Odisha State Board BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ Important Questions and Answers.
BSE Odisha Class 6 Geography Important Questions Chapter 1 ପୃଥିବୀ ଓ ସୌର ଜଗତ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ମହାଜାଗତିକ ପିଣ୍ଡ କାହାକୁ କୁହାଯାଏ? କେତେକ ମହାଜାଗତିକ ପିଣ୍ଡ ବିଷୟରେ ବର୍ଣ୍ଣନା କର।
Answer:
- ମହାକାଶରେ ଦେଖାଯାଉଥିବା ସୂର୍ଯ୍ୟ, ଚନ୍ଦ୍ର ସମେତ ଅନ୍ୟାନ୍ୟ ଉଜ୍ଜ୍ଵଳ ପିଣ୍ଡଗୁଡ଼ିକୁ ମହାଜାଗତିକ ପିଣ୍ଡ କୁହାଯାଏ।
- କେତେକ ମହାଜାଗତିକ ପିଣ୍ଡ ସୂର୍ଯ୍ୟଙ୍କ ଠାରୁ ଢେର ବଡ଼ ଓ ଉଜ୍ଜଳ।
- ସେମାନଙ୍କର ନିଜସ୍ଵ ଆଲୋକ ଉତ୍ତାପ ଅଛି।
- ମିଞ୍ଜି ମିଞ୍ଜି କରୁଥ୍ ଉଜ୍ଜ୍ବଳ ପିଣ୍ଡଗୁଡ଼ିକୁ ନକ୍ଷତ୍ର ବା ତାରକା କୁହାଯାଏ।
- ମହାଜାଗତିକ ପିଣ୍ଡମାନଙ୍କର ଦୂରତ୍ବକୁ ଜ୍ୟୋତିର୍ବିଜ୍ଞାନୀମାନେ ‘ଆଲୋକ ବର୍ଷ’ ସାହାଯ୍ୟରେ ମାପନ୍ତି।
୨। ସପ୍ତର୍ଷିମଣ୍ଡଳ କ’ଣ ? ଏଥିରେ ଥିବା ନକ୍ଷତ୍ରମାନଙ୍କର ନାମ ଲେଖ। ଏହାଦ୍ୱାରା କିପରି ଧ୍ରୁବତାରା ଚିହ୍ନଟ କରାଯାଏ ?
Answer:
- ସପ୍ତର୍ଷିମଣ୍ଡଳ ଏକ ନକ୍ଷତ୍ରପୁଞ୍ଜ।
- ଏଥରେ ସାତଟି ନକ୍ଷତ୍ର ରହିଛନ୍ତି । ସେମାନେ ହେଲେ କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ ଓ ମରୀଚି।
- ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗକରି କ୍ରତୁ ଦିଗରେ ଉତ୍ତରକୁ ବଢ଼ାଇଲେ ତାହା ଏକ ଉଜ୍ଜ୍ଵଳ ତାରକା ପାଖରେ ପହଞ୍ଚିବ। ସେହି ତାରକାଟି ଧ୍ରୁବତାରା ଅଟେ।
- ଧ୍ରୁବତାରା ସାହାଯ୍ୟରେ ଉତ୍ତର ଦିଗ ନିରୂପଣ କରାଯାଏ।
୩। ପୃଥିବୀ ଏକ କ’ଣ ? ଏହା ବିଷୟରେ ଯାହା ଜାଣ ଲେଖ।
Answer:
- ପୃଥିବୀ ଏକ ଗ୍ରହ। ଏହା ଆୟତନରେ ପଞ୍ଚମ ବୃହତ୍ତମ ଗ୍ରହ।
- ପୃଥିବୀର ଆକାର ଏକ ଅଭିଗତ ଗୋଲକ ପରି।
- ସୂର୍ଯ୍ୟଙ୍କଠାରୁ ଦୂରତା କ୍ରମରେ ଏହା ବୁଧ ଏବଂ ଶୁକ୍ର ପରେ ଅବସ୍ଥିତ।
- ପୃଥିବୀ ପୃଷ୍ଠର ଚାରିଭାଗରୁ ପ୍ରାୟ ତିନିଭାଗ ଜଳଦ୍ୱାରା ଆଚ୍ଛାଦିତ। ତେଣୁ ଏହାକୁ ଜଳୀୟ ଗ୍ରହ କୁହାଯାଏ।
- ମହାକାଶରୁ ପୃଥିବୀର ରଙ୍ଗ ନୀଳ ଦିଶେ। ତେଣୁ ଏହାକୁ ନୀଳଗ୍ରହ ମଧ୍ୟ କୁହାଯାଏ।
୪। ଚନ୍ଦ୍ର ଏକ କ’ଣ ? ଏହା ବିଷୟରେ ଯାହାଜାଣ ଲେଖ।
Answer:
- ଚନ୍ଦ୍ର ପୃଥିବୀର ଏକମାତ୍ର ଉପଗ୍ରହ।
- ପୃଥିବୀ ପରି ଚନ୍ଦ୍ରରେ ଜଳ ବା ବାୟୁ ନଥିବାରୁ ଏଠାରେ ଜୀବଜଗତ ଦେଖାଯାଏ ନାହିଁ ।
- ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରାୟ ଛଅ ଭାଗରୁ ଏକଭାଗ।
- ଚନ୍ଦ୍ରପୃଷ୍ଠରେ ଅନେକ ଶିଳା, ସୁପ୍ତ ଆଗ୍ନେୟଗିରି, ଗହ୍ଵର, ପର୍ବତ ଓ ଧୂସର ବିସ୍ତୀର୍ଣ୍ଣ ବାଲୁକାରାଶି ଦେଖାଯାଏ।
- ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ସଂକ୍ଷେପରେ ଉତ୍ତର ଦିଅ।
୧। ଆଲୋକ ବର୍ଷ କାହାକୁ କୁହାଯାଏ ?
Answer:
- ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ ୩,୦୦,୦୦୦ କିଲୋମିଟର ବେଗରେ ଗତି କରେ। ଏକ ବର୍ଷ ମଧ୍ୟରେ ଆଲୋକ ଯେତେ ଦୂରତ୍ୱ ଅତିକ୍ରମ କରେ, ତାହାକୁ ଏକ ଆଲୋକ ବର୍ଷ କୁହାଯାଏ।
- ଏକ ଆଲୋକ ବର୍ଷ – ୩,୦୦,୦୦୦ x ୬୦ x ୬୦ x ୨୪ × ୩୬୫ କିଲୋମିଟର।
୨। ସୌରଜଗତ କାହାକୁ ନେଇ ଗଠିତ?
Answer:
ସୂର୍ଯ୍ୟ ଓ ଏହା ଚାରିପଟେ ଘୂରିବୁଲୁଥିବା ଆଠଟି ଗ୍ରହ, ତିନୋଟି ବାମନ ଗ୍ରହ ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲକା ଓ ଧୂମକେତୁକୁ ନେଇ ସୌରଜଗତ ଗଠିତ।
୩। ସୂର୍ଯ୍ୟ ଏକ କ’ଣ ? ସୂର୍ଯ୍ୟାଲୋକ ପୃଥିବୀରେ ପହଞ୍ଚିବାକୁ କେତେ ସମୟ ଲାଗିଥାଏ ?
Answer:
- ସୂର୍ଯ୍ୟ ଏକ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ। ଏହା ସୌରଜଗତର କେନ୍ଦ୍ରରେ ଅବସ୍ଥିତ।
- ସୂର୍ଯ୍ୟାଲୋକ ପୃଥିବୀରେ ପହଞ୍ଚିବାକୁ ପ୍ରାୟ ୮ ମିନିଟ୍ ସମୟ ଲାଗିଥାଏ।
୪। କେଉଁ ମସିହା ପର୍ଯ୍ୟନ୍ତ ପ୍ଲୁଟୋ ଏକ ଗ୍ରହ ଭାବରେ ପରିଚିତ ଥିଲା ? ଆନ୍ତର୍ଜାତିକ ଭୂଗୋଳୀୟ ବୈଜ୍ଞାନିକ ଗୋଷ୍ଠୀ ଏହାକୁ କେଉଁ ଗ୍ରହ କହି ସୌରଜଗତରୁ ବାଦ୍ ଦେଲେ ?
Answer:
- ୨୦୦୬ ମସିହା ପର୍ଯ୍ୟନ୍ତ ପ୍ଲୁଟୋ ଏକ ଗ୍ରହ ଭାବରେ ପରିଚିତ ଥିଲା।
- ଆନ୍ତର୍ଜାତିକ ଭୂଗୋଳୀୟ ବୈଜ୍ଞାନିକ ଗୋଷ୍ଠୀ ଏହାକୁ ‘ବାମନ ଗ୍ରହ’ କହି ସୌରଜଗତରୁ ବାଦ୍ ଦେଲେ।
ଧ୍ରୁବତାରା ସାହାଯ୍ୟରେ କେଉଁ ଦିଗ ନିରୂପଣ କରାଯାଏ ? ଏହାର ଅନ୍ୟନାମ କ’ଣ ?
Answer:
- ଧ୍ରୁବତାରା ସାହାଯ୍ୟରେ ଉତ୍ତର ଦିଗ ନିରୂପଣ କରାଯାଏ।
- ଏହାର ଅନ୍ୟନାମ ମେରୁ ତାରକା।
୬। କେଉଁ କେଉଁ ଗ୍ରହମାନଙ୍କୁ ଅନ୍ତଃଗ୍ରହ କୁହାଯାଏ?
Answer:
ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ଗ୍ରହକୁ ଅନ୍ତଃଗ୍ରହ କୁହାଯାଏ।
୭। ସୌରଜଗତର ସବୁଠାରୁ ବଡ଼ ଓ ସବୁଠାରୁ ଛୋଟ ଗ୍ରହର ନାମ କ’ଣ ?
Answer:
- ବୃହସ୍ପତି ସୌରଜଗତର ସବୁଠାରୁ ବଡ଼ ଗ୍ରହ।
- ବୁଧ ସୌରଜଗତର ସବୁଠାରୁ ଛୋଟ ଗ୍ରହ।
୮। ଧୂମକେତୁର ଆକାର କିପରି ?
Answer:
- ଧୂମକେତୁର ସମ୍ମୁଖଭାଗ ଏକ ଝାପ୍ସା କୁହୁଡ଼ି ଭଳି ଆବରଣଦ୍ୱାରା ଆବୃତ।
- ଏହାର ପଶ୍ଚାତ୍ ଭାଗ ବହୁଦୂରକୁ ଲାଞ୍ଜପରି ବିସ୍ତୃତ।
୯ । ନୀହାରିକା କିପରି ଗଠିତ ଓ ଏହାର ଆକାର କିପରି ?
Answer:
- ସୂର୍ଯ୍ୟପରି ଅନେକ ନକ୍ଷତ୍ର ବା ନକ୍ଷତ୍ରପୁଞ୍ଜର ସମଷ୍ଟିରେ ନୀହାରିକା ଗଠିତ।
- ଏଥରୁ କେତେକ ଗୋଲାକାର ତ କେତେକ ଚେପ୍ଟା।
୧୦। କେଉଁ ଗ୍ରହକୁ ବଳୟ ଗ୍ରହ କୁହାଯାଏ ? ଏହି ଗ୍ରହର ଆବର୍ତ୍ତନ ଓ ପରିକ୍ରମଣ ସମୟ କେତେ ?
Answer:
- ଶନି ଗ୍ରହକୁ ବଳୟ ଗ୍ରହ କୁହାଯାଏ।
- ଏହି ଗ୍ରହର ଆବର୍ତ୍ତନ ସମୟ ୨୯ ବର୍ଷ ୫ ମାସ ଓ ପରିକ୍ରମଣ ସମୟ ୧୦ ଘଣ୍ଟା ୪୦ ମିନିଟ୍।
(ଖ) ଭୌଗୋଳିକ କାରଣ ଲେଖ।
୧। ଅନ୍ୟାନ୍ୟ ନକ୍ଷତ୍ର ଅପେକ୍ଷା ସୂର୍ଯ୍ୟ ଆମକୁ ବଡ଼ ଦେଖାଯାଏ ?
Answer:
- ସୂର୍ଯ୍ୟ ଏକ ନକ୍ଷତ୍ର।
- ଅନ୍ୟ ନକ୍ଷତ୍ର ଅପେକ୍ଷା ସୂର୍ଯ୍ୟ ପୃଥିବୀର ନିକଟରେ ଥିବାରୁ ଆମକୁ ବଡ଼ ଦେଖାଯାଏ।
୨। ପୃଥିବୀକୁ ଜଳୀୟ ଗ୍ରହ କୁହାଯାଏ।
Answer:
- ପୃଥିବୀ ପୃଷ୍ଠର ଚାରିଭାଗରୁ ପ୍ରାୟ ତିନିଭାଗ ଜଳଦ୍ଵାରା ଆଚ୍ଛାଦିତ।
- ତେଣୁ ପୃଥିବୀକୁ ଜଳୀୟ ଗ୍ରହ କୁହାଯାଏ।
୩। ଚନ୍ଦ୍ରରେ ଜୀବଜଗତ ଦେଖାଯାଏ ନାହିଁ।
Answer:
- ଚନ୍ଦ୍ର ପୃଥିବୀର ଏକମାତ୍ର ଉପଗ୍ରହ।
- ପୃଥିବୀ ପରି ଏଠାରେ ଜଳ ବା ବାୟୁ ନାହିଁ। ତେଣୁ ଚନ୍ଦ୍ରରେ ଜୀବଜଗତ ଦେଖାଯାଏ ନାହିଁ।
୪। ପୃଥିବୀକୁ ଭୂ ଆକୃତିକୀ ବା ପୃଥ୍ବୀରୂପ ବୋଲି କୁହାଯାଏ।
Answer:
- ପୃଥିବୀର ଉଭୟ ମେରୁ ଅଞ୍ଚଳ ସାମାନ୍ୟ ଚେପ୍ଟା ଏବଂ ମଧ୍ୟଭାଗ ସ୍ତ୍ରୀତ।
- ତେଣୁ ଏହାର ମେରୁବ୍ୟାସ ଓ ବିଷୁବ ବ୍ୟାସ ସମାନ ନୁହେଁ। ତେଣୁ ପୃଥିବୀର ଆକାରକୁ ଭୂଆକୃତିକୀ ବା ପୃଥ୍ବୀରୂପ ବୋଲି କୁହାଯାଏ।
୫। ପୃଥିବୀକୁ ନୀଳଗ୍ରହ କୁହାଯାଏ।
Answer:
- ଆୟତନରେ ପୃଥ୍ବୀ ପଞ୍ଚମ ବୃହତ୍ତମ ଗ୍ରହ।
- ମହାକାଶରୁ ଏହାର ରଙ୍ଗ ନୀଳ ଦିଶେ। ତେଣୁ ପୃଥିବୀକୁ ନୀଳଗ୍ରହ କୁହାଯାଏ।
୬। ସୌରଜଗତର ଅନ୍ୟାନ୍ୟ ମହାଜାଗତିକ ପିଣ୍ଡ ତୁଳନାରେ ଚନ୍ଦ୍ର ଆମକୁ ବଡ଼ ଦେଖାଯାଏ।
Answer:
- ଚନ୍ଦ୍ର ପୃଥିବୀର ଏକମାତ୍ର ଉପଗ୍ରହ ଅଟେ। ଆୟତନରେ ଏହା ପୃଥିବୀର ପ୍ରାୟ ୪୯ ଭାଗରୁ ଏକ ଭାଗ।
- ଅନ୍ୟାନ୍ୟ ମହାଜାଗତିକ ପିଣ୍ଡ ତୁଳନାରେ ଏହା ପୃଥିବୀର ନିକଟରେ ଅବସ୍ଥିତ ଥିବାରୁ ଆମକୁ ବଡ଼ ଦେଖାଯାଏ।
୭। ଆମେ ସର୍ବଦା ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁ।
Answer:
- ଚନ୍ଦ୍ର ନିଜ ଅକ୍ଷ ଚାରିପଟେ ଘୂରିବା ପାଇଁ ଏବଂ ପୃଥିବୀ ଚାରିପାଖରେ ପରିକ୍ରମଣ କରିବା ପାଇଁ ପ୍ରାୟ ୨୭ ଦିନ ୮ ଘଣ୍ଟା ସମୟ ନେଇଥାଏ।
- ଏହାର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ ହୋଇଥିବାରୁ ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ହିଁ ଦେଖୁଥାଉ।
୮। ପୃଥିବୀକୁ ସୌରଜଗତର ଅଦ୍ବିତୀୟ ଗ୍ରହ କୁହାଯାଏ।
Answer:
- ପୃଥିବୀ ପୃଷ୍ଠରେ ଅଧିକ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ ।
- ଏଥିରେ ବାୟୁ, ଜଳ ଓ ଅନ୍ୟାନ୍ୟ ଉପାଦାନ ରହିଥିବାରୁ ଏହା ପୃଷ୍ଠରେ ଜୀବଜଗତର ସୃଷ୍ଟି ହୋଇପାରିଛି ଓ ଏହା ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତାମାନଙ୍କର ଆଶ୍ରୟସ୍ଥଳୀ ହୋଇପାରିଛି।
(ଗ) ସଂକ୍ଷିପ୍ତ ଟିପ୍ପଣୀ।
୧। ଉଲ୍କା :
Answer:
- ଛୋଟ ଛୋଟ ଶିଳାଖଣ୍ଡ ମହାକାଶରେ ଅନିୟମିତ ଭାବେ ଘୂରି ବୁଲୁଥିବା ସମୟରେ ପୃଥିବୀର ଆକର୍ଷଣ ଶକ୍ତିଦ୍ୱାରା ଆକର୍ଷିତ ହୋଇ ତା’ର ବାୟୁମଣ୍ଡଳରେ ପ୍ରବେଶ କରିଥାନ୍ତି ।
- ଫଳରେ ବାୟୁ ସହିତ ଘର୍ଷଣ ଯୋଗୁଁ ଉତ୍ତପ୍ତ ହୋଇ ଜଳି ଉଠନ୍ତି । ଏହି ଆଲୋକ ପିଣ୍ଡଗୁଡ଼ିକୁ ଉଲ୍କା କହନ୍ତି। ଏଗୁଡ଼ିକୁ ଧୂମକେତୁର ଭଗ୍ନାବଶେଷ ଅଟନ୍ତି।
୨। ସପ୍ତର୍ଷିମଣ୍ଡଳ :
Answer:
- ସପ୍ତର୍ଷିମଣ୍ଡଳ ଏକ ନକ୍ଷତ୍ରପୁଞ୍ଜ। ଏହାର ଆକାର ପ୍ରଶ୍ନବାଚକ (?) ଚିହ୍ନପରି ଦୃଶ୍ୟମାନ ହୁଏ।
- ଏଥରେ ସାତଟି ନକ୍ଷତ୍ର ଅଛନ୍ତି। ସେମାନେ ହେଲେ– କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ ଓ ପରିଚି।
୩। ଚନ୍ଦ୍ରଯାନ :
Answer:
- ଚନ୍ଦ୍ରଯାନ ଏକ କୃତ୍ରିମ ଉପଗ୍ରହ।
- ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ‘ଚନ୍ଦ୍ରଯାନ’ ମାଧ୍ୟମରେ ନିଜର ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା।
୪। ଗ୍ରହାଣୁପୁଞ୍ଜ :
Answer:
- ସୌରଜଗତର ମଙ୍ଗଳଗ୍ରହ ଓ ବୃହସ୍ପତି ଗ୍ରହ ମଧ୍ୟରେ ଅସଂଖ୍ୟ ଛୋଟ ଛୋଟ ଉଜ୍ଜ୍ଵଳ ପିଣ୍ଡ ନିର୍ଦ୍ଦିଷ୍ଟ କକ୍ଷପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡ଼ିକୁ ଗ୍ରହାଣୁପୁଞ୍ଜ କହନ୍ତି।
- ଏଗୁଡ଼ିକ ଏକ ବୃହତ୍ ଗ୍ରହର ବିଭାଜନଜନିତ ଅଂଶ ବୋଲି ଜଣାପଡ଼ିଛି।
୫। ସୌରଜଗତ :
Answer:
- ଆମ ପରିବାର ପରି ସୂର୍ଯ୍ୟଙ୍କର ମଧ୍ୟ ଗୋଟିଏ ପରିବାର ଅଛି। ଏହାକୁ ସୌରଜଗତ କୁହାଯାଏ।
- ଏଥରେ ଆଠଟି ଗ୍ରହ, ତିନୋଟି ବାମନ ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲ୍କା ଓ ଧୂମକେତୁ ଇତ୍ୟାଦି ସଦସ୍ୟ ଭାବରେ ରହିଛନ୍ତି।
୬। ଧ୍ରୁବତାରା :
Answer:
- ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗକରି କ୍ରତୁ ଦିଗରେ ଉତ୍ତରକୁ ବଢ଼ାଇଲେ ଯେଉଁ ଉଜ୍ଜ୍ଵଳ ତାରକା ପାଖରେ ପହଞ୍ଚିବ, ସେହି ତାରକାଟି ଧ୍ରୁବତାରା ଅଟେ।
- ଏହାକୁ ମେରୁତାରକା ମଧ୍ୟ କୁହାଯାଏ। ଏହା ସାହାଯ୍ୟରେ ଉତ୍ତରଦିଗ ନିରୂପଣ କରାଯାଏ।
(ଘ) ପାର୍ଥକ୍ୟ ଦର୍ଶାଅ।
୧। ମାଧ୍ୟାକର୍ଷଣ ଶକ୍ତି ଓ ମହାକର୍ଷଣ ଶକ୍ତି :
Answer:
ମାଧ୍ୟାକର୍ଷଣ ଶକ୍ତି | ମହାକର୍ଷଣ ଶକ୍ତି |
|
|
୨। ଅନ୍ତଃଗ୍ରହ ଓ ବହିଃଗ୍ରହ :
Answer:
ଅନ୍ତଃଗ୍ରହ | ବହିଃଗ୍ରହ |
|
|
୩। ସପ୍ତର୍ଷିମଣ୍ଡଳ ଓ ଧ୍ରୁବତାରା :
Answer:
ସପ୍ତର୍ଷିମଣ୍ଡଳ | ଧ୍ରୁବତାରା |
|
|
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଗୋଟିଏ ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ।
(୧) ଯେଉଁ ଜ୍ୟୋତିଷ୍କର ସମ୍ମୁଖଭାଗ ଏକ ଝାପ୍ସା କୁହୁଡ଼ି ଭଳି ଆବରଣ ଦ୍ବାରା ଆବୃତ –
Answer:
ଧୂମକେତୁ,
(୨) ସୌରଜଗତର ବୃହତ୍ତମ ଗ୍ରହ —
Answer:
ବୃହସ୍ପତି
(୩) ସୌରଜଗତର କ୍ଷୁଦ୍ରତମ ଗ୍ରହ –
Answer:
ବୁଧ
(୪) ସୌରଜଗତର ନୀଳ ଗ୍ରହ –
Answer:
ପୃଥିବୀ
(୫) ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍ରମଣ ସମୟ –
Answer:
୨୭ ଦିନ, ୮ ଘଣ୍ଟା
(୬) ଆୟତନରେ ପଞ୍ଚମ ବୃହତ୍ତମ ଗ୍ରହ –
Answer:
ପୃଥିବୀ
(୭) ବୃହସ୍ପତି ଗ୍ରହର ଉପଗ୍ରହ ସଂଖ୍ୟା —
Answer:
୧୬
(୮) ୟୁରେନ୍ସ ଗ୍ରହର ପରିକ୍ରମଣ ସମୟ —
Answer:
୮୪ ବର୍ଷ
(୯) ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର କେତେ ଗୁଣ —
Answer:
୨୭ ଗୁଣ
(୧୦) ମହାଜାଗତିକ ପିଣ୍ଡମାନଙ୍କର ଦୂରତ୍ବକୁ ଜ୍ୟୋତିର୍ବିଜ୍ଞାନୀମାନେ ଯାହା ସାହାଯ୍ୟରେ ମାପିଥାଆନ୍ତି —
Answer:
ଆଲୋକ ବର୍ଷ
(ଖ) ଗୋଟିଏ ବାକ୍ୟରେ ଉତ୍ତର ଦିଅ।
୧। ମହାକାଶରୁ ପୃଥିବୀର ରଙ୍ଗ କିପରି ଦିଶେ ?
Answer:
ମହାକାଶରୁ ପୃଥିବୀର ରଙ୍ଗ ନୀଳ ଦିଶେ।
୨। ପୃଥିବୀର ଏକମାତ୍ର ଉପଗ୍ରହର ନାମ କ’ଣ ?
Answer:
ପୃଥିବୀର ଏକମାତ୍ର ଉପଗ୍ରହର ନାମ ଚନ୍ଦ୍ର।
୩। ସକଳ ଶକ୍ତିର ଆଧାର କିଏ ?
Answer:
ସୂର୍ଯ୍ୟ ସକଳ ଶକ୍ତିର ଆଧାର ଅଟେ।
୪। ସୂର୍ଯ୍ୟାଲୋକ ପୃଥିବୀରେ ପହଞ୍ଚିବାକୁ କେତେ ସମୟ ନେଇଥାଏ ?
Answer:
ସୂର୍ଯ୍ୟାଲୋକ ପୃଥିବୀରେ ପହଞ୍ଚିବାକୁ ପ୍ରାୟ ୮ ମିନିଟ୍ ସମୟ ନେଇଥାଏ।
୫। କେଉଁ ମସିହା ପର୍ଯ୍ୟନ୍ତ ଫ୍ଲୁଟୋ ଏକ ଗ୍ରହ ଭାବରେ ପରିଚିତ ଥିଲା ?
Answer:
୨୦୦୬ ମସିହା ପର୍ଯ୍ୟନ୍ତ ପ୍ଲୁଟୋ ଏକ ଗ୍ରହଭାବରେ ପରିଚିତ ଥିଲା।
୬। କେଉଁ କେଉଁ ଗ୍ରହଗୁଡ଼ିକୁ ବହିଃଗ୍ରହ କୁହାଯାଏ ?
Answer:
ବୃହସ୍ପତି, ଶନି, ୟୁରେନ୍ସ ଓ ନେପ୍ନ୍ ଗ୍ରହଗୁଡ଼ିକୁ ବହିଃଗ୍ରହ କୁହାଯାଏ।
୭। ସୂର୍ଯ୍ୟର ଆୟତନ ପୃଥିବୀର ଆୟତନଠାରୁ କେତେଗୁଣ ବଡ଼ ?
Answer:
ସୂର୍ଯ୍ୟର ଆୟତନ ପୃଥିବୀର ଆୟତନଠାରୁ ୧୩ଲକ୍ଷ ଗୁଣ ବଡ଼।
୮। ସପ୍ତର୍ଷିମଣ୍ଡଳର ଆକାର କିପରି ?
Answer:
ସପ୍ତର୍ଷିମଣ୍ଡଳର ଆକାର ପ୍ରଶ୍ନବାଚୀ (?) ଚିହ୍ନପରି।
୯। ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର କେତେ ଗୁଣ ?
Answer:
ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ୨୭ଗୁଣ।
୧୦। ଆଠଟି ଗ୍ରହର କକ୍ଷପଥଗୁଡ଼ିକ କିପରି ?
Answer:
ଆଠଟି ଗ୍ରହର କକ୍ଷପଥଗୁଡ଼ିକ ଉପବୃତ୍ତାକାର।
Objective Type Questions With Answers
(ଗ) ସ୍ତମ୍ଭ ମିଳନ କର :
(ଘ) ପ୍ରଥମ ଯୋଡ଼ିକୁ ଦେଖ୍ ଦ୍ବିତୀୟ ଯୋଡ଼ି ପୂରଣ କର :
୧। ପୃଥିବୀ : ଜଳୀୟ ଗ୍ରହ :: ଶନି : _____________
Answer:
ବଳୟ ଗ୍ରହ
୨। ପୃଥିବୀ : ୧ ଉପଗ୍ରହ :: ବୃହସ୍ପତି : ____________
Answer:
୧୬ ଉପଗ୍ରହ
୩। ମଙ୍ଗଳ : ଅନ୍ତଃଗ୍ରହ :: ୟୁରେନ୍ସ : ___________
Answer:
ବହିଃଗ୍ରହ
୪। ଗ୍ରହ : ଆଠ :: ବାମନଗ୍ରହ : ____________
Answer:
ତିନି
୫। ଅତ୍ରି : ଚଳନଶୀଳ :: ଧ୍ରୁବତାରା : ______________
Answer:
ସ୍ଥିର
୬। ଚନ୍ଦ୍ର : ପ୍ରାକୃତିକ ଉପଗ୍ରହ :: ଇନ୍ସାଟ୍ : ___________
Answer:
କୃତ୍ରିମ ଉପଗ୍ରହ
(ଙ) ଅଲଗା ଶବ୍ଦ ବାଛି ଲେଖ :
୧। କୁତୁ, ବଶିଷ୍ଠ, ବାଲ୍ମୀକି, ଅଙ୍ଗିରା
Answer:
ବାଲ୍ମୀକି
୨। ପୃଥିବୀ, ମଙ୍ଗଳ, ଶନି, ଅତ୍ରି
Answer:
ଅତ୍ରି
୩। ବୃହସ୍ପତି, ପୂ ଟୋ, ମଙ୍ଗଳ, ଶନି
Answer:
ପ୍ଲଟୋ
୪। ବୁଧ, ଶୁକ୍ର, ନେଚ୍ୟୁନ୍, ପୃଥିବୀ
Answer:
ନେନ୍
୫। ପୁଲହ, ପୁଲସ୍ତ୍ୟ, ବଶିଷ୍ଠ, ଧ୍ରୁବ
Answer:
ଧ୍ରୁବ
୬। ମଙ୍ଗଳ, ବୃହସ୍ପତି, ଶୁକ୍ର, ଚନ୍ଦ୍ର
Answer:
ଚନ୍ଦ୍ର
୭। ଚନ୍ଦ୍ର, INSAT, IRS, ଶନି —
Answer:
ଶନି
(ଚ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :
୧। ନିମ୍ନଲିଖ ମଧ୍ୟରୁ ପଞ୍ଚମ ବୃହତ୍ତମ ଗ୍ରହ କେଉଁଟି ?
(A) ଶୁନି
(B) ବୃହସ୍ପତି
(C) ପୃଥିବୀ
(D) ମଙ୍ଗଳ
Answer:
ପୃଥିବୀ
୨। ନିମ୍ନଲିଖୂତ ଜ୍ୟୋତିଷ୍କ ମଧ୍ୟରୁ କାହାକୁ ଲଞ୍ଜାତାରା କୁହାଯାଏ ?
(A) ଧୂମକେତୁ
(B) ଚନ୍ଦ୍ର
(C) ସୂର୍ଯ୍ୟ
(D) ଉଲ୍
Answer:
(୨) ଧୂମକେତୁ
୩। ନିମ୍ନଲିଖ ମଧ୍ୟରୁ କେଉଁ ଗ୍ରହର ଦୁଇଟି ଉପଗ୍ରହ ଅଛି ?
(A) ଶୁକ୍ର
(B) ଶୁନି
(C) ବୁଧ
(D) ମଙ୍ଗଳ
Answer:
(୩) ମଙ୍ଗଳ
୪। ପୃଥିବୀଠାରୁ ସୂର୍ଯ୍ୟଙ୍କର ଦୂରତ୍ବ ପ୍ରାୟ କେତେ ନିୟୁତ କି.ମି. ?
(A) ୧୦
(B) ୨୦
(C) ୧୨୦
(D) ୧୩୦
Answer:
୧୩୦
୫। ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ କେତେ କି.ମି. ବେଗରେ ଗତି କରେ ?
(A) ୩୦୦
(B) ୩୦,୦୦୦
(C) ୩,୧୦,
(D) ୩,୦୦,୦୦୦
Answer:
(୫) ୩,୦୦,୦୦୦
୬। ନିମ୍ନଲିଖ ମଧ୍ୟରୁ କିଏ ସକଳ ଶକ୍ତିର ଆଧାର ଅଟେ ?
(A) ପୃଥିବୀ
(B) ମଙ୍ଗଳ
(C) ସୂର୍ଯ୍ୟ
(D) ଚନ୍ଦ୍ର
Answer:
(C) ସୂର୍ଯ୍ୟ
(ଛ) ଉପଯୁକ୍ତ ଶବ୍ଦ ବସାଇ ଶୂନ୍ୟସ୍ଥାନ ପୂରଣ କର।
1. ଆମ ସୌରଜଗତ ____________ ଛାୟାପଥରେ ଅବସ୍ଥିତ।
Answer:
ଆକାଶଗଙ୍ଗା
2. ଦୂରତା ଅନୁସାରେ ___________ ଗ୍ରହ ସୂର୍ଯ୍ୟଙ୍କର ନିକଟତମ।
Answer:
ବୁଧ
3. _____________ ଗ୍ରହକୁ ‘ନୀଳଗ୍ରହ’ କୁହାଯାଏ।
Answer:
ପୃଥିବୀ
4. ମହାକାଶବିଜ୍ଞାନୀମାନେ _______________ ଗ୍ରହକୁ ସୌରଜଗତରୁ ବାଦେଇଛନ୍ତି।
Answer:
ପ୍ଲେଟୋ
5.ପୃଥିବୀର ______________ ଟି ପ୍ରାକୃତିକ ଉପଗ୍ରହ ରହିଅଛି।
Answer:
୧
6.ଉଲ୍ _________ ରେ ଗଠିତ।
Answer:
ଧୂମକେତୁର ଭଗ୍ନାବଶେଷ
7. ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ ______________ କି.ମି. ବେଗରେ ଗତି କରେ।
Answer:
୩,୦୦,୦୦୦
8. _________________ ଗ୍ରହକୁ ବଳୟ ଗ୍ରହ କୁହାଯାଏ।
Answer:
ଶୁନି
9. _______________ କୁ ସକଳ ଶକ୍ତିର ଆଧାର କୁହାଯାଏ।
Answer:
ସୂର୍ଯ୍ୟ
10. ସୂର୍ଯ୍ୟଙ୍କଠାରୁ ପୃଥିବୀର ଦୂରତ୍ୱ ___________ ।
Answer:
୧୩୦ ନିୟୁତ କି.ମି.
11. ସୂର୍ଯ୍ୟାଲୋକ ପୃଥିବୀରେ ପହଞ୍ଚିବାକୁ ପ୍ରାୟ ______________ ମିନିଟ୍ ସମୟ ଲାଗେ।
Answer:
୮
12. ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରାୟ ______ ଗୁଣ।
Answer:
୨୭
13. ପୃଥିବୀ ନିଜ ଅକ୍ଷ ଚାରିପାଖରେ ଘୂରିବାକୁ ____________ କୁହାଯାଏ।
Answer:
ଆବତ୍ତନ
14. ଚନ୍ଦ୍ର ଆୟତନରେ ପୃଥିବୀର ପ୍ରାୟ ________________ ଭାଗରୁ ଏକ ଭାଗ।
Answer:
୪୯
15. ବୃହସ୍ପତିର ଉପଗ୍ରହ ସଂଖ୍ୟା _______________।
Answer:
୧୬।
(ଜ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।
1. ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ ________________ କିଲୋମିଟର ଗତି କରେ।
(୩,୦୦୦, ୩୦,୦୦୦, ୩,୦୦,୦୦୦, ୩୦,୦୦,୦୦୦)
Answer:
୩,୦୦,୦୦୦,
2. ମିଞ୍ଜି ମିଞ୍ଜି କରୁଥିବା ଉଜ୍ଜ୍ଵଳ ପିଣ୍ଡଗୁଡ଼ିକୁ ____ କୁହାଯାଏ।
(ଗ୍ରହ, ଉପଗ୍ରହ, ଉଲ୍କା, ନକ୍ଷତ୍ର)
Answer:
ନକ୍ଷତ୍ର,
3. ସୂର୍ଯ୍ୟଙ୍କର ___________ ଯୋଗୁଁ ଗ୍ରହମାନଙ୍କର ପରିକ୍ରମଣ ସମ୍ଭବ ହୋଇଥାଏ।
(ଉତ୍ତାପ, ମାଧ୍ୟାକର୍ଷଣ, ମହାକର୍ଷଣ, ଓଜନ)
Answer:
ମହାକର୍ଷଣ
4. ଆୟତନରେ ଚନ୍ଦ୍ର ପୃଥିବୀର ଆୟତନର ପ୍ରାୟ _______ ଭାଗରୁ ଏକଭାଗ।
(୪୮, ୪୯, ୫୦, ୫୧)
Answer:
୪୯
5. ଭାରତ ‘ଚନ୍ଦ୍ରଯାନ’ ମାଧ୍ୟମରେ _____ ମସିହା ଅକ୍ଟୋବର ୨୨ ତାରିଖରେ ନିଜର ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି।
(୨୦୦୦, ୨୦୦୮, ୨୦୦୫, ୨୦୦୩)
Answer:
୨୦୦୮
6. ଶନି ଗ୍ରହର ଉପଗ୍ରହ ସଂଖ୍ୟା _________ ।
(୧୬, ପ୍ରାୟ ୧୭, ୩୦ ରୁ ଅଧ୍ଵ, ୧୦)
Answer:
୩୦ ରୁ ଅଧ୍ୱ
7. ଆୟତନରେ ପଞ୍ଚମ ବୃହତ୍ତମ ଗ୍ରହ _____________ ।
(ପୃଥିବୀ, ଶୁକ୍ର, ମଙ୍ଗଳ, ବୁଧ)
Answer:
ପୃଥିବୀ
8. ସୂର୍ଯ୍ୟ ଏକ _______ ।
(ଗ୍ରହ, ବାମନ ଗ୍ରହ, ନକ୍ଷତ୍ର, ଉପଗ୍ରହ)
Answer:
ନକ୍ଷତ୍ର
9. ଗୋଟିଏ ଗୋଟିଏ ନୀହାରିକାରୁ _______________ ସୂର୍ଯ୍ୟ ସୃଷ୍ଟି ହୋଇଥାଏ।
(୧୦୦, ୨୦୦,୧୦୦୦ଅସଂଖ୍ଯ )
Answer:
ଅସଂଖ୍ୟ
10. ଆମର ସୌରଜଗତ ଯେଉଁ ଛାୟାପଥରେ ଅବସ୍ଥିତ ତାହାକୁ ________ କୁହାଯାଏ।
(ଆକାଶଗଙ୍ଗା, ଗ୍ରହାଣୁପୁଞ୍ଜ, ଧୂମକେତୁ, ଉଲ୍କା)
Answer:
ଆକାଶଗଙ୍ଗା
11. ____________ ପୃଥିବୀର ଏକ ଉପଗ୍ରହ ।
(ସୂର୍ଯ୍ୟ, ଚନ୍ଦ୍ର, ନୀହାରିକା, ଉଲ୍କା)
Answer:
ଚନ୍ଦ୍ର
12. __________ କୁ ଲଞ୍ଜାତାରା କୁହାଯାଏ।
(ଧୂମକେତୁ, ନୀହାରିକା, ଉଲ୍କା, ସୂର୍ଯ୍ୟ)
Answer:
ଧୂମକେତୁ
13. ସୂର୍ଯ୍ୟଙ୍କ ଆଲୋକ ପୃଥିବୀରେ ପ୍ରାୟ ____________ ମିନିଟ୍ରେ ପହଞ୍ଚିଥାଏ।
(୮, ୧୦, ୧୨, ୧୬)
Answer:
୮
14. ________________ ଗ୍ରହ ଆୟତନରେ ସବୁଠାରୁ ବଡ଼ ଗ୍ରହ।
(ବୁଧ, ଶୁକ୍ର, ବୃହସ୍ପତି, ଶନି)
Answer:
ବୃହସ୍ପତି।
ତୁମ ପାଇଁ କାମ:
- ସୌରଜଗତର ଚିତ୍ରଟିଏ ପ୍ରସ୍ତୁତ କର।
Answer:
ଛାତ୍ରଛତ୍ରୀମାନେ ସୂର୍ଯ୍ୟ ଚାରିପାଖରେ ଗ୍ରହ ଓ ଉପଗ୍ରହମାନଙ୍କର ଅକ୍ଷ ଓ କକ୍ଷ ପଥ ଅଙ୍କନ କରି ଦର୍ଶାଇବେ। - ତୁମ ଅଞ୍ଚଳରେ ଥିବା ପ୍ଲାନେଟୋରିଅମ୍କୁ ଯାଅ ଏବଂ ସୌରଜଗତ ତଥା ମହାକାଶ ସଂପର୍କରେ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରି ଲେଖ।
Answer:
ଛାତ୍ରାଛତ୍ରୀମାନେ ପ୍ଲାନେଟୋରିୟମକୁ ଯାଇ ସେଠାରେ ଥିବା ମହାକାଶ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ। - ସୌରଜଗତର ଗୋଟିଏ ମଡ଼େଲ୍ ପ୍ରସ୍ତୁତ କର।
Answer:
ଛାତ୍ରାଛତ୍ରୀମାନେ ପାଠ୍ୟ ପୁସ୍ତକ ଦେଖ୍ ସୌରଜଗତର ମଡ଼େଲ ପ୍ରସ୍ତୁତ କରିବେ।