୍ୟତର କି ଆଶା ଥିଲା
Answer:
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା

Question ୪ ।
ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି ?
(i) ମରୁଡ଼ିର ବିଭୀଷିକା
(ii) ଭୀମ ଅତ୍ୟାଚାର
(iii) ବାତ୍ୟାର କରାଳ ତାଣ୍ଡବ
(iv) ଶୋଷଣ ପୋଷଣ
Answer:
(iii) ବାତ୍ୟାର କରାଳ ତାଣ୍ଡବ

Question ୫।
ଶତାବ୍ଦୀର ସିଂହଦ୍ଵାରର ଭବିଷ୍ୟତର ବାର୍ତ୍ତା କିଏ ଆଣିଛି ?
(i) ଦୂତ
(ii) ଡାକବାଲା
(iii) ମୋଘ
(iv) ପାରା
Answer:
(i) ଦୂତ

CHSE Odisha Class 12 Odia Solutions Chapter 9 ବାର୍ତା

Question ୬ ।
କବି ମାନବ ଶିଶୁକୁ କିପରି ଜାଗ୍ରତ ହେବାକୁ ପରାମର୍ଶ ଦେଇଛନ୍ତି ?
(i) ପ୍ରତିଶୋଧପରାୟଣ ହୋଇ
(ii) ଲୌକିକ ଜ୍ଞାନକୁ ଧରି
(iii) ସମସ୍ତଙ୍କୁ ଆପଣାର କରି
(iv) ପ୍ରତିଶ୍ରୁତି ପାଳନ କରି
Answer:
(ii) ଲୌକିକ ଜ୍ଞାନକୁ ଧରି

Question ୭ ।
କବି ସଚ୍ଚି ରାଉତରାୟଙ୍କ ଆତ୍ମଜୀବନୀର ନାମ କ’ଣ ?
(i) ଉତ୍ତର କକ୍ଷ
(ii) ସ୍ମୃତି ଓ ଅନୁଭୂତି
(iii) ଚିତ୍ରଗ୍ରୀବ
(iv) ମାଟିର ତାଜ
Answer:
(i) ଉତ୍ତର କକ୍ଷ

Question ୮।
କେଉଁ ବିଷୟରେ କୈଫୟତ ମାଗିବାର ବେଳ ଉପସ୍ଥିତ ହୋଇଛି ?
(i) ଦାସତ୍ଵ
(ii) ପୀଡ଼ନ
(iii) ଶଠତା
(iv) ହୀନମନ୍ୟତା
Answer:
(ii) ପୀଡ଼ନ

Question ୯ ।
ଏତେ ଦିନଧରି ମାନବପୁତ୍ର କେଉଁଥ‌ିରେ ଆବଦ୍ଧ ଥିଲା ?
(i) ସମାଜ
(ii) ଶୃଙ୍ଖଳ ଓ ଲୌହ କାରାଗାର
(iii) ହିଂସା ଓ ଦ୍ବେଷ
(iv) ପୁଞ୍ଜିବାଦୀ ବ୍ୟବସ୍ଥା
Answer:
(ii) ଶୃଙ୍ଖଳ ଓ ଲୌହ କାରାଗାର

Question ୧୦ ।
ରୁଦ୍ର ଭୈରବ ବୋଲି କାହାକୁ କୁହାଯାଇଛି ?
(i) ସର୍ବହରା ମନୁଷ୍ୟ
(ii) ପୁଞ୍ଜିପତି
(iii) ଇଂରେଜ ଶାସକ
(iv) ବିଦେଶୀ ଶାସକ
Answer:
(i) ସର୍ବହରା ମନୁଷ୍ୟ

Question ୧୧ ।
ଦାସତ୍ଵ ଓ ପୀଡ଼ନରେ ଜର୍ଜରିତ ମଣିଷମାନଙ୍କୁ କବି ଏଥ‌ିରେ କେଉଁ ସ୍ଵପ୍ନ ଦେଖାଇଛନ୍ତି ?
(i) ମୁକ୍ତି
(ii) ଆତ୍ମସମୀକ୍ଷା
(iii) ସମାଜ ଗଠନ
(iv) ବିପ୍ଳବ
Answer:
(i) ମୁକ୍ତି

Question ୧୨ ।
କବି କାହାକୁ ମହାଧର୍ମ ଆଖ୍ୟା ଦେଇଛନ୍ତି ?
(i) ପୀଡ଼ନର ଉଚ୍ଛେଦ
(ii) ଶ୍ରେଣୀ ବୈଷମ୍ୟ
(iii) ଶ୍ରେଣୀ ସଂଘର୍ଷ
(iv) ସବୁଗୁଡ଼ିକ
Answer:
(i) ପୀଡ଼ନର ଉଚ୍ଛେଦ

Question ୧୩ ।
କେଉଁପରି ଦଗ୍‌ଧ ଓ ଭସ୍ମ ହେବାକୁ କବି ମନୁଷ୍ୟ ପୁତ୍ରଙ୍କୁ କହିଛନ୍ତି ?
(i) ଦେବତା
(ii) କୀଟ
(iii) ଶୋନ
(iv) ଶ୍ଵାନ
Answer:
(ii) କୀଟ

Question ୧୪ ।
ଅତ୍ୟାଚାରୀମାନଙ୍କଠାରୁ ମୁକ୍ତି ପାଇଁ ବ୍ୟକ୍ତିକୁ କ’ଣ କରିବାକୁ ପଡ଼ିବ ?
(i) ଆତ୍ମସମୀକ୍ଷା
(ii) ଆତ୍ମରକ୍ଷା
(iii) ଆୟୋତ୍ସର୍ଗ
(iv) ବିଦ୍ରୋହ
Answer:
(iii) ଆୟୋତ୍ସର୍ଗ

Question ୧୫ ।
ପୀଡ଼ନର ଜୟ ହେଉ କହିବା ପଛରେ କବିଙ୍କର କେଉଁ ଉଦ୍ଦେଶ୍ୟ ନିହିତ ?
(i) ଶ୍ରେଣୀ ଚେତନାର ବିଲୋପ
(ii) ଶ୍ରେଣୀ ସଂଘର୍ଷ
(iii) ଶ୍ରେଣୀ ବୈଷମ୍ୟ
(iv) ପୁଞ୍ଜିବାଦୀ
Answer:
(i) ଶ୍ରେଣୀ ଚେତନାର ବିଲୋପ

Question ୧୬ ।
‘ବାର୍ତ୍ତା’ କବିତାରେ କବିଙ୍କର କେଉଁ ଆଭିମୁଖ୍ୟ ପ୍ରକାଶିତ ହୋଇଛି ?
(i) ପୁଞ୍ଜିବାଦୀ ଆଭିମୁଖ୍ୟ
(ii) ସାମ୍ୟବାଦୀ ଆଭିମୁଖ୍ୟ
(iii) ରୋମାଣ୍ଟିକ୍ ଆଭିମୁଖ୍ୟ
(iv) ସତ୍ୟବାଦୀ ଆଭିମୁଖ୍ୟ
Answer:
(ii) ସାମ୍ୟବାଦୀ ଆଭିମୁଖ୍ୟ

Question ୧୭ ।
କେଉଁଠାରୁ ଦୂତ ଆସିଅଛି ?
(i) ସ୍ୱର୍ଗରୁ
(ii) ଶତାବ୍ଦୀର ସିଂହଦ୍ଵାରରୁ
(iii) ରାଜପ୍ରାସାଦରୁ
(iv) ଆଲୋକ ରାଜ୍ୟରୁ
Answer:
(ii) ଶତାବ୍ଦୀର ସିଂହଦ୍ଵାରରୁ

Question ୧୮ ।
କାହାର ସିଂହଦ୍ଵାରରୁ ଦୂତ ଆସିଛି ବୋଲି କୁହାଯାଇଛି ?
(i) ଶତାବ୍ଦୀର
(ii) ରାଜାଙ୍କର
(iii) ସମ୍ରାଟଙ୍କର
(iv) ରାଣୀଙ୍କର
Answer:
(i) ଶତାବ୍ଦୀର

Question ୧୯ ।
କାହାର ପ୍ରତିଶୋଧ ନେବାପାଇଁ ଆହ୍ବାନ ଦିଆଯାଇଛି ?
(i) ପୀଡ଼ନର
(ii) ନିଶ୍ଳେଷଣର
(iii) ଦାସତ୍ଵର
(iv) ଅତ୍ଯାଚାରର
Answer:
(iii) ଦାସତ୍ଵର

Question ୨୦ ।
କବି କାହାର ଉଚ୍ଛେଦ ଓ ନିର୍ମୂଳ କରିବାକୁ କହିଛନ୍ତି ?
(i) ପାପୀର
(ii) ପୀଡ଼ନର
(iii) ଭସ୍ମର
(iv) କୁ ଶର
Answer:
(ii) ପୀଡ଼ନର

(କ) କବି ପରିଚିତି :

ଆଧୁନିକ ଓଡ଼ିଆ କାବ୍ୟଧାରାରେ ସଚ୍ଚିଦାନନ୍ଦ ରାଉତରାୟ ଏକ ସୁପରିଚିତ ନାମ । ଯେଉଁ କେତେଜଣଙ୍କ ମସୀଚାଳନାଦ୍ୱାରା ଆଧୁନିକ ଓଡ଼ିଆ ସାହିତ୍ୟ (ବିଶେଷକରି ସ୍ବାଧୀନତାର ପ୍ରାକ୍ ଦଶନ୍ଧିଠାରୁ) ସମୃଦ୍ଧ ହୋଇଥିଲା, ସେମାନଙ୍କ ମଧ୍ୟରେ ସଚ୍ଚି ରାଉତରାୟଙ୍କ ନାମ ଉଲ୍ଲେଖଯୋଗ୍ୟ । ଗତାନୁଗତିକ ଓଡ଼ିଆ କାବ୍ୟଧାରାରେ ରୂପଗତ ତଥା ଆତ୍ମାଗତ ପରିବର୍ତ୍ତନ ସଂଶୋଧନ କରିଥିଲେ ରାଧାନାଥ । ସେ ଓଡ଼ିଆ କାବ୍ୟଧାରାରେ, ସୃଷ୍ଟି କରିଗଲେ ନୂତନତାର ଚମକ । ସେଥ‌ିପାଇଁ ସେ ‘ଯୁଗପ୍ରବର୍ତ୍ତକ’, ‘ଯୁଗଜ୍ୟୋତି’, ‘ଯୁଗସ୍ରଷ୍ଟା’ ଆଦି ବିଶେଷଣଦ୍ଵାରା ଅଭିନନ୍ଦିତ । କବି ଶ୍ରୀ ରାଉତରାୟ ମଧ୍ଯ ପ୍ରଚଳିତ କାବ୍ୟ ବ୍ୟବସ୍ଥାରେ ବହୁ ନୂତନତା ଆନୟନ କରି ପରବର୍ତ୍ତୀ କାଳର ସ୍ରଷ୍ଟାଙ୍କ ମଧ୍ୟରେ ‘ମାଟିର ଦ୍ରୋଣ’ ଭାବେ ପୂଜ୍ୟ ହୋଇଛନ୍ତି । ସାହିତ୍ୟ କ୍ଷେତ୍ରରେ ତାଙ୍କର ଏକନିଷ୍ଠ ଅନ୍ତର୍ମୁଖୀ ସାଧନା ତାଙ୍କୁ ବହୁ ସମ୍ମାନର ଅଧିକାରୀ କରିଛି । ପରିଣତିରେ ତାଙ୍କୁ ତାଙ୍କର ସାମଗ୍ରିକ କୃତି ପାଇଁ ଭାରତର ସର୍ବୋତ୍କୃଷ୍ଟ ସାରସ୍ଵତ ପୁରସ୍କାର – ‘ଜ୍ଞାନପୀଠ’, ୧୯୮୬ ମସିହାରେ ପ୍ରଦାନ କରାଯାଇଛି । ଯିଏ ନିଜେ ନିଜର ପରିଚୟକୁ ସାରସ୍ଵତ ଶକ୍ତି ସାମର୍ଥ୍ୟଦ୍ୱାରା ଏତେମାତ୍ରାରେ ପରିବ୍ୟାପ୍ତ କରି ପାରିଛନ୍ତି, ତାଙ୍କୁ ଅନ୍ୟକୌଣସି ଗୌରଚନ୍ଦ୍ରିକା ସମ୍ବଳିତ ବଂଶାନୁକ୍ରମରେ ଚିହ୍ନିତ କରିବା ନିଷ୍ପ୍ରୟୋଜନ । ପ୍ରସଙ୍ଗତଃ ଭବଭୂତିଙ୍କ ଶ୍ଳୋକଟି ସ୍ମରଣୀୟ ।
‘‘ଉତ୍ତମା ସ୍ୱନାମାଖ୍ୟାତା ପିତୃଖ୍ୟାତା ଚ ମଧ୍ୟମା
ଅଧମା ମାତୁଳାଖ୍ୟାତା ଶୁଶ୍ରୂଖ୍ୟାତୋଽଧମାଧମଃ ।’’
ଅର୍ଥାତ୍ ଉତ୍ତମମାନେ ସ୍ବନାମରେ ପରିଚିତ ହୋଇଥା’ନ୍ତି । ମଧ୍ଯମମାନେ ପିତାଙ୍କ ନାମରେ ପରିଚିତ ହୁଅନ୍ତି । ଅଧମମାନେ ଜୀବନ ଅବଗତ କରାନଗଲେ, ତାଙ୍କ ସମ୍ପର୍କୀୟ ସବୁକିଛି ମତ ଓ ମନ୍ତବ୍ୟ ଅପୂର୍ଣ୍ଣ ରହିଯିବ । ଜୀବନୀ ଅନୁଶୀଳନ ମଧ୍ୟ ପରବର୍ତ୍ତୀ ବଂଶଧରଙ୍କ ପାଇଁ ଉପାଦେୟ । କବି Long Fellow ଙ୍କ ଭାଷାର-
“Lives of great men all remind us
To make our lives sublime.
And departing leave behind us
Footprints on the sands of time.” (A Psalm of Life)
ଜୀବନ ସମ୍ବନ୍ଧୀୟ ସ୍ରୋତ (A Psalm of life) ରେ କବି Long Fellow କହନ୍ତି – ଆମ୍ଭମାନଙ୍କ ଜୀବନକୁ ମହତ୍ତ୍ବପୂର୍ଣ କରିବାକୁ ମହତ୍ଲୋକଙ୍କ ଜୀବନୀ ପ୍ରେରଣା ଦିଏ । ସମୟର ବାଲୁକାରାଶିରେ ପତିତ ସେମାନଙ୍କ ପଦଚିହ୍ନ ଆମ୍ଭମାନଙ୍କୁ ବାଟ ଦେଖାଏ । ବସ୍ତୁତଃ, ଏଥ‌ିପାଇଁ ରାଉତରାୟଙ୍କ ଭଳି ପ୍ରଚଣ୍ଡ ସାହିତ୍ୟିକ ପ୍ରତିଭାଙ୍କ ବ୍ୟକ୍ତିଗତ ଜୀବନୀ ଆଲୋଚନୀୟ ।

କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ୧୯୧୬ ମସିହା ମେ ମାସ ୧୩ ତାରିଖ ଦିନ ପୁରୀ ଜିଲ୍ଲାର ଖୋର୍ଦ୍ଧା (ସଂପ୍ରତି ଖୋର୍ଦ୍ଧା ସ୍ଵତନ୍ତ୍ର ଜିଲ୍ଲା ହୋଇଛି) ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପ୍ରସନ୍ନକୁମାର ରାଉତରାୟ ଓ ମାତାଙ୍କ ନାମ ମୁକ୍ତାଦେବୀ I ପିତା ଥିଲେ ଜଣେ ସ୍ଵାଧୀନଚେତା ଓକିଲ; କିନ୍ତୁ ସେ ଜନ୍ମହେବାର ଅଳ୍ପଦିନ ପରେ ତାଙ୍କ ବଡ଼ବାପା ସଦାନନ୍ଦ ରାଉତରାୟ ଓ ବଡ଼ମା’ ହେମବତୀଙ୍କର ପୋଷ୍ୟପୁତ୍ର ହୋଇ ସେମାନଙ୍କଦ୍ଵାରା ଲାଳିତପାଳିତ ହୋଇଥିଲେ । ସ୍ୱଗ୍ରାମରେ ବାଲ୍ୟକାଳୀନ ଶିକ୍ଷା ସମାପ୍ତିକରି ଖୋର୍ଦ୍ଧା ହାଇସ୍କୁଲ ଓ ପରେ ପୁରୀ ଜିଲ୍ଲାସ୍କୁଲରେ ଅଧ୍ୟୟନ କରିଥିଲେ । ଛାତ୍ରାବସ୍ଥାରୁ ସାହିତ୍ୟର ପରିଭୂର୍ଭି ଘଟିଥିଲା ତାଙ୍କ ଭିତରେ । ସେ କାଳରେ ପ୍ରକାଶ ପାଉଥିବା ‘ପଞ୍ଚାମୃତ’ ଓ ‘ନବୀନ’ ପତ୍ରିକାରେ ସେ ଲେଖାଲେଖି କରୁଥିଲେ । ଭାଗ୍ୟର ଗତି ବିଚିତ୍ର ।

CHSE Odisha Class 12 Odia Solutions Chapter 9 ବାର୍ତା

ଠିକ୍ ସେତିକିବେଳେ ଲବଣ ସତ୍ୟାଗ୍ରହର ଡାକରାରେ ସେ ଉଦ୍‌ବୁଦ୍ଧ ହୋଇ ବିଦ୍ୟାଳୟ ପରିତ୍ୟାଗପୂର୍ବକ ଜାତୀୟତାବାଦୀ ଆନ୍ଦୋଳନରେ ଝାସଦେଲେ । ତାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟିହେଲା । ପରେ ଭିଣେଇ ଶ୍ରୀଜଗନ୍ନାଥ ଦାସଙ୍କ ତତ୍ତ୍ଵାବଧାନରେ ଯାଜପୁର ହାଇସ୍କୁଲରେ ସେ ପଢ଼ାପଢ଼ି କରିଥିଲେ । ପରିଶେଷରେ ୧୯୩୪ ମସିହାରେ କଲିକତାର ‘ବ୍ରହ୍ମାଜ୍ ବୟେଜ ହାଇସ୍କୁଲ୍’ରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାଶ୍ କଲେ । କଲିକତାର ସିଟି କଲେଜରେ ଆଇ.ଏ. ପଢ଼ିଲେ । ସେଠି ମଧ୍ୟ ତଦୂପ ଅବସ୍ଥା ହେଲା । ଜେଲ୍‌ରେ ପରୀକ୍ଷା ଦେବାକୁ ପଡ଼ିଲା । ଆଇ.ଏ. ପାଶ୍ କଲାପରେ ରେଭେନ୍ସାରେ ବି.ଏ. ଶ୍ରେଣୀ ପାଇଁ ନାମ ଲେଖାଇଲେ । ସେ ସମୟର ଛାତ୍ର ଆନ୍ଦୋଳନ, ଗଡ଼ଜାତ ପ୍ରଜା ଆନ୍ଦୋଳନ ଆଦିରେ ସେ ସକ୍ରିୟ ନେତୃତ୍ଵ ନେଇଥିଲେ । ଏଇଭଳି ଭାବେ ସେ ୧୯୩୯ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ. ପାସ୍ କରିଥିଲେ ।

କୌଣସି ସରକାରୀ ଚାକିରି ନକରି ସେ ୧୯୪୨ ମସିହାରେ କଲିକତାର କେଶୋରାମ କଟନ୍ ମିଲ୍ସରେ ଲେବର ୱେଲ୍‌ଫେୟାର ଅଫିସର ଭାବେ କାର୍ଯ୍ୟଭାର ଗ୍ରହଣ କଲେ । ୧୯୪୫ ମସିହାରେ ବିବାହ କଲେ ଆନ୍ଧ୍ରର ନୁଜଭିଡ଼ ରାଜବଂଶୀୟ କନ୍ୟାଙ୍କୁ । କଲିକତାର ପୂର୍ବୋକ୍ତ କାର୍ଯ୍ୟାଳୟରେ ତାଙ୍କୁ କିଛିଦିନ ପାଇଁ ଏକ୍‌ଜିକ୍ୟୁଟିଭ୍ ଅଫିସରର ଦାୟିତ୍ୱ ତୁଲାଇବାକୁ ପଡ଼ିଥିଲା । କୌଣସି କାରଣରୁ କମ୍ପାନୀ ସହ ମନୋମାଳିନ୍ୟ ଘଟିବାରୁ ସେ ୧୯୬୨ ମସିହାରେ ଚାକିରିରୁ ଇସ୍ତଫା ଦେଇ ଓଡ଼ିଶା ଫେରି ଆସିଥିଲେ । ସେବେଠାରୁ ସେ କଟକରେ ବସବାସ କରିଥିଲେ । ଜୀବନର ଏବଂବିଧ ତିନୋଟି ପ୍ରାଦେଶିକ (ଓଡ଼ିଶା, ବଙ୍ଗଳା ଓ ଆନ୍ଧ୍ର) ସଂସ୍ରାବ ତାଙ୍କ କାବ୍ୟ ଚେତନାରେ ଜ୍ୟାମିତିକ ତ୍ରିଭୁଜ ଅଙ୍କନ କରିଛି ।

କବି ରାଉତରାୟ କିଛି କାଳପାଇଁ ‘ଆରତି’ ପତ୍ରିକାର ସମ୍ପାଦନା କରୁଥିଲେ । ‘ଦିଗନ୍ତ’ ପତ୍ରିକାଟି ମଧ୍ଯ ତାଙ୍କଦ୍ୱାରା ସମ୍ପାଦିତ ହୋଇ ଆସିଥିଲା । ସେ ‘କବିତା-୧୯୬୨’ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ତରଫରୁ ପୁରସ୍କାର ପାଇଥିଲେ ୧୯୬୨ ମସିହାରେ ଭାରତ ସରକାରଙ୍କ ‘ପଦ୍ମଶ୍ରୀ’ ଉପାଧ୍ ଓ ୧୯୬୫ ମସିହାରେ ‘ସୋଭିଏତ୍ ନେହେରୁ’ ପୁରସ୍କାର ପାଇଥିଲେ । ୧୯୭୭ ମସିହାରେ ଆନ୍ଧ୍ର ଓ ୧୯୭୮ ମସିହାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସମ୍ମାନସୂଚକ ଡି.ଲିଟ୍. ଉପାଧ୍ ପାଇଥିଲେ ।

୧୯୨୯-୩୦ ମସିହାଠାରୁ ମୃତ୍ୟୁଯାବତ୍ ଶ୍ରୀ ରାଉତରାୟ ଓଡ଼ିଆ ସାହିତ୍ୟର ବହୁବିଧ ବିଭାଗରେ ମସୀଚାଳନା କରି ଆସିଛନ୍ତି । ହେଲେ, କବି ଭାବେ ତାଙ୍କର ଖ୍ୟାତି ଓ ବୈଶିଷ୍ଟ୍ୟ ସ୍ୱୀକୃତ । ରାଧାନାଥୋତ୍ତର ଓଡ଼ିଆ ସାହିତ୍ୟରେ ତାଙ୍କୁ କେନ୍ଦ୍ରକରି ବହୁ ସପକ୍ଷ ଓ ବିପକ୍ଷ ସମାଲୋଚନାର ସୂତ୍ରପାତ ହୋଇଛି । ଆଧୁନିକ ଓଡ଼ିଆ ସାହିତ୍ୟକୁ ବହୁଭାବେ ଋଦ୍ଧିମନ୍ତ କରିବାରେ ତାଙ୍କର ସାରସ୍ଵତ କୃତି ବହୁକାଳଧରି ସଫଳ କୀର୍ତ୍ତିଭାବେ ସ୍ୱୀକୃତ ହେବ । ତାଙ୍କ ଆବିଷ୍କୃତ କାବ୍ୟକ ଦିଶା ଓ ଟେକ୍‌ନିକ୍ ପରବର୍ତୀକାଳୀନ ତରୁଣ ସ୍ରଷ୍ଟାଙ୍କଦ୍ୱାରା ବହୁଳଭାବେ ଅନୁସୃତ ହୋଇଛି । ଅନେକଙ୍କ ପାଇଁ ସେ ମାଟିର ଦ୍ରୋଣ ପାଲଟିଛନ୍ତି । କବିତା ବ୍ୟତିରେକ, ସେ ସଂରଚନା କରିଛନ୍ତି ଉପନ୍ୟାସ, କ୍ଷୁଦ୍ରଗଳ୍ପ, ଗୀତିନାଟ୍ୟ, କାବ୍ୟନାଟିକା, ସମାଲୋଚନାଦି ଅନେକ ଗ୍ରନ୍ଥ ।

ତାଙ୍କର ‘ଚିତ୍ରଗ୍ରୀବ’ (୧୯୩୫) ଉପନ୍ୟାସଟି ଛାତ୍ରାବସ୍ଥାର ରଚନା । ଅଥଚ ପାରମ୍ପରିକ ଓଡ଼ିଆ ଉପନ୍ୟାସ ଧାରାରେ ତାହା ସଫଳ ବ୍ୟତିକ୍ରମ । କ୍ଷୁଦ୍ରଗଳ୍ପ ଦୃଷ୍ଟିରୁ ‘ମଶାଣିଫୁଲ’ (୧୯୪୫), ‘ମାଟିର ତାଜ’ (୧୯୪୭), ‘ଛାଇ’ (୧୯୪୮), ‘ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ’ ଅପଟାନ୍ତର ନିଶ୍ଚୟ । ‘ନୂତନ କବିତାର ଭୂମିକା’ (୧୯୬୨), ‘ସାହିତ୍ୟ ବିଚାର ଓ ମୂଲ୍ୟବୋଧ’(୧୯୭୭) ହେଉଛି ରାଉତରାୟଙ୍କ ସମୀକ୍ଷା ମାନସର ଅନନ୍ୟ ସିଦ୍ଧି । ଛାତ୍ରାବସ୍ଥାରେ ରଚିତ ‘ପ୍ରେମ ଓ ପଣ୍ୟ’ ପ୍ରବନ୍ଧ ଏବଂ କାବ୍ୟଜୀବନର ପ୍ରାରମ୍ଭରେ ରଚିତ ‘ପୂର୍ଣ୍ଣିମା’ କାବ୍ୟ ନାଟିକାଟି ତାଙ୍କ ପ୍ରତିଭା ପରିସ୍ଫୁରଣର ସାର୍ଥକ ସଙ୍କେତ । ତେବେ ତାଙ୍କ ସାରସ୍ବତ ଜୀବନର ଉତ୍ତରଣ ତଥା ପ୍ରକର୍ଷ ବିଚାର କଲାବେଳେ କବିତା ଉପରେ ସବିଶେଷ ଦୃଷ୍ଟିନିବଦ୍ଧ କରାଯାଏ ।

ତାଙ୍କ କାବ୍ଯସାଧନାର ଉନ୍ମେଷ, ଉତ୍ତରଣ ଓ ବିକାଶ ଭାବେ ତିନୋଟି ପର୍ଯ୍ୟାୟକୁ ହିଁ ଲକ୍ଷ୍ୟ କରିହୁଏ । ସେଗୁଡ଼ିକ ହେଲା ରୋମାଣ୍ଟିକ୍ ଭାବଧାରାର ଅନୁବର୍ତ୍ତକ ବା ସବୁଜଚେତନା ଅନୁପ୍ରାଣିତ, ପ୍ରଗତିବାଦୀ ବା ସାମ୍ୟବାଦୀ ବାସ୍ତବତାର ଉଦ୍‌ଗାତା ଓ ପରିଣତିରେ ପ୍ରୟୋଗବାଦୀ ଧାରାର ସଂସ୍ଥାପକ । ମଧ୍ଯ ପର୍ଯ୍ୟାୟର କବିତାକୁ ପ୍ରାରମ୍ଭିକ ମାନସାବସ୍ଥାର ପ୍ରଲମ୍ବନ କରିହେବ, କାରଣ ଅସହାୟ, ନିରନ୍ନ ଓ ସମାଜ ପ୍ରବଞ୍ଚିତ ବ୍ୟକ୍ତି ପ୍ରତି ତାଙ୍କ ପ୍ରାଣର ସୀମାହୀନ ଦରଦ ପ୍ରକାଶ ପାଇଛି । ଯେପରି –
‘‘ଧରଣୀର ପଥେ ପଥେ ଚାଲୁ ଚାଲୁ ପଥଚାରୀ ମୁହଁ,
ଯେ ବ୍ୟଥା ବାଜିଛି ବୁକେ ମଣିଷର ଅପାନ ଛୁଇଁ ।
ତାକୁଇ ଦେଇଚି ବାଣୀ କହିଛି ସେ ସାଧାରଣ କଥା,
ଭାଷାର କପଟ ଜାଲେ ରଚିନାହିଁ ମାୟାଜାଲ କଥା ।’’ (ପାଣ୍ଡୁଲିପି)
ରୁଷିଆର ବିପ୍ଳବୀ କବି ମାୟାକୋଭସ୍କି (Mayakovsky) (୧୮୯୩–୧୯୨୧) ଙ୍କ କବିତାରୁ ପୂର୍ବୋଦ୍ଧତ ପଦର ସୃରାନୁରୂପା ଲକ୍ଷଣୀୟ।
“Wherever pain is there am I
On every single tear that’s shed
I myself have crucified.
To all forgiveness I call a half.” (A Cloud in Trousers)
ଗତାନୁଗତିକ, କୁସଂସ୍କାରଶ୍ରୟୀ ଅବୈଜ୍ଞାନିକ ସାହିତ୍ୟ ବଦଳରେ ଯୁକ୍ତିଭିତ୍ତିକ, ସମାଜାଶ୍ରୟୀ, ଜୀବନ୍ତ ସାହିତ୍ୟ ସୃଷ୍ଟି କରିବାପାଇଁ ବିଜ୍ଞାପନ ଶୁଣାଇଥିଲା । ଅଧିକନ୍ତୁ ‘ସାହିତ୍ୟ ସମାନ୍ତବାଦୀ ବିଳାସ ମଧ୍ୟରୁ ନିକଲି ଆସି ଗଣ ଆସନରେ ଅଭିଷିକ୍ତ ହେବ ।’’ – ଏହାହିଁ ଥୁଲା ସଂସଦଭୁକ୍ତ ସଭ୍ୟମାନଙ୍କର ସାହିତ୍ୟିକ ଆଭିମୁଖ୍ୟ । ସାହିତ୍ୟ ଜରିଆରେ ଶୋଷଣମୁକ୍ତ ଶ୍ରେଣୀହୀନ ସମାଜବ୍ୟବସ୍ଥା ଆନୟନ ପାଇଁ ଆଲୋଚ୍ୟ କାଳର ସ୍ରଷ୍ଟାମାନେ ଆନ୍ଦୋଳନ କରିଥିଲେ । ଏ ପ୍ରକାର ମାନସିକତା ଯେ ବିଦେଶାଗତ – ଏକଥା ବୁଝାଇବା ନିଷ୍ପ୍ରୟୋଜନ ।

ଏ ରୀତିର ସାହିତ୍ୟକୁ ସାମ୍ୟବାଦୀ ବା ପ୍ରଗତିଶୀଳ ସାହିତ୍ୟ ନାମରେ ଅଭିହିତ କରାଯାଇଛି । ଏଭଳି ସାହିତ୍ୟରେ ଅଲୌକିକତା, ଈଶ୍ବରବିଶ୍ଵାସ, ଧନୀକ ବା ସମ୍ଭ୍ରାନ୍ତ ଅଲୌକିକତା, ଈଶ୍ବରବିଶ୍ଵାସ, ଧନୀକ ବା ସମ୍ଭ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି ଚରିତ୍ର, ପୁରୋହିତ ସର୍ବସ୍ୱତା ଆଦି ପରିବର୍ତ୍ତେ ବିଜ୍ଞାନ, ଶ୍ରେଣୀୟ ବ୍ୟକ୍ତି ଚରିତ୍ର, ପୁରୋହିତ ସର୍ବସ୍ୱତା ଆଦି ପରିବର୍ତ୍ତେ ବିଜ୍ଞାନ, ଶ୍ରେଣୀ ସଂଗ୍ରାମ, ସାଧାରଣ ମଜଦୁରଙ୍କ କଥା ରୂପପାଇଲା । ତେଣୁ ଆଲୋଚ୍ୟ କାଳର କବିତା ହେଲା ଆହ୍ଵାନଧର୍ମୀ ଓ ଉଦାତ୍ତ । ଅଭିମନ୍ତ୍ରିତ କରାଇ ନେଇଥିବାରୁ ‘କଳା ପାଇଁ କଳା’ ପରିବର୍ତ୍ତେ ‘ସମାଜ ପାଇଁ କଳା ସୃଷ୍ଟି’ ସେମାନଙ୍କର ଆଭିମୁଖ୍ୟ ହେଲା । ପ୍ରଚଳିତ ପୁଞ୍ଜିବାଦୀ ସମାଜ ବ୍ୟବସ୍ଥାର ପ୍ରବର୍ତ୍ତନର ପକ୍ଷପାତୀ ଥିଲେ ସେମାନେ ।
‘‘ଭଗବାନ ଅଛ କାହିଁ
ଆକାଶ ପବନ ଗର୍ଜି ମୋ’ କାନ କହିଯାଏ ନାହିଁ ନାହିଁ ।’’
ପୁନଶ୍ଚ ଏହି ସାମ୍ୟବାଦୀ କବିତାରେ ଶ୍ରେଣୀ-ସଂଘର୍ଷର ଉଦାର ଆବାହନୀ ବି ଶୁଣିବାକୁ ମିଳିଥିଲା । ଯେପରି
‘‘ଦୈନ୍ୟ ଯାତନା ଅଭାବେ ଡାକୁଛୁ – ଅଛ ଯଦି ଭଗବାନ୍
ଦୁନିଆର ଏଇ ଜୀଅନ୍ତା ନରକୁ କର ବେଗେ ପରିତ୍ରାଣ
ଲୋଡୁନା ମୋକ୍ଷ ଚିର
ମାଗୁଅଛୁ ଖାଲି ବକଟେ ତ ରୁଟି, ନୋହିଲେ ମୃତ୍ୟୁବର ।’’
ଧର୍ମକୁ ଅଫିମ ବୋଲି ବର୍ଣ୍ଣନା କରାଗଲା । ପୁରାତନ କାଳର ସମାଜ ଉତ୍କର୍ଣ୍ଣ ରହିଲା ତାଙ୍କ କବିତାରେ । ପୁଣି ନୂଆ ସକାଳକୁ ଆବାହନ କରାଗଲା । ତେଣୁ ସାହିତ୍ୟ ପ୍ରାଦେଶିକ ସ୍ତର ଅତିକ୍ରମ କରି ବିଶ୍ବିକ ହେଲା । ବିଶ୍ବ ସାହିତ୍ୟରେ ମାୟାକୋଭସ୍କି, ୱାଲ୍‌ ସ୍ପିଟମ୍ୟାନ୍ ଆଦି ଯେପରି ମାନବିକ ଦରଦ ପ୍ରକାଶ କରିଥିଲେ, ତାହା ରାଉତରାୟଙ୍କ କବିତାରେ ଶ୍ରୁତ ହେଲା ।

ସେ ଅନେକ ପ୍ରକାରର କବିତା ରଚନା କରିଛନ୍ତି । ସେସବୁ ତାଙ୍କ କବିତା ଗ୍ରନ୍ଥରେ ସଂକଳନ କରାଯାଇଛି । ତାଙ୍କ କବିତା ପୁସ୍ତକଗୁଡ଼ିକ ହେଲା – ପାଥେୟ (୧୯୩୧), ଅଭିଯାନ (୧୯୩୮), ବାଜିରାଉତ (୧୯୩୯), ପଲ୍ଲୀଶ୍ରୀ (୧୯୪୧), ପାଣ୍ଡୁଲିପି (୧୯୪୭), ଅଭିଜ୍ଞାନ (୧୯୪୮), ହସନ୍ତ (୧୯୪୮), ଭାନୁମତିର ଦେଶ (୧୯୪୯), ସ୍ବାଗତ (୧୯୫୮), କବିତା ୧୯୬୨ (୧୯୬୩), ଚିରପ୍ରଦୀପ୍ତ (୧୯୬୮), କବିତା – ୧୯୬୯ (୧୯୭୦), କବିତା – ୧୯୭୧ (୧୯୭୨), କବିତା – ୧୯୭୪ (୧୯୭୬) ଇତ୍ୟାଦି ।

(ଖ) କବିତାର ପୃଷ୍ଠଭୂମି :

‘ବାର୍ତା’ କବିତାଟି କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ପାଣ୍ଡୁଲିପି’ କବିତା ସଂକଳନରୁ ସଂଗୃହୀତ । କବି ଏଥରେ ସମାଜବାଦୀ ଚିନ୍ତାଧାରା ପ୍ରକାଶ କରିଛନ୍ତି । କବି ରାଉତରାୟଙ୍କ ପୂର୍ବରୁ ସବୁଜବାଦୀ କବି ଓ ଲେଖକମାନେ ରୋମାଣ୍ଟିକ୍ ଭାବ ପ୍ରକାଶ କରୁଥିଲେ । କବି ସେଭଳି ଚିନ୍ତାଧାରାକୁ ପରିହାର କରି ବାସ୍ତବ ଜୀବନକୁ ନେଇ କବିତା ରଚନା କରିବାକୁ ପ୍ରେରଣା ଦେଇଥିଲେ । ଏ ସମ୍ପର୍କରେ ସେ କହିଥିଲେ – ‘ଭାବପ୍ରବଣତା ଓ ମଧ୍ୟମ ଶ୍ରେଣୀ ସୁଲଭ ପ୍ରବଣତା (Sentimentality) ର ତାଡ଼ନାରେ ବର୍ତ୍ତମାନ ଲେଖକମାନେ ସାହିତ୍ୟ ସୃଷ୍ଟି କରୁଥିବାରୁ ସାହିତ୍ୟ ବାସ୍ତବ ଜୀବନଠାରୁ ସାମଞ୍ଜସ୍ୟ ହରାଇଛି । ଜୀବନ ସଂଗ୍ରାମର ସମ୍ମୁଖୀନ ହେବାପାଇଁ ଯେଉଁ ସାହସ ଦରକାର – ତା’ ଏ ସାହିତ୍ୟରେ ନାହିଁ । ଏହା ପଳାୟନତତ୍ପର ଭୀରୁ ସାହିତ୍ୟ ।’’ (‘ଜନସାଧାରଣଙ୍କ ସାହିତ୍ୟ’ – ‘ସହକାର’ ଜୁଲାଇ ୧୯୩୬) କବି ରାଉତରାୟଙ୍କ ଏଭଳି ଅଭିବ୍ୟକ୍ତି, ତାଙ୍କ କବିତାରେ ମାର୍କସୀୟ ଚିନ୍ତାଧାରାକୁ ଅତି ସଫଳଭାବେ ପରବର୍ତୀ ସମୟରେ ପ୍ରକାଶ କରିଛି । ପ୍ରଗତି ଓ ବିପ୍ଳବ ପାଇଁ ପରିସ୍ଥିତି ତିଆରି କରିବା ଦିଗରେ ସାହିତ୍ୟକୁ ସେ ଏକ ଚୈତନ୍ୟକ ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି ।

ପୃଥ‌ିବୀର ଅବହେଳିତ ମଣିଷମାନଙ୍କୁ ମାଟିର ପତଙ୍ଗଭାବେ ନାମିତ କରି, ତା’ର ମୁକ୍ତି ପିପାସା ନିମନ୍ତେ ସେ ସ୍ଵର ଉତ୍ତୋଳନ କରିଛନ୍ତି । ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଏହି ଶ୍ରମଜୀବୀ ଶ୍ରେଣୀ ଯୁଗେ ଯୁଗେ ଅବହେଳିତ ଭାବେ ପଡ଼ିରହିଛନ୍ତି । ଶୋଷକମାନଙ୍କ ଅତ୍ୟାଚାର ମାନବ ଆତ୍ମାକୁ ବହୁଭାବରେ ପୀଡ଼ିତ କରିଛି । ସେହି ପରିସ୍ଥିତିରେ କୈଫୟିତ ମାଗିବାକୁ ସମୟ ଆସିଛି ବୋଲି କବି କହିଛନ୍ତି । ଏଇ ନିଷ୍ପେଷିତ, ନିରନ୍ନ ମଣିଷ ଗୋଷ୍ଠୀର ଅନ୍ତିମ ବିଜୟ ସୁନିଶ୍ଚିତ – ଏହିପରି ବୈପ୍ଳବିକ ଭାବନାରେ, ସମାଜର ବୈଷମ୍ୟକୁ ପ୍ରକଟିତ କରି ସଂଗ୍ରାମ କରିବାକୁ କବି ଆହ୍ୱାନ ଦେଇଛନ୍ତି । ଦାସତ୍ଵ ଶୃଙ୍ଖଳରେ ବନ୍ଧା ନିଷ୍ପେଷିତ ମଣିଷ ଅତ୍ୟାଚାରରୁ ହିଁ ପ୍ରତିଶୋଧର ଜ୍ଞାନାଲୋକ ଲାଭକରୁ ବୋଲି କବି କହିଛନ୍ତି । ଅତ୍ୟାଚାରୀମାନଙ୍କ ପାଇଁ ଯୀଶୁଙ୍କ ଆତ୍ମତ୍ସର୍ଗର ସାଧନା ଜୟଲାଭ କରିବ ବୋଲି କବି କାମନା କରିଛନ୍ତି ।

(ଗ) କବିତାର ସାରକଥା :

ଶୋଷିତ, ସର୍ବହରା ମଣିଷଙ୍କ ପାଇଁ ସେ ସମ୍ଭାବନାର ବାର୍ତ୍ତା ଦେଇଛନ୍ତି । ଶୋଷକଗୋଷ୍ଠୀଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ବଞ୍ଚିବାର ଅଧିକାର ଛଡ଼ାଇ ନେବାକୁ ସେ କହିଛନ୍ତି । ବହୁଦିନରୁ ଚଳିଆସୁଥ‌ିବା ଚିନ୍ତାଧାରାକୁ ସେ ବଦଳାଇ ଦେବାପାଇଁ ପ୍ରେରଣା ଦେଇଛନ୍ତି । ତେଣୁ କବିତାର ପ୍ରଥମ ପର୍ଯ୍ୟାୟରେ କବି କହିଛନ୍ତି, ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆସିଛି ଭବିଷ୍ୟତର ବାର୍ତା ପରିପ୍ରଚାର କରିବାପାଇଁ । ଶହ ଶହ ବର୍ଷ ଧରି ଚଳି ଆସୁଥିବା ମାଲିକ ମୂଲିଆ ପ୍ରଭେଦ ବଦଳେଇ ଦେବାର ବାର୍ତ୍ତା ସେ ଆଣିଛି । ଯେପରି ଭବିଷ୍ୟତରେ କେହି ସାନ ବଡ଼ ରହିବେ ନାହିଁ । କାହାରି ମନରେ ଶୋଷଣ ଓ ଶୋଷିତର ମାନସିକତା ରହିବ ନାହିଁ । ଭବିଷ୍ୟତରେ ସମସ୍ତେ ହେବେ ସମାନ । ଜୀବନ ଜୀଇଁବାର ପ୍ରତିରୂପ ହୋଇ ରହିବ । ସେଥ‌ିରେ କୌଣସି ପ୍ରକାର ବିଭେଦ ରହିବ ନାହିଁ । ମଣିଷମାନଙ୍କୁ ବିଶେଷକରି ଯେଉଁମାନେ ବଞ୍ଚିବାପାଇଁ କଠୋର ପରିଶ୍ରମ କରୁଛନ୍ତି, ସେହିମାନଙ୍କୁ କବି ପ୍ରେରଣା ଦେଉଛନ୍ତି । ଲୌକିକ ଜ୍ଞାନ, ଅର୍ଥାତ୍ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତାକୁ ସଂଗ୍ରହ କରିବାକୁ ପଡ଼ିବ ।

ଖଟିଖିଆ ମେହେନତି ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାପାଇଁ କବି କହିଛନ୍ତି, ‘ତୁମମାନଙ୍କୁ ଦୃଢ଼ ହେବାକୁ ପଡ଼ିବ, ରୁକ୍ଷ କର୍କଶ ହେବାକୁ ପଡ଼ିବ । କୌଣସି ସମୟରେ ଦୁର୍ବଳ ନହୋଇ ନିଜର ଅଧିକାର ସାବ୍ୟସ୍ତ କରିବାକୁ ହେବ । ତୁମ ପ୍ରତି ହେଉଥ‌ିବା ଦୀର୍ଘଦିନର ଶୋଷଣର ପ୍ରତିଶୋଧ ନେବାକୁ ହେବ । ଦାସତ୍ଵଭାବକୁ ପୂର୍ଣଭାବରେ ବଦଳାଇ ଦେବାକୁ ହେବ । ଅତୀତକୁ ଆଜି ବିସ୍ମିତ ହେବାକୁ ପଡ଼ିବ । ଆଜି ସମୟ ଆସିଛି, ଶୋଷକ ଓ ଧନୀକ ଗୋଷ୍ଠୀକୁ ନିଜର ଦାବି ସମ୍ପର୍କରେ ନେବାପାଇଁ ମାନବ ଶ୍ରେଣୀଙ୍କୁ କବି ପ୍ରେରଣା ଦେଇଛନ୍ତି । କାରଣ ଦୀର୍ଘଦିନ ଧରି ପାରମ୍ପରିକତାର ଶୃଙ୍ଖଳରେ ତୁମେ ବାନ୍ଧିହୋଇ ରହିଥିଲ, ଲୌହକାରାଗାର ଭଳି ସୀମାରେ ଆବଦ୍ଧ ହୋଇଥଲ ବୋଲି କବି ପ୍ରଶ୍ନ ପଚାରୁଛନ୍ତି । ସେଭଳି ଶୃଙ୍ଖଳ ଓ ଲୌହକାରାଗାରରୁ ମୁକ୍ତ ହେବାପାଇଁ କବି, ଖଟିଖିଆ ମଣିଷଙ୍କୁ ବାର୍ତ୍ତା ଶୁଣାଇଛନ୍ତି । ଉପାର୍ଜିତ ଧନକୁ, ଧନୀଗୋଷ୍ଠୀଙ୍କୁ ଦେଇଛନ୍ତି, ଯାହାକି ଏଭଳି ବ୍ୟବହାର ଶୋଷିତଗୋଷ୍ଠୀଙ୍କୁ ପୀଡ଼ାଦେଇଛି । ମାତ୍ର ସମୟ ଆଜି ବଦଳିଯାଇଛି । ତୁମକୁ ଆଉ ସେହି ନିଷ୍ଠୁର ଅତ୍ୟାଚାର ସହିବାକୁ ହେବ ନାହିଁ । ବରଂ ନିଜର ଅଧିକାର ସମ୍ବନ୍ଧରେ କୈଫିୟତ ମାଗିବାକୁ ପଡ଼ିବ । ତେଣୁ କବି ସେହି ମାନବମାନଙ୍କୁ ରୁଦ୍ର ଭୈରବ ବୋଲି ସମ୍ବୋଧନ କରିଛନ୍ତି । ନୂତନ ଯୁଗର, ନୂତନ ବାର୍ତ୍ତାକୁ ଦେବତାର ବର ବୋଲି ଗ୍ରହଣ କରିନେବାକୁ ହେବ । ଦେବ ବଳରେ, ଦେବ ବରରେ ବଳୀୟାନ ହୋଇ, ଶୋଷକଗୋଷ୍ଠୀଙ୍କ ବିରୁଦ୍ଧରେ ସଂଗ୍ରାମ କରିବାପାଇଁ କବି ପ୍ରକାରାନ୍ତରେ ପ୍ରେରଣା ଦେଇଛନ୍ତି ।

ଯେଉଁ ମଣିଷମାନେ ଧନୀକ ଗୋଷ୍ଠୀଙ୍କ ଅତ୍ୟାଚାରକୁ ମୁଣ୍ଡପାତି ସହି ନେଉଥିଲେ, ଭାଗ୍ୟ ଓ ଭଗବାନ୍‌ଙ୍କ ଉପରେ ଆସ୍ଥା ପ୍ରକଟ କରୁଥିଲେ, ସେଭଳି ମଣିଷମାନଙ୍କୁ, ଦଗ୍ଧ ହୁଅ ଓ ଭସ୍ମ ହୁଅ ବୋଲି କବି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଶ୍ଳେଷଣରୁ ସୃଷ୍ଟିହେବ ଜ୍ଞାନାଲୋକ । ସେଥ‌ିରେ ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ । ପ୍ରକୃତରେ ପୀଡ଼ନ ବା ଦୁଃଖର କାରଣ କିଏ, ସେ ସମ୍ପର୍କରେ ଅନୁଭବ କରିପାରିବେ । ସେଭଳି ଅନୁଭବ ଆସିଲାପରେ ସେମାନେ ଉଚ୍ଛେଦ କରି ଦେବେ, ନିର୍ମୂଳ କରିଦେବ, ଶୋଷକମାନଙ୍କର ଅତ୍ୟାଚାରକୁ । ଶ୍ଵେନପରି ଭୟଙ୍କର ପ୍ରତିକ୍ରିୟାଶୀଳ, ମହାମନ୍ତ୍ରକୁ ଗ୍ରହଣ କରି ନେବାକୁ କବି ଆହ୍ୱାନ ଦେଇଛନ୍ତି । ସେହି ମହାମନ୍ତ୍ର ବଳରେ ସବୁକିଛି ବଦଳିଯିବ । ବଦଳାଇ ହେବ ମାଲିକ ମୂଲିଆ, ଜମିଦାର ପ୍ରଜା, ଶୋଷକ ଶୋଷିତର ସମ୍ପର୍କ । ଶ୍ରେଣୀଚେତନ ଧ୍ୱଂସ ହୋଇ, ସୃଷ୍ଟିହେବ ସମାଜବାଦୀ ଚେତନା । ପୀଡ଼ିତଙ୍କ ଜୀବନର ମୂଲ୍ୟାୟନ କରାଯିବ । ପୀଡ଼ନର ଜୟଗାନ କରାଯିବ । ଅତ୍ୟାଚାରୀମାନଙ୍କ ପାଇଁ ଯୀଶୁଙ୍କ ଆୟୋତ୍ସର୍ଗ ବ୍ୟର୍ଥ ହେବ ନାହିଁ । ସମ୍ଭାବନାର ବୀଜ ବୁଣି ଦେଇଛନ୍ତି ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :

CHSE Odisha Class 12 Odia Solutions Chapter 9 ବାର୍ତା 1

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Odisha State Board CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି Textbook Exercise Questions and Answers.

+2 2nd Year Odia Optional Chapter 3 ଧୀରେ ରାଧା କର ଧରି Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୧।
ନାରୀମରା ନୀତିକି କିଏ ଦୀକ୍ଷା କରିଛନ୍ତି ?
(କ) କନ୍ଦର୍ପ
(ଖ) ରାମ
(ଗ) କୃଷ୍ଣ
(ଘ) ଚନ୍ଦ୍ରସେଣା
ଉ –
(ଗ) କୃଷ୍ଣ

Question ୨।
ଚନ୍ଦ୍ର ବିନା କାହାର ଗତି ନାହିଁ ?
(କ) ତାରା
(ଖ) ଗ୍ରହ
(ଗ) କୁମୁଦ
(ଘ) ଚକୋର
ଉ –
(ଘ) ଚକୋର

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୩ ।
କାହା ବିନା ମୀନ ବଞ୍ଚିପାରିବ ନାହିଁ ?
(କ) ବନ
(ଖ) ଧୀବର
(ଗ) ବଣ
(ଘ) ଚାତକ
ଉ –
(କ) ବନ

Question ୪ ।
ଦାସୀକୁ ନାଗରମଣି କେଉଁଠିକୁ ନିକ୍ଷେପ କଲେ ?
(କ) ନଦୀ ଭିତରକୁ
(ଖ) ସାଗର ଗଭକୁ
(ଗ) କାମସିନ୍ଧୁ ପାଣିକୁ
(ଘ) କୂପ ମଧ୍ୟକୁ
ଉ –
(ଗ) କାମସିନ୍ଧୁ ପାଣିକୁ

Question ୫ ।
ରାଧାଙ୍କ ହୃଦୟକୁ ନିରବଧୂ କିଏ ଦହିବ ?
(କ) ସୂର୍ଯ୍ୟ
(ଖ) ଅଗ୍ନି
(ଗ) କାମଦେବ
(ଘ) କୃଷ୍ଣ
ଉ –
(ଗ) କାମଦେବ

Question ୬ |
କୋଟି ନାଗର ଘାତ କାହା ସହିତ ତୁଳନୀୟ ନୁହେଁ ବୋଲି କବି କହିଛନ୍ତି ?
(କ) ପ୍ରେମ
(ଖ) ବିରହ
(ଗ) ଶତ୍ରୁତା
(ଘ) ବିଶ୍ଵାସଘାତକତା
ଉ –
(ଖ) ବିରହ

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୭ ।
କୁମୁଦିନୀ ବିନା କାହାର ବାଧା ହୋଇନଥାଏ ?
(କ) ସୂର୍ଯ୍ୟ
(ଖ) ଆକାଶ
(ଗ) ସରସୀ
(ଘ) ବିଧୁ
ଉ –
(ଘ) ବିଧୁ

Question ୮ ।
କାଳୀ ହେଲେ ବି ଶଶୀ କାହା ପ୍ରତି ଆଦର ତ୍ୟାଗ କରିପାରେ ନାହିଁ ?
(କ) ଆକାଶ
(ଖ) ତା୍ରକା
(ଗ) ସାଗର
(ଘ) ନିଶି
ଉ –
(ଘ) ନିଶି

Question ୯।
କୃଷ୍ଣ ହେଳାକଲେ ରାଧାଙ୍କ କି ଭେଳା ବୁଡ଼ିଯାଉଛି ?
(କ) ପ୍ରୀତିଭେଳା
(ଖ) ଶାନ୍ତିଭେଳା
(ଗ) କାମଭେଳା
(ଘ) ଜୀବନଭେଳା
ଉ –
(କ) ପ୍ରୀତିଭେଳା

Question ୧୦ ।
ପୁରନ୍ଦର କିଏ ?
(କ) ଚନ୍ଦ୍ର
(ଖ) ଇନ୍ଦ୍ର
(ଗ) ଯମ
(ଘ) ବରୁଣ
ଉ –
(ଖ) ଇନ୍ଦ୍ର

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୧୧ ।
କାହା ତାପରେ ପ୍ରେମକୃଷି ବଞ୍ଚିପାରିବ ନାହିଁ ?
(କ) ବୈଶାଖ
(ଖ) ଜ୍ୟେଷ୍ଠ
(ଗ) ଅଗ୍ନି
(ଘ) ସୂର୍ଯ୍ୟ
ଉ –
(ଖ) ଜ୍ୟେଷ୍ଠ

Question ୧୨ ।
ରାଧା କୃଷ୍ଣଙ୍କଠାରୁ କି ମନ୍ତ୍ର ମାଗିବାପାଇଁ ଦୂତୀକୁ କହିଛନ୍ତି ?
(କ) ପ୍ରୀତି ମନ୍ତ୍ର
(ଖ) ବଶୀକରଣ ମନ୍ତ୍ର
(ଗ) ପ୍ରେମ ଛଡ଼େଇବା ମନ୍ତ୍ର
(ଘ) ସମ୍ମୋହନ ମନ୍ତ୍ର
ଉ –
(ଗ) ପ୍ରେମ ଛଡ଼େଇବା ମନ୍ତ୍ର

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧ ।
ରାଧା ଦୂତୀର କର ଧରି କ’ଣ କହିଛନ୍ତି ?
ଉ –
କୃଷ୍ଣପ୍ରେମ ତାଙ୍କର ପ୍ରାଣନାଶର କାରଣ ହେବ ବୋଲି ଶ୍ରୀରାଧା ଦୂତିକାର କର ଧରି ଜିଜ୍ଞାସା କରିଛନ୍ତି ।

Question ୨ ।
ପ୍ରାଣବନ୍ଧୁଙ୍କୃ କ’ଣ କହିବାପାଇଁ ରାଧା କହିଛନ୍ତି ?
ଉ –
ନାରୀମରା ରୀତିତୁ ଦୀକ୍ଷା ନେଇଛନ୍ତି ବୋଲି ରାଧା ପ୍ରାଣବନ୍ଧୁ ଶ୍ରୀକୃଷ୍ଣଙ୍କୁ ଦୋଷାରୋପ କରି ଦୂତୀଦ୍ୱାରା ସନ୍ଦେଶ ଦେଇଛନ୍ତି ।

Question ୩।
କାହାକୁ କିଣିଥେଲେ ବିନାଶ କରାଯାଏ ନାହିଁ ?
ଉ –
ସେବକୀକୁ କିଣିଥିଲେ ବିନାଶ କରାଯାଏ ନାହିଁ ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୪ ।
କୃଷ୍ଣଙ୍କ ଶ୍ରୀଚରଣରେ ରାଧା କ’ଣ ବିକିଛନ୍ତି ?
ଉ –
କୃଷ୍ଣଙ୍କ ଶ୍ରୀଚରଣରେ ଶ୍ରୀରାଧା ତାଙ୍କର ତନୁ-ମନକୁ ସମର୍ପଣ କରିଦେଇଛନ୍ତି ବୋଲି ଦୂତୀ ଆଗରେ

Question ୫ ।
କାହା ବିନା ଚକୋରର ଅନ୍ୟଗତି ନାହିଁ ?
ଉ –
ଚନ୍ଦ୍ର ବିନା ଚକୋରର ଅନ୍ୟ ଗତି ନାହିଁ ।

Question ୬।
କାମସିନ୍ଧୁ ପାଣିକି କିଏ କାହାକୁ ପକାଇଦେଲେ ?
ଉ –
କୃଷ୍ଣପ୍ରାଣଗତା ଶ୍ରୀରାଧାଙ୍କୁ ଶ୍ରୀକୃଷ୍ଣ କାମସିନ୍ଧୁ ପାଣିକୁ ପକାଇଦେଲେ ବୋଲି ସେ ଖେଦୋକ୍ତି ପ୍ରକାଶ କରିଛନ୍ତି ।

Question ୭ ।
ବିଦେହ-ପଥର ଅର୍ଥ କ’ଣ ?
ଉ –
ବିଦେହ-ପଥର ଅର୍ଥ ମରଣର ବାଟ ଅର୍ଥାତ୍‌ ମୃତ୍ୟୁ ପଥରେ ଯାତ୍ରା ।

Question ୮ ।
କୃଷ୍ଣଙ୍କର କେଉଁ ରୀତି ଭାଙ୍ଗିବ ବୋଲି ରାଧା ଦୂତୀକୁ କହିଛନ୍ତି ?
ଉ –
ଶ୍ରୀକୃଷ୍ଣଙ୍କର ପ୍ରେମଲୋଭରୀତି ଭାଙ୍ଗିବାପାଇଁ ଶ୍ରୀରାଧା ଦୂତୀକୁ ପରାମର୍ଶ ଦେଇଛନ୍ତି ।

Question ୯।
ରାଧାଙ୍କର ସବୁ ପୁଣ୍ୟ କେମିତି ଜାଗିବ ?
ଉ –
ଶ୍ରୀକୃଷ୍ଣଙ୍କ ପଦଧୂଳି ପ୍ରାପ୍ତ ହେଲେ ଶ୍ରୀରାଧାଙ୍କର ସବୁପୁଣ୍ୟ ଜାଣିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

Question ୧୦ ।
ବିରହକୁ କ’ଣ ତୁଳ ନୁହେଁ ?
ଉ –
ବିରହକୁ କୋଟିଏ ନାଗସର୍ପର ଦଂଶନ ସହ ତୁଳନା ନୁହେଁ ବୋଲି ଶ୍ରୀକୃଷ୍ଣ କହୁଥିଲେ ।

Question ୧୧ ।
ରାଧାଙ୍କ ପ୍ରୀତିଭେଳା କାହିଁକି ବୁଡ଼ିଯାଉଛି ?
ଉ –
ଶ୍ରୀକୃଷ୍ଣଙ୍କ ଅବହେଳା ପାଇଁ ଶ୍ରୀରାଧାଙ୍କ ପ୍ରୀତିଭେଳା ବୁଡ଼ିଯାଉଛି ବୋଲି ସେ ଦୂତୀକୁ କହିଛନ୍ତି ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୧୨ ।
ରାଧାଙ୍କୁ କ’ଣ ଜାଳି ଦେଉଛି ବୋଲି ସେ ଦୂତୀକୁ କହିଛନ୍ତି ?
ଉ –
ଶ୍ରୀରାଧାଙ୍କର ପ୍ରେମବୀଜର ଅଙ୍କୁରକୁ କାମଦେବ ଜାଳି ଦେଉଛନ୍ତି ବୋଲି ସେ ଦୂତୀ ସମ୍ମୁଖରେ ସ୍ଵମତ ପ୍ରକାଶ କରିଛନ୍ତି ।

Question ୧୩ ।
ବତାସକୁ କାହା ସହିତ ତୁଳନା କରାଯାଇଛି ?
ଉ –
ବତାସକୁ ଦୁର୍ଯୋଗ ସହିତ ତୁଳନା କରାଯାଇଛି ।

Question ୧୪ ।
ଜ୍ୟେଷ୍ଠ ତାପରେ କ’ଣ ରହିବ ନାହିଁ ?
ଉ –
ଜ୍ୟେଷ୍ଠ ମାସର ଉତ୍ତାପରେ ପ୍ରେମରୂପକ କୃଷି ଜଳିଯିବ ବୋଲି ରାଧା ମତବ୍ୟକ୍ତ କରିଛନ୍ତି ।

Question ୧୫ ।
କୃଷ୍ଣଙ୍କୁ କେଉଁ ମନ୍ତ୍ର ମାଗିବାପାଇଁ ରାଧା ଦୂତୀକୁ କହିଛନ୍ତି ?
ଉ –
ଶ୍ରୀକୃଷ୍ଣଙ୍କୁ ପ୍ରେମଛଡ଼ା ମନ୍ତ୍ର ମାଗିବାପାଇଁ ଶ୍ରୀରାଧା ଦୂତୀକୁ ପରାମର୍ଶ ଦେଇଛନ୍ତି ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧।
‘ଅବଧୂ କଲେ ଅରଜିବେ କେଉଁ ନିଧ୍ୱ’ – ର ଅର୍ଥ କ’ଣ ?
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି ବୈଷ୍ଣବ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । କିଣିଥିବା ଦାସୀତୁଲ୍ୟ ଶ୍ରୀରାଧାଙ୍କୁ ବିନାଶ କରି ଅବିଧ୍କୁ ଆଚରଣ କଲେ କେଉଁ ସମ୍ପଦ ପ୍ରାପ୍ତ ହେବେ ବୋଲି ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ଦୂତୀ ମାଧ୍ୟମରେ ଜିଜ୍ଞାସା କରିଛନ୍ତି ।

Question ୨।
କେଉଁ କାରଣରୁ କୃଷ୍ଣଙ୍କ ଅଗୁଗ୍ରହ ରାଧାଙ୍କ କପାଳ ଲିହିତ ବୋଲି ସେ କହିଛନ୍ତି ?
ଉ –
‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ପ୍ରିୟତମ ଶ୍ରୀକୃଷ୍ଣଙ୍କ ଶ୍ରୀଚରଣରେ ତନୁମନ ସମର୍ପଣ କରି ମଧ୍ୟ ତାଙ୍କର ଅନୁଗ୍ରହ ପ୍ରାପ୍ତ ନହେବା ଶ୍ରୀରାଧାଙ୍କ କପାଳ ଲିହିତ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

Question ୩ ।
ଅବଳା ମାତ୍ରକେ କେଉଁ ଦାଉ ସହିପାରିବେ ନାହିଁ ?
ଉ –
ଅଭିମନ୍ୟୁ ସାମନ୍ତସିଂହାରଙ୍କର କୃତ “ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବିଙ୍କ ସ୍ୱରଚିତ ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନାନୁଯାୟୀ ଶ୍ରୀରାଧା ସାଧାରଣ ଅବଳା ହୋଇ ଶ୍ରୀକୃଷ୍ଣ ବିଚ୍ଛେଦରେ କନ୍ଦର୍ପର ଦାଉସହି ପାରିବେ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ।

Question ୪ ।
ବିଦେହ ପଥ ସଙ୍ଖାଳି କିଏ ହେବ ବୋଲି ରାଧା କହିଛନ୍ତି ?
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ବିରଚିତ ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ଏଠାରେ ଶ୍ରୀକୃଷ୍ଣଙ୍କ ପ୍ରାଣଧନ ସ୍ଵରୂପ ଶ୍ରୀରାଧା ତାଙ୍କର ବିଚ୍ଛେଦରେ ବିଦେହ-ପଥ ଅବଲମ୍ବନ କରିବେ ବା ଦେହତ୍ୟାଗ କରିବେ ବୋଲି ଦୂତୀ ହାତରେ ସନ୍ଦେଶ ପଠାଇଛନ୍ତି ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୫ ।
ସ୍ନେହ ପରାଧୀନ ହେଲେ ଗୁଣଗ୍ରାହୀଙ୍କର କ’ଣ ହେବ ?
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ବିରଚିତ ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ‘‘ସ୍ନେହ ପରାଧୀନ” ହେଲେ ଗୁଣଗ୍ରାହୀଙ୍କର କଷ୍ଟ ବୃଦ୍ଧିପାଇ ପ୍ରାଣନାଶର କାରଣ ହୁଏ ଅଥବା ସେ ଦୁଃଖରୂପକ ପଙ୍କରେ ସଢ଼ି ରହିଥା’ନ୍ତି ବୋଲି ଶ୍ରୀରାଧା ମତବ୍ୟକ୍ତ କରିଛନ୍ତି ।

Question ୬।
କୃଷ୍ଣଙ୍କ ପାଦଧୂଳି ପାଇଲେ ରାଧାଙ୍କର କ’ଣ ହେବ ?
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ବିରଚିତ ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ଶ୍ରୀକୃଷ୍ଣଙ୍କ ପଦଧୂଳି ପ୍ରାପ୍ତହେଲେ ଶ୍ରୀରାଧାଙ୍କର ସମସ୍ତ ପୁଣ୍ୟଫଳ ଜାଗିଉଠିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

Question ୭ ।
କୃଷ୍ଣଙ୍କ ଯଶ କେମିତି ରହିବ ବୋଲି ରାଧା କହିଛନ୍ତି ?
ଉ –
‘‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ବିରଚିତ ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ଶ୍ରୀରାଧା ନିଜକୁ ଅଭାଗିନୀ କହି ତାଙ୍କର ସହାୟତା କଲେ
ଶ୍ରୀକୃଷ୍ଣଙ୍କର ସମସ୍ତ ଯଶ ମତବ୍ୟକ୍ତ କରିଛନ୍ତି ।

Question ୮ |
କୋଟି ନାଗର ଘାତ କାହା ସହିତ ତୁଳନୀୟ ନୁହେଁ ଏବଂ ଏକଥା କିଏ କହିଥିଲେ ?
ଉ –
‘‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ବିରଚିତ ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନାନୁଯାୟୀ କୋଟିଏ ନାଗର ବଂଶନଜନିତ ଜ୍ବାଳା ବିରହ ସହିତ ତୁଳନୀୟ ବୋଲି ଏକଦା ଶ୍ରୀକୃଷ୍ଣ କହିଥିଲେ ଯାହା ଶ୍ରୀରାଧା ରୋମନ୍ଥନ କରୁଥିଲେ ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୯ |
କାଳୀ ହେଲେହେଁ କାହାର ଆଦର କିଏ ତ୍ୟାଗ କରେ ନାହିଁ ?
ଉ –
‘‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ନିଶି କାଳୀ ହେଲେହେଁ ଶଶୀ ତାହାର ଆଦର ତ୍ୟାଗ କରେନାହିଁ ବୋଲି ଶ୍ରୀରାଧା ମତବ୍ୟକ୍ତ କରିଛନ୍ତି ।

Question ୧୦ ।
କୃଷ୍ଣ ହେଳା କରିବା ଯୋଗୁଁ ରାଧାଙ୍କର କ’ଣ ବୁଡ଼ିଯାଉଛି ଏବଂ କାହିଁକି ?
ଉ –
‘‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । କୃଷ୍ଣଙ୍କର ଅବହେଳାରୁ ଶ୍ରୀରାଧାଙ୍କର ପ୍ରୀତିରୂପକ ଭେଳା ବୁଡ଼ିଯାଉଛି । କାରଣ କୃଷ୍ଣପ୍ରେମ ବିହୁନରେ ତାଙ୍କର ପ୍ରାଣ କଣ୍ଠାଗ୍ରତ ହୋଇଯାଇଛି ।

Question ୧୧ ।
କେଉଁ ବୀଜ ଅଙ୍କୁରିତ ହୋଇଛି ଏବଂ ତାହା କିଏ ବୁଣିଥିଲେ ?
ଉ –
‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁଯାୟୀ ପ୍ରେମବୀଜ ଅଙ୍କୁରିତ ହୋଇଅଛି ଓ ତାହା ଶ୍ରୀକୃଷ୍ଣ ବୁଣିଥିଲେ ।

Question ୧୨ ।
ପ୍ରୀତି ପୁରନ୍ଦର ବୋଲି ରାଧା କାହାକୁ କହିଛନ୍ତି ?
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ଏଠାରେ ଶ୍ରୀରାଧା ପ୍ରୀତି ପୁରୁନ୍ଦର ଭାବରେ ଶ୍ରୀକୃଷ୍ଣଙ୍କୁ ବର୍ଣ୍ଣନା କରିଛନ୍ତି ।

Question ୧୩ ।
କିଏ ଉଦେ ହେଲା ପରେ ମଧ୍ୟ କ’ଣ ବୃଷ୍ଟି ହେଲାନାହିଁ ?
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ଘନଶ୍ୟାମ ବା କଳାମେଘ ଉଦୟହେଲା ପରେ ମଧ୍ୟ ରସ ବା ଜଳ ସୃଷ୍ଟି ନହେବା ଅନ୍ୟପକ୍ଷରେ ଘନଶ୍ୟାମ ବା ଶ୍ରୀକୃଷ୍ଣଙ୍କ ଉପସ୍ଥିତିରେ ମଧ୍ୟ ତାଙ୍କର ପ୍ରେମରୂପକ ରସ ଶ୍ରୀରାଧାଙ୍କୁ ପ୍ରାପ୍ତ ହୋଇ ପାରିନାହିଁ ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୧୪ ।
କି ଗତି ନ ହେଲେ ଘନ ରସ ସମ୍ଭବ ନୁହେଁ
ଉ –
‘ଧୀରେ ରାଧା କର ଧରି’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ଶଉରି-ଗତି ନହେଲେ ଘନରସ ସମ୍ଭବପର ନୁହେଁ ବୋଲି କବି ବର୍ଣ୍ଣନା କରିଛନ୍ତି ।

Question ୧୫ ।
ରାଧା ଶ୍ରୀଛାମୁଙ୍କଠାରୁ କ’ଣ ମାଗିବାପାଇଁ ଦୂତୀକୁ କହିଛନ୍ତି ?
ଉ –
‘‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ। ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ଶ୍ରୀଛାମୁରୁ ବିଦାୟ ଓ ପଦଧୂଳି ମାଗିବାପାଇଁ ଦୂତୀକୁ ପରାମର୍ଶ ଦେଇଛନ୍ତି ।

(ଘ) ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧।
କିଣିଥିଲେ ବିନାଶନ୍ତେ କେହି ସେବକୀ ? ରାଧା କାହିଁକି ଏ କଥା କହିଛନ୍ତି ?
ଉ –
‘‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ଶ୍ରୀଚରଣରେ ନିଜର ତନୁ ମନ ବିକିଦେଇଛନ୍ତି ଓ ଶ୍ରୀକୃଷ୍ଣ ମଧ୍ୟ ପ୍ରୀତିରତ୍ନ ପ୍ରଦାନ କରି ତାଙ୍କୁ କିଣି ନେଇଛନ୍ତି । ମାତ୍ର ଶ୍ରୀକୃଷ୍ଣ ଉଦାସୀନତାରେ ଶ୍ରୀରାଧା କଣ୍ଠାଗତପ୍ରାଣା ହୋଇ ଶ୍ରୀକୃଷ୍ଣଙ୍କୁ ଉପଲକ୍ଷ୍ୟ କରି ଏହିପରି ମନ୍ତବ୍ୟ ପ୍ରଦାନ କରିଛନ୍ତି ।

Question ୨ ।
ଦାସୀକି ପକାଇଦେଲେ କାମସିନ୍ଧୁ ପାଣିକି – କିଏ କାହାକୁ କେଉଁ ଅର୍ଥରେ କହିଛନ୍ତି ?
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁଯାୟୀ କୃଷ୍ଣପ୍ରେମ ବିରହିଣୀ ଶ୍ରୀରାଧା ଚନ୍ଦ୍ର ବିନା ଚକୋର ଓ ଜଳ ବିନା ମାଛ ପରି ଶ୍ରୀକୃଷ୍ଣ ବିଚ୍ଛେଦରେ ଯନ୍ତ୍ରଣାଜର୍ଜରିତା ହୋଇ ଉଠିଛନ୍ତି । ଶ୍ରୀକୃଷ୍ଣ ତାକୁ କାମ ବା କନ୍ଦର୍ପରୂପକ ସମୁଦ୍ର ପାଣିରେ ଭସାଇ ଦେଇଛନ୍ତି ବୋଲି ସେ ଦୂତୀ ଆଗରେ ନିଜ ହୃଦୟର ବ୍ୟଥାକୁ ପରିପ୍ରକାଶ କରିଛନ୍ତି ।

Question ୩ ।
“ ଅବଳା ମାତ୍ରକେ ଏତେ ଦାଉ ସହିବ? – କେଉଁ ଦାଉ କଥା କିଏ କହିଛନ୍ତି ?
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ଓ ଚନ୍ଦ୍ର ବିନା ଚକୋରୀ ପରି ଯନ୍ତ୍ରଣା ଜର୍ଜରିତା ହୋଇଉଠିଛନ୍ତି । କନ୍ଦର୍ପରୂପକ ଅଗ୍ନି ତାଙ୍କର ହୃଦୟକୁ ନିରନ୍ତର ଦଗ୍‌ଧୀଭୂତ କରିଦେଉଛି । ସେ ସାମାନ୍ୟ ଅବଳା ମାତ୍ର । କନ୍ଦର୍ପର ଦାଉକୁ ସହ୍ୟ କରିବା ତାଙ୍କ ପାଇଁ ଅତ୍ୟନ୍ତ ଦୁରୂହ ବୋଲି ସେ ଦୂତୀ ଆଗରେ ନିଜର ମନକଥା ପ୍ରକାଶ କରିଛନ୍ତି ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୪ ।
‘ବିଦେହ-ପଥ ସଙ୍ଖାଳି ପ୍ରାଣଧନ ହୋଇବ’ – ଏହାର ଅର୍ଥ ବୁଝାଇ ଦିଅ ।
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ବିଦେହ ପଥ କହିଲେ ଦୁଇଟି ଅର୍ଥକୁ ବୁଝାଇଥାଏ । ପ୍ରଥମେ ବିଦେହ ଦେହତୀତ ବା ମୃତ୍ୟୁକୁ ବୁଝାଏ । ଦ୍ଵିତୀୟତଃ ବିଦେହ କନ୍ଦର୍ପ ବା କାମଦେବଙ୍କୁ ବୁଝାଏ । କୃଷ୍ଣପ୍ରେମ-ବିଧୁରା ଶ୍ରୀରାଧା ପ୍ରିୟତମଙ୍କ ବିଚ୍ଛେଦରେ ଦେହତ୍ୟାଗ କରିଦେବେ । ଦ୍ଵିତୀୟରେ ବିଦେହପଥ ବା କନ୍ଦର୍ପର ମାର୍ଗରେ ଶ୍ରୀକୃଷ୍ଣ ତାଙ୍କୁ ସହସଙ୍ଖାଳି ରୂପେ ବାଟ କଢ଼ାଇନେବେ । ଶ୍ରୀରାଧା ନିଜ ମନର ଏହି ନିଭୃତ କଥାକୁ ଦୂତୀ ନିକଟରେ ବ୍ୟକ୍ତ କରିଛନ୍ତି ।

Question ୫ ।
କୃଷ୍ଣଙ୍କର ପ୍ରେମଲୋଭ ରୀତି ନ ଭାଙ୍ଗିଲେ କ’ଣ ହେବ ବୋଲି ରାଧା କହିଛନ୍ତି ?
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । କୃଷ୍ଣପ୍ରେମ ବିରହିଣୀ ଶ୍ରୀରାଧା ପ୍ରିୟତମଙ୍କ ବିଚ୍ଛେଦରେ ଜଳ ବିନା ମାଛ ଓ ଚନ୍ଦ୍ର ବିନା ଚକୋର ପରି କଣ୍ଠାଗତପ୍ରାଣା । ନିଜେ ଯନ୍ତ୍ରଣା ଜର୍ଜରିତ ହୋଇ ମଧ୍ୟ ସେ ଆରାଧ୍ୟ ଶ୍ରୀକୃଷ୍ଣଙ୍କର ଶୁଭାନୁକାମୀ । ଶ୍ରୀକୃଷ୍ଣ ଶ୍ରୀରାଧାଙ୍କ ପ୍ରେମରେ ଏପରି ଯନ୍ତ୍ରଣାସିକ୍ତ ନହେବାପାଇଁ ସେ ଦୂତୀକୁ ତାଙ୍କର ପ୍ରେମଲୋଭ ରୀତି ଭାଙ୍ଗିବାପାଇଁ ନିବେଦନ କରିଛନ୍ତି । ଶ୍ରୀକୃଷ୍ଣ ରାଧାଙ୍କ ପରି ପ୍ରେମରେ ଭୂତଗ୍ରସ୍ତ ବା ଉନ୍ମାଦଗ୍ରସ୍ତ ହେବାକୁ ସେ ପସନ୍ଦ କରନ୍ତି ନାହିଁ ।
ହେବାକୁ ସେ ପସନ୍ଦ କରନ୍ତି ନାହିଁ ।

Question ୬।
ଅଭାଗିନୀକୁ ତାରିଲେ ଯଶ ସିନା ଦିଶିବ – ଏଠାରେ କି ପ୍ରକାର ତାରିବାପାଇଁ ରାଧା କୃଷ୍ଣଙ୍କୁ କହିଛନ୍ତି ।
ଉ –
‘‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ସ୍ବରଚିତ ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ଏଠାରେ କୃଷ୍ଣପ୍ରେମରେ ବିଧୁରା ଶ୍ରୀରାଧା ପ୍ରିୟତମଙ୍କ ସାନ୍ନିଧ୍ୟ ଲାଭରୁ ବଞ୍ଚିତ ହୋଇ ନୈରାଶରେ ତାଙ୍କ ପାଖରୁ ବିଦାୟକାଳୀନ ନିବେଦନ ଜଣାଇଛନ୍ତି । ଶ୍ରୀକୃଷ୍ଣଙ୍କ ଶ୍ରୀଚରଣରୁ ବିଦାୟ ସହ ଶ୍ରୀରାଧା ମଧ୍ୟ ତାଙ୍କର ପଦଧୂଳି କାମନା କରିଛନ୍ତି । ଶ୍ରୀକୃଷ୍ଣଙ୍କ ପାଦଧୂଳି ବ୍ରହ୍ମା, ଶିବଙ୍କୁ ମଧ୍ଯ ଦୁଷ୍ପାପ୍ୟ । ଶ୍ରୀରାଧା ସେହି ଦେବତା ବାଞ୍ଛିତ ପଦରଜ ପ୍ରାପ୍ତ ହେଲେ ସମସ୍ତ ପୁଣ୍ୟ ତାଙ୍କର ଉଜ୍ଜୀବିତ ହୋଇଉଠିବା । ଶ୍ରୀକୃଷ୍ଣ ପଦରଜ ପ୍ରଦାନକରି ତାଙ୍କୁ ଭବସାଗରରୁ ଉଦ୍ଧାର କଲେ ତାଙ୍କର ଯଶ ଅମ୍ଳାନ ରହିବ ବୋଲି ଶ୍ରୀରାଧା ଦୂତୀ ସମ୍ମୁଖରେ ନିଜ ଅନ୍ତରର ଅଭିପ୍ରାୟକୁ ନିବେଦନ କରିଛନ୍ତି ।

Question ୭ |
ଘନରସ ଆଶା କରି ଏତେ କାଳ ଜୀଇଛି – ଏଠାରେ କି ପ୍ରକାର ଘନରସ ସମ୍ପର୍କରେ କୁହାଯାଇଛି ?
ଉ –
‘‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ଏଠାରେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ପ୍ରେମରୁପକ ବୀଜର ଅଙ୍କୁରୋଗଦ୍‌ମ ହୋଇଉଠିଥିଲ । ସେହି ଅଙ୍କୁରଟି କୃଷ୍ଣପ୍ରେମ ରୂପକ ଘନରସକୁ ଅପେକ୍ଷା କରିଛି ବୋଲି ଶ୍ରୀରାଧା ଦୂତୀ ସମ୍ମୁଖରେ ନିଜର ଆନ୍ତରିକ ଅଭିପ୍ରାୟକୁ ବ୍ୟକ୍ତ କରିଛନ୍ତି ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୮।
‘ପିପାସୀ-ଚାତକୀ ଚିତ୍ତ ଚିନ୍ତା ଚିତା ଦହିଲା’ ଏହାର ଅର୍ଥ ବୁଝାଇଦିଅ ।
ଉ –
‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । କୃଷ୍ଣପ୍ରେମ-ବିରହିଣୀ ଶ୍ରୀରାଧା ଚାତକିନୀ ପରି ଘନଶ୍ୟାମ ଶ୍ରୀକୃଷ୍ଣଙ୍କ ପ୍ରେମରସ ରୂପକ ଜଳକୁ ଅପେକ୍ଷାମାଣା । ଶ୍ରୀକୃଷ୍ଣ ଘନଶ୍ୟାମ ବା କଳାମେଘ ପରି ତାଙ୍କ ଜୀବନ ଆକାଶରେ ଆବିର୍ଭାବ ହୋଇ ମଧ୍ୟ ପ୍ରେମରୂପକ ଜଳ ବର୍ଷା କଲେନାହିଁ । ଶ୍ରୀରାଧାଙ୍କ ଦୁର୍ଯୋଗ ରୂପୀ ବତାସରେ ସେ ଦୂରେଇ ଗଲେ । ଶ୍ରୀରାଧାଙ୍କର ଚକୋରୀ ପରି କୃଷ୍ଣପ୍ରେମ ତୃଷ୍ଣାତୁରା ହୃଦୟକୁ ଚିନ୍ତାରୂପକ ଅଗ୍ନି ଦଗ୍‌ଧୀଭୂତ କରିଦେଇଛି ବୋଲି ସେ ଦୂତୀ ନିକଟରେ ଖେଦୋକ୍ତି ପ୍ରକାଶ କରିଛନ୍ତି ।

Question ୯ ।
ଆଉ ମାନଙ୍କୁ କରିବେ ନାହିଁ ମୋଠା ରୀତିକି – କିଏ କେଉଁ ପ୍ରସଙ୍ଗରେ କାହା ଉଦ୍ଦେଶ୍ୟରେ କହିଛନ୍ତି ?
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ବିଦଗ୍‌ଧ ଚିନ୍ତାମଣି କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । କୃଷ୍ଣପ୍ରେମ-ବିରହିଣୀ ଶ୍ରୀରାଧା ପ୍ରିୟତମ ବିଚ୍ଛେଦରେ ଯନ୍ତ୍ରଣା ଜର୍ଜରିତ । ଶ୍ରୀକୃଷ୍ଣ ତାଙ୍କର ସରଳ ପ୍ରେମ ବିଶ୍ଵାସରେ ବିଷ ଭରି ଦେଉଛନ୍ତି । ଶ୍ରୀରାଧାଙ୍କ ପ୍ରତି ସେ ଯେପରି ପ୍ରତାରଣା କଲେ ଅନ୍ୟ କାହାରିକୁ ସେଭଳି ପ୍ରତାରିତା ନକରିବାପାଇଁ ସେ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି । କାରଣ ପ୍ରତାରଣା ପ୍ରେମର ମର୍ଯ୍ୟାଦା ହାନି କରେ ।

Question ୧୦ ।
‘ଦୂତି ଗୋ, ଏ ଜାତି ରୀତି ପୋଡ଼ୁ ପୋଡ଼ୁ ପ୍ରୀତିର’ – ଏହାର ଅର୍ଥ ବୁଝାଇଦିଅ ।
ଉ –
“ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । କୃଷ୍ଣପ୍ରେମ ବିରହିଣୀ ଶ୍ରୀରାଧା ପ୍ରିୟତମଙ୍କ ବିଚ୍ଛେଦରେ ଯନ୍ତ୍ରଣା ନାମକୁ ବାରମ୍ବାର ଉଚ୍ଚାରଣ କରି ସେ ଅଚେତନ ହୋଇ ପଡ଼ିଛନ୍ତି । ଶ୍ରୀରାଧାଙ୍କର ଏହି ଦୁର୍ଦ୍ଦଶାରେ ଭକ୍ତକବି ଅଭିମନ୍ୟୁ ବିଚଳିତ ହୋଇ ପ୍ରେମର ଏହି ନିଷ୍ଠୁର ରୀତିକୁ ଧ୍ୟାର କରିଛନ୍ତି ।

ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧ ।
ପଠିତ ଛାନ୍ଦ ଅନୁସରଣରେ ରାଧାଙ୍କର ହୃଦୟାବେଗର ସ୍ଵରୂପ ବର୍ଣ୍ଣନା କର ।
କିମ୍ବା, ଆଲୋଚ୍ୟ କବିତାଟିକୁ ଭିଭିକରି କୃଷ୍ଣ-ପ୍ରେମ-ବିଧୁରା ଶ୍ରୀରାଧାଙ୍କର ହୃଦୟାନୁଭୂତିକୁ ଆକଳନ କର ।
ଉ –
ଆଲୋଚ୍ୟ “ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର କାବ୍ୟ କବିତାମାନ ରଚନା କରିଯାଇଛନ୍ତି । ‘ବିଦଗ୍‌ଧ ଚିନ୍ତାମଣି’ ଅଭିମନ୍ୟୁ ସାମନ୍ତସିଂହାରଙ୍କର ରାଧାକୃଷ୍ଣ ପ୍ରେମ ସମ୍ପର୍କିତ ରଚନାମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ରସପୂର୍ଣ୍ଣ କାବ୍ୟ । କବି ରାଧାକୃଷ୍ଣଙ୍କ ପ୍ରେମଲୀଳାକୁ ଅପ୍ରାକୃତ ପ୍ରେମ ଭାବରେ ଚିତ୍ରିଣ କରିଯାଇଛନ୍ତି । ‘ଚିନ୍ତାମଣି’ କହିଲେ ଶ୍ରୀକୃଷ୍ଣଙ୍କୁ ବୁଝାଇଥାଏ । ତେଣୁ ଶ୍ରୀକୃଷ୍ଣ ଏଠାରେ ବିଦଗ୍‌ଧ ନାୟକ । ଶ୍ରୀରାଧାଙ୍କ ପ୍ରେମରେ କୃଷ୍ଣ ବିଦଗ୍‌ଧ ପ୍ରେମିକ ହୋଇଯାଇଛନ୍ତି ।

ଅନୁରୂପ ଭାବରେ ଶ୍ରୀରାଧା ମଧ୍ଯ କୃଷ୍ଣ-ପ୍ରେମ ବିଧୁରା ବିଦଗ୍‌ଧ ନାୟିକା । ସମ୍ପର୍ଣ୍ଣ ଭାବରେ ସେ କୃଷ୍ଣଙ୍କୁ ନିଜର ତନୁ-ମନ ସମର୍ପଣ କରିଦେଇଛନ୍ତି । ମାତ୍ର ଶ୍ରୀକୃଷ୍ଣ ତାଙ୍କ ପ୍ରତି ଉଦାସୀନା । ତାଙ୍କର ଅନୁଗ୍ରହ ଟିକିଏ ପାଇବା ଶ୍ରୀରାଧା. ନିଜର କପାଳ ବା ଭାଗ୍ୟ ଉପରେ ଛାଡ଼ି ଦେଇଛନ୍ତି । ନିଜ ହୃଦୟର ଭାବାବେଗକୁ ସେ ଅନ୍ତରଙ୍ଗ ସଖୀ ଦୂତିକା ପାଖରେ ବ୍ୟକ୍ତ କରିଛନ୍ତି । ରାଧାଙ୍କର ହୃଦୟର ଏହି ଭାବର ଆବେଗକୁ କବି ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି –

“ଶ୍ରୀଚରଣେ ଦେହ ପ୍ରାଣ ବିକିଅଛି ମୁହଁତ ।
ତାଙ୍କ ଅନୁଗ୍ରହ ସିନା ମୋ କପାଳ ଲିହିତ ।
ଦୂତି ଗୋ, ଧନକୁ କହ ଆନ ଗତି ନାହିଁ ତ ।”

ଶ୍ରୀରାଧା ସମ୍ପୂର୍ଣ୍ଣ ଭାବରେ ପ୍ରିୟତମଙ୍କ ଶ୍ରୀଚରଣରେ ଦେହ-ପ୍ରାଣ ସସର୍ପଣ କରିଦେଇଛନ୍ତି । ନିଜର ନିଜସ୍ଵ ଯାହା ତାହା ସେ ଅନାବିଳ ହୃଦୟରେ ପ୍ରେମାସ୍କଦଙ୍କୁ ଅର୍ପଣ କରି ତାଙ୍କର ତାଙ୍କର ଅନୁଗ୍ରହ ପାଇବା ଶ୍ରୀରାଧାଙ୍କ ଆୟତ୍ତରେ ନାହିଁ । ତେଣୁ ତାକୁ ସେ ନିଜର କପାଳ ବା ଭାଗ୍ୟ ଉପରେ ଛାଡିଦେଇଛନ୍ତି ।

ଜଳ ବିନା ମାଛ ଓ ଚନ୍ଦ୍ର ବିନା ଚକୋର ପରି, କୃଷ୍ଣଙ୍କ ବିହୁନରେ ସେ ଯନ୍ତ୍ରଣା ଜର୍ଜରିତ । ନିଜ ହୃଦୟର ବ୍ୟଥାକୁ ସେ ପ୍ରିୟ ଦୂତିକା ନିକଟରେ ବ୍ୟକ୍ତ କରିଛନ୍ତି –

“ଚନ୍ଦ୍ର ବିନା ଚକୋରକୁ ଆନ ଗତି ନାହିଁ କି ।
ବନ ବିନା ମୀନ ଦିନ ନେବ ପୁଣି କାହିଁକି ?”

ଶ୍ରୀକୃଷ୍ଣଙ୍କ ବିନା ତାଙ୍କର ଜୀବନଧାରଣ ଅସମ୍ଭବ । ସେ ହୁଏତ ବିଦେହ-ପଥର ଯାତ୍ରୀ ହୋଇପାରନ୍ତି । କୃଷ୍ଣ ପ୍ରେମ ବ୍ୟତୀତ ତାଙ୍କ ପାଇଁ ଦେହଧାରଣ ଅସମ୍ଭବ । ଏଥ‌ିପାଇଁ ସେ କାହାରିକୁ ଦୋଷାରୋପ ନକରି ବିଧାତା! ବା ଭାଗ୍ୟକୁ ଦୋଷ ଦେଇ କହିଛନ୍ତି – “କାହାକୁ କି ହେବ କହି ସବୁ କଲା ଦଇବ ।’’

କୃଷ୍ଣପ୍ରେମରେ ସେ ଉନ୍ମାଦିନୀ । ଜଗତ ତାଙ୍କୁ କୃଷ୍ଣମୟ ଦିଶୁଛି । ନିଜର ବିରହ-ଯନ୍ତ୍ରଣା ପାଇଁ ସେ ଯେତେ ଚିନ୍ତା ନକରନ୍ତି ଅନୁରୂପ ଭାବରେ କୃଷ୍ଣଙ୍କ ବିଚ୍ଛେଦ ଯନ୍ତ୍ରଣା ନେଇ ସେ ବ୍ୟସ୍ତ ହୋଇପଡ଼ିଛନ୍ତି । ତାଙ୍କ ପ୍ରେମରେ କୃଷ୍ଣ ହୁଏତ ସମଦଶା ପ୍ରାପ୍ତ ହୋଇଥ‌ିବେ – ଏହି ଆଶଙ୍କାରେ ସେ କୃଷ୍ଣଙ୍କୁ ପ୍ରେମଲୋଭରୀତି ଭାଙ୍ଗିବାକୁ ଦୂତୀକୁ ନିବେଦନ କରିଛନ୍ତି –

“ଦୂତି ଗୋ କୃଷ୍ଣର ପ୍ରେମଲୋଭ ରୀତି ଭାଙ୍ଗିବ ।
ନୋହିଲେ ମୋହରି ପରା ପ୍ରେମଭୂତ ଲାଗିବ ।’’

ଶ୍ରୀକୃଷ୍ଣ ଏକଦା କହୁଥିଲେ ବିରହ କୋଟିଏ ନାଗସାପର ଦଂଶନଠାରୁ ମଧ୍ୟ ଆହୁରି ଯନ୍ତ୍ରଣାଦାୟକ । ମାତ୍ର ସେ ଏବେ ଶ୍ରୀରାଧାଙ୍କୁ ବିରହ-ଅନଳରେ ଛଟପଟ କରୁଛନ୍ତି । ପ୍ରିୟତମ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ମଧ୍ୟରେ ଯେଉଁ ପ୍ରେମବୀଜର ଅଙ୍କୁରୋଦ୍‌ଗମ ହୋଇଛି କୃଷ୍ଣପ୍ରେମୋଦକ ବିନା ତାହା ବଞ୍ଚିପାରିବ ନାହିଁ । ଘନଶ୍ୟାମ ଗୁଣେ କୃଷ୍ଣଙ୍କୁ ସେ ପାଇଥିଲେ ମାତ୍ର ତାଙ୍କର ପ୍ରେମରସ ବିନା ପ୍ରେମକୃଷ୍ଣ ଜ୍ୟେଷ୍ଠମାସର ଉତ୍ତାପ ସମ ଦଗ୍‌ଧୀଭୂତ ହେଉଛି । ଦୁର୍ଯୋଗରୂପୀ ବତାସ ଘନଶ୍ୟାମ ରୂପୀ ମେଘକୁ ବହୁତ ଦୂରକୁ ନେଇଯାଇଛି ।

ତେଣୁ ସେ ଶ୍ରୀକୃଷ୍ଣଙ୍କୁ ପାଇବା ଆଶା ତ୍ୟାଗକରି ତାଙ୍କଠାରୁ ବିଦାୟ ଓ ପଦରଜର ପ୍ରାର୍ଥନା କରିଛନ୍ତି । ଦେବତା ବାଞ୍ଛିତ କୃଷ୍ଣ-ପଦରଜ ବ୍ରହ୍ମା, ଶିବଙ୍କୁ ମଧ୍ଯ ଦୁର୍ଲଭ । କୃଷ୍ଣଙ୍କୁ ନ ପାଇଲେ ମଧ୍ୟ ତାଙ୍କର ପଦଧୂଳି ପ୍ରାପ୍ତ ହେଲେ ରାଧା ତୃଷ୍ଣାତୁରା ଚାତକୀ ପରି ଅପେକ୍ଷାମାଣା ଥିଲେ । ଦୁର୍ଯୋଗ ବତାସରେ ସେହି ଘନଶ୍ୟାମ ଦୂରେଇଯିବାରୁ ତାଙ୍କର ‘‘ପିଶାଚୀ – ଚାତକୀ ଚିତ୍ତ ଚିନ୍ତା ଚିତା ଦହିଲା’ ବୋଲି କବି ବର୍ଣ୍ଣନା କରିଛନ୍ତି । ଅର୍ଥାତ ଚାତକୀ ପରି ତାଙ୍କର ତୃଷ୍ଣାତୁରା ହୃଦୟ ଚିନ୍ତାରୂପକ ଚିତା ବା ଅଗ୍ନିରେ ଦଗ୍‌ଧୀଭୂତ ହେଉଛି । ପ୍ରେମର ଗୋଲାପ ତୋଳୁ ତୋଳୁ ସେ କଣ୍ଟକରେ କ୍ଷତାକ୍ତ ହୋଇଯାଇଛନ୍ତି । ମିଳନରେ ହୃଦୟର ଯେଉଁ ପୁଲକ ଥିଲା ବିଚ୍ଛେଦରେ ସେ ଏବେ ସହସ୍ର ନାଗସାପ ଭଳି ତାଙ୍କୁ ଦଂଶନ କରୁଛି ।

ଅନ୍ୟପକ୍ଷରେ ପ୍ରିୟତମ ଶ୍ରୀକୃଷ୍ଣ ହୃଦୟକୁ ପଥର ପରି ଟାଣ କରିଦେଇ ତାଙ୍କ କଥା ଥରୁଟିଏ ମଧ୍ୟ ସ୍ମୃତିପଥରେ ଆଣୁ ନାହାନ୍ତି । କୃଷ୍ଣ କେଉଁ ମନ୍ତ୍ର ବଳରେ ଏଭଳି ଉଦାସୀନ ହୋଇଯାଇଛନ୍ତି । ଶ୍ରୀରାଧା ସେହି ପ୍ରେମଛଡ଼ା ମନ୍ତ୍ର ପାଇଁ କାମନାକରି ଦୂତୀ ପାଖରେ ନିଜର ହୃଦୟ ଯନ୍ତ୍ରଣାକୁ ବ୍ୟକ୍ତ କରିଛନ୍ତି ।

କୃଷ୍ଣ ବିରହ ଅନଳରେ ହୃଦୟ ତାଙ୍କର ଦଗ୍‌ଭୂତ । ମୋହନଙ୍କ ନାମ ଉଚ୍ଚାରଣ କରି ଶେଷରେ ସେ ମୋହପ୍ରାପ୍ତ ହୋଇଯାଇଛନ୍ତି । ବାସ୍ତବରେ ଶ୍ରୀରାଧାଙ୍କର ଏହି କୃଷ୍ଣ-ବିଚ୍ଛେଦ-ଜନିତ ହୃଦୟର କରୁଣ ଅଭିବ୍ୟକ୍ତ ଅତ୍ୟନ୍ତ ମର୍ମସ୍ପର୍ଶୀ ଅଟେ ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୨।
ପଠିତ ଛାନ୍ଦରୁ ପ୍ରେମଭକ୍ତିର ସ୍ଵରୂପ ପ୍ରଦାନ କର ।
କିମ୍ବା, ଆଲୋଚ୍ୟ କବିତାକୁ ଭିଭିକରି କବିଙ୍କର ଭକ୍ତିଭାବର ପରିଚୟ ଦିଅ ।
ଉ –
ଭକ୍ତକବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’’ ଏକ ପ୍ରେମଭକ୍ତିମୂଳକ କାବ୍ୟଗ୍ରନ୍ଥ ଅଟେ । ପରମ ବୈଷ୍ଣବ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କର ଶିଷ୍ୟତ୍ଵ ଗ୍ରହଣ ପରେ ଅଭିମନ୍ୟୁ ସାମନ୍ତସିଂହାର ନିଜକୁ କୃଷ୍ଣ-ଭକ୍ତି ରସରେ ନିମଜ୍ଜିତ କରିଦେଇଥିଲେ । ହୃଦୟର ଏହି ଭାବାନୁଭୂତିକୁ ସେ ‘ବିଦଗ୍‌ଧ-ଚିନ୍ତାମଣି’’ କାବ୍ୟରେ ପରିବେଷଣ କରିଛନ୍ତି । ‘ବିଦଗ୍‌ଧ ଚିନ୍ତାମଣି’’ କାବ୍ୟର ପ୍ରାରମ୍ଭରେ ସେ ନିଜର ଆରାଧ୍ୟ ରାଧାକୃଷ୍ଣଙ୍କର ପଦବନ୍ଦନା କରି ଲେଖୁଛନ୍ତି –

“ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି ।
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଦେହ ଧରି ।
କୋଟି ବ୍ରହ୍ମାଣ୍ଡ ସର୍ଜକହେ ଈଶ୍ଵରୀ ଈଶ୍ବର।
ଅହେତୁକ କରୁଣାକୁ ପରସ୍ପରେ କର ।’’

ଶ୍ରୀକୃଷ୍ଣ ଶ୍ରୀରାଧାଙ୍କ ପ୍ରେମ ପ୍ରାକୃତ ନୁହେଁ ତାହା ଅପ୍ରାକୃତ । ସେମାନେ ସାଧାରଣ ନାରୀ ପୁରୁଷ ନୁହଁନ୍ତି ‘କୋଟି ବ୍ରହ୍ମାଣ୍ଡର ସର୍ଜକ ଈଶ୍ଵରୀ ଈଶ୍ଵର’ । ସାଧାରଣ ଲୋକ ସେହି ନିତ୍ୟ ପ୍ରେମର ଆସ୍ଵାଦନ କରିପାରିବେ ନାହିଁ । ଟାଣ ଚଣାକୁ ଭକ୍ଷଣକରି ଦନ୍ତ ଓ ମନଲୋକ ସ୍ଵାଦ ପରିବର୍ତ୍ତେ ଯନ୍ତ୍ରଣା ପାଇଥାଏ । କବିଙ୍କର ବିଦଗ୍‌ଧ ଚିନ୍ତାମଣି କାବ୍ୟ ଏକମାତ୍ର ଭକ୍ତମାନଙ୍କ ପାଇଁ ବୋଧଗମ୍ୟ । ତେଣୁ କବି କାବ୍ୟର ପ୍ରାରମ୍ଭରେ ଲେଖୁଛନ୍ତି –

“ଠକ ନୁହେଁ ଗୁରୁ କୃଷ୍ଣ ବିଇଷ୍ଣବ ଯେଣୁ
ଠିକେ ଏଠି ମର୍ମ ଜାଣି ପାରିବଟି ସେହୁ ।’’

କବି ଗୋବିନ୍ଦ ଚରିତକୁ ନିଜ କାବ୍ୟରେ ମୁଖ୍ୟନାୟକ ଭାବରେ ଉପସ୍ଥାପନ କରିଛନ୍ତି । କାବ୍ୟର “ବିଦଗ୍‌ଧ ଚିନ୍ତାମଣି’’ । ଚିନ୍ତାମଣି କହିଲେ ଶ୍ରୀକୃଷ୍ଣଙ୍କୁ ବୁଝାଏ । ତେଣୁ ଶ୍ରୀକୃଷ୍ଣ ଏଠାରେ ବିଦଗ୍‌ଧ ପ୍ରେମିକ । କବି ନାମ ତାଙ୍କର କବିତ୍ଵ ଅପେକ୍ଷା କୃଷ୍ଣ ଚରିତକୁ ବେଶୀ ଗୁରୁତ୍ଵ ଦେଇ ବିଦଗ୍‌ଧ ଚିନ୍ତାମଣି କାବ୍ୟରେ ପ୍ରାରମ୍ଭରେ ଲେଖୁଛନ୍ତି –

“ଢମପଣେ ବର୍ଣ୍ଣୁଛି ମୁଁ ଗୋବିନ୍ଦ ଚରିତ
ଢଗ ଢମାଳି ହେଲେହେଁ ସାକ୍ଷାତ ଅମୃତ
ଅମ୍ବୁ ଯେ ହେଉ ସେ ହେଉ ଶାଳଗ୍ରାମ ସ୍ଵାନେ
ଅଗ୍ରାହ୍ୟ କାହାର ହେବ ପାଦୋଦକ ଜ୍ଞାତେ ।”

ଯେକୌଣସି ପାଣିରେ ଶାଳଗ୍ରାମ ସ୍ନାନ କଲେ ତାହା ପାଦୋଦକ । ପାଣିର ଗୁରୁତ୍ଵ ଏଠି ବିଚାରକୁ ଆସେ ନାହିଁ । ତେଣୁ କବି କୃଷ୍ଣ ଚରିତକୁ ଲପଲକ୍ଷ୍ୟ କରି କାବ୍ୟ ରଚନା କରିଥିବାରୁ ତାଙ୍କ କାବ୍ୟ ଢଗଢମାଳି ହେଲେହେଁ ଅମୃତ ତୁଲ୍ୟ ।

ପଠିତ କବିତାଟି ‘ବିଦଗ୍‌ଧ ଚିନ୍ତାମଣି’ର ପଞ୍ଚସ୍ତରୀତମ ଛାନ୍ଦରୁ ଉଦ୍ଧୃତ । ପ୍ରତ୍ୟେକ ଛାନ୍ଦପରି ଏଠାରେ ମଧ୍ୟ ପ୍ରେମଭକ୍ତିର ଦିବ୍ୟ ଫଲ୍‌ଗୁ ଉଦ୍ଭାସିତ । ସାଧାରଣ ପ୍ରେମ ସ୍ବାର୍ଥ ବିଜଡ଼ିତ । କିନ୍ତୁ ଏଠାରେ ରାଧାଙ୍କ ପ୍ରେମ ନିସ୍ଵାର୍ଥପୂର୍ଣ୍ଣ । ନିଜେ ସେ ଯନ୍ତ୍ରଣାଜର୍ଜରିତ ହୋଇ ମଧ୍ୟ କୃଷ୍ଣଙ୍କୁ ଦୁଃଖ ନଦେବାପାଇଁ ଦୂତୀକୁ ନିବେଦନ କରିଛନ୍ତି ।

“ଦୂତି ଗୋ, କହିବୁ ଦାସୀ ଗୁଣକୁ ନ ଗାଇବ ।
ନିଲକ୍ଷଣୀ ପାଇଁ କିମ୍ପା ଏତେ ଦୁଃଖ ପାଇବ ।”

ସେହିପରି ପଠିତ ଛାନ୍ଦରେ ‘ବିଦେହପଥ ସଙ୍ଖାଳି ପ୍ରାଣଧନ ହୋଇବ’’ ପଦଟି ଶାଶ୍ଵତ ଭକ୍ତିମାର୍ଗକୁ ଉନ୍ମୋଚନ କରେ । ରାଧାଙ୍କ ପ୍ରେମ ଦେହରୁ ମୁକ୍ତିପାଇ ବିଦେହ ପଥରେ ତାଙ୍କର ପ୍ରାଣଧନକୁ ସଙ୍ଖାଳି ଭାବରେ ପାଇବାକୁ ଉନ୍ମୁକ୍ତ ହୋଇଛି । ମୃତ୍ୟୁରେ ମଧ୍ଯ ଅମୃତର ସନ୍ଧାନ ଦେଇଛି । ଏହା ଦେହରୁ ଦେହୀତୀତ । ଶାଶ୍ଵତ ପ୍ରେମଭକ୍ତି ।

ପଠିତ କବିତାର ଅଷ୍ଟମ ଛାନ୍ଦରେ ରାଧାଙ୍କର ବିଦାୟ ଓ ପଦଧୂଳି ପ୍ରାର୍ଥନା ପ୍ରେମଭକ୍ତିର ସ୍ଵରୂପକୁ ଉଦ୍ଭାସିତ କରେ । ଦୂତୀକୁ ସେ ନିବେଦନ କରିଛନ୍ତି –

“ତାଙ୍କ ଶ୍ରୀଛାମୁରୁ ମୋହ ପାଇଁ ବିଦା ମାଗିବା
ପଦଧୂଳି ଦତ୍ତ କଲେ ସବୁ ପୁଣ୍ୟ ଜାଗିବ ।’’

ଏହା ଅପ୍ରାକୃତ ପ୍ରେମ ବା ପ୍ରେମଭକ୍ତି । ସାଧାରଣ ପ୍ରେମିକା ପ୍ରେମିକର ସାମାନ୍ୟ ପଦଧୂଳିରେ ତୃପ୍ତ ହୋଇପାରେ ନାହିଁ । ଏଯାବତ୍, ମାତ୍ର ଶ୍ରୀରାଧା ଅନନ୍ୟା ଓ ଅସାଧାରଣା । ତାଙ୍କର ପ୍ରେମିକ ଚନ୍ତୟ ଓ ଶାଶ୍ୱତ । ବ୍ରହ୍ମା, ଶିବଙ୍କୁ ଦୁର୍ଲଭ ଶ୍ରୀକୃଷ୍ଣଙ୍କ ପଦରଜଇ ମାହାତ୍ମ୍ୟ ଶ୍ରୀରାଧାଙ୍କୁ ଅଜ୍ଞେୟ ନୁହେଁ । ତେଣୁ ସେ କହିଛନ୍ତି ‘ପଦଧୂଳି ପ୍ରାପ୍ତ ହେଲେ ତାଙ୍କର ପୁଣ୍ୟଫଳ ଜାଗରିତ ହୋଇଯିବ ଓ ସେ ଭବସାଗରରୁ ଉଦ୍ଧାର ପାଇବେ ।’’ ପୁନଶ୍ଚ ‘ଅଭାଗିନୀକି ତାରିଲେ ଯଶ ସିନା ରହିବ’’ ପଂକ୍ତିରୁ ପ୍ରେମଭକ୍ତିରେ ସୂଚନା ମିଳେ ।

କବିତାର ଶେଷରେ ମୋହନଙ୍କ ନାମ ଉଚ୍ଚାରଣ କରି ଶ୍ରୀରାଧା ମୋହଗ୍ରସ୍ତ ହୋଇଛନ୍ତି । ଏହା ମଧ୍ୟ ପ୍ରେମଭକ୍ତିର ଭାବରେ ପ୍ରବାହିତ ହେଉଛି । ଆଲୋଚ୍ୟ ଛାନ୍ଦଟିରେ ମଧ୍ଯ ଅନ୍ତସ୍ରାବୀ ଫଲ୍‌ଗୁଧାରା ପରି ଭକ୍ତିରସରେ ଫଲ୍‌ଗୁଧାରା କବିତାଟି ରସସିକ୍ତ କରିଦେଇଅଛି ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୩ ।
କିମ୍ବା ପଠିତ ଛାନ୍ଦରୁ ପ୍ରେମଭକ୍ତିର ସ୍ଵରୂପ ବର୍ଣ୍ଣନା କର ।
ଉ –
ଭକ୍ତକବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’’ ଏକ ପ୍ରେମଭକ୍ତିମୂଳକ କାବ୍ୟଗ୍ରନ୍ଥ ଅଟେ । ପରମ ବୈଷ୍ଣବ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କର ଶିଷ୍ୟତ୍ବ ଗ୍ରହଣ ପରେ ଅଭିମନ୍ୟୁ ସାମନ୍ତସିଂହାର ନିଜକୁ କୃଷ୍ଣ-ଭକ୍ତି କରିଛନ୍ତି । ‘ବିଦଗ୍‌ଧ ଚିନ୍ତାମଣି’’ କାବ୍ୟର ପ୍ରାରମ୍ଭରେ ସେ ନିଜର ଆରାଧ୍ୟ ରାଧାକୃଷ୍ଣଙ୍କର ପଦବନ୍ଦନା କରି ଲେଖୁଛନ୍ତି –

“ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି ।
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଦେହ ଧରି ।
କୋଟି ବ୍ରହ୍ମାଣ୍ଡ ସର୍ଜକହେ ଈଶ୍ଵରୀ ଈଶ୍ଵର ।
ଅହେତୁକ କରୁଣାକୁ ପରସ୍ପରେ କର ।।’’

ଶ୍ରୀକୃଷ୍ଣ ଶ୍ରୀରାଧାଙ୍କ ପ୍ରେମ ପ୍ରାକୃତ ନୁହେଁ ତାହା ଅପ୍ରାକୃତ । ସେମାନେ ସାଧାରଣ ନାରୀ ପୁରୁଷ ନୁହଁନ୍ତି ‘କୋଟି ବ୍ରହ୍ମାଣ୍ଡର ସର୍ଜକ ଈଶ୍ଵରୀ ଈଶ୍ଵର’ । ସାଧାରଣ ଲୋକ ସେହି ନିତ୍ୟ ଚଣାକୁ ଭକ୍ଷଣକରି ଦନ୍ତ ଓ ମନଲୋକ ସ୍ଵାଦ ପରିବର୍ତ୍ତେ ଯନ୍ତ୍ରଣା ପ୍ରେମର ଆସ୍ଵାଦନ କରିପାରିବେ ନାହିଁ । ଟାଣ ପାଇଥାଏ । କବିଙ୍କର ବିଦଗ୍‌ଧ ଚିନ୍ତାମଣି କାବ୍ୟ ଏକମାତ୍ର ଭକ୍ତମାନଙ୍କ ପାଇଁ ବୋଧଗମ୍ୟ । ତେଣୁ କବି କାବ୍ୟର ପ୍ରାରମ୍ଭରେ ଲେଖୁଛନ୍ତି –

“ଠକ ନୁହେଁ ଗୁରୁ କୃଷ୍ଣ ବିଇଷ୍ଣବ ଯେଣୁ
ଠିକେ ଏଠି ମର୍ମ ଜାଣି ପାରିବଟି ସେହୁ ।’’

“ବିଦଗ୍‌ଧ ଚିନ୍ତାମଣି’’ । ଚିନ୍ତାମଣି କହିଲେ ଶ୍ରୀକୃଷ୍ଣଙ୍କୁ ବୁଝାଏ । ତେଣୁ ଶ୍ରୀକୃଷ୍ଣ ଏଠାରେ ବିଦଗ୍‌ଧ ପ୍ରେମିକ । କବି ତାଙ୍କର କବିତ୍ଵ ଅପେକ୍ଷା କୃଷ୍ଣ ଚରିତକୁ ବେଶୀ ଗୁରୁତ୍ଵ ଦେଇ ବିଦଗ୍‌ଧ ଚିନ୍ତାମଣି କାବ୍ୟରେ ପ୍ରାରମ୍ଭରେ ଲେଖୁଛନ୍ତି ~

“ଢମପଣେ ବର୍ଣ୍ଣୁଛି ମୁଁ ଗୋବିନ୍ଦ ଚରିତ
ଢଗ ଢମାଳି ହେଲେହେଁ ସାକ୍ଷାତ ଅମୃତ
ଅମ୍ବୁ ଯେ ହେଉ ସେ ହେଉ ଶାଳଗ୍ରାମ ସ୍ଵାନେ
ଅଗ୍ରାହ୍ୟ କାହାର ହେବ ପାଦୋଦକ ଜ୍ଞାତେ ।”

ଯେକୌଣସି ପାଣିରେ ଶାଳଗ୍ରାମ ସ୍ନାନ କଲେ ତାହା ପାଦୋଦକ । ପାଣିର ଗୁରୁତ୍ଵ ଏଠି ବିଚାରକୁ ଆସେ ନାହିଁ । ତେଣୁ କବି କୃଷ୍ଣ ଚରିତକୁ ଲପଲକ୍ଷ୍ୟ କରି କାବ୍ୟ ରଚନା କରିଥିବାରୁ ତାଙ୍କ କାବ୍ୟ ଢଗଢମାଳି ହେଲେହେଁ ଅମୃତ ତୁଲ୍ୟ !

ପଠିତ କବିତାଟି ‘ବିଦଗ୍‌ଧ ଚିନ୍ତାମଣି’ର ପଞ୍ଚସ୍ତରୀତମ ଛାନ୍ଦରୁ ଉଦ୍ଧୃତ । ପ୍ରତ୍ୟେକ ଛାନ୍ଦପରି ଏଠାରେ ମଧ୍ୟ ପ୍ରେମଭକ୍ତିର ଦିବ୍ୟ ଫଲ୍‌ଗୁ ଉଦ୍ଭାସିତ । ସାଧାରଣ ପ୍ରେମ ସ୍ଵାର୍ଥ ବିଜଡ଼ିତ । କିନ୍ତୁ ଏଠାରେ ରାଧାଙ୍କ ପ୍ରେମ ନିସ୍ଵାର୍ଥପୂର୍ଣ୍ଣ । ନିଜେ ସେ ଯନ୍ତ୍ରଣାଜର୍ଜରିତ ହୋଇ ମଧ୍ୟ କୃଷ୍ଣଙ୍କୁ ଦୁଃଖ ନଦେବାପାଇଁ ଦୂତୀକୁ ନିବେଦନ କରିଛନ୍ତି ।

‘‘ଦୂତି ଗୋ, କହିବୁ ଦାସୀ ଗୁଣକୁ ନ ଗାଇବ।
ନିଲକ୍ଷଣୀ ପାଇଁ କିମ୍ପା ଏତେ ଦୁଃଖ ପାଇବ।’’

ସେହିପରି ପଠିତ ଛାନ୍ଦରେ ‘ବିଦେହପଥ ସଙ୍ଖାଳି ପ୍ରାଣଧନ ହୋଇବ’’ ପଦଟି ଶାଶ୍ଵତ ଭକ୍ତିମାର୍ଗକୁ ଉନ୍ମୋଚନ କରେ । ରାଧାଙ୍କ ପ୍ରେମ ଦେହରୁ ମୁକ୍ତିପାଇ ବିଦେହ ପଥରେ ତାଙ୍କର ପ୍ରାଣଧନକୁ ସଙ୍ଖାଳି ଭାବରେ ପାଇବାକୁ ଉନ୍ମୁକ୍ତ ହୋଇଛି । ମୃତ୍ୟୁରେ ମଧ୍ଯ ଅମୃତର ସନ୍ଧାନ ଦେଇଛି । ଏହା ଦେହରୁ ଦେହୀତୀତ । ଶାଶ୍ଵତ ପ୍ରେମଭକ୍ତି ।

‘‘ପଠିତ କବିତାର ଅଷ୍ଟମ ଛାନ୍ଦରେ ରାଧାଙ୍କର ବିଦାୟ ଓ ପଦଧୂଳି ପ୍ରାର୍ଥନା ପ୍ରେମଭକ୍ତିର ସ୍ବରୂପକୁ ଉଦ୍ଭାସିତ କରେ । ଦୂତୀକୁ ସେ ନିବେଦନ କରିଛନ୍ତି –

“ତାଙ୍କ ଶ୍ରୀଛାମୁରୁ ମୋହ ପାଇଁ ବିଦା ମାଗିବା
ପଦଧୂଳି ଦତ୍ତ କଲେ ସବୁ ପୁଣ୍ୟ ଜାଗିବ ।’’

ଏହା ଅପ୍ରାକୃତ ପ୍ରେମ ବା ପ୍ରେମଭକ୍ତି । ସାଧାରଣ ପ୍ରେମିକା ପ୍ରେମିକର ସାମାନ୍ୟ ପଦଧୂଳିରେ ତୃପ୍ତ ହୋଇପାରେ ନାହିଁ । ଏଯାବତ୍, ମାତ୍ର ଶ୍ରୀରାଧା ଅନନ୍ୟା ଓ ଅସାଧାରଣା । ତାଙ୍କର ପ୍ରେମିକ ଚନ୍ତୟ ଓ ଶାଶ୍ୱତ । ବ୍ରହ୍ମା, ଶିବଙ୍କୁ ଦୁର୍ଲଭ ଶ୍ରୀକୃଷ୍ଣଙ୍କ ପଦରଜଇ ମାହାତ୍ମ୍ୟ ଶ୍ରୀରାଧାଙ୍କୁ ଅଜ୍ଞେୟ ନୁହେଁ । ତେଣୁ ସେ କହିଛନ୍ତି “ପଦଧୂଳି ପ୍ରାପ୍ତ ହେଲେ ତାଙ୍କର ପୁଣ୍ୟଫଳ ଜାଗରିତ ହୋଇଯିବ ଓ ସେ ଭବସାଗରରୁ ଉଦ୍ଧାର ପାଇବେ ।’’ ପୁନଶ୍ଚ “ଅଭାଗିନୀକି ତାରିଲେ ଯଶ ସିନା ରହିବ’’ ପଂକ୍ତିରୁ ପ୍ରେମଭକ୍ତିରେ ସୂଚନା ମିଳେ ।

କବିତାର ଶେଷରେ ମୋହନଙ୍କ ନାମ ଉଚ୍ଚାରଣ କରି ଶ୍ରୀରାଧା ମୋହଗ୍ରସ୍ତ ହୋଇଛନ୍ତି । ଏହା ମଧ୍ୟ ପ୍ରେମଭକ୍ତିର ଲକ୍ଷଣ ଅଟେ । ପ୍ରେମଭକ୍ତି ରସାତ୍ମକ କାବ୍ୟ “ବିଦଗ୍‌ଧ ଚିନ୍ତାମଣି’’ର ସମସ୍ତ ଛାନ୍ଦରେ ପ୍ରେମଭକ୍ତିର ସ୍ରୋତ ନିରବିଚ୍ଛିନ୍ନ ଭାବରେ ପ୍ରବାହିତ ହେଉଛି । ଆଲୋଚ୍ୟ ଛାନ୍ଦଟିରେ ମଧ୍ଯ ଅନ୍ତସ୍ରାବୀ ଫଲ୍‌ଗୁଧାରା ପରି ଭକ୍ତିରସରେ ଫଲ୍‌ଗୁଧାରା କବିତାଟି ରସସିକ୍ତ କରିଦେଇଅଛି ।

Question ୪ ।
ପଠିତ ଛାନ୍ଦରୁ କବିଙ୍କର କବିତ୍ଵ ଓ ରସଚେତନାର ପରିଚୟ ଦିଅ ।
କିମ୍ବା, ଆଲୋଚ୍ୟ କବିତାକୁ ଅନୁସରଣ କରି କବିଙ୍କ କବିତ୍ଵର ଆଦର୍ଶ ଓ ରସବୋଧର ଆକଳନ କର ।
ଉ –
“ବିଦଗ୍‌ଧ ଚିନ୍ତାମଣି’’ କାବ୍ୟଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ଶ୍ରେଷ୍ଠକୃତି (Master Peice) ଶ୍ରୀରାଧାଙ୍କ ଅପ୍ରାକୃତ ପ୍ରେମକୁ ନେଇ କବି ଏହି ଦିବ୍ୟ କାବ୍ୟସମ୍ପଦକୁ ପାଠକ ସମାଜକୁ ଉପହାର ଦେଇଛନ୍ତି ।

କବି ନିଜର କବିତ୍ଵ ସମ୍ପର୍କରେ ‘ବିଦଗ୍‌ଧ ଚିନ୍ତାମଣି’ର ପ୍ରଥମ ଛାନ୍ଦରେ ନିଜସ୍ବ ମତ ଉପସ୍ଥାପିତ କରିଛନ୍ତି – ଯାହା ତାଙ୍କର କବିତ୍ଵର ବୈଶିଷ୍ଟ୍ୟକୁ ପ୍ରତିପାଦିତ କରେ । ଅଭିମନ୍ୟୁ ପ୍ରଥମେ ଭକ୍ତ ପରେ କବି । କାରଣ ପରମ ବୈଷ୍ଣବ ଏହି ସମୟରେ ନିଜ ଆରାଧ୍ୟ ଓ ଇଷ୍ଟଙ୍କର ଦିବ୍ୟପ୍ରେମର ମାହାତ୍ମ୍ୟକୁ ଉପଲକ୍ଷ୍ୟ କରି ସେ ରଚନା କରିଛନ୍ତି ‘ବିଦଗ୍‌ଧ ଚିନ୍ତାମଣି’’ କାବ୍ୟ ଯାହାର ନାୟକ ଭାବରେ ସେ ବିଦଗ୍‌ଧ ପ୍ରେମିକ ଶ୍ରୀକୃଷ୍ଣଙ୍କୁ ଉପସ୍ଥାପନା କରିଛନ୍ତି ।

କାବ୍ୟନାୟିକା ଶ୍ରୀରାଧା ଚିର ଶ୍ୟାମ-ପ୍ରେମ-ବିଧୁରା । କବି ସେମାନଙ୍କୁ କୋଟି ବ୍ରହ୍ମାଣ୍ଡର ଈଶ୍ୱର-ଈଶ୍ଵରୀ ଭାବରେ ବର୍ଣ୍ଣନା କରିଛନ୍ତି । କବିତାଟିରେ ମଧୁର ରସର ଦିବ୍ୟ ଫଲ୍‌ଗୁଧାରା ଅବିଚ୍ଛିନ୍ନ ଭାବରେ ପ୍ରବାହିତ । ଏହା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧି କରିବା ଦୁରୂହ । ତେଣୁ କବି ଉଲ୍ଲେଖ କରିଛନ୍ତି –

‘‘ଟାଣ ଚଣା ଚର୍ବଣ ନାରଦ କଲା ପରି
ଟେକ ଡଜ ଭାଙ୍ଗିବ ଅବଶ୍ୟ ଶ୍ରମ କରି ।’’

ନାରଦ କହିଲେ ଏଠାରେ ଦନ୍ତହୀନ ଲୋକଙ୍କୁ ବୁଝାଏ । ଟାଣଚଣାର ସ୍ଵାଦ ସେ ଉପଲବ୍ଧି କରିପାରେ ନାହିଁ । ତେଣୁ ଦାୟିକ ଓ ନାସ୍ତିକ ଲୋକମାନେ ତାଙ୍କ କବିତ୍ଵର ରସଚେତନାକୁ ଉପଲବ୍ଧି କରିବା କଷ୍ଟକର କେବଳ ଭକ୍ତ ଓ ସୁଧୀ ସମାଜକୁ କବି ଏହା ଉପହାର ଦେଇଛନ୍ତି । ତେଣୁ କାବ୍ୟର ପ୍ରାରମ୍ଭରେ ନିବେଦନ କରିଛନ୍ତି –

“ଡାକି ମୁଁ କହୁଛି ରାଗମାର୍ଗ ସୁଧୀଜନେ
ଡେରି କର୍ଷ ସସ୍ନେହତା କର ମୋ ବଚନେ ।
X X X X X
ଭାବେ ବୈଶ୍ୟ ପରାୟ ମୁଁ ମେଲିଛି ପସରା
ଭାବ ସବୁ ଦ୍ରବ୍ୟକୁ ଗ୍ରାହକ ଲୋଡ଼ା ପରା।’’

କବି ଅଭିମନ୍ୟୁଙ୍କର ଏହାହିଁ ନିଜସ୍ଵ ବୈଶିଷ୍ଟ୍ୟ । କବିତ୍ଵକୁ ଉପଲବ୍ଧି କରିବାପାଇଁ କବିଙ୍କ ବୈଶିଷ୍ଟ୍ୟ ପ୍ରଥମେ ଜାଣିବା ଉଚିତ । ତେଣୁ କବି କାବ୍ୟର ପ୍ରଥମ ଛାନ୍ଦରେ ହିଁ ନିଜର କବିତ୍ଵ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।

କରାଯାଇଛି । ଏହାର ରସଚେତନା ଅତ୍ୟନ୍ତ ଚିତ୍ତାକର୍ଷକ । କବିତାଟି ଭକ୍ତିରସ ପ୍ରଧାନ ହେଲେହେଁ ଏହା ପ୍ରେମମୂଳକ କାବ୍ୟ ହୋଇଥିବାରୁ ସମଗ୍ର କାବ୍ୟରେ ଶୃଙ୍ଗାର ରସର ମନୋଜ୍ଞ ପରିପ୍ରକାଶ ପାଠକକୁ ଚମତ୍କୃତ କରେ । ସାହିତ୍ୟର ଶୃଙ୍ଗାରରସ ଭକ୍ତିମାର୍ଗରେ ମାଧୁର୍ଯ୍ୟଭାବ ନାମରେ ବର୍ଣ୍ଣିତ । ଶୃଙ୍ଗାର ରସ ନରନାରୀଙ୍କର ପ୍ରଣୟ ଚେତନାରେ ସୀମିତ । ମାତ୍ର ମାଧୁର୍ଯ୍ୟଭାବ ଭକ୍ତ ଓ ଭଗବାନଙ୍କର ଦିବ୍ଯପ୍ରେମକୁ ଉନ୍ମୋଚନ କରେ । ବୈଷ୍ଣବ ଧର୍ମରେ ନିଜକୁ ନାରୀ ଓ ପରମପୁରୁଷ ଶ୍ରୀଭଗବାନଙ୍କୁ ପୁରୁଷ ରୂପରେ ଗ୍ରହଣ କରି ପ୍ରେମ ସମ୍ପର୍କ ଗଢ଼ିଉଠେ । କାବ୍ୟର ପ୍ରାରମ୍ଭରେ କବି ଏହି କାବ୍ୟର ନାୟକ ନାୟିକାଙ୍କୁ କୋଟି ବ୍ରହ୍ମାଣ୍ଡର ସର୍ଜନାକାରୀ ଈଶ୍ଵର ଈଶ୍ୱରୀ ଭାବରେ ଗ୍ରହଣକରି ସେମାନଙ୍କର ପ୍ରେମକୁ ଅପ୍ରାକୃତ ପ୍ରେମ ଆଖ୍ୟା ଦେଇଛନ୍ତି ।

ଯେହେତୁ ପ୍ରେମ ଅପ୍ରାକୃତ ସେଥ‌ିପାଇଁ ଶୃଙ୍ଗାରରସ ଏଠାରେ ମାଧୁର୍ଯ୍ୟ ଭାବରେ ଗୃହୀତ । ପଠିତ ଛାନ୍ଦରେ ମଧୁର ରସ ବା ଶୃଙ୍ଗାର ରସର ମନୋଜ୍ଞ ପରିପ୍ରକାଶ ଅତ୍ୟନ୍ତ ମନଛୁଆଁ । ଏଠାରେ ଶ୍ୟାମପ୍ରେମ ବିଧୁରା ଶ୍ରୀରାଧାଙ୍କ ମୁଖରେ କବି ବର୍ଣ୍ଣନା କରିଛନ୍ତି –

“ଚନ୍ଦ୍ର ବିନା ଚକୋରକୁ ଆନଗତି ନାହିଁକି ।
ବନ ବିନା ମୀନ ଦିନ ନେବ ପୁଣି କାହିଁକି ?”

ସେହିପରି “ନିରବଧୂ ହୃଦୟକୁ କାମଦେବ ଦହିବ”, “ବିରହକୁ ତୁଳ ନୁହେଁ ଘାତ କୋଟି ନାଗର’’। “ବୁଣିଥିଲେ ପ୍ରେମ ବୀଜ ଅଙ୍କୁର ସେ ହୋଇଛି’’ । ‘ଉଦେ ହେଲା ଘନଶ୍ୟାମ ରସବୃଷ୍ଟି ନୋହିଲା’’ ପ୍ରଭୃତ ପଂକ୍ତିରୁ ଶୃଙ୍ଗାରରସ ବା ମଧୁରରସର ମାଧୁର୍ଯ୍ୟ ଆକଳନ କରିହୁଏ ।

ପଠିତ ଛାନ୍ଦଟିରେ ଭକ୍ତିରସର ଅନ୍ତସ୍ରାବୀ ଫଲ୍‌ଗୁ ପ୍ରବାହିତ । ଶ୍ରୀରାଧାଙ୍କର ବିଦାୟକାଳୀନ ପଦଧୂଳି ଭିକ୍ଷା, ପୁଣ୍ୟଫଳ ପାଇବାପାଇଁ ଇଚ୍ଛା, ଅଭାଗିନୀକୁ ତାରିବାପାଇଁ ନିବେଦନ ଓ କବିତାର ଶେଷ-ପଂକ୍ତିରେ ‘‘ଦୀନ ଅଭିମନ୍ୟୁ
ଭାବେ ପଦ ରସବତୀର’ ଅର୍ଥାତ୍ କବିଙ୍କର ଶ୍ରୀରାଧାଙ୍କ ପଦ ବନ୍ଦନା ପ୍ରଭୃତି ଭକ୍ତିରସର ସୂଚନା ଦିଏ । ଅତଏବ ପଠିତ ଛାନ୍ଦରେ କବିଙ୍କ କବିତ୍ଵ ଓ ରସଚେତନା ଅତ୍ୟନ୍ତ ହୃଦୟସ୍ପର୍ଶୀ ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୫।
ଏହି କବିତାରେ ଶୃଙ୍ଗାର-ରସର ମନୋଜ୍ଞ ବିଳାସ କିପରି ଘଟିଛି, ଆଲୋଚନା କର ।
କିମ୍ବା, ଆଲୋଚ୍ୟ କବିତାକୁ ଭିଭିକରି କୃଷ୍ଣପ୍ରେମ-ବିରହଣୀ ଶ୍ରୀରାଧାଙ୍କର ପ୍ରେମ-ରସର ମାଧୁର୍ଯ୍ୟକୁ ବିଶ୍ଳେଷଣ କର ।
ଉ –
ଆଲୋଚ୍ୟ ‘‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର “ବିଦଗ୍‌ଧ ଚିନ୍ତାମଣି’’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦରୁ ଉଦ୍ଧାର କରାଯାଇଛି । ‘ବିଦଗ୍‌ଧ ଚିନ୍ତାମଣି’’ର ନାୟକ ହିଁ ଶ୍ରୀକୃଷ୍ଣଙ୍କୁ ବୁଝାଏ । ଯେହେତୁ ଚିନ୍ତାମଣି ଶ୍ରୀକୃଷ୍ଣଙ୍କର ଅନ୍ୟନାମ । ଶ୍ରୀକୃଷ୍ଣ ଏଠାରେ ବିଦଗ୍‌ଧ ପ୍ରେମିକ । କାବ୍ୟର ନାୟିକା ମଧ୍ୟ ଶ୍ୟାମ-ପ୍ରେମ-ବିଧୁରା ଶ୍ରୀରାଧା । ପ୍ରିୟତମ ଶ୍ରୀକୃଷ୍ଣଙ୍କ ବିଚ୍ଛେଦରେ ସେ ଯନ୍ତ୍ରଣା ଜର୍ଜରିତ । ହୋଇ ଦୂତୀ ଆଗରେ ଜନିତ ପରିପ୍ରକାଶ କରୁଛନ୍ତି ।

କବିତାଟିରେ ପ୍ରେମ ସମ୍ପର୍କିତ ଶୃଙ୍ଗାରରସର ପରିସ୍ଫୁଟନ ଅତ୍ୟନ୍ତ ମନୋଜ୍ଞ । ସାଧାରଣ ନରନାରୀ ପ୍ରେମରେ ଯାହା ଶୃଙ୍ଗାର ରସ ଭକ୍ତିମାର୍ଗରେ ତାହା ମାଧୁର୍ଯ୍ୟ ଭାବ ଭାବରେ ଗ୍ରହଣ କରାଯାଏ । କାବ୍ୟର ପ୍ରାରମ୍ଭରେ ପ୍ରଥମ ଛାନ୍ଦରେ କବି ରାଧାକୃଷ୍ଣଙ୍କର ପ୍ରେମକୁ ଅପ୍ରାକୃତ ପ୍ରେମ ଓ ନାୟକ ନାୟିକାଙ୍କୁ କୋଟିବ୍ରହ୍ମାଣ୍ଡର ସର୍ଜନାକାରୀ ଈଶ୍ଵର-ଯେହେତୁ ପ୍ରେମ ଅପ୍ରାକୃତ ସେଥ‌ିପାଇଁ ଶୃଙ୍ଗାରରସ ଏଠାରେ ମାଧୁର୍ଯ୍ୟ ଭାବରେ ଗୃହୀତ । ପଠିତ ଛାନ୍ଦରେ ମଧ୍ୟ ଗ୍ରହଣ କରାଯାଏ । ତେବେ ଶୃଙ୍ଗାରରସ ଓ ମାଧୁର୍ଯ୍ୟ ଭାବ ଏକାକଥା। ପ୍ରେମିକ ପ୍ରେମିକାଙ୍କର ସମ୍ପର୍କ, ବିରହ ଓ ମିଳନ ପ୍ରଭୃତିକୁ ନେଇ କବିତାରେ ଯେଉଁ ରସର ପ୍ରୟୋଗ ହୋଇଥାଏ ତାହା ଶୃଙ୍ଗାରରସ ଭାବରେ ସାହିତ୍ୟରେ ବର୍ଣ୍ଣିତ ହୋଇଛି ।

କାବ୍ୟନାୟିକା ଶ୍ରୀରାଧା ଏଠାରେ ବିଦଗ୍‌ଧ ନାୟିକା ଭାବରେ ବିଦ୍ୟମାନ । ପ୍ରିୟସଖୀ ବା ଦୂତୀ ଆଗରେ ସେ ତାଙ୍କର ପ୍ରିୟ-ବିଚ୍ଛେଦଜନିତ ମନର ସ୍ଥିତିକୁ ପରିପ୍ରକାଶ କରୁଛନ୍ତି । ତେଣୁ କବିତାଟିରେ ଶୃଙ୍ଗାରରସର ବର୍ଣ୍ଣନା ସ୍ଵାଭାବିକ । କବି ଅଭିମନ୍ୟୁଙ୍କ ଚମତ୍କାର ବର୍ଣ୍ଣନାରେ ଏହା ଅତ୍ୟନ୍ତ ମନୋଜ୍ଞ ହୋଇପାରିଛି । କବିତାର ପ୍ରାରମ୍ଭରେ ଶ୍ରୀରାଧା ପ୍ରେମିକ ଶ୍ରୀକୃଷ୍ଣଙ୍କ ଅଭାବରେ ଜୀବନକୁ ତୁଚ୍ଛ ବୋଧ କରିବା ଓ ଶ୍ରୀକୃଷ୍ଣଙ୍କୁ ନାରୀମରା ରୀତିରେ ଦୀକ୍ଷା ନେବା ପ୍ରଭୃତି ପ୍ରେମ- ବିଚ୍ଛେଦର ମନସ୍ଥିତିକୁ ପରିସ୍ଫୁଟନ କରେ ।

କବିତାର ପଞ୍ଚମ ପଂକ୍ତିରେ ଶ୍ୟାମ-ପ୍ରେମ-ବିରହିଣୀ ଶ୍ରୀରାଧାଙ୍କର ବିରହବ୍ୟର୍ଥାତ ସ୍ଵର ‘ନିରବଧୂ ହୃଦୟକୁ କାମଦେବ ଦହିବ | ଅବଳା ମାତ୍ରକେ ଏତେ ଦାଉ କେହି ସହିବ’’ ପଦରେ ଶୃଙ୍ଗାରରସର ମନଛୁଆଁ ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ । ସେହିପରି ଶ୍ୟାମ ପ୍ରେମରେ ଉନ୍ମାଦିନୀ ହୋଇ ଶ୍ରୀରାଧାଙ୍କ ମୁଖରେ ‘ନୋହିଲେ ମୋହରି ପରି ପ୍ରେମଭୂତ ଲାଗିବ’’ ପଦଟି ମଧ୍ୟ ଶୃଙ୍ଗାରୀ ଚେତନାକୁ ସୂଚାଇ ଦେଇଥାଏ ।

ବିରହବିଧୁରା ଶ୍ରୀରାଧା ଜଳ ବିନା ମୀନ, ଚନ୍ଦ୍ର ବିନା ଚକୋରା ପରି ପ୍ରିୟତମ ଶ୍ରୀକୃଷ୍ଣଙ୍କ ବିଚ୍ଛେଦରେ ମ୍ରିୟମାଣ । ଶ୍ରୀକୃଷ୍ଣଙ୍କ ବିଳମ୍ବ ସେ ସହ୍ୟକରି ପାରୁନାହାନ୍ତି । ଦୂତୀ ସମ୍ମୁଖରେ ସେ ତାଙ୍କର ମନୋଦଶାକୁ ବ୍ୟକ୍ତ କରିଛନ୍ତି –
‘ହେଳା କଲେ ପ୍ରୀତିଭେଳା ମୋର ବୁଡ଼ିଯାଉଛି ।
X X X X X X
ନାଥ ଥାଉଁ ଅନାଥୁନୀ ଦଶା ପରା ହେଉଛି ।’

“ବୁଣିଥିଲେ ପ୍ରେମବୀଜ ଅଙ୍କୁର ସେ ହୋଇି | ଘନରସ ଆଶାକରି ଏତେକାଳ ଜୀଇଛି ।’’ ପଦ ମଧ୍ୟ ଶୃଙ୍ଗାର-ରସର X X X ପିପାସୀ -ଚାତକୀ ଚିତ୍ତ ଚିନ୍ତା ଚିତା ଦହଲା ।’ ପଦମାନଙ୍କରେ ଶ୍ରୀରାଧାଙ୍କର ବିରହ-ବ୍ୟସ୍ତତ ଭାବଦଶା ଉଚ୍ଚାରଣ କରି “ମୋହଗ୍ରସ୍ତ ହେବା ମଧ୍ଯ ଶୃଙ୍ଗାରରସର ମନୋଜ୍ଞ ପରିପ୍ରକାଶକୁ ସୂଚାଇଦିଏ । ଶ୍ରୀରାଧାଙ୍କର ପ୍ରିୟତମଙ୍କ ଆଦ୍ୟ ଭାଗରୁ ପ୍ରାନ୍ତ ପର୍ଯ୍ୟନ୍ତ ଶ୍ୟାମ-ପ୍ରେମ-ବିଧୁରା ଶ୍ରୀରାଧାଙ୍କ ଖେଦୋକ୍ତିରେ ଶୃଙ୍ଗାର ରସର ମନୋଜ୍ଞ ପରିପ୍ରକାଶ ଅତ୍ୟନ୍ତ ମର୍ମସ୍ପର୍ଶୀ ।

Question ୬ ।
ଉକ୍ତ ଛାନ୍ଦରୁ ରାଧାଙ୍କ ସମର୍ପିତ ହୃଦୟର ଚିତ୍ର ପ୍ରଦାନ କର ।
କିମ୍ବା, ଆଲୋଚ୍ୟ କବିତାରୁ ଭିତ୍ତିକରି ଶ୍ରୀରାଧାଙ୍କର ଆତ୍ମସମର୍ପଣ ଭାବରେ ବିଶ୍ଳେଷଣ କର ।
ଉ –
ଆଲୋଚ୍ୟ ‘‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ମନକୁ ପ୍ରିୟତମଙ୍କ ଶ୍ରୀଚରଣରେ ସମର୍ପଣ କରି ଦେଇଛନ୍ତି । କବିତାଟିର ଆଦ୍ୟଭାଗରେ ଶ୍ରୀରାଧାଙ୍କର ଆତ୍ମସମର୍ପଣର ଚିତ୍ର ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବରେ କବି ଲେଖନୀରେ ପରିସ୍ଫୁଟିତ ହୋଇଉଠିଛି –

“ଶ୍ରୀଚରଣେ ଦେହ ପ୍ରାଣ ବିକିଅଛି ମୁହିତ ।
ତାଙ୍କ ଅନୁଗ୍ରହ ସିନା ମୋ କପାଳ ଲିହିତ ।
ଦୂତିଗୋ, ଧନକୁ କହ ଆନ ଗତି ନାହିଁ ତ ।”

ଶ୍ରୀରାଧା ସମ୍ପୂର୍ଣ୍ଣ ଭାବରେ କୃଷ୍ଣଗତପ୍ରାଣା । ତାଙ୍କର ଯାହା କିଛି ନିଜସ୍ଵ ଦେହ, ପ୍ରାଣ, ମନ ସମସ୍ତ ସେ କୃଷ୍ଣପାଦରେ ବିସର୍ଜନ ଦେଇଛନ୍ତି । ପ୍ରିୟତମଙ୍କ ଅନୁଗ୍ରହ ତାଙ୍କର ଆୟତ୍ତରେ ନାହିଁ । ସେ ତାହାକୁ କପାଳ ବା ଭାଗ୍ୟ ଉପରେ ଛାଡ଼ିଦେଇଛନ୍ତି । ଶ୍ରୀକୃଷ୍ଣ ହିଁ ତାଙ୍କର ଗତି ଓ ମୁକ୍ତି । ତାଙ୍କ ବିନା ତାଙ୍କର ଅନ୍ୟ ଗତି ନାହିଁ । ନିଜକୁ ସେ ବିକ୍ରିକରି କୃଷ୍ଣଙ୍କର ସେବକୀ ବା ଦାସୀ ହୋଇଯାଇଛନ୍ତି । କୃଷ୍ଣ ହିଁ ତାଙ୍କର ପ୍ରାଣ, ଜୀବନ ସବୁକିଛି । କୃଷ୍ଣଙ୍କ ବିଚ୍ଛେଦରେ ସେ କଣ୍ଠାଗତାପ୍ରାଣା ହୋଇ ଦୂତୀ ପାଖରେ “ଜିଜ୍ଞାସା କରିଛନ୍ତି’’ – “କିଣିଥିଲେ ପୁଣି ବିନାଶନ୍ତେ କେହି ସେବକୀ ?’’

କୃଷ୍ଣ ହିଁ ତାଙ୍କର ଗତି ମୁକ୍ତି । ତାଙ୍କ ବ୍ୟତୀତ ତାଙ୍କର ଅନ୍ୟ ଗତି ନାହିଁ । ପ୍ରେମାସ୍ବଦଙ୍କ ନିକଟରେ ସେ ସମ୍ପୂର୍ଣ୍ଣ ସମର୍ପିତା । କବି ରାଧାଙ୍କର ଏହି ସମର୍ପଣର ଚିତ୍ରକୁ ଅତି ଜୀବନ୍ତ ଭାବରେ ପରିସ୍ଫୁଟିତ କରିଛନ୍ତି –

“ବନ ବିନା ମୀନ ଦିନ ନେବ ପୁଣି କାହିଁକି ?’’

ଜଳ ବିନା ମାଛ ଓ ଚନ୍ଦ୍ର ବିନା ଚକୋରୀ ପରି ଶ୍ରୀରାଧା ପ୍ରିୟତମଙ୍କ ବିଚ୍ଛେଦରେ ମ୍ରିୟମାଣା । କବିତାଟିର ଷଷ୍ଠ ପଂକ୍ତିରେ ଏହି ସମର୍ପଣର ଭାବ ଆହୁରି ଜୀବନ୍ତ । ଶ୍ରୀରାଧା ଶ୍ରୀକୃଷ୍ଣଙ୍କଠାରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ବିଚ୍ଛେଦରେ ପଂକ୍ତିରେ ଏହି ସମର୍ପଣର ଭାବ ଆହୁରି ଜୀବନ୍ତ । ଶ୍ରୀରାଧା ଶ୍ରୀକୃଷ୍ଣଙ୍କଠାରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ବିଚ୍ଛେଦରେ ସଙ୍ଖାଳିରୂପେ ପାଇବାପାଇଁ ବ୍ୟଗ୍ର ଓ ବ୍ୟାକୁଳ ହୋଇଉଠିଛନ୍ତି । ଅନ୍ୟ ପକ୍ଷରେ ବିଦେହ କହିଲେ କନ୍ଦର୍ପ ବା କାମଦେବଙ୍କୁ ବୁଝାଏ । ପ୍ରେମ-ବିରହ ବିଚ୍ଛେଦରେ କନ୍ଦର୍ପ ହିଁ ପ୍ରେମୀଯୁଗଳଙ୍କୁ ଯନ୍ତ୍ରଣା ଜର୍ଜରିତ କରିଥା’ନ୍ତି । ତାଙ୍କ ପଥରେ ଯାତ୍ରା କରିବାପାଇଁ ପ୍ରାଣଧନ ଶ୍ରୀକୃଷ୍ଣ ହିଁ ଏକମାତ୍ର ସଂଖାଳି । କାରଣ ରାଧା ସମ୍ପୂର୍ଣ୍ଣ ଭାବରେ କୃଷ୍ଣଗତପ୍ରାଣା । ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ ପ୍ରେମିକର ସ୍ଵପ୍ନ ମଧ୍ଯ ସେ କେବେ ଦେଖୁନାହାଁନ୍ତି । ତାଙ୍କର ପ୍ରେମ କନିଷ୍ଠ, ପବିତ୍ର ଓ ସ୍ୱର୍ଗୀୟ ଆତ୍ମସମର୍ପଣରେ ଉଦ୍ଭାସିତ ।

ଶ୍ରୀରାଧାଙ୍କର ପ୍ରାଣ ସମ୍ପୂର୍ଣ୍ଣରୂପେ ସମର୍ପିତ । ଶ୍ରୀକୃଷ୍ଣଙ୍କ ବିଚ୍ଛେଦରେ ଦେହଧାରଣ କରିବା ତାଙ୍କ ପାଇଁ ଅସମ୍ଭବ । ତେଣୁ ଦେହ ଛାଡ଼ିବା ପୂର୍ବରୁ ସେ ପ୍ରିୟତମଙ୍କୁ ବିଦାୟକାଳୀନ ଖେଦୋକ୍ତିରେ ତାଙ୍କର ପଦଧୂଳି ପ୍ରାର୍ଥନା କରିଛନ୍ତି –

“ତାଙ୍କ ଶ୍ରୀଛାମୁରୁ ମୋହ ପାଇଁ ବିଦା ମାଗିବ ।
ପଦଧୂଳି ଦତ୍ତ କଲେ ସବୁ ପୁଣ୍ୟ ଜାଗିବ ।
ଦୂତି ଗୋ, ପ୍ରାଣନାଥରେ ଥରେ ଏହା ଭାଷିବ ।”

ଶ୍ରୀକୃଷ୍ଣଙ୍କୁ ସେ ସେ ପ୍ରାଣନାଥ ସମ୍ବୋଧନ କରିଛନ୍ତି । ତାଙ୍କ ପ୍ରାଣର ସେ ସମ୍ପୂର୍ଣ୍ଣ ଅଧିକାରୀ । ତାଙ୍କ ବିଚ୍ଛେଦରେ ସେ ପ୍ରାଣତ୍ୟାଗ କରିବାକୁ ଯାଉଛନ୍ତି । ସେଥ‌ିପାଇଁ ତିଳେହେଲେ ତାଙ୍କର କ୍ରୋଧ ବା ପ୍ରତିଶୋଧର ଭାବ ମନଭିତରେ
ବଳି ଆତ୍ମସମର୍ପଣର ନୈସର୍ଗିକ ଚିତ୍ର ଆଉ କ’ଣ ଥାଇପାରେ ? ତାଙ୍କର ମନ ପ୍ରାଣ ଓ ଜୀବନ । କୃଷ୍ଣଙ୍କ ବିଚ୍ଛେଦ ତାଙ୍କ ପାଇଁ ଅସହନୀୟ ହୋଇଉଠିଛି । ତେଣୁ ସେ ମୋହଗ୍ରସ୍ତ ବା ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

Question ୭ ।
ପଠିତ ଛାନ୍ଦରୁ ରାଧାଙ୍କର ସଖୀ ନିକଟରେ ନିବେଦନର ସ୍ଵରୂପ ବର୍ଣ୍ଣନା କର ।
କିମ୍ବା, ଆଲୋଚ୍ୟ କବିତାକୁ ଭିଭିକରି ରାଧାଙ୍କର ଆତ୍ମନିବେଦନର ସ୍ଵରୂପ ବିଶ୍ଳେଷଣ କର ।
ଉ –
ଆଲୋଚ୍ୟ ‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ
ମନକୁ ପ୍ରିୟତମଙ୍କ ଶ୍ରୀଚରଣରେ ସମର୍ପଣ କରି ଦେଇଛନ୍ତି । କବିତାଟିର ଆଦ୍ୟଭାଗରେ ଶ୍ରୀରାଧାଙ୍କର ଆତ୍ମସମର୍ପଣର ଚିତ୍ର ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବରେ କବି ଲେଖନୀରେ ପରିସ୍ଫୁଟିତ ହୋଇଉଠିଛି –

“ତାଙ୍କ ଅନୁଗ୍ରହ ସିନା ମୋ କପାଳ ଲିହିତ ।
ଦୂତିଗୋ, ଧନକୁ କହ ଆନ ଗତି ନାହିଁ ତ ।”

ଶ୍ରୀରାଧା ସମ୍ପୂର୍ଣ୍ଣ ଭାବରେ କୃଷ୍ଣଗତପ୍ରାଣା । ତାଙ୍କର ଯାହା କିଛି ନିଜସ୍ବ ଦେହ, ପ୍ରାଣ, ମନ ସମସ୍ତ ସେ କୃଷ୍ଣପାଦରେ ବିସର୍ଜନ ଦେଇଛନ୍ତି । ପ୍ରିୟତମଙ୍କ ଅନୁଗ୍ରହ ତାଙ୍କର ଆୟତ୍ତରେ ନାହିଁ । ସେ ତାହାକୁ କପାଳ ବା ଭାଗ୍ୟ ଛାଡ଼ିଦେଇଛନ୍ତି । ଶ୍ରୀକୃଷ୍ଣ ହିଁ ତାଙ୍କର ଗତି ଓ ମୁକ୍ତି । ତାଙ୍କ ବିନା ତାଙ୍କର ଅନ୍ୟ ଗତି ନାହିଁ । ନିଜକୁ ସେ ବିକ୍ରିକରି କୃଷ୍ଣଙ୍କର ସେବକୀ ବା ଦାସୀ ହୋଇଯାଇଛନ୍ତି । କୃଷ୍ଣ ହିଁ ତାଙ୍କର ପ୍ରାଣ, ଜୀବନ ସବୁକିଛି । କୃଷ୍ଣଙ୍କ ବିଚ୍ଛେଦରେ ସେ କଣ୍ଠାଗତାପ୍ରାଣା ହୋଇ ଦୂତୀ ପାଖରେ “ଜିଜ୍ଞାସା କରିଛନ୍ତି’’ – “କିଣିଥିଲେ ପୁଣି ବିନାଶନ୍ତେ କେହି ସେବକୀ ?”

କୃଷ୍ଣ ହିଁ ତାଙ୍କର ଗତି ମୁକ୍ତି । ତାଙ୍କ ବ୍ୟତୀତ ତାଙ୍କର ଅନ୍ୟ ଗତି ନାହିଁ । ପ୍ରେମାସ୍ବଦଙ୍କ ନିକଟରେ ସେ ସମ୍ପୂର୍ଣ୍ଣ ସମର୍ପିତ । କବି ରାଧାଙ୍କର ଏହି ସମର୍ପଣର ଚିତ୍ରକୁ ଅତି ଜୀବନ୍ତ ଭାବରେ ପରିସ୍ଫୁଟିତ କରିଛନ୍ତି –

“ଚନ୍ଦ୍ର ବିନା ଚକୋରକୁ ଆନ ଗତି ନାହିଁକି
ବନ ବିନା ମୀନ ଦିନ ନେବ ପୁଣି କାହିଁକି ?’

ଜଳ ବିନା ମାଛ ଓ ଚନ୍ଦ୍ର ବିନା ଚକୋରୀ ପରି ଶ୍ରୀରାଧା ପ୍ରିୟତମଙ୍କ ବିଚ୍ଛେଦରେ ମ୍ରିୟମାଣା । କବିତାଟିର ଷଷ୍ଠ ପଂକ୍ତିରେ ଏହି ସମର୍ପଣର ଭାବ ଆହୁରି ଜୀବନ୍ତ । ଶ୍ରୀରାଧା ଶ୍ରୀକୃଷ୍ଣଙ୍କଠାରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ବିଚ୍ଛେଦରେ ସେ ଦେହତ୍ୟାଗ କରି ବିଦେହ-ପଥର ଯାତ୍ରୀ ସାଜିବେ । ଜୀବନରେ ନହେଲେ ମରଣରେ ମଧ୍ୟ ସେ ପ୍ରାଣଧନ ଶ୍ରୀକୃଷ୍ଣଙ୍କୁ ସଙ୍ଖାଳିରୂପେ ପାଇବାପାଇଁ ବ୍ୟଗ୍ର ଓ ବ୍ୟାକୁଳ ହୋଇଉଠିଛନ୍ତି । ଅନ୍ୟ ପକ୍ଷରେ ବିଦେହ କହିଲେ କନ୍ଦର୍ପ ବା କାମଦେବଙ୍କୁ ବୁଝାଏ । ପ୍ରେମ-ବିରହ ବିଚ୍ଛେଦରେ କନ୍ଦର୍ପ ହିଁ ପ୍ରେମୀଯୁଗଳଙ୍କୁ ଯନ୍ତ୍ରଣା ଜର୍ଜରିତ କରିଥା’ନ୍ତି । ତାଙ୍କ ପଥରେ ଯାତ୍ରା କରିବାପାଇଁ ପ୍ରାଣଧନ ଶ୍ରୀକୃଷ୍ଣ ହିଁ ଏକମାତ୍ର ସଂଖାଳି । କାରଣ ରାଧା ସମ୍ପୂର୍ଣ୍ଣ ଭାବରେ କୃଷ୍ଣଗତପ୍ରାଣା । ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ ପ୍ରେମିକର ସ୍ଵପ୍ନ ମଧ୍ଯ ସେ କେବେ ଦେଖୁନାହାଁନ୍ତି । ତାଙ୍କର ପ୍ରେମ କନିଷ୍ଠ, ପବିତ୍ର ଓ ସ୍ୱର୍ଗୀୟ ଆତ୍ମସମର୍ପଣରେ ଉଦ୍ଭାସିତ ।

ତେଣୁ ଦେହ ଛାଡ଼ିବା ପୂର୍ବରୁ ସେ ପ୍ରିୟତମଙ୍କୁ ବିଦାୟକାଳୀନ ଖେଦୋକ୍ତିରେ ତାଙ୍କର ପଦଧୂଳି ପ୍ରାର୍ଥନା କରିଛନ୍ତି –

“ତାଙ୍କ ଶ୍ରୀଛାମୁରୁ ମୋହ ପାଇଁ ବିଦା ମାଗିବ ।
ପଦଧୂଳି ଦତ୍ତ କଲେ ସବୁ ପୁଣ୍ୟ ଜାଗିବ।
ଦୂତି ଗୋ, ପ୍ରାଣନାଥରେ ଥରେ ଏହା ଭାଷିବ ।’’

ଶ୍ରୀକୃଷ୍ଣଙ୍କୁ ସେ ସେ ପ୍ରାଣନାଥ ସମ୍ବୋଧନ କରିଛନ୍ତି । ତାଙ୍କ ପ୍ରାଣର ସେ ସମ୍ପୂର୍ଣ୍ଣ ଅଧିକାରୀ । ତାଙ୍କ ବିଚ୍ଛେଦରେ ସେ ପ୍ରାଣତ୍ୟାଗ କରିବାକୁ ଯାଉଛନ୍ତି । ସେଥ‌ିପାଇଁ ତିଳେହେଲେ ତାଙ୍କର କ୍ରୋଧ ବା ପ୍ରତିଶୋଧର ଭାବ ମନଭିତରେ ଆସୁନାହିଁ । ବରଂ ଅତି ବିନମ୍ର ଭାବରେ ତାଙ୍କର ପଦରଜ ପାଇଁ ସେ ଅନ୍ତିମ ଅଭିଳାଷ ପୋଷଣ କରୁଛନ୍ତି । ଏହାଠାରୁ ବଳି ଆତ୍ମସମର୍ପଣର ନୈସର୍ଗିକ ଚିତ୍ର ଆଉ କ’ଣ ଥାଇପାରେ ?

କବିତାର ଶେଷଭାଗରେ ସେ ମୋହନ ନାମ ଉଚ୍ଚାରଣପୂର୍ବକ ମୋହଗ୍ରସ୍ତ ହୋଇଯାଇଛନ୍ତି । କାରଣ କୃଷ୍ଣ ହିଁ ତାଙ୍କର ମନ ପ୍ରାଣ ଓ ଜୀବନ । କୃଷ୍ଣଙ୍କ ବିଚ୍ଛେଦ ତାଙ୍କ ପାଇଁ ଅସହନୀୟ ହୋଇଉଠିଛି । ତେଣୁ ସେ ମୋହଗ୍ରସ୍ତ ବା ହୋଇଉଠିଛି ।

କବି ପରିଚିତି :

ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତସିଂହାର ୧୭୫୭ ମସିହାରେ ଯାଜପୁର ଜିଲ୍ଲାର ବାଲିଆ ଜମିଦାରୀରେ ଜନ୍ମଗ୍ରହଣ କରିଥିଲେ । ପିତା ଇନ୍ଦ୍ରଜିତ ସାମନ୍ତସିଂହାର ଓ ମାତା ତୁଳସୀ ଦେବୀଙ୍କର ସୁଯୋଗ୍ୟ ସନ୍ତାନ ଭାବରେ ଏହି ଅନନ୍ୟ ପ୍ରତିଭା ଉତ୍କଳର୍ ପୁରପଲ୍ଲୀରେ ତାଙ୍କର ସାରସ୍ବତ ସୃଷ୍ଟି ପାଇଁ ସ୍ମରଣୀୟ ହୋଇଛନ୍ତି । ତୁଳସୀ ଦୁଇପତ୍ରରୁ ବାସିଲାପରି ଶିଷ୍ୟତ୍ଵ ଗ୍ରହଣକରି ସେ ତାଙ୍କର ଜନ୍ମଜାତ ପ୍ରତିଭାକୁ ଚରମ ଶିଖରରେ ପହଞ୍ଚାଇ ପାରିଥିଲେ । ଜଣେ ମେଧାବୀ ଛାତ୍ରରୂପେ ସେ ସଂସ୍କୃତ ବ୍ୟାକରଣ, ଅମରକୋଷ, ଭଞ୍ଜସାହିତ୍ୟ, ଅଳଙ୍କାର ଗ୍ରନ୍ଥ, ବେଦ, ଉପନିଷଦ ଓ ବୈଷ୍ଣବ ସମ୍ପ୍ରଦାୟର ଷଡ଼ଗୋସ୍ଵାମୀଙ୍କ ପ୍ରଣୀତ ସାହିତ୍ୟ ସୃଷ୍ଟିମାନଙ୍କୁ ଅଧ୍ୟୟନ ଓ ଆୟତ୍ତ କରିପାରିଥିଲେ ।

ଜୀବନର କିଶୋର ବୟସରେ ସେ ‘ଚଢ଼େଇଗୀତ’, ‘ବାଘଗୀତ’, ‘ବୋଲେ ହୁଁ’ ଗୀତ ରଚନାକରି ନିଜର ସୃଜନୀ ଶକ୍ତିର ପରିଚୟ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ‘ରସକଳା’, ‘ପ୍ରେମକଳା’, ‘ସୁଲକ୍ଷଣା’ ଓ ‘ରସବତୀ’ ପରି କାବ୍ୟମାନ ସୃଷ୍ଟି କରି ନିଜର ବିଚିତ୍ର ସ୍ରଷ୍ଟାମାନଙ୍କର ପରିଚୟ ଦେଇଗଲେ ।

ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ ପରେ ଅଭିମନ୍ୟୁଙ୍କର ଅଦ୍ଭୁତ ସୃଜନୀ ଶକ୍ତିର ସ୍ଫୁରଣ ହେଲା । ଉତ୍କଳ ବାଣୀଭଣ୍ଡାରକୁ ଅମୂଲ୍ୟ ଅବଦାନ ରୂପେ କବିଙ୍କର ‘ବିଦ୍‌ଧ ଚିନ୍ତାମଣି’ ଓ ‘ପ୍ରେମ ଚିନ୍ତାମଣି’ କାବ୍ୟଦ୍ୱୟ ଆତ୍ମପ୍ରକାଶ କଲା । ‘ବିଦଗ୍‌ଧ ଚିନ୍ତାମଣି’ କବିଙ୍କର ଶ୍ରେଷ୍ଠକୃତି (Master Peice) ଅଟେ । ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମକୁନେଇ ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମକୁ ନେଇ କବି ଏହି ଚମତ୍କାର କାବ୍ୟଟିକୁ ରଚନାକରି ତାଙ୍କର ଚରମ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି । ଆଲୋଚ୍ୟ “ଧୀରେ ରାଧା କର ଧରି” ଶୀର୍ଷକ କବିତାଟି ଅଭିମନ୍ୟୁଙ୍କର “ବିଦଗ୍‌ଧ ଚିନ୍ତାମଣି” କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ ।

ବିଷୟ ପ୍ରବେଶ :

କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍‌ଧ ଚିନ୍ତାମଣି’’ ଶ୍ରେଷ୍ଠକୃତି । ଚିନ୍ତାମଣି କହିଲେ ଶ୍ରୀକୃଷ୍ଣଙ୍କୁ ବୁଝାଏ । ଏଣୁ ଶ୍ରୀକୃଷ୍ଣ ଏଠାରେ ବିଦଗ୍‌ଧ ନାୟକ । ମାତ୍ର ସେ ସାଧାରଣ ନାୟକ ନୁହନ୍ତି । ସେ ନିଜେ ପ୍ରେମସ୍ୱରୂପ । ତାଙ୍କର ପ୍ରେମ ପ୍ରାକୃତ ନୁହେଁ – ଅପ୍ରାକୃତ ଓ ଚିନ୍ମୟ । ସେହିପରି ପ୍ରେମମୟୀ ଶ୍ରୀରାଧା ମଧ୍ୟ ଶ୍ରୀକୃଷ୍ଣଙ୍କ ପାଇଁ ବିରହବିଧୂରା । ଉଭୟେ ଉଭୟଙ୍କ ପାଇଁ ସୃଷ୍ଟି । ତାଙ୍କର ପ୍ରେମଲୀଳା ଦେହରୁ-ଦେହାତୀତ ବ୍ୟକ୍ତରୁ ଅବ୍ୟକ୍ତ । ତେଣୁ ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ପ୍ରାରମ୍ଭରେ କବି ସେହି ଦିବ୍ୟ ଚିନ୍ମୟ ପ୍ରେମର ବର୍ଣ୍ଣନା କରି ଲେଖୁଛନ୍ତି –

“ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରେ ଦେହ ଧରି ।”

ସମଗ୍ର ‘ବିଦଗ୍‌ଧ ଚିନ୍ତାମଣି’’ କାବ୍ୟଟି ଏହି ଅପ୍ରାକୃତ ପ୍ରେମର ଅନନ୍ତ ଫଲ୍‌ଗୁଧାରୀ କହିଲେ ଅତ୍ୟୁକ୍ତି ହେବନାହିଁ । ଆଲୋଚ୍ୟ ‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି ‘ବିଦଗ୍‌ଧ ଚିନ୍ତାମଣି’’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦ ଅନ୍ତର୍ଭୁକ୍ତ ଅଟେ । ଏଠାରେ ବିଦଗ୍‌ଧ ନାୟିକା ଶ୍ରୀରାଧା ଦୂତୀ ନିକଟରେ ନିଜ ମନର ବ୍ୟାକୁଳ ଭାବାବେଗକୁ ବ୍ୟକ୍ତ କରୁଛନ୍ତି ।

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

ସାରକଥା :

‘‘ବିଦଗ୍‌ଧ ଚିନ୍ତାମଣି’’ କାବ୍ୟଟି ଅଭିମନ୍ୟୁ ସାମନ୍ତସିଂହାରଙ୍କର ଶ୍ରେଷ୍ଠ କୃତି (Master Peice) ଅଟେ । ଏହି ଶ୍ରୀକୃଷ୍ଣ ଏଠାରେ ବିଦଗ୍‌ଧ ନାୟକ । ନାୟିକା ଶ୍ରୀରାଧା ମଧ୍ଯ କୃଷ୍ଣପ୍ରେମବିଧୂରା । ଉଭୟ ଉଭୟଙ୍କ ପାଇଁ ବ୍ୟାକୁଳ । କବି ରାଧାକୃଷ୍ଣଙ୍କର ପ୍ରେମଲୀଳା ଅପ୍ରାକୃତ । ସାଧାରଣ ଦେହଜ ପ୍ରେମଠୁ ଏହା ଅନେକ ଊର୍ଦ୍ଧ୍ବରେ । “ବିଦଗ୍‌ଧ ଚିନ୍ତାମଣି” କାବ୍ୟର ପ୍ରାରମ୍ଭରେ କବି ରାଧାକୃଷ୍ଣଙ୍କୁ “ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରଧା ହରି” / ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରେ ଦେହ ଧରି’’ ବୋଲି ସ୍ତୁତି କରିଛନ୍ତି । ରାଧାକୃଷ୍ଣଙ୍କର ପ୍ରେମତତ୍ତ୍ଵକୁ ସାଧାରଣ ବ୍ୟକ୍ତି ବୁଝିବା କଠିନ । ତେଣୁ କବି ଲେଖୁଛନ୍ତି – “ଠକ ନୁହେଁ ଗୁରୁ କୃଷ୍ଣ ବୈଇଷ୍ଣବେ ଯେହୁ / ଏକେ ଏହି ମର୍ମ ବୁଝି ପାରିବେଟି ସେହୁ ।”

ରାଧାକୃଷ୍ଣଙ୍କର ପ୍ରେମତତ୍ତ୍ଵ ସାଧାରଣ ଜନତାଙ୍କ ପାଇଁ ଅଜ୍ଞେୟ ଓ ଦୁର୍ବୋଧ ଅଟେ । ଗୁରୁ, କୃଷ୍ଣ ଓ ସାଧୁଙ୍କ କୃପା ବ୍ୟତୀତ ଏହାର ମର୍ମ ସାଧାରଣଙ୍କ ପାଇଁ ଦୁର୍ଗମ ଅଟେ । ସମଗ୍ର ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟଟି ଏହି ଦିବ୍ଯପ୍ରେମର ଅଲୌକିକ ଫଲ୍‌ଗୁଧାର । ଆଲୋଚ୍ୟ ‘‘ଧୀରେ ରାଧା କର ଧରି’’ ଶୀର୍ଷକ କବିତାଟି ‘ବିଦଗ୍‌ଧ ଚିନ୍ତାମଣି’’ କାବ୍ୟର ପଞ୍ଚସ୍ତରୀତମ ଛାନ୍ଦର ଅନ୍ତର୍ଭୁକ୍ତ ଅଟେ । ଏଠାରେ କୃଷ୍ଣ-ପ୍ରେମ-ବିଧୂରା ଶ୍ରୀରାଧାଙ୍କର ବ୍ୟାକୁଳ ଭାବ ଉଦ୍ଭାସିତ । ପ୍ରିୟ ସହଚରୀ ଲଳିତା ଅଥବା ଦୂତୀ ଆଗରେ ଶ୍ରୀରାଧା ତାଙ୍କର କୃଷ୍ଣ-ବିରହ-ବିଚ୍ଛେଦ ବ୍ୟାକୁଳତାକୁ ବ୍ୟକ୍ତ କରୁଛନ୍ତି ।

କବିତାର ପ୍ରାରମ୍ଭରେ ଶ୍ରୀରାଧା କୃଷ୍ଣଙ୍କ ବିଚ୍ଛେଦଜନିତ ଅଗ୍ନିରେ ଦଗ୍‌ଧୀଭୂତା । ସେ କହୁଛନ୍ତି କୃଷ୍ଣ ବିରହ ଅନଳରେ ତାଙ୍କର ଜୀବନର ଅବସାନ ହୋଇଯିବ । ଦୂତୀକୁ ସେ ଦୁଃଖର ସହିତ କହୁଛନ୍ତି ଯେ ପ୍ରିୟତମ ଶ୍ରୀକୃଷ୍ଣ ବୋଧେ ନାରୀମରା ରୀତିକୁ ନିଜ ଜୀବନରେ ବ୍ରତ କରି ଦେଇଛନ୍ତି । ପୂର୍ବରୁ ପ୍ରିୟତମଙ୍କ ଆଦର ବନ୍ୟାରେ ସେ ଉତ୍‌ଫୁଲ୍ଲିତା ହୋଇଉଠିଥିଲେ । ମାତ୍ର ଏବେ ତାଙ୍କର ଶଠତା ଶ୍ରୀରାଧାଙ୍କୁ ମର୍ମନ୍ତୁଦ ଯନ୍ତ୍ରଣା ହେଉଛି । ଶ୍ରୀକୃଷ୍ଣ ଦୟାନିଧୂ ଓ ଶ୍ରୀରାଧା ତାଙ୍କର ଚିର ଅନୁଗତା । ତେଣୁ ସେ ଦୂତୀକୁ ନିଜ ଅନ୍ତରର ଅନ୍ତର୍ଦାହକୁ ବ୍ୟକ୍ତକରି କହୁଛନ୍ତି –

“ଶ୍ରୀଚରଣେ ଦେହ ପ୍ରାଣ ବିକିଅଛି ମୁହଁତ ।
ତାଙ୍କ ଅନୁଗ୍ରହ ସିନା ମୋ କପାଳ ଲିହିତ ।”

ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ପାଖରେ ନିଜର ତନୁ ମନ ସମସ୍ତ ସମର୍ପଣ କରିଛନ୍ତି । ମାତ୍ର ଶ୍ରୀକୃଷ୍ଣଙ୍କ ଅନୁଗ୍ରହ ତାଙ୍କ ଆୟତ୍ତରେ ନାହିଁ । ଏହା ତାଙ୍କର ଭାଗ୍ୟ ବା କପାଳ ଉପରେ ନିର୍ଭର କରେ । ଚନ୍ଦ୍ର ବିନା ଚକୋର, ଜଳ ବିନା ମାଛ ପରି ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ବିଚ୍ଛେଦରେ ଯନ୍ତ୍ରଣାରେ ଜର୍ଜରିତ । ହୁଏତ ଦେହଧାରଣ କରିବା ତାଙ୍କ ପାଇଁ ଅସମ୍ଭବ । ତେଣୁ ସେ ଦୂତୀ ଆଗରେ ନିଜର ଏହି ଦୁର୍ବଳତାକୁ ବ୍ୟକ୍ତ କରିଛନ୍ତି

“ବିଦେହ-ପଥ ସଙ୍ଖାଳି ପ୍ରାଣଧନ ହୋଇବ ।
କାହାକୁ କି ହେବ କହି ସବୁ କଲା ଦଇବ ।”

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି

କୃଷ୍ଣଙ୍କ ଅଭାବରେ ସେ ଦେହଧାରଣ କରି ନପାରି ବିଦେହପଥ ବା ମୃତ୍ୟୁପଥରେ ଅଭିସାରିକା ହେବେ । ଏହା ନେଇଛନ୍ତି । କୃଷ୍ଣଙ୍କ ବିଚ୍ଛେଦରେ ଯେ ଯେଉଁ ଦୁର୍ଦ୍ଦଶା ଭୋଗୁଛନ୍ତି ଶ୍ରୀକୃଷ୍ଣ ସେହିପରି ଅନୁରୂପ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ସେ ପସନ୍ଦ କରନ୍ତି ନାହିଁ । ତେଣୁ ଦୂତୀକୁ କୃଷ୍ଣଙ୍କର ପ୍ରେମଲୋଭ ଭାଙ୍ଗିବା ପାଇଁ ପରାମର୍ଶ ଦେଇ ସେ କହୁଛନ୍ତି –

“ଦୂତି ଗୋ, କୃଷ୍ଣର ପ୍ରେମଲୋଭରୀତି ଭାଙ୍ଗିବ ।
ନୋହିଲେ ମୋହରି ପରା ପ୍ରେମଭୂତ ଲାଗିବ ।”

ରାଧାଙ୍କୁ ପ୍ରେମଭୂତ ସମ୍ପୂର୍ଣ୍ଣ ଗ୍ରାସ କରିଛି । କୃଷ୍ଣଙ୍କ କଥାନୁଯାୟୀ ପ୍ରେମର ବିଚ୍ଛେଦ କୋଟିଏ ନାଗର ଦଂଶନଜ୍ଵାଳାଠାରୁ ମଧ୍ୟ ଆହୁରି ମର୍ମନ୍ତୁଦ । ଶ୍ରୀକୃଷ୍ଣ ସବୁଜାଣି ମଧ୍ୟ ତାଙ୍କୁ ଯନ୍ତ୍ରଣାରେ ଛଟପଟ କରୁଛନ୍ତି ।

ଚନ୍ଦ୍ର, କୁମୁଦ ଓ ଶଶୀ ନିଶିର ପ୍ରୀତିକୁ ରାଧା ଶ୍ରୀକୃଷ୍ଣଙ୍କୁ ସ୍ମରଣ କରାଇ ଦେଇଛନ୍ତି । ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ଯାଉଛି । ଜ୍ୟେଷ୍ଠମାସର ଉତ୍ତାପ ପରି ଶ୍ରୀକୃଷ୍ଣଙ୍କ ବିଚ୍ଛେଦଜନିତ ଅଗ୍ନିରେ ପ୍ରେମରୂପକ କୃଷି ଧ୍ୱଂସାଭିମୁଖୀ । ତେଣୁ ସେ ଶ୍ରୀକୃଷ୍ଣଙ୍କୁ ବିଦାୟକାଳୀନ ପଦଧୂଳି ଭିକ୍ଷା କରିଛନ୍ତି । ଶ୍ରୀକୃଷ୍ଣ ଯେପରି ତାଙ୍କୁ ପ୍ରତ୍ୟାଖ୍ୟାନ କରି ବିରହ ଅନଳରେ ସମ୍ପୂର୍ଣ୍ଣ କବଳିତ କରିଛି । କୃଷ୍ଣଙ୍କ ବିଚ୍ଛେଦରେ ମ୍ରିୟମାଣ ଶ୍ରୀରାଧା ଶେଷରେ ମୂର୍ଚ୍ଛା, ଅଚେତନ ହୋଇ ଯାଇଛନ୍ତି ଓ କବି ସେହି ପ୍ରେମବିରହିଣୀ ଶ୍ରୀରାଧାଙ୍କ ପାଦପଦ୍ମକୁ ଲୟରଖ୍ କବିତାଟିର ଉପସଂହାର କରିଛନ୍ତି ।

କଠିନ ଶବ୍ଦାର୍ଥ ଓ ସୂଚନା :

CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି - 1
CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି - 2
CHSE Odisha Class 12 Optional Odia Solutions Chapter 3 ଧୀରେ ରାଧା କର ଧରି - 3

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Odisha State Board CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ Textbook Exercise Questions and Answers.

+2 2nd Year Odia Optional Chapter 2 ସରହ ସୁନ୍ଦରୀ Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question 1.
ସରହ ସୁନ୍ଦରୀ କିଏ ?
(କ) ସଖୀ
(ଖ) ଦୂତୀ
(ଗ) ଗୋପୀ
(ଘ) ଦାସୀ
ଉ –
(ଖ) ଦୂତୀ

Question 2.
ସରହ ସୁନ୍ଦରୀର ଦେହର ବର୍ଣ୍ଣ କିପରି ?
(କ) ଗୋରା
(ଖ) କଳା
(ଗ) ଶ୍ୟାମଳ
(ଘ) ଗହମ
ଉ –
(ଗ) ଶ୍ୟାମଳ ।

Question 3.
ସରହ ସୁନ୍ଦରୀ କେଉଁ ରସରେ ଗୁଣଗ୍ରାହୀ ଥିଲା ?
(କ) ନବରସ
(ଖ) ଷଡ଼ରସ
(ଗ) ପଞ୍ଚରସ
(ଘ) ଅଷ୍ଟରସ
ଉ –
(କ) ନବରସ ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question 4.
ଗୋପପୁରରେ ସରହ ସୁନ୍ଦରୀକୁ କ’ଣ ଡାକନ୍ତି ?
(କ) ଭାଉଜ
(ଖ) ଖୁଡ଼ୀ
(ଗ) ଆଈ
(ଘ) ସଖୀ
ଉ –
(ଗ) ଆଈ

Question 5.
କାନରେ ସରହ ସୁନ୍ଦରୀ କି ଆଭୂଷଣ ପିନ୍ଧିଥାଏ ?
(କ) କାନଫୁଲ
(ଖ) ବର୍ଣ୍ଣବସଣି
(ଗ) କୁଣ୍ଡଳ
(ଘ) ତଡ଼କୀ
ଉ –
(ଘ) ତଡ଼କୀ ।

Question 6.
ସରହ ସୁନ୍ଦରୀ କବରୀ ଭିତରେ କ’ଣ ଥାଏ ?
(କ) ସୁନାର ଫୁଲ
(ଖ) ହୀରାର ଫୁଲ
(ଗ) ଗଜରା ଫୁଲ
(ଘ) କୃଷ୍ଣ ଚଉଁରୀ ବେଣା
ଉ –
(ଘ) କୃଷ୍ଣ ଚଉଁରୀ ବେଣା ।

Question 7.
ସରହ ସୁନ୍ଦରୀ ହୃଦୟରେ ନିରନ୍ତର କ’ଣ ବୋଳି ହୋଇଥାଏ ?
(କ) ଅତର
(ଖ) ସୁବାସିତ ତୈଳ
(ଗ) ଗନ୍ଧ ଚନ୍ଦନ
(ଘ) ଗୋଲାପ ଜଳ
ଉ-
(ଗ) ଗନ୍ଧଚନ୍ଦନ

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question 8.
ସରହ ସୁନ୍ଦରୀ କେଉଁ ରଙ୍ଗର ବସ୍ତ୍ର ନିତ୍ୟ ପରିଧାନ କରିଥାଏ ?
(କ) ନାଲି
(ଖ) କଳା
(ଗ) କମଳା
(ଘ) ଧୋବ (ଧଳା) ।
ଉ –
(ଘ) ଧୋବ (ଧଳା) ।

Question 9.
ସରହ ସୁନ୍ଦରୀର ଠଣା କେଉଁଠାରେ ଥିଲା ?
(କ) ନଗ୍ର ଉପକଣ୍ଠରେ
(ଖ) ଦେଉଳ ମଣ୍ଡପରେ
(ଗ) ନନ୍ଦ ପୁରରେ
(ଘ) ରାଣୀ ପୁରରେ
ଉ –
(ଖ) ଦେଉଳ ମଣ୍ଡପରେ

Question 10.
ସରହ ସୁନ୍ଦରୀ ମତ୍ତଗଜକୁ କେଉଁଥ‌ିରେ ବାନ୍ଧିପାରେ ?
(କ) ରଜ୍ଜୁରେ
(ଖ) ଗଛ ଚେରରେ
(ଗ) ଲୁହା ଶିକୁଳିରେ
(ଘ) ମାଙ୍କଡ଼ସା ସୂତାରେ
ଉ –
(ଘ) ମାଙ୍କଡ଼ସା ସୂତାରେ ।

Question
କାହାର ଚିତ୍ତ ସେ କୌତୁକରେ ରଞ୍ଜିପାରେ ?
(କ) ରୋଗୀମାନଙ୍କର
(ଖ) ବାଳକମାନଙ୍କର
(ଗ) ଯୁବକମାନଙ୍କର
(ଘ) ଯୋଗୀଜନଙ୍କର
ଉ –
(ଘ) ଯୋଗୀଜନଙ୍କର ।

Question ୧୨।
ସରହ ସୁନ୍ଦରୀର ଶରୀର କିପରି ଥୁଲା ?
(କ) ବାଳିକା
(ଖ) ଯୁବତୀ
(ଗ) ପ୍ରୌଢ଼ା
(ଘ) ବୃଦ୍ଧା
ଉ –
(ଘ) ବୃଦ୍ଧା ।

Question ୧୩ ।
ରୂପରେ ସରହ ସୁନ୍ଦରୀ କିପରି ଥିଲା ?
(କ) ଅପରୂପା
(ଖ) ଅସୁନ୍ଦରୀ
(ଗ) କୁତ୍ସିତା
(ଘ) ଜଗତଜିଣା
ଉ –
(ଘ) ଜଗତଜିଣା

Question ୧୪।
କାହାର ମଧ୍ୟସ୍ଥ ସାଜି ସେ ଗୋପପୁରରେ ରହିଥିଲା ?
(କ) ଗୋବିନ୍ଦ
(ଖ) ରାଧା
(ଗ) ଗୋପାଇଂନା
(ଘ) ଲଳିତା
ଉ –
(କ) ଗୋବିନ୍ଦ ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୧୫।
ଗୋପପୁରର ଗୋପାଳୁଣୀମାନେ କ’ଣ ଲଙ୍ଘି ପାରନ୍ତି ନାହିଁ ?
(କ) କୃଷ୍ଣଙ୍କ ବାଣୀ
(ଖ) ରାଧାଙ୍କ ବାଣୀ
(ଗ) ଦୂତିକାର ବାଣୀ
(ଘ) ଯଶୋଦାଙ୍କ ବାଣୀ
ଉ –
(ଗ) ଦୂତିକାର ବାଣୀ ।

Question ୧୬ ।
ନନ୍ଦଘରେ କି ଉତ୍ସବ ଚାଲିଥିଲା ?
(କ) ଚନ୍ଦନ ଯାତ
(ଖ) କୁମାର ପୂର୍ଣ୍ଣମୀ
(ଗ) ଧନୁଯାତ୍ରା
(ଘ) ରାହାସ ପୂର୍ଣ୍ଣମୀ
ଉ –
(ଖ) କୁମାର ପୂର୍ଣ୍ଣମୀ ।

Question ୧୭ ।
ଗୋବିନ୍ଦ କେଉଁଥ‌ିରେ ବିଜେ କରିଛନ୍ତି ?
(କ) ଯଶୋଦାଙ୍କ କୋଳରେ
(ଖ) ରତ୍ନ ଦୋଳିରେ
(ଗ) ରତ୍ନ ପୂଲଙ୍କରେ
(ଘ) ଖଟ ଉପରେ
ଉ –
(ଗ) ରତ୍ନ ପୂଲଙ୍କରେ ।

Question ୧୮।
କୃଷ୍ଣ ପାଦପଦ୍ମକୁ କିଏ ଲୟ ରଖା’ନ୍ତି ?
(କ) ଦେବତା
(ଖ) ମାନର
(ଗ) ଯୋଗୀଜନ
(ଘ) ଭକ୍ତ
ଉ –
(ଗ) ଯୋଗୀଜନ ।

Question ୧୯ ।
କେଉଁ ଭାବରେ ଗୋପ ନଗ୍ର ନରନାରୀ ଭଗବାନ କୃଷ୍ଣଙ୍କର ଭେଟ ପାଇଥିଲେ ?
(କ) ପ୍ରେମଭାବରେ
(ଖ) ଭକ୍ତଭାବରେ
(ଗ) ସଦ୍‌ଭାବରେ
(ଘ) ସମର୍ପଣ ଭାବରେ
ଉ –
(ଗ) ସଦ୍‌ଭାବରେ ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୨୦ ।
ସରହ ସୁନ୍ଦରୀ କୃଷ୍ଣଙ୍କୁ ଦେଖ୍ କ’ଣ କହିଛି ?
(କ) ପୁନର୍ଜନ୍ମ ପାଇଲି
(ଖ) ନିସ୍ତରିଲି
(ଗ) ପାପକ୍ଷୟ କଲି
(ଘ) ସ୍ବର୍ଗ ପାଇଲି
ଉ –
(ଖ) ନିସ୍ତରିଲି

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧।
ସରହ ସୁନ୍ଦରୀ କେଉଁଠାରେ ଆସି ମିଳିଲା ?
ଉ –
ରାତ୍ର ବେନିଘଡ଼ି ସମୟରେ ସରହ ସୁନ୍ଦରୀ ନନ୍ଦରାଜାଙ୍କର ଦରବାରରେ ପଦାର୍ପଣ କରିଥିଲେ ।

Question ୨।
ସରହ ସୁନ୍ଦରୀ ତନୁର ବର୍ଷ କ’ଣ ଥିଲା ?
ଉ –
ସରହ ସୁନ୍ଦରୀଙ୍କ ତନୁର ବର୍ଣ୍ଣ ଶ୍ୟାମଳ ଥିଲା ।

Question ୩ ।
ସରହ ସୁନ୍ଦରୀର ମୁଖ କିପରି ଥିଲା ?
ଉ –
ସରହ ସୁନ୍ଦରୀର ମୁଖ ଦନ୍ତବିହୀନ ଥିଲା ।

Question ୪ ।
ସରହ ସୁନ୍ଦରୀର ବାଳ କିପରି ଥିଲା ?
ଉ –
ସରହ ସୁନ୍ଦରୀର ବାଳ ପାଚି ଯାଇଥିଲେ ମଧ୍ୟ ତାହା ଖୁବ୍ ଲମ୍ବା ଥିଲା ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୫ ।
ସରହ ସୁନ୍ଦରୀ କାହାର ପ୍ରିୟ ଥିଲା ?
ଉ –
ସରହ ସୁନ୍ଦରୀ ଗୋପପୁରର ପ୍ରତ୍ୟେକ ନାରୀମାନଙ୍କର ଅତି ପ୍ରିୟ ଥିଲା ।

Question ୬ |
ସରହ ସୁନ୍ଦରୀ କି କି ବିଦ୍ୟା କହିପାରେ ?
ଉ –
ସରହ ସୁନ୍ଦରୀ ନବନାଟକର ବିଦ୍ୟମାନଙ୍କୁ ଅତି ସହଜରେ କହିପାରୁଥିଲା ।

Question ୭ |
ସରହ ସୁନ୍ଦରୀ କାହା କାହା ସଙ୍ଗେ ସାଙ୍ଗ ହୋଇଥାଏ ?
ଉ –
ସରହ ସୁନ୍ଦରୀ ବାଳ, ବୃଦ୍ଧ ଓ ତରୁଣ ନିର୍ବିଶେଷରେ ସମସ୍ତଙ୍କ ସହ ସାଙ୍ଗ ହେଉଥିଲା ।

Question ୮ |
ସେ ସମସ୍ତଙ୍କୁ କିପରି ଟାହି କରେ ?
ଉ –
ବିଭିନ୍ନ ଢଗଢ଼ମାଳିର ପ୍ରୟୋଗ କରି ସରହ ସୁନ୍ଦରୀ ସମସ୍ତଙ୍କୁ ଟାହିଟାପରା କରୁଥିଲା ।

Question ୯।
କେଉଁ ରସରେ ସରହ ସୁନ୍ଦରୀ ଜଗଜିଣା ?
ଉ –
ସରହ ସୁନ୍ଦରୀ ଖେଳ କୌତୁକ ରସରେ ଜଗଢିଣା ଥିଲା ।

Question ୧୦ ।
ସେ କ’ଣ ବୋଲି ବାରି ହୁଏ ନାହିଁ ?
ଉ –
ସରହ ସୁନ୍ଦରୀ ସଧବା କିମ୍ବା ବିଧବା ଏହା ବାରି ହୁଏ ନାହିଁ ।

Question ୧୧ ।
କାହାର ଲୟ ସେ ଅବହେଳେ ଭାଞ୍ଜିପାରେ ?
ଉ –
ଭଗବତ୍ ପରାୟଣ ବ୍ରହ୍ମଚାରୀଙ୍କର ଲୟ ସେ ଅନାୟାସରେ ଭାଞ୍ଜି ପାରୁଥିଲା ।

Question ୧୨ ।
ଦୂତୀ କାହା କାହା ସଙ୍ଗେ ମେଳ କରିଥାଏ ?
ଉ –
ସାନ ବଡ଼ ନିର୍ବିଶେଷରେ ଦୂତୀର ସମସ୍ତଙ୍କ ସହିତ ମେଳା ରହିଥାଏ ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୧୩ ।
କେତେ ଘରେ ଦୂତୀର ଠଣା ଥିଲା ?
ଉ –
ଗୋପନଗରୀର ଥିବା ନବଲକ୍ଷ ଘରର ସବୁଠାରେ ଦୂତୀର ଠଣା ଥିଲା ।

Question ୧୪ ।
ସବୁଘରେ ଦଇବ ବିଧାତା କିଏ ?
ଉ –
ଗୋପପୁରର ସବୁଘରେ ସରହ ସୁନ୍ଦରୀ ଦୂତୀ ଦଇବ ବିଧାତା ଥିଲା ।

Question ୧୫ ।
କେଉଁଠାରୁ କେଉଁଠାକୁ ଚହଳ ବାଜୁଥିଲା ?
ଉ –
ନନ୍ଦରାଜାଙ୍କର କୁମାର ଉତ୍ସବ ପାଳନ ଅବସରରେ ପୁରସ୍କାର ପ୍ରଦାନ ସମ୍ବାଦ ମଧୁବନ ପର୍ବତରୁ ଗୋମତ ପର୍ବତ ପର୍ଯ୍ୟନ୍ତ ଚହଳ ବାଜି ଯାଉଥିଲା ।

Question ୧୬ ।
କୃଷ୍ଣଙ୍କ ଚାରିପାର୍ଶ୍ଵରେ କେଉଁମାନେ ବେଢ଼ିଛନ୍ତି ?
ଉ –
କୃଷ୍ଣଙ୍କ ଚାରିପାର୍ଶ୍ବରେ ଗୋପୀମାନେ ଓ ପରିଚାରୀମାନେ ବେଢ଼ି ରହିଥିଲେ ।

Question ୧୭ ।
ଯଶୋବନ୍ତୀ ଧାତ୍ରୀମାନଙ୍କ ସହ କିପରି ଉଭା ହୋଇଛନ୍ତି ?
ଉ –
ଯଶୋବନ୍ତୀ ଧାତ୍ରୀମାନଙ୍କ ସହ ଶ୍ରୀକୃଷ୍ଣଙ୍କ ଖଟଦୋଳି ଧରି ଚନ୍ଦ୍ରଙ୍କୁ ତାରା ବେଢ଼ିଲା ଭଳି ଉଭା ହୋଇଥିଲେ ।

Question ୧୮ ।
କୃଷ୍ଣଙ୍କ ଜାଜୁଲ୍ୟମାନ ତେଜକୁ କେଉଁଠାରେ ପଟାନ୍ତର ନାହିଁ ?
ଉ –
ଶ୍ରୀକୃଷ୍ଣଙ୍କ ଜାଜୁଲ୍ୟମାନ ତେଜକୁ ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳ ତ୍ରିଭୁବନରେ ମଧ୍ୟ ପଟାନ୍ତର ନାହିଁ ।

Question ୧୯ ।
କୃଷ୍ଣଙ୍କ ରୂପକୁ କିଏ ସରି ନୁହେଁ ?
ଉ –
ଅଶେଷ କୋଟି କନ୍ଦର୍ପ ମଧ୍ୟ ସମାନ ହେବେନାହିଁ ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୨୦ ।
ଛଦ୍ରମେ କେଉଁରୂପ ଦେବସ୍ଵାମୀ ଧରିଛନ୍ତି ?
ଉ –
ଛଦ୍ରରେ ବାଳୁତ ରୂପରେ ଦେବସ୍ଵାମୀ ଦେହଧାରଣ କରିଥିଲେ ।

Question ୨୧ ।
କୃଷ୍ଣଙ୍କ ପାଦପୂଜା କିଏ କିଏ କରନ୍ତି ?
ଉ –
ବ୍ରହ୍ମା, ଇନ୍ଦ୍ର ଓ ଶିବ ଶ୍ରୀକୃଷ୍ଣଙ୍କ ପାଦପୂଜା କରିଥା’ନ୍ତି ?

Question ୨୨ ।
କାହାର ମୁକ୍ତି ନିମନ୍ତେ ଜ୍ୟୋତିର୍ମୟ ଉଦୟ ହୋଇଛନ୍ତି ?
ଉ –
ପ୍ଲେଛ-ଆଦି ଅତ୍ୟାଚାରୀ ଜନମାନଙ୍କର ମୁକ୍ତି ନିମନ୍ତେ ଜ୍ୟୋତିର୍ମୟ ଉଦୟ ହୋଇଛନ୍ତି ।

(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧ ।
ସରହ ସୁନ୍ଦରୀ କେତେବେଳେ ଓ କେଉଁଠାରେ ଆସି ମିଳିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁଯାୟୀ ରାତ୍ର ବେନିଘଡ଼ି ସମୟରେ ସରହ ସୁନ୍ଦରୀ ରାତ୍ରି ଦୁଇଘଡ଼ି ସମୟରେ ନନ୍ଦରାଜାଙ୍କ ପ୍ରାସାଦରେ ପଦାର୍ପଣ କରିଥିଲା ।

Question ୧ ।
ସରହ ସୁନ୍ଦରୀ ଦେଖ୍କୁ କପରି ଥିଲା ?
ଉ –
ସରହ ସୁନ୍ଦରୀ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଛି । କବିଙ୍କ ବର୍ଣ୍ଣନାନୁସାରେ ‘ସରହ ସୁନ୍ଦରୀ’’ ଶ୍ୟାମଳବର୍ଣ୍ଣା ଶୁକ୍ଳକେଶ ଓ ଦନ୍ତବିହୁନା ଥିଲା ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୩ ।
ସରହ ସୁନ୍ଦରୀ କି କି ଅଳଙ୍କାର ପରିଧାନ କରିଥିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁସାରେ ‘ସରହ ସୁନ୍ଦରୀ’’ ବାହୁରେ କଙ୍କଣ ଓ ସ୍ଵର୍ଣ୍ଣଚୂଡ଼ି ଅଙ୍ଗୁଷ୍ଠିରେ ମୁଦ୍ରିକା, କଣ୍ଠରେ ତାଡ଼କୀ, ନାକରେ ନାକଚଣା ଓ ଗୋଡ଼ରେ ନୁପୂର ପ୍ରଭୃତି ଅଳଙ୍କାରମାନ ପରିଧାନ କରିଥିଲା ।

Question ୪ ।
ସରହ ସୁନ୍ଦରୀ କେଉଁ ରସରେ ଗୁଣଗ୍ରାହୀ ଥିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସରହ ସୁନ୍ଦରୀ ନବରସର ଗୁଣଗ୍ରାହୀ ଥିଲା ବୋଲି କବି ଉଲ୍ଲେଖ କରିଛନ୍ତି ।

Question ୫।
ସରହ ସୁନ୍ଦରୀ କି କି ବିଦ୍ୟା ଜାଣିଥିଲା ?
ଉ –
‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସରହ ସୁନ୍ଦରୀ ବ୍ୟାଘ୍ର, ଭଲ୍ କ ଓ ମତ୍ତଗଜର ବଶୀକରଣ ସହିତ ନବନାଟକ ବିଦ୍ୟା ନୃତ୍ୟଗୀତ ବିଦ୍ୟାରେ ପାରଙ୍ଗମ ଥିଲା ।

Question ୬।
ସରହ ସୁନ୍ଦରୀ କାହାର ପ୍ରିୟ ଥିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସରହ ସୁନ୍ଦରୀ ଗୋପପୁରର ସମସ୍ତ ନାରୀମାନଙ୍କର ଅତ୍ୟନ୍ତ ପ୍ରିୟ ଥିଲା ବୋଲି କବି

Question ୭ ।
ସରହ ସୁନ୍ଦରୀ କର୍ଣ୍ଣ ଓ ନାସାରେ କି କି ଅଳଙ୍କାର ଗ୍ରହଣ କରିଥିଲା ?
ଉ –
‘ସରହ ସୁନ୍ଦରୀ’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ ।

Question ୮ |
ସରହ ସୁନ୍ଦରୀ ପାଦରେ କ’ଣ ପିନ୍ଧିଥିଲା ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସରହ ସୁନ୍ଦରୀ ପାଦରେ ଅଳତା ସହିତ ରୁଣୁଝୁଣୁ ଶବ୍ଦାୟିତ ନୂପୁର ପିନ୍ଧିଥିଲା ବୋଲି କବି

Question ୯ |
ସରହ ସୁନ୍ଦରୀ କଣ୍ଠରେ କ’ଣ ଆଭରଣ ଥିଲା ?
ଉ –
ଆରେଲାଗ୍ୟ ‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଛି । ସରହ ସୁନ୍ଦରୀ କଣ୍ଠରେ ଅନେକ ରତ୍ନହାର ଧାରଣ କରିଥିଲା
ବୋଲି କବି ବର୍ଣ୍ଣନା କରିଛନ୍ତି ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୧୦ ।
ସରହ ସୁନ୍ଦରୀ ଗୋପନଗ୍ରରେ କେମିତି ରହିଥିଲା ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ କୃତ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ତା’ ନିଜ ଇଚ୍ଛାସୁଖରେ ବିରାଜମାନ କରିଥାଏ ।

Question ୧୧ ।
ସରହ ସୁନ୍ଦରୀ କ’ଣ ବୋଲି ଜାଣିହୁଏ ନାହିଁ ?
ଉ –
“ସରହ ସୁନ୍ଦରୀ” କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ବିରଚିତ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁଯାୟୀ ‘ସରହ ସୁନ୍ଦରୀ’’ ସଧବା କିମ୍ବା ବିଧବା ଏକଥା ସହଜରେ ଜାଣିହୁଏ ନାହିଁ ।

Question ୧୨ ।
ସରହ ସୁନ୍ଦରୀ କାହାର ଚିତ୍ତ ଅବହେଳେ ରଞ୍ଜି ଦେଇପାରେ ?
ଉ –
‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ବିରଚିତ ‘ହରିବଂଶ’’ କାବ୍ୟ ପୁରାଣର ତୃତୀୟ

Question ୧୩ ।
ସରହ ସୁନ୍ଦରୀ କ’ଣ ନିଗାଡ଼ିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁଯାୟୀ ସରହ ସୁନ୍ଦରୀ ରତିଶାସ୍ତ୍ରରେ ସମ୍ପୂର୍ଣ ଷୋଳକଳା ନିଗାଡ଼ି ଥିଲା ।

Question ୧୪ ।
ସବୁରି ସଙ୍ଗରେ ସରହ ସୁନ୍ଦରୀ କ’ଣ ହୋଇଥାଏ ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁଯାୟୀ ସରହ ସୁନ୍ଦରୀ ସାନଠାରୁ ବଡ଼ ପର୍ଯ୍ୟନ୍ତ ସବୁରି ସାଙ୍ଗରେ ସଦ୍‌ଭାବ ବା ମେଳକ ରହିଥାଏ ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୧୫ ।
କେତେ ଘରେ “ସରହ ସୁନ୍ଦରୀ’’ର ଠଣା ଥାଏ ?
ଉ –
‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ସ୍ଵରଚିତ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଏଠାରେ କବି ସରହ ସୁନ୍ଦରୀ ଗୋପପୁରରେ ଥ‌ିବା ନବଲକ୍ଷ ଘରର ସବୁଠାରେ ଠଣା ଥ‌ିବା କଥା ବର୍ଣ୍ଣନା କରିଛନ୍ତି ।

Question ୧୬ ।
ସବୁଘରେ ଦୂତିକାକୁ କ’ଣ ମନେକରନ୍ତି ?
ଉ –
ଆଲୋଚ୍ୟ ‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ବିରଚିତ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଗୋପନଗରର ସବୁଠାରେ ଦୂତିକା ଦଇବ ବିଧାତା ରୂପରେ ପରିଚୟ ପାଇଥିଲା ବୋଲି କବି ବର୍ଣ୍ଣନା କରିଛନ୍ତି ।

Question ୧୭ ।
ଏକା ଦୂତିକା କ’ଣ କରିପାରେ ?
ଉ –
ଆଲୋଚ୍ୟ ‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଗୋପପୁରର ଏକା ଦୂତିକା ଦଶଦିଗକୁ ଆୟତ୍ତ ଓ ବିମୋହିତ କରିପାରୁଥିଲା ବୋଲି କବି ବର୍ଣ୍ଣନା କରିଛନ୍ତି ।

Question ୧୮ ।
ଦୂତୀକାର ବାଣୀ କିଏ ସବୁ ଲଙ୍ଘିପାରନ୍ତି ନାହିଁ ?
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଏଠାରେ କବି ସରହ ସୁନ୍ଦରୀର ବାଣୀ କିପରି ଗୋପର ଗୋପାଳୁଣୀମାନଙ୍କ ପାଇଁ ଅଲଙ୍ଘନୀୟ ଥିଲା ତାହା ବର୍ଣ୍ଣନା କରାଯାଇଛି ।

Question ୧୯ ।
ଦେବହରି କିପରି ପହୁଡ଼ି ଥିଲେ ?
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ ।

Question ୨୦ ।
କୃଷ୍ଣ କାହାର ମୁଖ୍ୟପାନ ବୋଲି କୁହାଯାଇଛି ?
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ” ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଭଗବାନ ଶ୍ରୀକୃଷ୍ଣ ଦେବଦେବଙ୍କର ମୁଖ୍ୟପାନ ଅଟନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୨୧ ।
କିଏ କିପରି ଭଗବାନଙ୍କର ଭେଟ ପାଇଲେ ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଗୋପପୁରର ନରନାରୀମାରେ ପଦ୍ଭାବରେ ନିର୍ଗୁଣ, ନିରଜ୍ଞନ ଭଗବାନଙ୍କର ଭେଟ ପାଇଲେ ବୋଲି କବି ବର୍ଣ୍ଣନା କରିଛନ୍ତି ।

Question ୨୨ ।
ଶ୍ରୀକୃଷ୍ଣ କିପରି ତୋଷ ହେଲେ ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ” ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସମ୍ମୁଖରେ ଯୋଡ଼ହସ୍ତରେ ଦଣ୍ଡାୟମାନ ହୋଇଥ୍‌ ସହଚରୀ “ସରହ ସୁନ୍ଦରୀ’’କୁ ଦେଖ୍ ଶ୍ରୀକୃଷ୍ଣ ଆତ୍ମସନ୍ତୋଷ ଲାଭ କରିଛନ୍ତି ।

Question ୨୩ ।
ଶ୍ରୀକୃଷ୍ଣଙ୍କୁ ଚାହିଁ ଦୂତୀ ଆନନ୍ଦ ହୋଇ କ’ଣ କହିଲା ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ” ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଦୂତୀ ନିଜକୁ ଧନ୍ୟ ମନେକରି ତା’ର ସମସ୍ତ ପାପରୁ ମୁକ୍ତିଲାଭ କରିଛି ବୋଲି ସ୍ଵମତ ବ୍ୟକ୍ତ କରିଥିଲା ।

Question ୨୪ ।
କୃଷ୍ଣଙ୍କୁ କି ପୁରୁଷ ବୋଲି ଦୂତୀ କହିଛି ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ” ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଦୂତୀ ସରହ ସୁନ୍ଦରୀ ଶ୍ରୀକୃଷ୍ଣଙ୍କୁ ବ୍ରହ୍ମା, ଇନ୍ଦ୍ର ଓ ଗଙ୍ଗାଧରଙ୍କଦ୍ଵାରା ପୂଜିତ କଳପାଧ୍ ପୁରୁଷ ବୋଲି ବର୍ଣ୍ଣନା କରିଅଛି ।

(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧ ।
ସରହ ସୁନ୍ଦରୀର ରୂପ ଶୋଭା କିପରି ଥିଲା ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ” ପୁରାଣର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସରହ ସୁନ୍ଦରୀ ଦୂତୀ ଶ୍ୟାମବର୍ଣ୍ଣା, ଦନ୍ତବିହୀନା ହୋଇଥିଲେ ମଧ୍ୟ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତା ଥିଲା । ସେ କଣ୍ଠରେ ତାଡ଼କୀ, ନାକରେ ନାକଚଣା, ହସ୍ତରେ କଙ୍କଣ, ଅଙ୍ଗୁଷିରେ ମୁଦ୍ରିକା ସହ ପାଦରେ ଅଳତା ଲଗାଇ ନୂପୁର ପରିଧାନ କରିଥିଲା । ବୟସରେ ସେ ବୃଦ୍ଧ ଥିଲେ ମଧ୍ୟ ରୂପରେ ଜଗଜିଣା ଥିଲା ବୋଲି କବି ‘ସରହ ସୁନ୍ଦରୀ’’ର ରୂପଶୋଭାକୁ ବର୍ଣନା କରିଛନ୍ତି ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୨।
‘‘ସରହ ସୁନ୍ଦରୀ’’ କି କି ବିଦ୍ୟା ଜାଣିଥିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ” ମହାକାବ୍ୟର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ‘‘ସରହ ସୁନ୍ଦରୀ’’ ଦୂତୀ ନବନାଟକ ବିଦ୍ୟା ସହିତ ନୃତ୍ୟଗୀତ ବିଦ୍ୟାରେ ପାରଙ୍ଗମ ଥିଲା । ଏଥିସହିତ ସେ ସ୍ତମ୍ଭନ ମୋହନ ବିଶ୍ୟ ଓ ଉଚ୍ଚାଟନ ବିଦ୍ୟମାନ ଆୟତ୍ତ କରି ବ୍ୟାଘ୍ର, ଭଲ୍ କ ଓ ମତ୍ତଗଜମାନଙ୍କୁ ମଧ୍ୟ ଆୟତ୍ତାଧୀନ କରିପାରୁଥିଲା ବୋଲି କବି ବର୍ଣନା କରିଛନ୍ତି ।

Question ୩।
ସରହ ସୁନ୍ଦରୀ ଜୀବନର କେଉଁ କେଉଁ କଥାମାନ କାହାରିକୁ ଜଣା ନାହିଁ ?
ଉ –
‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ ‘ହରିବଂଶ’ କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁସାରେ “ସରହ ସୁନ୍ଦରୀ’’ ଅନେକଦିନରୁ ଗୋପପୁରରେ ଅବସ୍ଥାନ କରିଆସୁଛି । ତା’ର ପିତାମାତା ଓ ଭ୍ରାତାଙ୍କ ପରିଚୟ ସମସ୍ତଙ୍କ ପାଇଁ ଅଜ୍ଞେୟ । ସେ ଅତ୍ୟନ୍ତ ସିହାଣୀ ଓ ଚାତୁର୍ଯ୍ୟରେ ପରିପୂର୍ଣ୍ଣ ଥ‌ିବାରୁ ସଧବା କିମ୍ବା ବିଧବା ଏକଥା କାହାରିକୁ ଜଣାପଡ଼େ ନାହିଁ ।

Question ୪ ।
ମାଙ୍କଡ଼ସା ସୂତାରେ ସେ ବାନ୍ଧିପାରଇ ମତ୍ତଗଜ – ଏହାର ଅର୍ଥ ବୁଝାଇ ଦିଅ ।
ଉ –
ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଛି । ମାଙ୍କଡ଼ସା ସୂତା କହିଲେ ବୁଢ଼ିଆଣୀ ଜାତୀୟ ଏକ କୀଟର ସୂକ୍ଷ୍ମ ରଜ୍ଜୁ ଅଟେ, ଯାହା ସ୍ପର୍ଶ ମାତ୍ରକେ ମିଳାଇଯାଏ । ମତ୍ତଗଜ ହେଉଛି ପାଗଳା ହାତୀ ଯାହାର ପ୍ରବଳ ଗତିକୁ ଅବରୋଧ କରିବାପାଇଁ ମହାଶକ୍ତିର ପ୍ରୟୋଜନ ହୁଏ । ମାତ୍ର ସରହ ସୁନ୍ଦରୀ ଏତେ ସିହାଣୀ ଓ ଚତୁରୀ ଥୁଲା ଯେ ସେ ତା’ର ପରାକାଷ୍ଠା ବର୍ଣ୍ଣନା କରିବାକୁ ଯାଇ କବି ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି ।

Question ୫ ।
ସେ କାହାକୁ କିପରି ରଞ୍ଜିପାରେ ଓ କାହାକୁ କିପରି ଭାଞ୍ଜିପାରେ – ସୂଚେଇ ଦିଅ ।
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ” କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଛି । ଏଠାରେ କବି “ସରହ ସୁନ୍ଦରୀ’’ର ସିଂହାଣପଣ ବିଷୟରେ ସୂଚାଇ ଦେଇଛନ୍ତି । ସଂସାର ବିରାଗୀ ଯୋଗୀଜନମାନଙ୍କର ଚିତ୍ତକୁ ମଧ୍ୟ ‘ସରହ ସୁନ୍ଦରୀ’’ ଅନାୟାସରେ ବିମୋହିତ କରିଦେଉଥିଲା । ସେହିପରି ଭଗବତ ପରାୟଣ ବ୍ରହ୍ମଚାରୀ ପୁରୁଷଙ୍କର ଲୟ ବା ଧାନକୁ ସେ ତା’ର ଚାତୁର୍ଯ୍ୟ ବଳରେ ବିଚଳିତ କରିଦେଉଥ୍ଲା ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୬।
ଗୋବିନ୍ଦର ମଧ୍ୟସ୍ଥକୁ ସେ ଗୋପପୁରରେ ରହି ଏହାର ଅର୍ଥ ପ୍ରକାଶ କର ।
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ’’ କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଅଛି । ଭଗବାନ ଶ୍ରୀକୃଷ୍ଣ ବ୍ରଜଧାମରେ ଲୀଳା ପୁରୁଷ ରୂପେ ଅବତୀର୍ଣ୍ଣ ହୋଇଥିଲେ । ମହାଭାବମୟୀ ଶ୍ରୀରାଧା ମଧ୍ୟ ତାଙ୍କର ଲୀଳା ସହଚରୀ ଥିଲେ । ରାଧାକୃଷ୍ଣଙ୍କର ଏହି ଅପ୍ରାକୃତ ପ୍ରେମଲୀଳାର ସହଚରୀ ବା ମଧ୍ୟସ୍ଥ ପରିଚାରିକା ରୂପେ “ସରହ ସୁନ୍ଦରୀ’’ ଦୂତୀ ରୂପରେ ଗୋପପୁରରେ ଅବସ୍ଥାନ କରୁଥିଲା ବୋଲି କବି ଉଲ୍ଲେଖ କରିଛନ୍ତି ।

Question ୭।
କୃଷ୍ଣଙ୍କୁ ଗୋପୀମାନେ ବେଢ଼ି ରହିଥ‌ିବା ଦୃଶ୍ୟକୁ କବି କିପରି ବର୍ଣ୍ଣନା କରିଛନ୍ତି ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ’’ କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଅନ୍ତର୍ଭୁକ୍ତ ଅଟେ । କୁମାର ପୂର୍ଣ୍ଣିମାର ଉତ୍ସବ ପାଳନ ଅବସରରେ ସରହ ସୁନ୍ଦରୀ ଶ୍ରୀକୃଷ୍ଣଙ୍କୁ ରତ୍ନପଲଙ୍କ ଉପରେ ଉତ୍ତାନଶାୟୀ ହୋଇ ଶୋଇଥିର ଓ ଚତୁଃପାର୍ଶ୍ଵରେ ଗୋପୀମାନଙ୍କର ଘେରି ରହିଥ‌ିବା ଦୃଶ୍ୟକୁ ଅବଲୋକନ କରିଛି । ଶ୍ରୀକୃଷ୍ଣଙ୍କ ଚାରିପାଖରେ ଗୋପୀମାନଙ୍କୁ ଦେଖୁଥ‌ିବା ଦୃଶ୍ୟକୁ କବି ଚନ୍ଦ୍ରକୁ ନକ୍ଷତ୍ରମାନେ ବେଢ଼ିଥିବା ସହ ଓ ପଦ୍ମବନ ମଧ୍ୟରେ ରାଜହଂସର ଅବସ୍ଥାନ ସହ ତୁଳନା କରିଛନ୍ତି ।

Question ୮ |
ନିଦ୍ରାଗତ କୁଷ୍ଠ କିପରି ଶୋଭା ପାଉଛନ୍ତି ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ ହରିବଂଶ କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଅନ୍ତର୍ଭୁକ୍ତ ଅଟେ । ଏଠାରେ କବିଙ୍କ ବର୍ଣ୍ଣନା ଅନ୍ତଯାୟୀ ଶ୍ରୀକୃଷ୍ଣ ଖଟଦୋଳି ଉପରେ ଉଦ୍ଭାନଶୀୟ ହୋଇ ଶୟନ କରିଥିଲେ । ଏହି ଦୃଶ୍ୟକୁ କବି ଅନ୍ଧାର ରାତିରେ ଉଜ୍ଜ୍ଵଳ ଚନ୍ଦ୍ରମା ସହ ତୁଳନା କରିଛନ୍ତି ।

Question ୯।
“ବିକଚ ପଦ୍ମବନ ଭିତରେ ଯେସନେ ରାଜହଂସ ଖେଳା” – କବି କେଉଁ ଉପଲକ୍ଷ୍ୟରେ ଏହି ଉପମା ପ୍ରଦାନ କରିଛନ୍ତି ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ’’ କାବ୍ୟର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଏଠାରେ ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କଦ୍ୱାରା ପରିବେଷ୍ଟିତ ଶୟନରତ ଥିଲେ । ଏଠାରେ କବି ଗୋପୀମାନଙ୍କୁ ପଦ୍ମବନ ଓ ଶ୍ରୀକୃଷ୍ଣଙ୍କୁ ରାଜହଂସ ସହ ତୁଳନା କରିଛନ୍ତି ।

Question ୧୦ ।
‘‘ମେଚ୍ଛାଦି ମୁକତି ନିମନ୍ତେ ହୋଇଛି ଉଦୟେ’’ – କିଏ କାହାକୁ କେଉଁ ପ୍ରସଙ୍ଗରେ କହିଛି ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ’’ କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଛି । ଶ୍ରୀକୃଷ୍ଣ ଲୀଳାମୟ ପୁରୁଷ । ସେ ଓ ପତିତମାନଙ୍କ ବିନାଶ ତଥା ସେମାନଙ୍କ ମୁକ୍ତି ନିମନ୍ତେ ଦେହଧାରଣ କରିଛନ୍ତି । ସରହ ସୁନ୍ଦରୀ ଦୂତୀ ସ୍ତୁତି ଛଳରେ ଶ୍ରୀକୃଷ୍ଣଙ୍କୁ ଏକଥା କହିଛନ୍ତି ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧ ।
ସରହ ସୁନ୍ଦରୀ କବିତାରୁ ଦୂତୀକାର ଚରିତ୍ର ଚିତ୍ରଣ କର ।
କିମ୍ବା, ଆଲୋଚ୍ୟ କବିତାକୁ ଭିଭିକରି ‘‘ସରହ ସୁନ୍ଦରୀ’’ ଦୂତୀର ବୈଶିଷ୍ଟ୍ୟ ପ୍ରତିପାଦନ କର ।
ଉ –
ମହାପୁରୁଷ ଅଚ୍ୟୁତାନନ୍ଦଙ୍କର “ହରିବଂଶ” ଏକ ଜନପ୍ରିୟ ପୌରାଣିକ ଗ୍ରନ୍ଥଅଟେ । ଉତ୍କଳର ପୁରପଲ୍ଲୀରେ ଏହାର ପଠନ, ଶ୍ରବଣ ଓ ପାରାୟଣକୁ ଅତ୍ୟନ୍ତ ଶ୍ରଦ୍ଧାର ସହିତ ପାଳନ କରାଯାଇଥାଏ । ‘ହରିବଂଶ’ର ତୃତୀୟଖଣ୍ଡର ପ୍ରଥମ ଅଧ୍ୟାୟରୁ ‘‘ସରହ ସୁନ୍ଦରୀ’’ ଶୀର୍ଷକ କବିତାଟି ଉଦ୍ଧାର କରାଯାଇ ଅଛି । ଲୀଳାମୟ ଶ୍ରୀକୃଷ୍ଣଙ୍କର ବ୍ରଜଲୀଳାରେ ପ୍ରାରମ୍ଭରେ ନାଟକୀୟ ଢଙ୍ଗରେ ସରହ ସୁନ୍ଦରୀକୁ ନନ୍ଦରାଜାଙ୍କ ଉଆସରେ ଆବିର୍ଭାବ କରାଇ ବର୍ଣ୍ଣନା କରିଛନ୍ତି ।

“ୟେସନକ ସମୟେ ବେନିଘଡ଼ି ରାତି
ନନ୍ଦର ମନ୍ଦିରେ ଆସି ମିଳିଲା ସରହ ସୁନ୍ଦରୀ ଦୂତୀ ।’’

“ସରହ ସୁନ୍ଦରୀ’’ର ଚରିତ୍ର ଅତ୍ୟନ୍ତ ରହସ୍ୟମୟ । ଶ୍ୟାମବର୍ଣ୍ଣା ଦନ୍ତହୀନା ସରହ ସୁନ୍ଦରୀ ପକ୍ଵକେଶ ଅଟେ । ପକ୍ଵକେଶ ବାର୍ଦ୍ଧକ୍ୟର ସୂଚନା ଦିଏ । ମାତ୍ର କବି ‘ବୟସେ ମତୁଆଳ’ ବୋଲି ଉଲ୍ଲେଖ କରିଛନ୍ତି । ଅର୍ଥାତ୍‌ ତାହାର ବୟସରେ ମାଦକତା ପୂରି ରହିଛି । ବୟସର ଛାପ ତା’ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ତେଣୁ କବି ସ୍ପଷ୍ଟ ଭାବରେ ଏହା ବର୍ଣ୍ଣନା କରିଛନ୍ତି ଯେ –

‘‘ ବୟସେଣ ବୃଦ୍ଧା ଶରୀର ରୂପେ ଜଗତଜିଣା,
ନବଲକ୍ଷ ଘରଯାକେ ସବୁଠାରେ ତା’ର ଠଣା ।’’

“ସରହ ସୁନ୍ଦରୀ’’ର ଚରିତ୍ର ଅତ୍ୟନ୍ତ ରହସ୍ୟମୟ । ଶ୍ୟାମବର୍ଣ୍ଣା ଦନ୍ତହୀନା ସରହ ସୁନ୍ଦରୀ ପକ୍ଵକେଶ ଅଟେ । ଗୋପପୁରର ନବୃଲକ୍ଷ ଗୃହରେ ତା’ର ଗମନାଗମନ ରହିଛି । ନିଜ ଶରୀରର ଶୋଭାବର୍ତ୍ତନ ପାଇଁ ସେ ବିଦ, ମୁଦି, କବରୀ, ତାଡ଼କୀ, ନାକଚଣା ଓ ନୂପୁର ପ୍ରଭୃତି ଅଳଙ୍କାରମାନ ପରିଧାନ କରିଥାଏ । କାବ୍ଯସୌନ୍ଦର୍ଯ୍ୟ ସହିତ ତା’ର ଆନ୍ତରିକ ଗୁଣମାନ ମଧ୍ୟ ଚମକପ୍ରଦ। ସ୍ତମ୍ଭନ, ମୋହ, ବଶ୍ୟ ଉଚ୍ଚାଟନ ପ୍ରଭୃତି ଗୁଣରେ ସେ ପାରଙ୍ଗମ ଅଟେ । ଏତଦ୍‌ବ୍ୟତୀତ ନବନାଟକ, ନୂଆଗୀତରେ ସେ ପ୍ରବୀଣା । ସରହ ସୁନ୍ଦରୀ ଅହ୍ୟ ବି ବିଧବା ଏହା ସମସ୍ତଙ୍କୁ ଅଜ୍ଞେୟ । ତା’ର ପିତା, ମାତା ଓ ଭ୍ରାତାଙ୍କ ପରିଚୟ ମଧ୍ଯ ଅନାମଧେୟ । ଗୋପପୁରରେ ସେ ସମସ୍ତଙ୍କ ପାଖରେ ‘ଆଈ’’ର ପରିଚୟ ଦେଇ ପ୍ରିୟପାତ୍ର ହୋଇଛି ।

ଅନ୍ୟପକ୍ଷରେ ସରହ ସୁନ୍ଦରୀ ଅତ୍ୟନ୍ତ ସିହାଣୀ ଓ ଚତୁରୀ । ଯେକୌଣସି ଅସାଧ୍ୟ କାର୍ଯ୍ୟକୁ ସେ ସାଧ କରିପାରେ । କବିଙ୍କ ମତରେ – ‘‘ଧୃତିଙ୍କର ଧୃତି ସେ ସିହାଣୀଙ୍କର ଅଗ୍ରଜ । ମାଙ୍କଡ଼ସା ସୂତାରେ ସେ ବାନ୍ଧିପାରଇ ମତ୍ତଗଜ ।’’ କରିଦେଇପାରେ ।

ଗୋପପୁରରେ ସରହ ସୁନ୍ଦରୀ ସମସ୍ତଙ୍କର ବିଶ୍ଵାସର ପାତ୍ରୀ । ବିଶେଷକରି ରାଧା ଗୋବିନ୍ଦଙ୍କର ମିଳନ ପର୍ବରେ ସେ ମଧ୍ୟସ୍ଥ ବା ସହଚରୀର ଭୂମିକା ନିର୍ବାହ କରେ । କୁମାରପୂର୍ଣ୍ଣିମା ଉତ୍ସବ ପାଳନ ଅବସରରେ ନନ୍ଦରାଜାଙ୍କ ଗୃହରେ ପଦାର୍ପଣ କରି ବିଭିନ୍ନ ସ୍ତୁତିଗାନ ଛଳରେ ସେ ଶ୍ରୀକୃଷ୍ଣଙ୍କୁ ଅଭିବାଦନ ଜଣାଇଛି । ସରହ ସୁନ୍ଦରୀ ଶ୍ରୀକୃଷ୍ଣଙ୍କର ରହସ୍ୟମୟ ଲୀଳର ମୁଖ୍ୟ ସମ୍ପାଦିକା ଓ ଭଗବାନ ଶ୍ରୀକୃଷ୍ଣଙ୍କର ଅନନ୍ତ ସ୍ଵରୂପକୁ ସେ ଅବଗତ ଥିଲା। ତେଣୁ ସରହ ସୁନ୍ଦରୀ ଚରିତ୍ରର ବୈଶିଷ୍ଟ ପଠିତ କବିତାରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୨।
ସରହ ସୁନ୍ଦରୀ କବିତାରୁ କବିଙ୍କ କବିତ୍ଵ ଓ ରସ ଚେତନାର ପରିଚୟ ଦିଅ ।
କିମ୍ବା, ‘‘ସରହ ସୁନ୍ଦରୀ’’ କବିତାକୁ ଭିଭିକରି କବିଙ୍କର ବର୍ଣନାଶୈଳୀ ଓ ରସବୋଧର ବିଶ୍ଳେଷଣ କର ।
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ’’ ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ପ୍ରଧାନତଃ ଅଚ୍ୟୁତାନନ୍ଦ ଶ୍ରୀଚୈତନ୍ୟଙ୍କ ସ୍ପର୍ଶରେ ଆସି ବୈଷ୍ଣବଧର୍ମରେ ଦୀକ୍ଷିତ ହେଲାପରେ ଭକ୍ତିପଥର ଅନୁଗାମୀ ହୋଇଥିଲେ । ତେଣୁ ସେ ପ୍ରଥମେ ଭକ୍ତ ଓ ପରେ କବି । ପ୍ରାୟତଃ ତାଙ୍କର ସାରସ୍ଵତ ସୃଷ୍ଟିଗୁଡ଼ିକ ବିଭିନ୍ନ ରସରେ ରସୋତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସବୁଠାରେ ଭକ୍ତିରସରେ ପ୍ରାଧାନ୍ୟ ଅନୁଭବ କରିହୁଏ । ଆଲୋଚ୍ୟ କବିତାଟି ମଧ୍ୟ ଭକ୍ତିରସ ପ୍ରଧାନ ଅଟେ । କବିତାଟିର ଆଦ୍ୟରେ କବି ସରହ ସୁନ୍ଦରୀ ଦୂତୀର ରହସ୍ୟମୟ ପରିଚୟ ଦେଇଛନ୍ତି । ଶ୍ୟାମବର୍ଣ୍ଣ ଦନ୍ତହୀନ ପକ୍ବକେଶୋ ଦୂତୀ ନିଜର ବାର୍ଦ୍ଧକ୍ୟ ସତ୍ତ୍ଵେ ବୟସର ମାଦିକତାକୁ ଅତୁଟ ରଖୁଛି । କବି ଏହାକୁ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି –

“ତନୁ ଶ୍ୟାମଳ ବର୍ଣ୍ଣ ବୟସେ ମତୁଆଳ
ଦନ୍ତ ବିହୁନେ ମୁଖ ପାକଲା ଲମ୍ବା ବାଳ ।’’

ବାର୍ଦ୍ଧକ୍ୟ ସରହ ସୁନ୍ଦରୀର ସୌନ୍ଦର୍ଯ୍ୟ ପାଖରେ ପରାଜୟ ସ୍ୱୀକାର କରିଛି । ଗୋପପୁରର ନବଲକ୍ଷ ଗୃହକୁ ଅନାୟାସରେ ତା’ର ଗମନାଗମନ । ତେଣୁ କବି ଅତି ଚମତ୍କାର ଭାବରେ ଏହା ବର୍ଣ୍ଣନା କରିଛନ୍ତି –

‘‘ ବୟେସେଣ ବୃଦ୍ଧା ଶରୀର ରୂପେ ଜଗତଜିଣା,
ନବଲକ୍ଷ ଘରଯାକେ ସବୁଠାରେ ତା’ର ଠଣା ।’’

ସେହିପରି ଦୂତିକା ଭାବରେ ସରହ ସୁନ୍ଦରୀର ଯୋଗ୍ୟତାକୁ କବି ଅତି ଚମତ୍କାର ଭାବରେ ପରିସ୍ଫୁଟନ କରିଛନ୍ତି – ‘‘ତାହାର ମହିମା ଅବା କହିବଇଁ କିସ | ଏକା ଦୂତିକା ମୋହି ପାରଇ ଦଶଦିଶ । ସରହ ସୁନ୍ଦରୀ ଜଣେ ମାତ୍ର ବ୍ୟକ୍ତି ଯେ ଦଶଦିଗକୁ ମଧ୍ୟ ଆୟତ୍ତ କରିଦେଇପାରେ । ରାଧାଗୋବିନ୍ଦଙ୍କର ମିଳନ ପର୍ବରେ ସେ ମୁଖ୍ୟ ସଂଯୋଜିକା । ବିଧାତା

ବ୍ୟତୀତ ଯୋଗୀ ବ୍ରହ୍ମଚାରୀମାନଙ୍କୁ ମଧ୍ୟ ସରହ ସୁନ୍ଦରୀ ଚାତୁର୍ଯ୍ୟରେ ବଶୀଭୂତ କରିପାରେ । କବି ଏ ସରହ ସୁନ୍ଦରୀର ମଧ୍ୟସ୍ଥ ପଣର ପରାକାଷ୍ଠାକୁ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି – “ମାଙ୍କଡ଼ସା ସୂତାରେ ସେ ବାନ୍ଧି ପାରଇ ମତ୍ତଗଜ ।” ଅର୍ଥାତ୍ ଯେକୌଣସି ଅସାଧ୍ୟ କାର୍ଯ୍ୟକୁ ସେ ସହଜସିଦ୍ଧ କରିଦେଇପାରେ ।

ଅଙ୍ଗଲାବଣ୍ୟକୁ ସେ କୋଟି କନ୍ଦର୍ପର ଲାବଣ୍ୟଠାରୁ ଆହୁରି ଚିତ୍ତାକର୍ଷକ ବୋଲି ବର୍ଣ୍ଣନା କରିଛନ୍ତି । ନକ୍ଷତ୍ରବେଷ୍ଟିତ ଚନ୍ଦ୍ରମା, ପଦ୍ମବନ ମଧ୍ୟରେ ରାଜହଂସ ପରି ଶ୍ରୀକୃଷ୍ଣଙ୍କ ଜାଜୁଲ୍ୟମାନ ରୂପକାନ୍ତିର ବର୍ଣ୍ଣନା କବିଙ୍କର ସୌନ୍ଦର୍ଯ୍ୟବୋଧର ତିମିରି ’’ ଓ ‘ ଜାଜୁଲ୍ୟମାନ ତେଜ ଦିଶଇ ଅତି ସଞ୍ଚ ’’ ପ୍ରଭୃତି ପଦମାନଙ୍କରେ ପ୍ରତିପାଦିତ କରି ନିଦ କବିତ୍ଵ ଶୈଳୀରେ ସୁନ୍ଦର ପରିଚୟ ଦେଇଛନ୍ତି । କବିତାଟିର ଶେଷଭାଗରେ ଭକ୍ତିରସର ବର୍ଣନା ରହିଛି । ଶ୍ରୀକୃଷ୍ଣଙ୍କୁ ସେ ‘‘ ନିରଞ୍ଜନ ନିରାକାର ନିର୍ଗୁଣ ଦେହଧାରୀ ’’ କରିଛନ୍ତି –

“ଧନ୍ୟ ସେ ଗୋପନଗ୍ରେ ନରନାରୀଙ୍କର ଜୀବନ
ସଦ୍‌ଭାବେ ଭେଟ ପାଇଲେ ପ୍ରଭୁ ଭଗବାନ ।’’

ଅନ୍ୟ ପକ୍ଷରେ ସରହ ସୁନ୍ଦରୀ ମୁଖରେ କବି ଶ୍ରୀକୃଷ୍ଣଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କଦ୍ଵାରା ପୂଜିତ ଦେବାଧୂରାଜ ରୂପେ ବନ୍ଦନା କରିଛନ୍ତି । ସ୍ନେଛମାନଙ୍କୁ ମୁକ୍ତି ଦେବାପାଇଁ ନିରାକାର ପୁରୁଷ ସାକାର ଭାବରେ ଆବିର୍ଭୂତ । ତେଣୁ କବି ନିଜ ଭକ୍ତିଭାବର ସମ୍ପୂର୍ଣ୍ଣ ପରିଚୟ ଦେଇ କବିତାଟିକୁ ଉପସଂହାର କରିଛନ୍ତି । ଅଚ୍ୟୁତାନନ୍ଦ ଭକ୍ତକବି ହେଲେ ମଧ୍ୟ ତାଙ୍କର ସୌନ୍ଦର୍ଯ୍ୟଚେତନା, ଶବ୍ଦ ସଂଯୋଜନା, କବିତ୍ଵର ଚାତୁରୀ ଅତ୍ୟନ୍ତ ରସବୋଧ ଅଟେ; ରୋଚକ ଓ ଚିତ୍ତାକର୍ଷକ
ଅଟେ ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୩ ।
‘‘ସରହ ସୁନ୍ଦରୀ’’ କବିତାରୁ କବିଙ୍କର ଭକ୍ତିମତ୍ତାର ପରିଚୟ ପ୍ରଦାନ କର ।
କିମ୍ବା, ପଠିତ କବିତାକୁ ଭିଭିକରି କବିଙ୍କର ବିଭୁବୋଧର ବିଶ୍ଳେଷଣ କର ।
ଉ –
ମହାପୁରୁଷ ଅଚ୍ୟୁତାନନ୍ଦ ବୈଷ୍ଣବ ପଞ୍ଚସଖା ଗୋଷ୍ଠୀର ଭକ୍ତ ଶିରୋମଣି । ଜଣେ ତତ୍ତ୍ଵଦର୍ଶୀ ସିଦ୍ଧପୁରୁଷ ମହାପ୍ରଭୁ ଶ୍ରୀଚୈତନ୍ୟଙ୍କ ସଂସ୍ପର୍ଶରେ ଆସି ସେ ଉତ୍କଳୀୟ ବୈଷ୍ଣବଧର୍ମ ଆନ୍ଦୋଳନରେ ନିଜକୁ ଜଣେ ବଳିଷ୍ଠ ବ୍ୟକ୍ତିତ୍ଵ ଭାବରେ ପ୍ରମାଣିତ କରିଛନ୍ତି । କବିଙ୍କର ରଚନାଗୁଡ଼ିକ ମଧ୍ୟରେ ‘ଗୁରୁଭକ୍ତି ଗୀତା’, ‘ଶୂନ୍ୟସଂହିତା’, ‘କ୍ଷେତ୍ର ମାହାତ୍ମ୍ୟ’ ଓ ହରିବଂଶ ପ୍ରଭୃତି ତାଙ୍କର ଭକ୍ତମତ୍ତା, ଆଧ୍ୟାତ୍ମିକତା ଓ ବିଭୁବୋଧର ପ୍ରକୃଷ୍ଟ ପରିଚୟ ଅଟେ । ଆଲୋଚ୍ୟ ସରହ ସୁନ୍ଦରୀ କବି ଲୀଳାମୟ ପୁରୁଷ ଶ୍ରୀକୃଷ୍ଣଙ୍କ ବ୍ରଜଲୀଳାର ଚରିତାର୍ଥ ନିମନ୍ତେ ସରହ ସୁନ୍ଦରୀ ଚରିତ୍ରଟିକୁ ସୃଷ୍ଟି କରିଛନ୍ତି ।

ବିଶେଷକରି ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମଲୀଳାରେ ସରହ ସୁନ୍ଦରୀ ସହଚରୀ ବା ଦୂତିକାର ଭୂମିକା ନିର୍ବାହ କରିଛି । ମଧ୍ୟସ୍ଥକୁ ସେ ଗୋପପୁରେ ରହି ’’ । ସେ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ସହଚରୀ । ରାଧାକୃଷ୍ଣଙ୍କର ମିଳନ ପର୍ବର ମୁଖ୍ୟ ନାୟିକା । କବି ଶ୍ରୀକୃଷ୍ଣଙ୍କୁ ଯୋଗୀଜନ ବନ୍ଦୀ ନିର୍ଗୁଣ ନିରାକାର ରୂପେ ବର୍ଣ୍ଣନା କରି ନିଜର ଭକ୍ତିମତ୍ତାର ପରିଚୟ ପ୍ରଦାନ କରିଛନ୍ତି । କବି ହୃଦୟର ଏହି ନିର୍ମଳ ଭକ୍ତିଭାବକୁ ସେ କବିତାରେ ପରିସ୍ଫୁଟନ କରିଛନ୍ତି –

“ଯୋଗୀଜନମାନେ ଯେବଣ ପଦ୍ମପାଦକୁ କରନ୍ତି ଲୟେ,
ସେ ସ୍ଵାମୀ ଦେହ ବହି ଯେ ହୋଇଛନ୍ତି ଉଦୟେ ।’’

ଦୁଷ୍ଟଦଳନ ଓ ସାଧୁମାନଙ୍କ ପରିତ୍ରାଣ ପାଇଁ ଭଗବାନ ନିର୍ଗୁଣ, ନିରାକାର ହେଲେ ମଧ୍ୟ ସାକାର ମାନବ ରୂପରେ ଦେହଧାରଣ କରିଛନ୍ତି । ଭକ୍ତିମାର୍ଗର ଏହି ତତ୍ତ୍ଵ କବିଙ୍କ ପଠିତ କବିତାରେ ଉନ୍ମୋଚିତ । ଅନ୍ୟପକ୍ଷରେ ସେ କୃଷ୍ଣଙ୍କୁ ଗୋପୀମାନେ ଭାବଡ଼ୋରିରେ ବାନ୍ଧି ରଖୁଛନ୍ତି । କବି ଭକ୍ତିମାର୍ଗର ଭାବଧାରାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି –

“ଧନ୍ୟ ସେ ଗୋପନଗ୍ର ନରନାରୀଙ୍କ ଜୀବନ
ସଦ୍‌ଭାବେ ଭେଟ ପାଇଲେ ପ୍ରଭୁ ଭଗବାନ ।”

ଭଗବାନ ଭାବଗ୍ରାହୀ । ଭକ୍ତର ଭାବରେ ସେ ବନ୍ଧା। ସେ ଚିର ଭାବ ବିନୋଦିଆ । କବି ଅଚ୍ୟୁତାନନ୍ଦ ମଧ୍ଯ ତାଙ୍କର ଅନ୍ୟ ଏକ ଭଜନରେ ଏକଥା ଉଲ୍ଲେଖ କରିଛନ୍ତି –

“ଭାବବିନୋଦିଆ ଠାକୁର
ଭକ୍ତବସଳ ହରି
ଭକ୍ତଙ୍କ ପାଇଁ ଅବତାର
ଦଶମୂରତି ଧରି ।’’

ଭକ୍ତ ରକ୍ଷା ପାଇଁ ସେ ଦଶ ଅବତାର ଧାରଣ କରିଛନ୍ତି । ଦୁଷ୍ଟର ବିନାଶ ଓ ସନ୍ଥର ପରିତ୍ରାଣପାଇଁ ବ୍ରହ୍ମା, ଇନ୍ଦ୍ର ଓ ଶିବଙ୍କର ଆରାଧ୍ୟ ନିର୍ଗୁଣ ବ୍ରହ୍ମ ଦେହଧାରୀ ହୋଇଛନ୍ତି । କବିଙ୍କ ମତରେ ସେ ଦେବାଦେବଙ୍କର ଅଟନ୍ତି ମୁଖ୍ୟପାନ । ଅଶେଷ କୋଟି କନ୍ଦର୍ପର ରୂପଲାବଣ୍ୟକୁ ଶ୍ରୀକୃଷ୍ଣଙ୍କ ଅଙ୍ଗକାନ୍ତି ଉପହାସ କରୁଛି ।

କବି ନିଜର ଗଭୀର ବିଭୁବୋଧ ନେଇ ଶ୍ରୀକୃଷ୍ଣଙ୍କୁ ଭଗବାନଙ୍କ ରୂପରେ ଆରାଧନା କରିଛନ୍ତି । ତାଙ୍କର ଭକ୍ତି-ରସାଣିତ ଲେଖନୀରେ ପରିସ୍ଫୁଟିତ ହୋଇ ଉଠିଛି – ‘‘ ନିରାକାର ପୁରୁଷ ନିର୍ମଳ ଜ୍ୟୋତିର୍ମୟେ | ସ୍ନେଛାଦି ମୁକତି ନିମନ୍ତେ ହୋଇଛି ଉଦୟେ ।’’ କବିତାଟିର ଉପସଂହାରରେ କବି ନିଜ ଇଷ୍ଟଙ୍କର ସ୍ତୁତିଗାନ କରି ନିଜର ଆନ୍ତରିକ ଭକ୍ତିମତ୍ତାର ପରିଚୟ ପ୍ରଦାନ କରିଛନ୍ତି ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୪।
ସରହ ସୁନ୍ଦରୀର କୃଷ୍ଣ ଭକ୍ତିର ପରିଚୟ ଦିଅ ।
କିମ୍ବା, ପଠିତ କବିତା ଅବଲମ୍ବନରେ ସରହ ସୁନ୍ଦରୀ ଦୂତୀର ଶ୍ରୀକୃଷ୍ଣଙ୍କ ପ୍ରତି ଥ‌ିବା ଭାବଭକ୍ତିର ଆକଳନ କର ।
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦଙ୍କର “ହରିବଂଶ’’ ପୁରାଣର ତୃତୀୟଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଲୀଳାମୟ ଶ୍ରୀକୃଷ୍ଣ ଗୋପପୁରରେ ଦେହଧାରଣ ଓ ବ୍ରଜଲୀଳାକୁ ନେଇ ବୈଷ୍ଣବ ସାହିତ୍ୟ ମୁଖରିତ । ବହୁ କବି ବ୍ରଜଧାମରେ ଶ୍ରୀକୃଷ୍ଣଙ୍କ ଲୀଳା କାହାଣୀକୁ ନେଇ ସେମାନଙ୍କର ସାରସ୍ବତ ସୃଷ୍ଟିକୁ ସମୃଦ୍ଧିସମ୍ପନ୍ନ କରିଯାଇଛନ୍ତି । କବି ଅଚ୍ୟୁତାନନ୍ଦ ମଧ୍ଯ ତାଙ୍କର ଅନନ୍ୟ କୃଷ୍ଣ ଭକ୍ତିର ନିଦର୍ଶନ ସ୍ୱରୂପ ‘ହରିବଂଶ’ ପୁରାଣ ରଚନା କରିଛନ୍ତି । ବ୍ରଜଧାମରେ ଶ୍ରୀକୃଷ୍ଣଙ୍କର ମିଳନ ପର୍ବରେ ସହଚରୀ ରୂପେ କବି ସରହ ସୁନ୍ଦରୀ ଚରିତ୍ରଟିକୁ ସୃଷ୍ଟି କରିଛନ୍ତି । କବି ସରହ ସୁନ୍ଦରୀର ବୈଶିଷ୍ଟ୍ୟ ପ୍ରତିପାଦନ କରି ଲେଖୁଛନ୍ତି –

“ଗୋବିନ୍ଦର ମଧ୍ୟସ୍ଥକୁ ଯେ ଗୋପପୁରରେ ରହି
ଯତନେ ବିଧାତା ତାକୁ ଅଛି ନିରିଭାଇ ।’’

ରାଧାକୃଷ୍ଣଙ୍କର ବ୍ରଜଧାମର ପ୍ରେମଲୀଳାରେ ସେ ମୁଖ୍ୟ ସହଚରୀ । ବିଧାତା ତାକୁ ସ୍ଵତନ୍ତ୍ର ଭାବରେ ସେଥ୍ପାଇଁ ସୃଷ୍ଟି କରିଛନ୍ତି । ସେ ରାଧାକୃଷ୍ଣଙ୍କ ଚିରଅନୁଗତା ଓ ବିଶ୍ଵାସନୀୟା ସହଚରୀ । ନନ୍ଦଘରେ କୁମାର ଉତ୍ସବ ପରିପାଳନ ଅବସରରେ ସେ ଆସି ତାର ଆରାଧ ଶ୍ରୀକୃଷ୍ଣଙ୍କ ଦର୍ଶନ କରିଛି । ଦୋଳି ଉପରେ ନିର୍ଗୁଣ ନିରଞ୍ଜନ ନିରାକାର ନର ବାଳୁତ ରୂପରେ ବିଦ୍ୟମାନ । ତାଙ୍କର ଶ୍ରୀଅଙ୍ଗର ଲାବଣ୍ୟତାକୁ କୋଟୀ କନ୍ଦର୍ପର ରୂପଶୋଭା ମଧ୍ୟ ତୁଳନୀୟ ନୁହେଁ ।
‘‘ସରହ ସୁନ୍ଦରୀ’’ର ଭାବଭକ୍ତିରେ ଚରମ ଅତ୍ମତୃପ୍ତି ଲାଭ କରିଛନ୍ତି । କବି ଉଭୟଙ୍କର ସାକ୍ଷାତକାରକୁ ନେଇ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି –

“କରପତ୍ର ଯୋଡ଼ି ଦୂତୀ ଛାମୁରେ ଉଭାଯାଇଁ,
ଶ୍ରୀକୃଷ୍ଣ ତୋଷ ହୋଇଲେ ସହଚରୀ ମୁଖ ଚାହିଁ ।”

ଅନ୍ୟ ପକ୍ଷରେ ଚନ୍ଦ୍ରଙ୍କ ଦର୍ଶନରେ କୁମୁଦପନ୍ତର ବିକଶିତ ହେଲାପରି କୃଷ୍ଣଚନ୍ଦ୍ରଙ୍କ ଦର୍ଶନରେ ଦୂତୀ ମଧ୍ୟ ଅନୁରୂପ ଭାବରେ ଉଲ୍ଲସିତା ହୋଇଉଠିଛି । ଭକ୍ତ ଓ ଭଗବାନଙ୍କର ଏ ଅପୂର୍ବ ସମନ୍ବୟ । ଉଭୟେ ଉଭୟଙ୍କ ପାଇଁ ଧନ୍ୟ ହୋଇଛନ୍ତି । ସରହ ସୁନ୍ଦରୀ ଶ୍ରୀକୃଷ୍ଣଙ୍କର ସ୍ତୁତିଗାନ କରିଛି । ଦୂତୀର ଭକ୍ତିମତ୍ତାକୁ କବି କବିତାରେ ପରିସ୍ଫୁଟିତ କରିଛନ୍ତି –

“ ଭୋଦେବ କୃଷ୍ଣ ଆଜ ତୋତେ ଦେଖ୍ ନିସ୍ତରିଲି,
ଏ ମୋହର ପାତକ ସଂପୋଡ଼େ ନାଶ କଲି ।’’

ସରହ ସୁନ୍ଦରୀର ଭାବାବେଗ ଅତୁଳନୀୟ । କୃଷ୍ଣଙ୍କ ଦର୍ଶନରେ ସେ ସମସ୍ତ ପାପରୁ ମୁକ୍ତ ହୋଇଛି । ଜୀବନ ତା’ର ଧନ୍ୟ ହୋଇଛି ବୋଲି ସେ ମନ୍ତବ୍ୟ ଦେଇଛି । ସର୍ବଶେଷରେ ଦୂତୀ ଶତମୁଖରେ ଭଗବାନ ଶ୍ରୀକୃଷ୍ଣଙ୍କର ସ୍ତୁତିଗାନ କରିଛି । ଶ୍ରୀକୃଷ୍ଣ କଳପାଧ୍ ପୁରୁଷ ଓ ଦେବତାମାନଙ୍କର ଆରାଧ୍ୟ । ବ୍ରହ୍ମା, ଇନ୍ଦ୍ର ଓ ରୁଦ୍ରାଦି ଦେବତାଙ୍କର ସେ ସେବ୍ୟ ଓ ସମସ୍ତେ ତାଙ୍କର ସେବକ । ସେ ନିରାକାର ପୁରୁଷ ଓ ଜ୍ୟୋତିର୍ମୟ । ସାଧୁମାନଙ୍କ ପରିତ୍ରାଣ ଓ ଦୁଷ୍ଟଦଳନ ପାଇଁ ଭକ୍ତିରସରେ ରସୋତ୍ତୀର୍ଣ୍ଣ କରିଦେଇଅଛି ।

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ

Question ୫।
‘‘ସରହ ସୁନ୍ଦରୀ’’ କବିତାରୁ କବିଙ୍କର ବର୍ଣ୍ଣନାଶୈଳୀ ନିର୍ଣ୍ଣୟ କର ।
କିମ୍ବା, ‘‘ସରହ ସୁନ୍ଦରୀ’’ କବିତାରୁ କବିଙ୍କର କବିତ୍ଵ ଓ ରସଚେତନାର ପରିଚୟ ଦିଅ ।
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ବିରଚିତ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ପ୍ରଧାନତଃ ଅଚ୍ୟୁତାନନ୍ଦ ଶ୍ରୀଚୈତନ୍ୟଙ୍କ ସ୍ପର୍ଶରେ ଆସି ବୈଷ୍ଣବଧର୍ମରେ ଦୀକ୍ଷିତ ହେଲାପରେ ଭକ୍ତିପଥର ଅନୁଗାମୀ ହୋଇଥିଲେ । ତେଣୁ ସେ ପ୍ରଥମେ ଭକ୍ତ ଓ ପରେ କବି । ପ୍ରାୟତଃ ତାଙ୍କର ସାରସ୍ବତ ସୃଷ୍ଟିଗୁଡ଼ିକ ବିଭିନ୍ନ ରସରେ ରସୋତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସବୁଠାରେ ଭକ୍ତିରସରେ ପ୍ରାଧାନ୍ୟ ଅନୁଭବ କରିହୁଏ । ଆଲୋଚ୍ୟ କବିତାଟି ମଧ୍ୟ ଭକ୍ତିରସ ପ୍ରଧାନ ଅଟେ । କବିତାଟିର ଆଦ୍ୟରେ କବି ସରହ ସୁନ୍ଦରୀ ଦୂତୀର ଅତୁଟ ରଖୁଛି । କବି ଏହାକୁ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି –

“ତନୁ ଶ୍ୟାମଳ ବର୍ଣ୍ଣ ବୟସ ମତୁଆଳ
ଦନ୍ତ ବିହୁନେ ମୁଖ ପାକଲା ଲମ୍ବା ବାଳ ।’’

ବାର୍ଦ୍ଧକ୍ୟ ସରହ ସୁନ୍ଦରୀର ସୌନ୍ଦର୍ଯ୍ୟ ପାଖରେ ପରାଜୟ ସ୍ବୀକାର କରିଛି । ଗୋପପୁରର ନବଲକ୍ଷ ଗୃହକୁ –

‘ବୟେସେଣ ବୃଦ୍ଧା ଶରୀର ରୂପେ ଜଗତଜିଣା,
ନବଲକ୍ଷ ଘରଯାକେ ସବୁଠାରେ ତା’ର ଠଣା ।’’

‘‘ ତାହାର ମହିମା ଅବା କହିବଇଁ କିସ | ଏକା ଦୂତିକା ମୋହି ପାରଇ ଦଶଦିଶ । ସରହ ସୁନ୍ଦରୀ ଜଣେ ମାତ୍ର ବ୍ୟକ୍ତି ଯେ ଦଶଦିଗକୁ ମଧ୍ୟ ଆୟତ୍ତ କରିଦେଇପାରେ । ରାଧାଗୋବିନ୍ଦଙ୍କର ମିଳନ ପର୍ବରେ ସେ ମୁଖ୍ୟ ସଂଯୋଜିକା । ବିଧାତା

ବ୍ୟତୀତ ଯୋଗୀ ବ୍ରହ୍ମଚାରୀମାନଙ୍କୁ ମଧ୍ୟ ସରହ ସୁନ୍ଦରୀ ଚାତୁର୍ଯ୍ୟରେ ବଶୀଭୂତ କରିପାରେ । କବି ଏ ସରହ ସୁନ୍ଦରୀର ମଧ୍ୟସ୍ଥ ପଣର ପରାକାଷ୍ଠାକୁ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି – ‘ ମାଙ୍କଡ଼ସା ସୁତାରେ ସେ ବାନ୍ଧି ପାରଇ ମତ୍ତଗଜ ।’ ଅର୍ଥାତ୍ ଯେକୌଣସି ଅସାଧ୍ୟ କାର୍ଯ୍ୟକୁ ସେ ସହଜସିଦ୍ଧ କରିଦେଇପାରେ ।

ଅଙ୍ଗଲାବଣ୍ୟକୁ ସେ କୋଟି କନ୍ଦର୍ପର ଲାବଣ୍ୟଠାରୁ ଆହୁରି ଚିତ୍ତାକର୍ଷକ ବୋଲି ବର୍ଣ୍ଣନା କରିଛନ୍ତି । ନକ୍ଷତ୍ରବେଷ୍ଟିତ ଚମତ୍କାରିତାକୁ ପ୍ରମାଣିତ କରେ । ଶ୍ରୀକୃଷ୍ଣଙ୍କର କମନୀୟ ରୂପକାନ୍ତିକୁ ସେ ‘ସମ୍ପୂର୍ଣ୍ଣ ଚନ୍ଦ୍ରମା ଉଇଁଛିକି ମହାଘୋର ତିମିରି” ଓ “ଜାଜୁଲ୍ୟମାନ ତେଜ ଦିଶଇ ଅତି ସଞ୍ଚ ’’ ପ୍ରଭୃତି ପଦମାନଙ୍କରେ ପ୍ରତିପାଦିତ କରି ନିଦ କବିତ୍ର ଶୈଳୀରେ ସୁନ୍ଦର ପରିଚୟ ଦେଇଛନ୍ତି ।

କବିତାଟିର ଶେଷଭାଗରେ ଭକ୍ତିରସର ବର୍ଣ୍ଣନା ରହିଛି । ଶ୍ରୀକୃଷ୍ଣଙ୍କୁ ସେ ‘‘ ନିରଞ୍ଜନ ନିରାକାର ନିର୍ଗୁଣ ଦେହଧାରୀ ’ ଭାବରେ ବର୍ଣ୍ଣନା କରିଛନ୍ତି । ଗୋପୀମାନେ ଭାବଋଜୁରେ ଭାବଗ୍ରାହୀକୁ ବାନ୍ଧିଛନ୍ତି । କବି ସୁନ୍ଦର ଭା୮ରେ ଏହା ବର୍ଣ୍ଣନା କରିଛନ୍ତି –

“ଧନ୍ୟ ସେ ଗୋପନଗ୍ରେ ନରନାରୀଙ୍କର ଜୀବନ
ସଦ୍‌ଭାବେ ଭେଟ ପାଇଲେ ପ୍ରଭୁ ଭଗବାନ ।’’

ଅନ୍ୟ ପକ୍ଷରେ ସରହ ସୁନ୍ଦରୀ ମୁଖରେ କବି ଶ୍ରୀକୃଷ୍ଣଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କଦ୍ଵାରା ପୂଜିତ ଦେବାଧୂରାଜ ରୂପେ ବନ୍ଦନା କରିଛନ୍ତି । ମ୍ଲଛମାନଙ୍କୁ ମୁକ୍ତି ଦେବାପାଇଁ ନିରାକାର ପୁରୁଷ ସାକାର ଭାବରେ ଆବିର୍ଭୂତ । ତେଣୁ କବି ତାଙ୍କର ସୌନ୍ଦର୍ଯ୍ୟଚେତନା, ଶବ୍ଦ ସଂଯୋଜନା, କବିତ୍ଵର ଚାତୁରୀ ଅତ୍ୟନ୍ତ ରସବୋଧ ଅଟେ; ରୋଚକ ଓ ଚିତ୍ତାକର୍ଷକ ଅଟେ ।

କବି ପରିଚିତି :

ଓଡ଼ିଆ ସାହିତ୍ୟରେ କବି ଅଚ୍ୟୁତାନନ୍ଦ ଦାସ ଜଣେ ଅନନ୍ୟ ପ୍ରତିଭାଧର କବି ଭାବରେ ଅଗଣିତ ଜନତାର ଶ୍ରଦ୍ଧାଭାଜନ ହୋଇଆସିଛନ୍ତି । ବିଶେଷକରି ମାଳିକାକାର କବି ଭାବରେ ଅଚ୍ୟୁଦାନନ୍ଦଙ୍କର ‘ଭବିଷ୍ୟମାଳିକା’ ଉତ୍କଳୀୟ ଜନଜୀବନରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଆସିଛି । ଉତ୍କଳୀୟ ପଞ୍ଚସଖା ଗୋଷ୍ଠୀର ଏହି ସାରସ୍ଵତସାଧକ ତାଙ୍କ ସାଧନା ଓ ସୃଷ୍ଟିଦ୍ୱାରା ଉତ୍କଳ-ବାଣୀଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି । ଷୋଡ଼ଶ ଓ ୧୭ଶ ଶତାବ୍ଦୀ ପ୍ରାରମ୍ଭରେ ପଞ୍ଚସଖା ଗୋଷ୍ଠୀର ଅଭ୍ୟୁଦୟ ଓ ଓଡ଼ିଆ ସାହିତ୍ୟକୁ ସେମାନଙ୍କର ଅବଦାନ ଏକ ଉଲ୍ଲେଖନୀୟ ଅଧ୍ୟାୟ ଥିଲା । କବି ଅଚ୍ୟୁତାନନ୍ଦ ମଧ୍ୟ ଶ୍ରୀଚୈତନ୍ୟଙ୍କର ଅନୁଗାମୀ ତଥା ପଞ୍ଚସଖା ଗୋଷ୍ଠୀର ଅନ୍ତର୍ଭୁକ୍ତ ଅଟନ୍ତି ।

ଏହି ଯୋଗଜନ୍ମା ଓ ଯଶସ୍ବୀ ସାଧକ ଅଚ୍ୟୁତାନନ୍ଦଙ୍କର ଜନ୍ମସ୍ଥଳୀ ରୂପେ କଟକ ଜିଲ୍ଲା ଅନ୍ତର୍ଗତ ନେମାଳପୀଠ ଅଚ୍ୟୁତ ସମ୍ପ୍ରଦାୟର ଶ୍ରଦ୍ଧାଭାଜନ ହୋଇଛି । ନେମାଳପୀଠ ଅନ୍ତର୍ଭୁକ୍ତ ତିଳକଣା ଗ୍ରାମରେ ମାତା ପଦ୍ମାବତୀ ଦେବୀ ଓ ପିତା ଦୀନବନ୍ଧୁ ଖୁଣ୍ଟିଆଙ୍କ ଯୋଗ୍ୟ ଦାୟାଦ ଭାବରେ ସନ୍ଥ ଅଚ୍ୟୁତାନନ୍ଦଙ୍କର ଆବିର୍ଭାବ ହୋଇଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳଚଞ୍ଚଳ ଓ ସାଧାରଣ ବାଳକର କୈଶୋରସୁଲଭ ଚପଳତାରେ ପାରଙ୍ଗମ ଥିଲେ । ବିଦ୍ୟାର୍ଜନରେ ପ୍ରାରମ୍ଭରୁ ତାଙ୍କର ବିଶେଷ ଅନ୍ୟମନସ୍କତାର ଲକ୍ଷଣ ଦେଖ୍ ଶିକ୍ଷକ ଓ ପିତାମାତା ତାଙ୍କ ପ୍ରତି ଅତ୍ୟନ୍ତ କଠୋର ପ୍ରଥାର ଅବଲମ୍ବନ କରୁଥିଲେ ।

ମାତ୍ର ବିଧ‌ିର ବିଚିତ୍ର ବିଧାନ ଅନୁସାରେ ଅଚ୍ୟୁତାନନ୍ଦଙ୍କର ସହ ଶ୍ରୀଚୈତନ୍ୟଙ୍କ ସାକ୍ଷାତ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ନିଜ ପିତାଙ୍କ ସହ ପୁରୀଗ୍ରସ୍ତ ସମୟରେ ସେ ମହାପ୍ରଭୁ ଶ୍ରୀଚୈତନ୍ୟଙ୍କ ସଂସ୍ପର୍ଶରେ ଆସି ସନାତନ ଗୋସ୍ଵାମୀଙ୍କ ମାଧ୍ୟମରେ ବୈଷ୍ଣବଧର୍ମରେ ଦୀକ୍ଷିତ ହୋଇଥିଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍କଳୀୟ ବୈଷ୍ଣବଧର୍ମର ପ୍ରଚାର ଓ ପ୍ରସାର ପାଇଁ ସେ ନିଜର ସାରସ୍ଵତ ପ୍ରତିଭାକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରିଥିଲେ । କବି ଅଚ୍ୟୁତଙ୍କର ସେହି ସାରସ୍ଵତ ସାଧନାର ଅମୃତମୟ ଫଳରୂପେ ଅସଂଖ୍ୟ ଜଣାଣ, ଭଜନ, ମାଳିକା ଓ ଚଉତିଶାର ପଂକ୍ତିମାନ ଆଜି ସୁଦ୍ଧା ଉତ୍କଳର ଆବାଳ-ବୃଦ୍ଧ-ବନିତାଙ୍କର କଣ୍ଠରେ ଗୁଞ୍ଜରିତ ହୋଇଉଠେ । ହରିବଂଶ ଅଚ୍ୟୁତାନନ୍ଦଙ୍କର ଶ୍ରେଷ୍ଠ କୃତି ଅଟେ । ଏତଦ୍‌ବ୍ୟତୀତ ସେ ‘ଗୁରୁଭକ୍ତି ଗୀତା’, ‘ଶୂନ୍ୟ ସଂହିତା’ ‘ଆଗତ ଭବିଷ୍ଯମାଳିକା’, ‘ଅଷ୍ଟ ଗୁଜରୀ’, ‘କ୍ଷେତ୍ରମାହାତ୍ମ୍ୟ’, ‘ଗୋପାଳଙ୍କ ଓଗାଳ’ ଓ ‘ଲଉଡ଼ି ଖେଳ’ ପ୍ରଭୃତି ରଚନା କରିଛନ୍ତି ।

ଉତ୍କଳୀୟ ଜନ-ଜୀବନରେ ଅତ୍ୟୁତାନନଙ୍କର “ଭବିଷ୍ୟ ମାଳିକା” ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରେ । ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବିଙ୍କର ସ୍ଵରଚିତ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଅଛି ।

ବିଷୟ ପ୍ରବେଶ :

ପୁରାଣ, ମାଳିକା, ଗୀତା ଓ ସଂହିତା ରଚନା କ୍ଷେତ୍ରରେ ମହାପୁରୁଷ ଅଚ୍ୟୁତାନନ୍ଦ ଉତ୍କଳୀୟ ଜନ-ଜୀବନରେ କାବ୍ୟ ଗ୍ରନ୍ଥ । ଏହା ସାତଖଣ୍ଡରେ ବିଭକ୍ତ କରାଯାଇଛି । ଉତ୍କଳର ପୁରପଲ୍ଲୀରେ ଏହି ଗ୍ରନ୍ଥର ପଠନ, ଶ୍ରବଣ ଓ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଲୀଳାମୟ ଶ୍ରୀକୃଷ୍ଣଙ୍କର ବ୍ରଜଲୀଳାରେ ସହାୟତା କରୁଥିବା ଦୂତୀରୂପେ କବି ‘‘ସରହ ସୁନ୍ଦରୀ’’ ଚରିତ୍ରକୁ ବର୍ଣ୍ଣନା କରିଛନ୍ତି । ବିଶେଷକରି ରାଧା-କୃଷ୍ଣଙ୍କର ମିଳନପର୍ବରେ ‘ସରହ ସୁନ୍ଦରୀ’’ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଗୋପନଗରୀର ଆବାଳ-ବୃଦ୍ଧ-ବନିତାଙ୍କ ନିକଟରେ “ସରହ ସୁନ୍ଦରୀ’’ ସମସ୍ତଙ୍କର ପରିପୂର୍ଣ୍ଣ ସ୍ନେହ ଶ୍ରଦ୍ଧା ଓ ବିଶ୍ୱାସର ଆଦରଣୀୟା ଚରିତ୍ର ଅଟେ । ଶ୍ୟାମବର୍ଣ୍ଣା, ଶୁକ୍ଳବସ୍ତ୍ର-ପରିହିତା, ଶୁକ୍ଳକେଶା ‘ସରହ- ସୁନ୍ଦରୀ’’ ସ୍ତମ୍ଭନ, ମୋହନ ବିଦ୍ୟାରେ ସୁନିପୁଣା ଥିଲା । ଗୋପାଧୂପତି ନନ୍ଦରାଜାଙ୍କର କୁମାରଉତ୍ସବ ପାଳନ ଅବସରରେ ସେ ବ୍ରଜଧାମରେ ପ୍ରବେଶ କରିଛି । ନନ୍ଦରାଜା ଓ ଯଶୋମତୀ ରାଣୀଙ୍କଠାରୁ ବଧାଇ ମାଗିବାର ଅବସରରେ ସେ ଦୋଳି ଉପରେ ଶୟନ କରିଥିବା ଶ୍ରୀକୃଷ୍ଣଙ୍କୁ ଅଭିବାଦନ କରିଛି । ଶ୍ରୀକୃଷ୍ଣ ଓ ସରହ ସୁନ୍ଦରୀ ପରସ୍ପର ବ୍ରଜଲୀଳାର ସାର୍ଥକତା ଦେହଧାରଣ କରିଛିନ୍ତି । ଉଭୟଙ୍କର ସାକ୍ଷାତକାରରେ କରିତାଟିର ଉପସଂହାର ହୋଇଛି ।

ସାରକଥା :

ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ‘ହରିବଂଶ’ ଏକ ଜନପ୍ରିୟ ପୌରାଣିକ କାବ୍ୟଗ୍ରନ୍ଥ ଅଟେ । ଉତ୍କଳର ପୁରପଲ୍ଲୀରେ ଏହାର ପଠନ, ଶ୍ରବଣ ଓ ପାରାୟଣର ପରମ୍ପରା ରହିଅଛି । ଆଲୋଚ୍ୟ ‘ସହର ସୁନ୍ଦରୀ’ କବିତାଟି ହରିବଂଶ କାବ୍ୟର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅଂଶବିଶେଷ ଅଟେ ।

କରିବା ପାଇଁ ବହୁତ ଦେବତା ଓ ସିଦ୍ଧି ସାଧକମାନେ ଛଦ୍ମ ରୂପରେ ଗୋପପୁରରେ ଦେହଧାରଣ କରିଥିଲେ । ଆଲୋଚ୍ୟ ‘ସରହ ସୁନ୍ଦରୀ’ ଚରିତ୍ରଟି ସେହିପରି ଏକ ବିଶେଷ ବିଶ୍ଵାସନୀୟ ଆଧାର ରୂପେ ରାଧାକୃଷ୍ଣଙ୍କର ମିଳନ ପର୍ବରେ
ମହାରାଜା ନନ୍ଦଙ୍କର କୁମାର-ଉତ୍ସବପାଳନ ଅବସରରେ ରାତ୍ର ଦୁଇଘଡ଼ି ସମୟରେ ‘ସରହ ସୁନ୍ଦରୀ’ ରାଜନବରରେ ପ୍ରବଶେ କରିଛି ବୋଲି କବି ବର୍ଣ୍ଣନା କରିଛନ୍ତି ।

“ୟେସନକ ସମୟେ ବେନି ଘଡ଼ିରାତି,
ନନ୍ଦର ମନ୍ଦିରେ ଆସି ମିଳିଲା ସରହସୁନ୍ଦରୀ ଦୂତୀ’’ ।

କବିତାର ପ୍ରାରମ୍ଭ ନାଟକୀୟ ଶୈଳୀରେ ପରିବେଷଣ ହୋଇଛି । ଦୁଇଘଡ଼ି ରାତ୍ରି ସମୟରେ ‘ସରହ ସୁନ୍ଦରୀ’ର ଆକସ୍ମିକ ଆଗମନ । କବିତାଟିକୁ ଅତ୍ୟନ୍ତ ସରସ ସୁନ୍ଦର କରି କବି ସରହ ସୁନ୍ଦରୀର ପରିଚୟ, ବେଶଭୁଷା ପ୍ରଭୃତି ବର୍ଣ୍ଣନା କରିଛନ୍ତି । ତାର ବିଶେଷତ୍ଵ ଦୂତି ଭାବରେ ପ୍ରତିପାଦିତା ଶ୍ୟାମବର୍ଣ୍ଣା ଦନ୍ତଶୂନ୍ୟା ଶୁକରୂପେ ସରହ ସୁନ୍ଦରୀ ମୁଦି, କଙ୍କଣ, ପ୍ରଭୃତି ସ୍ଵାର୍ଣ୍ଣାଳଙ୍କାରରେ ବିଭୁଷିତ । କଣ୍ଠରେ ତାଡ଼କୀ, ନାକରେ ସ୍ଵର୍ଣ୍ଣ ନାକଚଣା ଗଳାରେ ସ୍ଵର୍ୟହାର ଓ ପାଦରେ ପାଉଁଜି ଲଗାଇ ସେ ତା’ର ଅଳଙ୍କାର ପ୍ରିୟତାର ପ୍ରମାଣ ଦେଉଛି । ବୟସରେ ପ୍ରବୀଣ ହେଲେ ମଧ୍ୟ ମନରେ ସେ ତାରୁଣ୍ୟତାରେ ପରିପୂର୍ଣ୍ଣା । କସ୍ତୁରୀ, ଚନ୍ଦନ ଓ ଅଳତା ପ୍ରଭୃତି ଅଙ୍ଗରାଗରେ ସେ ତା’ର ଶରୀରକୁ ଆକର୍ଷଣୀୟ କରିଛି । କାବ୍ୟରେ ଏହି ବେଶଭୂଷା ସହିତ କବି ‘ସରହ ସୁନ୍ଦରୀ’’ର ବିଭିନ୍ନ ବିଦ୍ୟାର ପାରଦର୍ଶିତା ବିଷୟରେ ବର୍ଣ୍ଣନା କରିଛନ୍ତି –

“ନଗରୀ ନାରୀ ସିଂହାଣୀ ସେ ଗୋଟିକା ଅଞ୍ଜନ ।
X X X X X
ନବ ନୀଟକ ବିଦ୍ୟମାନ ପାରଇ ସେ କହି
ବ୍ୟାଘ୍ରଉଲ୍ କ, ମତ୍ତଗଜ, ଯେବଣଅଉଷଧେ ପାରଇ ମୋହି ।”

‘‘ସରହ ସୁନ୍ଦରୀ’’ ନୃତ୍ୟଗୀତରେ ପ୍ରବୀଣା, ସ୍ତମ୍ଭନ, ମୋହଙ୍କ ଓ ଉଚ୍ଚାଟନ ବିଦ୍ୟାରେ ପାରଙ୍ଗମ । ଗୋପପୁରରେ ବାଳ, ବୃଦ୍ଧ, ତରୁଣ ସମସ୍ତ ବର୍ଗର ନାରୀ ପୁରୁଷ ପାଇଁ ଅତ୍ୟନ୍ତ ପ୍ରିୟ ଓ ଆପଣାର ଥିଲା । ସେ କେଉଁ ଆବାହମାନ କାଳରୁ ଗୋପନଗରରେ ଅବସ୍ଥାନ କରୁଛି ତାହା ସମସ୍ତଙ୍କୁ ଅଜ୍ଞାତ । ଏଥ୍ ସହିତ ତା’ ପିତା ମାତା ବା ଭ୍ରାତାର ପରିଚୟ ମଧ୍ୟ ସମସ୍ତଙ୍କ ପାଇଁ ଅଜ୍ଞେୟ ଅଟେ । ସରହ ସୁନ୍ଦରୀ ସଧବା କିମ୍ବା ବିଧବା ତାହା କାହାରିକୁ ଜ୍ଞାତ ନୁହେଁ । ବୟସରେ ବୃଦ୍ଧା ହେଲେହେଁ ତା’ର ରୂପ ଅତୁଳନୀୟା । କବିଙ୍କ ମତରେ – ‘ବୟସରେ ବୃଦ୍ଧା ଶରୀର ରୂପେ ଜଗତଜିତା ।’’ ଏହି ‘ସରହ ସୁନ୍ଦରୀ’’ ବ୍ରଜଧାମରେ ସମସ୍ତଙ୍କର ବିଶ୍ଵାସର ପାତ୍ରୀ । ଗୋପପୁରର ସମସ୍ତ ନାରୀ ତା’ କଥାରେ ବଶୀଭୂତା ଅଟନ୍ତି । କବିଙ୍କ ବର୍ଣ୍ଣନାରେ –

“ଗୋପ ନଗରେ ଅଛନ୍ତି ଯେତେକ ଗୋପାଳୁଣୀ
କେହି ଲଙ୍ଘି ନପାରନ୍ତି ‘ୟେକା ଦୂତିକାର ବାଣୀ ।”

ଏହିପରି ରୂପଗୁଣରେ ପରିପୂର୍ଣ୍ଣା ‘ସରହ ସୁନ୍ଦରୀ’’ କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ଅବସରରେ ନନ୍ଦରାଜାଙ୍କ ଘରେ ଉପସ୍ଥିତ ହୋଇଛି । ନନ୍ଦରାଜାଙ୍କୁ ଅଭିବାଦନ କରି ସେ ରାଣୀ ଯଶୋଦାଙ୍କୁ ବଧାଇ ଛଳରେ ରତ୍ନପଲଙ୍କରେ ଶୟନ କରିଥିବା ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଛି । ଶ୍ରୀକୃଷ୍ଣଙ୍କ ଅନିନ୍ଦ୍ୟ ରୂପମାଧୁରୀ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରରେ ଅତୁଳନୀୟ ଥିଲା ।
କବିଙ୍କ ବର୍ଣ୍ଣନାରେ –

“ଅଶେଷ କୋଟି କନ୍ଦର୍ପ ଯାହାର ରୂପକୁ ନୁହଇ ସରି
ନିରଞ୍ଜନ ନିରାକାର ନିର୍ଗୁଣ ଦେହଧାରୀ ।’’

ଶ୍ରୀକୃଷ୍ଣଙ୍କର ଶ୍ୟାମକାନ୍ତି କୋଟିଏ କନ୍ଦର୍ପର ସୌନ୍ଦର୍ଯ୍ୟଠାରୁ ମଧ୍ୟ ଆହୁରି ରମଣୀୟ । ସେ ନିର୍ଗୁଣ, ନିରାକାର, ନିରଞ୍ଜନ । ମର୍ତ୍ତ୍ୟଲୀଳା କରି ଦୁଷ୍ଟର ବିନାଶ ନିମନ୍ତେ ଅବତୀର୍ଣ୍ଣ । ‘ସରହ ସୁନ୍ଦରୀ’’ ସେହି ଦେବାଧାଜଙ୍କୁ ଦର୍ଶନ କରି ତାଙ୍କର ସ୍ତୁତିଗାନ କରିଛି । ପରସ୍ପର ପରସ୍ପରକୁ ସାକ୍ଷାତ କରିଛନ୍ତି । ‘‘ସରହ ସୁନ୍ଦରୀ’’ ଶ୍ରୀକୃଷ୍ଣଙ୍କର ବ୍ରଜଲୀଳା ପାଇଁ ଶ୍ରେଷ୍ଠ ସହଚରୀ ବା ଦୂତୀ ଥିଲା ଶ୍ରୀକୃଷ୍ଣଙ୍କ ସହିତ ତା’ର ସାକ୍ଷାତକାରକୁ ନେଇ କବିତାଟିର ଉପସଂହାର ହୋଇଅଛି ।

କଠିନ ଶବ୍ଦାର୍ଥ ଓ ସୂଚନା:

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ - 1

CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ - 2
CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ - 3
CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ - 4

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Odisha State Board CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର Textbook Exercise Questions and Answers.

CHSE Odisha Class 12 Odia Chapter 8 ପିଙ୍ଗଳାର ଅଭିସାର Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
ପିଙ୍ଗଳା କିଏ ?
(i) ପଲ୍ଲୀବଧୂ
(ii) କୁଳବଧୂ
(iii) ବାରବଧୂ
(iv) ନବବଧୂ
Answer:
(iii) ବାରବଧୂ.

Question ୨ ।
ପିଙ୍ଗଳା ଆଉ କେଉଁ ଦୀପ ଜାଳିବ ନାହିଁ ବୋଲି କହିଛି ?
(i) ସଞ୍ଜ ଦୀପ
(ii) ପୂଜା ଦୀପ
(iii) ଜ୍ଞାନ ଦୀପ
(iv) କେଳିଦୀପ
Answer:
(iv) କେଳିଦୀପ

Question ୩ ।
ପିଙ୍ଗଳା ରସିକ ନାଗରମାନଙ୍କୁ କି ଅଭିନୟ ଦେଖାଉଥିଲା ?
(i) ପୀରତିର ଅଭିନୟ
(ii) ଛଳନାର ଅଭିନୟ
(iii) ସ୍ତ୍ରୀର ଅଭିନୟ
(iv) ବାନ୍ଧବୀର ଅଭିନୟ
Answer:
(i) ପୀରତିର ଅଭିନୟ

Question ୪।
‘ମରତ ପଥର ଅମର ବନ୍ଧୁ ଥାନ୍ତରବିମାନ’- କାହା ଉଦ୍ଦେଶ୍ୟରେ କୁହାଯାଇଛି ?
(i) ପିଙ୍ଗଳାର ପ୍ରେମିକ
(ii) ଧନିକ ଯୁବକ
(iii) ରସିକ ନାଗର
(iv) ପରମ ପୁରୁଷ
Answer:
(iv) ପରମ ପୁରୁଷ

Question ୫ ।
ମୁକ୍ତା କେଉଁଠି ଫଳେ ?
(i) ଶୁକ୍ତି ଗର୍ଭରେ
(ii) ସାଗର ଗର୍ଭରେ
(iii) ଧରିତ୍ରୀ ଗର୍ଭରେ
(iv) ପଦ୍ମ ଗର୍ଭରେ
Answer:
(i) ଶୁକ୍ତି ଗର୍ଭରେ

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୬ ।
କେଉଁ ମାଳା ଦରକାର ନାହିଁ ବୋଲି ପିଙ୍ଗଳା କହିଛି ?
(i) ମଣିକାଞ୍ଚନ ମାଳା
(ii) ମରକତ ମାଳା
(iii) ବନପୁଷ୍ପର ମାଳା
(iv) ମଲ୍ଲୀମାଳା
Answer:
(i) ମଣିକାଞ୍ଚନ ମାଳା

Question ୭ ।
ସଚେତନ ପିଙ୍ଗଳାର ଅଙ୍ଗପୁଲକକୁ କାହା ସହିତ ତୁଳନା କରାଯାଇଛି ?
(i) ପ୍ରସ୍ଫୁଟିତ ପଦ୍ମ
(ii) ବରଷାର ନୀପ
(iii) କୋରକିତ କେତକୀ
(iv) ବିକଶିତ ମଲ୍ଲୀ
Answer:
(ii) ବରଷାର ନୀପ

Question ୮ ।
ଆତ୍ମଜ୍ଞାନ ଲାଭ ପରେ ପିଙ୍ଗଳା କାହା ପରି ଛୁଟି ଯିବାପାଇଁ ଚାହିଁଛି ?
(i) ମୁକ୍ତ ଚାରିଣୀ ତଟିନୀ
(ii) ବରଷାର ଧାରା
(iii) ଧୀର ସମୀରଣ
(iv) ଦକ୍ଷିଣା ପବନ
Answer:
(i) ମୁକ୍ତ ଚାରିଣୀ ତଟିନୀ

Question ୯ ।
ପିଙ୍ଗଳା କେଉଁ ନଗରର ନଟୀ ଥିଲା ?
(i) ଅବନ୍ତୀ
(ii) ଉଜ୍ଜୟିନୀ
(iii) ବିଦେହ
(iv) କୋଶଳ
Answer:
(iii) ବିଦେହ

Question ୧୦ ।
ପ୍ରେମର ସନ୍ନ୍ୟାସିନୀ ବୋଲି କବି କାହାକୁ କହିଛନ୍ତି ?
(i) ମଧୁମତ୍ତା
(ii) ପିଙ୍ଗଳା.
(iii) ଆମ୍ରପଲ୍ଲୀ
(iv) ମଧୁବ୍ରତା
Answer:
(ii) ପିଙ୍ଗଳା

Question ୧୧ ।
ଉତ୍ତରିତ ପିଙ୍ଗଳା କେଉଁଠି ଶୋଇବ ବୋଲି କହିଛି ?
(i) ଧରଣୀର ତୃଣ ତତ୍ପରେ
(ii) ଫୁଲ ଶଯ୍ୟାରେ
(iii) ତୂଳିତ ଶଯ୍ୟାରେ
(iv) ପଥରର ଚଟାଣରେ
Answer:
(i) ଧରଣୀର ତୃଣ ତନ୍ତ୍ରରେ

Question ୧୨ ।
ପୁଣ୍ୟ ମର୍ତ୍ତ୍ୟଭୂମିରେ ପିଙ୍ଗଳା କ’ଣ ସାଜିଛି ବୋଲି କହିଛି ?
(i) ପତିତା
(ii) ନେତ୍ରୀ
(iii) ପତିତା
(iv) ଗୃହିଣୀ
Answer:
(iii) ସାମ୍ରାଜ୍ଞୀ

(ଖ) ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
‘ପିଙ୍ଗଳାର ଅଭିସାର’ କବିତାର କବି କିଏ ?
Answer:
‘ପିଙ୍ଗଳାର ଅଭିସାର’ କବିତାର କବି ରାଧାମୋହନ ଗଡ଼ନାୟକ ।

Question ୨ ।
କେଉଁ ପୁରାଣର ଉପାଖ୍ୟାନ ଆଧାରରେ ‘ପିଙ୍ଗଳାର ଅଭିସାର? କବିତାଟି ରଚିତ ହୋଇଛି ?
Answer:
ଶ୍ରୀମଦ୍ ଭାଗବତର ଉପାଖ୍ୟାନ ଆଧାରରେ ‘ପିଙ୍ଗଳାର ଅଭିସାର’ କବିତାଟି ରଚିତ ହୋଇଛି ।

Question ୩ ।
ପିଙ୍ଗଳା କେଉଁ ନଗରୀରେ ବାସ କରୁଥିଲା ?
Answer:
ପିଙ୍ଗଳା ବିଦେହ ନଗରୀରେ ବାସ କରୁଥିଲା ।

Question ୪ ।
ବାରବଧୂ ବୋଲି କବି କାହାକୁ କହିଛନ୍ତି ?
Answer:
ବାରବଧୂ ବୋଲି କବି ପିଙ୍ଗଳାକୁ କହିଛନ୍ତି ।

Question ୫ ।
ପିଙ୍ଗଳାର ମନରେ କାହିଁକି ବିରାଗ ଆସିଥିଲା ?
Answer:
ସମ୍ଭ୍ରାନ୍ତ ଧନୀଯୁବକ ସଙ୍କେତ ଦେଇ ନ ଆସିବାରୁ ପିଙ୍ଗଳାର ମନରେ ବିରାଗ ଆସିଥିଲା ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୬ ।
ଦିବ୍ୟ ପରମଧନ ବୋଲି କାହାକୁ କୁହାଯାଇଛି ?
Answer:
ଅମରବନ୍ଧୁ, ଅନ୍ତରବିମୋହନ ଭଗବାନଙ୍କୁ ଦିବ୍ୟ ପରମ ଧନ ବୋଲି କୁହାଯାଇଛି ।

Question ୭ ।
ମରତ ପଥର ଅମର ବନ୍ଧୁ କିଏ ?
Answer:
ମରତ ପଥର ଅମର ବନ୍ଧୁ ଭଗବତ୍ ସତ୍ତା ।

Question ୮ ।
ପିଙ୍ଗଳାର ପଙ୍କିଳ ଜୀବନରେ କ’ଣ ଫୁଟିଛି ବୋଲି କୁହାଯାଇଛି ?
Answer:
ପିଙ୍ଗଳାର ପଙ୍କିଳ ଜୀବନରେ ଶତଦଳ ଫୁଟିଛି ବୋଲି କୁହାଯାଇଛି ।

Question ୯ ।
ପିଙ୍ଗଳା କାହିଁକି ଧନ ସମ୍ପଦ ଲୋଡ଼ା ନାହିଁ ବୋଲି ସେ କହିଛି ?
Answer:
ଭଗବତ୍ ସତ୍ତାକୁ ଅନୁଭବ କଲାପରେ ପିଙ୍ଗଳାର ଧନସମ୍ପଦ ଲୋଡ଼ାନାହିଁ ବୋଲି ସେ କହିଛି ।

Question ୧୦ ।
ରସିକ ନାଗରମାନେ ଆଉ କାହିଁକି ପିଙ୍ଗଳା ପାଖକୁ ଆସିବେ ନାହିଁ ବୋଲି କୁହାଯାଇଛି ?
Answer:
ଭଗବତ୍ ସନ୍ଧାନରେ ଆସିଲାପରେ, ରସିକ ନଗରମାନେ ଆଉ ପିଙ୍ଗଳା ପାଖକୁ ଆସିବେ ନାହିଁ ବୋଲି କୁହାଯାଇଛି ।

Question ୧୧ ।
ମଧୁର ଲଗ୍ନରେ ଆକାଶରେ କିଏ ହସୁଥିଲେ ?
Answer:
ମଧୁର ଲଗ୍ନରେ ଆକାଶରେ ମୋହନ ଇନ୍ଦୁ ହସୁଥିଲେ ।

Question ୧୨।
‘ଶୁଭ୍ର, ଜୋଛନା ଶିରୀ’ କେଉଁଠି ଉଚ୍ଛୁଳି ପଡ଼ୁଥୁଲା ?
Answer:
ଦଶଦିଗକୁ ଶୁଭ୍ର ଜୋଛନା ଶିରୀ ଉଛୁଳି ପଡୁଥିଲା ।

Question ୧୩।
ପିଙ୍ଗଳାର ଅଙ୍ଗର ପୁଲକକୁ କାହା ସହିତ ତୁଳନା କରାଯାଇଛି ?
Answer:
ପିଙ୍ଗଳାର ଅଙ୍ଗର ପୁଲକକୁ ବରଷାର ନୀପ ସହିତ ତୁଳନା କରାଯାଇଛି ।

Question ୧୪ ।
ଜୀବନ ଯମୁନାରେ କିପରି ଜୁଆର ଆସେ ?
Answer:
ଜୀବନ ଯମୁନାରେ ଉଜାଣି ଜୁଆର ଆସେ ।

Question ୧୫ ।
ପ୍ରେମର ଧନକୁ କିପରି ଭେଟିବ ବୋଲି ପିଙ୍ଗଳା କହିଛି ?
Answer:
ଶତ ବନଗିରି କାନ୍ତାରେ ବୁଲି ପ୍ରେମର ଧନକୁ ଭେଟିବ ବୋଲି ପିଙ୍ଗଳା କହିଛି ।

Question ୧୬ ।
ମୁକ୍ତଚାରିଣୀ ତଟିନୀ ବୋଲି କାହାକୁ କୁହାଯାଇଛି ?
Answer:
ମୁକ୍ତଚାରିଣୀ ତଟିନୀ ବୋଲି ପିଙ୍ଗଳାକୁ କୁହାଯାଇଛି ।

Question ୧୭ ।
ପ୍ରେମରେ ସନ୍ନ୍ୟାସିନୀ କିଏ ?
Answer:
ପ୍ରେମର ସନ୍ନ୍ୟାସିନୀ ହେଉଛି ପିଙ୍ଗଳା ।

Question ୧୮ ।
ପିଙ୍ଗଳା ତା’ ପାପର କଳୁଷ କାଳିମା କିପରି ଧୋଇବ ବୋଲି ଭାବୁଛି ?
Answer:
ପିଙ୍ଗଳା ତା’ ପାପର କଳୁଷ କାଳିମା ତିକ୍ତ ଲୋତକ ଜଳରେ ଧୋଇବ ବୋଲି ଭାବୁଛି ।

Question ୧୯।
ପିଙ୍ଗଳା ପ୍ରିୟତମକୁ କିପରି ଧୂପ ଆରତି ଦେବ ?
Answer:
ପିଙ୍ଗଳା ପ୍ରିୟତମକୁ ପୀରତି ଅନଳେ ଧୂପ ଜାଳି ଆରତି ଦେବ ।

Question ୨୦ ।
ପିଙ୍ଗଳା ମୁରଲୀର ଗୀତ କେଉଁଠି ଶୁଣିବି ବୋଲି କବି କହିଛନ୍ତି ?
Answer:
ପିଙ୍ଗଳା ମୁରଲୀର ଗୀତ ଗଗନେ ଭୁବନେ ପବନେ ପବନେ ଶୁଣିବ ବୋଲି କବି କହିଛନ୍ତି ।

Question ୨୧ ।
ଜ୍ୟୋତ୍ସ୍ନା ନିଶିର ପୁଲକରେ ପିଙ୍ଗଳା କ’ଣ ପିଇବ ବୋଲି କବି କହିଛନ୍ତି ?
Answer:
ଜ୍ୟୋସ୍ପାନିଶିର ପୁଲକରେ ପିଙ୍ଗଳା ବନ୍ଧୁର ହାସ ସୁଧା ପିଇବ ବୋଲି କବି କହିଛନ୍ତି ।

Question ୨୨ ।
ପ୍ରେମପାଗଳିନୀ ପିଙ୍ଗଳା କ’ଣ ଭୁଲିଯାଏ ବୋଲି କହିଛି ?
Answer:
ପ୍ରେମପାଗଳିନୀ ପିଙ୍ଗଳା ପ୍ରାଣର ଆକୁଳ ପିପାସା ଓ କ୍ଷୁଧାକୁ ଭୁଲିଯାଏ ବୋଲି କହିଛି ।

Question ୨୩ ।
ସଚେତନ ପିଙ୍ଗଳା କେଉଁଠି ଆନନ୍ଦରେ ଶୋଇପାରିବ ବୋଲି କହିଛି ?
Answer:
ସଚେତନ ପିଙ୍ଗଳା ଧରଣୀର ତୃଣତଳ୍ପ ଛ।ତିରେ ଆନନ୍ଦରେ ଶୋଇପାରିବ ବୋଲି କହିଛି ।

Question ୨୪ ।
କାହାର ସ୍ଵପ୍ନ ଦେଖି ପିଙ୍ଗଳା ଆନନ୍ଦରେ ଆଖି ବୁଜିବ ବୋଲି କହିଛି ?
Answer:
ଭଗବତ୍ ସତ୍ତା ଯାହାକୁ ବନ୍ଧୁଭାବରେ ଗ୍ରହଣ କରିନେଇଛି, ତାହାରି ସ୍ଵପ୍ନ ଦେଖି ପିଙ୍ଗଳା ଆନନ୍ଦରେ ଆଖି ବୁଜିବ ବୋଲି କହିଛି ।

Question ୨୫ ।
ପିଙ୍ଗଳାର ସ୍ଵପ୍ନ ଦେଖ୍ ଆଖ୍ ବୁଜିବାବେଳେ କେଉଁମାନେ ସାକ୍ଷୀ ରହିଥ‌ିବେ ?
Answer:
ପିଙ୍ଗଳାର ସ୍ଵପ୍ନ ଦେଖ୍ ଆଖ୍ ବୁଜିବାବେଳେ ଚନ୍ଦ୍ର, ତପନ, ଗଗନ, ଭୁବନ ସାକ୍ଷୀ ରହିଥ‌ିବେ ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୨୬ ।
‘ସରଗର ଅମର କନ୍ୟା’ ବୋଲି କବି କାହାକୁ କହିଛନ୍ତି ?
Answer:
ବିଦେହ ସଭାରେ ଉଦ୍‌ବେଳିତ ପିଙ୍ଗଳାକୁ ସରଗର ଅମର କନ୍ୟା ବୋଲି କବି କହିଛନ୍ତି ।

Question ୨୭ ।
କିଏ ପତିତାର ଜୀବନ ବିତାଉଥିଲା ?
Answer:
ପିଙ୍ଗଳା ପତିତାର ଜୀବନ ବିତାଉଥିଲା ।

Question ୨୮ ।
ଅମୃତ ପିଇବାପାଇଁ ଆସିଥିଲି ବୋଲି କିଏ କହିଛି ?
Answer:
ଅମୃତ ପିଇବାପାଇଁ ଆସିଥିଲି ବୋଲି ପିଙ୍ଗଳା କହିଛି ।

Question ୨୯ ।
ମଧୁର ମୁରଲୀର ଧ୍ଵନିରେ କିଏ ପିଙ୍ଗଳାକୁ ଡାକୁଥିଲେ ?
Answer:
ମଧୁର ମୁରଲୀ ଧ୍ଵନିରେ ପତିତପାବନ ବନ୍ଧୁ ପିଙ୍ଗଳାକୁ ଡାକୁଥିଲେ ।

Question ୩୦ ।
ପତିତପାବନ ବନ୍ଧୁ ବୋଲି କବି କାହାକୁ କହିଛନ୍ତି ?
Answer:
ପତିତପାବନ ବନ୍ଧୁ ବୋଲି କବି ଭଗବତ୍ ସତ୍ତାକୁ କହିଛନ୍ତି ।

Question ୩୧ ।
‘ବିଶ୍ୱ-ପରଶମଣି’ – କାହାକୁ କୁହାଯାଇଛି ?
Answer:
‘ବିଶ୍ଵ – ପରଶମଣି’ ବୋଲି ପତିତପାବନ ବନ୍ଧୁଙ୍କୁ କୁହାଯାଇଛି ।

Question ୩୨ ।
ପତିତପାବନଙ୍କ ପୁଣ୍ୟ ସ୍ପର୍ଶରେ ପିଙ୍ଗଳାର କ’ଣ ହେବ ବୋଲି କୁହାଯାଇଛି ?
Answer:
ପତିତପାବନଙ୍କ ପୁଣ୍ୟ ସ୍ପର୍ଶରେ ପିଙ୍ଗଳାର ଅପବିତ୍ର ଅଙ୍ଗ ସ୍ପର୍ଶ ହେବ ବୋଲି କୁହାଯାଇଛି ।

Question ୩୩ ।
ବିଦାୟ ବେଳାରେ ପିଙ୍ଗଳା ବିଦେହବାସୀଙ୍କୁ କ’ଣ ଭୁଲିଯିବାପାଇଁ ଅନୁରୋଧ କରିଛି ।
Answer:
ବିଦାୟ ବେଳାରେ ପିଙ୍ଗଳା ବିଦେହବାସୀଙ୍କୁ ତା’ର ଘୃଣ୍ୟ କଳୁଷରାଜିକୁ ଭୁଲିଯିବାପାଇଁ ଅନୁରୋଧ କରିଛି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ।

କବିତା – ପିଙ୍ଗଳାର ଅଭିସାର, କବି – ରାଧାମୋହନ ଗଡ଼ନାୟକ

Question ୧ ।
ପିଙ୍ଗଳା କାହିଁକି ପୀରତିର ଅଭିନୟ କରିବ ନାହିଁ ବୋଲି କହିଛି ?
Answer:
ପିଙ୍ଗଳା ଜୀବନରେ ଆଧ୍ୟାତ୍ମିକ ଉତ୍ତରଣ ହେଲାପରେ, ସେ ବାରବଧୂର ଜୀବନରୁ ଦୂରେଇ ଯାଇଛି ଏବଂ ଆଉ କାହା ପାଖରେ ପୀରତିର ଅଭିନୟ କରିବ ନାହିଁ ବୋଲି କହିଛି ।

Question ୨ ।
‘‘ରିକ୍ତ ଏ ମୋର ଶୁକ୍ତି ଗରଭେ ଫଳିଛି ମୁକ୍ତାଫଳ’’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ପିଙ୍ଗଳାର ଆଧ୍ୟାତ୍ମିକ ଉତ୍ତରଣ ହେଲାପରେ, ତା’ମନରେ ଆଶାର ସମ୍ଭାବନା ଦେଖାଦେଇଛି, ତେଣୁ ସେ ନିଜ ଉନ୍ନତି କଥା ବିଚାର କରିଛି । ଏହି ପ୍ରସଙ୍ଗରେ ‘ରିକ୍ତ ଏ ମୋର ଶୁକ୍ତି ଗରଭେ ଫଳିଛି ମୁକ୍ତାଫଳ’ ବୋଲି କୁହାଯାଇଛି ।

Question ୩ ।
ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ କ’ଣ ଲୋଡ଼ା ନାହିଁ ବୋଲି କହିଛି ?
Answer:
ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ ବିଳାସକୁଞ୍ଜ, ଚାରୁଚିତ୍ରଶାଳା ଲୋଡ଼ାନାହିଁ ବୋଲି କହିଛି ।

Question ୪ ।
ପିଙ୍ଗଳାର ଜୀବନ ଯମୁନାରେ ଉଜାଣି ଉଠିଲା କାହିଁକି ?
Answer:
କାହିଁ କେଉଁ ଦୂର ଦେଶର ମଞ୍ଜୁ ମୁରଲୀ ପିଙ୍ଗଳାକୁ ଶୁଣାଯିବାରୁ ତା’ର ଜୀବନ ଯମୁନାରେ ଉଜାଣି ଉଠିଛି ।

Question ୫।
‘ବନ୍ଧୁ ମୋ ପ୍ରେମ ସିନ୍ଧୁ’’ କିଏ କେଉଁ ପ୍ରସଙ୍ଗରେ କହିଛି ?
Answer:
ପିଙ୍ଗଳାର ଦିବ୍ୟଚେତନା ଜାଗ୍ରତ ହେଲାପରେ ସେ ପ୍ରେମର ଧନକୁ ଭେଟିବ ଏବଂ ସେହି ବନ୍ଧୁ ଯେ କି ତା’ ଜୀବନର ପ୍ରେମର ସିନ୍ଧୁ, ତାଙ୍କରି ଚରଣ ତଳେ ନିଜ ଜୀବନକୁ ସମର୍ପଣ କରିଦେବ ବୋଲି କହିଛି ।

Question ୬ ।
ପିଙ୍ଗଳା ଆପଣା ପ୍ରାଣର ଆକୁଳ ପିପାସା କିପରି ଭୁଲିବ ବୋଲି ମନେକରିଛି ?
Answer:
ଦିବ୍ୟଚେତନା ଆସିଲାପରେ ପିଙ୍ଗଳା ଜ୍ୟୋସ୍ପାନିଶିରେ ପୁଲକିତ ପ୍ରାଣରେ ପ୍ରିୟବନ୍ଧୁଙ୍କର ହାସ ସୁଧା ପାନକଲା ପରେ ଆପଣା ପ୍ରାଣର ଆକୁଳ ପିପାସା ଭୁଲିବ ବୋଲି ମନେକରିଛି ।

Question ୭ ।
ସନ୍ୟାସିନୀ ପିଙ୍ଗଳାର ଜୀବନ ଧାରଣ କିପରି ହେବ ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ସନ୍ନ୍ୟାସିନୀ ପିଙ୍ଗଳା ଦିବ୍ୟଚେତନା ଲାଭକଲା ପରେ ଜଗତର ବନ୍ଧୁ ପ୍ରିୟତମଙ୍କର ସ୍ୱପ୍ନ ଦେଖୁ ଦେଖୁ ଆଖିବୁଜି ଦେବ ବୋଲି କବି ବର୍ଣ୍ଣନା କରିଛନ୍ତି ।

Question ୮ ।
ପିଙ୍ଗଳା କାହିଁକି ନିଜକୁ ସର୍ପିଣୀ ବୋଲି କହିଛି ?
Answer:
ପିଙ୍ଗଳା ମନରେ ଅନୁଶୋଚନା ଆସିଥିବାରୁ, ସେ ମନେକରିଛି, ଅମୃତର ସନ୍ତାନ ହୋଇ ସେ ଧରାପୃଷ୍ଠକୁ ଆସିଥିଲେ ବି ସର୍ପିଣୀ ପରି ସୃଷ୍ଟିରେ ବିଷମ ବିଷ ଢାଳି ଦେଇଛି, ଯାହାଫଳରେ ନିଜକୁ ସେ ସର୍ପିଣୀ ବୋଲି କହିଛି ।

Question ୯ ।
ମଧୁର- ମୁରଲୀର ସ୍ଵରରେ କିଏ କାହାକୁ କାହିଁକି ଡାକୁଥୁଲା ?
Answer:
ମଧୁର ମୁରଲୀ ସ୍ଵରରେ ଜୀବନର ପ୍ରିୟତମ ପିଙ୍ଗଳାକୁ କଳୁଷ ଗତିରୁ ମୁକ୍ତି ଦେବାପାଇଁ ଡାକୁଥିଲା ।

Question ୧୦ ।
ବିଶ୍ଵ ପରଶମଣି ବୋଲି କବି କାହାକୁ କାହିଁକି କହିଛନ୍ତି ?
Answer:
ବିଶ୍ଵ ପରଶମଣି ବୋଲି କବି ପତିତପାବନ ଜଗତ୍ଵବନ୍ଧୁ ଭଗବତ୍ ସତ୍ତାକୁ କହିଛନ୍ତି, କାରଣ ତାଙ୍କରି ସ୍ପର୍ଶରେ ପିଙ୍ଗଳାର କାଳିମା ଦୂରେଇ ଯାଇ ସେ ପବିତ୍ର ହୋଇଯିବ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କପାଇଁ ୧ ନମ୍ବର । ଉତ୍ତର ପାଇଁ ୨ ନମ୍ବର ।

କବିତା – ପିଙ୍ଗଳାର ଅଭିସାର, କବି – ରାଧାମୋହନ ଗଡ଼ନାୟକ ।

Question ୧ ।
ପିଙ୍ଗଳାର ମନରେ କାହିଁକି ବୈରାଗ୍ୟ ଭାବ ଜାତ ହେଲା ?
Answer:
ସନ୍ଧ୍ୟା ସମୟରେ ଧନୀପୁତ୍ରଟି ସଙ୍କେତ ଦେଇ, ରାତ୍ରିରେ ନ ଆସିବାରୁ ପିଙ୍ଗଳା ମନରେ ହତାଶା ଦେଖାଦେଇଛି । ସେହି ହତାଶାରୁ ତାହାର ଦେଖାଦେଇଛି ଆଧ୍ୟାତ୍ମିକ ଉତ୍ତରଣ । ତା’ ହୃଦୟରେ ଦିବ୍ୟଚେତନା ଜାଗ୍ରତ ହେବାରୁ ତା’ମନରେ ବୈରାଗ୍ୟ ଭାବ ଜାଗ୍ରତ ହୋଇଛି ।

Question ୨ ।
ମରତ ପଥର ଅମର ବନ୍ଧୁଙ୍କୁ ଲାଭ କରିବା ପରେ ପିଙ୍ଗଳା ଜୀବନରେ କ’ଣ ସବୁ କରିବ ନାହିଁ ବୋଲି କହିଛି ?
Answer:
ମରତ ପଥରେ ଅମର ବନ୍ଧୁଙ୍କୁ ଲାଭକରିବା ପରେ ପିଙ୍ଗଳା ଜୀବନରେ ଆଧ୍ୟାତ୍ମିକ ଭାବ ଦେଖାଦେଇଛି । ସେ ପୂର୍ବଭଳି ବାରବଧୂ ଭାବରେ ପ୍ରୀତି ଅଭିନୟ କରିବ ନାହିଁ, ରାତିସାରା ଜାଗ୍ରତ ହୋଇ ଫୁଲ ଶେଯ ଶେଯାଇବ ନାହିଁ କିମ୍ବା କେଳିଦୀପ ଜାଳିବ ନାହିଁ ବୋଲି କହିଛି ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

Question ୩ ।
ପିଙ୍ଗଳାର ବିଫଳ ଜୀବନ ସଫଳ ହେଲା ବୋଲି ସେ କିପରି ମନେ କରିଛି ?
Answer:
ଧନୀପୂତ୍ର ନ ଆସିବାରୁ ପିଙ୍ଗଳା ମନରେ ଆସିଥିଲା ପରିବର୍ତ୍ତନ । ସେ ଅନୁଭବ କରିଥିଲା, ତା’ପାଖରେ ରହିଛନ୍ତି ଅନ୍ତରବିମୋହନ ସଭା । ପୂର୍ବରୁ ସେ ବାରବଧୂଭାବରେ, ଧନଅର୍ଜନ କରିବାପାଇଁ, କେଳିଦୀପ ଜାଳି ପ୍ରୀତିର ଅଭିନୟ କରୁଥିଲା । ସେଭଳି ଜୀବନ ବ୍ୟର୍ଥ ଜୀବନ ବୋଲି ସେ ଜାଣିପାରିଲା । ମନରେ ଅମରବନ୍ଧୁଙ୍କ ଅନୁଭବ କଲାପରେ, ତା’ର ବିଫଳ ଜୀବନ ସଫଳ ହେଲା ବୋଲି ସେ ମନେ କରିଛି ।

Question ୪ ।
ପରିବର୍ତ୍ତିତ ପିଙ୍ଗଳା, ପ୍ରକୃତିକୁ କିପରି ଅନୁଭବ କରିଛି ?
Answer:
ପିଙ୍ଗଳା ମନରେ ପରିବର୍ତ୍ତନ ଓ ଆଧ୍ୟାତ୍ମିକ ଉତ୍ତରଣ ହେଲା ପରେ ଦେହ ଅପେକ୍ଷା ବିଦେହ ସତ୍ତାର ସୌନ୍ଦର୍ଯ୍ୟକୁ ସେ ମର୍ମେ ମର୍ମେ ଅନୁଭବ କରିଛି । ଧରଣୀର ପରିବେଶ ତା’ପାଇଁ ହୋଇଛି ମୁଲାୟମ । ଗଗନର ଇନ୍ଦୁ ଓ ତାରକାରାଶି ମୁଗ୍ଧ ଦୃଷ୍ଟିରେ ହସୁଥୁଲାଭଳି ତା’କୁ ମନେ ହୋଇଛନ୍ତି । ସବୁଆଡ଼େ ଯେଭଳି ଜ୍ୟୋତ୍ସ୍ନା ଓ ଧୀର ସମୀରର ଶୀତଳତା ଅନୁଭୂତ ହୋଇଛି ବୋଲି ପିଙ୍ଗଳା ଭାବିଛି ।

Question ୫ ।
“ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ’’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ପିଙ୍ଗଳା ମନରେ ଯେତେବେଳେ ଭଗବତ୍‌ସତ୍ତା ପ୍ରତି ଅନୁରକ୍ତି ଆସିଛି, ସେତେବେଳେ ସବୁଆଡ଼େ ସେ ସୁମଧୁର ସ୍ପର୍ଶ ଅନୁଭବ କରିଛି । ତା’ ଦେହରେ ଦେଖାଦେଇଛି ପୁଲକିତ ଭାବ । ସେ ଶୁଣିପାରିଛି ମଞ୍ଜୁଳ ମୁରଲୀ ଧ୍ଵନି । ଫଳରେ ତା’ ଜୀବନ ଯମୁନାରେ ଉଜାଣି ବହିଛି ଏବଂ ଜାଗତିକ ବନ୍ଧନରୁ ସେ ମୁକ୍ତ ହୋଇ ପ୍ରିୟ ପରମଙ୍କ ଅଭିସାର ପାଇଁ ପ୍ରସ୍ତୁତ ହୋଇଛି ।

Question ୬ ।
ସଚେତନ ପିଙ୍ଗଳା ତା’ର ପ୍ରିୟ ପରମଙ୍କର କିପରି ପୂଜା ଆରତି କରିବ ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ପିଙ୍ଗଳା ଯେତେବେଳେ ବାରବିଳାସିନୀ ନହୋଇ ପ୍ରେମର ସନ୍ନ୍ୟାସିନୀ ସାଜିଛି, ସେତେବେଳେ ସେ ନିଜର କଳୁଷକାଳିମାକୁ ଲୋତକ ଜଳରେ ଧୋଇଦେଇଛି । ନିଜର ଯୌବନ ଧନକୁ ଓ ରୂପ ପସରାକୁ ପ୍ରୀତି ଅନଳରେ ଜାଳିଦେଇ ପ୍ରିୟ ପରମଙ୍କ ପାଇଁ ଆରତି ଧୂପ ସଜାଡ଼ିଛି ।

Question ୭ ।
ଆପଣାର ଘୃଣ୍ୟ ଜୀବନରୁ ମୁକ୍ତି ପାଇଥିବା ପିଙ୍ଗଳାର ଅନୁଭୂତିକୁ କବି କିପରି ବର୍ଣ୍ଣନା କରିଛନ୍ତି ?
Answer:
ଆପଣାର ଘୃଣ୍ୟ ଜୀବନରୁ ମୁକ୍ତି ପାଇଥିବା ପିଙ୍ଗଳା ଅତୀତ ଜୀବନ ପାଇଁ ଅନୁତାପ କରିଛି । ନିଜକୁ ସେ ସରଗର ଅମର କନ୍ୟା, ନାରୀ ଓ ଦେବୀ ବୋଲି ମନେକରିଛି । ତା’ହୃଦୟରେ ନିନାଦିତ ହୋଇଛି ମଞ୍ଜୁଳ ମୁରଲୀ ଧ୍ଵନି । ସେ ପତିତପାବନ ବନ୍ଧୁଙ୍କୁ ପରଶମଣି ଭାବେ ମନେକରି, ତା’ଅଙ୍ଗକୁ ପବିତ୍ର କରିବ ବୋଲି ବିଚାର କରିଛି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ପିଙ୍ଗଳାର ଅଭିସାର’ କବିତାର ମର୍ମ ନିଜ ଭାଷାରେ ଲେଖ ।
Answer:
କବିତା କବି ହୃଦୟର ସ୍ଵତସ୍ପର୍ଭ ପରିପ୍ରକାଶ । କବିତା ମାଧ୍ୟମରେ କବି ନିଜର ଉଚ୍ଛସିତ ଭାବକୁ ପରିପ୍ରକାଶ କରେ । କବି ରାଧାମୋହନ ଗଡ଼ନାୟକ ‘ପିଙ୍ଗଳାର ଅଭିସାର’ କବିତାରେ ଜୀବନର ମୋହମୁକ୍ତ ଅନୁଭୂତିକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । କବିତାର କଥାବସ୍ତୁକୁ ଗାଥାଭାବରେ ଶ୍ରୀମଦ୍ ଭଗବତ୍ ଗ୍ରନ୍ଥରୁ ଗ୍ରହଣ କରିଥିଲେ ବି, ପିଙ୍ଗଳାର ମାନସିକ ଦୋଳନ, ଅତୀତ ଜୀବନର ଘୃଣ୍ୟକର୍ମ ପାଇଁ ଶୋଚନ ଓ ଅନୁତାପ, ହୃଦୟରେ ବିଦେହୀ ସଭାଙ୍କର ଅନୁଭବ ଓ ତାଙ୍କର ପାଇଁ ପ୍ରେମର ସନ୍ୟାସିନୀ ସାଜିବାକୁ ଅତି ଭାବପୂର୍ଣ୍ଣ ଭାବରେ କବି ଉପସ୍ଥାପିତ କରିଛନ୍ତି ।

ବାରବିଳାସିନୀ ପିଙ୍ଗଳା ଦେହଦାନ ପାଇଁ ପରପୁରୁଷକୁ ପ୍ରତୀକ୍ଷା କରି ପରିଶେଷରେ ଅବସାଦ ଓ ଅନାସକ୍ତ ହୋଇଛି । ପ୍ରେମିକ ଧନୀ ପୁରୁଷ ପ୍ରତି ଅଭିସାରିକା ବାରବଧୂ ପିଙ୍ଗଳା କରିଥିବା ରାତ୍ରିର ପ୍ରତୀକ୍ଷା କ୍ରମଶଃ ଭାବାନ୍ତର ଆଣିଦେଇଛି । ସ୍ଵୀକାର କରିଛି । କାହା ଆଗରେ ପ୍ରୀତିର ଅଭିନୟ କରିବ ନାହିଁ କିମ୍ବା କାହା ପାଇଁ ଫୁଲ ଶେଯ ଶେଯାଇବ ନାହିଁ । କାରଣ ପାର୍ଥିବ ସମ୍ଭୋଗ ଓ ଐଶ୍ବର୍ଯ୍ୟରୁ ମନ ତା’ର ଦୂରେଇ ଯାଇଛି । ପାପପଙ୍କିଳ ଜୀବନରେ ତା’ର ପ୍ରସ୍ଫୁଟିତ ହୋଇଛି ଶତଦଳ । ଶୂନ୍ୟ ଶାମୁକା ଗର୍ଭରେ ସଞ୍ଚାରିତ ହୋଇଛି ପ୍ରେମର ମୁକ୍ତା ।

ଶାଶ୍ବତ ପ୍ରେମର ସନ୍ଧାନ ପାଇଲା ପରେ, ସେ ମନେକରିଛି ଚତୁର୍ଦ୍ଦିଗ ଅମୃତମୟ । ଫଳରେ ଅତୀତ ଜୀବନର ରାତ୍ରି ଅପେକ୍ଷା, ବର୍ତ୍ତମାନର ରାତ୍ରି ହୋଇଛି ଯଥାର୍ଥ ମଧୁମୟ ଓ ପ୍ରୀତିପଦ । ଧରଣୀ ମନେ ହୋଇଛି ସ୍ନିଗ୍‌ଧ । ଆକାଶର ଚନ୍ଦ୍ରତାରା ଯେପରି ମୁଗ୍ଧ ନେତ୍ରରେ ତା’କୁ ଅନାଇ ହସୁଛନ୍ତି । ପରମପୁରୁଷଙ୍କ ସୁମଧୁର ସ୍ପର୍ଶ ତା’ ଦେହକୁ କରିଛି କଦମ୍ବ କୋରକିତ । ଜୀବନ ଯମୁନାରେ ତା’ର ଉଠିଛି ଉଜାଣି ଢେଉ । ମୁକ୍ତ ଓ ସ୍ବାଧୀନ ଚାରିଣୀ ତଟିନୀ ପରି ସେ ସବୁକିଛି ବାଧା ବନ୍ଧନକୁ ଡେଇଁ ପରମଧନକୁ ଭେଟିବାକୁ ଆଗେଇ ଯାଇଛି ।

ପିଙ୍ଗଳା ବିଦେହ ନଗରରୁ ବିଦାୟ ନେଇଛି । ତାହାକୁ ଭୁଲିଯିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛି । କାରଣ ସେ ହୋଇଛି ପୂଣ୍ୟଭୂମିରେ ସ୍ଵର୍ଗର ଅମରକନ୍ୟା । ସେ ହୋଇଛି ନାରୀ, ପବିତ୍ରାଦେବୀ । ମର୍ତ୍ତ୍ୟରେ ଜନ୍ମନେଇ ଘୃଣ୍ୟ ପାର୍ଥିବ ଜୀବନଯାପନ କରି ପତିତା ସାଜିଥିବାରୁ ସେ ଲଜ୍ଜିତ ହୋଇଛି । ଅମୃତ ପାନକରି ଆସିଥିବା ଜୀବନ, ପାର୍ଥିବ ଧରାରେ କଳଙ୍କିତ କର୍ମ ପାଇଁ ସେ ଅନୁତପ୍ତ ହୋଇଛି । ବିଦେହ ନଗରରୁ ବିଦାୟ ନେଲାବେଳେ, ପିଙ୍ଗଳା କହିଛି –
‘‘ବିଦାୟ ନେଉଛି ବିଦେହ ନଗର, ବିଦାୟ ନେଉଛି ଆଜି,
ଭୁଲିଯାଅ ମତେ, ଭୁଲିଯାଅ ମୋର ଘୃଣ୍ୟ କଳୁଷରାଜି ।’’

Question ୨ ।
କାମନା ବାସନାର ପଙ୍କିଳ ଜୀବନରୁ ଚେତନାର ଉର୍ଦ୍ଧାୟନ ହେଉଛି ‘ପିଙ୍ଗଳାର ଅଭିସାର’ କବିତାର ମର୍ମବାଣୀ ଆଲୋଚନା କର ।
Answer:
କାମନା ଦେହର । ବାସନା ଇଚ୍ଛାର । ଭୋଗଭାଗ୍ୟ ପାର୍ଥିବ ଜଗତର । ଏସବୁଥରେ ଚିରନ୍ତନ ଭାବ ନଥାଏ । ଏହାକୁ ନେଇ ଜୀବନର ଶାଶ୍ବତ ମୂଲ୍ୟାୟନ କରାଯାଇ ନପାରେ । ବରଂ ଏହି ପାର୍ଥିବ ଭୋଗ, ଇନ୍ଦ୍ରିୟାନୁମୋଦିତ କର୍ମ ମଣିଷ ଜୀବନକୁ କଳିଙ୍କିତ କରେ । ଦୁଃଖର ଅମା ଅନ୍ଧକାର ଭିତରକୁ ଠେଲିଦିଏ । ମାତ୍ର ବେଳେବେଳେ ଏହି ପାର୍ଥିବ ସୁଖ ମଣିଷକୁ ଅସାର ଲାଗେ । ହୃଦୟରେ ଦେଖାଦିଏ ବୈରାଗଭାବ । ମନରେ ଆଣେ ଆଧ୍ୟାତ୍ମିକ ଉତ୍ତରଣ । ଦେହ ବିଦେହୀ ସଭାରେ ମିଶିଯିବାକୁ ଚାହେଁ । ଜୀବନର ଏହି ମୂଲ୍ୟାୟନକୁ କବି ରାଧାମୋହନ ଗଡ଼ନାୟକ ‘ପିଙ୍ଗଳାର ଅଭିସାର’ କବିତା ମାଧ୍ୟମରେ ଯଥାର୍ଥ ଭାବରେ ଦେଖାଇଅଛନ୍ତି ।

ପଙ୍ଗଳା ବିଦେହ ନଗରର ବାରବିଳାସିନୀ । ଧନୀପୁତ୍ର ଓ କାମୀପୁରୁଷଙ୍କୁ ପ୍ରୀତିସମ୍ଭାର ଉତ୍ସର୍ଗ କରି ଐଶ୍ବର୍ଯ୍ୟ ଠୁଳ କରିବା ତା’ର ଉଦ୍ଦେଶ୍ୟ । ପାର୍ଥିବ ସୁଖ ସମ୍ପଦରେ ବୁଡ଼ିରହିବା ତା’ର ଲକ୍ଷ୍ୟ । ସେ ଜଣେ ଧନୀ ରସିକ ପୁରୁଷକୁ ଦେହଦାନ କରି ଅଧୂକ ଅର୍ଥ ପାଇବାପାଇଁ ଇଚ୍ଛାକରିଛି । ଧନୀପୁରୁଷ ମଧ୍ୟ ଆସିବା ପାଇଁ ସଙ୍କେତ ଦେଇଛି । ବାସକ ସଜ୍ଜା ଭାବରେ ପିଙ୍ଗଳା ଅପେକ୍ଷା କରିଛି । ଯେତେବେଳେ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଧନୀପୁତ୍ର ଆସିନାହିଁ, ସେତେବେଳେ ପିଙ୍ଗଳା ମନରେ ଆସିଛି ହତାଶା । ସେହି ହତାଶାରୁ ତା’ର ମୋହମୁକ୍ତି ଘଟିଛି । କ୍ରମଶଃ ସେ ଅନାସକ୍ତ ଓ ବିରାଗଭାବସମ୍ପନ୍ନା ହୋଇଛି ।

କରିବାର ମଧୁମୟ ବାସନା ଜାଗିଛି । ଜାଗତିକ କାମନା ବାସନାରୁ ଊର୍ଦ୍ଧାୟିତ ହୋଇଛି ତା’ର ମନ । ତା’ର ପଙ୍କମୟ ଜୀବନରୂପକ ହୃଦୟରେ ଶାଶ୍ବତ ପ୍ରେମର ଶତଦଳ ଫୁଟିଉଠିଛି । ସେ ଆଉ କାହାର ପ୍ରେମିକା ପରି ପ୍ରୀତିର ଅଭିନୟ କରିବ ନାହିଁ ବୋଲି ସ୍ଥିର କରିଛି । ତା’ର ଅନ୍ତରରେ ସ୍ବର୍ଗୀୟ ଓ ଶାଶ୍ବତ ଧନ ସଞ୍ଚାରିତ ହୋଇଛି । ପାର୍ଥିବ ମୋହରୁ ତା’ର ମୁକ୍ତି ଘଟିଛି । ରିକ୍ତ ଶୁଭ୍ର ଗର୍ଭରୁ ତା’ର ମୁକ୍ତା ଫଳିଛି । ମରଣଶୀଳ ମର୍ତ୍ତ୍ୟ ଜୀବନପଥରେ ଚିରସାଥୀ ପରମପୁରୁଷଙ୍କ ସନ୍ଧାନ ପିଙ୍ଗଳା କରିଛି । ପ୍ରେମର ଶାଶ୍ଵତ ପଦ୍ମ ଫୁଟିଛି ତା’ର ଜୀବନର ପଙ୍କପୂର୍ଣ୍ଣ ପରିବେଶରେ । ଶାମୁକା ଗର୍ଭରେ ପବିତ୍ର ପ୍ରେମପୂର୍ଣ୍ଣ ମୁକ୍ତାଫଳ ସୃଷ୍ଟି ଲାଭକରିଛି । ପିଙ୍ଗଳା ହୋଇଛି ଚିରନ୍ତନ ଓ ଶାଶ୍ଵତର ସନ୍ଧାନୀ । ତା’ଜୀବନର ଯଥାର୍ଥ ମୂଲ୍ୟାଙ୍କନ ଘଟିଛି ।

ବାସ୍ତବିରେ କବି ଭାଗବତୀୟ ଚରିତ୍ର ମାଧ୍ୟମରେ ଜୀବନର ଯଥାର୍ଥ ମୂଲ୍ୟାୟନ କରିଛନ୍ତି ।

Question ୩ ।
ଅନ୍ତରର ଆହ୍ଵାନ ଆସିଲେ ବ୍ୟକ୍ତି ପାର୍ଥିବ କାମନା ବାସନାର ଜଟିଳ ଜଞ୍ଜାଳରୁ ମୁକ୍ତ ହୋଇଯାଏ – ପଠିତ ‘ପିଙ୍ଗଳାର ଅଭିସାର’ କବିତାରୁ ଏହାର ସତ୍ୟତା ବିଚାର କର ।
Answer:
ମଣିଷ ନିଜର ଦିଗ୍‌ଦର୍ଶକ ନିଜେ । ସେ ସାଂସାରିକ ଭୋଗଭାଗ୍ୟ ପାଇଁ ହୁଏତ ଅନ୍ୟର ପରାମର୍ଶ ଲୋଡ଼ିପାରେ, ମାତ୍ର ଶାଶ୍ଵତ ଜୀବନର ସନ୍ଧାନ ସେ ନିଜେ କରିଥାଏ । ପୁନଶ୍ଚ ସେ ଯେତେବେଳେ ବସ୍ତୁବାଦୀ ଭୋଗଭାଗ୍ୟ ଓ ସୁଖସମ୍ପଦରୁ ଓହରିଆସେ, ସେତେବେଳେ ଶୁଣିପାରେ ଅନ୍ତରର ଦିବ୍ୟ ଆହ୍ୱାନ। ଥରେ ଅନ୍ତରର ଆହ୍ଵାନ ଶୁଣିସାରିଲା ପରେ ପାର୍ଥିବ ସୁଖସମ୍ପଦ ତାକୁ ଅସାର ଲାଗେ । କାମନା ବାସନାର ଜଞ୍ଜାଳ ତା’ପାଇଁ ହୋଇଯାଏ ଜଟିଳ । ସେ କୌଣସି ପ୍ରକାରେ ସେଥୁରୁ ମୁକ୍ତହୋଇ ପରମପୁରୁଷଙ୍କ ସନ୍ଧାନରେ ବାହାରିଯାଏ । ଜୀବନରେ ଏଭଳି ଆଧ୍ୟାତ୍ମିକ ଉତ୍ତରଣ ହୋଇସାରିଲା ପରେ, ବାସ୍ତବ ଜୀବନର ରଙ୍ଗିନ୍ ଭାବ ଧୂସର ହୋଇଯାଏ ।

ଧନୀପୁତ୍ରଠାରୁ ମନକୁ ଫେରାଇ ଆଣିଲାପରେ ପିଙ୍ଗଳାର ବାରବଧୂ ଅବସ୍ଥାରୁ ମୋହମୁକ୍ତି ହୋଇଛି । ସେ ପରମ ପ୍ରେମମୟଙ୍କର ହୋଇଛି ପୂଜାରିଣୀ । ଫୁଲ ଶଯ୍ୟା ଶେଯାଇବାକୁ ସେ ତ୍ୟାଗକରିଛି । ଅଭିସାରିକା ସାଜିବା ମାନସିକତାରୁ ସେ ମନକୁ ଫେରାଇ ଆଣିଛି । ରାତ୍ରିର ଦୈହିକ ମିଳନକୁ ସେ ଅସାର୍ଥକ ମନେକରିଛି । ବାରବିଳାସିନୀ ଜୀବନ ତା’ପାଇଁ କଦର୍ଯ୍ୟଜୀବନ ହୋଇଉଠିଛି । ଜୀବନରେ ଦିବ୍ୟପ୍ରେମ ଭାବ ତା’ର ସୃଷ୍ଟି ହୋଇଛି । ପଙ୍କିଳ ଜୀବନରୂପକ ସରୋବରରେ ଫୁଟିଛି ଶତଦଳ । ଶାମୁକାରେ ମୁକ୍ତା ସଞ୍ଚାରିତ ହେଲାଭଳି ମନେହୋଇଛି । ପାର୍ଥିବ ଜୀବନର ସକଳ ଆସକ୍ତି ଓ ମୋହାକର୍ଷଣକୁ ହୋଇଛି । ସେ ନିଜକୁ ଆଉ ନର୍ତ୍ତକୀ, ବାରବିଳାସିନୀ, ବାରବଧୂ ବୋଲି ଭାବିପାରି ନାହିଁ । ଅମୃତର ସନ୍ତାନ ଭାବରେ ନିଜକୁ ଦେବୀ ବୋଲି ମନେକରିଛି । ଦିବ୍ୟ ଓ ଶାଶ୍ଵତ ଜୀବନ ପାଇଁ ସେ ହୋଇଛି ଆକାଂକ୍ଷିତ । ଅନ୍ତରର ଆହ୍ଵାନ ଶୁଣି ସାରିଲାପରେ ପ୍ରିୟତମ ପରମ ପ୍ରେମିକ ଉଦ୍ଦେଶ୍ୟରେ ସେ ପ୍ରଧାବିତ ହୋଇଛି । ସେ ହିଁ ପତିତପାବନ । ସେ ହିଁ ପିଙ୍ଗଳାର ବିଶ୍ଵ ପରଶମଣି । ପିଙ୍ଗଳାର ପାପପଙ୍କିଳ ଜୀବନ ପ୍ରଭୁଙ୍କର ସ୍ପର୍ଶରେ ଶୁଦ୍ଧ ସୁବର୍ଣ୍ଣ ହୋଇଯିବାର କାମନା କରାଯାଇଛି ।

ବାସ୍ତବରେ ଅନ୍ତରର ଆହ୍ଵାନ ହିଁ ଯଥାର୍ଥ ଆହ୍ବାନ, ଯାହାକି ମଣିଷକୁ ଦିବ୍ୟଚେତନାରେ ପରିପୂର୍ଣ୍ଣ କରିଦିଏ ।

Question ୪ ।
ଭାଗବତର ମିଥ୍ ଆଧାରରେ ‘‘ପିଙ୍ଗଳାର ଅଭିସାର’’ କବିତା ରଚିତ ହୋଇଥିଲେ ହେଁ ଏହାର ଏକ ଚିରନ୍ତନ ମୂଲ୍ୟ ରହିଛି – ଆଲୋଚନା କର ।
Answer:
‘ପିଙ୍ଗଳାର ଅଭିସାର’ କବିତାଟି କବି ରାଧାମୋହନ ଗଡ଼ନାୟକଙ୍କ ଏକ ମିଥ୍ କବିତା । ଏଥ‌ିରେ କବି ପିଙ୍ଗଳା ଚରିତ୍ର ମାଧ୍ୟମରେ ମୋହମୁକ୍ତ ଅନୁଭୂତି ଓ ଜୀବନର ପ୍ରକୃତ ମୂଲ୍ୟବୋଧକୁ ଯଥାର୍ଥ ଭାବରେ ପ୍ରକାଶ କରିଛନ୍ତି, ଯାହାକି ଜୀବନର ସର୍ବକାଳୀନ ମୂଲ୍ୟବୋଧକୁ ପରିପ୍ରଚାର କରେ । ପାର୍ଥିବ ଆକର୍ଷଣରୁ ମୁକ୍ତ ହୋଇ ଶାଶ୍ଵତ ଆକର୍ଷଣ ପ୍ରତି ସେ ଉନ୍ମୁଖ ହେବାପାଇଁ ସୂଚନା ଦେଇଛନ୍ତି । ପିଙ୍ଗଳା ମାଧ୍ୟମରେ କବି ଜୈବିକ ସମ୍ଭୋଗ ଅପେକ୍ଷା ନାରୀତ୍ଵର ମହନୀୟ ଗରିମାକୁ ପ୍ରକାଶ କରିଛନ୍ତି । ଶ୍ରୀମଦ୍ ଭାଗବତର ବର୍ଣ୍ଣିତ ୨୪ ଗୁରୁଙ୍କ ମଧ୍ୟରୁ ପିଙ୍ଗଳା ବେଶ୍ୟା ଏକ ଗୁରୁ, ଯାହାଙ୍କଠାରୁ ଅବଧୂତ ଜୀବନର ଯଥାର୍ଥତାକୁ ନିରେଖି ଦେଖିଛନ୍ତି । ସେହି ଭାବକୁ ଭାବବିଭୋର ଭାବରେ କବି ଗ୍ରହଣ କରିଛନ୍ତି ଏବଂ ଅତି ଆବେଗାତ୍ମକ ଭାବରେ ଉଲ୍ଲେଖ କରିଛନ୍ତି ।

କବି ପିଙ୍ଗଳା ମାଧ୍ୟମରେ ଦେଖାଇଛନ୍ତି, ନାରୀ କେବଳ ବାରବିଳାସିନୀ, ପୁରୁଷଭୋଗ୍ୟ ନୁହେଁ । ସେ ମଧ୍ୟ ଜୀବନରେ ଭଗବତ୍ ସନ୍ଧାନରେ । ଯାଇପାରେ କବିତାରେ ନାରୀତ୍ଵକୁ ସମ୍ମାନ ଦିଆଯାଇଛି । ଧନୀପୁରୁଷଠାରୁ ଉପେକ୍ଷିତ ହେଲାପରେ ପିଙ୍ଗଳା ମନରେ ଆସିଛି ପରିବର୍ତ୍ତନ । ଦୀର୍ଘଦିନ ଧରି ଭୋଗରେ ବଞ୍ଚି ଆସିଥିବାରୁ ହୃଦୟରେ ଆସିଛି ଶୋଚନା । ସେ ବୋଲି ସେ କାମନା କରିଛି । ତାଙ୍କରି ମଧୁର ମୁରଲୀ ସ୍ଵନ ଶୁଣି ଶୁଣି, ଜ୍ୟୋତ୍ସ୍ନା ରାତ୍ରିର ଶୋଭା ମଧ୍ୟରେ ପରମ ପ୍ରିୟ ପୁରୁଷଙ୍କ ହାସ୍ୟସୁଧାକୁ ପାନକରି ରୋମାଞ୍ଚିତ ହେବାର କାମନା ସେ କରିଛି ।

ଶେଷରେ ପିଙ୍ଗଳା ଭାବିଛି ଜୀବନର ପ୍ରିୟତମ ପରମପୁରୁଷ ତାକୁ ମୁରଲୀ ଧ୍ଵନିରେ ଆହ୍ଵାନ କରୁଛନ୍ତି । ସେ ପତିତପାବନ । ସେ ବିଶ୍ଵ ପରଶମଣି । ସେ ତାଙ୍କର ସ୍ପର୍ଶରେ ପବିତ୍ର ଓ ଶୁଦ୍ଧ ହେବ ବୋଲି ବିଚାର କରିଛି । ସେ ବିଦେହ ନଗରରୁ ଶୁଭ ବିଦାୟ ନେଇଛି ଏବଂ ତା’ର ଅତୀତ ଯାହାକି ପାପପଙ୍କିଳ, ତାହାକୁ ଭୁଲିଯିବାପାଇଁ କହିଛି ।

ପରିବେଶ ଓ ପରିସ୍ଥିତି ଦସ୍ୟୁ ରତ୍ନାକରକୁ ବାଲ୍ମୀକିରେ ପରିଣତ କଲାପରି, ବିଦେହର ବାରବଧୂ ମଧ୍ଯ ପ୍ରିୟ ପରମଙ୍କର ପ୍ରିୟତମା ହୋଇପାରେ । ଏଥ‌ିରେ କୌଣସି ବିଚିତ୍ରତା ନାହିଁ । କବି ଏଥରେ ଜୀବନର ମୂଲ୍ୟାୟନ କରି ସର୍ବକାଳୀନ ସତ୍ୟକୁ ଉଦଘାଟନ କରିଛନ୍ତି।

Question ୫ ।
ଦୈହିକ ଭୋଗଲାଳସା ନୁହେଁ, ବରଂ ଆତ୍ମାର ଆହ୍ଵାନ ହିଁ ‘ପିଙ୍ଗଳାର ଅଭିସାର’ କବିତାର ମୁଖ୍ୟସ୍ୱର – ପ୍ରମାଣ କର ।
Answer:
ମନ ଓ ବିବେକ ମଣିଷକୁ ଉଚିତ ଅନୁଚିତର ପରାମର୍ଶ ଦେଇଥାଏ । ସବୁମଣିଷଙ୍କ ଭିତରେ ଭଲମନ୍ଦ ବିଚାର କରିବାର ଶକ୍ତି ଥାଏ । ମାତ୍ର ମଣିଷ ଯେତେବେଳେ ପାର୍ଥିବ ଭୋଗ ବିଳାସରେ ବୁଡ଼ି ରହିବାକୁ ଚାହେଁ, ଇନ୍ଦ୍ରିୟାନୁମୋଦିତ କର୍ମ କରେ, ସେତେବେଳେ ତା’ ଜୀବନରେ କାମନା ଫର୍ଘ ଅଧ‌ିକରୁ ଅଧ୍ଵତର ହୁଏ । ମାତ୍ର ବିବେକାନୁମୋଦିତ ମଣିଷ ମନରେ ଆଧ୍ୟାତ୍ମିକ ଉତ୍ତରଣ ହୁଏ । ଜୀବନର ଶାଶ୍ଵତ ମୂଲ୍ୟବୋଧକୁ ସେ ସମୀକ୍ଷା କରେ । ଭୁଲ୍ କର୍ମ ପାଇଁ ଅନୁତାପ କରେ ଓ ଉଚିତ ମାର୍ଗରେ ପରିଚାଳିତ ହୁଏ । କବି ରାଧାମୋହନ ଗଡ଼ନାୟକ ‘ପିଙ୍ଗଳାର ଅଭିସାର’ କବିତା ମାଧ୍ୟମରେ ଜୀବନର ଏହି ଚିରନ୍ତନ ସତ୍ୟକୁ ଉଦ୍‌ଘାଟନ କରିଛନ୍ତି । ପିଙ୍ଗଳା ମାଧ୍ୟମରେ ସେ ଦେଖାଇଛନ୍ତି, ବ୍ୟକ୍ତି ନିଜର ପରିବର୍ତ୍ତନ ଚାହିଁଲେ, ସେ ପରିବର୍ତ୍ତନ ହେବ । ସେଭଳି ପରିବର୍ତ୍ତନରେ କେହି ତା’ର ପଥରୋଧ କରିପାରିବେ ନାହିଁ ।

ବିଦେହ ବାରବଧୂ ପିଙ୍ଗଳା । ସେ ରାଜଧାନୀର ରାଜପୁରୁଷ ଓ ଧନୀପୁରୁଷଙ୍କୁ ଦେହଦାନ କରି ପ୍ରଚୁର ଅର୍ଥ ରୋଜଗାର କରେ । କ୍ରମଶଃ ସେ ହୁଏ ବହୁ ଐଶ୍ଵର୍ଯ୍ୟର ଅଧିକାରିଣୀ । ଦିନେ ଜଣେ ଧନୀପୁରୁଷଙ୍କ ପାଇଁ ଅପେକ୍ଷା କରିଛି ପିଙ୍ଗଳା । ଧନୀପୁରୁଷ ତା’କୁ ସଙ୍କେତ ଦେଇଯାଇଛନ୍ତି । ନିଜକୁ ଅପରୂପା ଅଭିସାରିକା ଭାବରେ ସେ ସଜାଇଛି । ପ୍ରତୀକ୍ଷା କରିଛି ଦୀର୍ଘ ସମୟ । ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଧନୀପୁତ୍ର ନ ଆସିବାରୁ ପିଙ୍ଗଳା ମନରେ ଆସିଛି ବୈରାଗ୍ୟ । ବୈରାଗ୍ୟରୁ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଉତ୍ତରଣ । ସେ ଘୃଣ୍ୟବୃତ୍ତିକୁ ତ୍ୟାଗକରି ପରମ ପ୍ରେମମୟ ପୁରୁଷଙ୍କ ନିକଟରେ ହୋଇଛି ସମର୍ପିତ । ତା’ର ସମର୍ପିତ ଭାବକୁ ଗ୍ରହଣ କରିଛନ୍ତି ପତିତପାବନ ଜଗତ୍ଵବନ୍ଧୁ ।

ପିଙ୍ଗଳା ଯେତେବେଳେ ନିଜକୁ ବଦଳାଇଛି, ସେତେବେଳେ ପାପପ୍ରଣୟ ପରିବର୍ତ୍ତେ ସେ ହୋଇଛି ଦିବ୍ୟପ୍ରଣୟ ଅଧିକାରିଣୀ । ପାପ ଓ କଳଙ୍କମୟ ଜୀବନରୂପକ ବକ୍ଷସ୍ଥଳରେ ଶାଶ୍ଵତ ପ୍ରେମର ଶତଦଳ ବିକଶିତ ହୋଇଛି । ଶୂନ୍ୟ ଶାମୁକାରେ ମୁକ୍ତା ସଞ୍ଚାର ହେଲାଭଳି ଲାଗିଛି । ସେ ଜୀବନର ପରମ ପ୍ରେମିକଙ୍କ ସ୍ପର୍ଶରେ ବିଚିତ୍ର ପୁଲକରେ ପୁଲକିତ ହୋଇଛି । ସେ ହୋଉଛି ତପସ୍ବିନୀ । ସନ୍ୟାସିନୀ ଭାବରେ ପ୍ରିୟପରମଙ୍କ ସନ୍ଧାନରେ ସେ ମାନସିକ ସ୍ତରରେ, ପାର୍ଶ୍ଵବ ଜଗତରୁ ଦୂରେଇଯାଇଛି । ଅତୀତର ଘୃଣ୍ୟ ଜୀବନ ଆଉ ତାକୁ ଅଟକାଇ ପାରିନାହିଁ ।

ପିଙ୍ଗଳା ମଧ୍ୟମରେ କବି ଦେଖାଇଛନ୍ତି, ଜଣେ ନିଜେ ଚାହିଁଲେ ନିଜର କୁପଥକୁ ବଦଳାଇ ସତ୍ଵପଥରେ ପରିଚାଳିତ କରିପାରିବ।

(କ) କବି ପରିଚିତି :

ଓଡ଼ିଆ କବିତାରେ ଛନ୍ଦ ସୃଷ୍ଟିର ଏକ ଅଭିନବ ଦିଶ ସୃଷ୍ଟି କରିବାରେ କବି ରାଧାମୋହନ ଗଡ଼ନାୟକଙ୍କ ଭୂମିକା ବେଶ୍ ଉଲ୍ଲେଖଯୋଗ୍ୟ । ଛନ୍ଦର ମାଧୁର୍ଯ୍ୟ ଓ ନୂତନତା, ପଦ-ସାରଲ୍ୟ ତଥା କୋମଳ ଭାଷାର ବ୍ୟବହାରରେ ତାଙ୍କ କବିତା ସ୍ନିଗ୍ଧ ଓ ସରସ । ଏହି ପ୍ରତିଭାଧର କବିଙ୍କ ଜନ୍ମ ହୁଏ ୧୯୧୧ ମସିହାରେ, ସେ ସମୟର ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ଅନ୍ତର୍ଗତ କଲଣ୍ଡାପାଳ ଗ୍ରାମରେ । ତାଙ୍କ ପିତାଙ୍କ ନାମ ମହାଦେବ ଗଡ଼ନାୟକ ଓ ମାତାଙ୍କ ନାମ ଗୋଲମଣି ଦେବୀ । ରାଧାମୋହନ ଛାତ୍ରାବସ୍ଥାରୁ ଥିଲେ ମେଧାବୀ । ସେ ଉଚ୍ଚ ପ୍ରାଥମିକ ପରୀକ୍ଷାରେ ବୃତ୍ତିଲାଭ କରିଥିଲେ । ଆର୍ଥିକ ଅସ୍ବଚ୍ଛଳତା ହେତୁ ସେ ପାଠପଢ଼ାରେ ବିଶେଷ ମନଯୋଗୀ ହୋଇପାରି ନଥିଲେ । ଏହାର ପରିଣତିସ୍ଵରୂପ ତାଙ୍କୁ ଘରୋଇ ଭାବରେ ମାଟ୍ରିକ୍ ପରୀକ୍ଷା ଦେବାକୁ ହୋଇଥିଲା । ସେ ୧୯୩୪ ମସିହାରେ ଘରୋଇ ଭାବେ ମାଟ୍ରିକ୍ ପାସ୍ କଲେ । ଉଚ୍ଚଶିକ୍ଷା ପାଇଁ କଟକର ଖ୍ରୀଷ୍ଟ କଲେଜରେ ନାମ ଲେଖାଇଥିଲେ, ମାତ୍ର ତତ୍‌କାଳୀନ ରାଜନୈତିକ ଘନଘଟା ତାଙ୍କର ଜୀବନର ଗତିକୁ ପରିବର୍ତ୍ତନ କରିଦେଲା । ୧୯୩୮ ମସିହାରେ ସେ ଓଡ଼ିଶାର ଗଡ଼ଜାତ ଆନ୍ଦୋଳନରେ ସକ୍ରିୟ ରୂପେ ଅଂଶଗ୍ରହଣ କରି ଅଧ୍ୟୟନରେ ପୂର୍ଣ୍ଣଛେଦ ପକାଇଥିଲେ ।

କବି ରାଧାମୋହନ ଗଡ଼ନାୟକ ବିଭିନ୍ନ ସମୟରେ ସରକାରୀ ତଥା ବେସରକାରୀ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ଥିଲେ । ୧୯୫୬ ମସିହାରେ ସେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ପ୍ରଡ଼କ୍ସନ ଅଫିସର ଭାବେ କିଛିଦିନ ଦାୟିତ୍ଵ ବହନ କରିଥିଲେ । ଓଡ଼ିଶା ସାହିତ୍ୟ ଥିଲେ ଓତପ୍ରୋତ ଭାବେ ଜଡ଼ିତ । ସେ ତିନିବର୍ଷ ଧରି ‘ଉତ୍କଳ ସାହିତ୍ୟ ଏକାଡ଼େମୀ ଓ ଉତ୍କଳ ସାହିତ୍ୟ ସମାଜ ସହିତ ସେ ସମାଜ’ର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ ।

କବି ଗଡ଼ନାୟକ ସାହିତ୍ୟ ସାଧନାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । ସେ ଥିଲେ ଐଶୀ ପ୍ରତିଭାର ଅଧିକାରୀ । ବାଲ୍ୟକାଳରୁ କବି ହେବାପାଇଁ ତାଙ୍କ ମନରେ ଥିଲା ଉଦାତ୍ତ ଆଶା । ସେଥ‌ିପାଇଁ ସେ ଲେଖିଥିଲେ –
‘‘କବି ହେବାପାଇଁ ବାସନା ମୋର
କବିତା ଲେଖେ ମୁଁ କବିତା ଲେଖେ
କବିତା ପରମ ପ୍ରେୟସୀ ମୋର
କବିତା ପରମ ଶ୍ରେୟସୀ ମୋର.
ଅନ୍ତରେ ତା’ର ମୂରତି ଦେଖେ ।’’
ଜୀବନର ପ୍ରାରମ୍ଭିକ କାଳରୁ ସେ କବିତା ରଚନାରେ ବ୍ରତୀ ହୋଇଥିଲେ । ଯେତେବେଳେ ସେ ୧୬|୧୭ ବର୍ଷର ତରୁଣ, ସେତେବେଳେ ତାଙ୍କ କବିତା ତତ୍କାଳର ଖ୍ୟାତିସଂପନ୍ନ ପତ୍ରିକା ‘ସହକାର’ ଓ ‘ନବପ୍ରଭା’ରେ ପ୍ରକାଶିତ ହୋଇଥିଲା । ତାଙ୍କ ଲିଖିତ ସେହିସବୁ କବିତାମାନ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା । ଫଳରେ ସେହି ସମୟରୁ ହିଁ ସେ କାବ୍ୟମୋଦୀ ପାଠକଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ ।

କବି ରାଧାମୋହନଙ୍କ କବିତାରାଜିର ଭାବ, ଭାଷା, ଶବ୍ଦ ସଂଯୋଜନା ଓ ଛନ୍ଦଯୋଜନା ଅତ୍ୟନ୍ତ ଚମତ୍କାର । ଜଣେ ଗାଥାକବି ଭାବେ ସେ ଓଡ଼ିଆ ସାହିତ୍ୟରେ ବେଶ୍ ଯଶସ୍ବୀ । ତାଙ୍କ ଛନ୍ଦଯୋଜନା ସମ୍ବନ୍ଧରେ ନିମ୍ନୋକ୍ତ ଉଦ୍ଧୃତିରୁ ପରିଚୟ ମିଳେ ।
‘‘ଦେଖିଛ ନଗନ ଉଦାର ଗଗନ ସୁନାର ସନ୍ଧ୍ୟା ଉଷା,
ଦେଖିଛ ଛଇଳ ଯୌବନ ଧାରା ଧାରାର ମଞ୍ଜୁ ଭାଷା ।
ସେବିତ ସୁନୀଳ ଶୈଳବନାନୀ ନଦନଦୀ ହ୍ରଦଝର,
ସେବିତ ବିପୁଳ ମହାସିନ୍ଧୁର ବନ୍ଧୁର ବୁକୁତଳ ।’’
କବି ରାଧାମୋହନଙ୍କ ସାରସ୍ଵତ ସୃଷ୍ଟି ଅତ୍ୟନ୍ତ ପର୍ଯ୍ୟାପ୍ତ ଓ ବୈଚିତ୍ରପୂର୍ଣ୍ଣ । ତାହାଙ୍କ ପ୍ରକାଶିତ ଗ୍ରନ୍ଥରାଜି ନିମ୍ନମତେ ଲକ୍ଷଶୀୟ।
(୧) ଉତ୍କଳିକା
(୨) ସ୍ମରଣିକା
(୩) ବିପ୍ଳବୀ ରାଧାନାଥ
(୪) କାଳିଦାସ
(୫) କାବ୍ୟନାୟିକା
(୬) ଶାମୁକାର ସ୍ଵପ୍ନ
(୭) ପଶୁପକ୍ଷୀର କାବ୍ୟ
(୮) ଧୂସର ଭୂମିକା
(୯) କୈଶୋରିକା
(୧୦) ଦୀପଶିଖା ।
କବି ଗଡ଼ନାୟକଙ୍କ ମୌଳିକ କୃତି ପରି ତାଙ୍କର ଅନୁବାଦ ମଧ୍ଯ ଖୁବ୍ ମର୍ମସ୍ପର୍ଶୀ । ତାଙ୍କ ଅନୁଦିତ ‘ମେଘଦୂତ’, ‘କୁମାରସମ୍ଭବ’, ‘ସୋରାବ ଓ ରୁସ୍ତମ୍’ ଆଦି ଗ୍ରନ୍ଥ ବେଶ୍ ଜନପ୍ରିୟତା ଲାଭ କରିଛି । ୧୯୫୫ ମସିହାରେ କବିଙ୍କଦ୍ଵାରା ‘ଏକଚକ୍ର’ ନାମକ ଏକ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇଥିଲା । କିଛିକାଳ ପରେ ଏହାର ପରିଚାଳନାଗତ ତ୍ରୁଟି, ଆର୍ଥିକ ଅସ୍ବଚ୍ଛଳତା ହେତୁ ଏହା ବନ୍ଦ ହୋଇଯାଇଥିଲା ।

ଆଧୁନିକ କାବ୍ୟ ଜଗତରେ କବି ରାଧାମୋହନ ଏକ ସମୁଜ ଆସନର ଅଧିକାରୀ । ତାଙ୍କର ମନ୍ମୟ କାବ୍ୟସାଧନା ଓଡ଼ିଆ ସାହିତ୍ୟରେ ଯେପରି ଅନନ୍ୟ, ସେହିପରି ଉଲ୍ଲେଖଯୋଗ୍ୟ । ବିଶେଷକରି ଛନ୍ଦୋବଦ୍ଧ କାବ୍ୟକବିତା ରଚନାରେ ତାଙ୍କର ସିଦ୍ଧି ନିହିତ ।

CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର

(ଖ) କବିତାର ପୃଷ୍ଠଭୂମି :

କବିତାଟିର କଥାବସ୍ତୁକୁ କବି ଗଡ଼ନାୟକ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧ ନବମ ଅଧ୍ୟାୟରୁ ସଂଗ୍ରହ କରିଛନ୍ତି । ଅବଧୂତ ଯଦୁରାଜାଙ୍କୁ ତାହାର ଚବିଶ ଗୁରୁ ପ୍ରସଂଗ ବର୍ଣ୍ଣନା କଲାବେଳେ, ପିଙ୍ଗଳା ବେଶ୍ୟାକୁ ଗୁରୁ କରିଥିବା କଥା ଉଲ୍ଲେଖ କରିଚନ୍ତି । ସେହି ପିଙ୍ଗଳା ବେଶ୍ୟା ମନରେ ଯେଭଳି ଭାବାନ୍ତର ଦେଖାଦେଇଛି କବି ତାହାକୁ ଆହୁରି ଚମତ୍କାର ଭାବରେ ପ୍ରକ।ଶ କରିଛନ୍ତି ।

ବିଦେହ ନଗରର ରୂପଜୀବୀ ପିଙ୍ଗଳା । ସେ ଧନ ଅର୍ଜନ ଉଦ୍ଦେଶ୍ୟରେ ଧନୀପୁତ୍ରମାନଙ୍କୁ ଆମନ୍ତ୍ରଣ କରେ । ସେମାନଙ୍କୁ ଅଙ୍ଗସୁଖ ଦେଇ ନିଜେ ଚଳିବାର ସାମର୍ଥ୍ୟ ସଂଗ୍ରହ କରେ । ଥରେ ପିଙ୍ଗଳା ଏକ ଧନୀପୁଅକୁ ନିଜ ଗୃହକୁ ଆସିବାପାଇଁ ସଙ୍କେତ ଦେଲା । ଧନୀପୁତ୍ର ମଧ୍ୟ ଆସିବାପାଇଁ ସ୍ବୀକୃତି ଦେଲା ।

ଧନୁପୁଅ ଆସିବ ଏବଂ ସେ ତା’ଠାରୁ ଅଧିକ ଧନ ସଂଗ୍ରହ କରିବ, ସେହି ଉଦ୍ଦେଶ୍ୟରେ ସେ ନିଜକୁ ଅପେକ୍ଷାକୃତ ଅଧ୍ଵ ସଜେଇଲା । ସୁନ୍ଦର ବସ୍ତ୍ରରେ ନିଜକୁ ଆକର୍ଷଣୀୟ କଲା । ସନ୍ଧ୍ୟାରେ ଧନୀପୁତ୍ରକୁ ଅପେକ୍ଷା କରିଥିବା ସମୟରେ, ତା’ନିକଟରେ ଅନେକ କାମୀପୁରୁଷ ପହଞ୍ଚିଲେ । ମାତ୍ର ଅଧିକ ଧନ ପାଇବା ଆଶାରେ ସେ କାହାକୁ ଗ୍ରହଣ କଲାନାହିଁ । ମାତ୍ର ସ୍ବୀକୃତି ଦେଇ ଧନୀପୁତ୍ର ଆସିଲା ନାହିଁ । ଦୀର୍ଘ ସମୟ ଅପେକ୍ଷାକରି, ପିଙ୍ଗଳା ବ୍ୟସ୍ତ ହୋଇପଡ଼ିଲା । ଘରେ ନିଶ୍ଚିନ୍ତରେ ରହିପାରିଲା ନାହିଁ କିମ୍ବା ଦୁଆରେ ବସି ଅପେକ୍ଷା କରିପାରିଲା ନାହିଁ । ଘରବାହାର ବୁଲି ବୁଲି ସେ ଅସ୍ଥିର ହୋଇପଡ଼ିଲା । ରଜନୀ ଅର୍ଦ୍ଧେକ ଭୋଗହେଲା ପରେ ମଧ୍ୟ ଧନୀପୁତ୍ର ନ ଆସିବାରୁ ପିଙ୍ଗଳା ମନଦୁଃଖରେ ଘରେ ବସି ରହିଲା ।

ପିଙ୍ଗଳା ମନର ଦୁଃଖ ଓ ହତାଶ ଭାବରୁ, ବୈରାଗ୍ୟ ସୃଷ୍ଟି ହେଲା । ସେ ମନସ୍ଥିର କରି ନିଜର ଅନ୍ତର ଭିତରେ ପରମାତ୍ମାଙ୍କର ସତ୍ତାକୁ ଅନୁଭବ କଲା । ନିଜ ଜୀବନର ଅତୀତକୁ ମନେପକାଇ ଅନୁତାପ କଲା । ସେ ଅନୁଭବ କଲା ତା’ନିକଟରେ ବିରାଜମାନ କରିଛନ୍ତି ପ୍ରକୃତ ପ୍ରିୟତମ, ଯାହାକୁ ପାଇ ସେ ଜୀବନର ପ୍ରକୃତ ମୂଲ୍ୟାୟନ କରିପାରିବ । ସୁନ୍ଦର ଶରୀର ପ୍ରତି ତା’ର ବିତୃଷ୍ଣା ଆସିଲା । ରକ୍ତମାଂସ, ମଳମୂତ୍ର, କଫ-ବାତ-ପିତ୍ତ, ଅସ୍ଥିପଞ୍ଜରା, ନଖ, ଲୋମ ଓ କେଶର ଶରୀରକୁ ସେ ଘୃଣା କଲା । ସେ ସର୍ବଜୀବଆତ୍ମା ନିର୍ଗୁଣ ମହାତ୍ମାଙ୍କୁ ନିଜର ଭତ୍ତା ରୂପେ ଗ୍ରହଣ କରି ଜୀବନକୁ ସାର୍ଥକ କରିବ ବୋଲି ବିଚାର କଲା ।

ଭାଗବତର ଏହି କଥାବସ୍ତୁକୁ ଆହୁରି, କାବ୍ୟକ, ଆକର୍ଷଣୀୟ କରି କବି ଗଡ଼ନାୟକ ରଚନା କରିଛନ୍ତି ‘ପିଙ୍ଗଳାର ଅଭିସା’ ।

(ଗ) କବିତାର ସାରକଥା :

ବାରବିଳାସିନୀ ପିଙ୍ଗଳା ମନରେ ଆସିଛି ଦୁଃଖ ଓ ଶୋଚନା । ଜୀବନର ମୂଲ୍ୟବାନ୍ ସମୟକୁ ସେ କେବଳ ଭୋଗ ଭାଗ୍ୟରେ ବିତାଇ ଦେଇଥ‌ିବାରୁ କରିଛି ଅନୁତାପ । ସେହି ଦୁଃଖ, ଶୋଚନା ଓ ଅନୁତାପରୁ ହୋଇଛି ତା’ର ଆଧ୍ୟାତ୍ମିକ ଉତ୍ତରଣ । ସେ ମନେ ମନେ ବିଚାର କରିଛି, ମୋ ଘରକୁ ଆଉ କେବେହେଲେ ଦେହଭୋଗୀ ରସିକନାଗରମାନେ ଆସିବେ ନାହିଁ । ଜୀବନରେ ବାରବଧୂ, ବାରଭୋଗ୍ୟ ହୋଇଥିଲେ ବି ମୋ ଚିନ୍ତାଧାରା ବଦଳିଯାଇଛି । ମୁଁ ଅଗ୍ରଗାମୀ ହୋଇଛି ସୀମାତୀତ ପୁରୁଷର ସନ୍ଧାନରେ । ମୁଁ ମାନସିକ ସ୍ତରରେ ବହୁ ଦୂରକୁ ଚାଲିଯାଇଛି । ମୁଁ ଆଉ ରସିକ ଧନୀପୁରୁଷଙ୍କ ଉଦ୍ଦେଶ୍ୟରେ ଫୁଲଶେଯ ଶେଯାଇବି ନାହିଁ କିମ୍ବା ସେମାନଙ୍କ ମନୋହାରିଣୀ ଭାବରେ ରାତି ରାତି ବସି ଉଜାଗର ରହିବି ନାହିଁ । ପୁନଶ୍ଚ ମୋ ଘରକୁ କେଳିକୁଞ୍ଜକରି ସ୍ତମିତ ଆଲୋକରେ ବ୍ୟର୍ଥ ସୁହାଗରେ ମସ୍‌ଗୁଲ ହେବି ନାହିଁ । କାରଣ ସେଭଳି ସୁହାଗ, ସ୍ନେହର କୌଣସି ମୂଲ୍ୟ ନାହି । ତାହା କେବଳ କାର୍ଯ୍ୟଘେନା ଦେହଭୋଗୀ ମାନସିକତା ବ୍ୟତୀତ ଅନ୍ୟକିଛି ନୁହେଁ ।

ଅନୁତାପଦଗ୍ଧ ପିଙ୍ଗଳା ପୁଣି ବିଚାର କରିଛି ଅର୍ଥ ପାଇଁ ମୁଁ ଆଉ କାହା ପାଖରେ ପ୍ରିୟତମା ଭାବରେ ପ୍ରୀତିର ଅଭିନୟ ଦେଖାଇବି ନାହିଁ । କାରଣ ରାତ୍ରିର ସ୍ଵପ୍ନଭଳି ତାହା ପୁଣି ଲିଭିଯିବ । ବାସ୍ତବ ସୃଷ୍ଟିରେ ତାହାର କୌଣସି ମୂଲ୍ୟ ନାହିଁ । କାରଣ ମୋ ମନ ଆଜି ଦିବ୍ୟରତ୍ନର ସନ୍ଧାନ ପାଇଛି । ଯେଉଁ ରତ୍ନ ମୋ ମନକୁ ପୂର୍ଣ୍ଣତାରେ ଭରିଦେବ । ଅସାର ଦୁନିଆରେ, ଭଙ୍ଗୁର ପଥରେ ମୋ ମନରେ ପ୍ରିୟ ପରମ ପ୍ରିୟତମଙ୍କ ସନ୍ଧାନ ମୁଁ ଆଜି ପାଇସାରିଛି । ସେ ହୋଉଛନ୍ତି ମୋ ଜୀବନର ଅମରବନ୍ଧୁ, ଅନ୍ତରର ବିମୋହନ ସତ୍ତା ।

ପରମସତ୍ତା ସନ୍ଧାନୀ ପିଙ୍ଗଳା ଭାବିଛି, ମୋ ଜୀବନ ଥିଲା କଳୁଷମୟ । ସେହି କଳୁଷ ପଙ୍କରୁ ଆଜି ସୃଷ୍ଟି ହୋଇଛି ଶତଦଳ । ଶତଦଳ ବା ପ୍ରସ୍ଫୁଟିତ ପଦ୍ମରୁ ମୁଁ ଜୀବନର ପ୍ରକୃତ ମୂଲ୍ୟ ବୁଝିପାରିଛି । ସୁତରାଂ ମୋ’ ଜୀବନ ପୂର୍ଣ୍ଣତାରେ ଭରିଯାଇଛି । ତେଣୁ ମୋ’ପାଇଁ ଆଉ କୌଣସି ଧନ ସମ୍ପଦ, ମଣିକାଞ୍ଚନର ଆବଶ୍ୟକତା ନାହିଁ । ମୋ’ପାଇଁ ବିଳାସକୁଞ୍ଜର ମାଦକତା ଅସାର ମନେହୋଇଛି । ସୁନ୍ଦର ଚିତ୍ରିତ, ବିଭୋରିତ କରିବାର ଚିତ୍ର ମୋ ମନରେ ଆଉ କୌଣସି ପ୍ରଭାବ ପକାଇପାରିବ ନାହିଁ । ମୋ ପାଖକୁ ଆଉ କୌଣସି ଧନୀ ପୁରୁଷ ଆସିବାର ଆବଶ୍ୟକତା ନାହିଁ । ମୁଁ ମାନସିକ ସ୍ତରରେ ଏହି ବ୍ୟର୍ଥ ଜୀବନରୁ ଦୂରେଇ ଯାଇ, ସମର୍ଥ ଜୀବନର ସନ୍ଧାନରେ ରହିଯାଇଛି ।

ଦେହବାଦୀ ଦୁନିଆରୁ ବିଦେହୀ ସତ୍ତାପ୍ରତି ସମର୍ପିତ ହୋଇଯିବାରୁ ପିଙ୍ଗଳା ମନରେ ଆସିଛି ଆଧ୍ୟାତ୍ମିକ ଉତ୍ତରଣ । ତେଣୁ ସେ ବିଚାର କରିଛି, ଆଜି ମୋ’ପାଇଁ ରାତ୍ରି ହୋଇଛି ମଧୁମୟ ଲଗ୍ନ । ସାରା ଧରଣୀ ମୋ’ପାଇଁ ହୋଇଛି କୋମଳ ଓ ଆନନ୍ଦମୟ । ମୋ ଜୀବନ ଆକାଶରେ ସୁଖର ଚାନ୍ଦ ଉଇଁଛି । ମୁଗ୍ଧ ତାରକା ସମ ମୁଁ ପ୍ରିୟତମଙ୍କୁ ପାଇ ବିଭୋର ହୋଇଛି । ଜୀବନରୁ ମୋର କଳୁଷତାର ଅମାଅନ୍ଧାର ଦୂରେଇ ଯାଇଛି । ମୋର ସବୁଆଡ଼େ ବିଛାଡ଼ି ହୋଇ ପଡ଼ିଛି ଶୁଭ୍ରଜ୍ୟୋତ୍ସ୍ନାର ସୌନ୍ଦର୍ଯ୍ୟ । ପ୍ରବାହିତ ହେଉଛି ଥରି ଥରି ସମୀର । ସେହି ସମୀରର ପ୍ରଭାବ ମୋ ପାଇଁ ହୋଇଛି ସ୍ନିଗ୍ଧ କୋମଳ । ମୋ ଜୀବନର ପ୍ରିୟତମ, ପରମବନ୍ଧୁଙ୍କର ସୁମଧୁର ସ୍ପର୍ଶ ମୋ ନିକଟକୁ ଭାସି ଆସୁଛି । ମୋ ଦେହରେ ଦେହରେ ଦେଖାଦେଇଛି ପୁଲକର ଶିହରଣ । ମୋ ଲୋମ ଟାଙ୍କୁରି ଉଠୁଛି ଠିକ୍ ବର୍ଷାର ସ୍ପର୍ଶପାଇ କଦମ୍ବ କୋରକିତ ହେଲାପରି ।

ପଙ୍ଗଳା ବିଚାର କରିଛି, ସମର୍ପିତ ଭାବ ଆସିଲା ପରେ ମୁଁ ଶୁଣିପାରୁଛି ବିଦେହୀ ସତ୍ତାଙ୍କର ସୁମଧୁର ମୂରଲୀ ଧ୍ଵନିକୁ । ଯେଉଁ ଧ୍ଵନିକୁ ଶ୍ରବଣ କଲାପରେ ମୋ ଜୀବନ ଯମୁନା ଉଜାଣି ବହୁଛି । ନିଶାଗ୍ରସ୍ତ ଭଳି ମୁଁ ବିଭୋର ହୋଇଛି । ଦେହବାଦୀ ପାଷାଣ କାରାଗାରରୁ ମୁଁ ଯେଭଳି ମୁକ୍ତି ପାଇଲାଭଳି ଲାଗୁଛି । ଫଳରେ ମୁଁ ଆଜି ପ୍ରିୟତମଙ୍କ ସହ ଅଭିସାର ପାଇଁ ବ୍ୟଗ୍ର ହୋଇଉଠୁଛି । ମୋ ଜୀବନର ସବୁପ୍ରକାର ବାଧାବନ୍ଧନର ବେଢ଼ି ଆଜି ଖୋଲିଯାଇଛି । ମୁଁ ହୋଇଛି ମୁକ୍ତଚାରିଣୀ । ତଟିନୀ ଯେପରି ବ୍ୟଗ୍ର ଭାବରେ, କୂଳଲଙ୍ଘନ କରି, ଶହ ଶହ ବନଗିରି କାନ୍ତାର ଅତିକ୍ରମକରି ସାଗର ସନ୍ଧାନରେ ବହିଚାଲେ, ଠିକ୍ ସେହିପରି ମୁଁ ଆଜି ଆଗେଇଯିବି । ସାଗରରୂପୀ ପ୍ରିୟପରମଙ୍କ ପାଦତଳେ ନିଜକୁ ସମର୍ପଣ କରି, ଜୀବନର ପ୍ରକୃତ ମୂଲ୍ୟକୁ ଆକଳନ କରିବି ।

ପ୍ରକୃତ ପ୍ରିୟତମଙ୍କ ପାଖରେ ନିଜକୁ ସମର୍ପଣ କରିସାରିବା ପରେ, ହୃଦୟ ମଧ୍ଯରେ ହୃଦୟେଶ୍ଵରଙ୍କୁ ସ୍ଥାପନ କରିସାରିବା ପରେ, ମୁଁ ଆଉ ବିଦେହ ନଗରର ନଟୀ ନୁହେଁ ବୋଲି ପିଙ୍ଗଳା ବିଚାର କରିଛି । ସେ ଆଉ ବାରବିଳାସିନୀ ବୋଲି ନିଜକୁ ଭାବି ନାହିଁ; ବରଂ ଏ ଜଗତ ପଥରେ ସେ ସାଜିଛି ପ୍ରେମର ସନ୍ନ୍ୟାସିନୀ । ସେ ଆଉ ଜାଗତିକ ସୁଖ ବନ୍ଧନରେ ବାନ୍ଧିହେବାକୁ ଚାହିଁନାହିଁ, ବରଂ ସେ ମାନସିକ ସ୍ତରରେ ମୁକ୍ତ ହୋଇ, ମୁକ୍ତ ଆକାଶରେ ଉଡ଼ିବୁଲିବ । ତା’ର ଜୀବନ ଯୌବନ ପୂର୍ଣ ହେବ ଏବଂ ରୂପର ସାର୍ଥକତା ଅନୁଭବ ହେବ, ଯେତେବେଳେ ପ୍ରୀତିର ନିଆଁରେ ପ୍ରିୟତମ ଲାଗି ସେ ଆରତି ଧୂପ ହୋଇପାରିବ ।

ଆହୁରି ମଧ୍ୟ ପିଙ୍ଗଳା ମନେ ମନେ ଭାବିଛି ପ୍ରଭାତର ନିରୋଳାରେ, ଗୋଧୂଳିର ଅପୂର୍ବ ବେଳାରେ ମୁଁ ମୋର ପ୍ରିୟତମ ବନ୍ଧୁଙ୍କର ରୂପର ଶୋଭାକୁ ଦେଖିବି । ଗଗନ ପବନର ମଧୁର ହିଲ୍ଲୋଳରେ ମୁଁ ସେହି ବନ୍ଧୁଙ୍କର ମୂରଲୀର ଧ୍ଵନିକୁ ଶୁଣୁଥ‌ିବି । ଚନ୍ଦ୍ରିକା ଚର୍ଚ୍ଚିତ ରଜନୀର ଶୋଭାରେ ବନ୍ଧୁଙ୍କର ହାସ ସୁଧାକୁ ଆସ୍ବାଦନ କରି ପୁଲକିତ ହେବି । ମୋ ଜୀବନର କଳଙ୍କିତ ଅତୀତକୁ ମୁଁ ତାଙ୍କରି ପାଇଁ ବିସ୍ମୃତ ହେବି ଏବଂ ପ୍ରାଣର କ୍ଷୁଧାକୁ ପରିପୂରଣ କରିବି । ତାଙ୍କ ପାଇଁ ମୋ ମନରେ ଆଉ କୌଣସି ପ୍ରକାର ପିପାସା ରହିବ ନାହିଁ । ମୁଁ ମୋ ହୃଦୟର ଅସରନ୍ତି କ୍ଷୁଧାକୁ ଭୁଲିଯିବି ।

ବିଦେହୀ ସତ୍ତା ପ୍ରତି ପୂର୍ଣ୍ଣ ସମର୍ପଣ ଭାବ ଆସିଯିବା ପରେ, ମୁକ୍ତିକାଂକ୍ଷୀ ପିଙ୍ଗଳା ଭାବିଛି, ମୁଁ ଆଉ ମୋ କୋଠରିର ତୂଳିତ ଶଯ୍ୟାରେ ଶୋଇ ରହିବାକୁ ଚାହେଁ ନାହିଁ । କାରଣ ସେଥ‌ିରେ ରହିଛି ସଂକୀର୍ଣ୍ଣ ପରିସର ଓ ପରିବେଶ ; ବରଂ ମୁଁ ଧରଣୀର ମୁଲାୟମ ତୃଣଶଯ୍ୟାରେ ହରଷ ମନରେ ଶୋଇରହିବି । ଚାହିଁରହିବି ଗଗନର ଅନନ୍ତ ନୀଳିମାକୁ । ସେହି ଗଗନର ବ୍ୟାପ୍ତିକୁ ମୁଁ ମୁଗ୍ଧନେତ୍ରରେ ଅନାଇ ରହିବି । ଦିବାରାତ୍ରିର ଏହି ଭାବକୁ ଦେଖୁ ଦେଖୁ ସୁମଧୁର ସ୍ଵପ୍ନଳ ଭାବରେ ମୋର ଏହି ସମର୍ପିତ ଭାବକୁ କେବଳ ଚନ୍ଦ୍ର, ସୂର୍ଯ୍ୟ, ଗଗନ, ଭୁବନ ସାକ୍ଷୀ ହୋଇ ଚାହିଁରହିବେ ।

ପିଙ୍ଗଳା ଥିଲା ବିଦେହର ବାରବଧୂ। ରୂପର ପସରା ମେଲି ସେ ନିଜକୁ ପ୍ରତିଷ୍ଠିତ କରିଥିଲା । ଜୀବନର ପ୍ରକୃତ ମୂଲ୍ୟବୋଧକୁ ବୁଝିସାରିବା ପରେ, ସେ ବିଦେହ ନଗରରୁ ବିଦେହୀ ସଭାକୁ ଚାଲିଯାଉଥିବାରୁ, ସମସ୍ତଙ୍କ ପାଖରୁ ମେଲାଣି ନେଉଛି । ସମସ୍ତେ ତାକୁ ଭୁଲିଯାଆନ୍ତୁ ବୋଲି କହିଛି । ତା’ର ଘୃଣ୍ୟ ଜୀବନ ଓ କଳୁଷକାଳିମାକୁ ସମସ୍ତେ ବିସ୍ତୃତ ହୁଅନ୍ତୁ ବୋଲି ସେ ଅନୁରୋଧ କରିଛି । ସେ ନିଜର ପ୍ରକୃତ ମୂଲ୍ୟକୁ ମୂଲ୍ୟାୟନ କରିପାରିଛି । ତେଣୁ ସେ ନିଜକୁ ଅମର କନ୍ୟା, ନାରୀ ଓ ଦେବୀ ବୋଲି ବିଚାର କରିଛି । କାରଣ ଅମର କନ୍ୟା ଭାବରେ ସେ କେବଳ ସ୍ଵର୍ଗୀୟ ସୁଖକୁ ଆକଳନ କରିବ । ନାରୀ ଭାବରେ ସମର୍ପିତ ଭାବ ନେଇ ସମସ୍ତଙ୍କର ମଙ୍ଗଳ କରିବ । ଜନନୀ, ଭଗିନୀ ଭାବରେ ସେ ସମସ୍ତଙ୍କର ସହାୟକ ହୋଇପାରିବ । ପୁନଶ୍ଚ ସେ ଦେବୀଭାବରେ ସେ ପଶୁଶକ୍ତିକୁ ପରାସ୍ତ କରି ଦୈବୀଭାବର ପରିପ୍ରଚାର କରିବ । ମାତ୍ର ଏହି ପୁଣ୍ୟ ଧରାରେ ସେ ପତିତା ଜୀବନ ଯାପନ କରି ଘୃଣ୍ୟ ଜୀବନକୁ ଆପଣେଇ ନେଇଥିବାର ଅନୁତାପ କରିଛି ।

ଅନୁତାପ ନିଆଁରେ ଜଳି ଜଳି ପିଙ୍ଗଳା ଭାବିଛି, ମୁଁ ଥୁଲି ଅମୃତର ସନ୍ତାନ । ଅମୃତମୟ ସଭାରୁ ମୁଁ ସୃଷ୍ଟି ହୋଇ, ଅମୃତ ପାନକରି ଧରାପୃଷ୍ଠକୁ ଆସିଥିଲି । ମୋ ସୃଷ୍ଟିର ଉଦ୍ଦେଶ୍ୟ ଥିଲା ମହତ୍ଵ; ମାତ୍ର ଅମୃତପାନ କରି ଆସିଥିଲେ ମଧ୍ୟ, ସବୁଆଡ଼େ କାଳିମାର ବିଷ ବିଛାଇ ଦେଲି । ସର୍ପିଣୀପରି ଏ ମଧୁମୟ ସୃଷ୍ଟିକୁ ବିଷମ ବିଷରେ ଜାଳିଦେବାକୁ ଚେଷ୍ଟାକଲି । ମୋ ରୂପର ବିଷରେ, ଚାହାଣିର ହଳାହଳରେ ଜଗତ ପ୍ରଲୁବ୍ଧ ହେଲା । ବିଷର ଜ୍ଵାଳାରେ ଏ ଜଗତ ନଷ୍ଟ ହୋଇଗଲା ଏବଂ ନିଜେ ମୁଁ ମଧ୍ୟ ସେଥ‌ିରେ ନଷ୍ଟ ହୋଇଗଲି । ମୁଁ ଜଗତରେ, ପୁଣ୍ୟ ଜୀବନକୁ ମୁଁ ନଖୋଜି କେବଳ ପାପରେ ସମସ୍ତଙ୍କୁ ନଷ୍ଟ କରିଦେଲି, ଜାଳିଦେଲି । ମୋ ଯୋଗୁ ସବୁ ଯେପରି ଧ୍ୱଂସ ହୋଇଗଲା ।

ଆଧ୍ୟାତ୍ମିକ ଉତ୍ତରଣ ହେବାରୁ ପିଙ୍ଗଳା ମନେ ମନେ ବିଚାର କରିଛି ମୋତେ ଏଭଳି କଳୁଷଗତିରୁ ମୁକ୍ତି ଦେବାପାଇଁ ପତିତପାବନ, ମୂରଲୀଧର ମୋ ପ୍ରତି ଦୟା କରିଛନ୍ତି । ମୋତେ ଏହି ନଷ୍ଟପଥରୁ ଦୂରେଇ ନେଇ ଶିଷ୍ଟ ପଥରେ ଚାଲିବାପାଇଁ ସୂଚନା ଦେଇଛନ୍ତି । କାରଣ ମୁଁ କଳୁଷ ପଥରୁ ଦୂରେଇ ଯିବାପାଇଁ ସଦାସର୍ବଦା ତାଙ୍କର ମଞ୍ଜୁଳ ମୂରଲୀ ଧ୍ଵନିର ଆହ୍ଵାନକୁ ଶୁଣିପାରିଛି । ମୋ ଜୀବନର ବନ୍ଧୁ, ପତିତପାବନ, ଯେ କି ବିଶ୍ଵର ପରଶମଣି ତାଙ୍କରି ସ୍ପର୍ଶ ପାଇ ମୋ ଜୀବନର କାଳିମା ଦୂରେଇ ଯାଇଛି । ମୁଁ ହୋଇଛି ସୁବର୍ଣ୍ଣଦେହୀ, କଳୁଷ କାଳିମାମୁକ୍ତ ପବିତ୍ର ସତ୍ତାଟିଏ । ପବିତ୍ର ପ୍ରିୟତମଙ୍କର ସତ୍ତାକୁ ପୂର୍ଣ୍ଣପ୍ରାଣରେ ଅନୁଭବ କରି ସାରିବାପରେ, ପିଙ୍ଗଳା ବିଦେହ ନଗରରୁ ବିଦାୟ ନେଇଛି । ବିଦାୟ ନେଇଛି ଘୃଣା କଳୁଷ ଜୀବନରୁ ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 8 ପିଙ୍ଗଳାର ଅଭିସାର 1

CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Odisha State Board CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା Textbook Exercise Questions and Answers.

CHSE Odisha Class 12 Odia Chapter 7 ବନ୍ଦୀର ବିରହ ବ୍ୟଥା Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
‘ନାନାରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର’’, ଏଠାରେ ଅମ୍ବରର ଅର୍ଥ – _________।_
(i) ଲୁଗା
(ii) ଚାନ୍ଦୁଆ
(iii) ଆକାଶ
(iv) ସୂର୍ଯ୍ୟ
Answer:
(iii) ଆକାଶ

Question ୨ ।
ସୂର୍ଯ୍ୟାସ୍ତ ସମୟରେ ଗଛଗୁଡ଼ିକର ଛାଇ ଲମ୍ବି ଯାଇଥ‌ିବାରୁ କବି କ’ଣ କଳ୍ପନା କରୁଛନ୍ତି ?
(i) ଗଛମାନେ ଅନ୍ଧାରକୁ ଜାବୁଡ଼ି ଧରିଛନ୍ତି ।
(ii) ଗଛମାନେ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଛନ୍ତି ।
(iii) ଗଛମାନେ ଗର୍ବରେ ଫୁଲି ଉଠୁଛନ୍ତି ।
(iv) ପରାଧୀନତା ପରି ଅନ୍ଧକାର ବ୍ୟାପିଯାଉଛି ।
Answer:
(ii) ଗଛମାନେ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଛନ୍ତି ।

Question ୩ ।
ସୂର୍ଯ୍ୟାସ୍ତକାଳୀନ ମୃଦୁ ସମୀରଣକୁ କବି କାହା ସହିତ ତୁଳନା କରିଛନ୍ତି ?
(i) ପତିପତ୍ନୀର କଳହ
(ii) ପ୍ରେମ ଅସ୍ପଷ୍ଟ ଗିର
(iii) ନାୟକ ନାୟିକାର ମିଳନ
(iv) ପ୍ରେମିକର ଭର୍ସନା
Answer:
(ii) ପ୍ରେମ ଅସ୍ପଷ୍ଟ ଗିର

Question ୪ ।
ସନ୍ଧ୍ୟାକାଳୀନ ମୃଦୁ ସମୀରଣରେ ସୂର୍ଯ୍ୟ ପ୍ରେମିକାର କାନରେ କ’ଣ କହୁଥିଲେ ?
(i) ଶୀଘ୍ର ଫେରି ଆସିବି
(ii) ଆଉ ଫେରିବନି
(iii) ବିରହ ଅବିସମ୍ବାଦିତ
(iv) ଫେରିବାରେ ବିଳମ୍ବ ହେବ
Answer:
(i) ଶୀଘ୍ର ଫେରି ଆସିବି

Question ୫ ।
ଅନୁଭବୀର ନେତ୍ରରେ କ’ଣ ଦେଖାଯାଏ ?
(i) ପ୍ରେମିକାର ଲାସ୍ୟ
(ii) ପ୍ରେମିକାର ସ୍ଵୀକୃତି
(iii) ପ୍ରେମିକର ଆନନ୍ଦ ଭିତରେ ବିଷାଦ ରେଖା
(iv) ପ୍ରେମିକର ଅହଂକାର
Answer:
(iii) ପ୍ରେମିକର ଆନନ୍ଦ ଭିତରେ ବିଷାଦ ରେଖା

CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Question ୬ ।
ବନ୍ଦୀ ଗୋପବନ୍ଧୁଙ୍କ ପ୍ରାଣରେ କେଉଁ ଦୃଶ୍ୟ କଷ୍ଟ ଦେଉଥିଲା ?
(i) ଅନ୍ୟ ଜଣେ ବନ୍ଦୀ ପ୍ରତି ଅତ୍ୟାଚାର
(ii) ସନ୍ଧ୍ୟାର ବିରହ ଦୃଶ୍ୟ
(iii) ଅସ୍ତକାଳୀନ ସୂର୍ଯ୍ୟର ସ୍ନିଗ୍ଧ କିରଣ
(iv) ନୀଡ଼ବାହୁଡ଼ା ପକ୍ଷୀମାନଙ୍କ ଆଗମନର ଦୃଶ୍ୟ
Answer:
(ii) ସନ୍ଧ୍ୟାର ବିରହ ଦୃଶ୍ୟ

Question ୭ ।
ପ୍ରଣୟ ପୀୟୂଷରେ କ’ଣ ମିଶିଛି ?
(i) ମିଳନ ଅମୃତ
(ii) ବିରହର ବିଷ
(iii) ପ୍ରତିକ୍ରିୟାର ହଳାହଳ
(iv) ନିର୍ଯାତନାର କୁଟିଳତା
Answer:
(ii) ବିରହର ବିଷ

Question ୮ ।
କବିଙ୍କ ତାପିତ ଅନ୍ତରରେ କିପରି ସାମ୍ବନା ଆସିବ ବୋଲି ସେ ମନେ କରିଛନ୍ତି ?
(i) ଜେଲ ଭିତରେ ରହିଲେ
(ii) ମୁକ୍ତି ପାଇଗଲେ
(iii) ପ୍ରକୃତି ମଧ୍ୟରେ ସମହୃଦ ବେଦନା ଦେଖ‌ିଲେ
(iv) ସିପାହି ତାଙ୍କୁ ଜେଲ ଭିତରେ ଆବଦ୍ଧ ନ କଲେ
Answer:
(iii) ପ୍ରକୃତି ମଧ୍ୟରେ ସମହୃଦ ବେଦନା ଦେଖ‌ିଲେ

Question ୯।
ଗୋପବନ୍ଧୁଙ୍କ ଅବରୋଧର ସମୟ କ’ଣ ଥିଲା ?
(i) ସକାଳ
(ii) ମଧ୍ୟାହ୍ନ
(iii) ଗୋଧୂଳି କାଳ
(iv) ରାତ୍ରି
Answer:
(iii) ଗୋଧୂଳି କାଳ

Question ୧୦ ।
ଯମଦୂତ ବୋଲି କବି କାହାକୁ କହିଛନ୍ତି ?
(i) ଜେଲର ସିପାହିକୁ
(ii) ସହବନ୍ଦୀଙ୍କୁ
(iii) ଇଂରେଜ ଶାସକଙ୍କୁ
(iv) ଗଡ଼ଜାତ ରାଜାଙ୍କୁ
Answer:
(i) ଜେଲର ସିପାହିକୁ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
‘ବନ୍ଦୀର ବିରହ ବ୍ୟଥା’ କବିତା ଗୋପବନ୍ଧୁଙ୍କ କେଉଁ ସଂକଳନରୁ ଆସିଛି ?
Answer:
‘ବନ୍ଦୀର ବିରହ ବ୍ୟଥା’ କବିତା ଗୋପବନ୍ଧୁଙ୍କ ‘କାରାକବିତା’ ସଂକଳନରୁ ଆସିଛି ।

Question ୭ ।
ବସନ୍ତ ସମୟ କିପରି ?
Answer:
ବସନ୍ତ ସମୟ ମଧୁର ବା ଆମୋଦଦାୟକ ।

Question ୩ ।
ବିଦାୟ ସୂର୍ଯ୍ୟର ଆକାଶ କେଉଁଥରେ ଆଚ୍ଛାଦିତ ବୋଲି ଗୋପବନ୍ଧୁ କହିଛନ୍ତି ?
Answer:
ବିଦାୟ ସୂର୍ଯ୍ୟର ଆକାଶ ନାନାରଙ୍ଗର ଚନ୍ଦ୍ରାତପରେ ଆଚ୍ଛାଦିତ ବୋଲି ଗୋପବନ୍ଧୁ କହିଛନ୍ତି ।

Question ୪।
ବିଦାୟବେଳାରେ ପକ୍ଷୀମାନଙ୍କର ଗାନ କିପରି ଥିଲା ?
Answer:
ବିଦାୟବେଳାରେ ପକ୍ଷୀମାନଙ୍କର ଗାନ କରୁଣ ଥିଲା ।

Question ୫ ।
ଆସନ୍ନ ସନ୍ଧ୍ୟାରେ ତରୁ ଓ ଗିରିର ବିସ୍ତାରିତ ଛାୟା କାହା ପାଦରେ ପ୍ରଣାମ କରୁଥିଲେ ?
Answer:
ଆସନ୍ନ ସନ୍ଧ୍ୟାରେ ତରୁ ଓ ଗିରିର ବିସ୍ତାରିତ ଛାୟା ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଥିଲେ ।

Question ୬ ।
ପ୍ରଣାମର ପ୍ରତିବଦଳରେ ସୂର୍ଯ୍ୟ ତରୁଗିରିଙ୍କୁ କ’ଣ ଦାନ କରୁଥିଲେ ?
Answer:
ପ୍ରଣାମର ପ୍ରତିବଦଳରେ ସୂର୍ଯ୍ୟ ସେମାନଙ୍କ ଶିରରେ ହେମବର୍ଣ୍ଣର ପାଟ ଦାନ କରୁଥିଲେ ।

Question ୭ ।
ସନ୍ଧ୍ୟାକାଳୀନ ସୂର୍ଯ୍ୟ କେଉଁଠି ବସି ହସୁଥିଲେ ବୋଲି କୁହାଯାଇଛି ?
Answer:
ସନ୍ଧ୍ୟାକାଳୀନ ସୂର୍ଯ୍ୟ ଅସ୍ତାଚଳ ଉପରେ ବସି ହସୁଥିଲେ ବୋଲି କୁହାଯାଇଛି ।

Question ୮ ।
ଅସ୍ତକାଳୀନ ସୂର୍ଯ୍ୟଙ୍କର କୋମଳ କିରଣକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ଅସ୍ତକାଳୀନ ସୂର୍ଯ୍ୟଙ୍କର କୋମଳ କିରଣକୁ କବି କୋମଳ ଆଶ୍ୱାସନା ଓ ସ୍ନେହ ଆଦର ସହିତ ତୁଳନା କରିଛନ୍ତି ।

CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Question ୯ ।
ବିଦାୟବେଳାରେ ପ୍ରେମର ଅସ୍ପଷ୍ଟ ଭାଷା କିଏ ଉଚ୍ଚାରଣ କରୁଥିଲେ ?
Answer:
ବିଦାୟବେଳାରେ ପ୍ରେମରେ ଅସ୍ପଷ୍ଟ ଭାଷା : ସମୀରଣ କଣ୍ଠରେ ସୂର୍ଯ୍ୟ ଉଚ୍ଚାରଣ କରୁଥିଲେ ।

Question ୧୦ ।
ସମୀରଣ କଣ୍ଠରେ ସୂର୍ଯ୍ୟ ଦେବତାଙ୍କର ପ୍ରେମପୂର୍ଣ୍ଣ ଅସ୍ପଷ୍ଟ ଭାଷା କ’ଣ ଥିଲା
Answer:
ସମୀରଣ କଣ୍ଠରେ ସୂର୍ଯ୍ୟ ଦେବତାଙ୍କ ପ୍ରେମପୂର୍ଣ୍ଣ ଅସ୍ପଷ୍ଟ ଭାଷା ଥିଲା, ‘ଅଚିରେ ଫେରିବି ଧନି ! ନୁହ କାତର ।’

Question ୧୧ ।
ବିଦାୟକାଳୀନ ଅନୁରାଗର ରଙ୍ଗ କେଉଁଠି ପ୍ରକାଶ ପାଉଥିଲା ?
Answer:
ବିଦାୟକାଳୀନ ଅନୁରାଗର ରଙ୍ଗ ପ୍ରାଚୀ-କପୋଳେ ପ୍ରକାଶ ପାଉଥିଲା ।

Question ୧୨ ।
ସୂର୍ଯ୍ୟଙ୍କର ହସରେ କ’ଣ ପ୍ରକଟିତ ହେଉଥିଲା ?
Answer:
ସୂର୍ଯ୍ୟଙ୍କର ହସରେ ଗୁରୁ ବିଷାଦରେଖା ପ୍ରକଟିତ ହେଉଥିଲା ।

Question ୧୩ ।
ବିରହ ସୂର୍ଯ୍ୟଙ୍କର ବିଷାଦ କିଏ ଦେଖି ପାରୁଥ‌ିବେ ବୋଲି କବି କହିଛନ୍ତି ?
Answer:
ବିରହ ସୂର୍ଯ୍ୟଙ୍କର ବିଷାଦ ଅନୁଭବୀ ନେତ୍ର କେବଳ ଦେଖି ପାରୁଥ‌ିବେ ବୋଲି କବି କହିଛନ୍ତି ।

Question ୧୪ ।
କାହାର ବିରହ ମନରେ ଦାରୁଣ କଷଣ ଦିଏ ବୋଲି କୁହାଯାଇଛି ?
Answer:
ପ୍ରିୟଜନର ବିରହ ମନରେ ଦାରୁଣ କଷଣ ଦିଏ ବୋଲି କୁହାଯାଇଛି ।

Question ୧୫ ।
ପ୍ରୀତି ପାଶରେ କିଏ ବନ୍ଧା ବୋଲି କବି କହିଛନ୍ତି ?
Answer:
ଜଗତର ସମସ୍ତ ଜଡ଼ଠାରୁ ଚେତନ ପର୍ଯ୍ୟନ୍ତ ପ୍ରୀତି ପାଶରେ ବନ୍ଧା ବୋଲି କବି କହିଛନ୍ତି ।

Question ୧୬ ।
ସୂର୍ଯ୍ୟଙ୍କର ବିରହ ଦୃଶ୍ୟ କାହା ପ୍ରାଣରେ ବ୍ୟଥା ଦେଉଥିଲା ?
Answer:
ସୂର୍ଯ୍ୟଙ୍କର ବିରହ ଦୃଶ୍ୟ ବନ୍ଦୀ ଗୋପବନ୍ଧୁଙ୍କ ପ୍ରାଣରେ ବ୍ୟଥା ଦେଉଥିଲା ।

Question ୧୭ ।
ସନ୍ଧ୍ୟାକାଳୀନ ବିଦାୟ ଦୃଶ୍ୟ ବନ୍ଦୀ ଗୋପବନ୍ଧୁଙ୍କୁ କ’ଣ ମନେ ପକାଇ ଦେଉଥିଲା ?
Answer:
ସନ୍ଧ୍ୟାକାଳୀନ ବିଦାୟ ଦୃଶ୍ୟ ବନ୍ଦୀ ଗୋପବନ୍ଧୁଙ୍କୁ ଅତୀତର କେତେକଥା ମନେପକାଇ ଦେଉଥିଲା ।

Question ୧୮ ।
ବନ୍ଦୀଶାଳାରେ ଚାବି ନ ଦେବାପାଇଁ ଗୋପବନ୍ଧୁ କାହାକୁ ଅନୁରୋଧ କରିଥିଲେ ?
Answer:
ବନ୍ଦୀଶାଳାରେ ଚାବି ନ ଦେବାପାଇଁ ଗୋପବନ୍ଧୁ ସିପାହିକୁ ଅନୁରୋଧ କରିଥିଲେ ।

Question ୧୯ ।
ଗୋପବନ୍ଧୁ ବନ୍ଦୀଶାଳାର ଚାବି ନ ଦେବାପାଇଁ ସିପାହିକୁ କାହିଁକି ଅନୁରୋଧ କରିଥିଲେ ?
Answer:
ପ୍ରକୃତିର ପ୍ରତ୍ୟେକ କ୍ଷେତ୍ରରେ ପ୍ରଣୟ ସହ ବିରହଜ୍ବାଳା ମିଶି ରହିଥିବାର ଦୃଶ୍ୟ ଉପଭୋଗ କରୁଥିବା ଗୋପବନ୍ଧୁ ଦେବାପାଇଁ ସିପାହୀକୁ ଅନୁରୋଧ କରିଥିଲେ ।

Question ୨୦ ।
ପ୍ରଣୟ ପୀୟୂଷରେ କ’ଣ ମିଶିଛି ବୋଲି କବି କହିଛନ୍ତି ?
Answer:
ପ୍ରଣୟ ପୀୟୂଷରେ ବିରହ ବିଷ ମିଶିଛି ବୋଲି କବି କହିଛନ୍ତି ।

Question ୨୧ ।
ବିଶ୍ବବାସୀଙ୍କ ପ୍ରତି ବିଧାତାର ବିଚିତ୍ର ଆଶିଷ ବୋଲି କବି କାହାକୁ କହିଛନ୍ତି ?
Answer:
ପ୍ରଣୟ ପୀୟୂଷରେ ବିରହ ବିଷ ମିଶିରହିଥ‌ିବା ବିଶ୍ବବାସୀଙ୍କ ପ୍ରତି ବିଧାତାର ବିଚିତ୍ର ଆଶିଷ ବୋଲି କବି କହିଛନ୍ତି ।

Question ୨୨ ।
ସୁନ୍ଦର ପଦ୍ମରେ କିଏ ଜଡ଼ିତ ହୋଇଥାଏ ବୋଲି କୁହାଯାଇଛି ?
Answer:
ସୁନ୍ଦର ପଦ୍ମରେ ଅହି ଜଡ଼ିତ ହୋଇଥାଏ ବୋଲି କୁହାଯାଇଛି ।

Question ୨୩ ।
ବିରହକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ବିରହକୁ କବି ବିଷ ସହିତ ତୁଳନା କରିଛନ୍ତି ।

Question ୨୪ ।
କେଉଁ ବିଷରେ କବିଙ୍କ ପରାଣ ଘାରୁଛି ବୋଲି ସେ କହିଛନ୍ତି ?
Answer:
ବିରହ-ବିଷମ ବିଷରେ କବିଙ୍କ ପରାଣ ଘାରୁଛି ବୋଲି ସେ କହିଛନ୍ତି ।

Question ୨୫ ।
ଆପଣାର ବିରହ ବେଦନାକୁ କବି କେଉଁଠାରେ ଦେଖିଛନ୍ତି ?
Answer:
ଆପଣାର ବିରହ ବେଦନାକୁ କବି ବିଶ୍ଵ ପ୍ରକୃତିରେ ଦେଖିଛନ୍ତି ।

Question ୨୬ ।
କବିଙ୍କ ତାପିତ ଅନ୍ତର କିପରି ସାନ୍ତନା ଲାଭ କରିଛି ?
Answer:
ବିଶ୍ଵ ପ୍ରକୃତିରେ ସମାନ ହୃଦବେଦନା ଦେଖି କବିଙ୍କ ତାପିତ ଅନ୍ତର ସାନ୍ତନା ଲାଭ କରିଛି ।

Question ୨୭ ।
ବନ୍ଦୀଶାଳାର ଅବରୋଧ ସମୟ କେଉଁ ସମୟ ଥିଲା ?
Answer:
ବନ୍ଦୀଶାଳାର ଅବରୋଧର ସମୟ ଗୋଧୂଳି କାଳ ଥିଲା ।

CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Question ୨୮ ।
ସୂର୍ଯ୍ୟ ଆକାଶରେ ରତରତ ହେଉଥ‌ିବାରୁ କବି ସିପାହିକୁ କ’ଣ ଅନୁରୋଧ କରିଛନ୍ତି ?
Answer:
ସୂର୍ଯ୍ୟ ଆକାଶରେ ରତରତ ହେଉଥ‌ିବାରୁ କବି ସିପାହିକୁ ଆଉଟିକିଏ କାରାପ୍ରାଙ୍ଗଣରେ ବୁଲିବାକୁ ଅନୁରୋଧ କରିଛନ୍ତି ।

Question ୨୯ ।
ଯମଦୂତ ବୋଲି କବି କାହାକୁ କହୁଛନ୍ତି ?
Answer:
ବନ୍ଦୀଶାଳାର ସିପାହିକୁ ଯମଦୂତ ବୋଲି କବି କହିଛନ୍ତି ।

Question ୩୦ ।
ନିଜର ମର୍ଯ୍ୟାଦା ଜଗି ଶେଷରେ କବି କ’ଣ କରିବେ ବୋଲି କହିଛନ୍ତି ?
Answer:
ନିଜର ମର୍ଯ୍ୟାଦା ଜଗି ଶେଷରେ କବି ନିଜ ଛୋଟ କୋଠରିକୁ ଯିବେ ବୋଲି କହିଛନ୍ତି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ।

କବିତା – ବନ୍ଦୀର ବିରହ ବ୍ୟଥା, କବି – ଗୋପବନ୍ଧୁ ଦାସ

Question ୧ ।
‘ବନ୍ଦୀର ବିରହ ବ୍ୟଥା’’ କବିତା ଗୋପବନ୍ଧୁ କେଉଁ ଜେଲ୍‌ରେ ଥିବାବେଳେ ଲେଖିଥିଲେ ?
Answer:
‘‘ବନ୍ଦୀର ବିରହ ବ୍ୟଥା’’ କବିତା କବି ଗୋପବନ୍ଧୁ ଦାସ ୧୯୨୩-୨୪ ମସିହାରେ ହଜାରିବାଗ ଜେଲ୍‌ରେ ଥ‌ିବାବେଳେ ଲେଖିଥିଲେ । ଏଥ‌ିରେ କବି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖି ପ୍ରକୃତିର ବିରହ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରିଛନ୍ତି ।

Question ୨ ।
ସୂର୍ଯ୍ୟଙ୍କର ବିଦାୟକାଳୀନ ଦୃଶ୍ୟ କିପରି ଥିଲା ?
Answer:
ସୂର୍ଯ୍ୟଙ୍କର ବିଦାୟକାଳୀନ ଦୃଶ୍ୟ ଅତି ମନୋରମ, ଯାହାକୁ କବି ଅମ୍ବରରେ ନାନାରଙ୍ଗର ଚନ୍ଦ୍ରାତପ ଆଚ୍ଛାଦିତ ହୋଇଛି ବୋଲି କହିଛନ୍ତି ।

Question ୩ ।
ସନ୍ଧ୍ୟାକାଳୀନ ତରୁଗିରର ବିସ୍ତାରିତ ଛାୟାକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ସନ୍ଧ୍ୟାକାଳୀନ ତରୁଗିରିର ବିସ୍ତାରିତ ଛାୟାକୁ କବି ଅସ୍ତଗାମୀ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରିବା ସହିତ ତୁଳନା କରିଛନ୍ତି ।

Question ୪ ।
‘‘ ଅଚିରେ ଫେରିବି ଧନି ! ନୁହ କାତର’’ – କିଏ କାହାକୁ କହିଛନ୍ତି ?
Answer:
‘ଅଚିରେ ଫେରିବି ଧନି ! ନୁହ କାତର’ – ଏହା ଅସ୍ତଗାମୀ ସୂର୍ଯ୍ୟ ପୃଥ‌ିବୀକୁ କହିଛନ୍ତି ବୋଲି କବି ପରିକଳ୍ପନା

Question ୫ ।
ସନ୍ଧ୍ୟାର ଅନୁରାଗ ରଙ୍ଗରେ ବିରହ ଦୁଃଖର କାଳିମା କିପରି ଥିଲା ?
Answer:
ସନ୍ଧ୍ୟାର ଅନୁରାଗ ରଙ୍ଗରେ ବିରହ ଦୁଃଖର କାଳିମା ହେଉଛି, ସୂର୍ଯ୍ୟ ପ୍ରାଚୀ-କପୋଳରେ ଅନୁରାଗ ରଙ୍ଗ ବୋଳି ଦେଉଥିଲାବେଳେ, ସନ୍ଧ୍ୟାର କ୍ରମଶଃ କାଳିମାକୁ ବିରହ ଦୁଃଖର କାଳିମା ବୋଲି କବି ପରିକଳ୍ପନା କରିଛନ୍ତି ।

Question ୬ ।
ସନ୍ଧ୍ୟାକାଳୀନ ଦୃଶ୍ୟରୁ ଅନୁଭବୀ ବ୍ୟକ୍ତି କ’ଣ ଦେଖିପାରେ ?
Answer:
ସନ୍ଧ୍ୟାକାଳୀନ ଦୃଶ୍ୟରୁ ଅନୁଭବୀ ବ୍ୟକ୍ତି, ପ୍ରିୟଜନ ବିରହର ଦାରୁଣ କଷଣକୁ ଦେଖିପାରେ ।

Question ୭ ।
ପ୍ରିୟଜନର ବିରହ ଦୁଃଖ କବିଙ୍କୁ କିପରି ମନେ ହେଉଛି ?
Answer:
ପ୍ରିୟଜନର ବିରହ ଦୁଃଖ ଅତ୍ୟନ୍ତ କଷ୍ଟଦାୟକ ଯାହାକୁ କବି ଦାରୁଣ କଷଣ ବୋଲି କହିଛନ୍ତି ।

Question ୮ ।
ପ୍ରୀତି ପାଶରେ କିଏ ବନ୍ଧା ହୋଇଛନ୍ତି ବୋଲି କବି ଗୋପବନ୍ଧୁ କହିଛନ୍ତି ?
Answer:
ଜଡ଼ରୁ ଚେତନ ପର୍ଯ୍ୟନ୍ତ ସମସ୍ତେ ପ୍ରୀତି ପାଶରେ ବନ୍ଧା ହୋଇଛନ୍ତି, ଯାହା ଫଳରେ ପ୍ରିୟଜନର ବିରହରେ ସମସ୍ତେ ଦାରୁଣ କଷଣ ଭୋଗ କରିଥା’ନ୍ତି ବୋଲି କବି ଗୋପବନ୍ଧୁ କହିଛନ୍ତି ।

Question ୯ ।
ସିପାହିକୁ କବି କାହିଁକି ବନ୍ଦୀଶାଳାର ଦ୍ଵାରରେ ଚାବି ନ ଦେବାପାଇଁ ଅନୁରୋଧ କରିଥିଲେ ?
Answer:
ପ୍ରକୃତି ରାଜ୍ୟରେ ପ୍ରଣୟର ପ୍ରଭାବକୁ ବାହାରେ ରହି ଆଉ ଟିକିଏ ଦେଖିବାପାଇଁ କବି ସିପାହିକୁ ବନ୍ଦୀଶାଳାର ଦ୍ଵାରରେ ଚାବି ନଦେବାପାଇଁ ଅନୁରୋଧ କରିଥିଲେ ।

Question ୧୦ ।
ପ୍ରଣୟର କି ବିଚିତ୍ର ବିଧାନ କବି ଉପଲବ୍ଧି କରିଛନ୍ତି ?
Answer:
ପ୍ରଣୟ ପୀୟୂଷରେ ବିରହବିଷ ମିଶିରହିଥ‌ିବା, ବିଶ୍ବବାସୀଙ୍କ ପ୍ରତି ବିଧାତାର ବିଚିତ୍ର ବିଧାନ କବି ଉପଲବ୍ଧି କରିଛନ୍ତି ।

Question ୧୧ ।
କବି ଗୋପବନ୍ଧୁଙ୍କ ମନପ୍ରାଣ କାହିଁକି ବିରହ ବିଷାଦରେ ଘାରୁଥିଲା ?
Answer:
ଯେହେତୁ କବି ଗୋପବନ୍ଧୁ ପ୍ରିୟଜନ ଓ ପ୍ରିୟସ୍ଥାନ ଛାଡ଼ି ବନ୍ଦୀଭାବରେ ରହିଥିଲେ, ସେଥ‌ିପାଇଁ ତାଙ୍କର ମନପ୍ରାଣ ବିରହ ବିଷାଦରେ ଘାରୁଥିଲା ।

Question ୧୨ ।
ବିଶ୍ଵ ପ୍ରକୃତିରେ ସମାନ ହୃଦୟ ବେଦନା କବିଙ୍କ ଅନ୍ତରରେ କେଉଁ ଉପଲବ୍ଧି ଆଣିବ ବୋଲି କୁହାଯାଇଛି ?
Answer:
ବିଶ୍ଵପ୍ରକୃତିରେ ସମାନ ହୃଦୟ ବେଦନାର ଉପଲବ୍ଧି ତାପିତ ଅନ୍ତରରେ କ୍ଷଣିକ ପାଇଁ ସାର୍ଚ୍ଚନା ପ୍ରଦାନ କରୁଥିଲା ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ୩୦ଟି ଶବ୍ଦରେ ଉତ୍ତର ଦିଅ । ସୂଚନାପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

କବିତା – ବନ୍ଦୀର ବିରହ ବ୍ୟଥା, କବି – ଗୋପବନ୍ଧୁ ଦାସ

Question ୧ ।
‘ବନ୍ଦୀର ବିରହ ବ୍ୟଥା’ କବିତାରେ ସୂର୍ଯ୍ୟାସ୍ତକାଳୀନ ପ୍ରକୃତିର ରୂପଚିତ୍ର ଉପସ୍ଥାପନ କର ।
Answer:
ସୁନେଲିକିରଣ ପ୍ରତିଫଳିତ ହୋଇଛି ଧରଣୀ ଓ ଆକାଶରେ, ଯାହାକୁ କବି ବିଚିତ୍ର ବର୍ଣ୍ଣର ଚନ୍ଦ୍ରାତପ ଲାଗିଥିବା କଥା ପରିକଳ୍ପନା କରିଛନ୍ତି । ପକ୍ଷୀର ଗାନ, ତରୁଗିରିଙ୍କର ଛାୟା ବିସ୍ତାର ଏବଂ ଗିରି ମସ୍ତକରେ ହେମବରଣ ପାଟ ପରିଧାନ ବର୍ଣ୍ଣନା କବି ଲେଖନୀରେ ମନୋଜ୍ଞ ହୋଇଛି ।

Question ୨ ।
କବି ଗୋପବନ୍ଧୁ ସୂର୍ଯ୍ୟଙ୍କର ବିଦାୟକୁ କିପରି ମାନବୀୟ ବିରହ ସହିତ ତୁଳନା କରିଛନ୍ତି ?
Answer:
ସୂର୍ଯ୍ୟ ଅସ୍ତ ହେବା ସମୟରେ ପଶ୍ଚିମ ଆକାଶର ଲାଲ୍‌ରଣ କ୍ରମଶଃ ମଉଳି ମଉଳି ଆସେ ଏବଂ ଏଣେ ଅନ୍ଧାର ତାହାର ସତ୍ତାକୁ ପ୍ରକାଶ କରେ । ପ୍ରକୃତିର ସେହି ଦୃଶ୍ୟକୁ ମାନବୀୟ ବିରହ ସହିତ କବି ତୁଳନା କରିଛନ୍ତି । ପ୍ରିୟଜନଙ୍କଠାରୁ ବିଦାୟ ନେଉଥ‌ିବା ବ୍ୟକ୍ତିଟି ମୁହଁଟି ଝାଉଁଳି ଗଲାପରି ସୂର୍ଯ୍ୟ କ୍ରମଶଃ ମଳିନ ପଡ଼ିଛନ୍ତି ଏବଂ ସୂର୍ଯ୍ୟଙ୍କଠାରୁ ବିଛେଦ ହୋଇ ପୃଥ‌ିବୀ କାଳିମାଯୁକ୍ତ ହୋଇଛି ।

CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Question ୩ ।
ପ୍ରଣୟ ଓ ବିରହ ସମ୍ପର୍କରେ କବିଙ୍କ ଅଭିମତ ପଠିତ କବିତା ଅବଲମ୍ବନରେ ପ୍ରଦାନ କର ।
Answer:
ପ୍ରଣୟ ଓ ବିରହ ସମ୍ପର୍କରେ କବି ଅଭିମତ ଦେଇ ଲେଖିଛନ୍ତି, ପ୍ରଣୟ ରୂପକ ପୀୟୂଷରେ ବିରହ ରୂପକ ବିଷ ମିଶି ରହିଛି । ଏଭଳି ବିଚିତ୍ର ବ୍ୟବସ୍ଥା ବିଶ୍ବବାସୀଙ୍କ ପାଇଁ ବିଧାତା ଖଞ୍ଜି ଦେଇଛନ୍ତି । ତାହାକୁ ସ୍ପଷ୍ଟ କରିବାପାଇଁ କବି କହିଛନ୍ତି ଯେ ସୁନ୍ଦର ସରୋଜ ଚରଣରେ ଅହି ଜଡ଼ିତ ହୋଇ ରହିଥାଏ । ବିଧାତାଙ୍କର ଏଭଳି ରହସ୍ୟକୁ କେହି କଳନା କରିପାରିବେ ନାହିଁ ।

Question ୪ ।
ଯମଦୂତ ବୋଲି କବି କାହାକୁ କହିଛନ୍ତି ଓ କାହିଁକି ?
Answer:
ବନ୍ଦୀଶାଳାର ସିପାହିକୁ କବି ଯମଦୂତ ବୋଲି କହିଛନ୍ତି । ଯମଦୂତ ଯେଭଳି ଅତ୍ୟନ୍ତ ନିଷ୍ଠୁର ଓ ତା’ ହୃଦୟରେ କରୁଣା ନଥାଏ, ସେହିଭଳି ସିପାହି କବିଙ୍କର ଅନୁରୋଧକୁ ସାମାନ୍ୟଭାବେ ଶୁଣି ନାହିଁ । ଯମଦୂତ କାହାରି କଥା ନ ଶୁଣିଲା ପରି, ସିପାହିର ନିଷ୍ଠୁର ଭାବକୁ ଲକ୍ଷ୍ୟକରି କବି ଏଭଳି କହିଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ବନ୍ଦୀର ବିରହ ବ୍ୟଥା’ କବିତାର ସାରମର୍ମ ନିଜ ଭାଷାରେ ଲେଖ ।
Answer:
‘ବନ୍ଦୀର ବିରହ ବ୍ୟଥା’ କବିତାର କବି ଉତ୍କଳମଣି ଗୋପବନ୍ଧୁ ଦାସ । ଗୋପବନ୍ଧୁ ଯେତେବେଳେ ହଜାରିବାଗ ଜେଲରେ ବନ୍ଦୀ ଜୀବନଯାପନ କରୁଥିଲେ, ସେହି ସମୟରେ ସେ ଜାତୀୟଚେତନାମୂଳକ, ପ୍ରକୃତି ପ୍ରୀତି ସମ୍ବଳିତ ଅନେକ କବିତା ରଚନା କରିଥିଲେ । ଆଲୋଚ୍ୟ କବିତାଟି କବିଙ୍କର ସେହି ସମୟର ରଚନା । ପୁରାଣ ଯୁଗରେ କାରାଗାର ହିଁ ଜନ୍ମ ଦେଇଥିଲା ଜଗତ ଉଦ୍ଧାରକ ଶ୍ରୀକୃଷ୍ଣଙ୍କୁ । ସେଇ କାରାଗାର ଯୁଗେ ଯୁଗେ ବହୁ ବିଦ୍ରୋହୀ, ବିପ୍ଳବୀ, କବି, ମନୀଷୀ ଓ ସଂସ୍କାରକମାନଙ୍କର ଅମର ଚିନ୍ତାର ଗ୍ରନ୍ଥମାନ ଦାନ କରିଥିଲା । ଜାତୀୟତାବାଦୀ ନେତା, ‘ବନ୍ଦୀର ବିରହ ବ୍ୟଥା’ କବିତାରେ ପ୍ରକୃତିର ଅପରୂପ ଦୃଶ୍ୟ ମଧ୍ୟରେ ମାନବୀୟ ଭାବ ସମ୍ବେଦନାକୁ ସୁନ୍ଦର ଭାବେ ପ୍ରକାଶ କରି ନିଜର ସାରସ୍ବତ ସାଧନାକୁ ଅମର କରୁ।ଇଛନ୍ତି ।

ବସନ୍ତର ମଧୁର ମୁହୂର୍ଭ । ସୂର୍ଯ୍ୟ ପ୍ରାଚୀ ଗଗନକୁ ରକ୍ତରଞ୍ଜିତ କରି ବୁଡ଼ିଯିବାପାଇଁ ଉପକ୍ରମ କରୁଛନ୍ତି । ସୂର୍ଯ୍ୟ ଯେପରି ପ୍ରିୟତମ ପୃଥ‌ିବୀଠାରୁ ବିଦାୟ ନେବାପାଇଁ ପ୍ରସ୍ତୁତ ହେଉଛନ୍ତି । ବିଦାୟବେଳାରେ ଆକାଶ ଯେପରି ବିଚିତ୍ର ବର୍ଷର ଚନ୍ଦ୍ରାତପରେ ସଜେଇ ହୋଇଛି । ପକ୍ଷୀମାନେ ବିଦାୟର ମୁହୂର୍ତ୍ତକୁ ସ୍ମରଣ କରି କରୁଣ ଗାନ କରି ଉଡ଼ି ଯାଉଛନ୍ତି । ତରୁ ଓ ଗିରି ଶ୍ରେଣୀର ଛାୟାର ଆକାର କ୍ରମଶଃ ବଢ଼ିଯାଉଛି । କବି ସେହି ଛାୟାର ଆକାରରୁ, ସେମାନେ ସୂର୍ଯ୍ୟଙ୍କୁ ପ୍ରଣାମ କରୁଥିବା କଥା ପରିକଳ୍ପନା ପାଟ ବାନ୍ଧୁଥ‌ିବା କଥା କବି ଚିନ୍ତା କରିଛନ୍ତି । ଧୀର ସମୀର ସ୍ବରରେ ସୂର୍ଯ୍ୟ ଯେପରି ପୃଥ‌ିବୀକୁ କହୁଛନ୍ତି ‘ଅଚିରେ ଫେରିବି ଧନି ! ନୁହ କାତର ।’’ ସେହି ବିଦାୟ ଦୃଶ୍ୟକୁ ନିଜ ଭିତରେ ଅନୁଭବୀ ଭାବରେ କବି ଅନୁଭବ କରିଛନ୍ତି । ସେହି ଦୃଶ୍ୟକୁ ମନଭରି ଦେଖିବାପାଇଁ କବି ଇଚ୍ଛାକଲେ ବି, ସିପାହି ସେଥ‌ିରେ ବାଧା ଦେଇଛି ।

କବି ଏହି ଅବସରରେ ଏକ ଦାର୍ଶନିକ ଅନୁଚିନ୍ତା ପ୍ରକାଶ କରିଛନ୍ତି । ମିଳନ ସହିତ ବିରହ ଲାଗି ରହିଲା ପରି, ପ୍ରଣୟ- ପୀୟୂଷରେ ବିରହ-ବିଷ ଜଡ଼ିତ ହେବା ବିଧାତାଙ୍କର ଏକ ବିଚିତ୍ର ବିଧ୍ । କବି ସେହି ବିରହ ଦୃଶ୍ୟ ଦେଖି ନିଜର ସନ୍ତାପିତ ହୃଦୟରେ ସାମାନ୍ୟ ସାର୍ଚ୍ଚନା ଲାଭକରିବେ ବୋଲି ଇଚ୍ଛା କରିଛନ୍ତି । ସିପାହି ଏଥୁରେ ବାଧା ସୃଷ୍ଟି କରିବାରୁ, ନିଜ ମନର ଭାବକୁ ଆଉ ସାକାର କରିବାର ସୁଯୋଗ ସେ ପାଇନାହାଁନ୍ତି ।

କବିତାଟିରେ ପ୍ରକୃତିର ବିରହ ମଧ୍ଯରେ ନିଜର ବିରହଭାବକୁ ଅତି ମନୋଜ୍ଞ ଭାବରେ କବି ପ୍ରକାଶ କରିଛନ୍ତି ।

Question ୨ ।
ପ୍ରକୃତିର ବିରହ ମଧ୍ଯରେ କବି କିପରି ଆପଣାର ବିରହକୁ ଉପଲବ୍ଧି କରିଛନ୍ତି – ଆଲୋଚନା କର ।
Answer:
କବି ଉତ୍କଳମଣି ଗୋପବନ୍ଧୁ ଦାସ ହଜାରିବାଗ ଜେଲ୍‌ରେ ବନ୍ଦୀ ଥିଲାବେଳେ, ସୂର୍ଯ୍ୟଙ୍କର ଅସ୍ତକାଳୀନ ରୂପ ଦେଖି ଭାବବିଭୋର ହୋଇଛନ୍ତି । ସେ ଦେଖିଛନ୍ତି, ପୃଥ‌ିବୀଠାରୁ ସୂର୍ଯ୍ୟଙ୍କର ବିଦାୟବେଳାକୁ । ସେହି ବିଦାୟକାଳୀନ ଦୁଃଖଦ ଦୃଶ୍ୟକୁ କବି ନିଜ ମଧ୍ୟରେ ଅନୁଭବ କରିଛନ୍ତି । ପୁନଶ୍ଚ ବିଦାୟବେଳାରେ ମିଳନ ବା ପ୍ରଣୟ ପୀୟୂଷରେ କାହିଁକି ବିରହ ବିଷ ଲାଗିରହିଛି, ବିଧାତାର ଏହି ବିଚିତ୍ର ବିଧ‌ିକୁ ବିଚାର କରିଛନ୍ତି । ଏହାକୁ ସ୍ବୀକାର କରି ଲେଖିଛନ୍ତି –
‘‘ପ୍ରଣୟ-ପୀୟୂଷେ ମିଶିଛି କିଆଁ ବିରହ-ବିଷ,
ବିଶ୍ବବାସୀ ପ୍ରତି ବିଚିତ୍ର ଏ କି ବିଧ୍ ଆଶିଷ ?’’

ବସନ୍ତର ମଧୁମୟ ମୁହୂର୍ତ୍ତରେ କବି ଜେଲ୍ ପରିସର ଭିତରେ ଥାଇ ଦେଖିଛନ୍ତି ଅସ୍ତଗାମୀ ସୂର୍ଯ୍ୟଙ୍କୁ । ସୂର୍ଯ୍ୟ ଓ ପୃଥ‌ିବୀର ପ୍ରେମ ନିବିଡ଼ । କାରଣ ସୂର୍ଯ୍ୟଙ୍କ ସର୍ବଶକ୍ତିମୟ କିରଣକୁ ନେଇ ପୃଥ୍ବୀ ହୁଏ ସବୁଜ, ହୁଏ ଶସ୍ୟଶାମଳ, ବହୁବର୍ଣ୍ଣରେ ବିଚିତ୍ର । ସେହି ସୂର୍ଯ୍ୟଙ୍କୁ ପୃଥ‌ିବୀ ବିଦାୟ ଦେଇ ହୋଇଛି ବିଷାଦମୟ । ତଥାପି ସେହି ବିଦାୟ ମୁହୂର୍ତ୍ତକୁ ମାଧୁର୍ଯ୍ୟମଣ୍ଡିତ କରିବାପାଇଁ ଆୟୋଜନ କରାଯାଇଛି । ନାନାରଙ୍ଗର ଚନ୍ଦ୍ରାତପରେ ଆଚ୍ଛାଦିତ ହୋଇଛି ଅମ୍ବର । ନୀଡ଼ ଫେରନ୍ତା ପକ୍ଷୀମାନେ ଉଚ୍ଚସ୍ୱରରେ କରୁଣଗାନ କରୁଛନ୍ତି । ପାଦପ ଓ ଗିରିଶ୍ରେଣୀ ସୂର୍ଯ୍ୟଙ୍କୁ ପ୍ରଣାମ କଲା ଭଳି ଛାୟାବିସ୍ତାର କରିଛନ୍ତି । ଏଣେ ସୂର୍ଯ୍ୟଦେବ ଅନୁରକ୍ତଭୃତ୍ୟ ମସ୍ତକରେ ହେମବରଣୀ ପାଟ ବାନ୍ଧିଲା ପରି, ପାଦପ ଓ ଗିରିର ଅଗ୍ରଭାଗକୁ ସୁବର୍ଣ୍ଣ ବର୍ଷରେ ସଜାଇ ଦେଇଛନ୍ତି । ସୂର୍ଯ୍ୟଦେବ ପୃଥ‌ିବୀକୁ ଆଶ୍ୱାସନା ଦେଇ ସମୀରଣର ମୁଦୁମର୍ମରେ ପ୍ରେମର ଅସ୍ପଷ୍ଟ ଗିରି ଶୁଣାଇ କହିଛନ୍ତି, ‘ଅଚିରେ ଫେରିବି ଧନି ! ନୁହ କାତର ।’

ପ୍ରକୃତିର ଏହି ବିଦାୟ ଓ ବିରହର ଦୃଶ୍ୟକୁ କବି ଆପଣାର ହୃଦୟରେ ଅନୁଭବ କରିଛନ୍ତି । ବନ୍ଦୀଭାବରେ ରହିଥ‌ିବାରୁ ସମଦରଦୀ ହୋଇ ଗାଇଛନ୍ତି –
‘‘ଆହା, ପ୍ରିୟଜନ ବିରହ କି ଦାରୁଣ କଷଣ ?
ପ୍ରୀତି ପ୍ରାଶେ ବନ୍ଧା ଜଗତେ ସର୍ବ ଜଡ଼ ଚେତନ ।’’
ତେଣୁ କବି ଜେଲ୍‌ର ସିପାହିକୁ ଆଉ ଟିକିଏ ସମୟ ଦେବାକୁ କହିଛନ୍ତି । କାରଣ ପ୍ରିୟସ୍ଥାନ ଓ ପ୍ରିୟଜନକୁ ଛାଡ଼ି ବନ୍ଦୀଭାବରେ, ବିରହ ବିଷମ ବିଷରେ ତାଙ୍କର ମନ ଘାରିହୋଇଛି । ହୃଦୟ ବେଦନାବିଧୂର ହୋଇଛି । ସେ ଚାହିଁଛନ୍ତି, ତାଙ୍କର ତାପିତ ଅନ୍ତରରେ ଏହି ଦୃଶ୍ୟ ଦେଖିଲେ ସାମୟିକ ସାର୍ଚ୍ଚନା ଆସିଯିବ ।

ବାସ୍ତବରେ କବିଙ୍କର ବିରହର ଏହି ତୁଳନାତ୍ମକ ବର୍ଣ୍ଣନା ଅତ୍ୟନ୍ତ ମନୋଜ୍ଞ ହୋଇଛି ।

Question ୩ ।
ପଠିତ କବିତା ଅନୁସରଣରେ କବି ଗୋପବନ୍ଧୁଙ୍କ ପ୍ରକୃତି ପ୍ରୀତି ଓ ସ୍ଵଦେଶ ପ୍ରୀତିର ପରିଚୟ ଦିଅ ।
Answer:
‘ବନ୍ଦୀର ବିରହ ବ୍ୟଥା’ କବିତାରେ କବି ଗୋପବନ୍ଧୁ ଦାସ ପ୍ରକୃତି ପ୍ରୀତି ସହିତ ସ୍ବଦେଶ ପ୍ରୀତିର ଭାବକୁ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । କବି ଥିଲେ ପ୍ରଥମେ ଆଦର୍ଶ ଦେଶଭକ୍ତ । ତେଣୁ ସେ ନିଜକୁ ସ୍ଵାଧୀନତା ସଂଗ୍ରାମରେ ନିୟୋଜିତ କରିଥିଲେ । ବ୍ୟକ୍ତିଗତ ଜୀବନରେ ମାନବସେବା ଥିଲା ତାଙ୍କର ମୂଳଲକ୍ଷ୍ୟ । ଦେଶକୁ ସ୍ଵାଧୀନ କରିବା ଥିଲା ତାଙ୍କର ଏକମାତ୍ର କାର୍ଯ୍ୟ । ପୁନଶ୍ଚ ସେ ଥିଲେ ଭାବପ୍ରବଣ ଓ ଦରଦୀ । ସେହି ଭାବନେଇ ସେ ପ୍ରକୃତିରେ ଲକ୍ଷ୍ୟ କରିଛନ୍ତି ମାନବିକ ଆବେଦନ । ବନ୍ଦୀ ଜୀବନରେ କୌଣସି ଏକ ଉତ୍ତୀର୍ଣ ଅପରାହ୍ନରେ ସୂର୍ଯ୍ୟଙ୍କର ଅସ୍ତକାଳୀନ ରୂପ ଦେଖି କବି ହୋଇଛନ୍ତି ଭାବବିଭୋର । ସୂର୍ଯ୍ୟଙ୍କର ଅସ୍ତକୁ ସେ ବିଦାୟବେଳା ବୋଲି ମନେ କରିଛନ୍ତି । ସୂର୍ଯ୍ୟଙ୍କର ବିଦାୟରେ ପୃଥ‌ିବୀର ପ୍ରତିକ୍ରିୟାକୁ ପ୍ରେମିକା ମନର ବିଦାୟକାଳୀନ ବ୍ୟଥାତୁର ଭାବରୂପେ ସେ ବିଚାର କରିଛନ୍ତି । ପୁନଶ୍ଚ ପୃଥ‌ିବୀର ମନୋଭାବକୁ କେବଳ ସେ ମାନବୀୟ ଦୃଷ୍ଟିକୋଣରୁ ବିଚାର କରିନାହାଁନ୍ତି ବରଂ ସେଥୁରେ ପ୍ରିୟଜନ, ପ୍ରିୟ ସ୍ଥାନକୁ ଛାଡ଼ି ବନ୍ଦୀଭାବରେ ରହିଥ‌ିବାରୁ ବିରହର ଭାବକୁ ନିଜେ ଅନୁଭବ କରିଛନ୍ତି ।

ସୂର୍ଯ୍ୟାସ୍ତକାଳୀନ ସାଧାରଣ ଦୃଶ୍ୟ କବି ଲେଖନୀରେ ହୋଇଛି ଚମତ୍କାର । ସୂର୍ଯ୍ୟ ଅସ୍ତ ଯିବାରୁ, ପୃଥ‌ିବୀରେ ଦେଖାଦେଇଛି ପ୍ରାକୃତିକ ପରିବର୍ତ୍ତନ । ସେହି ଦୃଶ୍ୟକୁ ଦେଖି କବି ମନେକରିଛନ୍ତି, ବିଦାୟ ଆୟୋଜନ ପାଇଁ ନାନାରଙ୍ଗର ଚନ୍ଦ୍ରାତପରେ ଆକାଶ ଆଚ୍ଛାଦିତ ହୋଇଛି । ପକ୍ଷୀମାନେ ଉଚ୍ଚସ୍ୱରରେ କରୁଣଗାନ କରିଛନ୍ତି । ସୂର୍ଯ୍ୟ ଅସ୍ତଯିବାକୁ ବସିଲାବେଳେ, ତରୁ ଓ ଗିରିର ଛାୟା କ୍ରମଶଃ ବିସ୍ତାରିତ ହୋଇଛି । ସୂର୍ଯ୍ୟଙ୍କର ରକ୍ତମ ଆଭା ଗିରି ଓ ତରୁର ଅଗ୍ରଭାଗକୁ ସୁବର୍ଣ୍ଣକିରଣରେ ରଞ୍ଜିତ କରିଛି । ସେହି ଦୃଶ୍ୟକୁ ଦେଖି କବି ମନେକରିଛନ୍ତି, ତରୁଗିରି ଛାୟାବିସ୍ତାର କରି ବିଦାୟୀ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଛନ୍ତି ଏବଂ ସୂର୍ଯ୍ୟଦେବ ଅନୁରକ୍ତ ଭୃତ୍ୟ ମସ୍ତକରେ ପାଟଶାଢ଼ି ବାନ୍ଧିଲା ପରି, ସେମାନଙ୍କ ଅଗ୍ରଭାଗକୁ ସୁବର୍ଣ୍ଣ କିରଣଯୁକ୍ତ କରାଇଛନ୍ତି । ସେହି ସମୟର ମୃଦୁ ସମୀରଣ ମାଧ୍ୟମରେ କବି ସୂର୍ଯ୍ୟରୂପୀ ପ୍ରେମିକ, ପୃଥ‌ିବୀରୂପୀ ପ୍ରେମିକାକୁ ପ୍ରେମର ଅସ୍ପଷ୍ଟ ଗିର ପ୍ରକାଶ କରି କହିଛନ୍ତି, ଅଚିରେ ଫେରିବି ଧନି ! ନୁହ କାତର’।

କବି ଏହି ଦୃଶ୍ୟକୁ ଦେଖି, ଅନୁଭବୀର ମାନସିକତା ପରିପ୍ରକାଶ କରିଛନ୍ତି । କାରଣ ପ୍ରିୟଜନଙ୍କୁ ଛାଡ଼ି ଆସିଥିବା ମଣିଷ କିପରି ଦାରୁଣ କଷଣ ଭୋଗକରେ, କବି ତାହାକୁ ବିଚାର କରିଛନ୍ତି । କବି ଦେଶସେବାରେ ମନୋନିବେଶ କରିଥିଲେ ଏବଂ ତାଙ୍କରି ନେତୃତ୍ୱରେ ଅନେକ କର୍ମୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ସେ ସୁଦୂର ହଜାରିବାଗ୍ ଜେଲ୍‌ରେ ରହିଥ‌ିବାରୁ ପ୍ରିୟଜନ ଓ ପ୍ରିୟକର୍ମୀଙ୍କର ବିରହକୁ ମର୍ମେ ମର୍ମେ ଅନୁଭବ କରିଥିଲେ । ସନ୍ଧ୍ୟାକଳୀନ ଦୃଶ୍ୟ ଦେଖି ସେ କହିଛନ୍ତି-
‘‘ପ୍ରିୟଜନ ପ୍ରିୟ ସ୍ଥାନ ମୁଁ ଛାଡ଼ି ବନ୍ଦୀ ଏଠାରେ,
ବିରହ-ବିଷମ ବିଷେ ମୋ’ ମନ ପରାଣ ଘାରେ ।’’
କବିତାଟିରେ କବି ପ୍ରକୃତି ପ୍ରୀତି ସହିତ ସ୍ବଦେଶ ପ୍ରୀତିର ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି ।

Question ୪ ।
ବହିଃ ପ୍ରକୃତି ସହିତ ଅନ୍ତଃ ପ୍ରକୃତିର ମଧୁର ସମନ୍ବୟ ‘‘ବନ୍ଦୀର ବିରହ ବ୍ୟଥା’’ କବିତାକୁ ହୃଦୟଗ୍ରାହୀ କରିପାରିଛି, ଆଲୋଚନା କର ।
Answer:
ଉତ୍କଳମଣି କବି ଗୋପବନ୍ଧୁ ଦାସ ‘ବନ୍ଦୀର ବିରହ ବ୍ୟଥା’ କବିତାରେ କେବଳ ପ୍ରକୃତିର ବାହ୍ୟରୂପକୁ ଭାବପ୍ରବଣ ଭାବନେଇ ଦେଖିନାହାଁନ୍ତି, ବରଂ ବହିଃ ପ୍ରକୃତି ସହିତ ଅନ୍ତଃ ପ୍ରକୃତିର ସୁମଧୁର ସମନ୍ଵୟ କରିଛନ୍ତି । ତାଙ୍କର ପ୍ରକୃତି କେବଳ ରୀତିଯୁଗୀୟ କବିମାନଙ୍କର ପ୍ରକୃତି ବର୍ଣ୍ଣନା ପରି ନିର୍ଜୀବ ନୁହେଁ, ବରଂ କବିବର ରାଧାନାଥ ଓ ସ୍ବଭାବକବି ଗଙ୍ଗାଧରଙ୍କ ପରି ସେ ପ୍ରକୃତିକୁ ଜୀବନ୍ତ କରିଛନ୍ତି । ପ୍ରକୃତି ଯେପରି ମାନବୀୟ ପ୍ରତିକ୍ରିୟା ପ୍ରକାଶ କରିଛି । ଦୁଃଖରେ ସମଦୁଃଖୀ ଭାବ ପ୍ରକାଶ କରିଛି । ପ୍ରକୃତି ଓ ମାନବ ଏକ ଏବଂ ଅଭିନ୍ନ ହୋଇଛନ୍ତି । ମାନବିକ ଭାବସତ୍ତାର ସ୍ବର୍ଗୀୟ ଦୀପ୍ତିର ବିକାଶ ପାଇଁ ପ୍ରକୃତିର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଲାଭଳି ମନେହୋଇଛି ।

ଅପରାହ୍ନର ବିଳମ୍ବିତ ପ୍ରହରରେ ସୂର୍ଯ୍ୟ ହୋଇଛନ୍ତି ଅସ୍ତାଚଳାଭିମୁଖୀ । ସୂର୍ଯ୍ୟଙ୍କ କନକ କିରଣରେ ସମଗ୍ର ଭୂ-ଭାଗଠାରୁ ଆକାଶ ପର୍ଯ୍ୟନ୍ତ ବିଚିତ୍ର ବର୍ଷରେ ହୋଇଛି ବର୍ଲିଳ । ସେହି ଦୃଶ୍ୟକୁ ଦେଖି କବି ମନେକରିଛନ୍ତି, ସତେଯେପରି ସୂର୍ଯ୍ୟଙ୍କୁ ବିଦାୟ ସମ୍ଭାଷଣ ଜଣାଇବାପାଇଁ, ପୃଥ‌ିବୀ ଖଞ୍ଜିଦେଇଛି, ଆକାଶରେ ନାନାରଙ୍ଗର ଚନ୍ଦ୍ରାତପ । ସେହି ସମୟରେ ଉଡ଼ି ଯାଉଥ‌ିବା ପକ୍ଷୀଙ୍କର କଳରବକୁ କବି ପରିକଳ୍ପନା କରିଛନ୍ତି, ବିରହ ସମୟର କରୁଣ ଗାନ ସହିତ । ସୂର୍ଯ୍ୟ ପଶ୍ଚିମ ଦିଗକୁ ଯିବାରୁ ତରୁ ଓ ଗିରିର ଛାୟା ବଢ଼ିଯାଇଛି ଏବଂ ସେହି ତରୁ ଓ ଗିରିର ଉପରିଭାଗ ସୁନେଲି କିରଣରେ ବିଚିତ୍ର ଶୋଭା ଧାରଣ କରିଛି ।

କବି ସେହି ଦୃଶ୍ୟକୁ ଦେଖି କହିଛନ୍ତି, ତରୁଗିରି ବିସ୍ତାରିତ ଛାୟାରେ ସୂର୍ଯ୍ୟଦେବଙ୍କ ପାଦତଳେ ପ୍ରଣାମ କରିଛନ୍ତି । ସୂର୍ଯ୍ୟଦେବ ମଧ୍ଯ ସମ୍ରାଟ ପରି ଅନୁରକ୍ତ ଭୃତ୍ୟ ମସ୍ତକରେ ସୁନେଲି ପାଟ ବାନ୍ଧିଦେଲା ଭଳି, ପାଦପ ଓ ଗିରି ମସ୍ତକକୁ ସ୍ବର୍ଣ୍ଣାଭ କରି ଦେଇଛନ୍ତି । ସେ ତାଙ୍କର ଶୀତଳ କିରଣରେ ପ୍ରାଚୀ ଗଗନକୁ ରଞ୍ଜିତ କରି, ପରିବେଶକୁ ସ୍ନିଗ୍ଧ ମଧୁର କରିଛନ୍ତି । ସେହି କିରଣ ସତେଯେପରି ପୃଥ‌ିବୀ ପ୍ରତି କୋମଳ ଆଶ୍ୱାସନା ଭାବ ପ୍ରକାଶ କରିଛି । ସନ୍ଧ୍ୟାସମୟ ପୂର୍ବ ମୁହୂର୍ତ୍ତରେ ଧୀର ସମୀର ପ୍ରବାହିତ ହେଉଛି । କବି ଧୀର ସମୀରକୁ ପ୍ରେମିକ ସୂର୍ଯ୍ୟଙ୍କର ପ୍ରେମିକା ପୃଥବୀ ପ୍ରତି ପ୍ରେମପୂର୍ଣ୍ଣ ଅସ୍ପଷ୍ଟ ଗିର ବୋଲି କହିଛନ୍ତି ।

ପ୍ରାଚୀ ଆକାଶରେ ସୂର୍ଯ୍ୟଙ୍କର ଅବସ୍ଥାନ ଏବଂ ତାଙ୍କର କୋମଳ କିରଣକୁ କବି ଅନୁରାଗ ରଙ୍ଗରେ ପ୍ରାଚୀ କପୋଳକୁ ସୂର୍ଯ୍ୟଦେବ ରଙ୍ଗିନ୍ କରିଦେଇଛନ୍ତି ବୋଲି ପରିକଳ୍ପନା କରିଛନ୍ତି । କ୍ରମଶଃ ଧରାପୃଷ୍ଠରେ ଅନ୍ଧକାରର ପତଳା ଆସ୍ତରଣକୁ ପୃଥ‌ିବୀର ବିରହ-ଦୁଃଖ-କାଳିମା ବୋଲି କବି ଉଲ୍ଲେଖ କରିଛନ୍ତି ।

ପ୍ରକୃତିର ଏହି ଦୃଶ୍ୟକୁ ଦେଖି, କବି ସୂର୍ଯ୍ୟଙ୍କର ବିଦାୟକାଳୀନ ଦୃଶ୍ୟ ବା ବିରହବ୍ୟଥା ବୋଲି କହିଛନ୍ତି । କବି ନିଜ ଜୀବନର କଥାକୁ ଅନୁଭବୀ ନେତ୍ରରେ ଦେଖିଛନ୍ତି । ବାସ୍ତବରେ କବି ଅନ୍ତଃ ପ୍ରକୃତି ସହିତ ବହିଃ ପ୍ରକୃତିର ମଧୁର ସମନ୍ୱୟ କରି, ନିଜର କବିତ୍ଵ ଚାତୁରୀକୁ ମହିମାନ୍ଵିତ କରିାଇଛନ୍ତି ।

CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା

Question ୫।
‘‘ପ୍ରକୃତି ମଧ୍ୟରେ ମାନବୀୟ ଭାବ ସମ୍ବେଦନାର ଉପସ୍ଥାପନ କବି ଗୋପବନ୍ଧୁଙ୍କ କବିତ୍ଵକୁ କାଳଜୟୀ କରାଇଛି’’, ପଠିତ କବିତା ଅବଲମ୍ବନରେ ଉକ୍ତିଟିର ସତ୍ୟତା ଦର୍ଶାଅ ।
Answer:
‘ବନ୍ଦୀର ବିରହ ବ୍ୟଥା’ କବିତାର କବି ଉତ୍କଳମଣି ଗୋପବନ୍ଧୁ ଦାସ । ସେ ଥିଲେ ଏକାଧାରାରେ ଜାତୀୟ କବି ଓ ପ୍ରକୃତି କବି । ଜାତୀୟଚେତନା ପରିପ୍ରଚାର ତାଙ୍କ ସାରସ୍ବତ ସାଧନାର ମୂଳଲକ୍ଷ୍ୟ ଥିଲେ ହେଁ ପ୍ରକୃତି ଚିତ୍ରଣ ଓ ସେଥ‌ିରେ ମାନବୀୟ ଭାବପ୍ରକାଶରେ ସେ ଥିଲେ ସିଦ୍ଧହସ୍ତ । ବହିଃ ପ୍ରକୃତି ସହିତ ଅନ୍ତଃ ପ୍ରକୃତିର ସେ ଥିଲେ ସମନ୍ଵୟକାରୀ । ଫଳରେ ତାଙ୍କର ପ୍ରକୃତି ନିର୍ବାକ୍ ଫଟୋଚିତ୍ର ନୁହେଁ ବରଂ ତାହା ଜୀବନ୍ତ, ଯାହାକି ମାନବୀୟ ଭାବ ପ୍ରକାଶ କରିବାରେ ଯଥେଷ୍ଟ ସଫଳ । ଅନ୍ୟଭାବରେ ପ୍ରକାଶ କଲେ ଗୋପବନ୍ଧୁଙ୍କ ପ୍ରକୃତି ମାନବୀୟ ରୂପରେ ମହିମାମଣ୍ଡିତା ।

‘ବନ୍ଦୀର ବିରହ ବ୍ୟଥା’ କବିତାରେ କବି ପ୍ରାକ୍ ସନ୍ଧ୍ୟା ବା ଉତ୍ତୀର୍ଣ୍ଣ ଅପରାହ୍ନର ବର୍ଣ୍ଣନା ଦେଇନାହାଁନ୍ତି, ବରଂ ଏଥରେ ସୂର୍ଯ୍ୟଙ୍କର ପୃଥ‌ିବୀଠାରୁ ବିଦାୟ ନେବାର ଦୃଶ୍ୟକୁ ଅତି ମନୋଜ୍ଞ ଭାବରେ ପରିପ୍ରକାଶ କରିଛନ୍ତି । ସୂର୍ଯ୍ୟ ଅସ୍ତାଚଳଗାମୀ ହେବାରୁ ସମଗ୍ର ଭୂଭାଗରେ ବିଦାୟବେଳାର ପର୍ବ ଲାଗିଯାଇଛି । ସେହି ବିଦାୟ ଉତ୍ସବ ପାଇଁ ପୃଥ‌ିବୀ ସାଜିଛି ବିଚିତ୍ରବର୍ଣ୍ଣା ଏବଂ ଆକାଶରେ ଆଚ୍ଛାଦିତ ହୋଇଛି, ନାନାରଙ୍ଗର ଚନ୍ଦ୍ରାତପ । ପକ୍ଷୀମାନେ ଗାନ କରୁଛନ୍ତି ବିରହର କରୁଣ ରାଗିଣୀ । ଗିରି ଓ ତରୁଶ୍ରେଣୀ ନିଜର ଛାୟାବିସ୍ତାର କରି ସୂର୍ଯ୍ୟଙ୍କ ପାଦତଳେ ବିଦାୟବେଳାର ପ୍ରଣାମ ଜଣାଉଛନ୍ତି । ଅନୁରକ୍ତ ଭୃତ୍ୟ ମସ୍ତକରେ ସମ୍ରାଟ ସୁବର୍ଣ୍ଣ ପାଟବସ୍ତ୍ର ବାନ୍ଧି ଦେଲାପରି ସୂର୍ଯ୍ୟରୂପୀ ସମ୍ରାଟ, ଗିରି ଓ ତରୁଶ୍ରେଣୀରୂପୀ ଭୃତ୍ୟଙ୍କ ମସ୍ତକରେ ସୁବର୍ଣ୍ଣକିରଣରେ ଆଚ୍ଛାଦିତ ରୂପକ ପାଟବସ୍ତ୍ର ବାନ୍ଧି ଦେଇଛନ୍ତି । ଅର୍ଥାତ୍ ପାଦପ ଓ ପର୍ବତର ଉପରିଭାଗରେ ଲାଲ ସୂର୍ଯ୍ୟକିରଣ ପଡ଼ି ଅପୂର୍ବ ଶ୍ରୀ ଧାରଣ କରିଥିବାରୁ କବି ଏଭଳି ପରିକଳ୍ପନା କରିଛନ୍ତି, ଯାହାକି କବିଙ୍କର ପ୍ରକୃତି ମଧ୍ୟରେ ମାନବୀୟ ଭାବ ପରିପ୍ରକାଶ କରୁଛି ।

ପ୍ରାଚୀ ଗଗନକୁ ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣ ସୁବର୍ଣ୍ଣ ରଙ୍ଗରେ ରଞ୍ଜିତ କରିଛି । ମାତ୍ର କବି ପରିକଳ୍ପନା କରିଛନ୍ତି, ପ୍ରାଚୀ ଦିଗ ସୂର୍ଯ୍ୟଙ୍କ ଅନୁରାଗରେ ନିଜ ବଦନକୁ ରଞ୍ଜିତ କରିଛି । ପୁନଶ୍ଚ ପ୍ରାଚୀ ଦିଗରେ ଥାଇ ସୂର୍ଯ୍ୟ ତାଙ୍କର ସ୍ନିଗ୍ଧକରରେ ଭୂ-ଭାଗକୁ କୋମଳ ଆଶ୍ଵାସନା ଦେଖାଇଛନ୍ତି ଏବଂ ସ୍ନେହ ଆଦର ପ୍ରକାଶ କରିଛନ୍ତି । ସେହି ସମୟର ଧୀର ସମୀରଣ ପ୍ରବାହକୁ କବି ମାନବୀୟ ଭାବ ପ୍ରକାଶ କରି ଲେଖିଛନ୍ତି, ସତେଯେପରି ମୃଦୁସମୀରଣ ସ୍ଵରରେ ପ୍ରେମିକ ସୂର୍ଯ୍ୟଦେବ ପୃଥ‌ିବୀକୁ ଆଶ୍ୱାସନା ଦେଇଛନ୍ତି । କବିଙ୍କ ଭାଷାରେ –
‘‘ସମୀରଣ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗିର,
କହନ୍ତି ‘ଅଚିରେ ଫେରିବି ଧନି ! ନୁହ କାତର ।’’
ଏହିପରି ବିଭିନ୍ନ ଦୃଷ୍ଟିରୁ ବିଚାରକଲେ, ପ୍ରକୃତି ମଧ୍ୟରେ ମାନବୀୟ ଭାବ ସମ୍ବେଦନାର ଉପସ୍ଥାପନା କବିଙ୍କୁ କାଳଜୟୀ କରିପାରିଛି, ଏଥ‌ିରେ ସନ୍ଦେହ ନାହିଁ ।

(କ) କବି ପରିଚିତି :

ସତ୍ୟବାଦୀଯୁଗର ବରେଣ୍ୟ ସାଧକ, ସତ୍ୟ-ଶିବ-ସୁନ୍ଦରର ପ୍ରତୀକ, ଆଦର୍ଶପ୍ରାଣ ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ସାହିତ୍ୟ ଓ ସମାଜରେ ବେଶ୍ ଜଣାଶୁଣା । ଦରିଦ୍ରନାରାୟଣ ସେବା ପାଇଁ, ପରୋପକାର ପାଇଁ ତଥା ଜଣେ ଜନନାୟକ ଭାବରେ ଉତ୍କଳର ଘରେ ଘରେ ସେ ପରିଚିତ । ଦରିଦ୍ର ମାନବର ସେବାରେ ସେ ଥିଲେ ସର୍ବଦା ବ୍ରତୀ ।

ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟସ୍ଥ ଭାର୍ଗବୀ ନଦୀ ଉପକୂଳବର୍ତ୍ତୀ ସୁଆଣ୍ଡୋ ଗ୍ରାମରେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁ ଜନ୍ମଗ୍ରହଣ କରିଥିଲେ । କଲ୍ୟାଣମୟୀ ଜନନୀ ସ୍ଵର୍ଣ୍ଣମୟୀ ଦେବୀଙ୍କୁ ଆଜନ୍ମରୁ ହରାଇ ପିତା ଦୈତାରୀ ଦାଶ ଓ ମାଉସୀ କମଳାଦେବୀଙ୍କ ସ୍ନେହ ଓ ଯତ୍ନରେ ସେ ବଢ଼ିଥିଲେ । ତୁଳସୀ ଦୁଇପତ୍ରରୁ ବାସିଲାପରି ଛୋଟବେଳୁ ଗୋପବନ୍ଧୁଙ୍କ ମହନୀୟ ପ୍ରତିଭା ଫୁଟି ଉଠିଥିଲା । ଚାଟଶାଳୀ ପାଠ ଶେଷକରି ରୂପଦେଈପୁର ମାଧ୍ୟମିକ ଭର୍ଣ୍ଣାକୁଲାର ସ୍କୁଲରେ ନାମ ଲେଖାଇଥିଲେ ସେ । ଏତିକିବେଳେ ବିଭିନ୍ନ ସେବାମୂଳକ କାର୍ଯ୍ୟକଳାପରେ ସେ ନିମଜ୍ଜିତ ରହିଥିଲେ । ମାଧ୍ୟମିକ ଶିକ୍ଷା ସମାପ୍ତି ପରେ ସେ ପୁରୀ ଜିଲ୍ଲାସ୍କୁଲରେ ନାମ ଲେଖାଇଥିଲେ । ତାଙ୍କର ବିଭିନ୍ନ ସେବାମୂଳକ କାର୍ଯ୍ୟକଳାପରେ ସାଧାରଣ ଜନତା ବେଶ୍ ସନ୍ତୁଷ୍ଟ ଥିଲେ ।

ନାନା ସେବା ଓ ସଂସ୍କାରଧର୍ମୀ ମନୋବୃତ୍ତି ନେଇ ଗୋପବନ୍ଧୁ ୧୮୯୯ ମସିହାରେ ମାଟ୍ରିକୁଲେଶନ ପାସ୍ କଲେ ଓ ତତ୍‌ପରେ ରେଭେନ୍ସା କଲେଜରେ ଏଫ୍.ଏ.ପଢ଼ିଲେ । ଏତିକିବେଳେ ସେ ନିଜ ପିତାଙ୍କୁ ହରାଇ ବସିଲେ । ତଥାପି ସେଥ୍ରେ ସେ ବିଶେଷ ମର୍ମାହତ ନ ହୋଇ ୧୯୦୧ ମସିହାରେ ଏଫ୍.ଏ. ପାସ୍ କରିବା ପରେ ଆଇନ, ପଢ଼ିବାର ସୁଯୋଗ ପାଇଥିଲେ । ଶେଷରେ ସେ କଲିକତା ବିଶ୍ଵବିଦ୍ୟାଳୟରୁ ବି.ଏଲ୍. ପାସ୍ କଲେ । ତତ୍‌ପରେ ତାଙ୍କୁ ବି.ଏ. ପଢ଼ିବାର ସୁଯୋଗ ମିଳିଥିଲା । ରେଭେନ୍ସା କଲେଜରୁ ୧୯୦୪ ମସିହାରେ ବି.ଏ. ପାସ୍ କରି ସେ ଏମ୍.ଏ. ପଢ଼ିଲେ ଓ ଏମ୍.ଏ. ପାସ୍ କରିବା ସମୟରେ ତାଙ୍କର ପତ୍ନୀବିୟୋଗ ଘଟିଲା । ସଙ୍ଗ୍ରହରା ଗୋପବନ୍ଧୁଙ୍କ ଜୀବନରେ ସର୍ବସାଧାରଣ ମାନବସେବା ହିଁ ଏକମାତ୍ର ପନ୍ଥା ହୋଇଉଠିଲା ।

କଲିକତା ବିଶ୍ଵବିଦ୍ୟାଳୟରୁ ଆଇନ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଗୋପବନ୍ଧୁ ଜଣେ ଆଇନଜୀବୀ ଭାବରେ ନିଜ କର୍ମମୟ ଜୀବନର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲେ; ମାତ୍ର ସେବା ଓ ସଂସ୍କାର ଯାହାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ, ତାଙ୍କୁ ସୀମିତ ପରିସର ଭିତରେ ବାନ୍ଧି ରଖନ୍ତା ବା କିଏ ? ୧୯୦୭ ମସିହାରେ ବ୍ରାହ୍ମଣୀ ନଦୀର ବନ୍ୟାରେ ପୀଡ଼ିତ କେନ୍ଦ୍ରାପଡ଼ା ଓ ଯାଜପୁର ଅଞ୍ଚଳର ନିରନ୍ନ ଅଧ୍ବବାସୀଙ୍କର ସେବା ଗୋପବନ୍ଧୁ ହିଁ କରିଥିଲେ । ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସମ୍ପର୍କରେ ଆସିବା ସହିତ ସେ ପୁରୀରେ କିଛିଦିନ ଓକିଲାତି କାର୍ଯ୍ୟ କରିଥିଲେ । ଇତ୍ୟବସରରେ ମୟୂରଭଞ୍ଜ ମହାରାଜା ରାମଚନ୍ଦ୍ର ଭଞ୍ଜଦେଓଙ୍କ ଅନୁରୋଧ କ୍ରମେ ସେ ସରକାରୀ ଓକିଲ ରୂପେ କାର୍ଯ୍ୟ କରିଥିଲେ। ୧୯୧୨ ମସିହାରେ ସେ ମୟୂରଭଞ୍ଜରୁ ଆସି ନୀଳଗିରିରେ କିଛିଦିନ ଶିକ୍ଷକତା କରିଥିଲେ । ‘ସତ୍ୟବାଦୀ’ ଶିକ୍ଷାର ଆଦର୍ଶ ଭିତରେ ବନ୍ୟା ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କର ସେବା, ବିଚ୍ଛିନ୍ନାଞ୍ଚଳର ମିଶ୍ରଣ, ବିନା ଶୁଳ୍କରେ ଲବଣ ଉତ୍ପାଦନ ପ୍ରଭୃତି ବିଭିନ୍ନ ମହତ୍ବ ଓ ଆଦର୍ଶ କାର୍ଯ୍ୟ କରିବାର ଶପଥ ନେଇ ଗୋପବନ୍ଧୁ ଆଗେଇଥିଲେ ।

ଉତ୍କଳ ସମ୍ମିଳନୀର ଜଣେ ସକ୍ରିୟ ସଭ୍ୟଭାବେ ଯୋଗଦେଇ ଉତ୍କଳର ସର୍ବାଙ୍ଗୀନ ବିକାଶ ଦିଗରେ ସେ ଉଦ୍ୟମ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ଭାଷାଭିଭିରେ ପ୍ରଦେଶ ଗଠନ ନୀତି ଉପରେ ଗୁରୁତ୍ବଦେଇ ଗୋପବନ୍ଧୁ ତାକୁ ପୁରୁଷ ଗୋପବନ୍ଧୁ ୧୯୨୮ ମସିହା ଜୁନ୍ ମାସ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କଦ୍ୱାରା ସମ୍ପାଦିତ ୧୯୧୩ ମସିହାରୁ ‘ଆଶା’, ୧୯୧୪ ମସିହାରୁ ‘ସତ୍ୟବାଦୀ’ ଏବଂ ‘ସମାଜ’ ୧୯୧୯ ମସିହାରୁ ପ୍ରକାଶିତ ହୋଇ ଜନସାଧାରଣରେ ଖୁବ୍ ଆଦୃତ ହୋଇଥିଲା ।

ଦୁଃଖୀ ଦରିଦ୍ର, ନିଃସ୍ଵ ଜନତାଙ୍କର ପ୍ରକୃତ ଦରଦୀ ବନ୍ଧୁ ଥିଲେ ଗୋପବନ୍ଧୁ । ସେ ସବୁବେଳେ ପ୍ରତିଟି ଦରିଦ୍ର ଜନତାର ସେବା ଭିତରେ ବଡ଼ଠାକୁର ଜଗନ୍ନାଥଙ୍କୁ ଦେଖିଥିଲେ। ତାଙ୍କ ଭାଷାରେ –
‘‘ଭାରତର ପ୍ରତି ବୃକ୍ଷ କଳ୍ପବଟ
ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ ।’’
ନିଜ ଅନ୍ତରର ଦରଦୀ ଭାବନେଇ ସେ ସମଗ୍ର ମାନବ ସମାଜକୁ ଭଲ ପାଉଥିଲେ । ତାଙ୍କର ଆଉ ଏକ ମହତ୍‌ବାଣୀ ହେଉଛି –
‘‘ଥିଲେ ଯହିଁ ତହିଁ ଭାରତ ବକ୍ଷରେ,
ମଣିବି ମୁଁ ଅଛି ଆପଣା କକ୍ଷରେ ।
ମୋ ନେତ୍ରେ ଭାରତ ଶିଳା ଶାଳଗ୍ରାମ,
ପ୍ରତି ସ୍ଥାନ ମୋର ପ୍ରିୟ ପୁରୀ ଧାମ ।’’
ଦରିଦ୍ର ନାରାୟଣର ସେବା ଭିତରେ ପ୍ରତିଟି ମଣିଷକୁ ଭଲପାଇବା, ସେମାନଙ୍କ ଦୁଃଖରେ ସମଦୁଃଖୀ ହେବା ଗୋପବନ୍ଧୁଙ୍କ ଜୀବନର ପରମବ୍ରତ ଥିଲା । ଭାରତବର୍ଷର ସ୍ଵାଧୀନତା ପାଇଁ ସେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କ ଭାଷାରେ –
‘‘ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।
ସ୍ଵରାଜ୍ୟର ପଥେ ଅଛି ଯେତେ ଗାଡ଼,
ପୂରୁ ପଡ଼ି ତହିଁ ମୋର ମାଂସ ହାଡ଼ ।’’
କେବଳ କଥାରେ ନୁହେଁ, କାମରେ ହିଁ ଗୋପବନ୍ଧୁଙ୍କ ବିଶ୍ୱାସ ଥିଲା । ‘‘ମାନବ ସେବାହିଁ ଭଗବତ୍ ସେବା’’ ଏହି ମନ୍ତ୍ର ଭିତରେ ସେ ମାନବର ସେବା ନିମନ୍ତେ ସର୍ବଦା କର୍ମ କରି ଚାଲିଥିଲେ । ତାଙ୍କର ଭାଷାରେ –
CHSE Odisha Class 12 Odia Solutions Chapter 7 ବନ୍ଦୀର ବିରହ ବ୍ୟଥା 1
ସାର୍ବଜନୀନ ମାନବିକ ଆବେଦନ ଭିତରେ ଗୋପବନ୍ଧୁଙ୍କର ପ୍ରତ୍ୟେକ କବିତା ଜାତୀୟତାର ମନ୍ତ୍ରରେ ଦୀକ୍ଷିତ । ‘ଅବକାଶ ଚିନ୍ତା’ଠାରୁ ‘ଗୋ-ମାହାତ୍ମ୍ୟ’ ପର୍ଯ୍ୟନ୍ତ, ପୁଣି ଧର୍ମପଦ’, ‘ବନ୍ଦୀର ଆତ୍ମକଥା’, ‘କାରାକବିତା’, ‘ନଚିକେତା ଉପାଖ୍ୟାନ’ ପ୍ରତ୍ୟେକ କୃତିରେ କବିଙ୍କର ଅସାମାନ୍ୟ ବ୍ୟକ୍ତିତ୍ଵ ଫୁଟିଉଠିବା ସଙ୍ଗେ ସଙ୍ଗେ ଏକ ଅନନ୍ତବାଣୀ ଭିତରେ ଏହା ଯେମିତି ମର୍ମରିତ ହେଉଥ‌ିବା ଭଳି ଜଣାଯାଏ ।

(ଖ) କବିତାର ପୃଷ୍ଠଭୂମି :

ଗାନ୍ଧୀଙ୍କର ବାର୍ତ୍ତାକୁ ଓଡ଼ିଶାରେ ପରିପ୍ରଚାର କରି, ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦାସ ଇଂରେଜ ସରକାରଙ୍କଦ୍ବାରା ଗିରଫ ହୋଇ କାରାବରଣ କରିଥିଲେ । ସେ କଟକ ଓ ହଜାରିବାଗ୍ ଜେଲ୍‌ରେ ଥ‌ିବା ସମୟରେ କେତେଗୁଡ଼ିଏ କବିତା ରଚନା କରିଥିଲେ । କବିଙ୍କ ପରଲୋକ ହେବାପରେ, ସମାଜର ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟାମାନଙ୍କରେ କବିତାଗୁଡ଼ିକ ପ୍ରକାଶ ପାଇଥିଲା । ସେହି କବିତାଗୁଡ଼ିକର ନାମ ଥିଲା ‘କାରାକବିତା’ ।

ରାଜବନ୍ଦୀ ଭାବରେ ଗୋପବନ୍ଧୁ ବନ୍ଦୀଶାଳାରେ ରହିଥିଲେ । ସେ ଜୀବନରେ ମହାତ୍ମା ଗାନ୍ଧିଙ୍କର ଆଦର୍ଶ ଗ୍ରହଣକରି ତାଙ୍କ ତ୍ୟାଗପୂତ ପଥରେ ବ୍ରତୀ ହୋଇଥିଲେ । କାରାବରଣର ବନ୍ଧନ ଓ ନିପୀଡ଼ନ ତାଙ୍କୁ ଯେଉଁ ଦୁଃଖ ଦେଇଥୁଲା, ତାହାରି ବିରୋଧରେ ସେ ସ୍ଵର ଉତ୍ତୋଳନ କରିଥିଲେ । ବନ୍ଦୀ ଜୀବନରେ ଉତ୍ତୀର୍ଣ୍ଣ ଅପରାହ୍ନରେ ସୂର୍ଯ୍ୟାସ୍ତର ରୂପଶୋଭାକୁ ଦେଖି କବି ବିମୋହିତ ହୋଇଥିଲେ । ସେହି ସମୟର ପ୍ରାକୃତିକ ପରିବର୍ତ୍ତନକୁ ସେ ଭାବାବେଗରେ ଦେଖିଥିଲେ । ପ୍ରିୟ ପରିଜନ ଓ ଉତ୍କଳର ଜନସାଧାରଣଙ୍କଠାରୁ ଅଲଗା ହୋଇ ରହିଥ‌ିବାରୁ, ତାଙ୍କ ମନରେ ଯେଉଁସବୁ ଭାବ ଜାଗ୍ରତ ହୋଇଥିଲା, ତାହାକୁ ସେ କବିତା ଆକାରରେ ପ୍ରକାଶ କରିଥିଲେ । କବି ମନରେ ଇଂରେଜ ସରକାରଙ୍କ ପ୍ରତି ପ୍ରକାରାନ୍ତରେ ବିରୁଦ୍ଧ ଭାବ ଜାଗ୍ରତ ହୋଇଥିଲା । ଉପରୋକ୍ତ ଭାବଧାରାର ପ୍ରତିରୂପ ହେଉଛି କବିଙ୍କର ‘ବନ୍ଦୀର ବିରହ ବ୍ୟଥା’ ।

(ଗ) କବିତାର ସାରକଥା :

ମଧୁର ବସନ୍ତ ସମୟ । ଯେଉଁ ସମୟରେ ଶୀତ ସରି ସରି ଆସିଥାଏ । ସୂର୍ଯ୍ୟଙ୍କର କିରଣ ସେତେଟା ଟାଣ ହୋଇନଥାଏ । ଦକ୍ଷିଣ ଦିଗରୁ ମୁଦ୍ରପବନ ବହି ମନକୁ ଆମୋଦିତ କରୁଥାଏ । ସେହିଭଳି ସମୟରେ, ଉତ୍ତୀର୍ଣ୍ଣ ଅପରାହ୍ନକୁ କବି ଗୋପବନ୍ଧୁ ଦେଖିଛନ୍ତି । ଲକ୍ଷ୍ୟ କରିଛନ୍ତି ଅସ୍ତଗାମୀ ସୂର୍ଯ୍ୟଙ୍କର ଅପରୂପ ଦୃଶ୍ୟକୁ । ଦିନ ଶେଷ ହୋଇ ଆସିବାରୁ, ସୂର୍ଯ୍ୟ ପଶ୍ଚିମାକାଶରେ ଲୁଚିଯିବାକୁ ବସିଛନ୍ତି । ସୂର୍ଯ୍ୟ ଲୁଚିଯିବା ପୂର୍ବରୁ ସତେଯେପରି ପ୍ରକୃତିର ବିଦାୟ ଆୟୋଜନ ଲାଗିଯାଇଛି । ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭାରେ ସମଗ୍ର ଆକାଶ ନାନାରଙ୍ଗର ଚନ୍ଦ୍ରାତପରେ ସଜେଇ ହେଲାଭଳି ମନେହୋଇଛି । ଦିବସ ସରି ଆସିବାରୁ ପକ୍ଷୀମାନେ କଳରବ କରି ନିଜ ନିଜର ବସାକୁ ଫେରି ଯାଉଛନ୍ତି । କବି ପକ୍ଷୀମାନଙ୍କର ସେହି ଶବ୍ଦକୁ ବିଦାୟର କରୁଣାଗାନ ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ସୂର୍ଯ୍ୟ ପଶ୍ଚିମାଚଳକୁ ଗତି କରିବାରୁ ତରୁ ଓ ପର୍ବତର ଛାୟା ବଢ଼ିଯାଇଥାଏ, ଯାହାକୁ କବି ସେମାନେ ପ୍ରଣାମ କରୁଥା’ନ୍ତି ବୋଲି ପରିକଳ୍ପନା କରିଛନ୍ତି । ପୁନଶ୍ଚ ସୂର୍ଯ୍ୟଙ୍କର ସୃଶ୍ଚିମ କିରଣ ବୃକ୍ଷ ଓ ପର୍ବତର ଉପରିଭାଗରେ ଦେଖାଯାଉଥାଏ । କବି ସେହି ଦୃଶ୍ୟକୁ ଦେଖି ମନେକରିଛନ୍ତି, ସୂର୍ଯ୍ୟ ଯେପରି ସେମାନଙ୍କ ମସ୍ତକରେ ସୁନାରଙ୍ଗର ପାଟ ବାନ୍ଧିଦେଇଛନ୍ତି । ଅନୁରକ୍ତ ଭୃତ୍ୟକୁ ସମ୍ମାନିତ କରିବାପାଇଁ ରାଜା ମହାରାଜା ପାଟଶାଢ଼ୀ ବାନ୍ଧିଲା ପରି, ସୂର୍ଯ୍ୟରୂପୀ ମହାରାଜା ବା ସମ୍ରାଟ ବୃକ୍ଷ ଓ ପର୍ବତରୂପୀ ଭୃତ୍ୟଙ୍କୁ ସୂର୍ଯ୍ୟକିରଣ ରୂପୀ ପାଟଶାଢ଼ି ବାନ୍ଧି ଦେଇଛନ୍ତି ବୋଲି କବି ବିଚାର କରିଛନ୍ତି ।

ପଶ୍ଚିମାକାଶର ପର୍ବତର ଉପରିଭାଗରେ ଅସ୍ତଗାମୀ ସୂର୍ଯ୍ୟ ହସିଉଠିଲା ଭଳି ମନେ ହେଉଥା’ନ୍ତି । ସୂର୍ଯ୍ୟ ପ୍ରାଚୀ ଗଗନର ବଦନକୁ ଅତି ସ୍ନେହରେ ରଞ୍ଜିତ କରିଛନ୍ତି ବୋଲି କବି ବିଚାର କରିଛନ୍ତି । ଆହୁରି ମଧ୍ୟ ସୂର୍ଯ୍ୟଦେବ ତାଙ୍କର କୋମଳ ସ୍ପଶ୍ଚିମ କିରଣରେ କୋମଳ ଆଶ୍ଵାସନା କରି ସ୍ନେହ ଆଦରକଲା ଭଳି ଭାବ ପ୍ରକାଶ କରିଛନ୍ତି । ବିଦାୟବେଳାରେ ମୁଦୁସମୀରଣର ଅସ୍ପଷ୍ଟ ସ୍ବରରେ ‘ପୁଣି ଫେରି ଆସିବି’ ବୋଲି ସୂର୍ଯ୍ୟଦେବ ପ୍ରବୋଧନା ଦେଇଛନ୍ତି । ଅଳ୍ପ ସମୟରେ ପୁଣି ଫେରି ଆସିବି ବୋଲି ଆକାଶକୁ ଆଶ୍ୱାସନା ଦେଇଛନ୍ତି । ସ୍ନେହଭାବରେ ପ୍ରାଚୀର କପୋଳ ପ୍ରଦେଶ ରକ୍ତିମ ହେଲେବି, ତା’ମଧ୍ୟରେ ବିରହ-ଦୁଃଖର କାଳିମା ଦୋଳାୟମାନ ହୋଇଛି । ସୂର୍ଯ୍ୟ ନାଚି ନାଚି ହସି ହସି ଅସ୍ତ ହୋଇଗଲେ ବି ତାଙ୍କ ମୁଖରେ ଦେଖାଦେଇଛି, ଅଧୁକ ଭାବରେ ବିଷାଦଭାବ । ସେହି ଦୃଶ୍ୟକୁ ଦେଖି ମନେ କରିଛନ୍ତି, କେବଳ ଯିଏ ଅନୁଭବୀ, ସେହି କେବଳ ଅନୁରୂପ ଦୃଶ୍ୟକୁ ହିଁ ଅନୁଭବ କରିପାରିବ । ପ୍ରିୟଜନ ବିରହରେ କିପରି ଅତିଶୟ ଦୁଃଖ ହୋଇଥାଏ, ତାହା ଜାଣିପାରିବ । କାରଣ ପ୍ରୀତି ସୂତ୍ରରେ ବା ପ୍ରେମବନ୍ଧନରେ ସମଗ୍ର ଜଗତର ଜଡ଼ ଓ ଚେତନ ପରସ୍ପର ବାନ୍ଧିହୋଇ ରହିଛନ୍ତି ।

ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣକୁ ନେଇ ପ୍ରକୃତିର ପରିବର୍ତ୍ତନକୁ ବିଦାୟବେଳାର ବିରହ ମୁହୂର୍ତ୍ତ ଭାବରେ କବି ପରିକଳ୍ପନା କରିଛିନ୍ତି । ମନରେ ତାହା ଅଧିକ ପ୍ରଭାବ ବିସ୍ତାର କରିଛି । ଅତୀତର ଅନେକ ମୁହୂର୍ତ୍ତ କବିଙ୍କ ମନକୁ ଆହୁରି ବେଦନାକ୍ତ କରିଛି ।

ସନ୍ଧ୍ୟା ସମୟ ଉପଗତ ହେବାରୁ, ନିୟମ ଅନୁସାରେ ତାଙ୍କୁ ପୁଣି ତାଙ୍କର କୋଠରିକୁ ଫେରିଯିବାକୁ ପଡ଼ିବ । କାରାଗାରର ସିପାହୀ ତାଲା ପକାଇବାକୁ ଆସିବାରୁ, ସେ ତାହାକୁ ଅନୁରୋଧ କରିଛନ୍ତି, ଆଉକିଛି ସମୟ ରହିବାପାଇଁ । କାରଣ ସନ୍ଧ୍ୟା ଆଗତ ଦୃଶ୍ୟକୁ ସେ ଆହୁରି ପ୍ରାଣଭରି ଉପଭୋଗ କରିବାକୁ ଚାହିଁଛନ୍ତି । ଦିବସର ଅବସାନରେ ଭୂ-ଭାଗ କିପରି ଦୁଃଖପ୍ରକାଶ କରିଛି, ସୂର୍ଯ୍ୟଙ୍କୁ ବିଦାୟଦେଇ କିପରି ବିରହର ବ୍ୟଥା ଅନୁଭବ କରିଛି, ତାହାକୁ ମନଭରି ଦେଖିବାପାଇଁ ସେ ଇଚ୍ଛା କରିଛନ୍ତି ।

ସୁଖ ପାଖରେ ଦୁଃଖ ରହିଲାପରି ପ୍ରଣୟରୂପକ ପୀୟୂଷରେ ବିରହରୂପକ ବିଷ କାହିଁକି ରହିଥାଏ ବୋଲି, ସୃଷ୍ଟିର ଏ ବିଚିତ୍ର ନିୟମକୁ କବି ମନେ ମନେ ବିଚାର କରିଛନ୍ତି । ବିଶ୍ୱବାସୀଙ୍କ ପ୍ରତି ସୃଷ୍ଟିକର୍ତ୍ତାଙ୍କର ଏଭଳି ବିରୋଧମୂଳକ ନିୟମକୁ ଦେଖି ସେ ମନକୁ ମନ ପ୍ରଶ୍ନ କରିଛନ୍ତି । ଏହି ନିୟମକୁ ଆହୁରି ସ୍ପଷ୍ଟ କରିବାପାଇଁ କବି କହିଛନ୍ତି, ମନଲୋଭାକର ପଦ୍ମ ମୂଳରେ ବିଷଧର ସର୍ପ ଯୋଡ଼ିହୋଇ ରହିଥାଏ । ସୃଷ୍ଟିରେ ଏହି ବିପରୀତ ସ୍ଥିତିକୁ କେହି ଆକଳନ କରିପାରିବେ ନାହିଁ ।

କବି ଗୋପବନ୍ଧୁ ସେହି ଅବସରରେ ନିଜର ବିରହବିଧୂର ଭାବକୁ ପରିପ୍ରକାଶ କରିଛନ୍ତି । କାରଣ ନିଜର ପ୍ରିୟ ପରିଜନ ଓ ଆପଣାର ପରିଚିତ ପରିସରକୁ ସେ ଛାଡ଼ି ଆସିଛନ୍ତି । ସେହି ପରିଜନଙ୍କ ସ୍ମୃତିକୁ ଦୋହରାଇ ସ୍ମରଣ କରିଛନ୍ତି । ବନ୍ଦୀଭାବରେ ରହିଥ‌ିବାରୁ ବିରହର ବିଷମ ଜ୍ଵାଳା ବିଷସଦୃଶ ତାଙ୍କର ପ୍ରାଣକୁ ଆନ୍ଦୋଳିତ କରିଛି । ସେ ପୁଣି ସୂର୍ଯ୍ୟସ୍ତ କାଳୀନ ବିରହଦୃଶ୍ୟକୁ ଦରଦୀଭାବ ନେଇ ପ୍ରକାଶ କରିଛନ୍ତି । ତାଙ୍କ ହୃଦୟରେ ବିରହବେଦନା ଗୁମୁରି ଉଠିଛି ।

ସେହି ସମୟରେ ବନ୍ଦୀଶାଳାର ସିପାହି ତାଙ୍କୁ କୋଠରିକୁ ଫେରିଯିବା ପାଇଁ କହିଛି । କବି ଗୋପବନ୍ଧୁ ସେହି ସିପାହିକୁ ଆଉ ଦଣ୍ଡେ ରହିବାକୁ କହିଛନ୍ତି । କାରଣ ସେ ପର୍ଯ୍ୟନ୍ତ ଅବରୋଧ କକ୍ଷକୁ ଯିବାର ସମୟ ହୋଇନାହିଁ । ବେଳ ରତ ରତ ହେଉଛି । ସୂର୍ଯ୍ୟ ସମ୍ପୂର୍ଣ୍ଣ ଅସ୍ତଯାଇ ନାହାଁନ୍ତି । ସେହି କାରା ପ୍ରାଙ୍ଗଣରେ ଆଉ ଟିକିଏ ବୁଲାବୁଲି କରିବାକୁ ସେ ଇଚ୍ଛା କରିଛନ୍ତି । ମାତ୍ର କବିଙ୍କର କୌଣସି ଅନୁରୋଧକୁ ସିପାହି ଶୁଣିନାହିଁ । ତେଣୁ ସେ ନିଜକୁ ନିଜେ ବୁଝାଇ କହିଛନ୍ତି, ଯମଦୂତ ଭଳି ସିପାହି ମନରେ ସାମାନ୍ୟ ଦୟାଭାବ କିପରି ଆସିବ ? ଆଉ ଅଧ‌ିକ କିଛି ସିପାହିକୁ ନକହି, ନିଜର ମର୍ଯ୍ୟାଦା ରକ୍ଷାକରି କୋଠରିକୁ ସେ ଫେରିଯାଇଛନ୍ତି ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ:

  1. ମଧୁର – ମିଠା (ଅଧ୍ଵ ଥଣ୍ଡା ବା ଅଧ‌ିକ ଗରମ ନ ଥୁବା ସମୟ, ଯାହାକି ମନରେ ପୁଲକ ଭାବ ଆଣେ)
  2. ତପନ – ସୂର୍ଯ୍ୟ
  3. ଚନ୍ଦ୍ର ଆତପେ – ଚନ୍ଦ୍ରାତପେ / ଚାନ୍ଦୁଆ
  4. ଅମ୍ବର – ଆକାଶ
  5. ତରୁ – ଗଛ / ବୃକ୍ଷ
  6. ଗିରି – ପର୍ବତ
  7. ହେମବରଣୀ – ସୁନାରଙ୍ଗର
  8. ଭୃତ୍ୟ – ସେବକ
  9. ଅସ୍ତାଚଳ – ସୂର୍ଯ୍ୟ ଅସ୍ତ ହେଉଥିବା ପର୍ବତ
  10. ରବି – ସୂର୍ଯ୍ୟ
  11. ପ୍ରାଚୀ – ପଶ୍ଚିମ
  12. ଅନୁରାଗ – ସ୍ନେହ
  13. ଚାରୁ – ସୁନ୍ଦର
  14. ବଦନ – ମୁହଁ
  15. ସ୍ନିଗ୍ଧ – କୋମଳ
  16. କନକ କର – ସୁନାର କିରଣ
  17. ସମୀରଣ – ପବନ
  18. ଗିର – କଥା
  19. ଲାସ୍ୟହାସ୍ୟ – ନୃତ୍ୟ ଓ ହସରେ
  20. ପ୍ରକଟେ – ପ୍ରକାଶ ପାଏ
  21. ଗୁରୁ – ଅଧ‌ିକ
  22. ଜଡ଼ ଚେତନ – ଜଡ଼ ଓ ଜୀବ
  23. ପୀୟୂଷ – ଅମୃତ
  24. ବିଧ୍ – ସୃଷ୍ଟିକର୍ତ୍ତା
  25. ସରୋଜ – ପଦ୍ମ
  26. ଅହି – ସର୍ପ
  27. ସିପାହି – ଜେଲ୍‌ର ଗାର୍ଡ଼
  28. ଗୋଧୂଳିକାଳ – ସନ୍ଧ୍ୟା ସମୟ

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 5 ମନୋବିଜ୍ଞାନରେ ପରିସଂଖ୍ୟାନର ବ୍ୟବହାର Short & Long Answer Questions

CHSE Odisha 12th Class Psychology Unit 5 Short & Long Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ ବା ତିନୋଟି ବାକ୍ୟ ମଧ୍ଯରେ ଦିଅ ।

Question ୧।
ପରିସଂଖ୍ୟାନ କାହାକୁ କୁହାଯାଏ ?
Answer:
ସାଂଖ୍ୟକ ତଥ୍ୟ ସଂଗ୍ରହ, ଏହାର ବର୍ଗୀକରଣ, ବିଶ୍ଳେଷଣ ଓ ବ୍ୟାଖ୍ୟା ସମ୍ବନ୍ଧୀୟ ବିଜ୍ଞାନ ହିଁ ପରିସଂଖ୍ୟାନ । ଏହା ଏକ ସିଦ୍ଧାନ୍ତ ବିଜ୍ଞାନ । ଗବେଷଣା ଲବ୍ଧ ତଥ୍ୟାବଳୀକୁ ଅର୍ଥପୂର୍ଣ ଭାବରେ ବର୍ଣ୍ଣନା, ବିଶ୍ଳେଷଣ ଓ ବ୍ୟାଖ୍ୟା କରିବା ନିମନ୍ତେ ପରିସଂଖ୍ୟାନର ଯଥେଷ୍ଟ ଅବଦାନ ରହିଛି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଶାସନ, ରାଜନୀତି, ଅର୍ଥବ୍ୟବସ୍ଥା ଆଦି ସବୁ କ୍ଷେତ୍ରରେ
ପରିସଂଖ୍ୟାନ ବିନା ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ଅସମ୍ଭବ ।

Question ୨।
ମନୋବିଜ୍ଞାନରେ ପରିସଂଖ୍ୟାନର ବ୍ୟବହାର ସଂପର୍କରେ ଉଲ୍ଲେଖ କର ।
Answer:
ମନୁଷ୍ୟ ତଥା ପ୍ରାଣୀମାନଙ୍କର ବ୍ୟବହାର ସଂପର୍କରେ ସଂଗୃହୀତ ତଥ୍ୟକୁ ବର୍ଣ୍ଣନା କରିବା ପାଇଁ, ବ୍ୟକ୍ତି – ବ୍ୟକ୍ତି ତଥା ଦଳ ଦଳ ମଧ୍ୟରେ ଥିବା ବ୍ୟବହାର ତଥା ଆଚରଣଗତ ସମ୍ବନ୍ଧ ଓ ପାର୍ଥକ୍ୟକୁ ବୁଝିବା ପାଇଁ ଏବଂ ବ୍ୟକ୍ତିର ବର୍ତ୍ତମାନର ବ୍ୟବହାର ତଥା ଆଚରଣକୁ ପର୍ଯ୍ୟାଲୋଚନା କରି ସେମାନଙ୍କ ସମ୍ବନ୍ଧରେ ଭବିଷ୍ୟତବାଣୀ କରିବା ପାଇଁ ମନୋବିଜ୍ଞାନର
ପାଇଁ ପରିସଂଖ୍ୟାନ ପଦ୍ଧତି ଅତି ଉପାଦେୟ ସାବ୍ୟସ୍ତ ହୋଇପାରିଛି ।

Question ୩।
ଲବ୍‌ଧାଙ୍କ କାହାକୁ କୁହାଯାଏ ?
Answer:
ସାଂଖ୍ୟକ ତଥ୍ୟ (Numerical data) ପରିସଂଖ୍ୟାନର ମୂଳଭିତ୍ତି । ସଂଗୃହୀତ ତଥ୍ୟକୁ ସଂଖ୍ୟା ମାଧ୍ୟମରେ ପ୍ରକାଶ କଲେ ସେଗୁଡ଼ିକୁ ତଥ୍ୟ ସମ୍ବନ୍ଧୀୟ ଲକ୍ତାଙ୍କ (Score) କୁହାଯାଏ । ଲବ୍ଧଙ୍କଗୁଡ଼ିକୁ ଉପଯୁକ୍ତ ପ୍ରଣାଳୀରେ ଉପସ୍ଥାପନା କରାଯିବା ଆବଶ୍ୟକ ହୋଇଥାଏ ନଚେତ୍ ଆମକୁ ଆବଶ୍ୟକୀୟ ସୂଚନା ମିଳି ନ ଥାଏ ।

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Question ୪।
ପୌନଃପୁନଃ ବିତରଣ କହିଲେ କ’ଣ ବୁଝ ?
Answer:
ତଥ୍ୟାବଳୀର ସାଂଖ୍ୟକ ମୂଲ୍ୟମାନଙ୍କୁ ସ୍ଥିରୀକୃତ ସଂଭାଗ ବା ବର୍ଗ ଅନ୍ତରାଳରେ ସେମାନଙ୍କର ପ୍ରଣାଳୀଗତ ଓ ସଂଗଠିତ ଆବଣ୍ଟନ ହିଁ ପୌନଃପୁନ୍ୟ ବିତରଣ ଅଟେ । ଦୁଇଟି ପ୍ରକ୍ରିୟାର ପୌନଃପୁନଃ ବିତରଣ ସାରଣୀ ଉପସ୍ଥାପନ କରାଯାଏ । ପ୍ରଥମେ ଅଶୋଧୃତ ଫଳାଙ୍କଗୁଡ଼ିକୁ ଊର୍ଦ୍ଧ୍ବକ୍ରମ ବା ଅଧଃକ୍ରମରେ ସଜାଯାଇ ଏକ ସରଳ ବିନ୍ୟାସ ସାରଣୀ ପ୍ରସ୍ତୁତ କରାଯାଏ । ଦ୍ଵିତୀୟ ପ୍ରକିୟାରେ ଏକାଧ୍ଵକ ବାର ଥିବା ଲଜ୍ଜାଙ୍କଗୁଡ଼ିକୁ ବାରମ୍ବାର ନ ଲେଖୁ ସେମାନଙ୍କର ସଂଖ୍ୟାକୁ ପୌନଃପୁନଃ ବାରମ୍ବାରତା (Frequence) ରେ ପ୍ରକାଶ କରାଯାଏ ।

Question ୫।
କେନ୍ଦ୍ରୀୟପ୍ରବଣତା କାହାକୁ କୁହାଯାଏ ?
Answer:
ଏକାଧିକ ତଥ୍ୟକୁ ଏକ ସମୂହ ତଥ୍ୟରେ ପ୍ରକାଶ କରିବା ପାଇଁ ତଥ୍ୟାବଳୀ ଅନ୍ତର୍ଭୁକ୍ତ ସମସ୍ତ ସଂଖ୍ୟାର ଉପାଦେୟ ପ୍ରତିନିଧୁତ୍ଵ କରୁଥିବା ଏକ ସଂଖ୍ୟାକୁ ସେହି ସଂଖ୍ୟାଗୁଡ଼ିକର କେନ୍ଦ୍ରୀୟପ୍ରବଣତା କୁହାଯାଏ। କେନ୍ଦ୍ରୀୟପ୍ରବଣତା ସୂଚାଇବା ପାଇଁ ତିନିପ୍ରକାରର ମାପକ ବ୍ୟବହାର କରାଯାଏ। ସେଗୁଡ଼ିକ ହେଲା –
(i) ମାଧ୍ୟମାନ (Mean)
(ii) ମଧ୍ୟମା (Median)
(iii) ଗରିଷ୍ଠକ (Mode)

Question ୬।
ମାଧ୍ୟମାନ କାହାକୁ କୁହାଯାଏ ?
Answer:
କୌଣସି ସାଂଖ୍ୟକ ତଥ୍ୟାବଳୀର ଲଜ୍ଜାଙ୍କଗୁଡ଼ିକର ହାରାହାରି ସଂଖ୍ୟାକୁ ସେହି ସାଂଖ୍ୟକ ତଥ୍ୟାବଳୀର ମାଧ୍ୟମାନ କୁହାଯାଏ । କୌଣସି ତଥ୍ୟାବଳୀର ଲବଧାଙ୍କଗୁଡ଼ିକୁ ବାରମ୍ବାରତା ପରିବଣ୍ଟନ କରାଯାଉଥିଲେ ଉକ୍ତ ତଥ୍ୟାବଳୀର ମାଧ୍ୟମାନ ଦୁଇ ପ୍ରକାରର ସୂତ୍ର ସାହାଯ୍ୟରେ ନିରୂପଣ କରାଯାଇପାରେ ଯଥା :-
(i) ପ୍ରତ୍ୟକ୍ଷ ଧାରା (Direct method)
(ii) ବିଚ୍ୟୁତି ଧାରା (Deviation method) or ସଂକ୍ଷିପ୍ତ ଧାରା (Short method)

Question ୭।
ମଧ୍ୟମା କାହାକୁ କୁହାଯାଏ ?
Answer:
ଫଳାଙ୍କମାନକର ଆନୁକ୍ରମିକ ବିନ୍ୟାସର କେନ୍ଦ୍ର ବା ମଧ୍ୟସ୍ଥଳରେ ଥିବା ଫଳାଙ୍କଟିକୁ ବିତରଣର ମଧ୍ୟମା ରୂପେ ବିବେଚନା କରାଯାଏ । ମଧ୍ୟମା ଗୋଟିଏ ସ୍ଥାନରୂପକ କେନ୍ଦ୍ରୀୟପ୍ରବଣତାର ମାପକ । ଏହା ବିତରଣକୁ ସମଦ୍ବିଖଣ୍ଡକ କରିଥାଏ । ଅର୍ଥାତ୍ ମଧ୍ୟମା ତଳେ ଯେତେଗୋଟି ଫଳାଙ୍କ ରହନ୍ତି ତା’ର ଊର୍ଦ୍ଧ୍ବରେ ମଧ୍ୟ ସେତିକିଗୋଟି ଫଳାଙ୍କ ରହନ୍ତି । କୌଣସି ତଥ୍ୟାବଳୀର ଲବ୍ଧଙ୍କଗୁଡ଼ିକୁ ବାରମ୍ବାରତା ପରିବଣ୍ଟନ କରାଯାଇ ଥିଲେ ଉକ୍ତ ତଥ୍ୟାବଳୀର ମଧ୍ୟମା ନିମ୍ନ ସୂତ୍ର ସାହାଯ୍ୟରେ ନିରୂପଣ କରାଯାଏ ।
ସୂତ୍ର Md (ମଧ୍ୟମା) = \(L+\left[\frac{\frac{N}{2}-F}{f m}\right] \times i\)

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Question ୮।
ଗରିଷ୍ଠକ କାହାକୁ କୁହାଯାଏ ?
Answer:
ବାରମ୍ବାରତା ସାରଣୀର ଯେଉଁ ଲବ୍‌ଧାଙ୍କର ବାରମ୍ବାରତା ସର୍ବାଧ‌ିକ ଥାଏ ସେହି ଲଜ୍ଜାଙ୍କଟି ଦତ୍ତ ତଥ୍ୟାବଳୀର ଗରିଷ୍ଠକ । ଯଦି ଏକରୁ ଅଧିକ ଲଜ୍ଜାଙ୍କର ବାରମ୍ବାରତା ସମାନ ଓ ସର୍ବାଧ‌ିକ ରୁହେ ତେବେ ଦତ୍ତ ତଥ୍ୟାବଳୀର ଗରିଷ୍ଠକ ସଂଖ୍ୟା ଏକରୁ ଅଧିକ ହୁଏ । ଏହା ଏକ ପ୍ରତିରୂପୀ ମାଧ୍ୟମାନ ଅଟେ । ଗରିଷ୍ଠକ ନିର୍ଦ୍ଧାରଣ ନିମନ୍ତେ ବିଶେଷ ଗାଣିତିକ ବିଧୂର ପ୍ରୟୋଗ ହୋଇ ନ ଥାଏ । ତେଣୁ ଏହାକୁ ନିର୍ଣ୍ଣୟ କରିବା ଅତ୍ୟନ୍ତ ସହଜ ଓ ସ୍ୱଳ୍ପ ସମୟ ବ୍ୟୟକାରୀ । ଗୋଟିଏ ପରିବଣ୍ଟନ ବା ବିତରଣ ଯଦି ପ୍ରସାମନ୍ୟ ଏବଂ ସମବିନ୍ୟସ୍ତ ହୋଇଥାଏ, ତେବେ ଏହାର ଗରିଷ୍ଠକ ନିମ୍ନ ସୂତ୍ର ଅନୁଯାୟୀ ନିଶ୍ଚିୟ କରାଯାଇଥାଏ ।
ସୂତ୍ର : – ଗରିଷ୍ଠକ Mo = ଓ ମଧ୍ୟମା – 2 ମାଧ୍ୟମାନ

Question ୯।
ନିମ୍ନ ପ୍ରଦତ୍ତ ଫଳାଙ୍କମାନଙ୍କର ଗରିଷ୍ଠକ ନିର୍ଣ୍ଣୟ କର ।
3, 8, 5, 8, 5, 3, 6, 4, 5, 7, 8, 8
Answer:
ଲବ୍‌ଧାଙ୍କ ଗୁଡ଼ିକୁ ସାନରୁ ବଡ଼ କ୍ରମରେ ସଜାଇ ରଖିଲେ
3, 3, 4, 5, 5, 5, 6, 6, 7, 8, 8
ଏଠାରେ ଗରିଷ୍ଠକ Mo = 5
କାରଣ, ପ୍ରଦତ୍ତ ଫଳାଙ୍କମାନଙ୍କ ମଧ୍ୟରେ 5ରେ ବାରମ୍ବାରତା ସର୍ବାଧ‌ିକ । ତେଣୁ ଦତ୍ତ ତଥ୍ୟାବଳୀର ଗରିଷ୍ଠକ 5 ଅଟେ ।

Question ୧୦।
ନିମ୍ନ ପ୍ରଦତ୍ତ ଫଳାଙ୍କମାନଙ୍କର ମଧ୍ୟମା ନିର୍ଣ୍ଣୟ କର ।
15, 13, 10, 17, 23, 20, 19, 16
Answer:
ପ୍ରଥମେ ପ୍ରଦତ୍ତ ଫଳାଙ୍କମାନଙ୍କୁ ସାନରୁ ବଡ଼ କ୍ରମରେ ସଜାଇବା 10, 13, 15, 16, 17, 19, 20, 23 ପ୍ରଦତ୍ତ ଫଳାଙ୍କମାନଙ୍କ ସଂଖ୍ୟା N = 8

ମଧ୍ୟମା Mdn = \(\frac{\mathrm{N}+1}{2}\) ତମ ସ୍ଥାନୀୟ ଲବ୍‌ଧାଙ୍କ
= \(\frac{\mathrm{8}+1}{2}\)
= \(\frac{9}{2}\)
= 4.5 ତମ ସ୍ଥାନୀୟ ଲବ୍‌ଧାଙ୍କ
= \(\frac{1}{2}\)(4 ର୍ଥ ଫଳାଙ୍କ + 5 ମ ଫଳାଙ୍କ)
= \(\frac{1}{2}\) (16+17)
= \(\frac{1}{2}\) (33) = 16.5

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Question ୧୧।
ନିମ୍ନ ପ୍ରଦତ୍ତ ଫଳାଙ୍କମାନଙ୍କର ମଧ୍ୟମା ନିର୍ଣ୍ଣୟ କର ।
75, 82, 66, 73, 62, 66, 71, 64, 67, 70, 75
Answer:
ପ୍ରଥମେ ଫଳାଙ୍କମାନଙ୍କୁ ସାନରୁ ବଡ଼ କ୍ରମରେ ସଜାଇବା
62, 64, 66, 66, 67, 70, 71, 73, 75, 75, 82
ପ୍ରଦତ୍ତ ଫଳାଙ୍କମାନଙ୍କ ସଂଖ୍ୟା N = 11
ମଧ୍ୟମା Mdn = \(\frac{\mathrm{N}+1}{2}\) ତମ ସ୍ଥାନୀୟ ଲବ୍‌ଧାଙ୍କ
= \(\frac{\mathrm{11}+1}{2}\)
= \(\frac{12}{2}\)
= 6 ଷ୍ଠ ଲଛାଙ୍କ
Md = 70

Question ୧୨।
ନିମ୍ନ ପ୍ରଦତ୍ତ ଫଳାଙ୍କମାନଙ୍କର ଗରିଷ୍ଠକ ନିର୍ଣ୍ଣୟ କର ।
4, 2, 6, 4, 4, 3, 2, 0, 0, 4, 2, 4
Answer:
ଫଳାଙ୍କଗୁଡ଼ିକୁ ସାନରୁ ବଡ଼ କ୍ରମରେ ସଜାଇ ରଖିଲେ
2, 2, 2, 3, 4, 4, 4, 4, 4, 6
ଏଠାରେ ଦତ୍ତ ତଥ୍ୟାବଳୀର ଗରିଷ୍ଠକ Mo = 4
ପ୍ରଦତ୍ତ ଫଳାଙ୍କମାନଙ୍କ ମଧ୍ୟରେ 4 ଲଜ୍ଜାଙ୍କଟି ସର୍ବାଧ‌ିକ 5 ଥର ଅଛି ତେଣୁ ଦତ୍ତ ତଥ୍ୟାବଳୀର ଗରିଷ୍କକ 4 ଅଟେ ।

ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର
ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ଯରେ ଉଲ୍ଲେଖ କର ।

Question ୧।
ମାଧ୍ୟମାନର ବ୍ୟବହାରଗୁଡ଼ିକ ଉଲ୍ଲେଖ କର ?
Answer:
ମାଧ୍ୟମାନର ବ୍ୟବହାରଗୁଡ଼ିକ ହେଲା-
(i) ଯେତେବେଳେ ଲକ୍ତାଙ୍କ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କକୁ ପ୍ରତିନିଧ୍ଵ କରୁଥିବା ଏବଂ ଏକ ସ୍ଥିର ଚିତ୍ର ପ୍ରଦାନ କରୁଥିବା କେନ୍ଦ୍ରୀୟପ୍ରବଣତାର ଆବଶ୍ୟକତା ପଡ଼ିଥାଏ, ସେତେବେଳେ ମାଧ୍ୟମାନଙ୍କୁ ବ୍ୟବହାର କରାଯାଉଥାଏ ।
(ii) ଯେତେବେଳେ ଲବ୍‌ଧାଙ୍କଗୁଡ଼ିକ ବିତରଣର କେନ୍ଦ୍ରବିନ୍ଦୁ ଆଡ଼କୁ ଆକୃଷ୍ଟ ହୋଇଥାଆନ୍ତି, ଏବଂ ଲବ୍ଧଙ୍କ ବିତରଣ ସମବିନ୍ୟାସ ହୋଇଥାଏ, ସେତେବେଳେ ଫଳାଙ୍କ ବିତରଣର ଭାରକେନ୍ଦ୍ର ଜାଣିବା ପାଇଁ ମାଧ୍ୟମାନର ବ୍ୟବହାର କରାଯାଇଥାଏ ।
(iii) ମାଧ୍ୟମାନର ପରିମାଣ ଉପରେ ଅନେକ ଉଚ୍ଚତର ପରିସଂଖ୍ୟାନରେ ଗଣନା ନିର୍ଣ୍ଣୟ କରିଥାଏ । ଉଦାହରଣ ସ୍ଵରୂପ – ମାନକ ବିଚ୍ୟୁତି, ସହ ସମ୍ବନ୍ଧ ସହଗ, ପ୍ରସାରଣ – ବିଶ୍ଳେଷଣ ଇତ୍ୟାଦି ନିର୍ଦ୍ଧାରଣ କରିବାରେ ମାଧ୍ୟମାନ ମୁଖ୍ୟ ସହାୟକ ଅଟେ ।

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Question ୨।
ମାଧ୍ୟମାର ବ୍ୟବହାରଗୁଡ଼ିକ ଉଲ୍ଲେଖ କର ।
Answer:
ମାଧ୍ୟମାର ବ୍ୟବହାରଗୁଡ଼ିକ ହେଲା –
(i) ଯେତେବେଳେ ଫଳାଙ୍କ ବିତରଣ ଠିକ୍ ମଧ୍ୟବିନ୍ଦୁ ଯାହାର ନିମ୍ନରେ 50% ଏବଂ ଊର୍ଦ୍ଧ୍ବରେ 50% ଲବ୍‌ଧାଙ୍କ ରହନ୍ତି ସେତେବେଳେ ମଧ୍ୟମାର ବ୍ୟବହାର କରାଯାଇଥାଏ ।
(ii) ଯେତେବେଳେ ଫଳାଙ୍କ ବିତରଣର ସୀମାନ୍ତରେ ଥିବା ଫଳାଙ୍କମାନେ ମାଧ୍ୟମାନଙ୍କୁ ଯଥେଷ୍ଟ ପ୍ରଭାବିତ କରନ୍ତି । ଫଳରେ ଏହା କେନ୍ଦ୍ରୀୟପ୍ରବଣତା ସର୍ବୋତ୍କୃଷ୍ଟ ମାପକ ହୋଇପାରେ ନାହିଁ । ସେତେବେଳେ ମଧ୍ୟମା ଅଧ୍ବକ ଉପଯୋଗୀ ମାପକ ହୋଇଥାଏ । କାରଣ ମଧ୍ୟମା ସୀମାନ୍ତ ଫଳାଙ୍କମାନଙ୍କ ଦ୍ଵାରା ପ୍ରଭାବିତ ହୁଏ ନାହିଁ ।
(iii) ଯେତେବେଳେ ସଂଭାଗ ବିତରଣର ସର୍ବୋଚ୍ଚ କିମ୍ବା ସର୍ବନିମ୍ନ ସୀମା ଅନିର୍ଦ୍ଦିଷ୍ଟ ହୋଇଥାଏ, ସେହି କ୍ଷେତ୍ରରେ ମଧ୍ୟମାର ବ୍ୟବହାର କରାଯାଇଥାଏ ।

Question ୩।
ଗରିଷ୍ଠକର ବ୍ୟବହାରଗୁଡ଼ିକ ଉଲ୍ଲେଖ କର ।
Answer:
ଗରିଷ୍ଠକର ବ୍ୟବହାରଗୁଡ଼ିକ ହେଲା –
(i) ଯେତେବେଳେ କୌଣସି ଲବ୍ଧଙ୍କ ବିତରଣରେ ସର୍ବୋଚ୍ଚ ବାରମ୍ବାରତା ନିଷ୍କ୍ରିୟ କରିବାର ଆବଶ୍ୟକତା ପଡ଼େ ସେତେବେଳେ ଗରିଷ୍ଠକର ବ୍ୟବହାର କରାଯାଇଥାଏ ।
(ii) ଯେତେବେଳେ କୌଣସି ଲଜ୍ଜାଙ୍କ ବିତରଣର କେନ୍ଦ୍ରୀୟପ୍ରବଣତାର ମାପ ସମ୍ବନ୍ଧରେ ସ୍ଵଳ୍ପ ସମୟ ମଧ୍ୟରେ ସହଜ ଓ ସରଳ ମାପ ଆବଶ୍ୟକ ହୋଇଥାଏ, ସେତେବେଳେ ଗରିଷ୍ଠକର ବ୍ୟବହାର କରାଯାଇଥାଏ ।
(iii) ଯେତେବେଳେ କୌଣସି ଲବ୍‌ଧାଙ୍କ ବିତରଣର ବୈଶିଷ୍ଟ୍ୟସୂଚକ ଏକ ସଂଖ୍ୟାର ଆବଶ୍ୟକତା ପଡ଼େ ସେତେବେଳେ ଗରିଷ୍ଠକର ବ୍ୟବହାର କରାଯାଇଥାଏ ।

CHSE Odisha Class 12 Psychology Unit 5 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ନିମ୍ନ ପ୍ରଦତ୍ତ ପରିବଣ୍ଟନର ମଧ୍ୟମା ନିର୍ଣ୍ଣୟ କର ।

ଫଳାଙ୍କ ବାରମ୍ବାରତା (f)
100- 109
90 – 99
80 – 89
70 – 79
60 – 69
50 – 59
40 – 49
30 – 39
20 – 29
1
3
6
8
15
9
5
2
1
N = 50

Answer:

ସଂଭାଗ ପୌନଃପୁନ୍ୟ / ବାରମ୍ବାରତା(f) ରାଶିକୃତ ବାରମ୍ବାରତା(f)
100- 109
90 – 99
80 – 89
70 – 79
60 – 69
50 – 59
40 – 49
30 – 39
20 – 29
1
3
6
8
15
9
5
2
1
50
49
46
40
32
17
8
3
1
N = 50

ମଧ୍ୟମା Mdn = \(L+\left[\frac{\frac{N}{2}-F}{f m}\right] \times i\)
\(\frac{N}{2}\)= ବିତରଣ ଅନ୍ତର୍ଗତ ଲଚ୍ଛାଙ୍କ ସମଷ୍ଟିର ଅଧା ।
L = ମଧ୍ୟମା ସମ୍ଭାରର ପ୍ରକୃତ ନିମ୍ନସୀମା ।
F = ମଧ୍ୟମା ସମ୍ଭାଗର ଠିକ୍ ପୂର୍ବ ସମ୍ଭାଗର ରାଶିକୃତ ବାରମ୍ବାରତା
Fm = ମଧ୍ୟମା ସମ୍ଭାଗ ଅନ୍ତର୍ଗତ ବାରମ୍ବାରତା ସଂଖ୍ୟା
i = ସଂଭାଗ ବିସ୍ତାର
\(\frac{N}{2}=\frac{50}{2}\)
=25

L = 59.5
F = 17
fm = 15
i = 10

ମଧ୍ୟମା Mdn = \(L+\left[\frac{\frac{N}{2}-F}{f m}\right] \times i\)
= \(59.5+\frac{(25-17)}{15} \times 10\)
= \(59.5+\frac{8}{15} \times 10\)
= \(59.5+\frac{16}{3}\)
= 59.5+5.33
= 64.83 (Ans)

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Question ୨।
ନିମ୍ନ ପ୍ରଦତ୍ତ ପୌନଃପୁନଃ ବିତରଣର ମଧ୍ୟମା ନିର୍ଣ୍ଣୟ କର ।

ସଂଭାଗ ବାରମ୍ବାରତା (f)
60 – 64
55 – 59
50 – 54
45 – 49
40 – 44
35 – 39
30 – 34
25 – 29
20 – 24
15 – 19
3
2
6
10
13
9
7
5
3
2
N = 60

Answer:

ସଂଭାଗ ବାରମ୍ବାରତା(f) ରାଶିକୃତ ବାରମ୍ବାରତା(f)
60 – 64
55 – 59
50 – 54
45 – 49
40 – 44
35 – 39
30 – 34
25 – 29
20 – 24
15 – 19
3
2
6
10
13
9
7
5
3
2
60
57
55
49
39
26
17
10
5
2
N = 60

ମଧ୍ୟମା Mdn = \(L+\left[\frac{\frac{N}{2}-F}{f m}\right] \times i\)
\(\frac{N}{2}\) = ବିତରଣ ଅନ୍ତର୍ଗତ ଲଚ୍ଛାଙ୍କ ସମଷ୍ଟିର ଅଧା ।

L = ମଧ୍ୟମା ସମ୍ଭାଗର ପ୍ରକୃତ ନିମ୍ନସୀମା ।
F = ମଧ୍ୟମା ସମ୍ଭାଗର ଠିକ୍ ପୂର୍ବ ସମ୍ଭାଗର ରାଶିକୃତ ବାରମ୍ବାରତା
Fm = ମଧ୍ୟମା ସମ୍ଭାଗ ଅନ୍ତର୍ଗତ ବାରମ୍ବାରତା ସଂଖ୍ୟା
i = ସଂଭାଗ ବିସ୍ତାର

\(\frac{N}{2}=\frac{60}{2}\)
=30

L = 39.5
F = 26
fm = 13
i = 5

ମଧ୍ୟମା Mdn = \(L+\left[\frac{\frac{N}{2}-F}{f m}\right] \times i\)
= \(39.5+\frac{(30-26)}{13} \times 5\)
= \(39.5+\frac{4}{13} \times 5\)
= \(39.5+\frac{20}{13}\)
= 39.5+1.5
= 41.0 (Ans)

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Question ୩।
ନିମ୍ନ ପ୍ରଦତ୍ତ ପୌନଃପୂନ୍ୟ ବିତରଣର ମଧ୍ୟମା ନିର୍ଣ୍ଣୟ କର ।

ଲବ୍ୱାଙ୍କ ସଂଭାଗ ବାରମ୍ବାରତା (f)
90 – 100
80 – 90
70 – 80
60 – 70
50 – 60
40 – 50
30 – 40
20 – 30
10 – 20
2
3
6
9
12
15
13
7
3
N = 70

Answer:

ଲବ୍ୱାଙ୍କ ସଂଭାଗ ବାରମ୍ବାରତା(f) ରାଶିକୃତ ବାରମ୍ବାରତା(f)
90 – 100
80 – 90
70 – 80
60 – 70
50 – 60
40 – 50
30 – 40
20 – 30
10 – 20
2
3
6
9
12
15
13
7
3
70
68
65
59
50
38
23
10
3
N = 70

ମଧ୍ୟମା Mdn = \(L+\left[\frac{\frac{N}{2}-F}{f m}\right] \times i\)

\(\frac{N}{2}\) = ବିତରଣ ଅନ୍ତର୍ଗତ ଲଚ୍ଛାଙ୍କ ସମଷ୍ଟିର ଅଧା ।

L = ମଧ୍ୟମା ସମ୍ଭାଗର ନିମ୍ନସୀମା ।
F = ମଧ୍ୟମା ସମ୍ଭାଗର ଠିକ୍ ପୂର୍ବ ସମ୍ଭାଗର ରାଶିକୃତ ବାରମ୍ବାରତା
Fm = ମଧ୍ୟମା ସମ୍ଭାଗ ଅନ୍ତର୍ଗତ ବାରମ୍ବାରତା ସଂଖ୍ୟା
i = ସଂଭାଗ ବିସ୍ତାର

\(\frac{N}{2}=\frac{70}{2}\)
=35

L = 39.5
F = 23
fm = 15
i = 10

ମଧ୍ୟମା Mdn = \(L+\left[\frac{\frac{N}{2}-F}{f m}\right] \times i\)
= \(39.5+\frac{(35-23)}{13} \times 10\)
= \(39.5+\frac{12}{15} \times 10\)
= \(39.5+\frac{24}{3}\)
= 39.5+8
= 47.5 (Ans)

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Question ୪।
ନିମ୍ନ ପ୍ରଦତ୍ତ ପୌନଃପୂନ୍ୟ ବିତରଣର ଗରିଷ୍ଠକ ନିର୍ଣୟ କର ।

ସଂଭାଗ ବାରମ୍ବାରତା (f)
60 – 64
55 – 59
50 – 54
45 – 49
40 – 44
35 – 39
6
8
12
10
9
5
N = 50

Answer:

ସଂଭାଗ ବାରମ୍ବାରତା(f) ମଧ୍ୟବିନ୍ଦୁ (X) ବିଚ୍ୟୁତି (X1) Fx1 ବାଶିକୃତ ବାରମ୍ବାରତା(Cf)
60 – 64
55 – 59
50 – 54
45 – 49
40 – 44
35 – 39
6
8
12
10
9
5
62
57
52
47
42
37
2
1
0
-1
-2
-3
12
8
0
-10
-18
-15
50
44
36
24
14
5
N = 50 ∑Fx1= -23

ମାଧ୍ୟମାନ X = \(A M+\left[\frac{\sum \mathrm{fx}^1}{N}\right] \times \mathrm{i}\)

or (M/X) = \(52+\frac{-23}{50} \times 5\)
= \(52+\frac{-23}{10} \times 5\)
= 52 – 2.3
= 49.7 (Ans)

M = ମାଧ୍ୟମାନ
AM = କଳ୍ପିତ ମାଧ୍ୟମାନ
f = ବାରମ୍ବାରତା
x¹ = କଳ୍ପିତ ମାଧ୍ୟମାନରୁ ମଧ୍ୟବିନ୍ଦୁମାନଙ୍କର ବିଚ୍ୟୁତି
i = ସମ୍ଭାଗ ବିସ୍ତାର

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Question ୫।
ନିମ୍ନ ପ୍ରଦତ୍ତ ପୌନଃପୁନଃ ବିତରଣର ମାଧ୍ୟମାନ ନିର୍ଣ୍ଣୟ କର ।

ଲବ୍ୱାଙ୍କ ସଂଭାଗ ବାରମ୍ବାରତା (f)
45 – 50
40 – 45
35 – 40
30 – 35
25 – 30
20 – 25
15 – 20
1
7
24
36
25
6
1
N = 100

Answer:

ଲବ୍ୱାଙ୍କ ସଂଭାଗ ବାରମ୍ବାରତା(f) ମଧ୍ୟବିନ୍ଦୁ (X) ବିଚ୍ୟୁତି (X1) Fx1
45 – 50
40 – 45
35 – 40
30 – 35
25 – 30
20 – 25
15 – 20
1
7
24
36
25
6
1
47
42
37
32
27
22
17
3
2
1
0
-1
-2
-3
3
14
24
0
-25
-12
-3
N = 100 ∑Fx1= 1

ସୂତ୍ର – M = \(A M+\left[\frac{\sum \mathrm{fx}^1}{N}\right] \times \mathrm{i}\)

AM = କଳ୍ପିତ ମାଧ୍ୟମାନ
X = ମଧ୍ୟବିନ୍ଦୁ\(\)
X¹ = କଳ୍ପିତ ମାଧ୍ୟମାନରୁ ମଧ୍ୟବିନ୍ଦୁମାନଙ୍କର ବିଚ୍ୟୁତି
i = ସମ୍ଭାଗ ବିସ୍ତାର

AM = 32
∑Fx1 = 1
N = 100
i = 5

M = \(A M+\left[\frac{\sum \mathrm{fx}^1}{N}\right] \times \mathrm{i}\)
M = \(32+\frac{1}{100} \times 5\)
= 32.05 (Ans)

ମଧ୍ୟମା (Mdn) = \(L+\left[\frac{\frac{N}{2}-F}{f m}\right] \times i\)
\(\frac{N}{2}\) = ବିତରଣ ଅନ୍ତର୍ଗତ ଲଜ୍ଜାଙ୍କ ସମଷ୍ଟିର ଅଧା ।

L = ମଧ୍ୟମା ସମ୍ଭାଗର ନିମ୍ନସୀମା ।
F = ମଧ୍ୟମା ସମ୍ଭାଗର ଠିକ୍ ପୂର୍ବ ସମ୍ଭାଗର ରାଶିକୃତ ବାରମ୍ବାରତା
Fm = ମଧ୍ୟମା ସମ୍ଭାଗ ଅନ୍ତର୍ଗତ ବାରମ୍ବାରତା ସଂଖ୍ୟା
i = ସଂଭାଗ ବିସ୍ତାର

CHSE Odisha Class 12 Psychology Unit 5 Short & Long Answer Questions in Odia Medium

\(\frac{N}{2}=\frac{50}{2}\) = 25

L = 49.5
F = 24
fm = 12
i = 5

Mdn = \(L+\left[\frac{\frac{N}{2}-F}{f m}\right] \times i\)
= \(49.5+\frac{(25-24)}{12} \times 5\)
= \(49.5+\frac{1}{12} \times 5\)
= \(49.5+\frac{5}{12} \times 5\)
= 49.5 + 0.42
= 49. 92 (Ans)
ଗରିଷ୍ଠକ Mo = 3 ମଧ୍ୟମା – 2 ମାଧ୍ୟମାନ
= 3 x 49. 92-2 x 49.7
= 149.76-99.4
= 50.36 (Ans)

Question ୬।
ନିମ୍ନ ପ୍ରଦତ୍ତ ପୌନଃପୁନଃ ବିତରଣର ମାଧ୍ୟମାନ ନିର୍ଣ୍ଣୟ କର ।

ଲବ୍ୱାଙ୍କ ସଂଭାଗ ବାରମ୍ବାରତା (f)
70 – 74
65 – 69
60 – 64
55 – 59
50 – 54
45 – 49
40 – 44
35 – 39
30 – 34
25 – 29
2
3
5
7
12
8
5
4
2
2
N = 50

Answer:

ଲବ୍ୱାଙ୍କ ସଂଭାଗ ବାରମ୍ବାରତା(f) ମଧ୍ୟବିନ୍ଦୁ (X) ବିଚ୍ୟୁତି (X1) Fx1
70 – 74
65 – 69
60 – 64
55 – 59
50 – 54
45 – 49
40 – 44
35 – 39
30 – 34
25 – 29
2
3
5
7
12
8
5
4
2
2
72
67
62
57
52
47
42
37
32
27
4
3
2
1
0
-1
-2
-3
-4
-5
8
9
10
7
0
-8
-10
-12
-8
-14
N = 50 ∑Fx1= -14

ସୂତ୍ର – M = \(A M+\left[\frac{\sum \mathrm{fx}^1}{N}\right] \times \mathrm{i}\)

AM = କଳ୍ପିତ ମାଧ୍ୟମାନ
X = ମଧ୍ୟବିନ୍ଦୁ
X¹= କଳ୍ପିତ ମାଧ୍ୟମାନରୁ ମଧ୍ୟବିନ୍ଦୁମାନଙ୍କର ବିଚ୍ୟୁତି
i = ସମ୍ଭାଗ ବିସ୍ତାର

CHSE Odisha Class 12 Psychology Unit 5 Short & Long Answer Questions in Odia Medium

AM = 52
∑Fx1= -14
N = 50
i = 5

M = \(A M+\left[\frac{\sum \mathrm{fx}^1}{N}\right] \times \mathrm{i}\)
= \(52+\frac{(-14)}{50} \times 5\)
= \(52+\frac{-14}{10} \times 5\)
= 52-14 = 50.6 (Ans)

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Question ୭।
ନିମ୍ନ ପ୍ରଦତ୍ତ ପୌନଃପୁନ୍ୟ ବିତରଣର ମାଧ୍ୟମାନ ନିର୍ଣ୍ଣୟ କର ।

ଲବ୍ୱାଙ୍କ ସଂଭାଗ ବାରମ୍ବାରତା (f)
75 – 79
70 – 74
65 – 69
60 – 64
55 – 59
50 – 54
45 – 49
40 – 44
35 – 39
30 – 34
25 – 29
20 – 24
0
3
4
6
7
10
8
5
4
2
1
0
N = 50

Answer:

ଲବ୍ୱାଙ୍କ ସଂଭାଗ ବାରମ୍ବାରତା(f) ମଧ୍ୟବିନ୍ଦୁ (X) ବିଚ୍ୟୁତି (X1) Fx1
75 – 79
70 – 74
65 – 69
60 – 64
55 – 59
50 – 54
45 – 49
40 – 44
35 – 39
30 – 34
25 – 29
20 – 24
0
3
4
6
7
10
8
5
4
2
1
0
77
72
67
57
52
47
42
37
32
27
22
5
4
3
2
1
0
-1
-2
-3
-4
-5
0
12
12
7
0
-8
-10
-12
-8
-5
0
N = 50 Fx1=0

ସୂତ୍ର – M = \(A M+\left[\frac{\sum \mathrm{fx}^1}{N}\right] \times \mathrm{i}\)

AM = କଳ୍ପିତ ମାଧ୍ୟମାନ
X = ମଧ୍ୟବିନ୍ଦୁ
X¹ = କଳ୍ପିତ ମାଧ୍ୟମାନରୁ ମଧ୍ୟବିନ୍ଦୁମାନଙ୍କର ବିଚ୍ୟୁତି
i = ସମ୍ଭାଗ ବିସ୍ତାର

AM = 52
Fx1=0
N = 50
i = 5

M = \(A M+\left[\frac{\sum \mathrm{fx}^1}{N}\right] \times \mathrm{i}\)
= \(52+\frac{(0)}{50} \times 5\)
= 52 + 0 * 5
= 52+ 0
= 52 (Ans)

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Question ୮।
ଦତ୍ତ ତଥ୍ୟାବଳୀକୁ ନେଇ ଏକ ପୌନଃପୁନଃ ବିତରଣ ସାରଣୀ ପ୍ରସ୍ତୁତ କର।
20, 35, 48, 17, 63, 28, 52, 12, 64, 73, 15, 51, 37, 70
68, 73, 49, 53, 26, 42, 44, 31, 36, 16, 24, 31, 43, 50, 36
45, 23, 74, 53, 62, 19, 52, 46, 53, 66, 32
Answer:
20, 35, 48, 17, 63, 28, 52, (12), 64, 73, 15, 51, 37, 70, 68, 73, 49, 53, 26, 42, 44, 31, 36, 16, 24, 31, 43, 50, 36, 45, 23, 74, 53, 62, 19, 52. 46, 53, 66, 32
ଫଳାଙ୍କମାନଙ୍କ ସଂଖ୍ୟା N = 40
ସର୍ବୋଚ୍ଚ ଫଳାଙ୍କ = 74
ସର୍ବନିମ୍ନ ଫଳାଙ୍କ = 12

ତଥ୍ୟାବଳୀ ବିସ୍ତାର (Range) = ସର୍ବୋଚ୍ଚ ଫଳାଙ୍କ – (Highest Score) – ସର୍ବନିମ୍ଗ ଫଳାଙ୍କ (Lowest Score)
= 74 – 12
= 62
ଯଦି ସଂଭାଗ ବିସ୍ତାର ବୋଲି ନିର୍ଦ୍ଦିଷ୍ଟ କରାଯାଏ, ତେବେ ଅବରୋହୀ କ୍ରମରେ ସଂଭାଗମାନଙ୍କୁ ନିମ୍ନୋକ୍ତ ମତେ ଲେଖାଯାଇ ଗୋଟିଏ ପୌନଃପୁନଃ ବିତରଣ ଗଠନ କରାଯାଇପାରିବ।

ସଂଭାଗ ଟାଲିଚିହ୍ନ ବାରମ୍ବାରତା(f)
70 – 80
60 – 70
50 – 60
40 – 50
30 – 40
20 – 30
10 – 20
||||
||||
||||||
||||||
||||||
||||
||||
4
5
7
7
7
5
5
F = 40

Question ୯।
ମନୋବିଜ୍ଞାନ ପରୀକ୍ଷାରେ ୫୦ ଜଣ ଛାତ୍ରଛାତ୍ରୀ ହାସଲ କରିଥିବା ଫଳାଙ୍କ ନିମ୍ନରେ ପ୍ରଦାନ କରାଯାଇଛି । ଏହି ଫଳାଙ୍କକୁ ବ୍ୟବହାର କରି ଗୋଟିଏ ପୌନଃପୁନଃ ବିତରଣ ପ୍ରସ୍ତୁତ କର ।
49, 56, 38, 99, 74, 92, 78, 84, 63, 59
84, 63, 88, 86, 76, 72, 72, 67, 73, 54
86, 81, 69, 59, 55, 24, 42, 77, 59, 61
31, 91, 91, 86, 88, 88, 72, 72, 76, 69
65, 51, 66, 84, 72, 62, 78, 89, 68, 70
Answer:
ଫଳାଙ୍କମାନଙ୍କ ସଂଖ୍ୟା N = 50
ସର୍ବୋଚ୍ଚ ଫଳାଙ୍କ = 99
ସର୍ବନିମ୍ନ ଫଳାଙ୍କ = 24
ତଥ୍ୟାବଳୀ ବିସ୍ତାର (Range) = ସର୍ବୋଚ୍ଚ ଫଳାଙ୍କ – (Highest Score) – ସର୍ବନିମ୍ଗ ଫଳାଙ୍କ (Lowest Score)
= 99 – 24
= 75

ଯଦି ସଂଭାଗ ବିସ୍ତାର i = 10 ବୋଲି ନିର୍ଦ୍ଦିଷ୍ଟ କରାଯାଏ, ତେବେ ଅବରୋହୀ କ୍ରମରେ ସଂଭାଗମାନଙ୍କୁ ନିମ୍ନୋକ୍ତ ମତେ ଲେଖାଯାଉ ଗୋଟିଏ ପୌନଃପୁନଃ ବିତରଣ ଗଠନ କରାଯାଇପାରିବ ।

ସଂଭାଗ ଟାଲିଚିହ୍ନ ବାରମ୍ବାରତା(f)
90 – 99
80 – 89
70 – 79
60 – 69
50 – 59
40 – 49
30 – 39
20 – 29
||||
|||| ||||
|||| |||| |||
|||| ||||
|||| ||
||
||
|
4
11
13
10
7
2
2
1
∑F = 50

CHSE Odisha Class 12 Psychology Unit 5 Short & Long Answer Questions in Odia Medium

Question ୧୦।
ପ୍ରଦତ୍ତ ପୌନଃପୁନ୍ୟ ବିତରଣର ମାଧ୍ୟମାନ (Mean) ପ୍ରତ୍ୟକ୍ଷ ପଦ୍ଧତି ଅନୁଯାୟୀ ନିର୍ଣ୍ଣୟ କର ।

ସଂଭାଗ ବାରମ୍ବାରତା (f)
60 – 64
55 – 59
50 – 54
45 – 49
40 – 44
35 – 39
30 – 34
25 – 29
20 – 24
15 – 19
2
5
8
10
12
6
3
2
1
1
N = 50

Answer:

ସଂଭାଗ ବାରମ୍ବାରତା(f) ମଧ୍ୟବିନ୍ଦୁ (X) Fx
60 – 64
55 – 59
50 – 54
45 – 49
40 – 44
35 – 39
30 – 34
25 – 29
20 – 24
15 – 19
2
5
8
10
12
6
3
2
1
1
62
57
52
47
42
37
32
27
22
17
124
285
416
470
504
222
96
54
22
17
N = 50 ∑Fx =2210

ମାଧ୍ୟମାନ \(\overline{\mathrm{X}}=\frac{\sum \mathrm{fx}}{\mathrm{N}}\)
= \(\frac{2210}{50}\)
= 44.2 (Ans)

F – ସଂଭାଗର ବାରମ୍ବାରତା
N – ପରିବଣ୍ଟନଗତ ଫଳାଙ୍କମାନଙ୍କ ସଂଖ୍ୟା
X – ସଂଭାଗର ମଧ୍ୟବିନ୍ଦୁ
Σ – ସମଷ୍ନି