Go through BSE Odisha Class 6 Science Notes Odia Medium and Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ to understand important concepts and topics more clearly.
6th Class Science Chapter 6 Notes Odia Medium
BSE Odisha Class 6 Science Chapter 6 Notes Odia Medium
ବିଷୟବସ୍ତ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା :
ଗ୍ରୀଷ୍ମ ଛୁଟି ପରେ ଭୃଗୁ ଏବଂ ସୃଷ୍ଟି ସେମାନଙ୍କର ନୂତନ ଶ୍ରେଣୀକୁ ଯିବାପାଇଁ ଅତ୍ୟନ୍ତ ଉତ୍ସାହିତ ଥିଲେ । ସେମାନେ ନିଜ ଶ୍ରେଣୀରେ ପ୍ରବେଶ କରି କଥାବାର୍ତ୍ତା ଆରମ୍ଭ କଲେ । ସୃଷ୍ଟି ପଚାରିଲା, ‘‘ତୁମେ ଆଜି ବିଦ୍ୟାଦୟକୁ କ’ଣ ଆଣିଛ ?”’

କିଛି ସମୟ ପରେ ସେମାନଙ୍କ ବିଜ୍ଞାନ ଶିକ୍ଷୟିତ୍ରୀ ବିଦ୍ୟା ଦିଦି ଶ୍ରେଣୀରେ ପ୍ରବେଶ କରି ଶିକ୍ଷାର୍ଥୀଙ୍କ ସହ କଥାବାର୍ତ୍ତା କରିଥିଲେ । ସେମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅନେକ ବସ୍ତ ବିଷୟରେ ଆଲୋଚନା କଲେ ଏବଂ ପଚାରିଲେ, ସବୁ ବସ୍ତ ସମାନ ଅଟନ୍ତି, ନା ସେମାନଙ୍କର ଭିତରେ କିଛି ଭିନ୍ନତା ରହିଛି ? ସେମାନଙ୍କର ଆକୃତି ଏବଂ ରଙ୍ଗ କିପରି ? ସେମାନଙ୍କୁ ସ୍ପର୍ଶ କଲେ କେମିତି ଅନୁଭବ ହୁଏ ? ସେମାନଙ୍କ ମଧ୍ୟରୁ କେତେକ ଅନ୍ୟମାନଙ୍କ ତୁଳନାରେ ଭାରୀ କି ?”
![]()
ବସ୍ତ ଓ ପଦାର୍ଥ :
- କୌଣସି ବସ୍ତୁ ତିଆରି ପାଇଁ ବ୍ୟବହୃତ ହେଉଥିବା ଉପାଦାନଗୁଡ଼ିକୁ ପଦାର୍ଥ କୁହାଯାଏ ।
- ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁଗୁଡ଼ିକ ବିଭିନ୍ନ ପଦାର୍ଥକୁ ନେଇ ଗଠିତ ।
- କାଗଜ, କାଠ, କପଡ଼ା, କାଚ, ଧାତୁ, ପ୍ଲାଷ୍ଟିକ, ମାଟି ଆଦି କେତେକ ପଦାର୍ଥକୁ ନେଇ ସମସ୍ତ ବସ୍ତୁ ତିଆରି ହୋଇଥାଏ ।
- ଯେ କୌଣସି ବସ୍ତୁ ଭିନ୍ନ ଭିନ୍ନ ପଦାର୍ଥରୁ ତିଆରି ହୋଇଥାଏ ଏବଂ କେତେକ ପଦାର୍ଥକୁ ବ୍ୟବହାର କରି ଏକାଧୁକ ବସ୍ତ ମଧ୍ଯ ତିଆରି କରାଯାଇପାରେ ।
କାର୍ଯ୍ୟ-୧ : ଆସ ଚିହ୍ନଟ କରିବା
ତୁମେ ଚତୁଃପାର୍ଶ୍ଵରେ ଦେଖୁଥିବା ପଦାର୍ଥଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ଏବଂ ସାରଣୀରେ ସେଗୁଡ଼ିକଦ୍ଵାରା ଗଠିତ ବସ୍ତୁର ନାମ ଲେଖ ।
ସାରଣୀ – ୧ : ବସ୍ତୁ ଚିହ୍ନଟ କର
| ମୁଁ ଦେଖୁଥିବା ବସ୍ତ | ସେଗୁଡ଼ିକ କେଉଁ ପଦାର୍ଥରୁ ତିଆରି |
| ୧. ବହି | କାଗଜ |
| ୨. ଟେବୁଲ | କାଠ, କାଚ, ପ୍ଲାଷ୍ଟିକ |
| ୩. ଗ୍ଲାସ | କାଚ, ଷ୍ଟିଲ, ପ୍ଲାଷ୍ଟିକ |
| ୪. ନୋଟ୍ ଖାତା | କାଗଜ |
| ୫. ପେନ୍ | ପ୍ଲାଷ୍ଟିକ, ଧାତୁ |
| ୬. ପେନ୍ସିଲ | କାଠ ଏବଂ କାର୍ବନ (ଗ୍ରାଫାଇଟ୍) |
| ୭. ସ୍କେଲ | ପ୍ଲାଷ୍ଟିକ, ଲୁହା |
| ୮. କଇଁଚି | ଧାତୁ ଏବଂ ପ୍ଲାଷ୍ଟିକ |
| ୯. ଚେୟାର | କାଠ, ପ୍ଲାଷ୍ଟିକ୍ |
| ୧୦. ସାର୍ଟ | କପଡ଼ା ଏବଂ ପ୍ଲାଷ୍ଟିକ (ବଟମ୍) |
ଦୈନନ୍ଦିନ ଜୀବନରେ ଅନେକ ପର୍ଯ୍ୟବେକ୍ଷଣକୁ ଆଧାର କରି, ଜଣେ ଏହି ସିଦ୍ଧାନ୍ତରେ ପହଞ୍ଚିପାରିବ ଯେ ବସ୍ତୁଗୁଡ଼ିକ ବିଭିନ୍ନ ପଦାର୍ଥକୁ ନେଇ ଗଠିତ ।
![]()
ଭାରତୀୟ ଉପମହାଦେଶରେ ଗଙ୍ଗା ସମତଳ ଭୂମି (ଲାହୁରାଦେବ) ଏବଂ ବେଲୁଚିସ୍ଥାନ (ମେହେରଗଡ଼)ରେ 7,000 ରୁ 8000 ବର୍ଷ ତଳର ପୁରାତନ ମାଟିପାତ୍ର ମିଳିଥିଲା । ଚକ ବୁଲାଇ ମାଟିପାତ୍ର ପ୍ରସ୍ତୁତ କରିବା ପ୍ରଣାଳୀ ଖ୍ରୀଷ୍ଟପୂର୍ବ 4000 ଠାରୁ ସିନ୍ଧୁ ସଭ୍ୟତାରେ ଆରମ୍ଭ ହୋଇଥିଲା । ସେହି ମାଟିପାତ୍ରକୁ ସଜ୍ଜୀକରଣ କରିବା ପାଇଁ ରଙ୍ଗରେ କାରୁକାର୍ଯ୍ୟ କରିବାର କୌଶଳ ବିକଶିତ ହୋଇଥିଲା ।
ଖ୍ରୀଷ୍ଟପୂର୍ବ 2600-1900 ମଧ୍ୟରେ ‘ହରପ୍ପା’ ସଭ୍ୟତାରେ ଏହି କୌଶଳ ଅଧିକ ବିକଶିତ ହୋଇଥିଲା । ଏହି ମାଟିପାତ୍ରଗୁଡ଼ିକରେ ଏକ ଗାଢ଼ ଲାଲ ପୃଷ୍ଠରେ କଳାରଂଗର ବିଭିନ୍ନ ଜ୍ୟାମିତିକ ସଂରଚନା ଓ ଜଳଚର, ସ୍ଥଳଚର ଜୀବମାନଙ୍କର ବିଭିନ୍ନ ଚିତ୍ର ଅଙ୍କାଯାଇଥିଲା ହାଣ୍ଡି, ବାସନ, ପାତ୍ର ଏବଂ ଅନ୍ୟାନ୍ୟ ଜିନିଷ ତିଆରି ପାଇଁ ବ୍ୟବହୃତ ମାଟିକୁ ସାବଧାନତାର ସହ ଚିହ୍ନଟ କରାଯାଇ ସଫା କରାଯାଇଥିଲା । ତା’ପରେ ଏହାକୁ ଗୁଣ୍ଡ କାଯାଉଥିଲା ଚକଟା ଯାଉଥିଲା ।
ଏହି ଚକଟାମାଟିକୁ ଚକରେ ବୁଲାଇ ବିଭିନ୍ନ ଆକାର ଦିଆଯାଉଥିଲା ଓ ଶେଷରେ ଭାଟିରେ ପୋଡ଼ାଯାଉଥିଲା । ଏହାକୁ ଟେରାକୋଟା କୁହାଯାଇଥିଲା । ରୋଷେଇଠାରୁ ଆରମ୍ଭ କରି ତେଲ, ଘିଅ, ଖାଦ୍ୟଶସ୍ୟ ଇତ୍ୟାଦି ସାଇତି ରଖୁବା ପାଇଁ ଏହି ମାଟିପାତ୍ରକୁ ବ୍ୟବହାର କରାଯାଉଥିଲା । ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ କିଛି ବଡ଼ ଜାର ଏବଂ ଅନ୍ୟାନ୍ୟ ମାଟିପାତ୍ର ପ୍ରଦର୍ଶିତ ହୋଇଛି ।
ଆମ ରାଜ୍ୟର ଭୁବନେଶ୍ଵରର କଳାଭୂମି ସଂଗ୍ରହାଳୟରେ ଏହିଭଳି ମାଟିପାତ୍ରଗୁଡ଼ିକର ପ୍ରଦର୍ଶିତ କରାଯାଇଛି ।
ବସ୍ତୁଗୁଡ଼ିକର ବର୍ଗୀକରଣ :
ବସ୍ତୁଗୁଡ଼ିକୁ ଭିନ୍ନ ଭିନ୍ନ ଶ୍ରେଣୀରେ ବିଭକ୍ତ କରିବାର ପଦ୍ଧତିକୁ ବର୍ଗୀକରଣ କୁହାଯାଏ । ଆମେ ନିର୍ଦ୍ଦିଷ୍ଟ ଗୁଣ ଆଧାରରେ ପଦାର୍ଥଗୁଡ଼ିକୁ ବର୍ଗୀକରଣ କରିପାରିବା ।
ବସ୍ତୁଗୁଡ଼ିକୁ ସେମାନଙ୍କର ଗୋଟିଏ ସାଧାରଣ ଗୁଣ ଯଥା – ଆକୃତି, ରଙ୍ଗ, କଠିନତା, ନମନୀୟତା, ଓଜ୍ଜଲ୍ୟତା, ମଳିନତା ଆଦି ଆଧାରରେ ବର୍ଗୀକରଣ କରାଯାଇଥାଏ ।
କାର୍ଯ୍ୟ-୩ : ଆସ ଚିନ୍ତା କରିବା : ଆମେ କେଉଁ ପଦାର୍ଥ ବ୍ୟବହାର କରି ଏକ ଗ୍ଳାସ ତିଆରି କରିପାରିବା

ଗ୍ଲାସ୍ ତିଆରି ପାଇଁ ବ୍ୟବହୃତ ପଦାର୍ଥ ଜଳକୁ ଧରି ରଖୁବାରେ ସକ୍ଷମ ହେବା ଉଚିତ । ଜଳ ସଂରକ୍ଷଣ ପାଇଁ କପଡ଼ାରେ ନିର୍ମିତ ଗ୍ଲାସ ବ୍ୟବହାର କରାଯାଇପାରିବ ନାହିଁ କାରଣ ଏଥିରେ ଥିବା ଛିଦ୍ରରେ ପାଣି ବାହାରକୁ ବାହାରି ଆସିବ ।
ରୋଷେଇ ବାସନ ପାଇଁ କାଗଜ ପରି ପଦାର୍ଥ ବ୍ୟବହାର କରାଯାଇପାରିବ ନାହିଁ, କାରଣ ତାପ ପାଇଲେ କାଗଜ ଜଳିଯିବ ।
![]()
କାର୍ଯ୍ୟ-୪ : ଆସ ଅନୁସନ୍ଧାନ କରିବା
- ଚିତ୍ରରେ ବିଭିନ୍ନ ପ୍ରକାର ବଲ୍ ଦର୍ଶାଯାଇଛି ଯାହା ସମାନ ଆକାରର କିନ୍ତୁ ବିଭିନ୍ନ ପଦାର୍ଥରେ ଗଠିତ ।
- ପ୍ରତ୍ୟେକ ବଲ୍କୁ ନେଇ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାକୁ ଛାଡ଼ି ଦିଆଯାଉ ।
- ବଲ୍ କେତେ ଉଚ୍ଚତାକୁ ଉଠିପାରେ ତାହା ଲକ୍ଷ୍ୟ କରି ଏକ ସାରଣୀରେ ଲେଖାଯାଉ ।
- ସବୁଠାରୁ ଉଚ୍ଚକୁ ଉଠିବା ବଲ୍କୁ ଚିହ୍ନଟ କର ।

ସାରଣୀ – ୨ : ବଲ୍ ଉଠିବା ସ୍ତର
| ବଲ୍ | ଉଠିଥିବା ସ୍ତର (ଉଚ୍ଚ, ମଧ୍ୟମ କିମ୍ବା ନିମ୍ନ) |
| ଟେନିସ୍ ବଲ୍ | ଅଧିକ ଉଚ୍ଚକୁ ଉଠିବ |
| କ୍ରିକେଟ୍ ବଲ୍ | ମଧ୍ୟମ ଉଚ୍ଚକୁ ଉଠିବ |
| ରବର ବଲ୍ | ନିମ୍ନ |
ବସ୍ତର ବିଭିନ୍ନ ଗୁଣ ବା ବୈଶିଷ୍ଟ୍ୟ :
- କୌଣସି ବସ୍ତୁର ଗୁଣ ଏବଂ ବସ୍ତୁକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ, ତାହା ଉପରେ ନିର୍ଭର କରି ବସ୍ତ ତିଆରି ପାଇଁ ପଦାର୍ଥ ଚୟନ କରାଯାଇଥାଏ ।
- ସାଧାରଣତଃ ଲୁହା, ତମ୍ବା, ଜିଙ୍କ୍, ଆଲୁମିନିୟ, ସୁନା, ରୂପା ଆଦି ପଦାର୍ଥ ଉପରେ ଆଲୋକ ପଡ଼ିଲେ ଏହା ଚକ୍ରଚକ୍ କରିଥାଏ । ଏହାକୁ ବସ୍ତର ଉଜ୍ଜ୍ୱଳତା ଗୁଣ କୁହାଯାଏ । ଧାତୁଗୁଡ଼ିକ ସାଧାରଣତଃ ଏହି ଉଜ୍ଜ୍ୱଳତା ଗ୍ରୁପ ପ୍ରଦର୍ଶନ କରିଥାଏ ।
- କେତେକ ଧାତୁ ବାୟୁ ଓ ଆର୍ଦ୍ରତାର ପ୍ରଭାବ ହେତୁ ନିଜର ଚମକ ହରାଇଥା’ନ୍ତି କିମ୍ବା ଚମକହୀନ ଦେଖା ଯାଇଥା’ନ୍ତି ।
- ଚମକୁ ନଥିବା ବସ୍ତର ଉଜ୍ଜ୍ଵଳତା ନଥାଏ । କାଗଜ, କାଠ, ରବର, ଝୋଟ ଇତ୍ୟାଦି ପଦାର୍ଥର ଚମକ ଗୁଣ ନଥାଏ ।
- ସମସ୍ତ ଚକ୍କ୍ କରୁଥିବା ପଦାର୍ଥ ଧାତୁ ନୁହେଁ । କେତେକ ପଦାର୍ଥର ପୃଷ୍ଠକୁ ପ୍ଲାଷ୍ଟିକ, ମହମ ଆଦି ପଦାର୍ଥର ପତଳା ପ୍ରଲେପ ଦେଲେ ଏହା ଚକ୍ରଚକ୍ କରିଥାଏ । କିନ୍ତୁ ଏହି ପଦାର୍ଥଗୁଡ଼ିକ ଧାତୁ ହୋଇ ନଥାଏ ।
![]()
ନରମ ବସ୍ତ ଓ କଠିନ ବସ୍ତୁ :
ଯେଉଁ ବସ୍ତୁକୁ ଆମେ ହାତରେ ଚାପିପାରୁ ଓ ସହଜରେ ଦାଗ ପଡ଼ିଯାଏ, ସେଗୁଡ଼ିକୁ ନରମ ବସ୍ତୁ କୁହାଯାଏ ।
ଉଦାହରଣ : ରବର, ସ୍ପଞ୍ଜ ।
ଯେଉଁ ବସ୍ତୁକୁ ଆମେ ହାତରେ ଚାପିପାରୁନାହିଁ ଏବଂ ସହଜରେ ଏଥିରେ ଦାଗ ପଡ଼ିଯାଏ ନାହିଁ, ସେଗୁଡ଼ିକୁ କଠିନ ବସ୍ତ କୁହାଯାଏ ।
ଉଦାହରଣ : ଲୁହା, ପଥର, କାଠ, ଆଲୁମିନିୟମ୍ ।
କାର୍ଯ୍ୟ–୫ : ଆସ ନିରୀକ୍ଷଣ କରିବା
ସାରଣୀରେ ଦିଆଯାଇଥିବା ବସ୍ତଗୁଡ଼ିକୁ ତୁମ ହାତରେ ଧରି ରଖ । ସେଗୁଡ଼ିକ କଠିନ ନା ନରମ ଅନୁଭବ କର । ସେଗୁଡ଼ିକ କେଉଁଥୁରୁ ତିଆରି ହୋଇଛି । ସାରଣୀରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖୁ ରଖ ।
ସାରଣୀ-୩ : କଠିନ କିମ୍ବା ନରମ ବସ୍ତ ଏବଂ ସେଗୁଡ଼ିକ କେଉଁଥୁରେ ତିଆରି ?
| ବସ୍ତ | କଠିନ/ନରମ | କେଉଁଥରେ ତିଆରି ? |
| ଇଟା | କଠିନ | ପୋଡ଼ା ହୋଇଥିବା ମାଟି |
| ପାଣି ବୋତଲ | କଠିନ | ପ୍ଲାଷ୍ଟିକ / କାଚ |
| ତକିଆ | ନରମ | କପଡ଼ା ଏବଂ ତୁଳା |
| ଗ୍ଲାସ୍ | କଠିନ | କାଚ / ଷ୍ଟିଲ / ପ୍ଲାଷ୍ଟିକ |
| ଟେବୁଲ୍ | କଠିନ | କାଠ, ପ୍ଲାଷ୍ଟିକ ଏବଂ କାଚ |
| ସ୍ଵେଟର | ନରମ | ଉଲ୍ (ପଶମ) |
| ଚାମଚ | କଠିନ | ଷ୍ଟିଲ, କାଠ, ଆଲୁମିନିୟମ୍ |
| ପେନ୍ | କଠିନ | ପ୍ଲାଷ୍ଟିକ, ଧାତୁ |
ତୁମ ବନ୍ଧୁମାନଙ୍କ ପର୍ଯ୍ୟବେକ୍ଷଣ ସହିତ ତୁମ ପର୍ଯ୍ୟବେକ୍ଷଣକୁ ତୁଳନା କର ଏବଂ ଆଲୋଚନା କର । ତୁମେ ଜାଣିଲ ଯେ ବସ୍ତର ଚମକ, କଠିନତା, ନମନୀୟତା ଏବଂ ରହିପାରେ । ତୁମେ ବସ୍ତର ଅନ୍ୟ କୌଣସି ଗୁଣ ବିଷୟରେ ଚିନ୍ତା କରିପାରିବ କି ? ଆସ ଏହାକୁ ଅଧିକ ଅନୁସନ୍ଧାନ କରିବା ।
![]()
ସ୍ୱଚ୍ଛ ପଦାର୍ଥ, ଅସ୍ୱଚ୍ଛ ପଦାର୍ଥ ଓ ଆଂଶିକ ସ୍ୱଚ୍ଛ ପଦାର୍ଥ :
ଯେଉଁ ପଦାର୍ଥ ମାଧ୍ୟମରେ ଜିନିଷକୁ ସ୍ପଷ୍ଟ ଭାବରେ ଦେଖୁହୁଏ, ତାହାକୁ ସ୍ୱଚ୍ଛ ପଦାର୍ଥ କୁହାଯାଏ ।
ଉଦାହରଣ : କାଚ, ପାଣି, ବାୟୁ, ସେଲୋଫେନ–କାଗଜ ଇତ୍ୟାଦି ସ୍ୱଚ୍ଛ ପଦାର୍ଥ ।
ଯେଉଁ ପଦାର୍ଥ ମାଧ୍ୟମରେ କୌଣସି ଜିନିଷକୁ ଆଦୌ ଦେଖୁ ପାରିବା ନାହିଁ, ତାହାକୁ ଅସ୍ୱଚ୍ଛ ପଦାର୍ଥ କୁହାଯାଏ ।
ଉଦାହରଣ : କାଠ, କାର୍ଡ଼ବୋର୍ଡ଼, ଧାତୁ ଇତ୍ୟାଦି ।
ଯେଉଁ ପଦାର୍ଥ ମାଧ୍ଯମରେ ବସ୍ତ ଦେଖାଯାଏ, କିନ୍ତୁ ସ୍ପଷ୍ଟ ଭାବରେ ଦେଖୁହୁଏ ନାହିଁ, ତାହାକୁ ଆଂଶିକ ସ୍ୱଚ୍ଛ ପଦାର୍ଥ କୁହାଯାଏ ।
ଉଦାହରଣ : ତେଲ ଲଗା କାଗଜ, ମୋଟା କାଚ ଇତ୍ୟାଦି ।
ଚିତ୍ରକୁ ଦେଖ – ଭୃଗୁ (କ), ସୃଷ୍ଟି (ଖ), ସୀତା (ଗ) ଓ ସୃଷ୍ଟିର ଭାଇ (ଘ) ଦ୍ଵାରା ବ୍ୟବହୃତ ବସ୍ତ୍ରର ପ୍ରକୃତିକୁ ଚିହ୍ନଟ କରି ନାମକରଣ କରାଗଲା ।
(କ) ଅସ୍ଵଚ୍ଛ (ଖ) ଅସ୍ୱଚ୍ଛ (ଗ) ଆଂଶିକ ସ୍ୱଚ୍ଛ (ଘ) ସ୍ଵଚ୍ଛ

କାର୍ଯ୍ୟ–୬ : ଆସ ବର୍ଗୀକରଣ କରିବା
ନିମ୍ନଲିଖୂତ ବସ୍ତୁଗୁଡ଼ିକୁ ସ୍ୱଚ୍ଛ, ଆଂଶିକ ସ୍ଵଳ୍ପ କିମ୍ବା ଅସ୍ୱଚ୍ଛ ଗ୍ରୁପ ଆଧାରରେ ଶ୍ରେଣୀଭୁକ୍ତ କରାଗଲା ।

ସାରଣୀ–୪ : ବସ୍ତର ବର୍ଗୀକରଣ
| ସ୍ୱଚ୍ଛ | ଆଂଶିକ ସ୍ୱଚ୍ଛ | ଅସ୍ବଚ୍ଛ |
| କାଚ ଗ୍ଲାସ୍ | ତେଲ ଲଗା କାଗଜ | ରବର |
| ଝରକା କାଚ | ବରଫ ଜଳକଣା ଆଚ୍ଛାଦିତ କାଚ | କାଠ ବୋର୍ଡ଼ |
ଜଳରେ ଦ୍ରବଣୀୟ ଓ ଅଦ୍ରବଣୀୟ ବସ୍ତୁ :
କିଛି ବସ୍ତୁକୁ ଜଳରେ ମିଶାଇଲେ ତାହା ସଂପୂର୍ଣ୍ଣ ଅଦୃଶ୍ୟ ହୋଇଯାଏ ଓ ଜଳରେ ଦ୍ରବୀଭୂତ ହୋଇଥାଏ । ସେହି ବସ୍ତୁଗୁଡ଼ିକ ଜଳରେ ଦ୍ରବଣୀୟ ଅଟନ୍ତି ।
ଉଦାହରଣ : ଚିନି ବା ଲୁଣକୁ ପାଣିରେ ମିଶାଇଲେ ତାହା ଦ୍ରବୀଭୂତ ହୋଇଥାଏ ।
![]()
କିଛି ବସ୍ତୁକୁ ଜଳରେ ମିଶାଇଲେ ତାହା ଜଳରେ ମିଶି ନଥାଏ କିମ୍ବା ଅଦୃଶ୍ୟ ହୋଇ ନଥାଏ । ସେହି ବସ୍ତଗୁଡ଼ିକ ଜଳରେ ଅଦ୍ରବଣୀୟ ଅଟନ୍ତି । ଉଦାହରଣ : ଲୁହା, ଗୋଡ଼ି, ବାଲି ଇତ୍ୟାଦି ଜଳରେ ଅଦ୍ରବଣୀୟ ।
କାର୍ଯ୍ୟ–୭ : ଆସ ଅନୁସନ୍ଧାନ କରିବା
- ଅଳ୍ପ ପରିମାଣର ଚିନି, ଲୁଣ, ଚକ୍ ପାଉଡ଼ର, ବାଲି ଓ କାଠ ଗୁଣ୍ଡ ସଂଗ୍ରହ କରାଯାଉ ।
- ପାଞ୍ଚଟି କାଚ ଗ୍ଲାସ୍ ନେଇ ସେଥିରେ ପ୍ରାୟ ଦୁଇ ତୃତୀୟାଂଶ ପାଣି ଭରି ଦିଆଯାଉ ।
- ପ୍ରଥମ ଗ୍ଲାସ୍ରେ ଏକ ଚାମଚ ଚିନି, ଦ୍ଵିତୀୟ କ୍ଲାସ୍ରେ ଲୁଣ, ତୃତୀୟ ଗ୍ଲାସ୍ରେ ଚକ୍ ପାଉଡ଼ର, ଚତୁର୍ଥ ଗ୍ଲାସ୍ରେ ବାଲି ଏବଂ ପଞ୍ଚମ ଗ୍ଲାସ୍ କାଠ ଗୁଣ୍ଡ ପକାଯାଉ ।
- ପ୍ରତ୍ୟେକ କ୍ଷେତ୍ରରେ ‘କ’ଣ ହେବ ତାହା ଅନୁମାନ କରାଯାଉ ।
- ପ୍ରତ୍ୟେକ ଗ୍ଲାସ୍ ଉପାଦାନକୁ ଭଲ ଭାବରେ ଗୋଳାଇବା ପାଇଁ ଏକ ଚାମଚ ବ୍ୟବହାର କରାଯାଉ ।
- କିଛି ସମୟ ପରେ କ’ଣ ହେଉଛି ଲକ୍ଷ୍ୟ କରାଯାଉ ।
- ସାରଣୀରେ ତୁମ ପର୍ଯ୍ୟବେକ୍ଷଣ ଲିପିବଦ୍ଧ କରାଯାଉ ।
ସାରଣୀ – ୫ : ଜଳରେ ବିଭିନ୍ନ ବସ୍ତର ମିଶ୍ରଣ
| ଅନୁମାନ | ପର୍ଯ୍ୟବେକ୍ଷଣ | |
| ବପ୍ୁ | ପାଣିରେ ଅଦୃଶ୍ୟ ହୋଇଯିବ / ପାଣିରେ ଅଦୃଶ୍ୟ ହେବ ନାହିଁ | ପାଣିରେ ଅଦୃଶ୍ୟ ହୋଇଯାଏ / ପାଣିରେ ଅଦୃଶ୍ୟ ହୁଏ ନାହିଁ |
| ବିନି | ପାଣିରେ ଅଦୃଶ୍ୟ ହୋଇଯିବ | ପାଣିରେ ଅଦୃଶ୍ୟ ହୋଇଯାଏ |
| ଲୁଣ | ପାଣିରେ ଅଦୃଶ୍ୟ ହୋଇଯିବ | ପାଣିରେ ଅଦୃଶ୍ୟ ହୋଇଯାଏ |
| ଚକ ପାଉଡ଼ର | ପାଣିରେ ଅଦୃଶ୍ୟ ହେବ ନାହିଁ | ପାଣିରେ ଅଦୃଶ୍ୟ ହୁଏ ନାହିଁ |
| ବାଲି | ପାଣିରେ ଅଦୃଶ୍ୟ ହେବ ନାହିଁ | ପାଣିରେ ଅଦୃଶ୍ୟ ହୁଏ ନାହିଁ |
| କାଠ ଗୁଣ୍ଡ | ପାଣିରେ ଅଦୃଶ୍ୟ ହେବ ନାହିଁ | ପାଣିରେ ଅଦୃଶ୍ୟ ହୁଏ ନାହିଁ |
ଜଳରେ ପ୍ରତ୍ୟେକ ବସ୍ତୁ ଦ୍ରବଣୀୟ କି ?
ଉ. ନା, ପ୍ରତ୍ୟେକ ବସ୍ତ ଜଳରେ ଦ୍ରବଣୀୟ ନୁହେଁ ।
ନିଜ ପାଇଁ (ORS) ତିଆରି କରିବା !
ଓଆରଏସ୍- ଓରାଲ ରିହାଇଡ୍ରେସନ ସଲ୍ୟୁସନ୍ – ଡାଇରିଆ କିମ୍ବା ଅନ୍ୟାନ୍ୟ ରୋଗ କାରଣରୁ ଡିହାଇଡ୍ରେସନ୍ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବଜାରର ମଧ୍ୟ ଏହି ପ୍ରସ୍ତୁତ ଓଆରଏସ୍ ପ୍ୟାକେଟ୍ ଉପଲବ୍ଧ । ବ୍ୟବହାର ପୂର୍ବରୁ ପ୍ରତ୍ୟେକ ପ୍ୟାକେଟରୁ ଏକ ଲିଟର ପାଣିରେ ମିଶ୍ରଣ କରାଯାଏ । ଯଦି ଏସବୁ ଉପଲବ୍ଧ ନ ହୁଏ ତେବେ ଏକ ଲିଟର ଫୁଟା ହୋଇଥିବା ପାଣିରେ 6 ଚାମଚ ଚିନି ଓ ଅଧା ଚାମଚ ସାଧାରଣ ଲୁଣ ମିଶାଇ ଘରେ ଓଆରଏସ୍ ପ୍ରସ୍ତୁତ କରାଯାଇପାରିବ ।
![]()
ତେଲ, ଭିନେଗାର ଓ ମହୁ ଭଳି ତରଳ ପଦାର୍ଥ ଜଳରେ ଦ୍ରବୀଭୂତ ହୁଏ କି ? ଅନୁସନ୍ଧାନ କର ।
ଉ. ତେଲ ଜଳରେ ଦ୍ରବୀଭୂତ ହୁଏ ନାହିଁ, ମାତ୍ର ଭିନେଗାର ଓ ମହୁ ଜଳରେ ଦ୍ରବୀଭୂତ ହୋଇଥାଏ ।
ଜଳରେ ଥିବା ଗ୍ୟାସ ବିଷୟରେ କ’ଣ ଭାବୁଛ ?
ଉ. ଅମ୍ଳଜାନ, ଅଙ୍ଗାରକାମ୍ଳ ଓ ନାଇଟ୍ରୋଜେନ ଜଳରେ ଦ୍ରବୀଭୂତ ହୋଇ ରହିଥାଏ ଯାହା ଜଳରେ ଜୀବଙ୍କ ଶ୍ଵାସକ୍ରିୟା ଏବଂ ଜଳଜ ଉଭିଦଙ୍କର ଆଲୋକସଂଶ୍ଳେଷଣ ପ୍ରକ୍ରିୟା ପାଇଁ ସହାୟକ ହୁଏ । କେତେକ ତରଳ ପଦାର୍ଥ ଜଳରେ ସମ୍ପୂର୍ଣ୍ଣ ମିଶିଯାଏ । କେତେକ ପଦାର୍ଥ ଜଳରେ ମିଶି କିଛି ସମୟ ସ୍ଥିର ରଖୁଲେ ଅଲଗା ଅଲଗା ସ୍ତର ତିଆରି କରନ୍ତି । ସେହିପରି କିଛି ଗ୍ୟାସ୍ ଜଳରେ ଦ୍ରବଣୀୟ ଥିବା କେବଳେ ଆଉ କିଛି ଗ୍ୟାସ୍ ଦ୍ରବଣୀୟ ହୁଅନ୍ତି ନାହିଁ । ଉଦାହରଣ ସ୍ଵରୂପ ଅମ୍ଳଜାନ ଗ୍ୟାସ ଜଳରେ ଦ୍ରବୀଭୂତ ହୋଇଥାଏ । ଜଳରେ ବାସ କରୁଥିବା ପ୍ରାଣୀ ଓ ଉଭିଦମାନଙ୍କ ବଞ୍ଚିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ।
ସେହିପରି କ୍ଷୀର ଜଳରେ ସଂପୂର୍ଣ୍ଣ ମିଶିଯାଏ କିନ୍ତୁ ସୋରିଷ ତେଲକୁ ଜଳରେ ମିଶାଇ କିଛି ସମୟ ସ୍ଥିର ରଖିଲେ ତେଲ ଓ ପାଣିର ଅଲଗା ଅଲଗା ସ୍ତର ସୃଷ୍ଟିହେବ ।
ଅକ୍ସିଜେନ ‘ଗ୍ୟାସ ପରି ଅଙ୍ଗାରକାମ୍ଳ ଏମୋନିଆ ଆଦି ଗ୍ୟାସ ଜଳରେ ଦ୍ରବଣୀୟ ଅଟେ କିନ୍ତୁ ହିଲିୟମ ଗ୍ୟାସ ଜଳରେ ଅଦ୍ରବଣୀୟ ଅଟେ ।
କେଉଁ ବସ୍ତୁଗୁଡ଼ିକ ଓଜନିଆ ?
କାର୍ଯ୍ୟ-୮ : ଆସ ମାପ କରିବା
- ଆସ ତିନୋଟି ସମାନ ସମାନ କାଗଜ କପ୍ (ବା ପାତ୍ର) ନେବା । ଦିଆଯାଇଥିବା ବସ୍ତୁକୁ ନେଇ ପ୍ରତି କପ୍ର ଅଧା ଅଂଶ ପୂରଣ କରିବା ।
- ପ୍ରଥମ କପ୍ରେ ପାଣି ଭର୍ତ୍ତି କରି ‘କ’ ନାମ ଦେବା । ଦ୍ୱିତୀୟକୁ ବାଲି ଭର୍ତ୍ତି କରି ‘ଖ’ ଏବଂ ତୃତୀୟ କପ୍ରେ ଗୋଡ଼ି ଦେଇ ‘ଗ’ ଭାବେ ଚିହ୍ନିତ କରିବା ।
- ଅନୁମାନ କରି କୁହ କେଉଁଟି ଭାରୀ ହେବ କେଉଁଟି ହାଲୁକା ହେବ ।
- ନିକିତି ବ୍ୟବହାର କରି ପ୍ରତ୍ୟେକ କପ୍କୁ ଓଜନ କର ଏବଂ ଖାତାରେ ଲେଖୁରଖ ।
- ତଥ୍ୟ ତୁଳନା କର ଏବଂ କେଉଁଟି ଭାରୀ କିମ୍ବା ହାଲୁକା ତାହା ବସ୍ତତ୍ଵ ଗୁଣଦ୍ଵାରା ମାପ କରାଯାଏ ।
![]()
ବସ୍ତତ୍ଵ, ଓଜନ ଓ ଆୟତନ :
- କୌଣସି ବସ୍ତରେ ଥିବା ପଦାର୍ଥର ପରିମାପକୁ ବସ୍ତର ବସ୍ତୁତ୍ଵ କୁହାଯାଏ । ଭାରୀ ବସ୍ତୁର ବସ୍ତୁତ୍ଵ ଅଧିକ ଏବଂ ହାଲୁକା ବସ୍ତର ବସ୍ତୁତ୍ଵ କମ୍ ହୋଇଥାଏ ।
- କୌଣସି ବସ୍ତୁ ଭାରୀ କିମ୍ବା ହାଲୁକା ତାହା ବସ୍ତୁର ବସ୍ତୁତ୍ଵ ଗୁଣ ଦ୍ଵାରା ମାପ କରାଯାଇଥାଏ । ସାଧାରଣତଃ ବସ୍ତୁର ଓଜନ ଓ ବସ୍ତୁତ୍ଵକୁ ଗୋଟିଏ ଅର୍ଥରେ ବ୍ୟବହାର କରାଯାଏ । କିନ୍ତୁ ଓଜନ ଓ ବସ୍ତୁତ୍ଵ ମଧ୍ଯରେ ପାର୍ଥକ୍ୟ ରହିଛି ।
- ବସ୍ତୁଟି ରହିବା ପାଇଁ କିଛି ସ୍ଥାନ ଅଧିକାର କରିଥାଏ । ତେଣୁ ପ୍ରତ୍ୟେକ ବସ୍ତୁର ଆୟତନ ମଧ୍ୟ ରହିଛି ।
- ବସ୍ତୁତ୍ଵ ଓ ଆୟତନ ହେଉଛି ପଦାର୍ଥର ଦୁଇଟି ଗୁଣ ଯାହା ସମସ୍ତ ପଦାର୍ଥ ସହ ସଂଶ୍ଳିଷ୍ଟ ।
- ଆନ୍ତର୍ଜାତିକ ଏକକ ପଦ୍ଧତି (SI) ରେ ବସ୍ତୁତ୍ଵର ଏକକ ହେଉଛି କିଲୋଗ୍ରାମ । ଏହାକୁ ସଂକ୍ଷିପ୍ତରେ ‘କିଗ୍ରା’ ଲେଖାଯାଏ । ସେହିପରି ଲିଟରକୁ ‘ଲି’ ଏବଂ ମିଲିମିଟରକୁ ସଂକ୍ଷେପରେ ‘ମିଲି’ କୁହାଯାଏ ।
- ଆନ୍ତର୍ଜାତିକ ଏକକ ପଦ୍ଧତି (SI) ରେ ଆୟତନର ଏକକ ହେଉଛି ଘନମିଟର ଯାହାକୁ ସଂକ୍ଷେପରେ ‘ଘମି’ ରୂପେ ଲେଖାଯାଇଥାଏ । 1 ଘନମିଟର = 1000 ଲିଟର ।
- ଦୋକାନରେ ବିଭିନ୍ନ ଆକାରର ପାନୀୟ ଜଳର ବୋତଲ ବିକ୍ରି ହେଉଥିବା ତୁମେ ଦେଖୁଥିବ । ତୁମେ ଦେଖୁଛ କି ବୋତଲଗୁଡ଼ିକରେ l ଲିଟର, 500 ମିଲିଲିଟର, 200 ମିଲିଲିଟର ଇତ୍ୟାଦି ନିର୍ଦ୍ଦିଷ୍ଟ ପରିମାଣ ଲେଖାଯାଇଥାଏ । ଏହା ବୋତଲରେ ଥିବା ପାଣିର ପରିମାଣକୁ ସୂଚାଇଥାଏ ।
- ପିଇବା ପାଣି ଏବଂ କ୍ଷୀର ବୋତଲକୁ 500 ମିଲିଲିଟର ଭାବେ ମାପ କରି ରଖାଯାଇଥାଏ । ଏହି ପରିମାଣକୁ ଆୟତନ ମଧ୍ୟ କୁହାଯାଏ ।
ପଦାର୍ଥ କ’ଣ ?
ବସ୍ତୁତ୍ଵ ଏବଂ ଆୟତନ ହେଉଛି ପଦାର୍ଥର ଦୁଇଟି ଗୁଣ ଯାହା ସମସ୍ତ ପଦାର୍ଥ ଥିବା କୌଣସି ବସ୍ତୁକୁ ଆମେ ସାଧାରଣ ନାମ ଦେଇପାରିବା କି ?
ଯେଉଁ ବସ୍ତୁ ସ୍ଥାନ ଅଧିକାର କରେ ଏବଂ ବସ୍ତୁତ୍ଵ ଥାଏ ତାକୁ ପଦାର୍ଥ କୁହାଯାଏ । ବସ୍ତୁତ୍ଵ ଥିବା ପଦାର୍ଥର ପରିମାଣକୁ ମାପିବା ପାଇଁ ଏକକଗୁଡ଼ିକ ଗ୍ରାମ (ଗ୍ରା) ଏବଂ କିଲୋଗ୍ରାମ (କିଗ୍ରା) ଅଟେ । ପଦାର୍ଥଦ୍ଵାରା ଅଧ୍ବକୃତ ହୋଇଥିବା ସ୍ଥାନ ହେଉଛି ଏହାର ପରିମାଣ ବା ଆୟତନ । ଏହାକୁ ମାପିବା ପାଇଁ ଏକକଗୁଡ଼ିକ ହେଉଛି ଲିଟର (ଲି) ଏବଂ ମିଲିଲିଟର (ମିଲି.) ।
ଏପରି କିଛି ଗୁଣ ଅଛି କି ଯାହା ସମସ୍ତ ପଦାର୍ଥରେ ଥିବ ? ଯଦି ହଁ, ତେବେ ସେଗୁଡ଼ିକ କ’ଣ ?
ଉ. ପ୍ରତ୍ୟେକ ପଦାର୍ଥର ବସ୍ତତ୍ଵ ଏବଂ ଆୟତନ ରହିଥାଏ ।
![]()
କିଲୋଗ୍ରାମ୍ ହେଉଛି ଆନ୍ତର୍ଜାତିକ ଏକକ ପଦ୍ଧତି (S.I.) ର ଏକ ଏକକ । ଏହାକୁ ସଂକ୍ଷିପ୍ତରେ କିଗ୍ରା କୁହାଯାଏ । କିଗ୍ରାରେ ‘କି’ ଏବଂ ‘ଗ୍ରା’ ମଧ୍ୟରେ କୌଣସି ସ୍ଥାନ ନଥାଏ ଏବଂ ଗୋଟିଏ ବାକ୍ୟର ଶେଷ ଅଂଶ ବ୍ୟତୀତ କିଗ୍ରା ପ୍ରତୀକ ପରେ ବିନ୍ଦୁ ଦିଆଯାଏ ନାହିଁ । ବସ୍ତୁତ୍ଵ ଲେଖୁବା ସମୟରେ, ସର୍ବଦା ସଂଖ୍ୟା (ସଂଖ୍ୟାଗତ ମୂଲ୍ୟ) ଏବଂ ଏକକ ମଧ୍ୟରେ ଏକ ସ୍ଥାନ ଛାଡ଼ି ଲେଖାଯାଇଥାଏ । ଉଦାହରଣ ସ୍ଵରୂପ, ଯଦି ଆମର ଓଜନ 40 କିଲୋଗ୍ରାମ ହେବ, ତେବେ ଏହାକୁ କିଗ୍ରା ଲେଖାଯିବ । ସେହିଭଳି ଲିଟରକୁ ଲି ଓ ମିଲିଲିଟରକୁ ମିଲି କୁହାଯାଏ । ମିଲିରେ ‘ମି’ ଓ ‘ଲି’ ମଧ୍ୟରେ କୌଣସି ସ୍ଥାନ ନଥାଏ । ଉଦାହରଣ ସ୍ଵରୂପ, ଯଦି ତୁମ ପାଖରେ 500 ମିଲିଲିଟର ପାଣି ଅଛି, ତେତେ ଏହାକୁ 500 ମିଲି ଭାବରେ ଲେଖାଯିବ । ଆନ୍ତର୍ଜାତିକ ଏକକ ପଦ୍ଧତି (S.I.) ରେ ଆୟତନର ଏକକ ହେଉଛି ଘନମିଟର ଯାହାକୁ ସଂକ୍ଷିପ୍ତରେ ଘମି ଲେଖାଯାଇଥାଏ । ଉଦାହରଣସ୍ୱରୂପ; ଯଦି ତୁମ ପାଖରେ 2 ଘନ ମିଟର ଅଛି, ଏହା 2 ଘମି ବୋଲି ଲେଖାଯିବ । ସର୍ବଦା ସଂଖ୍ୟା (ସଂଖ୍ୟାଗତ ମୂଲ୍ୟ) ଏବଂ ଏକକ ମଧ୍ୟରେ ଏକ ସ୍ଥାନ ଛାଡ଼ି ହୋଇ ରହିବ । (1 ଘର୍ମି = 1000 ଲିଟର)
ବାୟୁ ଏକ ପଦାର୍ଥ କି ?
ଆମ ଚାରିପାଖରେ ଥିବା ସମସ୍ତ ଉପାଦାନକୁ ପଦାର୍ଥର ଭିନ୍ନ ଭିନ୍ନ ଉଦାହରଣ ଭାବରେ ବିବେଚନା କରାଯାଇପାରିବ କି ? ଉଦାହରଣ ସ୍ଵରୂପ, ପାଣି, ବାଲି, ପଥର ଏବଂ କପ୍ ଗୋଟିଏ ଲେଖାଏଁ ପଦାର୍ଥର ଉଦାହରଣ । ପଦାର୍ଥର ବିଭିନ୍ନ ଉପାଦାନରୁ ବସ୍ତୁ ତିଆରି କରାଯାଇଥାଏ ।
ପଦାର୍ଥ ଭିନ୍ନ ଦେଖାଯାଏ ଏବଂ ଭିନ୍ନଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଆମେ ବସ୍ତଗୁଡ଼ିକର ଗୁଣରେ ଥିବା ସମାନତା କିମ୍ବା ଭିନ୍ନତା ଆଧାରରେ ବର୍ଗୀକରଣ କରାଯାଏ । ବର୍ଗୀକରଣକୁ ଉପଯୋଗୀ ମନେକରୁ କାରଣ ଏହା ଆମକୁ ବସ୍ତଗୁଡ଼ିକର ଗୁଣରେ ବୈଶିଷ୍ଟ୍ୟଗୁଡ଼ିକ ଅଧ୍ୟୟନ ଏବଂ ନିରୀକ୍ଷଣ କରିବାରେ ସାହାଯ୍ୟ କରିଥାଏ । ମଣିଷ ବସ୍ତ ସହିତ ପଥର, ଉଭିଦ ଓ ପ୍ରାଣୀଙ୍କୁ ମଧ୍ୟ ବର୍ଗୀକରଣ କରି ଆସୁଛି । ‘‘ଜୀବଜଗତ ଭଳି ଭିନ୍ନଭିନ୍ନ ପଦାର୍ଥର ବର୍ଗୀକରଣ ମଧ୍ୟ ସେମାନଙ୍କ ଗୁଣ ଆଧାରରେ କରାଯାଇଥାଏ ।
ଚିନ୍ତାକର : ପ୍ଲାଷ୍ଟିକର ଆବିଷ୍କାର ମଣିଷ ପାଇଁ ବରଦାନ ନା ଅଭିଶାପ ?
ପ୍ରାଚୀନ ଭାରତରେ ମଧ୍ୟ ସମାନ ବର୍ଗୀକରଣ ବ୍ୟବସ୍ଥା ଥିଲା । ଭାରତୀୟ ଚିକିତ୍ସା ପଦ୍ଧତି ମଧ୍ୟରୁ ଅନ୍ୟତମ ଆୟୁର୍ବେଦରେ ମଧ୍ୟ ବସ୍ତୁଗୁଡ଼ିକୁ ଶ୍ରେଣୀ ବିଭାଗ କରିବାର ବ୍ୟବସ୍ଥା ରହିଛି । ଆୟୁର୍ବେଦର ସମସ୍ତ ଭୌତିକ ପଦାର୍ଥକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହେଉଥିବା ୨୦ଟି ଗୁଣ (ଗୁଣ- ଦଶ ଯୋଡ଼ା ଓ ତା’ର ବିପରୀତ ଗୁଣ) ବିଷୟରେ ଠିକ୍ ଭାବରେ କୁହାଯାଇଛି । ଏହି ଗୁଣଗୁଡ଼ିକ ସମସ୍ତ ଜୀବ (ଉଦ୍ଭଦ, ପ୍ରାଣୀ ଏବଂ ମନୁଷ୍ୟ), ପରିବେଶ ଏବଂ ଖାଦ୍ୟକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।
ଏହି ଗୁଣଗୁଡ଼ିକ ହେଲା :
୧। ଗୁରୁ (ଭାରୀ) × ଲଘୁ (ହାଲୁକା)
୨। ମନ୍ଦ (ଧୀର) × ତୀକ୍ଷ୍ଣ (ତୀବ୍ର)
୩। ହିମ (ଥଣ୍ଡା) × ଉଷ୍ମ (ଗରମ)
୪। ସ୍ନିଗ୍ଧ (ଚିକ୍କଣ) × ରୁକ୍ଷ (ଶୁଖୁଲା)
୫। ଶୁଷ୍କ (ନରମ) × ଖର (ଖଦଡ଼)
୬। ସାନ୍ଦ୍ର (ନିଦା) × ଦ୍ରବ (ଜଳୀୟ)
୭। ମୃଦୁ (କୋମଳ) × କଠିନ (କଠିନ)
୮। ସ୍ଥିର (ସ୍ଥିତିଶୀଳ) × ଖାଲ (ଗତିଶୀଳ, ଅସ୍ଥିର)
୯। ସୂକ୍ଷ୍ମ (କ୍ଷୁଦ୍ର) × ସ୍ଥଳ (ବଡ଼)
୧୦। ବିଶଡ଼ (ପତଳା ନୁହଁ) × ପିଚ୍ଛିଳ (ପତଳା)
![]()
ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ
୧. ପଦାର୍ଥ
୨. ଚମକ ହୀନ
୩. ଆୟତନ
୪. କଠିନ
୫. ଅସ୍ବଚ୍ଛ
୬. ଅନୁସନ୍ଧାନ
୭. ଅଦ୍ରବଣୀୟ
୮. ନରମ
୯. ଚିହ୍ନଟୀକରଣ
୧୦. ଉଜ୍ଜ୍ଵଳ ବସ୍ତ
୧୧. ଦ୍ରବଣୀୟ
୧୨. ନିରୀକ୍ଷଣ
୧୩. ବସ୍ତତ୍ଵ
୧୪. ଆଂଶିକ ସ୍ୱଚ୍ଛ
୧୫. ବର୍ଗୀକରଣ
୧୬. ବସ୍ତ
୧୭. ସ୍ଵଚ୍ଛ
ବିଷୟବସ୍ତୁର ସାରାଂଶ :
- ବିଭିନ୍ନ ପ୍ରକାର ପଦାର୍ଥରୁ ବସ୍ତୁ ତିଆରି ହୋଇଥାଏ । ଏକ ବସ୍ତୁ ଗୋଟିଏ ପଦାର୍ଥ କିମ୍ବା ବିଭିନ୍ନ ପଦାର୍ଥର ମିଶ୍ରଣକୁ ନେଇ ଗଠିତ ହୋଇପାରେ ।
- ସମାନ କାର୍ଯ୍ୟ କରୁଥିବା ବସ୍ତୁ ତିଆରି କରିବା ପାଇଁ ଆମେ ବିଭିନ୍ନ ପଦାର୍ଥ ବ୍ୟବହାର କରିପାରିବା ।
- ବସ୍ତଗୁଡ଼ିକ ଶ୍ରେଣୀରେ ବିଭକ୍ତ କରିବାର ପଦ୍ଧତିକୁ ବର୍ଗୀକରଣ କୁହାଯାଏ ।
- ପଦାର୍ଥର ବିଭିନ୍ନ ଭିନ୍ନତା ଆଧାରରେ ସେଗୁଡ଼ିକ ବ୍ୟବହାର କରାଯାଇଥାଏ ।
- ପଦାର୍ଥଗୁଡ଼ିକର ଗୁଣରେ ଥିବା ସମାନତା କିମ୍ବା ଭିନ୍ନତା ଆଧାରରେ ଶ୍ରେଣୀଭୁକ୍ତ କରାଯାଏ ପଦାର୍ଥଗୁଡ଼ିକୁ ଉଜ୍ଜ୍ଵଳ ଓ ଅନୁଜ୍ୱଳ, କଠିନ କିମ୍ବା ନରମ ଭାବରେ ଶ୍ରେଣୀଭୁକ୍ତ କରାଯାଇପାରେ ।
- ପଦାର୍ଥଗୁଡ଼ିକୁ ଦେଖୁବା ଆଧାରରେ ସେମାନଙ୍କୁ ସ୍ୱଚ୍ଛ, ଅସ୍ୱଳ୍ପ କିମ୍ବା ଆଂଶିକ ସ୍ୱଚ୍ଛ ଭାବରେ ଶ୍ରେଣୀଭୁକ୍ତ କରାଯାଏ । କିଛି ପଦାର୍ଥ ଜଳରେ ଦ୍ରବଣୀୟ ହୋଇଥିବା ବେଳେ ଆଉ କିଛି ଅଦ୍ରବଣୀୟ ହୋଇଥାଏ ।
- ଯେଉଁ ଜିନିଷ ସ୍ଥାନ ଅଧୁକାର କରେ ଏବ ତା’ର କିଛି ବସ୍ତୁତ୍ଵ ଥାଏ, ତାକୁ ପଦାର୍ଥ କୁହାଯାଏ । ପଦାର୍ଥ ଦ୍ଵାରା ଅଧ୍ଵକୃତ ହୋଇଥିବା ସ୍ଥାନ ହେଉଛି ତାହାର ଆୟତନ ।
ବସ୍ତୁରେ ଥିବା ବସ୍ତୁତ୍ଵ ପଦାର୍ଥର ପରିମାଣକୁ ସୂଚାଇଥାଏ ।