Go through 7th Class Social Science Book Odia Medium Question Answer and Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ to understand textbook questions more clearly.
7th Class Social Science Chapter 6 Question Answer Odia Medium
Class 7 Social Science Chapter 6 Odia Medium
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
Question 1.ମୌର୍ଯ୍ୟ ପରବର୍ତ୍ତୀ ଯୁଗକୁ ‘ପୁନର୍ଗଠନର ଯୁଗ’ ବୋଲି କାହିଁକି କୁହାଯାଏ ?
Answer:
(i) ଯାହା ବିଶ୍ଵାସ କରାଯାଏ ଯେ ଖ୍ରୀ.ପୂ. ୧୮୫ ବେଳକୁ ମୌର୍ଯ୍ୟ ସାମ୍ରାଜ୍ୟର ପତନ ଘଟିଥିଲା । ଏହା ଫଳରେ ଅନେକ ଛୋଟ ଛୋଟ ରାଜ୍ୟ ଗଢ଼ି ଉଠିଥିଲା । ସେଥିମଧ୍ୟରେ ଶୁଙ୍ଗ ରାଜବଂଶ, ସାତବାହନ ରାଜବଂଶ, କୁଶାଣ ରାଜବଂଶ, ଇଣ୍ଡୋ-ଗ୍ରୀକ୍ ଓ ଦକ୍ଷିଣ ଭାରତରେ ଚେର, ଚୋଳ ଏବଂ ପାର୍ଶ୍ଵ ରାଜବଂଶ ପ୍ରଧାନ ।
(ii) ରାଜନୈତିକ ବ୍ୟବସ୍ଥାରେ ପରିବର୍ତ୍ତନ : ଯେଉଁ ନୂତନ ରାଜ୍ୟଗୁଡ଼ିକ ଗଠିତ ହେଲା ସେମାନେ ନିଜ ନିଜର ସରକାର ଗଠନ କରିବା ସହିତ ଆଞ୍ଚଳିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିଲେ । ନିଜ ନିଜ ଅଞ୍ଚଳକୁ ସୁରକ୍ଷା ଦେବାପାଇଁ ନୂତନ ପନ୍ଥାମାନ ଅନୁସରଣ କରିବାରେ ଲାଗି ପଡ଼ିଥିଲେ ।
(iii) ନୂତନ ଧର୍ମ, କଳା ଓ ସଂସ୍କୃତିର ଉଦ୍ଭବ : ସେହି ସମୟରେ ନୂତନ କରି ବୌଦ୍ଧଧର୍ମ ପ୍ରଚାର ହେବାରେ ଲାଗିଲା । ମଥୁରା ଓ ଗାନ୍ଧାର’ କଳାର ବିଶେଷ ପ୍ରସାର ହେବାର ଦେଖାଯାଇଥିଲା । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅନେକ ଅଞ୍ଚଳ ସମୃଦ୍ଧିଲାଭ କରିଥିଲା । ଆଞ୍ଚଳିକ ସଂସ୍କୃତି ଏବଂ ପରମ୍ପରାଗୁଡ଼ିକ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା ।
(iv) ନୂତନ ବ୍ୟବସାୟ ବାଣିଜ୍ୟ ଓ ମୁଦ୍ରାର ବ୍ୟବହାର : ଏହି ସମୟରେ ନୂତନ ଶାସକମାନେ ନିଜ ପାଇଁ ଭିନ୍ନ ଭିନ୍ନ ମୁଦ୍ରା ପ୍ରଚଳନ କରିଥିଲେ । ବ୍ୟବସାୟ ବାଣିଜ୍ୟ ପାଇଁ ନୂତନ ବାଣିଜ୍ୟ ପଥମାନ ଖୋଲି ଯାଇଥିଲା । ଭାରତ ଓ ଭାରତ ବାହାରେ ଯଥା- ରୋମ ଓ ଚୀନ୍ ଦେଶ ମଧ୍ୟରେ ବାଣିଜ୍ୟ କାରବାର ହେଉଥିଲା ।
(v) ପରସ୍ପର ମଧ୍ୟରେ ପ୍ରତିଯୋଗିତା : ବାହ୍ୟଶତ୍ରୁମାନେ ଆକ୍ରମଣ କରି ନୂତନ ରାଜ୍ୟ ଗଠନ କରିବା ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରୁଥିଲେ । ନୂତନ ଆଞ୍ଚଳିକ ରାଜ୍ୟଗୁଡ଼ିକ ନୂଆ ରାଜ୍ୟରେ ରୂପାନ୍ତରିତ ହୋଇ ଶକ୍ତିଶାଳୀ ହୋଇଯାଇଥିଲେ । ଏହିସବୁ କାରଣ ପାଇଁ ମୌର୍ଯ୍ୟ ପରବର୍ତ୍ତୀ ଯୁଗକୁ ପୁନର୍ଗଠନର ଯୁଗ କୁହାଯାଇଥାଏ ।
Question 2.
୧୫୦ ଶବ୍ଦରେ ସଙ୍ଗମ ସାହିତ୍ୟ ଉପରେ ଏକ ଟିପ୍ପଣୀ ଲେଖ ।
Answer:
(i) ସଙ୍ଗମ ସାହିତ୍ୟ ବିଶେଷକରି ଦକ୍ଷିଣ ଭାରତର କବିମାନଙ୍କଦ୍ୱାରା ସୃଷ୍ଟି ହୋଇଥିଲା । ସେମାନଙ୍କର ସାହିତ୍ୟ କୃତିକୁ ‘ସଙ୍ଗମ ସାହିତ୍ୟ’ କୁହାଯାଉଥିଲା । ଏହା ସମଗ୍ର ଯୁଗକୁ ପରିଭାଷିତ କରିଥିଲା ।
(ii) ସଙ୍ଗମ ଶବ୍ଦ ସଂସ୍କୃତ ‘ସଂଘ’ ଶବ୍ଦରୁ ଆନୀତ, ଯାହାର ଅର୍ଥ ସଂଗଠିତ ହେବା ବା ଏକତ୍ର ହେବା । ଏହି ପରିପ୍ରେକ୍ଷୀରେ ଏହାକୁ କବିମାନଙ୍କର ଏକ ସଂଗୋଷ୍ଠୀ’ କୁହାଯାଉଥିଲା ।
(iii) ଦକ୍ଷିଣ ଭାରତର ସର୍ବପୁରାତନ ସଙ୍ଗମ ସାହିତ୍ୟରେ ଅନେକ କବିତାର ସଂଗ୍ରହ ବା କବିତା ସଙ୍କଳନ ରହିଛି ଏବଂ ଇତିହାସକାରମାନେ ବହୁଳ ଭାବରେ ଏହି ସାହିତ୍ୟିକ ଉପାଦାନର ଆଶ୍ରୟ ନିଅନ୍ତି, ଯେଉଁମାନେ ତତ୍କାଳୀନ ସମାଜ ଓ ସଂସ୍କୃତି ଉପରେ ଗବେଷଣା କରିଥାନ୍ତି ।
(iv) ସଙ୍ଗମ କବିତା ମୁଖ୍ୟତଃ ପ୍ରେମ କିମ୍ବା ସାମାଜିକ ମୂଲ୍ୟବୋଧ ଉପରେ ରଚନା କରାଯାଇଥାଏ ।
(v) ଏହି କବିତାଗୁଡ଼ିକରେ ବୀରତ୍ଵ ଏବଂ ଉଦାରତା ଭଳି ବ୍ୟକ୍ତିଗତ ଭାବନାକୁ ଅତି ଦକ୍ଷ ଓ ସୂକ୍ଷ୍ମ ଭାବରେ ପ୍ରକାଶ କରାଯାଇଥାଏ ।
Question 3.
ଏହି ଅଧ୍ୟାୟରେ ବର୍ଣ୍ଣିତ କେଉଁ ରାଜବଂଶ ସେମାନଙ୍କ ନାମ ସହ ନିଜ ମା’ଙ୍କ ନାମ ସଂଯୋଗ କରୁଥିଲେ, ସେମାନେ କାହିଁକି ଏପରି କରୁଥିଲେ ?
Answer:
(i) ଏହି ଅଧ୍ୟାୟରେ ବର୍ଣ୍ଣିତ ସାତବାହନ ରାଜବଂଶର ପରମ୍ପରା ଅନୁସାରେ ରାଜକୁମାରମାନଙ୍କୁ ତାଙ୍କ ମାତାଙ୍କ ନାମ ଯୁକ୍ତ କରି ନାମିତ କରାଯାଉଥିଲା ।
(ii) ଗୌତମୀପୁତ୍ର ସାତକଣ୍ଠି ତାଙ୍କର ମା’ ଗୌତମୀ ବାଳାଶ୍ରୀଙ୍କ ନାମାନୁସାରେ ନାମିତ ହୋଇଥିଲା । ଏହା ସେମାନଙ୍କ ରାଜବଂଶ ପ୍ରତି ଏକ ସମ୍ମାନ ବୋଲି ମନେ କରାଯାଉଥିଲା ।
(iii) ଏହାଦ୍ଵାରା ସେମାନେ ସେମାନଙ୍କ ମାତାକୁ ଗୁରୁତ୍ଵ ପ୍ରଦାନ କରୁଥିଲେ । ଏହାଦ୍ଵାରା ମା’ମାନଙ୍କର ଭୂମିକା ଶାସନ କ୍ଷେତ୍ରରେ ବୃଦ୍ଧି ପାଉଥିଲା ।
(iv) ସାତକର୍ଷିଙ୍କ ମାଆ ଗୌତମୀ ବାଳାଶ୍ରୀ ଜଣେ ଶକ୍ତିଶାଳୀ ରାଣୀ ଥିଲେ, ଯିଏ ବୌଦ୍ଧମାନଙ୍କୁ ଅନେକ ଜମି ଦାନ କରିଥିଲେ ଓ ନାସିକଠାରେ ଏକ ଶିଳାଲେଖ ଖୋଦେଇ କରାଇଥିଲେ ଯାହା ତଦାନ୍ତୀନ ରାଜତନ୍ତ୍ର ଉପରେ ତାଙ୍କର ପ୍ରଭାବକୁ ଦର୍ଶାଇଥାଏ ।
(v) ମାଆଙ୍କ ନାମ ଅନୁସାରେ ସନ୍ତାନମାନଙ୍କ ନାମକରଣ ସେତେବେଳେ ସମାଜରେ ଏକ ଉତ୍ତମ ବାର୍ତ୍ତା ସୃଷ୍ଟି କରୁଥିଲା । ମାଆମାନେ ନିଜକୁ ଗର୍ବିତ ମନେ କରୁଥିଲେ । ସେମାନଙ୍କର ପ୍ରତିପତ୍ତି ବୃଦ୍ଧି ପାଉଥିଲା । ଏହା ବଂଶ ପରମ୍ପରାକ୍ରମେ ଗଢ଼ି ଆସୁଥିଲା । ସନ୍ତାନମାନେ ମାଆମାନଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିଲେ ।
Question 4.
ତୁମକୁ ଆକର୍ଷିତ କରିଥିବା ଯେକୌଣସି ଗୋଟିଏ ରାଜ୍ୟ ଉପରେ ୨୫୦ ଶବ୍ଦରେ ଏକ ଟିପ୍ପଣୀ ଲେଖ । କାହିଁକି ତୁମକୁ ଏହା ପସନ୍ଦ ତାହାର ଯଥାର୍ଥତା ପ୍ରତିପାଦନ କର । ତୁମର ଟିପ୍ପଣୀ ଶ୍ରେଣୀରେ ଉପସ୍ଥାପନ କରିବା ପରେ ତୁମ ଅନ୍ୟ ସହପାଠୀମାନେ କେଉଁ ରାଜ୍ୟକୁ ଅଧିକ ପସନ୍ଦ କରିଛନ୍ତି ଅନୁଧ୍ୟାନ କର ।
Answer:
(i) ଏ ଅଧ୍ୟାୟରେ ଆଲୋଚିତ ହୋଇଥିବା ରାଜବଂଶମାନଙ୍କ ମଧ୍ୟରେ ଚୋଳ ରାଜବଂଶ ଦକ୍ଷିଣ ଭାରତର ସବୁଠାରୁ ଅଧୂକ ଶକ୍ତିଶାଳୀ ଥିଲା । ଏହା ତୃତୀୟ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ଯରେ ଶାସନ କରୁଥିଲେ ।
(ii) ଚୋଳ ରାଜା କରିକାଳ ଚେର ଏବଂ ପାର୍ଶ୍ଵର ମିଳିତ ଶକ୍ତିକୁ ପରାସ୍ତ କରି ନିଜର ଆଧ୍ୟତ୍ୟ ପ୍ରତିଷ୍ଠା କରିଥିଲେ । ଲୋକମାନଙ୍କର ହିତ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଥିଲେ । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି କାଲାନାଇ ବା ଗ୍ରାଣ୍ଡ ଆନିକଟ ପରି ଜଳ ବିଭାଜକ ବ୍ୟବସ୍ଥା ।
(iii) ଚୋଳମାନେ ସେମାନଙ୍କର ଦକ୍ଷ ରାଜ୍ୟ ଶାସନ ନୀତି ଅନୁସରଣ କରୁଥିବାବେଳେ ଗ୍ରାମାଞ୍ଚଳମାନଙ୍କରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ।
(iv) ସେମାନେ କଳା, ସାହିତ୍ୟ ଓ ସ୍ଥାପତ୍ୟର ଅଧ୍ବକ ଅଗ୍ରଗତି କରିଥିଲେ । ପ୍ରଥମ ରାଜରାଜ ଚୋଳ ତାଞ୍ଜାଭୁର୍ଠାରେ ବୃହଦୀଶ୍ଵର ମନ୍ଦିର ନିର୍ମାଣ କରାଇଥିଲେ ଯାହାକି ଏବେ ଏହା ଏକ ପର୍ଯ୍ୟଟନ କେନ୍ଦ୍ରଭାବରେ ପ୍ରସିଦ୍ଧି ଲାଭ କରିଛି ।
(v) ଦକ୍ଷିଣ ଭାରତରେ ଚୋଳମାନଙ୍କର ଶାସନ ସବୁ କ୍ଷେତ୍ରରେ ଅଗ୍ରଗତିର ଚରମ ସୀମାରେ ପହଞ୍ଚି ପାରିଥିଲା । ଏହିସବୁ କାରଣରୁ ମୋତେ ଚାଳ ରାଜବଂଶ ଭଲ ଲାଗିଥିଲା । ମୋର ଅଧିକାଂଶ ସହପାଠୀଙ୍କୁ ମଧ୍ୟ ଚୋଳମାନଙ୍କ ଶାସନ ଭଲ ଲାଗିଲା ।
Question 5.
ମନେକର ତୁମର ଏକ ସ୍ଵତନ୍ତ୍ର ରାଜ୍ୟ ସୃଷ୍ଟି କରିବାର ସୁଯୋଗ ଅଛି । ତୁମେ ଏଥପାଇଁ କେଉଁ ରାଜକୀୟ ପ୍ରତୀକ ବାଛିବ ଏବଂ କାହିଁକି ? ଶାସକ ଭାବରେ ତୁମେ କେଉଁ ଉପାଧ୍ଧରେ ଭୂଷିତ ହେବାକୁ ଚାହିଁବ ? ତୁମ ରାଜ୍ୟ ବିଷୟରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ, ଯେଉଁଥରେ ତୁମ ରାଜ୍ୟର ମୂଲ୍ୟବୋଧ, ନୀତି, ନିୟମ (ବିଧ ବ୍ୟବସ୍ଥା) ଏବଂ କିଛି ସ୍ଵତନ୍ତ୍ର ବୈଶିଷ୍ଟ୍ୟର ସୂଚନା ଥବ ।
Answer:
(i) ମୋତେ ଯଦି ଗୋଟିଏ ନୂତନ ରାଜ୍ୟ ସୃଷ୍ଟି କରିବାର ସୁଯୋଗ ମିଳେ ତାହାହେଲେ ମୁଁ ଏହି ସୁଯୋଗକୁ କେତେକ ହାତଛଡ଼ା କରିବି ନାହିଁ । ମୁଁ ଏଥିପାଇଁ ଏକ ପ୍ରଗତିର ଚକ୍ରଚିହ୍ନକୁ ବାଛିବି । କାରଣ ଚକ୍ର ହେଉଛି ପ୍ରଗତି ଓ ଉନ୍ନତିର ପ୍ରତୀକ । ଜଣେ ଶାସକ ହିସାବରେ ଏହାର ନାମ ରହିବ ‘ପ୍ରଗତିର ଚକ୍ର’ ଏହା ନିଶ୍ଚିତ ଭାବରେ ଲୋକମାନଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିବ ଏବଂ ଶାନ୍ତି ଆଣିନେବ ।
(ii) ନୂତନ ରାଜ୍ୟର ମୂଲ୍ୟବୋଧ –
- ମାତୃଭୂମିର ସମ୍ମାନ ବଜାୟ ରଖୁବା ସହିତ କର୍ତ୍ତବ୍ୟପରାୟଣ ହେବା ।
- ସମାଜରେ ଉଚ୍ଚ ନୀଚ ଭେଦଭାବ ରହିବ ନାହିଁ ।
- ରୋଜଗାର ପାଇଁ ସମସ୍ତ ପ୍ରକାର କଳା ଓ କୌଶଳକୁ ପ୍ରୋତ୍ସାହନ ଦିଆଯିବ ।
- ସମସ୍ତ ପ୍ରକାର ସାଂସ୍କୃତିକ ପରମ୍ପରା ଓ ବିଶ୍ୱାସକୁ ସମ୍ମାନ ଦିଆଯିବ ।
(iii) ନୀତି ଓ ନିୟମ –
- ସମାଜରେ କୌଣସି ପ୍ରକାର ଜାତି ଓ ଧର୍ମ ମଧ୍ଯରେ ବିଭେଦ ରହିବ ନାହିଁ ।
- ମୁକ୍ତ ଓ ଅବାଧ ଶିକ୍ଷା ସବୁ ବର୍ଗର ପିଲାମାନଙ୍କ ପାଇଁ ଉପଲବ୍ଧ କରାଯିବ ।
- ସମସ୍ତଙ୍କୁ ଦେଖ ଓ ମାତୃଭୂମିର ସେବାପାଇଁ ପ୍ରୋତ୍ସାହିତ କରିବା ସହିତ ସମସ୍ତଙ୍କୁ ସମାନ ସୁଯୋଗ ଦିଆଯିବ ।
- ଲୋକମାନଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତରଗୁଡ଼ିକ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ।
(iv) ସ୍ଵତନ୍ତ୍ର ବୈଶିଷ୍ଟ୍ୟ –
- କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖୁ ଆଗକୁ ବଢ଼ିବାକୁ ହେବ ।
- କଳା, ସ୍ଥାପତ୍ୟ ଓ ସଂସ୍କୃତିରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବ ।
- ସର୍ବୋପରି ସମସ୍ତ ମଧ୍ଯରେ ସ୍ନେହ ଓ ସଦ୍ଭାବ ସୃଷ୍ଟି କରିବାର ବାତାବରଣ ସୃଷ୍ଟି କରିବା ଆବଶ୍ୟକ ।
Question 6.
ତୁମେ ପରବର୍ତୀ ମୌର୍ଯ୍ୟ ଯୁଗର ସ୍ଥାପତ୍ୟ କଳାର ବିକାଶ ସମ୍ପର୍କରେ ପଢ଼ିଛ । ଭାରତୀୟ ଉପମହାଦେଶର ଏକ ରୂପରେଖ ପ୍ରସ୍ତୁତ କର ଏବଂ ଏହି ପାଠରେ ପଢ଼ିଥିବା କିଛି ପ୍ରାଚୀନ ସଂରଚନାର ଆନୁମାନିକ ଅବସ୍ଥା ଚିହ୍ନାଅ ।
Answer:
(i) ଆମେ ଏହି ଅଧ୍ୟାୟରେ ପରବର୍ତ୍ତୀ ମୌର୍ଯ୍ୟ ଯୁଗର ସ୍ଥାପତ୍ୟ କଳାର ବିକାଶ ସମ୍ପର୍କ ଅଧିକ ଜ୍ଞାନ ଆହରଣ କରିଅଛୁ । ସେଥୁମଧ୍ୟରୁ କିଛି ନିମ୍ନରେ ବର୍ଣ୍ଣନା କରୁଛି ଯାହା ଭାରତୀୟ ଉପମହାଦେଶ ପାଇଁ ବେଶ୍ ଖୋରାକ ଯୋଗାଇବ ।
(ii) ମୌର୍ଯ୍ୟ ଯୁଗର ପତନ ପରେ ଶୁଙ୍ଗ ବଂଶର ଅଭ୍ୟୁଦୟ ହୋଇଥିଲା । ସେମାନେ କଳା ସ୍ଥାପତ୍ୟ କ୍ଷେତ୍ରରେ ବହୁତ ଆଗରେ ଥିଲେ । ସେମାନେ ତାଙ୍କର ଚିତ୍ରକଳାକୁ ନେଇ ଜାତୀୟ ସଂଗ୍ରାହଳୟ ସ୍ଥାପନ କରିଥିଲେ । ଯାହାକି ଭବିଷ୍ୟତ ପିଢ଼ିପାଇଁ ଉପାଦେୟ ହୋଇପାରିବ । ସେମାନଙ୍କ ଭାରଦୃତ ସ୍ତୂପର ରେଲିଂରେ ସୁନ୍ଦର ଚିତ୍ର ଧର୍ମଚକ୍ର ଓ ନୃତ୍ୟ ଶିଳ୍ପୀମାନଙ୍କର ଚିତ୍ର ରହିଛି ।
(iii) ତାଙ୍କ ପରେ ସାତବାହନ ବଂଶ ପୁନେ ନିକଟସ୍ଥ ନାନେଘାଟ ଗୁମ୍ଫା ନିର୍ମାଣ କରାଇ ସ୍ଥାପତ୍ୟ କଳାର ପରିଚୟ ପ୍ରଦାନ କରିଥିଲେ । ତାଙ୍କ ସମୟରେ ବ୍ରାହ୍ମୀଲିପିର ପ୍ରଚଳନ କରାଇ ସଂଖ୍ୟାମାନ ଲେଖୁବା ଆରମ୍ଭ କରିଥିଲେ ।
(iv) ଚେଦୀମାନଙ୍କ ଶାସନ କାଳରେ ଭୁବନେଶ୍ଵର ନିକଟସ୍ତ ଉଦୟଗିରି ଗୁମ୍ଫା ସହିତ ହାତୀଗୁମ୍ଫାର ଶିଳାଲେଖ ଆଜିପର୍ଯ୍ୟନ୍ତ ବଞ୍ଚିରହିଛି । ପ୍ରସିଦ୍ଧ ସମ୍ରାଟ ଖାରବେଳ ଜୈନ୍ୟ ସନ୍ନ୍ୟାସୀମାନଙ୍କ ପାଇଁ ଅନେକ ଆଶ୍ରୟସ୍ଥଳ ପାହାଡ଼ମାନଙ୍କରେ ନିର୍ମାଣ କରାଇ ତାଙ୍କ ସ୍ଥାପତ୍ୟକଳାର ପରିଚୟ ‘ଛାଡ଼ିଯାଇଛି ।
(v) ପରବର୍ତୀ ସମୟରେ ଦକ୍ଷିଣ ଭାରତରେ ତୋଳ, ଚେର ଓ ପାଜ୍ୟ ରାଜବଂଶ ଅନେକ କଳା ସ୍ଥାପତ୍ୟ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି । ରାଜା କରିକାଳ ଗ୍ରାଣ୍ଡ ଆନିକଟ ନିର୍ମାଣ କରିଥିଲେ । ଚୋଳ ରାଜାମାନେ ଅନେକ ମୁଦ୍ରା ପ୍ରଚଳନ କରିଯାଇଥିଲେ ।
ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧୧୭) :
Question 1.
ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ସମୟକୁ କାହିଁକି ‘ପୁନର୍ଗଠନ ଯୁଗ’ କୁହାଯାଏ ?
Answer:
- ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ଭାରତୀୟ ଉପମହାଦେଶରେ ଅନେକ ଛୋଟ ବଡ଼ ନୂତନ ରାଜ୍ୟର ଅଭ୍ୟୁଦୟ ଘଟିଲା ।
- ପୂର୍ବରୁ ଥିବା ଅଞ୍ଚଳଗୁଡ଼ିକ ନୂଆ ରାଜ୍ୟରେ ରୂପାନ୍ତରିତ ହୋଇ ନିଜକୁ ଶକ୍ତିଶାଳୀ କରିବାକୁ ପରସ୍ପର ସହ ପ୍ରତିଯୋଗିତା କଲେ ।
- ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଅନେକ ନୂତନ ପରିବର୍ତ୍ତନ ଓ ପୁନଃ ସଂଗଠନ ହୋଇଥିବାରୁ ଏହି ସମୟକୁ ‘ପୁନର୍ଗଠନ ଯୁଗ’ କୁହାଯାଏ ।
Question 2.
ଉକ୍ତ ସମୟର ସମ୍ରାଟମାନଙ୍କୁ କେଉଁ ମୂଲ୍ୟବୋଧ ନୀତିଗୁଡ଼ିକ ମାର୍ଗଦର୍ଶନ କରିଥିଲେ ?
Answer:
ସେହି ସମୟରେ ସମ୍ରାଟମାନେ ପ୍ରଜାମଙ୍ଗଳ, ଧାର୍ମିକ ସହିଷ୍ଠତା (ସବୁ ଧର୍ମକୁ ସମ୍ମାନ ଦେବା), କଳା ଓ ସ୍ଥାପତ୍ୟର ବିକାଶ ଏବଂ ବାଣିଜ୍ୟର ପ୍ରସାର ଭଳି ମୂଲ୍ୟବୋଧଦ୍ଵାରା ପରିଚାଳିତ ହେଉଥିଲେ ।
![]()
Question 3.
ବିଦେଶୀ ଆକ୍ରମଣକାରୀମାନେ କିପରି ଭାରତୀୟ ସମାଜରେ ମିଶିଯାଇ ସାମାଜିକ ଓ ସାଂସ୍କୃତିକ ମିଶ୍ରଣରେ ସହାୟକ ହୋଇଥିଲେ ?
Answer:
- ବିଦେଶୀ ଆକ୍ରମଣକାରୀମାନେ (ଯଥା- ଇଣ୍ଡୋ-ଗ୍ରୀକ୍, ଶକ, କୁଶାଣ) ଭାରତକୁ ଆସିବା ପରେ ଏଠାକାର ଧର୍ମ (ବୌଦ୍ଧ ଓ ହିନ୍ଦୁ) ଭାଷା ଓ ରୀତିନୀତିକୁ ଆପଣେଇ ନେଇଥିଲେ ।
- ସେମାନେ ଭାରତୀୟ ଦେବଦେବୀଙ୍କୁ ପୂଜା କଲେ ଏବଂ ନିଜର କଳା କୌଶଳ ସହ ଭାରତୀୟ କଳାକୁ ମିଶାଇ ଏକ ନୂତନ ସଂସ୍କୃତି ସୃଷ୍ଟି କଲେ ।
ଆସ ଅନୁସନ୍ଧାନ କରିବା :
Question 1.
ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀର ପ୍ରଥମ ବର୍ଷରୁ ଆରମ୍ଭ ହୋଇ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀର ଶେଷ ବର୍ଷରେ ସମାପ୍ତ ହେବା ପର୍ଯ୍ୟନ୍ତ ସମୟକୁ ଚିହ୍ନିତ କରି କାଗଜର ଏକ ଫର୍ଦ୍ଦରେ ସମୟରେଖା ପ୍ରସ୍ତୁତ କର । ଏହି ସମୟରେଖା କେତେ ବର୍ଷ ଅତିକ୍ରମ କରିଥିବା ସୂଚାଏ ? ଯେହେତୁ ଆମେ ଅଧ୍ୟାୟ ମାଧ୍ୟମରେ ଅଗ୍ରଗତି କରୁଛେ ତେଣୁ ସମୟରେଖାରେ ମୁଖ୍ୟ ବ୍ୟକ୍ତି, ରାଜ୍ୟ ଏବଂ ଘଟଣାଗୁଡ଼ିକ ଚିହ୍ନିତ କର ।
Answer:
(i) ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀ = ୨୦୦ ବର୍ଷ (ଖ୍ରୀ.ପୂ.)
(ii) ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ = ୩୦୦ ବର୍ଷ (ଖ୍ରୀଷ୍ଟାବ୍ଦ)
ମୋଟ ସମୟ = ୨୦୦ + ୩୦୦ = ୫୦୦ ବର୍ଷ
(ii) ୨୦୦ ଖ୍ରୀଷ୍ଟପୂର୍ବ (୨ୟ ଶତାବ୍ଦୀର ଆରମ୍ଭ)ରୁ ୩୦୦ ଖ୍ରୀଷ୍ଟାବ୍ଦ (୩ୟ ଶତାବ୍ଦୀର ଶେଷ) ପର୍ଯ୍ୟନ୍ତ ଇତିହାସ । ଏହି ସମୟ ୫୦୦ ବର୍ଷ ଧରି ବ୍ୟାପିଛି, କାରଣ ଏଥିରେ ମୌର୍ଯ୍ୟ ସାମ୍ରାଜ୍ୟର ପତନ, ଶୁଙ୍ଗ ଏବଂ ସାତବାହନ ରାଜବଂଶର ଉତ୍ଥାନ, ସମୃଦ୍ଧ ଇଣ୍ଡୋ-ଗ୍ରୀକ୍ ଏବଂ କୁଶାଣ ପ୍ରଭାବ ଏବଂ ଭାରତୀୟ କଳାବୈଶିଷ୍ଟ୍ୟର ପ୍ରାରମ୍ଭିକ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ।
(iii) ସମୟରେଖା :


(vi)
| ଖ୍ରୀ.ପୂ. ୧୮୫ | ମୌର୍ଯ୍ୟ ସମ୍ରାଟଙ୍କୁ ତାଙ୍କ ସେନାଧ୍ୟକ୍ଷ ପୁଷ୍ୟାମିତ୍ର ଶୁଙ୍ଗ ହତ୍ୟା କରିଥିଲେ । |
| ଖ୍ରୀ.ପୂ. ୨ୟ ଶତାବ୍ଦୀ | ସାତବାହନମାନେ ଶୁଙ୍ଗ ସାମ୍ରାଜ୍ୟର ଦକ୍ଷିଣରେ ଶାସନ ଆରମ୍ଭ କଲେ । |
| ଖ୍ରୀ.ପୂ. ୨ୟ କିମ୍ବା ୩ୟ ଶତାବ୍ଦୀ | ଦାକ୍ଷିଣାତ୍ୟରେ ଚେର, ଚୋଳ ଏବଂ ପାଶ୍ଚା ରାଜ୍ୟର ଅଭ୍ୟୁଦୟ ଘଟିଥିଲା । |
| ଖ୍ରୀ.ପୂ. ୨ୟ-୫ମ ଶତାବ୍ଦୀ | ଇଣ୍ଡୋସିଥୁନ ବା ଶକମାନଙ୍କର ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ଶାସନ ଆରମ୍ଭ ହେଲା । |
| ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀ | କୁଶାଣମାନେ ମୂଳତଃ ମଧ୍ଯ ଏସିଆରୁ ଆସି ଭାରତରେ ପ୍ରବେଶ କଲେ । |
Question 2.
ପୂର୍ବ ଅଧ୍ୟାୟରେ ତୁମେ ମୌର୍ଯ୍ୟ ସାମ୍ରାଜ୍ୟର ମାନଚିତ୍ର ଅଧ୍ୟୟନ କରିଛ । (ପୃ-୧୦୦ ଦେଖ) ପୂର୍ବପୃଷ୍ଠାରେ ମୌର୍ଯ୍ୟ ପରି ଭାରତର ଏକ ମାନଚିତ୍ର ଦିଆଯାଇଛି । କେତୋଟି ରାଜ୍ୟ ମୌର୍ଯ୍ୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥୁଲା, ତୁମେ ଗଣିକି କହିପାରିବ କି ?
Answer:
ମୌର୍ଯ୍ୟ ସାମ୍ରାଜ୍ୟର ମାନଚିତ୍ର ତୁଳନାରେ ଏହି ନୂତନ ମାନଚିତ୍ର ଦେଖୁଲେ ଜଣାପଡ଼େ ଯେ, ପୂର୍ବରୁ ମୌର୍ଯ୍ୟ ସାମ୍ରାଜ୍ୟ ଅଧୀନରେ ଥିବା ପ୍ରାୟ ସମସ୍ତ ଅଞ୍ଚଳ (ଯଥା- ମଗଧ, କଳିଙ୍ଗ, ଗାନ୍ଧାର, ଦାକ୍ଷିଣାତ୍ୟର କିଛି ଅଂଶ) ଏବେ ସ୍ଵାଧୀନ ହୋଇ ଶୁଙ୍ଗ, ସାତବାହନ, ଚେଦୀ, ଚୋଳ, ଚେର, ପାଣ୍ଡ୍ଯ, ଇଣ୍ଡୋ-ଗ୍ରୀକ୍, ଶକ ଓ କୁଶାଣ ଭଳି ଅଲଗା ଅଲଗା ରାଜ୍ୟରେ ପରିଣତ ହୋଇଯାଇଛି ।
Question 3.
ପାର୍ଶ୍ଵ ରେ ଭାର ହୃତ ସ୍ତୁପର ଏକ ପ୍ୟାନେଲ୍ ପ୍ରଦତ୍ତ କରାଯାଇଛି । ଏହାର ଦକ୍ଷିଣ ପାର୍ଶ୍ଵର ଦୁଇଟି ଚିତ୍ରକୁ ଦେଖ । ସେମାନେ କ’ଣ କରୁଛନ୍ତି ? ସେମାନଙ୍କ କାର୍ଯ୍ୟକୁ ନେଇ ତୁମେ କିଛି ଅନୁମାନ କରିପାରୁଛ କି ? ସେମାନଙ୍କ ପୋଷାକକୁ ଲକ୍ଷ୍ୟ କର । ଏହା ଭାରହୃତ ସ୍ତପର ଏକ ପ୍ୟାନେଲ୍ ସେମାନଙ୍କ ପୋଷାକ ସମ୍ପର୍କରେ ଆମକୁ କ’ଣ ସୂଚନା ଦେଉଛି ? ଏହି ପ୍ୟାନେଲରୁ ତୁମେ କ’ଣ ସବୁ ଶିଖୁଲ ତାହାର ଏକ ତାଲିକା ପ୍ରସ୍ତୁତ କର ଏବଂ ଶ୍ରେଣୀରେ ଆଲୋଚନା କର ।

Answer:


(i) ଭା ର ହୃ ତ ସ୍ତ ପ ର ଡାହାଣ ପାର୍ଶ୍ଵରେ ଥିବା ଦୁଇଟି ଚିତ୍ର ଦୁଇ ଜଣ ବ୍ୟକ୍ତି ଙ୍କ ର, ଯେଉଁମାନେ କାରିଗର କିମ୍ବା ମୂ ର୍ରି କାର ପରି ମନେ ହେଉଛନ୍ତି । ସେମାନେ ପଥର ଖୋଦ ନ କି ମ୍ବା ସଜାଇବା। କାର୍ଯ୍ୟରେ ସେମାନଙ୍କର ବଙ୍କା ସ୍ଥିତି ଏବଂ ହାତ ରେ ପୂ ବ ଉପକରଣଗୁଡ଼ିକ ହସ୍ତ ଶ୍ରମକୁ ସୂଚିତ କରେ ।
(ii) ସେ ମା ନ ଙ୍କ ର ସ ର ଳ ପୋଷାକରୁ ଜଣାପଡ଼େ ଯେ ସେମାନେ ଶ୍ରମିକ ଶ୍ରେଣୀର ବ୍ୟକ୍ତି । ଏହା ପ୍ରାଚୀନ ଭାରତରେ ବିଶେଷକରି ସ୍ତପ ପରି ଧାର୍ମିକ ସ୍କାର କୀ ନି ର୍ମାଣରେ କରି ଗ ର ମା ନ ଙ୍କ ର ଗୁ ରୁ ତ୍ଵ, ପୂ ଣ୍ଣ ଭୂମିକାକୁ ସୂଚିତ କରିଥାଏ ।
(iii) ଏକ ରେ ଲିଂ ର ଆବଦ୍ଧ କେନ୍ଦ୍ରୀୟ ପ୍ରତୀକ, ସମ୍ଭବତଃ ଏକ ପବିତ୍ର ବସ୍ତୁ ବହୁଳ ଭାବରେ ସଜାଯାଇଛି, ଯାହା ବୌଦ୍ଧ ସ୍ଥାପତ୍ୟରେ କଳା ଏବଂ ଭକ୍ତି ଉଭୟର ଗୁରୁତ୍ଵକୁ ଦର୍ଶାଉଛି । ଚାରିପାଖର ନମୁନା ଏବଂ କାରୁକାର୍ଯ୍ୟ ସେହି ସମୟର ଉନ୍ନତ ଦକ୍ଷତା ଏବଂ ସୌନ୍ଦର୍ଯ୍ୟବୋଧକୁ ପ୍ରତିଫଳିତ କରୁଅଛି ।
Question 4.
ଚିତ୍ରକୁ ଭଲ ଭାବରେ ଲକ୍ଷ୍ୟ କର । ଚିତ୍ରରେ ଦଶାଯାଇଥିବା ପୋଷାକ, ଆଭୂଷଣ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ଏକ ବିବରଣୀ ପ୍ରସ୍ତୁତ କର ।
Answer:
ଉପରିସ୍ଥ ଚିତ୍ରଗୁଡ଼ିକ ଶୁଙ୍ଗ ରାଜବଂଶ ସମୟର କଳାତ୍ମକ, ସାମାଜିକ ଏବଂ ସାଂସ୍କୃତିକ ସଫଳତାକୁ ପ୍ରତିଫଳିତ କରେ ଏବଂ ଆମକୁ ସେହି ସମୟର ଜୀବନଶୈଳୀର ଏକ ଝଲକ ଦେଖାଇଥାଏ ।
(i) ପୋଷାକ : ପୋଷାକ ମଧ୍ୟରେ ଶାଢ଼ି ଏବଂ ଧୋତି ପରି ପାରମ୍ପରିକ ଭାରତୀୟ ପୋଷାକ କିମ୍ବା ପାଶ୍ଚାତ୍ୟ ଶୈଳୀର ପୋଷାକ ରହିଛି । ମୁଣ୍ଡରେ ପଗଡ଼ି ଭିଡ଼ିଛନ୍ତି । କପଡ଼ାରେ ପ୍ଲେଟ୍ଗୁଡ଼ିକ ସମ୍ଭବତଃ ସଜାଯାଇଥିବା ବ୍ୟବହାରକୁ ସୂଚାଇଥାଏ, ଯାହା ପୋଷାକ ପ୍ରତି ଶୈଳୀ ଏବଂ ଧାନର ଭାବନାକୁ ସୂଚିତ କରିଥାଏ ।
(ii) ଅଳଙ୍କାର : ବିଭିନ୍ନ ପ୍ରକାର ଅଳଙ୍କାର ବୁଡ଼ି (ଚିତ୍ର ୮) ଏବଂ ହାର (ଚିତ୍ର ୧୦) ଧାତୁ ଏବଂ ମଣିର ବ୍ୟବହାର ସୂଚାଇ ଦିଏ ଯେ ସେ ସମୟରେ ବ୍ୟକ୍ତିଗତ ସାଜସଜ୍ଜା ଗୁରୁତ୍ଵପୂର୍ଣ୍ଣ ଥିଲା । ମହିଳା ପ୍ରତିମୂର୍ତ୍ତିଗୁଡ଼ିକ (ଚିତ୍ର ୩, ୪, ୬)ରେ ବ୍ୟବହୃତ ବିଭିନ୍ନ ଅଳଙ୍କାରରୁ ଜଣାଯାଏ ଯେ, ବିସ୍ତୃତ ମୁଣ୍ଡଗଛ ଏବଂ କାନଫୁଲ ପରିଧାନ କରାଯାଇଥିଲା ।
(iii) ଅନ୍ୟାନ୍ୟ ବସ୍ତ : ଫୁଲଦାନୀ (ଚିତ୍ର ୫) ପାଣି କିମ୍ବା ପୂଜାର୍ଚ୍ଚନା ପାଇଁ ସାଜସଜ୍ଜା ପାତ୍ରର ବ୍ୟବହାରକୁ ସୂଚିତ କରେ । ପାନିଆ (ଚିତ୍ର ୯) ହାତୀଦାନ୍ତରେ ତିଆରି, ଦୈନନ୍ଦିନ ବସ୍ତୁରେ ସାଜସଜ୍ଜା ଏବଂ କଳାକୃତିର ଗୁରୁତ୍ଵ ଦର୍ଶାଉଛି । (ଚିତ୍ର ୭) ଘରୋଇ ଜୀବନ ଏବଂ ରାଜକୀୟତା ଉପରେ ରଖାଯାଇଥିବା ମୂଲ୍ୟବୋଧକୁ ସୂଚିତ କରୁଛି ।
Question 5.
ତୁମେ କ’ଣ ଭାବୁଛ କେତେକ ଇଣ୍ଡୋ-ଗ୍ରୀକ୍ ମୁଦ୍ରାରେ ବାସୁଦେବ କୃଷ୍ଣ ଓ ଲକ୍ଷ୍ମୀଙ୍କ ଛବି ରହିବାର ଅର୍ଥ କ’ଣ ହୋଇପାରେ ?

Answer:
- ଏହାର ଅର୍ଥ ହେଉଛି ଇଣ୍ଡୋ-ଗ୍ରୀକ୍ ଶାସକମାନେ ଭାରତୀୟ ଧର୍ମ ଓ ସଂସ୍କୃତିଦ୍ଵାରା ପ୍ରଭାବିତ ହୋଇଥିଲେ ।
- ସେମାନେ ଭାରତୀୟ ଦେବଦେବୀଙ୍କୁ ସମ୍ମାନ ଜଣାଉଥିଲେ ଏବଂ ଭାରତୀୟ ପ୍ରଜାମାନଙ୍କୁ ଖୁସି କରିବା ପାଇଁ ସେମାନଙ୍କ ବିଶ୍ୱାସକୁ ମୁଦ୍ରାରେ ସ୍ଥାନ ଦେଇଥିଲେ ।
Question 6.
ପୂର୍ବ ପୃଷ୍ଠାରେ ଥିବା ବିଶାଳ କନିଷ୍କଙ୍କ ପ୍ରତିମୂର୍ତ୍ତିକୁ (୧.୮୫ ମିଟର ଉଚ୍ଚ) ଭଲକରି ଲକ୍ଷ୍ଯକର ଏବଂ ସେ ପିନ୍ଧିଥିବା ବସ୍ତ୍ର, ଜୋତା ଓ ଧରିଥିବା ଅସ୍ତ୍ରକୁ ଦେଖ । ଏସବୁ ଏହି ମୂର୍ତ୍ତି ବିଷୟରେ ଆମକୁ କ’ଣ ସୂଚନା ଦେଉଛି ?
Answer:
- ରାଜା କନିଷ୍କଙ୍କର ମୁଣ୍ଡବିହୀନ ପ୍ରତିମୂର୍ତ୍ତି (୧.୮୫ ମିଟର) ଏହାର ପୋଷାକ, ଅସ୍ତ୍ରଶସ୍ତ୍ର ଏବଂ ପାଦୁକା ମାଧ୍ୟମରେ ତାଙ୍କର ପରିଚୟ ପ୍ରଦାନ କରିଥାଏ ।
- ସେ ପିନ୍ଧିଥିବା ଲମ୍ବା କୋଟ୍ ଏବଂ ଜୋତା ମଧ୍ୟ ଏସିଆର ପୋଷାକ ଶୈଳୀକୁ ଦର୍ଶାଉଛି ।
- ସେ ହାତରେ ଖଣ୍ଡା ଧରିଛନ୍ତି ଯାହା ତାଙ୍କର ଯୋଦ୍ଧା ରୂପକୁ ପ୍ରକାଶ କରୁଛି ।
Question 7.
ମୁଦ୍ରାଗୁଡ଼ିକୁ ଭଲକରି ଦେଖ । ସମ୍ରାଟଙ୍କ ପାର୍ଶ୍ଵରେ କାହାର ଚିତ୍ର ଖୋଦିତ ହୋଇଛି ?

Answer:
ମୁଦ୍ରାର ଗୋଟିଏ ପାର୍ଶ୍ଵରେ ସମ୍ରାଟ କନିଷ୍ଠ ଏବଂ ଅନ୍ୟ ପାର୍ଶ୍ଵରେ ଭଗବାନ ବୁଦ୍ଧ ଏବଂ ଅନ୍ୟ ଏକ ମୁଦ୍ରାରେ ଶିବ (ନନ୍ଦୀଙ୍କ ସହ)ଙ୍କ ଚିତ୍ର ଖୋଦିତ ହୋଇଛି ।
Question 8.
ଜଣେ ଶକ୍ତିଶାଳୀ ଶାସକ ତାଙ୍କ ମୁଦ୍ରାରେ ବୁଦ୍ଧ ଓ ଶିବଙ୍କୁ କାହିଁକି ଖୋଦିତ କରିବେ ? ଏହା ତାଙ୍କର ମୂଲ୍ୟବୋଧ ଓ ପ୍ରାଥମିକତା ଉପରେ କ’ଣ କହୁଛି ?
Answer:
- ଏହା ଦର୍ଶାଏ ଯେ ରାଜା କନିଷ୍ଠ ସର୍ବଧର୍ମକୁ ସମଭାବରେ ବିଶ୍ଵାସ କରୁଥିଲେ ।
- ସେ ବୌଦ୍ଧ ଧର୍ମର ପୃଷ୍ଠପୋଷକ ଥିଲେ ମଧ୍ୟ ଶୈବ ଧର୍ମ (ଶିବ ଉପାସନା)କୁ ସମ୍ମାନ ଦେଉଥିଲେ ।
Question 9.
ଏହିପରି ସାଙ୍କେତିକ ମୁଦ୍ରାର ଆଧୁନିକତା ଉଦାହରଣ ତୁମେ ପାଇପାରିବ କି ?
Answer:
(i) ସମ୍ରାଟ କନିଷ୍କ ନିଜ ମୁଦ୍ରାରେ ବୁଦ୍ଧ ଓ ଶିବଙ୍କ ଚିତ୍ର ଖୋଦିତ କରି ନିଜର ଧାର୍ମିକ ସହିଷ୍ଠତା ଦର୍ଶାଉଥିଲେ ଏବଂ ସାତବାହନମାନେ ନୌବାଣିଜ୍ୟର ପ୍ରତୀକ ଭାବେ ଜାହାଜର ଚିତ୍ର ବ୍ୟବହାର କରୁଥିଲେ ।
(ii) ସେହିପରି ଇଣ୍ଡୋ-ଗ୍ରୀମାନଙ୍କ ମୁଦ୍ରାରେ ଥିବା ଭାରତୀୟ ଓ ଗ୍ରୀକ୍ ଦେବଦେବୀଙ୍କ ଚିତ୍ର ଏକ ସୁନ୍ଦର ସାଂସ୍କୃତିକ ମିଶ୍ରଣର ବାର୍ତ୍ତା ଦେଉଥିଲା ।
(iii) ଆଜିର ଆଧୁନିକ ଯୁଗରେ ମଧ୍ୟ ଆମେ ଏହିପରି ଅନେକ ସାଙ୍କେତିକ ମୁଦ୍ରାର ଉଦାହରଣ ଦେଖିବାକୁ ପାଉ, ଯେପରିକି ଭାରତୀୟ ଟଙ୍କାରେ ଥିବା ଜାତୀୟ ପ୍ରତୀକ ‘ଅଶୋକ ସ୍ତମ୍ଭ’ ଆମର ଅଖଣ୍ଡତା ଓ ଗଣତାନ୍ତ୍ରିକ ପରିଚୟକୁ ବୁଝାଏ ।
(iv) ସେହିପରି ଅନେକ ଭାରତୀୟ ମୁଦ୍ରାରେ ଥିବା ଗହମ ବା ଶସ୍ୟର ଚିତ୍ର ଆମ ଦେଶର କୃଷିଭିଭିକ ଅର୍ଥନୀତି ଏବଂ କୃଷକମାନଙ୍କର ଗୁରୁତ୍ଵକୁ ସୂଚାଉଛି ।
(v) ଏହାଛଡ଼ା ସ୍ଵାଧୀନତା ସଂଗ୍ରାମୀ ଏବଂ ମହାପୁରୁଷମାନଙ୍କ (ଯଥା— ମହାତ୍ମା ଗାନ୍ଧୀ) ଚିତ୍ର ମଧ୍ୟ ବିଭିନ୍ନ ମୁଦ୍ରାରେ ସ୍ଥାନ ପାଇଥାଏ, ଯାହାକି ଆମର ଐତିହାସିକ ବଳିଦାନକୁ ସମ୍ମାନ ଜଣାଇଥାଏ । ତେଣୁ ପ୍ରାଚୀନ କାଳର ରାଜାମାନଙ୍କପରି ଆଧୁନିକ ସରକାର ମଧ୍ୟ ମୁଦ୍ରା ମାଧ୍ୟମରେ ଦେଶର ସାମାଜିକ ମୂଲ୍ୟବୋଧ, ସମୃଦ୍ଧି ଏବଂ ପ୍ରାଥମିକତାକୁ ଅତି ସୁନ୍ଦର ଭାବରେ ପ୍ରତିଫଳିତ କରିଥା’ନ୍ତି ।
Question 10.
ତୁମେ ବର୍ତ୍ତମାନ ମଥୁର। ଓ ଗାନ୍ଧୀର ଚିତ୍ରକଳାର ମୌଳିକ ବୈଶିଷ୍ଟ୍ୟ ସହ ପରିଚିତ ହେଲା । (ଚିତ୍ରକୁ ଅନୁଧ୍ୟାନ କର ଓ ଏହା କେଉଁ ଶିଳ୍ପକଳ। ଶୈଳୀର ଅନ୍ତର୍ଭୁକ୍ତ ଦର୍ଶାଅ ।) ତୁମର ଦର୍ଶନୀୟ ଚିନ୍ତାଧାରାକୁ ଯଥାର୍ଥତା ସହ ପ୍ରତିପାଦନ କର ଏବଂ ସହପାଠୀମାନଙ୍କ ସହ ଆଲୋଚନା କର ।


Answer:
ଚିତ୍ରଗୁଡ଼ିକ ମଥୁରା। ଶିଳ୍ପକଳ ଶୈଳୀର ଅନ୍ତର୍ଭୁକ୍ତ । କାରଣ ଏଥିରେ ନାଲି ରଙ୍ଗର ବାଲି ପଥର ବ୍ୟବହାର ହୋଇଛି ଏବଂ ମୂର୍ତ୍ତିଗୁଡ଼ିକର ଗଢ଼ଣ ସମ୍ପୂର୍ଣ୍ଣ ଭାରତୀୟ ଶୈଳୀର ଅଟେ ।
(i) ଚିତ୍ର ୧ : ବୁଦ୍ଧଙ୍କ ମୃତ୍ୟୁକାଳୀନ ଏକ ଦୃଶ୍ୟ । ଏହା ଗାନ୍ଧାର ବିଦ୍ୟାଳୟର ଅଟେ (ଧୂସର ଶିଷ୍ଟ ପଥର ଏବଂ ଗ୍ରୀକୋ—ରୋମାନ୍ ଶୈଳୀ ସହିତ ବାସ୍ତବବାଦୀ
ବୈଶିଷ୍ଟ୍ୟ ଦେଖାଯାଇପାରିବ) ।
(ii) ଚିତ୍ର ୨ : ବୋଧସତ୍ତ୍ଵ ମୈତ୍ରେୟ । ଏହା ଗାନ୍ଧାର ବିଦ୍ୟାଳୟର ଅଟେ । (ଗ୍ରୀକୋ-ରୋମାନ୍ ପ୍ରଭାବ, ବିସ୍ତୃତ ପୋଷାକ ଫୋଲ୍ଡ ଏବଂ ମୁଖମଣ୍ଡଳର ବର୍ଣ୍ଣ ଦେଖାଯାଇପାରିବ)
(iii) ଚିତ୍ର ୩ : କୁଶାଣ ଭକ୍ତମାନଙ୍କଦ୍ଵାରା ପୂଜା କରାଯାଉଥିବା ଶିବ ଲିଙ୍ଗ । ଏହା ମଥୁରା ବିଦ୍ୟାଳୟର ଆଟେ (ଲାଲ ପଥର ଏବଂ ଅଦ୍ଭୁତ ଭାରତୀୟ ଶୈଳୀ ଦେଖାଯାଇପାରିବ) ।
(iv) ଚିତ୍ର ୪ : ଦୁଇ ନାଗୁଣୀ ମଧ୍ୟରେ ନାଗ । ଏହା ମଥୁରା ବିଦ୍ୟାଳୟର ଅଟେ (ସାଧାରଣ ବିଷୟବସ୍ତୁ ଏବଂ ବ୍ୟବହୃତ ସାମଗ୍ରୀ ଦେଖାଯାଇପାରିବ) ।
(v) ଚିତ୍ର ୫ : ଯୁଦ୍ଧର ଦେବତା କାର୍ତ୍ତିକେୟ । ଏହା ମଥୁରା ବିଦ୍ୟାଳୟର ଅଟେ (ଏହାର ଏକ ପୂର୍ଣ୍ଣାଙ୍ଗ ଆକୃତି ଅଛି ଏବଂ ଏହା ଭାରତୀୟ ଶୈଳୀରେ ନିର୍ମିତ) ।
(vi) ଚିତ୍ର ୬ : ଦଣ୍ଡାୟମାନ ବୁଦ୍ଧ । ଏହା ଗାନ୍ଧାର ବିଦ୍ୟାଳୟର ଅଟେ (ଗ୍ରୀକୋ-ରୋମାନ୍ କଳାକୃତି ଦେଖାଯାଇପାରିବ ) ।
ଏହା ବିଷୟରେ ଚିନ୍ତା କର :
Question 1.
ରାଜାଙ୍କ ନାମ ଆରମ୍ଭରେ ମାତାଙ୍କ ନାମ ବ୍ୟବହାର କରିବା ପରମ୍ପରା ତୁମ ମତରେ କ’ଣ ଦର୍ଶାଉଛି ?

Answer:
ଏହା ଦର୍ଶାଉଛି ଯେ ସାତବାହନ ସମାଜରେ ମାତୃଶକ୍ତି ବା ନାରୀମାନଙ୍କୁ ବହୁତ ସମ୍ମାନ ଦିଆଯାଉଥିଲା । ମା’ଙ୍କ ପରିଚୟ ସନ୍ତାନ ପାଇଁ ଗର୍ବର ବିଷୟ ଥିଲା
![]()
Question 2.
ପୂର୍ବ ପୃଷ୍ଠାରେ ସଂଖ୍ୟାଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଆଧୁନିକ ସଂଖ୍ୟାପରି ଦେଖାଯାଉଛି ? କେଉଁଗୁଡ଼ିକ ଦେଖାଯାଉନାହିଁ ?
Answer:
- ଚିତ୍ରରେ ଥିବା ସଂଖ୍ୟାଗୁଡ଼ିକ ମଧ୍ୟରୁ କିଛି ଆକାର ଆଜିର ୬ ଓ ୭ ଭଳି ସଂଖ୍ୟା ସହ ସାମାନ୍ୟ ମେଳ ଖାଉଛି, କିନ୍ତୁ ଅନେକ ସମ୍ପୂର୍ଣ୍ଣ ଭିନ୍ନ ।
- ବ୍ରାହ୍ମୀ ଲିପିରୁ ଆମର ଆଧୁନିକ ସଂଖ୍ୟାଗୁଡ଼ିକର ବିକାଶ ଘଟିଛି ବୋଲି ଏହା ପ୍ରମାଣ କରେ ।
Question 3.
ପିଟାଲଖୋରାରୁ ଆବିଷ୍କୃତ ଏହି ଯକ୍ଷମୂର୍ତ୍ତି ହାତରେ ଏକ ଅଭିଲେଖ ଧାରଣ କରିଛି, ଯେଉଁଥରେ ଲେଖାଯାଇଛି ‘‘କାହ୍ନା ଦାସେନ ହିରାମକରେଶ କାଟ” । ଏହାର ଅର୍ଥ ଏହା ସୁନା ଏହା କ’ଣ ମଜାଦାୟକ ନୁହେଁ ଯେ ଏକ ସ୍ଵର୍ଣ୍ଣକାର ମଧ୍ୟ ପଥରରେ ଦେଖ ଏହା ଆମକୁ ସେ ସମୟର ଜୀବିକା ସମ୍ପର୍କରେ କ’ଣ ସୂଚନା
କରିଗର କାହ୍ନା ଦାସଙ୍କଦ୍ଵାରା ନିର୍ମିତ । ଭାସ୍କର୍ଯ୍ୟ ସୃଷ୍ଟି କରିପାରିଛି ? ଭାବି ଦେଉଛି ?
Answer:
- ହଁ, ଏହା ସୂଚାଉଛି ଯେ ସେ ସମୟରେ କାରିଗରମାନେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ।
- ଜଣେ କାରିଗର କେବଳ ଗୋଟିଏ କାମରେ ସୀମିତ ନରହି ଅନ୍ୟ କଳାରେ ମଧ୍ୟ ଦକ୍ଷତା ହାସଲ କରୁଥିଲେ । ଏହା ସେ ସମୟର ଲୋକମାନଙ୍କର ଉନ୍ନତ କଳା କୌଶଳର ପରିଚୟ ଦିଏ ।
Question 4.
ଲକ୍ଷ୍ୟକର ଦୁଇହଜାର ବର୍ଷ ପୂର୍ବେ ଖୋଦିତ ହୋଇଥିବା ଏହି ପଥରକଟା ଗୁମ୍ଫାଘରଗୁଡ଼ିକୁ । କେବଳ ଗୋଟିଏ ନିହାଣ ଏବଂ ହାତୁଡ଼ି ସାହାଯ୍ୟରେ କାରିଗରମାନେ କେମିତି ଏତେ ସଠିକ୍ କାରିଗରୀ କାର୍ଯ୍ୟ ସମ୍ପାଦନ କରିଥିଲେ ? ନିଜକୁ ସେହି ଯୁଗର ମୂର୍ତ୍ତିକାର ଭାବେ କଳ୍ପନା କରି ନିଜ ହାତରେ ପଥରକୁ କଳାର ରୂପ ଦେଇଥୁବାର ପରିକଳ୍ପନା କର । ଏଥିପାଇଁ ତୁମେ କେଉଁ କେଉଁ ଉପକରଣ ବ୍ୟବହାର କରିଥା’ନ୍ତ ?
Answer:
(i) ଏହା ସେ ସମୟର କାରିଗରମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଧୈର୍ଯ୍ୟ ଏବଂ ଉଚ୍ଚକୋଟୀର ଦକ୍ଷତା ଯୋଗୁଁ ସମ୍ଭବ ହୋଇପାରିଥିଲା ।
(ii) ସେମାନେ ପଥରର ପ୍ରକୃତିକୁ ବୁଝି ସେଥିରେ ନିଖୁଣ ଭାବରେ ଖୋଦେଇ କାର୍ଯ୍ୟ କରୁଥିଲେ ।
(iii) ମୁଁ ଲୁହା ନିହାଣ, ହାତୁଡ଼ି, ପଥର ଘଷିବା ପାଇଁ ଖଦଡ଼ା ପଥର ଏବଂ ମାପଚୁପ ପାଇଁ ସୂତା ବା କାଠି ବ୍ୟବହାର କରିଥା’ନ୍ତି ।
Question 5.
ପୂର୍ବ ପୃଷ୍ଠାର ମାନଚିତ୍ରରେ ନାମ ପାର୍ଶ୍ଵରେ ଥିବା କେତେକ ପ୍ରତୀକକୁ ଲକ୍ଷ୍ୟ କର । ଏହି ପ୍ରତୀକଗୁଡ଼ିକ କ’ଣ ପ୍ରତିନିଧୃତ୍ଵ କରନ୍ତି ? ଚିନ୍ତା କର ସେମାନେ କିପରି ନିଜ ରାଜ୍ୟର ପରିଚୟକୁ ଉଜ୍ଜିବୀତ କରୁଛନ୍ତି ?
Answer:
- ଚୋଳ ବାଘ (ଶୌର୍ଯ୍ୟ ଓ ଶକ୍ତିର ପ୍ରତୀକ)
- ଚେର – ଧନୁତୀର (ଯୁଦ୍ଧ କୌଶଳର ପ୍ରତୀକ)
- ପାଠ୍ୟ – ମାଛ (ସମୁଦ୍ର ଓ ନୌବାଣିଜ୍ୟର ପ୍ରତୀକ)
ଏହି ପ୍ରତୀକଗୁଡ଼ିକ ସେହି ରାଜ୍ୟର ପରିଚୟ ଏବଂ ଶକ୍ତିକୁ ଦର୍ଶାଉଥିଲା ।
Question 6.
ରାଜାଙ୍କ ପ୍ରତିକୃତିକୁ ଲକ୍ଷ୍ୟ କର । ତାଙ୍କୁ କେମିତି ପ୍ରଦର୍ଶିତ କରାଯାଇଛି ? ତାଙ୍କର ଭଙ୍ଗା, ପୋଷାକ ଏବଂ ଅଭିବ୍ୟକ୍ତି ତାଙ୍କ କ୍ଷମତା ଓ ସ୍ଥିତି ସମ୍ପର୍କରେ କ’ଣ ସୂଚାଏ ?

Answer:
ରାଜା ହାତୀ ଉପରେ ବସିଛନ୍ତି, ଯାହା ରାଜକୀୟ ଠାଣି ଓ କ୍ଷମତାର ପ୍ରତୀକ । ତାଙ୍କ ହାତରେ ଭଙ୍ଗୀ ନିର୍ଦ୍ଦେଶ ଦେବାଭଳି ଅଛି, ଯାହା ସୂଚାଏ ସେ ଜଣେ ଶକ୍ତିଶାଳୀ ଶାସକ ଥିଲେ ।
Question 7.
ତୁମେ ଆଶ୍ଚର୍ଯ୍ୟ ଅନୁଭବ କରୁଥୁବ ନିଶ୍ଚୟ ଯେ ଐତିହାସିକମାନେ କେମିତି ବହୁ ଶତାବ୍ଦୀ ପୂର୍ବର ଦୁଇଟି ରାଜ୍ୟ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କକୁ ଉନ୍ମୋଚନ କଲେ ? ଆସ କିଛି ମୁହୂର୍ତ୍ତ ଚିନ୍ତା କରିବା ଏବଂ ଆଲୋଚନା କରିବା ଯେ ଏହି ସୂଚନା କେମିତି ଲୋକଲୋଚନକୁ ଆସିଲା ?
Answer:
ବହୁ ଶତାବ୍ଦୀ ପୂର୍ବର ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କ ବିଷୟରେ ଜାଣିବା ପାଇଁ ଐତିହାସିକମାନେ ବିଭିନ୍ନ ଉପାଦାନ ଉପରେ ନିର୍ଭର କରନ୍ତି ।
(i) ପ୍ରଥମତଃ, ଖନନରୁ ପ୍ରାପ୍ତ ପ୍ରାଚୀନ ମୁଦ୍ରାଗୁଡ଼ିକ ବାଣିଜ୍ୟର ଏକ ପ୍ରମୁଖ ପ୍ରମାଣ ଦେଇଥାଏ । ଉଦାହରଣ ସ୍ଵରୂପ, ସାତବାହନମାନଙ୍କ ମୁଦ୍ରାରେ ଖୋଦିତ ଜାହାଜ (ବୋଇତ)ର ଚିତ୍ର ସେମାନଙ୍କର ଉନ୍ନତ ନୌବାଣିଜ୍ୟ ଏବଂ ରୋମାନ୍ ସାମ୍ରାଜ୍ୟ ସହ ସମ୍ପର୍କକୁ ସୂଚାଇଥାଏ ।
(ii) ଦ୍ଵିତୀୟତଃ, ପ୍ରାଚୀନ ସାହିତ୍ୟ ଏହି ସମ୍ପର୍କର ଉନ୍ମୋଚନ କରିବାରେ ବହୁତ ସାହାଯ୍ୟ କରେ । ଦକ୍ଷିଣ ଭାରତର ସଙ୍ଗମ ସାହିତ୍ୟ, ବିଶେଷ କରି ‘ଶୀଳପଦୀକାରମ୍’ ମହାକାବ୍ୟରେ ତତ୍କାଳୀନ ବାଣିଜ୍ୟ ଏବଂ ପୁହାର ତଥା ମଦୁରାଇ ଭଳି ସମୃଦ୍ଧ ବାଣିଜ୍ୟିକ ସହରଗୁଡ଼ିକର ବିସ୍ତୃତ ବର୍ଣ୍ଣନା ରହିଛି ।
(iii) ତୃତୀୟତଃ, ପ୍ରାଚୀନ ଶିଳାଲେଖ ବା ଅଭିଲେଖଗୁଡ଼ିକ ଅନେକ ଐତିହାସିକ ତଥ୍ୟ ପ୍ରଦାନ କରିଥାଏ । ଯେପରିକି, ସମ୍ରାଟ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ ଉଲ୍ଲେଖ ଅଛି ଯେ ସେ ପାଣ୍ଡ୍ ରାଜ୍ୟରୁ ଶହ ଶହ ମୋତି ଆଣିଥିଲେ, ଯାହା ଦୁଇ ରାଜ୍ୟ ମଧ୍ୟରେ ଆଦାନପ୍ରଦାନର ପ୍ରମାଣ ଦିଏ । ପୁନେ ନିକଟସ୍ଥ ନାନେଘାଟ ଗୁମ୍ଫା ଏକ ଗୁରୁତ୍ଵପୂର୍ଣ୍ଣ ବାଣିଜ୍ୟ ପଥରେ ଅବସ୍ଥିତ ଥିଲା ଏବଂ ସେଠାରେ ଟୋଲ ଓ ଟିକସ ସଂଗ୍ରହ କରାଯାଉଥିଲା ବୋଲି ଅଭିଲେଖରୁ ଜଣାପଡ଼େ ।
(iv) ଚତୁର୍ଥତଃ, ବିଦେଶୀ ପରିବ୍ରାଜକ ଏବଂ ରାଜଦୂତମାନଙ୍କର ବିବରଣୀରୁ ମଧ୍ୟ ବାଣିଜ୍ୟିକ ସୂଚନା ମିଳିଥାଏ । ଗ୍ରୀକ୍ ରାଜଦୂତ ମେଗ୍ରାସ୍ଥିନିସ୍ ତାଙ୍କ ପୁସ୍ତକ ‘ଇଣ୍ଡିକା’ରେ ପାଣ୍ଡ୍ ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଗ୍ରୀକ୍ ଓ ରୋମ ସହ ସେମାନଙ୍କର ସକ୍ରିୟ ବାଣିଜ୍ୟିକ ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ।
(v) ଏହାବ୍ୟତୀତ ଚେରମାନେ ମସଲା, ହାତୀଦାନ୍ତ ଓ ମୁକ୍ତା ପଶ୍ଚିମ ଏସିଆ ଓ ରୋମକୁ ରପ୍ତାନୀ କରୁଥିଲେ ବୋଲି ଐତିହାସିକ ପ୍ରମାଣ ରହିଛି ।
(vi) ଶେଷରେ ବିଭିନ୍ନ ସ୍ଥାନରୁ ମିଳିଥିବା ଆମଦାନୀ ସାମଗ୍ରୀ, ଯେପରିକି ସାତବାହନ ରାଜ୍ୟକୁ ଆସୁଥିବା ବିଦେଶୀ କାଚ ଓ ସୁବାସିତ ମଲମ, ଏହି ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟିକ ସମ୍ପର୍କକୁ ଦୃଢ଼ ଭାବରେ ପ୍ରମାଣିତ କରେ ।
(vii) ଏହିସବୁ ପ୍ରମୁଖ ଉପାଦାନ – ମୁଦ୍ରା, ସାହିତ୍ୟ, ଶିଳାଲେଖ ଓ ବିଦେଶୀ ବିବରଣୀକୁ ଏକାଠି କରି ଐତିହାସିକମାନେ ପ୍ରାଚୀନ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ବ୍ୟବସାୟିକ ସମ୍ପର୍କକୁ ଲୋକଲୋଚନକୁ ଆଣିପାରିଛନ୍ତି ।
Question 8.
ପାଣ୍ଡାମାନେ ସେମାନଙ୍କ ମୋତି ସମ୍ପଦ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ । ତୁମେ କାହିଁକି ଭାବୁଛ ଯେ ମୋତି ସେ ସମୟରେ ବାଣିଜ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ଥିଲା ?
Answer:
- ସେ ସମୟରେ ମଧ୍ୟ ମୋତି ଦୁର୍ଲଭ ବସ୍ତ୍ର ଥିଲା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅଳଙ୍କାର ରୂପେ ବ୍ୟବହାର କରାଯାଉଥିଲା ।
- ବିଦେଶରେ, ବିଶେଷକରି ରୋମରେ ଭାରତୀୟ ମୋତିର ପ୍ରବଳ ଚାହିଦା ଥିଲା, ତେଣୁ ଏହା ବହୁ ମୂଲ୍ୟବାନ ବାଣିଜ୍ୟ ସାମଗ୍ରୀ ଥିଲା ।
Question 9.
ତୁମେ ଜାଣିଛ କି ଗାନ୍ଧାର କେଉଁଠି ଅଛି ? ଏହା ମହାଭାରତର ଏକ ଚରିତ୍ରକୁ ତୁମର ସ୍ମରଣ କରାଏ କି ?
Answer:
- ଗାନ୍ଧାର ବର୍ତ୍ତମାନ ପାକିସ୍ତାନ ଓ ଆଫଗାନିସ୍ତାନ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ।
- ଏହା ମହାଭାରତର ଚରିତ୍ର ‘ଗାନ୍ଧାରୀ’ (ଧୃତରାଷ୍ଟ୍ରଙ୍କ ପତ୍ନୀ) ଏବଂ ‘ଶକୁନି’ଙ୍କ କଥା ମନେ ପକାଇଦିଏ ।
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
ମୌର୍ଯ୍ୟ ସାମ୍ରାଜ୍ୟର ପରବର୍ତ୍ତୀ ସମୟକୁ କେଉଁ ଯୁଗ କୁହାଯାଇଥାଏ ?
Answer:
ପୁନର୍ଗଠନ ଯୁଗ
Question 2.
ପୁଷ୍ୟାମିତ୍ର ଶୁଙ୍ଗ କାହାର ସେନାଧ୍ୟକ୍ଷ ଥିଲେ ?
Answer:
ଶେଷ ମୌର୍ଯ୍ୟ ସମ୍ରାଟଙ୍କର
Question 3.
ମଧ୍ୟଭାରତରେ ଶୁଙ୍ଗବଂଶର ପ୍ରତିଷ୍ଠାତା କିଏ ଥିଲେ ?
Answer:
ପୁଷ୍ୟାମିତ୍ର ଶୁଙ୍ଗ
Question 4.
ପୂର୍ବକାଳରେ ଶାସକମାନେ କ’ଣ ପାଇଁ ‘ଅଶ୍ଵମେଧ ଯଜ୍ଞ’ କରୁଥିଲେ ?
Answer:
ନିଜକୁ ଶକ୍ତିଶାଳୀ ଶାସକରୂପେ ପ୍ରତିଷ୍ଠା କରିବାପାଇଁ
Question 5.
‘ଯୋଗସୂତ୍ର’ର ରଚୟିତା କିଏ ଥିଲେ ?
Answer:
ମହର୍ଷି ପତଞ୍ଜଳି
Question 6.
ବର୍ତ୍ତମାନ ଶୁଙ୍ଗକଳାର ନମୁନା କେଉଁ ରାଜ୍ୟରେ ଦେଖିବାକୁ ମିଳିଥାଏ ?
Answer:
ମଧ୍ୟପ୍ରଦେଶ
Question 7.
ନାନେଘାଟ ଗୁମ୍ଫା ବର୍ତ୍ତମାନର କେଉଁ ସହର ନିକଟରେ ଥିଲା ?
Answer:
ପୁନେ
Question 8.
ସାତବାହନ ବଂଶର ଶାସନ କାଳରେ କୃଷକମାନେ କେଉଁ ନଦୀ ଉପତ୍ୟକାରେ କୃଷି କାର୍ଯ୍ୟ କରୁଥିଲେ ?
Answer:
କ୍ରିଷ୍ଣା- ଗୋଦାବରୀ
Question 9.
ସାତବାହନମାନେ କେଉଁ ଦେବତାଙ୍କର ନିଷ୍ଠାପର ଅନୁଗାମୀ ଥିଲେ ?
Answer:
ବାସୁଦେବ (ଶ୍ରୀକୃଷ୍ଣ)
Question 10.
ଚେଦୀ ବଂଶର ପ୍ରମୁଖ ରାଜା କିଏ ଥିଲେ ?
Answer:
ଖାରବେଳ
Question 11.
ଖାରବେଳ କେଉଁ ଧର୍ମର ଜଣେ ନିଷ୍ଠାପର ଅନୁଗାମୀ ଥିଲେ ?
Answer:
ଜୈନ ଧର୍ମ
Question 12.
ଇତିହାସରେ ସନ୍ନ୍ୟାସୀରାଜା କାହାକୁ କୁହାଯାଉଥିଲା ?
Answer:
ଖାରବେଳ
Question 13.
ଭୁବନେଶ୍ଵର ନିକଟବର୍ତ୍ତୀ ଉଦୟଗିରି ଓ ଖଣ୍ଡିଗିରିରେ ଖୋଦିତ ଗୁମ୍ଫା କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ?
Answer:
ଜୈନ ସନ୍ନ୍ୟାସୀ
Question 14.
ଦକ୍ଷିଣ ଭାରତର କବିମାନଙ୍କରର ସାମଗ୍ରିକ ସାହିତ୍ୟ କୃତିକୁ କ’ଣ କୁହାଯାଉଥିଲା ?
Answer:
ସଙ୍ଗମ ସାହିତ୍ୟ
![]()
Question 15.
ତୃତୀୟ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ଯରେ ଦକ୍ଷିଣ ଭାରତରେ ଶାସନ କରୁଥିବା ଶକ୍ତିଶାଳୀ ରାଜବଂଶର ନାମ କ’ଣ ଥିଲା ?
Answer:
ଚୋଳ ରାଜବଂଶ
Question 16.
ରାଜା କରିକାଳ ଲୋକମାନଙ୍କ ହିତପାଇଁ ନିର୍ମାଣ କରିଥିବା ଜଳ ବିଭାଜିକାର ନାମ କ’ଣ ଥିଲା ?
Answer:
କାଲାନାଇ ବା ଗ୍ରାଣ୍ଡ ଆନିକଟ
Question 17.
କେଉଁ ରାଜବଂଶ କେରଳପୁତ୍ର ନାମରେ ପ୍ରସିଦ୍ଧି ଲାଭ କରିଥିଲା ?
Answer:
ଚେର
Question 18.
ଚେରମାନେ ସେମାନଙ୍କର ବାଣିଜ୍ୟ କାରବାର ପାଇଁ କେଉଁ ଦୁଇଟି ସ୍ଥାନରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ?
Answer:
ରୋମ ଓ ପଶ୍ଚିମ ଏସିଆ
Question 19.
ପାଣ୍ଡ୍ ରାଜବଂଶର ରାଜଧାନୀ କେଉଁଠାରେ ଅବସ୍ଥିତ ଥିଲା ?
Answer:
ମଦୁରାଇ
Question 20.
‘ଇଣ୍ଡିକା’ ପୁସ୍ତକ କିଏ ରଚନା କରିଥିଲେ ?
Answer:
ମେଗାସ୍ଥିନିସ୍
ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
କେଉଁ ବଂଶର ଜଣେ ବିଧବା ନାରୀ ଅଶ୍ଵମେଧ ଯଜ୍ଞ କରାଇଥିଲେ ?
(କ) ଚୋଳ
(ଖ) ଚେର
(ଗ) ପାଣ୍ଡ୍
(ଘ) ସାତବାହନ
Answer:
(ଘ) ସାତବାହନ
Question 2.
ସାତବାହନମାନେ କେଉଁ ଦେବତାଙ୍କୁ ନିଷ୍ଠାପର ଭାବରେ ଭର୍ତ୍ତି କରୁଥିଲେ ?
(କ) କୈଳାସପତି
(ଖ) ସୂର୍ଯ୍ୟ
(ଗ) ବାସୁଦେବ
(ଘ) ଚନ୍ଦ୍ରଶେଖର
Answer:
(ଗ) ବାସୁଦେବ
Question 3.
କାର୍ଲାଗୁମ୍ଫା ମହାରାଷ୍ଟ୍ରର କେଉଁ ସ୍ଥାନ ନିକଟରେ ସନ୍ନ୍ୟାସୀମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା ?
(କ) ଲୋନାଭାଲ
(ଖ) ସୋନାଭାଲ
(ଗ) କୋଟାଭାଲ
(ଘ) ଲାଲସୋନା
Answer:
(କ) ଲୋନାଭାଲ
Question 4.
ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ କେଉଁ ରାଜବଂଶ ଅଧୀନରେ କଳିଙ୍ଗ ଏକ ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଥିଲା ?
(କ) ଚୋଳ
(ଖ) ପାଣ୍ଡ୍
(ଗ) ସାତବାହନ
(ଘ) ଚେଦୀ
Answer:
(ଘ) ଚେଦୀ
Question 5.
ଚେଦୀ ବଂଶର ପ୍ରମୁଖ ରାଜା କିଏ ଥିଲେ ବୋଲି ତୁମେ ଇତିହାସରୁ ଜାଣିଛ ?
(କ) କରିକାଳ
(ଖ) କୃଷ୍ଣଦେବ ରାୟ
(ଗ) ଖାରବେଳ
(ଘ) ସାତକଣ୍ଠି
Answer:
(ଗ) ଖାରବେଳ
Question 6.
ଓଡ଼ିଶାର କେଉଁ ସ୍ଥାନରେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଦେଖିବାକୁ ମିଳିଥାଏ ?
(କ) କଟକ
(ଖ) ଢେଙ୍କାନାଳ
(ଗ) ଭୁବନେଶ୍ୱର
(ଘ) ପୁରୀ
Answer:
(ଗ) ଭୁବନେଶ୍ୱର
Question 7.
ରାମାୟଣର କାହାଣୀ କେଉଁ ଗୁମ୍ଫାର କାନ୍ଥରେ ଖୋଦିତ, ହୋଇଥିଲା ?
(କ) ଯୋଗୀମଠ ଗୁମ୍ଫା
(ଖ) ଲଳିତଗିରି ଗୁମ୍ଫା
(ଗ) ହାତୀଗୁମ୍ଫା
(ଘ), ଚଣ୍ଡିଖୋଲ
Answer:
(ଗ) ହାତୀଗୁମ୍ଫା
Question 8.
ସମ୍ରାଟ ଖାରବେଳଙ୍କ ରାଜତ୍ଵକାଳରେ କେଉଁ ଲିପି ବ୍ୟବହୃତ ହେଉଥିଲା ?
(କ) ପାଲି
(ଖ) ପ୍ରାକୃତ
(ଗ) ସଂସ୍କୃତ
(ଘ) ବ୍ରାହ୍ମୀ
Answer:
(ଘ) ବ୍ରାହ୍ମୀ
Question 9.
ସନ୍ନ୍ୟାସୀ ଏବଂ ଜ୍ଞାନୀମାନଙ୍କୁ ନେଇ କେଉଁ ସମ୍ରାଟ ‘ସାଧୁ-ସନ୍ଥ ପରିଷଦ’ ଗଠନ କରିଥିଲେ ?
(କ) ସାତକଣ୍ଠି
(ଖ) ଅଶୋକ
(ଗ) ଖାରବେଳ
(ଘ) ପୁଷ୍ୟାମିତ୍ର ଶୁଙ୍ଗ
Answer:
(ଗ) ଖାରବେଳ
Question 10.
ଦକ୍ଷିଣଭାରତରେ ସଙ୍ଗମ କବିତାଗୁଡ଼ିକ କେଉଁ ବ୍ୟକ୍ତିଗତ ଭାବନାକୁ ନେଇ ରଚନା କରାଯାଉଥିଲା ?
(କ) ବୀରତ୍ଵ ଓ ଉଦାରତା
(ଗ) ସାହସିକତା ଓ ଧୈର୍ଯ୍ୟ
(ଖ) କାରୁଣ୍ୟ ଓ ଉଦାରତା
(ଘ) କଳ୍ପନିକ ଓ ପାରମ୍ପରିକ
Answer:
(କ) ବୀରତ୍ଵ ଓ ଉଦାରତା
Question 11.
ଚୋଳବଂଶର କେଉଁ ରାଜା ଚେର ଓ ପାଣ୍ଡର ମିଳିତ ଶକ୍ତିକୁ ପରାସ୍ତ କରି ନିଜର ଆଧୂପତ୍ୟ ବିସ୍ତାର କରିଥିଲେ ?
(କ) ହରିତାଳ
(ଖ) କରିକାଳ
(ଗ) କରତାଳ
(ଘ) କଳିକାଳ
Answer:
(ଖ) କରିକାଳ
Question 12.
କାବେରୀ ନଦୀର ତ୍ରିକୋଣଭୂମିକୁ କ’ଣ କୁହାଯାଉଥିଲା ?
(କ) ଦକ୍ଷିଣର ଭାତହାଣ୍ଡି
(ଖ) ଦକ୍ଷିଣର ଧାନମଣ୍ଡି
(ଗ)ଽଦକ୍ଷିଣର ଧାନହାଣ୍ଡି
(ଘ) ଦକ୍ଷିଣର ସୁନାହୁଣ୍ଡି
Answer:
(ଗ)ଽଦକ୍ଷିଣର ଧାନହାଣ୍ଡି
Question 13.
ଭଞ୍ଜି କେଉଁ ରାଜବଂଶର ରାଜଧାନୀ ଥିଲା ?
(କ) ଚୋଳ ରାଜବଂଶ
(ଖ) ପାଠ୍ୟ ରାଜବଂଶ
(ଗ) ସାତବାହନ ରାଜବଂଶ
(ଘ) ଚେର ରାଜବଂଶ
Answer:
(ଘ) ଚେର ରାଜବଂଶ
ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
Question 1.
ମଧ୍ୟପ୍ରଦେଶର ______________ ନିକଟରେ ହେଲିଓଡ଼ୋରସ୍ ସ୍ତମ୍ଭ ଅବସ୍ଥିତ । (ବିଦିଶା, ଭେଲୁର, ୱାର୍ଦ୍ଧା, ମଦୁରାଇ)
Answer:
ବିଦିଶା
![]()
Question 2.
_________ ଙ୍କୁ ଦେବତାମାନଙ୍କ ଦେବତା କୁହାଯାଇଥାଏ । (ମହାଦେବ, ବ୍ରହ୍ମା, ଈଶ୍ଵର, ବାସୁଦେବ)
Answer:
ବାସୁଦେବ
Question 3.
କୁଶାଣମାନେ ମଧ୍ୟ ଏସିଆରୁ ଆସି ସମ୍ଭବତଃ _________ ଶତାବ୍ଦୀ ବେଳକୁ ଭାରତରେ ପ୍ରବେଶ କରିଥିଲେ । (ତୃତୀୟ, ପ୍ରଥମ, ଦ୍ଵିତୀୟ, ଚତୁର୍ଥ)
Answer:
ଦ୍ଵିତୀୟ
Question 4.
__________ ଙ୍କୁ ମହାରାଜା ରାଜାଧ୍ଵରାଜ ଦେବପୁତ୍ର କୁହାଯାଉଥିଲା । (ଖାରବେଳ, କନିଷ୍ଠ, ଆଲେକଜାଣ୍ଡାର, ଅଶୋକ)
Answer:
କନିଷ୍କ
Question 5.
ସିଲ୍କ ପଥର (Silk Rout) ଏକ ଗୁରୁତ୍ଵପୂର୍ଣ୍ଣ ଅଂଶକୁ _________ ମାନେ ନିଜ ଅଧୀନରେ ରଖୁଥିଲେ ।
(ଚୋଳ, ଚେର, କୁଶାଣ, ଇଣ୍ଡୋଆରିଆନ)
Answer:
କୁଶାଣ
Question 6.
ଭାରତୀୟ ଓ ଗ୍ରୀକ୍ କଳାର ମିଶ୍ରଣରେ __________ ଶିଳ୍ପକଳା ସୃଷ୍ଟି ହୋଇଥିଲା ।
(ରୋମାନ, ଗାନ୍ଧାର, କଳିଙ୍ଗ, କୁଶାଣ)
Answer:
ଗାନ୍ଧାର
Question 7.
‘ବିଭିନ୍ନତା ମଧ୍ଯରେ ଏକତା’ ___________ ଦେଶର ସଂସ୍କୃତିର ଏକ ବୈଶିଷ୍ଟ୍ୟ ଅଟେ ।
(ରୋମ, ଇଟାଲୀ, ଭାରତ, ଇଂଲଣ୍ଡ)
Answer:
ଭାରତ
Question 8.
_________ ଙ୍କୁ ଧନର ଦେବତା କୁହାଯାଇଥାଏ। (ବିଷ୍ଣୁ, ଶିବ, ବ୍ରହ୍ମା, କୁବେର)
Answer:
କୁବେର
Question 9.
‘ସଙ୍ଗମ’ଶବ୍ଦଟି _________ ଭାଷା‘‘ସଂଘ’ ଶବ୍ଦରୁ ଆନୀତ । (ସଂସ୍କୃତ, ପ୍ରାକୃତ, ଆରବୀ, ହିନ୍ଦୀ)
Answer:
ସଂସ୍କୃତ
Question 10.
ନିଜକୁ ଶକ୍ତିଶାଳୀ ଶାସକରୂପେ ପ୍ରତିଷ୍ଠା କରିବାପାଇଁ ________ ‘‘ଅଶ୍ଵମେଧ ଯଜ୍ଞ’ କରାଇଥିଲେ । (ଅଶୋକ, ଖାରବେଳ, ପୁଷ୍ୟାମିତ୍ର ଶୁଙ୍ଗ, ଆଲେକ୍ଜାଣ୍ଡାର)
Answer:
ପୁଷ୍ୟାମିତ୍ର ଶୁଙ୍ଗ
Question 11.
ମହିର୍ଷି ପତଞ୍ଜଳି ______________ ଶାସ୍ତ୍ର ରଚନା କରିଥିଲେ । (ଅଷ୍ଟାଙ୍ଗ ଶାସ୍ତ୍ର, ପଞ୍ଚତନ୍ତ୍ର, ଯୋଗବିଜ୍ଞାନ, ଯୋଗସୂତ୍ର)
Answer:
ଯୋଗସୂତ୍ର
Question 12.
ଗ୍ରୀକ୍ ରାଜତ୍ଵକାଳରେ ପାନିଆଗୁଡ଼ିକ _____________ ରେ ତିଆରି ହୋଇଥିଲା । (ହରିଣ ଶିଙ୍ଘ, ହାତୀଦାନ୍ତ, କାଠ, ରୂପା)
Answer:
ହାତୀଦାନ୍ତ
Question 13.
ବର୍ତ୍ତମାନର ଆନ୍ଧ୍ରପ୍ରଦେଶରେ ___________ ମାନେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।
(ସାତବାହନ, ଚୋଳ, ଚେର, ପାଣ୍ଡ୍)
Answer:
ସାତବାହନ
Question 14.
ସାତବାହନମାନଙ୍କ ଶାସନକାଳରେ ପ୍ରଚଳିତ ମୁଦ୍ରାରେ _____________ ଚିତ୍ର ଖୋଦିତ ହୋଇଥିଲା । (ବିଷ୍ଣୁଙ୍କର, ଲକ୍ଷ୍ମୀଙ୍କର, ଜାହାଜର, ବାଘର)
Answer:
ଜାହାଜର ଚିତ୍ର
Question 15.
ସାତବାହନ ପରମ୍ପରାରେ ରାଜକୁମାରମାନଙ୍କୁ _____________ ନାମ ସୂକ୍ତକରି ନାମିତ କରାଯାଉଥିଲା ।
(ପିତା, ମାତା, କନ୍ୟା, ପୂତ୍ର)
Answer:
ମାତା
ସ୍ତମ୍ଭ ମିଳନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଚେଦୀ | ମାଛ ଚିତ୍ର |
| ଚେର | ବ୍ରାହ୍ମୀଲିପି |
| ପାଣ୍ଡ୍ଯ | ତାମିଲ |
| ଚୋଳ | ଧନୁ ଓ ତୀର |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଚେଦୀ | ବ୍ରାହ୍ମୀ ଲିପି |
| ଚେର | ଧନୁ ଓ ତୀର |
| ପାଣ୍ଡ୍ଯ | ମାଛ ଚିତ୍ର |
| ଚୋଳ | ବାଘର ଚିତ୍ର |
| ସଙ୍ଗମ ସାହିତ୍ୟ | ତାମିଲ |
![]()
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଅଶ୍ଵମେଧ ଯଜ୍ଞ | ଯୋଗସୂତ୍ର |
| ମେଗାସ୍ଥିନିସ୍ | କରିକାଳ |
| ସନ୍ନ୍ୟାସୀ ରାଜା | ମହର୍ଷି ପତଞ୍ଜଳି |
| ଚୋଳ ରାଜା | ଖାରବେଳ |
| ଇଣ୍ଡିକା ପୁସ୍ତକ | ପୁଷ୍ୟାମିତ୍ର ଶୃଙ୍ଗ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଅଶ୍ଵମେଧ ଯଜ୍ଞ | ପୁଷ୍ୟାମିତ୍ର ଶୁଙ୍ଗ |
| ଯୋଗସୂତ୍ର | ମହର୍ଷି ପତଞ୍ଜଳି |
| ସନ୍ନ୍ୟାସୀ ରାଜା | ଖାରବେଳ |
| ଚୋଳ ରାଜା | କରିକାଳ |
| ଇଣ୍ଡିକା ପୁସ୍ତକ | ମେଗାସ୍ଥିନିସ୍ |
Question 3.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| କାର୍ଲାଗୁମ୍ଫା | ପୁନେ |
| ହାତୀଗୁମ୍ଫା | ମଧ୍ୟପ୍ରଦେଶ |
| କାଲାନାଇ | ମହାରାଷ୍ଟ୍ର |
| ହେଲି ଓଡୋରସ୍ | ଓଡ଼ିଶା |
| ନାନେ ଘାଟ ଗୁମ୍ଫା | ତାମିଲନାଡୁ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| କାର୍ଲା ଗୁମ୍ଫା | ମହାରାଷ୍ଟ୍ର |
| ହାତୀ ଗୁମ୍ଫା | ଓଡ଼ିଶା |
| କାଲାନାଇ | ତାମିଲନାଡୁ |
| ହେଲି ଓଡୋରସ୍ | ମଧ୍ୟପ୍ରଦେଶ |
| ନାନେଘାଟ ଗୁମ୍ଫା | ପୁନେ |
Question 4.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଶୁଙ୍ଗ ରାଜବଂଶ | ଖାରବେଳ |
| ସାତବାହନ ରାଜବଂଶ | କନିଷ୍ଠ |
| ଚେଦୀ ରାଜବଂଶ | କରିକାଳ |
| ଚୋଳ ରାଜବଂଶ | ଗୌତମୀ ପୁତ୍ର ସାତକଣ୍ଠି |
| କୁଶାଣ ରାଜବଂଶ | ପୁଷ୍ଯମିତ୍ର ଶୁଙ୍ଗ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଶୁଙ୍ଗ ରାଜବଂଶ | ‘ପୁଷ୍ୟାମିତ୍ର ଶୁଙ୍ଗ |
| ସାତବାହନ ରାଜବଂଶ | ଗୌଡମୀପୁତ୍ର ସାତକଣ୍ଠି |
| ଚେଦୀ ରାଜବଂଶ | ଖାରବେଳ |
| ଚୋଳ ରାଜବଂଶ | କରିକାଳ |
| କୁଶୀଣ ରାଜବଂଶ | କନିଷ୍କ |
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
‘‘ନିରନ୍ତର ଜୀବନଧାରା ଏବଂ ପୁନର୍ଜୀବନର ଏକ ଗୁରୁତ୍ଵପୂର୍ଣ ଶକ୍ତିଦ୍ଵାରା ଏହି ଭୂମି ଅସଂଖ୍ୟ ରୂପାନ୍ତର ମଧ୍ୟରେ ନିଜକୁ ପୁନଃ ସଙ୍ଗଠିତ କରିଛି ।’’ ଏକଥା କିଏ କେବେ କହିଥିଲେ ?
Answer:
- “ ‘ନିରନ୍ତର ଜୀବନଧାରା ଏବଂ ପୁନର୍ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଶକ୍ତିଦ୍ଵାରା ଏହି ଭୂମି ଅସଂଖ୍ୟ ରୂପାନ୍ତର ମଧ୍ୟରେ ନିଜକୁ ପୁନଃସଙ୍ଗଠିତ କରିଛି ।’’ ଏକଥା ଜଗଦୀଶ ଚନ୍ଦ୍ର ବୋଷ କହିଥିଲେ ।
- ସେ ୧୯୧୭ ମସିହାରେ ପ୍ରକାଶ ପାଇଥିବା ଏକ ପୁସ୍ତକରେ ଏହା ପ୍ରକାଶ କରିଥିଲେ ।
![]()
Question 2.
କେବେ ଓ କେଉଁ ଘଟଣାଟି ମୌର୍ଯ୍ୟ ଶାସନରେ ଏକ ପୂର୍ଣ୍ଣଚ୍ଛେଦ ପକାଇଥୁଲା ?
Answer:
- ମୌର୍ଯ୍ୟ ସାମ୍ରାଜ୍ୟର ଶେଷ ଶାସକଙ୍କୁ ସମ୍ଭବତଃ ଖ୍ରୀ.ପୂ. ୧୮୫ରେ ତାଙ୍କ ସେନାଧ୍ୟକ୍ଷ ପୁଷ୍ୟାମିତ୍ର ଶୁଙ୍ଗ ହତ୍ୟା କରିଥିଲେ ।
- ଏହି ଘଟଣାଟି ମୌର୍ଯ୍ୟ ଶାସନରେ ଏକ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।
Question 3.
ଭାରତୀୟ ଉପମହାଦେଶ ମଧ୍ୟରେ ଥିବା ଓ ବାହାରୁ ଆସିଥିବା ରାଜବଂଶଗୁଡ଼ିକର ନାମ ଲେଖ ।
Answer:
- ଭାରତୀୟ ଉପମହାଦେଶ ମଧ୍ୟରେ ଥିବା ରାଜବଂଶଗୁଡ଼ିକ ହେଲା- ଶୁଙ୍ଗ, ଚେଦୀ, ସାତବାହନ, ଚୋଳ, ଚେର ଓ ପାଶ୍ୟ ।
- ବାହାରୁ ଆସିଥିବା ରାଜବଂଶଗୁଡ଼ିକ ହେଲା- ଇଣ୍ଡୋ-ଗ୍ରୀକ୍, ଶକ ଓ କୁଶାଣ ।
Question 4.
ଶୁଙ୍ଗବଂଶର ଉତ୍ଥାନ କିଏ ଓ କିପରି କରାଇଥିଲେ ?
Answer:
- ଶୁଙ୍ଗବଂଶର ପ୍ରତିଷ୍ଠାତା ଥିଲେ ପୁଷ୍ୟାମିତ୍ର ଶୁଙ୍ଗ । ସେ ଉତ୍ତର ଓ ମଧ୍ୟ ଭାରତର କିଛି ଅଂଶରେ ଶାସନ କରିଥିଲେ ।
- ସେ ନିଜକୁ ସବୁଠାରୁ ଶକ୍ତିଶାଳୀ ଶାସକରୂପେ ପ୍ରତିଷ୍ଠା କରିବାପାଇଁ ‘ଅଶ୍ୱମେଧ ଯଜ୍ଞ’’ର ଆୟୋଜନ କରିଥିଲେ ।
Question 5.
ବର୍ତ୍ତମାନର କେଉଁସବୁ ରାଜ୍ୟମାନଙ୍କରେ ସାତବାହନ ବଂଶ ଶାସନ କରୁଥିଲେ ? ସେମାନଙ୍କର ରାଜଧାନୀ ଭାବେ କେଉଁ ସ୍ଥାନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ?
Answer:
- ବର୍ତ୍ତମାନର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ର ରାଜ୍ୟମାନଙ୍କରେ ସାତବାହନ ବଂଶର ରାଜାମାନେ ଶାସନ କରିଥିଲେ ।
- ସେମାନେ ସେତେବେଳେ ଅମରାବତୀ ଓ ପ୍ରତିଷ୍ଠାନକୁ ନିଜର ରାଜଧାନୀ ଭାବରେ ଅଧ୍ଵ ଗୁରୁତ୍ଵ ପ୍ରଦାନ କରୁଥିଲେ ।
Question 6.
ଚେଦୀ ବଂଶର ପ୍ରମୁଖ ରାଜା କିଏ ଥିଲେ ? ସେହି ସମୟରେ ତାଙ୍କୁ କ’ଣ ବୋଲି ସମ୍ବୋଧନ କରାଯାଉଥିଲା ?
Answer:
- ଚେଦୀ ବଂଶର ପ୍ରମୁଖ ରାଜା ଥିଲେ ଖାରବେଳ । ସେ ଜୈନ ଧର୍ମର ଏକ ନିଷ୍ଠାପର ଅନୁଗାମୀ ଥିଲେ ।
- ସେହି ସମୟରେ ତାଙ୍କୁ ‘ଭିକ୍ଷୁରାଜା’ ବା ‘ସନ୍ନ୍ୟାସୀରାଜା’ ବୋଲି ସମ୍ବୋଧନ କରାଯାଇଥିଲା ।
Question 7.
କେଉଁ ତିନିଗୋଟି ରାଜବଂଶର ସମଷ୍ଟିକୁ ସଙ୍ଗମ କୁହାଯାଉଥିଲା ? ସେମାନଙ୍କର ଅଭ୍ୟୁଦୟ କେଁବେ ହୋଇଥିଲା ?
Answer:
- ସଙ୍ଗମ ତିନିଗୋଟି ରାଜବଂଶର ସମଷ୍ଟିକୁ ବୁଝାଇଥାଏ, ଯଥା- ଚୋଳ, ଚେର ସ ପାର୍ଶ୍ଵ ।
- ଖ୍ରୀ.ପୂ. ଦ୍ଵିତୀୟ କିମ୍ବା ତୃତୀୟ ଶତାବ୍ଦୀ ଓ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ମଧ୍ଯରେ ସେମାନଙ୍କର ଅଭ୍ୟୁଦୟ ହୋଇଥିଲା ।
Question 8.
ପାଣ୍ଡୀ ରାଜବଂଶ କେବେ କେଉଁଠାରେ ଶାସନ କରୁଥିଲେ ?
Answer:
- ଅନେକ ଶତାବ୍ଦୀ ପୂର୍ବରୁ ପାଶ୍ୟମାନେ ତାମିଲନାଡୁର କିଛି ଅଂଶ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ସେମାନଙ୍କ ରାଜଧାନୀ ମଦୁରାଇରୁ ଶାସନ କରୁଥିଲେ ।
- ମେଗାସ୍ଥିନିସ୍ ତାଙ୍କ ପୁସ୍ତକ ଇଣ୍ଡିକାରେ ଏହି ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟ ବୋଲି ଉଲ୍ଲେଖ କରିଥିଲେ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଚେର ରାଜବଂଶର ତିନିଗୋଟି ମୁଖ୍ୟ କାର୍ଯ୍ୟ ଉଲ୍ଲେଖ କର ଯାହାକି ତାଙ୍କୁ ଇତିହାସରେ ସ୍ଥାନ ଦେଇଥୁଲା ?
Answer:
(i) ଚେର ରାଜବଂଶ ତାମିଲନାଡୁର ପଶ୍ଚିମାଞ୍ଚଳରେ କେରଳପୁତ୍ର ନାମରେ ପ୍ରସିଦ୍ଧି ଲାଭ କରିଥିଲା । ଭଞ୍ଜି ସେମାନଙ୍କର ରାଜଧାନୀ ଥିଲା ବର୍ତ୍ତମାନ ଯାହା କରୁର୍ ନାମରେ ପରିଚିତ ।
(ii) ସେମାନେ ସେହି ଅଞ୍ଚଳର ସାଂସ୍କୃତିକ ଓ ଅର୍ଥନୈତିକ ଉନ୍ନତ ଆଣିବାରେ ବିଶେଷ ସହାୟକ ହୋଇଥିଲେ ।
(iii) ସଙ୍ଗମ କବିମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
![]()
Question 2.
ପାଠ୍ୟ ରାଜବଂଶ କେବେ, କେଉଁଠାରେ ଶାସନ କରୁଥିଲେ, ସେମାନଙ୍କର ଶାସନ ଓ ବାଣିଜ୍ୟ ବ୍ୟବସ୍ଥା କିପରି ଥୁଲା ?
Answer:
(i) ଅନେକ ଶତାବ୍ଦୀ ପୂର୍ବରୁ ପାଶ୍ୟମାନେ ତାମିଲନାଡୁର କିଛି ଅଂଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଶାସନ କରୁଥିଲେ ଓ ମଦୁରାଇ ସେମାନଙ୍କର ରାଜଧାନୀ ଥିଲା ।
(ii) ମେଗାସ୍ଥିନିସ୍ ତାଙ୍କ ଇଣ୍ଡିକା ପୁସ୍ତକରେ ପାଣ୍ଡ ସାମ୍ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟ ଭାବରେ ବର୍ଣ୍ଣନା କରିଥିଲେ । ପାଶ୍ୟମାନେ ଏକ ଦୃଢ଼ ଶାସନ ବ୍ୟବସ୍ଥା ଲୋକମାନଙ୍କୁ ପ୍ରଦାନ କରିଥିଲେ ।
(iii) ସେମାନେ ସୁଦୂର ଗ୍ରୀକ୍ ଓ ରୋମ ସାମ୍ରାଜ୍ୟ ସହ ଏକ ସକ୍ରିୟ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ଖାରବେଳ ତାଙ୍କ ଶାସନ ସମୟରେ ପାଣ୍ଡରାଜ୍ୟରୁ ଶହ ଶହ ମୋତି ଆଣିଥିଲେ ବୋଲି ସୂଚନା ମିଳିଥାଏ ।
Question 3.
ମଧ୍ୟପ୍ରଦେଶର ହେଲିଓଡୋରସ ସ୍ତମ୍ଭ ଇଣ୍ଡୋ-ଗ୍ରୀକ୍ମାନଙ୍କ କେଉଁସବୁ ସୂଚନା ପ୍ରଦାନ କରିଥାଏ ?
Answer:
(i) ମଧ୍ୟପ୍ରଦେଶର ବିଦିଶା ନିକଟସ୍ଥ ହେଲି ଓଡୋରସ୍ ସ୍ତମ୍ଭ ଇଣ୍ଡୋ-ଗ୍ରୀକ୍ମାନଙ୍କର ସାଂସ୍କୃତିକ ଭିତ୍ତିଭୂମିର ସୂଚନା ପ୍ରଦାନ କରିଥାଏ ।
(ii) ଏହି ସ୍ତମ୍ଭଟି ଜଣେ ଇଣ୍ଡୋ-ଗ୍ରୀକ୍ ରାଜଦୂତଙ୍କ ନାମରେ ନାମିତ ହୋଇଥିଲା । ଯିଏ ନିଜର ଅଭିଲେଖରେ ବାସୁଦେବଙ୍କୁ ‘ଦେବତାମାନଙ୍କ ଦେବତା’ କହି ପ୍ରଶଂସା କରିଛନ୍ତି ।
(iii) ଏହି ଅଭିଲେଖ ତିନିଗୋଟି ଚିରନ୍ତନ ନିୟମ ଯଥା- ଆତ୍ମସଂଯମ, ଦାନ ଏବଂ ଚେତନା ସମ୍ପର୍କରେ ପ୍ରକାଶ କରେ ଯାହା ମଣିଷକୁ ସ୍ଵର୍ଗ ଆଡ଼କୁ ନେଇଯିବାକୁ ସମର୍ଥ କରାଏ ।
Question 4.
ଗାନ୍ଧାର ଶିଳ୍ପକଳା କହିଲେ କ’ଣ ବୁଝ ? ଏହା କେଉଁମାନଙ୍କ ଶାସନ କାଳରେ ଓ କିପରି ପ୍ରସିଦ୍ଧି ଲାଭ କରିପାରିଥିଲା ?
Answer:
(i) ଗାନ୍ଧାର ଶିଳ୍ପକଳା ବିଶେଷକରି କୁଶାଣମାନଙ୍କ ଶାସନକାଳରେ ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଇଥାଏ । ଏହାର ଅଭ୍ୟୁଦୟ ପଶ୍ଚିମ୍ ପଞ୍ଜାବର ହୋଇଥିଲା, ଯାହା ଗ୍ରୀକ୍-ରୋମାନ୍ ଉପାଦାନଗୁଡ଼ିକୁ ଭାରତୀୟ ଶିଳ୍ପ ବୈଶିଷ୍ଟ୍ୟ ସହ ଯୋଡ଼ି ଥିଲା ।
(ii) ଏହି ଶୈଳୀର ଅଧିକାଂଶ ମୂର୍ତ୍ତି ଏବଂ କଳାକୃତି ଧୂସର-କଳା ଚିଷ୍ଟ ପଥରରେ ନିଖୁଣ ଭାବେ ଖୋଦିତ ହୋଇଥିଲା ।
(iii) ବିଶେଷତଃ ମୂର୍ତ୍ତିକାରମାନେ ବାସ୍ତବବାଦୀ ଶରୀର ଗଠନ ଓ ସ୍ଵତନ୍ତ୍ରଭାବେ ଉତ୍ସବ ସମ୍ପର୍କିତ ଲମ୍ବା ପୋଷାକ ସହିତ ନିଖୁଣ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିପାରୁଥିଲେ । କନିଷ୍କଙ୍କର ମସ୍ତକ ବିହୀନ ଏକ ବିଶାଳ ମୂର୍ତ୍ତି ଗାନ୍ଧାର ଶିଳ୍ପକଳାର ନିଦର୍ଶନ ଭାବରେ ଦେଖୁବାକୁ ମିଳିଥାଏ ।
Question 5.
ମଥୁରା ଶିଳ୍ପକଳା କାହିଁକି ସ୍ଵତନ୍ତ୍ର ଭାବରେ ଭାରତୀୟ ଶୈଳୀ ପାଇଁ ପ୍ରସିଦ୍ଧି ଲାଭ କରିଥିଲା ?
Answer:
(i) ମଥୁରା ଶିଳ୍ପକଳା ଆଧୁନିକ ଉତ୍ତର ପ୍ରଦେଶର ମଥୁରା ଅଞ୍ଚଳରେ ଗଢ଼ିଉଠିଥିଲା ଏବଂ ଏହା ନିଜର ସ୍ଵତନ୍ତ୍ର ଭାରତୀୟ ଶୈଳୀ ପାଇଁ ପ୍ରସିଦ୍ଧ ଥିଲା ।
(ii) ଗାନ୍ଧାର ଶୈଳୀ ଭଳି ପ୍ରଥମେ ଏହି ଶୈଳୀରେ ମଧ୍ଯ ନାଲିଆ ବାଲି ପଥର ବ୍ୟବହାର ହେଉଥିଲା ଏବଂ ଗ୍ରୀକ୍-ରୋମାନ ଶୈଳୀର ପ୍ରଭାବ କମ୍ ପ୍ରତିଫଳିତ ହୋଇଥିଲା ।
(iii) ଏହି ଚିତ୍ରକଳା ଭାରତୀୟ ଦେବଦେବୀ ଯଥା- କୁବେର, ଲକ୍ଷ୍ମୀ, ଶିବ, ବୃଦ୍ଧ, ଯକ୍ଷ ଏବଂ ଯକ୍ଷିଣୀ ଚିତ୍ରକଳା ପ୍ରଦର୍ଶନ ପାଇଁ ପ୍ରସିଦ୍ଧ ଥିଲା ଏବଂ ସୁନ୍ଦର ଭଙ୍ଗୀ ସହ ଅବୟବ ମୂର୍ତ୍ତି ପ୍ରସ୍ତୁତ କରାଯାଇଥିଲା ।
ଦୀର୍ଘ ଉତ୍ତର୍ମୂଳକ ପ୍ରଶ୍ନୋତ୍ତର
Question 1.
ଭାରତରେ କଳିଙ୍ଗ ସାମ୍ରାଜ୍ୟ ସ୍ଥାପନ କରିଥିବା ଚେଦୀ ରାଜବଂଶର କୃତିତ୍ଵଗୁଡ଼ିକ ବର୍ଣ୍ଣନା କର ।
Answer:
(i) ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ଭାରତରେ ଚେଦୀ ରାଜବଂଶ ଅଧୀନରେ କଳିଙ୍ଗ ଏକ ପ୍ରମୁଖ ଶକ୍ତିଶାଳୀ ରାଜା ଭାବରେ ମୁଣ୍ଡ ଟେକିଥିଲା ।
(ii) ସେହି ବଂଶର ଜଣେ ପ୍ରମୁଖ ରାଜା ଥିଲେ ଖାରବେଳ । ସେ ଥିଲେ । ଅନେକ ସମୟରେ ଲୋକମାନେ ତାଙ୍କୁ ‘ଭିକ୍ଷୁରାଜା’ ବା ଜୈନ ସନ୍ନ୍ୟାସୀମାନଙ୍କ ପାଇଁ ସେ ଭୁବନେଶ୍ଵର ନିକଟବର୍ତ୍ତୀ ଅନେକଗୁଡ଼ିଏ ଗୁମ୍ଫା ନିର୍ମାଣ କରିଥିଲେ । ଜୈନ ଧର୍ମର ଜଣେ ନିଷ୍ଠାପର ଅନୁଗାମୀ ‘ସନ୍ୟାସଙ୍କ ରାଜା’ ବୋଲି କହୁଥିଲେ । ଖଣ୍ଡଗିରି ଓ ଉଦୟଗିରି ପାହାଡରେ
(iii) ସେହି ଗୁମ୍ଫାମାନଙ୍କ ମଧ୍ୟରୁ ଗୋଟିଏ ଥିଲା ହାତୀଗୁମ୍ଫା । ଏଥିରେ ବ୍ରାହ୍ମୀ ଲିପିରେ ସମ୍ରାଟ ଖାରବେଳଙ୍କ ରାଜତ୍ଵର ବର୍ଷବର୍ଷର ସଫଳତାର ଗୁଣଗାନ କରାଯାଇଛି । ତାଙ୍କ ରାଜତ୍ଵ କାଳରେ ପ୍ରଥମ କରି ପଥର ଖୋଦେଇ କାମ ଆରମ୍ଭ ହୋଇଥିଲା ।
(iv) ସେ ଏକ ଶହ ଅଞ୍ଚଳରେ ସନ୍ନ୍ୟାସୀ ଓ ଜ୍ଞାନୀମାନଙ୍କୁ ନେଇ ଏକ ‘ସାଧୁ-ସନ୍ଥ ପରିଷଦ’ ଗଠନ କରିଥିଲେ, ଯାହାକି ତାଙ୍କର ଧର୍ମଭାବନାର ପରିଚୟ ପ୍ରଦାନ କରିଥାଏ ।
(v) ସେ ଅନେକ ସୁଗୁଣର ଅଧିକାରୀ ଥିଲେ । ସେ ସମସ୍ତ ବିଚାରଧାରାକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ପ୍ରତ୍ୟେକ ମନ୍ଦିରର ମରାମତି କାର୍ଯ୍ୟ କରାଇଥିଲେ । ସମସ୍ତ ପ୍ରକାର ଗ୍ରନ୍ଥଗୁଡ଼ିକର ସୁରକ୍ଷା ପାଇଁ ବ୍ୟବସ୍ଥା କରି ପ୍ରଶଂସାର ପାତ୍ର ହୋଇପାରିଥିଲେ ।
![]()
Question 2.
ଚୋଳ ରାଜବଂଶ ପ୍ରସିଦ୍ଧ ପ୍ରଜାନୁରଞ୍ଜକ ରାଜା କିଏ ଥିଲେ ? ସେ କେଉଁସବୁ ଜନହିତକର କାର୍ଯ୍ୟପାଇଁ . . . ଗୌରବ ଅଜ୍ଞାନ କରିଥିଲେ ? –
Answer:
(i) ଚୋଳ ରାଜବଂଶର ପ୍ରସିଦ୍ଧ ପ୍ରଜାନୁରଞ୍ଜକ ରାଜା ଥିଲେ କରିକାଳ । ସେ ଚେର ଓ ପାଣ୍ଡର ମିଳିତ ଶକ୍ତିକୁ ପରାସ୍ତ କରି ନିଜର ଆଧୂପତ୍ୟ ବିସ୍ତାର କରିଥିଲେ ।
(ii) ରାଜା କରିକାଳ ଲୋକମାନଙ୍କର ହିତସାଧନ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଥିଲେ । ସେଥିମଧ୍ୟରୁ କାଲାନାଇ ବା ଗ୍ରାଣ୍ଡ ଆନିକଟ ନାମକ ଏକ ଜଟିଳ ଜଳ ବିଭାଜିକା ବ୍ୟବସ୍ଥା ଥିଲା ଅନ୍ୟତମ ।
(iii) ଏହା କାବେରୀ ତ୍ରିକୋଣଭୂମିର କେନ୍ଦ୍ରୀୟ ଓ ଦକ୍ଷିଣ ଭାଗକୁ ଜଳପ୍ରବାହିତ କରିବାରେ ସାହାଯ୍ୟ କରୁଥିଲା । ଯାହାଫଳରେ ସେହି ଅଞ୍ଚଳ ଶସ୍ୟଶ୍ୟାମଳା ହୋଇ ପାରିଥିଲା । ସେଥିପାଇଁ ଏହି ଅଞ୍ଚଳକୁ ‘ଦକ୍ଷିଣିର ଧାନହାଣ୍ଡି’ର ଆଖ୍ୟା ପ୍ରଦାନ କରାଯାଇଥିଲା ।
(iv) ସମୟାନୁକ୍ରମେ ଏହାକୁ ଅନେକ ଥର ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯାଇପାରିଛି । ଏହା ଏବେ ମଧ୍ୟ ବ୍ୟବହାର ଉପଯୋଗୀ କରାଯାଉଛି । ଏହା ତାମିଲନାଡୁର ଲକ୍ଷ ଲକ୍ଷ ଲୋକଙ୍କୁ ଜଳସେଚନ ପାଇଁ ଜଳ ଯୋଗାଇ କୃଷିକୁ ସମୃଦ୍ଧ କରି ଆସୁଅଛି ।
(v) ତାମିଲନାଡୁର ଗ୍ରାଣ୍ଡ ଆନିକଟ ସ୍ମାରକୀ ଉଦ୍ୟାନରେ ରାଜା କରିକାଳଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ତାଙ୍କର କୀର୍ତ୍ତିକୁ ଉଦ୍ଜୀବିତ କରାଯାଇଥିଲା । ବାସ୍ତବରେ ସେ ଜଣେ ଜନହିତକର ରାଜା ଥିଲେ ।
Question 3.
ସାତବାହନ ଶାସନ କାଳରେ ଧାର୍ମିକ ଚିନ୍ତାଧାରାର ପ୍ରତିଫଳନ କିପରି ଦେଖିବାକୁ ମିଳିଥାଏ ? ସଂକ୍ଷେପରେ ଲେଖ ।
Answer:
(i) ସାତବାହନ ଏକ ଶକ୍ତିଶାଳୀ ରାଜବଂଶ ଭାବରେ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ଶାସନ କରୁଥିଲେ । ସେମାନଙ୍କର ପରମ୍ପରାରେ ରାଜକୁମାରମାନଙ୍କୁ ମାତାଙ୍କ ନାମ ଯୁକ୍ତକରି ନାମିତ କରାଯାଇଥିଲା । ଗୌତମୀ ପୁତ୍ର ସାତକର୍ଣ୍ଣି ତାଙ୍କର ମା’ ଗୌତମୀ ବାଳାଶ୍ରୀଙ୍କ ନାମାନୁସାରେ ନାମିତ ହୋଇଥିଲେ ।
(ii) ଗୌତମୀ ବାଳାଶ୍ରୀ ଜଣେ ଶକ୍ତିଶାଳୀ ରାଣୀ ଥିଲେ, ଯିଏ ବୌଦ୍ଧମାନଙ୍କୁ ଅନେକ ଜମି ଦାନ କରିବା ସହିତ ନାସିକ୍ତାରେ ଏକ ଶିଳାଲେଖ ଖୋଦେଇ କରିଥିଲେ ।
(iii) ସାତବାହନ ବଂଶର ଜଣେ ବିଧବା ରାଣୀ ଅଶ୍ଵମେଧ ଯଜ୍ଞ ଭଳି ଅନେକ ବୈଦିକ ଅନୁଷ୍ଠାନ କରାଇଥିଲେ । ରାଣୀମାନଙ୍କଦ୍ଵାରା ପୁରୋହିତ, ଅତିଥୁ, କାରିଗର, ଗବେଷକ ଓ ସାଧୁସନ୍ଥମାନଙ୍କୁ ଜମି, ଗାଈ, ଘୋଡ଼ା, ହାତୀ, ଗୁପାମୁଦ୍ରା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଉଥିଲା ।
(iv) ସାତବାହନମାନେ ବାସୁଦେବ ବା ଶ୍ରୀକୃଷ୍ଣଙ୍କୁ ଖୁବ୍ ଭକ୍ତି କରୁଥିଲେ । ତଥାପି ସେମାନେ ଅନ୍ୟ ଧର୍ମର ଭାବନାକୁ ସମ୍ମାନ କରିବା ସହିତ ବୈଦିକ ଶିକ୍ଷାର୍ଥୀ, ଜୈନ ଏବଂ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ନିଷ୍କର ଜମିଦାନ କରି ଅଧୂକ ସାଧନା ଓ ଜ୍ଞାନର ପରମ୍ପରାକୁ ଉଜ୍ଜୀବିତ କରିବାପାଇଁ ପ୍ରୋତ୍ସାହନ ପ୍ରଦାନ କରୁଥିଲେ ।
(v) ସେମାନେ ମହାରାଷ୍ଟ୍ରର ଲୋନାଭାଲ ନିକଟରେ ‘କାର୍ଲାଗୁମ୍ଫା’ ନିର୍ମାଣ କରାଇ ବୌଦ୍ଧ ସନ୍ୟାସୀମାନଙ୍କୁ ଆଶ୍ରୟ ପ୍ରଦାନ କରିଥିଲେ । ଏହି ସବୁ କାର୍ଯ୍ୟରୁ ସେମାନଙ୍କର ଧର୍ମଭାବନାର ପରିଚୟ ସୁସ୍ପଷ୍ଟ ହୋଇପାରିଛି ।