Go through BSE Odisha Class 7 Science Notes Odia Medium and Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ to understand important concepts and topics more clearly.
7th Class Science Chapter 2 Notes Odia Medium
BSE Odisha Class 7 Science Chapter 2 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :
ଫେବୃଆରୀ ମାସ ୨୮ ତାରିଖରେ ଜାତୀୟ ବିଜ୍ଞାନ ଦିବସ ଅବସରରେ ବିଦ୍ୟାଳୟରେ ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା ।
ମହେଶ ଓ ଜ୍ୟୋତି ଖଣ୍ଡେ ଧଳା ଜଣେ ସ୍ଵେଚ୍ଛାସେବୀ ସେହି ଧଳା କାଗଜ ଦେଇ ବିଦ୍ୟାଳୟର ପ୍ରବେଶ ପଥରେ ଠିଆ ହୋଇଥିଲେ ।
କାଗଜ ଉପରକୁ କିଛି ତରଳ ପଦାର୍ଥ ପକାଇଲେ । ଫଳରେ କାଗଜ ଉପରେ ଲେଖାଥିବା ‘ବିସ୍ମୟକର ବିଜ୍ଞାନ ଜଗତକୁ ସ୍ଵାଗତ’ ବାକ୍ୟଟି ସ୍ପଷ୍ଟ ଦେଖାଗଲା । ସେମାନେ ଉତ୍ସାହିତ ହେଲେ ଓ ଜାଣିବାକୁ ଆଗ୍ରହୀ ହେଲେ;
ଏପରି କାହିଁକି ହେଲା । ଏହାର କାରଣ କ’ଣ ?
ମହେଶ ଓ ଜ୍ୟୋତି ଧରିଥିବା ଧଳା କାଗଜ ଉପରେ କିଛି ତରଳ ପଦାର୍ଥ ସିଞ୍ଚନ କରିବା ଫଳରେ ତା ଉପରେ ଲେଖା ହୋଇଘଲା ‘ବିସ୍ମୟକର ବିଜ୍ଞାନ ଜଗତକୁ ସ୍ଵାଗତ’’ ।
![]()
ଧଳା କାଗଜ ଉପରେ ସିଞ୍ଚନ ପାଇଁ ହଦଳୀ ଦ୍ରବଣ (ହଳଦୀ ପାଣି) ଓ ଲେଖୁବା ପାଇଁ ସାବୁନ ଦ୍ରବଣ (ସାବୁନ ପାଣି) ବ୍ୟବହାର କରାଯିବ । କାରଣ, ହଳଦୀ ବର୍ଷ ସାବୁନ ପାଣି (କ୍ଷାରୀୟ) ସହ ମିଶିବା ଦ୍ଵାରା ଲାଲ ବର୍ଷରେ ପରିଣତ ହେବ ଏବଂ ରେଖାଟି ସ୍ପଷ୍ଟ ଦେଖାଯିବ ।

ପଦାର୍ଥ (Substances) : ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ ବିଭିନ୍ନ ରୂପରେ ରହିଛି । ସେଗୁଡ଼ିକ ଆମେ ତିନି ଭାଗରେ ବିଭକ୍ତ କରିପାରିବା ଯଥା – ଅମ୍ଳୀୟ (Acidic), କ୍ଷାରୀୟ (Basic) ଏବଂ ନିରପେକ୍ଷ (Neutral) ।
ଅମ୍ଳ : ଯେଉଁ ପଦାର୍ଥକୁ ଚାଖୁଲେ ଖଟା ଲାଗେ, ସେଗୁଡ଼ିକ ଅମ୍ଳ । ଅମ୍ଳ ଶବ୍ଦଟି ଏକ ଲାଟିନ୍ ଶବ୍ଦ ‘ଆସିଡ଼ସ୍’ରୁ ଆସିଛି, ଯାହାର ଅର୍ଥ ଖଟା । ଲେମ୍ବୁରସ, କମଳାରସ, ଭିନେଗାର ଇତ୍ୟାଦି ଅମ୍ଳ ଅଟେ ।
କ୍ଷାରକ : ଆଙ୍ଗୁଳିରେ ଚିକ୍କଣ (Soapy) ଲାଗୁଥିବା କ୍ଷାରିଆ ସ୍ବାଦଯୁକ୍ତ ପଦାର୍ଥକୁ କ୍ଷାରକ କୁହାଯାଏ । ଖାଇବା ସୋଡ଼ା, ଚୂନପାଣି, ସାବୁନ ଇତ୍ୟାଦି କ୍ଷାରକ ଅଟନ୍ତି ।
ନିରପେକ୍ଷ : ଯେଉଁ ପଦାର୍ଥ ଅମ୍ଳ କିମ୍ବା କ୍ଷାରକ ନୁହେଁ, ତାହାକୁ ନିରପେକ୍ଷ ବା ପ୍ରଶମିତ ପଦାର୍ଥ କୁହାଯାଏ । ଯଥା-ଜଳ, ଚିନିପାଣି, ଲୁଣପାଣି ଇତ୍ୟାଦି ।
ସୂଚକ : ଯେଉଁ ପଦାର୍ଥ ଦ୍ଵାରା କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କୁହାଯାଏ । ଏହି ସୂଚକ ପଦାର୍ଥର ସଂସ୍ପର୍ଶରେ ଆସିଲେ ଅମ୍ଳୀୟ କିମ୍ବା ହଳଦୀ, ମନ୍ଦାରଫୁଲ ଆଦି ସୂଚକ ପଦାର୍ଥ ଅଟନ୍ତି । କ୍ଷାରକୀୟ ଗୁଣ ଜାଣିହୁଏ, ସେଗୁଡ଼ିକୁ ସୂଚକ କ୍ଷାରକୀୟ ପଦାର୍ଥର ରଙ୍ଗ ବଦଳିଯାଏ । ଲିମସ୍, ସୂଚକ ପଦାର୍ଥର ସାହାଯ୍ୟ ନେଇ କୌଣସି ଦ୍ରବଣ ଅମ୍ଳୀୟ କିମ୍ବା କ୍ଷାରୀୟ କିମ୍ବା ନିରପେକ୍ଷ ତାହା ଜାଣିହୁଏ ।
ପ୍ରାକୃତିକ ସୂଚକ : ଯେଉଁସବୁ ସୂଚକ ପଦାର୍ଥ ପ୍ରକୃତିରୁ ମିଳିଥାଏ, ତାହାକୁ ପ୍ରାକୃତିକ ସୂଚକ କୁହାଯାଏ ।
ଉଦାହରଣ : ଲିଟମସ୍, ହଳଦୀ, ଲାଲ ଗୋଲାପ, ମନ୍ଦାର ଫୁଲ, ଲାଲ ବନ୍ଧାକୋବି ପତ୍ର ଇତ୍ୟାଦି ।
![]()
ଲିଟ୍ସ୍ ପେପର :
- ଏହା ଏକ ସାଧାରଣ ମୁଖ୍ୟ ପ୍ରାକୃତିକ ସୂଚକ, ଯାହାକୁ ଦ୍ରବଣଟି ଅମ୍ଳୀୟ ବା କ୍ଷାରୀୟ ଚିହ୍ନିବା ପାଇଁ ସୂଚକ ରୂପେ ବ୍ୟବହାର କରାଯାଏ ।
- ପାତିତ ଜଳରେ ଏହାର ରଙ୍ଗ ପାଟଳ, ଅମ୍ଳୀୟ ଦ୍ରବଣରେ ମିଶିଲେ ଏହାର ରଙ୍ଗ ଲାଲ ଏବଂ କ୍ଷାରୀୟ ଦ୍ରବଣରେ ମିଶିଲେ ଏହାର ରଙ୍ଗ ନୀଳ ହୁଏ ।
- ଏହା ଦ୍ରବଣ କିମ୍ବା କାଗଜ ଖଣ୍ଡ ରୂପରେ ମିଳେ । ଏହି କାଗଜକୁ ଲିମସ୍ କାଗଜ କୁହାଯାଏ । ଏହି କାଗଜ ଦୁଇ ପ୍ରକାରର ଯଥା – ନାଲି ଲିଟ୍ସ୍ କାଗଜ ଓ ନୀଳ ଲିସ କାଗଜ ।
ପ୍ରକୃତି ଆମ ବିଜ୍ଞାନର ପରୀକ୍ଷାଗାର
ସୂଚକ ଭାବରେ ଲିଟ୍ସ୍ :
କାର୍ଯ୍ୟ–୧ : ଆସ ଆସ ଅନୁସନ୍ଧାନ କରିବା
ସଂଗୃହୀତ ପଦାର୍ଥ :
ଲେମ୍ବୁରସ, ସାବୁନ୍ ପାଣି, ଅଁଳାରସ, ହଦଳୀପାଣି, ଭିନେଗାର, ବେକିଂ ସୋଡ଼ା ଦ୍ରବଣ, ଚୂନପାଣି କଳପାଣି, ଲୁଗା ସଫା ଗୁଣ୍ଡ, ଚିନି ପାଣି ଓ ଲୁଣ ପାଣି ।
- ଗୋଟିଏ ନୀଳ ଲିଟ୍ସ୍ କାଗଜର ଖଣ୍ଡେ ପଟି ନେଇ ଏହାକୁ ଛୋଟ ଛୋଟ ଖଣ୍ଡରେ ବିଭକ୍ତ କରାଯାଉ ।
- ଏହାକୁ ସଫା ଶୁଖୁଲା ଓ ଧଳା ଟାଇଲ ଉପରେ ବିଛାଇ ଦିଆଯାଉ ।
- ଚିତ୍ର (କ) ଭଳି ଡ୍ରପରରେ କିଛି ଦ୍ରବଣ ନେଇ ତଳେ ବିଛା ଯାଇଥିବା ନୀଳ ଲିଟ୍ସ୍ କାଗଜ ଉପରେ ଗୋଟିଏ ପରେ ଗୋଟିଏ ବୁନ୍ଦା ପକାଯାଉ ।

![]()
ପର୍ଯ୍ୟବେକ୍ଷଣ :
- ଆମେ କିଛି ନୀଳ ଲିଟ୍ସ୍ର କାଗଜ ରଙ୍ଗ ପରିବର୍ତ୍ତନ ହେବା ଦେଖୁଲୁ ।
- ଚିତ୍ର (ଖ) ଅନୁସାରେ ଏହିଭଳି ଶିକ୍ଷଣ କାର୍ଯ୍ୟକୁ ଲାଲ ଲିଟ୍ସ୍ କାଗଜ ଉପରେ ଅନୁଧ୍ୟାନ କରାଯାଉ ।
- ଆମ ଅନୁଧ୍ୟାନକୁ ସାରଣୀରେ ଲିପିବଦ୍ଧ କରାଗଲା ।

ଚୂନପାଣି କିପରି ପ୍ରସ୍ତୁତ କରିବା ?
- କ୍ୟାଲସିୟମ ହାଇଡ୍ରୋକ୍ସାଇଡ଼ର [Ca(OH)2] ଦ୍ରବଣକୁ ସାଧାରଣତଃ ଚୂନପାଣି କୁହାଯାଏ ।
- କିଛି ଚୂନ (କ୍ୟାଲସିୟମ ଅକସାଇଡ଼ CaO) ନେଇ ସ୍ଵଚ୍ଛ ପାଣିରେ ଭଲ ଭାବରେ ଗୋଳାଯାଉ । ଏହାକୁ ସେହିପରି ପ୍ରାୟ ଏକ ଘଣ୍ଟା ସ୍ଥିର ରଖାଯାଉ । ଦ୍ରବଣରେ ଅଧିକ ମାତ୍ରାରେ ଥିବା ଅଦ୍ରବୀଭୂତ ଚୂନକୁ ଛାଣି ବାହାର କରାଯାଉ । ବର୍ତ୍ତମାନ ସ୍ଵଚ୍ଛ ଚୂନପାଣିର ଦ୍ରବଣ ମିଳିଥାଏ । ଚୂନ ପାଣିର ରାସାୟନିକ ନାମ ହେଉଛି କ୍ୟାଲସିୟମ ହାଇଡ୍ରିକସାଇଡ଼ ଓ ଏହାର ସଂକେତ ହେଉଛି Ca(OH)2 ।
ସାରଣୀ ୧: ନୀଳ ଓ ଲାଲ ଲିଟମସ କାଗଜ ବ୍ୟବହାର କରି କ୍ରମିକ ନମୁନା ପଦାର୍ଥର ନୀଳ ଲିଟ୍ସ୍ର ନମୁନାର ପ୍ରକୃତି ପରୀକ୍ଷା ଓ ପରୀକ୍ଷାଲବ୍ଧ ସିଦ୍ଧାନ୍ତ
| କ୍ରମିକ ନମ୍ବର | ନମୁନା ପଦାର୍ଥର ନାମ | କାଲ ଲିଟ୍ସ୍ର କାଗଜର ରଙ୍ଗ | ଲାଲ ଲିଟ୍ସ୍ କାଗଜର ରଙ୍ଗ | ପ୍ରକୃତି |
| ୧. | ଲେମ୍ବୁ ରସ | ଲାଲ | ଲାଲ (ଅପରିବର୍ତ୍ତିତ) | ଅମ୍ଳୀୟ |
| 9. | ସାବୁନ ପାଣି | ଲାଲ (ଅପରିବର୍ତ୍ତିତ) | ନୀଳ | କ୍ଷାରୀୟ |
| ୩. | ଅଁଳା ରସ | ଲାଲ | ଲାଲ (ଅପରିବର୍ତ୍ତିତ) | ଅମ୍ଳୀୟ |
| ୪. | ଭିନେଗାର | ଲାଲ | ଲାଲ (ଅପରିବର୍ତ୍ତିତ) | ଅମ୍ଳୀୟ |
| ୫. | ଲ ବଙ୍ଗ | ଲାଲ | ଲାଲ (ଅପରିବର୍ତ୍ତିତ) | ଅମ୍ଳୀୟ |
| ୬. | ବେକିଙ୍ଗ ସୋଡ଼ାର ଦ୍ରବଣ | ନୀଳ (ଅପରିବର୍ତ୍ତିତ) | ନୀଳ | କ୍ଷାରୀୟ |
| ୭. | ଚୂନ ପାଣି | ନୀଳ (ଅପରିବର୍ତ୍ତିତ) | ନୀଳ | କ୍ଷାରୀୟ |
| ୮. | କଳ ପାଣି | ନୀଳ (ଅପରିବର୍ତ୍ତିତ) | ଲାଲ (ଅପରିବର୍ତ୍ତିତ) | ପ୍ରଶମିତ (ନିରପେକ୍ଷ) |
| ୯. | ଲୁଗା ସଫା ପାଉଡ଼ର ଦ୍ରବଣ | ନୀଳ (ଅପରିବର୍ତ୍ତିତ) | ନୀଳ | କ୍ଷାରୀୟ |
| ୧୦. | ଚିନି ପାଣି | ନୀଳ (ଅପରିବର୍ତ୍ତିତ) | ଲାଲ (ଅପରିବର୍ତ୍ତିତ) | ପ୍ରଶମିତ (ନିରପେକ୍ଷ) |
| ୧୧. | ଲୁଣ ପାଣି | ନୀଳ (ଅପରିବର୍ତ୍ତିତ) | ଲାଲ (ଅପରିବର୍ତ୍ତିତ) | ପ୍ରଶମିତ (ନିରପେକ୍ଷ) |
| ୧୨. | ହଳଦୀ ପାଣି | ଲାଲ | ଲାଲ (ଅପରିବର୍ତ୍ତିତ) | ଅମ୍ଳୀୟ |
![]()
ବିଶ୍ଳେଷଣ ଓ ନମୁନାଗୁଡ଼ିକର ପ୍ରକୃତି ଅନୁସାରେ ତିନି ଭାଗରେ ବିଭକ୍ତ କରାଗଲା :
ପ୍ରଥମ ଭାଗ (କ) : କେତେକ ନମୁନା ନୀଳ ଲିଟ୍ସ୍କୁ ଲାଲ କରେ – ଯାହା ଅମ୍ଳୀୟ
ଦ୍ଵିତୀୟ ଭାଗ (ଖ) : କେତେକ ନମୁନା ଲାଲ ଲିଟ୍ସ୍କୁ ନୀଳ କରେ – ଯାହା କ୍ଷାରୀୟ
ତୃତୀୟ ଭାଗ (ଗ) : କେତେକ ନମୁନା ଉଭୟ ଲିଗ୍ସ୍ କାଗଜ ଉପରେ ପ୍ରଭାବ ପକାଏ ନାହିଁ – ଯାହା ନିରପେକ୍ଷ
କ୍ଷାରୀୟ
ସାରଣୀ ୨ : ସାରଣୀ ୧ ର ନମୁନା ସବୁକୁ ପରୀକ୍ଷା ପରେ ପ୍ରକୃତି ଅନୁଯାୟୀ ଲେଖାଗଲା ।
| ଭାଗ ‘କ’ (ଅମ୍ଳୀୟ) | ଭାଗ ‘ଖ’ (କ୍ଷାରୀୟ) | ଭାଗ ‘ଗ’ (ନିରପେକ୍ଷ) |
| ଲେମ୍ବୁରସ, ଅଁଳାରସ, | ସାବୁନ ପାଣି, ବେକିଂ ସୋଡ଼ାର | କଳ ପାଣି, ଚିନି ପାଣି, |
| ତେନ୍ତୁଳି ରସ, ଭିନେଗାର, | ଦ୍ରବଣ, ଚୂନ ପାଣି, ଲୁଗା ସଫା | ଲୁଣ ପାଣି |
| ହଳଦୀ ପାଣି | ପାଉଡ଼ର ଦ୍ରବଣ |
ନୀଳ ଓ ଲାଲ ଲିଟମସ କାଗଜ କ’ଣ ? ଏହା ଉପରେ କେତେକ ନମୁନା ଦ୍ରବଣ ପକାଇଲେ ତା’ର ରଙ୍ଗ ପରିବର୍ତ୍ତନ ହୁଏ କାହିଁକି ?
ଖୋଜି ବାହାର କରିବା :
ଲିଟ୍ସ୍ ଏକ ପ୍ରାକୃତିକ ପଦାର୍ଥ । ଏହା ଲାଇକେନ୍ରୁ ପ୍ରସ୍ତୁତ ହୋଇଥାଏ । ଏହା ଦୁଇ ପ୍ରକାରରେ ମିଳିଥାଏ । ଯଥା : (୧) ଦ୍ରବଣ ଆକାରରେ ଓ (୨) କାଗଜ ପଟି ଆକାରରେ । ଲିଗ୍ମସ୍ କାଗଜ ଦୁଇଟି ରଙ୍ଗରେ ଉପଲବ୍ଧ ହୋଇଥାଏ । ଯଥା – ଲାଲ ଓ ନୀଳ ।
ଯେଉଁ ପଦାର୍ଥ ନୀଳ ଲିଟ୍ସ୍ କାଗଜକୁ ଲାଲ କରିଦିଏ ତାହା ଅମ୍ଳୀୟ ପ୍ରକୃତିର, ଯେଉଁ ପଦାର୍ଥ ଲାଲ ଲିଟ୍ସ୍ କାଗଜକୁ ନୀଳ କରିଦିଏ ତାହା କ୍ଷାରୀୟ ପ୍ରକୃତିର । ଯେହେତୁ ଅମ୍ଳୀୟ ଓ କ୍ଷାରୀୟ ଦ୍ରବଣର ଉପସ୍ଥିତିରେ ଲିଟ୍ସ୍ର ରଙ୍ଗ ବଦଳିଯାଏ ତାହାକୁ ଅମ୍ଳ-ସୂଚକ ବୋଲି କୁହାଯାଏ ।
ଅନ୍ୟ କେତେକ ପ୍ରାକୃତିକ ଓ କୃତ୍ରିମ ପଦାର୍ଥ ଅଛି ଯାହାକୁ କି ସୂଚକ ଭାବରେ ବ୍ୟବହାର କରାଯାଇଥାଏ । ସଂଶ୍ଲେଷିତ କୃତ୍ରିମ ପଦାର୍ଥଗୁଡ଼ିକ ବିଜ୍ଞାନାଗାରରେ ପ୍ରସ୍ତୁତ କରାଯାଇଥାଏ ।
କାର୍ଯ୍ୟ-୨ : ଆସ ସଂପର୍କ ବୁଝିବା ଓ ଅନସନ୍ଧାନ କରେ କରିବା
ବର୍ତ୍ତମାନ ସାରଣୀ ୨ ରେ ଥିବା ଭାଗ – କ, ଖ ଓ ଗ ର ପଦାର୍ଥଗୁଡ଼ିକର ଶ୍ରେଣୀ ବିଭାଗ କରାଗଲା । ଭାଗ ‘କ’ ରେ ଥିବା ଲେମ୍ବୁରସ, ଅଁଳା ରସ, ତେନ୍ତୁଳି ପାଣି ଓ ଭିନେଗାର ନୀଳ ଲିଟମସକୁ ଲାଲ କରିଦିଏ । ସେ ସବୁକୁ ଅମ୍ଳୀୟ ପଦାର୍ଥ କୁହାଯାଏ । ସେମାନେ ଅମ୍ଳୀୟ ପ୍ରକୃତିର ।
![]()
ଭାଗ ‘ଖ’ ରେ ଥିବା ସାବୁନ ଦ୍ରବଣ, ବେକିଙ୍ଗ ସୋଡ଼ାର ଦ୍ରବଣ, ଚୂନ ପାଣି ଓ ସାବୁନ୍ ପାଣି ଲାଲ ଲିଟ୍ସ୍କୁ ନୀଳ କରିଦିଏ । ଏଗୁଡ଼ିକ କ୍ଷାରୀୟ ପ୍ରକୃତିର ।
ଭାଗ ‘ଗ’ ରେ ଥିବା କଳ ପାଣି, ଚିନି ପାଣି ଓ ଲୁଣ ପାଣି କୌଣସି ଲିଟ୍ସ୍ କାଗଜର ରଙ୍ଗ ବଦାଳାଇ ପାରିଲେ ନାହିଁ । ଏମାନଙ୍କ ପ୍ରକୃତି କ’ଣ କହିପାରିବ ? ଏହି ପାଦର୍ଥଗୁଡ଼ିକ ଅମ୍ଳୀୟ ବା କ୍ଷାରୀୟ ନୁହଁନ୍ତି । ତେଣୁ ଏଗୁଡ଼ିକୁ ନିରପେକ୍ଷ (ନିଉଟ୍ରାଲ) ପଦାର୍ଥ କୁହାଯାଏ ।
ଅନୁସନ୍ଧାନ କରିବା :
ଭାଗ ‘କ’ ରେ ଥିବା ସମସ୍ତ ସାମଗ୍ରୀ ଖଟା । ଏଥର ଆମେ କହିପାରିବା, ଯେଉଁ ପଦାର୍ଥର ସ୍ଵାଦ ଖଟା ସେଗୁଡ଼ିକରେ ଅମ୍ଳ ରହିଛି । ସେମାନେ ଅମ୍ଳୀୟ ପ୍ରକୃତିର ।

ନିମ୍ନସ୍ଥ ଦ୍ରବ୍ୟରେ କି କି ଅମ୍ଳ ରହିଛି ସେଗୁଡ଼ିକୁ ତାଲିକାଭୁକ୍ତ କରାଗଲା ।
ଲେମ୍ବୁ – ସାଇଟ୍ରିକ୍ ଅମ୍ଳ, ଦହି – ଲାକ୍ଟିକ୍ ଅମ୍ଳ, ତେନ୍ତୁଳି – ଟାଟାରିକ୍ ଅମ୍ଳ, ଅଁଳା – ଆସକରବିକ୍ ଅମ୍ଳ ଓ ସାଇଟ୍ରିକ ଅମ୍ଳ, ଭିନେଗାର – ଏସିଟିକ୍ ଅମ୍ଳ, ଟମାଟୋ – ସାଇଟ୍ରିକ ଅମ୍ଳ ଓ ଅକ୍ଲିକ୍ ଅମ୍ଳ ।
ଅନୁସନ୍ଧାନ କରିବା :
ଭାଗ ‘ଖ’ ରୁ ବେକିଂ ସୋଡ଼ା ନେଇ ପରୀକ୍ଷା କଲେ ନିମ୍ନ ତଥ୍ୟଗୁଡ଼ିକ ନିର୍ଣ୍ଣୟ କରିପାରିବା –
କ୍ଷାରୀୟ ପଦାର୍ଥ ସାଧାରଣତଃ ହାତକୁ ଚିକ୍କଣ ଲାଗେ । କ୍ଷାରୀୟ ପଦାର୍ଥଗୁଡ଼ିକର ସ୍ଵାଦ ସାଧାରଣତଃ ପିତା ବା କଷା । କିନ୍ତୁ ସମସ୍ତ ପିତା ବା କଷା ଦ୍ରବ୍ୟରେ କ୍ଷାରୀୟ ଉପସ୍ଥିତ ନଥାଏ । ଉଦାହରଣ ସ୍ଵରୂପ – କଲାରାର ସ୍ଵାଦ ପିତା, କିନ୍ତୁ ସେଥିରେ କ୍ଷାରୀୟ ଗୁଣ ନଥାଏ ।
ସୂଚକ ଭାବରେ ଲାଲ ଗୋଲାପ ।
କାର୍ଯ୍ୟ-୩ : ଗୋଲାପ ପାଖୁଡ଼ାରୁ ନିଷ୍କର୍ଷକ ପ୍ରସ୍ତୁତି

- ବାହାରେ ତଳେ ପଡ଼ିଥିବା ଗୋଲାପ ଫୁଲର କେତେକ ପାଖୁଡ଼ା ସଂଗ୍ରହ କରାଯାଉ ।
- ସେ ପାଖୁଡ଼ାଗୁଡ଼ିକୁ ପାଣିରେ ଭଲ ଭାବରେ ଧୋଇ ସଫା କରାଯାଉ ।
- ହେମଦସ୍ତା ଓ ପୁଆ ସାହାଯ୍ୟରେ ସେ ପାଖୁଡ଼ାଗୁଡ଼ିକୁ ଛେଚି ଦିଅ ।
- ତା’ପରେ ସେଗୁଡ଼ିକୁ ଏକ କାଚ ପାତ୍ରରେ ରଖାଯାଉ ।
- କାଚ ପାତ୍ରରେ ଥିବା ଛେଚା ହୋଇଥିବା ଗୋଲାପ ଫୁଲର ପାଖୁଡ଼ାଗୁଡ଼ିକ ବୁଡ଼ିବା ପର୍ଯ୍ୟନ୍ତ ସେଥୁରେ ଗରମ ପାଣି ଢଳାଯାଉ ।
![]()
ସତର୍କତା – ଶିକ୍ଷକ କିମ୍ବା ଅଭିଭାବକଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟଟି କରାଯିବ ।
କାଚପାତ୍ରଟିକୁ ଘୋଡ଼ଣି ଦ୍ଵାରା ଘୋଡ଼େଇ ରଖାଯାଉ । ପାଣି ରଙ୍ଗୀନ ହେବା ପର୍ଯ୍ୟନ୍ତ (୫-୧୦ ମିନିଟ୍) ଅପେକ୍ଷା କର । ତାପରେ ଛାଣି ଦିଆଯାଉ ।

ଛାଣିବା ପରେ ସଂଗୃହୀତ ତରଳ ପଦାର୍ଥ (ନିଷ୍କର୍ଷକ) ଅମ୍ଳ କ୍ଷାରକ ସୂଚକ ଭାବରେ ବ୍ୟବହାର କରାଯାଏ ।
କାର୍ଯ୍ୟ-୪ : ଆସ ସ ଖୋଜିବା
- ଗୋଲାପ ପାଖୁଡ଼ାରୁ ପ୍ରସ୍ତୁତ ନିଷ୍କର୍ଷର ୧୦-୨୦ ବୁଦା ଲେଖାଏଁ ଦୁଇଟି ପରୀକ୍ଷାନଳୀ ବା ସ୍ଵଚ୍ଛ କାଚ ବୋତଲରେ ରଖ । ତାକୁ ‘କ’ ଓ ‘ଖ’ ନାମ ଦିଅ ।
- ଡ୍ରପର ସାହାଯ୍ୟରେ ୨୦-୩୦ ବୁନ୍ଦା ଲେମ୍ବୁ ରସ ନେଇ ପରୀକ୍ଷା ନଳୀ-‘କ’ରେ ଓ ୨୦-୩୦ ବୁନ୍ଦା ସାବୁନ ପାଣି ନେଇ ପରୀକ୍ଷା ନଳୀ-‘ଖ’ରେ ପକାଅ ।
- ଅନୁଧ୍ୟାନ କର ଏବଂ ରଙ୍ଗରେ କ’ଣ ସବୁ ପରିବର୍ତ୍ତନ ହେଉଛି ତାକୁ ସାରଣୀରେ ଲେଖ । ଅନ୍ୟ ନମୁନାକୁ ନେଇ ଏହି ପରୀକ୍ଷାକୁ ପୁଣି ଥରେ କର ଓ ସାରଣୀରେ ଲେଖ ।

ସାରଣୀ–୩ : ଲାଲ ଗୋଲାପରୁ ସଂଗୃହୀତ ନିଷ୍କର୍ଷକ ସହିତ ବିଭିନ୍ନ ନମୁନାର ପ୍ରକୃତି ପରୀକ୍ଷଣ
| କ୍ରମିକ ନମ୍ବର | ନମୁନାର ନାମ | ନମୁନା ମିଶାଇବା ପରେ ଗୋଲାପରୁ ସଂଗୃହୀତ ରସର ରଙ୍ଗ | ପଦାର୍ଥର ପ୍ରକୃତି |
| ୧. | ଲେମ୍ବୁ ରସ | ଲାଲ ରଙ୍ଗ | ଅମ୍ଳୀୟ |
| 9. | ସାବୁନ ପାଣି ବା ସାମ୍ପୋ | ସବୁଜ ରଙ୍ଗ | କ୍ଷାରୀୟ |
| ୩. | ଅଁଳା ରସ | ଲାଲ ରଙ୍ଗ | ଅମ୍ଳୀୟ |
| ୪. | ଭିନେଗାର | ଲାଲ ରଙ୍ଗ | ଅମ୍ଳୀୟ |
| ୫. | ସୋଡ଼ା ପାଣି | ସବୁଜ ରଙ୍ଗ | କ୍ଷାରୀୟ |
| ୬. | ଚିନି ପାଣି | ବର୍ଣ୍ଣ ଅପରିବର୍ତ୍ତିତ | ନିରପେକ୍ଷ |
| ୭. | ଲୁଣ ପାଣି | ବର୍ଣ୍ଣ ଅପରିବର୍ତିତ | ନିରପେକ୍ଷ |
ସିଦ୍ଧାନ୍ତ :
ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଲାଲ ଗୋଲାପ ଫୁଲରୁ ସଂଗୃହୀତ ପଦାର୍ଥରୁ ପ୍ରକୃତି ଜାଣିବା ପାଇଁ ଓ ଅମ୍ଳ କ୍ଷାର ସୂଚକ ଭାବରେ ବ୍ୟବହାର କରାଯାଇ ପାରିବ । ଲାଲ ଗୋଲାପ ସଂଗୃହୀତ ଦ୍ରବଣ ଅମ୍ଳୀୟ ଦ୍ରବଣରେ ଲାଲ ରଙ୍ଗ ଓ କ୍ଷାରକୀୟ ଦ୍ରବଣରେ ସବୁଜ ରଙ୍ଗ ହୁଏ ।
![]()
ହାଇଡ୍ରୋଙ୍କିଆ ଗଛ ସମ୍ପର୍କ ରେ : ହାଇଡ୍ରୋଙ୍କିଆ (hydrangea) ଗଛ ହାଇଡ୍ରା ଙ୍ଗି ଆ ହିମାଳୟର ଥଣ୍ଡା ଅଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମାନଙ୍କରେ ବଢ଼ିଥା’ନ୍ତି । ମୃତ୍ତିକାର ପ୍ରକୃତି ଅନୁସାରେ ଏହି ଗଛରେ ଭିନ୍ନ ଭିନ୍ନ ରଙ୍ଗର ଫୁଲ ଫୁଟିଥାଏ । ଅମ୍ଳୀୟ ମାଟିରେ ନୀଳ ରଙ୍ଗର କ୍ଷାରକୀୟ ମାଟିରେ ଗୋଲାପି କିମ୍ବା ଲାଲ ରଙ୍ଗର ଫୁଲ ହୁଏ ।

ପ୍ରାକୃତିକ ସୂଚକ ଭାବେ ହଳଦୀ :
କାର୍ଯ୍ୟ–୫ : ଆସ ପ୍ରସ୍ତୁତ କରିବା
- ଗୋଟିଏ ଚଟକା କାଚ ପାତ୍ର (Petridish) କିମ୍ବା ଅନ୍ୟ ପାତ୍ରରେ ଏକ ଚାମଚ ହଳଦୀ ଗୁଣ୍ଡ ରଖ୍ ସେଥିରେ କମ୍ ପାଣି ମିଶେଇ ଏକ ପେଷ୍ଟ ତିଆରି କରାଯାଉ ।
- ଯନ୍ତ୍ରର ସହିତ ଏକ ଫିଲ୍ମର କାଗଜକୁ ସେ ହଳଦୀ ପେଷ୍ଟରେ ହଳଦିଆ ରଙ୍ଗ ହେଲା ପର୍ଯ୍ୟନ୍ତ ବୁଡ଼ାଇ ରଖାଯାଉ ।
- ତା’ ପରେ ଫିଲ୍ମର କାଗଜକୁ ବାହାର କରି ଶୁଖାଯାଉ ।
- ସେହି ହଳଦିଆ ଫିଲ୍ମର କାଗଜକୁ କାଟି ଛୋଟ ଛୋଟ ଖଣ୍ଡରେ ପରିଣତ କରାଯାଉ । ଏବେ ଆମେ ତାକୁ ହଳଦୀ କାଗଜ ଭାବରେ ବ୍ୟବହାର କରିପାରିବା ।

ସାରଣୀ–୪ : ହଳଦୀ କାଗଜ ସାହାଯ୍ୟରେ ନମୁନାଗୁଡ଼ିକର ପ୍ରକୃତି ପରୀକ୍ଷା
| କ୍ରମିକ ନମ୍ବର | ନମୁନାର ନାମ | ବୁନ୍ଦାଏ ନମୁନାକୁ ପକେଇଲା ପରେ ହଳଦୀ କାଗଜର ରଙ୍ଗ | ନମୁନାର ପ୍ରକୃତି |
| ୧. | ଲେମ୍ବୁ ରସ | ଅପରିବର୍ତ୍ତିତ | ଅମ୍ଳୀୟ |
| 9. | ସାବୁନର ଦ୍ରବଣ | ଲାଲ ବର୍ଣ୍ଣ | କ୍ଷାରୀୟ |
| ୩. | ଅଁଳା ରସ (ଆସ୍କରବିକ୍ ଅମ୍ଳ) | ଅପରିବର୍ତ୍ତିତ | ଅମ୍ଳୀୟ |
| ୪. | ଚୁନପାଣି | ଲାଲ ବଣ୍ଣ | କ୍ଷାରୀୟ |
| ୫. | ଚିନିପାଣି ଲୁଣପାଣି | ଅପରିବର୍ତ୍ତିତ | ନିରପେକ୍ଷ |
| ୬. | ସୋଡ଼ାପାଣି | ଲାଲ ବଣ୍ଣ | କ୍ଷାରୀୟ |
ସିଦ୍ଧାନ୍ତ :
ଉକ୍ତ ପର୍ଯ୍ୟବେକ୍ଷଣରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ‘ହଳଦୀ କାଗଜକୁ’ କ୍ଷାରୀୟ ପଦାର୍ଥ ପାଇଁ ବ୍ୟବହାର କରାଯାଇପାରିବ । କିନ୍ତୁ ଅମ୍ଳୀୟ ପଦାର୍ଥ ଓ ନିରପେକ୍ଷ ପଦାର୍ଥ ପାଇଁ ହଦଳୀ କାଗଜକୁ ସୂଚକ ଭାବରେ ବ୍ୟବହାର କରାଯାଇ = ପାରିବ ନାହିଁ ।
- ଧଳା ସାର୍ଟର ଲାଗିଥିବା ତରକାରି ଦାଗ (ହଳଦିଆ) ଛଡ଼େଇବା ପାଇଁ ସାବୁନ ବ୍ୟବହାର କଲେ ଏହାର ରଙ୍ଗ ବଦଳିଯାଇ ଲାଲ ରଙ୍ଗରେ ପରିଣତ ହେବ । ଏହାର କାରଣ ହେଉଛି ହଳଦୀ ବର୍ଣ୍ଣ ସଂସ୍ପର୍ଶରେ ସାବୁନ ପାଣି (କ୍ଷାରକ) ଆସିଲେ ଏହା ଲାଲ ବର୍ଷରେ ପରିଣତ ହୁଏ ।
- କ୍ଷାରୀୟ ଦ୍ରବଣ ସହ ମିଶିଲେ ହଳଦୀ ହଳଦୀକୁ ସବୁଜ ମସଲା କୁହାଯାଏ କାହିଁକି ?
![]()
ଚିତ୍ତାକର୍ଷକ ତଥ୍ୟ :
କାଗଜରେ ବର୍ଣ୍ଣ ବଦଳିଯାଇ ଲାଲ ବର୍ଷରେ ପରିଣତ ହେବ । ହଳଦୀ ହେଉଛି ‘ଅଦା’ ପରିବାରର ସଦସ୍ୟ ଯାହାକି ଭାରତ ଭଳି ଅନ୍ୟ ଦେଶମାନଙ୍କରେ ଚାଷ କରାଯାଇଥାଏ । ସମ୍ପୂର୍ଣ୍ଣ ବିକଶିତ ଖାଦ୍ୟର ରଙ୍ଗ ଓ ସ୍ଵାଦ ଭଲ ହେବା ପାଇଁ ଦଳଦୀକୁ ବ୍ୟବହାର କରାଯାଇଥାଏ । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ସ୍ଵାସ୍ଥ୍ୟର ଉନ୍ନତି ପାଇଁ ହଳଦୀକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ ଏବଂ କେତେକ ପାରମ୍ପରିକ ଘରୋଇ ଉପଚାର ପାଇଁ ହଳଦୀକୁ ବ୍ୟବହାର କରାଯାଇଥାଏ ।
ଗୁରୁପୂର୍ଣ୍ଣିମା ଦିନ ଅଶ୍ୱିନୀ ତା’ର ଗୁରୁଙ୍କୁ କୃତଜ୍ଞତା ଜଣାଇବା ପାଇଁ ଧଳା କାଗଜରେ ଏକ କୃତଜ୍ଞତା ପତ୍ର (greeting card) ତିଆରି କଲା ହଳଦୀ ପେଷ୍ଟକୁ ଧଳା କାଗଜରେ ଲେପି ତାକୁ ଶୁଖାଇଲା । ଓଡ଼ିଆରେ ସେହି କାଗଜ ଉପରେ ସାରଣୀର ଦ୍ରବଣ ମଧ୍ୟରୁ ଗୋଟିଏ ଦ୍ରବଣ ନେଇ ନିଜର ବାର୍ତ୍ତା ଲେଖୁଲା ।
ବାର୍ତ୍ତା ଲେଖୁବା ପାଇଁ କେଉଁ ଦ୍ରବଣ ବ୍ୟବହାର କରାଯାଇଥିବ ।
ଉ. ବାର୍ତ୍ତା ଲେଖୁବା ପାଇଁ ସାବୁନ ଦ୍ରବଣ ବ୍ୟବହାର କରାଯାଇଥିଲା ।
![]()
ଘ୍ରାଣସୂଚକ କ’ଣ ? : ଅମ୍ଳ ଓ କ୍ଷାରକ ମାଧ୍ୟମରେ କେତେକ ପଦାର୍ଥ ଅଛି ଯେଉଁମାନଙ୍କର ଗନ୍ଧରେ ମଧ୍ଯ ପରିବର୍ତ୍ତନ ହୋଇଥାଏ, ସେଗୁଡ଼ିକୁ ଘ୍ରାଣସୂଚକ (olfactory predicator) କୁହାଯାଏ ।
କାର୍ଯ୍ୟ–୬ : ଆସ ଅନୁସନ୍ଧାନ କରିବା
- ଗୋଟିଏ ପାର୍ଶ୍ଵରେ କିଛି ପରିଷ୍କାର କଟା ପିଆଜ ଓ ଏହା ସହିତ କିଛି ପରିଷ୍କାର କପଡ଼ା ବା ଫିଲ୍ଡର କାଗଜ ନିଆଯାଉ ।
- ପାତ୍ରଟିକୁ ଭଲଭାବରେ ବନ୍ଦ କରି ଗୋଟିଏ ରାତି ରଖାଯାଉ ।
- ପରଦିନ ସକାଳୁ ସେ ପାତ୍ରଟିକୁ ଖୋଲି ସେଥୁରୁ ଦୁଇଖଣ୍ଡ କପଡ଼ା ବା କାଗଜ ନେଇ ତା’ର ଗନ୍ଧକୁ ପରୀକ୍ଷା କରାଯାଉ ।
- ସେ ଦୁଇଖଣ୍ଡ କାଗଜକୁ ପରିଷ୍କାର ଚଟାଣ ଉପରେ ରଖାଯାଉ । ଗୋଟିଏ ଖଣ୍ଡ କାଗଜ ଉପରେ କେତେ ଟୋପା ତେନ୍ତୁଳି ପାଣି ଓ ଅନ୍ୟ ଖଣ୍ଡ ଉପରେ କେତେ ଟୋପା ବେକିଙ୍ଗ ସୋଡ଼ା ଦ୍ରବଣ ପକାଯାଉ ଯେମିତିକି ପୂରା କପଡ଼ା ଖଣ୍ଡ ବା କାଗଜ ଖଣ୍ଡ ଉପରେ ଖେଳେଇ ହୋଇଯିବ ।
- ଦ୍ରବଣ ପକେଇବା ପୂର୍ବରୁ ଓ ପରେ ଗନ୍ଧରେ କିଛି ପରିବର୍ତ୍ତନ ହଳଦୀ ପାଣି ଓ ବେକିଙ୍ଗ ଲକ୍ଷ୍ୟ କରୁଛ କି ?
- ତୁମ ଅନୁଧ୍ୟାନକୁ ଲିପିବଦ୍ଧ କରାଯାଉ ।
- ସେହିପରି ଅନ୍ୟ ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥକୁ ନେଇ ପରୀକ୍ଷା କରି ତା’ର ଫଳାଫଳକୁ ଲିପିବଦ୍ଧ କରାଯାଉ, ଗନ୍ଧକୁ ପରୀକ୍ଷା କରାଯାଉ ଏବଂ ତୁମ ପର୍ଯ୍ୟବେକ୍ଷଣ ଲିପିବଦ୍ଧ କରାଯାଉ ।
| କ୍ରମିକ ନମ୍ବର | ପଦାର୍ଥ | କ୍ଷାରୀୟ/ ନିରପେକ୍ଷ ମାଧ୍ୟମରେ ଗନ୍ଧ | ଅମ୍ଳୀୟ ମାଧ୍ୟମରେ ଗନ୍ଧ |
| ୧. | ପିଆଜ | ତୀବ୍ର/କଡ଼ା ଗନ୍ଧ | ହ୍ରାସ ପାଏ ବା ବଦଳିଯାଏ |
| 9. | ଅଦା | ତୀବ୍ର/କଡ଼ା ଗନ୍ଧ | ହ୍ରାସ ପାଏ ବା ବଦଳିଯାଏ |
| ୩. | ପଚା ମାଛ | ତୀବ୍ର ଗନ୍ଧ | ଗନ୍ଧ ଲୋପପାଏ |
| ୪. | ଲ ବଙ୍ଗ | ଗନ୍ଧ ରୁହେ | ଗନ୍ଧ ହ୍ରାସ ପାଏ ବା ବଦଳିଯାଏ |
ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଆଧୁନିକ ରସାୟନ ବିଜ୍ଞାନର ଜନକ ଭାବରେ ପରିଚିତ । ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଗବେଷଣା କରି ଡକ୍ଟରେଟ ଉପାଧ୍ ପାଇଥିଲେ ଓ ତା’ପରେ ଭାରତ ଫେରିଲେ । ଭାରତରେ ଉଚ୍ଚତର ବୈଜ୍ଞାନିକ ଗବେଷଣା ପାଇଁ ସେ ତାଙ୍କ ଜ୍ଞାନ ବିତରଣ କରିଥିଲେ ।

୧୯୦୧ ମସିହାରେ ସେ ଔଷଧ ସମ୍ବନ୍ଧୀୟ ଗବେଷଣା ପାଇଁ ଭାରତରେ ଏକ ଔଷଧ କମ୍ପାନୀ ସ୍ଥାପନ କରିଥିଲେ । ସେ ଭାରତୀୟ ସଂସ୍କୃତି ଓ ଜ୍ଞାନ ପରମ୍ପରା ସହିତ ଦୃଢ଼ଭାବେ ଜଡ଼ିତ ଥିଲେ । ସେ ରସାୟନ ବିଜ୍ଞାନର ଇତିହାସ ଲେଖୁ ପୁରାତନ ବୈଜ୍ଞାନିକମାନଙ୍କର ସଫଳତା ଓ ବିଶେଷ ଜ୍ଞାନ ବିଷୟରେ ଆଧୁନିକ ଜନସମାଜରେ ପ୍ରଚାର କରାଇଥିଲେ ।
ଆଚାର୍ଯ୍ୟ ରାୟ ଜଣେ ସମାଜ ସଂସ୍କାରକ ଯେ କି ଶିକ୍ଷାନୁଷ୍ଠାନଗୁଡ଼ିକରେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରାଇବା ପାଇଁ ଆହ୍ୱାନ ଦେଇଥିଲେ ।
ଅମ୍ଳୀୟ ପଦାର୍ଥ ସହ କ୍ଷାରୀୟ ପଦାର୍ଥ ମିଶିଲେ କ’ଣ ହୁଏ ?
![]()
କାର୍ଯ୍ୟ–୭ : ପରୀକ୍ଷଣଦ୍ଵାରା ଅନୁସନ୍ଧାନ
- ଗୋଟିଏ ପରୀକ୍ଷା ନଳୀରେ ଗୋଟିଏ ବୁନ୍ଦା ଲେମ୍ବୁରସ ନେଇ ଓ ସେଥିରେ ପ୍ରାୟ ୨୦ ବୁନ୍ଦା ପାଣି ମିଶାଯାଉ । ଏହାର ରଙ୍ଗକୁ ନିରୀକ୍ଷଣ କରାଯାଉ ।
- ଗୋଟିଏ ବୁନ୍ଦା ନୀଳ ଲିଟ୍ସ୍ ଦ୍ରବଣ ଏଥୁରେ ମିଶାଯାଉ ।
- ଏହାର ରଙ୍ଗରେ କିଛି ପରିବର୍ତ୍ତନ ହେଉଛି । ଏହା ଲାଲ ଦେଖାଯାଉଛି ।
- ଡ୍ରପର ସାହଯ୍ୟରେ ପରୀକ୍ଷାନଳୀ ଭିତରକୁ ଧୀରେ ଧୀରେ ବୁନ୍ଦା ବୁନ୍ଦା କରି ଚୂନ ପାଣି ପକାଯାଉ ଓ ପରୀକ୍ଷାନଳୀଟିକୁ ବୃତ୍ତାକାର ଗତିରେ ଜଳଭଉଁରି ଭଳି ଘୂରାଯାଉ ।
- ଏବେ ଲକ୍ଷ୍ୟ କଲେ ଦ୍ରବଣର ରଙ୍ଗରେ କିଛି ପରିବର୍ତ୍ତନ ହେଉଛି ଓ ଏହା ନୀଳ ଦେଖାଯାଉଛି ।
- କିଛି ସମୟ ଏମିତି କଲାପରେ ଦ୍ରବଣର ରଙ୍ଗ ଲାଲରୁ ନୀଳକୁ ପରିବର୍ତ୍ତନ ହେବ ।

- ପୁଣି ସେ ପରୀକ୍ଷାନଳୀ ଭିତରକୁ ଗୋଟିଏ ବୁନ୍ଦା ଲେମ୍ବୁରସ ପକାଯାଉ । ତୁମେ କହିପାରିବ କି କାହିଁକି ଏହି ରଙ୍ଗ ପରିବର୍ତ୍ତନ ହୋଇଥାଏ ?
ସିଦ୍ଧାନ୍ତ :
ପ୍ରାରମ୍ଭରେ ଯେତେବେଳେ ଲେମ୍ବୁରସରେ ନୀଳ ଲିସ୍ ଦ୍ରବଣ ମିଶାଗଲା, ସେତେବେଳେ ଦ୍ରବଣର ରଙ୍ଗ ଲାଲ ହୋଇଗଲା । ଚୂନ ପାଣି ମିଶାଇଲା ପରେ ଦ୍ରବଣର ରଙ୍ଗ ଲାଲରୁ ନୀଳ ହୋଇଗଲା । ଏଥିରୁ ଜଣାଗଲା ଯେ, ପରୀକ୍ଷାନଳୀରେ ଥିବା ଦ୍ରବଣ ଆଦୌ ଅମ୍ଳୀୟ ନଥିଲା । ଚୂନ ପାଣି ମିଶାଇବାଦ୍ଵାରା ଏହାର ପ୍ରଭାବରେ ଅମ୍ଳ ପ୍ରଶମିତ (Neutral) ହୋଇଗଲା ।
ଅଦି ଅମ୍ଳୀୟ ଦ୍ରବଣକୁ କ୍ଷାରକୀୟ ଦ୍ରବଣ ସହ ଯଥେଷ୍ଟ ପରିମାଣରେ ମିଶାଯାଏ ତେବେ ମିଶ୍ରିତ ଦ୍ରବଣର ପ୍ରକୃତି ଅମ୍ଳୀୟ ନୁହେଁ କି କ୍ଷାରକୀୟ ନୁହେଁ । ଉକ୍ତ ଦ୍ରବଣଟି ପ୍ରଶମିତ ବା ନିରପେକ୍ଷ (Neutral) ପଦାର୍ଥ । ଏହି ପ୍ରତିକ୍ରିୟାକୁ ନିରପେକ୍ଷୀକରଣ ପ୍ରତିକ୍ରିୟା କୁହାଯାଏ ।
![]()
ଏକ ନୀରପେକ୍ଷୀକରଣ ପ୍ରତିକ୍ରିୟାରେ ଉତ୍ତାପର ନିର୍ଗମନ ସହ ଲୁଣ ଓ ଜଳ ଉତ୍ପନ୍ନ ହୁଏ ।
ଅମ୍ଳ + କ୍ଷାରକ → ଲୁଣ (ଲବଣ) + ଜଳ + ତାପ
ଲବଣାମ୍ଳ (HCI) + ସୋଡ଼ିୟମ ହାଇଡ୍ରେକସାଇଡ଼ (NaOH) → ଖାଇବା ଲୁଣ (NaCI) + ଜଳ (H2O) + ତାପ ଦୈନନ୍ଦିନ ଜୀବନରେ ନିରପେକ୍ଷୀକରଣ ପ୍ରତିକ୍ରିୟାର ଉଦାହରଣ :
ପରିସ୍ଥିତି – ୧:
କୀର୍ତି ବଗିଚାରେ ବସିଥିଲା । ତତ୍କ୍ଷଣାତ୍ ଏକ ନାଲି ପିମ୍ପୁଡ଼ି ତାକୁ କାମୁଡ଼ି ଦେଲା । ତା’ର ଚର୍ମ ନାଲି ପଡ଼ିଗଲା ଓ ଯନ୍ତ୍ରଣା ହେଲା । କୀର୍ତ୍ତିର ଭାଇ ପିମ୍ପୁଡ଼ି କାମୁଡ଼ିଥିବା ଜାଗାରେ ବେକିଂ ସୋଡ଼ା ବୋଳି ଦେଲେ । ଏହା ପରେ ସେ ଯନ୍ତ୍ରଣା ମୁକ୍ତ ହେଲା ।
ତୁମେ ଏହାର କାରଣ ବିଷୟରେ କିଛି ଚିନ୍ତା କରିଛ କି ?
ଉ. ଯେତେବେଳେ ପିମ୍ପୁଡ଼ି କାମୁଡ଼େ ସେତେବେଳେ ସେ ଜାଗାରେ ଅମ୍ଳୀୟ ପଦାର୍ଥ (ଫର୍ମିକ୍ ଅମ୍ଳ) ଚର୍ମ ଭିତରକୁ ଛାଡ଼ିଦିଏ । ବେକିଂ ସୋଡ଼ା କ୍ଷାରକ ହୋଇଥିବାରୁ ଏହାକୁ ଘଷିବା ଫଳରେ ଅମ୍ଳର ପ୍ରଭାବକୁ ନିରପେକ୍ଷୀକରଣଦ୍ଵାରା ପ୍ରଶମିତ କରାଯାଇପାରିଲା ।

ପିମ୍ପୁଡ଼ି କାମୁଡ଼ିଲେ ପ୍ରତିକାର ପାଇଁ କ’ଣ କରନ୍ତି ?
ଉ. ପିମ୍ପୁଡ଼ି କାମୁଡ଼ିଲେ ପ୍ରତିକାର ପାଇଁ ଖାଇବା ସୋଡ଼ାର ଦ୍ରବଣ ବା ଦାନ୍ତଘଷା ପେଷ୍ଟ ବ୍ୟବହାର କରିପାରନ୍ତି ।
ପରିସ୍ଥିତି – ୨ :
ପିମ୍ପୁଡ଼ି କାମୁଡ଼ାର ତୀବ୍ର ଜନ୍ତ୍ରଣା
କୃଷକମାନଙ୍କ ପୋର୍ଟାଲ (କୃଷି, ସହଯୋଗ ଓ କୃଷକ କଲ୍ୟାଣ ବିଭାଗର ଅନଲାଇନ ପ୍ଲାଟଫର୍ମ)ରେ ଜଣେ କୃଷକଙ୍କର ଜିଜ୍ଞାସା ଥିଲା ‘ମୋ ଗଛଗୁଡ଼ିକ ଆଜିକାଲି ଭଲରେ ବଢ଼ିପାରୁନାହାନ୍ତି’’ ।
ଉ. ଅନେକ ଆଲୋଚନା ପରେ ଜଣାପଡ଼ିଲା ଯେ, ଗଛ ଭଲ ବଢ଼ିବା ପାଇଁ ମୁଭିକାରେ ଅଧିକ ପରିମାଣରେ ରାସାୟନିକ ସାର ବ୍ୟବହାର କରିବା ହେଉଛି ଏହାର କାରଣ । ଏହା ଦ୍ଵାରା ମାଟି ଅମ୍ଳୀୟ ହୋଇ ଗଛ ବଢ଼ିବାରେ ବାଧା ସୃଷ୍ଟି ହୋଇଥାଏ ।
![]()
ଏହି କୃଷକଙ୍କୁ ଆମେ କି ପ୍ରକାର ପ୍ରତିକାର ବ୍ୟବସ୍ଥା ଯୋଗାଇପାରିବା ?
ଉ. ମାଟି ଅମ୍ଳୀୟ ହୋଇଥିବାରୁ ସେଥିରେ ଚୂନ ବା ମାଟି କ୍ଷାରୀୟ ହୋଇଥିଲେ, ସେଥିରେ ରାସାୟନିକ ସାର କିମ୍ବା କ୍ଷାରକ ଜାତୀୟ ପଦାର୍ଥ ବ୍ୟବହାର କରିବା ଆବଶ୍ୟକ । ଜୈବିକ ସାର କିମ୍ବା କମ୍ପୋଷ୍ଟ ବ୍ୟବହାର କରିବା ।
ଯେଉଁ ମୁଭିକା ଅଧିକ ଅମ୍ଳୀୟ ସେ ମୃତ୍ତିକାରେ ଗଛ ଭଲ ବଢ଼ିପାରେ ନାହିଁ । ଏହି ପ୍ରକାର ମୃତ୍ତିକାରେ ଚୂନ ମିଶାଇ ପ୍ରତିକାର କରାଯାଇପାରିବ, କାରଣ ଚୂନ ହେଉଛି କ୍ଷାରକ ।

ଯଦି ମୃତ୍ତିକା କ୍ଷାରୀୟ ହୋଇଥାଏ ତେବେ ତା’ର ପ୍ରତିକାର ପାଇଁ ଜୈବିକ ଖତ ଓ ଗଛର ପତ୍ରରୁ ପ୍ରସ୍ତୁତ କମ୍ପୋଷ୍ଟକୁ ସେ ମାଟିରେ ମିଶାଇବା । ଏହିସବୁ ଜୈବିକ ପଦାର୍ଥ ମୃତ୍ତିକାକୁ ଅମ୍ଳୀୟ ପଦାର୍ଥ ଯୋଗାଇ ଏହାର କ୍ଷାରୀୟ କୁଣକୁ ହ୍ରାସ କରି ନିରପେକ୍ଷ କରିଥାଏ ।
ମାଟିର ଅମ୍ଳୀୟ ପ୍ରକୃତିକୁ ନିରପେକ୍ଷ କରିବା ବେଳେବେଳେ ମୃର୍ତ୍ତିକା ନିରପେକ୍ଷ ଅବସ୍ଥାରେ ଥାଏ । ତଥାପି ପୋଷକ ଦ୍ରବ୍ୟ ଅଭାବରୁ ସେ ମୃତ୍ତିକାରେ ବଢ଼ୁଥିବା ଗୁଣଗୁଡ଼ିକ ରୁଗ୍ଣ ହୋଇଥାଏ ।
ପରିସ୍ଥିତି – ୩ :
ଅଶ୍ଵିନୀର ସାଙ୍ଗ ମାନସର ଘର ଏକ ଶିଳ୍ପାଞ୍ଚଳ ନିକଟରେ । ମାନସ ତା’ର ସାଙ୍ଗକୁ କହିଲା ଘର ପାଖରେ ଥିବା ଏକ ହ୍ରଦରେ ମାଛ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।
ଏହାର କାରଣ ବିଷୟରେ କ’ଣ ଚିନ୍ତା କରୁଛ ?
ଉ. ଶିଳ୍ପାଞ୍ଚଳର କଳକାରଖାନାରୁ ନିର୍ଗତ ଆବର୍ଜନା ସବୁ ହ୍ରଦରେ ମିଶୁଥିବାରୁ ହୁଏତ ଏପରି ଘଟୁଛି ।
ଯଦି କଳକାରଖାନାରୁ ନିର୍ଗତ ଆବର୍ଜନା ଅମ୍ଳୀୟ ତେବେ କ’ଣ କଲେ ମାଛମାନେ ନିରାପଦରେ ବଢ଼ିପାରିବେ ?
ଉ. ଆବର୍ଜନାଗୁଡ଼ିକୁ ହ୍ରଦକୁ ଛାଡ଼ିବା ପୂର୍ବରୁ ସେଗୁଡ଼ିକୁ କ୍ଷାରୀୟ ପଦାର୍ଥ ଦ୍ଵାରା (ଯଥା – ଚୁନ ପାଣି ମିଶାଇବା) ନିରପେକ୍ଷୀକରଣ କରି ଛାଡ଼ିବା ଉଚିତ ।
![]()
ବିଷୟବସ୍ତୁର ସାରାଂଶ :
- ଆମ ଚାରିପାଖରେ ରହିଥିବା ପଦାର୍ଥଗୁଡ଼ିକ ମଧ୍ୟରୁ ଅମ୍ଳୀୟ, କ୍ଷାରୀୟ, ନିରପେକ୍ଷ (ନିଉଟ୍ରାଲ) ପଦାର୍ଥ ଭାବରେ ଶ୍ରେଣୀଭୁକ୍ତ କରାଯାଇପାରିବ ।
- ଲାଇକେନ, ଲାଲାଗୋଲାପ, ଲାଲମନ୍ଦାର, ଗୋଲାପି କୋବି ଓ ହଳଦୀ ଇତ୍ୟାଦିରେ ରସ ପଦାର୍ଥର ପ୍ରକୃତି ଜାଣିବା ପାଇଁ ବ୍ୟବହାର କରାଯାଇପାରିବ ।
- ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥର ରଙ୍ଗ ସୂଚାଉଥିବା ପଦାର୍ଥଗୁଡ଼ିକୁ ଅମ୍ଳ-କ୍ଷାର ସୂଚକ ବୋଲି କୁହାଯାଏ ।
- ଅମ୍ଳ ନୀଳ ଲିଟମସ୍କୁ ଲାଲ କରିଦିଏ ଓ କ୍ଷାରକ ଲାଲ ଲିଟମସ୍କୁ ନୀଳ କରିଦିଏ ।
- ଲାଲ ଗୋଲାପର ରସ ଅମ୍ଳୀୟ ଦ୍ରବଣରେ ଲାଲ ରଙ୍ଗ ଓ କ୍ଷାରୀୟ ଦ୍ରବଣରେ ସବୁଜ ରଙ୍ଗ ପ୍ରଦର୍ଶନ କରାଏ । ହଳଦିର ହଳଦିଆ ରଙ୍ଗ କ୍ଷାରୀୟ ପଦାର୍ଥରେ ଲାଲ ରଙ୍ଗ ହୁଏ, କିନ୍ତୁ ଅମ୍ଳୀୟ ଓ ନିରପେକ୍ଷ ପଦାର୍ଥରେ ଅପରିବର୍ତ୍ତିତ ରହେ ।
- ଅମ୍ଳ ଓ କ୍ଷାର ପରସ୍ପରକୁ ନିରପେକ୍ଷ କରନ୍ତି ଏବଂ ଏହି ପ୍ରତିକ୍ରିୟାରେ ଲବଣ ଓ ଜଳ ସୃଷ୍ଟି ସହ ତାପ ଉତ୍ପନ୍ନ ହୁଏ ।
- ନାଲି ପିମ୍ପୁଡ଼ି କାମୁଡ଼ିବା, ଅମ୍ଳୀୟ ବା କ୍ଷାରୀୟ ମୃତ୍ତିକାର ପ୍ରତିକାର ଏବଂ ଶିଳ୍ପାଞ୍ଚଳ ଆବର୍ଜନା ଆଦି ସାଧାରଣ ଦୈନନ୍ଦିନ ସମସ୍ୟାଗୁଡ଼ିକ ନିରପେକ୍ଷୀକରଣଦ୍ଵାରା ସମାଧାନ ହୋଇପାରିବ ।