BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

Odisha State Board BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ will enable students to study smartly.

BSE Odisha Class 6 History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

ବିଷୟ ବସ୍ତୁ
ଉପକ୍ରମ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଚାଣକ୍ୟ, ମେଗାସ୍ଥିନିସ୍, ବିନ୍ଦୁସାର, ଅଶୋକ, କଳିଙ୍ଗ ଯୁଦ୍ଧ, ଅଶୋକଙ୍କ ବୌଦ୍ଧଧର୍ମ ଗ୍ରହଣ ଓ ପ୍ରଚାର, ଶିଳାଲିପି, ଧର୍ମ ମହାପାତ୍ର, ଲୋକହିତକର କାର୍ଯ୍ୟ, ଭାରତ ବାହାର ଦେଶ ସହ ସମ୍ପର୍କ, ଅଶୋକ ସ୍ତମ୍ଭ ।

→ କ) ଉପକ୍ରମ

  • ପ୍ରାଚୀନ କାଳରେ ଉତ୍ତର ଭାରତରେ ମୌର୍ଯ୍ୟ ବଂଶର ରାଜାମାନଙ୍କ ଦ୍ବାରା ଦୀର୍ଘ ୨୦୦ ବର୍ଷ କାଳ ମଗଧ ନାମକ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ତିଷ୍ଠି ରହିଥିଲା ।
  • ମୌର୍ଯ୍ୟ ବଂଶର ଶାସନ ପୂର୍ବରୁ ଏଠାରେ ନିଷ୍ଠୁର ଓ ଅତ୍ୟାଚାରୀ ନନ୍ଦବଂଶର ଶାସକମାନେ ଶାସନ କରୁଥିଲେ ।
  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହାୟତାରେ ଚାଣକ୍ୟ ମଗଧରୁ ନନ୍ଦବଂଶର ଶାସନ ଲୋପ କରିଥିଲେ । ଏହା ଫଳରେ ମଗଧରେ ମୌର୍ଯ୍ୟଶାସନ ପ୍ରତିଷ୍ଠିତ ହେଲା ।
  • ମନେରଖ : ମୌର୍ଯ୍ୟ ସାମ୍ରାଜ୍ୟ ଓ ଶାସନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମୋଗାସ୍ଥିନିସ୍‌ଙ୍କ ଦ୍ବାରା ଲିଖତ ‘ଇଣ୍ଡିକା’ ଚାଣକ୍ୟଙ୍କ ‘ଅର୍ଥଶାସ୍ତ୍ର’’ ଓ ଅଶୋକଙ୍କ ଶିଳାଲେଖମାନଙ୍କରୁ ମିଳିଛି ।

→ (ଖ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ:

  • ନନ୍ଦ ରାଜା ଧନ ନନ୍ଦଙ୍କୁ ପରାସ୍ତ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧରେ ମୌର୍ଯ୍ୟ ଶାସନ ଆରମ୍ଭ କରିଥିଲେ ।
  • ଏହି ସମୟରେ ଆଲେକ୍‌ଜାଣ୍ଡାରଙ୍କ ସେନାପତି ସେଲିଭକସ୍ ନିକ୍‌ତାରଙ୍କୁ ଚନ୍ଦ୍ରଗୁପ୍ତ ପରାସ୍ତ କରି ଗ୍ରୀକ୍ ଅଧୂକୃତ, ଆଫଗାନିସ୍ଥାନ, ବେଲୁଚିସ୍ଥାନ ପ୍ରଭୃତି ଅଞ୍ଚଳକୁ ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ।
  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟ ଉତ୍ତର ପଶ୍ଚିମରେ ପାରସ୍ୟ ପର୍ଯ୍ୟନ୍ତ, ପୂର୍ବରେ ବିହାର, ପଶ୍ଚିମରେ ସୌରାଷ୍ଟ୍ର ଏବଂ ଦକ୍ଷିଣରେ କର୍ଣ୍ଣାଟକ ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ଅତୀତରେ ପାଟଳୀପୁତ୍ର (ବର୍ତ୍ତମାନ ବିହାରର ପାଟଣା) ଥିଲା ତାଙ୍କ ସାମ୍ରାଜ୍ୟର ରାଜଧାନୀ ।
  • ସେ ଦୀର୍ଘ ୨୫ ବର୍ଷ କାଳ ରାଜତ୍ଵ କରି ଖ୍ରୀଷ୍ଟପୂର୍ବ ୨୯୮ ମସିହାରେ ମୃତ୍ୟୁବରଣ କରିଥିଲେ ।

BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

→ (ଗ) ଚାଣକ୍ୟ :

  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମୁଖ୍ୟ ଉପଦେଷ୍ଟା ଥିଲେ ଚାଣକ୍ୟ ।
  • ତାଙ୍କର ଅନ୍ୟନାମ ଥିଲା କୌଟିଲ୍ୟ ।
  • ଚାଣକ୍ୟ ‘ଅର୍ଥଶାସ୍ତ୍ର’ ନାମକ ଏକ ମହାନ୍ ଗ୍ରନ୍ଥ ରଚନା କରିଥିଲେ ।
  • ଏହି ଗ୍ରନ୍ଥରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସନ ପଦ୍ଧତି ଏବଂ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ ବର୍ଣ୍ଣିତ ହୋଇଛି ।

→ (ଘ) ମେଗାସ୍ଥିନିସ୍

  • ଗ୍ରୀକ୍‌ର ରାଜଦୂତ ମୋଗସ୍ଥିନିସ୍ ସେଲିଉକସ୍ ନପିକ୍‌ତାରଙ୍କ ନିର୍ଦ୍ଦେଶରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରକୁ ଆସିଥିଲେ ।
  • ସେ ମୌର୍ଯ୍ୟଙ୍କ ଦରବାରରେ ୫ ବର୍ଷର ରହଣି ସମୟରେ ଭାରତ ସମ୍ବନ୍ଧରେ ଯେଉଁ ବିବରଣୀ ଲେଖୁଥିଲେ ତାହାର ନାମ ଥିଲା ‘ଇଣ୍ଡିକା’।
  • ସେଥୁରେ ମୌର୍ଯ୍ୟ ରାଜତ୍ଵ ଓ ଶାସନ ବ୍ୟବସ୍ଥା, ରାଜପ୍ରାସାଦ ଓ ପାଟଳୀପୁତ୍ର ନଗରର ବର୍ଣ୍ଣନା କରାଯାଇଛି ।

→ (ଙ) ବିନ୍ଦୁସାର :

  • ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କର ପୁତ୍ର ବିନ୍ଦୁସାର ସିଂହାସନ ଆରୋହଣ କରିଥିଲେ ।
  • ସେ ଜଣେ ପରାକ୍ରମଶାଳୀ ସମ୍ରାଟ ରୂପେ ପିତାଙ୍କ ବିଶାଳ ସାମ୍ରାଜ୍ୟକୁ ଶାସନ କରୁଥିଲେ ।
  • ତାଙ୍କର ରାଜତ୍ଵକାଳରେ ସେ ୧୬ ଜଣ ରାଜାଙ୍କୁ ପରାସ୍ତ କରି ସେମାନଙ୍କର ରାଜ୍ୟକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ ।
  • ମନେରଖ: ଗ୍ରୀକ୍‌ମାନେ ବିନ୍ଦୁସାରଙ୍କୁ ‘ଅମିତ୍ରଘାତ’ ଉପାଧ୍ ଦେଇଥିଲେ ।

→ ଅଶୋକ :

  • ଖ୍ରୀ.ପୂ. ୨୭୩ ମସିହାରେ ବିନ୍ଦୁସାରଙ୍କ ପରେ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ଶାସକ ହୋଇଥିଲେ । ସେ ତକ୍ଷଶୀଳା ଓ ଉଜ୍ଜୟିନୀର ପ୍ରାଦେଶିକ ଶାସନକର୍ତ୍ତା ରୂପେ ନିଯୁକ୍ତ ହୋଇଥିଲେ ।
  • ଅଶୋକଙ୍କ ନିଷ୍ଠୁର ଓ ଭୟଙ୍କର ପ୍ରକୃତି ପାଇଁ ତାଙ୍କୁ ‘ଚଣ୍ଡାଶୋକ’ ବୋଲି କୁହାଯାଉଥିଲା ।
  • ବିନ୍ଦୁସାରଙ୍କ ମୃତ୍ୟୁପରେ ଅଶୋକ ମଗଧ ସିଂହାସନ ଆରୋହଣ କରିଥିଲେ; କିନ୍ତୁ ତାଙ୍କର ଅଭିଷେକ ଚାରିବର୍ଷପରେ ହୋଇଥିଲା ।

→ (ଛ) କଳିଙ୍ଗ ଯୁଦ୍ଧ

  • ସୁବର୍ଣ୍ଣରେଖା ନଦୀଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ପୂର୍ବ ସାଗର କୂଳବର୍ତୀ ଅଞ୍ଚଳ ପ୍ରାଚୀନ ଭାରତର ଏକ ଶକ୍ତିଶାଳୀ ସ୍ଵାଧୀନରାଷ୍ଟ୍ର କଳିଙ୍ଗ ରାଷ୍ଟ୍ର ଅନ୍ତର୍ଭୁକ୍ତ ଥିଲା ।
  • ଅଶୋକ ନିଜ ସାମ୍ରାଜ୍ୟର ନିକଟରେ ଥିବା ଏକ ସ୍ବାଧୀନ ଓ ଶକ୍ତିଶାଳୀ ରାଷ୍ଟ୍ରର ସ୍ଥିତିକୁ ସହ୍ୟ କରିପାରିନଥିଲେ ।
  • ମନେରଖ : ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଶୋକ ଖ୍ରୀ.ପୂ. ୨୬୧ ମସିହାରେ କଳିଙ୍ଗ ଆକ୍ରମଣ କରିଥିଲେ ।
  • ଏହି ଯୁଦ୍ଧରେ ପ୍ରବଳ ପ୍ରତାପୀ କଳିଙ୍ଗ ବାହିନୀ ଅଶୋକଙ୍କ ନିକଟରେ ପରାଜୟ ସ୍ବୀକାର କରିଥିଲେ ।
  • ଯୁଦ୍ଧ ଜନିତ ମୃତ୍ୟୁ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କର ଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ପରିବର୍ତ୍ତନ କରିଥିଲା ଓ ସେ ଆଉ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ ।

BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

→ (ଜ) ଅଶୋକଙ୍କ ବୌଦ୍ଧଧର୍ମ ଗ୍ରହଣ ଓ ପ୍ରଚାର

  • କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନ ଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ଫଳରେ ସେ ‘ଚଣ୍ଡାଶୋକ’ରୁ ଧର୍ମାଶୋକରେ ପରିଣତ ହେଲେ ।
  • କଳିଙ୍ଗ ଯୁଦ୍ଧପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରି ଏହାର ଉନ୍ନତି ଓ ପ୍ରସାର ପାଇଁ ନିଜକୁ ନିୟୋଜିତ କରିଥିଲେ ।
  • ଏପରିକି ସେ ବୌଦ୍ଧଧର୍ମର ଅହିଂସା ନୀତି ପ୍ରତି ଆକୃଷ୍ଟ ହୋଇ ଏହାର ପ୍ରଚାର ପାଇଁ ଚେଷ୍ଟା କରିଥିଲେ ।
  • ମନେରଖ: ଅଶୋକ ଲୁମ୍ବିନୀ, ସାରନାଥ, କୁଶୀନଗର (କୁଶୀନାରା) ଇତ୍ୟାଦି ସ୍ଥାନକୁ ନିଜେ ଯାତ୍ରା କରି ଧର୍ମପ୍ରଚାର କରିଥିଲେ । ଏହି ଯାତ୍ରାକୁ ‘ଧର୍ମଯାତ୍ରା’ କୁହାଯାଏ ।

→ (ଝ) ଶିଳାଲିପି

  • ଅଶୋକ ବୌଦ୍ଧଧର୍ମର ପ୍ରସାର ପାଇଁ ଅନେକ ସ୍ତମ୍ଭ, ସ୍ତୂପ ଓ ବିହାରମାନ ସାମ୍ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ କରିଥିଲେ ।
  • ତାଙ୍କ ନିର୍ଦ୍ଦେଶରେ ଶିଳା ଓ ସ୍ତମ୍ଭମାନଙ୍କର ଖୋଦିତ ଲେଖାର ବିଷୟବସ୍ତୁ ହେଉଛି ପ୍ରଜା ଓ ରାଜକର୍ମଚାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଅନୁଶାସନ ।
  • ଭୁବନେଶ୍ୱର ନିକଟରେ ଧଉଳି ପାହାଡ଼ରେ ଏବଂ ଗଞ୍ଜାମ ଜିଲ୍ଲାର ଜଉଗଡ଼ଠଶରେ ତାଙ୍କର ଶିଳାଲେଖ ଦେଖିବାକୁ ମିଳେ ।
  • ଅଶୋକଙ୍କ ଧର୍ମନୀତି କୌଣସି ଏକ ନିର୍ଦ୍ଧିଷ୍ଟ ଧର୍ମକୁ ବୁଝାଉନଥିଲା । ଏହା ତାଙ୍କର ନୀତିବାଣୀ ଥିଲା ।

→ (ଞ) ଧର୍ମ ମହାମାତ୍ର

  • ଅଶୋକ ‘ଧର୍ମ ମହାପାତ୍ର’ ନାମକ କର୍ମଚାରୀଙ୍କୁ ନିଯୁକ୍ତ କରି ଏମାନଙ୍କ ଦ୍ବାରା ସମଗ୍ର ଭାରତରେ ଲୋକମାନଙ୍କୁ ତାଙ୍କ ଦ୍ବାରା ପ୍ରବର୍ତ୍ତିତ ‘ଧର୍ମନୀତି’ ଶୁଣାଉଥଲେ ଓ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ କରିବାପାଇଁ ଏହି ନୀତିକୁ ବୁଝାଉଥିଲେ ।
  • ଏତଦ୍‌ବ୍ୟତୀତ ସେ ରାଜୁକ, ପ୍ରାଦେଶିକ ଓ ଯୁକ୍ତ ନାମକ କର୍ମଚାରୀମାନଙ୍କୁ ନିଯୁକ୍ତ କରିଥିଲେ ।

→ (ଟ) ଲୋକହିତକର କାର୍ଯ୍ୟ

  • ଅଶୋକ ପ୍ରଜାମାନଙ୍କୁ ନିଜର ସନ୍ତାନ ଭଳି ପାଳୁଥିଲେ ।
  • ସେ ଲୋକଙ୍କ ସୁବିଧା ପାଇଁ ରାସ୍ତାଘାଟ ନିର୍ମାଣ, ରାସ୍ତା କଡ଼ରେ ଗଛ ଲଗାଇବା, ଆଶ୍ରୟ ପାଇଁ ଘରସବୁ ତିଆରି କରିଥିଲେ ।
  • ପାଣି ପିଇବା ପାଇଁ କୂଅମାନ ଖୋଳାଇଥିଲେ ।
  • ମନୁଷ୍ୟ ଓ ପଶୁ ଚିକିତ୍ସା ପାଇଁ ଡାକ୍ତରଖାନାମାନ ପ୍ରତିଷ୍ଠା କରିଥିଲେ ।
  • ତାଙ୍କ ଶାସନରେ ଦଣ୍ଡ ନୀତି କୋହଳ ଥିଲା । ପରସ୍ପର ମିଳିମିଶି ଚଳିବାପାଇଁ ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ ।

→ (୦) ଭାରତ ବାହାର ଦେଶ ସହ ସମ୍ପର୍କ :

  • ମୌର୍ଯ୍ୟ ଶାସକ ଅଶୋକଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଏସିଆର ଲୋକମାନଙ୍କ ମଧ୍ୟରେ ଭ୍ରାତୃତ୍ୱ, ଅହିଂସା ଓ ଶାନ୍ତି ପ୍ରଭୃତି ମାନବିକ ଗୁଣାବଳୀର ବିକାଶ ହୋଇଥିଲା ।
  • ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର ପାଇଁ ସେ ନିଜ ପୁତ୍ର ଓ କନ୍ୟାଙ୍କୁ ସିଂହଳ ଦେଶକୁ ପଠାଇଥିଲେ ।
  • ଅଶୋକ ଦୁଇଜଣ ବୌଦ୍ଧଭିକ୍ଷୁ ଶ୍ରୋତା ଓ ଉତ୍ତରଙ୍କୁ ବ୍ରହ୍ମଦେଶକୁ ପଠାଇଥିଲେ ।

BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

→ (‍ଡ)ଅଶୋକ ସ୍ତମ୍ଭ :

  • ଅଶୋକ କଳା ଓ ସ୍ଥାପତ୍ୟର ପୃଷ୍ଠପୋଷକ ଥିବାରୁ ସେ ଅନେକ ସ୍ତୁପ, ପ୍ରାସାଦ, ସ୍ତମ୍ଭ, ବୌଦ୍ଧ ବିହାର ମାନ ନିର୍ମାଣ କରାଇଥିଲେ ।
  • ସେଗୁଡ଼ିକ ମଧ୍ୟରୁ ସାରନାଥର ସ୍ତମ୍ଭ ପ୍ରଧାନ ଅଟେ । ଭାରତ ସରକାର ଅଶୋକ ସ୍ତମ୍ଭର ଏହି ସିଂହକୁ ଜାତୀୟ ସଙ୍କେତ ରୂପେ ଗ୍ରହଣ କରିଛନ୍ତି ।
  • ଏହି ଚିହ୍ନ ମଧ୍ଯରେ ଥବା ଚକ୍ରକୁ ଜାତୀୟ ପତାକାରେ ସ୍ଥାନ ଦିଆଯାଇଛି ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

Odisha State Board BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ will enable students to study smartly.

BSE Odisha Class 6 History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

ବିଷୟ ସାରାଂଶ
ବିଷୟ ବସ୍ତୁ :

ନୂତନ ପ୍ରସ୍ତର ଯୁଗର ଚାଷ ବା କୃଷି କାର୍ଯ୍ୟ, ପଶୁପାଳନ, ହାତ ହତିଆର, ମାଟିପାତ୍ର, ଧାତୁର ବ୍ୟବହାର, ମେହରଗଡ଼, ବୁର୍‌ଜାହମ୍, ଉତ୍ତରପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗର ସୂଚନା ।

→ (୧) ନୂତନ ପ୍ରସ୍ତର ଯୁଗର ଚାଷ ବା କୃଷିକାର୍ଯ୍ୟ :

  • ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ଇସ୍ରାଏଲର ପ୍ରେରିନୋ ନାମକ ସ୍ଥାନରେ ଲୋକମାନେ ପ୍ରଥମେ ଚାଷକାର୍ଯ୍ୟ ଆରମ୍ଭ କରିଥିବାର ପ୍ରମାଣ ମିଳେ ।
  • ଆଜକୁ ପ୍ରାୟ ୧୨,୦୦୦ ବର୍ଷ ପୂର୍ବେ ପୃଥ‌ିବୀରେ ଜଳବାୟୁର ବିରାଟ ପରିବର୍ତ୍ତନ ଦେଖାଯାଇଥିଲା । ଫଳରେ ଏହି ସମୟରେ ଲୋକମାନେ ଯାଯାବର ଜୀବନ ପରିତ୍ୟାଗ କରି ଗୋଟିଏ ସ୍ଥାନରେ ସ୍ଥାୟୀ ଜୀବନଯାପନ ଆରମ୍ଭ କରିଥିଲେ ।
  • ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବାର ଦେଖ୍ ଏହି ସମୟରେ ମଣିଷ ଚାଷ କାର୍ଯ୍ୟ ଆରମ୍ଭ କରିଥିବାର ଅନୁମାନ କରାଯାଏ ।
  • ମନୁଷ୍ୟ ଏହି ସମୟରେ ପ୍ରଥମେ ଗହମ ଓ ଯଅର ଚାଷ ଆରମ୍ଭ କରିଥିଲା ।
  • କୃଷିକାର୍ଯ୍ୟ ଯୋଗୁଁ ଲୋକମାନେ ଗୋଟିଏ ସ୍ଥାନରେ ନିଜର ଘର ତିଆରି କରି ଚାଷ ସହିତ ବନ୍ୟଜନ୍ତୁ ଶିକାର କଲେ ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୨) ପଶୁପାଳନ

  • ଜଳବାୟୁରେ ତାପମାତ୍ରା ବୃଦ୍ଧିଯୋଗୁଁ ଘାସ ଜାତୀୟ ଗଛ ଦେଖାଗଲା । ତେଣୁ ସେଠାରେ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ବାସକଲେ ।
  • ଚାଷ କରିବା ସହିତ ସେମାନେ ପଶୁପାଳନ କଲେ । ପ୍ରଥମେ କୁକୁରକୁ ପୋଷା ପ୍ରାଣୀ ରୂପେ ରଖାଯାଇଥିଲା । ତା’ପରେ ମଣିଷମାନେ ଘୁଷୁରୀ, ଛେଳି, ମେଣ୍ଢା, ଗାଈ, ଗଧ ପ୍ରଭୃତି ପୋଷିଲେ ।
  • ପଶୁମାନଙ୍କର ଆବଶ୍ୟକତା ଜାଣି ସେମାନଙ୍କୁ ଦଳବଦ୍ଧ ଭାବରେ ରଖାଗଲା । ଗୃହପାଳିତ ପଶୁମାନଙ୍କୁ ହିଂସ୍ରଜନ୍ତୁମାନଙ୍କଠାରୁ ରକ୍ଷା କରିବାପାଇଁ ଚେଷ୍ଟା କରାଗଲା ।
  • ଫଳରେ ପଶୁପାଳନ ସେମାନଙ୍କର ଏକ ନିୟମିତ କାର୍ଯ୍ୟରୂପେ ପରିଗଣିତ ହେଲା ।

→ ହାତ ହତିଆର :

  • ଭାରତରେ ନୂତନ ପ୍ରସ୍ତର ଯୁଗ ବିଳମ୍ବରେ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ ।
  • ଦକ୍ଷିଣ ଭାରତ ଓ ପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗ ଉତ୍ତର ଭାରତଠାରୁ ବିଳମ୍ବରେ ଆରମ୍ଭ ହୋଇଥିଲା ବୋଲି ବିଶ୍ଵାସ କରାଯାଏ ।
  • ଏହି ନୂତନ ପ୍ରସ୍ତର ଯୁଗର ହାତ ହତିଆର ଚିକ୍‌କଣ, ସୁନ୍ଦର ଓ ଧାରୁଆ ଥିଲା ।
  • ପଶୁମାନଙ୍କ ହାଡରେ ବେଣ୍ଟଥିବା ଅସ୍ତ୍ରଶସ୍ତ୍ର ଏହି ସମୟରେ ନିର୍ମାଣ କରାଯାଇଥିଲା ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୪) ମାଟିପାତ୍ର

  • ନୂତନ ପ୍ରସ୍ତର ଯୁଗରେ ମାଟିପାତ୍ର ନିର୍ମାଣ ଅନ୍ୟ ଏକ ବୃତ୍ତି ଥିଲା ।
  • ଏହି ମାଟି ପାତ୍ରକୁ ସେମାନେ କୁମ୍ଭାର ଚକ ସାହାଯ୍ୟରେ ଗଢ଼ି ଚିକ୍‌କଣ ଓ ସୁନ୍ଦର ରୂପେ ଚିତ୍ରିତ କରୁଥିଲେ ।
  • ଏହି ମାଟିପାତ୍ରକୁ ଲୋକମାନେ ଖାଦ୍ୟଶସ୍ୟ, ପିଇବାପାଣି, ପଶୁମାନଙ୍କର କ୍ଷୀର ସାଇତି ରଖୁବା ଓ ଖାଦ୍ୟ ରାନ୍ଧିବା ପାଇଁ ବ୍ୟବହାର କରୁଥିଲେ ।

→ (୫) ଧାତୁର ବ୍ୟବହାର

  • ନୂତନ ପ୍ରସ୍ତର ଯୁଗର ଶେଷଭାଗରେ ମନୁଷ୍ୟ ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ବ୍ୟବହାର ସହିତ ଧାତୁର ବ୍ୟବହାର ମଧ୍ୟ ଜାଣିଥିଲେ ।
  • ପ୍ରଥମେ ମନୁଷ୍ୟ ତମ୍ବାଧାତୁ ବ୍ୟବହାର କରିଥିଲା ।
  • ପରେ ତମ୍ବା ସହିତ ଟିଣ ଓ ଦସ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କଲା ।
  • ତେଣୁ ଏହି ଯୁଗକୁ ତାମ୍ର-ପ୍ରସ୍ତର ଯୁଗ କୁହାଯାଏ ।

ମନେରଖ:
କର୍ଣ୍ଣାଟକର ମହୀଶୂର ନିକଟସ୍ଥ ବ୍ରହ୍ମଗିରିଠାରେ ଏହି ଧାତୁ ନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳିଛି ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୬) ମେହରଗଡ଼

  • ପ୍ରାୟ ଖ୍ରୀଷ୍ଟପୂର୍ବ ୭୦୦୦ ବର୍ଷ ପୂର୍ବେ ପାକିସ୍ଥାନର ମେହରଗଡ଼ଠାରେ ଲୋକମାନେ ପ୍ରଥମ ଥର ପାଇଁ ଚାଷ କାର୍ଯ୍ୟ ଓ ସ୍ଥାୟୀ ବସବାସ ପାଇଁ ଗ୍ରାମ ସ୍ଥାପନ କରିଥିଲେ ।
  • ମେହରଗଡ଼ର ଗୃହଗୁଡ଼ିକ ବର୍ଗାକାର ଅଥବା ସମକୋଣୀ ଚତୁର୍ଭୁଜ ଆକାରରେ ମାଟିରେ ତିଆରି ହୋଇଥିଲା ।
  • ସେଠାରୁ ପଥର ହାତୁଡ଼ି, ଶାମୁକା ତିଆରି ଅଳଙ୍କାର, ଚୂନପଥର, ନୀଳକାନ୍ତ ମଣି, ଗାଢ ନୀଳବର୍ଣ୍ଣ ପଥର ଓ ବାଲିପଥର ଆଦି ଆବିଷ୍କୃତ କରାଯାଇଛି ।
  • ସେମାନେ କାଚର ମାଳି ଓ ଚିତ୍ରିତ ମାଟିପାତ୍ର ଗୁଡ଼ିକର ବ୍ୟବହାର କରୁଥିଲେ ।
  • ଏଠାରୁ ପୋଡାଶସ୍ୟ, ହରିଣ, ଘୁଷୁରୀ, ଛେଳି, ମେଣ୍ଢା ଆଦି ପଶୁମାନଙ୍କର ଅସ୍ଥି ଉଦ୍ଧାର କରାଯାଇଛି ।
  • ମୃତ୍ୟୁପରେ ଜୀବନ ଫେରି ଆସିବ ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ ଥିଲା ।
  • ତେଣୁ ସେମାନେ ମୃତ ଶରୀରକୁ ଯତ୍ନର ସହିତ ସମାଧ୍ ଦେଉଥିଲେ ।

→ (୭) ବୁରଜାହମ୍

  • ଜାମ୍ମୁ କାଶ୍ମୀରର ଶ୍ରୀନଗରଠାରୁ ପ୍ରାୟ ୨୦ କି.ମି. ଦୂରରେ ବୁର୍‌ଜାହମଠାରେ ନୂତନ ପ୍ରସ୍ତର ଯୁଗର ଏକ ବସତି ଥିଲା ।
  • ଏଠାରେ ଲୋକମାନେ ଗାତକରି ଘର ତିଆରି କରି ରହୁଥିଲେ । ଏହାକୁ ଗର୍ଭଗୃହ କୁହାଯାଉଥିଲା ।
  • ଗୃହର ଗୋଲାକାର ପ୍ରବେଶ ଦ୍ବାର ଥିଲା ଓ ପାହାଚ ସାହାଯ୍ୟରେ ଗର୍ଭଗୃହ ଭିତରକୁ ଯିବାର ବ୍ୟବସ୍ଥା ଥିଲା ।
  • ପୋଡ଼ା ପାଉଁଶ, କାଠ କୋଇଲା, ଚିକ୍‌କଣ ପାତ୍ରର ଭଗ୍ନାବଶେଷ ଓ ଅସ୍ଥିରେ ନିର୍ମିତ ହୋଇଥିବା ବିଭିନ୍ନ ହାତହତିଆର ଏଠାରୁ ମିଳିଛି ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୮) ଉତ୍ତରପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗର ସୂଚନା :

  • ଭାରତର ଉତ୍ତର-ପୂର୍ବ ଭାଗରେ କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ବସତିମାନ ଆବିଷ୍କାର କରାଯାଇଛି । ସେଥୁମଧ୍ୟରୁ ଆସାମର ପାର୍ବତ୍ୟାଞ୍ଚଳ ଅନ୍ୟତମ ।

ମନେରଖ :
ଆସାମର ଦୁଜାଲି ହାଡିଂ ନୂତନ ପ୍ରସ୍ତର ଯୁଗର ଏକ ପ୍ରସିଦ୍ଧ ସ୍ଥାନ ।

  • ଏଠାରୁ ଚିକ୍‌କଣ ପଥରରେ ନିର୍ମିତ ହାତହତିଆର, ମାଟିପାତ୍ର, ରୋଷେଇ ସାମଗ୍ରୀ ଆଦି ଜିନିଷ ଆବିଷ୍କାର କରାଯାଇଛି ।
  • ଜେଡ୍ ନାମକ ଏକ ମୂଲ୍ୟବାନ ପଥର ଚୀନ ଦେଶରୁ ଆସିଥିବା ଅନୁମାନ କରାଯାଏ ।
  • ଜୀବାବଶେଷରୁ ତିଆରି ବିଭିନ୍ନ ହାତହତିଆର, ପେଷଣଯନ୍ତ୍ର ଏଠାରୁ ଆବିଷ୍କାର କରାଯାଇଛି ।
  • ମେଘାଳୟରେ ଥିବା ଗାରୋ ପର୍ବତମାଳା ଏବଂ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ ।
  • ରୋଷେଇ କରିବା ଓ ଶସ୍ୟକୁ ସାଇତି ରଖୁବା ପାଇଁ ଅନେକ ମାଟିପାତ୍ର ବ୍ୟବହାର କରାଯାଉଥିଲା ।

ମନେରଖ:
ଭାରତ ଓ ପାକିସ୍ଥାନର କେତେକ ସ୍ଥାନରେ ଏକ ଗ୍ରାମୀଣ ସଭ୍ୟତା ବିକାଶଲାଭ କରିଥିଲା । ପରେ ଏହା ସହରୀ ସଭ୍ୟତାରେ ପରିଣତ ହେଲା ।

BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

Odisha State Board BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ will enable students to study smartly.

BSE Odisha Class 6 History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

ବିଷୟ ବସ୍ତୁ
ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ଅବସ୍ଥା, ଭାରତୀୟ ଗ୍ରୀକମାନଙ୍କର ଶାସନ, ଶକମାନଙ୍କ ଶାସନ, ରୁଦ୍ରଦାମନ, କୁଶାଣ ରାଜତ୍ଵ, କୁଶାଣ ଶାସନ, କୁଶାଣ ସମ୍ରାଟ୍ କନିଷ୍ଠ, ଦାକ୍ଷିଣାତ୍ୟର ସାତବାହନ ସାମ୍ରାଜ୍ୟ, ସାତବାହନମାନଙ୍କର ଶାସନ ପ୍ରଣାଳୀ, ଖାରବେଳେ, ଖାରବେଳଙ୍କ ସମୟର ବିଭିନ୍ନ କାର୍ଯ୍ୟ, ଖାରବେଳଙ୍କ ରାଜ୍ୟଜୟ, ଖାରବେଳଙ୍କ ଶାସନ, ଦକ୍ଷିଣ ଭାରତର ସଙ୍ଗମଯୁଗ, ସଙ୍ଗମ ସାହିତ୍ୟ, ସାମାଜିକ ଅବସ୍ଥା, ଅର୍ଥନୈତିକ ଅବସ୍ଥ ଓ ବାଣିଜ୍ୟ ବ୍ୟବସାୟ ।

→ (୧) ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ଅବସ୍ଥା

  • ଖ୍ରୀ.ପୂ. ୨୦୦ରେ ଭାରତରେ ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ସମୟରେ କେନ୍ଦ୍ର ଏସିଆ ଓ ଭାରତ ମଧ୍ୟରେ ବହୁବିଧ ସମ୍ପର୍କ ସ୍ଥାପନ ହୋଇ ପାରିଥିଲା ।
  • ପୂର୍ବ, ମଧ୍ୟ ଓ ଦକ୍ଷିଣ ଭାରତରେ ଶୃଙ୍ଗ, କାଣ୍ଵ ଓ ସାତବାହନ ଆଦି ବଂଶର ରାଜାମାନେ ଶାସନ କରୁଥିବାବେଳେ ପଶ୍ଚିମ ଭାରତରେ କେନ୍ଦ୍ର ଏସିଆର କେତେକ ଶାସକ ଶାସନ କରୁଥିଲେ ।

→ (୨) ଭାରତୀୟ ଗ୍ରୀକ୍‌ମାନଙ୍କର ଶାସନ

  • ଯେଉଁ ବୈଦେଶିକ ଜାତି ଆକ୍ରମଣ କରିଥିଲେ ସେମାନଙ୍କ ମଧ୍ୟରୁ ବ୍ୟାକ୍‌ଟ୍ରିଆ ରାଜ୍ୟରେ ଶାସନ କରୁଥିବା ଗ୍ରୀକ୍‌ମାନେ ପ୍ରଥମେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରିଥିଲେ ।
  • ଏହି ଆକ୍ରମଣକାରୀମାନେ ବିଭିନ୍ନ ସମୟରେ ଆସି ସେମାନଙ୍କ ମଧ୍ୟରୁ କେତେକ ସେଠାରେ ନିଜେ ଶାସନ କରୁଥିବା ବେଳେ ଅନ୍ୟ କେତେକ ନିଜର ଶାସନକର୍ତ୍ତା ନିଯୁକ୍ତ କରିଥିଲେ ।
  • ଶକ ଜାତିର ଲୋକମାନଙ୍କ ପ୍ରବଳ ଚାପ ଯୋଗୁ ଏହି ଅଞ୍ଚଳର ଶାସନକର୍ତ୍ତାମାନେ ନିଜ ଶାସନ କାର୍ଯ୍ୟ ଚଳାଇ ପାରିନଥିଲେ । ଫଳରେ ବ୍ୟାକ୍‌ଟ୍ରିଆରେ ଶାସନ କରୁଥିବା ଗ୍ରୀକ୍‌ମାନେ ଭାରତ ଅଭିମୁଖେ ଅଗ୍ରସର ହୋଇଥିଲେ ।
  • ଅଶୋକଙ୍କ ଦୁର୍ବଳ ଉତ୍ତରାଧିକାରୀମାନେ ଗ୍ରୀକ୍ଚମାନଙ୍କୁ ପ୍ରତିରୋଧ କରି ନପାରିବାରୁ ବ୍ୟାକ୍‌ଟ୍ରିଆରେ ଶାସନ କରୁଥିବା ଗ୍ରୀକ୍‌ମାନେ ପ୍ରଥମେ ଭାରତର ଉତ୍ତର ପଶ୍ଚିମାଞ୍ଚଳ ଅଧିକାର କରି ଅଯୋଧ୍ୟା ଓ ପାଟଳୀପୁତ୍ର ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ । ଏହାସତ୍ତ୍ବେ ଗ୍ରୀକ୍‌ମାନେ ଭାରତରେ ନିଜର ଶାସନ ପ୍ରତିଷ୍ଠା କରିପାରି ନ ଥିଲେ ।
  • ମନେରଖ : ଖ୍ରୀ.ପୂ. ୧୬୫ ରୁ ୧୪୫ ମଧ୍ୟରେ ଗ୍ରୀକ୍ ଶାସନକର୍ତ୍ତାମାନଙ୍କ ମଧ୍ୟରେ ମେନେଣ୍ଡର ପ୍ରମୁଖ ଥିଲେ । ତାଙ୍କୁ ମିଳିନ୍ଦ ବୋଲି କହନ୍ତି ।
  • ମେନେଣ୍ଟର ତାଙ୍କର ରାଜଧାନୀ ଶାକଳଠାରେ ସ୍ଥାପନ କରିଥିଲେ ।
  • ମେନେଣ୍ଟର ବୌଦ୍ଧଗୁରୁ ନାଗାର୍ଜୁନଙ୍କଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ଓ ନାଗାର୍ଜୁନଙ୍କୁ ବୌଦ୍ଧଧର୍ମ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ ।
  • ମନେରଖ : ମେନେଣ୍ଡର ପରଚାରିଥିବା ପ୍ରଶ୍ନ ଓ ନାଗାର୍ଜୁନ ଦେଇଥ‌ିବା ଉତ୍ତର ‘ମିଳିନ୍ଦପନହ’’ ନାମକ-ଗ୍ରନ୍ଥରେ ହୋଇଥିଲା ।
  • ଭାରତୀୟ-ଗ୍ରୀକ୍‌ମାନେ ଭାରତରେ ଅନେକ ମୁଦ୍ରା ପ୍ରଚଳନ କରିଥିଲେ ଏବଂ ପରବର୍ତ୍ତୀ ଶତାବ୍ଦୀରେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ମୁଦ୍ରା ପ୍ରଚଳିତ ହୋଇଥିଲା ।
  • ଏହା ବ୍ୟତୀତ ସେମାନେ ଭାରତରେ ବୌଦ୍ଧ ଶିଳ୍ପକଳାର ପୃଷ୍ଠପୋଷକତା କରୁଥିଲେ ଏହାକୁ ଗାନ୍ଧାର କଳା କୁହାଯାଏ ।
  • ସମୟାନୁଯାୟୀ କ୍ରମେ ଗ୍ରୀକ୍‌ମାନେ ଭାରତୀୟ ସଂସ୍କୃତି ଓ ଧର୍ମ ଗ୍ରହଣ ଗ୍ରହଣ କରିଥିଲେ ଏବଂ ପରସ୍ପର ମଧ୍ୟରେ ସମ୍ପର୍କ ବଢାଇବା ପାଇଁ ବୈବାହିକ ସମ୍ବନ୍ଧ ସ୍ଥାପନ କରି ଭାରତୀୟ ନାମ ଧାରଣ କରିଥିଲେ ।

BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

→ (୩) ଶକମାନଙ୍କର ଶାସନ :

  • ଭାରତରେ ଗ୍ରୀକ୍ରମାନଙ୍କ ପରେ ଅଧିକାଂଶ ଅଞ୍ଚଳରେ ମୁଖ୍ୟତଃ ଉତ୍ତର-ପଶ୍ଚିମ ଭାରତରେ ଶକମାନେ ଶାସନ କରୁଥିଲେ ।
  • ମଙ୍ଗୋଲୀୟମାନଙ୍କର ଏକ ଶାଖା ଏହି ଶକମାନେ ପ୍ରଥମେ ସରଦରିଆ ନଦୀର ପଶ୍ଚିମ ଭାଗରେ ବାସ କରୁଥିଲେ ।
  • ସେଠାରୁ ୟୁଚି ଜାତିର ଲୋକମାନଙ୍କ ଦ୍ବାରା ବିତାଡ଼ିତ ହୋଇ ଶକମାନେ ଭାରତ ଆଡ଼କୁ ଅଗ୍ରସର ହୋଇଥିଲେ ଓ ଭାରତୀୟ ଗ୍ରୀକ୍ ରାଜ୍ୟ ଅଧୁକାର କରି ସେମାନଙ୍କର ଶାସନ ପ୍ରତିଷ୍ଠା କଲେ ।
  • ପାଞ୍ଚ ଭାଗରେ ବିଭକ୍ତ ହୋଇ ଏହି ଶକମାନେ ଭାରତ ଓ ଆଫଗାନିସ୍ଥାନରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ ।
  • ଏମାନଙ୍କ ମଧ୍ୟରୁ ପ୍ରଥମ ଭାଗଟି ଆଫଗାନିସ୍ଥାନରେ, ଦ୍ଵିତୀୟ ଭାଗଟ ଭାରତର ତକ୍ଷଶଳାଠାରେ, ତୃତୀୟ ଭାଗଟି ମଥୁରାରେ, ଚତୁର୍ଥ ଶାଖାଟି ପଶ୍ଚିମ ଭାରତରେ ଓ ପଞ୍ଚମ ଭାଗଟି ଦାକ୍ଷିଣାତ୍ୟର ଉପର ଭାଗରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ ।
  • ଏହିପରି ଶକମାନେ କେବଳ ପଶ୍ଚିମ ଭାରତରେ ଦୀର୍ଘ ୪୦୦ ବର୍ଷ ଧରି ନିଜର ଶାସନ ଚଳାଇଥିଲେ ।
  • ମନେରଖ : କିମ୍ବଦନ୍ତୀ ଅନୁସାରେ ଉଜ୍ଜୟିନୀର ଜଣେ ରାଜା ଶକମାନଙ୍କୁ ଖ୍ରୀ.ପୂ. ୫୮ ମସିହାରେ ପରାସ୍ତକରି ନିଜକୁ ବିକ୍ରମାଦିତ୍ୟ ଉପାଧ୍ଧରେ ଭୂଷିତ କରି ବିକ୍ରମ ସମ୍ବତ୍ ବା ଅବ୍ଦ ପ୍ରଚଳନ କରିଥିଲେ । ଏହି ପ୍ରଥା ୧୪୦୦ ପର୍ଯ୍ୟନ୍ତ ପଶ୍ଚିମ ଭାରତ ଓ ଦାକ୍ଷିଣାତ୍ୟରେ ପ୍ରଚଳନ ଥିଲା ।

→ (୩) ରୁଦ୍ରଦାମନ:

  • ରୁଦ୍ରଦାମନ ଶକ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠଥିଲେ । ସେ ମାଳବ, ସୌରାଷ୍ଟ୍ର, ଗୁଜରାଟ, ଉତ୍ତର କଙ୍କଣ, ଉପକୂଳ ଏବଂ ନର୍ମଦା ଉପତ୍ୟକାରେ ଥିବା କେତେକ ରାଜ୍ୟ ଜୟ କରିଥିଲେ ।
  • ମୌର୍ଯ୍ୟ ଶାସନ ସମୟରେ ନିର୍ମିତ ତଥା ଅବ୍ୟବହୃତ ଅବସ୍ଥାରେ ପଡ଼ିଥିବା ସଦର୍ଶନ ହ୍ରଦର ମରାମତି କରାଇଥିଲେ ।
  • ରୁଦ୍ରଦାମନ ସଂସ୍କୃତ ଭାଷାରେ ଗଭୀର ପାଣ୍ଡିତ୍ୟ ଅର୍ଜନ କରିଥିଲେ । ସେ ବିଦ୍ଵାନ ପଣ୍ଡିତମାନଙ୍କୁ ସମ୍ମାନ ଦେଇ ଆଦର କରୁଥିଲେ ।
  • ତାଙ୍କର ବ୍ୟାକରଣ, ରାଜନୀତି, ସଙ୍ଗମତ ଓ ଦର୍ଶନ କ୍ଷେତ୍ରରେ ପର୍ଯ୍ୟାପ୍ତ ଜ୍ଞାନ ଥିଲା ।
  • ଭାରତରେ ଶାସନ କରୁଥିବା ସାତବାହନ, ଲିଚ୍ଛବୀ ଇତ୍ୟାଦି ରାଜପରିବାର ସହ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ । ଏହପରି ଶକମାନେ ଭାରତୀୟମାନଙ୍କର ରୀତିନୀତି, ଚାଲିଚଳନ ଓ ସଂସ୍କୃତି ଗ୍ରହଣ କରି ଗ୍ରୀକ୍‌ମାନଙ୍କ ପରି ସମ୍ପୂର୍ଣ ଭାରତୀୟ ହୋଇ ଯାଇଥିଲେ ।

→ (୫) କୁଶାଣ ରାଜତ୍ଵ

  • ଖ୍ରୀଷ୍ଟଜନ୍ମର ପୂର୍ବବର୍ତୀ ଦୁଇଶହ ବର୍ଷ ମଧ୍ୟରେ ପଶ୍ଚିମ ଏସିଆକୁ ତିନୋଟି ଜାତି, ଯଥା— ଶକ, ପଲ୍ଲବ ଏବଂ ୟୁ-ଚି ଜାତିର ଲୋକମାନେ ପ୍ରବେଶ କରିଥିଲେ ।
  • ଏହା ଫଳରେ ପଶ୍ଚିମ ଏସିଆର ବିଭିନ୍ନ ଅଞ୍ଚଳରେ ପ୍ରଭାବ ବିସ୍ତାର କରିଥିବା ଗ୍ରୀକ୍‌ମାନଙ୍କର ଆଧୂପତ୍ୟ ଲୋପ ପାଇଲା ।
  • ଏହି ସମୟରେ ୟୁ-ଚି ଜାତି ପାଞ୍ଚଗୋଷ୍ଠୀରେ ବିଭକ୍ତ ହୋଇଥିଲେ । ଏମାନଙ୍କ ମଧ୍ୟରେ କୁଶାଳ ଗୋଷ୍ଠୀ ପ୍ରସିଦ୍ଧ ଥିଲେ । ଏମାନଙ୍କୁ ହୃତା ନାମକ ଅନ୍ୟ ଏକ ଯାଯାବର ଜାତି ସେଠାରୁ ବିତାଡ଼ିତ କରିଥିଲେ ।
  • ଚୀନ୍ ଭାଷାରେ ଲିଖ୍ତ ପ୍ରାଚୀନ ଗ୍ରନ୍ଥରୁ କୁଶାଣମାନଙ୍କ ଉତ୍ପତ୍ତି ସମ୍ବନ୍ଧରେ ଅନେକ ତଥ୍ୟ ମିଳିଥାଏ ।
  • ୟୁ-ଚିମାନେ ପଶ୍ଚିମ ଏସିଆରୁ ଆସି ଶକମାନଙ୍କୁ ବିତାଡ଼ିକରି ବାକ୍‌ଟ୍ରିଆ ବା ଉତ୍ତର ଆଫଗାନିସ୍ଥାନ ଦଖଲ କଲେ । ଏହାପରେ ସେମାନେ ସିନ୍ଧୁ ଅବବାହିକା ଓ ବିସ୍ତୀର୍ଣ୍ଣ ଗାଙ୍ଗେୟ ଅବବାହିକାରେ ନିଜର ଆଧୂପତ୍ୟ ବିସ୍ତାର କଲେ ।
  • କୁଶାଣମାନଙ୍କ ସାମ୍ରାଜ୍ୟ ଆମୁଦରଆଠାରୁ ଗଙ୍ଗା ପର୍ଯ୍ୟନ୍ତ ଏବଂ କେନ୍ଦ୍ର ଏସିଆର ଖୋରାସନଠାରୁ ଉତ୍ତର ପ୍ରଦେଶର ବାରାଣସୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
  • ମନେରଖ : ଚୀନ ଭାଷାରେ ଲିଖ୍ ପ୍ରାଚୀନ ଗ୍ରନ୍ଥରୁ ଜଣାଯାଏ ଯେ ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀରେ ଚୀନ ଦେଶର ପଶ୍ଚିମ ଭାଗରେ ୟୁ-ଚି ନାମକ ଗୋଟିଏ ଶକ୍ତିଶାଳୀ ଯାଯାବର ଜାତି ବାସକରୁଥିଲେ ।

BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

→ (୬) କୁଶାଣ ଶାସନ

  • ଭାରତରେ ଶାସନ କରିଥିବା କୁଶାଣ ଶାସକମାନଙ୍କ ମଧ୍ୟରେ ପ୍ରଥମ କାଡ଼ଫିସେସ୍ ଓ ଦ୍ୱିତୀୟ କାଡ୍‌ଫିସେସ୍ ଅନ୍ୟତମ ଥିଲେ ।
  • ଏହି ଦୁଇଜଣ ରାଜା ତାଙ୍କ ରାଜ୍ୟରେ ଅନେକ ମୁଦ୍ରା ପ୍ରଚଳନ କରିଥିଲେ ଓ ଦ୍ବିତୀୟ କାଡ୍‌ଫିସେସ୍ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ । କେତେକ ମୁଦ୍ରାରେ ଶିବମୂର୍ତ୍ତି ଥିବାରୁ ଦ୍ବିତୀୟ କାର୍ଡ଼ଫିସେସ୍ ଶିବଉପାସକ ଥିଲେ ବୋଲି ଅନୁମାନ କରାଯାଏ ।
  • ମନେରଖ : ଦ୍ଵିତୀୟ କାଡ଼ଫିସେସ ଭାରତରେ ପ୍ରଥମ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ।

→ (୭) କୁଶାଣ ସମ୍ରାଟ କନିଷ୍କ

  • କୁଶାଣ ରାଜବଂଶର ତୃତୀୟ ଓ ସର୍ବଶ୍ରେଷ୍ଠ ରାଜାଥିଲେ କନିଷ୍ଠ ।
  • ତାଙ୍କ ସିଂହାସନ ଆରୋହଣ ବର୍ଷ (ଖ୍ରୀ.ଅ. ୭୮) ଠାରୁ ଶକାବ୍ଦ ଗଣନା କରାଯାଏ ।
  • ସିଂହାସନ ଆରୋହଣପରେ କନିଷ୍କଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାରସ୍ୟଠାରୁ (ବର୍ତ୍ତମାନର ଇରାନ) ପୂର୍ବରେ ପାଟଳୀପୁତ୍ର (ବର୍ତ୍ତମାନ ବିହାରର ପାଟଣା) ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
  • ସେ ଖୋଟାନ୍, କାଶ୍ମୀର, ଗାଙ୍ଗେୟ ଉପତ୍ୟକାର କେତେକ ଅଂଶ, ମାଳବ ଇତ୍ୟାଦି ଜୟ କରି ତାଙ୍କ ରାଜ୍ୟରେ ମିଶୀଇଥିଲେ ।
  • ପୁରୁଷପୁର (ପାର୍କସ୍ଥାନର ପେଶାଓ୍ବାର) ଥିଲା ତାଙ୍କର ରାଜଧାନୀ ।
  • ସେ ଅଶ୍ୱଘୋଷଙ୍କ ଦ୍ଵାରା ପ୍ରଭାବିତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଓ ଅନ୍ୟ ଧର୍ମକୁ ମଧ୍ଯ ସମ୍ମାନ ହେଉଥିଲେ ସେ ପ୍ରଚଳନ କରିଥିବା ଅନେକ ମୁଦ୍ରାରେ ଥିବା ଗ୍ରୀକ୍ ଓ ଭାରତୀୟ ଦେବଦେବୀଙ୍କର ମୁଭି ତାଙ୍କର ଅନ୍ୟ ଧର୍ମ ପ୍ରତି ସହନଶୀଳତାର ପରିଚୟ ଦିଏ ।
  • କନିଷ୍କ ଅନେକ ସ୍ତୁପ ଓ ବୌଦ୍ଧ ବିହାର ନିର୍ମାତା କରୁଥିଲେ । ତାଙ୍କଦ୍ବାରା ଚତୁର୍ଥ ବୌଦ୍ଧ ସମ୍ମିଳନୀ ଆହୂତ ହୋଇଥିଲେ ଏବଂ ସେ ବୌଦ୍ଧ ଧର୍ମର ପ୍ରସାର ପାଇଁ ମଧ୍ୟ ଏସିଆ ଓ ଚୀନ୍‌କୁ ପ୍ରଚାରକ ପଠାଇଥିଲେ ।
  • ନିଜ ସାମ୍ରାଜ୍ୟରେ ବାଣିଜ୍ୟ ବୃଦ୍ଧି ନିମନ୍ତେ ସେ ଉଦ୍ୟମ କରିଥିଲେ । ତାଙ୍କ ରାଜସଭାରେ ଚରକ, ଅଶ୍ଵଘୋଷ, ନାଗାର୍ଜୁନଙ୍କ ଭଳି ପଣ୍ଡିତ ଥିଲେ ଓ ସମୟରେ ସଂସ୍କୃତ ଭାଷାରେ ଅନେକ ଗ୍ରନ୍ଥ ରଚିତ ହୋଇଥିଲା । ତାଙ୍କ ଉଦ୍ୟମରେ ଗାନ୍ଧାର ଶିଳ୍ପ କଳାର ମଧ୍ୟ ବିକାଶ ଘଟିଥିଲା । ଏହିପରି ତାଙ୍କ ସାମ୍ରାଜ୍ୟରେ ବହୁବିଧ ଉନ୍ନତି ଘଟିଥୁବାରୁ ତାଙ୍କୁ କୁଶାଣ ବଂଶର ଶ୍ରେଷ୍ଠ ନରପତି କୁହାଯାଏ ।
  • ମନେରଖ : ମଥୁରାରୁ କନିଷ୍କଙ୍କର ଏକ ମସ୍ତକ ବିହୀନ ମୂର୍ତ୍ତି ମିଳିଛି ।

→ (୮) ଦାକ୍ଷିଣାତ୍ୟର ସାତବାହନ ସାମ୍ରାଜ୍ୟ

  • ଖ୍ରୀ. ପୂ. ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀରେ ନର୍ମଦା, ତାପ୍ତି, ଗୋଦାବରୀ ଓ କୃଷ୍ଣାନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ସାତବାହନ ସାମ୍ରାଜ୍ୟ ପ୍ରତିଷ୍ଠା ହୋଇଥିବା କଥା ମୁଦ୍ରା, ଶିଳାଲିପି ଓ ମହପୁରାଣରୁ ଜଣାଯାଏ ।
  • ଏହି ସାମ୍ରାଜ୍ୟ ର ରାଜଧାନୀର ନାମ ଥିଲା ପ୍ରତିଷ୍ଠାନ (ବର୍ତ୍ତମାନ ମହାରାଷ୍ଟ୍ରର ପୈଠାନ) ।
  • ଏହି ସାମ୍ରାଜ୍ୟ ପୂର୍ବରେ ବଙ୍ଗୋପସାଗରଠାରୁ ପଶ୍ଚିମରେ ଆରବ ସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
  • ମନେରଖ : ପୁରାଣରେ ସାତବାହନମାନଙ୍କୁ ଆନ୍ଧ୍ର କୁହାଯାଇଛି । ଏହି ପୁରାଣ ଅନୁଯାୟୀ ସାତବାହନ ବଂଶର ପ୍ରତିଷ୍ଠାତା ଥିଲେ ସିମୁକ ।
  • ସିମୁକଙ୍କ ଭାଇ କୃଷ ଥିଲେ ଏହି ବଂଶର ପରବର୍ତ୍ତୀ ଶାସକ I ଏହି ବଂଶର ତୃତୀୟ ରାଜା ସାତକର୍ମୀ ମାଳବ ଜୟକରି ଅଶ୍ଵମେଧ ଯଜ୍ଞ କରିଥିଲେ ।
  • ଗୌତମୀପୁତ୍ର ସାତକର୍ମୀ ବା ଦ୍ୱିତୀୟ ସାତକର୍ମୀ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ପ୍ରଥମ ଭାଗରେ ସାତବାହକ ସାମ୍ରାଜ୍ୟର ଯଶ ଓ ଖ୍ୟାତି ବଢ଼ାଇଥିଲେ । ଦ୍ୱିତୀୟ ସାତକର୍ଣ୍ଣୀ ଶକ, ଯବନ ଓ ପଲ୍ଲବମାନଙ୍କୁ ପରାସ୍ତ କରିଥିଲେ ଓ ଶକମାନେ ଦଖଲ କରିଥିବା ଅଞ୍ଚଳଗୁଡ଼ିକ ନିଜ ଅକ୍ତିଆରକୁ ଆଣିଥିଲେ ।
  • ତାଙ୍କ ପରେ ବାଶିଷ୍ଟିପୁତ୍ର ପୁଲମାବୀ ଓ ତାଙ୍କ ପରେ ଯଜ୍ଞଶ୍ରୀ ସାତକର୍ମୀ ସାତବାହନ ବଂଶର ଯଶ ବୃଦ୍ଧି କରିଥିଲେ । ଯଜ୍ଞଶ୍ରୀ ସାତକର୍ଣ୍ଣୀଙ୍କ ସମୟରୁ ସାତବାହନ ସାମ୍ରାଜ୍ୟର ପତନ ଆରମ୍ଭ ହେଲା ।

→ (୯) ସାତବାହନମାନଙ୍କର ଶାସନ ପ୍ରଣାଳୀ

  • ସାତବାହନମାନଙ୍କର ରାଜା ସମସ୍ତ କ୍ଷମତାର ଅଧିକାରୀ ଥିଲେ । ସାମ୍ରାଜ୍ୟକୁ କେତୋଟି ପ୍ରଦେଶ ଓ ପ୍ରଦେଶଗୁଡ଼ିକ ଜନପଦରେ ଭାଗ କରାଯାଇଥିଲା |
  • ଏହି ସାମ୍ରାଜ୍ୟର ମଧ୍ୟ-ଏସିଆ ଓ ରୋମ ସାମ୍ରାଜ୍ୟ ସହ ବାଣିଜ୍ୟ କାରବାର ଥିଲା I ଆମଦାନୀ ତୁଳନାରେ ରପ୍ତାନୀ ଅଧ୍ବକ ହେଉଥିଲା ।
  • ସାତବାହନମାନେ ଶକମାନଙ୍କ ସହ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ ।
  • ସେମାନେ ରାଜ୍ୟର ସଡ଼କ ପଥର ଉନ୍ନତି କରିଥିଲେ ।
  • ମନେରଖ : ସାତବାହନମାନେ ବ୍ରାହ୍ମଣଥିଲେ । ରାଜା ଅନ୍ୟ ଧର୍ମପ୍ରତି ସହନଶୀଳଥିଲେ । ବଣିକମାନେ ବୌଦ୍ଧ ଗୁମ୍ଫା, ଚୈତ୍ୟଗୃହ ଓ ସ୍ତୁପମାନ ନିର୍ମାଣ କରୁଥିଲେ ।

→ (୧୦) ଖାରବେଳ

  • ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ ମହାମେଘବାହନ ନାମକ ଏକ ରାଜବଂଶର କଳିଙ୍ଗ (ଓଡ଼ିଶା)ରେ ଉତ୍‌ଥାନ ଘଟିଥିଲା ।
  • ମନେରଖ : ଚେପି ବଂଶର ତୃତୀୟ ସର୍ବଶ୍ରେଷ୍ଠ ରାଜା ଥିଲେ ମହାମେଘବାହିନୀ ଐର ଖାରବେଳ ।
  • ଖାରବେଳ ମାତ୍ର ୧୫ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁପରେ ଅର୍ଥାତ୍‌ ଖ୍ରୀ.ପୂ. ୪୦ ମସିହାରେ କଳିଙ୍ଗ ସିଂହାସନ ଆରୋହଣ କରିଥିଲେ ।
  • ଖାରବେଳ ବାଲ୍ୟାବସ୍ଥାରେ ବିଭିନ୍ନ ବିଦ୍ୟା ଶିକ୍ଷା ଲାଭ କରିବା ସହିତ ଯୁଦ୍ଧ ବିଦ୍ୟାରେ ପାରଙ୍ଗମତା ହାସଲ କରିଥିଲେ ।

BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

→ (୧୧) ଖାରବେଳଙ୍କ ଶାସନ ସମୟରେ ବିଭିନ୍ନ କାର୍ଯ୍ୟ

  • ଖାରବେଳ ତାଙ୍କ ଶାସନର ପ୍ରଥମ ବର୍ଷରେ ବାତ୍ୟାରେ ଭାଙ୍ଗିଯାଇଥିବା ତାଙ୍କ ରାଜଧାନୀ କଳିଙ୍ଗ ନଗରୀର ତୋରଣ ପ୍ରାଚୀର ଇତ୍ୟାଦିର ପୁନଃ-ନିର୍ମାଣ କରିଥିଲେ ।
  • ଏହା ସହିତ ନଗରୀର ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଶୀତଳ ଜଳପୂର୍ଣ ପୁଷ୍କରିଣୀ ଓ ଉଦ୍ୟାନର ପୁନରୁଦ୍ଧାର କରାଇଥିଲେ ।

→ (୧୨) ଖାରବେଳଙ୍କ ରାଜ୍ୟଜୟ

  • ଖାରବେଳ ରାଜତ୍ଵର ଦ୍ଵିତୀୟ ବର୍ଷରୁ ଦିଗ୍‌ବିଜୟ ଆରମ୍ଭ କରିଦେଇଥିଲେ । ସେ ପଶ୍ଚିମ ଦିଗରେ କୃଷ୍ଣାନଦୀ ପର୍ଯ୍ୟନ୍ତ ଅଗ୍ରସର ହୋଇ ରାଷ୍ଟ୍ରକ ଓ ଭୋଜନମାନଙ୍କୁ ପରାସ୍ତ କରିଥିଲେ ।
  • ସେ ଉତ୍ତର ଭାରତରେ ସୈନ୍ୟଚାଳନା କରି ମଗଧ ରାଜାଙ୍କୁ ପରାସ୍ତ କରିଥିଲେ ।
  • ସେ ଦକ୍ଷିଣରେ ପିଥୁଣ୍ଡ ଅଧିକାର କରି ଶକ୍ତିଶାଳୀ ତାମିଲ ରାଷ୍ଟ୍ରସଂଘକୁ ଧ୍ବଂସ କରିଦେଇଥିଲେ ।
  • ମନେରଖ : ଖାରବେଳ ମଗଧର ରାଜା ବୃହସ୍ପତି ମିତ୍ରଙ୍କୁ ପରାସ୍ତ କରି ପୂର୍ବରୁ ନନ୍ଦରାଜା କଳିଙ୍ଗ ଆକ୍ରମଣ କରି ନେଇଯାଇଥିବା କଳିଙ୍ଗଜିନ ଫେରାଇ ଆଣିଥିଲେ ।

→ (୧୩) ଖାରବେଳଙ୍କ ଶାସନ

  • ମୌର୍ଯ୍ୟ ଶାସନ ଅମଳର କେତେକ ରାଜ କର୍ମଚାରୀ ପଦ ଖାରବେଳଙ୍କ ସମୟରେ ମଧ୍ୟ ପ୍ରଚଳିତ ଥିଲା । ମୌର୍ଯ୍ୟ ଶାସନର ମହାମାତ୍ରଙ୍କୁ ସେତେବେଳେ ମାହମଦ କୁହାଯାଉଥିଲା । ନଗର ଅଖଦଂସ ଏବଂ କଶ ନାମରେ ଉଚ୍ଚକର୍ମଚାରୀ କର୍ମ ବିଭାଗ ଦାୟିତ୍ୱରେ ଥିଲେ ।
  • ଖାରବେଳ ଜଣେ ଦକ୍ଷ ଶାସକ ଥିଲେ । ପ୍ରଜାମାନଙ୍କ ହିତପାଇଁ ସେ ବହୁ ଅର୍ଥ ଖର୍ଚ୍ଚ କରିଥିଲେ ।
  • ସେ ବହୁ ଅର୍ଥ ଖର୍ଚ୍ଚକରି କଳିଙ୍ଗନଗରୀର ଦୁର୍ଗ, ଅଟ୍ଟାଳିକା, ଉଦ୍ୟାନ, ପୁଷ୍କରିଣୀର ଉନ୍ନତି ସାଧନ କରିଥିଲେ । ନନ୍ଦରାଜାଙ୍କଦ୍ୱାରା ଖୋଳାଯାଇଥିବା କେନାଲକୁ ମରାମତି କରି କଳିଙ୍ଗନଗରୀ ପର୍ଯ୍ୟନ୍ତ ବଢ଼ାଇଥିଲେ ।
  • ରାଜତ୍ଵର ନବମ ବର୍ଷରେ ମହାବିଜୟ ପ୍ରସାଦ ନିର୍ମାଣ କରିଥିଲେ ।
  • ଖାରବେଳ ଜୈନ ଧର୍ମ ଗ୍ରହଣ କରିଥିଲେ ଏବଂ ସେ ବିଭିନ୍ନ ଧର୍ମର ଉପାସନା ପୀଠର ସଂସ୍କାର କରିଥିଲେ ।
  • ମନେରଖ : ଖାରବେଳ ଜୈନ ସନ୍ନ୍ୟାସୀଙ୍କ ରହଣୀପାଇଁ ଭୁବନେଶ୍ବରର ଉଦୟଗିରିର ପାହାଡ଼ରେ କେତେଗୁଡିଏ ଗମ୍ଫା ଖୋଳାଇଥିଲେ । ଏହି ସବୁ ଜନହିତକର କାର୍ଯ୍ୟପାଇଁ ତାଙ୍କୁ ଜଣେ ଉତ୍ତମ ଶାସକ କୁହାଯାଏ ।

→ (୧୪) ଦକ୍ଷିଣ ଭାରତର ସଙ୍ଗମ ଯୁଗ

  • ଦକ୍ଷିଣ ଭାରତରେ ଯେଉଁ ସମୟରେ ତାମିଲ୍ କବି ଓ ପଣ୍ଡିତମାନେ ସଭାରେ ଏକତ୍ରିତ ହୋଇ ଅନେକଗୁଡ଼ିଏ ଉତ୍କୃଷ୍ଟ କବିତା ରଚନା କରିଥିଲେ, ସେହି ସମୟକୁ ସଙ୍ଗମ ଯୁଗ କୁହାଯାଏ ।
  • ତାମିଲ କବି ଓ ପଣ୍ଡିତମାନଙ୍କ ସଭାକୁ ସଙ୍ଗମ କୁହାଯାଏ ।
  • ମନେରଖ : ସଙ୍ଗଯୁଗର କବିତାଗୁଡ଼ିକ ପାଠ୍ୟ, ଚୋଳ ଓ ଚେର ରାଜାମାନଙ୍କ ପୃଷ୍ଠପୋଷକତାରେ ବିଶିଷ୍ଟ କବି ଓ ପଣ୍ଡିତମାନଙ୍କଦ୍ୱାରା ରଚିତ ହେଇଥିଲା ।

→ (୧୫) ସଙ୍ଗମ ସାହିତ୍ୟ

  • ତାମିଲ ସାହିତ୍ୟରେ ବିକାଶ ସଙ୍ଗମ ଯୁଗରେ ଘଟିଥିଲା ।
  • ଶତାଧ୍ଵକ ଉତ୍କୃଷ୍ଟ କବି ବା ବହୁ କବି ଓ ନରନାରୀ କବିମାନଙ୍କଦ୍ୱାରା ସଙ୍ଗମରେ ଅନେକ କବିତା ରଚିତ ହୋଇଥିଲା ।
  • ଏହି ଯୁଗରେ ‘ତୋଲ୍‌କାପିୟମ୍’ ନାମକ ଏକ ତାମିଲ ବ୍ୟାକରଣ ମଧ୍ୟ ରଚନା କରାଯାଇଥିଲା ।
  • ସଙ୍ଗମ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣଯୁଗ କୁହାଯାଏ ।

BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

→ (୧୬) ସାମାଜିକ ଅବସ୍ଥା

  • ସମାଜରେ ବ୍ରାହ୍ମଣମାନଙ୍କ ଅପେକ୍ଷା ‘ଅରିଭାର’ (ଜ୍ଞାନୀଲୋକ) ମାନଙ୍କୁ ଅଧିକ ଉଚ୍ଚସ୍ଥାନ ଦିଆଯାଉଥିଲା ।
  • ସମାଜରେ ଶିକାରୀ, ମେଷପାଳକ ଓ ମତ୍ସ୍ୟଜୀବୀ ଇତ୍ୟାଦି ବାସ କରୁଥିଲେ ।
  • ସ୍ତ୍ରୀଲୋକମାନଙ୍କୁ ପରିବାରର ଆଲୋକ କୁହାଯାଉଥିଲା ।

→ (୧୭) ଅର୍ଥନୈତିକ ଅବସ୍ଥା ଓ ବାଣିଜ୍ୟ ବ୍ୟବସାୟ

  • ତାମିଲ ରାଜ୍ୟର ଜମିଗୁଡ଼ିକ ଉର୍ବର ଥିଲା । ଚାଷ ଉପରେ ଅର୍ଥନୀତି ନିର୍ଭର କରୁଥିଲା ।
  • ଚାଷ ବ୍ୟତୀତ ଲୋକମାନେ ଗୋପାଳନ, ମାଛଧରା ଓ ବେପାର ବଣିଜ କରି ଅର୍ଥ ଉପାର୍ଜନ କରୁଥିଲେ ।
  • ସମାଜରେ ବସ୍ତୁ ବିନିମୟ ବ୍ୟବସ୍ଥା ପ୍ରଚଳନ ଥିଲା ।
  • ତାମିଲ ଲୋକମାନେ ଦରିଆପାରି ଦେଶମାନଙ୍କ ସହିତ ବାଣିଜ୍ୟ କାରବାର କରୁଥିଲେ ।
  • ବିଦେଶକୁ ମସଲା, ଗୋଲମରିଚ, ରେଶମ ଆଦି ଜିନିଷ ପଠାଯାଉଥୁଲା ଓ ବିଦେଶରୁ ତାମିଲ ରାଜ୍ୟକୁ ସୁନା ଓ ରୂପା ଆମଦାନୀ କରାଯାଉଥିଲା ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

Odisha State Board BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ will enable students to study smartly.

BSE Odisha Class 6 History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ (୧) ଉପକ୍ରମ

  • ଭାରତ ଉପ ମହାଦେଶର ନୂତନ ପ୍ରସ୍ତର ଯୁଗର ବସତିଗୁଡ଼ିକ ପ୍ରଥମେ ସିନ୍ଧୁ ନଦୀର ପଶ୍ଚିମ ପାର୍ଶ୍ଵରେ ଆରମ୍ଭ ହେଲା ଓ ପରେ ଅନ୍ୟ ଅଞ୍ଚଳରେ ଗଢି ଉଠିଲା ।
  • ପାକିସ୍ଥାନର ମେହରଗଡ଼ଠାରେ ନୂତନ ପ୍ରସ୍ତର ଯୁଗର ସଂସ୍କୃତି ପ୍ରଥମେ ବିକାଶ ଲାଭ କରିଥିବାର ପ୍ରତ୍ନତତ୍ତ୍ବବିତ୍‌ମାନେ ବିଶ୍ବାସ କରନ୍ତି ।
  • ମୁଖ୍ୟତଃ କୃଷିର ବିକାଶ କଂସା ଧାତୁର ବହୁଳ ବ୍ୟବହାର ଦ୍ବାରା ଏହି ସମୟରେ ଭାରତର ଉତ୍ତର ପଶ୍ଚିମ ଦିଗରେ କେତେକ ନଗର ଗଢ଼ି ଉଠିଥିଲା ।
  • କାଳକ୍ରମେ ସେହି ନଗରଗୁଡ଼ିକ ଧ୍ଵଂସପାଇ ମାଟିତଳେ ପୋତି ହୋଇପଡ଼ିଲା ।
  • ପ୍ରତ୍ନତତ୍ତ୍ବବିତ୍‌ମାନେ ମାଟି ଖୋଳି ସିନ୍ଧୁ ନଦୀର ଉପତ୍ୟକାରୁ ଦୁଇଟି ପ୍ରାଚୀନ ସହର ଉଦ୍ଧାର କରିଥିଲେ । ସେହି ସହର ଦୁଇଟି ବର୍ତ୍ତମାନ ପାକିସ୍ଥାନର ହରପ୍‌ପା ଓ ମହେଞ୍ଜୋଦାରୋରେ ଅବସ୍ଥିତ ।

ମନେରଖ :
୧୯୨୧ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ବବିତ୍ ହୟାରାମ୍ ସାହାଣୀ ମାଟିତଳୁ ହରପ୍‌ପା ସହରକୁ ଆବିଷ୍କାର କରିଥିଲେ । ଏହା ସିନ୍ଧୁନଦୀର ଉପନଦୀ ରାବୀନଦୀ କୂଳରେ ଅବସ୍ଥିତ । ସେହିପରି ୧୯୨୨ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ରାଖାଲ ଦାସ ବାନାର୍ଜୀ ସିନ୍ଧୁନଦୀ କୂଳରେ ଥ‌ିବା ମହେଞ୍ଜୋଦାରୋ ସହରକୁ ମାଟିତଳୁ ଆବିଷ୍କାର କରିଥିଲେ ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ (୨) ସିନ୍ଧୁ ସଭ୍ୟତା

  • ସିନ୍ଧୁ ନଦୀ ଉପତ୍ୟକାରେ ହରପ୍‌ପା ଓ ମହେଞ୍ଜୋଦାରୋ ସହର ଦୁଇଟି ଅବସ୍ଥିତ ହେତୁ ଏହାକୁ ସିନ୍ଧୁ ସଭ୍ୟତା କୁହାଯାଏ ।
  • ଏହି ସଭ୍ୟତା ଖ୍ରୀ.ପୂ. ୫୦୦୦ ବର୍ଷ ତଳେଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ ।
  • ମହେଞ୍ଜୋଦାରୋର ଅର୍ଥ ‘ମୃତ ନଗରୀ’। ହରପପାଠାରୁ ଏହାର ଦୂରତା ପ୍ରାୟ ୩୫୦ ମାଇଲ ଅଟେ ।
  • ଐତିହାସିକଙ୍କ ମତାନୁସାରେ ମେସୋପଟାମିଆ ସଭ୍ୟତା ପୂର୍ବରୁ ହରପ୍‌ପା ସଭ୍ୟତା ବିକାଶ ଲାଭ କରିଥିଲା । କାରଣ ହରପ୍‌ପାର ସିଲ୍ ବା ମୋହର ମେସୋପଟାମିଆର ‘ଉର୍’ ଓ ‘କିଚ୍’ ସ୍ଥାନରେ ଦେଖିବାକୁ ମିଳିଛି ।
  • ପ୍ରତ୍ନତତ୍ତ୍ବବିତ୍‌ଙ୍କ ମତ ଅନୁସାରେ ଏହି ସଭ୍ୟତା ଖ୍ରୀ. ପୂ. ୨୫୦୦ରୁ ଖ୍ରୀ.ପୂ. ୧୫୦୦ ମଧ୍ଯରେ ବିକାଶ ଲାଭ କରିଥିଲା ।

ମନେରଖ :
ପ୍ରତ୍ନତତ୍ତ୍ବବିତ୍‌ମାନେ ଭାରତର କେତେକ ଅଞ୍ଚଳରୁ ହରପ୍‌ପା ସଭ୍ୟତାର ଧ୍ବଂସାବଶେଷ ଉଦ୍ଧାର କରିଛନ୍ତି । ସେଗୁଡ଼ିକ ହେଲା– ପଞ୍ଜାବର ରୋପଡ଼, ଗୁଜରାଟର ଲୋଥାଲ ଏବଂ ଧୋଲାବୀରା, ରାଜସ୍ଥାନର କାଳିବଗାଁ, ହରିୟାଣାର ବନୱାଲି ।

→ (୩) ନଗର ପରିକଳ୍ପନା :

  • ହରପ୍‌ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ନଗର ନିର୍ମାଣ ।
  • ଭୂଖୋଦନରୁ ଜଣାଯାଇଛି ଯେ ହରପ୍‌ପା ନଗରଟିକୁ ଯୋଜନାବଦ୍ଧ ଭାବେ ନିର୍ମାଣ କରାଯାଇଥିଲା ଓ ତା’ର ରକ୍ଷଣାବେକ୍ଷଣର ସୁବନ୍ଦୋବସ୍ତ କରାଯାଇଥିଲା ।
  • ନଗରଟି ଦୁଇଗୋଟି ଭାଗରେ ବିଭକ୍ତ ଥିଲା; ଯଥା— ଉଚ୍ଚ ଭାଗ ଓ ତଳଭାଗ । ଦୁର୍ଗପରି ସୁରକ୍ଷିତ ଉଚ୍ଚଭାଗରେ ଶାସକ, ରାଜକର୍ମଚାରୀ, ଧର୍ମଯାଜକ ଓ ବଣିକମାନେ ବାସ କରୁଥିଲାବେଳେ ତଳଭାଗରେ ସାଧାରଣ ଲୋକ, କୃଷକ ଓ ଶ୍ରମିକମାନେ ବାସ କରୁଥିଲେ ।
  • ସହରର ମଧ୍ୟଭାଗରେ ଦୀର୍ଘ ଓ ପ୍ରଶସ୍ତ ରାସ୍ତା ସିଧା ଭାବରେ ରହିଥିଲା ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ (୪) ବାସଗୃହ :

  • ରାସ୍ତାର ଉଭୟ ପାର୍ଶ୍ଵରେ ବାସଗୃହଗୁଡ଼ିକ ଯୋଜନାବଦ୍ଧ ଭାବରେ ନିର୍ମାଣ କରାଯାଇଥିଲା ।
  • ଘରଗୁଡ଼ିକ ଏକ ମହଲା ବା ଦୁଇ ମହଲା ବିଶିଷ୍ଟ ଥିଲା ଏବଂ ସେଗୁଡ଼ିକ ପୋଡ଼ା ଇଟାରେ ନିର୍ମିତ ହୋଇଥିଲା । ଘରକୁ ଆଲୋକ ଓ ବାୟୁ ପ୍ରବେଶ କରିବା ପାଇଁ ଦ୍ଵାର ଓ ଝରକା ରଖାଯାଇଥିଲା । ଉପର ମହଲାକୁ ଯିବା ପାଇଁ କାଠରେ ତିଆରି ସିଡ଼ି ରହୁଥିଲା । କାଠରେ ନିର୍ମିତ ଘରର ଛାତ ସମତଳ ଥିଲା ।
  • ଘରର ମଇଳା ପାଣି ଓ ଆବର୍ଜନା ଯିବା ପାଇଁ ଘର ଭିତରେ ଛୋଟ ନାଳ ରହୁଥିଲା ଓ ସେହି ନାଳକୁ ରାସ୍ତାର ମୁଖ୍ୟ ନାଳ ସହିତ ସଂଯୋଗ କରାଯାଇଥିଲା ।

→ (୫) ସ୍ନାନାଗାର :

  • ହରପ୍‌ପା ସଭ୍ୟତାର ମୁଖ୍ୟ ଆକର୍ଷଣ ଥିଲା ଏକ ବୃହତ୍ ସ୍ନାନାଗାର ।
  • ମହେଞ୍ଜୋଦାରୋରୁ ଆବିଷ୍କୃତ ସ୍ନାନଗୃହର ଦୈର୍ଘ୍ୟ ୫୫ ମିଟର, ପ୍ରସ୍ଥ ୩୩ ମିଟର ଓ ଗଭୀରତା ୮ ମିଟର ଥିଲା ଓ ଏହାର ଭିତରକୁ ପ୍ରବେଶ କରିବା ପାଇଁ ପୋଡ଼ା ଇଟାରେ ତିଆରି ପାହାଚ ଜଳର ତଳଭାଗ ପର୍ଯ୍ୟନ୍ତ ଲମ୍ବି ରହିଥିଲା । ସ୍ନାନାଗାର ଉପରିଭାଗରେ ଏକ ବିଶାଳ କୂଅରୁ ସ୍ନାନାଗାର ମଧ୍ୟକୁ ପାଣି ଆସିବାର ବ୍ୟବସ୍ଥା ଥିଲା ଓ ସ୍ନାନାଗାରରୁ ଦୂଷିତ ପାଣି ନିଷ୍କାସନର ବ୍ୟବସ୍ଥା ଥିଲା ।

→ (୬) ଶସ୍ୟ ଭଣ୍ଡାର :

  • ହରପ୍‌ପାର ସୁରକ୍ଷିତ ଭାଗର ଉତ୍ତର ଦିଗକୁ ଗୋଟିଏ ଶସ୍ୟାଗାର ଆବିଷ୍କୃତ ହୋଇଥିଲା ।
  • ଏହାର ଲମ୍ବ ୬୬ ମିଟର ଓ ଚଉଡ଼ା ୧୬ ମିଟର । ଏହା ମଧ୍ୟରେ ଦୁଇଟି ପ୍ରକୋଷ ଥିଲା ଏବଂ ପ୍ରକୋଷ୍ଠ ମଝିରେ ଯାତାୟାତ ପାଇଁ ବାଟ ଥିଲା ।
  • ଏହି ବୃହତ୍ ଶସ୍ୟାଗାରର ଦକ୍ଷିଣ ଦିଗରେ କେତେକ ଗୋଲାକାର ଚଟାଣ ଶସ୍ୟ ଅମଳ ପାଇଁ ନିର୍ମିତ ହୋଇଥିଲା ।
  • ମହେଞ୍ଜୋଦାରୋଠାରେ ମଧ୍ୟ ଏକ ବିଶାଳ ଶସ୍ୟଭଣ୍ଡାର ଦେଖିବାକୁ ମିଳେ । ଏହାର ଲମ୍ବ ୪୮ ମିଟର ଓ ଚଉଡ଼ା ୧୫ ମିଟର ଥିଲା ।
  • ରାଜସ୍ଥାନର କାଳିବ ଠାରେ ମଧ୍ୟ ଗୋଟିଏ ଶସ୍ୟ ଭଣ୍ଡାର ଦେଖିବାକୁ ମିଳେ ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ (୭) ସଭାଗୃହ :

  • ମହେଞ୍ଜୋଦାରୋ ନଗର ମଧ୍ଯରେ ୭୦ ମିଟର ଲମ୍ବ ଓ ୨୩ ମିଟର ଚଉଡ଼ା ଏବଂ ୨୫ ଗୋଟି ଖମ୍ବ ବିଶିଷ୍ଟ ପୋଡ଼ାଇଟାରେ ତିଆରି ଏକ ପ୍ରକାଣ୍ଡ ଗୃହ ଦେଖ‌ିବାକୁ ମିଳେ ।
  • ଏହି ଗୃହ ପାଞ୍ଚଟି କୋଠରି ବିଶିଷ୍ଟ ଥିଲା ଏବଂ ଏହି ଗୃହକୁ ସଭା କିମ୍ବା ପ୍ରାର୍ଥନା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା ବୋଲି ବିଶ୍ଵାସ କରାଯାଏ ।

→ (୮) କୃଷିକାର୍ଯ୍ୟ :

  • ହରପ୍ପା ସଭ୍ୟତାର ଅଧିବାସୀମାନେ କୃଷିକୁ ମୁଖ୍ୟ ଜୀବିକାରୂପେ ଗ୍ରହଣ କରିଥିଲେ ।
  • ଏମାନେ ପ୍ରଧାନତଃ ଗହମ, ଯଅ, କପା ଚାଷ କରୁଥିଲେ ।
  • ଗହମ ଓ ଯଅରୁ ଅଟା ପ୍ରସ୍ତୁତ କରି ରୁଟି ଖାଉଥିଲେ । ଏହାଛଡ଼ା ସେମାନେ ଫଳ, ମାଛ, ମାଂସ, ଅଣ୍ଡା ଖାଉଥିଲେ । ଖଜୁରିକୋଳି ଏମାନଙ୍କର ପ୍ରିୟ ଖାଦ୍ୟ ଥିଲା ।

→ (୯) ପୋଷାକ ପରିଚ୍ଛଦ ଓ ଅଳଙ୍କାର :

  • ହରପ୍‌ପା ସଭ୍ୟତାର ଲୋକମାନେ କପା ଓ ପଶମର ଲୁଗା ପିନ୍ଧୁଥିଲେ ।
  • ପୁରୁଷମାନେ ଲୁଙ୍ଗି ପରି ଲୁଗା ଓ ସ୍ତ୍ରୀଲୋକମାନେ ଘାଗରା ପରି ଲୁଗା ପିନ୍ଧୁଥିଲେ ।
  • ନାରୀ ଓ ପୁରୁଷ ଉଭୟ ଦେହରେ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧୁଥିଲେ । ହାର, ମୁଦି, ଅଣ୍ଟାସୂତା, ବାଜୁବନ୍ଧ, ବଳା, କାନଫୁଲ, ନାକଫୁଲ ଇତ୍ୟାଦି ଅଳଙ୍କାର ପିନ୍ଧୁଥିଲେ ।
  • ଧନୀ, ବଣିକ ଓ ବ୍ୟବସାୟୀମାନେ ସୁନା, ରୁପା, ହାଡ଼ରେ ତିଆରି ଅଳଙ୍କାର ଓ ଗରିବ ଶ୍ରେଣୀର ଲୋକମାନେ ତମ୍ବା, ହାଡ଼, ପୋହଳା, ମାଟି ତିଆରି ଅଳଙ୍କାରମାନ ପିନ୍ଧୁଥିଲେ ।
  • ପୁରୁଷମାନେ ଲମ୍ବା କେଶ ଓ ଦାଢ଼ି ରଖୁଥିଲେ ।
  • ସ୍ତ୍ରୀଲୋକମାନେ ହାତୀଦାନ୍ତ ଓ ଶିଙ୍ଗ ତିଆରି ପାନିଆ ତଥା ମୁଣ୍ଡକଣ୍ଟା ବ୍ୟବହାର କରୁଥିଲେ ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ (୧୦) ଶିଳ୍ପକଳା :

  • ହରପ୍‌ପା ସଭ୍ୟତାର ଲୋକମାନେ ମୃତ୍ତିକା ଶିଳ୍ପ ଓ ଧାତୁଶିଳ୍ପରେ ନିପୁଣ ଥିଲେ ।
  • ସେମାନେ ସୁନା, ରୁପା, ତମ୍ବା, ଟିଣ ଏବଂ ଦସ୍ତା ଧାତୁର ବିଭିନ୍ନ ପଦାର୍ଥ ତିଆରି କରୁଥିଲେ । ବିଭିନ୍ନ ଗୃହୋପକରଣ; ଯଥା— ଥାଳି, ପାତ୍ର, ଗରା, କୁଣ୍ଡ, କ୍ଷୁର, ଛୁଞ୍ଚୁ, ଦାଆ, ଖଣ୍ଡା, ତୀର, ବର୍ଚ୍ଛା ପ୍ରଭୃତି ବିଭିନ୍ନ ଧାତୁରେ ତିଆରି କରୁଥିଲେ ।
  • କେତେକ କାରିଗର କଂସାର ମୂର୍ତ୍ତି ଓ ଅଳଙ୍କାରମାନ ତିଆରି କରୁଥିଲେ ।
  • ହରପ୍‌ପା ସଭ୍ୟତାର ପ୍ରଧାନ ଶିଳ୍ପ ଥିଲା ମାଟିପାତ୍ର ନିର୍ମାଣ ।
  • ଚକ ବ୍ୟବହାର କରି ସେମାନେ ସୁନ୍ଦର ସୁନ୍ଦର ମାଟିପାତ୍ର ନିର୍ମାଣ କରିଥିଲେ ।
  • ଚକଥିବା ଛୋଟ ଛୋଟ ଗାଡ଼ି, ବିଭିନ୍ନ ପଶୁ ଓ ପକ୍ଷୀ, ମଣିଷ, ହୁଇସିଲ ଇତ୍ୟାଦି ମାଟିରେ ତିଆରି କରାଯାଉଥିଲା ।

→ ମୋହର :

  • ହରପ୍‌ପା ସଭ୍ୟତାର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟକ ପୋଡ଼ା ମାଟିର ମୋହର ମିଳିଛି ।
  • ଏହି ମୋହରଗୁଡ଼ିକରୁ ସେମାନଙ୍କ ଜୀବନଧାରା ବିଷୟରେ ଅନେକ କଥା ଜଣାପଡ଼େ ।
  • ଏହି ମୋହରଗୁଡ଼ିକରେ ବୃଷଭ, ମଇଁଷି, ଗୟଳ, ହସ୍ତୀ, ସର୍ପ, କୁମ୍ଭୀର, ବିଭିନ୍ନ ବୃକ୍ଷ, ବହୁ ନାରୀ ମୂର୍ତ୍ତି, ଯୋଗାସନ ମୂର୍ତ୍ତି ଦେଖିବାକୁ ମିଳେ ।
  • ମୋହରରେ ଏକ ପ୍ରକାର ଲିପି ଖୋଦିତ ହୋଇଛି । ଏଗୁଡ଼ିକ ସେମାନଙ୍କର ଧର୍ମ, ବାଣିଜ୍ୟ ଓ ସାମାଜିକ ବ୍ୟବସ୍ଥାର ସୂଚନା ପ୍ରଦାନ କରେ ।

→ ବାଣିଜ୍ୟ :

  • ହରପ୍‌ପା ସଭ୍ୟତାର କେତେକ ମୋହରରେ ଥିବା ଡଙ୍ଗାର ଛବିରୁ ସେମାନେ ନୌବାଣିଜ୍ୟ କରୁଥିବାର ସୂଚନା ମିଳେ ।
  • ସେମାନେ ସେମାନଙ୍କର ବଳକା ଶସ୍ୟ, ମାଟିପାତ୍ର ଇତ୍ୟାଦିକୁ ନେଇ ବାଣିଜ୍ୟ କାରବାର କରୁଥିଲେ ।
  • ଗୁଜରାଟର ଲୋଥାଠାରେ ପୋତାଶ୍ରୟର ଅବଶେଷ ମିଳିଛି ।
  • ସେମାନେ ଭାରତ ଭିତରେ ଏବଂ ବାହାର ଦେଶ ଯଥା : ଆଫଗାନିସ୍ଥାନ ଓ ମେସୋପଟାମିଆ ସହିତ ବାଣିଜ୍ୟ କରୁଥିବାର ପ୍ରମାଣ ମିଳିଛି ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ ଲିପି :

  • ହରପ୍‌ପା ସଭ୍ୟତାର ଅଧିବାସୀମାନଙ୍କର ଭାଷା ଓ ଲିପି ବିଷୟରେ ସଠିକ୍ ଜଣା ନଥିଲେ ମଧ୍ୟ ଆବିଷ୍କାର କରାଯାଇଥିବା ମୋହରମାନଙ୍କରୁ ସେମାନେ ଛବିଲିପି ବ୍ୟବହାର କରୁଥିଲେ ବୋଲି କୁହାଯାଇପାରେ ।
  • ଏହି ଛବିଦ୍ୱାରା ସେମାନେ ମନର ଭାବ ପ୍ରକାଶ କରୁଥିଲେ । ଏବେ ୪୦୦ରୁ ଅଧ‌ିକ ଚିହ୍ନ ବା ଛବି ଆବିଷ୍କାର କରାଯାଇଛି ।

→ ଧର୍ମ :

  • ହରପ୍‌ପା ସଭ୍ୟତାରେ କୌଣସି ମନ୍ଦିର ଦେଖିବାକୁ ମିଳିନାହିଁ ।
  • ପଥର ମୂର୍ତ୍ତି, ତମ୍ବା କିମ୍ବା ପୋଡ଼ାମାଟିର ମୋହର ଉପରେ ଖୋଦିତ ହୋଇଥିବା ବିଭିନ୍ନ ମୂର୍ତ୍ତିକୁ ଦେଖ୍ ଅନୁମାନ କରାଯାଏ ଯେ ସେମାନେ ପଶୁପତି, ଦେବୀ, ବୃଷଭ, ସର୍ପ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
  • କେତେକ ମୋହରରେ ଖୋଦିତ ମାତୃକା ମୂର୍ତ୍ତିରୁ ଅନୁମାନ କରାଯାଏ ଯେ ସେମାନେ ଦେବୀ ପୂଜା କରୁଥିଲେ ।
  • ହରପ୍‌ପା ସଭ୍ୟତାର ଲୋକମାନେ ମୃତ ବ୍ୟକ୍ତିର ଜୀବନ ରହିଥାଏ ବୋଲି ବିଶ୍ୱାସ କରୁଥିଲେ । ତେଣୁ ସେମାନେ ମୃତବ୍ୟକ୍ତିର ମୁଣ୍ଡ ଉତ୍ତରଦିଗକୁ ରଖ୍ ସମାଧ୍ ଦେଉଥିଲେ ଏବଂ ତା’ ସହିତ ତା’ର ଅଳଙ୍କାର, ବ୍ୟବହାର କରୁଥିବା ପାତ୍ର, ଦର୍ପଣ, ବାଡ଼ି ଆଦି ଜିନିଷଗୁଡ଼ିକୁ ପୋତି ଦେଉଥିଲେ ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ ହରପ୍ପା ସଭ୍ୟତାର ପତନ :
ପ୍ରାୟ ଖ୍ରୀ.ପୂ. ୨୦୦୦ ବର୍ଷ ବେଳକୁ ହରପ୍‌ପା ସଭ୍ୟତାର ପତନ ଆରମ୍ଭ ହୋଇଥିଲା ।

  1. ବିଶେଷଜ୍ଞମାନଙ୍କ ମତରେ ପ୍ରାକୃତିକ ଦୁର୍ଘଟଣା ଯଥା ସିନ୍ଧୁନଦୀରେ ବନ୍ୟା ଆସିବା ଫଳରେ ଲୋକମାନେ ନଗର ଛାଡ଼ି ଅନ୍ୟସ୍ଥାନକୁ ପଳାୟନ କଲେ ଓ ସେମାନେ ଯେଉଁ ସ୍ଥାନକୁ ଗଲେ ସେ ସ୍ଥାନରେ ଏ ସଭ୍ୟତା ଆରମ୍ଭ କରିଥିଲେ ।
  2. କେତେକ ଐତିହାସିକଙ୍କ ମତରେ ବାରମ୍ବାର ଭୂମିକମ୍ପଦ୍ବାରା ଏ ସଭ୍ୟତା ମାଟିତଳେ ପୋତି ହୋଇଯାଇଥିଲା ।
  3. ଅନେକଙ୍କ ମତରେ ଆର୍ଯ୍ୟମାନଙ୍କ ଆକ୍ରମଣଦ୍ୱାରା ଏହି ସଭ୍ୟତା ଲୋପ ପାଇଛି । ମହେଞ୍ଜୋଦାରୋର ଖନନରୁ ମିଳିଥିବା କଙ୍କାଳଗୁଡ଼ିକରେ ତୀକ୍ଷ୍ଣ ଅସ୍ତ୍ରର ଆଘାତ ଦାଗ ଥିବାରୁ ଏହା ଆନୁମାନ କରାଯାଉଛି ।
  4. ରାସ୍ତାମାନଙ୍କରେ ପଡ଼ିଥିବା କଙ୍କାଳକୁ ଅନୁଧ୍ୟାନ କରି କେତେକ ଐତିହାସିକ ମତ ଦିଅନ୍ତି ଯେ ମହାମାରୀ ପ୍ଲେଗ ହରପ୍‌ପା ସଭ୍ୟତାର ପତନ ପାଇଁ ଦାୟୀ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

Odisha State Board BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ will enable students to study smartly.

BSE Odisha Class 6 History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

ବିଷୟ ବସ୍ତୁ
ଉପକ୍ରମ, ପ୍ରଥମ ଚନ୍ଦ୍ରଗୁପ୍ତ, ସମୁଦ୍ରଗୁପ୍ତ, ରାଜ୍ୟଜୟ, ଦ୍ୱିତୀୟ ଚନ୍ଦ୍ରଗୁପ୍ତ, ଦିଗବିଜୟ, ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ରାଜସଭା, ଫା-ସିଆଁ (ଫାହିୟାନ)ଙ୍କ ଭାରତ ଭ୍ରମଣ, ବୌଦ୍ଧଧର୍ମର ଅବନତି ଓ ବ୍ରାହ୍ମଣ ଧର୍ମର ପୁନରୁତ୍‌ଥାନ ବୌଦ୍ଧଧର୍ମର ଅବନତିର କାରଣ, ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ, ଗୁପ୍ତଯୁଗର ସାହିତ୍ୟ, କଳା, ସ୍ଥାପତ୍ୟ, ବିଜ୍ଞାନ, ପଲ୍ଲବ ବଂଶ, ଚାଲୁକ୍ୟବଂଶ, ବଦ୍ଧନ ବଂଶ ଏବଂ ଜୁଆଙ୍ଗ-ଜାଙ୍କ ଭାରତ ଭ୍ରମଣ, ଇସ୍‌ଲାମ୍ ଧର୍ମର ଅଭ୍ୟୁଦୟ ଏବଂ ଆରବମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର, ଆରବ ବଣିକମାନଙ୍କ ସହିତ ଭାରତର ସମ୍ପର୍କ, ଆରବୀୟ ମାନଙ୍କର ସିନ୍ଧୁ ଅଞ୍ଚଳ ଅଧୁକାର ।

→ ଉପକ୍ରମ :

  • କୁଶାଣମାନଙ୍କ ଶାସନ ପରେ ଭାରତ କେତେଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଯାଇଥିଲା ।
  • ପରବର୍ତୀ ସମୟରେ ଗୁପ୍ତମାନେ ଏକ ବିଶାଳ ଓ ଶକ୍ତିଶାଳୀ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ଓ ଭାରତରେ ୨୦୦ ବର୍ଷରୁ ଅଧ୍ବକ କାଳଧରି ନିଜର ଆଧୂପତ୍ୟ ଜାହିର କରିପାରିଥିଲେ ।
  • ଗୁପ୍ତବଂଶର ପ୍ରଥମ ଦୁଇଜଣ ରାଜା ଶ୍ରୀଗୁପ୍ତ ଓ ଘଟୋକୁଚଙ୍କ ପରେ ସେହି ବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ ରାଜତ୍ଵ କରିଥିଲେ । ସେ ରାଜାଧୁରାଜ ଉପାଧ୍ ଧାରଣ କରିଥିଲେ ।

→ ପ୍ରଥମ ଚନ୍ଦ୍ରଗୁପ୍ତ (ଆନୁମାନିକ ରାଜତ୍ଵକାଳ ଖ୍ରୀ.ଅ. ୩୨୦–୩୩୫)

  • ଚନ୍ଦ୍ରଗୁପ୍ତ ଖ୍ରୀ.ଅ.୩୨୦ରେ ସିଂହାସନ ଆରୋହଣ କରିଥିଲେ ।
  • ଏହି ବର୍ଷଠାରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହେଲା ।
  • ସେ ଲିଚ୍ଛବୀ ବଂଶର ରାଜକୁମାରୀ କୁମାରୀଦେବୀଙ୍କୁ ବିବାହ କରିଥିଲେ ।
  • ଏହି ବିବାହଦ୍ବାରା ଉତ୍ତର ଭାରତରେ ପ୍ରଥମ ଚନ୍ଦ୍ରଗୁପ୍ତଙ୍କର ପ୍ରଭାବ ବଢିଥିଲା |
  • ତାଙ୍କର ରାଜ୍ୟ ବିହାର, ବଙ୍ଗଳା ଓ ଉତ୍ତର ଭାରତର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।
  • ପ୍ରଥମ ଚନ୍ଦ୍ରଗୁପ୍ତ ମଧ୍ୟ ଏକ ମୁଦ୍ରା ପ୍ରଚଳନ କରିଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ସମୁଦ୍ରଗୁପ୍ତ (ଖ୍ରୀ.ଅ. ୩୩୫ – ୩୮୦)

  • ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ସମୁଦ୍ରଗୁପ୍ତ ସିଂହାସନ ଆରୋହଣ କରିଥିଲେ ଓ ସେ ଜଣେ ଦିଗବିଜୟୀ ବୀର ଥିଲେ ।
  • ଆହ୍ଲାବାଦ ସ୍ତମ୍ଭଲେଖରୁ ତାଙ୍କର କୃତିତ୍ବ ବିଷୟରେ ଜଣାଯାଏ । ଏହି ପ୍ରଶସ୍ତି ସ୍ତମ୍ଭଲେଖ ତାଙ୍କ ମନ୍ତ୍ରୀ ହରିସେଣ ରଚନା କରିଥିଲେ ଓ ଏଥ‌ିରେ ସମୁଦ୍ରଗୁପ୍ତଙ୍କ ଯଶ ଗାନ କରାଯାଇଥିବାରୁ ଏହାକୁ ପ୍ରଶସ୍ତି କୁହାଯାଏ ।

→ ରାଜ୍ୟଜୟ :

  • ସମୁଦ୍ରଗୁପ୍ତ ଉତ୍ତର ଭାରତର ନଅଜଣ ରାଜାଙ୍କୁ ପରାଜିତ କରି ସେମାନଙ୍କ ରାଜ୍ୟକୁ ନିଜ ସାମ୍ରାଜ୍ୟରେ ମିଶାଇ ଦେଇଥିଲେ ।
  • ସେ ଦକ୍ଷିଣ ଭାରତ ଯୁଦ୍ଧ ଅଭିଯାନରେ ଯାଇ ବାରଜଣ ରାଜାଙ୍କୁ ପରାସ୍ତ କରିଥିଲେ ଓ ବିଜିତ ରାଜ୍ୟଗୁଡ଼ିକୁ ସେମାନଙ୍କୁ ଫେରାଇ ଦେଇଥିଲେ ।
  • ଗୁପ୍ତ ସାମ୍ରାଜ୍ୟର ସୀମାକୁ ଲାଗିଥିବା ସମତଟ, ଦାବକ, କାମରୂପ, ନେପାଳ ପ୍ରଭୃତି ରାଜ୍ୟର ରାଜାମାନେ ଏବଂ ସୀମାନ୍ତରେ ଥିବା ନଅଟି ଜନଜାତିମାନଙ୍କର ମୁଖ୍ୟମାନେ ତାଙ୍କର ବଶତା ସ୍ବୀକାର କରିଥିଲେ ।
  • ସମୁଦ୍ରଗୁପ୍ତ ଶକ, କୁଶାଣ ଏବଂ ମୁରୁଣ୍ଡମାନଙ୍କର ମୁଖ୍ୟ ଓ ସିଂହଳର ରାଜା ମେଘବର୍ଷଙ୍କ ସହିତ ବନ୍ଧୁତ୍ଵପୂର୍ଣ ସନ୍ଧି କରିଥିଲେ ।
    (ସିଂହଳ) ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ସେ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ କରି ସେ ନିଜକୁ ସାର୍ବଭୌମ ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ।
  • ସମୁଦ୍ରଗୁପ୍ତଙ୍କ କବିରାଜ ଉପାଧ୍ ଧାରଣରୁ ଜଣାପଡ଼େ ଯେ ସେ ଜଣେ କବି ଥିଲେ ।
  • ତାଙ୍କଦ୍ୱାରା ପ୍ରଚଳିତ ଏକ ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଖୋଦିତ ବୀଣା ପରି ଏକ ବାଦ୍ୟଯନ୍ତ୍ର ସେ ବଜାଉଥିବାର ଚିତ୍ରରୁ ଜଣାପଡ଼େ ଯେ ସେ ଖୁବ୍ ସଙ୍ଗୀତାନୁରାଗୀ ଥିଲେ ।

→ ଦ୍ବିତୀୟ ଚନ୍ଦ୍ରଗୁପ୍ତ (ଖ୍ରୀ.ଅ. ୩୮୦–୪୧୫) :

  • ସମୁଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ଦ୍ବିତୀୟ ଚନ୍ଦ୍ରଗୁପ୍ତ ସମ୍ରାଟ ହୋଇଥିଲେ ଓ ବିକ୍ରମାଦିତ୍ୟ ଉପାଧ୍ଧରେ ଭୂଷିତ ହୋଇଥିଲେ ।
  • ଦାକ୍ଷିଣାତ୍ୟର ଶକ୍ତିଶାଳୀ ବାକାତକ ରାଜବଂଶର ରାଜକୁମାର ରୁଦ୍ରଦେବଙ୍କ ସହ ତାଙ୍କ କନ୍ୟା ପ୍ରଭାବତୀ ଗୁପ୍ତାଙ୍କୁ ବିକ୍ରମାଦିତ୍ୟ ବିବାହ ଦେଇଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ଦିଗ୍‌ବିଜୟ :

  • ସେ ପଶ୍ଚିମ ଭାରତରେ ଶକମାନଙ୍କ ବିରୋଧରେ ବିଜୟ ଅଭିଯାନ ଚଳାଇ ପଶ୍ଚିମ ମାଳବ ଓ ସୌରାଷ୍ଟ୍ର ଅଧିକାର କରିଥିଲେ ।
  • ଫଳରେ ଗୁପ୍ତ ସାମ୍ରାଜ୍ୟ ଆରବ ସାଗର ପର୍ଯ୍ୟନ୍ତ ବିସ୍ତୃତ ହୋଇ ପାରିଥିଲା ।

→ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ରାଜସଭା :

  • ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ତାଙ୍କ ଦରବାରରେ ନଅଜଣ ବିଖ୍ୟାତ ପଣ୍ଡିତଙ୍କୁ ସ୍ଥାନ ଦେଇଥିଲେ, ଯେଉଁମାନଙ୍କୁ ନବରତ୍ନ କୁହାଯାଉଥିଲା । ସେମାନେ ହେଲେ ବରାହମିହିର, ଅମରସିଂହ, କାଳିଦାସ, ଘଟକର୍ପୂର, ଧନ୍ବନ୍ତରୀ, କ୍ଷପଣକ, ଶଙ୍କୁ, ବରରୁଚି ଓ ବେତାଳଭଟ୍ଟ ।
  • ଏହି ପଣ୍ଡିତମାନେ ସଂସ୍କୃତ ଭାଷାରେ ବହୁ ମୂଲ୍ୟବାନ୍ ଗ୍ରନ୍ଥ ରଚନା କରିଥିଲେ ।
  • ତାଙ୍କ ରାଜତ୍ଵର ଏକ ବିଶିଷ୍ଟ ଘଟଣା ହେଲା ଚୀନ୍ ପରିବ୍ରାଜକ ଫା-ସିଆଁ (ଫାହିୟାନ୍)ଙ୍କ ଭାରତ ଭ୍ରମଣ ।

→ ଫା-ସିଆଁ (ଫାହିୟାନ)ଙ୍କ ଭାରତ ଭ୍ରମଣ :

  • ବୌଦ୍ଧଧର୍ମ ବିଷୟରେ ଅଧ୍ବକ ଜ୍ଞାନ ଆହରଣ ପାଇଁ ଚୀନ୍ ପରିବ୍ରାଜକ ଫା-ସିଆଁ (ଫାହିୟାନ) ଭାରତ ଭ୍ରମଣରେ ଆସିଥିଲେ ।
  • ଫା-ସିଆଁ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କ ସାମାଜିକ, ଆର୍ଥିକ ବ୍ୟବସ୍ଥା ଓ ଧର୍ମ ସମ୍ବନ୍ଧରେ ମୂଲ୍ୟବାନ୍ ବିବରଣୀ ପ୍ରଦାନ କରିଥିଲେ ମଧ ସମ୍ରାଟ୍ ଚନ୍ଦ୍ରଗୁପ୍ତ (ବିକ୍ରମାଦିତ୍ୟ)ଙ୍କ ନାମ ଉଲ୍ଲେଖ କରିନାହାନ୍ତି ।
  • ଫା-ସିଆଁଙ୍କ ବିବରଣୀରୁ ଜଣାପଡ଼େ ଯେ ସେତେବେଳେ ଭାରତୀୟମାନେ ବଡ଼ ଖୁସିରେ ଥିଲେ । ସେମାନେ ବିଭିନ୍ନ ସ୍ଥାନକୁ ଅବାଧରେ ଯାଇ ପାରୁଥିଲେ ।
  • ଲୋକମାନଙ୍କ ଆର୍ଥିକ ଅବସ୍ଥା ଭଲ ଥିଲା ।
  • ରାଜାମାନେ ସୁଶାସକ ଥିଲେ ।
  • ପ୍ରାଣଦଣ୍ଡର ବ୍ୟବସ୍ଥା ନଥିଲା । ଗୁରୁତର ଅପରାଧରେ ଅଙ୍ଗଛେଦ କରାଯାଉଥିଲା । ଦୋଷୀମାନଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଉଥିଲା ।
  • ଗ୍ରାମମାନଙ୍କ ସଂଖ୍ୟା ବହୁତ ଥିଲା ।
  • ରାଜା କୃଷକମାନଙ୍କଠାରୁ ଏକ-ଚତୁର୍ଥାଂଶ ଫସଲକୁ କରରୂପେ ଗ୍ରହଣ କରୁଥିଲେ ।
  • ଉଭୟ ବୌଦ୍ଧଧର୍ମାବଲମ୍ବୀ ଓ ବ୍ରାହ୍ମଣମାନେ ଶାନ୍ତିପୂର୍ଣ୍ଣଭାବେ ଚଳୁଥିଲେ ।
  • ଭାରତରେ ଅନେକ ଧର୍ମଶାଳା ଥିଲା ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ବୌଦ୍ଧଧର୍ମର ଅବନତି ଓ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ :

  • ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଆରମ୍ଭ ହୋଇଥିବା ବୌଦ୍ଧଧର୍ମ ପରବର୍ତ୍ତୀ ସମୟରେ ଭାରତର ବିଭିନ୍ନ ସ୍ଥାନରେ ପ୍ରସାରିତ ହେବା ସହିତ ଶ୍ରୀଲଙ୍କା,ଜାପାନ, ମିଆଁମାର ଆଦି ଦେଶକୁ ପ୍ରସାରିତ ହୋଇଥିଲା; ମାତ୍ର ଗୁପ୍ତ ରାଜତ୍ଵ ସମୟରୁ ବ୍ରାହ୍ମଣ ଧର୍ମର ପୁନରୁତ୍‌ଥାନ ଯୋଗୁ ଏହି ଧର୍ମର କ୍ରମଶଃ ଅବନତି ଘଟିଲା ।

→ ବୌଦ୍ଧଧର୍ମର ଅବନତିର କାରଣ :

  • ଗୁପ୍ତ ରାଜାମାନେ ଦୀର୍ଘ ଦୁଇଶହ ବର୍ଷରୁ ଅଧିକ କାଳ ଶାସନ କରିଥିଲେ । ସେମାନେ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକତା କରିଥିବାରୁ ବ୍ରାହ୍ମଣ୍ୟ ଧର୍ମର ଲୋକପ୍ରିୟତା ବଢ଼ିଥିଲା ।
  • ସଂସ୍କୃତ ଭାଷାର ଅଧ୍ବକ ବ୍ୟବହାର ଯୋଗୁଁ ବ୍ରାହ୍ମଣ୍ୟ ଧର୍ମର ଗ୍ରନ୍ଥ ସବୁ ସଂସ୍କୃତ ଭାଷାରେ ଲେଖା ହୋଇଥିବାରୁ ଅଧ୍ଵ ବୋଧଗମ୍ୟ ହେଲା I
  • ପଞ୍ଚମ ଶତାବ୍ଦୀ ବେଳକୁ ମହାଯାନ ବୌଦ୍ଧଧର୍ମ ଲୋକପ୍ରିୟତା ହରାଇ ନଥିଲା । ମାତ୍ର ବ୍ରାହ୍ମଣ୍ୟ ଧର୍ମର ବିକାଶ ଯୋଗୁ ଏହାର ଲୋକପ୍ରିୟତା ହ୍ରାସ ପାଇଲା ।
  • ଦକ୍ଷିଣ ଭାରତରେ ପଲ୍ଲବମାନେ ମଧ୍ୟ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକତା କରିଥିଲେ । ମହାଯାନ ପନ୍ଥାର ଅଭ୍ୟୁଦୟ ଯୋଗୁ ବୌଦ୍ଧଧର୍ମରେ ମୂର୍ତ୍ତିପୂଜା କରାଗଲା । ବୌଦ୍ଧ ଗ୍ରନ୍ଥସବୁ ସଂସ୍କୃତ ଭାଷାରେ ରଚିତ ହେଲା । ଏହାଦ୍ଵାରା ବୌଦ୍ଧଧର୍ମ ଓ ବ୍ରାହ୍ମଣ୍ୟ ଧର୍ମ ମଧ୍ୟରେ ଥ‌ିବା ପ୍ରଭେଦ ହ୍ରାସ ପାଇଲା । ଏପରିକି ବୁଦ୍ଧ ବିଷ୍ଣୁଙ୍କର ଏକ ଅବତାର ଭାବେ ପରିଗଣିତ ହେଲେ ।
  • ଶେଷରେ ଶଙ୍କରଙ୍କ ପ୍ରବର୍ଣିତ ଅଦ୍ୱୈତବାଦର ପ୍ରଭାବ ବୌଦ୍ଧଧର୍ମ ଉପରେ ପଡ଼ିଲା । ଶଙ୍କରଙ୍କ ଦାର୍ଶନିକ ତତ୍ତ୍ଵ ନିକଟରେ ବୌଦ୍ଧ ପଣ୍ଡିତମାନେ ହାର ମାନିଲେ ନାହିଁ ।
  • ହିନ୍ଦୁଧର୍ମର ପ୍ରଭାବରେ ବୌଦ୍ଧଧର୍ମରେ ତନ୍ତ୍ର ପ୍ରବେଶ କରିବାରୁ ବଜ୍ରଯାନର ଆବିର୍ଭାବ ହେଲା । ଫଳରେ ବୌଦ୍ଧଧର୍ମର ଘୋର ଅବନତି ଘଟିଲା ।

→ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ :

  • ଗୁପ୍ତଯୁଗରେ ବୈଷ୍ଣବ ଧର୍ମ ବିଶେଷ ପ୍ରସାର ଲାଭ କରିଥିଲା ।
  • କେତେକ ଗୁପ୍ତରାଜା ବିଷ୍ଣୁଙ୍କ ଉପାସକ ଥିବାରୁ ଏହାର ପ୍ରଭାବରେ ବୈଷ୍ଣବ ଧର୍ମ ସମାଜରେ ଜନପ୍ରିୟ ହୋଇଥିଲା ।
  • ବିଷ୍ଣୁଙ୍କ ଛଡ଼ା ଭଗବାନ ଶିବଙ୍କୁ ମଧ୍ୟ ଲୋକମାନେ ପୂଜା କରୁଥିଲେ ।
  • ଗୁପ୍ତଯୁଗରେ ୧୮ଟି ପୁରାଣ ସଂକଳନ କରାଯାଇଥିଲା । ଏହାକୁ ଅଷ୍ଟାଦଶ ପୁରାଣ କୁହାଯାଏ । ସେହି ପୁରାଣମାନଙ୍କରେ ବିଷ୍ଣୁ ଓ ଶିବଙ୍କ ମହିମା ବର୍ଣ୍ଣନା କରାଗଲା । ମୂର୍ତ୍ତିପୂଜା ନିମନ୍ତେ ମନ୍ଦିରମାନ ନିର୍ମାଣ କରାଗଲା ।
  • ଗୁପ୍ତଯୁଗରେ ବୈଷ୍ଣବ ଧର୍ମର ଅନ୍ୟ ଏକ ବିଶେଷତ୍ଵ ହେଲା ଅବତାରବାଦ । ଦୁଷ୍ଟର ବିନାଶ ପାଇଁ ବିଷ୍ଣୁ ଯେ ବିଭିନ୍ନ ଅବତାର ରୂପରେ ଭୂପୃଷ୍ଠକୁ ଅବତରଣ କରିଥା’ନ୍ତି – ଏହି ବିଷୟ ଲୋକମାନଙ୍କ ମନରେ ଆଲୋଡ଼ନ ସୃଷ୍ଟିକଲା । ଏହିସବୁ କାରଣ ବ୍ରାହ୍ମଣ୍ୟ ଧର୍ମର ଉତ୍‌ଥାନ ପାଇଁ ଦାୟୀ ବୋଲି କୁହାଯାଇପାରେ ।

→ ଗୁପ୍ତଯୁଗର ସାହିତ୍ୟ, କଳା, ସ୍ଥାପତ୍ୟ, ବିଜ୍ଞାନ :
ସାହିତ୍ୟ :

  • ଗୁପ୍ତଯୁଗରେ ସଂସ୍କୃତ ସାହିତ୍ୟରେ ବିଶେଷ ଉନ୍ନତି ହୋଇଥିଲା । ଏହି ଯୁଗର ପ୍ରସିଦ୍ଧ କବି ଓ ନାଟ୍ୟକାର ଥିଲେ କାଳିଦାସ । ତାଙ୍କଦ୍ବାର ରଚିତ ନାଟକ ମାଳବିକାଗ୍ନିମିତ୍ରମ, ବିକ୍ରମୋର୍ବଶୀୟମ୍ ଓ ଅଭିଜ୍ଞାନ ଶାକୁନ୍ତଳମ୍ ମଧ୍ୟରୁ ଅଭିଜ୍ଞାନ ଶାକୁନ୍ତଳମ୍ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା । ତାଙ୍କର ସଂସ୍କୃତ ଭାଷାର ଅନ୍ୟାନ୍ୟ କାଳଜୟୀ ରଚନା ହେଉଛି ରଘୁବଂଶମ୍, କୁମାରସମ୍ଭବମ୍ ଓ ମେଘଦୂତମ କାବ୍ୟ ।
  • ଗୁପ୍ତ ଯୁଗରେ ଶୁଦ୍ରକଙ୍କଦ୍ବାରା ରଚିତ ମୃଚ୍ଛକଟିକମ୍ ଏକ ସାମାଜିକ ନାଟକ । ସେ ସମୟରେ ବିଷ୍ଣୁଶର୍ମାଙ୍କଦ୍ବାରା ‘ପଞ୍ଚତନ୍ତ୍ର୍ୟ’ ରଚିତ ହୋଇଥିଲା ।
  • ଅମରସିଂହ ‘ଅମରକୋଷ’ ଅଭିଧାନ ରଚନା କରିଥିଲେ ।
  • ଏତଦ୍‌ବ୍ୟତୀତ ଗୁପ୍ତ ଯୁଗରେ ରାମାୟଣ, ମହାଭାରତ ଓ ଅନ୍ୟାନ୍ୟ ପୁରାଣଗୁଡ଼ିକର ସଂକଳନ ସଂପୂର୍ଣ ହୋଇଥିଲା ।
  • ଉପରୋକ୍ତ ଆଲୋଚନାରୁ ଜଣାଯାଏ ସାହିତ୍ୟ କ୍ଷେତ୍ରରେ ଗୁପ୍ତଯୁଗ ଏକ ଗୌରବମୟ ଯୁଗ ଥିଲା ।

→ ସ୍ଥାପାତ୍ୟ :

  • ଗୁପ୍ତଯୁଗରେ ଅନେକ ବୌଦ୍ଧ ଚୈତ୍ୟଗୃହ ଓ ବିହାର ନିର୍ମାଣ କରାଯାଇଥିଲା । ଏ ସମୟର ପଥର ଖୋଦିତ ସ୍ଥାପତ୍ୟର ଦୃଷ୍ଟାନ୍ତ ଅଜନ୍ତା ଗୁମ୍ଫାରେ ଦେଖିବାକୁ ମିଳେ ।
  • ବ୍ରାହ୍ମଣ୍ୟ ଧର୍ମର ପୁନରତ୍‌ଥାନ ଫଳରେ ଗୁପ୍ତଯୁଗରେ ନାନା ଦେବଦେବୀଙ୍କ ମନ୍ଦିର ନିର୍ମିତ ହୋଇଥିଲା ।
  • ଝାନ୍ସୀ ଜିଲ୍ଲାର ଦେଓଗଡ଼ଠାରେ ଦଶାବତାର ମନ୍ଦିର, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ତଗଠାରେ ବିଷ୍ଣୁମନ୍ଦିର, ଭୂମାରାଠାରେ ଶିବମନ୍ଦିର ଓ ଭିତରଗାଓଁର ଇଟାରେ ନିର୍ମିତ ମନ୍ଦିର ଆଦି ଗୁପ୍ତଯୁଗ ସ୍ଥାପତ୍ୟର ନିଦର୍ଶନ ଅଟନ୍ତି ।

→ ଭାସ୍କର୍ଯ୍ୟ :

  • ଗୁପ୍ତଯୁଗର ଶ୍ରେଷ୍ଠ କଳାକୃତି ମଥୁରା ଓ ସାରନାଥରେ ଦେଖିବାକୁ ମିଳେ । ସାରନାଥର ବୁଦ୍ଧମୂର୍ତ୍ତି ଭାରତୀୟ ଭାସ୍କର୍ଯ୍ୟର ଅନୁପମ କୃତିଭାବେ ପରିଗଣିତ ।
  • ମଧ୍ୟପ୍ରଦେଶର ଉଦୟଗିରିରେ ଥିବା ବରାହ ମୂର୍ତ୍ତି, ଦେଓଗଡ଼ର ଶେଷଶାୟୀ ବିଷ୍ଣୁ, ଅହିଛତ୍ରର ମାଟିର ମୂର୍ତ୍ତି ଓ କୋହର ମୁଖଲିଙ୍ଗ ଆଦି ଗୁପ୍ତ ମୂର୍ତ୍ତିକଳାର ଅନୁପମ କୃତି ।

→ ଚିତ୍ରକଳା :
ଗୁପ୍ତଯୁଗରେ ଚିତ୍ରକଳାର ମଧ୍ୟ ଉନ୍ନତି ଘଟିଥିଲା I ମହାରାଷ୍ଟ୍ରର ଅଜନ୍ତା ଗୁମ୍ଫାରେ ଥ‌ିବା ଚିତ୍ର ବିଶ୍ବବିଦିତ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ବିଜ୍ଞାନ :

  • ଗଣିତ କ୍ଷେତ୍ରରେ ଦଶମିକ ପଦ୍ଧତି, ଶୂନ୍ୟର ପ୍ରଚଳନ ଗୁପ୍ତଯୁଗର ଅବଦାନ । ଭାରତରୁ ଅଙ୍କ ଲିଖନ ପଦ୍ଧତି ଆରବ ଦେଶ ଓ ୟୁରୋପକୁ ମଧ୍ୟ ଯାଇଥିଲା । ପ୍ରଖ୍ୟାତ ଗଣିତ ବିଶାରଦ ଆର୍ଯ୍ୟଭଟ୍ଟ ‘ଆର୍ଯ୍ୟଭଟୀୟମ୍’ ପୁସ୍ତକ ରଚନା କରିଥିଲେ ।
  • ଆର୍ଯ୍ୟଭଟ୍ଟ ଗଣିତ ଓ ଜ୍ୟୋତିର୍ବିଜ୍ଞାନରେ ପାରଙ୍ଗମ ଥିଲେ । ସେ ସମୟର ଆଉ ଜଣେ ଜ୍ୟୋତିର୍ବିଜ୍ଞାନୀ ହେଲେ ବରାହମିହିର । ସେ ବୃହତ୍ ସଂହିତା ରଚନା କରିଥିଲେ । ସେ ସିଦ୍ଧାନ୍ତିକାରେ ରୋମକ ସିଦ୍ଧାନ୍ତ କଥା ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଗ୍ରୀକ୍ ପ୍ରଭାବ ପଡ଼ିଥିବା ଜଣାଯାଏ ।
  • ଚିକିତ୍ସା ଶାସ୍ତ୍ର ବିଶାରଦ ବାଗଭଟ୍ଟ ଗୁପ୍ତ ଯୁଗରେ ଥିଲେ ବୋଲି ବିଶ୍ଵାସ କରାଯାଏ ।
  • ଗୁପ୍ତଯୁଗରେ ଧାତୁଶିଳ୍ପର ମଧ୍ଯ ଉନ୍ନତି ଘଟିଥିଲା ।
  • ଗୁପ୍ତଯୁଗର ଶିଳ୍ପୀମାନେ ସୁନ୍ଦର ସୁନ୍ଦର ଲୌହ ଓ କଂସା ମୂର୍ତ୍ତି ନିର୍ମାଣ କରିଥିଲେ ।
  • ଦିଲ୍ଲୀର ମେହରାଉଲିଠାରେ ଥିବା ଲୌହସ୍ତମ୍ଭ ଯେଉଁଥରେ ଆଜିପର୍ଯ୍ୟନ୍ତ କଳଙ୍କି ଲାଗିନାହିଁ ତାହା ଗୁପ୍ତଯୁଗର କୀର୍ତି । ଏଥିରୁ ଗୁପ୍ତଯୁଗର ଧାତୁଶିଳ୍ପ ବିଦ୍ୟାର ନିପୁଣତା ଜଣାଯାଏ ।
  • ନାଳନ୍ଦାରୁ ମିଳିଥିବା ଏକ ତାମ୍ର ନିର୍ମିତ ବୁଦ୍ଧମୂର୍ତ୍ତି ଯାହାର ରଙ୍ଗ ଅଦ୍ୟାବଧୂ ସତେଜ ରହିଛି ସେଥୁରୁ ସେମାନଙ୍କ ଶିଳ୍ପ ନିପୁଣତା ଜଣାଯାଏ ।
  • ଉପରୋକ୍ତ ବର୍ଣ୍ଣନାରୁ ଗୁପ୍ତଯୁଗ ଭାରତ ଇତିହାସର ଏକ ସୁବର୍ଣ୍ଣଯୁଗ ବୋଲି ପ୍ରତୀୟମାନ ହୁଏ ।

→ ପଲ୍ଲବ ବଂଶ, ଚାଲୁକ୍ୟ ବଂଶ, ବର୍ଷନବଂଶ ଏବଂ ଜୁଆଙ୍ଗ ଜାଙ୍ଗଙ୍କ ଭାରତ ଭ୍ରମଣ :
ପଲ୍ଲବ ବଂଶ :

  • ପଲ୍ଲବମାନେ ତାମିଲନାଡୁର କାଞ୍ଚ୍ ଅଞ୍ଚଳରେ ରାଜତ୍ଵ କରୁଥିବା ଏକ ପ୍ରାଚୀନ ରାଜବଂଶ ।
  • ସିଂହବିଷ୍ଣୁ ଏହି ବଂଶର ପ୍ରଥମ ରାଜା ଓ ତାଙ୍କ ପରେ ମହେନ୍ଦ୍ର ବର୍ମନ ସିଂହାସନ ଆରୋହଣ କରିଥିଲେ ।
  • ପଲ୍ଲବ ବଂଶର ସର୍ବଶ୍ରେଷ୍ଠ ରାଜା ପ୍ରଥମ ନରସିଂହ ବର୍ଦ୍ଧନ ଥିଲେ ।
  • ସେ ଚାଲୁକ୍ୟ ରାଜା ଦ୍ଵିତୀୟ ପୁଲକେଶୀଙ୍କୁ ଯୁଦ୍ଧରେ ପରାସ୍ତ କରି ଚାଲୁକ୍ୟ ରାଜଧାନୀ ବାତାପିକୁ ଅଧିକାର କରିଥିଲେ । ସେଥ‌ିପାଇଁ ତାଙ୍କୁ ବାତାପିକୋଣ୍ଡା (ବାତାପିର ବିଜୟୀ) ନାମରେ ଅଭିହିତ କରାଯାଇଥିଲା ।
  • ପୁଲକେଶୀନ୍ ଯୁଦ୍ଧରେ ପରାସ୍ତ ହୋଇ ମୃତ୍ୟୁବରଣ କରିଥିଲେ ।
  • ସେ ଚେର ଓ ଚୋଳମାନଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ଓ ଶ୍ରୀଲଙ୍କା ବିରୁଦ୍ଧରେ ନୌସେନା ପଠାଇ ସଫଳତା ଲାଭ କରିଥିଲେ ।
  • ନବମ ଶତାବ୍ଦୀର ଶେଷ ଭାଗରେ ଚୋଳମାନେ ପଲ୍ଲବ ରାଜ୍ୟକୁ ଧ୍ୱଂସ କରିଦେଇଥିଲେ ।

→ ପଲ୍ଲବ ରାଜତ୍ଵରେ ଦକ୍ଷିଣ ଭାରତରେ ସଂସ୍କୃତିର ବିକାଶ :

  • ପଲ୍ଲବମାନଙ୍କ ରାଜତ୍ୱ ସମୟରେ କଳା, ସଂସ୍କୃତି ଓ ସ୍ଥାପତ୍ୟର ପ୍ରଭୂତ ବିକାଶ ଘଟିଥିଲା ।
  • ସେ ସମୟରେ ସଂସ୍କୃତ ଭାଷାକୁ ଯଥେଷ୍ଟ ସମ୍ମାନ ଦିଆଯାଉଥିଲା ।
  • ଭାରବୀ ଓ ଦଣ୍ଡିଙ୍କ ପରି ମହାନ୍ ପଣ୍ଡିତ ପଲ୍ଲବ ରାଜଦରବାରରେ ଥିଲେ ।
  • ଭାରବୀଙ୍କ ରଚିତ କୀରାତାର୍ଜୁନୀୟମ୍ ଏବଂ ଦଶକୁମାର ଚରିତମ୍ ସଂସ୍କୃତ ଭାଷାର ଦୁଇଟି ସୁବିଦିତ ଗ୍ରନ୍ଥ ଏବଂ ରାଜା ପ୍ରଥମ ମହେନ୍ଦ୍ର ବର୍ମନଙ୍କଦ୍ବାରା ରଚିତ ମତ୍ତବିଳାସ ପ୍ରହସନ ଏକ ସାମାଜିକ ନାଟକ ।
  • କାଞ୍ଚ୍ ସଂସ୍କୃତି ଓ ଶିକ୍ଷାର ଏକ ଶ୍ରେଷ୍ଠ କେନ୍ଦ୍ର ଏବଂ କାଞ୍ଚ୍ ବିଶ୍ୱବିଦ୍ୟାଳୟ ଆର୍ଯ୍ୟ ସଂସ୍କୃତି ପ୍ରସାରର କେନ୍ଦ୍ର ଥିଲା ।
  • ଧର୍ମ କ୍ଷେତ୍ରରେ ଭକ୍ତି ଆନ୍ଦୋଳନ ବୈଷ୍ଣବ ଓ ଶୈବ ସନ୍ଥମାନଙ୍କଦ୍ଵାରା ପ୍ରଥମେ ପଲ୍ଲବ ରାଜ୍ୟରେ ଆରମ୍ଭ ହୋଇଥିଲା ।
  • ପଲ୍ଲବ-ରାଜାମାନେ ସବୁଧର୍ମକୁ ସମାନ ଭାବରେ ଦେଖୁଥିଲେ ।
  • ଏହି ସମୟରେ ଦକ୍ଷିଣ ଭାରତରେ ଆର୍ଯ୍ୟ ସଂସ୍କୃତିର ପ୍ରସାର ସଂପୂର୍ଣ୍ଣ ହୋଇଥିଲା । ଚୀନ୍ ପରିବ୍ରାଜକ ଜୁଆଙ୍ଗ୍‌- ଜାଙ୍ଗୁ ପଲ୍ଲବ ରାଜ୍ୟ ଭ୍ରମଣ କରି ତାଙ୍କ ବିବରଣୀରେ କାଞ୍ଚିପୁରମ୍ ସମ୍ବନ୍ଧରେ ବହୁ ତଥ୍ୟ ପ୍ରଦାନ କରିଛନ୍ତି ।

→ ପଲ୍ଲବ ରାଜତ୍ଵରେ କଳା ଓ ସ୍ଥାପତ୍ୟର ବିକାଶ :

  • ପଲ୍ଲବ ରାଜତ୍ଵରେ କଳା ଓ ସ୍ଥାପତ୍ୟର ପ୍ରଭୂତ ବିକାଶ ହୋଇଥିଲା ।
  • ଉଭୟ ଶିବ ଓ ବିଷ୍ଣୁ ମନ୍ଦିରମାନ ନିର୍ମାଣ କରାଯାଇଥିଲା । ବିରାଟ ପଥର କାଟି ମହାବଳୀପୁରମ୍ଭରେ କେତେଗୁଡ଼ିଏ ମନ୍ଦିର ନିର୍ମାଣ କରାଯାଇଥିଲା ଯାହାକୁ ରଥ କୁହାଯାଉଥିଲା ।
  • ମହାବଳୀପୁରମ୍ବର ପାଣ୍ଡବ ରଥ, ସମୁଦ୍ରତଟ ମନ୍ଦିର ଓ କାଞ୍ଚିପୁରମ୍ଭରେ ନିର୍ମିତ କୈଳାସନାଥ ମନ୍ଦିର ପଲ୍ଲବମାନଙ୍କର ବିଖ୍ୟାତ କୃତି ।

→ ଚାଲୁକ୍ୟ ବଂଶ :

  • ବିନ୍ଧ୍ୟ ପର୍ବତମାଳାରୁ ତୁଙ୍ଗଭଦ୍ରା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳକୁ ଦାକ୍ଷିଣାତ୍ୟ କୁହାଯାଏ ।
  • ଦାକ୍ଷିଣାତ୍ୟରେ ସାତବାହନମାନଙ୍କ ପତନ ପରେ ବାକାତକମାନେ ଏକ ଶକ୍ତିଶାଳୀ ରାଷ୍ଟ୍ର ସ୍ଥାପନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବେଶୀଦିନ ଶାସନ କରିବା ପାଇଁ ସଫଳ ହେଲେ ନାହିଁ ।
  • ବାକାତକମାନଙ୍କ ପରେ ଚାଲୁକ୍ୟମାନେ ଦାକ୍ଷିଣାତ୍ୟରେ ଏକ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣ କରିବାରେ ସଫଳତା ଲାଭକଲେ ଓ ମୁଖ୍ୟତଃ କୃଷ୍ଣା ଓ ତୁଙ୍ଗଭଦ୍ରା ନଦୀ ମଧ୍ୟରେ ଥିବା ରାଇଚୁରର ଉର୍ବର ଅଞ୍ଚଳରେ ଚାଲୁକ୍ୟମାନେ ନିଜର ଆଧୂପତ୍ୟ ବିସ୍ତାର କରିବା ପାଇଁ ଉଦ୍ୟମ କରିଆସୁଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ଦ୍ବିତୀୟ ପୁଲକେଶୀନ୍ (ଖ୍ରୀ.ଅ. ୬୦୮- ୬୪୨)

  • ଜୈନ କବି ରବିକୀର୍ତିଙ୍କଦ୍ବାରା ରଚିତ ଅହିହୋଇ ଶିଳାଲେଖରୁ ପୁଲକେଶୀଙ୍କ ରାଜତ୍ଵ ସମ୍ପର୍କରେ ଅନେକ କଥା ଜଣାପଡ଼େ ।
  • ଚାଲୁକ୍ୟ ରାଜାମାନଙ୍କ ମଧ୍ୟରେ ଦ୍ୱିତୀୟ ପୁଲକେଶୀନ୍ ସର୍ବଶ୍ରେଷ୍ଠ ରାଜା ଥିଲେ ଓ ସେ ହର୍ଷବର୍ଦ୍ଧନଙ୍କ ସମସାମୟିକ ଥିଲେ ।
  • ହର୍ଷବର୍ଦ୍ଧନ ତାଙ୍କ ଦକ୍ଷିଣ ଭାରତ ଅଭିଯାନରେ ନର୍ମଦା ନଦୀକୂଳରେ ପୁଲକେଶୀନ୍‌ଙ୍କ ସହ ଯୁଦ୍ଧ କରିଥିଲେ ଓ ପରାସ୍ତ ହୋଇ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
  • ହର୍ଷବର୍ଦ୍ଧନଙ୍କୁ ପରାସ୍ତ କରି ଚାଲୁକ୍ୟ ରାଜା ପୁଲକେଶୀନ୍ ଦକ୍ଷିଣାପଥ ସ୍ଵାମୀ ଉପାଧିରେ ଭୂଷିତ ହୋଇଥିଲେ ।
  • ସେ ପଲ୍ଲବ ରାଜା ମହେନ୍ଦ୍ର ବର୍ମନଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କରିଥିଲେ ।
  • ତାଙ୍କ ସମୟରେ ଚାଲୁକ୍ୟ ରାଜ୍ୟର ସୀମା ପଶ୍ଚିମରେ ଆରବ ସାଗର ଓ ଦକ୍ଷିଣରେ ବର୍ତ୍ତମାନର କର୍ଣାଟକ ରାଜ୍ୟ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
  • ପୁଲକେଶୀନ୍ ପଲ୍ଲବ ରାଜା ପ୍ରଥମ ନରସିଂହ ବମନଙ୍କଦ୍ୱାରା ଯୁଦ୍ଧରେ ପରାଜିତ ହୋଇଥିଲେ । ଚାଲୁକ୍ୟ ରାଜଧାନୀ ବାତାପିକୁ ପଲ୍ଲବମାନେ ଅଧିକାର କରିନେଲେ ।
  • ଅଷ୍ଟମ ଶତାବ୍ଦୀର ମଧ୍ୟଭାଗ ବେଳକୁ ଚାଲୁକ୍ୟ ରାଜ୍ୟର ପତନ ଘଟିଥିଲା ।

→ ଚାଲୁକ୍ୟମାନଙ୍କ ସମୟରେ ସଂସ୍କୃତିର ବିକାଶ :

  • ଚାଲୁକ୍ୟ ରାଜ୍ୟର ରାଜଧାନୀ ‘ବାତାପି’ ବା ‘ବାଦାମି’ ଯାହା ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ, ସେ ସମୟରେ ଏକ ସମୃଦ୍ଧଶାଳୀ ସହର ଥିଲା ।
  • ବାଣିଜ୍ୟଗତ ସମ୍ପର୍କ ଯୋଗୁ ଚାଲୁକ୍ୟ ସାମ୍ରାଜ୍ୟର ଅର୍ଥନୈତିକ ଉନ୍ନତି ଘଟିଥିଲା ।
  • ଇରାନ୍, ଆରବ ଦେଶ ଏବଂ ଲୋହିତ ସାଗରସ୍ଥିତ ବିଭିନ୍ନ ବନ୍ଦର ସହିତ ଚାଲୁକ୍ୟ ବଣିକମାନେ ବ୍ୟବସାୟ କରିବା ପାଇଁ ଯାଉଥିଲେ ।
  • ଦ୍ଵିତୀୟ ପୁଲକେଶୀନ୍ ପାରସ୍ୟ ରାଜା ଦ୍ଵିତୀୟ ଖୁସୁଙ୍କ ନିକଟକୁ ଦୂତ ପଠାଇଥିଲେ ।
  • ଜୁଆଙ୍ଗ-ଜାଙ୍ଗଙ୍କ ବିବରଣୀରୁ ସେ ଜଣେ ପରାକ୍ରମୀ ରାଜା ଥିଲେ ବୋଲି ଜଣାଯାଏ ।

→ ଚାଲୁକ୍ୟମାନଙ୍କ କୀର୍ତ୍ତି :

  • ଚାଲୁକ୍ୟ ରାଜ୍ୟରେ ପାହାଡ଼ ଖୋଳି ମନ୍ଦିର ନିର୍ମାଣ କରାଯାଉଥିଲା ।
  • ବାତାପି ବା ବାଦାମିରେ ଥିବା ବିଭିନ୍ନ ମନ୍ଦିରରେ ବିଷ୍ଣୁ, ବ୍ରହ୍ମା ଓ ଶିବଙ୍କର ଅତି କମନୀୟ ମୂର୍ତ୍ତି ଦେଖିବାକୁ ମିଳେ ।
  • ଏହି ସମୟରେ ଅଜନ୍ତାର ଚୈତଗୃହଗୁଡ଼ିକ ପାହାଡ଼ରେ ଖୋଦିତ ହୋଇଥିଲା ।
  • ଏଲୋରା, ମେଗୁଡି, ଅହିହୋଲ ଓ ପଟ୍ଟଦକଠାରେ ମନ୍ଦିର ଚାଲୁକ୍ୟ ରାଜତ୍ଵ କାଳରେ ନିର୍ମିତ ହୋଇଥିଲା ।

→ ବର୍ଷନ ବଂଶ :

  • ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ମଧ୍ୟଭାଗରେ ଗୁପ୍ତ ସାମ୍ରାଜ୍ୟର ପତନ ପରେ ଭାରତ ଅନେକଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଗଲା । ଷଷ୍ଠ ଶତାବ୍ଦୀର ଶେଷ ଭାଗରେ ଉତ୍ତର ଭାରତରେ ଦୁଇଟି ପ୍ରମୁଖ ରାଜବଂଶର ଉତ୍‌ଥାନ ହୋଇଥିଲା ଯଥା- ଥାନେଶ୍ବରର ବର୍ଷନ ବଂଶ ଏବଂ କନୌଜର ମୌଖରୀ ବଂଶ ।
  • ସପ୍ତମ ଶତାବ୍ଦୀର ଆରମ୍ଭରେ ପ୍ରଭାକର ବଦ୍ଧନ ‘ମହାରାଜାଧୁରାଜ’ ଉପାଧ୍ରେ ଭୂଷିତ ହୋଇ ଥାନେଶ୍ବରରେ ଏକ ସ୍ବତନ୍ତ୍ର ରାଜ୍ୟ ସ୍ଥାପନ କଲେ ।
  • ରାଜ୍ୟବର୍ଦ୍ଧନ ଓ ହର୍ଷବର୍ଦ୍ଧନ ତାଙ୍କର ଦୁଇପୁତ୍ର ଏବଂ ଏକମାତ୍ର କନ୍ୟା ରାଜ୍ୟଶ୍ରୀ ମୌଖାରୀ ରାଜକୁମାର ଗ୍ରହବର୍ମନଙ୍କୁ ବିବାହ କରିଥିଲେ ।
  • ପିତାଙ୍କ ମୃତ୍ୟୁ ପରେ ରାଜ୍ୟବର୍ଦ୍ଧନ ଥାନେଶ୍ଵରର ରାଜା ହୋଇଥିଲେ ।
  • ମାଳବର ରାଜା ଦେବଗୁପ୍ତ ରାଜଶ୍ରୀଙ୍କ ସ୍ୱାମୀ ଗ୍ରହବର୍ମନଙ୍କୁ ହତ୍ୟା କରିଥିଲେ ।
  • ରାଜ୍ୟବର୍ଦ୍ଧନ ଭଗ୍ନୀପତିର ହତ୍ୟାକାରୀକୁ ଯୁଦ୍ଧରେ ପରାସ୍ତ କରି ଫେରିଲାବେଳେ ଗୌଡ଼ର ଶାସକ ଶଶାଙ୍କଙ୍କ ଷଡ଼ଯନ୍ତ୍ରଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା ।

→ ହର୍ଷବର୍ଦ୍ଧନ :

  • ଏହି ଦୁଃଖପୂର୍ଣ୍ଣ ଅବସ୍ଥାରେ ହର୍ଷବର୍ଦ୍ଧନ ବଡ଼ଭାଇ ରାଜ୍ୟବର୍ଦ୍ଧନଙ୍କ ମୃତ୍ୟୁ ପରେ ଖ୍ରୀ.ଅ. ୬୦୬ରେ ଷୋଳବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।

→ ରାଜ୍ୟଜୟ :

  • ହର୍ଷବର୍ଦ୍ଧନ ମୌଖରୀ ରାଜ୍ୟର ରାଜା ହେବା ଫଳରେ ଥାନେଶ୍ବର ଓ କନୌଜ ରାଜ୍ୟର ମିଶ୍ରଣ ହେଲା ।
  • ହର୍ଷବର୍ଦ୍ଧନ ତାଙ୍କ ରାଜଧାନୀ ଥାନେଶ୍ବରରୁ କନୌଜକୁ ସ୍ଥାନାନ୍ତର କରିଥିଲେ ।
  • ହର୍ଷ ବଦ୍ଧନ ବଂଶର ପ୍ରଧାନ ଶତ୍ରୁ ଗୌଡ଼ରାଜା ଶଶାଙ୍କଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ଯୁଦ୍ଧ ଅଭିଯାନରେ ବାହାରିଥିଲେ ।
  • ଶଶାଙ୍କ ହର୍ଷିଙ୍କଦ୍ୱାରା ପରାସ୍ତ ହୋଇଥିଲେ କି ନାହିଁ ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳି ନଥିଲେ ମଧ୍ୟ ଶଶାଙ୍କଙ୍କ ମୃତ୍ୟୁପରେ ହର୍ଷ ଗୌଡ଼ (ବଙ୍ଗଳା) ଅଧିକାର କରି ନେଇଥିଲେ ।
  • ହର୍ଷବର୍ଦ୍ଧନ ନିଜର ଜାମାତା ଧ୍ରୁବସେନଙ୍କୁ ବଲ୍ଲବୀ ରାଜ୍ୟ ସିଂହାସନରେ ବସାଇ ତାଙ୍କର ଆଧ୍ଵପତ୍ୟକୁ ବଲ୍ଲବୀରେ ପ୍ରତିଷ୍ଠିତ କରାଇଥିଲେ ।
  • ଚାଲୁକ୍ୟ ରାଜା ଦ୍ଵିତୀୟ ପୁଲକେଶୀନ୍‌ଙ୍କଦ୍ବାରା ଦାକ୍ଷିଣାତ୍ୟ ଅଭିଯାନରେ ପରାଜିତ ହୋଇ ହର୍ଷବଦ୍ଧନ ନିଜ ରାଜ୍ୟକୁ ଫେରି ଆସିଥିଲେ ।
  • ହର୍ଷବର୍ଦ୍ଧନ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ । ତେଣୁ ତାଙ୍କୁ ‘ସକଳୋତ୍ତର ପଥନାଥ’ କହାଯାଉଥିଲା ।
  • ହର୍ଷବର୍ଦ୍ଧନ ଚାଳିଶବର୍ଷ ରାଜତ୍ବ କରି ୬୪୭ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ହର୍ଷଙ୍କ ସମୟରେ ଶାସନ ବ୍ୟବସ୍ଥା :

  • ହର୍ଷବର୍ଦ୍ଧନ ଗୁପ୍ତ ଶାସନର ବିଧି ବ୍ୟବସ୍ଥାକୁ ସାମାନ୍ୟ ପରିବର୍ତ୍ତନ କରି ନିଜ ସାମ୍ରାଜ୍ୟରେ ପ୍ରଚଳନ କରିଥିଲେ ।
  • ଶାସନକାର୍ଯ୍ୟ ପରିଚାଳନା ପାଇଁ ସେ ବହୁ କର୍ମଚାରୀ ନିଯୁକ୍ତ କରିଥିଲେ ।
  • ଅଶୋକଙ୍କ ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତକରି ସେ ପ୍ରତ୍ୟକ୍ଷ ଭାବରେ ଶାସନ ବ୍ୟବସ୍ଥାକୁ ନିରୀକ୍ଷଣ କରୁଥିଲେ ।
  • ତାଙ୍କ ସମୟରେ ଉତ୍ପନ୍ନ ଶସ୍ୟର ଏକ ଷତାଂ ଶ କରରୂପେ ଆଦାୟ କରାଯାଉଥିଲା ।
  • ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ହର୍ଷ କଠୋର ଆଇନ ପ୍ରଣୟନ କରିଥିଲେ ଓ ଗୁରୁତର ଅପରାଧ ପାଇଁ ଅଙ୍ଗଚ୍ଛେଦନ କରାଯାଉଥିଲା ।

→ ଧର୍ମ :

  • ହର୍ଷବର୍ଦ୍ଧନ ଉଭୟ ହିନ୍ଦୁ ଓ ବୌଦ୍ଧଧର୍ମ ବିଶ୍ଵାସୀ ଥିଲେ; ମାତ୍ର ଜୀବନର ଶେଷବେଳକୁ ସେ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।
  • ସେ ନିଜେ ସୂର୍ଯ୍ୟ, ଶିବ ଓ ବୁଦ୍ଧଙ୍କର ଉପାସନା କରୁଥିଲେ ।
  • ଚୀନ୍ ପରିବ୍ରାଜକ ଜୁଆଙ୍ଗ୍-ଜାଙ୍ଗ୍‌ଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ରାଜଧାନୀ କନୌଜରେ ସେ ଏକ ବିରାଟ ଧର୍ମସଭା ଆୟୋଜନ କରିଥିଲେ । .
  • ହର୍ଷ ପାଞ୍ଚବର୍ଷରେ ଥରେ ପ୍ରୟାଗ (ଆହ୍ଲାବାଦ)ଠାରେ ଏକ ଧର୍ମ ଉତ୍ସବର ଆୟୋଜନ କରୁଥିଲେ ।
  • ସେହି ଉତ୍ସବରେ ସେ ରାଜ୍ୟର ସମସ୍ତ ସଞ୍ଚା ଧନକୁ ଲୋକମାନଙ୍କୁ ଦାନ କରୁଥିଲେ । ତେଣୁ ତାଙ୍କୁ ଦାନବୀର ହର୍ଷ କୁହାଯାଉଥିଲା ।
  • ତାଙ୍କ ସମୟରେ ମହାଯାନ ବୌଦ୍ଧଧର୍ମର ବିଶେଷ ପ୍ରସାର ହୋଇଥିଲା ।

→ ସାହିତ୍ୟ :

  • ହର୍ଷବର୍ଦ୍ଧନଙ୍କର ସାହିତ୍ୟ ପ୍ରତି ରୁଚି ଥୁଲା I
  • ନାଗାନନ୍ଦ, ରତ୍ନାବଳୀ ଏବଂ ପ୍ରିୟଦର୍ଶିକା ଆଦି ନାଟକ ତାଙ୍କଦ୍ବାରା ରଚିତ ହୋଇଥିବା ଲୋକମାନେ ବିଶ୍ୱାସ କରନ୍ତି ।
  • ହର୍ଷିଙ୍କ ରଜସଭା ମଣ୍ଡନ କରୁଥିବା କବି ବାଣଭଟ୍ଟ ହର୍ଷଚରିତଂ ଓ କାଦମ୍ବରୀ ରଚନା କରିଥିଲେ ।

→ ଜୁଆଙ୍ଗ୍-ଜାଲ୍ (ହୁଏନ୍‌ସାଂ)ଙ୍କ ଭାରତ ଭ୍ରମଣ :

  • ଭାରତରୁ ବୌଦ୍ଧଗ୍ରନ୍ଥ ସଂଗ୍ରହ କରିବା ଏବଂ ବୌଦ୍ଧଧର୍ମ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ଚୀନ୍ ପରିବ୍ରାଜକ ଜୁଆଙ୍ଗ୍‌-ଜାଙ୍ଗ୍ (ହୁଏନ୍‌ସାଂ) ୬୨୯ ଖ୍ରୀଷ୍ଟାବ୍ଦରେ ସ୍ଥଳପଥରେ ଭାରତ ଆସିଥିଲେ ।
  • ହର୍ଷଙ୍କ ସମୟର ସାମାଜିକ ଓ ଅର୍ଥନୈତିକ ଅବସ୍ଥା, ଧର୍ମ ଏବଂ ଶାସନ ବ୍ୟବସ୍ଥା ସମ୍ପର୍କରେ ଅନେକ କଥା ତାଙ୍କ ଭ୍ରମଣ ବିବରଣୀ ସି-ୟୁ-କି ନାମକ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି ।
  • ତାଙ୍କ ବିବରଣୀରୁ ଜଣାଯାଏ ଯେ ସେତେବେଳେ କନୌଜ ଏକ ସମୃଦ୍ଧିଶାଳୀ ନଗର ଥିଲା ଏବଂ ପାଟଳୀପୁତ୍ର ଓ ବୈଶାଳୀ ନଗରମାନଙ୍କର ଗୌରବ ହ୍ରାସ ପାଇଥିଲା ।
  • ଲୋକମାନେ ସରଳ ଜୀବନଯାପନ କରୁଥିଲେ ଓ ଅଧିକାଂଶ ଲୋକ ନିରାମିଷ ଖାଦ୍ୟ ଖାଉଥିଲେ ।
  • ଜାତିପ୍ରଥା କଠୋର ଥିଲା ଓ ଶୂଦ୍ରମାନଙ୍କୁ କୃଷକ ଜାତିର ଲୋକ କୁହାଯାଉଥିଲା ।
  • ତାଙ୍କ ବିବରଣୀରୁ ଜଣାଯାଏ ଯେ ବୌଦ୍ଧଧର୍ମର ଅଠରଗୋଟି ଶାଖା ଥିଲା । ସେହି ଶାଖାମାନଙ୍କୁ ମଧ୍ୟରୁ ମହାଯାନ ଓ ହୀନଯାନ ଶାଖା ପ୍ରଧାନ ଥିଲା I
  • ହର୍ଷିଙ୍କ ସମୟରେ ନାଳନ୍ଦା ବିଶ୍ଵବିଦ୍ୟାଳୟ ଏକ ଶ୍ରେଷ୍ଠ ଓ ସମ୍ମାନଜନକ ଶିକ୍ଷାନୁଷ୍ଠାନ ଥିଲା । ସେଠାରେ ୧୦, ୦୦୦ ସଂଖ୍ୟକ ଦେଶ-ବିଦେଶର ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ । ନାଳନ୍ଦା ବିଶ୍ବବିଦ୍ୟାଳୟରେ ମହାଯାନ ଶାଖାର ବୌଦ୍ଧ ଦର୍ଶନ ଶିକ୍ଷା ଦିଆଯାଉଥିଲା ।
  • ଜୁଆଙ୍ଗ୍-ଜାଙ୍ଗ୍ ତାଙ୍କ ବିବରଣୀରେ ହର୍ଷଙ୍କଦ୍ବାରା ଆୟୋଜିତ କନୌଜ ସଭା ଏବଂ ପ୍ରୟାଗ ଧର୍ମସଭାର ବିଶଦ ବିବରଣୀ ଉଲ୍ଲେଖ କରିଛନ୍ତି ।
  • ଜୁଆଙ୍ଗ୍‌-ଜାଇଁ ୬୪୪ ଖ୍ରୀଷ୍ଟାବ୍ଦରେ ସ୍ଵଦେଶକୁ ଫେରି ଯାଇଥିଲେ ।

→ ଇସ୍‌ଲାମ୍ ଧର୍ମର ଅଭ୍ୟୁଦୟ ଏବଂ ଆରବମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର :

  • ଅନ୍ଧବିଶ୍ବାସ ଦୂରୀକରଣ ପାଇଁ ଯେତେଗୁଡ଼ିଏ ଧର୍ମ ମାର୍ଗ ପ୍ରବର୍ତ୍ତିତ ହୋଇଛି, ତନ୍ମଧ୍ୟରୁ ଇସ୍‌ଲାମ୍ ଧର୍ମ ସବୁଠୁ ସରଳ ଓ ବୋଧଗମ୍ୟ ।
  • ଐକ୍ୟଭାବ, ଉଦାରତା, ଭ୍ରାତୃପ୍ରେମ, ପବିତ୍ରତା ଓ ସତ୍ୟ ଏହି ଧର୍ମର ମୂଳମନ୍ତ୍ର ।
  • ଷଷ୍ଠ ଶତାବ୍ଦୀର ଶେଷ ଭାଗରେ ସୁଦୂର ଆରବ ମରୁଭୂମିରେ ମହାପୁରୁଷ ମହମ୍ମଦ ଏହି ଧର୍ମ ପ୍ରବର୍ତନ କରିଥିଲେ ।
  • ମହମ୍ମଦ ୫୭୦ ଖ୍ରୀଷ୍ଟାବ୍ଦରେ ମକ୍କାରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କ ପ୍ରବର୍ତ୍ତିତ ନୂତନ ଧର୍ମର ସାରାଂଶ ହେଲା ‘ଭଗବାନ ଏକ ଏବଂ ଅଦ୍ବିତୀୟ । ଆଲ୍ଲା ହେଉଛନ୍ତି ଭଗବାନ ଓ ତାଙ୍କର ପ୍ରତିନିଧ୍ଵ ହେଉଛନ୍ତି ମହମ୍ମଦ ।’
  • ଯେଉଁମାନେ ତାଙ୍କ ପ୍ରବର୍ତ୍ତିତ ଧର୍ମକୁ ଗ୍ରହଣ କଲେ ସେମାନଙ୍କୁ ମୁସଲମାନ କୁହାଗଲା ।
  • ଇସ୍‌ଲାମ୍ ଧର୍ମର ପବିତ୍ର ଧର୍ମଗ୍ରନ୍ଥ କୋରାନ ଏବଂ ଏହା ଆଲ୍ଲାଙ୍କର ମୁଖନିଃସୃତ ବାଣୀ ବୋଲି କୁହାଯାଏ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ଆରବ ବଣିକମାନଙ୍କ ସହିତ ଭାରତର ସମ୍ପକ :

  • ଖ୍ରୀଷ୍ଟପୂର୍ବ ୨୦୦ ଓ ଖ୍ରୀଷ୍ଟାବ୍ଦ ୨୦୦ ମଧ୍ଯରେ ଭାରତ ଏସିଆର ପଶ୍ଚିମ ଓ କେନ୍ଦ୍ରାଞ୍ଚଳର ବିଭିନ୍ନ ଦେଶମାନଙ୍କ ସହ ବାଣିଜ୍ୟ କରୁଥିଲା ।
  • ଇସ୍‌ଲାମ୍ ଧର୍ମର ଆବିର୍ଭାବ ପୂର୍ବରୁ ଆରବ ଦେଶର ବଣିକମାନେ ରୋମ ସାମ୍ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କ ସହ ବାଣିଜ୍ୟ କରୁଥିଲେ ।
  • ସେମାନଙ୍କ ମଧ୍ୟରୁ ଅନେକ କେରଳର ଉପକୂଳବର୍ତ୍ତୀ ଅଞ୍ଚଳ ସହ ବାଣିଜ୍ୟ କରୁଥିଲେ ଏବଂ ସେଠାରୁ ଭାରତୀୟ ମସଲା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ କିଣି ବାହାର ଦେଶର ବଜାରରେ ବିକ୍ରୟ କରୁଥିଲେ । ଏହିପରି ଭାବରେ ଇସ୍‌ଲାମ ଧର୍ମର ଆବିର୍ଭାବ ପୂର୍ବରୁ ଆରବ ସହିତ ଭାରତର ବାଣିଜ୍ୟିକ ସଂପର୍କ ସ୍ଥାପିତ ହୋଇଥିଲା ।
  • ଇସ୍‌ଲାମ୍ ଧର୍ମର ଆବିର୍ଭାବ ପରେ ଆରବ ବଣିକମାନେ ମୁସଲମାନ ଧର୍ମରେ ଦୀକ୍ଷିତ ହୋଇ ଭାରତରେ ଧର୍ମ ପ୍ରଚାର କଲେ ଓ କିଛି ଭାରତୀୟ ମଧ୍ଯ ମୁସଲମାନ ଧର୍ମ ଗ୍ରହଣ କଲେ ।
  • କାଳକ୍ରମେ କେରଳରେ ଏକ ମୁସଲମାନ ସଂପ୍ରଦାୟର ଆବିର୍ଭାବ ହେଲା । ସେମାନଙ୍କୁ ମୋପ୍‌ଲା ମୁସଲମାନ କୁହାଯାଏ ।
  • ଆରବ ବଣିକମାନେ ତାଙ୍କ ସାମ୍ରାଜ୍ୟରେ ବାଣିଜ୍ୟ ମେଳା ଆୟୋଜନ କରି ଭାରତ ଓ ଭାରତ ବାହାରର ଅନେକ ସାମଗ୍ରୀ ବିକ୍ରି କରୁଥିଲେ ।

→ ଆରବୀୟମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର :

  • ମହମ୍ମଦଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧ୍ୟାକାରୀ ବା ଖଲିଫାମାନେ ରାଜ୍ୟ ବିସ୍ତାର ପାଇଁ ଉଦ୍ୟମ କଲେ ।
  • ଆରବ ସୈନ୍ୟମାନେ ଅଳ୍ପ ସମୟ ମଧ୍ୟରେ ସିରିୟା, ମେସୋପଟାମିଆ, ପାଲେଷ୍ଟାଇନ୍, ଇଜିପ୍‌ଟ, ଆଫ୍ରିକାର ପୂର୍ବାଞ୍ଚଳ ଓ ୟୁରୋପର ସ୍ପେନ୍ ଆଦି ସ୍ଥାନମାନଙ୍କରେ ଧର୍ମ ପ୍ରଚାର ସହିତ ଉପନିବେଶମାନ ସ୍ଥାପନ କଲେ ।
  • ଅଷ୍ଟମ ଶତାବ୍ଦୀରେ ଖଲିଫାମାନେ ଭାରତର ଧନରତ୍ନ ପ୍ରତି ଆକୃଷ୍ଟ ହେଲେ ଏବଂ ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଭାରତ ଆକ୍ରମଣ କରିଥିଲେ । ମାତ୍ର ଦୁଇଥର ଆକ୍ରମଣ କରି ମଧ୍ୟ ସେମାନେ ସଫଳ ହୋଇନଥିଲେ ।
  • ମହମ୍ମଦ-ବିନ୍-କାଶିମ୍ ନାମକ ଜଣେ ଆକ୍ରମଣକାରୀ ଖଲିଫାଙ୍କ ଆଦେଶରେ ସିନ୍ଧୁ ଓ ପଞ୍ଜାବ ଆକ୍ରମଣ କରି କେତେକ ସ୍ଥାନ ଅଧିକାର କରିଥିଲେ ସୁଦ୍ଧା ଖଲିଫାଙ୍କ ଆଦେଶରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।
  • ଫଳରେ ଆରବୀୟମାନେ ଭାରତରେ ଇସ୍‌ଲାମ ରାଷ୍ଟ୍ର ନିର୍ମାଣ କରିପାରି ନଥିଲେ ସୁଦ୍ଧା ଭାରତରୁ ଗଣିତ, ଜ୍ୟୋତିର୍ବିଜ୍ଞାନ, ବିଜ୍ଞାନ, ଆୟୁର୍ବେଦ, ଦର୍ଶନ ଆଦି ବିଷୟରେ ଜ୍ଞାନ ଆହରଣ କରିଥିଲେ ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

Odisha State Board BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ will enable students to study smartly.

BSE Odisha Class 6 History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

ବିଷୟ ବସ୍ତୁ

ବୈଦିକ ଯୁଗ, ଋକ୍‌ବେଦ, ସାମବେଦ, ଯଜୁବେଦ, ଅଥର୍ବବେଦ, ଶାସନ ବ୍ୟବସ୍ଥା, ଗ୍ରାମ୍ୟ ଜୀବନ, ସମସାମୟିକ ତାମ୍ର-ପ୍ରସ୍ତର ଯୁଗର ମାନବ ବସତି, ବୈଦିକ ଯୁଗର ଜନପଦ ଓ ମହାଜନ ପଦ ।

→ (କ) ବୈଦିକ ଯୁଗ :

  • ଆମ ଦେଶର ସର୍ବପ୍ରାଚୀନ ଗ୍ରନ୍ଥ ହେଉଛି ବେଦ । ଏହାର ଅର୍ଥ ହେଉଛି ଜ୍ଞାନ ।
  • ବେଦ ହେଉଛି ଆର୍ଯ୍ୟମାନଙ୍କର ଗ୍ରନ୍ଥ । ଏହାର ମନ୍ତ୍ରଗୁଡ଼ିକ ମୁନି ଋଷିମାନେ ସଂସ୍କୃତ ଭାଷାରେ ମୌଖୁକ ଭାବରେ ରଚନା କରିଥିଲେ ।
  • ପ୍ରଥମରେ ବେଦକୁ ଲୋକମାନେ ଶୁଣିଶୁଣି ମନେରଖୁଥିବାରୁ ଏହାର ଅନ୍ୟନାମ ‘ଶ୍ରୁତି’ ଅଟେ ।
  • ବେଦ ଚାରିଭାଗରେ ବିଭକ୍ତ ଅଟେ । ଯଥା – ରଗ୍‌ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବ ବେଦ ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

→ ୧. ଋକ୍‌ବେଦ :
ପ୍ରାୟ ଖ୍ରୀଷ୍ଟପୂର୍ବ ୧୫୦୦ ମସିହା ଅର୍ଥାତ ପ୍ରାୟ ୩୫୦୦ ବର୍ଷପୂର୍ବେ ଋବେଦ ରଚନା କରାଯାଇଥିବାର ବିଶ୍ଵାସ କରାଯାଏ । ଏହା ଦଶଟି ଭାଗ ବା ମଣ୍ଡଳରେ ବିଭକ୍ତ ଏବଂ ଏଥିରେ ଇନ୍ଦ୍ର, ବରୁଣ, ଅଗ୍ନି, ମିତ୍ର ଆଦି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ରହିଛି ।

ମନେରଖ :
ଋକ୍‌ବେଦ ସହିତ ଇରାନ୍‌ର ସର୍ବପ୍ରାଚୀନ ଗ୍ରନ୍ଥ ‘ଆସ୍ତାର’ର ଅନେକ ସାମଞ୍ଜସ୍ୟ ରହିଛି । ଖ୍ରୀ. ପୂ. ୧୫୦୦ରୁ ୧୦୦ ମସିହା ସମୟରୁ ଋକ୍‌ବେଦୀୟ ଯୁଗ କୁହାଯାଏ ଏବଂ ଗ୍ରୀ.ପୂ. ୧୦୦୦ରୁ ୬୦୦ ମସିହା ସମୟକୁ ପରବର୍ତ୍ତୀ ବା ଉତ୍ତର ବୈଦିକ ଯୁଗ କୁହାଯାଏ ।

→ ୨. ସାମବେଦ :
‘ସାମ’ ଶବ୍ଦର ଅର୍ଥ ଗାନ । ଏହି ବେଦରେ ଅନେକ ସଙ୍ଗୀତମୟ ପ୍ରାର୍ଥନା ରହିଛି ।

→ ୩. ଯର୍ଜୁବେଦ :
ଯର୍ଜୁବେଦରେ ଧର୍ମ ଓ ପୂଜା କର୍ମର ପଦ୍ଧତି ରହିଛି ।

→ ୪. ଅଥର୍ବବେଦ :
ଅଥର୍ବବେଦରେ ଭୂତ ପ୍ରେତ ଦୂର କରିବାପାଇଁ ମନ୍ତ୍ର, ଗୁଣି ଗାରେଡ଼ି ଆଦି ରହିଛି ।

ମନେରଖ :
ଉପନିଷଦ ହେଉଛି ବେଦର ଏକ ଅଂଶ । ଯେଉଥରେ ଆତ୍ମା, ପରମାତ୍ମା ବା ବ୍ରହ୍ମ, ମୋକ୍ଷ ଆଦି ବିଷୟରେ ଉଲ୍ଲେଖ ରହିଛି ।

→ (ଖ) ଶାସନ ବ୍ୟବସ୍ଥା :

  • ଆର୍ଯ୍ୟମାନଙ୍କର ସାମାଜିକ ଜୀବନ, ଅର୍ଥନୀତି, ଧର୍ମ ଓ ଶାସନ ବ୍ୟବସ୍ଥା ଆଦି ବୈଦିକ ସାହିତ୍ୟରୁ ଜଣାଯାଏ । ଆର୍ଯ୍ୟମାନେ ଅନେକଗୁଡ଼ିଏ ଦଳରେ ବହୁ ସଂଖ୍ୟକ ଗାଈଗୋରୁ, ଯୋଡ଼ା ଆଦି ପଶୁଙ୍କ ସହିତ ଭାରତରେ ପ୍ରବେଶ କରିଥିଲେ । ପ୍ରଥମେ ସେମାନେ ଯାଯାବର ଜୀବନ ଯାପନ କଲାପରେ କୃଷିକାର୍ଯ୍ୟ କରି ସ୍ଥାୟୀ ବାସିନ୍ଦା ହେଲେ ।
  • ଦଳରେ ଥ‌ିବା ସମସ୍ତ ଲୋକଙ୍କୁ ‘ଜନ’ ରୂପେ ଗ୍ରହଣ କରାଗଲା ଓ ‘ବିଶ୍’ ଦଳର କେତେକ ସଂଗଠନକୁ ବୁଝାଉଥିଲା ।
  • ଦଳର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ‘ରାଜନ’ କୁହାଯାଉଥିଲା ।
  • କେତେଗୁଡ଼ିଏ ପରିବାର ବା କୁଳକୁ ନେଇ ନେଇ ଗ୍ରାମ ସୃଷ୍ଟି ହୋଇଥିଲା ଏବଂ ପରିବାରର ମୁଖ୍ୟଙ୍କୁ ‘କୁଳପ’ କୁହାଯାଉଥିଲା ।
  • ଏହି ସମୟରେ ମୁଖ୍ୟ ଶାସନ ବ୍ୟବସ୍ଥା ‘ରାଜତନ୍ତ୍ର’ ଥିଲା ଓ ରାଜା ବହୁ କ୍ଷମତାଶାଳୀ ଥିଲେ ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

ମନେରଖ :
ଗ୍ରାମର ମୁଖ୍ୟଙ୍କୁ ‘ବ୍ରଜପତି’ ବା ‘ଗ୍ରାମୀଣ’ କୁହାଯାଉଥିଲା ।

→ (ଗ) ଗ୍ରାମ୍ୟ ଜୀବନ :

  • କେତୋଟି ପରିବାରକୁ ନେଇ ଗଠିତ ବିଭିନ୍ନ ଗ୍ରାମରେ ଆର୍ଯ୍ୟମାନେ ଦଳଦଳ ହୋଇ ରହୁଥିଲେ । ପରିବାରର ସମସ୍ତ ସଦସ୍ୟ ଏକତ୍ର ରହୁଥିଲେ ।
  • ଆର୍ଯ୍ୟମାନଙ୍କର ପ୍ରଧାନ ଜୀବିକା ଥିଲା କୃଷି । ଏହା ସହିତ ସେମାନେ ପଶୁ ପାଳନ ମଧ୍ୟ କରୁଥିଲେ । ‘ଗାଈ’ ସେମାନଙ୍କର ସମ୍ପତ୍ତି ରୂପେ ବିବେଚନା କରାଯାଉଥିଲା ।
  • ବୈଦିକ ସମାଜରେ ଉଚ୍ଚ ସ୍ଥାନରେ ରହିଥିବା ନାରୀମାନେ ପୁରୁଷମାନଙ୍କ ସହିତ ବିଭିନ୍ନ କାର୍ଯ୍ୟ ଓ ଯାଗଯଜ୍ଞରେ ଯୋଗ ଦେଉଥିଲେ ।
  • ଆର୍ଯ୍ୟ ସମାଜକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ପ୍ରଥମ ଶ୍ରେଣୀରେ ଶାସକ ଶ୍ରେଣୀ ଯଥା – ରାଜା, ତାଙ୍କର କର୍ମଚାରୀ ଓ ଯୋଦ୍ଧା ରହୁଥିଲେ । ଦ୍ୱିତୀୟ ଶ୍ରେଣୀରେ ଥିଲେ ପୁରୋହିତମାନେ ଏବଂ ତୃତୀୟ ଶ୍ରେଣୀରେ ସାଧାରଣ ଲୋକ ରହୁଥିଲେ ।
  • ଋକ୍‌ବେଦୀୟ ଯୁଗର ଶେଷ ଭାଗରେ ସମାଜ ଗରିବର୍ଷରେ ବିଭକ୍ତ ଥୁଲା ଯଥା – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୁଦ୍ର ।

ମନେରଖ :
ଘୋଷା, ଲୋପାମୁଦ୍ରା ଆଦି ନାରୀମାନେ ବୈଦିକ ମନ୍ତ୍ର ରଚନା କରି ପ୍ରସିଦ୍ଧି ଲାଭ କରିଥିଲେ ।

  • ଆର୍ଯ୍ୟମାନଙ୍କ ଖାଦ୍ୟ ଥିଲା କ୍ଷୀର ଓ କ୍ଷୀର ଜାତ ଦ୍ରବ୍ୟ, ବିଭିନ୍ନ ଫଳମୂଳ, ପନିପରିବା, ଡାଲିଜାତୀୟ ପଦାର୍ଥ ଓ ମାଂସ ଇତ୍ୟାଦି ।
  • ଗହମ ଓ ଯଅ ସେମାନଙ୍କର ପ୍ରଧାନ ଖାଦ୍ୟ ଥିଲା । ପରବର୍ତୀ ବୈଦିକ ଯୁଗରେ ସେମାନେ ଧାନ ଉତ୍ପାଦନ କରି ଶିଖୁଥିଲେ । ପାନୀୟ ରୂପେ ସୋମରସ ଓ ସୁରାକୁ ବ୍ୟବହାର କରୁଥିଲେ ।
  • ପ୍ରକୃତିର ବିଭିନ୍ନ ଶକ୍ତିକୁ ଆର୍ଯ୍ୟମାନେ ପୂଜା କରୁଥିଲେ ଏବଂ ପ୍ରକୃତିର ଦୃଶ୍ୟାବଳୀ ପଛରେ ଦେବଦେବୀଙ୍କ ସଭା ଅଛି ବୋଲି ସେମାନେ ବିଶ୍ବାସ କରୁଥିଲେ ।
  • ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ ଯଜ୍ଞାନୁଷ୍ଠାନର ଆୟୋଜନ କରୁଥିଲେ ଏବଂ ଘିଅ, ଦୁଧ ଆଦି ଦ୍ରବ୍ୟ ନିଆଁରେ ସମର୍ପଣ କରୁଥିଲେ ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

→ (ଘ) ସମସାମୟିକ ତାମ୍ର-ପ୍ରସ୍ତର ଯୁଗର ମାନବ ବସତି ।

  • ମହାରାଷ୍ଟ୍ର ପ୍ରଦେଶର ଭୀମା ନଦୀର ଶାଖାନଦୀ ଘୋଦ ନିକଟରେ ଇନାମ୍ ଗାଓଁ ଅବସ୍ଥିତ । ଏହି ଇନାମ୍ ଗାଓଁଠାରେ ତାମ୍ର-ପ୍ରସ୍ତର ଯୁଗର ମାନବ ସଭ୍ୟତା ଆବିଷ୍କାର କରାଯାଇଛି । ଏହି ସଭ୍ୟତା ପ୍ରାୟ ଖ୍ରୀ.ପୂ. ୧୫୦୦ରୁ ୬୦୦ ଅର୍ଥାତ ୯୦୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ବିକାଶ ଲାଭ କରିଥିଲା ।
  • ପ୍ରତ୍ନତାତ୍ତ୍ଵିକ ଖନନରୁ ସେଠାରେ ପ୍ରାୟ ୧୩୪ଟି ମାଟିର ଚାରିକୋଣିଆ ଘର ଆବିଷ୍କୃତ ହୋଇଛି । ଏକ ବା ଦୁଇଟି କୋଠରି ସର୍ବସାଧାରଣଙ୍କର ଘର ଥିଲାବେଳେ ଶାସକମାନେ ୫ଟି କୋଠରି ବିଶିଷ୍ଟ ଘରେ ରହୁଥିଲେ ।
  • ହରପ୍‌ପା ଭଳି ସେଠାରେ ମଧ୍ୟ ଶସ୍ୟାଗାର ଦେଖିବାକୁ ମିଳେ । ଲୋକମାନେ ଗାତଖୋଳି ମାଟି ଭିତରେ ଶସ୍ୟକୁ ସାଇତି ରଖୁଥିଲେ ।
  • ଅଣ୍ଡାକୃତି ବା ଦୀର୍ଘ ବୃତ୍ତାକାର ଗାତକୁ ସେମାନେ ଚୁଲି ଭାବରେ ବ୍ୟବହାର କରୁଥିଲେ । ଘର ଭିତରେ ଓ ବାହାରେ ଏହି ପ୍ରକାର ଚୁଲି ଦେଖିବାକୁ ମିଳେ ।
  • ସେମାନେ ଲାଲ ଓ କଳାରଙ୍ଗର ମାଟି ଓ ତମ୍ବାର ହାତହତିଆର ବ୍ୟବହାର କରୁଥିଲେ । ସେମାନେ ମଧ୍ୟ ପ୍ରସ୍ତର ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ।
  • ଇନାମଗାଓଁରୁ ଆବିଷ୍କାର କରାଯାଇଥିବା ଚିମୁଟା, ବଂଶୀକଣ୍ଟା, ତୀରମୁନ, ମାଳି, ଚୁଡ଼ି, ପାଉଁଜି ପ୍ରଭୃତି ଅଳଙ୍କାର ତମ୍ବାରେ ନିର୍ମିତ ହୋଇଥିବାର ପ୍ରମାଣ ମିଳିଛି ।
  • ସେହିପରି ବାଦାମୀରଙ୍ଗର ମାଟିପାତ୍ର, ହାତୀଦାନ୍ତ, ଶାମୁକାର ମାଳି ଓ ପୋଡ଼ା ଇଟାରେ ଓ ମାଟିରେ ତିଆରି ମୂର୍ତ୍ତି ଓ ପଶୁମାନଙ୍କର ଛୋଟ ଛୋଟ ମୂର୍ତ୍ତି ଆବିଷ୍କାର ହୋଇଛି । ଏହିସବୁ ମୂର୍ତ୍ତି ଖେଳନା ଅଥବା ଧର୍ମକାର୍ଯ୍ୟରେ ବ୍ୟବହୃତ କରାଯାଉଥିବାର ପ୍ରମାଣ ମିଳେ ।

ମନେରଖ :
ଇନାମ୍‌ଗାଓଁର ଲୋକମାନେ ତମ୍ବା ତିଆରି ହାତ ହତିଆର ବ୍ୟବହାର କରୁଥିଲେ । ସେମାନେ ରାଜସ୍ଥାନରୁ ତମ୍ବା ଆଣୁଥିଲେ ।

  • ଇନାମ୍‌ଗାଓଁଠାରେ କିଛି ସମାଧୂର ସନ୍ଧାନ ମିଳିଛି । ଅଧିକାଂଶ ସମାଧୁରେ ପୁରୁଷ ଲୋକମାନଙ୍କର ଅସ୍ଥି ମିଳିଛି ଏବଂ ସେମାନଙ୍କର ମୃତଶରୀରର ମସ୍ତକକୁ ଉତ୍ତର ଦିଗକୁ ରଖାଯାଉଥିଲା । ଘର ଭିତରେ ମଧ୍ୟ ସମାଧ୍ ଦିଆଯାଉଥିଲା ଏବଂ ଖାଦ୍ୟ ଓ ପାଣିଥୁବା ପାତ୍ରକୁ ମୃତଶରୀର ସହିତ ରଖାଯାଉଥିଲା । ଲୋକମାନେ ମାତୃ ଉପାସନା କରୁଥିବାର ବିଶ୍ଵାସ କରାଯାଏ ।
  • ସେହି ସମୟରେ ଲୋକମାନେ ଗହମ, ଯଅ, ମସୁର, ମଟର, ବାଜରା, ଧାନ, ଶିମ୍ବ, ଆଦି ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବାର ପ୍ରମାଣ ମିଳିଛି । ଗୋରୁ, ମଇଁଷି, ଛେଳି, ମାଛ ମାଂସ, ଗାଈ କ୍ଷୀର, ଜାମୁ, ଖଜୁରୀ ଓବିଭିନ୍ନ ପ୍ରକାର କୋଳି ମଧ୍ୟ ସେମାନେ ଖାଉଥିଲେ । ସେମାନଙ୍କର କୃଷିର ମଧ୍ୟ ଯଥେଷ୍ଟ ଉନ୍ନତି ହୋଇଥିଲା ।
  • ପ୍ରାୟ ଖ୍ରୀ. ପୂ. ୧୮୦୦ରୁ ୧୨୦୦ ମଧ୍ଯରେ ବେବିଲୋନ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଲୁହା ପଥରକୁ ତରଳାଇ ଲୁହା ବାହାର କରିବାର କୌଶଳ ସେମାନେ ଜାଣିପାରିଥିଲେ । ଏହି କୌଶଳକୁ କାଳକ୍ରମେ ପାରସିକମାନେ ଜାଣିଲେ । ପରବର୍ତୀ ବୈଦିକ ଯୁଗରେ ଲୁହାର ବ୍ୟବହାର ଗଙ୍ଗା ନଦୀର ଅବବାହିକା ଅଞ୍ଚଳକୁ ପ୍ରସାର ଲାଭ କରିଥିଲା ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

ମନେରଖ :
ଖ୍ରୀ.ପୂ. ୧୦୦୦ ମସିହା ବେଳକୁ ଭାରତରେ ଉତ୍ତର ପଶ୍ଚିମାଞ୍ଚଳ ବିଶେଷକରି ଗାନ୍ଧାର ଅଞ୍ଚଳରେ ଲୁହାର ବ୍ୟବହାର ହେଉଥିବାର ପ୍ରମାଣ ମିଳିଛି ।

  • ଲୁହାର ଅସ୍ତ୍ରଶସ୍ତ୍ର ଦ୍ବାରା ଆର୍ଯ୍ୟମାନେ କୃଷ୍ଣକାୟ ମୂଳ ଭାରତୀୟମାନଙ୍କୁ ସହଜରେ ପରାସ୍ତ କଲେ ଏବଂ କୁରାଢ଼ି ଦ୍ଵାରା ଜଙ୍ଗଲ ସଫାକରି ଅଧ୍ବକ ଜମି ଚାଷ କରିପାରିଲେ । ଫଳରେ ଶସ୍ୟ ଅଧିକ ଉତ୍ପାଦନ ହୋଇପାରିଲା ।

→ (ଙ) ବୈଦିକ ଯୁଗର ଜନପଦ ଓ ମହାଜନ ପଦ ।

  • ଏସିଆର କେନ୍ଦ୍ରାଞ୍ଚଳ ଆର୍ଯ୍ୟମାନଙ୍କର ପ୍ରଥମ ବାସସ୍ଥାନ ବୋଲି ବିଶ୍ଵାସ କରାଯାଏ । କାଳକ୍ରମେ ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ପଶ୍ଚିମ ଦିଗକୁ ଯାଇ ଇଉରୋପରେ ବିଭିନ୍ନ ସ୍ଥାନରେ ଓ ଅନ୍ୟ ଏକ ଦଳ ପାରସ୍ୟ ବା ବର୍ତ୍ତମାନର ଇରାନରେ ପ୍ରବେଶ କଲେ । ପାରସ୍ୟର ଆର୍ଯ୍ୟମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ଉତ୍ତର- ପଶ୍ଚିମରେ ଥିବା ଗିରିପଥ ଦେଇ ଭାରତକୁ ଆସିଥିଲେ ।
  • ଭାରତରେ ପ୍ରବେଶ କରିଥିବା ଆର୍ଯ୍ୟଦଳ ‘ଭାରତୀୟ ଆର୍ଯ୍ୟ’’ ନାମରେ ପରିଚିତ ହେଲେ ଓ ସଂସ୍କୃତ ଭାଷାରେ ସେମାନେ ଭାବର ଆଦାନ ପ୍ରଦାନ କଲେ । ଆର୍ଯ୍ୟମାନେ ସପ୍ତସିନ୍ଧୁ ଅଞ୍ଚଳରେ ବସବାସ କରି ତାହାର ନାମ ବ୍ରହ୍ମାବର୍ତ୍ତ ଦେଇଥିଲେ ।

ମନେରଖ :
ସିନ୍ଧୁ, ବିସ୍ତା (ଝେଲମ୍), ଚନ୍ଦ୍ରଭାଗା (ଚେନାବ୍), ଇରାବତୀ(ରାବୀ), ବିପାଶ (ବେଆସ) ଓ ଶତକ୍ର (ଶତଲେଜ୍) ଆଦି ନଦୀର ନିକଟ ବତ୍ତୀ ସ୍ଥାନରେ ରହିବାକୁ ଆରମ୍ଭ କଲେ । ଏହି ନଦୀଗୁଡ଼ିକୁ ସେମାନେ ‘ସପ୍ତସିନ୍ଧୁ’ ବୋଲି କହିଲେ ।

  • ଆର୍ଯ୍ୟମାନଙ୍କର ରାଜ୍ୟଗୁଡ଼ିକ ଯେଉଁ ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ରହିଲା, ତାହାକୁ ‘ଜନପଦ’ କୁହାଯାଏ । ପ୍ରମୁଖ ଜାତିର ନାମ ଅନୁସାରେ ‘ଜନପଦ’ଗୁଡ଼ିକ ନାମିତ ହେଲା । ଏହି ଯୁଗରେ ରାଷ୍ଟ୍ରର ମୁଖ୍ୟଙ୍କୁ ‘ରାଜନ୍’ କୁହାଯାଉଥିଲା । ଏହି ରାଜନ୍ ପଦ ବଂଶାନୁକ୍ରମିକ ଥୁଲା ଓ ତାଙ୍କର କ୍ଷମତା ସୀମିତ ଥିଲା । ସଭା, ସମିତି, ବିଧାତା ଓ ଗଣ ଆଦି ଜନଜାତି ପରିଷଦ ଯୋଗୁଁ ରାଜନ କ୍ଷମତା ସୀମିତ ଥିଲା । କିନ୍ତୁ ପରବର୍ତୀ ବୈଦିକ ଯୁଗରେ ରାଜନର ଶକ୍ତ ବୃଦ୍ଧି ପାଇଲା ।
  • ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ବେଳକୁ ଜନପଦଗୁଡ଼ିକର ସୀମା ବୃଦ୍ଧିପାଇ ‘ମହାଜନପଦ’ ସୃଷ୍ଟି ହେଲା ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

ମନେରଖ :
ବୌଦ୍ଧ ଗ୍ରନ୍ଥରୁ ଖ୍ରୀ.ପୂ ୬୦୦ ମସିହା ବେଳକୁ ଉତ୍ତର ଭାରତରେ ୧୬ଟି ମହାଜନପଦ ଥିବାର ସୂଚନା ମିଳେ । ସେମାନଙ୍କ ମଧ୍ୟରେ କୋଶଳ, ମଗଧ, ବସୁ ଓ ଅବନ୍ତୀ ଅଧ୍ବକ ଶକ୍ତିଶାଳୀ ଥିଲେ ।

  • ପରବର୍ତ୍ତୀ କାଳରେ ବିମ୍ବିସାର ଓ ଅଜାତଶତ୍ରୁଙ୍କ ଅଧୀନରେ ମଗଧରାଜ୍ୟ ଥିଲା । ଅନ୍ୟ ମହାଜନପଦଗୁଡ଼ିକୁ ଅଧିକାର କରି ମଗଧ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଲା । ପ୍ରତ୍ୟେକ ମହାଜନପଦର ରାଜଧାନୀ ସହିତଆଉ କେତେକ ପ୍ରମୁଖ ସ୍ଥାନ ବା ସହର ଥିଲା । ଏହି ମହାଜନପଦରେ ଦୁର୍ଗ ସ୍ଥାପିତ ହୋଇଥିଲା ଓ ଶକ୍ତିଶାଳୀ ସୈନ୍ୟବାହିନୀ ମଧ୍ୟ ଗଠିତ ହୋଇଥିଲା ।
  • ମହାଜନପଦର ରାଜାମାନେ ଆଡ଼ମ୍ବର ସହକାରେ ରାଜସ୍ବୟ ଓ ଅଶ୍ଵମେଧ ପ୍ରଭୃତି ଯଜ୍ଞ କରୁଥିଲେ । ଏହା ମାଧ୍ୟମରେ ସେମାନେ ନିଜର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଥିଲେ ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

Odisha State Board BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ will enable students to study smartly.

BSE Odisha Class 6 History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ବିଷୟ ବସ୍ତୁ

ଉପନିଷଦ, ଉପନିଷଦର ବିଷୟବସ୍ତୁ, ମହାବୀର ଓ ଜୈନଧର୍ମ, ମହାବୀରଙ୍କ ଜୀବନୀ, ଧର୍ମ ପ୍ରଚାର, ଧର୍ମନୀତି, ଜୈନଧର୍ମର ପ୍ରସାର, ଜୈନ ଧର୍ମର କୀର୍ତ୍ତି, ଗୌତମ ବୁଦ୍ଧ ଓ ବୌଦ୍ଧ ଧର୍ମ, ଧର୍ମ ପ୍ରଚାର, ବୌଦ୍ଧଧର୍ମର ନୀତି, ବୌଦ୍ଧ ସଂଘ, ଧର୍ମ ପ୍ରସାର ।

→ (କ) ଉପନିଷଦ :

  • ଭାରତୀୟ ଦର୍ଶନର ମୌଳିକ ତଥ୍ୟ ଗୁଡ଼ିକ ଉପନିଷଦରେ ଆଲୋଚନା କରାଯାଇଛି ।
  • ବହୁ ଜଟିଳ ତଥ୍ୟ, ଜୀବାତ୍ମା, ପରମାତ୍ମା, ପୃଥିବୀ ସୃଷ୍ଟିର ରହସ୍ୟ ଆଦି ବିଷୟରେ ଏଥରେ ଆଲୋଚନା କରାଯାଇଛି ।
  • ବ୍ରହ୍ମ ହେଉଛି ପରମାତ୍ମା ବା ପରମେଶ୍ଵର । ଏହି ବ୍ରହ୍ମ ଜ୍ଞାନ ବିଷୟରେ ଉପନିଷଦରେ ସବିଶେଷ ଆଲୋଚନା କରାଯାଇଛି ।
  • ଉପନିଷଦ ହେଉଛି ବେଦର ଏକ ଅଂଶ । ବୈଦିକ ଯୁଗର ଶେଷଭାଗରେ ଏହା ରଚନା କରାଯାଇଛି ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ଶ୍ରୀମଦ୍ ଭାଗବଦ ଗୀତା ଗ୍ରନ୍ଥରେ ଅର୍ଜୁନ ନିଜଗୁରୁ ଶ୍ରୀକୃଷ୍ଣଙ୍କ ଠାରୁ ବ୍ରହ୍ମଜ୍ଞାନ ଲାଭ କରିଥିଲେ । ସେହିପରି କଠୋପନିଷଦରେ ନଚିକେତା ଉପାଖ୍ୟାନରେ ନଚିକେତା ନିଜର ଶ୍ରଦ୍ଧା, ଭକ୍ତି, ନିଷ୍ଠା ଓ ସେବା ବଳରେ ଧର୍ମରାଜ ଯମଙ୍କଠାରୁ ବ୍ରହ୍ମଜ୍ଞାନ ଲାଭ କରିଥିଲେ ବୋଲି ବର୍ଣ୍ଣନା କରାଯାଇଛି ।

→ (ଖ) ଉପନିଷଦର ବିଷୟବସ୍ତୁ

  • ଗୁରୁ ଓ ଶିଷ୍ୟ ମଧ୍ୟରେ କଥୋପକଥନ ମାଧ୍ୟମରେ ବ୍ରହ୍ମତତ୍ତ୍ୱର ଗୂଢ଼ ରହସ୍ୟ ଉପନିଷଦରେ ବର୍ଣ୍ଣନା କରାଯାଇଛି ।
  • ଉପନିଷଦର ସଂଖ୍ୟା ଅନେକ । ମାତ୍ର ବର୍ତ୍ତମାନ ମିଳୁଥିବା ଉପନିଷଦ ସଂଖ୍ୟା ୨୦୦ ଏବଂ ସେଗୁଡ଼ିକ ମଧ୍ୟରୁ ୧୬ଗୋଟି ଉପନିଷଦ ପ୍ରଧାନ ଅଟେ । ପ୍ରତ୍ୟେକ ଉପନିଷଦରେ ଭିନ୍ନଭିନ୍ନ ବିଷୟବସ୍ତୁ ରହିଛି ।
  • ଭାରତୀୟ ଦାର୍ଶନିକମାନେ ଉପନିଷଦକୁ ବିଭିନ୍ନ ଚିନ୍ତାଧାରାରେ ବ୍ୟଖ୍ୟା କରିଛନ୍ତି ।
  • ଭାରତୀୟ ଦର୍ଶନଶାସ୍ତ୍ରର ପଣ୍ଡିତମାନେ ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତବାଦମୂଳକ ବ୍ୟାଖ୍ୟାକୁ ଅଧିକ ସମ୍ମାନ ଦେଉଥାନ୍ତି ।
  • ବଲ୍ଲଭାଚାର୍ଯ୍ୟ, ମାଧୁଚାର୍ଯ୍ୟ, ରାମାନୁଜ ପ୍ରଭୃତି ଭାରତୀୟ ଦାର୍ଶନିକ ଉପନିଷଦକୁ ଭିନ୍ନ ଭିନ୍ନ ଭାବରେ ଉପସ୍ଥାପନ କରିଛନ୍ତି ।

→ (ଗ) ମହାବୀର ଓ ଜୈନଧର୍ମ

  • ଆଜକୁ ପ୍ରାୟ ୨୫୦୦ ବର୍ଷ ତଳେ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ମହାବୀର ଜୈନ ଓ ଗୌତମ ବୁଦ୍ଧ ନାମକ ଦୁଇଜଣ ମହାପୁରୁଷ ଜନ୍ମଗ୍ରହଣ କରିଥିଲେ । ସେମାନେ ଯଥାକ୍ରମେ ଜୈନଧର୍ମ ଓ ବୌଦ୍ଧଧର୍ମ ପ୍ରଚାର କରିଥିଲେ ।
  • ଜୈନଧର୍ମର ପ୍ରଚାରକ ମହାବୀର ୨୪ ତମ ତୀର୍ଥଙ୍କର ଥିଲେ ଓ ଜୈନଧର୍ମର ପରମ୍ପରା ଅନୁସାରେ ତାଙ୍କ ପୂର୍ବରୁ ୨୩ ଜଣ ତୀର୍ଥଙ୍କର ସେମାନଙ୍କର ବାଣୀ ପ୍ରଚାର କରିଥିଲେ । ଋଷ୍ଟ୍ରନାଥ ହେଉଛନ୍ତି ପ୍ରଥମ ତୀର୍ଥଙ୍କର ।
  • ମହାବୀରଙ୍କ ପୂର୍ବବର୍ତ୍ତୀ ତୀର୍ଥଙ୍କର ପାର୍ଶ୍ଵନାଥ କାଶୀରାଜା ଅଶ୍ଵସେନଙ୍କ ପୁତ୍ର ଥିଲେ । ସେ ଜୈନଧର୍ମର ଚାରିଗୋଟି ନୀତି ପ୍ରଚାର କରିଥିଲେ । ଏହାକୁ ‘ଚତୁର୍ଯ୍ୟାମ ଧର୍ମ’’ କୁହାଯାଉଥିଲା ।
  • ମହାବୀର ଏହି ‘ଚତୁର୍ଯ୍ୟ’ ଧର୍ମରେ ଆଉ ଏକ ନୀତି ବ୍ରହ୍ମଚର୍ଯ୍ୟ ଯୋଗ କରି ଏହାକୁ ‘ପଞ୍ଚଯାମ ଧର୍ମ’ରେ ପରିଣତ କରିଥିଲେ ।
  • ଏହି ପାଞ୍ଚଟି ନୀତିକୁ ଜୈନମାନେ ‘ପଞ୍ଚମହାବ୍ରତ’ ଭାବରେ ପାଳନ କରନ୍ତି ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ପାର୍ଶ୍ଵନାଥଙ୍କ ପ୍ରଚାରିତ ‘ଚତୁର୍ଯ୍ୟାମ ଧର୍ମ’ର ଚାରିଗୋଟି ନୀତି ହେଲା – (୧) ଜୀବପ୍ରତିହିଂସା ଆଚରଣ ନ କରିବା, (୨) ମିଥ୍ୟା ନ କହିବା, (୩) ଚୋରି ନକରିବା ଓ (୪) ସମ୍ପଭି ପ୍ରତି ଅନାଗ୍ରହ ହେବା ।

→ (ଘ) ମହାବୀରଙ୍କ ଜୀବନୀ

  • ମହାବୀର ବୈଶାଳୀ ନଗରର କୁନ୍ଦଗ୍ରାମର ଏକ କ୍ଷତ୍ରୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟନାମ ‘ବର୍ଷମାନ’ ଥିଲା ।
  • ତାଙ୍କ ପିତାଙ୍କ ନାମ ସିଦ୍ଧାର୍ଥ ଓ ମାତାଙ୍କ ନାମ ତ୍ରିଶଳା ଥିଲା । ‘ଯଶୋଦା’ ନାମରେ ଏକ କନ୍ୟାକୁ ବର୍ଷମାନ ବିବାହ କରିଥିଲେ ।
  • ସତ୍ୟର ସନ୍ଧାନ ପାଇଁ ସେ ୩୦ ବର୍ଷ ବୟସରେ ଗୃହତ୍ୟାଗ କରି ଦୀର୍ଘ ୧୨ ବର୍ଷ କଠୋର ସାଧନା କରିଥିଲେ । ସେ ୪୨ ବର୍ଷ ବୟସରେ ଦିବ୍ୟଜ୍ଞାନ ଲାଭ କରିଥିଲେ ।
  • ପ୍ରକୃତ ଜ୍ଞାନର ଅଧିକାରୀ ହୋଇଥିବାରୁ ତାଙ୍କୁ ‘ଜିନ’ କୁହାଯାଏ ।
  • ଏହି ଜିନ୍ ଶବ୍ଦରୁ ତାଙ୍କ ପ୍ରଚାରିତ ଧର୍ମକୁ ‘ଜୈନଧର୍ମ’ କୁହାଯାଏ ।

ମନେରଖ :
ମହାବୀର ଇନ୍ଦ୍ରିୟ ମାନଙ୍କ ଉପରେ ଜୟଲାଭ କରିଥିବାରୁ ସେ ‘ମହାବୀର’ ନାମ ଧାରଣ କରିଥିଲେ ।

→ (ଙ) ଧର୍ମପ୍ରଚାର

  • ମହାବୀର ମଗଧର ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ଜୈନଧର୍ମ ପ୍ରତି ଆକୃଷ୍ଣ କରାଇଥିଲେ ।
  • ସେ ମଗଧ, ଅବନ୍ତୀ, ବୈଶାଳୀ, ମିଥୁଳା ଓ ଶ୍ରୀବସ୍ତି ଆଦି ସ୍ଥାନରେ ନିଜର ଧର୍ମ ପ୍ରଚାର କରି ୭୨ ବର୍ଷ ବୟସରେ ପାନା ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ ।

→ (ଚ) ଧର୍ମନୀତି

  • ମହାବୀର ଈଶ୍ବରଙ୍କ ସ୍ଥିତି, ଧର୍ମବିଧ୍ର, ଯାଗଯଜ୍ଞ, ପଶୁବଳି ଜାତି ଭେଦରେ ବିଶ୍ୱାସ କରୁନଥିଲେ । ସେ ସରଳ ଓ ନିରାଡ଼ମ୍ବର ଜୀବନଯାପନ ଉପରେ ବିଶ୍ଵାସ କରୁଥିଲେ ।
  • ଜୈନଧର୍ମର ମୂଳମନ୍ତ୍ର ଥିଲା ଅହିଂସା । ମହାବୀର ପୁନର୍ଜନ୍ମରେ ବିଶ୍ବାସ କରୁଥିଲେ ।
  • ମହାବୀର କର୍ମବାଦ ଉପରେ ଅଧ‌ିକ ଗୁରୁତ୍ଵ ଦେଉଥିଲେ । ସୁକର୍ମ କଲେ ପୁନର୍ଜନ୍ମ ହେବନାହିଁ ବୋଲି ସେ ବିଶ୍ବାସ କରୁଥିଲେ ।
  • ଆତ୍ମାର କର୍ମ ବନ୍ଧନରୁ ମୁକ୍ତି ହେଉଛି ନିର୍ବାଣ ଓ ଜୈନ ଧର୍ମାବଲମ୍ବୀଙ୍କ ପ୍ରଧାନ ଲକ୍ଷ୍ୟ ହେଲା ନିର୍ବାଣ ପ୍ରାପ୍ତି । ଏହା କେବଳ ଉପବାସ, ଧ୍ୟାନ ଓ କଠୋର ସଂଯମ ଦ୍ବାରା ସମ୍ଭବ ହୋଇପାରିବ ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ମହାବୀର ଉପଦେଶ ଦେଉଥିଲେ ଯେ ପୁନର୍ଜନ୍ମରୁ ମୁକ୍ତିଲାଭ କରିବାପାଇଁ ସତ୍ଵବିଶ୍ଵାସ, ସଜ୍ଞାନ ଓ ସତ୍‌କାର୍ଯ୍ୟ ଆଦି ତିନୋଟି ମାର୍ଗ ଅବଲମ୍ବନ କରିବାକୁ ହେବ । ଏହାକୁ ଜୈନ ‘ତ୍ରିରତ୍ନ’ କୁହାଯାଏ ।

→ (ଛ) ଜୈନଧର୍ମର ପ୍ରସାର

  • ଜୈନଧର୍ମର ନୀତିଗୁଡ଼ିକ ଅତି ସରଳ ପାଲି ଓ ପ୍ରାକୃତ ଭାଷାରେ ଲେଖାଯାଇଥିବାରୁ ଲୋକମାନେ ସହଜରେ ଜାଣିପାରୁଥିଲେ । ଫଳରେ ଏହା ଭାରତର ବିଭିନ୍ନ ଅଞ୍ଚଳକୁ ପ୍ରସାରିତ ହୋଇଥିଲା ।
  • ଏହି ଧର୍ମ କେବଳ ଭାରତବର୍ଷ ମଧ୍ୟରେ ସୀମିତ ହୋଇ ରହିଲା । ବର୍ତ୍ତମାନ ଗୁଜରାଟ ଓ ରାଜସ୍ଥାନ ରାଜ୍ୟରେ ଜୈନଧର୍ମୀ ବଲମ୍ବୀ ଲୋକ ଅଧ‌ିକ ସଂଖ୍ୟାରେ ବାସ କରୁଛନ୍ତି ।
  • ଏହି ଧର୍ମ କେବଳ ଭାରତବର୍ଷ ମଧ୍ୟରେ ହିଁ ସୀମିତ ହୋଇ ରହିଥିଲା । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ଓ ଗୁଜରାଟ ରାଜ୍ୟରେ ଅଧ‌ିକ ଜୈନ ଧର୍ମାବଲମ୍ବୀମାନେ ରହିଛନ୍ତି ।

ମନେରଖ :
ମଗଧର ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ କଳିଙ୍ଗର ରାଜା ଖାରବେଳ ଜୈନଧର୍ମ ଗ୍ରହଣ କରି ଏହାର ପୃଷ୍ଠପୋଷକତା ଲାଭ କରିଥିଲେ ।

→ (ଜ) ଜୈନଧର୍ମର କୀର୍ତ୍ତି :

  • ଭାରତରେ ଅବସ୍ଥିତ ଜୈନଧର୍ମର କୀର୍ତ୍ତି ମଧ୍ୟରେ ପ୍ରସିଦ୍ଧ ହେଉଛି କର୍ଣାଟକ ଶ୍ରାବଣ ବେଲଗୋଲା, ମହାରାଷ୍ଟ୍ରର ଏଲୋରା ପାହାଡ଼ରେ ଥିବା ଜୈନଗୁମ୍ଫା ଏବଂ ରାଜସ୍ଥାନର ଆବୁ ପର୍ବତରେ ଥିବା ଜୈନ ମନ୍ଦିର ।
  • ଓଡିଶାର ଭୁବନେଶ୍ଵରରେ ଉଦୟଗିରି ଓ ଖଣ୍ଡଗିରି ପାହଡ଼ରେ ଜୈନ ମନ୍ଦିର ଏବଂ ରାଣୀ ଓ ହାତୀ ଗୁମ୍ଫା ରହିଛି ।
  • ମହାବୀରଙ୍କ ଦେହତ୍ୟାଗ ପରେ ଜୈନ ଧର୍ମାବଲମ୍ବୀମାନେ ଶ୍ୱେତାମ୍ବର ଓ ଦିଗମ୍ବର ନାମକ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଥିଲେ ।
  • ଯେଉଁ ଜୈନ ସନ୍ୟାସୀମାନେ ଧଳା ବସ୍ତ୍ର ପରିଧାନ କଲେ ସେମାନଙ୍କୁ ଶ୍ଵେତାମ୍ବର ଓ ଯେଉଁମାନେ କୌଣସି ବସ୍ତ୍ର ପରିଧାନ କଲେ ନାହିଁ ସେମାନଙ୍କୁ ଦିଗମ୍ବର କୁହାଗଲା ।

→ (ଝ) ଗୌତମ ବୁଦ୍ଧ ଓ ବୌଦ୍ଧଧର୍ମ

  • ଗୌତମ ବୁଦ୍ଧ ନେପାଳ ଦେଶର ହିମାଳୟର ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନଗରୀ ନିକଟବର୍ତ୍ତୀ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଥିଲେ ଶାକ୍ୟ ବଂଶୀୟ କ୍ଷତ୍ରୀୟ ଶୁଦ୍ଧୋଦନ ଓ ତାଙ୍କ ମାତା ଥିଲେ ରାଣୀମାୟାଦେବୀ ।
  • ମାୟାଦେବୀଙ୍କ ମୃତ୍ୟୁଯୋଗୁଁ ମାଉସୀ ଗୌତମୀଙ୍କ ଦ୍ୱାରା ଲାଳିତ ପାଳିତ ହୋଇ ଥିବାରୁ ମାଉସୀ ନାମାନୁସାରେ ତାଙ୍କର ନାମ ଗୌତମ ରଖାଯାଇଥିଲା । ଗୌତମଙ୍କର ଅନ୍ୟନାମ ଥିଲା ସିଦ୍ଧାର୍ଥ ।
  • ତାଙ୍କର ଯଶୋଧାରା ନାମ୍ନୀ ପତ୍ନୀ ଓ ରାହୁଳ ନାମକ ପୁତ୍ର ଥିଲେ ।
  • ଗୌତମ ମାତ୍ର ୨୯ ବର୍ଷ ବୟସରେ ଏକ ଗଭୀର ରାତିରେ ସ୍ତ୍ରୀ, ପୁତ୍ର ଓ ରାଜପ୍ରାସାଦକୁ ପରିତ୍ୟାଗ କରି ସତ୍ୟର ସନ୍ଧାନରେ ଗୃହତ୍ୟାଗ କରିଥିଲେ । ଏହି ସଂସାର ତ୍ୟାଗକୁ ବୌଦ୍ଧ ଗ୍ରନ୍ଥରେ ‘ମହାଭିନିଷ୍କ୍ରମତା’ କୁହାଯାଇଛି ।
  • ଗୃହତ୍ୟାଗ କରି ଛଅବର୍ଷ ଧରି ଗୌତମ ଜ୍ଞାନ ଆହରଣର ମାର୍ଗ ଖୋଜିଥିଲେ ।
  • ଶେଷରେ ଗୟାର ନିରଞ୍ଜନା ନଦୀ କୂଳରେ ଥିବା ଏକ ଅଶ୍ୱତ୍‌ଥ ଗଛ ମୂଳରେ ଧ୍ୟାନମଗ୍ନ ରହିବାପରେ ତାଙ୍କର ଜ୍ଞାନ ପ୍ରାପ୍ତି ହେଲା । ତେଣୁ ସେ ‘ବୁଦ୍ଧ’ ନାମରେ ପରିଚିତ ହେଲେ ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ଗୌତମ ଯେଉଁ ଅଶ୍ୱତ୍‌ଥ ବୃକ୍ଷ ମୂଳରେ ଧ୍ୟାନ କରୁଥିଲେ ସେହି ବୃକ୍ଷକୁ ‘ବୋଧଦ୍ରୁମ’ ଓ ସେ ସ୍ଥାନକୁ ‘ବୁଦ୍ଧଗୟା’ କୁହାଗଲା ।

→ (ଞ୍ଜ) ବୁଦ୍ଧଦେବଙ୍କ ଧର୍ମପ୍ରଚାର

  • ଜ୍ଞାନ ଲାଭପରେ ବୁଦ୍ଧଦେବ ପ୍ରଥମେ ସାରନାଥର ହରିଣ ଉଦ୍ୟାନରେ ନିଜର ପାଞ୍ଚଜଣ ଶିଷ୍ୟଙ୍କୁ ତାଙ୍କର ଧର୍ମବାଣୀ ଶୁଣାଇଥିଲେ । ଏହାକୁ ‘ଧର୍ମଚକ୍ର’ ପ୍ରବର୍ତନ କୁହାଯାଏ ।
  • ସେ ମଗଧକୁ ଯାତ୍ରା କରି ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ଏବଂ କୋଶଳ ଯାତ୍ରା କରି ରାଜା ପ୍ରସେନଜିତ୍‌ ଓ ରାଣୀ ମଲ୍ଲିକାଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ । କପିଳବାସ୍ତୁକୁ ଯାଇଁ ନିଜ ପିତା ଶୁଦ୍ଧୋଦନ ଓ ପୁତ୍ର ରାହୁଳଙ୍କୁ ସେ ବୌଦ୍ଧଧର୍ମରେ ଦୀକ୍ଷିତ କରିଥିଲେ ।
  • ଏହାପରେ ସେ ଶ୍ରାବସ୍ତୀ, ନାଳନ୍ଦା, କୌଶାୟୀ, ଚମ୍ପା, ପାବା, କୁଶୀନଗର ଆଦି ସ୍ଥାନ ଭ୍ରମଣ କରି ନିଜର ଧର୍ମମତ ସରଳ ଭାଷାରେ ପ୍ରଚାର କରିଥିଲେ ।
  • ଏହିପରି ୪୫ ବର୍ଷ ବୁଦ୍ଧଦେବ ତାଙ୍କର ଧର୍ମପ୍ରଚାର କରି ୮୦ ବର୍ଷ ବୟସରେ ଉତ୍ତରପ୍ରଦେଶର କୁଶୀନଗରଠାରେ ଦେହତ୍ୟାଗ କରିଥିଲେ ।

→ (ଟ) ବୌଦ୍ଧଧର୍ମର ନୀତି

  • ବୁଦ୍ଧଦେବ ଯେଉଁ ଚାରୋଟି ସତ୍ୟ ପ୍ରଚାର କରିଥିଲେ ତାହାକୁ ‘ଚତୁଃ ଆର୍ଯ୍ୟ ସତ୍ୟ’ କୁହାଯାଏ I

ମନେରଖ :
ବୁଦ୍ଧଦେବଙ୍କ ‘ଚତୁଃଆର୍ଯ୍ୟ ସତ୍ୟ’ ହେଲା – (୧) ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ, (୨) ଦୁଃଖର କାରଣ ହେଉଛି | କାମନା, (୩) କାମନାର ବିନାଶରେ ଦୁଃଖର ବିନାଶ, (୪) କାମନାର ବିନାଶ ହେଲେ ନିର୍ବାଣ ପ୍ରାପ୍ତି ହେବ ।

  • ବୁଦ୍ଧଦେବଙ୍କ ମତରେ ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ମାଧ୍ୟମରେ ଏହି କାମନାର ବିନାଶ ହୋଇପାରିବ ।

ମନେରଖ :
ବୁଦ୍ଧଦେବଙ୍କ ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ହେଲା – (୧) ସତ୍ ବିଶ୍ଵାସ, (୨) ସତ୍ ଚିନ୍ତା, (୩) ସତ୍ କର୍ମ, (୪) ସତ୍ ବାକ୍ୟ, (୫) ସତ୍ ଆଚାର, (୬) ସତ୍ ଉଦ୍ୟମ, (୭) ସତ୍ ଜୀବିକା, (୮) ସତ୍ ସଂକଳ୍ପ ।

  • ବୌଦ୍ଧ ଧର୍ମ ବ୍ରାହ୍ମଣ ଧର୍ମର କୋମଳତା ଓ ଜୈନଧର୍ମର କଠୋର ତାର ମଧ୍ୟବର୍ତ୍ତୀ ହୋଇଥିବାରୁ ଏହାକୁ ‘ମଧ୍ୟମ ପଥ’ କୁହାଯାଏ ।
  • ମହାବୀର ଜୈନଙ୍କ ପରି ଗୌତମ ସମସ୍ତ କ୍ଷେତ୍ରରେ ଅହିଂସା ଆଚରଣ ଉପରେ ଗୁରୁତ୍ଵ ଦେଉଥିଲେ ।
  • ବୁଦ୍ଧଦେବ ନୀତିମୟ ଜୀବନଯାପନ ଉପରେ ଗୁରୁତ୍ୱାରୋପ କରିବା ସହିତ ମୂର୍ତ୍ତିପୂଜା, ଯାଗଯଜ୍ଞ ଓ ବଳିପ୍ରଥାକୁ ବାରଣ କରିଥିଲେ ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

→ (୦) ବୌଦ୍ଧ ସଂଘ

  • ବୁଦ୍ଧଦେବ ସଂଘ ଗଠନକୁ ଅଧିକ ଗୁରୁତ୍ୱ ଦେଉଥିଲେ । ତେଣୁ ସେ ନିଜର ଶିଷ୍ୟମାନଙ୍କୁ ନେଇ ବୌଦ୍ଧ ସଂଗଠନ ଗଢିଥିବା ବୌଦ୍ଧ ସଂଘ ଭୁକ୍ତ ସନ୍ୟାସୀମାନେ ସଂଘବଦ୍ଧ ଭାବରେ ବୌଦ୍ଧ ବିହାର ମାନଙ୍କରେ ରହୁଥିଲେ ।
  • ବୌଦ୍ଧ ବିହାର ଗୁଡ଼ିକରେ ବୌଦ୍ଧସନ୍ୟାସୀମାନେ ଧର୍ମ ଚର୍ଚ୍ଚା ଓ ଧ୍ୟାନ କରୁଥିଲେ । ଏହି ବୌଦ୍ଧବିବହାର ଗୁଡ଼ିକ ମଧ୍ୟ ଶିକ୍ଷାଦାନର କେନ୍ଦ୍ରରୂପେ କାର୍ଯ୍ୟ କରୁଥିଲେ ।
  • ବୌଦ୍ଧ ଧର୍ମଗ୍ରନ୍ଥକୁ ‘ତ୍ରିପିଟକ’ କୁହାଯାଏ ।

ମନେରଖ :
ବୌଦ୍ଧ ସଂଘରେ ଯୋଗଦେବାପାଇଁ ଜତାକୁ ମସ୍ତକ ଲଣ୍ଡିତ ହୋଇ ଗୈରିକ ବସ୍ତ୍ର ପରିଧାନ କରି ତ୍ରିବାର ଉଚ୍ଚାରଣ କରିବାକୁ ହେଉଥୁଲା –
‘ବୃଦ୍ଧ ଶରଣଂ ଗଚ୍ଛାମି,
ଧର୍ମ ଶରଣଂ ଗଚ୍ଛାମି
ସଂଘ ଶରଣଂ ଗଚ୍ଛାମି ।’’

ମନେରଖ :
ଭାରତର ସାରନାଥ, ସାଞ୍ଚ, ବୋଧଗୟା ଏବଂ ଓଡ଼ିଶାର ଧଉଳି, ରତ୍ନଗିରି, ଲଳିତଗିରି, ଉଦୟଗିରି, ଲାଙ୍ଗୁଡ଼ି ପ୍ରଭୃତି ପାହାଡ଼ରେ ବୌଦ୍ଧସ୍ତୁପ ଏବଂ ବିହାର ମାନ ରହିଛି । ବୌଦ୍ଧଶିଳ୍ପ କଳାର ଏକ ମୁଖ୍ୟ ନିଦର୍ଶନ ହେଉଛି ସ୍ତୁପ ।

→ (ଙ) ବୌଦ୍ଧଧର୍ମର ପ୍ରସାର

  • ବୌଦ୍ଧଧର୍ମ ସମଗ୍ର ଭାରତ ଓ ଭାରତ ବାହାରେ ତିବ୍ଦତ, ଚୀନ, ଜାପାନ, ଶ୍ରୀଲଙ୍କା, ମିଆଁମାର, ଇଣ୍ଟେନେସିଆ, କୋରିଆ ପ୍ରଭୃତି ଦେଶମାନଙ୍କରେ ପ୍ରସାରିତ ହୋଇଥିଲା ।
  • ପରବର୍ତ୍ତୀ ସମୟରେ ବୌଦ୍ଧଧର୍ମାବଲମ୍ବୀମାନେ ହୀନଯାନ ଓ ମହାଯାନ ନାମକ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

Odisha State Board BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ will enable students to study smartly.

BSE Odisha Class 6 Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

ବିଷୟବସ୍ତୁ
ସ୍ୱାୟତ୍ତ ଶାସନ କ’ଣ ? ପଞ୍ଚାୟତିରାଜ, ଗ୍ରାମାଞ୍ଚଳ ସ୍ନାୟତ୍ତ ଶାସନ ବ୍ୟବସ୍ଥା, ଗ୍ରାମ ପଞ୍ଚାୟତ (ଗଠନ, କାର୍ଯ୍ୟ ଓ ଆୟ) ପଞ୍ଚାୟତ ସମିତି (ଗଠନ ଓ କାର୍ଯ୍ୟ), ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମ, ଜିଲ୍ଲା ପରିଷଦ, ଜିଲ୍ଲା ପରିଷଦର ଗଠନ, କାର୍ଯ୍ୟ ଓ ଆୟ, ସହରାଞ୍ଚଳର ସ୍ୱାୟତ୍ତ ଶାସନ ବ୍ୟବସ୍ଥା, ମହାନଗର ନିଗମ (ଗଠନ, କାର୍ଯ୍ୟ ଓ ଆୟ, ପୌରପାଳିକା ବା ନଗର ପାଳିକା) (ଗଠନ, କାର୍ଯ୍ୟ ଓ ଆୟ), ବିଜ୍ଞାପିତ ଅଞ୍ଚଳ ପରିଷଦ ।

(୧) ସ୍ୱାୟତ୍ତ ଶାସନ କ’ଣ?

  • ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନେ ସେମାନଙ୍କ ପ୍ରତିନିଧ୍ବ ବାଛି ‘ଜନଗୋଷ୍ଠୀ’ ତିଆରି କରିଥା’ନ୍ତି । ଜନଗୋଷ୍ଠୀ ନିଜକୁ ନିଜେ ଶାସନ କରିବାକୁ ‘ସ୍ୱାୟତ୍ତଶାସନ’ କୁହାଯାଏ ।
  • ଆମ ଦେଶର କେନ୍ଦ୍ର ଶାସନର ମୁଖ୍ୟ କାର୍ଯ୍ୟପାଳିକା ଦିଲ୍ଲୀରେ ଅବସ୍ଥିତ ।
  • ସେହିପରି ପ୍ରତ୍ୟେକ ରାଜ୍ୟ ଶାସନର ମୁଖ୍ୟ କାର୍ଯ୍ୟାଳୟ ସାଧାରଣତଃ ନିଜ ନିଜ ରାଜ୍ୟର ରାଜଧାନୀ ଥାଏ ।

(୨) ପଞ୍ଚାୟତିରାଜ

  • ୧୯୫୮ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟି ଏକ ତିନିସ୍ତର ବିଶିଷ୍ଟ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ପ୍ରଚଳନ କରିବାକୁ ସୁପାରିସ୍ କରିଥିଲେ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୩) ଗ୍ରାମାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥା

  • ଆମ ଦେଶରେ ସ୍ଥାନୀୟ ସ୍ୱାୟତ୍ତଶାସନ ବ୍ୟବସ୍ଥା ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା— ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ।
  • ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ମଧ୍ୟରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଅନ୍ତର୍ଭୁକ୍ତ ।

(୩) ଗ୍ରାମ ପଞ୍ଚାୟତ (ଗଠନ, କାର୍ଯ୍ୟ ଓ ଆୟ)

  • ଦୁଇ ହଜାରରୁ ଦଶ ହଜାର ଲୋକ ବାସ କରୁଥିବା ଗ୍ରାମକୁ ନେଇ ଗୋଟିଏ ଗ୍ରାମପଞ୍ଚାୟତ ଗଠିତ ।
  • ଏଥିରେ ଏକରୁ ଅଧିକ ଗ୍ରାମ ଥାଇପାରେ ।
  • ଆମ ରାଜ୍ୟର ପଞ୍ଚାୟତ ଆଇନ ଅନୁଯାୟୀ ଅତି ବେଶୀରେ ୨୫ ଜଣ ଓ ଅତି କମ୍‌ରେ ୧୧ ଜଣ ୱାର୍ଡ଼ ସଭ୍ୟ ରହିପାରିବେ ।
  • ସରପଞ୍ଚ ଗ୍ରାମ ପଞ୍ଚାୟତର ମୁଖ୍ୟ ଅଟନ୍ତି ।
  • ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ୫ ବର୍ଷ ।
  • ମନେରଖ : ଆମ ରାଜ୍ୟରେ ବର୍ତ୍ତମାନ ୬, ୨୩୪ଟି ଗ୍ରାମ ପଞ୍ଚାୟତ ରହିଛି ।
  • ଗ୍ରାମ ପଞ୍ଚାୟତର କାର୍ଯ୍ୟ ଦୁଇ ପ୍ରକାର । ଯଥା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ ।
  • ଗ୍ରାମ ପଞ୍ଚାୟତର ଆୟ ଦୁଇଟି ମାଧମରୁ ପାଇଥାଏ । ଯଥା— ନିଜସ୍ବ ଆୟ ଓ ସରକାରୀ ଅନୁଦାନ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୫) ପଞ୍ଚାୟତ ସମିତି (ଗଠନ ଓ କାର୍ଯ୍ୟ)

  • ପଞ୍ଚାୟତ ସମିତି ପଞ୍ଚାୟତିରାଜ ବ୍ୟବସ୍ଥାର ଦ୍ବିତୀୟ ସ୍ତର ।
  • କେତୋଟି ଗ୍ରାମ ପଞ୍ଚାୟତକୁ ନେଇ ବ୍ଲକସ୍ତରରେ ଗୋଟିଏ ପଞ୍ଚାୟତ ସମିତି ଗଠିତ ହୋଇଥାଏ ।
  • ପ୍ରତି ବ୍ଲକ୍‌ରେ ଥ‌ିବା ଗୋଟିଏ ପଞ୍ଚାୟତ ସମିତି ଥାଏ ।
  • ଗୋଟିଏ ପଞ୍ଚାୟତ ସମିତି ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାଏ ।
  • ପ୍ରତି ଦୁଇମାସରେ ଥରେ ପଞ୍ଚାୟତ ସମିତି ବୈଠକ ବସେ ।
  • ମନେରଖ : ଓଡ଼ିଶାରେ ୩୧୪ଟି ପଞ୍ଚାୟତ ସମିତି ରହିଛି ।
  • ପଞ୍ଚାୟତ ସମିତିର କାର୍ଯ୍ୟ ହେଉଛି– ସରକାରଙ୍କର ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା, ପଞ୍ଚାୟତ ସମିତି ବୈଠକରେ ଗୃହୀତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା, ଗ୍ରାମ ପଞ୍ଚାୟତଗୁଡ଼ିକର ଆୟବ୍ୟୟ ଅଟକଳ ପ୍ରସ୍ତୁତ କରିବା ଓ ବ୍ଲକସ୍ତରୀୟ ଯୋଜନା ପ୍ରସ୍ତୁତ କରିବା ।
  • ପଞ୍ଚାୟତ ସମିତିର ନିଜସ୍ୱ ଆୟ ନଥାଏ । ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବାପାଇଁ ସମସ୍ତ ଅର୍ଥ ସରକାରଙ୍କଠାରୁ ମିଳିଥାଏ ।

(୬) ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମ

  • ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକ ହେଲା — ଗ୍ରାମାଞ୍ଚଳ ଗରିବଲୋକଙ୍କ ଆର୍ଥିକ ଥଇଥାନ କାର୍ଯ୍ୟକ୍ରମ, ସମନ୍ବିତ ଗ୍ରାମ ଉନ୍ନୟନ ଯୋଜନା, ପ୍ରଧାନମନ୍ତ୍ରୀଙ୍କ ଅର୍ଥ ଯୋଗାଣ କାର୍ଯ୍ୟକ୍ରମ ଓ ଜାତୀୟ ଗ୍ରାମ୍ୟ ନିଯୁକ୍ତି କାର୍ଯ୍ୟକ୍ରମ ଏବଂ ଗ୍ରାମ୍ୟ ଶ୍ରମିକ ନିଯୁକ୍ତି ସୃଷ୍ଟି ।

(୭) ଜିଲ୍ଲା ପରିଷଦ (ଗଠନ, କାର୍ଯ୍ୟ ଓ ଆୟ)

  • ପ୍ରତି ଜିଲ୍ଲାକୁ କେତେଗୁଡ଼ିଏ ଜିଲ୍ଲାପରିଷଦ ଜୋନ୍‌ରେ ବିଭକ୍ତ କରାଯାଏ ଓ ପ୍ରତ୍ୟେକ ଜୋନରୁ ସାବାଳକ ଭୋଟ ପ୍ରଥା ଜରିଆରେ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରାଯାଏ ।
  • ଜିଲ୍ଲା ପରିଷଦର କାର୍ଯ୍ୟକାଳ ୫ ବର୍ଷ l
  • ଜିଲ୍ଲା ପରିଷଦର କାର୍ଯ୍ୟ ହେଉଛି– ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତି, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା, ଜିଲ୍ଲା ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଇତ୍ୟାଦିକୁ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବା, କୃଷି, ଶିଳ୍ପ, ପଶୁପାଳନ, ଗ୍ରାମ୍ୟ ବିଦ୍ୟୁତ୍ଵକରଣ, ସାମାଜିକ ବନୀକରଣ ଓ ବିଭିନ୍ନ ସ୍ତରୀୟ ଶିକ୍ଷାପାଇଁ ପଦକ୍ଷେପ ଗ୍ରହଣ କରିବା ଇତ୍ୟାଦି ।
  • ଜିଲ୍ଲା ପରିଷଦର ଆୟ ହେଉଛି- ମୁଖ୍ୟତଃ ସରକାରୀ ଅନୁଦାନ ଉପରେ ନିର୍ଭର କରେ, ଏହାଛଡ଼ା ବିଭିନ୍ନ କର ଆଦାୟ, ରହିବା ଘର ଓ ଦୋକାନ ଘର ଇତ୍ୟାଦିରୁ ଏହା ଭଡ଼ା ସୂତ୍ରରେ ଅର୍ଥ ପାଇଥାଏ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୮) ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା

  • ସହରାଞ୍ଚଳ ସ୍ୱାୟତ୍ତ ଶାସନ ୩ ଭାଗରେ ବିଭକ୍ତ ।
  • ସେଗୁଡ଼ିକ ହେଲା– ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ।

(୯) ମହାନଗର ନିଗମ

  • ସାଧାରଣତଃ ୧୦ ଲକ୍ଷରୁ ଅଧ‌ିକ ଲୋକ ବାସକରୁଥିବା ସହରମାନଙ୍କରେ ମହାନଗର ନିଗମ ଗଠିତ ହୋଇଥାଏ ।
  • ନଗରର ବିଭିନ୍ନ ୱାର୍ଡ଼ରୁ ନିର୍ବାଚିତ ହୋଇଥିବା ବିଭିନ୍ନ ପ୍ରତିନିଧୁ ବା କର୍ପୋରେଟର ସେମାନଙ୍କ ମଧ୍ୟରୁ ଜଣଙ୍କୁ ମେୟର ଓ ଅନ୍ୟ ଜଣଙ୍କୁ ଡେପୁଟି ମେୟର ଭାବରେ ନିର୍ବାଚିତ କରିଥା’ନ୍ତି ।
  • ନିଗମର ମୁଖ୍ୟ ହେଉଛନ୍ତି ମେୟର ଓ ସେ ନିଗମ ପରିଷଦର ଅଧ୍ୟକ୍ଷତା କରନ୍ତି ।
  • ମହାନଗର ନିଗମର କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସରକାର ଦ୍ବାରା ଜଣେ କାର୍ଯ୍ୟପାଳିକା ବା କମିଶନର ନିଯୁକ୍ତ ହୋଇଥା’ତି, ଯିଏକି ନିଗମର ସମସ୍ତ ବୈଠକରେ ଯୋଗଦିଅନ୍ତି ଓ ବିଭିନ୍ନ ବଜେଟ୍ ରିପୋର୍ଟ ପ୍ରସ୍ତୁତ କରି ନିଗମ ପରିଷଦରେ ଦାଖଲ କରନ୍ତି ।
  • ମହାନଗର ନିଗମର କାର୍ଯ୍ୟ ଦୁଇ ପ୍ରକାର । ଯଥା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ । ବାଧ୍ୟତାମୂଳକ କାର୍ଯ୍ୟ ହେଉଛି – ପାଣିଟାଙ୍କି ନିର୍ମାଣ ଓ ଏହାର ରକ୍ଷଣାବେକ୍ଷଣ, ରାସ୍ତା ବିଦ୍ୟୁତ୍‌କରଣ ଓ ଯୋଗାଣ, ଯାନବାହନ ଚଳାଚଳ ଓ ନିୟନ୍ତ୍ରଣ, ଅଳିଆ ଆବର୍ଜନା ସଫା, ନାଳନର୍ଦ୍ଦମା ନିର୍ମାଣ ଓ ରକ୍ଷଣାବେକ୍ଷଣ ଇତ୍ୟାଦି । ଇଚ୍ଛାଧୀନ କାର୍ଯ୍ୟ ହେଉଛି– ସର୍ବସାଧାରଣ ପାଠାଗାର, ଯାଦୁଘର ଓ ପାର୍କ ନିର୍ମାଣ, ବିଶ୍ରାମ ଗୃହ, ଅନାଥଶ୍ରମ ନିର୍ମାଣ ଓ ପରିଚାଳାନା, ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ ଓ ସାମାଜିକ ବନୀକରଣ ଇତ୍ୟାଦି ।
  • ମହାନଗର ନିଗମର ଆୟର ପନ୍ଥା ହେଉଛି– ଯାନବାହନ ଓ ବିଭିନ୍ନ ପ୍ରାଣୀମାନଙ୍କ ଉପରୁ ଟିକସ, ସମ୍ପତ୍ତିକର, ପ୍ରମୋଦକର, ଶିକ୍ଷାକର, ବୃଷ୍ଟିକର ଓ କୋଠାବାଡ଼ି, ଲାଇସେନ୍ସ ଫି ଇତ୍ୟାଦି ଅଣଟିକସରୁ ଓ ଗୋପାଳନ, କୁକୁଡ଼ା ପାଳନ, ସିନେମା ପ୍ରଭୃତିରୁ ବାଣିଜ୍ୟ କର ଭଳି ଲାଭଜନକ ବ୍ୟବସାୟ ଦ୍ବାରା ଓ ଅନେକ ସମୟରେ ସରକାରୀ ଅନୁଦାନ ସୂତ୍ରରୁ ଏହା ନିଜର ଆୟ କରିଥାଏ ।

(୧୦) ପୌରପାଳିକା ବା ନଗରପାଳିକା (ଗଠନ, କାର୍ଯ୍ୟ ଓ ଆୟ)

  • ପୌରପାଳିକାର ସମସ୍ତ ୱାର୍ଡ଼ର ପ୍ରତିନିଧ୍ଵ (କାଉନ୍ସିଲର)ମାନଙ୍କୁ ନେଇ ପୌର ପରିଷଦ ଗଠିତ ।
  • କାଉନ୍ସିଲରଙ୍କ ମଧ୍ୟରୁ ଏକ-ତୃତୀୟାଂଶ ମହିଳାମାନଙ୍କ ପାଇଁ ସଂରକ୍ଷିତ ।
  • ନିର୍ବାଚିତ କାଉନସିଲରମାନେ ନିଜ ଭିତରୁ ଜଣଙ୍କୁ ଚେୟାରମ୍ୟାନ ଓ ଆଉଜଙ୍କୁ ଭାଇସ୍‌ଚେୟାରମ୍ୟାନ ଭାବେ ନିର୍ବାଚିତ କରନ୍ତି । ଚେୟାରମ୍ୟାନ ସଭାରେ ଅଧ୍ୟକ୍ଷତା କରନ୍ତି ।
  • ପୌର ପରିଷଦର ଦୈନନ୍ଦିନ କାର୍ଯ୍ୟ ତଦାରଖ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇଥା’ଛି ।
  • ପୌରପାଳିକାର କାର୍ଯ୍ୟକ ଦଇ ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ । ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ହେଲା– ଗମନାଗମନ, ରାସ୍ତାନିର୍ମାଣ ଓ ରକ୍ଷଣାବେକ୍ଷଣ, ପାନୀୟଜଳ ଯୋଗାଣ, ଜଳ ନିଷ୍କାସନ ଓ ଆଲୋକ ବ୍ୟବସ୍ଥା, ସଂକ୍ରାମକ ରୋଗର ନିରାକରଣ, ପ୍ରାଥମିକ ଶିକ୍ଷାର ପ୍ରସାର ଏବଂ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଦି ପ୍ରମୁଖ । ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ହେଲା– ଗୃହ ନିର୍ମାଣ ଓ ଟାଉବସ୍‌ର ପ୍ରଚଳନ, ଆମୋଦ ପ୍ରମୋଦ ପାଇଁ ପାର୍କ ତିଆରି, ସିନେମା ଗୃହ ନିର୍ମାଣ, ହାଟ ବଜାର ଓ ପାଠାଗାର ସ୍ଥାପନ ।
  • ପୌରପାଳିକାର ଆୟ ପନ୍ଥା ହେଲା– ପୌରପାଳିକା ତା’ର ଆୟର ଦୁଇଟି ଉପାୟରେ ଅର୍ଥ ପାଇଥାଏ । ଯଥା— ନିଜସ୍ବ ଆୟ ଓ ସରକାରୀ ଅନୁଦାନ ନିଜସ୍ବ ଆୟ ହେଲା– ପୌରପାଳିକାର ଅନ୍ତର୍ଗତ ଜମି, ଘର, କୋଠାବାଡ଼ି, ପଣ୍ୟକର, ପାଇଖାନା, ଆଲୋକ ଓ ଜଳକର, ବ୍ୟବସାୟ, ପ୍ରମୋଦ କର, ସାଇକେଲ, ରିକ୍କା, ଶଗଡ଼, ଟ୍ରଲି ଆଦି ଯାନବାହନରୁ ଟିକସ ଆଦାୟ । ସରକାରୀ ଅନୁଦାନ ହେଲା ପୌରପାଳିକାର ଉନ୍ନତିମୂଳକ କାର୍ଯ୍ୟପାଇଁ ବିଭିନ୍ନ ସମୟରେ ସରକାର ବିଭିନ୍ନ ଅନୁଦାନ ଦେବା ସହିତ ଋଣ ମଧ୍ୟ ଯୋଗାଇଥା’ନ୍ତି ।
  • ମନେରଖ: ଆମ ରାଜ୍ୟରେ ଏବେ ୩୫ଟି ପୌରସଂସ୍ଥା ବା ପୌରପାଳିକା ଅଛି ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୧୧) ବିଜ୍ଞାପିତ ଅଞ୍ଚଳ ପରିଷଦ

  • ଯେଉଁ ଛୋଟ ସହରର ଲୋକସଂଖ୍ୟା ୧୦ ହଜାରରୁ ଅଧିକ ସେଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ (N.A.C.) ଗଠିତ ହୋଇଥାଏ ।
  • ବିଜ୍ଞାପିତ ଅଞ୍ଚଳ ପରିଷଦର ଗଠନ, କାର୍ଯ୍ୟ, ଆୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ପୌରପାଳିକା ବା ମ୍ୟୁନିସିପାଲିଟି ପରି ହୋଇଥାଏ ।
  • ମନେରଖ: ଓଡ଼ିଶାରେ ଏବେ ୬୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି ।

BSE Odisha 6th Class Political Science Notes Chapter 3 ସରକାର

Odisha State Board BSE Odisha 6th Class Political Science Notes Chapter 3 ସରକାର will enable students to study smartly.

BSE Odisha Class 6 Political Science Notes Chapter 3 ସରକାର

ବିଷୟବସ୍ତୁ
ସରକାରର ସଂଜ୍ଞା, ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ, ସରକାରଙ୍କର ଆଇନ୍ ପ୍ରଣୟନ, ସରକାରୀ ଅନୁଷ୍ଠାନ, ବିଭିନ୍ନ ପ୍ରକାରର ସରକାର, ସଂସଦୀୟ ସରକାର, ରାଷ୍ଟ୍ରପତୀୟ ସରକାର, ଐକିକ ସରକାର, ରାଷ୍ଟ୍ରସଂଘୀୟ ସରକାର, ରାଜତନ୍ତ୍ରିକ ସରକାର, ଗଣତାନ୍ତ୍ରିକ ସରକାର ।

→ (୧) ସରକାରର ସଂଜ୍ଞା

  • ସରକାର ରାଷ୍ଟ୍ରର ଏକ ଅପରିହାର୍ଯ୍ୟ ଅଙ୍ଗ ଓ ରାଷ୍ଟ୍ର ଶାସନ ପାଇଁ ସରକାର ଗଠନ କରାଯାଏ ।
  • ଗମନାଗମନ ପାଇଁ ରାସ୍ତା ତିଆରି, ରାସ୍ତା ମରାମତି, ସହର ଓ ଗ୍ରାମକୁ ବିଦ୍ୟୁତ ଶକ୍ତି ଯୋଗାଣ, ଲୋକମାନଙ୍କୁ ଚାଷ ଓ ବ୍ୟବସାୟ ପାଇଁ ଋଣ ପ୍ରଦାନ, ବିଦ୍ୟାଳୟ ପାଇଁ ଗୃହ ନିର୍ମାଣ ଇତ୍ୟାଦି ସରକାରଙ୍କର କାର୍ଯ୍ୟ ଅଟେ ।

→ (୨) ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ
ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ହେଲା– ରାସ୍ତା ନିର୍ମାଣ ଓ ମରାମତି, ବିଦ୍ୟୁତଶକ୍ତି ଯୋଗାଣ, ଚାଷ ଓ ବ୍ୟବସାୟ ପାଇଁ ଋଣ ପ୍ରଦାନ, ବିଦ୍ୟାଳୟ ଗୃହ ତଥା ଗରିବ ଲୋକଙ୍କ ପାଇଁ ବାସଗୃହ ବ୍ୟବସ୍ଥା, ସମସ୍ତଙ୍କୁ ସୁରକ୍ଷା, କର୍ମଯୋଗାଣ, ଦରଦାମ ନିୟନ୍ତ୍ରଣ, ବାହାର ଦେଶ ସହ ସମ୍ପର୍କ ରକ୍ଷା, ଦେଶର ସୀମାସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ବେଳେ ସାହାଯ୍ୟ ପ୍ରଦାନ ।

BSE Odisha 6th Class Political Science Notes Chapter 3 ସରକାର

→ (୩) ସରକାରଙ୍କର ଆଇନ ପ୍ରଣୟନ

  • ଜନସାଧାରଣଙ୍କର ମଙ୍ଗଳ ପାଇଁ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଥା’ଛି ।
  • ଏଗୁଡ଼ିକ ହେଲା– ସର୍ବସାଧାରଣ ସ୍ଥାନରେ ଧୂମପାନ ନକରିବା, ନିୟନ୍ତ୍ରିତ ବେଗରେ ଗାଡ଼ିଚଳାଇବା, ଚାଳକ ହେଲ୍‌ମେଟ୍ ପିନ୍ଧିବା ସହିତ ନିଜପାଖରେ ଲାଇସେନ୍ସ ରଖୁବା ଇତ୍ୟାଦି ।

→ (୪) ସରକାରୀ ଅନୁଷ୍ଠାନ

  • ସରକାର ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ସରକାରୀ କାର୍ଯ୍ୟ କରିଥା’ନ୍ତି ।
  • ବିଭିନ୍ନ ସରକାରୀ ଅନୁଷ୍ଠାନଗୁଡ଼ିକ ହେଲା– ପୋଷ୍ଟ ଅଫିସ, ପୋଲିସ ଷ୍ଟେସନ, ବିଦ୍ୟାଳୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ହାଇକୋର୍ଟ, ତହସିଲ ଇତ୍ୟାଦି ।

→ (୫) ସରକାରର ପ୍ରକାର ଭେଦ

  • ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସରକାର ଗଠିତ ହୋଇଥାଏ ।
  • ସେଗୁଡ଼ିକ ହେଲା – ସଂସଦୀୟ ସରକାର, ରାଷ୍ଟ୍ରପତୀୟ ସରକାର, ଐକିକ ସରକାର, ରାଷ୍ଟ୍ରସଂଘୀୟ ସରକାର, ରାଜତନ୍ତ୍ରିକ ସରକାର, ଗଣତାନ୍ତ୍ରିକ ସରକାର ।

BSE Odisha 6th Class Political Science Notes Chapter 3 ସରକାର

→ (୬) ସଂସଦୀୟ ସରକାର

  • ସଂସଦୀୟ ସରକାରରେ ରାଷ୍ଟ୍ରମୁଖ୍ୟ ‘ଆଳଙ୍କାରିକ ମୁଖ୍ୟ’ ମାତ୍ର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ ମନ୍ତ୍ରୀମଣ୍ଡଳ ଶାସନର ‘ପ୍ରକୃତ ମୁଖ୍ୟ’ ଅଟନ୍ତି ।
  • ସଂସଦୀୟ ସରକାରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ନିଜ ନିଜ ଭିତରେ ଉତ୍ତମ ବୁଝାମଣା ଭିଭିରେ କାର୍ଯ୍ୟକରନ୍ତି ।
  • ବ୍ୟବସ୍ଥାପିକାର ସଭ୍ୟମାନେ ଜନସାଧାରଣଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି ଓ ବ୍ୟବସ୍ଥାପିକାର ସଭ୍ୟ ଓ ବିଭାଗୀୟ ମନ୍ତ୍ରୀମାନେ ସେମାନଙ୍କର କାର୍ଯ୍ୟପାଇଁ ଲୋକମାନଙ୍କ ପାଖରେ ଉତ୍ତରଦାୟୀ ରହନ୍ତି ।
  • ମନେରଖ: ଭାରତ ଓ ଜାପାନରେ ସଂସଦୀୟ ସରକାର ରହିଛି ।

→ (୭) ରାଷ୍ଟ୍ରପତୀୟ ସରକାର

  • ଏହି ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ଉଭୟ ରାଷ୍ଟ୍ର ଓ ସରକାରର ମୁଖ୍ୟ ଅଟନ୍ତି ଓ ତାଙ୍କ ନାମରେ ଶାସନ କାର୍ଯ୍ୟ ଚାଲେ ।
  • ରାଷ୍ଟ୍ରପତି ବିଭିନ୍ନ ସଚିବମାନଙ୍କୁ ନିଯୁକ୍ତ କରି ସେମାନଙ୍କ ମାଧ୍ୟମରେ ଶାସନ କାର୍ଯ୍ୟ ପରିଚାଳନା କରନ୍ତି ।
  • ମନେରଖ : ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଶ୍ରୀଲଙ୍କା ଓ ବ୍ରାଜିଲ୍ ଆଦି ଦେଶରେ ଏହି ପ୍ରକାର ସରକାର ରହିଛି ।

→ (୮) ଐକିକ ସରକାର

  • ଯେଉଁ ରାଷ୍ଟ୍ରରେ ସମସ୍ତ କ୍ଷମତା ଗୋଟିଏ ସରକାର ବା କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ଥାଏ, ତାକୁ ‘ଐକିକ ସରକାର’ କୁହାଯାଏ ।
  • ଏହି ପ୍ରକାର ସରକାରୀ ବ୍ୟବସ୍ଥାକୁ ଅଧିକ ଫଳପ୍ରଦ କରିବାପାଇଁ ରାଷ୍ଟ୍ରକୁ କେତୋଟି ଅଞ୍ଚଳରେ ବିଭକ୍ତ କରାଯାଏ ଓ ଆଞ୍ଚଳିକ ସରକାରମାନଙ୍କୁ କେନ୍ଦ୍ର ସରକାର କିଛି କ୍ଷମତା ପ୍ରଦାନ କରିଥାଆନ୍ତି ।
  • ମନେରଖ : ଇଟାଲୀ, ବେଲ୍‌ଜିୟମ୍, ଜାପାନ, ଇରାନ, ଯୁକ୍ତରାଜ୍ୟ ବା ଇଂଲଣ୍ଡ ଓ ଫ୍ରାନ୍ସ ପ୍ରଭୃତି ଦେଶରେ ‘ଐକିକ ସରକାର’ ଶାସନ ପ୍ରଚଳିତ ।

BSE Odisha 6th Class Political Science Notes Chapter 3 ସରକାର

→ (୯) ରାଷ୍ଟ୍ରସଂଘୀୟ ସରକାର

  • ସମ୍ବିଧାନର ନିର୍ଦ୍ଦେଶ ଅନୁସାରେ ‘ରାଷ୍ଟ୍ର ସଂଘୀୟ ସରକାର’ ଗଠିତ ହୋଇଥାଏ ।
  • ଏହି ବ୍ୟବସ୍ଥାରେ ରାଷ୍ଟ୍ରସ୍ତରରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ରାଜ୍ୟ ସରକାର ଗଠନ କରାଯାଏ ଓ ଉଭୟ ସରକାର ବ୍ୟବସ୍ଥାପିକା, ପ୍ରଶାସନିକ ଓ ନ୍ୟାୟିକ କ୍ଷମତା ଉପଭୋଗ କରିଥାଆନ୍ତି ।
  • ମନେରଖ : ଭାରତ ଓ ରୁଷିଆ ଆଦି ରାଷ୍ଟ୍ରରେ ‘ରାଷ୍ଟ୍ରସଂଘୀୟ ସରକାର’ ରହିଛି ।

→ (୧୦) ରାଜତନ୍ତ୍ରିକ ସରକାର

  • ପୃଥ‌ିବୀର ସବୁଠାରୁ ପ୍ରାଚୀନ ଶାସନ ହେଉଛି ରାଜତନ୍ତ୍ର ଶାସନ ବା ‘ରାଜତନ୍ତ୍ରିକ ସରକାର’ ।
  • ଏହି ଶାସନରେ ସମସ୍ତ କ୍ଷମତାର ଅଧିକାରୀ ରାଜାଙ୍କର ସମସ୍ତ ଆଇନ୍ ବା ଆଦେଶ ପ୍ରଜାମାନେ ମାନିବାକୁ ବାଧ୍ୟ ।
  • ମନେରଖ : ଅତୀତରେ ଫ୍ରାନ୍ସ ଓ ତୁର୍କୀ ପ୍ରଭୃତି ରାଷ୍ଟ୍ରରେ ‘ରାଜତନ୍ତ୍ରିକ ସରକାର’ ଶାସନ ପ୍ରଚଳିତ ଥିଲା ।

→ (୧୧) ଗଣତାନ୍ତ୍ରିକ ସରକାର

  • ଗଣତନ୍ତ୍ର ହେଉଛି ଗଣ-ଶାସନ । ଏହି ଶାସନରେ ସାବାଳାକମାନେ ସ୍ବାଧୀନ ଭାବରେ ଭୋଟ ଦେଇ ରାଜନୈତିକ ଦଳର ଲୋକମାନଙ୍କ ମଧ୍ୟରୁ ଜଣକୁ ସେମାନଙ୍କର ପ୍ରତିନିଧ୍ବ ବାଛନ୍ତି ।
  • ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ବ୍ୟକ୍ତିମାନେ ସରକାର ଗଢ଼ି ରାଜ୍ୟ ଶାସନ କରିଥାଆନ୍ତି ।
  • ଗଣତନ୍ତ୍ର ବା ‘ଡେମୋକ୍ରାସି’ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ‘ଡେମୋସ୍’ (ଲୋକମାନେ) ଓ ‘କ୍ରୀଟସ୍’ (ଶାସନ)ରୁ ଆସିଛି ଯାହାର ଅର୍ଥ ହେଉଛି ‘ଗଣଶାସନ’ ।
  • ମନେରଖ : ବର୍ତ୍ତମାନ ଭାରତ, ପାକିସ୍ତାନ ଆଦି ରାଷ୍ଟ୍ରରେ ‘ଗଣତାନ୍ତ୍ରିକ ସରକାର’ ପ୍ରଚଳିତ । ଆମ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକମାନଙ୍କର ଭୋଟ ଦେବାର ଅଧିକାର ଅଛି ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

Odisha State Board BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ will enable students to study smartly.

BSE Odisha Class 6 Political Science Notes Chapter 2 ରାଷ୍ଟ୍ର

ବିଷୟବସ୍ତୁ
ରାଷ୍ଟ୍ରର ଅର୍ଥ, ରାଷ୍ଟ୍ରର ବୈଶିଷ୍ଟ୍ୟ/ଉପାଦାନ, ରାଷ୍ଟ୍ରର ଉତ୍ପତ୍ତି ଓ ବିକାଶ, ରାଷ୍ଟ୍ରରେ ଉତ୍ପତ୍ତି ସମ୍ବନ୍ଧୀୟ ବିଭିନ୍ନ ମତବାଦ, ରାଷ୍ଟ୍ରର କାର୍ଯ୍ୟ ।

→ (୧) ରାଷ୍ଟ୍ର ଅର୍ଥ

  • ସବୁଠାରୁ ବଡ଼ କ୍ଷମତାଶାଳୀ ସାମାଜିକ ତଥା ରାଜନୈତିକ ଅନୁଷ୍ଠାନକୁ ରାଷ୍ଟ୍ର କୁହାଯାଏ ।
  • ରାଷ୍ଟ୍ର ଏକ ସ୍ଥାୟୀ ଅନୁଷ୍ଠାନ । ତେଣୁ ଏହାର ଆବଶ୍ୟକତା ସର୍ବଦା ଦରକାର ହୋଇଥାଏ ।
  • ରାଷ୍ଟ୍ରର ନୀତିନିୟମ ମନୁଷ୍ୟର ସାମାଜିକ ଜୀବନକୁ ଶୃଙ୍ଖଳିତ ଓ ଦୃଢ଼ୀଭୂତ କରେ ।
  • ରାଷ୍ଟ୍ର ଏକ ଅତ୍ୟାବଶ୍ୟକ ଅନୁଷ୍ଠାନ, କାରଣ ମନୁଷ୍ୟର ଇଚ୍ଛା ତାକୁ ରାଷ୍ଟ୍ରରେ ରହିବାକୁ ବାଧ୍ୟ କରିଥାଏ ।
  • ମନେରଖ : ଆରିଷ୍ଟୋଟଲଙ୍କ ମତରେ, ପରିବାର ଓ ଗ୍ରାମମାନଙ୍କର ସମଷ୍ଟିରେ ରାଷ୍ଟ୍ରର ଅଧ୍ୟାପକ ଗାରନରଙ୍କ ମତରେ, ସ୍ଥାୟୀ ଭାବରେ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ଭୋଗ ଦଖଲକାରୀ, ବାହ୍ୟ ନିୟନ୍ତ୍ରଣ ମୁକ୍ତ ଏବଂ ଅଧିକାଂଶ ଅଧିବାସୀଙ୍କ ନିରବଚ୍ଛିନ୍ନ ଆନୁଗତ୍ୟ ଲାଭ କରୁଥିବା ଏକ ସଙ୍ଗଠିତ ସରକାରର ଅଧିକାରୀ, ଊଣା ଅଧିକେ ଲୋକମାନଙ୍କର ସମ୍ପ୍ରଦାୟକକୁ ରାଷ୍ଟ୍ର କହନ୍ତି ।

→ (୨) ରାଷ୍ଟ୍ରର ବୈଶିଷ୍ଟ୍ୟ | ଉପାଦାନ

  • ରାଷ୍ଟ୍ରର ଚାରିଗୋଟି ମୁଖ୍ୟ ଉପାଦାନ ରହିଛି ।
  • ସେଗୁଡ଼ିକ ହେଲା– ଜନସଂଖ୍ୟା, ଆୟତନ, ସରକାର ଓ ସାର୍ବଭୌମତ୍ୱ ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

→ ଜନସଂଖ୍ୟା

  • ଜନସଂଖ୍ୟା ବିନା ରାଷ୍ଟ୍ରର କଳ୍ପନା ଅସମ୍ଭବ । ତେଣୁ ରାଷ୍ଟ୍ର ଗଠନ ପାଇଁ ଅଧିବାସୀ/ଜନସଂଖ୍ୟା ଆବଶ୍ୟକ ।
  • ପ୍ରକୃତରେ ଗୋଟିଏ ରାଷ୍ଟ୍ରର ଜନସଂଖ୍ୟା ସେହି ରାଷ୍ଟ୍ରର ଆୟତନ ଓ ସମ୍ବଳ ଅନୁସାରେ ହେବା ଉଚିତ ।
  • ମନେରଖ : ପ୍ଲାଟୋଙ୍କ ମତରେ ରାଷ୍ଟ୍ରର ଜନସଂଖ୍ୟା ୫୦୪୦ ହେବା ଦରକାର । ଋଷୋଙ୍କ ମତରେ ରାଷ୍ଟ୍ରର ଜନସଂଖ୍ୟା ୧୦, ୦୦୦ ହେବା ଦରକାର ।

→ ଆୟତନ

  • ଏକ ନିର୍ଦ୍ଦିଷ୍ଟ ଭୂ-ଖଣ୍ଡ ବିନା କୌଣସି ରାଷ୍ଟ୍ର କଳ୍ପନା ଅସମ୍ଭବ । ତେଣୁ ଏହାର ନିର୍ଦ୍ଦିଷ୍ଟ ପରିସୀମା ଆବଶ୍ୟକ ।
  • ଏହାର ପରିସୀମା ବୃହତ୍ ହୋଇପାରେ କିମ୍ବା ଛୋଟ ହୋଇପାରେ ।

→ ସରକାର :

  • ସରକାର ଏକ ରାଜନୈତିକ ସଙ୍ଗଠନ ।
  • ଏହା ଆଇନ୍‌ଦ୍ବାରା ପରିଚାଳିତ ।
  • ସରକାରଙ୍କ ଦ୍ବାରା ରାଷ୍ଟ୍ରରେ ଶାସନକାର୍ଯ୍ଯ ଚାଲେ ଓ ରାଷ୍ଟ୍ରର ବାସ୍ତବରୂପ ପ୍ରକାଶ ପାଏ ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

→ ସାର୍ବଭୌମତ୍ୱ:

  • ସାର୍ବଭୌମତ୍ୱ ରାଷ୍ଟ୍ରର ସବୁଠାରୁ ଗୁରୁତ୍ୱପୂରର୍ଶ ଉପାଦାନ ଓ ରାଷ୍ଟ୍ରର ଜୀବନ ଶକ୍ତି ।
  • ଏହି କ୍ଷମତା ପ୍ରୟୋଗ କରି ରାଷ୍ଟ୍ର ନିଜ ଦେଶର ନାଗରିକ, ଗୋଷ୍ଠୀ, ଅନୁଷ୍ଠାନ ଉପରେ ନିୟନ୍ତ୍ରଣ ଜାରି ରଖେ । ତେଣୁ ଏହାକୁ ‘ଆଭ୍ୟନ୍ତରୀଣ ସାର୍ବଭୌମତ୍ୱ’ କୁହାଯାଏ ।
  • ‘ବହିଃସାର୍ବଭୌମତ୍ୱ’ ବଳରେ ରାଷ୍ଟ୍ର ନିଜର ବୈଦେଶିକ ନୀତି ନିର୍ଦ୍ଧାରଣ କରେ ।
  • ମନେରଖ : ସାର୍ବଭୌମତ୍ୱ ଲାଟିନ୍ ଶବ୍ଦ ‘ସୁପରନସ୍’ରୁ ଆସିଛି । ଯାହାର ଅର୍ଥ ହେଉଛି ‘ସର୍ବୋଚ୍ଚ କ୍ଷମତା’ ।

→ (୩) ରାଷ୍ଟ୍ରର ଉତ୍ପତ୍ତି ଓ ବିକାଶ

  • ପ୍ରାଚୀନମତ ଅନୁସାରେ ରାଷ୍ଟ୍ର ଈଶ୍ବରଙ୍କ ସୃଷ୍ଟି ଓ ଏହାର ଶାସକ ରାଜା ଈଶ୍ବରଙ୍କ ପ୍ରତିନିଧୂ ।
  • ଖ୍ରୀଷ୍ଟଧର୍ମର ପୁରାତନ ଟେଷ୍ଟମେଣ୍ଟ ଓ ହିନ୍ଦୁ ଧର୍ମର ମନୁଶ୍ରୁତି ଓ ମହାଭାରତର ଭଗବାନଙ୍କ ଦ୍ବାରା ରାଷ୍ଟ୍ର ସୃଷ୍ଟି ହୋଇଛି ବୋଲି କୁହାଯାଇଛି । ଏହି ମତକୁ ଐଶ୍ଵରିକ ସୃଷ୍ଟିତର୍‌ କୁହାଯାଏ ।
  • ଯୁଦ୍ଧ ବା ଶକ୍ତିଦ୍ୱାରା ରାଷ୍ଟ୍ର ସୃଷ୍ଟି– ଏହି ମତବାଦକୁ ଶକ୍ତିତର୍‌ କୁହାଯାଏ । ଏହି ପ୍ରକାର ପ୍ରଥା ଅତୀତରେ ପ୍ରଚଳିତ ଥିଲା ।
  • ପିତା ବା ମାତାଙ୍କ କର୍ତ୍ତୃତ୍ଵର ରୂପାନ୍ତରରେ ରାଷ୍ଟ୍ର ସୃଷ୍ଟି ହୋଇଛି- ଏହା ପିତୃଶାସିତ ଓ ମାତୃଶାସିତ’ ସିଦ୍ଧାନ୍ତ କୁହାଯାଏ ।
  • ଇଂରେଜ ଦାର୍ଶନିକ ହର୍‌ସ୍‌, ଲକ୍ ଓ ଫରାସୀ ଦାର୍ଶନିକ ଋଷୋ ‘ସାମାଜିକ ଚୁକ୍ତି ମତବାଦ’ର ସମର୍ଥକ ଅଟନ୍ତି ।
  • ମନେରଖ : ମନୁଷ୍ୟ ଚୁକ୍ତି କରି ରାଷ୍ଟ୍ର ସୃଷ୍ଟି ହେବା ମତବାଦକୁ ‘ସାମାଜିକ ଚୁକ୍ତି ମତବାଦ’ କୁହାଯାଏ ।

→ (୪) ରାଷ୍ଟ୍ରର ଉତ୍ପତ୍ତି ସମ୍ବନ୍ଧୀୟ ବିଭିନ୍ନ ମତବାଦ
କ୍ରମ ବିବର୍ତ୍ତନ ମତବାଦ

  • ରକ୍ତଗତ ସମ୍ପର୍କ – ରକ୍ତଗତ ସମ୍ପର୍କରୁ ପରିବାର ବୃଦ୍ଧି ଓ କାଳକ୍ରମେ ବଂଶ ଓ ଗୋଷ୍ଠୀର ଉତ୍ପତ୍ତି ହୋଇ ସେହି ଗୋଷ୍ଠୀ ଶେଷରେ ରାଷ୍ଟ୍ରରେ ପରିଣତ ହେଲା ।
  • ଧର୍ମ– ଅତି ପ୍ରାଚୀନ କାଳରୁ ଧାର୍ମିକ ଏକତା ଯୋଗୁଁ ରାଷ୍ଟ୍ର ସୃଷ୍ଟି ହୋଇଥିଲା ।
  • ଶକ୍ତି – ଅତୀତରେ ଶକ୍ତି ପ୍ରୟୋଗଦ୍ଵାରା ରାଷ୍ଟ୍ରନିର୍ମାଣ ହୋଇଥିଲା ।
  • ବ୍ୟକ୍ତିଗତ ସମ୍ପତ୍ତି – ଯାଯାବର ଜୀବନ ପରିତ୍ୟାଗ କରି ବ୍ୟକ୍ତିଗତ ସମ୍ପତ୍ତିର ମାଲିକ ହୋଇଥିବା ମଣିଷ ନିଜର ବ୍ୟକ୍ତିଗତ ସମ୍ପତ୍ତିର ସୁରକ୍ଷାପାଇଁ ରାଷ୍ଟ୍ରର ଆବଶ୍ୟକତା ଉପଲବ୍ଧି କଲା ।
  • ରାଜନୈତିକ ଭାବନା – ରାଷ୍ଟ୍ରଗଠନ ନିମିତ୍ତ ରାଜନୈତିକ ଭାବନା ବା ଇଚ୍ଛାଦ୍ଵାରା ରାଷ୍ଟ୍ର ସୃଷ୍ଟି ହୋଇଛି । ରାଷ୍ଟ୍ରଦ୍ୱାରା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ହୋଇପାରିଲା ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

→ (୫) ରାଷ୍ଟ୍ରର କାର୍ଯ୍ୟ

  • ରାଷ୍ଟ୍ରର କାର୍ଯ୍ୟକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ ରାଯାଇଛି । ଯଥା- ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ ।
  • ବାଧ୍ୟତାମୂଳକ କାର୍ଯ୍ୟ – ରାଷ୍ଟ୍ରର ସ୍ଥିତି, ବ୍ୟକ୍ତିର ସୁରକ୍ଷା ଓ ଦେଶର ସ୍ଵାଧୀନତା ରକ୍ଷାପାଇଁ ଯେଉଁ କାର୍ଯ୍ୟ କରାଯାଏ, ତାକୁ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ କୁହାଯାଏ ।
  • ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ହେଲା– ଶାନ୍ତି ଶୃଙ୍ଖଳା ରକ୍ଷା, ଧନଜୀବନ ସୁରକ୍ଷା, ବହିଃଶତ୍ରୁ ଆକ୍ରମଣରୁ ରକ୍ଷା, ଅନ୍ୟ ଦେଶ ସହ ସମ୍ପର୍କ ସ୍ଥାପନା ।
  • ଇଚ୍ଛାଧୀନ କାର୍ଯ୍ୟ– ଯେଉଁ କାର୍ଯ୍ୟଗୁଡ଼ିକ ଜନସାଧାରଣଙ୍କ କଲ୍ୟାଣପାଇଁ ଉଦ୍ଦିଷ୍ଟ ତାକୁ ରାଷ୍ଟ୍ରର ଇଚ୍ଛାଧୀନ କାର୍ଯ୍ୟ କୁହାଯାଏ ।
  • ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ହେଲା— ଶିଳ୍ପ ସଂସ୍ଥା ନିୟନ୍ତ୍ରଣ, କୃଷି, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ଉନ୍ନତି ସାଧନ, ଅତ୍ୟାବଶ୍ୟକ ଦ୍ରବ୍ୟର ଉଚିତ୍ ଯୋଗାଣ, ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ, ଦୁର୍ବଳ ଶ୍ରେଣୀର ଲୋକଙ୍କପାଇଁ ସାମାଜିକ ଓ ଆର୍ଥିକ ବ୍ୟବସ୍ଥା କରିବା ।

BSE Odisha 6th Class History Notes Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

Odisha State Board BSE Odisha 6th Class History Notes Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ will enable students to study smartly.

BSE Odisha Class 6 History Notes Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

ବିଷୟ ବସ୍ତୁ

ପାରସିକ ଆକ୍ରମଣ, ପାରସିକ ଆକ୍ରମଣର ପ୍ରଭାବ, ଗ୍ରୀକ୍ ଆକ୍ରମଣ, ଆଲେକ୍‌ଜାଣ୍ଡାରଙ୍କ ରାଜ୍ୟଜୟ, ହାଇଦାସ୍ପେସ୍ ଯୁଦ୍ଧ, ଆଲେକ୍‌ଜାଣ୍ଡାରଙ୍କ ଆକ୍ରମଣର ପ୍ରଭାବ ।

→ (କ) ଉପକ୍ରମ :

  • ଭାରତ ଅତୀତରେ ବିପୁଳ ଧନ ସମ୍ପତ୍ତିରେ ପରିପୂର୍ଣ ଥିଲା । ତେଣୁ ଭାରତକୁ ସୁନାର ଦେଶ କୁହାଯାଉଥିଲା ।
  • ଏହି ଧନ ସମ୍ପତ୍ତି ପାଇବା ଏବଂ ନିଜର ସାମ୍ରାଜ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ କେତେକ ବୈଦେଶିକ ଶକ୍ତି ଭାରତ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ପାରସିକ ଓ ଗ୍ରୀକ୍‌ମାନେ ।

→ (ଖ) ପାରସିକ ଆକ୍ରମଣ :
ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀର ପ୍ରଥମ ଭାଗରେ ଆକାମେନିଡ୍ ଶାସକମାନଙ୍କ ଦ୍ବାରା ଶାସିତ ମଧ୍ୟ-ଏସିଆର ପାରସ୍ୟ ଦେଶରେ ଏକ ବିରାଟ ସାମ୍ରାଜ୍ୟ ଗଢି ଉଠିଥିଲା ।

BSE Odisha 6th Class History Notes Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

ମନେରଖ :
ପ୍ରାଚୀନ ପାରସ୍ୟ ସାମ୍ରାଜ୍ୟ ବର୍ତ୍ତମାନ ଇରାନ୍ ନାମରେ ନାମିତ ।

  • ଖ୍ରୀ.ପୂ. ୫୨୨ରେ ପାରସ୍ୟର ସମ୍ରାଟ ପ୍ରଥମ ଡେରାୟସ୍ ପାରସ୍ୟର ଶାସନଭାର ଗ୍ରହଣ କରିଥିଲେ ।
  • ସେ ଭାରତର ଅତୁଳ ଧନ ସମ୍ପଦରେ ଆକୃଷ୍ଟ ହୋଇ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳକୁ ଆକ୍ରମଣ କରି ପଞ୍ଜାବ, ସିନ୍ଧୁ ପ୍ରଦେଶ ଓ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳକୁ ଦଖଲ କରି ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ।
  • ପାରସ୍ୟ ଅଧ୍ବକୃତ ଭାରତୀୟ ଅଞ୍ଚଳ ଅତ୍ୟନ୍ତ ଉର୍ବର ଓ ଜନବହୁଳ ଥିଲା । ତେଣୁ ରାଜାମାନେ ଏହି ଅଞ୍ଚଳରୁ ପ୍ରଚୁର କର ଆଦାୟ କରୁଥିଲେ ।
  • ଡେରାୟସ୍କଙ୍କ ପରେ ରାଜା ଜେରକ୍‌ସ୍ ଭାରତୀୟମାନଙ୍କୁ ପାରସ୍ୟ ସେନାବାହିନୀରେ ନିଯୁକ୍ତି ଦେଇ ଗ୍ରୀକ୍‌ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ।

→ ପାରସିକ ଆକ୍ରମଣର ପ୍ରଭାବ :

  • ପାରସିକ ଆକ୍ରମଣ ଫଳରେ ଭାରତ ଓ ପାରସ୍ୟ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉଭୟ ଜଳ ଓ ସ୍ଥଳ ପଥରେ ବୃଦ୍ଧି ପାଇଥିଲା ।
  • ଅଶୋକଙ୍କ ଅନୁଶାସନ ଗୁଡ଼ିକରେ ପାରସିକ ଶବ୍ଦର ବ୍ୟବହାର ଦେଖୁବାକୁ ମିଳେ ।
  • ଅଶୋକଙ୍କ ଦ୍ବାରା ନିର୍ମିତ ସ୍ତମ୍ଭମାନଙ୍କରେ ପାରସ୍ୟ ସଭ୍ୟତାର ପ୍ରଭାବ ପଡ଼ିଥିବାର ଦେଖାଯାଏ ।

ମନେରଖ :
ଭାରତୀୟମାନେ ପାରସ୍ୟବାସୀମାନଙ୍କ ଠାରୁ ‘ଖରୋଷ୍ଟି’ ନାମକ ଏକ ନୂତନ ଲିପି ଶିଖୁଥିଲେ । ଏହି ଅକ୍ଷରଗୁଡ଼ିକ ଡାହାଣରୁ ବାମ ପାର୍ଶ୍ଵକୁ ଲେଖାଯାଉଥିଲା ।

BSE Odisha 6th Class History Notes Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

→ (ଘ) ଗ୍ରୀକ୍‌ ଆକ୍ରମଣ :

  • ଖ୍ରୀ.ପୂ. ୩୫୬ ମସିହାରେ ଆଲୋକ୍‌ଜାଣ୍ଡାର ଗ୍ରୀସ୍‌ର ମାସିଡୋନିଆ ନାମକ ଏକ କ୍ଷୁଦ୍ରରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କ ପିତା ଫିଲିପ୍ ମାସିଡୋନିଆ ରାଜ୍ୟର ରାଜା ଥିଲେ । ପିତାଙ୍କ ମୃତ୍ୟୁପରେ ମାତ୍ର ୨୦ ବର୍ଷ ବୟସରେ ଆଲେକ୍‌ଜାଣ୍ଡାର ସିଂହାସନ ଆରୋହଣ କରିଥିଲେ ।
  • ସେ ଏସିଆ ମାଇନର, ପାରସ୍ୟ, ସିରିଆ, ମିଶର ଓ ଆଫଗାନିସ୍ଥାନ ଆଦି ଅଞ୍ଚଳ ଜୟ କରିଥିଲେ ।
  • ତାଙ୍କର ବୀରତ୍ବ ଓ ସାହସିକତା ପାଇଁ ତାଙ୍କୁ ଦିଗ୍‌ବିଜୟୀ ବୀର କୁହାଯାଏ ।

ମନେରଖ :
ଆଲେକ୍‌ଜାଣ୍ଡାର ବାଲ୍ୟକାଳରେ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲଙ୍କଠାରୁ ବିଦ୍ୟାଶିକ୍ଷା କରିଥିଲେ ।

→ (ଙ) ଆଲେକ୍‌ଜାଣ୍ଡାରଙ୍କ ରାଜ୍ୟଜୟ :

  • ଖ୍ରୀ.ପୂ. ୩୩୪ ମସିହାରେ ଆଲେକ୍‌ଜାଣ୍ଡାର ନିଜର ୪୦ ହଜାର ସୈନ୍ୟଙ୍କ ସହିତ ଏସିଆ ମାଇନର ଆକ୍ରମଣ କରିଥିଲେ । ସେଠାରୁ ସେ ପାରସ୍ୟ ଅଭିମୁଖେ ଅଗ୍ରସର ହୋଇ ପାରସ୍ୟ ସମ୍ରାଟ ତୃତୀୟ ରୋୟସଙ୍କୁ ପରାସ୍ତ କରିଥିଲେ ।
  • ସେ ସିରିଆ ଓ ମିଶରକୁ ମଧ୍ୟ ଆକ୍ରମଣ କରିଥିଲେ । ପାରସ୍ୟମାନଙ୍କ ଅଧୀନରୁ ମିଶରକୁ ମୁକ୍ତ କରି ସେଠାରେ ସେ ‘ଆଲେକ୍‌ଜାଣ୍ଡ୍ରିଆ’ ନାମକ ନଗର ସ୍ଥାପନ କରିଥିଲେ ।
  • ଖ୍ରୀ. ପୂ. ୩୨୬ ମସିହାରେ ଆଲେକ୍‌ଜାଣ୍ଡାର ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।
  • ସେ ଖାଇବର ଗିରିପଥ ଦେଇ ଭାରତକୁ ପ୍ରବେଶ କଲେ ଏବଂ ଉତ୍ତର-ପଶ୍ଚିମାଞ୍ଚଳର ସୀମାନ୍ତ ପ୍ରଦେଶଗୁଡ଼ିକୁ ଆକ୍ରମଣ କଲେ ।
  • ସେତେବେଳେ ଗାନ୍ଧାର ଓ କାମ୍ବୋଜ ଭଳି ଅନେକ ଛୋଟ ଛୋଟ ରାଜ୍ୟମାନଙ୍କ ମଧ୍ୟରେ ଏକତା ନଥିଲା. ଏବଂ ସେମାନେ ପରସ୍ପର ମଧ୍ୟରେ କଳହରେ ଲିପ୍ତ ରହୁଥିଲେ । ଏହାର ସୁଯୋଗରେ ଆଲେକ୍‌ଜାଣ୍ଡାର ବିଭିନ୍ନ ଅଞ୍ଚଳକୁ ଆକ୍ରମଣ କରି ବିଜୟଲାଭ କରିଥିଲେ ।

→ (ଚ) ହାଇଦାସ୍ପେସ୍ ଯୁଦ୍ଧ :

  • ଭାରତର ଧନ ସମ୍ପତ୍ତି ପ୍ରତି ଆକୃଷ୍ଟ ହୋଇ ଅଗ୍ରଗତି କରୁଥିବାବେଳେ ପୌରବ ରାଜ୍ୟର ରାଜା ପୁରୁ କିନ୍ତୁ ଆଲେକ୍ ଜାଣ୍ଡାରଙ୍କ ଅଗ୍ରଗତିରେ ପ୍ରତିବନ୍ଧକ ହୋଇଥିଲେ । ଫଳରେ ପୁରୁଙ୍କ ସୈନ୍ୟ ଓ ଆଲେକ ଜାଣ୍ଡାରଙ୍କ ସୈନ୍ୟମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଏହାକୁ ‘ହାଇଦାସପେସ୍ ଯୁଦ୍ଧ’ କୁହାଯାଏ ।
  • ଏହି ଯୁଦ୍ଧରେ ଆଲେକ୍‌ଜାଣ୍ଡାର ବିଜୟୀ ହେଲେ । ପୁରୁ ପରାଜିତ ଓ ବନ୍ଦୀ ହେଲେ ମଧ୍ୟ ଆଲେକ୍‌ଜାଣ୍ଡାର ପୁରୁଙ୍କ ବୀରତ୍ୱ ଓ ସାହସିକତାରେ ମୁଗ୍ଧ ହୋଇ ତାଙ୍କୁ ରାଜ୍ୟ ଫେରାଇ ଦେଇଥିଲେ ।

BSE Odisha 6th Class History Notes Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

ମନେରଖ :
ନିଜ ସମ୍ମୁଖରେ ବନ୍ଦୀଥ‌ିବା ପୁରୁଙ୍କୁ ଆଲେକ୍‌ଜାଣ୍ଡାର ପ୍ରଶ୍ନ କଲେ, ‘ତୁମେ ମୋ ଠାରୁ କିଭଳି ବ୍ୟବହାର ଆଶା କର ?’’ ଏହାରା ଉତ୍ତରରେ ନିଭୀକପୁରୁ କହିଲେ, ‘ଜଣେ ରାଜା ପ୍ରତି ଅନ୍ୟ ଜଣେ ରାଜାର ବ୍ୟବହାର ଯେପରି ମୁଁ ସେପରି ବ୍ୟବହାର ଆଶା କରେ ।’’

  • ସେଠାରୁ ଆଲେକ୍‌ଜାଣ୍ଡାର ପୂର୍ବ ଦିଗକୁ ଅଗ୍ରସର ହୋଇ ଆହୁରି ଅଧ‌ିକ ରାଜ୍ୟ ଜୟ କରିବାକୁ ଆଗ୍ରହୀ ଥିଲେ । କିନ୍ତୁ ଯୁଦ୍ଧକ୍ଳାନ୍ତ ଗ୍ରୀକ୍ ସୈନ୍ୟମାନଙ୍କ ଅନାଗ୍ରହ କାରଣରୁ ସେ ଶକ୍ତିଶାଳୀ ନନ୍ଦ ସାମ୍ରାଜ୍ୟର ମୁକାବିଲା କରିବାକୁ ସାହାସ କରିନଥିଲେ ।
  • ତେଣୁ ବାଧ୍ୟ ହୋଇ ଆଲେକ୍‌ଜାଣ୍ଡାର ସ୍ବଦେଶ ଫେରିବା ରାସ୍ତାରେ ଜ୍ଵରରେ ପୀଡ଼ିତ ହୋଇ ବାବିଲୋନ୍‌ଠାରେ ଖ୍ରୀ.ପୂ. ୩୨୩ ମସିହାରେ ମାତ୍ର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

→ (ଛ) ଆଲେକ୍‌ଜାଣ୍ଡାରଙ୍କ ଆକ୍ରମଣର ପ୍ରଭାବ :

  • ଆଲେକ୍‌ଜାଣ୍ଡାରଙ୍କ ଆକ୍ରମଣ ଫଳରେ ଭାରତରେ ରାଜନୈତିକ ଏକତା ଆସିଥିଲା ଏବଂ ଭାରତ ଓ ଇଉରୋପ ମଧ୍ୟରେ ବାଣିଜ୍ୟ ପ୍ରସାର ହେଲା ।
  • ପରେ ଭାରତରେ ଏକ ବିଶାଳ ମୌର୍ଯ୍ୟ ସାମ୍ରାଜ ଗଠନ କରିବା ସମ୍ଭବ ହେଲା ।
  • ଭାରତ ଓ ଗ୍ରୀକ୍ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହେଲା ଏବଂ ଭାରତକୁ ୩ଟି ସ୍ଥଳପଥ ଓ ଗୋଟିଏ ଜଳପଥ ଆବିଷ୍କୃତ ହେଲା ।
  • ଆଲେକ୍‌ଜାଣ୍ଡାରଙ୍କ ଆକ୍ରମଣ ଦ୍ୱାରା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇପାରିଥିଲା ।

ମନେରଖ :
ଭାରତ ଓ ଗ୍ରୀକ୍ କଳାର ମିଶ୍ରଣପରେ ଗାନ୍ଧାର କଳା ସୃଷ୍ଟିହେଲା ।