BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4

Question 1.
ତଳେ କେତେଗୁଡ଼ିଏ କୋଣର ପରିମାଣ ଲେଖାଯାଇଛି । କେବଳ ସ୍କେଲ୍ ଓ କମ୍ପାସ୍‌ ସାହାଯ୍ୟରେ କେଉଁ ମାପର କୋଣ ଅଙ୍କନ ହୋଇପାରିବ ବାଛି ଲେଖ।
60°, 35°, 40°, 90°, 30°, 110°, 45°, 20°, 15°, 75°, 100°, 150° 
ସମାଧାନ:
60°, 90°, 30°, 45°, 15°, 75°, 150° ମାପର କୋଣ କେବଳ ସ୍କେଲ୍ ଓ କମ୍ପାସ୍ ସାହାଯ୍ୟରେ ହୋଇପାରିବ ।

Question 2. 
(କ) ସ୍କେଲ ଓ କମ୍ପାସ୍ ସାହାଯ୍ୟରେ 60° ଓ 120 ପରିମାଣର କୋଣ ଅଙ୍କନ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 1
(i) ଯେକୌଣସି ରେଖାଖଣ୍ଡ B͞C ଅଙ୍କନ କର ।
(ii) B͞C ର B ବିନ୍ଦୁରେ ଯେକୌଣସି ବ୍ୟାସାଦ୍ଧ ବିଶିଷ୍ଟ ଏକ ଚାପ ଅଙ୍କନ କର । ଚାପଟି B͞C କୁ Q ବିନ୍ଦୁରେ ଛେଦକରୁ । Q ବିନ୍ଦୁରେ କମ୍ପାସ ମୁନ ରଖ୍ ସମପରିମାଣର ଚାପ ଅଙ୍କନ କର ଯାହା ପୂର୍ବୋକ୍ତ ଚାପକୁ P ବିନ୍ଦୁରେ ଛେଦ କରିବ ।
\(\overrightarrow{\mathrm{BP}}\) ଅଙ୍କନ କଲେ ∠ABC = 60° ହେବ ।
(iii) ବର୍ତ୍ତମାନ PQ = PR ଚାପ ଅଙ୍କନ କର । \(\overrightarrow{\mathrm{BR}}\) କୁ ଯୋଗକରି ବଢ଼ାଅ ।
(iv) ∠DBC = 60° + 60° = 120° ହେବ ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4

(ଖ) 60° ପରିମାଣର କୋଣ କିପରି ଅଙ୍କନ କଲ, ତା’ର ସୋପାନଗୁଡ଼ିକୁ ଲେଖ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 2
(i) \(\overrightarrow{\mathrm{YA}}\) ଯେକୌଣସି ଏକ ରଶ୍ମି ଅଙ୍କନ କର ।
(ii) କମ୍ପାସର କଣ୍ଟାମୁନକୁ Y ବିନ୍ଦୁ ଉପରେ ରଖ । ଯେକୌଣସି ବ୍ୟାସାର୍ଷ ବିଶିଷ୍ଟ ଏକ ଚାପ ଅଙ୍କନ କର ଯାହା YA ରଶ୍ମିକୁ Q ବିନ୍ଦୁରେ ଛେଦ କରିବ ।
(iii) ଏବେ କମ୍ପାସର କଣ୍ଟାମୁନରୁ Q ବିନ୍ଦୁ ଉପରେ ରଖ୍ ଏପରି ଏକ ରଶ୍ମି ଅଙ୍କନ କର ଯାହା ଠୁ ବିନ୍ଦୁଦେଇ ପୂର୍ବରୁ ଅଙ୍କାଯାଇଥିବା ଚାପକୁ P ବିନ୍ଦୁରେ ଛେଦ କରିବ ।
(iv) Y ଓ P କୁ ଯୋଗ କଲେ ∠PYQ ପାଇବ, ଯାହାର ମାପ 60° ।

Question 3. 
ସ୍କେଲ୍ ଓ ପ୍ରୋଟ୍ରାକ୍ଟର ବ୍ୟବହାର କରି 90° ପରିମାଣର ଗୋଟିଏ କୋଣ ଅଙ୍କନ କର । କମ୍ପାସ୍ ସାହାଯ୍ୟରେ ଏହାକୁ ସମଦ୍ବିଖଣ୍ଡ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 3
ପ୍ରୋଟାକ୍ଟର ସାହାଯ୍ୟରେ ∠ABC = 90° କୋଣ ଅଙ୍କନ କରି ସମଦ୍ବିଖଣ୍ଡ କରାଗଲା ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Question 1.
ବୀଜ ଜରିଆରେ ପ୍ରକାଶ କର । କେଉଁଥ‌ିପାଇଁ କି ବୀଜ ବ୍ୟବହାର କଲ ଲେଖ ।
(କ) ଗୋଟିଏ ଜିନିଷର ବିକ୍ରୟ ମୂଲ୍ୟ ତା’ର କ୍ରୟ ମୂଲ୍ୟ ଓ ଲାଭର ସମଷ୍ଟି ସହ ସମାନ ।
ସମାଧାନ:
ବିକ୍ରିୟ ମୂଲ୍ୟ = କ୍ରୟ ମୂଲ୍ୟ + ଲାଭ ଅର୍ଥାତ୍ s = c + g
ଏଠାରେ ବିକ୍ରୟ ମୂଲ୍ୟ = s, କ୍ରୟମୂଲ୍ୟ = c ଓ ଲାଭ = g ।

(ଖ) ଗୋଟିଏ ଆୟତ କ୍ଷେତ୍ରର ପରିସୀମା ତା’ର ଦୈର୍ଘ୍ୟର ଦୁଇ ଗୁଣ ଓ ପ୍ରସ୍ଥର ଦୁଇ ଗୁଣର ସମଷ୍ଟି ସଙ୍ଗେ ସମାନ । 
ସମାଧାନ:
ଆୟତକ୍ଷେତ୍ରର ପରିସୀମା = 2 × ଦୈର୍ଘ୍ୟ + 2 × ପ୍ରସ୍ଥ ବା P = 2 × a + 2 × b = 2a + 2b
ଏଠାରେ ଆୟତକ୍ଷେତ୍ରର ପରିସୀମା = P, ଦୈର୍ଘ୍ୟ = a ପ୍ରସ୍ଥ = b

(ଗ) ଏକ ଆୟତ ଘନର ଘନଫଳ ତା’ର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତାର ଗୁଣଫଳ ସଙ୍ଗେ ସମାନ। ସୂତ୍ରଟି ଲେଖ । ଏହି ସୂତ୍ର ସାହାଯ୍ୟରେ 4 ମି. ଦୈର୍ଘ୍ୟ, 3 ମି. ପ୍ରସ୍ଥ ଓ 2 ମି. ଉଚ୍ଚତାବିଶିଷ୍ଟ ଆୟତ ଘନର ଘନଫଳ ସ୍ଥିର କର।
ସମାଧାନ:
ଆୟତଘନର ଘନଫଳ = ଦୈର୍ଘ୍ୟ × ପ୍ରସ୍ଥ × ଉଚ୍ଚତା
ଏଠାରେ ଆୟତଘନର ଘନଫଳ = V, ଦୈର୍ଘ୍ୟ = a, ପ୍ରସ୍ଥ = b ଓ ଉଚ୍ଚତା = c ସୂତ୍ରଟି ହେଲା V = abc
ପୁନଶ୍ଚ a = 4 ମି., b = 3 ମି. ଓ c = 2 ମି. ହେଲେ ଆୟତଘନର ଘନଫଳ 
= 4 × 3 × 2 = 24 ଘନ ମି.

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Question 2.
ବୀଜ ଓ ସଂଖ୍ୟା ବ୍ୟବହାର କରି ନିମ୍ନ ପରିପ୍ରକାଶ ନିର୍ଣ୍ଣୟ କର । 
(କ) b ର ଦୁଇ ଗୁଣଠାରୁ c ର ପାଞ୍ଚ ଗୁଣ ଅଧିକ ହୋଇଥିବା ପରିପ୍ରକାଶଟି କେତେ ?
ସମାଧାନ:
2b + 5c

(ଖ) x ର ତିନି ଗୁଣଠାରୁ p ର ଏକ-ଚତୁର୍ଥାଂଶ ଊଣା ହୋଇଥିବା ପରିପ୍ରକାଶଟି କେତେ ? 
ସମାଧାନ:
3x – \(\frac{p}{4}\)

(ଗ) p ର ପାଞ୍ଚ–ଷତାଂଶ ଅପେକ୍ଷା 7 ବେଶି ହୋଇଥିବା ପରିପ୍ରକାଶଟି କେତେ ?
ସମାଧାନ:
\(\frac{5}{6}\)p + 7 ବା \(\frac{5p}{6}\) + 7

(ଘ) m ଓ n ର ଯୋଗଫଳଠାରୁ z ର ତିନି ଗୁଣ କମ୍ ହୋଇଥିବା ପରିପ୍ରକାଶଟି କେତେ ? 
ସମାଧାନ:
(m + n) – 3z

(ଙ) b ଓ 4 ର ଭାଗଫଳଠାରୁ c ର ତିନି ଚତୁର୍ଥାଂଶ କମ୍ ହୋଇଥିବା ପରିପ୍ରକାଶଟି କେତେ ? 
ସମାଧାନ:
\(\frac{b}{4}\) – \(\frac{3}{4}\) ବା \(\frac{b-3 c}{4}\)

Question 3.
ବୀଜ ମାଧ୍ୟମରେ ଲିଖ ନିମ୍ନ ପରିପ୍ରକାଶଗୁଡ଼ିକୁ ଭାଷାରେ ପ୍ରକାଶ କର।
(କ) 3x + 2y
ସମାଧାନ:
x ର 3 ଗୁଣ ଠାରୁ y ର 2 ଗୁଣ ଅଧିକ ।

(ଖ) 2a – 7
ସମାଧାନ:
a ର 2 ଗୁଣ ଠାରୁ 7 ଊଣା ।

(ଗ) 2p + 3q – r
ସମାଧାନ:
p ର 2 ଗୁଣ ଓ q ର 3 ଗୁଣର ସମଷ୍ଟିଠାରୁ r ଊଣା ।

(ଘ) \(\frac{3 c}{5}\) + d
ସମାଧାନ:
C ର ତିନି ପଞ୍ଚମାଂଶ ଠାରୁ ଓଁ ଅଧିକ ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Question 4.
ଗୋଟିଏ ଆୟତ ଚିତ୍ର ଆକୃତିର ଚଟାଣର ପ୍ରସ୍ଥ b ମିଟର ଓ ଦୈର୍ଘ୍ୟ ପ୍ରସ୍ଥର ଦୁଇ ଗୁଣ | ତେବେ ତା’ର କ୍ଷେତ୍ରଫଳ କେତେ ? ସେହି ସୂତ୍ର ବ୍ୟବହାର କରି 8 ମିଟର ପ୍ରସ୍ରବିଶିଷ୍ଟ ଚଟାଣର କ୍ଷେତ୍ରଫଳ ସ୍ଥିର କର।
ସମାଧାନ:
ପ୍ରସ୍ଥ = b ମିଟର ହେଲେ ଦୈର୍ଘ୍ୟ = 2b ମିଟର
କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 26 ମି. × b ମି. = 2b2 ବର୍ଗମିଟର
ପ୍ରଶ୍ନନୁସାରେ ପ୍ରସ୍ଥ = 8 ମି. ହେଲେ ଚଟାଣର କ୍ଷେତ୍ରଫଳ = 2b2 = 2 × 8 × 8 = 128 ବର୍ଗମିଟର ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3

Question 1.
ପ୍ରୋଟ୍ରାକ୍ଟର ସାହାଯ୍ୟରେ 50° ମାପର ଏକ କୋଣ ଅଙ୍କନ କର । ଏହାର ସମଦ୍ବିଖଣ୍ଡକ ଅଙ୍କନ କର।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3 1
(i) ଯେକୌଣସି ଗୋଟିଏ ରେଖାଖଣ୍ଡ ଅଙ୍କନ କର ।
(ii) ତା’ଉପରେ ପ୍ରୋଟ୍ରାକ୍ଟର ପକାଇ 50° ମାପର ∠ABC ଅଙ୍କନ କର ।
(iii) ବର୍ତମାନ B ବିନ୍ଦୁରେ କମ୍ପାସ ରଖ୍ ଏକ ଚାପ ଅଙ୍କନ କର । ଚାପଟି A͞B ଓ B͞C କୁ P ଓ Q ବିନ୍ଦୁରେ ଛେଦ କରୁ ।
(iv) P ଓ Q ବିନ୍ଦୁରେ କମ୍ପାସ ରଖ୍ ଦୁଇଟି ଚାପ ଅଙ୍କନ କର ଯେପରି ପରସ୍ପରକୁ R ବିନ୍ଦୁରେ ଛେଦ କରିବ ।
(v) ବର୍ତ୍ତମାନ BR କୁ ଯୋଗ କର । B͞R, ∠ABC ର ସମଦ୍ବିଖଣ୍ଡକ ।
∠PQR ର ସମଦ୍ବିଖଣ୍ଡକ Q͞M ।

Question 2.
ଗୋଟିଏ ସମକୋଣର ସମଦ୍ବିଖଣ୍ଡକ ଅଙ୍କନ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3 2
(i) ପ୍ରୋଟ୍ରାକ୍ଟର ସାହାଯ୍ୟରେ 90° କୋଣ ଅଙ୍କନ କର ।
(ii) 90° କୋଣକୁ ପୂର୍ବଭଳି ସମଦ୍ବିଖଣ୍ଡକ କର ।
∠ABC = 90° ।
∠ABC ର ସମଦ୍ବିଖଣ୍ଡକ B͞D ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3

Question 3.
80° ପରିମାଣର ଏକ କୋଣ ଅଙ୍କନ କରି ତାହାକୁ ଋରି ସମାନ ଭାଗରେ ବିଭକ୍ତ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.3 3
(i) ପ୍ରୋଟ୍ରାକ୍ଟର ସାହାଯ୍ୟରେ 80° ପରିମାଣ କୋଣ ଅଙ୍କନ କର ।
(ii) ପ୍ରଥମେ ତାକୁ ପୂର୍ବଭଳି ସମଦ୍ବିଖଣ୍ଡକ କର ।
(iii) ପୁଣି ପ୍ରତ୍ୟେକ ଚାପକୁ ସମର୍ଦ୍ଦିଖଣ୍ଡକ କର ।
(iv) ବର୍ତ୍ତମାନ ଚାରି ସମାନ ଭାଗ ହେଲା ।
∠ABC = 80°
∠ABD = ∠DBC = 40°
∠ABE = ∠EBD = ∠DBF = ∠FBC = 20°

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ

Odisha State Board BSE Odisha Class 9 History Notes Chapter 15 ଓଡ଼ିଶାର ଐତିହ୍ୟ will enable students to study smartly.

BSE Odisha Class 9 History Notes Chapter 15 ଓଡ଼ିଶାର ଐତିହ୍ୟ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
ଓଡ଼ିଶାର ଐତିହ୍ୟ :

  • ପ୍ରାଚୀନ ଓ ମଧ୍ୟଯୁଗର ଓଡ଼ିଶା ଉତ୍କଳ, କଳିଙ୍ଗ, କଙ୍ଗୋଦ, କୋଶଳ, ଉଡ୍ର ଆଦି ନାମରେ ପରିଚିତ ଥିଲା ଏବଂ ଭାରତୀୟ ଐତିହ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା ।
  • ଓଡ଼ିଶାର ଐତିହ୍ୟରେ ଜଗନ୍ନାଥ ଚେତନା, ସାହିତ୍ୟ, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଚିତ୍ରକଳା, ସଂଗୀତ, ନୃତ୍ୟ ତଥା ପର୍ବପର୍ବାଣିର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି ।

ବିଷୟବସ୍ତୁର ରୂପରେଖ:

  • ଓଡ଼ିଶାର ଐତିହ୍ୟ
  • ଭାଷା ଓ ସାହିତ୍ୟ
  • ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଚିତ୍ରକଳା
  • ଗୀତ, ନୃତ୍ୟ ଓ ବାଦ୍ୟ
  • ହସ୍ତଶିଳ୍ପ
  • ସାମୁଦ୍ରିକ ବାଣିଜ୍ୟ
  • ପର୍ବପର୍ବାଣି

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ

ଜଗନ୍ନାଥ ଚେତନା :

  • ଓଡ଼ିଶାର ଐତିହ୍ୟରେ ଜଗନ୍ନାଥ ଚେତନା ଓତପ୍ରୋତ ଭାବରେ ଜଡ଼ିତ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜର ସଂଯୋଜକ, କଲ୍ୟାଣକାରୀ ଓ ରକ୍ଷାକର୍ତ୍ତା ଭାବେ ସେ ବିବେଚିତ ହୋଇଥା’ନ୍ତି ।
  • ପୁରୀର ବିଶ୍ଵପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ମହାମିଳନ ଘଟିଥାଏ । ଏହି ଚେତନା ସମସ୍ତଙ୍କୁ ସ୍ନେହ, ପ୍ରେମ, ଭ୍ରାତୃଭାବର ଏକତା ଓ ସଂହିତା ଡୋରିରେ ସମସ୍ତଙ୍କୁ ବାନ୍ଧି ରଖୁରିଛି ।

ଭାଷା ଓ ସାହିତ୍ୟ :

  • ଖ୍ର।ଷ୍ମପୂର୍ବ ପଥମ ଶତାବ୍ଦୀରେ ଭୁବନେଶ୍ୱର ଉଦୟଗିରିରେ ପାଲି – ପ୍ର।କୄତ ଭାଷାରେ ଲିଖ୍ ହାତୀଗୁମ୍ଫା ଶିଳାଲେଖାକୁ ଓଡ଼ିଶାର ପ୍ରଥମ ସ୍ବଦେଶୀ ସାହିତ୍ୟ ଭାବେ ଗ୍ରହଣ କରାଯାଇଥାଏ ।
  • ଓଡ଼ିଆ ଭାଷା ମାଗଧୀ-ପ୍ରାକୃତ ଭାଷାରୁ ଉତ୍ପତ୍ତି ଲାଭ କରି ଖ୍ରୀଷ୍ଟୀୟ ୧୦ମ ଶତାବ୍ଦୀରେ ଇଣ୍ଡୋ-ଆରିଆନ୍ ଭାଷା ରୂପେ ପ୍ରଚଳିତ ହେଲା ।
  • ପ୍ରାଚୀନ ଓଡ଼ିଆ ସାହିତ୍ୟ ସୃଷ୍ଟି କରିଥିବା ସ୍ରଷ୍ଟାମାନେ ହେଲେ ଯଥା – କଳସା ଚଉତିଶା-ବତ୍ସା ଦାସ, ବିଲଙ୍କା ରାମାୟଣ– ସାରଳା ଦାସ, ରାମ-ବିଭା – ଅର୍ଜୁନ ଦାସ ।
  • ମଧ୍ୟଯୁଗରେ ସାହିତ୍ୟ ରଚନା କରିଥିବା କବିମାନେ ହେଲେ; ଯଥା – ଓଡ଼ିଆ ରାମାୟଣ ବଳରାମ ଦାସ, ଜଗନ୍ନାଥ ଦାସ, ରସକଲ୍ଲୋଳ – ଦୀନକୃଷ୍ଣ ଦାସ, ମଥୁରା ମଙ୍ଗଳ – ଭକ୍ତଚରଣ ଦାସ,
  • ସମରତରଙ୍ଗ – ବ୍ରଜନାଥ ବଡ଼ଜେନା, ଗୀତଗୋବିନ୍ଦ – ଜୟଦେବ, ବୈଦେହୀଶ ବିଳାସ – ଉପେନ୍ଦ୍ର ଭଞ୍ଜ, ସ୍ତୁତି ଚିନ୍ତାମଣି – ଭୀମଭୋଇ, ମହୀମଣ୍ଡଳ ଗୀତା. – ଅରକ୍ଷିତ ଦାସ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ – ବଳଦେବ ରଥ ।

→ ପ୍ରତି ବର୍ଷ ଏପ୍ରିଲ ମାସ ୧୮ ତାରିଖକୁ ବିଶ୍ୱ ଐତିହ୍ୟ ଦିବସ ଭାବେ ପାଳନ କରାଯାଇଥାଏ ।
→ ‘ଚଉତିଶା’ ଚଉତିରିଶ ପଦ ବିଶିଷ୍ଟ କବିତା । ଏହାର ପ୍ରତ୍ୟେକ ପଦ କ୍ରମାନ୍ୱୟରେ ଓଡ଼ିଆ ବର୍ଣ୍ଣମାଳାର ପ୍ରତ୍ୟେକ ବ୍ୟଞ୍ଜନ ବର୍ଣ୍ଣରେ ଆରମ୍ଭ ହୋଇଥାଏ ।
→ ଆଧୁନିକ ଓଡ଼ିଆ ସାହିତ୍ୟ କୃତି – ଫକୀରମୋହନ ସେନାପତି – ଛ’ମାଣ ଆଠ ଗୁଣ୍ଠ, ମାମୁ, ପ୍ରାୟଶ୍ଚିତ୍ତ, ଲଛମା, କବିବର ରାଧାନାଥ ରାୟ – ଚିଲିକା, ଦରବାର, ମହାଯାତ୍ରା, ଗଙ୍ଗାଧର ମେହେର ତପସ୍ବିନୀ, ପ୍ରତୟବଲ୍ଲରୀ, କୀଚକ ବଧ, ଇନ୍ଦୁମତୀ ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 1BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 2

ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଚିତ୍ରକଳା :
ମନ୍ଦିର ସ୍ଥାପତ୍ୟ :

  • ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ଓଡ଼ିଶାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଏହାର ମନ୍ଦିର ସ୍ଥାପତ୍ୟ ଶୈଳୀକୁ କଳିଙ୍ଗ ଶୈଳୀ କୁହାଯାଏ ।
  • ଭାରତର ଅନ୍ୟ ସ୍ଥାନମାନଙ୍କରେ ନିର୍ମିତ ମନ୍ଦିରଗୁଡ଼ିକର ନାଗର, ବେସର ଓ ଦ୍ରାବିଡ଼ ଶୈଳୀଠାରୁ କଳିଙ୍ଗ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଗ୍ରହଣ କରାଯାଇଛି ।

→ ଓଡ଼ିଶାର ସର୍ବ ପ୍ରଥମ ଭାସ୍କର୍ଯ୍ୟ ହେଉଛି ଧଉଳିପାହାଡ଼ ଉପରେ ଥିବା ସମ୍ରାଟ ଅଶୋକଙ୍କର ଶିଳାଲେଖ ଓ ପଥରମୂର୍ତ୍ତି ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ

ମନ୍ଦିର ଭାସ୍କର୍ଯ୍ୟ :

  • ଓଡ଼ିଶାର ମନ୍ଦିରଗୁଡ଼ିକର ବାହାର ପାର୍ଶ୍ଵରେ ଖୋଦିତ ହୋଇଥିବା ଆଶ୍ଚର୍ଯ୍ୟଜନକ ଓ ଅତ୍ୟନ୍ତ ମନୋରମ ଭାସ୍କର୍ଯ୍ୟ ଏକ ଶକ୍ତିଶାଳୀ ଐତିହ୍ୟ ବହନ କରିଥାଏ ।
  • ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ସବୁଠାରୁ ଜୀବନ୍ତ ଉଦାହରଣ ହେଉଛି କୋଣାର୍କର ସୂର୍ଯ୍ୟ ମନ୍ଦିର । ଏହାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପାଇଁ ଏହାକୁ ବିଶ୍ଵ ଐତିହ୍ୟ ସ୍ମାରକୀ ରୂପେ ମାନ୍ୟତା ଦିଆଯାଇଛି ଏବଂ ବିଶ୍ଵର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ଦିଆଯାଇଛି ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 3BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 4BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 5

ଓଡ଼ିଶାର ଦୁର୍ଗ : ବାରବାଟୀ ଦୁର୍ଗ (କଟକ), ଖୋରଧାଗଡ଼ ଦୁର୍ଗ, ଗଡ଼ମାଣିତ୍ରି ଦୁର୍ଗ, ସାରଙ୍ଗଗଡ଼ ଦୁର୍ଗ, ରାଇବଣିଆ ଦୁର୍ଗ ଓ ଅସୁରଗଡ ଦୁର୍ଗ ଅନ୍ୟତମ।
ଚିତ୍ରକଳା : କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି, ନୂଆପଡ଼ା ଜିଲ୍ଲାର ଯୋଗୀମଠଠାରେ ଭାରତୀୟ ଚିତ୍ରକଳାର ନିଦର୍ଶନ ଦେବାକୁ ମିଳେ ।
ପୁରୀ ଜିଲ୍ଲାର ରଘୁରାଜପୁର ପଟ୍ଟଚିତ୍ର ବିଶ୍ବ ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଛି । ଏହି ଗ୍ରାମଟିକୁ ଏକ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରାଯାଇଛି !

→ ଚମତ୍କାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଯୋଗୁଁ ମୁକ୍ତେଶ୍ଵର ମନ୍ଦିରକୁ ‘ଓଡ଼ିଶା ସ୍ଥାପତ୍ୟ କଳାର ମଣି’’ ବୋଲି କୁହାଯାଏ ।

ଗୀତ, ନୃତ୍ୟ ଓ ବାଦ୍ୟ :

  • ଓଡ଼ିଶାର ଐତିହ୍ୟ ପ୍ରତି ଗୀତ, ନୃତ୍ୟ ଓ ବାଦ୍ୟର ବିଶେଷ ଅବଦାନ ରହିଛି । ଏହାର ପ୍ରାଚୀନ ମନ୍ଦିର ଗାତ୍ରରେ ଖୋଦିତ ହୋଇଥ‌ିବା ଗାୟନ ଓ ବାଦନ ଏବଂ ନର୍ତ୍ତକୀମନଙ୍କ ଚିତ୍ରରୁ ଆମର ନୃତ୍ୟ ଗୀତର ପରିଚୟ ମିଳିଥାଏ ।
  • ଜୟଦେବଙ୍କ ଗୀତଗୋବିନ୍ଦ ଓ ସାଲବେଗଙ୍କ ଭଜନ ଓଡ଼ିଶାର ସର୍ବାଦୃତ ଭକ୍ତି ସଙ୍ଗୀତ । ଓଡ଼ିଶୀ ନୃତ୍ୟ ଭାରତର ଏକ ପ୍ରଧାନ ଶାସ୍ତ୍ରୀୟ ନୃତ୍ୟଭାବେ ମାନ୍ୟତା ପାଇଛି । ମାହାରୀ ଶୈଳୀର ନୃତ୍ୟରୁ ଓଡ଼ିଶୀ ନୃତ୍ୟର ସୃଷ୍ଟି ହୋଇଛି ।
  • ଓଡ଼ିଶାର ଜନପ୍ରିୟ ଲୋକନୃତ୍ୟ ମଧ୍ୟରେ ରଣପା ନାଚ, ଚଇତି ଘୋଡ଼ା ନାଚ, ଦଣ୍ଡନାଚ, ଘୁମରା ନାଚ, ଛଉନାଚ ଅନ୍ୟତମ ।
  • ଚାଙ୍ଗୁ, ମୃଦଙ୍ଗ, ଝାଞ୍ଜ, ଢୋଲ, ମହୁରୀ, ତୂରୀ, ଘଣ୍ଟ, ମାଦଳ ଓଡ଼ିଶାର ଐତିହ୍ୟସମ୍ପନ୍ନ ବାଦ୍ୟଯନ୍ତ୍ର ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ

ହସ୍ତଶିଳ୍ପ :

  • ଭାରତର ବିଭିନ୍ନ ଅଞ୍ଚଳରେ ଓ ଭାରତ ବାହାରେ ପ୍ରାୟ ସମସ୍ତ ଦେଶରେ ଜନପ୍ରିୟତା ଲାଭ କରିଥିବା ଓଡ଼ିଶାର କେତେକ ନିଜସ୍ବ ହସ୍ତଶିଳ୍ପର ଓଡ଼ିଶାର ଐତିହ୍ୟ ପ୍ରତି ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି ।
  • ରଙ୍ଗିନ ଚାନ୍ଦୁଆ – ପିପିଲି, ରୁପାର ତାରକସି କାମ – କଟକ, ଶିଙ୍ଗକାମ – ପରଳାଖେମୁଣ୍ଡି, କଂସାବାସନ – ବାଳକାଟି, ମଠା ଶାଢ଼ି – ବ୍ରହ୍ମପୁର, ପଶାପାଲି ଶାଢ଼ି – ସମ୍ବଲପୁର ।
  • ଓଡ଼ିଶାର ସହର ଓ ଏହାର ପରିଚୟ :
    କଟକ – ରୌପ୍ୟ ନଗରୀ, ବ୍ରହ୍ମପୁର – ରେଶମ ନଗରୀ, ରାଉରକେଲା – ଇସ୍ପାତ ନଗରୀ, ବରଗଡ଼ – ହସ୍ତତନ୍ତ ନଗରୀ, ଭୁବନେଶ୍ଵର – ମନ୍ଦିରମାଳିନୀ ନଗରୀ, ପୁରୀ – ଶ୍ରୀକ୍ଷେତ୍ର, କୋଣାର୍କ – ଅର୍କକ୍ଷେତ୍ର ।

ସାମୁଦ୍ରିକ ବାଣିଜ୍ୟ:

  • ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ବା ସାମୁଦ୍ରିକ ବାଣିଜ୍ୟ ଓଡ଼ିଶାର ଐତିହ୍ୟକୁ ସମୃଦ୍ଧ କରିଛି ।
  • ଓଡ଼ିଶାର ସାଧବ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଦ୍ବୀପକୁ ବୋଇତରେ କୃଷିଜାତ ଦ୍ରବ୍ୟ, ହସ୍ତଶିଳ୍ପ, ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀ ଓ ମସଲା ନେଇ ଯାଉଥିଲେ ଓ ସେଗୁଡ଼ିକୁ ବିକ୍ରୟ କରି ପ୍ରଚୁର ଧନରନ୍ ଆଣୁଥିଲେ ।
  • ପ୍ରାଚୀନ କାଳରେ ତାମ୍ରଲିପ୍ତି, ପାଲୋର, ପିମ୍ପୁଣ୍ଡ, ଚେଳିତାଲୋ ବନ୍ଦର ଆଦି ଓଡ଼ିଶା ନୌବାଣିଜ୍ୟର ଆଧାର ଥିଲା ।
  • କାଳିଦାସ ରଘୁବଂଶମ୍ କାବ୍ୟରେ କଳିଙ୍ଗ ରାଜାଙ୍କୁ ‘ମହୋଦଧୂପତି’ ଭାବେ ବର୍ଣ୍ଣନା କରିଛନ୍ତି ।

ପର୍ବପର୍ବାଣି :

  • ଓଡ଼ିଶାର ପର୍ବପର୍ବାଣି ସମ୍ପର୍କୀୟ ଓଡ଼ିଆ ପ୍ରବାଦ ‘ବାର ମାସରେ ତେର ପର୍ବ’ରୁ ଜଣାଯାଏ ଯେ ଓଡ଼ିଶାର ପର୍ବଗୁଡ଼ିକ ଐତିହ୍ୟ ସମ୍ପନ୍ନ ।
  • ବୈଶାଖ ମାସ – ପଣା ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ଜ୍ୟେଷ୍ଠ ମାସ – ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ, ସ୍ନାନ ଯାତ୍ରା , ଆଷାଢ଼ ର ଜପର୍ବ, ର ଥଯାତ୍ରା, ଶ୍ରାବଣ – ଗହ୍ମାପୂର୍ଣ୍ଣିମା, ଝୁଲଣଯାତ୍ରା, ଭାଦ୍ରବ – ନୂଆଖାଈ, ଖୁଦୁରୁକୁଣୀ, ଆଶ୍ୱିନ – ମହାଳୟା, କୁମାର ପୂର୍ଣ୍ଣିମା, ଲକ୍ଷ୍ମୀପୂଜା, କାର୍ତ୍ତିକ – ବଡ଼ ଓଷା, କାର୍ତ୍ତିକ ପୂର୍ଣ୍ଣିମା, ମାର୍ଗଶିର – ମାଣବସା ଗୁରୁବାର, ପ୍ରଥମାଷ୍ଟମୀ, ପୌଷ – ଶାମ୍ବ ଦଶମୀ, ଧନୁ ଯାତ୍ରା, ମାଘ ମକର ସଂକ୍ରାନ୍ତି, ଚନ୍ଦ୍ରଭାଗା ସ୍ନାନ, ଫାଲ୍‌ଗୁନ – ଜାଗର, ଚୈତ୍ର – ଅଶୋକାଷ୍ଟମୀ ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ 6

→ ଏଗୁଡ଼ିକ ବ୍ୟତୀତ ରାକ୍ଷୀପୂର୍ଣିମା, ଗଣେଶ ଚତୁର୍ଥୀ, ଜନ୍ମାଷ୍ଟମୀ, ଦୁର୍ଗାପୂଜା, କାଳୀପୂଜା, ଦୋଳପୂର୍ଣ୍ଣିମା, ହୋଲି, ରାମନବମୀ ଇତ୍ୟାଦି ପର୍ବ ଓଡ଼ିଶାର ଐତିହ୍ୟକୁ ମହାନ୍ କରିଥାଏ ।

BSE Odisha 9th Class History Notes Chapter 15 ଓଡ଼ିଶାର ଐତିହ୍ୟ

ପର୍ବପର୍ବାଣିର ଧାର୍ମିକ ଉଦ୍ଦେଶ୍ୟ :

ବିଷୁବ ସଂକ୍ରାନ୍ତି – ଓଡ଼ିଆ ନବବର୍ଷ ।
ଅକ୍ଷୟ ତୃତୀୟା – ଚାଷୀ ବିହନ ଅନୁକୂଳ କରେ ।
ଶୀତଳ ଷଷ୍ଠୀ – ଶିବ ପାର୍ବତୀଙ୍କର ବିବାହ ।
ଗହ୍ମା ପୂର୍ଣ୍ଣିମା – ଗାଈ ଓ ବଳଦଙ୍କୁ ପୂଜା କରାଯାଏ ।
ଖୁଦୁରୁକୁଣୀ – ଝିଅମାନେ ମା’ ମଙ୍ଗଳାଙ୍କୁ ପୂଜା କରନ୍ତି ।
ମହାଳୟା – ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ।
କୁମାର ପୂଣ୍ଣିମା – କାର୍ତ୍ତିକେୟଙ୍କ ଭଳି ସ୍ଵାମୀ ପାଇବା ପାଇଁ ଝିଅମାନଙ୍କର ସୂର୍ଯ୍ୟ ଓ ଚନ୍ଦ୍ର ପୂଜା ।
ପ୍ରଥମାଷ୍ମମୀ – ଜ୍ୟେଷ୍ଠ ସନ୍ତାନ ପାଇଁ ଷଠୀଦେବୀଙ୍କୁ ପୂଜା କରାଯାଏ ।
ଶାମ୍ୱ ଦଶମୀ – ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ ।
ଜାଗର – ସାରା ରାତି ଦୀପ ଜାଳି ଶିବଙ୍କୁ ଆରାଧନା କରାଯାଏ ।
ଅଶୋକାଷ୍ମମୀ – ଲିଙ୍ଗରାଜ ମହାପ୍ରଭୁଙ୍କୁ ରଥଯାତ୍ରାରେ ନିଆଯାଇଥାଏ ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

Question 1.
7.6 ସେ.ମି ଦୈର୍ଘ୍ୟ ବିଶିଷ୍ଟ ଗୋଟିଏ ରେଖାଖଣ୍ଡ ଅଙ୍କନ କରି ଏହାର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 1
(i) 7.6 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ରେଖାଖଣ୍ଡ ସ୍କେଲ ଦ୍ବାରା ଅଙ୍କନ କର । ତାହାର ନାମ AB ଦିଅ ।
(ii) A ବିନ୍ଦୁରେ କମ୍ପାସର ମୁନକୁ ରଖ୍ ରେଖାଖଣ୍ଡର ଅଧାରୁ ବେଶି ନେଇ ଏକ ଚାପ ଅଙ୍କନ କର ।
(iii) ସେହିପରି B ବିନ୍ଦୁରେ କମ୍ପାସର ମୁନକୁ ରଖ୍ ଅନ୍ୟ ଏକ A
ଚାପ ଅଙ୍କନ କର ।
(iv) ଚାପ ଦ୍ଵୟ ପରସ୍ପରକୁ ରେଖାଖଣ୍ଡର ଉଭୟ ପାର୍ଶ୍ବରେ ଛେଦ କରିବେ ।
(v) ଚାପଦ୍ଵୟ ପରସ୍ପରକୁ ଯେଉଁଠି ଛେଦ କରିବେ ସେଠାରେ C ଓ D ନାମ ଦିଅ ।
(vi) ବର୍ତ୍ତମାନ CD କୁ ଯୋଗକର ।
(vii) ଏହା AB କୁ ଠ ବିନ୍ଦୁରେ ଛେଦ କରିବ A͞O = O͞B
C͞D, A͞B ର ସମଦ୍ବିଖଣ୍ଡକ ଲମ୍ବ ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

Question 2.
8.4 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ରେଖାଖଣ୍ଡ A͞B ଅଙ୍କନ କର । ଏହାକୁ ସମଦ୍ବିଖଣ୍ଡ କରି ମଧ୍ୟବିନ୍ଦୁକୁ C ନାମ ଦିଅ। ବର୍ତ୍ତମାନ A͞C ଓ B͞C ପ୍ରତ୍ୟେକକୁ ସମଦ୍ଵିଖଣ୍ଡ କର । ରେଖାଖଣ୍ଡଟି କେତୋଟି ସମାନ ଦୈର୍ଘ୍ୟ ବିଶିଷ୍ଟ ଖଣ୍ଡରେ ପରିଣତ ହେଲା । ପ୍ରତ୍ୟେକ ଖଣ୍ଡର ମାପ କେତେ ହେଉଛି ମାପି ଦେଖ ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 2
(i) 8.4 ସେ.ମି.ଦୈର୍ଘ୍ୟ ବିଶିଷ୍ଟ ଏକ ରେଖା ସ୍କୁଲ ଦ୍ବାରା ଅଙ୍କନ କର ।
(ii) A ବିନ୍ଦୁରେ କମ୍ପାସ ମୁନ ରଖ୍ ଏକ ଚାପ ଓ B ବିନ୍ଦୁରେ କମ୍ପାସ ମୁନ ରଖ୍ ଅନ୍ୟ ଏକ ଚାପ ଅଙ୍କନ କଲେ ଚାପ ଦ୍ଵୟ ପରସ୍ପରକୁ ରେଖାଖଣ୍ଡର ଉପର ପାର୍ଶ୍ବରେ ଛେଦ କରିବେ । ଦୁଇ ଛେଦବିନ୍ଦୁ ବିନ୍ଦୁଯୋଗ କର ।
(iii) ସମଦ୍ଵିଖଣ୍ଡ ମଧ୍ୟବିନ୍ଦୁକୁ C ନାମ ଦିଅ । ବର୍ତ୍ତମାନ ପୂର୍ବଭଳି A͞C ଓ B͞C ପ୍ରତ୍ୟେକକୁ ସମର୍ଦ୍ଦିଖଣ୍ଡ କର ।
(iv) ବର୍ତ୍ତମାନ ରେଖାଖଣ୍ଡଟି 4ଟି ସମାନ ଦୈର୍ଘ୍ୟ ବିଶିଷ୍ଟ ଖଣ୍ଡରେ ପରିଣତ ହେବ |
(v) ପ୍ରତ୍ୟେକ ରେଖା ଖଣ୍ଡର ମାପ 2.1 ସେ.ମି. ।
ରେଖାଖଣ୍ଡଟି ଚାରି ସମାନ ଦୈର୍ଘ୍ୟ ବିଶିଷ୍ଟ ଖଣ୍ଡ ହେଲା । ପ୍ରତ୍ୟେକ ଖଣ୍ଡର ଦୈର୍ଘ୍ୟ 2.1 ସେ.ମି. ।

Question 3.
(କ) 4 ସେ. ମି. ବ୍ୟାସାଦ୍ଧ ବିଶିଷ୍ଟ ଗୋଟିଏ ବୃତ୍ତ ଅଙ୍କନ କର। ସେହି ବୃତ୍ତରେ ଏକ ଜ୍ୟା ଅଙ୍କନ କର । ଏହି ଜ୍ୟାର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନ କର । ଏହା ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ଯାଉଛି କି ?
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 3
(i) 4 ସେ.ମି. ବ୍ୟାସାର୍କ ବିଶିଷ୍ଟ ଚାପ ନେଇ ଗୋଟିଏ ବୃତ୍ତ ଅଙ୍କନ କର । ସେହି ବୃତ୍ତର ପରିଧି ଉପରେ ଦୁଇଟି ବିନ୍ଦୁ ନିଅ C, D ନିଅ । CD ବିନ୍ଦୁକୁ ଯୋଗ କର । ବର୍ତ୍ତମାନ CD ଜ୍ୟା ।
(ii) ଏହି ଜ୍ୟାର C ବିନ୍ଦୁରେ କମ୍ପାସ ମୁନ ରଖ୍ ଅଧାରୁ ବେଶୀ ଏକ ଚାପ ଓ D ବିନ୍ଦୁରେ ସେହିପରି ଅନ୍ୟ ଏକ ଚାପ ଅଙ୍କନ କଲେ । ଚାପଦ୍ବୟ ପରସ୍ପରକୁ ରେଖାଖଣ୍ଡର ଉଭୟ ପାର୍ଶ୍ବରେ ଛେଦ କରିବେ । 
(iii) ଏହି ରେଖାଖଣ୍ଡଟି ବୃତ୍ତର କେନ୍ଦ୍ର ବିନ୍ଦୁଦେଇ ଯାଉଛି ।
 ଜ୍ୟାର ସମଦ୍ଧିଖଣ୍ଡକ ଲମ୍ବ ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ଯାଏ

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

(ଖ) ଯେ କୌଣସି ମାପବିଶିଷ୍ଟ ବ୍ୟାସାର୍ଦ୍ଧ ନେଇ ଗୋଟିଏ ବୃତ୍ତ ଅଙ୍କନ କର । ଏହାର ଗୋଟିଏ ଜ୍ୟା ଅଙ୍କନ କରି ତା’ର ସମର୍ଦ୍ଦିଖଣ୍ଡକ ଲମ୍ବ ଅଙ୍କନ କର । ଏହି ସମର୍ଦ୍ଦିଖଣ୍ଡକ ଲମ୍ବ ବୃତ୍ତର କେନ୍ଦ୍ର ଦେଇ ଯାଉଛି କି ?
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 4
(i) ଯେ କୌଣସି ମାପ ବିଶିଷ୍ଟ ବ୍ୟାସାର୍ବନେଇ ଗୋଟିଏ ବୃତ୍ତ ଅଙ୍କନ କର । ବୃତ୍ତର ପରିଧି ଉପରେ ଦୁଇଟି ବିନ୍ଦୁ ନିଅ ଓ ତାକୁ ଯୋଗ କଲେ ଜ୍ୟା ମିଳିବ ।
(ii) ଜ୍ୟାକୁ ପୂର୍ବଭଳି ଅଧାରୁ ବେଶି ବ୍ୟାସାର୍ଦ୍ଧ ନେଇ ଚାପ କାଟିଲେ ପରସ୍ପରକୁ ଛେଦ କରିବ । ଏହି ଛେଦ ବିନ୍ଦୁ ଦୁଇଟିକୁ ଯୋଗକଲେ ସମର୍ଦ୍ଦିଖଣ୍ଡକ ରେଖାଖଣ୍ଡ ମିଳିବ ।
(iii) ଏହି ସମର୍ଦ୍ଦିଖଣ୍ଡକ ଲମ୍ବ ବୃତ୍ତର କେନ୍ଦ୍ର ଦେଇ ଯାଉଛି ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2

Question 1.
ଯୋଗ ଓ ବିୟୋଗ ଚିହ୍ନ ବ୍ୟବହାର କରି ନିମ୍ନଲିଖିତ ଉକ୍ତିଗୁଡ଼ିକୁ ଲେଖ ।
(କ) 10 ଠାରୁ t ଊଣା
ସମାଧାନ:
10 – t

(ଖ) m ଓ n ର ଅନ୍ତର ଫଳ (m > n)
ସମାଧାନ:
m – n

(ଗ) z ଅପେକ୍ଷା w କମ୍
ସମାଧାନ:
z – w

(ଘ) p ଠାରୁ q ଅଧୂକ ଓ ତା’ଠାରୁ r ଅଧିକ
ସମାଧାନ:
(p + q) + r

(ଙ) b ଠାରୁ 3 ଊଣା ଓ ତା’ଠାରୁ c ଅଧିକ
ସମାଧାନ:
(b – 3) + c

(ଚ) m ଠାରୁ l କମ୍ ଓ ତା’ଠାରୁ k ବେଶି
ସମାଧାନ:
(m – l) + k

(ଛ) x ଅପେକ୍ଷା y ଊଣା ଓ ତା’ଠାରୁ z କମ୍।
ସମାଧାନ:
(x – y) – z

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2

Question 2.
ବାବୁ ପାଖରେ m ଟଙ୍କା ଅଛି । ବେବି ପାଖରେ ତା’ ଅପେକ୍ଷା 10 ଟଙ୍କା ଅଧିକ ଅଛି । ତେବେ ବେବି ପାଖରେ କେତେ ଟଙ୍କା ଅଛି ?
m = 7 ହେଲେ, ବେବି ପାଖରେ ଥିବା ଟଙ୍କାର ପରିମାଣ କେତେ ? 
BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2 1
ସମାଧାନ:
ବାବୁ ପାଖରେ m ଟଙ୍କା ଅଛି । ବେବି ପାଖରେ ଅଛି = (m + 10) ଟଙ୍କା
m = 7 ହେଲେ, (7 + 10) ଟଙ୍କା = ଟଙ୍କା ଅଛି ।
 ବେବି ପାଖରେ 17 ଟଙ୍କା ଅଛି ।

Question 3.
ସୀତାର ବୟସ 15 ବର୍ଷା | ଗୀତା ତା’ଠାରୁ y ବର୍ଷ ବଡ଼ । ରୀତାର ବୟସ, ସେ ଦୁହିଁଙ୍କ ମୋଟ ବୟସ ଅପେକ୍ଷା z ବର୍ଷ କମ୍ । ତେବେ ରୀତାର ବୟସ ଲାଗି ପରିପ୍ରକାଶଟି ଲେଖ । y ର ମାନ 5 ଓ z ର ମାନ 2 ହେଲେ, ଗୀତାର ବୟସ କେତେ ହେବ ?
ସମାଧାନ:
ଗୀତାର ବୟସ = 15 ବର୍ଷ । ଗୀତାର ବୟସ = ସୀତାର ବୟସ + y
ଗୀତାର ବୟସ = (15 + y) ବର୍ଷ
ସୀତା ଓ ଗୀତାର ମୋଟ ବୟସ = 15 + (15 + y) = 30 + y ବର୍ଷ
ରୀତାର ବୟସ, ସେ ଦୁହିଁଙ୍କ ମୋଟ ବୟସ ଅପେକ୍ଷା z ବର୍ଷ କମ୍ । 
ରୀତାର ବୟସ = (30 + y) – z ବର୍ଷ
y = 5 ଓ z = 2 ହେଲେ ରୀତାର ବୟସ = (30 + y) – z = (30 + 5) – 2 
= 35 – 2 = 33 ବର୍ଷ

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1

Question 1.
କେବଳ ସ୍କେଲ ବ୍ୟବହାର କରି 4.2 ସେ.ମି. ଓ 6 ସେ.ମି ମାପର ରେଖାଖଣ୍ଡ ଅଙ୍କନ କର।
ସମାଧାନ:
(i) ସ୍କେଲ, ଖାତା ଉପରେ ପକାଇ ଆରମ୍ଭ ବିନ୍ଦୁ ‘0’ ପାଖରେ ବିନ୍ଦୁଟିଏ ଦିଅ । ବିନ୍ଦୁର ନାମ A ଦିଅ ତା’ପରେ 4.2 ସେ.ମି. ନେଇ ଆଉ ଗୋଟିଏ ବିନ୍ଦୁ B ବିନ୍ଦୁ ଦିଅ ।
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 1
(ii) AB ବିନ୍ଦୁ ଦୁଇଟି ଯୋଗ କର । ବର୍ତ୍ତମାନ A͞B = 4.2 ସେ.ମି. ହେବ । ସେହିପରି ତୁମେ 6 ସେ.ମି. ମାପର ରେଖାଖଣ୍ଡ ନିଜେ କର ।
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 2

Question 2.
ସ୍କେଲ୍ ଓ କମ୍ପାସ୍ ବ୍ୟବହାର କରି 6.8 ସେ.ମି. ଦୈର୍ଘ୍ୟର ରେଖାଖଣ୍ଡ ଅଙ୍କନ କର।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 3
(i) ପ୍ରଥମେ ଗୋଟିଏ ସରଳରେଖା ଅଙ୍କନ କର ।
(ii) ଏହି ସରଳରେଖା ଉପରେ ଗୋଟିଏ ବିନ୍ଦୁ ଚିହ୍ନଟ କର ତାହାର ନାମ C ଦିଅ ।
(iii) ଗୋଟିଏ ସ୍କେଲ୍ ନିଅ । ସ୍କେଲର ‘0’ ଚିହ୍ନ ଉପରେ କମ୍ପାସର କଣ୍ଟା ମୁନ ରଖ୍ କମ୍ପାସ ଖୋଲି ପେନସିଲ୍‌ର ମୁନକୁ 6.8 ସେ.ମି. ଉପରେ ରଖ ।
(iv) ଏବେ କମ୍ପାସଟିକୁ ସ୍କେଲ ଉପରୁ ଉଠାଇ ଆଣ । ସରଳରେଖା ଉପରିସ୍ଥ ‘C’ ବିନ୍ଦୁ ଉପରେ କମ୍ପାସ କଣ୍ଟା ମୁନକୁ ରଖ । ପେନ୍‌ସିଲ୍‌ର ମୁନଟି ସରଳରେଖାର ଯେଉଁଠାରେ ରହିଲା ତାହାର ନାମ D ଦିଅ, ଏବେ C͞D ରେଖାଖଣ୍ଡର ଦୈର୍ଘ୍ୟ 6.8 ସେ.ମି. ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1

Question 3.
ସ୍କେଲ୍‌ ବ୍ୟବହାର କରି 8 ସେ.ମି. ଦୈର୍ଘ୍ୟର A͞B ରେଖାଖଣ୍ଡ ଅଙ୍କନ କର। ସେହି A͞B ରେଖାଖଣ୍ଡରୁ 4.5 ସେ.ମି ଦୈର୍ଘ୍ୟର A͞C ରେଖାଖଣ୍ଡ କାଟିଦିଅ। B͞C ର ଦୈର୍ଘ୍ୟ କେତେ ହେଉଛି ମାପ ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 4
(i) ପ୍ରଥମେ ଗୋଟିଏ ସରଳରେଖା ଅଙ୍କନ କର ।
(ii) ଏହି ସରଳରେଖା ଉପରେ ଗୋଟିଏ ବିନ୍ଦୁ ଚିହ୍ନଟ କରି A ନାମ ଦିଅ ।
(iii) କମ୍ପାସର ମୁନକୁ ସ୍କେଲର ‘0’ ଉପରେ ରଖ୍ ପେନ୍ସିଲ୍ ମୁନକୁ କମ୍ପାସରୁ 8 ସେ.ମି. ଦୈର୍ଘ୍ୟର ମାପ ଆଣି ସରଳରେଖା ଚାପ କାଟ । ଯେଉଁ ଚାପ କାଟିଲ ତାହାର ନାମ B ଦିଅ । ବର୍ତ୍ତମାନ A͞B = 8 ସେ.ମି. ।
(iv) ବର୍ତ୍ତମାନ A͞B ରେଖାଖଣ୍ଡରୁ 4.5 ସେ.ମି. ଦୈର୍ଘ୍ୟର AC ରେଖାଖଣ୍ଡର ଚାପ କାଟି ଦିଅ । ଚାପ ଯେଉଁଠି କଟିଲା ତାହାର ନାମ C ଦିଅ ।
(v) B͞C ର ଦୈର୍ଘ୍ୟ କମ୍ପାସରେ ମାପି ଲେଖ । B͞C = 3.5 ସେ.ମି. ।
∴ B͞C = 3.5 ସେ.ମି. ।

Question 4.
କେବଳ ସ୍କେଲ୍ ବ୍ୟବହାର କରି 5 ସେ.ମି. ଦୈର୍ଘ୍ୟର ରେଖାଖଣ୍ଡ ଅଙ୍କନ କରିବା ବେଳେ କେଉଁ କେଉଁ ସୋପାନ ଦେଇ କାର୍ଯ୍ୟ କରିବ ଲେଖ।
ସମାଧାନ:
(i) ଖାତା ଉପରେ ସ୍କେଲ ପକାଇ ସ୍କେଲର ‘0’ ପାଖରେ ବିନ୍ଦୁ ନିଅ । ତା’ପରେ 5 ସେ.ମି. ଚାପର ବିନ୍ଦୁଟିଏ ନିଅ ।
(ii) ବର୍ତ୍ତମାନ ଦୁଇ ବିନ୍ଦୁକୁ ସ୍କେଲଦ୍ଵାରା ଯୋଗ କର ।
(iii) ତାହାର ନାମ AB ଦିଅ । ବର୍ତ୍ତମାନ A͞B = 5 ସେ.ମି. ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions

ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଲେଖ:
(କ) ଗୋଟିଏ ବର୍ଗଚିତ୍ରର ଗୋଟିଏ ବାହୁର ଦୈର୍ଘ୍ୟ 5 ସେ.ମି. ହେଲେ, P = 4 × a ସୂତ୍ର ବ୍ୟବହାର କରି ଉକ୍ତ ବର୍ଗଚିତ୍ରର ପରିସୀମା ନିର୍ଣ୍ଣୟ କର ।
ସମାଧାନ:
ଏଠାରେ a = 5 ସେ.ମି. 
p = 4 × a = (4 × 5) ସେ.ମି. =20 ସେ.ମି. ।

(ଖ) ଜଣେ ସାଇକେଲ ସ୍ଖଳକ ମିନିଟ୍ ପ୍ରତି 220 ମିଟର ସାଇକେଲ ଚଳାଇ ପାରନ୍ତି । ତେବେ 8 ମିନିଟ୍ ସମୟରେ କେତେ ଦୂରତା ଅତିକ୍ରମ କରିପାରିବେ ।
ସମାଧାନ:
ଏଠାରେ s = 220 ମିଟର ।
d = s × t = 220 × 8 = 1760 ମିଟର ।

ନିଜେ କରି ଦେଖ:
BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions 1 ଆକୃତି ବିଶିଷ୍ଟ ଗୋଟିଏ ଚିତ୍ରପାଇଁ ଆବଶ୍ୟକ ଦିଆସିଲି କାଠି ସଂଖ୍ୟାକୁ ବିଚାରକୁ ନେଇ ଏକ ସୂତ୍ର ଗଠନ କର, ଯାହାଦ୍ବାରା ଯେକୌଣସି ସଂଖ୍ୟକ ଚିତ୍ର ସୃଷ୍ଟିପାଇଁ କେତେ ସଂଖ୍ୟକ କାଠି ଦରକାର ସ୍ଥିର କରିହେବ । (ଚିତ୍ର ସଂଖ୍ୟା ଲାଗି ñ ଓ ଦିଆସିଲି କାଠି ସଂଖ୍ୟା ଆଦି s ସଂକେତ ବ୍ୟବହାର କର ।) 
ସମାଧାନ:
s = 3n

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions 2 ଆକୃତି ବିଶିଷ୍ଟ ଗୋଟିଏ ଚିତ୍ର ଗଠନପାଇଁ ଆବଶ୍ୟକ ଦିଆସିଲି କାଠି ସଂଖ୍ୟାକୁ ବିଚାରକୁ ନେଇ ଏକ ସୂତ୍ର ଗଠନ କର, ଯାହାକୁ ବ୍ୟବହାର କରି ଯେକୌଣସି ସଂଖ୍ୟକ ଚିତ୍ର ଗଠନ ପାଇଁ ଆବଶ୍ୟକ ଦିଆସିଲି କାଠି ସଂଖ୍ୟା ନିର୍ଣ୍ଣୟ କରିହେବ ।
ସମାଧାନ:
s = 3n

x + 10 ଏକ ପରିପ୍ରକାଶ ଯେଉଁଥରେ ‘x’ ଏକ ଚଳରାଶି । ‘x + 10’ କୁ କିପରି ପଢ଼ାଯିବ ?
ସମାଧାନ:
x ଠାରୁ 10 ଅଧିକ ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions

ଉତ୍ତର ଲେଖ:
କୌଣସି ଏକ ବିଦ୍ୟାଳୟରେ ଛାତ୍ରୀ ସଂଖ୍ୟା, ଛାତ୍ର ସଂଖ୍ୟାଠାରୁ 35 ଅଧିକ । 
ଛାତ୍ର ସଂଖ୍ୟା ଯଦି ‘x’ (ଚଳରାଶି) ହୁଏ । ତେବେ ବିଦ୍ୟାଳୟରେ ଛାତ୍ରୀସଂଖ୍ୟା କେତେ ହେବ ।
(i) ଛାତ୍ରୀ ସଂଖ୍ୟା ଜାଣିବାପାଇଁ ପରିପ୍ରକାଶକୁ ନିର୍ଣ୍ଣୟ କର ।
ସମାଧାନ:
ଛାତ୍ରୀ ସଂଖ୍ୟା = x + 35

(ii) ଯଦି ଛାତ୍ରୀ ସଂଖ୍ୟା 75 ହୋଇଥାଏ । ତେବେ ପରିପ୍ରକାଶକୁ ବ୍ୟବହାର କରି ଛାତ୍ରୀ ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ:
ଛାତ୍ରୀ ସଂଖ୍ୟା = 75 + 35 = 110 ଜଣ ।

ନିଜେ କରି ଦେଖ:
ଗୋଟିଏ ସମବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟ l ଚଳରାଶି ରୂପନେଇ ଏହାର ପରିସୀମାକୁ l ମାଧ୍ୟମରେ ପ୍ରକାଶ କର ।
BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions 3
ସମାଧାନ:
3l

ଗୋଟିଏ ସୁଷମ ଷଡ଼ଭୁଜର ବାହୁର ଦୈର୍ଘ୍ୟକୁ l ଚଳରାଶି ରୂପେ ନେଇ ଏହାର ପରିସୀମାକୁ l ମାଧ୍ୟମରେ ପ୍ରକାଶ କର ।
BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions 4
ସମାଧାନ:
6l

ନିମ୍ନଲିଖ୍ତ ଉକ୍ତିଗୁଡ଼ିକୁ କିପରି ଲେଖାଯିବ ?
a ଓ 4 ର ଯୋଗଫଳ 
ସମାଧାନ:
a + 4

5 ଅପେକ୍ଷା x ଅଧିକ
ସମାଧାନ:
5 + x

x ଠାରୁ y ଅଧିକ
ସମାଧାନ:
x + y

(x + y) ଠାରୁ 6 ଅଧିକ
ସମାଧାନ:
(x + y) + 6

ଆଧାର a ଓ ଘାତାଙ୍କ 8 ନେଇ ଘାତାନ୍ବିତ ବୀଜଟି କେତେ ?
ସମାଧାନ:
a8

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions

x3z2 ଓ z2x3 ସମାନ କି ? କାରଣ ସହ ଲେଖ ।
ସମାଧାନ:
x3z2 = z2x3 କାରଣ
x3z2 = x × x × x × z × z
z2x3 = z × z × x × x × x
ଉଭୟରେ x, 3 ଥର ଓ z, 2 ଥର ଅଛି ।

କହିଲ ଦେଖ୍: 
x5 ଗୋଟିଏ ଘାତାନ୍ବିତ ରାଶି ହେଲେ ଏହାର ଆଧାର କେତେ ଓ ଘାତାଙ୍କ କେତେ ?
ସମାଧାନ:
ଏହାର ଆଧାର x ଓ ଘାତାଙ୍କ 5 ।

ତୁମେ ଏକପଦ ବିଶିଷ୍ଟ ରାଶି, ଦୁଇପଦ ବିଶିଷ୍ଟ ରାଶି ଓ ବହୁପଦ ବିଶିଷ୍ଟ ରାଶିର ଦୁଇଟି ଲେଖାଏଁ ଉଦାହରଣ ଦିଅ ।
ସମାଧାନ:

ଏକପଦ ବିଶିଷ୍ଟ ରାଶି ଦୁଇପଦ ବିଶିଷ୍ଟ ରାଶି ବହୁପଦ ବିଶିଷ୍ଟ ରାଶି
x 5x + y 3m + z – n
4y 4z + p 4a + 3b – 7

3x – y + 5b ରେ ଥିବା ଭିନ୍ନ ଭିନ୍ନ ପଦମାନଙ୍କ ସହଗ ଲେଖ ।
ସମାଧାନ:
3x – y + 5b ରେ ଥିବା 3x ରେ x ର ସହଗ 3,
y ରେ ସହଗ 1 ଏବଂ 5 ରେ b ର ସହଗ 5 ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.7

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.7 Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.7

Question 1.
a = 3 ଓ b = 5 ହେଲେ ନିମ୍ନ ରାଶିଗୁଡ଼ିକର ମାନ ନିର୍ଣ୍ଣୟ କର ।
(i) 2a + b
ସମାଧାନ:
2a + b
= 2.3 + 5
= 6 + 5 = 11

(ii) 2b – 3a
ସମାଧାନ:
2b – 3a
= 2.5 – 3.3
= 10 – 9 = 1

(iii) 1 + ab
ସମାଧାନ:
1 + ab
= 1 + 3.5
= 1 + 15 = 16

(iv) \(\frac{a+3 b}{6}\)
ସମାଧାନ:
\(\frac{a+3 b}{6}\)
= \(\frac{3+3.5}{6}\)
= \(\frac{3+15}{6}\)
= \(\frac{18}{6}\) = 3

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.7

Question 2.
x = 8, y = 3 ଓ z = 4 ହେଲେ ନିମ୍ନ ରାଶିଗୁଡ଼ିକର ମାନ ନିରୂପଣ କର ।
(i) x + 2y + 3z 
ସମାଧାନ:
x + 2y + 3z
= 8 + 2.3 + 3.4
= 8 + 6 + 12 = 26

(ii) 2x + 3y – 5z
ସମାଧାନ:
2x + 3y – 5z
= 2.8 + 3.3 – 5.4
= 16 + 9 – 20
= 25 – 20 = 5

(iii) 7z – 4y – 2x
ସମାଧାନ:
7z – 4y – 2x
= 7.4 – 4.3 – 2.8
= 28 – 12 – 16
= 16 – 16 = 0

Question 3.
x = 2 ଓ y = 3 ଜଣେ ପିଲାକୁ xy ର ମାନ ନିର୍ଣ୍ଣୟ କରିବାକୁ କୁହାଗଲା । ସେ xy ର ମାନ 23 ଲେଖିଲା । ସେ ଠିକ୍ କରି ଲେଖୁଥିଲା କି ? କାହିଁକି ?
BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.7 1
ସମାଧାନ:
ସେ ଠିକ୍ ଲେଖୁନଥିଲା କାରଣ xyର x ସହିତ y ଗୁଣନ କରାଯାଇଛି ।
ତେଣୁ xyର ମାନ = 2 × 3 = 6 ହେବ ।

Question 4.
a = 4, b = 3 c = 5 2a + 3b + 6c ର ମାନ ନିର୍ଣ୍ଣୟ କରିବାକୁ ଯାଇ ଗୀତା 24 + 33 + 45 ଲେଖିଲା । ତାର ଉତ୍ତର ଠିକ୍ କି ? କାରଣ ଲେଖ ।
ସମାଧାନ:
2a + 3b + 6c ର ମାନ = 24 + 33 + 45 ଠିକ୍ ନୁହେଁ ।
କାରଣ a, b ଓ c ର ମାନଗୁଡ଼ିକ ସହଗ ସହିତ ଗୁଣନ କରାଯାଇନାହିଁ ।
2a + 3b + 6c
= 2 × 4 + 3 × 3 + 6 × 5
= 8 + 9 + 30 = 47

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

Odisha State Board BSE Odisha 10th Class Odia Solutions ସାଧାରଣ ଅଶୁଦ୍ଧି Textbook Exercise Questions and Answers.

BSE Odisha Class 10 Odia Grammar ସାଧାରଣ ଅଶୁଦ୍ଧି

(A) ନିମ୍ନଲିଖିତ ବାକ୍ୟଗୁଡ଼ିକରେ ଥ‌ିବା ଅଶୁଦ୍ଧ ଶବ୍ଦଗୁଡ଼ିକୁ ଶୁଦ୍ଧ କରି ଲେଖ ।

Question 1.
ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ବହୁତ ଲୋକମାନେ ଆସିଥିଲେ ।
Answer:

Question 2.
ମନ୍ତ୍ରୀଙ୍କ ସଭାରେ ଆବାଳବୃଦ୍ଧବନିତାଗଣ ଯୋଗ ଦେଇଥିଲେ ।
Answer:
ମନ୍ତ୍ରୀଙ୍କ ସଭାରେ ଆବାଳବୃଦ୍ଧବନିତା ଯୋଗ ଦେଇଥିଲେ ।

Question 3.
ମୁଁ ତୁମର ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।
Answer:
ମୁଁ ତୁମର ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।

Question 4.
ସବୁ କବିମାନେ ପ୍ରାକୃତିକ ବର୍ଣ୍ଣନାରେ ସିଦ୍ଧହସ୍ତ ।
Answer:
ସବୁ କବି ପ୍ରକୃତି ବର୍ଣ୍ଣନାରେ ସିଦ୍ଧହସ୍ତ ।

Question 5.
ଶିକ୍ଷୟିତ୍ରୀ ପ୍ରତ୍ୟେକ ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିଲେ ।
Answer:
ଶିକ୍ଷୟିତ୍ରୀ ପ୍ରତ୍ୟେକ ଛାତ୍ରକୁ ପ୍ରଶ୍ନ ପଚାରିଲେ ।

Question 6.
କୋଲକାତା ଭାରତର ବୃହତମ ନଗରୀ ।
Answer:
କୋଲକାତା ଭାରତର ବୃହତ୍ତମ ନଗରୀ ।

Question 7.
ପିଲାଟି ସଂକ୍ଷିପ୍ତରେ ଉତ୍ତର ଦେଲା ।
Answer:
ପିଲାଟି ସଂକ୍ଷେପରେ ଉତ୍ତର ଦେଲା ।

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

Question 8.
ଅନନ୍ୟା ସାଷ୍ମାଷିକ ପରୀକ୍ଷାରେ ଶ୍ରେଣୀରେ ପ୍ରଥମ ହେଲା ।
Answer:
ଅନନ୍ୟା ଷାକ୍ଲାସିକ ପରୀକ୍ଷାରେ ଶ୍ରେଣୀରେ ପ୍ରଥମ ହେଲା ।

Question ୨.
ସର୍କସର ବାଘଗୁଡ଼ିକ ହୃଷ୍ଟପୃଷ୍ଠ ନୁହଁନ୍ତି ।
Answer:
ସର୍କସର ବାଘଗୁଡ଼ିକ ହୃଷ୍ଟପୃଷ୍ଠ ନୁହଁନ୍ତି ।

Question 10.
ସେ ସପରିବାର ସହିତ ଭୋଜି ଖାଇ ଯାଇଥିଲେ ।
Answer:
ସେ ସପରିବାର ଭୋଜି ଖାଇ ଯାଇଥିଲେ ।

Question 11.
ମୂଷା ଗଣେଷଙ୍କ ବାହାନ ଅଟେ ।
Answer:
ମୂଷା ଗଣେଶଙ୍କ ବାହନ ଅଟେ ।

Question 12.
ମାନଚିତ୍ର ପଠନଦ୍ୱାରା ଭୌଗଳିକ ଜ୍ଞାନ ବୃଦ୍ଧି ହୁଏ ।
Answer:
ମାନଚିତ୍ର ପଠନଦ୍ୱାରା ଭୌଗୋଳିକ ଜ୍ଞାନ ବୃଦ୍ଧି ହୁଏ ।

Question 13.
ଗିରିଶବାବୁ ଭୁବନେଶ୍ବରରୁ ଦୃତଗାମୀ ବସ୍‌ରେ କୋରାପୁଟ ଗଲେ ।
Answer:
ଗିରୀଶବାବୁ ଭୁବନେଶ୍ୱରରୁ ଦ୍ରୁତଗାମୀ ବସ୍‌ରେ କୋରାପୁଟ ଗଲେ ।

Question 14.
ରବିନ୍ଦ୍ର ଦୌଡ଼ ପ୍ରତିଯୋଗୀତାରେ ପ୍ରଥମ ହେଲା ।
Answer:
ରବୀନ୍ଦ୍ର ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେଲା ।

(B) ନିର୍ଦ୍ଦେଶାନୁସାରେ ଉତ୍ତର ଲେଖ ।

Question 1.
ରେଖାଙ୍କିତ ପଦର ଶୁଦ୍ଧ ରୂପ ଲେଖ ।
Answer:
ପ୍ରତ୍ୟେକ ଲୋକ

Question 2.
ଆଧ୍ୟାକ୍ୟତା – ଶବ୍ଦଟିର ଶୁଦ୍ଧରୂପ ଲେଖ ।
Answer:
ଆଧ‌ିକ୍ୟ

Question 3.
ଏହାକୁ ଶୁଦ୍ଧ କରି ଲେଖେ କ’ଣ ହେବ ?
Answer:
ଜନତାର

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

Question 4.
ବିଷଣ୍ଢ – ଶବ୍ଦଟିକୁ ଶୁଦ୍ଧ କରି ଲେଖୁଲେ କ’ଣ ହେବ ?
Answer:
ବିଷଣ୍ଣ

Question 5.
ଦୂରାବସ୍ତା ଶବ୍ଦର ଶୁଦ୍ଧରୂପ ଲେଖ ।
Answer:
ଦୁରବସ୍ଥା

Question 6.
ସୂର୍ଯ୍ୟପରାଗ – ଶବ୍ଦଟିକୁ ଶୁଦ୍ଧ କରି ଲେଖ ।
Answer:
ସୂର୍ଯ୍ୟୋପରାଗ

Question 7.
ଉଜ୍ୱଳମୟ – ଶବ୍ଦଟିର ଶୁଦ୍ଧରୂପ ଲେଖ ।
Answer:
ଉଜ୍ଜ୍ବଳ,

Question 8.
ଅନୁସୂୟା – ଶବ୍ଦଟିର ଶୁଦ୍ଧରୂପ କ’ଣ ହେବ ?
Answer:
ଅନସୂୟା

Question 9.
ଅନୁବାଦିତ – ଶୁଦ୍ଧ କରି ଲେଖ ।
Answer:
ଅନୂଦିତ

Question 10.
ଗୋଲକବିହାରି – ଶବ୍ଦଟିର ଶୁଦ୍ଧରୂପ ଲେଖ ।
Answer:
ଗୋଲୋକବିହାରୀ

Question 11.
ଯାତାୟତ – ଶବ୍ଦଟିର ଶୁଦ୍ଧରୂପ ଲେଖ ।
Answer:
ଯାତାୟାତ

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

Question 12.
ଶିକ୍ଷୟତ୍ରୀ – ଶବ୍ଦଟିକୁ ଶୁଦ୍ଧ କରି ଲେଖ ।
Answer:
ଶିକ୍ଷୟିତ୍ରୀ

1. ଗୋଟିଏ ପିମ୍ପୁଡ଼ିଟିଏ :

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଗୋଟିଏ ପିମ୍ପୁଡ଼ିଟିଏ ଗୋଟିଏ ଶିମୁଡି/ପିମ୍ପୁଡିଟିଏ
ପ୍ରତ୍ୟେକ ଲେ।କମାନେ ପ୍ରତ୍ୟେକ ଲୋକ/ଲୋକମାନେ
ସବୁଛାର୍ତ୍ରୀମାନେ ସରୁଛ।ତ୍ର / ଛାତ୍ରମାନେ
ସବୁ ବହିଗୁଡ଼ିକ ସରୁବବିହି / ବହିଗୁଡ଼ିକ
ଜନତାମାନଙ୍କର ଜନତାର

2. ଲିଙ୍ଗଗତ ଅଶୁଦ୍ଧି :

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ସୁକେଶିନା ସୁକେଶା
ବୈଶ୍ୟା ବୈଶ୍ୟା

3. ବିଶେଷ୍ୟ ଓ ବିଶେଷଣଗତ ଅଶୁଦ୍ଧି :

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଆଧ୍ କ୍ୟତା ଆଧ୍ କ୍ୟ
ଉତ୍କର୍ଷତା ଉତ୍କର୍ଷ
ଐକତା ଐକ୍ୟ
କାର୍ପଣ୍ୟତା କାର୍ପଣ୍ୟ / କୃପଣତା
ପାଟବତା ପଟତା / ପାଟବ
ପୂଜ୍ୟାସ୍ ଦ ପୂଜାଷ୍ଠଦ
ସଂକ୍ଷିପ୍ତରେ ସଂକ୍ଷେପରେ
ସାବଧାନ ସବିତ ସାବଧାନତା ସହିତ
ସୌଜନ୍ୟତା ସୌଚ୍ଚନ୍ୟ – ସୁଜନତା

4. ‘ଣତ୍ୱ’ ବିଧ୍ଵଗତ ଅଶୁଦ୍ଧି :

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
କୃକ୍ଷ୍ମ ବିଷ୍ଣୁ
ଅପରାହ୍ନ ଅପରାହ୍ନ
ପୂର୍ବାହ୍ନ ପୂର୍ବାହ୍ନ
କ୍ଷୁନ୍ନ କ୍ଷୁଣ୍ଣ
ବିଷୁ ବିଷୁ

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

5. ତ୍ଵ’ ବିଧ୍ ଗତ ଅଶୁଦ୍ଧି

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଆବିସ୍ନାର ଆବିଷ୍କାର
ପରସ୍ପର ପରସ୍ପର
ପୁରଷ୍କାର ପୁରସ୍କାର
ପରିପ୍ତାର ପରିଷ୍କାର
ବିସମ ବିଷମ
ବିଷର୍ଜନ ବିଷଣ୍ଣ
ସୁସମା ବିସର୍ଜନ

6. ସନ୍ଧିଗତ ଅଶୁଦ୍ଧି:

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଉଜ୍ଵଳ ଉତ୍ବଳ
ଗଶେଷ ଗଶେଶ
ଗିରିଷ ଦିଗମ୍ବର
ଦିଗାମ୍ବର ବୁରବସ୍ଥା
ଦ୍ଵରାବସ୍ଥା ନିର୍ଚ୍ଚନ
ନାର୍ଚ୍ଚନ ପ୍ରତ୍ୟେକ
ପ୍ରତ୍ୟକ ପ୍ରତ୍ୟହ
ପ୍ରତ୍ୟେହ ଚାପଦେବା
ବାକୁଦେବା ମନୋଭାବ
ମନଭାବ ମାନେ।ରଞ୍ଜନ
ମନରଞ୍ଜନ ରେଜାଗୁଣ
ରଜଗୁଶ ସନ୍ନ୍ୟାସ
ସନ୍ୟାସ ସାଶ୍ଚାସିକ
ସାଶାଣିକ ସୂର୍ଯ୍ୟୋପରାଗ
ସୂର୍ଯ୍ୟପରାଗ ଶୁଦ୍ଧ ରୂପ

7. ସମାସଗତ ଅଶୁଦ୍ଧି

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଅହର୍ନଶି ଅହନିଶ
ଅଏହାରାତ୍ରି ଆହୋରାତ୍ର
ଦିବାରାତ୍ରି ଦିବାରାତ୍ର
ନିର୍ଦ୍ଧିନା ନିର୍ଦ୍ଧିନ
ନିର୍ଦ୍ଦୋଷା ନିର୍ଦ୍ଦୋଷ
ନିରପରାଧା ନିରପରାଧ
ନାରୋଗା ନାରୋଗ
ନାରୋଦ ନାରଦ
ଶଶାଭୂଷଣ ଶଶ୍ରିଭୂଷଣ

8. କୃଦନ୍ତ୍ରଗତ ଅଶୁଦ୍ଧି:

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଅଧାନସ୍ଥ ଅଧାନ
ଅନୁଗୃହ ଅନୁଗ୍ରହ
ଉତ୍ୟକ୍ତ ଉତ୍ତ୍ୟକ୍ତ
ଗୃହିତ ଗୃହାତ
ସୃଜନ ସର୍ଜନ

9. ତଜ୍ଜିତଗତ ଅଶୁଦ୍ଧି:

ଅଶୁଦ୍ଧ ରୂପ ଶୁଦ୍ଧ ରୂପ
ଆବଶ୍ୟକାୟ ଆବଶ୍ୟକ
ଆରକ୍ରିମ ଆରକ୍ତ/ରକ୍ତିମ
ଉତୃକମୟ ତତ୍ତୁଳ
ଏକତ୍ରିତ ଏକତ୍ର
ଦାଶରଥା ଦାଶରଥ୍
ପୌରହିତ୍ୟ ପୌରେ।ହିତ୍ୟ
ଭୌଗଳିକ ଭୌଗୋଳିକ

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି

10. ବନାନଗତ ଅଶୁଦ୍ଧି:

BSE Odisha 10th Class Odia Grammar ସାଧାରଣ ଅଶୁଦ୍ଧି 6

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5

Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5 Textbook Exercise Questions and Answers.

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5

Question 1.
ତଳେ ଦିଆଯାଇଥିବା ସାରଣୀକୁ ପୂରଣ କର, ଯେପରି ସାମାନ୍ତରିକ ଚିତ୍ର ସମ୍ବନ୍ଧରେ ‘ହଁ’ ବା ‘ନାହିଁ’ ପୂରଣ କରାଯାଇଛି । (ପ୍ରଶ୍ନ ସହ ଉତ୍ତର)
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5 1
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5 2

Question 2.
ପ୍ରତ୍ୟେକ ଉକ୍ତିର ତଳେ ଥିବା ବନ୍ଧନୀ ମଧ୍ଯରୁ ଉପଯୁକ୍ତ ତଥ୍ୟ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଏକ ସାମାନ୍ତରିକ ଚିତ୍ରର _________ ସମାନ ହେଲେ ଚିତ୍ରଟି ରମ୍ବସ୍ ହୁଏ ।
(କୋଣର ପରିମାଣ, ସମସ୍ତ ବାହୁର ଦୈର୍ଘ୍ୟ, କର୍ଣ୍ଣଦ୍ୱୟର ଦୈର୍ଘ୍ୟ)
ସମାଧାନ:
ସମସ୍ତ ବାହୁର ଦୈର୍ଘ୍ୟ

(ଖ) ଏକ _________ ର କୋଣମାନ ସମକୋଣ ହେଲେ ଚିତ୍ରଟି ଆୟତଚିତ୍ର ହେବ ।
(ବର୍ଗଚିତ୍ର, ସାମାନ୍ତରିକ ଚିତ୍ର, ରମ୍ବସ)
ସମାଧାନ:
ସାମାନ୍ତରିକ ଚିତ୍ର

(ଗ) ଏକ ଆୟତଚିତ୍ରର _________ ସମାନ ହେଲେ ଚିତ୍ରଟି ବର୍ଗଚିତ୍ର ହେବ ।
(ସମସ୍ତ ବାହୁର ଦୈର୍ଘ୍ୟ, ସମସ୍ତ କୋଣର ପରିମାଣ )
ସମାଧାନ:
ସମସ୍ତ ବାହୁର ଦୈର୍ଘ୍ୟ

(ଘ) କୌଣସି ଚତୁର୍ଭୁଜର ଏକ ଯୋଡ଼ା ବିପରୀତ ବାହୁ ସମାନ୍ତର ହେଲେ ଚିତ୍ରଟି _________ ହେବ ।
(ରମ୍ବସ, ବର୍ଗଚିତ୍ର, ଟ୍ରାପିଜିୟମ୍ )
ସମାଧାନ:
ଟ୍ରାପିଜିୟମ୍

(ଙ) କୌଣସି ଚତୁର୍ଭୁଜର ଦୁଇଯୋଡ଼ା ବିପରୀତ ବାହୁ ସମାନ୍ତର ହେଲେ ଚିତ୍ରଟି _________ ହେବ ।
(ବର୍ଗଚିତ୍ର, ଆୟତଚିତ୍ର, ସାମାନ୍ତରିକ ଚିତ୍ର)
ସମାଧାନ:
ସାମାନ୍ତରିକ ଚିତ୍ର

(ଚ) ABCD ଚତୁର୍ଭୁଜର A͞B ସମାନ୍ତର C͞D, A͞D ସମାନ୍ତର BC ଏବଂ ∠ABC ର ପରିମାଣ 90° ହେଲେ ଚତୁର୍ଭୁଜଟି ଏକ _________ ହେବ ।
(ରମ୍ବସ, ଆୟତଚିତ୍ର, ବର୍ଗଚିତ୍ର)
ସମାଧାନ:
ଆୟତଚିତ୍ର

Question 3.
ନିମ୍ନସ୍ଥ ଉକ୍ତିମାନଙ୍କ ମଧ୍ୟରୁ ଠିକ୍ ଉକ୍ତି ଶେଷରେ ଠିକ୍ ଚିହ୍ନ () ଓ ଭୁଲ୍ ଉକ୍ତି ଶେଷରେ ଛକି ଚିହ୍ନ () ବସାଅ ।
(କ) ଆୟତଚିତ୍ରର ପ୍ରତ୍ୟେକ କୋଣ ଏକ ସମକୋଣ । 
ସମାଧାନ:

(ଖ) ଆୟତଚିତ୍ରର ବିପରୀତ ବାହୁର ଦୈର୍ଘ୍ୟ ସମାନ ।
ସମାଧାନ:

(ଗ) ଏକ ବର୍ଗଚିତ୍ରର କର୍ଣ୍ଣଦ୍ଵୟ ପରସ୍ପର ପ୍ରତି ଲମ୍ବ ।
ସମାଧାନ:

(ଘ) ଏକ ରମ୍ବସର ସମସ୍ତ ବାହୁର ଦୈର୍ଘ୍ୟ ସମାନ । 
ସମାଧାନ:

(ଙ) ଏକ ସାମାନ୍ତରିକ ଚିତ୍ରର ସମସ୍ତ ବାହୁର ଦୈର୍ଘ୍ୟ ସମାନ ।
ସମାଧାନ:

(ଚ) ଟ୍ରାପିଜିୟମ୍‌ର ବିପରୀତ ବାହୁ ସମାନ୍ତର ।
ସମାଧାନ:

Question 4.
ଏକ ଚତୁର୍ଭୁଜର ସମସ୍ତ ବାହୁ ସମଦୈର୍ଘ୍ୟ ବିଶିଷ୍ଟ ଓ ସମସ୍ତ କୋଣ ସମପରିମାଣ ବିଶିଷ୍ଟ ହେଲେ ଆମେ ତାକୁ ସୁଷମ ଚତୁର୍ଭୁଜ କହୁ । ତେବେ ସୁଷମ ଚତୁର୍ଭୁଜଟି କିଏ ଲେଖ ।
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.5 3
ସମାଧାନ:
ସୁଷମ ଚତୁର୍ଭୁଜଟି ବର୍ଗଚିତ୍ର ।