Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Go through BSE Odisha Class 8 Social Science Notes Odia Medium Chapter 2 ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ to understand important topics more clearly.

8th Class Social Science Chapter 2 Notes Odia Medium

BSE Odisha Class 8 Social Science Chapter 2 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଦୁ ଇ ୟୁ ଗ ର ମଧ୍ୟ ବ ସ୍ଥାକୁ ମଧ୍ୟଯୁଗ କୁହାଯାଏ । ସରଳଭାବରେ କହିବାକୁ ଗଲେ ୧୧ଶ ଶତାବ୍ଦୀରୁ ୧୭ଶ ଶତାବ୍ଦୀ ମଧ୍ୟବର୍ତ୍ତୀ ସମୟକୁ ମଧ୍ୟଯୁଗ ବୁଝାଇଥାଏ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-1

ଏକାଦଶ ଶତାବ୍ଦୀର ପ୍ରାରମ୍ଭରେ ଭାରତରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା ।

ହିନ୍ଦୁକୁଶ ପର୍ବତମାଳା ପାରହୋଇ ଯେଉଁ ବୈଦେଶିକ ଆକ୍ରମଣ ହୋଇଥିଲା, ତାହା ଭାରତର ରାଜନୈତିକ ମାନଚିତ୍ରକୁ ନୂତନ ରୂପରେଖ ପ୍ରଦାନ କରିଥିଲା । ଭାରତର ପର୍ଯ୍ୟାପ୍ତ ଧନଦୌଲତର ଆକର୍ଷଣ ଓ ନିଜର ଧର୍ମ ପ୍ରଚାର କରିବାପାଇଁ ଅନେକ ବୈଦେଶିକ ଆକ୍ରମଣକାରୀ ଭାରତ ଆସିଥିଲେ ।

ତୁର୍କୀ (Turkic) : କେନ୍ଦ୍ର ଏସିଆର ତୁର୍କୀ ଏବଂ ସାଇବେରିଆର ବିସ୍ତୃତ ଅଞ୍ଚଳର ଲୋକ ଭାଷା ଏବଂ ସଂସ୍କୃତି ସହ ଜଡ଼ିତ ଶବ୍ଦ କୁ ସୂଚିତ କରେ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-2
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-3
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-4
ସୁଲତାନାଟ୍ (Sultanate) : ଏହା ହେଉଛି ଅଞ୍ଚଳ ଯାହା ଜଣେ ‘ସୁଲତାନ’ଙ୍କଦ୍ଵାରା ଶାସିତ ଏବଂ ଏକ ‘ପଦବୀ’ ଏହା ଅନେକ ମୁସଲମାନଙ୍କଦ୍ୱାରା ଗୃହୀତ ହୋଇଥିଲା ।

ଦିଲ୍ଲୀ ସୁଲତାନମାନଙ୍କର ଉତ୍‌ଥାନ ଓ ପତନ :
ଭାରତର ଉତ୍ତର ପଶ୍ଚିମରେ ୧୧୯୨ ଖ୍ରୀଷ୍ଟାବ୍ଦରେ ଶାସନ କରୁଥ‌ିବା ପୃଥ୍ୱୀରାଜ ଚୌହାନଙ୍କ ପରାଜୟ ପରେ ଦିଲ୍ଲୀରେ ସୁଲତାନୀ ଶାସନ ଆରମ୍ଭ ହୋଇଥିଲା ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-5
ଉତ୍ତର ଭାରତରେ ଦିଲ୍ଲୀ ଏକ ପ୍ରମୁଖ ଶାସନ କେନ୍ଦ୍ରସ୍ଥଳ ଭାବେ ପ୍ରତିଷ୍ଠାଲାଭ କରିଥିଲା । ସୁଲତାନମାନଙ୍କର ଶାସନକାଳ ସାମ୍ରାଜ୍ୟବିସ୍ତାର ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ଗତି କରିଥିଲା । ସେମାନଙ୍କ ଶାସନକାଳ ଅତି ବେଶୀରେ ୯ ବର୍ଷରୁ ଅଧିକ ସମୟ ହୋଇ ପାରିନଥିଲା ।

ମୌର୍ଯ୍ୟ ସାମ୍ରାଜ୍ୟ ପରେ ପ୍ରଥମଥର ପାଇଁ ଭାର ତୀୟ ଉପମହାଦେଶର ବହୁ ଅଞ୍ଚଳକୁ ମହମ୍ମଦ ବିନ୍ ତୁଗଲକ୍ ନିଜ ଶାସନାଧୀନ କରିପାରିଥିଲେ

ମହମ୍ମଦ ବିନ୍ ତୋଗଲକଙ୍କର ଏକ ଯୋଜନା ଥିଲା । ଦିଲ୍ଲୀରୁ ଦୌଲତାବାଦ ରାଜଧାନୀ ସ୍ଥାନାନ୍ତର (ସେତେବେଳେ ଏହାକୁ ଦେବଗିରି କୁହାଯାଉଥିଲା, ଯାହା ଆଜିର ସାମ୍ବାଜୀନଗର) ।

ନିଜ ଶାସନର ସୁପରିଚାଳନା ପାଇଁ ଏହି କେନ୍ଦ୍ରୀୟ ଅଞ୍ଚଳଟିକୁ ସେ ଉପଯୁକ୍ତ ମନେକରିଥିଲେ । ସେ ଲୋକମାନଙ୍କୁ ୧୦୦୦ କି.ମି. ପଥ ଅତିକ୍ରମ କରି ଦୌଲତାବାଦରେ ପହଞ୍ଚିବା ପାଇଁ ବାଧ୍ୟ କରିଥିଲେ । କିଛି ବର୍ଷ ପରେ ଏହି ଯୋଜନା ତାଙ୍କର ବିଫଳ ହୋଇଥିଲା ଏବଂ ପୁନଶ୍ଚ ସେ ନିଜ ରାଜଧାନୀ ଦିଲ୍ଲୀକୁ ଫେରାଇ ନେଇଥିଲେ । ଏହି ଉଭୟ ସ୍ଥାନାନ୍ତର ଯୋଗୁ ବହୁ ଧନ ଜୀବନ ନଷ୍ଟ ହୋଇଥିଲା ।

ତାଙ୍କର ଆଉ ଏକ ଯୋଜନା ଥିଲା ‘ନୂତନ ମୁଦ୍ରାର ପ୍ରଚଳନ’ । ସୁନା ଓ ରୂପା ମୁଦ୍ରା ପ୍ରତିବଦଳରେ ଶସ୍ତା ତମ୍ବା ମୁଦ୍ରାର ପ୍ରଚଳନ କରିଥିଲେ । ଫଳରେ ରାଜକୋଷକୁ ବହୁ ସ୍ଵର୍ଣ୍ଣ ଓ ରୌପ୍ୟ ମୁଦ୍ରା ଫେରିବ ବୋଲି ସେ ଚିନ୍ତା କରିଥିଲେ । ଯଦିଓ ଏହି ବିଚାର ପ୍ରଗତିଶୀଳ ଥିଲା କିନ୍ତୁ ଏହା ବାଣିଜ୍ୟିକ ବିଭ୍ରାନ୍ତି ସୃଷ୍ଟି କରିବା ସହ ତାମ୍ର ମୁଦ୍ରାକୁ ଜାଲ୍ କରିବା ଓ ନକଲି ତାମ୍ର ମୁଦ୍ରା ପ୍ରସ୍ତୁତ କରିବା ପାଇଁ ଲୋକମାନଙ୍କୁ ଏହା ଉତ୍ସାହିତ କରିଥିଲା ।

ସୁଲତାନ ଏବଂ ତାଙ୍କ ସମ୍ଭ୍ରାନ୍ତ ପାରିଷଦବର୍ଗ ବିଳାସସମୟ ରାଜପ୍ରାସାଦରେ ବାସ କରି ଉତ୍ତମ ଖାଦ୍ୟ, ବସ୍ତ୍ର ଓ ଅଳଙ୍କାର ପରିଧାନ ସହ ଆମୋଦଦାୟକ ଜୀବନ ଅତିବାହିତ କରୁଥିଲେ । ଏହି ଅର୍ଥର ବହୁଭାଗ ସାମରିକ ଅଭିଯାନଦ୍ୱାରା ଲୁଣ୍ଠିତ ଅର୍ଥ, ସାଧାରଣ ଲୋକଙ୍କ ଉପରେ ପଡୁଥିବା କର, ବିଜିତ ଅଞ୍ଚଳରୁ ସଂଗୃହୀତ ଅର୍ଥ ଓ ଦାସ ବ୍ୟବସାୟରୁ (ମୁକ୍ତଶ୍ରମ ପାଇଁ ଲୋକମାନଙ୍କୁ ବ୍ୟବହାର କରି ଅର୍ଥ ରୋଜଗାର କରିବା ଲାଗି ସେତେବେଳେ ଲୋକମାନଙ୍କୁ କେନ୍ଦ୍ର ଏସିଆ ଅଞ୍ଚଳକୁ ପଠାଯାଇଥିଲା) ଅର୍ଥ ସଂଗୃହୀତ ହୋଇଥିଲା କିନ୍ତୁ ଏହି ଲୁଣ୍ଠନ ବାଣିଜ୍ୟ କାରବାର ଓ କୃଷି ଉତ୍ପାଦନକୁ ପ୍ରଭାବିତ କରିଥିଲା ।

ଆମେ ସାଧାରଣ ଶବ୍ଦ ମୂର୍ତ୍ତି (idol) Jo (idol) 61 966 66 (Ic ପବିତ୍ର ଚିତ୍ର (Icon) ବଦଳରେ ପ୍ରତିମା (image) ଶବ୍ଦକୁ ବ୍ୟବହାର କରୁ । କାରଣ ‘ପବିତ୍ର ଚିତ୍ର’ ଓ ‘ମୂର୍ତ୍ତି’ ଏହି ଦୁଇଟି ଶବ୍ଦ ‘ଇହୁଦୀ’, ଖ୍ରୀଷ୍ଟିଆନ୍ ଓ ଇସଲାମ୍ ଧର୍ମ ପ୍ରସଙ୍ଗରେ ଅପମାନଜନକ । ଏହି ରକ୍ଷଣଶୀଳ ସଂପ୍ରଦାୟ ମୂର୍ତ୍ତିପୂଜା କିମ୍ବା ପ୍ରତିମା ଓ ସଙ୍କେତ ଉପାସନାକୁ ନିନ୍ଦା କରିଥା’ନ୍ତି । ଭାରତୀୟ ଶାସ୍ତ୍ରୀୟ ଭାଷାରେ ଏହି ଶବ୍ଦଗୁଡ଼ିକୁ ‘ମୂର୍ତ୍ତି’, ‘ବିଗ୍ରହ’, ‘ପ୍ରତିମା’, ‘ରୂପ’ ଇତ୍ୟାଦି ଭାବରେ ନାମିତ କରାଯାଏ, ଯେଉଁ ମୂର୍ତ୍ତି ବା ପ୍ରତିମା ସବୁ ମନ୍ଦିର ଓ ଘରେ ପୂଜା ପାଆନ୍ତି । ଇଂରାଜୀରେ ‘ପ୍ରତିମା’ (Image) ଶବ୍ଦର ଅର୍ଥ ନିରପେକ୍ଷ ଅଟେ ।

ଚତୁର୍ଦ୍ଦଶ ଶତାବ୍ଦୀର ଶେଷ ବେଳକୁ ମଧ୍ଯ ଏସିଆର ତୈମୁର (ଟିମୁର) ଏକ ନୃଶଂସ ତୁର୍କୀ ମୋଗଲ ବିଜେତା ଭାବରେ ଭାରତର ଉତ୍ତର ପଶ୍ଚିମାଞ୍ଚଳରୁ ଆକ୍ରମଣ କରି ସମୃଦ୍ଧଶାଳୀ ଦିଲ୍ଲୀ ନଗରୀରେ ସ୍ଵଂସର ବିତ୍ପାତ ସୃଷ୍ଟି କରିଥିଲେ ।

ପ୍ରଥମତଃ ସେ ବି ଧର୍ମୀଙ୍କ ସହ ୟୁଦ୍ଧ ଚଳାଇଲେ ଓ ଦ୍ଵିତୀୟତଃ ବିଧର୍ମୀମାନଙ୍କ ଧନ ଦୌଲତ ଲୁଣ୍ଠନ କରି ଅର୍ଥ ଯୋଗାଡ଼ କରିଥିଲେ । ଅନେକ ଲୁଣ୍ଠିତ ଧନଦୌଲତ ଧରି ଭାରତକୁ ଧ୍ବଂସସ୍ତୂପରେ ପରିଣତ କରି ଫେରିଯାଇଥିଲେ । ଏହା ଫଳରେ ଲୋଦୀ ରାଜବଂଶର ଅଭ୍ୟୁଦୟ ହେଲା । ଦିଲ୍ଲୀ ସୁଲତାନୀର ଶେଷ ରାଜବଂଶ ଭାବରେ ଏମାନେ ପରିଚିତ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-6
ବିଭିନ୍ନ ରାଜ୍ୟ ଓ ରାଜବଂଶର ବିଦ୍ରୋହ ଓ ବିରୋଧ ଯୋଗୁ ବିରାଟ ସୁଲତାନୀ ସାମ୍ରାଜ୍ୟ ସଙ୍କୁଚିତ ହୋଇଯାଇଥିଲା ।

ଦିଲ୍ଲୀ ସୁଲତାନୀକୁ ପ୍ରତିରୋଧ :
ତ୍ରୟୋଦଶ ଶତାବ୍ଦୀର ମଧ୍ୟଭାଗରେ ନରସିଂହଦେବ ପ୍ରଥମ ନିଜ ସାମରିକ ଶକ୍ତି ଓ ସାଂସ୍କୃତିକ ବିଚକ୍ଷଣତାରେ ନିଜ ସାମ୍ରାଜ୍ୟକୁ ସମୃଦ୍ଧ କରିପାରିଥିଲେ । ବିଭିନ୍ନ ପ୍ରକାର ଆକସ୍ମିକ ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲେ । ସେ କୋଣାର୍କଠାରେ ବିଖ୍ୟାତ ସୂର୍ଯ୍ୟମନ୍ଦିର ନିର୍ମାଣ କରିଥିଲେ ।

ତୁଗଲକ୍‌ଙ୍କ ସମୟରେ ମୁସୁନୁରି ନାୟକ, ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ଏମିତି ପ୍ରାୟ ୭୫ଜଣ ଦଳପତି (ମୁଖ୍ୟ) ଏକାଠି ହୋଇ ସେ ଅଞ୍ଚଳରେ ଏକ ରାଷ୍ଟ୍ରସଂଘ ଗଢ଼ି ୧୩୩୦ରୁ ୧୩୩୬ ମଧ୍ୟରେ ଦିଲ୍ଲୀ ସୁଲତାନୀ ସେନାକୁ ପରାସ୍ତ କଲେ ଏବଂ ମହମ୍ମଦ ବିନ୍ ତୁଗଲକ୍‌ଙ୍କ ସୈନ୍ୟକୁ ୱାରାଙ୍ଗଲ (ଆଜିର ତେଲେଙ୍ଗାନା)ରୁ ବିତାଡ଼ିତ କଲେ । ସେ ସମୟରେ ୭୫ ଜଣ ଦଳପତି (ଜାତି ମୁଖୁଆ)ଙ୍କୁ ଏକାଠି କରି ଏକ ରାଷ୍ଟ୍ରସଂଘ ଗଢ଼ିବା ସହଜ ନଥିଲା ।

ଆଲ୍ଲାଉଦ୍ଦିନ୍‌ଙ୍କ ଦକ୍ଷିଣକୁ ଯୁଦ୍ଧାଭିଯାନର ଏକମାତ୍ର ଲକ୍ଷ୍ୟ ଥିଲା ମୂଲ୍ୟବାନ ଧନ ଦୌଲତ ଲୁଣ୍ଠନ କରିବା । ସେହି ସମୟରେ ଦକ୍ଷିଣରେ ‘ହୟଶାଳ’ ରାଜବଂଶ ରାଜୁତି କରୁଥିଲେ । ଦିଲ୍ଲୀ ସୁଲତାନୀର ବହୁ ଆକ୍ରମଣକୁ ପ୍ରତିହତ କରି ପାରିଥ୍‌ ଏହା ଏକମାତ୍ର ସ୍ଵାଧୀନ ରାଜ୍ୟଭାବେ ଦାକ୍ଷିଣାତ୍ୟରେ ତିଷ୍ଠି ରହି ପାରିଥିଲା । ପରେ ପରେ ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ସୁଲତାନ୍‌ମାନଙ୍କର କ୍ରମାଗତ (ବହିଃଶତ୍ରୁ) ଆକ୍ରମଣ ଓ ଆଭ୍ୟନ୍ତରୀଣ କଳହ ହୟଶାଳ ରାଜ୍ୟକୁ ଦୁର୍ବଳ କରିଦେଲା ଏବଂ ଏହା ପରେ ଦକ୍ଷିଣରେ ବିଜୟନଗର ରାଜ୍ୟ ସହ ମିଶିଯାଇଥିଲା ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-7
ଦିଲ୍ଲୀ ସୁଲତାନୀ ବହୁ ସ୍ଵାଧୀନ ଆଞ୍ଚଳିକ ସୁଲତାନମାନଙ୍କ ବିଦ୍ରୋହକୁ ସାମନା କରିଥିଲା । ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଦକ୍ଷିଣ ଭାରତରେ ବାହାମନୀ ସୁଲତାନୀ କିଛି ସମୟପାଇଁ ବହୁ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ଆଣିପାରିଥିଲେ ।

ପ୍ରସ୍ତର ମୂର୍ତ୍ତିକଳା ହୟଶାଳର ସ୍ମୃତି ଚିହ୍ନର କାହାଣୀ ପ୍ରକାଶ କରେ । କନ୍ନଡ଼ ଲୋକକଥାର ବର୍ଣ୍ଣନାନୁସୁରେ ‘ଶାଳ’ (ଜଣେ ଯୁବକ) ‘ହୟ’ (ମାରିବା) । ଯିଏ ନିଜ ଗୁରୁଙ୍କୁ ରକ୍ଷା କରିବା ପାଇଁ ସିଂହ ସହ ଲଢ଼ିଥିଲା ଏବଂ ଯାହା ଯୋଗୁ ପରବର୍ତୀ ସମୟରେ ରାଜବଂଶର ନାମକରଣ ହୋଇଥିଲା ।

ସେହି ସମୟରେ ଗୁଜୁରାଟ, ବଙ୍ଗଳା ଓ ଅନ୍ୟାନ୍ୟ ଅଞ୍ଚଳରେ ନିଜ ସ୍ଵାଧୀନ କ୍ଷମତାଶାଳୀ ସୁଲତାନମାନେ ମୁଣ୍ଡ ଟେକିଲେ, ଯେଉଁମାନେ ସ୍ଵାଧୀନ ଭାବରେ ପୁଣି କେତେବେଳେ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ଯୁଦ୍ଧ କରୁଥିଲେ ।

ରାଜସ୍ଥାନର ଅନେକ ଅଂଶ ଦିଲ୍ଲୀ ସୁଲତାନୀ କବଳରୁ ମୁକ୍ତ ଥିଲା । ପଞ୍ଚଦଶ ଶତାବ୍ଦୀବେଳକୁ ଦିଲ୍ଲୀ ସୁଲତାନୀ (ମେଣ୍ଢାର ରାଜ୍ୟର ଶାସକ) ରାଣାକୁମ୍ଭଙ୍କ ଦ୍ଵାରା ଦୃଢ଼ ବିରୋଧର ସମ୍ମୁଖୀନ ହୋଇଥିଲା, ଯିଏ ପରବର୍ତ୍ତୀ ସୁଲତାନମାନଙ୍କୁ ସଫଳତାର ସହ ଏହି ଅଞ୍ଚଳକୁ ବିତାଡ଼ିତ କରିଥିଲେ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-8
ପଞ୍ଚଦଶ ଶତାବ୍ଦୀରେ ମେଣ୍ଢାରର ଶାସକ ରାଣାକୁମ୍ଭ ଆରାବଳି ପର୍ବତ ଉପରେ ‘କୁମ୍ଭାଲଗଡ଼’ ଦୁର୍ଗ ନିର୍ମାଣ କରିଥିଲେ । ମେଣ୍ଢାର୍ ସେତେବେଳେ ଏକ ପ୍ରମୁଖ ରାଜପୁତ ରାଜ୍ୟ ଥିଲା ଏବଂ ଏହି ଦୁର୍ଗ ଥିଲା ସବୁଠାରୁ ସୁରକ୍ଷିତ ସ୍ଥାନ (ଯାହା ଆଜିର ରାଜସ୍ଥାନ କେନ୍ଦ୍ର ଓ ଦକ୍ଷିଣାଶରେ ରହିଥିଲା) । ଏହି ଦୁର୍ଗ ଗଡ଼ାଣିଆ ପାହାଚ ଓ ଜଙ୍ଗଲ ପରିବେଷ୍ଟିତ ଥିଲା । ଏହା ୩୬ କି.ମି. ଦୀର୍ଘ ଓ ବିରାଟ ପ୍ରାଚୀର ପାଇଁ ପ୍ରସିଦ୍ଧ ଥିଲା । ଏହା ପୃଥ‌ିବୀର ସୁଦୀର୍ଘ ପ୍ରାଚୀର ମଧ୍ୟରେ ଅନ୍ୟନମ ।

ବିଜୟନଗର ସାମ୍ରାଜ୍ୟ :
ଚତୁର୍ଦ୍ଦଶ ଶତାବ୍ଦୀରେ ଦୁଇ ଭାଇ ହରିହର ଓ ବୁକ୍କା ଯେଉଁମାନେ ଦିଲ୍ଲୀ ଶାସକଙ୍କୁ ଅସ୍ଵୀକାର କରି ଦକ୍ଷିଣ ଭାରତରେ ଏକ ନୂତନ ରାଜ୍ୟର ସ୍ଥାପନ କରିଥିଲେ । ଯାହାର ନାମ ଥିଲା ବିଜୟନଗର ସାମ୍ରାଜ୍ୟ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-9

ଜନପ୍ରିୟ ଲୋକକଥା ଅନୁସାରେ ହରିହର ଓ ବୁକ୍‌ ଉଲ୍ଲେଖନୀୟ ହାମ୍ପି ସାମ୍ରାଜ୍ୟର (ଆଜିର କର୍ଣାଟକ) ସ୍ରଷ୍ଟା ଓ ସାକ୍ଷୀ । ଗୋଟିଏ ଠେକୁଆ ବୁଲିପଡ଼ି ଦଳେ ଶିକାରୀ କୁକୁର ପଛରେ ଗୋଡ଼ାଇବା ଦୃଶ୍ୟ ଅପ୍ରତ୍ୟାଶିତ ଶକ୍ତି ଓ ସହାସକୁ ସଂକେତ କରୁଛି । ସେମାନେ ଯେତେବେଳେ ଏହି ଘଟଣାକୁ ତାଙ୍କ ଗୁରୁ ବିଦ୍ୟାରଣ୍ୟକୁ ବର୍ଣ୍ଣନା କରୁଥିଲେ, ସେ ଏହାକୁ ସାହସ, ନମ୍ରତା, ପ୍ରତିରୋଧର ଚିହ୍ନ ବୋଲି ବ୍ୟାଖ୍ୟା କରିବା ସହ ହରିହର ଓ ବୁକ୍କାଙ୍କୁ ସେଠାରେ ରାଜଧାନୀ ସ୍ଥାପନ ପାଇଁ ଉପଦେଶ ଦେଲେ ।

ବିଜୟନଗର ସାମ୍ରାଜ୍ୟର ଉତ୍ତରରେ ସୁଲତାନ ଶାସିତ ବାହମନୀ ରାଜ୍ୟ ଥିଲା ମୁଖ୍ୟ ପ୍ରତିଦ୍ଵନ୍ଦୀ ।

ଶେଷରେ ବାହମନୀ ରାଜ୍ୟ ପାଞ୍ଚ ଭାଗରେ ବିଭକ୍ତ ହୋଇ ସ୍ଵାଧୀନ ରାଜ୍ୟରେ ପରିଣତ ହେଲା, ଯାହାକୁ ଦାକ୍ଷିଣାତ୍ୟର ସୁଲତାନୀ କୁହାଗଲା । ରାଜ୍ୟଗୁଡ଼ିକ ହେଲା- ବିଜାପୁର, ଗୋଲକୋଣ୍ଡା, ବେରାର, ଅହମ୍ମଦନଗର ଓ ବିଦର । ପ୍ରତ୍ୟେକ ରାଜ୍ୟ ଜଣେ ପୂର୍ବବର୍ତୀ ପ୍ରାଦେଶିକ ଶାସକଙ୍କ (ତରଫଦାର)ଦ୍ଵାରା ଶାସିତ ହେଉଥିଲା, ଯେଉଁମାନେ ନିଜକୁ ସ୍ଵାୟତ୍ତ (Autonomy) ଘୋଷଣା କରିଥିଲେ ।

ବିଜୟନଗର ଶାସକଗଣ ବିଜାପୁର ଓ ଗୋଇକୋଣ୍ଡା ସହ ଯୁଦ୍ଧ କରିବା ସହିତ ପୂର୍ବ ଭାରତର ଓଡ଼ିଶାର ଗଜପତି ରାଜାମାନଙ୍କସହ ମଧ୍ୟ ଯୁଦ୍ଧ କରିଥିଲେ ।

ଓଡ଼ିଶାର ରାଜାମାନଙ୍କୁ ଗଜପତି କୁହାଯାଉଥିଲା । ‘ପତି’ ଅର୍ଥ ‘ମୁନିବ’ ବା ‘ପ୍ରଭୁ’,ତାହା କ୍ଷମତା ଓ ପ୍ରତିଷ୍ଠାକୁ ସୂଚିତ କରେ । ବିଜୟନଗର ରାଜାମାନଙ୍କୁ ‘ନରପତି’ କୁହାଯାଉଥିଲା । ବାହମନୀ ରାଜ୍ୟ ସୁଲତାନୀ ଶାସକଙ୍କୁ ‘ଅଶ୍ଵପତି’ ଓ ମରାଠା ଶାସକମାନଙ୍କୁ ‘ଛତ୍ରପତି’ କୁହାଯାଉଥିଲା । ପ୍ରତ୍ୟେକ ଉପାଧ୍ ରାଜତ୍ଵ ଓ କ୍ଷମତାର ବିଭିନ୍ନ ଦିଗକୁ ସୂଚୀତ କରୁଥିଲା ।

କୃଷ୍ଣଦେବରାୟ :
ଷୋଡ଼ଶ ଶତାବ୍ଦୀରେ ବିଖ୍ୟାତ ଶାସକ କୃଷ୍ଣଦେବ ରାୟଙ୍କ ସମୟରେ ବିଜୟନଗର ରାଜ୍ୟ ବିକାଶର ଶୀର୍ଷରେ ପହଞ୍ଚିପାରିଥିଲା ।
ତାଙ୍କ ଶାସନ କାଳରେ ସାମରିକ କ୍ଷମତା ଓ ସାଂସ୍କୃତିକ ନବଜାଗରଣର ବିଶେଷ ଉନ୍ନତି ଘଟିଥିଲା ।

ସେ ସଂସ୍କୃତ, ତେଲୁଗୁ ଭାଷାରେ ଏକ ମହାକାବ୍ୟ ‘ଆମୁକ୍ତ ମାଲ୍ୟଦା’ ରଚନା କରିଥିଲେ । ଏହା ତାମିଲ ସନ୍ଥକବି ଆନ୍ଦାଲାଙ୍କ ଜୀବନୀ ଉପରେ ଆଧାରିତ ଅଟେ । ଏହି ମହାକାବ୍ୟର ଗୋଟିଏ ଅଂଶ ହେଲା ‘ରାଜନୀତି’ ଯେଉଁଠି ସେ ଉତ୍ତମ ଶସାନ ନୀତିକୁ ପ୍ରତିପାଦନ କରିଛନ୍ତି ।

କୃଷ୍ଣଦେବ ରାୟ ବହୁ ମନ୍ଦିରକୁ ଅର୍ଥ ପ୍ରଦାନ କରିଥିଲେ । ତନ୍ମଧ୍ୟରୁ ଆନ୍ଧ୍ରପ୍ରଦେଶର ‘ତିରୁପତି ମନ୍ଦିର’ ବିଜୟନଗରର ‘ବିଠଲ ମନ୍ଦିର’ ପ୍ରଧାନ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-10
ଦାକ୍ଷିଣାତ୍ୟର ରାଜ୍ୟସମୂହ ଏବଂ ବିଜୟନଗର ସାମ୍ରାଜ୍ୟ

ପଡ଼ୋଶୀ ରାଜ୍ୟ ବିରୋଧରେ ବହୁ ଯୁଦ୍ଧରେ ଜୟଲାଭ କରିବା ପରେ କୃଷ୍ଣଦେବ ରାୟ ଅସୁସ୍ଥ ହୋଇ ୧୫୨୯ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କଲେ ।

୧୫୬୫ରେ ଦକ୍ଷିଣାତ୍ୟର ସୁଲତାନମାନେ ଏକତ୍ରିତ ହୋଇ ବିଜୟନଗର ରାଜାଙ୍କ ଜାମାତା ରାମାରାୟଙ୍କୁ ତାଲିକୋଟା ଯୁଦ୍ଧରେ ପରାସ୍ତ କରିଥିଲେ ।

ସୁଲତାନୀମାନଙ୍କ ଆକ୍ରମଣ ଫଳରେ ବିରାଟ ବିଜୟ ନଗର ସାମ୍ରାଜ୍ୟ ଛୋଟ ଛୋଟ ପ୍ରଦେଶରେ ପରିଣତ ହୋଇ ନାୟକମାନଙ୍କ ଦ୍ଵାରା ଶାସିତ ହୋଇଥିଲା । ସପ୍ତଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଏହି ସାମ୍ରାଜ୍ୟର ବିଲୟ ଘଟିଥିଲା ।

ବିଦେଶୀ ବେପାରୀମାନେ ବିଜୟ ନଗର ପରିଦର୍ଶନରେ ଆସିଥିଲେ ରାଜା ପର୍ତ୍ତୁଗୀଜମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଅଶ୍ଵବେପାର କରୁଥିବା ବ୍ୟବସାୟୀମାନେ ବାହାରକୁ ଯାଇ ଶତ୍ରୁରାଜ୍ୟକୁ ମୂଲ୍ୟବାନ ଅଶ୍ବ ବିକନ୍ତୁ ନାହିଁ, ଏହା ସେ ଚାହୁଁଥିଲେ ।

ସେମାନଙ୍କ ଭିତରୁ ଜଣେ ‘ଡୋମିନଗୋ ପଏସ’, ବିଜୟ ନଗର ରାଜ୍ୟରେ ନିଜ ରହଣିକାଳର ଏକ ଦୀର୍ଘ ଲିଖ୍ତ ବିବରଣୀ ଛାଡ଼ି ଯାଇଛନ୍ତି । ଏହାର ଏକ ଉଦ୍ଧୃତି ଅଂଶ ‘ଏହି ସହର ବୃହତ୍ ରୋମ ନଗରୀ ଭଳି ଦେଖାଯାଉଥିଲା ।’’ ଦୃଶ୍ୟ ସବୁ ମନୋରମ ଲାଗୁଥିଲା, ବୃକ୍ଷଲତା, ଉପବନ, ଶୋଭିତ ନଗର ଓ ଗୃହଉଦ୍ୟାନ ବେଶ୍ ଚିତ୍ତାକର୍ଷକ ଥିଲା । ପାଇପଦ୍ଵାରା ସହର ମଧ୍ୟରେ ଜଳ ଯୋଗାଣ ସହ ସ୍ଥାନେ ସ୍ଥାନେ କୃତ୍ରିମ ହ୍ରଦ ରହିଥିଲା । ଏହି ନଗରରେ ଅସଂଖ୍ୟ ଲୋକ ବାସ କରୁଥିଲା । ଏହା ଧୂ ପୃଥ‌ିବୀର ସର୍ବୋତ୍ତ ସୁବିଧା ଉପଲବ୍ଧ ସହର । ସଡ଼କ ଓ ବଜାରରେ ପରିବହନ ପାଇଁ ବଡ଼ ବଡ଼ ବୋଝ ବୋହିବା ବଳଦ ଦେଖାଯାଉଥିଲେ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-11
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-12

ମୋଗଲ (ମୋଘଲ) :
ଭାରତରେ ମୋଗଲ ସାମ୍ରାଜ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ବାବର । ବାବର ନାମକ ଜଣେ ତୁର୍କୀ ମୋଗଲ ସାମରିକ ଶାସକ ଓ ରଣକୌଶଳ ଧୂରୀଣ ବ୍ୟକ୍ତି ନିଜ ଭୂଖଣ୍ଡ ସମରକନ୍ଦ (ଆଧୁନିକ ଉବେକିସ୍ଥାନ)ରୁ ବିତାଡ଼ିତ ହେବାପରେ ଭାରତ ଆଡ଼କୁ ମାଡ଼ି ଆସିଥିଲେ । ତିମୁର (ତୈମୁର)ଙ୍କ ଉତ୍ତରାଧିକାରୀ ବାବର ୧୫୨୬ରେ ପ୍ରଥମ ପାନି ପଥ ଯୁଦ୍ଧରେ ଇବ୍ରାହିମ ଲୋଦୀଙ୍କୁ ପରାସ୍ତ କରିଥିଲେ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-13
ଏହି ଯୁଦ୍ଧକୁ ପ୍ରଥମ ପାନିପଥ ଯୁଦ୍ଧ କୁହାଯାଏ । ଏହି ଯୁଦ୍ଧରେ ବହୁମାତ୍ରାରେ ବନ୍ଧୁକ, ତୋପ, ଗୋଳା ବାରୁଦ ବ୍ୟବହାର କରାଯାଇଥିଲା । ଏହା ଦିଲ୍ଲୀ ସୁଲତାନୀ ଶାସନର ଅଧୋପତନ ଘଟାଇ ମୋଗଲ (ମୋଘଲ) ସାମ୍ରାଜ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲା ଏବଂ ବାବର ହେଲେ ଦିଲ୍ଲୀ ସିଂହାସନର ସର୍ବମୟ କର୍ତ୍ତା ।

ବାବର ଏବଂ ଭାରତ :
ବାବର ତାଙ୍କର ଜୀବନୀ ‘ବାବରନାମା’ ଅନେକ ତଥ୍ୟ ପ୍ରଦାନ କରିଯାଇଛନ୍ତି । ଏହି ପୁସ୍ତକରେ ସେ ଜଣେ ସଂସ୍କୃତି ସମ୍ପନ୍ନ, ବୁଦ୍ଧିମାନ କୌତୂହଳୀ ମଣିଷଭାବେ ନିଜକୁ ବର୍ଣ୍ଣନା କରିଛନ୍ତି, ଯାହାର ସ୍ଥପତି ବିଦ୍ୟା, କବିତା, ପଶୁପକ୍ଷୀ (ଦୀର୍ଘ ଓ ପ୍ରାଞ୍ଜଳ ତାଲିକା) ବନସ୍ପତି (ଫୁଲ ଓ ଫଳଗଛ) ପ୍ରତି ଶ୍ରଦ୍ଧା ଥିଲା । ଏସବୁର ସେ ଥିଲେ ମୁଗ୍ଧ ପ୍ରଶଂସକ ।

ଅନ୍ୟପଟେ ସେ ଜଣେ ଅତି ନିଷ୍ଠର ଶାସକ ଥିଲେ । ଭାରତ ପ୍ରତି ତାଙ୍କର ଅତୁଟ ମୋହ ଥିଲା ।

ଶେଷରେ ସେ ଭାରତର ‘ଧନଦୌଲତ’ ମୋହ ଛାଡ଼ିପାରିନଥିଲେ । ସେସବୁ ଦିନ ପାଇଁ ଭାରତରେ ରହିବାକୁ ଚାହୁଁ ଥିଲେ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-14

୧୫୩୦ରେ ବାବରଙ୍କ ମୃତ୍ୟୁପରେ ତାଙ୍କ ପୁଅ ହୁମାୟୁନ ନିଜ ସାମ୍ରାଜ୍ୟକୁ ଧରି ରଖୁବାପାଇଁ ସଂଘର୍ଷ କରିଥିଲେ । ଏହାର ସୁଯୋଗ ନେଇ ଶେରଶାହା ଶୁରୀ ନାମକ ଜଣେ ଆଫଗାନ୍ ନେତା ଉତ୍ତର ଭାରତର ବିରାଟ ଅଞ୍ଚଳରେ ଶେର୍ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ସେ ଅନେକ ଦୀର୍ଘସ୍ଥାୟୀ ସଂସ୍କାର ପ୍ରଚଳନ କରିଥିଲେ । ଏହି ସାମ୍ରାଜ୍ୟ ସ୍ଵଳ୍ପସ୍ଥାୟୀ ଥିଲା । ପରବର୍ତ୍ତୀ ସମୟରେ ହୁମାୟୁନ ଅବିଳମ୍ବେ ହରେଇଥିବା ରାଜ୍ୟକୁ ପୁନର୍ବାର ଜୟ କରିଥିଲେ ।

ସେହି ସମୟରେ ହିମୁ ନାମକ ଜଣେ କୁଶଳୀ ସାମରିକ ସେନାପତି ଓ ମୁଖ୍ୟମନ୍ତ୍ରୀ ଏବଂ ଶେଷ ଶୁରୀ ଶାସକ ଭାବେ ଦିଲ୍ଲୀ ଅଧିକାର କରି ଶାସନ କରିଥିଲେ । ସେ ‘ହେମଚନ୍ଦ୍ର ବିକ୍ରମାଦିତ୍ୟ’ ରାଜକୀୟ ନାମରେ ସ୍ଵଳ୍ପ ସମୟ ଶାସନ କରିଥିଲେ ।

ଦ୍ଵିତୀୟ ପାନିପଥ ଯୁଦ୍ଧରେ ବାବରଙ୍କ ନାତି ଆକବର ଓ ହିମୁଙ୍କ ମଧ୍ୟରେ ହୋଇଥିଲା, କ୍ଷତାକ୍ତ ଅବସ୍ଥାରେ ହିମୁଙ୍କୁ ଆକବରଙ୍କ ସମ୍ମୁଖକୁ ଅଣାଯାଇ, ତାଙ୍କ ମସ୍ତକ ଛେଦନ କରାଗଲା ଓ ଆକବର ପୁନର୍ବାର ଦିଲ୍ଲୀ ଉଦ୍ଧାର କରି ମୋଗଲ ଶାସନକୁ ଦୃଢ଼ କରିଥିଲେ ।

ଆକବର :
ହୁମାୟୁନଙ୍କ ଅକସ୍ମାତ ମୃତ୍ୟୁ ପରେ ୧୩ ବର୍ଷ ବୟସରେ ଆକବରଙ୍କୁ ଦିଲ୍ଲୀ ସମ୍ରାଟ ଭାବେ ଘୋଷଣା କରାଯାଇଥିଲା । ତାଙ୍କ ଶାସନକାଳ ଥିଲା ନିଷ୍ପରତା ଓ ସହନଶୀଳତାର ଏକ ସମ୍ମିଶ୍ରଣ ରୂପ । ଉଚ୍ଚାଭିଳାଷ ଓ ରଣକୌଶଳରେ ତାଙ୍କ ସାମ୍ରାଜ୍ୟ ସଂଗଠିତ ଥିଲା ।

ରାଜସ୍ଥାନର ଚିତୋରଗଡ଼ ଦୁର୍ଗ ଅଧିକାର ସମୟରେ ତାଙ୍କୁ ରାଜପୁତମାନଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିଥିଲା । ଆକବର ଯୁଦ୍ଧର ନିୟମ ଭଙ୍ଗକରି ଅନେକ ରାଜପୁତମାନଙ୍କୁ ହତ୍ୟା କରିଥିଲେ । ଶତାଧ୍ଵ ରାଜପୁତ ରମଣୀମାନେ ‘ଜହରବ୍ରତ’ ପାଳନ କରିଥିଲେ । ସେଠାରେ ଗଣହତ୍ୟାରେ ୩୦,୦୦୦ ସାଧାରଣ ନିରୀହ ଜନତା ମୃତ୍ୟୁବରଣ କରିଥିଲେ । ଏହି ଆକ୍ରମଣରୁ ରକ୍ଷା ପାଇଯାଇଥିବା ନାରୀ ସ ଶିଶୁଙ୍କୁ ଦାସ କରି ରଖୁଥିଲେ । ସେତେବେଳେ ଆକବରଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା ।

ସେ ଏକ ବିଜୟ ଉଲ୍ଲାସର ବାର୍ତ୍ତା ପଠାଇଥିଲେ, ଯେଉଁଠି ସେ ଲେ ଖ୍ ଥ୍ ଲେ ବିଧର୍ମୀମାନଙ୍କର ବହୁ ଦୁର୍ଗ ଓ ସହରକୁ ଅଧିକାର କରି ସେଠାରେ ଇସଲାମ୍ ପ୍ରତିଷ୍ଠା କରିବାରେ ସଫଳ ହୋଇଛୁ । ଆମ ତୃଷାତୁର ତରବାରୀ ସାହାଯ୍ୟରେ ନାସ୍ତିକତାର ଚିହ୍ନକୁ ସେମାନଙ୍କ ମସ୍ତିଷ୍କରୁ ଆମେ ଲିଭାଇ ଦେଉଛୁ ସାରା ହିନ୍ଦୁସ୍ତାନରେ ଆମେ ବହୁ ମନ୍ଦିର ଧ୍ବଂସ କରିଛୁ ।’’
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-15
ଆକବର ତାଙ୍କ ଦରବାରକୁ ପଣ୍ଡିତମାନଙ୍କୁ ସ୍ଵାଗତ କରୁଛନ୍ତି, ତନ୍ମଧ୍ୟରୁ ଦୁଇଜଣ ଖ୍ରୀଷ୍ଟୀୟ ସନ୍ନ୍ୟାସୀ (କଳାପୋଷାକ ପରିହିତ)

ଆକବର ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ବୈବାହିକ ବନ୍ଧୁତା ସ୍ଥାପନ କରିବା ସହିତ ରାଜପୁତ ଓ ପ୍ରାଦେଶି କ ଶାସକମାନଙ୍କୁ ନିଜର ପ୍ରାସାଦରେ ସ୍ଵାଗତ କରୁଥିଲେ । ସେ ‘ଜିଜିଆ କର’ ଉଚ୍ଛେଦ କରିବା ସହ ‘ସୁଲହ- ୨୮, ଇ-କୁ ଲ’ (Sulh-e-kul) ମତବାଦ ପ୍ରଚଳନ କରିଥିଲେ । ଆକ୍ଷରିକ ଅର୍ଥ ହେଲା ‘ସମସ୍ତଙ୍କ ସହ ଶାନ୍ତି’ କିମ୍ବା ସବୁ ଧର୍ମବିଶ୍ଵାସ ପ୍ରତି ସହନଶୀଳତା ।

ଉଚ୍ଚ ରାଜକାର୍ଯ୍ୟରେ ହିନ୍ଦୁମାନଙ୍କୁ ନିଯୁକ୍ତି ଦେବା ଏବଂ ଅନ୍ୟାନ୍ୟ ସାହସିକ ସଂସ୍କାରଦ୍ୱାରା ଆକବର ତାଙ୍କ ସାମ୍ରାଜ୍ୟରେ ସ୍ଥିରତା ଆଣିପାରିଥିଲେ । ଏପରିକି ସେ ବହୁ ରାଜପୁତ ରାଜାମାନଙ୍କର ସମର୍ଥନ ହାସଲ କରିଥିଲେ ।

ଜହର : ରାଜପୁତ୍ ରମଣୀମାନେ ନିଷ୍ପର ଶାସକଙ୍କ ହାତରେ ଧରାଦେବା ପୂର୍ବରୁ ନିଆଁକୁ ଡେଇଁ ଆତ୍ମହତ୍ୟା କରିବାକୁ ‘ଜହର’ କୁହାଯାଉଥିଲା । ଏହା ଶେଷ ପ୍ରତିରୋଧ ଓ ଆତ୍ମସମ୍ମାନ ରକ୍ଷା କରିବାର ଏକ ବୀରତ୍ଵପୂର୍ଣ କର୍ମ ବୋଲି ବିବେଚନା କରାଯାଉଥିଲା ।

ତାଙ୍କ ରାଜଦରବାରରେ ଆବୁଲ୍ ଫାଜିଲ୍ ନାମକ ଜଣେ ଐତିହାସିକ ଓ ଜୀବନୀଲେଖକ ଥିଲେ । ସେ ଲେଖିଥିଲେ – ‘ପୂର୍ବେ ମୁଁ ଲୋକମାନଙ୍କୁ ଗତାନୁଗତିକ ନିୟମ ଅନୁସାରେ ଇସ୍‌ଲାମ୍ ଧର୍ମର ଆଧାରରେ ନିର୍ଯ୍ୟାତନ ଦେଉଥୁଲି । ଯେବେ ମୋର ଜ୍ଞାନ ବଢ଼ିଲା, ମୁଁ ଲଜ୍ଜାରେ ମର୍ମାହତ ହେଲି । ନିଜକୁ ମୁସଲମାନ୍ ଭାବେ ନୁହେଁ, ବରଂ ମଣିଷ ଭାବେ ଅନ୍ୟକୁ ଇସଲାମ୍ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରିବାକୁ ମୁଁ ଅନୁଚିତ ମଣିଲି ।’

ଆକବର ପ୍ରାୟ ୧୫୫୬ ରୁ ୧୬୦୫ ମସିହା ପର୍ଯ୍ୟନ୍ତ ୫୦ ବର୍ଷ ଧରି ଶାସନ କରିଥିଲେ । ସେ ଫତେପୁର ସିକ୍ରିଠାରେ ‘ଅନୁବାଦ ସଦନ’ (House of Translation) ପ୍ରତିଷ୍ଠା କରି ଅନେକ ଗୁରୁତ୍ଵପୂର୍ଣ୍ଣ ସଂସ୍କୃତ ଗ୍ରନ୍ଥକୁ ପାର୍ସି ଭାଷାରେ ଅନୁବାଦ କରିଥିଲେ, ତନ୍ମଧ୍ୟରୁ ମହାଭାରତ (ରାଜମ୍‌ମା ପାର୍ସୀରେ ବା ଯୁଦ୍ଧର ପୁସ୍ତକ), ରାମାୟଣ (୧୭୬ଟି ସୁନ୍ଦର ଓ କ୍ଷୁଦ୍ରାକୃତି ଚିତ୍ରର ସମାହାର), ଭଗବତ୍ ଗୀତା ଏବଂ ପଞ୍ଚତନ୍ତ୍ର ଥିଲା ପ୍ରମୁଖ ।

ଆକବରଙ୍କ ପୁତ୍ର ଜାହାଙ୍ଗୀର ବାପାଙ୍କ କଳା ଓ ସ୍ଥାପତ୍ୟ ପ୍ରତିଥିବା ଶ୍ରଦ୍ଧାକୁ ପାଥେୟକରି ଦାକ୍ଷିଣାତ୍ୟରେ ସାମ୍ରାଜ୍ୟ ବିସ୍ତାର କରିଥିଲେ । ତାଙ୍କ ପୁତ୍ର ଶାହାଜାହାନ୍ ବହୁ ବିଦ୍ରୋହ ବିରୋଧରେ ଯୁଦ୍ଧ କରିଥିଲେ । ତାଜମହଲ ନିର୍ମାତାଭାବେ ସ୍ମରଣୀୟ ହୋଇ ରହିଛନ୍ତି ।

ଆଜି ମଧ୍ୟ ତାଜମହଲକୁ ସାରା ପୃଥ‌ିବୀରେ ମାର୍ବଲ ର ଏକ ମହାନ୍ ସ୍ଥାପତ୍ୟ ଭାବରେ ଗଣାଯାଏ । ଏହି ସମୟରେ କଳା ସ୍ଥାପତ୍ୟର ସଫଳତା। ଶୀର୍ଷକୁ ଛୁଇଁ ଥ୍ ଲ। । ଦିଲ୍ଲୀର ‘ହୁମାୟୁନଙ୍କ ସମାଧ୍ୱସ୍ଥଳ’, ‘ଲାଲକିଲ୍ଲା’ ଏବଂ୨° ଆଗ୍ରାର ‘ଜିଲ୍ଲା ସମୂହ’ ଏହି ସମୟରେ ନିର୍ମିତ ହୋଇଥିଲା ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-16
ଭାରତର ଅନ୍ୟାନ୍ୟ ଶାସ୍ତ୍ରୀୟ କଳା ଓ ସଙ୍ଗୀତ ଏହି ସମୟରେ ସମୃଦ୍ଧ ହୋଇଥିଲା । ଏ ସମୟର ସୁନ୍ଦର ଲିପି ଓ କ୍ଷୁଦ୍ରାକୃତି ଚିତ୍ରକଳା ମଧ୍ୟ ଉଲ୍ଲେଖନୀୟ ।

ଆଉରଙ୍ଗଜେବ :
୧୬୫୭ ଖ୍ରୀଷ୍ଟାବ୍ଦ ରେ ଶାହା। ଜାହନ୍ ଅସୁସ୍ଥ ହୋଇପଡ଼ିଲେ । ସେ ଇଚ୍ଛା କରିଥିଲେ ତାଙ୍କ ଜ୍ୟେଷ୍ଠପୁତ୍ର ‘ଦାରା ଶିଖୋ’ ସିଂହାସନ ଗ୍ରହଣ କରୁ । କିନ୍ତୁ ଦାରାଙ୍କର କନିଷ୍ଠ ଭାଇ ଆଉରଙ୍ଗଜେବ ଏକ ଭୟଙ୍କର ଯୁଦ୍ଧରେ ଦାରାଙ୍କୁ ପରାସ୍ତ କଲେ ଏବଂ ଶେଷରେ ତାଙ୍କୁ ଫାଶୀ ଦେଇ, କଟାମୁଣ୍ଡକୁ ତାଙ୍କ ବାପାଙ୍କୁ ପ୍ରଦାନ କରିଥିଲେ ।

ଆଉରଙ୍ଗଜେବ ତାଙ୍କର ଅନ୍ୟ ଦୁଇଭାଇଙ୍କୁ ବିତାଡ଼ିତ କଲେ । ଜଣକୁ ବନ୍ଦୀ ପୂର୍ବକ ଫାଶୀ ଦେଲେ ଏବଂ ଅନ୍ୟ ଜଣଙ୍କୁ ନିଜ ସାମ୍ରାଜ୍ୟରୁ ନିର୍ବାସିତ କଲେ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-17
ନିଷ୍ଠର ଆଉରଙ୍ଗଜେବ ଭାଇମାନଙ୍କୁ ହତ୍ୟାକରି ପିତା ଶାହାଜାହାନଙ୍କୁ ଆଗ୍ରା ଦୁର୍ଗରେ ବନ୍ଦୀ କରି ୧୬୫୮ରେ ନିଜକୁ ସମ୍ରାଟ ଭାବରେ ଘୋଷଣା କରିବା ସହିତ ସେ ନିଜକୁ ‘ଆଲମ୍‌ରି’ ବା ‘ବିଶ୍ୱବିଜେତା’ ଭାବରେ ଅଭିହିତ କରିଥିଲେ । ସେ ପ୍ରାୟ ୪୯ ବର୍ଷ ଧରି ଶାସନ କରିଥିଲେ ।

ସାମରିକ ବିଦ୍ୟାରେ ଆଉରେଙ୍ଗଜେବ ଦକ୍ଷ ଥିଲେ । ତାଙ୍କ ରାଜତ୍ଵ କାଳରେ ମୋଗଲ ସାମ୍ରାଜ୍ୟ ସର୍ବାଧ‌ିକ ସଂପ୍ରସାରିତ ହୋଇଥିଲା । ସେ ୨୫ ବର୍ଷ କାଳ ଧରି ଦାକ୍ଷିଣାତ୍ୟ ଅଭିଯାନରେ ଯାଇ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି ରାଜକୋଷର ଅଧିକ କ୍ଷତି ଘଟାଇଥିଲେ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-18
୧୭୦୭ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କରି ଶାସନ କାଳରେ ମୋଗଲ ସାମ୍ରାଜ୍ୟର ଦ୍ରୁତ ଅବକ୍ଷୟ ଘଟିଥିଲା । ତାଙ୍କୁ ମୋଗଲ ସାମ୍ରାଜ୍ୟର ପତନର କାରଣ ବୋଲି ଦାୟୀ କରାଯାଇଥାଏ ।

ଆଉରେଙ୍ଗଜେବ ଇସ୍‌ଲାମ୍ ସୁନ୍ନି ସଂପ୍ରଦାୟର ଥିଲେ । ସେ ଥିଲେ କଠୋର ଧାର୍ମିକ ବ୍ୟକ୍ତି, ଆକବରଙ୍କ ଭଳି ସମସ୍ତ ଧାର୍ମିକ ରୀତିନୀତି ଏବଂ ଅବସରକୁ ସେ ପାଳନ କରିବାକୁ ପସନ୍ଦ କରୁ ନଥବଲେ । ସଙ୍ଗୀତ, ନୃତ୍ୟ ଭଳି ଅଣ ଇସଲାମିକ୍ ଅଭ୍ୟାସଗୁଡ଼ିକୁ କ୍ରମେ ତାଙ୍କ ଦରବାରରେ ନିଷିଦ୍ଧ କରିଦେଲେ ଏବଂ ଅଣ ମୁସଲମାନଙ୍କ ଉପରେ ‘ଜିଜିଆ କର’ ଓ ହିନ୍ଦୁମାନଙ୍କ ପବିତ୍ର ତୀର୍ଥ ସ୍ଥାନଗୁଡ଼ିକୁ ଯାତ୍ରା କରିବା ଉପରେ ପୁନଃ ‘ତୀର୍ଥଯାତ୍ରା କର’ ଲାଗୁ କରିଥିଲେ (ଯାହା ଏକଦା ଆକବରଙ୍କଦ୍ଵାରା ଉଚ୍ଛେଦ ହୋଇଥିଲା) ।

ଆଉରଙ୍ଗଜେବ୍‌ଙ୍କ ନିଜସ୍ଵ ଆଦେଶ ତାଙ୍କ ବ୍ୟକ୍ତିଗତ ଧାର୍ମିକ ଉଦ୍ଦେଶ୍ୟକୁ ସ୍ପଷ୍ଟ କରେ । ୧୬୬୯ ମସିହାରେ ସେ ସମସ୍ତ ପ୍ରଦେଶର ଶାସକମାନଙ୍କୁ ‘କାଫିର’ଙ୍କ ବିଦ୍ୟାଳୟ ଓ ମନ୍ଦିର ଭାଙ୍ଗିଦେବାକୁ ଧାର୍ମିକ ଅଭ୍ୟାସଗୁଡ଼ିକୁ ନଷ୍ଟ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ବନାରସ (ବର୍ତ୍ତମାନର ବାରାଣସୀ), ମଥୁରା, ସୋମନାଥ ଓ ଅନ୍ୟାନ୍ୟ ମନ୍ଦିର ସବୁ ଧ୍ୱଂସ କରାଗଲା । ଏହା ସହିତ ଅନେକ ଜୈନମନ୍ଦିର ଏବଂ ଶିଖ ଗୁରୁଦ୍ଵାରଗୁଡ଼ିକୁ ନଷ୍ଟ କରି ଦେଇଥିଲେ ।

ଆଉରଙ୍ଗଜେବଙ୍କ ଏହି ଦିଗଟି ସୁଫି ସମେତ ଅନ୍ୟାନ୍ୟ ସମ୍ପ୍ରଦାୟର ମୁସଲମାନ୍ ଏବଂ ଜୋରାଷ୍ଟଥିୟନ୍ (ଭାରତରେ ମୂଳତଃ ପାରସ୍ୟରୁ ଆସିଥିବା ପାର୍ସିଧର୍ମୀ)ଙ୍କ ଉପରେ ତାଙ୍କ ଅତ୍ୟାଚାର ସ୍ପଷ୍ଟଭାବେ ଦେଖିବାକୁ ମିଳିଥିଲା ।

ମୋଗଲମାନଙ୍କୁ ପ୍ରତିରୋଧ :
୧୭ଶ ଶତାବ୍ଦୀରେ ଜାଠ ସଂପ୍ରଦାୟର କୃଷକମାନେ ମୋଗଲମାନଙ୍କୁ ବିରୋଧ କରିଥିଲେ ।

ସେମାନେ ଜଣେ ମୋଗଲ ପ୍ରଶାସନର ଜଣେ ଦମନକାରୀଙ୍କୁ ହତ୍ୟା କରିବା ସହିତ ୨୦,୦୦୦ ଲୋକ ମୋଗଲ ସେନାର ମୁକାବିଲା କରିପାରିଥିଲେ ।

ଅନେକ ଆଦିବାସୀ ଗୋଷ୍ଠୀ ଯଥା- ରିଲ୍, ଗୋଣ୍ଡ, ସାନ୍ତାଳ ଓ କୋଚ ମୋଗଲମାନଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ । କିନ୍ତୁ ସେମାନଙ୍କ ବିଦ୍ରୋହକୁ ଦମନ କରାଯାଇଥିଲା ।

ରାଶୀ ଦୁର୍ଗାବତୀଙ୍କୁ ଗଡ଼ ରାଜ୍ୟର ଜଣେ ବୀରା ରାଣୀ ଭାବେ ସ୍ମରଣ କରାଯାଏ (ମଧ୍ୟଭାରତର ଗୋଣ୍ଡ ରାଜ୍ୟ ମଧ୍ୟରେ) । ସେ ବୁଦ୍ଧିମତୀ ରାଣୀ ଭାବେ ଶାସନ କରି ତାଙ୍କ ରାଜ୍ୟକୁ ସମସ୍ତ ଦିଗରୁ ସମୃଦ୍ଧ କରିଥିଲେ ।

ସେ ନିଜ ପାଖରେ ୨୦,୦୦୦ ସୈନ୍ୟ ଏବଂ ୧୦୦୦ ହସ୍ତୀ ବାହିନୀ ରଖୁ ବାହ୍ୟଶତ୍ରୁ ଆକ୍ରମଣକୁ ପ୍ରତିରୋଧ କରୁଥିଲେ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-19
୧୫୬୪ରେ ଆକବରଙ୍କ ଜଣେ ସେନାପତି ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲେ । ତାଙ୍କର ସୈନ୍ୟବଳ, ଅସ୍ତ୍ରଶସ୍ତ୍ର ଅଧୁକ ଥିବା ସତ୍ତ୍ବେ ସେ ନିଜେ ସୈନ୍ୟବାହିନୀର ନେତୃତ୍ଵ ନେଇ ସାହସର ସହିତ ଲଢ଼ିଥିଲେ । ତାଙ୍କୁ ବନ୍ଦୀ କରିବା ଆଗରୁ ସେ ମାତ୍ର ୪୦ ବର୍ଷ ବୟସରେ ଯୁଦ୍ଧଭୂମିରେ ନିଜକୁ ନିଜେ ହତ୍ୟା କରିଥିଲେ ।

ତାଙ୍କର ତ୍ୟାଗ ଓ ବଳିଦାନ ଆଜିପର୍ଯ୍ୟନ୍ତ ଭାରତୀୟ ଇତିହାସରେ ଜଣେ ବୀରା ରମଣୀ ଭାବରେ ଉଦ୍‌ଭାଷିତ ହେଉଅଛି ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-20

ରାଜପୁତଙ୍କ ଉତ୍‌ଥାନ :
ଉତ୍ତର ପଶ୍ଚିମ ଭାରତରେ ଖୁଜୀଙ୍କ ଶାସନପରେ, ମେଣ୍ଢାର ଓ ମାରୱାର ଅଞ୍ଚଳରେ ଦୁଇଟି ପ୍ରମୁଖ ରାଜବଂଶ ଉଭା ହୋଇଥିଲା ।

ରାଣା ସଂଘ ଅନେକ ରାଜପୁତ ବଂଶକୁ ଏକତ୍ର କରି ସୁଲତାନୀ ଶାସନ ବିରୋଧରେ ଲଢ଼ି ଶେଷରେ ଖାନ । ଯୁଦ୍ଧରେ ବାବରଙ୍କଦ୍ଵାରା ପରାଜିତ ହୋଇଥିଲେ ।

ମେଣ୍ଢାର ଶାସନ ମହାରାଣା, ପ୍ରତାପ ମୋଗଲ ଆତ୍ମ ଗ୍ରହଣ କରିବାକୁ ମନା କରିଥିଲେ । ୧୫୭୬ରେ ଆରାବଳୀ ଗିରିପଥରେ ମୋଗଲମାନଙ୍କ ସହ ମୁକାବିଲା କରିଥିଲେ ।

ମହାରାଣା ପ୍ରତାପ ଯୁଦ୍ଧରୁ ଖସି ପଳାଇ ଯାଇଥିଲେ ଏବଂ ବର୍ଷ ବର୍ଷ ଧରି ଆରାବଳୀ ପାହାଡରୁ ମୋଗଲମାନଙ୍କ ବିରୋଧରେ ଗରିଲା ଯୁଦ୍ଧ କରିଥିଲା । ସେ ଭିଲ୍‌ମାନଙ୍କଠାରୁ ଦୃଢ଼ ସମର୍ଥନ ପାଇଥ୍ ଲେ । ଭି ଲ୍ ମାନେ ଧନୁ ର୍ଦ୍ଧାରୀ ଭାବେ ତାଙ୍କ ସୈ ନ୍ୟ ବାହି ନୀରେ ଯୋଗ ଦେଇଥିଲେ ଓ ସେମାନଙ୍କୁ ସମ୍ମାନଜନକ ସ୍ଥାନ ପ୍ରଦାନ କରାଯାଇଥିଲା ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-21
ଯେତେବେଳେ କିଛି ରାଜପୁତ ରାଜ୍ୟ, ମୋଗଲମାନଙ୍କ ସହ ମେଣ୍ଟ କରିଥିଲେ ବିଶେଷତଃ କୂଟନୀତି ଓ ବିବାହ ବନ୍ଧନଦ୍ଵାରା, ମେଣ୍ଢାର କିନ୍ତୁ ମୋଗଲ ପ୍ରାଧାନ୍ୟକୁ ଗ୍ରହଣ କରିନଥିଲା । ଆଉରଙ୍ଗଜେବଙ୍କ ରାଜତ୍ଵ ସମୟରେ ଅନେକ ସମ୍ଭ୍ରାନ୍ତ ରାଜପୁତ ବିଦ୍ରୋହ କରିଥିଲେ, ସେମାନଙ୍କ ମଧ୍ୟରେ ମେୱାରର ଦୁର୍ଗାଦାସ ରାଠୋର ଥିଲେ ଅନ୍ୟତମ । ସେମାନେ ଯୋଧପୁରର ସ୍ଵାଧୀନତା ରକ୍ଷା ପାଇଁ ଲଢ଼ିଥିଲେ । ତେଣୁ ରାଜସ୍ଥାନରେ ମୋଗଲ କର୍ତ୍ତୃତ୍ଵ ସୀମିତ ରହିଥିଲା ।

ଗରିଲା ଯୁଦ୍ଧ (Guerrilla Warfare) : ଯୁଦ୍ଧର ଏକ କୌଶଳ ଯେଉଁଠି ଛୋଟ ଛୋଟ ଦଳ ଲୁଚିଛପି ଅଚାନକ ଆକ୍ରମଣ କରି ବିରାଟ ସୈନ୍ୟବାହିନୀକୁ ପରାସ୍ତ କରିପାରୁଥିଲା ।

ଅହୋମ୍ ରାଜ୍ୟ :
ତ୍ରୟୋଦଶ ଶତାବ୍ଦୀରେ ‘ଅହୋମ୍‌ଜାତି’ର ଏକ ଗୋଷ୍ଠୀ ମିଆଁମାର (ବର୍ତ୍ତମାନର) ବ୍ରହ୍ମପୁତ୍ର ଉପତ୍ୟାକାକୁ ସ୍ଥାନାନ୍ତରିତ ହୋଇ ସେଠାରେ ଅହୋମ୍ ରାଜ୍ୟ ଗଠନ କରିଥିଲେ ।

ସୁଲତାନୀ ଓ ମୋଗଲଯୁଗ ଉଭୟ ସମୟରେ ଅହୋମ ଶାସକମାନେ ଉତ୍ତର ପୂର୍ବରେ ସାମ୍ରାଜ୍ୟ ବିସ୍ତାରକୁ ଦୃଢ଼ ପ୍ରତିରୋଧ କରିଥିଲେ ।

ସେମାନଙ୍କର ଅନ୍ୟାନ୍ୟ ‘ପାଇକ ବ୍ୟବସ୍ଥା’’ ଦ୍ଵାରା ପ୍ରତ୍ୟେକ ସମର୍ଥ ବ୍ୟକ୍ତିଙ୍କୁ ଭୂମି ଅଧିକାର ପ୍ରଦାନ କରାଯାଇଥିଲା । ତା’ ବଦଳରେ ସେମାନେ ସାମରିକ କର୍ତ୍ତବ୍ୟ ପ୍ରଦାନ କରୁଥିଲେ ।

ସମୟ ସହିତ ଅହେମ୍ବ୍ରମାନେ ସ୍ଥାନୀୟ ସଂସ୍କୃତିକୁ ଆତ୍ମୀକରଣ କରିଥିଲେ ଏବଂ ଆସାମର ସମୃଦ୍ଧ ପରମ୍ପରାରେ ଯୋଗଦାନ କରିଥିଲେ ।

ପୂର୍ବାଞ୍ଚଳର ଗଙ୍ଗା ସାମ୍ରାଜ୍ୟ (ଓଡ଼ିଶା)
ତ୍ରୟୋଦଶ ଶତାବ୍ଦୀରେ ତୃତୀୟ ଅନଙ୍ଗଭୀମ ଦେବ ମୁସଲମାନଙ୍କୁ ବିତାଡ଼ିତ କରିବା ସହ ସେହି ବିଜୟ ସ୍ମୃତିରେ ଭୁବନେଶ୍ୱରଠାରେ ‘ମେଘେଶ୍ଵର ମନ୍ଦିର’ ନିର୍ମାଣ କରିଥିଲେ ।

ଠିକ ସେହିପରି ପରବର୍ତ୍ତୀ ଶାସକ ଲାଙ୍ଗୁଳା ନରସିଂହଦେବ ଦକ୍ଷିଣରେ ମୁସଲମାନ ଶାସକଙ୍କୁ ପରାସ୍ତ କରି ବିଜୟସ୍କ ତିରେ କୋଣାର୍କର ଚନ୍ଦ୍ରଭାଗା ନଦୀ ମୁହାଣରେ ବିଶ୍ୱବିଖ୍ୟାତ ‘ସୂର୍ଯ୍ୟ ମନ୍ଦିର’ ନିର୍ମାଣ କରିଥିଲେ ।

ଗଙ୍ଗ ବଂଶପରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ରଦେବ ପାଇକସେନାଙ୍କୁ ଶକ୍ତିଶାଳୀ କରି ଶ୍ରୀ ଜଗନ୍ନାଥଙ୍କ ସମ୍ମାନାର୍ଥେ ରାଜ୍ୟ ପରେ ରାଜ୍ୟ ଜୟ କରିଥିଲେ । ଉତ୍ତରରେ ଝାଡ଼ଖଣ୍ଡଠାରୁ ଦକ୍ଷିଣରେ ରାମେଶ୍ଵରମ୍ ପଶ୍ଚିମରେ ମହାରାଷ୍ଟ୍ରର କିଛି ଅଂଶ ଓ ସମଗ୍ର ତେଲେଙ୍ଗାନା ସହ ବାହାମନୀର ରାଜଧାନୀ ବିଦାର ଓ ବିଜୟନଗର ରାଜଦାନୀ ହାମ୍ପିକୁ ଜୟକରି ପ୍ରଚୁର ଧନଦୌଲତ ଆଣି ଶ୍ରୀଜନ୍ନାଥଙ୍କ ରନ୍‌ଭଣ୍ଡାରକୁ ଦାନ କରିଥିଲେ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-22
ସାରଳାଦାସଙ୍କ ବିଶାଳ ମହାଭାରତ ତାଙ୍କ ସମୟରେ ରଚନା କରାଯାଇଥିଲା ।

କପିଳେନ୍ଦ୍ରଦେବ ନିଜକୁ ‘ଗଜପତି ଗୌଡ଼େଶ୍ଵର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ଵ ଭୂଷିତ କରିଥିଲେ । କପିଳେନ୍ଦ୍ରଙ୍କ ଶାସନ କାଳକୁ ଉତ୍କଳ ଇତିହାସରେ ‘ସୁବର୍ଣ୍ଣଯୁଗ’ ବୋଲି କୁହାଯାଇଥାଏ ।

ପ୍ରଥମ ନରସିଂହଦେବ ପ୍ରଥମେ ‘ଗଜପତି ଉପାଧ୍’ ଧାରଣ କରିଥିଲେ ।

୧୭ଶ ଶତାବ୍ଦୀରେ ଯେତେବେଳେ ଆଉରଙ୍ଗଜେବ୍‌ ମୋଗଲ ସେନା ପଠାଇ ଅହୋମ୍ ରାଜଧାନୀ ଗଡ଼ଗାଓଁକୁ କିଛି ସମୟ ପାଇଁ ଦଖଲ କରିଥିଲେ, ସେତେବେଳେ ଅହୋମ୍‌ମାନେ ନିଜ ଅଞ୍ଚଳର ଘଞ୍ଚ ଅରଣ୍ୟ, ପର୍ବତମାଳା ଏବଂ ନଦନଦୀ ବିଷୟରେ ସମ୍ୟକ୍ ଜ୍ଞାନ ଥିବାରୁ ମୁସଲମାନ୍ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଗରିଲା ରଣନୀତି ଅନୁସରଣ କରିଥିଲେ ।

ଯଦିଓ ଶତ୍ରୁ ପକ୍ଷରେ ଅଧ‌ିକ ସୈନ୍ୟ ଏବଂ ନଦୀଡଙ୍ଗାର ଏକ ବଡ଼ ନୌବାହିନୀ ଥୁଲା ତଥାପି ଅହୋମ୍‌ମାନେ ଉଲ୍ଲେଖନୀୟ ଦୃଢ଼ ଆତ୍ମବିଶ୍ଵାସର ସହ ଲଢ଼ିଥିଲେ । ୧୬୭୧ ସରେଇଘାଟ ଯୁଦ୍ଧରେ ବର୍ତ୍ତମାନ (ଗୌହାଟି ନିକଟବର୍ତ୍ତୀ ବ୍ରହ୍ମପୁତ୍ର ନଦୀରେ) ଉଭୟ ପକ୍ଷ ଲଢ଼ିଥିଲେ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-23
ଅହୋମ୍ ସାମରିକ ସେନାପତି ଲଚିତ ବୋରଫୁକନ ଏବଂ ତାଙ୍କର ୧୦,୦୦୦ ସୈନ୍ୟ ମୋଗଲ ବାହିନୀକୁ ପରାସ୍ତ କରିଥିଲେ, ଯାହାର ସୈନ୍ୟ ସଂଖ୍ୟା ଥିଲା ୩୦,୦୦୦ । ଶେଷରେ ଅହୋମ୍‌ମାନେ ବିଜୟୀ ହେଲେ ଓ ନିଜ ସ୍ଵାଧୀନତା ବଜାଇ ରଖୁପାରିଥିଲେ ।

ମୋଗଲ ସେନାପତି ରାମସିଂହ ଏହି ଅହୋମ ଯୋଦ୍ଧାମାନଙ୍କୁ ପ୍ରଶଂସା କରି କହିଥିଲେ, ‘ପ୍ରତ୍ୟେକ ଆସାମୀ ସୈନିକ ଡଙ୍ଗା ଚଳାଇବାରେ, ତୀର ମାରିବାରେ, ଖାତ ଖୋଳିବାରେ, ବନ୍ଧୁକ ଓ ତୋପ ଚଳାଇବାରେ ପାରଙ୍ଗମ ଥିଲେ । ମୁଁ ଭାରତର ଅନ୍ୟ କୌଣସି ସ୍ଥାନରେ ଏଭଳି ବହୁମୁଖୀ ପ୍ରତିଭାର ନିଦର୍ଶନ ଦେଖୁନାହିଁ ।’

ଶିମାନଙ୍କର ଉତ୍‌ଥାନ:
ପଞ୍ଚଦଶ ଶତାବ୍ଦୀରେ ପଞ୍ଜାବରେ ଗୁରୁ ନାନକ ସମାନତା, କରୁଣା ଏବଂ ଏକ ଈଶ୍ଵରବାଦର ବାର୍ତ୍ତା ପ୍ରଚାର କରିଥିଲେ । ତାଙ୍କ ଅନୁଗାମୀମାନେ ଶିଖ୍ ଭାବରେ ପରିଚିତ ଥିଲେ ।

‘ପଞ୍ଜାବ’ କହିଲେ ଭାରତ ଓ ପାକିସ୍ତାନ ଅନ୍ତର୍ଗତ ଏକ ବିଭାଜିତ ବିଶାଳ ଅଞ୍ଚଳକୁ ବୁଝାଇଥାଏ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-24
ଶିମାନଙ୍କର ପବିତ୍ର ଗ୍ରନ୍ଥ ‘ଗୁରୁଗ୍ରନ୍ଥ ସାହେବ’ ପ୍ରଥମେ ଗୁରୁ ଅର୍ଜୁନଙ୍କଦ୍ଵାରା ସଙ୍କଳିତ ହୋଇଥିଲା, ପରେ ତେରା ବାହାଦୂରଙ୍କ ସ୍ତୁତିଗୁଡ଼ିକ ଏଥୁରେ ଯୋଡ଼ାଯାଇଥିଲା ।

ଆଉରେ ଙ୍ଗ ଜେବ୍ ଗୁ ରୁ ତେଗ୍ ବାହାଦୁର ଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ ଏହାକୁ ଅସ୍ଵୀକାର କରିବାରୁ ଦିଲ୍ଲୀ ଚାନ୍ଦିନୀଚୌକରେ ସର୍ବସାଧାରଣଙ୍କ ଆଗରେ ତାଙ୍କ ମୁଣ୍ଡ କାଟି ଦିଆଯାଇଥିଲା ।

ଏହାର ଜବାବରେ ତାଙ୍କର ପୁତ୍ର ଗୁରୁ ଗୋବିନ୍ଦ ସିଂହ, ଦଶମ ଏବଂ ଶେଷ ଗୁରୁ ଖାଲସା ପ୍ରତିଷ୍ଠା କରିଥିଲେ ।

ଶିଖ୍ ମାନେ ସେମାନଙ୍କର ବହୁମୂଲ୍ୟ ଦେଇ ମୋଗଲ ବାହିନୀ ସହିତ ଅନେକଦିନ ଧରି ସଂଘର୍ଷ ଜାରି ରଖୁଥିଲେ ।

ଶିଖ୍ ଧର୍ମରେ ଗୋଟିଏ ଗୁରୁତ୍ଵର ହିଁ ଏକ ପୂଜାସ୍ତଳ । ଏହା ସେହି ସ୍ଥାନକୁ ଚିହ୍ନଟ କରେ ଯେଉଁଠାରେ ୧୬୭୫ ମସିହାରେ ଆଉରଙ୍ଗଜେବ ନବମ ଶିଖ୍ ଗୁରୁ ତେବାହାଦୁରଙ୍କ ମୁଣ୍ଡକାଟି ଦେଇଥିଲେ । ଏହି ଐତିହାସିକ ଗୁରୁଦ୍ୱାରକୁ ‘ଶିଖ ରେଜିମେଣ୍ଟ୍’ ଦ୍ଵାରା ଅନନ୍ୟ ଭାବରେ ସମ୍ମାନିତ କରାଯାଇଛି । ଯେଉଁ ରେଜିମେଣ୍ଟ ୧୯୭୯ ମସିହାରୁ ପ୍ରତିବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସଲାମ୍ ଦେଇ ଆସୁଛନ୍ତି । ଏହା ଭାରତୀୟ ଇତିହାସରେ ବିଶ୍ଵାସ ଓ ବଳିଦାନର ଏକ ଶକ୍ତିଶାଳୀ ପ୍ରତୀକ ଭାବରେ ଦଣ୍ଡାୟମାନ ।

ଉନବିଂଶ ଶତାବ୍ଦୀର ଆରମ୍ଭରେ ମହାରାଜା ରଣଜିତ ସିଂହଙ୍କ ପ୍ରୟାସରେ ନିଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଶିଖ୍ ମାନେ ଏକଜୁଟ ହୋଇଥିଲେ । ତାଙ୍କର ସାମରିକ ତୀକ୍ଷଣ ବୁଦ୍ଧି, କୂଟନୈତିକ ଦକ୍ଷତା ଏବଂ ଧାର୍ମିକ ସହିଷ୍ଠତା ତାଙ୍କୁ ଏକ ଦୃଢ଼ କେନ୍ଦ୍ରୀୟ ଶିଖ୍ ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲା ।

ଉନବିଂଶ ଶତାବ୍ଦୀର ମଧ୍ୟଭାଗଯାଏଁ ଏହି ସାମ୍ରାଜ୍ୟ ଉଭୟ ମୋଗଲ ସାମ୍ରାଜ୍ୟର ଅବଶେଷ ଓ ପରବର୍ତ୍ତୀ ଇଂରେଜ ସାମ୍ରାଜ୍ୟ ବିସ୍ତାରକୁ ପ୍ରତିରୋଧ କରିବାରେ ସକ୍ଷମ ହୋଇଥିଲା ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-25

ଭାରତରେ ପ୍ରଶାସନ

ଦିଲ୍ଲୀର ସୁଲତାନୀ ଶାସନ :

  1. ଦିଲ୍ଲୀ ସୁଲତାନୀ ଏକ କୈନ୍ଦ୍ରିକ ରାଜନୈତିକ ବ୍ୟବସ୍ଥା ପ୍ରଚଳନ କରିଥିଲା, ଯେଉଁଥରେ ସୁଲତାନ ରାଜନୈତିକ ଏବଂ ସାମରିକ ମୁଖ୍ୟ ଭାବରେ ସମ୍ପୂର୍ଣ୍ଣ କ୍ଷମତାର ଅଧିକାରୀ ଥିଲେ ।,
  2. ପ୍ରଶାସନର ଏକ ମାଧ୍ୟମ ଥିଲା ‘ଇକ୍ତା’ ବ୍ୟବସ୍ଥା, ଯଦ୍ଵାରା ସଂପୃକ୍ତ ଅଞ୍ଚଳଗୁଡ଼ିକରୁ କର ସଂଗ୍ରହ ପାଇଁ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଥିଲା । ଏହି ବ୍ୟବସ୍ଥା ସ୍ଥାନୀୟ ପ୍ରଶାସକମାନଙ୍କର ଏକ ଶୃଙ୍ଖଳ (Network) ସୃଷ୍ଟି କରିପାରିଥିଲା ।
  3. ପ୍ରତ୍ୟେକ ପର୍ଯ୍ୟାୟରେ ବାଣିଜ୍ୟ ଉପରେ କର ଲାଗୁ ହେଉଥିଲେ ମଧ୍ୟ ଚାଷୀମାନଙ୍କ ଉପରେ ବୋଝ ସବୁଠାରୁ ଅଧ୍ୟକ ଥିଲା ।

ମୋଗଲ ପ୍ରଶାସନିକ ଢାଞ୍ଚା :
ଦକ୍ଷିଣ ଓ ଉତ୍ତମ ନିୟନ୍ତ୍ରଣକୁ ଲକ୍ଷକରି ଆକବର ତାଙ୍କ ପ୍ରଶାସନିକ କଳକୁ ପୁନଃ ସଙ୍ଗଠିତ କରିଥିଲେ ।

  1. ‘ଦିୱାନ’ (ଦେୱାନ୍) ଆର୍ଥିକ ବ୍ୟବସ୍ଥାର ଦେଖାରଖା କରୁଥିଲେ ।
  2. ‘ମୀରବକ୍ଷି’ ସାମରିକ ମାମଲାର ଦେଖାଶୁଣା କରୁଥିଲେ ।
  3. ‘ଖାନ୍ ଇ ସମ୍ମାନ’ ରାଜକୀୟ ପରିବାର ଦାୟିତ୍ଵ ସହ ସାଧାରଣ କାର୍ଯ୍ୟ, ବାଣିଜ୍ୟ, ଶିଳ୍ପ ଏବଂ କୃଷିର ତଦାରଖ କରୁଥିଲେ ।
  4. ‘ସଦର’ ନ୍ୟାୟ, ଧାର୍ମିକ ଏବଂ ଶିକ୍ଷାଗତ ମାମଲାର ଦାୟିତ୍ଵରେ ରହୁଥିଲେ ।

ଏହିସବୁ ମନ୍ତ୍ରୀଗଣ ପ୍ରତ୍ୟେକ ବାରଟି ପ୍ରଦେଶ (ସୁବା) ପାଇଁ ନିଯୁକ୍ତ ହୋଇଥିଲେ ।

ଗ୍ରାମାଞ୍ଚଳରେ ପାରମ୍ପରିକ ସ୍ୱାୟତ୍ତ ଶାସନ ଉଣା ଅଧିକେ ପ୍ରଚଳିତ ଥିଲା ।
ଆକବର ‘ମାନସବଦାରୀ’’ ପ୍ରଥା ପ୍ରଚଳନ କରିଥିଲେ ବୋଲି ଆବୁଲ ଫାଜଲ ତାଙ୍କ ଆଇନ-ଇ-ଆକବରୀ ପୁସ୍ତକରେ ଲିପିବଦ୍ଧ କରିଛନ୍ତି । ମାନ ସବଦାର (ଅଫିସର) ସେମାନଙ୍କ ମାନସବ୍ (ପଦବୀ) ଅନୁସାରେ ରାଜ୍ୟପାଇଁ ହାତୀ, ଘୋଡ଼ା, ଓଟ ଏବଂ ସୈନ୍ୟ ରଖୁବାକୁ ପଡୁଥିଲା ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-26
ମାନ ସବଦାରମାନଙ୍କୁ ସାଧାରଣତଃ ଜମି (ଜାଗିର) ପ୍ରଦାନ କରି ଦରମା ଦିଆଯାଉଥିଲା ଏବଂ ସେମାନଙ୍କୁ ଜାଗିରଦାରଭାବେ ଗଣା ଯାଉଥିଲା ।

ଆକବରଙ୍କର ଅର୍ଥମନ୍ତ୍ରୀ ତୋଡ଼ରମଲ୍ଲ ଏକ ଦକ୍ଷ ରାଜସ୍ଵ ବ୍ୟବସ୍ଥା ପ୍ରଚଳନ କରିଥିଲେ । ସେ ଫସଲ ଉତ୍ପାଦନ ଏବଂ ମୂଲ୍ୟ ପାଇଁ ଏକ ବିସ୍ତୃତ ସର୍ଭେକ୍ଷଣ କରିଥିଲେ ଏବଂ ସେହି ସୂଚନା ଆଧାରରେ ପ୍ରତ୍ୟେକ ଫସଲ ପାଇଁ ମୂଲ୍ୟ ନିର୍ଣ୍ଣୟ କରିଥିଲେ । ସେ ସାରା ମୋଗଲ ସାମ୍ରାଜ୍ୟରେ | ଆବୁଲ ଫାଜଲଙ୍କ ଚିତ୍ରିତ ପାଣ୍ଡୁଲିପିରେ ଜମିର ଏକ ପଦ୍ଧତିଗତ ସର୍ଭେ ମଧ୍ୟ ଆରମ୍ଭ କରିଥିଲେ ଯାହା ରାଜସ୍ଵ ସଂଗ୍ରହ ବୃଦ୍ଧି କରିବା ସହ ରାଷ୍ଟ୍ର ଶାସନକୁ ମଜବୁତ କରିଥିଲା ।

ଲୋକଙ୍କ ଜୀବନ :
ତ୍ରୟୋଦଶ ଏବଂ ସପ୍ତଦଶ ଶତାବ୍ଦୀ ମଧ୍ୟରେ ରାଜନୈତି କ ପରିବର୍ତ୍ତନ ସତ୍ତ୍ଵେ ଏହି ଉପମହାଦେଶ ବିଶ୍ଵରେ ସବୁଠାରୁ ଧନୀ ଅଞ୍ଚଳ ଭିତରୁ ଗୋଟିଏରେ ପରିଣତ ହୋଇଥିଲା ।

ସୁଲତାନୀ ଶାସନ କାଳରେ ନୂତନ ସହର ସୃଷ୍ଟି ବ୍ୟତୀତ, ବିଶେଷକରି ଉତ୍ତର ଭାରତରେ ରାସ୍ତା, ସେତୁ, କେତୋଟି କେନାଲ ଓ ଅନ୍ୟାନ୍ୟ ଜଳସେଚନ କାର୍ଯ୍ୟରେ ବିଶେଷ ଉନ୍ନତି ହୋଇଥିଲା । ଏସବୁ ମୋଗଲ ଶାସନକାଳରେ ଯଥେଷ୍ଟ ବିସ୍ତାରଲାଭ କରିଥିଲା ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-27
କୃଷି ଭାରତୀୟ ଅର୍ଥନୀତିର ମୁଖ୍ୟ ଆଧାର ଥିଲା । ସାଧାରଣତଃ ଉତ୍ପାଦିତ ଦ୍ରବ୍ୟର ଏକ ପଞ୍ଚମାଂଶ ରାଜସ୍ଵ ଭାବରେ ଆଦାୟ କରାଯାଉଥିଲା । ଜଳସେଚନ ବ୍ୟବସ୍ଥାର ପ୍ରସାର କୃଷି ଉତ୍ପାଦନକୁ ବୃଦ୍ଧି କରିଥିଲା ।

ବହୁବିଧ ଶସ୍ୟର ଉତ୍ପାଦନ ଖାଦ୍ୟ (ଚାଉଳ, ଗହମ, ଯବ, ବାଲି, ଆଖୁ, ମସଲା ଇତ୍ୟାଦି) ସମେତ ଅଣଖାଦ୍ୟ ସାମଗ୍ରୀ (କପା ଯାହା ବସ୍ତ୍ର ଉତ୍ପାଦନକୁ ଖୋରାକ ଦେଇଥୁଲା, ରେଶମ, ପଶମ, ରଙ୍ଗ, କାଠ, ଝୋଟ ଇତ୍ୟାଦି) ଫସଲ ଉତ୍ପାଦନ ହୋଇଥିଲା ।

ବସ୍ତ୍ର ବ୍ୟତୀତ କାରିଗରମାନେ ଅସ୍ତ୍ରଶସ୍ତ୍ରଠାରୁ ବାସନକୁସନ ଏବଂ ଅଳଙ୍କାର ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଦ୍ରବ୍ୟ ତିଆରି କରୁଥିଲେ ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-28
ନଦୀ ଓ ସମୁଦ୍ରରେ ବାଣିଜ୍ୟ କରିବାପାଇଁ ଜାହାଜ ନିର୍ମାଣ ଏ ସମୟରେ ଯଥେଷ୍ଟ ବିକଶିତ ହୋଇଥିଲା । ଭାରତୀୟ ସାମଗ୍ରୀ କାଲିକଟ, ମାଙ୍ଗାଲୋର, ସୁରଟ, ମଚ୍ଛଲିପଟ୍ଟନମ୍ କିମ୍ବା ହୁଗୁଳି ଭଳି ଉପକୂଳ ଏବଂ ନଦୀକୂଳ ସହର ମାଧ୍ୟମରେ ରପ୍ତାନି କରାଯାଇଥିଲା । ଭାରତ ରପ୍ତାନି ତୁଳନାରେ ବହୁତ କମ୍ ଆମଦାନି କରୁଥିଲା । ଆମଦାନି ଉତ୍ପାଦଗୁଡ଼ିକରେ ରେଶମ, ଘୋଡ଼ା, ଧାତୁ ଏବଂ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ସାମଗ୍ରୀ ଅନ୍ତର୍ଭୁକ୍ତ ଥିଲା ।

ଆରବ, ପାରସ୍ୟ (ବର୍ତ୍ତମାନ ଇରାନ୍) ଏବଂ ମଧ୍ଯ ଏସିଆର ବ୍ୟବସାୟୀମାନେ ଭାରତୀୟ ବନ୍ଦରଗୁଡ଼ିକ ନିକଟରେ ବସତି ସ୍ଥାପନ କରିଥିଲେ । ଏଗୁଡ଼ିକର ବ୍ୟସ୍ତବହୁଳ ବାଣିଜ୍ୟ କାରବାରରେ ବିଶେଷ ଅବଦାନ ଥିଲା ।

‘ହୁଣ୍ଡି’ ବ୍ୟବସ୍ଥା ବ୍ୟବସାୟୀମାନଙ୍କୁ ମୁଦ୍ରା ପରିବହନ ନକରି ରାଜନୈତିକ ସୀମା ପାରକରି ପାଣ୍ଠି ହସ୍ତାନ୍ତର କରିବା ସକ୍ଷମ କରିଥିଲା । ଫଳରେ ବାଣିଜ୍ୟ ପଥରେ ଲୁଣ୍ଠନ କରିବା ଏତେ ସହଜ ନଥିଲା ।

‘ହୁଣ୍ଡି’ ଜଣେ ବ୍ୟକ୍ତିକୁ ଦେୟ ଦେବାପାଇଁ ଏକ ଲିଖ୍ତ ନିର୍ଦ୍ଦେଶନାମା ଥିଲା । ଏହାକୁ ରାଜନୈତିକ ସୀମା ପାରିକରି ନିଆଯାଇପାରିବ ଏବଂ ଆଧୁନିକ ବ୍ୟାଙ୍କ୍ ବ୍ୟବସ୍ଥାର ପୂର୍ବବର୍ତ୍ତୀ ଧାରା ଏକ ମୁଦ୍ରା ବଦଳରେ ଆର୍ଥିକ କାରବାରକୁ ସକ୍ଷମ କରାଇ ପାରୁଥିଲା । ଏହି ବ୍ୟବସ୍ଥାଗୁଡ଼ିକରେ ଶାସକ ବର୍ଗଙ୍କ ଅଂଶଗ୍ରହଣ ବିନା ବାଣିଜ୍ୟ ନେତ୍ୱାର୍କ କାମ କରୁଥିଲା ।

ମନ୍ଦିରଗୁଡ଼ିକ ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର :
ଅନେକ ମନ୍ଦିର ଉପାସନା, ଅତିରିକ୍ତ ଶିକ୍ଷା, ସାମାଜିକ, ପାରସ୍ପରିକ କ୍ରିୟାକଳାପ, ପ୍ରଦର୍ଶନ କଳାର କେନ୍ଦ୍ର ଥିଲା । ସେମାନେ ବ୍ୟସ୍ତବହୁଳ ବଜାର ସହିତ ସାମାଜିକ ‘ପରିସଂସ୍ଥା’ ସୃଷ୍ଟି କରିଥିଲେ ।

ଶାସକବର୍ଗ ମନ୍ଦିର ଦେବଦେବୀଙ୍କୁ ଜମି ଓ ଧନ ଦାନ କରୁଥିଲେ ଯାହା ମନ୍ଦିର ପରିଚାଳକମାନଙ୍କଦ୍ଵାରା ବିଶ୍ଵାସରେ ରଖାଯାଉଥିଲା ।

ମନ୍ଦିରଗୁଡ଼ିକ ବ୍ୟବସାୟୀମାନଙ୍କୁ ଋଣ ପ୍ରଦାନ କରିବା ସହିତ ଆଭ୍ୟନ୍ତରୀଣ ଓ ସାମଗ୍ରିକ ବାଣିଜ୍ୟପାଇଁ ପାଣ୍ଠି ଯୋଗାଉଥିଲା ।

ବିଶେଷକରି ଶାସକଙ୍କ ସମ୍ମତିରେ ପବିତ୍ର ସ୍ଥଳଗୁଡ଼ିକ ଅନେକ ସମୟରେ ଆକ୍ରମଣ ଯୋଗୁଁ ଧ୍ଵଂସ ଓ ଅପବିତ୍ର ହୋଇପଡ଼ିଥିଲା ।

ମୋଟାମୋଟି ଭାବରେ ବିଭିନ୍ନ ଧର୍ମ ଏବଂ ସମ୍ପ୍ରଦାୟର ଲୋକମାନେ ପରସ୍ପର ଉପରେ ଆର୍ଥିକ ଭାବରେ ନିର୍ଭରଶୀଳ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ସହାବସ୍ଥାନ କରୁଥିଲେ ।

ଓଡ଼ିଶାର କେତୋଟି ଗୁରୁତ୍ଵପୂର୍ଣ୍ଣ ଐତିହାସିକ କୀର୍ତ୍ତି :
(୧) ପୁଷ୍ପଗିରି ବିଶ୍ଵବିଦ୍ୟାଳୟ :
ପ୍ରାଚୀନ ଭାରତରେ ପୁଷ୍ପଗିରି ବିଶ୍ଵବିଦ୍ୟାଳୟ ବୌଦ୍ଧଧର୍ମ ଓ ସଂସ୍କୃତିର ମୁଖ୍ୟ ଶିକ୍ଷଣ କେନ୍ଦ୍ରଥିଲା । ଏହା ତତ୍କାଳୀନ କଳିଙ୍ଗର (ଆଧୁନିକ ଓଡ଼ିଶା) ଯାଜପୁର ନିକଟବର୍ତ୍ତୀ ‘ଲାଙ୍ଗୁଡ଼ି’ ପର୍ବତାଞ୍ଚଳରେ ଅବସ୍ଥିତ, ଏବଂ ବୌଦ୍ଧ ସନ୍ନ୍ୟାସୀମାନଙ୍କ ପାଇଁ ଏଠାରେ ଅନେକ ବିହାର ଥିଲା ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-29
ଖ୍ରୀ.ଅ. ୬୩୯ରେ ଚୀନ ପରିବ୍ରାଜକ ହୁଏନ୍‌ସାଂ ଏଠାକୁ ଆସି ଅତ୍ୟନ୍ତ ମୁଗ୍‌ଧ ହୋଇ ନିଜ ବିବରଣୀରେ ଏହାର ଭୂୟସୀ ପ୍ରଶଂସା କରିଥିଲେ । ତାଙ୍କ ପ୍ରେରଣାରେ ବହୁ ବିଦେଶୀ ଛାତ୍ର ଏଠାରେ ଆସି ଅଧ୍ୟୟନ ମଧ୍ୟ କରିଥିଲେ ।

ସଂପ୍ରତି ଏହି ଅଞ୍ଚଳକୁ ଓଡ଼ିଶାର ‘ହୀରକ ତ୍ରିଭୁଜ’ ଭାବରେ ଅଭିହିତ କରାଯାଇଛି ।

ପୃଷ୍ଠପୋଷକତା ଅଭାବରୁ ଏକାଦଶ ଶତାବ୍ଦୀ ବେଳକୁ ଏହି ବିଶ୍ଵବିଖ୍ୟାତ ବିଶ୍ଵବିଦ୍ୟାଳୟର ବିଲୟ ଘଟିଥିଲା ।

(୨) ଜଉଗଡ଼ :
ଜଉଗଡ଼ ସମ୍ରାଟ ଅଶୋକଙ୍କ ଶିଳା ଅନୁଶାସନରେ ସ୍ଥତିପୀଠ ଭାବରେ ଜଣାଶୁଣା ଅଟେ । ଏହା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ଋଷିକୂଲ୍ୟା ନଦୀ ତଟରେ ଅବସ୍ଥିତ ଥିଲା ।

କଳିଙ୍ଗ ସାମ୍ରାଜ୍ୟର ରାଜଧାନୀ ଭାବରେ ଜଉଗଡ଼, ଏକ ସୁରକ୍ଷିତ ଦୁର୍ଗଭାବେ ମୌର୍ଯ୍ୟ ଶାସକ ଅଶୋକଙ୍କ ସାମ୍ରାଜ୍ୟ ଅଧୀନରେ ଥିଲା ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-30
ଏଠାରେ ଅଶୋକଙ୍କ ପ୍ରଶାସନିକ ନୀତି ଓ ଆଦର୍ଶର ବହୁ କଥା ଏକ ବୃହତ୍ ଶିଳାଖଣ୍ଡରେ ଖୋଦିତ ହୋଇଥୁବାର ଦେଖିବାକୁ ମିଳେ ।

ସଂପ୍ରତି ସରକାରଙ୍କ ତରଫରୁ ଏହାର ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

(୩) କ୍ଷୀରଚୋରା ଗୋପୀନାଥ ମନ୍ଦିର :
କ୍ଷୀରଚୋରା ଗୋପୀନାଥ ମନ୍ଦିର, ବାଲେଶ୍ଵର ଜିଲ୍ଲାର ରେମୁଣାଠାରେ ଅବସ୍ଥିତ । ଏଠାରେ ଥିବା ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ ହୋଇଥିବାରୁ ଅତ୍ୟନ୍ତ ରମଣୀୟ ଦେଖାଯାଇଥା’ନ୍ତି ।
Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-31
ତ୍ରୟୋଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହଦେବ, କାରୁକାର୍ଯ୍ୟ ଖଚିତ ଏହି ସୁନ୍ଦର ମନ୍ଦିରଟି ନିର୍ମାଣ କରିଥିଲେ ।

କ୍ଷୀରଚୋରା ଗୋପୀନାଥଙ୍କୁ ଉତ୍ତର ଭାରତର ଚିତ୍ରକୁଟରୁ ଆଣି ଏହି ଭବ୍ୟ ମନ୍ଦିରରେ ସ୍ଥାପନ କରିଥିଲେ ।

(୪) ମାଣିଆବନ୍ଧ :
ସଂସ୍କୃତି ଓ ଐତିହ୍ୟର ଆଉ ଏକ ଗୌରବମୟ ସ୍ଥାନ ଥିଲା କଟକ ଜିଲ୍ଲାର କ୍ଷୁଦ୍ରଗ୍ରାମ ‘ମାଣିଆ ବନ୍ଧ’ । କଟକରୁ ବାଙ୍କୀ ଦେଇ ଗଲେ ଏହି ଛୋଟ ଗାଁଟି ପଡ଼ିଥାଏ ।

ଏହି ଛୋଟିଆ ଗାଁଟି କେବଳ ମାଣିଆବନ୍ଧ ପାଟଶାଢ଼ି ପାଇଁ ପ୍ରସିଦ୍ଧ ନୁହେଁ ବରଂ ଅନେକ ଐତିହାସିକ ସ୍ଥିତି ଓ କୀର୍ତ୍ତି ବହନ କରିଥାଏ ।

ଏକଦା ବୌଦ୍ଧଧର୍ମ ଓ ଦର୍ଶନର ଚର୍ଚ୍ଚା ଏଠାରେ କରାଯାଉଥିଲା ଏବଂ ଏଠାକୁ ଚୀନ ପରିବ୍ରାଜକ ହୁଏନ୍‌ସାଂ ମଧ୍ୟ ପରିଭ୍ରମଣରେ ଆସିଥୁଲେ ।

ପ୍ରତିବର୍ଷ ଏହି ଗ୍ରାମରେ ବୁଦ୍ଧଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥାଏ । ଚୀନ, ଜାପାନ, କୋରିଆ, ତିବ୍ବତ ଓ ଇଣ୍ଡୋନେସିଆର ବହୁ ପର୍ଯ୍ୟଟକ ଏହି ଗ୍ରାମକୁ ବୁଲିବାକୁ ଆସିଥାନ୍ତି ।

(୫) ପୋତାଗଡ଼ :
ଓଡ଼ିଶାର ଅନ୍ୟ ଏକ ଐତି ହ୍ୟ ପର୍ଯ୍ୟଟନ କ୍ଷେତ୍ର ‘ପୋତାଗଡ଼’ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମ ପୁର ନିକଟରେ ତାରାତାରିଣୀ ପୀଠରୁ ୫ କି.ମି. ଦୂରରେ ଋଷିକୁଲ୍ୟା ମୁହାଣରେ ଅବସ୍ଥିତ ।

Class 8 Social Science Chapter 2 Notes Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-32

ଘଞ୍ଚତାରକା ଆକୃତିର ଏହି ଦୁର୍ଗ ୧୭୬୮ ମସିହାରେ ଏଡ଼ ୱାର୍ଡ଼ କୋଷ୍ଟାଫୋର୍ଡ଼ଙ୍କ ନେତୃତ୍ଵରେ ସଂପନ୍ନ ହୋଇଥିଲା । ଏହା ମୁସଲମାନ୍ ଓ ଫରାସୀ ଶାସକଙ୍କ ଅଧୀନରେ କିଛିଦିନ ମଧ୍ୟ ରହିଥିଲା ।

୧୭୬୫ ବେଳକୁ ଇଂରେଜମାନେ ଏହାକୁ ଅଧିକାର କରି, ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କ ପ୍ରଶାସନିକ କୋଠିଭାବେ ଏହାକୁ ବ୍ୟବହାର କରିଥିଲେ ।

ଏଠାରୁ ଋଷିକୁଲ୍ୟା ନଦୀଦେଇ ବଙ୍ଗୋପସାଗରରେ ଜଳଯାତ୍ରା ଲାଗି ଏହାକୁ ଇଂରେଜମାନେ ଉପଯୁକ୍ତ ସ୍ଥାନ ବୋଲି ବିବେଚନା କରୁଥିଲେ ।

ଆମେ ଯାହା ଜାଣିଲୁ
ଏହି ସମୟ ଦେଖୁଥ‌ିଲା- ତୁର୍କୀ, ଆଫଗାନ ଏବଂ ମୋଗଲ ବୈଦେଶିକଙ୍କ କ୍ରମାଗତ ଆକ୍ରମଣ ଯାହା ବ୍ୟାପକ ବିନାଶ, ପୁରୁଣା ରାଜବଂଶର ପତନ ଏବଂ ବହୁ ରାଜ୍ୟ ଓ ସାମ୍ରାଜ୍ୟର ଉତ୍‌ଥାନ ପତନ । ନିରନ୍ତର ଯୁଦ୍ଧ, ସନ୍ଧି (ମେଣ୍ଟ) ଏବଂ ବିଜୟ ଭାରତର ରାଜନୈତିକ ସୀମାକୁ ପୁନଃ ନିର୍ଦ୍ଧାରଣ କରିଥିଲା ।

ଏ ସମୟରେ ଧାର୍ମିକ ଅସହିଷ୍ଠତାର ଅନେକ ଦୃଷ୍ଟାନ୍ତ ଥିଲା । ବୌଦ୍ଧ, ଜୈନ, ହିନ୍ଦୁ, ଶିଖ, ଜୋରାଷ୍ଟ୍ରୀୟ ଏବଂ ଆଦିବାସୀମାନେ ଅନେକ ସମୟରେ କଠୋର ନିର୍ଯ୍ୟାତନା ଭୋଗ କରିଥିଲେ, ଯଦିଓ କିଛି ଶାସକ ଅନ୍ୟମାନଙ୍କ ତୁଳନାରେ ଅଧିକ ଉଦାର ମନୋଭାବର ଥିଲେ ।

କୃଷି ଓ ବାଣିଜ୍ୟର ବିସ୍ତାର ହୋଇଥିଲା, ଯାହା ଭାରତର ବୈଭବ ଓ ବିଶ୍ଵ ସହିତ ଯୋଗାଯୋଗକୁ ବୃଦ୍ଧି କରିଥିଲା । ତଥାପି ସାଧାରଣ ପ୍ରଜାଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା ।

ଭାରତୀୟ ସମାଜ, ସହର, ନଗର, ମନ୍ଦିର ଅର୍ଥନୀତିର ଅନ୍ୟାନ୍ୟ ଦିଗଗୁଡ଼ିକର ପୁନଃ ନିର୍ମାଣରେ ଅନୁକୂଳ ମନୋଭାବ ଓ ନମନୀୟତାକୁ ପ୍ରଦର୍ଶନ କରିଥିଲା । ସେହି ସମୟରେ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ କରିବା ଏବଂ ନୂତନ ସାଂସ୍କୃତିକ ଅଭିବ୍ୟକ୍ତି ସୃଷ୍ଟି କରିବା ପାଇଁ ସ୍ଵଦେଶୀ ଓ ବିଦେଶୀ ଉପାଦାନଗୁଡ଼ିକୁ ମିଶ୍ରଣ କରିବାର ଉପାୟ ପାଇଲା । କଳା ଏବଂ ସଂସ୍କୃତିର ଅନେକ ରୂପ, ସ୍ଥାପତ୍ୟ, ସଙ୍ଗୀତ ଓ ଚିତ୍ରକଳାରେ ଏ ସମୟ ସମୃଦ୍ଧ ହୋଇଥିଲା ।

ଗୁରୁତ୍ଵପୂର୍ଣ୍ଣ ଖ୍ରୀଷ୍ଟାବ୍ଦ

  • ୧୧୯୨ ଖ୍ରୀ.ଅ. – ଭାରତରେ ଉତ୍ତର ପଶ୍ଚିମରେ ଶାସନ କରୁଥିବା ପୃଥ୍ୱୀରାଜ ଚୌହାନଙ୍କ ପରାଜୟ ।
  • ୧୨୦୬ ଖ୍ରୀ.ଅ. – ଦିଲ୍ଲୀରେ ସୁଲତାନବଂଶର ଶାସନ ଆରମ୍ଭ ।
  • ୧୩୨୬ ଖ୍ରୀ.ଅ. – ମେବାର ରାଜ୍ୟର ପୁନଃ ପ୍ରତିଷ୍ଠା ।
  • ୧୩୩୬ ଖ୍ରୀ.ଅ. – ବିଜୟନଗର ସାମ୍ରାଜ୍ୟର ସ୍ଥାପନ ।
  • ୧୩୪୭ ଖ୍ରୀ.ଅ. – ବାହମନୀ ସୁଲତାନଙ୍କ ପ୍ରତିଷ୍ଠା ।
  • ୧୩୯୮ ଖ୍ରୀ.ଅ. – ତୈମୁରଙ୍କ ଦିଲ୍ଲୀ ଆକ୍ରମଣ ।
  • ୧୪୯୮ ଖ୍ରୀ.ଅ. – ପର୍ତ୍ତୁଗାଲମାନଙ୍କର ଭାରତରେ ପ୍ରବେଶ ।
  • ୧୫୨୬ ଖ୍ରୀ.ଅ. – ପ୍ରଥମ ପାନିପଥ ଯୁଦ୍ଧ, ବାବରଙ୍କ ବିଜୟ, ମୋଗଲ ସାମ୍ରାଜ୍ୟର ସ୍ଥାପନ ।
  • ୧୫୨୯ ଖ୍ରୀ.ଅ. – କୃଷ୍ଣଦେବ ରାୟ ମୃତ୍ୟୁବରଣ କରିଥିଲେ ।
  • ୧୫୫୬ ଖ୍ରୀ.ଅ. – ଦ୍ଵିତୀୟ ପାନିପଥ ଯୁଦ୍ଧ, ଆକବରଙ୍କ ନିର୍ଣ୍ଣାୟକ ବିଜୟ ।
  • ୧୫୬୫ ଖ୍ରୀ.ଅ. – ତାଲିକୋଟା ଯୁଦ୍ଧ, ବିଜୟନଗର ସହରର ଧ୍ୱଂସ ।
  • ୧୫୭୬ ଖ୍ରୀ.ଅ. – ହଳଦୀଘାଟ ଯୁଦ୍ଧ, ମହାରାଣା ପ୍ରତାପଙ୍କ ପଛଘୁଞ୍ଚା ।
  • ୧୬୫୭ ଖ୍ରୀ.ଅ. – ଶାହାଜାହାନ ଅସୁସ୍ଥ ହୋଇପଡ଼ିଲେ ।
  • ୧୬୫୮ ଖ୍ରୀ.ଅ. – ଆଉରଙ୍ଗଜେବ୍ ନିଜକୁ ସମ୍ରାଟ ଭାବେ ଘୋଷଣା କରିଥିଲେ ।
  • ୧୬୭୧ ଖ୍ରୀ.ଅ. – ସରାଇଘାଟ ଯୁଦ୍ଧ ଆହମସଙ୍କଦ୍ଵାରା ମୋଗଲ ପରାଜୟ ।
  • ୧୬୭୫ ଖ୍ରୀ.ଅ. – ଆଉରଙ୍ଗଜେବ୍ ନବମ ଶିଖ୍ ଗୁରୁ ତେର୍‌ବାହାଦୂରଙ୍କ ମୁଣ୍ଡ କାଟି ଦେଇଥିଲେ ।
  • ୧୬୯୯ ଖ୍ରୀ.ଅ. – ଗୁରୁ ଗୋବିନ୍ଦଙ୍କଦ୍ଵାରା ‘ଖାଲସା’ ସଂପ୍ରଦାୟ ଗଠନ ।
  • ୧୭୫୪ ଖ୍ରୀ.ଅ. – ମରହଟ୍ଟା ଉତ୍‌ଥାନ ଓ ଦିଲ୍ଲୀ ନିୟନ୍ତ୍ରଣ ।
  • ୧୭୬୮ ଖ୍ରୀ.ଅ. – ଋଷିକୁଲ୍ୟା ମୁହାଣରେ ପୋତାଗଡ଼ ନିର୍ମାଣ କାର୍ଯ୍ୟ ଶେଷ ।
  • ୧୭୯୯ ଖ୍ରୀ.ଅ. – ଶିଖ୍ ସାମ୍ରାଜ୍ୟର ସ୍ଥାପନ ।