Go through BSE Odisha Class 7 Science Notes Odia Medium and Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା to understand important concepts and topics more clearly.
7th Class Science Chapter 9 Notes Odia Medium
BSE Odisha Class 7 Science Chapter 9 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :
ଖାଦ୍ୟ କ’ଣ ?
ଯାହା ଶରୀରରେ ହଜମ ହୁଏ, ଶରୀର ପୁଷ୍ଟିସାଧନ କରେ, ଶରୀର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ ଏବଂ ଶରୀରରେ ଅନିଷ୍ଟ ବା କିଛି ସମସ୍ୟା ସୃଷ୍ଟି କରେ ନାହିଁ ତାହାକୁ ଖାଦ୍ୟ (Food) କୁହାଯାଏ । ଖାଦ୍ୟ ହିଁ ଆମର ଔଷଧ ମାତ୍ର ଔଷଧ ଖାଦ୍ୟ ହୋଇ ନଥାଏ ।
ପ୍ରାଣୀମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଗ୍ରହଣ କ ରି ଥାନ୍ତି କା ର ଣ ଖାଦ୍ୟରୁ ଉତ୍ପନ୍ନ ଶକ୍ତି ସେମାନଙ୍କରୁ ବିଭିନ୍ନ କାମ କରିବାରେ ସାହାଯ୍ୟ କରେ । ଖାଦ୍ୟରେ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର ପରି ଜଟିଳ ଉପାଦାନମାନ ରହିଥାଏ । ଯେଉଁ ପ୍ରକ୍ରିୟାରେ ଏହି ଜଟିଳ ଉପାଦାନଗୁଡ଼ିକ ସରଳ ଉପାଦାନରେ ପରିଣତ ହୋଇଥା’ନ୍ତି, ତାହାକୁ ପରିପାକ ପ୍ରକ୍ରିୟା କୁହାଯାଏ ।

ପରି ପାକ ପ୍ରକ୍ରିୟା ପାକନଳୀ ବା ଖାଦ୍ୟନଳୀ (Digestive Tract) ରେ ସମ୍ପାଦିତ ହୋଇଥାଏ । ଏହି ପ୍ରକ୍ରିୟା ପାଟିରୁ ଆରମ୍ଭ ହୋଇ ମଳଦ୍ଵାରରେ ଶେଷ ହୋଇଥାଏ । ଖାଦ୍ୟ ଏହି ନଳୀ ମଧ୍ୟଦେଇ ଗତି କରୁଥିବା ବେଳେ, ଏହାର ବିଭିନ୍ନ ଅଂଶରୁ ପାଚକ ରସ (Digestive Juice) କ୍ଷରିତ ହୋଇ ଜଟିଳ ଖାଦ୍ୟକୁ ସରଳ ଉପାଦାନରେ ପରି ଣତ କରେ ।
ଖାଦ୍ୟର ଏହି ସରଳୀକୃତ ଉପାଦାନଗୁଡ଼ିକ ପାକନଳୀର ବିଭିନ୍ନ ଅଂଶଦ୍ଵାରା ଶୋଷିତ ହୋଇ ଶରୀରର ବିଭିନ୍ନ ଅଂଶକୁ ପରିବାହିତ ହୋଇଥାଏ ଓ ଶରୀରର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥାଏ । ଏହି ପ୍ରକ୍ରିୟା ସମସ୍ତ ପ୍ରାଣୀଙ୍କ କ୍ଷେତ୍ରରେ ସମାନ ହୋଇ ନଥାଏ ।
![]()
ମନୁଷ୍ୟ ଶରୀରରେ ପରିପାକ
ମୁଖ ଗହ୍ଵର (Buccal cavity) :
ମନୁଷ୍ୟ ଶରୀରରେ ଖାଦ୍ୟ ପାଟି ବାଟ ଦେଇ ଭିତରକୁ ଯାଇଥାଏ । ଦାନ୍ତ ଏହାକୁ ଚୋବାଇ ଛୋଟ ଛୋଟ ଖଣ୍ଡରେ ପରିଣତ କରେ । ଖାଦ୍ୟକୁ ସୂକ୍ଷ୍ମ ଖଣ୍ଡରେ ପରିଣତ କରିବା ପ୍ରକ୍ରିୟାକୁ ଯାନ୍ତ୍ରିକ ପାଚନ କୁହାଯାଏ । ଏହି ପ୍ରକ୍ରିୟାରେ ଲାଳ ଖାଦ୍ୟ ସହିତ ମିଶିଥାଏ ।
ରୁଟି ଓ ଭାତରେ ମଣ୍ଡଦ (Starch) ନାମକ ଶ୍ଵେତସାର ରହିଥାଏ । ଲାଳରେ ଥିବା ପାଚକ ରସ ମଣ୍ଡଦକୁ ସରଳ ଶର୍କରାରେ ପରିଣତ କରେ । ଲାଳ ଖାଦ୍ୟର ଉପାଦାନଗୁଡ଼ିକୁ ସରଳ ଅଂଶରେ ଭାଙ୍ଗିବାରେ ସାହାଯ୍ୟ କରିଥାଏ । ପାଟି ସୁସ୍ଥ ରହିବା ପାଇଁ ମୁଖଗହ୍ଵରର ପରିଷ୍କାର ପରିଚ୍ଛନ୍ନତା ଆବଶ୍ୟକ । ଦାନ୍ତ କ୍ଷୟ ଏବଂ ପାଟିରେ ଦୁର୍ଗନ୍ଧ ରୋକିବା ପାଇଁ ଆମେ ଦିନକୁ ଦୁଇଥର ଦାନ୍ତ ଘଷିବା ଏବଂ ଜିଭ ସଫାକରିବା ଉଚିତ୍ ଏବଂ ପ୍ରତ୍ୟେକ ଥର ଖାଦ୍ୟ ଖାଇବା ପରେ ପାଣିରେ ମୁହଁ ଧୋଇବା ଉଚିତ୍ । ଆମ ପୂର୍ବଜମାନେ କିପରି ମୁଖଗହ୍ଵରର ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରୁଥିଲେ ତାହା ଜାଣିବାକୁ ଚେଷ୍ଟା କର ।
କାର୍ଯ୍ୟ-୧ : ଆସ, ଅନୁସନ୍ଧାନ କରିବା
- ଦୁଇଟି ଟେଷ୍ଟଟ୍ୟୁବ୍ ନିଆଯାଉ ଏବଂ ସେଗୁଡ଼ିକୁ ‘କ’ ଏବଂ ‘ଖ’ ଭାବରେ ନାମିତ କରାଯାଉ ।
- ଟେଷ୍ଟଟ୍ୟୁବ୍ ‘କ’ ରେ ଗୋଟିଏ ଚାମଚ ଭାତ ନିଆଯାଉ, ଏବଂ ଟେଷ୍ଟଟ୍ୟୁବ୍ ‘ଖ’ ରେ ଚାମଚେ ଭାତକୁ ୩୦-୬୦ ସେକେଣ୍ଡ ଚୋବେଇବା ପରେ ନିଆଯାଉ ।
- ଉଭୟ ଟେଷ୍ଟଟ୍ୟୁବ୍ରେ ୩-୪ ମି.ଲି. ପାଣି ମିଶାଯାଉ ।
- ଟେଷ୍ଟଟ୍ୟୁବ୍ରେ ଭାତ ଓ ପାଣି ମିଶ୍ରଣର ପ୍ରାରମ୍ଭିକ ରଙ୍ଗ ଲକ୍ଷ୍ୟ କରାଯାଉ । ତାକୁ ସାରଣୀ-୧ ରେ ଲେଖ ।
- ଡ୍ରପର ସାହାଯ୍ୟରେ ପ୍ରତ୍ୟେକ ଟେଷ୍ଟଟ୍ୟୁବ୍ରେ ୩-୪ ବୁନ୍ଦା ଆୟୋଡ଼ିନ୍ ଦ୍ରବଣ ପକାଯାଉ । ପ୍ରତ୍ୟେକ ଟେଷ୍ଟଟ୍ୟୁବ୍ରେ ଥିବା ଦ୍ରବ୍ୟକୁ ଭଲ ଭାବରେ ମିଶ୍ରଣକର ଏବଂ ତାହାକୁ ପୃଥକ୍ ଭାବରେ ପର୍ଯ୍ୟବେକ୍ଷଣ କରାଯାଉ ।
- ମଣ୍ଡଦ ଉପରେ ଲାଳର କେଉଁ ପ୍ରକାର ପ୍ରଭାବ ରହିଥାଏ, ନିମ୍ନ ସାରଣୀରେ ଦର୍ଶାଯାଇଛି ।
ସାରଣୀ : ମଣ୍ଡଦ ଉପରେ ଲାଳର ପ୍ରଭାବ
| ଟେଷ୍ଟଟ୍ୟୁବ | ମିଶ୍ରଣର ରଙ୍ଗ (ଆୟୋଡ଼ିନ୍ ମିଶାଇବା ପୂର୍ବରୁ) | ମିଶ୍ରଣର ରଙ୍ଗ (ଆୟୋଡ଼ିନ୍ ମିଶାଇବା ପରେ) | ଯଦି ରଙ୍ଗ ପରିବର୍ତ୍ତନ ହୋଇଛି ତେବେ ତା’ର କାରଣ |
| କ | ଧଳା | ଗାଢ଼ ନୀଳ | ଆୟୋଡି଼ନ ମଣ୍ଡଦ ସହ ପ୍ରତିକ୍ରିୟା କଲେ ନୀଳ ହୁଏ |
| ଖ | ଧଳା | ହାଲୁକା ନୀଳ | ମଣ୍ଡଦ ନ ଥିବାରୁ ସାମାନ୍ୟ ରଙ୍ଗ ପରିବର୍ତ୍ତନ ହେଲା |
ଲାଳର ଭାତ ସହିତ ରାସାୟନିକ କ୍ରିୟାଦ୍ଵାରା ମଣ୍ଡଦ ସରଳ ଶର୍କରାରେ ପରିଣତ ହୋଇଥାଏ । ଶରୀରରେ ଜଟିଳ ଖାଦ୍ୟ ଉପାଦାନଗୁଡ଼ିକୁ ସରଳ ରୂପରେ ଭାଙ୍ଗିବାର ଏହି ପ୍ରକ୍ରିୟାକୁ ପରିପାକ (Digestive) କୁହାଯାଏ । ଖାଦ୍ୟ ପାଟିରେ ଆଂଶିକଭାବେ ହଜମ ହୋଇଥାଏ ।
![]()
ଖାଦ୍ୟନଳୀ / ଗ୍ରାସନଳୀ (Oesophagus) :
ଖାଦ୍ୟ ଚୋବାଇବା ବେଳେ ଲାଳ ମଣ୍ଡଦକୁ ହଜମ କରିବାରେ ସାହାଯ୍ୟ କରିବା ସହିତ ଏହାକୁ ଆର୍ଦ୍ର, ନରମ କରି ଗିଳିବାରେ ସହାୟତା କରିଥାଏ । ଜିଭ ଖାଦ୍ୟକୁ ଲାଳ ସହିତ ମିଶ୍ରଣ କରାଇଥାଏ ଓ ଏହି ନରମ ଖାଦ୍ୟକୁ ଖାଦ୍ୟନଳୀ ନାମକ ନମନୀୟ ନଳୀ ମଧ୍ୟକୁ ଆଗକୁ ଠେଲି ଦେଇଥାଏ ।

ଖାଦ୍ୟନଳୀ କାନ୍ଥର ଧୀର ସଙ୍କୋଚନ ଓ ଶିଳନ ଯୋଗୁଁ ତରଙ୍କ ପରି ଏକ ଗତି ସୃଷ୍ଟି ହୁଏ । ଏହି ଗତି ଯୋଗୁଁ ଖାଦ୍ୟ ଆପେ ଆପେ ପାକସ୍ଥଳୀ ଭିତରକୁ ଠେଲି ହୋଇଯାଏ । ଏ ପ୍ରକାର ଗତି ସମଗ୍ର ଖାଦ୍ୟନଳୀରେ ଘଟେ ଏବଂ ଖାଦ୍ୟକୁ ଆଗକୁ ଆଗକୁ ଠେଲି ନେଇଯାଏ ।
ପାକସ୍ଥଳୀ (Stomach) :
- ପାକସ୍ଥଳୀ କାନ୍ଥର ସଙ୍କୋଚନ ଓ ଶିକୂଳନ ଫଳରେ ଖାଦ୍ୟର ମନ୍ଥନ ଘଟିଥାଏ । ମଜ୍ଜିତ ଖାଦ୍ୟ ସହିତ ପାକସ୍ଥଳୀର ଭିତର ଆସ୍ତରଣରୁ କ୍ଷରିତ ପାଚନ ରସ (Digestive Juice), ଅମ୍ଳ (Acid) ଓ ଶ୍ଳେଷ୍ମ (Mucus) ଖାଦ୍ୟ ସହିତ ମିଶିଥାଏ ।
- ପାଚକ ରସ ପୁଷ୍ଟିସାରକୁ ଭାଙ୍ଗି ସରଳ ଉପାଦାନରେ ପରିଣତ କରେ ଓ ଅନେକ କ୍ଷତିକାରକ ବୀଜାଣୁକୁ ମଧ୍ୟ ମାରିଦିଏ । ଶ୍ଳେଷ୍ମା ପାକସ୍ଥଳୀର ଆସ୍ତରଣରୁ କ୍ଷରିତ ଅମ୍ଳଜନିତ କ୍ଷୟରୁ ରକ୍ଷାକରେ ।
- ପାକସ୍ଥଳୀରେ ଖାଦ୍ୟ ଆଂଶିକ ଭାବରେ ହଜମ ହୁଏ ଏବଂ ଏକ ଅର୍ଥ ତରଳ ପିଣ୍ଡରେ ରୂପାନ୍ତରିତ ହୁଏ । ଏହି ପିଣ୍ଡ ପରିପାକର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତତ ହୁଏ ।

ଭାବନା ଓ ମାନସିକ ଆବେଗ ପରିପାକ ପ୍ରକ୍ରିୟାକୁ ପ୍ରଭାବିତ କରେ :
ମାନବ ଶରୀରରେ ପରିପାକ ପ୍ରକ୍ରିୟା ବିଷୟରେ ବୈଜ୍ଞାନିକମାନେ କିପରି ଜାଣିଲେ ? ପାକସ୍ଥଳୀ କିପରି କାମ କରେ ତାହାର ଆବିଷ୍କାର ଅକସ୍ମାତ୍ ଘଟିଥିଲା । ୧୮୨୨ ମସିହାରେ, ଆଲେକ୍ସି ସେଣ୍ଟ ମାର୍ଟିନ୍ ନାମକ ଜଣେ ବ୍ୟକ୍ତିଙ୍କ ପେଟରେ ଦୁର୍ଘଟଣାବଶତଃ ଗୁଳି ବାଜିଥିଲା । ଡାକ୍ତର ୱିଲିୟମ୍ ବିଉମଣ୍ଟଙ୍କଦ୍ଵାରା ତାଙ୍କର ଚିକିତ୍ସା କରାଯାଇଥିଲା । ତଥାପି, ତାଙ୍କର କ୍ଷତ କେବେ ସମ୍ପୂର୍ଣ୍ଣ ଭଲ ହୋଇ ନଥୁଲା, ଏକ ଛୋଟ ସ୍ଥାୟୀ ଛିଦ୍ର ରହିଯାଇଥିଲା । ଏହି ଛିଦ୍ର ଦେଇ ଡାକ୍ତର ବିଉମଣ୍ଟ ପାକସ୍ଥଳୀରେ ପରିପାକ କିପରି ଘଟୁଛି ତାହା ପର୍ଯ୍ୟବେକ୍ଷଣ କରି ପାରିଥିଲେ । ବିଭିନ୍ନ ଖାଦ୍ୟ କିପରି ସରଳୀକୃତ ହୁଏ ତାହା ସେ ପରୀକ୍ଷା କରିଥିଲେ ଏବଂ ଆମର ଭାବନା ବା ମାନସିକ ଆଲେକ୍ଟ୍ରି ସେଣ୍ଟ ମାର୍ଟିନ୍ଙ୍କ ଆବେଗ କିପରି ପରିପାକ ପ୍ରକ୍ରିୟାକୁ ପ୍ରଭାବିତ କରେ ତାହା ଅଧ୍ୟୟନ କରିଥିଲେ ।

![]()
କ୍ଷୁଦ୍ରାନ୍ତ (Small Intestine) :
ପାକସ୍ଥଳୀରୁ ଖାଦ୍ୟ ପିଣ୍ଡ ରୂପରେ କ୍ଷୁଦ୍ରାନ୍ତକୁ ଯାଇଥାଏ । ଏହାର ଲମ୍ବ ପ୍ରାୟ ୬ ମି. ଅଟେ । ଏଠାର କ୍ଷୁଦ୍ରାନ୍ତର ଭିତର ଆସ୍ତରଣ, ଯକୃତ ଓ ଅଗ୍ନାଶୟରୁ ରସ ନିର୍ଗତ ହୋଇ ଖାଦ୍ୟପିଣ୍ଡ ସହିତ ମିଶିଥାଏ ।
ଯକୃତରୁ ପିତ୍ତ କ୍ଷରିତ ହୋଇଥାଏ, ଏହା ଖାଦ୍ୟରେ ଥିବା ଅମ୍ଳକୁ ନିରପେକ୍ଷ କରେ ଏବଂ ସ୍ନେହସାରକୁ କ୍ଷୁଦ୍ର କଣିକାରେ ଭାଙ୍ଗି ଦେଇଥାଏ, ଫଳରେ ପରିପାକ ପ୍ରକ୍ରିୟା ସହଜ ହୋଇଥାଏ ।
ଅଗ୍ନାଶୟରୁ ଅଗ୍ନାଶୟ ରସ କ୍ଷରିତ ହୁଏ । ଏହା କ୍ଷାରୀୟ ପ୍ରକୃତିର ଅଟେ । ଖାଦ୍ୟରେ ଏହାର ଉପସ୍ଥିତି ଅମ୍ଳକୁ ନିରପେକ୍ଷ କରିବାରେ ସାହାଯ୍ୟ କରେ । ଅଗ୍ନାଶୟ ରସ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାରକୁ ଆହୁରି ସରଳ କରିଥାଏ ।

ପରିପାକ ହୋଇଥିବା ପୋଷକତତ୍ତ୍ଵଗୁଡ଼ିକ କ୍ଷୁଦ୍ରାନ୍ତରୁ ଏହାର କାନ୍ଥରେ ଥିବା ରକ୍ତବାହୀ ନଳୀରେ ପ୍ରବାହିତ ରକ୍ତକୁ ପ୍ରବେଶ କରନ୍ତି । ଏହି ପ୍ରକ୍ରିୟାକୁ ପୋଷକତତ୍ତ୍ଵର ଅବଶୋଷଣ କୁହାଯାଏ ।
କ୍ଷୁଦ୍ରାନ୍ତର ଭିତର ଆସ୍ତରଣରେ ଥିବା ଆଙ୍ଗୁଠି ପରି ଉପରକୁ ଉଠିଥିବା ପ୍ରକ୍ଷେପଣ ଗୁଡ଼ିକଦ୍ଵାରା ହଜମ ହୋଇଥିବା ପୋଷକତତ୍ତ୍ଵ ଗୁଡ଼ିକ ରକ୍ତରେ ପ୍ରବେଶ କରେ । ରକ୍ତ ଏହାକୁ ଶରୀରର ବିଭିନ୍ନ ଅଂଶକୁ ପ୍ରେରଣ କରିଥାଏ । ଏଗୁଡ଼ିକ ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ବୃଦ୍ଧି ଓ ବିକାଶରେ ମଧ୍ୟ ସହାୟକ ହୋଇଥାନ୍ତି ।

ସିଲିଆକ୍ ରୋଗ ଓ ଉତ୍ତମ ଖାଦ୍ୟ ବିକଳ୍ପ :
ସିଲିଆକ୍ (Celiac) ରୋଗରେ ଶରୀର ଗ୍ଲୁଟେନ୍ ନାମକ ପୁଷ୍ଟିସାର ସହିତ ପ୍ରତିକ୍ରିୟା କରେ । ଗହମ, ବାର୍ଲି ଏବଂ ରାଇ (Rye) ରେ ଗ୍ଲୁଟେନ୍ ଥାଏ । ଏହି ପ୍ରତିକ୍ରିୟାରେ କ୍ଷୁଦ୍ରାନ୍ତର ଭିତର ଆସ୍ତରଣ (ଯେଉଁଠାରେ ପୁଷ୍ଟିସାର ଜାତୀୟ ପଦାର୍ଥ ଶୋଷିତ ହୁଏ) କ୍ଷତିଗ୍ରସ୍ତ ହୁଏ । ଫଳସ୍ଵରୂପ, ଅନ୍ତନଳୀ ଠିକ୍ ଭାବରେ କାର୍ଯ୍ୟ କରିପାରେ ନାହିଁ । ସିଲିଆକ୍ ରୋଗ ପରିଚାଳନା କରିବାର ଏକମାତ୍ର ଉପାୟ ହେଉଛି, ଗ୍ଲୁଟେନଯୁକ୍ତ ଖାଦ୍ୟ ପରିତ୍ୟାଗ କରିବା । ଯଅ, ବାଜରା, ମାଣ୍ଡିଆ ପ୍ରଭୃତି ମିଲେଟ୍ ଜାତୀୟ ଶସ୍ୟ ସ୍ଵାଭାବିକ ଭାବରେ ଗ୍ଲୁଟେନ୍ମୁକ୍ତ ହୋଇଥିବାରୁ ଉତ୍ତମ ବିକଳ୍ପ ଖାଦ୍ୟ ଅଟନ୍ତି ।

![]()
ବୃହଦନ୍ତ୍ର (Large Intestine) :
ଅଧିକାଂଶ ପୋଷକତତ୍ତ୍ଵ କ୍ଷୁଦ୍ରାନ୍ତରେ ପାଚନ ଓ ଶୋଷଣ ହେଲାପରେ, ଅପାଚ୍ୟ ଖାଦ୍ୟଗୁଡ଼ିକ 1.5 ମିଟର ଲମ୍ବର ବୃହଦନ୍ତ୍ର ମଧ୍ୟକୁ ପ୍ରବେଶ କରିଥାଏ । ଏହା ଅପାଚ୍ୟ ଖାଦ୍ୟରୁ ପାଣି ଓ କିଛି ଲବଣ ଶୋଷଣ କରି ବର୍ଜ୍ୟପଦାର୍ଥକୁ ମଳ ଆକାରରେ ଅର୍ଦ୍ଧକଠିନ ପଦାର୍ଥରୂପେ ବାହାରକୁ ନିଷ୍କାସିତ କରିଥାଏ ।
ମଳ ବାହାରକୁ ନ ବାହାରିବା ପର୍ଯ୍ୟନ୍ତ ମଳାଶୟରେ ରହିଥାଏ । ଫଳ, ପନିପରିବା ଏବଂ ଅକାଣ୍ଡିଆ ଶସ୍ୟ ଭଳି ତନ୍ତୁଯୁକ୍ତ ଖାଦ୍ୟ ଖାଇବାଦ୍ୱାରା ବୃହଦନ୍ତ ଠିକ୍ ଭାବେ କାର୍ଯ୍ୟ କରେ ଓ ମଳ ସହଜରେ ବାହାରିଯାଏ ।
ମଳ ଯେଉଁ ପ୍ରକ୍ରିୟାରେ ମଳଦ୍ଵାର ଦେଇ ବାହାରକୁ ନିଷ୍କାସିତ ହୋଇଥାଏ, ତାହାକୁ ବହିଃଷ୍କରଣ (Egestion) କୁହାଯାଏ । ଖାଦ୍ୟରୁ ପୋଷକତତ୍ତ୍ୱ ଶୋଷଣ କରିବା ଏବଂ ବର୍ଜ୍ୟବସ୍ତୁକୁ ବାହାର କରିବା ପାଇଁ ପରିପାକ ତନ୍ତ୍ରର କାର୍ଯ୍ୟ ବାସ୍ତବରେ ଆକର୍ଷଣୀୟ ଅଟେ ।
ସୁସ୍ଥ ପାଚନ ପ୍ରଣାଳୀ ଓ ସାମଗ୍ରିକ ସୁସ୍ଥତା :
ବୃହଦନ୍ତ୍ରରେ ବିଭିନ୍ନ ଅଣୁଜୀବ ଥାଆନ୍ତି, ଯେପରିକି ବୀଜାଣୁ, ଯାହା ହଜମରେ ସାହାଯ୍ୟ କରେ । ସେମାନେ ଆମର ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରନ୍ତି । ସେମାନେ ହଜମ ହୋଇ ନଥିବା ଖାଦ୍ୟକୁ, ବିଶେଷକରି ତନ୍ତୁକୁ ଭାଙ୍ଗି ଦିଅନ୍ତି ଏବଂ ଆବଶ୍ୟକ ପୋଷକ ଉତ୍ପନ୍ନ କରନ୍ତି । ତନ୍ତୁଯୁକ୍ତ ଖାଦ୍ୟ ଏବଂ ବିଶେଷକରି ‘କିତ୍ସିତ ଖାଦ୍ୟ’ (ଯେପରିକି ଦହି, ଘୋଳଦହି, ଶ୍ରୀଖଣ୍ଡ, କାଞ୍ଜି, ଆଚାର, ଏଣ୍ଡୁରିପିଠା ଏବଂ ପାଖାଳ ଭାତ) ସୁସ୍ଥ ପାଚନ ପ୍ରଣାଳୀ ଏବଂ ସମାଗ୍ରିକ ସୁସ୍ଥତା ପାଇଁ ଉତ୍ତମ ଅଟେ ।
ଉତ୍ତମ ସ୍ଵାସ୍ଥ୍ୟ ଓ ପାତନର ଗୁରୁତ୍ଵ :
ଉତ୍ତମ ସ୍ଵାସ୍ଥ୍ୟ ବଜାୟ ରଖିବାରେ ପାଚନର ଗୁରୁତ୍ଵ ଶତାବ୍ଦୀ ଶତାବ୍ଦୀ ଧରି ସ୍ଵୀକୃତ । ଏକ ପ୍ରାଚୀନ ଆୟୁର୍ବେଦ ଗ୍ରନ୍ଥ, ‘ଚରକ ସଂହିତା’ରେ ସହଜରେ ପାଚନଯୋଗ୍ୟ ଖାଦ୍ୟ ଓ ପାଚନ ଶକ୍ତି ବୃଦ୍ଧି ପାଇଁ ଅଦା, ଗୋଲମରିଚ ଏବଂ ଜିରା ଭଳି ମସଲାର ସୁବିଚାରିତ ବ୍ୟବହାର ଉପରେ ଆଲୋକପାତ କରାଯାଇଛି । ପୋଷଣ କ୍ଷେତ୍ରରେ ବିଜ୍ଞାନର ଅଗ୍ରଗତି ମଧ୍ଯ ପାଚନ ସ୍ଵାସ୍ଥ୍ୟ ବଜାୟ ରଖିବାରେ ଯେଉଁଗୁଡ଼ିକୁ ମୁଖ୍ୟ କାରଣ ଭାବରେ ଗୁରୁତ୍ଵ ହେଉଛନ୍ତି ସେହି ବିଷୟଗୁଡ଼ିକ ହେଉଛି ମଧ୍ଯ ଠିକ୍ ସମୟରେ ଖାଦ୍ୟ ଖାଇବା, ସଚେତନ ଖାଦ୍ୟାଭ୍ୟାସ ଏବଂ ଅତ୍ୟଧିକ ଖାଦ୍ୟ ଗ୍ରହଣ ଏଡ଼ାଇବା ।
ରୋମନ୍ଥକ ପ୍ରାଣୀମାନଙ୍କ ପାଚନ ପ୍ରକ୍ରିୟା :
ଗାଈ ଏବଂ ମଇଁଷି ଭଳି ତୃଣଭୋଜୀ ପ୍ରାଣୀମାନେ ଘାସ, କୁଟା ଇତ୍ୟାଦି ଖାଇବା ସମୟରେ ଶୀଘ୍ର ଶୀଘ୍ର ଖାଦ୍ୟକୁ ଗିଳି ଦେଇଥା’ନ୍ତି । ଏହି ଖାଦ୍ୟ ପା କ ସ୍ଥଳୀ ର ପ୍ରଥମ ଭାଗ ରୁ ମେନ୍ (Rumen)ରେ ଆଂଶିକ ଭାବେ ପାଚିତ ହୁଏ ।

ପରେ ଏହି ଆଂଶିକ ପାଚିତ ଖାଦ୍ୟ ଗୁଳାରେ ପରିଣତ ହୋଇ ପାଟିକୁ ‘ଫେରି ଆସେ ଓ ସେମାନେ ତାକୁ ପୁଣି ଥରେ ଚୋବାଇ ଚୋବାଇ ଖାଇଥା’ନ୍ତି । ଏହି ପ୍ରକ୍ରିୟାକୁ ରୋମନ୍ଥନ (ପାକୁଳି କରିବା) ଏବଂ ଏହି ପ୍ରାଣୀମାନଙ୍କୁ ରୋମନ୍ଥକ (Ruminant) କୁହାଯାଏ ।
![]()
ଗୋଟିଏ ଗାଈ ଦିନକୁ ପ୍ରାୟ ୮ ଘଣ୍ଟା କେବଳ ଖାଦ୍ୟ ଚୋବାଇବାରେ ସମୟ ଅତିବାହିତ କରେ । ଭଲଭାବରେ ଚୋବାଯାଇଥିବା ଖାଦ୍ୟ ପୁନର୍ବାର ଅଧ୍ଵ ହଜମ ପାଇଁ ଗ୍ରାସନଳୀ ବା ଖାଦ୍ୟନଳୀ ଦେଇ ପାକସ୍ଥଳୀକୁ ଯାଇଥାଏ ।
ପକ୍ଷୀମାନଙ୍କର ପାଚନତନ୍ତ୍ର :
ପକ୍ଷୀମାନଙ୍କର ଦାନ୍ତ ନଥାଏ । ଏମାନଙ୍କର ପାକସ୍ଥଳୀ ତଳକୁ ଏକ କୋଠରି ରହିଥାଏ, ତାହାକୁ ଗିଜାର୍ଡ଼ (Gizzard) କୁହାଯାଏ । ଏହାର କାନ୍ଥର ସଙ୍କୋଚନ ଓ ଶିଥୁଳନ ଏବଂ ପକ୍ଷୀମାନେ ପ୍ରାୟତଃ ଗିଳି ଦେଉଥିବା ଛୋଟ ଗୋଡ଼ି ସାହାଯ୍ୟରେ ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ ।

ବିଭିନ୍ନ ପ୍ରକାର ଖାଦ୍ୟ ହଜମ କରିବା ପାଇଁ ପ୍ରାଣୀମାନଙ୍କର ପାଚନ ନଳୀର ଗଠନ ଓ କାର୍ଯ୍ୟଧାରା ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ । ପାଚିତ ହୋଇଥିବା ଖାଦ୍ୟରୁ ସଂଗୃହୀତ ପୋଷକ ଦ୍ରବ୍ୟ ଶରୀରର ବିଭିନ୍ନ ଅଂଶକୁ ଯାଇ ଶରୀର
ପକ୍ଷୀମାନଙ୍କରେ ପାଚନ ତନ୍ତ୍ର ଗଠନରେ ସହାୟକ ହୋଇଥାଏ ।
ପ୍ରାଣୀମାନଙ୍କର ଶ୍ୱସନ (ମଣିଷ) :
ବାୟୁ ନେବା ଏବଂ ବାୟୁ ଛାଡ଼ିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ । ଶ୍ଵାସକ୍ରିୟା ବିନା ଆମେ ବଞ୍ଚିପାରିବା ନାହିଁ । କେବଳ ମଣିଷ ନୁହେଁ, ଉଦ୍ଭିଦ ଏବଂ ଅନ୍ୟ ପ୍ରାଣୀମାନେ ମଧ୍ୟ ଶ୍ଵାସକ୍ରିୟା କରିଥା’ନ୍ତି । ଆମ ଶରୀରରେ ଶ୍ଵାସକ୍ରିୟା ପାଇଁ ଏକ ନିର୍ଦ୍ଦିଷ୍ଟ ତନ୍ତ୍ର ରହିଅଛି, ଏହାକୁ ଶ୍ୱସନ ତନ୍ତ୍ର (Respiratory system) କୁହାଯାଏ ।

ଶ୍ଵାସନ ତନ୍ତ୍ରରେ ଗ୍ୟାସ୍ଗୁଡ଼ିକର ବିନିମୟ ଏକ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରେ । ଯେଉଁ ପଥରେ ବାୟୁ ଗ୍ରହଣ ଓ ନିଷ୍କାସନ ହୋଇଥାଏ, ତାହାର ବିଭିନ୍ନ ଅଂଶ ଶ୍ଵାସନ ତନ୍ତ୍ରର ଅନ୍ତର୍ଭୁକ୍ତ ଅଟେ । ଏହା ନାସାରନ୍ଧ୍ରଠାରୁ ଆରମ୍ଭ ହୋଇଥାଏ । ଏହା ମାଧ୍ୟମରେ ଆମେ ପ୍ରଶ୍ଵାସ ନେଉ ଓ ନିଃଶ୍ଵାସ ତ୍ୟାଗ କରିଥାଉ ।
ପ୍ରଶ୍ଵାସ ବାୟୁ ନାସାପଥ ଦେଇ ଭିତରକୁ ପ୍ରବେଶ କରେ, ନାସାରନ୍ଧ୍ରରେ ଥିବା ଛୋଟ କେଶ ଶ୍ଳେଷ୍ମା ସହିତ ମିଶି ପ୍ରଶ୍ଵାସ ବାୟୁରୁ ଧୂଳି ଏବଂ ମଇଳାକୁ ଧରିରଖେ । ଏଠାରୁ ବାୟୁନଳୀ ମାଧ୍ଯମରେ ବାୟୁ ଫୁସ୍ଫୁସ୍ (Lungs)କୁ ଯାଇଥାଏ ।
![]()
ବାୟୁନଳୀ ଦୁଇଟି ଶାଖାରେ ବିଭକ୍ତ ହୋଇ ଦୁଇଟି ଫୁସ୍ଫୁସ୍ ମଧ୍ୟକୁ ପ୍ରବେଶ କରିଥାଏ । ଫୁସ୍ଫୁସ୍ରେ ଏହି ଦୁଇ ଶାଖା ଆହୁରି ଛୋଟ ଏବଂ ସୂକ୍ଷ୍ମ ଶାଖାରେ ବିଭକ୍ତ ହୋଇ କୋଟରିକା (alveoli) ନାମକ ଛୋଟ ଛୋଟ ବେଲୁନ୍ ପରି ଥଳିରେ ଶେଷ ହୁଏ । ଆମର ଫୁସ୍ଫୁସ୍ ଛାତିର ପଞ୍ଜରା ଦ୍ଵାରା ସୁରକ୍ଷିତ ହୋଇ ରହିଥାଏ ।
କରୋନା ଭୂତାଣୁ ଓ ଫୁସ୍ଫୁସ୍ ସମସ୍ୟା :
ଯଦିଓ ପ୍ରଶ୍ଵାସ ବାୟୁରୁ ଅନେକ ପରିମାଣରେ ଧୂଳି ଛାଣି ହୋଇ ରହିଯାଏ, ତଥାପି ଅନେକ ସମୟରେ ଛୋଟ ଛୋଟ ସଂକ୍ରାମକ ରୋଗ କଣିକା ଫୁସ୍ଫୁସ୍କୁ ପ୍ରବେଶ କରିପାରେ । ଉଦାହରଣ ସ୍ଵରୂପ, COVID – 19 ମହାମାରୀ ସମୟରେ, SARS-CoV-2 ଭୂତାଣୁ ବା ଭାଇରସ୍ ଶ୍ଵାସତନ୍ତ୍ରକୁ ପ୍ରଭାବିତ କରିଥିଲା, ଯାହା ଫଳରେ ଶ୍ଵାସକ୍ରିୟରେ ଅସୁବିଧା ହେଉଥିଲା ଏବଂ ପ୍ରାୟତଃ ଗୁରୁତର ଫୁସ୍ଫୁସ୍ ସମସ୍ୟା ସୃଷ୍ଟି ହୋଇଥିଲା ।
କାର୍ଯ୍ୟ–୨ : ଆସ, ଗୋଟିଏ ମଡ଼େଲ ତିଆରି କରିବା
ପରୀକ୍ଷଣ
- ଢାଙ୍କୁଣି ଥିବା ଗୋଟିଏ ଚଉଡ଼ା ସ୍ଵଚ୍ଛ ପ୍ଲାଷ୍ଟିକ୍ ବୋତଲ ନିଆଯାଉ । ଏହାର ତଳ ଅଂଶ କାଟି ବାହାର କରି ଦିଆଯାଉ ଓ ବୋତଲର ଢାଙ୍କୁଣିରେ ଏକ ଛିଦ୍ର କରାଯାଉ ।
- ଉପରୋକ୍ତ ଚିତ୍ରରେ ଦେଖାଯାଇଥିବା ପରି ଏକ ଆକାରର ଫାଙ୍କା ନଳୀ ନିଆଯାଉ । ନଳୀର ଦୁଇ କେନା ଶେଷରେ ଦୁଇଟି ଫୁଙ୍କାଯାଇ ନଥିବା ବେଲୁନ୍ ପୂରାଯାଉ । ଗୋଟିଏ ରବର ବ୍ୟାଣ୍ଡ୍ ସହିତ ସେଗୁଡ଼ିକୁ ଭଲ ଭାବରେ ବାନ୍ଧି ଦିଆଯାଉ ଯେପରିକି ତାହା ଭିତରକୁ ବାୟୁ ଯାଇପାରିବ ନାହିଁ ।

- ନଳୀର ସିଧା ପାଖକୁ ଢାଙ୍କୁଣି ମଧ୍ଯରେ ଗୋଟିଏ କଣା କରି ବୋତଲ ଭିତରକୁ ପ୍ରବେଶ କରାଯାଉ ଓ ଢାଙ୍କୁଣିକୁ ମାଟି ଲଗାଇ ଭଲ ଭାବରେ ସିଲ୍ କରିଦିଆଯାଉ ଯାହା ଫଳରେ ଏହା ବାୟୁରୋଧୀ ହୋଇପାରିବ । ବୋତଲର ଖୋଲା ତଳ ଭାଗରେ ଏକ ପତଳା ରବର ଖଣ୍ଡ ବା ବେଲୁନ୍କୁ ବଡ଼ ରବର ବ୍ୟାଶ୍ରା ଭଲ ଭାବରେ ବାନ୍ଧିଦିଆଯାଉ ।
![]()
ପର୍ଯ୍ୟବେକ୍ଷଣ :
ତଳ ଭାଗରେ ଲାଗିଥିବା ରବର ବା ବେଲୁନ୍କୁ ମଝିରୁ ତଳ ଆଡ଼କୁ ଟାଣି ପୁନଶ୍ଚ ଛାଡ଼ି ଦିଆଯାଉ ଯେତେବେଳେ ରବର ସିକୁ ତଳକୁ ଟଣାଯାଏ ବେଲୁନ୍ଗୁଡ଼ିକ ଫୁଲିଯାଏ ଓ ବିପରୀତ ଭାବରେ ଯେତେବେଳେ ରବର ସିଟ୍ ଉପରକୁ ଛାଡ଼ିଦିଆଯାଏ ସେତେବେଳେ ବେଲୁନ୍ଗୁଡ଼ିକ ସଂକୁଚିତ ହୋଇଯାଏ ।
ପ୍ରଶ୍ଵାସ (Inhalation) ନେବା ସମୟରେ ପଞ୍ଜରା ହାଡ଼ଗୁଡ଼ିକ ଉପରକୁ ଏବଂ ବାହାରକୁ ଠେଲି ହୋଇଯିବାରୁ ଛାତି ବିସ୍ତାରିତ ହୋଇଥାଏ ଅର୍ଥାତ୍ ଏହାର ଆୟତନ ବୃଦ୍ଧି ପାଏ । ଏହି ସମୟରେ ମଧ୍ୟଚ୍ଛଦ । (Diaphragm) ତଳକୁ ଗତିକରେ, ଫଳରେ ଛାତି ଭିତରେ ସ୍ଥାନ ବୃଦ୍ଧିପାଏ ଓ ବାୟୁ ଫୁସ୍ଫୁସ୍ ମଧ୍ୟକୁ ପ୍ରବେଶ କରିଥାଏ ।

ନିଃଶ୍ଵାସ (Exhalation) ତ୍ୟାଗ କରିବା ସମୟରେ ପଞ୍ଜରାଗୁଡ଼ିକ ତଳକୁ ଏବଂ ଭିତରକୁ ଗତି କରେ । ଏହି ପ୍ରକ୍ରିୟାରେ ମଧ୍ଯଚ୍ଛଦା ଉପରକୁ ଉଠିଯାଏ ଓ ଛାତି ଭିତରେ ସ୍ଥାନ ହ୍ରାସ ପାଏ, ଫଳରେ ଫୁସ୍ଫୁସ୍ରୁ ବାୟୁ ବାହାରକୁ ଠେଲି ହୋଇଯାଏ ।
ସୁସ୍ଥ ଜୀବନ ପାଇଁ ଶ୍ଵାସକ୍ରିୟା ଅଭ୍ୟାସ :
ଭାରତ ତଥା ବିଶ୍ଵର ବିଭିନ୍ନ ସଂସ୍କୃତିରେ ଶହ ଶହ ବର୍ଷ ଧରି ଶ୍ଵାସକ୍ରିୟା ବ୍ୟାୟାମ (ପ୍ରାଣାୟାମ) ଅଭ୍ୟାସ କରାଯାଇ ଆସୁଅଛି । ଶ୍ଵାସନ ସ୍ଵାସ୍ଥ୍ୟ, ମାନସିକ ଶାନ୍ତି ଏବଂ ଏକାଗ୍ରତାକୁ ଉନ୍ନତ କରିବା ପାଇଁ ପ୍ରାଣାୟାମ ଏକ ଜଣାଶୁଣା ପଦ୍ଧତି । ଲଦାଖରେ, ଲୋକମାନେ ଟୁମୋ ଶ୍ଵାସକ୍ରିୟା ଅଭ୍ୟାସ କରନ୍ତି, ଏହି କୌଶଳ ଫୁସ୍ଫୁସ୍ କାର୍ଯ୍ୟକୁ ଉନ୍ନତ କରେ ଏବଂ ଥଣ୍ଡା ପାଗରେ ମଧ୍ଯ ଶରୀରକୁ ଉଷ୍ମ ରଖିବାରେ ସାହାଯ୍ୟ କରେ । ସେହିପରି, ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଗଭୀର ଶ୍ଵାସକ୍ରିୟା
କୌଶଳ ବ୍ୟବହାର କରାଯାଏ । ଅନେକ ପାରମ୍ପରିକ ପ୍ରଥାରେ ଲୟବଦ୍ଧ ଶ୍ଵାସ ନିୟନ୍ତ୍ରଣ କରି ଗଭୀର ଶ୍ଵାସ ସହିତ ଜପକୁ ଯୋଡ଼ାଯାଇଛି । ଏହାଦ୍ଵାରା ଶାନ୍ତି, ସ୍ଥିରତା ଓ ମାନସିକ ସ୍ପଷ୍ଟତା ବଢ଼ିଥାଏ ।

ଆମେ ନିଃଶ୍ଵାସରେ କ’ଣ ବାହାର କରୁ ?
![]()
କାର୍ଯ୍ୟ–୩ : ଆସ, ଅନୁସନ୍ଧ।ନ କରିବା
(ଶିକ୍ଷକଙ୍କ ଦ୍ଵାରା ପ୍ରଦର୍ଶନ କରାଯିବ।)
- ଚିତ୍ରରେ ଦିଆଯାଇଥିବା ପରି ଦୁଇଟି ପରୀକ୍ଷା ନଳୀ ‘କ’ ଓ ‘ଖ’ରେ ସମାନ ପରିମାଣରେ ସଦ୍ୟ ପ୍ରସ୍ତୁତ ଚୂନ ପାଣି ନିଆଯାଉ ।

- ପରୀକ୍ଷା ନଳୀ ‘କ’ରେ ଏକ ସିରିଞ୍ଜ/ପିଚକାରୀ (ଚିତ୍ର ‘କ’) ବ୍ୟବହାର କରି ବାୟୁ ପ୍ରବେଶ କରାଯାଉ ଯାହା ସେହି ସମାନ ବାୟୁ ତୁମେ ପ୍ରଶ୍ଵାସରେ ନିଅ ।
- ପରୀକ୍ଷା ନଳୀ ‘ଖ’ରେ ବାରମ୍ବାର ତୁମ ମୁହଁ ଦେଇ ବାୟୁକୁ ଫୁଙ୍କି ଭର୍ତ୍ତି କରାଯାଉ ।
ସିଦ୍ଧାନ୍ତ : ଚୂନ ପାଣି ଅଙ୍ଗାରକାମ୍ଳ ସହିତ ପ୍ରତିକ୍ରିୟା କଲେ କ୍ଷୀର ଭଳି ଧଳା ରଙ୍ଗ ହୋଇଯାଏ । ତେଣୁ ଏଥୁରୁ ପ୍ରମାଣିତ ହେଲା ଯେ ନିଃଶ୍ଵାସ ବାୟୁରେ ଆମେ ପ୍ରଶ୍ଵାସରେ ନେଇଥିବା ବାୟୁ ଅପେକ୍ଷା ଅଧିକ ଅଙ୍ଗାରକାମ୍ଳ ଥାଏ ।
ଗ୍ୟାସ ବିନିମୟ ପ୍ରକ୍ରିୟା :
ଶ୍ଵାସକ୍ରିୟା ମାଧ୍ଯମରେ ବାହାର ପବନ ଫୁସ୍ ଫୁସ୍ ରେ ପ୍ର ବେଶ କରେ ଏବଂ କୋଟରିକାକୁ ପୂର୍ଣ୍ଣ କରେ । କୋଟରିକାର ପତଳା ପ୍ରାଚୀର ରକ୍ତପୂର୍ଣ ସୂକ୍ଷ୍ମ ନଳୀଦ୍ଵାରା ଘେରି ର ହି ଥାଏ । ର କ୍ତ ଶ ରୀ ର ରୁ କୋଟରି କକୁ ଅଙ୍ଗାର କାମ୍ଳ (CO2) ଆଣିଥାଏ, ଯେଉଁଠାରେ ଏହା ବାୟୁ ମଧ୍ୟକୁ ମୁକ୍ତ ହୁଏ । ଏହି ସମୟରେ କୋଟରିକାରୁ ଅମ୍ଳଜାନ ଆସି ରକ୍ତରେ ପ୍ରବେଶ କରେ ଓ ଶରୀରର ସମସ୍ତ ଅଂଶକୁ ଯାଇଥାଏ ।

ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁ, ଆମର ଶରୀର ଏହାକୁ ଶର୍କର (ଗ୍ଲୁକୋଜ୍)ରେ ପରିଣତ କରେ । ଶକ୍ତି ମୁକ୍ତ କରିବା ପାଇଁ ଅମ୍ଳଜାନ (୦) ଗ୍ଲୁକୋଜକୁ ଭାଙ୍ଗିବାରେ ସାହଯ୍ୟ କରେ । ଏହି ପ୍ରକ୍ରିୟାକୁ ଶ୍ୱସନ (Respiration) କୁହାଯାଏ ।
ଗ୍ଲୁକୋଜ୍ + ଅମ୍ଳଜାନ → ଅଙ୍ଗାରକାମ୍ଳ + ଜଳ + ଶକ୍ତି

ଶ୍ଵାସକ୍ରିୟା ସମୟରେ ଆମେ ଆମ ଚାରିପାଖରୁ ଅଧିକ ଅମ୍ଳଜାନ ଥିବା ବାୟୁ ଗ୍ରହଣ କରୁ ଏବଂ ନିଶ୍ଵାସରେ ଅଧିକ ଅଙ୍ଗାରକାମ୍ଳ ଥିବା ବାୟୁ ବାହାର କରିଥାଉ । ଏଠାରେ ସମସ୍ତ ଅମ୍ଳଜାନ ବ୍ୟବହୃତ ହୁଏ ନାହିଁ । କେତେକ ପ୍ରାଣୀ ଶ୍ଵାସନ ସମୟରେ ଅମ୍ଳଜାନର ଏକ ବଡ଼ ଅଂଶ ବ୍ୟବହାର କରିଥା’ନ୍ତି ।
![]()
ଗ୍ୟାସ୍ର ଏହି ବିନିମୟ ପ୍ରକ୍ରିୟା ଆମ ଶରୀରର ପ୍ରତ୍ୟେକ ଅଂଶରୁ ଶକ୍ତି ଉତ୍ପାଦିତ ହେବା ଓ ବର୍ଜ୍ୟ ପଦାର୍ଥଗୁଡ଼ିକୁ ନିଷ୍କାସନ କରିବାରେ ସହାୟତା ପ୍ରଦାନ କରେ । ସୁତରାଂ ଶ୍ଵାସକ୍ରିୟାଦ୍ଵାରା ଶରୀର ଭିତରକୁ ଅମ୍ଳଜାନ ଆସେ ଓ ଅଙ୍ଗାରକାମ୍ଳ ବାହାରି ଯାଇଥାଏ ।
ଶ୍ଵାସନଦ୍ୱାରା ଖାଦ୍ୟକୁ ଭାଙ୍ଗିବା ଓ ଶକ୍ତି ଉତ୍ପାଦନ ହେବା ସମ୍ଭବ ହୋଇଥାଏ । ଶ୍ଵାସକ୍ରିୟା ଏକ ଭୌତିକ ପ୍ରକ୍ରିୟା ଏବଂ ଶ୍ୱସନ ଏକ ରାସାୟନିକ ପ୍ରକ୍ରିୟା ଯାହା ଶରୀର ଅଭ୍ୟନ୍ତରରେ ସମ୍ପାଦିତ ହୋଇଥାଏ । ଉଭୟ ପ୍ରକ୍ରିୟା ଆମ ବଞ୍ଚିବାପାଇଁ ଏକାନ୍ତ ଆବଶ୍ୟକ ଅଟେ । କାରଣ ଶ୍ବସନ ପ୍ରକ୍ରିୟାରୁ ଉତ୍ପନ୍ନ ଶକ୍ତି ଆମକୁ ଚାଲିବା, ଦୌଡ଼ିବା, ଖେଳିବା ଏପରିକି ଚିନ୍ତା କରିବାରେ ମଧ୍ୟ ସହାୟକ ହୁଏ ।
ଆମ ଶରୀରରେ ପୋଷକ ପଦାର୍ଥ, ଅମ୍ଳଜାନ ଓ ଅନ୍ୟାନ୍ୟ ପଦାର୍ଥ ପରିବହନ ପାଇଁ ରକ୍ତ ସଞ୍ଚାଳନ ସଂସ୍ଥା (Circulatory System) ରହିଅଛି । ଏଥିରେ ହୃତ୍ପିଣ୍ଡ, ରକ୍ତ ଏବଂ ରକ୍ତବାହୀ ନଳୀ ଅନ୍ତର୍ଭୁକ୍ତ ।
ଧୂମପାନ ଓ ପରିବେଶ :
ଧୂମପାନ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହା ଫୁସ୍ଫୁସ୍କୁ କ୍ଷତି ପହଞ୍ଚାଏ ଏବଂ ଫୁସ୍ଫୁସ୍ କର୍କଟ ଏବଂ ଅନ୍ୟାନ୍ୟ ଶ୍ଵାସ ସମ୍ବନ୍ଧୀୟ ଅସୁସ୍ଥତା ସମେତ ଗୁରୁତର ରୋଗର ଆଶଙ୍କା ବୃଦ୍ଧିକରେ । ଏହା ଲଗାତାର କାଶ ଏବଂ ବାରମ୍ବାର ସଂକ୍ରମଣର କାରଣ ହୁଏ । ଏହା ଧୂମପାୟୀ ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଇବା ସହିତ ବାୟୁରେ ବିଷାକ୍ତ ରାସାୟନିକ ପଦାର୍ଥ ନିର୍ଗତ କରେ, ଯାହା ଅନ୍ୟମାନଙ୍କୁ ବିପଦରେ ପକାଇଥାଏ । ଯେତେବେଳେ ଧୂମପାନ କରୁ ନଥିବା ବ୍ୟକ୍ତିମାନେ ଏହି ପ୍ରଦୂଷିତ ବାୟୁକୁ ପ୍ରଶ୍ଵାସରେ ନିଅନ୍ତି, ସେମାନେ ପରୋକ୍ଷ ଧୂମପାନ ଅନୁଭବ କରନ୍ତି, ଯାହା ବିଶେଷକରି ପିଲା, ଗର୍ଭବତୀ ମହିଳା ଏବଂ ବୟସ୍କମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ । ତେଣୁ ଧୂମପାନ ଏଡ଼ାଇବାଦ୍ୱାରା ବ୍ୟକ୍ତିଗତ ସ୍ଵାସ୍ଥ୍ୟ ଏବଂ ଆମ ଚାରିପାଖର ଲୋକଙ୍କ ମଙ୍ଗଳ ହୁଏ ।
![]()
ମାଛ, ବେଙ୍ଗ ଓ ଜିଆ ଶରୀରରେ ଶ୍ଵାସକ୍ରିୟା :
ପକ୍ଷୀ, ହାତୀ, ସିଂହ, ଗାଈ, ଛେଳି ଇତ୍ୟାଦି ପ୍ରାଣୀ ଫୁସ୍ଫୁସ୍ ମାଧ୍ୟମରେ ଶ୍ଵାସକ୍ରିୟା କରନ୍ତି । ଏହି ପ୍ରାଣୀମାନଙ୍କର ଫୁସ୍ଫୁସ୍ର ଗଠନ ଭିନ୍ନ ଭିନ୍ନ ଅଟେ । ମାଛ ଗାଲି (Gill) ଦ୍ଵାରା ଶ୍ଵାସକ୍ରିୟା କରେ । ଏଗୁଡ଼ିକରେ ପ୍ରଚୁର ପରିମାଣରେ ରକ୍ତବାହୀ ନଳୀ ଥାଏ । ରକ୍ତ ଏବଂ ପାଣିରେ ଦ୍ରବୀଭୂତ ଗ୍ୟାସ୍ ମଧ୍ୟରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ବିନିମୟ ଗାଲିରେ ସଂଘଟିତ ହୋଇଥାଏ ।

- ବେଙ୍ଗ ଭଳି ଉଭୟଚର ପ୍ରାଣୀମାନେ ଉଭୟ ସ୍ଥଳଭାଗ ଏବଂ ଜଳଭାଗରେ ବାସ କରନ୍ତି । ସେମାନେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଶ୍ଵାସକ୍ରିୟା ପାଇଁ ଶରୀରର ବିଭିନ୍ନ ଅଂଶ ବ୍ୟବହାର କରିଥାନ୍ତି । ବେଙ୍ଗଫୁଲା ଗାଲି ମାଧ୍ୟମରେ ଶ୍ଵାସକ୍ରିୟା କରିଥାଏ ।
- ବେଙ୍ଗମାନେ ସ୍ଥଳଭାଗରେ ଥିବାବେଳେ ଫୁସ୍ଫୁସ୍ରା ଓ ପାଣିରେ ଥିବାବେଳେ ଚର୍ମଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି ।
- ଉପରୋକ୍ତ ଉପଯୋଜନ (Adoptation) ପ୍ରଣାଳୀ ସେମାନଙ୍କୁ ଉଭୟ ଜଳ ଓ ସ୍ଥଳଭାଗରେ ବଞ୍ଚିବାରେ ସହାୟକ ହୋଇଥାଏ । ସୁରରାଂ ପ୍ରାଣୀମାନେ ସମୟ ସହିତ ବିଭିନ୍ନ ପରିବେଶରେ ଉପଯୋଜିକ ହୋଇଥାନ୍ତି ।
- ଅମ୍ଳଜାନ ଓ ଅଙ୍ଗାରକାମ୍ଳ ବିନିମୟ ପାଇଁ ଜିଆ ନିଜର ଆର୍ଦ୍ର ଚର୍ମ ବ୍ୟବହାର କରେ ।
ବିଷୟବସ୍ତୁର ସାରାଂଶ :
- ପୋଷଣ, ରକ୍ତ ସଂଚାଳନ, ଶ୍ଵାସନ, ରେଚନ ଏବଂ ପ୍ରଜନନ ପ୍ରଭୃତି ଜୀବନ ପ୍ରକ୍ରିୟା ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ । ଏହି ପ୍ରକ୍ରିୟାଗୁଡ଼ିକୁ ସାମୂହିକ ଭାବରେ ଜୀବନ ପ୍ରକ୍ରିୟା (Life process) କୁହାଯାଏ ।
- ମାନବର ପରିପାକ ସଂସ୍ଥା ଏକ ପାକନଳୀକୁ ନେଇ ଗଠିତ । ମାଟି, ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର ଓ ମଳଦ୍ଵାର ଏବଂ ଏହା ସହ ସମ୍ପୃକ୍ତ ଯକୃତ ଏବଂ ଅଗ୍ନାଶୟ – ଏ ସମସ୍ତ ପାକନଳୀର ଅନ୍ତର୍ଭୁକ୍ତ ଅଟେ ।
- ପାଚନ ହୋଇଥିବା ଖାଦ୍ୟ ମୁଖ୍ୟତଃ କ୍ଷୁଦ୍ରାନ୍ତ୍ରର କାନ୍ଥ ମାଧ୍ୟମରେ ଶୋଷିତ ହୁଏ ।
- ଶୋଷିତ ପୋଷକ ପଦାର୍ଥ ରକ୍ତ ମାଧ୍ୟମରେ ଶରୀରର ବିଭିନ୍ନ ଅଂଶକୁ ପରିବାହିତ ହୁଏ । ସେଠାରେ ସେଗୁଡ଼ିକ ବିଭିନ୍ନ କାର୍ଯ୍ୟ କରିବାପାଇଁ ବ୍ୟବହୃତ ହୁଏ ।
- ବୃହଦନ୍ତ୍ର ଅବଶିଷ୍ଟ ଜଳ ଏବଂ ପରିପାକ ନ ହୋଇଥିବା ଖାଦ୍ୟରୁ କିଛି ଲବଣ ଶୋଷଣ କରେ ।
- ଗାଈ ଏବଂ ଛେଳି ଭଳି ତୃଣଭୋଜୀ ପ୍ରାଣୀଙ୍କୁ ରୋମନ୍ଥକ କୁହାଯାଏ । ସେମାନେ ଖାଦ୍ୟକୁ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି ।
- ପରେ, ଆଂଶିକ ଭାବରେ ପାଚନ ହୋଇଥିବା ଖାଦ୍ୟ ପାଟିକୁ ଫେରିଯାଏ ଏବଂ ପ୍ରାଣୀ ଏହାକୁ ଭଲ ଭାବରେ ଚୋବାଇଥାଏ ।
- ଶ୍ଵାସକ୍ରିୟାରେ ଫୁସ୍ଫୁସ୍ ଭିତରକୁ ବାୟୁର ଯିବା (ପ୍ରଶ୍ଵାସ) ଓ ଫୁସ୍ଫୁସ୍ରୁ ବାହାରକୁ ଆସିବା (ନିଃଶ୍ୱାସ) ଅନ୍ତର୍ଭୁକ୍ତ ।
- ଫୁସ୍ଫୁସ୍ର କୋଟରିକାରେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳର ବିନିମୟ ଘଟିଥାଏ ।
- ଶ୍ଵସନ ପ୍ରକ୍ରିୟାରେ ଗ୍ଲୁକୋଜକୁ ଭାଙ୍ଗି ଅଙ୍ଗାରକାମ୍ଳ ଓ ଜଳରେ ପରିଣତ କରିବା ପାଇଁ ପ୍ରଶ୍ଵାସରେ ନିଆଯାଇଥିବା ଅମ୍ଳଜାନ ବ୍ୟବହାର ହୁଏ । ଯେଉଁ ପ୍ରକ୍ରିୟାରେ ପୋଷକତତ୍ତ୍ଵ ବ୍ୟବହରଯୋଗ୍ୟ ଶକ୍ତିରେ ପରିଣତ ହୁଏ ତାହାକୁ ଶ୍ଵାସନ କୁହାଯାଏ ।
- ରକ୍ତସଂଚାଳନ ସଂସ୍ଥା ଶରୀରର ସମସ୍ତ ଅଂଶକୁ ପୋଷକତତ୍ତ୍ଵ ଏବଂ ଅମ୍ଳଜାନ ପରିବହନ କରେ । ଏଥରେ ହୃତ୍ପିଣ୍ଡ ଅନ୍ତର୍ଭୁକ୍ତ, ଯାହା ରକ୍ତବାହୀ ନଳୀ ମାଧ୍ୟମରେ ରକ୍ତ ପମ୍ପକରେ,
- ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ଏବଂ ପୋଷକତତ୍ତ୍ଵ ପହଞ୍ଚାଏ ଏବଂ ଶରୀରରୁ ବର୍ଜ୍ୟବସ୍ତୁ ମଧ୍ଯ ଅପସାରଣ କରେ ।
- ଶ୍ଵାସକ୍ରିୟା ଏକ ଭୌତିକ ପ୍ରକ୍ରିୟା ଏବଂ ଶ୍ଵାସନ ଏକ ରାସାୟନିକ ପ୍ରକ୍ରିୟା ।
![]()
ବିଭିନ୍ନ ପ୍ରାଣୀମାନଙ୍କର ଶ୍ଵାସକ୍ରିୟାର କୌଶଳ ଭିନ୍ନ ଭିନ୍ନ ଓ ସେମାନଙ୍କର ବାସସ୍ଥାନ ସହିତ ଖାପଖାଇବା ପାଇଁ ଉପଯୋଜିତ ।