Go through 8th Class Social Science Book Odia Medium Question Answer and Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ to understand textbook questions more clearly.
8th Class Social Science Chapter 3 Question Answer Odia Medium
Class 8 Social Science Chapter 3 Odia Medium
‘ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
Question 1.
ଭୂଗୋଳ (ବିଶେଷକରି ପର୍ବତ ଏବଂ ଉପକୂଳ) କିପରି ମରାଠା ସାମରିକ ରଣନୀତି ଏବଂ ରାଜ୍ୟ ଗଠର୍ନକୁ ମାର୍ଗଦର୍ଶନ କରିଥିଲା ଆଲୋଚନା କର ।

Answer:
(i) ମରାଠାମାନଙ୍କର ସାମରିକ ରଣନୀତି ଏବଂ ରାଜ୍ୟ ଗଠନକୁ ବିଶେଷକରି ପଶ୍ଚିମଘାଟ ପର୍ବତମାଳା ଓ ପଶ୍ଚିମ ଉପକୂଳର ଖୁବ୍ ବେଶୀ ଉପଯୋଗୀ ହୋଇପାରିଥିଲା ।
(ii) ସେମାନେ ପାହାଡ଼ ଓ ପର୍ବତରେ ଦୁର୍ଗମାନ ନିର୍ମାଣ କରି ଶତ୍ରୁମାନଙ୍କୁ ଯୁଦ୍ଧରେ ପରାସ୍ତ କରିବାରେ ସିଦ୍ଧହସ୍ତ ଥିଲେ । ସୁଦୃଢ଼ ପାର୍ବତ୍ୟ ଦୁର୍ଗ ରାୟଗଡ଼ାଠାରେ ଶିବାଜୀଙ୍କର ରାଜ୍ୟାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
(iii) ଜଙ୍ଗଲ ମଧ୍ୟରେ ଥିବା ପ୍ରତାପଗଡ଼ ଦୁର୍ଗରେ ବିଜାପୁର ସୁଲତାନଙ୍କର ଦକ୍ଷ ସେନାପତି ଆଫ୍ଜଲ୍ ଖାଁଙ୍କୁ ବାଘନଖଦ୍ଵାରା ଶିବାଜୀ ହତ୍ୟା କରିବା ସହିତ ପାହାଡ଼ରେ ଲୁଚି ରହିଥିବା ସୈନ୍ୟମାନେ ଗରିଲା ଯୁଦ୍ଧକରି ଆଫଜଲ୍ ଖାଁଙ୍କ ସୈନ୍ୟବାହିନୀର ମୂଳୋତ୍ପାଟନ କରିଥିଲେ ।
(iv) ଶିବାଜୀଙ୍କର ରାଜ୍ୟ ଖୁବ୍ ଶୀଘ୍ର ଭାରତର ପଶ୍ଚିମ ଉପକୂଳ ଆଡ଼କୁ ପ୍ରସାରିତ ହେବାଫଳରେ ସେମାନଙ୍କର ଉପକୂଳକୁ ଶତ୍ରୁକବଳରୁ ରକ୍ଷା କରିବାପାଇଁ ସେ ଏକ ଶକ୍ତିଶାଳୀ ନୌସେନା ଗଠନ କରିଥିଲେ । ଏହାମଧ୍ଯ ସେମାନଙ୍କୁ ନୌବାଣିଜ୍ୟ କରିବାରେ ସାହାଯ୍ୟ କରିବା ସହିତ ଜଳଦସ୍ୟୁମାନଙ୍କର ସଠିକ୍ ମୁକାବିଲା କରିବାରେ ସାହାଯ୍ୟ କରିପାରିଥିଲା ।
(v) ଉପରୋକ୍ତ ଆଲୋଚନାରୁ ଆମେ ଯାହା ଜାଣିଲେ ମରଠାମାନଙ୍କୁ ସେମାନଙ୍କର ପର୍ବତ ଓ ଉପକୂଳ ଅଞ୍ଚଳ ଗରିଲା ଯୁଦ୍ଧକୌଶଳ ଆପଣେଇବା ପାଇଁ ବିଶେଷ ସହାୟକ ହେଉଥିଲା । ଶିବାଜୀଙ୍କର ରାତ୍ରିକାଳୀନ ଗରିଲା ଯୁଦ୍ଧକୁ ବର୍ତ୍ତମାନ ଯୁଗର ସର୍ଜିକାଲ ଷ୍ଟ୍ରାଇକ୍ ସହ ତୁଳନା କରାଯାଇପାରେ ।
Question 2.
ମନେକର ଯେ ତୁମେ ଛୋଟ ପିଲାମାନଙ୍କ ପାଇଁ ଜଣେ ମରାଠା ନେତାଙ୍କର ଏକ ସଂକ୍ଷିପ୍ତ ଜୀବନୀ ପ୍ରସ୍ତୁତ କରୁଛି । କାହୋଜୀ ଆଙ୍ଗୁ, ବାଜିରାଓ ପ୍ରଥମ, ମହାଦୀ ସିନ୍ଦେ, ଅହଲ୍ୟାବାଈ ହୋଲକାର କିମ୍ବା ତାରାବାଈଙ୍କ ମଧ୍ୟରୁ ଜଣଙ୍କୁ ବାଛ ଏବଂ କ’ଣ ସେମାନଙ୍କୁ ପ୍ରେରଣାଦାୟୀ କରିପାରିଛି, ତାହା ଉପରେ ଆଲୋକପାତ କରି ୩-୪ଟି ଅନୁଚ୍ଛେଦରେ ଲେଖ । ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନ ମଧ୍ୟରୁ ଗୋଟିକ ବିଷୟରେ ଆଲୋଚନା କର ।
Answer:
(i) ଉପରୋକ୍ତ ମରାଠା ବୀର ଓ ବୀରାମାନଙ୍କ ମଧ୍ୟରେ ଆମେ ନୌବାହିନୀର ସେନାପତି କାହ୍ଵାଜୀ ଆଫ୍ରେଙ୍କ ବିଷୟରେ ଆଲୋକପାତ କରିବା ।
(ii) ଅଷ୍ଟାଦଶ ଶତାବ୍ଦୀରେ କାହ୍ନାଜୀ ଆଟ୍ରେଙ୍କ ମାର୍ଗଦର୍ଶନରେ ମରଠାମାନେ ପଶ୍ଚିମ ଉପକୂଳରେ ସୁରକ୍ଷିତ ରହିବା ସହିତ ଅନେକ ଯୁଦ୍ଧରେ ବିଜୟଲାଭ କରିଥିଲେ । ଇଂରେଜ ଓ ପର୍ତ୍ତୁଗୀଜ ପାଇଁ ଭାରତୀୟ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସୃଷ୍ଟି କରୁଥିବା ଅସୁବିଧାକୁ ଦୂର କରିପାରିଥିଲେ ।
(iii) ସେ ଆରବ ସାଗରରେ ଏକ ଶକ୍ତିଶାଳୀ ସାମୁଦ୍ରିକ ଦୁର୍ଗ ନିର୍ମାଣ କରି ଜଳଦସ୍ୟୁମାନଙ୍କର ଗତିବିଧ୍କୁ ଖୁବ୍ ନିକଟରୁ ଲକ୍ଷ୍ୟ କରି ପାରୁଥିଲେ । ଇଂରେଜମାନେ ସହଜରେ ସମୁଦ୍ର ପଥରେ ପ୍ରବେଶ କରି ପାରୁନଥିଲେ ।
(iv) ବ୍ରିଟିଶମାନଙ୍କର ଶକ୍ତିଶାଳୀ ନୌବାହିନୀକୁ ପରାସ୍ତ କରିବାପାଇଁ ସମସ୍ତ ପ୍ରକାର ସମର କୌଶଳମାନ ପ୍ରସ୍ତୁତ କରି ସୈନ୍ୟମାନଙ୍କୁ ତାଲିମ ପ୍ରଦାନ କରୁଥିଲେ ।
(v) ତାଙ୍କର ଅଦମ୍ୟ ସାହସ, ରଣକୌଶଳ ଅନେକ ଯୁଦ୍ଧରେ ତାଙ୍କୁ ସଫଳତା ପ୍ରଦାନ କରିଥିଲା । ଉପରୋକ୍ତ କାରଣପାଇଁ ବହୁଦିନ ପର୍ଯ୍ୟନ୍ତ ଇତିହାସ ତାଙ୍କୁ ମନେରଖୁଅଛି ।
![]()
Question 3.
ଆଜିକାର ଗୋଟିଏ ମରାଠା ଦୁର୍ଗ (ଯେପରିକି ରାୟଗଡ଼ା, ସିନ୍ଧୁ ଦୁର୍ଗ, ଜିଙ୍ଗି କିମ୍ବା ପ୍ରତାପଗଡ଼) ଯଦି ତୁମେ ପରିଦର୍ଶନ କରିବ, ତେବେ କେଉଁଟିକୁ ତୁମେ ବାଛିବ ଓ କାହିଁକି ? ଏହାର ଇତିହାସ, ସ୍ଥାପତ୍ୟ ଏବଂ ରଣକୌଶଳ ଗୁରୁତ୍ଵ ଅନୁସନ୍ଧାନ କର । ଶ୍ରେଣୀରେ ଡିଜିଟାଲ ଉପସ୍ଥାପନା କିମ୍ବା ପୋଷ୍ଟର ମାଧ୍ୟମରେ ନିଷ୍କର୍ଷଗୁଡ଼ିକ ଉପସ୍ଥାପନ କର ।
Answer:
(i) ଯଦି ମୋତେ ମରାଠା ଦୁର୍ଗଗୁଡ଼ିକ ବୁଲିବାର ସୁଯୋଗ ମିଳେ, ତେବେ ମୁଁ ପ୍ରଥମେ ରାୟଗଡ଼ ଯିବାକୁ ପସନ୍ଦ କରିବୁ । କାରଣ ଏହାର ଇତିହାସ, ସ୍ଥାପତ୍ୟ ଏବଂ ରଣକୌଶଳ ଗରିଲା ଯୁଦ୍ଧକୌଶଳ ଜାଣିବାର ଇଚ୍ଛାକୁ ପୂରଣ କରିପାରିବି । ସେଥିରୁ କିଛି ଉପସ୍ଥାପନା କରୁଅଛି ।
(ii) ଛତ୍ରପତି ଶିବାଜୀଙ୍କ ମରାଠା ସାମ୍ରାଜ୍ୟର ରାଜଧାନୀ ଥିଲା ରାୟଗଡ଼ । ଏହା ମହାରାଷ୍ଟ୍ରର ଉଚ୍ଚ ପତିତମାଳାରେ ଅବସ୍ଥିତ ଥିଲା, ଯାହା ଫଳରେ ଶତ୍ରୁମାନେ ସହଜରେ ଏଠାକୁ ପ୍ରବେଶ କରି ପାରୁ ନଥିଲେ ।
(iii) ୧୬୭୪ ମସିହାରେ ବୈଦିକ ରୀତିନୀତି ଅନୁସାରେ ସୁଦୃଢ଼ ପାର୍ବତ୍ୟ ଦୁର୍ଗ ରାୟଗଡ଼ଠାରେ ଶିବାଜୀଙ୍କ ଅଭିଷେକ ଉତ୍ସବ ପାଳନ କରାଯିବା ସହିତ ସେ ପାରମ୍ପରିକ ପଦବୀ ଶ୍ରୀରାଜା ଶିବ ଛତ୍ରପତି ଉପାଧ୍ ଗ୍ରହଣ କରିଥିଲେ ।
(iv) ଏହି ଶକ୍ତିଶାଳୀ ଦୁର୍ଗଟି ଚତୁଃପାର୍ଶ୍ଵ ପଥର କାନ୍ଥଦ୍ଵାରା ବେଷ୍ଟିତ ଥିଲା । ଏଥିରେ ଗୁପ୍ତ ସୁଢ଼ଙ୍ଗ ସହିତ ସୁନ୍ଦର ଅଟ୍ଟାଳିକା ମଧ୍ୟ ଥିଲା ।
(v) ଏହା ମରାଠା ସାମ୍ରାଜ୍ୟର ପେଣ୍ଠସ୍ଥଳୀରେ ଅବସ୍ଥିତ ଥିଲା । ବିଭିନ୍ନ ସ୍ଥାନକୁ ଏଠାରୁ ସୈନ୍ୟପ୍ରେରଣ କରିବା ପାଇଁ ଗୁପ୍ତ ରାସ୍ତାମାନ ନିର୍ମାଣ କରାଯାଇଥିଲା । ଗରିଲା ଯୁଦ୍ଧପାଇଁ ବେଶ୍ ଜଣାଶୁଣା ଥିବା ମରାଠା ସେନାମାନଙ୍କୁ ଏଠାରେ ଶିକ୍ଷା ପ୍ରସିଦ୍ଧ ଶିବାଜୀଙ୍କ ଶାସନ ଓ ସାମ୍ରାଜ୍ୟ ପ୍ରଦାନ କରାଯାଉଥିଲା ।
Question 4.
ଏହି ଦୁର୍ଗ ବୁଲିବା ଫଳରେ ଇତିହାସ ବିଷୟରେ ଅଧ୍ବକ ଜ୍ଞାନ ଆହରଣ ହୋଇଥିଲା । ଏହି ଅଧ୍ୟାୟରେ କୁହାଯାଇଛି ଯେ ‘‘ବ୍ରିଟିଶମାନେ ମୋଗଲ କିମ୍ବା ଅନ୍ୟ କୌଣସି ଶକ୍ତି ଅପେକ୍ଷା ମରାଠାମାନଙ୍କଠାରୁ ଭାରତର ଅଧିକ ଅଂଶ ଅଧିକୃତ କରିଥିଲେ’’ । ତୁମେ ଏହାର ଅର୍ଥ କ’ଣ ଭାବୁଛ ? ଏହି ଅଧ୍ୟାୟର କେଉଁ ପ୍ରମାଣ ଏହି ଧାରଣାକୁ ସମର୍ଥନ କରୁଛି ?
Answer:
(i) ଇଂରେ ଜମାନେ ଯେତେବେଳେ ଭାରତକୁ ଶାସନ କରିବାକୁ ଆସିଲେ, ସେତେବେଳେ ମୋଗଲମାନଙ୍କଠାରୁ ମରାଠାମାନେ ଅଧିକ ଶକ୍ତିଶାଳୀ ଥିଲେ ।
(ii) ମୋଗଲର ଶାସନ ଦୁର୍ବଳ ହୋଇପଡ଼ିଥିଲା, କିନ୍ତୁ ମରାଠାମାନେ ଭାରତର ଦିଲ୍ଲୀ, ଗୁଜୁରାଟ ଓ ମାଲାୱାରେ ଶାସନ ଜାରି ରଖୁଲେ ।
(iii) ମରାଠାମାନେ ଇଂରେଜମାନଙ୍କ ସହିତ ତିନିଗୋଟି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ସେମାନେ ଶେଷ ପର୍ଯ୍ୟନ୍ତ ଇଂରେଜମାନଙ୍କ ସହିତ ଲଢ଼େଇ କରିଥିଲେ ।
(iv) ଇଂରେଜମାନେ ଅନୁଭବ କଲେ ମରାଠାମାନଙ୍କୁ ପରାସ୍ତ ନକଲେ ସେମାନେ ଭାରତରେ ଇଂରେଜ ଶାସନ ପ୍ରତିଷ୍ଠା କରିପାରିବେ ନାହିଁ ।
(v) ବ୍ରିଟିଶରମାନେ ପ୍ରଭାବ ବିସ୍ତାର କରିବାବେଳକୁ ମୋଗଲମାନେ ଶକ୍ତିହୀନ ହୋଇଯାଉଥିଲେ । ଉପରୋକ୍ତ ଘଟଣବଳୀରୁ ଯାହା ଜଣାପଡ଼େ ଯେ ମରାଠାମାନେ ମୋଗଲମାନଙ୍କ ତୁଳନାରେ ଅଧ୍ବକ ସକ୍ରିୟ ଥିଲେ ।
Question 5.
ଶିବାଜୀ ଏବଂ ପରବର୍ତ୍ତୀ ମରାଠାମାନେ ଧାର୍ମିକ ସ୍ଥାନ ଓ ବିଭିନ୍ନ ଧର୍ମର ଲୋକଙ୍କ ସହିତ କିପରି ବ୍ୟବହାର କରୁଥିଲେ ତୁଳନା କର । ଏହି ଅଧ୍ୟାୟରୁ କେଉଁ ପ୍ରମାଣ ଧାର୍ମିକ ବିବିଧତା ପ୍ରତି ସେମାନଙ୍କର ଆଭିମୁଖ୍ୟକୁ ଦର୍ଶାଉଛି ?
Answer:
(i) ଶିବାଜୀ ଏବଂ ପରବର୍ତ୍ତୀ ମରାଠାମାନେ ପ୍ରତ୍ୟେକ ଧର୍ମକୁ ସମାନ ଦୃଷ୍ଟିରେ ଦେଖୁବା ସହିତ ସବୁ ଧର୍ମର ଲୋକମାନଙ୍କ ସହିତ ସମ୍ମାନର ସହିତ ବ୍ୟବହାର ପ୍ରଦର୍ଶନ କରୁଥିଲେ ।
(ii) ଶିବାଜୀ ଜଣେ ନୈଷ୍ଠିକ ହିନ୍ଦୁ ଧର୍ମର ଲୋକ ଥିଲେ । ସେ କୌଣସି ମସଜିଦ୍ ଉପରେ କେତେ ଆକ୍ରମଣ କରିନଥିଲେ କି କୌଣସି ଧାର୍ମିକ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଅତ୍ୟାଚାର କରିନଥିଲେ ।
(iii) ଶିବାଜୀ ସୁରତରେ ଅନେକ ଧାର୍ମିକ ଅନୁଷ୍ଠାନ ସ୍ଥାପନ କରିବା ସହିତ ତାଙ୍କର ସୈନ୍ୟବାହିନୀରେ ମୁସଲମାନମାନଙ୍କୁ ବିଭିନ୍ନ ଗୁରୁତ୍ଵପୂର୍ଣ ପଦପଦବୀରେ ସ୍ଥାନିତ କରିଥିଲେ ।
(iv) ମରାଠାମାନେ ଦକ୍ଷ ପ୍ରଶାସନ ସହିତ ଶାସନ କରିବାର ଏକ ନୂତନ ଉପାୟ ସ୍ଥାପନ କରି ଧାର୍ମିକ ଭେଦଭାବ ବିନା ସ୍ଥାନୀୟ ହିନ୍ଦୁ ପରମ୍ପରାକୁ ପୁନର୍ଜୀବିତ କରିବାରେ ସକ୍ଷମ ହୋଇଥିଲେ ।
(v) ଶିବାଜୀ ତାଙ୍କ ଶାସନ କାଳରେ ଭଗବଦ୍ ଗୀତାକୁ ଖୁବ୍ ମର୍ଯ୍ୟାଦା ପ୍ରଦାନ କରୁଥିଲେ । ସେ ଏହାକୁ ମରାଠୀ ଭାଷାରେ ଅନୁବାଦ କରାଇ ଲୋକଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ସେ ଶାସନ କ୍ଷେତ୍ରରେ କଠୋର ନୀତି ଅବଲମ୍ବନ କରୁଥିଲାବେଳେ ଧାର୍ମିକ କ୍ଷେତ୍ରରେ କୋହଳ ମନୋବୃତ୍ତି ଆପଣେଇ ଥିଲେ । ସବୁ ଧର୍ମକୁ ସମ୍ମାନଦେବା ସହିତ ସେମାନଙ୍କ ସହିତ ମିଳିମିଶି ଶାନ୍ତିପୂର୍ଣ୍ଣ ଭାବରେ ବସବାସ କରିବାପାଇଁ ସର୍ବଦା ଚେଷ୍ଟିତ ଥିଲେ ।
![]()
Question 6.
ଏହି ଅଧ୍ୟାୟରେ ଆଲୋଚନା କରାଯାଇଛି ଯେ, ଦୁର୍ଗଗୁଡ଼କିକ କିପରି ମରାଠାମାନଙ୍କ ପାଇଁ ‘ରାଜ୍ୟର ମୂଳ’ ଥିଲା । ସେଗୁଡ଼ିକ କାହିଁକି ଏତେ ଗୁରୁତ୍ଵପୂର୍ଣ୍ଣ ଥିଲା ? ସେହି ଦୁର୍ଗଗୁଡ଼ିକ କିପରି ମରାଠାମାନଙ୍କୁ ବଡ଼ ବଡ଼ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବାରେ ସାହାଯ୍ୟ କରିଥିଲା ?
Answer:
(i) ମରାଠାମାନଙ୍କୁ ସମସ୍ତ କାର୍ଯ୍ୟପାଇଁ ସମ୍ପୂର୍ଣ୍ଣରୂପେ ଦୁର୍ଗଗୁଡ଼ିକ ଉପରେ ନିର୍ଭର କରିବାକୁ ପଡୁଥିଲା । ରାଜକାର୍ଯ୍ୟ, ସୈନ୍ୟ ପରିଚାଳନା, ଗୁପ୍ତମନ୍ତ୍ରଣା, ରାଜ୍ୟାଭିଷେକ ଓ ଏପରିକି ଗରିଲା ଯୁଦ୍ଧ ପାଇଁ ଦୁର୍ଗଗୁଡ଼ିକୁ ବ୍ୟବହାର କରାଯାଉଥିଲା ।
(ii) ସେଥିପାଇଁ ଦୁର୍ଗଗୁଡ଼ିକ ଖୁବ୍ ଶକ୍ତିଶାଳୀ ଭାବରେ ନିର୍ମାଣ କରାଯାଉଥୁଲା, ଯେପରିକି ଶତ୍ରୁମାନେ ସହଜରେ ସେଠାରେ ପ୍ରବେଶ କରିପାରିବେ ନାହିଁ । ଦୁର୍ଗକୁ ପ୍ରବେଶ କରିବା ଓ ପ୍ରସ୍ଥାନ କରିବାର ଅଭିନବ କୌଶଳମାନ ବ୍ୟବହାର କରାଯାଉଥିଲା । ଏଗୁଡ଼ିକ ସାଧାରଣତଃ ଉଚ୍ଚ ପର୍ବତ ଉପରେ ନିର୍ମାଣ କରାଯାଉଥିଲା ।
(iii) ଏପରିକି ମୋଗଲ ଆକ୍ରମଣ ସମୟରେ ମହାରାଜା ସେହି ଦୂର୍ଗମାନଙ୍କରେ ଆତ୍ମଗୋପନ କରିବା ସହିତ ରାତ୍ରିକାଳୀନ ଗରିଲା ଯୁଦ୍ଧରେ ଲିପ୍ତ ରହୁଥିଲେ । ଦୁର୍ଗ ମଧ୍ୟରେ ସମସ୍ତ ରହିବା, ଖାଇବାର ବନ୍ଦେୠବସ୍ତ କରାଯାଇଥିବାବେଳେ ଅସ୍ତ୍ରଶସ୍ତ୍ର ସେଠାରେ ମଧ୍ୟ ମହଜୁଦ୍ କରି ରଖାଯାଉଥିଲା ।
(iv) ସାଧାରଣ ଲୋକମାନଙ୍କୁ ସୁରକ୍ଷା ଦେବାରେ ମଧ୍ୟ ଦୁର୍ଗମାନଙ୍କୁ ବ୍ୟବହାର କରାଯାଉଥିଲା । ମୋଟାମୋଟି ଭାବରେ କହିବାକୁ ଗଲେ ଦୁର୍ଗ ଥିଲା ‘ରାଜ୍ୟର ମୂଳ’ । ଏଠାରେ ସବୁପ୍ରକାର କାର୍ଯ୍ୟ ସମ୍ପାଦନ କରାଯାଉଥିଲା ।
(v) ଯେତେ ଶକ୍ତିଶାଳୀ ଶତ୍ରୁ ଚାହିଁଲେ ବି ସେହି ଦୁର୍ଗମାନଙ୍କୁ ସହଜରେ ଭେଦ କରି ପାରୁନଥିଲେ, ଯାହାଫଳରେ ମରୀଠାମାନେ ଶତ୍ରୁମାନଙ୍କୁ ଦୁର୍ଗ ଭିତରେ ରହି ଅତି ନିକଟରୁ ଆକ୍ରମଣ କରିପାରୁଥିଲେ । ଏହାର ନିର୍ମାଣଶୈଳୀ ଅତୀବ ଚତୁର ଓ କୌଶଳପୂର୍ଣ୍ଣ ଥିଲା । ତେଣୁ ଏହି ଦୁର୍ଗଗୁଡ଼ିକୁ ରାଜ୍ୟର ମୂଳ ବୋଲି କହିବାରେ ଯଥାର୍ଥତା ରହିଛି ।
Question 7.
ମନେକର ତୁମକୁ ମରାଠା ମୁଦ୍ରାର ଡିଜାଇନର ଭାଳରେ ନିଯୁକ୍ତି କରାଯାଇଛି । ମରାଠା ସଫଳତା ଏବଂ ମୁଲ୍ୟବୋଧକୁ ପ୍ରତିନିଧ୍ଵତ୍ଵ କରୁଥିବା ଏକ ମୁଦ୍ରା ପ୍ରସ୍ତୁତ କର । ତୁମେ ବାଛିଥିବା ପ୍ରତୀକୁଗୁଡ଼ିକୁ ବ୍ୟାଖ୍ୟା କର ।
Answer:
(i) ମୋତେ ଯଦି ମରାଠା ମୁଦ୍ରାର ଡିଜାଇନ କରିବାପାଇଁ କୁହାଯାଏ, ତେବେ ମୁଁ ଏଥୁରେ ମରାଠାର ସଫଳତା ଓ ସେମାନଙ୍କର ମୂଲ୍ୟବୋଧଗୁଡ଼ିକୁ ସ୍ଥାନ ଦେବି ।
(ii) ଗୋଟିଏ ପାର୍ଶ୍ଵରେ ପ୍ରଥମେ ରଖୁବି ଶିବାଜୀଙ୍କ ଛବି ତା ପଛରେ ରଖୁବି ଗୋଟିଏ ଦୁର୍ଗ ଏବଂ ଖଣ୍ଡାଟିଏ ଏଥୁରୁ ତାଙ୍କର ସାହସିକତା ଓ ଦୁର୍ଗମାନଙ୍କର ଉପଯୋଗିତା ବିଷୟରେ ଲୋକମାନେ ସୂଚନା ପାଇପାରିବେ ।
(iii) ସେଥିରେ ଏକ ଗୈରିକ ପତାକା ରଖାଯିବ, ଯାହାକି ହିନ୍ଦୁ ସଂସ୍କୃତି ଓ ଏକତାର ପରିଚୟ ପ୍ରଦାନ କରିବ ।
(iv) ଅନ୍ୟ ଏକ ପାର୍ଶ୍ଵରେ ସଂସ୍କୃତରେ ଲେଖାଯିବ ଶିବାଜୀଙ୍କର ରାଜକୀୟ ମୁଦ୍ରା । ଏହାର ଚାରିପାଖରେ ରହିବ ଏକ ଜାହାଜ ଚିତ୍ର (ଯାହା ମରାଠା ନୌସେନାର ପ୍ରତୀକ), ଗୋଟିଏ ବହିର ଚିତ୍ର (ଯାହା ନ୍ୟାୟ ଓ ଶିକ୍ଷାର ପ୍ରତୀକ) ଓ ଦୁଇଜଣ ବ୍ୟକ୍ତି ହାତମିଳାଉଥିବାର ଚିତ୍ର । (ଯାହା ସବୁଧର୍ମ ପ୍ରତି ସମ୍ମାନବୋଧର ପ୍ରତୀକକୁ ସୂଚାଉଥିବ ।
(v) ଏହି ମୁଦ୍ରାରେ ପରିଷ୍କାର ଭାବରେ ପ୍ରସ୍ଫୁଟିତ ହେଉଥୁବ ମରାଠାର ସାହସ, ଧୈର୍ଯ୍ୟ ଓ ବିଜ୍ଞତା ଏବଂ ସବୁଧର୍ମକୁ ସମ୍ମାନ କରୁଥିବାର ଭାବନା । ଏହା ଏକ ଆଦର୍ଶ ମୁଦ୍ରା ଭାବରେ ଯେପରି ଯୁଗଯୁଗକୁ ଜାଜୁଲ୍ୟମାନ ହୋଇ ରହିଥିବ ।
Question 8.
ମରାଠାଯୁଗର ଏହି ପରିଚୟପରେ ତୁମେ କ’ଣ ଭାବୁଝ ଯେ ଭାରତୀୟ ଇତିହାସରେ ସେମାନଙ୍କର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅବଦାନ କ’ଣ ଥିଲା ? ଅଧ୍ୟାୟରୁ ଉଦାହରଣ ସହିତ ତୁମର ମତାମତକୁ ସମର୍ଥନ କରି ଏକ ଅନୁଚ୍ଛେଦ ଲେଖ । ଏହାପରେ ସହପାଠୀମାନଙ୍କ ସହିତ ତୁମର ଧାରଣାଗୁଡ଼ିକରୁ ଅଂଶୀଦାର କରି ଆଲୋଚନା କର ।
Answer:
(i) ମୁଁ ଭାବୁଛି ମରାଠାମାନେ ଭାରତ ଇତିହାସରେ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଯାଇଛନ୍ତି, ଯେଉଁଥ୍ପାଇଁ ଆମେ ବି ଏବେ ପର୍ଯ୍ୟନ୍ତ ସେମାନଙ୍କୁ ମନେରଖୁଅଛୁ । ବିଶେଷକରି ୟୁରୋପୀୟ ଓ ମୋଗଲମାନଙ୍କର ଘନ ଘନ ଆକ୍ରମଣ ଓ ଲୁଣ୍ଠନ ଏବଂ ଭାରତରେ ସେମାନଙ୍କର ସାମ୍ରାଜ୍ୟ ବିସ୍ତାରକୁ ପ୍ରତିରୋଧ କିଛିମାତ୍ରାରେ ପ୍ରତିରୋଧ କରିପାରିଥ୍ଲେ ।
(ii) ମୁଖ୍ୟତଃ ସେମାନେ ଭାରତର ସଂସ୍କୃତି ଓ ସ୍ଵାଧୀନତା ଅକ୍ଷୁଣ୍ଣ ରଖୁବାରେ ଯଥାସମ୍ଭବ ପ୍ରୟାସ ଜାରି ରଖୁଥିଲେ ।
(iii) ମରାଠା ଶାସନ କାଳରେ ଶିବାଜୀ ନାମରେ ନୂତନ ଶାସନ ପ୍ରଣାଳୀ ସବୁଧର୍ମକୁ ସମାନ ମର୍ଯ୍ୟାଦା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ୱରାଜ୍ୟ ପ୍ରଚଳନ କରିଥିଲେ ।
(iv) ମରାଠାମାନଙ୍କର ଶକ୍ତିଶାଳୀ ସୈନ୍ୟବାହିନୀ ସାହାସର ସହିତ ଅନେକ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ଶତ୍ରୁମାନଙ୍କୁ ପରାହତ କରିବାରେ ସକ୍ଷମ ହୋଇଥିଲେ । ଶିବାଜୀଙ୍କର ମୃତ୍ୟୁପରେ ବି ସେମାନେ ମରାଠା ଗୌରବକୁ ଅକ୍ଷୁଣ୍ଣ ରଖୁଥିଲେ । ସେମାନଙ୍କର ବୀରା ରମଣୀମାନଙ୍କ ଅବଦାନ ବି କମ୍ ନଥିଲା । ସେମାନଙ୍କ ମଧ୍ୟରୁ ବୀରା ନାରୀ ତାରାବାଈ ଓ ଅହଲ୍ୟାବାଈ ହୋଲକର ପ୍ରସିଦ୍ଧ ଥିଲେ ।
(v) ମରାଠାମାନେ ଭାରତର ଅନେକ ଅଞ୍ଚଳ ଜୟକରି ସେମାନଙ୍କ ଅଧୀନରେ ବହୁତଦିନ ପର୍ଯ୍ୟନ୍ତ ରଞ୍ଝାପାରିଥିଲେ । ତା ସହିତ ଆମର କଳା, ସାହିତ୍ୟ ଓ ପରମ୍ପରାକୁ ମଧ୍ୟ ଜୀବନ୍ତ କରି ଗଢ଼ିତୋଳିଥିଲେ । ତେଣୁ ଆମେ ତାଙ୍କର ଅମୂଲ୍ୟ ଓ ଗୁରୁତ୍ଵପୂର୍ଣ୍ଣ ଅବଦାନଗୁଡ଼ିକୁ ମନେରଖୁବା ସହିତ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ବାଞ୍ଛନୀୟ ଅଟେ ।
![]()
ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୬୩) :
Question 1.
କେଉଁମାନେ ମରାଠା ଥିଲେ ? ବ୍ରିଟିଶମାନେ କ୍ଷମତା ଦଖଲ କରିବା ପୂର୍ବରୁ ସେମାନେ କିପରି ବିଶାଳ ଅଞ୍ଚଳରେ ନିଜର ପ୍ରଭୁତ୍ଵ ଜାହିର କରିପାରିଥିଲେ ?
Answer:
(i) ଦାକ୍ଷିଣାତ୍ୟ ଅଞ୍ଚଳର ମହାରାଷ୍ଟ୍ର ରାଜ୍ୟର ମରାଠାମାନେ ଏକ ସାହସୀ ଏବଂ ଶକ୍ତିଶାଳୀ ଜାତି ଥିଲେ । ସେମାନେ ମରାଠା ଭାଷାଭାଷୀ ଥିଲେ ଏବଂ ହିନ୍ଦୁ ପରମ୍ପରା ଅନୁସରଣ କରୁଥିଲେ ।
(ii) ଶିବାଜୀଙ୍କ ଭଳି ନେତାଙ୍କ ଅଧୀନରେ ସେମାନେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଗଠନ କରି ମୋଗଲମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ଭାରତୀୟ ସଂସ୍କୃତିର ରକ୍ଷା କରିବା ସହିତ ବ୍ରିଟିଶ୍ ଶାସନ ପୂର୍ବରୁ ଭାରତର ଏକ ବିଶାଳ ଅଞ୍ଚଳରେ ଶାସନ କରିଥିଲେ ।
(iii) ପରବର୍ତୀ ସମୟରେ ସେମାନେ ବ୍ରିଟିଶ୍ମାନଙ୍କ ସହିତ ତିନୋଟି ଯୁଦ୍ଧ କରିଥିଲେ ଏବଂ ବ୍ରିଟିଶ୍ ଶାସନ ଆରମ୍ଭ ହେବା ପୂର୍ବରୁ ଭାରତର ସବୁଠାରୁ ଅଧୂକ ଶକ୍ତିଶାଳୀ ଶାସକ ଥିଲେ ।
(iv) ମରାଠାମାନେ ଜନମଙ୍ଗଳ କାର୍ଯ୍ୟ କରିବା ସହିତ କଳା ଓ ସଂସ୍କୃତିର ପୃଷ୍ଠପୋଷକତା କରିଥିଲେ ।
(v) ସେମାନେ ଏକ ଉନ୍ନତ ପରିବହନ ବ୍ୟବସ୍ଥା ପ୍ରଚଳନ କରି ବାଣିଜ୍ୟ ବ୍ୟବସାୟର ଉନ୍ନତି କରିଥିଲେ ।
Question 2.
ସେମାନଙ୍କର ଶାସନର ବୈଶିଷ୍ଟ୍ୟ କ’ଣ ଥିଲା ?
Answer:
(i) ମରାଠାମାନେ ଏକ କେନ୍ଦ୍ରୀୟ ଶାସନ ପ୍ରତିଷ୍ଠା କରିଥିଲେ । ସୁଲତାନ୍ ମୋଗଲମାନଙ୍କଦ୍ଵାରା ପ୍ରଚଳିତ ବଂଶାନୁକ୍ରମିକ ସରକାରୀ ପଦବୀ ବ୍ୟବସ୍ଥାକୁ ଉଚ୍ଛେଦ କରି ରାଜକୋଷରୁ କର୍ମଚାରୀମାନଙ୍କୁ ବେତନ ଦେବାର ବ୍ୟବସ୍ଥା କରାଯାଇଥିଲା ।
(ii) ଶାସନକାର୍ଯ୍ୟରେ ସହଯୋଗ କରିବାପାଇଁ ଶିବାଜୀ ତାଙ୍କ ମନ୍ତ୍ରିମଣ୍ଡଳରେ ଆଠଜଣ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ, ଯାହାଙ୍କୁ ‘ଅଷ୍ଟପ୍ରଧାନମଣ୍ଡଳ’ ବା ‘ଅଷ୍ଟମନ୍ତ୍ରୀପରିଷଦ’ ବୋଲି କୁହାଯାଉଥିଲା ।
(iii) ସେମାନେ ଚୌଥ ଏବଂ ସରଦେଶମୁଖ ନାମକ ଦୁଇ ପ୍ରକାର କର ଆଦାୟ କରୁଥିଲେ । ମରାଠା ସାମରିକ ବାହିନୀକୁ ତିନିଭାଗରେ, ଯଥା- ପଦାତିକ ବାହିନୀ, ଅଶ୍ଵବାହିନୀ ଓ ନୌବାହିନୀରେ ବିଭକ୍ତ କରାଯାଇଥିଲା ।
(iv) ସେମାନେ ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ଦୁର୍ଗ ନିର୍ମାଣ କରିଥିଲେ ।
Question 3.
ଭାରତ ଇତିହାସରେ ମରାଠାମାନେ କି ପ୍ରକାର ପ୍ରଭାବ ପକାଇ ପାରିଥିଲେ ?
Answer:
(i) ମରାଠାମାନେ ଭାରତ ଇତିହାସରେ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ଛାଡ଼ିଯାଇଛନ୍ତି । ସେମାନେ ମୋଗଲମାନଙ୍କ ଆଧ୍ଵପତ୍ୟ ବିରୋଧରେ ଆହ୍ଵାନ ସୃଷ୍ଟି କରିଥିଲେ ଏବଂ ଏକ ବିଶାଳ ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।
(ii) ସେମାନେ ଭାରତୀୟ ସଂସ୍କୃତିର ପୁନରୁତ୍ଥାନ କରିବା ସହିତ ଆଞ୍ଚଳିକ ପରମ୍ପରାର ପ୍ରସାର କରିଥିଲେ | ଏବଂ ଭବିଷ୍ୟତର ସ୍ଵାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇଥିଲେ ।
(iii) ସେମାନଙ୍କର ଦକ୍ଷ ଶାସନ ବ୍ୟବସ୍ଥା, ଶକ୍ତିଶାଳୀ ସାମରିକ ଯୋଜନା ଏବଂ ନୌଶକ୍ତି ସ୍ୱାୟତ୍ତ ଶାସନ ପାଇଁ ମାର୍ଗ ପ୍ରଶସ୍ତ କରିଥିଲା ।
(iv) ମରାଠାମାନେ କର୍ଣ୍ଣାଟକ ସଙ୍ଗୀତ ଏବଂ ଭାରତନାଟ୍ୟମ୍ ଭଳି କଳାତ୍ମକ ବିକାଶ କରି ସଂସ୍କୃତିର ପରିପୁଷ୍ଟ କରିଥିଲେ । ବିଦେଶୀ ଶକ୍ତି ବିରୁଦ୍ଧରେ ସେମାନଙ୍କର ପ୍ରତିରୋଧ ଭାରତର ସ୍ଵାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇଥିଲା ।
![]()
ଆସ ଅନୁସନ୍ଧାନ କରିବା :
Question 1.
ତୁମେ କେବେ ଭକ୍ତି ଶବ୍ଦ ସମ୍ପର୍କରେ ଶୁଣିଛ ? ତୁମେ ଏହାର ଅର୍ଥ କ’ଣ ବୁଝୁଛ ? ଭାରତର ଯେକୌଣସି ଅଂଶର ଜଣେ ଭକ୍ତି ସନ୍ଥକୁ ଚୟନ କର । ତାଙ୍କର ଜୀବନୀ, ବାଣୀ ଓ ସେ ସମାଜକୁ ଦେଇଥବା ବାର୍ତ୍ତା ସମ୍ପର୍କରେ ଅନୁଧ୍ୟାନ କର । ତାଙ୍କର କବିତା ବା ଭଜନଗୁଡ଼ିକ ମଧ୍ୟରୁ ଗୋଟିଏକୁ ବାଛ ଓ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
Answer:
(i) ହଁ, ମୁଁ ଭକ୍ତି ଶବ୍ଦ ସମ୍ପର୍କରେ ଶୁଣିଛି । ଏହାଯର ଅର୍ଥ ହେଉଛି ଈଶ୍ଵରଙ୍କ ଉପରେ ଗଭୀର ବିଶ୍ଵାସ ଏବଂ ଈଶ୍ଵରଙ୍କୁ ସମ୍ମାନ କରିବା ।
(ii) ମୀରାବାଈ ଜଣେ ପ୍ରସିଦ୍ଧ ଭକ୍ତି ସନ୍ଥ ଥିଲେ । ସେ ରାଜସ୍ଥାନର ଅଧିବାସୀ ଥିଲେ । ଭଗବାନ କୃଷ୍ଣଙ୍କ ଉପରେ ତାଙ୍କର ଗଭୀର ବିବାସ ଥିଲା । ସେ ନିଜର ବିଳାସବ୍ୟସନପୂର୍ଣ୍ଣ ଜୀବନକୁ ପରିତ୍ୟାଗ କରି ଅବଶିଷ୍ଟ ଜୀବନ ପାଇଁ ଭଗବାନ କୃଷ୍ଣଙ୍କୁ ଉପାସନା କରି ତାଙ୍କ ସମ୍ବନ୍ଧୀୟ ସଙ୍ଗୀତ ଗାନ କରିବା ପାଇଁ ମନସ୍ଥ କରିଥିଲେ ।
(ii) ତାଙ୍କର ଭଜନଗୁଡ଼ିକ ବାସ୍ତବରେ ପ୍ରେରଣାଦାୟୀ ଅଟେ । ଈଶ୍ଵରଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରି ହୃଦୟର ସହିତ ତାଙ୍କୁ ଭଲ ପାଇବାପାଇଁ ତାଙ୍କର ସଙ୍ଗୀତ ଶିକ୍ଷା ଦିଏ ।
(iv) ତାଙ୍କର ଏକ ପ୍ରସିଦ୍ଧ ଭଜନ ହେଉଛି ‘ରାମ ରତନ ଧନ ପାୟୋ’ । ଯାହାର ଅର୍ଥ ହେଉଛି ‘ମୁଁ ରାମଙ୍କ ମୂଲ୍ୟବାନ ରନ୍ ପାଇଅଛି ଯାହା ଅନ୍ୟ ସମ୍ପତ୍ତିଠାରୁ ଧିକ ମୂଲ୍ୟବାନ ଏବଂ ମୁଁ ଯାହାକୁ ଅତ୍ୟନ୍ତ ଆନନ୍ଦ ଓ ପ୍ରେମ ସହିତ ଧରି ରଖୁ ।’’
Question 2.
ଗରିଲା ଯୁଦ୍ଧ କୌଶଳ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟାକର । ପୃଥିବୀର ଅନ୍ୟ କେଉଁ ଦେଶ ଏ ପ୍ରକାର ଯୁଦ୍ଧ କୌଶଳ ଅନୁସରଣ କରିଛନ୍ତି ? ଏହି ଯୁଦ୍ଧ କୌଶଳ ଅନୁସରଣ କରିବା ପାଇଁ କେଉଁ ପ୍ରକାର ଭୌଗୋଳିକ ଅବସ୍ଥା ବିଶେଷ ଫଳପ୍ରଦ ? ତୁମର ଚିନ୍ତାଧାରା ଦଳ ଭିତରେ ଆଲୋଚନା କର ।
Answer:
(i) ଶକ୍ତିଶାଳୀ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବା ପାଇଁ ଗରିଲା ଯୁଦ୍ଧ ଏକ ବିଖ୍ୟାତ ପ୍ରାଚୀନ ଯୁଦ୍ଧ ବ୍ୟବସ୍ଥା ଅଟେ । ଏହି ଯୁଦ୍ଧରେ ସୈନ୍ୟମାନେ ନିଜକୁ ଛୋଟ ଛୋଟ ଦଳରେ ବିଭକ୍ତ କରି ଅକସ୍ମାତ୍ ଲୁଚିଛପି ଆକ୍ରମଣ କରନ୍ତି ।
(ii) ଶତ୍ରୁ ସୈନ୍ୟ ଯିବା ରାସ୍ତାରେ ଲୁକ୍କାୟିତ ଖାଲମାନ ଖୋଳିଥା’ନ୍ତି ଏବଂ ଯୁଦ୍ଧ କରିବା ସମୟରେ ଖୁବ୍ ବେଗରେ ଗତି କରନ୍ତି ।
(iii) ଅନେକ ଦେଶ, ଯଥା – ଆଫଗାନିସ୍ଥାନ, ଭିଏତ୍ନାମ ଏବଂ କ୍ୟୁବା ଏହି ରଣକୌଶଳ ଅବଲମ୍ବନ କରୁଥିଲେ ।
(iv) ସୈନ୍ୟମାନେ ଏହି ଯୁଦ୍ଧ ପାଇଁ ଘଞ୍ଚ ଜଙ୍ଗଲ, ପର୍ବତ ଏବଂ ବନ୍ଧୁର ପାହାଡ ଓ ଗୁମ୍ଫାକୁ ବିନିଯୋଗ କରି ଶତ୍ରୁ ଧରାଶୟୀ କରିଥା’ନ୍ତି ।
Question 3.
ଶିବାଜୀଙ୍କ ଜୀବନର କୌଣସି ଏକ ଘଟଣାକୁ ନିଅ ଏବଂ ଶ୍ରେଣୀରେ ସାଙ୍ଗମାନଙ୍କ ସହିତ ଏହାକୁ ଅଭିନୟକର ।
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ ଶ୍ରେଣୀଗୃହରେ ଏହି କାର୍ଯ୍ୟ କରିବେ ।
ଏହା ବିଷୟରେ ଚିନ୍ତା କର :
Question 1.
ଯଦି ତୁମେ ସମୟ ଯାତ୍ରା କରି ଶିବାଜୀଙ୍କ ସହିତ ସାକ୍ଷାତ କର, ତେବେ କେଉଁ ତିନୋଟି ପ୍ରଶ୍ନ ତୁମେ ତାଙ୍କୁ ପଚାରିବ ଓ କାହିଁକି ?
Answer:
ଯଦି ମୁଁ ସମୟ ଯାତ୍ରା କରି ଶିବାଜୀଙ୍କ ସହିତ ସାକ୍ଷାତ କରନ୍ତି ମୁଁ ତାଙ୍କୁ ନିମ୍ନ ତିନୋଟି ପ୍ରଶ୍ନ ପଚାରନ୍ତି ।
(i) ଆପଣଙ୍କ ଶତ୍ରୁ ସୈନ୍ୟଙ୍କ ସଂଖ୍ୟା ତୁଳନାରେ ଆପଣଙ୍କ ସୈନ୍ୟ ସଂଖ୍ୟା ଯଥେଷ୍ଟ କମ୍ ଥିବା ସତ୍ତ୍ଵେ ଆପ । କିପରି ଏତେଗୁଡ଼ିଏ ଯୁଦ୍ଧରେ ବିଜୟଲାଭ କଲେ ? ଏହା ପଛର ରହସ୍ୟ କ’ଣ ? ଏହି ପ୍ରଶ୍ନର ଉତ୍ତର ମାଧ୍ୟମରେ ତାଙ୍କର ଏକତା ସମ୍ବନ୍ଧୀୟ ଧାରଣା ବିଷୟରେ ମୁଁ ଜାଣିପାରିବି ।
(ii) ଧର୍ମ ସହିଷ୍ଣୁତା ନିମନ୍ତେ ଆପଣଙ୍କୁ କ’ଣ ଉତ୍ସାହିତ କରିଥିଲା ? ଏହି ପ୍ରଶ୍ନର ଉତ୍ତର ମାଧ୍ୟମରେ ମୁଁ ତାଙ୍କର ସହନଶୀଳତା ବିଷୟରେ ଜାଣିପାରିବି ।
(iii) ଆପଣ କେବେ ଏବଂ କେଉଁଠାରେ ସ୍ଵରାଜ୍ୟର ଧାରଣା ପାଇଲେ ? ଏଥିପାଇଁ ସଂଗ୍ରାମ କରିବା ପାଇଁ କ’ଣ ପ୍ରେରଣା ଦେଇଥୁଲା ? ଏହି ପ୍ରଶ୍ନର ଉତ୍ତର ମାଧ୍ୟମରେ ମୁଁ ତାଙ୍କର ଲକ୍ଷ୍ୟ ଓ ପ୍ରେରଣା ବିଷୟରେ ଜାଣିପାରିବି ।
![]()
Question 2.
ରାଜ୍ୟର କୌଣସି ପ୍ରକାଙ୍କୁ ଖରାପ ବ୍ୟବହାର କରିବା କିମ୍ବା ବଳପୂର୍ବକ କାହାଠାରୁ ତୃଣ ପତ୍ରଟିଏ ମଧ୍ଯ ନ ନେବା ପାଇଁ ଶିବାଜୀ ସରକାରୀ କର୍ମଚାରୀମାନଙ୍କୁ କଠୋର ଭାବରେ ନିର୍ଦେଶ ଦେଇଥିଲେ । ତାଙ୍କର ରାଜକର୍ମଚାରୀମାନଙ୍କୁ ଏକ ପତ୍ରରେ ଶିବାଜୀ ନିର୍ଦ୍ଦେଶ ଦେଇଥିଲେ ।
Answer:
‘‘ନୌସେନା ପାଇଁ ସାଗୁଆନ ପରି ବଡ଼ ବଡ଼ ବୃକ୍ଷର ଆବଶ୍ୟକତା ରହିଛି । ଯଦି ଆବଶ୍ୟକ ପଡ଼େ ତେବେ ଜଙ୍ଗଲ ବିଭାଗର ଅନୁମତି ନେବାପରେ ଏପରି ବୃକ୍ଷ କାଟିବାକୁ ହେବ । ଆମ୍ଭ ଓ ପଣସ ପରି ଗଛଗୁଡ଼ିକ ମଧ୍ଯ ଅତ୍ୟନ୍ତ ଦରକାରୀ କିନ୍ତୁ ସେସବୁକୁ ଆଦୌ ହାତ ଦେବା ଠିକ୍ ନୁହେଁ । କାରଣ ଏହିସବୁ ବୃକ୍ଷ ପରିପକ୍ବ ବା ପୂର୍ବ ବିକଶିତ ହେବାପାଇଁ ବହୁତ ବର୍ଷ ଲାଗିଯାଇଥାଏ ଏବଂ ଲୋକମାନେ ନିଜ ସନ୍ତାନମାନଙ୍କ ପରି ତାହାର ଯନ୍ ନେଇଥା’ନ୍ତି । ଯଦି ତୁମେ ସେଗୁଡ଼ିକୁ କାଟିଦିଅ, ତେବେ ସେହି ଲୋକମାନଙ୍କର ଦୁଃଖ କ’ଣ ସବୁଦିନ ପାଇଁ ଦୂର ହୋଇଯିବ ? କାହାକୁ ଦମନ କରି ବା ଦୁଃଖ ଦେଇ ଯେଉଁ ସଫଳତା ହାସଲ କରାଯାଇଥାଏ, ତାହା ଦମନକାରୀ ସହିତ ସେହି ସଫଳତାର ଶୀଘ୍ର ବିଲୟ ଘଟିଥାଏ । ଠିକ୍ ସେହିପରି ଏହିସବୁ ବୃକ୍ଷର ଅନୁପସ୍ଥିତିରେ ଭୟଙ୍କର ପରିଣାମ ଘଟିଥାଏ । ତେଣୁକରି କୌଣସି ପରିସ୍ଥିତିରେ କେବେହେଲେ ବଳ ପ୍ରୟୋଗ କରିବା ଉଚିତ ନୁହେଁ ।’’
Question 3.
ଶିବାଜୀଙ୍କ ପତ୍ରକୁ ଭିତ୍ତିକରି ତାଙ୍କର ମୂଲ୍ୟବୋଧ ଉପରେ ଜଣେ ଶାସକ ଭାବରେ ତୁମେ କ’ଣ କହିପାରିବ ?
Answer:
(i) ଉପରୋକ୍ତ ପତ୍ରକୁ ଭିଭିକରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହୋଇପାରିବା ଯେ ଶିବାଜୀ ଅନୁକମ୍ପା, ନ୍ୟାୟ ଏବଂ ପରିବେଶ ସମ୍ବନ୍ଧୀୟ ଦାୟିତ୍ୱବୋଧ ଇତ୍ୟାଦି ମୂଲ୍ୟବୋଧର ପ୍ରବର୍ତ୍ତକ ଥିଲେ ।
(ii) ସେ ନିଜର ପ୍ରଜାମାନଙ୍କୁ ଦାୟିତ୍ଵ ସହକାରେ ସୁରକ୍ଷା ପ୍ରଦାନ କରୁଥିଲେ । ସେ ପ୍ରଜାମାନଙ୍କର ଭାବାବେଗକୁ ସମ୍ମାନ ଦେଉଥିଲେ ଏବଂ ସେମାନଙ୍କ ଅଭିବୃଦ୍ଧିକୁ ସମର୍ଥନ କରୁଥିଲେ । ସେ ମାନବିକତା, ସହନଶୀଳତା ଏବଂ ନୀତିଗତ ନେତୃତ୍ଵର ପ୍ରସାର କରିବା ପାଇଁ ଯବାନ ଥିଲେ ।
(iii) ଏହି ଚିଠିରୁ ଜଣାଯାଏ ଯେ ତାଙ୍କର ପ୍ରକୃତି ପ୍ରତି ଗଭୀର ଭାବେ ଶ୍ରଦ୍ଧା ଥିଲା ଓ ସେ କଳା ଓ ସାହିତ୍ୟପ୍ରେମୀ ଥିଲେ ।
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
କେଉଁମାନଙ୍କୁ ମରାଠା କୁହାଯାଇଥାଏ ?
Answer:
ବର୍ତ୍ତମାନର ମହାରାଷ୍ଟ୍ର ତଥା ଦାକ୍ଷିଣାତ୍ୟ ମାଳଭୂମିରେ ବସବାସ କରୁଥିବା ଏକ ଜନସମୂହ ବା ଲୋକମାନଙ୍କୁ
Question 2.
ଶିବାଜୀ କେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ ?
Answer:
ଭୋସଲେ
![]()
Question 3.
ନିଜର ଲୋକମାନଙ୍କୁ ଶତ୍ରୁ କବଳରୁ ରକ୍ଷା କରିବାପାଇଁ ଶିବାଜୀ କେଉଁ ଅଭିନବ ଯୁଦ୍ଧ ବିଦ୍ୟା ବା ରଣକୌଶଳ ଆରମ୍ଭ କରିଥିଲେ ?
Answer:
ଗରିଲା
Question 4.
ଶିବାଜୀଙ୍କର ଶତ୍ରୁ ଉପରେ ରାତ୍ରିକାଳୀନ ଆକ୍ରମଣ ବ୍ୟବସ୍ଥାକୁ ବର୍ତ୍ତମାନ କ’ଣ କୁହାଯାଇଛି ?
Answer:
ସର୍ଜିକାଲ ଷ୍ଟ୍ରାଇକ୍
Question 5.
କେତେବର୍ଷ ବୟସରେ ଶିବାଜୀ ମୃତ୍ୟୁବରଣ କରିଥିଲେ ?
Answer:
ପଚାଶ ବର୍ଷ
Question 6.
ବଙ୍ଗଳାରେ ମରାଠାମାନେ କେତେ ବର୍ଷ ଧରି ଯୁଦ୍ଧ ଚାଲୁ ରଖୁଥିଲେ ?
Answer:
ଦଶ ବର୍ଷ
![]()
Question 7.
ଶାସନ କାର୍ଯ୍ୟରେ ସହଯୋଗ କରିବାପାଇଁ ଶିବାଜୀ ତାଙ୍କ ମନ୍ତ୍ରିମଣ୍ଡଳରେ ନିଯୁକ୍ତି ଦେଇଥିବା ଆଠଜଣ ମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ?
Answer:
ଅଷ୍ଟପ୍ରଧାନ ମଣ୍ଡଳ
Question 8
ମରାଠାମାନଙ୍କର ଅତିପ୍ରିୟ ଅସ୍ତ୍ର କ’ଣ ଥିଲା ?
Answer:
ଖଣ୍ଡା ଓ ବର୍ଚ୍ଛା
Question 9.
ଅନେକ ବୈଦେଶିକ ଆକ୍ରମଣ ସତ୍ତ୍ଵେ କେଉଁ କାରଣ ପାଇଁ ମରାଠା ରାଜ୍ୟ ତିଷ୍ଠି ରହିପାରିଥିଲା ?
Answer:
କେବଳ ଦୁର୍ଗଗୁଡ଼ିକ ପାଇଁ
![]()
Question 10.
ପଶ୍ଚିମ ଉପକୂଳରେ ନୌବାହିନୀ ଗଠନ କରିବାପାଇଁ ମରାଠାମାନଙ୍କୁ କିଏ ମାର୍ଗଦର୍ଶନ କରିଥିଲେ ?
Answer:
କାହୋଜୀ ଆଙ୍ଗେ
Question 11.
ମାଲେସିଆର କେଉଁ ବନ୍ଦର ସହିତ ମରାଠାମାନେ ବାଣିଜ୍ୟ କାରବାର କରୁଥିଲେ ?
Answer:
ମାଲାକା
Question 12.
ଶିବାଜୀଙ୍କର ‘ସ୍ଵରାଜ୍ୟ’ ସମ୍ପର୍କିତ ଚିନ୍ତାଧାରା ଶିବାଜୀଙ୍କ କେଉଁ ଅଭିଲେଖରେ ପ୍ରକଟିତ ହୋଇଥିଲା ?
Answer:
ସଂସ୍କୃତରେ ଲିଖ୍ ଏକ ପର୍ସିଆନ୍ ସିଲ୍
Question 13.
‘‘ରାଜ୍ୟ–ବ୍ୟବହାର କୋଷ’’ ନାମକ ଏକ ଗ୍ରନ୍ଥ କିଏ ରଚନା କରିଥିଲେ ?
Answer:
ଶିବାଜୀ
![]()
Question 14.
ମରାଠାର କେଉଁ ବୀରା ନାରୀ ଆଉରେଙ୍ଗଜେବ୍ଙ୍କ ଆକ୍ରମଣରୁ ନିଜକୁ ସୁରକ୍ଷିତ ରହିପାରିଥିଲେ ?
Answer:
ତାରାବାଈ
Question 15.
କେଉଁ ମରାଠା ବୀରା ରମଣୀ ଉତ୍ତରରେ କେଦାନାଥଠାରୁ ଦକ୍ଷିଣରେ ରାମେଶ୍ଵରମ୍ ପର୍ଯ୍ୟନ୍ତ ଶହଶହ ମନ୍ଦିର ନିର୍ମାଣ ଓ ପୁନରୁଦ୍ଧାର କରିଥିଲେ ?
Answer:
ଅହଲ୍ୟାବାଇ
ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ହିସାବରେ ତୁମେ କାହାକୁ ବିବେଚନା କରିବ ?
(i) ସାମ୍ଭାଜୀ
(ii) ଶିବାଜୀ
(iii) ବାଜିରାଓ ପ୍ରଥମ
(iv) ତାରାବାଈ
Answer:
(ii) ଶିବାଜୀ
![]()
Question 2.
ସପ୍ତମରୁ ସପ୍ତଦଶ ଶତାବ୍ଦୀ ମଧ୍ଯରେ ଆଧ୍ୟାତ୍ମିକ ବିକାଶ ନିମନ୍ତେ ସାଧୁସନ୍ଥମାନେ କେଉଁ ମାର୍ଗକୁ ସର୍ବଶ୍ରେଷ୍ଠ ମାର୍ଗ ଭାବରେ ଅଭିହିତ କରିଥିଲେ ?
(i) ଭକ୍ତିମାର୍ଗ
(ii) କର୍ମମାର୍ଗ
(iii) ଜ୍ଞାନମାର୍ଗ
(iv) ଯୋଗମାର୍ଗ
Answer:
(i) ଭକ୍ତିମାର୍ଗ
Question 3.
ମହାରାଷ୍ଟ୍ର-ଗୋଆ ସୀମାନ୍ତରେ ମାରାଠାମାନେ କେଉଁ ଦୁର୍ଗ ନିର୍ମାଣ କରିଥିଲେ ?
(i) ରାୟଗଡ଼ ଦୁର୍ଗ
(ii) ସିନ୍ଧୁ ଦୁର୍ଗ
(iii) ଚିତୋର ଦୁର୍ଗ
(iv) ପ୍ରତାପଗଡ଼ ଦୁର୍ଗ
Answer:
(ii) ସିନ୍ଧୁ ଦୁର୍ଗ
Question 4.
ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ଲୁଚି ରହି ଅତର୍କିତ ଭାବରେ ଖୁବ୍ ଦ୍ରୁତ ଗତିରେ ଶତ୍ରୁ ଉପରେ ଆକ୍ରମଣ କରିବାକୁ କେଉଁ ଯୁଦ୍ଧ କୁହାଯାଇଥାଏ ?
(i) ଆତଙ୍କବାଦ
(ii) ଆତ୍ମଘାତୀ ଯୁଦ୍ଧ
(iii) ଗରିଲା ଯୁଦ୍ଧ
(iv) ଶତ୍ରୁହନ୍ତା ଯୁଦ୍ଧ
Answer:
(iii) ଗରିଲା ଯୁଦ୍ଧ
![]()
Question 5.
ଶିବାଜୀ କେଉଁ ଅସ୍ତ୍ରରେ ଆଫଜଲ୍ ହତ୍ୟା କରିଥିଲେ ?
(i) ଗୁପ୍ତଅସ୍ତ୍ର
(ii) ବର୍ଚ୍ଛା
(iii) ତେଣ୍ଟା
(iv) ବାଘନଖ
Answer:
(iv) ବାଘନଖ
Question 6.
କେଉଁ ଦୁର୍ଗରେ ଶିବାଜୀ ଓ ଜୟସିଂହଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ?
(i) ପୁରନ୍ଦର ଦୁର୍ଗ
(ii) ପ୍ରତାପଗଡ଼ ଦୁର୍ଗ
(iii) କରବାଟୀ ଦୁର୍ଗ
(iv) ସିନ୍ଧୁ ଦୁର୍ଗ
Answer:
(i) ପୁରନ୍ଦର ଦୁର୍ଗ
Question 7.
ଶିବାଜୀ ଦକ୍ଷିଣ ଭାରତରେ ଡଚମାନଙ୍କରର କେଉଁ ବ୍ୟବସାୟକୁ ବନ୍ଦକରି ଦେଇଥିଲେ ?
(i) ମାନବ ଚାଲାଣ
(ii) କ୍ରୀତଦାସ
(iii) ଗୋତି ପ୍ରଥା
(iv) ବାଣିଜ୍ୟ କର
Answer:
(ii) କ୍ରୀତଦାସ
![]()
Question 8.
ଶିବାଜୀଙ୍କ ମୃତ୍ୟୁପରେ ମରାଠାର ଛତ୍ରପତି କିଏ ହୋଇଥିଲେ ?
(i) ଅହଲ୍ଯାବାଈ
(ii) ତାରାବାଈ
(iii) ରାଜାରାମ
(iv) ସାମ୍ଭାଜୀ
Answer:
(iv) ସାମ୍ଭାଜୀ
Question 9.
ମରାଠା ଶାସନ କାଳରେ ପେଶ ଶବ୍ଦ କେଉଁ ପଦ ପାଇଁ ବ୍ୟବହୃତ ହେଉଥିଲା ?
(i) ପ୍ରଧାନ ସବୁବ
(ii) ସେନାପତି
(iii) ପ୍ରଧାନମନ୍ତ୍ରୀ
(iv) ପଦାତିକ ବାହିନୀର ମୁଖ୍ୟ
Answer:
(iii) ପ୍ରଧାନମନ୍ତ୍ରୀ
Question 10.
ଶିବାଜୀଙ୍କ ଶାସନ କାଳରେ ଯେଉଁ ମୁଦ୍ରା ପ୍ରଚଳନ କରିଥିଲେ, ତା’ଉପରେ କେଉଁ ଲିପିରେ ତାଙ୍କର ବୈଶିଷ୍ଟ୍ୟ ଲେଖାଯାଇଥିଲା ?
(i) ଦେବନାଗରୀ ଲିପି
(ii) ବ୍ରାହ୍ମୀଲିପି
(iii) ମରାଠାଲିପି
(iv) ମୁଦ୍ରାଲିପି
Answer:
(i) ଦେବନାଗରୀ ଲିପି
![]()
Question 11.
‘‘ଅଷ୍ଟମନ୍ତ୍ରୀ ପରିଷଦ’’ରେ ଆମାତ୍ୟଙ୍କୁ କେଉଁ ବିଭାଗ ପ୍ରଦାନ କରାଯାଇଥିଲା ?
(i) ଭୂରାଜସ୍ୱ ବିଭାଗ
(ii) ବୈଦେଶିକ ବିଭାଗ
(iii) ଧାର୍ମିକ କ୍ରିୟାକଳାପ ବିଭାଗ
(iv) ଅର୍ଥ ବିଭାଗ
Answer:
(iv) ଅର୍ଥ ବିଭାଗ
Question 12.
ଶିବାଜୀଙ୍କର ଅର୍ଥମନ୍ତ୍ରୀ କିଏ ଥିଲେ ?
(i) ତୋଡ଼ର ମଲ୍ଲ
(ii) ରାମଚନ୍ଦ୍ର ପନ୍ତ
(iii) ମହାଦ୍ଜୀ ସିନ୍ଦେ
(iv) ଗଣପତି ପନ୍ତ
Answer:
(ii) ରାମଚନ୍ଦ୍ର ପନ୍ତ
Question 13.
କେଉଁ ସୈନ୍ୟବାହିନୀ ଗଠନ କରିବାରେ ଶିବାଜୀଙ୍କୁ କାହୋଜୀ ଆଙ୍ଗେ ମାର୍ଗ ପ୍ରଦର୍ଶନ କରିଥିଲେ ?
(i) ପଦାତିକ ବାହିନୀ
(ii) ସ୍ଥଳବାହିନୀ
(iii) ନୌବାହିନୀ
(iv) ଆକାଶବାହିନୀ
Answer:
(iii) ନୌବାହିନୀ
![]()
Question 14.
ମରାଠାମାନଙ୍କର ବିଚାର ବ୍ୟବସ୍ଥାରେ ସର୍ବୋଚ୍ଚ ଦଣ୍ଡବ୍ୟବସ୍ଥା କ’ଣ ଥିଲା ?
(i) ଆଜୀବନ କାରାଦଣ୍ଡ
(ii) ଅଙ୍ଗଚ୍ଛେଦନ
(iii) ଜୋରିମାନା ପ୍ରଦାନ
(iv) ମୃତ୍ୟୁଦଣ୍ଡ
Answer:
(iv) ମୃତ୍ୟୁଦଣ୍ଡ
Question 15.
ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ କାହା ସାହାଯ୍ୟରେ ଜଳପଥରେ ବାଣିଜ୍ୟ କାରବାର ହେଉଥିଲା ?
(i) ଫେରି
(ii) ଅଶ୍ଵ
(iii) ହସ୍ତୀ
(iv) ଓଟ
Answer:
(i) ଫେରି
Question 16.
ଶିବାଜୀଙ୍କର ଶାସନରେ ପ୍ରଚଳିତ ପର୍ସିଆନ ସିଲ୍ କେଉଁ ଭାଷାରେ ଲେଖାଯାଇଥିଲା ?
(i) ମରାଠୀ
(ii) ହିନ୍ଦୀ
(iii) ସଂସ୍କୃତ
(iv) ପାର୍ସି
Answer:
(iii) ସଂସ୍କୃତ
Question 17.
ମରାଠାର ସମସ୍ତ ଶାସକ କେଉଁ ରଙ୍ଗର ଧ୍ଵଜା ବା ପତାକା ବ୍ୟବହାର କରୁଥିଲେ ?
(i) କେଶର
(ii) ଲାଲ
(iii) ହଳଦି
(iv) ଗୋଲାପୀ
Answer:
(i) କେଶର
![]()
Question 18.
ଅହଲ୍ୟାବାଈ ହୋଲ୍କାର କେଉଁ ମନ୍ଦିରର ପୁନଃ ନିର୍ମାଣ କରାଇଥିଲେ ?
(i) ପୁରୀ ମନ୍ଦିର
(ii) ଲିଙ୍ଗରାଜ ମନ୍ଦିର
(iii) କାଶୀବିଶ୍ଵନାଥ ମନ୍ଦିର
(iv) ସ୍ଵର୍ଣ୍ଣମନ୍ଦିର
Answer:
(iii) କାଶୀବିଶ୍ଵନାଥ ମନ୍ଦିର
Question 19.
ତାଞ୍ଜାଭୁରଠାରେ ଲୋକମାନଙ୍କର ଚିକିତ୍ସାପାଇଁ ଧନ୍ଵନ୍ତରୀ ମହଲ କିଏ ପ୍ରତିଷ୍ଠା କରିଥିଲେ ?
(i) ସେରଫୋଜୀ
(ii) ରାମଚନ୍ଦ୍ର ପନ୍ତ
(iii) ରାଜାରାମ
(iv) ଅହଲ୍ୟାବାଈ
Answer:
(i) ସେରଫୋଜୀ
Question 20.
ଭୋନ୍ସଲେ ପରିବାରର ଇତିହାସ ତାଞ୍ଜାଭୁରର କେଉଁ ମନ୍ଦିରର କାନ୍ଥରେ ଲିପିବଦ୍ଧ କରାଯାଇଥିଲା ।
(i) କାଶୀବିଶ୍ଵନାଥ
(ii) ରାମେଶ୍ଵର ମନ୍ଦିର
(iii) ବୃହଦିଶ୍ଵର ମନ୍ଦିର
(iv) ଧନ୍ଵନ୍ତରୀ ମହଲ
Answer:
(iii) ବୃହଦିଶ୍ଵର ମନ୍ଦିର
![]()
Question 21.
ଭାରତର ଶାସନ କରିଥିବା ବୈଦେଶିକ ଶାସକମାନଙ୍କର ମୂଳ ଲକ୍ଷ୍ୟ __________ ଥିଲା ।
(i) ବାଣିଜ୍ୟ ବ୍ୟବସାୟ
(ii) ଧର୍ମପ୍ରଚାର
(iii) ସାମ୍ରାଜ୍ୟ ବିସ୍ତାର
(iv) ଧନରନ୍ ଲୁଣ୍ଠନ
Answer:
(ii) ଧର୍ମପ୍ରଚାର
Question 22.
____________ ଖ୍ରୀଷ୍ଟାବ୍ଦରେ ରାୟଗଡ଼ ଦୁର୍ଗରେ ଶିବାଜୀଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
(i) ୧୬୭୪
(ii) ୧୬୭୫
(iii) ୧୬୭୬
(iv) ୧୬୭୭
Answer:
(i) ୧୬୭୪
Question 23.
୧୬୩୦ ଖ୍ରୀଷ୍ଟାବ୍ଦରେ ଶିବାଜୀ __________ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
(i) ସିନ୍ଧିଆ
(ii) ଦୁବେ
(iii) ଭୋନ୍ସଲେ
(iv) ବ୍ରାହ୍ମଣ
Answer:
(iii) ଭୋନ୍ସଲେ
![]()
Question 24.
ଶିବାଜୀ ତାଙ୍କର ସାମରିକ ଅଭିଯାନ ___________ ବର୍ଷ ବୟସରେ ଆରମ୍ଭ କରିଥିଲେ ।
(i) ୧୪
(ii) ୧୫
(iii) ୧୬
(iv) ୧୭
Answer:
(iii) ୧୬
Question 25.
ଶତ୍ରୁ କବଳରୁ ଲୋକମାନଙ୍କୁ ରକ୍ଷାକରିବାପାଇଁ ଏକ ଅଭିନବ ଯୁଦ୍ଧବିଦ୍ୟାର ରଣକୌଶଳ ଆରମ୍ଭ କରିଥିଲେ, ତାହା କ’ଣ ଥିଲା ?
(i) ଖଣ୍ଡାଯୁଦ୍ଧ
(ii) ବର୍ହାଯୁଦ୍ଧ
(iii) ଗରିଲା ଯୁଦ୍ଧ
(iv) ପ୍ରଚ୍ଛଦପଟ୍ଟ ଯୁଦ୍ଧ
Answer:
(iii) ଗରିଲା ଯୁଦ୍ଧ
Question 26.
ବିଜାପୁରର ଦକ୍ଷ ସେନାପତି ଆଫଜଲ ଖାଁ ଓ ଶିବାଜୀ ___________ ଦୁର୍ଗରେ ପରସ୍ପରକୁ ସାମନା କରିଥିଲେ ।
(i) ରାୟଗଡ଼
(ii) ସିନ୍ଧୁଦୁର୍ଗ
(iii) ପ୍ରାତପଗଡ଼ ଦୁର୍ଗ
(iv) ମେବାର ଦୁର୍ଗ
Answer:
(iii) ପ୍ରାତପଗଡ଼ ଦୁର୍ଗ
![]()
Question 27.
ବାଘନଖ ଦ୍ଵାରା ଶିବାଜୀ ___________ ଙ୍କୁ ହତ୍ୟା କରିଥିଲେ ।
(i) ଆଫଜଲ ଖାଁ
(ii) ବୈରାମ ଖାଁ
(iii) ସାୟସ୍ତ ଖାଁ
(iv) ବିସ୍ମିଲା ଖାଁ
Answer:
(i) ଆଫଜଲ ଖାଁ
Question 28.
ଆଉରେଙ୍ଗଜେବ୍ ଶିବାଜୀଙ୍କୁ ପରାସ୍ତ କରିବାପାଇଁ ବିଶିଷ୍ଟ ରାଜପୁତ୍ ସେନାପତି ______________ ଙ୍କୁ ପଠାଇଥିଲେ ।
(i) ସାୟସ୍ତ ଖାଁ
(ii) ଆଫଜଲ ଖାଁ
(iii) ଜୟ ସିଂହ
(iv) ଅର୍ଜୁନ ସିଂହ
Answer:
(iii) ଜୟ ସିଂହ
Question 29.
୧୬୭୪ ମସିହାରେ ____________ ଦୁର୍ଗରେ ଶିବାଜୀଙ୍କର ଅଭିଷେକ ଉତ୍ସବ ପାଳନ କରାଯାଇଥିଲା ।
(i) ପ୍ରତାପଗଡ଼
(ii) ରାୟଗଡ଼
(iii) ନଲାରଗଡ଼
(iv) ସିନ୍ଧୁଗଡ଼
Answer:
(ii) ରାୟଗଡ଼
Question 30.
_________ ମାନେ ଶିବାଜୀଙ୍କୁ ପ୍ରାଚୀନ ଯୋଦ୍ଧା ଗ୍ରୀକ୍ବୀର ଆଲେକ୍ଜାଣ୍ଡାରଙ୍କ ସହିତ ତୁଳନା କରିଥିଲେ ।
(i) ଫରାସୀ
(ii) ୟୁରୋପୀୟ
(iii) ଡଚ
(iv) ମୋଗଲ
Answer:
(ii) ୟୁରୋପୀୟ
![]()
Question 31.
ଶିବାଜୀଙ୍କର ପୁତ୍ର ରାଜାରାମଙ୍କର ରାଣୀ ଥିଲେ _________ |
(i) ଅହଲ୍ଯାବାଈ
(ii) ଶକୁନ୍ତଳାବାଈ
(iii) ତାରାବାଈ
(iv) କୁନ୍ତଳବାଈ
Answer:
(iii) ତାରାବାଈ
Question 32.
ଶିବାଜୀଙ୍କର ଅଷ୍ଟମନ୍ତ୍ରିପରିଷଦରେ ବୈଦେଶିକ ମନ୍ତ୍ରୀଙ୍କୁ ________ କୁହାଯାଉଥିଲା ।
(i) ଆମାତ୍ଯ
(ii) ପ୍ରଧାନମନ୍ତ୍ରୀ
(iii) ସୁମନ୍ତ
(iv) ମୁଖ୍ୟସଚିବ
Answer:
(iii) ସୁମନ୍ତ
Question 33.
__________ ୟୁରୋପୀୟ ଢାଞ୍ଚାରେ ଏକ ବିଶାଳ ସୈନ୍ୟବାହିନୀ ଗଠନ କରିଥିଲେ ।
(i) ମହାଦ୍ଜୀ ସିନ୍ଦେ
(ii) ମୁଦ୍ରା ପଟ୍ଟବର୍ଣନ
(iii) ମୀରାବାଈ
(iv) ସାମ୍ଭାଜୀ
Answer:
(i) ମହାଦ୍ଜୀ ସିନ୍ଦେ
![]()
Question 34.
ମରାଠା ଶାସନ କାଳରେ କୋଲମାନେ __________ ବ୍ୟବସ୍ଥାର ତଦାରଖ କରୁଥିଲେ ।
(i) ଅର୍ଥ
(ii) ଆଇନ
(iii) ଶିକ୍ଷା
(iv) ସ୍ଵାସ୍ଥ୍ୟ
Answer:
(ii) ଆଇନ
Question 35.
‘‘ରାଜ୍ୟ–ବ୍ୟବହାର କୋଷ’ ଗ୍ରନ୍ଥରେ ___________ ଭାଷାକୁ ପ୍ରୋତ୍ସାହିତ କରାଯାଇଥିଲା ।
(i) ହିନ୍ଦୀ
(ii) ଗୁଜୁରାଟୀ
(iii) ମରାଠୀ
(iv) ପାର୍ଶି
Answer:
(iii) ମରାଠୀ
ଠିକ୍ ଉକ୍ତି ପାଖରେ ଠିକ୍ (✓ ) ଚିହ୍ନ ଓ ଭୁଲ୍ ଉକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।
Question 1.
ଶିବାଜୀ ୧୬୩୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।
Answer:
✓
Question 2.
ପିତା ସାହଜୀ ଓ ମୀରାବାଈଙ୍କଠାରୁ ଶିବାଜୀ ଜନ୍ମଗ୍ରହଣ କରିଥିଲେ ।
Answer:
✗
![]()
Question 3.
ମରାଠାର ଦୁର୍ଗଗୁଡ଼ିକ ସାଧାରଣତଃ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ନିର୍ମାଣ କରାଯାଇଥିଲା
Answer:
✗
Question 4.
ମୋଗଲ ସେନାପତି ସାୟସ୍ତ ଖାଁ ଦୀର୍ଘ ତିନି ବର୍ଷକାଳ ଶିବାଜୀଙ୍କ ରାଜ୍ୟକୁ ଆକ୍ରମଣ କରିଥିଲେ ।
Answer:
✓
Question 5.
ମୋହନ ଦାସ ପାରେଖ ଜଣେ ଦାନୀ ବ୍ୟକ୍ତି ଥିଲେ ।
Answer:
✓
![]()
Question 6.
୧୬୬୫ ଖ୍ରୀଷ୍ଟାବ୍ଦରେ ପୁନେ ନିକଟବର୍ତ୍ତୀ ଦୁର୍ଗରେ ଶିବାଜୀ, ଜୟସିଂହଙ୍କ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ।
Answer:
✓
Question 7.
ପ୍ରଖ୍ୟାତ ହିନ୍ଦୀ କବି ଭୂଷଣ ବିଶେଷକରି ତାରାବାଈଙ୍କୁ ଦେଖାକରିବାକୁ ମହାରାଷ୍ଟ୍ର ଆସିଥିଲେ ।
Answer:
✗
Question 8.
ଶିବାଜୀଙ୍କର ଦୁଇ ପୁତ୍ର ଥିଲେ ଯଥା ସାମ୍ଭାଜୀ ଓ ରାଜାରାମ ।
Answer:
✓
Question 9.
ବିଶେଷକରି ପେଷା ଏକ ଲାଟିନ୍ ଶବ୍ଦ ।
Answer:
✗
![]()
Question 10.
ବଙ୍ଗଳାରେ ମରାଠାମାନଙ୍କର ଦଶବର୍ଷର ଯୁଦ୍ଧ ଅଭିଯାନରେ ସାଧାରଣ ଜନତାଙ୍କ ଉପରେ ବର୍ବରତା ଓ ଧ୍ୱଂସର ଦମନଲୀଳା ଦେଖିବାକୁ ମିଳିଥିଲା ।
Answer:
✓
Question 11.
ଆଫଗାନ୍ମାନଙ୍କ ସହିତ ମରାଠାମାନେ ୧୭୭୧ରେ ପାନିପଥ ଯୁଦ୍ଧରେ ଶୋଚନୀୟ ଭାବରେ ପରାଜୟ ବରଣ କରିଥିଲେ ।
Answer:
✗
Question 12.
୧୭୭୫ ରୁ ୧୮୧୮ ଖ୍ରୀ.ଅ. ମଧ୍ଯରେ ତିନିଗୋଟି ଆ-ମରାଠା ଯୁଦ୍ଧ ସଂଘଟିତ ହୋଇଥିଲା ।
Answer:
✓
![]()
Question 13.
ହାଇଦର ଅଲ୍ଲୀ ହାଇଦ୍ରାବାଦର ଶାସକ ଥିଲେ ।
Answer:
✗
Question 14.
ମରାଠା ସଶସ୍ତ୍ର ବାହିନୀକୁ ତିନି ଭାଗରେ ଯଥା- ଅଶ୍ୱାରୋହୀ, ଗଜାରୋହୀ, ପଦାତିକ ବାହିନୀରେ ବିଭକ୍ତ କରାଯାଇଥିଲା ।
Answer:
✗
Question 15.
ଗୁଜୁରାଟର ସୋମନାଥ ମନ୍ଦିରକୁ ଆଉରେ ଜେବ୍ ଧ୍ୱଂସ କରିଦେଇଥିଲେ ।
Answer:
✗
![]()
Question 16.
ମଧ୍ୟପ୍ରଦେଶର ମହେଶ୍ଵର ବୟନ ଶିଳ୍ପକୁ ତାରାବାଈ ପ୍ରୋତ୍ସାହନ ପ୍ରଦାନ କରିଥିଲେ ।
Answer:
✗
Question 17.
କାଶୀ ବିଶ୍ଵନାଥ ମନ୍ଦିରକୁ ଆଉରଙ୍ଗଜେବ ଧ୍ୱଂସ କରିଦେଇଥିଲେ ।
Answer:
✓
Question 18.
ବୀରା ରମଣୀ ତାରାବାଈଙ୍କର ସ୍ଵାମୀ ଥିଲେ ସାମ୍ଭାଜୀ ।
Answer:
✗
Question 19.
ପଞ୍ଜାଭୁଗର ସମସ୍ତ ମରାଠା ଶାସକମାନଙ୍କ ମଧ୍ୟରୁ ସେରପୋଜୀ ଦ୍ଵିତୀୟଙ୍କର ଅବଦାନ ସବୁଠାରୁ ଉଲ୍ଲେଖନୀୟ ଥଲା ।
Answer:
✓
![]()
ସ୍ତମ୍ଭ ମିଳନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ତୁ କାରାମ | ଜଣେ ଦାନୀ ବ୍ୟକ୍ତି |
| ତାରାବାଈ | ଜଣେ ଶାସିକା |
| ସାୟସ୍ତ ଖା | ରାଜପୁତ୍ ସେନାପତି |
| ମୋହନଦାସ ପାରେଖ | ଜଣେ ସନ୍ଥ |
| ଜୟ ସିଂହ | ମୋଗଲ ସେନାପତି |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ତୁ କାରାମ | ଜଣେ ସନ୍ଥ |
| ତାରାବାଈ | ଜଣେ ଶାସିକା |
| ସାୟସ୍ତ ଖା | ମୋଗଲ ସେନାପତି |
| ମୋହନଦାସ ପାରେଖ | ଜଣେ ଦାନୀ ବ୍ୟକ୍ତି |
| ଜୟ ସିଂହ | ରାଜପୁତ୍ ସେନାପତି |
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ସୁମନ୍ତ | ଅର୍ଥମନ୍ତ୍ରୀ |
| ପଣ୍ଡିତରାଓ | ସର୍ବଭୌମ ରାଜା |
| ଅମାତ୍ଯ | ବୈଦେଶିକ ମନ୍ତ୍ରୀ |
| ସଚିବ | ଧାର୍ମିକ ପ୍ରମୁଖ |
| ଛତ୍ରପତି | ଭୂରାଜସ୍ୱ ମନ୍ତ୍ରୀ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ସୁମନ୍ତ | ବୈଦେଶିକ ମନ୍ତ୍ରୀ |
| ପଣ୍ଡିତରାଓ | ଧାର୍ମିକ ପ୍ରମୁଖ |
| ଅମାତ୍ଯ | ଅର୍ଥମନ୍ତ୍ରୀ |
| ସଚିବ | ଭୂରାଜସ୍ୱ ମନ୍ତ୍ରୀ |
| ଛତ୍ରପତି | ସର୍ବଭୌମ ରାଜା |
![]()
Question 3.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| କହ୍ନେଜୀ ଆଙ୍ଗେ | ସନ୍ଥ |
| କୋଟୱାଲ | ସେନାପତି |
| ସେରଫୋଜୀ | ଆଇନ ବ୍ୟବସ୍ଥା |
| ଜୟ ସିଂହ | ନୌସେନା |
| ରାମଦାସ | ଚିକିତ୍ସାବ୍ୟବସ୍ଥା |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| କହ୍ନେଜୀ ଆଙ୍ଗେ | ନୌସେନା |
| କୋଟୱାଲ | ଆଇନ ବ୍ୟବସ୍ଥା |
| ସେରଫୋଜୀ | ଚିକିତ୍ସାବ୍ୟବସ୍ଥା |
| ଜୟ ସିଂହ | ନୌସେନା |
| ରାମଦାସ | ସନ୍ଥ |
Question 4.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଶିବାଜୀଙ୍କ ଜନ୍ମ | ୧୬୮୦ ଖ୍ରୀ.ଅ. |
| ଆଗ୍ରା ଜେଲରେ ଶିବାଜୀଙ୍କ ବନ୍ଦୀ କରି ରଖୁବା | ୧୬୭୪ ଖ୍ରୀ.ଅ. |
| ମରାଠା ସୈନ୍ୟବାହିନୀର ପ୍ରତିଷ୍ଠା | ୧୬୫୭ ଖ୍ରୀ.ଅ. |
| ଶିବାଜୀଙ୍କର ମୃତ୍ୟୁ | ୧୬୩୦ ଖ୍ରୀ.ଅ. |
| ଶିବାଜୀଙ୍କର ଅଭିଷେକ ଉତ୍ସବ | ୧୬୬୬ ଖ୍ରୀ.ଅ. |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଶିବାଜୀଙ୍କ ଜନ୍ମ | ୧୬୩୦ ଖ୍ରୀ.ଅ |
| ଆଗ୍ରା ଜେଲରେ ଶିବାଜୀଙ୍କ ବନ୍ଦୀ କରି ରଖୁବା | ୧୬୬୬ ଖ୍ରୀ.ଅ. |
| ମରାଠା ସୈନ୍ୟବାହିନୀର ପ୍ରତିଷ୍ଠା | ୧୬୫୭ ଖ୍ରୀ.ଅ. |
| ଶିବାଜୀଙ୍କର ମୃତ୍ୟୁ | ୧୬୮୦ ଖ୍ରୀ.ଅ. |
| ଶିବାଜୀଙ୍କର ଅଭିଷେକ ଉତ୍ସବ | ୧୬୭୪ ଖ୍ରୀ.ଅ. |
![]()
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ମରାଠୀ ଭାଷା କେବେଠାରୁ କିପରି ଆରମ୍ଭ ହୋଇଥିଲା ?
Answer:
- ଦାକ୍ଷିଣାତ୍ୟ ମାଳଭୂମିରେ ବସବାସ କରୁଥିବା ଲୋକମାନଙ୍କୁ ମରାଠା କୁହାଯାଉଥିବାବେଳେ ସେମାନଙ୍କର ଭାଷାକୁ ମରାଠୀ କୁହାଯାଉଥିଲା । ତାଙ୍କ ଭାଷା ପାଇଁ ସେମାନେ ବେଶ ପରିଚିତ ଥିଲେ ।
- ଦ୍ଵାଦଶ ଶତାବ୍ଦୀରୁ ଏହି ଭାଷାର ସାହିତ୍ୟିକ ଇତିହାସ ଖୁବ୍ ସମୃଦ୍ଧ ହୋଇଆସିଥିଲା ।
Question 2.
ଶିବାଜୀ କେବେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ମାତାପିତାଙ୍କ ନାମ କ’ଣ ଥିଲା ?
Answer:
- ୧୬୩୦ ଖ୍ରୀଷ୍ଟାବ୍ଦରେ ଶିବାଜୀ ଭୋସଲେ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
- ତାଙ୍କ ପିତାଙ୍କର ନାମ ଥିଲା ସାହଜୀ ଓ ମାତା ଥିଲେ ଜୀଜାବାଈ ।
Question 3.
‘ଗରିଲା’ ରଣକୌଶଳ କହିଲେ କ’ଣ ବୁଝ ?
Answer:
- ନିଜର ଲୋକମାନଙ୍କୁ ଶତ୍ରୁକବଳରୁ ରକ୍ଷା କରିବାପାଇଁ ଶିବାଜୀଙ୍କର ଏକ ନୂଆ ଯୁଦ୍ଧ ବିଦ୍ୟାକୁ ‘ଗରିଲା’ ରଣ କୌଶଳ କୁହାଯାଉଥିଲା ।
- ଏଥିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚି ରହି ଅତର୍କିତ ଭାବରେ ଖୁବ୍ ଦ୍ରୁତ ଗତିରେ ଶତ୍ରୁ ଉପରେ ଆକ୍ରମଣ କରି ପରାସ୍ତ’କରାଯାଇଥାଏ ।
![]()
Question 4.
ଜୟସିଂହ କିଏ ? ସେ ଶିବାଜୀଙ୍କୁ କେଉଁଠାରେ ଭେଟିଥିଲେ ?
Answer:
- ଆଉରେଙ୍ଗଜେବଙ୍କର ବିଶିଷ୍ଟ ରାଜପୁତ୍ ସେନାପତି ଥିଲେ ଜୟସିଂହ ।
- ଶିବାଜୀ ତାଙ୍କ ସହ ଯୁଦ୍ଧରେ ପରାଜିତ ହେବାପରେ ୧୬୬୫ରେ ପୁନେ ନିକଟବର୍ତ୍ତୀ ପୁରନ୍ଦର ଦୁର୍ଗରେ ଜୟସିଂହଙ୍କୁ ସାକ୍ଷାତ କରିଥିଲେ ।
Question 5.
ପାରମ୍ପରିକ ପଦବୀ ‘ଶ୍ରୀରାଜା ଶିବ ଛତ୍ରପତି’ ଶିବାଜୀ କେବେ କେଉଁଠାରେ ଗ୍ରହଣ କରିଥିଲେ ?
Answer:
- ୧୬୭୪ ମସିହାରେ ବୈଦିକ ରୀତିନୀତି ଅନୁସାରେ ସୁଦୃଢ଼ ପାର୍ବତ୍ୟ ଦୁର୍ଗ ରାୟଗଡ଼ଠାରେ ଶିବାଜୀଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
- ଅଭିଷେକ ପରେ ଶିବାଜୀ ପାରମ୍ପରିକ ପଦବୀ ‘ଶ୍ରୀରାଜା ଶିବ ଛତ୍ରପତି’ ଉପାଧ୍ ଗ୍ରହଣ କରିଥିଲେ ।
Question 6.
ଶିବାଜୀଙ୍କ ପରେ ମରାଠାର ଛତ୍ରପତି କିଏ, କେବେ ହୋଇଥିଲେ ?
Answer:
- ୧୬୮୦ ଖ୍ରୀଷ୍ଟାବ୍ଦରେ ଶିବାଜୀଙ୍କର ମୃତ୍ୟୁ ହୋଇଥିଲା ।
- ସାମ୍ଭାଜୀ ଓ ରାଜାରାମ ନାମରେ ତାଙ୍କର ଦୁଇ ପୁତ୍ର ଥିଲେ । ଶିବାଜୀଙ୍କ ପରେ ସାମ୍ଭାଜୀ ‘ଛତ୍ରପତି’ ଉପାଧ୍ ଧାରଣ କରିଥିଲେ ।
![]()
Question 7.
ମରାଠାମାନେ କେଉଁ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ?
Answer:
- ମରାଠାମାନେ ଏକ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ।
- ସୁଲତାନ ଓ ମୋଗଲମାନଙ୍କଦ୍ଵାରା ପ୍ରଚଳିତ ବଂଶାନୁକ୍ରମିକ ସରକାରୀ ପଦବୀ ତଥା ଜାଗିର ବ୍ୟବସ୍ଥାକୁ ଉଚ୍ଛେଦ କରି ସେମାନେ ରାଜକୋଷରୁ କର୍ମଚାରୀମାନଙ୍କୁ ବେତନ ଦେବାର ବ୍ୟବସ୍ଥା କରିଥିଲେ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1
ମରାଠାମାନଙ୍କ କର ଆଦାୟ ପ୍ରଣାଳୀ କିପରି ଥୁଲା ?
Answer:
(i) ମରାଠାମାନେ ଅନେକ ସମୟରେ ଚୌଥ (ଶହେ ଭାଗରୁ ପଚିଶ ଭାଗ) ଏବଂ ସରଦେଶମୁଖୀ ଅର୍ଥାତ୍ (ଚୌଥରୁ ଛାଡ଼ି ଅତିରିକ୍ତ ଦଶଭାଗ) ନାମକ ଦୁଇ ପ୍ରକାର କର ଆଦାୟ କରୁଥିଲେ ।
(ii) ଦକ୍ଷିଣ ଓ ଉତ୍ତରର କେତେକ ଅଞ୍ଚଳ ସହିତ, ଯେଉଁସବୁ ପ୍ରଦେଶ ବା ରାଜ୍ୟ ମରାଠା ସାମ୍ରାଜ୍ୟ ସହିତ ପ୍ରତ୍ୟକ୍ଷ ଭାବରେ ସଂଯୁକ୍ତ ନଥିଲା, ସେହି ରାଜ୍ୟର ପ୍ରଜାମାନଙ୍କଠାରୁ ଏହି ପ୍ରକାର କର ଆଦାୟ କରାଯାଉଥିଲା ।
(iii) ତା’ ବଦଳରେ ସେହିସବୁ ରାଜ୍ୟର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହିତ, ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁନଥିଲେ ।
Question 2.
ମରାଠା ଶାସନରେ ଦୁର୍ଗଗୁଡ଼ିକର ଭୂମିକା କ’ଣ ଥିଲା ?
Answer:
(i) ଦୁର୍ଗଗୁଡ଼ିକ ରାଜ୍ୟର ମୂଳ ଭାଗ ବା କେନ୍ଦ୍ର ଥିଲା ।
(ii) ଦୁର୍ଗଗୁଡ଼ିକ ନଥିଲେ ସାମରିକ ଅଭିଯାନର ପ୍ରବେଶ ପଥରେ ସ୍ଥଳଭାଗ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଥାନ୍ତା ।
(iii) ତେଣୁକରି ପୂର୍ବ ରାଜାମାନେ ନିଜ ଦେଶକୁ ସୁରକ୍ଷିତ ରଖିବା ନିମନ୍ତେ ଅଧିକରୁ ଅଧୂକ ଦୁର୍ଗ ନିର୍ମାଣକୁ ଗୁରୁତ୍ଵ ଦେଉଥିଲେ । ମରାଠା ଶାସନ କାଳରେ ଦୁର୍ଗଗୁଡ଼ିକର ଭିଭିଭୂମି ସୁଦୃଢ଼ ହେବା ସହିତ ସାମରିକ କ୍ଷେତ୍ରରେ ଅନେକ ସୁରକ୍ଷା ପ୍ରଦାନ କରିଥିଲା ।
![]()
Question 3.
ଶିବାଜୀ ଶାସନ କାଳର ବାଣିଜ୍ୟିକ ସମ୍ପର୍କ ବିଷୟରେ ଆଲୋଚନା କର ।
Answer:
(i) ଶିବାଜୀ ବ୍ୟବସାୟ ବାଣିଜ୍ୟକୁ ଉତ୍ସାହିତ କରିବା ସହିତ ବୈଦେଶିକ ସାମୁଦ୍ରିକ ବାଣିଜ୍ୟକୁ ପ୍ରୋତ୍ସାହିତ କରୁଥିଲେ ।
(ii) ତାଙ୍କର ନିଜର ଜାହାଜସବୁ ନିୟମିତ ଭାବରେ ୟେମେନ୍ର ମୋଚା, ଓମାନର ମୁସକାଟ ଓ ମାଲେସିଆର ମାଲାକା ବନ୍ଦରକୁ ନିୟମିତ ଯାତାୟାତ କରୁଥିଲା ।
(iii) ସେମାନେ ଜାହାଜରେ ମୂଲ୍ୟବାନ ବସ୍ତ୍ର ଓ ସ୍ଵର୍ଣ୍ଣ ଇତ୍ୟାଦି ଦ୍ରବ୍ୟ ନେଇ ଯାତ୍ରା ଶତାବ୍ଦୀରେ ଓଡ଼ିଶାରେ ଫେରି ସାହାଯ୍ୟରେ ଜଳ ପଥରେ ବାଣିଜ୍ୟ କାରବାର ହେଉଥିଲା ।
Question 4.
ତାରାବାଈଙ୍କ ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
(i) ତାରାବାଈ ଥିଲେ ଜଣେ ନିର୍ଭୟା ମରାଠା ବୀର ରମଣୀ, ଯିଏ ଅଷ୍ଟାଦଶ ଶତାବ୍ଦୀ ଆରମ୍ଭରେ ନିଜର ସ୍ଵାମୀ ରାଜାରାମଙ୍କର ମୃତ୍ୟୁପରେ ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ ।
(ii) ସେ ନିଜର ବିଶାଳ ମରାଠା ବାହିନୀକୁ ସଙ୍ଗଠିତ କରି ଉତ୍ତରରେ ଥିବା ମୋଗଲ ଅଞ୍ଚଳଗୁଡ଼ିକୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
(iii) ତାଙ୍କର ରଣନୀତି ଓ ଦୃଢ଼ ମନୋବଳ ମୋଗଲ ସାମ୍ରାଜ୍ୟକୁ ପ୍ରତିହତ କରିବା ସହିତ ଗୁରୁତ୍ଵପୂର୍ଣ୍ଣ ସମୟରେ ମରାଠା ସ୍ଵାଧୀନତାକୁ ସୁରକ୍ଷିତ ରଙ୍ଖାରିଥିଲା ।
![]()
Question 5.
ମରାଠା ଐତିହ୍ୟ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
(i) ଇଂରେଜମାନେ ଭାରତ ଉପମହାଦେଶ ଅଧିକାର କରିବା ପୂର୍ବରୁ ମରାଠା ଶାସନ, ମୋଗଲ ପ୍ରାଧାନ୍ୟକୁ ପ୍ରତିହତ କରିବା ସହିତ ସର୍ବବୃହତ୍ ଭାରତୀୟ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଥିଲା ।
(ii) କେନ୍ଦ୍ରୀୟ ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ନିଜ ନିୟନ୍ତ୍ରଣରେ ରଖୁବା ସହିତ ସେମାନେ ସୁଶାସନ ବ୍ୟବସ୍ଥା ପ୍ରଦାନ କରିବାରେ ଦୀର୍ଘଦିନ ଧରି ସକ୍ଷମ ହୋଇଥିଲେ ।
(iii) ସେମାନେ ଏକ ଦକ୍ଷ ପ୍ରଶାସନ ସହିତ ଶାସନ କରିବାର ଏକ ନୂତନ ଉପାୟ ନିରୂପଣ କରି ଧାର୍ମିକ ଭେଦଭାବ ବିନା ସ୍ଥାନୀୟ ହିନ୍ଦୁ ପରମ୍ପରାକୁ ପୁନର୍ଜୀବିତ କରିଥିଲେ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଭାରତର ସାଂସ୍କୃତିକ ବିକାଶ କ୍ଷେତ୍ରରେ ଶିବାଜୀଙ୍କ ଅବଦାନଗୁଡ଼ିକ ଉଲ୍ଲେଖ କର ।
Answer:
(i) ଭାରତର ସାଂସ୍କୃତିକ ବିକାଶରେ ଶିବାଜୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା । ସଂସ୍କୃତରେ ଲିଖୁ ଏକ ପ୍ରଚଳିତ ପର୍ସିଆନ ସିଲ ଅଭିଲେଖରେ ତାଙ୍କର ‘ସ୍ୱରାଜ୍ୟ’ ସମ୍ପର୍କିତ ଚିନ୍ତାଧାରା ପ୍ରକଟିତ ହୋଇଥିଲା ।
(ii) ଶିବାଜୀ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ଅନ୍ୟ ସମସ୍ତ ଧର୍ମକୁ ସମ୍ମାନ ଜଣାଉଥିଲେ । ତାଙ୍କର କେଶରୀ ରଙ୍ଗର ଧ୍ଵଜା ବା ପତାକାକୁ ସମସ୍ତ ମରାଠା ଶାସକମାନେ ଗ୍ରହଣ କରିଥେଲେ ।
(iii) ସେ ଅନେକ ଭଗ୍ନ ମନ୍ଦିରଗୁଡ଼ିକର ପୁନଃ ନିର୍ମାଣ କରାଇଥିବାବେଳେ ସଂସ୍କୃତ ଓ ମରାଠୀ ସାହିତ୍ୟ, ବିଭିନ୍ନ ଧର୍ମାନୁଷ୍ଠାନ ଏବଂ ପାରମ୍ପରିକ ଚିତ୍ରକଳାର ପୃଷ୍ଠପୋଷକତା ମଧ୍ୟ କରିଥିଲେ ।
(iv) ପ୍ରାଚୀନ ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧର ପୁନରୁତ୍ଥାନ ପାଇଁ ତାଙ୍କ ଅବଦାନ ସର୍ବୋକୃଷ୍ଣ ଥିଲା ।
(v) ସେ ବିଭିନ୍ନ ପ୍ରଦର୍ଶନ ମାଧ୍ୟମରେ ଲୋକମାନଙ୍କୁ ବୁଝାଉଥିଲେ ଯେ ଶକ୍ତିଶାଳୀ ରାଜ୍ୟ ବା ସାମ୍ରାଜ୍ୟଗୁଡ଼ିକ ପରାଜିତ ହୋଇପାରନ୍ତି କିନ୍ତୁ ମରାଠାମାନେ ସେମାନଙ୍କ ନିଜ ସାମ୍ରାଜ୍ୟର ପରିଚାଳନା, ପ୍ରସାର ଓ ଶାସନ କରିବାରେ ନିଜେହିଁ କୌଣସି ଗୁଣରେ କମ୍ ନୁହଁନ୍ତି ।
![]()
Question 2.
ଶିବାଜୀ ବାସ୍ତବରେ ଜଣେ ପ୍ରକୃତ ଦୂରଦ୍ରଷ୍ଟା ଓ ଦକ୍ଷ ରଣନୀତିଜ୍ଞ ଥିଲେ । ଏହା ସପକ୍ଷରେ ତୁମେ କେଉଁ ଯୁକ୍ତି ବାଢ଼ିବ ସଂକ୍ଷେପରେ ଲେଖ ।
Answer:
(i) ଆମେ ଯାହା ଇତିହାସରୁ ଜାଣୁ ଯେ ଛତ୍ରପତି ଶିବାଜୀ ବାସ୍ତବରେ ଜଣେ ପ୍ରକୃତ ଦୂରଦ୍ରଷ୍ଟା ଓ ଦକ୍ଷ ରଣନୀତିଜ୍ଞ ଥିଲେ । ଜୀବନକାଳ ମଧ୍ୟରେ ତାଙ୍କର କାର୍ଯ୍ୟକଳାପ ଆଜି ଭାରତ ତଥା ଭାରତ ବାହାରେ କିମ୍ବଦନ୍ତୀର ରୂପ ନେଇଛି ।
(ii) ୟୁରୋପୀୟମାନେ ଶିବାଜୀଙ୍କୁ ପ୍ରାଚୀନ ଯୋଦ୍ଧା ଗ୍ରୀକ୍ବୀର ଆଲେକ୍ଜାଣ୍ଡାରଙ୍କ ସହିତ ତୁଳନା କରିଥା’ନ୍ତି ।
(iii) ବୁନ୍ଦେଲ ରାଜକୁମାର ଛତ୍ରଶାଲ୍ ମୋଗଲମାନଙ୍କ ବିରୁଦ୍ଧରେ ଶିବାଜୀଙ୍କ ରଣନୀତିଦ୍ଵାରା ଏପରି ଭାବରେ ପ୍ରଭାବିତ ହୋଇଥିଲେ ଯେ ପରବର୍ତ୍ତୀ ସମୟରେ ଏକ ସ୍ଵାଧୀନ ବୁନ୍ଦେଲଖଣ୍ଡ ରାଜ୍ୟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲେ ।
(iv) ପ୍ରଖ୍ୟାତ ହିନ୍ଦୀ କବି ଭୂଷଣ ବିଶେଷକରି ଶିବାଜୀଙ୍କୁ ଦେଖାକରିବାକୁ ମହାରାଷ୍ଟ୍ର ଆସିଥିଲେ ଏବଂ ତାଙ୍କୁ ପ୍ରଶଂସା କରି ଅନେକ କବିତା ରଚନା କରିଥିଲେ ତାହା ଆଜି ମଧ୍ୟ ଲୋକପ୍ରିୟ ହୋଇପାରିଛି ।
Question 3.
ଚାଞ୍ଜାଭୁରର ଶାସକ ସେରଫୋଜୀ ଦ୍ଵିତୀୟଙ୍କର ଅବଦାନଗୁଡ଼ିକ ଉଲ୍ଲେଖ କର ।
Answer:
(i) ଚାଞ୍ଜାଭୁରର ସମସ୍ତ ମରାଠା ଶାସକମାନଙ୍କ ମଧ୍ୟରୁ ସେରଫୋଦୀ ଦ୍ଵିତୀୟଙ୍କ ଅବଦାନ ସବୁଠାରୁ ଉଲ୍ଲେଖନୀୟ ଥିଲା । ଅନେକ ୟୁରୋପୀୟ ଭାଷାରେ ତାଙ୍କର ଜ୍ଞାନଥିଲା । ସେ ନିଜେ ‘ଦେବେନ୍ଦ୍ର କୁରଭାଞ୍ଜି’ ନାମରେ ଏକ ମରାଠୀ ନାଟକ ରଚନା କରିଥିଲେ ।
(ii) ସେ ତାଙ୍କ ସମୟରେ ଅନେକ ସଙ୍ଗୀତମାନଙ୍କର ପୃଷ୍ଠପୋଷକତା କରିଥିଲେ ଯଥା- କର୍ଣ୍ଣାଟକୀ ସଙ୍ଗୀତ ଏକ ସ୍ଵତନ୍ତ୍ର ରୂପ ନେଇଥିଲା ଓ ଏହା ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍ର ପ୍ରାରମ୍ଭିକ ପର୍ଯ୍ୟାୟ ରୂପେ ହୋଇଥିଲା ।
(iii) ତାଙ୍କର ଔଷଧପତ୍ର ପ୍ରତି ବହୁତ ଆଗ୍ରହୀ ଥିଲା । ତେଣୁ ସେ ଧନ୍ଵନ୍ତରୀ ମହଲ ପ୍ରତିଷ୍ଠା କରିଥିଲେ, ଯାହା ଏକ ଚିକିତ୍ସା କେନ୍ଦ୍ରଥିଲା । ସେଠାରେ ଉଭୟ ଭାରତୀୟ ଓ ପାଶ୍ଚାତ୍ୟ ଔଷଧ ବ୍ୟବହାର କରାଯାଇ ମାଗଣାରେ ଚିକିତ୍ସା ପ୍ରଦାନ କରାଯାଇଥିଲା ।
(iv) ସେ ଏକ ମୁଦ୍ରଣାଳୟ ମଧ୍ୟ ଆରମ୍ଭ କରିଥିଲେ ଯାହା ଜଣେ ସ୍ଵଦେଶୀ ଶାସକଙ୍କଦ୍ଵାରା ଭାରତରେ ଥିଲା ପ୍ରଥମ । ତାଞ୍ଜାଭୁରର ବୃହଦିଶ୍ଵର ମନ୍ଦିର କାନ୍ଥରେ ଭୋନ୍ସଲେ ପରିବାରର ଇତିହାସ ଲିପିବଦ୍ଧ କରିଥିଲେ ଯାହା ଭାରତର ସବୁଠାରୁ ବଡ଼ ଏକକ ଶିଳାଲେଖ ଥିଲା ।
(v) ତାଞ୍ଜାଭୁରର ସାଂସ୍କୃତିକ ପରିବେଶ ବିଭିନ୍ନ ଭାଷାର ମିଶ୍ରଣରେ ବହୁଭାଷୀ ଥିଲା । ସ୍ଥାନୀୟ ତାମିଲ ସଂସ୍କୃତି, ପୂର୍ବତନ ଶାସକଙ୍କ ତେଲୁଗୁ ସଂସ୍କୃତି ଏବଂ ବର୍ତ୍ତମାନର ଶାସକଙ୍କର ମରାଠା ସଂସ୍କୃତି ପରସ୍ପର ସହିତ ମୁକ୍ତ ଭାବରେ କାର୍ଯ୍ୟ କରୁଥିଲେ ।