Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ : ଏକ ପରିଚୟ

Go through BSE Odisha Class 7 Social Science Notes Odia Medium Chapter 10 ଭାରତର ସମ୍ବିଧାନ : ଏକ ପରିଚୟ to understand important topics more clearly.

7th Class Social Science Chapter 10 Notes Odia Medium

BSE Odisha Class 7 Social Science Chapter 10 Notes Odia Medium

‘ମୁଁ ଦର୍ଶାଇବାକୁ ଚାହେଁ ଯେ, ଯଦି ଆମେ ଗ୍ରହଣ କରାଯାଇଥିବା ସମ୍ବିଧାନ ଅନୁରୂପ କାର୍ଯ୍ୟ କରିବାକୁ ସମର୍ଥ ହେଉ…., ତେବେ ମୁଁ ନିଶ୍ଚିତ ଯେ, ଆମ ଦେଶକୁ ଆମେମାନେ ଶୀଘ୍ର ମହାନ୍ତି କରିବାରେ ସକ୍ଷମ ହୋଇପାରିବା । ଏହା ଏକ ଲକ୍ଷ୍ୟ ଅଟେ ଯାହା ଆମର ଶକ୍ତି ଓ ସାମର୍ଥ୍ୟ ମଧ୍ୟରେ ସନ୍ନିବେଶିତ, କିନ୍ତୁ ଏହାର ସଫଳ ରୂପାୟନ ଦୃଢ଼ ଶାରୀରିକ ଓ ମାନସିକ ପରିଶ୍ରମ ଏବଂ ସର୍ବୋପରି ମହାନ ନୈତିକ ପୁନର୍ଜାଗରଣ ଆବଶ୍ୟକ କରେ ।

ଆମେ ଏକ ଗଣତାନ୍ତ୍ରିକ ସରକାର ଗଠନ କରିଛେ । କିନ୍ତୁ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକରେ ସଫଳତା ସେହିମାନଙ୍କ ଉପରେ ନିର୍ଭର କରେ ଯିଏ ବୁଝାମଣା ଓ ଗ୍ରହଣୀୟତାର ଦକ୍ଷତା ରଖୁବା ସହିତ ଅନ୍ୟମାନଙ୍କ ମତାମତକୁ ନିଜ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଆଗ୍ରହୀ ଥ‌ିବେ ।’’
– ଡ. ରାଜେନ୍ଦ୍ର ପ୍ରସାଦ (ଭାରତର ପ୍ରଥମ ରାଷ୍ଟ୍ରପତି)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଭାରତର ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରୁ କାର୍ଯ୍ୟକାରୀ ହୋଇଥିଲା । ଏହି ସମ୍ବିଧାନକୁ ପ୍ରସ୍ତୁତ କରିବାପାଇଁ ୨ ବର୍ଷ ୧୧ ମାସ ୧୮ଦିନ ସମୟ ଲାଗିଥିଲା ।

ଆମର ସମ୍ବିଧାନ ପୁସ୍ତକକୁ ସୁ ର କ୍ଷି ତ ଖ୍ । ପାଇଁ ସଂସଦରେ ହିଲୟମପୂର୍ଣ ଏକ କାଚ ବାକ୍ସରେ ଯନ୍ତ୍ର ସହିତ ସଂରକ୍ଷିତ ରଖାଯାଇଛି ।
Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ ଏକ ପରିଚୟ-1

ହିଲିୟମ୍ (Helium) : ଏହା ଏକ ଗ୍ୟାସ୍ ଯାହା କାଗଜ କିମ୍ବା କାଳି ସହିତ ପ୍ରତିକ୍ରିୟା କରେ ନାହିଁ । ଯାହା ସମ୍ବିଧାନକୁ ସମୟ ସହିତ ସଂରକ୍ଷଣ କରିବାର ସାହାଯ୍ୟ କରେ ।

ଭାରତର ସମ୍ବିଧାନ ଏକ ମହତ୍ତ୍ଵପୂର୍ଣ୍ଣ ଦଲିଲ ଅଟେ ଯାହାକୁ କାଏମ୍ ରଖୁବା ନିମନ୍ତେ ଆମ ଦେଶର ଅନେକ ଗୁରୁତ୍ଵପୂର୍ଣ୍ଣ ଅଧିକାରୀ ଶପଥ ନେଇଥାନ୍ତି । ରାଷ୍ଟ୍ରପତି ଏହାର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରତିହତ କରିବାକୁ ଶପଥ ନେଇଥା’ନ୍ତି । ପ୍ରଧାନମନ୍ତ୍ରୀ, ମନ୍ତ୍ରୀପରିଷଦ ଏବଂ ବିଚାରପତିମାନେ ଏହାର ସମସ୍ତ ବ୍ୟବସ୍ଥା (ନୀତିନିୟମ )କୁ ଅନୁସରଣ କରିବାକୁ ପ୍ରତିଜ୍ଞା କରିଥା’ନ୍ତି ।

ସମ୍ବିଧାନ କ’ଣ ?
ସମ୍ବିଧାନ ଏକ ଦସ୍ତାବିଜ୍, ଯାହା ଏକ ଦେଶର ମୌଳିକ ନୀତି ଓ ଅଇନକୁ ବର୍ଣନା କରିଥାଏ । ଏହା ଉଲ୍ଲେଖ କରିଥାଏ ଯେ :
(କ) ସରକାରଙ୍କ ତିନୋଟି ଅଙ୍ଗ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଏବଂ ସେମାନଙ୍କର ଭୂମିକା ଓ ଦାୟିତ୍ଵ ।
(ଖ) ସରକାରଙ୍କ ତିନୋଟି ଅଙ୍ଗ ମଧ୍ଯରେ ନିୟନ୍ତ୍ରଣ ରକ୍ଷାକରି ନିରପେକ୍ଷତା, ଦାୟିତ୍ଵ ଏବଂ ଉତ୍ତର ଦାୟିତ୍ଵ ।
(ଗ) ନାଗରିକମାନଙ୍କ ଅଧିକାର ଓ କର୍ତ୍ତବ୍ୟ ।
(ଘ) ଦେଶର ଦୀର୍ଘସୂତ୍ରୀ ଲକ୍ଷ୍ୟ ଏବଂ ଆକାଂକ୍ଷାର ଏକ ରୂପରେଖ ।

ଆମର ସମ୍ବିଧାନ ଆବଶ୍ୟକ କାହିଁକି ?
ସମ୍ବିଧାନ ଦେଶର ମୌଳିକ ନିୟମ ଏବଂ ନୀତିଗୁଡ଼ିକ ସ୍ଥିର କରେ । ସରକାର କି ପ୍ରକାରର ହେବ ଏହାର ଗଠନ ପ୍ରକ୍ରିୟା କିପରି ହେବ ଏବଂ ଏହା କିପରି କାର୍ଯ୍ୟ କରିବ ଏହା ସମ୍ବିଧାନଦ୍ୱାରା ହିଁ ନିର୍ଦ୍ଧାରିତ ହୋଇଥାଏ ।

Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ : ଏକ ପରିଚୟ

ଏକ ସମ୍ବିଧାନ ଉଲ୍ଲେଖ କରେ ଆଇନ କିପରି ପ୍ରଣୟନ ଓ କାର୍ଯ୍ୟକାରୀ କରାଯିବ, କିଏ କାର୍ଯ୍ୟପାଳିକାଙ୍କୁ ନିର୍ବାଚିତ କରୁଛି ଏବଂ ନ୍ୟାୟପାଳିକା କିପରି ଗଠିତ ହୁଏ ଏବଂ ନାଗରିକମାନଙ୍କର ଅଧିକାର ଓ କର୍ତ୍ତବ୍ୟ ସବୁ କ’ଣ ଅଟେ ।

ଭାରତୀୟ ସମ୍ବିଧାନ ସହିତ ଅନେକ ଦେଶର ସମ୍ବିଧାନ ସେମାନେ କେଉଁ ମୂଲ୍ୟବୋଧ ଓ ଆଦର୍ଶ ପ୍ରତି ପ୍ରତିବଦ୍ଧ ହେବେ ତାହା ମଧ୍ୟ ବର୍ଣ୍ଣନା କରେ ।

ସମସ୍ତଙ୍କ ପାଇଁ ସମାନତା, ନ୍ୟାୟ, ଭ୍ରାତୃତ୍ଵ, ବହୁବିଧତା ଏବଂ ସ୍ଵାଧୀନତା ହିଁ ସମ୍ବିଧାନ ଦେଇଥାଏ । ପ୍ରକୃତରେ ଏହି ମୂଲ୍ୟବୋଧ ଓ ଆଦର୍ଶଗୁଡ଼ିକ ସାଧାରଣତଃ ଏକ ସମ୍ବିଧାନରେ ସ୍ଥାନ ପାଇଥାଏ, ଯାହା ଭିତ୍ତିରେ ନୀତି ଓ ନିୟମ ତିଆରି ହୁଏ ।

ଭାରତର ସମ୍ବିଧାନ ପୃଥ‌ିବୀର ସର୍ବବୃହତ୍ ଲିଖ୍ତ ସମ୍ବିଧାନ ଅଟେ । ପ୍ରାଥମିକ ଭାବରେ କାର୍ଯ୍ୟକାରୀ ହେଲାବେଳକୁ ଏଥୁରେ ୨୨ଟି ବିଭାଗ ଓ ୮ଟି ଅନୁସୂଚୀ ରହିଥିଲା । ବର୍ତ୍ତମାନ ୨୫ଟି ବିଭାଗ ଓ ୧୨ଟି ଅନୁସୂଚୀ ରହିଅଛି ।

ଆମ ସମ୍ବିଧାନରେ ଥ‌ିବା କିଛି ଗୁରୁତ୍ଵପୂର୍ଣ୍ଣ ବିଷୟ :
Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ ଏକ ପରିଚୟ-2

ଭାରତର ସମ୍ବିଧାନ ଲିଖନ :
‘ମୁଁ ଆପଣମାନଙ୍କର ସଫଳତା କାମନା କରୁଛି ଏବଂ ଦିବ୍ୟ ଆଶୀର୍ବାଦ ଭିକ୍ଷା କରୁଛି ଯାହାଦ୍ଵାରା ଆପଣମାନଙ୍କର ଲିଖୁତ ଅଭିବ୍ୟକ୍ତି କେବଳ ସୁବିବେକ, ସାଧାରଣ ଆତ୍ମା ଏବଂ ପ୍ରକୃତ ଦେଶ ପ୍ରେମଦ୍ୱାରା ନୁହେଁ, ବରଂ ଜ୍ଞାନ, ସହିଷ୍ଣତା, ନ୍ୟାୟ ଏବଂ ସମସ୍ତଙ୍କ ପ୍ରତି ସମାନତାଦ୍ୱାରା ମଧ୍ୟ ଚିହ୍ନିତ ହେଉ ଏବଂ ସର୍ବୋପରି ଭାରତକୁ ଏହାର ପୂର୍ବ ଗୌରବକୁ ଫେରାଇ ଆଣିବା ଏବଂ ବିଶ୍ଵର ମହାନ ରାଷ୍ଟ୍ରମାନଙ୍କ ମଧ୍ୟରେ ସମ୍ମାନ ଓ ସମାନତାର ସ୍ଥାନ ଦେବାର ଦୂରଦର୍ଶିତା ରହୁ ।’’
– ଡଃ ସଚ୍ଚିଦାନନ୍ଦ ସିହ୍ନା, ସମ୍ବିଧାନ ସଭାର ସଭାପତି (ପ୍ରାରମ୍ଭିକ ଅବସ୍ଥା)

୧୯୪୬ ମସିହାରେ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ କରାଯାଇଥିଲା । ଆରମ୍ଭରେ ଏଥ‌ିରେ ୩୮୯ ଜଣ ସଦସ୍ୟ ଥିଲେ, (କିନ୍ତୁ ଭାରତ ବିଭାଜନ ପରେ ତାହା ୨୯୯କୁ ହ୍ରାସ ପାଇଥିଲା) ଯେଉଁଥ‌ିରେ କି ୧୫ ଜଣ ମହିଳା ଥିଲେ । ଏହି ସଭାର ସଦସ୍ୟମାନେ ଭାରତର ବିଭିନ୍ନ ଅଞ୍ଚଳ, ବୃତ୍ତି ଏବଂ ସାମାଜିକ ଗୋଷ୍ଠୀର ପ୍ରତିନିଧ୍ୟ କରିଥିଲେ ।

ସମ୍ବିଧାନ ପ୍ରଣୟନ ସଭାରେ ଓଡ଼ିଶାରୁ ପ୍ରତିନିଧ୍ୟ : ୧୩ ଜଣ ପୁରୁଷ ପ୍ରତିନିଧ୍ଵ ଏବଂ ଜଣେ ମହିଳା (ମାଳତୀ ଚୌଧୁରୀ, ପରେ ସେ ଇସ୍ତଫା ଦେଇଥିଲେ) ।

ଆମ ସମ୍ବିଧାନ କିପରି ବିକାଶଲାଭ କରିଥିଲା ?
ଭାରତୀୟ ସମ୍ବିଧାନକୁ ପ୍ରାୟ ତିନିବର୍ଷ ମଧ୍ୟରେ ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ଲିଖତ ଓ ବିକଶିତ କରାଯାଇଥିଲା ।

ଏହା ୧୯୪୬ ମସିହା ଡିସେମ୍ବର ୯ ତାରିଖ ଦିନ ଗଠନ କରାଯାଇଥିଲା । ଏହାର ସଭ୍ୟମାନେ ପ୍ରତି ପ୍ରଦେଶରେ ବିଧାନ ସଭା ମାଧ୍ୟମରେ ନିର୍ବାଚିତ ହୋଇଥିଲେ (ଯାହାର ସଦସ୍ୟମାନେ ଜନସାଧାରଣଙ୍କ ଦ୍ଵାରା ନିର୍ବାଚିତ) । ଡଃ ରାଜେନ୍ଦ୍ର ପ୍ରସାଦ ଉକ୍ତ ସମ୍ବିଧାନ ସଭାର ଅଧ୍ୟକ୍ଷ ଥିଲେ ।

ଏହି କାର୍ଯ୍ୟ ୧୯୪୯ ମସି ହ। ନଭେମ୍ବର ୨୬ ତାରିଖ ଦିନ ସମାପ୍ତି ହୋଇଥିଲା ଏବଂ ଫଳସ୍ଵରୂପ ଉକ୍ତ ଦଲିଲକୁ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ ଭାରତର ନିଜସ୍ଵ ସମ୍ବିଧାନ ଭାବରେ କାର୍ଯ୍ୟକାରୀ କରାଯାଇଥିଲା । ସେଥ୍ପାଇଁ ଆମେ ଉକ୍ତ ଦିନକୁ ପ୍ରତିବର୍ଷ ଗଣତନ୍ତ୍ର ଦିବସ ରୂପେ ପାଳନ କରିଥାଉ ।
Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ ଏକ ପରିଚୟ-3
ସମ୍ବିଧାନର ପ୍ରାରମ୍ଭକ ପାଠ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଏକ ଚିଠା ସମିତି ଦ୍ଵାରା ପ୍ରସ୍ତୁତ କରାଯାଇଥିଲା, ଯିଏ କି ଜଣେ ଉଚ୍ଚକୋଟୀର ସମାଜ ସଂସ୍କାରକ ଏବଂ ସ୍ଵାଧୀନ ଭାରତରେ ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ ଥିଲେ ।

ଭାରତୀୟ ସମ୍ବିଧାନକୁ ପ୍ରଭାବିତ କରିଥିବା ଆଧାର :
ଯଦିଓ ସମ୍ବିଧାନକୁ ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ବିକଶିତ କରାଯାଇଥିଲା ତଥାପି ଏହା ଅନେକ ବିଷୟଦ୍ଵାରା ପ୍ରଭାବିତ ହୋଇଥିଲା । ଏଥ‌ିରେ ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ଅଭିଜ୍ଞତା, ଚିନ୍ତାଧାରା ଏବଂ ଆଦର୍ଶର ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ଥିଲା ।

ଏଥ୍ ସହିତ ଭାରତର ସଭ୍ୟତା, ଐତିହ୍ୟ ଏବଂ ସଂସ୍କୃତି ମଧ୍ଯ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ଅନ୍ୟ ଦେଶର ସମ୍ବିଧାନରୁ ଉପଯୋଗୀ ଶିକ୍ଷଣ ବିନ୍ଦୁକୁ ମଧ୍ୟ ବିଚାରକୁ ନିଆଯାଇଥିଲା ।

ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ପ୍ରଭାବ :
ଭାରତୀୟ ସମ୍ବିଧାନରେ ସ୍ଵାଧୀନତା ସଂଗ୍ରାମର ଅନେକ ମୁଖ୍ୟ ଆଦର୍ଶ ଏବଂ ମୂଲ୍ୟବୋଧ ସ୍ଥାନିତ ହୋଇଅଛି ।

ଭାରତର ସ୍ଵାଧୀନତା ଆନ୍ଦୋଳନର ଅନେକ ନେତା ସମ୍ବିଧାନର ସଭାର ସଦସ୍ୟ ଥିଲେ ଏବଂ ସେଥ୍ ପାଇଁ ସ୍ଵାଧୀନତା ସଂଗ୍ରାମରେ ସେମାନଙ୍କ ଅଭିଜ୍ଞତା ଏବଂ ଚିନ୍ତାଧାରାକୁ ନେଇ ସମ୍ବିଧାନ ତା’ର ମୂଖ୍ୟ ଆଦର୍ଶକୁ ରୂପ ଦେବ।ରେ ମୁଖ୍ୟ ଭୂମିକା। ଗ୍ରହଣ କରିଥିଲା ।
Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ ଏକ ପରିଚୟ-4
ଏହି ମୂଲ୍ୟବୋଧ ଓ ଆଦର୍ଶଗୁଡ଼ିକ ମଧ୍ୟରେ କେତେକ ହେଉଛି ସମସ୍ତଙ୍କ ପାଇଁ ସମାନତା, ସମସ୍ତଙ୍କ ପାଇଁ ନ୍ୟାୟ, ସ୍ଵାଧୀନତା, ଭ୍ରାତୃଭାବ, ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ସମ୍ବିଧାନକୁ ଏହି ମୂଲ୍ୟବୋଧ ଏବଂ ଆଦର୍ଶ ହାସଲ କରିବାର ମାଧ୍ୟମ ଭାବରେ ବ୍ୟବହାର କରିବାର ଚିନ୍ତାଧାରା ଅଟେ ।
Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ ଏକ ପରିଚୟ-5

କିପରି ଏବଂ କ’ଣ ଆଦି ପ୍ରଶ୍ନଗୁଡ଼ିକର ଅନେକ ଉତ୍ତର ମଧ୍ୟ ସ୍ଵାଧୀନତା ସଂଗ୍ରାମର ସେହି ମହାନ ଅଭିଜ୍ଞତା ଓ ଶିକ୍ଷଣରୁ ଆସିଛି ।

  1. ଆମେ କିପରି ନିଶ୍ଚିତ ରହିବା ଯେ ପ୍ରତ୍ୟେକ ନାଗରିକଙ୍କ ଭୋଟ ଦେବାର ଅଧିକାର ରହିଛି ?
  2. ଆମେ କିପରି ନିଶ୍ଚିତ କରିବା ଯେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକାର କ୍ଷମତାକୁ ପୃଥକ ରଖାଯାଇଛି ?
  3. ଆମେ କିପରି ନିଶ୍ଚିତ କରିବା ଯେ ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧୂକାର ସମ୍ମାନିତ ହେଉଛି ?
  4. ଯଦି ଆମେ ସମ୍ବିଧାନ ସଂଶୋଧନ କରିବାକୁ ଚାହୁଁଛୁ ତେବେ ପ୍ରକ୍ରିୟା କ’ଣ ହେବା ଉଚିତ ?
  5. କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମ୍ପର୍କ କ’ଣ ହେବା ଉଚିତ ? ଇତ୍ୟାଦି ।

ଭାରତ ସଭ୍ୟତାର ଐତିହ୍ୟ ଓ ଇତିହାସ:
ଭାରତର ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ସମ୍ବିଧାନରେ ଏକ ମାନବିକ ମୂଲ୍ୟବୋଧ ଭାବରେ ସ୍ଥାନ ଦିଆଯାଇଛି । ଉଦାହରଣସ୍ୱରୂପ ‘ମୌଳିକ କର୍ତ୍ତବ୍ୟ’ ଏହାର ଏକ ଅଂଶ ।

ଏତଦ୍‌ବ୍ୟତୀତ ଅନେକ ପ୍ରାଚୀନ ଭାରତୀୟ ସଭ୍ୟତାର ଇତିହାସ ମଧ୍ଯ ସମ୍ବିଧାନରେ ଦେଖିବାକୁ ମିଳିଥାଏ । ଉଦାହରଣ ସ୍ଵରୂପ, ପ୍ରକୃତି ପ୍ରତି ସମ୍ମାନ, ଜ୍ଞାନ ଓ ଶିକ୍ଷା ଆହରଣ, ନାରୀପ୍ରତି ସମ୍ମାନ, ସର୍ବୋପରି କାଳଜୟୀ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ଏବଂ ସର୍ବେ ଭବନ୍ତୁ ସୁଖୀନଃ ସମ୍ବିଧାନରେ ସ୍ଥାନ ପାଇଛି । ସମ୍ବିଧାନ ମଧ୍ୟ ଅନେକ ବିବିଧ ଚିନ୍ତାଧାରାକୁ ଆଭିମୁଖ୍ୟ ଭାବେ ଗ୍ରହଣ କରିଛି ।

ପୂର୍ବରୁ ଭାରତରେ ପ୍ରଚଳିତ ବିଭିନ୍ନ ପ୍ରକାରର ଶାସନ ବିଷୟରେ ଆମେ ଜାଣିଲେ । ଯଥା- ଯଥା – ଜନପଦ, ସଂଘ, ଶାସକ ଓ ସେମାନଙ୍କର ପରିଷଦ, କୌଟିଲ୍ୟଙ୍କ ସପ୍ତାଙ୍ଗର ଧାରଣା, ରାଜଧର୍ମ ଇତ୍ୟାଦି । ସର୍ବୋପରି ଶାସନ ବ୍ୟବସ୍ଥାରେ ଲୋକମାନଙ୍କର ର କର୍ଭବ୍ୟ ଓ ଭୂମିକା ଉପରେ ମଧ୍ୟ ବହୁତ ଗୁରୁତ୍ଵ ଦିଆଯାଇଛି ।

ବିଶ୍ଵରୁ ଶିକ୍ଷା :
ଭାରତର ପାରମ୍ପରିକ ଦର୍ଶନ ‘ବିଭିନ୍ନ ଦିଗରୁ ସମସ୍ତ ମହତ୍ ଚିନ୍ତାଧାରା ମୋ ମଧ୍ୟକୁ ପ୍ରବେଶ କରୁ’’ ଅନୁସରଣ କରିବା ସହିତ ଆଧୁନିକ ଭାରତର ସମ୍ବିଧାନ ନିର୍ମାତାମାନେ ଫ୍ରାନ୍ସ, ଆମେରିକା, ବ୍ରିଟେନ, ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆ ସହିତ ପୃଥ‌ିବୀର ଅନ୍ୟ ଦେଶର ଗଣତାନ୍ତ୍ରିକ ପ୍ରଣାଳୀକୁ ଅଧ୍ୟୟନ କରିଥିଲେ ଏବଂ ଯାହା ଆମ ଦେଶ ପାଇଁ ଉପଯୋଗୀ ତାହା ସମ୍ବିଧାନରେ ସ୍ଥାନିତ କରିଥିଲେ ।
Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ ଏକ ପରିଚୟ-6
‘ସ୍ୱତନ୍ତ୍ରତା’, ‘ସମାନତା’, ‘ଭ୍ରାତୃତ୍ୱର’ ଆଦର୍ଶ ଫ୍ରାନ୍ସର ସମ୍ବିଧାନରୁ ଅଣାଯାଇଛି (ଯାହା ୧୭୮୯ ମସିହାରୁ ଫରାସୀ ରାଷ୍ଟ୍ର ବିପ୍ଲବରୁ ଜାତ)।

ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି’ ଆଇରିସ୍ ସମ୍ବିଧାନରୁ ଏବଂ ସ୍ଵତନ୍ତ୍ର ଓ ସ୍ଵାଧୀନ ନ୍ୟାୟ ବ୍ୟବସ୍ଥା ଯାହା ଆମେରିକା ସମ୍ବିଧାନ ଦ୍ଵାରାରା ପ୍ରଭାବିତ ।

ଭାରତୀୟ ସମ୍ବିଧାନର ମୁଖ୍ୟ ବୈଶିଷ୍ଟ୍ୟ :
ଭାରତୀୟ ସମ୍ବିଧାନ ପୃଥ‌ିବୀର ବୃହତ୍ତମ ଲିଖ ସମ୍ବିଧାନ ଅଟେ । ଏହି ସମ୍ବିଧାନରେ ଏକ ପ୍ରସ୍ତାବନା, ୪୭୦ଟି ଧାରା ଏବଂ ୧୨ଟି ଅନୁସୂଚୀ ଏବଂ ୨୫ଟି ବିଭାଗ ରହିଛି ।

ସରକାରର ବିଭିନ୍ନ ଅଙ୍ଗର ଗଠନ, ଭୂମିକା, ନାଗରିକତା, ମୌଳିକ ଅଧୂକାର, ମୌଳିକ କର୍ତ୍ତବ୍ୟ, ରାଷ୍ଟ୍ରୀୟ ନିର୍ଦ୍ଦେଶାବଳୀ, ରାଷ୍ଟ୍ରପତି, କେନ୍ଦ୍ର ପରିଷଦ, ସାଂସଦ, ନ୍ୟାୟ ବ୍ୟବସ୍ଥା, ସଂଘୀୟ ଶାସନ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କ, ରାଜ୍ୟପାଳ, ରାଜ୍ୟ ମନ୍ତ୍ରୀପରିଷଦ, ନିର୍ବାଚନ, ସାଧାରଣ ସେବା ପ୍ରଭୃତି ବିଷୟଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବରେ ସମ୍ବିଧାନରେ ବର୍ଣ୍ଣିତ ହୋଇଅଛି ।

ସମ୍ବିଧାନ ବିସ୍ତୃତ ଭାବରେ ଉପରୋକ୍ତ ପ୍ରସଙ୍ଗଗୁଡ଼ିକୁ ବର୍ଣ୍ଣନା କରିଥାଏ । ଏହା ସରକାରଙ୍କର ବିଭିନ୍ନ ଅଙ୍ଗର ଭୂମିକା, କାର୍ଯ୍ୟ, ଦାୟିତ୍ଵ ଏବଂ ଉତ୍ତର ଦାୟିତ୍ଵର ମାପଦଣ୍ଡକୁ ବ୍ୟାଖ୍ୟା କରେ ।

ସମ୍ବିଧାନରେ ଏକ ନିର୍ବାଚନ ବ୍ୟବସ୍ଥା ପ୍ରଣୀତ ହୋଇଛି ଯାହା ନିର୍ବାଚନ ମାଧ୍ୟମରେ ପ୍ରତ୍ୟେକ ନାଗରିକର ଭୋଟ ଦେବା ଅଧିକାରକୁ ସୁନିଶ୍ଚିତ କରେ ।

ସମ୍ବିଧାନର ଅନ୍ୟ ମୁଖ୍ୟ ଦିଗଗୁଡ଼ିକ ହେଉଛି ମୌଳିକ କର୍ଭବ୍ୟ, ମୌଳିକ ଆକାର ଓ ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି (ରାଷ୍ଟ୍ରନୀତି) ।

ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି ଭାରତ ପାଇଁ ସମ୍ବିଧାନର ପ୍ରଣେତାମାନଙ୍କର ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣର ସାରାଂଶକୁ ପ୍ରତିନିଧ୍ୟ କରେ ।

ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖ୍ ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନ ଲିପିବଦ୍ଧ କରିଛନ୍ତି । ସେମାନେ ଚାହୁଁଥିଲେ କେତେକ ଅଧିକାର ଯାହା ତତ୍‌କ୍ଷଣାତ୍ ମିଳୁ (ମୌଳିକ ଅଧ୍କାର) ଏବଂ କେତେକ ଗୁରୁତ୍ଵପୂର୍ଣ୍ଣ ଲକ୍ଷ୍ୟ (ଡି.ପି.ଏସ୍.ପି.) ତାହା ସମୟ ସାପେକ୍ଷ ଏବଂ ଦେଶର ପ୍ରଗତି ସହିତ ତାହା ମଧ୍ୟ କାର୍ଯ୍ୟକାରୀ ହେଉ ।

ଆସ ମନେରଖୁ :
ସରକାରଙ୍କର ତିନୋଟି ଅଙ୍ଗ ଅଛି । ସେଗୁଡ଼ିକ ହେଉଛି- ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା । ଏଗୁଡ଼ିକର ଯଥାର୍ଥ କାର୍ଯ୍ୟକାରିତା ନିମନ୍ତେ କ୍ଷମତାର ପୃଥକୀକରଣ ଅପରିହାର୍ଯ୍ୟ ଅଟେ ।

ବ୍ୟବସ୍ଥାପିକା ସଭା ଆଇନ ପ୍ରଣୟନ କରେ ।

କାର୍ଯ୍ୟପାଳିକା ଦ୍ଵାରା ଆଇନ କାର୍ଯ୍ୟକାରୀ ହୁଏ, ପ୍ରଧାନମନ୍ତ୍ରୀ ତା’ର ନେତୃତ୍ୱ ନିଅନ୍ତି ।

ନ୍ୟାୟପାଳିକା ସମ୍ବିଧାନର ରକ୍ଷାକବଚ, ପ୍ରଣୀତ ଆଇନ ସମ୍ବିଧାନ ଅନୁରୂପ ଅଛି କି ନାହିଁ, କୌଣସିଠାରେ ଆଇନ ଭଙ୍ଗ ହୋଇଛି କି ଏବଂ କି ପ୍ରକାର ଦଣ୍ଡର ଆବଶ୍ୟକ ତାହା ନ୍ୟାୟପାଳିକାର କାର୍ଯ୍ୟ ।

ଭାରତର ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ପ୍ରଚଳିତ କେନ୍ଦ୍ରୀୟ ଶାସନ, ରାଜ୍ୟ ଶାସନ ଓ ସ୍ଥାନୀୟ ଶାସନ (ପଞ୍ଚାୟତିରାଜ ବ୍ୟବସ୍ଥା) ।

କିଛି କ୍ଷମତା ଓ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ନିମନ୍ତେ ସଂରକ୍ଷଣ ରଖାଯାଇଥିବାବେଳେ ଅନ୍ୟ କେତେକ କ୍ଷମତା କାର୍ଯ୍ୟ ରାଜ୍ୟ ସରକାରଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିଛି ।

ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି (ରାଷ୍ଟ୍ରନୀତି) ହେଉଛି ସରକାରଙ୍କର ଲକ୍ଷ୍ୟ ଯାହା ସେ ହାସଲ କରିବାପାଇଁ ଚେଷ୍ଟା କରିବା ଉଚିତ । ତାହା ସମସ୍ତ ଦେଶବାସୀଙ୍କର ନିଶ୍ଚିତ ଉନ୍ନତି ପ୍ରତିଫଳିତ କରେ । ଉଦାହରଣ ସ୍ଵରୂପ ଦେଶର ପ୍ରତ୍ୟେକ ଜନସାଧାରଣଙ୍କ ଜୀବନ ଧାରଣର ମାନ ନିଶ୍ଚିତ ଭଲ ହେବା ଆବଶ୍ୟକ କିନ୍ତୁ ଯଦି ସରକାର ଏଥୁନିମନ୍ତେ ପ୍ରୟାସ ନ କରନ୍ତି ତେବେ ଜନସାଧାରଣ ତାଙ୍କ ନ୍ୟାୟ ପାଇଁ ସରକାରଙ୍କ ବିରୁଦ୍ଧରେ ବିଚାରାଳୟକୁ ଯାଇ ପାରିବେ ନାହିଁ । ଅପର ପକ୍ଷରେ ମୌଳିକ ଅଧିକାରଗୁଡ଼ିକ ବାଧ୍ୟତାମୂଳକ ଅଟେ । ଯଦି କେହି ତୁମ ସହିତ ଅଶାଳୀନ ବ୍ୟବହାର କରେ ତେବେ ନ୍ୟାୟାଳୟର ଦ୍ଵାରସ୍ଥ ହେଲେ ବିଚାରପତି ତୁମକୁ ସହାୟତା କରିବେ ।

ଭାରତର ସମ୍ବିଧାନରେ ବର୍ଣ୍ଣିତ କିଛି ବିଷୟବସ୍ତ
Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ ଏକ ପରିଚୟ-7

Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ ଏକ ପରିଚୟ-8

Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ ଏକ ପରିଚୟ-9

Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ ଏକ ପରିଚୟ-10

ସମ୍ବିଧାନର ବିଭିନ୍ନ ବିଭାଗର ଗଠନ :
(୧) ମୌଳିକ ଅଧ୍ବକାର :
(କ) ସମାନତା ଅଧିକାର (ଧାରା ୧୪ ଆଇନ ଆଗରେ ସମାନତା)
(ଖ) ସ୍ଵାଧୀନତା ଅଧିକାର (ଧାରା ୨୧, ଜୀବନ ଏବଂ ବ୍ୟକ୍ତିଗତ ସ୍ଵାଧନତାର ସୁରକ୍ଷା)
(ଗ) ଶୋଷଣ ବିରୋଧରେ ଅଧିକାର ।
(ଘ) ଧାରା ୨୧ (କ) ଶିକ୍ଷାଗତ ଅଧିକାର ।

Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ : ଏକ ପରିଚୟ

(୨) ରାଷ୍ଟ୍ର ନିର୍ଦ୍ଦେଶାତ୍ମକ ନୀତି :
(କ) ଧାରା ୪୧ : ଜନମଙ୍ଗଳ ସରକାର ।
(ଖ) ଧାରା ୪୪ : ସମାନ ନାଗରିକ ସଂହିତା ।
(ଗ) ଧାରା ୩୮ : ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ।
(ଘ) ଧାରା ୪୯ : ଜାତୀୟ ଗୁରୁତ୍ଵପୂର୍ଣ୍ଣ ସ୍ଥାନ, ସ୍ମାରକୀ ଓ ବସ୍ତୁଗୁଡ଼ିକର ସୁରକ୍ଷା ।
(ଙ) ଧାରା ୪୭ : ପୁଷ୍ଟି, ଜୀବନ ଧାରଣ ମାନ ଏବଂ ସ୍ଵାସ୍ଥ୍ୟସେବା ।

(୩) ମୌଳିକ କର୍ତ୍ତବ୍ୟ :
(କ) ସମ୍ବିଧାନକୁ ମାନିବା ଏବଂ ଏହାର ଆଦର୍ଶ ଏବଂ ଅନୁଷ୍ଠାନ, ଜାତୀୟ ପତାକା ଏବଂ ଜାତୀୟ ସଙ୍ଗୀତକୁ ସମ୍ମାନ କରିବା ।
(ଖ) ଦେଶକୁ ରକ୍ଷା କରିବା ଏବଂ ବିପଦ ସମୟରେ ଯେତେବେଳେ ଆବଶ୍ୟକ ଜାତୀୟ ସେବା ପ୍ରଦାନ କରିବା ।
(ଗ) ଆମ ବିବିଧତାପୂର୍ଣ୍ଣ ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଦେବା ଓ ସଂରକ୍ଷଣ କରିବା ।
(ଘ) ଜଙ୍ଗଲ, ନଦୀ, ହ୍ରଦ, ବନ୍ୟଜନ୍ତୁଙ୍କ ସମତେ ପ୍ରାକୃତିକ ପରିବେଶର ସୁରକ୍ଷା ଏବଂ ଉନ୍ନତି ସହିତ ଜୀବେଦୟା ଭାବ ପ୍ରଦର୍ଶନ କରିବା ।
(ଙ) ବ୍ୟକ୍ତିଗତ କିମ୍ବା ସାମୂହିକ କାର୍ଯ୍ୟକଳାପର ସମସ୍ତ କ୍ଷେତ୍ରରେ ଉତ୍କର୍ଷତା ଆଣିବାକୁ ଚେଷ୍ଟା କରିବା ଯାହାଦ୍ଵାରା ରାଷ୍ଟ୍ର କ୍ରମାଗତ ଭାବରେ ଉଚ୍ଚ ସଫଳତା ଲାଭ କରିବ ।
(ଚ) ପିତାମାତା କିମ୍ବା ଅଭିଭାବକ ଛଅରୁ ଚଉଦ ବର୍ଷ ବୟସର ତାଙ୍କ ଶିଶୁ (ପୁଅ ବା ଝିଅ)ମାନଙ୍କୁ ଶିକ୍ଷାଲାଭ କରିବାର ସୁଯୋଗ ଦେବା ।

ସମ୍ବିଧାନ ଏକ ଜୀବନ୍ତ ଦଲିଲ :
ସମୟ ସହିତ ସମ୍ବିଧାନରେ ନୂତନ ଆଇନ ଏବଂ ନିୟମର ଆବଶ୍ୟକତା ଉପୁଜିବ ବୋଲି ସମ୍ବିଧାନ ପ୍ରଣେତାମାନେ ଅନୁଭବ କରିଥିଲେ । ଉଦାହରଣ ସ୍ଵରୂପ ଭାଗ-୪ (କ) ମୌଳିକ କର୍ତ୍ତବ୍ୟ ୧୯୭୬ ମସିହାରେ ସମ୍ବିଧାନରେ ସ୍ଥାନିତ କରାଗଲା । ସମ୍ବିଧାନର କୌଣସି ପରିବର୍ତ୍ତନ (ଯାହାକୁ ସମ୍ବିଧାନ ସଂଶୋଧନ କୁହାଯାଏ) ଗ୍ରହଣ କରିବା ପୂର୍ବରୁ ସଂସଦରେ ବିସ୍ତୃତ ଓ ବ୍ୟାପକ ଭାବରେ ବିତର୍କ ବା ଆଲୋଚନା ହୁଏ । କେତେକ କ୍ଷେତ୍ରରେ ଏଥୁ ନିମନ୍ତେ ବିଧାନ ସଭାରେ ମଧ୍ଯ ବିତର୍କ ଆବଶ୍ୟକ ହୁଏ । ଅନେକ ସମୟରେ ସାଧାରଣ ଜନତାଙ୍କ ମାମତ ନିଆଯାଏ । କେତେକ ପରିବର୍ତ୍ତନ ଲୋକପ୍ରିୟ ଆନ୍ଦୋଳନରୁ ମଧ୍ୟ ଆରମ୍ଭ କରାଯାଇପାରେ ।

ଭାରତୀୟ ସମ୍ବିଧାନ କେବଳ ଏକ ଆଇନଗତ ଦଲିଲ ନୁହେଁ ବରଂ ଏହା ଏକ ଏହା ଏକ କଳାକୃତି ମଧ୍ୟ । କାରଣ, କାଲିଗ୍ରାଫର ପ୍ରେମ ବିହାରୀ ନାରାୟଣ ରାଇଜାଦା ଏହାର ପାଠ୍ୟକୁ ନିଜ ହାତରେ ଲେଖୁଥିଲେ ଏବଂ ନନ୍ଦଲାଲ ବୋଷ ଏବଂ ତାଙ୍କ ଦଳ ମହେଞ୍ଜୋଦାରୋଠାରୁ ସ୍ଵାଧୀନତା ଆନ୍ଦୋଳନ ପର୍ଯ୍ୟନ୍ତ ଭାରତୀୟ ଇତିହାସର ଦୃଶ୍ୟ ସହିତ ଏହାର ପୃଷ୍ଠାଗୁଡ଼ିକୁ ଚିତ୍ରିତ କରିଥିଲେ ।
Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ ଏକ ପରିଚୟ-11

ଭାରତୀୟ ସମ୍ବିଧାନର ପ୍ରସ୍ତାବନାକୁ ବୁଝିବା :
ଭାରତୀୟ ସମ୍ବିଧାନର ମୌଳିକ ମୂଲ୍ୟବୋଧ ହେଉଛି ନୀତି ଏବଂ ନିଷ୍ପଭି ଗ୍ରହଣ ପାଇଁ କେତେକ ମାର୍ଗଦର୍ଶିକା, ଯାହା ସରକାର ଅନୁସରଣ କରିବା ପାଇଁ ଆଶା କରାଯାଏ । ନାଗରିକମାନେ ମଧ୍ୟ ସେମାନଙ୍କର ସର୍ବୋତ୍ତମ କ୍ଷମତା ଅନୁଯାୟୀ ସେଗୁଡ଼ିକୁ ଅଭ୍ୟାସ କରିବାକୁ ଆଶା କରାଯାଏ ।

ସମ୍ବିଧାନର · ଆଭିମୁଖ୍ୟ ଏହାର ପ୍ରସ୍ତାବନାରୁ ସ୍ପଷ୍ଟ ବାରି ହୋଇଥାଏ । ସମ୍ବିଧାନର ବୈଶିଷ୍ଟ୍ୟ ଏହି ପ୍ରସ୍ତାବନାରେ ହିଁ ରହିଅଛି ।

ଭାରତୀୟ ସମ୍ବିଧାନର ପ୍ରସ୍ତାବନା :
ପ୍ରସ୍ତାବନା : ଆମ୍ଭେ ଭାରତବାସୀ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରୂପେ ଗଠନ କରିବାପାଇଁ ଦୃଢ଼ ସଂକଳ୍ପ ନେଇ ଓ ଏହାର ନାଗରିକଙ୍କୁ

  • ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ;
  • ଚିନ୍ତା, ଅଭିବ୍ୟକ୍ତି, ପ୍ରତ୍ୟୟ, ଧର୍ମୀୟ ବିଶ୍ଵାସ ଏବଂ ଉପାସନାର ସ୍ଵତନ୍ତ୍ରତା;
  • ସ୍ଥିତି ଓ ସୁବିଧା ସୁଯୋଗର ସମାନତାର ସୁରକ୍ଷା ପ୍ରଦାନ କରିବାକୁ ତଥା;
  • ବ୍ୟକ୍ତି ମର୍ଯ୍ୟାଦା ଏବଂ ରାଷ୍ଟ୍ରର ଐକ୍ୟ ଓ ସଂହତି ନିଶ୍ଚିତ କରି ସେମାନଙ୍କ ମଧ୍ୟରେ ଭ୍ରାତୃଭାବ ଉତ୍ସାହିତ କରିବାକୁ

ଏହି ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଆମର ସମ୍ବିଧାନ ପ୍ରଣୟନ ସଭାରେ ଏତଦ୍ଵାରା ଏହି ସମ୍ବିଧାନକୁ ଗ୍ରହଣ ଓ ପ୍ରଣୟନ କରୁଅଛି ଏବଂ ଆମ ନିଜକୁ ଅର୍ପଣ କରୁଅଛୁ ।

ଆମେ ଭାରତର ଲୋକମାନେ ଭାରତର ସମ୍ବିଧାନ ଭାରତୀୟମାନଙ୍କଦ୍ୱାରା ନିର୍ବାଚିତ ପ୍ରତିନିଧ୍ଵଙ୍କ ମାଧ୍ୟମରେ ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ । ଏହା କୌଣସି ରାଜା କିମ୍ବା ବାହ୍ୟ ଶକ୍ତିଙ୍କଠାରୁ ସେମାନଙ୍କୁ ହସ୍ତାନ୍ତର ହୋଇନାହିଁ ।

ସାର୍ବଭୌମ : ଭାରତର ଆଭ୍ୟନ୍ତରୀଣ ଓ ବାହ୍ୟ ବିଷୟଗୁଡ଼ିକ ଉପରେ ନିଷ୍ପତ୍ତି ନେବାର ସର୍ବୋଚ୍ଚ ଅଧିକାର ଅଛି । କୌଣସି ବାହ୍ୟ ଶକ୍ତି ଭାରତ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେଇପାରିବ ନାହିଁ ।

ସମାଜବାଦୀ : ସମ୍ପତ୍ତି ସାମାଜିକ ଭାବରେ ଉତ୍ପନ୍ନ ହୁଏ ଏବଂ ସମାଜଦ୍ଵାରା ବଣ୍ଟନ ହେବା ଉଚିତ । ସରକାର ଭୂମି ଏବଂ ଶିଳ୍ପର ମାଲିକାନାକୁ ନିୟନ୍ତ୍ରଣ କରିବା ଉଚିତ ଯାହାଦ୍ଵାରା ସାମାଜିକ-ଆର୍ଥନୈତିକ ଅସମାନତା ହ୍ରାସ ପାଇବ ।

ଧର୍ମନିରପେକ୍ଷ : ନାଗରିକମାନେ ଯେକୌଣସି ଧର୍ମ ଗ୍ରହଣ କରିବାର ସମ୍ପୂର୍ଣ୍ଣ ସ୍ଵାଧୀନତା ଅଛି । ସରକାର ସମସ୍ତ ଧାର୍ମିକ ବିଶ୍ଵାସ ଏବଂ ପଦ୍ଧତିକୁ ସମାନ ସମ୍ମାନ ଦିଅନ୍ତି । ରାଷ୍ଟ୍ରର କୌଣସି ସରକାରୀ ଧର୍ମ ନାହିଁ ।

ଗଣତାନ୍ତ୍ରିକ : ଏକ ସରକାର ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ସମାନ ରାଜନୈତିକ ଅଧିକାର ଉପଭୋଗ କରି ଶାସନ ନିର୍ବାଚନ କରନ୍ତି । ସରକାର କେତେକ ମୌଳିକ ଆଇନଦ୍ଵାରା ପରିଚାଳିତ ହୁଏ ।

ସାଧାରଣତନ୍ତ୍ର : ଦେଶର ସର୍ବୋଚ୍ଚ ଶାସକ ନିର୍ବାଚିତ ହୋଇଥାନ୍ତି ଏବଂ ସେ ବଂଶାନୁକ୍ରମିକ ନୁହଁନ୍ତି ।

ନ୍ୟାୟ : ଜାତିଧର୍ମ ନିର୍ବିଶେଷରେ ଆଇନ ଆଗରେ ସମସ୍ତେ ସମାନ । ସାମାଜିକ ଅସମତାର ହ୍ରାସ, ସରକାରଙ୍କ କାର୍ଯ୍ୟ ଜନମଙ୍ଗଳକାରୀ ହେବା ଉଚିତ । ବିଶେଷକରି ସରକାର ସାମାଜିକ ଅନଗ୍ରସର ଶ୍ରେଣୀକୁ ଅଧିକ ଦେଖୁବା ।

ସ୍ୱତନ୍ତ୍ରତା : ଭାରତରେ ସମ୍ବିଧାନ ଲୋକମାନଙ୍କର ଚିନ୍ତାଧାରା, ଇଚ୍ଛା ଏବଂ ଭାବନା ବ୍ୟକ୍ତ କରିବାରେ କଟକଣା ରଖୁନାହିଁ ।

ସମାନତା : ଆଇନତଃ ସମସ୍ତେ ସମାନ ଅଟନ୍ତି । ସାମାଜିକ ଅସମାନତାର ଅନ୍ତ ହେବା ଉଚିତ । ସରକାର ସମସ୍ତଙ୍କ ନିମନ୍ତେ` ସମାନ ସୁଯୋଗ ସୃଷ୍ଟି କରିବା ଉଚିତ ।

ଭ୍ରାତୃଭାବ : ଆମର ପରସ୍ପର ପ୍ରତି ବ୍ୟବହାର ଏପରି ହେବା ଉଚିତ ଯେପରି ଆମେ ସଭିଏଁ ଗୋଟିଏ ପରିବାରର ସଦସ୍ୟ ଅଟୁ । କେହି କାହାରିକୁ ନୀଚ ଭାବିବା ଅନୁଚିତ ।

Class 7 Social Science Chapter 10 Notes Odia Medium ଭାରତର ସମ୍ବିଧାନ : ଏକ ପରିଚୟ

ଆମେ ଯାହା ଜାଣିଲୁ

  1. ଭାରତର ସମ୍ବିଧାନ ଏକ ‘ମାର୍ଗଦର୍ଶିକା’ କିମ୍ବା ‘ନିୟମ’ ପୁସ୍ତିକା ଯାହା ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେଇଥାଏ । ନାଗରିକମାନେ ମଧ୍ୟ ମୌଳିକ କର୍ତ୍ତବ୍ୟ ପାଳନ କରିବା ଆଶା ରଖାଯାଏ ।
  2. ଭାରତର ସମୃଦ୍ଧ ସଭ୍ୟତାର ଐତଥ୍ୟ, ସ୍ଵାଧୀନତା ସଂଗ୍ରାମ ଏବଂ ଅନ୍ୟ ଦେଶ ସମ୍ବିଧାନରୁ ଅଣାଯାଇଥିବା ଭଲ ବ୍ୟବସ୍ଥା ଭାରତୀୟ ସମ୍ବିଧାନ ମୁଖ୍ୟ ଉପାଦାନ ଅଟେ ।
  3. ଏହାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଦେଶର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଗଠନ ଏବଂ ସଂସଦୀୟ ସରକାରଙ୍କୁ ବ୍ୟାଖ୍ୟା କରେ ।
  4. ଏହା ଏକ ଜୀବନ୍ତ ଦଲିଲ୍ ଯାହା ଆବଶ୍ୟକତା ଅନୁସାରେ ପରିମାର୍ଜିତ କରାଯାଇପାରେ ।