Go through 8th Class Social Science Book Odia Medium Question Answer and Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା to understand textbook questions more clearly.
8th Class Social Science Chapter 6 Question Answer Odia Medium
Class 8 Social Science Chapter 6 Odia Medium
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
Question 1.
ସାଂସଦର ଉଭୟ ସଦନରେ ତୁମ ରାଜ୍ୟରୁ କେତେଜଣ ପ୍ରତିନିଧ୍ଵ ସ୍ଥାନ ପାଇଛନ୍ତି ?
Answer:
(i) ସଂସଦର ଉଭୟ ସଦନରେ ପ୍ରତ୍ୟେକ ରାଜ୍ୟରୁ ପ୍ରତିନିଧ୍ଵ ଯୋଗଦେବାର ବ୍ୟବସ୍ଥା ସମ୍ବିଧାନରେ କରାଯାଇଛି । ଲୋକସଭାରେ ଅଧିକ ସଭ୍ୟ ଥିବାବେଳେ ରାଜ୍ୟସଭାରେ କମ୍ ସଦସ୍ୟ ରହିଥା’ନ୍ତି ।
(ii) ମୋ ରାଜ୍ୟ ଓଡ଼ିଶା କଥା ବିଚାରକୁ ନେଲେ ଏଠାରୁ ଲୋକସଭାକୁ ୨୧ ଜଣ ସଦସ୍ୟ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ଯାଇଥା’ନ୍ତି ।
(iii) ସଂସଦର ରାଜ୍ୟସଭା ପାଇଁ ଆମ ରାଜ୍ୟରୁ ମାତ୍ର ୧୦ ସଦସ୍ୟ ପରୋକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି । ସେମାନଙ୍କୁ ଆମର ବିଧାନସଭାର ବିଧାୟକମାନେ ଭୋଟ ଦେଇ ଚୟନ କରିଥା’ନ୍ତି ।
(iv) ଏହି ୩୧ଜଣ ସାଂସଦ ଦେଶର ଆଇନ ପ୍ରଣୟନ କ୍ଷେତ୍ରରେ ଅଂଶଗ୍ରହଣ କରି ଆମ ରାଜ୍ୟର ଗୌରବ ବୃଦ୍ଧି କରିବାରେ ସହାୟକ ହୋଇଥା’ନ୍ତି । ଏ କ୍ଷେତ୍ରରେ ଉତ୍ତରପ୍ରଦେଶର ସର୍ବାଧିକ ୮୦ ଜଣ ଲୋକସଭାରେ ଓ ୩୧ ଜଣ ରାଜ୍ୟସଭାରେ ସାଂସଦ ରହିବାର ବ୍ୟବସ୍ଥା ଅଛି ।
Question 2.
ଭାରତର ସଂସଦ ‘‘ଲୋକଙ୍କ ମତ’’କୁ କିପରି ଦର୍ଶାଏ ? ଭିନ୍ନ ଭିନ୍ନ ମତ ଉପସ୍ଥାପନା ବୋଲି ଏହା କିପରି ସୁନିଶ୍ଚିତ କରେ ?
Answer:
(i) ଭାରତର ସଂସଦର ମତକୁ ‘ଲୋକଙ୍କ ମତ’ ବୋଲି କୁହାଯାଇଥାଏ- କାରଣ ଲୋକମାନେ ସିଧାସଳଖ ଭୋଟ ଦେଇ ଲୋକସଭାକୁ ସେମାନଙ୍କର ପ୍ରତିନିଧ୍ଵ ପଠାଇଥା’ନ୍ତି ଏବଂ ରାଜ୍ୟସଭାକୁ ପରୋକ୍ଷଭାବରେ ସେମାନଙ୍କର ପ୍ରତିନିଧୂ ଯାଇଥାନ୍ତି ।
(ii) ସେଠାରେ ଏହି ନିର୍ବାଚିତ ପ୍ରତିନିଧୂମାନେ ବିଭିନ୍ନ ସଂସଦୀୟ ବ୍ୟାପାରରେ ଅଂଶଗ୍ରହଣ କରି ଲୋକମାନଙ୍କର ଗୁରୁତ୍ଵପୂର୍ଣ୍ଣ ସମସ୍ୟାମାନ ଉପସ୍ଥାପନା କରିବା ସହିତ ତାହାର ସମାଧାନ ପାଇଁ ଉପଯୁକ୍ତ ପରାମର୍ଶ ପ୍ରଦାନ କରିବାରେ ସମର୍ଥ ହୋଇଥାନ୍ତି, ଯଥା-
(iii) (କ) ପ୍ରଶ୍ନୋତ୍ତର କାଳ – ପ୍ରଶ୍ନୋତ୍ତର କାଳରେ ସାଂସଦମାନେ ସେମାନଙ୍କର ସଂସଦୀୟ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପରେ ବିଭାଗୀୟ ମନ୍ତ୍ରୀମାନଙ୍କୁ ପ୍ରଶ୍ନ ପଚାରି ଉତ୍ତର ମାଗିଥା’ନ୍ତି । ଯାହାଫଳରେ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଖୁବ୍ ଶୀଘ୍ର ସମାଧାନ ହୋଇଥାଏ ।
(ଖ) ଆଲୋଚନା ଓ ପର୍ଯ୍ୟାଲୋଚନା – କୌଣସି ଗୁରୁତ୍ଵପୂର୍ଣ୍ଣ ବିଧେୟକ, ଜାତୀୟ ସ୍ଵାର୍ଥ ସମ୍ବନ୍ଧୀୟ ବିଷୟ ଓ ରାଜ୍ୟମାନଙ୍କର ସମସ୍ୟାର ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଉପଯୁକ୍ତ ମତାମତ ଦେବାର ବ୍ୟବସ୍ଥା ରହିଛି । ଆଲୋଚନାରେ ସମସ୍ତଙ୍କର ମତାମତକୁ ସମ୍ମାନ ଦି ଆଯାଇଥାଏ ।
(ଗ) ସଂସଦୀୟ କମିଟି – ସଂସଦୀୟ ବ୍ୟାପାର କମିଟି ଗଠନ ବେଳେ ସବୁଦଳକୁ ସମାନ ପ୍ରତିନିଧ୍ଵ ପ୍ରଦାନ କରାଯାଇଥାଏ । ବିଭିନ୍ନ ବିଧେୟକ, ବଜେଟ୍ ଓ ଜାତୀୟ ନୀତି ନିର୍ଦ୍ଧାରଣ କମିଟିରେ ସଂସଦର ସଦସ୍ୟ ରହିବାର ବ୍ୟବସ୍ଥା ରହିଅଛି, ଯାହାଫଳରେ ଲୋକମାନଙ୍କର ମତାମତ ସଠିକ୍ ଭାବରେ ଉପସ୍ଥାପନା କରାଯାଇପାରିବ ।
![]()
Question 3.
ସମ୍ବିଧାନ କାର୍ଯ୍ୟପାଳିକାକୁ ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ କରିଛି ବୋଲି ତୁମେ କାହିଁକି ଭାବୁଛ ?
Answer:
(i) ଆମ ସମ୍ବିଧାନରେ କାର୍ଯ୍ୟପାଳିକା କହିଲେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ, ମନ୍ତ୍ରୀପରିଷଦ ଓ ସଚିବମାନଙ୍କୁ ବୁଝାଇଥାଏ । ଏମାନେ ସଂସଦରେ ଉତ୍ତରଦାୟୀ ହେବା ସହିତ ଲୋକମାନଙ୍କ ନିକଟରେ ଦାୟୀ ରୁହନ୍ତି । ଲୋକମାନଙ୍କର ଆଶା ଓ ଆକାଂକ୍ଷା ଠିକ୍ ଭାବରେ ପୁରଣ ହୋଇପାରୁଛି କି ନାହିଁ ତାହା ଲକ୍ଷ୍ୟ କରିଥା’ନ୍ତି ।
(ii) କ୍ଷମତାର ଅପବ୍ୟବହାର ଯେପରି ନ ହୁଏ, ସେଥୁପ୍ରତି ସେମାନେ ସଜାଗ ହୋଇଥା’ନ୍ତି ଓ ମନ୍ତ୍ରୀମାନେ ସେମାନଙ୍କର ପରିଧ୍ଵ ଭିତରେ କାର୍ଯ୍ୟ କରୁଛନ୍ତି କି ନାହିଁ ତାହା ତଦାରଖ କରିଥା’ନ୍ତି ।
(iii) ମନ୍ତ୍ରୀମାନଙ୍କର ନିଷ୍ପତ୍ତି ଯେପରି ଲୋକମାନଙ୍କର ମଙ୍ଗଳରେ ଲାଗିବ ସେଥୁପ୍ରତି ଧ୍ୟାନ ଦେଇଥା’ନ୍ତି ।
(iv) ଏହି ବ୍ୟବସ୍ଥା ଗଣତନ୍ତ୍ରର ସ୍ଵଚ୍ଛତା ଓ ଦାୟିତ୍ୱବୋଧତା ରକ୍ଷା କରିବା ସହିତ ନାଗରିକମାନଙ୍କର ସ୍ଵାର୍ଥପ୍ରତି ଯବାନ୍ ହୋଇଥାଏ ।
Question 4.
ଆମେ କେନ୍ଦ୍ର ସ୍ତରରେ ଦ୍ଵିସଦନୀୟ ବ୍ୟବସ୍ଥାପିକା କାହିଁକି ଗ୍ରହଣ କରିଛେ ?
Answer:
(i) ଭାରତର ସମ୍ବିଧାନ ନିର୍ମାତାମାନେ ସମ୍ବିଧାନ ତିଆରି କଲାବେଳେ ଚିନ୍ତା କରିଥିଲେ ଯେ ଭାରତ ଭଳି ଏତେ ବିଶାଳ ଦେଶରେ ଗୋଟିଏ ସଦନ ରହିଲେ ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ପ୍ରତିନିଧ୍ଵ ରହିପାରିବେ ନାହିଁ ଏବଂ ସେମାନଙ୍କର ମତାମତ, ଅଭିଯୋଗ ଓ ଉନ୍ନତମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ ନାହିଁ ।
(ii) ସେଥ୍ ପାଇଁ ସମ୍ବିଧାନ ପ୍ରଣେତାମାନେ ରାଜ୍ୟସଭା ରହିବାର ବ୍ୟବସ୍ଥା କରିଥିଲେ । ଯାହାଫଳରେ ଭାରତରେ ବସବାସ କରୁଥିବା ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକମାନଙ୍କର ମତାମତ ଓ ଇଚ୍ଛାକୁ ପୂରଣ କରିବା ସହିତ ରାଜ୍ୟଗୁଡ଼ିକର ବିକାଶ ସାଧୂ ହୋଇପାରିବ ।
(iii) ରାଜ୍ୟସଭାର ଗଠନ ଓ ନିର୍ବାଚନ ପ୍ରଣାଳୀ ଲୋକସଭାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
(iv) କେନ୍ଦ୍ର ଓ ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳ ଭିଭିରେ କ୍ଷମତା ବଣ୍ଟନ ଭିତ୍ତିକ ସଂଘୀୟ ବ୍ୟବସ୍ଥା ଭାରତ ଗ୍ରହଣ କରିଅଛି ।
(v) ଏହି ବ୍ୟବସ୍ଥାଦ୍ଵାରା ଜାତୀୟ ଏକତା ଓ ସ୍ଥାନୀୟ ସ୍ୱାର୍ଥ ମଧ୍ଯରେ ଏକ ଉତ୍ତମ ବୁଝାମଣା ସମ୍ଭବ ହୋଇପାରିଛି । ତେଣୁ ଆମର କେନ୍ଦ୍ର ସ୍ତରରେ ଦ୍ଵିସଦନୀୟ ବ୍ୟବସ୍ଥାପିକା ଗ୍ରହଣ କରାଯାଇଛି । ସମସ୍ତଙ୍କୁ ପ୍ରତିନିଧ୍ଵ କରିବାର ସୁଯୋଗ ପ୍ରଦାନ କରୁଛି ।
Question 5.
ସଂସଦରେ ନିକଟରେ ଗୃହୀତ ହୋଇଥିବା ଏକ ବିଧେୟକ କେଉଁ କେଉଁ ପଥ ଅତିକ୍ରମ କଲା ଅନୁଧ୍ୟାନ କର । ଏହା କେଉଁ ସଦନରେ ଉପସ୍ଥାପିତ ହେଲା ଚିହ୍ନଟ କର । ଏଥରେ କିଛି ପ୍ରମୁଖ ବିତର୍କ କିମ୍ବା ମତ ପାର୍ଥକ୍ୟ ଲକ୍ଷ୍ୟ କଲ କି ? ବିଧେୟକଟି ଆଇନ ହେବା ପାଇଁ କେତେଦିନ ଲାଗିଲା ? ସମ୍ବାଦପତ୍ର, ଅଭିଲେଖାଗାର, ସରକାରୀ ୱେବସାଇଟ୍ ଏବଂ ଲୋକସଭା ବିତର୍କ ଉପଯୋଗ କର କିମ୍ବା ତୁମ ଶିକ୍ଷକଙ୍କ ସହାୟତା ନିଅ ।
Answer:
(i) ନିକଟ ଅତୀତରେ ମହିଳା ସଂରକ୍ଷଣ ବିଧେୟକ ଲୋକସଭାରେ ଆଗତ କରାଯାଇଥିଲା । ଏଥିରେ ମହିଳାମାନଙ୍କ ପାଇଁ ୩୩ ଭାଗ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଥିଲା । ଏହା ଲୋକସଭା ଓ ରାଜ୍ୟ ବିଧାନସଭାମାନଙ୍କ ପାଇଁ ଲାଗୁ ହେବାର ଥିଲା ।
(ii) ଏହି ବିଧେୟକଟି ଆଇନରେ ପରିଣତ ହେବାପାଇଁ ଦୀର୍ଘଦିନ ବିତିଯାଇଥିଲା । ଏହା ପ୍ରଥମେ ୧୯୯୬ରେ ଆଗତ କରାଯାଇଥିଲା କିନ୍ତୁ ଅନେକ ବିଳମ୍ବ ହେତୁ ଏହାକୁ ପୁନର୍ବାର ସେପ୍ଟେମ୍ବର ୧୯ ତାରିଖ ୨୦୨୩ ମସିହାରେ ଆଗତ କରାଯାଇଥିଲା ।
(iii) ଅନେକ ତର୍କ ଓ ବିତର୍କ ମଧ୍ୟରେ ଲୋକସଭାରେ ସେପ୍ଟେମ୍ବର ୨୧ ତାରିଖ ୨୦୨୩ରେ ଏହା ସପକ୍ଷରେ ୪୫୪ ଖଣ୍ଡ ଭୋଟ ଯାଇଥିବାବେଳେ ବିପକ୍ଷରେ ମାତ୍ର ୨ଖଣ୍ଡ ଭୋଟ ଯାଇଥିଲା ।
(iv) ଏହାପରେ ବିଧେୟକଟିକୁ ରାଜ୍ୟସଭାକୁ ୨୩ ସେପ୍ଟେମ୍ବର ୨୦୨୩ ପଠାଯାଇଥିଲା । ସେଠାରେ ୨୧୫ ଜଣ ସଭ୍ୟଙ୍କ ଭୋଟରେ ଅନୁମୋଦିତ ହୋଇଥିଲା ।
(v) ସଂସଦର ଉଭୟ ଗୃହରେ ଅନୁମୋଦନ ହେଲାପରେ ୨୮ ସେପ୍ଟେମ୍ବର ୨୦୨୩ରେ ରାଷ୍ଟ୍ରପତିଙ୍କଦ୍ୱାରା ସ୍ୱାକ୍ଷରିତ ହୋଇଥିଲା । ଏହା ଥିଲା ସମ୍ବିଧାନର ୧୦୬ ତମ ସଂଶୋଧନ ଅଧୁନିୟମ । ଏହି ବିଧେୟକଟିକୁ ଆଇନରେ ପରିଣତ କରିବାପାଇଁ ଦୀର୍ଘ ୨୭ ବର୍ଷ ଲାଗିଯାଇଥିଲା ।
![]()
Question 6.
ନିକଟରେ ସଂସଦଦ୍ଵାରା ଗୃହୀତ ଏକ ଆଇନ ବାଛିନିଅ । ତୁମେମାନେ ଭିନ୍ନ ଭିନ୍ନ ଦଳ ଗଢ଼ି ଏହି ପ୍ରକ୍ରିୟାର ବିଭିନ୍ନ ଭାବର ଅଭିନୟ କର – ବିତର୍କରତ ଲୋକସଭା ଏବଂ ରାଜ୍ୟସଭା ସାଂସଦ ଉତ୍ତର ଦେଉଥିବା ମନ୍ତ୍ରୀ ଏବଂ ସ୍ଵୀକୃତି ଦେଉଥିବା ରାଷ୍ଟ୍ରପତି । ବିଧେୟକ କିପରି ଆଇନରେ ପରିଣତ ହୁଏ ଦର୍ଶାଇବାପାଇଁ ଏକ ଲଘୁ ନାଟକ ଉପସ୍ଥାପନ ମାଧ୍ୟମରେ ଏକ ଆଦର୍ଶ ସଂସଦ ପରିବେଷଣ କର ।
Answer:
(i) ଏକ ‘ଆଦର୍ଶ ସଂସଦ’, ଯାହାର ବିଷୟବସ୍ତୁ ରହିଛି ‘ମହିଳା ସଂରକ୍ଷଣ ବିଲ୍’ ।
(ii) ଅଂଶଗ୍ରହଣ କରୁଥିବା ବ୍ୟକ୍ତି –
(କ) ଲୋକସଭାର ବାଚସ୍ପତି,
(ଖ) ଆଇନ ମନ୍ତ୍ରୀ,
(ଗ) ସହଯୋଗୀ ସାଂସଦ,
(ଘ) ବିରୋଧୀଦଳ ସାଂସଦ,
(ଙ) ରାଷ୍ଟ୍ରପତି
ଲୋକସଭାର ଦୃଶ୍ୟ –
ବାଚସ୍ପତି – ମାନନୀୟ ସାଂସଦଗଣ, ଆମେ ଆଜି ମହିଳାମାନଙ୍କ ପାଇଁ ୩୩ ଭାଗ ସ୍ଥାନ ସଂରକ୍ଷଣ ବିଲ ଉପରେ ଆଲୋଚନା କରିବାକୁ ଯାଉଛେ । ତେଣୁ ସମସ୍ତେ ନୀରବରେ ଓ ଶାନ୍ତିଶୃଙ୍ଖଳା ରକ୍ଷା କରି ଏଥରେ ଅଂଶଗ୍ରହଣ କରନ୍ତୁ ।
ଆଇନ ମନ୍ତ୍ରୀ – ଏହି ମହିଳା ସଂରକ୍ଷଣ ବିଲ୍ ଆଗତ ହେବାର ଉଦ୍ଦେଶ୍ୟ ହେଉଛି ଆମର ମହିଳାମାନଙ୍କୁ ଯଥେଷ୍ଟ ସମ୍ମାନ ଦେବା ସହିତ ରାଜନୀତି ସେମାନଙ୍କର ଅଂଶଗ୍ରହଣ ୩୩ ଭାଗ ବୃଦ୍ଧି କରିବାପାଇଁ ମୁଁ ପ୍ରସ୍ତାବ ରଖୁଅଛି । ମୋର ବିନମ୍ର ଅନୁରୋଧ ସମସ୍ତେ ଏହାକୁ ସମର୍ଥନ କରିବେ ।
ସହଯୋଗୀ ସାଂସଦ – ମୁଁ ଏହାକୁ ଦୃଢ଼ତାର ସହିତ ସମର୍ଥନ କରୁଅଛି । ମହିଳାମାନେ ସମାନ ପରିମାଣରେ ମର୍ଯ୍ୟାଦା ପାଇବା ଉଚିତ ।
ବିରୋଧୀ ଦଳ ସାଂସଦ – ମୁଁ ଏଥୁରେ ରାଜି ଅଛି, କିନ୍ତୁ ଏହାକୁ ସବୁରାଜ୍ୟମାନଙ୍କରେ ଲାଗୁ କରିବାର ବ୍ୟବସ୍ଥା ହେବା ଦରକାର ।
ବାଚସ୍ପତି – ଯଦି ସମସ୍ତ ସାଂସଦ ଏହି ବିଲକୁ ସମର୍ଥନ କରୁଛନ୍ତି, ତେବେ ଏକ ସ୍ଵରରେ ସମସ୍ତେ ହଁ ବୋଲି କହିବାକୁ ପଡ଼ିବ ।
ସମସ୍ତ ସାଂସଦ – ହଁ, ଆମେ ସମସ୍ତେ ଏଥରେ ଏକମତ ।
ବାଚସ୍ପତି – ବିଲ୍ଟି ଲୋକସଭାରେ ଅନୁମୋଦିତ ହୋଇସାରିଛି । ଏବେ ଏହାକୁ ଅନୁମୋଦନ ପାଇଁ
ରାଜ୍ୟସଭାର ଦୃଶ୍ୟ-
- ରାଜ୍ୟସଭାର ଅଧ୍ଯକ୍ଷ – ବର୍ତ୍ତମାନ ଗୃହରେ ମହିଳା ସଂରକ୍ଷଣ ବିଲ ବିଷୟରେ ଆଲୋଚନା ହେବାକୁ ଯାଉଅଛି । ସମସ୍ତେ ଏଥିରେ ଧୀର ଓ ସ୍ଥିର ମନରେ ବିଚାର କରି ଅଂଶଗ୍ରହଣ କରିବେ ।
- ସମର୍ଥନକାରୀ ସାଂସଦ – ମହିଳା ସଂରକ୍ଷଣ ବିଲକୁ ସମସ୍ତେ ସମର୍ଥନ କରନ୍ତୁ, କାରଣ ଏହା ଗଣତନ୍ତ୍ରକୁ ମଜବୁତ୍ କରିବ ।
- ବିରୋଧୀଦଳ ସାଂସଦ – ମାନନୀୟ ବାଚସ୍ପତି ମହୋଦୟ ଆମ୍ଭେମାନେ ଏହି ବିଲ୍କୁ ସମର୍ଥନ କରୁଅଛୁ । କିନ୍ତୁ ଏଥିରେ ସବୁ ଶ୍ରେଣୀର ମହିଳାମାନେ ଯେପରି ଅଂଶଗ୍ରହଣ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉ ।
- ଅଧ୍ଯକ୍ଷ ଯଦି ସମସ୍ତେ ଏଥରେ ଏକମତ ହେଲେ ସମସ୍ତେ ଏକ ସ୍ଵରରେ ହଁ କୁହନ୍ତୁ ।
- ସାଂସଦମାନେ – ହଁ, ଆମେ ସମସ୍ତେ ଏହାକୁ ସମର୍ଥନ କରୁଛୁ ।
- ରାଜ୍ୟସଭାର ଅଧ୍ଯକ୍ଷ – ଏଥର ଏହି ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେଲା । ତେଣୁ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯିବ ।
- ରାଷ୍ଟ୍ରପତି – ମୁଁ ମହିଳା ସଂରକ୍ଷିଣ ବିଲ୍ ଗ୍ରହଣ କରିଅଛି । ମୁଁ ଏହା ଉପରେ ମତାମତ ଦେବା ପୂର୍ବରୁ ଏହାକୁ ଭଲଭାବରେ ଅବଗତ ହେବ ।
- ରାଷ୍ଟ୍ରପତି – ବର୍ତ୍ତମାନ ମହିଳା ସଂରକ୍ଷଣ ବିଲ ଆଇନରେ ପରିଣତ ହେଲା ବୋଲି କହି ସେଥିରେ ନିଜର ସ୍ଵାକ୍ଷର କରିଥିଲେ ।
![]()
Question 7.
ପ୍ରବଳ ସମର୍ଥନରେ ମହିଳା ସଂରକ୍ଷଣ ବିଧେୟକ, ୨୦୨୩ ଗୃହୀତ ହେଲା । ଅନେକ ବର୍ଷ ଧରି ଆଲୋଚନା ହୋଇଥିଲେ ମଧ୍ୟ ଏହା ଗୃହୀତ ହେବାକୁ ୨୫ ବର୍ଷରୁ ଅଧିକ ସମୟ ନେବାର କାରଣ କ’ଣ ହୋଇପାରେ ?
Answer:
(i) ମହିଳା ସଂରକ୍ଷଣ ବିଧେୟକ ୨୦୨୩ ଗୃହୀତ ହେବାକୁ ପ୍ରାୟ ୨୫ ବର୍ଷରୁ ଅଧିକ ସମୟ ନେବାର ଅନେକ କାରଣ ଅଛି ।
(ii) ଭିନ୍ନ ଭିନ୍ନ ରାଜନୈତିକ ଦଳଙ୍କ ଭିନ୍ନ ମତ ପାଇଁ ଏହା ଗୃହୀତ ହୋଇପାରୁନଥିଲା । କେତେକ ସାଂସଦ OBCs (Other Backward Class) ଶ୍ରେଣୀପାଇଁ ୩୩ ଭାଗ ସଂରକ୍ଷଣ ପାଇଁ ଦାବି କରୁଥିଲେ । ଫଳରେ ଅନ୍ୟ ଦଳର ସାଂସଦମାନେ ଏହାକୁ ବିରୋଧ କରୁଥିଲେ ।
(iii) ମହିଳା ସଂରକ୍ଷଣ ବିଧେୟକ ଲାଗୁହେଲେ ଅନେକ ଟାଣୁଆ ପୁରୁଷ ରାଜନେତା ସେମାନଙ୍କର ସ୍ଥାନ ହରାଇବାକୁ ପଡ଼ିବ ବୋଲି ସେମାନେ ଏହାକୁ ବିରୋଧ କରୁଥିଲେ ।
(iv) ଯଦିଓ ସମସ୍ତେ ଉପର ମନରେ ସମର୍ଥନ କରୁଥିଲେ, କିନ୍ତୁ ବାସ୍ତବରେ ପୁରୁଷ ରାଜନେତାମାନଙ୍କ ଆନ୍ତରିକତାର ଅଭାବ ଥିଲା । ତେଣୁ ଏହାକୁ ଆଇନରେ ପରିଣତ କରିବାପାଇଁ ୨୫ ବର୍ଷ ପାଖାପାଖ୍ ଲାଗି ଯାଇଥିଲା ।
(v) ଶେଷରେ ବହୁଘାତ ପ୍ରତିଘାତ ମଧ୍ଯରେ ୨୦୨୩ ମସିହାରେ ବିଲ୍ ପାସ୍ ହୋଇ ଆଇନର ପରିଣତ ହୋଇଛି । ଏହା ଏକ ଖୁସିଖବର ଯେ ମହିଳାମନେ ଦେଶର ହିତପାଇଁ କାର୍ଯ୍ୟ କରିବା ସହିତ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧ୍ଵକମଜବୁତ୍ କରିବ ବୋଲି ଆଶା କରାଯାଏ ।
Question 8.
ବେଳେବେଳେ ସଂସଦୀୟ କାର୍ଯ୍ୟକଳାପରେ ବ୍ୟାଘାତ ଯୋଗୁଁ ଏହା ଧାର୍ଯ୍ୟ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିପାରେ ନାହିଁ । ଆଇନର ଗୁଣବତ୍ତା ଏବଂ ଲୋକମାନେ ସେମାନଙ୍କ ପ୍ରତିନିଧୁଙ୍କ ଉପରେ ରଖୁଥିବା ଆସ୍ଥା ଏହାଦ୍ଵାରା କିପରି ପ୍ରଭାବିତ ହୋଇଥାଏ ବୋଲି ତୁମେ ଭାବୁଛ ?
Answer:
(i) ସଂସଦୀୟ କାର୍ଯ୍ୟକଳାପରେ ବ୍ୟାଘାତ ସୃଷ୍ଟି କରିବା, ସଂସଦକୁ ଚଳାଇ ନଦେବା ଏବଂ ଧାର୍ଯ୍ୟ ଦିନ ପୂର୍ବରୁ ଅଧୂବେଶନ ବନ୍ଦ କରିବା ଇତ୍ୟାଦି କାର୍ଯ୍ୟ ଅତି ଘୃଣ୍ୟ ପରମ୍ପରା ସୃଷ୍ଟି କରିଥାଏ । ଏହା ଆଇନର ଗୁଣବତ୍ତା ନଷ୍ଟ କରିବା ସହିତ ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ ଅପମାନିତ କରିଥାଏ ।
(ii) ଏହା ଫଳରେ ଗୁରୁତ୍ଵପୂର୍ଣ୍ଣ ବିଧେୟକଗୁଡ଼ିକ ବିନା ଆଲୋଚନାରେ ଗୃହୀତ ହୋଇଥାଏ । ସେଥୁରେ ଅନେକ ତ୍ରୁଟି ରହିଯାଇଥାଏ ।
(iii) କ୍ରମାଗତ ଭାବରେ ଅଧୂବେଶନ ବନ୍ଦ ହେବା ଫଳରେ ଲୋକପ୍ରତିନିଧିମାନଙ୍କ ଉପରୁ ଲୋକମାନଙ୍କର ଆଶା ଓ ଭରସା ତୁଟି ଯାଇଥାଏ । ମନରେ ପ୍ରଶ୍ନ ଉଠେ ପ୍ରତିନିଧ୍ଵ ଚୟନରେ ବୋଧ ହୁଏ ଭୁଲ ହେଲା ।
(iv) ସାଂସଦମାନଙ୍କରର ଏପରି ବ୍ୟବହାରରେ କ୍ଷୁବ୍ଧ ସାଂସଦମାନଙ୍କ ମନରେ ଘୃଣ୍ୟଭାବ ଜାଗ୍ରତ ହୁଏ । ସେମାନଙ୍କ ମନରେ ଥିବା ଉତ୍ସାହ ଓ ଆଗ୍ରହ ଧୂମା ପଡ଼ିଯାଇଥାଏ ।
(v) ଏହିଭଳି ଚାଲୁରହିଲେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାର ସମ୍ଭାବନା ଦେଖାଯାଇଥାଏ । ଭବିଷ୍ୟତ ପଢ଼ିର ଲୋକମାନେ ଗଣତନ୍ତ୍ର ଉପରେ ରଖୁଥିବା ଅତୁଟ ବିଶ୍ଵାସ ଭାଙ୍ଗିଯାଇଥାଏ । ଦେଶର ଆଶା ଓ ଆକାଂକ୍ଷା ପୂରଣ ହୋଇପାରେ ନାହିଁ ।
![]()
Question 9.
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସ୍ଵାର୍ଥନ୍ୱେଷୀ ଗୋଷ୍ଠୀ ଗଠନ କରି ତୁମେ ତୁମ ସାଂସଦ କିମ୍ବା ବିଧାୟକଙ୍କୁ ପଚାରିବା ନିମନ୍ତେ କେତେକ ପ୍ରଶ୍ନର ତାଲିକା ପ୍ରସ୍ତୁତ କରିପାରିବ କି ? ଏହି ପ୍ରଶ୍ନ ସାଂସଦ କିମ୍ବା ବିଧାୟକଙ୍କ କ୍ଷେତ୍ରରେ କିପରି ଭିନ୍ନ ଭିନ୍ନ ହୋଇପାରିବ ?
Answer:
ଗ୍ରୁପ୍ ‘କ’ (ସାଂସଦଙ୍କୁ ପ୍ରଶ୍ନ)
- ଶିକ୍ଷା– କେନ୍ଦ୍ର ସରକାର ଉଚ୍ଚ ଶିକ୍ଷାର ମାନ ଉନ୍ନତ କରିବା ନିମନ୍ତେ ସାରା ଦେଶରେ କ’ଣସବୁ ନୂତନ ଓ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ?
- ନିଯୁକ୍ତି କ୍ଷେତ୍ର – ବେକାର ଯୁବକ ଯୁବତୀମାନଙ୍କ ପାଇଁ ସରକାର କେଉଁ ସୁବିଧା ଓ ସୁଯୋଗ ସୃଷ୍ଟି କରିଅଛନ୍ତି ?
- ପରିବେଶ – ପରିବେଶ ପ୍ରଦୂଷଣ ରୋକିବାପାଇଁ ସରକାରୀ ସ୍ତରରେ କ’ଣସବୁ ପଦକ୍ଷେପ ନିଆଯାଉଛି ?
- ଗମନାଗମନ ରାସ୍ତାଘାଟର ଉନ୍ନତିପାଇଁ କେନ୍ଦ୍ର ସରକାର କେତୋଟି ନୂତନ ଜାତୀୟ ରାଜପଥ ନିର୍ମାଣ କରିଛନ୍ତି ?
ଗ୍ରୁପ୍ ‘ଖ’ (ବିଧାୟକଙ୍କୁ ପ୍ରଶ୍ନ)
- ଶିକ୍ଷା- ଆମ ଅଞ୍ଚଳରେ ସରକାର ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷା ଦେବାପାଇଁ କେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ।
- ନିଯୁକ୍ତି କ୍ଷେତ୍ର – ରାଜ୍ୟ ସରକାର ଆମ ଅଞ୍ଚଳର ବେକାରମାନଙ୍କପାଇଁ କ’ଣସବୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ?
- ପରିବେଶ – ଆମ ଅଞ୍ଚଳରେ ପରିବେଶ ପ୍ରଦୂଷଣଜନିତ ସମସ୍ୟାକୁ ସମାଧାନ କରିବାପାଇଁ ନିଆଯାଇଥିବା ଆଦୃଶିଆ ପଦକ୍ଷେପ କ’ଣ ଅଟେ ?
- ଗମନାଗମନ –. ପ୍ରତି ଗ୍ରାମରେ ତିଆରି ହୋଇଥିବା ପକ୍କା ସଡ଼କର ମରାମତି କେବେ ହେବ ?
Question 10.
ଭାରତୀୟ ଗଣତନ୍ତ୍ରରେ ନ୍ୟାୟପାଳିକା କେଉଁ ଭୂମିକା ତୁଲାଇଥାଏ ? ଏକ ସ୍ଵାଧୀନ ନ୍ୟାୟପାଳିକା ନଥିଲେ ଆମ ପାଇଁ କ’ଣ ଅସୁବିଧା ହୋଇଥାନ୍ତା ?
Answer:
(i) ଭାରତୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ସମାନ ଭାବରେ କାର୍ଯ୍ୟ କରିଥା’ନ୍ତି, କିନ୍ତୁ ସେଥୁମଧ୍ଯରୁ ଗଣତନ୍ତ୍ରର ସୁରକ୍ଷାପାଇଁ ନ୍ୟାୟପାଳିକା ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
(ii) ନ୍ୟାୟପାଳିକା ସମ୍ବିଧାନର ରକ୍ଷାକର୍ତ୍ତାଭାବେ କାର୍ଯ୍ୟ କରିଥାଏ ଏବଂ ସରକାରଙ୍କ ସବୁ ବିଭାଗ ସମ୍ବିଧାନର ସିଦ୍ଧାନ୍ତ ଓ ମାପଦଣ୍ଡ ମଧ୍ୟରେ ରହି କାର୍ଯ୍ୟ କରିବା ସୁନିଶ୍ଚିତ କରିଥାଏ ।
(iii) ଆଇନର ବାଖ୍ୟା, ବିଭିନ୍ନ ବିବାଦର ସମାଧାନ ଓ ମୌଳିକ ଅଧୂକାରର ସୁରକ୍ଷା ମାଧ୍ୟମରେ ଏହା ସମାଜ ତଥା ସରକାରୀ ଅନୁଷ୍ଠାନଗୁଡ଼ିକର ସଫଳ କାର୍ଯ୍ୟାନ୍ଵୟନ ନିମନ୍ତେ ଆବଶ୍ୟକ ନିୟନ୍ତ୍ରଣ ଲାଗୁ କରିଥାଏ ।
(iv) ବିଧ୍ଵବଦ୍ଧ ଓ ଦାୟିତ୍ଵସମ୍ପନ୍ନ ଭାବେ ବ୍ୟବସ୍ଥାପିକା କ୍ଷମତାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ନ୍ୟାୟପାଳିକାକୁ ଏକ ଅଦ୍ୱିତୀୟ ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମାଧ୍ୟମରେ ସଂସଦ ତାହାର କାର୍ଯ୍ୟ ସମ୍ପାଦନ କରିବା ଭଳି ନ୍ୟାୟାଳୟ ମାଧ୍ୟମରେ ନ୍ୟାୟପାଳିକା କାର୍ଯ୍ୟ କରିଥାଏ ।
(v) ଦେଶରେ ଯଦି ନ୍ୟାୟପାଳିକା ନଥା’ନ୍ତା ତେବେ ସରକାର ମନମୁଖୀ ଆଇନ ପ୍ରଣୟନ କରିଥା’ନ୍ତା । ଲୋକମାନଙ୍କର ଅଧିକାରଗୁଡ଼ିକ ସୁରକ୍ଷିତ ହୋଇପାରିନଥା’ନ୍ତା । ସେମାନେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥା’ନ୍ତେ । ନ୍ୟାୟପାଳିକା ନଥିଲେ ଭାରତରେ ଗଣତନ୍ତ୍ର ଉପରୁ ବିଶ୍ଵାସ ତୁଟିଯାଇଥାନ୍ତା ।
ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧୪୫) :
Question 1.
ଭାରତର ସଂସଦୀୟ ବ୍ୟବସ୍ଥା କ’ଣ ଏବଂ ଏହାର ଗଠନ ବିନ୍ୟାସ କିପରି ?
Answer:
(i) ଭାରତରରେ ସଂସଦୀୟ ବ୍ୟବସ୍ଥା ଏକ ଗଣତାନ୍ତ୍ରିକ ସରକାରର ରୂପ ଯେଉଁଠାରେ ଆଇନ ପ୍ରଣୟନ ଏବଂ ଦେଶକୁ ଶାସନ କରିବା ପାଇଁ ନିଜର ପ୍ରତିନିଧୁମାନଙ୍କୁ ନିର୍ବାଚିତ କରିଥାନ୍ତି ।
(ii) ସଂସଦରେ ଦୁଇଟି ଗୃହ ରହିଛି, ଯଥା- ଲୋକସଭା ବା ନିମ୍ନ ସଦନ ଏବଂ ରାଜ୍ୟସଭା ବା ଉଚ୍ଚ ସଦନ ।
(iii) ଏହି ଦ୍ୱି-ସଦନୀୟ ଗଠନ ଉଭୟ ଲୋକ ଓ ରାଜ୍ୟଗୁଡ଼ିକର ଉପସ୍ଥାପନକୁ ସୁନିଶ୍ଚିତ କରେ । ସରକାର ଲୋକମାନଙ୍କ ନିର୍ବାଚିତ ପ୍ରତିନିଧୁମାନଙ୍କ ମାଧ୍ୟମରେ ପର୍ଯ୍ୟବସିତ ନୀତିରେ ଏହି ବ୍ୟବସ୍ଥା କାର୍ଯ୍ୟ କରେ ।
![]()
Question 2.
ସଂସଦର ପ୍ରମୁଖ କାର୍ଯ୍ୟାବଳୀ କ’ଣ ଅଟେ ?
Answer:
- ସଂସଦର ଚାରିଗୋଟି ପ୍ରମୁଖ କାର୍ଯ୍ୟ ରହିଛି । ପ୍ରଥମତଃ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ଏବଂ ସମ୍ବିଧାନ ସଂଶୋଧନ କରିବା ଭଳି ସାମ୍ବିଧାନିକ କାର୍ଯ୍ୟ ଏହା କରେ ।
- ଦ୍ଵିତୀୟତଃ ବିଲ୍ ଆଗତ, ବିଲ୍ ଉପରେ ଆଲୋଚନା ଏବଂ ବିଲ୍କୁ ପାସ୍ କରି ଆଇନରେ ପରିଣତ କରିବା କାର୍ଯ୍ୟ ଏହା କରିଥାଏ ।
- ତୃତୀୟତଃ କାର୍ଯ୍ୟନିର୍ବାହୀ ଦାୟିତ୍ଵ ଯେଉଁଥରେ ମନ୍ତ୍ରୀମାନେ ପ୍ରଶ୍ନର ଉତ୍ତର ଦିଅନ୍ତି ଏବଂ ସଂସଦରେ ସେମାନଙ୍କର କାର୍ଯ୍ୟକୁ ଯଥାର୍ଥ ପ୍ରତିପ୍ରଦାନ କରନ୍ତି ।
- ଚତୁର୍ଥତଃ ଆର୍ଥିକ ଦାୟିତ୍ଵ ଯେଉଁଥରେ ସଂସଦ ବାର୍ଷିକ ବଜେଟ୍ ମାଧ୍ୟମରେ ସରକାରୀ ଖର୍ଚ୍ଚକୁ ଅନୁମୋଦନ ଏବଂ ତଦାରଖ କରେ ।
Question 3.
ଭାରତୀୟ ସଂସଦୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ଭୂମିକା କ’ଣ ?
Answer:
(i) ବ୍ୟବସ୍ଥାପିକା ଆଇନ ପ୍ରଣୟନ କରେ ଏବଂ ପ୍ରଶ୍ନ ଏବଂ ସ୍ପଷ୍ଟୀକରଣ ମାଗି କାର୍ଯ୍ୟପାଳିକାର କାର୍ଯ୍ୟ ତଦାରଖ କରେ । ଏହା ଲୋକଙ୍କ ସ୍ଵରକୁ ପ୍ରତିନିଧ୍ଵ କରେ ଏବଂ ସରକାରୀ କାର୍ଯ୍ୟକଳାପ ଉପରେ ନଜର ରଖେ ।
(ii) କାର୍ଯ୍ୟପାଳିକା ବ୍ୟବସ୍ଥାପିକାଦ୍ଵାରା ପ୍ରଣୀତ ଆଇନଗୁଡ଼ିକୁ କାର୍ଯ୍ୟକାରୀ କରେ । ଏଥୁରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ମନ୍ତ୍ରୀପରିଷଦ ଅନ୍ତର୍ଭୁକ୍ତ ।
(iii) କାର୍ଯ୍ୟପାଳିକା ଲୋକସଭା ନିକଟରେ ଉତ୍ତରଦାୟୀ ଏବଂ ଗଣତାନ୍ତ୍ରିକ ଶାସନରେ ଉତ୍ତରଦାୟିତ୍ଵ ବଜାୟ ରଖୁବାପାଇଁ ସମସ୍ତ ନିଷ୍ପତ୍ତି ଏବଂ କାର୍ଯ୍ୟକୁ ଯଥାର୍ଥ କରେ ।
Question 4.
କେନ୍ଦ୍ର ଓ କାର୍ଯ୍ୟ ସ୍ତରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା କିପରି ସଂଗଠିତ ହୋଇଥାଏ ?
Answer:
- କେନ୍ଦ୍ରସ୍ତରରେ ସଂସଦରେ ଲୋକସଭା ଏବଂ ରାଜ୍ୟସଭା ଅଛି । ରାଷ୍ଟ୍ରପତି ସାମ୍ବିଧାନିକ ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟନିର୍ବାହୀ ମୁଖ୍ୟ ।
- ରାଜ୍ୟସ୍ତରରେ ବିଧାନସଭା ଏବଂ କିଛି ରାଜ୍ୟରେ ବିଧାନପରିଷଦ ଅଛି ।
- ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟନିର୍ବାହୀ ମୁଖ୍ୟ ।
- ଉଭୟସ୍ତର ସମାନ ଗଠନ ପ୍ରଣାଳୀ ଅନୁସରଣ କରନ୍ତି ।
![]()
ଆସ ଅନୁସନ୍ଧାନ କରିବା :
Question 1.
ଏକ କ୍ଷୁଦ୍ର ପ୍ରବାହ ଚିତ୍ର ଅଙ୍କନ କରି ଆରଟିଇ କିପରି ଅଧୁନିୟମରେ ରୂପାନ୍ତରିତ ହୋଇଥିଲା ଦର୍ଶାଅ । ଯଦି ଏହା ଲୋକସଭାରେ ଆଲୋଚନା କରାଯାଇଥାନ୍ତା ତେବେ କେଉଁ ପଦ୍ଧତି ସବୁ ଅନୁସରଣ କରାଯାଇଥା’ନ୍ତା ?
Answer:
ଶିକ୍ଷା ଅଧିକାର ବା ଆର୍ଟିଇ ଅଧୁନିୟମରେ ରୂପାନ୍ତରିତ ହେବାର ପ୍ରବାହ :
- ସମ୍ବିଧାନ ସଂଶୋଧନ (୨୦୦୨) : ୮୬ ତମ ସଂଶୋଧନ ଧାରା ୨୧ (କ) ଯୋଡ଼ାଗଲା, ଯାହା ୬– ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାକୁ ଏକ ମୌଳିକ ଅଧିକାରରେ ପରିଣତ କଲା ।
- ଡ୍ରାଫ୍ଟ (୨୦୦୫) : CABE କମିଟି ବିଲ୍ ପ୍ରସ୍ତୁତ କରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଦାଖଲ କଲା ।
- କ୍ୟାବିନେଟ୍ ଅନୁମୋଦନ (୨୦୦୯) : କେନ୍ଦ୍ର କ୍ୟାବିନେଟ୍ ୨ ଜୁଲାଇ, ୨୦୦୯ରେ ବିଲ୍କୁ ଅନୁମୋଦନ କଲେ ।
- ୨୦ ଜୁଲାଇ ୨୦୦୯ରେ ରାଜ୍ୟସଭାରେ ବିଲ୍ ପାସ୍ ହେଲା ।’
- ୪ ଅଗଷ୍ଟ ୨୦୦୯ରେ ବିଲ୍ ଲୋକସଭାରେ ପାସ୍ ହେଲା ।
- ୨୬ ଅଗଷ୍ଟ ୨୦୦୯ରେ ରାଷ୍ଟ୍ରପତି ବିଲ୍ରେ ସ୍ଵାକ୍ଷର କରି ଏହାକୁ ଆଇନରେ ପରିଣତ କଲେ ।
- ୧ ଏପ୍ରିଲ୍ ୨୦୧୦ରେ ଏହି ଆଇନ କାର୍ଯ୍ୟକାରୀ ହେଲା, ଯାହା ଶିକ୍ଷାକୁ ମୌଳିକ ଅଧିକାର ଭାବରେ ସାମିଲ କଲା ।
ଯଦି ଏହା ଲୋକସଭାରେ ଆଲୋଚନା କରାଯାଇଥାନ୍ତା ତେବେ ନିମ୍ନଲିଖ ପଦ୍ଧତି ସବୁ ଅନୁସରଣ କରାଯାଇଥାନ୍ତା । ମନ୍ତ୍ରୀଙ୍କ ଦ୍ଵାରା ପରିଚୟ (ପ୍ରଥମ ପାଠ) → ଆଲୋଚନା ଏବଂ ବିତର୍କ → କମିଟି ଯାଞ୍ଚ → ଧାରାଦ୍ଵାରା ବିଚାର → ଭୋଟଦାନ (ଦ୍ଵିତୀୟ ପାଠ) → ଉଭୟ ଗୃହରେ ପାସ୍ → ରାଷ୍ଟ୍ରପତିଙ୍କ ଅନୁମୋଦନ → ଆଇନରେ ପରିଣତ ।
Question 2.
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂକ୍ରାନ୍ତୀୟ ସ୍ଥାୟୀ ସମିତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେତେକ ଅସ୍ଵୀକାରୀଙ୍କ ମିଳିତ ବୈଠକର ବିବରଣୀର ଉଦ୍ଧୃତି ଏଠାରେ ପ୍ରକାଶ କରାଯାଇଛି । ଉପର ବର୍ଷିତ ସ୍କ୍ରିନ୍ ସଟ୍ ନିରୀକ୍ଷଣ କର ଓ ତୁମ ମଧ୍ଯରେ ଛୋଟଛୋଟ ଦଳ ଗଢ଼ି ଆଲୋଚନା କର । କିଏ କାହାକୁ ବିବରଣୀ ଦେଇଛନ୍ତି ? ସମୀକ୍ଷା ହୋଇଥିବା ବିଷୟଟି କ’ଣ ଅଟେ ? ସମିତି ସୁପାରିଶକୁ ଚିହ୍ନଟ କର । ସରକାରଙ୍କ ଉତ୍ତର କ’ଣ ଥିଲା ?
Answer:
(i) ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଜଡ଼ିତ ସଂସଦୀୟ ସ୍ଥାୟୀ କମିଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବିଶେଷକରି ଆୟୁଷ ମନ୍ତ୍ରଣାଳୟକୁ ବିବରଣୀ ଦେଇଛନ୍ତି । ସମୀକ୍ଷା ହୋଇଥିବା ବିଷୟଟି ହେଉଛି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ ସୁବିଧା କରିବା । ବିଶେଷ କରି ବିବରଣୀରେ ଆୟୁଷ ସ୍ଵାସ୍ଥ୍ୟସେବାର ଉତ୍ତମ କାର୍ଯ୍ୟାନ୍ଵୟନ ଏବଂ ସମନ୍ଵୟ ପାଇଁ କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୁଷର ପୃଥକ୍ ବିଭାଗର ଆବଶ୍ୟକତା ଉପରେ ଆଲୋଚନା କରାଯାଇଛି ।
(ii) କମିଟି ସୁପାରିଶ୍ କରିଛି ଯେ ଆୟୁଷ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଉତ୍ସାହିତ ଏବଂ ରାଜି କରାଇବା ଉଚିତ ଯେ ସେମାନେ ଏପର୍ଯ୍ୟନ୍ତ ସ୍ଵତନ୍ତ୍ର ଆୟୁଷ ବିଭାଗ ପ୍ରତିଷ୍ଠା କରିପାରିଲେ ନାହିଁ । ଏହା ପ୍ରତିଷ୍ଠା ହେଲେ ଉତ୍ତମ ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ ଓ ଆୟୁଷ ଯୋଜନାର ଦ୍ରୁତ ବିକାଶ ଓ କାର୍ଯ୍ୟକାରିତା ହୋଇପାରିବ ।
(iii) ସରକାରଙ୍କ ଉତ୍ତର ଥୁଲା ଯେ ଆୟୁଷ ବିଭାଗ ସୃଷ୍ଟି କରିବା ରାଜ୍ୟ | କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଉପରେ ନିର୍ଭର କରେ, କାରଣ ସ୍ଵାସ୍ଥ୍ୟ ରାଜ୍ୟସ୍ତରୀୟ ବିଷୟ । ତଥାପି ଆୟୁଷ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପୃଥକ୍ ଆୟୁଷ ନିର୍ଦ୍ଦେଶାଳୟ ସ୍ଥାପନ କରିବାକୁ ଏବଂ ଜାତୀୟ ଆୟୁ: ମିଶନର ଉତ୍ତମ କାର୍ଯ୍ୟାନ୍ଵୟାନ ପାଇଁ କର୍ମଚାରୀ ନିଯୁକ୍ତ କରିବାକୁ କହିଛି ।
(iv) ବର୍ତ୍ତମାନ ୨୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନିଜସ୍ଵ ଆୟୁଷ ନିର୍ଦ୍ଦେଶାଳୟ ଅଛି ।
(v) ବାର୍ଷିକ ବଜେଟ୍ ପ୍ରସ୍ତୁତି ଏବଂ ବିଭିନ୍ନ ମନ୍ତ୍ରଣାଳୟ ନିମନ୍ତେ ବଣ୍ଟନ କରାଯାଇଥିବା ପୁଞ୍ଜି ଅନୁଧ୍ୟାନ ମାଧ୍ୟମରେ ସଂସଦ ସରକାରୀ ଖର୍ଚ୍ଚ ଅନୁମୋଦନ ଓ ନିୟନ୍ତ୍ରଣ କରେ ।
![]()
Question 3.
ତୁମେ କାହିଁକି ଭାବୁଛ ଯେ ସରକାରୀ ଖର୍ଜଗୁଡ଼ିକ ଉପରେ ସଂସଦ ତୀକ୍ଷ୍ଣ ନଜର ରଖୁଛି ? (ସୂତ୍ର : ସରକାର କାହାର ଅର୍ଥ ଖର୍ଚ୍ଚ କରିଥା’ନ୍ତି ?)
Answer:
ସମ୍ବିଧାନ ସଂସଦକୁ ସରକାରୀ ଖର୍ଜଗୁଡ଼ିକ ଉପରେ ନଜର ରଖିବା ପାଇଁ ଦାୟିତ୍ୱ ପ୍ରଦାନ କରିଛି ଯାହାଦ୍ଵାରା ସାଧାରଣ ଲୋକଙ୍କ ଅର୍ଥ ସଠିକ୍ ଭାବରେ ଦକ୍ଷତାର ସହିତ ଏବଂ ଦୁର୍ନୀତି ବିନା ବ୍ୟବହାର ହୋଇପାରିବ ଏବଂ ଏହା ଅପବ୍ୟବହାର ହେବା ପରିବର୍ତ୍ତେ ଲୋକମାନଙ୍କ ପାଖରେ ପହଞ୍ଚିପାରିବ ।
Question 4.
ଯଦି କାର୍ଯ୍ୟପାଳିକା, ବ୍ୟବସ୍ଥାପିକାର ଏକ ଅଂଶ, ତେବେ ଏଠାରେ କ୍ଷମତାର ବିଭାଜନ ହେଉଛି ବୋଲି ଆମେ କିପରି କହିପାରିବା ? (ସୂତ୍ର : ବ୍ୟବସ୍ଥାପିକା ବିଭାଗ ପୁନଃ ଅବଲୋକନ କର)
Answer:
(i) ଭାରତର ସଂସଦୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦକୁ ନେଇ ଗଠିତ କାର୍ଯ୍ୟପାଳିକା ବିଧାନସଭା କିମ୍ବା ଲୋକସଭାରୁ ଆସିଥାଏ । ଯଦିଓ ଏହା କ୍ଷମତା ପୃଥକୀକରଣକୁ ଦୁର୍ବଳ କରୁଥିବା ପରି ମନେହୁଏ, ତଥାପି ଏହି ବ୍ୟବସ୍ଥା ଏକ ସନ୍ତୁଳନ ବଜାୟ ରଖେ ।
(ii) ବ୍ୟବସ୍ଥାପକ ସଭା ଆଇନ ତିଆରି କରେ ଏବଂ କାର୍ଯ୍ୟପାଳିକା ସେଗୁଡ଼ିକୁ କାର୍ଯ୍ୟକାରୀ କରେ ଏବଂ ନ୍ୟାୟପାଳିକା ନିଶ୍ଚିତ କରେ ଯେକୌଣସି ଶାଖା ଯେପରି ସୀମା ବାହାରକୁ ନଯାଏ । ଉଦାହରଣ ସ୍ୱରୂପ ପ୍ରଶ୍ନୋତ୍ତର ସମୟରେ ମନ୍ତ୍ରୀମାନଙ୍କୁ କାର୍ଯ୍ୟପାଳିକାକୁ ଦାୟୀ ରଖ୍ ସାଂସଦମାନଙ୍କ ପ୍ରଶ୍ନର ଉତ୍ତର ସଂସଦର ବିତର୍କରେ ସାଂସଦମାନଙ୍କୁ ସରକାରୀ ନୀତିଗୁଡ଼ିକୁ ପରୀକ୍ଷା ଏବଂ ଆଲୋଚନା କରିବାକୁ ଦିଏ, ଯାହାଦ୍ଵାରା କାର୍ଯ୍ୟପାଳିକାର କାର୍ଯ୍ୟଗୁଡ଼ିକୁ ଯାଞ୍ଚ କରାଯିବା ନିଶ୍ଚିତ ହୁଏ ।
(iii) ଆଉ ଏକ ଉଦାହରଣ ହେଉଛି ବଜେଟ୍ । ବଜେଟ୍ ଅନୁମୋଦନ ପାଇଁ କାର୍ଯ୍ୟପାଳିକା ଏହାକୁ ସଂସଦରେ ଉପସ୍ଥାପନ କରିଥାଏ ଏବଂ ପାଣ୍ଠିର ସଠିକ୍ ବ୍ୟବହାର ନିଶ୍ଚିତ କରିବାପାଇଁ ବିଧାନସଭା ସରକାରୀ ଖର୍ଚ୍ଚ ତଦାରଖ କରେ । ତେଣୁ ଯଦିଓ କାର୍ଯ୍ୟପାଳିକା ବିଧାନସଭାର ଅଂଶ, ସେମାନଙ୍କର ଭୂମିକା ଭିନ୍ନଭିନ୍ନ ହୋଇଥାଏ ।
Question 5.
ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରୁ କେବଳ ଗୋଟିଏକୁ ସମଗ୍ର କ୍ଷମତା ପ୍ରଦାନ କରାଗଲେ କ’ଣ ହେବ ? ଏହା ଲୋକମାନଙ୍କ ଅଧିକାରକୁ କିପରି ପ୍ରଭାବିତ କରିବ ? ତୁମ ସହପାଠୀଙ୍କ ସହିତ ଆଲୋଚନା କର ।
Answer:
(i) ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରୁ କେବଳ ଗୋଟିଏକୁ ସମସ୍ତ କ୍ଷମତା ପ୍ରଦାନ କରାଗଲେ ଏହା ସମ୍ବିଧାନର ଆତ୍ମା ବିରୁଦ୍ଧରେ ଯିବ ଏବଂ ଲୋକଙ୍କ ଅଧିକାର ଓ ସ୍ଵାଧୀନତାକୁ ପ୍ରଭାବିତ କରିବ ।
(ii) ଯଦି ସମସ୍ତ କ୍ଷମତା ଦିଆଯାଏ ତେବେ ନିଷ୍ପଭିଗୁଡ଼ିକ ଜନସାଧାରଣଙ୍କ ସେବା କରିବା ପରିବର୍ତ୍ତେ କେବଳ ଶାସକ ରାଜନୈତିକ ଦଳକୁ ଲାଭ ଦେବ ।
(iii) ଯଦି ନ୍ୟାୟପାଳିକାର ସମସ୍ତ କ୍ଷମତା ଥାଆନ୍ତା ତେବେ ବିଚାରପତିମାନେ ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକାର ହସ୍ତକ୍ଷେପ କରି ନିର୍ବାଚିତ ପ୍ରତିନିଧୂଙ୍କଠାରୁ ନିଷ୍ପତ୍ତି ନେବାର ଅଧିକାର ଛଡ଼ାଇ ନେଇପାରନ୍ତି ଯାହା ଗଣତାନ୍ତ୍ରିକ ନୀତିବିରୁଦ୍ଧ ଅଟେ ।
(iv) ଏହି ସମସ୍ତ ପରିସ୍ଥିତିରେ ଭାରତ ଆଉ ଏକ ପ୍ରକୃତ ଗଣତନ୍ତ୍ର ରହିବ ନାହିଁ ଏବଂ ଲୋକମାନେ ସେମାନଙ୍କର ଗଣତାନ୍ତ୍ରିକ ଅସ୍ଵୀକାର ହରାଇବେ ।
![]()
Question 6.
ପ୍ରତ୍ୟେକ ସଂସ୍ଥା ଅନ୍ୟକୁ କିପରି ନିୟନ୍ତ୍ରଣ କରନ୍ତି ? ଉଦାହରଣ ସ୍ୱରୂପ ; ବ୍ୟବସ୍ଥାପିକା କିପରି କାର୍ଯ୍ୟପାଳିକାର କାର୍ଯ୍ୟକୁ ପ୍ରଶ୍ନ କରିପାରିବ ? ନ୍ୟାୟପାଳିକା କିପରି ସୁନିଶ୍ଚିତ ହେବ ଯେ ଆଇନ ଓ ସରକାରୀ କାର୍ଯ୍ୟକଳାପ ସମ୍ବିଧାନ ଅନୁକୂଳ ହେଉଛି ? ନ୍ୟାୟପାଳିକା ନିଜ କାର୍ଯ୍ୟ ନିଜେ ହିଁ ସମୀକ୍ଷା କରିପାରିବେ ବୋଲି କିଛି ବିକଳ୍ପ ଅଛି ବୋଲି ଭାବୁଛ କି ?
Answer:
(i) ଗଣତନ୍ତ୍ରରେ ଏହା ଅତ୍ୟନ୍ତ ଜରୁରୀ ଯେକୌଣସି ଗୋଟିଏ ଅଙ୍ଗ ଶକ୍ତିଶାଳୀ ନହୁଏ । ବ୍ୟବସ୍ଥାପନକ ସଭା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ପରସ୍ପରକୁ ଯାଞ୍ଚ ଏବଂ ସନ୍ତୁଳିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । କାର୍ଯ୍ୟପାଳିକାକୁ ଦାୟୀ ରଖୁବାପାଇଁ ଅନେକ ବ୍ୟବସ୍ଥା ରହିଛି । ଯେପରି ପ୍ରଶ୍ନକାଳରେ ସାଂସଦମାନେ ମନ୍ତ୍ରୀମାନଙ୍କୁ ସରକାରୀ କାର୍ଯ୍ୟ ଏବଂ ନୀତି ବିଷୟରେ ପ୍ରଶ୍ନ ପଚାରନ୍ତି ।
(ii) ଯଦି ସାଂସଦମାନେ ବିଶ୍ଵାସ କରନ୍ତି ଯେ ସରକାର ଠିକ୍ ଭାବରେ କାର୍ଯ୍ୟ କରୁନାହାନ୍ତି କିମ୍ବା ସରକାର ବହୁମତ ସମର୍ଥନ ହରାଉଛନ୍ତି, ତେବେ ସେମାନେ ଅନାସ୍ଥା ପ୍ରସ୍ତାବ ପାରିତ କରି ସରକାରକୁ ହଟାଇ ପାରିବେ ।
(iii) ସରକାର ସଂସଦର ଅନୁମୋଦନ ବିନା କୌଣସି ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ, ଯାହା ଆର୍ଥିକ ନିଷ୍ପଭିର ତଦାରଖ ସୁନିଶ୍ଚିତ କରେ ।
(iv) ନ୍ୟାୟପାଳିକା ନିଶ୍ଚିତ କରେ ଯେ ଆଇନ ଏବଂ ସରକାରୀ କାର୍ଯ୍ୟ ସମ୍ବିଧାନ ପାଳନ କରେ ଏବଂ ଏହାକୁ ଉଲ୍ଲଙ୍ଘନ କରୁଥିବା ଆଇନକୁ ବାତିଲ କରିପାରିବ । ଏହା କୌଣସି ଶାଖାକୁ ଅତ୍ୟଧ୍ୱ ଶକ୍ତିଶାଳୀ ହେବାରୁ ରୋକିବାପାଇଁ ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକାକୁ ଯାଞ୍ଚ କରେ । ନ୍ୟାୟପାଳିକା ଲୋକଙ୍କ ଅଧିକାର ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେଇ କ୍ଷମତାର ସନ୍ତୁଳନକୁ ବଜାୟ ରଖେ ।
(v) ହଁ, ମୁଁ ଭାବୁଛି ନ୍ୟାୟପାଳିକାର କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବାର କିଛି ଉପାୟ ଅଛି । ନ୍ୟାୟପାଳିକା ସ୍ଵାଧୀନ ହେଲେ ମଧ୍ୟ ବ୍ୟବସ୍ଥାପିକାଦ୍ଵାରା ଗୃହୀତ ଆଇନ ଏବଂ କାର୍ଯ୍ୟପାଳିକାର କାର୍ଯ୍ୟ ସମ୍ବିଧାନକୁ ଉଲ୍ଲଙ୍ଘନ ନକରିବା ପାଇଁ ଦାୟୀ । ଯଦି ନ୍ୟାୟପାଳିକା ଏହାର ଭୂମିକା ଅତିକ୍ରମ କରେ କିମ୍ବା ଏହାର କ୍ଷମତା ବାହାରେ ନିଷ୍ପତ୍ତି ନିଏ, ତେବେ ଏହାକୁ ଅନ୍ୟ ଶାଖାଗୁଡ଼ିକଦ୍ଵାରା ଯାଞ୍ଚ କରାଯାଇପାରିବ, ବିଶେଷକରି ନ୍ୟାୟିକ ସମୀକ୍ଷା ପ୍ରକ୍ରିୟା ମାଧ୍ୟମରେ ଏହା କରିପାରିବ । ଗୁରୁତର ଅପବ୍ୟବହାର କିମ୍ବା ଦୁର୍ନୀତି ମାମଲାରେ ବିଚାରପତିମାନଙ୍କୁ ମଧ୍ୟ ବ୍ୟବସ୍ଥାପିକାଦ୍ଵାରା ମହାଭିଯୋଗ କରାଯାଇପାରିବ । ଏହା ନ୍ୟାୟପାଳିକାକୁ ନିରପେକ୍ଷ ଓ ଉତ୍ତରଦାୟୀ ରଖୁବାରେ ସାହାଯ୍ୟ କରେ ।
Question 7.
ନ୍ୟାୟପାଳିକା ଆଇନ ପ୍ରଣେତାଙ୍କୁ ଆଇନର ସମୀକ୍ଷା କରିବାକୁ କହିବାର କିଛି ଉଦାହରଣ ତୁମେ ଦେଇପାରିବ କି ? ତୁମେ କେତେକ ଉଦାହରଣ ଦେଇ ପାରିବ କି ଯେଉଁଠି ଆଇନର କାର୍ଯ୍ୟକାରିତା ନେଇ ନ୍ୟାୟପାଳିକା ଉଠାଇଥିବା ପ୍ରଶ୍ନର କିଛି ଉଦାହରଣ ତୁମେ ଦେଇପାରିବ କି ?
Answer:
(I) ନ୍ୟାୟପାଳିକା ପ୍ରାୟତଃ ଆଇନ ସହିତ ଜଡ଼ିତ ସମସ୍ୟାଗୁଡ଼ିକୁ ସୂଚାଇଥାଏ ଏବଂ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥାଏ । ଏହାର କିଛି ଉଦାହରଣ ହେଉଛି –
(i) ମୋଟର ଯାନ ଆଇନ ୧୯୮୮ : ୨୦୨୪ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ହାଲୁକା ମୋଟରଯାନ (LMU) ବର୍ଗ ଅଧୀନରେ ପରିବହନ ଯାନ ପାଇଁ ଆବଶ୍ୟକ ଡ୍ରାଇଭିଂ ଲାଇସେନ୍ସ ପ୍ରକାର ସଂଶୋଧନ କରିବାକୁ ସରକାରଙ୍କୁ କହିଥିଲେ ।
(ii) ସମାନ ନାଗରିକ ସଂହିତା (UCC) : ସୁପ୍ରିମ୍କୋର୍ଟ ଏକ ସମାନ ନାଗରିକ ସଂହିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଯୁକ୍ତି ଦର୍ଶାଇଥିଲେ ଯେ ସମସ୍ତ ଧର୍ମପାଇଁ ଗୋଟିଏ ସାଧାରଣ ଆଇନ ସମାନତାକୁ ପ୍ରୋତ୍ସାହିତ କରିବ ଏବଂ ଭେଦଭାବକୁ ରୋକିବ ।
(II) ଆଇନ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଥିବା ଅନେକ ମାମଲାରେ ନ୍ୟାୟପାଳିକା ହସ୍ତକ୍ଷେପ କରିଛି ।
(i) ବିଭିନ୍ନ ବିଭାଗର ବିଳମ୍ବ ଯୋଗୁଁ ୨୦୧୩ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ସୂଚନା ଅଧିକାର ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନ ସୁନିଶ୍ଚିତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
(ii) ୨୦୧୬ ମସିହାରେ ସୁପ୍ରିମ୍କୋର୍ଟ ମନରେଗା ଅଧୀନରେ ଶ୍ରମିକମାନଙ୍କୁ ସମୟାନୁସାରେ ମଜୁରି ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର କାର୍ଯ୍ୟାନ୍ଵୟନରେ ଉନ୍ନତି ଆଣିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
(iii) ୨୦୦୫ ମସିହାରେ ସୁପ୍ରିମ୍କୋର୍ଟ ଗଙ୍ଗା ଏବଂ ଯମୁନା ନଦୀରେ ପ୍ରଦୂଷଣର ମୁକାବିଲା ପାଇଁ କଠୋର ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପରିବେଶଗତ ଆଇନର ସଠିକ୍ କାର୍ଯ୍ୟକାରିତା ସୁନିଶ୍ଚିତ କରିଥିଲେ ।
![]()
Question 8.
ଆମ ରାଜ୍ୟର ବ୍ୟବସ୍ଥାପିକା କିପରି ଅଟେ ?
Answer:
ଆମ ରାଜ୍ୟ ଓଡ଼ିଶାରେ ଏକ ସଦନ ବିଶିଷ୍ଟ ବ୍ୟବସ୍ଥାପିକା ରହିଛି ଯାହାକୁ ବିଧାନସଭା କୁହାଯାଏ । ଏଥିରେ ଆମ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧ୍ଵ କରୁଥିବା ୧୪୭ ଜଣ ବିଧାୟକ ଅଛନ୍ତି ।
Question 9.
ନିମ୍ନ ସାରଣୀରେ ଦିଆଯାଇଥିବା ତଥ୍ୟ ଅନୁଶୀଳନ କର । ସଂସଦର ଅତିରିକ୍ତ ସମୟ କାର୍ଯ୍ୟ ନିର୍ଘଣ୍ଟ ସମ୍ବନ୍ଧରେ ତୁମେ କେଉଁ ନିଷ୍କର୍ଷରେ ପହଞ୍ଚିବ ? ନିକଟ ଅତୀତର କେତେକ ତଥ୍ୟ ସଂକଳନ କର ।

Answer:
ତଥ୍ୟ ଅନୁଯାୟୀ ସମୟକ୍ରମେ ଲୋକସଭା ବୈଠକ ସଂଖ୍ୟାରେ ନିରନ୍ତର ହ୍ରାସ ଘଟିଛି । ଅବେଶନ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି । ପ୍ରଥମ ଲୋକସଭାରେ ୬୭୭ଟି ବୈଠକ ହୋଇଥିଲା । ଦ୍ଵିତୀୟ ଲୋକସଭାରେ ୫୬୭, ଦଶମ ଲୋକସଭାରେ ୪୨୩ଟି ଏବଂ ତ୍ରୟୋଦଶ ଲୋକସଭାରେ ଏହା ୩୬୫କୁ ହ୍ରାସ ପାଇଥିଲା । ଏହା ସୂଚାଏ ଯେ ସଂସଦ ବର୍ତ୍ତମାନ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ବିତର୍କ ଏବଂ ଆଲୋଚନାରେ କମ୍ ସମୟ ବିତାଉଛି ଯାହା ବ୍ୟବସ୍ଥାପିକା କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଭାବ ପକାଇପାରେ ।
Question 10.
ରାଜ୍ୟସଭାର ପୁର୍ବତନ ଅଧ୍ୟକ୍ଷ ଏମ୍.ଭେଙ୍କୟା ନାଇଡୁ ୨୦୨୧ ମସିହାରେ ଦେଇଥିବା ନିମ୍ନ ବକ୍ତବ୍ୟଟି ପାଠ କର : ‘…୨୦୦୪ ମସିହାଠାରୁ ୨୦୧୪ ମସିହା ମଧ୍ୟରେ ରାଜ୍ୟସଭାର ଉତ୍ପାଦିକତା ପାଖାପାଖୁ ୭୮ ପ୍ରତିଶତ ଥିଲା ଏବଂ ତାହା ପରଠାରୁ ହ୍ରାସ ପାଇ ଏହା ଏବେ ୬୫ ପ୍ରତିଶତରେ ପହଞ୍ଚିଲାଣି । (ସେ ସଭାପତିତ୍ୱ କରିଥିବା) ୧୧ଟି ଅଧୁବେଶନ ମଧ୍ୟରୁ ୪ଟି ନିମ୍ନ ଉତ୍ପାଦିକତା ୬.୮୦ ପ୍ରତିଶତ, ୨୭.୩୦ ପ୍ରତିଶତ, ୨୮.୯୦ ପ୍ରତିଶତ ଏବଂ ୨୯.୫୫ ପ୍ରତିଶତ ବିଶିଷ୍ଟ ଥିଲା । ୨୦୧୮ ମସିହାରେ ରାଜ୍ୟସଭା ସର୍ବନିମ୍ନ ଉତ୍ପାଦିକତା ୩୫.୭୫ ପ୍ରତିଶତ ରହିଥିଲା, ଯାହା ବିଭିନ୍ନ ବ୍ୟାଘାତଦ୍ଵାରା ପ୍ରଭାବିତ ।’’ ଏହି ବକ୍ତବ୍ୟରୁ ତୁମେ କେଉଁ ନିଷ୍ପଭିରେ ପହଞ୍ଚିଲ ?
Answer:
(i) ଏମ୍. ଭେଙ୍କେୟା ନାଇଡୁଙ୍କ ବକ୍ତବ୍ୟ ରାଜ୍ୟସଭାର ଉତ୍ପାଦିକତାରେ ନିରନ୍ତର ହ୍ରାସକୁ ଦର୍ଶାଉଛି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଏହା ହାରାହାରି ୭୮% ଥିଲା, କିନ୍ତୁ ସେବେଠାରୁ ଏହା ପ୍ରାୟ ୬୫%କୁ ହ୍ରାସ ପାଉଛି ।
(ii) ଏହି କ୍ରମାଗତ ହ୍ରାସ ଦର୍ଶାଉଛି ଯେ ରାଜ୍ୟସଭା ଆଇନଗୁଡ଼ିକର ବିତର୍କ ଏବଂ ସମୀକ୍ଷାର ଭୂମିକାକୁ ସଠିକ୍ ଭାବରେ ପାଳନ କରିବାରେ ସଂଘର୍ଷ କରୁଛି ।
(iii) ବାରମ୍ବାର ବାଧା ସୃଷ୍ଟି ହେବା କରିବା କଷ୍ଟକର କରୁଛି ଏବଂ ବାଧାଗୁଡ଼ିକୁ ହ୍ରାସ କରିବା ଏବଂ ଅର୍ଥପୂର୍ବ ଆଲୋଚନାକୁ ବାଧା ଦେଇଛି, ଯାହା ସରକାରଙ୍କୁ ଦାୟୀ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଉଛି । ଏଥିରେ ଉନ୍ନତି ପାଇଁ ଉତ୍ପାଦିକତା ବୃଦ୍ଧି କରିବା ପାଇଁ ସଂସ୍କାର ଆବଶ୍ୟକ ।
![]()
Question 11.
ଏହାଦ୍ଵାରା ରାଜ୍ୟସଭାର ସମ୍ଭାବ୍ୟ ଭୂମିକା ଉପରେ କି ପ୍ରଭାବ ପଡୁଛି ?
Answer:
(i) ରାଜ୍ୟସଭା ସ୍ଵାର୍ଥକୁ ପ୍ରତିଫଳିତ କରେ ଏବଂ ସଂଘୀୟତାର ଆତ୍ମାକୁ ବଜାୟ ରଖେ । ଏହା ଭାରତର ଗଣତନ୍ତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ ଯାହା ବିତର୍କର ଗୁଣବତ୍ତାକୁ ପ୍ରଭାବଶାଳୀ ଭାବରେ ବୃଦ୍ଧି କରିଥାଏ । ଉତ୍ପାଦକତାରେ ହ୍ରାସ ଏହି ଭୂମିକାକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ ।
(ii) କମ୍ କାର୍ଯ୍ୟ ସମୟ ଜାତୀୟ ନୀତି ନିର୍ଦ୍ଧାରଣରେ ଆଞ୍ଚଳିକ ସ୍ଵର ଶୁଣିବାର ସୁଯୋଗକୁ ହ୍ରାସ କରେ । କମ୍ ଉତ୍ପାଦିକତା ଅର୍ଥ ହେଉଛି ଆଇନଗୁଡ଼ିକ ପର୍ଯ୍ୟାପ୍ତ ବିତର୍କ ମଧ୍ୟରେ ଗୃହୀତ ହୋଇପାରେ ଯାହାଦ୍ଵାରା ଲୋକଙ୍କ ସ୍ଵାର୍ଥର ସୁରକ୍ଷା ଦୁର୍ବଳ ହୋଇପାରେ ।
(iii) ବାରମ୍ବାର ବାଧା ସୃଷ୍ଟି ହେବା ଦ୍ଵାରା ପ୍ରତିଷ୍ଠାନର ପ୍ରଭାବଶାଳୀତା ଉପରୁ ବିଶ୍ଵାସ ତୁଟିଯାଇପାରେ । ଦୁର୍ବଳ ଏବଂ ପ୍ରଭାବହୀନ ରାଜ୍ୟସଭା ସୁସ୍ଥ ଗଣତନ୍ତ୍ରର ପରିଚାୟକ ନୁହେଁ ।
Question 12.
ମିଳିମିଶି ଏକ କ୍ଷୁଦ୍ର ପ୍ରକଳ୍ପ ନିଅ । ତୁମ ରାଜ୍ୟ ବ୍ୟବସ୍ଥାପିକାର କାର୍ଯ୍ୟକାରିତା ସମ୍ପର୍କିତ ତଥ୍ୟ ଏକାଠି କର ।
Answer:
ଏହି ପ୍ରକଳ୍ପ ପାଇଁ ମୁଁ ଆମ ରାଜ୍ୟ ଓଡ଼ିଶାର ବିଧାନସଭାର କାର୍ଯ୍ୟକାରିତା ଉପରେ ଅନୁସନ୍ଧାନ କରିଥିଲି ।
(i) ଓଡ଼ିଶା ବିଧାନସଭା ଏକ କକ୍ଷବିଶିଷ୍ଟ ଯେଉଁଥୁରୀ ୧୪୭ ଜଣ ନିର୍ବାଚିତ ସଦସ୍ୟ ଅଛନ୍ତି ।
(ii) ପ୍ରମୁଖ ପଦାଧିକାରୀମାନଙ୍କ ମଧ୍ୟରେ ବାଚସ୍ପତି, ଉପବାଚସ୍ପତି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧୀଦଳ ନେତା ଅନ୍ତର୍ଭୁକ୍ତ ।
(iii) ବିଧାନସଭା ଗଠନରେ ରାଜନୈତିକ ଦଳଦ୍ଵାରା ଆସନ ବିଭାଜନ ଅନ୍ତର୍ଭୁକ୍ତ, ଯାହାକୁ ସ୍ପଷ୍ଟତା ପାଇଁ ରଙ୍ଗ କୋଚିଂ ବ୍ୟବହାର କରି ପ୍ରତିନିଧ୍ଵତ୍ଵ କରାଯାଇପାରିବ ।
(iv) ଆଇନ ପ୍ରଣୟନ ପ୍ରକ୍ରିୟାରେ, ବିଲ୍ ଆଗତ, ଆଲୋଚନା / ବିତର୍କ, ମତଦାନ ଏବଂ ଶେଷର ବିଲ୍କୁ ଆଇନରେ ପରିଣତ କରିବା ପାଇଁ ରାଜ୍ୟପାଳଙ୍କ ସମ୍ମତ ଅନ୍ତର୍ଭୁକ୍ତ ।
(v) ପ୍ରମୁଖ ଅଧ୍ଶନଗୁଡ଼ିକରେ ୨୦୨୫ ବଜେଟ୍ ଅଷ୍ଟ୍ରେବେଶନ, ରାଜ୍ୟ କଲ୍ୟାଣ ଯୋଜନା ଉପରେ ଆଲୋଚନା, ଶିକ୍ଷା ଏବଂ ସ୍ଵାସ୍ଥ୍ୟନୀତି ଉପରେ ବିତର୍କ ରହିଥିଲା ।
(vi) ସାମ୍ପ୍ରତିକ ଅଧୂବେଶନଗୁଡ଼ିକ ଅର୍ଥନୈତିକ ବିକାଶ, ଭିତ୍ତିଭୂମି ପ୍ରକଳ୍ପ ଏବଂ ଶ୍ରମ ସଂସ୍କାର ଉପରେ ଧ୍ୟାନ ଦେଇଥିଲେ ।
(vii) ଏହି ପ୍ରକଳ୍ପ ପାଇଁ ବ୍ୟବହୃତ ଉତ୍ସଗୁଡ଼ିକ ହେଉଛି ଓଡ଼ିଶା ବିଧାନସଭାର ସରକାରୀ ୱେବ୍ସାଇଟ୍ ଓ ଖବର କାଗଜ ଲେଖା ।
Question 13.
କୌଣସି ବିଧାୟକଙ୍କୁ ଦେଖାକର ଏବଂ ବିଧାନସଭାର ଆହ୍ବାନ ସମ୍ପର୍କିତ ସୂଚନାଗୁଡ଼ିକ ତାଙ୍କଠାରୁ ସଂଗ୍ରହ କର ।
Answer:
ଉ ମୁଁ ଜଣେ ବିଧାୟକଙ୍କ ସହ କଥା ହୋଇ ରାଜ୍ୟ ବିଧାନସଭା ସମ୍ମୁଖରେ ଥିବା ଆହ୍ଵାନ ବିଷୟରେ ଜାଣିଲି । ଗୁରୁତ୍ଵପୂର୍ଣ୍ଣ ଆଲୋଚନା ସମୟରେ ସଦସ୍ୟମାନଙ୍କର ନିୟମିତ ଅନୁପସ୍ଥିତି, ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେବା, ବିଳମ୍ବ କିମ୍ବା ଉପଯୁକ୍ତ ଆଲୋଚନାର ଅଭାବ ଯୋଗୁଁ ବିଲ୍ ପାସ୍ ହେବାପାଇଁ ବର୍ଷବର୍ଷ ସମୟ ଲାଗିବା, ରାଜନୈତିକ ବିତର୍କ, ଜନସାଧାରଣଙ୍କ ଅସୁବିଧା ଉପରେ ଅଧିକ ଧ୍ୟାନ ନଦେବା ଆଦି ବିଧାନସଭାର ପ୍ରମୁଖ ଆହ୍ବାନ ବୋଲି ମୁଁ ଜାଣିବାକୁ ପାଇଲି ।
![]()
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
ସଂସଦରେ ବସୁଥିବା ତିନିଗୋଟି ଅବେଶନର ନାମ କ’ଣ ?
Answer:
ମୌସୁମୀ ଅଧୂବେଶନ, ଶୀତକାଳୀନ ଅଧ୍ଵବେଶନ, ବଜେଟ୍ ଅଧିବେଶନ
Question 2.
କେଉଁମାନଙ୍କୁ ନେଇ କାର୍ଯ୍ୟପାଳିକା ଗଠିତ ହୋଇଥାଏ ?
Answer:
ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ
Question 3.
ଆଇନର ବ୍ୟାଖ୍ୟା କରିବା ସହିତ ମୌଳିକ ଅଧିକାରକୁ କିଏ ସୁରକ୍ଷା ପ୍ରଦାନ କରିଥାଏ ?
Answer:
ନ୍ୟାୟପାଳିକା
![]()
Question 4.
ବିଧାନସଭାରେ ବିଧାୟକମାନେ କେଉଁ ଦୁଇଟି ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିଥା’ନ୍ତି ?
Answer:
ରାଜ୍ୟତାଲିକା ଓ ଯୁଗ୍ମ ତାଲିକା
Question 5.
ରାଜ୍ୟର ସାମ୍ବିଧାନିକ ମୁଖ୍ୟ କିଏ ?
Answer:
ରାଜ୍ୟପାଳ
Question 6.
ଦ୍ଵିସଦନ ବିଶିଷ୍ଟ ରାଜ୍ୟରେ ଦ୍ଵିତୀୟ ସଦନଟିକୁ କ’ଣ କୁହାଯାଏ ?
Answer:
ବିଧାନ ପରିଷଦ
Question 7.
ଭାରତର କେଉଁସବୁ ରାଜ୍ୟରେ ଦୁଇଟି ସଦନ ଅଛି ?
Answer:
ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ
![]()
Question 8.
ଓଡ଼ିଶାର ବିଧାନ ସୌଧର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ କରାଯାଇଥିଲା ?
Answer:
୧୯୫୮ ମସିହା
Question 9.
ସାଧାରଣତଃ ସଂସଦ ଦୈନିକ ପ୍ରାୟ କେତେ ଘଣ୍ଟା କାର୍ଯ୍ୟ କରିଥାଏ ?
Answer:
୬ ଘଣ୍ଟା
Question 10.
ସରକାର ଆସିବେ ଓ ଯିବେ, ରାଜନୈତିକ ଦଳ ଗଢ଼ା ହେବେ, ନଷ୍ଟ ମଧ୍ୟ ହେବେ, କିନ୍ତୁ ଆମ ଦେଶ ରହିବା ଉଚିତ୍, ଏ ଦେଶର ଲୋକତନ୍ତ୍ର ଅମର ରହିବା ଉଚିତ୍ ? ଏକଥା କେଉଁ ପ୍ରଧାନମନ୍ତ୍ରୀ କହିଥିଲେ ?
Answer:
ଅଟଳ ବିହାରୀ ବାଜପେୟୀ ।
ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1
ଆମ ଗଣତନ୍ତ୍ରର ସର୍ବୋଚ୍ଚ ଆଇନ ପ୍ରଣୟନ କାରୀ ସଂସ୍ଥା କାହାକୁ କୁହାଯାଇଥାଏ ?
(i) ଲୋକସଭା
(ii) ରାଜ୍ୟସଭା
(iii) ରାଜ୍ୟ ବିଧାନ ପରିଷଦ
(iv) ସଂସଦ
Answer:
(iv) ସଂସଦ
![]()
Question 2.
ପ୍ରଥମ ଲୋକସଭା ନିର୍ବାଚନ ଆମ ଦେଶରେ କେବେ କରାଯାଇଥିଲା ?
(i) ୧୯୫୦
(ii) ୧୯୫୧
(iii) ୧୯୫୨
(iv) ୧୯୫୩
Answer:
(iii) ୧୯୫୨
Question 3.
୨୦୨୪ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କେତେ ତମ ଲୋକସଭା ଗଠିତ ହୋଇଥିଲା ?
(i) ୧୬ତମ
(ii) ୧୭ତମ
(iii) ୧୮ତମ
(iv) ୧୯ତମ
Answer:
(iii) ୧୮ତମ
Question 4.
ରାଜ୍ୟସଭା ବୈଠକରେ କିଏ ଅଧ୍ୟକ୍ଷତା କରିଥା’ନ୍ତି ?
(i) ରାଷ୍ଟ୍ରପତି
(ii) ଉପରାଷ୍ଟ୍ରପତି
(iii) ପ୍ରଧାନମନ୍ତ୍ରୀ
(iv) ଆଇନ ମନ୍ତ୍ରୀ
Answer:
(ii) ଉପରାଷ୍ଟ୍ରପତି
![]()
Question 5.
ବ୍ୟବସ୍ଥାପିକା ସଭାର ଅନ୍ୟତମ ପ୍ରାଥମିକ କାର୍ଯ୍ୟ କ’ଣ ?
(i) ଆଇନକୁ କାର୍ଯ୍ୟକାରୀ କରିବା
(ii) ଆଇନକୁ ତର୍ଜମା କରିବା
(iii) ଆଇନ ପ୍ରଣୟନ କରିବା
(iv) ଆଇନକୁ ପରିମାର୍ଜିତ କରିବା
Answer:
(iii) ଆଇନ ପ୍ରଣୟନ କରିବା
Question 6.
ସମ୍ବିଧାନର ୮୬ ତମ ସଂଶୋଧନ କେଉଁ ମସିହାରେ କରାଯାଇଥିଲା ?
(i) ୨୦୦୦
(ii) ୨୦୦୧
(iii) ୨୦୦୨
(iv) ୨୦୦୩
Answer:
(iii) ୨୦୦୨
Question 7.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂସଦରେ ଆଇନ ପ୍ରଣୟନ ପଦ୍ଧତିର ଅନ୍ତର୍ଗତ ନୁହେଁ ?
(i) ପଠନ
(ii) ଲିଖନ
(iii) ଖଣ୍ଡକାବ୍ୟ
(iv) ରାଜପତ୍ର
Answer:
(ii) ଲିଖନ
![]()
Question 8.
୧୯୫୬ ମସିହାରେ ଲାଲବାହାଦୁର ଶାସ୍ତ୍ରୀ କେଉଁ ବିଭାଗର ମନ୍ତ୍ରୀ ଥିଲେ ?
(i) ଶି କ୍ଷା
(ii) ସ୍ଵାସ୍ଥ୍ୟ
(iii) ରେଳବାଇ
(iv) ଜଳସେଚନ
Answer:
(iii) ରେଳବାଇ
Question 9.
ନିମ୍ନୋକ୍ତ ରାଜ୍ୟଗୁଡ଼ିକ ମଧ୍ୟରୁ କେଉଁଟିରେ ବିଧାନ ପରିଷଦ ନାହିଁ ?
(i) ଆନ୍ଧ୍ରପ୍ରଦେଶ
(ii) ଉତ୍ତର ପ୍ରଦେଶ
(iii) ମଧ୍ୟପ୍ରଦେଶ
(iv) ମହାରାଷ୍ଟ୍ର
Answer:
(iii) ମଧ୍ୟପ୍ରଦେଶ
Question 10.
ଲୋକସଭାର ସର୍ବାଧିକ କେତେ ସଭ୍ୟ ରହିବାପାଇଁ ସମ୍ବିଧାନ ସ୍ଥିର କରିଛି ?
(i) ୫୫୦
(ii) ୫୪୫
(iii) ୫୪୦
(iv) ୫୨୦
Answer:
(i) ୫୫୦
Question 11.
୨୦୦୨ ମସିହାରେ ସମ୍ବିଧାନର ____________ ତମ ସଂଶୋଧନ କରାଯାଇଥିଲା ।
(i) ୬୮
(ii) ୮୬
(iii) ୮୮
(iv) ୭୫
Answer:
(ii) ୮୬
![]()
Question 12.
ଆଇନ ପ୍ରଣୟନ __________ ସଭାର ଅନ୍ୟତମ ପ୍ରାଥମିକ କାର୍ଯ୍ୟ ।
(i) କାର୍ଯ୍ୟପାଳିକା
(ii) ନ୍ୟାୟପାଳିକା
(iii) ବ୍ୟବସ୍ଥାପିକ
(iv) ପୌରପାଳିକା
Answer:
(iii) ବ୍ୟବସ୍ଥାପିକ
Question 13.
୬ ରୁ ୧୪ ବର୍ଷ ବୟସର ସମସ୍ତ ବାଳକ ଓ ବାଳିକାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ସମ୍ବିଧାନର _______ ଧାରାରେ ଉଲ୍ଲେଖ କରାଯାଇଛି ।
(i) ୨୨ (କ)
(ii) ୨୩ (କ)
(iii) ୨୪ (କ)
(iv) ୨୧ (କ)
Answer:
(iv) ୨୧ (କ)
Question 14.
ଲୋକସଭାରେ ପ୍ରଶ୍ନକାଳ ସମୟ ମାତ୍ର ____________ ଘଣ୍ଟା ହୋଇଥାଏ ।
(i) ୨ ଘଣ୍ଟା
(ii) ୩ ଘଣ୍ଟା
(iii) ୧ ଘଣ୍ଟା
(iv) ୧ ଘଣ୍ଟା ୩୦ ମିନିଟ୍
Answer:
(iii) ୧ ଘଣ୍ଟା
![]()
Question 15.
ସଂସଦରେ ବଜେଟ୍ ୨୦୨୫ ମସିହାରେ __________ ମାସରେ ଆଗତ କରାଯାଇଥିଲା ।
(i) ମାର୍ଚ୍ଚ
(ii) ଏପ୍ରିଲ
(iii) ଫେବୃଆରୀ
(iv) ଜାନୁଆରୀ
Answer:
(iii) ଫେବୃଆରୀ
Question 16.
ଜନସ୍ୱାସ୍ଥ୍ୟ ବିଭାଗ ___________ ତାଲିକାଭୁକ୍ତ ଅଟେ ।
(i) ଯୁଗ୍ମ ତାଲିକା
(ii) କେନ୍ଦ୍ର ତାଲିକା
(iii) ରାଜ୍ୟ ତାଲିକା
(iv) ପଞ୍ଚାୟତ ତାଲିକା
Answer:
(iii) ରାଜ୍ୟ ତାଲିକା
Question 17.
ସଂସଦର ଭୂମିକା ଓ କାର୍ଯ୍ୟାବଳୀର ତାଲିକା ସମ୍ବିଧାନର ପଞ୍ଚମ ଭାଗର __________ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ।
(i) ପ୍ରଥମ
(ii) ଦ୍ଵିତୀୟ
(iii) ତୃତୀୟ
(iv) ଚତୁର୍ଥ
Answer:
(ii) ଦ୍ଵିତୀୟ
![]()
Question 18.
ବିଲ୍କୁ ___________ ଅନୁମୋଦନ କରି ଆଇନରେ ପରିଣତ କରିଥାନ୍ତି ।
(i) ପ୍ରଧାନମନ୍ତ୍ରୀ
(ii) ଆଇନମନ୍ତ୍ରୀ
(iii) ରାଷ୍ଟ୍ରପତି
(iv) ଉପରାଷ୍ଟ୍ରପତି
Answer:
(iii) ରାଷ୍ଟ୍ରପତି
Question 19.
ରାଷ୍ଟ୍ରପତି, ରାଜ୍ୟସଭା ଓ ଲୋକସଭାକୁ ନେଇ _________ ଗଠିତ ହୋଇଅଛି ।
(i) ମନ୍ତ୍ରୀପରିଷଦ
(ii) ବିଧାନ ପରିଷଦ
(iii) ସଂସଦ
(iv) ସାମ୍ବିଧାନିକ କମିଟି
Answer:
(ii) ବିଧାନ ପରିଷଦ
Question 20.
ଗଣତନ୍ତ୍ର ଶାସନରେ __________ କୁ ସମ୍ବିଧାନର ରକ୍ଷାକର୍ତ୍ତା ଭାବରେ କାର୍ଯ୍ୟ କରିଥାଏ ।
(i) କାର୍ଯ୍ୟପାଳିକା
(ii) ନ୍ୟାୟପାଳିକା
(iii) ବ୍ୟବସ୍ଥାପିକା
(iv) ରାଷ୍ଟ୍ରପତି
Answer:
(ii) ନ୍ୟାୟପାଳିକା
ଠିକ୍ ଉକ୍ତି ପାଖରେ ଠିକ୍ ( ✓) ଚିହ୍ନ ଓ ଭୁଲ୍ ଉକ୍ତି ପାଖରେ ଭୁଲ୍ (✗) ଚିହ୍ନ ଦିଅ ।
Question 1.
ଭାରତର ନାଗରିକମାନେ ଲୋକସଭାକୁ ସେମାନଙ୍କର ପ୍ରତିନିଧ୍ଵ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ କରିଥା’ନ୍ତି ।
Answer:
✓
![]()
Question 2.
ଆମର ପୁରାତନ ସଂସଦ ଗୃହ ବର୍ତ୍ତମାନ ସମ୍ବିଧାନ ସୌଧ ଭାବରେ ନାମିତ ହୋଇଅଛି ।
Answer:
✗
Question 3.
ଲୋକସଭାର ସଭ୍ୟମାନେ ବାଚସ୍ପତିଙ୍କୁ ନିର୍ବାଚିତ କରିଥା’ନ୍ତି ।
Answer:
✓
Question 4.
ରାଜ୍ୟସଭା ବୈଠକରେ ଉପବାଚସ୍ପତି ଅଧ୍ୟକ୍ଷତା କରିଥା’ନ୍ତି ।
Answer:
✗
![]()
Question 5.
ମନ୍ତ୍ରୀପରିଷଦରେ ସ୍ଥାନ ପାଇଥିବା ମନ୍ତ୍ରୀଗଣ ରାଷ୍ଟ୍ରପତିଙ୍କଦ୍ୱାରା ସାଂସଦମାନଙ୍କ ମଧ୍ୟରୁ ଚୟନ କରାଯାଇଥାଏ ।
Answer:
✗
Question 6.
ସମ୍ବିଧାନରେ ୭୨ ତମ ସଂଶୋଧନ ପ୍ରସ୍ତାବ ମାଧ୍ୟମରେ ୬ ରୁ ୧୪ ବର୍ଷ ବୟସର ସମସ୍ତ ବାଳକ ଓ ବାଳିକାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ରାଷ୍ଟ୍ରକୁ ବାଧ୍ୟ କରିଥିଲା ।
Answer:
✗
Question 7.
ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ ହେଉଛନ୍ତି ରାଜ୍ୟ କାର୍ଯ୍ୟପାଳିକାର ଅଂଶବିଶେଷ ।
Answer:
✗
![]()
Question 8.
୨୦୨୫-୨୦୨୬ ଆର୍ଥିକ ବର୍ଷର ବଜେଟ୍ ଲୋକସଭାରେ ଶ୍ରୀମତୀ ସୁଷମା ସ୍ଵରାଜ ଆଗତ କରିଥିଲେ ।
Answer:
✗
Question 9.
ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ ଏବଂ ସେ ନାମକୁ ମାତ୍ର କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।
Answer:
✗
Question 10.
ଲାଲବାହାଦୁର ଶାସ୍ତ୍ରୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
Answer:
✗
![]()
ସ୍ତମ୍ଭ ମିଳନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ରାଷ୍ଟ୍ରପତି | ରାଜ୍ୟସଭା |
| ପ୍ରଧାନମନ୍ତ୍ରୀ | ଉଚ୍ଚ ସଦନ |
| ରାଜ୍ୟସଭା | ପ୍ରତ୍ୟେକ୍ଷ ନିର୍ବାଚନ |
| ଲୋକସଭା | ପରୋକ୍ଷ ନିର୍ବାଚନ |
| ଉପରାଷ୍ଟ୍ରପତି | ନିମ୍ନ ସଦନ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ରାଷ୍ଟ୍ରପତି | ପରୋକ୍ଷ ନିର୍ବାଚନ |
| ପ୍ରଧାନମନ୍ତ୍ରୀ | ପ୍ରତ୍ୟେକ୍ଷ ନିର୍ବାଚନ |
| ରାଜ୍ୟସଭା | ଉଚ୍ଚ ସଦନ |
| ଲୋକସଭା | ନିମ୍ନ ସଦନ |
| ଉପରାଷ୍ଟ୍ରପତି | ରାଜ୍ୟସଭା |
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବ୍ୟବସ୍ଥାପିକା | ଆଇନକୁ ଅନୁମୋଦନ କରିବା |
| କାର୍ଯ୍ୟପାଳିକା | ଆଇନ ପ୍ରଣୟନ କରିବା |
| ନ୍ୟାୟପାଳିକା | ଆଇନକୁ କାର୍ଯ୍ୟକାରୀ କରିବା |
| ଭାରତର ରାଷ୍ଟ୍ରପତି | ଆଇନକୁ ଲୋକସଭାରେ ଆଗତ କରିବା |
| ଲୋକସଭାର ଆଇନ ମନ୍ତ୍ରୀ | ଆଇନକୁ ତର୍ଜମା କରିବା |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବ୍ୟବସ୍ଥାପିକା | ଆଇନ ପ୍ରଣୟନ କରିବା |
| କାର୍ଯ୍ୟପାଳିକା | ଆଇନକୁ କାର୍ଯ୍ୟକାରୀ କରିବା |
| ନ୍ୟାୟପାଳିକା | ଆଇନକୁ ତର୍ଜମା କରିବା |
| ଭାରତର ରାଷ୍ଟ୍ରପତି | ଆଇନକୁ ଅନୁମୋଦନ କରିବା |
| ଲୋକସଭାର ଆଇନ ମନ୍ତ୍ରୀ | ଆଇନକୁ ଲୋକସଭାରେ ଆଗତ କରିବା |
![]()
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଭାରତର ନୂତନ ‘ସଂସଦ ସୌଧ’ କେଉଁଠାରେ ଓ କ’ଣ ପାଇଁ ନିର୍ମାଣ କରାଯାଇଛି ?
Answer:
- ଭାରତର ନୂତନ ‘ସଂସଦ ସୌଧ’ ନୂଆଦିଲ୍ଲୀଠାରେ ନିର୍ମାଣ କରାଯାଇଛି ।
- ଅଧିକ ସ୍ଥାନର ଆବଶ୍ୟକତା, ବୈଷୟିକ ଜ୍ଞାନକୌଶଳର ପ୍ରୟୋଜନୀୟତା, ସୁରକ୍ଷା ଓ ପୋଷଣୀୟତାର ଗୁରୁତ୍ଵ ଅନୁଭବ କରି ଏହା ନିର୍ମାଣ କରାଯାଇଛି ।
Question 2.
୧୯୫୨ ମସିହାଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ କେତେଥର ଲୋକସଭା ପାଇଁ ନିର୍ବାଚନ କରାଯାଇଛି ଓ ଶେଷ ନିର୍ବାଚନଟି କେତେତମ ନିର୍ବାଚନ ?
Answer:
- ୧୯୫୨ ମସିହାଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଲୋକସଭା ପାଇଁ ୧୮ ଥର ନିର୍ବାଚନ କରାଯାଇଛି ।
- ୨୦୨୪ ମସିହାର ଶେଷ ନିର୍ବାଚନଟି ୧୮ତମ ନିର୍ବାଚନ ।
Question 3.
ଭାରତର ସଂସଦ କେଉଁମାନଙ୍କୁ ନେଇ ଗଠନ କରାଯାଇଛି ?
Answer:
- ଭାରତର ସଂସଦ ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ଗଠିତ ହୋଇଅଛି ।
- ରାଜ୍ୟସଭାକୁ ଉଚ୍ଚ ସଦନ କୁହାଯାଉଥିବାବେଳେ ଲୋକସଭାକୁ ନିମ୍ନ ସଦନ କୁହାଯାଇଥାଏ । ଏହାକୁ ମଧ୍ୟ ଦ୍ୱି-ସଦନୀୟ ସଂସଦ କୁହାଯାଇଥାଏ ।
![]()
Question 4.
ପ୍ରତ୍ୟକ୍ଷ ନିର୍ବାଚନ କ’ଣ ? ଏହି ପଦ୍ଧତିରେ ଭାରତରେ କେଉଁମାନେ ନିର୍ବାଚିତ ହୋଇଥା’ନ୍ତି ?
Answer:
- ଯେଉଁ ନିର୍ବାଚନ ପଦ୍ଧତିରେ ସାର୍ବଜନୀନ ସାବାଳକ ମତବାନ ବ୍ୟବସ୍ଥାରେ ନାଗରିକମାନେ ସେମାନଙ୍କର ପ୍ରତିନିଧୁ ଚୟନ କରିଥା’ନ୍ତି, ତାହାକୁ ପ୍ରତ୍ୟକ୍ଷ ନିର୍ବାଚନ କୁହାଯାଏ ।
- ଏହି ପ୍ରଣାଳୀରେ ଲୋକସଭା ଓ ରାଜ୍ୟ ସବିଧାନସଭାର ସଦସ୍ୟମାନେ ନିର୍ବାଚିତ ହୋଇଥାନ୍ତି ।
Question 5.
ଭାରତର ସ୍ଵାଧୀନତା ପରେ କ୍ଷମତା ହସ୍ତାନ୍ତର ପ୍ରତୀକ ଭାବେ କାହାକୁ କେବେଠାରୁ ଗ୍ରହଣ କରାଯାଇଛି ?
Answer:
- ଭାରତର ସ୍ଵାଧୀନତା ପରେ କ୍ଷମତା ହସ୍ତାନ୍ତର ପ୍ରତୀକ ଭାବେ ଏକ ସ୍ଵର୍ଣ୍ଣାଚ୍ଛାଦିତ ରୂପାଦଣ୍ଡ-ସିଙ୍ଗୋଲ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ପ୍ରଦାନ କରାଯାଇଥିଲା ।
- ଚୋଳବଂଶ ରାଜତ୍ଵ ସମୟରୁ ଶାସନରେ ନ୍ୟାୟିକତା ଓ ଧାର୍ମିକତାକୁ ନିଶ୍ଚିତରୂପେ ପାଳନ କରିବାର ପ୍ରତୀକ ରୂପେ ଏହା ଶାସକଙ୍କୁ ହସ୍ତାନ୍ତରର କରାଯାଇଥାଏ ।
Question 6.
ମନ୍ତ୍ରିପରିଷଦ କିପରି ଚୟନ କରାଯାଏ ଓ ଏହା କାହା ନିକଟରେ ଉତ୍ତରରଦାୟୀ ଅଟନ୍ତି ?
Answer:
- ମନ୍ତ୍ରୀପରିଷଦରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କ ମଧ୍ୟରୁ ଚୟନ କରିଥାନ୍ତି ।
- ଏହି ମନ୍ତ୍ରୀମାନେ ନିଜ କାର୍ଯ୍ୟ ନିମନ୍ତେ ବ୍ୟକ୍ତିଗତ ଓ ମିଳିତଭାବେ ଲୋକସଭା ନିକଟରେ ଉତ୍ତରଦାୟୀ ରହିଥାନ୍ତି ।
![]()
Question 7.
ଧାରା ୨୧ (କ) କ’ଣ ଗୁରୁତ୍ଵ ରହିଛି ?
Answer:
- ୨୦୦୨ ମସିହାରେ ସମ୍ବିଧାନରେ ୨୧(କ) ଯୋଗ କରାଯିବାପାଇଁ ୮୬ ତମ ସଂଶୋଧନ କରାଯାଇଥିଲା ।
- ଏଥିରେ ୬ ରୁ ୧୪ ବର୍ଷ ବୟସର ସମସ୍ତ ବାଳକ ଓ ବାଳିକାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ରାଷ୍ଟ୍ରକୁ ବାଧ୍ୟ କରାଯାଇଥିଲା ।
Question 8.
ଲୋକସଭା ଏହାର ଆର୍ଥିକ ଉତ୍ତରଦାୟିତ୍ଵକୁ କାହା ମାଧ୍ୟମରେ କିପରି ନିର୍ବାହ କରିଥାଏ
Answer:
- ଲୋକସଭା ପ୍ରତିବର୍ଷ ଫେବୃଆରୀ ମାସରେ ବାର୍ଷିକ ଆୟ ଓ ବ୍ୟୟର ଅଟକଳ ବା ବଜେଟ୍ ଆଗତ କରି ଥାଏ ।
- ଏହାର ପ୍ରସ୍ତୁତି ଏବଂ ବିଭିନ୍ନ ମନ୍ତ୍ରାଳୟ ନିମନ୍ତେ ବଣ୍ଟନ କରାଯାଇଥିବା ପୁଞ୍ଜି ଅନୁଧ୍ୟାନ ମାଧ୍ୟମରେ ସଂସଦ ସରକାରୀ ଖର୍ଚ୍ଚ ଅନୁମୋଦନ ଏବଂ ନିୟନ୍ତ୍ରଣ କରିଥାଏ ।
Question 9.
ସମ୍ବିଧାନର ପଞ୍ଚମ ଭାଗର ପ୍ରଥମ ଓ ଦ୍ଵିତୀୟ ଅଧ୍ୟାୟ ସଂସଦ ପାଇଁ କାହିଁକି ଗୁରୁତ୍ଵପୂର୍ଣ୍ଣ ଅଟେ ?
Answer:
- ସମ୍ବିଧାନର ପଞ୍ଚମ ଭାଗର ପ୍ରଥମ ଅଧ୍ୟାୟରେ କାର୍ଯ୍ୟପାଳିକା ବିଷୟରେ ବର୍ଣ୍ଣନା କରାଯାଇଛି । ସେଥିରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ମନ୍ତ୍ରୀ ପରିଷଦର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯାଇଛି ।
- ଦ୍ଵିତୀୟ ଅଧ୍ୟାୟରେ ସଂସଦର ଭୂମିକା ଓ କାର୍ଯ୍ୟାବଳୀ ବିଷୟରେ ବର୍ଣ୍ଣିତ ହୋଇଛି ।
![]()
Question 10.
ନ୍ୟାୟପାଳିକାକୁ ସମ୍ବିଧାନର ରକ୍ଷାକର୍ତ୍ତା କାହିଁକି କୁହାଯାଇଥାଏ ?
Answer:
- ନ୍ୟାୟପାଳିକା ସରକାରଙ୍କ ଏକ ଅଙ୍ଗ ଭାବରେ ନିର୍ଦ୍ଦିଷ୍ଟ ବିବାଦିତ ମାମଲା ବ୍ୟତୀତ ଆଇନର ତର୍ଜମା ଓ ପ୍ରଣୟନରେ ସହାୟତା କରିଥାଏ ।
- ସରକାରଙ୍କର ସବୁ ବିଭାଗକୁ ସମ୍ବିଧାନର ସିଦ୍ଧାନ୍ତ ଓ ମାପଦଣ୍ଡ ମଧ୍ୟରେ କାର୍ଯ୍ୟ କରିବାପାଇଁ ନ୍ୟାୟପାଳିକା ପରାମର୍ଶ ପ୍ରଦାନ କରିଥାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ସ୍ତରରେ ବ୍ୟବସ୍ଥାପିକା କିପରି କାର୍ଯ୍ୟ କରିଥାଏ ?
Answer:
(i) ରାଜ୍ୟର ସୁଚାରୁ ଶାସନ ନିମନ୍ତେ ଆଇନ ପ୍ରଣୟନର ଆବଶ୍ୟକତା ରହିଛି । ସେଥିପାଇଁ ରାଜ୍ୟରେ ରାଜ୍ୟସ୍ତରୀୟ ବ୍ୟବସ୍ଥାପିକା ରହିଛି ।
(ii) କେନ୍ଦ୍ରରେ ସଂସଦ ଭଳି ରାଜ୍ୟମାନଙ୍କରେ ‘ରାଜ୍ୟ ବିଧାନସଭା’ ରହିଛି ଯାହା ରାଜ୍ୟର ବ୍ୟବସ୍ଥାପିକା ଭାବେ କାର୍ଯ୍ୟ କରିଥାଏ ।
(iii) କେନ୍ଦ୍ରୀୟ ସଂସଦର ସାଂସଦମାନଙ୍କଦ୍ଵାରା ଆଇନ ପ୍ରଣୟନ ପରି ବିଧାନସଭାରେ ବିଧାୟକମାନେ ‘ରାଜ୍ୟ ତାଲିକା’ ଏବଂ ‘ଯୁଗ୍ମ ତାଲିକା’ ବିଷୟ ଅନ୍ତର୍ଭୁକ୍ତ ଆଇନ ପ୍ରଣୟନ କରିଥା’ନ୍ତି ।
Question 2.
ଓଡ଼ିଶା ବିଧାନ ସୌଧର ନିର୍ମାଣ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କର ।
Answer:
(i) ଓଡ଼ିଶାର ବିଧାନ ସୌଧ ନିର୍ମାଣ ନିମନ୍ତେ ୧୯୫୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡଃ. ହରେକୃଷ୍ଣ ମହତାବ ଶୁଭ ଦେଇଥିଲେ ।
(ii) ଏହାର ନିର୍ମାଣ କାର୍ଯ୍ୟ ଶେଷପରେ ୧୯୬୧ ମସିହା ଫେବୃଆରୀ ୧୨ ତାରିଖ ଦିନ ଭାରତର ତତ୍କାଳୀନ ଉପରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ ଏହାର ଶୁଭ ଉଦ୍ଘାଟନ କରିଥିଲେ ।
(iii) ସେହି ସମୟରେ ଏହା ୨୫ ଲକ୍ଷ ଟଙ୍କାରେ ୪୭ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଥିଲା ।
![]()
Question 3.
ସଂସଦର ଅଧୂବେଶନ ବର୍ଷକୁ କେତେଥର ବସିଥାଏ ? ଏହାର କାର୍ଯ୍ୟଧାରା ବିଷୟରେ ଆଲୋଚନା କର ।
Answer:
(i) ସାଧାରଣତଃ ସଂସଦର ବୈଠକ ବର୍ଷକୁ ତିନିଥର ବସିଥାଏ । ଏହି ବୈଠକକୁ ଅଧ୍ଵବେଶନ କୁହାଯାଇଥାଏ, ଯଥା – ବଜେଟ୍ ଅଧିବେଶନ, ମୌସୁମୀ ଅଧୁବେଶନ ଏବଂ ଶୀତକାଳୀନ ଅଧୂବେଶନ ।
(ii) ପ୍ରତ୍ୟେକ ଅଧିବେଶନରେ ପ୍ରସ୍ତାବିତ ଆଇନରେ ବିଚାର ବିମର୍ଶ, ମୁଖ୍ୟ ଶାସନ ବିଷୟକ ଆଲୋଚନା ସହିତ କାର୍ଯ୍ୟପାଳିକାଠାରୁ ତାଙ୍କର ନିଷ୍ପତ୍ତି ଓ କାର୍ଯ୍ୟଧାରା ଉପରେ ସଂସଦ ସ୍ପଷ୍ଟୀକରଣ ମାଗିଥାଏ ।
(iii) ସାଧାରଣତଃ ସଂସଦ ଦୈନିକ ପ୍ରାୟ ୬ ଘଣ୍ଟା କାର୍ଯ୍ୟ କରିଥାଏ, କିନ୍ତୁ କେତେକ ଜରୁରୀ ଆଲୋଚନାର ପୂର୍ଣ୍ଣତା ପାଇଁ କାର୍ଯ୍ୟସୀମାକୁ ବୃଦ୍ଧି କରାଯାଇପାରେ ।
Question 4.
ସଂସଦୀୟ ଶାସନ ବ୍ୟବସ୍ଥାରେ ନ୍ୟାୟପାଳିକାକୁ ଏକ ଅଦ୍ଵିତୀୟ ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି କାହିଁକି ?
Answer:
(i) ବ୍ୟବସ୍ଥାପିକାର ବିଧ୍ଵବଦ୍ଧ ଓ ଦାୟିତ୍ଵସମ୍ପନ୍ନ କ୍ଷମତାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ନ୍ୟାୟପାଳିକାକୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି ।
(ii) ଆଇନ କାର୍ଯ୍ୟକାରିତା ସମୟରେ କାର୍ଯ୍ୟପାଳିକା ଯଦି କୌଣସି ସାମ୍ବିଧାନିକ ବ୍ୟବସ୍ଥା ଭଙ୍ଗ କରେ, ସେଠାରେ ନ୍ୟାୟପାଳିକା ହସ୍ତକ୍ଷେପ କରିବା ପାଇଁ କ୍ଷମତାପ୍ରାପ୍ତ ହୋଇଛି ।
(iii) ଯେପରି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମାଧ୍ୟମରେ ସଂସଦ ତାହାର କାର୍ଯ୍ୟ ସମ୍ପାଦନ କରିଥାଏ, ସେହିପରି ନ୍ୟାୟାଳୟ ମାଧ୍ୟମରେ ନ୍ୟାୟପାଳିକା କାର୍ଯ୍ୟ କରିଥାଏ ।
Question 5.
ରାଷ୍ଟ୍ରପତି ଆମ ଦେଶର ନାମକୁ ମାତ୍ର କାର୍ଯ୍ୟପାଳିକାର ମୁଖ୍ୟ ହୋଇଥିଲେ ମଧ୍ୟ କେଉଁସବୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ପାଦନ କରିଥା’ନ୍ତି ?
Answer:
(i) ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ ଏବଂ ସେ ନାମକୁ ମାତ୍ର କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।
(ii) ତାଙ୍କର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ମଧ୍ୟରେ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିବା ସହିତ ସଂସଦର ବୈଠକ ଆହ୍ୱାନ କରନ୍ତି ଓ ବିଧେୟକକୁ ଅନୁମୋଦନ କରି ଆଇନ ପ୍ରଣୟନ କରିଥା’ନ୍ତି ।
(iii) ଲୋକସଭା ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ ନ କଲେ, ସରକାର ଗଠନ ନିମନ୍ତେ କୌଣସି ଦଳ ବା ମେଣ୍ଟଭୁକ୍ତ ଦଳକୁ ସରକାର ଗଠନ ସୁଯୋଗ ଦେବା ରାଷ୍ଟ୍ରପତିଙ୍କର ଏକ ସ୍ଵତନ୍ତ୍ର କ୍ଷମତା ରହିଛି ।
![]()
Question 6.
ଭାରତ ସଂସଦକୁ ଦ୍ଵି–ସଦନୀୟ କୁହାଯିବାର ଯଥାର୍ଥତା ପ୍ରତିପାଦନ କର ।
Answer:
(i) ଭାରତର ସଂସଦ ରାଷ୍ଟ୍ରପତି, ଲୋକସଭା ଓ ରାଜ୍ୟସଭାକୁ ନେଇ ଗଠିତ ହୋଇଥାଏ । ରାଜ୍ୟସଭାକୁ ଉଚ୍ଚ ସଦନ କୁହାଯାଉଥିବାବେଳେ ଲୋକସଭାକୁ ନିମ୍ନ ସଦନ କୁହାଯାଇଥାଏ ।
(ii) ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ସାର୍ବଜନୀନ ସାବଳକ ମତଦାନ ବ୍ୟବସ୍ଥା ମାଧ୍ୟମରେ ଭାରତର ନାଗରିକମାନେ ଲୋକସଭାର ସଭ୍ୟମାନଙ୍କୁ ନିର୍ବାଚିତ କରିଥା’ନ୍ତି । ଲୋକସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ୫୫୦ ଅଟେ ।
(iii) ରାଜ୍ୟସଭାର ସାଂସଦମାନେ ରାଜ୍ୟ ବିଧାନସଭାଗୁଡ଼ିକର ବିଧାୟକମାନଙ୍କଦ୍ୱାରା ପରୋକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି । ରାଜ୍ୟସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ୨୫୦ । ଉଭୟ ସଦନର ସଭ୍ୟ ସଂଖ୍ୟା ରାଜ୍ୟଗୁଡ଼ିକର ଜନସଂଖ୍ୟା ଭିତ୍ତିରେ ସ୍ଥିର କରାଯାଇଥାଏ । ସଂସଦରେ ୨ଟି ସଦନ ଥିବାରୁ ଏହାକୁ ଦ୍ୱି-ସଦନୀୟ କୁହାଯାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ନାଳନ୍ଦା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସଂସଦ ସୌଧ ବୁଲି ଦେଖିଲାପରେ ସେମାନଙ୍କର କ’ଣସବୁ ଅନୁଭବ ହୋଇଥବ ବୋଲି ତୁମେ ଭାବୁଛ ? ସଂକ୍ଷେପରେ ଲେଖ ।
Answer:
(i) ପ୍ରଥମେ ସେମାନେ ସଂସଦ ସୌଧର ଗଠନ ଶୈଳୀ ଦେଖୁ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ଏହା ନା ଚତୁର୍ଭୁଜ ନା ଗୋଲାକାର ଥିଲା । ଏହାଥିଲା ଏକ ସୂକ୍ଷ୍ମ ତ୍ରିଭୁଜାକାରର ସୌଧ ।
(ii) ଏହାର ତିନୋଟି ପାର୍ଶ୍ଵ ସମତୁଲତା, ସମାବେଶିତା ଏବଂ ଉଦ୍ଦେଶ୍ୟକୁ ଦର୍ଶାଇଥାଏ ।
(iii) ଏହାର କାନ୍ଥଗୁଡ଼ିକ ମୟୂର, ଜନଜାତି କଳା, ମନ୍ଦିର ଏବଂ ସ୍ଵାଧୀନତା ସଂଗ୍ରାମୀ ଥିବା କାରୁକାର୍ଯ୍ୟରେ ଭରପୁର ଥିଲା । ସେମାନେ ସେଗୁଡ଼ିକୁ ଦେଖ୍ ନିଶ୍ଚିତଭାବେ ଭାବବିହ୍ଵଳ ହୋଇଥିବେ ।
(iv) ସବୁଜ ନିର୍ମାଣ ଶୈଳୀରେ ନିର୍ମିତ ଏହି ସୌଧ ବିଦ୍ୟୁତ୍ ଶକ୍ତିର ବ୍ୟବହାର ୩୦ ପ୍ରତିଶତ କମ୍ କରିବାର ବ୍ୟବସ୍ଥା କରାଯାଇଛି । ଏହା ଭାରତର ଏକ ସଂଗ୍ରାହାଳୟ ପରି ନିଶ୍ଚିତ ମନେ ହୋଇଥବ । ଏଥୁରେ ବୈଷୟିକ ଜ୍ଞାନକୌଶଳ, ସୁରକ୍ଷା ଓ ପୋଷଣୀୟତାକୁ ଗୁରୁତ୍ୱ ଦିଆଯାଇଛି ।
(v) ଏଥରେ ଅଶୋକ ସ୍ତମ୍ଭ ଶୋଭା ପାଇବା ସହିତ ଅନେକ ପ୍ରାଚୀନ କୀର୍ତ୍ତି ସ୍ଥାନିତ ହୋଇଥିଲା । ଅନେକ ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥାମାନ ରଖାଯାଇ ବିଶ୍ଵରେ ଅଦ୍ଵିତୀୟ ହେବାର ଗୌରବ ହାସଲ କରିବା ଲକ୍ଷ୍ୟ ରଖାଯାଇଛି ।
![]()
Question 2.
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକସଭାକୁ ଅଧିକ ଗୁରୁତ୍ଵ ପ୍ରଦାନ କରାଯାଇଥାଏ କାହିଁକି ବୋଲି ତୁମ ମନରେ ପ୍ରଶ୍ନ ଉଠୁଥିବ ? ଏକଥାରେ କେତେ ବାସ୍ତବତା ଅଛି ଆସ ଆଲୋଚନା କରିବା ।
Answer:
(i) ଆମର ସଂସଦ ଭବନକୁ ଗଣତନ୍ତ୍ରର ଏକ ମନ୍ଦିର ଭାବରେ ବିବେଚନା କରାଯାଉଥିବାବେଳେ ସେଥିରେ ଗୋଟିଏ ଗୃହ ହେଉଛି ଲୋକସଭା । ଭାରତର ନାଗରିକମାନେ ଲୋକସଭାକୁ ସାର୍ବଜନୀନା ସାବାଳକ ମତଦାନ ବ୍ୟବସ୍ଥାରେ ସେମାନଙ୍କର ପ୍ରତିନିଧିଙ୍କୁ ସିଧାସଳଖ ନିର୍ବାଚିତ କରିଥା’ନ୍ତି । ଏହି ଭାଗରେ ସଂଖ୍ୟାଗରିଷ୍ଠ ଦଳ ସରକାର ଗଠନ କରିଥାଏ ।
(ii) ସଂସଦ ହେଉଛି ଆମ ଗଣତନ୍ତ୍ରର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା । ଏହା ସମଗ୍ର ଦେଶପାଇଁ ଆଇନ ପ୍ରଣୟନ କରିଥାଏ । ଲୋକସଭା ଅଧ୍ବକ ସଦସ୍ୟ ବିଶିଷ୍ଟ ହୋଇଥିବା ହେତୁ ଆଇନ ପ୍ରଣୟନରେ ଅଧ୍ଵକ ଭୂମିକା ଗ୍ରହଣ କରିଥାଏ ।
(iii) ଏହାର ନିର୍ବାଚିତ ଓ ମନୋନୀତ ସଭ୍ୟଗଣ ସରକାରଙ୍କ କାର୍ଯ୍ୟ ନିୟନ୍ତ୍ରଣ ଓ ମାର୍ଗଦର୍ଶନ କରିଥାନ୍ତି । ଏଣୁ ଲୋକମାନଙ୍କ ସହମତିରେ ସରକାର କାର୍ଯ୍ୟ କରନ୍ତି ବୋଲି ବିବେଚନା କରାଯାଏ ।
(iv) ୧୯୫୨ ମସିହାର ପ୍ରଥମ ଲୋକସଭା ନିର୍ବାଚନ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ଏହା ତାହାର ଗରିମା ବଜାୟ ରଖୁଛି ।
(v) ୨୦୨୪ ମସିହା ସୁଦ୍ଧା ଲୋକସଭା ୧୮ ଥର ନିର୍ବାଚନର ସମ୍ମୁଖୀନ ହୋଇସାରିଲାଣି । ତେଣୁ ଏହାର ଅତୀତ ଓ ଭବିଷ୍ୟତ ଅତି ଗୌରବମୟ ହେବ ବୋଲି ଆଶା କରାଯାଉଛି । ନୂତନ ଯୁବ ପିଢ଼ିକୁ ଦିଗ୍ଦର୍ଶନ ପ୍ରଦାନ କରି ଆଗକୁ ବଢ଼ିଚାଲିବ ଓ ଭାରତକୁ ବିକଶିତ ରାଷ୍ଟ୍ର କରିବାରେ ସକ୍ଷମ ହେବ ।
Question 3.
ସଂସଦରେ ଆଇନ ପ୍ରଣୟନ ହେବାପାଇଁ କେତୋଟି ସୋପାନ ଅତିକ୍ରମ କରିବାକୁ ପଡ଼ିଥାଏ, ତାହାର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ସଂସଦରେ ଏକ ଆଇନ ପ୍ରର୍ଣୟନ କରିବାକୁ ହେଲେ ତାହାକୁ ସୋପାନ ଅତିକ୍ରମ କରିବାକୁ ପଡ଼ିଥାଏ ।
(ii) ପ୍ରଥମ ସୋପାନରେ ସଂସଦରେ ବିଲ୍ ଯେକୌଣସି ଗୃହରେ ଆଗତ କରାଯାଇପାରିବ । ପରବର୍ତ୍ତୀ ପାହାଚରେ ବିଲ୍ର ଉଦ୍ଦେଶ୍ୟ ପଠନ କରାଯାଇଥାଏ । ପଠନ ପରେ ସ୍ଥାୟୀ ସମିତିର ମତାମତ ନିମନ୍ତେ ପ୍ରେରଣ କରାଯାଇଥାଏ ।
(iii) ପରବର୍ତ୍ତୀ ପର୍ଯ୍ୟାୟରେ ବିଲ୍କୁ ଆଲୋଚନା ପାଇଁ ଗ୍ରହଣ କରାଯାଏ । ପରବର୍ତ୍ତୀ ପର୍ଯ୍ୟାୟରେ ବିସ୍ତୃତ ଆଲୋଚନା କରାଯାଇ ବିଲ୍ରେ ଆବଶ୍ୟକୀୟ ସଂଶୋଧନ ନିମନ୍ତେ ମତସଂଗ୍ରହ କରାଯାଏ ।
(iv) ତା’ପରେ ବିଧେୟକ ନିମନ୍ତେ ଭୋଟଗ୍ରହଣ କରାଯାଏ । ଗୋଟିଏ ସଦନରେ ବିଲ୍ ଗୃହୀତ ହୋଇସାରିବା ପରେ ଦ୍ଵିତୀୟ ସଦନକୁ ପଠାଯାଏ । ଦ୍ଵିତୀୟ ସଦନରେ ଏହି ସବୁ ପର୍ଯ୍ୟାୟ ଦେଇ ବିଲ୍ ଗୃହୀତ ହୁଏ ।
(v) ଦୁଇ ସଦନରେ ଗୃହୀତ ହେଲେ ରାଷ୍ଟ୍ରପତିଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଏ । ରାଷ୍ଟ୍ରପତିଙ୍କଦ୍ୱାରା ଅନୁମୋଦିତ ହେବା ପରେ ଏହା ଆଇନରେ ପରିଣତ ହୋଇ ସରକାରୀ ରାଜପତ୍ରରେ ପ୍ରକାଶିତ ହୁଏ ।