BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

Odisha State Board BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ Important Questions and Answers.

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

Subjective Type Questions With Answers

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 12

1. ନିଉଟନ୍‌ଙ୍କ ଦ୍ଵିତୀୟ ଗତି ନିୟମର ଗାଣିତିକ ସୂତ୍ରାୟନ ନିଗମନ କର ।
ଉ –
(i) ମନେକର ‘m’ ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁ ଏକ ସରଳରେଖାରେ ସ୍ଥିର ତ୍ଵରଣ à ରେ ଗତି କରୁଛି । ବସ୍ତୁର ପ୍ରାରମ୍ଭିକ ପରି ବେଗ u ଯେତେବେଳେ t = 0 ଓ t ସମୟ ପରେ ଏହାର ଅନ୍ତିମ ପରିବେଗ v । F ବସ୍ତୁ ଉପରେ ପ୍ରଯୁକ୍ତ ବାହ୍ୟ ବଳ ।
(ii) p1 ବସ୍ତୁର ପ୍ରାରମ୍ଭିକ ସଂବେଗ = mu, P2 ବସ୍ତୁର ଅନ୍ତିମ ସଂବେଗ = mv t ସମୟ ପରେ ସଂବେଗରେ ମୋଟ ପରିବର୍ତ୍ତନ = p1 – p2 = mv – mu = m (v – u)
(iii) ସମୟ ଅନୁ ସାରେ ସଂବେଗର ପରିବର୍ତ୍ତନ
ହାର = \(\frac{m(v-u)}{t}\)
(iv) ତେଣୁ F α \(\frac{m(v-u)}{t}\)
k ହେଉଛି ଏକ ଆନୁପାତିକ ସ୍ଥିରାଙ୍କ ।
BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 1
ଏକକ ବଳ ହେଉଛି ସେହି ପରିମାଣର ବଳ ଯାହା ଏକକ ବସ୍ତୁତ୍ଵର ବସ୍ତୁ ଉପରେ କାର୍ଯ୍ୟ କଲେ ସେହି ବସ୍ତୁରେ ଏକକ ତ୍ଵରଣ ସୃଷ୍ଟି ହୁଏ ।

2. ସଂବେଗର ସଂରକ୍ଷଣ ନିୟମକୁ ଲେଖ ଓ ବୁଝାଅ ।
ଉ –
ଅସନ୍ତୁଳିତ ବାହ୍ୟବଳ ପ୍ରଯୁକ୍ତ ନହୋଇ ଯଦି ଦୁଇଟି ସଂବେଗର ସଂରକ୍ଷଣ ନିୟମ ବସ୍ତୁ ମଧ୍ୟରେ ସଂଘାତ ଘଟେ ତେବେ ସଂଘାତ ପରେ ସେମାନଙ୍କର ସେହି ବସ୍ତୁଦ୍ଵୟର ମୋଟ ସଂବେଗ ସଂଘାତ ପୂର୍ବରୁ ମୋଟ ସଂବେଗ ସହିତ ସମାନ ରହେ ।

ବ୍ୟାଖ୍ୟା :
(i) ମନେକର A ଓ B ନାମକ ଦୁଇଟି ବଲ୍‌ ଗୋଟିଏ ସରଳରେଖାରେ ଯଥାକ୍ରମେ uA ଓ uB ପରି ବେଗରେ ଗୋଟିଏ ଦିଗରେ ଗତି କରୁଛନ୍ତି । ସେମାନଙ୍କ ବସ୍ତୁତ୍ଵ ଯଥାକ୍ରମେ mA ଓ mB । କୌଣସି ବାହ୍ୟବଳ ଏମାନଙ୍କ କରୁନାହିଁ।
(ii) uA > uB ହେଲେ କିଛି ସମୟ ପରେ A ବଲ୍‌ B ବଲ୍‌କୁ ଧକ୍‌କା ଦେବ । ମନେକର ଏହି ସଂଘାତ । ସମୟ ମଧ୍ୟରେ ସଂପନ୍ନ ହେଲା । A ବଲ୍ B ବଲ୍ ଉପରେ FAB ବଳ ଓ B ବଲ୍ A ବଲ୍‌ ଉପରେ FBA ପ୍ରତିକ୍ରିୟା ବଳ ପ୍ରୟୋଗ କାଚୁଛି ।
(iii) ମନେକର ସଂଘାତ ପରେ Ā ଓ B ର ପରିବେଗ ଯଥାକ୍ରମେ vA ଓ vB ହେଲ । ସଂଘାତ ପୂର୍ବରୁ Aର ସଂବେଗ m u ଓ Bର ସଂବେଗ mgug ଥିଲା । ସଂଘାତ ପରେ Aର ସଂବେଗ m y ଓ Bର ସଂବେଗ ହେଲା ।
(iv) ନିଉଟନ୍ ଙ୍କ ଦ୍ଵିତୀୟ ଗତି ନିୟମ ଅନୁ ସାରେ ବଲ୍‌ୟ ଉପରେ ପ୍ରଯୁକ୍ତ ବଳ ସେମାନଙ୍କ ସଂବେଗର ପରିବର୍ତ୍ତନ ହାର ସଙ୍ଗେ ସମାନ । ତେଣୁ
BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 2
ମାତ୍ର FAB = – FAB (∴ ପ୍ରତିକ୍ରିୟା ବଳ ଓ କ୍ରିୟ । ବଳ ସମାନ ଓ ବିପରତମ୍ବୁଖା)
(v) \(\frac{m_A\left(v_A-u_A\right)}{t}=\frac{-m_B\left(v_B-u_B\right)}{t}\)
⇒ mA (VA – UA) = – mB (VB – UB)
⇒ mAVA – mAUA = – mA VB + mAUB
⇒ mAVA + mBVB = mAuA + mAVA + mBVB = mAUA + mBUB
ଏହାକୁ ସଂବେଗ ସଂରକ୍ଷଣ ଏହାକୁ ସଂକେଟ ସଂସ୍ପଶ ନିୟମ କୁହାଯାଏ । ବାହ୍ୟବଳ କାର୍ଯ୍ୟ ନକଲେ ସଂଘାତ ପୂର୍ବରୁ ଓ ସଂସ୍ଥାନ ପରେ ବଲ୍‌ର ମୋଗ ସଂବେଗ ଆପଚିବର୍ତ୍ତତର ହୋ

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

3. ସ୍ଥିରତାର ଜଡ଼ତ ଓ ଗତିର ଜଡ଼ତା କ’ଣ ? ନିଉଟନ୍‌ଙ୍କ ତୃତୀୟ ଗତି ନିୟମ ଲେଖ ଓ ବୁଝାଅ ।
ଉ-
ସ୍ଥିରତାର ଜଡ଼ତା: ସ୍ଥିର ଥ‌ିବା ବସ୍ତୁ ସ୍ଥିର ହୋଇ ରହିବାକୁ ଚାହେଁ । ଏହାକୁ ସ୍ଥିର ତାର ଜଡ଼ତା କୁହାଯାଏ । ବାହ୍ୟବଳ ପ୍ରୟୋଗ ନ ହେବା ପର୍ଯ୍ୟନ୍ତ ବସ୍ତୁର ସ୍ଥିରାବସ୍ଥାରେ ପରିବର୍ତ୍ତନ ଘଟିବ ନାହିଁ ।
ଗତିର ଜଡ଼ତା : ସରଳରେଖାରେ କୌଣସି ଏକ ବେଗରେ ଗତି କରୁଥିବା ବସ୍ତୁ ସେହି ବେଗରେ ଓ ସେହି ଦିଗରେ ଗତି କରିବାକୁ ଚାହେଁ । ଏହାକୁ ଗତିର ଜଡ଼ତା କୁହାଯାଏ ।
ନିଉଟନ୍‌ଙ୍କ ତୃତୀୟ ଗତି ନିୟମ : ପ୍ରତ୍ୟେକ କ୍ରିୟା ବଳର ଏକ ସମାନ ବିପରୀତମୁଖୀ ପ୍ରତିକ୍ରିୟା ବଳ ଅଛି । ଅର୍ଥାତ୍ ଯେତେବେଳେ ଗୋଟିଏ ବସ୍ତୁ ଅନ୍ୟ ଏକ ବସ୍ତୁ ଉପରେ ବଳ ପ୍ରୟୋଗ କରେ ସେତେବେଳେ ତତ୍ଷଶୀଦ ତ୍ଵିତୀୟବସ୍ତୁ ଉପରେ ସମାନ ପରିମାଣର ବିପରୀତ ମୁ ଖୀ ପ୍ରତିକ୍ରିୟା ବଳ ପ୍ରୟୋଗ କରେ ।
(i) ଏହି ଦୁଇଟି ବଳର ପରିମାଣ ସମାନ ମାତ୍ର ଦିଗ ବିପରୀତ ଅଟେ । ଏହି ବଳଦ ୟ କେବେବି ଗୋଟିଏ ବସ୍ତୁ ଉପରେ କାର୍ଯ୍ୟ କରନ୍ତି ନାହିଁ ।
(ii) ଏହି କ୍ରିୟାବଳ ଓ ପ୍ରତିକ୍ରିୟା ବଳ ସର୍ବଦା ଦୁଇଟି ପୃଥକ୍ ବସ୍ତୁ ଉପରେ କାର୍ଯ୍ୟ କରନ୍ତି । ତେଣୁ କରନ୍ତି ନାହିଁ ।

ଉଦ।ହରଣ:
(i) ଗୋଟିଏ ଦୁର୍ବଳ ଟେବୁଲର ପୃଷ୍ଠକୁ ହାତରେ ଜୋର୍‌ରେ ବାଡ଼େଇଲେ ଟେବୁଲ ଭାଙ୍ଗିଯାଏ ଓ ହାତରେ ମଧ୍ୟ ଆଘାତ ଲାଗେ ।
(ii) ଟେବୁଲ ପୃଷ୍ଠକୁ ହାତରେ ବାଡ଼େଇଲାବେଳେ କରେ । ଫଳରେ ଟେବୁଲ ଭାଙ୍ଗିଯାଏ ।
(iii) ଟେବୁଲ ତତ୍‌କ୍ଷଣାତ୍‌ ହାତ ଉପରେ ଏକ ସମପରି ମାଣର ବିପରୀତମୁଖୀ କ୍ରିୟାବଳ ଲାଗେ ।

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

4. ସଂବେଗ କ’ଣ ? ନିଉଟନଙ୍କ ଦ୍ଵିତୀୟ ଗତି ନିୟମ ଲେଖ । ବଳର ପରିମାଣ ନିର୍ଣ୍ଣୟ କରିବା ପାଇଁ ସୂତ୍ର ନିଗମନ କର ।
ଉ-
ସଂବେଗ : ବସ୍ତୁର ବସ୍ତୁତ୍ଵ ଓ ତାହାର ପରିବେଗର ଗୁଣଫଳକୁ ସଂବେଗ କୁହାଯାଏ ।
ନିଉଟନ୍‌ଙ୍କ ଦ୍ଵିତୀୟ ଗତି ନିୟମ : ବଳ ଦିଗରେ ବଷ୍ତୁର ସଂବେଗର ସମୟ ଅନୁସାରେ ପରିବର୍ଭନ ହାର, ବସ୍ତୁ ଉପରେ ପ୍ରଯୁକ୍ତ ଅସନ୍ତୁଳିତ ବଳ ସହିତ ସମାନୁପାତୀ ଓ ବଳ ଦିଗରେ ସଂପନ୍ନ ହୁଏ ।

ସୂତ୍ର ନିଗମନ :
(i) ମନେକର m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁ ସମରେ ବସ୍ତୁର ପ୍ର।ରମ୍ବିକି ପରିବେଗ କରୁଛି ।
u = ଗତିପଥରେ ଗୋଟିଏ ସ୍ଥାନରେ t = 0 ସମୟରେ ବସ୍ତୁର ପ୍ରାରମ୍ଭିକ ପରିବେଗ a = ବସ୍ତୁର ତ୍ଵରଣ
v = t ସମୟ ପରେ ଗତିପଥର ଆଉ ଏକ ସ୍ଥାନରେ ବସ୍ତୁର ପରିବେଗ
F = ବସ୍ତୁ ଉପରେ ପ୍ରଯୁକ୍ତ ବାହ୍ୟବଳ
(ii) ବସ୍ତୁର ପ୍ରାରମ୍ଭିକ ସଂବେଗ P1 = mu
ଅନ୍ତିମ ସଂବେଗ p2 = mv ।
t ସମୟ ଅନୁ ସାରେ ସଂବେଗର ପରିବର୍ତ୍ତନ
= p2 – p1 = mv – mu = m(v – u)
ସମୟ ଅନୁ ସାରେ ସଂବେଗର ପରିବର୍ତ୍ତନ
BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 3
ଏଠାରେ k ଆନୁପାତିକ ସ୍ଥିରାଙ୍କ ।

(iii) ଏକକ ବସ୍ତୁ ଉପରେ ଏକକ ତ୍ଵରଣ ପାଇଁ ଯେତିକି ବଳ ପ୍ରୟୋଗ କରାଯାଏ ତାହାକୁ ଏକକ ବଳ କୁହାଯାଏ । ଅର୍ଥାତ୍ m = 1, a = 1 ହେଲେ F = 1
∴ ଫଳରେ ସମାନୁପାତୀ ସ୍ଥିରାଙ୍କ k = 1 ହେବ ।
∴ F = ma ଅର୍ଥାତ୍‌ ବଳ = ବସ୍ତୁତ୍ଵ × ତ୍ଵରଣ

5. ନିଉଟନ୍‌ଙ୍କ ଦ୍ୱିତୀୟ ଗତି ନିୟମରୁ ଜଡ଼ତା ନିୟମର ଗାଣିତିକ ବ୍ୟାଖ୍ୟା ନିର୍ଣ୍ଣୟ କର ।
ଉ-
ନିଉଟନ୍‌ଙ୍କ ଦ୍ଵିତୀୟ ଗତି ନିୟମ – ବଳ ଦିଗରେ ବସ୍ତୁର ‘ସଂବେଗର ସମୟ ଅନୁସାରେ ପରିବର୍ତ୍ତନ ହାର, ବସ୍ତୁ ଉପରେ ପ୍ରଯୁକ୍ତ ବଳ ସହି ତ ସମାନୁ ପାତୀ ଓ ବଳ ଦିଗରେ ସଂପନ୍ନ ହୁଏ ।

ଗାଣିତିକ ବ୍ୟାଖ୍ୟା :
(i) ମନେକର ‘m’ ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁ ଏକ ସରଳରେଖାରେ ସ୍ଥିର ତ୍ଵରଣ a ରେ ଗତି କରୁଛି । ବସ୍ତୁର ପ୍ରାରମ୍ଭିକ ପରି ବେଗ u ଯେତେବେଳେ t = 0 ଓ t ସମୟ ପରେ ଏହାର ଅନ୍ତିମ ପରିବେଗ v । F ବସ୍ତୁ ଉପରେ ପ୍ରଯୁକ୍ତ ବାହ୍ୟ ବଳ ।
(ii) p ବସ୍ତୁର ପ୍ରାରମ୍ଭିକ ସଂବେଗ = mu, P, ବସ୍ତୁର ଅନ୍ତିମ ସଂବେଗ = mv = P2 – P1 = mv – mu = m (v – u)
(iii) ସମୟ ଅନୁ ସାରେ ସଂବେଗର ପରିବର୍ତ୍ତନ
BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 4
k ହେଉଛି ଏକ ଆନୁପାତିକ ସ୍ଥିରାଙ୍କ ।

ଚ୍ଚଡତାର ବ୍ୟାଖ୍ୟା :
ଯଦି ବାହ୍ୟବଳ ପ୍ରୟୋଗ କରା ନଯାଏ ତେବେ F = 0 ।
BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 5
⇒ v – u = 0 ⇒ v= u
ଏହାର ଅର୍ଥ ହେଲା କୌଣସି ବାହ୍ୟବଳ ପ୍ରଯୁକ୍ତ ନ ହେଲେ ବସ୍ତୁର ପରିବେଗରେ କୌଣସି ପରିବର୍ତ୍ତନ ଯଦି ପ୍ରାରମ୍ଭିକ ପରିବେଗ u = 0 ହୋଇଥବ, ତେବେ ଅନ୍ତିମ ପରିବେଗ v = 0 ହେବ । ଅର୍ଥାତ୍ ବାହ୍ୟବଳ ବିନା ସ୍ଥିର ବସ୍ତୁ ସ୍ଥିର ରହିବ ।

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

6. ନିଉଟନ୍ ଙ୍କ ମହାକର୍ଷଣ ନିୟମଟି ଲେଖୁ ଏହାର ଗାଣିତିକ ବ୍ୟାଖ୍ୟା କର ।
ଉ-
ବିଶ୍ଵର ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ । ଏହି ଆକର୍ଷଣ ବଳର ପରିମାଣ ବସ୍ତୁଦ୍ୱୟର ବସ୍ତୁତ୍ଵର ଗୁଣଫଳ ସହ ସମାନୁପାତୀ ଓ ସେମାନଙ୍କ କେନ୍ଦ୍ର ମଧ୍ୟରେ ଥ‌ିବା ଦୂରତାର ବର୍ଗ ସହ କେନ୍ଦ୍ର କୁ ଯୋଗ କରୁଥ‌ିବ। ସରଳରେଖା ଦିଗରେ କାର୍ଯ୍ୟକାରୀ ହୁଏ ।
BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 6
ମନେକର ‘A’ ଏକ ବସ୍ତୁ ଯାହାର ବସ୍ତୁତ୍ଵ M ଓ କେନ୍ଦ୍ର O, ‘B’ ଅନ୍ୟ ଏକ ବସ୍ତୁ ଯାହାର ବସ୍ତୁତ୍ଵ m ଓ କେନ୍ଦ୍ର P ।
ମନେକର OP = d
ମନେକର ବସ୍ତୁଦ୍ଵୟ ମଧ୍ଯରେ ଆକର୍ଷଣ ବଳ = F
∴ F α Mm …………..(1)
\(\mathrm{F} \propto \frac{1}{d^2}\) …………..(2)
ଏହାର ଯୌଥ ଚଳନ ହେଲା \(\mathrm{F} \propto \frac{Mm}{d^2}\)
⇒F = \(\mathrm{G}_{\mathrm{d}^2}^{\mathrm{Mm}}\) (G ଏକ ସ୍ଥିରାଙ୍କ)
G ଏକ ସମାନୁପାତିକ ସ୍ଥିରାଙ୍କ । ଏହାର ମୂଲ୍ୟ ସର୍ବତ୍ର ସମାନ । ଓ ବସ୍ତୁର ପ୍ରକୃତି, ଗଠନ, ବସ୍ତୁତ୍ଵ ବା ଅବସ୍ଥାନ ଉପରେ ନିର୍ଭର କରେ ନାହିଁ । ଏହାକୁ ସାର୍ବଜନୀନ ମହାକର୍ଷଣୀୟ ଧ୍ରୁବାଙ୍କ କୁହାଯାଏ । SI ପଦ୍ଧତିରେ Gର ମୂଲ୍ୟ = 6.673 x 10-11 ନିଉଟନ୍‌ × ମି 2/କି.ଗ୍ରା.2
M = 1 କି.ଗ୍ରା. = m ଓ d = 1 ମିଟର ହେଲେ
F = G = 6,673 × 10-11 n x m2 x kg-2 ଏହା ଏକ ଦୁର୍ବଳ ବଳ । ଅନ୍ୟାନ୍ୟ ବଳ ତୁଳନାରେ ଏହାକୁ ଉପେଷ କରାଯ।ଇଥାଏ ।

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 7

1. ସାଇକେଲକୁ ପେଡ଼ାଲ ମାରିଲେ ସାଇକେଲ ଚାଲେ ମାତ୍ର ପେଡ଼ାଲ ମାରିବା ବନ୍ଦ କରିଦେଲେ ସା କକେଲଭ ପରେ ଏକ ଚାହୁବଳ କାହିଁକି ?
ଉ-
(i) ସାଇକେଲ ପେଡ଼ାଲ ମାରି ବା । ବେ ଳେ ସାଇକେଲ ଉପରେ ଏକ ବାହ୍ୟ ବ ଳ କାର୍ଯ୍ୟକରେ । ତେଣୁ ସାଇକେଲଟି ଗତିଶୀଳ ହୁଏ ।
(ii) ପେଡ଼ାଲ ମାରିବା ବନ୍ଦ କରିଦେଲେ ରାସ୍ତାର ପୃଷ୍ଠ ଓ ସାଇକେଲ ଚକ ମଧ୍ୟରେ ସୃଷ୍ଟି ହୋଇଥିବା ଘର୍ଷଣ ବଳ, ଯାହାର ଦିଗ ସାଇକେଲର ଗତି ଦିଗର ବିପରୀତମୁଖୀ ହୋଇଥାଏ, ତା’ର ଗତିକୁ ବିରେ।ଧ କରେ ।
(iii) ଫଳରେ ସାଇକେଲ ଗତିର ବେଗ କ୍ରମଶଃ ହ୍ରାସପାଏ ଓ ଏହି ବେଗ ଶୂନ ହେଲେ ସାଇକେଲଟିର ଗତି ବନ୍ଦ ହୋଇଯାଏ ।

2. ଗୋଟିଏ ବାକ୍ସକୁ ବନ୍ଧୁର ଚଟାଣ ଉପରେ ଅଳ୍ପ ବଳରେ ଠେଲିଲେ ବାକ୍ସଟି ପୁଞ୍ଚେ ନାହିଁ କାହିଁକି ? କାରଣ ଦର୍ଶାଅ ।
ଉ-
(i) ବାକ୍ସଟିକୁ ଠେଲିଲେ ବାକ୍ସର ନିମ୍ନପୃଷ୍ଠ ଓ ଚଟାଣ ମଧ୍ୟରେ ଏକ ଘର୍ଷଣ ବଳ ହ। ସପାଏ ଓ ଏହି ବେଗ ଶୁନ ହେଲେ କରେ ।
(ii) ଦୁଇଟି ପୃଷ୍ଠ ଲାଗିକରି ଥ‌ିବାରୁ ସେମାନଙ୍କ ମଧ୍ୟରେ ଘର୍ଷଣ ବଳ ଉତ୍ପନ୍ନ ହୁଏ ।
(iii) ଠେଲାବଳର ପରିମାଣ କମ୍ ହେଲେ ବାକ୍ସର ନିମ୍ନପୃଷ୍ଠ ଓ ଚଟାଣ ମଧ୍ଯରେ କାର୍ଯ୍ୟ କରୁଥିବା ବିପରୀତ ମୁଖୀ ଘର୍ଷଣ ବଳ ଠେଲବଳକୁ ସନ୍ତୁଳିତ କରିଦିଏ । ତେଣୁ ବାକ୍ସଟି ଘୁଞ୍ଚେ ନାହିଁ ।

3. 20 ଗ୍ରାମ୍ ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁରେ 5 m/s2 ତ୍ଵରଣ ସୃଷ୍ଟି କରୁଥିବା ବଳର ପରିମାଣ ଓ 10 ଗ୍ରାମ୍ ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁରେ 10 m/s2 ତ୍ଵରଣ ସୃଷ୍ଟି କରୁଥିବା ଅଧ୍ବକ ?
ଉ-
ପ୍ରଥମ କ୍ଷେତ୍ରରେ,
m1 = 20 ଗ୍ରାମ୍ = 0.02 kg, a = 5 m/s2
∴ F 1 = m1 a1 = 0.02 kg x 5m/s2= 0.1 ନିଉଟନ୍
ଦ୍ଵିତୀୟ କ୍ଷେତ୍ରରେ m2 = 10 ଗ୍ରାମ୍ = 0.01_kg, a2 = 10 m/s2
∴ F2 = m2a2 = 0.01 kg × 10 m/s2 = 0.1 ନିଉଟନ୍
∴ ଉଭୟ ବଳର ପରିମାଣ ସମାନ ।

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

4. କେଉଁ କେଉଁ ନିୟମରୁ ଯଥାକ୍ରମେ ଦଳର ପ୍ରଭାବ, ବଳର ସଂଜ୍ଞା ଓ ବଳର ପରିମାଣ ସୂଚିତ ହୋଇଥାଏ ?
ଊ-
(i) ନିଉଟନ୍‌ଙ୍କ ତୃତୀୟ ଗତି ନିୟମରୁ ବଳର ପ୍ରଭାବ ସୂଚିତ ହୋଇଥାଏ ।
(ii) ନିଉଟନ୍‌ଙ୍କ ପ୍ରଥମ ଗତି ନିୟମରୁ ବଳର ସଂଜ୍ଞା ସୂଚିତ ହୋଇଥାଏ ।
(iii) ନିଉଟନ୍‌ଙ୍କ ଦ୍ଵିତୀୟ ଗତି ନିୟମରୁ ବଳର ପରିମାଣ ସୂଚିତ ହୋଇଥାଏ ।

5. ବଳ କ’ଣ ? ଏହାର ପରିମାଣ କିପରି କଳନା କରାଯାଏ ?
ଭ-
(i) ଯେଉଁ ବାହ୍ୟ କାରକଦ୍ଵାରା ବସ୍ତୁର ଜଡ଼ତ୍ଵର ପରିବର୍ତ୍ତନ ଅଣାଯାଏ ତାହାକୁ ବଳ (Force) କୁହାଯାଏ ।
(ii) ଗତିର ଦ୍ଵିତୀୟ ନିୟମ ଅନୁଯାୟୀ ବଳର ପରି ମାଣ ବସ୍ତୁର ବସ୍ତୁତ୍ଵ ଓ ଏଥିରେ ସୃଷ୍ଟ ତ୍ଵରଣର ଗୁଣଫଳରୁ କଳନା କରାଯାଏ ।
(iii) ବଳର ପରିମାଣ ବସ୍ତୁର ବସ୍ତୁତ୍ଵ ଓ ତାଠାରେ ସୃଷ୍ଟି ତ୍ଵରଣର ଗୁଣଫଳ ସହ ସମାନ ଏବଂ ଏହାର ଦିଗ ତ୍ଵରଣର ଦିଗ ସହ ସମାନ ହୋଇଥାଏ । F = ma

6. ସଂବେଗ କ’ଣ ? ଏହା କି ପ୍ରକାର ରାଶି ? S. I. ପଦ୍ଧତିରେ ଏହାର ଏକକ ଲେଖ ।
ଉ-
(i) ଗତିଶୀଳ ବସ୍ତୁ ଯେତେଚେଳେ ଆଘାତ କରେ ବସ୍ତୁତ୍ଵ ଓ ପରିବେଗ ଉଭୟ ରାଶି ଉପରେ ନିର୍ଭର କରେ । ତେଣୁ ସଂବେଗ ଏକ ଭୌତିକ ପରିବେଗର ଗୁଣନଦ୍ଵାରା ପ୍ରକାଶିତ ହୁଏ ।
(ii) ସଂବେଗ ଏକ ସଦିଶ ରାଶି କାରଣ ଏହାର ପରିମାଣ ଓ ଦିଗ ଉଭୟ ଥାଏ ।
(iii) S.I. ଏକକ ପଦ୍ଧତିରେ ସଂବେଗର ଏକକ 622 kg. m. s-1

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 8

1. ନିଉଟନଙ୍କ ପ୍ରଥମ ଗତି ନିୟମ ଲେଖ । ଏହି ନିୟମରୁ ବଡ଼ତ୍ଵଚସଂଜ୍ଞ।କେଖ ।
ଉ-
(i) ନିଉଟନ୍ ଙ୍କ ପ୍ରଥମ ଗତି ନିୟମ: ଗୋଟିଏ ବସ୍ତୁ ତା’ର ସ୍ଥିରାବସ୍ଥାରେ ବା ସରଳରେଖକ ସମଗତି ଅବସ୍ଥାରେ ଅନବରତ ରହିଥାଏ, ଯେପର୍ଯ୍ୟନ୍ତ ତା’ର ସେହି ଅବସ୍ଥାକୁ ପରିବର୍ତ୍ତନ ପ୍ରୟୋଗ କରାଯାଇ ନ ଥାଏ ।
(ii) ଜଡ଼ତ୍: ନିଜର ସ୍ଥିରାବସ୍ଥା ବା ସରଳରେଖକ ସମ ଗତି ଅବସ୍ଥାକୁ ବଜାୟ ରଖୁବାପାଇଁ ବସ୍ତୁର ଯେଉଁ ପ୍ରାକୃତିକ ପ୍ରବୃତ୍ତି ଥାଏ, ତାହାକୁ ବସ୍ତୁର ଜଡ଼ତ୍ଵ କୁହାଯାଏ।

2. କାର୍ ମାନଙ୍କରେ ସୁରକ୍ଷା ବେଲ୍ଟ କାହିଁ କି ଲଗାଯାଉଛି ?
ଉ-
(i) କାର୍‌ ଟି ଗତି କଲାବେଳେ ହଠାତ୍ ବ୍ରେକ୍ ମାରିଲେ ଗତିର ଜଡ଼ତା ହେତୁ ଆମେ ଆଗକୁ ଝୁଙ୍କିପଡୁ ଓ କାର୍ ସ୍ଥିର ଥିଲାବେଳେ ହଠାତ୍ ଗତି ଆରମ୍ଭ କଲେ ଆମେ ସ୍ଥିରତାର ଜଡ଼ତା ପାଇଁ ପଛକୁ ଝୁଙ୍କିପଡୁ ।
(ii) ଏଥିପାଇଁ କାର୍‌ରେ ବସିଥିବା ଯାତ୍ରୀମାନଙ୍କୁ ଉପଦେଶ ଦି ଆଯାଏ । କାରଣ ସୁରକ୍ଷା ବେଲ୍‌ ଟ ଆମ ଶରୀର କୁ ଦୃଢ଼ ଭାବରେ ଭିତରେ ଯାତ୍ରୀଟି ସୁରକ୍ଷିତ ରହେ ।ଏଣୁ କା। ର୍ ମା ନ ଙ୍କ ରେ ସୁ ର କ୍ଷା ବେ ଲ୍‌ ଟ ଲଗାଯାଉଛି ।

3. . ଜଡ଼ତା କ’ଣ ? ଏହା କାହା ଉପରେ ନିର୍ଭର କରେ ?
ଉ-
(i) ଜଡ଼ତ୍ଵ ବସ୍ତୁର ଏକ ପ୍ରାକୃତିକ ପ୍ରବୃତ୍ତି ଯାହା ଯୋଗୁ ବସ୍ତୁ ନିଜର ସ୍ଥିରାବସ୍ଥା ବା ଗତିର ବିରୋଧ କରେ ।
(ii) ବସ୍ତୁର ବସ୍ତୁତ୍ଵ ଜଡ଼ତାର ପରିମାପକ । ଯେଉଁ ବସ୍ତୁର ବସ୍ତୁତ୍ଵ ଅଧୂକ ତାହାର ଜଡ଼ିତ୍ଵ ଅଧିକ ଓ ଯେଉଁ ବସ୍ତୁର ବସ୍ତୁତ୍ଵ କମ୍ ତାହାର ଜଡ଼ତ୍ଵ ମଧ୍ୟ କମ୍ ।

4. ଆମେ ରାସ୍ତାରେ ଚାଲୁ କିପରି ? ବୁଝାଅ ।
ଉ-
(i) ଆଗକୁ ଚାଲିବାପାଇଁ ଆମକୁ ନିଜ ଗୋଡ଼ର ପାଦଦ୍ଵାର ରାସ୍ତାକୁ ପଛଆଡ଼କୁ ଚାପି ଠେଲିବାକୁ ପଡ଼େ ।
(ii) ଏହା ଫଳରେ ନିଉଟନ୍ ଙ୍କ ତୃତୀୟ ଗତି ନିୟମ ଅନୁ ସାରେ ରାସ୍ତା ଆମ ଶରୀର ଉପରେ ଚାଲିବାରେ ସାହାଯ୍ୟ କରେ ।

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

5. ଗୋଟିଏ ସ୍ଥିର ବଳ ଏକ 9 kg ବସ୍ତୁତ୍ଵ ବିଶିଷ୍ଟ ବସ୍ତୁ ଉପରେ 3s ପାଇଁ କାର୍ଯ୍ୟ କଲା । ଏହା ବସ୍ତୁର ପରିବେଗକୁ 10m/s ରୁ 15 m/sକୁ ବୃଦ୍ଧିକଲା । ବଳର ପରିମାଣ ନିରୂପଣ କର ।
ଉ-
ଏଠାରେ ବସ୍ତୁତ୍ୱ (m) = 9 kg,
ପ୍ରାରମ୍ଭିକ ପରିବେଗ (u) = 10 m/s,
ଅନ୍ତିମ ପରିବେଗ (v) = 15 m/s
ଓ ସମୟ (t) = 3s
∴ F = \(\frac{\mathrm{m}(\mathrm{v}-\mathrm{u})}{\mathrm{t}}=\frac{9 \mathrm{~kg}(15 \mathrm{~m} / \mathrm{s}-10 \mathrm{~m} / \mathrm{s})}{3 \mathrm{~s}}\)
= \(\frac{9 \mathrm{~kg} \times 5 \mathrm{~m} / \mathrm{s}}{3 \mathrm{~s}}\) = 15 ନିଉଟନ୍ ।

6. ନିଉଟନ୍‌ଙ୍କ ତୃତୀୟ ଗତି ନିୟମ ଉଲ୍ଲେଖ କର ଓ ଗୋଟିଏ ଉଦାହରଣ ସହ ବୁଝାଅ ।
ଊ-
(i) ନିଉଟନଙ୍କ ତୃତୀୟ ଗତି ନିୟମ : ‘‘ ପ୍ରତ୍ୟେକ କ୍ରିୟା ବଳର ଏକ ସମାନ ବିପରୀତମୁଖୀ ପ୍ରତିକ୍ରିୟା ବଳ ଅଛି ।’’
(ii) ଉଦାହରଣ : ନଈକୂଳରେ ଥିବା ନାଆରୁ କୂଳକୁ ଡେଇଁଲେ ନାଆ ନଈ ଭିତରକୁ ଠେଲି ହୋଇଯାଏ । କାରଣ ଏଠାରେ କ୍ରିୟା ବଳ ନାଆ ଉପରେ କ୍ରିୟାଶୀଳ ହୁଏ ଓ ପ୍ରତିକ୍ରିୟା ବଳ ଲୋକ ଉପରେ କାର୍ଯ୍ୟକାରୀ ହୋଇଥାଏ । ଯାହାର ପ୍ରଭାବରେ ଲୋକଟି କୂଳ ଆଡକୁ ଭିତରକୁ ଚାଲିଯାଏ ।

7. ଗୋଟିଏ ଗାଡ଼ିର ବସ୍ତୁତ୍ଵ 1000 କି.ଗ୍ରା. । ଏହା 80 ମି./ସେ. ବେଗରେ ଗତି କରୁଥିବା ବେଳେ ଏକ ଅପରିବର୍ତ୍ତୀ ମନ୍ଦିତ ବଳ ପ୍ରଭାବରେ 20 ସେ.ରେ ସ୍ଥିର ହେଲା । ମନ୍ଦନ ଓ ମନ୍ଦିତ ବଳ କଳନା କର ।
ଊ-
ଏଠାରେ ପ୍ରାରମ୍ଭିକ ବେଗ, u = 80 ମି./ସେ.,
ଅନ୍ତିମ ବେଗ, ହ୍ = 0 ଓ ସମୟ (t) = 20 ସେ.
BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 9
= – 4 ମି./ସେ2
∴ମନ୍ଦିତ ବଳ (F) = ma
= 1000 କି.ଗ୍ରା. x (- 4 ମି./ସେ2)
= -4000 ନିଉଟନ୍
ଏଠାରେ ବସ୍ତୁଟି ମନ୍ଦିତ ହେଉଥିବାରୁ ପ୍ରୟୋଗ ବଳର ଦିଗ ଗତିର ବିପରୀତ ଦିଗରେ 4000 ନିଉଟନ୍ ହେବ ।

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

8. ସ୍ଥିର ଥ‌ିବା 300 ଗ୍ରାମ୍ ବସ୍ତୁତ୍ଵର ଏକ ବସ୍ତୁକୁ 3 ମି. ଲମ୍ବର ମସୃଣ ଟେବୁଲ୍ ପୃଷ୍ଠରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଲମ୍ବ ଭାବରେ 3 ସେ. ରେ ନେବା ପରେ ତା’ର ବେଗ 2 ମି./ସେ. ହେଲା | ଏଥପାଇଁ ଆବଶ୍ୟକ ବଳ କଳନା କର ।
ଉ-
ଏଠାରେ ବସ୍ତୁର ବସ୍ତୁତ୍ଵ (m) = 300 ଗ୍ରାମ୍
BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 10
∴ପ୍ରୟୋଗ ବଳ (F) = ma
BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ - 11

9. ଷ୍ଟ୍ରାଇକର୍ ସାହାଯ୍ୟରେ ସ୍ତମ୍ଭାକାରରେ ଥ‌ିବା କ୍ୟାରମ୍ ଗୋଟିର ତଳ ଗୋଟିକୁ ଖୁବ୍ ଜୋର୍‌ରେ ଆଘାତ କଲେ ସ୍ତମ୍ଭଟି ଭାଙ୍ଗିଯାଏ ନାହିଁ କାହିଁକି ?
ଉ-
(i) କ୍ୟାରମ୍ ଗୋଟିରେ ତିଆରି ସ୍ତମ୍ଭର ତଳ ଗୋଟିକୁ ଷ୍ଟ୍ରାଇକରଦ୍ଵାରା ଆଘାତ କଲେ ସେହି ଗୋଟିଟି ଗତିଶୀଳ ହୁଏ । ମାତ୍ର ଉପର ଗୋଟିଗୁଡ଼ିକୁ ଆଘାତ ଦିଆଯାଇ ନ ଥ‌ିବାରୁ ସେଗୁଡ଼ିକ ଗତିଶୀଳ ନ ହୋଇ ପୂର୍ବସ୍ଥାନରେ ପୂର୍ବ ପରି ରହିଥାଆନ୍ତି ।
(ii) ତେଣୁ ଜଡ଼ତ୍ଵ ଯୋଗୁଁ ଗୋଟିସମୂହ ଭୂଲମ୍ବ ହୋଇ ଗୋଟିଏ ସ୍ଥାନରେ ରହିଯାଆନ୍ତି । ତେଣୁ ସ୍ତମ୍ଭଟି ଭାଙ୍ଗିଯାଏ ନାହିଁ ।

10. ଡଙ୍ଗାରୁ କୂଳକୁ ଡ଼େଇଁବା ସମୟରେ ଢ଼ଙ୍ଗାଟି ପଛକୁ ଘୁଞ୍ଚିଯାଏ କାହିଁକି ?
ଢ-
(i) ଡଙ୍ଗାରୁ କୂଳକୁ ଡ଼େଇଁବା ସମୟରେ ଆମେ ଡଙ୍ଗା ଉପରେ ଯେଉଁ ବଳ ପ୍ରୟୋଗ କରୁ ତାହା କ୍ରିୟା ବଳ । ଏହି ବଳ ଡ଼ଙ୍ଗା ଉପରେ ବିପରୀତ ଦିଗରେ କାର୍ଯ୍ୟକାରୀ ହେଉଥାବ।ଚୁ ପଛକୁ ଘୁଞ୍ଚାଏ ।
(ii) ମାତ୍ର ଡଙ୍ଗା ଆମ ଉପରେ ସମାନ ଓ ବିପରୀତ ପ୍ରତିକ୍ରିୟା ବଳ ପ୍ରୟୋଗ କରେ ଯାହା ଫଳରେ ଆମେ ଆଗକୁ ଡେଇଁପାରୁ ।

11. ଦ୍ରୁତଗାମୀ କ୍ରିକେଟ୍ ବଲ୍‌କୁ ଧରିଲା ବେଳେ ଖେଳାଳି ବଲଟିକୁ ଧରି ପାପୁଲିକୁ କ୍ରମଶଃ ତଳକୁ ଖସାଇ ଆଣେ କାହିଁକି ?
ଉ-
(i) ବଲ୍‌ ଧରିବା ପୂର୍ବରୁ ତାହାର କିଛି ସଂବେଗ ଥାଏ । ଖେଳାଳି ହାତରେ ଧରିଲେ ତାର ବେଗ କମି ଶୂନ ହୁଏ । ଫଳରେ ସଂବେଗରେ ମଧ୍ୟ ପରିବର୍ତ୍ତନ ହୁଏ ।
(ii) ଏହି ସଂବେଗ ପରିବର୍ତ୍ତନର ପରିମାଣ ଯେତେ ଅଧିକ ସମୟ ବ୍ୟବଧାନରେ ହେବ ହାତ ଉପରେ ସେତେ କମ୍ ପ୍ରତିଘାତ ବଳ କାର୍ଯ୍ୟକାରୀ ହେବ । ଫଳରେ ହାତରେ ଆଘାତ ଲାଗିବ ନାହିଁ । ଏହି ସଂବେଗ ପରିବର୍ତ୍ତନ ସମୟକୁ ବୃଦ୍ଧି କରିବାପାଇଁ ଖେଳାଳି ବଲ୍ ଧରିବା ପରେ ପାପୁଲିକୁ ତଳକୁ ଖସାଇ ଆଣେ ।

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

Objective Type Questions With Answers

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ସବୁବେଳେ ପ୍ରଯୁକ୍ତ ବଳ ବସ୍ତୁରେ ତ୍ଵରଣ ସୃଷ୍ଟି କରେ କି ? ଯଦି ନୁହେଁ ତେବେ ଗୋଟିଏ ଉଦାହରଣ ଦିଅ ।
ଉ-
ଗୋଟିଏ ଅଟାଗୁଳାକୁ ଦୁଇ ହାତରେ ଚାପିଦେଲେ ଅଟାଗୁଳାରେ ତ୍ଵରଣ ସୃଷ୍ଟିହୁଏ ନାହିଁ କେବଳ ଏହାର ଆକାର ପରିବର୍ତ୍ତନ ହୋଇଥାଏ । ତେଣୁ ସବୁବେଳେ ବଳ ବସ୍ତୁରେ ତ୍ଵରଣ ସୃଷ୍ଟି କରିପାରେ ନାହିଁ ।

2. ସଂବେଗ କ’ଣ ?
ଉ-
ଗୋଟିଏ ବସ୍ତୁର ପରିବେଗ ଓ ବସ୍ତୁତ୍ଵର ଗୁଣଫଳଙ୍କୁ ସଂବେଗ କୁହାଯାଏ ।

3. ଗୋଟିଏ ଗଡ଼ୁଥ‌ିବା ବଲ୍‌ କିଛି ସମୟ ପରେ ରହିଯାଏ କାହିଁକି ?
ଉ-
ପ୍ରତିରୋଧୀ ଘର୍ଷଣବଳ ଯୋଗୁ ବଲ୍‌ କିଛି ସମୟ ପରେ ରହିଯାଏ ।

4. କ୍ରିୟାବଳ ଓ ପ୍ରତିକ୍ରିୟା ବଳ ସମାନ ଓ ବିପରୀତ ହେଲେ ଏହାର ପରିଣାମୀ ବଳ ଶୂନ ହୋଇପାରିବ କି ?
ଉ-
କ୍ରିୟାବଳ ଓ ପ୍ରତିକ୍ରିୟା ବଳ ଭିନ୍ନ ଭିନ୍ନ ବସ୍ତୁରେ କ୍ରିୟାଶୀଳ ହେଉଥ‌ିବାରୁ ସେମାନଙ୍କ ପରିଣାମୀ ବଳ ନିରୂପଣ କରାଯାଇ ପାରିବ ନାହିଁ ।

5. ନିଉଟନ୍ ଙ୍କ ତୃତୀୟ ଗତି ନିୟମ ଲେଖ ।
ଉ-
ପ୍ରତ୍ୟେକ କ୍ରିୟାବଳର ଏକ ସମ ପରିମାଣର ବିପରୀତମୁଖୀ ପ୍ରତିକ୍ରିୟା ବଳ ଥାଏ ।

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

6. ଏକ ନିଉଟନ୍ ବଳ କହିଲେ କ’ଣ ବୁଝ ?
ଉ-
ଯେଉଁ ପରିମାଣର ବଳ ବାହାରୁ 1 କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ବସ୍ତୁ ଉପରେ କାର୍ଯ୍ୟକଲେ ସେଥୁରେ 1 ମି./ ସେ ତ୍ଵରଣ ସୃଷ୍ଟିକରେ ତାହାକୁ I ନିଉଟନ୍ ବଳ କୁହ।ଯ।ଏ।

7. ଚ୍‌ଷ୍କବୁଗୁ କି ଫୁଟ।ଚ୍ଚ।ବେକେ କ୍ରିୟ ।ପ୍ରତି କ୍ରିୟ ଚିହ୍ନାଅ ।
ଉ-
ବନ୍ଧୁକ ଗୁଳି ଉପରେ ପ୍ରୟୋଗ କରୁଥିବା ବଳ କ୍ରିୟା ଓ ବନ୍ଧୁକ ଉପରେ ପ୍ରୟୋଗ ହେଉଥିବା ଠେଲାବଳ ପ୍ରତି କ୍ରିୟା, ଯାହାଦ୍ଵାରା ବନ୍ଧୁକ ପଛକୁ ଠେଲି ହୋଇଯାଏ।

8. ସଂବେଗ ସଂରକ୍ଷଣ ନିୟମ ଲେଖ ।
ଉ-
କୌଣସି ଚଷ୍ତୁ ସମ୍ହର ସଂବେଗ ବ।ହବକ ସେଗୁଡ଼ିକ ଉପରେ ପ୍ରଯୁକ୍ତ ନହେବା ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହେ ।

9. କ୍ରିକେଟ୍ ମ୍ୟାଚ୍ରେ ଜଣେ କ୍ଷେତ୍ରରକ୍ଷକ ବଲ୍ ଧରିବା ପାଇଁ ହାତ ତଳକୁ ଘୁଞ୍ଚାଇଆଣେ । ଏହା ନିଉଟନ୍‌ଙ୍କ କେଉଁ ନିୟମ ଅନ୍ତର୍ଭୁକ୍ତ ?
ଉ-
କ୍ରିକେଟ୍ ମ୍ୟାଚ୍ରେ ଜଣେ କ୍ଷେତ୍ରରକ୍ଷକ ବଲ୍ ଧରିବାପାଇଁ ହାତ ତଳକୁ ଘୁଞ୍ଚାଇଆଣେ । ଏହା ନିଉଟନଙ୍କ ଦ୍ଵିତୀୟ ଗତି ନିୟମ ଅନ୍ତର୍ଭୁକ୍ତ ।

10. ଯେତେବେଳେ ଏକ ବସ୍ ହଠାତ୍ ଯାତ୍ରା ଆରମ୍ଭ କରେ, ଭିତରେ ବସିଥିବା ଯାତ୍ରୀମାନେ ପଛକୁ ଝୁଙ୍କିପଡ଼ନ୍ତି । ଏହା କେଉଁ ଉଦାହରଣ ଦର୍ଶାଏ ?
ଉ-
ଯେତେବେଳେ ଏକ ବସ୍ ହଠାତ୍ ଯାତ୍ରା ଆରମ୍ଭ କରେ, ଭିତରେ ବସିଥିବା ଯାତ୍ରୀମାନେ ପଛକୁ ଝୁଙ୍କିପଡ଼ନ୍ତି । ଏହା ନିଉଟନ୍‌ଙ୍କ ପ୍ରଥମ ଗତି ନିୟମ ଦର୍ଶାଏ ।

11. ଯେତେବେଳେ ଏକ ବସ୍ତୁର ତ୍ଵରଣ ସୃଷ୍ଟି ହୁଏ, ସେତେବେଳେ କ’ଣ ଘଟେ ?
ଉ-
ଯେତେବେଳେ ଏକ ବସ୍ତର ତ୍ଵରଣ ସୃଷ୍ଟି ହୁଏ, ସେତେବେଳେ ଏକ ବଳ ସର୍ବଦା ଏହା ଉପରେ କାର୍ଯ୍ୟ କରେ ।

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

12. ଲମ୍ବ କୁଦ ପୂର୍ବରୁ ଜଣେ ଖେଳାଳି କିଛି ବାଟ ଦୌଡିଥାଏ । କାରଣ କ’ଣ ?
ଉ-
ଲମ୍ବ କୁଦ ପୂର୍ବରୁ ଜଣେ ଖେଳାଳି କିଛି ବାଟ ଦୌଡିଥାଏ । କାରଣ ଦୌଡିବାଦ୍ୱାରା ସେ ଅଧ‌ିକ ଗତିର ଜଡତା ପାଏ ।

13. ଜଡତ୍ଵ କ’ଣ ?
ଉ-
ନି ଜର ସ୍ଥିରାବସ୍ଥା ବା ସରଳରେଖ୍କ ସମଗତି ଅବସ୍ଥାକୁ ବଜାୟ ରଖିବାପାଇଁ ବସ୍ତର ଯେଉଁ ପ୍ରାକୃତିକ ପ୍ରବୃତ୍ତି ଥାଏ, ତାହାକୁ ଜଡତ୍ଵ କୁହାଯାଏ ।

14. ସନ୍ତୁଳିତ ବଳ କ’ଣ ?
ଉ-
ଦୁଇଟି ବିପରୀତମୁଖୀ ବଳର ପରିମାଣ ସମାନ ହେଲେ, ସନ୍ତୁଳିତ ବଳ ସୃଷ୍ଟି ହୁଏ ।

15. କେଉଁ କ୍ଷେତ୍ରରେ ସମ ପରିମାଣର କ୍ରିୟାବଳ ଓ ପ୍ରତିକ୍ରିୟା ବଳ ସମାନ ପରିମାଣରେ ତ୍ଵରଣ ସୃଷ୍ଟି କରିପାରନ୍ତି ନାହିଁ ?
ଉ-
ବସ୍ତଦ୍ଵୟର ବସ୍ତତ୍ଵ ଭିନ୍ନ ହେଲେ କ୍ରିୟାବଳ ଓ ପ୍ରତିକ୍ରିୟା ବଳ ସମାନ ହୋଇଥିଲେ ମଧ୍ୟ ସୃଷ୍ଟି ତ୍ଵରଣ ଭିନ୍ନ ହୋଇଥାଏ ।

B ଗୋଟିଏ ପଦରେ ଉତ୍ତର ଦିଅ ।

1. ସଂବେଗର SI ଏକକ କ’ଣ ?
2. ନିଉଟନ୍ ଙ୍କ ଦ୍ୱିତୀୟ ଗତି ନିୟମରୁ କ’ଣ ଜାଣି ହୁଏ ?
3. ନିଉଟନ୍‌ ଙ୍କ ତୃତୀୟ ଗତି ନିୟମରୁ କ’ଣ ଜାଣିହୁଏ ?
4. 1 kg x 1m x 1 sec-2 = କେତେ ?
5. 2 kg ବସ୍ତୁତ୍ଵ ବିଶିଷ୍ଟ ବସ୍ତୁରେ 5 m/s2 ତ୍ଵରଣ ସୃଷ୍ଟି କରୁଥିବା ବଳର ପରିମାଣ କେତେ ?
6. 20 N ବଳ 4 kg ବସ୍ତୁତ୍ଵ ବିଶିଷ୍ଟ ବସ୍ତୁରେ କେତେ ତ୍ଵରଣ ସୃଷ୍ଟି କରିପାରିବ ?
7. ଦୁଇଟି ଚଳନ୍ତା ବଳର ସଂଘାତ ଘଟିଲେ କ’ଣ ସଂରକ୍ଷିତ ହୁଏ ?
8. ସ୍ପ୍ରିଙ୍ଗ୍ ତରାଜୁରେ ବସ୍ତୁର କ’ଣ ମପାଯାଏ ?
9. s = କେତେ ?
10. ଗୋଟିଏ ବସ୍ତୁରେ ତ୍ଵରଣ କେତେବେଳେ ସୃଷ୍ଟି ହେବ ?
11. କେଉଁ ବଳଦ୍ଵାରା ଗତିଶୀଳ ଏକ ବସ୍ତର ବେଗ କିମ୍ବା ଦିଗରେ ପରିବର୍ତ୍ତନ ଘଟେ ?
12. ରକେଟ୍ କେଉଁ ସଂରକ୍ଷଣ ନିୟମ ଉପରେ କାର୍ଯ୍ୟ କରେ ?
13. ତ୍ଵରଣ ସର୍ବଦା କେଉଁ ଦିଗରେ କାର୍ଯ୍ୟକାରୀ ହୁଏ ?
14. ପ୍ରଯୁକ୍ତ ବଳଦ୍ଵାରା ଗୋଟିଏ ବସ୍ତରେ ଉତ୍ପନ୍ନ ତ୍ଵରଣ କାହା ଉପରେ ନିର୍ଭର କରେ ?
15. 1 kg ବସ୍ତୁତ୍ଵ ଉପରେ 1 N ବଳ ପ୍ରଯୁକ୍ତ ହେଲେ, ବସ୍ତୁଟି କିପରି ଗତି କରେ ?
16. କ୍ରିୟା ଓ ପ୍ରତିକ୍ରିୟା ବଳର ପରିଣାମୀ କେତେ ?
17. 50 kg ବସ୍ତତ୍ଵର ଜଣେ ବାଳକ 100 N ବଳ ସହିତ ଦୌଡେ । ତା’ର ତ୍ଵରଣ କେତେ ହେବ ?
18. ସ୍ଥିରାବସ୍ଥାରେ ଥିବା ଏକ ବିଶାଳ ବସ୍ତର ସଂବେଗ କେତେ ?

Answer:
1. kg x m x sec-1
2. ବଚ୍ଚର ପରିମାଣ ଓ ଦିଗ
3. ବଳର ପ୍ରଭାବ
4. 1 ନିଉଟନ୍
5. 10 N
6. 5 m x s-2
7. ସଂବେଗ,
8. ଓଜନ
9. \(\frac{v^2-u^2}{2 a}\)
10. ବସ୍ତୁ ଉପରେ ଏକ ଅସନ୍ତୁଳିତ ବଳ କ୍ରିୟାଶୀଳ ହେଲେ
11. ଅସନ୍ତୁଳିତ ବଳ
12. ସଂବେଗ
13. ନିଟ୍ ବଳ
14. ବସ୍ତର ବସ୍ତୁତ୍ଵ
15. 1 m/s-2 ତ୍ବରଶରେ
16. > 0
17. 150 m/s-2
18. 0

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

C ଶୂନ୍ୟସ୍ଥାନ ପୂରଣ କର ।

1. ସଂବେଗର ଏକକ ………………….. ।
2. ବୈଜ୍ଞାନିକ ………………… ଗବେଷଣାରୁ ଜାଣିପାରିଥିଲେ ଯେ, ତ୍ଵରାନ୍ବିତ ବସ୍ତୁମାନେ ଏକ ସମୟ ଅବଧୂ ସମୟର ବର୍ଗ ସହ ସମାନୁପାତୀ ଅଟେ ।
3. ଜଡ଼ତ୍ଵ ବସ୍ତୁର …………………. ଉପରେ ନିର୍ଭର କରେ ।
4. ଗତିଶୀଳ ବସ୍ତୁର ସଂବେଗର ପରିମାଣ ବସ୍ତୁର ବସ୍ତୁତ୍ଵ ଓ ତା’ର ………………… ର ଗୁଣଫଳ ସହ ସମାନ ।
5. 10 kg ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ 5m/s ପରିବେଗରେ ଏକ ସ୍ଥିର ବସ୍ତୁକୁ ଆଘାତ କଲେ ସଂବେଗର ପରିମାଣ ………………… ହେବ ।
6. ଗୋଟିଏ ବସ୍ତୁ ସମୂହ ଉପରେ କୌଣସି ଅସନ୍ତୁଳିତ କାହ୍ୟବଳ ପ୍ରଯୁକ୍ତ ନ ହେଲେ ସେହି ବସ୍ତୁସମୂହର ମୋଟ ସଂବେଗ ……………….. ରହେ ।
7. ସଂବେ ଗର ପରି ବର୍ଷ ନ ର ହ ର କୁ …………………. କୁହାଯାଏ ।
8. S.I. ପଦ୍ଧତିରେ ……………….. ବସ୍ତୁତ୍ଵର ଏକକ ଅଟେ ।
୨. ଗତିର ……………….. ନିୟମକୁ ଗତିର ପ୍ରକୃତ ନିୟମ ବୋଲି ଧରାଯାଏ ।
10. ବସ୍ତୁର ଜଡ଼ତ୍ଵ ………………… ଉପରେ ନିର୍ଭର କରେ ।
11. ବସ୍ତର ସଂବେଗର ଦିଗ ତାହାର ………………… ର ଦିଗ ସହିତ ସମାନ ।
12. ବସ୍ତର ସଂବେଗର ପରିବର୍ତ୍ତନର ପରିମାଣ ବଳର ପରିମାଣ ଓ ………………….ଉପରେ ନିର୍ଭର କରେ ।
13. କ୍ରିୟା ବଳ ଓ ପ୍ରତିକ୍ରିୟା ବଳ ସର୍ବଦା …………………. ବସ୍ତ ଉପରେ କାର୍ଯ୍ୟ କରନ୍ତି ।
14. ଆମେ ରାସ୍ତାରେ ଚାଲିବା …………………. ନିୟମ ଉପରେ ପର୍ର୍ଯବମିତା ।
15. ବସ୍ତର ଗତିକୁ ସର୍ବଦା ………………… ବିରୋଧ କରେ ।

Answer:
1. kg x m/s ବା ନିଉଟନ୍ x ସେକେଣ୍ଡ
2. ଗାଲିଲି ଓ
3. ବସ୍ତୁତ୍ଵ
4. ପରିବେଗ
5. 50 kg
6. ଅପରିବର୍ତିତ
7. ବଳ
8. kg
9. ଦ୍ଵିତୀୟ
10. ବସ୍ତୁତ୍ଵ
11. ପରି ବେଗ
12. ସମୟ
13. ଭିନ୍ନ
14. ତୃତୀୟ ଗତି
15. ଘର୍ଷଣ ବଳ

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (✗) ଚିହ୍ନ ଦିଅ ।

1. ବଳପ୍ରୟୋଗ କରି ‘ବସ୍ତୁର ଗତିକୁ କ୍ଷିପ୍ରତର କିମ୍ବା ”
2. ବାହ୍ୟବଳ ବିନା ବସ୍ତୁ ଗତି କରିପାରେ ନାହିଁ ।
3. କୌଣସି ବସ୍ତୁର ବସ୍ତୁତ୍ଵ ଅଧିକ ହେଲେ ତାହାର ଜଡ଼ତ୍ଵ କମେ ।
4. ଦ୍ରୁତଗାମୀ ବସ୍‌ର ଚାଳକ ହଠାତ୍ ବ୍ରେକ୍ ମାରିଲେ ଝୁଙ୍କିପଡ଼େ ।
5. ଗତିଶୀଳ ବସ୍ତୁର ବସ୍ତୁତ୍ଵ m ଓ ପରିବେଗ । ହେଲେ
6. ସଂବେଗ ଏକ ସଦିଶରାଶି ।
7. ଫୁଲ ତୋଳି ବାବେଳେ ଠେଲା ବଳ ଆବଶ୍ୟକ ହୋଇଥାଏ ।
8. କମାନୀ ନିକିତିରେ ବସ୍ତୁର ବସ୍ତୁତ୍ଵ ମପାଯାଏ ।
9. ନିଉଟନଙ୍କ ପ୍ରଥମ ଗତି ନିୟମରୁ ବଳର ପ୍ରଭାବ ସୂଚିତ ହୁଏ ।
10. ଏକ ବସ୍ତୁର ବସ୍ତୁତ୍ଵ m ଓ ତ୍ଵରଣ à ହେଲେ ବଳର ପରିମାଣ ma I
11. 1 ଡାଇନ୍ = 1 ସେ.ମି. x 1 ଗ୍ରାମ୍
12. ଗାଲିଲିଓ ବୈଜ୍ଞାନିକ ଗବେଷଣାରୁ ଜାଣିପାରିଥିଲେ ଯେ, ତ୍ଵରାନ୍ବିତ ବସ୍ତୁମାନେ ଏକ ସମୟ ଅବଧୂ ମଧ୍ୟରେ ଯେତିକି ଦୂରତା ଅତିକ୍ରମ କରନ୍ତି, ତାହା ସମୟର ବର୍ଗ ସହ ସମାନୁପାତୀ ।
13. 20 kg ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ 10 m/s ପରିବେଗରେ ଗତି କରି ଏକ ସ୍ଥିର ବସ୍ତୁକୁ ଆଘାତ କଲେ ସଂବେଗର ପରିମାଣ 200 kg x m x sec ହେବ।
14. ଏକ ବସ୍ତୁ 10 m/s ପରିବେଗରେ ଗତିକରି ଏକ ବସ୍ତୁକୁ ଆଘାତ କଲେ ତାର ସଂବେଗ 400 kg × m x s-1 ହେଲା ତେବେ ବସ୍ତୁର ବସ୍ତୁତ୍ଵ 40 kg 1
15. ଏକ ଗତିଶୀଳ ନିର୍ଦ୍ଦିଷ୍ଟ ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ ତା’ର ପରିବେଗକୁ ଦୁଇ ଗୁଣ କଲେ ସଂବେଗ ଓ ଗୁଣ ଗୁଣ ହେବ ?
16. ବସ୍ତୁ ତା’ର ସ୍ଥିରାବସ୍ଥା ବା ସମଗତି ଅବସ୍ଥାରେ କୌଣସି ପରିବର୍ତ୍ତନକୁ ତା’ର ପ୍ରାକୃତିକ ଗୁଣ ଯୋଗୁ ବାଧା ଦେବାର ଯେଉଁ ପ୍ରବୃତ୍ତି ପ୍ରଦର୍ଶନ କରେ, ତାକୁ ବସ୍ତୁର ପରିବେଗ କୁହାଯାଏ ।
17. ସ୍ପ୍ରିଙ୍ଗ୍ ତରାଜୁରେ ବସ୍ତୁର ଆୟତନ ମପାଯାଏ ।
18. ନିଉଟନ୍‌ଙ୍କ ତୃତୀୟ ଗତି ନିୟମରୁ ବଳର ପ୍ରଭାବ ଜାଣିହୁଏ ।
19. m ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ à ପରି ବେଗରେ ଗତିକଲେ ବଳର ପରିମାଣ ma ।
20. m kg ବସ୍ତୁତ୍ର ବିଶିଷ୍ଟ ଏକ ବସ୍ତୁରେ 5m/s2 ତ୍ଵରଣ ପ୍ରଦାନ କରିପାରୁଥିବା ବଳର ପରିମାଣ 40 ନିଉଟନ୍ ହେଲେ mର ମାନ 10 ।

Answer:
1. (✓)
2. (✗)
3. (✗)
4. (✓)
5. (✗)
6. (✓)
7. (✗)
8. (✓)
9. (✓)
10. (✓)
11. (✗)
12. (✓)
13. (✓)
14. (✓)
15. (✓)
16. (✗)
17. (✗)
18. (✓)
19. (✓)
20. (✗)

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ‘ଖ’
ସଂବେଗର ପରିଚଉନ ହାର ମନ୍ଦନ
ବିଚ୍ଛିନ୍ନ ବସ୍ତ୍ରସମ୍ବହ ବସ୍ତୁତ୍ଵ × ତ୍ଵରଣ
ସଂବେଗ (P) ବସ୍ତୁତ୍ଵ × ପରିବେଗ
ବଳ (F) = ବାହ ଚଳ କାର୍ଯ୍ୟ କରେନା
ବିଯୁଙ୍ଗ୍ର। ମ୍କ ଦ୍ଵାରଣ ବଳ

Answer:

‘କ’ ‘ଖ’
ସଂବେଗର ପରିଚଉନ ହାର ବଳ
ବିଚ୍ଛିନ୍ନ ବସ୍ତ୍ରସମ୍ବହ ବାହ ଚଳ କାର୍ଯ୍ୟ କରେନା
ସଂବେଗ (P) ବସ୍ତୁତ୍ଵ × ପରିବେଗ
ବଳ (F) = ବସ୍ତୁତ୍ଵ × ତ୍ଵରଣ
ବିଯୁଙ୍ଗ୍ର। ମ୍କ ଦ୍ଵାରଣ ମନ୍ଦନ

 

F ପ୍ରଥମ ଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ଵିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

1. ବଳ : ସଦିଶ ରାଶି :: ସଂବେଗ :…………………..
2. ବଳ : ନିଉଟନ୍ :: ସଂବେଗ : ……………………..
3. ବଳର ସଂଜ୍ଞା : ନିଉଟନ୍‌ଙ୍କ ପ୍ରଥମ ନିୟମ :: ବଳର ପରିମାଣ : …………………….
4. ନିଉଟନ୍ ଙ୍କ ପ୍ରଥମ ନିୟମ : ବଳର ସଂଜ୍ଞା :: ନିଉଟନ୍ ଙ୍କ ତୃତୀୟ ନିୟମ : ……………………
5. ସ୍ପ୍ରିଙ୍ଗ୍ ତରାଜୁ : ଓଜନ :: ସାଧାରଣ ତରାଜୁ : ……………………
6. ବଳ F : ma :: ସଂବେଗ P : …………….
7. ବକ : କି.ଗ୍ରା. : ମି./ସେ. :: ସଂବେଗ: …………………
8. କ୍ରିୟା : ବନ୍ଧୁକରୁ ଗୁଳି ନିର୍ଗମନ : : ପ୍ରତିକ୍ରିୟା : …………………..
9. ବଳ : N : : ସଂବେଗ : ………………….
10. ବସ୍ତୁ ସ୍ଥିର : ବସ୍ତୁ ଉପରେ ସନ୍ତୁଳିତ ବଳ ପ୍ରୟୋଗ : : ବସ୍ତୁ ଗତିଶୀଳ : …………………

Answer:
1. ସଦିଶ ରାଶି
2. ନିଉଟନ୍ x ସେକେଣ୍ଡ
3. ନିଉଟନ୍‌ଙ୍କ ଦ୍ଵିତୀୟ ନିୟମ
4. ବଳର ପ୍ରଭାବ
5. ବସ୍ତୁତ୍ଵ
6. mv
7. କି.ଗ୍ର।. x ମି./ସେ.
8. ବଷ୍ଣୁକର ପ୍ରତ୍ୟାଗମନ
9. kg.m.s-1
10. ବସ୍ତୁ ଉପରେ ଅସନ୍ତୁଳିତ ବଳ ପ୍ରୟୋଗ

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

G ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. m ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ 0 ପରି ବେଗରେ ଗତିକଲେ ଗତିଶୀଳ ବସ୍ତୁର ସଂବେଗର ପରିମାଣ କେତେ ?
(A) \(\frac {π}{2}\) mv2
(B) mv
(C) 0
(D) mv2
Answer:
(B) mv

2. ସ୍ଥିରବସ୍ତୁର ସଂବେଗ କେତେ ?
(A) mv2
(B) \(\frac {π}{2}\) mv2
(C) 0
(D) P
Answer:
(C) 0

3. ରକେଟ୍ କେଉଁ ନିୟମ ଉପରେ କାର୍ଯ୍ୟ କରେ ?
(A) ଶକ୍ତି ସଂରକ୍ଷଣ
(B) ବସ୍ତତ୍ଵ ସଂରକ୍ଷଣ
(C) ସଂବେଗ ସଂରକ୍ଷଣ
(D) ନିଉଟନ୍‌ଙ୍କ ଗତି ନିୟମ
Answer:
(C) ସଂବେଗ ସଂରକ୍ଷଣ

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

4. ସଂବେଗର ପରିବର୍ତ୍ତନର ହାରକୁ କ’ଣ କୁହାଯାଏ ?
(A) ବଳ
(B) ବେଗ
(C) ପରି ବେଗ
(D) ତ୍ଵରଣ
Answer:
(A) ବଳ

5. ବସ୍ତୁର ଜଡ଼ତ୍ଵ କାହା ଉପରେ ନିର୍ଭର କରେ ?
(A) ବେଗ
(B) ପ୍ରଯୁକ୍ତ ବଳ
(C) ବସ୍ତୁତ୍ଵ
(D) ଆୟତନ
Answer:
(C) ବସ୍ତୁତ୍ଵ

6. କେଉଁ ଗତି ନିୟମକୁ ଗତିର ପ୍ରକୃତ ନିୟମ ବୋଲି ଧରାଯାଏ ?
(A) ପ୍ରଥମ
(B) ଦ୍ଵିତୀୟ
(C) ତୃତୀୟ
(D) କେଉଁଟି ନୁହେଁ
Answer:
(B) ଦ୍ଵିତୀୟ

7. ନିମ୍ନଲିଖିତ ମଧ୍ୟରୁ କେଉଁଟି ବଳର ଏକକ ନୁହେଁ ?
(A) ନିଉଟନ୍
(B) ଡାଇନ୍
(C) kgms-1
(D) ଜୁଲ୍
Answer:
(D) ଜୁଲ୍

8. S.I. ପଦ୍ଧତିରେ କେଉଁଟି ବସ୍ତୁତ୍ଵର ଏକକ ଅଟେ ?
(A) kg
(B) g
(C) kgms-1
(D) ms-1
Answer:
(A) kg

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

9. କେଉଁ ରାଶି ବସ୍ତୁର ବସ୍ତୁତ୍ୱ ଓ ପରିବେଗର ସଂଯୋଜନ ଅଟେ ?
(A) ସଂବେଗ
(B) ସମୟ
(C) ବଳ
(D) କାର୍ଯ୍ୟ
Answer:
(A) ସଂବେଗ

10. ନିମ୍ନଲିଖିତ ମଧ୍ୟରୁ କେଉଁଟି ଜଡ଼ତ୍ଵର ମାପକ ଅଟେ ?
(A) ବେଗ
(B) ତ୍ଵରଣ
(C) ବସ୍ତୁତ୍ଵ
(D) ଆୟତନ
Answer:
(C) ବସ୍ତୁତ୍ଵ

11. ଏକ ବସ୍ତୁ ସ୍ଥିରାବସ୍ଥାରୁ ଯାତ୍ରା ଆରମ୍ଭ କରି 12 sec ପରେ 6 m/s ପରିବେଗ ଲାଭ କଲା ତେବେ ବସ୍ତୁର ପ୍ରାରମ୍ଭିକ ସଂବେଗ କେତେ ?
(A) 18 Ns
(B) 36 Ns
(C) 0
(D) 72 Ns
Answer:
(C) 0

12. ବସ୍ତୁ ତା’ର ସ୍ଥିରାବସ୍ଥା ବା ସମ ଗତି ଅବସ୍ଥାରେ ବାଧା ଦେବାର ଯେଉଁ ପ୍ରବୃତ୍ତି ପ୍ରଦର୍ଶନ କରେ ତାକୁ ବସ୍ତୁର କ’ଣ କୁହାଯାଏ ?
(A) ବସ୍ତୁତ୍ଵ
(C) ବଳ
(B) ଜଡ଼ତ୍ଵ
(D) ପରିବେଗ
Answer:
(B) ଜଡ଼ତ୍ଵ

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

13. ଦୁଇଟି ଚଳନ୍ତା ବଳର ସଂଘାତ ଘଟିଲେ କ’ଣ ସଂରକ୍ଷିତ ହୁଏ ?
(A) ସଂବେଗ
(C) ତ୍ଵରଣ
(B) ପରିବେଶ
(D) ଗତିଜ ଶକ୍ତି
Answer:
(A) ସଂବେଗ

14. କେଉଁଟି ଏକ ଅଦିଶ ରାଶି ?
(A) ସଂବେଗ
(B) ବଳ
(C) ପରି ବେଗ
(D) ବସ୍ତୁତ୍ଵ
Answer:
(D) ବସ୍ତୁତ୍ଵ

15. କେଉଁଟି ଏକ ସଦିଶ ରାଶି ?
(A) ବସ୍ତୁତ୍ଵ
(B) ବେଗ
(C) ଦୂରତା
(D) ସଂବେଗ
Answer:
(D) ସଂବେଗ

16. ନିଉଟନ୍‌ଙ୍କ ଦ୍ଵିତୀୟ ଗତି ନିୟମରୁ କ’ଣ ଜାଣିହୁଏ ?
(A) ବଳର ପରିମାଣ ଓ ଦିଗ
(B) ବଳର ପ୍ରଭାବ
(C) ବଳର ସଂଜ୍ଞା
(D) ମାଧ୍ୟାକର୍ଷଣ ବଳ ସମ୍ବନ୍ଧରେ
Answer:
(A) ବଳର ପରିମାଣ ଓ ଦିଗ

17. ନିଉଟନ୍‌ଙ୍କ ତୃତୀୟ ଗତି ନିୟମରୁ କ’ଣ ଜାଣିହୁଏ ?
(A) ବଳର ସଂଜ୍ଞା
(B) ବଳର ପ୍ରଭାବ
(C) ବଳର ପରିମାଣ
(D) ସଂବେଗର ପରିମାଣ
Answer:
(B) ବଳର ପ୍ରଭାବ

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

18. ଓଜନର SI ଏକକ କ’ଣ ?
(A) ଡାଇନ୍
(C) ନିଉଟନ୍
(B) କି.ଗ୍ରା.
(D) କୁଇଲ୍
Answer:
(C) ନିଉଟନ୍

19. x ବସ୍ତୁତ୍ଵର ବସ୍ତୁ ( ପରିବେଗରେ ଏକ କାନ୍ଥରେ
(A) 0
(B) XV
(C) – XV
(D) 2XV
Answer:
(D) 2XV

20. ସଂବେଗର ପରିବର୍ତ୍ତନ ହାର କାହା ସହ ସମାନ ?
(A) ତ୍ଵରଣ
(B) କାର୍ଯ୍ୟ
(C) ବଳ
(D) ପ୍ରତିଘାତ
Answer:
(C) ବଳ

21. ଗୋଟିଏ ସ୍ଥିର ବଳ 5 kg ବସ୍ତୁ ଉପରେ 2s ପାଇଁ କାର୍ଯ୍ୟ କଲା । ଏହା ବସ୍ତୁର ପରିବେଗକୁ 3m/s 7m/s କୁ ବୃଦ୍ଧି କରାଇଲା । ବନ୍ଦର ପରିମାଣ କେତେ ?
(A) 5 N
(B) 10 N
(C) 20 N
(D) 40 N
Answer:
(B) 10 N

22. 4 kg ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁରେ 2ms-2 ତ୍ଵରଣ ସୃଷ୍ଟି କରିବା ପାଇଁ କେତେ ବଳ ଆବଶ୍ୟକ ?
(A) 4N
(B) 16 N
(C) 8 N
(D) 32 N
Answer:
(C) 8 N

BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ

23. ଏକ ଯାନର ବେଗ 10 m/s ହେଲେ ଘଣ୍ଟା ପ୍ରତି ବେଗ କେତେ କି.ମି. ?
(A) 360
(B) 72
(C) 108
(D) 36
Answer:
(D) 36

24. 2 kg ବସ୍ତୁତ୍ଵ ବିଶିଷ୍ଟ ବସ୍ତୁରେ 5 m/s2 ତ୍ଵରଣ ସୃଷ୍ଟି କରୁଥିବା ବଳର ପରିମାଣ କେତେ ?
(A) 10N
(B) 5N
(C) 20 N
(D) 15 N
Answer:
(A) 10N

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Odisha State Board Plus Two First Year Optional Odia Question Answer Chapter 5 ବ୍ୟାକରଣ ବିଭାଗ Textbook Exercise Questions and Answers.

Plus Two First Year Optional Odia Chapter 5 ବ୍ୟାକରଣ ବିଭାଗ Question Answer

ପାଠ୍ୟପୁସ୍ତକସ୍ଥ ନମୁନା ପ୍ରଶ୍ନବଳୀ ଓ ଉତ୍ତର

(କ) ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ । ପ୍ରଦତ୍ତ ଚାରଟି ବିକଳ୍ପ ମଧ୍ୟରୁ ଠିକ ଉତ୍ତରଟି ବାଛ।

Question 1.
ବାକ୍ୟରେ ବ୍ୟବହୃତ ଶବ୍ଦକୁ କ’ଣ କହନ୍ତି?
(କ) ବାକ୍ୟାର୍ଥ
(ଖ) ପଦ
(ଗ) ଅର୍ଥ
(ଘ) ଅକ୍ଷର
Answer:
(ଖ) ପଦ

Question 2.
‘ସେମାନେ କାଲି ଆସିବେ’ ଏହି ବାକ୍ୟରେ ‘ସେମାନେ’ ପଦଟି କ’ଣ?
(କ) ଅବ୍ୟୟ
(ଖ) କ୍ରିୟା
(ଗ) କର୍ରା
(ଘ) ବିଶେଷଣ
Answer:
(ଗ) କର୍ତ୍ତା

Question 3.
ଗଦ୍ୟର ମୌଳିକ ଉପାଦାନ କ’ଣ?
(କ) ବାକ୍ଯ
(ଖ) ପଦ
(ଗ) ଚରଣ
(ଘ) ଧାଡ଼ି
Answer:
(ଖ) ପଦ

Question 4.
କ’ଣ ଭାବନାର ଗନ୍ତାଘର?
(କ) ମଣିଷର ମନ
(ଖ) ବହିର ପୃଷ୍ଠା
(ଗ) ଶିକ୍ଷକଙ୍କ କଥା
(ଘ) ଛାତ୍ରଙ୍କ ଉତ୍ତର
Answer:
(କ) ମଣିଷର ମନ

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 5.
ଗଠନ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର?
(କ) ପାଞ୍ଚ
(ଖ) ଦୁଇ
(ଗ) ଚାରି
(ଘ) ତିନି
Answer:
(ଘ) ତିନି

Question 6.
ଭାବ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର?
(କ) ଚାରି
(ଖ) ତିନି
(ଗ) ପାଞ୍ଚ
(ଘ) ଦୁଇ
Answer:
(କ) ଚାରି

Question 7.
‘‘ରବୀନ୍ଦ୍ରନାଥ ଠାକୁର ‘ଗୀତାଞ୍ଜଳି’ ପାଇଁ ନୋବେଲ ପୁରସ୍କାର ପାଇଥିଲେ ।’’ – ଏହା କି ପ୍ରକାର ବାକ୍ୟ?
(କ) ବିସ୍ମୟସୂଚକ
(ଖ) ଆଦେଶସୂଚକ
(ଗ) ବିବୃତ୍ତିସୂଚକ
(ଘ) ପ୍ରଶ୍ନସୂଚକ
Answer:
(ଗ) ବିବୃରିସୂଚକ

Question 8.
ଦୁଇ ବା ତତୋଧ‌ିକ ଖଣ୍ଡବାକ୍ୟର ସଂଯୋଗରେ ଗଠିତ ବାକ୍ୟକୁ କ’ଣ କହନ୍ତ?
(କ) ସରଳବାକ୍ଯ
(ଖ) ଜଟିଳବାକ୍ୟ
(ଗ) ଯୌଗିକ ବାକ୍ୟ
(ଘ) ଏଥରୁ କେଉଁଟି ନୁହେଁ
Answer:
(ଗ) ଯୌଗିକ ବାକ୍ୟ

Question 9.
ଓ, ଏବଂ, ମାତ୍ର, କିନ୍ତୁ ଇତ୍ୟାଦି ଅବ୍ୟୟ ଯୋଗରେ କି ପ୍ରକାର ବାକ୍ୟ ହୁଏ?
(କ) ଯୌଗିକ ବାକ୍ୟ
(ଖ) ଜଟିଳ ବାକ୍ୟ
(ଗ) ଯୌଗିକ ବାକ୍ୟ
(ଘ) ଏଥୁରୁ କେଉଁଟି ନୁହେଁ
Answer:
(ଘ) ଏଥୁରୁ କେଉଁଟି ନୁହେଁ

Question 10.
କେଉଁଟି ଏକ ଆଶ୍ରିତ ଅବ୍ୟୟ?
(କ) ଯେପରି
(ଖ) ଏବଂ
(ଗ) କିନ୍ତୁ
(ଘ) ମାତ୍ର
Answer:
(ଗ) କିନ୍ତୁ

(ଖ) ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଲେଖ । (୧ ନମ୍ବର ବିଶିଷ୍ଟ)

Question 1.
ବାକ୍ୟର ସଂଜ୍ଞା ଲେଖ?
Answer:
ଏକ ବା ଏକାଧ୍ଵକ ଶୃଙ୍ଖଳିତ ପଦଦ୍ୱାରା ଉପଯୁକ୍ତ ଭାବ ପ୍ରକାଶ କରୁଥିବା ଅଭିବ୍ୟକ୍ତି ହେଉଛି ବାକ୍ୟ ।

Question 2.
ଏକକ ପଦ ଥାଇ ଗୋଟିଏ ବାକ୍ୟର ଦୃଷ୍ଟାନ୍ତ ଦିଅ ।
Answer:
ହଉ ।

Question 3.
ବାକ୍ୟ ଭିତରେ ଥ‌ିବା ଶବ୍ଦକୁ କ’ଣ କହନ୍ତି?
Answer:
ବାକ୍ୟ ଭିତରେ ଶବ୍ଦକୁ ପଦ କହନ୍ତି ।

Question 4.
ଓଡ଼ିଆ ବାକ୍ୟରେ ସାଧାରଣତଃ କ’ଣ ପ୍ରଥମେ ରହେ?
Answer:
ଓଡ଼ିଆ ବାକ୍ୟରେ ସାଧାରଣତଃ ପ୍ରଥମେ କର୍ଷା ରହେ ।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 5.
ଗଠନ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାରର?
Answer:
ଗଠନ ଦୃଷ୍ଟିରୁ ବାକ୍ୟ ସାଧାରଣତଃ ତିନି ପ୍ରକାର ।

Question 6.
ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟ କେତେ ଭାଗରେ ବିଭକ୍ତ?
Answer:
ଭାବ ଓ ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟ ଚାରି ଭାଗରେ ବିଭକ୍ତ ।

Question 7.
‘‘ଧନୀ ଲୋକମାନେ ଅନ୍ୟକୁ ସାହାଯ୍ୟ କରିବା ଉଚିତ’’ । ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ?
Answer:
ଧନୀ ଲୋକମାନେ ଅନ୍ୟକୁ ସାହାଯ୍ୟ କରିବା ଉଚିତ । ଗଠନ ଦୃଷ୍ଟିରୁ ଏହା ସରଳ ବାକ୍ୟ ।

Question 8.
‘ମାନ ମହତଠାରୁ ବଡ଼ କିଛି ନାହିଁ?’ – ଭାବ ବା ପ୍ରକାର୍ଯ୍ୟ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ?
Answer:
ମାନମହତଠାରୁ ବଡ଼ କିଛି ନାହିଁ – ଭାବ ଦୃଷ୍ଟିରୁ ଏହା ବିବୃଭିସୂଚକ ବାକ୍ୟ ।

Question 9.
ଦୁଇଟି ସରଳ ବାକ୍ୟ ସଂଯୋଗରେ କି ପ୍ରକାର ବାକ୍ୟ ଗଠିତ ହୁଏ?
Answer:
ଦୁଇଟି ସରଳବାକ୍ୟର ସଂଯୋଗରେ ଯୌଗିକ ବାକ୍ୟ ଗଠିତ ହୁଏ ।

Question 10.
ପରସ୍ପର ନିର୍ଭରଶୀଳ ଦୁଇ ଖଣ୍ଡବାକ୍ୟ ମିଳନରେ କି ପ୍ରକାର ବାକ୍ୟ ଗଠିତ ହୁଏ?
Answer:
ପରସ୍ପର ନିର୍ଭରଶୀଳ ଦୁଇଖଣ୍ଡବାକ୍ୟର ମିଳନରେ ଜଟିଳ ବାକ୍ୟ ହୁଏ ।

Question 11.
ଗୋଟିଏ ବିସ୍ମୟ ସୂଚକ ବାକ୍ୟର ଦୃଷ୍ଟାନ୍ତ ଦିଅ ।
Answer:
ଡଃ କି ଥଣ୍ଡା ! – ଏକ ବିସ୍ମୟ ସୂଚକ ବାକ୍ୟ ।

Question 12.
ଆଦେଶସୂଚକ ବାକ୍ୟଟିଏ ଲେଖ?
Answer:
ବହିଟା ସେଇଠି ରଖ – ଆଦେଶସୂଚକ ବାକ୍ୟ ।

(ଗ) ନିର୍ଦ୍ଦେଶ ଅନୁସାରେ ଅର୍ଥ ନ ବଦଳାଇ ବାକ୍ୟଗୁଡ଼ିକ ପରିବର୍ତ୍ତନ କର । (୧ ନମ୍ବର ବିଶିଷ୍ଟ)

Question 1.
ମନ୍ଦିରମାଳିନୀ ସହର ଭୁବନେଶ୍ଵର ଅତୀବ ସୁନ୍ଦର । (ଜଟିଳ ବାକ୍ୟରେ ପ୍ରକାଶ କର)
Answer:
ଭୁବନେଶ୍ଵର ମନ୍ଦିରମାଳିନୀ, ଏଣୁ ଏହା ଅତୀବ ସୁନ୍ଦର ।

Question 2.
ଯେଉଁ ଅଧ୍ୟାପକ କାଲି ଇତିହାସ ପଢ଼ାଉଥିଲେ, ତାଙ୍କର ଚଷମା ହଜିଯାଇଛି । (ସରଳ ବାକ୍ୟରେ ପ୍ରକାଶ କର)
Answer:
ଇତିହାସ ପଢ଼ାଉଥବା ଅଧ୍ୟାପକଙ୍କ ଚଷମା ହଜିଯାଇଛି ।

Question 3.
ତୁମେ ଯଦି ମୋ ସହିତ ଆସିବ, ତେବେ ମୁଁ ଚାନ୍ଦିପୁର ବେଳାଭୂମି ବୁଲାଇଦେବି । (ଯୌଗିକ ବାକ୍ୟ କର)
Answer:
ତୁମେ ମୋ ସହିତ ଆସିବ ଓ ମୁଁ ତୁମକୁ ଚାନ୍ଦିପୁର ବେଳାଭୂମି ବୁଲାଇ ନେବି ।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 4.
କାଲି ସନ୍ଧ୍ୟାରେ ମିତାଲି ପାଠ ନପଢ଼ି ଚେସ୍ ଖେଳିଲା (ଯୌଗିକ ବାକ୍ୟ କର)
Answer:
କାଲି ସନ୍ଧ୍ୟାରେ ମିତାଲି ପାଠ ପଢ଼ିଲା ନାହିଁ, କିନ୍ତୁ ଚେସ୍ ଖେଳିଲା ।

Question 5.
ବେଳ ଥାଉଁ ବନ୍ଧ ବାନ୍ଧିବ ଓ ବିପଦରୁ ରକ୍ଷା ପାଇବ । (ସରଳ ବାକ୍ୟକୁ ପରିବର୍ତ୍ତନ କର)
Answer:
ବେଳ ଥାଉଁ ବନ୍ଧ ବାନ୍ଧି ବିପଦରୁ ରକ୍ଷା ପାଅ ।

Question 6.
ପରୀକ୍ଷାରେ କପି କରିବା କ’ଣ ଧର୍ତ୍ତବ୍ଯ ଅପରାଧ ନୁହେଁ? (ବିବୃଭିସୂଚକ ବାକ୍ୟ କର)
Answer:
ପରୀକ୍ଷାରେ କପି କରିବା ଧର୍ମବ୍ୟ ଅପରାଧ ।

Question 7.
ଗୁରୁଜନମାନଙ୍କୁ ଅସମ୍ମାନ କରିବା ଅନୁଚିତ । (ନାସ୍ତିସୂଚକ ବାକ୍ୟ କର)
Answer:
ଗୁରୁଜନମାନଙ୍କୁ ଅସମ୍ମାନ କରିବା ଉଚିତ ।

Question 8.
ଚାଷ କାର୍ଯ୍ୟକୁ ପୁଣି ଏତେ ଅବହେଳା ! (ପ୍ରଶ୍ନସୂଚକ ବାକ୍ୟରେ ପ୍ରକାଶ କର)
Answer:
ଚାଷ କାର୍ଯ୍ୟକୁ ଏତେ ଅବହେଳା?

Question 9.
ସଚେତନ ହେଲେ ସଡ଼କ ଦୁର୍ଘଟଣା ବଢ଼ିବ ନାହିଁ । (ବିବୃତ୍ତିସୂଚକ ବାକ୍ୟ କର)
Answer:
ସଚେତନ ହେଲେ ସଡ଼କ ଦୁର୍ଘଟଣା ରୋକାଯାଇ ପାରିବ ।

Question 10.
ଉପେନ୍ଦ୍ର ଭଞ୍ଜ ମହାନ କବି । (ବିସ୍ମୟସୂର୍ବକ ବାକ୍ୟ କର)
Answer:
ଉପେନ୍ଦ୍ର ଭଞ୍ଜ କି ମହାନ କବି !

(ଘ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । (୫ ନମ୍ବର-୧୫୦ ଶବ୍ଦ ମଧ୍ୟରେ)

Question 1.
ଗଠନ ଦୃଷ୍ଟିରୁ ବାକ୍ୟର ପ୍ରକାରଭେଦ ସଦୃଷ୍ଟାନ୍ତ ଦର୍ଶାଅ ।
Answer:
ଗଠନ ଦୃଷ୍ଟିରୁ ବାକ୍ୟ ସାଧାରଣତଃ ତିନି ପ୍ରକାର । ଯଥା – ସରଳ ବାକ୍ୟ, ଯୌଗିକ ବାକ୍ୟ ଓ ଜଟିଳ ବାକ୍ୟ ।
ଯଥା –
ସରଳ ବାକ୍ୟ – ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥାଏ, ତାହାକୁ ସରଳ ବାକ୍ୟ କହନ୍ତି ।
ଉଦାହରଣ – ମୁଁ ଭୁବନେଶ୍ଵର ଯିବି ।
ସେମାନେ କଲେଜରୁ ଫେରିଲେ ।
ଯୌଗିକ ବାକ୍ୟ – ଦୁଇ ବା ତତୋଧ୍ଵକ ସରଳ ବାକ୍ୟ ସଂଯୋଗରେ ଯେଉଁ ବାକ୍ୟ ଗଠିତ ହୋଇଥାଏ, ତାହାକୁ ଯୌଗିକ ବାକ୍ୟ କୁହାଯାଏ । ଏଠାରେ ଓ, ଏବଂ, କିନ୍ତୁ, ବା, କି, ନ ହେଲେ, ପୁଣି, ସିନା, ମାତ୍ର, ଆଉ ଇତ୍ୟାଦି ଅବ୍ୟୟ ଦ୍ବାରା ବାକ୍ୟଗୁଡ଼ିକ ସଂଯୁକ୍ତ ହୋଇଥାନ୍ତି ।
ଉଦାହରଣ – ମୁଁ ଯିବି ଓ ନାଚ ଦେଖୁଛି ।
ମୁଁ ହାଟକୁ ଗଲି ଓ ପରିବା ଆଣିଲି ।
ଜଟିଳ ବାକ୍ୟ – ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧୀକ ଖଣ୍ଡବାକ୍ୟର ସଂଯୋଗରେ ଗଠିତ ବାକ୍ୟକୁ ଜଟିଳ ବାକ୍ୟ କହନ୍ତି । ଯାହାର–ତାହାର, ଯେବେ–ତେବେ, ଯେତେବେଳେ-ସେତେବେଳେ, ଯାହା-ତାହା, ଯେ-ସେ, ଯଦି – ତାହେଲେ ଇତ୍ୟାଦି ଅଶ୍ରିତ ଅବ୍ୟୟ ଦ୍ବାରା ଜଟିଳ ବାକ୍ୟ ଗଠିତ ହୋଇଥାଏ ।
ଉଦାହରଣ – କଟକରୁ ଯାହା ଆଣିବ, ଏକା ଖାଇବନି, ମୋ ପାଇଁ ରଖୁବ ।
ଅନ୍ୟଠାରୁ ଯେତିକି ଆଶା କର, ଅନ୍ୟ ପ୍ରତି ସେହିପରି ବ୍ୟବହାର କର ।

Question 2.
ପ୍ରକାର୍ଯ୍ୟ ଦୃଷ୍ଟିରୁ ଉଦାହରଣ ଦେଇ ବାକ୍ୟର ପ୍ରକାରଭେଦ ଉଲ୍ଲେଖ କର ।
Answer:
ପ୍ରକାର୍ଯ୍ୟ ଦୃଷ୍ଟିରୁ ବାକ୍ୟଗୁଡ଼ିକ ମୁଖ୍ୟତଃ ଚାରିପ୍ରକାର । ଯଥା – ବିବୃତ୍ତିସୂଚକ, ଆଦେଶାର୍ଥକ, ପ୍ରଶ୍ନସୂଚକ ଓ ବିସ୍ମୟସୂଚକ ।
ଯଥା –
କ – ବିବୃତ୍ତିସୂଚକ ବାକ୍ୟ – କୌଣସି ବାକ୍ୟରେ କେବଳ ଏକ ବିବୃତ୍ତି ବା ବକ୍ତବ୍ୟ ସୂଚିତ ହେଲେ, ତାହା ବିବୃତ୍ତି ସୂଚକ ବାକ୍ୟ ହୋଇଥାଏ ।
ଉଦାହରଣ – ବ୍ୟାୟାମ କଲେ ଶରୀର ସୁସ୍ଥ ରହେ ।
ରାଜା ଜଗନ୍ନାଥଙ୍କର ରାଉତ ମାତ୍ର ।

ଖ – ଆଦେଶସୂଚକ ବାକ୍ୟ – ଯେଉଁ ବାକ୍ୟରେ କୌଣସି ବିଷୟରେ ଆଦେଶ ଥାଏ, ତାହା ଆଦେଶସୂଚକ ବାକ୍ୟ ।
ଆଶିଷ ଓ ଅନୁରୋଧ ଥ‌ିବା ବାକ୍ୟ ମଧ୍ୟ ଏହି ପର୍ଯ୍ୟାୟର ।
ଉଦାହରଣ – ଏଇଠି ରଖୁଦିଅ ।
ତୁମେ ସେଠାକୁ ଯାଅ ।

ଗ – ପ୍ରଶ୍ନସୂଚକ ବାକ୍ୟ – ଯେଉଁ ବାକ୍ୟରେ କୌଣସି ବିଷୟରେ ପ୍ରଶ୍ନ ପଚରାଯାଇଥାଏ, ତାହା ପ୍ରଶ୍ନସୂଚକ ବାକ୍ୟ ।
ଉଦାହରଣ – ମାଛ କେତେ ଦାମ୍?
ତୁମେ କାଲି କେଉଁଠାକୁ ଯାଇଥିଲ?

ଘ – ବିସ୍ମୟସୂଚକ ବାକ୍ୟ – ଯେଉଁ ବାକ୍ୟରେ ବିସ୍ମୟ ବା ଆଶ୍ଚର୍ଯ୍ୟ ଭାବ ସୂଚିତ ହୁଏ, ତାହାକୁ ବିସ୍ମୟସୂଚକ ବାକ୍ୟ କହନ୍ତି ।
ଉଦାହରଣ – ଡଃ କି ବର୍ଷା !
ଆହା ! ଭିକାରୀଟି ଶୀତରେ କି କଷ୍ଟ ପାଉଛି ।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 3.
ପାଞ୍ଚଟି ଜଟିଳ ବାକ୍ୟ ଲେଖୁ ସେଗୁଡ଼ିକୁ ସରଳ ଓ ଯୌଗିକ ବାକ୍ୟରେ ପ୍ରକାଶ କର ।
Answer:
କ – ଜଟିଳ ବାକ୍ୟ – ଯେତେବେଳେ ପରୀକ୍ଷା ପାଖେଇ ଆସେ ସେତେବେଳେ ମଦନ ବହିପତ୍ର ଅଣ୍ଡାଳେ ।
ସରଳ ବାକ୍ୟ – ପରୀକ୍ଷା ପାଖେଇ ଆସିଲେ ମଦନ ବହିପତ୍ର ଅଣ୍ଡାଳେ ।
ଯୌଗିକ ବାକ୍ୟ – ପରୀକ୍ଷା ପାଖେଇ ଆସେ, ତେଣୁ ମଦନ ବହିପତ୍ର ଅଣ୍ଡାଳେ ।

ଖ – ଜଟିଳ ବାକ୍ୟ – କଟକରୁ ଯାହା ଆଣିବ, ନିଜେ ଖାଇବ ।
ସରଳ ବାକ୍ୟ – କଟକରୁ ଆଣିଥ‌ିବା ଜିନିଷ ନିଜେ ଖାଇବ ।
ଯୌଗିକ ବାକ୍ୟ – କଟକରୁ ଯାହା ଆଣିବ, ତାହା ନିଜେ ଖାଇବ ।

ଗ – ଜଟିଳ ବାକ୍ୟ – ଆରେ ତମେତ ସିଏ, ଯିଏ କାଲି ମତେ ଧମକାଇଥିଲା ।
ସରଳ ବାକ୍ୟ – କାଲି ତମେ ମତେ ଧମକାଇଥିଲ ।
ଯୌଗିକ ବାକ୍ୟ – କାଲି ତମେ ଆସିଲ ଓ ମତେ ଧମକାଇଥୁଲ ।

ଘ – ଜଟିଳ ବାକ୍ୟ – ସମୟ ଅଛି, ଏବେଠାରୁ ସଚେତନ ହୁଅ ।
ସରଳ ବାକ୍ୟ – ସମୟ ଥାଉଁ ଥାଉଁ ସଚେତନ ହୁଅ ।
ଯୌଗିକ ବାକ୍ୟ – ସମୟ ଅଛି, ଏଣୁ ସଚେତନ ହୁଅ ।

ଙ – ଜଟିଳ ବାକ୍ୟ – ମୁକୁନ୍ଦ ନୁହେଁ, ସେ ପରା କାଲି ଆସିବ ।
ସରଳ ବାକ୍ୟ – ମୁକୁନ୍ଦ କାଲି ଆସିବ ।
ଯୌଗିକ ବାକ୍ୟ – ମୁକନ୍ଦ ପରା କାଲି ଆସିବ ।

Question 4.
ପାଞ୍ଚଟି ବିବୃତ୍ତିସୂଚକ ବାକ୍ୟ ଲେଖୁ ସେଗୁଡ଼ିକୁ ପ୍ରଶ୍ନସୂଚକ ଓ ବିସ୍ମୟସୂଚକ ବାକ୍ୟରେ ପରିବର୍ତ୍ତନ କର ।
Answer:
କ – ବିବୃତ୍ତିସୂଚକ ବାକ୍ୟ : ପରିଶ୍ରମ କଲେ ସୁଫଳ ମିଳେ ।
ପ୍ରଶ୍ନସୂଚକ ବାକ୍ୟ ; ପରିଶ୍ରମ କଲେ କ’ଣ ସୁଫଳ ମିଳେ?
ବିସ୍ମୟସୂଚକ ବାକ୍ୟ : ପରିଶ୍ରମ କଲେ କି ସୁଫଳ ମିଳେ !

ଖ – ବିବୃତ୍ତିସୂଚକ ବାକ୍ୟ : ଦେଶ ମାଟିକୁ ଆଦର କରିବା ଆବଶ୍ୟକ ।
ପ୍ରଶ୍ନସୂଚକ ବାକ୍ୟ : ଦେଶମାଟିକୁ କ’ଣ ଅନାଦର କରିବା ଆବଶ୍ୟକ?
ବିସ୍ମୟସୂଚକ ବାକ୍ୟ : ଦେଶମାଟିକୁ ପୁଣି ଅନାଦର !

ଗ – ବିବୃତ୍ତିସୂଚକ ବାକ୍ୟ : ମିଥ୍ୟାବାଦୀକୁ ସମସ୍ତେ ଘୃଣା କରନ୍ତି ।
ପ୍ରଶ୍ନସୂଚକ ବାକ୍ୟ : ମିଥ୍ୟାବାଦୀକୁ କିଏ ଘୃଣା ନ କରନ୍ତି?
ବିସ୍ମୟସୂଚକ ବାକ୍ୟ : ମିଥ୍ୟାବାଦୀକୁ ପୁଣି ଘୃଣା ନ କରନ୍ତି !

ଘ – ବିବୃତ୍ତିସୂଚକ ବାକ୍ୟ : ମକର ଯାତ୍ରାପାଇଁ ମୟୂରଭଞ୍ଜ ବିଖ୍ୟାତ ।
ପ୍ରଶ୍ନସୂଚକ ବାକ୍ୟ : ମକର ଯାତ୍ରାପାଇଁ କ’ଣ ମୟୂରଭଞ୍ଜ ବିଖ୍ୟାତ?
ବିସ୍ମୟସୂଚକ ବାକ୍ୟ : ମକର ଯାତ୍ରାପାଇଁ ମୟୂରଭଞ୍ଜ ବିଖ୍ୟାତ !

ଙ – ବିବୃତ୍ତିସୂଚକ ବାକ୍ୟ : ଆମ ଶିକ୍ଷକ ଭଲ ଶିକ୍ଷା ଦିଅନ୍ତି ।
ପ୍ରଶ୍ନସୂଚକ ବାକ୍ୟ : ଆମ ଶିକ୍ଷକ କ’ଣ ଭଲ ଶିକ୍ଷା ଦିଅନ୍ତି?
ବିସ୍ମୟସୂଚକ ବାକ୍ୟ : ଆମ ଶିକ୍ଷକ ଭଲ ଶିକ୍ଷା ଦିଅନ୍ତି !

Question 5.
ପାଞ୍ଚଟି ନାସ୍ତିବାଚକ ବାକ୍ୟ ଉଲ୍ଲେଖ କରି ସେଗୁଡ଼ିକୁ ବିବୃତ୍ତିସୂଚକ ଓ ପ୍ରଶ୍ନସୂଚକ ବାକ୍ୟରେ ପରିଣତ କର ।
Answer:
କ – ନାସ୍ତିସୂଚକ ବାକ୍ୟ : ପଣ୍ଡିତ ଗୋପବନ୍ଧୁ ଆଦୌ ଦେଶସେବକ ନଥିଲେ ।
ବିବୃତ୍ତିସୂଚକ ବାକ୍ୟ : ପଣ୍ଡିତ ଗୋପବନ୍ଧୁ ଦେଶସେବକ ଥିଲେ ।
ପ୍ରଶ୍ନସୂଚକ ବାକ୍ୟ : ପଣ୍ଡିତ ଗୋପବନ୍ଧୁ କ’ଣ ଦେଶସେବକ ଥିଲେ ?

ଖ – ନାସ୍ତିସୂଚକ ବାକ୍ୟ : ଅନ୍ଧାରରେ ଅଜଣା ରାସ୍ତାରେ ଚାଲିବା ଆଦୌ ଉଚିତ ନୁହେଁ ।
ବିବୃତ୍ତିସୂଚକ ବାକ୍ୟ : ଅନ୍ଧାରରେ ଅଜଣା ରାସ୍ତାରେ ଚାଲିବା ଅନୁଚିତ ।
ପ୍ରଶ୍ନସୂଚକ ବାକ୍ୟ : ଅନ୍ଧାରରେ କ’ଣ ଅଜଣା ରାସ୍ତାରେ ଚାଲିବା ଉଚିତ?

ଗ – ନାସ୍ତିସୂଚକ ବାକ୍ୟ : ଜ୍ଞାନୀମାନଙ୍କୁ କେହି ଅସମ୍ମାନ କରନ୍ତି ନାହିଁ ।
ବିବୃତ୍ତିସୂଚକ ବାକ୍ୟ : ଜ୍ଞାନୀମାନଙ୍କୁ କେହି ଅସମ୍ମାନ କରନ୍ତି ନାହିଁ ।
ପ୍ରଶ୍ନସୂଚକ ବାକ୍ୟ : ଜ୍ଞାନୀମାନଙ୍କୁ କ’ଣ କେହି ଅସମ୍ମାନ କରନ୍ତି?

ଘ – ନାସ୍ତିସୂଚକ ବାକ୍ୟ : କଷ୍ଟ କଲେବି କୃଷ୍ଣ ମିଳନ୍ତି ନାହିଁ ।
ବିବୃତ୍ତିସୂଚକ ବାକ୍ୟ : କଷ୍ଟ କଲେ କୃଷ୍ଣ ମିଳେ ।
ପ୍ରଶ୍ନସୂଚକ ବାକ୍ୟ ; କଷ୍ଟ କଲେ କି କୃଷ୍ଣ ମିଳନ୍ତି?

ଙ – ନାସ୍ତିସୂଚକ ବାକ୍ୟ : ବର୍ଷାକାଳରେ ରାସ୍ତା ଅବସ୍ଥା ଶୋଚନୀୟ ନୁହେଁ ।
ବିବୃତ୍ତିସୂଚକ ବାକ୍ୟ : ବର୍ଷାକାଳରେ ରାସ୍ତା ଅବସ୍ଥା ଶୋଚନୀୟ ।
ପ୍ରଶ୍ନସୂଚକ ବାକ୍ୟ : ବର୍ଷାକାଳରେ ରାସ୍ତା ଅବସ୍ଥା କେତେ ଶୋଚନୀୟ?

ଛନ୍ଦ

ପ୍ରାଚୀନ କାବ୍ୟକାର ବା କବି, ପଦ୍ୟ ବ୍ୟ କବିତା ରଚନା କରିବା ନିମିତ୍ତ ଏକ ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ ଅନୁସରଣ କରୁଥିଲେ । ଏହି ନିର୍ଦ୍ଦିଷ୍ଟ ଶୈଳୀ ବା ନିୟମକୁ ଛନ୍ଦ କୁହାଯାଏ । ଏହାକୁ ପଦ୍ୟ ରଚନା କରିବାର ବୈଶିଷ୍ଟ୍ୟ ବୋଲି କୁହାଯାଇଥାଏ ।

ଛାନ୍ଦ – ପ୍ରାଚୀନ ପଦ୍ୟ ବା କବିତା ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ହୋଇଥିବାରୁ ତାହାକୁ ଛାନ୍ଦ କୁହାଯାଏ ।
ଛନ୍ଦ ମୁଖ୍ୟତଃ ଦୁଇ ପ୍ରକାର; ଯଥା –

  • ମିତ୍ରାକ୍ଷର ଛନ୍ଦ,
  • ଅମିତ୍ରାକ୍ଷର ଛନ୍ଦ ।

ମିତ୍ରାକ୍ଷର ଛନ୍ଦ ଦୁଇଭାଗରେ ବିଭକ୍ତ; ଯଥା— ସମ ଛନ୍ଦ ଓ ବିଷମ ଛନ୍ଦ ।
ପଦ – ଦୁଇ ବା ତତୋଽଧ୍ଵକ ପାଦର ସମଷ୍ଟିରେ ପଦ ଗଠିତ ହୁଏ ।
ପାଦ – ପଦର ପ୍ରତ୍ୟେକ ପଂକ୍ତିକୁ ପାଦ କୁହାଯାଏ ।
ଯତିପାତ – ଛନ୍ଦର ଶୈଳୀକୁ ନେଇ ରଚନା କରାଯାଇଥିବା ପଦ୍ୟକୁ ଗାଇବା ସମୟରେ ପ୍ରତ୍ୟେକ ପାଦର ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ବା ଶ୍ଵାସଘାତ ହୋଇଥାଏ । ଏହି ଶ୍ବାସଘାତକୁ ଯତି ବା ଯତିପାତ କୁହାଯାଏ । ବିଭିନ୍ନ ଛନ୍ଦ ଅନୁସାରେ ପଦ, ପାଦ, ଯତି ଭିନ୍ନ ଭିନ୍ନ ହୋଇଥାଏ ।

ରାଗ : ତାଳ ଓ ଲୟଯୁକ୍ତ କବିତା ଗାନ କରିବାପାଇଁ ବିଭିନ୍ନ ରାଗ ନିର୍ଦ୍ଦେଶ କରାଯାଇଥାଏ । ଯଥା — ପଟ୍ଟ ମଞ୍ଜରୀ, ମାନବଗୋଡ଼ା, ରାମକେରୀ ଇତ୍ୟାଦି ବିଭିନ୍ନ ରାଗ ଅଟେ ।
ନିମ୍ନରେ କେତେକ ଛନ୍ଦ ଓ ଯତିପାତ ଉପରେ ଆଲୋଚନା କରାଯାଉଛି ।

(୧) ଦାଣ୍ଡିବୃତ୍ତ ବା ଛନ୍ଦ – ଏହାର ଦୁଇ ପାଦରେ ଏକପଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ସମାନ ନୁହେଁ । ଏହାର ନିର୍ଦ୍ଦିଷ୍ଟ ଭାବରେ ଯତିପାତ ହୁଏନାହିଁ । ତେଣୁ ଗାୟକ ଗାଇବାବେଳେ ନିଜ ସୁବିଧା ଅନୁସାରେ ସ୍ଵର ଲମ୍ବାଇ ବିଶ୍ରାମ ନେଇ ଗାଇଥା’ନ୍ତି। ଓଡ଼ିଆ ସାହିତ୍ୟର ପ୍ରାଚୀନ କାବ୍ୟ; ଯଥା— ସାରଳା ଦାସଙ୍କ ‘ମହାଭାରତ’, ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ ଓ ଚୈତନ୍ଯ ଦାସଙ୍କ ‘ବିଷ୍ଣୁଗର୍ଭ ପୁରାଣ’ ଏହି ଦାଣ୍ଡିବୃତ୍ତରେ ରଚିତ ।

ଉଦାହରଣ –
(୧) ଏଥୁ ଅନନ୍ତରେ ଗୋ ପାର୍ବତୀ ଦେବୀ ଶୁଣ
ମାଲ୍ୟବନ୍ତ ପର୍ବତେ ରହିଲେ ରଘୁରାଣ । (ଦାଣ୍ଡି ରାମାୟଣ – ବଳରାମ ଦାସ)

(୨) ଏଥୁ ଅନନ୍ତରେ ଦ୍ରୋଣେ ବିଦ୍ଯାପୁତ୍ରନ୍ତ ହକାରି
ବାବୁ ତୁମ୍ଭେ ଯାଅରେ ମୃଗୟା ବନ ହେରି । (ମହାଭାରତ – ସାରଳା ଦାସ)

(୨) ନଟବାଣୀ ବା ବିଭାସ କେଦାର – ଦୁଇ ପାଦରେ ଏକ ପଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ୧୨ ।
ପାଦର ତୃତୀୟ, ଷଷ୍ଠ, ନବମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।

ଉଦାହରଣ – ସୁଖ ବୋ’ଲି ଯାହା’ ଜନନେ’ତ୍ରେ ଦିଶେ’
ହାତେ ଆ’ ମୁଁ ହାତେ’ ପଡ଼ିବା’ ପାଇଁ ସେ’। (ଚିଲିକା)

(୩) ଚକ୍ରକେଳି – ଦୁଇ ପାଦରେ ଏକ ପଦ ହୁଏ । ପ୍ରତି ପାଦର ଅକ୍ଷର ସଂଖ୍ୟା ଏଗାର ।
ପ୍ରତି ପାଦର ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
ଉଦାହରଣ – ‘‘ଆହେ ଦୟାମୟ’ ବିଶ୍ବବିହାରୀ’
ଘେନ ଦୟାବହି’ ମୋର ଗୁହାରୀ’’ (ପ୍ରାର୍ଥନା) (ରାମକୃଷ୍ଣ ନନ୍ଦ)

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

(୪) ଭାଗବତ ବାଣୀ/ଗୁଜରୀ/ନବାକ୍ଷରୀ – ଦୁଇ ପାଦରେ ଏକ ପଦ ହୁଏ । ପ୍ରତି ପାଦର ଅକ୍ଷର ସଂଖ୍ୟା ୯ ।
ପ୍ରତି ପାଦର ତୃତୀୟ, ପଞ୍ଚମ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
ଉଦାହରଣ – ‘‘ଗୁରୁଙ୍କୁ ନ ମଣିବ ନର
ଗୁରୁ ହିଁ ସାକ୍ଷାତ ଈଶ୍ଵର ।’’
‘‘ଗୁରୁ ଚରଣ ସେବା କରି
ତାଙ୍କ ବଚନ ଶିରେ ଧରି ।’’
‘‘ଗୁରୁଙ୍କୁ ବିଷ୍ଣୁ ପ୍ରାୟେ ମଣି
ସେବା କରିବ ଦୃଢ଼େ ପୁଣି’’ (ଭାଗବତ – ଜଗନ୍ନାଥ ଦାସ)

(୫) ରାମକେରୀ – ଦୁଇ ପାଦରେ ଏକ ପଦ ହୁଏ । ପ୍ରତିପାଦର ଅକ୍ଷର ସଂଖ୍ୟା ଷୋହଳ । ପ୍ରତି ପାଦର ନବମ, ଏକାଦଶ ଓ ଷୋଡ଼ଶ ଅକ୍ଷର ଉପରେ ଯତିପାତ ହୁଏ ।
ଉଦାହରଣ – ‘‘ଖସି ପଡୁଛି କି ଆକାଶୁ କିଏ ଗଙ୍ଗା ଯମୁନା
ଖୂର ସଙ୍ଗେ ପ୍ରାଣ ଶୋଷିଲେ ନାଶକଲା ପୁତନା ।’’
‘‘ଗହନ କାନନ ବନରେ ଘୋର ବରଷା କାଳ
ଗିରି ବାମ କଲେ ଧରିଲେ ନନ୍ଦ ଯଶୋଦା ବାଳ ।’’
‘‘ଘରେ ନ ରହନ୍ତି ଗଉଡ଼େ ସେ ତ ଅଧମ ଜାତି
ଘେନି ବସ୍ତ୍ରାବୃନ୍ଦ ବାଳକେ ବନେ ବୁଲନ୍ତି ନିତି ।’’

(୬) ବଙ୍ଗଳାଶ୍ରୀ – ଦୁଇ ପାଦରେ ଏକ ପଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା କୋଡ଼ିଏ ।
ପ୍ରତି ପାଦର ଷଷ୍ଠ, ଦ୍ଵାଦଶ, ଅଷ୍ଟାଦଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
ଉଦାହରଣ – ‘‘ସ୍ଵାମୀଗୁରୁ ସ୍ୱାମୀ’ ପରମ ବାନ୍ଧବ’ ’ସ୍ଵାମୀ ସେବା ନାରୀ’ ଧର୍ମ
ସ୍ଵାମୀ ପଦେ ଭକ୍ତି’ ଅର୍ଜନାରେ ମତି’ ଅର୍ପି ତୁ କରିବୁ’ କର୍ମ ।’’ (ପ୍ରଣୟ ବଲ୍ଲରୀ – ଗଙ୍ଗାଧର ମେହେର)

(୭) ଶଙ୍କରାଭରଣ – ଚାରିପାଦରେ ଏକ ପଦ ହୁଏ । ପ୍ରଥମ, ଦ୍ଵିତୀୟ ଓ ଚତୁର୍ଥ ପାଦର ଅକ୍ଷର ସଂଖ୍ୟା ଆଠ ।
୧ମ, ୨ୟ ଓ ୪ର୍ଥ ପାଦର ଅଷ୍ଟମ, ଏକାଦଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ତୃତୀୟ ପାଦର ଦ୍ୱିତୀୟ, ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
ଉଦାହରଣ – ‘‘ନିର୍ମଳ ଚନ୍ଦ୍ର ମଣ୍ଡଳ ଶରଦେ ବିରାଜି
ଦିଶେ ଯଥା ଦର୍ପକ ଦର୍ପଣେ ଥିଲେ ମାଜି
ଚାହିଁ କୁମର କାତର
ଲେଖୁ ଆରମ୍ଭିଲା ବସି ବିନୟ ପତର ।’’
‘‘ଯେତେଦୂରେ ପତ୍ର ପଡ଼ିଥିଲେରେ ନବୀନା
ଚିହ୍ନିକି ନୁହଇ ଆନେ ବୃକ୍ଷ ନାମ କିନା
ବନ୍ଧୁ ତେମନ୍ତ ମୁଁ ତୋର
ସବୁଠାରେ କୁହାଉଛି ସୁନ୍ଦରୀ କୋୟର ।’’

(୮) କଳହଂସ କେଦାର – ଚାରି ପାଦରେ ଏକ ପଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ୧୨ । ପ୍ରତି ପାଦର ସପ୍ତମ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ବେଳେବେଳେ ୪ର୍ଥ ଧାଡ଼ି ଶେଷରେ ଗୋ, ରେ, ହେ ଆଦି ସମ୍ବୋଧନ ପଦସୂଚକ ବର୍ଣ୍ଣ ମଧ୍ଯ ଥାଏ ।
ଉଦାହରଣ – ‘ଅନନ୍ତ ମହେଶ୍ଵରେ’ ମୋ ପ୍ରାଣ ସାଇଁ
ବୋଲି ରାଜିବ ସଦା’ ଥବି ଅନାଇଁ
ଶିଖାଅ ମୋତେ ସଦା’ ଏ ପୁଣ୍ଯ ବ୍ରତ’
ତୋର ଆଶିଷେ ପୂରୁ’ ମୋ ମନୋରଥ’ । (ପଦ୍ମ – ମଧୁସୂଦନ ରାଓ)

(୯) ଚୋଖ୍ – ଚାରି ପାଦରେ ଏକପଦ ହୁଏ । ପ୍ରଥମ, ଦ୍ଵିତୀୟ ପାଦ ଦୁଇଟି ୨୯ ଅକ୍ଷର ବିଶିଷ୍ଟ । ତୃତୀୟ ପାଦ ୯ ଅକ୍ଷର ବିଶିଷ୍ଟ ଓ ଚତୁର୍ଥ ପାଦ ୧୩ ଅକ୍ଷର ବିଶିଷ୍ଟ । ପ୍ରଥମ ଓ ଦ୍ବିତୀୟ ପାଦର ଷଷ୍ଠ, ଅଷ୍ଟମ, ଚତୁର୍ଦ୍ଦଶ, ଷୋଡ଼ଶ, ଦ୍ୱାବିଂଶ, ଚତୁର୍ବିଂଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ତୃତୀୟ ପାଦର ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ଚତୁର୍ଥ ପାଦର ଷଷ୍ଠ ଓ ଅଷ୍ଟମ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ମନେରଖୁବାର ସହଜ ଉପାୟ –
ପ୍ରଥମ ଓ ଦ୍ୱିତୀୟ ପାଦର – ୬, ୮, ୧୪, ୧୬, ୨୨, ୨୪, ୨୯ ଅକ୍ଷର ଉପରେ ଯତିପାତ ।
ତୃତୀୟ ପାଦ – ୬, ୯ ଅକ୍ଷର ଉପରେ ଯତିପାତ ।
ଚତୁର୍ଥ ପାଦ – ୬, ୮, ୧୩ ଅକ୍ଷର ଉପରେ ଯତିପାତ।
ଉଦାହରଣ – ‘ବଧୂର ନୁହଇ’ ବୀର’ ବୋଇଲା ତହିଁ ଧୀ’ବର’
ଶୁଣିଲିଣି ପଥ’ରେ ପ’ଥର’ ଅବଳା’
ବାଲିପଡ଼ି ତୋ ଚରଣୁ’ ଆଶଙ୍କା ଉ’ପୁଜେ’ ଏଣୁ’
ନଉକା ନାୟିକା’ ହେଲେ’ ବୁଡ଼ି’ବ ଭେଳା’
ବୃତ୍ତି ଏ ମୋ ପୋଷେ’ କୁଟୁମ୍ବ”
ବସାଇ ନ ଦେବି’ ନାବେ ନ ଧୋଇ ପାଦ’ ।’’ (ବୈଦେହୀଶ ବିଳାସ – କବିସମ୍ରାଟ ଉପେନ୍ଦ୍ର ଭଞ୍ଜ)
‘‘ରସିକ ବିଚାର କରେ, ଦୀପଦାନ କୀର୍ତ୍ତିକରେ
ପ୍ରୟାଗେ ସ୍ନାନ ମକରେ ଯେହୁ ନ କରେ
ମିଶେ କି ସେ ଆଲୋକରେ, ଉତ୍ତମ ରାମା ଅଙ୍କରେ
ଘେନି ବସେ ପଲଙ୍କରେ କି ହିମକରେ
ପୂର୍ବେ ସେବିଥିଲେ ଶଙ୍କରେ
ସେ ଫଳୁ ଧରି ଉରଜ ଶ୍ରୀଫଳେ କରେ’’ (ରସିକ ହାରାବଳୀ – କବିସମ୍ରାଟ ଉପେନ୍ଦ୍ର ଭଞ୍ଜ)

(୧୦) ଆଷାଢ଼ ଶୁକ୍ଳବାଣୀ – ଛଅ ପାଦରେ ଏକ ପଦ ହୁଏ । ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ଓ ଷଷ୍ଠ ପାଦ ଏଗାର ଅକ୍ଷର ବିଶିଷ୍ଟ । ଏହି ପାଦଗୁଡ଼ିକର ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ପଞ୍ଚମ ପାଦଟି ଛଅ ଅକ୍ଷର ବିଶିଷ୍ଟ । ଏହାର ଶେଷ ଅକ୍ଷର ଉପରେ ଯତିପାତ ହୁଏ ।
ଉଦାହରଣ – ‘‘ଅନଳ ନୁହଇ ଦେହ ଦହଇ’
ଅସ୍ତ୍ର ନୁହଇ ମରମେ ଭେଦଇ’
ନୁହଇ ତ ଜଳ’ ବୁଡ଼ାଏ କୁଳ
ନୁହଇ ମାଦକ’ କରେ ବିହ୍ବଳ’
ନୁହଇ ବଡ଼ଶୀ
ବଳେ ମନ ମୀନ’ କିଏ ଆକର୍ଷି ।’’ (ବିଦଗ୍ଧ ଚିନ୍ତାମଣି – ଅଭିମନ୍ୟୁ ସାମନ୍ତ ସିଂହାର )
‘‘ଯେଣେ ଚାହିଁଲେ ତେଣେ ସେହି ଦିଶେ
ଚକ୍ଷୁ ବୁଜିଲେ ହୃଦରେ ପ୍ରକାଶେ
ନିଦ୍ରା ଅଇଲେ ସ୍ଵପନେ ଦେଖଇ
ଜାଗ୍ରତେ ଥିଲେ ଜ୍ଞାନ ହିଁ ନଥାଇ
କାୟ ମନୋବାକ୍ଯ
ତା ବିନେ ସାର ନଗଣେ ତ୍ରିଲୋକ ।’’
(ବିଦଗ୍ଧ ଚିନ୍ତାମଣି) – ଅଭିମନ୍ୟୁ ସାମନ୍ତସିଂହାର

(୧୧) ରସକୁଲ୍ୟା – ଛଅ ପାଦରେ ଏକ ପଦ ହୁଏ । ପ୍ରଥମ, ଦ୍ୱିତୀୟ ଓ ତୃତୀୟପାଦ ଏଗାର ଅକ୍ଷର ବିଶିଷ୍ଟ । ଏହି ତିନୋଟି ପାଦର ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ଚତୁର୍ଥ ପାଦ ବାର ଅକ୍ଷର । ଏହାର ଷଷ୍ଠ, ଏକାଦଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ପଞ୍ଚମ ପାଦ ନଅ ଅକ୍ଷର ବିଶିଷ୍ଟ । ଏହାର ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ଷଷ୍ଠ ପାଦ ଏକୋଇଶ ଅକ୍ଷର ବିଶିଷ୍ଟ । ଏହାର ଷଷ୍ଠ, ଦ୍ବାଦଶ, ଅଷ୍ଟାଦଶ, ବିଂଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।

ମନେରଖୁବାର ସହଜ ଉପାୟ–
୧ମ, ୨ୟ, ୩ୟ ପାଦ – ୬, ୧୧ ଅକ୍ଷର ଉପରେ ଯତିପାତ
୪ର୍ଥ ପାଦ – ୬, ୧୧, ୧୨ ଅକ୍ଷର ଉପରେ ଯତିପାତ
୫ମ ପାଦ – ୬, ୮, ୯ ଅକ୍ଷର ଅକ୍ଷର ଉପରେ ଯତିପାଦ
୬ଷ୍ଠ ପାଦ – ୬, ୧୨, ୧୮, ୨୦, ୨୧ ଅକ୍ଷର ଉପରେ ଯତିପାତ

ଉଦାହରଣ–
ବିଧାନ ହୋଇଛି ଯା ନାମ ସୀତା
ବର୍ଣ୍ଣନେ ଶୋଭା ଅତି ମଧୁରତା
ବୁଡ଼ି ନେତ୍ର ଅଜ ହେବ ପବିତ୍ର
ବିଶେଷେ କର୍ଷି ଦେଇ ହୃଦକ୍ଷେତ୍ର ସେ
ବୁଣିଲାଣି ସ୍ନେହ ବୀଜ ଯେ
ବିଚାରୁ ଏମନ୍ତ ଜନକ ସମ୍ମତି ଶୁଣିଲେ ସଖୀ ସମାଜ ଯେ— (ବୈଦେହୀଶ ବିଳାସ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ)

ବେଶକାରୀ ଡାକି ପୀଠେ ବସାଇ
ବେଶ ବିରଚିଲେ ଚିଉ ର ସାଇ
ବିମ୍ବ ଦେଖାଇଲେ ଛାମୁରେ କେହି
ବିମ୍ବାଧରୀ ଆଡ଼ମ୍ବରକୁ ବହି ସେ
ବିବନ୍ଧ କଲେ କୁନ୍ତଳ ଯେ
ବନ୍ଦୀ ହୋଇଲା ମର୍କ କୁ ବେଣୀରେ ବନ୍ଦୀ ହେବେ ମନମୀନେ ଯେ – (ବୈଦେହୀଶ ବିଳାସ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ)

ପାଠ୍ୟପୁସ୍ତକସ୍ଥ ନମୁନା ପ୍ରଶ୍ନବଳୀ ଓ ଉତ୍ତର

(କ) ଏକ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ । ପ୍ରଦତ୍ତ ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛ ।

Question 1.
‘‘ଅକ୍ଷର ଗଣିବ ହସ୍ତରେ । ତେବେ ସେ ଲେଖୁବ ପତରେ’’ – ଏହା କେଉଁ କବିଙ୍କ ରଚନା?
(କ) ସାରଳା ଦାସ
(ଖ) ଉପେନ୍ଦ୍ର ଭଞ୍ଜ
(ଗ) ଭକ୍ତଚରଣ ଦାସ
(ଘ) ଦୀନକୃଷ୍ଣ ଦାସ
Answer:
(ଘ) ଦୀନକୃଷ୍ଣ ଦାସ

Question 2.
କବିତାର ଧାଡ଼ିକୁ କ’ଣ କହନ୍ତି?
(କ) ପାଦ
(ଖ) ପଦ
(ଗ) ଶବ୍ଦ
(ଘ) ଅକ୍ଷର
Answer:
(କ) ପାଦ

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 3.
କେଉଁଟି ଏକ ରାଗର ନାମ?
(କ) ଛାନ୍ଦମାଳା
(ଖ) ମାଳବଗୌଡ଼ା
(ଗ) ମାଳବ
(ଘ) ମେଳକ
Answer:
(ଖ) ମାଳବଗୌଡ଼ା

Question 4.
ନବାକ୍ଷରୀ ବୃତ୍ତର ଅନ୍ୟନାମ କ’ଣ?
(କ) ଚକ୍ରକେଳି
(ଖ) ରସକୁଲ୍ୟା
(ଗ) ଗୁଜ୍ଜରୀ
(ଘ) ମାଳାଶ୍ରୀ
Answer:
(ଗ) ଗୁଜ୍ଜରୀ

Question 5.
ମିତ୍ରାକ୍ଷର ଛନ୍ଦ କେତେ ଭାଗରେ ବିଭକ୍ତ?
(କ) ଦୁଇ
(ଖ) ତିନି
(ଗ) ଛଅ
(ଘ) ଚାରି
Answer:
(କ) ଦୁଇ

Question 6.
‘ନଟବାଣୀ’ କି ପ୍ରକାର ଛନ୍ଦ?
(କ) ଅମିତ୍ରାକ୍ଷର ଛନ୍ଦ
(ଖ) ବିଷମଛନ୍ଦ
(ଗ) ସମଚ୍ଛନ୍ଦ
(ଘ) ଏଥରୁ କେଉଁଟି ନୁହେଁ
Answer:
(ଗ) ସମଚ୍ଛନ୍ଦ

Question 7.
ଚୋଖ୍ ଛନ୍ଦରେ ପ୍ରତି ପଦରେ କେତେ ପାଦ ଥାଏ?
(କ) ଚାରି
(ଖ) ପାଞ୍ଚ
(ଗ) ଦୁଇ
(ଘ) ଛଅ
Answer:
(କ) ଚାରି

Question 8.
କେଉଁଟି ବିଷମଛନ୍ଦ ନୁହେଁ?
(କ) ରସ୍‌କୁଲ୍ଯା
(ଖ) ବଙ୍ଗଳାଶ୍ରୀ
(ଗ) ଚୋଖ୍
(ଘ) ଶଙ୍କରାଭରଣ
Answer:
(ଖ) ବଙ୍ଗଳାଶ୍ରୀ

Question 9.
ରାଧାନାଥଙ୍କ ‘ଚିଲିକା’ କେଉଁ ଛନ୍ଦରେ ରଚିତ?
(କ) ଚକ୍ରକେଳି
(ଖ) ବଙ୍ଗଳାଶ୍ରୀ
(ଗ) ଚୋଖ୍
(ଘ) ନଟବାଣୀ
Answer:
(ଘ) ନଟବାଣୀ

Question 10.
ଓଡ଼ିଆ କାବ୍ୟକବିତାରେ ବ୍ୟବହୃତ କେଉଁ ଛନ୍ଦଟି ପାରମ୍ପରିକ ନୁହେଁ?
(କ) ଚକ୍ରକେଳି
(ଖ) ଅମିତ୍ରାକ୍ଷର
(ଗ) ନବାକ୍ଷରୀ
(ଘ) ରସକୁଲ୍ଯା
Answer:
(ଖ) ଅମିତ୍ରାକ୍ଷର

(ଖ) ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ । (୧ ନମ୍ବର ବିଶିଷ୍ଟ)

Question 1.
ଛନ୍ଦ କହିଲେ କ’ଣ ବୁଝ ?
Answer:
ପଦ୍ୟ ବା କବିତାରଚନାର ଶୃଙ୍ଖଳା ହେଉଛି ଛନ୍ଦ ।

Question 2.
ଛନ୍ଦର ପ୍ରତିଶବ୍ଦ କ’ଣ?
Answer:
ଛନ୍ଦର ପ୍ରତିଶବ୍ଦ ହେଉଛି ବୃତ୍ତ ।

Question 3.
ଛନ୍ଦ ଓ ଛାନ୍ଦ ଭିତରେ କି ପାର୍ଥକ୍ୟ ରହିଛି?
Answer:
ଛନ୍ଦ ହେଉଛି ପଦ୍ୟ ରଚନାର ଶୃଙ୍ଖଳା, ଛନ୍ଦଦ୍ୱାରା କବିତା ଆବଦ୍ଧ ହେଲେ ଛନ୍ଦ ହୁଏ ।

Question 4.
କବିତାର ପାଦ ଓ ପଦ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଦୁଇ ବା ତତୋଽଧୂକ ଧାଡ଼ି ପୂର୍ବଭାବ ବ୍ୟକ୍ତକଲେ ତାହାକୁ ପଦ କୁହାଯାଏ । ମାତ୍ର ପଦ୍ୟ ବା କବିତାର ପ୍ରତିଟି ଧାଡ଼ି ହେଉଛି ପାଦ ।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 5.
ଯତିପାତ କ’ଣ?
Answer:
କବିତା ଆବୃତ୍ତି କରିବା କାଳର ବିରାମ ହେଉଛି ଯତିପାତ ।

Question 6.
କେଉଁ ଛନ୍ଦର ଅନ୍ୟନାମ ବିଭାସକେଦାର?
Answer:
ନଟବାଣୀ ଛନ୍ଦର ଅନ୍ୟନାମ ବିଭାସକେଦାର ।

Question 7.
ଅକ୍ଷର ଓ ମାତ୍ରାକୁ ଭିତ୍ତିକରି କେତେ ପ୍ରକାର ଓ କ’ଣ କ’ଣ ଛନ୍ଦ ହୁଏ?
Answer:
ଅକ୍ଷର ଓ ମାତ୍ରାକୁ ଭିଭିକରି ଛନ୍ଦ ଦୁଇପ୍ରକାର । ଯଥା – ମିତ୍ରାକ୍ଷର ଛନ୍ଦ ଓ ଅମିତ୍ରାକ୍ଷର ଛନ୍ଦ । ମିତ୍ରାକ୍ଷର ସମଚ୍ଛନ୍ଦ ଓ ବିଷମଚ୍ଛନ୍ଦ ଭେଦରେ ଦୁଇଭାଗରେ ବିଭକ୍ତ ।

Question 8.
ଗୁଜରୀ ଛନ୍ଦର ଲକ୍ଷଣ କ’ଣ?
Answer:
ପ୍ରତିପାଦରେ ନଅ ଅକ୍ଷର ଥ‌ିବା ଦୁଇ ପାଦରେ ସମ୍ପୂର୍ଣ୍ଣ ହେଉଥ‌ିବା ଛନ୍ଦ ହେଉଛି ଗୁଜ୍ଜରୀଛନ୍ଦା ।

Question 9.
ଗୁଜରୀ ଛନ୍ଦକୁ କାହିଁକି ଭାଗବତବୃତ୍ତ କୁହାଯାଏ?
Answer:
ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଏଇ ଛନ୍ଦରେ ରଚିତ ହୋଇଥିବାରୁ ଗୁଜରୀ ଛନ୍ଦର ନାମ ଭାଗବତ ବୃତ୍ତ କୁହାଯାଏ ।

Question 10.
ସମଛନ୍ଦ କ’ଣ?
Answer:
ଦୁଇ ବା ଚାରିଚରଣ ବିଶିଷ୍ଟ ପଦର ପ୍ରତିପାଦର ଅକ୍ଷର ସଂଖ୍ୟା ସମାନ ରହିଲେ ସମଚ୍ଛନ୍ଦ ହୁଏ ।

Question 11.
ବିଷମ ଛନ୍ଦର ବୈଶିଷ୍ଟ୍ୟ ଦର୍ଶାଅ ।
Answer:
ପାଦ ଓ ଅକ୍ଷର ସଂଖ୍ୟା ଅସମାନ ଥୁବା ଛନ୍ଦ ହେଉଛି ବିଷମ ଛନ୍ଦ ।

Question 12.
ଗୋଟିଏ ସମଚ୍ଛନ୍ଦର ନାମ ଉଲ୍ଲେଖ କର ।
Answer:
‘ନଟବାଣୀ’ ସମଚ୍ଛନ୍ଦର ଏକ ଦୃଷ୍ଟାନ୍ତ ।

Question 13.
ଶଙ୍କରାଭରଣ କି ପ୍ରକାର ଛନ୍ଦ?
Answer:
ଶଙ୍କରାଭରଣ ହେଉଛି ସମଚ୍ଛନ୍ଦ ।

Question 14.
ଅମ୍ରିତାକ୍ଷର ଛନ୍ଦର ଲକ୍ଷଣ ସୂଚାଅ ।
Answer:
ପଦର ପ୍ରାନ୍ତ ମିଳନ ନଥ‌ିବା ଅଣପାରମ୍ପରିକ ଛନ୍ଦ ହେଉଛି ଅମିତ୍ରାକ୍ଷର ଛନ୍ଦ ।

Question 15.
ବଙ୍ଗଳାଶ୍ରୀ ଛନ୍ଦର କେଉଁ କେଉଁ ଅକ୍ଷରରେ ଯତିପାତ ହୁଏ?
Answer:
ବଙ୍ଗଳାଶ୍ରୀର ଯତିପାତ କ୍ରମ ହେଉଛି –
୬ + ୬ + ୬ + ୨
୬ + ୬ + ୬ + ୨

Question 16.
ଉତ୍କଳ କମଳା ବିଳାସ ଦୀର୍ଘକା
ମରାଳ ମାଳିନୀ ନୀଳାମ୍ବୁ ଚିଲିକା – ଏହା କି ପ୍ରକାର ଛନ୍ଦରେ ରଚିତ?
Answer:
ଉତ୍କଳ କମଳା ବିଳାସ ଦୀର୍ଘକା । ମରାଳମାଳିନୀ ନୀଳାମ୍ବୁ ଚିଲିକା ।
ଏହା ନଟବାଣୀ ଛନ୍ଦରେ ରଚିତ ।

Question 17.
ଚୋଖ୍ ଛନ୍ଦର ପାଦ ସଂଖ୍ୟା କେତେ?
Answer:
ଚୋଖ୍ ଛନ୍ଦରେ ଚାରିପାଦ ଥାଏ ।

Question 18.
କବିସୂର୍ଯ୍ୟ ବଳଦେବ ରଥଙ୍କର ‘ସର୍ପଜଣାଣ’ କବିତାଟି କେଉଁ ଛନ୍ଦରେ ରଚିତ?
Answer:
ପ୍ରଶ୍ନଟି ପାଠ୍ୟ ପ୍ରସଙ୍ଗ ବହିର୍ଭୂତ ।

Question 19.
ସାମ୍ପ୍ରତିକ କବିତାରେ ମୁଖ୍ୟତଃ କେଉଁ ଛନ୍ଦ ବ୍ୟବହୃତ ହେଉଛି?
Answer:
ସାଂପ୍ରତିକ କବିତାରେ ମୁଖ୍ୟତଃ ମୁକ୍ତଛନ୍ଦ ବ୍ୟବହୃତ ହେଉଛି ।

Question 20.
ରସକୁଲ୍ୟା ଛନ୍ଦର ଯତିପାତ ନିୟମ ଲେଖ ।
Answer:
ରସକୁଲ୍ୟା ଛନ୍ଦର ଯତିପାତ ନିୟମ – ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।

(ଗ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । (୫ ନମ୍ବର ବିଶିଷ୍ଟ)

Question 1.
ମିତ୍ରାକ୍ଷର ଓ ଅମିତ୍ରାକ୍ଷର ଛନ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ଦୃଷ୍ଟାନ୍ତ ସହ ବୁଝାଇ ଦିଅ ।
Answer:
ମିତ୍ରାକ୍ଷର ଛନ୍ଦ – ଯେଉଁ ସବୁ ଛନ୍ଦରେ ପ୍ରାନ୍ତ ମିଳନ ଥାଏ, ତାହାକୁ ମିତ୍ରାକ୍ଷର କହନ୍ତି । ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଯଥା – ସମଛନ୍ଦ ଓ ବିଷମଛନ୍ଦ ।
ଗୁଜ୍ଜରୀ, ଚକ୍ରକେଳି, ନଟବାଣୀ, ବଙ୍ଗଳାଶ୍ରୀ, ଇତ୍ୟାଦି ଏହି ଶ୍ରେଣୀର ଅଟନ୍ତି ।
ଉଦାହରଣ – ମୁଁ ଅଧିକ ଯେ ଲୋଡ଼ନ୍ତି । ଚୋର ସମାନେ ଦଣ୍ଡପା’ନ୍ତି ।
ଏଠାରେ ‘ଛି’ ଓ ‘ନ୍ତ’ ପ୍ରାନ୍ତମେଳ । ତେଣୁ ଯତିପାତ ଠିକ୍ ଅଛି ।
ଅମିତ୍ରାକ୍ଷର ଛନ୍ଦ – ଯେଉଁ ପଦରେ ପ୍ରାନ୍ତ ମିଳନ ନଥାଏ, ତାହାକୁ ଅମିତ୍ରାକ୍ଷର ଛନ୍ଦ କୁହାଯାଏ । ଏହାର ଯତିପାତରେ ମଧ୍ୟ ସେଭଳି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ଆବୃତ୍ତି କଲାବେଳେ ପାଠକ ନିଜ ସୁବିଧା ଅନୁସାରେ ଯତି ପକାଇଥାଏ ।
ଉଦାହରଣ–
୧ – ‘ସତେ ହୋଇଥା’ତି ଯେବେ ନୃପତି ନନ୍ଦିନୀ
୨ – ଥାଆନ୍ତା ଶକତି ମମ ଥାଆନ୍ତା ବିଭବ
୩ – କହନ୍ତି ପରାଣେ ପଣ ନାରୀ ଶିକ୍ଷା ଲାଗି
୪ – ବସାନ୍ତି ନାଳନ୍ଦା ସମ ମହାବିଦ୍ୟାଳୟ ।
ଏଇ ଚାରିପାଦ ବିଶିଷ୍ଟ ଛନ୍ଦର କୌଣସିଟି ପାଦରେ ପ୍ରାନ୍ତମେଳ ରହୁନାହିଁ, ଏଣୁ ଏହା ବିଷମଛନ୍ଦ ।

Question 2.
ସମଛନ୍ଦ ଓ ବିଷମଛନ୍ଦ ମଧ୍ୟରେ ଥ‌ିବା ପାର୍ଥକ୍ୟ ସଦୃଷ୍ଟାନ୍ତ ବୁଝାଅ ।
Answer:
‘ସମଛନ୍ଦ – ଦୁଇ ବା ଚାରିପାଦ ବିଶିଷ୍ଟ ପଦର ପ୍ରତି ପାଦରେ ଅକ୍ଷର ସଂଖ୍ୟା ସମାନ ହେଲେ ତାହାକୁ ସମଛନ୍ଦ କୁହାଯାଏ । ଗୁଜରି, ଚକ୍ରକେଳି, ବଙ୍ଗଳାଶ୍ରୀ ଇତ୍ୟାଦି ଏହାର ଦୃଷ୍ଟାନ୍ତ ।
ବିଷମଛନ୍ଦ – ପାଦର ଅକ୍ଷର ସଂଖ୍ୟା ସମାନ ନଥୁଲେ ତାହାକୁ ବିଷମ ଛନ୍ଦ କୁହାଯାଏ । ଚୋଖ୍, ଶଙ୍କରାଭରଣ, ରସକୁଲ୍ୟା ପ୍ରଭୃତି ଏହାର ଦୃଷ୍ଟାନ୍ତ ।

Question 3.
ଚକ୍ରକେଳି ଛନ୍ଦର ଉଦାହରଣ ଦେଇ ତାର ଲକ୍ଷଣ ଉଲ୍ଲେଖ କର ।
Answer:
ଚକ୍ରକେଳି ଛନ୍ଦ – ଏହି ଛନ୍ଦରେ ଦୁଇ ପାଦରେ ଏକ ପଦ ହୁଏ । ପ୍ରତି ପାଦରେ ଅକ୍ଷର ସଂଖ୍ୟା ଏଗାର । ଏହାର ପ୍ରତିପାଦର ଷଷ୍ଠ ଅକ୍ଷର ଓ ଶେଷ ଅକ୍ଷରରେ ଯତିପାତ ହୋଇଥାଏ । ଯଥା –
ଜୟ ଗୋବିନ୍ଦ ଗୋ’କୁଳ ସୁନ୍ଦର’ ।
ଜୟ ରାମ ଅନୁ’ଜ ଦାମୋଦର’ । (ମଥୁରା ମଙ୍ଗଳ) – ଭକ୍ତ ଚରଣ ଦାସ
‘‘ଆହେ ଦୟାମୟ’ ବିଶ୍ଵବିହାରୀ’
ଘେନ ଦୟାବହି’ ମୋର ଗୁହାରୀ’’ (ପ୍ରାର୍ଥନା) (ରାମକୃଷ୍ଣ ନନ୍ଦ)
ଯତିପାତ କ୍ରମ : ୬ + ୫ = ୧୧
୬ + ୫ = ୧୧ ।

Question 4.
ରସକୁଲ୍ୟା ଓ ଆଷାଢ଼ ଶୁକ୍ଳ ଛନ୍ଦର ପାର୍ଥକ୍ୟ ସଦୃଷ୍ଟାନ୍ତ ବୁଝାଇଦିଅ ।
Answer:
ରସକୁଲ୍ୟା ; ଏହି ଛନ୍ଦରେ ଛଅ ପାଦରେ ଏକ ପଦ ହୁଏ । ଏହାର ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପାଦର ଅକ୍ଷର ସଂଖ୍ୟା ଏଗାର । ଏଗୁଡ଼ିକରେ ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ଏହାର ପଞ୍ଚମ ପାଦ ଆଠ ଅକ୍ଷର ଓ ଶେଷପାଦ ୨୧ ଅକ୍ଷର ବିଶିଷ୍ଟ ।
ଯଥା—
ବିଭୂଷଣ ପୁଷ୍ପ’ ଯା କାନ୍ତି ଜାଣ’
ବିଭୂଷଣ କରି’ କନ୍ୟାକୁ ଆଣ’
ବାରଣ ଶିରେ ପ’ଦ ଦେଇ ଆସୁ’
ବରଣ କରି ରା’ମ ମନ ତୋଷୁ’ ସେ
ବୋଳି ଦେଲେ କଉ’ଶିକୁ’ ଯେ,
ବୋଳିଦେଲା ପ୍ରାୟେ’ ଗୋଳି ଚନ୍ଦନକୁ’ ହୋଇଲେ ରଘୁବଂ’ଶିକ ଯେ ।
ଆଷାଢ଼ଶୁକ୍ଳ : ଏହା ଛଅ ପାଦରେ ଏକ ପଦ ହୋଇଥାଏ । ଏହାର ପ୍ରଥମ, ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ଷଷ୍ଠ ପାଦ ଏଗାର ଅକ୍ଷର ବିଶିଷ୍ଟ । ଏଗୁଡ଼ିକର ପଞ୍ଚମ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ । ପଞ୍ଚମ ପାଦଟି ଛଅ ଅକ୍ଷର ବିଶିଷ୍ଟ ଓ ଏହାର ଶେଷ ଅକ୍ଷରରେ ଯତିପାତ ହୁଏ । ଯଥା –
ଅନଳ ନୁହ’ଇ ଦେହ ଦହଇ’
ଅସ୍ତ୍ର ନୁହଇ’ ମରମ ଭେଦଇ’
ନୁହଇ ତ ଜ’ଳ ବୁଡ଼ାଏ କୁଳ’
ନୁହଇ ମାଦ’କ କରେ ବିହ୍ବଳ’
ନୁହଇ ବଡ଼ଶୀଗା’
ବଳେ ମନ ମୀ’ନ ନିଏ ଆକର୍ଷି’ । (ବିଦଗ୍‌ଧ ଚିନ୍ତାମଣି) – ଅଭିମନ୍ୟୁ ସାମନ୍ତସିଂହାର

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

Question 5.
ଦୃଷ୍ଟାନ୍ତ ସହ ‘ଚୋଖ୍’ର ବିଶେଷତ୍ଵ ବର୍ଣ୍ଣନା କର ।
Answer:
ଚୋଖ୍ – ଏଥରେ ଚାରିପାଦରେ ଏକ ପଦ ହୋଇଥାଏ । ପ୍ରଥମ ଓ ଦ୍ବିତୀୟ ପାଦ ଅଣତିରିଶ ଅକ୍ଷର ବିଶିଷ୍ଟ, ତୃତୀୟ ପାଦ ନଅ ଅକ୍ଷର ବିଶିଷ୍ଟ । ଚତୁର୍ଥ ପାଦ ତେର ଅକ୍ଷର ବିଶିଷ୍ଟ । ପ୍ରଥମ ଦୁଇଟି ପାଦର ଷଷ୍ଠ, ଅଷ୍ଟମ, ଚତୁର୍ଦ୍ଦଶ, ଷୋଡ଼ଶ, ଦ୍ୱାବିଂଶ, ଚତୁର୍ବିଂଶ ଓ ଶେଷ ଅକ୍ଷରରେ ଯତିପାତ ହୋଇଥାଏ । ତୃତୀୟ ପାଦରେ ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ଚତୁର୍ଥ ପାଦରେ ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷରରେ ଯତିପାତ ହୁଏ ।
– ତୁହି ମା’ ଜନମ’ ଭୂମି’ ପବିତ୍ର ଭାରତ’ ଭୂମି’
ତୋହର ସନ୍ତାନ’ ଆମ୍ଭେ’ ଅର୍ବୁ ସରବେ’
ତୋର ଶ୍ରୀ ଚରଣେ’ ସେବା’ ପାଇଁ ମନ ପ୍ରାଣ’ ଦେବା’
ଗାଇବା ତୋହର’ ନାମ’ ଆନନ୍ଦ ରବେ’
ତୋ ଆନନ୍ଦେ ହୋଇ’ ବା ସୁଖୀ’
କାନ୍ଦିବା ଦୁଃଖରେ’ ତୋର’ ହୋଇଣ ଦୁଃଖୀ’ (ଜନ୍ମଭୂମି) – ମଧୁସୂଦନ ରାଓ
ଏହାର ଯତିପାତକ୍ରମ ହେଉଛି –
୬ + ୨ + ୬ + ୨ + ୬ + ୨ + ୫
୬ + ୨ + ୬ + ୨ + ୬ + ୨ + ୫
୬ + ୩
୬ + ୨ + ୫

+2 1st Year Odia Optional Chapter 5 ବ୍ୟାକରଣ ବିଭାଗ Summary

ବାକ୍ୟର ପ୍ରକାରଭେଦ ଓ ପରିବର୍ତ୍ତନ

(କ) ବାକ୍ୟ ସଂଜ୍ଞା ଓ ସ୍ଵରୂପ:
ସମଗ୍ର ବିଶ୍ଵରେ ମଣିଷ ଏକମାତ୍ର ଜୀବ ଯେକି ଆପଣାର ମନର ଭାବନାକୁ ମୁଖର ଭାଷାରେ ପ୍ରକାଶ କରିପାରେ । ତେବେ ଆପଣାକୁ ପ୍ରକାଶିତ କରିବାର ସର୍ବପ୍ରଧାନ ଉପାଦାନ ହେଲା ବାକ୍ୟ । ପ୍ରତିଟି ବାକ୍ୟ ଗୋଟିଏ ଗୋଟିଏ ସାର୍ଥକ ଓ ସ୍ଵାଧୀନ ଉକ୍ତି । ସାର୍ଥକ କହିବାର ଉଦ୍ଦେଶ୍ୟ ହେଲା ଏଗୁଡ଼ିକ ନିଜେ ନିଜେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥପ୍ରକାଶ କରିବାକୁ ସମର୍ଥ । ଏହି ବାକ୍ୟରେ ବ୍ୟବହୃତ ପଦସମୂହକୁ ମନଇଚ୍ଛା ପରିବର୍ତ୍ତନ କଲେ ବା ଭାଙ୍ଗିଲେ ବାକ୍ୟଟି ଆଦୌ ସୁନ୍ଦର ହେବ ନାହିଁ । ତେଣୁ ମନେ ରଖୁବାକୁ ହେବ, କେତେଗୁଡ଼ିଏ ପଦ ମିଳିତ ହୋଇ ମନର ପୂର୍ଣଭାବକୁ ସ୍ଵୟଂ ସମ୍ପୂର୍ଣ୍ଣଭାବେ ପ୍ରକାଶ କଲେ ତାହାହିଁ ବାକ୍ୟ ପଦବାଚ୍ୟ ହୁଏ । ସାଧାରଣତଃ ଏକ ବିଶୁଦ୍ଧ ବାକ୍ୟରେ ତିନିଗୋଟି ଲକ୍ଷଣ ଦେଖାଯାଏ; ଯଥା – (କ) ଆକାଙ୍‌କ୍ଷା, (ଖ) ଯୋଗ୍ୟତା, (ଗ) ଆସରି

I. ଆକାଙ୍‌କ୍ଷା
ପୂର୍ଣ୍ଣ ଅର୍ଥବୋଧ ନିମିତ୍ତ ଯଦି ଅନ୍ୟ ପଦ ସହ ମିଳିତ ହେବାପାଇଁ ଅପେକ୍ଷା ରଖେ ତାହାହିଁ ଆକାଙ୍‌କ୍ଷା ।

ଉଦାହରଣ ସ୍ଵରୂପ:

  • ବୃକ୍ଷଟି ବାତ୍ୟାଦ୍ୱାରା,
  • ଅନ୍ଧକାର ରାତ୍ରିରେ ପଥୁକଟି,
  • ଜୀବନରେ ଅନେକ

II. ଯୋଗ୍ଯତା
ବାକ୍ୟରେ ବ୍ୟବହୃତ ହେଉଥ‌ିବା ଶବ୍ଦ ଶବ୍ଦ ମଧ୍ୟରେ ଅର୍ଥଗତ ସମ୍ବନ୍ଧ ଥାଏ । ସମ୍ବନ୍ଧ ନ ରହିଲେ ତାହା ଯଥାର୍ଥ ବାକ୍ୟରୂପ ନିଏ ନାହିଁ ।

ଦୃଷ୍ଟାନ୍ତ ସ୍ଵରୂପ:

  • ଘରଟି ଦଉଡୁ ଅଛି ।
  • ସେ ନିଆଁ ପିଇଲା ।
  • ଗଧ ପର୍ବତରେ ଉଡୁଅଛି ।

ଯଦିଓ ଏହା ଗୋଟିଏ ବାକ୍ୟ; କିନ୍ତୁ ପୂର୍ବ ଅର୍ଥବୋଧ ନୁହେଁ । ବାକ୍ୟଟି ନିମ୍ନୋକ୍ତ ପ୍ରାୟ ହେଲେ ତାହାହିଁ ଯଥାର୍ଥରେ ବାକ୍ୟ ପଦବାଚ୍ୟ ହେବ ।

  • ଘରଟି ଛପର ହେଉଅଛି ।
  • ସେ ନିଆଁ ଲଗାଇଲା ।
  • ଗଧ ପର୍ବତ ଉପରକୁ ଉଠିବାକୁ ଚେଷ୍ଟା କରୁଅଛି ।

[ବି.ଦ୍ର – ସ୍ଥଳବିଶେଷରେ ଦୈବୀଶକ୍ତି ସୂଚନା କରିବାପାଇଁ ଯୋଗ୍ୟତା ଅଭାବରେ ଅସମ୍ଭବ ସମ୍ଭାବନାରେ ମଧ୍ୟ ବାକ୍ୟ ହୋଇଥାଏ ।]

ଉଦାହରଣ ସ୍ଵରୂପ:
ଭଗବାନଙ୍କ ଦୟାରେ ପଙ୍ଗୁ ପର୍ବତ ଲଙ୍ଘନ କରିପାରେ ଓ ଅନ୍ଧ ସବୁ ଦେଖୁପାରେ ।

III. ଆସଭି
ଗୋଟିଏ ବାକ୍ୟରେ ଏକ ପଦ ପାଖରେ ଅନ୍ୟପଦର ଉଚିତ ବସାଣ ବା ପ୍ରକୃଷ୍ଟ ବସାଣହିଁ ଆସରି ନାମରେ ପରିଚିତ । ଏ ବାକ୍ୟଟି ଶ୍ରବଣଦ୍ୱାରା ମଣିଷର ଜ୍ଞାନର ଧାରା କ୍ରମଶଃ ବୃଦ୍ଧି ପାଏ । ପରବର୍ତ୍ତୀ ପଦ କ’ଣ ହେବା ଉଚିତ, ସେ ଜାଣିନିଏ । ତେଣୁ ପଦ ପରେ ଯେଉଁପଦ ବସିଥାଏ, ତା’ର ଉପଯୁକ୍ତ ବିନ୍ୟାସପାଇଁ ଲାଗିପଡ଼େ ।

ଦୃଷ୍ଟାନ୍ତ ସ୍ଵରୂପ:

  • ଗୁଣ ବିଶିଷ୍ଟ ସୃଷ୍ଟି ବିଶ୍ୱସ୍ରଷ୍ଟା ବିଭିନ୍ନ ବିଭିନ୍ନ ବ୍ୟକ୍ତିଙ୍କୁ କରିଅଛନ୍ତି ।
  • ନକରେ ପୁତ୍ର କୁଳାଙ୍ଗାର ଭକ୍ତ ତାକୁ ପିତାମାତାଙ୍କୁ ଯେଉଁ ବୋଲିବାକୁ ହେବ ।

ଏହାର ଯଥାର୍ଥ ଉତ୍ତର ହେବ:

  • ବିଶ୍ୱସ୍ରଷ୍ଟା ବିଭିନ୍ନ ବିଭିନ୍ନ ଗୁଣବିଶିଷ୍ଟ ବ୍ୟକ୍ତିଙ୍କୁ ସୃଷ୍ଟି କରିଅଛନ୍ତି ।
  • ଯେଉଁ ପୁତ୍ର ପିତାମାତାଙ୍କୁ ଭକ୍ତି ନ କରେ ତାଙ୍କୁ କୁଳାଙ୍ଗାର ବୋଲିବାକୁ ହେବ ।

ବାକ୍ୟ ମଧ୍ଯରେ ପଦବିନ୍ୟାସର ସାଧାରଣ ନିୟମ;
ନିୟମ: ‘‘ସାଧାରଣତଃ କର୍ରାପଦ ବାକ୍ୟର ଆରମ୍ଭରେ ଓ ସମାପିକା କ୍ରିୟା ଶେଷରେ ଥାଏ ।’’

ଉଦାହରଣ: ରାମ ଭାତ ଖାଇ ସ୍କୁଲକୁ ଗଲା ।
ତେବେ ପ୍ରଶ୍ନ ଉଠେ, ବାକ୍ୟ ସାଧାରଣତଃ କେତେ ପ୍ରକାର?

(ଖ) ବାକ୍ୟର ପ୍ରକାର ଭେଦ:
ବାକ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ଯଥା – ଗଠନଗତ ଓ ଭାବ ବା ପ୍ରକାର୍ଯ୍ୟଗତ ।
ଗଠନଗତ ଦୃଷ୍ଟିରୁ ବାକ୍ୟ ସାଧାରଣତଃ ତିନି ପ୍ରକାରର; ଯଥା –

  • ସରଳ,
  • ଯୌଗିକ,
  • ଜଟିଳ

ଭାବ ବା ପ୍ରକାର୍ଯ୍ୟଗତ ଦୃଷ୍ଟିରୁ ବାକ୍ୟ ଚାରି ପ୍ରକାର । ଯଥା – ବିବୃତିସୂଚକ, ଆଦେଶସୂଚକ, ପ୍ରଶ୍ନସୂଚକ ଓ ବିସ୍ମୟସୂଚକ ।

ବାକ୍ୟର ଗଠନଗତ ପ୍ରକାରଭେଦ

(୧) ସରଳ ବାକ୍ୟ (Simple Sentence)
ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥାଏ, ତାହା ‘ସରଳ ବାକ୍ୟ’ ନାମରେ ନାମିତ ।
ଉଦାହରଣ :

  • ସେ ଭୁବନେଶ୍ଵର ଗଲେ ।
  • ରାମ ଭାତ ଖାଇ ଶୋଇଲା ।

(୨) ଯୌଗିକ ବାକ୍ୟ (Compound Sentence)
ଦୁଇ ବା ତତୋଽଧ୍ଵ ପରସ୍ପର ନିରପେକ୍ଷ ସରଳ ବାକ୍ୟର ସଂଯୋଗରେ ଯେଉଁ ବାକ୍ୟ ଗଠିତ ହୋଇଥାଏ, ତାହାକୁ ଯୌଗିକ ବାକ୍ୟ କହନ୍ତି ।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

ଉଦାହରଣ :
ସକାଳ ହେଲା, ସୂର୍ଯ୍ୟ ଉଦିତ ହେଲେ ଏବଂ ପକ୍ଷୀମାନେ ମଧୁର କାକଳିରେ ସକାଳକୁ ସ୍ଵାଗତ କଲେ ।
ସାଧାରଣତଃ ଯୌଗିକ ବାକ୍ୟରେ ସରଳ ବାକ୍ୟଗୁଡ଼ିକ ‘କିନ୍ତୁ’ ଓ ‘ଏବଂ’ ଅବ୍ୟୟ ପଦଦ୍ୱାରା ସଂଯୁକ୍ତ ହୋଇଥା’ନ୍ତି ।

ଅନ୍ୟ ଗୋଟିଏ ଦୃଷ୍ଟାନ୍ତ :
ମୁଁ ହାଟକୁ ଗଲି ଓ ପରିବା ଆଣିଲି । ତା’ପରେ ଭାତ ଖାଇ କଲେଜ ଗଲି ।

(୩) ଜଟିଳ ବାକ୍ୟ (Complex sentence):
ପରସ୍ପର ସାପେକ୍ଷ ଦୁଇ ବା ତତୋଽକ ଖଣ୍ଡ ବାକ୍ୟ ମିଳନରେ ଯେଉଁ ବାକ୍ୟ ଗଢ଼ା ହୋଇଥାଏ, ତାହାକୁ ଜଟିଳ ବାକ୍ୟ କହନ୍ତି । ଏହି ଜଟିଳ ବାକ୍ୟରେ ଗୋଟିଏ ପ୍ରଧାନ ବାକ୍ୟ (Principal Clause) ଥାଏ ଓ ଅନ୍ୟଗୁଡ଼ିକ ଅପ୍ରଧାନ ଖଣ୍ଡବାକ୍ୟ (Subordinate Clause) ସେହି ପ୍ରଧାନ ବାକ୍ୟକୁ ଆଶ୍ରୟ କରି ରହିଥା’ନ୍ତି ।

ଦୃଷ୍ଟାନ୍ତ :

  • କେହି ସୁଦ୍ଧା ସ୍ବପ୍ନରେ ଭାବି ନଥିଲେ, ଶ୍ରୀଜଗନ୍ନାଥର ଦେଶ ମହାବାତ୍ୟାରେ ସମ୍ମୁଖୀନ ହୋଇ ଏପରି ଶ୍ରୀହୀନ ହେବ ।
  • ସାଧାରଣତଃ ଅନ୍ୟର ମଙ୍ଗଳପାଇଁ ଯାହାର ଚିନ୍ତା ଓ ଚେତନା, ତାକୁ ଭଗବାନ୍ ସାହାଯ୍ୟ କରନ୍ତି ।
  • ସୁକର୍ମ କୁରଥିବା ବ୍ୟକ୍ତି ଶ୍ରୀମଦ୍ ଭଗବଦ୍ ଗୀତା ଅନୁଯାୟୀ ନିଜ କର୍ମଫଳ ଉପରେ ଆଶା ରଖୁବା ଉଚିତ ନୁହେଁ ।

(୪) ମିଶ୍ର ବାକ୍ୟ (Mixed Sentence):
ଯେଉଁ ବାକ୍ୟରେ ଯୌଗିକ, ସରଳ, ଜଟିଳ, ସବୁ ଧରଣର ବାକ୍ୟ ମିଶିକରି ରହିଥାଏ, ତାକୁ ‘ମିଶ୍ର ବାକ୍ୟ’ କୁହାଯାଏ ।

ଉଦାହରଣ ସ୍ଵରୂପ:
ଯେତେବେଳେ ଦ୍ରୋଣ ଜାଣିଲେ ବିଚାର ନକରି ଏକଲବ୍ୟ ନିରୀହ କୁକୁରଟିର ମୁହଁକୁ ଶରମାରି ବନ୍ଦ କରି ଦେଇଛି ସେତେବେଳେ ସେ ନିଶ୍ଚଳ ହୋଇଗଲେ; କିନ୍ତୁ ଏକଲବ୍ୟ ଯେ ଧନୁ ବିଦ୍ୟାରେ ଧୂରୀଣ ଏକଥା ତାଙ୍କୁ ଅଛପା ରହିଲାନି ଏବଂ ସେ ଭାବିଲେ, ଏକଲବ୍ୟର ଶକ୍ତି ଊଣାହେବା ଉଚିତ ।

ଭାବ ବା ପ୍ରକାର୍ଯ୍ୟଗତ ପ୍ରକାର ଭେଦ

  • ବିବୃତି ସୂଚକ ବାକ୍ୟ – ଗୋଟିଏ ବିଷୟରେ ନିର୍ଦ୍ଦିଷ୍ଟ ବକ୍ତବ୍ୟ ବା ବିବୃତିଟିଏ ଏହି ଧରଣର ବାକ୍ୟରେ ଦିଆଯାଇଥାଏ । ଏହି ବାକ୍ୟର ବାକ୍ୟ ଶେଷରେ ପୂର୍ଣ୍ଣଛେଦ (।) ଦିଆଯାଏ ।
    ଯଥା – ‘‘ରାଜା ଜଗନ୍ନାଥଙ୍କ ରାଉତ ମାତ୍ର ।’’
  • ଆଦେଶ ସୂଚକ ବାକ୍ୟ – କୌଣସି ବିଷୟରେ ଆଦେଶ ପ୍ରଦାନ କରିବାପାଇଁ ଯେଉଁ ବାକ୍ୟ ବ୍ୟବହୃତ ହୁଏ ତାହା ଆଦେଶ ସୂଚକ ବାକ୍ୟ । ଏହି ବାକ୍ୟର ବାକ୍ୟ ଶେଷରେ ପୂର୍ଣ୍ଣଛେଦ (।) ଦିଆଯାଏ । ଯଥା – ‘‘ଏଥର କଥାମାନି ଥରୁଟିଏ ଭାଗବତ ପଢ଼ି ଆସ’’ ।
  • ପ୍ରଶ୍ନ ସୂଚକ ବାକ୍ୟ – ଯେଉଁ ବାକ୍ୟରେ ଜିଜ୍ଞାସା ସୂଚିତ ହୁଏ ତାହା ପ୍ରଶ୍ନ ସୂଚକ ବାକ୍ୟ । ଏହି ବାକ୍ୟର ବାକ୍ୟ ଶେଷରେ ପ୍ରଶ୍ନବାଚକ ଚିହ୍ନ (?) ଦିଆଯାଏ ।
    ଯଥା- ଏଇଟି କ’ଣ ସେଇ ଅମୃତ ଫଳ?
  • ବିସ୍ମୟ ସୂଚକ ବାକ୍ୟ – କୌଣସି ପ୍ରସଙ୍ଗରେ ଆଶ୍ଚର୍ଯ୍ୟ, ବିସ୍ମୟ, ରହସ୍ୟ, ଅଦ୍ଭୁତ ଭାବପ୍ରକାଶ ପାଇଲେ ସେହି ଭାବପ୍ରକାଶର ବାକ୍ୟଟିକୁ ବିସ୍ମୟସୂଚକ ବାକ୍ୟ କୁହାଯାଏ । ଏହି ବାକ୍ୟର ବାକ୍ୟ ଶେଷରେ ବିସ୍ମୟସୂଚକ ଚିହ୍ନ (!) ଦିଆଯାଏ ।
    ଯଥା – ବାଃ ! କୋଣାର୍କର ପଥର ସତରେ ଗୀତ ଗାଉଛି, ଓ କି ନାଚ ନାଚୁନି ସତେ !!

(୬) ବାକ୍ୟର ରୂପାନ୍ତରଣ :
ଆମେ ପରସ୍ପର ମଧ୍ୟରେ କଥୋପକଥନ କରିବା ସମୟରେ ବେଳେବେଳେ ଗୋଟିଏ ଭାବକୁ ବିଭିନ୍ନ ଭାବରେ ପ୍ରକାଶ କରିଥାଉ । ଯେପରି,

  • ଶ୍ରେଣୀର ଭଲ ପିଲାଟିକୁ ମୁଁ ଜାଣିଛି ।
  • ଶ୍ରେଣୀର ଯେଉଁ ପିଲାଟି ଭଲ, ତାହାକୁ ମୁଁ ଜାଣିଛି ।

ପ୍ରଥମ ବାକ୍ୟଟି ଦ୍ଵିତୀୟ ବାକ୍ୟଠାରୁ ଗଠନରେ ଭିନ୍ନ । ମାତ୍ର ଉଭୟ ବାକ୍ୟରେ ଅର୍ଥଗତ ସାମ୍ୟ ରହିଛି । ଉପରୋକ୍ତ ବାକ୍ୟ ଦୁଇଟି ପରସ୍ପରର ରୂପାନ୍ତର ଅର୍ଥାତ୍ ଗୋଟିଏ ବାକ୍ୟ ଅନ୍ୟ ଏକ ବାକ୍ୟର ଆଉ ଏକ ରୂପ ବା ରୂପାନ୍ତର । ଯେତେବେଳେ ବାକ୍ୟର ଅର୍ଥ ବଦଳିଯିବ, ସେତେବେଳେ ବାକ୍ୟଟି ବଦଳି ଯାଇଥବା ବାକ୍ୟର ରୂପାନ୍ତର ହେବ ନାହିଁ । ସୁତରାଂ ଅର୍ଥକୁ ଅପରିବର୍ତ୍ତିତ ରଖ୍ ଗୋଟିଏ ବାକ୍ୟକୁ ଅନ୍ୟ ଗୋଟିଏ ରୂପରେ ପ୍ରକାଶ କରାଗଲେ, ତାହାକୁ ବାକ୍ୟର ରୂପାନ୍ତର କୁହାଯାଏ । ରୂପାନ୍ତର ହେବାର ପଦ୍ଧତିକୁ ରୂପାନ୍ତରଣ କୁହାଯାଏ ।

ଗଠନ ଦୃଷ୍ଟିରୁ ବାକ୍ୟ ପରିବର୍ତ୍ତନ :
ସରଳ ବାକ୍ୟକୁ କିପରି ଯୋଗିକ ବାକ୍ୟରେ ପରିଣତ କରିବ?
ଦୃଷ୍ଟାନ୍ତ : ସିଦ୍ଧାର୍ଥ ରାଜବେଶ ପରିତ୍ୟାଗ କରି ସନ୍ନ୍ୟାସୀ ବେଶ ଧାରଣ କଲେ ।
ପରିବର୍ତ୍ତିତ ଯୋଗିକ ବାକ୍ୟ: ସିଦ୍ଧାର୍ଥ ରାଜବେଶ ପରିତ୍ୟାଗ କଲେ ଓ ସନ୍ୟାସୀ ବେଶ ଧାରଣ କରେ ।
ସରଳ : କବୀର ପୁରୀରେ ଛତା ପୋତିବାରୁ ସମୁଦ୍ର ପାଣି ବେଢ଼ା ଭିତରକୁ ପଶିଲା ନାହିଁ ।
ଯୌଗିକ : କବୀର ପୁରୀରେ ପହଞ୍ଚି ଯେଉଁଠାରେ ଛତା ପୋଲିଲେ, ସେହିଠାରୁ ସମୁଦ୍ର ପାଣି ବେଢ଼ା ଭିତରକୁ ପଶିଲା ନାହିଁ ।

(୧) ସରଳ ବାକ୍ୟକୁ ଜଟିଳ ବାକ୍ୟରେ ରୂପାନ୍ତରିତ କରିବା:
ଦୃଷ୍ଟାନ୍ତ : ଧନୁର୍ଦ୍ଧର ରାମଚନ୍ଦ୍ର ରାବଣଙ୍କୁ ନିଧନ କଲେ । (ସରଳ ବାକ୍ୟ)
ଜଟିଳ ବାକ୍ୟର ଦୃଷ୍ଟାନ୍ତ: ଯେଉଁ ରାମଚନ୍ଦ୍ର ଧନୁର୍ଧାରଣ କରିଥିଲେ, ସେ ରାବଣକୁ ନିଧନ କଲେ ।
ଅନ୍ୟ ଏକ ଦୃଷ୍ଟାନ୍ତ : ପର୍ଶୁରାମ ଏକୋଇଶ ଥର କ୍ଷତ୍ରିୟ ନିଧନ କରିଥିଲେ । (ସରଳ ବାକ୍ୟ)
ଜଟିଳ: ଯେଉଁ ପର୍ଶୁରାମ ପରଶୁ ଧାରଣ କରିଥିଲେ, ସେ ଏକୋଇଶି ବାର ପୃଥ‌ିବୀରୁ କ୍ଷତ୍ରିୟମାନଙ୍କୁ ନିଧନ କରିଥିଲେ ।

(୨) ଯୌଗିକ ବାକ୍ୟକୁ ସରଳ ବାକ୍ୟରେ ପରିଣତ କରିବା:
(କ) ସେ ଚୋରି କଲା ଏବଂ ଦଣ୍ଡ ପାଇଲା । (ଯୌଗିକ)
ସେ ଚୋରି କରି ଦଣ୍ଡ ପାଇଲା । (ସରଳ)

(ଖ) ସେ ଘରକୁ ଗଲା ଓ ଭୋଗ ନେଇ ମନ୍ଦିରକୁ ଗଲା । (ଯୌଗିକ)
ସେ ଘରକୁ ଯାଇ ଭୋଗନେଇ ମନ୍ଦିରକୁ ଗଲା । (ସରଳ)

(୩) ଯୌଗିକ ବାକ୍ୟକୁ ଜଟିଳ ବାକ୍ୟରେ ପରିଣତ କରିବା :
ସନ୍ଧ୍ୟା ହେଲା ଓ ପକ୍ଷୀମାନେ ନିଜ ନିଜର ନୀଡ଼କୁ ଫେରିଆସିଲେ । (ଯୌଗିକ)
ରୂପାନ୍ତରିତ ବାକ୍ୟ : ଯେତେବେଳେ ସନ୍ଧ୍ୟା ହେଲା, ସେତେବେଳେ ପକ୍ଷୀମାନେ ନିଜ ନିଜର ନୀଡ଼କୁ ଫେରିଆସିଲେ । (ଜଟିଳ)

(୪) ଜଟିଳ ବାକ୍ୟକୁ ଯୌଗିକ ବାକ୍ୟରେ ପରିଣତ କରିବା:
ଯଦି ତୁମେ ଏକାଗ୍ର ଚିତ୍ତରେ ଭଗବାନ୍‌ଙ୍କୁ ପ୍ରାର୍ଥନା କରିବ, ତେବେ ସେ ତୁମର ଦୁର୍ଦ୍ଦଶା ଦୂର କରିବେ । (ଜଟିଳ)

ରୂପାନ୍ତରିତ ବାକ୍ୟ :
ଏକାଗ୍ର ଚିତ୍ତରେ ଭଗବାନଙ୍କୁ ପ୍ରାର୍ଥନା କର, ତେବେ ସେ ତୁମର ଦୁର୍ଦ୍ଦଶା ଦୂର କରିବେ ।
ଏକାଧିକ ସରଳ ବାକ୍ୟକୁ ଗୋଟିଏ ସରଳ ବାକ୍ୟରେ ପ୍ରକାଶ କରିବା:
ଦୃଷ୍ଟାନ୍ତ : (କ) ଚନ୍ଦ୍ର ଉଦିତ ହେଲେ । ଆକାଶ ନିର୍ମଳ ଦେଖାଗଲା ।
ଗୋଟିଏ ସରଳ ବାକ୍ୟ: ଚନ୍ଦ୍ରୋଦୟରେ ଆକାଶ ନିର୍ମଳ ଦେଖାଗଲା ।

(ଖ) ସକାଳ ହେଲା । ପକ୍ଷୀମାନେ ଉଡ଼ିଲେ ।
ଗୋଟିଏ ସରଳ ବାକ୍ୟ; ସକାଳ ହେବାରୁ ପକ୍ଷୀମାନେ ଉଡ଼ିଲେ ।

(ଗ) ବାବର ଜଣେ ବୀର ଥିଲେ । ତାଙ୍କୁ ଅଳ୍ପ ବୟସ ହୋଇଥିଲା ।
ସେ ପାନିପଥ ଯୁଦ୍ଧରେ ଜୟୀ ହେଲେ । (ଏଠାରେ ତିନୋଟି ସରଳ ବାକ୍ୟ ଅଛି ।)

(ଘ) ଏହି ବାଳକଟି ବିଦ୍ୟାଳୟରେ ପଢେ । ତାହାର ପିତା ବା ମାତା ନାହାନ୍ତି ।
ସେ ବଡ଼ ଦରିଦ୍ର । ସେ ପ୍ରତ୍ୟହ ବିଦ୍ୟାଳୟକୁ ଆସେ । ସେ ଭଲରୂପେ ପଢ଼େ ।
ରୂପାନ୍ତରିତ ସରଳ ବାକ୍ୟ : ଏହି ପିତୃମାତୃହୀନ ଦରିଦ୍ର ବାଳକଟି ପ୍ରତ୍ୟହ ବିଦ୍ୟାଳୟକୁ ଆସି ଭଲରୂପେ ପଢ଼େ ।

(ଙ) କାଶୀରେ ଅନେକ କବିରାଜ ଅଛନ୍ତି । ସେମାନେ ଉତ୍ତମ ପ୍ରତିଷ୍ଠାଲାଭ କରିଅଛନ୍ତି । ଭାରତର ଚାରିଆଡ଼େ ସେମାନଙ୍କର ନାମ ଶୁଣାଯାଏ । ସେମାନେ ଶହ ଶହ ଛାତ୍ରଙ୍କୁ ଶିକ୍ଷା ଦିଅନ୍ତି । ଯେଉଁ ପ୍ରଣାଳୀରେ ଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଏ, ତାହା ଆୟୁର୍ବେଦରେ ଉଲ୍ଲେଖ ଅଛି । (ଏକାଧ୍ଵ ସରଳ ବାକ୍ୟ)

ରୂପାନ୍ତରିତ ସରଳ ବାକ୍ୟ : କାଶୀରେ ଅନେକ ଲବ୍ଧପ୍ରତିଷ୍ଠ ଭାରତ ବିଖ୍ୟାତ ବଡ଼ ବଡ଼ କବିରାଜ ଶତ ଶତ ଛାତ୍ରମାନଙ୍କୁ ଆୟୁର୍ବେଦୋକ୍ତ ପ୍ରଣାଳୀରେ ଶିକ୍ଷା ଦିଅନ୍ତି।

+2 1st Year Optional Odia Solutions Chapter 5 ବ୍ୟାକରଣ ବିଭାଗ Question Answer

ନିମ୍ନରେ କେତେକ ସରଳ ବାକ୍ୟ ପ୍ରଦତ୍ତ ହୋଇଛି । ତାକୁ ଯୌଗିକ ବାକ୍ୟରେ ପରିଣତ କରାଯିବ ।

  • ସେ ଧନୀ। ସେ ସୁଖୀ ନୁହନ୍ତି । (ଏକାଧ୍ଯକ ସରଳ ବାକ୍ୟ)
    ସେ ଧନୀ, ମାତ୍ର ସୁଖୀ ନୁହନ୍ତି । (ଯୌଗିକ ବାକ୍ୟ)
  • ସେ ପୁରୀ ଯାଇଥବ । ସେ କଟକ ଯାଇଥିବ । (ଏକାଧିକ ସରଳ ବାକ୍ୟ)
    ସେ ପୁରୀ ଯାଇଥବ କିମ୍ବା କଟକ ଯାଇଥିବ । (ଯୌଗିକ ବାକ୍ୟ)
  • ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟଠାରୁ ଆଲୋକ ପାଇ ଆଲୋକିତ ହୁଏ । (ଏକାଧିକ ସରଳ ବାକ୍ୟ)
    ଚନ୍ଦ୍ରର ଆଲୋକ ନାହିଁ, ମାତ୍ର ଏହା ସୂର୍ଯ୍ୟଠାରୁ ଆଲୋକପାଇ ଆଲୋକିତ ହୁଏ । (ଯୌଗିକ ବାକ୍ୟ)

ଏକାଧିକ ସରଳ ବାକ୍ୟକୁ ଜଟିଳ ବାକ୍ୟରେ ପରିବର୍ତ୍ତନ କରିବା:
ଉଦାହରଣ:
(କ) ଥରେ ଅଯୋଧ୍ୟାର ରାଜା ଦଶରଥ ପାର୍ଶ୍ଵଚରଠାରୁ ଶୁଣିବାକୁ ପାଇଲେ । ଏକ ଶାଗୁଣାପକ୍ଷୀ ତାଙ୍କର ଚନ୍ଦ୍ରଶାଳା ଉପରେ ବସିଅଛି । ଶ୍ରୀରାମଚନ୍ଦ୍ରଙ୍କର ସେଦିନ ଅଭିଷେକ ହେବାର ଥାଏ । ମନ୍ତ୍ରୀ ଏହା ଅଶୁଭ ବୋଲି ପରାମର୍ଶ ଦେଲେ ।
ଜଟିଳ : ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ଦିନ ଏକ ଶାଗୁଣାପକ୍ଷୀ (ଜଟାୟୁ) ଅଯୋଧ୍ୟାର ରାଜା ଦଶରଥଙ୍କ ଚନ୍ଦ୍ରଶାଳା ଉପରେ ବସିବାରୁ, ମନ୍ତ୍ରୀ ରାଜାଙ୍କୁ ଏହା ଅଶୁଭ ବୋଲି କହିଲେ ।

(ଖ) ସରଳ ବାକ୍ୟ : ତୁମ୍ଭେ ମୋତେ ଦେଇଥ‌ିବା ଖାତାଟି ନିଅ ।
ଜଟିଳ ବାକ୍ୟ : ତୁମ୍ଭେ ମୋତେ ଖାତାଟିଏ ଦେଇଥଲ, ସେ ଖାତାଟି ନିଅ ।

(ଗ) ଜଟିଳ ବାକ୍ୟ : ସେ କେବଳ ବିଦ୍ଵାନ ନୁହନ୍ତି, ଦୟାଳୁ ମଧ୍ଯ ।
ସରଳ ବାକ୍ୟ : ସେ ବିଦ୍ଵାନ ଓ ଦୟାଳୁ ।

(ଘ) ଏକାଧ୍ଵକ ସରଳ ବାକ୍ୟ : ଶିକ୍ଷକ ସବୁ ଛାତ୍ରକୁ ଉପଦେଶ ଦିଅନ୍ତି । ଅଳ୍ପ ଛାତ୍ର ସେ ଉପଦେଶ ଗ୍ରହଣ କରନ୍ତି ।
ଯୌଗିକ ବାକ୍ୟ : ଶିକ୍ଷକ ସବୁ ଛାତ୍ରଙ୍କୁ ଉପଦେଶ ଦିଅନ୍ତି, ମାତ୍ର ଅଳ୍ପ ଛାତ୍ର ତାହା ଗ୍ରହଣ କରନ୍ତି ।

(ଙ) ଜଟିଳ ବାକ୍ୟ : ସିଂହଟି କ୍ଷୁଧାତୁର ଥିଲା, ତଥାପି ସେ ଆନ୍ଦ୍ରୋକ୍ଲିସ୍‌ ଭକ୍ଷଣ କଲାନାହିଁ ।
ସରଳ ବାକ୍ୟ : ସିଂହଟି କ୍ଷୁଧାତୁର ଥିଲା । ସିଂହଟି ଆବ୍ରୋକ୍ଲିସ୍‌କୁ ଭକ୍ଷଣ କଲାନାହିଁ।

(ଚ) ଜଟିଳ ବାକ୍ୟ : ଅନ୍ୟଠାରୁ ଯେପରି ଆଶା କର, ଅନ୍ୟପ୍ରତି ସେହିପରି ବ୍ୟବହାର କର ।
ଯୌଗିକ ବାକ୍ୟ : ଅନ୍ୟଠାରୁ ଯେପରି ଆଶା କର ତାକୁ ସେପରି ବ୍ୟବହାର କର ।

ଯୌଗିକ ବାକ୍ୟ : ମନୁଷ୍ୟ ହାତକୁ ଧନ ଆସେ ଏବଂ ଅଳ୍ପକାଳ ପରେ ତାହା ହାତରୁ ଚାଲିଯାଏ ।
ସରଳ ବାକ୍ୟ : ମନୁଷ୍ୟ ହାତକୁ ଧନ ଆସେ। ଅଳ୍ପ କାଳ ପରେ ତାହା ଚାଲିଯାଏ ।

ଭାବ ବା ଅର୍ଥ ଦୃଷ୍ଟିରୁ ବାକ୍ୟ ପରିବର୍ତ୍ତନ :
(ଜ) କୋଣାର୍କର ପ୍ରସ୍ତର ଚିତ୍ର ଅପୂର୍ବ । (ବିବୃତିସୂଚକ ବାକ୍ୟ) ଏକ ବାକ୍ୟଟିକୁ ପ୍ରଶ୍ନସୂଚକ, ବିସ୍ମୟସୂଚକ ବାକ୍ୟରେ ପରିଣତ କର ।
ପ୍ରଶ୍ନ ସୂଚକ ବାକ୍ୟ – କୋଣାର୍କର ପ୍ରସ୍ତର ଚିତ୍ର ଅପୂର୍ବ କି?
ବିସ୍ମୟ ସୂଚକ ବାକ୍ୟ – ବାଃ, କୋଣାର୍କର ପ୍ରସ୍ତର ଚିତ୍ର କି ଅପୂର୍ବ ହୋଇଛି ।

(ଝ) ଓ ମହାଭାରତ ପଢ଼ିବାବେଳେ ହୋଇଛି । (ଏହାକୁ ଆଦେଶ ସୂଚକ ଓ ପ୍ରଶ୍ନ ସୂଚକ ବାକ୍ୟରେ ପରିଣତ କର)
ପ୍ରଶ୍ନ ସୂଚକ ବାକ୍ଯ – ଓ, ମହାଭାରତ, ପଢ଼ିଲା ପରି ହୋଇଛି ତ?
ଆଦେଶ ସୂଚକ – ଓ, ମହାଭାରତ, ପଢ଼ି ପଢ଼ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(e)

Question 1.
Δ ABC ରେ a = 6 ସେ.ମି., AX ମଧ୍ଯମାର ଦୈର୍ଘ୍ୟ = 5.6 ସେ.ମି. ଓ m∠B = 60° । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 1
(a) 5.6 ସେ.ମି. ଦୈର୍ଘ୍ୟ ବିଶିଷ୍ଟ B͞C ଅଙ୍କନ କର । ଏହାକୁ X ବିନ୍ଦୁରେ ସମଦ୍ବିଖଣ୍ଡ କର ।
(b) BC ର B ବିନ୍ଦୁରେ ∠MBC ଅଙ୍କନ କର ଯାହାର ପରିମାଣ 60° ।
(c) X କୁ କେନ୍ଦ୍ରକରି 5.6 ସେ.ମି. ବ୍ୟାସାର୍ଦ୍ର ବିଶିଷ୍ଟ ଚାପ \(\overrightarrow{\mathrm{BM}}\) କୁ A ବିନ୍ଦୁରେ ଛେଦକରୁ । AX ଅଙ୍କନ କର ।
(d) A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e)

Question 2.
Δ ABC ରେ AB = 7.5 ସେ.ମି., AC = 6.5 ସେ.ମି. ଏବଂ ମଧ୍ୟମା AX ର ଦୈର୍ଘ୍ୟ 6 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 2
(a) କୌଣସି ଏକ ସରଳରେଖା ଅଙ୍କନ କରି ଏଥୁରୁ AM ଅଙ୍କନ କର ଯାହାର ଦୈର୍ଘ୍ୟ 12 ସେ.ମି. (2 × AX) ହେବ ।
(b) A କୁ କେନ୍ଦ୍ରକରି 6.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଓ Yକୁ କେନ୍ଦ୍ରକରି 7.5 ସେ.ମି. ବ୍ୟାସାଦ୍ଧ ବିଶିଷ୍ଟ ଦୁଇଟି ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁ C ହେଉ ।
(c) ସେହିପରି A କୁ କେନ୍ଦ୍ରକରି 7.5 ସେ.ମି. ବ୍ୟାସାର୍ଦ୍ଧ ଓ M କୁ କେନ୍ଦ୍ରକରି 6.5 ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇ ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁ B ହେଉ ।
(d) A͞B ଓ A͞C ଅଙ୍କନ କରି Δ ABC ସଂପୂର୍ଣ କର ।

Question 3.
Δ ABC ରେ m∠A = 60°, AX ମଧ୍ଯମାର ଦୈର୍ଘ୍ୟ = 4.5 ସେ.ମି., AB = 6 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 3
(a) 6 ସେ.ମି. ଦୈର୍ଘ୍ୟ ବିଶିଷ୍ଟ A͞B ଅଙ୍କନ କର ।
(b) A ବିନ୍ଦୁରେ ∠BAN ଅଙ୍କନ କର ଯାହାର ପରିମାଣ 60° ହେଉ ।
(c) A͞B ର ମଧ୍ୟବିନ୍ଦୁ M ନିରୂପଣ କର ।
(d) AN ସହ ସମାନ୍ତର କରି \(\overrightarrow{\mathrm{MY}}\) ଅଙ୍କନ କର ।
(e) A କୁ କେନ୍ଦ୍ର ଓ 4.5 ସେ.ମି.କୁ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ତାହା \(\overrightarrow{\mathrm{MX}}\) କୁ X ବିନ୍ଦୁରେ ଛେଦ କରୁ ।
(f) \(\overrightarrow{\mathrm{BX}}\) ଓ \(\overrightarrow{\mathrm{AN}}\) ଦ୍ଵୟର ଛେଦବିନ୍ଦୁ C ହେଉ ।
(g) ବର୍ତ୍ତମାନ Δ ABC ଆବଶ୍ୟକୀୟ ତ୍ରିଭୁଜ ।

Question 4.
Δ ABC ର AB = 6.5 ସେ.ମି., B͞Y ମଧ୍ଯମାର ଦୈର୍ଘ୍ୟ = 6 ସେ.ମି., BC = 7 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 4
(a) କୌଣସି ଏକ ସରଳରେଖା ଅଙ୍କନ କରି ଏଥୁରୁ \(\overrightarrow{\mathrm{BX}}\) ଅଙ୍କନ କର ଯାହାର ଦୈର୍ଘ୍ୟ 12 ସେ.ମି. (2 x BY) ।
(b) B କୁ କେନ୍ଦ୍ରକରି 7 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଓ Y କୁ କେନ୍ଦ୍ରକରି 6.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇ ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁ C ହେଉ ।
(c) B͞Y ର ମଧ୍ୟବିନ୍ଦୁ ଓ ନିରୂପଣ କର । \(\overrightarrow{\mathrm{CO}}\) ଉପରେ A ବିନ୍ଦୁ ନିରୂପଣ କର ଯେପରି CO = AO ଏବଂ C – O – A ହେବ ।
(d) AB ଓ BC ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e)

Question 5.
Δ ABC ରେ c = 6.5 ସେ.ମି., ମଧ୍ୟମା C͞Z ର ଦୈର୍ଘ୍ୟ = 5 ସେ.ମି., a = 5.5 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 5
(a) 6.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ AB ଅଙ୍କନ କର ।
(b) AB ର ମଧ୍ୟବିନ୍ଦୁ Z, ନିରୂପଣ କର ।
(c) Z କୁ କେନ୍ଦ୍ର ଏବଂ 5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଚାପ ଅଙ୍କନ କର । ସେହିପରି B କୁ କେନ୍ଦ୍ରକରି 5.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଅନ୍ୟ ଏକ ଚାପ ପୂର୍ବୋକ୍ତ ଚାପକୁ C ବିନ୍ଦୁରେ ଛେଦ କରିବ ।
(d) AC ଓ B͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

Question 6.
Δ ABC ରେ AB = BC = 4 ସେ.ମି., ମଧ୍ୟମା AX ର ଦୈର୍ଘ୍ୟ = 3 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 6

(a) 4 ସେ.ମି. ଦୈର୍ଘ୍ୟ ବିଶିଷ୍ଟ B͞C ଅଙ୍କନ କର ।
(b) 4 ସେ.ମି. ଦୈର୍ଘ୍ୟ ବିଶିଷ୍ଟ B͞C ଅଙ୍କନ କର ।
(c) B ଓ X କୁ କେନ୍ଦ୍ରକରି ଯଥାକ୍ରମେ 4 ସେ.ମି. ଏବଂ 3 ସେ.ମି. ବିଶିଷ୍ଟ ବ୍ୟାସାର୍ଦ୍ଧ ନେଇ ଦୁଇଟି ଚାପ ଅଙ୍କନ କର ଏବଂ ସେମାନଙ୍କର ଛେଦବିନ୍ଦୁ A ହେଉ ।
(d) A͞B ଓ A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

Question 7.
Δ ABC ରେ AB = 5 ସେ.ମି., AC = 5.4 ସେ.ମି.ଓ ମଧ୍ୟମା AX ର ଦୈର୍ଘ୍ୟ = 3.5 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 7
(a) କୌଣସି ଏକ ସରଳରେଖା ଅଙ୍କନ କରି ଏଥୁରୁ AM ଅଙ୍କନ କର ଯାହାର ଦୈର୍ଘ୍ୟ 7 ସେ.ମି. (2AX) ।
(b) Aକୁ କେନ୍ଦ୍ରକରି 5.4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଓ Mକୁ କେନ୍ଦ୍ରକରି 5 ସେ.ମି. ବ୍ୟାସାର୍କ ବିଶିଷ୍ଟ ଦୁଇଟି ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁର ନାମ C ହେଉ ।
(c) ପୁନଶ୍ଚ A କୁ କେନ୍ଦ୍ର କରି 5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଓ M କୁ କେନ୍ଦ୍ର କରି 5.4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁର ନାମ B ହେଉ ।

Question 8.
Δ ABC ରେ a = 9 ସେ.ମି.,m∠B = 75°, A͞X ମଧ୍ଯମାର ଦୈର୍ଘ୍ୟ = 8 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 8
(a) B͞C ରେଖାଖଣ୍ଡ ଅଙ୍କନ କର ଯାହାର ଦୈର୍ଘ୍ୟ 9 ସେ.ମି. ।
(b) B͞C ଉପରେ B ବିନ୍ଦୁରେ 75° ପରିମିତ ∠YBC ଅଙ୍କନ କର।
(c) B͞C କୁ ସମଦ୍ବିଖଣ୍ଡକ କରି ମଧ୍ୟବିନ୍ଦୁ X ନିର୍ଣ୍ଣୟ କର ।
(d) X କୁ କେନ୍ଦ୍ରକରି 8 ସେ.ମି. ବ୍ୟାସାର୍କ ବିଶିଷ୍ଟ ଚାପ ଅଙ୍କନ କର । ଉକ୍ତ ଚାପ BY କୁ A ବିନ୍ଦୁରେ ଛେଦ କରୁ । AX ଅଙ୍କନ କର ।
(e) A͞C ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e)

Question 9.
Δ ABC ରେ ଉଚ୍ଚତା = 4.5 ସେ.ମି., AX ମଧ୍ଯମାର ଦୈର୍ଘ୍ୟ = 5 ସେ.ମି., AB = 6 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 9
(a) \(\overleftrightarrow{\mathrm{ZY}}\) ଅଙ୍କନ କରି ଏହା ଉପରିସ୍ଥ ଯେକୌଣସି ଏକ ବିନ୍ଦୁ D ରେ \(\overrightarrow{\mathrm{CP}}\) ଲମ୍ବ ଅଙ୍କନ କର ।
(b) \(\overrightarrow{\mathrm{CP}}\) ଉପରେ A ଏକ ବିନ୍ଦୁ ନିଅ ଯେପରିକି DA = 4.5 ସେ.ମି. ହେବ । A କୁ କେନ୍ଦ୍ରକରି 6 ସେ.ମି. ଓ 5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ପୃଥକ୍ ଚାପ \(\overleftrightarrow{\mathrm{ZY}}\) କୁ ଯଥାକ୍ରମେ B ଓ X ବିନ୍ଦୁରେ ଛେଦକରୁ ।
(c) \(\overleftrightarrow{\mathrm{ZY}}\) ଉପରେ C ଏକ ବିନ୍ଦୁ ନିଅ ଯେପରିକି B – X – C ଏବଂ BX = XC ହେବ ।
(d) A͞C ଓ A͞B ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

Question 10.
Δ ABC ରେ ଉଚ୍ଚତା AD = 6.6 ସେ.ମି., m∠B = 60°, AX ମଧ୍ଯମାର ଦୈର୍ଘ୍ୟ = 7 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(e) 10
(a) \(\overrightarrow{\mathrm{BM}}\) ର B ବିନ୍ଦୁରେ ∠PBM ଅଙ୍କନ କର ଯେପରିକି ଉକ୍ତ କୋଣର ପରିମାଣ 60° ହେବ ।
(b) B ବିନ୍ଦୁରେ \(\overrightarrow{\mathrm{BN}}\) ଲମ୍ବ ଅଙ୍କନ କର । \(\overrightarrow{\mathrm{BN}}\) ଉପରିସ୍ଥ R ଏକ ବିନ୍ଦୁ ଯେପରିକି BR = 6.6 ସେ.ମି. ହେବ ।
(c) R ବିନ୍ଦୁରେ \(\overrightarrow{\mathrm{BM}}\) ସହ ସମାନ୍ତର କରି ଅଙ୍କିତ ରଶ୍ମି \(\overrightarrow{\mathrm{RY}}\), \(\overrightarrow{\mathrm{BP}}\) କୁ A ବିନ୍ଦୁରେ ଛେଦ କରୁ ।
(d) A କୁ କେନ୍ଦ୍ର ଓ A͞X ପରିମିତ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଯାହା \(\overrightarrow{\mathrm{BM}}\) କୁ X ବିନ୍ଦୁରେ ଛେଦ କରୁ ।
(e) \(\overrightarrow{\mathrm{BM}}\) ଉପରେ C ଏକ ବିନ୍ଦୁ ଯେପରିକି B – X – C ଏବଂ BX = XC ହେବ ।
(f) A͞B ଓ A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4

Question 1.
ତଳେ କେତେଗୁଡ଼ିଏ କୋଣର ପରିମାଣ ଲେଖାଯାଇଛି । କେବଳ ସ୍କେଲ୍ ଓ କମ୍ପାସ୍‌ ସାହାଯ୍ୟରେ କେଉଁ ମାପର କୋଣ ଅଙ୍କନ ହୋଇପାରିବ ବାଛି ଲେଖ।
60°, 35°, 40°, 90°, 30°, 110°, 45°, 20°, 15°, 75°, 100°, 150° 
ସମାଧାନ:
60°, 90°, 30°, 45°, 15°, 75°, 150° ମାପର କୋଣ କେବଳ ସ୍କେଲ୍ ଓ କମ୍ପାସ୍ ସାହାଯ୍ୟରେ ହୋଇପାରିବ ।

Question 2. 
(କ) ସ୍କେଲ ଓ କମ୍ପାସ୍ ସାହାଯ୍ୟରେ 60° ଓ 120 ପରିମାଣର କୋଣ ଅଙ୍କନ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 1
(i) ଯେକୌଣସି ରେଖାଖଣ୍ଡ B͞C ଅଙ୍କନ କର ।
(ii) B͞C ର B ବିନ୍ଦୁରେ ଯେକୌଣସି ବ୍ୟାସାଦ୍ଧ ବିଶିଷ୍ଟ ଏକ ଚାପ ଅଙ୍କନ କର । ଚାପଟି B͞C କୁ Q ବିନ୍ଦୁରେ ଛେଦକରୁ । Q ବିନ୍ଦୁରେ କମ୍ପାସ ମୁନ ରଖ୍ ସମପରିମାଣର ଚାପ ଅଙ୍କନ କର ଯାହା ପୂର୍ବୋକ୍ତ ଚାପକୁ P ବିନ୍ଦୁରେ ଛେଦ କରିବ ।
\(\overrightarrow{\mathrm{BP}}\) ଅଙ୍କନ କଲେ ∠ABC = 60° ହେବ ।
(iii) ବର୍ତ୍ତମାନ PQ = PR ଚାପ ଅଙ୍କନ କର । \(\overrightarrow{\mathrm{BR}}\) କୁ ଯୋଗକରି ବଢ଼ାଅ ।
(iv) ∠DBC = 60° + 60° = 120° ହେବ ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4

(ଖ) 60° ପରିମାଣର କୋଣ କିପରି ଅଙ୍କନ କଲ, ତା’ର ସୋପାନଗୁଡ଼ିକୁ ଲେଖ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 2
(i) \(\overrightarrow{\mathrm{YA}}\) ଯେକୌଣସି ଏକ ରଶ୍ମି ଅଙ୍କନ କର ।
(ii) କମ୍ପାସର କଣ୍ଟାମୁନକୁ Y ବିନ୍ଦୁ ଉପରେ ରଖ । ଯେକୌଣସି ବ୍ୟାସାର୍ଷ ବିଶିଷ୍ଟ ଏକ ଚାପ ଅଙ୍କନ କର ଯାହା YA ରଶ୍ମିକୁ Q ବିନ୍ଦୁରେ ଛେଦ କରିବ ।
(iii) ଏବେ କମ୍ପାସର କଣ୍ଟାମୁନରୁ Q ବିନ୍ଦୁ ଉପରେ ରଖ୍ ଏପରି ଏକ ରଶ୍ମି ଅଙ୍କନ କର ଯାହା ଠୁ ବିନ୍ଦୁଦେଇ ପୂର୍ବରୁ ଅଙ୍କାଯାଇଥିବା ଚାପକୁ P ବିନ୍ଦୁରେ ଛେଦ କରିବ ।
(iv) Y ଓ P କୁ ଯୋଗ କଲେ ∠PYQ ପାଇବ, ଯାହାର ମାପ 60° ।

Question 3. 
ସ୍କେଲ୍ ଓ ପ୍ରୋଟ୍ରାକ୍ଟର ବ୍ୟବହାର କରି 90° ପରିମାଣର ଗୋଟିଏ କୋଣ ଅଙ୍କନ କର । କମ୍ପାସ୍ ସାହାଯ୍ୟରେ ଏହାକୁ ସମଦ୍ବିଖଣ୍ଡ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 3
ପ୍ରୋଟାକ୍ଟର ସାହାଯ୍ୟରେ ∠ABC = 90° କୋଣ ଅଙ୍କନ କରି ସମଦ୍ବିଖଣ୍ଡ କରାଗଲା ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Question 1.
ବୀଜ ଜରିଆରେ ପ୍ରକାଶ କର । କେଉଁଥ‌ିପାଇଁ କି ବୀଜ ବ୍ୟବହାର କଲ ଲେଖ ।
(କ) ଗୋଟିଏ ଜିନିଷର ବିକ୍ରୟ ମୂଲ୍ୟ ତା’ର କ୍ରୟ ମୂଲ୍ୟ ଓ ଲାଭର ସମଷ୍ଟି ସହ ସମାନ ।
ସମାଧାନ:
ବିକ୍ରିୟ ମୂଲ୍ୟ = କ୍ରୟ ମୂଲ୍ୟ + ଲାଭ ଅର୍ଥାତ୍ s = c + g
ଏଠାରେ ବିକ୍ରୟ ମୂଲ୍ୟ = s, କ୍ରୟମୂଲ୍ୟ = c ଓ ଲାଭ = g ।

(ଖ) ଗୋଟିଏ ଆୟତ କ୍ଷେତ୍ରର ପରିସୀମା ତା’ର ଦୈର୍ଘ୍ୟର ଦୁଇ ଗୁଣ ଓ ପ୍ରସ୍ଥର ଦୁଇ ଗୁଣର ସମଷ୍ଟି ସଙ୍ଗେ ସମାନ । 
ସମାଧାନ:
ଆୟତକ୍ଷେତ୍ରର ପରିସୀମା = 2 × ଦୈର୍ଘ୍ୟ + 2 × ପ୍ରସ୍ଥ ବା P = 2 × a + 2 × b = 2a + 2b
ଏଠାରେ ଆୟତକ୍ଷେତ୍ରର ପରିସୀମା = P, ଦୈର୍ଘ୍ୟ = a ପ୍ରସ୍ଥ = b

(ଗ) ଏକ ଆୟତ ଘନର ଘନଫଳ ତା’ର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତାର ଗୁଣଫଳ ସଙ୍ଗେ ସମାନ। ସୂତ୍ରଟି ଲେଖ । ଏହି ସୂତ୍ର ସାହାଯ୍ୟରେ 4 ମି. ଦୈର୍ଘ୍ୟ, 3 ମି. ପ୍ରସ୍ଥ ଓ 2 ମି. ଉଚ୍ଚତାବିଶିଷ୍ଟ ଆୟତ ଘନର ଘନଫଳ ସ୍ଥିର କର।
ସମାଧାନ:
ଆୟତଘନର ଘନଫଳ = ଦୈର୍ଘ୍ୟ × ପ୍ରସ୍ଥ × ଉଚ୍ଚତା
ଏଠାରେ ଆୟତଘନର ଘନଫଳ = V, ଦୈର୍ଘ୍ୟ = a, ପ୍ରସ୍ଥ = b ଓ ଉଚ୍ଚତା = c ସୂତ୍ରଟି ହେଲା V = abc
ପୁନଶ୍ଚ a = 4 ମି., b = 3 ମି. ଓ c = 2 ମି. ହେଲେ ଆୟତଘନର ଘନଫଳ 
= 4 × 3 × 2 = 24 ଘନ ମି.

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Question 2.
ବୀଜ ଓ ସଂଖ୍ୟା ବ୍ୟବହାର କରି ନିମ୍ନ ପରିପ୍ରକାଶ ନିର୍ଣ୍ଣୟ କର । 
(କ) b ର ଦୁଇ ଗୁଣଠାରୁ c ର ପାଞ୍ଚ ଗୁଣ ଅଧିକ ହୋଇଥିବା ପରିପ୍ରକାଶଟି କେତେ ?
ସମାଧାନ:
2b + 5c

(ଖ) x ର ତିନି ଗୁଣଠାରୁ p ର ଏକ-ଚତୁର୍ଥାଂଶ ଊଣା ହୋଇଥିବା ପରିପ୍ରକାଶଟି କେତେ ? 
ସମାଧାନ:
3x – \(\frac{p}{4}\)

(ଗ) p ର ପାଞ୍ଚ–ଷତାଂଶ ଅପେକ୍ଷା 7 ବେଶି ହୋଇଥିବା ପରିପ୍ରକାଶଟି କେତେ ?
ସମାଧାନ:
\(\frac{5}{6}\)p + 7 ବା \(\frac{5p}{6}\) + 7

(ଘ) m ଓ n ର ଯୋଗଫଳଠାରୁ z ର ତିନି ଗୁଣ କମ୍ ହୋଇଥିବା ପରିପ୍ରକାଶଟି କେତେ ? 
ସମାଧାନ:
(m + n) – 3z

(ଙ) b ଓ 4 ର ଭାଗଫଳଠାରୁ c ର ତିନି ଚତୁର୍ଥାଂଶ କମ୍ ହୋଇଥିବା ପରିପ୍ରକାଶଟି କେତେ ? 
ସମାଧାନ:
\(\frac{b}{4}\) – \(\frac{3}{4}\) ବା \(\frac{b-3 c}{4}\)

Question 3.
ବୀଜ ମାଧ୍ୟମରେ ଲିଖ ନିମ୍ନ ପରିପ୍ରକାଶଗୁଡ଼ିକୁ ଭାଷାରେ ପ୍ରକାଶ କର।
(କ) 3x + 2y
ସମାଧାନ:
x ର 3 ଗୁଣ ଠାରୁ y ର 2 ଗୁଣ ଅଧିକ ।

(ଖ) 2a – 7
ସମାଧାନ:
a ର 2 ଗୁଣ ଠାରୁ 7 ଊଣା ।

(ଗ) 2p + 3q – r
ସମାଧାନ:
p ର 2 ଗୁଣ ଓ q ର 3 ଗୁଣର ସମଷ୍ଟିଠାରୁ r ଊଣା ।

(ଘ) \(\frac{3 c}{5}\) + d
ସମାଧାନ:
C ର ତିନି ପଞ୍ଚମାଂଶ ଠାରୁ ଓଁ ଅଧିକ ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Question 4.
ଗୋଟିଏ ଆୟତ ଚିତ୍ର ଆକୃତିର ଚଟାଣର ପ୍ରସ୍ଥ b ମିଟର ଓ ଦୈର୍ଘ୍ୟ ପ୍ରସ୍ଥର ଦୁଇ ଗୁଣ | ତେବେ ତା’ର କ୍ଷେତ୍ରଫଳ କେତେ ? ସେହି ସୂତ୍ର ବ୍ୟବହାର କରି 8 ମିଟର ପ୍ରସ୍ରବିଶିଷ୍ଟ ଚଟାଣର କ୍ଷେତ୍ରଫଳ ସ୍ଥିର କର।
ସମାଧାନ:
ପ୍ରସ୍ଥ = b ମିଟର ହେଲେ ଦୈର୍ଘ୍ୟ = 2b ମିଟର
କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 26 ମି. × b ମି. = 2b2 ବର୍ଗମିଟର
ପ୍ରଶ୍ନନୁସାରେ ପ୍ରସ୍ଥ = 8 ମି. ହେଲେ ଚଟାଣର କ୍ଷେତ୍ରଫଳ = 2b2 = 2 × 8 × 8 = 128 ବର୍ଗମିଟର ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3

Question 1.
ପ୍ରୋଟ୍ରାକ୍ଟର ସାହାଯ୍ୟରେ 50° ମାପର ଏକ କୋଣ ଅଙ୍କନ କର । ଏହାର ସମଦ୍ବିଖଣ୍ଡକ ଅଙ୍କନ କର।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3 1
(i) ଯେକୌଣସି ଗୋଟିଏ ରେଖାଖଣ୍ଡ ଅଙ୍କନ କର ।
(ii) ତା’ଉପରେ ପ୍ରୋଟ୍ରାକ୍ଟର ପକାଇ 50° ମାପର ∠ABC ଅଙ୍କନ କର ।
(iii) ବର୍ତମାନ B ବିନ୍ଦୁରେ କମ୍ପାସ ରଖ୍ ଏକ ଚାପ ଅଙ୍କନ କର । ଚାପଟି A͞B ଓ B͞C କୁ P ଓ Q ବିନ୍ଦୁରେ ଛେଦ କରୁ ।
(iv) P ଓ Q ବିନ୍ଦୁରେ କମ୍ପାସ ରଖ୍ ଦୁଇଟି ଚାପ ଅଙ୍କନ କର ଯେପରି ପରସ୍ପରକୁ R ବିନ୍ଦୁରେ ଛେଦ କରିବ ।
(v) ବର୍ତ୍ତମାନ BR କୁ ଯୋଗ କର । B͞R, ∠ABC ର ସମଦ୍ବିଖଣ୍ଡକ ।
∠PQR ର ସମଦ୍ବିଖଣ୍ଡକ Q͞M ।

Question 2.
ଗୋଟିଏ ସମକୋଣର ସମଦ୍ବିଖଣ୍ଡକ ଅଙ୍କନ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3 2
(i) ପ୍ରୋଟ୍ରାକ୍ଟର ସାହାଯ୍ୟରେ 90° କୋଣ ଅଙ୍କନ କର ।
(ii) 90° କୋଣକୁ ପୂର୍ବଭଳି ସମଦ୍ବିଖଣ୍ଡକ କର ।
∠ABC = 90° ।
∠ABC ର ସମଦ୍ବିଖଣ୍ଡକ B͞D ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3

Question 3.
80° ପରିମାଣର ଏକ କୋଣ ଅଙ୍କନ କରି ତାହାକୁ ଋରି ସମାନ ଭାଗରେ ବିଭକ୍ତ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3 3
(i) ପ୍ରୋଟ୍ରାକ୍ଟର ସାହାଯ୍ୟରେ 80° ପରିମାଣ କୋଣ ଅଙ୍କନ କର ।
(ii) ପ୍ରଥମେ ତାକୁ ପୂର୍ବଭଳି ସମଦ୍ବିଖଣ୍ଡକ କର ।
(iii) ପୁଣି ପ୍ରତ୍ୟେକ ଚାପକୁ ସମର୍ଦ୍ଦିଖଣ୍ଡକ କର ।
(iv) ବର୍ତ୍ତମାନ ଚାରି ସମାନ ଭାଗ ହେଲା ।
∠ABC = 80°
∠ABD = ∠DBC = 40°
∠ABE = ∠EBD = ∠DBF = ∠FBC = 20°

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ

Odisha State Board BSE Odisha Class 9 History Notes Chapter 15 ଓଡ଼ିଶାର ଐତିହ୍ୟ will enable students to study smartly.

BSE Odisha Class 9 History Notes Chapter 15 ଓଡ଼ିଶାର ଐତିହ୍ୟ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
ଓଡ଼ିଶାର ଐତିହ୍ୟ :

  • ପ୍ରାଚୀନ ଓ ମଧ୍ୟଯୁଗର ଓଡ଼ିଶା ଉତ୍କଳ, କଳିଙ୍ଗ, କଙ୍ଗୋଦ, କୋଶଳ, ଉଡ୍ର ଆଦି ନାମରେ ପରିଚିତ ଥିଲା ଏବଂ ଭାରତୀୟ ଐତିହ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା ।
  • ଓଡ଼ିଶାର ଐତିହ୍ୟରେ ଜଗନ୍ନାଥ ଚେତନା, ସାହିତ୍ୟ, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଚିତ୍ରକଳା, ସଂଗୀତ, ନୃତ୍ୟ ତଥା ପର୍ବପର୍ବାଣିର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି ।

ବିଷୟବସ୍ତୁର ରୂପରେଖ:

  • ଓଡ଼ିଶାର ଐତିହ୍ୟ
  • ଭାଷା ଓ ସାହିତ୍ୟ
  • ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଚିତ୍ରକଳା
  • ଗୀତ, ନୃତ୍ୟ ଓ ବାଦ୍ୟ
  • ହସ୍ତଶିଳ୍ପ
  • ସାମୁଦ୍ରିକ ବାଣିଜ୍ୟ
  • ପର୍ବପର୍ବାଣି

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ

ଜଗନ୍ନାଥ ଚେତନା :

  • ଓଡ଼ିଶାର ଐତିହ୍ୟରେ ଜଗନ୍ନାଥ ଚେତନା ଓତପ୍ରୋତ ଭାବରେ ଜଡ଼ିତ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜର ସଂଯୋଜକ, କଲ୍ୟାଣକାରୀ ଓ ରକ୍ଷାକର୍ତ୍ତା ଭାବେ ସେ ବିବେଚିତ ହୋଇଥା’ନ୍ତି ।
  • ପୁରୀର ବିଶ୍ଵପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ମହାମିଳନ ଘଟିଥାଏ । ଏହି ଚେତନା ସମସ୍ତଙ୍କୁ ସ୍ନେହ, ପ୍ରେମ, ଭ୍ରାତୃଭାବର ଏକତା ଓ ସଂହିତା ଡୋରିରେ ସମସ୍ତଙ୍କୁ ବାନ୍ଧି ରଖୁରିଛି ।

ଭାଷା ଓ ସାହିତ୍ୟ :

  • ଖ୍ର।ଷ୍ମପୂର୍ବ ପଥମ ଶତାବ୍ଦୀରେ ଭୁବନେଶ୍ୱର ଉଦୟଗିରିରେ ପାଲି – ପ୍ର।କୄତ ଭାଷାରେ ଲିଖ୍ ହାତୀଗୁମ୍ଫା ଶିଳାଲେଖାକୁ ଓଡ଼ିଶାର ପ୍ରଥମ ସ୍ବଦେଶୀ ସାହିତ୍ୟ ଭାବେ ଗ୍ରହଣ କରାଯାଇଥାଏ ।
  • ଓଡ଼ିଆ ଭାଷା ମାଗଧୀ-ପ୍ରାକୃତ ଭାଷାରୁ ଉତ୍ପତ୍ତି ଲାଭ କରି ଖ୍ରୀଷ୍ଟୀୟ ୧୦ମ ଶତାବ୍ଦୀରେ ଇଣ୍ଡୋ-ଆରିଆନ୍ ଭାଷା ରୂପେ ପ୍ରଚଳିତ ହେଲା ।
  • ପ୍ରାଚୀନ ଓଡ଼ିଆ ସାହିତ୍ୟ ସୃଷ୍ଟି କରିଥିବା ସ୍ରଷ୍ଟାମାନେ ହେଲେ ଯଥା – କଳସା ଚଉତିଶା-ବତ୍ସା ଦାସ, ବିଲଙ୍କା ରାମାୟଣ– ସାରଳା ଦାସ, ରାମ-ବିଭା – ଅର୍ଜୁନ ଦାସ ।
  • ମଧ୍ୟଯୁଗରେ ସାହିତ୍ୟ ରଚନା କରିଥିବା କବିମାନେ ହେଲେ; ଯଥା – ଓଡ଼ିଆ ରାମାୟଣ ବଳରାମ ଦାସ, ଜଗନ୍ନାଥ ଦାସ, ରସକଲ୍ଲୋଳ – ଦୀନକୃଷ୍ଣ ଦାସ, ମଥୁରା ମଙ୍ଗଳ – ଭକ୍ତଚରଣ ଦାସ,
  • ସମରତରଙ୍ଗ – ବ୍ରଜନାଥ ବଡ଼ଜେନା, ଗୀତଗୋବିନ୍ଦ – ଜୟଦେବ, ବୈଦେହୀଶ ବିଳାସ – ଉପେନ୍ଦ୍ର ଭଞ୍ଜ, ସ୍ତୁତି ଚିନ୍ତାମଣି – ଭୀମଭୋଇ, ମହୀମଣ୍ଡଳ ଗୀତା. – ଅରକ୍ଷିତ ଦାସ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ – ବଳଦେବ ରଥ ।

→ ପ୍ରତି ବର୍ଷ ଏପ୍ରିଲ ମାସ ୧୮ ତାରିଖକୁ ବିଶ୍ୱ ଐତିହ୍ୟ ଦିବସ ଭାବେ ପାଳନ କରାଯାଇଥାଏ ।
→ ‘ଚଉତିଶା’ ଚଉତିରିଶ ପଦ ବିଶିଷ୍ଟ କବିତା । ଏହାର ପ୍ରତ୍ୟେକ ପଦ କ୍ରମାନ୍ୱୟରେ ଓଡ଼ିଆ ବର୍ଣ୍ଣମାଳାର ପ୍ରତ୍ୟେକ ବ୍ୟଞ୍ଜନ ବର୍ଣ୍ଣରେ ଆରମ୍ଭ ହୋଇଥାଏ ।
→ ଆଧୁନିକ ଓଡ଼ିଆ ସାହିତ୍ୟ କୃତି – ଫକୀରମୋହନ ସେନାପତି – ଛ’ମାଣ ଆଠ ଗୁଣ୍ଠ, ମାମୁ, ପ୍ରାୟଶ୍ଚିତ୍ତ, ଲଛମା, କବିବର ରାଧାନାଥ ରାୟ – ଚିଲିକା, ଦରବାର, ମହାଯାତ୍ରା, ଗଙ୍ଗାଧର ମେହେର ତପସ୍ବିନୀ, ପ୍ରତୟବଲ୍ଲରୀ, କୀଚକ ବଧ, ଇନ୍ଦୁମତୀ ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 1BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 2

ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଚିତ୍ରକଳା :
ମନ୍ଦିର ସ୍ଥାପତ୍ୟ :

  • ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ଓଡ଼ିଶାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଏହାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ କଳିଙ୍ଗ ଶୈଳୀ କୁହାଯାଏ ।
  • ଭାରତର ଅନ୍ୟ ସ୍ଥାନମାନଙ୍କରେ ନିର୍ମିତ ମନ୍ଦିରଗୁଡ଼ିକର ନାଗର, ବେସର ଓ ଦ୍ରାବିଡ଼ ଶୈଳୀଠାରୁ କଳିଙ୍ଗ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଗ୍ରହଣ କରାଯାଇଛି ।

→ ଓଡ଼ିଶାର ସର୍ବ ପ୍ରଥମ ଭାସ୍କର୍ଯ୍ୟ ହେଉଛି ଧଉଳିପାହାଡ଼ ଉପରେ ଥିବା ସମ୍ରାଟ ଅଶୋକଙ୍କର ଶିଳାଲେଖ ଓ ପଥରମୂର୍ତ୍ତି ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ

ମନ୍ଦିର ଭାସ୍କର୍ଯ୍ୟ :

  • ଓଡ଼ିଶାର ମନ୍ଦିରଗୁଡ଼ିକର ବାହାର ପାର୍ଶ୍ଵରେ ଖୋଦିତ ହୋଇଥିବା ଆଶ୍ଚର୍ଯ୍ୟଜନକ ଓ ଅତ୍ୟନ୍ତ ମନୋରମ ଭାସ୍କର୍ଯ୍ୟ ଏକ ଶକ୍ତିଶାଳୀ ଐତିହ୍ୟ ବହନ କରିଥାଏ ।
  • ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ସବୁଠାରୁ ଜୀବନ୍ତ ଉଦାହରଣ ହେଉଛି କୋଣାର୍କର ସୂର୍ଯ୍ୟ ମନ୍ଦିର । ଏହାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପାଇଁ ଏହାକୁ ବିଶ୍ଵ ଐତିହ୍ୟ ସ୍ମାରକୀ ରୂପେ ମାନ୍ୟତା ଦିଆଯାଇଛି ଏବଂ ବିଶ୍ଵର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ଦିଆଯାଇଛି ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 3BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 4BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 5

ଓଡ଼ିଶାର ଦୁର୍ଗ : ବାରବାଟୀ ଦୁର୍ଗ (କଟକ), ଖୋରଧାଗଡ଼ ଦୁର୍ଗ, ଗଡ଼ମାଣିତ୍ରି ଦୁର୍ଗ, ସାରଙ୍ଗଗଡ଼ ଦୁର୍ଗ, ରାଇବଣିଆ ଦୁର୍ଗ ଓ ଅସୁରଗଡ ଦୁର୍ଗ ଅନ୍ୟତମ।
ଚିତ୍ରକଳା : କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି, ନୂଆପଡ଼ା ଜିଲ୍ଲାର ଯୋଗୀମଠଠାରେ ଭାରତୀୟ ଚିତ୍ରକଳାର ନିଦର୍ଶନ ଦେବାକୁ ମିଳେ ।
ପୁରୀ ଜିଲ୍ଲାର ରଘୁରାଜପୁର ପଟ୍ଟଚିତ୍ର ବିଶ୍ବ ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଛି । ଏହି ଗ୍ରାମଟିକୁ ଏକ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରାଯାଇଛି !

→ ଚମତ୍କାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଯୋଗୁଁ ମୁକ୍ତେଶ୍ଵର ମନ୍ଦିରକୁ ‘ଓଡ଼ିଶା ସ୍ଥାପତ୍ୟ କଳାର ମଣି’’ ବୋଲି କୁହାଯାଏ ।

ଗୀତ, ନୃତ୍ୟ ଓ ବାଦ୍ୟ :

  • ଓଡ଼ିଶାର ଐତିହ୍ୟ ପ୍ରତି ଗୀତ, ନୃତ୍ୟ ଓ ବାଦ୍ୟର ବିଶେଷ ଅବଦାନ ରହିଛି । ଏହାର ପ୍ରାଚୀନ ମନ୍ଦିର ଗାତ୍ରରେ ଖୋଦିତ ହୋଇଥ‌ିବା ଗାୟନ ଓ ବାଦନ ଏବଂ ନର୍ତ୍ତକୀମନଙ୍କ ଚିତ୍ରରୁ ଆମର ନୃତ୍ୟ ଗୀତର ପରିଚୟ ମିଳିଥାଏ ।
  • ଜୟଦେବଙ୍କ ଗୀତଗୋବିନ୍ଦ ଓ ସାଲବେଗଙ୍କ ଭଜନ ଓଡ଼ିଶାର ସର୍ବାଦୃତ ଭକ୍ତି ସଙ୍ଗୀତ । ଓଡ଼ିଶୀ ନୃତ୍ୟ ଭାରତର ଏକ ପ୍ରଧାନ ଶାସ୍ତ୍ରୀୟ ନୃତ୍ୟଭାବେ ମାନ୍ୟତା ପାଇଛି । ମାହାରୀ ଶୈଳୀର ନୃତ୍ୟରୁ ଓଡ଼ିଶୀ ନୃତ୍ୟର ସୃଷ୍ଟି ହୋଇଛି ।
  • ଓଡ଼ିଶାର ଜନପ୍ରିୟ ଲୋକନୃତ୍ୟ ମଧ୍ୟରେ ରଣପା ନାଚ, ଚଇତି ଘୋଡ଼ା ନାଚ, ଦଣ୍ଡନାଚ, ଘୁମରା ନାଚ, ଛଉନାଚ ଅନ୍ୟତମ ।
  • ଚାଙ୍ଗୁ, ମୃଦଙ୍ଗ, ଝାଞ୍ଜ, ଢୋଲ, ମହୁରୀ, ତୂରୀ, ଘଣ୍ଟ, ମାଦଳ ଓଡ଼ିଶାର ଐତିହ୍ୟସମ୍ପନ୍ନ ବାଦ୍ୟଯନ୍ତ୍ର ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ

ହସ୍ତଶିଳ୍ପ :

  • ଭାରତର ବିଭିନ୍ନ ଅଞ୍ଚଳରେ ଓ ଭାରତ ବାହାରେ ପ୍ରାୟ ସମସ୍ତ ଦେଶରେ ଜନପ୍ରିୟତା ଲାଭ କରିଥିବା ଓଡ଼ିଶାର କେତେକ ନିଜସ୍ବ ହସ୍ତଶିଳ୍ପର ଓଡ଼ିଶାର ଐତିହ୍ୟ ପ୍ରତି ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି ।
  • ରଙ୍ଗିନ ଚାନ୍ଦୁଆ – ପିପିଲି, ରୁପାର ତାରକସି କାମ – କଟକ, ଶିଙ୍ଗକାମ – ପରଳାଖେମୁଣ୍ଡି, କଂସାବାସନ – ବାଳକାଟି, ମଠା ଶାଢ଼ି – ବ୍ରହ୍ମପୁର, ପଶାପାଲି ଶାଢ଼ି – ସମ୍ବଲପୁର ।
  • ଓଡ଼ିଶାର ସହର ଓ ଏହାର ପରିଚୟ :
    କଟକ – ରୌପ୍ୟ ନଗରୀ, ବ୍ରହ୍ମପୁର – ରେଶମ ନଗରୀ, ରାଉରକେଲା – ଇସ୍ପାତ ନଗରୀ, ବରଗଡ଼ – ହସ୍ତତନ୍ତ ନଗରୀ, ଭୁବନେଶ୍ଵର – ମନ୍ଦିରମାଳିନୀ ନଗରୀ, ପୁରୀ – ଶ୍ରୀକ୍ଷେତ୍ର, କୋଣାର୍କ – ଅର୍କକ୍ଷେତ୍ର ।

ସାମୁଦ୍ରିକ ବାଣିଜ୍ୟ:

  • ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ବା ସାମୁଦ୍ରିକ ବାଣିଜ୍ୟ ଓଡ଼ିଶାର ଐତିହ୍ୟକୁ ସମୃଦ୍ଧ କରିଛି ।
  • ଓଡ଼ିଶାର ସାଧବ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଦ୍ବୀପକୁ ବୋଇତରେ କୃଷିଜାତ ଦ୍ରବ୍ୟ, ହସ୍ତଶିଳ୍ପ, ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀ ଓ ମସଲା ନେଇ ଯାଉଥିଲେ ଓ ସେଗୁଡ଼ିକୁ ବିକ୍ରୟ କରି ପ୍ରଚୁର ଧନରନ୍ ଆଣୁଥିଲେ ।
  • ପ୍ରାଚୀନ କାଳରେ ତାମ୍ରଲିପ୍ତି, ପାଲୋର, ପିମ୍ପୁଣ୍ଡ, ଚେଳିତାଲୋ ବନ୍ଦର ଆଦି ଓଡ଼ିଶା ନୌବାଣିଜ୍ୟର ଆଧାର ଥିଲା ।
  • କାଳିଦାସ ରଘୁବଂଶମ୍ କାବ୍ୟରେ କଳିଙ୍ଗ ରାଜାଙ୍କୁ ‘ମହୋଦଧୂପତି’ ଭାବେ ବର୍ଣ୍ଣନା କରିଛନ୍ତି ।

ପର୍ବପର୍ବାଣି :

  • ଓଡ଼ିଶାର ପର୍ବପର୍ବାଣି ସମ୍ପର୍କୀୟ ଓଡ଼ିଆ ପ୍ରବାଦ ‘ବାର ମାସରେ ତେର ପର୍ବ’ରୁ ଜଣାଯାଏ ଯେ ଓଡ଼ିଶାର ପର୍ବଗୁଡ଼ିକ ଐତିହ୍ୟ ସମ୍ପନ୍ନ ।
  • ବୈଶାଖ ମାସ – ପଣା ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ଜ୍ୟେଷ୍ଠ ମାସ – ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ, ସ୍ନାନ ଯାତ୍ରା , ଆଷାଢ଼ ର ଜପର୍ବ, ର ଥଯାତ୍ରା, ଶ୍ରାବଣ – ଗହ୍ମାପୂର୍ଣ୍ଣିମା, ଝୁଲଣଯାତ୍ରା, ଭାଦ୍ରବ – ନୂଆଖାଈ, ଖୁଦୁରୁକୁଣୀ, ଆଶ୍ୱିନ – ମହାଳୟା, କୁମାର ପୂର୍ଣ୍ଣିମା, ଲକ୍ଷ୍ମୀପୂଜା, କାର୍ତ୍ତିକ – ବଡ଼ ଓଷା, କାର୍ତ୍ତିକ ପୂର୍ଣ୍ଣିମା, ମାର୍ଗଶିର – ମାଣବସା ଗୁରୁବାର, ପ୍ରଥମାଷ୍ଟମୀ, ପୌଷ – ଶାମ୍ବ ଦଶମୀ, ଧନୁ ଯାତ୍ରା, ମାଘ ମକର ସଂକ୍ରାନ୍ତି, ଚନ୍ଦ୍ରଭାଗା ସ୍ନାନ, ଫାଲ୍‌ଗୁନ – ଜାଗର, ଚୈତ୍ର – ଅଶୋକାଷ୍ଟମୀ ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 6

→ ଏଗୁଡ଼ିକ ବ୍ୟତୀତ ରାକ୍ଷୀପୂର୍ଣିମା, ଗଣେଶ ଚତୁର୍ଥୀ, ଜନ୍ମାଷ୍ଟମୀ, ଦୁର୍ଗାପୂଜା, କାଳୀପୂଜା, ଦୋଳପୂର୍ଣ୍ଣିମା, ହୋଲି, ରାମନବମୀ ଇତ୍ୟାଦି ପର୍ବ ଓଡ଼ିଶାର ଐତିହ୍ୟକୁ ମହାନ୍ କରିଥାଏ ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ

ପର୍ବପର୍ବାଣିର ଧାର୍ମିକ ଉଦ୍ଦେଶ୍ୟ :

ବିଷୁବ ସଂକ୍ରାନ୍ତି – ଓଡ଼ିଆ ନବବର୍ଷ ।
ଅକ୍ଷୟ ତୃତୀୟା – ଚାଷୀ ବିହନ ଅନୁକୂଳ କରେ ।
ଶୀତଳ ଷଷ୍ଠୀ – ଶିବ ପାର୍ବତୀଙ୍କର ବିବାହ ।
ଗହ୍ମା ପୂର୍ଣ୍ଣିମା – ଗାଈ ଓ ବଳଦଙ୍କୁ ପୂଜା କରାଯାଏ ।
ଖୁଦୁରୁକୁଣୀ – ଝିଅମାନେ ମା’ ମଙ୍ଗଳାଙ୍କୁ ପୂଜା କରନ୍ତି ।
ମହାଳୟା – ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ।
କୁମାର ପୂଣ୍ଣିମା – କାର୍ତ୍ତିକେୟଙ୍କ ଭଳି ସ୍ଵାମୀ ପାଇବା ପାଇଁ ଝିଅମାନଙ୍କର ସୂର୍ଯ୍ୟ ଓ ଚନ୍ଦ୍ର ପୂଜା ।
ପ୍ରଥମାଷ୍ମମୀ – ଜ୍ୟେଷ୍ଠ ସନ୍ତାନ ପାଇଁ ଷଠୀଦେବୀଙ୍କୁ ପୂଜା କରାଯାଏ ।
ଶାମ୍ୱ ଦଶମୀ – ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ ।
ଜାଗର – ସାରା ରାତି ଦୀପ ଜାଳି ଶିବଙ୍କୁ ଆରାଧନା କରାଯାଏ ।
ଅଶୋକାଷ୍ମମୀ – ଲିଙ୍ଗରାଜ ମହାପ୍ରଭୁଙ୍କୁ ରଥଯାତ୍ରାରେ ନିଆଯାଇଥାଏ ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

Question 1.
7.6 ସେ.ମି ଦୈର୍ଘ୍ୟ ବିଶିଷ୍ଟ ଗୋଟିଏ ରେଖାଖଣ୍ଡ ଅଙ୍କନ କରି ଏହାର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 1
(i) 7.6 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ରେଖାଖଣ୍ଡ ସ୍କେଲ ଦ୍ବାରା ଅଙ୍କନ କର । ତାହାର ନାମ AB ଦିଅ ।
(ii) A ବିନ୍ଦୁରେ କମ୍ପାସର ମୁନକୁ ରଖ୍ ରେଖାଖଣ୍ଡର ଅଧାରୁ ବେଶି ନେଇ ଏକ ଚାପ ଅଙ୍କନ କର ।
(iii) ସେହିପରି B ବିନ୍ଦୁରେ କମ୍ପାସର ମୁନକୁ ରଖ୍ ଅନ୍ୟ ଏକ A
ଚାପ ଅଙ୍କନ କର ।
(iv) ଚାପ ଦ୍ଵୟ ପରସ୍ପରକୁ ରେଖାଖଣ୍ଡର ଉଭୟ ପାର୍ଶ୍ବରେ ଛେଦ କରିବେ ।
(v) ଚାପଦ୍ଵୟ ପରସ୍ପରକୁ ଯେଉଁଠି ଛେଦ କରିବେ ସେଠାରେ C ଓ D ନାମ ଦିଅ ।
(vi) ବର୍ତ୍ତମାନ CD କୁ ଯୋଗକର ।
(vii) ଏହା AB କୁ ଠ ବିନ୍ଦୁରେ ଛେଦ କରିବ A͞O = O͞B
C͞D, A͞B ର ସମଦ୍ବିଖଣ୍ଡକ ଲମ୍ବ ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

Question 2.
8.4 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ରେଖାଖଣ୍ଡ A͞B ଅଙ୍କନ କର । ଏହାକୁ ସମଦ୍ବିଖଣ୍ଡ କରି ମଧ୍ୟବିନ୍ଦୁକୁ C ନାମ ଦିଅ। ବର୍ତ୍ତମାନ A͞C ଓ B͞C ପ୍ରତ୍ୟେକକୁ ସମଦ୍ଵିଖଣ୍ଡ କର । ରେଖାଖଣ୍ଡଟି କେତୋଟି ସମାନ ଦୈର୍ଘ୍ୟ ବିଶିଷ୍ଟ ଖଣ୍ଡରେ ପରିଣତ ହେଲା । ପ୍ରତ୍ୟେକ ଖଣ୍ଡର ମାପ କେତେ ହେଉଛି ମାପି ଦେଖ ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 2
(i) 8.4 ସେ.ମି.ଦୈର୍ଘ୍ୟ ବିଶିଷ୍ଟ ଏକ ରେଖା ସ୍କୁଲ ଦ୍ବାରା ଅଙ୍କନ କର ।
(ii) A ବିନ୍ଦୁରେ କମ୍ପାସ ମୁନ ରଖ୍ ଏକ ଚାପ ଓ B ବିନ୍ଦୁରେ କମ୍ପାସ ମୁନ ରଖ୍ ଅନ୍ୟ ଏକ ଚାପ ଅଙ୍କନ କଲେ ଚାପ ଦ୍ଵୟ ପରସ୍ପରକୁ ରେଖାଖଣ୍ଡର ଉପର ପାର୍ଶ୍ବରେ ଛେଦ କରିବେ । ଦୁଇ ଛେଦବିନ୍ଦୁ ବିନ୍ଦୁଯୋଗ କର ।
(iii) ସମଦ୍ଵିଖଣ୍ଡ ମଧ୍ୟବିନ୍ଦୁକୁ C ନାମ ଦିଅ । ବର୍ତ୍ତମାନ ପୂର୍ବଭଳି A͞C ଓ B͞C ପ୍ରତ୍ୟେକକୁ ସମର୍ଦ୍ଦିଖଣ୍ଡ କର ।
(iv) ବର୍ତ୍ତମାନ ରେଖାଖଣ୍ଡଟି 4ଟି ସମାନ ଦୈର୍ଘ୍ୟ ବିଶିଷ୍ଟ ଖଣ୍ଡରେ ପରିଣତ ହେବ |
(v) ପ୍ରତ୍ୟେକ ରେଖା ଖଣ୍ଡର ମାପ 2.1 ସେ.ମି. ।
ରେଖାଖଣ୍ଡଟି ଚାରି ସମାନ ଦୈର୍ଘ୍ୟ ବିଶିଷ୍ଟ ଖଣ୍ଡ ହେଲା । ପ୍ରତ୍ୟେକ ଖଣ୍ଡର ଦୈର୍ଘ୍ୟ 2.1 ସେ.ମି. ।

Question 3.
(କ) 4 ସେ. ମି. ବ୍ୟାସାଦ୍ଧ ବିଶିଷ୍ଟ ଗୋଟିଏ ବୃତ୍ତ ଅଙ୍କନ କର। ସେହି ବୃତ୍ତରେ ଏକ ଜ୍ୟା ଅଙ୍କନ କର । ଏହି ଜ୍ୟାର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନ କର । ଏହା ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ଯାଉଛି କି ?
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 3
(i) 4 ସେ.ମି. ବ୍ୟାସାର୍କ ବିଶିଷ୍ଟ ଚାପ ନେଇ ଗୋଟିଏ ବୃତ୍ତ ଅଙ୍କନ କର । ସେହି ବୃତ୍ତର ପରିଧି ଉପରେ ଦୁଇଟି ବିନ୍ଦୁ ନିଅ C, D ନିଅ । CD ବିନ୍ଦୁକୁ ଯୋଗ କର । ବର୍ତ୍ତମାନ CD ଜ୍ୟା ।
(ii) ଏହି ଜ୍ୟାର C ବିନ୍ଦୁରେ କମ୍ପାସ ମୁନ ରଖ୍ ଅଧାରୁ ବେଶୀ ଏକ ଚାପ ଓ D ବିନ୍ଦୁରେ ସେହିପରି ଅନ୍ୟ ଏକ ଚାପ ଅଙ୍କନ କଲେ । ଚାପଦ୍ବୟ ପରସ୍ପରକୁ ରେଖାଖଣ୍ଡର ଉଭୟ ପାର୍ଶ୍ବରେ ଛେଦ କରିବେ । 
(iii) ଏହି ରେଖାଖଣ୍ଡଟି ବୃତ୍ତର କେନ୍ଦ୍ର ବିନ୍ଦୁଦେଇ ଯାଉଛି ।
 ଜ୍ୟାର ସମଦ୍ଧିଖଣ୍ଡକ ଲମ୍ବ ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ଯାଏ

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

(ଖ) ଯେ କୌଣସି ମାପବିଶିଷ୍ଟ ବ୍ୟାସାର୍ଦ୍ଧ ନେଇ ଗୋଟିଏ ବୃତ୍ତ ଅଙ୍କନ କର । ଏହାର ଗୋଟିଏ ଜ୍ୟା ଅଙ୍କନ କରି ତା’ର ସମର୍ଦ୍ଦିଖଣ୍ଡକ ଲମ୍ବ ଅଙ୍କନ କର । ଏହି ସମର୍ଦ୍ଦିଖଣ୍ଡକ ଲମ୍ବ ବୃତ୍ତର କେନ୍ଦ୍ର ଦେଇ ଯାଉଛି କି ?
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 4
(i) ଯେ କୌଣସି ମାପ ବିଶିଷ୍ଟ ବ୍ୟାସାର୍ବନେଇ ଗୋଟିଏ ବୃତ୍ତ ଅଙ୍କନ କର । ବୃତ୍ତର ପରିଧି ଉପରେ ଦୁଇଟି ବିନ୍ଦୁ ନିଅ ଓ ତାକୁ ଯୋଗ କଲେ ଜ୍ୟା ମିଳିବ ।
(ii) ଜ୍ୟାକୁ ପୂର୍ବଭଳି ଅଧାରୁ ବେଶି ବ୍ୟାସାର୍ଦ୍ଧ ନେଇ ଚାପ କାଟିଲେ ପରସ୍ପରକୁ ଛେଦ କରିବ । ଏହି ଛେଦ ବିନ୍ଦୁ ଦୁଇଟିକୁ ଯୋଗକଲେ ସମର୍ଦ୍ଦିଖଣ୍ଡକ ରେଖାଖଣ୍ଡ ମିଳିବ ।
(iii) ଏହି ସମର୍ଦ୍ଦିଖଣ୍ଡକ ଲମ୍ବ ବୃତ୍ତର କେନ୍ଦ୍ର ଦେଇ ଯାଉଛି ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2

Question 1.
ଯୋଗ ଓ ବିୟୋଗ ଚିହ୍ନ ବ୍ୟବହାର କରି ନିମ୍ନଲିଖିତ ଉକ୍ତିଗୁଡ଼ିକୁ ଲେଖ ।
(କ) 10 ଠାରୁ t ଊଣା
ସମାଧାନ:
10 – t

(ଖ) m ଓ n ର ଅନ୍ତର ଫଳ (m > n)
ସମାଧାନ:
m – n

(ଗ) z ଅପେକ୍ଷା w କମ୍
ସମାଧାନ:
z – w

(ଘ) p ଠାରୁ q ଅଧୂକ ଓ ତା’ଠାରୁ r ଅଧିକ
ସମାଧାନ:
(p + q) + r

(ଙ) b ଠାରୁ 3 ଊଣା ଓ ତା’ଠାରୁ c ଅଧିକ
ସମାଧାନ:
(b – 3) + c

(ଚ) m ଠାରୁ l କମ୍ ଓ ତା’ଠାରୁ k ବେଶି
ସମାଧାନ:
(m – l) + k

(ଛ) x ଅପେକ୍ଷା y ଊଣା ଓ ତା’ଠାରୁ z କମ୍।
ସମାଧାନ:
(x – y) – z

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2

Question 2.
ବାବୁ ପାଖରେ m ଟଙ୍କା ଅଛି । ବେବି ପାଖରେ ତା’ ଅପେକ୍ଷା 10 ଟଙ୍କା ଅଧିକ ଅଛି । ତେବେ ବେବି ପାଖରେ କେତେ ଟଙ୍କା ଅଛି ?
m = 7 ହେଲେ, ବେବି ପାଖରେ ଥିବା ଟଙ୍କାର ପରିମାଣ କେତେ ? 
BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2 1
ସମାଧାନ:
ବାବୁ ପାଖରେ m ଟଙ୍କା ଅଛି । ବେବି ପାଖରେ ଅଛି = (m + 10) ଟଙ୍କା
m = 7 ହେଲେ, (7 + 10) ଟଙ୍କା = ଟଙ୍କା ଅଛି ।
 ବେବି ପାଖରେ 17 ଟଙ୍କା ଅଛି ।

Question 3.
ସୀତାର ବୟସ 15 ବର୍ଷା | ଗୀତା ତା’ଠାରୁ y ବର୍ଷ ବଡ଼ । ରୀତାର ବୟସ, ସେ ଦୁହିଁଙ୍କ ମୋଟ ବୟସ ଅପେକ୍ଷା z ବର୍ଷ କମ୍ । ତେବେ ରୀତାର ବୟସ ଲାଗି ପରିପ୍ରକାଶଟି ଲେଖ । y ର ମାନ 5 ଓ z ର ମାନ 2 ହେଲେ, ଗୀତାର ବୟସ କେତେ ହେବ ?
ସମାଧାନ:
ଗୀତାର ବୟସ = 15 ବର୍ଷ । ଗୀତାର ବୟସ = ସୀତାର ବୟସ + y
ଗୀତାର ବୟସ = (15 + y) ବର୍ଷ
ସୀତା ଓ ଗୀତାର ମୋଟ ବୟସ = 15 + (15 + y) = 30 + y ବର୍ଷ
ରୀତାର ବୟସ, ସେ ଦୁହିଁଙ୍କ ମୋଟ ବୟସ ଅପେକ୍ଷା z ବର୍ଷ କମ୍ । 
ରୀତାର ବୟସ = (30 + y) – z ବର୍ଷ
y = 5 ଓ z = 2 ହେଲେ ରୀତାର ବୟସ = (30 + y) – z = (30 + 5) – 2 
= 35 – 2 = 33 ବର୍ଷ

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1

Question 1.
କେବଳ ସ୍କେଲ ବ୍ୟବହାର କରି 4.2 ସେ.ମି. ଓ 6 ସେ.ମି ମାପର ରେଖାଖଣ୍ଡ ଅଙ୍କନ କର।
ସମାଧାନ:
(i) ସ୍କେଲ, ଖାତା ଉପରେ ପକାଇ ଆରମ୍ଭ ବିନ୍ଦୁ ‘0’ ପାଖରେ ବିନ୍ଦୁଟିଏ ଦିଅ । ବିନ୍ଦୁର ନାମ A ଦିଅ ତା’ପରେ 4.2 ସେ.ମି. ନେଇ ଆଉ ଗୋଟିଏ ବିନ୍ଦୁ B ବିନ୍ଦୁ ଦିଅ ।
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 1
(ii) AB ବିନ୍ଦୁ ଦୁଇଟି ଯୋଗ କର । ବର୍ତ୍ତମାନ A͞B = 4.2 ସେ.ମି. ହେବ । ସେହିପରି ତୁମେ 6 ସେ.ମି. ମାପର ରେଖାଖଣ୍ଡ ନିଜେ କର ।
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 2

Question 2.
ସ୍କେଲ୍ ଓ କମ୍ପାସ୍ ବ୍ୟବହାର କରି 6.8 ସେ.ମି. ଦୈର୍ଘ୍ୟର ରେଖାଖଣ୍ଡ ଅଙ୍କନ କର।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 3
(i) ପ୍ରଥମେ ଗୋଟିଏ ସରଳରେଖା ଅଙ୍କନ କର ।
(ii) ଏହି ସରଳରେଖା ଉପରେ ଗୋଟିଏ ବିନ୍ଦୁ ଚିହ୍ନଟ କର ତାହାର ନାମ C ଦିଅ ।
(iii) ଗୋଟିଏ ସ୍କେଲ୍ ନିଅ । ସ୍କେଲର ‘0’ ଚିହ୍ନ ଉପରେ କମ୍ପାସର କଣ୍ଟା ମୁନ ରଖ୍ କମ୍ପାସ ଖୋଲି ପେନସିଲ୍‌ର ମୁନକୁ 6.8 ସେ.ମି. ଉପରେ ରଖ ।
(iv) ଏବେ କମ୍ପାସଟିକୁ ସ୍କେଲ ଉପରୁ ଉଠାଇ ଆଣ । ସରଳରେଖା ଉପରିସ୍ଥ ‘C’ ବିନ୍ଦୁ ଉପରେ କମ୍ପାସ କଣ୍ଟା ମୁନକୁ ରଖ । ପେନ୍‌ସିଲ୍‌ର ମୁନଟି ସରଳରେଖାର ଯେଉଁଠାରେ ରହିଲା ତାହାର ନାମ D ଦିଅ, ଏବେ C͞D ରେଖାଖଣ୍ଡର ଦୈର୍ଘ୍ୟ 6.8 ସେ.ମି. ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1

Question 3.
ସ୍କେଲ୍‌ ବ୍ୟବହାର କରି 8 ସେ.ମି. ଦୈର୍ଘ୍ୟର A͞B ରେଖାଖଣ୍ଡ ଅଙ୍କନ କର। ସେହି A͞B ରେଖାଖଣ୍ଡରୁ 4.5 ସେ.ମି ଦୈର୍ଘ୍ୟର A͞C ରେଖାଖଣ୍ଡ କାଟିଦିଅ। B͞C ର ଦୈର୍ଘ୍ୟ କେତେ ହେଉଛି ମାପ ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 4
(i) ପ୍ରଥମେ ଗୋଟିଏ ସରଳରେଖା ଅଙ୍କନ କର ।
(ii) ଏହି ସରଳରେଖା ଉପରେ ଗୋଟିଏ ବିନ୍ଦୁ ଚିହ୍ନଟ କରି A ନାମ ଦିଅ ।
(iii) କମ୍ପାସର ମୁନକୁ ସ୍କେଲର ‘0’ ଉପରେ ରଖ୍ ପେନ୍ସିଲ୍ ମୁନକୁ କମ୍ପାସରୁ 8 ସେ.ମି. ଦୈର୍ଘ୍ୟର ମାପ ଆଣି ସରଳରେଖା ଚାପ କାଟ । ଯେଉଁ ଚାପ କାଟିଲ ତାହାର ନାମ B ଦିଅ । ବର୍ତ୍ତମାନ A͞B = 8 ସେ.ମି. ।
(iv) ବର୍ତ୍ତମାନ A͞B ରେଖାଖଣ୍ଡରୁ 4.5 ସେ.ମି. ଦୈର୍ଘ୍ୟର AC ରେଖାଖଣ୍ଡର ଚାପ କାଟି ଦିଅ । ଚାପ ଯେଉଁଠି କଟିଲା ତାହାର ନାମ C ଦିଅ ।
(v) B͞C ର ଦୈର୍ଘ୍ୟ କମ୍ପାସରେ ମାପି ଲେଖ । B͞C = 3.5 ସେ.ମି. ।
∴ B͞C = 3.5 ସେ.ମି. ।

Question 4.
କେବଳ ସ୍କେଲ୍ ବ୍ୟବହାର କରି 5 ସେ.ମି. ଦୈର୍ଘ୍ୟର ରେଖାଖଣ୍ଡ ଅଙ୍କନ କରିବା ବେଳେ କେଉଁ କେଉଁ ସୋପାନ ଦେଇ କାର୍ଯ୍ୟ କରିବ ଲେଖ।
ସମାଧାନ:
(i) ଖାତା ଉପରେ ସ୍କେଲ ପକାଇ ସ୍କେଲର ‘0’ ପାଖରେ ବିନ୍ଦୁ ନିଅ । ତା’ପରେ 5 ସେ.ମି. ଚାପର ବିନ୍ଦୁଟିଏ ନିଅ ।
(ii) ବର୍ତ୍ତମାନ ଦୁଇ ବିନ୍ଦୁକୁ ସ୍କେଲଦ୍ଵାରା ଯୋଗ କର ।
(iii) ତାହାର ନାମ AB ଦିଅ । ବର୍ତ୍ତମାନ A͞B = 5 ସେ.ମି. ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions

ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଲେଖ:
(କ) ଗୋଟିଏ ବର୍ଗଚିତ୍ରର ଗୋଟିଏ ବାହୁର ଦୈର୍ଘ୍ୟ 5 ସେ.ମି. ହେଲେ, P = 4 × a ସୂତ୍ର ବ୍ୟବହାର କରି ଉକ୍ତ ବର୍ଗଚିତ୍ରର ପରିସୀମା ନିର୍ଣ୍ଣୟ କର ।
ସମାଧାନ:
ଏଠାରେ a = 5 ସେ.ମି. 
p = 4 × a = (4 × 5) ସେ.ମି. =20 ସେ.ମି. ।

(ଖ) ଜଣେ ସାଇକେଲ ସ୍ଖଳକ ମିନିଟ୍ ପ୍ରତି 220 ମିଟର ସାଇକେଲ ଚଳାଇ ପାରନ୍ତି । ତେବେ 8 ମିନିଟ୍ ସମୟରେ କେତେ ଦୂରତା ଅତିକ୍ରମ କରିପାରିବେ ।
ସମାଧାନ:
ଏଠାରେ s = 220 ମିଟର ।
d = s × t = 220 × 8 = 1760 ମିଟର ।

ନିଜେ କରି ଦେଖ:
BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions 1 ଆକୃତି ବିଶିଷ୍ଟ ଗୋଟିଏ ଚିତ୍ରପାଇଁ ଆବଶ୍ୟକ ଦିଆସିଲି କାଠି ସଂଖ୍ୟାକୁ ବିଚାରକୁ ନେଇ ଏକ ସୂତ୍ର ଗଠନ କର, ଯାହାଦ୍ବାରା ଯେକୌଣସି ସଂଖ୍ୟକ ଚିତ୍ର ସୃଷ୍ଟିପାଇଁ କେତେ ସଂଖ୍ୟକ କାଠି ଦରକାର ସ୍ଥିର କରିହେବ । (ଚିତ୍ର ସଂଖ୍ୟା ଲାଗି ñ ଓ ଦିଆସିଲି କାଠି ସଂଖ୍ୟା ଆଦି s ସଂକେତ ବ୍ୟବହାର କର ।) 
ସମାଧାନ:
s = 3n

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions 2 ଆକୃତି ବିଶିଷ୍ଟ ଗୋଟିଏ ଚିତ୍ର ଗଠନପାଇଁ ଆବଶ୍ୟକ ଦିଆସିଲି କାଠି ସଂଖ୍ୟାକୁ ବିଚାରକୁ ନେଇ ଏକ ସୂତ୍ର ଗଠନ କର, ଯାହାକୁ ବ୍ୟବହାର କରି ଯେକୌଣସି ସଂଖ୍ୟକ ଚିତ୍ର ଗଠନ ପାଇଁ ଆବଶ୍ୟକ ଦିଆସିଲି କାଠି ସଂଖ୍ୟା ନିର୍ଣ୍ଣୟ କରିହେବ ।
ସମାଧାନ:
s = 3n

x + 10 ଏକ ପରିପ୍ରକାଶ ଯେଉଁଥରେ ‘x’ ଏକ ଚଳରାଶି । ‘x + 10’ କୁ କିପରି ପଢ଼ାଯିବ ?
ସମାଧାନ:
x ଠାରୁ 10 ଅଧିକ ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions

ଉତ୍ତର ଲେଖ:
କୌଣସି ଏକ ବିଦ୍ୟାଳୟରେ ଛାତ୍ରୀ ସଂଖ୍ୟା, ଛାତ୍ର ସଂଖ୍ୟାଠାରୁ 35 ଅଧିକ । 
ଛାତ୍ର ସଂଖ୍ୟା ଯଦି ‘x’ (ଚଳରାଶି) ହୁଏ । ତେବେ ବିଦ୍ୟାଳୟରେ ଛାତ୍ରୀସଂଖ୍ୟା କେତେ ହେବ ।
(i) ଛାତ୍ରୀ ସଂଖ୍ୟା ଜାଣିବାପାଇଁ ପରିପ୍ରକାଶକୁ ନିର୍ଣ୍ଣୟ କର ।
ସମାଧାନ:
ଛାତ୍ରୀ ସଂଖ୍ୟା = x + 35

(ii) ଯଦି ଛାତ୍ରୀ ସଂଖ୍ୟା 75 ହୋଇଥାଏ । ତେବେ ପରିପ୍ରକାଶକୁ ବ୍ୟବହାର କରି ଛାତ୍ରୀ ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ:
ଛାତ୍ରୀ ସଂଖ୍ୟା = 75 + 35 = 110 ଜଣ ।

ନିଜେ କରି ଦେଖ:
ଗୋଟିଏ ସମବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟ l ଚଳରାଶି ରୂପନେଇ ଏହାର ପରିସୀମାକୁ l ମାଧ୍ୟମରେ ପ୍ରକାଶ କର ।
BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions 3
ସମାଧାନ:
3l

ଗୋଟିଏ ସୁଷମ ଷଡ଼ଭୁଜର ବାହୁର ଦୈର୍ଘ୍ୟକୁ l ଚଳରାଶି ରୂପେ ନେଇ ଏହାର ପରିସୀମାକୁ l ମାଧ୍ୟମରେ ପ୍ରକାଶ କର ।
BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions 4
ସମାଧାନ:
6l

ନିମ୍ନଲିଖ୍ତ ଉକ୍ତିଗୁଡ଼ିକୁ କିପରି ଲେଖାଯିବ ?
a ଓ 4 ର ଯୋଗଫଳ 
ସମାଧାନ:
a + 4

5 ଅପେକ୍ଷା x ଅଧିକ
ସମାଧାନ:
5 + x

x ଠାରୁ y ଅଧିକ
ସମାଧାନ:
x + y

(x + y) ଠାରୁ 6 ଅଧିକ
ସମାଧାନ:
(x + y) + 6

ଆଧାର a ଓ ଘାତାଙ୍କ 8 ନେଇ ଘାତାନ୍ବିତ ବୀଜଟି କେତେ ?
ସମାଧାନ:
a8

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions

x3z2 ଓ z2x3 ସମାନ କି ? କାରଣ ସହ ଲେଖ ।
ସମାଧାନ:
x3z2 = z2x3 କାରଣ
x3z2 = x × x × x × z × z
z2x3 = z × z × x × x × x
ଉଭୟରେ x, 3 ଥର ଓ z, 2 ଥର ଅଛି ।

କହିଲ ଦେଖ୍: 
x5 ଗୋଟିଏ ଘାତାନ୍ବିତ ରାଶି ହେଲେ ଏହାର ଆଧାର କେତେ ଓ ଘାତାଙ୍କ କେତେ ?
ସମାଧାନ:
ଏହାର ଆଧାର x ଓ ଘାତାଙ୍କ 5 ।

ତୁମେ ଏକପଦ ବିଶିଷ୍ଟ ରାଶି, ଦୁଇପଦ ବିଶିଷ୍ଟ ରାଶି ଓ ବହୁପଦ ବିଶିଷ୍ଟ ରାଶିର ଦୁଇଟି ଲେଖାଏଁ ଉଦାହରଣ ଦିଅ ।
ସମାଧାନ:

ଏକପଦ ବିଶିଷ୍ଟ ରାଶି ଦୁଇପଦ ବିଶିଷ୍ଟ ରାଶି ବହୁପଦ ବିଶିଷ୍ଟ ରାଶି
x 5x + y 3m + z – n
4y 4z + p 4a + 3b – 7

3x – y + 5b ରେ ଥିବା ଭିନ୍ନ ଭିନ୍ନ ପଦମାନଙ୍କ ସହଗ ଲେଖ ।
ସମାଧାନ:
3x – y + 5b ରେ ଥିବା 3x ରେ x ର ସହଗ 3,
y ରେ ସହଗ 1 ଏବଂ 5 ରେ b ର ସହଗ 5 ।