Go through 8th Class Social Science Book Odia Medium Question Answer and Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ to understand textbook questions more clearly.
8th Class Social Science Chapter 4 Question Answer Odia Medium
Class 8 Social Science Chapter 4 Odia Medium
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
Question 1.
ଉପନିବେଶବାଦର ? ଏହି ଅଧ୍ୟାୟକୁ ଭିଭିକରି କିମ୍ବା ତୁମ ନିଜ ଜ୍ଞାନରୁ ଏ ସମ୍ପର୍କିତ ତିନୋଟି ସଂଜ୍ଞା ସ୍ଥାପନ କରି|
Answer:
(i) ଉପନିବେଶବାଦର ସଂଜ୍ଞା – ଗୋଟିଏ ଦେଶ ଅନ୍ୟ ଏକ ଦେଶର ଅଞ୍ଚଳକୁ ଅଧିକାର କରି ସେଠାରେ ବସତି ସ୍ଥାପନ କରିବା ସହିତ ନିଜର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିଚାରଧାରାକୁ ପ୍ରୟୋଗ କରିବାକୁ ଉପନିବେଶବାଦ କୁହାଯାଏ ।
(ii) ଏହି ଉପନିବେଶବାଦ ସଂଜ୍ଞାଟିକୁ ଆମେ ତିନିଗୋଟି ଦୃଷ୍ଟିକୋଣରୁ ବିଚାର କରିପାରିବା, ଯଥା- ଐତିହାସିକ, ରାଜନୈତିକ ଓ ଅର୍ଥନୈତିକ ।
(iii) ଐତିହାସିକ ହିସାବରେ ଦେଖିବାକୁ ଗଲେ ଏକ ବିଦେଶୀ ଶକ୍ତି ଅନ୍ୟ ଏକ ଦେଶରେ ବସତି ସ୍ଥାପନ କରିବା ସହିତ ସେ ଦେଶର ପ୍ରାକୃତିକ ସମ୍ବଳଗୁଡ଼ିକୁ ନିଜ ଦେଶର ପ୍ରଗତି ପାଇଁ ବ୍ୟବହାର କରିଥାଏ । ସେଥିରେ ସେମାନେ ନିଜ ମାତୃଦେଶର ମଙ୍ଗଳ ବା ଲାଭ ଆଶାରେ କାର୍ଯ୍ୟ କରିବାରେ ଲାଗିପଡ଼ିଥା’ନ୍ତି ।
(iv) ରାଜନୈତିକ ଦୃଷ୍ଟିରେ ବିଚାର କଲେ ବିଦେଶୀ ଶକ୍ତିମାନେ ଅନ୍ୟ ଏକ ଦେଶରେ ରାଜନୈତିକ ବ୍ୟବସ୍ଥାରେ ହସ୍ତକ୍ଷେପ କରି ସେମାନଙ୍କ ରାଜ୍ୟକୁ ଦଖଲ କରି, ସେମାନଙ୍କୁ ଶୋଷଣ କରିବା ସହିତ ନିଜର ଆଧୂପତ୍ୟ ବିସ୍ତାର କରିବାରେ ଲାଗିପଡ଼ିଥା’ନ୍ତି ।
(v) ଅର୍ଥନୈତିକ ଚିନ୍ତାଧାରାରେ ଦେଖିଲେ ବିଦେଶୀ ଶାସକମାନେ ଉପନିବେଶମାନଙ୍କରୁ ପ୍ରାକୃତିକ ସମ୍ପଦ ଲୁଣ୍ଠନ କରିବା ସହିତ ସେମାନଙ୍କର ଅର୍ଥନୈତିକ ମାନଦଣ୍ଡକୁ ଦୁର୍ବଳ କରିଦେବାକୁ ପଛାଇ ନଥା’ନ୍ତି । ସେଠାରେ ସେମାନଙ୍କର ସୁବିଧା ପାଇଁ ଉପନିବେଶର ଭାଷା, ଶିକ୍ଷା ଓ ସଂସ୍କୃତିକୁ ନଷ୍ଟ କରିଦେଇଥା’ନ୍ତି । ମୋଟ ଉପରେ କହିବାକୁ ଗଲେ ସେମାନେ ନିଜ ମାତୃଦେଶର ମଙ୍ଗଳ କାମନାରେ ଲାଗି ପଡ଼ିଥା’ନ୍ତି ।
Question 2.
ଉପନିବେଶବାଦୀ ଶାସକମାନେ ପ୍ରାୟତଃ ଦାବି କରୁଥିଲେ ଯେ ଉପନିବେଶର ଶାସିତ ଲୋକମାନଙ୍କୁ ‘ସଭ୍ୟ’ କରିବା ଆମର ଲକ୍ଷ୍ୟ । ଏହି ଅଧ୍ୟାୟ ଆଧାରରେ ତୁମେ ଚିନ୍ତାକର ଯେ ଏହି ଉକ୍ତି କ’ଣ ଭାରତ ପାଇଁ ଠିକ୍ ଥୁଲା ? କାହିଁକି ବା କାହିଁକି ନୁହେଁ ?
Answer:
(i) ଉପନିବେଶବାଦୀ ଶାସକମାନେ ଦାବି କରୁଥିଲେ ଯେ ଉପନିବେଶର ଶାସିତ ଲୋକମାନଙ୍କୁ ‘ସଭ୍ୟ’ କରିବା ଆମର ଲକ୍ଷ୍ୟ । ଏହା ଆଦୌ ଠିକ୍ ନଥିଲା । ଇଂରେଜମାନେ ଆମକୁ ସଭ୍ୟ କରିବା ମୂଳରେ ଯେଉଁ ନୂତନ ଶିକ୍ଷାବ୍ୟବସ୍ଥା ଓ ରେଳ ଚଳାଚଳ ପ୍ରଚଳନ କରିଥିଲେ, ତାହାର ମୂଳ ଉଦ୍ଦେଶ୍ୟ ଥିଲା ସେମାନଙ୍କଋର ଶାସନ ବ୍ୟବସ୍ଥାକୁ ମଜବୁତ୍ କରିବା ଓ ଭାରତକୁ ଶୋଷଣ କରିବା ।
(ii) ଏହି ଅଧ୍ୟାୟରେ ଅର୍ଥନୈତିକ ଶୋଷଣ ଆଧାରରେ ଦେଖିବାକୁ ଗଲେ ଇଂରେଜମାନେ ଆମ ଦେଶରୁ ତୁଳା, ନୀଳ ଓ ମସଲା ଇତ୍ୟାଦି ନେଇ ତାଙ୍କ ଦେଶରେ ଦ୍ରବ୍ୟ ଉତ୍ପାଦନ କରି ଆମକୁ ବିକ୍ରିକରି ଲାଭବାନ ହେଉଥିଲେ । ଯାହାଫଳରେ ଆମର କାର୍ପାସ ଶିଳ୍ପ ଧ୍ୱଂସାଭିମୁଖୀ ହୋଇପଡ଼ିଥିଲା ।
(iii) ଅତ୍ୟଧିକ କରବ୍ୟବସ୍ଥା ଓ ମହାଦୁର୍ଭିକ୍ଷ ଫଳରେ ଭାରତୀୟମାନଙ୍କର ଅର୍ଥନୈତିକ ମେରୁଦଣ୍ଡ ଦୋହଲି ଯାଇଥିଲା । ଆମର ଆର୍ଥିକ ସ୍ଥିତିକୁ ସୁଧାରିବାପାଇଁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଲୋକମାନେ ପୋକମାଛି ପରି ଖାଦ୍ୟାଭାବରେ ମୃତ୍ୟୁବରଣ କଲେ ।
(iv) ଇଂରେଜମାନେ ଆମର ପ୍ରାଦେଶିକ ଶାସନ ବ୍ୟବସ୍ଥାରେ ହସ୍ତକ୍ଷେପ କରି ଶାସକମାନଙ୍କୁ ଦୁର୍ବଳ କରିଦେଇଥିଲେ । ବିଭିନ୍ନ ଆଳ ଦେଖାଇ ଗୋଟିଏ ଲେଖାଏଁ ରାଜ୍ୟ ନିଜର ଦଖଲଭୁକ୍ତ କରିବାରେ ଲାଗିପଡ଼ିଥିଲେ । ଯାହାଫଳରେ ଆମର ଦେଶର ଶାସନ ବ୍ୟବସ୍ଥା କ୍ରମଶଃ ଲୋପ ପାଇଯାଇଥିଲା ।
(v) ନୂତନ ଇଂରାଜୀ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରି ଭାରତୀୟ ସାଂସ୍କୃତିକ ପରମ୍ପରାଗୁଡ଼ିକୁ ନଷ୍ଟ କରିଦେଇଥିଲେ । ସେମାନଙ୍କର ଶାସନ ବ୍ୟବସ୍ଥାରେ ସାହାଯ୍ୟ କରିବାପାଇଁ ଆମ ଦେଶରେ ଇଂରାଜୀ ଶିକ୍ଷା ପ୍ରଚଳନ କରାଇଥିଲେ । ସର୍ବୋପରି ଦେଖିବାକୁ ଗଲେ ୟୁରୋପୀୟମାନେ ଆମକୁ ଶୋଷଣ କରିବା ସହିତ ତାଙ୍କର ରାଜନୈତିକ ସ୍ଵାର୍ଥକୁ ଚରିତାର୍ଥ କରିବାରେ ଲାଗିପଡ଼ିଥିଲେ ।
![]()
Question 3.
ଭାରତକୁ ଉପନିବେଶ କରିବାରେ କିପରି ବ୍ରିଟିଶ ଆଭିମୁଖ୍ୟ, ପର୍ତ୍ତୁଗୀଜ ଓ ଫରାସୀମାନଙ୍କଠାରୁ ଭିନ୍ନ ଥିଲା ?
Answer:
(i) ଭାରତକୁ ଉପନିବେଶ କରିବାରେ ବ୍ରିଟିଶ ଆଭିମୁଖ୍ୟ ସମ୍ପୂର୍ଣ୍ଣରୂପେ ପର୍ତ୍ତୁଗୀଜ ଓ ଫରାସୀମାନଙ୍କଠାରୁ ଅଲଗା ଥିଲା । ବ୍ରିଟିଶମାନଙ୍କର ଉପନିବେଶ ସ୍ଥାପନ କରିବାର କଳା ଓ କୌଶଳ ଫରାସୀ ଓ ପର୍ତ୍ତୁଗୀଜମାନଙ୍କଠାରୁ ଉନ୍ନତ ଥିଲା । ବ୍ରିଟିଶରମାନେ ଉପକୂଳ ଅଞ୍ଚଳମାନଙ୍କରେ ବାଣିଜ୍ୟ କାରବାରକୁ ପ୍ରାଧାନ୍ୟ ଦେଉଥିଲେ ।
(ii) ପର୍ତ୍ତୁଗୀଜ ଓ ଫରାସୀ ଉପନିବେଶଗୁଡ଼ିକ ସୀମିତ ଅଞ୍ଚଳରେ ଥିବାବେଳେ ବ୍ରିଟିଶ ଉପନିବେଶଗୁଡ଼ିକ ବିଶାଳ ଅଞ୍ଚଳକୁ ବ୍ୟାପି ଯାଇଥିଲା ।
(iii) ବ୍ରିଟିଶରମାନେ ଉପନିବେଶମାନଙ୍କରେ ସ୍ଥିର ସରକାର ଗଠନ କରି ଶିକ୍ଷା, ଜମିଜମା ସଂକ୍ରାନ୍ତୀୟ ବିଷୟ ଉପରେ ଗୁରୁତ୍ଵ ପ୍ରଦାନ କରୁଥିଲେ । କିନ୍ତୁ ଫରାସୀ ଓ ପର୍ତ୍ତୁଗୀଜମାନେ ସାମାନ୍ୟ କେତେଗୋଟି ଦ୍ଵୀପ ବା ଅଞ୍ଚଳକୁ ଶାସନ କରିପାରିଥିଲେ ।
(iv) ଫରାସୀ ଓ ପର୍ତ୍ତୁଗୀଜମାନଙ୍କର ଶାସନ ବ୍ୟବସ୍ଥା ସେତେ ଦକ୍ଷ ବା ସୁଦୃଢ଼ ନଥିଲା । ସେମାନେ ଏକ ଛୋଟ ସୈନ୍ୟବାହିନୀ ଉପରେ ନିର୍ଭର କରୁଥିଲେ । ବ୍ରିଟିଶରମାନେ ଏକ ବିଶାଳ ସୈନ୍ୟବାହିନୀ ଗଠନ କରି ବିରାଟ ସାମ୍ରାଜ୍ୟ ଗଠନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।
(v) ଫରାସୀ ଓ ପର୍ତ୍ତୁଗୀଜମାନେ ଏକ ଛୋଟ ଅଞ୍ଚଳରେ ଧାର୍ମିକ ପ୍ରଭାବ ବିସ୍ତାର କରିବାପାଇଁ ଚେଷ୍ଟା କରୁଥୁଲେ । ବିଶେଷକରି ସେମାନେ ଖ୍ରୀଷ୍ଟଧର୍ମ ପ୍ରଚାରରେ ବ୍ୟସ୍ତ ରହୁଥିଲେ । କିନ୍ତୁ ବ୍ରିଟିଶ ଉପନିବେଶବାଦୀମାନେ ସେମାନଙ୍କର ସାଂସ୍କୃତିକ ପ୍ରଭାବ ବିସ୍ତାର କରିବା ସହିତ ଅନେକ ରାଜ୍ୟରେ ଶିକ୍ଷା ଓ ରେଳପଥ ଓ ଡାକ ବ୍ୟବସ୍ଥାର ପ୍ରଚଳନ କରିବାରେ ସକ୍ଷମ ହୋଇଥିଲେ ।
Question 4.
ଭାରତୀୟମାନେ ସେମାନଙ୍କର ନିଜସ୍ଵ ପରାଧୀନତା ପାଇଁ ଇଂରେଜମାନଙ୍କୁ ପାଣ୍ଠି ଯୋଗାଇଥିଲେ । ବ୍ରିଟିଶମାନଙ୍କର ଭାରତରେ ରେଳ ଓ ଟେଲିଗ୍ରାଫ୍ ପରି ଭିତ୍ତିଭୂମି ଓ ପ୍ରକଳ୍ପର ଅର୍ଥ କ’ଣ ?
Answer:
(i) ବ୍ରିଟିଶରମାନେ ଭାରତରେ ଉପନିବେଶ ସ୍ଥାପନ କରି ଶାସନ କରୁଥିବା ସମୟରେ ଏଠାରେ ଅନେକ ବିଭାଗର ଭିତ୍ତିଭୂମି ସୁଦୃଢ଼ କରିଥିଲେ ଯଥା- ରେଳପଥ, ଟେଲିଗ୍ରାଫ ଏବଂ ଡାକ ବ୍ୟବସ୍ଥା । ଏହି ଭିଭିଭୂମି ସୁଦୃଢ଼ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ତାଙ୍କର ଶାସନ ଓ ସୈନ୍ୟବାହିନୀକୁ ସୁବ୍ୟବସ୍ଥିତ କରିବା । ସେମାନେ ଆମର ମଙ୍ଗଳ ପାଇଁ ଏହା କେବେବି କରିନଥିଲେ ।
(ii) ଆମ ଦେଶରେ ଭିଭିଭୂମିର ବିକାଶ ପାଇଁ ଗରିବ, ଖଟିଖ୍ ଓ କୃଷକମାନଙ୍କ ଉପରେ ଅତ୍ୟଧିକ କର ବସାଇବାକୁ ପଛାଉନଥିଲେ । କରଭାରରେ ଆକ୍ରାନ୍ତ ହୋଇ ଅନେକ ଜୀବନ ହରାଉଥିଲେ ।
(iii) ଭାରତରେ ରେଳପଥ ପ୍ରଚଳନ କରି ଆମ ଦେଶର କୋଣ ଅନୁକୋଣରୁ କଞ୍ଚାମାଲ ଯଥା- କପା, କୋଇଲା ଓ ନୀଳ ନେଇ ସେମାନଙ୍କର କଳକାରଖାନାକୁ ଯୋଗାଉଥିଲେ । ଏଥିରେ ଆମର ଅନେକ କ୍ଷତି ହେଉଥିଲା ।
(iv) ସେମାନେ ଆମ ଦେଶରେ ନୂତନ କରି ଟେଲିଗ୍ରାଫ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ, ଯାହାକି ସେମାନଙ୍କର ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବାପାଇଁ ଉଦ୍ଦିଷ୍ଟ ଥିଲା । ଭାରତୀୟମାନଙ୍କର ସଂଗ୍ରାମକୁ କିପରି ଦମନ କରିହେବ ଓ ସହଜରେ ଓ ଅତିଶୀଘ୍ର କିପରି ସୈନ୍ୟବାହିନୀ ସେଠାରେ ପହଞ୍ଚିପାରିବ ତାହା ନିଶ୍ଚିତ ହୋଇପାରୁଥିଲା ।
(v) ଭାରତର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆନଯାଇ, ସେମାନେ ସେମାନଙ୍କର ବାଣିଜ୍ୟ କାରବାରପାଇଁ ଜମିଜମା କର ଓ ବାଣିଜ୍ୟ କର ଲାଗୁ କରିଥିଲେ । ଆମର ଅର୍ଥନୈତିକ ଅବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିଲା । ଆମ ଦେଶର ଅର୍ଥରେ ସେମାନଙ୍କର ଅର୍ଥନୈତିକ ବ୍ୟବସ୍ଥା ଓ ସୈନ୍ୟବାହିନୀ ଶକ୍ତିଶାଳୀ ହେବାରେ ଲାଗିଥିଲା । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତକୁ ଶୋଷଣ କରିବା ଓ ଇଂଲଣ୍ଡକୁ ମଜବୁତ୍ କରିବା ।
![]()
Question 5.
ବିଭାଜନ ଓ ଶାସନ ବାକ୍ୟାଶର ଅର୍ଥ କ’ଣ ? ଭାରତରେ ବ୍ରିଟିଶମାନେ କିପରି ଏହାର ବ୍ୟବହାର କରିଥିଲେ ଉଦାହରଣ ଦିଅ ।
Answer:
(i) ବିଭାଜନ ଓ ଶାସନ ଏକ ପ୍ରକାର କୁଟନୀତିକ ଶାସନ ପ୍ରଣାଳୀ ଯାହାକି ବ୍ରିଟିଶରମାନେ ଆମ ଦେଶରେ ପ୍ରୟୋଗ କରି ସଫଳତା ହାସଲ କରିପାରିଥିଲେ ।
(ii) ଆମ ଦେଶରେ ଜାତି, ଧର୍ମ ଓ ଗୋଷ୍ଠୀ ମଧ୍ୟରେ ବିଭେଦ ସୃଷ୍ଟିକରି ସେମାନେ ତାଙ୍କର ଶାସନ ଜାରି ରଖୁଥିଲେ । ଦେଶର ଲୋକମାନେ ଏକାଠି ହୋଇ ସେମାନଙ୍କର ନିରଙ୍କୁଶ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ ଆନ୍ଦୋଳନମାନ କରିଥିଲେ ।
(iii) ବିଶେଷକରି ସେମାନେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିଥିଲେ ଶେଷରେ ଭାରତ ଓ ପାକିସ୍ତାନକୁ ଅଲଗା କରିଦେଇଗଲେ । ଯାହାର କୁପରିଣାମ ଆମକୁ ଏବେସୁଦ୍ଧା ଭୋଗିବାକୁ ପଡୁଛି । ଭାରତରେ ଦେଶୀୟ ରାଜାମାନଙ୍କୁ ପ୍ରୋତ୍ସାହିତ କରି ଆମର ଏକତ୍ରୀକରଣ ବ୍ୟବସ୍ଥାକୁ ପ୍ରତିହତ କରିଥିଲେ ।
(iv) ବ୍ରିଟିଶରମାନେ ଆମ୍ଭମାନଙ୍କ ମଧ୍ୟରେ ଧାର୍ମିକ, ସାମାଜିକ ଓ ରାଜନୈତିକ ବିଭେଦ ସୃଷ୍ଟିକରି ବିଭିନ୍ନ ଗୋଷ୍ଠୀକୁ ଅଲଗା କରି ରଖୁଥିଲେ । ଦେଶର ଲୋକମାନଙ୍କୁ ବିଭିନ୍ନ ଆଳରେ ଅଲଗାକରି ରଖ୍ ନିର୍ବିଘ୍ନନରେ ଏକ ବିରାଟ ଦେଶକୁ ବହୁଦିନ ଧରି ଶାସନ କରି ଚାଲିଥିଲେ ।
(v) ‘ବିଭାଜନ ଓ ଶାସନ’ ନୀତି ଅନୁସାରେ ନିଜର ଫାଇଦା ହାସଲ କରିବା କୌଶଳ ସେମାନଙ୍କୁ ଖୁବ୍ ଭଲଭାବରେ ଜଣାଥିଲା । ୧୭୫୭ ମସିହାର ଲର୍ଡ କ୍ଲାଇବ ପଲାସୀ ଯୁଦ୍ଧରେ ମିରଜାଫର୍ଙ୍କୁ ହାତ କରିବା, ଡେଲହାଇସୀଙ୍କର ‘ରାଜସ୍ଵତ୍ଵଲୋପନୀତି’ ଓ ୱେଲସେଲିଙ୍କ ‘ସାମନ୍ତ ସନ୍ଧି’ ଯାହାର ଗୋଟିଏ ଲେଖାଏଁ ଜ୍ଵଳନ୍ତ ଉଦାହରଣ ଥିଲା ।
Question 6.
କୃଷି, ଶିକ୍ଷା, ବାଣିଜ୍ୟ କିମ୍ବା ଗ୍ରାମୀଣ ଜୀବନ ମଧ୍ୟରୁ ଭାରତୀୟ ଜୀବନର ଯେକୌଣସି ଗୋଟିଏ କ୍ଷେତ୍ରକୁ ବାଛ । ଉପନିବେଶିକ ଶାସନଦ୍ୱାରା ଏହା କିପରି ଭାବରେ ପ୍ରଭାବିତ ହୋଇଥିଲା ? ସେହି ପରିବର୍ତ୍ତନ ଆଜି ମଧ୍ୟ ସମାଜରେ ଦେଖିପାରୁଛ କି ? ଗୋଟିଏ ଛୋଟ ପ୍ରବନ୍ଧ, କବିତା ବା ଚିତ୍ର ମଧ୍ୟରେ ତୁମ ମନର ଭାବ ପ୍ରକାଶ କର ।
Answer:
(i) ବ୍ରିଟିଶ ଉପନିବେଶିକ ଶାସନ କାଳରେ କୃଷିକ୍ଷେତ୍ରରେ ଭାରତରେ ଅନେକ ପରିବର୍ତ୍ତନ ଦେଖାଯାଇଥିଲା, ଯାହାକି ଭାରତୀୟ କୃଷକମାନଙ୍କର ମଙ୍ଗଳରେ ଆସି ବ୍ରିଟିଶରମାନଙ୍କର ଶିଳ୍ପର ଅଭିବୃଦ୍ଧିରେ ସହାୟକ ହୋଇଥିଲା ।
(ii) ସେମାନେ ଆମର କୃଷକମାନଙ୍କୁ କପା, ଅଫିମ ଓ ନୀଳ ଚାଷ କରିବାପାଇଁ ବାଧ୍ୟ କରାଇଥିଲେ, କାରଣ ଏହାଦ୍ଵାରା ସେମାନଙ୍କର ଶିଳ୍ପକୁ କଞ୍ଚାମାଲ ଯୋଗାଣ ବାଧାପ୍ରାପ୍ତ ହେବ ନାହିଁ । ଫଳରେ ଆମର କୃଷକମାନେ ଉତ୍ପାଦନ କରୁଥିବା ଖାଦ୍ୟ ପଦାର୍ଥ ସଠିକମାତ୍ରାରେ ଉତ୍ପାଦିତ କରିପାରି ନଥିଲେ । ଫଳରେ ଦୁର୍ଭିକ୍ଷର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା ।
(iii) ବ୍ରିଟିଶରମାନେ ୧୭୯୩ ମସିହାରେ ଚିରସ୍ଥାୟୀ ବନ୍ଦୋବସ୍ତ ବ୍ୟବସ୍ଥା ପ୍ରଚଳନ କରି ଅତ୍ୟଧିକ କର ଆଦାୟ କରି କୃଷକମାନଙ୍କୁ ଶୋଷଣ କରିବାଫଳରେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବାରେ ଲାଗିଲା, ଫଳରେ ୧୭୭୦ ମସିହା ମହାଦୁର୍ଭିକ୍ଷରେ ଖାଦ୍ୟଭାବ ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ
କଲେ ।
(iv) ଆମ ଦେଶରେ ରେଳ ଚଳାଚଳ ବ୍ୟବସ୍ଥା ପ୍ରଚଳନ କରି ଉତ୍ପାଦିତ ହେଉଥିବା କଞ୍ଚାମାଲକୁ ବିଭିନ୍ନ ବନ୍ଦରଦେଇ ଇଂଲଣ୍ଡକୁ ରପ୍ତାନି କରାଗଲା । ଭାରତୀୟ କୃଷି ସମ୍ପୂର୍ଣ୍ଣରୂପେ ସେମାନଙ୍କରର ଅଧୀନକୁ ଚାଲି ଯାଇଥିଲା ।
(v) ବର୍ଭମାନ ସୁଦ୍ଧା କୃଷକମାନଙ୍କର ଅବସ୍ଥାରେ ସେପରି କିଛି ଆଦୃଶିଆ ପରିବର୍ତ୍ତନ ହେବାର ଲକ୍ଷ୍ୟ କରାଯାଉନାହିଁ । ଏବେବି କୃଷକମାନଙ୍କର ଅନେକ ସମସ୍ୟା ରହିଛି ଯାହାକି ସମାଧାନ କରିବାପାଇଁ ଅନେକ ସମୟ ଲାଗିବ । ଆମ ଦେଶର ପ୍ରତ୍ୟେକ କୃଷିକ୍ଷେତ୍ରକୁ ଜଳସେଚନର ସୁବିଧା ଏଯାଏ କରାଯାଇପାରିନାହିଁ । କୃଷକମାନେ ଋଣଯନ୍ତାରେ ପଡ଼ି ସେମାନଙ୍କର ଚାଷଜମି ବିକ୍ରି କରିବାପାଇଁ ବାଧ୍ୟ ହେଉଛନ୍ତି । ଅନ୍ୟ ଏକ ସମସ୍ୟା ରହିଛି ଅଭାବି ବିକ୍ରି ସମସ୍ୟା । ଉତ୍ପାଦିତ ଦ୍ରବ୍ୟକୁ ସରକାର ଉଚିତ ମୂଲ୍ୟରେ କୃଷକମାନଙ୍କଠାରୁ କ୍ରୟକରୁନାହାଁନ୍ତି । ଫଳରେ ସେମାନେ କୃଷିରୁ ଲାଭ ପାଇପାରୁ ନାହାଁନ୍ତି ।
![]()
Question 7.
କଳ୍ପନା କର ଯେ ତୁମେ ୧୮୫୭ର ଜଣେ ସମ୍ବାଦଦାତା, ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିରୋଧ ସମ୍ପର୍କରେ ଏକ ଛୋଟ ସମ୍ବାଦ ଲେଖ । ମୁଖ୍ୟ ଘଟଣାବଳୀ ଏବଂ ନେତାମାନଙ୍କୁ ଗୁରୁତ୍ଵ ଦେଇ ବିଦ୍ରୋହ କିପରି ଆରମ୍ଭ, ପ୍ରସାରିତ ଓ ସମାପ୍ତ ହେଲା, ଏକ ସମୟରେଖା ବା ଷ୍ଟୋରି ବୋର୍ଡ଼ (ଗଳ୍ପ ଫଳକ) ମାଧ୍ୟମରେ ଦର୍ଶାଅ ।
Answer:
(i) ସମ୍ବାଦର ଶୀର୍ଷକ– ‘ଝାନ୍ସୀ ଝଲକ’ ତାରିଖ- ୧୮୫୮ ମସିହା ଜୁନ୍ ମାସ । ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କ ବୀରତ୍ୱର ଗାଥା- ‘ଉତ୍କଳ ପ୍ରସଙ୍ଗର’’ ସାମ୍ବାଦିକ ମନୋଜ ମିଶ୍ର । ୧୮୫୭ ଖ୍ରୀଷ୍ଟାବ୍ଦରେ ଘଟିଥିବା ଘଟଣାମାନଙ୍କ ମଧ୍ୟରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ଵର ଗାଥା ଇତିହାସ ପୃଷ୍ଠାରେ ସବୁଦିନପାଇଁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯାଇଛି । ଜଣେ ମହିଳା ହୋଇ ବିଶାଳ ଇଷ୍ଟଇଣ୍ଡିଆ କମ୍ପାନୀ ବିରୋଧରେ ସାହସର ସହିତ ଲଢ଼େଇ କରି ସେ ଆଜିବି ଅମର ହୋଇ ରହିଯାଇଛନ୍ତି ।
(ii) ସେତେବେଳେ ଇଂରେଜ ସରକାର ଝାନ୍ସୀକୁ ରାଜସ୍ଵତ୍ତ୍ଵ ଲୋପ ନୀତି ଅନୁସାରେ ଅଧିକାର କରି ତାଙ୍କର ପୋଷ୍ୟପୁତ୍ର ଦାମୋଦର ରାଓଙ୍କୁ ରାଜା ହେବାପାଇଁ ଦେଇନଥିଲେ । ଏହାର ପ୍ରତିବାଦ କରି ରାଣୀ ନିଜେ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ ।
(iii) ଇଂରେଜ ସରକାରଙ୍କ ନିକଟରେ ସେ ମୁଣ୍ଡ ନୁଆଇଁ ନଥିଲେ । ସେ ଏକ ମହିଳା ସଶସ୍ତ୍ରବାହିନୀ ଗଠନ କରି ବିଦ୍ରୋହରେ ସାମିଲ ହୋଇ ଅନ୍ୟାୟକୁ ପ୍ରତିରୋଧ କରିବାକୁ ପଛାଇ ଯାଇନଥିଲେ । ଯୁଦ୍ଧକ୍ଷେତ୍ରରେ ତାଙ୍କର ଅଶୀଚାଳନା ଓ ରଣକୌଶଳ ସେତେବେଳେ ସମସ୍ତଙ୍କୁ ଚକିତ କରିଦେଇଥିଲା ।
(iv) ଯୁଦ୍ଧକ୍ଷେତ୍ରରେ ଇଂରେଜମାନଙ୍କର ପ୍ରବଳ ଆକ୍ରମଣକୁ ମୁକାବିଲା ନ କରିପାରି ସେ ବନ୍ଦୀ ହୋଇଯିବା ଭୟରେ ସେଠାରୁ ପଳାୟନକରି ତାନ୍ତିଆ ତେପେ ଓ ନାନାସାହେବଙ୍କ ସହିତ ଯୋଗ ଦେଇଥିଲେ । ସେଠାରେ ସେ ପୁନର୍ବାର ସଂଗ୍ରାମ କରିବାପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ।
(v) ଜୀବନର ଶେଷ ପର୍ଯ୍ୟନ୍ତ ସେ ଇଂରେଜମାନଙ୍କ ବିରୋଧରେ ଲଢ଼େଇ ଜାରି ରଖୁଥିଲେ । ୧୮୫୭ ମସିହାର ଏକ ଚର୍ଚ୍ଚିତ ଘଟଣାବଳୀ ମଧ୍ଯରେ ଏହା ସ୍ଥାନ ପାଇଅଛି ।
Question 8.
ଭାରତ କେବେ ୟୁରୋପୀୟ ଶକ୍ତିମାନଙ୍କଦ୍ୱାରା ଉପନିବେଶିତ ହୋଇନଥୁଲା ମନେକରି ଏକ ବିକଳ୍ପ ଇତିହାସ କଳ୍ପନା କର । ଭାରତ କିପରି ନିଜ ବାଟରେ ବିକଶିତ ହୋଇଥାଇ ପାରିଥା’ନ୍ତା, ସେ ସମ୍ପର୍କରେ ୩୦୦ ଶବ୍ଦ ମଧ୍ୟରେ ଏକ ସଂକ୍ଷିପ୍ତ କାହାଣୀ ଲେଖ ।
Answer:
‘‘ପଙ୍କରେ ପଦ୍ମ ଫୁଟିଥାଏ’’
(i) ଭାରତ କେବେ ୟୁରୋପୀୟ ଶକ୍ତିମାନଙ୍କଦ୍ଵାରା ଉପନିବେଶିତ ହୋଇନଥା’ନ୍ତା ଯଦି ୧୪୯୮ରେ ପର୍ତ୍ତୁଗୀଜ ଜାହାଜ ଭାରତର କାପଜ ବନ୍ଦରରେ ପହଞ୍ଚିନଥା’ନ୍ତା । ୟୁରୋପୀୟମାନେ ହୁଏତ ଅନ୍ୟ କେଉଁଠାରେ ସେମାନଙ୍କର ଉପନିବେଶ ସ୍ଥାପନ କରିପାରିଥାଆନ୍ତେ । ଭାରତ ଉପନିବେଶବାଦରୁ ରକ୍ଷାପାଇଥା’ନ୍ତା । ଆମର ସଭ୍ୟତା, ସଂସ୍କୃତି ଓ ବାଣିଜ୍ୟ ସିମୀତ ହୋଇ ରହିଯାଇଥା’ନ୍ତା ।
(ii) ୧୭୦୦ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରେ ଭାରତରେ ମରହଟ୍ଟା ଶକ୍ତିର ଉତ୍ଥାନ, ରାଜପୁତ୍ମାମାନଙ୍କର ବିଶାଳ ସାମ୍ରାଜ୍ୟ ଧୀରେ ଧୀରେ ଅଗ୍ରଗତିର ଚରମସୀମାରେ ପହଞ୍ଚିପାରିଥା’ନ୍ତା । ସଂସ୍କୃତ ଓ ପର୍ସିଆନ ଭାଷାରେ ଆମେ ଅଧିକରୁ ଅଧିକ ଗବେଷଣା କରିପାରିଥା’ନ୍ତେ, ଭାରତ ସାଂସ୍କୃତିକ କ୍ଷେତ୍ରରେ ବିଶ୍ଵସ୍ତରରେ ଆହୁରି ଅଗ୍ରଗତି କରିପାରିଥା’ନ୍ତି । ୟୁରୋପୀୟମାନଙ୍କ ଉପନିବେଶ ସ୍ଥାପନ ହେବା ଫଳରେ ବିକାଶର ଧାରା ଯେଉଁ ଦିଗରେ ଗତି କରୁଥିଲା, ତାହା ଅନ୍ୟ ସମସ୍ତ ଦେଶ ତୁଳନାରେ ଖୁବ୍ ଅଧିକ ରଚନାତ୍ମକ ହୋଇପାରିଥା’ନ୍ତା ।
(iii) ଇଂରେଜମାନେ ଆମ ଦେଶରେ ରେଳ ଚଳାଚଳ ବ୍ୟବସ୍ଥା ପ୍ରଚଳନ କରି ଆମ ଦେଶରେ ଥିବା ଖଣିଜ ସମ୍ପଦକୁ ଲୁଟିନେଇ ସେମାନେ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ଲାଭ କଲେ । ଭାରତରେ ଉତ୍ପାଦିତ ହେଉଥିବା କପା, ସିଲ୍କ ଓ ଧାତବ ପଦାର୍ଥ ୟୁରୋପକୁ ରପ୍ତାନି ହେବା ଫଳରେ ଭାରତୀୟ ଶିଳ୍ପ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା । ଏହା ନହୋଇଥିଲେ କ୍ଷେତ୍ରରେ ଆମ୍ଭେମାନେ ଉଚ୍ଚସ୍ତରରେ ମଧ୍ୟ ପହଞ୍ଚିପାରିଥା’ନ୍ତୁ । ଆମର ନାଳନ୍ଦା ଓ ତକ୍ଷଶିଳାରେ ଥିବା ବିଶ୍ଵବିଦ୍ୟାଳୟମାନଙ୍କରେ ପ୍ରାଚୀନ ସଂସ୍କୃତି ଓ ଆଧୁନିକ ବିଜ୍ଞାନର ବିଷୟରେ ଅଧିକ ଗବେଷଣା କରାଯାଇପାରିଥା’ନ୍ତା, କିନ୍ତୁ ତାହା ହୋଇପାରି ନଥିଲା ।
(iv) ଖ୍ରୀଷ୍ଟାବ୍ଦ ୧୯୦୦ ବେଳକୁ ଭାରତ ଜ୍ୟୋତିର୍ବିଜ୍ଞାନ, ଆୟୁର୍ବିଜ୍ଞାନ ଓ ଗଣିତ ଶାସ୍ତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଥିଲା । ସେତେବେଳକୁ ବାରଣାସୀକୁ ‘ପୂର୍ବର ଆଲୋକ ବର୍ତିକା’ ଭାବରେ ଆଖ୍ୟା ଦିଆଯାଇଥିଲା । ଆମ ଦେଶରେ ଜାତିପ୍ରଥାକୁ ସଂସ୍କାରବାଦୀ ନେତାମାନେ ପ୍ରତିରୋଧ କରିବା ସହିତ ଏକ ନୂତନ ଆଲୋକବର୍ତ୍ତିକା ସଦୃଶ କାର୍ଯ୍ୟ କରିଯାଇଛନ୍ତି । ଜାତିପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବ ଉଠାଇ ଦିଆଯାଇଥିଲା । ସେଥିରେ ସାବିତ୍ରୀବାଈ ହୋଲକର ଓ ମୌଲାନା ଆଜାଦ ଖାନ୍ଙ୍କର ସାର୍ବଜନୀନ ଶିକ୍ଷା ଓ ସମାନତା ବିଶେଷ ସହାୟକ ହୋଇଥିଲା ।
(v) ୧୯୪୭ ମସିହା ବେଳକୁ ସାରା ବିଶ୍ଵରେ ଯୁଦ୍ଧର ଘନଘଟା ଚାଲିଥିଲାବେଳେ ଭାରତୀୟମାନେ ଜାତୀୟ କଂଗ୍ରେସ ଗଠନ କରି ଦେଶକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିପାରିଥିଲେ । ଭାରତୀୟ ନେତୃବୃନ୍ଦ ୟୁରୋପୀୟମାନଙ୍କର ବିଶାଳ ଉପନିବେଶକୁ ଧୂଳିସାତ କରିଦେଇଥିଲେ । ଆମର ଜାତୀୟ ପତାକା ତାହାର ଏକ ଜ୍ଵଳନ୍ତ ପ୍ରତୀକ ଅଟେ । ଏଥିରେ ବିଭିନ୍ନତା ମଧ୍ୟରେ ଏକତାଭାବ ପରିସ୍ଫୁଟ ହୋଇପାରିଛି । ପଙ୍କରେ ଯେପରି ପଦ୍ମ ବିକଶିତ ହୋଇଥାଏ, ଠିକ୍ ସେହିପରି ଭାରତ ତା’ର ନିଜ ଗୋଡ଼ରେ ଠିଆ ହୋଇପାରିଥା’ନ୍ତା ଓ ବିଶ୍ଵଦରବାରରେ ଏକ ସ୍ଵତନ୍ତ୍ର ମର୍ଯ୍ୟାଦା ବଜାୟ ରଖ୍ଯାରିଥା’ନ୍ତା । ଏହା ନିଃସନ୍ଦେଗୃହରେ କୁହାଯାଇପାରେ ।
![]()
Question 9.
ଅଭିନୟ ମାଧ୍ୟମରେ : ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ଉପରେ ଜଣେ ବ୍ରିଟିଶ ଅଧ୍ବକାରୀ ଏବଂ ଦାଦାଭାଇ ନାରୋଜୀଙ୍କ ପରି ଜଣେ ଭାରତୀୟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଏକ ଐତିହାସିକ କଥୋପକଥନ ପ୍ରଦର୍ଶନ କରେ ।
Answer:
(i) ‘‘ଏକ ଐତିହାସିକ କଥୋପକଥନ’’ ଭାରତର ଦାଦାଭାଇ ନାରୋଦୀ ଓ ଇଂରେଜ ଅଧିକାରୀ ସାର୍ ଏଡଓ୍ୱାଡ଼ ହାରିଙ୍ଗଟନ୍ ମଧ୍ଯରେ କଥୋପକଥନ । ୧୮୯୦ ମସିହା ପରବର୍ତ୍ତୀ ସମୟର କଥା ।
(ii) ସାର୍ ଏଡଓ୍ୱାଡ଼ ହାରିଙ୍ଗ୍ଟନ – ମୁଁ ଭାରତୀୟମାନଙ୍କର ଜ୍ଞାନକୁ ଖୁବ୍ ସମ୍ମାନ କରେ । ତୁମର ‘ବିତ୍ତର ବହିଃ ପ୍ରବାହ’ ନୀତି ଅତିରଞ୍ଜିତ ଅଟେ । ଆମେ ତୁମ ଦେଶରେ ରେଳପଥ, ଶିକ୍ଷା ଓ ଟେଲିଗ୍ରାମ ପ୍ରଚଳନ କରି ତୁମର ଅନେକ ଉପକାର କରିଅଛୁ । ତା’ ବଦଳରେ ଆମେ ପାଇଛୁ କ’ଣ ?
(iii) ଦାନାଭାଇ ନାରୋଦୀ ମହାଶୟ, ମୁଁ ଆପଣଙ୍କୁ ସମ୍ମାନର ସହ ଜଣାଇଦେବାକୁ ଚାହେଁ ଯେ ଆପଣମାନେ ଆମ ଦେଶର ଖର୍ଚ୍ଚରେ ଯେଉଁସବୁ ନୂତନ ବ୍ୟବସ୍ଥାମାନ ପ୍ରଚଳନ କରିଛନ୍ତି ସେଥିରେ ଇଂଲଣ୍ଡର ଅଧ୍ୟକ ପରିମାଣରେ ହିତସାଧନ ହୋଇଅଛି । ଭାରତରେ ମହଜୁଦ୍ ଥିବା କଞ୍ଚାମାଲଗୁଡ଼ିକୁ ସହଜରେ ବନ୍ଦରଗୁଡ଼ିକ ସ୍ଥାନାନ୍ତରିତ ହୋଇପାରିଛି । ଯାହାଫଳରେ ଭାରତରୁ ଅନେକ ପରିମାଣର ଦ୍ରବ୍ୟ ଅର୍ଥ ବିଦେଶକୁ ଚାଲିଯାଇଛି ।
(iv) ହାରିଙ୍ଗଟନ୍ – ଯଦି ଆମ୍ଭେମାନେ ତୁମ ଦେଶକୁ ଆସି ନଥା’ନ୍ତୁ ତେବେ ତୁମ୍ଭେମାନେ ଅନେକ ନୂତନ ସୁଖସୁବିଧାରୁ ବଞ୍ଚିତ ହୋଇଥା’ନ୍ତ । ତୁମର ସଭ୍ୟତା ସାମାଜିକ ବିକାଶ ସେତେ ସହଜରେ ଉନ୍ନତ ହୋଇପାରିନଥା’ନ୍ତା । ଆମର ଉପନିବେଶବାଦ ତୁମ୍ଭମାନଙ୍କର ଆଖୁ ଖୋଲିଦେଇଛି ।
(v) ଦାଦାଭାଇ ନାରେଜୀ – ତୁମ୍ଭମାନଙ୍କର ସାହାଯ୍ୟ ଆମର ଉପକାର ନକରି ଅଯଥା ଶୋଷଣ କରିବାରେ ବ୍ୟସ୍ତ ରହିଛି । ରେଳ ଚଳାଚଳ କରାଇବା ଆମ ଦେଶ ପାଇଁ ନକରି ବରଂ ଆପଣ ଆମ ଦେଶରୁ କଞ୍ଚାମାଲ ବନ୍ଦରକୁ ପଠାଇବା ଓ ସୈନ୍ୟମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଇବାରେ ବ୍ୟବହାର କରିଛନ୍ତି । ଖାଦ୍ୟଶସ୍ୟ ଉତ୍ପାଦନ ବନ୍ଦ କରିଦେବା ଫଳରେ ଆମ ଦେଶରେ ଅନେକ ମହାଦୁର୍ଭିକ୍ଷକୁ ସାମନା କରିବାକୁ ପଡ଼ିଛି । ଏଥିପାଇଁ ଇଂରେଜ ସରକାର ହିଁ ଦାୟୀ ।
(vi) ହାରିଙ୍ଗଟନ୍ – ଏହା କିଛି ନୂଆ କଥା ନୁହେଁ । ଯେକୌଣସି ଶାସନ ବ୍ୟବସ୍ଥାରେ ଏହାହିଁ ଘଟିଥାଏ । ଯେଉଁମାନେ ଶାସନ କରିବେ ସେମାନେ ସେମାନଙ୍କର ସୁଖସୁବିଧା ପାଇଁ ସବୁକିଛି କରିଥା’ନ୍ତି ।
(vii) ଦାଦାଭାଇ ନାରୋଗୀ – ତାହାହେଲେ ଆମକୁ ଓ ଆମର ଶାସନ ବ୍ୟବସ୍ଥାକୁ କାବୁ କରିନେଇ ଆମର ଲୋକମାନଙ୍କୁ ଅକଥନୀୟ ଭାବରେ ଅତ୍ୟାଚାର କରିଛନ୍ତି । ଆମର କ୍ଷମତା, ପ୍ରତି ପଢି ମାଟିରେ ମିଶିଯାଇଛି ।
(viii) ହାରିଙ୍ଗଟନ୍ – ଇଂଲଣ୍ଡ ପାର୍ଲିଆମେଣ୍ଟରେ ତୁମ ସପକ୍ଷରେ କହିବାକୁ କେହି ଭାରତୀୟ ନଥିଲେ । ସେଥିପାଇଁ ତୁମର ଅସୁବିଧାଗୁଡ଼ିକୁ ଆମ ପାର୍ଲିଆମେଣ୍ଟରେ ଉପସ୍ଥାପନ କରାଯାଇ ପାରିନଥିଲା । କିନ୍ତୁ ବାସ୍ତବରେ ତୁମେ ତୁମର ଦେଶକୁ ଶାସନ କରିପାରିଥା’ନ୍ତ ।
(ix) ଦାଦାଭାଇ ନାରୋଜୀ – ବହୁ ପୂର୍ବରୁ ଭାରତୀୟମାନେ ଖୁବ୍ ଭଲଭାବରେ ସେମାନଙ୍କରର ଶାସନ ପଦ୍ଧତି ଠିକ୍ ଭାବରେ ବଜାୟ ରଖୁଥିଲେ । ସେମାନଙ୍କର ଜ୍ଞାନ ଓ ଗରିମା ଅନ୍ୟମାନଙ୍କ ତୁଳନାରେ କମ୍ ନଥିଲା । ଆମକୁ ଆମର ସ୍ଵାଧୀନତା ଫେରାଇଦେଲେ ଠିକ୍ ଭାବରେ ଆମେ ସ୍ଵର ଉତ୍ତୋଳନ କରିପାରିବୁ ଓ ଆମର ସମ୍ପଦକୁ ବିନିଯୋଗ କରିପାରିବୁ ।
Question 10.
ଉପନିବେଶବାଦୀ ଶାସନ ସମୟରେ ତୁମ ରାଜ୍ୟ ବା ଅଞ୍ଚଳର ଏକ ପ୍ରତିରୋଧ ଆନ୍ଦୋଳନ (ଆଦିବାସୀ, କୃଷକ କିମ୍ବା ରାଜକୀୟ) ବିଷୟରେ ଚିନ୍ତା କର । ନିମ୍ନଲିଖ ବିଷୟଗୁଡ଼ିକ ଉପରେ ବର୍ଣ୍ଣନା କରି ଏକ ବିବରଣୀ ପ୍ରସ୍ତୁତ କର ।
- ପ୍ରମୁଖ କାରଣ କ’ଣ ଥିଲା (ଯଦି ଥାଏ) ?
- ଆନ୍ଦୋଳନର ନେତୃତ୍ଵ କିଏ ନେଇଥିଲେ ?
- ସେମାନଙ୍କର ଦାବୀ କ’ଣ ଥିଲା ?
- ଏଥୁପ୍ରତି ବ୍ରିଟିଶମାନଙ୍କର ପ୍ରତିକ୍ରିୟା କିପରି ଥିଲା ?
- ଆଜି ଏହି ଘଟଣାକୁ କିପରି ମନେରଖାଯାଇଛି । (ଯଥା- ସ୍ଥାନୀୟ ପର୍ବପର୍ବାଣି, ନୃତ୍ୟ, ଗୀତ ବା ସ୍ମାରକୀ ମାଧ୍ୟମରେ)
Answer:
(i) ବର୍ତ୍ତମାନ ଆମେ ଏଠାରେ ‘‘ସାନ୍ତାଳମାନଙ୍କର ବିଦ୍ରୋହ’? ସମ୍ପର୍କରେ ଆଲୋଚନା କରିବା । ୧୮୫୫ -୫୬ ମସିହାରେ ଏହି ବିଦ୍ରୋହଟି ବର୍ତ୍ତମାନର ଝାଡ଼ଖଣ୍ଡରେ ସଙ୍ଗଠିତ ହୋଇଥିଲା । ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସାନ୍ତାଳମାନେ ।
(ii) ପ୍ରମୁଖ କାରଣ – ସାନ୍ତଳମାନେ ଅଧ୍ଵକମାତ୍ରାରେ ଜମିଦାର, ମହାଜନ ଓ ଇଂରେଜମାନନେ ରାଜସ୍ଵ ଅଧିକାରୀମାନଙ୍କଦ୍ୱାରା ବିଶେଷ ଭାବରେ ଅତ୍ୟାଚାରିତ ହେଉଥିଲେ । ଜମିଜମା ବିବାଦ ଓ ଅଧୂକ କର ପ୍ରଦାନ ଫଳରେ ସେମାନେ ଦିନକୁ ଦିନ ଦାରିଦ୍ର୍ୟର କଷାଘାତରେ ପ୍ରପୀଡ଼ିତ ହେବାକୁ ଲାଗିଲେ । ଶାନ୍ତଶୀତଳ ସାନ୍ତାଳମାନେ ଧୀରେ ଧୀରେ ବିଦ୍ରୋହ କରିବାପାଇଁ ଅଣ୍ଟା ଭିଡ଼ିଥିଲେ ।
(iii) ଆନ୍ଦୋଳନର ନେତୃତ୍ୱ – ୧୮୫୫ ମସିହା ଜୁନ୍ ମାସରେ ସିଧୁ ମୁର୍ମୁ ଓ କାହ୍ନୁ ମୁର୍ମୁଙ୍କ ନେତୃତ୍ଵରେ ଏକ ସାନ୍ତାଳୀ ଦଳ ବିଦ୍ରୋହ କରିବା ଆରମ୍ଭ କରିଦେଇଥିଲେ । ହଜାର ହଜାର ସଂଖ୍ୟାରେ ସାନ୍ତାଳୀ ଜାତିର ଲୋକମାନେ ଏକତ୍ରିତ ହୋଇ ଇଂରେଜ ବିରୋଧୀ ସ୍ଲୋଗାନ ଦେବା ସହିତ ଇଂରେଜ ସରକାରଙ୍କ ନୀତି ଓ କର ବ୍ୟବସ୍ଥାକୁ ବିରୋଧ କରିଥିଲେ । ଏହା ସେତେବେଳେ ସେ ଅଞ୍ଚଳରେ ଏକ ପ୍ରମୁଖ ଘଟଣା ଥିଲା । ଇଂରେଜମାନଙ୍କର ମନୋମୁଖୀ ଶାସନ ବ୍ୟବସ୍ଥାକୁ ସେମାନେ ଖୋଲାଖୋଲି ଭାବରେ ବିରୋଧ କରିଥିଲେ ।
(iv) ସେମାନଙ୍କର ଦାବି – ବ୍ରିଟିଶ ସମର୍ଥନରେ ସେମାନଙ୍କ ପୈତୃକ ଜମି ଛଡ଼ାଇ ନେଉଥୁବା ମହାଜନ ଓ ଜମିଦାରଙ୍କ ବିରୋଧରେ ସାନ୍ତାଳମାନେ ସଂଗ୍ରାମ ଚାଲୁରଖୁଲେ । ସେମାନଙ୍କର ପୈତୃକ ଜମିକୁ ଫେରାଇବା ଓ ଅତ୍ୟଧିକ କରପ୍ରଦାନ ବ୍ୟବସ୍ଥାକୁ ରଦ୍ଦ କରିବାପାଇଁ ସେମାନେ ଦାବି କରିଥିଲେ ।
(v) ବ୍ରିଟିଶରମାନଙ୍କର ପ୍ରତିକ୍ରିୟା – ସାନ୍ତାଳମାନେ ଶେଷ ରକ୍ତ ବିନ୍ଦୁଥିବା ଯାଏ ସରକାରଙ୍କ ବିରୋଧରେ ସଂଗ୍ରାମ କରିବାକୁ ଶପଥ ନେଇଥିଲେ । କିନ୍ତୁ ବ୍ରିଟିଶରମାନଙ୍କର ପ୍ରତିକ୍ରିୟା ଥୁଲା ଅମାନୁଷିକ ଓ ପାଶବିକ । ସେମାନଙ୍କର ଗାଁଗୁଡ଼ିକୁ ପୋଡ଼ିଦିଆଗଲା ଓ ଅନେକ ସାନ୍ତଳୀ ନେତାମାନଙ୍କୁ ହତ୍ୟା କରିଦିଆଗଲା । ତଥାପି ସେମାନେ ହାରିଯାଇ ନଥିଲେ ।
ଏହି ଘଟଣାଟି ପରବର୍ତ୍ତୀ ସମୟରେ ଆଲୋକବର୍ତ୍ତିକା ସଦୃଶ ଅନେକ ଜନଜାତିର ଲୋକମାନଙ୍କୁ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଇଥିଲା । ଏହି ଘଟଣାପରେ ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି କାରାବରଣ ମଧ୍ଯ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଫାସୀ ଖୁଣ୍ଟରେ ଝୁଲିବାକୁ ପଡ଼ିଥିଲା । ଉଦାହରଣ ସ୍ଵରୂପ ପ୍ରଥମ ସହିଦ ମଙ୍ଗଲ ପାଣ୍ଡେ ଥ୍ଲେ ଅନ୍ୟତମ ।
![]()
ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୮୫) :
Question 1.
ଉପନିବେଶବାଦ କ’ଣ ?
Answer:
- ଗୋଟିଏ ଦେଶ ଅନ୍ୟ ଏକ ଦେଶର ଅଞ୍ଚଳକୁ ଅଧିକାର କରି ସେଠାରେ ନିଜର ବସତି ସ୍ଥାପନ କରିବା ସହିତ ନିଜର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିଚାରଧାରାକୁ ପ୍ରୟୋଗ କରିବାକୁ ଉପନିବେଶବାଦ କୁହାଯାଏ ।
- ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରୁ ଆରମ୍ଭ କରି ଖ୍ରୀଷ୍ଟୀୟ ପ୍ରଥମ ସହସ୍ରାବ୍ଦ ମଧ୍ୟରେ ଏହାର ପରିପ୍ରକାଶ ଦେଖିବାକୁ ମିଳିଥିଲା ।
Question 2.
କ’ଣ ଇଉରୋପୀୟ ଶକ୍ତିଗୁଡ଼ିକୁ ଭାରତକୁ ଆକର୍ଷିତ କରିଥିଲା ?
Answer:
- ଇଉରୋପୀୟମାନେ ଯେତେବେଳେ ଭାରତୀୟ ଉପମହାଦେଶକୁ ଜଳଯାତ୍ରା ଆରମ୍ଭ କଲେ, ସେତେବେଳେ ଭାତ ଏକ ସକ୍ରିୟ ଅର୍ଥନୈତିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଉଭା ହୋଇଥିଲା ।
- ସେତେବେଳେ ଭାରତ ଚୀନ ସହିତ ବିଶ୍ଵର ଦୁଇ ଅର୍ଥନୀତି ମଧ୍ୟରୁ ଗୋଟିଏ ଥିଲା । ଭାରତର ଉତ୍ପାଦନ କ୍ଷମତା, ବିବିଧ କୃଷି ଉତ୍ପାଦନ ଏବଂ ବ୍ୟାପକ ଅନ୍ତଃ ଓ ବହିର୍ବାଣିଜ୍ୟ ଯୋଗୁଁ ଏହା ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ ଥିଲା ଯାହା ଇଉରୋପୀୟ ଶକ୍ତିଗୁଡ଼ିକୁ ଭାରତକୁ ଆକର୍ଷିତ କରିଥିଲା ।
Question 3.
ଔପନିବେଶିକ ଯୁଗ ସମୟରେ ଏବଂ ପୂର୍ବରୁ ଭାରତର ଅର୍ଥନୈତିକ ଓ ଭୌଗୋଳିକ ସ୍ଥିତି କ’ଣ ଥିଲା ?
Answer:
(i) ଔପନିବେଶିକ ଯୁଗ ପୂର୍ବରୁ ଭାରତ ରାଜ୍ୟ ଏବଂ ସାମ୍ରାଜ୍ୟର ଏକ ଗୋଷ୍ଠୀ ଥିଲା । ମୋଗଲ, ମରାଠା, ରାଜପୁତ ଏବଂ ଦକ୍ଷିଣ ରାଜ୍ୟ ଭଳି ସ୍ଥାନୀୟ ଶାସକଙ୍କ ମଧ୍ୟରେ କ୍ଷମତା ବଣ୍ଟନ କରାଯାଇଥିଲା ।
(ii) ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମାର୍ଗରେ ଏକ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ର ଥିଲା । ମଣି, ବସ୍ତ୍ର ଏବଂ ମସଲା ପାଇଁ ଏହା ମଧ୍ୟପ୍ରାଚ୍ୟ, ଇଉରୋପ ଏବଂ ଦକ୍ଷିଣ-ପୂର୍ବ ଏସିଆର ବ୍ୟବସାୟୀମାନଙ୍କୁ ଆକର୍ଷିତ କରୁଥିଲା ।
(iii) ଏହାର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଉଚ୍ଚମାନର ଥିଲା ଏବଂ ଏହା ଚୀନ୍ ସହିତ ବିଶ୍ଵର ଦ୍ଵିତୀୟ ସର୍ବବୃହତ୍ ଅର୍ଥନୀତି ଥିଲା । ଉପନିବେଶ ସମୟରେ ବ୍ରିଟିଶ୍ଵାନେ ଭାରତର ଅର୍ଥନୀତିକୁ ଏପରି ରୂପ ଦେଲେ ଯାହା ବ୍ରିଟେନ୍କୁ କଞ୍ଚାମାଲ ଯୋଗାଇଥିଲା ଏବଂ ସ୍ଥାନୀୟ ଶିଳ୍ପ ଓ ହସ୍ତଶିଳ୍ପକୁ କ୍ଷତି ପହଞ୍ଚାଇଥିଲା ଏବଂ ଭାରତ ବ୍ରିଟିଶ୍ ସାମଗ୍ରୀ କିଣିବାକୁ ବାଧ୍ୟ ହୋଇଥିଲା ।
(iv) ଭାରତର ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ବ୍ରିଟିଶ୍ୟାମାନଙ୍କଦ୍ଵାରା ନିୟନ୍ତ୍ରିତ ହେଲା । ଭାରତୀୟ ଗଡ଼ଜାତ ରାଜ୍ୟଗୁଡ଼ିକ ସ୍ଵାଧୀନ ଥିଲେ କିନ୍ତୁ ସେମାନଙ୍କୁ ବୈଦେଶିକ ବ୍ୟାପାର ସମ୍ବନ୍ଧରେ କାର୍ଯ୍ୟ କରିବାକୁ ଅନୁମତି ନଥିଲା ।
(v) ଉପନିବେଶବାଦୀ ଆବଶ୍ୟକତା ଅନୁଯାୟୀ ଭାରତର ସୀମା ପରିବର୍ତ୍ତନ କରାଯାଇଥିଲା ଏବଂ ଏହାଦ୍ଵାରା ସାଂସ୍କୃତିକ ଏବଂ ଐତିହାସିକ ତଥ୍ୟକୁ ଅଣଦେଖା କରାଯାଇଥିଲା ।
![]()
Question 4.
ଭାରତର ବ୍ରିଟିଶ ଔପନିବେଶିକ ଆଧୂପତ୍ୟ କିପରି ଦେଶକୁ ପ୍ରଭାବିତ କରିଥିଲା ?
Answer:
(i) ଭାରତରେ ବ୍ରିଟିଶ୍ ଔପନିବେଶିକ ଆଧୂପତ୍ୟ ଦେଶ ଉପରେ ଗୁରୁତର ପ୍ରଭାବ ପକାଇଥିଲା । ଏହା ଭାରତର ସମ୍ପତ୍ତିକୁ ନଷ୍ଟ କରିଦେଇଥିଲା, ଭୟଙ୍କର ଦୁର୍ଭିକ୍ଷ ସୃଷ୍ଟି କରିଥିଲା ଏବଂ ସ୍ଥାନୀୟ ଶିଳ୍ପଗୁଡ଼ିକୁ ନଷ୍ଟ କରିଦେଇଥିଲା ।
(ii) ଏହା ପାରମ୍ପରିକ ଶାସନ ଏବଂ ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଦେଇଥିଲା ।
(iii) ବ୍ରିଟିଶ୍ ସ୍ଵାର୍ଥ ପୂରଣ କରିବା ପାଇଁ ଅର୍ଥନୀତିକୁ ପୁନଃଗଠିତ କରାଯାଇଥିଲା । ବ୍ରିଟିଶ୍ ବିରୋଧୀ ଆନ୍ଦୋଳନଗୁଡ଼ିକୁ ନିଷ୍ଠୁର ଭାବେ ଦମନ କରାଯାଇଥିଲା ।
(iv) ସ୍ଵାଧୀନତା ବେଳକୁ ଭାରତ ଦରିଦ୍ର ଏବଂ ଶୋଷିତ ହୋଇଯାଇଥିଲା । ଉପନିବେଶବାଦୀ ଶାସନ ମଧ୍ୟ ସ୍ଥାୟୀ ସାମାଜିକ ଏବଂ ଅର୍ଥନୈତିକ ବିଭାଜନ ସୃଷ୍ଟି କରିଥିଲା ।
ଆସ ଅନୁସନ୍ଧାନ କରିବା :
Question 1.
କାର୍ଟୁନ ଚିତ୍ରଟି କ’ଣ ପ୍ରକାଶ କରିବାକୁ ଚାହୁଁଛି ବୋଲି ତୁମେ ଭାବୁଛ ? (ମନେରଖ, ଟେଲିଗ୍ରାଫ ପ୍ରଥମ ଥର ପାଇଁ ତୁରନ୍ତ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲା। ଏବଂ ସେତେବେଳର ସମୟ ପାଇଁ ତାହା ଏକ ନୂତନ ଉଦ୍ଭାବନ ଥିଲା ।) ଚିତ୍ରଟିର ବିଭିନ୍ନ ଉପାଦାନ ବିଷୟରେ ବିଶ୍ଳେଷଣ କର ।
Answer:
ଚିତ୍ରଟିର ବିଭିନ୍ନ ଉପାଦାନ :
(i) ଯୋଗାଯୋଗର ଗତି : ଟେଲିଗ୍ରାଫ୍ ଉଦ୍ଭାବନ ହେବା ପୂର୍ବରୁ ବାର୍ତ୍ତାଗୁଡ଼ିକ ସପ୍ତାହ କିମ୍ବା ମାସ ମଧ୍ୟରେ ବିଭିନ୍ନ ଦେଶ ମଧ୍ୟରେ ପହଞ୍ଚାଯାଇ ପାରୁଥିଲା । କାର୍ଟୁନ୍ରେ ଥିବା ଚରିତ୍ର ଏବେ ପବନ ଅପେକ୍ଷା ଦ୍ରୁତ ବାର୍ତ୍ତା ପଠାଇ ପାରିବେ ।
(ii) ପରିବର୍ତ୍ତନଶୀଳ ଶକ୍ତି : ଏହି କାର୍ଟୁନ୍ ଟେଲିଗ୍ରାଫ୍ ଏକ ଶକ୍ତିଶାଳୀ ପୁସ୍ତକ ବିଦ୍ୟା ଭାବରେ ଦର୍ଶାଉଛି ଯାହା ବିଶ୍ଵର ପୂର୍ବ ଦୂରବର୍ତ୍ତୀ କ୍ଷେତ୍ରଗୁଡ଼ିକୁ ସଂଯୋଗ କରି ଚାଲିଛି । ଏହା ଏକ ବିଶ୍ଵକୁ ସଂକୁଚିତ ହେଉଥୁବା ଚିତ୍ରଣ କରିପାରେ ।
(iii) ଉପନିବେଶବାଦୀ : ଉପନିବେଶବାଦ ଦୃଷ୍ଟିକୋଣରୁ ଟେଲିଗ୍ରାଫ୍ ବ୍ରିଟିଶ୍ ଏବଂ ଅନ୍ୟାନ୍ୟ ସାମ୍ରାଜ୍ୟଗୁଡ଼ିକ ଉପନିବେଶଗୁଡ଼ିକ ଉପରେ ସେମାନଙ୍କର ନିୟନ୍ତ୍ରନ୍ତ୍ରଣ ଜାହିର କରିବାକୁ ଅଧିକ ସହଜ କରିଥିଲା । ଏହି କାର୍ଟୁନ୍ରେ ଜଣେ ବ୍ରିଟିଶ୍ ଅଧିକାରୀଙ୍କୁ ଲଣ୍ଡନରୁ ଭାରତରେ ଥିବା ଅଧିକାରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ବିଷୟରେ ଚିତ୍ରଣ କରାଯାଇପାରେ, ଯେଉଁଥରେ କମାଣ୍ଡିଂ ଅଫିସର ହସିବାର ଅର୍ଥ ହେଉଛି ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିଲା
![]()
Question 2.
ଭାରତର ଅଣବ୍ରିଟିଶ ଶାସନ ବୋଲି ଦାନାଭାଇ ନାରୋଜୀ କାହାକୁ ଲକ୍ଷ୍ୟକରି କହିଥିଲେ ବୋଲି ତୁମେ ଭାବୁଛ ? (ସୂଚନା ସେ ୧୮୯୨ ମସିହାରେ ଯୁକ୍ତରାଜ୍ୟର ହାଉସ୍ ଅଫ୍ କମନସ୍ର ସଦସ୍ୟ ଥିଲେ ।)
Answer:
(i) ଦାଦାଭାଇ ନାରୋଜୀ ‘ଭାରତରେ ଅଣବ୍ରିଟିଶ୍ ଶାସନ’ ବାକ୍ୟାଶ ବ୍ୟବହାର କରି ବ୍ରିଟିଶ୍ ଉପନିବେଶବାଦୀ ଶାସନ କିପରି ନ୍ୟାୟ ଏବଂ ଉଦାରବାଦର ନୀତିଗୁଡ଼ିକୁ ଉଲ୍ଲଙ୍ଘନ କରିଥିଲା ତାହା ଉପରେ ଆଲୋକପାତ କରିଥିଲେ ।
(ii) ସେ ଯୁକ୍ତି ବାଢ଼ିଥିଲେ ଯେ ଉପରୁ ବ୍ରିଟିଶ୍ ଶାସନ ନ୍ୟାୟବାନ ଏବଂ ପ୍ରଗତିଶୀଳ ଦେଖାଯାଉଥିଲେ ମଧ୍ୟ ଏହା ମୌଳିକ ଭାବରେ ଶୋଷଣମୂଳକ ଥିଲା ଏବଂ ଅନ୍ୟାୟ କାର୍ଯ୍ୟ କରୁଥିଲା ।
(iii) ହାଉସ୍ ଅଫ୍ କମନ୍ସରେ ଜଣେ ସଦସ୍ୟ ଭାବେ ସେ ବିଶ୍ୱାସ କରୁଥିଲେ ଯେ ବ୍ରିଟିଶ୍ମାନେ ଭାରତୀୟମାନଙ୍କୁ ବ୍ରିଟେନ୍ରେ ଲୋକଙ୍କୁ ଦିଆଯାଇଥିବା ସମାନ ସମ୍ମାନ ଓ ଅଧିକାର ଭାରତୀୟମାନଙ୍କୁ ପ୍ରଦାନ କରୁନାହାନ୍ତି ।
Question 3.
ଭାରତୀୟ ବୟନ ଶିଳ୍ପକୁ ବର୍ଣ୍ଣନା କରିବା ନିମନ୍ତେ ଉପରେ ବର୍ଣ୍ଣିତ ତାଲିକାଗୁଡ଼ିକୁ ତୁମେ ବୁଝି ପାରିଲ କି ? ଯଦି ନୁହେଁ, ତେବେ ଚାରି ବା ପାଞ୍ଚଟି ଦଳରେ ବିଭାଜିତ ହୋଇ ଏହାକୁ ଆଲୋଚନା କର ଏବଂ ପରସ୍ପରର ଆବିଷ୍କାରକୁ ତୁଳନା କର । ଦରକାର ପଡ଼ିଲେ ଶିକ୍ଷକଙ୍କ ସାହାଯ୍ୟ ନିଅ ।
Answer:
(i) କପା : କପା ଏକ ନରମ ଫୁଲିଥିବା ତନ୍ତୁ ଯାହା କପା ଫଳର ମଞ୍ଜି ଚାରିପାଖରେ ଥାଏ । ଏହାକୁ ପୋଷାକ ତିଆରି କରିବା ପାଇଁ ବ୍ୟବହାର କରାଯାଏ ।
(ii) ଝୋଟ : ଝୋଟ ଏକ ଦୃଢ଼ ତନ୍ତୁ ମାତ୍ର ଏହା ଅମସୃଣ । ଏଥିରୁ ବସ୍ତା, ରସି, ଗାଲିଚା ଏବଂ ମ୍ୟାଟ୍ ତିଆରି କରିବାରେ ବ୍ୟବହାର କରାଯାଏ ।
(iii) ରେଶମ ରେଶମ ଏକ ସୂକ୍ଷ୍ମ ଏବଂ ବିଳାସପୂର୍ଣ୍ଣ ତନ୍ତୁ ଯାହା ସାଧାରଣତଃ ଶାଢ଼ି, ସୁଟ୍, ସାଲୱାର ଏବଂ କୁର୍ତ୍ତା ଇତ୍ୟାଦି ତିଆରି କରିବାରେ ବ୍ୟବହୃତ ହୁଏ ।
(iv) ପଶମ : ପଶମ ହେଉଛି ମେଣ୍ଢା ଭଳି ପ୍ରାଣୀଙ୍କ ଲୋମରୁ ତିଆରି ଏକ ନରମ, ଉଷ୍ଣ ତନ୍ତୁ । ଏହାକୁ ଶୀତଦିନେ ପିନ୍ଧା ଯାଉଥିବା ବସ୍ତ୍ର, ଯଥା- ସ୍ଵେଟର, ଶାଲ୍, ମଫଲର ଇତ୍ୟାଦି ତିଆରି କରିବା ପାଇଁ ବ୍ୟବହାର କରାଯାଏ ।
(v) କତା : କତା ନଡ଼ିଆରୁ ବାହାରୁଥିବା ତନ୍ତୁ । ଏଥବରେ ରସି, ପାପୋଛ ଇତ୍ୟାଦି ତିଆରି କରାଯାଏ ।
(vi) ଛଣପଟ : ଛଣପଟ ଏକ ଅତ୍ୟନ୍ତ ଶକ୍ତିଶାଳୀ ପ୍ରାକୃତିକ ତନ୍ତୁ । ଏହାକୁ ବ୍ୟାଗ୍ ଏବଂ ରସି ତିଆରି କରିବାରେ ବ୍ୟବହାର କରାଯାଏ । .
Question 4.
ମାନଚିତ୍ରକୁ ଦେଖ । ସୀମା ଏବଂ ନାମ ଉଭୟ ଦୃଷ୍ଟିରୁ ଆଜିର ଭାରତର ମାନଚିତ୍ର ସହିତ ଏହି ମାନଚିତ୍ରର ମୁଖ୍ୟ ପାର୍ଥକ୍ୟ କ’ଣ ?
Answer:
(i) ଭାରତର ଏହି ଐତିହାସିକ ମାନଚିତ୍ର ଆଜିର ଭାରତର ମାନଚିତ୍ରଠାରୁ ଅନେକ ପାର୍ଥକ୍ୟ ଦର୍ଶାଉଛି । ସୀମା ଦୃଷ୍ଟିରୁ ବିଚାର କଲେ ୧୯୦୯ ମସିହାରେ ବ୍ରିଟିଶ୍ ଶସାନ ସମୟରେ ଭାରତରେ ପାକିସ୍ତାନ, ବାଂଲାଦେଶ ଏବଂ ମିଆଁମାର (ବର୍ମା) ମଧ୍ୟ ସାମିଲ ଥିଲା ।
(ii) ଏହି ଦେଶଗୁଡ଼ିକ ଏବେ ପୃଥକ୍ ରାଷ୍ଟ୍ର ହୋଇଗଲେଣି । ଉତ୍ତର-ପଶ୍ଚିମ ସୀମାରେ ବେଲୁଚିସ୍ତାନ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ ବର୍ତ୍ତମାନ ପାକିସ୍ତାନରେ ଅନ୍ତର୍ଭୁକ୍ତ ।
(iii) ସେତେବେଳର ମାନଚିତ୍ରରେ ଥିବା କିଛି ସ୍ଥାନର ନାମ ବର୍ତ୍ତମାନ ଭିନ୍ନ ଅଟେ । ଉଦାହରଣ ସ୍ୱରୂପ – କଲିକତା ବର୍ତମାନ କୋଲକାତା, ବମ୍ବେ ବର୍ତ୍ତମାନ ମୁମ୍ବାଇ, ମାଡ୍ରାସ ବର୍ତ୍ତମାନ ଚେନ୍ନାଇ, ବର୍ମା ବର୍ତ୍ତମାନ ମିଆଁମାର । ବ୍ରିଟିଶ୍ ଶାସନ ସମୟରେ ଏହି ଅଞ୍ଚଳଗୁଡ଼ିକୁ ପ୍ରଦେଶ, ଏଜେନ୍ସି କିମ୍ବା ଦେଶୀୟ ରାଜ୍ୟ କୁହାଯାଉଥିଲା ।
(iv) ମାନଚିତ୍ରରେ ଗୋଲାପୀ ରଙ୍ଗରେ ‘ବ୍ରିଟିଶ୍ ଇନ୍’ (ସିଧାସଳଖ ବ୍ରିଟିଶ୍ଙ୍କଦ୍ଵାରା ଶାସନ) ଭାବରେ ଅଞ୍ଚଳଗୁଡ଼ିକୁ ଦର୍ଶାଯାଇଛି । ହଳଦିଆ ରଙ୍ଗର ଅଞ୍ଚଳଗୁଡ଼ିକ ବ୍ରିଟିଶ୍ ନିୟନ୍ତ୍ରଣରେ ଭାରତୀୟ ରାଜାମାନଙ୍କଦ୍ଵାରା ଶାସିତ ‘ସ୍ଥାନୀୟ ରାଜ୍ୟ’ ଥିଲା । ବର୍ତ୍ତମାନ ସମସ୍ତ ଅଞ୍ଚଳ ଭାରତୀୟ ଗଣରାଜ୍ୟର ଅଂଶ ।
(v) ପରେ ଗଠିତ ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏହି ମାନଚିତ୍ରରେ ରହିଥିଲା ଯାହା
(vi) ମାନଚିତ୍ରରେ ପରିବହନ ଓ ନିୟନ୍ତ୍ରଣ ପାଇଁ ବ୍ରିଟିଶ୍ ଶାସନ ସମୟରେ ଗୁରୁତ୍ଵପୂର୍ଣ୍ଣ ରେଳଲାଇନ୍ଗୁଡ଼ିକୁ ମଧ୍ଯ ଦର୍ଶାଯାଇଛି ।
![]()
Question 5.
ଜଣେ କଳାକାରଙ୍କ କଳ୍ପନାରୁ ଉତ୍ପନ୍ନ ୧୫୮୬ ମସିହାର ଏକ ସ୍କେଚ୍ (ଚିତ୍ରରେ) ସାନ୍ତାଳମାନଙ୍କୁ କିପରି ଚିତ୍ରିତ କରାଯାଇଛି ତାହା ଲକ୍ଷ୍ୟକର । ସେମାନଙ୍କର ରଙ୍ଗ, ପୋଷାକ, ଅସ୍ତ୍ରଶସ୍ତ୍ରକୁ ପର୍ଯ୍ୟବେକ୍ଷଣ କର ଏବଂ ଏହି ଚିତ୍ରଟି ବ୍ରିଟେନ୍ର ଲୋକମାନଙ୍କ ମନରେ କି ପ୍ରକାର ପ୍ରତିଛବି ସୃଷ୍ଟି କରିଥବ, ତା’ର ନିଷ୍କର୍ଷ ଆଲୋଚନା କରି ପ୍ରକାଶ କର ।
Answer:
୧୮୫୬ ମସିହାର ଏହି ସ୍କେଟ୍ରେ ସାନ୍ତାଳମାନଙ୍କୁ କଳା ଚର୍ମ, ସର୍ବନିମ୍ନ ପୋଷାକ, ପାରମ୍ପରିକ ଧନୁ ଏବଂ ତୀର ସହିତ ଦର୍ଶାଯାଇଛି । ସେମାନେ ବଣୁଆ, ଆଦିମ ଏବଂ ହିଂସାତ୍ମକ ଦେଖାଯାଉଛନ୍ତି । ସେମାନଙ୍କର ହସ୍ତ ନିର୍ମିତ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ବ୍ରିଟିଶ୍ ସୈନିକମାନେ ଲଢ଼େଇ କରୁଛନ୍ତି । ଏହି କାଳ୍ପନିକ ଚିତ୍ରଟି ସମ୍ଭବତଃ ବ୍ରିଟିଶ୍ ଜନସାଧାରଣଙ୍କ ମନରେ ଏକ ନକାରାତ୍ମକ ଏବଂ ଭୟଙ୍କର ଚିତ୍ର ସ୍ପଷ୍ଟ କରିଥିଲା । ଯେଉଁଥିରେ ସାନ୍ତାଳମାନଙ୍କୁ ଅନ୍ୟାୟ ପ୍ରତିରୋଧ କରିବା ପରିବର୍ତ୍ତେ ଅସଭ୍ୟ ଓ ନିଷ୍ଠର ଭାବରେ ଚିତ୍ରଣ କରାଯାଇଥିଲା । ଏହା ବ୍ରିଟିଶ୍ ଶାସନକୁ ଏକ ‘ସଭ୍ୟ ମିଶନ୍’ ଭାବରେ ପ୍ରମାଣିତ କରିବା ପାଇଁ ସାହାଯ୍ୟ କରିଥିଲା ଏବଂ ଜମି ହରାଇବା ଜନିତ କ୍ଷତି ଭଳି ଆଦିବାସୀ ବିଦ୍ରୋହର ପ୍ରକୃତ କାରଣଗୁଡ଼ିକୁ ଲୁଚାଇ ରଖୁଥଲା ।
Question 6.
ନୀଳ ହେଉଛି କପଡ଼ା ରଙ୍ଗାଇବାରେ ବ୍ୟବହୃତ ହେଉଥିବା ଏକ ଗାଢ଼ ନୀଳ ରଙ୍ଗର ଦ୍ରବ୍ୟ । ତୁମେ ଅନ୍ୟ ପ୍ରାକୃତିକ ପଦାର୍ଥ ବିଷୟରେ ଚିନ୍ତା କର ଯାହା ଭାରତର ପାରମ୍ପରିକ ଭାବରେ କପଡ଼ା ରଙ୍ଗ କରିବା ପାଇଁ ବ୍ୟବହୃତ ହୋଇ ଆସୁଛି ?
Answer:
(i) ଭାରତରେ ପାରମ୍ପରିକ ଭାବରେ ହଳଦୀ, ମେହେନ୍ଦି, ମଞ୍ଜିଷ୍ଠା ଚେର, ଡାଳିମ୍ବ ଚୋପା, ନୀଳ, ନିମପତ୍ର, ଗଛର ଛାଲ, ଲାଖ କୀଟ, ଝୁଣା ଇତ୍ୟାଦି ଅନେକ ପ୍ରାକୃତିକ ପଦାର୍ଥ ବ୍ୟବହାର କରାଯାଏ ଏବଂ ଏହି ପଦାର୍ଥଗୁଡ଼ିକ ହଳଦିଆ, ଲାଲ-ବାଦାମୀ, ଲାଲ, ଗୋଲାପୀ, ସବୁଜ, ଧୂସର, ବାଇଗଣୀ ଇତ୍ୟାଦି ବିଭିନ୍ନ ରଙ୍ଗ ଦେଇଥାଏ ।
(ii) ଏହି ରଙ୍ଗଗୁଡ଼ିକ ପରିବେଶ ଅନୁକୂଳ ଥିଲା ଏବଂ ବ୍ଲକ୍ ପ୍ରିଣ୍ଟିଂ, କଳାକାରି ଏବଂ ବନ୍ଧନୀଭଳି ପାରମ୍ପରିକ ବସ୍ତ୍ରକଳାରେ ବ୍ୟବହୃତ ହୋଇ ଆସୁଛି ।
Question 7.
ଭାରତ ସ୍ଵାଧୀନତା ଲାଭ କରିବା ପରେ ‘ସିପାହୀ ବିଦ୍ରୋହ’ ଶବ୍ଦକୁ କାହିଁକି ପ୍ରତ୍ୟାଖ୍ୟାନ କରାଯାଇଥିଲା ବୋଲି ତୁମେ ଭାବୁଛ ? ଏହାର କାରଣ ବ୍ୟାଖ୍ୟା କରି ତୁମେ ଏକ ଅନୁଚ୍ଛେଦ ଲେଖ ।
Answer:
(i) ଭାରତ ସ୍ଵାଧୀନତା ଲାଭ କରିବା ପରେ ଐତିହାସିକମାନେ ‘ସିପାହୀ ବିଦ୍ରୋହ’ ଶବ୍ଦଟିକୁ ପ୍ରତ୍ୟାଖ୍ୟାନ କରିଥିଲେ କାରଣ ଏହା ଏକ ଭୁଲ୍ ଧାରଣା ପ୍ରଦାନ କରେ ଯେ କେବଳ କିଛି ଭାରତୀୟ ସୈନିକ ବ୍ୟକ୍ତିଗତ କିମ୍ବା ସାମରିକ କାରଣରୁ ବିଦ୍ରୋହ କରିଥିଲେ ।
(ii) ବାସ୍ତବରେ ୧୮୫୭ର ବିଦ୍ରୋହ ଏକ ବନ ଏବଂ ବ୍ୟାପକ ବିଦ୍ରୋହ ଥୁଲା ଯେଉଁଥିରେ କେବଳ ଭାରତୀୟ ସୈନିକମାନେ ନଥିଲେ, ବରଂ ଭାରତର ବିଭିନ୍ନ ସ୍ଥାନରୁ କୃଷକ, ଜମିଦାର, ଆଞ୍ଚଳିକ ରାଜା ଏବଂ ନାଗରିକମାନେ ମଧ୍ୟ ସାମିଲ ଥିଲେ ।
(iii) ଏହା ବ୍ରିଟିଶ୍ ଶାସନ ଏବଂ ଅତ୍ୟାଚାର ବିରୁଦ୍ଧରେ ଏକ ମିଳିତ ଲଢ଼େଇ ଥିଲା । ଏହାକୁ କେବଳ ଏକ ‘ବିଦ୍ରୋହ’ ବୋଲି କହିବାଦ୍ଵାରା ଏହାର ଜାତୀୟ ଚରିତ୍ର ଏବଂ ଏହା ପ୍ରତିନିଧ୍ଵ କରୁଥିବା ସ୍ଵାଧୀନତା ସଂଗ୍ରାମକୁ ଲୁଚାଇଦିଏ ।
![]()
Question 8.
ଏହା ଉନ୍ମୁକ୍ତ କଲା (ପୁନଃ ଉନ୍ମୁକ୍ତ କଲା) ଭାରତକୁ ବିଶ୍ଵ ପାଇଁ ଓ ବିଶ୍ୱକୁ ଭାରତ ପାଇଁ ବାକ୍ୟରେ ‘ପୁନଃ ଉନ୍ମୁକ୍ତ କଲା’ ଯୋଡ଼ିଛୁ ବୋଲି ତୁମେ କାହିଁକି ଭାବୁଛ ?
Answer:
(i) ‘ପୁନଃ ଉନ୍ମୁକ୍ତ କଲା’ ଶବ୍ଦଟି ବ୍ୟବହାର କରାଯାଇଥିଲା କାରଣ ଭାରତ ଉପନିବେଶବାଦର ବହୁ ପୂର୍ବରୁ ବାଣିଜ୍ୟ, ଏହାର ସାଂସ୍କୃତିକ ଐତିହ୍ୟ ଏବଂ ଦର୍ଶନ ମାଧ୍ଯମରେ ବିଶ୍ଵ ସହିତ ଯୋଡ଼ି ହୋଇସାରିଥିଲା ।
(ii) ଭାରତ ରେଶମ ମାର୍ଗ ମାଧ୍ୟମରେ ବାଣିଜ୍ୟରେ ଏକ ମୁଖ୍ୟ ଭାଗିଦାର ଥିଲା ଏବଂ ଏହାର ଏକ ସୁପ୍ରତିଷ୍ଠିତ ସାମୁଦ୍ରିକ ବନ୍ଦର ଏବଂ ବାଣିଜ୍ୟ ବ୍ୟବସ୍ଥା ଥିଲା, ଯାହା ମସଲା, ମଣି, କପା, ନୀଳ ଏବଂ ଆହୁରି ଅନେକ ଦ୍ରବ୍ୟ ରପ୍ତାନୀ କରୁଥିଲା ।
(iii) ବ୍ରିଟିଶ୍ମାନଙ୍କ ପୂର୍ବରୁ ବୌଦ୍ଧ ଓ ହିନ୍ଦୁଧର୍ମ ସାରା ବିଶ୍ଵରେ ବ୍ୟାପକ ଭାବରେ ପ୍ରସାରିତ ହୋଇଥିଲା । ତେଣୁ ବ୍ରିଟିଶ୍ମାନେ ଭାରତକୁ ବିଶ୍ଵ ସହିତ ଯୋଡ଼ି ନଥିଲେ କାରଣ ଏହା ପୂର୍ବରୁ ଭାରତ ବିଶ୍ଵ ସହିତ ଯୋଡ଼ି ହୋଇସାରିଥିଲା ।
Question 9.
କେତେକ ଯୁକ୍ତି କରନ୍ତି ଯେ ଅପହୃତ ବା ଚୋରି ହୋଇଥିବା ସାଂସ୍କୃତିକ ଐତିହ୍ୟଗୁଡ଼ିକ ଭାରତ ଅପେକ୍ଷା ବିଦେଶରେ ଭଲ ଭାବରେ ସୁରକ୍ଷିତ ରହିଛି । ଏଗୁଡ଼ିକର ପ୍ରତ୍ୟର୍ପଣ ସମ୍ପର୍କରେ ତୁମର ମତ କ’’ଣ ? ତୁମ ଦଳ ଭିତରେ ଆଲୋଚନା କର ।
Answer:
(i) କେତେକ ଯୁକ୍ତି କରନ୍ତି ଯେ ଅପହୃତ ବା ଚୋରି ହୋଇଥିବା ସାଂସ୍କୃତିକ ଐତିହ୍ୟଗୁଡ଼ିକ ଭାରତ ଅପେକ୍ଷା ବିଦେଶରେ ଭଲଭାବରେ ସୁରକ୍ଷିତ । ମୁଁ ଭାବୁଛି ଏହି ଚୋରି ହୋଇଥିବା ଜିନିଷଗୁଡ଼ିକ ଭାରତର ଏବଂ ସେଗୁଡ଼ିକୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଉଚିତ ।
(ii) ଏଗୁଡ଼ିକ ଆମର ଇତିହାସ, ପରିଚୟ ଏବଂ ଗର୍ବର ଏକ ଅଂଶ । ବିଦେଶୀ ସଂଗ୍ରହାଳୟରେ ସେଗୁଡ଼ିକ ରଖୁବାଦ୍ଵାରା ସେଗୁଡ଼ିକୁ କିପରି ଅପହରଣ କରାଯାଇଥିଲା ତାହାଯର ଅନ୍ୟାୟକୁ ଅଣଦେଖା କରାଯାଏ ।
(iii) ଭାରତ ଏବେ ସେଗୁଡ଼ିକୁ ସଠିକ୍ ଭାବେ ସଂରକ୍ଷଣ କରିବାକୁ ଏବଂ ଏହାର ଲୋକଙ୍କ ସହିତ ବାଣ୍ଟିବାକୁ ସକ୍ଷମ । ତେଣୁ ସେଗୁଡ଼ିକ ପ୍ରତ୍ୟର୍ପଣ କରାଯିବ।
ଆବଶ୍ୟକ ।
ଏହା ବିଷୟରେ ଚିନ୍ତା କର :
Question 1.
ଚିତ୍ରରେ ବ୍ରି ଟାନି ଆ କିପରି ନିଜ ବ୍ରିଟାନିଆ ଉପନିବେଶଠାରୁ ଉଚ୍ଚ ସ୍ଥାନରେ ବସିଅଛି । ଉପନିବେଶଗୁଡ଼ିକର ନିମ୍ନ ଅବସ୍ଥିତି ଓ ନଇଁବା ଅବସ୍ଥା ଦର୍ଶାଉଛି ଯେ ବ୍ରିଟାନିଆ
ଉଚ୍ଚ କ୍ଷମତାସମ୍ପନ୍ନ ଅଟେ । ସେମାନେ କ’ଣ ସତରେ ସେମାନଙ୍କର ସମ୍ପତ୍ତି ପ୍ରଦାନ କରି ଦେଉଥ୍ଲେ ? ଅଥବା ବ୍ରିଟେନ୍ ସେଗୁଡ଼ିକୁ ବଳପୂର୍ବକ ଅକ୍ତିଆର କରୁଛି ? ଆହୁରି ମଧ୍ୟ ଭାରତୀୟମାନଙ୍କ କଳା ଶରୀରକୁ ଦେଖ (ଯାହା ବ୍ରିଟାନିଆଠାରୁ ପୃଥକ) ଏହା ଗୋରା ଲୋକମାନଙ୍କର, କଳା ଲୋକମାନଙ୍କ ଅପେକ୍ଷା ଉତ୍କୃଷ୍ଟ ଅବସ୍ଥାର ବିଶ୍ଵାସ ଜନ୍ମାଉଛି ।

Answer:
(i) ନା, ଭାରତୀୟମାନେ ସ୍ଵେଚ୍ଛାକୃତ ଭାବେ ସେମାନଙ୍କର ସମ୍ପତ୍ତି ପ୍ରଦାନ କରି ନଥିଲେ । ଅଧିକାଂଶ କ୍ଷେତ୍ରରେ ବ୍ରିଟେନ୍ ଏହାକୁ ବଳପୂର୍ବକ, ବେଆଇନ, କିମ୍ବା ଅତ୍ୟାଚାରଦ୍ଵାରା ହଡ଼ପ କରିଥିଲା ।
(ii) ବ୍ରିଟିଶ୍ ମାନେ ଜମି, ସମ୍ପଦ ଏବଂ ଅର୍ଥକୁ ନିୟନ୍ତ୍ରଣରେ ରଖୁବା ପାଇଁ ଅତ୍ୟଧ୍ଵକ କର, ଅନୁଚିତ ବାଣିଜ୍ୟ ଆଇନ ଏବଂ ସାମରିକ ଶକ୍ତି ବ୍ୟବହାର କରିଥିଲେ ।
(iii) ଭାରତୀୟ କୃଷକ, କାରିଗର ଏବଂ ଶାସକମାନଙ୍କ ପାଖରେ ସେମାନଙ୍କର ସମ୍ପଭି ତ୍ୟାଗ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ତେଣୁ ଏହା ଏକ ଉପହାର ନଥିଲା ବରଂ ଏହାକୁ ଶୋଷଣ ଏବଂ ନିୟନ୍ତ୍ରଣ ମାଧ୍ୟମରେ ନିଆଯାଇଥିଲା ।
![]()
Question 2.
ସେ ଲେଖୁଥିବା ‘ୟୁରୋପର ଏକ ଭଲ ଲାଇବ୍ରେରୀର ଏକ ଥାକର ମହତ୍ତ୍ଵ ଭାରତ ଓ ଆରବୀୟ ସମସ୍ତ ଲେଖନକୃତୀ ସହିତ ସମାନ’ ମାଧ୍ୟମରେ ମାକଲେ କ’ଣ ଦର୍ଶାଇବାକୁ ଚାହୁଁଥିଲେ ? ସେ କାହିଁକି ଭାରତୀୟମାନଙ୍କୁ, ‘‘ଜ୍ଞାନ, ମତାମତ, ନୈତିକତା ଓ ଗ୍ରହଣୀୟତାରେ ଇଂରେଜ ପରି’ ହେବାକୁ ଚାହୁଁ ନଥୁଲେ ? ଏହା କିପରି ସଭ୍ୟତା ମିଶନ୍ ସହିତ ଜଡ଼ିତ ହୋଇପାରିବ ? ତୁମ ଶ୍ରେଣୀ ଶିକ୍ଷକଙ୍କୁ କହି ଏକ ତର୍କର ଆୟୋଜନ କର ।
Answer:
(i) ମାକ୍ଙ୍କ ମତ ଥିଲା ଯେ ୟୁରୋପୀୟ ପୁସ୍ତକଗୁଡ଼ିକ ସମସ୍ତ ଭାରତୀୟ ଏବଂ ଆରବିକ୍ ପୁସ୍ତକ ଅପେକ୍ଷା ଭଲ । ସେ ଭାବୁଥିଲେ ଯେ ବ୍ରିଟିଶ୍ ଶିକ୍ଷା ତୁଳନାରେ ଭାରତୀୟ ଜ୍ଞାନ ଓ ବିଚାରଧାରର କୌଣସି ମୂଲ୍ୟ ନାହିଁ ।
(ii) ଏହା ତାଙ୍କର ଉପନିବେଶବାଦୀ ମାନସିକତାକୁ ଦର୍ଶାଏ । ସେ ଭାରତୀୟ ସଂସ୍କୃତି ଏବଂ ଶିକ୍ଷାକୁ କିପରି ତୁଚ୍ଛ ଦୃଷ୍ଟିରେ ଦେଖୁଥୁଲେ ତାହା ମଧ୍ୟ ଏଥିରୁ ଜଣାଯାଏ ।
(iii) ସେ ଚାହୁଁଥିଲେ ଯେ ଭାରତୀୟମାନଙ୍କର ଚିନ୍ତାଧାରା, ଜୀବନଧାରଣ ଶୈଳୀ ଏବଂ ସେମାନଙ୍କର ବିଶ୍ଵାସ ବ୍ରିଟିଶ୍ମାନଙ୍କ ଭଳି ହେଉ ଯଦ୍ଵାରା ସେମାନେ ବ୍ରିଟିଶ୍ୟାମାନଙ୍କୁ ଭାରତ ଶାସନ କରିବାରେ ସହଜରେ ସାହାଯ୍ୟ କରିପାରିବେ ।
(iv) ବ୍ରିଟିଶ୍ମାନେ ଦାବି କରିଥିଲେ ଯେ ଭାରତୀୟମାନଙ୍କୁ ଶିକ୍ଷିତ କରିବା ତଥା ସେମାନଙ୍କର ଉନ୍ନତି କରିବା ପାଇଁ ଆସିଥିଲେ । କିନ୍ତୁ ବାସ୍ତବରେ ଏହା ଭାରତୀୟମାନଙ୍କୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କ ସଂସ୍କୃତି ଓ ପରିଚୟକୁ ଦୁର୍ବଳ କରିବାକୁ ଉଦ୍ଦିଷ୍ଟ ଥିଲା ।
Question 3.
‘‘ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ’’ର ଅର୍ଥ କ’ଣ ? ତୁମେ କ’ଣ ଭାବୁଛ ଏ ଉକ୍ତିଟି ଠିକ୍ ?
Answer:
‘ବ୍ରିଟିଶ୍ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ’’ ଅର୍ଥାତ୍ ସେମାନଙ୍କର ସାମ୍ରାଜ୍ୟ ଏତେ ବିଶାଳ ଥିଲା ଯେ ଏହା ସାରା ବିଶ୍ଵକୁ ବ୍ୟାପିଥିଲା । ସୂର୍ଯ୍ୟ ସର୍ବଦା ଅତି କମ୍ରେ ଏହାର ଗୋଟିଏ ଦେଶରେ ଦୃଶ୍ୟମାନ ହେଉଥିଲା । ହଁ, ମୁଁ ଭାବୁଛି ଏହି ଉକ୍ତିଟି ସେହି ସମୟରେ ସତ୍ୟ ଥିଲା କାରଣ ବ୍ରିଟେନ୍ ଏସିଆ, ଆଫ୍ରିକା, ୟୁରୋପ ଏବଂ ଆମେରିକାର ଅନେକ ଦେଶ ଉପରେ ଶାସନ କରିଥିଲା ।

![]()
ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ଭାସ୍କୋଡ଼ାଗାମା ଭାରତର କେଉଁ ବନ୍ଦରରେ ପ୍ରଥମେ ପଦାର୍ପଣ କରିଥିଲେ ?
(i) କାପଡ଼
(ii) କଲିକତା
(iii) ପାଣାଜୀ
(iv) ଚେନ୍ନାଇ
Answer:
(i) କାପଡ଼
Question 2.
ପର୍ତ୍ତୁଗୀଜମାନେ କେବେ ଗୋଆରେ ଉପନିବେଶୀକରଣର ମୂଳଦୁଆ ପକାଇଥିଲେ ?
(i) ୧୪୯୮
(ii) ୧୫୧୦
(iii) ୧୦୧୫
(iv) ୧୭୫୭
Answer:
(ii) ୧୫୧୦
Question 3.
କେଉଁ ଯୁଦ୍ଧରେ ଏକ ଏସୀୟ ଶକ୍ତି ସଫଳତାର ସହିତ ଏକ ୟୁରୋପୀୟ ଉପନିବେଶବାଦୀ ଶକ୍ତିକୁ ପ୍ରତିହତ କରି ପାରିଥିଲା ?
(i) ପଲାସୀ ଯୁଦ୍ଧ
(ii) ବକ୍ସାର ଯୁଦ୍ଧ
(iii) କୋଲାଚେଲ ଯୁଦ୍ଧ
(iv) ଇଣ୍ଡୋ ଡଚ୍ ଯୁଦ୍ଧ
Answer:
(iii) କୋଲାଚେଲ ଯୁଦ୍ଧ
![]()
Question 4.
ଫରାସୀମାନେ ଭାରତର କେଉଁ ସ୍ଥାନକୁ ସାମ୍ରାଜ୍ୟ ଗଠନପାଇଁ ଉପଯୁକ୍ତ ବୋଲି ମନେକରିଥିଲେ ?
(i) ମାହେ
(ii) ଚନ୍ଦନ ନଗର
(iii) କରାଇକଲ
(iv) ପୁଦିଚେରୀ
Answer:
(iv) ପୁଦିଚେରୀ
Question 5.
‘ବିଭାଜନ ଓ ଶାସନ’ ନୀତି ପ୍ରୟୋଗକରି କେଉଁ ବିଦେଶୀ ଶକ୍ତି ଭାରତରେ ଶାସନ ଜାରି ରଖୁଥିଲେ ?
(i) ଡଚ୍
(ii) ଫରାସୀ
(iii) ଇଂରେଜ
(iv) ପର୍ତ୍ତୁଗୀଜ
Answer:
(iii) ଇଂରେଜ
Question 6.
ଭାରତ ଇତିହାସରେ କାହାକୁ ବିଶ୍ଵାସଘାତକ ପୁରୁଷ ଭାବରେ ଅଭିହିତ କରାଯାଇଛି ?
(i) ଲର୍ଡ଼କ୍ଲାଇବ
(ii) ସିରାଜଦୌଲା
(iii) ମିରଜାଫର
(iv) ମିରକାଶୀମ୍
Answer:
(iii) ମିରଜାଫର
![]()
Question 7.
‘ଭାରତର ଅର୍ଥନୈତିକ ଇତିହାସ’ ନାମକ ଏକ ପୁସ୍ତକ କେଉଁ ଐତିହାସିକ ରଚନା କରିଥିଲେ ?
(i) ରମେଶ ଚନ୍ଦ୍ର ଦତ୍ତ
(ii) ଉମେଶ ଚନ୍ଦ୍ର ଦତ୍ତ
(iii) ଦାଦାଭାଇ ନାରୋଜୀ
(iv) ପି.ସି. ଦତ୍ତ
Answer:
(i) ରମେଶ ଚନ୍ଦ୍ର ଦତ୍ତ
Question 8.
କେଉଁ ଉପନ୍ୟାସରେ ‘ବନ୍ଦେ ମାତରମ୍’ ଗୀତ ରଚନା କରାଯାଇଥିଲା ?
(i) ଯାଜ୍ଞସେନୀ
(ii) ମାମୁ
(iii) ପ୍ରାୟଶ୍ଚିତ୍ତ
(iv) ଆନନ୍ଦମଠ
Answer:
(iv) ଆନନ୍ଦମଠ
Question 9.
ସିଧୁ ମୁର୍ମୁ ଓ କାହ୍ନୁ ମୁର୍ମୁ ଦୁଇ ଭାଇ କେଉଁ ବିଦ୍ରୋହର ନେତୃତ୍ଵ ନେଇଥିଲେ ?
(i) କନ୍ଧ ବିଦ୍ରୋହ
(ii) ସାନ୍ତାଳୀ ବିଦ୍ରୋହ
(iii) କୋହ୍ଲ ବିଦ୍ରୋହ
(iv) ଜୁଆଙ୍ଗ ବିଦ୍ରୋହ
Answer:
(ii) ସାନ୍ତାଳୀ ବିଦ୍ରୋହ
![]()
Question 10.
ଓଡ଼ିଶାରେ ଜନଜାତିର ରକ୍ତତୀର୍ଥ କାହାକୁ କୁହାଯାଇଥାଏ ?
(i) ଗୁଡ଼ହାଣ୍ଡି
(ii) ଚନ୍ଦାହାଣ୍ଡି
(iii) ପାପଡ଼ାହାଣ୍ଡି
(iv) ଝୁରୀ ନଦୀ
Answer:
(iii) ପାପଡ଼ାହାଣ୍ଡି
Question 11.
କଉଡ଼ି ବଦଳରେ ଟଙ୍କା ଆକାରରେ ଜମିର କର ଦେବାପାଇଁ କେଉଁ ଇଂରେଜ ଅଫିସର ବାଧ୍ୟ କରିଥିଲେ ?
(i) ଫ୍ଲେଚର
(ii) ହାର୍ କୋଟ
(iii) ଉଇଲିୟମ ଜୋନସ
(iv) ଲର୍ଡ଼ ହାଡ଼ିଙ୍ଗ୍ସ
Answer:
(i) ଫ୍ଲେଚର
Question 12.
ଇଂରେଜମାନେ କେବେ ଓଡ଼ିଶା ଅଧିକାର କରିଥିଲେ ?
(i) ୧୮୦୩
(ii) ୧୮୦୪
(iii) ୧୮୦୫
(iv) ୧୮୦୬
Answer:
(i) ୧୮୦୩
![]()
Question 13.
ସିପାହୀ ବିଦ୍ରୋହର ପ୍ରଥମ ସହିଦ ଭାବରେ କାହାକୁ ବିବେଚନା କରାଯାଇଥାଏ ?
(i) ଲକ୍ଷ୍ମଣ ନାୟକ
(ii) ସୁରେନ୍ଦ୍ର ସାଏ
(iii) ମଙ୍ଗଳ ପାଣ୍ଡେ
(iv) ଜୟୀ ରାଜଗୁରୁ
Answer:
(iii) ମଙ୍ଗଳ ପାଣ୍ଡେ
Question 14.
ଭାରତର କେଉଁ ବୀରା ରମଣୀ ଇଂରେଜମାନଙ୍କ ସହିତ ଲଢ଼େଇକରି ଗ୍ଲାଲିୟର ଦୁର୍ଗକୁ ଅଧିକାର କରିଥିଲେ ?
(i) ରାଣୀ ଦୁର୍ଗାବତୀ
(ii) ରାଣୀ ପାର୍ବତୀବାଈ
(iii) ରାଣୀ ଲକ୍ଷ୍ମୀବାଈ
(iv) ବେଗମ୍ ହଜରତ ମହଲ
Answer:
(iii) ରାଣୀ ଲକ୍ଷ୍ମୀବାଈ
Question 15.
ଜର୍ଜ ହେଗେଲ କେଉଁ ଦେଶର ଦାର୍ଶନିକ ଥିଲେ ?
(i) ଇଂଲଣ୍ଡ
(ii) ଫ୍ରାନ୍ସ
(iii) ଜର୍ମାନୀ
(iv) ଇଟାଲୀ
Answer:
(i) ଇଂଲଣ୍ଡ
![]()
Question 16.
୧୭୫୭ ମସିହା ପଲାସୀ ଯୁଦ୍ଧରେ _______________ ବିଜୟଲାଭ କରିଥିଲେ ।
(i) ଡେଲହାଉସି
(ii) ଲର୍ଡ଼ କ୍ଲାଇବ
(iii) ଇବ୍ରାହିମ ଲୋଦୀ
(iv) ମିରଜାଫର
Answer:
(ii) ଲର୍ଡ଼ କ୍ଲାଇବ
Question 17.
କର୍ଣ୍ଣାଟ ସମରଗୁଡ଼ିକ _______ ଓ __________ ଙ୍କ ମଧ୍ୟରେ ସଂଘଟିତ ହୋଇଥିଲା ।
(i) ବ୍ରିଟିଶ -ଫରାସୀ
(ii) ବ୍ରିଟିଶ -ପର୍ତ୍ତୁଗାଲ
(iii) ପର୍ତ୍ତୁଗାଲ-ସ୍ପେନ୍
(iv) ଫରାସୀ-ଇଣ୍ଡିଆ
Answer:
(i) ବ୍ରିଟିଶ -ଫରାସୀ
Question 18.
ଭାରତରେ ଉପନିବେଶୀକରଣର ମୂଳଦୁଆ __________ ପକାଇଥିଲେ ।
(i) ଲର୍ଡ଼ କ୍ଲାଇବ
(ii) ଭାସ୍କୋଡ଼ାଗାମା
(iii) ଡୁପ୍ଲେକ୍ସ
(iv) ଲର୍ଡ଼ ମାକଲେ
Answer:
(ii) ଭାସ୍କୋଡ଼ାଗାମା
![]()
Question 19.
ଫରାସୀମାନେ ଭାରତରେ ସେମାନଙ୍କର ପ୍ରଥମ ବାଣିଜ୍ୟ କେନ୍ଦ୍ର ____________ ରେ ପ୍ରତିଷ୍ଠା କରିଥିଲେ ।
(i) ଭାରୁ ଚ
(ii) କୋଚିନ
(iii) ସୁରତ
(iv) ମାଲାବାର
Answer:
(iii) ସୁରତ
Question 20.
ବିଭାଜନ ଓ ଶାସନ ନୀତିରେ _________ ମାନେ ଭାରତରେ ନିଜର ଫାଇଦା ହାସଲ କରିଥିଲେ ।
(i) ଫରାସୀ
(ii) ବ୍ରିଟିଶ
(iii) ପର୍ତ୍ତୁଗୀଜ
(iv) ସ୍ପେନୀୟ
Answer:
(ii) ବ୍ରିଟିଶ
Question 21.
ବର୍ତ୍ତମାନର କଲିକତାଠାରୁ ________ କିଲୋମିଟର ଦୂରସ୍ଥ ପଲାସୀଠାରେ ଏକ ଯୁଦ୍ଧ ସଙ୍ଗଠିତ ହୋଇଥିଲା ।
(i) ୧୪୦
(ii) ୧୩୦
(iii) ୧୫୦
(iv) ୧୬୦
Answer:
(iii) ୧୫୦
![]()
Question 22.
‘ରାଜସ୍ଵତ୍ଵ ଲୋପ ନୀତି’ ପ୍ରଚଳନ ମୂଳରେ _________ କୁ ଅଗ୍ରାଧ୍ୟାକାର ପ୍ରଦାନ କରାଯାଇଥିଲା ।
(i) ଆର୍ଥିକ ଅଭିବୃଦ୍ଧି
(ii) ସାମାଜିକ ନ୍ୟାୟ
(iii) ସାମ୍ରାଜ୍ୟ ବିସ୍ତାର
(iv) ପାରମ୍ପରିକ ଶାସନ
Answer:
(iii) ସାମ୍ରାଜ୍ୟ ବିସ୍ତାର
Question 23.
ଲର୍ଡ଼ କ୍ଲାଇବ ___________ କୁ ‘ପୃଥିବୀର ସ୍ଵର୍ଗ’ ଭାବରେ ବର୍ଣ୍ଣନା କରିଥିଲେ ।
(i) ସୁର ତ
(ii) ବମ୍ବେ
(iii) ବଙ୍ଗଳା
(iv) କାଶ୍ମୀର
Answer:
(iii) ବଙ୍ଗଳା
Question 24.
ବ୍ରୁକସ୍ ଆଡାମସ୍ __________ ର ଏକ ଐତିହାସିକ ଓ ରାଜନୀତି ବିଶାରଦ ଥିଲେ ।
(i) ଇଂଲଣ୍ଡ
(ii) ଆମେରିକା
(iii) ଫ୍ରାନ୍ସ
(iv) ଇଟାଲୀ
Answer:
(ii) ଆମେରିକା
![]()
Question 25.
ଆନନ୍ଦମଠ ଉପନ୍ୟାସ _____________ ମସିହାରେ ରଚନା କରାଯାଇଥିଲା ।
(i) ୧୮୮୦
(ii) ୧୮୮୧
(iii) ୧୮୮୨
(iv) ୧୮୮୩
Answer:
(iii) ୧୮୮୨
Question 26.
ବ୍ରିଟିଶମାନେ ଜନଜାତିର ଲୋକମାନଙ୍କୁ _________ ଭାବରେ ବର୍ଣ୍ଣନା କରିଥିଲେ ।
(i) ଅନ୍ତେବାସୀ
(ii) ପୂର୍ବପୁରୁଷ
(iii) ପୂର୍ବଜ
(iv) ଆଦିମ
Answer:
(iv) ଆଦିମ
Question 27.
ସୁରେନ୍ଦ୍ର ସାଏଙ୍କ ନେତୃତ୍ଵରେ ଜନଜାତିର ଲୋକମାନେ ଇଂରେଜମାନଙ୍କ ବିରୋଧରେ _____________ ଯୁଦ୍ଧ ଅନେକ ଦିନ ଯାଏଁ ଚାଲୁରଖୁଥିଲେ ।
(i) ଗରିଲା
(ii) ପ୍ରଚ୍ଛନ୍ନ
(iii) ରଇଂ
(iv) ଅସ୍ତ୍ରଶସ୍ତ୍ର
Answer:
(i) ଗରିଲା
![]()
Question 28.
‘ପାପଡ଼ାହାଣ୍ଡି ଗୁଳିକାଣ୍ଡ’ରେ ‘ ______________ ଜଣେ ପୁଲିସ ଗୁଳିରେ ଟଳିପଡ଼ିଥିଲେ ।
(i) ୧୦
(ii) ୧୧
(iii) ୧୨
(iv) ୧୩
Answer:
(ii) ୧୧
Question 29.
ଖୋର୍ଦ୍ଧା ରାଜ୍ୟ ଇଂରେଜ ଅଧୀନରେ ରହିଲାପରେ _______________ ଏହାର ସର୍ବେସର୍ବା ହୋଇଥିଲେ ।
(i) କ୍ୟାପ୍ଟେନ୍ ହିକ୍
(ii) କର୍ଣ୍ଣେଲେ ହାଇକୋର୍ଟ
(iii) ଫ୍ଲେଚର
(iv) ଫ୍ଲେମିଙ୍ଗ୍
Answer:
(iii) ଫ୍ଲେଚର
Question 30.
ବକ୍ସି ଜଗବନ୍ଧୁ ___________ ରାଜାଙ୍କର ପ୍ରଧାନ ସେନାପତି ଥିଲେ ।
(i) ଘୁମୁସୁର
(ii) ବଣାଇ
(iii) ଖୋର୍ଦ୍ଧା
(iv) ନେପାଳ
Answer:
(iii) ଖୋର୍ଦ୍ଧା
![]()
ଠିକ୍ ଉକ୍ତି ପାଖରେ ଠିକ୍ (✓) ଚିହ୍ନ ଓ ଭୁଲ୍ ଭକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।
Question 1.
ବ୍ରିଟିଶମାନେ ଆମ ଦେଶକୁ ଆଧୁନିକ ଶିଳ୍ପ ସ୍ଥାପନ କରିବାପାଇଁ ଆସିଥିଲେ ।
Answer:
✗
Question 2.
ପଲାସୀ ଯୁଦ୍ଧରେ ଭାରତରେ ବ୍ରିଟିଶ ଶାସନର ମୁଳଦୁଆ ପଡ଼ିଥିଲା ।
Answer:
✓
Question 3.
ରାଣୀ ଲକ୍ଷ୍ମୀବାଈ ଇଂରେଜମାନଙ୍କର ରାଜସ୍ଵତ୍ୱଲୋପନୀତିକୁ ସମର୍ଥନ କରିଥିଲେ ।
Answer:
✗
![]()
Question 4.
ଭାରତୀୟ କୃଷକମାନଙ୍କର ମଙ୍ଗଳ ପାଇଁ ଇଂରେଜମାନେ ରେଳପଥ ପ୍ରଚଳନ କରିଥିଲେ ।
Answer:
✗
Question 5.
ଭାସ୍କୋଡ଼ାଗାମା ୟୁରୋପୀୟମାନଙ୍କର ଆଖୁ ଖୋଲିଦେଇଥିଲେ ।
Answer:
✓
ସ୍ତମ୍ଭ ମିଳନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବାହାଦୁର ଶାହା ଜାଫର | ଝାନ୍ସୀ ବିଦ୍ରୋହ |
| ରାଜସ୍ଵତ୍ଵ ଲୋପନୀତି | ୱେଲ୍ ସେଲି |
| ରାଣୀ ଲକ୍ଷ୍ମୀବାଈ | ଶେଷ ମୋଗଲ ସମ୍ରାଟ |
| ଭାସ୍କୋଡ଼ାଗାମା | ଡେଲହାଉସୀ |
| ସାମନ୍ତସନ୍ଧି | ଜଳପଥ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବାହାଦୁର ଶାହା ଜାଫର | ଶେଷ ମୋଗଲ ସମ୍ରାଟ |
| ରାଜସ୍ଵତ୍ଵ ଲୋପନୀତି | ଡେଲହାଉସୀ |
| ରାଣୀ ଲକ୍ଷ୍ମୀବାଈ | ଝାନ୍ସୀ ବିଦ୍ରୋହ |
| ଭାସ୍କୋଡ଼ାଗାମା | ଜଳପଥ |
| ସାମନ୍ତସନ୍ଧି | ୱେଲ୍ ସେଲି |
![]()
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଲକ୍ଷ୍ମଣ ନାୟକ | ନବରଙ୍ଗପୁର |
| ରନାକର ନାୟକ | ମୟୂରଭଞ୍ଜ |
| ମାଧୋ ସିଂ | କୋରାପୁଟ |
| ସୋନୁ ମାଝୀ | କେଉଁଝର |
| ଦୟାନିଧ୍ଵ ଧାରୁଆ | ସମ୍ବଲପୁର |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଲକ୍ଷ୍ମଣ ନାୟକ | କୋରାପୁଟ |
| ରନାକର ନାୟକ | କେଉଁଝର |
| ମାଧୋ ସିଂ | ସମ୍ବଲପୁର |
| ସୋନୁ ମାଝୀ | ମୟୂର ଭଞ୍ଜ |
| ଦୟାନିଧ୍ଵ ଧାରୁଆ | ନବରଙ୍ଗପୁର |
Question 3.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଆଙ୍ଗସ୍ ମ୍ୟାଡିସନ | ଐତିହାସିକ |
| ଭାସ୍କୋଡ଼ାଗାମା | ସେନାପତି |
| ମିଜାଫର | ରାଜନେତା |
| ବ୍ରୁକ୍ ଆଡ଼ାମସ୍ | ଅର୍ଥନୀତିଜ୍ଞ |
| ଦାଦାଭାଇ ନାରୋଜୀ | ଆବିଷ୍କାରକ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଆଙ୍ଗସ୍ ମ୍ୟାଡିସନ | ଅର୍ଥନୀତିଜ୍ଞ |
| ଭାସ୍କୋଡ଼ାଗାମା | ଆବିଷ୍କାରକ |
| ମିଜାଫର | ସେନାପତି |
| ବ୍ରୁକ୍ ଆଡ଼ାମସ୍ | ଐତିହାସିକ |
| ଦାଦାଭାଇ ନାରୋଜୀ | ରାଜନେତା |
![]()
Question 4.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ୧୭୫୭ ମସିହା | କୋଲାଚେଲ ଯୁଦ୍ଧ |
| ୧୭୭୪ ମସିହା | ଭାରତର ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ ଶେଷ |
| ୧୭୪୧ ମସିହା | ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ |
| ୧୮୫୭ ମସିହା | ପଲାସୀ ଯୁଦ୍ଧ |
| ୧୮୫୮ ମସିହା | ସିପାହୀ ବିଦ୍ରୋହ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ୧୭୫୭ ମସିହା | ପଲାସୀ ଯୁଦ୍ଧ |
| ୧୭୭୪ ମସିହା | ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ |
| ୧୭୪୧ ମସିହା | କୋଲାଚେଲ ଯୁଦ୍ଧ |
| ୧୮୫୭ ମସିହା | ସିପାହୀ ବିଦ୍ରୋହ |
| ୧୮୫୮ ମସିହା | ଭାରତର ଇଷ୍ଟଇଣ୍ଡିଆ କମ୍ପାନୀ |
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ କେବେ ଓ କେଉଁଠାରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲା ?
Answer:
- ୧୬୧୨ ମସିହାରୁ ୧୬୯୦ ମସିହା ପର୍ଯ୍ୟନ୍ତ ଇଷ୍ଟଇଣ୍ଡିଆ କମ୍ପାନୀର ନିର୍ମାଣ କାର୍ଯ୍ୟ ଚାଲୁରହିଥିଲା ।
- ଏହା ସୁରଟ, ମାଡ୍ରାସ, ବମ୍ବେ ଓ କଲିକତାରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲା ।
![]()
Question 2.
ଗୋଆକୁ ପର୍ତ୍ତୁଗୀଜମାନେ କେବେ ଆସିଥିଲେ ଓ ସେଠାରେ ସେମାନେ କ’ଣ କରିଥିଲେ ?
Answer:
- ଗୋଆକୁ ପର୍ତ୍ତୁଗୀଜମାନେ ୧୫୧୦ ମସିହାରେ ଆସିଥିଲେ ।
- ସେଠାରେ ସେମାନେ ରାଜଧାନୀ ସ୍ଥାପନ କରି ଉପନିବେଶ ଗଠନ ଆରମ୍ଭ କରିଥିଲେ |
Question 3.
ଡମାନେ କେବେ ଭାରତରେ ପଦାର୍ପଣ କରିଥିଲେ ? ସେମାନେ ମୁଖ୍ୟତଃ କେଉଁ ଅଞ୍ଚଳରେ ବାଣିଜ୍ୟ କରୁଥିଲେ ?
Answer:
- ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭରେ ଡମାନେ ଭାରତରେ ପଦାର୍ପଣ କରିଥିଲେ ।
- ସେମାନେ ମୁଖ୍ୟତଃ ପଶ୍ଚିମ ଉପକୂଳସ୍ଥ ସୁରତ, ଭାରୁଚ, କୋଚିନ ଓ ପୂର୍ବ ଉପକୂଳସ୍ଥ ନାଗାପଟ୍ଟନମ୍ ଓ ମାସୁଲପଟ୍ଟନମ୍ ଅଞ୍ଚଳରେ ବାଣିଜ୍ୟ କାରବାର ଆରମ୍ଭ କରିଥିଲେ ।
Question 4.
ଫରାସୀମାନେ କେବେ କେଉଁଠାରେ ସେମାନଙ୍କର ପ୍ରଥମ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ?
Answer:
- ଫରାସୀମାନେ ୧୬୬୮ ମସିହାରେ ଭାରତରେ ପ୍ରବେଶ କରିଥିଲେ ।
- ପ୍ରଥମେ ସେମାନେ ସୁରତଠାରେ ତାଙ୍କର ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ।
![]()
Question 5.
ପଲାସୀ ଯୁଦ୍ଧ କେବେ ହୋଇଥିଲା ? ଏଥିରେ କାହାର ବିଶ୍ଵାସଘାତକତା ଯୋଗୁଁ ବଙ୍ଗଳା ଇଂରେଜ ଶାସନାଧୀନ ହୋଇଥିଲା ।
Answer:
- ପଲାସୀ ଯୁଦ୍ଧ ୧୭୫୭ ମସିହାରେ ଅନୁଷ୍ଠିତ ହୋଇଥିଲା ।
- ଏଥୁରେ ମିରଜାଫର୍ଙ୍କ ବିଶ୍ୱାସଘାତକତା ପାଇଁ ବଙ୍ଗଳା ଇଂରେଜ ଶାସନାଧୀନ ହୋଇଥିଲା ।
Question 6.
ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭାରତ କେଉଁସବୁ ଦ୍ରବ୍ୟ ଉତ୍ପାଦନ କରାଯାଇ ପୃଥିବୀର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ?
Answer:
- ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭାରତରେ ମୁଖ୍ୟତଃ ସୂତା, ଶିକ, ଉଲ୍, ଝୋଟ ଓ କତା ପ୍ରସ୍ତୁତ ଦ୍ରବ୍ୟମାନ ଉତ୍ପାଦିତ ହେଉଥିଲା ।
- ସୃଦ୍ଧ ଓ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ଭାରତୀୟ ସୂତାବୁଣା ଲୁଗାର ବେଶ୍ ଚାହିଦାଥ୍ଲା ଓ ଏହାକୁ ବିଦେଶକୁ ପଠାଯାଉଥିଲା ।
Question 7.
ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ କିଏ ? ସେ କେଉଁ କାର୍ଯ୍ୟ ପାଇଁ ଲୋକଲୋଚନକୁ ଆସିପାରିଥିଲେ ?
Answer:
- ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ବଙ୍ଗଳାର ଜଣେ ପ୍ରସିଦ୍ଧ ଲେଖକ ।
- ସେ ‘ଆନନ୍ଦ ମଠ’ ଉପନ୍ୟାସ ଲେଖୁବା ସହିତ ସେଥିରେ ‘ବନ୍ଦେ ମାତରମ୍’ ସଙ୍ଗୀତ ଲେଖୁ ଲୋକଲୋଚନକୁ ଆସିପାରିଥିଲେ ।
![]()
Question 8.
କୋରାପୁଟ ‘ପାପଡ଼ାହାଣ୍ଡି’କୁ ଇତିହାସରେ ସ୍ଥାନ ଦିଆଯାଇଛି କାହିଁକି ?
Answer:
- ‘ପାପଡ଼ାହାଣ୍ଡି’ କୋରାପୁଟ ଜନଜାତିଙ୍କରର ତ୍ୟାଗ ଓ ବୀରତ୍ଵର କାହାଣୀର ଗାଥା ପାଇଁ ଇତିହାସରେ ସ୍ଥାନ ପାଇଅଛି ।
- ଏଠାରେ ୧୯୪୨ ଅଗଷ୍ଟ ୨୪ରେ ହୋଇଥିବା ଗୁଳିକାଣ୍ଡରେ ୧୧ଜଣ ମୃତ୍ୟୁବରଣ କରିଥିଲେ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଓଡ଼ିଶାର ପାଇକ ସଂଗ୍ରାମକୁ ଭାରତୀୟ ସ୍ଵାଧୀନତା ସଂଗ୍ରାମର ପ୍ରଥମ ବିଦ୍ରୋହ ବୋଲି ତୁମେ ଯଦି ମନେକରୁଥାଅ, ତେବେ ଏହା ସପକ୍ଷରେ ତୁମେ ତିନିଗୋଟି ଯୁକ୍ତି ଉପସ୍ଥାପନ କର ।
Answer:
(i) ଭାରତରେ ସ୍ଵାଧୀନତା ସଂଗ୍ରାମ ପୂର୍ବରୁ ଓଡ଼ିଶାରେ ପାଇକମାନେ ପୂର୍ବଭାରତ ଇଷ୍ଟଇଣ୍ଡିଆ କମ୍ପାନୀର ଅତ୍ୟାଚାରୀ ଶାସନ ବିରୋଧରେ ଏକ ସୁସଙ୍ଗଠିତ ସଂଘର୍ଷ କରିଥିଲେ ।
(ii) ୧୮୦୪ ଖ୍ରୀଷ୍ଟାବ୍ଦରେ ଇଂରେଜ ସେନାପତି ‘କ୍ୟାପଟେନ୍ ହିକ୍ଣ୍ଡ ଓ ଖୋର୍ଦ୍ଧାର ପାଇକମାନଙ୍କ ମଧ୍ୟରେ ତିନି ସପ୍ତାହ ଧରି ଯୁଦ୍ଧପରେ ସେମାନେ ବରୁଣେଇ ଦୁର୍ଗ ଅଧୁକାର କରିଥିଲେ ।
(iii) ଇଂରେଜମାନେ ପାଇକନେତା ଜୟୀ ରାଜଗୁରୁଙ୍କୁ ନିଷ୍ପରଭାବେ ଏକ ବରଗଛ ଡାଳରେ ସର୍ବସାଧାରଣରେ ଫାଶୀ ଦେବାପରେ ପାଇକମାନଙ୍କ ଭିତରେ ପ୍ରତିଶୋଧର ବହ୍ନି ପ୍ରଜ୍ଵଳିତ ହେବାକୁ ଲାଗିଥିଲା । ଫଳରେ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା । ଏହାଥିଲା ନିଜ ଭୂମିର ସ୍ଵାଧୀନତା ରକ୍ଷା ପାଇଁ ପ୍ରଥମ ଇଂରେଜ ବିରୋଧୀ ସଂଗ୍ରାମ ।
![]()
Question 2.
ରାଣୀ ଲକ୍ଷ୍ମୀବାଈଙ୍କୁ ତୁମ୍ଭେମାନେ ମନେ ରଖିବା ଉଚିତ ନା ଅନୁଚିତ ହେବ । ଯଦି ହିଁ ତାହାହେଲେ ତାଙ୍କର କେଉଁ କାର୍ଯ୍ୟଗୁଡ଼ିକ ତୁମର ମନରେ ଗଭୀର ରେଖାପାତ କରିଛି ଲେଖ ।
Answer:
(i) ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ନିଜ ରାଜ୍ୟକୁ ବ୍ରିଟିଶ କବଳରୁ ରକ୍ଷା କରିବାପାଇଁ ଅତି ସାହସର ସହିତ ଯୁଦ୍ଧ କରିଥିଲେ ଯାହା ଅବିସ୍ମରଣୀୟ ।
(ii) ନାନା ସାହେବଙ୍କ ସାମରିକ ପରାମର୍ଶଦାତା ତାନ୍ତିଆ ତୋପେଙ୍କ ସହାୟତାରେ ରାଣୀ ଲକ୍ଷ୍ମୀବାଈ ବ୍ରିଟିଶମାନଙ୍କ ଝାନ୍ସୀ ଘେରାବନ୍ଦୀରୁ ଖସିଯିବାକୁ ସକ୍ଷମ ହେବା ସଙ୍ଗେ ସଙ୍ଗେ ଗ୍ବାଲିୟର ‘ଦୁର୍ଗକୁ ଜୟ କରିଥିଲେ ଏବଂ ରାଜକୋଷ ଓ ଅସ୍ତ୍ରାଗାରକୁ ନିଜ ଅକ୍ତିଆରକୁ ନେଇ ପାରିଥିଲେ ।
(iii) ଇଂରେଜମାନେ ତାଙ୍କୁ ୧୮୫୮ ମସିହା ଜୁନ୍ ୧୮ ତାରିଖରେ ଯୁଦ୍ଧ କ୍ଷେତ୍ରରେ ହତ୍ୟା କରିଥିଲେ । ତାଙ୍କର ଅସାଧାରଣ ବୀରତ୍ଵ ଓ ଦେଶଭକ୍ତି ପାଇଁ ଆମେ ତାଙ୍କୁ ଚିରକାଳ ପାଇଁ ମନେ ରଖୁଛୁ ।
Question 3.
ଫରାସୀ ଶାସକ ଡୁପ୍ଲେକ୍ସଙ୍କର ଉପନିବେଶବାଦୀ ରଣକୌଶଳ ସମ୍ପର୍କରେ ସୂଚନା ପ୍ରଦାନ କର ।
Answer:
(i) ୧୭୪୨ ରୁ ୧୭୫୪ ମସିହା ପର୍ଯ୍ୟନ୍ତ ଡୁପ୍ଲେକ୍ସ ଫରାସୀ ଭାରତର ଗଭର୍ଣ୍ଣର ଜେନେରାଲ ଭାବରେ କାର୍ଯ୍ୟକରି ତାଙ୍କର ଉପନିବେଶବାଦୀ ରଣକୌଶଳର ଚମତ୍କାରିତା ପ୍ରଦର୍ଶନ କରିଥିଲେ ।
(ii) ବିଶେଷକରି ସେ ଭାରତୀୟ ସୈନ୍ୟମାନଙ୍କୁ ୟୁରୋପୀୟ ସାମରିକ ଢାଞ୍ଚାରେ ତାଲିମ ପ୍ରଦାନ କରିବା ଫଳରେ, ସିପାହୀ ନାମରେ ଜଣାଶୁଣା ଶୃଙ୍ଖଳିତ ପାଦାତିକ ସୈନ୍ୟମାନେ ସୃଷ୍ଟି ହୋଇପାରିଥିଲେ ।
(iii) ସ୍ଥାନୀୟ ଉତ୍ତରାଧିକାର ବିବାଦରେ ହସ୍ତକ୍ଷେପ ଦ୍ଵାରା ନିଯୁକ୍ତ ହୋଇଥିବା ନିୟନ୍ତ୍ରଣାଧୀନ ଶାସକମାନଙ୍କ ଜରିଆରେ ସେ ଏକ ପରୋକ୍ଷ ଶାସନ ନୀତି ପ୍ରୟୋଗ କରିଥିଲେ ।
Question 4.
ଶସ୍ତାରେ ଗୋଟିଏ ସାମ୍ରାଜ୍ୟଲାଭ କହିଲାବେଳେ ‘ସାମନ୍ତ ସନ୍ଧି’ କଥା ମନକୁ ଆସେ କାହିଁକି ?
Answer:
(i) ‘ସାମନ୍ତ ସନ୍ଧି’ ବ୍ରିଟିଶରମାନଙ୍କର ଏକ କପଟ ଉପାୟ ଥିଲା ଯେଉଁଥିରେ ଶସ୍ତାରେ ଗୋଟିଏ ସାମ୍ରାଜ୍ୟ ଲାଭ କରାଯାଇପାରୁଥିଲା ।
(ii) ଯେଉଁମାନେ ଏହି ସନ୍ଧିରେ ସ୍ଵାକ୍ଷର କରିବେ ତାଙ୍କ ରାଜ୍ୟରେ ଜଣେ ବ୍ରିଟିଶ ପ୍ରତିନିଧ୍ଵ ସୈନ୍ୟବାହିନୀ ନେଇ ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦ ସମୟରେ ରାଜାଙ୍କୁ ସାହାଯ୍ୟ କରିବେ । ସୈନ୍ୟବାହିନୀର ସମସ୍ତ ଖର୍ଚ୍ଚ ରାଜା ବହନ କରିବେ । ଯଦି ରାଜା ଖର୍ଚ୍ଚ ତୁଲାଇ ନ ପାରିବେ ତେବେ ନିଜ ରାଜ୍ୟରୁ କିଛି ଅଂଶ ଇଂରେଜମାନଙ୍କୁ ପ୍ରଦାନ କରିବେ ।
(iii) ହାଇଦ୍ରାବାଦର ଶାସକ (ନିଜାମ) ପ୍ରଥମେ ୧୭୯୮ରେ ଏହି ସନ୍ଧିକୁ ଗ୍ରହଣ କରିଥିଲେ ।
![]()
Question 5.
ଇଂରେଜମାନେ ଭାରତୀୟ ଶିକ୍ଷାର ରୂପାନ୍ତରୀକରଣ କିପରି କରିଥିଲେ ?
Answer:
(i) ଶିକ୍ଷାକୁ ଏକ ବଳିଷ୍ଠ ମାଧ୍ୟମ ରୂପେ ବ୍ୟବହାର କରି ଇଂରେଜ ସରକାର ଭାରତୀୟମାନଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ସୃଷ୍ଟିକରି ନିଜ ସ୍ଵାର୍ଥପୂରଣ କରିବାରେ ଲାଗିପଡ଼ିଥିଲେ ।
(ii) ନୂତନ ଶିକ୍ଷାନୀତିରେ ଭାରତୀୟ ସମାଜକୁ ଦୁଇ ଭାଗରେ ବିଭାଜିତ କରାଗଲା, ଯଥା- ଇଂରାଜୀ
ପାଠୁଆ ଉଚ୍ଚପଦାଧ୍ୟାକାରୀ ଓ ସାଧାରଣ ଜନତା । ଫଳରେ ଭାରତୀୟମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କିରାଣୀ ଓ କ୍ଷୁଦ୍ର କର୍ମଚାରୀ ଭାବରେ ସୃଷ୍ଟି କରାଯାଇଥିଲା । ପାରମ୍ପରିକ ଶିକ୍ଷାରୁ ଭାରତୀୟମାନଙ୍କୁ ଦୂରେଇ ରଖାଯାଇଥିଲା ।
(iii) ଇଂରେଜମାନଙ୍କ ଭାଷାରେ ‘ଭାରତୀୟଙ୍କ ମଧ୍ୟରେ ଏପରି ଏକ ଶ୍ରେଣୀ ସୃଷ୍ଟି କରାଯିବ ଯିଏ ରକ୍ତ ରଙ୍ଗରେ ଭାରତୀୟ ହୋଇଥିବେ, କିନ୍ତୁ ଜ୍ଞାନ, ମତାମତ, ନୈତିକତା ଓ ଗ୍ରହଣୀୟତାରେ ଇଂରେଜ ପରି ହୋଇଥିବେ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଆର୍ଥିକ ଶୋଷଣ ବିରୋଧରେ କୃଷକମାନଙ୍କ ସଂଗ୍ରାମ ମଧ୍ୟରୁ ‘ନୀଳଚାଷ ବିଦ୍ରୋହ’ କାହିଁକି ଅନ୍ୟତମ ଥିଲା ?
Answer:
(i) ନୀଳଚାଷ ବିଦ୍ରୋହ ବା ଇଣ୍ଡିଗୋ ବିଦ୍ରୋହ ୧୮୫୯ରୁ ୧୮୬୨ ମସିହା ପର୍ଯ୍ୟନ୍ତ ଚାଷୀମାନଙ୍କୁ କରାଯାଇଥିବା ଶୋଷଣ ବିରୋଧରେ ସଂଘଟିତ ହୋଇଥିଲା । ୟୁରୋପୀୟ ବଗିଚାର ମାଲିକମାନେ ବଙ୍ଗର ଉତ୍ତର ଭାଗରେ ଚାଷୀମାନଙ୍କୁ ଖାଦ୍ୟଶସ୍ୟ ଚାଷ ପରିତ୍ୟାଗ କରି ଲାଭଜନକ ନୀଳ ଚାଷ କରିବାକୁ ବାଧ୍ୟ କରିଥିଲେ, କାରଣ ସେତେବେଳେ ୟୁରୋପରେ ନୀଳ ରଙ୍ଗର ବହୁତ ଚାହିଦା ଥିଲା ।
(ii) ଚାଷୀଠୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଚୁର ଲାଭ ପାଉଥିଲେ । କିନ୍ତୁ କୃଷକମାନେ ଏଥୁରୁ ବାଦ୍ ପଡ଼ିଥିଲେ ।
(iii) କେବଳ କିଛି ଅର୍ଥ ରୋଜଗାର କରୁ କରୁ ଋଣଯନ୍ତାରେ ସେମାନେ ଫସିଗଲେ, ଯେତେବେଳେ ସେମାନେ ନୀଳଚାଷ କରିବାକୁ ମନା କଲେ, ସେତେବେଳେ ସେମାନେ ଇଂରେଜମାନଙ୍କଦ୍ଵାରା ଜେଲଦଣ୍ଡ, ନିର୍ଯାତନା ଭୋଗିବା ସହ ନିଜ ଗୃହ ବାଡ଼ି ହରାଇଥିଲେ ।
(iv) ସେମାନଙ୍କ ସଂଗ୍ରାମ ମୁଖ୍ୟତଃ ବଗିଚା ମାଲିକଙ୍କ ବିରୋଧରେ ଥୁଲା, ମାଲିକମାନେ ସଂଗ୍ରାମକୁ ଦବାଇ ଦେବାକୁ ଚେଷ୍ଟା କରିଥିଲେ ।
(v) କୃଷକମାନଙ୍କ ଉପରେ ଆକ୍ରମଣ କରିବାପାଇଁ ଭଡ଼ାଟିଆ ସୈନିକମାନଙ୍କୁ ନିଯୁକ୍ତି ଦେଇ ପ୍ରତିଶୋଧ ନେଉଥିଲେ ।
![]()
Question 2.
ସିପାହୀ ବିଦ୍ରୋହ କେଉଁସବୁ କାରଣକୁ ନେଇ ସଙ୍ଗଠିତ ହୋଇଥିଲା ? ଏହାପରେ ଭାରତୀୟ ଶାସନ ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା ?
Answer:
(i) ଇଂରେଜ ସରକାରଙ୍କ ‘ରାଜସ୍ଵତ୍ଵ ଲୋପ ନୀତି’ ଭାରତୀୟ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସହିତ ସିପାହୀ ବିଦ୍ରୋହର ସୂତ୍ରପାତ କରିଥିଲା । ଏହା ଥିଲା ସିପାହୀ ବିଦ୍ରୋହର ରାଜନୈତିକ କାରଣ ।
(ii) ଅର୍ଥନୈତିକ ଶୋଷଣ ବିଦ୍ରୋର ଅନ୍ୟ ଏକ କାରଣ ଥିଲା । ଇଂରେଜମାନେ ବିଭିନ୍ନ ଆଳରେ କୃଷକମାନଙ୍କଠାରୁ ଅନ୍ୟାୟ ଭାବରେ ଅନେକ କର ଆଦାୟ କରି ସେମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ଆମର ପାରମ୍ପରିକ ବୟନ ଶିଳ୍ପକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରିଦେବା ଫଳରେ ଅନେକ ଲୋକ ସେମାନଙ୍କର ଜୀବିକା ହରାଇଥିଲେ । ପ୍ରତିହିଂସାର ବହ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ଜ୍ୱଳିତ ହେବାରେ ଲାଗିଥିଲା ।
(iii) ସାମାଜିକ ଓ ଧାର୍ମିକ କାରଣ ମଧ୍ଯ ବିଦ୍ରୋହର ସୂତ୍ରପାତ ନିମନ୍ତେ ଦାୟୀ ଥିଲା । ଭାରତର ସାମାଜିକ ପରମ୍ପରାକୁ ଜାଣିଶୁଣି ଭାଙ୍ଗି ଦିଆଯାଇଥିଲା । ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିଲା । ଏହା ଫଳରେ କୃଷକ ଓ କାରିଗରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
(iv) ସାମାରିକ କାରଣ ମଧ୍ୟରେ ଥିଲା ରୟାଲ ଏନ୍ଫଲ୍ ବନ୍ଧୁକର ଗୁଳିରେ ଥିବା ଘୁଷୁରି ଓ ଗୋରୁମାନଙ୍କର ଚର୍ବିର ବ୍ୟବହାର, ଯାହା ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କ ଧର୍ମରେ କୁଠାରଘାତ ହେଲାଭଳି ମନେ ହେଲା । ସେମାନଙ୍କ ମଧ୍ୟରେ ଧର୍ମ ନଷ୍ଟ ହେବାର ଆଶଙ୍କା ଜନ୍ମିଥିଲା ।
(v) ଉପରୋକ୍ତ କାରଣମାନଙ୍କୁ ନେଇ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଚରମ ସୀମାରେ ପହଞ୍ଚି ଯାଇଥିଲା । ଏହାପରେ ଭାରତୀୟ ଶାସନ ବ୍ୟବସ୍ଥା କମ୍ପାନୀ ହାତରୁ ବ୍ରିଟେନର ରାଣୀଙ୍କ ହାତକୁ ଚାଲିଯାଇଥିଲା । ମହାରାଣୀ ଭିକ୍ଟୋରିଆ ଭାରତ ଶାସନର ସର୍ବେସର୍ବା ହେଲେ ।
Question 3.
ମଧ୍ୟଯୁଗୀୟ ଓଡ଼ିଶାରେ ପାଇକମାନେ କିପରି ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ ତାହାର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ମଧ୍ୟଯୁଗୀୟ ଓଡ଼ିଶାରେ ପାଇକ ନାମରେ ଏକ କୃଷକ ସୈନିକ ଶ୍ରେଣୀ’ ରାଜାଙ୍କ ଶକ୍ତିବୃଦ୍ଧିରେ ସାହାଯ୍ୟ କରୁଥିଲେ ।
(ii) ରାଜା ବା ସାମନ୍ତଙ୍କ ଅଧୀନରେ ନିଷ୍କର ଜମି ବା ଜାଗିରୀ ଲାଭ କରି କୃଷିକାର୍ଯ୍ୟ ସହିତ ଯୁଦ୍ଧବେଳେ ଦକ୍ଷ ସୈନିକ ଭାବେ ଯୁଦ୍ଧକ୍ଷେତ୍ରରେ ନିଜ ପରାକ୍ରମ ପାଇଁ ସେମାନେ ପ୍ରସିଦ୍ଧି ଲାଭ କରିଥିଲେ ।
(iii) ଢାଲ ଧନୁଶର, ଖଣ୍ଡା, ପରେ ବନ୍ଧୁକ ଚାଳନାରେ ସେମାନେ ଦକ୍ଷ ଥିଲେ । ସେମାନଙ୍କ ଶରୀର ତେଲ ଓ ହଳଦୀ ରଞ୍ଜିତ, ବ୍ୟାଘ୍ରଚର୍ମ ପରିହିତ ବିଶାଳ ବପୁ, କପାଳରେ ସିନ୍ଦୂର ଟୋପା, ମସ୍ତକରେ ପଗଡ଼ି ଯୋଗୁଁ ଯୁଦ୍ଧଭୂମିରେ ଶତ୍ରୁସୈନିକ ଭିତରେ ଭୟ ସଞ୍ଚାର କରୁଥିଲା ।
(iv) ପାଇକମାନଙ୍କ ନେତା ଦଳାଇ, ଦଳବେହେରା ଓ ପାଇକରାୟ ଉପାଧ୍ ଧାରଣ କରୁଥିଲେ ।
(v) ସେମାନଙ୍କ ସର୍ବୋଚ୍ଚ ନେତାଙ୍କୁ ପ୍ରଧାନ ସେନାପତି ବା ବକ୍ସି କୁହାଯାଉଥିଲା । ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ । ଏହି ପଦବୀ ଥିଲା ବଂଶାନୁକ୍ରମିକ ।