BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

Odisha State Board BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ Textbook Exercise Questions and Answers.

BSE Odisha Class 10 Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

ପରୀକ୍ଷା ଉପଯୋଗୀ ଅତିରି

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧। ଗଳ୍ପଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା ?
Answer:
ଗଳ୍ପଟି ନବରବି ପତ୍ରିକାରେ ପଞ୍ଚମ ବର୍ଷ ପତ୍ରିକାରେ ପ୍ରକାଶ ପାଇଥିଲା ।

Question
ନଟବର ବାବୁ ସରକାରୀ ବସ୍‌ରେ ଯାଇଥିଲେ କେତେବେଳେ ଗାଁ ପାଖରେ ପହଞ୍ଚି ଯାଇଥାନ୍ତେ ?
Answer:
ନଟବର ବାବୁ ସରକାରୀ ବସ୍‌ରେ ଯାଇଥିଲେ ସକାଳ ନଅଟା ବେଳକୁ ଗାଁ ପାଖରେ ପହଞ୍ଚି ଯାଇଥାନ୍ତେ ।

Question ୩ ।
ପଛ ବସ୍ ଧରି ଯାଇ କେଉଁଠି ଓହ୍ଲାଇ ପୁନର୍ବାର ଗାଁକୁ ଘରୋଇ କୁଜି ବସ୍‌ରେ ଗଲେ ?
Answer:
ଗଳ୍ପଟି ନବରବି ପତ୍ରିକାରେ ପଞ୍ଚମ ବର୍ଷ ପତ୍ରିକାରେ ପ୍ରକାଶ ପାଇଥିଲା ।

ପଛ ବସ୍ ଧରି ଯାଇ ଫୁଲ ନଖରାରେ ଓହ୍ଲାଇ ପୁନର୍ବାର ଗାଁକୁ ଘରୋଇ କୁଜି ବସ୍‌ରେ ଗଲେ ।

Question ୪।
ବୈଶାଖ ମାସରେ କେତେବେଳେ ବାହାରକୁ ଗୋଡ଼ କାଢ଼ି ହୁଏ ନାହିଁ ?
Answer:
ବୈଶାଖ ମାସରେ ସକାଳ ଆଠଟାବେଳେ ବାହାରକୁ ଗୋଡ଼ କାଢ଼ି ହୁଏ ନାହିଁ ।

Question ୫ ।
ଏଗାରଟା ବେଳକୁ ଚାରିଆଡ଼ କ’ଣ ଜଳିଲା ପରି ଜଣାଯାଉଛି ?
Answer:
ଏଗାରଟା ବେଳକୁ ଚାରିଆଡ଼ ନିଆଁ ଜଳିଲାପରି ଜଳିଲା ପରି ଜଣାଯାଉଛି ।

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

Question ୬ ।
ହରି ଗୁଡ଼ିଆ କେଉଁ ଗଛ ତଳେ ଦୋକାନ କରିଥିଲା ?
Answer:
ହରି ଗୁଡ଼ିଆ ଚାକୁଣ୍ଡା ଗଛ ତଳେ ଦୋକାନ କରିଥିଲା

Question ୭ ।
ବାଉଁଶ ପାଚିଆରେ କ’ଣ ଥିଲା ?
Answer:
ବାଉଁଶ ପାଚିଆରେ ସକାଳୁ ହୋଇଥିବା ବରା, ଗୁଲୁଗୁଲା, ପକୁଡ଼ି ଓ ବୁନ୍ଦିଆ ମିଠେଇ ଥିଲା ।

Question ୮ ।
ଖୋଲା ଡେକ୍‌ରେ କେତେ ଗୋଟି ରସଗୋଲା ଥିଲା ?
Answer:
ଖୋଲା ଡେକ୍‌ରେ ଚାରି ଛଅଟା ରସଗୋଲା ଥିଲା ।

Question ୯ ।
ହରି ଗୁଡ଼ିଆ କାହା ଉପରେ ଗଡ଼ପଡ଼ ହେଉଥିଲା ?
Answer:
ହରି ଗୁଡ଼ିଆ ଖଣ୍ଡିଏ ଛିଣ୍ଡା ସିପ ଉପରେ ଗଡ଼ପଡ଼ ହେଉଥିଲା ।

Question ୧୦ ।
ବାସନଧୁଆ ଟୋକାଟା କେଉଁଠି ଶୋଇଥିଲା ?
Answer:
ବାସନଧୁଆ ଟୋକାଟା ବେଞ୍ଚ ଉପରେ ଶୋଇଥିଲା ।

Question ୧୧ ।
ନଟବର ବାବୁ କାହାକୁ ପାଣି ପିଇବାକୁ ମାଗିଲେ ?
Answer:
ନଟବର ବାବୁ ବାସନ ଧୂଆ ଟୋକାକୁ ପାଣି ପିଇବାକୁ ମାଗିଲେ ।

Question ୧୨ ।
ନଟବର ବାବୁଙ୍କୁ କିଏ ମଣିଷ କରିଛି ?
Answer:
ନଟବର ବାବୁଙ୍କ ବୋଉ ନଟବର ବାବୁଙ୍କୁ ମଣିଷ କରିଛି ।

Question ୧୩ ।
କିଏ ଅକୃତଜ୍ଞ ବୋଲି ନଟବର ବାବୁ ଭାବିଛନ୍ତି ?
Answer:
ମଣିଷ ଜାତିଟା ଅକୃତଜ୍ଞ ବୋଲି ନଟବର ବାବୁ ଭାବିଛନ୍ତି ।

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

Question ୧୪ ।
ବଡ଼ ପୁଅ ବି.ଏ. ପଢ଼ୁ ପଢ଼ୁ କ’ଣ ହୋଇଗଲା ?
Answer:
ବଡ଼ ପୁଅ ବି.ଏ. ପଢ଼ୁ ପଢ଼ୁ ହିପି ହୋଇଗଲା ।

Question ୧୫ ।
‘ମୋତେ ଯେତେ ମାଠିବୁ ମାଠ’ କାହା ବିଷୟରେ କୁହାଯାଇଛି ? ..
Answer:
‘ମୋତେ ଯେତେ ମାଠିବୁ ମାଠ’ ସାନ ଝିଅ ବିଷୟରେ କୁହାଯାଇଛି ।

Question ୧୭ ।
ବେଲବଣ ମଝିରେ କେଉଁ ମନ୍ଦିର ଅଛି ?
Answer:
ବେଲବଣ ମଝିରେ ଶିବ ମନ୍ଦିର ଅଛି ।

Question ୧୮ ।
ବାଉଁଶ ବାଡ଼ି ଶେଷରେ କ’ଣ ଅଛି ?
Answer:
ବାଉଁଶ ବାଡ଼ି ଶେଷରେ ମନ୍ଦିର ଅଛି ।

Question ୧୯ ।
ମନ୍ଦିର ଆଗରେ କାହା ଘର ?
Answer:
ମନ୍ଦିର ଆଗରେ ମଧୁ ତିଆଡ଼ିର ଘର ।

Question ୨୦ ।
ମନ୍ଦିରର ପୂଜକ କିଏ ?
Answer:
ମନ୍ଦିରର ପୂଜକ ମଧୁ ତିଆଡ଼ି ।

Question ୨୧ ।
ବଉଳ ଗଛ ଛାଇରେ କିଏ ଭାଗବତ ପଢ଼ୁଥିଲେ ?
Answer:
ମଧୁ ତିଆଡ଼ିଏ ବଉଳ ଗଛ ଛାଇରେ ଭାଗବତ ପଢ଼ୁଥିଲେ ।

Question ୨୨ ।
ମଦନପୁର ଓ ତାଙ୍କ ମୌଜାର ସୀମା କେଉଁ ଗଛ ଚିହ୍ନଟ କରୁଛି ?
Answer:
ପ୍ରକାଣ୍ଡ ବରଗଛ ମଦନପୁର ଓ ତାଙ୍କ ମୌଜାର ସୀମା ଚିହ୍ନଟ କରୁଛି ।

Question ୨୩ ।
ବରଗଛ କୋରଡ଼ରେ କେଉଁ ଗଛ ଉଠିଥିଲା ?
Answer:
ବରଗଛ କୋରଡ଼ରେ ବେଲଗଛ ଓ ଅଶ୍ଵତ୍‌ଥ ଗଛ ଉଠିଥିଲା ।

Question ୨୪ ।
ବରଗଛର ପ୍ରତୀକ କିଏ ?
Answer:
ନଟବରବାବୁଙ୍କ ବୋଉ ବରଗଛର ପ୍ରତୀକ ।

Question ୨୫ ।
ନଟବର ବାବୁ କେଉଁ ଗଛର ପ୍ରତୀକ ?
Answer:
ନଟବର ବାବୁ ବେଲଗଛର ପ୍ରତାକା

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ହରି ଗୁଡ଼ିଆ କେଉଁ ଗଛ ତଳେ ଦୋକାନ କରିଥିଲା ?
Answer:
ଚାକୁଣ୍ଡ

Question 2.
ଗଳ୍ପରେ ସଂସାରକୁ କାହା ସହିତ ତୁଳନା କରାଯାଇଛି ?
Answer: ତତଲା ଲୁହା କରେଇ / କଡ଼େଇ

Question 3.
‘‘ମୋତେ ଯେତେ ମାଠିବୁ ମାଠ’’ – ଏ ଉକ୍ତିଟି କାହା ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
ନଟବରବାବୁଙ୍କ ସାନଝିଅ

Question 3.
ହରି ଗୁଡ଼ିଆ କାହା ଉପରେ ଶୋଇ ଗଡ଼ପଡ଼ ହୋଉଥିଲା ?
Answer:
ଛିଣ୍ଡାସପ ଉପରେ,

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

Question 4.
‘‘ମୋତେ ଯେତେ ମାଠିବୁ ମାଠ’’ – ଏ ଉକ୍ତିଟି କାହା ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
ନଟବରବାବୁଙ୍କ ସାନଝିଅ

Question 5.
ପଠିତ ଗଳ୍ପରେ ବଟବୃକ୍ଷକୁ କାହାର ପ୍ରତୀକ ଭାବରେ ଦର୍ଶାଯାଇଛି ?
Answer:
ଜନନ।ର

Question 6.
ଗଳ୍ପରେ ବର୍ଣ୍ଣିତ ମଧୁ ତିଆଡ଼ି କିଏ ?
Answer:
ମନ୍ଦିରର ପୂଜକ

Question 7.
ଅଶ୍ଵତ୍‌ଥ ଗଛ ଓ ବେଲଗଛ କେଉଁଠି ଉଠିଥିଲା ?
Answer:
ବଙ୍ଗଳରେ

Question 8.
‘ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ’ ଗଳ୍ପରେ କେଉଁ ଋତୁର ଘଟଣା ବର୍ଣ୍ଣନା କରାଯାଇଛି ?
Answer:
ଖ୍ରୀଷ୍ଟ

Question 9.
ମଣିଷ ଜାତିକୁ ନଟବରବାବୁ କ’ଣ ବୋଲି ଭାବିଛନ୍ତି ?
Answer:

Question 10.
ହଁ, ସଂସାରଟା ଆଉ କ’ଣ ? ତତଲା ଲୁହା କଡ଼େଇ ତ’ ଏମିତି କିଏ ଭାବିଛନ୍ତି ?
Answer:

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

(A) ।ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ଲେଖକ ରବି ପଟ୍ଟନାୟକ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଲେଖକ ରବି ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଜନ୍ମଗ୍ରହଣ କରିଥିଲେ ।

Question 2.
ତାଙ୍କ ରଚିତ କେଉଁ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଛି ?
Answer:
ତାଙ୍କ ରଚିତ ‘ହିରଣ୍ୟଗର୍ଭା’ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଛି ।

Question 3.
କେଉଁ ପୁସ୍ତକ ପାଇଁ ଲେଖକଙ୍କୁ ମରଣୋତ୍ତର ଶାରଳା ପୁରସ୍କାର ପ୍ରଦାନ କରାଯାଇଛି ?
Answer:
‘ବନ୍ଧ୍ୟା ଗାନ୍ଧାରୀ’ ପୁସ୍ତକ ପାଇଁ ଲେଖକଙ୍କୁ ମରଣୋତ୍ତର ଶାରଳା ପୁରସ୍କାର ପ୍ରଦାନ କରାଯାଇଛି ।

Question 4.
କାହାର ଜୀବନ ଧନ୍ୟ ବୋଲି କୁହାଯାଇଛି ?
Answer:
ବୃକ୍ଷର ଜୀବନ ଧନ୍ୟ ବୋଲି କୁହାଯାଇଛି ।

Question 5.
ହରିକୁ କିଏ ଧୀର ଗଳାରେ ଡାକିଲେ ?
Answer:
ନଟବରବାବୁ ହରିକୁ ଧୀର ଗଳାରେ ଡାକିଲେ ।

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

Question 6.
ନଟବରବାବୁ ବସ୍‌ଷ୍ଟାଣ୍ଡରେ ପହଞ୍ଚିଲାବେଳକୁ କ’ଣ ହେଲା ?
Answer:
ନଟବରବାବୁ ବସ୍ଷ୍ଟାଣ୍ଡରେ ପହଞ୍ଚିଲାବେଳକୁ ବସ୍‌ ଷ୍ଟେସନ୍ ଛାଡ଼ିଦେଲା ।

Question 7.
ବସ୍‌ରେ ଯାଇଥିଲେ କେତେବେଳେ ଗାଁରେ ପହଞ୍ଚା’ନ୍ତେ ?
Answer:
ବସ୍‌ରେ ଯାଇଥିଲେ ନଅଟାବେଳେ ଗାଁରେ ପହଞ୍ଚି’ନ୍ତେ ।

Question 8.
ଦିନ ୧୧ଟା ବେଳକୁ କିପରି ଲାଗୁଥିଲା ?
Answer:
ଦିନ ୧୧ଟା ବେଳକୁ ନିଆଁ ଜଳିଲା ପରି ଲାଗୁଥିଲା ।

Question 9.
ହରି ଗୁଡ଼ିଆର ଦୋକାନଟି କିପରି ଥିଲା ?
Answer:
ହରି ଗୁଡ଼ିଆର ଦୋକାନ ଝାଟିମାଟି କାନ୍ଥ ଓ ତାଳ ବରଡ଼ାର ଛପର ଘରଥିଲା ।

Question 10.
କ’ଣ ପିନ୍ଧି ହରି ଗୁଡ଼ିଆ ଗୋଟିଏ କଣରେ ଗଡ଼ପଡ଼ ହେଉଥୁଲା ?
ଢ-
ନାଲି କରିଆ ଖଣ୍ଡେ ପିନ୍ଧି ହରି ଗୁଡ଼ିଆ ଗଡ଼ପଡ଼ ହେଉଥିଲା ।

Question 11.
ନଟବରବାବୁ କାହା ବିଷୟରେ ତାର ପାଇଲେ ?
Answer:
ନଟବାବୁ ବୋଉ ଦେହ ଖରାପ ଥ‌ିବାର ତାର ପାଇଲେ ।

Question 12.
ଖରା ତେଜରେ କ’ଣ ବୁଜି ଆସୁଛି ?
Answer:
ଖରା ତେଜରେ ଆଖୁଦିଟା ବୁଜି ଆସୁଛି ।

Question 13.
ମଣିଷ ଜାତିଟା କିପରି ?
Answer:
ମଣିଷ ଜାତିଟା ଅକୃତଜ୍ଞ କୃତଘ୍ନ ।

Question 14.
ନଟବରବାବୁଙ୍କ ବଡ଼ପୁଅଟା କ’ଣ ହୋଇଗଲା ?
Answer:
ନଟବରବାବୁଙ୍କ ବଡ଼ପୁଅଟା ବି.ଏ. ପଢ଼ୁ ପଢ଼ୁ ହିପି ହୋଇଗଲା ।

Question 15.
ପଞ୍ଜାବୀଟା କାହିଁକି ଓଦା ହୋଇ ଯାଇଥିଲା ?
Answer:
ଝାଳରେ ପଞ୍ଜାବୀଟା ଓଦା ହୋଇ ଯାଇଥିଲା ।

Question 16.
ତାଳଗଛ କିପରି ଛିଡ଼ା ହୋଇ ରହିଛନ୍ତି ?
Answer:
ତାଳଗଛଗୁଡ଼ା ବାବନାଭୂତ ପରି ଛିଡ଼ା ହୋଇ ରହିଛନ୍ତି ।

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

Question 17.
ବେଲବଣ କେଉଁଠି ?
Answer:
ପୋଖରୀର ଗୋଟିଏ କୋଣକୁ ବେଲବଣ ।

Question 18.
ପୁରାଦିନ ଶିବ ମନ୍ଦିର କେଉଁଠି ?
Answer:
ବେଲବଣ ମଝିରେ ପୁରାତନ ଶିବ ମନ୍ଦିର ।

Question 19.
ବେଲବଣ ଭିତରେ କିଏ କଣ୍ଟା ଆଡ଼େଇ ପଶିଲେ ?
Answer:
ନଟବଉବାବୁ ବେଲବଣ ଭିତରେ କଣ୍ଟା ଆଡ଼େଇ ପଶିଲେ ।

Question 20.
ଗାଁ ମୁଣ୍ଡରେ କାହାର ବାଉଁଶ ବାଡ଼ି ?
Answer:
ଗାଁ ମୁଣ୍ଡରେ ବନ୍ଧୁ ଷଡ଼ଙ୍ଗୀର ବାଉଁଶ ବାଡ଼ି ।

Question 21.
ମନ୍ଦିର ଆଗରେ କାହାର ଘର ?
Answer:
ମନ୍ଦିର ଆଗରେ ମଧୁ ତିଆଡ଼ୀର ଘର ।

Question 22.
ମଧୁ ତିଆଡ଼ୀ ନଟବରକୁ କ’ଣ କହିଲେ ?
Answer:
ମଧୁ ତିଆଡ଼ୀ ନଟବରକୁ କହିଲେ ‘ଏ ଧୂମ୍ ଖରାବେଳେ କୁଆଡ଼େ ବାହାରିଛୁ ।

Question 23.
ନଡ଼ିଆ ବଣ ଭିତରେ କ’ଣ ଚକ୍ରମକ୍ ହୋଇ ଦିଶୁଥିଲା ?
Answer:
ନଡ଼ିଆ ବଣ ଭିତରେ ସୁରଜର୍ମଲର ଧଳାକୋଠା ଚକ୍ରମକ୍ ହୋଇ ଦିଶୁଥିଲା ।

Question 24.
ମଦନପୁର ମୌଜା ଓ ନଟବରଙ୍କ ମୌଜାର ସୀମାକୁ କିଏ ଚିହ୍ନଟ କରୁଥିଲା ?
Answer:
ମଦନପୁର ମୌଜା ଓ ନଟବରଙ୍କ ମୌଜାର ସୀମାକୁ ଏକ ପ୍ରକାଣ୍ଡ ବରଗଛ ଚିହ୍ନଟ କରୁଥିଲା ।

Question 25.
କେଉଁ ଗଛମୂଳେ ବସି ବୁଦ୍ଧଦେବ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ ?
Answer:
ଅଶ୍ଵତ୍‌ଥ ଗଛମୂଳେ ବସି ବୁଦ୍ଧଦେବ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ ।

Question 26.
ଦୁଇଚାରିଟା ପିଲା ଗଛ ଓହଳରେ କ’ଣ ଖେଳୁଥିଲେ ?
Answer:
ଦୁଇଚାରିଟା ପିଲା ଗଛ ଓହଳରେ ଡାଳମାଙ୍କୁଡ଼ି ଖେଳୁଥିଲେ ।

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

Question 27.
ନଟବର ଗଛମୂଳେ କ’ଣ କଲେ ?
Answer:
ନଟବର ମୁଣ୍ଡତଳେ ଗାମୁଛା ଦେଇ ଗଛମୂଳରେ ଗଡ଼ି ପଡ଼ିଲେ

Question 28.
ନଟବରଙ୍କ କେଉଁଠାରେ ଫୋଟକା ବାହାରିଥିଲା ?
Answer:
ନଟବରଙ୍କ କାଣି ଆଙ୍ଗୁଳି କଣରେ ଫୋଟକା ବାହାରିଥିଲା

Question 29.
କାହାର ଶବ୍ଦରେ କାନ ଅତଡ଼ା ପଡ଼ୁଥିଲା ?

Question 30.
କେଉଁମାନେ ଚାରିକାତ ମେଲେଇ ନିଦରେ ଶୋଇ ଯାଇଥିଲେ ?
Answer:
କେତେ ଜଣ ବାଟୋଇ ଚାରିକାତ ମେଲେଇ ନିଦରେ ଶୋଇ ଯାଇଥିଲେ ।

(B) ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
‘ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ’ ଗଳ୍ପରେ କାହାର ମହାନତା ପ୍ରସଙ୍ଗ ହୃଦୟସ୍ପର୍ଶୀ ହୋଇଛି ?
Answer:
ବାତ୍ସଲ୍ୟ ଓ ମାତୃତ୍ଵର,

Question 2.
ଗଳ୍ପରେ କାହାକୁ ଜନନୀର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଛି ?
Answer:
ବଟବୃକ୍ଷକୁ

Question 3.
ନଟବରବାବୁ ସରକାରୀ ବସ୍‌ରେ ଯାଇଥିଲେ କେତେଟାରେ ଗାଁ ପାଖରେ ପହଞ୍ଚି’ନ୍ତେ ?
Answer:
ନଅଟାରେ

Question 4.
ନଟବରବାକୁ ଘରୁ ବସ୍‌ରେ ଯାଇ କେଉଁଠାରେ ଓହ୍ଲାଇଥିଲେ ?
Answer:
ଫୁଲନଖରାରେ

Question 5.
ହରି ଗୁଡ଼ିଆର ଜଳଖୁଆ ଦୋକାନଟି କେଉଁ ଗଛତଳେ ଥିଲା ?
Answer:
ଚାକୁଣ୍ଡା ଗଛ

Question 6.
ହରି ଗୁଡ଼ିଆର ଚାଳିଆ କେଉଁଥିରେ ଛପର ହୋଇଥିଲା ?
Answer:
ତାଳବରଡ଼ାରେ

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

Question 7.
ହରି ଗୁଡ଼ିଆର ଚାଳିଆର କାନ୍ଥ କେଉଁଥରେ ତିଆରି ହୋଇଥିଲା ?
Answer:
ଝାଟିମାଟିରେ

Question 8.
ହରି ଗୁଡ଼ିଆର ପାଟି ଶୁଣି କିଏ ଛିଡ଼ା ହୋଇଯାଇଥିଲା ?
Answer:
ବାସନମଜା ଟୋକା

Question 9.
ନଟବରବାବୁଙ୍କ ଶିଶୁ ମନରେ କେଉଁ ଭାବନା ଥିଲା ?
Answer:
ବୋଉକୁ ସୁଖରେ ରଖୁବାର

Question 10.
ୟୋତ୍ସର୍ଗ ସତ୍ତ୍ଵେ ନଟବରବାବୁ ପିଲାଙ୍କ ମନରେ କ’ଣ ଦେଖୁପାରି ନାହାଁନ୍ତି ?
Answer:
ମଣିଷ ହେବାର ଆକାଂକ୍ଷା

Question 11.
ନଟବରବାବୁଙ୍କ ବଡ଼ପୁଅ କେଉଁ ସମୟରେ ଘରକୁ ଆସେ ?
Answer:
ଖାଇବା ଓ ଶୋଇବା ସମୟରେ

Question 12.
ନଟବରବାବୁଙ୍କ କେଉଁ ଝିଅ ନାଁରେ ପରୋକ୍ଷଭାବେ କେତେ କଥା ଶୁଣାଗଲାଣି ?
Answer:
ସାନଝିଅ ନାଁରେ

Question 13.
ପିଲାମାନେ କ’ଣ ହେଲେ ଜୀବନରୁ ସୁଖ ଶେଷ ହୋଇଯାଏ ?
Answer:
ଅମଣିଷ

Question 14.
ହରିଚନ୍ଦନପୁର କେଉଁ ଶାସନ ?
Answer:
ବ୍ରାହ୍ମଣ

Question 15.
ପାନ, ଜଳଖୁ ଦୋକାନର ଚାଳିଆଟି କାହାର ?
Answer:
ହରି ଗୁଡ଼ିଆ

Question 16.
‘ ଆରେ ନଟ କିରେ, ଏଇ ଧୂମ ଖରାବେଳଟାରେ କୁଆଡ଼ିକି ବାହାରିଛି ?’’ ଏ ସ୍ନେହପୂର୍ଣ୍ଣ ଉକ୍ତିଟି କାହାର ଥିଲା ?
Answer:
ମଧୁ ତିଆଡ଼ି

Question 17.
ନଟବରବାବୁ ଗାଁକୁ ଯିବା ସମୟରେ କ’ଣ ପିନ୍ଧି ଯାଇଥିଲେ ?
Answer:

Question 18.
ମଦନପୁର ଓ ନଟବାବୁଙ୍କ ଗାଁ ମଝିରେ କେଉଁ ଗଛ ସୀମା, ନିର୍ଦ୍ଦେଶ କରୁଛି ?
Answer:
ବରଗଛ

Question 19.
‘ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ’ – କାହାର କୃତି ?
Answer:
ରବି ପଟ୍ଟନାୟକ

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

Question 20.
ସିଲ୍‌ଭର ଚଟୁ ଉପରେ ଚିନି ସିରା ଲାଗି ଶୁଖ୍ ଯାଇଥବା ଜାଗାଟିରେ କେଉଁମାନେ ରାଜତ୍ଵ କରୁଥିବାର ନଟବରବାବୁ ଦେଖ‌ିଲେ ?
Answer:
ମାଛିମାନେ

Question 21.
ଗାଁ ଗୁଡ଼ିଆ ଦୋକାନମାନଙ୍କରେ ବରା, ଗୁଲୁଗୁଲା ଓ ପକୁଡ଼ି ପ୍ରଭୃତି କେଉଁଥିରେ ସଜା ହୋଇ ରଖାଯାଇଥାଏ ?
Answer:
ବାଉଁଶ ପାଛିଆରେ

Question 22.
ବାସନଧୁଆ ଟୋକାଟା କେଉଁଠାରେ ଶୋଇଥିଲା ?
Answer:
ବେଞ୍ଚରେ

Question 23.
ହରି ଗୁଡ଼ିଆ କେଉଁଠାରେ ଶୋଇଥିଲା ?
Answer:
ଛିଣ୍ଡା ସପରେ

Question 24.
ହରି ଗୁଡ଼ିଆ ପାଇଁ କାହା ଗଳାର ସ୍ଵର ପରିଚିତ ଥିଲା ?
Answer:
ନଟବରବାବୁ

Question 25.
‘ଛି ଛି ଛି – ଏ କାଳ କଥା ଆଉ ତୁଣ୍ଡରେ ଧର ନାହିଁ’ – ଏକଥା କିଏ କହିଥିଲେ ?
Answer:
ହରି ଗୁଡ଼ିଆ

Question 26.
ଗ୍ରାମମାନଙ୍କୁ ବର୍ଷାଦିନେ କେଉଁ ରାସ୍ତାରେ ପାଦରେ ଚାଲି ଚାଲି ଯାଉଥିଲେ ?
Answer:
ହିଡ଼ ରାସ୍ତାରେ

Question 27.
କିଏ ନଟବରବାବୁଙ୍କୁ କେବେହେଲେ କିଛି ମାଗି ନାହିଁ, କେବଳ ଦେଇ ଚାଲିଛି ?
Answer:
ତାଙ୍କ ବୋଉ

Question 28.
ଗଛ ନୂତନ ସୃଷ୍ଟି ନିମନ୍ତେ କାହାକୁ ସବୁବେଳେ ନିଜର ଭାବେ ରଖିବାକୁ ଚାହେଁ ନାହିଁ ?
Answer:
ପୁରୁଣା ପତ୍ରକୁ

Question 29.
ଗାଁ ମୁଣ୍ଡ ପୋଖରୀ ହୁଡ଼ାରେ କେଉଁ ଗଛଗୁଡ଼ିକ ବାବନାଭୂତ ପରି ଛିଡ଼ା ହୋଇଛନ୍ତି ବୋଲି ଗାଳ୍ପିକ କହିଛନ୍ତି ?
Answer:
ତାଳଗଛ

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

Question 30.
ଗାଁର ବେଲବଣ ମଝିରେ କେଉଁ ମନ୍ଦିର ରହିଛି ?
Answer:
ଶିବ ମନ୍ଦିର

Question 31.
ଗାଁ ମୁଣ୍ଡରେ କାହାର ବାଉଁଶ ବାଡ଼ି ଅଛି ?
Answer:
ବନ୍ଧୁ ଷଡ଼ଙ୍ଗୀର

Question 32.
ନଡ଼ିଆ ବଣ ଭିତରେ କାହାର ଧଳାକୋଠା ଚକ୍ରମକ୍ କରୁଥିଲା ?
Answer:
ସୁରଜମଲ ମାରୁଆଡ଼ିର

Question 33.
ଅଶ୍ଵତ୍‌ଥ ଗଛମୂଳେ ବସି କିଏ ପରମ ଜ୍ଞାନ ଲାଭ କରିଥିଲେ ?
Answer:
ମହାବୀର

Question 34.
‘କି ଅଛି ଏଇ ଗଛରେ ? ନା ଟିକିଏ ଛାଇ – ନା ତା’ର କାଠ କିଛି କାମରେ ଆସୁଛି ?’’ ନା ତା’ର କାଠ କିଛି କାମରେ ଆସୁଛି ?’’ – ଏକଥା ନଟବର କେଉଁ ଗଛକୁ ଲକ୍ଷ୍ୟ କରି କହିଛନ୍ତି ?
Answer:
ଅଶ୍ଵତ୍‌ଥ ଗଛ

Question 35.
କେଉଁ ଗଛ ବିରାଟ ହେଲେ ମଧ୍ୟ ତା’ର ଫଳ ଅତ୍ୟନ୍ତ ଛୋଟ ?
Answer:
ଅଶ୍ଵତ୍ଥ

Question 36.
କେଉଁ ଗଛ ଗଣ୍ଡି ଉପରେ ମୋଟା ନାଲି ସିନ୍ଦୂର ଦାଗ ନଟବର ଦେଖିଲେ ?
Answer:
ଅଶ୍ୱତ୍ଥ

Question 37.
ଗଛର ନାଲି ସିନ୍ଦୂର ଦାଗ ତଳକୁ କେଉଁ ଧାର ଲମ୍ବିଥିଲା ?
Answer:
ପିମ୍ପୁଡ଼ିର ଧାର

Question 38.
ଗଛ ତଳକୁ ପିମ୍ପୁଡ଼ିର ଧାର କାହିଁକି ଲମ୍ବିଥିଲା ?
Answer:
ସୁରଜମଲ ଗୁଡ଼ କି ଚିନି ଦେଇଥ‌ିବାରୁ କି

Question 39.
ବୁଦ୍ଧଦେବ କେଉଁ ଗଛମୂଳେ ବୁଦ୍ଧତ୍ବ ପ୍ରାପ୍ତ ହୋଇଥିଲେ ?
Answer:
ଅଶ୍ଵତ୍‌ଥ ବୃକ୍ଷ

(C) ଶୂନ୍ୟସ୍ଥାନ ପୂରଣ କର ।

1. ବାସନଧୁଆ ଟୋକାଟା …………………… ରେ ଶୋଇଥିଲା ।
Answer:
ବେଞ୍ଚ

2. ହରି ଗୁଡ଼ିଆ …………………… ରେ ଶୋଇଥିଲା ।
Answer:
ଛିଣ୍ଡା ସପ

3. ଛି ଛି ଛି – ଏ କାଳ କଥା ଆଉ ତୁଣ୍ଡରେ ଧର ନାହିଁ – ଏକଥା ……………………….. କହିଥିଲେ ।
Answer:
ହରି ଗୁଡ଼ିଆ

4. ଗ୍ର।ମମାନଙ୍କରେ ବର୍ଷାଦିନେ ପାଦଚଲା ରାସ୍ତ୍ରୀ ………………………….. ଉପରେ ହୋଇଥାଏ ।
Answer:
ହିଡ଼

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

5. ଗାଁ ମୁଣ୍ଡ ପୋଖରୀ ହୁଡ଼ାରେ ……………………. ମାନେ ବାବନାଭୂତ ପରି ଛିଡ଼ା ହୋଇଛନ୍ତି ବୋଲି ଗାଳ୍ପିକ କହିଛନ୍ତି ।
Answer:
ତାଳଗଛ

6. ଗାଁର ବେଲବଶ ମଝିରେ …………………….. ମନ୍ଦିର ରହିଛି ।
Answer:
ଶିବ

7. ନତିଆ ବଶ ଭିତରେ ………………….. ର ଧଳାକେ।ଠା ଚକ୍ ମକ୍ କରୁଥିଲା
Answer:
ସୁରଜମଲ ମାରୁଆଡ଼ି

8. ଅଶ୍ୱତ୍‌ଥ ଗଛମୂଳେ ବସି ……………… ପରମ ଜ୍ଞାନ ଲାଭ କରିଥିଲୋ
Answer:
ମହାବୀର

9. ବସ୍ ଷ୍ଟାଣ୍ଡରୁ ଓହ୍ଲାଇ ନଟବରବାବୁ …………………… ଦୋକାନକୁ କ୍ଷାଇଥ୍ ଲୋ
Answer:
ହରି ଗୁଡ଼ିଆ,

10. ଗାଳ୍ପିକ ସଂସାରକୁ ……………………. ସହିତ ତୁଳନା କରିଛନ୍ତି ।
Answer:
ତତଲା ଲୁହା କରେଇ

11. ମନ୍ଦିର ଚଉତରା ଉପରେ ବସି ଲୋକମାନେ ………………… ଖେଳନ୍ତି ।
Answer:
ପ୍ରଶା

12. ବଉଳଗଛ ଛାଇରେ ବସି ମଧୁ ତିଆଡ଼ି ……………………. ପଢୁଥିଲେ ।
Answer:
ଭାଗବତ

13. ବୈଶାଖର ଗୈରିକ ଆକାଶ ଶ୍ୟାମଳ ମେଘର ବାତ୍ସଲ୍ୟମୟୀ କରୁଣାର …………………… ପୂରି ଉଠେ ।
Answer:
ବର୍ଷାରେ

14. ଅଶ୍ଵତ୍‌ଥ ଗଛ ବିରାଟ ବଡ଼ ହେଲେ ମଧ୍ୟ ତା’ର ଫଳ ଅତ୍ୟନ୍ତ ……………………..।
Answer:
ଛୋଟ

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

15. ବୁଦ୍ଧଦେବ ……………………. ଗଛମୂଳେ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ ।
Answer:
ଅଶ୍ୱତ୍‌ଥ

16. ଘରୁ ବସ୍‌ରେ ଯାଇ ନଟବରବାକୁ ……………………. ଠାରେ ଓହ୍ଲାଇଥିଲେ ।
Answer:
ଫୁଲନଖରା

17. ବୋଉର ତ୍ୟାଗ ଓ ଆୟୋତ୍ସର୍ଗ ସହିତ ତାଙ୍କର ମଧ୍ୟ ……………………….. ଥିଲା ।
Answer:
ପ୍ରଗାଢ଼ ଚେଷ୍ଟା

18. ପିଲାମାନେ ଅମଣିଷ ହେଲେ ଜୀବନରୁ …………………….. ଶେଷ ହୋଇଯାଏ ।
Answer:
ସୁଖ

19. ପୋଖରୀର କାଦୁଅଗୁଡ଼ା ଶୁଝାଇ ……………………… କୋଶିଆ ହୋଇ ଫାଟିଯାଇଛି।
Answer:
ହରି ଗୁଡ଼ିଆ

20. ପୋଖରୀର ଗୋଟିଏ କଣକୁ ………………………….. ଅଛି ।
Answer:
ବେଲବଣ

21. ନଟବରବାବୁ …………………… ବର୍ଷରେ ବାପଛେଉଣ୍ଡ ହୋଇଥିଲେ ।
Answer:
ପାଞ୍ଚ

22. ଖୋଲା ମୁହଁ ଡେକ୍‌ଟିରେ ………………………… ଟି ରସଗୋଲା ଥିଲା ।
Answer:
ଚାରି ଛଅଟି

23. ନଟବରବାବୁଙ୍କର ………………………. ଟି ଝିଅ ଥିଲା ।
Answer:
ଦୁଇ

24. ମନ୍ଦିରର ପୂଜକ ……………………. ଥିଲେ ।
Answer:
ମଧୁ ତିଆଡ଼ି

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

25. ଜୈନଧର୍ମର ପ୍ରବର୍ତ୍ତକ ………………………… ଥିଲେ ।
Answer:
ମହାବୀର

26. ବୌଦ୍ଧଧର୍ମର ଆଦି ପ୍ରବକ୍ତା ………………………।
Answer:
ଗୌତମ

(D) ଠିକ୍ ଉକ୍ତି ପାଇଁ ‘T’ଓ ଭୁଲ ଉକ୍ତି ପାଇଁ ‘F’ ଲେଖ ।

1. ଗୌତମ ଜୈନଧର୍ମର ପ୍ରବର୍ତ୍ତକ ଥିଲେ ।
2. ମହାବୀର ବୌଦ୍ଧଧର୍ମର ଆଦିପ୍ରବକ୍ତା ।
3. ବରଗଛ ତଳେ ଗୋରୁମାନେ ପାକୁଳି କରୁଥିବାର ନଟବର ଦେଖ‌ିଲେ ।
4. ବରଗଛକୁ ଗାଳ୍ପିକ ସ୍ନେହମୟୀ ଜନନୀ ସହିତ ତୁଳନା କରିଛନ୍ତି ।
5. ବରଗଛର କୋରଡ଼ ମଧ୍ୟରେ ବେଲ ଓ ଅଶ୍ଵତ୍‌ଥ ଗଛ ଉଠିଥିଲା ।
6. ‘ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ’ – ରବି ପଟ୍ଟନାୟକଙ୍କର କୃତି ।
7. ଗାଁ ମଝିରେ ବନ୍ଧୁ ଷଡ଼ଙ୍ଗୀର ବାଉଁଶ ବାଡ଼ି ।
8. ନଡ଼ିଆ ଗଛଟି ଛେଳି, ଗୋରୁ, ମାଙ୍କଡ଼, ଚଢ଼େଇ, ମଣିଷ ସମସ୍ତଙ୍କୁ ଆଶ୍ରୟ ଦେଇଛି ।
9. ଖରାଦିନେ ବେଲଗଛର ଡାଳଗୁଡ଼ିକ କଙ୍କାଳର ହାଡ଼ ପରି ଧଳା ଦେଖାଯାଏ ।
10. ମନ୍ଦିରର ପୂଜକ ମଧୁ ତିଆଡ଼ି ଥିଲେ ।
11. ବୈଶାଖ ମାସର ଦିନ ଏଗାରଟାବେଳକୁ ଚାରିଆଡ଼େ ନିଆଁ ଜଳିଲା ପରି ଜଣାପଡ଼େ ।
12. ଅଶ୍ଵତ୍‌ଥ ଗଛ ଗଣ୍ଡି ଉପରେ ମୋଟା ନାଲି ସିନ୍ଦୂର ଦାଗ ନଟବର ଦେଖିଥିଲେ ।
13. ଗଛର ନାଲି ସିନ୍ଦୂର ଦାଗ ତଳକୁ ପିମ୍ପୁଡ଼ିର ଧାର ଲମ୍ବିଥିଲା ।
14. ଭଗୀରଥ ସିନ୍ଧୁର ବାଟ କଢ଼େଇ ପୃଥ‌ିବୀକୁ ଆଣିଥିଲେ ।
15. ନଟବର ଆମ୍ବଗଛ ତଳେ ସାରା ଦେହରେ ମଧୁର ଶୀତଳ ସ୍ପର୍ଶ ଅନୁଭବ କରିଥିଲେ ।
Answer:
1. ଗୌତମ ଜୈନଧର୍ମର ପ୍ରବର୍ତ୍ତକ ଥିଲେ । (F)
2. ମହାବୀର ବୌଦ୍ଧଧର୍ମର ଆଦିପ୍ରବକ୍ତା । (F)
3. ବରଗଛ ତଳେ ଗୋରୁମାନେ ପାକୁଳି କରୁଥିବାର ନଟବର ଦେଖ‌ିଲେ । (T)
4. ବରଗଛକୁ ଗାଳ୍ପିକ ସ୍ନେହମୟୀ ଜନନୀ ସହିତ ତୁଳନା କରିଛନ୍ତି । (T)
5. ବରଗଛର କୋରଡ଼ ମଧ୍ୟରେ ବେଲ ଓ ଅଶ୍ଵତ୍‌ଥ ଗଛ ଉଠିଥିଲା । (T)
6. ‘ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ’ – ରବି ପଟ୍ଟନାୟକଙ୍କର କୃତି । (F)
7. ଗାଁ ମଝିରେ ବନ୍ଧୁ ଷଡ଼ଙ୍ଗୀର ବାଉଁଶ ବାଡ଼ି । (F)
8. ନଡ଼ିଆ ଗଛଟି ଛେଳି, ଗୋରୁ, ମାଙ୍କଡ଼, ଚଢ଼େଇ, ମଣିଷ ସମସ୍ତଙ୍କୁ ଆଶ୍ରୟ ଦେଇଛି । (F)
9. ଖରାଦିନେ ବେଲଗଛର ଡାଳଗୁଡ଼ିକ କଙ୍କାଳର ହାଡ଼ ପରି ଧଳା ଦେଖାଯାଏ । (T)
10. ମନ୍ଦିରର ପୂଜକ ମଧୁ ତିଆଡ଼ି ଥିଲେ । (T)
11. ବୈଶାଖ ମାସର ଦିନ ଏଗାରଟାବେଳକୁ ଚାରିଆଡ଼େ ନିଆଁ ଜଳିଲା ପରି ଜଣାପଡ଼େ । (T)
12. ଅଶ୍ଵତ୍‌ଥ ଗଛ ଗଣ୍ଡି ଉପରେ ମୋଟା ନାଲି ସିନ୍ଦୂର ଦାଗ ନଟବର ଦେଖିଥିଲେ । (T)
13. ଗଛର ନାଲି ସିନ୍ଦୂର ଦାଗ ତଳକୁ ପିମ୍ପୁଡ଼ିର ଧାର ଲମ୍ବିଥିଲା । (T)
14. ଭଗୀରଥ ସିନ୍ଧୁର ବାଟ କଢ଼େଇ ପୃଥ‌ିବୀକୁ ଆଣିଥିଲେ । (F)
15. ନଟବର ଆମ୍ବଗଛ ତଳେ ସାରା ଦେହରେ ମଧୁର ଶୀତଳ ସ୍ପର୍ଶ ଅନୁଭବ କରିଥିଲେ । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପ୍ରାଶା ନିଆଁ
ଧନ୍ୟ ଗହନ
ଦୁର୍ଲଭ ହିତ
ପୂର୍ବତ ଜାବନ
ପଚନ କର୍ମ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପ୍ରାଶା ହିତ
ଧନ୍ୟ ଜାବନ
ଦୁର୍ଲଭ କର୍ମ
ପୂର୍ବତ ଗହନ
ପଚନ ନିଆଁ

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମଧୁ ତିଆଡ଼ି ବୋଉ ଦେହ
ବନ୍ଧୁ କ୍ଷଡ଼ଙ୍ଗା ଓହଳ
ମନ୍ଦିର ଚଉତରା
ବରଗଛ। ବାଉଁଶ ବାଡ଼ି
ନଟବର ଭାଗବତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମଧୁ ତିଆଡ଼ି ଭାଗବତ
ବନ୍ଧୁ କ୍ଷଡ଼ଙ୍ଗା ବାଉଁଶ ବାଡ଼ି
ମନ୍ଦିର ଚଉତରା
ବରଗଛ। ଓହଳ
ନଟବର ବୋଉ ଦେହ

ଗାଳ୍ପିକ ପରିଚୟ ।

ଓଡ଼ିଆ କ୍ଷୁଦ୍ରଗଳ୍ପ ରଚନା କ୍ଷେତ୍ରରେ ଗାଳ୍ପିକ ରବି ପଟ୍ଟନାୟକଙ୍କ ସାରସ୍ଵତ ମର୍ଯ୍ୟାଦା ଓଡ଼ିଶାର ପୁରପଲ୍ଲୀ ପର୍ଯ୍ୟନ୍ତ ବିସ୍ତାରିତ । ପଶ୍ଚିମ ଓଡ଼ିଶାର ବଣଜଙ୍ଗଲ ଘେରା ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁରରେ ଗାଳ୍ପିକ ଜନ୍ମଗ୍ରହଣ କରିଥିଲେ । ସେ ସେବା କ୍ଷେତ୍ରରେ ଜଣେ ଭୂତତ୍ତ୍ୱବିତ୍ ଭାବେ ଜଣାଶୁଣା ଥିଲେ ବି ପ୍ରବୃତ୍ତିଗତ ଭାବେ ଜଣେ ସୁସାହିତ୍ୟିକ ଥିଲେ । ଓଡ଼ିଆ ଭାଷା-ସାହିତ୍ୟ, କଳା ସଂସ୍କୃତି ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ ଥିଲା । ତାଙ୍କର ପ୍ରତ୍ୟେକ ରଚନା ଭିତରେ ମଣିଷ ଜୀବନର ମୂଲ୍ୟବୋଧ ଓ ସାମାଜିକ ଆଦର୍ଶର ପ୍ରଚ୍ଛନ୍ନ ଅନୁଭୂତିର ସଙ୍କେତ ଦେଖିବାକୁ ମିଳିଥାଏ । ତାଙ୍କ ରଚିତ କ୍ଷୁଦ୍ର ଗଳ୍ପ ପୁସ୍ତକଗୁଡ଼ିକ ମଧ୍ୟରେ ‘ଅନ୍ଧଗଳିର ଅନ୍ଧକାର’’ ‘ବହୁରୂପୀ’, ‘ରାଗ ତୋଡ଼ି’, ‘ହିରଣ୍ୟଗର୍ଭା’, ‘ବିଷୁବରେଖା’, ‘ବନ୍ଧ୍ୟା ଗାନ୍ଧାରୀ’, ‘ଅମରିଲତା’, ‘ବିଚିତ୍ରବର୍ଣ୍ଣା’ ଓଡ଼ିଶାର ପାଠକ ମହଲରେ ବେଶ୍ ସୁଖ୍ୟାତି ଲାଭ କରିପାରିଛି । ‘ହିରଣ୍ୟଗର୍ଭ’ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ୧୯୮୪ ମସିହା ପାଇଁ ପୁରସ୍କୃତ ହୋଇଛି ଓ ‘ବନ୍ଧ୍ୟାଗାନ୍ଧାରୀ’ ପୁସ୍ତକ ପାଇଁ ତାଙ୍କୁ ମରଣୋତ୍ତର ଶାରଳା ପୁରସ୍କାର ୧୯୯୧ ମସିହାରେ ପ୍ରଦାନ କରାଯାଇଥିଲା ।

ସୃଜନାଭିମୁଖ୍ୟ

ଗାଳ୍ପିକ ରବି ପଟ୍ଟନାୟକ ଜଣେ ଭୂତଭୂବିତ୍ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ କଳାସଂସ୍କୃତି ପ୍ରତି ତାଙ୍କର ଥିଲା ଗଭୀର ଅନୁରାଗ । ସେ ଓଡ଼ିଆ କ୍ଷୁଦ୍ରଗଳ୍ପ ରଚୟିତାଭାବେ ହୋଇଛନ୍ତି ଅଶେଷ ଯଶର ଅଧିକାରୀ । ଜୀବନର ମୂଲ୍ୟବୋଧ ତଥା ସାମାଜିକ ଆଦର୍ଶ ପ୍ରତି ଗୁରୁତ୍ବ ତାଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକର ମର୍ମବାଣୀ।

ଆଲୋଚିତ ‘ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ’ ଗଳ୍ପଟି ପ୍ରମୁଖ ସାହିତ୍ୟ ପତ୍ରିକା ‘ନବରବି’ ୧୯୨୪ ନଭେମ୍ବର ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ଜନ୍ମଦାତ୍ରୀ ମା’, ଜନ୍ମମାଟି ପଲ୍ଲୀଭୂଇଁ ପ୍ରତି ତାଙ୍କର ଥ‌ିବା ଗଭୀର ଆକର୍ଷଣର ଏକ ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳେ ଲେଖକଙ୍କର ଏଇ ଗଛଟିରେ। ଏହା ଏକ ପ୍ରତୀକଧର୍ମୀ ଗଳ୍ପ। ବଟବୃକ୍ଷକୁ ଜନନୀର ପ୍ରତୀକଭାବେ ଏବଂ ଅଶ୍ଵତ୍‌ଥ ତଥା ବେଲବୃକ୍ଷ ଭଳି ପବିତ୍ର ବୃକ୍ଷକୁ ତାହାର ସୃଷ୍ଟି ସଞ୍ଚାର ଭାବେ ବର୍ଣନା କରିଛନ୍ତି ଗାଳ୍ପିକ । ତାଙ୍କର ଜନ୍ମଭୂମି ଓ ଜନ୍ମଦାତ୍ରୀମାନଙ୍କର ବାତ୍ସଲ୍ୟ ଓ ମାତୃତ୍ୱର ଜ୍ଵଳନ୍ତ ବର୍ଣ୍ଣନା ବାସ୍ତବିକ ହୃଦୟସ୍ପର୍ଶୀ ହୋଇପାରିଛି ।

ଗଦିର ପ୍ଠଷ୍ଠଭୂମି

ଧନ୍ୟ ଜୀବନ ଏ ଜଗତେ । ଯେ ପ୍ରାଣ ଧରେ ପ୍ରାଣୀ ହିତେ ॥
ଧନ୍ୟ ଜୀବନ ଧନ୍ୟ ତା’ର। ଦୁର୍ଲଭ କର୍ମ ଏ ବେଭାର ॥
ଏହା ମୁଁ ବୃକ୍ଷଙ୍କର ସ୍ଥାନେ । ଶିଖୁଲି ପର୍ବତ ଗହନେ ॥

ବାସ୍ତବରେ ଜୀବନରେ ସେଇ ଏକା ଧନ୍ୟ ହୁଏ, ଯିଏ ଅନ୍ୟର ହିତ ପାଇଁ କିଛି କର୍ମ କରିଥାଏ । ମଣିଷ ଭାଗବତର ଏହି ଦୁର୍ଲଭ ବାଣୀକୁ କେତେ ସମ୍ମାନ ଦିଏ କେ ଜାଣେ, କିନ୍ତୁ ବୃକ୍ଷ, ଅରଣ୍ୟ, ପର୍ବତ ଏବଂ ମନୁଷ୍ୟତର ପ୍ରାଣୀମାନେ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଥା’ନ୍ତି। ଏମାନେ ମଣିଷ ଜାତି ପାଇଁ ଯୁଗ ଯୁଗ ଧରି ଆଦର୍ଶ ଓ ଶିକ୍ଷଣୀୟ ବସ୍ତୁ । ବେଲ, ଅଶ୍ଵତ୍‌ଥ ଓ ବରଗଛମାନଙ୍କର ଜୀବନ ପର୍ଯ୍ୟାୟ ଆଲୋଚନା କଲେ ଏହା ସ୍ପଷ୍ଟ ପ୍ରମାଣିତ ହୁଏ । ଉତ୍ତପ୍ତ ବୈଶାଖର ଝାଞ୍ଜିପିଟା ଖରାରେ ପଥଚଲା ପଥୋକଟିଏ ପାଇଁ ବରଗଛ ହିଁ ସ୍ଵର୍ଗ । ଚେର, ଓହଳ, ଡାଳପତ୍ର ବିସ୍ତାର କରି ଭଗବାନ୍ ଭକ୍ତକୁ ହସ୍ତ ପ୍ରସାରଣ କରି ନିକଟକୁ ଆହ୍ଵାନ କରିବାଭଳି ଏଇ ବଟବୃକ୍ଷ ପଥକକୁ ହସ୍ତ ପ୍ରସାରଣ କରି ତାକୁ ଶୀତଳତାର ଶାନ୍ତି ପ୍ରଦାନ କରିବାକୁ ସ୍ନେହଭରା ଆହ୍ଵାନ କରିଥାଏ । ସନ୍ତାନବତ୍ସଳା ଜନନୀ ସଦୃଶ ନିଜ କୋଳକୁ ଆଉଜେଇ ନେବାରେ ଏକ ମମତାଭରା ସ୍ବୀକୃତି ଯେପରି ତା’ର ଅନ୍ତରରେ ପରିପୂର୍ଣ ହୋଇଯାଏ ।

ଅଶ୍ଵତ୍‌ଥ ଗଛର ପତ୍ରର ମର୍ମର ଶବ୍ଦ ଭିତରେ ଯେପରି ଜନନୀର ବିଷାଦମୁଖର ସନ୍ତାନକୁ ନିଦ୍ରାରେ ଅଭିହିତ କରିଦେବା ପାଇଁ ସଙ୍ଗୀତର ମୂର୍ଚ୍ଚନା ଭରି ରହିଥାଏ । ବେଲଗଛ ମଧ୍ୟ ସ୍ନେହମୟୀ ଜନନୀ ପରି ଭୋକିଲା ସନ୍ତାନକୁ ସାମୟିକ ଭାବରେ ତା’ର ପତ୍ର ଓ ଫଳ ଖୁଆଇ କ୍ଷୁଧାଇଁ ପ୍ରାଣକୁ ଶାନ୍ତ କରିବାପାଇଁ ଉଦ୍ୟମ କରିଥାଏ। ପଲ୍ଲା ଜାବନର ପ୍ରତ୍ୟେକ ପ୍ରକୃତି ମଧ୍ୟରେ ଯେପରି ମମତାମୟା ଜନନା ହୃଦୟର ନିଚ୍ଛକ ପ୍ରକୃତି ବିରୋଧୀ ନିର୍ମମ ଜନସମାଜ ନିକଟରେ ପହଞ୍ଚାଇବାକୁ ଗାଳ୍ପିକ ପ୍ରୟାସ କରିଛନ୍ତି ଏହି ଗଳ୍ପ ମାଧ୍ୟମରେ । ଏହା ଏକ ପ୍ରତୀକାଧର୍ମୀ ଗଳ୍ପ । ନିଜର ସ୍ନେହମୟୀ ଜନନୀଙ୍କ ଗୁରୁତର ଅସୁସ୍ଥତାର ଖବର ଶୁଣି ଗାଳ୍ପିକ ନିଜର ଜନ୍ମଭୂମି ପ୍ରିୟ ପଲ୍ଲୀକୁ ଯିବା ସମୟରେ ପଲ୍ଲୀ, ପଲ୍ଲୀପ୍ରକୃତି ଏବଂ ଗ୍ରାମ୍ୟ ଛବିଗୁଡ଼ିକର ପରିଚୟ ପ୍ରଦାନ କରିଛନ୍ତି ।

BSE Odisha 10th Class Odia Solutions Chapter 16 ବେଲ, ଅଶ୍ଵତ୍‌ଥ ଓ ବଟବୃକ୍ଷ

ସାରକଥା

ନିଜର ପ୍ରିୟ ପଲ୍ଲୀଭୂଇଁ ଆଉ ଜନ୍ମଦାତ୍ରୀ ମା’ଙ୍କ ପ୍ରତି ପ୍ରଗାଢ଼ ଆସକ୍ତି ଥିବା ନଟବରବାବୁ ସୁଦୂର ଭୁବନେଶ୍ଵର ସହରର କୌଣସି ଏକ କାର୍ଯ୍ୟାଳୟରେ ସାମାନ୍ୟ ଚାକିରିଟିଏ କରନ୍ତି । ସୁଦୂର ସହରର ଆଧୁନିକ ଆଦବକାଇଦା ବଞ୍ଚିବାର ସମ୍ମାନଜନକ ସମସ୍ତ ଉପାଦାନ ଭରି ରହିଥିଲେ ବି ଜନ୍ମଭୂମି ପ୍ରତି ତାଙ୍କର ଗଭୀର ଦୁର୍ବଳତା । ସେଥୁରେ ପୁଣି ଅତି ଆଦରର ବୋଉର ଅସୁସ୍ଥତାର ଖବର ତାଙ୍କୁ ବିବ୍ରତ କରିଛି । ଛାଟିପିଟି ସବୁକାମ ଛାଡ଼ି ବୋଉକୁ ଦେଖିବାପାଇଁ ଛୁଟି ଆସିଛନ୍ତି ବୈଶାଖର ପ୍ରଚଣ୍ଡ ଖରାତାତିର ଉତ୍ତପ୍ତ ପ୍ରବାହ ଭିତରେ ।

ନଟବରବାବୁଙ୍କ ନିକଟରେ ସଂସାରର ସମସ୍ତ ବସ୍ତୁଠାରୁ ବୋଉର ସ୍ଥାନ ସବୁଠାରୁ ଉଚ୍ଚରେ । ପାଞ୍ଚବର୍ଷ ଦିନରୁ ବାପାଙ୍କର ମୃତ୍ୟୁ ପରଠାରୁ ସେଇ ବୋଉ ହିଁ ତାଙ୍କୁ କୋଳେଇ କାଖେଇ ମଣିଷ କରିଛନ୍ତି । ତାଙ୍କରି ସମସ୍ତ ସ୍ନେହ ଆଉ ଆଶୀର୍ବାଦରୁ ହିଁ ସେ ଗୋଟିଏ ଛୋଟମୋଟ ଚାକିରି କରିଛନ୍ତି । ପାଞ୍ଚବର୍ଷଠାରୁ ଏଯାଏ ସେ ବୋଉର ଏମିତି ଅସୁସ୍ଥତା ଖବର କେବେ ବି ଶୁଣି ନାହାନ୍ତି କି ଦେଖୁ ନାହାନ୍ତି । ହୁଏତ ଦେଖୁଥିଲେ ବି ବୁଝିପାରି ନାହାନ୍ତି । ପୁଅର ସୁଖରେ ଆଞ୍ଚ ନ ଆସିବାପାଇଁ ସେ ହୁଏତ ତାଙ୍କଠାରୁ ସେ ଅସୁସ୍ଥତାକୁ ଦୂରେଇ ରଖୁଛନ୍ତି । ବହୁ କଷ୍ଟରେ ସେ ତାକୁ ମଣିଷ କରିଛି । ନିଜର
ସବୁ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ କେବଳ ତାଙ୍କରି ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛି । ପ୍ରତିଦାନରେ ସେ କେବେ ତା’ର ସୁଖସୁବିଧା ପାଇଁ କିଛି ବି ଦାବି କରିନାହିଁ । କେବଳ ଦେଇଚାଲିଛି, ନେବାର ଅଭିଳାଷ ଅନ୍ତରରୁ ପୋଛିଦେଇ । ତା’ର ଋଣ ଶୁଝିବାପାଇଁ ନଟବରବାବୁ ତାକୁ ନେଇ ପାଖରେ ରଖ୍ ତା’ର ସେବା ସୁଶ୍ରୂଷା କରିବାପାଇଁ ବହୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ପାରିନାହାନ୍ତି ।

ସାମାନ୍ୟ ଚାକିରୀ, ସେଥୁରେ ଚାରିପାଞ୍ଚଟା ପିଲା । ସେମାନଙ୍କୁ ଚଳାଇବାରେ ପୁଅକୁ କଷ୍ଟ କରିବାକୁ ପଡ଼ିବ ବୋଲି ଚିନ୍ତା କରି ସେ ପୁଅଠାରୁ ଦୂରେଇ ଗାଁରେ ରହନ୍ତି । ଭାଗଚାଷ ଜମିରୁ ଧାନ ଆଦାୟ କରି ତାଙ୍କ ପାଖକୁ ଚାଉଳ ପଠାନ୍ତି । ପିଲାମାନେ ସୁଖରେ ରହିବେ ବୋଲି ମୁଗଦି’ଟା ହେଉ ବା ବିରି, ବଡ଼ି ନଡ଼ିଆ କିମ୍ବା ଚିନାବାଦାମ ହେଉ ନିୟମିତ ଭାବରେ ଭୁବନେଶ୍ବରରେ ପହଞ୍ଚାଇ ଦିଅନ୍ତି । ଏଇ ତାଙ୍କର ସ୍ନେହମୟୀ, ମମତାମୟୀ ତ୍ୟାଗ ଓ ତିତିକ୍ଷାର ପ୍ରତିମୂର୍ତ୍ତି ବୋଉ । ନିଜ ପାଇଁ କିଛି କରି ନାହିଁ କିମ୍ବା କରିବାର ଅଭିଳାଷ ବି କେବେ ପୋଷଣ କରିନାହିଁ । ହେଲେ ନଟବରବାବୁ ତାଙ୍କର ଏହି ସ୍ନେହମୟୀ ମା’ ପାଇଁ କିଛି ହିଁ କରିପାରି ନାହାନ୍ତି ଅଥଚ ନିଜ ସ୍ତ୍ରୀ ପିଲାପିଲିଙ୍କ ସୁଖ ସୁବିଧା ପାଇଁ ସବୁକିଛି କରିଛନ୍ତି ।

ବାସ୍ତବରେ ମଣିଷ ଜାତିଟା ବଡ଼ ଅକୃତଜ୍ଞ । କେବଳ ଆଗକୁ ଦେଖୁ ଚାଲେ । ପଛକଥା ସବୁ ପାସୋରି ଦେବାକୁ ଚେଷ୍ଟାକରେ । ଖାଲି ମଣିଷ ନୁହେଁ, ସଂସାରର ସମସ୍ତ ସୃଷ୍ଟି ଭିତରେ ଏଇ ଅକୃତଜ୍ଞ ଆଉ ଅମାନବିକ ଗୁଣ ଭରି ରହିଛି । ନୂଆପତ୍ର ଧାରଣ କରି ସବୁଜ ସୁନ୍ଦର ରୂପ ଧାରଣ କରିବାପାଇଁ ବୃକ୍ଷମାନେ ବି ପୁରୁଣା ପତ୍ରକୁ ଝଡ଼ାଇ ପକାନ୍ତି । ଅଥଚ ସେଇ ପତ୍ରର ସବୁଜକଣାରେ ସେ ପରିପୁଷ୍ଟ ହୋଇଥା’ନ୍ତି । ଏଣୁ ନଟବରବାବୁ ତାଙ୍କର ସ୍ନେହମୟୀ ବୋଉଙ୍କ ପ୍ରତି ଅବିଚାର କରିଥିବାରୁ ଅନୁତାପରେ ଜର୍ଜରିତ ହୋଇଛନ୍ତି । ଶୈଶବରେ ମାତୃସ୍ନେହ ଓ ତ୍ୟାଗରେ ପରିପୁଷ୍ଟ ହୋଇ ଆଗକୁ ଆଗକୁ ମାଡ଼ିଚାଲିବା ବେଳେ ବୋଉଙ୍କୁ ଭବିଷ୍ୟତରେ ସମସ୍ତ ସୁଖର ପ୍ରାଚୁର୍ଯ୍ୟ ଭିତରେ ବୁଡ଼ାଇ ରଖୁବାର ଶପଥ ନେଇଛନ୍ତି । କିନ୍ତୁ ସଂସାରର ଜଟିଳ ଜୀବନ ପ୍ରବାହ ଭିତରେ ଅନିଚ୍ଛା ସତ୍ତ୍ଵେ ତାକୁ ଭୁଲିବାକୁ ଚେଷ୍ଟା କରିଛନ୍ତି । କେବଳ ଏତିକି, ବୋଉର ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ସନ୍ତାନ ସନ୍ତତିମାନେ ସୁଖରେ ରହିବାପାଇଁ ସମସ୍ତ ଉଦ୍ୟମ କରିଛନ୍ତି, ଆୟୋତ୍ସର୍ଗ କରିଛନ୍ତି ।

ହେଲେ ତାଙ୍କର ସେ ଆୟୋତ୍ସର୍ଗର ପ୍ରତିଦାନ ପାଇବାରେ ନଟବରବାବୁ ବିଫଳ ହୋଇଛନ୍ତି । ଘରେ ଶାନ୍ତି ପରିବର୍ତ୍ତେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ବଡ଼ ପୁଅ ସଙ୍ଗଦୋଷରୁ ବଜାରି ଲଫଙ୍ଗାମାନଙ୍କର ଆଦର୍ଶରେ ପରିଚାଳିତ ହୋଇଛି । ଆଧୁନିକତାର ଅପଚାର ଭିତରେ ବୁଡ଼ିରହି ବାପାମା’ଙ୍କ ପ୍ରତି କର୍ତ୍ତବ୍ୟବୋଧ ଭୁଲିଯିବା ସଙ୍ଗେ ସଙ୍ଗେ ନିଜର ଛୋଟ ଛୋଟ ଭାଇଭଉଣୀଙ୍କ ପ୍ରତି ମଧ୍ୟ ସାଧାରଣ କର୍ତ୍ତବ୍ୟ ସମ୍ପାଦନ କରିବାରେ ଅସମର୍ଥ ହୋଇଛି । ଯୁଗଧର୍ମର ଅପଚିନ୍ତା ମଧ୍ୟରେ ସାଧାରଣ ମଣିଷ ଆଜି ଏହିପରି ପଥଭ୍ରଷ୍ଟ ହେବାରେ ଲାଗିଛି । ଝିଅ ଦି’ଟା ମଧ୍ୟ ଉଚ୍ଚଶିକ୍ଷା ପାଇବା ଆଳରେ ନିଜ ନିଜର କୁତ୍ସିତ ଚିନ୍ତାଧାରାକୁ ଫଳବତୀ କରାଇବାରେ ବ୍ୟସ୍ତ । ଭଲ ଶାଢ଼ି, ସ୍ଟ୍ରୋ-ପାଉଡ଼ରର ପ୍ରାଚୁର୍ଯ୍ୟରେ ବୁଡ଼ିରହି ଘରପ୍ରତି କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ଚିନ୍ତା କରିବାପାଇଁ ସମୟ ପାଉନାହାନ୍ତି ।

ପରିବାରର ଏହିପରି ଭାରାକ୍ରାନ୍ତ ସମସ୍ୟା ସହ ନିଜର ଅତି ଆପଣାର ବୋଉର ଅସୁସ୍ଥତାର ଚିନ୍ତାରେ ଘାରି ହୋଇ ଫୁଲନଖରାରୁ କୁଜି ଘରୋଇ ବସ୍‌ରେ ଆସି ଗାଁ ପାଖ ବଷ୍ଟାଣ୍ଡରେ ନଟବରବାବୁ ପହଞ୍ଚିବା ବେଳକୁ ତପ୍ତ ବୈଶାଖର ମଧ୍ୟାହ୍ନ ଏଗାରଟା । ଚତୁର୍ଦ୍ଦିଗ ବୈଶାଖର ଉତ୍ତପ୍ତ ଝାଞ୍ଜିରେ ଅସ୍ତବ୍ୟସ୍ତ। ନଟବରବାବୁ ଘରପାଖ ବଷ୍ଟାଣ୍ଡର ନିକଟରେ ଥ‌ିବା ଚାକୁଣ୍ଡା ଗଛ ପାଖ ତାଙ୍କର ଏକ ପରିଚିତ ହରି ଗୁଡ଼ିଆର ଝାଟିମାଟିର ସେହି ଚିରାଚରିତ ଚାଳିଆ ପାଖରେ ପହଞ୍ଚେ ନିଃଶ୍ଵାସ ନେଲେ। ତାଙ୍କର ଅତି ପରିଚିତ ହରି ଗୁଡ଼ିଆର ଦୋକାନ ସେ । ଗୋଟିଏ ପାଖରେ ଥାକ ଥିବା କାଠ ଆଲମିରାଟିଏ । ତା’ପାଖରେ ଗୋଟିଏ ଦରଭଙ୍ଗା ଟେବୁଲ । ଟେବୁଲ ଚାରିପାଖରେ ଦି’ଚାରିଟା ଚୌକି । ଥାକ ଉପରେ ସିଲିଭର ଥାଳିଆ ଆଉ ବାଉଁଶ ପାଛିଆରେ ସକାଳର ବାସିବରା, ଗୁଲୁଗୁଲା, ପକୁଡ଼ି ଓ ବୁନ୍ଦିଆ । ବୈଶାଖର କ୍ଳାନ୍ତ ମଧ୍ୟାହ୍ନରେ ଦୋକାନର ସମସ୍ତ ଆସବାବ ଯେପରି କ୍ଳାନ୍ତ ଓ ଅବସନ୍ନ । ହରି ଗୁଡ଼ିଆ ନିଜେ ଏକ ଖଣ୍ଡିଆ ସପ ଉପରେ ଗଡ଼ପଡ଼ ହେଉଛି । ଏ ହେଲା ତାଙ୍କ ପ୍ରିୟ

ପଲ୍ଲୀଭୂମିର ଚିରାଚରିତ ଦୃଶ୍ୟ । ନଟବରବାବୁ ଦୋକାନରେ ପଶୁ ପଶୁ ବାସନମଜା ଟୋକାକୁ ପାଣିଗ୍ଲାସ୍‌ଟିଏ ଆଣିବାକୁ କହି ହାଲିଆ ହୋଇ ବସିପଡ଼ିଲେ । କିଛି ସମୟ ବିଶ୍ରାମ ନେଇ ମୁଣ୍ଡରେ ଓଦା ଗାମୁଛା ପକାଇ ଗାଁକୁ ବାହାରି ପଡ଼ିଲେ । ମନ ଭିତରେ ଅସୁସ୍ଥା ଜନନୀ ପାଇଁ ଆନ୍ଦୋଳିତ ପ୍ରତିକ୍ରିୟା । ଏଣୁ ଖରାରେ ଅସହ୍ୟ ଉତ୍ତାପକୁ ତୁଚ୍ଛ କରି ପାପଛୁଆଁ ମନକୁ ନେଇ ନଟବାବୁ ଗତି ଚଞ୍ଚଳ କଲେ । ଝାଳରେ ସଫେଦ୍ ପଞ୍ଜାବୀଟା ପୂରାପୂରି ଓଦା । ଆଖୁ ପୋଡ଼ୁଛି ଖରାତେଜରେ । ଜୋତା ଦିଟା ବି ଗରମ ହୋଇଗଲାଣି । ସବୁ କିଛି ଉତ୍ତପ୍ତ । ସଂସାରଟା ବି ଏଇପରି ଏକ ଉତ୍ତପ୍ତ ବସ୍ତୁ । ମଣିଷର ଜୀବନ ଏଇ ଉତ୍ତପ୍ତ ଶିଖା ଭିତରେ ସର୍ବଦା ଦଗ୍ଧଭୂତ । ନଟବରବାବୁ ଆଗେଇ ଚାଲିଛନ୍ତି । ପ୍ରଚଣ୍ଡ ରୌଦ୍ର ତାପର ଅସହ୍ୟ ଜ୍ଵାଳା ।

ଆଗରେ ଦି’ଚାରିଟା ତାଳଗଛ ବାବନାଭୂତ ପରି ଛିଡ଼ା ହୋଇଛନ୍ତି ଅଚଳ ଅଟଳ ଅବସ୍ଥାରେ। ପୋଖରୀ ଶୁଖି ଦି’ଫାଳ । ପୋଖରୀର ଗୋଟିଏ କୋଣକୁ ବେଲବଣ । ବେଲବଣ ମଝିରେ ପୁରାତନ ଭଗ୍ନ ଶିବମନ୍ଦିରଟିଏ । ବେଲକଣ୍ଟାରେ ଚାରିଆଡ଼ ଭର୍ତ୍ତି, କଙ୍କାଳ ପ୍ରାୟ ଶୁଷ୍କ ବେଲଗଛ ନିକଟରେ କଅଁଳିଥିବା ସବୁଜ ପତ୍ର କେଇଟା, ଅସହ୍ୟ ଖରା ତାପରୁ ମୁକ୍ତି ପାଇବାପାଇଁ କିଛି ସମୟ ନଟବରବାବୁ ଏଇ ବେଲବଣ ଭିତରେ ବିଶ୍ରାମ ନେଇ ପୁଣି ବାହାରିଲେ ଗାଁ ଅଭିଯାନରେ । ବାଟରେ ଶାସନ ଭିତରେ ବସି ପାଣି ଟୋପାଏ ପିଇ ନିଜ ଗାଁ ଭିତରେ ପଶିଲେ । ଗାଁ ମୁଣ୍ଡରେ ବନ୍ଧୁ ଷଡ଼ଙ୍ଗୀଙ୍କ ବାଉଁଶବାଡ଼ି । ବାଉଁଶଗଛ ସବୁ ପତ୍ରଝଡ଼ା ଦେଇଛନ୍ତି । ବାଉଁଶ ବାଡ଼ି ଶେଷକୁ ଗାଁ ମନ୍ଦିର । ଆଗରେ ମଧୁ ତିଆଡ଼ିଙ୍କ ଘର । ମନ୍ଦିରର ପୂଜକ ସେ । ବହୁ ପୁରାତନ ମନ୍ଦିର ।

ବୈଶାଖର ଖରାରେ ମନ୍ଦିର ଉପରେ ଶିଉଳି ସବୁ ଶୁଖ୍ ଫାଟିଯାଇଛି । ମନ୍ଦିର ଚଉପାଢ଼ୀରେ ପଶାପାଲିର ଆସର । ମନ୍ଦିର ଭିତରେ ମଧୁ ତିଆଡ଼ିଙ୍କ ଭାଗବତ ପାଠ ଏବଂ ମଝିରେ ମଝିରେ ମୁଣ୍ଡ ଉଠେଇ କ୍ଳିଷ୍ଟପଦର ସରଳ ଆଲୋଚନା ମନ୍ଦିରର ପରିବେଶକୁ ଧାର୍ମିକ ବାତାବରଣରେ ଆଚ୍ଛାଦିତ କରିଦେଉଛି । ନଟବରବାବୁ ଚଉତରା ପାଖରେ ପହଞ୍ଚ୍ ପାଣି ଟୋପାଏ ପିଇ ପୁଣି ବାହାରିପଡ଼ିଲେ ଘରମୁହାଁ ହୋଇ । ଗାଁ ବାଟ ସରିଆସିବା ବେଳକୁ ମଝିରେ ଏକ ବିରାଟ ଅଶ୍ଵତ୍‌ଥ ଗଛ ଡାଳପତ୍ର ମେଲାଇ ପବନ ଗତିରେ ସୁସୁ ହୋଇ ଗୀତ ଗାଇବାରେ ବ୍ୟସ୍ତ । ଏତେବଡ଼ ଗଛଟା ବୈଶାଖର
ଝାଞ୍ଜିରେ ପତ୍ରଶୂନ୍ୟ ହୋଇପଡ଼ିଛି । ଗଛ ଗଣ୍ଡିରେ ମୋଟା ନାଲି ସିନ୍ଦୂରର ଦାଗ । ନଟବରବାବୁ ତାଙ୍କର ଅତି ପରିଚିତ ସେଇ

ଅଶ୍ଵତ୍‌ଥ ଗଛମୂଳରେ କିଛି ସମୟ ବିଶ୍ରାମ ନେଲେ । ତା’ପରେ ଚାଲିଲେ ନିଜର ପ୍ରିୟ ପଲ୍ଲୀ ଅଭିମୁଖେ । ଭାବନାର ଖୁଅ ମେଲାଇ ନଟବରବାବୁ ପୁଣି ଆଗେଇ ଚାଲିଲେ ତାଙ୍କର ବାପ ଅଜା ଅମଳର ସେଇ ବିରାଟ ବଟବୃକ୍ଷ ନିକଟକୁ । ହଠାତ୍ ବରଗଛ ତଳର ଶୀତଳ ଛାଇ ତାଙ୍କ ମନରେ ଅପୂର୍ବ ପୁଲକ ସୃଷ୍ଟିକଲା । କେଡ଼େ ଉପକାରୀ ସତେ ଏଇ ବରଗଛଟି । ତା’ର ପ୍ରଶସ୍ତ ଛାଇରେ ଗୋରୁଗାଈ ଛେଳିମେଣ୍ଢା ସବୁ ଶୀତଳ ପବନର ସ୍ବାଦ ଚାଖୁବାରେ ବ୍ୟସ୍ତ । ଗାଁର ପିଲାମାନେ ଧୂମ୍ ଖରାବେଳଟାରେ ଓହଳରେ ଝୁଲିଝୁଲି ତତଲା ବୈଶାଖୀ ଭିତରେ ଶୀତଳତାର ମଜା ନେବାରେ ବ୍ୟସ୍ତ । ତାଙ୍କ ପରି କେତେ କେତେ ବାଟୋଇ ଅସହ୍ୟ ଖରାରୁ ମୁକ୍ତି ପାଇବାପାଇଁ ଗଡ଼ିପଡ଼ିଛନ୍ତି ଆରାମ ନିଦ୍ରାରେ ।

ଗାଳ୍ପିକ ରବି ପଟ୍ଟନାୟକଙ୍କ ଏଇ ଗଳ୍ପଟି ଏକ ପ୍ରତୀକଧର୍ମୀ ଗଳ୍ପ । ବରଗଛକୁ ସେ ଜନ୍ମଦାତ୍ରୀ ଜନନୀ ସହ ତୁଳନା କରିଛନ୍ତି ନଟବରବାବୁଙ୍କ ଚରିତ୍ର ମାଧ୍ୟମରେ । ବିରାଟ ଗଣ୍ଠି ବିଶିଷ୍ଟ ଏହି ବରଗଛ କେତେ କେତେ ପଥ୍ୟକ, ପ୍ରାଣୀ, ପଶୁ ଓ ପକ୍ଷୀଙ୍କୁ ଶୀତଳତା ପ୍ରଦାନ କରୁଛି ନିଜର ଓହଳ ହସ୍ତ ପ୍ରସାରଣ କରି । ମା’ ପରି ସ୍ନେହରେ ଆଲିଙ୍ଗନ କରି ରଖୁଛି ତା’ର ଅଗଣିତ ସନ୍ତାନମାନଙ୍କୁ । କେତେ ପ୍ରଶସ୍ତ ସେ ବରଗଛର ହୃଦୟ ! ସ୍ତନ୍ୟଦାୟିନୀ ଜନନୀ ପରି । ପରମ ତୃପ୍ତିର ସେଇ ବରଗଛ ତଳେ ଶାନ୍ତିରେ ଆଖୁ ବୁଜିଦେଲେ କିଛି ସମୟ ପାଇଁ ନଟବରବାବୁ । ସେଇ ମୁଦା ଆଷ୍ପପତା ଉପରେ ଭାସି ଉଠିଥିଲା ତାଙ୍କର ଏକ ବିରାଟ ବରଗଛର ଛବି । ଆଉ ସେଇ ବରଗଛଟିକୁ ଆଚ୍ଛାଦିତ କରି ଏକ ଛବି ପୁଣି ଭାସିଉଠିଥିଲା । ସେ ଛବି ତାଙ୍କ ବୋଉର । କ୍ରମେ କ୍ରମେ ସେ ଛବିଟା ଲିଭିଯାଇ ଆଉ ଗୋଟିଏ ଛବି ଉଙ୍କି ମାରି ଉଠିଲା । ସେ ଛବିଟି ତାଙ୍କର । ଜନନୀର ହୃଦୟରେ ଭରଭୂର ସେଇ ବିରାଟ ଗଛ କୋଳରେ ସେ ଶୋଇ ରହି ତାଙ୍କ ଜନ୍ମଦାତ୍ରୀ ମା’ର କୋଳକୁ ସେ ଅନୁଭବ କରୁଥିଲେ ଏକ ପରିପୂର୍ଣ୍ଣ ତୃପ୍ତିରେ । ବେଲ, ଅଶ୍ଵତ୍‌ଥ ଓ ବରଗଛ ମଣିଷର ଜନ୍ମଦାତ୍ରୀ ମା’ଙ୍କ ପରି ସ୍ନେହ, ମମତା, କରୁଣା ଓ ତ୍ୟାଗରେ ପରିପୂର୍ଣ୍ଣ ।

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ହିତେ – ମଙ୍ଗଳ ପାଇଁ
  • ଦୁର୍ଲଭ – ସହଜରେ ମିଳୁନଥିବା, ଅସାଧାରଣ
  • ବେଭାର – ବ୍ୟବହାର
  • ଗହଳେ – ଗନ୍ଦଳରେ
  • କୁଜି – ଛୋଟ
  • ଦୋହୋ ପାଞ୍ଚ – କ’ଣ କରିବାକୁ ହେବ ଜାଣି ନ ପାରିବା
  • ଝାଟିମାଟି – ଝାଟି ଓ ମାଟି ମିଶ୍ରିତ
  • ଦର ଚଞ୍ଚା – ଆଧା ଚଞ୍ଚା ଅବସ୍ଥା
  • ଗାଇକିନା – ହଠାତ୍
  • ବଡ଼ବଡ – ହୁଗୁଳା
  • ଲମ୍ବପମ୍ବ – ଗୋଡ଼କୁ ସମ୍ପୂର୍ଣ୍ଣ ଲମ୍ବେଇବା
  • ଉଦୁତ୍ତଦିଆ – ପ୍ରଚଣ୍ଡ
  • ତର – ସମୟ ବା ବିଶ୍ରାମ
  • ତାର – ଟେଲିଗ୍ରାମ୍,
  • ପାପ ଛୁଇଁବା – ମନକୁ ଖରାପ ଚିନ୍ତା ଆସିବା
  • ଦାଉ ଦାଉ – ଛୋରରେ
  • ଭୂକ୍ଷେପ -ଖ୍ୟାତିର
  • ଲୟ – ଲକ୍ଷ୍ୟ
  • ଦୈନ୍ୟ – ପରିବା
  • ଜଳାଞ୍ଜଳି – ତ୍ୟାଗ
  • ଉତ୍ସର୍ଗ – ସମର୍ପଣ
  • ଅକୃତଜ୍ଞ – କୃତଘ୍ନ
  • ଅକ୍ଷୁଣ୍ଣ – ପୂର୍ଣ୍ଣ, ନିଖୁଣ
  • ଥାମୋତ୍ସର୍ଗ – ନିଜକୁ ବଳିଦେବା
  • ପ୍ରଗାଢ଼ – ଗଭାର
  • ପାଥେୟ – ସମ୍ବଳ
  • ଆକାଜ୍ଜା – ଇଚ୍ଛା
  • ହିପି – ଅପତ୍ନବର୍ଦ୍ଧତ କେଶ ଧାରଣ କରିଥିବା ବ୍ୟକ୍ତି
  • ବ୍ୟକ୍ତିନିଷ୍ଠ – ନିଜକୁ କେନ୍ଦ୍ରକରି
  • ପରେ।କ୍ଷ – ଆକୁଆକ
  • ତଳିପା – ପାଦତଳ
  • ଭାଳି – ଭାଳିହେ।ଇ
  • ହୁଡ଼ା – ପାଟିପଦା
  • କାର୍ଣ୍ଣ – ଦୁର୍ବଳ, କ୍ଷୟପ୍ରାପ୍ତ
  • କଣି – ବାଉଁଶଗଚ୍ଛର ଶାଖା
  • ସଁ ସଁ। – ଏକ ପ୍ରକାର ଶବ୍ଦ
  • ଓଳିକି – ନମସ୍କାର
  • ଧୂମ୍ – ଖୁବ୍
  • ଗୁହାରି – ନିବେଦନ
  • ଜାଲଜାଲୁଆ – ଅସ୍ତତୃ
  • ପ୍ରଗାଢ଼ – ଗଭାର
  • ଅଶ୍ଵସ୍ତ୍ରି – ମନର ଅଶାନ୍ତି
  • ଉସ୍କ – ଝରଣା
  • ବେଢ଼ଙ୍ଗିଆ – ଅସୁନ୍ଦର
  • ମଟାଳ – କଠିନ ମାଟି
  • ମାଂସଳ – ରସଭରା
  • ଗୌରବର୍ଣ୍ଣ – ଖଡ଼ି ବର୍ଣ୍ଣ ମିଶ୍ରିତ ନାଲିରଙ୍ଗ
  • ଶ୍ୟାମଳ – ଗୁରୁଜ ଚାଘନ
  • ତାତ୍ସଲ୍ୟ – ସନ୍ତାନପ୍ରାତି
  • ଦଣ୍ଡେ – ମୁହୂର୍ତ୍ତେ
  • ଗୁର୍ଦ୍ଧତ୍ୱ – ଜ୍ଞାନ
  • ପରିବ୍ୟାପ୍ତ – ପ୍ରସାରିତ
  • ପୁନରାୟ – ପୂନର୍ବାର
  • ନିଃସାରିତ – ବାହାରୁଥିବା ବା ନିଷ୍କାସିତ
  • ଧୂସର – ପାଇଁଗ୍ରିଆ
  • ଚାରିକାତ – ଦୁଇହାତ, ଦୁର୍ଗାଗେ।ଡ଼ ମେଲାଇ
  • ନିଘୋଡ଼ – ଗଭାର, ଗାଢ଼
  • ଆଚ୍ଛନ୍ନ – (ଘେ।ଡ଼ାଇ) ଆବୃତ ରଖିଥ୍ ବା

BSE Odisha 10th Class Odia Solutions Chapter 17 ଫଲଗୁ

Odisha State Board BSE Odisha 10th Class Odia Solutions Chapter 17 ଫଲଗୁ Textbook Exercise Questions and Answers.

BSE Odisha Class 10 Odia Solutions Chapter 17 ଫଲଗୁ

ପରୀକ୍ଷା ଉପଯୋଗୀ ଅତିରି

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ସୁବ୍ରତ କି ଚାକରି କରନ୍ତି ?
Answer:
ସୁବ୍ରତ ଏକ କଲେଜରେ ଅଧ୍ୟାପକ

Question ୨ ।
ସୁବ୍ରତଙ୍କ ସ୍ତ୍ରୀଙ୍କ ନାମ କ’ଣ ?
Answer:
ସୁବ୍ରତଙ୍କ ସ୍ତ୍ରୀଙ୍କ ନାମ ପ୍ରୀତି ।

Question ୩ ।
ପ୍ରୀତି କାନିରେ କି ଜଳଖିଆ ଧରି ଆସିଥିଲେ ?
Answer:
ପ୍ରୀତି କାନିରେ ତେଲ ପିଆଜମିଶା ଚାଉଳଭଜା ଜଳଖିଆ ଧରି ଆସିଥିଲେ ।

Question ୪।
କେଉଁ ଜିନିଷ ଭିତରେ ରଖିଦେଇ ଆସେ ବୋଲି ପ୍ରୀତି ସୁବ୍ରତଙ୍କୁ କହିଲେ ?
Answer:
ସୁବ୍ରତଙ୍କ ଉଦ୍ଦେଶ୍ୟରେ ରଖୁଥ‌ିବା ଚାଉଳଭଜାକୁ ଭିତରେ ରଦେଇ ଆସେ ବୋଲି ପ୍ରୀତି ସୁବ୍ରତଙ୍କୁ କହିଥିଲେ ।

BSE Odisha 10th Class Odia Solutions Chapter 17 ଫଲଗୁ

Question ୫।
କାରୁ କିଏ ଓହ୍ଲାଇ ସୁବ୍ରତଙ୍କ ଘର ଆଡ଼କୁ ଆସିଲେ ?
Answer:
କାର୍‌ରୁ କ୍ୟାପଟେନ୍ ମହାପାତ୍ର ଓହ୍ଲାଇ ସୁବ୍ରତଙ୍କ ଘରଆଡ଼କୁ ଆସିଲେ ।

Question ୬।
ମହାପାତ୍ରଙ୍କ ସ୍ତ୍ରୀଙ୍କ ନାମ କ’ଣ ?
Answer:
ମହାପାତ୍ରଙ୍କ ସ୍ତ୍ରୀଙ୍କ ନାମ ପୂରବୀ ।

Question ୭ ।
ମହାପାତ୍ର କେଉଁଠାରେ ଘର କରିଛନ୍ତି ?

Question ୮।
ମହାପାତ୍ରଙ୍କ ଝିଅର ନାଁ କ’ଣ ?
Answer:
ମହାପାତ୍ରଙ୍କ ଝିଅର ନାଁ ବେବି ।

Question ୯ ।
ପିଉସୀଙ୍କ ପାଇଁ କ’ଣ କରିବାକୁ ମହାପାତ୍ର ବେବିକୁ କହିଲେ ?
Answer:
ପିଉସୀଙ୍କ ପାଇଁ ଗୋଟାଏ ମଟ୍ କଫି କରି ଦେଇଆସିବାକୁ ମହାପାତ୍ର ବେବିକୁ କହିଲେ ।

Question ୧୦ ।
ମହାପାତ୍ର କେଉଁଠାରୁ କାର୍ ଡ୍ରାଇଭିଂ କରି ଆସୁଥିଲେ ?
Answer:
ମହାପାତ୍ର ମାଡ୍ରାସ୍‌ କାର୍ ଡ୍ରାଇଭିଂ କରି ଆସୁଥିଲେ ।

Question ୧୧।
ମାଡ୍ରାସ୍‌ରୁ ରାଉରକେଲା ମହାପାତ୍ର ସାଧାରଣତଃ କେଉଁଥ‌ିରେ ଯାଆନ୍ତି ?
Answer:
ମାଡ୍ରାସ୍‌ ରାଉରକେଲା ମହାପାତ୍ର ସାଧାରଣତଃ ପ୍ଲେନ୍‌ରେ ଯାଆନ୍ତି ।

Question ୧୨ ।
କଟକରେ ସୁବ୍ରତଙ୍କ କଥା ତାଙ୍କର କାହିଁକି ମନେପଡ଼ିଲା ?
Answer:
କଟକର କାଠଯୋଡ଼ି ପୋଲ ଉପରେ ଗାଡ଼ି ଗଲାବେଳେ, ବେବି ଯେତେବେଳେ, ‘ଏଇଟା କଟକ’ ବୋଲି କହିଲା, ସେତେବେଳେ ମହାପାତ୍ରଙ୍କର ସୁବ୍ରତଙ୍କ କଥା ମନେପଡ଼ିଲା । କହିଲା, ସେତେବେଳେ ମହାପାତ୍ରଙ୍କର ସୁବ୍ରତଙ୍କ କଥା ମନେପଡ଼ିଲା।

Question ୧୩ ।
ବେବିର ସନ୍ଧ୍ୟାବେଳର ଖାଦ୍ୟ କ’ଣ ଥିଲା ?
Answer:
ବେବିର ସନ୍ଧ୍ୟାବେଳର ଖାଦ୍ୟ ୧୪। ‘ଭାରି କ୍ଷଣ ରାଗି ! ଠିକ୍ ତା’ ବୋଉ ପରି’ ଏକଥା ଫଳ ଓ ଦୁଧ ଥିଲା

BSE Odisha 10th Class Odia Solutions Chapter 17 ଫଲଗୁ

Question ୧୪।
‘ଭାରି କ୍ଷଣ ରାଗି ! ଠିକ୍ ତା’ ବୋଉ ପରି’ ଏକଥା କିଏ କହିଛନ୍ତି ?
Answer:
‘ଭାରି କ୍ଷଣ ରାଗି ! ଠିକ୍ ତା’ ବୋଉ ପରି’ ଏକଥା ମହାପାତ୍ର ଝିଅ ବେବି ଉଦ୍ଦେଶ୍ୟରେ କହିଛନ୍ତି ।

Question ୧୫ ।
ସେ ପଢ଼ିଲାବେଳେ ମୁଁ ହୁଏତ ରାସ୍ତା ତିଆରି କି ପୋଲ ତିଆରି କଥା ହୁଏନା ମୋର – ଏ ଉକ୍ତିରେ ‘ସେ’ କାହା ପାଇଁ ଉଦ୍ଦିଷ୍ଟ ?
Answer:
ସେ ପଢ଼ିଲାବେଳେ ମୁଁ ହୁଏତ ରାସ୍ତା ତିଆରି କି ପୋଲ ତିଆରି କଥା ଭାବୁଥାଏ, କିନ୍ତୁ ହୁଁ ମାରିବାରେ ଭୁଲ ହୁଏନା ମୋର – ଏ ଉକ୍ତିରେ ‘ସେ’ ପୂରବୀ ପାଇଁ ଉଦ୍ଦିଷ୍ଟ ।

Question ୧୬ ।
ପୂରବୀ କାହା ଆଗରେ ବହିଟିକୁ ଟିକିନିଖ୍ କରି ପଢ଼ନ୍ତି ?
Answer:
ପୂରବୀ ନିଜର ସ୍ଵାମୀ ମହାପାତ୍ରଙ୍କ ଆଗରେ ବହିଟିକୁ ଟିକିନିଖ୍ କରିପଢ଼ନ୍ତି।

Question ୧୭ ।
ପୂରବୀ କାହାକୁ ଦେବତା ସଦୃଶ ଦେଖୁଥିଲେ ?
Answer:
ପୂରବୀ ସୁବ୍ରତଙ୍କୁ ଦେବତା ସଦୃଶ ଦେଖୁଥିଲେ ।

Question ୧୮।
‘ବେବିଙ୍କୁ ଆଣିଲେ, ତାଙ୍କୁ ନେଇ ଆସିପାରିଥା’ନ୍ତେ’ ଏକଥା କିଏ କହିଛନ୍ତି ?
Answer:
‘ବେବିଙ୍କୁ ଆଣିଲେ, ତାଙ୍କୁ ନେଇ ଆସିପାରିଥା’ନ୍ତେ’ ଏକଥା ପ୍ରାତି ମହାପାତ୍ର ବାବୁଙ୍କୁ ବାବୁଙ୍କୁ କହିଛନ୍ତି।

Question ୧୯ ।
କିଏ ମାଡ୍ରାସ୍‌ର ଗୋଟିଏ କାର୍ ଆକ୍ସିଡ଼େଣ୍ଟରେ ମୃତ୍ୟୁବରଣ କରିଥିଲେ ?
Answer:
ପୂରବୀ ମାଡ୍ରାସ୍‌ର ଗୋଟିଏ କାର୍ ଆକ୍ସିଡ଼େଣ୍ଟରେ ମୃତ୍ୟୁବରଣ କରିଥିଲେ ।

Question ୨୦ ।
ସୁବ୍ରତଙ୍କୁ କି ଖବର ଦେବାପାଇଁ ପୂରବୀ ମହାପାତ୍ରଙ୍କୁ କହିଥିଲେ ?
Answer:
‘ବିବାହ ପୂର୍ବରୁ ପୂରବୀ ସୁବ୍ରତଙ୍କ ପାଖକୁ ଯେଉଁ ପ୍ୟାକେଟ୍‌ଟି ପଠାଇଥିଲେ, ତା’ର ଅସମ୍ମାନ ଯେପରି ସେ

Question ୨୧ ।
‘ପୂରବୀ ମୋର ସହପାଠିନୀ’ – ଏହା କାହାର ଉକ୍ତି ?
Answer:
‘ପୂରବୀ ମୋର ସହପାଠିନୀ’ – ଏହା ସୁବ୍ରତଙ୍କର ଭକ୍ତି ।

Question ୨୨ ।
ବିବାହର ଠିକ୍ ପୂର୍ବରୁ ପୂରବୀ ସୁବ୍ରତଙ୍କ ପାଖକୁ ପ୍ୟାକେଟ୍‌ରେ କ’ଣ ପଠାଇଥିଲେ ?
Answer:
ବିବାହର ଠିକ୍ ପୂର୍ବରୁ ପୂରବୀ ସୁବ୍ରତଙ୍କ ପାଖକୁ ପ୍ୟାକେଟ୍‌ରେ ଗାଢ଼ ନେଳିରଙ୍ଗର କଲମଟିଏ ପଠାଇଥିଲେ ।

Question ୨୩ ।
ସୁବ୍ରତ କେଉଁ ରଙ୍ଗର କଲମରେ ଲେଖୁଥିଲେ ?
Answer:
ସୁବ୍ରତ ପୂରବୀଙ୍କଠାରୁ ପାଇଥିବା ନେଳିରଙ୍ଗର କଲମରେ ଲେଖୁଥିଲେ ।

Question ୨୪ ।
କଲମଟି ବିକି ଦେଇଥ‌ିବାରୁ କିଏ କାନ୍ଦି ଉଠିଲେ ?
Answer:
କଲମଟି ବିକି ଦେଇଥିବାରୁ ପ୍ରୀତି କଇଁ କଇଁ ହୋଇ କାନ୍ଦି ଉଠିଲେ ।

Question ୨୫ ।
ଘନଶ୍ୟାମ ବାବୁଙ୍କ ସ୍ତ୍ରୀଙ୍କୁ କ’ଣ ଦେବାକୁ ପ୍ରୀତି କହିଲେ ?
Answer:
ଘନଶ୍ୟାମ ବାବୁଙ୍କ ସ୍ତ୍ରୀଙ୍କୁ ପଟେ କାଚ ବନ୍ଧା ରଖ୍ ଦଶଟଙ୍କା ଦେବାକୁ ପ୍ରୀତି କହିଲେ ।

BSE Odisha 10th Class Odia Solutions Chapter 17 ଫଲଗୁ

Question ୧।
ସୁବ୍ରତବାବୁଙ୍କ ଡ୍ରଇଂରୁମ୍ ଟେବୁଲ୍ ଉପରେ ଟେବଲ୍‌କ୍ଲଥ ପରିବର୍ତ୍ତେ କ’ଣ ପରା ହୋଇଥିଲା ?
Answer:
ସୁବ୍ରତବାବୁଙ୍କ ଡ୍ରଇଂରୁମ୍ ଟେବୁଲ୍ ଉପରେ ଟେବ୍‌ଲକ୍ଲଥ୍ ପରିବର୍ତ୍ତେ କେତେଖଣ୍ଡ ପୁରୁଣା ଖବରକାଗଜ ପରା ହୋଇଥିଲା ।

Question ୨।
କେଉଁଥୁରୁ ସୁବ୍ରତଙ୍କ ଦାରିଦ୍ର୍ୟର ରୂପ ସୁସ୍ପଷ୍ଟ ଥିଲା ?
Answer:
ଟେବୁଲ ଉପରେ ଟେବୁଲ କ୍ଲଥ ପରିବର୍ତ୍ତେ ପୁରୁଣା ଖବର କାଗଜ ପରାହେବା ଏବଂ ଦରଭଙ୍ଗା ଚୌକିରୁ ସୁବ୍ରତଙ୍କ ଦାରିଦ୍ର୍ୟର ରୂପ ସୁସ୍ପଷ୍ଟ ଥିଲା ।

Question ୩ ।
ବଂଶୀରେ କେଉଁ ରାଗିଣୀ ଭାସି ଆସୁଥୁଲା ?
Answer:
ବଂଶୀରେ ପୂରବୀ ରାଗିଣୀ ଭାସି ଆସୁଥିଲା ।

Question ୪।
କଲେଜରୁ ଫେରିଲାବେଳେ କାହାକୁ ଭୋକ କରୁଥିଲା ?
Answer:
କଲମଟି ବିକି ଦେଇଥ‌ିବାରୁ ପ୍ରୀତି କଇଁ କଇଁ ହୋଇ କାନ୍ଦି ଉଠିଲେ ।

Question ୫।
କଲେଜକୁ ଗଲାବେଳେ ପ୍ରୀତି କ’ଣ ଆଣିବାକୁ ସୁବ୍ରତକୁ କହିଥିଲେ ?
Answer:
କଲେଜକୁ ଗଲାବେଳେ ପ୍ରୀତି ଅଟା ଆଣିବାକୁ ସୁବ୍ରତକୁ କହିଥିଲେ

Question ୬୮
ସୁବ୍ରତ ଓ ପ୍ରୀତିର ବୈବାହିକ ଜୀବନ କେତେ ଦିନର ଥିଲା ?
Answer:
ସୁବ୍ରତ ଓ ପ୍ରୀତିର ବୈବାହିକ ଜୀବନ ଆଠବର୍ଷର ଥିଲା ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question ୧।
ସୁବ୍ରତବାବୁଙ୍କ ଡ୍ରଇଂରୁମ୍ ଟେବୁଲ୍ ଉପରେ ଟେବଲ୍‌ଥ ପରିବର୍ତ୍ତେ କ’ଣ ପରା ହୋଇଥିଲା ?
Answer: ସୁବ୍ରତବାବୁଙ୍କ ଡ୍ରଇଂରୁମ୍ ଟେବୁଲ୍ ଉପରେ ଟେବ୍‌ଲକ୍ଲଥ୍ ପରିବର୍ତ୍ତେ କେତେଖଣ୍ଡ ପୁରୁଣା ଖବରକାଗଜ ପରା ହୋଇଥିଲା।

Question ୨।
କେଉଁଥୁରୁ ସୁବ୍ରତଙ୍କ ଦାରିଦ୍ର୍ୟର ରୂପ ସୁସ୍ପଷ୍ଟ ଥିଲା ?
Answer:
ଟେବୁଲ ଉପରେ ଟେବୁଲ କ୍ଲଥ ପରିବର୍ତ୍ତେ ପୁରୁଣା ଖବର କାଗଜ ପରାହେବା ଏବଂ ଦରଭଙ୍ଗା ଚୌକିରୁ ସୁବ୍ରତଙ୍କ ଦାରିଦ୍ର୍ୟର ରୂପ ସୁସ୍ପଷ୍ଟ ଥିଲା ।

Question ୩ ।
ବଂଶୀରେ କେଉଁ ରାଗିଣୀ ଭାସି ଆସୁଥୁଲା ?
Answer:
ବଂଶୀରେ ପୂରବୀ ରାଗିଣୀ ଭାସି ଆସୁଥୁଲା ।

BSE Odisha 10th Class Odia Solutions Chapter 17 ଫଲଗୁ

Question ୪।
କଲେଜରୁ ଫେରିଲାବେଳେ କାହାକୁ ଭୋକ କରୁଥିଲା ?
Answer:
କଲେଜରୁ ଫେରିଲାବେଳେ ସୁବ୍ରତଙ୍କୁ ଭୋକ କରୁଥିଲା ।

Question ୫।
କଲେଜକୁ ଗଲାବେଳେ ପ୍ରୀତି କ’ଣ ଆଣିବାକୁ ସୁବ୍ରତକୁ କହିଥିଲେ ?
Answer:
କଲେଜକୁ ଗଲାବେଳେ ପ୍ରୀତି ଅଟା ଆଣିବାକୁ ସୁବ୍ରତକୁ କହିଥିଲେ ।

Question ୬।
ସୁବ୍ରତ ଓ ପ୍ରୀତିର ବୈବାହିକ ଜୀବନ କେତେ ଦିନର ଥିଲା ?
Answer:
ସୁବ୍ରତ ଓ ପ୍ରୀତିର ବୈବାହିକ ଜୀବନ ଆଠବର୍ଷର ଥିଲା ।

Question ୭।
ପ୍ରୀତି କେତୋଟି ପିଲାର ମା’ ଥିଲେ ?
Answer:
ପ୍ରୀତି ଦୁଇଟି ପିଲାର ମା’ ଥିଲେ ।

Question ୮।
କିଏ ବଂଶୀ ବଜାଉଥିଲା ?
Answer:
ଘନଶ୍ୟାମବାବୁଙ୍କ ମଝିଆଁ ପୁଅ ବଂଶା ବଜାଉଥ୍ ଲା

Question ୯।
‘ବାଃ, ତମେ ବି କମ୍ ରୋମାଣ୍ଟିକ୍ ନୁହେଁ – ଏକଥା କିଏ କାହାକୁ କହିଥିଲେ ?
Answer:
ବାଃ, ତମେ ବି କମ୍ ରୋମାଣ୍ଟିକ୍ ନୁହଁ’ – ଏକଥା ସୁବ୍ରତ ପ୍ରୀତିକୁ କହିଥିଲେ ।

BSE Odisha 10th Class Odia Solutions Chapter 17 ଫଲଗୁ

Question ୧୦ ।
ମହାପାତ୍ରବାବୁ କ୍ୟାପେଟନ୍ ପଦରୁ ଅବସର ନେଲାପରେ, କେଉଁ କାମ କରୁଥିଲେ ?
Answer:
ମହାପାତ୍ରବାବୁ କ୍ୟାପେଟନ୍ ପଦରୁ ଅବସର ନେଲାପରେ, କଣ୍ଟ୍ରାକ୍ଟର କାମ କରୁଥିଲେ ।

Question ୧୧ ।
ମହାପାତ୍ରଙ୍କର ପୂରବୀ ସହିତ କେତେ ବର୍ଷ ହେଲା ବିଭାଘର ହୋଇଥିଲା ?
Answer:
ମହାପାତ୍ରଙ୍କର ପୂରବୀ ସହିତ ବାର ବର୍ଷ ହେଲା ବିଭାଘର ହୋଇଥିଲା ।

Question ୧୨ ।
କିଏ ଭାରି ଏକଜିଦିଆ ବୋଲି ମହାପାତ୍ରବାବୁ କହିଛନ୍ତି ?
Answer:
ତାଙ୍କର ଅପା ଅର୍ଥାତ୍‌ ବେବିର ପିଉସୀ ବଡ଼ ଏକଜିଦିଆ ବୋଲି ମହାପାତ୍ରବାବୁ କହିଛନ୍ତି ।

Question ୧୩ ।
ମହାପାତ୍ର ବାବୁଙ୍କ ପରିବାର ପାଇଁ କେଉଁଠାରେ ରହିବା ଖାଇବାର ବ୍ୟବସ୍ଥା ହୋଇଥିଲା ?
Answer:
ମହାପାତ୍ର ବାବୁଙ୍କ ପରିବାର ପାଇଁ ଚଉଦୁଆର ଗେଷ୍ଟହାଉସରେ ରହିବା ଖାଇବାର ସବୁ ବ୍ୟବସ୍ଥା ହୋଇଥିଲା ।

Question ୧୪ ।
‘ରାକ୍ଷସ ତ ଆପଣ ଆଉ ନୁହଁନ୍ତି ?? – ଏକଥା କିଏ କାହାକୁ କହିଥିଲେ ?
Answer:
‘ରାକ୍ଷସ ତ ଆପଣ ଆଉ ନୁହଁନ୍ତି ?’ – ଏକଥା ପ୍ରୀତି ମହାପାତ୍ରବାବୁଙ୍କୁ କହିଥିଲେ ।

Question ୧୫ ।
ବେବିର ମୁଣ୍ଡ କିଏ କୁଣ୍ଡାଇ ଦେଇଥିଲେ ?
Answer:
ବେବିର ମୁଣ୍ଡ ସୁବ୍ରତବାବୁ କୁଣ୍ଡାଇ ଦେଇଥିଲେ ।

Question ୧୬ ।
ସୁବ୍ରତବାବୁଙ୍କ ଘରେ ମୁହଁ ନ ମାରିଥିଲେ, କାହା ପ୍ରତି ଯଥେଷ୍ଟ ଅନ୍ୟାୟ ହୋଇଥା’ନ୍ତା ବୋଲି ମହାପାତ୍ରବାବୁ କହିଥିଲେ ?
Answer:
ସୁବ୍ରତବାବୁଙ୍କ ଘରେ ମୁହଁ ନ ମାରିଥିଲେ, ପୂରବୀ ପ୍ରତି ଯଥେଷ୍ଟ ଅନ୍ୟାୟ ହୋଇଥା’ନ୍ତା ବୋଲି ମହାପାତ୍ରବାବୁ କହିଥିଲେ ।

Question ୧୭ ।
କେତେ ବର୍ଷ ହେଲା ପୂରବୀ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛି ବୋଲି ମହାପାତ୍ରବାବୁ କହିଥିଲେ ?
Answer:
ତିନି ବର୍ଷ ହେଲା ପୂରବୀ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛି ବୋଲି ମହାପାତ୍ର କହିଥିଲେ ।

Question ୧୮ ।
ପୂରବୀ କିପରି ମୃତ୍ୟୁବରଣ କରିଥିଲେ ?
Answer:
ପୂରବୀ ମାଡ୍ରାସ୍‌ରେ ଗୋଟାଏ କାର୍ ଆକ୍ସିଡେଣ୍ଟରେ ମୃତ୍ୟୁବରଣ କରିଥିଲେ ।

BSE Odisha 10th Class Odia Solutions Chapter 17 ଫଲଗୁ

Question ୧୯ ।
ସୁବ୍ରତଙ୍କ ଲେଖାଲେଖିର ପ୍ରେରଣା କିଏ ଥିଲେ ?
Answer:
ସୁବ୍ରତଙ୍କ ଲେଖାଲେଖିର ପ୍ରେରଣା ପୂରବୀ ଥିଲେ ।

Question ୨୦ ।
ପୂରବୀ କେଉଁ ସ୍ମୃତି ସୁବ୍ରତଙ୍କ ପାଖରେ ଛାଡ଼ି ଯାଇଥିଲେ ?
Answer:
ପୂରବୀ ନୀଳ କଲମଟି ଉପହାର ଦେଇ, ସେହି ସ୍ମୃତି ସୁବ୍ରତଙ୍କ ପାଖରେ ଛାଡ଼ି ଯାଇଥିଲେ ।

Question ୨୧ ।
ପୂରବୀ କେଉଁ ଐଶ୍ଵର୍ଯ୍ୟରେ ସୁବ୍ରତଙ୍କ ଜୀବନପାତ୍ରକୁ ପୂର୍ଣ୍ଣକରି ଦେଇ
Answer:
ପୂରବୀ ଭଲ ପାଇବାର ଐଶ୍ବର୍ଯ୍ୟରେ ସୁବ୍ରତଙ୍କ ଜୀବନପାତ୍ରକୁ ପୂର୍ଣ୍ଣକରି ଦେଇଥିଲେ ।

Question ୨୨ ।
ପୂରବୀର ଉପହାର ଜିନିଷଟିକୁ ପ୍ରୀତି କ’ଣ କଲେ ?
Answer:
ପୂରବୀର ଉପହାର ଜିନିଷଟିକୁ ପ୍ରୀତି ଅଜାଣତରେ ଘନଶ୍ୟାମବାବୁଙ୍କ ସ୍ତ୍ରୀଙ୍କୁ ବିକିଦେଲେ ।

Question ୨୩ ।
ସୁବ୍ରତଙ୍କର କେଉଁ ପ୍ରତିଭା ପ୍ରତି ପୂରବୀ ଆକୃଷ୍ଟ ଥିଲେ ?
Answer:
ସୁବ୍ରତଙ୍କର ସାରସ୍ଵତ ପ୍ରତିଭା ପ୍ରତି ପୂରବୀ ଆକୃଷ୍ଟ ଥିଲେ ।

(B) ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

Question ୧।
କେଉଁ ନାଟକ ପାଇଁ ନାଟ୍ୟକାର ମନୋରଞ୍ଜନ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ?
Answer:
ଅରଣ୍ୟ ଫସଲ

Question ୨ ।
କେଉଁ ନାଟକ ପାଇଁ ନାଟ୍ୟକାର ମନୋରଞ୍ଜନ ଦାସ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ?
Answer:
ଛୋଟ ନାଟକ

BSE Odisha 10th Class Odia Solutions Chapter 17 ଫଲଗୁ

Question ୩ ।
ସୁବ୍ରତଙ୍କ ବୟସ କେତେ ହେବ ?
Answer:
ପାଇଁ ତ୍ରିଶ ପାଖାପାଖି

Question ୪ ।
ବଂଶୀର କେଉଁ ରାଗିଣୀ ଭାସି ଆସୁଥାଏ ?
Answer:
ପୂରବୀ ରାଗିଣୀ

Question ୫।
ଗଉଡ଼ ଦୁଧ ଦେଇ ନ ଥ‌ିବାରୁ, କ’ଣ କରି ଚଳେଇ ଦେବାକୁ ସୁବ୍ରତ କହିଥିଲେ ?
Answer:
ବାର୍ଲି

Question ୬ ।
ସୁବ୍ରତ ବଂଶୀର ସ୍ଵର କିପରି ଶୁଣୁଥିଲେ ?
Answer:
ତନ୍ମୟହୋଇ

Question ୭ |
ସୁବ୍ରତଙ୍କ ସମବୟସ୍କ କିଏ ଥିଲେ ?
Answer:
କ୍ୟାପଟେନ୍‌ ମହାପାତ୍ର

Question ୮।
ମହାପାତ୍ର କେଉଁଠାରୁ କଣ୍ଟ୍ରାକ୍ଟ ପାଇଥିଲେ ?
Answer:
ରାତ୍ତରେକଲାରୁ

Question ୯ ।
‘ଦେହଟା ଯେମିତି ଲମ୍ବା ଚଉଡ଼ା, ଖାଇବାଟା ଯେବେ ସେମିତି ନ ହୁଏ…’ – ଏକଥା କିଏ କହିଥିଲେ ?
Answer:
ମହାପାତ୍ରବାବୁ

Question ୧୦ ।
କେତେ ଘଣ୍ଟା କାର୍‌ଟା ଡ୍ରାଇଭ୍ କରି କରି ଗୋଡ଼ହାତ ଲାଠି ହୋଇଗଲାଣି ବୋଲି ମହାପାତ୍ରବାବୁ କହିଥିଲେ ?
Answer:
ଆଠ ଘଣ୍ଟା।

BSE Odisha 10th Class Odia Solutions Chapter 17 ଫଲଗୁ

Question ୧୧ ।
କେତୋଟି ଅଣ୍ଡାର ଆତ୍ମଲେଟ୍‌ କରିବାପାଇଁ ସୁବ୍ରତ ପ୍ରୀତିକୁ ବରାଦ କରିଥିଲେ ?
Answer:
ଡଜନେ ଅଣ୍ଡା

Question ୧୨ ।
ପୂରବୀ ଆଗରେ ସୁବ୍ରତ କ’ଣ ଥିଲେ ବୋଲି, ମହାପାତ୍ରବାବୁ କହିଛନ୍ତି ?
Answer:
ଦେବତା

Question ୧୩ ।
‘ଆପଣଙ୍କର ବହି ବାହାରଚି କି ନାହିଁ, କିଣିଆଣି, ସବୁଗୁଡ଼ାକ ମୋ ଆଗରେ ଟିକିଟିକି କରି ପଢ଼ନ୍ତି ।’ ଏଠାରେ ଆପଣ ଶବ୍ଦ କାହାପାଇଁ ବ୍ୟବହାର କରାଯାଇଛି ?
Answer:
ସୁବ୍ରତବାବୁ

Question ୧୪ ।
‘ତା’ ବୋଲି କିନ୍ତୁ ଆପଣଙ୍କ ପ୍ରତିଭାକୁ ମୁଁ କ୍ଷୁଣ୍ଣ କରିନି କେବେ’ । – ଏକଥା କିଏ କହିଥିଲେ ?
Answer:
ମହାପାତ୍ରବାବୁ

Question ୧୫।
‘ବେବିଙ୍କୁ ଆଣିଲେ, ତାଙ୍କୁ ବି ତ ନେଇଆସି ପାରିଥା’ନ୍ତେ ?’ – ଏକଥା କିଏ କହିଥିଲେ ?
Answer:
ପ୍ରୀତି

Question ୧୬ ।
ବିବାହ ପୂର୍ବରୁ ପୂରବୀ ଦେଇଥ‌ିବା ପ୍ୟାକେଟ୍‌ରେ କ’ଣ ଥିଲା ?
Answer:
କଲମ ଓ ଚିଠି

Question ୧୭ ।
ପୂରବୀ କାହାର ସହପାଠିନୀ ଥିଲେ ?
Answer:
ପୁବ୍ରତର

Question ୧୮ ।
ଜୀବନର ବାସ୍ତବତାରେ କେଉଁ ଆବେଗକୁ ମିଶାଇ ଦୃହ ସୃଷ୍ଟି କରିବାକୁ ସୁବ୍ରତ ଚାହିଁ ନଥିଲେ ?
Answer:
ସ୍ବପ୍ନ

Question ୧୯ ।
‘ଭଲ ପାଇବା ଗୌରବର ବିଷୟ ନ ହୋଇପାରେ, କିନ୍ତୁ ପାପ ତ ନୁହେଁ – ଏକଥା କିଏ କହିଥିଲେ ?
Answer:
ପୂରବା

BSE Odisha 10th Class Odia Solutions Chapter 17 ଫଲଗୁ

Question ୨୦ ।
କାହାର ଅଦୃଶ୍ୟ ପ୍ରେରଣାରେ ସୁବ୍ରତଙ୍କ ସାହିତ୍ୟିକ ଜୀବନ ସାର୍ଥକ ହୋଇଥିଲା ?
Answer:
ପୂରବୀର

(C) ଠିକ୍ ବାକ୍ୟ ପାର୍ଶ୍ଵରେ ଠିକ୍ ଚିହ୍ନ (✓) ଏବଂ ଭୁଲ୍ ବାକ୍ୟ ପାର୍ଶ୍ଵରେ ଭୁଲ୍ ଚିହ୍ନ (✗) ଦିଅ ।

୧। ମନୋରଞ୍ଜନ ଦାସ ଥିଲେ ନବନାଟ୍ୟ ଆନ୍ଦୋଳନର ପୁରୋଧା ।
୨ । ଛୋଟ ନାଟକ ‘ଫଲ୍‌ଗୁ’ ଗୋଟିଏ ଦରିଦ୍ର ପରିବାରର ଚିତ୍ର ବହନ କରିଛି ।
୩ । ଆକାଶବାଣୀରେ କାର୍ଯ୍ୟ କରିବା ଅବସରରେ ମନୋରଞ୍ଜନ ଦାସ ବେତାର ନାଟକଗୁଡ଼ିକ ପ୍ରସାରଣ କରିବାର ସୁଯୋଗ ପାଇଥିଲେ ।
୪। ‘ଛୋଟ ନାଟକ’ ପାଇଁ ମନୋରଞ୍ଜନ ଦାସ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି ।
୫। ପୂରବୀଙ୍କ ଉପହାର ଜିନିଷଟିକୁ ପ୍ରୀତି ଲୁଚାଇ ଦେଇଥିଲେ ।
୬ । ସୁବ୍ରତକୁ ସାହିତ୍ୟର ସ୍ରଷ୍ଟାକରି ଗଢ଼ିବା ପାଇଁ ପ୍ରୀତି ଚାହିଁଥିଲେ ।
୭ । ବିବାହର ଠିକ୍ ପୂର୍ବରୁ ପୂରବୀ ପୋଷ୍ଟରେ ଗୋଟିଏ ପ୍ୟାକେଟ୍ ସୁବ୍ରତଙ୍କ ପାଖକୁ ପଠାଇଥିଲେ ।
୮। ସୁବ୍ରତ କହିଥିଲେ, ‘ଭଲପାଇବା ଗୌରବର ବିଷୟ ନ ହୋଇପାରେ, କିନ୍ତୁ ପାପ ତ ନୁହେଁ ।’ ଜୀବନର ବାସ୍ତବତାରେ ସ୍ଵପ୍ନର ଆବେଗକୁ ମିଶାଇ ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ସୁବ୍ରତ ଚାହିଁଥିଲେ।
୧୦ । ଭଲ”ଯାଇବାର ଐଶ୍ବର୍ଯ୍ୟରେ ନାରୀ ପୁରୁଷକୁ ମହୀୟାନ କରେ ।
୧୧ । ମହାପାତ୍ରବାବୁ ବାଙ୍ଗାଲୋରରେ ଘରକରି ରହିଥିଲେ ।
୧୨ । ମହାପାତ୍ରବାବୁ ଅଣ୍ଡାଟା ଆମ୍ୱିଟ କରିବାକୁ ଦେଲେ ନାହିଁ ।
୧୩ । ବେବି ଭାରି କ୍ଷଣରାଗି । ଠିକ୍ ତା’ ବୋଉ ପରି ।
୧୪ । ବେବି ସୁବ୍ରତଙ୍କୁ କହିଲା, ମାଈଁ କହିଲେ ମୁଣ୍ଡଟି ମୋର ଭଲକରି କୁଣ୍ଡାଇଦିଅ ।
୧୫ । ମହାପାତ୍ରବାବୁ କହିଲେ, ‘କୁଆଡ଼ୁ ଆସିଲି କୁଆଡ଼େ ଯାଉଛ କିଛି କହୁନି, ଖାଲି ବରାଦ ପରେ ବରାଦ ।’
Answer:
୧। ମନୋରଞ୍ଜନ ଦାସ ଥିଲେ ନବନାଟ୍ୟ ଆନ୍ଦୋଳନର ପୁରୋଧା । (✓)
୨ । ଛୋଟ ନାଟକ ‘ଫଲ୍‌ଗୁ’ ଗୋଟିଏ ଦରିଦ୍ର ପରିବାରର ଚିତ୍ର ବହନ କରିଛି । (✗)
୩ । ଆକାଶବାଣୀରେ କାର୍ଯ୍ୟ କରିବା ଅବସରରେ ମନୋରଞ୍ଜନ ଦାସ ବେତାର ନାଟକଗୁଡ଼ିକ ପ୍ରସାରଣ କରିବାର ସୁଯୋଗ ପାଇଥିଲେ । (✓)
୪। ‘ଛୋଟ ନାଟକ’ ପାଇଁ ମନୋରଞ୍ଜନ ଦାସ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି । (✗)
୫। ପୂରବୀଙ୍କ ଉପହାର ଜିନିଷଟିକୁ ପ୍ରୀତି ଲୁଚାଇ ଦେଇଥିଲେ । (✗)
୬ । ସୁବ୍ରତକୁ ସାହିତ୍ୟର ସ୍ରଷ୍ଟାକରି ଗଢ଼ିବା ପାଇଁ ପ୍ରୀତି ଚାହିଁଥିଲେ । (✗)
୭ । ବିବାହର ଠିକ୍ ପୂର୍ବରୁ ପୂରବୀ ପୋଷ୍ଟରେ ଗୋଟିଏ ପ୍ୟାକେଟ୍ ସୁବ୍ରତଙ୍କ ପାଖକୁ ପଠାଇଥିଲେ । (✓)
୮। ସୁବ୍ରତ କହିଥିଲେ, ‘ଭଲପାଇବା ଗୌରବର ବିଷୟ ନ ହୋଇପାରେ, କିନ୍ତୁ ପାପ ତ ନୁହେଁ ।’ ଜୀବନର ବାସ୍ତବତାରେ ସ୍ଵପ୍ନର ଆବେଗକୁ ମିଶାଇ ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ସୁବ୍ରତ ଚାହିଁଥିଲେ। (✗)
୧୦ । ଭଲ”ଯାଇବାର ଐଶ୍ବର୍ଯ୍ୟରେ ନାରୀ ପୁରୁଷକୁ ମହୀୟାନ କରେ । (✓)
୧୧ । ମହାପାତ୍ରବାବୁ ବାଙ୍ଗାଲୋରରେ ଘରକରି ରହିଥିଲେ । (✗)
୧୨ । ମହାପାତ୍ରବାବୁ ଅଣ୍ଡାଟା ଆମ୍ୱିଟ କରିବାକୁ ଦେଲେ ନାହିଁ । (✗)
୧୩ । ବେବି ଭାରି କ୍ଷଣରାଗି । ଠିକ୍ ତା’ ବୋଉ ପରି । (✓)
୧୪ । ବେବି ସୁବ୍ରତଙ୍କୁ କହିଲା, ମାଈଁ କହିଲେ ମୁଣ୍ଡଟି ମୋର ଭଲକରି କୁଣ୍ଡାଇଦିଅ । (✗)
୧୫ । ମହାପାତ୍ରବାବୁ କହିଲେ, ‘କୁଆଡ଼ୁ ଆସିଲି କୁଆଡ଼େ ଯାଉଛ କିଛି କହୁନି, ଖାଲି ବରାଦ ପରେ ବରାଦ ।’ (✓)

(D) ଶୂନ୍ୟସ୍ଥାନ ପୂରଣ କର ।

Question ୧।
ଚୌକିଗୁଡ଼ିକ ଦରଭଙ୍ଗା ଅବସ୍ଥାରେ ………………….. ରୂପ ସୁସ୍ପଷ୍ଟ ।
Answer:
ଦାରିଦ୍ର୍ୟର

Question ୨।
ବଂଶାର ସ୍ଵର ଶୁଶି ……………. ହୋଇ ଠିଆ ହୋଇଥା’ନ୍ତି ସୁବ୍ରତ ।
Answer:
ତନ୍ମୟ

Question ୩ ।
ଅଫିସ୍‌କୁ ଗଲାବେଳେ ପରା କହିଥୁଲି ……………………… ନାହିଁ ।
Answer:
ଅଟା

Question ୪।
ବାଁ ପାଖ ଝରକା ପାଖରୁ ପୁଣି ଭାସିଆସିଲା ବଂଶୀର ……………………… ମୂର୍ଚନା
Answer:
ପୂରବାର

Question ୫।
…………….ବାବୁଙ୍କର ମଝିଆଁ ପୁଅ ଚମତ୍କାର ବଂଶୀ ବଜାଉଛି ।
Answer:
ଘନଶ୍ୟାମ

BSE Odisha 10th Class Odia Solutions Chapter 17 ଫଲଗୁ

Question ୬ ।
ଚାଉଳଭଜାଗୁଡ଼ିକ ଭିତରେ ରଖିଦେଇ ଆସେ। ……………………. ଦେଖିଲେ କ’ଣ ଭାବିବୋ
Answer:
ଭଦ୍ରଲୋକ

Question ୭ |
ଦାଣ୍ଡବାରଣ୍ଡା ଉପରକୁ ଉଠିଆସିଲେ …………………… ସୁବ୍ରତଙ୍କ ସମବୟସ୍କ ଲମ୍ବାଚୌଡ଼ା ଚେହେରା ।
Answer:
କ୍ୟାପ୍ ଟେନ୍‌ ମହାପାତ୍ର

Question ୮ ।
ପୂରବୀ ସହିତ ବିଭାଘର ଏ ………………………… ବର୍ଷ ହେଲା; ମୁଁ ଭାବୁଛି କେମିତି ଥରେ ଆପଣଙ୍କ ସଙ୍ଗେ ଦେଖା ହୋଇଯିବ ବୋଲି।
Answer:
ବାର

Question ୯୮
ନୂଆବୋହୂ, ବରଂ ତା’ପାଇଁ ଗୋଟାଏ ମଗ୍ ……………………. କରି ସେଠିକି ପଠାଇ ଦିଅନ୍ତୁ ।
Answer:
କଫି

Question ୧୦।
……………………. କାର୍‌ଟା ଡ୍ରାଇଭ୍ କରି କରି ଗୋଡ଼ହାତ ଲାଠି ହୋଇଗଲାଣି ।
Answer:
ଆଠଘଶ୍ୱା

Question ୧୧ ।
ଅବେଳରେ ……………………. ପଡ଼ିଯିବ ବୋଲି ଡରିଯାଉଛନ୍ତି କି ନୂଆବୋହୂ ?
Answer:
ପରିଶ୍ରମ

Question ୧୨।
………………….. ସେ ଫଳ ଆଉ ଦୁଧ ଛଡ଼ା କିଛି ଖାଏନା ।
Answer:
ପଞ୍ଜବେଳେ

Question ୧୩ ।
ଭାରି …………………….ଠିକ୍ ତା’ ବୋଉ ପରି ।
Answer:
କ୍ଷଣରାଗି

BSE Odisha 10th Class Odia Solutions Chapter 17 ଫଲଗୁ

Question ୧୪ ।
ପୂରବୀଙ୍କ ଆଗରେ ଆପଣ ତ ……………………… ନୁହଁନ୍ତି, ଦେବତା …….. ସତେ ଆପଣ ବି ସେମିତି ଲେଖନ୍ତି ।
Answer:
ମିଶ୍ରିଷ

Question ୧୫ ।
ପୂରବୀ ମୋର …………………………।
Answer:
ସହପାଠିନା

Question ୧୬ ।
ଭଲ ପାଇବାର ଯେଉଁ ଐଶ୍ବର୍ଯ୍ୟରେ ନାରୀ ………………………….. କୁ ମହୀୟାନ କରେ, ସେଇ ଐଶ୍ବର୍ଯ୍ୟରେ ସେ ମୋ ଜୀବନ ପାତ୍ର ପୂର୍ଣ୍ଣ କରି ଦେଇଥିଲେ ।
Answer:
ପୁରୁଷ

Question ୧୭ ।
ଜୀବନର ……………………… ରେ ସ୍ୱପ୍ନର ଆବେଗକୁ ମିଶାଇ ଦୃହ ସୃଷ୍ଟି କରିବାକୁ ମୁଁ କେବେ ଚାହିଁ ନଥୁଲି ପ୍ରୀତି ।
Answer:
ବାସ୍ତ୍ରବତା

Question ୧୮ ।
ଉଭୟ ଆମେ ଉଭୟକୁ ଭଲ ପାଉଥିଲୁ । ତେଣୁ କେହି କାହାର ………………………… ରେ ଆଲୋଡ଼ନ ଆଣିବାକୁ ଚାହିଁନୁ ।
Answer:
ସୁଖସଂସାର

Question ୧୯ ।
ଭଲ ପାଇବା …………………….. ର ବିଷୟ ନ ହୋଇପାରେ; କିନ୍ତୁ ପାପ ତ ନୁହେଁ ।
Answer:
ଗୌରବ

Question ୨୦।
ମୋ ରାଣ, ଏଇ କଲମଟି ଧରି ତୁମେ ……………………… ଲେଖୁ ।
Answer:
ପୁରୁଷ

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସୁବ୍ରତ ମହାପାତ୍ରବାବୁଙ୍କ ପତ୍ନା
ମହାପାତ୍ର ପ୍ରାତିଙ୍କ ସ୍ଵାମା
ପୂରବା ସୁବ୍ରତାରୁଙ୍କ ସ୍ତ୍ରୀ
ପ୍ରାତି ମହାପାତ୍ରଙ୍କ କନ୍ୟା
ବେବି ପୂରବାଙ୍କ ସ୍ଵାମୀ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସୁବ୍ରତ ପ୍ରାତିଙ୍କ ସ୍ଵାମା
ମହାପାତ୍ର ପୂରବାଙ୍କ ସ୍ଵାମୀ
ପୂରବା ମହାପାତ୍ରବାବୁଙ୍କ ପତ୍ନା
ପ୍ରାତି ସୁବ୍ରତାରୁଙ୍କ ସ୍ତ୍ରୀ
ବେବି ମହାପାତ୍ରଙ୍କ କନ୍ୟା

BSE Odisha 10th Class Odia Solutions Chapter 17 ଫଲଗୁ

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବେବି କଲମ ଉପହାର
ମହାପାତ୍ର ଚାଉଳଭଜା
ସୁବ୍ରତ ବଂଶା
ଘନଶ୍ୟାମଙ୍କ ମଝିଆ ପୁଅ ଅଣ୍ଡା ଆମ୍ବଲେଟ୍‌
ପୂରବା କ୍ଷାର ଓ ଫଳ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବେବି କ୍ଷାର ଓ ଫଳ
ମହାପାତ୍ର ଅଣ୍ଡା ଆମ୍ବଲେଟ୍‌
ସୁବ୍ରତ ଚାଉଳଭଜା
ଘନଶ୍ୟାମଙ୍କ ମଝିଆ ପୁଅ ପୁଅ ବଂଶା
ପୂରବା କଲମ ଉପହାର

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପ୍ରାତି ବାର୍ଲି କରି ଆଜି ଚଳେଇ ଦିଅ
ସୁବ୍ରତ ବାପା, ପିଉସା ଗାତ଼ିରୁ ମୋଟେ ଉଠୁନାର୍ହି
କେବି ଚାଲ ଆମେ ବିଚାହ କରିବା
ପୁରବା ଚିନୁ ଖାଇବ କ’ଣ?
ମହାପାତ୍ର ତମେ ଭାରି ସ୍ପାର୍ଟ ନୂଆ ବୋହ୍ଜ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପ୍ରାତି ଚିନୁ ଖାଇବ କ’ଣ?
ସୁବ୍ରତ ବାର୍ଲି କରି ଆଜି ଚଳେଇ ଦିଅ
କେବି ବାପା, ପିଉସା ଗାତ଼ିରୁ ମୋଟେ ଉଠୁନାର୍ହି
ପୁରବା ଚାଲ ଆମେ ବିଚାହ କରିବା
ମହାପାତ୍ର ତମେ ଭାରି ସ୍ପାର୍ଟ ନୂଆ ବୋହ୍ଜ

BSE Odisha 10th Class Odia Solutions Chapter 17 ଫଲଗୁ

Question 4
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସୁବ୍ରତ ପୁର୍ବତନ ପ୍ରେମିକା
ମହାପାତ୍ର ସ୍ୱଞ୍ଜ ରୋଜଗାରା କଲେଜ ଅଧ୍ୟାପକ
ପୂରବା ସୁଗୃହିଶା
ପ୍ରାତି ଟେହ୍ନାଝିଅ
ବେବି କଣ୍ଡାକୁର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସୁବ୍ରତ ସ୍ୱଞ୍ଜ ରୋଜଗାରା କଲେଜ ଅଧ୍ୟାପକ
ମହାପାତ୍ର କଣ୍ଡାକୁର
ପୂରବା ପୁର୍ବତନ ପ୍ରେମିକା
ପ୍ରାତି ସୁଗୃହିଶା
ବେବି ଟେହ୍ନାଝିଅ

ନାଟ୍ୟକାର ପରିଚୟ ।

ଓଡ଼ିଆ ନାଟ୍ୟଜଗତର ଜଣେ ସଫଳ ପ୍ରତିଭା ମନୋରଞ୍ଜନ ଦାସ । ଓଡ଼ିଆ ନାଟକରେ ନବନାଟ୍ୟ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ସେ ଅନେକ ନାଟକ ଲେଖୁ ସଫଳତା ଲାଭ କରିଛନ୍ତି । ତାହାଙ୍କ ରଚିତ ନାଟକଗୁଡ଼ିକ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ଚମତ୍କୃତ କରିଛି । ପୁନଶ୍ଚ ତାଙ୍କ ନାଟକରେ ଦେଶପ୍ରେମମୂଳକ କଥାବସ୍ତୁ ଓ ଚରିତ୍ର ଉପସ୍ଥାପନ କରି ସେ ଦର୍ଶକମାନଙ୍କୁ ଦେଶାତ୍ମବୋଧରେ ଅନୁପ୍ରାଣିତ କରିବାପାଇଁ ଚେଷ୍ଟା କରିଛନ୍ତି । ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ’, ‘ବକ୍‌ସି ଜଗବନ୍ଧୁ’, ‘ଜନ୍ମମାଟି’ ଓ ‘ଅଗଷ୍ଟ ନ’ ଆଦି ନାଟକ ଏହି ଶ୍ରେଣୀୟ ନାଟକ । ଏତଦ୍‌ବ୍ୟତୀତ ମନସ୍ତାତ୍ତ୍ଵିକ, ସାମାଜିକ ଓ ରାଜନୀତିକ, ସମସ୍ୟାମୂଳକ, ବିଦୁପାତ୍ମକ, ବୌଦ୍ଧିକ କଥାବସ୍ତୁକୁ କେନ୍ଦ୍ରକରି ନାନାଧରଣର ପ୍ରୟୋଗାତ୍ମକ ଓ ପରୀକ୍ଷାମୂଳକ ନାଟକ ରଚନା କରିବା ଦିଗରେ ତାଙ୍କର କୃତିତ୍ଵ ଅବିସମ୍ବାଦିତ ।

ନାଟ୍ୟକାର ପ୍ରୟୋଗବାଦୀ ସୃଷ୍ଟିଶୀଳ ନାଟ୍ୟ ପ୍ରତିଭାର ପରିଚୟ ଦେଇଛନ୍ତି ‘ଆଗାମୀ’ ନାଟକ ରଚନା କରି । ୧୯୬୦ ମସିହା ପରଠାରୁ ସେ ନାଟକ କ୍ଷେତ୍ରରେ ବହୁପ୍ରକାର ପରୀକ୍ଷା ନିରୀକ୍ଷା କରିଛନ୍ତି । ତାଙ୍କଦ୍ୱାରା ରଚିତ ନାଟକଗୁଡ଼ିକ ହେଉଛି ‘ଅବରୋଧ’, ‘ବନହଂସୀ’, ‘ଅରଣ୍ୟଫସଲ’, ‘ଅମୃତସ୍ୟ ପୁତ୍ର’, ‘କାଠଘୋଡ଼ା’, ‘ଶବ୍ଦଲିପି’, ‘କ୍ଳାନ୍ତ ପ୍ରଜାପତି’, ‘ବିତର୍କିତ ଅପରାହ୍ନ’, ‘ନନ୍ଦିକାକେଶରୀ’। ସେହିପରି ଏକାଙ୍କିକା ସଂକଳନଗୁଡ଼ିକ ହେଉଛି ‘ଛୋଟ ନାଟକ’, ‘ମହାସମୁଦ୍ର’, ‘ଅବବାହିକାର ସ୍ଵପ୍ନ’, ‘ନାଟ୍ୟଗୁଚ୍ଛ’, ‘ବିଚିତ୍ର ମନର ନାଟକ’ ଇତ୍ୟାଦି ।

ନାଟ୍ୟକାର ଦାସ ‘ଅରଣ୍ୟ ଫସଲ’ ନାଟକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଛନ୍ତି । ‘ଛୋଟ ନାଟକ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏବଂ ‘ନନ୍ଦିକାକେଶରୀ’ ପାଇଁ ସାରଳା ପୁରସ୍କାର ପାଇଛନ୍ତି । ସେ ଆକାଶବାଣୀରେ କାର୍ଯ୍ୟ କରିବା ଅବସରରେ ବେତାର ନାଟକଗୁଡ଼ିକ ପ୍ରସାରଣ କରାଇଛନ୍ତି । ମୋଟ ଉପରେ କହିବାକୁ ଗଲେ ମନୋରଞ୍ଜନ ଜଣେ ଦୂରଦର୍ଶା ନାଟ୍ୟକାର । କ୍ରମଶଃ ସେ ନାଟ୍ୟକାର । କ୍ରମଶଃ ସେ ନିଜ ନାଟକ ପ୍ରତି ଦର୍ଶକମାନଙ୍କର ଅନୁରକ୍ତି ବଢ଼ାଇବାରେ ସଫଳ ହୋଇଛନ୍ତି।

BSE Odisha 10th Class Odia Solutions Chapter 17 ଫଲଗୁ

ଏକାଙ୍କିକାର କଥାବସ୍ତ

‘ଫଲ୍‌ଗୁ’ ଏକାଙ୍କିକାରେ ଏକ ମଧ୍ୟବିତ୍ତ ପରିବାରର ଅଭାବ, ଅସୁବିଧାର ଯଥାର୍ଥ ଚିତ୍ର ପ୍ରଦାନ କରାଯାଇଛି । ମଧ୍ୟବିତ୍ତ ପରିବାରରେ ଅଭାବ ଥାଏ, ମାତ୍ର ସେହି ଅଭାବକୁ ସେ ଅନ୍ୟଆଗରେ ପ୍ରକାଶ କରିବାକୁ ଚାହେଁନା । ନିଜର ଅସୁବିଧା ପରିସ୍ଥିତିକୁ କୌଣସି ପ୍ରକାର ଲୁଚାଇ ଦେଇ, ଅନ୍ୟ ପାଖରେ ସହଜ, ସ୍ଵାଭାବିକ ହେବାକୁ ଚେଷ୍ଟାକରେ । ପୁନଶ୍ଚ ଜୀବନର ବଞ୍ଚିବାର ସାମର୍ଥ୍ୟକୁ ସେ ବଡ଼କରି ଦେଖାଇବାକୁ ଇଚ୍ଛାକରେ ନାହିଁ । ସେହି ଅସୁବିଧା ତା’ର ସୃଜନଶୀଳତାକୁ, ତା’ର କଳାତ୍ମକ ଆବେଦନକୁ ମାରିପାରେ ନାହିଁ । ଅନ୍ୟଭାବରେ ପ୍ରକାଶ କଲେ ଜୀବନର ବାସ୍ତବତାରେ ସ୍ଵପ୍ନର ଆବେଗକୁ
ସ୍ରୋତ ଭାବରେ ପ୍ରବାହିତ ହେଲେ ବି, ସେ ବାହାରକୁ ଦେଖାଯାଏନା କିମ୍ବା କାହାକୁ ଦେଖାଇବାକୁ ଚାହେଁନା । ପାରିବାରିକ ସ୍ରୋତ ଭାବରେ ପ୍ରବାହିତ ହେଲେ ବି, ସେ ବାହାରକୁ ଦେଖାଯାଏନା କିମ୍ବା କାହାକୁ ଦେଖାଇବାକୁ ଚାହେଁନା । ପାରିବାରିକ ଜୀବନର ହସଖୁସି ଭିତରେ ସେହି ଦୁର୍ବଳତା କୌଣସି ପ୍ରଭାବ ପକାଇ ନଥାଏ ।

ସୁବ୍ରତବାବୁ ଜଣେ ଚାକିରିଜୀବୀ ସହରୀ ମଣିଷ। ଚାକିରିର ସ୍ଵଳ୍ପ ରୋଜଗାରରେ ସେ ପାରିବାରିକ ଜୀବନକୁ କୌଣସି ପ୍ରକାରରେ ଚଳାଇ ନିଅନ୍ତି । ଫଳରେ ତାଙ୍କର ଚଳଣି ଥାଏ ନିହାତି ସାଧାରଣ । ସେ ଡ୍ରଇଂ ରୁମ୍‌ରେ ଭଲ ଚେଆର ପକାଇ ପାରନ୍ତି ନାହିଁ କିମ୍ବା ଘରର ଆସବାବ ପତ୍ରକୁ ନିହାତି ରୁଚିକର କରିପାରନ୍ତି ନାହିଁ । କେବଳ ବଞ୍ଚିବାର ସାମର୍ଥ୍ୟ ଯୋଗାଡ଼ କରି, ପାରିବାରିକ ଜୀବନ ବିତାଇଥା’ନ୍ତି ।

ସୁବ୍ରତବାବୁ ଅଫିସ୍‌ରୁ ଫେରି, ପତ୍ନୀ ପ୍ରୀତିକୁ ଖାଇବାକୁ ମାଗିଛନ୍ତି । ପତ୍ନୀ ଯେତେବେଳେ ‘ଘରେ କିଛି ନାହିଁ, ‘ବାହାରୁ କିଛି ଜଳଖିଆ କରି ଆସିଲ ନାହିଁ ବୋଲି କହିଛନ୍ତି, ତାହାର ଉତ୍ତରରେ ସେ କହିଛନ୍ତି, ‘ଆରେ ଏକାବେଳେ ଯେ ଏ ଘରକୁ ଆସିଥ‌ିବା ନୂଆ ମଣିଷଟିଏ ପରି କଥା କହିଲଣି ! ରୋଜଗାର କେତେ ଜାଣ ତ ? ଗଲାବେଳେ ପକେଟରେ କେତେ ପଇସା ଦେଇଥିଲ ?’’ ସୁବ୍ରତଙ୍କ ଏଭଳି କଥାରେ ପତ୍ନୀ ପ୍ରୀତି ନିହାତି ଅସହାୟ ଭାବରେ କହିଛନ୍ତି – ‘ପଇସା ମୁଁ କେଉଁଠୁ ଆଣିବି ! ତମେ ମତେ ଯାହା ଦେଇଥୁଲ ।’’ ସେହିପରି ପ୍ରୀତି କହିଥିଲେ, ଅଫିସ୍‌ରୁ ଫେରିଲା ବେଳେ ଅଟା ଆଣିବାପାଇଁ, ମାତ୍ର ସୁବ୍ରତ ଅଟା ଆଣିପାରି ନଥିଲେ । ଏହାଥିଲା ତାଙ୍କ ପାରିବାରିକ ଜୀବନର ଯଥାର୍ଥ ଚିତ୍ର । ତଥାପି ସୁବ୍ରତବାବୁ ସୃଜନଶୀଳତାକୁ ବଞ୍ଚାଇ ରଖିବାକୁ ଚାହାଁନ୍ତି । ବହିଥାକରୁ ବହିଆଣି ପଢ଼ିବାକୁ ଇଚ୍ଛା କରନ୍ତି । ପଡ଼ୋଶୀ ଘରର ପିଲା ବଂଶୀ ବଜାଉଥିଲେ, ସେ ତାହାକୁ ମନଭରି ଉପଭୋଗ କରନ୍ତି ।

ପ୍ରୀତି ଜଳଖିଆ ଆଣିବାକୁ ଯାଇ, ଚାଉଳଭଜା ସାଙ୍ଗରେ ତେଲ ପିଆଜ ମିଶାଇ ଆଣିଛି । ପ୍ରୀତିର ଏଭଳି ଯୋଜନାକୁ ସୁବ୍ରତ ତାରିଫ କରିଛନ୍ତି । କାରଣ କୌଣସି ଉପାୟରେ ଚଳିଯିବା ଓ ଚଳାଇନେବା ହେଉଛି, ତାଙ୍କ ବଞ୍ଚିବାର ଶୈଳୀ । ସେହି ଚାଉଳଭଜାଗଣ୍ଡକ ଖାଇବାକୁ ଯିବା ପୂର୍ବରୁ, ତାଙ୍କ ଘର ଆଗରେ ମଟରଗାଡ଼ି ବ୍ରେକ୍ ଦେବାର ଶବ୍ଦ ଶୁଣାଯାଇଛି । କେହି ଜଣେ ଭଦ୍ରଲୋକ ଆସୁଥିବାରୁ ପ୍ରୀତି ଚାଉଳଭଜାଗୁଡ଼ାକ ଭିତରେ ରଖୁଦେଇ ଆସିଛି ।

ଘରକୁ ଆସିଛନ୍ତି କ୍ୟାପଟେନ୍ ମହାପାତ୍ର । ସେ ସୁବ୍ରତଙ୍କ ପାଇଁ ନୂଆ ଓ ଅପରିଚିତ । ତାଙ୍କର ଚେହେରା ଓ ପୋଷାକରୁ ଜଣାଯାଉଥାଏ, ସେ ବେଶ୍ ସ୍ୱଚ୍ଛଳ । ସେ ଘରକୁ ପଶିଆସିବା ସହିତ, ସୁବ୍ରତଙ୍କ ସହିତ ନିଜଆଡୁ ପରିଚିତ ହୋଇଛନ୍ତି । ଯେଭଳି ବହୁପରିଚିତ ଭଳି ଏବଂ ଅତି ଅଭ୍ୟସ୍ତ ମଣିଷଙ୍କ ଭଳି ବ୍ୟବହାର କରିଛନ୍ତି । ସେ ହେଉଛନ୍ତି ସୁବ୍ରତଙ୍କ ବାନ୍ଧବୀ, ଯାହାକୁ ହୃଦୟରେ ଜାଗାଟିଏ ଦେଇଥିଲେ, ତାଙ୍କରି ସ୍ୱାମୀ । ମହାପାତ୍ର ସୁବ୍ରତଙ୍କ ଘରର କୌଣସି ପରିସ୍ଥିତି କଥା ଚିନ୍ତାକରି ନାହାଁନ୍ତି । ନିଜ ଚଳଣିରେ, ନିଜ୍ ଆର୍ଥିକ ସ୍ଥିତିରେ ସୁବ୍ରତଙ୍କ ପରିବାରକୁ ଆକଳନ କରିଛନ୍ତି । ଫଳରେ ସେ ଯେହେତୁ ମାଡ୍ରାସ୍‌ କାର ଡ୍ରାଇଭ୍ କରି ଆସିଛନ୍ତି, ସେଠାରେ ଟିକିଏ ଧୂଆପୋଛା ହେବାକୁ ଇଚ୍ଛା କରିଛନ୍ତି । ଝିଅ ବେବିକୁ କହିଛନ୍ତି,

ମାମୁ ମାଈଁକୁ ନମସ୍କାର କରିବାପାଇଁ । ସେହି ଅବସରରେ ତାଙ୍କର କିପରି ଚର୍ଚ୍ଚା କରାଯିବ, କିଭଳି ଆତିଥ୍ୟ ସେ ଆଶା କରନ୍ତି, ସବୁକିଛି ଖୋଲାଖୋଲି ପ୍ରକାଶ କରିଦିଅନ୍ତି । ସେ ଯେଉଁ ବରାଦ କରନ୍ତି ତାହା ସୁବ୍ରତଙ୍କ ନିଅଣ୍ଟିଆ ପରିବାର ପାଇଁ ଯେ କଷ୍ଟକର, ତାହା ସେ ଜାଣିପାରନ୍ତି ନାହିଁ । ସହଜ ସରଳ ଭାବରେ ମହାପାତ୍ର କହିଛନ୍ତି – ଗାଡ଼ିରେ ବସିଥିବା ତାଙ୍କର ଭଉଣୀ ପାଖକୁ ଗୋଟାଏ ମର୍ କଫିକରି ପଠାଇଦେବାକୁ, ଝିଅ ପାଇଁ ଫଳ ଓ ଦୁଧର ବ୍ୟବସ୍ଥା କରିବାପାଇଁ । ତାଙ୍କ ବିଚାରରେ ଏଭଳି ବ୍ୟବସ୍ଥା କରିବାରେ କୌଣସି ଅସୁବିଧା ନାହିଁ । ତାଙ୍କ ପାଇଁ କେବଳ ଆଠଟି ଅଣ୍ଡାର ଆତ୍ମଲେଟ୍ କରିଦେବା ପାଇଁ । ସୁବ୍ରତ ନିଜର ପରିବାର ସ୍ଥିତିକୁ ବିଚାର ନକରି, ପ୍ରୀତିକୁ ବରାଦ କରିଛନ୍ତି, ବଡ଼ ବଡ଼ ଅଣ୍ଡା ବାଛି ଡଜନେ ଅଣ୍ଡାର ଆତ୍ମଲେଟ କରିବାପାଇଁ ।

ମହାପାତ୍ରଙ୍କ ବରାଦ ଅନୁସାରେ ଏବଂ ତାଙ୍କର ଆତିଥ୍ୟ ପାଇଁ ପ୍ରୀତି ସବୁକିଛି ବ୍ୟବସ୍ଥା କରିଦେଇଛନ୍ତି । ସୁବ୍ରତ ଜାଣି ନାହାଁନ୍ତି, ଏହା କିପରି ହେଉଛି ଏବଂ ଏସବୁ ବ୍ୟବସ୍ଥା କିପରି କରାଯାଉଛି । ପ୍ରୀତି ମୁଗୃହିଣୀ ଭାବରେ ସବୁକିଛି ଚଳାଇ ନେଇଛନ୍ତି । ମହାପାତ୍ରଙ୍କର ଢେଙ୍କାନାଳରେ ପହଞ୍ଚିବାର ସମୟ ହୋଇଯାଇଛି । ତଥାପି ସେହି ଅବସରରେ ସେ ପୂରବୀ କଥା କହିଛନ୍ତି । ପୂରବୀ କିପରି ସୁବ୍ରତଙ୍କ ଲେଖାକୁ ଭଲପାଏ, ଗୋଟାଏ ବହି ପ୍ରକାଶ ପାଇଲେ, ତାହାକୁ ପଢ଼ିବା ସହିତ, ମହାପାତ୍ରଙ୍କୁ ଶୁଣାଏ, ସବୁକଥା ତରତରରେ ମହାପାତ୍ର କହିଛନ୍ତି । ପୂରବୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ କହିଛନ୍ତି, ବିବାହ ପୂର୍ବରୁ ସେ ଯେଉଁ ପ୍ୟାକେଟଟି ପଠାଇଥିଲେ, ତାହାର ଯେପରି ଅସମ୍ମାନ ନ କରନ୍ତି ।

ଘଣ୍ଟା ଦେଖ୍ ମହାପାତ୍ର ତରତରରେ ବାହାରି ଯାଇଛନ୍ତି । ବାହାରି ଯିବାପୂର୍ବରୁ ଆତିଥ୍ୟର ସଦ୍‌ବ୍ୟବହାର କରିବାପାଇଁ ରହିଥ‌ିବା ସମସ୍ତ ଅଣ୍ଡା, ଫଳ, କ୍ଷୀର ସବୁକିଛି ସାଙ୍ଗରେ ନେଇଯାଇଛନ୍ତି । ଅଳ୍ପସମୟ ଭିତରେ ସେ ଯେଭଳି ଝଡ଼ଭଳି ଆସିଥିଲେ ଠିକ୍ ସେହିପରି ଚାଲିଯାଇଛନ୍ତି । ଯିବା ପୂର୍ବରୁ ପୂରବୀର କଥାକୁ ସ୍ପଷ୍ଟ କରାଇ ଦେଇ ଯାଇଛନ୍ତି ।

ମହାପାତ୍ର ଚାଲିଗଲା ପରେ, ପ୍ରୀତି ଗୃହିଣୀ ଭାବରେ ନିଜର କାମ କରିଦେଇ ଥ‌ିବାରୁ ସନ୍ତୁଷ୍ଟ ଭାବ ପ୍ରକାଶ କରିଛନ୍ତି । ମହାପାତ୍ର ଭାରି ଅମାୟିକ ଲୋକ, ପାଞ୍ଚ ମିନିଟ୍‌ରେ ନିଜର କରିନେଲା ଭଳି ଭାବ ଦେଖାଇଛନ୍ତି ବୋଲି କହିଛନ୍ତି । ଏହି ଅବସରରେ ପ୍ରୀତି ସୁବ୍ରତଙ୍କୁ ପୂରବୀ ସମ୍ପର୍କରେ ପ୍ରଶ୍ନ କରିଛନ୍ତି। କାରଣ ପୂରବୀ ଯେ ସୁବ୍ରତଙ୍କ ସୃଷ୍ଟିର ପ୍ରେରଣା, ସାଧନାର ମୂଳ, ଏହା କେବେ ପ୍ରୀତି ବୈବାହିକ ଜୀବନର ଆଠ ବର୍ଷ ପରେ ଓ ଦୁଇଟି ପିଲାର ମା’ ହେବା ପରେ ମଧ୍ୟ ଜାଣିନାହିଁଛି । ସୁବ୍ରତ ପ୍ରୀତିଙ୍କୁ ସବୁକଥା କହିଛନ୍ତି । ପୂରବୀ ଯେ ତାଙ୍କର ସହପାଠିନୀ-ସଙ୍ଗିନୀ-ମାନସୀ-ବାନ୍ଧବୀ, ଏହା ମଧ୍ୟ କହିଛନ୍ତି। ଏପରିକି ସେ ସ୍ୱୀକାର କରିଛନ୍ତି, ‘ଭଲପାଇବାର ଯେଉଁ ଐଶ୍ବର୍ଯ୍ୟରେ ନାରୀ ପୁରୁଷକୁ ମହୀୟାନ କରେ, ସେଇ ଐଶ୍ବର୍ଯ୍ୟରେ ସେ ମୋ ଜୀବନପାତ୍ର ପୂର୍ଣ୍ଣକରି ଦେଇଥିଲେ ।’’ ପୁନଶ୍ଚ ପ୍ରୀତି ଅଭିମାନରେ ସୁବ୍ରତକୁ କହିଛନ୍ତି, ସେ କାହିଁକି ଆଗରୁ ଏକଥା କହିନଥିଲେ । ଏହାର ଉତ୍ତରରେ ସୁବ୍ରତ ଏକ ଦାର୍ଶନିକ ସମ୍ବଳିତ ଉତ୍ତର ଦେଇ କହିଛନ୍ତି, ‘ଜୀବନର ବାସ୍ତବତାରେ ସ୍ଵପ୍ନର ଆବେଗକୁ ମିଶାଇ ଦୃହ ସୃଷ୍ଟି କରିବାକୁ ମୁଁ କେବେ ଚାହିଁ ନଥୁଲି ପ୍ରୀତି’’ ।

କାରଣ ସୁବ୍ରତ ଓ ପ୍ରୀତିଙ୍କ ମଧ୍ୟରେ ଭଲପାଇବା ଅନ୍ତଃସଲିଳା ଫଲ୍‌ଗୁ ଭଳି ରହିଥୁଲା, ମାତ୍ର କେହି କାହାର ସୁଖ ସଂସାରରେ ଆଲୋଡ଼ନ ସୃଷ୍ଟି କରିବାକୁ ଚାହିଁ ନାହାଁନ୍ତି । ଯେଉଁ ସମୟରେ ସୁବ୍ରତ ପୂରବୀକୁ ବିବାହ କରିବାକୁ ଚାହିଁନାହିଁ, ସେହି ମୁହୂର୍ଭ ପରେ ପୂରବୀ ଆଉ ସୁବ୍ରତ ଜୀବନକୁ ଆସିନାହିଁ । ଉଭୟେ ସଫଳ ବୈବାହିକ ଓ ପାରିବାରିକ ଜୀବନ ଅତିବାହିତ କରିଛନ୍ତି । ସୁବ୍ରତ ପ୍ରୀତିକୁ ବୁଝାଇବାକୁ ଯାଇ କହିଛନ୍ତି, ସେ କେବେହେଲେ ଭଲପାଇବା ଭିତରେ ବିବାହକୁ ମିଶାଇବାକୁ ଚାହିଁ ନାହାଁନ୍ତି । ତଥାପି ପୂରବୀ ବିବାହ ପୂର୍ବରୁ, ସୁବ୍ରତଙ୍କ ଉଦ୍ଦେଶ୍ୟରେ ପୋଷ୍ଟରେ ଏକ ପ୍ୟାକେଟ୍ ପଠାଇଛନ୍ତି । ସେହି ପ୍ୟାକେଟ୍‌ରେ ଥିଲା ଏକ ଚିଠି, ଯେଉଁ ଚିଠିରେ ପୂରବୀ ତା’ର ମନକଥା ଲେଖୁଦେଇଛି । ତା’ର ଇଚ୍ଛା ଥିଲା, ସୁବ୍ରତଙ୍କୁ ସାହିତ୍ୟରେ ଏକ ସଫଳ ସ୍ରଷ୍ଟା ଗଢ଼ି ତୋଳିବାପାଇଁ । ସେଥପାଇଁ ସେ କଲମଟିଏ ପଠାଇଛି। କଲମଟିରେ ବରାବର ଲେଖିବାପାଇଁ ଅନୁରୋଧ କରିଛି ।

ସୁବ୍ରତ, କଲମ କଥା କହିବାରୁ, ପ୍ରୀତି କଇଁ କଇଁ ହୋଇ କାନ୍ଦିଛି । କାରଣ ସେହି ଆଦରର କଲମ, ଯାହାକି ସୁବ୍ରତଙ୍କ ସାହିତ୍ୟିକ ଜୀବନର ପ୍ରେରଣା ହୋଇଥିଲା, ତାହାକୁ ବନ୍ଧୁଚର୍ଚ୍ଚା କରିବାକୁ ଯାଇ ବିକିଦେବା କଥା ପ୍ରୀତି କହିଛନ୍ତି । ପାଖ ପଡ଼ୋଶୀ ଘରେ, ଘନଶ୍ୟାମ ବାବୁଙ୍କ ସ୍ତ୍ରୀଙ୍କୁ କଲମଟି ଦେଇ, ତାହା ବଦଳରେ ସେ ଦଶଟଙ୍କା ଆଣିଛନ୍ତି । ସେହି ଦଶଟଙ୍କାରେ ସେ ବନ୍ଧୁଚର୍ଚ୍ଚା କରିଛନ୍ତି । ଏଥ‌ିପାଇଁ ପ୍ରୀତି ଅନୁତାପ କରିଛନ୍ତି । ଭୁଲ୍ ହୋଇଥିବାରୁ ସୁବ୍ରତ ପାଦଧରି କ୍ଷମା ମାଗିବାକୁ ପ୍ରସ୍ତୁତ ହୋଇଛନ୍ତି । ସୁବ୍ରତ ପ୍ରୀତିର ଏଭଳି ଉଦ୍ୟମ ପାଇଁ ଦୋଷ ଦେଇନାହାଁନ୍ତି । ତାଙ୍କର କାର୍ଯ୍ୟକୁ ଭୁଲ୍ ବୋଲି କହିନାହାଁନ୍ତି। ବରଂ ଜୀବନକୁ ସହଜ ସରଳ କରିଦେବାକୁ, ସେ ସେଠାରୁ ଉଠିଯାଇଛନ୍ତି । ଘନଶ୍ୟାମ ବାବୁଙ୍କ ମଝିଆଁ ପୁଅର ବଂଶୀର ଝକାର, ପୂରବୀର ସ୍ଵରରେ ନିଜକୁ ହଜାଇ ଦେବାକୁ ଚାହିଁଛନ୍ତି ।

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ଫଲ୍ ଗୁ – ଗୟାରେ ଥ‌ିବା ଅନ୍ତଃସଲିଳା ନଦୀ । (ଏଠାରେ ପ୍ରେମିକ ଓ ପ୍ରେମିକାଙ୍କ ହୃଦୟରେ ପ୍ରବାହିତ ଭଲପାଇବାର ସ୍ରୋତ, ଯାହାକି ଅବାରିତ ରହିଥିଲେ ବି’ ବାହାରକୁ ପ୍ରକାଶ ପାଏନା ।)
  • ତନ୍ମୟ – ଅଭିଭୂତ
  • ରାଗିଶା – ସ୍ଵରର ଝକାର
  • ମୂର୍ଚ୍ଚନା – ସ୍ୱର
  • ମନ୍ତ୍ରଆ – ମନ ଅନୁସାରେ କାମ କରୁଥ୍ ବା ବ୍ୟକ୍ତି
  • ନିଷ୍ପ୍ରଭ – ମଳିନ
  • ନିର୍ବକାର – କୌଣସି କଥା ନଭାବି
  • ‘ରୋଡ଼ ସିକ୍ସେସ୍’ – ଯାତ୍ରାଜନିତ କ୍ଳାନ୍ତି
  • ମହାପ୍ବାନ୍ – ମହତ୍ଵପୂର୍ଣ୍ଣ
  • ଅନୁରାଗ – ପରସ୍ପର ପ୍ରତି ରହିଥିବା ଆସକ୍ତି
  • ସର୍ବସ୍ଵ – ସବୁ କିଛି।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions

Odisha State Board BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions Textbook Exercise Questions and Answers.

BSE Odisha Class 7 Maths Solutions Chapter 8 ବ୍ୟାବହାରିକ ଗଣିତ InText Questions

ନିଜେ କରି ଦେଖ :
1. ତୁମ ଶ୍ରେଣୀରେ ଗୋଟିଏ ଦିନରେ ଅନୁପସ୍ଥିତ ଥ‌ିବା ପିଲାସଂଖ୍ୟା, ସମୁଦାୟ ପିଲାସଂଖ୍ୟାର କେତେ ଶତକଡ଼ା ?
ସମାଧାନ:
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions 1

2. ତୁମ ଶ୍ରେଣୀରେ ଗଣିତରେ 30 ରୁ କମ୍ ନମ୍ବର ରଖୁଥ‌ିବା ପିଲାସଂଖ୍ୟା ସମୁଦାୟ ପିଲାସଂଖ୍ୟାର କେତେ ଶତକଡ଼ା ?
ସମାଧାନ:
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions 2

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions

ନିଜେ ସମାଧାନ କର:
ଜଣେ ଦୋକାନୀ 4 ଟି ଲେମ୍ବୁକୁ 3 ଟଙ୍କାରେ କିଣିଲା ଏବଂ 3 ଟିକୁ 4 ଟଙ୍କା ଦରରେ ସବୁଯାକ ବିକିଦେଲା । ତେବେ ତା’ର ଶତକଡ଼ା କେତେ ଲାଭ ବା କ୍ଷତି ହେଲା ?
ସମାଧାନ:
4 ଓ 3 ର ଲ.ସା.ଗୁ. = 12 । ମନେକର ଦୋକାନୀଟି 12 ଟି ଲେମ୍ବୁ କିଣିଥିଲା ।
4 ଟି ଲେମ୍ବୁର କ୍ରୟମୂଲ୍ୟ = 3 ଟଙ୍କା
12 ଟି ଲେମ୍ବୁର କ୍ରୟମୂଲ୍ୟ = 3× 3 ଟ. = 9 ଟଙ୍କା
3 ଟି ଲେମ୍ବୁର ବିକ୍ରୟ ମୂଲ୍ୟ 4 ଟଙ୍କା
12 ଟି ଲେମ୍ବୁର ବିକ୍ରୟ ମୂଲ୍ୟ = 4 x 4 ଟଙ୍କା = 16 ଟଙ୍କା
ଲାଭ = ବିକ୍ରୟ ମୂଲ୍ୟ କ୍ରୟମୂଲ୍ୟ = 16 ଟ. – 9 ଟ. = 7 ଟଙ୍କା
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions 3
∴ ଦୋକାନୀର 77 \(\frac{7}{9}\)% ଲାଭ ହେଲା ।

ସମାଧାନ କର :
ଗୋଟିଏ ପାଣିଟାଙ୍କିରେ 12 ଟି ପାଇପ୍ ଲଗାଯାଇଛି । 8 ଟି ପାଇପ୍ ଖୋଲାଥ୍ଲେ ଟାଙ୍କିଟି 6 ଘଣ୍ଟାରେ ପୂର୍ଣ୍ଣହୁଏ । ତେବେ ସମସ୍ତ ପାଇପ୍ ଖୋଲାରହିଲେ ଟାଙ୍କିଟି କେତେ ଘଣ୍ଟାରେ ପୂର୍ଣ ହେବ ? 
ସମାଧାନ:
ପାଇପ୍ ସଂଖ୍ୟା ବଢ଼ିଲେ ପାଣିଟାଙ୍କି ପୂଣ୍ଣହେବା ସମୟ କମିବ । ତେଣୁ ଏହା ପ୍ରତିଲୋମୀ ଚଳନ ।
ଏଠାରେ ପାଇପ୍ ସଂଖ୍ୟାକୁ x ଓ ସମୟକୁ y ଘଣ୍ଟା ନେଇ ସାରଣୀଟିଏ ପ୍ରସ୍ତୁତ କଲେ –

x (ପାଇପ୍ ସଂଖ୍ୟା) x1 = 12 x2 = 8
y (ସମୟ) ଘଣ୍ଟାରେ y1 = ? y2 = 6

x ଓ y ମଧ୍ୟରେ ପ୍ରତିଲୋମୀ ଚଳନ ହେତୁ x1y2 = x2y1
⇒ 12 × y1 = 8 × 6
⇒ y1 = \(\frac{8 \times 6}{12}\) = 4
ସମସ୍ତ ପାଇପ୍ ଖୋଲା ରହିଲେ ଟାଙ୍କିଟି 4 ଘଣ୍ଟାରେ ପୂର୍ଣ୍ଣ ହେବ ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions

ଉତ୍ତର ନିର୍ଣ୍ଣୟ କର :
ଦୁଇ ଜଣ ସାଙ୍ଗ A ଓ B ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ସ୍କୁଟର ଚଳାଇବାକୁ ଆରମ୍ଭ କଲେ । A ଘଣ୍ଟାପ୍ରତି 54 କି.ମି. ବେଗରେ ସ୍କୁଟର ଚଳାଇ ନିର୍ଦ୍ଧାରିତ ସମୟ ମଧ୍ୟରେ 36 କି.ମି. ଦୂରତା ଅତିକ୍ରମ କଲେ । B ସେହି ସମୟ ମଧ୍ୟରେ 30 କି.ମି. ଦୂରତା ଅତିକ୍ରମ କଲେ, ତେବେ B କେତେ ବେଗରେ ସ୍କୁଟର ଚଳାଉଥିଲେ ?
ସମାଧାନ:
A ର ବେଗ (s) = 54 କି.ମି./ଘଣ୍ଟା ଓ ଦୂରତା (d) = 36 କି.ମି. ।
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ InText Questions 4
B ଘଣ୍ଟା ପ୍ରତି 45 କି.ମି. ବେଗରେ ସ୍କୁଟର ଚଳାଉଥିଲା ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ

Odisha State Board BSE Odisha 10th Class Life Science Solutions Chapter 9 ଆମ ପରିବେଶ Textbook Exercise Questions and Answers.

BSE Odisha Class 10 Life Science Solutions Chapter 9 ଆମ ପରିବେଶ

Question 1.
ପରିସଂସ୍ଥାର ଗଠନିକ ଉପାଦାନର ଏକ ବିବରଣୀ ଦିଅ ।
ଉ-

  • ପୃଥ‌ିବୀପୃଷ୍ଠରେ ‘ନଦୀ, ସମୁଦ୍ର, ହ୍ରଦ, ତୃଣଭୂମି, ଜଙ୍ଗଲ, ମରୁଭୂମି ଇତ୍ୟାଦି ବିଭିନ୍ନ ପ୍ରକାରର ପରସଂସ୍ଥା ରହିଛି । ପ୍ରତ୍ୟେକ ପରିସଂସ୍ଥା ନିମ୍ନଲିଖ୍ 4ଟି ଉପାଦାନକୁ ନେଇ ଗଠିତ ଯଥା – (a) ଅଜୈବିକ ଉପାଦାନ, (b) ଉତ୍ପାଦକ, (c) ଭକ୍ଷକ ଓ (d) ଅପଘଟକ
  • ଅଜୈବିକ ଉପାଦାନ – ପରିବେଶରେ ଥ‌ିବା ମାଟି, ପାଣି, ପବନ, ଅନ୍ୟ ମୌଳିକ ପଦାର୍ଥ ଓ ଯୌଗିକ ପଦାର୍ଥ ପରି ସମସ୍ତ ନିର୍ଜୀବ ପଦାର୍ଥକୁ ନେଇ ପରିସଂସ୍ଥାର ଅଜୈବିକ ଉପାଦାନ ଗଠିତ ହୋଇଛି । ଏହି ଉପାଦାନମାନଙ୍କୁ ମଧ୍ୟ ତିନିଭାଗରେ ବିଭକ୍ତ କରାଯାଇଛି । ଯଥା – ତାପମାତ୍ରା, ଆର୍ଦ୍ରତା ଓ ଆଲୋକ ଇତ୍ୟାଦି ଜଳବାୟୁକୁ ନିଯନ୍ତ୍ରଣ କରୁଥିବା ଡାଇକ । ଜୀବ-ଭୂତି-ରସାୟନ ଚକ୍ରରେ ଭାଗ ନେଇଥିବା ଜଳ, ଅଙ୍ଗାରକ, ଯବକ୍ଷାରଜାନ ପରି ଅଜୈବିକ ପଦାର୍ଥ, ଜୀବର ଶଣୀର ଗଠନରେ ସାହାଯ୍ୟ କରୁଥିବା ପୁଷ୍ଟିସାର, ସ୍ନେହସାର ଓ ଶ୍ଵେତସାର ଇତ୍ୟାଦି ଜୈବିକ ଓ ଅଜୈବିକ ଉପାଦାନ ମଧ୍ଯରେ ସଂଯୋଗ ସୃଷ୍ଟିକାରୀ ପଦାର୍ଥ ।
  • ଉତ୍ପାଦକ – ପରିବେଶରେ ଥ‌ିବା ସମସ୍ତ ପ୍ରକାର ସବୁଜ ଉଭିଦ, ଘାସ, ଗଛ ଇତ୍ୟାଦି ଉତ୍ପାଦକ ଅଟନ୍ତି । ଶକ୍ତିରେ ରୂପାନ୍ତରିତ କରେ । ନିଜ ଖାଦ୍ୟ ନିଜେ ତିଆରି କରୁଥିବାରୁ ସେମାନଙ୍କୁ ସ୍ଵପୋଷୀ ବା ସ୍ବଭୋଜୀ କୁହାଯାଏ ।
  • ଭକ୍ଷକ – ଭକ୍ଷକମାନଙ୍କଠାରେ ଅଜୈବିକ ଉପାଦାନରୁ ନିଜ ପାଇଁ ଖାଦ୍ୟ ତିଆରି କରିବାର କ୍ଷମତା ନାହିଁ । ପରଭୋଜୀ କୁହାଯାଏ । ଖାଦ୍ୟ ଅଭ୍ୟାସ ଅନୁସାରେ ପରଭୋଜୀମାନେ ପ୍ରାଥମିକ ଭକ୍ଷକ, ଦ୍ୱିତୀୟକ ଭକ୍ଷକ, ତୃତୀୟ ଭକ୍ଷକ ଏବଂ ଶୀର୍ଷ ଭକ୍ଷକ ହୋଇଥା’ନ୍ତି । ଉଦାହରଣ ତୃଣଭୋଜୀମାନେ ପ୍ରାଥମିକ ଭକ୍ଷକ ହୋଇଥିବାବେଳେ ତୃଣଭୋଜୀମାନଙ୍କୁ ଖାଉଥ‌ିବା ମାଂସାଶୀ ପ୍ରାଣୀ ଦ୍ବିତୀୟକ ଭକ୍ଷକ, ସେମାନଙ୍କୁ ଖାଉଥ‌ିବା ପ୍ରାଣୀ ତୃତୀୟକ ଓ ଏହି କ୍ରମରେ ଶେଷରେ ରହୁଥ‌ିବା ପ୍ରାଣୀକୁ ଶୀର୍ଷ ଭକ୍ଷକ କୁହାଯାଏ ।
  • ଅପଘଟକ- ଅପପଟକମାନେ ନିଜର ଖାଦ୍ୟପାଇଁ ମୃତହାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଉଥ‌ିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି । ଉତ୍ପାଦକ ଏବଂ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁ ପରେ ମିଶିଯାଏ । ପରିବେଶର ମୁଖ୍ୟ ଅପଘଟକମାନେ ହେଉଛନ୍ତି ବୀଜାଣୁ, କବକ ଓ କେତେକ ଆଦିପ୍ରାଣୀ ଇତ୍ୟାଦି ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ

Question 2.
ଖାଦ୍ୟ ଶୃଙ୍ଖଳ ଓ ଏହାର ମହତ୍ତ୍ଵ ଆଲୋଚନା କର ।
ଉ-

(i) ଗୋଟିଏ ପରିସଂସ୍ଥାରେ ସବୁଜ ଉଭିଦ ହେଉଛନ୍ତି ଉତ୍ପାଦକ । ତୃଣଭୋଜୀମାନେ ସବୁଜ ଉଦ୍ଭିଦ ଖାଇ ବଞ୍ଚନ୍ତି । ତୃଣଭୋଜୀମାନଙ୍କୁ ମାଂସାଶୀ ପ୍ରାଣୀମାନଙ୍କୁ ଖାଇ ବଞ୍ଚନ୍ତି । ଗୋଟିଏ ପରିସଂସ୍ଥାରେ ସବୁଜ ଉଦ୍ଭଦଠାରୁ ବିଭିନ୍ନ ଅନୁକ୍ରମରେ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀମାନଙ୍କ ବାଟଦେଇ ଖାଦ୍ୟ ଓ ଖାଦ୍ୟସ୍ଥିତ ଶକ୍ତିର ପ୍ରଭାବକୁ ଖାଦ୍ୟଶୃଙ୍ଖଳ କୁହାଯାଏ ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ 1

ଖାଦ୍ୟଶୃଙ୍ଖଳ ସବୁସମୟରେ ଗୋଟିଏ ସରଳ ରେଖାରେ ଗତିକରେ ଓ ଏଥୁରୁ ପରିସଂସ୍ଥାର ବିଭିନ୍ନ ଜୀବଙ୍କ ଭିତରେ ଥ‌ିବା ସମ୍ପର୍କର ସୂଚନା ମିଳେ ।

(ii) ଖାଦ୍ୟଶୃଙ୍ଖଳ ସାଧାରଣତଃ ନିମ୍ନୋକ୍ତ ଖାଦ୍ୟସ୍ତରକୁ ନେଇ ଗଠିତ, ଯଥା- ଉତ୍ପାଦକତାରେ ସବୁଳ ଉଦ୍ଭିଦ ପ୍ରଥମ ଖାଦ୍ୟସ୍ତର ଦଖଲ କରିଛନ୍ତି । ସବୁଜ ଉଦ୍ଭଦରୁ ସିଧାସଳଖ ଖାଦ୍ୟ ଗ୍ରହଣ କରୁଥିବା ତୃଣଭୋଜୀ ପ୍ରାଣୀମାନେ ରହିଛନ୍ତି ଦ୍ବିତୀୟ ଖାଦ୍ୟ ସ୍ତରରେ । ଏହି ପ୍ରାଣୀଙ୍କୁ ଖାଉଥ‌ିବା ମାଂସାଶୀ କ୍ରମ-1 ପ୍ରାଣୀଙ୍କ ସ୍ଥାନ ହେଉଛି ତୃତୀୟ ଖାଦ୍ୟ ସ୍ତର । ଚତୁର୍ଥ ଖାଦ୍ୟ ସ୍ତର ଦଖଲ କରିଛନ୍ତି ମାଂସାଶୀ କ୍ରମ-2 ପ୍ରାଣୀମାନେ ଏବଂ ଏମାନଙ୍କ ଖାଦ୍ୟ ହେଉଛି ମାଂସାଶୀ କ୍ରମ-1 ପ୍ରାଣୀ । ଖାଦ୍ୟ ଶୃଙ୍ଖଳର ଶେଷସ୍ତରରେ ଥ‌ିବା ପ୍ରାଣୀଙ୍କୁ ଶୀର୍ଷ ଭକ୍ଷକ କୁହାଯାଏ । ମାତ୍ର ତିନୋଟି ଖାଦ୍ୟ ସ୍ତରକୁ ନେଇ ମଧ୍ୟ ଖାଦ୍ୟ ଶୃଙ୍ଖଳ ଗଠିତ ହୋଇପାରେ ।

ଖାଦ୍ୟଶୃଙ୍ଖଳର ମହତ୍ତ୍ବ :
(iii) ଖାଦ୍ୟଶୃଙ୍ଖଳରୁ ଗୋଟିଏ ପରିସଂସ୍ଥାରେ ପ୍ରାଣୀମାନଙ୍କ ମଧ୍ୟରେ ଥିବା ଖାଦ୍ୟ ଓ ଖାଦକ ସମ୍ପର୍କ ବିଷୟରେ ଜାଣିହୁଏ । ଏହା ଖାଦ୍ୟ ଉତ୍ପାଦନ ଓ ପ୍ରବାହ ଉପରେ ନିର୍ଭର କରି ପରିସଂସ୍ଥାର ବିଭିନ୍ନ ଜୀବ ଭିତରେ ଗଢ଼ିଉଠିଥିବା ସମ୍ପର୍କର ସୂଚନା ପ୍ରଦାନ କରିଥାଏ ।
(iv) ଏହାଦ୍ଵାରା ଗୋଟିଏ ପରିସଂସ୍ଥାରେ ଘଟୁଥ୍ରେ ଘଟୁଥ‌ିବା ଶକ୍ତି ପ୍ରବାହ ସମ୍ବନ୍ଧରେ ଜାଣିହୁଏ ।
(v) ଚଳନ ବିଷୟରେ ମଧ୍ୟ ଆମେ ଜାଣିପାରିବା ଏବଂ ବିଷାକ୍ତ ପଦାର୍ଥର ଜୈବପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ କରିପାରିବା ।

Question 3.
ଜୀବମଣ୍ଡଳର ଗଠନ ଓ ଉପାଦାନ ବର୍ଣ୍ଣନା କର ।
ଉ-

  • ପୃଥ‌ିବୀପୃଷ୍ଠରେ ଥିବା ସମସ୍ତ ପ୍ରକାର ଜଳର ଉତ୍ସକୁ ଜଳମଣ୍ଡଳ କୁହାଯାଏ । ଜଳମଣ୍ଡଳରେ ସବୁ ସମୁଦ୍ର, ହିମପ୍ରବାହ, ନଦୀ, ହ୍ରଦ, ପୁଷ୍କରିଣୀ ଓ ଝରଣା ଇତ୍ୟାଦିର ଜଳସହ ଭୂତଳ ଜଳ ରହିଅଛି ।
  • ଭୂପୃଷ୍ଠର ପ୍ରାୟ 640 କି.ମି. ଉପରକୁ ବ୍ୟାପିଥିବା ଅଞ୍ଚଳକୁ ବାୟୁମଣ୍ଡଳ କୁହାଯାଏ । ବାୟୁମଣ୍ଡଳ 78.62% ଯବକ୍ଷାରଜାନ, 20.84% ଅମ୍ଳଜାନ, 0.03 ଭାଗ ଅଙ୍ଗାରକାମ୍ଳ, ଅବଶିଷ୍ଟ ଜଳୀୟବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍‌କୁ ନେଇ ଗଠିତ ।
  • ଅଶ୍ମମଣ୍ଡଳ ବା ପ୍ରସ୍ତରମଣ୍ଡଳ ପୃଥ‌ିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ମାଟି, ପଥର, ପାହାଡ଼, ପର୍ବତ ଇତ୍ୟାଦିକୁ ନେଇ ଗଠିତ । ଜୀବମଣ୍ଡଳର ଅର୍ଥ କେବଳ ଜୀବମାନଙ୍କର ସମଷ୍ଟି ନୁହେଁ, ବରଂ ଏହା ସମଗ୍ର ଜୀବଜଗତ ଓ ଏଥୁସହିତ ସଂଶ୍ଳିଷ୍ଟ ପରିବେଶକୁ ମଧ୍ୟ ବୁଝାଏ । ପୃଥ‌ିବୀର ସମସ୍ତ ପରିସଂସ୍ଥାକୁ ନେଇ ଏହା ଗଠିତ ହୋଇଥାଏ ।
  • ଏହା ସୌରଶକ୍ତି ଦ୍ଵାରା ପରିଚାଳିତ ଏବଂ ଆତ୍ମନିୟନ୍ତ୍ରଣକ୍ଷମ ଏକ ପ୍ରାକୃତିକ ସଂସ୍ଥା ଅଟେ । ଏହାକୁ ପୃଥ‌ିବୀର ସବୁଠାରୁ ବଡ଼ ପରିସଂସ୍ଥା ଭାବେ ଗ୍ରହଣ କରାଯାଇପାରିବ ।
  • ଏହା ଜୈବ ସଙ୍ଗଠନର ସର୍ବୋଚ୍ଚ ସ୍ତର ଅଟେ । ଏହାର ମୁଖ୍ୟ ଉପାଦାନ ହେଉଛି – ସମସ୍ତ ଜୀବଙ୍କ ସମଷ୍ଟି, ବାୟୁମଣ୍ଡଳ, ଜଳମଣ୍ଡଳ, ଅଶ୍ମମଣ୍ଡଳ ଏବଂ ଜୀବମାନଙ୍କଠାରୁ ଜାତ ପଦାର୍ଥ ତଥା ଜୈବିକ ଚକ୍ର ସୃଷ୍ଟି କରୁଥିବା ସବୁ ପଦାର୍ଥ ।
  • ଫେରନ୍ତାସଙ୍କେତ ବ୍ୟବସ୍ଥାଦ୍ଵାରା ଏହା ସମସ୍ଥିତି ବଜାୟ ରଖୁଥାଏ ।

Question 4.
‘ପରିସଂସ୍ଥାରେ ଶକ୍ତିର ପ୍ରବାହ ଏକତରଫା’ – ଆଲୋଚନା କର ।
ଉ-

  • ପରିସଂସ୍ଥାରେ ଶକ୍ତିର ପ୍ରବାହ ସୂର୍ଯ୍ୟଙ୍କଠାରୁ ଆରମ୍ଭ ହୋଇ ଉତ୍ପାଦକ, ତୃଣଭୋଜୀ, ମାଂସାଶୀ କ୍ରମ-1 ଓ 2 ତଥା ଶୀର୍ଷଭକ୍ଷକ ଠାରେ ଖାଦ୍ୟ ଜରିଆରେ ପହଞ୍ଚିଥାଏ ।
  • ଯେକୌଣସି ପରିସଂସ୍ଥାରେ ଶକ୍ତିର ପ୍ରବାହ ସୂର୍ଯ୍ୟଙ୍କଠାରୁ ସ୍ଵପୋଷୀ ଏବଂ ତା’ପରେ ସମସ୍ତ ଭକ୍ଷକ ଓ ଅପଘଟକମାନଙ୍କ ଭିତରେ ସିଧାସଳଖ ଏକ ଦିଗରେ ହୋଇଥାଏ । ତେଣୁ ଶକ୍ତିର ପ୍ରବାହ ଅଣଚକ୍ରାକାର ବା
  • ଆର୍.ଏଲ୍.ଲିଣ୍ଡେମାନ୍ ନାମକ ଜଣେ ପରିବେଶବିତ୍ 1942 ମସିହାରେ ବିଭିନ୍ନ ପୋଷକସ୍ତରରେ ମିଳୁଥିବା ଶକ୍ତିର ପରିମାଣକୁ ଅଧ୍ୟୟନ କରି ‘10% ନିୟମ’ ପ୍ରଣୟନ କରିଥିଲେ । ଉଦାହରଣ : ଯଦି ଗୋଟିଏ ପରିସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 100 କ୍ୟାଲୋରୀ ହୁଏ, ତେବେ ତୃଣଭୋଜୀ ସ୍ତରରେ ଶକ୍ତିର ପରିମାଣ 10 କ୍ୟାଲୋରୀ ହେବ ।
  • ସେହିପରି ମାଂସାଶୀକ୍ରମ ସ୍ତର- 1 ଠାରେ 1 କ୍ୟାଲୋରୀ ଶକ୍ତି ମିଳିବ ଓ ମାଂସାଶୀ ସ୍ତର-2ଠାରେ ମାତ୍ର 0.1 କ୍ୟାଲୋରୀ ଶକ୍ତି ମିଳିବ ।
  • ସୁତରାଂ ପରିବେଶରେ ତୃଣଭୋଜୀ ସ୍ତରରେ ସବୁଠାରୁ ଅଧ‌ିକ ଶକ୍ତି ମିଳିଥାଏ ଏବଂ ଶେଷସ୍ତରଠାରେ ସବୁଠାରୁ କମ୍ ଶକ୍ତି ମିଳିଥାଏ ।

Question 5.
ଅମ୍ଳଜାନଚକ୍ର ବିଷୟରେ ଆଲୋଚନା କର ।
ଉ-
ଅମ୍ଳଜାନ ଚକ୍ର : ଅମ୍ଳଜାନ ବାୟୁମଣ୍ଡଳରେ ୨୧ ଭାଗ ଥାଏ । ଜଳରେ ଦ୍ରବୀଭୂତ ହୋଇଥାଏ । ବିଭିନ୍ନ ପଦାର୍ଥ ଯଥା- ସଲଫର ଡାଇଅକ୍ ସାଇଡ଼୍ ନାଇଟ୍ରୋଜେନ୍ ଅକ୍‌ସାଇଡ଼, ଅଙ୍ଗାରକାମ୍ଳ ଓ କାର୍ବନ ମନୋଅକ୍‌ସାଇଡ୍ ଇତ୍ୟାଦି ବାୟୁ ମଣ୍ଡଳରେ ଥାଏ । ନାଇଟ୍ରେଟ୍, ଯବକ୍ଷାର ସହ ମିଶି ଜଳ ଓ ମୃତ୍ତିକାରେ ରହି ଥାଏ । ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, DNA, RNA ବିଭିନ୍ନ ପରିମାଣରେ ଥାଏ ।

  • ଶ୍ଵାସନ ଓ ଅପଘଟନ ପ୍ରକ୍ରିୟାରେ ଜୀବ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ଛାଡ଼େ ।
  • ଅଣୁଜୀବମାନେ ମୃତ ଶରୀରର ଅପଘଟନ କଳାନ୍ତି ।
  • ଉଭିଦ ଅଙ୍ଗାରକାମ୍ଳ ନେଇ ଆଲୋକଶ୍ଳେଷଣରେ ଶର୍କରା ପ୍ରସ୍ତୁତି କରେ ଓ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼େ । ଅଙ୍ଗାରକର ମାଟି, ଜଳ, ବାୟୁମଣ୍ଡଳ ଓ ଜୀବଶରୀର ମାଧ୍ୟମରେ ଚକ୍ରାକାର ପ୍ରବାହ ପ୍ରକ୍ରିୟା ବର୍ଣ୍ଣନ କର ।

ଅବସ୍ଥାରେ ଦେଖିବାକୁ ମିଳେ । ଏହି ଗ୍ୟାସ୍ ମାଟିରେ ଅପଘଟିତ ଜୈବ ଅଙ୍ଗାରକ ଭାବରେ ଥାଏ । ଖଣିଜ ତୈଳ, କୋଇଲା, ଗ୍ରାଫାଇଟ୍ ଓ ହୀରାରେ ଜୀବମଣ୍ଡଳ ଓ ଜୀବ ମଣ୍ଡଳରୁ ଜଳ, ମାଟି ଓ ପୁଣି ବାୟୁମଣ୍ଡଳକୁ ଯାତାୟତ କରିଥାଏ । ଏହି ପ୍ରକ୍ରିୟାକୁ ଅଙ୍ଗାରକଚକ୍ର କୁହାଯାଏ ।

6. ଅଙ୍ଗାରକର ମାଟି, ଜଳ, ବାୟୁମଣ୍ଡଳ ଓ ଜୀବଶରୀର ମାଧ୍ୟମରେ ଚକ୍ରାକାର ପ୍ରବାହ ପ୍ରକ୍ରିୟା ବଣ୍ଡନ କର ।
ଉ-
ଅପଘଟିତ ଜୈବ ଅଙ୍ଗାରକ ଭାବରେ ଥାଏ । ଖଣିଜ ତୈଳ, କୋଇଲା, ଗ୍ରାଫାଇଟ୍ ଓ ହୀରାରେ କାର୍ବୋନେଟ୍ ପଥରରେ ଜମିଥାଏ । ବାୟୁମଣ୍ଡଳରୁ ଜୀବମଣ୍ଡଳ ଓ ଜୀବ ମଣ୍ଡଳରୁ ଜଳ, ମାଟି ଓ ପୁଣି ବାୟୁମଣ୍ଡଳକୁ ଯାତାୟତ କରିଥାଏ । ଏହି ପ୍ରକ୍ରିୟାକୁ

BSE Odisha 10th Class Life Science Solutions Chapter 9 ଆମ ପରିବେଶ 3

BSE Odisha 10th Class Life Science Solutions Chapter 9 ଆମ ପରିବେଶ

Question 7.
ସଂକ୍ଷେପରେ ଉତ୍ତର ଦିଅ ।
(କ) ପରିସଂସ୍ଥାରେ ଅପଘଟକଙ୍କର ଭୂମିକା କ’ଣ ?
ଉ-

  • ଅପଘଟକମାନେ ନିଜର ଖାଦ୍ୟପାଇଁ ମୃତପ୍ରାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଉଥ‌ିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି । ଉତ୍ପାଦକ ଏବଂ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁ ପରେ ତାହା ଅପଘଟକମାନଙ୍କ ଦ୍ବାରା ବିଭିନ୍ନ ମୌଳିକ ଉପାଦାନରେ ପରିଣତ ହୋଇ ମାଟି ଓ ବାୟୁମଣ୍ଡଳରେ ମିଶିଯାଏ ।
  • ପରିବେଶର ମୁଖ୍ୟ ଅପଘଟକମାନେ ହେଉଛନ୍ତି ବୀଜାଣୁ, କବକ, କେତେକ ଆଦିପ୍ରାଣୀ ଇତ୍ୟାଦି ।

(ଖ) ଜୈବ ପରିବର୍ତ୍ତନ କ’ଣ ? ଏଥୋଗୁଁ ଆମର କି ଅସୁବିଧା ହେଉଛି ?
ଉ-

  • କେତେକ ବିଷାକ୍ତ ପଦାର୍ଥ ଜୀବ ଶରୀର ମଧ୍ୟରେ ସହଜରେ କ୍ଷୟ ହୁଏନାହିଁ । ତେଣୁ ଏହିସବୁ ବିଷାକ୍ତ ପଦାର୍ଥ ରେଚନ କ୍ରିୟାଦ୍ଵାରା ପ୍ରାଣୀ ଶରୀରରୁ ନିଷ୍କାସିତ ହୋଇପାରେ ନାହିଁ । ଶରୀରର କୋଷମାନଙ୍କ ମଧ୍ୟରେ ଏହା ଜମା ହୋଇ ରହେ ଓ ପ୍ରାଣୀର ସହନ ଶକ୍ତିର ବାହାରକୁ ଚାଲିଗଲେ ଶରୀର ଭିତରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ସୁତରାଂ ବିଷାକ୍ତ ପଦାର୍ଥର କ୍ରମାଗତ ବୃଦ୍ଧିକୁ ଜୈବ ପରିବର୍ତ୍ତନ କୁହାଯାଏ ।
  • ଜୈବ ପରିବର୍ଦ୍ଧନଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାର କୀଟନାଶକ ବଦ୍ଧିତ ପରିମାଣରେ ଜମା ହେଉଛି ଓ ବିଭିନ୍ନ ରୋଗରେ ଆମେ ଆକ୍ରାନ୍ତ ହେଉଛୁ ।

(ଗ) ଖାଦ୍ୟଜାଲି କହିଲେ କ’ଣ ବୁଝ ?
ଉ-

  • ପରିବେଶରେ ଗୋଟିଏ ପ୍ରକାର ଖାଦ୍ୟକୁ ଅନେକ ପ୍ରକାର ପ୍ରାଣୀ ଖାଆନ୍ତି, ଉଦାହରଣ – ଘାସକୁ ଝିଣ୍ଟିକା, ଠେକୁଆ, ହରିଣ ଖାଇ ବଞ୍ଚନ୍ତି । ଅନ୍ୟ ପକ୍ଷରେ ଗୋଟିଏ ଖାଦକ (ପ୍ରାଣୀ) କେବଳ ଗୋଟିଏ ପ୍ରକାର ଖାଦ୍ୟ ଉପରେ ନିର୍ଭର ନ କରି ଅନେକ ପ୍ରକାର ଖାଦ୍ୟ ଖାଇ ବଞ୍ଚେ । ଉଦାହରଣ ମଣିଷ ତୃଣଭୋଜୀ ହୋଇପାରେ, ମାଂସାଶୀ (C1) ହୋଇପାରେ ବା ସର୍ବଭୋଜୀ ମଧ୍ୟ ହୋଇପାରେ ।
  • ପରିବେଶରେ ଗୋଟିଏ ଜୀବ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ବଞ୍ଚେ ଏବଂ ସେହି ପ୍ରାଣୀକୁ ଅନ୍ୟ ପ୍ରାଣୀମାନେ ଖାଦ୍ୟସାରେ ବ୍ୟବହାର କରିଛି । ତେଣୁ ପରିବେଶରେ ପ୍ରାଣୀମାନଙ୍କ ମଧ୍ୟରେ ଖାବ୍ୟସମ୍ପର୍କ ଗୋଟିଏ ସରଳରେଖା ପରି ନହୋଇ ଏକ ଗଛର ଶାଖା ପ୍ରଶାଖା ପରି ଛନ୍ଦି ହୋଇ ଖାଦ୍ୟଜାଲି ସୃଷ୍ଟି କରିଥାଏ ।

(ଘ) ଇକୋଲୋଜିକାଲ ପିରାମିଡ୍ କ’ଣ ? ଏହା କି କି ପ୍ରକାରର ?
ଉ-

  • ଚାରଲସ୍ ଏଲ୍‌ଟନ୍‌ 1927 ମସିହାରେ ଦର୍ଶାଇଥିଲେ ଯେ, ପରିସଂସ୍ଥାରେ ଉତ୍ପାଦକମାନଙ୍କ ସଂଖ୍ୟା ସବୁଠାରୁ ଅଧିକ ଏବଂ ତୃତୀୟକ ଭକ୍ଷକ ତଥା ଶୀର୍ଷ ଭକ୍ଷକଙ୍କ ସଂଖ୍ୟା ସବୁଠାରୁ କମ୍ ।
  • ଉତ୍ପାଦକ ସ୍ତରଠାରୁ ତୃତୀୟକ ଭକ୍ଷକ ସ୍ତର ପର୍ଯ୍ୟନ୍ତ ଜୀବମାନଙ୍କସଂଖ୍ୟା କ୍ରମାଗତଭାବେ କମିକମି ଯାଏ । ସଂଖ୍ୟା ଅନୁସାରେ ଏମାନଙ୍କୁ ସଜାଇ ରଖିଲେ ଏହା ଏକ ପିରାମିଡ଼ ପରି ଦେଖାଯିବ । ଏହାକୁ ସଂଖ୍ୟା ପିରାମିଡ୍ କୁହାଯାଏ ।
  • ଜୀବମାନଙ୍କ ଜୈବିକ ବସ୍ତୁତ୍ୱ ଉତ୍ପାଦକ ସ୍ତରଠାରୁ କ୍ରମାଗତ ଭାବେ କମିଯାଏ ।
  • ଶକ୍ତିର ପ୍ରବାହରେ ମଧ୍ଯ ପ୍ରତ୍ୟେକ ସ୍ତରରେ ପୂର୍ବବର୍ତ୍ତୀ ସ୍ତର ତୁଳନାରେ କମ୍ ଶକ୍ତି ଉପଲବ୍ଧ ହୋଇଥାଏ ଏହି ଦୁଇ ଅବସ୍ଥାକୁ ବିଚାରକୁ ନେଇ ଗଠନ କରାଯାଇଥିବା ପିରାମିଡ଼କୁ ଯଥାକ୍ରମେ ଜୈବିକ ବସ୍ତୁତ୍ବ ପିରାମିଡ୍ ଓ ଶକ୍ତି ପିରାମିଡ୍ ଗଠିତ ହୋଇଥାଏ ।

(ଙ) ପରିସଂସ୍ଥାରେ ସମସ୍ଥିତି କିପରି ସମ୍ଭବ ହୁଏ ?
ଉ-

  • ପରିବର୍ତ୍ତନଶୀଳ ବାହ୍ୟ ପରିବେଶରେ ସଫଳଭାବେ ବଞ୍ଚିରହିବାପାଇଁ ଜୀବମାନେ ନିଜ ଶରୀରର ଅନ୍ତଃପରିବେଶକୁ ସ୍ଥିର ରଖୁବାକୁ ଚେଷ୍ଟା କରନ୍ତି । ଅଧିକ ଗରମ ହେଲେ ଆମ ଦେହରୁ ଝାଳ ବାହାରି ଆମ ଶରୀରକୁ ଥଣ୍ଡାକରେ। ଅତ୍ୟର୍ଥକ ଶୀତ ପ୍ରକୋପରୁ ରକ୍ଷାପାଇବାପାଇଁ ଲୋମଟାଙ୍କୁରି ଉଠେ ବା ଶରୀର ଥରିବାକୁ ଆରମ୍ଭ କରେ । ଜୀବ ନିଜ ଶରୀର ମଧ୍ୟରେ ଥ‌ିବା ନିର୍ଦ୍ଦିଷ୍ଟ ନିୟନ୍ତ୍ରଣ ପ୍ରକ୍ରିୟା ଦ୍ବାରା ଦେହ ଭିତର ପରିବେଶରେ ସମସ୍ଥିତି ରକ୍ଷା କରିପାରେ ।
  • ଗୋଟିଏ ପରିସଂସ୍ଥାରେ ସମସ୍ଥିତି ରକ୍ଷାପାଇଁ ତହିଁରେ ଥ‌ିବା ଉପାଦାନମାନେ ପରସ୍ପର ମଧ୍ୟରେ ସନ୍ତୁଳନ ରକ୍ଷା କରି କାର୍ଯ୍ୟକରନ୍ତି । ଯଦି କୌଣସି କାରଣରୁ ସମସ୍ଥିତି ଦୁର୍ବଳ ହୁଏ ବା ଏଥ‌ିରେ ବ୍ୟାଘାତ ସୃଷ୍ଟିହୁଏ, ତେବେ ପରିସଂସ୍ଥାର ଭାରସାମ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ପରିସଂସ୍ଥାର ସଫଳ କାର୍ଯ୍ୟକାରିତାପାଇଁ ସମସ୍ଥିତି ଏକାନ୍ତ ଆବଶ୍ୟକ ।

(ଚ) ଦଶ ପ୍ରତିଶତ ନିୟମ ବୁଝାଅ ।
ଉ-

  • ଆର୍.ଏଲ୍.ଲିଣ୍ଡେମାନ୍ ନାମକ ଜଣେ ପରିବେଶବିତ୍ 1942 ମସିହାରେ ବିଭିନ୍ନ ପୋଷକସ୍ତରରେ ମିଳୁଥିବା ଶକ୍ତିର ପରିମାଣକୁ ଅଧ୍ୟୟନ କରି ‘10% ନିୟମ’ ପ୍ରଣୟନ କରିଥିଲେ ଉଦାହରଣ : ଯଦି ଗୋଟିଏ ପରିସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 100 କ୍ୟାଲୋରି ହୁଏ, ତେବେ ତୃଣଭୋଜୀ ସ୍ତରରେ ଶକ୍ତିର ପରିମାଣ 10 କ୍ୟାଲୋରି ହେବ ।
  • ସେହିପରି ମାଂସାଶୀକ୍ରମ ସ୍ତର – 1 ଠାରେ l କ୍ୟାଲୋରି ଶକ୍ତି ମିଳିବ ଓ ମାଂସାଶୀ ସ୍ତର-2 ଠାରେ ମାତ୍ର 0.1 କ୍ୟାଲୋରି ଶକ୍ତି ମିଳିବ । ଏଥୁରୁ ଆମେ ଜାଣିଲୁ ପରିବେଶରେ ତୃଣଭୋଜୀ ସ୍ତରରେ ସବୁଠାରୁ ଅଧିକ ଶକ୍ତି ମିଳିଥାଏ ଏବଂ ଶେଷସ୍ତରଠାରେ ସବୁଠାରୁ କମ୍ ଶକ୍ତି ମିଳିଥାଏ ।

(ଛ) ‘ପରିସଂସ୍ଥା’ କହିଲେ କ’ଣ ବୁଝ ?
ଉ-

  • ଗୋଟିଏ ଅଞ୍ଚଳରେ ବାସକରୁଥିବା ସମସ୍ତ ସଜୀବ (ଉଦ୍ଭଦ, ପ୍ରାଣୀ, ଅଣୁଜୀବ) ଓ ନିର୍ଜୀବ ବସ୍ତୁ (ମାଟି, ପାଣି, ପବନ)କୁ ନେଇ ପରିସଂସ୍ଥା ଗଠିତ ହୋଇଥାଏ । ଏହା ପ୍ରକୃତିର ଏକ ଗାଠନିକ ଓ କ୍ରିୟାତ୍ମକ ଏକକ ।
  • ଜୀବମଣ୍ଡଳରେ ଅନେକ ପ୍ରକାର ପରିସଂସ୍ଥା ରହିଛି, ଯଥା- ଜଙ୍ଗଲ ପରିସଂସ୍ଥା, ତୃଣଭୂମି ପରିସଂସ୍ଥା, ମରୁଭୂମି ପରିସଂସ୍ଥା, ପୁଷ୍କରିଣୀ ପରିସଂସ୍ଥା, ନଦୀ ପରିସଂସ୍ଥା ଓ ସମୁଦ୍ର ପରିସଂସ୍ଥା । ‘ଇକୋସିଷ୍ଟମ’ ଶବ୍ଦର ବ୍ୟବହାର ପ୍ରଥମେ 1935 ମସିହାରେ ଏ.ଜି.ଟାନ୍‌ସ୍‌ଲେ କରିଥିଲେ ।

Question 8.
ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
(କ) ଜୈବ-ଅବନମିତଅକ୍ଷମ ବର୍ଜ୍ୟ
ଉ-

  • ବଡ଼ବଡ଼ ସହରମାନଙ୍କରୁ ବାହାରୁଥିବା ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ, ପାରଦ ଓ ଅନ୍ୟ ରାସାୟନିକ ପଦାର୍ଥ, ଧାତୁନିର୍ମିତ ପଦାର୍ଥ ଆଦି ଜୈବ-ଅବନମିତକ୍ଷମ ପଦାର୍ଥ ଅଟନ୍ତି ।
  • ପରିବେଶରେ ଅଣୁଜୀବଙ୍କଦ୍ବାରା ଏହାର ଅପଘଟନ ହୁଏ ନାହିଁ । ଏଗୁଡ଼ିକ ପରିବେଶରେ ଜମାହୋଇ ରହନ୍ତି ।
  • ଏ ଭିତରୁ କିଛି ଖାଦ୍ୟଶୃଙ୍ଖଳ ମାଧ୍ୟମରେ ଜୀବମାନଙ୍କ ଶରୀରରେ ପ୍ରବେଶ କରି ଜୈବପରିବର୍ତ୍ତନ କରାନ୍ତି । ଏହାର ପ୍ରଭାବରେ ମଣିଷ ଓ ଗୃହପାଳିତ ପଶୁ ବହୁରୋଗରେ ଆକ୍ରାନ୍ତ ହେଲେଣି ।

(ଖ) ଜୈବ ଅବନମିତକ୍ଷମ ବର୍ଜ୍ୟ
ଉ-

  • ସମସ୍ୟା ସୃଷ୍ଟି କଲାଣି । କାରଣ ସବୁପ୍ରକାର ବର୍ଜ୍ୟବସ୍ତୁକୁ କ୍ଷୟ କରିବାର କ୍ଷମତା ପରିବେଶର ନାହିଁ । ପନିପରିବା, ଫଳମୂଳ, ପତ୍ର, କାଗଜ, କାଠ ଇତ୍ୟାଦି ଜୈବ ପଦାର୍ଥ ଜୈବ ଅବନମିତକ୍ଷମ ।
  • ଏହିସବୁ ଜୈବ ପଦାର୍ଥ ପରିବେଶରେ ଅପଘଟିତ ହୋଇ ମାଟିରେ ମିଶେ । କିନ୍ତୁ ବର୍ଜ୍ୟର ସୁପରିଚାଳନା ନହେବା ଦ୍ଵାରା ଏହା ବହୁଳ ପରିମାଣରେ ପରିବେଶରେ ଜମା ହୋଇ ରହୁଛି । ବର୍ଷାଦିନେ ଏହା ପଚି ବାୟୁ ଓ ଭୂପୃଷ୍ଠଜଳ ପ୍ରଦୂଷଣ ସହିତ ଭୂତଳ ଜଳ ପ୍ରଦୂଷଣର ମଧ୍ଯ କାରଣ ହୋଇପଡୁଛି ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ

(ଗ) କଳ୍ପବୃକ୍ଷ
ଉ-

  • ଦିଲ୍ଲୀ ଏବଂଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଉପରେ ଗବେଷଣା କରିବା ସହିତ ସବୁଜ ବଳୟ ସୃଷ୍ଟିପାଇଁ 1979 ମସିହାଠାରୁ ‘କଳ୍ପବୃକ୍ଷ’ ନାମକ ଏକ ସଂସ୍ଥା କାର୍ଯ୍ୟ କରୁଛି ।
  • ସଂସ୍ଥା ତରଫରୁ ସ୍କୁଲ ଛାତ୍ରମାନଙ୍କୁ ପରିବେଶ ସୁରକ୍ଷା ବିଷୟରେ ଶିକ୍ଷା ଅଞ୍ଚଳରେ ଖଣି ଉତ୍ତୋଳନ ଯୋଗୁଁ ସୃଷ୍ଟି ହେଉଥ‌ିବା ପରିବେଶ ସମସ୍ୟା ଉପରେ ଏହି ସଂସ୍ଥା କାର୍ଯ୍ୟ କରୁଛି ।

(ଘ) ଅମ୍ଳବର୍ଷା
ଉ-

  • ଦିଲ୍ଲୀ ଏବଂଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଉପରେ ଗବେଷଣା କରିବା ସହିତ ସବୁଜ ବଳୟ ସୃଷ୍ଟିପାଇଁ 1979 ମସିହାଠାରୁ ‘କଳ୍ପବୃକ୍ଷ’ ନାମକ ଏକ ସଂସ୍ଥା କାର୍ଯ୍ୟ କରୁଛି ।
  • ଏହାର ପ୍ରଭାବରେ ଜଙ୍ଗଲ, ଘାସପଡ଼ିଆ ଏବଂ ଶସ୍ୟକ୍ଷେତ୍ରର ଉତ୍ପାଦନ କ୍ଷମତା ହ୍ରାସ ପାଇଲାଣି ।

(ଙ) ସବୁଜ କୋଠରି ପ୍ରଭାବ
ଉ-

  • କୋଠରି ପ୍ରଭାବ ପରିଲକ୍ଷିତ ହେଉଛି । ଏଥୁଗୁଁ ଧୀରେ ଧୀରେ ବାୟୁମଣ୍ଡଳର ତାପମାତ୍ରା ବଢ଼ି ଏହା ବିଶ୍ଵତାପନ ବା ଗ୍ଲୋବାଲ ୱାରମିଂର କାରଣ ହେଲାଣି ।
  • ବିଶ୍ଵତାପନ ଯୋଗୁଁ ସମୁଦ୍ର ଜଳପତ୍ତନ ବଢ଼ିବାରେ ଲାଗିଛି ଏବଂ ବିଶ୍ୱ ଜଳବାୟୁରେ ଅବାଞ୍ଛିତ ପରିବର୍ତ୍ତନ ଘଟୁଛି ।

(ଚ) ଓଜୋନ୍ ଛିଦ୍ର
ଉ-

  • ଶୀତଳୀକରଣ ଯନ୍ତ୍ରରେ ବ୍ୟବହୃତ କ୍ଲୋରୋଫ୍ଲୋରୋକାର୍ବନ (CFC) ଗ୍ୟାସ ଓଜୋନ୍ ସ୍ତରରେ ଛିଦ୍ର ସୃଷ୍ଟି କଲାଣି । ଫଳରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣି ରଶ୍ମି ଏହି ଛିଦ୍ର ଦେଇ ଏବେ ପୃଥ‌ିବୀପୃଷ୍ଠରେ ସିଧାସଳଖ ପହଞ୍ଚିଲାଣି ।
  • ଏହାର ପ୍ରଭାବରେ ମନୁଷ୍ୟଙ୍କ ଦେହରେ ଚର୍ମ କର୍କଟ ରୋଗ ଓ ଆଟ୍‌ରେ ପରଳ ରୋଗ ଦେଖାଦେଉଛି ।

(ଛ) ସ୍ଥୂଳ ପୋଷକ
ଉ-

  • ଜୀବ ବଞ୍ଚିବା ଓ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ମୌଳିକ ଉପାଦାନ ଆବଶ୍ୟକ ।
  • ଜୀବ ଶରୀରପାଇଁ ଅଧୂକ ପରିମାଣରେ ଆବଶ୍ୟକ ହେଉଥ‌ିବା କାର୍ବନ, ନାଇଟ୍ରୋଜେନ୍, ଅକସିଜେନ, ହାଇଡ୍ରୋଜେନ୍, ପଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ସଲଫର ଫସଫରସ୍ ପରି ମୌଳିକ ଉପାଦାନକୁ ସ୍ଥୂଳ ପୋଷକ କୁହାଯାଏ ।

(ଜି) ସୂକ୍ଷ୍ମ ପୋଷକ
ଉ-

  • ଜୀବ ଶରୀର ପାଇଁ ଖୁବ୍ କମ୍ ପରିମାଣରେ ଆବଶ୍ୟକ ହେଉଥିବା ମୌଳିକଗୁଡ଼ିକୁ ସୂକ୍ଷ୍ମ ପୋଷକ କୁହାଯାଏ ।
  • କପର, ମାଙ୍ଗାନିଜ, ଜିଙ୍କ, ବୋରନ୍, କୋବାଲ୍ଟ, ସୋଡ଼ିୟମ ଓ ଲୌହ ଇତ୍ୟାଦି ସୂକ୍ଷ୍ମ ପୋଷକ ଅଟନ୍ତି ।

(ଝ) ଅପଘଟକ
ଉ-

  • ଅପଘଟକମାନେ ନିଜର ଖାଦ୍ୟପାଇଁ ମୃତପ୍ରାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଇଥିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି ।
  • ଉପାଦାନରେ ପରିଣତ ହୋଇ ମାଟି ଓ ବାୟୁମଣ୍ଡଳରେ ମିଶିଯାଏ ।
  • ପରିବେଶର ମୁଖ୍ୟ ଅପଘଟକମାନେ ବୀଜାଣୁ, କବକ ଓ କେତେକ ଆଦିପ୍ରାଣୀ ଅଟନ୍ତି ।

(ଞ) ପରିବେଶ ସନ୍ତୁଳନ
ଉ-
ଜୀବ ଜୀବ ଭିତରେ ତଥା ଜୀବ ଓ ପରିବେଶ ଭିତରେ ଏକ ନିବିଡ଼ ସମ୍ପର୍କ ଗଢ଼ି ଉଠିଛି ଏବଂ ପରିସଂସ୍ଥାରେ ଏକ ସୂକ୍ଷ୍ମ, ସମନ୍ବିତ ସନ୍ତୁଳନ ସମ୍ଭବ ହୋଇଛି । ଏହି ସମନ୍ବିତ ଅବସ୍ଥାକୁ ପରିବେଶ ସନ୍ତୁଳନ ବା ପ୍ରାକୃତିକ ଭାରସାମ୍ୟ କୁହାଯାଏ ।

Question 9.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଜଳମଣ୍ଡଳ କାହାକୁ କୁହାଯାଏ ?
ଭ-
ପୃଥ‌ିବୀପୃଷ୍ଠରେ ଥ‌ିବା ସମସ୍ତ ପ୍ରକାର ଜଳର ଉତ୍ସ; ଯଥା – ସମୁଦ୍ର, ନଦୀ, ହ୍ରଦ, ଝରଣା, ଭୂତଳ ଜଳ ଇତ୍ୟାଦିକୁ ଜଳମଣ୍ଡଳ କୁହାଯାଏ । ଏହା ପୃଥିବୀପୃଷ୍ଠର ସମସ୍ତ ଜଳରାଶି ଓ ଭୂତଳ ଜଳ ସମୂହକୁ ନେଇ ଗଠିତ ।

(ଖ) ଆଲୋକଶ୍ଳେଷଣରେ ସୌରଶକ୍ତି କେଉଁ ଶକ୍ତିରେ ରୂପାନ୍ତରିତ ହୋଇଥାଏ ?
ଉ-
ଆଲୋକଶ୍ଳେଷଣରେ ସୌରଶକ୍ତି ସବୁଜକଣା ଉପସ୍ଥିତିରେ ରାସାୟନିକ ଶକ୍ତିରେ ରୂପାନ୍ତରିତ ହୋଇଥାଏ ।

(ଗ) ସ୍ଵପୋଷୀ କାହାକୁ କୁହାଯାଏ ଓ କାହିଁକି ?
ଉ-
ପରିବେଶରେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରୁଥିବାରୁ ସବୁପ୍ରକାର ସବୁଜ ଉଭିଦମାନଙ୍କୁ ସ୍ଵପୋଷୀ ବା ସ୍ଵଭୋଜୀ କୁହାଯାଏ ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ

(ଘ) ତାପଗତି ବିଜ୍ଞାନର ପ୍ରଥମ ନିୟମ ଉଲ୍ଲେଖ କର ।
ଉ-
ଶକ୍ତି ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ କିନ୍ତୁ ଏହାର ବିଲୟ ଘଟେନାହିଁ କି ଏହା ସୃଷ୍ଟି ହୋଇପାରେ ନାହିଁ । ସବୁଜ ଉଦ୍ଭିଦ ଆଲୋକଶ୍ଳେଷଣ ଜରିଆରେ ସୌରଶକ୍ତିକୁ ରାସାୟନିକ ଶକ୍ତିରେ ରୂପାନ୍ତରିତ କରିବା ଏହାର ଏକ ଉଦାହରଣ ଅଟେ ।

(ଙ) ପରିସଂସ୍ଥାର ଗାଠନିକ ଉପାଦାନର ନାମ ଉଲ୍ଲେଖ କର ।
ଉ- ପ୍ରତ୍ୟେକ ପରିସଂସ୍ଥା 4ଗୋଟି ଗାଠନିକ ଉପାଦାନକୁ ନେଇ ଗଠିତ ଯଥା-

  • ଅଜୈବିକ ଉପାଦାନ,
  • ଉତ୍ପାଦକ,
  • ଭକ୍ଷକ,
  • ଅପଘଟକ

(ଚ) ବାୟୁମଣ୍ଡଳରେ ଯବକ୍ଷାରଜାନ ଓ ଅମ୍ଳଜାନର ଶତକଡ଼ା ପରିମାଣ କେତେ ?
ଉ-
ବାୟୁମଣ୍ଡଳରେ ଯବକ୍ଷାରଜାନର ପରିମାଣ 68.62% ଓ ଅମ୍ଳଜାନର ପରିମାଣ 20.84% ।

(ଛ) ଖାଦ୍ୟଶୃଙ୍ଖଳ କ’ଣ ?
ଉ-
ଗୋଟିଏ ପରିସଂସ୍ଥା ରେ ସବୁଜ ଗଣିତଠାରୁ ବିଭିନ୍ନ କ୍ରମରେ ତୃଣଭୋଳୀ ଓ ମାଂସାଶୀ ପ୍ରାଣୀମାନଙ୍କ ବାଟଦେଇ ଖାଦ୍ୟ ଓ ଖାଦ୍ୟସ୍ଥିତ ଶକ୍ତିର ପ୍ରବାହକୁ ଖାଦ୍ୟଶୃଙ୍ଖଳ କୁହାଯାଏ । ଏହାସବୁ ସମୟରେ ଗୋଟିଏ ସରଳରେଖାରେ ଗତି କରେ ।

(ଜି) ଅପଘଟକର କାର୍ଯ୍ୟ କ’ଣ ?
ଉ-
ଉତ୍ପାଦକ ଓ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁପରେ ଜୈବିକ ପଦାର୍ଥ ଅପଘଟକଙ୍କଦ୍ବାରା ମୌଳିକ ଉପାଦାନରେ ପରିଣତ ହୋଇ ମାଟି ଓ ବାୟୁମଣ୍ଡଳରେ ମିଶିଥାଏ ।

Question 10.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ପରିବେଶରେ ଶ୍ଵେତସାର ତିଆରି କରିପାରୁଥ‌ିବା ସମସ୍ତ ପ୍ରକାର ସବୁଜ ଉଦ୍ଭଦକୁ ସାମୁହିକ ଭାବରେ କ’ଣ କୁହାଯାଏ ?
ଉ-
ଉତ୍ସାଦକ

(ଖ) ଉତ୍ପାଦକ ଓ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁ ପରେ ତାଙ୍କ ଶରୀରକୁ ବିଭିନ୍ନ ମୌଳିକ ଉପାଦାନରେ ପରିଣତ କରି ମାଟିରେ ମିଶାଉଥବା ଜୀବଗୁଡ଼ିକୁ ସାମୂହିକ ଭାବରେ କ’ଣ କୁହାଯାଏ ?
ଉ-
ଅପଘଟକ

(ଗ) ଜଳ, ଅଙ୍ଗାରକ, ଯବକ୍ଷାରଜାନ ଇତ୍ୟାଦି ଅଜୈବିକ ପଦାର୍ଥର ପରିସଂସ୍ଥାରେ ଥ‌ିବା ଅଜୈବିକ ଓ ଜୈବିକ ଉପାଦାନ ମଧ୍ଯରେ ଚକ୍ରାକାର ଗତିକୁ କି ପ୍ରକାର ଚକ୍ର ଭାବରେ ନାମିତ କରାଯାଇଛି ?
ଉ-
ଜୈବ ଭୂ-ରାସାୟନିକ ଚକ୍ର

(ଘ) ପରିସଂସ୍ଥାରେ ଶକ୍ତିର ପ୍ରବାହ କେଉଁ ପ୍ରକାର ?
ଉ-
ଅଣଚକ୍ରାକାର / ଏକତରଫା

(ଙ) ପ୍ରାଣୀ ଶରୀରରୁ କେତେକ ବିଷାକ୍ତ ପଦାର୍ଥ ନିଷ୍କାସିତ ନହୋଇ ଶରୀର କୋଷରେ ଜମାହୋଇ ରହିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
ଭ-
ଜୈବ ପରିବର୍ତନ (Biomagnification)

Question 11.
ଶୂନ୍ୟସ୍ଥାନ ପୂରଣ କର ।
(କ) ପରିସଂସ୍ଥାରେ ପ୍ଲବ ଉଭିଦ ଏକ ………………… ।
(ଖ) ………………… କରିଥିଲେ ।
(ଗ) ନିଜର ଖାଦ୍ୟ ପ୍ରସ୍ତୁତ କରିପାରୁଥିବା ଜୀବମାନଙ୍କୁ ……………………. କୁହାଯାଏ ।
(ଘ) ଖାଦ୍ୟଶକ୍ତି ପାଇଁ ଅନ୍ୟ ଉପରେ ନିର୍ଭର କରୁଥ‌ିବା ଜୀବଙ୍କୁ ……………………. କୁହାଯାଏ ।
(ଙ) ତୃଣଭୋଜୀମାନେ ………………………….. ଶ୍ରେଣୀର ଭକ୍ଷକ ।
(ଚ) ଇକୋଲୋଜିକାଲ ପିରାମଡ଼ର ଧାରଣା ପ୍ରଥମେ ……………………. ଦେଉଥ୍ ଲେ ।

Answers:
(କ) ଉତ୍ପାଦକ
(ଖ) ଏ.ଜି. ଟାନ୍‌ସ୍‌
(ଗ) ସ୍ଵପୋଷୀ/ସ୍ଵଭୋଜୀ
(ଘ) ପରଭୋଜୀ/ଭକ୍ଷକ
(ଙ) ପ୍ରାଥମିକ
(ଚ) ଚାରଲସ୍‌ ଏଲଟନ୍

BSE Odisha 10th Class Life Science Solutions Chapter 9 ଆମ ପରିବେଶ

Question 12.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ|ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ତୃଣଭୂମି ପରିସଂସ୍ଥାରେ ଝିଣ୍ଟିକା ଏକ ଉତ୍ପାଦକ ।
ଭ-
ତୃଣଭୂମି ପରିସଂସ୍ଥାରେ ଝିଣ୍ଟିକା ଏକ ଭକ୍ଷକ ।

(ଖ) ରେଚନ ପ୍ରକ୍ରିୟାଦ୍ଵାରା ସ୍ଥନ୍ୟପାୟୀ ପ୍ରାଣୀମାନଙ୍କ ଶରୀରର ତାପମାତ୍ରା ପ୍ରାୟ ସ୍ଥିର ରହେ
ଭ-
ସମସ୍ଥିତି ପ୍ରକ୍ରିୟାଦ୍ଵାରା ସ୍ଥନ୍ୟପାୟୀ ପ୍ରାଣୀମାନଙ୍କ ଶରୀରର ତାପମାତ୍ରା ପ୍ରାୟ ସ୍ଥିର ରହେ ।

(ଗ) ଆଜୋଟୋବାକୁର ଏକ ସହଜୀବୀ ବ୍ୟାକ୍ଟେରିଆ ।
ଉ-
ଇସ୍‌ରସିଆକୋଲି ଏକ ସହଜୀବୀ ବ୍ୟାକ୍ଟେରିଆ ।

(ଘ) ଗ୍ରାଫାଇଟ୍‌ରେ ବହୁ ପରିମାଣର ଅଙ୍ଗାରକ ଗଚ୍ଛିତ ହୋଇ ରହିଛି ।
ଉ-
ଗ୍ରାଫାଇଟ୍‌ରେ ବହୁ ପରିମାଣର ଅଙ୍ଗାରକ ଗଚ୍ଛିତ ହୋଇ ରହିଛି ।

(ଙ) ଇକୋଲୋଜିକାଲ ପିରାମିଡ଼ର ଧାରଣା ପ୍ରଥମେ ଚାରଲସ୍ ଡାରୱିନ୍ ଦେଇଥିଲେ ।
ଭ-
ଇକୋଲୋଜିକାଲ ପିରାମିଡ଼ର ଧାରଣା ପ୍ରଥମେ ଚାରିଲସ୍ ଏଲ୍‌ଟନ ଦେଇଥିଲେ ।

Question 13.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ପତ୍ର : ଜୈବଅବନମିତକ୍ଷମ :: ପ୍ଲାଷ୍ଟିକ୍‌ନିର୍ମିତ ପଦାର୍ଥ : ………………… ।
(ଖ) ସଲଫର ଡାଇଅକ୍‌ସାଇଡ ଗ୍ୟାସ୍ : ଅମ୍ଳବର୍ଷା :: ସି.ଏଫ୍.ସି. : ………………… ।
(ଗ) କାର୍ବନ : ସ୍ଥୂଳ ପୋଷକ :: ମାଙ୍ଗାନିଜ : ………………… ।
(ଘ) ଦଶ ପ୍ରତିଶତ ନିୟମ : ଲିପ୍ତେମାନ୍ :: ଇକୋଲୋଜିକାଲ ପିରାମିଡ୍ : ………………… ।
(ଙ) ଝିଣ୍ଟିକା : ପ୍ରାଥମିକ ଭକ୍ଷକ :: ବେଙ୍ଗ : ………………… ।

Answers:
(କ) ଅଣ-ଅବନମିତଅକ୍ଷମ
(ଖ) ଓଜୋନ ଛିଦ୍ର
(ଗ) ସୂକ୍ଷ୍ମ ପୋଷକ
(ଘ) ଚାର୍‌ଲସ୍ ଏଲ୍‌ଟନ୍‌
(ଙ) ଦ୍ବିତୀୟକ ଭକ୍ଷକ

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8

Odisha State Board BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8 Textbook Exercise Questions and Answers.

BSE Odisha Class 7 Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8

Question 1.
ଗୋଟିଏ ସ୍ଫୁଟର ଘଣ୍ଟା ପ୍ରତି 40 କି.ମି. ବେଗରେ ଗତି କଲେ 800 ମି. ରାସ୍ତାକୁ କେତେ ସେକେଣ୍ଡରେ ଅତିକ୍ରମ କରିବ ?
ସମାଧାନ: 
ଏଠାରେ ସ୍କୁଟରର ବେଗ (s) = 40 କି.ମି./ଘଣ୍ଟା
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8 1
= \(\frac{1}{50}\) × 3600 ସେକେଣ୍ଡ = 72 ସେକେଣ୍ଡ ବା 1 ମିନିଟ୍ 12 ସେକେଣ୍ଡ ।
∴ ସ୍କୁଟରଟି 800 ମି. ରାସ୍ତାକୁ 1 ମିନିଟ୍ 12 ସେକେଣ୍ଡରେ ଅତିକ୍ରମ କରିବ ।

Question 2.
ଗୋଟିଏ ଟ୍ରେନ୍‌ର ଦୈର୍ଘ୍ୟ 600 ମି. । ଗୋଟିଏ ଖୁଣ୍ଟକୁ ଏହା 40 ସେକେଣ୍ଡରେ ଅତିକ୍ରମ କଲେ ଏହାର ଘଣ୍ଟା ପ୍ରତି ବେଗ କେତେ ?
ସମାଧାନ: 
ଟ୍ରେନ୍ ଏକ ଖୁଣ୍ଟକୁ ଅତିକ୍ରମ କରିବା ଅର୍ଥ ନିଜ ଦୈର୍ଘ୍ୟକୁ ଅତିକ୍ରମ କରିବାକୁ ହେବ ।
ଦୂରତା (d) = 600 ମିଟର ଓ ସମୟ (t) = 40 ସେକେଣ୍ଡ
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8 2
= 15 × 3600 ମି. / ଘଣ୍ଟା = 54 କି.ମି. / ଘଣ୍ଟା 
∴ ଟ୍ରେନ୍‌ର ଘଣ୍ଟା ପ୍ରତି ବେଗ 54 କି.ମି. ।

Question 3.
ସୋନାଲି ପାଦରେ ଚାଲିଚାଲି ଗୋଟିଏ 400 ମି. ଲମ୍ବ ପୋଲକୁ 5 ମିନିଟ୍‌ରେ ଅତିକ୍ରମ କଲେ, 2 ଘଣ୍ଟାରେ କେତେ ବାଟ ଯିବ ?
ସମାଧାନ: 
5 ମିନିଟ୍‌ରେ ସୋନାଲି ଯାଏ 400 ମିଟର ।
1 ମିନିଟ୍‌ରେ ସୋନାଲି ଯାଏ = \(\frac{490}{5}\) ମିଟର = 80 ମିଟର
1 ଘଣ୍ଟା ବା 60 ମିନିଟ୍‌ରେ ସୋନାଲି ଯାଏ 60 × 80 ମି. = 4800 ମି.
ସୋନାଲି 2 ଘଣ୍ଟାରେ ଯିବ = 4800 ମି. × 2 = 9600 ମି. = \(\frac{9600}{1000}\) କି.ମି. = 9.6 କି.ମି. ।
∴ ସୋନାଲି 2 ଘଣ୍ଟାରେ 9.6 କି.ମି. ବାଟ ଯିବ ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8

Question 4.
କିଶୋର ବାବୁ ଘଣ୍ଟା ପ୍ରତି 30 କି.ମି. ବେଗରେ ଯାଇ ଗୋଟିଏ ସ୍ଥାନରେ 6 ଘଣ୍ଟାରେ ପହଞ୍ଚିଲେ । କେତେ ବେଗରେ ଯାଇଥିଲେ ସେହି ସ୍ଥାନରେ ସେ 3 ଘଣ୍ଟାରେ ପହଞ୍ଚାନ୍ତେ ?
ସମାଧାନ: 
କିଶୋର ବାବୁ 1 ଘଣ୍ଟାରେ ଯାଆନ୍ତି 30 କି.ମି. ।
ସେ 6 ଘଣ୍ଟାରେ ଯିଟେ 6 × 30 କି.ମି. = 180 କି.ମି.
∴ ସ୍ଥାନଟିର ଦୂରତ୍ୱ = 180 କି.ମି.
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.8 3
∴ 60 କି.ମି./ଘଣ୍ଟା ବେଗରେ ଯାଇଥିଲେ ସେହି ସ୍ଥାନରେ କିଶୋର ବାବୁ 3 ଘଣ୍ଟାରେ ପହଞ୍ଚିଥାନ୍ତେ ।

Question 5.
ଘଣ୍ଟା ପ୍ରତି 90 କି.ମି. ବେଗରେ ଗତି କରୁଥ‌ିବା ଗୋଟିଏ ଟ୍ରେନ୍ ପ୍ଲାଟଫର୍ମରେ ଛିଡ଼ା ହୋଇଥବା ଗୋଟିଏ ଲୋକକୁ 20 ସେକେଣ୍ଡରେ ଅତିକ୍ରମ କଲେ, ଟ୍ରେନ୍‌ର ଦୈର୍ଘ୍ୟ କେତେ ?
ସମାଧାନ: 
ଟ୍ରେନ୍‌ଟି 1 ଘଣ୍ଟା ବା 3600 ସେକେଣ୍ଡରେ ଯାଏ 90 କି.ମି. ବା 90000 ମିଟର ।
∴ 1 ସେକେଣ୍ଡରେ ଟ୍ରେନ୍‌ଟି ଯାଏ \(\frac{90000}{3600}\) ମିଟର = 25 ମିଟର
20 ସେକେଣ୍ଡରେ ଯିଟେ = 20 × 25 ମି. = 500 ମିଟର
∴ ଟ୍ରେନ୍‌ଟି ଏକ ଲୋକକୁ ଅତିକ୍ରମ କରିବା ଅର୍ଥ ନିଜ ଦୈର୍ଘ୍ୟକୁ ଅତିକ୍ରମ କରିବା । 
∴ ଟ୍ରେନ୍‌ଟିର ଦୈର୍ଘ୍ୟ 500 ମି. ।

Question 6.
ଦିପ୍ତି ଘଣ୍ଟାପ୍ରତି 60 କି.ମି. ବେଗରେ ଘରଠାରୁ କିଛି ଦୂରତାକୁ 30 ମିନିଟ୍‌ରେ ଅତିକ୍ରମ କରି, ସେହି ସ୍ଥାନରୁ ଘଣ୍ଟା ପ୍ରତି 72 କି.ମି. ବେଗରେ ଯାଇ ଅଫିସ୍‌ରେ 30 ମିନିଟ୍‌ରେ ପହଞ୍ଚେ । ତା’ ଘରଠାରୁ ଅଫିସ୍ କେତେ ଦୂର ? 
ସମାଧାନ: 
ଦିପ୍ତି 1 ଘଣ୍ଟାରେ ଯାଏ 60 କି.ମି. ।
ଦିପ୍ତି 30 ମିନିଟ୍ ବା \(\frac{1}{2}\) ଘଣ୍ଟାରେ ଯିବ 60 × \(\frac{1}{2}\) କି.ମି. = 30 କି.ମି. ।
ଅର୍ଥାତ୍ ଦିପ୍ତିର ଘରଠାରୁ ନିର୍ଦ୍ଦିଷ୍ଟ ସ୍ଥାନ ମଧ୍ୟରେ ଦୂରତା = 30 କି.ମି. ।
ପୁନଶ୍ଚ ଦିପ୍ତି 1 ଘଣ୍ଟାରେ ଯାଏ 72 କି.ମି. ।
ଦିପ୍ତି 30 ମିନିଟ୍ ବା \(\frac{1}{2}\) ଘଣ୍ଟାରେ ଯିବ 72 × \(\frac{1}{2}\) କି.ମି. = 36 କି.ମି.
ଅର୍ଥାତ୍ ନିର୍ଦ୍ଦିଷ୍ଟ ସ୍ଥାନଠାରୁ ଦିପ୍ତିର ଅଫିସ୍ ମଧ୍ଯରେ ଦୂରତା = 36 କି.ମି. ।
∴ ଦିପ୍ତି ଘରଠାରୁ ଅଫିସର ଦୂରତା = 30 କି.ମି. + 36 କି.ମି. = 66 କି.ମି.

Question 7.
ଗୋଟିଏ ଟ୍ରେନ୍ 30 ସେକେଣ୍ଟରେ ଗୋଟିଏ ବତୀଖୁଣ୍ଟକୁ ଓ ଗୋଟିଏ 300 ମିଟର ପୋଲକୁ ଏକ ମିନିଟ୍‌ରେ ଅତିକ୍ରମ କଲେ ଟ୍ରେନ୍‌ର ଦୈର୍ଘ୍ୟ ଓ ଘଣ୍ଟା ପ୍ରତି ବେଗ କେତେ ?
ସମାଧାନ: 
ଏକ ଟ୍ରେନ୍ ଗୋଟିଏ ବତୀଖୁଣ୍ଟକୁ 30 ସେକେଣ୍ଡ ବା \(\frac{1}{2}\) ମିନିଟ୍‌ରେ ଅତିକ୍ରମ କରେ \(\frac{1}{2}\) ମିନିଟ୍‌ରେ ଅତିକ୍ରମ କରେ ଅର୍ଥାତ୍ ନିଜର ଦୈର୍ଘ୍ୟ ।
ଟ୍ରେନ୍‌ଟି 300 ମିଟର ପୋଲକୁ 1 ମିନିଟ୍‌ରେ ଅତିକ୍ରମ କରେ ଅର୍ଥାତ୍ ନିଜର ଦୈର୍ଘ୍ୟ ଓ 300 ମିଟର ପୋଲକୁ 1 ମିନିଟ୍‌ରେ ଅତିକ୍ରମ କରେ ।
ଟ୍ରେନ୍‌ଟି 300 ମିଟର ଦୈର୍ଘ୍ୟକୁ 1 – \(\frac{1}{2}\) = \(\frac{1}{2}\) ମିନିଟ୍‌ରେ ଅତିକ୍ରମ କରେ ।
ଟ୍ରେନ୍‌ଟି \(\frac{1}{2}\) ମିନିଟ୍‌ରେ ଅତିକ୍ରମ କରେ 300 ମିଟର ।
ଟ୍ରେନ୍‌ଟି 1 ମିନିଟ୍‌ରେ ଅତିକ୍ରମ କରିବ = 300 ÷ \(\frac{1}{2}\) = 300 × 2 = 600 ମିଟର ।
ଟ୍ରେନ୍‌ଟି 60 ମିନିଟ୍‌ରେ ଅତିକ୍ରମ କରିବ = 600 ମି. × 60 = 36000 ମି. = 36 କି.ମି. ।
∴ ଟ୍ରେନ୍‌ର ଦୈର୍ଘ୍ୟ 300 ମିଟର ଓ ଘଣ୍ଟା ପ୍ରତି ବେଗ 36 କି.ମି. ।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

Odisha State Board BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ Textbook Exercise Questions and Answers.

BSE Odisha Class 6 Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ।

(କ) ପୃଥ‌ିବୀକୁ କେତୋଟି ମଣ୍ଡଳରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ’ଣ କ’ଣ ?
Answer:
ପୃଥ‌ିବୀକୁ ଚାରିଗୋଟି ମଣ୍ଡଳରେ ବିଭକ୍ତ କରାଯାଇଅଛି । ସେଗୁଡ଼ିକ ହେଲା – ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ଚାରିମଣ୍ଡଳ ଓ ଭୌରମଣ୍ଡଳ।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଖ) ପୃଥ‌ିବୀର କେଉଁ କେଉଁ ମହାଦେଶ ସମ୍ପୂର୍ଣ୍ଣଭାବେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ?
Answer:
ପୃଥ‌ିବୀର ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ମହାଦେଶ ଦ୍ଵୟ ସମ୍ପୂର୍ଣ୍ଣଭାବେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ।

(ଗ) ପୃଥ‌ିବୀରେ ମହାଦେଶଗୁଡ଼ିକର ସଂଖ୍ୟା କେତେ ? ସେଗୁଡ଼ିକର ନାମ ଲେଖ।
Answer:
ପୃଥ‌ିବୀରେ ସାତଗୋଟି ମହାଦେଶ ରହିଛି । ସେଗୁଡ଼ିକ ହେଲା – ଏସିଆ, ଇଉରୋପ, ଉତ୍ତର
ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ।

(ଘ) ଭୂପୃଷ୍ଠରୁ କ୍ରମ ଅନୁସାରେ ବାୟୁମଣ୍ଡଳର ବିଭିନ୍ନ ସ୍ତରର ନାମ ଲେଖ।
Answer:
ଭୂପୃଷ୍ଠରୁ କ୍ରମ ଅନୁସାରେ ବାୟୁମଣ୍ଡଳର ବିଭିନ୍ନ ସ୍ତରଗୁଡ଼ିକର ନାମ ହେଲା – ଟ୍ରପୋସ୍ପିଅର, ଷ୍ଟ୍ରାଟୋସ୍ପିଅର, ମେସୋସ୍ପିଅର, ଥର୍ମୋସ୍ପିଅର, ଏକ୍ସୋସ୍ପିଅର।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୨ । ଭୌଗୋଳିକ କାରଣ ଲେଖ।

(କ) ପୃଥ‌ିବୀକୁ ‘ନୀଳଗ୍ରହ’ କୁହାଯାଏ।
Answer:
ପୃଥ‌ିବୀରେ ତିନି-ଚତୁର୍ଥାଂଶ ଜଳଭାଗଦ୍ବାରା ଆଚ୍ଛାଦିତ। ତେଣୁ ଏହାକୁ ନୀଳଗ୍ରହ କୁହାଯାଏ।

(ଖ) ପୃଥ‌ିବୀର ଉତ୍ତର ଗୋଲାର୍ଷକୁ ‘ସ୍ଥଳ ଗୋଲାର୍ଦ୍ଧ’ କୁହାଯାଏ।
Answer:
ପୃଥ‌ିବୀର ଅଧିକାଂଶ ସ୍ଥଳଭାଗ ଉତ୍ତର ଗୋଲାର୍ଦ୍ଧରେ ରହିଥ‌ିବାରୁ ଏହାକୁ ସ୍ଥଳ ଗୋଲାର୍ଦ୍ଧ କୁହାଯାଏ।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ଜୀବମାନଙ୍କ ପାଇଁ ଜୈବମଣ୍ଡଳ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ।
Answer:
ପୃଥ‌ିବୀ ପୃଷ୍ଠରେ ଏହି ମଣ୍ଡଳଟି ସବୁଠାରୁ ଛୋଟ ମାତ୍ର ଗୁରୁତ୍ଵପୂର୍ଣ୍ଣ । ପୃଥ‌ିବୀ ପୃଷ୍ଠରେ ଥ‌ିବା ଜୀବଜନ୍ତୁ, ବୃକ୍ଷଲତା ଆଦିକୁ ନେଇ ଗଠିତ ଏହି ମଣ୍ଡଳଟି ଜୀବଜଗତର ଧାରଣ ଓ ପୋଷଣ କର୍ତ୍ତା । ଭୂପୃଷ୍ଠର ମୃତ୍ତିକା, ଜଳ ଓ ବାୟୁ ଦ୍ବାରା ଜୈବମଣ୍ଡଳଟି ପରିପୁଷ୍ଟ । ମନୁଷ୍ୟ ଏହି ଜୈବମଣ୍ଡଳରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

(ଘ) ଆଟ୍‌ଲାଣ୍ଟିକ୍ ମହାସାଗର ତଟ ଦେଶରେ ଅନେକ ପୋତାଶ୍ରୟ ରହିଛି ।
Answer:
ଏହି ଆଟ୍‌ଲାଣ୍ଟିକ୍ ମହାସାଗରର ତଟଦେଶ ଅତ୍ୟନ୍ତ ଦନ୍ତୁରିତ ହୋଇଥିବାରୁ ଏହାର ତଟଦେଶରେ ଅଧ୍ୟା ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦର ଦେଖାଯାଏ । ଏହା ବାଣିଜ୍ୟ କାରବାରରେ ସହାୟକ ହୋଇଥାଏ।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୩। ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ନିର୍ଦ୍ଧାରଣ କର।

(କ) ପୃଥ‌ିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା କେତେ ?
(୧) ୮୮୪୮ ମିଟର
(୨) ୮୮୮୪ ମିଟର
(୩) ୮୪୮୮ ମିଟର
(୪) ୮୮୮୮ ମିଟର
Answer:
(୧) ୮୮୪୮ ମିଟର

(ଖ) ପୃଥ‌ିବୀ ପୃଷ୍ଠରେ ଉପଲବ୍ଧ ଜଳର ପରିମାଣ କେତେ ?
(୧) ୦.୩ ଭାଗ
(୨) ୦.୦୩ ଭାଗ
(୩) ୩ ଭାଗ
(୪) ୦.୦୦୩ ଭାଗ
Answer:
(୨) ୦.୦୩ ଭାଗ

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ଭୂ-ପୃଷ୍ଠରେ ଥିବା ସ୍ଥଳଭାଗର ପରିମାଣ କେତେ ?
(୧) ୩ /୪
(୨) ୧/୩
(୩) ୨/୩
(୪)୧/୨
Answer:
୧/୪ (ପୁସ୍ତକସ୍ଥ ପ୍ରଶ୍ନପତ୍ରରେ ତ୍ରୁଟି ଅଛି ।)

(ଘ) ବାୟୁମଣ୍ଡଳରେ କେଉଁ ବାଷ୍ପର ପରିମାଣ ଅଧ‌ିକ ହେଲେ ଭୂଗୋଲକୀୟ ତାପମାତ୍ରାରେ କ୍ରମଶଃ ବୃଦ୍ଧି ଘଟିଥାଏ ?
(୧) ଅମ୍ଳଜାନ
(୨) ଅଙ୍ଗାରକାମ୍ଳ
(୩) ଆର୍‌ଗନ୍
(୪) ଯବକ୍ଷାରଜାନ
Answer:
(୨) ଅଙ୍ଗାରକାମ୍ଳ

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୪। ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନଗୁଡ଼ିକ ପୂରଣ କର।

(କ) ପୃଥ‌ିବୀର ଗଭୀରତମ ଖାତ ____________ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ।
Answer:
ମାରିଆନା

(ଖ) ଗୋଟିଏ ଦେଶ ନାମରେ ନାମିତ ମହାସାଗରଟିର ନାମ ____________।
Answer:
ଭାରତ ମହାସାଗର

(ଗ) ପୃଥ‌ିବୀର ବୃହତ୍ତମ ମହାସାଗର _____________ ଅଟେ।
Answer:
ପ୍ରଶାନ୍ତ ମହାସାଗର

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଘ) ପୃଥ‌ିବୀର ଉଚ୍ଚତମ ଶୃଙ୍ଗ __________ ଅଟେ।
Answer:
ଏଭେରେଷ୍ଟ

୫। ସଂକ୍ଷିପ୍ତ ଟିପ୍ପଣୀ ଲେଖ।

(କ) ଜଳୀୟ ଗ୍ରହ
Answer:
ପୃଥ‌ିବୀରେ ଶତକଡ଼ା ୭୧ ଭାଗ ଜଳ ରହିଥ‌ିବାରୁ ଏହାକୁ ଜଳୀୟ ଗ୍ରହ କୁହାଯାଏ।

(ଖ) ଜୈବମଣ୍ଡଳ
Answer:
ବଡ଼ ବଡ଼ ପ୍ରାଣୀଠାରୁ ଆରମ୍ଭ କରି ଅତି କ୍ଷୁଦ୍ର ଏକକୋଷୀ ପ୍ରାଣୀ,ବିରାଟ ଦ୍ରୁମଠାରୁ ଆରମ୍ଭ କରି କ୍ଷୁଦ୍ର ଗୁଳ୍ମଲତା ପର୍ଯ୍ୟନ୍ତ ଉଭିଦସମୂହ ଏହି ଜୈବମଣ୍ଡଳରେ ଅନ୍ତର୍ଭୁକ୍ତ। ଏହି ମଣ୍ଡଳଟି ଜୀବଜଗତରେ ଧାରଣ ଓ ପୋଷଣ କର୍ତ୍ତା ଭୂପୃଷ୍ଠର ଜଳ, ମୃତ୍ତିକା ଓ ବାୟୁଦ୍ୱାରା ଏହା ପରିପୁଷ୍ଟ। ମନୁଷ୍ୟ ଏହି ଜୈବମଣ୍ଡଳର ମୁଖ୍ୟ ଭୂମିକା ଗ୍ରହଣ କରିଛି।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ପରିସଂସ୍ଥା
Answer:
ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଏବଂ ସେହି ଅଞ୍ଚଳରେ ରହୁଥ‌ିବା ଜୀବଗୋଷ୍ଠୀ ( ପ୍ରାଣୀ ଓ ଉଦ୍ଭିଦମାନଙ୍କୁ) ନେଇ ଯେଉଁ ପରିବେଶ ସୃଷ୍ଟି ହୁଏ, ତାହାକୁ ପରିସଂସ୍ଥା କୁହାଯାଏ।

(ଘ) ଅଶ୍ମମଣ୍ଡଳ
Answer:
ପୃଥ‌ିବୀର ଅଶ୍ମମଣ୍ଡଳଟି ଭୂତ୍ଵକର ବିଭିନ୍ନ ଶିଳା ଓ ମୃତ୍ତିକା ସ୍ତରକୁ ନେଇ ଗଠିତ। ଭୂପୃଷ୍ଠରେ ଥ‌ିବା ବିଭିନ୍ନ ପ୍ରାଣୀ ଓ ଉଭିଦମାନଙ୍କ ଜୀବନଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ଏହି ଶିଳା ଓ ମୃତ୍ତିକାରୁ ହିଁ ମିଳିଥାଏ। ଏହି ମଣ୍ଡଳଟି ପୃଥ‌ିବୀର ସାତୋଟି ମହାଦେଶ ଓ ସମୁଦ୍ର ତଳକୁ ନେଇ ଗଠିତ।

BSE Odisha 6th Class Geography Notes Chapter 5 ପୃଥିବୀର ମଣ୍ଡଳସମୂହ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 5 ପୃଥିବୀର ମଣ୍ଡଳସମୂହ

  • ଜୀବଜଗତର ଚଳପ୍ରଚଳ ଆଦି କାର୍ଯ୍ୟ ପାଇଁ ଆବଶ୍ୟକ ଏକ କଠିନ ଶିଳା ବା ମୃତ୍ତିକାର ସ୍ତର ହେଉଛି ଅଶ୍ମମଣ୍ଡଳ ଦ୍ୱାରା ଉପଲବ୍‌ଧ ହୋଇପାରିଛି। ପୃଥ‌ିବୀର ଚତୁଃପାର୍ଶ୍ବରେ ଏକ ବାୟୁମଣ୍ଡଳ ଘେରି ରହିଛି। ଭୂପୃଷ୍ଠର ପ୍ରାୟ ତିନି-ଚତୁର୍ଥାଂଶ ଜଳଭାଗଦ୍ବାରା ବେଷିତ। ଏହା ପୃଥ‌ିବୀର ବାରିମଣ୍ଡଳ।
  • ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳର ଉପାଦାନଗୁଡ଼ିକୁ ଆଧାର କରି ଜୈବମଣ୍ଡଳ ଗଠିତ।
  • ଅଶ୍ମମଣ୍ଡଳ ପୃଥ‌ିବୀର ସାତୋଟି ମହାଦେଶ ଓ ସମୁଦ୍ରତଳକୁ ନେଇ ଗଠିତ।
  • ପୃଥ‌ିବୀର ସାତୋଟି ମହାଦେଶର ନାମ ହେଲା – ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ଇଉରୋପ, ଅଷ୍ଟ୍ରେଲିଆ।
  • ଉତ୍ତର ଗୋଲାର୍ଦ୍ଧରେ ଅଧୂକ ସ୍ଥଳଭାଗ ଥିବାରୁ ଏହାକୁ ସ୍ଥଳ ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଅଧିକାଂଶ ଜଳଭାଗ ଥିବାରୁ ଏହାକୁ ଜଳ ଗୋଲାଈଁ କୁହାଯାଏ।
  • ପୃଥ‌ିବୀରେ ଜଳର ପରିମାଣ ବହୁତ ଅର୍ଧକ ହୋଇଥିବାରୁ ଏହା ମଧ୍ୟ ଜଳୀୟ ଗ୍ରହ ଓ ନୀଳ ଗ୍ରହ ରୂପେ ପରିଚିତ।
  • ଜଳରାଶି ଚଳନଶୀଳ। ଏହାର ତିନିପ୍ରକାର ଗତ ଅଛି; ଯଥା – ଢେଉ, ଜୁଆର ଓ ସାମୁଦ୍ରିକ ସ୍ରୋତ।
  • ପୃଥ‌ିବୀର ୪ଟି ମହାସାଗର ମୁଖ୍ୟତଃ ରହିଅଛି। ସେଗୁଡ଼ିକ ହେଲା– ପ୍ରଶାନ୍ତ ମହାସାଗର, ଆଟ୍‌ଲାଷ୍ଟିକ୍ ମହାସାଗର, ଭାରତ ମହାସାଗର ଓ ସୁମେରୁ ମହାସାଗର।
  • ପ୍ରଶାନ୍ତ ମହାସାଗର ପୃଥ‌ିବୀର ବୃହତ୍ତମ ମହାସାଗର। ଆଟ୍‌ଲାଣ୍ଟିକ୍ ମହାସାଗର ପୃଥ‌ିବୀର ଦ୍ବିତୀୟ ବୃହତ୍ତମ ମହାସାଗର। ଏହା ଆକୃତି ଇଂରାଜୀ ଅକ୍ଷର S ଆକାରର। ଭାରତ ମହାସାଗର ଭାରତ ନାମରେ ନାମିତ ଏବଂ ଏସିଆ ମହାଦେଶର ଦକ୍ଷିଣରେ ଅବସ୍ଥିତ। ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧର ଉତ୍ତରମେରୁକୁ କେନ୍ଦ୍ରକରି ସମେରୁ ମହାସାଗର ରହିଅଛି।
  • ପୃଥ‌ିବୀର ଭୂପୃଷ୍ଠରୁ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ। ପୃଥିବୀପୃଷ୍ଠରୁ ଉପରକୁ କ୍ରମ ଅନୁସାରେ ସ୍ତରଗୁଡ଼ିକ ହେଲା ଟ୍ରପୋସ୍ପିଅର, ଷ୍ଟ୍ରାଟୋସ୍ପିଅର, ମେସୋସ୍ପିଅର, ଥର୍ମୋସ୍ପିଅର ଏବଂ ଏକ୍ସୋସ୍ପିଅର। ବାୟୁରେ ଯବକ୍ଷାରଜାନ ଶତକଡା ୭୮ ଭାଗ ଥିବାବେଳେ ଅମ୍ଳଜାନ ଶତକଡ଼ା ୨୧ ଭାଗ ରହିଛି। ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ମାତ୍ର ଶତକଡ଼ା ୦.୦୩ ଭାଗ।
  • ବାୟୁମଣ୍ଡଳରେ ପ୍ରବାହିତ ହେଉଥ‌ିବା ବାୟୁକୁ ପବନ କୁହାଯାଏ। ବାୟୁ ପ୍ରବାହ ଅନୁଯାୟୀ ପବନର ଦିଗ ନିଶ୍ଚୟ କରାଯାଇଥାଏ।
  • ପୃଥ‌ିବୀ ପୃଷ୍ଠରେ ଥ‌ିବା ଜୀବଜନ୍ତୁ, ବୃକ୍ଷଲତା ଆଦିକୁ ନେଇ ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳର ସମ୍ମିଶ୍ରଣକୁ ଜୈବମଣ୍ଡଳ କୁହାଯାଏ। ସମସ୍ତ ସଜୀବ ପଦାର୍ଥକୁ ମୁଖ୍ୟତଃ ପ୍ରାଣୀଜଗତ ଓ ଉଭିଦଜଗତ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଅଛି।
  • ପ୍ରାକୃତିକ ଦୁର୍ବିପାକ ଅଶମଣ୍ଡଳ ଉପରିଭାଗରେ ବହୁତ ପରିବର୍ତ୍ତନ ଆଣିଥାଏ। ଏହି ପ୍ରାକୃତିକ ବିପର୍ଯ୍ୟୟ ଫଳରେ ତହିଁରୁ ନିର୍ଗତ ଦୂଷିତ ପଦାର୍ଥ ସମୁଦ୍ର, ହ୍ରଦ, ନଦୀ, ଆଦିର ଜଳକୁ ଦୂଷିତ କରିଥାଏ।
  • କଳକାରଖାନା, ତାପଜ ଶକ୍ତି କେନ୍ଦ୍ର ଯାନବାହନରୁ ନିର୍ଗତ ପାଉଁଶ ଓ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରେ ଓ ଅଙ୍ଗାରକାମ୍ଳର ପରିମାଣ ବଢ଼ାଇଥାଏ। ଫଳରେ ପୃଥ‌ିବୀର ତାପମାତ୍ରା ବୃଦ୍ଧି ଘଟେ। ଏହାକୁ ଭୂଗୋଲକୀୟ ଉଷତା ବୃଦ୍ଧି କୁହାଯାଏ।
  • ଭୂଗୋଲକୀୟ ଉଷ୍ମତା ବୃଦ୍ଧି ଫଳରେ ପୃଥ‌ିବୀର ବାୟୁମଣ୍ଡଳ ତଥା ବାରିମଣ୍ଡଳରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଥାଏ। ଏହା ସମଗ୍ର ବିଶ୍ବରେ ଥ‌ିବା ବରଫ ରାଶି ତରଳିବାରେ ସାହାଯ୍ୟ କରେ ଫଳରେ ଜଳରାଶିର ପତନ ବୃଦ୍ଧି ପାଇ ମହାପ୍ଲାବନ ସୃଷ୍ଟି ହୋଇପାରେ। ଏଥରେ ପରିବେଶ, ପରିସଂସ୍ଥା ତଥା ସମଗ୍ର ପୃଥ‌ିବୀର ସୁରକ୍ଷିତ ରହିବା ସମ୍ଭବ ନହେଁ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

Odisha State Board BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ will enable students to study smartly.

BSE Odisha Class 6 Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

ବିଷୟବସ୍ତୁ
ସ୍ୱାୟତ୍ତ ଶାସନ କ’ଣ ? ପଞ୍ଚାୟତିରାଜ, ଗ୍ରାମାଞ୍ଚଳ ସ୍ନାୟତ୍ତ ଶାସନ ବ୍ୟବସ୍ଥା, ଗ୍ରାମ ପଞ୍ଚାୟତ (ଗଠନ, କାର୍ଯ୍ୟ ଓ ଆୟ) ପଞ୍ଚାୟତ ସମିତି (ଗଠନ ଓ କାର୍ଯ୍ୟ), ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମ, ଜିଲ୍ଲା ପରିଷଦ, ଜିଲ୍ଲା ପରିଷଦର ଗଠନ, କାର୍ଯ୍ୟ ଓ ଆୟ, ସହରାଞ୍ଚଳର ସ୍ୱାୟତ୍ତ ଶାସନ ବ୍ୟବସ୍ଥା, ମହାନଗର ନିଗମ (ଗଠନ, କାର୍ଯ୍ୟ ଓ ଆୟ, ପୌରପାଳିକା ବା ନଗର ପାଳିକା) (ଗଠନ, କାର୍ଯ୍ୟ ଓ ଆୟ), ବିଜ୍ଞାପିତ ଅଞ୍ଚଳ ପରିଷଦ ।

(୧) ସ୍ୱାୟତ୍ତ ଶାସନ କ’ଣ?

  • ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନେ ସେମାନଙ୍କ ପ୍ରତିନିଧ୍ବ ବାଛି ‘ଜନଗୋଷ୍ଠୀ’ ତିଆରି କରିଥା’ନ୍ତି । ଜନଗୋଷ୍ଠୀ ନିଜକୁ ନିଜେ ଶାସନ କରିବାକୁ ‘ସ୍ୱାୟତ୍ତଶାସନ’ କୁହାଯାଏ ।
  • ଆମ ଦେଶର କେନ୍ଦ୍ର ଶାସନର ମୁଖ୍ୟ କାର୍ଯ୍ୟପାଳିକା ଦିଲ୍ଲୀରେ ଅବସ୍ଥିତ ।
  • ସେହିପରି ପ୍ରତ୍ୟେକ ରାଜ୍ୟ ଶାସନର ମୁଖ୍ୟ କାର୍ଯ୍ୟାଳୟ ସାଧାରଣତଃ ନିଜ ନିଜ ରାଜ୍ୟର ରାଜଧାନୀ ଥାଏ ।

(୨) ପଞ୍ଚାୟତିରାଜ

  • ୧୯୫୮ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟି ଏକ ତିନିସ୍ତର ବିଶିଷ୍ଟ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ପ୍ରଚଳନ କରିବାକୁ ସୁପାରିସ୍ କରିଥିଲେ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୩) ଗ୍ରାମାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥା

  • ଆମ ଦେଶରେ ସ୍ଥାନୀୟ ସ୍ୱାୟତ୍ତଶାସନ ବ୍ୟବସ୍ଥା ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା— ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ।
  • ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ମଧ୍ୟରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଅନ୍ତର୍ଭୁକ୍ତ ।

(୩) ଗ୍ରାମ ପଞ୍ଚାୟତ (ଗଠନ, କାର୍ଯ୍ୟ ଓ ଆୟ)

  • ଦୁଇ ହଜାରରୁ ଦଶ ହଜାର ଲୋକ ବାସ କରୁଥିବା ଗ୍ରାମକୁ ନେଇ ଗୋଟିଏ ଗ୍ରାମପଞ୍ଚାୟତ ଗଠିତ ।
  • ଏଥିରେ ଏକରୁ ଅଧିକ ଗ୍ରାମ ଥାଇପାରେ ।
  • ଆମ ରାଜ୍ୟର ପଞ୍ଚାୟତ ଆଇନ ଅନୁଯାୟୀ ଅତି ବେଶୀରେ ୨୫ ଜଣ ଓ ଅତି କମ୍‌ରେ ୧୧ ଜଣ ୱାର୍ଡ଼ ସଭ୍ୟ ରହିପାରିବେ ।
  • ସରପଞ୍ଚ ଗ୍ରାମ ପଞ୍ଚାୟତର ମୁଖ୍ୟ ଅଟନ୍ତି ।
  • ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ୫ ବର୍ଷ ।
  • ମନେରଖ : ଆମ ରାଜ୍ୟରେ ବର୍ତ୍ତମାନ ୬, ୨୩୪ଟି ଗ୍ରାମ ପଞ୍ଚାୟତ ରହିଛି ।
  • ଗ୍ରାମ ପଞ୍ଚାୟତର କାର୍ଯ୍ୟ ଦୁଇ ପ୍ରକାର । ଯଥା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ ।
  • ଗ୍ରାମ ପଞ୍ଚାୟତର ଆୟ ଦୁଇଟି ମାଧମରୁ ପାଇଥାଏ । ଯଥା— ନିଜସ୍ବ ଆୟ ଓ ସରକାରୀ ଅନୁଦାନ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୫) ପଞ୍ଚାୟତ ସମିତି (ଗଠନ ଓ କାର୍ଯ୍ୟ)

  • ପଞ୍ଚାୟତ ସମିତି ପଞ୍ଚାୟତିରାଜ ବ୍ୟବସ୍ଥାର ଦ୍ବିତୀୟ ସ୍ତର ।
  • କେତୋଟି ଗ୍ରାମ ପଞ୍ଚାୟତକୁ ନେଇ ବ୍ଲକସ୍ତରରେ ଗୋଟିଏ ପଞ୍ଚାୟତ ସମିତି ଗଠିତ ହୋଇଥାଏ ।
  • ପ୍ରତି ବ୍ଲକ୍‌ରେ ଥ‌ିବା ଗୋଟିଏ ପଞ୍ଚାୟତ ସମିତି ଥାଏ ।
  • ଗୋଟିଏ ପଞ୍ଚାୟତ ସମିତି ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାଏ ।
  • ପ୍ରତି ଦୁଇମାସରେ ଥରେ ପଞ୍ଚାୟତ ସମିତି ବୈଠକ ବସେ ।
  • ମନେରଖ : ଓଡ଼ିଶାରେ ୩୧୪ଟି ପଞ୍ଚାୟତ ସମିତି ରହିଛି ।
  • ପଞ୍ଚାୟତ ସମିତିର କାର୍ଯ୍ୟ ହେଉଛି– ସରକାରଙ୍କର ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା, ପଞ୍ଚାୟତ ସମିତି ବୈଠକରେ ଗୃହୀତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା, ଗ୍ରାମ ପଞ୍ଚାୟତଗୁଡ଼ିକର ଆୟବ୍ୟୟ ଅଟକଳ ପ୍ରସ୍ତୁତ କରିବା ଓ ବ୍ଲକସ୍ତରୀୟ ଯୋଜନା ପ୍ରସ୍ତୁତ କରିବା ।
  • ପଞ୍ଚାୟତ ସମିତିର ନିଜସ୍ୱ ଆୟ ନଥାଏ । ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବାପାଇଁ ସମସ୍ତ ଅର୍ଥ ସରକାରଙ୍କଠାରୁ ମିଳିଥାଏ ।

(୬) ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମ

  • ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକ ହେଲା — ଗ୍ରାମାଞ୍ଚଳ ଗରିବଲୋକଙ୍କ ଆର୍ଥିକ ଥଇଥାନ କାର୍ଯ୍ୟକ୍ରମ, ସମନ୍ବିତ ଗ୍ରାମ ଉନ୍ନୟନ ଯୋଜନା, ପ୍ରଧାନମନ୍ତ୍ରୀଙ୍କ ଅର୍ଥ ଯୋଗାଣ କାର୍ଯ୍ୟକ୍ରମ ଓ ଜାତୀୟ ଗ୍ରାମ୍ୟ ନିଯୁକ୍ତି କାର୍ଯ୍ୟକ୍ରମ ଏବଂ ଗ୍ରାମ୍ୟ ଶ୍ରମିକ ନିଯୁକ୍ତି ସୃଷ୍ଟି ।

(୭) ଜିଲ୍ଲା ପରିଷଦ (ଗଠନ, କାର୍ଯ୍ୟ ଓ ଆୟ)

  • ପ୍ରତି ଜିଲ୍ଲାକୁ କେତେଗୁଡ଼ିଏ ଜିଲ୍ଲାପରିଷଦ ଜୋନ୍‌ରେ ବିଭକ୍ତ କରାଯାଏ ଓ ପ୍ରତ୍ୟେକ ଜୋନରୁ ସାବାଳକ ଭୋଟ ପ୍ରଥା ଜରିଆରେ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରାଯାଏ ।
  • ଜିଲ୍ଲା ପରିଷଦର କାର୍ଯ୍ୟକାଳ ୫ ବର୍ଷ l
  • ଜିଲ୍ଲା ପରିଷଦର କାର୍ଯ୍ୟ ହେଉଛି– ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତି, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା, ଜିଲ୍ଲା ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଇତ୍ୟାଦିକୁ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବା, କୃଷି, ଶିଳ୍ପ, ପଶୁପାଳନ, ଗ୍ରାମ୍ୟ ବିଦ୍ୟୁତ୍ଵକରଣ, ସାମାଜିକ ବନୀକରଣ ଓ ବିଭିନ୍ନ ସ୍ତରୀୟ ଶିକ୍ଷାପାଇଁ ପଦକ୍ଷେପ ଗ୍ରହଣ କରିବା ଇତ୍ୟାଦି ।
  • ଜିଲ୍ଲା ପରିଷଦର ଆୟ ହେଉଛି- ମୁଖ୍ୟତଃ ସରକାରୀ ଅନୁଦାନ ଉପରେ ନିର୍ଭର କରେ, ଏହାଛଡ଼ା ବିଭିନ୍ନ କର ଆଦାୟ, ରହିବା ଘର ଓ ଦୋକାନ ଘର ଇତ୍ୟାଦିରୁ ଏହା ଭଡ଼ା ସୂତ୍ରରେ ଅର୍ଥ ପାଇଥାଏ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୮) ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା

  • ସହରାଞ୍ଚଳ ସ୍ୱାୟତ୍ତ ଶାସନ ୩ ଭାଗରେ ବିଭକ୍ତ ।
  • ସେଗୁଡ଼ିକ ହେଲା– ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ।

(୯) ମହାନଗର ନିଗମ

  • ସାଧାରଣତଃ ୧୦ ଲକ୍ଷରୁ ଅଧ‌ିକ ଲୋକ ବାସକରୁଥିବା ସହରମାନଙ୍କରେ ମହାନଗର ନିଗମ ଗଠିତ ହୋଇଥାଏ ।
  • ନଗରର ବିଭିନ୍ନ ୱାର୍ଡ଼ରୁ ନିର୍ବାଚିତ ହୋଇଥିବା ବିଭିନ୍ନ ପ୍ରତିନିଧୁ ବା କର୍ପୋରେଟର ସେମାନଙ୍କ ମଧ୍ୟରୁ ଜଣଙ୍କୁ ମେୟର ଓ ଅନ୍ୟ ଜଣଙ୍କୁ ଡେପୁଟି ମେୟର ଭାବରେ ନିର୍ବାଚିତ କରିଥା’ନ୍ତି ।
  • ନିଗମର ମୁଖ୍ୟ ହେଉଛନ୍ତି ମେୟର ଓ ସେ ନିଗମ ପରିଷଦର ଅଧ୍ୟକ୍ଷତା କରନ୍ତି ।
  • ମହାନଗର ନିଗମର କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସରକାର ଦ୍ବାରା ଜଣେ କାର୍ଯ୍ୟପାଳିକା ବା କମିଶନର ନିଯୁକ୍ତ ହୋଇଥା’ତି, ଯିଏକି ନିଗମର ସମସ୍ତ ବୈଠକରେ ଯୋଗଦିଅନ୍ତି ଓ ବିଭିନ୍ନ ବଜେଟ୍ ରିପୋର୍ଟ ପ୍ରସ୍ତୁତ କରି ନିଗମ ପରିଷଦରେ ଦାଖଲ କରନ୍ତି ।
  • ମହାନଗର ନିଗମର କାର୍ଯ୍ୟ ଦୁଇ ପ୍ରକାର । ଯଥା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ । ବାଧ୍ୟତାମୂଳକ କାର୍ଯ୍ୟ ହେଉଛି – ପାଣିଟାଙ୍କି ନିର୍ମାଣ ଓ ଏହାର ରକ୍ଷଣାବେକ୍ଷଣ, ରାସ୍ତା ବିଦ୍ୟୁତ୍‌କରଣ ଓ ଯୋଗାଣ, ଯାନବାହନ ଚଳାଚଳ ଓ ନିୟନ୍ତ୍ରଣ, ଅଳିଆ ଆବର୍ଜନା ସଫା, ନାଳନର୍ଦ୍ଦମା ନିର୍ମାଣ ଓ ରକ୍ଷଣାବେକ୍ଷଣ ଇତ୍ୟାଦି । ଇଚ୍ଛାଧୀନ କାର୍ଯ୍ୟ ହେଉଛି– ସର୍ବସାଧାରଣ ପାଠାଗାର, ଯାଦୁଘର ଓ ପାର୍କ ନିର୍ମାଣ, ବିଶ୍ରାମ ଗୃହ, ଅନାଥଶ୍ରମ ନିର୍ମାଣ ଓ ପରିଚାଳାନା, ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ ଓ ସାମାଜିକ ବନୀକରଣ ଇତ୍ୟାଦି ।
  • ମହାନଗର ନିଗମର ଆୟର ପନ୍ଥା ହେଉଛି– ଯାନବାହନ ଓ ବିଭିନ୍ନ ପ୍ରାଣୀମାନଙ୍କ ଉପରୁ ଟିକସ, ସମ୍ପତ୍ତିକର, ପ୍ରମୋଦକର, ଶିକ୍ଷାକର, ବୃଷ୍ଟିକର ଓ କୋଠାବାଡ଼ି, ଲାଇସେନ୍ସ ଫି ଇତ୍ୟାଦି ଅଣଟିକସରୁ ଓ ଗୋପାଳନ, କୁକୁଡ଼ା ପାଳନ, ସିନେମା ପ୍ରଭୃତିରୁ ବାଣିଜ୍ୟ କର ଭଳି ଲାଭଜନକ ବ୍ୟବସାୟ ଦ୍ବାରା ଓ ଅନେକ ସମୟରେ ସରକାରୀ ଅନୁଦାନ ସୂତ୍ରରୁ ଏହା ନିଜର ଆୟ କରିଥାଏ ।

(୧୦) ପୌରପାଳିକା ବା ନଗରପାଳିକା (ଗଠନ, କାର୍ଯ୍ୟ ଓ ଆୟ)

  • ପୌରପାଳିକାର ସମସ୍ତ ୱାର୍ଡ଼ର ପ୍ରତିନିଧ୍ଵ (କାଉନ୍ସିଲର)ମାନଙ୍କୁ ନେଇ ପୌର ପରିଷଦ ଗଠିତ ।
  • କାଉନ୍ସିଲରଙ୍କ ମଧ୍ୟରୁ ଏକ-ତୃତୀୟାଂଶ ମହିଳାମାନଙ୍କ ପାଇଁ ସଂରକ୍ଷିତ ।
  • ନିର୍ବାଚିତ କାଉନସିଲରମାନେ ନିଜ ଭିତରୁ ଜଣଙ୍କୁ ଚେୟାରମ୍ୟାନ ଓ ଆଉଜଙ୍କୁ ଭାଇସ୍‌ଚେୟାରମ୍ୟାନ ଭାବେ ନିର୍ବାଚିତ କରନ୍ତି । ଚେୟାରମ୍ୟାନ ସଭାରେ ଅଧ୍ୟକ୍ଷତା କରନ୍ତି ।
  • ପୌର ପରିଷଦର ଦୈନନ୍ଦିନ କାର୍ଯ୍ୟ ତଦାରଖ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇଥା’ଛି ।
  • ପୌରପାଳିକାର କାର୍ଯ୍ୟକ ଦଇ ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ । ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ହେଲା– ଗମନାଗମନ, ରାସ୍ତାନିର୍ମାଣ ଓ ରକ୍ଷଣାବେକ୍ଷଣ, ପାନୀୟଜଳ ଯୋଗାଣ, ଜଳ ନିଷ୍କାସନ ଓ ଆଲୋକ ବ୍ୟବସ୍ଥା, ସଂକ୍ରାମକ ରୋଗର ନିରାକରଣ, ପ୍ରାଥମିକ ଶିକ୍ଷାର ପ୍ରସାର ଏବଂ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଦି ପ୍ରମୁଖ । ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ହେଲା– ଗୃହ ନିର୍ମାଣ ଓ ଟାଉବସ୍‌ର ପ୍ରଚଳନ, ଆମୋଦ ପ୍ରମୋଦ ପାଇଁ ପାର୍କ ତିଆରି, ସିନେମା ଗୃହ ନିର୍ମାଣ, ହାଟ ବଜାର ଓ ପାଠାଗାର ସ୍ଥାପନ ।
  • ପୌରପାଳିକାର ଆୟ ପନ୍ଥା ହେଲା– ପୌରପାଳିକା ତା’ର ଆୟର ଦୁଇଟି ଉପାୟରେ ଅର୍ଥ ପାଇଥାଏ । ଯଥା— ନିଜସ୍ବ ଆୟ ଓ ସରକାରୀ ଅନୁଦାନ ନିଜସ୍ବ ଆୟ ହେଲା– ପୌରପାଳିକାର ଅନ୍ତର୍ଗତ ଜମି, ଘର, କୋଠାବାଡ଼ି, ପଣ୍ୟକର, ପାଇଖାନା, ଆଲୋକ ଓ ଜଳକର, ବ୍ୟବସାୟ, ପ୍ରମୋଦ କର, ସାଇକେଲ, ରିକ୍କା, ଶଗଡ଼, ଟ୍ରଲି ଆଦି ଯାନବାହନରୁ ଟିକସ ଆଦାୟ । ସରକାରୀ ଅନୁଦାନ ହେଲା ପୌରପାଳିକାର ଉନ୍ନତିମୂଳକ କାର୍ଯ୍ୟପାଇଁ ବିଭିନ୍ନ ସମୟରେ ସରକାର ବିଭିନ୍ନ ଅନୁଦାନ ଦେବା ସହିତ ଋଣ ମଧ୍ୟ ଯୋଗାଇଥା’ନ୍ତି ।
  • ମନେରଖ: ଆମ ରାଜ୍ୟରେ ଏବେ ୩୫ଟି ପୌରସଂସ୍ଥା ବା ପୌରପାଳିକା ଅଛି ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୧୧) ବିଜ୍ଞାପିତ ଅଞ୍ଚଳ ପରିଷଦ

  • ଯେଉଁ ଛୋଟ ସହରର ଲୋକସଂଖ୍ୟା ୧୦ ହଜାରରୁ ଅଧିକ ସେଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ (N.A.C.) ଗଠିତ ହୋଇଥାଏ ।
  • ବିଜ୍ଞାପିତ ଅଞ୍ଚଳ ପରିଷଦର ଗଠନ, କାର୍ଯ୍ୟ, ଆୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ପୌରପାଳିକା ବା ମ୍ୟୁନିସିପାଲିଟି ପରି ହୋଇଥାଏ ।
  • ମନେରଖ: ଓଡ଼ିଶାରେ ଏବେ ୬୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି ।

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4

Odisha State Board BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 Textbook Exercise Questions and Answers.

BSE Odisha Class 7 Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4

Question 1.
ପାର୍ଶ୍ୱସ୍ଥ ଚିତ୍ରରେ, A͞B = C͞B, A͞D = C͞D । ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 1
(କ) Δ ABD ଓ Δ CBD ର କେଉଁ କେଉଁ ବାହୁ ସର୍ବସମ ?
ସମାଧାନ:
Δ ABD ଓ Δ CBD ରେ AB ≅ C͞B, B͞D ≅ BD, DA ≅ DC ।

(ଖ) ଚିତ୍ରରେ ଥିବା Δ ABD ଓ Δ CBD ସର୍ବସମ କି ? ଯଦି ତୁମ ଉତ୍ତର ‘ହଁ’ , କାରଣ ଲେଖ । ଯଦି ତୁମ ଉତ୍ତର ‘ନାହିଁ’, କାରଣ ଲେଖ ।
ସମାଧାନ:
Δ ABD ≅ Δ CBD କାରଣ ତ୍ରିଭୁଜଦ୍ଵୟ ବା-ବା-ବା ସର୍ବସମତା ସର୍ଭକୁ ପୂରଣ କରୁଛି ।

(ଗ) Δ ABD ଏବଂ Δ CBD ର କେଉଁ କେଉଁ କୋଣ ସର୍ବସମ ?
ସମାଧାନ:
∠A ≅ ∠C, ∠ABD ≅ ∠CBD ଏବଂ ∠ADB ≅ ∠CDB

(ଘ) B͞D କେଉଁ କେଉଁ କୋଣକୁ ସମଦ୍ବିଖଣ୍ଡ କରେ ?
ସମାଧାନ:
BD, ∠ABC ଓ ∠ADC କୋଣଦ୍ଵୟକୁ ସମନ୍ଦିଖଣ୍ଡ କରେ ।

(ଙ) Δ ABD ≅ Δ BDC ଲେଖିବା ଠିକ୍ ହେବ କି ? ତୁମ ଉତ୍ତରର କାରଣ ଲେଖ ।
ସମାଧାନ:
Δ ABD ≅ Δ BDC ଲେଖିବା ଠିକ୍ ହେବ ନାହିଁ । କାରଣ A ↔ B, B ↔ D ଓ D ↔ C ନୁହେଁ ।

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4

Question 2.
ଦୁଇଟି ସର୍ବସମ ତ୍ରିଭୁଜ ଅଙ୍କନ କରି ପ୍ରମାଣ କର ଯେ “ସର୍ବସମ ତ୍ରିଭୁଜରେ ସର୍ବସମ ବାହୁମାନଙ୍କର ସମ୍ମୁଖୀନ କୋଣମାନେ ଅନୁରୂପ’’।
ସମାଧାନ:
(i) ଗୋଟିଏ ଡ୍ରଇଁ କାଗଜ ଉପରେ ଯେ କୌଣସି ଗୋଟିଏ Δ ଅଙ୍କନ କର (ଚିତ୍ର : କ) ଓ ତା’ର ନାମ ଦିଅ Δ ABC । ସେହି କାଗଜ ଉପରେ BC ର ଦୈର୍ଘ୍ୟ ସଙ୍ଗେ ସମାନ ଦୈର୍ଘ୍ୟର ରେଖାଖଣ୍ଡଟିଏ ଅଙ୍କନ କର (ଚିତ୍ର : ଖ) ଓ ତା’ର ନାମ ଦିଅ OR ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 2.1
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 2.2
(ii) ତୁମ କମ୍ପାସରେ AB ର ଦୈର୍ଘ୍ୟ ସଙ୍ଗେ ସମାନ ବ୍ୟାସାର୍ଦ୍ଧ ନେଇ Qକୁ କେନ୍ଦ୍ରକରି ଗୋଟିଏ ଚାପ ଅଙ୍କନ କର (ଚିତ୍ର : ଗ) ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 2.3
(iii) ପୁନଶ୍ଚ, କମ୍ପାସ୍‌ରେ AC ର ଦୈର୍ଘ୍ୟ ସଙ୍ଗେ ସମାନ ବ୍ୟାସାର୍ଦ୍ଧ ନେଇ R କୁ କେନ୍ଦ୍ର କରି ଗୋଟିଏ ଚାପ ଅଙ୍କନ କର, ଯେପରି ତାହା ପୂର୍ବରୁ ଅଙ୍କିତ ଚାପକୁ ଛେଦ କରିବ (ଚିତ୍ର : ଘ)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 2.4
(iv) ଏହି ଛେଦବିନ୍ଦୁର ନାମ ‘P’ ଦିଅ ।
(v) ବର୍ତ୍ତମାନ P͞Q ଓ PR ଅଙ୍କନ କର । Δ PQR ମିଳିଲା ।
(vi) ଏବେ ABC ତ୍ରିଭୁଜର ଅବିକଳ ନକଲ ତିଆରି କର ।
(vii) ଏହାକୁ Δ PQR ଉପରେ ରଖ, ଯେପରି Δ ABC ର ଶୀର୍ଷବିନ୍ଦୁ A ଉପରେ Δ PQR ର ଶୀର୍ଷବିନ୍ଦୁ P ରହିବ ।
(viii) Δ ABC ଓ Δ PQR ର କୋଣମାନଙ୍କୁ ମାପିଲେ ∠A ≅∠P, ∠B ≅ ∠Q ଓ ∠C ≅ ∠R ।
ଥୁରୁ ପ୍ରମାଣିତ ହେଲା ଯେ, “ସର୍ବସମ ତ୍ରିଭୁଜର ସର୍ବସମ ବାହୁମାନଙ୍କର ସମ୍ମୁଖୀନ କୋଣମାନ ସର୍ବସମ’’ ।
Δ ABC ଓ Δ PQR ମଧ୍ୟରେ AB = PQ BC = QR

(କ) CA ସହ Δ PQR ର କେଉଁ ବାହୁର ଦୈର୍ଘ୍ୟ ସମାନ ହେଲେ Δ ABC ≅ Δ PQR ହେବ ?
ସମାଧାନ:
CA ସହ Δ PQR ର RP ବାହୁର ଦୈର୍ଘ୍ୟ ସମାନ ହେଲେ Δ ABC ≅ Δ PQR ହେବ ।

(ଖ) Δ ABC ≅ Δ POR ହେଲେ, ଶୂନ୍ୟସ୍ଥାନରେ କ’ଣ ଲେଖାଯିବ ?
ଶୀର୍ଷବିନ୍ଦୁ A ର ଅନୁରୂପ _________
ଶୀର୍ଷବିନ୍ଦୁ B ର ଅନୁରୂପ _________
ଶୀର୍ଷବିନ୍ଦୁ C ର ଅନୁରୂପ _________
ସମାଧାନ:
ଶୀର୍ଷବିନ୍ଦୁ A ର ଅନୁରୂପ ଶୀର୍ଷବିନ୍ଦୁ P
ଶୀର୍ଷବିନ୍ଦୁ B ର ଅନୁରୂପ ଶୀର୍ଷବିନ୍ଦୁ Q
ଶୀର୍ଷବିନ୍ଦୁ C ର ଅନୁରୂପ ଶୀର୍ଷବିନ୍ଦୁ R

Question 3.
ନିମ୍ନସ୍ଥ ଚିତ୍ରମାନଙ୍କରେ ବାହୁ-ବାହୁ-ବାହୁ ସର୍ବସମତା ସର୍ଭ ଅନୁସାରେ ସର୍ବସମ ହେଉଥ‌ିବା ତ୍ରିଭୁଜ ମାନଙ୍କର ନାମ ଲେଖ ?
(କ)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 3
ସମାଧାନ:
Δ ABC ≅ Δ RPQ

(ଖ)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 4
ସମାଧାନ:
Δ ABD ≅ Δ ACD

(ଗ)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 5
ସମାଧାନ:
Δ LMN ≅ Δ STR

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4

Question 4.
ପାର୍ଶ୍ୱସ୍ଥ ଚିତ୍ରରେ AB = AC ଓ D, B͞C ର ମଧ୍ୟ ବିନ୍ଦୁ । ଏହି ଚିତ୍ର ଦେଖି ଶୂନ୍ୟସ୍ଥାନ ପୂରଣ କର ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.4 6
Δ ADB ≅ Δ ______
∠ABD ≅ ∠ ______
∠BAD ≅ ∠ ______
∠ADB ≅ ∠ ______
ଦୁଇଟି ତ୍ରିଭୁଜର ସର୍ବସମତାର ଆଉ ଗୋଟିଏ ସର୍ଭ ସଂପର୍କରେ ଆଲୋଚନା କରିବା ।
ସମାଧାନ:
Δ ADB ≅ Δ ADC
∠ABD ≅ ∠ACD
∠BAD ≅ ∠CAD
∠ADB ≅ ∠ADC

BSE Odisha 6th Class Political Science Notes Chapter 3 ସରକାର

Odisha State Board BSE Odisha 6th Class Political Science Notes Chapter 3 ସରକାର will enable students to study smartly.

BSE Odisha Class 6 Political Science Notes Chapter 3 ସରକାର

ବିଷୟବସ୍ତୁ
ସରକାରର ସଂଜ୍ଞା, ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ, ସରକାରଙ୍କର ଆଇନ୍ ପ୍ରଣୟନ, ସରକାରୀ ଅନୁଷ୍ଠାନ, ବିଭିନ୍ନ ପ୍ରକାରର ସରକାର, ସଂସଦୀୟ ସରକାର, ରାଷ୍ଟ୍ରପତୀୟ ସରକାର, ଐକିକ ସରକାର, ରାଷ୍ଟ୍ରସଂଘୀୟ ସରକାର, ରାଜତନ୍ତ୍ରିକ ସରକାର, ଗଣତାନ୍ତ୍ରିକ ସରକାର ।

→ (୧) ସରକାରର ସଂଜ୍ଞା

  • ସରକାର ରାଷ୍ଟ୍ରର ଏକ ଅପରିହାର୍ଯ୍ୟ ଅଙ୍ଗ ଓ ରାଷ୍ଟ୍ର ଶାସନ ପାଇଁ ସରକାର ଗଠନ କରାଯାଏ ।
  • ଗମନାଗମନ ପାଇଁ ରାସ୍ତା ତିଆରି, ରାସ୍ତା ମରାମତି, ସହର ଓ ଗ୍ରାମକୁ ବିଦ୍ୟୁତ ଶକ୍ତି ଯୋଗାଣ, ଲୋକମାନଙ୍କୁ ଚାଷ ଓ ବ୍ୟବସାୟ ପାଇଁ ଋଣ ପ୍ରଦାନ, ବିଦ୍ୟାଳୟ ପାଇଁ ଗୃହ ନିର୍ମାଣ ଇତ୍ୟାଦି ସରକାରଙ୍କର କାର୍ଯ୍ୟ ଅଟେ ।

→ (୨) ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ
ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ହେଲା– ରାସ୍ତା ନିର୍ମାଣ ଓ ମରାମତି, ବିଦ୍ୟୁତଶକ୍ତି ଯୋଗାଣ, ଚାଷ ଓ ବ୍ୟବସାୟ ପାଇଁ ଋଣ ପ୍ରଦାନ, ବିଦ୍ୟାଳୟ ଗୃହ ତଥା ଗରିବ ଲୋକଙ୍କ ପାଇଁ ବାସଗୃହ ବ୍ୟବସ୍ଥା, ସମସ୍ତଙ୍କୁ ସୁରକ୍ଷା, କର୍ମଯୋଗାଣ, ଦରଦାମ ନିୟନ୍ତ୍ରଣ, ବାହାର ଦେଶ ସହ ସମ୍ପର୍କ ରକ୍ଷା, ଦେଶର ସୀମାସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ବେଳେ ସାହାଯ୍ୟ ପ୍ରଦାନ ।

BSE Odisha 6th Class Political Science Notes Chapter 3 ସରକାର

→ (୩) ସରକାରଙ୍କର ଆଇନ ପ୍ରଣୟନ

  • ଜନସାଧାରଣଙ୍କର ମଙ୍ଗଳ ପାଇଁ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଥା’ଛି ।
  • ଏଗୁଡ଼ିକ ହେଲା– ସର୍ବସାଧାରଣ ସ୍ଥାନରେ ଧୂମପାନ ନକରିବା, ନିୟନ୍ତ୍ରିତ ବେଗରେ ଗାଡ଼ିଚଳାଇବା, ଚାଳକ ହେଲ୍‌ମେଟ୍ ପିନ୍ଧିବା ସହିତ ନିଜପାଖରେ ଲାଇସେନ୍ସ ରଖୁବା ଇତ୍ୟାଦି ।

→ (୪) ସରକାରୀ ଅନୁଷ୍ଠାନ

  • ସରକାର ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ସରକାରୀ କାର୍ଯ୍ୟ କରିଥା’ନ୍ତି ।
  • ବିଭିନ୍ନ ସରକାରୀ ଅନୁଷ୍ଠାନଗୁଡ଼ିକ ହେଲା– ପୋଷ୍ଟ ଅଫିସ, ପୋଲିସ ଷ୍ଟେସନ, ବିଦ୍ୟାଳୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ହାଇକୋର୍ଟ, ତହସିଲ ଇତ୍ୟାଦି ।

→ (୫) ସରକାରର ପ୍ରକାର ଭେଦ

  • ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସରକାର ଗଠିତ ହୋଇଥାଏ ।
  • ସେଗୁଡ଼ିକ ହେଲା – ସଂସଦୀୟ ସରକାର, ରାଷ୍ଟ୍ରପତୀୟ ସରକାର, ଐକିକ ସରକାର, ରାଷ୍ଟ୍ରସଂଘୀୟ ସରକାର, ରାଜତନ୍ତ୍ରିକ ସରକାର, ଗଣତାନ୍ତ୍ରିକ ସରକାର ।

BSE Odisha 6th Class Political Science Notes Chapter 3 ସରକାର

→ (୬) ସଂସଦୀୟ ସରକାର

  • ସଂସଦୀୟ ସରକାରରେ ରାଷ୍ଟ୍ରମୁଖ୍ୟ ‘ଆଳଙ୍କାରିକ ମୁଖ୍ୟ’ ମାତ୍ର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ ମନ୍ତ୍ରୀମଣ୍ଡଳ ଶାସନର ‘ପ୍ରକୃତ ମୁଖ୍ୟ’ ଅଟନ୍ତି ।
  • ସଂସଦୀୟ ସରକାରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ନିଜ ନିଜ ଭିତରେ ଉତ୍ତମ ବୁଝାମଣା ଭିଭିରେ କାର୍ଯ୍ୟକରନ୍ତି ।
  • ବ୍ୟବସ୍ଥାପିକାର ସଭ୍ୟମାନେ ଜନସାଧାରଣଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି ଓ ବ୍ୟବସ୍ଥାପିକାର ସଭ୍ୟ ଓ ବିଭାଗୀୟ ମନ୍ତ୍ରୀମାନେ ସେମାନଙ୍କର କାର୍ଯ୍ୟପାଇଁ ଲୋକମାନଙ୍କ ପାଖରେ ଉତ୍ତରଦାୟୀ ରହନ୍ତି ।
  • ମନେରଖ: ଭାରତ ଓ ଜାପାନରେ ସଂସଦୀୟ ସରକାର ରହିଛି ।

→ (୭) ରାଷ୍ଟ୍ରପତୀୟ ସରକାର

  • ଏହି ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ଉଭୟ ରାଷ୍ଟ୍ର ଓ ସରକାରର ମୁଖ୍ୟ ଅଟନ୍ତି ଓ ତାଙ୍କ ନାମରେ ଶାସନ କାର୍ଯ୍ୟ ଚାଲେ ।
  • ରାଷ୍ଟ୍ରପତି ବିଭିନ୍ନ ସଚିବମାନଙ୍କୁ ନିଯୁକ୍ତ କରି ସେମାନଙ୍କ ମାଧ୍ୟମରେ ଶାସନ କାର୍ଯ୍ୟ ପରିଚାଳନା କରନ୍ତି ।
  • ମନେରଖ : ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଶ୍ରୀଲଙ୍କା ଓ ବ୍ରାଜିଲ୍ ଆଦି ଦେଶରେ ଏହି ପ୍ରକାର ସରକାର ରହିଛି ।

→ (୮) ଐକିକ ସରକାର

  • ଯେଉଁ ରାଷ୍ଟ୍ରରେ ସମସ୍ତ କ୍ଷମତା ଗୋଟିଏ ସରକାର ବା କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ଥାଏ, ତାକୁ ‘ଐକିକ ସରକାର’ କୁହାଯାଏ ।
  • ଏହି ପ୍ରକାର ସରକାରୀ ବ୍ୟବସ୍ଥାକୁ ଅଧିକ ଫଳପ୍ରଦ କରିବାପାଇଁ ରାଷ୍ଟ୍ରକୁ କେତୋଟି ଅଞ୍ଚଳରେ ବିଭକ୍ତ କରାଯାଏ ଓ ଆଞ୍ଚଳିକ ସରକାରମାନଙ୍କୁ କେନ୍ଦ୍ର ସରକାର କିଛି କ୍ଷମତା ପ୍ରଦାନ କରିଥାଆନ୍ତି ।
  • ମନେରଖ : ଇଟାଲୀ, ବେଲ୍‌ଜିୟମ୍, ଜାପାନ, ଇରାନ, ଯୁକ୍ତରାଜ୍ୟ ବା ଇଂଲଣ୍ଡ ଓ ଫ୍ରାନ୍ସ ପ୍ରଭୃତି ଦେଶରେ ‘ଐକିକ ସରକାର’ ଶାସନ ପ୍ରଚଳିତ ।

BSE Odisha 6th Class Political Science Notes Chapter 3 ସରକାର

→ (୯) ରାଷ୍ଟ୍ରସଂଘୀୟ ସରକାର

  • ସମ୍ବିଧାନର ନିର୍ଦ୍ଦେଶ ଅନୁସାରେ ‘ରାଷ୍ଟ୍ର ସଂଘୀୟ ସରକାର’ ଗଠିତ ହୋଇଥାଏ ।
  • ଏହି ବ୍ୟବସ୍ଥାରେ ରାଷ୍ଟ୍ରସ୍ତରରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ରାଜ୍ୟ ସରକାର ଗଠନ କରାଯାଏ ଓ ଉଭୟ ସରକାର ବ୍ୟବସ୍ଥାପିକା, ପ୍ରଶାସନିକ ଓ ନ୍ୟାୟିକ କ୍ଷମତା ଉପଭୋଗ କରିଥାଆନ୍ତି ।
  • ମନେରଖ : ଭାରତ ଓ ରୁଷିଆ ଆଦି ରାଷ୍ଟ୍ରରେ ‘ରାଷ୍ଟ୍ରସଂଘୀୟ ସରକାର’ ରହିଛି ।

→ (୧୦) ରାଜତନ୍ତ୍ରିକ ସରକାର

  • ପୃଥ‌ିବୀର ସବୁଠାରୁ ପ୍ରାଚୀନ ଶାସନ ହେଉଛି ରାଜତନ୍ତ୍ର ଶାସନ ବା ‘ରାଜତନ୍ତ୍ରିକ ସରକାର’ ।
  • ଏହି ଶାସନରେ ସମସ୍ତ କ୍ଷମତାର ଅଧିକାରୀ ରାଜାଙ୍କର ସମସ୍ତ ଆଇନ୍ ବା ଆଦେଶ ପ୍ରଜାମାନେ ମାନିବାକୁ ବାଧ୍ୟ ।
  • ମନେରଖ : ଅତୀତରେ ଫ୍ରାନ୍ସ ଓ ତୁର୍କୀ ପ୍ରଭୃତି ରାଷ୍ଟ୍ରରେ ‘ରାଜତନ୍ତ୍ରିକ ସରକାର’ ଶାସନ ପ୍ରଚଳିତ ଥିଲା ।

→ (୧୧) ଗଣତାନ୍ତ୍ରିକ ସରକାର

  • ଗଣତନ୍ତ୍ର ହେଉଛି ଗଣ-ଶାସନ । ଏହି ଶାସନରେ ସାବାଳାକମାନେ ସ୍ବାଧୀନ ଭାବରେ ଭୋଟ ଦେଇ ରାଜନୈତିକ ଦଳର ଲୋକମାନଙ୍କ ମଧ୍ୟରୁ ଜଣକୁ ସେମାନଙ୍କର ପ୍ରତିନିଧ୍ବ ବାଛନ୍ତି ।
  • ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ବ୍ୟକ୍ତିମାନେ ସରକାର ଗଢ଼ି ରାଜ୍ୟ ଶାସନ କରିଥାଆନ୍ତି ।
  • ଗଣତନ୍ତ୍ର ବା ‘ଡେମୋକ୍ରାସି’ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ‘ଡେମୋସ୍’ (ଲୋକମାନେ) ଓ ‘କ୍ରୀଟସ୍’ (ଶାସନ)ରୁ ଆସିଛି ଯାହାର ଅର୍ଥ ହେଉଛି ‘ଗଣଶାସନ’ ।
  • ମନେରଖ : ବର୍ତ୍ତମାନ ଭାରତ, ପାକିସ୍ତାନ ଆଦି ରାଷ୍ଟ୍ରରେ ‘ଗଣତାନ୍ତ୍ରିକ ସରକାର’ ପ୍ରଚଳିତ । ଆମ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକମାନଙ୍କର ଭୋଟ ଦେବାର ଅଧିକାର ଅଛି ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

Odisha State Board BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ will enable students to study smartly.

BSE Odisha Class 6 Political Science Notes Chapter 2 ରାଷ୍ଟ୍ର

ବିଷୟବସ୍ତୁ
ରାଷ୍ଟ୍ରର ଅର୍ଥ, ରାଷ୍ଟ୍ରର ବୈଶିଷ୍ଟ୍ୟ/ଉପାଦାନ, ରାଷ୍ଟ୍ରର ଉତ୍ପତ୍ତି ଓ ବିକାଶ, ରାଷ୍ଟ୍ରରେ ଉତ୍ପତ୍ତି ସମ୍ବନ୍ଧୀୟ ବିଭିନ୍ନ ମତବାଦ, ରାଷ୍ଟ୍ରର କାର୍ଯ୍ୟ ।

→ (୧) ରାଷ୍ଟ୍ର ଅର୍ଥ

  • ସବୁଠାରୁ ବଡ଼ କ୍ଷମତାଶାଳୀ ସାମାଜିକ ତଥା ରାଜନୈତିକ ଅନୁଷ୍ଠାନକୁ ରାଷ୍ଟ୍ର କୁହାଯାଏ ।
  • ରାଷ୍ଟ୍ର ଏକ ସ୍ଥାୟୀ ଅନୁଷ୍ଠାନ । ତେଣୁ ଏହାର ଆବଶ୍ୟକତା ସର୍ବଦା ଦରକାର ହୋଇଥାଏ ।
  • ରାଷ୍ଟ୍ରର ନୀତିନିୟମ ମନୁଷ୍ୟର ସାମାଜିକ ଜୀବନକୁ ଶୃଙ୍ଖଳିତ ଓ ଦୃଢ଼ୀଭୂତ କରେ ।
  • ରାଷ୍ଟ୍ର ଏକ ଅତ୍ୟାବଶ୍ୟକ ଅନୁଷ୍ଠାନ, କାରଣ ମନୁଷ୍ୟର ଇଚ୍ଛା ତାକୁ ରାଷ୍ଟ୍ରରେ ରହିବାକୁ ବାଧ୍ୟ କରିଥାଏ ।
  • ମନେରଖ : ଆରିଷ୍ଟୋଟଲଙ୍କ ମତରେ, ପରିବାର ଓ ଗ୍ରାମମାନଙ୍କର ସମଷ୍ଟିରେ ରାଷ୍ଟ୍ରର ଅଧ୍ୟାପକ ଗାରନରଙ୍କ ମତରେ, ସ୍ଥାୟୀ ଭାବରେ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ଭୋଗ ଦଖଲକାରୀ, ବାହ୍ୟ ନିୟନ୍ତ୍ରଣ ମୁକ୍ତ ଏବଂ ଅଧିକାଂଶ ଅଧିବାସୀଙ୍କ ନିରବଚ୍ଛିନ୍ନ ଆନୁଗତ୍ୟ ଲାଭ କରୁଥିବା ଏକ ସଙ୍ଗଠିତ ସରକାରର ଅଧିକାରୀ, ଊଣା ଅଧିକେ ଲୋକମାନଙ୍କର ସମ୍ପ୍ରଦାୟକକୁ ରାଷ୍ଟ୍ର କହନ୍ତି ।

→ (୨) ରାଷ୍ଟ୍ରର ବୈଶିଷ୍ଟ୍ୟ | ଉପାଦାନ

  • ରାଷ୍ଟ୍ରର ଚାରିଗୋଟି ମୁଖ୍ୟ ଉପାଦାନ ରହିଛି ।
  • ସେଗୁଡ଼ିକ ହେଲା– ଜନସଂଖ୍ୟା, ଆୟତନ, ସରକାର ଓ ସାର୍ବଭୌମତ୍ୱ ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

→ ଜନସଂଖ୍ୟା

  • ଜନସଂଖ୍ୟା ବିନା ରାଷ୍ଟ୍ରର କଳ୍ପନା ଅସମ୍ଭବ । ତେଣୁ ରାଷ୍ଟ୍ର ଗଠନ ପାଇଁ ଅଧିବାସୀ/ଜନସଂଖ୍ୟା ଆବଶ୍ୟକ ।
  • ପ୍ରକୃତରେ ଗୋଟିଏ ରାଷ୍ଟ୍ରର ଜନସଂଖ୍ୟା ସେହି ରାଷ୍ଟ୍ରର ଆୟତନ ଓ ସମ୍ବଳ ଅନୁସାରେ ହେବା ଉଚିତ ।
  • ମନେରଖ : ପ୍ଲାଟୋଙ୍କ ମତରେ ରାଷ୍ଟ୍ରର ଜନସଂଖ୍ୟା ୫୦୪୦ ହେବା ଦରକାର । ଋଷୋଙ୍କ ମତରେ ରାଷ୍ଟ୍ରର ଜନସଂଖ୍ୟା ୧୦, ୦୦୦ ହେବା ଦରକାର ।

→ ଆୟତନ

  • ଏକ ନିର୍ଦ୍ଦିଷ୍ଟ ଭୂ-ଖଣ୍ଡ ବିନା କୌଣସି ରାଷ୍ଟ୍ର କଳ୍ପନା ଅସମ୍ଭବ । ତେଣୁ ଏହାର ନିର୍ଦ୍ଦିଷ୍ଟ ପରିସୀମା ଆବଶ୍ୟକ ।
  • ଏହାର ପରିସୀମା ବୃହତ୍ ହୋଇପାରେ କିମ୍ବା ଛୋଟ ହୋଇପାରେ ।

→ ସରକାର :

  • ସରକାର ଏକ ରାଜନୈତିକ ସଙ୍ଗଠନ ।
  • ଏହା ଆଇନ୍‌ଦ୍ବାରା ପରିଚାଳିତ ।
  • ସରକାରଙ୍କ ଦ୍ବାରା ରାଷ୍ଟ୍ରରେ ଶାସନକାର୍ଯ୍ଯ ଚାଲେ ଓ ରାଷ୍ଟ୍ରର ବାସ୍ତବରୂପ ପ୍ରକାଶ ପାଏ ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

→ ସାର୍ବଭୌମତ୍ୱ:

  • ସାର୍ବଭୌମତ୍ୱ ରାଷ୍ଟ୍ରର ସବୁଠାରୁ ଗୁରୁତ୍ୱପୂରର୍ଶ ଉପାଦାନ ଓ ରାଷ୍ଟ୍ରର ଜୀବନ ଶକ୍ତି ।
  • ଏହି କ୍ଷମତା ପ୍ରୟୋଗ କରି ରାଷ୍ଟ୍ର ନିଜ ଦେଶର ନାଗରିକ, ଗୋଷ୍ଠୀ, ଅନୁଷ୍ଠାନ ଉପରେ ନିୟନ୍ତ୍ରଣ ଜାରି ରଖେ । ତେଣୁ ଏହାକୁ ‘ଆଭ୍ୟନ୍ତରୀଣ ସାର୍ବଭୌମତ୍ୱ’ କୁହାଯାଏ ।
  • ‘ବହିଃସାର୍ବଭୌମତ୍ୱ’ ବଳରେ ରାଷ୍ଟ୍ର ନିଜର ବୈଦେଶିକ ନୀତି ନିର୍ଦ୍ଧାରଣ କରେ ।
  • ମନେରଖ : ସାର୍ବଭୌମତ୍ୱ ଲାଟିନ୍ ଶବ୍ଦ ‘ସୁପରନସ୍’ରୁ ଆସିଛି । ଯାହାର ଅର୍ଥ ହେଉଛି ‘ସର୍ବୋଚ୍ଚ କ୍ଷମତା’ ।

→ (୩) ରାଷ୍ଟ୍ରର ଉତ୍ପତ୍ତି ଓ ବିକାଶ

  • ପ୍ରାଚୀନମତ ଅନୁସାରେ ରାଷ୍ଟ୍ର ଈଶ୍ବରଙ୍କ ସୃଷ୍ଟି ଓ ଏହାର ଶାସକ ରାଜା ଈଶ୍ବରଙ୍କ ପ୍ରତିନିଧୂ ।
  • ଖ୍ରୀଷ୍ଟଧର୍ମର ପୁରାତନ ଟେଷ୍ଟମେଣ୍ଟ ଓ ହିନ୍ଦୁ ଧର୍ମର ମନୁଶ୍ରୁତି ଓ ମହାଭାରତର ଭଗବାନଙ୍କ ଦ୍ବାରା ରାଷ୍ଟ୍ର ସୃଷ୍ଟି ହୋଇଛି ବୋଲି କୁହାଯାଇଛି । ଏହି ମତକୁ ଐଶ୍ଵରିକ ସୃଷ୍ଟିତର୍‌ କୁହାଯାଏ ।
  • ଯୁଦ୍ଧ ବା ଶକ୍ତିଦ୍ୱାରା ରାଷ୍ଟ୍ର ସୃଷ୍ଟି– ଏହି ମତବାଦକୁ ଶକ୍ତିତର୍‌ କୁହାଯାଏ । ଏହି ପ୍ରକାର ପ୍ରଥା ଅତୀତରେ ପ୍ରଚଳିତ ଥିଲା ।
  • ପିତା ବା ମାତାଙ୍କ କର୍ତ୍ତୃତ୍ଵର ରୂପାନ୍ତରରେ ରାଷ୍ଟ୍ର ସୃଷ୍ଟି ହୋଇଛି- ଏହା ପିତୃଶାସିତ ଓ ମାତୃଶାସିତ’ ସିଦ୍ଧାନ୍ତ କୁହାଯାଏ ।
  • ଇଂରେଜ ଦାର୍ଶନିକ ହର୍‌ସ୍‌, ଲକ୍ ଓ ଫରାସୀ ଦାର୍ଶନିକ ଋଷୋ ‘ସାମାଜିକ ଚୁକ୍ତି ମତବାଦ’ର ସମର୍ଥକ ଅଟନ୍ତି ।
  • ମନେରଖ : ମନୁଷ୍ୟ ଚୁକ୍ତି କରି ରାଷ୍ଟ୍ର ସୃଷ୍ଟି ହେବା ମତବାଦକୁ ‘ସାମାଜିକ ଚୁକ୍ତି ମତବାଦ’ କୁହାଯାଏ ।

→ (୪) ରାଷ୍ଟ୍ରର ଉତ୍ପତ୍ତି ସମ୍ବନ୍ଧୀୟ ବିଭିନ୍ନ ମତବାଦ
କ୍ରମ ବିବର୍ତ୍ତନ ମତବାଦ

  • ରକ୍ତଗତ ସମ୍ପର୍କ – ରକ୍ତଗତ ସମ୍ପର୍କରୁ ପରିବାର ବୃଦ୍ଧି ଓ କାଳକ୍ରମେ ବଂଶ ଓ ଗୋଷ୍ଠୀର ଉତ୍ପତ୍ତି ହୋଇ ସେହି ଗୋଷ୍ଠୀ ଶେଷରେ ରାଷ୍ଟ୍ରରେ ପରିଣତ ହେଲା ।
  • ଧର୍ମ– ଅତି ପ୍ରାଚୀନ କାଳରୁ ଧାର୍ମିକ ଏକତା ଯୋଗୁଁ ରାଷ୍ଟ୍ର ସୃଷ୍ଟି ହୋଇଥିଲା ।
  • ଶକ୍ତି – ଅତୀତରେ ଶକ୍ତି ପ୍ରୟୋଗଦ୍ଵାରା ରାଷ୍ଟ୍ରନିର୍ମାଣ ହୋଇଥିଲା ।
  • ବ୍ୟକ୍ତିଗତ ସମ୍ପତ୍ତି – ଯାଯାବର ଜୀବନ ପରିତ୍ୟାଗ କରି ବ୍ୟକ୍ତିଗତ ସମ୍ପତ୍ତିର ମାଲିକ ହୋଇଥିବା ମଣିଷ ନିଜର ବ୍ୟକ୍ତିଗତ ସମ୍ପତ୍ତିର ସୁରକ୍ଷାପାଇଁ ରାଷ୍ଟ୍ରର ଆବଶ୍ୟକତା ଉପଲବ୍ଧି କଲା ।
  • ରାଜନୈତିକ ଭାବନା – ରାଷ୍ଟ୍ରଗଠନ ନିମିତ୍ତ ରାଜନୈତିକ ଭାବନା ବା ଇଚ୍ଛାଦ୍ଵାରା ରାଷ୍ଟ୍ର ସୃଷ୍ଟି ହୋଇଛି । ରାଷ୍ଟ୍ରଦ୍ୱାରା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ହୋଇପାରିଲା ।

BSE Odisha 6th Class Political Science Notes Chapter 2 ରାଷ୍ଟ୍ର

→ (୫) ରାଷ୍ଟ୍ରର କାର୍ଯ୍ୟ

  • ରାଷ୍ଟ୍ରର କାର୍ଯ୍ୟକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ ରାଯାଇଛି । ଯଥା- ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ ।
  • ବାଧ୍ୟତାମୂଳକ କାର୍ଯ୍ୟ – ରାଷ୍ଟ୍ରର ସ୍ଥିତି, ବ୍ୟକ୍ତିର ସୁରକ୍ଷା ଓ ଦେଶର ସ୍ଵାଧୀନତା ରକ୍ଷାପାଇଁ ଯେଉଁ କାର୍ଯ୍ୟ କରାଯାଏ, ତାକୁ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ କୁହାଯାଏ ।
  • ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ହେଲା– ଶାନ୍ତି ଶୃଙ୍ଖଳା ରକ୍ଷା, ଧନଜୀବନ ସୁରକ୍ଷା, ବହିଃଶତ୍ରୁ ଆକ୍ରମଣରୁ ରକ୍ଷା, ଅନ୍ୟ ଦେଶ ସହ ସମ୍ପର୍କ ସ୍ଥାପନା ।
  • ଇଚ୍ଛାଧୀନ କାର୍ଯ୍ୟ– ଯେଉଁ କାର୍ଯ୍ୟଗୁଡ଼ିକ ଜନସାଧାରଣଙ୍କ କଲ୍ୟାଣପାଇଁ ଉଦ୍ଦିଷ୍ଟ ତାକୁ ରାଷ୍ଟ୍ରର ଇଚ୍ଛାଧୀନ କାର୍ଯ୍ୟ କୁହାଯାଏ ।
  • ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ହେଲା— ଶିଳ୍ପ ସଂସ୍ଥା ନିୟନ୍ତ୍ରଣ, କୃଷି, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ଉନ୍ନତି ସାଧନ, ଅତ୍ୟାବଶ୍ୟକ ଦ୍ରବ୍ୟର ଉଚିତ୍ ଯୋଗାଣ, ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ, ଦୁର୍ବଳ ଶ୍ରେଣୀର ଲୋକଙ୍କପାଇଁ ସାମାଜିକ ଓ ଆର୍ଥିକ ବ୍ୟବସ୍ଥା କରିବା ।

BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ

Odisha State Board BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ will enable students to study smartly.

BSE Odisha Class 6 Political Science Notes Chapter 1 ଆମେ ଓ ଆମ ସମାଜ

ବିଷୟବସ୍ତୁ
ପରିବାର, ପରିବାର କାର୍ଯ୍ୟ, ବଂଶ ଓ ବଂଶର ଗୋତ୍ର, ଜନଜାତି, ସଂଘ, ସମୁଦାୟ, ସମାଜ ।

→ (୧) ପରିବାର

  • ପରିବାର ହେଉଛି ସବୁଠାରୁ କ୍ଷୁଦ୍ର ସାମାଜିକ ଅନୁଷ୍ଠାନ । ଏହା ଦୁଇ ପ୍ରକାରର, ଯଥା— ଏକକ ପରିବାର ଓ ଯୌଥ ପରିବାର ।
  • ବାପା, ମା’ ଓ ସେମାନଙ୍କର ସନ୍ତାନଙ୍କୁ ନେଇ ଗଠିତ ପରିବାରକୁ ଏକକ ପରିବାର କୁହାଯାଏ ।
  • ବାପା, ମା’, ବଡ଼ବାପା, ବଡ଼ମା’, ଦାଦା, ଖୁଡ଼ୀ, ଅବିବାହିତ ଦାଦା ଓ ପିଉସୀ, ଜେଜେବାପା, ଜେଜେମା’ ଆଦି ମିଳିମିଶି ରହୁଥ‌ିବା ପରିବାରକୁ ଯୌଥ ପରିବାର କହନ୍ତି ।
  • ମନେରଖ : ଭାରତୀୟ ପରିବାରଗୁଡ଼ିକରେ ପିତା ହିଁ ମୁଖ୍ୟ ହୋଇଥା’ଛି । ଆଉ କେତେକ ପରିବାରରେ ମାତା ମଧ୍ୟ ମୁଖ୍ୟ ହୋଇଥାଆନ୍ତି ।

→ (୨) ପରିବାର ମୌଳିକ କାର୍ଯ୍ୟ

  • ବଂଶରକ୍ଷା କରିବା ପରିବାରର ମୌଳିକ କାର୍ଯ୍ୟ । ଏହା ବ୍ୟତୀତ ଶିଶୁର ଲାଳନପାଳନ, ଶିଶୁକୁ ବିଭିନ୍ନ ସଦ୍‌ଗୁଣ ଶିକ୍ଷାଦେବା, ଶିଶୁଟି ବଡ଼ହେବା ପରେ ଜୀବିକା ଅର୍ଜନରେ ସାହାଯ୍ୟ କରିବା ଆଦି କାର୍ଯ୍ୟ ପରିବାର କରିଥାଏ ।
  • ଶିଶୁକୁ ଉତ୍ତମ ନାଗରିକରୂପେ ଗଢ଼ି ତୋଳିବାରେ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ

→ (୩) ବଂଶ ଓ ବଂଶର ଗୋତ୍ର

  • କେତେକ ପିଢ଼ିର ରକ୍ତ ସମ୍ପର୍କୀୟମାନଙ୍କୁ ନେଇ ବଂଶ ଗଠିତ I ବାପା, ବଡ଼ବାପା, ଦାଦାଙ୍କ ପରିବାର ଜେଜେବାବାଙ୍କ ପରିବାରରୁ ସୃଷ୍ଟି । ଏମାନଙ୍କ ମଧ୍ୟରେ ରକ୍ତ ସମ୍ପର୍କ ରହିଛି । ଏଣୁ ଏମାନେ ଗୋଟିଏ ବଂଶର ।
  • ବଂଶ ପରମ୍ପରା ଅନୁସାରେ ଗୋଟିଏ ବଂଶର ଲୋକମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରିବା ସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, କ୍ରିୟାକର୍ମପାଳନ କରିଥା’ଛି ।
  • ହିନ୍ଦୁମାନଙ୍କର ବଂଶ ସାଧାରଣତଃ ପିତୃ ବଂଶୀୟ ଅଟେ ।
  • ବେଳେବେଳେ ଧାର୍ମିକ କ୍ରିୟା କର୍ମପାଳନରେ ମୂଳ ବଂଶରୁ ଅଲଗା ହୋଇ ଯେଉଁ ନୂଆ ବଂଶ ସୃଷ୍ଟି କରିଥା’ନ୍ତି, ସେହି ପ୍ରକ୍ରିୟାକୁ ବଂଶ ବିଭାଜନ କୁହାଯାଏ ।
  • ପ୍ରତ୍ୟେକ ବଂଶର ଗୋତ୍ର ଥାଏ ଯାହାର ଅର୍ଥ ହେଉଛି କୁଳ ପ୍ରବର୍ତ୍ତକ ଋଷି ।
  • ଯେଉଁ ଋଷିଙ୍କୁ ପରିବାରର ନିଜର ବୋଲି ସମ୍ମାନ ଦେଇଥା’ନ୍ତି । ସେହି ବଂଶର ଗୋତ୍ର ସେହି ଋଷିଙ୍କ ନାମ ଅନୁସାରେ ହୋଇଥାଏ । ଯଥା– କାଶ୍ୟପ, ଭରଦ୍ଵାଜ ଓ ନାଗସ୍ୟ ଇତ୍ୟାଦି ।
  • ମନେରଖ : କେତେକ ପିଢ଼ିର ରକ୍ତ ସମ୍ପର୍କୀୟମାନଙ୍କୁ ନେଇ ‘ବଂଶ’ ଗଠିତ ।

→ (୪) ଜନଜାତି

  • ଏକ ସାଧାରଣ ନାମ ଥିବା ଦେଶୀୟ ଲୋକମାନଙ୍କର କ୍ଷୁଦ୍ର ସମୂହକୁ ‘ଜନଜାତି’ କୁହାଯାଏ ।
  • ଜନଜାତି ଭାରତୀୟ ସମାଜର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଜନଜାତିକୁ ଇଂରାଜିରେ Tribe କୁହାଯାଏ । ଆମେ ଏହି ଲୋକଙ୍କୁ ଆଦିବାସୀ ବା ବନବାସୀ ରୂପେ ଜାଣିଥାଉ ।
  • ଏମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରିଥା’ନ୍ତି ଓ ଏକ ସାଧାରଣ ଭାଷାରେ କଥାବାର୍ତ୍ତା ହୁଅନ୍ତି ଓ ମିଳିମିଶି ବିଭିନ୍ନ ପର୍ବପର୍ବାଣି ପାଳନ କରିଥା’ଛି ।
  • ଆମରାଜ୍ୟରେ ବଣ୍ଡା, ସାନ୍ତାଳ, କନ୍ଧ ଆଦି ଜନଜାତି ଦେଖାଯା’ନ୍ତି ।
  • ମନେରଖ : ଆମ ରାଜ୍ୟରେ ପ୍ରାୟ ୬୨ ପ୍ରକାର ଆଦିମ ଅସ୍ଵାସୀ ଦେଖାଯା’ଛି । ସାନ୍ତାଳମାନଙ୍କର ଭାଷା ସାନ୍ତାଳୀ I ଏହାର ନିଜସ୍ଵ ଲିପିଅଛି ।

→ (୫) ସଂଘ

  • କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ମିଶି ସଂଘ ଗଠନ କରିଥା’ନ୍ତି ।
  • କାର୍ଯ୍ୟ ଅନୁସାରେ ଏହା ଅନେକ ପ୍ରକାରର, ଯଥା— ପରିବାର, ଓକିଲ ସଂଘ, ଶିକ୍ଷକ ସଂଘ, ଛାତ୍ର ସଂଘ, ହିନ୍ଦୁ ମହାସଭା ଇତ୍ୟାଦି ।
  • ସଂଘର ପରିଚାଳନା ପାଇଁ ଜଣେ ମୁଖ୍ୟଥାଆନ୍ତି ଏବଂ ସଂଘର ସଦସ୍ୟମାନେ ସଂଘର କେତେକ ନିୟମମାନ ପାଳନ କରିଥାଆନ୍ତି ।
  • ପରିବାର ପରିସଂଘ ଚିରସ୍ଥାୟୀ ଅଟେ ।

BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ

→ (୬) ସମୁଦାୟ

  • ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକତା ମନୋଭାବନେଇ ବାସକରୁଥିବା ଲୋକମାନଙ୍କୁ ନେଇ ‘ସମୁଦାୟ’ ଗଠିତ ହୁଏ ।
  • ଏହା ପ୍ରାକୃତିକ ଭାବେ ସୃଷ୍ଟି ହୋଇଥାଏ ।
  • ଏକ ସବୁଦାୟରେ ବାସକରୁଥିବା ବ୍ୟକ୍ତିମାନେ ଏକ ସର୍ବସାଧାରଣ ଜୀବନ ଧାରାରେ ସହଭାଗୀ ହୋଇଥା’ନ୍ତି।
  • ସଦସ୍ୟମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବା ସମୁଦାୟର ମୁଖ୍ୟ ଲକ୍ଷ୍ୟ । ସମୁଦାୟ ଯେତେ ଛୋଟ ହୋଇଥାଏ ଲୋକଙ୍କ ମଧ୍ୟରେ ଏକତା ସେତେ ଦୃଢ଼ ହୋଇଥାଏ ।
  • ବୃହତ୍ ସମୁଦାୟ ମଧ ବ୍ୟକ୍ତିକୁ ଅନେକ ପ୍ରକାର ସାହାଯ୍ୟ କରିଥାଏ ।
  • ମନେରଖ : କୌଣସି ସଂଘ ନିଜ ଲକ୍ଷ୍ୟବାଦ ସର୍ବସାଧାରଣ ଉନ୍ନତିମୂଳକ କାର୍ଯ୍ୟକଲେ ତାହାର ସମୁଦାୟିକ ଗୁଣ ବୃଦ୍ଧିପାଏ ।

→ (୭) ସମାଜ

  • ଆଦିମ ମନୁଷ୍ୟ ସ୍ୱାଧୀନଭାବେ ଚଳୁଥିଲା । ପରବର୍ତ୍ତୀ ସମୟରେ ଲୋକସଂଖ୍ୟା ବୃଦ୍ଧି ହେତୁ ସେମାନଙ୍କ ମଧ୍ୟରେ କଳହ ଓ ଶତ୍ରୁତା ସୃଷ୍ଟିହେଲା । ତେଣୁ ମଣିଷ ନୀତି ନିୟମ ସୃଷ୍ଟିକରି ସୁଖରେ ଚଳିବାକୁ ଚେଷ୍ଟାକଲା । ସେହି ଚଳଣିରୁ ସମାଜ ସୃଷ୍ଟି ହେଲା ।
  • ସମାଜ ବିନା ମଣିଷ ବଞ୍ଚିବା ଅସମ୍ଭବ । ବ୍ୟକ୍ତି ତା’ର ଆବଶ୍ୟକତା ପାଇଁ ସମାଜ ଉପରେ ନିର୍ଭର କରିଥାଏ । ଅପରପକ୍ଷରେ ସମାଜ ମଧ୍ୟ ବ୍ୟକ୍ତି ଉପରେ ନିର୍ଭର କରିଥାଏ ।
  • ମନେରଖ: ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ ।