Go through BSE Odisha Class 7 Science Notes Odia Medium and Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ to understand important concepts and topics more clearly.
7th Class Science Chapter 7 Notes Odia Medium
BSE Odisha Class 7 Science Chapter 7 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :
କୋରାପୁଟ ତୁଳନାର ପୁରୀରେ ଶୀତ କମ୍ । କିଛି ସ୍ଥାନରେ ବହୁତ ଥଣ୍ଡା ଓ କିଛି ସ୍ଥାନରେ ବହୁତ ଗରମ ହୁଏ କାହିଁକି ? ପୁରୀ ସମୁଦ୍ରର ନିକଟତର ଏବଂ ଏହାର ଏକ ଲମ୍ବା ଉପକୂଳ ମଧ୍ୟ ଅଛି, ଯାହା ଫଳରେ ସେଠାରେ ଗରମ ହୁଏ ଏବଂ ଅଧିକ ଆର୍ଦ୍ର ଅନୁଭବ ହୁଏ ।
ଆମେ ସାଧାରଣତଃ କିଛି ସ୍ଥାନରେ ବହୁତ ଥଣ୍ଡା ଓ କିଛି ସ୍ଥାନରେ ବହୁତ ଗରମ ଅନୁଭବ କରିଥାଉ । ପୃଥିବୀରେ ଆମ ପାଇଁ ସୂର୍ଯ୍ୟ ହେଉଛି ତାପ ଏବଂ ଆଲୋକର ମୁଖ୍ୟ ଉତ୍ସ । ପରିବେଶର ଜଳବାୟୁ ସାଧାରଣତଃ ସୂର୍ଯ୍ୟଙ୍କ ଉପସ୍ଥିତିଦ୍ଵାରା ହିଁ ଥଣ୍ଡା ଓ ଗରମ ହୋଇଥାଏ ।
ତାପ ପରିବହନ (Heat Transfer) :
ଗରମ ଅଂଶରୁ ଥଣ୍ଡା ଅଂଶକୁ ତାପ ସ୍ଥାନାନ୍ତର ପ୍ରକ୍ରିୟାକୁ ତାପ ପରିବହନ (Heat transfer) କୁହାଯାଏ । ଏହି ପ୍ରକ୍ରିୟାରେ, ଯେଉଁ କଣିକା ଉତ୍ତପ୍ତ ହୁଏ, ତାହା ତାପକୁ ଅନ୍ୟ ଏକ କଣିକା ପାଖକୁ ପଠାଇଥାଏ । କଣିକାଗୁଡ଼ିକ ନିଜେ ଗତି କରନ୍ତି ନାହିଁ । ଏମାନଙ୍କର ସ୍ଥିତି ସ୍ଥିର ଥାଏ ।
![]()
କାର୍ଯ୍ୟ-୧ : ଆସ ପରୀକ୍ଷଣ କରିବା
ସତର୍କତା : ଏହି କାର୍ଯ୍ୟ ଜଣେ ଶିକ୍ଷକ କିମ୍ବା ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ ।

- ପ୍ରାୟ ୧୫ ସେ.ମି. ଲମ୍ବର ଆଲୁମିନିୟମ କିମ୍ବା ଲୁହା ଭଳି ଏକ ଧାତୁର ପାତ ନିଆଯାଉ ।
- ମହମ ସାହାଯ୍ୟରେ ପାତରେ ଚାରୋଟି ପିନ୍ ଲଗାଯାଉ । ସେଗୁଡ଼ିକୁ ଏପରି ଭାବରେ ସଜାଯାଉ ଯେପରି ସେଗୁଡ଼ିକ ପ୍ରାୟ ସମାନ ଦୂରତା (ପ୍ରାୟ ୨ ସେ.ମି. ବ୍ୟବଧାନରେ), ଚିତ୍ରରେ ଦେଖାଯାଉଥିବା ପରି ରହିବେ ।
- ଚିତ୍ରରେ ଦେଖାଯାଇଥିବା ପରି ପାତକୁ ଏକ ଷ୍ଟାଣ୍ଡରେ ସ୍ଥିର ରଖ୍ ଏବଂ ପିଗୁଡ଼ିକ I, I, II ଏବଂ IV ଭାବରେ ନାମାଙ୍କନ କରାଯାଉ । ଯଦି ଷ୍ଟାଣ୍ଡ୍ ଉପଲବ୍ଧ ନଥାଏ, ତେବେ ପାତଟିକୁ ଦୁଇଟି ଇଟା ମଧ୍ଯରେ ରଖାଯାଉ ।
- ମହମବତୀ କିମ୍ବା ସ୍ପିରିଟ୍ ଲ୍ୟାମ୍ ସାହାଯ୍ୟରେ ପାତର ଶେଷ ଭାଗକୁ ଗରମ କରାଯାଉ ।
- ପିନ୍ଗୁଡ଼ିକର କ’ଣ ହେବ ? ସେଗୁଡ଼ିକ କ’ଣ ଲାଗି ରହିବେ କି ?
- ପାତରୁ ପିନ୍ଗୁଡ଼ିକ କେଉଁ କ୍ରମରେ ଖସିବ ତାହା ଅନୁମାନ କର ।
ସାରଣୀ –୧ ରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖୁ
| ସାରଣୀ-୧ : ପିନ୍ ଖସିବା ପ୍ରଥମେ ଖସିବା ପିନ୍ | ତୁମେ ଯାହା ପର୍ଯ୍ୟବେକ୍ଷଣ ତାହାର କାରଣ | |
| ପୂର୍ବାନୁମାନ | ପର୍ଯ୍ୟବେକ୍ଷଣ | |
| ପିନ୍ – I | ପିନ୍ – I ପ୍ରଥମେ ଖସିଲା | ଏହା ମହମବତୀର ଶିଖା ନିକଟରେ ଥିବାରୁ ପ୍ରଥମେ ଉତ୍ତପ୍ତ ହୋଇ ମହମ ତରଳିଯିବାରୁ ଖସିପଡ଼ିଲା |
| ପିନ୍ – II | ପିନ୍ – II ଦ୍ଵିତୀୟରେ ଖସିଲା | ପ୍ରଥମ ପିନ୍ ପଡ଼ିବା ପରେ ଦ୍ଵିତୀୟ ପିନ୍ ନିକଟରେ ତାପ ପହଞ୍ଝାରୁ ମହମ ତରଳିବାରୁ ଏହା ଖସିପଡ଼ିଲା |
| ପିନ୍ – III | ପିନ୍ – III ଦ୍ଵତୀୟରେ ଖସିଲା | ଦ୍ଵିତୀୟ ପିନ୍ ପଡ଼ିବା ପରେ ତୃତୀୟ ପିନ୍ ପାଖରେ ତାପ ପହଞ୍ଚିବାରୁ ମହମ ତରଳିବାରୁ ଏହା ଖସିପଡ଼ିଲା |
| ପିନ୍ – IV | ପିନ୍ – IV ଶେଷରେ ଖସିଲା | ଚତୁର୍ଥ ପିନ୍ ନିକଟରେ ତାପ ଶେଷରେ ପହଞ୍ଚିବାରୁ ଏହା ଶେଷରେ ଖସିଲା |
![]()
ମହମବତୀର ସବୁଠାରୁ ନିକଟତମ (ପିନ୍ I) ପ୍ରଥମେ ପଡ଼ିଲା । ତା’ପରେ ପିନ୍ II, III ଏବଂ IV ପଢୁଛି । ଏପରି କାହିଁକି ହେଲା ? କାହିଁକି ସମସ୍ତ ପିନ୍ ଏକା ସମୟରେ ପଡ଼ିଲା ନାହିଁ ? ତୁମର ପର୍ଯ୍ୟବେକ୍ଷଣରୁ, ତୁମେ କ’ଣ ଅନୁମାନ କରିପାରୁଛ ?
ତୁମେ ଭାବୁଛ କି, ଧାତବ ପାତରେ ତାପ ସ୍ଥାନାନ୍ତରିତ ହେଉଛି ? ତାପ ଯେତେବେଳେ ପାତ ଦେଇ ସଂଚରିତ ହୁଏ ଏବଂ ପିନ୍ I ପାଖକୁ ଯାଏ, ଏହାକୁ ଧରିଥିବା ମହମ ତରଳିଯାଏ ଏବଂ ପିନ୍ ଖସିଯାଏ । ଏଠାରେ ପାତର ଗରମ ପ୍ରାନ୍ତରୁ ତାପ ଥଣ୍ଡା ପ୍ରାନ୍ତକୁ ସ୍ଥାନାନ୍ତର ହୁଏ । ଗରମ ଅଂଶକୁ ଥଣ୍ଡା ଅଂଶକୁ ତାପ ସ୍ଥାନାନ୍ତର ପ୍ରକ୍ରିୟାକୁ ତାପ ପରିବହନ କୁହାଯାଏ ।

ଧାତୁ ଭଳି ପଦାର୍ଥ ମଧ୍ୟଦେଇ ତାପ ସହଜରେ ଗତି କରେ । ସେଥିପାଇଁ ଧାତୁକୁ ତାପର ସୁପରିବାହୀ କୁହାଯାଏ । ଉଦାହରଣ – ଲୁହା, ତମ୍ବା, ଷ୍ଟିଲ ଇତ୍ୟାଦି । ଯେଉଁ ପଦାର୍ଥ ମଧ୍ୟଦେଇ ତାପ ସହଜରେ ଗତି କରିପାରେ ନାହିଁ, ତାହାକୁ ତାପର କୁପରିବାହୀ (Insulator) କୁହାଯାଏ । ଉଦାହରଣ – କାଠ, କାଚ, ପ୍ଲାଷ୍ଟିକ୍ ।
ସାରଣୀ – ୨ : ତାପ କୁପରିବାହୀ ଓ ସୁପରିବାହୀମାନଙ୍କର ତାଲିକା
| କ୍ରମ ସଂଖ୍ୟା | ପଦାର୍ଥ | ତାପ ସୁପରିବାହୀ / କୁପରିବାହୀ |
| ୧. | ଇସ୍ପାତ | କୁପରିବାହୀ |
| ୨. | କାଠ | କୁପରିବାହୀ |
| ୩. | ବାୟୁ | କୁପରିବାହୀ |
| ୪. | ତମ୍ବା | କୁପରିବାହୀ |
| ୫. | କାଚ | କୁପରିବାହୀ |
| ୬. | ଆଲୁମିନିୟମ | କୁପରିବାହୀ |
| ୭. | ପ୍ଲାଷ୍ଟିକ୍ | କୁପରିବାହୀ |
| ୮. | ଲୁହା | କୁପରିବାହୀ |
| ୯. | ରବର | କୁପରିବାହୀ |
| ୧୦. | ଜଳ | କୁପରିବାହୀ |
![]()
ବର୍ତ୍ତମାନ ଯୁଗରେ ଏପରି ଗୃହ ନିର୍ମାଣ କରିବା ସମ୍ଭବ ହେଲାଣି ଯାହା ବିଶେଷକରି ଗ୍ରୀଷ୍ମ ଦିନର ଗରମ ଓ ଶୀତ ଦିନର ଥଣ୍ଡା ସମୟରେ ଅଧିକ ପ୍ରଭାବିତ ହୁଏ ନାହିଁ । ତାପ ସ୍ଥାନାନ୍ତରଣର ମୌଳିକ ଧାରଣା ପ୍ରୟୋଗ କରି ଏହି ପ୍ରକାର ଗୃହ ନିର୍ମାଣ କରାଯାଉଛି ।
ଚିତ୍ତାକର୍ଷକ ତଥ୍ୟ : ଆମ ରାଜ୍ୟର ମହେନ୍ଦ୍ରଗିରି ଅଞ୍ଚଳରେ, ଯେପରିକି ଗଜପତି ଜିଲ୍ଲାରେ ଶୀତ ଦିନରେ ଅତ୍ୟନ୍ତ ଥଣ୍ଡା ଅନୁଭୂତ ହୁଏ ଏବଂ ବେଳେବେଳେ ତୁଷାରପାତ ହୁଏ । ଏଠାରେ ଘରଗୁଡ଼ିକ ପ୍ରାୟତଃ ଉଷ୍ମ ରହିବା ପାଇଁ ତିଆରି ହୋଇଥାଏ । ଦୁଇଟି କାଠ ସ୍ତର ମଧ୍ଯରେ କିଛି ପଦାର୍ଥକୁ ଦେଇ କାନ୍ଥ ତିଆରି ହୁଏ । ସେଥୁରେ ଗୋବର ଏବଂ କାଦୁଅ ସହ କୁଟାକାଠି ମଧ୍ଯ ମିଶାଯାଇଥାଏ । ଯେହେତୁ କାଠ ଏବଂ କାଦୁଅ ତାପ କୁପରିବାହୀ, ଏହା ତାପ ପ୍ରବାହକୁ ରୋକିଥାଏ ଏବଂ ଶୀତଦିନରେ ଘରଗୁଡ଼ିକୁ ଉଷ୍ମ ରଖିବାରେ ସାହାଯ୍ୟ କରେ । ଖରାଦିନେ ମଧ୍ୟ ଏହି ଘରଗୁଡ଼ିକ ଅପେକ୍ଷାକୃତ ଥଣ୍ଡା ରହିଥାଏ ।
ପରିଚଳନ :
ଧୂଆଁ କାହିଁକି ଉପରକୁ ଉଠୁଛି, ତାହା ବୁଝିବା ପାଇଁ ଆସ ଏକ କାର୍ଯ୍ୟ କରିବା । କାଙ୍କ ଦାନ କରିବା
କାର୍ଯ୍ୟ-୨ : ଆସ ଅନୁସନ୍ଧାନ

- ଦୁଇଟି ଏକାଭଳି କାଗଜ କପ୍ ନିଆଯାଉ ।
- ସମାନ ଲମ୍ବ ବିଶିଷ୍ଟ ସୂତା ବ୍ୟବହାର କରି ସେଗୁଡ଼ିକୁ ଓଲଟା ସ୍ଥିତିରେ କାଠର ଦୁଇ ମୁଣ୍ଡରେ ଝୁଲାଇ ଦିଆଯାଉ ।
- ବର୍ତ୍ତମାନ, କପ୍ ଦୁଇଟିକୁ ସଜଡ଼ାଯାଉ ଯାହାଦ୍ଵାରା କାଠଟି ଭୂସମାନ୍ତର ରହିବ ।
- ସେଥୁରୁ ଗୋଟିଏ କପ୍ ତଳେ ଏକ ଜଳନ୍ତା ମହମବତୀ ରଖାଯାଉ (ଚିତ୍ର ଖ ଭଳି) ।
- କପ୍ର ସ୍ଥିତିରେ କ’ଣ ପରିବର୍ତ୍ତନ ହେଉଛି ତାହା ଦେଖ ।
- ବାୟୁ ଗରମ ହେଲେ ବିସ୍ତାରିତ ହୁଏ ଏବଂ ଅଧିକ ସ୍ଥାନ ଅସ୍ଵୀକାର କରେ । ଫଳରେ ଏହା ହାଲୁକା ହୋଇ ଉପରକୁ ଉଠିଥାଏ ।
- ଧୂପ କାଠି ଜଳିଲେ ଧୂଆଁ ଉପରକୁ ଉଠିଥାଏ ।
- ଧୂଆଁ ହେଉଛି ଏକ ଉତ୍ତପ୍ତ ଗ୍ୟାସ ଏବଂ କ୍ଷୁଦ୍ର କଣିକାରେ ମିଶ୍ରଣ ଯାହା ଜଳିବାଦ୍ଵାରା ବାହାରକୁ ବାହାରିଥାଏ ।
- ଏହା ଚାରି ପାଖର ପବନ ଅପେକ୍ଷା ଧୂଆଁ ଉଷ୍ମ ହୋଇଥିବାରୁ ଉପରକୁ ଉଠିଥାଏ ।
- ଜଳ, ବାୟୁ ପରି ଯେଉଁ ପ୍ରକ୍ରିୟାଦ୍ଵାରା ଗରମ ହୋଇଥାଏ, ତାହାକୁ ପରିଚଳନ (Convection) କୁହାଯାଏ ।
- ଜଳକୁ ଗରମ କଲେ ତଳେ ଥିବା ପାଣି ଗରମ ହୋଇ ବିସ୍ତାରିତ ହୁଏ, ହାଲୁକା ହୁଏ ଓ ଉପରକୁ ଉଠେ ।

କାର୍ଯ୍ୟ–୩ : ଆସ ଖୋଜି ବାହାର କରିବା
ସତର୍କତା – ଏହି କାର୍ଯ୍ୟ ଜଣେ ଶିକ୍ଷକ କିମ୍ବା ଜଣେ ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ଵାବଧାନ କରାଯିବା ଉଚିତ ।

![]()
- ଚିତ୍ରରେ ଦର୍ଶାଯାଇଥିବା ପରି ଏକ ୫୦୦ ମି.ଲି. ବିକରରେ ଅଧାପର୍ଯ୍ୟନ୍ତ ପାଣି ନିଆଯାଉ (ଚିତ୍ର-କ) ।
- ଏକ କାଠି ସାହାଯ୍ୟରେ ପୋଟାସିୟମ ପରମାଙ୍ଗାନେଟ୍ର ଏକ ଦାନା ପାଣି ଭିତରେ ରଖାଯାଉ ।
- ବିକର ତଳେ ଏକ ଜଳନ୍ତା। ମହମବ ତୀ ର ଖ୍ ପର୍ଯ୍ୟବେକ୍ଷଣ କର (ଚିତ୍ର-କ) ।
- ଜଳର ଉପର ସ୍ତରର ପରିବର୍ତ୍ତନକୁ ପର୍ଯ୍ୟବେକ୍ଷଣ କରାଯାଉ । ବିକର ଭିତରେ ରଙ୍ଗୀନ ପାଣି ଧାରକୁ ଲକ୍ଷ୍ୟ କରାଯାଉ ।
- ରଙ୍ଗୀନ ପାଣି ଧାର ଉପରକୁ ଉଠୁଛି ଓ ତଳକୁ ଖସୁଛି । (ଚିତ୍ର-କ) ଗରମ କଲେ ରଙ୍ଗୀନ ପାଣିଧାର ବିକର ମଧ୍ୟଦେଇ ତଳୁ ଉପରକୁ ଉଠେ ଏବଂ ପାର୍ଶ୍ଵଦେଇ ତଳକୁ ଖସେ କାହିଁକି ?
- ବିକରକୁ ଗରମ କଲେ ତଳେ ଥିବା ପାଣି ମଧ୍ୟ ଗରମ ହୁଏ । ବିକର ଗରମ ହେଲାପରେ ତଳେ ଥିବା ପାଣି ଗରମ ହୋଇ ବିସ୍ତାରିତ ହୁଏ, ହାଲୁକା ହୁଏ ଏବଂ ଉପରକୁ ଉଠିଥାଏ ।
- ବିକରରେ ପାର୍ଶ୍ଵରେ ଥିବା ପାଣି ତୁଳନାତ୍ମକ ଭାବରେ ଥଣ୍ଡା ଏବଂ ଭାରୀ, ଏବଂ ସେଥ୍ପାଇଁ ଉପରକୁ ଉଠୁଥିବା ପାଣିର ଖାଲି ସ୍ଥାନ ନେବାକୁ ତଳକୁ ଆସେ । ତା’ପରେ, ଏହି ପାଣି ଗରମ ହୁଏ ଏବଂ ପୁଣି ଉପରକୁ ଉଠିଥାଏ ।
- ଏହି ଚକ୍ର ଜଳ ସମ୍ପୂର୍ଣ୍ଣ ଗରମ ହେବା ପର୍ଯ୍ୟନ୍ତ ଚାଲିଥାଏ । ଏହି କ୍ଷେତ୍ରରେ, ଜଳକଣିକାଗୁଡ଼ିକର ଗତିଦ୍ଵାରା ଜଳ ସମ୍ପୂର୍ଣ୍ଣ ଗରମ ହୁଏ । ଏହାକୁ ପରିଚଳନ କୁହାଯାଏ ।
ସ୍ଥଳ ଓ ସମୁଦ୍ର ପବନ :
ମାଟି ଓ ପାଣି ମଧ୍ୟରୁ ମାଟିର ତାପମାତ୍ରା ଶୀଘ୍ର ବୃଦ୍ଧି ପାଇଥାଏ । ମାଟି ଓ ପାଣିର ତାପମାତ୍ରା ସମାନ ସମୟରେ ସମାନ ଭାବରେ ବୃଦ୍ଧି ପାଇ ନଥାଏ । ମାଟି ପାଣି ଅପେକ୍ଷା ଦ୍ରୁତ ଗତିରେ ଗରମ ହୋଇଥାଏ, ସେହିପରି ପାଣି ଅପେକ୍ଷା ମାଟି ଶୀଘ୍ର ଥଣ୍ଡା ହୋଇଥାଏ ।
କାର୍ଯ୍ୟ-୪ : ଆସ ଅନୁସନ୍ଧାନ କରିବା
ସତର୍କତା – ଏହି କାର୍ଯ୍ୟ ଗୋଟିଏ ଶୁଖୁଲା ପାଗରେ ଜଣେ ଶିକ୍ଷକ କିମ୍ବା ଜଣେ ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ ।

- ଚିତ୍ରରେ ଦେଖାଯାଇଥିବା ପରି ଦୁଇଟି ସମାନ ସମାନ ପାତ୍ର ନିଆଯାଉ ।
- ଗୋଟିଏ ପାତ୍ରକୁ ମାଟିରେ ଅଧା ପୂରଣ କରାଯାଉ ଏବଂ ଅନ୍ୟ ପାତ୍ରରେ ଅଧା ପାଣି ନିଆଯାଉ ।
- ଚିତ୍ରରେ ଦେଖାଗଲା ପରି ପ୍ରତ୍ୟେକ ପାତ୍ରରେ ଏକ ବିଜ୍ଞାନଗାର ଥର୍ମୋମିଟର ରଖାଯାଉ, ଯେପରି ଥର୍ମୋମିଟର ବଲ୍ବଗୁଡ଼ିକ ମାଟି ଏବଂ ପାଣିରେ ବୁଡ଼ି ରହିଥ୍ବ ଏବଂ ପାତ୍ରଗୁଡ଼ିକର ତଳ କିମ୍ବା ପାର୍ଶ୍ଵକୁ ସ୍ପର୍ଶ କରୁ ନଥିବ ।
- ପରୀକ୍ଷଣଟିକୁ ସୂର୍ଯ୍ୟାଲୋକ ପଡୁଥିବା ସ୍ଥାନରେ ରଖ ।
- ପ୍ରତ୍ୟେକ ୫ ମିନିଟ୍ ବ୍ୟବଧାନରେ ମାଟି ଏବଂ ପାଣିର ତାପମାତ୍ରା ମାପି ସାରଣୀରେ ଲେଖ
![]()
ସାରଣୀ : ଉତ୍ତପ୍ତ ମାଟି ଏବଂ ପାଣିର ତାପମାତ୍ରା
| କ୍ରମିକ ସଂଖ୍ୟା | ସମୟ (ମିନିଟ୍ରେ) | ମାଟିର ତାପମାତ୍ରା (°C ରେ) | ଜଳର ତାପମାତ୍ରା (C ରେ) |
| ୧. | ୦ | ୨୫ | ୨୫ |
| ୨. | ୫ | ୨୭ | ୨୬ |
| ୩. | ୧୦ | ୨୯ | ୨୭ |
| ୪. | ୧୫ | ୩୨ | ୨୮ |
| ୫. | ୨୦ | ୩୫ | ୨୯ |
୨୦ ମିନିଟ୍ରେ, ପରୀକ୍ଷଣଟିକୁ ଘର ଭିତରକୁ ଆଣିଲେ, ତୁମେ ଜାଣିପାରିବ ଯେ ମାଟି ପାଣି ଅପେକ୍ଷା ଅଧିକ ଗରମ ହେଲା । ଏହା ସୂଚିତ କରେ ଯେ ମାଟି ପାଣି ଅପେକ୍ଷା ଦ୍ରୁତ ଗତିରେ ଗରମ ହୁଏ ।
ମାଟି ପାଣି ଅପେକ୍ଷା ଶୀଘ୍ର ଥଣ୍ଡା ଭିତରକୁ ଆଣ ଏବଂ ଏହାକୁ ଥଣ୍ଡା ଶୀଘ୍ର ଥଣ୍ଡା ହୋଇଛି, ଯେପରି ଏହା ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ହୁଏ କି ? ମାଟି ଏବଂ ପାଣି ଗରମ ହେଲାପରେ, ପରୀକ୍ଷଣଟିକୁ ଘର ହେବାକୁ ଦିଅ । ୨୦ ମିନିଟ୍ରେ ତୁମେ ଦେଖୁବ ଯେ ପାଣି ଅପେକ୍ଷା ମାଟି ଶୀଘ୍ର ଗରମ ହୋଇଥିଲା ।
ଲୋକମାନେ ଜଳଭାଗ ଓ ସ୍ଥଳଭାଗର ଗରମ ଓ ଥଣ୍ଡା ହେବା ପ୍ରକ୍ରିୟା ଭିନ୍ନ ଭିନ୍ନ ହାରରେ ହେଉଥିବା ଅନୁଭବ କରିଥା’ନ୍ତି ।

ଦିନବେଳେ ଜଳଭାଗ ଅପେକ୍ଷା ସ୍ଥଳଭାଗ ଶୀଘ୍ର ଗରମ ହୋଇଥାଏ । ଏହା ସ୍ଥଳଭାଗର ବାୟୁକୁ ଉପରକୁ ଉଠାଇଥାଏ, ତେଣୁ ଜଳଭାଗର ଶୀତଳ ବାୟୁ ସ୍ଥଳଭାଗରେ ପ୍ରବେଶ କରେ । ଏହି ଶୀତଳ ବାୟୁକୁ ସମୁଦ୍ର ପବନ (See Breeze) କୁହାଯାଏ ।
ଗରମ ସ୍ଥାନଗୁଡ଼ିକରେ ସମୁଦ୍ର ପବନ ଲୋକଙ୍କୁ ଗରମରୁ ରକ୍ଷାକରେ ଓ ସେଥିପାଇଁ ଉପକୂଳବର୍ତ୍ତୀ ଅଞ୍ଚଳର ଘରଗୁଡ଼ିକର ଝରକାଗୁଡ଼ିକୁ ସମୁଦ୍ର ଆଡ଼କୁ ମୁହଁକରି ରଖାଯାଇଥାଏ ।

ରାତିହେଲେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ସ୍ଥଳଭାଗ, ଜଳଭାଗ ଅପେକ୍ଷା ଶୀଘ୍ର ଥଣ୍ଡା ହୋଇଥାଏ, ଯାହାଫଳରେ ଜଳଭାଗର ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଥାଏ ଏବଂ ସ୍ଥଳଭାଗର ଥଣ୍ଡା ବାୟୁ, ସମୁଦ୍ର ଆଡ଼କୁ ବହିଥାଏ । ଏହି ବାୟୁକୁ ସ୍ଥଳ ବାୟୁ (Land Breeze) କୁହାଯାଏ ।
ସମୁଦ୍ର ବାୟୁ ଓ ସ୍ଥଳବାୟୁର ଚଳନ ଯୋଗୁଁ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅନୁଭବ କରିଥାନ୍ତି ଯେ, ଦିନ ଓ ରାତିରେ ବାୟୁ ବିପରୀତ ଦିଗରେ ପ୍ରବାହିତ ହୋଇଥାଏ ।
![]()
ବିକିରଣ (Radiation) :
ଯେତେବେଳେ ତାପ ସ୍ଥାନାନ୍ତରଣ ପ୍ରକ୍ରିୟା ସିଧାସଳଖ ବା ଗରମ୍ ବସ୍ତୁରୁ ଆମ ପାଖକୁ ହୋଇଥାଏ, ସେହି ପ୍ରକ୍ରିୟାକୁ ବିକିରଣ (Radiation) କୁହାଯାଏ । ଏହି ପ୍ରକ୍ରିୟାଦ୍ଵାରା ତାପର ସ୍ଥାନାନ୍ତର ପାଇଁ କୌଣସି ମାଧ୍ଯମର ଆବଶ୍ୟକତା ନଥାଏ । ସମସ୍ତ ବସ୍ତ୍ର ତାପ ବିକିରଣ କରିଥା’ନ୍ତି ।
ଖରାଦିନେ ଧଳା କିମ୍ବା ହାଲୁକା ରଙ୍ଗର ପୋଷାକ ଓ ଶୀତ ଦିନରେ ଗାଢ଼ ରଙ୍ଗର ପୋଳ କାହିଁକି ଆରାମଦାୟକ ଲାଗେ ?
ଉ. ହାଲୁକା ରଙ୍ଗର ପୋଷାକ ଉପରେ ପଡୁଥିବା ଅଧିକାଂଶ ତାପ ପ୍ରତିଫଳିତ ହୋଇଯାଏ ଏବଂ ସେଗୁଡ଼ିକୁ ପିନ୍ଧିଲେ ଆମକୁ ଅଧିକ ଆରାମ ଅନୁଭବ ହୁଏ । ଅନ୍ୟପକ୍ଷରେ, ଗାଢ଼ ରଙ୍ଗର ପୃଷ୍ଠଗୁଡ଼ିକ ଅଧ୍ବକ ତାପ ଶୋଷଣ କରେ, ତେଣୁ ଆମେ ଶୀତଦିନରେ ଏଗୁଡ଼ିକଦ୍ଵାରା ଅଧ୍ବକ ଆରାମ ଅନୁଭବ କରୁ ।
ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ଅନେକ ଉଦାହରଣ ଅଛି, ଯେଉଁଠାରେ ଏକସାଙ୍ଗରେ ପରିବହନ, ପରିଚଳନ ଏବଂ ବିକିରଣ ଇତ୍ୟାଦି ପ୍ରକ୍ରିୟା ଦେଖିବାକୁ ମିଳିଥାଏ ।
ପାଣି ଗରମ ହେଉଥିବାବେଳେ ପରିବହନଦ୍ଵାରା ତାପ ନିଆଁରୁ ପାତ୍ରକୁ ସ୍ଥାନାନ୍ତରିତ ହୋଇଥାଏ । ପରବର୍ତୀ ସମୟରେ ପରିଚଳନଦ୍ୱାରା ପାତ୍ରରେ ପାଣି ଗରମ ହୁଏ । ଏଠାରେ ନିଆଁ ଓ ପାତ୍ରକୁ ଆମେ ଯେଉଁ ଉଷ୍ମତ ଅନୁଭବ କରିଥାଉ ତାହା ବିକିରଣ ଦ୍ଵାରା ହିଁ ହୋଇଥାଏ ।
ସିଦ୍ଧାନ୍ତ :
ସାଧାରଣତଃ ୩ ଟି ପ୍ରକ୍ରିୟାଦ୍ଵାରା ତାପ ସ୍ଥାନାନ୍ତରିତ ହୋଇଥାଏ ଯଥା :
I. ପରିବହନ (Conduction) : ଏହି ପ୍ରକ୍ରିୟାରେ ଗୋଟିଏ କଣିବା ତାପ ଗ୍ରହଣ କରି ଗରମ ହୁଏ ଓ ନିକଟସ୍ଥ କଣିକାକୁ ତାପ ସଂଚାରଣ କରେ ।
II. ପରିଚଳନ (Convection) : ଏହି ପ୍ରକ୍ରିୟାରେ ତାପମାତ୍ରାର ସ୍ଥାନାନ୍ତରଣ କଣିକାଗୁଡ଼ିକର ପ୍ରକୃତ ଗତିଦ୍ଵାରା ସମ୍ପାଦିତ ହୋଇଥାଏ ।
III, ବିକିରଣ (Radiation) : ଏହି ପ୍ରକ୍ରିୟାରେ ତାପ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରେ ଏବଂ ଏଥିରେ ସ୍ଥାନାନ୍ତର ପାଇଁ କୌଣସି ଭୌତିକ ମାଧ୍ୟମର ଆବଶ୍ୟକତା ନଥାଏ ।
ଚିତାକର୍ଷକ ତଥ୍ୟ – ବୁଖାରି :
ହିମାଳୟ ଭଳି ଅତ୍ୟଧ୍ୱକ ଶୀତ ଅଞ୍ଚଳରେ ଶୀତଦିନେ ଘରକୁ ଗରମ ରଖୁବା ପାଇଁ ପାରମ୍ପରିକ ‘ବୁଖାରି’’ର ବ୍ୟବହାର କରାଯାଏ । ସେଥୁରେ ଏକ ଲମ୍ବା ପାଇପ ଯୋଡ଼ି ହୋଇ ରହିଥାଏ ଏବଂ ନିର୍ଗତ ଧୂଆଁକୁ ବାହାରକୁ ଛାଡ଼ିଥାଏ । ଏହା ସହିତ ବୁଖାରି ରୋଷେଇ କରିବା ପାଇଁ ବ୍ୟବହାର ହୁଏ । ଏହାର ଉପର ପାର୍ଶ୍ଵଟି ଚଟାଣ ଭଳି ହୋଇଥିବାରୁ ବାସନକୁସନ ରଖ୍ ହୁଏ । ଏହା ଘରକୁ ଗରମ ରଖିବା ଓ ରୋଷେଇ କରିବା ସମୟରେ ତାପ ସ୍ଥାନାନ୍ତରର ତନୋଟିଯାକ ପ୍ରକ୍ରିୟା ପରିବହନ, ପରିଚଳନ ଓ ବିକିରଣ ପ୍ରଦର୍ଶନ କରେ ।

![]()
ପୃଥିବୀରେ ଥିବା ମହାସାଗର, ନଦୀ, ହ୍ରଦ ଓ ଜଳାଶୟଗୁଡ଼ିକରେ ଜଳ ତରଳ ଅବସ୍ଥାରେ ରହିଥାଏ । ପର୍ବତ ଓ ମେରୁ ଅଞ୍ଚଳରେ ତୁଷାର, ବରଫ ଚାଦର ଏବଂ ହିମବାହ ରୂପରେ କଠିନ ଅବସ୍ଥାରେ ରହିଥାଏ ଏବଂ ପୃଥିବୀର ବାୟୁମଣ୍ଡଳରେ ଏହା ଜଳୀୟବାଷ୍ପ ଆକାରରେ ରହିଥାଏ ।
ସୂର୍ଯ୍ୟକିରଣ ଦ୍ଵାରା ସମୁଦ୍ର, ନଦୀ, ହ୍ରଦ ଇତ୍ୟାଦିରୁ ଜଳ ବାଷ୍ପୀଭୂତ ହୋଇ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଇଥାଏ । ଏହି ପ୍ରକ୍ରିୟାଟି ମଧ୍ୟ ଉଭିଦମାନଙ୍କରେ ଉଵେଦନ (Transpiration) ଦ୍ଵାରା ସମ୍ପାଦିତ ହୋଇଥାଏ ।
ଯେତେବେଳେ ଜଳୀୟ ବାଷ୍ପ ଉପରକୁ ଉଠିଯାଏ, ଏହା ଥଣ୍ଡା ହୋଇ ଘନୀଭୂତ ହୁଏ ଓ ମେଘରେ ପରିଣତ ହୋଇଥାଏ । ବୃଷ୍ଟିପାତ ରୂପରେ ମେଘରୁ ଏହା ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ତଳକୁ ଆସିଥାଏ ।
ଜଳର ନିରନ୍ତର ଗତି ଯାହାକି ଜଳୀୟ ବାଷ୍ପ ଆକାରରେ ଉପରକୁ ଉଠିବା ଏବଂ ବୃଷ୍ଟିପାତ ମାଧ୍ୟମରେ ତଳକୁ ପ୍ରକ୍ରିୟାକୁ ଜଳଚକ୍ର ଆସି ମାଟି, ପଥର ଓ ଉଭିଦ ଦେଇ ଗତିକରି ଶେଷରେ ଜଳାଶୟକୁ ଫେରିଯିବା (Water Cycle) କୁହାଯାଏ ।
ଜଳଚକ୍ର ଜଳର ପୁନଃ ଭରଣରେ ସାହାଯ୍ୟ କରେ ଏବଂ ନଦୀ, ହ୍ରଦ ଓ ସମୁଦ୍ରରେ ଜଳ ପୂରଣ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଏହି ପ୍ରକ୍ରିୟା ଦ୍ଵାରା ପୃଥିବୀରେ ଥିବା ମୋଟ ଜଳର ପରିମାଣ ସଂରକ୍ଷିତ ହୋଇଥାଏ । ପୃଥିବୀ ପୃଷ୍ଠରେ ପଡୁଥିବା ବର୍ଷାଜଳ, ପୋଖରୀ, ହ୍ରଦ, ନଦୀ ଓ ପରିଶେଷରେ ସମୁଦ୍ରରେ ମିଶିଯାଏ କିମ୍ବା ଭୂମି ଭିତରକୁ ପ୍ରବେଶ କରେ ।
ଜଣେ ବୈଜ୍ଞାନିକଙ୍କୁ ଜାଣିବା
ବରାହମିହିର ଷଷ୍ଠ ଶତାବ୍ଦୀର ଉଜ୍ଜୟିନୀ (ମଧ୍ୟପ୍ରଦେଶ) ର ଜଣେ ଜ୍ୟୋତିର୍ବିଜ୍ଞାନୀ ଏବଂ ଗଣତଜ୍ଞ ଥିଲେ । ତାଙ୍କର ବହି ‘ବୃହତ୍ ସଂହିତା’ରେ ସେ ଋତୁକାଳୀନ ବର୍ଷାର ପୂର୍ବାନୁମାନ ପାଇଁ ବିଭିନ୍ନ ପଦ୍ଧତି ଦେଇଥିଲେ । ଋତୁକାଳୀନ ବର୍ଷା ବିଷୟରେ ତାଙ୍କର ପୂର୍ବାନୁମାନ କେତେକ ଉପାଦାନ ଉପରେ ଆଧାରିତ ଥୁଲା, ଯେପରିକି ମେଘ ଗଠନ, ପବନର ଶୈଳୀ, ଚନ୍ଦ୍ର ଓ ତାରାମାନଙ୍କର ସ୍ଥିତି ଏବଂ ଅନ୍ୟାନ୍ୟ ପ୍ରାକୃତିକ ଘଟଣା ।
ଜଳ କିପରି ପୃଥିବୀ ପୃଷ୍ଠରୁ ଭିତରକୁ ପ୍ରବେଶ କରିଥାଏ :
କାର୍ଯ୍ୟ–୫ : ଆସ ଅନୁସନ୍ଧାନ କରିବା

- ୧ ଲିଟର କ୍ଷମତା ବିଶିଷ୍ଟ ତିନୋଟି ସ୍ଵଚ୍ଛ, ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ନିଆଯାଉ, ।
- ସେଗୁଡ଼ିକୁ ମଝିରୁ କାଟି ଛୋଟ କରାଯାଉ ଏବଂ ବୋତଲ ଠିପିରେ ଏକ ଛିଦ୍ର କରାଯାଉ ।
- ସେଗୁଡ଼ିକୁ ଓଲଟା ରଖାଯାଉ । ଚି ତ୍ର ରେ ଦେଖାଯାଇଥିବା ପରି ଗୋଟିଏ ବୋତଲରେ କିଛି କାଦୁଅ ନିଆଯାଉ, ଦ୍ଵିତୀୟଟିରେ ବାଲି ଏବଂ ତୃତୀୟଟିରେ ପଥର ନିଆଯାଉ ।
- ପ୍ରତ୍ୟେକ ବୋତଲରେ ୨୦୦ ମି.ଲି. ଜଳ ମିଶାଯାଉ ।
- ପ୍ରତ୍ୟେକ ବୋତଲରୁ କେତେ ଜଳ ବାହାରୁଛି ତାହା ଅନୁମାନ କରାଯାଉ ।
- ପ୍ରତ୍ୟେକ ବୋତଲ ଦେଇ ବହିଯାଉଥିବା ଜଳକୁ ୧୦ ମିନିଟ୍ ପାଇଁ ସଂଗ୍ରହ କରାଯାଉ ।
- ପ୍ରତ୍ୟେକ ବୋତଲ ଦେଇ ଆସୁଥିବା ଜଳର ପରିମାଣକୁ ତୁଳନା କରାଯାଉ ।
![]()
ସାରଣୀ : ଭୁପୃଷ୍ଠକୁ ଜଳ କିପରି ମାଟି ଭିତରେ ପଶେ
| ବୋତଲ ଭିତରେ ଥବା ପଦାର୍ଥ | ପୂର୍ବାନୁମାନ ଜଳର ଝରିବା ପ୍ରଣାଳୀ (ଅତି ଧୀର/ଧୀର/ଦ୍ରୁତ) | ପର୍ଯ୍ୟବେକ୍ଷଣ ଜଳର ଝରିବା ପ୍ରଣାଳୀ (ଅତି ଧୀର|ଧୀର/ଦ୍ରୁତ) |
| ବୋତଲ ୧ (କାଦୁଅ) | ଅତି ଧୀର | ଅତି ଧୀର |
| ବୋତଲ ୨ (ବାଲି) | ଧୀର | ଦ୍ରୁତ |
| ବୋତଲ ୩ (ଗୋଡ଼ି) | ଧୀର | ଦ୍ରୁତ |
ଉପରୋକ୍ତ ପରୀକ୍ଷଣରୁ ଆମେ ଦେଖିବାକୁ ପାଇବା ଯେ, ପାଣି, ଗୋଡ଼ି ବା ପଥର ଦେଇ ସବୁଠାରୁ ଶୀଘ୍ର ଏବଂ ବାଲି ଦେଇ ଧୀରେ ଓ ମାଟି ଦେଇ ସବୁଠାରୁ ଧୀରେ ପାଣି ତଳକୁ ଝରିଥାଏ ।

ଏଠାରେ ପଥର ବା ଗୋଡ଼ି ମଧ୍ଯରେ ଖାଲି ସ୍ଥାନ ଅଧ୍ଵକ ହୋଇଥାଏ, କିନ୍ତୁ ବାଲି ଏବଂ ମାଟିରେ କମ୍ ରହିଥାଏ, ତେଣୁ ପଥର ନା ଗୋଡ଼ି ଦେଇ ଅଧୂକ ସହଜରେ ପାଣି ଝରିପାରେ । ପୃଥିବୀ ପୃଷ୍ଠରୁ ମାଟି ଅନୁଯାୟୀ ତଳକୁ ତଳକୁ ପାଣିର ପ୍ରବାହ ପ୍ରକ୍ରିୟାକୁ ଅବଶୋଷଣ (Infiltration) କୁହାଯାଏ ।
ଯଦି ମାଟି ଏବଂ ପଥର ମଧ୍ଯରେ ଖାଲିସ୍ଥାନ ଅଧିକ ରହିଥାଏ, ତେବେ ଜଳପ୍ରବାହ ସହଜ ହୋଇଥାଏ । ଯେଉଁ ପାଣି ଛିଦ୍ର ଦେଇ ପ୍ରବେଶ କରେ ଗୋଡ଼ି ତାହା ଛିଦ୍ର ସ୍ଥାନରେ ସଂରକ୍ଷିତ ହୋଇଯାଏ । ପୃଷ୍ଠ ତଳେ ଥିବା ପଥରଗୁଡ଼ିକରେ ଥିବା ଅବଶିଷ୍ଟାଶ ଏବଂ ଖୋଲା ସ୍ଥାନଗୁଡ଼ିକରେ ଏହା ଭୂତଳ ଜଳ ଭାବରେ ସଂଗୃହୀତ ହୋଇରହେ ।
ଜଳର ଭୂତଳ ସ୍ତର ଏବଂ ଛିଦ୍ର ସ୍ଥାନରେ ଓ ପଥର ମଧ୍ଯରେ ଜମି ରହୁଥିବା ଜଳକୁ ଭୂତଳ ସ୍ତର କୁହାଯାଏ । ଏହି ଜଳକୁ ଆମେ କିମ୍ବା ନଳକୂପ ଖୋଳି ବ୍ୟବହାର କରିଥାଉ । ସ୍ଥାନ ଅନୁଯାୟୀ ଏହି ଜଳସ୍ତର ଅଳ୍ପ କେତେ ମିଟରରୁ ଶହ ଶହ ମିଟର ହୋଇଥାଏ ।

ଭୂତଳ ଜଳ ଅସୀମ ନୁହେଁ । ବଢୁଥିବା ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବା ପାଇଁ ଭୂତଳ ଜଳ ଶୋଷଣ ପ୍ରକ୍ରିୟା ଦ୍ରୁତବେଗରେ ବୃଦ୍ଧି ପାଉଅଛି । ଉଭିଦ ଆଚ୍ଛାଦନ ହ୍ରାସ ପାଇବା ଓ ସହରାଞ୍ଚଳରେ ବର୍ଦ୍ଧିତ କଂକ୍ରିଟ ପୃଷ୍ଠ ଜଳର ଅନୁପ୍ରବେଶକୁ ସୀମିତ କରୁଅଛି, ଫଳରେ ଭୂତଳ ଜଳ ହ୍ରାସ ପାଉଅଛି ।
ଭୂତଳ ଜଳ ହ୍ରାସ ସମସ୍ୟାର ସମାଧାନ ପାଇଁ ବର୍ଷାଜଳ ଅମଳ ଏବଂ ପୁନଃଭରଣ ପିଟ୍ ବ୍ୟବହୃତ କରାଯିବାର ଆବଶ୍ୟକତା ରହିଅଛି । ସୁତରାଂ ଜଳଚକ୍ରଦ୍ଵାରା ଭୂଗର୍ଭ ଜଳର ପୁନଃଭରଣ ହୁଏ ଓ ଏହାଦ୍ଵାରା ଭୂଗର୍ଭରେ ସ୍ଥାୟୀ ଯୋଗାଣ ନିଶ୍ଚିତ ହୋଇଥାଏ ।
ଜଳର ଅଭାବରେ ଜୀବଜନ୍ତୁ ବଞ୍ଚିବା କଷ୍ଟକର ହୋଇଥାଏ, ତେଣୁ ଲୋକମାନେ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଉପାୟ ବିକଶିତ କରୁଛନ୍ତି । ଲଦାଖରେ ଲୋକମାନେ ବରଫ ସ୍ତପ ତିଆରି କରି ସେଥୁରେ ଜଳ ସଂଗ୍ରହ କରୁଛନ୍ତି ।
![]()
ବିଜ୍ଞାନ ଓ ସମାଜ ବରଫ ସ୍ତୁପ :
ବସନ୍ତ ଋତୁରେ ଲାଦାଖରେ ଝରଣାଗୁଡ଼ିକ ପ୍ରାୟତଃ ଶୁଝାଏ । ଜଳର ଅଭାବ ଭରଣା କରିବା ପାଇଁ ସୂର୍ଯ୍ୟ କିରଣ ବରଫ ତରଳାଇବା ପର୍ଯ୍ୟାପ୍ତ ହୋଇ ରହେନାହିଁ । ସେଥିପାଇଁ ଶୀତଦିନେ ଉପରେ ଥିବା ପର୍ବତରୁ ପାଣି ଝରଣା ଆକାରରେ କିମ୍ବା ପାଇପ୍ ଦେଇ ତଳକୁ ଅଣାଯାଏ । ଏହି ପାଣି ଉପରେ ଶୀତଳ ବାୟୁ ସିଞ୍ଚନ କରାଯାଏ । ଯେତେବେଳେ ଥଣ୍ଡାପବନ ଏହା ଉପରେ ପଡ଼େ, ଅତ୍ଯନ୍ତ କମ୍ ତାପ ଯୋଗୁଁ ଏହା ବରଫ ଆକାରରେ ଜମାଟ ବାନ୍ଧିଯାଏ । ଏହି ବରଫ ସ୍ତର ପରେ ସ୍ତର ଜମା ହୋଇ ଏକ ଉଚ୍ଚ, କୋଣ ଆକୃତି ସୃଷ୍ଟି କରେ, ଯାହାକୁ ବରଫ ସ୍ତୁପ କୁହାଯାଏ । ବରଫ ସ୍ତୁପ ବସନ୍ତ ଋତୁରେ ଧୀରେ ତରଳିଯାଏ ଚାଷ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସାରା ଗ୍ରୀଷ୍ମ ଋତୁରେ ପାଣି ଯୋଗାଇଥାଏ ।

ବିଷୟବସ୍ତୁର ସାରାଂଶ :
- ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ତାପ ସ୍ଥାନାନ୍ତରିତ ହେବାର ତିନୋଟି ଉପାୟ ଅଛି – ପରିବହନ, ପରିଚଳନ ଏବଂ ବିକିରଣ ।
- ବସ୍ତର ଉତ୍ତପ୍ତ ଅଂଶରୁ ଥଣ୍ଡା ଅଂଶକୁ ତାପ ସ୍ଥାନାନ୍ତର ପ୍ରକ୍ରିୟାକୁ ପରିବହନ କୁହାଯାଏ । ଏହି ପ୍ରକ୍ରିୟାରେ, କଣିକାଗୁଡ଼ିକ ସେମାନଙ୍କର ସ୍ଥାନରୁ ଘୁଞ୍ଚନ୍ତି ନାହିଁ ।
- ଯେଉଁ ପଦାର୍ଥଗୁଡ଼ିକ ସହଜରେ ତାପକୁ ସେମାନଙ୍କ ମଧ୍ୟ ଦେଇ ଗତି କରିବାକୁ ଦିଏ, ସେଗୁଡ଼ିକୁ ତାପର ସୁପରିବାହୀ କୁହାଯାଏ ।
- ଯେଉଁ ପଦାର୍ଥଗୁଡ଼ିକ ସହଜରେ ତାପକୁ ସେମାନଙ୍କ ମଧ୍ୟ ଦେଇ ଗତି କରିବାକୁ ଦିଏ ନାହିଁ, ସେମାନଙ୍କୁ ତାପର କୁପରିବାହୀ କୁହାଯାଏ ।
- କଠିନ ପଦାର୍ଥରେ ତାପ ପରିବହନ ପ୍ରକ୍ରିୟା ମାଧ୍ୟମରେ ସ୍ଥାନାନ୍ତରିତ ହୁଏ । କିନ୍ତୁ ତରଳ ଏବଂ ଗ୍ୟାସରେ ପରିଚଳନଦ୍ଵାରା ତାପ ସ୍ଥାନାନ୍ତରିତ ହୁଏ ।
- ପରିଚଳନରେ ତାପ ସ୍ଥାନାନ୍ତର କଣିକାଗୁଡ଼ିକର ଗତିଦ୍ଵାରା ହୋଇଥାଏ । ପରିଚଳନର ଉଦାହରଣ ହେଲା ସ୍ଥଳ ପବନ ଏବଂ ସମୁଦ୍ର ପବନ ।
- ସୂର୍ଯ୍ୟର ଉତ୍ତାପ ବିକିରଣ ମାଧ୍ୟମରେ ପୃଥିବୀରେ ପହଞ୍ଚେ ।
- ସମସ୍ତ ବସ୍ତ୍ର ସେମାନଙ୍କ ପରିବେଶ ସହିତ ତାପ ବିନିମୟ ବିକିରଣ ପ୍ରକ୍ରିୟାଦ୍ଵାରା କରନ୍ତି ।
- ପରିବହନ ଏବଂ ପରିବହନ ପ୍ରକ୍ରିୟାରେ ତାପ ସ୍ଥାନାନ୍ତର ପାଇଁ ଏକ ମାଧ୍ୟମ ଆବଶ୍ୟକ କିନ୍ତୁ ବିକିରଣ ପାଇଁ କୌଣସି ମାଧ୍ୟମର ଆବଶ୍ୟକତା ନାହିଁ ।
- ଘର ଓ ପୋଷାକ ପ୍ରସ୍ତୁତିରେ ତାପ ସ୍ଥାନାନ୍ତରଣର ନୀତି ବ୍ୟବହାର କରାଯାଏ ।
- ଜଳର ନିରନ୍ତର ଗତି – ବାଷ୍ପ ଭାବରେ ଉପରକୁ ଏବଂ ଅବପାତ ମାଧ୍ୟମରେ ତଳକୁ, ଜଳ ଅତିକ୍ରମ କରି ମାଟି, ପଥର ଏବଂ ଗଛଲତା ମାଧ୍ୟମରେ ଏବଂ ଶେଷରେ ଜଳ ଉତ୍ସକୁ ଫେରିଯିବା ପ୍ରକ୍ରିୟାକୁ ଜଳଚକ୍ର କୁହାଯାଏ ।
- ମାଟି ଏବଂ ପଥର ଦେଇ ଭୂପୃଷ୍ଠ ଜଳ ମାଟି ଭିତରକୁ ପ୍ରବେଶ କରିବାର ପ୍ରକ୍ରିୟାକୁ ଅନ୍ତଃପ୍ରବେଶ କୁହାଯାଏ ।
- ଭୂତଳ ତଳ ହେଉଛି ସେହି ଜଳ ଯାହା ମାଟି ଭିତରକୁ ପ୍ରବେଶ କରି ପଥର ଛିଦ୍ରରେ ସଞ୍ଚିତ ହୁଏ ।
- ଭୂତଳ ସ୍ତର ଏବଂ ପଥର ଛିଦ୍ର ସ୍ଥାନରେ ଗଚ୍ଛିତ ଥିବା ଜଳକୁ ଭୂଗର୍ଭ ଜଳସ୍ତର କୁହାଯାଏ ।