Go through BSE Odisha Class 6 Science Notes Odia Medium and Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ to understand important concepts and topics more clearly.
6th Class Science Chapter 11 Notes Odia Medium
BSE Odisha Class 6 Science Chapter 11 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :
ପ୍ରକୃତି ଆମର ବଞ୍ଚିବା ପାଇଁ ଆବଶ୍ୟକ ସମ୍ବଳ ପ୍ରଦାନ କରିଥାଏ । ପ୍ରକୃତିରୁ ମିଳୁଥିବା ସମ୍ପଦକୁ ପ୍ରାକୃତିକ ସମ୍ପଦ କୁହାଯାଏ । ବାୟୁ, ଜଳ, ସୌରଶକ୍ତି, ଜଙ୍ଗଲ, ମାଟି, ପଥର, ଖଣିଜ ପଦାର୍ଥ ଓ ଜୀବାଶ୍ମ ଇନ୍ଧନ ଇତ୍ୟାଦି ପ୍ରାକୃତିକ ସମ୍ପଦର ଉଦାହରଣ ଅଟନ୍ତି ।
ପ୍ରକୃତିର ଏହି ସମ୍ପଦ ବିନା ପୃଥିବୀରେ ଜୀବସଭା ସମ୍ଭବ ନୁହେଁ । ଆମେ ସମସ୍ତେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ପ୍ରକୃତି ଉପରେ ନିର୍ଭରଶୀଳ । ଆମେ ପ୍ରକୃତିଠାରୁ ଅନେକ ସମ୍ବଳ ପାଇଥାଉ ଏବଂ ଏହାକୁ ବ୍ୟବହାର କରି ଆମ
ଆବଶ୍ୟକ ଜିନିଷ ତିଆରି କରିଥାଉ ।
ପ୍ରକୃତିର ଅନେକ ସମ୍ପଦ ଅଛି, ଯାହା ଆମ ଜୀବଙ୍କୁ ସମୃଦ୍ଧ କରିଥାଏ । ଶୁଦ୍ଧ ଓ ନିର୍ମଳ ବାୟୁ ଏବଂ ଉର୍ବର ମାଟି ବିଭିନ୍ନ ଜୀବଜନ୍ତୁଙ୍କ ପାଇଁ ସହାୟକ ହୋଇଥାଏ । ସୂର୍ଯ୍ୟକିରଣ ସମସ୍ତ ଜୀବଜନ୍ତୁ, ଉଭିଦ, ବିଭିନ୍ନ ପଶୁ ଓ କୀଟ ପତଙ୍ଗ ପାଇଁ ଉପଯୋଗୀ ହୋଇଥାଏ ।
ଆମେ ବଞ୍ଚିବା ପାଇଁ ଏବଂ ପ୍ରକୃତିର ଏହି ସମ୍ପଦ ବିନା ଜୀବନକୁ ଅଧିକ ଆରାମଦାୟକ କରିବାପାଇଁ ଜଳସମ୍ପଦର ଆବଶ୍ୟକତା ରହିଛି । ପୃଥିବୀରେ ଜୀବ ସଭାସମ୍ଭବ ନୁହେଁ । ଆମେ ପ୍ରକୃତି ଉପରେ ନିର୍ଭରଶୀଳ ।
ଆମେ ପ୍ରାକୃତିକ ସମ୍ପଦକୁ ସଂରକ୍ଷଣ କରିବା ସହ ଏହାକୁ ନଷ୍ଟ ନକରି ଦାୟିତ୍ଵପୂର୍ଣ୍ଣ ଭାବେ ବ୍ୟବହାର କରିବା ଆବଶ୍ୟକ । ଏହାଦ୍ଵାରା ଆମେ ପରିବେଶକୁ କ୍ଷତି ନ ପହଞ୍ଚାଇ ବର୍ତ୍ତମାନର ଆବଶ୍ୟକତାକୁ ପୂରଣ କରିପାରିବା ସହିତ ଭବିଷ୍ୟତ ପାଇଁ ମଧ୍ଯ ସଞ୍ଚୟ କରିପାରିବ ।
![]()
ପୃଥିବୀ ମଣିଷର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ସମ୍ବଳ ଯୋଗାଇଛି, ମଣିଷର ଲୋଭ ମେଣ୍ଟାଇବା ପାଇଁ ନୁହେଁ ।
ମହାତ୍ମା ଗାନ୍ଧୀ
ବାୟୁ
ଗଭୀର ଭାବେ ପ୍ରଶ୍ଵାସ ନେଲେ ଫୁସ୍ଫୁସ୍କୁ ଅଧିକ ପରିମାଣରେ ବିଶୁଦ୍ଧ ବାୟୁ ଯାଇଥାଏ । ଏହାଦ୍ଵାରା ଆମେ ସୁସ୍ଥ ରହୁ । ପ୍ରଶ୍ଵାସ ବାୟୁରେ ଅମ୍ଳଜାନ ରହିଥାଏ । ଏହା ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଅଟେ ।
କାର୍ଯ୍ୟ–୧ : ଆସ ଅନୁଭବ କରିବା
- ଥରେ ଗଭୀର ପ୍ରଶ୍ଵାସ ନିଅ, ଏବଂ ତା’ପରେ ଧୀରେ ଧୀରେ ନିଃଶ୍ଵାସ ଛାଡ଼ ।
- ପୁଣି ଗଭୀର ପ୍ରଶ୍ଵାସ ନିଅ ।
- ଯଥାସମ୍ଭବ ପ୍ରଶ୍ଵାସ ବାୟୁକୁ ଅଟକାଇ ରଖ ଏବଂ ପରେ ଧୀରେ ଧୀରେ ଏହାକୁ ଛାଡ଼ ।
- ତୁମେ ତୁମ ପ୍ରଶ୍ଵାସ ବାୟୁକୁ କେତେ ସମୟ ଅଟକାଇ ରଖୁପାରିବ ?
- ପ୍ରଶ୍ଵାସ ବାୟୁକୁ ଅଟକାଇଲେ କେମିତି ଅନୁଭବ କର ?
- ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶ୍ଵାସ ବାୟୁକୁ ଅଟକାଇ ରଖୁଲେ ଶରୀରର କାର୍ଯ୍ୟ ସମ୍ପାଦନ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳି ନଥାଏ ! ସୁତରାଂ ଆମର ବଞ୍ଚିବା ପାଇଁ ଅମ୍ଳଜାନ ଆବଶ୍ୟକ ଅଟେ । ଏହିପରି ସମସ୍ତ ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ମଧ୍ୟ ଅମ୍ଳଜାନ ଆବଶ୍ୟକ ।

ଖାଦ୍ୟ କିମ୍ବା ପାଣି ବିନା ଆମେ ଅଳ୍ପ କିଛି ଦିନ ବଞ୍ଚିପାରିବା, କିନ୍ତୁ ଅମ୍ଳଜାନ ବିନା ଆମେ କିଛି ମିନିଟ୍ ମଧ୍ୟ ବଞ୍ଚିପାରିବା ନାହିଁ ।
ଉପରୋକ୍ତ ଚିତ୍ରରେ 100 ଟି କ୍ଷୁଦ୍ରାକାର ବର୍ଗକ୍ଷେତ୍ର ରହିଛି । ଏଥିମଧ୍ୟରୁ 78 ଟି ଯବକ୍ଷାରଜାନ, 21 ଟି ଅମ୍ଳଜାନ ଓ ଗୋଟିଏ ଆର୍ଶନ, ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ଗ୍ୟାସ୍ ଦ୍ଵାରା ସୂଚିତ ହୋଇଅଛି ।
![]()
ଶତକଡ଼ା ହେଉଛି 100 ରୁ କେତୋଟି ଅଂଶ ସଂଖ୍ୟା । ଏହାକୁ ‘%’ ଚିହ୍ନ ଦ୍ଵାରା ସୂଚିତ କରାଯାଏ ।
ପୃଥିବୀକୁ ଘେରି ରହିଥିବା ବାୟୁ ବିଭିନ୍ନ ଗ୍ୟାସର ମିଶ୍ରଣ ଅଟେ । ଗତିଶୀଳ ବାୟୁକୁ ପବନ କୁହାଯାଏ । ଏହି ପବନ ଶକ୍ତିକୁ ବ୍ୟବହାର କରି ପବନ କଳଦ୍ଵାରା ଅଟାକଳ ଚଳାଇବା, କୂଅରୁ ପାଣି ଉଠାଇବା କିମ୍ବା ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ ।
କାର୍ଯ୍ୟ-୨ : ଆସ ତିଆରି କରିବା
15 ସେ.ମି. × 15 ସେ.ମି. ଆକାରର ଏକ ବର୍ଗାକୃତି କାଗଜ, ଏକ କଇଁଞ୍ଚି, ଏକ ଆଲ୍ପିନ୍ ଏବଂ ଏକ କାଠି ନିଅ । ଚକ୍ରି ତିଆରି କରିବା ପାଇଁ ଚିତ୍ରରେ ଦର୍ଶାଯାଇଥିବା ସୂଚନା ଅନୁସରଣ କର ।

ଏବେ ତୁମେ ଚକ୍ରିକୁ ହାତରେ ଧରି ଦୌଡ଼ିପାରିବ । ଏହାକୁ ମଧ୍ୟ ତୁମେ ଫୁଙ୍କିପାରିବ । ଯେତେବେଳେ ତୁମେ ଏହାକୁ ଟିକିଏ ଆଗପଛ କରୁଛ ଏହା ବୁଲୁଛି । ପବନ ଏହି ଚକ୍ରିକୁ ବୁଲାଇଲା ।
ଭାରତରେ ଅନେକ ପବନ କଳ ଫାର୍ମ ରହିଛି । ପବନକଳ ଫାର୍ମ ହେଉଛି ଏକ ଅଞ୍ଚଳ ଯେଉଁଠାରେ ବହୁ ସଂଖ୍ୟକ ପବନ କଳ ରହିଥାଏ । ଏଠାରେ ବିଜୁଳି ଉତ୍ପାଦନ ପାଇଁ ପବନର ଶକ୍ତିକୁ ବ୍ୟବହାର କରାଯାଏ ।
ପବନକଳର କାମ ଏହି ଚକ୍ରି ଭଳି ହୋଇଥାଏ । ପବନଦ୍ଵାରା ପବନକଳର ଡେଣା ବୁଲିଥାଏ । ଅଟାକଳ ଚଲାଇବା, କୂଅରୁ ପାଣି ଉଠାଇବା କିମ୍ବା ବିଦ୍ୟୁତ୍ ଉତ୍ପାଦନ ପାଇଁ ପବନକଳ ବ୍ୟବହାର କରାଯାଇଥାଏ । ପବନକଳ ଫାର୍ମ ଏକ ଅଞ୍ଚଳ ଯେଉଁଠାରେ ଅନେକ ପବନକଳ ଥାଏ । ଏଠାରେ ବିଜୁଳି ଉତ୍ପାଦନ ପାଇଁ ପବନର ଶକ୍ତିକୁ ବ୍ୟବହାର କରାଯାଏ ।

ତାମିଲନାଡୁର ମୁପାଣ୍ଡଲ ପବନ କଳ ଫାର୍ମ, ରାଜସ୍ଥାନର ଜୈସଲମେର ପବନକଳ ପାର୍କ, ମହାରାଷ୍ଟ୍ରର ବ୍ରାହ୍ମଣଭେଲର ପବନ କଳ ଫାର୍ମ ଆମ ଦେଶର କେତେକ ଅଗ୍ରଣୀ ପବନକଳ ଫାର୍ମ ।
ଓଡ଼ିଶାରେ ପବନ ଶକ୍ତିର ଯଥେଷ୍ଟ ସମ୍ଭାବନା ରହିଅଛି । ଜାତୀୟ ପବନ ଶକ୍ତି ପ୍ରତିଷ୍ଠାନ କୋରାପୁଟ, ପୁରୀ ଏବଂ ଗଞ୍ଜାମ ଭଳି ଜିଲ୍ଲାରେ ସମ୍ଭାବ୍ୟ ସ୍ଥାନ ନିରୂପଣ କରିଛନ୍ତି ।
ନେଦରଲ୍ୟାଣ୍ଡକୁ ‘ପବନ କଳର ଦେଶ’ ବୋଲି କୁହାଯାଏ । ଚିକାଗୋ ସହରକୁ ‘ପବନ ସହର’ ଭାବରେ ସର୍ବାଧିକ ସ୍ଵୀକୃତି ପ୍ରଦାନ କରାଯାଇଛି । ଭାରତରେ ଗୁଜୁରାଟ ହେଉଛି ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର ରାଜ୍ୟ ।
![]()
ଜଳ
- ଜଳର ବିଭିନ୍ନ ଉତ୍ସ : ଲବଣାକ୍ତ ଜଳ (ସମୁଦ୍ର), ମଧୁର ଜଳ (ନଦୀ, ପୋଖରୀ), ମେରୁ ଅଞ୍ଚଳର ବରଫ, ଭୂତଳ ଜଳ, ନଦୀ ଓ ହ୍ରଦରେ ଗଚ୍ଛିତ ଜଳ, ମୃତ୍ତିକାସ୍ଥ ଜଳ ଓ ଜଳୀୟବାଷ୍ପ, ବାୟୁମଣ୍ଡଳର ଜଳୀୟବାଷ୍ପ ଇତ୍ୟାଦି ।
- ପୃଥିବୀ ପୃଷ୍ଠର ପ୍ରାୟ ଦୁଇ ତୃତୀୟାଂଶକୁ ଜଳ ଘେରି ରହିଥାଏ । ଅଧିକାଂଶ ଜଳ ସମୁଦ୍ର ଓ ମହାସାଗରରେ ମିଶିଥାଏ, କିନ୍ତୁ ଏହି ଜଳ ଲବଣାକ୍ତ ଅଟେ । ଏହି ଲୁଣି ଜଳ ଘରେ, କୃଷି ଓ ଶିଳ୍ପରେ ବ୍ୟବହୃତ ହୋଇ ନଥାଏ ।
- ଉପରୋକ୍ତ କାର୍ଯ୍ୟ ପାଇଁ ମଧୁର ଜଳର ଆବଶ୍ୟକତା ପଡ଼ିଥାଏ । ଜଳ ମୂଲ୍ୟବାନ ଅଟେ ।
କାର୍ଯ୍ୟ-୩ : ଆସ ଜାଣିବା
ସାରଣୀ–୧ : ଦୈନନ୍ଦିନ କାର୍ଯ୍ୟରେ ଜଳ ଅପଚୟ
| ସ୍ତମ୍ଭ 1 | ସ୍ତମ୍ଭ 2 | ସ୍ତମ୍ଭ 3 | |
| କାର୍ଯ୍ୟ | ଜଳ କେମିତି ନଷ୍ଟ ହେଉଛି | ଜଳ ଅପଚୟ ହ୍ରାସ କରିବାର ଉପାୟ | |
| 1. | ହାତ ଧୋଇବା | ଟ୍ୟାପ୍ ଖୋଲ ରଖ୍ ଦୀର୍ଘ ସମୟ ଧରି ମୁହଁ ହାତ ଧୋଇବା | ମୁହଁ ହାତ ଧୋଇବା ସମୟରେ କେବଳ ଆବଶ୍ୟକ ବେଳେ ଟ୍ୟାପ୍ ଖୋଲିବା |
| 2. | ପୋଷାକ ଧୋଇବା | ଅତ୍ୟଧ୍ଵକ ସାବୁନ ଓ ୱାଶିଂ ପାଉଡ଼ର ବ୍ୟବହାର କରି ସଫା କରିବା, ମଇଳା ହୋଇନଥିବା ପୋଷାକ ସଫାକରିବା | କେବଳ ମଇଳା ପୋଷାକ ସଫାକରିବା ଓ ଆବଶ୍ୟକ ୱାଶିଂ ପାଉଡ଼ର ବ୍ୟବହାର କରିବା |
| 3. | ବାସନ ଧୋଇବା | ଟ୍ୟାପ୍ ଖୋଲ ରଖ୍ ଅଇଁଠା ବାସନ ଧୋଇବା | କେବଳ ଆବଶ୍ୟକ ବେଳେ ଟ୍ୟାପ୍ ଖୋଲି ବା |
| 4. | ସ୍ନାନ କରିବା | ଅଧିକ ସମୟଧରି ସ୍ନାନ କରିବା | କମ୍ ସମୟ ସ୍ନାନ କରିବା, କମ୍ ସାୱାର ବ୍ୟବହାର କରିବା |
| 5. | ରୋଷେଇ କରିବା | ପରିବା ଧୋଇବାରେ ଅଧିକ ଜଳ ବ୍ୟବହାର କରିବା | ପ୍ରେସର କୁକର ବ୍ୟବହାର |
| 6. | ବଗିଚା କାମ କରିବା | ଗଛ ମୂଳରେ ଆବଶ୍ୟକତାଠାରୁ ଅଧୂକ ପାଣି ଦେବା | ସିଞ୍ଚନ ପ୍ରଣାଳୀ ଅବଲମ୍ବନ / ବୁନ୍ଦା ଜଳସେଚନ କରି ବା |
| 7. | ଦାନ୍ତ ଘଷିବା | ଦାନ୍ତ ଘଷିବା ସମୟରେ ଦୀର୍ଘ ସମୟ ଧରି ଟ୍ୟାପ୍ ଖୋଲା ରଖୁ ବା | କେବଳ ମୁହଁ ଧୋଇବା ସମୟରେ ଟାପ୍ ଖୋଲିବା ଓ ଅନ୍ୟ ସମୟରେ ଟ୍ୟାପ୍ ବନ୍ଦ ରଖ୍ ବା |
ଆମ ଦେଶରେ ଅନେକ ନଦୀ, ଝରଣା ଓ ହ୍ରଦ ରହିଅଛି । ଘର ଓ ଶିଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଜଳ ଉତ୍ସରେ ପକାଇବା ଦ୍ଵାରା ଜଳ ଦୂଷିତ ହୋଇଥାଏ । ପ୍ରଦୂଷିତ ଜଳ ଜୀବମାନଙ୍କର ବ୍ୟବହାର ପାଇଁ ଉପଯୋଗୀ ନୁହେଁ ।

![]()
ବିଭିନ୍ନ ପ୍ରକାର ପ୍ରଦୂଷକଦ୍ଵାରା ଜଳ ଦୂଷିତ ହୋଇଥାଏ । ଏହି ପ୍ରଦୂଷକଗୁଡ଼ିକ ହେଲା – ବିଷାକ୍ତ ଖଣିଜ ଦ୍ରବ୍ୟ, ହାଇଡ୍ରୋକାର୍ବନ ଆବର୍ଜନା, କୀଟନାଶକ, ରାସାୟନିକ ସାର, ସଂକ୍ରମଣକାରୀ କାରକ ଇତ୍ୟାଦି ।
ମଧୁର ଜଳର ଉତ୍ସ ସୀମିତ ଥିବାରୁ ଭାରତର ଅନେକ ସ୍ଥାନରେ ଜଳର ଅଭାବ ଦେଖାଯାଉଛି । ଜଳ ସଂରକ୍ଷଣ କରି ଏହାର ଉପଯୁକ୍ତ ବ୍ୟବହାର କରିବା ଆମ ପାଇଁ ଜରୁରୀ ଅଟେ ।
‘ବର୍ଷା ଜଳ ଅମଳ’ ଜଳ ସଂରକ୍ଷଣର ଅନ୍ୟତମ ପଦ୍ଧତି ଅଟେ । ଛାତଘରମାନଙ୍କରେ ବର୍ଷାଜଳକୁ ସଂଗ୍ରହ କରାଯାଇ ପରବର୍ତୀ ସମୟରେ ବ୍ୟବହାର ପାଇଁ ବିପୁଳ ପରିମାଣରେ ସଂରକ୍ଷଣ କରାଯାଇପାରିବ ।
କେବଳ ବର୍ଷାଜଳ ନୁହେଁ, ନିକଟସ୍ଥ ହ୍ରଦ, ପୋଖରୀ ଓ ନଦୀରୁ ବୋହି ଆସୁଥିବା ଜଳକୁ ମଧ୍ୟ ସଂରକ୍ଷଣ କରାଯାଇପାରିବ । ନଦୀବନ୍ଧ ଯୋଜନା, ଜଳଛାୟା ପରିଚାଳନା ଓ ଜଳର ପୁନଶ୍ଚ କ୍ରଣଦ୍ଵାରା ଜଳ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ ।
ପ୍ରକଳ୍ପ କାର୍ଯ୍ୟ :
ତୁମ ଅଞ୍ଚଳରେ ପାରମ୍ପରିକ ଜଳ ସଂରକ୍ଷଣ ଉପାୟ ସନ୍ଧାନ କର । ଏହା ବିଷୟରେ ଅଧିକ ଜାଣିବା ପାଇଁ ତୁମ ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଆଲୋଚନା କର ।
(ଶିକ୍ଷକ ପ୍ରକଳ୍ପକାର୍ଯ୍ୟଟିକୁ ବ୍ୟକ୍ତିଗତ ଭାବେ କରାଇବେ ଏବଂ ଏହାର ଉପସ୍ଥାପନ କରାଇବେ ।)
ବିଶ୍ବ ଜଳ ଦିବସର ଗୁରୁତ୍ଵ :
ପ୍ରତ୍ୟେକ ବର୍ଷ ମାର୍ଚ୍ଚ 22 ତାରିଖରେ ‘ବିଶ୍ଵ ଜଳ ଦିବସ’ ପାଳନ କରାଯାଏ । ମଧୁର ଜଳର ଗୁରୁତ୍ଵ ସମ୍ବନ୍ଧରେ ସଚେତନତା ବୃଦ୍ଧି କରିବା ଏବଂ ପୃଥିବୀର ସମସ୍ତ ଜଳ ସମ୍ପଦର ସ୍ଥାୟୀ ପରିଚାଳନା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।
- ପାଣି ବଞ୍ଚାଅ ଜୀବନ ବଞ୍ଚାଅ’
- ‘ପ୍ରତ୍ୟେକ ବୁନ୍ଦା ଜଳ ମୂଲ୍ୟବାନ’
- ‘ଜଳ ନାହିଁ ତ ଜୀବନ ନାହିଁ’
- ‘ଆଜି ପାଣି ସଞ୍ଚୟ କରନ୍ତୁ, କାଲିକୁ ସୁରକ୍ଷିତ ରଖନ୍ତୁ’
- ‘ଜଳ ବିରଳ ହେବା ପୂର୍ବରୁ ଯନ୍ ନେବାର ସମୟ ଆସିଛି’
- ‘ଜଳ ସଂରକ୍ଷଣ କରନ୍ତୁ, ଜୀବନ ରକ୍ଷା କରନ୍ତୁ’
- ଏବେ କାର୍ଯ୍ୟ କରନ୍ତୁ ! ଜଳ ବଞ୍ଚାନ୍ତୁ, ଜୀବନ ବଞ୍ଚାନ୍ତୁ’
- ପାଣି – ଏକ ବିଳାସ ନୁହେଁ ବରଂ ଏକ ଆବଶ୍ୟକତା
ବିଶ୍ବ ଜଳ ଦିବସରେ ଉପରୋକ୍ତ କେତେକ ସ୍ଲୋଗାନ ମାଧ୍ୟମରେ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଏ ।
![]()
ସୌରଶକ୍ତି
ପୃଥିବୀର ସମସ୍ତ ଶକ୍ତିର ମୁଖ୍ୟ ଉତ୍ସ ହେଉଛି ସୂର୍ଯ୍ୟ । ସମସ୍ତ ପ୍ରାଣୀ ଓ ଉଦ୍ଭିଦ ସୌରଶକ୍ତି ଉପରେ ନିର୍ଭରଶୀଳ । ସୂର୍ଯ୍ୟଙ୍କ ଉତ୍ତାପ ଓ ଆଲୋକକୁ ଆମେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଉ । ସୂର୍ଯ୍ୟକିରଣଦ୍ଵାରା ଉଭିଦ ନିଜର ଖାଦ୍ୟ ପ୍ରସ୍ତୁତ କରିଥାଏ ।
ସୂର୍ଯ୍ୟଙ୍କ ବିନା ପୃଥବୀରେ ଜୀବନ କଳ୍ପନା କରାଯାଇପାରିବ ନାହିଁ କାରଣ ଜଳସ୍ରୋତ ଓ ବାୟୁପ୍ରବାହଠାରୁ ଆରମ୍ଭ କରି ଜୈବ ରାସାୟନିକ ଶକ୍ତି ସଂଗ୍ରହ, ଜୀବାଶ୍ମ ଶକ୍ତି ଉତ୍ପାଦନ କାର୍ଯ୍ୟ ସୌରଶକ୍ତି ଯୋଗୁଁ ସମ୍ଭବ ହୋଇଥାଏ । ସୁତରାଂ, ସୂର୍ଯ୍ୟ ହିଁ ସହଳ ଶକ୍ତିର ଆଧାର ଏବଂ ଅସରନ୍ତି ଶକ୍ତିର ଉତ୍ସ ଅଟେ ।
ସୌରଶକ୍ତି ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ । ସୌରଶକ୍ତିକୁ ବିନିଯୋଗ କରି ଆମେ ଅନେକ ଉପକରଣ ଯଥା – ସୌର ରନ୍ଧକ, ସୌର ଜଳ ଉତ୍ତାପକ, ସୌର ସେଲ ଇତ୍ୟାଦି ପ୍ରସ୍ତୁତ କରାଗଲାଣି ।
ଯଦି କିଛିଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଦୃଶ୍ୟମାନ ନ ହୁଅନ୍ତି ତେବେ କ’ଣ ହେବ ?
- ଦିନ ସମୟରେ କୃତ୍ରିମ ଆଲୋକ ଉପରେ ନିର୍ଭର କରିବାକୁ ହେବ ।
- ପୃଥିବୀ ଅନ୍ଧକାରମୟ ହେବା ସହ ଆକାଶ ମେଘାଚ୍ଛନ୍ନ ପରି ଦେଖାଯିବ ।
- ଖାଦ୍ୟପ୍ରସ୍ତୁତି ନ କରିପାରି କେତେକ କ୍ଷୁଦ୍ର ଉଭିଦ ମରିଯିବେ ।
- ପୃଥିବୀ ଅପେକ୍ଷାକୃତ ଶୀତଳ ହୋଇଯିବ ।
- ପୃଥିବୀର ପାଣିପାଗରେ ପରିବର୍ତ୍ତନ ଘଟିବ ।
- ଜଳ ବାଷ୍ପୀଭବନ ପ୍ରକ୍ରିୟା ହୋଇ ନପାରିବାରୁ ମେଘ ସୃଷ୍ଟିରେ ବାଧା ସୃଷ୍ଟି ହେବ ।
- ସୌର ଉପକରଣଗୁଡ଼ିକ କାର୍ଯ୍ୟ କରିବ ନାହିଁ ।
ଜଙ୍ଗଲ
ଜଙ୍ଗଲ ହେଉଛି ଏପରି ଏକ ବିଶାଳ ଅଞ୍ଚଳ, ଯେଉଁଠାରେ ବିଭିନ୍ନ ପ୍ରକାରର ଉଭିଦ ଘଞ୍ଚ ହୋଇ ରହିଥା’ନ୍ତି । ପକ୍ଷୀ ଓ କୀଟପତଙ୍ଗ ସମେତ ଅନେକ ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲ ଏକ ପ୍ରାକୃତିକ ବାସସ୍ଥଳୀ ଅଟେ । ଜଙ୍ଗଲ ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇଥାଏ ।
ପ୍ରତ୍ୟେକ ପ୍ରକାର ଜୀବମାନଙ୍କ ପାଇଁ ଖାଦ୍ୟ ଜୀବଜଗତର ବିବିଧତା ଉପରେ ନିର୍ଭର କରିଥାଏ । ବହୁଳ ମାତ୍ରାରେ ଗଛ କଟାଯିବା ଫଳରେ ଜଙ୍ଗଲ କମିବାରେ ଲାଗିଛି । ଏକ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ କିମ୍ବା ନଷ୍ଟ ହୋଇଥିବା ଜଙ୍ଗଲର ପୁନରୁଦ୍ଧାର ପାଇଁ ଅନେକ ବର୍ଷ ଲାଗିଥାଏ ।
ଜୀବଜଗତର ସୁରକ୍ଷା ତଥା ଜଙ୍ଗଲ ସଂରକ୍ଷଣ ଓ ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ବ୍ୟବହାର କେବଳ ଜଙ୍ଗଲ ସଂରକ୍ଷଣଦ୍ଵାରା ସମ୍ଭବ ହୋଇଥାଏ । ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ସାରା ଦେଶରେ ‘ବନ ମହୋତ୍ସବ ସପ୍ତାହ’ ପାଳନ କରାଯାଇଥାଏ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଗଛ ଲଗାଯାଏ, ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯାଏ । ସବୁଜ ପରିବେଶ ବୃଦ୍ଧି କରିବା ଇତ୍ୟାଦି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।
![]()
ଜଙ୍ଗଲ କାଟିବାର ପରିଣାମ :
- ଜୈବ ବିବିଧତା ହ୍ରାସ ପାଉଅଛି ।
- ଜୀବମାନଙ୍କର ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେଉଅଛି ।
- ଜଙ୍ଗଲଜାତ ଦ୍ରବ୍ୟ ମିଳିପାରୁନାହିଁ ।
- ବନ୍ୟଜୀବ ସମ୍ପଦ ହ୍ରାସ ପାଉଛି ।
- ଔଷଧୀୟ ବୃକ୍ଷ ଓ କଳକାରଖାନା ପାଇଁ କଞ୍ଚାମାଲ ମିଳିପାରୁନାହିଁ ।
- ଜଳବାୟୁରେ ପରିବର୍ତ୍ତନ ଦେଖାଯାଉଛି ।
- ପ୍ରକୃତିକୁ ଉପଭୋଗ କରିବା ସମ୍ଭବ ହେଉନାହିଁ ।
- ଭୂତଳ ଜଳସ୍ତର ହ୍ରାସ ପାଉଛି ।
- ମୃତ୍ତିକାର ଜଳଧାରଣ କ୍ଷମତା କମିଯାଉଛି ।
- ବନ୍ୟଜୀବମାନେ ଜନବସତି ମୁହାଁ ହେଉଛନ୍ତି ।
- ଜାଳେଣି ଅଭାବ ଉତ୍କଟ ହେଉଛି ।
- ଜଙ୍ଗଲ ଅଧ୍ଵବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଉଛି ।
- ବନ୍ୟଜନ୍ତୁ ବିପନ୍ନ ଓ ସଙ୍କଟାପନ୍ନ ଅବସ୍ଥା ଦେଇ ବିଲୁପ୍ତ ହେଉଛନ୍ତି ।
ପବିତ୍ର ବନ (Sacred Forest) :
ଏ ପ୍ରକାର ଜଙ୍ଗଲ ପବିତ୍ର ଉପବନ ଭାବରେ ବିଖ୍ୟାତ । ଏହା ହେଉଛି ଏକ ଅରଣ୍ୟ ଯେଉଁଠାରେ ଏକ ସମ୍ପ୍ରଦାୟଦ୍ଵାରା ଧାର୍ମିକ, ସାଂସ୍କୃତିକ କିମ୍ବା ଆଧ୍ୟାତ୍ମିକ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଏହାର ପବିତ୍ରତା ଏବଂ ଜୈବ ବିବିଧତାକୁ ସଂରକ୍ଷଣ କରିବା ପାଇଁ କାଠ କାଟିବା ଓ ଶିକାର କରିବା ନିଷେଧ ଅଟେ ।
![]()
ଏହି ଅରଣ୍ୟଗୁଡ଼ିକରେ ପୂଜାପାଠ କରାଯିବା ସହିତ ବିରଳ ଉଭିଦ ଏବଂ ବନ୍ୟପ୍ରାଣୀଙ୍କ ପାଇଁ ଆଶ୍ରୟସ୍ଥଳ ସୁରକ୍ଷିତ କରିବା ଆଦି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଥାଏ ।
ପଶ୍ଚିମଘାଟ (କର୍ଣ୍ଣାଟକ), ରାଜସ୍ଥାନ, ମେଘାଳୟ ଏବଂ ମଧ୍ୟପ୍ରଦେଶ ସମେତ ସମଗ୍ର ଭାରତରେ ଏପରି ଉପବନମାନ ଦେଖିବାକୁ ମିଳିଥାଏ ।

ଚିପ୍ ଆନ୍ଦୋଳନ (Chipko Movement) :
1970 ଦଶକରେ ଉତ୍ତରାଖଣ୍ଡରେ ସ୍ଥାନୀୟ ମହିଳାମାନଙ୍କଦ୍ୱାରା ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ନାମରେ ଏକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।
ଗାନ୍ଧୀବାଦୀ ଅହିଂସାଦ୍ଵାରା ଅନୁପ୍ରାଣିତ ହୋଇ ମହିଳା ବିକ୍ଷୋଭକାରୀମାନେ ଗଛ କାଟିବାକୁ ରୋକିବା ପାଇଁ ଗଛଗୁଡ଼ିକୁ ଆଲିଙ୍ଗନ କରି ରହିଥିଲେ ।
ଏହି ଆନ୍ଦୋଳନର ସଫଳତା ସ୍ଥାନୀୟ ଲୋକଙ୍କୁ ସଶକ୍ତ କରିଥିଲା ଓ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ପରିବେଶ ସଂରକ୍ଷଣ ପାଇଁ ପ୍ରେରଣା ପ୍ରଦାନ କରିଥିଲା ।
ମାଟି, ପଥର ଓ ଖଣିଜ ପଦାର୍ଥ
ମୃତ୍ତିକା ହେଉଛି ଏକ ମୂଲ୍ୟବାନ ସମ୍ପଦ ଯାହା ଉପରେ ଆମେ ବାସ କରୁ । ମାଟିରେ ଗଛ ବଢ଼େ । ଗଛର ଚେର ମାଟିକୁ ଧରିରଖେ ଓ ଏହାକୁ ଧୋଇହୋଇ ଯିବାକୁ ରକ୍ଷାକରେ । ଗଛରୁ ପଡୁଥୁବା ପତ୍ର ବିଘଟିତ ହୋଇ ମାଟିର ଉର୍ବରତାକୁ ବଢ଼ାଇଥାଏ ।
ଉଭିଦମାନଙ୍କୁ ମାଟିରେ ବଢ଼ିବା ପାଇଁ ଏଥିରେ ଥିବା ଫାଙ୍କାସ୍ଥାନ ବାୟୁ ପ୍ରଦାନ କରିବା ସହିତ ଚେରକୁ ସହଜରେ ବଢ଼ିବା ପାଇଁ ସାହାଯ୍ୟ କରେ । ଜିଆ ମାଟିକୁ ହାଲୁକା ଏବଂ କୋହଳ କରିଥାଏ ।
ମାଟିରେ ବାଲି, କୀଟ ପତଙ୍ଗ ଓ ଜିଆ ଭଳି ଅନେକ ଜିନିଷ ରହିଥାଏ । ମୃତ ଉଦ୍ଭିଦ ଓ ପ୍ରାଣୀମାନଙ୍କ ବିଘଟିତ ହୋଇ ମାଟିରେ ମିଶିଯା’ନ୍ତି ଓ ମାଟିର ଅଂଶ ପାଲଟି ଯାଆନ୍ତି ।
![]()
କାର୍ଯ୍ୟ-୪ : ଆସ ଅନୁସନ୍ଧାନ କରିବା
ତୁମ ଘର ଆଖପାଖରେ ଥିବା ବିଭିନ୍ନ ଅଞ୍ଚଳରୁ ଏବଂ ବିଦ୍ୟାଳୟରୁ ମାଟିର ନମୁନା ସଂଗ୍ରହ କର । ଅନୁମାନ କର ବିଭିନ୍ନ ମାଟିରେ କ’ଣ ଥାଇପାରେ ।
- ମାଟିର ନମୁନା ନିରୀକ୍ଷଣ କର ଏବଂ ଏହାର ରଙ୍ଗକୁ ଲକ୍ଷ୍ୟ କର ।
- ପ୍ରତ୍ୟେକ ମାଟି ନମୁନାକୁ ସ୍ପର୍ଶ କର ଏବଂ ଏହାର ଗଠନ ଅନୁଭବ କର ।
- ଖାଲି ଆସ୍ରେ ମାଟିକୁ ନିରୀକ୍ଷଣ କର । ଯଦି ତୁମ ପାଖରେ ଯବକାଚ ଅଛି, ତେବେ ଏହା ସାହାଯ୍ୟରେ ମାଟିକୁ ଦେଖ ।
- ସାରଣୀରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖ ।
ସାରଣୀ-୨ : ମାଟିର ନମୁନା
(କ୍ଷେତ୍ର ପରିଦର୍ଶନ ଦ୍ଵାରା ଶୂନ୍ୟସ୍ଥାନ ପୂରଣ କରାଯାଇପାରିବ)
| କ୍ର.ନଂ. | ଯେଉଁ ସ୍ଥାନରୁ ମାଟି ନମୁନା ସଂଗ୍ରହ କରାଯାଇଥିଲା | ମାଟି ବିଷୟରେ ମୁଁ କ’ଣ ଅନୁମାନ କରିଥିଲି ? | ମାଟିର ରଙ୍ଗ ଓ ଗଠନ (ଖାଲି ଆଖରେ ପର୍ଯ୍ୟବେକ୍ଷଣ) | ଯବକାଚ ସାହାଯ୍ୟରେ ମାଟିର ପର୍ଯ୍ୟବେକ୍ଷଣ |
| 1. | ମାଳଭୂମି | କୃଷ୍ଣ ମୃତ୍ତିକା | ଅଠାଳିଆ, କଳା | – |
| 2. | ମାଳଭୂମି | ଲୋହିତ ମୃତ୍ତିକା | ଲୌହ ଅଂଶ ଅଧିକ, ଈଷତ୍ ଲାଲ | – |
| 3. | ନଦୀମୁହାଣ | ପଟୁମାଟି | ଉର୍ବର, ଜୈବିକ ପଦାର୍ଥ ଥାଏ | – |
| 4. | ପାର୍ବତ୍ୟ ଅଞ୍ଚଳ | ପାହାଡ଼ିଆ ମାଟି | ଉର୍ବର, ଜୈବିକ ପଦାର୍ଥ ଥାଏ | – |
| 5. | ମରୁଭୂମି | ମରୁ ମାଟି | ବାଲିଦ୍ଵାରା ଗଠିତ, ଅନୁର୍ବର | – |
ମାଟିରେ ବାଲି, କୀଟପତଙ୍ଗ ଓ ଜିଆ ଭଳି ଅନେକ ଜିନିଷ ରହିଛି । ଏମିତି ଅନେକ କ୍ଷୁଦ୍ର ଜୀବ ଥାଇପାରନ୍ତି ଯାହାକୁ ଆମେ ଖାଲି ଆଖୁରେ ଦେଖିପାରିବା ନାହିଁ । ମୃତ ଉଦ୍ଭିଦ ଓ ପ୍ରାଣୀମାନେ ବିଘଟିତ ହୋଇ ମାଟିରେ ମିଶିଯା’ନ୍ତି ଓ ମାଟିର ଅଂଶ ପାଲଟିଯାଆନ୍ତି କାରଣ ସେମାନେ ପଚିଯାଇ କ୍ଷୟ ହୋଇଯାଆନ୍ତି । ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା ମାଟି ନମୁନାରେ ଭିନ୍ନ ଭିନ୍ନ ପଦାର୍ଥ ମିଶି ରହିଥିବାରୁ ସେଗୁଡ଼ିକର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ ।
![]()
ହଜାର ହଜାର ବର୍ଷଧରି ସୂର୍ଯ୍ୟଙ୍କ କିରଣ, ଜଳ ଏବଂ ଜୀବଜନ୍ତୁଙ୍କଦ୍ୱାରା ପଥର ବା ଶିଳାର କ୍ରମ ବିଭାଜନ ହୋଇ ମାଟି ସୃଷ୍ଟି ହୋଇଥାଏ । କେତେ ପ୍ରକାର ମାଟି ଚାଷ ପାଇଁ ଉପଯୁକ୍ତ ହୋଇଥିବାବେଳେ ଅନ୍ୟ କେତେକ ଇଟା ପାଇଁ ଉପଯୁକ୍ତ ଅଟେ ।
କେତେକ ଗୁରୁତ୍ଵପୂର୍ଣ୍ଣ ପଥର ହେଉଛି ଗ୍ରାନାଇଟ୍, ବାଲୁକା ପଥର ଏବଂ ମାର୍ବଲ । ହଜାର ହଜାର ବର୍ଷ ଧରି ମଣିଷ ପଥର ବ୍ୟବହାର କରି କୁରାଢ଼ି ଓ ତୀର ଭଳି ହତିଆର ତିଆରି କରିଆସୁଛି ।
ମୃତ୍ତିକା ହେଉଛି ଏକ ମୂଲ୍ୟବାନ ସମ୍ପଦ ଯାହା ଜୈବ ବିବିଧତା ପାଇଁ ସହାୟକ ହୋଇଥାଏ । ଗ୍ରାନାଇଟ୍, ବାଲୁକା ପଥର ଏବଂ ମାର୍ବଲ ଇତ୍ୟାଦି ମାଟିତଳେ ରହିଥିବା କେତେକ ଖଣିଜ ପଥର ଅଟନ୍ତି ।
ଆଲୁମିନିୟମ, ସୁନା, ତମ୍ବା ଓ ଲୁହା ଭଳି ଗୁରୁତ୍ଵପୂର୍ଣ୍ଣ ଧାତୁଗୁଡ଼ିକୁ ଖଣିଜ ପଦାର୍ଥରୁ ଉତ୍ତୋଳନ କରାଯାଇଥାଏ । ବିଭିନ୍ନ ଉପକରଣମାନଙ୍କର ପ୍ରସ୍ତୁତିରେ ଏଗୁଡ଼ିକୁ ବ୍ୟବହାର କରାଯାଇଥାଏ ।
ପଥର ଆମ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଗୁଡ଼ିକ ସୃଷ୍ଟି ହେବା ପାଇଁ ହଜାରରୁ ଲକ୍ଷ ଲକ୍ଷ ବର୍ଷ ଲାଗିଥାଏ । ଆଦିମାନବମାନେ ପଥରକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ ।
ଜୀବାଶ୍ମ ଇନ୍ଧନ
ପ୍ରାକୃତିକ ଗ୍ୟାସ୍, କୋଇଲା ଓ ପେଟ୍ରୋଲିୟମ୍ ଇତ୍ୟାଦି ଜୀବାଶ୍ମ ଇନ୍ଧନ ଅଟନ୍ତି । ପେଟ୍ରୋଲିୟମ୍ରୁ ପେଟ୍ରୋଲ, ଡିଜେଲ ଓ କିରୋସିନ୍ ମିଳିଥାଏ । ଯାନବାହନ ଚଳାଚଳ ପାଇଁ ବ୍ୟବହୃତ ହେଉଥିବା ମୁଖ୍ୟ ଦୁଇଟି ଇନ୍ଧନ ହେଉଛି ପେଟ୍ରୋଲ ଓ ଡିଜେଲ ।
କାର୍ଯ୍ୟ-୫ : ଆସ ଏକ ସର୍ବେକ୍ଷଣ କରିବା
- ତୁମ ଆଖପାଖରେ ଥିବା ଗାଡ଼ିଗୁଡ଼ିକର ସର୍ବେକ୍ଷଣ କର ।
- ସେଠାରେ କେଉଁ କେଉଁ ପ୍ରକାର ଗାଡ଼ି ଅଛି ? ସେଗୁଡ଼ିକରେ କେଉଁ କେଉଁ ଇନ୍ଧନ ବ୍ୟବହାର ହୁଏ ?
- ତୁମେ ସାରଣୀରେ ସଂଗ୍ରହ କରିଥିବା ତଥ୍ୟଗୁଡ଼ିକ ଲେଖ ।
- ଜୀବାଶ୍ମ ଇନ୍ଧନ ମୁଖ୍ୟତଃ ପୃଥିବୀ ଅଭ୍ୟନ୍ତରରେ ପୋତିହୋଇ ଯାଇଥିବା ଅଣୁଜୀବ, ମୃତପ୍ରାଣୀ ଓ ଉଦ୍ଭିଦ ଅବଶେଷରୁ ସୃଷ୍ଟି ହୋଇଥାଏ । ମାଟିତଳେ ଏ ପ୍ରକାର ଇନ୍ଧନ ସୃଷ୍ଟି ହେବା ପାଇଁ ପ୍ରାୟ ଲକ୍ଷ ଲକ୍ଷ ବର୍ଷ ଲାଗିଥାଏ ।
![]()
ସାରଣୀ ୩ : ବ୍ୟବହୃତ ଯାନ ଏବଂ ଇନ୍ଧନର ପ୍ରକାର
| ଯାନର ନାମ | ବ୍ୟବହୃତ ଇନ୍ଧନର ପ୍ରକାର | |
| 1. | ଟ୍ରକ୍, ବସ୍, ଟ୍ରାକ୍ଟର | ଡିଜେଲ |
| 2. | ସ୍ଫୁଟର, ମୋଟର ସାଇକେଲ | ପେଟ୍ରୋଲ |
| 3. | ଉଡ଼ାଜାହାଜ | ଗ୍ୟାସୋଲିନ୍ |
| 4. | ପୁରୁଣା ରେଳଗାଡ଼ି | କୋଇଲା |
ପ୍ରାକୃତିକ ଗ୍ୟାସ୍ ରୋଷେଇ ଏବଂ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥାଏ । ଆଜିକାଲି CNG (Compressed Natural Gas) ବା ସଂପୀଡ଼ିତ ଗ୍ୟାସ୍ ଯାନବାହନରେ ଇନ୍ଧନ ଭାବେ ମଧ୍ୟ ବ୍ୟବହାର କରାଯାଇଛି ।

CNG ପେଟ୍ରୋଲ କିମ୍ବା ଡିଜେଲ ତୁଳନାରେ ଅଧୂକ ସ୍ଵଚ୍ଛ ଅଟେ । କୋଇଲା ମୁଖ୍ୟତଃ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୁଏ । ଏହା ଭାରତର ଅନେକ ସ୍ଥାନରେ ଦେଖିବାକୁ ମିଳେ ।
ପୂର୍ବରୁ କୋଇଲା, କାଠ ଓ ଗୋବରକୁ ରୋଷେଇ ପାଇଁ ଇନ୍ଧନ ଭାବେ ବ୍ୟବହାର କରାଯାଉଥିଲା । ଆଜିକାଲି କମ୍ ପ୍ରଦୂଷଣକାରୀ ପ୍ରାକୃତିକ ଗ୍ୟାସ୍ ଏବଂ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (LPG) ଧୀରେ ଧୀରେ ଏହି ଘରୋଇ ଇନ୍ଧନର ସ୍ଥାନ ନେଇଛି ।
![]()
ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (LPG) :
Liquefied Petroleum Gas କୁ ସଂକ୍ଷେପରେ LPG କୁହାଯାଏ । ଏହି ଗ୍ୟାସର ମୁଖ୍ୟ ଉପାଦାନ ହେଉଛି ପ୍ରୋପେନ୍ ବା ବ୍ୟୁଟେନ୍ । ଏହାକୁ ଇନ୍ଧନ ଭାବେ ବ୍ୟବହାର କରାଯାଏ ।
ଏହା ଅଶୋଧୃତ ଜୈଳ ବିଶୋଧନ କିମ୍ବା ପ୍ରାକୃତିକ ଗ୍ୟାସ୍ ପ୍ରକ୍ରିୟାକରଣର ଏକ ଉପ ଉତ୍ପାଦଭାବେ ସଂଗୃହୀତ କରାଯାଏ । ସାଧାରଣ ତାପମାତ୍ରା ଓ ଚାପରେ ଏହା ଗ୍ୟାସ୍ ଅଟେ । ଚାପ ପ୍ରୟୋଗ କରି ଏହାକୁ ସିଲିଣ୍ଡରରେ ସଂରକ୍ଷଣ କରାଯାଇଥାଏ ।
ଜୀବାଶ୍ମ ଇନ୍ଧନ ସୀମିତ ପରିମାଣରେ ମିଳିଥାଏ । ସାଧାରଣତଃ ଏହି ଇନ୍ଧନ ଜଳିଲେ ଧୂଆଁ ଓ ଅଙ୍ଗାରକାମ୍ଳ ଗ୍ୟାସ୍ (CO2) ଉତ୍ପନ୍ନ ହୋଇଥାଏ, ଯାହା ବାୟୁ ପ୍ରଦୂଷଣର କାରଣ ଅଟେ ।
ଆସ ଜୀବଶ୍ମ ଇନ୍ଧନ ସଂରକ୍ଷଣ ପାଇଁ ଆମର ଯଥାସମ୍ଭବ ପ୍ରୟାସ କରିବା–
- ଆଖପାଖ ସ୍ଥାନକୁ ଚାଲି ଚାଲି କିମ୍ବା ସାଇକେଲ ଚଲାଇ ଯିବା ।
- ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପରିବହନ କରିବା ।
ପ୍ରାକୃତିକ ସମ୍ପଦ
ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ :
- ପୃଥିବୀର ସମସ୍ତ ଜୀବଜଗତକୁ ବଞ୍ଚାଇ ରଖିବା ପାଇଁ ଯେଉଁ ଅତ୍ୟାବଶ୍ୟକ ସମ୍ବଳ ଯଥା – ସୂର୍ଯ୍ୟାଲୋକ, ଜଳ, ପ୍ରାଣୀ ଓ ଉଦ୍ଭିଦ ଇତ୍ୟାଦିକୁ ଆମର ଆକଶ୍ୟକତା ପୂରଣ ପାଇଁ ପ୍ରକୃତିରୁ ପାଇଥାଉ ତାହାକୁ ପ୍ରାକୃତିକ ସମ୍ବଳ କୁହାଯାଏ ।
- ପ୍ରାକୃତିକ ସମ୍ପଦକୁ ଆମେ ନିଜ ସୁବିଧା ପାଇଁ ଅନେକ ଉପଯୋଗୀ ଦ୍ରବ୍ୟରେ ପରିଣତ କରି ବ୍ୟବହାର କରିଥାଉ । ମନୁଷ୍ୟଦ୍ଵାରା ସୃଷ୍ଟି ହେଉଥିବା ଏପରି ସମ୍ବଳକୁ ମନୁଷ୍ୟକୃତ ସମ୍ବଳ କୁହାଯାଏ ।

- ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନବୀକରଣ, ପୁନରୁଦ୍ଧାର ହେଉଥିବା ସମ୍ବଳକୁ ନବୀକରଣ ଯୋଗ୍ଯ ସମ୍ବଳ କୁହାଯାଏ । ବାୟୁ, ଜଳ ଏବଂ ଜଙ୍ଗଲ ଇତ୍ୟାଦି ଏହାର ଉଦାହରଣ ଅଟେ । ପ୍ରକୃତି ଏଗୁଡ଼ିକୁ ନବୀକରଣ କରିଥାଏ ।
- ଯେଉଁ ସମ୍ବଳଗୁଡ଼ିକ ସୃଷ୍ଟି ହେବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିଥାଏ, ସୀମିତ ପରିମାଣରେ ମିଳିଥାଏ ଏବଂ ଥରେ ବ୍ୟବହାର କଲେ ସେଗୁଡ଼ିକ ସରିଯାଇଥାଏ ଓ ତାହାକୁ ପୁନରୁଦ୍ଧାର କରିବା ସମ୍ଭବ ନୁହେଁ, ସେପରି ସମ୍ବଳକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ । ଉଦାହରଣ ମାଟି, ପଥର, କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି ।
ଆମେ ବ୍ୟବହାର କରୁଥିବା ସମ୍ବଳ
- ଅଧିକରୁ ଅଧିକ କଳକାରଖାନା ଓ ଯାନବାହନରୁ ନିର୍ଗତ ଦୂଷିତ ବାଷ୍ପଦ୍ଵାରା ବାୟୁମଣ୍ଡଳ ଦୂଷିତ ହେଉଅଛି । ବାୟୁ ପ୍ରଦୂଷଣଦ୍ଵାରା ବାୟୁର ମାନ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଆମର ଓ ଆମ ପରିବେଶର ଅନେକ କ୍ଷତି ହେଉଅଛି ।
- କ୍ରମବର୍ଦ୍ଧିଷ୍ଠ ଜନସଂଖ୍ୟା ଓ ଆମମାନଙ୍କର କାର୍ଯ୍ୟକଳାପ ଯୋଗୁଁ ଆମ ପରିବେଶ ଦିନକୁ ଦିନ ବାସ ଅନୁପଯୋଗୀ ହେଉଅଛି । ବାୟୁ ପ୍ରଦୂଷଣ, ପରିବେଶ ପ୍ରଦୂଷଣର ଏକ ଅଂଶ ଅଟେ ।
![]()
ବାୟୁ ପ୍ରଦୂଷଣ ହ୍ରାସ କରିବାର ଉପାୟ :
- ଜୈବିକ ଇନ୍ଧନ ପରିବର୍ତ୍ତେ ପ୍ରାକୃତିକ ଗ୍ୟାସ୍, ବିଦ୍ୟୁତ୍ ଶକ୍ତି ଓ ସୌର ଶକ୍ତି ବ୍ୟବହାର କରିବା ।
- ଘରୋଇ ବ୍ୟବହାରରେ ଧୂମବିହୀନ ଚୁଲ୍ଲା ବ୍ୟବହାର କରିବା ।
- ମୋଟରଯାନରେ CNG କୁ ବ୍ୟବହାର କରିବା ।
- ଜନସଚେତନତା ସୃଷ୍ଟି କରିବା ।
- ସବୁଜ ବଳୟ (Green belt) ସୃଷ୍ଟି କରିବା ।
- କୀଟନାଶକ ଓ ପୀଡ଼କମାରୀ କମ୍ ବ୍ୟବହାର କରିବା ।
କାର୍ଯ୍ୟ-୬ : ଆସ ବ୍ୟବହୃତ ପ୍ରାକୃତିକ ସମ୍ପଦର ଏକ ତାଲିକା କରିବା
ତୁମ ଦୈନନ୍ଦିନ ଜୀବନରେ ତୁମେ କରୁଥିବା କାର୍ଯ୍ୟଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ଏବଂ ପ୍ରତ୍ୟେକ କାର୍ଯ୍ୟ ପାଇଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବ୍ୟବହୃତ ହୋଇଥିବା ପ୍ରାକୃତିକ ସମ୍ପଦଗୁଡ଼ିକୁ ଲେଖ । ସାରଣୀରେ କିଛି ତଥ୍ୟ ପୂର୍ବରୁ ପୂରଣ ହୋଇଛି, ଅବଶିଷ୍ଟ ଖାଲି ଧାଡ଼ିଗୁଡ଼ିକ ପୂରଣ କର ।
ସାରଣୀ–୪ : ବ୍ୟବହୃତ ପ୍ରାକୃତିକ ସମ୍ପଦ
| କାର୍ଯ୍ୟ | ପ୍ରାକୃତିକ ସମ୍ପଦ |
| ପୋଷାକ ଧୋଇବା | ପାଣି |
| ମାଟି ଖେଳନା ତିଆରି କରିବା | ମୃଭିକା |
| ଜାଳେଣି କାଠ ସଂଗ୍ରହ କରିବା | ଉଭିଦ |
| ଗୁଡ଼ି ତିଆରି କରିବା | ଉଭିଦ |
| ଜଳଖୁଆ ଖାଇବା | ଶସ୍ୟ |
| ଦହନ ପ୍ରକ୍ରିୟା | ପ୍ରାକୃତିକ ଗ୍ୟାସ୍ |
ତୁମେ ଏବଂ ତୁମର ସାଙ୍ଗ, ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ବହୁ ପ୍ରାକୃତିକ ସମ୍ପଦର ତାଲିକା କରିଛ । ଏହି ସମ୍ପଦଗୁଡ଼ିକ ହେଉଛି ବାୟୁ, ଜଳ, ମାଟି ଏବଂ ଉଭିଦ ଏବଂ ପ୍ରାଣୀମାନଙ୍କଠାରୁ ମିଳୁଥିବା ଖାଦ୍ୟ । ଆମେ ପ୍ରକୃତିଠାରୁ ଏହି ସମ୍ବଳ ପାଇଥାଉ ଏବଂ ଏହାକୁ ବ୍ୟବହାର କରି ଆମ ଆବଶ୍ୟକ ଜିନିଷ ତିଆରି କରିଥାଉ । ତେଣୁ ଆମେ, ଆମ ପ୍ରାକୃତିକ ସମ୍ପଦକୁ ସଂରକ୍ଷଣ କରିବା ସହ ଏହାକୁ ନଷ୍ଟ ନକରି ଦାୟିତ୍ଵପୂର୍ଣ୍ଣ ଭାବେ ବ୍ୟବହାର କରିବା । ଏହାଦ୍ଵାରା ଆମେ ପରିବେଶକୁ କ୍ଷତି ନ ପହଞ୍ଚାଇ ଆମର ବର୍ତ୍ତମାନର ଆବଶ୍ୟକତାକୁ ପୂରଣ କରିପାରିବା ସହିତ ଭବିଷ୍ୟତ ପାଇଁ ମଧ୍ଯ ସଞ୍ଚୟ କରିପାରିବା ।
![]()
ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ
୧. ବାୟୁ
୨. ପେଟ୍ରୋଲିୟମ୍
୩. କୋଇଲା
୪. ନବୀକରଣଯୋଗ୍ୟ ସମ୍ବଳ
୫. ଜଙ୍ଗଲ
୬. ସମ୍ବଳ
୭. ଜୀବାଶ୍ମ ଇନ୍ଧନ
୮. ପଥର / ଶିଳା
୯. ମନୁଷ୍ୟକୃତ ସମ୍ବଳ
୧୦. ମାଟି
୧୧. ପ୍ରାକୃତିକ ଗ୍ୟାସ୍
୧୨. ସୂର୍ଯ୍ୟ
୧୩. ପ୍ରାକୃତିକ ସମ୍ପଦ
୧୪. ପାଣି
୧୫. ନବୀକରଣ ଅଯୋଗ୍ୟ ସମ୍ବଳ
୧୬, ବର୍ଷା ଜଳ ସଂରକ୍ଷଣ
![]()
ବିଷୟବସ୍ତୁର ସାରାଂଶ :
- ପ୍ରକୃତି ଆମର ବଞ୍ଚିବା ପାଇଁ ଆବଶ୍ୟକ ସମ୍ବଳ ପ୍ରଦାନ କରିଥାଏ ।
- ପ୍ରକୃତିରୁ ମିଳୁଥିବା ସମ୍ପଦକୁ ପ୍ରାକୃତିକ ସମ୍ପଦ କୁହାଯାଏ ।
- କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରାକୃତିକ ସମ୍ପଦ ହେଉଛି ବାୟୁ, ଜଳ, ସୌରଶକ୍ତି, ଜଙ୍ଗଲ, ମାଟି, ପଥର, ଖଣିଜ ପଦାର୍ଥ ଏବଂ ଜୀବାଶ୍ମ ଇନ୍ଧନ ।
- ମନୁଷ୍ୟ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ସୃଷ୍ଟି କରିଥିବା ସମ୍ପଦକୁ ମନୁଷ୍ୟକୃତ ସମ୍ପଦ କୁହାଯାଏ । ପ୍ରାକୃତିକ ସମ୍ପଦକୁ ନବୀକରଣଯୋଗ୍ୟ ଏବଂ ନବୀକରଣଯୋଗ୍ୟ ସମ୍ବଳ ଭାବରେ ବର୍ଗୀକୃତ କରାଯାଇପାରେ ।
- ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରାକୃତିକ ପ୍ରକ୍ରିୟାଦ୍ଵାରା ନବୀକରଣ ବା ପୁନରୁଦ୍ଧାର ହୋଇପାରୁଥିବା ସମ୍ବଳକୁ ନବୀକରଣଯୋଗ୍ୟ ସମ୍ବଳ କୁହାଯାଏ ।
- ଯେଉଁ ସମ୍ବଳ ସୀମିତ ପରିମାଣରେ ଥାଏ ଏବଂ ନିର୍ଦ୍ଦିଷ୍ଟ ସମୟ ଅବଧୂ ମଧ୍ଯରେ ପୁନରୁଦ୍ଧାର ହୋଇପାରେନାହିଁ ସେଗୁଡ଼ିକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ ।
- ମନୁଷ୍ୟ ସମେତ ସମସ୍ତ ଜୀବ ବଞ୍ଚିବା ପାଇଁ ପ୍ରାକୃତିକ ସମ୍ବଳ ଉପରେ ନିର୍ଭରଶୀଳ । ତେଣୁ ସେଗୁଡ଼ିକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ ।