CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Odisha State Board CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ Textbook Exercise Questions and Answers.

CHSE Odisha Class 12 Odia Chapter 11 ପତାକା ଉତ୍ତୋଳନ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
‘ପତାକା ଉତ୍ତୋଳନ’ ଗଳ୍ପଟି କେଉଁ ଦିବସର କଥା କହିଛି ?
୧୫ ଅଗଷ୍ଟ ୧୯୪୭, ୧୬ ଅଗଷ୍ଟ ୧୯୪୭, ୧୪ ଅଗଷ୍ଟ ୧୯୪୭, ୨୬ ଜାନୁଆରୀ ୧୯୫୦ ।
Answer:
୧୪ ଅଗଷ୍ଟ ୧୯୪୭

Question ୨ ।
ସୋମନାଥ ମହାପାତ୍ର କେଉଁ ଉପାଧ୍ ପାଇଥିଲେ ?
Answer:
ରାୟଚୌଧୁରୀ, ରାୟବାହାଦୂର, ରାୟସାହେବ, ରାୟମହାପାତ୍ର ।
Answer:
ରାୟବାହାଦୂର

Question ୩ ।
‘ଜୟ ସ୍ଵାଧୀନ ଭାରତ କି ଜୟ’ ଧ୍ଵନି ରାୟବାହାଦୂରଙ୍କୁ କିପରି ବିଦ୍ଧ କରୁଥୁଲା ?
ବନ୍ଧୁକ ଗୁଳି ରୂପେ, ସୁତୀକ୍ଷ୍ଣ ଶର ରୂପେ, ସୁତୀକ୍ଷ୍ଣ ଶଳାକା ରୂପେ, ସୁତୀକ୍ଷ୍ଣ ଛୁରୀକା ରୂପେ ।
Answer:
ସୁତୀକ୍ଷ୍ଣ ଶଳାକା ରୂପେ

Question ୪ ।
ବାହାରର କେଉଁ କଥା ଘର ଭିତରର ପ୍ରତ୍ୟେକ ଅନ୍ଧକାର କୋଣକୁ ଥରାଇ ଦେଉଥିଲା ?
ଗଣ୍ଡଗୋଳ, ସ୍ଲୋଗାନ, କୋଳାହଳ, ହୋହଲ୍ଲା ।
Answer:
କୋଳାହଳ

Question ୫ ।
ପଟୁଆରର ଅଗ୍ରଣୀ କିଏ ଥିଲେ ?
ବିଜୟ, ଅଜୟ, ସଞ୍ଜୟ, ମୃତ୍ୟୁଞ୍ଜୟ ।
Answer:
ବିଜୟ

Question ୬ ।
କେଉଁଟି ରାୟବାହାଦୁରଙ୍କର ଏକାନ୍ତ ନିଜସ୍ଵ ଥିଲା ବୋଲି କୁହାଯାଇଛି ?
ଭେଲଭେଟ୍ ବକ୍‌ସ, ଡ୍ରୟର୍ ଚେଷ୍ଟ, ଚାବିଲେନ୍ଥା, ସନନ୍ଦପତ୍ର ।
Answer:
ଡ୍ରୟର୍ ଚେଷ୍ଟ

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୭ ।
ରାୟବାହାଦୁର ଡ୍ରୟର ଭିତରୁ କାହା ଫଟୋଗ୍ରାଫ୍ କାଢ଼ିଥିଲେ ?
ଅଜୟ, ଅକ୍ଷୟ, ବିଜୟ, ଅରୁଣ ।
Answer:
ଅରୁଣ

Question ୮ ।
କାହା ଉପରେ ଗୋଟାଏ ହଳଦିଆ ଆସ୍ତରଣ ମାଡ଼ିଯାଇଥିଲା ବୋଲି କୁହାଯାଇଛି ?
ସନନ୍ଦପତ୍ର, ମେଡ଼ାଲ, ଫଟୋଗ୍ରାଫ୍, ଭେଲଭେଟ୍ ବାକ୍‌ ।
Answer:
ସନନ୍ଦପତ୍ର,

Question ୯।
ରାୟବାହାଦୁର ପଢ଼ୁଥ‌ିବା ସନନ୍ଦଟି ତାଙ୍କୁ କେଉଁ ସାଲରେ ପ୍ରଦତ୍ତ ହୋଇଥିଲା ?
୧୯୨୫, ୧୯୨୭, ୧୯୨୯, ୧୯୨୩ ।
Answer:
୧୯୨୩

Question ୧୦ ।
କେଉଁ ବିପ୍ଳବ ପରେ ଭାରତର ଜାତୀୟ ଆନ୍ଦୋଳନରେ ଏକ ନୂତନ ସ୍ପନ୍ଦନ ଦେଖାଦେଇଥିଲା ?
ଚଉରୀ ଚଉରା, ଜାଲିୱାନାବାଗ୍, ୱାଧା, ସାବରମତୀ ।
Answer:
ଚଉରୀ ଚଉରା

Question ୧୧ ।
ମନୁଷ୍ୟର ଜନ୍ମଗତ ଦାବି ବୋଲି କାହାକୁ କୁହାଯାଇଛି ?
ପବିତ୍ରତା, ମହନୀୟତା, ସ୍ଵାଧୀନତା, ମାନବିକତା ।
Answer:
ସ୍ଵାଧୀନତା

Question ୧୨ ।
ରାୟବାହାଦୁର ଅରୁଣକୁ କେଉଁଥ‌ିରେ ଆଘାତ କରିଥିଲେ ?
ବନ୍ଧୁକ, ଲାଠି, ବୁଟ୍, ଚାବୁକ୍ ।
Answer:
ଚାବୁକ୍

Question ୧୩ ।
ରାୟବାହାଦୁରଙ୍କ ପୁତ୍ରବଧୂର ନାମ କ’ଣ ଥିଲା ?
ଅପର୍ଣ୍ଣା, ସୁପର୍ଣ୍ଣା, ସୁକନ୍ୟା, ଋତୁପର୍ଣ୍ଣା ।
Answer:
ଅପର୍ଣ୍ଣା

Question ୧୪ ।
କିଏ କମଳନୟନର ନୀଳୋତ୍ପଳରେ ଦେବୀ ଆରାଧନା କରିଥିଲେ ?
ଶ୍ରୀକୃଷ୍ଣ, ଶ୍ରୀରାମଚନ୍ଦ୍ର, ଶ୍ରୀଗୋବିନ୍ଦ, ଶ୍ରୀଚୈତନ୍ୟ ।
Answer:
ଶ୍ରୀରାମଚନ୍ଦ୍ର

Question ୧୫ ।
ଜନତା ଫ୍ଲାଗଷ୍ଟାଫ୍ ଭାଙ୍ଗି କ’ଣ ଚିରି ଦେଇଥିଲେ ?
ନେସନାଲ ଜାକ୍, ଫେଡ଼େରାଲ ଜାକ୍, ୟୁନିୟନ ଜାକ୍, ଷ୍ଟେଟ୍‌ସ ଜାକ୍ ।
Answer:
ୟୁନିୟନ ଜାକ୍

Question ୧୬ ।
ଘର ଭିତରେ କାହାର ଶବ୍ଦ ଶୁଣି ରାୟବାହାଦୁର ହଠାତ୍ ଚମକି ଉଠିଲେ ?
ଘଣ୍ଟଧ୍ୱନି, ଶଙ୍ଖଧ୍ବନି, ପୂଜା ଆଳତି, ହୁଳହୁଳି ।
Answer:
ଶଙ୍ଖଧ୍ବନି

Question ୧୭ ।
ହେମମାଳୀ କେତେବର୍ଷ ଧରି ଏମିତି କାନ୍ଦ କାନ୍ଦି ନଥିଲେ ବୋଲି କୁହାଯାଇଛି ?
ପନ୍ଦର, କୋଡ଼ିଏ, ପଚିଶ, ବାଇଶି ।
Answer:
ପଚିଶ

Question ୧୮ ।
ରାତିସାରା କେଉଁଥରେ ମାତି ବିଜୟ ଘରକୁ ଫେରିଥିଲା ?
ସ୍ଵାଧୀନତା ଆନ୍ଦୋଳନ, ଜନତାଙ୍କ ଉତ୍ସବ, ମୁକ୍ତି ସଂଗ୍ରାମ, ସ୍ଵାଧୀନତା ଉତ୍ସବ ।
Answer:
ସ୍ଵାଧୀନତା ଉତ୍ସବ

Question ୧୯ ।
ବିଜୟ କାହାକୁ ବ୍ରିଟିଶର ଗୋଲାମ ବୋଲି କହିଛି ?
ଆଈଙ୍କୁ, ଜେଜେଙ୍କୁ, ଭାଇଙ୍କୁ, ବିଦ୍ରୋହୀଙ୍କୁ ।
Answer:
ଜେଜେଙ୍କୁ

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୨୦ ।
ସୋମନାଥ ଶେଷରେ କାହାକୁ ଆଶୀର୍ବାଦ କରିଥିଲେ ?
ଅପର୍ଣ୍ଣାକୁ, ହେମମାଳୀକୁ, ଅରୁକୁ, ବିଜୁକୁ ।
Answer:
ବିଜୁକୁ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
କାହାର ଐକ୍ୟତାନରେ ରାୟବାହାଦୁରଙ୍କ ଛାଇ ନିଦ ଭାଙ୍ଗିଯାଇଥିଲା ?
Answer:
ଶଙ୍ଖ, ଘଣ୍ଟ, ହୁଳହୁଳି ଓ ତୋପ ପ୍ରଭୃତିର ମିଳିତର ଐକତାନରେ ରାୟବାହାଦୂରଙ୍କ ଛାଇ ନିଦ ଭାଙ୍ଗିଗଲା ।

Question ୨ ।
ରାତିର ଶାନ୍ତ ନିରବ ମୁହୂଉଁ କେଉଁ ଧ୍ଵନି ଭିତରେ ଚଞ୍ଚଳ ହୋଇ ଉଠିଥିଲା ?
Answer:
ରାତିର ଶାନ୍ତ ନିରବ ମୁହୂର୍ତ୍ତ ‘ଜୟ ସ୍ଵାଧୀନ ଭାରତ କି ଜୟ’ ଧ୍ଵନି ଭିତରେ ଚଞ୍ଚଳ ହୋଇ ଉଠିଥିଲା ।

Question ୩ ।
ଝରକା କବାଟ ବନ୍ଦ କରି କାହାକୁ ରୁଦ୍ଧ କରିହୁଏନା ବୋଲି କୁହାଯାଇଛି ?
Answer:
ଝରକା କବାଟ ବନ୍ଦକରି ସ୍ପର୍ଷିତ, ଜୟନାଦକୁ ରୁଦ୍ଧ କରିହୁଏନା ବୋଲି କୁହାଯାଇଛି ।

Question ୪।
ଅରୁଣର ପୁତ୍ରର ନାମ କ’ଣ ?
Answer:
ଅରୁଣର ପୁତ୍ରର ନାମ ବିଜୟ ।

Question ୫ ।
ଅରୁଣର ଫଟୋଖଣ୍ଡିକ୍ କେଉଁଠି ସୁରକ୍ଷିତ ଥିଲା ।
Answer:
ଅରୁଣର ଫଟୋଖଣ୍ଡିକ ଭେଲ୍‌ଭେଟ୍‌ ବାକ୍ସରେ ଅତି ଯତ୍ନରେ ସୁରକ୍ଷିତ ଥିଲା ।

Question ୬ ।
ଅରୁଣର ପରିଚ୍ଛଦ କାହାପରି ଥିଲା ?
Answer:
ଅରୁଣର ପରିଚ୍ଛଦ ଅସହଯୋଗକାରୀ ସତ୍ୟାଗ୍ରହୀ ପରି ଥିଲା ।

Question ୭ ।
ରାୟବାହାଦୁର ତଳୁ ଫଟୋଟିକୁ ଉଠାଇନେଇ କ’ଣ କଲେ ?
Answer:
ରାୟବାହାଦୁର ତଳୁ ଫଟୋଟିକୁ ଉଠାଇନେଇ ପୁଣି ସେ ଭେଲଭେଟ୍ ବାକ୍ସରେ ରଖିଦେଲେ ।

Question ୮ ।
ରାୟବାହାଦୁରଙ୍କ ଆଖ୍ ଆଗରେ କିଏ ହଠାତ୍ କ’ଣ ଟାଣି ଦେଇଗଲା ପରି ଲାଗିଲା ?
Answer:
ରାୟବାହାଦୁରଙ୍କ ଆଖ୍ ଆଗରେ କିଏ ହଠାତ୍ କୁହୁଡ଼ିର ଗୋଟାଏ ପର୍ଲା ଟାଣି ଦେଇଗଲା ପରି ଲାଗିଲା

Question ୯ ।
ପଚିଶ ବର୍ଷ ତଳେ ରାୟବାହାଦୁର କେଉଁ ପଦବୀରେ ଥିଲେ ?
Answer:
ପଚିଶ ବର୍ଷ ତଳେ ରାୟବାହାଦୁର ଅସ୍ଥାୟୀ ସବ୍‌ଇନ୍ସପେକ୍ଟର ପଦବୀରେ ଥିଲେ ।

Question ୧୦ ।
‘ବନ୍ଦେ ମାତରମ୍’ର ପରବର୍ତ୍ତୀ ପାଦଟି କ’ଣ ?
Answer:
‘ବନ୍ଦେ ମାତରମ୍’ର ପରବର୍ତୀ ପାଦଟି, ସୁଜଳା ସୁଫଳା ମଳୟଜ ଶୀତଳମ୍ ।

Question ୧୧ ।
କାହା କଣ୍ଠରେ ‘ବନ୍ଦେ ମାତରମ୍’’ ସଙ୍ଗୀତର ଆବୃତ୍ତି ଶୁଣି ରାୟବାହାଦୁର ଚମକି ପଡ଼ିଥିଲେ ?
Answer:
ଅରୁ କଣ୍ଠରେ ‘ବନ୍ଦେ ମାତରମ୍’ ସଙ୍ଗୀତର ଆବୃତ୍ତି ଶୁଣି ରାୟବାହାଦୁର ଚମକି ପଡ଼ିଥିଲେ ।

Question ୧୨ ।
କେଉଁ କଥା ସ୍ଵୀକାର କରିବ ନାହିଁ ବୋଲି ଅରୁଣ କହିଛି ?
Answer:
ଅନ୍ୟାୟ ଆଦେଶ ସ୍ଵୀକାର କରିବ ନାହିଁ ବୋଲି ଅରୁଣ କହିଛି ।

Question ୧୩ ।
କେଉଁ ସୁରରେ ରାତିର ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇ ଉଠିଥିଲା ?
Answer:
ଝିଙ୍କାରି କଣ୍ଠର ଝି-ଓଁ ସୁରରେ ରାତିର ମୁହୂଉଁଗୁଡ଼ିକ ଅନୁରଣିତ ହୋଇ ଉଠିଥିଲା ।

Question ୧୪ ।
ପୁଲିସ୍ ସାହେବଙ୍କୁ ରାୟବାହାଦୁର ନାଟକୀୟ ଭଙ୍ଗିରେ କ’ଣ ଜଣାଇଥିଲେ ?
Answer:
ପୁଲିସ ସାହେବଙ୍କୁ ରାୟବାହାଦୁର ନାଟକୀୟ ଭଙ୍ଗୀରେ କୁଣ୍ଡିସ ଜଣାଇଥିଲେ ।

Question ୧୫ ।
ରାୟବାହାଦୁରଙ୍କ ବନ୍ଧୁକରେ ଖରାପଡ଼ିଲେ କିପରି ଦେଖାଯାଏ ?
Answer:
ରାୟବାହାଦୁରଙ୍କ ବନ୍ଧୁକର ବେୟୋନେଟ୍‌ରେ ଖରାପଡ଼ିଲେ ଚକ୍ ଚକ୍ ଦେଖାଯାଏ ।

Question ୧୬ ।
ରାୟବାହାଦୁର କ୍ଷିପ୍ତ ପରି ଚିତ୍କାର କରି କ’ଣ କହିଥିଲେ ?
Answer:
ରାୟବାହାଦୁର କ୍ଷିପ୍ତ ପରି ଚିତ୍କାର କରି ‘ହଟୋ ହଟୋ ! ଶାଲେ ଲୋକ’ କହିଥିଲେ ।

Question ୧୭ ।
ପଟୁଆରରେ ଆସୁଥ‌ିବା ଜନତା କେଉଁକଥା କହି କୁହାଟୁଥିଲା ?
Answer:
ପଟୁଆରରେ ଆସୁଥ‌ିବା ଜନତା ‘ବନ୍ଦେ ମାରତମ୍’ କଥା କହି କୁହାଟୁଥିଲା ।

Question ୧୮ ।
ଶୋଭାଯାତ୍ରାରେ ଆସୁଥ‌ିବା ଜନତା କିପରି ଭୀଷଣ ଓ ଭୟଙ୍କର ହୋଇ ଉଠିଥିଲା ?
Answer:
ଶୋଭାଯାତ୍ରାରେ ଆସୁଥ‌ିବା ଜନତା ଝଞ୍ଜାକ୍ରାନ୍ତ ସମୁଦ୍ରପରି ଭୀଷଣ ଓ ଭୟଙ୍କର ହୋଇ ଉଠିଥିଲା ।

Question ୧୯ ।
ସୋମନାଥ ପ୍ରକୃତରେ କ’ଣ ଚାହିଁଥିଲେ ?
Answer:
ସୋମନାଥ ପ୍ରକୃତରେ ଫାଙ୍କା ଆବାଜ କରିବାକୁ ଚାହିଁଥିଲେ ।

Question ୨୦ ।
ସୋମନାଥଙ୍କ ପିସ୍ତଲ ଗୁଳି ଫୁଟିଲା ପରେ କ’ଣ ଘଟିଲା ?
Answer:
ସୋମନାଥଙ୍କ ପିସ୍ତଲ ଗୁଳି ଫୁଟିଲା ପରେ ଅରୁଣର ରକ୍ତାକ୍ତ ଶବ ତଳେ ଖସିପଡ଼ିଲା ।

Question ୨୧ ।
ହେମମାଳୀ କେଉଁ ଅବସ୍ଥାରେ ତଳେ ମୂର୍ତ୍ତିତା ହୋଇ ପଡ଼ିଥିଲେ ?
Answer:
ହେମମାଳୀ ଆବେଗ ଓ ଉତ୍ତେଜନାରେ ତଳେ ମୂର୍ତ୍ତିତା ହୋଇ ପଡ଼ିଥିଲେ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୨୨ ।
କେଉଁ ପତାକା ଏଠି ଉଡ଼ିପାରିବ ନାହିଁବୋଲି ବିଜୁ ଜେଜେଙ୍କୁ କହିଥିଲା ?
Answer:
ୟୁନିୟନ ଜାକ୍ ପତାକା ଏଠି ଉଡ଼ିପାରିବ ନାହିଁ ବୋଲି ବିଜୁ ଜେଜେଙ୍କୁ କହିଥିଲା ।

Question ୨୩ ।
ବିଜୟ ଝୁଙ୍କିପଡ଼ି ରାୟବାହାଦୁରଙ୍କୁ କେଉଁ କଣ୍ଠରେ ଡାକିଥିଲା ?
Answer:
ବିଜୟ ଝୁଙ୍କିପଡ଼ି ରାୟବାହାଦୁରଙ୍କୁ ଅପରାଧୀ କଣ୍ଠରେ ଡାକିଥିଲା ।

Question ୨୪ ।
ବିଜୟ କିପରି ପ୍ରଭାତର ସୂର୍ଯ୍ୟୋଦୀପ୍ତ ଆକାଶଆଡ଼େ ଚାହିଁ ରହିଥିଲା ?
Answer:
ବିଜୟ ପ୍ରାଣହୀନ ପାଷାଣ ପରି ପ୍ରଭାତରେ ସୂର୍ଯ୍ୟୋଦୀପ୍ତ ଆକାଶଆଡ଼େ ଚାହିଁ ରହିଥିଲା ।

Question ୨୫ ।
ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା କେଉଁ ପଟ୍ଟଭୂମିରେ ଫରଫର ହୋଇ ଉଡ଼ୁଥିଲା ?
Answer:
ଭାଦ୍ର ଆକାଶର ମେଘହୀନ, ସୁନୀଳ ପଟ୍ଟଭୂମିରେ ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା ଫରଫର ହୋଇ ଉଡ଼ୁଥିଲା ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୧ ନମ୍ବର ।

ଗଳ୍ପ – ପତାକା ଉତ୍ତୋଳନ, ଗାଳ୍ପିକ – ସୁରେନ୍ଦ୍ର ମହାନ୍ତି

Question ୧ ।
ବାହାରର ଜୟଧ୍ଵନି ଶୁଣି ରାୟବାହାଦୁର କ’ଣ କରିଥିଲେ ?
Answer:
ବାହାର ଜୟଧ୍ଵନି ଶୁଣି ରାୟବାହାଦୁର ଗୋଟି ଗୋଟି କରି ଘରର ଝରକା କବାଟ ସବୁ ବନ୍ଦ କରିଦେଲେ ।

Question ୨।
କେଉଁ କଥା ରାୟବାହାଦୁରଙ୍କ ଚରମ ପରାଜୟ ଘୋଷଣା କରୁଥିଲା ?
Answer:
ବାହାର ଜୟନାଦ ଏକ ସୁତୀକ୍ଷଣ ଶଳାକା ରୂପେ ରାୟବାହାଦୁରଙ୍କୁ ବିଦ୍ଧ କରୁଥିଲା ଏବଂ ତାହା ତାଙ୍କର ଚରମ ପରାଜୟ ଘୋଷଣା କରୁଥିଲା ।

Question ୩ ।
ରାୟବାହାଦୁର କ୍ଷିପ୍ତ ପରି କ’ଣ କରିଥିଲେ ଓ ଘର ଭିତରେ କ’ଣ ଅନୁଭବ କରିଥିଲେ ?
Answer:
ରାୟବାହାଦୁର କ୍ଷିପ୍ତପରି ଘରର ଝରକା କବାଟଗୁଡ଼ାକ ପୁଣି ଖୋଲିଦେଲେ ଓ ବାହାରର କୋଳାହଳ ଝଡ଼ପରି ଭିତରକୁ ପଶିଆସି ସ୍ତବ୍ଧ ଅନ୍ଧକାର କୋଣ ଥରାଇ ଦେଲାବୋଲି ସେ ଅନୁଭବ କରିଥିଲେ ।

Question ୪।
ରାୟବାହାଦୁର ତଳର ରାସ୍ତାକୁ ଚାହିଁ କ’ଣ ଦେଖ‌ିଲେ ?
Answer:
ରାୟବାହାଦୁର ତଳର ରାସ୍ତାକୁ ଚାହିଁ ଦେଖ‌ିଲେ, ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକାଧରି ଜୟଧ୍ବନି କରିଚାଲିଥିଲା ବିରାଟ ପଟୁଆର ।

Question ୫ ।
ରାୟବାହାଦୁର ଡ୍ରୟର ଭିତରୁ କ’ଣ କାଢ଼ିଥିଲେ ?
Answer:
ରାୟବାହାଦୁର ଡ୍ରୟର ଭିତରୁ ପରଲୋକଗତ ଅରୁଣର ଖଣ୍ଡେ ବହୁଦିନର ଫଟୋ କାଢ଼ିଥିଲେ ।

Question ୬ ।
ଅରୁଣର ଚେହେରା ଓ ପରିଚ୍ଛେଦ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଅରୁଣର ପ୍ରତିଭାଦୀପ୍ତ, ଆଦର୍ବୋତ୍କଳ ଚେହେରା ଏବଂ ପରିଚ୍ଛେଦ ଥିଲା ଅସହଯୋଗୀ ସତ୍ୟାଗ୍ରହୀର ।

Question ୭ ।
ଅରୁଣର ଫଟୋଖଣ୍ଡିକ ଦେଖ୍ ରାୟବାହାଦୁରଙ୍କୁ କ’ଣ ମନେ ହୋଇଥିଲା ?
Answer:
ଅରୁଣର ଫଟୋଖଣ୍ଡିକ ଦେଖ୍ ରାୟବାହାଦୁରଙ୍କୁ ବିଦ୍ୟୁତର ଆଘାତରେ ଯେପରି ଟଳିପଡ଼ିବାପରି ମନେ ହୋଇଥିଲା ।

Question ୮ ।
ପ୍ରକୃତିସ୍ଥ ହେବାପରେ ରାୟବାହାଦୁର କ’ଣ କହିଥିଲେ ?
Answer:
ପ୍ରକୃତିସ୍ଥ ହେବାପରେ ରାୟବାହାଦୁର ପୁଅର ଫଟୋଟି ତଳୁ ଉଠାଇ ନେଇ ପୁଣି ସେ ଭେଲ୍‌ଭେଟ୍ ବାକ୍ସ ଭିତରେ ବନ୍ଦକରି ରଖିଦେଲେ ।

Question ୯ ।
ରାୟବାହାଦୁର କାହିଁକି ଚମକି ପଡ଼ିଥିଲେ ?
Answer:
ଅରୁକଣ୍ଠରେ ‘ବନ୍ଦେ ମାତରମ୍’’ ସଙ୍ଗୀତର ଆବୃତ୍ତି ଠିକ୍ ଏହିପରି ଥିଲା ବୋଲି, ‘ବନ୍ଦେ ମାତରମ୍’ ସଙ୍ଗୀତ ଶୁଣି ରାୟବାହାଦୁର ଚମକି ପଡ଼ିଥିଲେ ।

Question ୧୦ ।
ଅରୁ କଣ୍ଠରେ ‘ବନ୍ଦେ ମାତରମ୍’ ଶୁଣି ରାୟବାହାଦୁର ତାକୁ କ’ଣ କହିଥିଲେ ?
Answer:
ଅରୁକଣ୍ଠରେ ‘ବନ୍ଦେ ମାତରମ୍’ ଶୁଣି ରାୟବାହାଦୁର, ‘ଅରୁଣ ! ତମେ ଅନ୍ୟାୟ କରୁଛ’ ବୋଲି କହିଥିଲେ ।

Question ୧୧ ।
‘ଏ କ’ଣ କରୁଚ ତମେ?’ – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଶୁଣି, ସ୍ତ୍ରୀ ହେବମାଳିନୀ ରନ୍ଧାଘରୁ ଦଉଡି଼ଆସି ବାପ ପୁଅର ମଝିରେ ଠିଆ ହୋଇ ଏହା କହିଥିଲେ ।

Question ୧୨ ।
ରାୟବାହାଦୁର ଅରୁଣକୁ କ’ଣ ଆଦେଶ ଦେଇଥିଲେ ?
Answer:
ରାୟବାହାଦୁର ଅରୁଣକୁ, ଏହି ମୁହୂର୍ତ୍ତରେ ଘରୁ ବାହାରିଯିବାକୁ ଆଦେଶ ଦେଇଥିଲେ ଓ ତେଜ୍ୟପୁତ୍ର ବୋଲି କହିଥିଲେ ।

Question ୧୩ ।
ରାୟବାହାଦୁରଙ୍କ ଆଦେଶ ସତ୍ତ୍ବେ ଅରୁଣ କ’ଣ କରିଥିଲା ?
Answer:
ରାୟବାହାଦୁରଙ୍କ ଆଦେଶ ସତ୍ତ୍ବେ, ଅରୁଣ ଘରୁ ବାହାରି ଯାଇଥିଲା ଏବଂ ଭୁଲ୍‌ରେ କେବେ ଫେରି ନ ଥିଲା ।

Question ୧୪ ।
ପୁଲିସ୍ ଥାନା ଆଗରେ କ’ଣ ଦେଖାଦେଇଥିଲା ?
Answer:
ପୁଲିସ୍ ଥାନା ଆଗରେ ବିରାଟ ନିରସ୍ତ୍ର ଜନତା ଓ ତାଙ୍କ ସାମନାରେ ସେମାନଙ୍କର ସଶସ୍ତ୍ର ପୁଲିସ ବାହିନୀ

Question ୧୫ ।
ରାୟବାହାଦୁରଙ୍କ ଚିତ୍କାର ଶୁଣି ଜନତା କେଉଁପରି କୁହାଟୁଥିଲେ ?
Answer:
ରାୟବାହାଦୁରଙ୍କ ଚିତ୍କାର ଶୁଣି ଜନତା ବନ୍ଦେ ମାତରମ୍ ଦେଇ କୁହାଟୁଥିଲେ ।

Question ୧୬ ।
କେଉଁ ପରିସ୍ଥିତିରେ ଜନତା ପୃଷ୍ଠଭଙ୍ଗ ଦେଇ ନଥିଲେ ?
Answer:
‘ବନ୍ଦେ ମାତରମ୍’ କୁହାଟୁଥିଲା ଜନତା ଲାଠି ଚାର୍ଜର ହୁକୁମ୍ ଆସିଲାପରେ ମଧ୍ୟ ପୃଷ୍ଠଭଙ୍ଗ ଦେଇ ନଥିଲେ ।

Question ୧୭ ।
ବିଶୃଙ୍ଖଳ ଜନତା ଭିତରୁ ଅରୁଣ କ’ଣ କହିଥିଲା ?
Answer:
ବିଶୃଙ୍ଖଳ ଜନତା ମଧ୍ୟରୁ ଅରୁଣ ଚିତ୍କାର କରି କହିଥିଲା, ‘‘ଏ ଲାଠି ମାଡ଼ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ, ବନ୍ଦେ ମାତରମ୍)…………. ।’’

Question ୧୮ ।
ଅରୁଣ ଅବିଚଳିତ କଣ୍ଠରେ ଜନତାଙ୍କୁ କ’ଣ ନିର୍ଦ୍ଦେଶ ଦେଇଥିଲା ?
Answer:
ଅରୁଣ ଅବିଚଳିତ କଣ୍ଠରେ ଜନତାଙ୍କୁ ନିର୍ଦ୍ଦେଶ ଦେଇଥିଲା, ‘ଭୟ ନାହିଁ, ଭୟ ନାହିଁ ଭାଇମାନେ ! ‘‘ଶ୍ରୀରାମଚନ୍ଦ୍ର କମଳନୟନର ନୀଳୋତ୍ପଳରେ କରିଥିଲେ ଦେବୀ ଆରାଧନା’’ କହି ଜନତାଙ୍କୁ ନିର୍ଦ୍ଦେଶ ଦେଇଥିଲା ।

Question ୧୯ ।
ପଚିଶ ବର୍ଷ ଧରି ରାୟବାହାଦୁର ନିଜକୁ କ’ଣ ସାନ୍ତନା ଦେଇ ଆସିଛନ୍ତି ?
Answer:
ପଚିଶ ବର୍ଷ ଧରି ରାୟବାହାଦୁର ନିଜକୁ ସାନ୍ତନା ଦେଇ ଆସିଛନ୍ତି, ଏ ପୁତ୍ର ହତ୍ୟା କର୍ତ୍ତବ୍ୟ ସାଧନ ନିର୍ମମ ହୋଇପାରେ; ମାତ୍ର ଅନ୍ୟାୟ ନୁହେଁ ।

Question ୨୦ ।
ରାୟବାହାଦୁର ପାଗଳ ପରି ଧାଇଁ ଯାଇ କ’ଣ କହିଥିଲେ ?
Answer:
ରାୟବାହାଦୁର ‘ପାଗଳ ପରି ଧାଇଁଯାଇ, ହେମମାଳୀଙ୍କ ହାତରୁ ଶଙ୍ଖଟା ଛଡ଼ାଇ ନେଇ କହିଥିଲେ, ‘ଏ କ’ଣ କରୁଚ ତମେ’’ ।

Question ୨୧ ।
ଗତ ପଚିଶ ବର୍ଷଧରି ହେମମାଳୀ କ’ଣ କେବେ କରି ନ ଥିଲେ ?
Answer:
ଗତ ପଚିଶ ବର୍ଷଧରି ହେମମାଳା ଭୋ ଭୋ ହୋଇ କାନ୍ଦି ନ ଥିଲେ ।

Question ୨୨ ।
ହେମମାଳୀ ଦର୍ଶିତାର କଣ୍ଠରେ କ’ଣ କହିଥିଲେ ?
Answer:
ହେମମାଳୀ ଦର୍ପିତାର କଣ୍ଠରେ କହିଲେ, ଯୋଉ ପତାକାପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ ।

Question ୨୩ ।
ରାୟବାହାଦୁର ଘର ଭିତରକୁ ଯାଇ କ’ଣ କହିଥିଲେ ?
Answer:
ରାୟବାହାଦୁର ଘର ଭିତରକୁ ଯାଇ ଅନେକ ଦିନର ସାଇତା ସିଲ୍‌କର ଗୋଟାଏ ୟୁନିୟନ୍ ଜାକ୍ ପତାକା କାଢ଼ି ଉଡ଼ାଇଲେ ସେଇ ତ୍ରିରଙ୍ଗା ପତାକା ସ୍ଥାନରେ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୨୪ ।
ପତାକାଟାକୁ ଝାମ୍ପିନେଇ ବିଜୟ କ’ଣ କରିଥିଲା ?
Answer:
ପତାକାଟାକୁ ଝାମ୍ପିନେଇ ବିଜୟ କହିଥିଲା, ‘ଏ ଦେଶ ଆମର । ବ୍ରିଟିଶର ଗୋଲାମପାଇଁ ସ୍ଥାନ ନାହିଁ ଏଠି ।’

Question ୨୫ ।
‘ଅଥଚ ଭାବୁଚ ଏ ପତାକା କ’ଣ’ ? ଏଠାରେ ପତାକା କ’ଣ ବୋଲି କୁହାଯାଇଛି ?
Answer:
‘ଅଥଚ ଭାବୁଚ ଏ ପତାକା କ’ଣ ? ଏଠାରେ ପତାକା ଖଣ୍ଡେ ରଙ୍ଗିନ୍ କନା ମାତ୍ର, ରଙ୍ଗ ଛାଡ଼ିଯିବ ତା’ର, ତଥାପି ତୋ’ର ପତାକାର ଜୟ ହେଉ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

ଗଳ୍ପ – ପତାକା ଉତ୍ତୋଳନ, ଗାଳ୍ପିକ – ସୁରେନ୍ଦ୍ର ମହାନ୍ତି

Question ୧ ।
ରାୟବାହାଦୁରଙ୍କ ନିଦ କାହିଁକି ଭାଙ୍ଗି ଯାଇଥିଲା ?
Answer:
୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତି ବାରଟା ପାଖାପାଖ୍ ହେବ । ସ୍ଵାଧୀନତା ଉତ୍ସବ ପାଳନପାଇଁ ହଠାତ୍ ଶଙ୍ଖ, ଘଣ୍ଟ, ହୁଳହୁଳି ଓ ତୋପ ପ୍ରଭୃତି ବାଜି ଉଠିଲା । ସେହି ବାଦ୍ୟର ଓ ତୋପର ଶବ୍ଦରେ ରାୟବାହାଦୁରଙ୍କ ନିଦ ଭାଙ୍ଗି ଯାଇଥିଲା ।

Question ୨ ।
କେଉଁ କଥା ରାୟବାହାଦୁରଙ୍କ ଚରମ ପରାଜୟ ଘୋଷଣା କରୁଥିଲା ?
Answer:
ସ୍ବାଧୀନତା ଉତ୍ସବରେ ବାଜୁଥିବା ଶଙ୍ଖ, ଘଣ୍ଟ, ହୁଳହୁଳି ଶବ୍ଦ ଶୁଣି ରାୟବାହାଦୁରଙ୍କ ନିଦ ଭାଙ୍ଗି ଯାଇଥିଲା । ‘ଜୟ ସ୍ଵାଧୀନ ଭାରତ କି ଜୟ’ ଧ୍ଵନିରେ ସେ ଅତିଷ୍ଟ ହୋଇ ପଡ଼ିଥିଲେ । ସେଥିରୁ ନିଷ୍ପତି ପାଇବା ପାଇଁ ଘରର ସବୁ ଝରକା କବାଟ ବନ୍ଦ କରିଦେଲେ । ତଥାପି ସେହି ଶବ୍ଦର ସୁତୀକ୍ଷ୍ଣ ଶଳାକା ଯେପରି ତାଙ୍କୁ ବିଦ୍ଧ କରୁଥିଲା ଏବଂ ତାହା ତାଙ୍କର ପରାଜୟର ଘୋଷଣା କରୁଥିଲା ।

Question ୩ ।
ଝରକା କବାଟ ବନ୍ଦ କରି ମଧ୍ୟ ରାୟବାହାଦୁରଙ୍କ ଅବସ୍ଥା କିପରି ଥିଲା ?
Answer:
ଝରକା କବାଟ ବନ୍ଦ କରି ମଧ୍ୟ ରାୟବାହାଦୁର ସ୍ଵାଧୀନତା ଉତ୍ସବର ବିଜୟ ଧ୍ଵନିରୁ ରକ୍ଷା ପାଇ ପାରିନଥିଲେ । ସେଥୁରୁ ମୁକ୍ତି ପାଇବା ପାଇଁ ସେ କାନରେ ଦୁଇଟି ଆଙ୍ଗୁଠି ଚାପି ଧରିଲେ । ତଥାପି ବନ୍ଧୁକ ଗୁଳିପରି ସେ ଜୟଧ୍ବନି ଯେପରି ବୃଦ୍ଧ ରାୟବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥି ଚୂର୍ଣ୍ଣ କରି ଦେଉଥିଲା ।

Question ୪।
ରାୟବାହାଦୁର ଝରକା କବାଟ ଖୋଲି କ’ଣ ଦେଖୁଥିଲେ ?
Answer:
ରାୟବାହାଦୂର ଝରକା କବାଟ ଖୋଲି ଦେଲାପରେ ବାହାରର କୋଳାହଳ ଝଡ଼ପରି ଘର ଭିତରକୁ ପଶି ଆସିଥିଲା । ସେ ଝରକା ବାଟେ ତଳ ରାସ୍ତାକୁ ଚାହିଁ ଦେଖୁଲେ । ରାସ୍ତାରେ ଜୟଧ୍ବନି କରି ଚାଲିଥିଲା ଏକ ବିରାଟ ପଟୁଆର, ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା ଧରି ।

Question ୫ ।
ଝରକା ପାଖରୁ ଚାଲିଆସି ରାୟବାହାଦୁର କ’ଣ କରିଥିଲେ ?
Answer:
ଝରକା ପାଖରୁ ଚାଲିଆସି ରାୟବାହାଦୁର, ସୁଇଚ୍ ଦେଇ ଆଲୁଅ ଜଳାଇଲେ ଓ ତକିଆ ତଳୁ ଚାବି ଲେନ୍ଥା କାଢ଼ିଲେ । ଘରର କଣରେ ଥ‌ିବା ଡ୍ରୟାର ଖୋଲି, ସେଥୁରୁ ପରଲୋକଗତ ପୁତ୍ର ଅରୁଣର ଫଟୋ କାଢ଼ି ଦେଖୁଥିଲେ ।

Question ୬ ।
ବାହାଦୁର ଆଘାତରେ ଟଳିପଡ଼ିବାପରି ରାୟବାହାଦୁରଙ୍କୁ କାହିଁକି ମନେ ହୋଇଥିଲା ?
Answer:
ରାୟ ବାହାଦୁର ନିଜ ଡ୍ରୟର ଭିତରେ ସାଇତି ରଖିବା ନିଜର ପରଲୋକଗତ ପୁତ୍ର ଅରୁଣର ଫଟୋ ଦେଖୁଥିଲେ । ସେ ଦେଖିଲେ ସେଇ ପ୍ରତିଭା ଦୀପ୍ତ, ଆଦର୍ବୋଜ୍ଜ୍ଵଳ ଚେହେରାକୁ । ପରିଧାନ ଥିଲା ଅସହଯୋଗକାରୀ ସତ୍ୟାଗ୍ରହୀର । ସେହି ଫଟୋକୁ ଦେଖିଲା ପରେ ବିଦ୍ୟୁତ୍ ଆଘାତରେ ଟଳିପଡ଼ିବା ପରି ତାଙ୍କୁ ଲାଗିଥିଲା ।

Question ୭ ।
ଡ୍ରୟର ଭିତରୁ ରାୟବାହାଦୁର କ’ଣ ସବୁ କାଢ଼ିଥିଲେ। ?
Answer:
ଡ୍ରୟର ଭିତରୁ ରାୟବାହାଦୁର, ପରଲୋକଗତ ଅରୁଣର ଖଣ୍ଡେ ଫଟୋଗ୍ରାଫ୍, ଗୁଡ଼ାଏ ମେଡ଼ାଲ ଆଉ ସନନ୍ଦ ପତ୍ରଗୁଡ଼ିକରେ ହଳଦିଆ ଆସ୍ତରଣ ବସିଯାଇଥିଲା ।

Question ୮ ।
ବ୍ରିଟିଶ ସରକାରଙ୍କଦ୍ଵାରା ପ୍ରଦତ୍ତ ସନନ୍ଦଟିରେ କ’ଣ ଲେଖାଯାଇଥିଲା ?
Answer:
୧୯୨୩ ସାଲରେ ବ୍ରିଟିଶ ସରକାର ରାୟବାହାଦୁରଙ୍କ ଉପରେ ସନ୍ତୁଷ୍ଟ ହୋଇ ଏକ ସନନ୍ଦ ଦେଇଥିଲେ । ସେଥ‌ିରେ ଲେଖାଥିଲା – ‘ବ୍ରିଟିଶ୍ ସିଂହାସନପ୍ରତି ଆପଣଙ୍କର ନିଷ୍ଠା ଏବଂ ଅନୁରକ୍ତି ମହାମହିମ ବ୍ରିଟିଶ ସମ୍ରାଟଙ୍କୁ ମୁଗ୍ଧ କରିଛି । ବ୍ରିଟିଶ ସିଂହାସନପ୍ରତି ଏ ଅତୁଳନୀୟ ଅନୁରକ୍ତିପାଇଁ ଆପଣ ନିଜର……. ।”’

Question ୯ ।
ଚଉରୀଚଉରା ବିପ୍ଳବ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଚଉରୀଚଉରା ବିପ୍ଳବ ଭାରତର ମନ୍ଥର ଜାତୀୟ ଆନ୍ଦୋଳନର ଜଡ଼ ନାଟିକାରେ ଜଗାଇ ଦେଇଥିଲା ନୂତନ ସ୍ୱନ୍ଦନ । ପୁନଶୃ ସନ୍ତି।ସବ।ଦ ଭାରତର ଜାତୀୟ ଆନ୍ଦେ।ଳନରେ ଆଣି ଦେଇଥିଲା ନୂତନ ଥାଭିମୁଖ୍ୟ । ସେତେବେଳେ ରାୟବାହାଦୁର ଅସ୍ଥାୟୀ ସବ୍‌ଇନ୍ସପେକ୍ଟର ଥିଲେ ବି ତାଙ୍କୁ ଥାନା ଓ କଚେରୀର ସୁରକ୍ଷା ଦାୟିତ୍ଵ ଦିଆଯାଇଥିଲା ।

Question ୧୦ ।
କେଉଁ ଗାନ କ୍ରମେ ଅସ୍ପଷ୍ଟରୁ ଅସ୍ପଷ୍ଟତର ହେଉଥିଲା ?
Answer:
ବାହାରେ ଚାଲିଥ‌ିବା ‘ବନ୍ଦେ ମାତରମ୍’ ଗାନ ଠିକ୍ ଅରୁକଣ୍ଠସ୍ଵର ଭଳି ରାୟବାହାଦୁରଙ୍କୁ ମନେ ହୋଇଥିଲା । ତେଣୁ ସେ ଖୋଲା ଝରକା ପାଖକୁ ଛୁଟି ଯାଇଥଲେ ତାହା ଦେଖିବାକୁ । ମାତ୍ର ସେହି ‘ବନ୍ଦେ ମାତରମ୍’ ଐକତାନ କ୍ରମେ ଅସ୍ପଷ୍ଟରୁ ଅସ୍ପଷ୍ଟତର ହେଉଥିଲା ।

Question ୧୧ ।
ଅରୁଣ, ତା’ ବାପାଙ୍କୁ କାହିଁକି ବ୍ରିଟିଶ୍ ସରକାରଙ୍କ ‘ଗୋଲାମ ବୋଲି କହିଛି ?
Answer:
ଅରୁଣକୁ ଯେତେବେଳେ ତାଙ୍କ ବାପା ରାୟବାହାଦୁର, ବ୍ରିଟିଶ୍ ସରକାର ବିରୁଦ୍ଧରେ ଯିବାକୁ ମନାକରିଛି, ସେତେବେଳେ ଅରୁଣ କହିଛି । ସ୍ଵାଧୀନତା ହେଉଛି ମନୁଷ୍ୟର ଜନ୍ମଗତ ଅଧିକାର ଏବଂ ଏହା ତାହାର ପବିତ୍ରତମ ଦାବୀ । ତେଣୁ ବ୍ରିଟିଶ ସରକାରଙ୍କ ପାଇଁ ବାପା କହୁଥିବାରୁ, ଅରୁଣ ବାପାଙ୍କୁ ବ୍ରିଟିଶ ସରକାରଙ୍କ ଗୋଲାମ ବୋଲି କହିଛି ।

Question ୧୨ ।
‘‘ଆପଣ ଅନ୍ୟାୟ କରୁଛନ୍ତି ବାପା’’ – ଏହା କିଏ କାହାକୁ କାହିଁକି କହିଛି ?
Answer:
ରାୟବାହାଦୁର ପୁଅ ଅରୁଣ ଉପରେ କ୍ରୋଧାନ୍ବିତ ହୋଇ, ବ୍ରିଟିଶ ସରକାର ବିରୁଦ୍ଧରେ ନ ଯିବା ପାଇଁ ଆଦେଶ ଦେଇଛନ୍ତି । ଅରୁଣ ଆଦେଶ ଅମାନ୍ୟ କଲାପରେ ସେ ଉତ୍‌କ୍ଷିପ୍ତ ହୋଇ, ତାହାକୁ ଚାବୁକରେ ଆଘାତ କରିଛନ୍ତି । ତେଣୁ ଅରୁଣ ବାପା ରାୟବାହାଦୁରଙ୍କୁ, ଅବିଚଳିତ କଣ୍ଠରେ ଜବାବ ଦେଇଛି, ‘ଆପଣ ଅନ୍ୟାୟ କରୁଛନ୍ତି ବାପା’।

Question ୧୩ ।
ହେମମାଳୀ ଅନୁଯୋଗ ସ୍ୱରରେ କ’ଣ କହିଥିଲେ ଓ ରାୟବାହାଦୁରଙ୍କ ଉତ୍ତର କ’ଣ ଥିଲା ?
Answer:
ବାପା ପୁଅଙ୍କର ଯୁକ୍ତିତର୍କ ଏବଂ ବାପାଙ୍କର ପୁଅକୁ ଚାବୁକ୍‌ରେ ଆଘାତ କରିବା ଶୁଣିପାରି ହେମମାଳୀ ରନ୍ଧାଘର ଭିତରୁ ଦଉଡି଼ ଆସିଥିଲେ । ଅନୁଯୋଗ ସ୍ବରରେ ‘ଏ କ’ଣ କରୁଚ ତୁମେ’ ବୋଲି କହିଥିଲେ । ରାୟବାହାଦୁର ବିରକ୍ତି ପ୍ରକାଶ କରି ଉତ୍ତର ଦେଇଥିଲେ – ‘ଏଠୁ ଯାଅ ତମେ । ବାହାରର କଥା ନେଇ ମୁଣ୍ଡ ଖେଳେଇବାରେ ତମର କିଛି ଦରକାର ନାହିଁ । ଯାହାର ଦାନାଖାଇ ମୁଁ ମଣିଷ, ତା’ର ନିମକହାରାମ୍ ଅସମ୍ଭବ ।’

Question ୧୪ ।
ରାୟବାହାଦୁର ଅରୁଣକୁ କ’ଣ ପଚାରିଥିଲା ଓ କାହିଁକି ?
Answer:
ଇଂରେଜ ସରକାରଙ୍କ ନିକଟରେ ନିମକ ହାରାମ୍ ହୋଇପାରିବେ ନାହିଁ ବୋଲି ରାୟବାହାଦୁର କହିବାରୁ, ତାଙ୍କୁ ଅରୁଣ ପଚାରିଥିଲା, ‘‘କାହାର ଦାନା, କାହାର ପାଣି ପବନରେ ମଣିଷ ହୋଇଛନ୍ତି ଆପଣ ? ଭାରତର, ଏଇ ଗୋଲାମ ଭାରତର, ସ୍ଵାଧୀନତା ଯାହାର ଦାବୀ ।’’

Question ୧୫ ।
ରାୟବାହାଦୁର କ’ଣ ଉତ୍କର୍ଣ୍ଣ ହୋଇ ଶୁଣୁଥିଲେ ?
Answer:
ସ୍ଵାଧୀନତା ଉତ୍ସବର କୋଳାହଳ ମୁହୂର୍ଭକପାଇଁ ବନ୍ଦ ହୋଇ ଯାଇଥିଲା । ରାତିର ଲକ୍ଷ ଝିଙ୍କାରି କଣ୍ଠରେ ସେଇ ଏକ ଟଣା ହିଁ ହିଁ ସୁରରେ ରାତିର ନିରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇ ଉଠିଥିଲା । ରାୟବାହାଦୁର ସେହି ଶବ୍ଦକୁ ଉତ୍କର୍ଣ୍ଣ ହୋଇ ଶୁଣୁଥିଲେ । ଅନେକ ରାତିରେ ଏମିତି ଶୁଣିଥା’ନ୍ତି, କେବେ କେବେ ଅଧରାତିରେ ନିଦ ଭାଙ୍ଗିଗଲେ ମଧ୍ୟ ।

Question ୧୬ ।
ପୁଲିସ ସାହେବଙ୍କର କ’ଣ ହୁକୁମ ଥିଲା ?
Answer:
ଚଉରୀଚଉରା ଆନ୍ଦୋଳନ ପରେ ଓଡ଼ିଶାର ଜନତା ସ୍ଵାଧୀନତା ପାଇଁ ଜାଗି ଉଠିଥିଲା । ତେଣୁ ସେମାନେ ଥାନା, କଚେରୀଆଦି ଘେରାଉ କରିଥିଲେ । ପୁଲିସ ସାହେବଙ୍କର ହୁକୁମଥିଲା ‘ଦେଖ ମହାପାତ୍ର, ତମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କଥା ତମେ ଚଳେଇ ନେଇଛ । ଆଜି ଏକ ବିରାଟ ଜନତା ଆସୁଛି ଥାନା କଚେରୀ ସବୁ ଆକ୍ରମଣ କରିବାପାଇଁ । ସେମାନଙ୍କୁ ମୁକାବିଲା କରିବା ଦାୟିତ୍ଵ ତମର ।’’

Question ୧୭ ।
ପୁଲିସ୍ ଥାନା ଆଗରେ କେଉଁ ସବୁ ଘଟଣା ଘଟୁଥିଲା ?
Answer:
ପୁଲିସ୍ ଥାନା ଆଗରେ ନିରସ୍ତ ହୋଇ ବିରାଟ ଜନତା ରହିଥିଲା । ସେମାନଙ୍କ ସାମନାରେ ଥିଲା ସଶସ୍ତ୍ର ପୁଲିସ୍ ବାହିନୀ । ପୁଲିସ୍‌ମାନଙ୍କ ବେୟୋନେଟ୍‌ରେ ଖରାପଡ଼ି ଚିକ୍ ଚିକ୍ କରୁଥିଲା । ରାୟବାହାଦୁର କ୍ଷିପ୍ତହୋଇ ଚିତ୍କାର କରି କହିଲେ, ‘ହଟୋ ହଟୋ’, ‘ଶାଲେ ଲୋକ’ । ମାତ୍ର ଜନତା ଲାଠି ଚାର୍ଜକୁ ଖାତିର ନ କରି ‘ବନ୍ଦେ ମାତରମ୍’ ରେ କୁହାଟୁ ଥିଲେ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୧୮ ।
ସୋମନାଥ ହାତରୁ ପିସ୍ତଲ ଉଠାଇଥିଲେ କାହିଁକି ?
Answer:
ଥାନା ଓ କଚେରୀ ଆଗରେ ବିରାଟ ଜନତା ‘ବନ୍ଦେ ମାତରମ୍’ ଧ୍ଵନି ଦେଉଥିଲେ । ଲାଠି ଚାର୍ଜ ହେଲାପରେ ମଧ୍ୟ ସେମାନେ ହଟି ନ ଥିଲେ । ଏହି ସମୟରେ ଜନତାଙ୍କ ମଧ୍ୟରେ ଅରୁଣ ଲାଠି ଚାର୍ଜର ପ୍ରତିବାଦ ଜଣାଇଥିଲା । ଫଳରେ ଜନତା ଭୀଷଣ ଓ ଭୟଙ୍କର ହୋଇ ଉଠିଲେ । ଅରୁଣକୁ ଓ ଜନତାଙ୍କୁ ଭୟଭୀତ କରାଇବାପାଇଁ ସୋମନାଥ ହାତରୁ ପିସ୍ତଲ ଉଠାଇଥିଲେ ।

Question ୧୯ ।
ଅରୁଣର ନିର୍ଦ୍ଦେଶ ପାଇ ଜନତା କ’ଣ କରିଥିଲେ ?
Answer:
ଅରୁଣର ନିର୍ଦ୍ଦେଶ ପାଇ ଜନତାମାନେ ଶତସିଂହ ପରି ଗର୍ଜି ଉଠିଲେ । କେତେ ଜଣ ମଧ୍ଯ ଫ୍ଲାଷ୍ଟାଫ୍ ଭାଙ୍ଗି ତା’ ଉପରେ ଉଡ଼ୁଥ‌ିବା ୟୁନିୟନ୍ ଜାକ୍‌କୁ ଚିରି ଦେଇଥିଲେ ।

Question ୨୦ ।
ସୋମନାଥଙ୍କ ପିସ୍ତଲ ଫୁଟିଲା ପରେ କ’ଣ ଘଟିଥିଲା ?
Answer:
ସୋମନାଥ ଫାଙ୍କା ଆବାଜ କରିବାକୁ ଯାଇ ସତରେ ଗୁଳି ଫୁଟାଇ ଦେଇଥିଲେ । ଫଳରେ ତାଙ୍କ ପୁଅ ଅରୁଣ, ଯେ କି ଜନତାର ନେତୃତ୍ଵ ନେଇଥିଲା, ତାହାର ରକ୍ତାକ୍ତ ଶବ ତଳେ ଖସି ପଡ଼ିଥିଲା ।

Question ୨୧ ।
ରାୟବାହାଦୁର ହଠାତ୍ ଚମକି ଉଠିଥ୍ କାହିଁକି ?
Answer:
ରାୟବାହାଦୁର ଘରଭିତରୁ ଶଙ୍ଖଧ୍ବନି ଶୁଣି ହଠାତ୍ ଚମକି ଉଠିଥିଲେ । କାରଣ ହେମମାଳୀ ଦୋତାଲା ବାରଣ୍ଡାରେ ଗୋଟିଏ ତ୍ରିରଙ୍ଗା ପତାକା ଉଡ଼ାଇ ଦେଇ, ତାହାର ପାଦତଳେ ଦୀପଟିଏ ଜାଳି ଶଙ୍ଖ ଧ୍ଵନି କରିଥିଲେ ।

Question ୨୨ ।
ହେମମାଳା ଭୋ ଭୋ ହୋଇ କାନ୍ଦି ଉଠିଥିଲେ କାହିଁକି ?
Answer:
ହେମମାଳା ଚିତ୍କାର କରି କହିଥିଲେ, ତୁମେ ମୋତେ ଛୁଅଁ ନାହିଁ । ମୋ’ ଅରୁ ଆଜି ମୋ’ କୋଳକୁ ଫେରିଆସିଛି । ଏହାପରେ ହେମମାଳା ଭୋ ଭୋ ହୋଇ କାନ୍ଦିଥିଲେ, ଯେଉଁ କାନ୍ଦ ସେ ପଚିଶ ବର୍ଷଭିତରେ କାନ୍ଦି ନ ଥିଲେ ।

Question ୨୩ ।
କେଉଁ ପତାକାର ପତନ ଅସମ୍ଭବ ବୋଲି ରାୟବାହାଦୁର କହିଥିଲେ ଓ କାହିଁକି ?
Answer:
ୟୁନିୟନ ଜାକ୍ ପତାକାର ପତନ ଅସମ୍ଭବ ବୋଲି ରାୟବାହାଦୁର କହିଥିଲେ । କାରଣ ଏହି ପତାକା ପାଇଁ ସେ ନିଜ ପୁଅ ଅରୁକୁ ଖୁନ୍ କରିଛନ୍ତି ଓ ଜୀବନସାରା ଇଂରେଜମାନଙ୍କର ଗୋଲାମୀ କରି ଆସିଛନ୍ତି ।

Question ୨୪ ।
ହେମମାଳା କ’ଣ କହି ମୂର୍ତ୍ତିତା ହୋଇ ତଳେ ପଡ଼ିଯାଇଥିଲେ ?
Answer:
ରାୟବାହାଦୁର ପତ୍ନୀ ହେମମାଳାଙ୍କ ନିକଟରୁ ତ୍ରିରଙ୍ଗା ପତାକାଟିକୁ କାଢ଼ି ଫିଙ୍ଗିଦେଲେ । ଏହା ଦେଖ୍ ହେମମାଳା ଦର୍ପିତା କଣ୍ଠରେ କହିଲେ, ‘ଯୋଉ ପତାକା ପାଇଁ ଅରୁ ପ୍ରାଣବଳୀ ଦେଇଛି, ସେ ପତାକା ଯୁଗେ ଯୁଗେ ଉନ୍ନତ ହୋଇ ରହିବ ।’ ଆବେଗ ଓ ଉତ୍ତେଜନାରେ ଏତିକି କହି ସେ ମୂର୍ତ୍ତିତା ହୋଇ ପଡ଼ିଗଲେ ।

Question ୨୫ ।
ସାରା ରାତି ସୋମନାଥ କ’ଣ କରୁଥିଲେ ?
Answer:
ସାରା ରାତି ସୋମନାଥଙ୍କ ଆଖ‌ିରେ ନିଦ ନଥିଲା । ସେ ଅତି ସତର୍କ ପ୍ରହରୀପରି ସାରା ରାତି ଚେଇଁ ବସିଥିଲେ ୟୁନିୟନ ଜାକ୍ ପତାକା ପାଖରେ ।

Question ୨୬ ।
‘‘ବ୍ରିଟିଶ୍ର ଗୋଲାମପାଇଁ ସ୍ଥାନ ନାହିଁ ଏଠି? ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ରାୟବାହାଦୁର ‘ୟୁନିୟନ ଜାକ୍’ ପତାକାକୁ ସାରାରାତି ଜଗି ରହିଥିଲେ; ମାତ୍ର ସକାଳୁ ସକାଳୁ ନାତି ବିଜୟ ଆସି ଏହାର ବିରୁଦ୍ଧାଚରଣ କରିଛି । ‘ଏ ପତାକା ଏଠି ଉଡ଼ିପାରିବ ନାହିଁ ବୋଲି କହିଛି । ରାୟବାହାଦୁରଙ୍କ ହାତରୁ ପତକାଟିକୁ ଝାମ୍ପି ନେଇ ବିଜୟ କହିଛି, ‘ଏ ଦେଶ ଆମର ବ୍ରିଟିଶର ଗୋଲାମପାଇଁ ସ୍ଥାନ ନାହିଁ ଏଠି ।’

Question ୨୭ ।
ସୋମନାଥଙ୍କ ମୁଣ୍ଡ ଓ ନାକ ଫାଟିଯିବାର କାରଣ କ’ଣ ଥିଲା ?
Answer:
ବିଜୟ, ୟୁନିୟନ୍ ଜାକ୍ ପତାକା ନେଇଗଲାପରେ, ସୋମନାଥ ପତାକାଟିକୁ ଛଡ଼ାଇବାକୁ ଯାଇ ଅତି ଅସ୍ଵାଭାବିକ ଭାବରେ ହିଂସ୍ର ଓ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ । ଫଳରେ ବିଜୟ ତାଙ୍କୁ ଠେଲି ଦେଇଥୁଲା ଓ ସେ ସିଡ଼ିରେ ଗଡ଼ିଗଡ଼ି ତଳମହଲା ଚଟାଣରେ ପଡ଼ିଥିଲେ । ସେହି ଦୁର୍ଘଟଣାରେ ସୋମନାଥଙ୍କ ମୁଣ୍ଡ ଓ ନାକ ଫାଟିଯାଇଥିଲା ।

Question ୨୮ ।
ସୋମନାଥ କ୍ଷୀଣକଣ୍ଠରେ ବିଜୟକୁ କ’ଣ କହିଥିଲେ ?
Answer:
ସୋମନାଥ ସିଡ଼ି ଉପରୁ ତଳକୁ ଖସିପଡ଼ିଲେ । ମୁଣ୍ଡ ଓ ନାକ ତାଙ୍କର ଫାଟିଗଲା ପରେ, ରକ୍ତର ସୁଅ ଛୁଟିଲା । ବିଜୟ ଅପରାଧୀ ପରି ଜେଜେ ଡାକିବାରୁ, ସୋମନାଥ କ୍ଷୀଣ କଣ୍ଠରେ କହିଲେ, ‘ତୋତେ ଆଶୀର୍ବାଦ କରୁଛି ବିଜୁ । ମୁଁ ଅନ୍ତତଃ ଶାନ୍ତିରେ ମରି ପାରିବି ଏଥର । ଏଇ ପତାକା ପାଇଁ କେତେ ରାଜ୍ୟ ରକ୍ତପାତ ହୋଇଛି । ମୁଁ ମୋ ନିଜ ହାତରେ ପୁଅ ଅରୁଣକୁ ମାରିଛି ଏବଂ ତୁ ତୋର ବୁଢ଼ା ଉଚ୍ଛନ୍ନ ହୋଇଛି ଏବଂ ଯୁଦ୍ଧ ଜେଜେଙ୍କୁ ଆଘାତ କରିଛୁ । ମାତ୍ର ଏ ପତାକା ଖଣ୍ଡେ ରଙ୍ଗିନ୍ କନାମାତ୍ର । ରଙ୍ଗ ଛାଡ଼ିଯିବ । ତଥାପି ତୋର ପତାକାର ଜୟ ହେଉ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
ପତାକା ଉତ୍ତୋଳନ ଗଳ୍ପରୁ ରାୟବାହାଦୁରଙ୍କ ଚରିତ୍ର ଚିତ୍ରଣ କର ।
Answer:
କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପରଚନାର ସ୍ବତନ୍ତ୍ର ବିଶେଷତ୍ଵ ହେଉଛି ଚରିତ୍ର ଚିତ୍ରଣ । ଚରିତ୍ର ସୃଜନରେ, ସେ ଚରିତ୍ର ଅନ୍ତରାଳରେ ରହିଥ‌ିବା ଇତିହାସକୁ ସାର୍ଥକ ଭାବରେ ଉପସ୍ଥାପନ କରିଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’ରେ ଗାଳ୍ପିକ ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଚରିତ୍ର ମାଧ୍ୟମରେ ଜଣେ ଦେଶଦ୍ରୋହୀ, କ୍ଷମତାଲିପସୁ, ସ୍ବାର୍ଥପର ମଣିଷର ମାନସିକତାକୁ ଯଥାର୍ଥ ଭାବରେ ପ୍ରକାଶ କରିଛନ୍ତି । ତାଙ୍କ ପାଖରେ କ୍ଷମତା ଓ ଅର୍ଥ ଆଗରେ ପାରିବାରିକ ଆବେଦନ ତୁଚ୍ଛବୋଲି ସେ ପ୍ରମାଣ ଦେଇଛନ୍ତି ।

୧୯୪୭ ମସିହା ଅଗଷ୍ଟ ମାସରେ ଭାରତ ବର୍ଷ ବହୁକଷ୍ଟରେ ଇଂରେଜ ଶାସନ କବଳରୁ ମୁକ୍ତି ପାଇଥିଲା । ଏହି ମୁକ୍ତିପାଇଁ ଏ ଦେଶର ଯେପରି ନିଷ୍ଠାପର ଦେଶଭକ୍ତ ଥିଲେ, ସେହିପରି କେତେକ ଦେଶଦ୍ରୋହୀ ମଧ୍ୟ ସ୍ଵାଧୀନତା ପ୍ରାପ୍ତିରେ ଅନ୍ତରାୟ ସୃଷ୍ଟି କରୁଥିଲେ । ସେହି ଦେଶଦ୍ରୋହୀମାନେ ନିଜର ସ୍ଵାର୍ଥ, କ୍ଷମତା ଏବଂ ଅର୍ଥ ଲାଳସରେ ଇଂରେଜମାନଙ୍କର ଗୋଲାମ ହୋଇ ରହିବାକୁ ପସନ୍ଦ କରୁଥିଲେ । ଗାଳ୍ପିକ ମହାନ୍ତି ସୋମନାଥ ମହାପାତ୍ର ଚରିତ୍ର ମାଧ୍ୟମରେ ବ୍ରିଟିଶ ଶାସକର ପଦଲେହନକାରୀ ସ୍ଵାର୍ଥ ସର୍ବସ୍ଵ କର୍ମଚାରୀର ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ।

ସୋମନାଥ ବ୍ରିଟିଶ ଶାସକଙ୍କର ଗୋଲାମୀ ହୋଇ ଅବସର ନେଇଛନ୍ତି । ମାତ୍ର ବ୍ରିଟିଶ ଶାସକଙ୍କ ପ୍ରତି ତାଙ୍କ ମନରୁ ଆନୁଗତ୍ୟ ଯାଇନାହିଁ । ଫଳରେ ସମଗ୍ର ଭାରତବର୍ଷ ସ୍ଵାଧୀନତାର ଉତ୍ସବ ପାଳନ କରୁଥିଲାବେଳେ, ଏହା ତାଙ୍କ ପାଇଁ ଅସହ୍ୟ ମନେ ହୋଇଛି । ତେଣୁ ସେ ଘରେ ରହି, ନିଜ ଅତୀତର ସ୍ମୃତି ସ୍ମାରକୀ ପଦକ ଓ ସନନ୍ଦ ପତ୍ରକୁ ଦେଖୁଛନ୍ତି । ଗୋଲାମୀ ମୋହରେ ସେ ନିଜର ପୁତ୍ରକୁ ଚାବୁକ୍‌ରେ ପିଟିଛନ୍ତି, ଘରୁ ବାହାର କରି ଦେଇଛନ୍ତି ଏବଂ ସତ୍ୟାଗ୍ରହୀମାନଙ୍କୁ ଦମନ କରିବାକୁ ଯାଇ ନିଜ ପୁତ୍ରକୁ ଗୁଳିକରି ହତ୍ୟା କରିଛନ୍ତି । ଫଳସ୍ଵରୂପ ଉପରିସ୍ଥ ଅଫିସରଙ୍କ ନିକଟରେ ସେ ନିଜର ପାରିବାର ପଣକୁ ପ୍ରମାଣ କରିଛନ୍ତି । ପୁତ୍ରର ମୃତ୍ୟୁପରେ ପୁତ୍ରବଧୂ ଅପର୍ଣ୍ଣା ବିଧବା ହେଲେ ବି ସେ ସେତେଟା ଶୋଚନା କରିନାହାଁନ୍ତି । ବହୁ ଅର୍ଥ ଓ କ୍ଷମତାର ଅଧିକାରୀ ହୋଇ, ପୁତ୍ରହରା ଦୁଃଖକୁ ଭୁଲି ଯାଇଛନ୍ତି ।

ସ୍ଵାଧୀନତା ଉତ୍ସବ ଦିନ ନିଜ ଘରଭିତରେ, ପତ୍ନୀ ହେମମାଳୀଙ୍କର ତ୍ରିରଙ୍ଗା ପତାକା ଉଡ଼ାଇବାକୁ ସେ ସହ୍ୟ କରିପାରି ନାହାଁନ୍ତି । ବରଂ ଅତି ନିଷ୍ଠୁର ଭାବରେ ପୁତ୍ରହରା ପତ୍ନୀକୁ ଆହୁରି ଆଘାତ ଦେଲାଭଳି କଥା ହେମମାଳୀ ୟୁନିୟନ୍ ଜ୍ୟାକ୍ ପତାକାକୁ ଓହ୍ଲାଇଦେବ, ସେଥ‌ିପାଇଁ ବିକଳ ଭାବରେ ସଜାଗ ପ୍ରହରୀ ଭଳି ତା’କୁ ଜଗି ରହିଛନ୍ତି । ପରଦିନ ସକାଳୁ ନାତି ବିଜୟ, ୟୁନିୟନ ଜ୍ୟାକ୍ ପତାକାର ବିରୁଦ୍ଧାଚାରଣ କରିବାରୁ, ସେ ତାହା ସହିତ ପ୍ରତିବାଦ କରିଛନ୍ତି । ପରିଣତି ନାତିଠାରୁ ଠେଲାଖାଇ, ସିଡ଼ି ପାହାଚତଳେ ପଡ଼ିଛନ୍ତି ।

ଜୀବନର ଶେଷ ସମୟରେ ସୋମନାଥ ନିଜର ଭୁଲ୍ ବୁଝିପାରିଛନ୍ତି । ନାତି ବିଜୟକୁ ଡାକି ଆଶୀର୍ବାଦ କରିଛନ୍ତି । ଥରିଲା କଣ୍ଠରେ କହିଛନ୍ତି, ପତାକାଟା ସାଧାରଣ କନାଖଣ୍ଡେ, ଏହାର ରଙ୍ଗ ମଧ୍ୟ ଉଡ଼ି ଯାଇପାରେ, କିନ୍ତୁ ଏଥ‌ିପାଇଁ କେତେ ଦେଶ ଓ କେତେ ପ୍ରାଣବାୟୁ ଉଡ଼ିଯାଇଛି ।

ସୋମନାଥ ଜୀବନର ଘଟଣାକୁ ଗାଳ୍ପିକ କେବଳ ଦେଖାଇ ନାହାଁନ୍ତି, ସେ ପତ୍ନୀ ହେମମାଳୀ ଯେପରି ଅପମାନିତ କରିଛନ୍ତି, ପୁତ୍ରବଧୂ ଅପର୍ଣ୍ଣାର ଦୁଃଖକୁ ଯେଭଳି ଭୁଲିଛନ୍ତି, ତାହା ତାଙ୍କର ବ୍ରିଟିଶ ଶାସକମାନଙ୍କ ପ୍ରତି ଘୋର ଆନୁଗତ୍ୟର ସୂଚନା ଦିଏ ।

ଗଳ୍ପଟିରେ ଗାଳ୍ପିକ ଖଳନାୟକକୁ ନାୟକ କରି, ଚରିତ୍ରଚିତ୍ରଣର ମହତ୍ତ୍ଵ ପ୍ରତିପାଦନ କରିଛନ୍ତି ।

Question ୨ ।
ପଠିତ ଗଳ୍ପ ଆଧାରରେ ସ୍ଵାଧୀନତା ଆନ୍ଦୋଳନରେ ଅରୁଣର ଭୂମିକା ନିର୍ଣ୍ଣୟ କର ।
Answer:
ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଯେଉଁ କେତେଜଣ ଗାଳ୍ପିକ ସେମାନଙ୍କ ଗଳ୍ପ ସୃଷ୍ଟିରେ ସମାଜର ବିଭିନ୍ନ ଘଟଣା ଓ ବିଭିନ୍ନ ଦିଗକୁ ବର୍ଣ୍ଣନା କରିଛନ୍ତି, ସେମାନଙ୍କ ମଧ୍ୟରେ କଥାକାର ସୁରେନ୍ଦ୍ର ମହାନ୍ତି ହେଉଛନ୍ତି ଅନ୍ୟତମ । କଥାକାର ମହାନ୍ତି ତାଙ୍କର ଅନେକ ଗଳ୍ପରେ ଆଧୁନିକ ସହରୀ ଜୀବନର ଅସହାୟତା ବୋଧକୁ ଚିତ୍ରିତ କରିଥିଲେ ହେଁ, ସ୍ଵାଧୀନତା ସଂଗ୍ରାମୀମାନଙ୍କର ବାସ୍ତବ ଜୀବନକୁ ସେ ଯଥାର୍ଥ ଭାବେ ଉପସ୍ଥାପନ କରିଥିଲେ । ଦୀର୍ଘଦିନ ଧରି ଭାରତ ବ୍ରିଟିଶ ସରକାରଙ୍କ ଛତ୍ରଛାୟାତଳେ ପରାଧୀନ ହୋଇ ରହିଲା ପରେ, ଗାନ୍ଧିଜୀ ଭଳି ଅନେକ ନେତାଙ୍କ ନେତୃତ୍ଵର ଯୁବସମ୍ପ୍ରଦାୟ ସ୍ବାଧୀନତା ସଂଗ୍ରାମରେ ଝାସଦେଇ, ଦେଶକୁ ସ୍ୱାଧୀନ କରିବାପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଦେଶପାଇଁ ସେହି ସଂଗ୍ରାମୀ ବୀରମାନଙ୍କୁ ଘର ଓ ପରିବାର ଛାଡ଼ିବାକୁ ହୋଇଥିଲା । ପିତାମାତାଙ୍କର ଅବାଧ୍ଯ ହୋଇ, ସେମାନେ ଦେଶ ମାତୃକାର ସେବାରେ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ପରିଣାମରେ ସେମାନଙ୍କୁ ଜେଲ୍, ଜୋରିମାନା, ଲାଠିପ୍ରହାର ଏପରିକି ବନ୍ଧୁକ ମୁନରେ ଜୀବନ ଦେବାକୁ ହୋଇଥିଲା । ଦେଶପାଇଁ ସେମାନେ ସହୀଦ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଥିଲେ । ଶେଷରେ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଜୟ ହେଲା । ଭାରତ ହେଲା ସ୍ଵାଧୀନ । ବିଦେଶୀ ଇଂରେଜମାନେ ତାଙ୍କ ଦେଶକୁ ଫେରିଗଲେ । ଏହି ସ୍ଵାଧୀନତା ସଂଗ୍ରାମ ଓ ଦେଶ ସ୍ଵାଧୀନତା ଦିବସ ପାଳନ କରିବା ପୃଷ୍ଠଭୂମିରେ ‘ପତାକା ଉତ୍ତୋଳନ’ ଗଳ୍ପର ପରିକଳ୍ପନା କରାଯାଇଛି ।

ଅରୁଣ ଥୁଲା, ଇନ୍ସପେକ୍ଟର ସୋମନାଥ ମହାପାତ୍ରଙ୍କର ଏକମାତ୍ର ସନ୍ତାନ । ସୋମନାଥ ମହାପାତ୍ର ଇଂରେଜମାନଙ୍କ ନିକଟରେ ଚାକିରି କରି, ସେମାନଙ୍କର ଏକରମକ ଗୋଲାମ ପାଲଟି ଯାଇଥିଲା । ଫଳରେ ପୁତ୍ର ଅରୁଣ ସ୍ଵାଧୀନତା ସଂଗ୍ରାମରେ ଯୋଗଦେବାରୁ, ସେ ତାହାକୁ ସେପରି କରିବାକୁ ବାଧା ଦେଇଥିଲେ । ଅରୁଣ ବାପାଙ୍କ କଥାର ପ୍ରତିବାଦ କରିବାରୁ, ମହାପାତ୍ର ତାଙ୍କୁ ଚାବୁକ୍‌ରେ ଆଘାତ କରିଥିଲେ । ଯେତେ ପ୍ରତିରୋଧ କଲେବି ଅରୁଣ ବାପାଙ୍କ କଥାରେ

ରାଜି ହୋଇ ନଥିଲା, ବରଂ ପ୍ରତିବାଦ କରିଥିଲା । ସୋମନାଥ ମହାପାତ୍ରଙ୍କୁ ପଚାରିଥିଲା – ‘‘କାହାର ଦାନା, ପାଣି ପବନରେ ମଣିଷ ହୋଇଛନ୍ତି ଆପଣ ? ଭାରତର, ଏଇ ଗୋଲାମ-ଭାରତର, ସ୍ଵାଧୀନତା ଯାହାର ଦାବି ।’’ ରାୟବାହାଦୁର ରାଗିଯାଇ ଅରୁଣକୁ ଆଦେଶ ଦେଇଥିଲେ ଏଇ ମୁହୂର୍ତ୍ତରେ ଏ ଘରୁ ତମେ ବାହାରିଯାଅ ଅରୁଣ ! ତମେ ଆଜିଠାରୁ ମୋର ତେଜ୍ୟପୁତ୍ର ।’’

ଅରୁଣ ଘରୁ ବାହାରି ଗଲାପରେ ସଂଗ୍ରାମୀ ଭାବରେ ଜୀବନ କାଟିଛି । ଚୌରୀଚୌରା ଆନ୍ଦୋଳନ ପରେ ସେ ବିରାଟ ଜନତାର ନେତୃତ୍ଵ ନେଇଛି । ବନ୍ଦେ ମାତରମ୍ ଡାକରେ ସମସ୍ତଙ୍କୁ ପ୍ରଭାବିତ କରିଛି । ଲାଠି ଚାର୍ଜ ହେବାରୁ ତାହାର ପ୍ରତିବାଦ କରିଛି । ସଂଗ୍ରାମୀମାନଙ୍କୁ ପ୍ରେରଣା ଦେବାପାଇଁ ଅରୁଣ କହିଛି – ‘ଭୟ ନାହିଁ । ଭୟ ନାହିଁ ଭାଇମାନେ, ଶ୍ରୀ ରାମଚନ୍ଦ୍ର କମଳ ନୟନର ନୀଳୋତ୍ପଳ ଦେବୀ ଆରାଧନା କରିଥିଲେ ।’’ ଆମେ ସେହିପରି ଜୀବନ ଦେବା । ଜନତାଙ୍କୁ ଘଉଡ଼ାଇବାକୁ ଯାଇ ଫାଙ୍କା ଗୁଳିଚାଳନା କରିବା ବେଳେ, ସୋମନାଥଙ୍କ ଗୁଳିରେ ଅରୁଣ ଟଳି ପଡ଼ିଛି ।

ସ୍ଵାଧୀନତା ସଂଗ୍ରାମରେ ଅରୁଣର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଛି ।

Question ୩ ।
ସୋମନାଥ ମହାପାତ୍ର କିପରି ସବ୍-ଇନ୍ସପେକ୍ଟରରୁ ଇନ୍ସପେକ୍ଟର ହୋଇପାରିଥିଲେ – ଉଲ୍ଲେଖ କର ।
Answer:
କଥାକାର ସୁରେନ୍ଦ୍ର ମହାନ୍ତି ଜଣେ ଜୀବନଧର୍ମୀ କଥାଶିଳ୍ପୀ । ଜୀବନର ପ୍ରତ୍ୟେକ ଦିଗକୁ ସେ ତାଙ୍କର କଳ୍ପିତ ଚରିତ୍ର ମାଧ୍ୟମରେ ପ୍ରକାଶ କରିଥା’ନ୍ତି । ମଣିଷ ଜୀବନର ଚିନ୍ତା ଚେତନା ଓ ସ୍ଵାର୍ଥନ୍ୱେଷୀ ମନୋଭାବକୁ ସେ ଭଲଭାବରେ ବୁଝିଥା’ନ୍ତି ଓ କାହାଣୀ ମାଧ୍ୟମରେ ଉପସ୍ଥାପିତ କରିଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’ ଗଳ୍ପ ମାଧ୍ୟମରେ ଜୀବନରେ ମଣିଷ କିପରି ନିଜର ଉନ୍ନତିପାଇଁ ଏବଂ ନିଜକୁ ଅନ୍ୟପାଖରେ ଦାସ ଭାବରେ ବିକ୍ରି କରିଦେଲା ପରେ କିପରି ହିତାହିତ ଜ୍ଞାନଶୂନ୍ୟ ହୋଇଯାଏ, ତାହା ସୋମନାଥ ମହାପାତ୍ର ଚରିତ୍ର ମାଧ୍ୟମରେ ଦେଖାଇ ଦେଇଛନ୍ତି । ସେହି ଦାସ ମନୋଭାବ କିପରି ଜୀବନସାରା ସଂକ୍ରମିତ କରି ରଖୁଥାଏ, ତାହା ମଧ୍ୟ ଉଲ୍ଲେଖ କରିଛନ୍ତି ।

ସୋମନାଥ ମହାପାତ୍ର ଥିଲେ ଇଂରେଜ ଅଧୀନରେ ଜଣେ ଅସ୍ଥାୟୀ ସବ୍‌ଇନ୍ସପେକ୍ଟର ମାତ୍ର । ଶାସନ ପ୍ରତି ରହିଥୁଲା ଅହେତୁକ ସମର୍ପଣ ଭାବ । ସେ ଏକରକମ୍ ଦେହରେ ଭାରତୀୟ ହେଲେ ବି ମାନସିକ ସ୍ତରରେ ଥିଲେ ନିଷ୍ଠୁର ଇଂରେଜ ସରକାରଙ୍କ ସଚା ଗୋଲାମ । ତେଣୁ ସେ ଏକମାତ୍ର ପୁତ୍ର ଅରୁଣକୁ ଇଂରେଜ ସରକାର ବିରୁଦ୍ଧରେ ନ ଯିବାକୁ କହିଛନ୍ତି । ଆଦେଶ ଦେବା ଭଙ୍ଗୀରେ କହିଛନ୍ତି, ‘ଅରୁଣ ! ତମେ ଅନ୍ୟାୟ କରୁଛ । ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ତମର ଏ ଦ୍ରୋହାଚାର କେବଳ ଅନ୍ୟାୟ ନୁହେଁ…….. ।’ ଅରୁଣ ଯେତେ ବୁଝାଇଲେ ମଧ୍ୟ ବାପା ତା’ର ବୁଝି ନ ଥିଲେ । ବରଂ କ୍ଷିପ୍ତ ହୋଇ ଅରୁଣକୁ ଚାବୁକ୍‌ରେ ଆଘାତ କରିଥିଲେ । ଶେଷରେ ପତ୍ନୀଙ୍କର କୌଣସି କଥା ନ ଶୁଣି ପୁଅକୁ ସେ ବାହାର କରି ଦେଇଛନ୍ତି । ତେଜ୍ୟପୁତ୍ର କରିଛନ୍ତି । ଅରୁଣ ଘର ଛାଡ଼ି ଚାଲିଯାଇଛି ଏବଂ ସତ୍ୟାଗ୍ରହୀ ଭାବରେ ସ୍ଵାଧୀନତା ଆନ୍ଦୋଳନରେ ସାମିଲ୍ ହୋଇଛି ।

ଚୌରୀ ଚୌରା ଆନ୍ଦୋଳନ ପରେ, ଏହାର ପ୍ରଭାବ ଓଡ଼ିଶାରେ ଦେଖାଦେଇଛି । ବିରାଟ ଜନତା ଥାନା ଓ କଚେରିକି ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ପୁଲିସ୍ ସାହେବ, ମହାପାତ୍ରଙ୍କୁ ହୁକୁମ ଦେଇ କହିଛନ୍ତି – ‘ତମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କାମ ତମେ ଚଳେଇ ନେଇଛ । ଆଜି ଏ ବିରାଟ ଜନତା ଆସୁଛି ସହରର ଥାନା କଚେରୀ ସବୁ ଆକ୍ରମଣ କରିବା ପାଇଁ । ସେମାନଙ୍କୁ ମୁକାବିଲା କରିବାର ଦାୟିତ୍ଵ ତମର ।’’ ସେହି ଦାୟିତ୍ବ ନେଇ ଚାର୍ଜ କରାଇଛନ୍ତି । ଏହା ସତ୍ତ୍ବେ ଜନତା ପୃଷ୍ଠଭଙ୍ଗ ଦେଇନାହାଁନ୍ତି । ସେହି ଆନ୍ଦୋଳନର ନେତୃତ୍ଵ ନେଇଥାଏ, ତାଙ୍କ ପୁଅ ଅରୁଣ । ଲୋକମାନଙ୍କୁ ପ୍ରେରଣା ଦେଇ ଆଗକୁ ଯିବାପାଇଁ କହୁଥାଏ । ଏହିଠାରେ ପିତା ପୁତ୍ର ସମ୍ମୁଖୀନ ହେଲେ । ସୋମନାଥ ମହାପାତ୍ର ଫାଙ୍କା ଗୁଳିଚାଳନା କରିବାକୁ ଯାଇ, ଅରୁଣକୁ ଗୁଳି କରିଦେଲେ । ଗାଳ୍ପିକଙ୍କ ଭାଷାରେ ‘ସାବାସ୍ ମହାପାତ୍ର । ବ୍ରିଟିଶ ସମ୍ରାଟ ଏ ଅତୁଳନୀୟ କର୍ତ୍ତବ୍ୟ ନିଷ୍ଠାର ମହତ୍ତ୍ଵକୁ ଯଥାଯୋଗ୍ୟ ପୁରସ୍କୃତ କରିବେ ।’’ ତା’ ପରଦିନ ସୋମନାଥ ହୋଇଥିଲେ ସବ୍‌ଇନିସ୍ପେକ୍ଟରରୁ ଇନିସ୍ପେକ୍ଟର ।

ବାସ୍ତବରେ କଥାଣିଳ୍ପୀ କ୍ଷମତାଲେଲୀଭି ମଣିଷର ପ୍ରକୃତି ସ୍ଵରୂପ ସେ।ମନାଥ ମହ।ପାତ୍ରଙ୍କ ମାଧ୍ୟମରେ ଦେଖ।ଇଛନ୍ତି ।

Question ୪।
ହେମମାଳୀ ଓ ସୋମନାଥଙ୍କ ପାରିବାରିକ ଜୀବନରେ ଘଟିଥ‌ିବା ଘଟଣାଗୁଡ଼ିକ ସମ୍ପର୍କରେ ସୂଚନା ଦିଅ ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ପ୍ରଥଯଶା ସ୍ରଷ୍ଟାଭାବେ ସୁରେନ୍ଦ୍ର ମହାନ୍ତି ଅଶେଷ ସିଦ୍ଧିର ଅଧିକାରୀ ହୋଇଛନ୍ତି । ସେ ତାଙ୍କର ଗଳ୍ପରେ ପାରିବାରିକ ଜୀବନର ଅନେକ ସମସ୍ୟାକୁ କଳ୍ପିତ ଚରିତ୍ର ମାଧ୍ୟମରେ ଦେଖାଇଛନ୍ତି । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’ରେ ଜଣେ ବ୍ୟକ୍ତି ସର୍ବସ୍ଵ ଇଂରେଜଙ୍କ ଅଧୀନରେ ପୋଲିସ୍ ଚାକିରି କରିଥିବା, ସୋମନାଥ ମହାପାତ୍ର ଥିଲେ ଇଂରେଜ ସରକାରଙ୍କର ସଚା ଗୋଲାମୀ । ଗୋଲାମୀର ସବାର ନେଇ ସେ ଆଦେଶ ଦେଇଛନ୍ତି ବ୍ରିଟିଶମାନଙ୍କ ବିରୁଦ୍ଧରେ ନ ଯିବାପାଇଁ । ଅରୁଣ ଅମାନ୍ୟ ହେବାରୁ ସେ ତାହାକୁ ଚାବୁକରେ ଆଘାତ କରିଛନ୍ତି । ପିତାପୁତ୍ରଙ୍କର ଏଭଳି ଗଣ୍ଡଗୋଳରେ ହେମମାଳୀ ପ୍ରତିବାଦ ଜଣାଇଛନ୍ତି । ପୁଅଟିକୁ କୌଣସି ପ୍ରକାରେ ସେ ମୁଣ୍ଡ ଖେଳେଇବାରେ ତମର କିଛି ଦରକାର ନାହିଁ । ଯାହାର ଦାନା ଖାଇ ମୁଁ ମଣିଷ, ତା’ର ନିମହାରାମି ଅସମ୍ଭବ ।’’ ଅରୁଣ ଏହାର ପ୍ରତିବାଦ କରିବାରୁ ସେ ତାହାକୁ ତେଜ୍ୟପୁତ୍ର କରିଛନ୍ତି, ଘରୁ ବାହାରିଯିବାକୁ ଆଦେଶ ଦେଇଛନ୍ତି । କୌଣସି ପ୍ରତିକାର କରିନାହାଁନ୍ତି । ବରଂ ନିଜ ଜିଦରେ ଅଟଳ ରହିଛନ୍ତି ।

ଅଗଷ୍ଟ ୧୪, ୧୯୪୭ ରେ ସ୍ଵାଧୀନତା ଦିବସ ସାରା ଭାରତ ପାଳନ କରୁଥିଲା ବେଳେ ସେ ଏହାକୁ ସହ୍ୟ ଏହାର ସେ ଦୃଢ଼ ପ୍ରତିବାଦ କରିଛନ୍ତି । ହେମମାଳ ଅତି କରୁଣ ଭାବରେ କାନ୍ଦିଛନ୍ତି । ଦୀର୍ଘ ପଚିଶ ବର୍ଷ ଭିତରେ ସେ ପୁଅ ପାଇଁ ଏପରି କାନ୍ଦନଥିଲେ । ମାତ୍ର ରାୟବାହାଦୁର ତ୍ରିରଙ୍ଗା ପତାକାକୁ କାଢ଼ି ଫିଙ୍ଗିଦେଇ, ସେ ସ୍ଥାନରେ ୟୁନିୟନ ଜାକ୍ ପତାକାକୁ ଉଡ଼ାଇଛନ୍ତି ଏବଂ ରାତିସାରା ତାହାକୁ ଜଗି ରହିଛନ୍ତି । ୟୁନିୟନ ଜାକ୍ ପତାକାପାଇଁ ମହାପାତ୍ର ନାତି ବିଜୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ସେଥ‌ିପାଇଁ ବିଜୟ ଠେଲି ଦେଲାପରେ, ମହାପାତ୍ର ସିଡ଼ି ତଳକୁ ଖସି ପଡ଼ିଛନ୍ତି । ଶେଷ ଅବସ୍ଥାରେ ସେ ନାତିକୁ ଆଶୀର୍ବାଦ କରିଛନ୍ତି, ତ୍ରିରଙ୍ଗା ପତାକାର ଜୟଗାନ କରିଛନ୍ତି ।

ଗଳ୍ପଟିରେ ସୋମନାଥ ଓ ହେମମାଳୀଙ୍କ ଅସଜଡ଼ା ପାରିବାରିକ ଜୀବନର ଚିତ୍ର ପ୍ରଦାନ କରାଯାଇଛି ।

Question ୫ ।
‘‘ତଥାପି ତୋର ପତାକାର ଜୟ ହେଉ’’ ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି – ବିଶ୍ଳେଷଣ କର ।
Answer:
କାହାଣୀ ମାଧ୍ୟମରେ ସମାଜକୁ କିଛି ସନ୍ଦେଶ ଦେବାର ଅନ୍ୟତମ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି । ତାଙ୍କ ଦ୍ଵାରା ରଚିତ ‘ପତାକା ଉତ୍ତୋଳନ’ ଗଳ୍ପ ସ୍ଵାଧୀନତା ପୂର୍ବ ଅଗଷ୍ଟ, ୧୪ ତାରିଖ ୧୯୪୭ ମସିହା ରାତି ଓ ତା’ପରଦିନ ଚରିତ୍ର ରାୟବାହାଦୁର ସୋମନାଥ ମହାପାତ୍ର ଯେ କି ଇଂରେଜ ସରକାରଙ୍କ ନିକଟରେ ଗୋଲାମି କରି, ନିଜର ନିଜତ୍ଵକୁ ହରାଇ ବସିଛନ୍ତି । ନିଜକୁ ସେ ବ୍ରିଟିଶ ଶାସନ ଛତ୍ରଛାୟାତଳେ ରହି ଆତ୍ମ ସନ୍ତୋଷ ଲାଭ କରିଛନ୍ତି । ଅନୁଗତ ପୋଲିସ ଅଫିସର୍ ଭାବରେ ଦେଶପାଇଁ ଓ ପରିବାର ପାଇଁ ଯେ କିଛି କର୍ତ୍ତବ୍ୟ ରହିଛି, ସେ ତାହା ଭୁଲିଯାଇଛନ୍ତି । ଦ୍ଵିତୀୟ ପୀଢ଼ି ଅରୁଣ, ଯେ କି ସ୍ଵାଧୀନତା ସଂଗ୍ରାମୀ । ଦେଶ ପାଇଁ, ଜାତିପାଇଁ ପରିବାର ଛାଡ଼ି, ନିଜର ସୁଖ ସମୃଦ୍ଧି ଛାଡ଼ିଛି । ସେ ଦେଶପାଇଁ ଆତ୍ମବଳୀ ଦେଇଛି । ମାତ୍ର ଶେଷପୀଢ଼ି ବିଜୟ ଯେ କି ସ୍ଵାଧୀନତାକୁ ଉପଭୋଗ କରିଛି । ସେ ଆଉ ଅରୁଣ ପରି ସବୁ ଅତ୍ୟାଚାରକୁ ମୁଣ୍ଡପାତି ସହିଯାଇ ନାହିଁ, ବରଂ ସଂଗ୍ରାମ କରି ନିଜର ଅଧିକାର ଛଡ଼ାଇ ନେବାକୁ କହିଛା

ସୋମନାଥ ମହାପାତ୍ରଙ୍କୁ ଛାଇନିଦ ଲାଗି ଆସିଥୁଲାବେଳେ, ବାହାରେ ସ୍ଵାଧୀନତା ଉତ୍ସବର ଶବ୍ଦଶୁଣିଛନ୍ତି । ସେ ଉଠିପଡ଼ି ସେହି ଶବ୍ଦରୁ ମୁକ୍ତି ପାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ସେଥୁରୁ ସେ ମୁକ୍ତି ପାଇନାହାଁନ୍ତି । ଏଣେ ଘର ଭିତରୁ ଶଙ୍ଖଧ୍ୱନି ଶୁଣିଲା ପରେ ସେ ଆସି ଦେଖୁଛନ୍ତି, ସ୍ତ୍ରୀ ହେମମାଳୀ ତ୍ରିରଙ୍ଗା ପତାକା ଉଡ଼ାଇ ତା’ ତଳେ ଦୀପଟିଏ ଜାଳିଦେଇଛି । ମହାପାତ୍ର ସ୍ତ୍ରୀଙ୍କ ପାଖରୁ ତ୍ରିରଙ୍ଗା ପତାକା ଛଡ଼ାଇ ନେଇ, ତା’ ସ୍ଥାନରେ ‘ୟୁନିୟନ ଜାକ୍‌’ ପତାକା ଉଡ଼ାଇଛନ୍ତି । ସେହି ପତାକାକୁ ସେ ରାତିସାରା ଜଗିରହିଛନ୍ତି । କାରଣ ଏହି ପତାକାର ମର୍ଯ୍ୟାଦାପାଇଁ ସେ ନିଜର ଏକମାତ୍ର ପୁତ୍ରକୁ ଗୁଳି କରିଛନ୍ତି ।

ସାରାରାତି ସ୍ଵାଧୀନତା ଉତ୍ସବରେ ମାତି ବିଜୟ ଘରକୁ ଫେରିଛି । ଘରେ ୟୁନିୟନ ଜାକ୍ ପତାକା ଉଡ଼ୁଥିବାର ଦେଖୁ ସେ ସ୍ତମ୍ବିତ ହୋଇଯାଇଛି । ଜେଜେଙ୍କୁ ଏଥିପାଇଁ ପ୍ରଶ୍ନ କରିଛି । ଏ ପତାକା ଉଡ଼ି ପାରିବ ନାହିଁ ବୋଲି ଜେଜେଙ୍କ ହାତରୁ ପତାକାକୁ ଛଡ଼ାଇ ନେଇଛି । ଦୃଢ଼ସ୍ୱରରେ କହିଛି – ‘ଏ ଦେଶ ଆମର ବ୍ରିଟିଶର ଗୋଲାମ ପାଇଁ ସ୍ଥାନ ନାହିଁ ଏଠି ।’’ ସୋମନାଥ ହିଂସ୍ର ଓ ଉତ୍‌କ୍ଷିପ୍ତ ହୋଇ ପତାକାଟିକୁ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି । ବିଜୟ ଦୁଇହାତରେ ଜେଜେଙ୍କୁ ଠେଲି ଦେଇଛି । ସୋମନାଥ ତଳେ ପଡ଼ିଛନ୍ତି ଏବଂ ତାଙ୍କର ମୁଣ୍ଡ ଓ ନାକ ଫାଟି ତଳେ ରକ୍ତର ସୁଅ ଛୁଟିଛି ବିଜୟ ଅପରାଧୀ ପରି ଜେଜେଙ୍କୁ ଡାକିଲେ ମଧ୍ୟ କେତେ ତା’କୁ ଆଶୀର୍ବାଦ କରିଛନ୍ତି । ଶେଷକଥା ଜଣାଇ କହିଛନ୍ତି, ‘‘ଏହି ପତାକା ଖଣ୍ଡେ କପଡ଼ା ହେଲେ ବି ମୁଁ ଏହାପାଇଁ ପୁଅ ଅରୁଣକୁ ମାରିଛି ଏବଂ ତୁ ତୋ ଜେଜେଙ୍କୁ ଆଘାତ କରିଛୁ । ତଥାପି ତୋ’ ପତାକାର ଜୟ ହେଉ ବୋଲି କହିଛନ୍ତି ।’’

ଗଳ୍ପର ଶେଷଭାଗରେ ରାୟବାହାଦୁରଙ୍କ କଣ୍ଠରେ ଏହି ସଂଳାପ ବେଶ୍ ମନୋଜ୍ଞ ହୋଇଛି ।

Question ୬ ।
‘ପତାକା ଉତ୍ତୋଳନ’ ଗଳ୍ପର ନାମକରଣର ସାର୍ଥକତା ପ୍ରତିପାଦନ କର ।
Answer:
ସାରସ୍ଵତ ସୃଷ୍ଟି କ୍ଷେତ୍ରରେ ନାମକରଣର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ନାମକରଣ କରିବାରେ ସ୍ରଷ୍ଟା ଯଥେଷ୍ଟ ନାମକରଣ ସତର୍କତା ଅବଲମ୍ବନ କରିଥା’ନ୍ତି । ବିଶେଷ କ୍ଷେତ୍ରରେ ସୃଜନ କରିସାରିବା ପରେ ହିଁ ସାହିତ୍ୟିକ ଏହାର ନାମକରଣ କରିଥା’ନ୍ତି । କଥାସାହିତ୍ୟ ବା ଗଳ୍ପର ନାମକରଣ କରିବା ସମୟରେ ବିଭିନ୍ନ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇଥାଏ । ଅନେକ ସମୟରେ ଏହାର କଥାବସ୍ତୁ ଅଥବା ଚରିତ୍ରକୁ ନେଇ ନାମକରଣ କରାଯାଇଥାଏ । ପୁଣି ବେଳେବେଳେ ନାମକରଣ କରାଯିବା ସମୟରେ ପ୍ରତୀକ ପ୍ରୟୋଗ କରାଯାଇଥାଏ । ଆଲୋଚ୍ୟ ଗଳ୍ପ ‘ପତାକା ଉତ୍ତୋଳନ’କୁ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି କଥାବସ୍ତୁକ ନେଇ ନାମକରଣ କରିଛନ୍ତି।

ଗଳ୍ପଟିକୁ ଗାଳ୍ପିକ ମହାନ୍ତି ୧୯୪୭ ମସିହା ଅଗଷ୍ଟ ମାସରେ ଏହାକୁ ରଚନା କରିଛନ୍ତି । ଏହି ସମୟରେ ଭାରତବର୍ଷ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ସେମାନେ ନିଜର ପ୍ରତିଷ୍ଠା ଓ କ୍ଷମତାର ମୋହପାଇଁ ନିଜ ପରିବାରର ଆବେଦନକୁ ମଧ୍ୟ ତୁଚ୍ଛ ମନେକରୁଥିଲେ, ଏହିଭଳି ଏକ ପ୍ରେକ୍ଷାପଟ ଉପରେ ଗଳ୍ପଟି ରଚନା କରାଯାଇଛି ।

ସ୍ଵାଧୀନତା ଆସିବାର ପୂର୍ବଦିନ ରାତିରୁ ସାରା ଭାରତବର୍ଷରେ ଲାଗିରହିଛି ସ୍ଵାଧୀନତାର ଜୟଯାତ୍ରା । ମାତ୍ର ଦୀର୍ଘଦିନ ଧରି ଇଂରେଜ ପାଖରେ ଗୋଲାମୀ କରି ଆସିଥିବା ସୋମନାଥ ମହାପାତ୍ରଙ୍କୁ ଏହା ହୋଇଛି ଅସହ୍ୟ । ବାହାରେ ସ୍ଵାଧୀନତାର ଜୟଯାତ୍ରା ଚାଲିଥିଲା ବେଳେ, ସେ ଘରଭିତରେ ଅତୀତର ସ୍ମୃତିକୁ ଦେଖୁଛନ୍ତି । ବ୍ରିଟିଶ ଶାସକଙ୍କ ପ୍ରଦତ୍ତ ପଦକ, ପ୍ରଶଂସା ପତ୍ର ସହିତ ନିଜ ମୃତ ପୁତ୍ର ଅରୁଣର ଫଟୋକୁ ପରଖ୍ ନେଇଛନ୍ତି । ଘରଭିତରୁ ଶଙ୍ଖଧ୍ଵନି ଶୁରି ଚମକି ପଡ଼ିଛନ୍ତି । ଦେଖୁଛନ୍ତି ପତ୍ନୀ ହେମମାଳୀ ଜାତୀୟ ପତାକା ତ୍ରିରଙ୍ଗା ପତାକା ଉଡ଼ାଇ, ତାହାତଳେ ଦୀପଟିଏ ଥୋଇ ମୁଣ୍ଡିଆ ମାରୁଛନ୍ତି । ମହାପାତ୍ରଙ୍କ ପକ୍ଷେ ଏହା ଅସହ୍ୟ ମନେ ହୋଇଛି । ସେ ଜୋର୍‌କରି ତ୍ରିରଙ୍ଗା ପତାକା ସ୍ଥାନରେ ୟୁନିୟନ ଜ୍ୟାକ୍ ବ୍ରିଟିଶ ଶାସନର ପତାକାକୁ ଉଡ଼ାଇଛନ୍ତି । କାଳେ ହେମମାଳୀ ଏହାକୁ ଓହ୍ଲାଇ ଦେବ, ସେଥ‌ିପାଇଁ ଅତି ବିକଳ ଭାବରେ ସଜାଗ ପ୍ରହରୀ ପରି ତା’କୁ ଜଗି ରହିଛନ୍ତି ।

ରାତିସାରା ସ୍ଵାଧୀନତା ଉତ୍ସବରେ ମାତିରହି, ସୋମନାଥଙ୍କ ନାତି ବିଜୟ ଆସି ଘରେ ପହଞ୍ଚିଛି ଓ ଦେଖୁଛି ଘରେ ବ୍ରିଟିଶ ପତାକାକୁ । ପତାକାକୁ ନେଇ ଜେଜେ ନାତିଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ବିଜୟ ଜେଜେ ସୋମନାଥଙ୍କୁ ଠେଲି ଦେଇଛି । ସୋମନାଥ ସିଡ଼ି ପାହାଚରେ ପଡ଼ି ଜୀବନର ଶେଷ ସମୟରେ ନିଜର ଭୁଲ୍ ବୁଝି ପାରିଛନ୍ତି । ସେ ସ୍ଵୀକାର କରିଛନ୍ତି – ‘ପତାକାଟା ସାଧାରଣ କନା ଖଣ୍ଡେ, ଏହାର ରଙ୍ଗ ଉଡ଼ି ଯାଇପାରେ, କିନ୍ତୁ ଏଥ‌ିପାଇଁ କେତେ ଦେଶ ଓ କେତେ ପ୍ରାଣବାୟୁ ଉଡ଼ିଯାଇଛି ।’’ ୟୁନିୟନ ଜ୍ୟାକ୍ ଏବଂ ତ୍ରିରଙ୍ଗା ପତାକା ଭିତରେ କେବଳ ରଙ୍ଗଗତ ଫରକ ନାହିଁ, ରହିଛି ଜାତିଗତ ଫରକ । ଗଳ୍ପଟିରେ କଥାବସ୍ତୁ ଓ ଚରିତ୍ରଗୁଡ଼ିକର ସ୍ଥିତି ଏଇ ପତାକା ଉତ୍ତୋଳନ କରିବା ଉପରେ ଗୁରୁତ୍ଵ ଦିଆଯାଇଛି । ଗଳ୍ପଟିର ଅନ୍ତରାଳରେ ରହିଛି, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ ।

ଗଳ୍ପଟିକୁ ଆକଳନ କଲେ, ଏହାର ନାମକରଣର ସାର୍ଥକତା ରହିଛି ।

Additional Multiple Choice Questions (Mcqs) With Answers

Question ୧।
କେଉଁ କଥା ସ୍ଵୀକାର କରିବ ନାହିଁ ବୋଲି ଅରୁଣ କହିଛି ?
(i) ଘର ଛାଡ଼ିଯିବା
(ii) ଅନ୍ୟାୟ ଆଦେଶ
(iii) ଆନ୍ଦୋଳନ ବନ୍ଦ କରିବା
(iv) ପିସ୍ତଲ ଧରିବା
Answer:
(ii) ଅନ୍ୟାୟ ଆଦେଶ

Question ୨ ।
କିଏ କମଳନୟନର ନୀଳୋତ୍ପଳରେ ଦେବୀ ଆରାଧନା କରିଥିଲେ ?
(i) ଶ୍ରୀକୃଷ୍ଣ
(ii) ଶ୍ରୀରାମଚନ୍ଦ୍ର
(iii) ଶ୍ରୀଗୋବିନ୍ଦ
(iv) ଶ୍ରୀଚୈତନ୍ୟ
Answer:
(ii) ଶ୍ରୀରାମଚନ୍ଦ୍ର

Question ୩ ।
‘ପତାକା ଉତ୍ତୋଳନ’ ଗଳ୍ପରେ ମୁଖ୍ୟ ଉପଜୀବ୍ୟ କ’ଣ ?
(i) ପତାକା ଉଡ଼ାଇବା
(ii) ପତାକା ଉତ୍ତୋଳନ କରିବା
(iii) ଜାତୀୟ ପତାକାର ମର୍ଯ୍ୟାଦା
(iv) ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଅଧିକାର
Answer:
(iv) ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଅଧିକାର

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

Question ୪ ।
ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ କେଉଁ ବରପୁତ୍ରଙ୍କ ଜୀବନୀ ଉପରେ ଆଧାରିତ ?
(i) ଗୋପବନ୍ଧୁ ଦାସ
(ii) ମଧୁସୂଦନ ଦାସ
(iii) ନୀଳକଣ୍ଠ ଦାସ
(iv) ହରେକୃଷ୍ଣ ମହତାବ
Answer:
(ii) ମଧୁସୂଦନ ଦାସ

Question ୫ ।
ସୁରେନ୍ଦ୍ର ମହାନ୍ତି କେଉଁ ଶୈଳୀପାଇଁ ଓଡ଼ିଆ ସାହିତ୍ୟରେ ବିପୁଳ ଶ୍ରଦ୍ଧା ଲାଭ କରିଛନ୍ତି ?
(i) ବ୍ୟଙ୍ଗ ଶୈଳୀ
(ii) ଅଭିଜାତପୂର୍ଣ୍ଣ କଥନ ଶୈଳୀ
(iii) ନାଟକୀୟ ଶୈଳୀ
(iv) ସରଳ ଭାଷା ଓ ଲଘୁହାସ୍ୟ ଶୈଳୀ
Answer:
(ii) ଅଭିଜାତପୂର୍ଣ୍ଣ କଥନ ଶୈଳୀ

Question ୬ ।
ନିମ୍ନୋକ୍ତ କେଉଁଟି ଶ୍ରୀଯୁକ୍ତ ମହାନ୍ତିଙ୍କ ରଚନା ନୁହେଁ ?
(i) ହଂସଗୀତି
(ii) ମାଂସର କୋଣାର୍କ
(iii) ଅରଣ୍ୟ ଫସଲ
(iv) ମହାନିର୍ବାଣ
Answer:
(iii) ଅରଣ୍ୟ ଫସଲ

Question ୭ ।
ଗାଳ୍ପିକ କେଉଁ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ?
(i) ନୀଳଶୈଳ
(ii) ନିଳାଦ୍ରୀ ବିଜୟ
(iii) କୃଷ୍ଣାବେଣୀରେ ସନ୍ଧ୍ୟା
(iv) ସବୁଜପତ୍ର ଓ ଧୂସର ଗୋଲାପ
Answer:
(i) ନୀଳଶୈଳ

Question ୮ ।
ରାୟବାହାଦୁର ମହାପାତ୍ରଙ୍କ ପତ୍ନୀଙ୍କ ନାମ କ’ଣ ?
(i) ଜୟମାଳା
(ii) ହେମମାଳା
(iii) କଲ୍ୟାଣମାଳିନୀ
(iv) କମଳିନୀ
Answer:
(ii) ହେମମାଳା

Question ୯ ।
କିଏ ସଦ୍ୟ ବିଧବା ହୋଇ ବୃକୁଚିରା କାନ୍ଦ କାନ୍ଦିଥିଲା ?
(i) ପୂର୍ଣ୍ଣିମା
(ii) ଅପର୍ଣ୍ଣା
(iii) ଅନିମା
(iv) ଅର୍ଣ୍ଣପୂର୍ଣ୍ଣା
Answer:
(ii) ଅପର୍ଣ୍ଣା

Question ୧୦ ।
ରାୟବାହାଦୁର କୁଣ୍ଡିସ ଜଣାଇଲେ – ରେଖାଙ୍କିତ ଶବ୍ଦର ଅର୍ଥ କ’ଣ ?
(i) ସସପ୍ତମ ସଲାମ
(ii) ନମସ୍କାର
(iii) ପ୍ରଣାମ
(iv) ସମ୍ମାନ
Answer:
(i) ସସପ୍ତମ ସଲାମ

Question ୧୧ ।
ଗଳ୍ପର ଚରିତ୍ରମାନେ କେତୋଟି ପିଢ଼ିର ପ୍ରତିନିଧ୍ୟ କରୁଛନ୍ତି ?
(i) ଗୋଟିଏ
(ii) ଦୁଇଟି
(iii) ତିନୋଟି
(iv) କୌଣସିଟି ନୁହେଁ
Answer:
(iii) ତିନୋଟି

Question ୧୨ ।
ବିଜୟ କେଉଁ ପିଢ଼ିର ପ୍ରତିନିଧ୍ୟ କରୁଛି ?
(i) ବ୍ରିଟିଶ୍ ସରକାରଙ୍କ ଅନୁଗତ
(ii) ସ୍ଵାଧୀନତା ସଂଗ୍ରାମ
(iii) ସ୍ଵାଧୀନତାକୁ ଉପଭୋଗ କରୁଥିବା ପିଢ଼ି
(iv) କୌଣସିଟି ନୁହେଁ
Answer:
(iii) ସ୍ଵାଧୀନତାକୁ ଉପଭୋଗ କରୁଥିବା ପିଢ଼ି

Question ୧୩ ।
କେଉଁ ପଟ୍ଟଭୂମିରେ ସ୍ବାଧୀନ ଭାରତର ତ୍ରିରଙ୍ଗା ଫରଫର ହୋଇ ଉଡୁଥୁଲା ?
(i) ଆଷାଢ଼ର ମେଘୁଆ ଆକାଶରେ
(ii) ଭାଦ୍ରବର ନିର୍ମେଘ ସୁନୀଳ ଆକାଶରେ
(iii) ଚୈତ୍ରର ମେଘହୀନ ଧବଳ ଆକାଶରେ
(iv) କୌଣସିଟି ନୁହେଁ
Answer:
(ii) ଭାଦ୍ରବର ନିର୍ମେଘ ସୁନୀଳ ଆକାଶରେ

Question ୧୪ ।
ପୁଲିସ୍ ଥାନା ଆଗରେ ବିରାଟ ଜନତାକୁ ମୁକାବିଲା କରିବାର ଦାୟିତ୍ଵ ରାୟ ବାହାଦୁରଙ୍କୁ କିଏ ପ୍ରଦାନ କରିଥିଲେ ?
(i) ପୁଲିସ୍ ସାହେବ
(ii) ଅରୁଣ
(iii) ବିଜୟ
(iv) ବ୍ରିଟିଶ ସରକାର
Answer:
(i) ପୁଲିସ୍ ସାହେବ

ସ୍ରଷ୍ଟା ପରିଚିତି :

କଥାକାର ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଏକ ବଳିଷ୍ଠ ପ୍ରତିଭା । ତାଙ୍କର ପ୍ରତିଭା ଏକମୁଖୀ ନୁହେଁ, ବରଂ ତାହା ବହୁଦିଗପ୍ରସାରୀ । ସେ ପ୍ରବୀଣ କଥାକାର ଭାବରେ ଯେପରି ଖ୍ୟାତି ଅର୍ଜନ କରିଛନ୍ତି, ସେହିଭଳି ନିର୍ଭିକ ସମାଲୋଚକ ରୂପେ ସମସ୍ତଙ୍କ ନିକଟରେ ପରିଚିତ ହୋଇପାରିଛନ୍ତି । ବିଚକ୍ଷଣ ବକ୍ତାରୂପେ ତାଙ୍କର ସୁନାମ ସର୍ବଜନବିଦିତ । ସାଂପ୍ରତିକ ରାଜନୀତି କ୍ଷେତ୍ରରେ କଥାକାର ମହାନ୍ତିଙ୍କର କୃତିତ୍ଵପୂର୍ଣ୍ଣ ଅବଦାନ ଆଦୌ ଉପେକ୍ଷଣୀୟ ନୁହେଁ । ବିଗତ ସମୟରେ ‘କଳିଙ୍ଗ’ ଏବଂ ବର୍ତ୍ତମାନ ପ୍ରକାଶିତ ହେଉଥ‌ିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ସମ୍ପାଦନା କରି ସେ ମଧ୍ୟ ଉତ୍କୃଷ୍ଟ ସାମ୍ବାଦିକ ଓ ପ୍ରତିଭାବାନ ସମ୍ପାଦକ ରୂପେ ନିଜର ପରିଚୟ ପ୍ରଦାନ କରିଯାଇଛନ୍ତି । ସମ୍ପାଦନା କରି ସେ ମଧ୍ୟ ଉତ୍କୃଷ୍ଟ ସାମ୍ବାଦିକ ଓ ପ୍ରତିଭାବାନ ସମ୍ପାଦକ ରୂପେ ନିଜର ପରିଚୟ ପ୍ରଦାନ କରିଯାଇଛନ୍ତି ।

କଥା ସାହିତ୍ୟର ବିଶିଷ୍ଟ ବିଭାଗ ଉପନ୍ୟାସ ସୃଷ୍ଟିରେ ବଳିଷ୍ଠ ରଚନାରୀତି, ଉନ୍ନତ ଚରିତ୍ରଚିତ୍ରଣ, ନୂତନ ରୂପକଳ୍ପ ଓ ଉପମା ପ୍ରୟୋଗରେ ଅନନ୍ୟ କୁଶଳତା ସାର୍ବଜନୀନ ସ୍ଵୀକୃତିଲାଭ କରିଅଛି । ଯେପରି ଗଗନମଣ୍ଡଳ ଅକଳନ୍ତି ନକ୍ଷତ୍ରର ସମଭିବ୍ୟାହରରେ ପ୍ରାଣବନ୍ତ ହୋଇଥିଲେ ହେଁ ତନ୍ମଧ୍ୟରୁ ନିର୍ଦ୍ଦିଷ୍ଟ କେତୋଟିର ଔଜ୍ଜଲ୍ୟ ବିଶେଷ ଭାବରେ ଅନୁଭୂତ ହୁଏ, ସେହିପରି ଭାବରେ ଗୋଟିଏ ସାହିତ୍ୟିକ ଯୁଗ ବିଭିନ୍ନ ସ୍ରଷ୍ଟାର ସୃଷ୍ଟିରେ ସମୃଦ୍ଧ ହୋଇଥିଲେ ହେଁ ସେମାନଙ୍କ ମଧ୍ୟରୁ ନିର୍ଦ୍ଦିଷ୍ଟ କେତେକଙ୍କର ପ୍ରତିଭା ହିଁ ଆମକୁ ବିଶେଷଭାବରେ ଅଭିଭୂତ କରିଥାଏ । ଏହି ପରିପ୍ରେକ୍ଷୀରେ ସୁରେନ୍ଦ୍ର ମହାନ୍ତି ଓଡ଼ିଶାର ସାରସ୍ଵତ ଦରବାରରେ ଜଣେ ଖ୍ୟାତନାମା କଳାକାର ।

ଶ୍ରୀଯୁକ୍ତ ମହାନ୍ତିଙ୍କଦ୍ବାରା ରଚିତ ଏକ ରାଜନୀତିକ ଉପନ୍ୟାସ ହେଉଛି ‘ଅନ୍ଧ ଦିଗନ୍ତ’ । ସ୍ଵାଧୀନତା ପୂର୍ବବର୍ତୀ ଗଣତାନ୍ତ୍ରିକ ରାଜନୀତିରେ ପରିଲକ୍ଷିତ ହୋଇଥିବା କ୍ଷମତା ବିଳାସ ଓ ବାସ୍ତବ ଦୁନିଆରେ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଅସହାୟତାକୁ ଏଥିରେ ସେ ବିଶେଷ ଭାବରେ ରୂପାୟିତ କରିପାରିଛନ୍ତି । ସ୍ଵାଧୀନୋତ୍ତର ଭାରତୀୟ ରାଜନୀତିର ତଥା ବଳିଷ୍ଠ ପ୍ରତିଭାର ସ୍ବାକ୍ଷର ବହନ କରିଛି ‘ନୀଳଶୈଳ’ ଉପନ୍ୟାସ । ଏଥ‌ିରେ ଓଡ଼ିଆ ଜାତିର ଗୌରବମୟ ଇତିହାସ, ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକତା ବିଶେଷଭାବେ ପ୍ରତିଫଳିତ । କେବଳ ଓଡ଼ିଆ ଜାତି କାହିଁକି ସମଗ୍ର ବିଶ୍ବର ପତିତପାବନ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଏହା ପରିବର୍ଦ୍ଧିତ । ଉପନ୍ୟାସର ଦ୍ଵିତୀୟ ଖଣ୍ଡ ହେଉଛି ‘ନିଳାଦ୍ରୀ ବିଜୟ’ । ଏଥ‌ିରେ ଶ୍ରୀଜଗନ୍ନାଥ ନୀଳାଚଳ କ୍ଷେତ୍ରକୁ ଓ ରନୁ ସିଂହାସନକୁ ପୁନର୍ବାର ଆଗମନ କରିଛନ୍ତି । ‘କୃଷ୍ଣାବେଣୀରେ ସନ୍ଧ୍ୟା’ ମଧ୍ୟ ତାଙ୍କର ଅନ୍ୟତମ ଐତିହାସିକ ଉପନ୍ୟାସ ।

ଜୀବନର ପ୍ରତ୍ୟେକ ଦିଗକୁ ସେ ତାଙ୍କର ଉପନ୍ୟାସରେ ଚିତ୍ରିତ କରିବାକୁ ଚେଷ୍ଟା କରିଛନ୍ତି । ଜଡ଼ବାଦୀ ମଣିଷର ଆଧ୍ୟାତ୍ମିକ ଭାବସ୍ପନ୍ଦନ ‘କାଳାନ୍ତର’ ଉପନ୍ୟାସରେ ପ୍ରକାଶ ପାଇଛି । ଚରିତ୍ରପ୍ରଧାନ ଉପନ୍ୟାସ ଭାବରେ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ସେ ରଚନା କରିଛନ୍ତି ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୂଳବୃଦ୍ଧ’ ଉପନ୍ୟାସ । ଓଡ଼ିଆ ଗଦ୍ୟଶିଳ୍ପର ଅନ୍ୟତମ ସାର୍ଥକ ବିଭାଗ ହେଉଛି ଭ୍ରମଣ କାହାଣୀ । କଥାକାର ସୁରେନ୍ଦ୍ର ମହାନ୍ତି ‘ପେକଂ ଡାଏରୀ’ ନାମକ ଭ୍ରମଣ କାହାଣୀ ରଚନା କରି ବେଶ୍ ସିଦ୍ଧିଲାଭ କରିଛନ୍ତି ।

ଆକର୍ଷଣୀୟ । ଉପନ୍ୟାସ ଅଧ୍ୟୟନ ଓ ରସିଆସ୍ବାଦନ ସମୟସାପେକ୍ଷ ହୋଇପାରେ, ମାତ୍ର ତାଙ୍କଦ୍ବାରା ରଚିତ ଗଳ୍ପଗୁଡ଼ିକ ସଦାସର୍ବଦା ପାଠକକୁ ଅନନ୍ତ ଭାବରାଜ୍ୟରେ ଉପନୀତ କରାଏ । ତାଙ୍କ ଗଳ୍ପଗୁଡିକର ଉପସ୍ଥାପନା ଯେପରି ମନୋରଞ୍ଜନଧର୍ମୀ, ସେହିପରି ଆକର୍ଷଣୀୟ ମଧ୍ୟ । ପାରମ୍ପରିକ ରୀତିରେ ସେ ଗଳ୍ପ ରଚନା କରିବାକୁ ଇଚ୍ଛା କରନ୍ତି ନାହିଁ, ବରଂ ସ୍ୱତନ୍ତ୍ରଶୈଳୀକୁ ସର୍ବଦା ଗ୍ରହଣ କରିନେବାକୁ ଆଗ୍ରହ ପ୍ରକାଶ କରନ୍ତି । ଫଳରେ ତାଙ୍କର ଗଳ୍ପ ଅପୂର୍ବ ନାହିଁ, ବରଂ ସ୍ଵତନ୍ତ୍ରଶୈଳୀକୁ ସର୍ବଦା ଗ୍ରହଣ କରିନେବାକୁ ଆଗ୍ରହ ପ୍ରକାଶ କରନ୍ତି । ଫଳରେ ତାଙ୍କର ଗଳ୍ପ ଅପୂର୍ବ ଯାଦୁକରୀ କୌଶଳର ଅଧିକାରୀ ହୋଇଥାଏ । ପରିବେଶର ବୈଚିତ୍ର ବର୍ଣ୍ଣନାରେ ତାଙ୍କର ଦୃଷ୍ଟିକୋଣ ସୁଦୂରପ୍ରସାରୀ । ସମାଜ ପ୍ରତି ତାଙ୍କର ଦୃଷ୍ଟି ଅତି ତୀକ୍ଷ୍ଣଣ ଓ ତୀର୍ଯ୍ୟକ । ତାଙ୍କ ଗଳ୍ପର ପ୍ରାୟ ଅଧ୍ୟାକାଂଶ ଚରିତ୍ର ଅଭିଜାତ ରୁଚିସମ୍ପନ୍ନ ଓ ଉଚ୍ଚ ବଂଶଜ । ସେହିସବୁ ଚରିତ୍ରମାନଙ୍କର ଅନ୍ତର୍ନିହିତ ସ୍ବରୂପ ପ୍ରକାଶ କରିବାରେ, ଗାଳ୍ପିକ ବ୍ୟଙ୍ଗାଶ୍ରୟୀ ଶୈଳୀ ଅନୁସରଣ କରିଥାନ୍ତି । ସେ ଉଭୟ ନାରୀ ଓ ପୁରୁଷଙ୍କ ମନର ଗୋପନ ଭାବରାଶିକୁ ଅତି ସ୍ପଷ୍ଟ ଭାବେ ପାଠକ ନିକଟରେ ଉନ୍ମୋଚନ କରିଦିଅନ୍ତି । ପୁଣି ସେହିସବୁ ଅଭିଜାତ ଚରିତ୍ରଙ୍କ ହୃଦୟବ୍ୟଥା ଓ ଦରଜକୁ ସାଉଁଳେଇ ନେବାକୁ ଚେଷ୍ଟା କରନ୍ତି, ଯାହାକୁ ଅନୁଭବ କରି ପାଠକ ଦିବ୍ୟ ଓ ଶାଶ୍ଵତ ରସାସ୍ଵାଦନର ସୁଯୋଗ ନେଇଥାଏ ।

ଗାଳ୍ପିକ ଶ୍ରୀଯୁକ୍ତ ମହାନ୍ତିଙ୍କ ଗଳ୍ପର ପରିସର ପରିବ୍ୟାପ୍ତ । ତାଙ୍କର ଗଳ୍ପଗୁଡିକ କୌଣସି ନିର୍ଦ୍ଦିଷ୍ଟ ସମୟର ସ୍ଵରକୁ ନିନାଦିତ କରେ ନାହିଁ । କାରଣ ତାଙ୍କର ସୃଷ୍ଟି ପ୍ରାଚୀନ ବୌଦ୍ଧ ଯୁଗଠାରୁ ଆରମ୍ଭ କରି ସାଂପ୍ରତିକ କାଳର ପରମାଣୁ ଯୁଗର ସାମାଜିକ ରୀତି ଓ ମାନବ ଚେତନାର ପରିସୀମାକୁ ନେଇ ପରିପୁଷ୍ଟ । କେବେକେବେ ପୌରାଣିକ କଥାବସ୍ତୁକୁ ସର୍ବକାଳୀନ ମୂଲ୍ୟଦେଇ ଅତି ଚମତ୍କାର ଭାବେ ପରିବେଷଣ କରନ୍ତି । ସାଂପ୍ରତିକ ମଣିଷର ଦ୍ଵିଧାବୋଧ, ମନସ୍ତତ୍ତ୍ଵ, ପ୍ରଣୟର ସୁବିସ୍ତୃତ ମାୟାଜାଲ, ଧୂର୍ଭ ପ୍ରତାରଣାର କୁଟିଳ ଆସ୍ତରଣ, କ୍ରୂର ପ୍ରତିହିଂସାର ଦାବାଗ୍ନି, ଚରମ ସ୍ୱାର୍ଥପରତା, ଅତ୍ୟାଧୁନିକ ସଭ୍ୟତା ମଞ୍ଚରେ କୃତ୍ରିମ ଅଭିନୟ ଓ ଉପହସିତ ଆଚରଣ ପ୍ରଭୃତି ସୁରେନ୍ଦ୍ର ମହାନ୍ତିଙ୍କ କଥାସାଗର ଅସୁମାରି ଉପାଦାନ ପ୍ରାୟ ପ୍ରତ୍ୟେକ ଗଳ୍ପର ଛତ୍ରେଛତ୍ରେ ପରିପ୍ରକାଶିତ ।

ଉପନ୍ୟାସ ବା ଗଳ୍ପର କାହିଁକି ଓଡ଼ିଆ ସମାଲୋଚନା ସାହିତ୍ୟରେ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନ ଆଦୌ ଉପେକ୍ଷଣୀୟ ନୁହେଁ । ସମାଲୋଚନା କ୍ଷେତ୍ରରେ ସୃଷ୍ଟି ତାଙ୍କର ସୀମିତ ହୋଇପାରେ, ମାତ୍ର ଦୃଷ୍ଟି ପରିବ୍ୟାପ୍ତ ଭଳି ମନେହୁଏ ।

ନିକିତି ମୁନରେ ତଉଲିଲା ଭଳି ସେ ‘ଫକୀର ମୋହନ ସମୀକ୍ଷା’ରେ ଫକୀରମୋହନଙ୍କ ସାରସ୍ବତ ସୃଷ୍ଟିକୁ ସୂକ୍ଷ୍ମ ଦୃଷ୍ଟିରେ ମୂଲ୍ୟାୟନ କରିଛନ୍ତି । ‘ଓଡ଼ିଆ ସାହିତ୍ୟର ଆଦିପର୍ବ’ ଓ ‘ଓଡ଼ିଆ ସାହିତ୍ୟର ମଧ୍ୟପର୍ବ’ରେ, ଓଡ଼ିଆ ସାହିତ୍ୟର ଇତିହାସକୁ ନୂତନ ଅନୁଚିନ୍ତା ନେଇ ପରିପ୍ରକାଶ କରିଛନ୍ତି । ‘ଓଡ଼ିଆ ସାହିତ୍ୟର କ୍ରମବିକାଶ’ରେ ସାହିତ୍ୟ ଇତିହାସର ଧାରାକୁ ସମୀକ୍ଷା କଷଟିରେ ତନ୍ନତନ୍ନ କରି ପରୀକ୍ଷା କରିଛନ୍ତି । ମୋଟ ଉପରେ ସାରସ୍ଵତ ସମୀକ୍ଷା ଅବକାଶରେ ତାଙ୍କର ଲେଖନୀ ଗତାନୁଗତିକତାର ସମର୍ଥକ ନୁହେଁ ବା ଯୁକ୍ତିହୀନ ମାଧ୍ୟମିକ ପନ୍ଥାର ଅନୁସରଣ କରେ ନାହିଁ । ବରଂ ତାଙ୍କର ନିରପେକ୍ଷ ଲେଖନୀ ଯୁକ୍ତିସିଦ୍ଧତା, ବିଚାର ନୈପୁଣ୍ୟ ଓ ଗଭୀର ଅନ୍ତଦୃଷ୍ଟିର ପୃଷ୍ଠପୋଷକ ।

‘ଅଚଳାୟତନ’, ‘କୃଷ୍ଣାବେଣୀରେ ସନ୍ଧ୍ୟା’, ‘ନୀଳଶୈଳ’, ‘ନୀଳାଦ୍ରିବିଜୟ’, ‘ଶତାବ୍ଦୀର ସୂର୍ଯ୍ୟ’, ‘କୁଳବୃଦ୍ଧ’, ‘ଅନ୍ଧଦିଗନ୍ତ’, ‘ବଧୂ ଓ ପ୍ରିୟା’, ‘ହଂସଗୀତି’, ‘କାଳାନ୍ତର’, ‘ନେତିନେତି’ ଆଦି ଉପନ୍ୟାସର ଔପନ୍ୟାସିକ ମହାନ୍ତିଙ୍କର ଉଚ୍ଚକୋଟୀର କୃତି । ‘ନୀଳଶୈଳ’ ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ସେ ମଧ୍ୟ ‘କୁଳବୃଦ୍ଧ’ ଚରିତ ଉପନ୍ୟାସ ପାଇଁ ପ୍ରଥମ ସାରଳା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତାଙ୍କର ଗଳ୍ପ ସଂକଳନ ମଧ୍ୟରେ ‘କୃଷ୍ଣଚୂଡା’, ‘ମହାନଗରୀର ରାତ୍ରି’, ‘ସବୁଜପତ୍ର ଓ ଧୂସର ଗୋଲାପ’, ‘ରୁଟି ଓ ଚନ୍ଦ୍ର’, ‘ଶେଷ କବିତା’, ‘ମରାଳର ମୃତ୍ୟୁ’, ‘ଓକାଲକାଟା’, ‘ଦୁଇସୀମାନ୍ତ’, ‘କବି ଓ ନର୍ତ୍ତକୀ’, ‘ମାଂସର କୋଣାର୍କ’, ‘ମହାନିର୍ବାଣ’ ଓ ‘ଯଦୁବଂଶ’ ଇତ୍ୟାଦି ପ୍ରଧାନ ।

ସାରସ୍ଵତ ସାଧକ ସୁରେନ୍ଦ୍ର ମହାନ୍ତି କଟକ ଜିଲ୍ଲାର ସାଲେପୁର ନିକଟବର୍ତ୍ତୀ ପୁରୁଷୋତ୍ତମପୁରଠାରେ ୧୯୨୨ ୧୯୨୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ସ୍ନାତକ ଶିକ୍ଷାଲାଭ କରିସାରିବା ପରେ ରାଜନୀତିରେ ଯୋଗ ଦେଇଥିଲେ । ସାହିତ୍ୟ ସାଧନା ସହିତ ସେ ଲୋକସଭା ଓ ରାଜ୍ୟସଭାର ସଦସ୍ୟରୂପେ ଓଡି଼ଶା ତରଫରୁ ପ୍ରତିନିଧ୍ୟ କରିଥିଲେ ଏତଦ୍‌ଭିନ୍ନ ବିଭିନ୍ନ ସମୟରେ ବିଭିନ୍ନ ସଂସ୍ଥାର ସଂପାଦକ ଓ ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ସେହି ଅମର ସ୍ରଷ୍ଟା ତା୨୧.୧୨.୧୯୯୦ରେ ଅମର ପଥର ଯାତ୍ରୀ ହୋଇଥିଲେ ।

ଗଳ୍ପର ସାରକଥା :

ରାୟବାହାଦୂର ଶ୍ରୀ ସୋମନାଥ ମହାପାତ୍ର, ଆଇ.ପି. (ରିଟାୟାର୍ଡ଼), ସି.ବି.ଇ, ଓ.ବି.ଇ, କେ.ସି.ଆଇ.ଇ. ଥିଲେ ଜଣେ ରିଟାୟାର୍ଡ଼ ପୋଲିସ ଅଫିସର । ଭାରତବର୍ଷରେ ଯେତେବେଳେ ବ୍ରିଟିଶ୍ ଶାସନ ଚାଲିଥିଲା, ସେତେବେଳେ ସେ ଥିଲେ ଜଣେ ବ୍ରିଟିଶ୍ ଶାସକର ନିମକସଚ୍ଚା ପୋଲିସ୍ ଅଫିସର । ରାତି ସେତେବେଳକୁ ବାରଟା ପାଖାପାଖୁ । ରାୟସାହେବଙ୍କୁ ଛାଇନିଦ ଲାଗି ଆସିଥିଲା । ସେହି ସମୟରେ ଶଙ୍ଖ, ଘଣ୍ଟା, ଘଣ୍ଟ ଓ ଉଚ୍ଛସିତ ହୁଳହୁଳି ଧ୍ଵନିରେ ତାଙ୍କର ନିଦ ଭାଙ୍ଗିଗଲା । ଆଖ୍ ମଳିମଳି ସେ ବିଛଣା ଉପରେ ବସି ପଡ଼ିଲେ । ରାତିର ଶାନ୍ତ, ନୀରବ ମୁହୂର୍ତ୍ତରେ ଶୁଣାଯାଉଥିଲା, ‘ଜୟ ସ୍ଵାଧୀନ ଭାରତ କୀ ଜୟ’ର ଉଚ୍ଛସିତ ଧ୍ଵନି ।

ବାହାରୁ ଶୁଣାଯାଉଥବା ଏହି କୋଳାହଳ କ୍ରମଶଃ ନିକଟତର ହୋଇ ଆସୁଥିବା ଜଣାଯାଉଥିଲା । ରାୟବାହାଦୂରଙ୍କ ଦେହରେ ଏହି କୋଳାହଳ ଧ୍ବନି ଯେମିତି ଗୋଟିଏ କଣ୍ଟା ଫୋଡ଼ି ପକାଉଥିଲା । ରାୟବାହାଦୂର ବିରକ୍ତ ହୋଇ ଗୋଟିଗୋଟି କରି ସବୁ ଝରକା କବାଟ ବନ୍ଦ କରି ଦେଇଥିଲେ । ତଥାପି ଶୁଣାଯାଉଥିଲା କୋଳାହଳ । ସେହି କୋଳାହଳରୁ ରକ୍ଷା ପାଇବାପାଇଁ ରାୟବାହାଦୂର ବିକଳରେ ନିଜର କାନ ଦୁଇଟିକୁ ଦୁଇ ହାତରେ ଯେମିତି ଚାପି ଧରିଥିଲେ । ବନ୍ଧୁକର ଗୁଳିଭଳି ସେହି ଶବ୍ଦ ଯେପରି ତାଙ୍କର ସମଗ୍ର ଶରୀରକୁ ବିଦ୍ଧ କରି ପକାଉଥିଲା । କ’ଣ କରିବେ ନ କରିବେ ବିଚାର କରିନପାରି ସେ ପୁଣିଥରେ ଝରକା ଖୋଲିଲେ । ଝରକା ଖୋଲିଲାପରେ ଏହି କୋଳାହଳ ଯେପରି ଘର ଭିତରେ ପ୍ରବେଶ କରି ଘରର ପ୍ରତିଟି କୋଣ ଓ ଅନୁକୋଣକୁ ଥରାଇ ଦେଇଥିଲା ।

ରାୟବାହାଦୂର ଝରକାବାଟେ ତଳକୁ ଚାହିଁଲେ । ସେ ଦେଖ‌ିଲେ ରାସ୍ତାରେ ଜୟଧ୍ବନି କରି ଚାଲିଛି ଗୋଟିଏ ବିରାଟ ପଟୁଆର । ଆଗରେ ଅଛି ସ୍ବାଧୀନ ଭାରତର ତ୍ରିରଙ୍ଗା ପତାକା । ପଟୁଆରର ନେତୃତ୍ୱ ନେଇଛି ତାଙ୍କର ପରଲୋକଗତ ଜ୍ୟେଷ୍ଠପୁତ୍ରର ଏକମାତ୍ର ପୁତ୍ର ବିଜୟ । ଅଗ୍ରଣୀ ଭାବରେ ସେ ଧରିଛି ହାତରେ ତ୍ରିରଙ୍ଗା ପତାକା ।.

ରାୟବାହାଦୂର ଝରକା ପାଖରୁ ଚାଲିଆସି ଘରର ଆଲୁଅ ଜାଳିଲେ । ସେ ତାଙ୍କର ତକିଆତଳୁ ବାହାରକଲେ ଡ୍ରୟରର ଚାବିନେନ୍ଥା । ଏହି ଚାବିନେନ୍ଥାକୁ ସେ କେବେ ହାତଛଡ଼ା କରନ୍ତି ନାହିଁ । ଡ୍ରୟର ଖୋଲି ସେ କାଢ଼ିଲେ ନିଜର ମୃତ ପୁତ୍ର ଅରୁଣର ଖଣ୍ଡେ ବହୁଦିନର ଫଟୋଗ୍ରାଫ୍, ଯାହାକୁ କି ସେ ଭେଲଭେଟ୍ ବାକ୍‌ସରେ ଅତି ଯତ୍ନରେ ସାଇତି ରଖୁଥିଲେ । ଅରୁଣର ଫଟୋକୁ ସ୍ପଷ୍ଟଭାବେ ଦେଖ‌ିଲେ ବାରି ହୋଇପଡୁଥିଲା, ଗୋଟିଏ ସତ୍ୟାଗ୍ରହୀ ପ୍ରତିଭାଦୀପ୍ତ ଚେହେରା । ସେହି ଫଟୋକୁ ଦେଖୁଦେଖୁ ରାୟବାହାଦୂରଙ୍କ ଦେହରେ ଦେଖାଦେଲା ଅସମ୍ଭବ ପ୍ରକାର କମ୍ପନ । ତାଙ୍କର ହାତରୁ ଫଟୋଟି ତଳେ ପଡ଼ିଗଲା । ଏହାପରେ ସେ ପୁନର୍ବାର ଡ୍ରୟରରୁ କାଢ଼ିଲେ ଗୋଟିଏ ସନନ୍ଦପତ୍ର । ସେଥୁରେ କେମିତି ଗୋଟାଏ ବହଳିଆ ଆସ୍ତରଣ ମାଡ଼ି ଯାଇଥିଲା । ଅତୀତରେ ପ୍ରାପ୍ତ ହୋଇଥ‌ିବା ସେହି ସନନ୍ଦ ପତ୍ରଟି କାଢ଼ି କମ୍ପିତ ହାତରେ ପଢ଼ିବାକୁ ଆରମ୍ଭ କଲେ । ସେଥ‌ିରେ ଲେଖାଥିଲା-

‘‘ବ୍ରିଟିଶ୍ ସିଂହାସନ ପ୍ରତି ଆପଣଙ୍କର ନିଷ୍ଠା ଏବଂ ଅନୁରକ୍ତି ମହାମହିମ ବ୍ରିଟିଶ୍ ସମ୍ରାଟଙ୍କୁ ମୁଗ୍‌ଧ କରିଛି । ବ୍ରିଟିଶ୍ ସିଂହାସନ ପ୍ରତି ଏ ଅତୁଳନୀୟ ଅନୁରକ୍ତି ପାଇଁ ଆପଣ ନିଜର ….’’

ହାତରୁ ତାଙ୍କର ସନନ୍ଦ ପତ୍ରଟି ଖସି ପଡ଼ିଲା । ଆଖ୍ ଆଗକୁ ଚାଲି ଆସିଲା ବିଗତ ପଚିଶବର୍ଷ ତଳର ଘଟଣା ।

ପରାଧୀନ ଭାରତବର୍ଷରେ ଅତ୍ୟାଚାରୀ ବ୍ରିଟିଶ୍ ଶାସକଙ୍କର ଥିଲେ ନିମକସଚ୍ଚା କର୍ମଚାରୀ । ଚାକିରି ଆରମ୍ଭରେ ସେ ଥିଲେ ଅସ୍ଥାୟୀ ପୋଲିସ କର୍ମଚାରୀ, ସବ୍‌ଇନିସ୍ପେକ୍ଟର। ଚଉରୀଚଉରାଠାରେ ଦେଖା ଦେଇଥିଲା ଗୋଟିଏ ବିରାଟ ବିପ୍ଳବ । ଭାରତୀୟମାନେ ସ୍ଵାଧୀନତାପାଇଁ ଆପ୍ରାଣ ଉଦ୍ୟମ ଜାରି ରଖୁଥିଲେ । ‘ବନ୍ଦେ ମାତରମ୍’ ଧ୍ଵନିରେ ସାରା ଭାରତବର୍ଷର ଗଗନ ପବନ ହୋଇ ପଡ଼ୁଥିଲା ମୁଖରିତ ।

ଚମକି ପଡ଼ିଲେ ରାୟବାହାଦୂର । ବନ୍ଦେ ମାତରମ୍ ଧ୍ଵନି ତାଙ୍କପାଇଁ ଯେପରି ଅସହ୍ୟ ହୋଇ ପଡୁଥିଲା । ସେହି ଅବସରରେ ସେ ସ୍ମରଣ କରିଥିଲେ ପୁଅ ଅରୁଣର କଥାକୁ । ଅରୁଣକୁ ସେ ଦେଖିଲେ ସତ୍ୟାଗ୍ରହୀର ପୋଷାକରେ । ସେହି ପୋଷାକରେ ସେ ଘରକୁ ପ୍ରବେଶ କରିଥିଲା ।

ଅରୁଣର ଏହି ବେଶ ଦେଖ୍ ରାୟବାହାଦୂର ଯେମିତି କ୍ରୋଧରେ ଫାଟି ପଡ଼ିଥିଲେ । ଅରୁଣ ଯେ ବ୍ରିଟିଶ୍ ସରକାରଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରୁଛି । ଏହା ସେ ସହ୍ୟ କରିପାରୁ ନ ଥିଲେ । ଅରୁଣ ଅନ୍ୟାୟ କରୁଛି ବୋଲି ଦୃଢ଼ କଣ୍ଠରେ କହିଥିଲେ । ଅରୁଣ ପ୍ରତିବାଦ କରିବାରୁ ରାୟବାହାଦୂର ବାପା ଭାବରେ ନୁହେଁ ବରଂ ଇଂରେଜ ସରକାରଙ୍କ ଗୋଲାମ ଭାବରେ ନିଷ୍ଠୁର ଆଚରଣ ପ୍ରଦର୍ଶନ କରିଥିଲେ । ରାୟବାହାଦୂର ଚାହୁଁଥିଲେ ଅରୁଣ ତାଙ୍କର ଏ ସ୍ଵାଧୀନତା ସଂଗ୍ରାମରେ ଯୋଗ ନ ଦେଉ । ଅରୁଣ କିନ୍ତୁ ସ୍ପଷ୍ଟ ଭାବରେ ଏପରି ଆଦେଶକୁ ପାଳନ କରିବ ନାହିଁ ବୋଲି କହିଥିଲା । ଏହାପରେ ରାୟବାହାଦୂର ଉତ୍‌କ୍ଷିପ୍ତ ହୋଇ ଅରୁଣକୁ ଚାବୁକରେ ପ୍ରହାର କରିଥିଲେ । ଏହା ଭିତରେ ରୋଷେଇଘରୁ କହିଥିଲେ- ‘ଯାହାର ଦାନା ଖାଇ ମୁଁ ମଣିଷ, ତା’ର ନିମକହାରାମୀ ଅସମ୍ଭବ ।’ ଅରୁଣ ଏଭଳି କଥାର ଉତ୍ତର ଦେଇ କହିଥିଲା- ‘କାହାର ଦାନା; କାହାର ପାଣି ପବନରେ ମଣିଷ ଆପଣ ? ଭାରତର, ଏଇ ଗୋଲାମ ଭାରତର- ସ୍ଵାଧୀନତା ଯାହାର ଦାବୀ ?’ ଏହାପରେ ରାୟବାହାଦୂର ଅରୁଣକୁ ଘରୁ ତଡ଼ି ଦେଇଥିଲେ । ତାଙ୍କ ବିଚାରରେ ବ୍ରିଟିଶ୍ ସେବକର ଘରେ ଅରୁଣ ଭଳି ସତ୍ୟାଗ୍ରହୀର ସ୍ଥାନ ନାହିଁ । ଏହାପରେ ଅରୁଣ ଘରଛାଡ଼ି ଚାଲି ଯାଇଥିଲା ଆଉ ଫେରି ନ ଥିଲା ।

ଭାରତର ଚାରିଆଡେ ଶୁଭୁଥିଲା ‘ବନ୍ଦେ ମାତରଂ’ର ଶବ୍ଦ । ସମସ୍ତଙ୍କ ମନରେ ଜାଗ୍ରତ ହୋଇଥିଲା ସ୍ଵାଧୀନତା ସଂଗ୍ରାମର ଡାକରା । ଭାରତୀୟମାନେ ଚାହୁଁଥିଲେ ସ୍ଵାଧୀନତା, ମାତ୍ର ବ୍ରିଟିଶ୍ ସରକାର ଚାହୁଁଥିଲା ଏହାକୁ ଯେକୌଣସି ଉପାୟରେ ଦବାଇ ଦେବାକୁ । ପୋଲିସ ରାୟବାହାଦୂରଙ୍କୁ ସେଦିନ ହୁକୁମ ହୋଇଥିଲା- ‘ଦେଖ ମହାପାତ୍ର, ତୁମେ ଭାରି ପାରିବାର ଲୋକ । ଅନେକ ବଡ଼ବଡ଼ କଥା ତୁମେ ତୁଲେଇ ନେଇଛ । ଆଜି ଏକ ବିରାଟ ନେତା ଆସୁଛି ସହରରଥାନା, କଚେରି ସବୁ ଆକ୍ରମଣ କରିବାପାଇଁ । ସେମାନଙ୍କୁ ସାଫ୍ କରିବାର ଦାୟିତ୍ଵ ତୁମର ।’’ ଗୋଲାମଧାରୀ ଚାକର ଭାବରେ ରାୟବାହାଦୂର ସେଥ‌ିରେ ସମ୍ମତି ପ୍ରକାଶ କରିଥିଲେ ।

ଥାନା ଆଗରେ ସେଦିନ ଜନଗହଳି କରିଥିଲା ଗୋଟାଏ ବିରାଟ ଜନତାର ପଟୁଆର । ରାୟବାହାଦୂରଙ୍କ ବନ୍ଧୁକ ମୁନରେ ଖରାପଡ଼ି ଚକ୍ରଚକ୍ କରୁଥିଲା । ସେହି ସଂଗ୍ରାମୀ ଜନତାଙ୍କୁ ଦମନ କରିବାପାଇଁ ରାୟ ବାହାଦୂର କହୁଥିଲେ, ‘ହଟଯାଓ, ହଟଯାଓ ଶାଲେ ।’ ମାତ୍ର ଜନତା ରାୟବାହାଦୂରଙ୍କର କୌଣସି କଥାକୁ ଶୁଣୁ ନ ଥିଲେ । ବରଂ ସମସ୍ତଙ୍କ କଣ୍ଠରୁ ଶୁଣାଯାଉଥିଲା ବନ୍ଦେ ମାତରଂର ଉଚ୍ଛସିତ ସ୍ଵର । ଏହାପରେ ପୋଲିସ ଲାଠିମାଡ଼ ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ହଠାତ୍ କୁଆଡୁ ଆସି ଅରୁଣ ଚିତ୍କାର କରି କହିଲା ଯେ ଏଭଳି ଲୋକମାନଙ୍କୁ ଦମନ କରିବା ଅନ୍ୟାୟ । ଲାଠିମାଡ଼ କରିବା ଅନ୍ୟାୟ । କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ । ଏହାପରେ ଉପସ୍ଥିତ ଜନତା ଉଚ୍ଛସିତ ଧ୍ଵନିରେ, ଅଧ୍ଵ ଉତ୍ସାହରେ ଆଗେଇ ଆସିଲେ ।

ଏଇ ଉତ୍‌କ୍ଷିପ୍ତ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଶେଷରେ ସୋମନାଥ ମହାପାତ୍ର ପିସ୍ତଲ ଉଠାଇଲେ । ପୁତ୍ର ବିରୋଧରେ ପିତାର ଏ ଅଭିଯାନ । ଅରୁଣ ଅବିଚଳିତ ଭାବରେ ଜନତାଙ୍କୁ ନିର୍ଦ୍ଦେଶ ଦେଉଥିଲା, ‘ଭୟ ନାହିଁ, ଭୟ ନାହିଁ ଭାଇମାନେ ! ଶ୍ରୀରାମଚନ୍ଦ୍ର କମଳନୟନର ନୀଳୋତ୍ପଳରେ କରିଥିଲେ ଦେବୀ ଆରାଧନା ।’

ଜନତା ଏଥର ଆହୁରି ଉତ୍ସାହରେ ଶତସିଂହର ବଳ ନେଇ ଗର୍ଜନ କରିଉଠିଲେ । କେତେଜଣ ଏହାଭିତରେ ଯାଇ, ଥାନା ଉପରେ ଲାଗିଥିବା ୟୁନିୟନ୍ ଜାକ୍‌କୁ ଚିରି ପକାଇଲେ । ସୋମନାଥ ଏଥର ଆଉ ପରିସ୍ଥିତିକୁ ସମ୍ଭାଳି ପାରିଲେ ନାହିଁ । ପିସ୍ତଲ ଉଠାଇ ଗୁଳି ଚଳାଇଲେ ।

ସୋମନାଥ ଆଶା କରିଥିଲେ ସତ୍ୟାଗ୍ରହୀମାନଙ୍କୁ ଦମନ କରିବାପାଇଁ ଗୋଟାଏ ଫାଙ୍କା ଫାୟାର ଦରକାର । କିନ୍ତୁ ଏ କ’ଣ ହେଲା ? ସେହି ପିସ୍ତଲର ଗୁଳିରେ, ତାଙ୍କର ପୁଅ ଅରୁଣ ରକ୍ତାକ୍ତ ଅବସ୍ଥାରେ ତଳେ ଲୋଟି ପଡ଼ିଲା । ବ୍ରିଟିଶ୍ ସରକାର ତାଙ୍କର ଏହି ପୁତ୍ର ହତ୍ୟାକୁ ଭିନ୍ନ ଭାବରେ ବିଚାର କଲେ । ସେ ବିଚାର କଲେ ସୋମନାଥଙ୍କର ଅତୁଳନୀୟ ଇଂରେଜ ସରକାରଙ୍କ ପ୍ରତି ଭକ୍ତିଭାବକୁ । କର୍ତ୍ତବ୍ୟନିଷ୍ଠାପାଇଁ ଯଥାଯୋଗ୍ୟ ପୁରସ୍କୃତ କଲେ । କିନ୍ତୁ ପୁତ୍ରବଧୂ ଅପର୍ଣ୍ଣା ହେଲା ବିଧବା । ତା’ ହାତରୁ କାଚ ବାହାର କଲାବେଳେ ସେ ଅନୁଭବ କଲେ ଅକଥନୀୟ ବେଦନା । ଏହା ପରଦିନ ସୋମନାଥ ମହାପାତ୍ର ହେଲେ ପୋଲିସ୍ ଇନିସ୍ପେକ୍ଟର । ପରବର୍ତୀ ସମୟରେ ସୋମନାଥଙ୍କ ଘରକୁ ଆସିଲା ବିପୁଳ ଅର୍ଥ ଓ ପ୍ରତିପତ୍ତି । ସେ ହେଲେ ମର୍ଯ୍ୟାଦାବନ୍ତ ଅଫିସର୍ । ମାତ୍ର ଲକ୍ଷ୍ମୀ ତାଙ୍କ ଘରୁ ନେଲେ ଚିର ବିଦାୟ ।

CHSE Odisha Class 12 Odia Solutions Chapter 11 ପତାକା ଉତ୍ତୋଳନ

ସେଦିନ ସୋମନାଥ ମହାପାତ୍ର ମନେ ମନେ ଭାବୁଥିଲେ ବିଗତ ପଚିଶବର୍ଷ ତଳର ଏହି ଘଟଣାକୁ । ବିଚାର କରୁଥିଲେ କର୍ଭବ୍ୟର ସାଧନା ନିର୍ମମ ନିଶ୍ଚୟ; ମାତ୍ର ସେ ପୁତ୍ର ହତ୍ୟାକରି କିଛି ଅନ୍ୟାୟ କରି ନଥିଲେ। ହଠାତ୍ ଘରଭିତରୁ ଶୁଣାଗଲା ଶଙ୍ଖଧ୍ବନି । ସେହି ଶଙ୍ଖଧ୍ବନି ଶୁଣି ରାୟବାହାଦୂର ଚମକି ପଡ଼ିଥିଲେ । ସେ ଦେଖ‌ିଲେ ହେମମାଳା ଘରେ ଗୋଟିଏ ତ୍ରିରଙ୍ଗା ପତାକା ଉଡ଼ାଇ, ଏହା ତଳେ ଦୀପଜାଳି ଶଙ୍ଖଧ୍ବନି କରୁଛନ୍ତି । ଏଭଳି ଦୃଶ୍ୟ ରାୟବାହାଦୂରଙ୍କୁ ଅସହ୍ୟ ମନେହେଲା । ସେ ପାଗଳଙ୍କ ପରି ତାଙ୍କ ହାତରୁ ଛଡ଼ାଇ ଆଣିଥିଲେ ସେଇ ଶଙ୍ଖଟିକୁ । ହେମମାଳୀ ଚିତ୍କାର କରି ଉଠିଲେ- ‘‘ମୋତେ ଛୁଅଁନା, ଛୁଅଁନା ତୁମେ । ମୋ’ ଅରୁ ଫେରି ଆସିଛି ମୋ’ କୋଳକୁ ।’ ଏହାପରେ ହେମମାଳୀ ଖୁବ୍ ଜୋର୍‌ରେ କାନ୍ଦି ଉଠିଲେ ।

ରାୟବାହାଦୂରଙ୍କ ଦୁଇଆଟ୍‌ରେ ମଧ୍ୟ ଲୁହ ଜକେଇ ଆସୁଥିଲା । ଏହାକୁ ସେ କୌଣସି ପ୍ରକାରେ ସମ୍ବରଣ କରି କହିଲେ – ‘ଯେଉଁ ୟୁନିୟନ୍ ଜାକ୍‌ପାଇଁ ଅରୁକୁ ଖୁନ୍ କରିଛି, ସେ ପତାକାର ପତନ ଅସମ୍ଭବ ।’ ରାୟବାହାଦୂରଙ୍କ କଥାର ପ୍ରତିବାଦ କରି ହେମମାଳୀ ଦର୍ପିତାର କଣ୍ଠରେ କହିଲେ, ‘ଯୋଉ ପତାକାପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ।’ ହେମମାଳୀ ଆବେଗ ଓ ଉତ୍ତେଜନାରେ ତଳେ ମୂର୍ତ୍ତିତା ହୋଇ ପଡ଼ିଗଲେ । ବହୁଦିନରୁ ସାଇତି ରଖ୍ ୟୁନିୟନ୍ ଜାକ୍‌ଟିକୁ ଉଡ଼ାଇ ଦେଲେ । ରାତିସାରା ସେଇ ପତାକା ପାଖରେ ସେ ସତତ ପ୍ରହରୀ ଭଳି ଜଗି ରହିଲେ ।

ସାରାରାତି ସ୍ଵାଧୀନତା ଉତ୍ସବରେ ମାତିରହି, ପରଦିନ ସକାଳକୁ ବିଜୟ ଫେରିଲା ଘରକୁ । ଘରେ ପାଦ ଦେଇ ଏ ବିଚିତ୍ର ଦୃଶ୍ୟରେ ସେ ସ୍ତମ୍ଭିତ ହୋଇଗଲା । ଜେଜେ ସୋମନାଥ ମହାପାତ୍ରଙ୍କୁ ସେ ପ୍ରଶ୍ନ କଲା, ‘ଏ କ’ଣ ହେଉଛି ଜେଜେ ? ଆଜି ….. ୟୁନିୟନ୍ ଜାକ୍……. ।’ ସୋମନାଥ ଦୃପ୍ତ କଣ୍ଠରେ କହିଲେ ଦୁନିଆ ନିମକହାରାମ ହୋଇଯାଇପାରେ; ମାତ୍ର ସେ ନିଜେ ନୁହଁନ୍ତି । ବିଜୟ ଦୃଢ଼କଣ୍ଠରେ ଜେଜେଙ୍କ କଥାର ପ୍ରତିବାଦ କଲା । ‘ଏ ପତାକା ଉଡ଼ିପାରିବ ନାହିଁ ବୋଲି କହିଲା । ସୋମନାଥ ମଧ୍ୟ ସାଙ୍ଗେସାଙ୍ଗେ ଜଣାଇଲେ, ଯେ ସେ ବଞ୍ଚିବା ପର୍ଯ୍ୟନ୍ତ, ଏ ପତାକା ନିଶ୍ଚୟ ଉଡ଼ିବ । ବିଜୟ କହିଲା, ‘ଏ ଦେଶ ଆମର, ବ୍ରିଟିଶ୍ ଗୋଲାମର ଏ ଘରେ ସ୍ଥାନ ନାହିଁ ।’’

ବିଜୟ ୟୁନିୟନ୍ ଜ୍ୟାକ୍ ପତାକାଟିକୁ ଝାମ୍ପି ଉଠାଇ ନେଲା । ସୋମନାଥ ବିଜୟ ହାତରୁ ପତାକାଟିକୁ ଛଡ଼ାଇବାକୁ ଚେଷ୍ଟାକଲେ । ଅତି ଅସ୍ଵାଭାବିକ ଭାବେ ସେ କିପରି ହୋଇ ଉଠିଥିଲେ ହିଂସ୍ର ଓ ଉତ୍‌କ୍ଷିପ୍ତ । ବିଜୟ ପତାକା ନ ଦେବା ପାଇଁ ତାଙ୍କୁ ହାତରେ ଠେଲିଦେଲା । ସୋମନାଥ ସିଡ଼ି ପାହାଚରେ ଗଡ଼ଗଡ଼ି ତଳ ମହଲାର ଚଟାଣରେ ପଡ଼ିଗଲେ । ମୁଣ୍ଡ ଓ କାନ ଫାଟି ତଳେ ଧାରଧାର ରକ୍ତ ଛୁଟିଥିଲା । ବିଜୟ ନିଜକୁ ଘୋର ଅପରାଧୀ ମନେକରି ଧୀର କଣ୍ଠରେ ଡାକିଥିଲା, ଜେଜେ ! ସୋମନାଥଙ୍କ ବାକ୍ ଶକ୍ତି ରୁଦ୍ଧ ହୋଇ ଆସୁଥିଲା। ସେ କ୍ଷୀଣ କଣ୍ଠରେ କହିଲେ –

‘‘ତୋତେ ଆଶୀର୍ବାଦ କରୁଛି ବିଜୁ; ମୁଁ ଅନ୍ତତଃ ଶାନ୍ତିରେ ମରିପାରିବି ଏଥର । ଏହି ପତାକାପାଇଁ କେତେ ରାଜ୍ୟ ଉଚ୍ଛନ୍ନ ହୋଇଛି; କେତେ ଯୁଦ୍ଧ ଓ ରକ୍ତପାତ ବା ନ ଘଟିଛି ! ଏହି ପତାକାପାଇଁ ନିଜ ହାତରେ ମୁଁ ଗୁଳିକରି ମାରିଛି ଅରୁଣକୁ । ଏହି ପତାକା ପାଇଁ ତୁ ତୋ’ର ବୁଢ଼ା ଜେଜେକୁ ମଧ୍ୟ ଆଘାତ କରିଛୁ । ଅଥଚ ଭାବୁଚି, ଏ ପତାକା କଅଣ ? ଖଣ୍ଡେ ରଙ୍ଗୀନ୍ କନା – ରଙ୍ଗ ଛାଡ଼ିଯିବ ତା’ର । ତଥାପି ତୋ’ର ପତାକାର ଜୟ ହେଉ । ହେମ ….’

ଏହାପରେ ରାୟବାହାଦୂର ସୋମନାଥ ମହାପାତ୍ରଙ୍କ ପାଟି ପଡ଼ିଗଲା । ଇଂରେଜ ଗୋଲାମୀକୁ ପାଥେୟ କରି ଜୀବନର ଭୁଲ୍‌କୁ ସଜାଡ଼ିବାକୁ ପରାମର୍ଶ ଦେଇଗଲେ; ଉତ୍ତରାଧ୍ୟାକାରୀ ନାତି ବିଜୟକୁ । ଯେଉଁ ପନ୍ଥୀକୁ ହେୟକରି ଆସିଥିଲେ, ତାଙ୍କୁ ମଧ୍ୟ ସ୍ମରଣ କଲେ । ବିଜୟ ମଧ୍ଯ ପ୍ରାଣହୀନ ପାଷାଣ ପରି ଚାହିଁ ରହିଥିଲା ପ୍ରଭାତର ସୂର୍ଯ୍ୟୋଦୀପ୍ତ ଆକାଶକୁ । ଭାଦ୍ର ଆକାଶର ମେଘହୀନ ସୁନୀଳ ପଟ୍ଟଭୂମିରେ ସ୍ଵାଧୀନ ଭାରତର ତ୍ରିରଙ୍ଗା ପତାକା ଫରଫର ହୋଇ ଉଡୁଥ୍ଲଲା ।

ଗଳ୍ପର ଶେଷ ପର୍ଯ୍ୟାୟରେ ଗାଳ୍ପିକ, ଅତି ଚମତ୍କାର ଭାବେ ସ୍ବାଧୀନ ଭାରତର ସମ୍ଭାବନାମୟ ଦିଗକୁ ଦେଖାଇଛନ୍ତି ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

Odisha State Board CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର Questions and Answers.

CHSE Odisha 11th Class Economics Solutions Chapter 9 ଆର୍ଥନୀତିକ ସଂସ୍କାର

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। କେଉଁ ବର୍ଷ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଘୋଷିତ ହୋଇଥିଲା ?
(i) ୧୯୫୧
(ii) ୧୯୪୭
(iii) ୧୯୯୧
(iv) ୨୦୦୧
Answer:
(iii) ୧୯୯୧

୨। କାହାକୁ ନୂତନ ସଂସ୍କାର ନୀତିର ସୃଷ୍ଟିକର୍ତ୍ତା ବୋଲି କୁହାଯାଏ ?
(i) ଡଃ. ମନମୋହନ ସିଂହ
(ii) ଶ୍ରୀମତୁ ଇନ୍ଦିରା ଗାନ୍ଧୀ
(iii) ଡଃ. କାଲାମ୍
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଡଃ. ମନମୋହନ ସିଂହ

୩। ଘରୋଇକରଣ କହିଲେ କ’ଣ ବୁଝାଏ ?
(i) ଘରୋଇ କ୍ଷେତ୍ରର ସମ୍ପ୍ରସାରଣ
(ii) ଘରୋଇ କ୍ଷେତ୍ରର ସଙ୍କୋଚନ
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଘରୋଇ କ୍ଷେତ୍ରର ସମ୍ପ୍ରସାରଣ

୪। ନୂତନ ଆର୍ଥିକ ନୀତିର ସଫଳତା ଚିହ୍ନଟ କର ।
(i) ଉଚ୍ଚତର ଆୟ
(ii) ଅଧ୍ବକ ବୈଦେଶିକ ମୁଦ୍ରା ଆଗମନ
(iii) ବାଣିଜ୍ୟ ବୃଦ୍ଧି
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୫। ଉଦାରୀକରଣ ଅର୍ଥ କ’ଣ ?
(i) ଉଦାରତା
(ii) କୋହଳ ନୀତି
(iii) କଟକଣାଯୁକ୍ତ ସମାଜ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) କୋହଳ ନୀତି

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୬। ଜଗତୀକରଣ ନୀତି କ’ଣ ?
(i) ନିବୁଜ ଅର୍ଥବ୍ୟବସ୍ଥା
(ii) ଉନ୍ମୁକ୍ତ ଅର୍ଥବ୍ୟବସ୍ଥା
(iii) ମୁକ୍ତ ବାଣିଜ୍ୟ
(iv) ଉଭୟ (ii) ଓ (iii)
Answer:
(iv) ଉଭୟ (ii) ଓ (iii)

୭। ଅର୍ଥନୀତିର ଆଧୁନିକୀକରଣ କହିଲେ ତୁମେ କ’ଣ ବୁଝ ?
(i) ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ
(ii) ଆଧୁନିକ ଅର୍ଥବ୍ୟବସ୍ଥା
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଉଭୟ (i) ଓ (ii)

୮। ଯେଉଁ ନୀତି, ନିୟମ ଫଳରେ ଦେଶର ଶିଳ୍ପ, ବାଣିଜ୍ୟ ଓ ଆର୍ଥିକ କ୍ଷେତ୍ରରେ ଥ‌ିବା ଅନାବଶ୍ୟକ ସରକାରୀ ନିୟନ୍ତ୍ରଣ ଓ କଟକଣା କୋହଳ ହୋଇ ଘରୋଇ ପୁଂଜିନିବେଶ ସୁଗମ ହୋଇଥାଏ, ତାହାକୁ କ’ଣ କୁହାଯାଏ ?
(i) ଜଗତୀକରଣ
(ii) ଘରୋଇକରଣ
(iii) ଉଦାରୀକରଣ
(iv) ବିକାଶଧର୍ମୀ ସଂସ୍କାର
Answer:
(iii) ଉଦାରୀକରଣ

୯। ରାଷ୍ଟ୍ରୀୟତ୍ତ ଉଦ୍ୟୋଗ ଗୁଡ଼ିକର ମାଲିକାନା ସ୍ୱତ୍ତ୍ଵ ଏବଂ ପରିଚାଳନା କ୍ଷେତ୍ରରେ ଘରୋଇ ପ୍ରବେଶକୁ କ’ଣ କୁହାଯାଏ ?
(i) ଜଗତୀକରଣ
(ii) ବିକାଶଧର୍ମୀ ସଂସ୍କାର
(iii) ଉଦାରୀକରଣ
(iv) ଘରୋଇକରଣ
Answer:
(iv) ଘରୋଇକରଣ

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୧୦। ଭାରତୀୟ ଅର୍ଥନୀତିକୁ ଉତ୍ପାଦନ, ବାଣିଜ୍ୟ, ପୁଂଜିବିନିଯୋଗ ଓ ପ୍ରକ୍ରିୟାକୁ କ’ଣ କୁହାଯାଏ ?
(i) ଜଗତୀକରଣ
(ii) ଘରୋଇକରଣ
(iii) ବିକାଶଧର୍ମୀ ସଂସ୍କାର
(iv) ଉଦାରୀକରଣ
Answer:
(i) ଜଗତୀକରଣ

B. ଶୂନ୍ୟସ୍ଥାନ ପୂରଣ କର ।

୧। ଭାରତୀୟ ଯୋଜନାର ପ୍ରଥମ ୪୦ ବର୍ଷ (୧୯୫୧–୧୯୯୧)କୁ ________________ ର ଯୁଗ ବୋଲି କରିଦିଆଯାଇଛି।
Answer:
କଟକଣା ଓ ନିୟନ୍ତ୍ରଣ

୨। _______________________ ମସିହାରେ ଘୋଷିତ କେତେକ ଆର୍ଥିକ ସଂସ୍କାର ନୀତିକୁ ନୂତନ ଆର୍ଥିକ ନୀତି ବୋଲି କୁହାଯାଏ।
Answer:
୧୯୯୧

୩। ପ୍ରଖ୍ୟ।ତ ଅର୍ଥଶୀସ୍ରୀ ______________________ ଙ୍କୁ ଭାରତର ଆର୍ଥିକ ସଂସ୍କାର ପ୍ରକ୍ରିୟାର ଜନକ ବୋଲି କୁହାଯାଏ।
Answer:
ଡକ୍ଟର ମନମୋହନ ସିଂହ

୪। ଆର୍ଥିକ ସଂସ୍କାର ନୀତି ଅନୁଯାୟୀ ୧୯୯୧ରେ ଘୋଷିତ ନୂତନ ଶିଳ୍ପନୀତିରେ _______________________ ଗୋଟି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଉଦ୍ୟୋଗକୁ ଛାଡ଼ି ଅନ୍ୟାନ୍ୟ ଉଦ୍ୟୋଗ ଗୁଡ଼ିକ ଲାଇସେନ୍ସ ମୁକ୍ତ କରିଦିଆଯାଇଛି।
Answer:
୧୮

୫। ଆର୍ଥିକ ସଂସ୍କାର ନୀତି ଅନୁଯାୟୀ, ଦଶଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରମାନଙ୍କରେ ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା __________________ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି ।
Answer:
ଲାଇସେନ୍ସ

୬। ୧୯୭୭ ମସିହାରେ ସର୍ବ ପ୍ରଥମେ ____________________ ଦେଶରେ ଘରୋଇକରଣ ଆରମ୍ଭ ହୋଇଥିଲା।
Answer:
ଇଂଲଣ୍ଡ

୭। ଅର୍ଥନୀତିକୁ ଆଧୁନିକୀକରଣ କରିବା ନିମନ୍ତେ ଉଚ୍ଚମାନର ______________________ କୌଶଳ ତଥା କମ୍ପ୍ୟୁଟର ଓ ଇଲେକ୍‌ଟ୍ରୋନିକ୍ସର ବହୁଳ ବ୍ୟବହାର ଉପରେ ପ୍ରଧାନ୍ୟ ଦିଆଯାଇଛି ।
Answer:
ପ୍ରବିଧୂବିଜ୍ଞାନ

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୮। ଆର୍ଥିକ ସଂସ୍କାର ନୀତି ଅନୁଯାୟୀ, ______________ ଶିଳ୍ପ କ୍ଷେତ୍ରକୁ ସଙ୍କୁଚିତ କରାଯାଇ, ଘରୋଇ ଶିଳ୍ପକୁ ଅଧୂକ ଗୁରୁତ୍ଵ ଦେବା ବହୁଳ ବ୍ୟବହାର ଉପରେ ପ୍ରଧାନ୍ୟ ଦିଆଯାଇଛି ।
Answer:
ରାଷ୍ଟ୍ରାୟତ୍ତ

୯। _____________________ ଉଦ୍ୟୋଗଗୁଡ଼ିକର ଅତିମାତ୍ରାର କ୍ଷତିକୁ ଲକ୍ଷ୍ୟ ରଖ୍ ସେଗୁଡ଼ିକର ସଂସ୍କାର ନିମନ୍ତେ ଯେଉଁ ପ୍ରଚେଷ୍ଟା କରାଯାଇଛି ତାହା ନୂତନ ଆର୍ଥିକ ନୀତିର ଏକ ପ୍ରଧାନ ବୈଶିଷ୍ଟ୍ୟ ।
Answer:
ରାଷ୍ଟ୍ରାୟତ୍ତ

୧୦। __________________ ମସିହାଠାରୁ ଦ୍ଵିତୀୟ ପିଢ଼ିର ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି।
Answer:
୨୦୦୨

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ଉଦାରୀକରଣ କାହାକୁ କୁହାଯାଏ ?
Answer:
ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ରହିଥିବା କଟକଣା ଗୁଡ଼ିକର ଉଚ୍ଛେଦ ନୀତିକୁ ଉଦାରୀକରଣ ନୀତି କୁହାଯାଏ।

୨। ଜଗତୀକରଣର ଅର୍ଥକ’ଣ ?
Answer:
ଦେଶୀୟ ଅର୍ଥନୀତିକୁ ଆନ୍ତର୍ଜାତୀୟ ଅର୍ଥନୀତି ସହିତ ସାମିଲ କରିବା ପ୍ରକ୍ରିୟାକୁ ଜଗତୀକରଣ କୁହାଯାଏ।

୩। ଜଗତୀକରଣ ପ୍ରକ୍ରିୟାରେ ସରକାରଙ୍କ ଅନୁମତି ବିନା କେତେ ଭାଗ ବୈଦେଶିକ ପୁଂଜି ବିନିଯୋଗ କରାଯାଇ ପାରିବ ?
Answer:
ଶତକଡ଼ା ୫୧ ଭାଗ ।

୪। ନୂତନ ଆର୍ଥିକ ନୀତି କେବେ ପ୍ରବର୍ତ୍ତିତ ହୋଇଥୁଲା ?
Answer:
୧୯୯୧ ମସିହାରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତିତ ହୋଇଥିଲା।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୫। ନୂତନ ଆର୍ଥିକ ନୀତି କ’ଣ ?
Answer:
୧୯୯୧ ମସିହାଠାରୁ ଭାରତ ସରକାର ଅନେକ ସଂସ୍କାରଧର୍ମୀ ନୀତି ପ୍ରଣୟନ କରି ଆସୁଛନ୍ତି, ଏହି ସମସ୍ତ ନୀତିକୁ ନୂତନ ଆର୍ଥିକ ନୀତି କୁହାଯାଏ।

୬। ନୂତନ ଆର୍ଥିକ ନୀତିର ଦୁଇଟି ଉପାଦାନର ନାମ ଲେଖ।
Answer:
ନୂତନ ଆର୍ଥିକ ନୀତିର ଦୁଇଟି ଉପଦାନ ହେଲା – (୧) ଶିଳ୍ପନୀତିରେ ସଂସ୍କାର, (୨) ବିତ୍ତୀୟନୀତିରେ ସଂସ୍କାର

୭। ବର୍ତ୍ତମାନ କେତୋଟି ଉଦ୍ୟୋଗ ପାଇଁ ଲାଇସେନ୍ସର ଆବଶ୍ୟକତା ରହିଛି ?
Answer:
୧୮ଟି ଉଦ୍ୟୋଗ ପାଇଁ ଲାଇସେନ୍ସର ଆବଶ୍ୟକତା ରହିଛି।

୮। ବିନିବେଶ କହିଲେ କ’ଣ ବୁଝ ?
Answer:
ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ରାଶିର ଅଂଶଧନ ପ୍ରତ୍ୟାହାର କରି ଘରୋଇ କ୍ଷେତ୍ରକୁ ବିକ୍ରୟ କରିବାର ପ୍ରକ୍ରିୟା ହିଁ ବିନିବେଶ।

୯। ବିଦେଶୀ ନିବେଶ ଉନ୍ନୟନ ବୋର୍ଡର କାର୍ଯ୍ୟ କ’ଣ ?
Answer:
ଅଧିକ ଗୁରୁତ୍ଵପୂର୍ଣ୍ଣ ଉଦ୍ୟୋଗର ପାଇଁ ବିଦେଶୀ ପ୍ରାବିଧ୍ଵକ ସହଯୋଗ, ବିଦେଶୀ ନିବେଶ ଉନ୍ନୟନ ବୋର୍ଡ ଯୋଗାଇ ଦେଇଥାଏା

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୧୦। କେତୋଟି ଉଦ୍ୟୋଗ ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ସଂରକ୍ଷିତ ?
Answer:
୩ଟି ଉଦ୍ୟୋଗ ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ସଂରକ୍ଷିତ।

D. ନିମ୍ନଲିଖତ ଉତ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ। ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ୧୯୯୫ ମସିହାରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତିତ ହେଲା।
Answer:
୧୯୯୧ ମସିହାରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତିତ ହେଲା।

୨। ବର୍ତ୍ତମାନ ୭ଟି ଉଦ୍ୟୋଗ ପାଇଁ ଲାଇସେନ୍‌ର ଆବଶ୍ୟକତା ରହିଛି।
Answer:
ବର୍ତ୍ତମାନ ୧୮ଟି ଉଦ୍ୟୋଗ ପାଇଁ ଲାଇସେନ୍‌ର ଆବଶ୍ୟକତା ରହିଛି ।

୩ । ନୂତନ ଆର୍ଥିକ ନୀତି ଅନୁସାରେ ପ୍ରତ୍ୟକ୍ଷ ବିଦେଶୀ ନିବେଶର ସୀମା ୪୦ ପ୍ରତିଶତ ।
Answer:
ନୂତନ ଆର୍ଥିକ ନୀତି ଅନୁସାରେ ପ୍ରତ୍ୟକ୍ଷ ବିଦେଶୀ ନିବେଶର ସୀମା ୫୧ ପ୍ରତିଶତ ।

୪ । ବିଦେଶୀ ବାଣିଜ୍ୟିକ ସଂସ୍ଥା ୪୯ ପ୍ରତିଶତ ଅଂଶଧନ ପାଇଁ ନିବେଶ କରିପାରିବେ
Answer:
ବିଦେଶୀ ବାଣିଜ୍ୟିକ ସଂସ୍ଥା ୫୧ ପ୍ରତିଶତ ଅଂଶଧନ ପାଇ ନିବେଶ କରିପାରିବେ ।

୫। ନୂତନ ଆର୍ଥିକ ନୀତି ଗଚ୍ଛିତ ବିଦେଶୀ ମୁଦ୍ରା ପରିମାଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିଛି ।
Answer:
ଠିକ୍

୬। ୧୯୯୧ରେ ନୂତନ ଆର୍ଥିକ ନୀତିର ଘୋଷଣା ସମୟରେ ଡଃ ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ଥିଲେ
Answer:
୧୯୯୧ର ନୂତନ ଆର୍ଥିକନୀତିର ଘୋଷଣା ସମୟରେ ପି.ଭି. ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୭ । ଜଗତୀକରଣ କହିଲେ ଘରୋଇକରଣକୁ ବୁଝାଏ।
Answer:
ଜଗତୀକରଣ କହିଲେ ଭାରତୀୟ ଅର୍ଥନୀତିକୁ ବିଶ୍ଵ ଅର୍ଥନୀତି ସହିତ ଏକତ୍ରିକରଣକୁ ବୁଝାଏ।

୮। ଜଗତୀକରଣ ଓ ଉଦାରୀକରଣର ପ୍ରଭାବ ଯୋଗୁଁ ଆମଦାନୀ ହ୍ରାସ ପାଇଛି ।
Answer:
ଜଗତୀକରଣ ଓ ଉଦାରୀକରଣର ପ୍ରଭାବ ଯୋଗୁଁ ଆମଦାନୀ ବୃଦ୍ଧି ପାଇଛି ।

୯। ନୂତନ ଅର୍ଥନୀତି ଭାରତରେ ଏକ ନିରୁଦ୍ଧ ଅର୍ଥବ୍ୟବସ୍ଥା ସୃଷ୍ଟି କରିଛି।
Answer:
ନୂତନ ଅର୍ଥନୀତି ଭାରତରେ ଏକ ମୁକ୍ତ ଅର୍ଥବ୍ୟବସ୍ଥା ସୃଷ୍ଟି କରିଛି ।

୧୦ । ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇ ମାଲିକାନା ଓ ପରିଚାଳନାଭୁକ୍ତ କରିବାକୁ ଜଗତୀକରଣ ବୋଲି କୁହାଯାଏ।
Answer:
ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇ ମାଲିକାନା ଓ ପରିଚାଳନାଭୁକ୍ତ କରିବାକୁ ଘରୋଇକରଣ ବୋଲି କୁହାଯାଏ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ଯରେ ଦିଅ ।

୧। ଜଗତୀକରଣ କହିଲେ କ’ଣ ବୁଝ ?
Answer:
ଜଗତୀକରଣ କହିଲେ ଆମ ଦେଶର ବଜାରକୁ ଆନ୍ତର୍ଜାତୀୟ ବଜାର ସହ ଏକତ୍ରୀକରଣ କରିବା। ବଜାରର ଏହି ଏକତ୍ରୀକରଣ ସହ କୌଣସି ଦେଶର ଦ୍ରବ୍ୟ ଅନ୍ୟ ଦେଶମାନଙ୍କ ଦ୍ରବ୍ୟ ସହ ଅବାଧରେ ବା ବିନା କଟକଣାରେ କାରବାର ହୋଇଥାଏ।

ଏହି ପ୍ରକ୍ରିୟାରେ ଦେଶୀୟ ଅର୍ଥନୀତି ଆନ୍ତର୍ଜାତୀୟ ଅର୍ଥନୀତି ସହ ସାମିଲ ହୋଇଥାଏ। ଜଗତୀକରଣଦ୍ଵାରା ବିଦେଶୀ କମ୍ପାନୀମାନେ ସରକାରଙ୍କ ବିନା ଅନୁମତିରେ ୫୧% ଅଂଶଧନ ବିନିଯୋଗ କରିପାରିବେ । ବୈଦେଶିକ ବାଣିଜ୍ୟ କଟକଣାଗୁଡ଼ିକ କୋହଳ କରାଗଲା । ପୁଂଜି ଓ ଆମଦାନୀ ଉପରୁ କଟକଣା ପ୍ରତ୍ୟାହାର କରାଗଲା।

୨। ଉଦାରୀକରଣ ବ୍ୟବସ୍ଥା କ’ଣ ?
Answer:
ଉଦାରୀକରଣ ବ୍ୟବସ୍ଥା ଦ୍ୱାରା ଉଦ୍ୟୋଗୀମାନଙ୍କୁ ଶିଳ୍ପ ସ୍ଥାପନ, ବାଣିଜ୍ୟିକ କାରବାର ପାଇଁ ସ୍ଵାଧୀନତା ପ୍ରଦାନ କରାଗଲା। ପୂର୍ବରୁ ରହିଥ‌ିବା କଟକଣାଗୁଡ଼ିକର ଉଚ୍ଛେଦ କରାଗଲା। ବାଣିଜ୍ୟିକ କାରବାର ଓ ଶିଳ୍ପ କ୍ଷେତ୍ରରେ ରହିଥ‌ିବା ସରକାରଙ୍କର ଅନୁମତିର ଆବଶ୍ୟକତା ରହିଲା ନାହିଁ ।

ଉଦ୍ୟୋଗୀମାନେ ସେମାନଙ୍କର ଲାଇସେନ୍ସ ଲାଭ କରିବାର ସ୍ଵାଧୀନତା ପାଇଲେ। ପୁଂଜି ଆମଦାନୀ ଉପରୁ କଟକଣା ପ୍ରତ୍ୟାହାର କରିନିଆଗଲା ତ ଉଦ୍ୟୋଗୀମାନେ ଅଂଶଧନ ବିକ୍ରି କରି ପାଣ୍ଠି ସଂଗ୍ରହର ଅନୁମତି ପାଇପାରିଲେ।

୩। ବଜାରଭିତ୍ତିକ ଅର୍ଥନୀତି କାହାକୁ କୁହାଯାଏ ?
Answer:
ନୂତନ ଆର୍ଥିକ ନୀତିରେ ବଜାର ଭିଭିକ ଅର୍ଥନୀତି ଉପରେ ଗୁରୁତ୍ବ ଆରୋପ କରାଗଲା। ଦେଶରେ ବଜାର ଦ୍ରବ୍ୟର ଚାହିଦା ଓ ଯୋଗାଣ ମୂଲ୍ୟ ନିର୍ଦ୍ଧାରଣ କରିବା ଉପରେ ପ୍ରାଧାନ୍ୟ ଦିଆଗଲା। ସରକାରୀ କଳର ହସ୍ତକ୍ଷେପକୁ ସୀମିତ କରାଗଲା। କେବଳ ଭିତ୍ତିଭୂମି ସୁଦୃଢ଼ ପାଇଁ କେତେକ ଦ୍ରବ୍ୟ, ସାମରିକ ଅସ୍ତ୍ରଶସ୍ତ୍ର, କେତେକ ସାମାଜିକ ଦ୍ରବ୍ୟର ମୂଲ୍ୟ ବଜାରରେ ନିର୍ଦ୍ଧାରଣ କରିବାପାଇଁ ନୀତି ପ୍ରଣୟନ କରାଗଲା। କିପରି ବଜାର ବ୍ୟବସ୍ଥାର ସୁପରିଚାଳନା ହେବ, ତାହା ସରକାରଙ୍କର ଦାୟିତ୍ଵରେ ରହିଲା ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୪। ଆଧୁନିକୀକରଣ କାହାକୁ କୁହାଯାଏ ?
Answer:
ନୂତନ ଆର୍ଥିକ ନୀତି ଦେଶର ଅର୍ଥନୀତିର ଆଧୁନିକୀକରଣ ଉପରେ ଯଥେଷ୍ଟ ଗୁରୁତ୍ଵ ଦେଲା। ଅଶୀ ଦଶକର ଶେଷ ଭାଗରେ ଦେଶରେ ସରକାରୀ ଓ ବେସରକାରୀ ଉଦ୍ୟୋଗ କ୍ଷେତ୍ରରେ ବହୁ ରୁଗ୍ଣ ଶିଳ୍ପ ରହିଥିବାର ଦେଖାଗଲା। ଏଗୁଡ଼ିକରେ ନୂତନ ବୈଜ୍ଞାନିକ ପଦ୍ଧତି ତଥା ପ୍ରାବିଧ୍ଵକ ଉନ୍ନତି ଆଣି, ଆଧୁନିକୀକରଣ କରି ସେମାନଙ୍କୁ ଅଧିକ ଦକ୍ଷ ତଥା ଉତ୍ପାଦନଶୀଳ କରିବାର ଲକ୍ଷ୍ୟ ରଖାଗଲା ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧। ବାଣିଜ୍ୟ ସଂସ୍କାର ଓ ଶିଳ୍ପ ସଂସ୍କାର
Answer:
କରାଗଲା। କ୍ରମବର୍ଦ୍ଧମାନ ଭାବେ ଲାଇସେନ୍ସ ପ୍ରଥା ଓ ପରିମାଣଗତ ପ୍ରତିବନ୍ଧକ ଗୁଡ଼ିକର ସମ୍ପୂର୍ଣ ବିଲୋପ କରିବା, ଏହି ସଂସ୍କାର ନୀତିର ମୁଖ୍ୟ ଲକ୍ଷ୍ୟ ରଖାଗଲା। ନୂତନ ବାଣିଜ୍ୟ ନୀତିରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କେତେକ ରପ୍ତାନି ଏବଂ ଆମଦାନୀ ଦ୍ରବ୍ୟ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ଏକ ଚାଟିଆ ସୁଯୋଗ ଭୋଗ କରି ଆସୁଥିଲେ, ତାହାର ଦ୍ରୁତ ହ୍ରାସ ନିମନ୍ତେ ବାଣିଜ୍ୟ ନୀତିରେ ଏକ ଉପବନ୍ଧ ରଖାଗଲା।

୧୯୯୧ ମସିହାରେ ସରକାର ନୂତନ ଶିଳ୍ପନୀତି ଘୋଷଣା କଲେ। ଏହି ନୀତିରେ ଶିଳ୍ପ ଲାଇସେନ୍ସ ନିୟମକୁ ଅଧୂକ ଉଦାର ଓ ସରଳୀକରଣ କରାଗଲା। ଏହାଦ୍ଵାରା ଘରୋଇ କ୍ଷେତ୍ରରେ ଶିଳ୍ପର ପ୍ରସାର ନିମନ୍ତେ ଅଧୂକ ଉତ୍ସାହମାନ ଦିଆଗଲା ଏବଂ ରାଷ୍ଟ୍ରାୟତ୍ତ ଶିଳ୍ପ କ୍ଷେତ୍ରକୁ ସଙ୍କୁଚିତ କରାଗଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୨। ଉଦାରୀକରଣ ଓ ଘରୋଇକରଣ
Answer:
ଉଦାରୀକରଣ ପ୍ରକ୍ରିୟାର ପ୍ରଚଳନଦ୍ୱାରା ନୂତନ ଶିଳ୍ପ ପ୍ରତିଷ୍ଠା ଦିଗରେ ରହିଥ‌ିବା କଟକଣା ଗୁଡ଼ିକ ଉଚ୍ଛେଦ କରିଦିଆଗଲା । ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ପ୍ରଧାନ୍ୟ ଦିଆଗଲା। ଦ୍ଵିତୀୟତଃ ଏହି ନୀତିଦ୍ଵାରା କୌଣସି ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନର ଆରମ୍ଭ କରିବା ପୂର୍ବରୁ ଆବଶ୍ୟକ ହେଉଥ‌ିବା ଅନୁମତିପତ୍ରର ଉଚ୍ଛେଦ କରିଦିଆଗଲା।

ଘରୋଇକରଣ ନୀତି ପ୍ରଚଳନଦ୍ଵାରା ବେସରକାରୀ ତଥା ଘରୋଇ ସଂସ୍ଥା ଉପରେ ବିଶେଷ ଆସ୍ଥା ପ୍ରକଟ କରାଗଲା। ବେସରକାରୀ ଉଦ୍ୟୋଗପାଇଁ ଉଦ୍ଦିଷ୍ଟ ଉଦ୍ୟୋଗଗୁଡ଼ିକ ବେସରକାରୀ ସଂସ୍ଥାର ପରିଚାଳନାଭୁକ୍ତ କରାଗଲା। ବିଦେଶୀ ପୁଂଜି ନିବେଶକାରୀଙ୍କୁ ଘରୋଇ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ ପାଇଁ ଅନୁମତି ମିଳିଲା। ବିଶେଷ କରି ଅଧିକାଂଶ ଅର୍ଥନୈତିକ ପ୍ରକ୍ରିୟା ଘରୋଇ ସଂସ୍ଥା ମାଧ୍ୟମରେ ସମାହିତ ହୋଇପାରିଲା।

୩। ସରକାରୀ କ୍ଷେତ୍ର ଓ ଘରୋଇ କ୍ଷେତ୍ର
Answer:
ଯେଉଁ ଉଦ୍ୟୋଗ ଗୁଡ଼ିକ ସରକାରଙ୍କ ମାଲିକାନାରେ ପରିଚାଳିତ ହେଉଥା’ନ୍ତି ସେଗୁଡ଼ିକ ସରକାରୀ ଉଦ୍ୟୋଗ କୁହାଯାଏ । ଏହିସବୁ ସଂସ୍ଥାଗୁଡ଼ିକ ସରକାରଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରିଥା’ନ୍ତି। ଅନ୍ୟ ପକ୍ଷରେ ବେସରକାରୀ ସଂସ୍ଥାମାନଙ୍କଦ୍ଵାରା ପରିଚାଳିତ ହୋଇଥା’ନ୍ତି ।

  • ସରକାରୀ ଉଦ୍ୟୋଗଗୁଡ଼ିକରେ ମାନବିକ କଲ୍ୟାଣ ଭଳି ମହତ୍ ଉଦ୍ଦେଶ୍ୟ ନିହିତ ଥାଏ ମାତ୍ର ଘରୋଇ ଉଦ୍ୟୋଗରେ ଲାଭ ଅର୍ଜନର ଆଭିମୁଖ୍ୟ ରହିଥାଏ ।
  • ସରକାରୀ ଉଦ୍ୟୋଗ ଭିତ୍ତିଭୂମିର ସୁବିଧା ପ୍ରଦାନ କରିଥାଏ, ଯାହାଦ୍ଵାରା ବେସରକାରୀ ସଂସ୍ଥା ପ୍ରସାର କରିଥାଏ। ମାତ୍ର ବେସରକାରୀ ସଂସ୍ଥା ସରକାରୀ ସଂସ୍ଥାର ପରିପୂରକ ଭାବରେ କାର୍ଯ୍ୟକରେ।
  • ସରକାର ଉଦ୍ୟୋଗରେ ବହୁଳ ପୁଂଜି ବିନିଯୋଗ ସହ ଲାଭ ଅର୍ଜନର ଆଶା ନଥାଏ ମାତ୍ର ବେସରକାରୀ ଉଦ୍ୟୋଗ ସ୍ଵଳ୍ପ ପୁଂଜି ନିବେଶରେ ଅଧ୍ବକ ଲାଭର ପ୍ରତ୍ୟାଶା ରଖିଥାଏ ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୧। ଭାରତରେ ପ୍ରଣୟନ ହୋଇଥିବା ନୂତନ ଆର୍ଥିକ ନୀତି ସଂପର୍କରେ ସଂକ୍ଷେପରେ ଆଲୋଚନା କର ।
Answer:
1991-92 ମସିହାବେଳକୁ ଦେଶର ଅର୍ଥନୀତି ଅତି ସଂକଟର ସମ୍ମୁଖୀନ ହୋଇଥିଲା । ଶେଷରେ ସରକାରୀ ଉଦ୍ୟୋଗଗୁଡ଼ିକ କ୍ଷତିରେ ଚାଲୁଥିଲା । ଶିଳ୍ପ ବିକାଶରେ ସ୍ଥାଣୁତ୍ବ ଆସିଯାଇଥିଲା । ବୈଦେଶିକ ମୁଦ୍ରାର ସମସ୍ୟା ଗୁରୁତର ଆକାର ଧାରଣ କରିଥିଲା । ଦେଶରେ ଗଣଦାରିଦ୍ର୍ୟ ଓ ବେକାର ସମସ୍ୟା ଅଧିକ ଘନୀଭୂତ ହୋଇଥିଲା ।

ଏହି ସମୟରେ ପୃଥ‌ିବୀର ଅନ୍ୟାନ୍ୟ ଦେଶମାନଙ୍କର ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନ ଦେଖାଦେଇଥିଲା । ସବୁ ଅର୍ଥନୀତିଗୁଡ଼ିକ ଜଗତୀକରଣ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କଲେ । ଏହି ପରିପ୍ରେକ୍ଷୀରେ ଭାରତରେ ଆର୍ଥିକ ନୀତିରେ ଅବଶ୍ୟମ୍ଭାବୀ ହୋଇପଡ଼ିଲା । ତେଣୁ 1991- 92 ମସିହାରେ ସରକାର ନୂତନ ଆର୍ଥିକ ନୀତି ଘୋଷଣା କଲେ । ଏହୀ ନୀତିର ମୁଖ୍ୟ ଉପାଦାନଗୁଡ଼ିକ ହେଲା-

(1) ଉଦାରୀକରଣ– ଏହି ନୀତିରେ ଉଦ୍ୟୋଗୀମାନଙ୍କ ଉପରେ ନୂତନ ଶିଳ୍ପ, ବାଣିଜ୍ୟ ପ୍ରତିଷ୍ଠା ଆରମ୍ଭ କରିବାପାଇଁ ଯେଉଁ କଟକଣା ଜାରି ହୋଇଥିଲା ସେଗୁଡ଼ିକୁ ଉଚ୍ଛେଦ କରିଦିଆଗଲା । ଏହି ନୀତି ଅନୁସାରେ କୌଣସି ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ଆରମ୍ଭ କରିବାକୁ ଆଗୁଆ ଅନୁମତିପତ୍ରର ଆବଶ୍ୟକତା ରହିଲା ନାହିଁ । ସେହିପରି ଆମଦାନୀ କ୍ଷେତ୍ରରେ କୋହଳ ନୀତି ମଧ୍ୟ ଗ୍ରହଣ କରାଗଲା ।

(2) ଘରୋଇକରଣ– ନୂତନ ଅର୍ଥନୀତିରେ ଘରୋଇ ଉଦ୍ୟୋଗ ଉପରେ ଅଧିକ ଆସ୍ଥା ପ୍ରକଟ କରାଗଲା । ଯେଉଁ କ୍ଷେତ୍ରଗୁଡ଼ିକ ସରକାରୀ ଉଦ୍ଦେଶ୍ୟପାଇଁ ଉଦ୍ଦିଷ୍ଟ ଥିଲା, ସେଗୁଡ଼ିକରେ ଘରୋଇ ଉଦ୍ୟୋଗ ପୁଞ୍ଜିନିବେଶ କରିପାରିବେ ବୋଲି ନୀତି ପ୍ରଣୟନ କରାଗଲା । ଫଳରେ ଯେଉଁ ସରକାରୀ ଉଦ୍ୟୋଗପାଇଁ ଯେଉଁ 17 ପ୍ରକାର ଶିଳ୍ପ ସଂରକ୍ଷିତ ଥିଲା ସେଥୁରୁ 11 ପ୍ରକାର ଶିଳ୍ପ ଘରୋଇ କ୍ଷେତ୍ରପାଇଁ ଜନ୍ମ କ୍ତ କରିଦିଆଗଲା ।

(3) ଜଗତୀକରଣ– ନୂତନ ଅର୍ଥନୀତିର ଅନ୍ୟ ଏକ ଉପାଦାନ ହେଲା– ଦେଶୀୟ ଅର୍ଥନୀତିକୁ ଆନ୍ତର୍ଜାତିକ ଅର୍ଥନୀତି ସହିତ ସାମିଲ କରିଦେବା । ଦେଶର ଘରୋଇ ବଜାର ଆନ୍ତର୍ଜାତିକ ବଜାରରେ ଅନ୍ତର୍ଭୁକ୍ତ କରିବାପାଇଁ ପଦକ୍ଷେପମାନ ନିଆଗଲା । ସେଗୁଡ଼ିକ ହେଲା –

(i) ବିଦେଶୀ ପୁଞ୍ଜିପତିମାନେ ସରକାରଙ୍କ ବିନା ଅନୁମତିରେ ଯେକୌଣସି କମ୍ପାନୀରେ 51 ପ୍ରତିଶତ ଅଂଶଧନ ବିନିଯୋଗ କରିପାରିବେ । ଏପରିକି କେତେକ କମ୍ପାନୀରେ 100 ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜିବିନିଯୋଗ କରିପାରିବେ ।
(ii) ଆନ୍ତର୍ଜାତିକ ବଜାରରେ ଆମ ଦେଶର ଦ୍ରବ୍ୟ ଓ ସେବାର ଚାହିଦା ବୃଦ୍ଧିପାଇଁ ଭାରତୀୟ ମୁଦ୍ରାର ମୂଲ୍ୟକୁ ଅବମୂଲ୍ୟ।ୟନ କରାଗଲା ।
(iii) ବୈଦେଶିକ ବାଣିଜ୍ୟରେ ଲାଗୁ ହେଉଥ‌ିବା ନୀତିଗୁଡ଼ିକ କୋହଳ କରାଗଲା ।
(iv) ବିଦେଶୀ ପୁଞ୍ଜି ଓ କୌଶଳ ଆମଦାନୀ ଉପରୁ କଟକଣାମୁକ୍ତ କରାଗଲା ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

(4) ବଜାରଭିତ୍ତିକ ଅର୍ଥନୀତି– ନୂତନ ଆର୍ଥିକ ନୀତିରେ ବଜାରଭିଭିକ ଅର୍ଥନୀତି ଉପରେ ଗୁରୁତ୍ୱ ଆରୋପ କରାଗଲା । ଦେଶରେ ବଜାର ଦ୍ରବ୍ୟର ଚାହିଦା ଓ ଯୋଗାଣ ମୂଲ୍ୟ ନିର୍ଦ୍ଧାରଣ କରିବା ଉପରେ ପ୍ରାଧାନ୍ୟ ଦିଆଗଲା ।

ସରକାରୀ କଳର ହସ୍ତକ୍ଷେପକୁ ସୀମିତ କରାଗଲା । କେବଳ ଭିତ୍ତିଭୂମି ସୁଦୃଢ଼ପାଇଁ କେତେକ ଦ୍ରବ୍ୟ, ସାମରିକ ଅସ୍ତ୍ରଶସ୍ତ୍ର, କେତେକ ସାମାଜିକ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ ସରକାରଙ୍କ ହାତରେ ରହିଲା । ଏହା ବ୍ୟତୀତ ଅନ୍ୟସବୁ ଦ୍ରବ୍ୟ ଓ ସେବାର ମୂଲ୍ୟ ବଜାରରେ ନିର୍ଦ୍ଧାରଣ କରିବାପାଇଁ ନୀତି ପ୍ରଣୟନ କରାଗଲା । କିପରି ବଜାର ବ୍ୟବସ୍ଥାର ସୁପରିଚାଳନା ହେବ, ତାହା ସରକାରଙ୍କର ଦାୟିତ୍ୱରେ ରହିଲା ।

(5) ଆଧୁନିକୀକରଣ– 1991-92 ମସିହା ପୂର୍ବରୁ ଶିଜୋଦ୍ୟୋଗଗୁଡ଼ିକର ଆଧୁନିକୀକରଣ ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ଥିଲା । କିନ୍ତୁ 1991-92 ମସିହା ନୂତନ ଆର୍ଥିକ ନୀତି ପ୍ରଣୟନ ପରେ ଶିଳ୍ପାଦ୍ୟୋଗଗୁଡ଼ିକୁ ସରକାରଙ୍କ ବିନା ଅନୁମତି ଓ ସାହାଯ୍ୟରେ ଶିଳ୍ପପତିମାନେ ଆଧୁନିକୀକରଣ କରିପାରିବେ । ଘରୋଇ ଉଦ୍ୟୋଗମାନେ ଏଣିକି ବିଦେଶରୁ ନୂତନ କୌଶଳ ଓ ଯନ୍ତ୍ରପାତି ଆମଦାନୀ କରିବାରେ ବାଧା ରହିଲା ନାହିଁ । ସେହିପରି ସେମାନେ ମଧ୍ୟ ନିଜ ଇଚ୍ଛାମୁତାବକ ରିସର୍ଚ୍ଚ ସେଣ୍ଟର ଆରମ୍ଭ କରିପାରିବେ।

୨। ନୂତନ ଆର୍ଥିକ ନୀତି ଅର୍ଥନୀତିରେ କି ପ୍ରକାର ସଂସ୍କାର ଆଣିଛି ବର୍ଣ୍ଣନା କର । ଏହାର ତ୍ରୁଟିବିଚ୍ୟୁତିଗୁଡ଼ିକ କ’ଣ ? କିମ୍ବା, ଭାରତୀୟ ଅର୍ଥନୀତିରେ ନୂତନ ଆର୍ଥିକ ନୀତିର ପ୍ରଭାବ ବର୍ଣ୍ଣନା କର ।
Answer:
1991 ରୁ ପ୍ରଣୀତ ଓ ପ୍ରଚଳିତ ଏହି ଆର୍ଥିକ ନୀତି ଉଦାରୀକରଣ ନୀତି ନାମରେ ପରିଚିତ । ଏହି ନୀତି ପ୍ରଚଳନ ହେବାଦ୍ଵାରା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ପ୍ରାଧନ୍ୟ ହ୍ରାସପାଇଁ ଘରୋଇ ଉଦ୍ୟୋଗଗୁଡ଼ିକର ପ୍ରାଧାନ୍ୟ ବୃଦ୍ଧିପାଇଛି । ରାଷ୍ଟ୍ରର ଅର୍ଥନୀତିରେ ପୁନର୍ବିନ୍ୟାସ ଘଟିଛି ।
1991ରୁ ଭାରତୀୟ ଅର୍ଥନୀତିରେ ଯେଉଁ ନୂତନ ଧାରା ପ୍ରବର୍ତ୍ତିତ ହୋଇଛି, ସେଥ୍ରେ ନିମ୍ନଲିଖିତ ସଂସ୍କାରଗୁଡ଼ିକ ବିଶେଷ ଉପଲବଧୂ ହୋଇଥାଏ ।

  • ସମଷ୍ଟି ଅର୍ଥନୀତିରେ ସ୍ଥିରତା ଓ ଢାଞ୍ଚାର ସଂସ୍କାର – ନୂତନ ଅର୍ଥନୀତିରେ ସୁସଂହତ ରାଜକୋଷୀୟ ଓ ମୌଦ୍ରିକ (Fiscal and Monetary) ନୀତି ଅବଲମ୍ବନ କରି ଦରଦାମ୍‌ର ସ୍ଥିରତା, ଟଙ୍କାର ବହିର୍ମୂଲ୍ୟର ସ୍ଥିରତା ଓ ଦେଣନେଣ ପରିସ୍ଥିତି (Balance of Payments) ରେ ସ୍ଥିରତା ବଜାୟ ରଖିବାକୁ ଚେଷ୍ଟା କରାଯାଇଛି ।
  • ଏହି ନୀତିରେ ରାଜକୋଷୀୟ ପରିଚାଳନାରେ ସଂସ୍କାର ଅଣାଯାଇଛି । ରାଜକୋଷୀୟ ନିଅଣ୍ଟ ଜାତୀୟ ଉତ୍ପାଦନର 8.4 ପ୍ରତିଶତ 1990-91 ରେ ଥିଲା । ତାହାକୁ କମାଇ 1999 – 2000 ସୁଦ୍ଧା 4.4 ପ୍ରତିଶତ ସ୍ତରକୁ ଆଣିବାକୁ ଚେଷ୍ଟା କରାଯାଇଛି । ମାତ୍ର ତାହା ମାତ୍ର 5.6 ପ୍ରତିଶତକୁ କମାଯାଇଛି ।
  • ରାଷ୍ଟ୍ରୀୟ ବ୍ୟୟର ସଂକୋଚନ– ରାଷ୍ଟ୍ରୀୟ ବ୍ୟୟ 1970-71 ରେ ଜାତୀୟ ଉତ୍ପାଦନର 19 ପ୍ରତିଶତ ଥିଲା । 1990 – 91 ରେ ତାହା 37 ପ୍ରତିଶତ ହେଲା । ଏହାକୁ କମାଇବାର ଚେଷ୍ଟା କରାଯାଇଛି ।
  • କର ରାଜସ୍ୱର ବୃଦ୍ଧି– ରାଜସ୍ୱର ପ୍ରଧାନ ଅଂଶ ହେଉଛି କର ସଂଗ୍ରହ । କର ପଦ୍ଧତିକୁ ଯୁକ୍ତିସଂଗତ ଓ ପ୍ରକାରଭିତ୍ତିକୁ ପ୍ରସାରିତ କରି ଅଧ୍ବକ କର ଆଦାୟ କରାଯାଉଛି ।
  • ରାଷ୍ଟ୍ରୀୟ ଉଦ୍ୟୋଗ ଓ ଜନହିତକର ସଂସ୍ଥାର ସେବାର ଉଚିତ ମୂଲ୍ୟ ନିର୍ଦ୍ଧାରଣ । ବିଜୁଳି, ଜଳସେଚନ, ରାସ୍ତା, ଯାନବାହନ ପାଇଁ ଲୋକେ ଯେଉଁ ମୂଲ୍ୟ ଦେଉଛନ୍ତି ତାହା ଉତ୍ପାଦନ ଖର୍ଚ୍ଚର ମାତ୍ର 35 ପ୍ରତିଶତ । ଏହା ଯୋଗୁଁ ରାଷ୍ଟ୍ର ବହୁ କ୍ଷତି ସହୁଛି । ନୂଆ ନୀତିରେ ଏହାର ପ୍ରକୃତ ଉତ୍ପାଦନ ଖର୍ଚ୍ଚ ଅନୁଯାୟୀ ମୂଲ୍ୟ ସ୍ଥିର କରାଯିବ ।
  • ରିହାତି ହ୍ରାସ– ସରକାର ସାର ଖାଦ୍ୟ ଓ ଅନ୍ୟାନ୍ୟ ପଦାର୍ଥରେ ପ୍ରଚୁର ରିହାତି ଦେଉଥ‌ିବାରୁ ନିଅଣ୍ଟ ବଢ଼ିଚାଲିଛି । ବଜେଟ୍‌ରେ ନିଅଣ୍ଟ କମାଇବାପାଇଁ ରିହାତି ହ୍ରାସ କରାଯିବ ।
  • କେନ୍ଦ୍ର ସରକାର ଷ୍ଟେମାନଙ୍କୁ ବିଶେଷତଃ ବିକୃତ ଯାନବାହନ କ୍ଷେତ୍ରରେ ଯେଉଁ ସାହାଯ୍ୟ ଦେଉଛନ୍ତି ତାହା କମାଯିବ ।
  • ମୌଦ୍ରିକ ସଂସ୍କାର– ମୁଦ୍ରାସ୍ତ୍ରୀତିର ନିୟନ୍ତ୍ରଣପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ, କୋହଳ ମୁଦ୍ରନୀତି ପରିବର୍ତ୍ତେ କଠୋର ମୁଦ୍ରାନୀତି ଗ୍ରହଣ କରିବାକୁ କୁହାଯାଇଛି ।
  • ବହିର୍ବାଣିଜ୍ୟ କ୍ଷେତ୍ରରେ ସମତୁଲ– ନୂଆ ନୀତିରେ ଆମଦାନୀ ଓ ରପ୍ତାନୀ ଭିତରେ ଥିବା ବ୍ୟବଧାନକୁ ହ୍ରାସ କରାଯିବ । 1991 ରେ ଆମର ରପ୍ତାନୀ ଆମଦାନୀର 66 ପ୍ରତିଶତ ଥିଲା । ଏହା ବିଦେଶୀ ମୁଦ୍ରା ସଂକଟ ସୃଷ୍ଟି କରେ । ତେଣୁ ଏହାର ନିରାକରଣ ଲୋଡ଼ା ।
  • ଟଙ୍କାର ଅବମୂଲ୍ୟାୟନ– 1991 ଜୁଲାଇରେ ବିଦେଶୀମୁଦ୍ରା ସଂକଟ ଦୂର କରିବାପାଇଁ ଟଙ୍କାର ମୂଲ୍ୟ 22.2 ପ୍ରତିଶତ କମାଗଲା । ପରେ ଟଙ୍କାର ମୂଲ୍ୟ ବଜାରର ମୁକ୍ତ ଶକ୍ତି ଦ୍ଵାରା ସ୍ଥିରୀକୃତ ହେଲା । ଦୁଇବର୍ଷ ଭିତରେ ଟଙ୍କାର ବହିର୍ମୂଲ୍ୟ 41 ପ୍ରତିଶତ ହ୍ରାସ ପାଇଲା ।
  • ଟଙ୍କାର ରୂପାନ୍ତରଣୀୟତା– ଚଳନ୍ତି ବ୍ୟବସାୟ କ୍ଷେତ୍ରରେ ଟଙ୍କାକୁ ସହଜରେ ଅନ୍ୟ ବିଦେଶୀ ମୁଦ୍ରାରେ ପରିବର୍ତ୍ତିତ କରିବାକୁ ସୁଯୋଗ ଦିଆଗଲା । ଏହାଦ୍ଵାରା 1 993-94 ବହିର୍ବାଣିଜ୍ୟ ଓ ବିଦେଶୀ ମୁଦ୍ରା ଆଗମନ ସୁଗମ ହେଲା ।
  • ରପ୍ତାନୀ ବୃଦ୍ଧି : ନୂତନ ଅର୍ଥନୀତିରେ ରପ୍ତାନୀକୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି । ବାର୍ଷିକ ରପ୍ତାନୀ ଅଭିବୃଦ୍ଧି ମୂଲ୍ୟାଙ୍କରେ 14 ପ୍ରତିଶତ ଓ ପରିମାଣରେ ୨ ପ୍ରତିଶତ ବଢ଼ାଇବାର ଲକ୍ଷ୍ୟ ରଖାଗଲା ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

ଢାଞ୍ଚାର ସଂସ୍କାର :
ଉପରୋକ୍ତ ପଦକ୍ଷେପ ବ୍ୟତୀତ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବାପାଇଁ ଢାଞ୍ଚାର ସଂସ୍କାର କରାଯାଇଛି । ଏହି ସଂସ୍କାରଗୁଡ଼ିକ ହେଲା :

(a) ବାଣିଜ୍ୟ ନୀତିରେ ସଂସ୍କାର – ଅଧୂକ ଆମଦାନୀ ଓ ରପ୍ତାନୀ ହେବାପାଇଁ ବାଣିଜ୍ୟ କ୍ଷେତ୍ରରେ ଥ‌ିବା ବିଭିନ୍ନ ପ୍ରକାର କଟକଣାକୁ ଉଠାଇ ନିଆଯାଇଛି । ଆମଦାନୀ ଶୁଳ୍କ ଓ ରପ୍ତାନୀ ଶୁଳ୍କ 1991 ପୂର୍ଣ୍ଣ ପ୍ରାୟ 150/200 ପ୍ରତିଶତ ଥିଲା । ତାକୁ କମାଇ ଏବେ ସର୍ବୋଚ୍ଚ ହାର 30-45 ପ୍ରତିଶତକୁ ଅଣାଯାଇଛି ।

(b) ଶିଳ୍ପ ନୀତିରେ ପରିବର୍ତ୍ତନ – 1991 ଜୁଲାଇ 24 ରେ ନୂଆ ଶିଳ୍ପନୀତି ପ୍ରବର୍ତ୍ତନ କରାଯାଇଛି । ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନପାଇଁ ଆଉ ଲାଇସେନ୍ସ ଦରକାର ପଡୁନାହିଁ । ରାଷ୍ଟ୍ରୀୟ କ୍ଷେତ୍ରରେ ଥ‌ିବା 17ଟି ଶିଳ୍ପକୁ ୫ଟିକୁ କମାଇ ଦିଆଯାଇଛି । MRTP ଆଇନକୁ କୋହଳ କରାଯାଇଛି । ଶିଳ୍ପ ପ୍ରତିଷ୍ଠାପାଇଁ ଅଞ୍ଚଳ ନିରୂପଣ ଆଇନକୁ କୋହଳ କରାଯାଇଛି ।

(c) ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ – ନୂଆ ନୀତିରେ 34ଟି ଅଗ୍ରାଧ୍ୟାକାର ଶିଳ୍ପକ୍ଷେତ୍ରରେ ବିଦେଶୀପୁଞ୍ଜି ବିନାବାଧାରେ ବିନିଯୋଗ କରାଯାଇପାରିବ । ରାଷ୍ଟ୍ରୀୟ ଉଦ୍ୟୋଗପାଇଁ ସଂରକ୍ଷିତ 17 ଟି ଶିଳ୍ପକୁ କମାଇ ୫ ରେ ସୀମିତ ରଖାଯାଇଛି । ଯେଉଁ ରାଷ୍ଟ୍ରୀୟ ଶିଳ୍ପ ବହୁଦିନ ଧରି ରୁଗ୍ନ ତାକୁ ବନ୍ଦ କରିଦିଆଯିବ ବା ଘରୋଇ ପ୍ରତିଷ୍ଠାନକୁ ହସ୍ତାନ୍ତର କରାଯିବ । ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନେକ ସୁବିଧା ଦିଆଯାଉଛି ।

(d) ଆର୍ଥନୀତିକ ପ୍ରଗତିକୁ ପ୍ରୋତ୍ସାହିତ କରିବାପାଇଁ ଆବଶ୍ୟକ ମୌଦ୍ରିକ ସଂସ୍କାର କରାଯାଇଛି । ବ୍ୟାଙ୍କ ଓ ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନକୁ ଅଧିକ ସ୍ଵାଧୀନତା ଓ ଦକ୍ଷତାର ସହ କାର୍ଯ୍ୟ କରିବାକୁ ସୁବିଧା ଦିଆଯାଉଛି ।

ନୂତନ ଅର୍ଥନୀତିର ତ୍ରୁଟିବିଚ୍ୟୁତି :
(1) ବୃହତ୍ତର ଉନ୍ନୟନ କୌଶଳର ଅଭାବ– ନୂତନ ଅର୍ଥନୀତିରେ ସ୍ଥିରତା ଓ ଢାଞ୍ଚାସଂସ୍କାର ମାଧ୍ୟମରେ ଶିଳ୍ପ କ୍ଷେତ୍ରରେ ଏକ ପ୍ରତିଦ୍ବନ୍ଦ୍ବ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି । ମାତ୍ର ସେ ଲକ୍ଷ୍ୟ ହାସଲପାଇଁ ଅର୍ଥନୀତିର ବିଭିନ୍ନ ବିଭାଗରେ ସଂସ୍କାର ଲୋଡ଼ା । ତାହା କରାହୋଇନାହିଁ ।

(2) ସଂସ୍କାରର ତ୍ରୁଟିପୂର୍ଣ୍ଣ କ୍ରମ– ନୂତନ ଅର୍ଥନୀତିରେ ପ୍ରଥମେ ରାଜକୋଷୀୟ ନିଅଣ୍ଟ ହ୍ରାସ ଉପରେ ଗୁରୁତ୍ବ ଦିଆଗଲା । ସରକାରୀ ଖର୍ଚ୍ଚ କାଟ ଓ ଟିକସ ହାର କମାଗଲା । ଘରୋଇ ବିଭାଗ ଖର୍ଚ୍ଚ ବଢ଼ାଉଛି କି ନାହିଁ ସେ ବିଷୟରେ ନିଶ୍ଚିତ ହେବା ପୂର୍ବରୁ ସରକାରୀ ଖର୍ଚ୍ଚ-କାଟ ଅର୍ଥନୀତିର ଅଗ୍ରଗତିକୁ ପ୍ରଥମ ଦୁଇତିନିବର୍ଷ ପ୍ରତିହତ କରିଥିଲା । ସେହିଭଳି ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ବିଚାର କରି ଉଦାର ନୀତି ଅବଲମ୍ବନ କରାନଯାଇ ଥ‌ିବାରୁ ଏହା ପ୍ରଯୁକ୍ତି ବିଦ୍ୟା ଓ ସ୍ଵଦେଶୀ ପୁଞ୍ଜି ନିବେଶକୁ ଆଗେଇ ନେଲାନାହିଁ ।

BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Odisha State Board BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ will enable students to study smartly.

BSE Odisha Class 8 Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

→ ଉପକ୍ରମ :
ବିଦ୍ୟୁତ୍ ଏକ ଶକ୍ତି । ଏହାଦ୍ଵାରା ଘର ଆଲୋକିତ ହେବା, ଯନ୍ତ୍ର ଚାଲିବା, ଫ୍ୟାନ୍ ଘୂରିବା ଇତ୍ୟାଦି କାର୍ଯ୍ୟ କରାଯାଏ । ବୈଦ୍ୟୁତିକ ଉପକରଣ – ଗୁଡ଼ିକର ବିଦ୍ୟୁତ୍ ପ୍ରବାହ ସମୟରେ ଏହାକୁ ଧରିବା ବା ଛୁଇଁବା ମନା ବିଦ୍ୟୁତ୍ ବ୍ୟବହାର ସମୟରେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ । ଉପକରଣଗୁଡ଼ିକ ଏବଂ ବିଦ୍ୟୁତ୍ ଉତ୍ସ ଏକ ତାର ଦ୍ଵାରା ସଂଯୁକ୍ତ ହୋଇଥାଏ । ଏହି ତାର ଏକ ଆବରଣ ଦ୍ଵାରା ଆଚ୍ଛାଦିତ ହୋଇଥାଏ ।

ବିଦ୍ୟୁତ୍ ଆଧୁନିକ ବିଜ୍ଞାନର ମାନବ ସମାଜକୁ ଏକ ଯୁଗାନ୍ତକାରୀ ଅବଦାନ ।

→ ବିଦ୍ୟୁତ୍ ସୁପରିବାହୀ ଓ କୁପରିବାହୀ :
(i) ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ପରିବାହିତ ହୋଇପାରେ, ତାହାକୁ ବିଦ୍ୟୁତ୍ ସୁପରିବାହୀ (Good conductor of electricity) କହନ୍ତି । ଉଦାହରଣସ୍ୱରୂପ, ତମ୍ବା, ଆଲୁମିନିୟମ୍ ଆଦି ସମସ୍ତ ଧାତବ ପଦାର୍ଥ ଏବଂ ଅଧାତୁ ମଧ୍ୟରେ ଗ୍ରାଫାଇଟ୍ ମଧ୍ୟ ବିଦ୍ୟୁତ୍ ସୁପରିବାହୀ ।
(ii) ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ପରିବାହିତ ହୋଇପାରେ ନାହିଁ, ତାହାକୁ ବିଦ୍ୟୁତ୍ କୁପରିବାହୀ (Poor conductor of electricity) କୁହାଯାଏ । ଉଦାହରଣସ୍ୱରୂପ, ସମସ୍ତ ଅଧାତୁ ବିଦ୍ୟୁତ୍‌ର କୁପରିବାହୀ । ରଦର, କାଚ, ଶୁଖୁଲା କାଠ, ଇବୋନାଇଟ୍ ଆଦି ବିଦ୍ୟୁତ୍ କୁପରିବାହୀ ଅଟେ !

BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

→ ତରଳ ମାଧ୍ୟମରେ ବିଦ୍ୟୁତ୍ ପରିବହନ (Flow of Electricity through Liquids) :

ତୁମପାଇଁ କାମ :
ସାଧାରଣ ଟେଷ୍ଟରରେ କଠିନ ଓ ତରଳ ଉଭୟ ମାଧ୍ୟମରେ ବିଦ୍ୟୁତ୍ ପରିବହନ ବିଷୟରେ ଜାଣିବା ।

ଆବଶ୍ୟକୀୟ ଉପକରଣ :
(i) ନୂଆ ଶୁଷ୍କ ବିଦ୍ୟୁତ୍ ବ୍ୟାଟେରୀ
(ii) ପ୍ଲାଷ୍ଟିକ୍ ଦ୍ବାରା ଆବୃତ୍ତ ତିନିଖଣ୍ଡ ତାର
(iii) ଗୋଟିଏ ଟର୍ଚ୍ଚ ଲାଇଟ୍ ବଲବ୍

→ (b) ସଜିକରଣ :
(i) ଗୋଟିଏ ତାର ଦ୍ବାରା ବ୍ୟାଟେରୀର ଗୋଟିଏ ପ୍ରାନ୍ତକୁ ଏବଂ ଅନ୍ୟ ଗୋଟିଏ ତାରକୁ ବ୍ୟାଟେରୀର ଅନ୍ୟ ପ୍ରାନ୍ତକୁ ସଂଯୋଗ କରି ରଖାଯାଉ ( ରବର ବ୍ୟାଣ୍ଡ୍‌ ସାହାଯ୍ୟ ନିଅ) ।
(ii) ଗୋଟିଏ ତାରର ଅନ୍ୟ ପ୍ରାନ୍ତ ଟର୍ଚ୍ଚିଲାଇଟ ବଲବ୍‌ର ଗୋଟିଏ ମେରୁ ସହ ସଂଯୋଗ କରି ରଖାଯାଉ ଏବଂ ଅନ୍ୟ ପ୍ରାନ୍ତଟିକୁ ଝୁଲାଇ ଦିଆଯାଉ ।
(iii) ଟର୍ଚ୍ଚଲାଇଟ୍ ବଲ୍‌ବର ଅନ୍ୟ ମେରୁକୁ ଆଉଖଣ୍ଡେ ତାର ଯୋଡ଼ି ଝୁଲାଇ ରଖାଯାଉ ।
(iv) ଝୁଲି ରହିଥ‌ିବା ତାର ଦୁଇଟି ଟେଷ୍ଟରର ଦୁଇ ଅଗ୍ର ରୂପେ କାର୍ଯ୍ୟ କରିବେ ।
(v) ବ୍ୟାଟେରୀର ଯୁକ୍ତ ଅଗ୍ରସହ ସଂଯୁକ୍ତ ଅଗ୍ରଟି ଯୁକ୍ତ ଅଗ୍ର ଏବଂ ଅନ୍ୟଟି ବିଯୁକ୍ତ ଅଗ୍ର ।

→ ପରୀକ୍ଷଣ
(i) ଗୋଟିଏ ଶୁଷ୍କ ପ୍ଲାଷ୍ଟିକ୍ ଠିପିରେ କିଛି ଭିନେଗାର କିମ୍ବା ଲେମ୍ବୁରସ ନିଆଯାଉ ।
(ii) ପଦାର୍ଥରେ ବୁଡ଼ାଯାଉ, ଯେପରିକି ଅଗ୍ରଦ୍ଵୟ ମଧ୍ୟରେ ବ୍ୟବଧାନ ପ୍ରାୟ 1 ସେ.ମି. ରହିବ ।
(iii) ଟେଷ୍ଟରର ଅଗ୍ରଦ୍ଵୟ 5-10 ସେକେଣ୍ଡ ପାଇଁ ବୁଡ଼ାଇ ରଖାଯାଉ ।
BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 1

→ ପର୍ଯ୍ୟବେକ୍ଷଣ :
ଏଠାରେ ଲେମ୍ବୁରସ ଓ ଭିନେଗାର୍ ବିଦ୍ୟୁତ୍ ସୁପରିବାହୀ ଏବଂ ବିଦ୍ୟୁତ୍ ପରିପଥ ସଂପୂର୍ଣ୍ଣ ହେଲେ ମଧ୍ୟ ବଲ୍‌ବ ଜଳିବ ନାହିଁ ।

BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

→ ସିଦ୍ଧାନ୍ତ :
(i) ତରଳ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହେଉଥିଲେ ମଧ୍ୟ ଏହାର ପରିମାଣ ଖୁବ୍ କମ୍ ହୋଇଥିବାରୁ ବଲବଟି ଜଲିଲା ନାହି ।
(ii) ତୁମାନଙ୍କ ପରି ଲେମ୍ବୁରସ କିମ୍ବା ଭିନେଗାର ମଧ୍ୟଦେଇ ଅଧ୍ଵକମାତ୍ରାରେ ବିଦ୍ୟୁତ୍ ପ୍ରବାହ ହୁଏ ନାହିଁ । ତେଣୁ ପରିପଥ ସଂପୂର୍ଣ୍ଣ ହେଲେ ବି ବଲ୍‌ବଟି ଜଳିପାରେ ନାହିଁ ।
(iii) ସୁତରାଂ ଟେଷ୍ଟର କମ୍ ପରିମାଣର ବିଦ୍ୟୁତ୍ ସ୍ରୋତରେ କାର୍ଯ୍ୟ କରେ ନାହିଁ ।

→ କମ୍ ବିଦ୍ୟୁତ୍ ସ୍ରୋତରେ କାର୍ଯ୍ୟ କରୁଥିବା ବଲ୍‌ :
(i) ଟର୍ନବଲ୍‌ବ ବଦଳରେ ଏଲ୍.ଇ.ଡି. ବା LED (Light Emitting Diode) ବଲ୍‌ବ ବ୍ୟବହାର କରାଯାଏ । LED ବଲ୍‌ବ ସାଧାରଣତଃ ଟର୍ଚ୍ଚ ବଲ୍‌ବ ଅପେକ୍ଷା କମ୍ ବିଦ୍ୟୁତ୍ ସ୍ରୋତରେ କାର୍ଯ୍ୟ କରେ ।
(ii) LED ବଲ୍‌ବର ଦୁଇଟି ତାର ବାହାରିଥାଏ । ଏଗୁଡ଼ିକୁ ଲିଡ୍‌ସ୍‌ (Leads) କୁହାଯାଏ । ଗୋଟିଏ ଲିଡ୍ ଟିକିଏ ବଡ଼ ଓ ଅନ୍ୟଟି ଟିକିଏ ଛୋଟ ।
(iii) LED ବଲ୍‌ବ ପରିପଥରେ ଲଗାଇବାବେଳେ ସବୁବେଳେ ଲମ୍ବା ଲିଡ୍‌ଟିକୁ ଯୁକ୍ତାତ୍ମକ ଅଗ୍ର ସହ ସଂଯୋଗ କରାଯାଏ ।
BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 2

→ 2. ଟେଷ୍ଟର ତିଆରି ପାଇଁ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ :
(i) ଗୋଟିଏ ଦିଆସିଲିର ଭିତର ଖାଲି ଡ଼ବାଟି ସଂଗ୍ରହ କର । ତା’ ଚାରିପଟେ ଖଣ୍ଡେ ପରିବାହୀ ତାରର କିଛି ଘେରା ଗୁଡ଼ାଯାଉ ଏବଂ ତା’ ଉପରେ ଏକ କ୍ଷୁଦ୍ର ସୂଚୀଚୁମ୍ବକ ରଖାଯାଉ ।
(ii) ଗୁଡ଼ାଯାଇଥିବା ପରିବାହୀ ତାରର ଗୋଟିଏ ପ୍ରାନ୍ତକୁ ବିଦ୍ୟୁତ୍ ସେଲ୍‌ର ଗୋଟିଏ ଅଗ୍ର ସହ ଛାଡ଼ିଦିଆଯାଉ । ଏହା ଟେଷ୍ଟର୍‌ର ଗୋଟିଏ ଅଗ୍ର ରୂପେ କାର୍ଯ୍ୟ କରିବ ।
(iii) ଆଉଖଣ୍ଡେ ପରିବାହୀ ତାରର ଗୋଟିଏ ପ୍ରାନ୍ତ କୁ ସେଲ୍ ର ଦ୍ଵିତୀୟ ଅଗ୍ର ସହ ଯୋଡ଼ାଯାଉ । ସେହି ତାରର ଅନ୍ୟ ଅଗ୍ରଟି କରିବ ।
(iv) ବର୍ତ୍ତମାନ ଟେଷ୍ଟର୍‌ର ଖୋଲା ଅଗ୍ରକୁ ମୁହୂର୍ତ୍ତକ ପାଇଁ ଯୋଡ଼ିଦିଆଯାଉ ।
BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 3

BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

→ ପର୍ଯ୍ୟବେକ୍ଷଣ :
ପାଇଁ ଯୋଡ଼ିଦିଆଯାଉ ।
ଏଥିରୁ ସ୍ପଷ୍ଟ ଜଣାପଡ଼ିଲା ଯେ ପ୍ରସ୍ତୁତ ଟେଷ୍ଟରଟି ଠିକ୍ କାର୍ଯ୍ୟ କରୁଛି ।
ବିଦ୍ୟୁତ୍ ସୁପରିବାହୁ ଓ ବିଦ୍ୟୁତ୍ କୁପରିବାହୀ :
BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 4

ଯଦି ସୂଚୀ ଚୁମ୍ବକରେ ବିକ୍ଷେପ ଭଲ ଭାବରେ ଜଣାପଡ଼ିବ ନାହିଁ, ତେବେ ଟର୍ଚ୍ଚ ବଲ୍‌ବ୍‌ ବଦଳରେ ଗାଲଭାନୋମିଟର ଦିଆଯାଇପାରିବ ।
(i) ଟେଷ୍ଟରର ଦୁଇ ଅଗ୍ର ପରସ୍ପରକୁ ଆପେ ଆପେ ସ୍ପର୍ଶ କରନ୍ତି ନାହିଁ । ସେଗୁଡ଼ିକ ମଧ୍ୟରେ ଏକ ବାୟୁ ମାଧ୍ୟମ ଥାଏ ।
(ii) ବାୟୁ ବିଦ୍ୟୁତ୍‌ର କୁପରିବାହୀ; ମାତ୍ର ଘଡ଼ଘଡ଼ି ଓ ବିଜୁଳି ମାରିବାବେଳେ ଚାର୍ଜ ବାୟୁ ମାଧ୍ୟମରେ ଗତି କରିଥାଏ । ବାୟୁରେ ଥ‌ିବା ଗ୍ୟାସୀୟ ଅଣୁଗୁଡ଼ିକ ଅତ୍ଯୁଚ୍ଚ ଭୋଲ୍ଟେଜ୍‌ରେ ଭାଙ୍ଗି ଆୟନରେ ପରିଣତ ହେବା ଯୋଗୁଁ ଏପରି ଘଟିଥାଏ ।
(iii) ଏହିଭଳି କେତେକ କୁପରିବାହୀ ନିର୍ଦ୍ଦିଷ୍ଟ ପରିସ୍ଥିତିରେ କିଛି ମାତ୍ରାରେ ବିଦ୍ୟୁତ୍ ପରିବହନ କରନ୍ତି । କେତେକ ତରଳ ଅଧିକାଂଶ ପଦାର୍ଥ ଅଳ୍ପମାତ୍ରାରେ ହେଲେ ବି ବିଦ୍ୟୁତ୍ ପରିବହନ କରନ୍ତି ।
(iv) ପାତିତ ଜଳ ବିଦ୍ୟୁତ୍ ସୁପରିବାହୀ ନୁହେଁ; ମାତ୍ର ଲୁଣ ଦ୍ରବଣ ବିଦ୍ୟୁତ୍ ସୁପରିବାହୀ ।
(v) ଯେଉଁ ଜଳ ଆମେ ନଦୀ, ନାଳ, ପୋଖରୀ, ପାଣିଟ୍ୟାପ୍ ଆଦିରୁ ପାଉ, ତାହା ବିଶୁଦ୍ଧ ନୁହେଁ । ସେଥ୍ରେ ଅନେକ
ସୁପରିବାହୀ ଅଟନ୍ତି । ପାତିତ ଜଳରେ ଧାତବଲବଣ ନଥ‌ିବାରୁ ଏହା ବିଦ୍ୟୁତ୍ କୁପରିବାହୀ ।
(vi) ଯେଉଁ ତରଳ ବା ଦ୍ରବଣ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହ ହୁଏ । ସେଗୁଡ଼ିକୁ ସାଧାରଣତଃ କୌଣସି ଅମ୍ଳ କିମ୍ବା ଲବଣ ବା କ୍ଷାରର ଜଳୀୟ ଦ୍ରବଣ କହନ୍ତି । ତେଣୁ ଚିନି ଦ୍ରବଣ ଅମ୍ଳ, ଲବଣ ବା କ୍ଷାର ହୋଇ ନଥିବାରୁ ତାହା ସୁପରିବାହୀ ନୁହେଁ ।

→ Electric ଦ୍ୟୁତିକ କରେଣ୍ଟର ରାସାୟନିକ ପ୍ରଭାବ (Chemical Effects of Electric Current):
ତୁମ ପାଇଁ କାମ :
1. ଆବଶ୍ୟକୀୟ ଉପକରଣ :
(i) ଦୁଇ ଇଞ୍ଚ ଲମ୍ବ ବିଶିଷ୍ଟ ଦୁଇଟି ଲୁହାକଣ୍ଟା
(ii) ଦୁଇଟି ପରିବାହୀ ତାର
(iii) ବିକର
(iv) ଜଳ
(v) ଲୁଣ

BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

→ 2. ସଜ୍ଜିକରଣ :
(i) ଦୁଇଟି ଦୁଇ ଇଞ୍ଚ ଲମ୍ବବିଶିଷ୍ଟ ଦୁଇଟି ନୂଆ ଲୁହାକଣ୍ଟା ନିଆଯାଉ ।
(ii) ଲୁହାକଣ୍ଟାର ଟୋପି ଥ‌ିବା ଅଗ୍ରରେ ଖଣ୍ଡେ ଲେଖାଏଁ ପରିବାହୀ ତାରର ଗୋଟିଏ ପ୍ରାନ୍ତକୁ ଗୁଡ଼ାଯାଉ ।
(iii) ପରିବାହୀ ତାର ଦ୍ୱୟର ଅନ୍ୟପ୍ରାନ୍ତଗୁଡ଼ିକୁ ଯଥାକ୍ରମେ ଗୋଟିଏ ଶୁଷ୍କ ବିଦ୍ୟୁତ୍ ସେଲ୍‌ର ଯୁକ୍ତ ଓ ବିଯୁକ୍ତ ଅଗ୍ରସହ ଯୋଡ଼ି ଦିଆଯାଉ ।
(iv) ସେଲ୍‌ର ଯୁକ୍ତ ଅଗ୍ରସହ ସଂଯୁକ୍ତ ବିଦ୍ୟୁତ୍ ଅଗ୍ରକୁ ଏନୋଡ଼ ଓ ବିଯୁକ୍ତ ଅଗ୍ରସହ ସଂଯୁକ୍ତ ବିଦ୍ୟୁତ୍ ଅଗ୍ରକୁ କ୍ୟାଥୋଡ୍ କୁହାଯାଏ ।
(v) ବର୍ତ୍ତମାନ ଗୋଟିଏ ବିକରରେ 50) ମି.ଲି. ଜଳ ନେଇ ସେଥ‌ିରେ ଏକ ଚାମଚ ଲୁଣ ମିଶାଯାଉ ।
(vi) ତା’ପରେ ବିଦ୍ୟୁତ୍ ଅଗ୍ରଦ୍ଵୟକୁ ଲୁଣପାଣି ଦ୍ରବଣରେ 3-4 ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖାଯାଉ ।

BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 5

→ ପର୍ଯ୍ୟବେକ୍ଷଣ :
(i) ପରି କିଛି ଗ୍ୟାସ୍ ବାହାରୁଛି । (ବିଶୁଦ୍ଧ ଜଳ ବିଦ୍ୟୁତ୍ ପରିବହନ କରିପାରେ ନାହିଁ ।)
(ii) ବିଦ୍ୟୁତ୍ ପରିବାହୀ ଦ୍ରବଣ ମଧ୍ଯରେ ବିଦ୍ୟୁତ୍ ଚାଲୁଥିବାବେଳେ କିଛି ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୁଏ ।
(iii) ଫଳରେ ଦୁଇ ବିଦ୍ୟୁତ୍ ନିକଟରେ କିଛି ଗ୍ୟାସ୍ ନିର୍ଗତ ହୋଇଥାଏ । କେତେକ କ୍ଷେତ୍ରରେ ବିଯୁକ୍ତ ବିଦ୍ୟୁତ୍ ଅଗ୍ରର ପୃଷ୍ଠତଳରେ କିଛି ଧାତବ ପଦାର୍ଥ ଜମାହୋଇପାରେ । ପରିବାହୀ ଦ୍ରବଣର ବର୍ଣ୍ଣ ବି ପରିବର୍ତ୍ତନ ହୋଇପାରେ ।
(iv) ଘଟୁଥିବା ରାସାୟନିକ ପ୍ରତିକ୍ରିୟା ବିଦ୍ୟୁତ୍ ଅଗ୍ରଦ୍ଵୟର ପ୍ରକୃତି ଓ ପରିବାହୀ ଦ୍ରବଣର ପ୍ରକୃତି ଉପରେ ନିର୍ଭର କରେ ।

1. 1800 ଖ୍ରୀଷ୍ଟାବ୍ଦରେ ଇଂରେଜ ବୈଜ୍ଞାନିକ William Nicholson (1753 – 1815) ତାଙ୍କ ଗବେଷଣାଗାରରେ ଅମ୍ଳୀକୃତ ଜଳ (acidified water)ରେ ବିଦ୍ୟୁତ୍ ପ୍ରବାହ କରି ଦେଖ‌ିଲେ ଯେ ଜଳ ଭିତରେ ଥ‌ିବା ବିଦ୍ୟୁତ୍ ଅଗ୍ର ପାଖରେ କିଛି ବୁଦ୍‌ବୁଦ୍ (bubbles) ଦେଖାଗଲା । ପରୀକ୍ଷାରୁ ଜଣାପଡ଼ିଲା ଯେ ଯୁକ୍ତ ଅଗ୍ର ପାଖରୁ ବାହାରୁଥ‌ିବା ଗ୍ୟାସ୍ ହେଉଛି ଅକ୍‌ସିଜେନ୍ ଓ ବିଯୁକ୍ତ ଅଗ୍ର ପାଖରୁ ବାହାରୁଥିବା ଗ୍ୟାସ୍ ହେଉଛି, ହାଇଡ୍ରୋଜେନ୍ ।
2. ସେଲ୍‌ର ଯୁକ୍ତାତ୍ମକ ଅଗ୍ରସହ ସଂଯୁକ୍ତ ବିଦ୍ୟୁଦଗ୍ରକୁ ଏନୋଡ୍ (Anode) ଏବଂ ବିଯୁକ୍ତାତ୍ମକ ଅଗ୍ରସହ ସଂଯୁକ୍ତ ବିଦ୍ୟୁଦଗ୍ରକୁ କ୍ୟାଥୋଡ୍ (Cathode) କୁହାଯାଏ ।
3. ବିଦ୍ୟୁତ୍-ପରିବାହୀ ଦ୍ରବଣ (Conducting solution) ମଧ୍ୟରେ ବିଦ୍ୟୁତ୍ ପ୍ରବାହ ଚାଲୁଥିବାବେଳେ କିଛି ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୁଏ । ପରିଣାମ ସ୍ବରୂପ ଦୁଇ ବିଦ୍ୟୁଦଗ୍ର ନିକଟରେ ବୁଦ୍‌ବୁଦ୍ ଆକାରରେ କିଛି ହୋଇପାରେ । ପରିବାହୀ ଦ୍ରବଣର ବର୍ଣ୍ଣ ବି ପରିବର୍ତ୍ତନ ହୋଇପାରେ ।
4. ଓ ପରିବାହୀ ଦ୍ରବଣର ପ୍ରକୃତି ଉପରେ ନିର୍ଭର କରେ ।

→ ପନିପରିବାର ସୁପରିବାହିତା (Electroplating) :
ତୁମ ପାଇଁ କାମ :
(i) ଫାଳେ ବିଲାତି ଆଳୁ ନିଆଯାଉ ।
(ii) ଟେଷ୍ଟର୍‌ର ଦୁଇ ଅଗ୍ରକୁ ଆଳୁର ଦୁଇଟି ଜାଗାରେ
(iii) ବିଦ୍ୟୁତ୍ ପ୍ରବାହ ପ୍ରାୟ ଅଧଘଣ୍ଟା ଧରି

BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 6

BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

→ ପର୍ଯ୍ୟବେକ୍ଷଣ :
(i) ଦେଖାଯିବ ଯେ ଟେଷ୍ଟର୍ ର ଗୋଟିଏ ଅଗ୍ରର ଚାରିପଟେ ଆଳୁ ଉପରେ ନୀଳମିଶ୍ରିତ ସବୁଜ ରଙ୍ଗର ଏକ ଦାଗ ସୃଷ୍ଟି ହୋଇଛି ।
(ii) ଟେଷ୍ଟର୍‌ରେ ଏହି ଅଗ୍ରଟି ଯୁକ୍ତ ବିଦ୍ୟୁତ୍ ଅଗ୍ର ବା ଏନୋଡ୍ ।
(iii) ଏଥୁରୁ ପରିବାହିତା ସମ୍ବନ୍ଧରେ ଜାଣିବା ବ୍ୟତୀତ ଲୁକ୍‌କାୟିତ ସେଲ୍‌ର ଯୁକ୍ତ ଅଗ୍ର ଜାଣିହେବ ।
(iv) ବିଦ୍ୟୁତ୍ ପ୍ରବାହ ଯୋଗୁଁ ପନିପରିବାରେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୁଏ ।

→ ବିଦ୍ୟୁତ୍ ବିଶ୍ଳେଷଣ :
(i) ବିଦ୍ୟୁତ୍ ପରିବାହୀ ଦ୍ରବଣ ମଧ୍ୟରେ ବିଦ୍ୟୁତ୍ ପ୍ରବାହ କରାଇଲେ ଦ୍ରବଣଟି ବିଯୋଜିତ ହୁଏ ।
(ii) ଦ୍ରବଣଟି ବିଦ୍ୟୁତ୍ ସୁପରିବାହୀ ଥ‌ିବାରୁ ଏହାକୁ ବିଦ୍ୟୁତ୍ ବିଶ୍ଳେଷ୍ୟ ଏବଂ ଏହି ପ୍ରକ୍ରିୟାକୁ ବିଦ୍ୟୁତ୍ ବିଶ୍ଳେଷଣ କୁହାଯାଏ ।

→ ବିଦ୍ୟୁତ୍ ପ୍ରଲେପନ (Electroplating) :
(i) ବିଦ୍ୟୁତ୍ ବିଶ୍ଳେଷଣ ପଦ୍ଧତିରେ ଏକ ଧାତବ ପଦାର୍ଥ ଉପରେ ଅନ୍ୟ ଏକ ଧାତୁର ପ୍ରଲେପ ଦେବା ପଦ୍ଧତିକୁ ବିଦ୍ୟୁତ୍ ପ୍ରଲେପନ କୁହାଯାଏ ।
(ii) ନୂଆ ସାଇକେଲ୍‌ର ରିମ୍ କିମ୍ବା ସୁନା ଲେପ ଦିଆଯାଇଥିବା ବ୍ରୋଞ୍ଜ ଚୁଡ଼ି, ଉଭୟ କ୍ଷେତ୍ରରେ ଗୋଟିଏ ଧାତବ କାରଣରୁ ଛାଡ଼ିଗଲେ ଭିତରେ ଥ‌ିବା ଧାତବ ପଦାର୍ଥଟି ଦେଖାଯାଏ । ଦ୍ରବଣକୁ ମାଧ୍ୟମ ରୂପେ ନେବାକୁ ପଡ଼ିଥାଏ ।

→ ଇଲେକ୍ଟ୍ରୋପ୍ଲେଟିଂ ପ୍ରକ୍ରିୟା (Process of Electroplating) :
(i) ପ୍ରତ୍ୟେକ ପଦାର୍ଥରେ ଥ‌ିବା ଅଣୁ ମଧ୍ୟରେ ସମ ପରିମାଣରେ ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ ଚାର୍ଜ ରହିଥାଆନ୍ତି । ତେଣୁ ପରମାଣୁର ମୋଟ ଚାର୍ଜ ଶୂନ ହୁଏ ।
(ii) ପ୍ରତ୍ୟେକ ଅଣୁର ଯୁକ୍ତାତ୍ମକ ଚାର୍ଜ ଥ‌ିବାଅଂଶକୁ ଯୁକ୍ତାତ୍ମକ ଆୟନ୍ (Positive ion) କୁହାଯାଏ ।
(iii) କପର୍‌ସଲ୍‌ଫେଟ୍ ଦ୍ରବଣ ମଧ୍ଯରେ ଏହାର ଅଣୁ ସବୁ ଭାଙ୍ଗି ଯୁକ୍ତାତ୍ମକ କପର ଓ ବିଯୁକ୍ତାତ୍ମକ ସଲ୍‌ଫେଟ୍‌ରେ ପରିଣତ ହୁଅନ୍ତି । ଏଥ‌ିପାଇଁ ଉକ୍ତ ଦ୍ରବଣ ବିଦ୍ୟୁତ୍‌ର ସୁପରିବାହୀ ହୋଇଥାଏ । ଦ୍ରବଣ ମଧ୍ଯରେ ଅଣୁମାନଙ୍କର ଏପରି ବିଭାଜନକୁ ବିଯୋଜନ (Dissociation) କୁହାଯାଏ ।
(iv) ଏଥିରେ ବିଦ୍ୟୁତ୍ ପ୍ରବାହ ଥିବାବେଳେ ମୁକ୍ତ ଭାବରେ ଥିବା କପର୍ ଆୟନଗୁଡ଼ିକ ଯୁକ୍ତାତ୍ମକ ହୋଇଥିବାରୁ ବିଯୁକ୍ତାତ୍ମକ ଅଗ୍ର ଆଡ଼କୁ ଆକର୍ଷିତ ହୋଇ ସେଠାରେ ଜମା ହୁଅନ୍ତି; ଫଳରେ ଦ୍ରବଣରୁ କପର୍ ଆୟନର ଗାଢ଼ତା କମିଯାଏ ।
(v) ଏହି ସ୍ଥାନ ପୂରଣ କରିବାକୁ ଯୁକ୍ତାତ୍ମକ କପର୍ ବିଦ୍ୟୁତ୍ ଅଗ୍ର ସମାନ ପରିମାଣର କପର୍ ଆୟନ ଦ୍ରବଣ ମଧ୍ୟକୁ ଯୋଗାଇଥାଏ; ଫଳରେ ଦ୍ରବଣରେ କପର୍ ଆୟନର ଗାଢ଼ତା ଅପରିବର୍ତିତ ରହେ ଓ ବିଦ୍ୟୁତ୍ ପ୍ରବାହ ଥ‌ିବା ପର୍ଯ୍ୟନ୍ତ ପ୍ରଲେପନ ଜାରି ରହେ ।
(vi) ଯୁକ୍ତାତ୍ମକ ବିଦ୍ୟୁଦଗ୍ରରୁ କପର୍ ଆୟନ୍ ଦ୍ରବଣ ମଧ୍ଯରେ ମିଶିବାବେଳେ ସେହି ବିଦ୍ୟୁଦଗ୍ରରେ ସମପରିମାଣର ବିଯୁକ୍ତାତ୍ମକ ଚାର୍ଜ ଛାଡ଼ି ଆସିଥାଏ । ପରିପଥରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ଏହି ବିଯୁକ୍ତାତ୍ମକ ଚାର୍ଜ ଯୁକ୍ତାତ୍ମକ କପର୍ ଆୟନ୍ ସହ ମିଶି ବିଦ୍ୟୁତ୍ ନିରପେକ୍ଷ କପର୍ ଆକାରରେ ବିଯୁକ୍ତାତ୍ମକ ବିଦ୍ୟୁଦଗ୍ରରେ ଜମାହୁଏ ।
(vii) ଧାତବଲବଣର ଦ୍ରବଣରେ ବିଦ୍ୟୁତ୍ ପ୍ରବାହଦ୍ଵାରା ଉକ୍ତ ଧାତୁକୁ ପୃଥକ୍ କରି ଅନ୍ୟ ଏକ ଧାତୁ ଉପରେ ଜମା – କରିବା ପ୍ରକ୍ରିୟାକୁ ବିଦ୍ୟୁତ୍-ପ୍ରଲେପନ (Electro-plating) କହନ୍ତି । ଏହା ବିଦ୍ୟୁତ୍ ସ୍ରୋତର ଗୋଟିଏ ରାସାୟନିକ ପ୍ରଭାବ ।

→ ଇଲେକ୍ଟ୍ରୋପ୍ଲେଟିଂର ପ୍ରୟୋଗଗୁଡ଼ିକ (Applications of Electroplating) :
(i) ଶିଳ୍ପକ୍ଷେତ୍ରରେ ଅନେକ ନିକୃଷ୍ଟ ଧାତୁ ଉପରେ ଉତ୍କୃଷ୍ଟ ଧାତୁର ପ୍ରଲେପ ଦେବାପାଇଁ ବିଦ୍ୟୁତ୍ ପ୍ରଲେପନ ପ୍ରକ୍ରିୟା ବ୍ୟବହୃତ ହୁଏ । ଏତଦ୍‌ବ୍ୟତୀତ କଳଙ୍କି ଲାଗୁଥିବା ଧାତୁ ଉପରେ କଳଙ୍କି ଲାଗୁ ନଥ‌ିବା ଧାତୁର ପ୍ରଲେପ
(ii) ଏହାଦ୍ଵାରା ଧାତୁର ସୌନ୍ଦର୍ଯ୍ୟ, ଔଜଲ୍ୟ ଓ ସ୍ଥାୟିତ୍ୱ ବୃଦ୍ଧି କରାଯାଇପାରେ । ଅନେକ କ୍ଷେତ୍ରରେ ମୂଲ୍ୟବାନ୍ ଧାତୁର ବ୍ୟବହାରଜନିତ ଖର୍ଚ୍ଚକାଟ ପାଇଁ ଏହି ପଦ୍ଧତି ଫଳପ୍ରଦ ହୋଇଥାଏ ।
(iii) କ୍ରୋମିୟମ୍ ଧାତୁ ଚିକ୍ ଚିକ୍ କରେ । ତହିଁରେ କଳଙ୍କି ଧରେ ନାହିଁ । ଏହା ମଧ୍ୟ ଦାଗ ପ୍ରତିରୋଧକ; ମାତ୍ର ଏହାର
(iv) ସେଥ‌ିପାଇଁ ଲୁହାତିଆରି ସାଇକେଲ୍, ମଟର ସାଇକେଲ୍ ଇତ୍ୟାଦିର ହ୍ୟାଣ୍ଡଲ୍ ଓ ରିମ୍ ଉପରେ ବିଦ୍ୟୁତ୍-ବିଶ୍ଳେଷଣ ପଦ୍ଧତିରେ କ୍ରୋମିୟମ୍‌ର ଏକ ପତଳା ପ୍ରଲେପ ଦେଇ ସେଗୁଡ଼ିକୁ ଚକ୍ ଚକ୍ କରାଯାଏ । ତଦ୍ୱାରା ଖର୍ଚ୍ଚ କମ୍ ହୁଏ,
(v) ଏହି ପଦ୍ଧତିରେ ରୁପା କିମ୍ବା ସୁନାର ଲବଣରେ ଦ୍ରବଣ ତିଆରି କରି ଏହାର ବିଦ୍ୟୁତ୍ ବିଶ୍ଳେଷଣ ଦ୍ବାରା ବ୍ରୋଞ୍ଜ ଚୁଡ଼ି ଉପରେ ରୁପା କିମ୍ବା ସୁନାର ପ୍ରଲେପ ଦିଆଯାଇପାରେ ।
(vi) ଟିଣ ଡବା ତିଆରି ପାଇଁ ଲୁହା ଉପରେ ଟିଣ ଧାତୁର ପ୍ରଲେପନ ଦିଆଯାଏ । ଟିଣ ଲୁହା ଅପେକ୍ଷା ମୂଲ୍ୟବାନ୍ ଓ
(vii) ଘରର ଗାଧୁଆଘର ପାଇପ୍, ରୋଷେଇ ଘର ପାଣି ପାଇପ୍‌ରେ ବ୍ୟବହୃତ ହେଉଥ‌ିବା ଲୁହାକୁ କଳଙ୍କିମୁକ୍ତ ରଖୁବାପାଇଁ ଲୁହାପାଇପ୍ ଉପରେ ଦସ୍ତାଧାତୁ ଲେପନ କରାଯାଇଥାଏ । ଏହି ପଦ୍ଧତିରେ ତିଆରି ପାଇପଗୁଡ଼ିକୁ ଜି.ଆଇ. (G.I. ବା Galvanised Iron) ପାଇପ୍ କୁହାଯାଏ ।

BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

→ ପରିବେଶ ସମସ୍ୟା (Environmental Problems) :
(i) ବିଦ୍ୟୁତ୍ ପ୍ରଲେପନ କରାଯାଉଥ‌ିବା କାରଖାନାମାନଙ୍କରେ ବ୍ୟବହୃତ ପରିବାହୀ ଦ୍ରବଣ ଏକ ଆବର୍ଜନା ହୋଇଥିବାରୁ ଏହା ପରିବେଶକୁ ପ୍ରଦୂଷିତ କରେ ।
(ii) ତେଣୁ ଏହାକୁ ପୁନର୍ବିନିଯୋଗ କରିବା ବା ନଷ୍ଟ କରିବା ଅତ୍ୟନ୍ତ ଜରୁରୀ ।

→ ବିଷୟଭିତ୍ତିକ ଶବ୍ଦାବଳୀ :
BSE Odisha 8th Class Science Notes Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 7

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

Odisha State Board CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର Questions and Answers.

CHSE Odisha 11th Class Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ମୌଳିକ ଅଧୂକାରଗୁଡ଼ିକ ଆମ ସମ୍ବିଧାନର ___________ ବିଭାଗରେ ବର୍ଣ୍ଣନା କରାଯାଇଛି ।
(କ) ତୃତୀୟ
(ଖ) ଚତୁର୍ଥ
(ଗ) ଚତୁର୍ଥ (କ)
(ଘ) ସପ୍ତମ
Answer:
(କ) ତୃତୀୟ

୨ । ସମ୍ବିଧାନର ___________ ଧାରାରୁ ___________ ଧାରା ମଧ୍ୟରେ ମୌଳିକ ଅସ୍ଵୀକାରଗୁଡ଼ିକ ବର୍ଣିତ ହୋଇଛି ।
(କ) ୧୩-୩୪
(ଖ) ୧୨-୨୫
(ଗ) ୧୨-୩୫
(ଘ) ୧୮-୩୨
Answer:
(ଗ) ୧୨-୩୫

୩ । ନାଗରିକର ମୌଳିକ ଅଧୂକାର ___________ ଅଟେ ।
(କ) ନ୍ୟାୟଯୋଗ୍ୟ
(ଖ) ଅଣନ୍ୟାୟଯୋଗ୍ୟ
(ଗ) ନୈତିକ
(ଘ) ନିରଙ୍କୁଶ
Answer:
(କ) ନ୍ୟାୟଯୋଗ୍ୟ

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୪ । ୧୯୭୮ ମସିହାରେ ହୋଇଥୁବା ___________ ତମ ସମ୍ବିଧାନ ସଂଶୋଧନ ବଳରେ ___________ ଅଧିକାରରୁ କାଢ଼ି ନିଆଗଲା ।
(କ) ୪୨, ସଂପରିଗତ
(ଖ) ୪୩, ସଂପରିଗତ
(ଗ) ୪୪, ସଂପରିଗତ
(ଘ) ୪୫, ସଂପରିଗତ
Answer:
(ଗ) ୪୪, ସଂପରିଗତ

୫ । ଭାରତୀୟ ନାଗରିକର ବର୍ତ୍ତମାନ ___________ ଟି ମୌଳିକ ଅଧୁକାର ରହିଛି ।
(କ) ୭
(ଖ) ୧୧
(ଗ) ୬
(ଘ) ୧୦
Answer:
(ଗ) ୬

୬ । ସମାନତା ଅଧିକାର ___________ ଧାରାରୁ ___________ ଧାରା ପର୍ଯ୍ୟନ୍ତ ସମ୍ବିଧାନରେ ଲିପିବଦ୍ଧ ହୋଇଛି ।
(କ) ୧୪-୧୮
(ଖ) ୧୩-୧୯
(ଗ) ୧୯-୨୩
(ଘ) ୨୫-୨୮
Answer:
(କ) ୧୪-୧୮

୭ । ସ୍ଵାଧୀନତାର ଅଧିକାର ସମ୍ପର୍କରେ ସମ୍ବିଧାନର ___________ ଧାରାରୁ ___________ ମଧ୍ୟରେ ଉଲ୍ଲେଖ କରାଯାଇଛି ।
(କ) ୧୪-୧୮
(ଖ) ୧୩-୧୯
(ଗ) ୧୯-୨୨
(ଘ) ୨୫-୨୮
Answer:
(ଗ) ୧୯-୨୨

୮ । ସମ୍ବିଧାନର ___________ ଧାରାରେ ସାମ୍ବିଧାନିକ ପ୍ରତିକାର ଅଧୁକାର ସମ୍ପର୍କରେ ସୂଚନା ମିଳେ ।
(କ) ୩୧
(ଖ) ୩୨
(ଗ) ୨୯
(ଘ) ୨୨
Answer:
(ଖ) ୩୨

୯ । ___________ ତମ ସମ୍ବିଧାନ ସଂଶୋଧନ ବଳରେ ମୌଳିକ କର୍ଭବ୍ୟ ସୃଷ୍ଟି ହୋଇଛି ।
(କ) ୧୯୭୮ ମସିହାର ୪୪
(ଖ) ୧୯୭୭ ମସିହାର ୪୨
(ଗ) ୧୯୭୬ ମସିହାର ୪୨
(ଘ) ୧୯୭୯ ମସିହାର ୪୪
Answer:
(ଗ) ୧୯୭୬ ମସିହାର ୪୨

୧୦ । ମୌଳିକ କର୍ଭବ୍ୟ ବିଷୟକ ଧାରାଗୁଡ଼ିକ ସମ୍ବିଧାନର ___________ ଧାରାରେ ବର୍ଣ୍ଣିତ ହୋଇଛି ।
(କ) ୫୧ (କ)
(ଖ) ୫୨ (କ)
(ଗ) ୫୧
(ଘ) ୫୩
Answer:
(କ) ୫୧ (କ)

୧୧ । ସମ୍ବିଧାନର ___________ ଧାରାରୁ ___________ ଧାରା ମଧ୍ଯରେ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଛି ।
(କ) ୩୬-୫୧
(ଖ) ୩୫-୫୦
(ଗ) ୩୪-୫୧
(ଘ) ୩୩-୫୦
Answer:
(କ) ୩୬-୫୧

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୨ । ଭାରତରେ ଏକ ___________ ପ୍ରତିଷ୍ଠା କରିବା ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହର ଲକ୍ଷ୍ୟ ଅଟେ ।
(କ) ସମାଜବାଦୀ ରାଷ୍ଟ୍ର
(ଖ) ଧର୍ମନିରପେକ୍ଷ ରାଷ୍ଟ୍ର
(ଗ) ସାଧାରଣତନ୍ତ୍ର ରାଷ୍ଟ୍ର
(ଘ) ଜନମଙ୍ଗଳ ରାଷ୍ଟ୍ର
Answer:
(ଘ) ଜନମଙ୍ଗଳ ରାଷ୍ଟ୍ର

୧୩ । ମୌଳିକ କର୍ଭବ୍ୟ ସମ୍ବିଧାନର ___________ ଖଣ୍ଡରେ ସ୍ଥାନ ପାଇଛି ।
(କ) ତୃତୀୟ
(ଖ) ଚତୁର୍ଥ
(ଗ) ଚତୁର୍ଥ (କ)
(ଘ) ପଞ୍ଚମ
Answer:
(ଗ) ଚତୁର୍ଥ (କ)

୧୪ । ___________ ଓ ___________ ନ୍ୟାୟ ପ୍ରତିଷ୍ଠା କରିବା ହେଉଛି ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହର ମୁଖ୍ୟ ଉଦ୍ଦେଶ୍ୟ ।
(କ) ଅର୍ଥନୈତିକ, ସାମାଜିକ
(ଖ) ସାମାଜିକ, ରାଜନୈତିକ
(ଗ) ଅର୍ଥନୈତିକ, ରାଜନୈତିକ
(ଘ) ନୈତିକ, ସାମାଜିକ
Answer:
(କ) ଅର୍ଥନୈତିକ, ସାମାଜିକ

୧୫ । ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ନ୍ୟାୟାଳୟଦ୍ଵାରା ___________ ନୁହେଁ ।
(କ) ଅଣବିଚାରଯୋଗ୍ୟ
(ଖ) ବିଚାରଯୋଗ୍ୟ
(ଗ) ଗ୍ରହଣୀୟ
(ଘ) ନୈତିକ ସମର୍ଥିତ
Answer:
(ଖ) ବିଚାରଯୋଗ୍ୟ

୧୬ । ଶୋଷଣ ବିରୁଦ୍ଧରେ ଅଧିକାର ___________ ମାନଙ୍କ ନିମନ୍ତେ ପ୍ରଯୁଜ୍ୟ ।
(କ) ଆର୍ଥିକ ଦୁର୍ବଳଶ୍ରେଣୀ ଓ ଶିଶୁ
(ଖ) ଗରିବ ଓ ନିରାଶ୍ରୟ
(ଗ) ଶ୍ରମିକ
(ଘ) ମହିଳା
Answer:
(କ) ଆର୍ଥିକ ଦୁର୍ବଳଶ୍ରେଣୀ ଓ ଶିଶୁ

୧୭ । ଜରୁରୀ ପରିସ୍ଥିତି ସମୟରେ ___________ ଓ ___________ ଅଧୁକାର ସଂକୁଚିତ କରାଯାଏ ।
(କ) ସମାନତା ଓ ଧାର୍ମିକ
(ଖ) ଶୋଷଣ ବିରୋଧୀ ଓ ଧାର୍ମିକ
(ଗ) ସାଂସ୍କୃତିକ ଓ ସମାନତା
(ଘ) ସ୍ଵାଧୀନତା ଅଧିକାର ଓ ସାମ୍ବିଧାନିକ ପ୍ରତିକାର ଅଧୁକାର
Answer:
(ଘ) ସ୍ଵାଧୀନତା ଅଧିକାର ଓ ସାମ୍ବିଧାନିକ ପ୍ରତିକାର ଅଧୁକାର

୧୮ । ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ସମ୍ବିଧାନର ___________ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ?
(କ) ତୃତୀୟ
(ଖ) ଚତୁର୍ଥ
(ଗ) ପଞ୍ଚମ
(ଘ) ଷଷ୍ଠ
Answer:
(ଖ) ଚତୁର୍ଥ

୧୯ । ଭାରତ ସମ୍ବିଧାନର ___________ ଧାରାରେ ଅସ୍ପୃଶ୍ୟତାକୁ ଉଚ୍ଛେଦ କରାଯାଇଛି ।
(କ) ୧୫
(ଖ) ୧୬
(ଗ) ୧୭
(ଘ) ୧୮
Answer:
(ଗ) ୧୭

୨୦ । ମୌଳିକ ଅଧିକାରସବୁର ସୁରକ୍ଷା ପାଇଁ ଜଣେ ନାଗରିକ ___________ ରେ ଆବେଦନ କରିବାର ଅଧୁକାରହିଁ ଏକ ମୌଳିକ ଅଧୁକାର ।
(କ) ଉଚ୍ଚତମ ନ୍ୟାୟାଳୟ
(ଖ) ଉଚ୍ଚ ନ୍ୟାୟାଳୟ
(ଗ) ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ
(ଘ) ମୁଖ୍ୟ କାର୍ଯ୍ୟପାଳିକା
Answer:
(ଗ) ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୨୧ । ଖଣି ଓ କାରଖାନାରେ କାମ କରିବାପାଇଁ ___________ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ନିଯୁକ୍ତିକୁ ସମ୍ବିଧାନରେ ନିଷିଦ୍ଧ କରାଯାଇଛି ।
(କ) ୧୪
(ଖ) ୧୨
(ଗ) ୧୮
(ଘ) ୨୧
Answer:
(କ) ୧୪

୨୨ । ଭାରତରେ ସମ୍ପଭିଗତ ଅଧୁକାର ଗୋଟିଏ ___________ ଅଧିକାର ।
(କ) ସାମାଜିକ
(ଖ) ଅର୍ଥନୈତିକ
(ଗ) ଆଇନଗତ
(ଘ) ସାମ୍ବିଧାନିକ
Answer:
(ଗ) ଆଇନଗତ

୨୩ । ଆମ ସମ୍ବିଧାନର କେଉଁ ଧାରା ସ୍ଵାଧୀନତା ଅଧିକାର ସଂପର୍କିତ ?
(କ) ଧାରା – ୧୪
(ଖ) ଧାରା – ୧୯
(ଗ) ଧାରା – ୨୩
(ଘ) ଧାରା – ୩୨
Answer:
(ଖ) ଧାରା – ୧୯

୨୪ । ଆମ୍ ସମ୍ବିଧାନର କେଉଁ ଧାରା ଗ୍ରାମ ପଞ୍ଚାୟତ ସଂପର୍କିତ ?
(କ) ଧାରା – ୩୭
(ଖ) ଧାରା – ୪୦
(ଗ) ଧାରା – ୪୩
(ଘ) ଧାରା – ୫୧
Answer:
(ଖ) ଧାରା – ୪୦

୨୫ । ଆମ ସମ୍ବିଧାନର କେଉଁ ଧାରାରେ ‘ଏକବିଧ ଦେୱାନୀ ସଂହିତା’ (Uniform Civil Code) ବ୍ୟବସ୍ଥା କରାଯାଇଛି ?
(କ) ଧାରା – ୩୯
(ଖ) ଧାରା – ୪୦
(ଗ) ଧାରା – ୪୪
(ଘ) ଧାରା – ୪୭
Answer:
(ଗ) ଧାରା – ୪୪

୨୬ । ଭାରତ ସମ୍ବିଧାନରେ କେତେଗୋଟି ମୌଳିକ କର୍ତ୍ତବ୍ୟ ରହିଛି ?
(କ) ଛଅ
(ଖ) ସାତ
(ଗ) ଦଶ
(ଘ) ଏଗାର
Answer:
(ଘ) ଏଗାର

୨୭ । ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିକ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗାନ୍ଧିବାଦୀ ନୀତି ନୁହେଁ ?
(କ) ଗ୍ରାମପଞ୍ଚାୟତ ପ୍ରତିଷ୍ଠା
(ଖ) ଗୋହତ୍ୟା ନିଷେଧ
(ଗ) ସମାନ କାମ ପାଇଁ ସମାନ ମଜୁରି
(ଘ) କୁଟୀର ଶିଳ୍ପ ପ୍ରତିଷ୍ଠା
Answer:
(ଗ) ସମାନ କାମ ପାଇଁ ସମାନ ମଜୁରି

୨୮ । ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିକ ପରମାଦେଶ (ରିଟ୍) ନୁହେଁ ?
(କ) ହାବିଅସ୍ କର୍ପସ
(ଖ) ପ୍ରୋହିବିସନ୍
(ଗ) ସାଟିଓରାରି
(ଘ) ଏ ପ୍ରାୟରି
Answer:
(ଘ) ଏ ପ୍ରାୟରି

୨୯ । ସମ୍ବିଧାନର କେଉଁ ଧାରାରେ ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀ ନ୍ୟାୟାଳୟରେ ବିଚାରଯୋଗ୍ୟ ହୋଇପାରିବ ନାହିଁ ବୋଲି ବର୍ଣ୍ଣିତ ହୋଇଛି ?
(କ) ଧାରା – ୩୬
(ଖ) ଧାରା – ୩୭
(ଗ) ଧାରା – ୩୮
(ଘ) ଧାରା – ୩୯
Answer:
(ଖ) ଧାରା – ୩୭

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୩୦ । ନିମ୍ନୋକ୍ତ ମଧ୍ଯରୁ କେଉଁ ଗୋଟିକ ଭାରତରେ ମୌଳିକ ଅଧ‌ିକାର ନୁହେଁ ?
(କ) ସମାନତା ଅଧିକାର
(ଖ) ସ୍ଵାଧୀନତା ଅଧିକାର
(ଗ) ଧର୍ମଗତ ସ୍ଵାଧୀନତା ଅଧିକାର
(ଘ) ସଂପତ୍ତିଗତ ଅଧିକାର
Answer:
(ଘ) ସଂପତ୍ତିଗତ ଅଧିକାର

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ଭାରତରେ ସଂଖ୍ୟାଲଘୁ ଗୋଷ୍ଠୀର ସ୍ବାର୍ଥର ସଂରକ୍ଷଣ ପାଇଁ ___________ ଓ ___________ ଧାରାରେ ___________ ଅଧିକାରର ବ୍ୟବସ୍ଥା ରହିଛି ।
Answer:
୨୯, ୩୦, ସାଂସ୍କୃତିକ ଓ ଶିକ୍ଷାଗତ

୨ । ଭାରତୀୟ ନାଗରିକର ମୌଳିକ ଅସ୍ଵୀକାର ___________ ଖଣ୍ଡରେ ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ସମ୍ବିଧାନର ___________ ଖଣ୍ଡରେ ବର୍ଣ୍ଣିତ ହୋଇଛି ।
Answer:
ତୃତୀୟ, ଚତୁର୍ଥ

୩ । ଭାରତୀୟ ସମ୍ବିଧାନର ___________ ପ୍ରକାରର ମୌଳିକ ଅଧିକାର ଓ __________ ପ୍ରକାରର ମୌଳିକ କର୍ତ୍ତବ୍ୟ ବ୍ୟବସ୍ଥା ରହିଛି ।
Answer:
ଛଅ, ଏଗାର

୪ । ସମ୍ପତ୍ତିଗତ ଅଧିକାରକୁ ___________ ସମ୍ବିଧାନ ସଂଶୋଧନ ଆଇନଦ୍ୱାରା ମୌଳିକ ଅଧିକାର ତାଲିକାରୁ ବାଦ୍ ଦିଆଯାଇଛି ଓ ଏହା ବର୍ତ୍ତମାନ ଏକ ___________ ଅଧିକାର ଅଟେ ।
Answer:
୪୪ତମ, ଆଇନଗତ

୫ । ମୌଳିକ କର୍ତ୍ତବ୍ୟ ___________ ସଂଶୋଧନଦ୍ବାରା ସମ୍ବିଧାନରେ ଲିପିବଦ୍ଧ ହେଲା ।
Answer:
୪୨ତମ

୬ । ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତା ରକ୍ଷା, ବନ୍ୟ ପରିବେଶ ସଂରକ୍ଷଣ ଓ ଜାତୀୟ ସମ୍ପଦ ସୁରକ୍ଷା ଭାରତୀୟ ନାଗରିକର ମୌଳିକ ___________ ।
Answer:
କର୍ତ୍ତବ୍ୟ

୭ । ଭାରତ ସମ୍ବିଧାନର ___________ ଧାରାରେ ଅସ୍ପୃଶ୍ୟତାକୁ ଉଚ୍ଛେଦ କରାଯାଇଛି ।
Answer:
୧୭

୮ । ନାଗରିକର ମୌଳିକ ଅଧୂକାର ___________ ଅଟେ ।
Answer:
ନ୍ୟାୟଯୋଗ୍ୟ

୯ । ମୌଳିକ ଅଧିକାରର ସୁରକ୍ଷା ପାଇଁ ଜଣେ ନାଗରିକ _________ ରେ ଆବେଦନ କରିବାର ଅଧିକାର ହିଁ ଏକ ମୌଳିକ ଅଧିକାର ।
Answer:
ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ

୧୦ । ଖଣି ଓ କାରଖାନାରେ କାମ କରିବାପାଇଁ ___________ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ନିଯୁକ୍ତିକୁ ସମ୍ବିଧାନରେ ନିଷିଦ୍ଧ କରାଯାଇଛି ।
Answer:
୧୪

୧୧ । ___________ ପରିସ୍ଥିତିରେ ନାଗରିକର ସ୍ବାଧୀନତାର ଅଧିକାର ସଙ୍କୁଚିତ ହୁଏ ।
Answer:
ଜରୁରୀ

୧୨ । ଭାରତରେ ସମ୍ପଭିଗତ ଅଧିକାର ଗୋଟିଏ __________ ଅଧିକାର ଯାହା ସମ୍ବିଧାନର __________ ଧାରାରେ ବର୍ଣ୍ଣିତ ହୋଇଛି ।
Answer:
ଆଇନଗତ, ୩୦୦ -କ

(C) ଏକ ପଦ ବା ଶବ୍ଦରେ ଉତ୍ତର ଦିଅ ।

୧ । ନାଗରିକର ମୌଳିକ ଅଧିକାରର ଜଗୁଆଳି ରୂପେ କେଉଁ ଅଦାଲତ କାମ କରେ ?
Answer:
ଉଚ୍ଚତମ ନ୍ୟାୟାଳୟ ।

୨ । ରାଷ୍ଟ୍ର ନିୟାମକ ତତ୍ତ୍ବ ଭାରତରେ କେଉଁ ଗଣତନ୍ତ୍ରର ମୂଳଦୁଆ ପକାଇଛି ?
Answer:
ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ର ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୩ । ଯେଉଁ ବିଶେଷ ନିର୍ଦ୍ଦେଶନାମା ବଳରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ନାଗରିକର ମୌଳିକ ଅଧୂରକୁ ସୁରକ୍ଷା ପ୍ରଦାନ କରନ୍ତି ତାହା କ’ଣ ?
Answer:
ରିଟ୍ (ଆଜ୍ଞାପତ୍ର) ।

୪ । ଭାରତ ଏକ କେଉଁ ରାଷ୍ଟ୍ର ହୋଇଥିବାରୁ ଏଠାରେ କୌଣସି ରାଷ୍ଟ୍ରୀୟ ଧର୍ମ ନାହିଁ କିମ୍ବା ଧର୍ମ ଉପରେ କର ବସିପାରୁ ନାହିଁ ?
Answer:
ଧର୍ମନିରପେକ୍ଷ

୫ । ଭାରତରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ କେଉଁ ମୌଳିକ ଅଧୂକାର ପ୍ରଦାନ କରାଯାଇଛି ?
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ।

(D) ଭ୍ରମ ସଂଶୋଧନ କର ।

୧ । ମୌଳିକ ଅଧୂକାର ଅଣନ୍ୟାୟଯୋଗ୍ୟ ଅଟେ ।
Answer:
ମୌଳିକ ଅସ୍ଵୀକାର ନ୍ୟାୟଯୋଗ୍ୟ ଅଟେ ।

୨ । ରାଷ୍ଟ୍ର ନିୟାମକ ତତ୍ତ୍ବ ଓ ମୌଳିକ କର୍ତ୍ତବ୍ୟ ନ୍ୟାୟଯୋଗ୍ୟ ଅଟନ୍ତି ।
Answer:
ରାଷ୍ଟ୍ର ନିୟାମକ ତତ୍ତ୍ଵ ଓ ମୌଳିକ କର୍ତ୍ତବ୍ୟ ଅଣନ୍ୟାୟଯୋଗ୍ୟ ଅଟନ୍ତି ।

୩ । ରାଷ୍ଟ୍ର ନିୟାମକ ତତ୍ତ୍ଵ ରାଜନୈତିକ ଗଣତନ୍ତ୍ର ପ୍ରତିଷ୍ଠା କରେ ।
Answer:
ରାଷ୍ଟ୍ର ନିୟାମକ ତତ୍ତ୍ବ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା କରେ ।

୪ । ସମ୍ପତ୍ତିଗତ ଅଧିକାର ଏକ ମୌଳିକ ଅଧିକାର ।
Answer:
ସମ୍ପତ୍ତିଗତ ଅଧିକାର ଏକ ଆଇନଗତ ଅଧିକାର ।

୫ । ୪୨ତମ ସମ୍ବିଧାନ ସଂଶୋଧନ ଆଇନ ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ୍ ଦେଇଛି ।
Answer:
୪୪ତମ ସମ୍ବିଧାନ ସଂଶୋଧନ ଆଇନ ସମ୍ପଭିଗତ ଅଧ‌ିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ୍ ଦେଇଛି ।

୬ । ୭୪ତମ ସମ୍ବିଧାନ ସଂଶୋଧନ ମୌଳିକ କର୍ତ୍ତବ୍ୟର ସଂଖ୍ୟାକୁ ୧୦ରୁ ୧୧କୁ ବୃଦ୍ଧି କରିଛି ।
Answer:
୮୬ତମ ସମ୍ବିଧାନ ସଂଶୋଧନ ମୌଳିକ କର୍ତ୍ତବ୍ୟର ସଂଖ୍ୟାକୁ ୧୦ରୁ ୧୧କୁ ବୃଦ୍ଧି କରିଛି ।

୭ । ୪୪ତମ ସମ୍ବିଧାନ ସଂଶୋଧନ ମୌଳକ କର୍ତ୍ତବ୍ୟକୁ ସମ୍ବିଧାନରେ ଯୋଗ କରିଛି ।
Answer:
୪୨ତମ ସମ୍ବିଧାନ ସଂଶୋଧନ ମୌଳକ କର୍ତ୍ତବ୍ୟକୁ ସମ୍ବିଧାନରେ ଯୋଗ କରିଛି ।

୮ । ସମ୍ବିଧାନର ଚତୁର୍ଥ (କ) ଖଣ୍ଡ ଓ ୫୧ (କ) ଧାରାରେ ମୌଳିକ ଅଧିକାର ବର୍ଣିତ ହୋଇଛି ।
Answer:
ସମ୍ବିଧାନର ଚତୁର୍ଥ (କ) ଖଣ୍ଡ ଓ ୫୧ (କ) ଧାରାରେ ମୌଳିକ କର୍ତ୍ତବ୍ୟ ବର୍ଣ୍ଣିତ ହୋଇଛି ।

୯ । ସମ୍ବିଧାନର ୧୭ ଧାରାରେ ଛଅ ପ୍ରକାରର ସ୍ବାଧୀନତା ପ୍ରଦାନ କରାଯାଇଛି ।
Answer:
ସମ୍ବିଧାନର ୧୯ ଧାରାରେ ଛଅ ପ୍ରକାରର ସ୍ବାଧୀନତା ପ୍ରଦାନ କରାଯାଇଛି ।

୧୦ । ସମ୍ବିଧାନର ୧୯ ଧାରାରେ ଅସ୍ପୃଶ୍ୟତା ନିବାରଣ କରାଯାଇଛି ।
Answer:
ସମ୍ବିଧାନର ୧୭ ଧାରାରେ ଅସ୍ପୃଶ୍ୟତା ନିବାରଣ କରାଯାଇଛି ।

୧୧ । ‘ହେବିୟସ୍ କର୍ପସ୍’ର ଅର୍ଥ ‘କେଉଁ କ୍ଷମତା ବଳରେ …’ ।
Answer:
‘ହେବିୟସ୍ କର୍ପସ୍’ର ଅର୍ଥ ‘ବ୍ୟକ୍ତିକୁ କୋର୍ଟରେ ଉପସ୍ଥାପନ’ ।

୧୨ । ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜନ ପାଇଁ ବାରଣ କରାଯାଇଛି ।
Answer:
୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜନ ପାଇଁ ବାରଣ କରାଯାଇଛି ।

୧୩ । ଗୋହତ୍ୟା ନିବାରଣ ଓ ଗ୍ରାମ ପଞ୍ଚାୟତର ଗଠନ ମୌଳିକ କର୍ତ୍ତବ୍ୟର ଅନ୍ତର୍ଭୁକ୍ତ ଅଟେ ।
Answer:
ଗୋହତ୍ୟା ନିବାରଣ ଓ ଗ୍ରାମ ପଞ୍ଚାୟତର ଗଠନ ରାଷ୍ଟ୍ର ନିୟାମକ ତତ୍ତ୍ବ ଅନ୍ତର୍ଗତ ଗାନ୍ଧିବାଦୀ ନୀତିର ଅନ୍ତର୍ଭୁକ୍ତ ଅଟେ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୪ । ଶୋଷଣ ବିରୋଧୀ ଅଧିର ଭାରତରେ ସଂଖ୍ୟାକ୍ୟୁନର ସ୍ବାର୍ଥର ସୁରକ୍ଷା କରିଥାଏ ।
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ଭାରତରେ ସଂଖ୍ୟାକ୍ୟୁନର ସ୍ବାର୍ଥର ସୁରକ୍ଷା କରିଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ଜଣେ ଭାରତୀୟ ନାଗରିକ କେତେଗୋଟି ମୌଳିକ ଅଧୂକାର ଉପଭୋଗ କରେ ?
Answer:
ଜଣେ ଭାରତୀୟ ନାଗରିକ ୬ଟି ମୌଳିକ ଅଧିକାର ଉପଭୋଗ କରେ ।

୨ । କେଉଁ ସମ୍ବିଧାନ ସଂଶୋଧନ ବଳରେ ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧ୍ବକାରର ପରିସର ମଧ୍ୟରୁ ବାଦ୍ ଦିଆଯାଇଛି ?
Answer:
୧୯୭୮ ମସିହାରେ ହୋଇଥିବା ୪୪ତମ ସମ୍ବିଧାନ ସଂଶୋଧନ ବଳରେ ସମ୍ପତ୍ତିଗତ ଅଧୂକାରକୁ ମୌଳିକ ଅଧିକାରର ପରିସର ମଧ୍ୟରୁ ବାଦ୍ ଦିଆଯାଇଛି ।

୩ । ମତ, ବିଶ୍ଵାସ ଓ ଉପାସନା କ୍ଷେତ୍ରରେ ରାଷ୍ଟ୍ରର ନିରପେକ୍ଷତା ପାଇଁ ଭାରତ କେଉଁ ରାଷ୍ଟ୍ର ରୂପେ ପରିଚିତ ହୋଇଥାଏ ?
Answer:
ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ପରିଚିତ ହୋଇଥାଏ ।

୪ । ରିଟ୍ କହିଲେ କ’ଣ ବୁଝାଯାଏ ?
Answer:
ରିଟ୍ କହିଲେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ବୁଝାଯାଏ ।

୫ । ଆଇନ ଆଗରେ ସମାନତାର ଅର୍ଥ କ’ଣ ?
Answer:
ଆଇନ ଆଗରେ ସମାନତା କହିଲେ ଆଇନ ଦୃଷ୍ଟିରେ ସମସ୍ତେ ସମାନ ଏବଂ ରାଷ୍ଟ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ ଭାବରେ ଲାଗୁ ହୋଇଥାଏ । କୌଣସି ମଣିଷକୃତ ଆଇନଦ୍ଵାରା ସମର୍ଥିତ ବିଭେଦତାକୁ ଆଇନଦ୍ଵାରା ସ୍ବୀକୃତି ପ୍ରଦାନ କରାଯାଏ ନାହିଁ |

୬ । ସାମ୍ବିଧାନିକ ପ୍ରତିକାର ଅଧ୍ବକାରର ତାତ୍ପର୍ଯ୍ୟ କ’ଣ ?
Answer:
ଜରୁରୀ ପରିସ୍ଥିତି ବ୍ୟତୀତ ଅନ୍ୟ କୌଣସି ସମୟରେ ବ୍ୟକ୍ତିର ମୌଳିକ ଅଧୁକାର କ୍ଷୁଣ୍ଣ ହେଲେ ଯେଉଁ ସାମ୍ବିଧାନିକ ଉପାୟରେ ତା’ର ପ୍ରତିକାର କରାଯାଇଥାଏ, ତାହାକୁ ସାମ୍ବିଧାନିକ ପ୍ରତିକାର ଅଧିକାର କୁହାଯାଏ ।

୭ । ବର୍ତ୍ତମାନର ସମ୍ପଭିଗତ ଅଧୁକାର କେଉଁ ପ୍ରକାର ଅଧୁକାର ଅଟେ ?
Answer:
ବର୍ତ୍ତମାନର ସମ୍ପଭିଗତ ଅଧିକାର ଏକ ଆଇନଗତ ଅଧିକାର ଅଟେ ।

୮ । ମୁଁ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ ସମ୍ପ୍ରଦାୟର ହୋଇଥୁବା ହେତୁ କୋରାପୁଟ ସରକାରୀ କଲେଜରେ ନାମ ଲେଖାଇପାରି ନଥୁବାରୁ ମୋର କେଉଁ ଅଧିକାର ବ୍ୟାହତ ହେଲା ?
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (ବା) ସମାନତା ଅଧିକାର ବ୍ୟାହତ ହେଲା ।

୯ । ଭାରତର ବନ୍ୟ ପରିବେଶ ସଂରକ୍ଷଣ ଓ ଜାତୀୟ ସମ୍ପଦ ସୁରକ୍ଷା କରିବା ଏବଂ ସାର୍ବଭୌମତ୍ଵ ଓ ଏକତାରକ୍ଷା କରିବା ଭାରତୀୟ ନାଗରିକର କେଉଁ ଦାୟିତ୍ବ ଅଟେ ?
Answer:
ଭାରତର ବନ୍ୟ ପରିବେଶ ସଂରକ୍ଷଣ ଓ ଜାତୀୟ ସମ୍ପଦ ସୁରକ୍ଷା କରିବା ଏବଂ ସାର୍ବଭୌମତ୍ଵ ଓ ଏକତାରକ୍ଷା ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟ ଅଟେ |

୧୦ । ଭାରତୀୟ ପିଲାମାନଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ଅବୈତନିକ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ସମ୍ବିଧାନର କେତେ ଧାରାରେ ବର୍ଣ୍ଣନା କରାଯାଇଛି ?
Answer:
ଭାରତୀୟ ପିଲାମାନଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ଅବୈତନିକ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ସମ୍ବିଧାନର ୪୫ ଧାରାରେ ବର୍ଣ୍ଣନା କରାଯାଇଛି । ବର୍ତ୍ତମାନ ଏହା ୨୧(କ) ମୌଳିକ ଅଧିକାରର ଅଂଶବିଶେଷ ଅଟେ |

୧୧ । କୌଣସି ସର୍ବସାଧାରଣ କାର୍ଯ୍ୟାଳୟରେ ନିଜର ହକ୍ ନଥିବା ଲୋକଙ୍କୁ କାର୍ଯ୍ୟ କରିବାକୁ ବାଧା ଦେବାପାଇଁ କୋର୍ଟ କେଉଁ ରିଟ୍ ଜାରି କରିପାରନ୍ତି ?
Answer:
ଅଧୁକାର ପୁଚ୍ଛା (Quo-warranto) ଜାରି କରିଥାଏ ।

୧୨ । ନିଜ କ୍ଷେତ୍ରାଧୁକାର ବହିର୍ଭୂତ କୌଣସି ମାମଲା ନିମ୍ନତର ନ୍ୟାୟାଳୟ ବିଚାର ଆରମ୍ଭ କଲେ, ବାଧାପ୍ରାପ୍ତ ବ୍ୟକ୍ତି ଉଚ୍ଚ ନ୍ୟାୟାଳୟରେ କେଉଁ ରିଟ୍ ଆବେଦନ କରିପାରନ୍ତି ?
Answer:
ପ୍ରତିଷେଧ (Prohibition) ରିଟ୍ ଆବେଦନ କରିପାରନ୍ତି ।

୧୩ । ଜଣେ ନାଗରିକର ମୌଳିକ ଅଧୂକାର କ୍ଷୁଣ୍ଣ ହେଲେ ସେ କ’ଣ କରିବ ?
Answer:
ଜଣେ ନାଗରିକର ମୌଳିକ ଅସ୍ଵୀକାର କ୍ଷୁଣ୍ଣ ହେଲେ ସମ୍ବିଧାନର ୩୨ ଧାରା ଅନୁସାରେ ସେ ଉଚ୍ଚତମ ନ୍ୟାୟାଳୟ ଓ ୨୨୬ ଧାରାରେ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇପାରିବ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୪ । ‘ଟ୍ରାଫିକ୍ ଇନ୍ ହ୍ୟୁମାନ୍ ବିଙ୍ଗ’ ପଦର ଅର୍ଥ କ’ଣ ?
Answer:
ସମାଜରେ ଆର୍ଥିକ ଅନଗ୍ରସର ଶ୍ରେଣୀ, ଶିଶୁ ଓ ମହିଳାମାନଙ୍କ ପ୍ରତି ଶୋଷଣ ଓ ଅତ୍ୟାଚାରକୁ ‘ଟ୍ରାଫିକ୍ ଇନ୍ ହ୍ୟୁମାନ୍ ବିଙ୍ଗ୍’ କୁହାଯାଏ ।

୧୫ । ଉଚ୍ଚତର ନ୍ୟାୟାଳୟକୁ ନିମ୍ନ ନ୍ୟାୟାଳୟ ଏକ ସେଟିଓରାରୀ ନ୍ୟାୟିକ ନିର୍ଦ୍ଦେଶ ପଠାଇ ପାରେ କି ?
Answer:
ନା, ଉଚ୍ଚତର ନ୍ୟାୟାଳୟକୁ ନିମ୍ନ ନ୍ୟାୟାଳୟ ଏକ ସେଟିଓରାରୀ ନ୍ୟାୟିକ ନିର୍ଦେଶ ପଠାଇପାରିବ ନାହିଁ ।

୧୬ । ରାଷ୍ଟ୍ର ନିୟାମକ ତତ୍ତ୍ବ ଓ ମୌଳିକ କର୍ତ୍ତବ୍ୟଗୁଡ଼ିକ ନ୍ୟାୟାଳୟର ବିଚାର୍ଯ୍ୟ କି ?
Answer:
ଉ ନା, ରାଷ୍ଟ୍ର ନିୟାମକ ତତ୍ତ୍ଵ ଓ ମୌଳିକ କର୍ତ୍ତବ୍ୟ ନ୍ୟାୟାଳୟର ବିଚାର୍ଯ୍ୟ ନୁହେଁ ।

୧୭ । ସାଂସ୍କୃତିକ ଓ ଶିକ୍ଷାଗତ ଅଧୁକାର କାହା ପାଇଁ ଉଦ୍ଦିଷ୍ଟ ?
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ସଂଖ୍ୟାଲଘୁ ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ।

୧୮ । ମୌଳିକ ଅଧିକାର ଓ ରାଷ୍ଟ୍ରନୀତି ନିୟାମକ ତତ୍ତ୍ବ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
ମୌଳିକ ଅସ୍ଵୀକାର ନ୍ୟାୟଯୋଗ୍ୟ ହୋଇଥିଲାବେଳେ ରାଷ୍ଟ୍ରନୀତି ନିୟାମକ ତତ୍ତ୍ଵ ନ୍ୟାୟଯୋଗ୍ୟ ନୁହେଁ ।

୧୯ । ମାଣ୍ଡାମସ୍ ପଦର ଅର୍ଥ କ’ଣ ?
Answer:
ବ୍ୟକ୍ତିର ମୌଳିକ ଅଧୂକାରର ସୁରକ୍ଷା ପାଇଁ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ସରକାରଙ୍କ କୌଣସି ଅନୁଷ୍ଠାନକୁ କଳ୍ପ କାର୍ଯ୍ୟ ସମ୍ପାଦନ ପାଇଁ ଆଦେଶ ଦେବା ସଂକ୍ରାନ୍ତୀୟ ‘ରିଟ୍’ ବା ଆଜ୍ଞାପତ୍ରକୁ ‘ମାଣ୍ଡାମସ୍’ କୁହାଯାଏ ।

୨୦ । ରାଷ୍ଟ୍ରନୀତି ନିୟାମକ ତତ୍ତ୍ବରେ ଥ‌ିବା ଗୋଟିଏ ଗାନ୍ଧିବାଦୀ ନୀତି ଲେଖ ।
Answer:
ଗ୍ରାମପଞ୍ଚାୟତର ଗଠନ, କୁଟୀରଶିଳ୍ପର ବିକାଶ, କେବଳ ଔଷଧ ପ୍ରସ୍ତୁତିରେ ମାଦକଦ୍ରବ୍ୟର ବ୍ୟବହାର ଆଦି ରାଷ୍ଟ୍ରନୀତି ନିୟାମକ ତତ୍ତ୍ଵରେ ବର୍ଣ୍ଣିତ ଗାନ୍ଧିବାଦୀ ନୀତିର ଉଦାହରଣ ଅଟେ ।

୨୧ । ରାଷ୍ଟ୍ରନୀତି ନିୟାମକ ତତ୍ତ୍ଵର ଅନ୍ତର୍ଭୁକ୍ତ ଗୋଟିଏ ସମାଜବାଦୀ ନୀତି ଉଲ୍ଲେଖ କର ।
Answer:
ରାଷ୍ଟ୍ରୀୟ ସମ୍ପଦର ସୁନିୟନ୍ତ୍ରଣ ଓ ବଣ୍ଟନ, ସ୍ତ୍ରୀ ଓ ପୁରୁଷ ପ୍ରତ୍ୟେକଙ୍କ ପାଇଁ ସମାନ କାର୍ଯ୍ୟ ପାଇଁ ସମାନ ମଜୁରି, ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣ ସୁଯୋଗ ଆଦି ରାଷ୍ଟ୍ର ନିୟାମକ ନୀତିରେ ବର୍ଣ୍ଣିତ ସମାଜବାଦୀ ନୀତି ଅଟେ ।

୨୨ । ଆମ ସମ୍ବିଧାନରେ ସମାନତାର ଅର୍ଥ କ’ଣ ?
Answer:
ଆଇନ ସମ୍ମୁଖରେ ସମାନତା ଓ ସମସ୍ତଙ୍କୁ ସମାନ ପରିସ୍ଥିତିରେ ସମାନ ସୁଯୋଗ ଓ ନିରାପତ୍ତା ପ୍ରଦାନ କରିବା ହେଉଛି ଆମ ସମ୍ବିଧାନରେ ସମାନତାର ଅର୍ଥ ।

୨୩ । ସମ୍ବିଧାନର ଧାରା ୧୯ରେ କେତେଗୋଟି ସ୍ବାଧୀନତାର ଅଧିକାର ପ୍ରଦତ୍ତ ହୋଇଛି ?
Answer:
ସମ୍ବିଧାନର ୧୯ ଧାରାରେ ଛଅଗୋଟି ସ୍ଵାଧୀନତାର ଅଧିକାର ପ୍ରଦତ୍ତ ହୋଇଛି ।

୨୪ । ‘ସମାନ ପ୍ରକାର ଦେୱାନୀ ଆଇନ’ କହିଲେ ତୁମେ କ’ଣ ବୁଝ ?
Answer:
‘ସମାନ ପ୍ରକାର ଦେୱାନୀ ଆଇନ’ ରାଷ୍ଟ୍ର ନିୟାମକ ତତ୍ତ୍ଵର ଅନ୍ୟତମ ନୀତି ଅଟେ । ଜାତି, ଧର୍ମ ନିର୍ବିଶେଷରେ ପ୍ରତ୍ୟେକଙ୍କ ପାଇଁ ଗୋଟିଏ ପ୍ରକାରର ସାଧାରଣ ଦେୱାନୀ ଆଇନର ବ୍ୟବସ୍ଥାକୁ ଏହା ସୂଚିତ କରେ । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଏହା ସମ୍ଭବ ହୋଇପାରି ନାହିଁ ।

୨୫ । ମୌଳିକ କର୍ତ୍ତବ୍ୟ କ’ଣ ?
Answer:
ଭାରତ ସମ୍ବିଧାନର ୪୨ତମ ସଂଶୋଧନରେ ଯୋଡ଼ାଯାଇଥିବା ଚତୁର୍ଥ (କ) ଖଣ୍ଡରେ ୫୧(କ) ଧାରାରେ ନାଗରିକକୁ ୧୧ ପ୍ରକାରର ମୌଳିକ କର୍ତ୍ତବ୍ୟ ସଂପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ପତାକା, ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ, ନାରୀ, ମିଶ୍ରିତ ସଂସ୍କୃତିର ରକ୍ଷା, ପରିବେଶର ସୁରକ୍ଷା ଆଦି କର୍ତ୍ତବ୍ୟ ଏଥ‌ିରେ ସ୍ଥାନିତ ହୋଇଛି । ଏହା ଅଣନ୍ୟାୟଯୋଗ୍ୟ ଅଟେ ।

୨୬ । ଶୋଷଣ ବିରୋଧୀ ଅଧ୍ୟାର କ’ଣ ?
Answer:
ଭାରତ ସମ୍ବିଧାନର ୨୩ ଓ ୨୪ ଧାରାରେ ଶୋଷଣ ବିରୋଧୀ ଅଧିକାର ନାଗରିକକୁ ଅନ୍ୟତମ ମୌଳିକ ଅଧିକାର ରୂପେ ପ୍ରଦାନ କରାଯାଇଛି । ୨୩ ଧାରାରେ ବେଠି, ବିନା ମଜୁରିରେ ଶ୍ରମଦାନ ବା ଟ୍ରାଫିକ୍ ଇନ୍ ହ୍ୟୁମାନ୍ ବିଙ୍ଗ୍‌କୁ ବାରଣ କରାଯାଇଛି । ୨୪ ଧାରାରେ ୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ଖଣି ତଥା ବିପଦଯୁକ୍ତ କାର୍ଯ୍ୟରେ ନିୟୋଜିତ ନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ନ୍ୟାୟଯୋଗ୍ୟ ଅଟେ ।

B. ପାଞ୍ଚଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । ମୌଳିକ ଅସ୍ଵୀକାରଗୁଡ଼ିକ ନାସ୍ତିସୂଚକ ଅଟେ – ପ୍ରମାଣ କର ।
Answer:
ନାଗରିକଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅସ୍ଵୀକାରଗୁଡ଼ିକ ସେ ଠିକ୍ ଭାବରେ ଉପଭୋଗ କରିବା ନିମନ୍ତେ ରାଷ୍ଟ୍ର ଉପଯୁକ୍ତ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ରାଷ୍ଟ୍ରର କାର୍ଯ୍ୟଧାରା ଉପରେ କେତେକ ନିୟନ୍ତ୍ରଣ ବସାଯାଇଥିବାରୁ ମୌଳିକ ଅଧିକାର ନାସ୍ତିସୂଚକ ପ୍ରକୃତିଧାରୀ ଅଟେ । ଉଦାହରଣ ସ୍ୱରୂପ ୧୫ ଧାରାରେ ଜାତି, ବର୍ଣ୍ଣ, ଧର୍ମ, ଜନ୍ମସ୍ଥାନ ଭିଭିରେ କୌଣସି ପ୍ରଭେଦର ରେଖା ନ ଟାଣିବାପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ରହିଛି ।

୧୭ ଧାରାରେ ଅସ୍ପୃଶ୍ୟତାକୁ ନିଷେଧ କରାଯାଇଛି । ୧୮ ଧାରାରେ କେବଳ ଶିକ୍ଷାଗତ ଓ ସାମରିକ ଉପାଧ୍ ବ୍ୟତୀତ ଅନ୍ୟାନ୍ୟ ବିଭେଦତା ସୃଷ୍ଟିକାରୀ ଉପାଧ୍ ପ୍ରଦାନ ପାଇଁ ରାଷ୍ଟ୍ରକୁ ବାରଣ କରାଯାଇଛି ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୨ । ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀ ଦେଶ ଶାସନର ମୂଳମନ୍ତ୍ର – ଉକ୍ତିର ସତ୍ୟତା ପରୀକ୍ଷା କର ।
Answer:
ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀଗୁଡ଼ିକ ଅଣଆଇନଯୋଗ୍ୟ ହେଲେ ମଧ୍ୟ ଜନମତଦ୍ୱାରା ସମର୍ଥିତ ହେଉଥ‌ିବା କାରଣରୁ ଏଗୁଡ଼ିକ ଭାରତରେ ଗଣତାନ୍ତ୍ରିକ ଶାସନର ମୂଳଭିଭି ଅଟନ୍ତି । କୌଣସି ନିର୍ବାଚିତ ସରକାର ଶାସନନୀତି ପ୍ରଣୟନ ସମୟରେ ଏହି ନୀତିଗୁଡ଼ିକୁ ଅବଜ୍ଞା କରିପାରେ ନାହିଁ । ସରକାରଙ୍କ ସଫଳତା ଓ ବିଫଳତାର ମୂଲ୍ୟାଙ୍କନ ଏହି ନୀତିଗୁଡ଼ିକର କାର୍ଯ୍ୟକାରିତା ଉପରେ ଅନେକାଂଶରେ ନିର୍ଭରଶୀଳ ।

ମୌଳିକ ଅଧିକାରର ସଫଳ ବିନ୍ୟାସ ପାଇଁ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ରର ଭିଭି ପ୍ରତିଷ୍ଠା କରିଥିବା ଏହି ନିର୍ଦ୍ଦେଶାବଳୀର ଗୁରୁତ୍ଵ ଯଥେଷ୍ଟ ଅଧ‌ିକ ଅଟେ । ଏହା ଦେଶର ବୈଦେଶିକ ନୀତିକୁ ମଧ୍ୟ ସ୍ପଷ୍ଟ ଦିଗନ୍ତ ପ୍ରଦାନ କରିଥାଏ । ଦେଶର ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାଙ୍କ ପାଇଁ ଏହି ଉଦାରବାଦୀ, ଜନମଙ୍ଗଳକାରୀ, ସମାଜବାଦୀ ନୀତିଗୁଡ଼ିକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପସ୍ଥାପନ କରିଥାଏ ।

୩ । ମୌଳିକ ଅସ୍ଵୀକାରର ପ୍ରଧାନ ଲକ୍ଷଣ କ’ଣ ?
Answer:
ମ୍ବିଧାନର ୪୪ତମ ସଂଶୋଧନ ପରେ ନାଗରିକମାନେ ୬ ଗୋଟି ମୌଳିକ ଅସ୍ଵୀକାରକୁ ଉପଭୋଗ କରୁଛନ୍ତି ।ଏହି ମୌଳିକ ଅଧ୍ଵରଗୁଡ଼ିକ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଅନ୍ୟାନ୍ୟ ଆଇନାନୁମୋଦିତ ଅନୁଷ୍ଠାନମାନଙ୍କ ପାଇଁ ପ୍ରଯୁଜ୍ୟ । ମୌଳିକ ଅଧ୍ୟାରଗୁଡ଼ିକ ଅସୀମ ବା ନିରଙ୍କୁଶ ନୁହେଁ, କାରଣ ରାଷ୍ଟ୍ରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ସରକାର ଏହି ଅଧିକାରଗୁଡ଼ିକୁ ସୀମିତ କରିପାରିବେ ।

ମୌଳିକ ଅଧିକାର ଉପଭୋଗ କରିବା ସମ୍ବନ୍ଧରେ ନାଗରିକ ଓ ବିଦେଶୀଙ୍କ ମଧ୍ୟରେ ଥ‌ିବା ପାର୍ଥକ୍ୟକୁ ସମ୍ବିଧାନ ସ୍ଵୀକାର କରିଛି । ସଂଘୀୟ ସମ୍ବିଧାନରେ ମୌଳିକ ଅଧିକାର ସଂଶୋଧନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସମ୍ମତି ଆବଶ୍ୟକ ହୋଇଥାଏ ।

୪ । ଛଅ ପ୍ରକାର ସ୍ୱାଧୀନତାର ସୂଚନା ଦିଅ ।
କିମ୍ବା, ସ୍ଵାଧୀନତାର ଅଧିକାର କ’ଣ ?
Answer:
ସ୍ଵାଧୀନତା ଅଧିକାର ସମ୍ବିଧାନର ୧୯ ଧାରାରେ ବର୍ଣ୍ଣିତ ହୋଇଅଛି । ସେଗୁଡ଼ିକ ହେଲା :
(୧) ବାକ୍ ସ୍ଵାଧୀନତା ଓ ଅଭିବ୍ୟକ୍ତିର ସ୍ଵାଧୀନତା ।
(୨) ଶାନ୍ତିପୂର୍ବକ ତଥା ନିରସ୍ତ୍ର ସମ୍ମିଳନୀର ସ୍ଵାଧୀନତା ।
(୩) ସଂଘ ବା ସମିତି ଗଠନର ସ୍ଵାଧୀନତା ।
(୪) ଭାରତରେ ଅବାଧ ଗମନାଗମନ କରିବାର ସ୍ଵାଧୀନତା ।
(୫) ଭାରତରେ ଯେକୌଣସି ଅଂଶରେ ବସବାସ କରିବାର ସ୍ଵାଧୀନତା ।
(୬) ବୃତ୍ତିଗତ ଜୀବିକା, କାରବାର ବା ବ୍ୟବସାୟ କରିବାର ସ୍ଵାଧୀନତା ।
ଏତଦ୍‌ବ୍ୟତୀତ ସମ୍ବିଧାନର ୨୦, ୨୧ ଓ ୨୨ ଧାରାରେ ଜୀବନଯାପନ ଓ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପ୍ରଦାନ କରାଯାଇଛି । ୮୬ତମ ସମ୍ବିଧାନ ସଂଶୋଧନ ଆଇନ ୨୧(କ) ଧାରା ବଳରେ ୬ ରୁ ୧୪ ବର୍ଷ ପିଲାମାନଙ୍କୁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ପାଇଁ ଅଧିକାର ଦିଆଯାଇଛି ।

୫ । ସାମ୍ବିଧାନିକ ପ୍ରତିକାର ଅଧିକାରର ତାତ୍ପର୍ଯ୍ୟ ବୁଝାଇ ଲେଖ ।
Answer:
ସମ୍ବିଧାନର ୩୨ ଧାରାରେ ନାଗରିକମାନଙ୍କୁ ଏହି ବିଶେଷ ଅଧିକାର ପ୍ରଦାନ କରାଯାଇଛି । ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରଗୁଡ଼ିକ ସରକାର ବା ଅନ୍ୟ କେହି କ୍ଷୁଣ୍ଣ କଲେ ନାଗରିକମାନେ ଏହାର ପ୍ରତିବିଧାନ ପାଇଁ ୩୨ ଧାରାର ବ୍ୟବସ୍ଥା ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟରେ ସିଧାସଳଖ ଆବେଦନ କରିପାରିବେ । ନାଗରିକମାନଙ୍କର ମୌଳିକ ଅଧ୍ରଗୁଡ଼ିକର ସଂରକ୍ଷଣ କରିବା ହେଉଛି ନ୍ୟାୟାଳୟମାନଙ୍କର ପ୍ରଧାନ ଦାୟିତ୍ୱ ।

ଏଥିପାଇଁ ନ୍ୟାୟାଳୟର ପାଞ୍ଚପ୍ରକାର ଆଦେଶନାମା ରହିଛି; ଯଥା – (i) ବନ୍ଦୀ ପ୍ରତ୍ୟକ୍ଷୀକରଣ (Habeas Corpus), (ii) ପରମାଦେଶ (Mandamus) (iii) ଅଧିକାର ପୃଚ୍ଛା (Quo-warranto), (iv) ଉତ୍ପ୍ରେକ୍ଷଣ (Certiorari) ଏବଂ (v) ପ୍ରତିଷେଧ (Prohibition) । ମାତ୍ର ଜରୁରିକାଳୀନ ପରିସ୍ଥିତି ସମୟରେ ସରକାର କେତେକ ଅଧିକାର ଉପରେ ହସ୍ତକ୍ଷେପ କରିପାରିବେ ।

୬ । ମୌଳିକ କର୍ତ୍ତବ୍ୟ କହିଲେ କ’ଣ ବୁଝ ?
Answer:
ରାଷ୍ଟ୍ରପ୍ରଦତ୍ତ ମୌଳିକ ଅଧିକାର ଉପଭୋଗ କରିବା ସଙ୍ଗେ ସଙ୍ଗେ ନାଗରିକମାନଙ୍କୁ ରାଷ୍ଟ୍ର ପ୍ରତି କେତେକ କର୍ତ୍ତବ୍ୟ ପାଳନ କରିବାକୁ ପଡ଼ିଥାଏ । ରାଷ୍ଟ୍ରର ସମୂହ ପ୍ରଗତି ପାଇଁ ଭାରତୀୟ ସମ୍ବିଧାନର ଚତୁର୍ଥ (କ) ଅଧ୍ୟାୟର ୫୧ (କ) ଧାରାରେ ନାଗରିକମାନଙ୍କ ପାଇଁ ୧୦ଟି ମୌଳିକ କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ କରାଯାଇଛି ।

ଦେଶର ସମ୍ବିଧାନ, ଜାତୀୟ ପତାକା ଏବଂ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ, ଦେଶର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଏବଂ ହିଂସା ଆଚରଣ ତ୍ୟାଗ କରିବା, ନାରୀର ମର୍ଯ୍ୟାଦା ରକ୍ଷା, ପରିବେଶର ସୁରକ୍ଷା ଇତ୍ୟାଦି ନାଗରିକର କେତୋଟି ମୌଳିକ କର୍ତ୍ତବ୍ୟ । ୮୬ ତମ ସମ୍ବିଧାନ ସଂଶୋଧନ ଆଇନ ପିତାମାତା ତାଙ୍କର ୬ରୁ ୧୪ବର୍ଷ ମଧ୍ୟରେ ଥିବା ପିଲାଙ୍କୁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ପାଇଁ ପଠାଇବାକୁ ଏକ ମୌଳିକ କର୍ତ୍ତବ୍ୟ ରୂପେ (୧୧ତମ କର୍ତ୍ତବ୍ୟ) ସୂଚିତ କରିଛି ।

୭ । ରାଷ୍ଟ୍ରନୀତି ନିୟାମକ ତତ୍ତ୍ବ ଉପରେ ଗାନ୍ଧିଜୀଙ୍କ ପ୍ରଭାବ କିପରି ପଡ଼ିଛି ?
Answer:
ଏକ ଆଦର୍ଶ ଏବଂ ପ୍ରଗତିଶୀଳ ରାଷ୍ଟ୍ର ଗଠନ କରିବାପାଇଁ ମହାତ୍ମାଗାନ୍ଧୀଙ୍କ ଚିନ୍ତାଧାରା ବିଶେଷ ପ୍ରେରଣା ଯୋଗାଇଥିବାରୁ ସମ୍ବିଧାନର ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି । ସ୍ୱାୟତ୍ତ ଶାସନ ପାଇଁ ଦେଶରେ ଗ୍ରାମପଞ୍ଚାୟତମାନ ପ୍ରତିଷ୍ଠା କରିବା ଏବଂ ଗ୍ରାମାଞ୍ଚଳରେ କୁଟୀର ଶିଳ୍ପ ପ୍ରତିଷ୍ଠା ଓ ପ୍ରସାର କରିବା ହେଉଛି ପ୍ରଧାନ ଗାନ୍ଧିବାଦୀ ନୀତି ।

ଏତଦ୍‌ବ୍ୟତୀତ ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ କୃଷି ଓ ପଶୁପାଳନ କ୍ଷେତ୍ରରେ ଉନ୍ନତି ଘଟାଇବା, ଔଷଧ ପ୍ରସ୍ତୁତୀକରଣ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଶାଦ୍ରବ୍ୟ ବ୍ୟବହାର ନିଷେଧ କରିବା, ଦେଶରେ ଗୋହତ୍ୟା ନିରୋଧ ଆଇନ ପ୍ରବର୍ତ୍ତନ କରିବା, ପ୍ରାଣୀଜଗତର ସୁରକ୍ଷା କରିବା ଇତ୍ୟାଦି ଗାନ୍ଧିବାଦୀ ଆଦର୍ଶ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିରେ ସ୍ଥାନ ପାଇଛି ।

୮ । ଧର୍ମଗତ ସ୍ଵାଧୀନତା କ’ଣ ?
Answer:
ସମ୍ବିଧାନର ୨୫ ଧାରାଠାରୁ ୨୮ ଧାରା ମଧ୍ଯରେ ଧର୍ମଗତ ସ୍ଵାଧୀନତା ବର୍ଣ୍ଣିତ ହୋଇଛି । ସମସ୍ତେ ନିଜ ନିଜର ମନମୁତାବକ ଧର୍ମ ଗ୍ରହଣ, ପ୍ରଚାର ଓ ପ୍ରସାର କରିବାର କ୍ଷମତା ପାଇଛନ୍ତି । କୌଣସି ଧର୍ମକୁ ସରକାରୀ ଧର୍ମରୂପେ ଘୋଷଣା କରାଯାଇପାରିବ ନାହିଁ । କୌଣସି ଧର୍ମ ଉପରେ କର ବସାଯାଇ ପାରିବ ନାହିଁ । ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ସମ୍ବନ୍ଧରେ ଶିକ୍ଷା ଦିଆଯାଇ ପାରିବ ନାହିଁ ।

୯ । ମୌଳିକ କର୍ତ୍ତବ୍ୟର ବ୍ୟାବହାରିକ ମୂଲ୍ୟ ଆଲୋଚନା କର ।
Answer:
ସମ୍ବିଧାନରେ ଯେଉଁସବୁ କର୍ତ୍ତବ୍ୟ ବର୍ଣ୍ଣନା କରାଯାଇଛି ତାହା ନାଗରିକମାନଙ୍କର ଚେତନା ବୃଦ୍ଧି କରେ ଏବଂ ସେମାନେ ଯେ କେତେଗୁଡ଼ିଏ କର୍ତ୍ତବ୍ୟ ପାଳନ କରିବାକୁ ବାଧ୍ୟ ସେଥ୍ୟପ୍ରତି ଜାଗ୍ରତ ହୁଅନ୍ତି । ଭାରତୀୟ ଜାତୀୟ ଆଦର୍ଶରେ ଲୋକଙ୍କୁ ଅନୁପ୍ରାଣିତ କରି ସେମାନଙ୍କ ଜୀବନ ଓ ଆଚରଣକୁ ସଭ୍ୟ ଓ ଉନ୍ନତ କରିବାପାଇଁ ଏକ ରଙ୍ଗିନ୍ କଳ୍ପନା ଏଥୁରେ ରୂପାୟିତ ହୋଇଅଛି । ଫଳରେ ଏହା ବ୍ୟକ୍ତିକୁ ଜାତୀୟ ଆଦର୍ଶର ଧ୍ରୁବତାରା ରୂପେ ଅନୁପ୍ରାଣିତ କରିବାପାଇଁ ଉଦ୍ଦିଷ୍ଟ । ଏହା ଅଧିକାର ଓ କର୍ତ୍ତବ୍ୟ ମଧ୍ଯରେ ଆନ୍ତଃସମ୍ପର୍କ ପ୍ରତିଷ୍ଠା କରିଥାଏ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୦ । ‘ହେବିୟସ୍ କର୍ପସ୍’ କ’ଣ ?
Answer:
‘ହେବିୟସ୍ କର୍ପସ୍’ର ଅର୍ଥ ବନ୍ଦୀ ପ୍ରତ୍ୟକ୍ଷୀକରଣ । ଏହା ମୌଳିକ ଅସ୍କାରର ସଂରକ୍ଷଣ ପାଇଁ ନାଗରିକକୁ ପ୍ରଦତ୍ତ ସାମ୍ବିଧାନିକ ପ୍ରତିକାର ଅଧିକାର ମାଧ୍ୟମରେ ସୂଚିତ ହୋଇଛି । ଏହା ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟକୁ ପ୍ରଦାନ କରାଯାଇଥିବା ପାଞ୍ଚ ପ୍ରକାର ଆଜ୍ଞାପତ୍ର ବା ରିଟ୍ ମଧ୍ୟରୁ ଅନ୍ୟତମ । ଏହି ରିଟ୍ ମାଧ୍ୟମରେ ଅନ୍ୟାୟ, ଅଣଆଇନସମ୍ମତ ଗିରଫଦାରୀ ବିରୁଦ୍ଧରେ ଆଇନଗତ ନିରାପତ୍ତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଦାଲତରେ ହାଜର କରାଇବା ରାଷ୍ଟ୍ରର ଦାୟିତ୍ଵ ଅଟେ ।

୧୧। ଶୋଷଣ ବିରୋଧୀ ଅଧୁକାର କ’ଣ ?
Answer:
ଭାରତୀୟ ସମ୍ବିଧାନର ୨୩ ଓ ୨୪ ଧାରାରେ ନାଗରିକକୁ ଏହି ଶୋଷଣ ବିରୋଧୀ ଅଧିକାରକୁ ମୌଳିକ ଅଧିକାରର ଅଂଶ ସ୍ବରୂପ ପ୍ରଦାନ କରାଯାଇଛି । ଏହି ଅଧିକାର ବଳରେ ବିନା ମଜୁରିରେ ବାଧ୍ୟତାମୂଳକ ଭାବେ ଶ୍ରମ ଆଦାୟ, ବେଠି ଖଟାଇବା ଇତ୍ୟାଦି ନିଷିଦ୍ଧ କରାଯାଇଛି । ୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ କଳକାରଖାନା ପ୍ରଭୃତି ବିପଜ୍ଜନକ କାର୍ଯ୍ୟରେ ନିଯୁକ୍ତି ଦେବାପାଇଁ ବାରଣ କରାଯାଇଛି ।

୧୨ । ସମାନତାର ଅଧିକାର :
Answer:
ସମାନତାର ଅଧିକାର ଭାରତୀୟ ନାଗରିକର ମୌଳିକ ଅସ୍ଵୀକାର ମଧ୍ୟରୁ ଅନ୍ୟତମ । ସମ୍ବିଧାନର ୧୪ ଧାରାଠାରୁ ୧୮ ଧାରା ମଧ୍ଯରେ ଏହି ଅଧିକାର ପ୍ରଦାନ କରାଯାଇଛି । ୧୪ ଧାରାରେ ସମସ୍ତଙ୍କୁ ଆଇନ ଆଗରେ ସମାନ, ୧୫ ଧାରାରେ ଧର୍ମ, ଜାତି, ବର୍ଣ୍ଣ, ଲିଙ୍ଗ ଆଦି ଭିଭିରେ ବିଭେଦତା ସୃଷ୍ଟି ନକରିବା, ୧୬ ଧାରାରେ ସମାନ ସୁଯୋଗ ଓ ଅଧିକାର ଉପଭୋଗ, ୧୭ ଧାରାରେ ଅସ୍ପୃଶ୍ୟତା ନିବାରଣ, ୧୮ ଧାରାରେ ଶିକ୍ଷାଗତ ଓ ସାମରିକ ଉପାଧ୍ ଭିନ୍ନ ଅନ୍ୟ ବିଭେଦତା ସୃଷ୍ଟିକାରୀ ଉପାଧ୍ ପ୍ରଦାନ ବାରଣ ବ୍ୟବସ୍ଥା ପ୍ରଦାନ କରାଯାଇଛି । ଏହା ଏକ ନ୍ୟାୟଯୋଗ୍ୟ ଅଧିକାର ଅଟେ ।

୧୩ । ସମାନ ପ୍ରକାର ଦେୱାନୀ ଆଇନ (Uniform Civil Code) :
Answer:
ଦେଶରେ ଏକ ଉଦାରବାଦୀ ଗଣତାନ୍ତ୍ରିକ ଓ ସାମାଜିକ ବ୍ୟବସ୍ଥା ସୃଷ୍ଟି ପାଇଁ ସମ୍ବିଧାନର ଚତୁର୍ଥ ଖଣ୍ଡରେ ସ୍ଥାନିତ ରାଷ୍ଟ୍ର ନିୟାମକ ତତ୍ତ୍ଵର ୪୪ ଧାରାରେ ସମଗ୍ର ରାଷ୍ଟ୍ର ପାଇଁ ଏକ ପ୍ରକାର ଦେୱାନୀ ଆଇନ ପ୍ରଚଳନର ନିର୍ଦ୍ଦେଶ ସ୍ଥାନ ପାଇଛି । ଧାର୍ମିକ ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଯେପରି ଗୋଟିଏ ଫୌଜଦାରୀ ଆଇନ ସଂକଳିତ ଓ ପ୍ରଚଳିତ ହୋଇଛି, ଠିକ୍ ସେହିପରି ବିବାହ, ସାମାଜିକ ସମ୍ପର୍କ ଇତ୍ୟାଦିକୁ ନିୟନ୍ତ୍ରଣ ପାଇଁ ଭାରତର ସମସ୍ତଙ୍କ ପାଇଁ ଗୋଟିଏ ଦେୱାନୀ ଆଇନ ପ୍ରଚଳନ ନିମନ୍ତେ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।

କିନ୍ତୁ ମୁସଲମାନମାନେ ‘ଶେରିୟାତ୍’ ଭିଭିରେ ପ୍ରଣୀତ ତାଙ୍କର ବ୍ୟକ୍ତିଗତ ଆଇନରେ କୌଣସି ପରିବର୍ତ୍ତନକୁ ଧର୍ମନିରପେକ୍ଷତା ନାମରେ ବିରୋଧ କରୁଥ‌ିବାରୁ ଦେଶରେ ଏକପ୍ରକାର ଦେୱାନୀ ଆଇନ ପ୍ରଚଳନ ସମ୍ଭବ ହୋଇପାରୁ ନଥିଲେ ମଧ୍ୟ ହିନ୍ଦୁମାନଙ୍କ ପାଇଁ ପ୍ରଣୀତ ୧୯୫୪ ମସିହାର ସ୍ୱତନ୍ତ୍ର ବିବାହ ଆଇନ, ୧୯୫୫ ମସିହାର ହିନ୍ଦୁ ବିବାହ ଆଇନ, ୧୯୫୬ ମସିହାର ହିନ୍ଦୁ ଉତ୍ତରାଧିକାରୀ ଆଇନ, ୧୯୬୧ ମସିହାର ଯୌତୁକ ନିରୋଧ ଆଇନ, ହିନ୍ଦୁ ବିବାହ ବୈଧୀକରଣ ଆଇନ ଆଦି ଏହି ଦିଗରେ ଉଲ୍ଲେଖନୀୟ ସଫଳତା ଅଟେ ।

୧୪ । ‘ରିଟ୍’ ବା ଆଜ୍ଞାପତ୍ର କ’ଣ ?
Answer:
ମୌଳିକ ଅଧିକାରର ସୁରକ୍ଷା ପାଇଁ ଉଚ୍ଚତମ ନ୍ୟାୟାଳୟ ପାଞ୍ଚଗୋଟି ‘ରିଟ୍’ (Writ) ବା ଆଜ୍ଞାପତ୍ର ଜାରି କରିଥା’ନ୍ତି । ଉଚ୍ଚତମ ନ୍ୟାୟାଳୟ ଏହାକୁ ୩୨ ଧାରା ଓ ଉଚ୍ଚ ନ୍ୟାୟାଳୟ ଏହାକୁ ୨୨୬ ଧାରା ବଳରେ ଜାରି କରିଥାଏ । ଏହି ରିଗୁଡ଼ିକ ହେଲା –
(କ) ବନ୍ଦୀ ପ୍ରତ୍ୟକ୍ଷୀକରଣ (Habeas Corpus) – ବ୍ୟକ୍ତିକୁ ନ୍ୟାୟାଳୟ ସମ୍ମୁଖରେ ସଶରୀରେ ହାଜର କରିବାର ଆଦେଣ ।
(ଖ) ପରମାଦେଶ (Mandamus) – ନ୍ୟାୟାଳୟ କୌଣସି କର୍ତ୍ତୃପକ୍ଷ ବା ଅଦାଲତକୁ ନିଜର କ୍ଷମତା ପରିସରଭୁକ୍ତ କୌଣସି କାର୍ଯ୍ୟ ସଂପାଦନ ନିମନ୍ତେ ନିର୍ଦ୍ଦେଶ ପ୍ରଦାନ ।
(ଗ) ପ୍ରତିଷେଧ (Prohibition) – ନିମ୍ନ ଅଦାଲତ ନିଜର ପରିସର ବାହାରେ କୌଣସି କାର୍ଯ୍ୟ ନକରିବା ପାଇଁ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ପ୍ରଦାନ କରିଥା’ନ୍ତି ।
(ଘ) ଅଧିର ପୃଚ୍ଛା (Quo-warranto) – ସରକାରୀ ପଦବୀରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ସେହି କାର୍ଯ୍ୟରୁ ନିବୃତ୍ତ କରିବା ନିମନ୍ତେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ପ୍ରଦାନ କରିଥା’ନ୍ତି ।
(ଙ) ଉତ୍ପ୍ରେକ୍ଷଣ (Certiorari) – ଏହି ଆଦେଶ ବଳରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ କୌଣସି ଅଧସ୍ତନ ନ୍ୟାୟାଳୟରୁ କୌଣସି ମକଦ୍ଦମାକୁ ବିଚାର ନିମନ୍ତେ ନିଜ ପାଖକୁ କିମ୍ବା ଅନ୍ୟ କୌଣସି ଅଦାଲତକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିଥା’ନ୍ତି ।

୧୫ । ରାଷ୍ଟ୍ର ନିୟାମକ ତତ୍ତ୍ବର ସମାଜବାଦୀ ନୀତି :
Answer:
ରାଷ୍ଟ୍ର ନିୟାମକ ତତ୍ତ୍ଵରେ ନିମ୍ନଲିଖ୍ ମୁଖ୍ୟ ସମାଜବାଦୀ ନୀତିଗୁଡ଼ିକ ସ୍ଥାନ ପାଇଛି :
(i) ସାମନ କାମ ପାଇଁ ସମାନ ମଜୁରି ।
(ii) ବେକାରି, ବୃଦ୍ଧ ତଥା ଅକ୍ଷମମାନଙ୍କ ପାଇଁ ଆର୍ଥିକ ନିରାପତ୍ତା ବ୍ୟବସ୍ଥା ।
(iii) କାମ କରିବାର ଅଧିକାର ।
(iv) କର୍ମକ୍ଷେତ୍ରରେ ମାନବୀୟ ପରିବେଶ ସୃଷ୍ଟି ।
(v) ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣର ସୁଯୋଗ ପ୍ରଦାନ ।
(vi) ଆୟଗତ ତାରତମ୍ୟ ହ୍ରାସ ପାଇଁ ବ୍ୟବସ୍ଥା ଗ୍ରହଣ ।

୧୬ । ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଭାରତରେ ଏକ ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ।
Answer:
ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ୩୮ଧାରାରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବାର ସୂଚନା ଦିଆଯାଇଛି । ଉଦାରବାଦୀ, ସମାଜବାଦୀ ଓ ଗାନ୍ଧିବାଦୀ ନୀତିର ସଫଳ ରୂପାୟନ କ୍ରମେ ଏହି ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠିତ ହେବାର ଲକ୍ଷ୍ୟ ରହିଛି । ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା, ଅର୍ଥନୈତିକ ବୈଷମ୍ୟ ହ୍ରାସ, ସ୍ୱାୟତ୍ତ ଶାସନ ଓ ସମବାୟ ଅନୁଷ୍ଠାନର ବିକାଶ, ପରିବେଶର ସୁରକ୍ଷା, ସମାନ ଦେୱାନୀ ଆଇନ ପ୍ରଣୟନ, ବିଭିନ୍ନ ଅର୍ଥନୈତିକ ନିରାପତ୍ତା ବ୍ୟବସ୍ଥା ଆଦି ବିବିଧ ନୀତି ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ପାଇଁ ରାଷ୍ଟ୍ର ଅସ୍ତିସୂଚକ ପଦକ୍ଷେପ ନେବାର ନିର୍ଦେଶ ଏଥୁରେ ରହିଛି ।

୧୭ । ‘‘ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ନ୍ୟାୟାଳୟରେ ପ୍ରତିପାଦନୀୟ ନୁହନ୍ତି ।’’
Answer:
ଭାରତୀୟ ସମ୍ବିଧାନର ଚତୁର୍ଥ ଖଣ୍ଡରେ ନିର୍ଦ୍ଦେଶାତ୍ମକ ରାଷ୍ଟ୍ରନୀତିଗୁଡ଼ିକୁ ସ୍ଥାନ ଦିଆଯାଇଛି । ଏଗୁଡ଼ିକ ‘ସମ୍ବିଧାନର ବିବେକ’ ଓ ଶାସନ ପାଇଁ ବତିଘର ସଦୃଶ କାର୍ଯ୍ୟ କରନ୍ତି । ଭାରତକୁ ଏକ ସମାଜବାଦୀ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବା ଏହାର ଲକ୍ଷ୍ୟ । ଭାରତୀୟମାନଙ୍କ ସ୍ଵାଧୀନତା ଏବଂ ସାମାଜିକ ଓ ରାଜନୈତିକ ବିକାଶ ମଧ୍ୟରେ ସମ୍ପର୍କର ସେତୁ ଗଢ଼ିବା ଦିଗରେ ଏହି ନୀତି କାର୍ଯ୍ୟ କରେ ।

କିନ୍ତୁ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାର ପରିପକ୍ବତା, ଆର୍ଥିକ ସମ୍ବଳ, ଜନ ଆବଶ୍ୟକତା ଆଦି ବିବିଧ ଉପାଦାନକୁ ବିଚାରକୁ ନେଇ ଏହି ନୀତିଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଥିବାରୁ ଏଗୁଡ଼ିକୁ ନ୍ୟାୟ ପ୍ରତିପାଦନୀୟ କରାଯାଇ ନାହିଁ । ଅର୍ଥାତ୍ ଏହାର ନୀତିଗୁଡ଼ିକ କାର୍ଯ୍ୟକାରୀ ନହେଲେ କେହି ଆଇନ ଅଦାଲତର ହସ୍ତକ୍ଷେପ ଦାବି କରିପାରିବ ନାହିଁ । କିନ୍ତୁ ଜନମତର ସମର୍ଥନ ଏହା ପଛରେ ଥିବାରୁ ଏହାକୁ କୌଣସି ସରକାର ଅବଜ୍ଞା କରିବା ସମ୍ଭବପର ନୁହେଁ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୮ । ‘‘ମୌଳିକ କର୍ତ୍ତବ୍ୟଗୁଡ଼ିକ ନ୍ୟାୟ ପ୍ରତିପାଦନୀୟ ନୁହନ୍ତି ।’’
Answer:
ଭାରତୀୟ ସମ୍ବିଧାନର ଚତୁର୍ଥ (କ) ଖଣ୍ଡର ୫୧(କ) ଧାରାରେ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି । ଏହା ନ୍ୟାୟ ପ୍ରତିପାଦନୀୟ ନୁହେଁ ଅର୍ଥାତ୍ ମୌଳିକ କର୍ତ୍ତବ୍ୟଗୁଡ଼ିକୁ କେହି ପାଳନ ନକଲେ ତାଙ୍କ ବିରୋଧରେ ରାଷ୍ଟ୍ର କିମ୍ବା ବ୍ୟକ୍ତିବିଶେଷ ଆଇନ ଅଦାଲତରେ ଆଶ୍ରୟ ନେଇପାରନ୍ତି ନାହିଁ । ଅଣସଂପାଦିତ ମୌଳିକ କର୍ତ୍ତବ୍ୟ ବିରୋଧରେ ଦଣ୍ଡବିଧାନ କରାଯାଇପାରେ ନାହିଁ । ଏହାର ଆଇନଗତ ଭିତ୍ତିଭୂମି ଦୁର୍ବଳ ହୋଇଥିଲେ ମଧ୍ୟ ଏହାର ଉଚ୍ଚ ଆଦର୍ଶ ଯୋଗୁଁ ଜନମତର ଦୃଢ଼ ସମର୍ଥନ ଥିବାରୁ ଏହାର ଗୁରୁତ୍ଵ ରହିଛି । ଏହା କର୍ତ୍ତବ୍ୟ ପ୍ରତି ଏକ ନୈତିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରେ ।

(C) ପାର୍ଥକ୍ୟ ଦର୍ଶାଅ ।

୧ । ମୌଳିକ ଅଧୁକାର ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି :
Answer:
ଉଭୟ ମୌଳିକ ଅଧୁକାର ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଗତି କ୍ଷେତ୍ରରେ ସହାୟକ ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ କେତେକ ମୌଳିକ ପାର୍ଥକ୍ୟ ରହିଛି; ଯଥା –

  • ମୌଳିକ ଅଧୂକାରଗୁଡ଼ିକ ସମ୍ବିଧାନର ତୃତୀୟ ଅଧ୍ୟାୟରେ ଲିପିବଦ୍ଧ ହୋଇଥିବାବେଳେ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ।
  • ମୌଳିକ ଅଧୂକାରର ପ୍ରକୃତି ନାସ୍ତିସୂଚକ ହୋଇଥିବାବେଳେ ରାଷ୍ଟ୍ର ନିୟାମକ ତତ୍ତ୍ଵର ସ୍ଵଭାବ ଅସ୍ତିସୂଚକ ଅଟେ ।
  • ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରଦାନ କରୁଥିଲାବେଳେ ମୌଳିକ ଅଧୁକାର ରାଜନୈତିକ ନ୍ୟାୟ ପ୍ରଦାନ କରେ ।
  • ମୌଳିକ ଅଧୂକାରଗୁଡ଼ିକ ନ୍ୟାୟାଳୟଦ୍ଵାରା ବିଚାରଯୋଗ୍ୟ; ମାତ୍ର ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହ ବିଚାରଯୋଗ୍ୟ ନୁହେଁ ।
  • ମୌଳିକ ଅଧୂକାର ବ୍ୟକ୍ତି ପ୍ରତି ପ୍ରଯୁଜ୍ୟ ହୋଇଥିଲାବେଳେ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ରାଷ୍ଟ୍ର ପ୍ରତି ନିର୍ଦ୍ଦେଶ ଅଟେ ।

୨ । ମୌଳିକ ଅଧୂକାର ଓ ମୌଳିକ କର୍ତ୍ତବ୍ୟ :
Answer:
ମୌଳିକ ଅଧୂକାର ଓ ମୌଳିକ କର୍ତ୍ତବ୍ୟ ମଧ୍ଯରେ ନିମ୍ନଲିଖୂତ ମୁଖ୍ୟ ପାର୍ଥକ୍ୟ ଦେଖାଯାଏ ।

  • ସମ୍ବିଧାନର ତୃତୀୟ ଖଣ୍ଡରେ ମୌଳିକ ଅଧୂକାର ଓ ଚତୁର୍ଥ (କ) ଖଣ୍ଡରେ ମୌଳିକ କର୍ତ୍ତବ୍ୟ ସ୍ଥାନିତ ହୋଇଛି ।
  • ସମ୍ବିଧାନର ପ୍ରାରମ୍ଭରୁ ମୌଳିକ ଅଧୂକାର ରହିଥିବାବେଳେ ୪୨ତମ ସମ୍ବିଧାନ ସଂଶୋଧନ, ୧୯୭୬ ମାଧ୍ୟମରେ ମୌଳିକ କର୍ତ୍ତବ୍ୟ ସମ୍ବିଧାନରେ ସଂଯୁକ୍ତ ହୋଇଛି ।
  • ମୌଳିକ ଅଧୁକାର ବ୍ୟକ୍ତିର ଅଧିକାରକୁ ସୂଚିତ କରୁଥିବାବେଳେ ମୌଳିକ କର୍ତ୍ତବ୍ୟ କେତେକ କର୍ତ୍ତବ୍ୟକୁ ସୂଚିତ କରେ ।
  • ମୌଳିକ ଅଧୂକାର ଆଇନଯୋଗ୍ୟ ହୋଇଥିବାବେଳେ ମୌଳିକ କର୍ତ୍ତବ୍ୟ ଅଣଆଇନଯୋଗ୍ୟ ଅଟେ ।
  • ନାଗରିକର ଛଅ ପ୍ରକାରର ମୌଳିକ ଅଧୁକାର ଥିବା ସମୟରେ ଏଗାର ପ୍ରକାରର ମୌଳିକ କର୍ତ୍ତବ୍ୟ ରହିଛି ।
  • ନାଗରିକର ସମାନତାର ଅଧିକାର, ସ୍ଵାଧୀନତାର ଅଧୂକାର, ଶୋଷଣ ବିରୋଧୀ ଅଧିକାର, ଧାର୍ମିକ ସ୍ଵାଧୀନତାର ଅଧିକାର, ସାଂସ୍କୃତିକ ଓ ଶିକ୍ଷାଗତ ଅଧୁକାର ଓ ସାମ୍ବିଧାନିକ ପ୍ରତିକାର ଅଧୁକାର ଆଦି ମୌଳିକ ଅଧୂକାର ରହିଥିବାବେଳେ ଜାତୀୟ ପତାକା ଓ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ, ଜାତୀୟ ପରିବେଶର ସୁରକ୍ଷା, ମିଶ୍ରିତ ସଂସ୍କୃତିର ସୁରକ୍ଷା ଆଦି କେତେକ ମୌଳିକ କର୍ତ୍ତବ୍ୟ ରହିଅଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତୀୟ ନାଗରିକ ଉପଭୋଗ କରୁଥିବା ମୌଳିକ ଅଧ୍ୟାର (Fundamental Right)ଗୁଡ଼ିକ ଆଲୋଚନା କର ।
Answer:
ମୌଳିକ ଅଧ୍ବକାରଗୁଡ଼ିକ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଉଦ୍ଦିଷ୍ଟ । ପ୍ରତ୍ୟେକ ଦେଶର ସମ୍ବିଧାନଦ୍ୱାରା ନାଗରିକମାନଙ୍କୁ କେତେକ ଅଧିକାର ପ୍ରଦାନ କରାଯାଇଛି ଯାହାକୁ ମୌଳିକ ଅଧୁକାର କୁହାଯାଏ । ଏହା ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର କ୍ଷମତାକୁ ସଙ୍କୁଚିତ କରେ ।

ଉସ୍ପ : ଏହି ମୌଳିକ ଅଧୂକାର ଆମେରିକାର ବିଲ୍ ଅଫ୍ ରାଇଟ୍ସରୁ ଆମ ସମ୍ବିଧାନକୁ ଉଦ୍ଧାର କରାଯାଇଛି । ଏହା ଇଂଲଣ୍ଡର ହେବିୟସ୍ କର୍ପସ୍ ଆଇନ ୧୬୭୯କୁ ମଧ୍ୟ ଅନୁକରଣ କରିଛି । ଏହା ଆମ ସମ୍ବିଧାନର ତୃତୀୟ ପରିଚ୍ଛେଦରେ ୧୨ ଧାରାରୁ ୩୫ ଧାରା ମଧ୍ଯରେ ବର୍ଣ୍ଣନା କରାହୋଇଛି । ନେହେରୁଙ୍କ ମତରେ, ଏହା ଆମ ସମ୍ବିଧାନର ବିବେକ ସଦୃଶ ଅଟେ ।

ପ୍ରକରଣ : ୧୯୭୯ ମସିହା ଏପ୍ରିଲ୍ ୩୦ ତାରିଖ ପୂର୍ବରୁ ଭାରତର ନାଗରିକମାନେ ୭ଟି ମୌଳିକ ଅଧିକାର ଉପଭୋଗ କରୁଥିଲେ । ୪୪ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରବର୍ତ୍ତନ ହେବାଠାରୁ ୬ଟି ମୌଳିକ ଅଧିକାର ନାଗରିକ ଉପଭୋଗ କରୁଛନ୍ତି । ତତ୍କାଳୀନ ଜନତା ସରକାର ସମ୍ବିଧାନର ୩୧ ଧାରାକୁ ଉଚ୍ଛେଦ କରି ସମ୍ପଭିଗତ ଅଧିକାରକୁ ମୌଳିକ ଅଧିକାରରୁ ବାଦ୍ ଦେଲେ । ସେହିଦିନଠାରୁ ଛଅ ପ୍ରକାର ମୌଳିକ ଅଧୂକାର ନାଗରିକମାନେ ଉପଭୋଗ କରୁଛନ୍ତି ।

ବିଶ୍ଳେଷଣ :
(୧) ସମାନତା ଅଧିକାର – (ଧାରା ୧୪ରୁ ୧୮)
ସମ୍ବିଧାନର ୧୪ରୁ ୧୮ ପର୍ଯ୍ୟନ୍ତ ୫ଟି ଧାରାରେ ସମାନତା ଅଧିକାର ବର୍ଣ୍ଣିତ ହୋଇଛି ।
୧୪ ଧାରା ଅନୁଯାୟୀ ଭାରତ ଭୂଖଣ୍ଡ ମଧ୍ୟରେ ପ୍ରତ୍ୟେକ ନାଗରିକକୁ ଆଇନ ଆଗରେ ସମାନ କରାଯାଇଛି ଓ ଆଇନଦ୍ଵାରା ସମପରିମାଣରେ ସୁରକ୍ଷା ପ୍ରଦାନ କରାଯାଇଛି । ସମାନତା ଅର୍ଥ ସମତୁଲ ଓ ସର୍ବତୋଭାବେ ସମାନତା ନୁହେଁ । ଏହା ଭେଦଭାବରହିତ ଓ ପକ୍ଷପାତବିରୋଧୀ ଅଟେ ।

୧୫ ଧାରା ଅନୁସାରେ ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ-ଜନ୍ମସ୍ଥାନ ଭିଭିରେ ରାଷ୍ଟ୍ର କୌଣସି ପାତର ଅନ୍ତର କରିପାରିବ ନାହିଁ । ଦୋକାନ, ସର୍ବସାଧାରଣ ଭୋଜନାଳୟ, ମନୋରଞ୍ଜନ ସ୍ଥାନ, କୂପ, ପୁଷ୍କରିଣୀ, ସ୍ନାନାଗାର, ରାସ୍ତା, ସର୍ବସାଧାରଣଙ୍କ ଗନ୍ତବ୍ୟ ସ୍ଥାନକୁ ବ୍ୟବହାର କରିବାପାଇଁ ରାଷ୍ଟ୍ର କାହାକୁ ନିଷିଦ୍ଧ କରିପାରିବ ନାହିଁ ।

୧୬ ଧାରା ଅନୁସାରେ ଭାରତୀୟ ନାଗରିକମାନେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବାସସ୍ଥାନ ନିର୍ବିଶେଷରେ ରାଷ୍ଟ୍ର ନିକଟରେ ଚାକିରି କରିବାର ସମାନ ଅଧିକାର ଉପଭୋଗ କରିବେ ।

୧୭ ଧାରା ଅନୁସାରେ ଅସ୍ପୃଶ୍ୟତାର ବିଲୋପ ସାଧନ କରାଯାଇଛି ଓ ଅସ୍ପୃଶ୍ୟତା ଦଣ୍ଡନୀୟ ଅପରାଧ ରୂପେ ଘୋଷଣା କରାଯାଇଛି ।

୧୮ ଧାରା ଅନୁସାରେ ସାମରିକ କିମ୍ବା ଶିକ୍ଷାଗତ ଉପାଧ୍ ବ୍ୟତୀତ ନାଗରିକମାନଙ୍କୁ ରାଷ୍ଟ୍ର ଅନ୍ୟ କୌଣସି ଉପାଧ୍ ପ୍ରଦାନ କରିବ ନାହିଁ । ରାଷ୍ଟ୍ରପତିଙ୍କ ଅନୁମତି ବିନାକୌଣସି ନାଗରିକ ବିଦେଶୀ ରାଷ୍ଟ୍ରରୁ ଉପାଧ୍ବ ଗ୍ରହଣ କରିପାରିବ ନାହିଁ ।

(୨) ସ୍ଵାଧୀନତା ଅଧିକାର – (ଧାରା ୧୯ରୁ ୨୨)
ସମ୍ବିଧାନର ୧୯ ରୁ ୨୨ ଧାରା ପର୍ଯ୍ୟନ୍ତ ୪ଟି ଧାରା ନାଗରିକମାନଙ୍କର ସ୍ଵାଧୀନତାର ଅଧିକାର ବିଷୟରେ ଆଲୋଚନା କରିଛି । ସ୍ବାଧୀନତା – ଧାରା ୧୯ରେ ନାଗରିକକୁ ଛଅଗୋଟି ସ୍ଵାଧୀନତା ପ୍ରଦାନ କରାଯାଇଛି, ଯଥା –
(୧) ବାକ୍ ସ୍ଵାଧୀନତା ଓ ଅଭିବ୍ୟକ୍ତିର ସ୍ଵାଧୀନତା,
(୨) ଶାନ୍ତିପୂର୍ବକ ତଥା ନିରସ୍ତ୍ର ସମ୍ମିଳନର ସ୍ଵାଧୀନତା,
(୩) ସଂଘ ବା ସମିତି ଗଠନର ସ୍ଵାଧୀନତା,
(୪) ଭାରତରେ ଅବାଧ ଗମନାଗମନ କରିବାର ସ୍ଵାଧୀନତା,
(୫) ଭାରତର ଯେକୌଣସି ଅଂଶରେ ବସବାସ କରିବାର ସ୍ଵାଧୀନତା,
(୬) ବାକ୍ ବୃତ୍ତିଗତ ଜୀବିକା କାରବାର ବା ବ୍ୟବସାୟ କରିବାର ସ୍ଵାଧୀନତା ।
ଏହିସବୁ ସ୍ଵାଧୀନତା ଉପରେ ଯୁକ୍ତିଯୁକ୍ତ କଟକଣା ଜାରି କରିବାର ଅଧୂକାର ସରକାରଙ୍କର ରହିଛି । ବିଶେଷତଃ ଜାତୀୟ ଜରୁରିକାଳୀନ କ୍ଷମତା ପ୍ରୟୋଗ ସମୟରେ ଏହା ସୁଗିତ ରହିଥାଏ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ଆଇନର ଶାସନ – ସମ୍ବିଧାନର ୨୦ ଧାରାରେ ବର୍ଣ୍ଣିତ ହୋଇଥିବା ବ୍ୟବସ୍ଥା ପ୍ରଚଳିତ ଆଇନର ଶାସନର ଅନୁରୂପ ।
ଏହି ବ୍ୟବସ୍ଥାରେ ଦୋଷୀ ବୋଲି ବିବେଚିତ ହେଉଥିବା ବ୍ୟକ୍ତିକୁ ୩ଟି ଅଧିକାର ପ୍ରଦାନ କରାଯାଇଛି ।
(୧) ବ୍ୟକ୍ତିଟି ସେହି ସମୟରେ ପ୍ରଚଳିତ ନଥବା କୌଣସି ଆଇନ ଅନୁଯାୟୀ ଦଣ୍ଡିତ ହେବ
(୨) କୌଣସି ଅପରାଧ ପାଇଁ ଜଣେ ବ୍ୟକ୍ତି ଦୁଇଥର ଦଣ୍ଡ ଭୋଗ କରିବ ନାହିଁ ।
(୩) କୌଣସି ବ୍ୟକ୍ତିକୁ ନିଜ ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ବାଧ୍ୟ କରାଯିବ ନାହିଁ ।

ଜୀବନଧାରଣ – ସମ୍ବିଧାନର ୨୧ ଧାରା ଅନୁସାରେ ଆଇନାନୁମୋଦିତ ପନ୍ଥା ଭିନ୍ନ ଅନ୍ୟ କୌଣସି ପନ୍ଥାରେ ନାଗରିକକୁ ତା’ର ଜୀବନ ଓ ବ୍ୟକ୍ତିଗତ ସ୍ଵାଧୀନତାରୁ ବଞ୍ଚିତ କରାଯିବ ନାହିଁ । ୨୦୦୨ ମସିହାର ୮୬ତମ ସମ୍ବିଧାନ ସଂଶୋଧନ ଆଇନଦ୍ଵାରା ସଂଯୋଜିତ ୨୧ (କ) ଧାରାରେ ୬ରୁ ୧୪ ବର୍ଷ ମଧ୍ୟରେ ଶିଶୁମାନଙ୍କ ପାଇଁ ପ୍ରାଥମିକ ଶିକ୍ଷାକୁ ମାଗଣା ଓ ବାଧ୍ୟତାମୂଳକ କରାଯାଇଛି ।

ସ୍ୱେଚ୍ଛାଚାରିତାରୁ ବିରୋଧ – ସମ୍ବିଧାନର ୨୨ ଧାରା ଅନୁସାରେ କୌଣସି ବ୍ୟକ୍ତିକୁ ମନଇଚ୍ଛା ଗିରଫ କରାଯାଇପାରିବ ନାହିଁ । ଗିରଫ ବ୍ୟକ୍ତିର ଇଚ୍ଛାନୁଯାୟୀ ଓକିଲ ସହିତ ପରାମର୍ଶ କରିବା ଓ ନିଜର ପ୍ରତିରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିବାର ଅଧୁକାର ସେ ବ୍ୟକ୍ତିକୁ ଦିଆଯିବ । ଅଦାଲତର ବିନାନୁମତିରେ ତାକୁ ଅଧ‌ିକ ସମୟ ଅଟକ ରଖାଯାଇପାରିବ ନାହିଁ ।

ବ୍ୟତିକ୍ରମ – ଆଇନର ବ୍ୟବସ୍ଥା ଅନୁଯାୟୀ ନିରାପତ୍ତା ଆଇନ ଓ ନିବୃତ୍ତିମୂଳକ ଅଟକ ଆଇନଦ୍ଵାରା ଅଟକ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ ।

(୩) ଶୋଷଣ ବିରୁଦ୍ଧରେ ଅଧିକାର – (ଧାରା ୨୩ରୁ ୨୪)
ବେଠି ଆଦାୟର ବିରୋଧ – ୨୩ ଧାରା ଅନୁସାରେ ମଣିଷମାନଙ୍କୁ ନେଇ ବ୍ୟବସାୟ କରିବା, ବିନା ମଜୁରିରେ ବାଧ୍ୟତାମୂଳକ ଭାବେ ଶ୍ରମ ଆଦାୟ କରିବା, ବେଠି ଓ ବେଗାରି ଖଟାଇବା କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି ।
ବାଳଣ୍ରମ ନିଷେଧ – ୨୪ ଧାରା ଅନୁସାରେ ୧୪ ବର୍ଷରୁ କମ୍ ପିଲାଙ୍କୁ ଖଣି, କାରଖାନା ବା ଅନ୍ୟ କୌଣସି ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାହେବ ନାହିଁ ।

(୪) ଧର୍ମୀୟ ସ୍ଵାଧୀନତା ଅଧିକାର – (ଧାରା ୨୫ରୁ ୨୮)
ଏହି ଅଧ୍ବକାର ସମ୍ବିଧାନର ୨୫ ଠାରୁ ୨୮ ଧାରା ପର୍ଯ୍ୟନ୍ତ ବିଶଦଭାବେ ଆଲୋଚନା ହୋଇଛି । ଏହାଦ୍ଵାରା ଭାରତରେ ଭାରତୀୟ ଏବଂ ବିଦେଶୀମାନଙ୍କ ପାଇଁ ଧର୍ମୀୟ ସ୍ଵାଧୀନତା ପ୍ରଦାନ କରାଯାଇଛି ।

ଧର୍ମପ୍ରଚାର ଓ ପ୍ରସାର – ୨୫ ଧାରାରେ ପ୍ରତ୍ୟେକ ବ୍ୟକ୍ତିକୁ ବିବେକର ସ୍ଵାଧୀନତା ଓ ଧର୍ମ ବିଶ୍ଵାସ, ଧର୍ମାଚରଣ, ଧର୍ମପ୍ରଚାର ଓ ପ୍ରସାରର ସ୍ଵାଧୀନତା ଦିଆଯାଇଛି । ନୈତିକତା ଓ ସାଧାରଣ ସ୍ଵାର୍ଥଗତ କାରଣରୁ ଏହି ଅଧିକାରକୁ ରାଷ୍ଟ୍ର ନିୟନ୍ତ୍ରଣ କରିପାରିବାର ବ୍ୟବସ୍ଥା ସମ୍ବିଧାନରେ ଅଛି ।

ଧର୍ମାନୁଷ୍ଠାନ ପ୍ରତିଷ୍ଠା – ୨୬ ଧାରା ଅନୁସାରେ ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟ ନିଜ ନିଜର ଧର୍ମାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ଏବଂ ସ୍ଥାବର ଓ ଅସ୍ଥାବର ସମ୍ପରି ଅର୍ଜନ କରି ଅନୁଷ୍ଠାନ ପରିଚାଳନା କରିପାରିବେ ।

ଧର୍ମଟିକସ ନିଷେଧ – ୨୭ ଧାରା ଅନୁସାରେ କୌଣସି ଧର୍ମର ଉନ୍ନତି ପାଇଁ ରାଷ୍ଟ୍ର କାହାରି ଉପରେ ଟିକସ ବସାଇବ ନାହିଁ । ନିର୍ଦ୍ଦିଷ୍ଟ ଧର୍ମଶିକ୍ଷା ଦେଇପାରିବେ ନାହିଁ । ଏପରିକି ବେସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ଅନୁଷ୍ଠାନରେ ଧର୍ମଗତ ଶିକ୍ଷା ଗ୍ରହଣ କରିବାକୁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ । ସବୁଧର୍ମକୁ ସମାନ ମର୍ଯ୍ୟାଦା ପ୍ରଦାନ କରାଯାଇଛି ।

(୫) ସାଂସ୍କୃତିକ ଓ ଶିକ୍ଷାଗତ ଅଧୁକାର – (ଧାରା ୨୯ରୁ ୩୦)
ଏହି ଅଧିକାର ବଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସଂସ୍କୃତି ଓ ଶିକ୍ଷାର ସୁରକ୍ଷା କରିପାରୁଛନ୍ତି ।

ସଂଖ୍ୟାଲଘୁଙ୍କ ସଂସ୍କୃତିର ସୁରକ୍ଷା – ୨୯ ଧାରା ଅନୁସାରେ ପ୍ରତ୍ୟେକ ସଂଖ୍ୟାଲଘୁ ସମ୍ପ୍ରଦାୟ ତାଙ୍କର ଭାଷା, ଲିପି ଓ ସଂସ୍କୃତିର ସୁରକ୍ଷା କରିବା ଅଧିକାର ପାଇଛି । ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗଗତ ବିଭେଦତା କାରଣରୁ କୌଣସି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବାକୁ ମନା କରାଯାଇପାରିବ ନାହିଁ ।

ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ – ୩୦ ଧାରା ଅନୁସାରେ ଧର୍ମ କିମ୍ବା ଭାଷାଭିତ୍ତିରେ ଗଠିତ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ଓ ସେମାନଙ୍କୁ ସାହାଯ୍ୟ ଦେବାରେ ରାଷ୍ଟ୍ର କୌଣସି ପକ୍ଷପାତିତା କରିବ ନାହିଁ ।

ସାମ୍ବିଧାନିକ ପ୍ରତିକାର ଅଧିକାର – (ଧାରା ୩୨)
ଏହି ବ୍ୟବସ୍ଥା ଅନୁଯାୟୀ କୌଣସି ନାଗରିକର ମୌଳିକ ଅଧିକାର ରାଷ୍ଟ୍ରଦ୍ଵାରା ବା କୌଣସି ବ୍ୟକ୍ତି ବା ଅନୁଷ୍ଠାନଦ୍ଵାରା କ୍ଷୁଣ୍ଣ କରାଯାଇପାରିବ ନାହିଁ । ୩୨ ଧାରା ଅନୁସାରେ ସୁପ୍ରିମ୍‌କୋର୍ଟ ଓ ୨୨୬ ଧାରା ଅନୁସାରେ ରାଜ୍ୟ ହାଇକୋର୍ଟରେ ସମ୍ପୃକ୍ତ ବ୍ୟକ୍ତି ସିଧାସଳଖ ଆଶ୍ରୟ ନେଇପାରିବେ । ଏହି କ୍ଷେତ୍ରରେ ନ୍ୟାୟପାଳିକା ସମ୍ବିଧାନର ରକ୍ଷାକବଚ ରୂପେ କାମ କରେ । ଏହି ଅଧିକାରର ସୁରକ୍ଷା ପାଇଁ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ପାଞ୍ଚଗୋଟି ଆଜ୍ଞାପତ୍ର ବା ରିଟ୍ ଜାରି କରିପାରନ୍ତି । ସେଗୁଡ଼ିକ ହେଲା –

  • ବନ୍ଦୀ ପ୍ରତ୍ୟକ୍ଷୀକରଣ (Habeas Corpus) – ବନ୍ଦୀକୁ ବିଚାରାଳୟ ଆଗରେ ଉପସ୍ଥାପିତ କରିବାର ଆଦେଶ ।
  • ମାଣ୍ଡାମସ୍ ବା ପରମାଦେଶ ଆଜ୍ଞାପତ୍ର (Mandamus) ଏହାଦ୍ଵାରା ଉଚ୍ଚ ନ୍ୟାୟାଳୟ ସରକାର ବା ନିମ୍ନ ନ୍ୟାୟାଳୟ ବା କର୍ମଚାରୀଙ୍କୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥାଆନ୍ତି ।
  • ପ୍ରତିଷେଧ (Prohibition) – ନିମ୍ନ ଅଦାଲତକୁ ନିଜର ପରିସର ବାହାରେ କାର୍ଯ୍ୟ ନ କରିବାପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥାଆନ୍ତି ।
  • କୋୱାରେଣ୍ଟ ବା ଅଧିକାର ପୃଚ୍ଛା (Quo-warranto) – କେଉଁ ଅଧୂକାରରେ ପଦବୀ, ମାଲିକାନା ବା ସ୍ଥାନ ଦଖଲ କରି କାର୍ଯ୍ୟ ସମ୍ପାଦନ କରାଯାଇଛି ।
  • ଉତ୍ପ୍ରେକ୍ଷଣ (Certiorari) – ଏହି ଆଦେଶ ବଳରେ ତଳ କୋର୍ଟ ଉପରକୋର୍ଟକୁ କାଗଜପତ୍ର ସହିତ ମୋକଦ୍ଦମା ପ୍ରେରଣ କରିଥାଏ ।

ସାଧାରଣ ପରିସ୍ଥିତିରେ ପ୍ରତ୍ୟେକ ନାଗରିକ ମୌଳିକ ଅଧୂକାରଗୁଡ଼ିକୁ ଉପଭୋଗ କରେ । ଜରୁରିକାଳୀନ ପରିସ୍ଥିତିରେ ରାଷ୍ଟ୍ରପତି ଏହି ଅଧିକାରକୁ ବାତିଲ କରିପାରନ୍ତି ।

ଉପରୋକ୍ତ ମୌଳିକ ଅଧିକାର ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟକ୍ତି ସ୍ବାତନ୍ତ୍ର୍ୟ ଦେବାପାଇଁ ଉଦ୍ଦିଷ୍ଟ । ଏହା ମାଧ୍ୟମରେ ବ୍ୟକ୍ତିର ବ୍ୟକ୍ତିତ୍ଵର ଚରମ ପରିପ୍ରକାଶ ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ବ୍ୟବସ୍ଥା କରାଯାଇଛି । ମାତ୍ର ଏହା ନିରଙ୍କୁଶ ନୁହେଁ । ବୃହତ୍ତର ସ୍ଵାର୍ଥଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ସରକାର ଏହି ଅଧିକାର ଉପରେ ନିୟନ୍ତ୍ରଣ ଜାରି କରିପାରିବେ । ସଂସଦ ସମ୍ବିଧାନ ସଂଶୋଧନ ମାଧ୍ୟମରେ ମୌଳିକ ଅଧିକାର ସଂଶୋଧନ କରିଥାଏ ।

ଗୋଲକନାଥ ମକଦ୍ଦମାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସମୟରେ ଏହି ସଂଶୋଧନ କରିବାର ବ୍ୟବସ୍ଥାକୁ ନେଇ ବାଦାନୁବାଦ ସୃଷ୍ଟି ହୋଇଛି । ମାତ୍ର ୧୯୮୦ ମସିହାରେ ମିନର୍ଭା ମିଲ୍ସ ମକଦ୍ଦମାରେ ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ମୌଳିକ ଅଧୂକାରକୁ ପରିବର୍ତ୍ତନ କରିବାର ଅସୀମ କ୍ଷମତା ସଂସଦର ନାହିଁ । ସଂଶୋଧନଦ୍ଵାରା ସମ୍ବିଧାନର ମୌଳିକ ଲକ୍ଷଣକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ଏହି ନିଷ୍ପତ୍ତିରେ ମୌଳିକ ଅଧିକାରକୁ ରାଷ୍ଟ୍ର ନିୟାମକ ତତ୍ତ୍ଵ ତୁଳନାରେ ଅଧିକ ଗୁରୁତ୍ଵ ଦିଆଯାଇଛି । ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର ଅତ୍ୟନ୍ତ ସ୍ପଷ୍ଟ । ଏହି ମୌଳିକ ଅଧିକାରକୁ ‘ସମ୍ବିଧାନର ବିବେକ ଓ ଗଣତନ୍ତ୍ରର ମୂଳଦୁଆ’ ବୋଲି ଅଭିହିତ କରାଯାଇଛି ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୨ । ଭାରତ ସମ୍ବିଧାନରେ ବର୍ଣ୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ବ (Directive Principles of State Policy)ର ଶ୍ରେଣୀବିଭାଗ ଓ ଗୁରୁତ୍ବ ତର୍ଜମା କର ।
Answer:
ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାପାଇଁ ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବର୍ଣ୍ଣନା କରାଯାଇଛି । ଏହି ନିର୍ଦ୍ଦେଶାବଳୀ ଆଇନ ଅଦାଲତରେ ନ୍ୟାୟଯୋଗ୍ୟ ନୁହେଁ ଅର୍ଥାତ୍ ରାଷ୍ଟ୍ର ଏହି ନିର୍ଦ୍ଦେଶାବଳୀ ଲଙ୍ଘନ କଲେ ନାଗରିକ ବ୍ୟକ୍ତିଗତଭାବରେ କୌଣସି ମକଦ୍ଦମା କରିପାରିବ ନାହିଁ । କିନ୍ତୁ ଜନମତର ସମର୍ଥନ ଏହା ପଛରେ ରହିଥିବାରୁ ଆଇନ ପ୍ରଣୟନ ସମୟରେ ଏହି ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପ୍ରତ୍ୟେକ ନିର୍ବାଚିତ ସରକାରର କର୍ତ୍ତବ୍ୟ ହୋଇଯାଇଛି । ବର୍ତ୍ତମାନ ସର୍ବମୋଟ ୨୩ଟି ନିର୍ଦ୍ଦେଶ ଏହି ପରିଚ୍ଛେଦରେ ବର୍ଣନା କରାଯାଇଛି । ଆଗରୁ ୨୦ଟି ନିର୍ଦ୍ଦେଶ ଲିପିବଦ୍ଧ ଥିଲା ଏବଂ ୪୨ତମ ସମ୍ବିଧାନ ସଂଶୋଧନଦ୍ଵାରା ଅଧ୍ବକ ତିନୋଟି ନିର୍ଦ୍ଦେଶ ଯୋଗ କରାଗଲା ।

ଅର୍ଥ – ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତିର ଅର୍ଥ ରାଷ୍ଟ୍ର ପ୍ରତି ସ୍ଵତନ୍ତ୍ର ନିର୍ଦ୍ଦେଶନାମା । ଏହା ରାଷ୍ଟ୍ରରେ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା କରେ । ଏହା ସମ୍ବିଧାନର ୩୬ ଧାରାରୁ ୫୧ ଧାରା ମଧ୍ୟରେ ସୀମିତ ।

ଉସ୍ପ – ସମ୍ବିଧାନ ପ୍ରଣେତାମାନେ ସ୍ପେନ୍ ଓ ଆୟର୍ଲାଣ୍ଡର ସମ୍ବିଧାନଦ୍ଵାରା ପ୍ରଭାବିତ ହୋଇ ଏହି ନିର୍ଦ୍ଦେଶଗୁଡ଼ିକୁ ଆମ ସମ୍ବିଧାନରେ ସନ୍ନିବେଶିତ କରିଛନ୍ତି ।

ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକର ସ୍ପଷ୍ଟ ବିଚାର ଆଲୋଚନା କରିବାପାଇଁ ସେଗୁଡ଼ିକୁ ମୁଖ୍ୟତଃ ୫ ଭାଗରେ ବିଭକ୍ତ କରାଯାଇପାରେ ।

(୧) ସମାଜବାଦୀ ସମ୍ବିଧାନର ୩୮ ଧାରାରେ କୁହାଯାଇଛି ଯେ, ଜନସାଧାରଣଙ୍କ ହିତ ପାଇଁ ରାଷ୍ଟ୍ର ଏପରି ଏକ ସାମାଜିକ ଅବସ୍ଥା ସୃଷ୍ଟି କରିବ ଯେଉଁଠି ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ନ୍ୟାୟ ପ୍ରତିଫଳିତ ହେବ । ୩୯ ଧାରା ଅନୁସାରେ ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ନାଗରିକମାନଙ୍କୁ ଜୀବିକା ଅର୍ଜନପାଇଁ ଉପଯୁକ୍ତ ପନ୍ଥା ଯୋଗାଇବା, ରାଷ୍ଟ୍ରୀୟ ସମ୍ପଦର ସୁନିୟନ୍ତ୍ରଣ ଓ ବଣ୍ଟନ କରିବା, ସ୍ତ୍ରୀ ଓ ପୁରୁଷ ସମାନ କାର୍ଯ୍ୟ ପାଇଁ ସମାନ ମଜୁରି ପାଇବା ଏବଂ ଶିଶୁ ଓ ଯୁବକମାନଙ୍କୁ ଶୋଷଣରୁ ମୁକ୍ତ କରିବା ଆଦି ଅର୍ଥନୈତିକ ନ୍ୟାୟର ପ୍ରତୀକ ଅଟନ୍ତି ।
(i) ସାମାଜିକ ନିରାପତ୍ତା – ୪୧ ଧାରାରେ ନାଗରିକମାନଙ୍କୁ ନିମ୍ନଲିଖତ ସାମାଜିକ ନିରାପତ୍ତା ପ୍ରଦାନ କରାଯାଇଛି ।
(a) ଆର୍ଥନୀତିକ ସମ୍ବଳସୀମା ମଧ୍ୟରେ ସମସ୍ତଙ୍କୁ କାମ କରିବାର ସୁଯୋଗ ।
(b) ସମସ୍ତଙ୍କର ଶିକ୍ଷାଲାଭ କରିବାରେ ସୁବିଧା ।
(c) ବେକାରି, ବୃଦ୍ଧାବସ୍ଥା, ଅକ୍ଷମ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାର ବ୍ୟବସ୍ଥା ।
(ii) ମାତୃମଙ୍ଗଳ – ୪୨ ଧାରାରେ କର୍ମସଂସ୍ଥାନ ଏବଂ ସ୍ଵାସ୍ଥ୍ୟରକ୍ଷା ପାଇଁ ମାତୃମଙ୍ଗଳ ସମେତ ଉପଯୁକ୍ତ ମାନବୀୟ ପରିବେଶ ସୃଷ୍ଟି କରିବାପାଇଁ କୁହାଯାଇଛି ।
(iii) ଶ୍ରମିକ ସୁରକ୍ଷା – ୩୯ (ଘ) ଧାରା ଅନୁସାରେ ଶ୍ରମିକମାନଙ୍କୁ ଉପଯୁକ୍ତ ମଜୁରି ଦେବାକୁ ନିର୍ଦେଶ ଦିଆଯାଇଛି । ୪୪ତମ ସମ୍ବିଧାନ ସଂଶୋଧନ ଆଇନର ୩୮(୨) ଧାରା ମାଧ୍ୟମରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ବୃତ୍ତିରେ ଥ‌ିବା ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ଆୟ, ସୁବିଧା ଓ ସ୍ଥିତିର ବୈଷମ୍ୟ ହ୍ରାସ ପାଇଁ ସାମ୍ବିଧାନିକ ନିର୍ଦେଶ ପ୍ରଦାନ କରାଯାଇଛି । ୪୨ତମ ସମ୍ବିଧାନ ସଂଶୋଧନ ୪୩(କ) ଧାରା ବଳରେ ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣର ସୁଯୋଗ ଦେଇଛି ।

(୨) ଗାନ୍ଧିବାଦୀ – ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅନୁସୃତ ନୀତି ଏହି ପରିଚ୍ଛେଦରେ ସ୍ଥାନ ପାଇଛି ।
(i) ସ୍ଵାୟର ଶାସନ – ସମ୍ବିଧାନର ୪୦ ଧାରା ଅନୁସାରେ ସ୍ଵାୟତ୍ତ ଶାସନରୂପେ ଗ୍ରାମପଞ୍ଚାୟତ ଗଠନ କରିସେଗୁଡ଼ିକୁ ଉପଯୁକ୍ତ କ୍ଷର୍ମତା ଓ କର୍ତ୍ତୃତ୍ଵ ଦେବାକୁ ରାଷ୍ଟ୍ରକୁ କୁହାଯାଇଛି ।
(ii) କୁଟୀରଶିଳ୍ପ – ସମ୍ବିଧାନର ୪୩ ଧାରାରେ ଗ୍ରାମାଞ୍ଚଳରେ ବ୍ୟକ୍ତିଗତ ବା ସମବାୟ ଭିଭିରେ କୁଟୀରଶିଳ୍ପର ପ୍ରସାର ପାଇଁ ବ୍ୟବସ୍ଥା ଅଛି ।
(iii) ଅନୁନ୍ନତ ଶ୍ରେଣୀ – ୪୬ ଧାରା ଅନୁସାରେ ଅନୁସୂଚିତ ଜାତି ଓ ଉପଜାତିର ଲୋକମାନଙ୍କର ଶିକ୍ଷା ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ପାଇଁ ବ୍ୟବସ୍ଥା ଅଛି ।
(iv) ନିଶାଦ୍ରବ୍ୟ ନିଷିଦ୍ଧ – ୪୭ ଧାରା ଅନୁସାରେ ଔଷଧ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଶାଦ୍ରବ୍ୟ ବ୍ୟବହାରକୁ ନିଷିଦ୍ଧ କରାଯାଇଛି ।
(v) ଗୋହତ୍ୟା ନିଷିଦ୍ଧ – ୪୮ ଧାରା ଅନୁସାରେ କୃଷି ଓ ପଶୁପାଳନର ଉନ୍ନତି କରିବାକୁ ଓ ଗୋହତ୍ୟାକୁ ବେଆଇନ କରିବାକୁ ନିର୍ଦ୍ଦେଶ ରହିଛି ।

(୩) ଉଦାରବାଦୀ – ଦେଶରେ ଏକ ଉଦାରବାଦୀ ଗଣତାନ୍ତ୍ରିକ ଓ ସାମାଜିକ ବ୍ୟବସ୍ଥା ସୃଷ୍ଟି ପାଇଁ କେତେକ ନିର୍ଦ୍ଦେଶମୂଳକ ନୀତି ସଂଯୁକ୍ତ ହୋଇଛି ।
(i) ଏକକ ଦେୱାନୀ ଆଇନ – ୪୪ ଧାରା ଅନୁସାରେ ସମଗ୍ର ରାଷ୍ଟ୍ର ପାଇଁ ଏକପ୍ରକାର ଦେୱାନୀ ବିଧ୍ଵ ପ୍ରଚଳନ ପାଇଁ ନିର୍ଦ୍ଦେଶ ରହିଛି ।
(ii) ଶିକ୍ଷାର ପ୍ରସାର – ୪୫ ଧାରା ଅନୁଯାୟୀ ୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷାପ୍ରଦାନ ବ୍ୟବସ୍ଥା କରାଯାଇଛି ।
(iii) ପୁଷ୍ଟିକର ଖାଦ୍ୟ – ୪୬ ଧାରା ଅନୁଯାୟୀ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ସ୍ଵାସ୍ଥ୍ୟରକ୍ଷାର ବ୍ୟବସ୍ଥା କରିବାକୁ କୁହାଯାଇଛି ।
(iv) ଜାତୀୟ ସମ୍ପଦ ସୁରକ୍ଷା – ୪୮ ଧାରା (କ) ଅନୁସାରେ ଜଙ୍ଗଲର ବଣ୍ୟଜନ୍ତୁ ଏବଂ ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ରାଷ୍ଟ୍ର ଉପଯୁକ୍ତ ବ୍ୟବସ୍ଥା କରିବ । ଏହା ୪୨ତମ ସମ୍ବିଧାନ ସଂଶୋଧନଦ୍ଵାରା ସଂଯୋଜିତ ହୋଇଛି ।
(v) ନ୍ୟାୟାଳୟର ସ୍ଵାଧୀନତା – ୫୦ ଧାରା ଅନୁସାରେ ବିଚାର ବିଭାଗକୁ କାର୍ଯ୍ୟପାଳିକାଠାରୁ ପୃଥକ୍ କରିବାପାଇଁ ବ୍ୟବସ୍ଥା ରହିଛି ।

(୪) ସାଂସ୍କୃତିକ – ଦେଶର ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ୪୯ ଧାରା ଅନୁଯାୟୀ ରାଷ୍ଟ୍ର ପ୍ରାଚୀନ କୀର୍ତ୍ତି, କଳା, ସ୍ଥାପତ୍ୟ ଓ ଐତିହାସିକ ସ୍ମାରକୀ ତଥା ସ୍ଥାନର ସଂରକ୍ଷଣ କରିବ ।

(୫) ଆନ୍ତର୍ଜାତୀୟ – ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବା ଏବଂ ଏହାର ବୈଦେଶିକ ନୀତି ନିର୍ଦ୍ଧାରଣ କରିବାପାଇଁ ସମ୍ବିଧାନର ୫୧ ଧାରାରେ ବ୍ୟବସ୍ଥା ହୋଇଛି । ତଦନୁସାରେ
(i) ବିଶ୍ଵଶାନ୍ତି ଓ ନିରାପତ୍ତା ରକ୍ଷା
(ii) ଦେଶ ଦେଶ ମଧ୍ୟରେ ନ୍ୟାୟ ଓ ସମ୍ମାନଜନକ ସମ୍ପର୍କ ପ୍ରତିଷ୍ଠା ।
(iii) ଆନ୍ତର୍ଜାତିକ ଆଇନ, ଚୁକ୍ତି ଓ ସନ୍ଧି ପ୍ରତି ସମ୍ମାନ ପ୍ରଦର୍ଶନ ।

ଗୁରୁତ୍ଵ – ସମ୍ବିଧାନରେ ବର୍ଣ୍ଣିତ ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ କାର୍ଯ୍ୟକାରୀ କରିବାପାଇଁ ରାଷ୍ଟ୍ର ବାଧ୍ୟ ନୁହେଁ । ଏହା ନ୍ୟାୟାଳୟର ପରିସରଭୁକ୍ତ ନୁହେଁ । କିନ୍ତୁ ନିମ୍ନଲିଖତ କାରଣରୁ ଏହାର ଗୁରୁତ୍ଵ ରହିଛି :
(୧) ରାଷ୍ଟ୍ର ଶାସନର ମୌଳିକ ତତ୍ତ୍ବ – ସମ୍ବିଧାନର ୩୭ ଧାରା ଅନୁସାରେ ଚତୁର୍ଥ ଭାଗରେ ବର୍ଣ୍ଣିତ ନୀତିଗୁଡ଼ିକ ରାଷ୍ଟ୍ର ଶାସନର ମୌଳିକ ତତ୍ତ୍ଵଭାବେ କାର୍ଯ୍ୟ କରିବ ଏବଂ ସେଗୁଡ଼ିକ ଆଇନ ପ୍ରଣୟନ କଲାବେଳେ ରାଷ୍ଟ୍ର କାର୍ଯ୍ୟକାରୀ କରିବା ଉଚିତ । ଏହା ଅସ୍ତିସୂଚକ ଅଟେ ।
(୨) ନୈତିକ ମୂଲ୍ୟବୋଧର ପରିପ୍ରକାଶ – ନାଗରିକ ପ୍ରତି ରାଷ୍ଟ୍ରର ଥବା ମୌଳିକ କର୍ତ୍ତବ୍ୟଗୁଡ଼କ ଏହି ପରିଚ୍ଛେଦରେ ଉଲ୍ଲେଖ କରାଯାଇଛି । ଏହି ନୀତିଗୁଡ଼ିକ ରାଷ୍ଟ୍ରର ନୈତିକ ଏବଂ ଆଦର୍ଶଗତ ମୂଲ୍ୟବୋଧକୁ ପ୍ରକାଶ କରୁଛି । ଏହି ସୁସ୍ଥ ପରିବେଶ ନ ପାଇଲେ ବ୍ୟକ୍ତିର ଜୀବନ ସମୃଦ୍ଧ ହୋଇପାରିବ ନାହିଁ ।
(୩) ଆର୍ଥନୀତିକ ଓ ସାମାଜିକ ଗଣତନ୍ତ୍ର ପାଇଁ ପ୍ରତିଶ୍ରୁତି – ସମ୍ବିଧାନର ପ୍ରାକ୍‌କଥନରେ ବର୍ଣ୍ଣିତ ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ନ୍ୟାୟପ୍ରଦାନ ପାଇଁ ଏହି ପରିଚ୍ଛେଦରେ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ଦେଶରେ ସାମାଜିକ ଏବଂ ଆର୍ଥନୀତିକ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ।
(୪) ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା – ନାଗରିକମାନଙ୍କର ସାମାଜିକ, ଆର୍ଥିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ନୀତିଗୁଡ଼ିକର ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରର କାର୍ଯ୍ୟ ପରିସରକୁ ସମ୍ପ୍ରସାରିତ କରାଯାଇ ତାହା ଯେପରି ପ୍ରତ୍ୟେକ ବ୍ୟକ୍ତିକୁ ଉପଯୁକ୍ତ ଜୀବନ ଓ ଜୀବିକାର ଅବଲମ୍ବନ ଯୋଗାଇଦେବ ତା’ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ କରାଯାଇଛି ।

ଶାନ୍ତିପୂର୍ଣ୍ଣ ସହାବସ୍ଥାନ – ‘ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚାଅ’ ନୀତି ଆମ ସମ୍ବିଧାନରେ ଅନୁସୃତ ହୋଇଛି । ସମ୍ବିଧାନର ୫୧ ଧାରାରେ ବିଶ୍ଵଶାନ୍ତି ଓ ନିରୁପଦ୍ରବତା ସପକ୍ଷରେ ନିର୍ଦ୍ଦେଶ ଦିଆଯାଇଛି । ପାରସ୍ପରିକ ବୁଝାମଣା ଓ ଆନ୍ତର୍ଜାତିକ ଆଇନ ପ୍ରତି ସମ୍ମାନ ପ୍ରଦର୍ଶନ କରି ବିବାଦଗୁଡ଼ିକର ଆପୋଷ ସମାଧାନ କରିବା ଏହି ନୀତିର ଉଦ୍ଦେଶ୍ୟ ।

ସାଂସ୍କୃତିକ ଚେତନା – ସମ୍ବିଧାନର ୪୯ ଧାରା ଭାରତର ସମୃଦ୍ଧ ସଂସ୍କୃତିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ ଅତୀତର କଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ ତଥା ଐତିହାସିକ ସ୍ମାରକୀର ରକ୍ଷଣାବେକ୍ଷଣ ଦାୟିତ୍ଵ ସମ୍ପୂର୍ଣ୍ଣଭାବେ ରାଷ୍ଟ୍ରକୁ ଦିଆଯାଇଛି ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ରାଷ୍ଟ୍ର ନିୟାମକ ତତ୍ତ୍ଵର ଆଇନଗତ ସ୍ଥିତି ଦୁର୍ବଳ ଅଟେ । ଅଧ୍ୟାପକ ଆଇଭର ଜେନିଙ୍ଗ୍‌ସଙ୍କ ମତରେ, ଏହା କେବଳ ‘ପବିତ୍ର କଳ୍ପନା’ (Pious aspirations) ର ସୁରମ୍ୟ ଉଦ୍ୟାନ ଅଟେ । କେ.ସି. ହୁଏରଙ୍କ ଭାଷାରେ, ସମ୍ବିଧାନର ଗୁଣବର୍ଦ୍ଧନ ପାଇଁ ଏହାର କିଛି ଅବଦାନ ନାହିଁ, ବରଂ ସାମ୍ବିଧାନିକ ମୂଳଭିତ୍ତି ଉପରେ ନିନ୍ଦାଜନକ ଆକ୍ଷେପ ସୃଷ୍ଟି କରିବାରେ ଏହା ସହାୟତା ଦେଉଛି ।

୧୯୫୦ର ଚମ୍ପକମ୍ ଦୋରାଇରାଜନ୍ ମକଦ୍ଦମା, ୧୯୭୩ ମସିହାର କେଶବାନନ୍ଦ ଭାରତୀ ମକଦ୍ଦମା ତଥା ୧୯୮୦ ମସିହାର ମିନର୍ଭା ମିଲ ମକଦ୍ଦମାରେ ଭାରତର ଉଚ୍ଚତମ ନ୍ୟାୟାଳୟଦ୍ବାରା ରାଷ୍ଟ୍ରନିୟାମକ ତତ୍ତ୍ଵ ଅପେକ୍ଷା ମୌଳିକ ଅଧ‌ିକାରକୁ ଅଧ‌ିକ ଗୁରୁତ୍ଵ ପ୍ରଦାନ କରାଯାଇଛି । ମାତ୍ର ଏ ସମସ୍ତ ରାଷ୍ଟ୍ର ନିୟାମକ ତତ୍ତ୍ଵର ଗୁରୁତ୍ଵକୁ ହ୍ରାସ କରେ ନାହିଁ । ବରଂ ଏହା ଭାରତରେ ଅର୍ଥନୈତିକ ଗଣତନ୍ତ୍ରର ମୂଳଦୁଆ ପକାଇ ମୌଳିକ ଅସ୍ଵୀକାରଦ୍ଵାରା ସ୍ଥାପିତ ରାଜନୈତିକ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ ।

ଆମ୍ବେଦକରଙ୍କ ମତରେ, ଏହି ସିଦ୍ଧାନ୍ତଗୁଡ଼ିକ ଆଇନ ଅନୁଯାୟୀ ବଳବତ୍ତର କରିବାକୁ ବ୍ୟବସ୍ଥା ନଥିଲେ ମଧ୍ୟ କୌଣସି ସରକାର ଏଗୁଡ଼ିକୁ ଉପେକ୍ଷା କରି ନିର୍ବାଚନରେ ଜନସମର୍ଥନ ଲାଭ କରିବା ବୃଥା । ତେଣୁ ଦୃଢ଼ ଜନସମର୍ଥନର ଭିଭିଭୂମି ଉପରେ ପ୍ରତିଷ୍ଠିତ ଏହି ନିର୍ଦ୍ଦେଶାବଳୀର ଗୁରୁତ୍ଵ ଓ ଆବଶ୍ୟକତା ଯଥେଷ୍ଟ ରହିଛି । ସାର୍.ବି.ଏନ୍. ରାଓଙ୍କ ଭାଷାରେ, ଏହାର ଶିକ୍ଷଣୀୟ ମୂଲ୍ୟ ରହିଛି । ସାମାଜିକ ଓ ଅର୍ଥନୈତିକ ବିପ୍ଳବ ପାଇଁ ଏଥ‌ିରେ ଲକ୍ଷ୍ୟ ସ୍ଥିର କରାଯାଇଛି । ଏହା ସରକାରର ନୈତିକ ଆଚରଣ ବିଧୂ ସହ ତୁଳନୀୟ ଅଟେ । ଏହା ସାମ୍ବିଧାନିକ ବ୍ୟବସ୍ଥା ରୂପାୟନର ପ୍ରାଣକେନ୍ଦ୍ର ।

୩ । ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟ (Fundamental Duties)ର ବୈଶିଷ୍ଟ୍ୟ, ପ୍ରକାର ଓ ବ୍ୟାବହାରିକ ମୂଲ୍ୟ ଆଲୋଚନା କର ।
Answer:
ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ଏକ ଆନ୍ତଃସମ୍ପର୍କ ରହିଛି । ଭାରତର ମୂଳ ସମ୍ବିଧାନରେ କେବଳ ମୌଳିକ ଅଧିକାରର ବ୍ୟବସ୍ଥା ରହିଥିବାବେଳେ ମୌଳିକ କର୍ଭବ୍ୟ ସ୍ଥାନ ପାଇନଥିଲା । ସମ୍ବିଧାନର ୪୨ତମ ସଂଶୋଧନଦ୍ଵାରା ପ୍ରଥମଥର ପାଇଁ ମୌଳିକ କର୍ଭବ୍ୟ ନାମକ ଏକ ସ୍ଵତନ୍ତ୍ର ଅଧ୍ୟୟ ସମ୍ବିଧାନର ଅଂଶବିଶେଷ ରୂପେ ସନ୍ନିବେଶିତ ହୋଇଛି । ଏଥ‌ିରେ ୧୦ଟି ମୌଳିକ କର୍ତ୍ତବ୍ୟ ରହିଥିଲା । ୨୦୦୨ ମସିହାର ୮୬ତମ ସମ୍ବିଧାନ ସଂଶୋଧନ ଆଇନରେ ୧୧ତମ କର୍ତ୍ତବ୍ୟ ସଂଯୋଜିତ ହୋଇଛି । ସମ୍ବିଧାନର ୪ର୍ଥ (କ) ଖଣ୍ଡର ୫୧(କ) ଧାରାରେ ଏହି କର୍ତ୍ତବ୍ୟଗୁଡ଼ିକ ସୂଚିତ ହୋଇଛି ।

(୧) ସମ୍ବିଧାନର ବ୍ୟବସ୍ଥା ପାଳନ, ଏହାର ଆଦର୍ଶ ଓ ଅନୁଷ୍ଠାନ, ଜାତୀୟ ସଙ୍ଗୀତ ଓ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ।
(୨) ସ୍ଵାଧୀନତା ସଂଗ୍ରାମ ସମୟରେ ପ୍ରେରଣା ଦେଇଥିବା ପବିତ୍ର ଆଦର୍ଶକୁ ଅନୁସରଣ ଓ ଗ୍ରହଣ କରିବା ।
(୩) ଭାରତର ସାର୍ବଭୌମତ୍ଵ, ଐକ୍ୟ ଓ ଅଖଣ୍ଡତାର ସଂରକ୍ଷଣ ଓ ଦୃଢ଼ୀକରଣ, ଅନୁସରଣ ଓ ଗ୍ରହଣ କରିବା ।
(୪) ଦେଶକୁ ସୁରକ୍ଷିତ କରିବା ଓ ବିପରିକାଳରେ ଦରକାର ହେଲେ ସୈନିକ ହୋଇ ସେବା କରିବା ।
(୫) ଧର୍ମ, ଭାଷା, ଆଞ୍ଚଳିକତା, ଗୋଷ୍ଠୀଗତ ବିଭେଦର ଊର୍ଦ୍ଧ୍ବରେ ରହି ଭାରତର ଲୋକମାନଙ୍କ ମଧ୍ୟରେ ସଂହତି ଓ ଭ୍ରାତୃତ୍ଵ ଭାବ ବିକଶିତ କରାଇବା ଓ ନାରୀମାନଙ୍କ ପ୍ରତି ଅମର୍ଯ୍ୟଦାସୂଚକ ବ୍ୟବହାରକୁ ତ୍ୟାଗ କରିବା ।
(୬) ଆମର ମିଶ୍ରିତ ସଂସ୍କୃତିର ମହତ୍ତ୍ଵ ଓ ବିରାଟ ଐତିହ୍ୟକୁ ଆଦର କରିବା ଓ ସଂରକ୍ଷିତ କରିବା ।
(୭) ପ୍ରାକୃତିକ ପରିବେଷ୍ଟନୀ ବନ, ହ୍ରଦ, ନଦୀ ଓ ବନ୍ୟଜନ୍ତୁଙ୍କର ସଂରକ୍ଷଣ ଓ ବିକାଶ କରିବା ଏବଂ ପ୍ରାଣୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ।
(୮) ବୈଜ୍ଞାନିକ ମନୋଭାବ, ମାନବିକତା, ଜିଜ୍ଞାସା ମନୋଭାବ ଓ ସଂସ୍କାର ପାଇଁ ଆଗ୍ରହ ପୋଷଣ କରିବା ।
(୯) ସାଧାରଣ ସମ୍ପଭିର ରକ୍ଷଣାବେକ୍ଷଣ କରିବା ଓ ହିଂସାତ୍ମକ କାର୍ଯ୍ୟକୁ ପରିହାର କରିବା ।
(୧୦) ଜାତିକୁ ଉଚ୍ଚତମ ସ୍ତରରେ ରଖୁବାପାଇଁ ଅବିରାମ ପ୍ରଚେଷ୍ଟା ଓ ସଫଳତା ହାସଲ ସକାଶେ ସବୁକ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଉଭୟ ବ୍ୟକ୍ତିଗତ ଓ ସାମୂହିକ ଉଦ୍ୟମ କରିବା ।
(୧୧) ପ୍ରତ୍ୟେକ ପିତାମାତା ନିଜର ଛଅ ବର୍ଷରୁ ଚଉଦ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ମାଗଣା ତଥା ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରଦାନରେ ସୁଯୋଗ ଦେବେ ।

ବୈଶିଷ୍ଟ୍ୟ :
(୧) ସଙ୍କଟାରିଷ୍ଟ – ଜରୁରିକାଳୀନ ପରିସ୍ଥିତି ଗର୍ଭରୁ ଏହାର ଜନ୍ମ । ରାଷ୍ଟ୍ରର ସଂକଟ ସମୟରେ ବ୍ୟକ୍ତିର କର୍ତ୍ତବ୍ୟ ଏକମାତ୍ର ଉପଚାର ହିସାବରେ ପ୍ରୟୋଗ କରାଯାଇଛି । ତେଣୁ ଏହା ସଙ୍କଟାରିଷ୍ଟ ନାମରେ ଖ୍ୟାତ ।
(୨) ଆଇନମାନଙ୍କର ସାରତତ୍ତ୍ଵ – ୧୯୭୬ ମସିହା ପୂର୍ବରୁ ଅନେକ ଆଇନ ପ୍ରବର୍ତ୍ତିତ ହୋଇଥିଲା; ମାତ୍ର ବ୍ୟକ୍ତିର କର୍ତ୍ତବ୍ୟ ସମ୍ପର୍କରେ କିଛି ସୂଚନା ନଥିଲା । ଏହା – ନୂତନ ହେଲେ ମଧ୍ୟ ଆଇନମାନଙ୍କ ମଧ୍ୟରେ ସାରତତ୍ତ୍ଵ ଅଟେ ।
(୩) ପରିପୂରକ – ରାଷ୍ଟ୍ରୀୟ କର୍ତ୍ତବ୍ୟର ଏହା ଏକ ପରିପୂରକ ଅନୁଶାସନ । ରାଷ୍ଟ୍ରୀୟ ନୀତି ନିୟାମକ ନିର୍ଦ୍ଦେଶାବଳୀକୁ ରାଷ୍ଟ୍ରୀୟ କର୍ତ୍ତବ୍ୟ କୁହାଯାଏ । ଏକ ଅନୁଚ୍ଛେଦରେ ରାଷ୍ଟ୍ରୀୟ କର୍ତ୍ତବ୍ୟ ଓ ବ୍ୟକ୍ତିର କର୍ତ୍ତବ୍ୟକୁ ସଂଯୁକ୍ତ କରାଯାଇଛି । ଏହା ନାଗରିକର ଅଧୁକାରର ପରିପୂରକ ଅଟେ ।
(୪) ଅନ୍ତର୍ନିର୍ଯ୍ୟାସ – ଅଧିକାଂଶ କର୍ତ୍ତବ୍ୟ ଅନ୍ତର୍ନିର୍ଯ୍ୟାସ ଅଟେ ଏବଂ ଏହା ଆଇନଦ୍ଵାରା ଦଣ୍ଡନୀୟ ହୋଇପାରେନା । ଉଦାହରଣସ୍ୱରୂପ, ବୈଜ୍ଞାନିକ ଦୃଷ୍ଟିକୋଣ ଏକ ଅନ୍ତଃନିଷ୍ଠ ଅବସ୍ଥା । ଏହା ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ; ମାତ୍ର ବିଦେଶୀମାନଙ୍କ ପାଇଁ ନୁହେଁ ।
(୫) ସଂଶୟଯୁକ୍ତ – କେତେକ କର୍ତ୍ତବ୍ୟ ସଂଶୟଯୁକ୍ତ ଏବଂ ଅସ୍ପଷ୍ଟ । ଉଦାହରଣସ୍ୱରୂପ, ଜାତୀୟ ସ୍ଵାଧୀନତା ସଂଗ୍ରାମର ମହନୀୟ ଆଦର୍ଶକୁ ଅନୁସରଣ କରିବା ଏବଂ ସେଥୁପ୍ରତି ଆଗ୍ରହ ପ୍ରକାଶ କରିବା ଏକ କର୍ତ୍ତବ୍ୟ ଅଟେ । ଏହା ଅସୃଷ୍ଟ ଅଟେ ।

ପ୍ରକାରଭେଦ – କର୍ତ୍ତବ୍ୟକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି; ଯଥା –
(୧) ଆଇନଗତ,
(୨) ରାଜନୈତିକ,
(୩) ସାମାଜିକ,
(୪) ଅର୍ଥନୈତିକ,
(୫) ନୈତିକ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ବ୍ୟାବହାରିକ ମୂଲ୍ୟ :
(୧) ରଙ୍ଗିନ୍ କଳ୍ପନା – କର୍ତ୍ତବ୍ୟଗୁଡ଼ିକ ଏକ ରଙ୍ଗିନ୍ କଳ୍ପନାର ଚିତ୍ର ପ୍ରଦାନ କରିଅଛି । ଭାରତୀୟ ଜାତୀୟ ଆଦର୍ଶରେ ଲୋକଙ୍କୁ ଅନୁପ୍ରାଣିତ କରି ସେମାନଙ୍କ ଜୀବନ ଓ ଆଚରଣକୁ ସଭ୍ୟ ଏବଂ ଉନ୍ନତ କରିବାପାଇଁ ଏକ ରଙ୍ଗିନ୍ କଳ୍ପନା ଏଥରେ ରୂପାୟିତ ହୋଇଅଛି ।
(୨) ଚେତାବନୀ – ଆଇନଦ୍ଵାରା କର୍ତ୍ତବ୍ୟ ନିର୍ଦ୍ଧାରଣ କରିବାପାଇଁ ଏହା ଏକ ତାଗିଦ୍ ବା ନିର୍ଦେଶ । ଆଇନଦ୍ଵାରା କର୍ତ୍ତବ୍ୟ ନିର୍ଦ୍ଧାରିତ ହୁଏ । କେଉଁ କେଉଁ କର୍ତ୍ତବ୍ୟ ଆଇନ ନିର୍ଦ୍ଧାରଣ କରିବ ତା’ର ଏକ ନମୁନା ବା ଏକ ଛାଞ୍ଚ ଏଥିରେ ସନ୍ନିବିଷ୍ଟ ହୋଇଅଛି । ଏଗାର କର୍ତ୍ତବ୍ୟ ଆଇନ ପ୍ରଣୟନକାରୀଙ୍କ ପାଇଁ ଏକ ଚେତାବନୀ ହିସାବରେ କାର୍ଯ୍ୟ କରୁଅଛି ।
(୩) ଆଚରଣ ନମୁନା – ବ୍ୟକ୍ତିଗତ ଆଚରଣର ଆଦର୍ଶ ନମୁନା ଏଗାର କର୍ତ୍ତବ୍ୟ ବ୍ୟକ୍ତିର ଆଚରଣର ଏକ ଆଦର୍ଶ ନମୁନା । ଆଦର୍ଶ ନାଗରିକର ଏହା ହିଁ ପ୍ରକୃତ ଆଚରଣ ନିୟମରୂପେ କାର୍ଯ୍ୟ କରିପାରିବ ।
(୪) ଅଙ୍ଗାଙ୍ଗୀ ଜଡ଼ିତ – କର୍ଭବ୍ୟ ହେଉଛି ନାଗରିକତାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ମୌଳିକ ଅଧିକାର ଉପରେ କର୍ତ୍ତବ୍ୟ ଏକ ଅଙ୍କୁଶ । ନାଗରିକତାର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅଧିକାର ଏବଂ କର୍ଭବ୍ୟ ପ୍ରତ୍ୟେକ ନାଗରିକର ଦୁଇଟି ଭ୍ରୂଲତା ପରି କାର୍ଯ୍ୟ କରୁଅଛି ।

୪ । ମୌଳିକ ଅଧିକାର ଓ ରାଷ୍ଟ୍ର ନିୟାମକ ତତ୍ତ୍ବ ବା ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ମଧ୍ୟରେ ପ୍ରଭେଦ ବର୍ଣ୍ଣନା କର ।
Answer:
ସମ୍ବିଧାନର ତୃତୀୟ ଖଣ୍ଡରେ ସ୍ଥାନିତ ମୌଳିକ ଅଧୂକାର ଓ ଚତୁର୍ଥ ଖଣ୍ଡରେ ବର୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ବ ମଧ୍ୟରେ ନିମ୍ନଲିଖୂ ମୁଖ୍ୟ ପାର୍ଥକ୍ୟ ପରିଦୃଷ୍ଟ ହୋଇଥାଏ; ଯଥା –
(୧) ମୌଳିକ ଅସ୍ଵୀକାରଗୁଡ଼ିକ ନାସ୍ତିବାଚକ । ନାଗରିକମାନଙ୍କ ଅଧିକାର ଉପରେ ହସ୍ତକ୍ଷେପ କରିବାକୁ ଏହାଦ୍ଵାରା ଏହାଦ୍ବାରା ରାଷ୍ଟ୍ରକୁ ବାରଣ କରାଯାଇଛି । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତିଗୁଡ଼ିକ ଅସ୍ତିବାଚକ । ନାଗରିକ ତଥା ସମାଜର ମଙ୍ଗଳସାଧନ ନିମନ୍ତେ କେତେଗୁଡ଼ିଏ କାର୍ଯ୍ୟ କରିବାପାଇଁ ଏହାଦ୍ଵାରା ନିର୍ଦ୍ଦେଶ ଦିଆଯାଇଛି ।
(୨) ମୌଳିକ ଅଧୂକାରଗୁଡ଼ିକ ବିଚାରାଳୟଦ୍ବାରା ସାବ୍ୟସ୍ତ କରାଯାଇପାରିବ । ରାଷ୍ଟ୍ର ଓ ଅନ୍ୟ କୌଣସି ଅନୁଷ୍ଠାନ ବା ବ୍ୟକ୍ତିବିଶେଷଦ୍ବାରା ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ତା’ର ପ୍ରତିକାର ବ୍ୟବସ୍ଥା ବିଚାରାଳୟଦ୍ୱାରା କରାଯାଇପାରିବ ।
ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ବିଚାରାଳୟଦ୍ବାରା ସାବ୍ୟସ୍ତ ହୋଇପାରିବ ନାହିଁ । ସରକାର ନିର୍ଦ୍ଦେଶମୂଳକ ନୀତିକୁକାର୍ଯ୍ୟକାରୀ ନ କଲେ ସେଥୁପାଇଁ କେହି ମକଦ୍ଦମା କରିପାରିବେ ନାହିଁ । ଏଣୁ ଏଗୁଡ଼ିକ ସରକାରଙ୍କୁ କେବଳ ଏକ ନିର୍ଦ୍ଦେଶ ବୋଲି ଗ୍ରହଣ କରାଯାଏ ।
(୩) ସମ୍ବିଧାନରେ ମୌଳିକ ଅଧିକାରକୁ ଅନେକ ପ୍ରାଧାନ୍ୟ ଦିଆଯାଇଛି । ଏଗୁଡ଼ିକୁ ବିଚାରାଳୟର ପରିସରଭୁକ୍ତ ମୌଳିକ ଅଧ୍ଵରର ଗୁରୁତ୍ଵ ବୃଦ୍ଧି ପାଇଛି ।
ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକୁ ବିଚାରାଳୟ ପରିସରଭୁକ୍ତ କରାଯାଉ ନଥିବାରୁ ଏହା ଗୁରୁତ୍ବହୀନ ହୋଇପଡ଼ିଛି ।
(୪) ମୌଳିକ ଅସ୍ଵୀକାରଗୁଡ଼ିକ ନାଗରିକମାନଙ୍କୁ ରାଜନୀତିକ ଅଧିକାର ପ୍ରଦାନ କରେ ଓ ରାଷ୍ଟ୍ରରେ ଗଣତନ୍ତ୍ର ପ୍ରତିଷ୍ଠା କରେ ।
ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ରାଷ୍ଟ୍ରରେ ନାଗରିକମାନଙ୍କୁ ସାମାଜିକ ଓ ଆର୍ଥନୀତିକ ଅଧିକାର ପ୍ରଦାନ କରିବା ସହିତ ରାଷ୍ଟ୍ର ମଧ୍ୟରେ ସାମାଜିକ ନ୍ୟାୟ ଓ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ସହାୟକ ହୁଏ ।
(୫) ମୌଳିକ ଅଧ୍ୟାରଗୁଡ଼ିକ କେବଳ ନାଗରିକାମନଙ୍କ ନିମନ୍ତେ ଉଦ୍ଦିଷ୍ଟ । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ସମାଜ ସହିତ ସଂଯୁକ୍ତ ଓ ସାମଜର ସାମୂହିକ ଉନ୍ନତି ପାଇଁ ଉଦ୍ଦିଷ୍ଟ ।
(୬) ମୌଳିକ ଅଧିକାର ଭାରତକୁ ଏକ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବରେ ବିବେଚନା କରିଥିବା ସ୍ଥଳେ ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତିଗୁଡ଼ିକ ତାହାକୁ ଏକ ଜନମଙ୍ଗଳ ସମାଜବାଦୀ ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଁଛନ୍ତି ।
(୭) ମୌଳିକ ଅଧିକାରଗୁଡ଼ିକୁ ରାଷ୍ଟ୍ର ନିୟାମକ ତତ୍ତ୍ବ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଇଛି । ମୌଳିକ ଅଧିକାର ଓ ରାଷ୍ଟ୍ର ନିୟାମକ ତତ୍ତ୍ବ ମଧ୍ଯରେ ସଂଘର୍ଷ ହେଲେ ମୌଳିକ ଅଧୂକାର ହିଁ ବଳବତ୍ତର ରହିବ । ୧୯୫୦ ମସିହାର ଚମ୍ପକମ୍ ଦୋରାଇରାଜନ୍ ମକଦ୍ଦମା, ୧୯୭୩ର କେଶବାନନ୍ଦ ଭାରତୀ ମକଦ୍ଦମା ଓ ୧୯୮୦ ମସିହାର ମିନର୍ଭା ମିଲ୍ସ୍ ମକଦ୍ଦମାରେ ଉଚ୍ଚତମ ନ୍ୟାୟାଳୟ ଉପରୋକ୍ତ ମତକୁ ସାବ୍ୟସ୍ତ କରିଛନ୍ତି ।

ମୌଳିକ ଅଧିକାର ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ଓ ରାଷ୍ଟ୍ର ନିୟାମକ ତତ୍ତ୍ବ ଏକ ନ୍ୟାୟୋଚିତ ସାମାଜିକ ବ୍ୟବସ୍ଥା ସୃଷ୍ଟିର ପଥ ସୁଗମ କରିବା ପାଇଁ ଉଦ୍ଦିଷ୍ଟ । ଉଭୟଙ୍କ ମଧ୍ୟରେ ପାର୍ଥକ୍ୟର ସଂଘର୍ଷ ମଧ୍ୟ ସମ୍ଭବ । ଆବଶ୍ୟକତା ଦୃଷ୍ଟିରୁ କୌଣସି ଗୋଟିକୁ ଜଳାଞ୍ଜଳି ନ ଦେଇ ନ୍ୟାୟୋଚିତ ଭାରସାମ୍ୟ ରକ୍ଷା କରାଯିବା ବିଧେୟ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

Odisha State Board CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ Questions and Answers.

CHSE Odisha 11th Class Economics Solutions Chapter 10 ଦାରିଦ୍ର୍ୟ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ସର୍ବନିମ୍ନ ଉପଭୋଗ ଆବଶ୍ୟକତା ପୂରଣ ନିମନ୍ତେ ଥିବା ସାମର୍ଥ୍ୟହୀନତା ହେଉଛି ।
(i) ଆପେକ୍ଷିକ ଦାରିଦ୍ର୍ୟ
(ii) ଗ୍ରାମାଞ୍ଚଳ ଦାରିଦ୍ର୍ୟ
(iii) ଚରମ ଦାରିଦ୍ର୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଚରମ ଦାରିଦ୍ର୍ୟ

2. ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତି ପାଇଁ ସର୍ବନିମ୍ନ ଖାଦ୍ୟସାର ଆବଶ୍ୟକତା ।
(i) 2100 କ୍ୟାଲୋରୀ
(ii) 2200 କ୍ୟାଲୋରୀ
(iii) 2400 କ୍ୟାଲୋରୀ
(iv) 2000 କ୍ୟାଲୋରୀ
Answer:
(iii) 2400 କ୍ୟାଲୋରୀ

3. ନିମ୍ନୋକ୍ତ କେଉଁଟି ଦାରିଦ୍ର୍ୟର କାରଣ ?
(i) ମନ୍ଥର ଅଭିବୃଦ୍ଧିହାର
(ii) ମୁଦ୍ରାଙ୍ଗୀତି
(iii) ଜନସଂଖ୍ୟାର ଚାପ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

4. କେଉଁ ବେକାରୀ ପ୍ରତିଭା ବହିର୍ଗମନ କରିଥାଏ ?
(i) ଶିକ୍ଷିତ ବେକାରୀ
(ii) ପ୍ରଚ୍ଛନ୍ନ ବେକାରୀ
(iii) ଅର୍ବବେକାରୀ
(iv) ଉଭୟ (i) ଓ (ii)
Answer:
(iv) ଉଭୟ (i) ଓ (ii)

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

5. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାରତରେ ପରିଦୃଷ୍ଟ ବେକାରିର ଅନ୍ୟତମ କାରଣ ଅଟେ ?
(i) ଉନ୍ନତ ବୃଦ୍ଧି
(ii) ଅର୍ଥବ୍ୟବସ୍ଥାର ଉଚ୍ଚ ଅଭିବୃଦ୍ଧିହାର
(iii) ଜନସଂଖ୍ୟା ବୃଦ୍ଧି
(iv) ଶିଳ୍ପ ଉତ୍ପାଦନ କ୍ଷମତାର ପୂର୍ଣ୍ଣ ବିନିଯୋଗ
Answer:
(iii) ଜନସଂଖ୍ୟା ବୃଦ୍ଧି

6. ସମନ୍ବିତ ଗ୍ରାମ ଉନ୍ନୟନ କାର୍ଯ୍ୟକ୍ରମ (IRDP) କେଉଁ ମସିହାରୁ ଆରମ୍ଭ କରାଯାଇଥିଲା ?
(i) 1978-79
(ii) 1980-81
(iii) 1979-80
(iv) 1981-82
Answer:
(iii) 1979-80

7. ନିମ୍ନୋକ୍ତ ମଧ୍ୟରୁ କେଉଁ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ବ୍ୟାଙ୍କଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି ?
(i) ଜବାହର ରୋଜଗାର ଯୋଜନା
(ii) ଜାତୀୟ କାମ ପାଇଁ ଖାଦ୍ୟ ଯୋଜନା
(iii) ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ
(iv) ସମନ୍ବିତ ଗ୍ରାମ୍ୟ ବିକାଶ ଯୋଜନା
Answer:
(i) ଜବାହର ରୋଜଗାର ଯୋଜନା

8. ଆତ୍ମନିଯୁକ୍ତି ପାଇଁ ଯୁବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ (TRYSEM) ର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
(i) ଆତ୍ମନିଯୁକ୍ତି ପାଇଁ ଶିକ୍ଷିତ ବେକାରମାନଙ୍କୁ ପ୍ରଶିକ୍ଷିତ କରିବା
(ii) ଆତ୍ମନିନିଯୁକ୍ତି ପାଇଁ ସହରୀ ବେକାରୀମାନଙ୍କୁ ପ୍ରଶିକ୍ଷିତ କରିବା
(iii) ଦାରିଦ୍ର୍ୟରେଖା ତଳେ ଥିବା ଗ୍ରାମ୍ୟ କେଉଁ ଯୁବକମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରିବା
(iv) ଦାରିଦ୍ର୍ୟରେଖା ଉପରେ ଥିବା ଗ୍ରାମ୍ୟ ଯୁବକମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରିବା
Answer:
(iii) ଦାରିଦ୍ର୍ୟରେଖା ତଳେ ଥିବା ଗ୍ରାମ୍ୟ ଯୁବକମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରିବା

9. କେଉଁ ଭିଭିରେ ଦାରିଦ୍ର୍ୟରେଖା ନିର୍ଣ୍ଣୟ ହୁଏ ?
(i) ଖାଦ୍ୟ ଆବଶ୍ୟକତା
(ii) ମୁଣ୍ଡପିଛା ମାସିକ ବ୍ୟୟ
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଉଭୟ (i) ଓ (ii)

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

10. ଦାରିଦ୍ର୍ୟ କହିଲେ ତୁମେ କ’ଣ ବୁଝ ?
(i) ନିମ୍ନ ଆୟ
(ii) ଅପପୁଷ୍ଟି
(iii) ସର୍ବନିମ୍ନ ମୌଳିକ ଆବଶ୍ୟକତାରୁ ବଞ୍ଚ
(iv) ଉପରୋକ୍ତ ସମସ୍ତ
Answer:
(iii) ସର୍ବନିମ୍ନ ମୌଳିକ ଆବଶ୍ୟକତାରୁ ବଞ୍ଚ

B. ଶୂନ୍ୟସ୍ଥାନ ପୂରଣ କର :

1. ଯେଉଁ ଲୋକମାନେ ବଞ୍ଚରହିବା ପାଇଁ ଜୀବନର ମୌଳିକ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ, ସେମାନଙ୍କ କ୍ଷେତ୍ରରେ _______________________ ଦାରିଦ୍ୟ ଦେଖାଯାଏ ।
Answer:
ଉତ୍କଟ

2. ଦାରିଦ୍ର୍ୟତାକୁ ମାପିବା ପାଇଁ ଆମେ _________________ ଦାରିଦ୍ର୍ୟକୁ ମାପିଥାଉ ।
Answer:
ଉତ୍କଟ

3. ଆପେକ୍ଷିକ ଦାରିଦ୍ର୍ୟ କହିଲେ ______________________ ର ବୈଷମ୍ୟକୁ ବୁଝାଏ ।
Answer:
ଆୟ

4. ଗ୍ରାମାଞ୍ଚଳ ପାଇଁ ଦାରିଦ୍ର୍ୟ ସୀମାରେଖା ହେଉଛି ଦିନକୁ ସର୍ବନିମ୍ନ ମୁଣ୍ଡପିଛା _______________________ କ୍ୟାଲୋରୀ ଆବଶ୍ୟକତା ।
Answer:
2400

5. ସହରାଞ୍ଚଳ ପାଇଁ ଦାରିଦ୍ର୍ୟ ସୀମାରେଖା ହେଉଛି ଦିନକୁ ସର୍ବନିମ୍ନ ମୁଣ୍ଡପିଛା ____________________ କ୍ୟାଲୋରୀ ଆବଶ୍ୟକତା ।
Answer:
2100

6. ସର୍ବନିମ୍ନ ଉପଭୋଗସ୍ତର ଯୋଗାଇଦେବାପାଇଁ ଆବଶ୍ୟକ ହେଉଥିବା ଆୟକୁ ହିଁ __________________ କୁହାଯାଏ ।
Answer:
ଦାରିଦ୍ର୍ୟସୀମାରେଖା

7. ଓଡ଼ିଶାରେ ଦାରିଦ୍ର୍ୟ ହାର _______________________ ପ୍ରତିଶତ ବୋଲି ତେନ୍ଦୁଲକର କମିଟି ନିଜ ରିପୋର୍ଟରେ ଦର୍ଶାଇଛନ୍ତି ।
Answer:
57

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

8. ଗୋଟିଏ ଦେଶର ଦାରିଦ୍ର୍ୟର କାରଣ ହେଉଛି ସେ ଦେଶର _______________________ ।
Answer:
ଦାରିଦ୍ର୍ୟ

9. ବେକାରୀ _____________________ ର ଏକ ପ୍ରତିଫଳନ ମାତ୍ର ।
Answer:
ଦାରିଦ୍ର୍ୟତା

10. _____________________ ଖାଦ୍ୟର ଅଭାବ ମଧ୍ଯ ଦାରିଦ୍ର୍ୟର ସୂଚନା ଦିଏ ।
Answer:
ପୁଷ୍ଟିକର

11. ଲୋକମାନେ ନିରକ୍ଷର, ଅନ୍ଧବିଶ୍ଵାସୀ, ଅଜ୍ଞ, ଭାଗ୍ୟବାଦୀ ତଥା ପରମ୍ପରାରେ ବିଶ୍ଵାସ କରୁଥିବା ହେତୁ ସେମାନଙ୍କ ମତରେ ସେମାନଙ୍କର ଦାରିଦ୍ର୍ୟତା ______________________ ଙ୍କ ଇଚ୍ଛା ।
Answer:
ଈଶ୍ବର

12. ______________________ କାର୍ଯ୍ୟକ୍ରମମାନ ପରୋକ୍ଷଭାବେ ଦାରିଦ୍ର୍ୟକୁ ଅପସରଣ କରିପାରିବ ।
Answer:
ଉନ୍ନୟନମୂଳକ

C. ଗୋଟିଏ ବାକ୍ୟରେ / ପଦରେ ଉତ୍ତର ଦିଅ ।

1. ଦାରିଦ୍ର୍ୟ କାହାକୁ କୁହାଯାଏ ?
Answer:
ଦାରିଦ୍ର୍ୟ ଏକ ଅବସ୍ଥା ଯେଉଁରେ ବ୍ୟକ୍ତି ତା’ର ସର୍ବନିମ୍ନ ମୌଳିକ ଆବଶ୍ରକତା ପୂରଣ ପାଇଁ ସମର୍ଥ ହୋଇ ନଥାଏ ।

2. ଭାରତରେ କେଉଁ ପ୍ରକାର ଦାରିଦ୍ର୍ୟ ଦୃଷ୍ଟିଗୋଚର ହୋଇଥାଏ ?
Answer:
ଉତ୍କଟ ବା ସ୍ଥୂଳ ଦାରିଦ୍ର୍ୟ

3. ଦାରିଦ୍ର୍ୟର ସୀମାରେଖା ଟାଣିବାକୁ ଯେକୌଣସି ଗୋଟିଏ ଆଧାର ଲେଖ ।
Answer:
ଜୀବନଧାରଣର ସର୍ବନିମ୍ନ ପୁଷ୍ଟିକର ମାନ ।

4. ସ୍ଥୂଳ ଦାରିଦ୍ର୍ୟ କହିଲେ କ’ଣ ବୁଝ ?
Answer:
ମାନବିକ ବ୍ୟକ୍ତିତ୍ଵର ବିକାଶ ପାଇଁ ଆବଶ୍ୟକ ଜୀବନଯାପନ ମାନ ହାସଲ କରିବା ଅସମର୍ଥତାକୁ ସ୍ଥୂଳ ଦାରିଦ୍ର୍ୟ କୁହାଯାଏ ।

5. ଆପେକ୍ଷିକ ଦାରିଦ୍ର୍ୟ କ’ଣ ?
Answer:
ଆର୍ଥିକ ସ୍ଵଚ୍ଛଳବର୍ଗଙ୍କ ସହ ତୁଳନାତ୍ମକ ଭାବେ ଅର୍ଥନୈତିକ ନୂନତାକୁ ଆପେକ୍ଷିକ ଦାରିଦ୍ର୍ୟ କୁହାଯାଏ ।

6. ଭାରତରେ କି ପ୍ରକାର ଦାରିଦ୍ର୍ୟ ଦେଖାଯାଏ ?
Answer:
ସ୍ଥୂଳ ଦାରିଦ୍ର୍ୟ

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

7. ଭାରତରେ ଦାରିଦ୍ର୍ୟ ରେଖା କାହାକୁ କହନ୍ତି ?
Answer:
ଗ୍ରାମାଞ୍ଚଳରେ ବ୍ୟକ୍ତି ପିଛା ଦିନକୁ 2400 କ୍ୟାଲୋରୀ ଓ ସହରାଞ୍ଚଳରେ 2100 କ୍ୟାଲୋରୀ ପାଇଁ ଖାଦ୍ୟ ଆହରଣ ପାଇଁ ଯେଉଁ ଆୟକୁ ଯେଉଁ ଆୟୁ ଭାରତରେ ଦାରିଦ୍ର୍ୟ ରେଖା କୁହାଯାଏ ।

8. ଦାରିଦ୍ର୍ୟର ସମୀରେଖା କ’ଣ ?
Answer:
ବ୍ୟକ୍ତିର ଉପଭୋଗର ଏକ ନିମ୍ନତମ ସ୍ତର ଦ୍ରବ୍ୟର ଆବଶ୍ୟକତା ପୂରଣ କରିବା ପାଇଁ ଯେଉଁ ଆୟସ୍ତର ଆବାଶ୍ୟକ ହୋଇଥାଏ, ସେହି ଆୟକୁ ଦାରିଦ୍ର୍ୟର ସୀମାରେଖା କୁହାଯାଏ ।

9. ଆପେକ୍ଷିକ ଦାରିଦ୍ର୍ୟର ଆଧାର କ’ଣ ?
Answer:
ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ରହିଥ‌ିବା ଅର୍ଥନୈତିକ ବୈଷମ୍ୟ ଆପେକ୍ଷିକ ଦାରିଦ୍ର୍ୟର ଆଧାର ।

10. କେଉଁ ଦାରିଦ୍ର୍ୟକୁ ଦାରିଦ୍ର୍ୟରେଖା ଦ୍ୱାରା ପରିମାପ କରାଯାଇପାରେ ?
Answer:
ସ୍ଥୂଳଦାରିଦ୍ର୍ୟ

11. ଉନ୍ନତ ଦେଶମାନଙ୍କରେ କି ପ୍ରକାର ଦାରିଦ୍ର୍ୟ ଦେଖାଯାଏ ?
Answer:
ଆପେକ୍ଷିକ ଦାରିଦ୍ର୍ୟ

12. ଅନୁନ୍ନତ ଦେଶମାନଙ୍କରେ କି ପ୍ରକାର ଦାରିଦ୍ର୍ୟ ଗୁରୁତ୍ୱ ପୂର୍ଣ୍ଣ ?
Answer:
ସ୍ଥୂଳଦାରିଦ୍ର୍ୟ

13. ଭାରତରେ ଦାରିଦ୍ର୍ୟ କେଉଁ ଅଞ୍ଚଳରେ ବେଶୀ ଦେଖାଯାଏ ?
Answer:
ଗ୍ରାମାଞ୍ଚାଳରେ

14. କେଉଁ ପ୍ରକାର ଦାରିଦ୍ର୍ୟର ନିରାକରଣ ଅସମ୍ଭବ ?
Answer:
ଆପେକ୍ଷିକ ଦାରିଦ୍ର୍ୟ

15. ଭାରତରେ ଦେଖା ଦେଉଥ‌ିବା ଦାରିଦ୍ର୍ୟର ଯେକୌଣସି ଦୁଇଟି ମୁଖ୍ୟ କାରଣ ଲେଖ ।
Answer:
ଜନସଂଖ୍ୟା ବୃଦ୍ଧି, କର୍ମସଂସ୍ଥାନର ଅଭାବ ।

16. ଦାରିଦ୍ର୍ୟ ନିରାକରଣ ନିମନ୍ତେ ଯେକୌଣସି ଦୁଇଟି ପଦକ୍ଷେପ ଉଲ୍ଲେଖ କର ।
Answer:
ଜନସଂଖ୍ୟା ନିୟନ୍ତ୍ରଣ, ନିଯୁକ୍ତି ପ୍ରସାର ।

17. ଦାରିଦ୍ର୍ୟ ନିରାକରଣ ପାଇଁ ଯେକୌଣସି ଏକ ନିଯୁକ୍ତି କାର୍ଯ୍ୟକ୍ରମ ଲେଖ ।
Answer:
ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

18. ଗ୍ରାମାଞ୍ଚଳ ଭୂମିହୀନମାନଙ୍କ ପାଇଁ କେଉଁ ନିଯୁକ୍ତି କାର୍ଯ୍ୟକ୍ରମ ପ୍ରଣୟନ ହୋଇଥିଲା ?
Answer:
RLEGP

19. ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା କ’ଣ ?
Answer:
ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଶିକ୍ଷିତ ବେକାରି ଯୁବକ ଯୁବତୀମାନଙ୍କୁ ଆତ୍ମନିଯୁକ୍ତି ନିମନ୍ତେ ଏକ କାର୍ଯ୍ୟକ୍ରମ ।

20. ଜବାହର ରୋଜଗାର ଯୋଜନା କ’ଣ ?
Answer:
ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ସୀମାରେଖା ତଳେ ରହିଥ‌ିବା ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବାର କାର୍ଯ୍ୟକ୍ରମ

21. ସହରାଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣର ଗୋଟିଏ କାର୍ଯ୍ୟକ୍ରମ ଲେଖ ।
Answer:
ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନା ।

22. କେଉଁ ପଞ୍ଚବାର୍ଷିକ ଯୋଜନାରେ ‘ଗରିବୀ ହଟାଅ’ ଧ୍ଵନି ରହିଥୁଲା ?
Answer:
ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ।

23. କେଉଁ ନିଯୁକ୍ତି କାର୍ଯ୍ୟକ୍ରମକୁ ପରବର୍ତ୍ତୀକାଳରେ ଜବାହର ରୋଜଗାର ଯୋଜନାରେ ମିଶାଇ ଦିଆଗଲା ?
Answer:
ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ (NREPGRLEGP) ।

24. IRDP କେବେ ପ୍ରଣୟନ ହୋଇଥିଲା ?
Answer:
1976-77

25. TRYSEM ର ମୂଳ ଲକ୍ଷ୍ୟ କ’ଣ ?
Answer:
ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ଥ‌ି 18-35 ବୟସର ଯୁବଗୋଷ୍ଠୀଙ୍କ ଆତ୍ମନିଯୁକ୍ତି ପାଇଁ ସେମାନଙ୍କୁ ଆନୁଷ୍ଠାନିକ ଭାବେ ବୈଷୟିକ ତାଲିମ ପ୍ରଦାନ କରିବା TRYSEM ର ମୂଳ ଲକ୍ଷ୍ୟ ଥିଲା ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଭାରତର ସହରାଞ୍ଚଳରେ ଦାରିଦ୍ର୍ୟ ବିଶେଷଭାବେ ଦେଖାଯାଏ
Answer:
ଭାରତର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ବିଶେଷଭାବେ ଦେଖାଯାଏ ।

2. ଦାରିଦ୍ର୍ୟ ସୀମାରେଖା ଦାରିଦ୍ର୍ୟର କାରଣ ଦର୍ଶାଇଥାଏ ।
Answer:
ଦାରିଦ୍ର୍ୟ ସୀମାରେଖା ଦାରିଦ୍ର୍ୟର ଆକୃତି ଦର୍ଶାଇଥାଏ ।

3. ଭାରତରେ ଦେଖାଦେଉଥବା ଦାରିଦ୍ର୍ୟ ବିଶେଷତଃ ଆପେକ୍ଷିକ ଦାରିଦ୍ର୍ୟ ଅଟେ ।
Answer:
ଭାରତରେ ଦେଖାଦେଇଥ‌ିବା ଦାରିଦ୍ର୍ୟ ବିଶେଷତଃ ସ୍ଥୂଳ ଦାରିଦ୍ର୍ୟ ଅଟେ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

4. ଧନୀ ଓ ଦାରିଦ୍ର୍ୟ ମଧ୍ୟରେ ତୁଳନାତ୍ମକ ଅର୍ଥନୈତିକ ବୈଷମ୍ୟ ମାଧ୍ୟମରେ ସ୍ଥୂଳ ଦାରିଦ୍ର୍ୟ ଜଣାପଡ଼େ ।
Answer:
ଧନୀ ଓ ଦାରିଦ୍ର୍ୟ ମଧ୍ଯରେ ତୁଳନାତ୍ମକ ଅର୍ଥନୈତିକ ବୈଷମ୍ୟ ମାଧ୍ୟମରେ ଆପେକ୍ଷିକ ଦାରିଦ୍ର୍ୟ ଜଣାପଡ଼େ ।

5. ଶିନ୍ନତ ଦେଶମାନଙ୍କରେ ସ୍ଥୂଳ ଦାରିଦ୍ର୍ୟ ଦୃଷ୍ଟିଗୋଚର ହୁଏ ।
Answer:
ଶିଳ୍ପାନ୍ନତ ଦେଶମାନଙ୍କରେ ଆପେକ୍ଷିକ ଦାରିଦ୍ର୍ୟ ଦୃଷ୍ଟିଗୋଚର ହୁଏ ।

6. ସ୍ଵଳ୍ପ ଆୟର ସ୍ତର ଯୋଗୁଁ ଆପେକ୍ଷିକ ଦାରିଦ୍ର୍ୟ ଦେଖାଦିଏ ।
Answer:
ଆର୍ଥନୈତିକ ବୈଷମ୍ୟ ଯୋଗୁଁ ଆପେକ୍ଷିକ ଦାରିଦ୍ର୍ୟ ଦେଖାଦିଏ ।

7. ଆପେକ୍ଷିକ ଦାରିଦ୍ର୍ୟ ବିଶେଷଭାବେ ଅନଗ୍ରସର ରାଷ୍ଟ୍ରମାନଙ୍କରେ ଦେଖାଯାଏ
Answer:
ସ୍ଥୂଳ ଦାରିଦ୍ର୍ୟ ବିଶେଷଭାବେ ଅନଗ୍ରସର ରାଷ୍ଟ୍ରମାନଙ୍କରେ ଦେଖାଯାଏ ।

8. ଦାରିଦ୍ର୍ୟ ରେଖା ସାହାଯ୍ୟରେ ଦାରିଦ୍ର୍ୟର ଗଭୀରତା ମପାଯାଏ ।
Answer:
ଦାରିଦ୍ର୍ୟ ରେଖା ସାହାଯ୍ୟରେ ଦାରିଦ୍ର୍ୟର ବ୍ୟାପକତା ମପାଯାଏ ।

9. ନିକଟରେ ଯୋଜନା କମିଶନ ଦାରିଦ୍ର୍ୟର ବ୍ୟାପକତା ପରିମାପ କରିବା ପାଇଁ ମୁଣ୍ଡପିଛା ଆୟକୁ ଏକ ମାନକ ରୂପେ ଗ୍ରହଣ କରିଛନ୍ତି ।
Answer:
ନିକଟରେ ଯୋଜନା କମିଶନ ଦାରିଦ୍ର୍ୟର ବ୍ୟାପକତା ପରିମାପ କରିବା ପାଇଁ ମୁଣ୍ଡପିଛା ଦୈନିକ କ୍ୟାଲୋରୀ ଆବଶ୍ୟକତାକୁ ଏକ ପରିମାପକ ରୂପେ ଗ୍ରହଣ କରିଛନ୍ତି ।

10. ସହରାଞ୍ଚଳର ଲୋକମାନଙ୍କର ଗ୍ରାମାଞ୍ଚଳର ଲୋକମାନଙ୍କଠାରୁ କ୍ୟାଲୋରୀ ଆବଶ୍ୟକତା ଅଧ୍କ।
Answer:
ସହରାଞ୍ଚଳର ଲୋକମାନଙ୍କର ଗ୍ରାମାଞ୍ଚଳର ଲୋକମାନଙ୍କଠାରୁ କ୍ୟାଲୋରୀ ଆବଶ୍ୟକତା କମ୍ ।

11. ଭାରତରେ ଦାରିଦ୍ର୍ୟର ମାତ୍ରା କ୍ରମଶଃ ହ୍ରାସ ପାଉଛି ।
Answer:
ଠିକ୍

12. ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଦାରିଦ୍ର୍ୟ ଦୂରୀକରଣ ଉପରେ ପ୍ରାଧାନ୍ୟ ଦିଆଗଲା
Answer:
ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ଦାରିଦ୍ର୍ୟ ଦୂରୀକରଣ ଉପରେ ପ୍ରାଧାନ୍ୟ ଦିଆଗଲା ।

13. ‘ଗରିବୀ ହଟାଓ’ ଧ୍ଵନି ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ ହିଁ ଦିଆଯାଇଥିଲା ।
Answer:
‘ଗରିବୀ ହଟାଓ’ ଧ୍ଵନି ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ହିଁ ଦିଆଯାଇଥିଲା ।

14. I.R,D.P. ଯୋଜନା ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିଲା ।
Answer:
I.R.D.P. ଯୋଜନା ବ୍ଲକ୍‌ସ୍ତରରେ କାର୍ଯ୍ୟକାରୀ ହେଉଥିଲା ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

15. I.R.D.P. ଯୋଜନା ସହରାଞ୍ଚଳର ଗରିବ ଲୋକଙ୍କପାଇଁ ଉଦ୍ଦିଷ୍ଟ ।
Answer:
I.R.D.P. ଯୋଜନା ଗ୍ରାମାଞ୍ଚଳର ଗରିବ ଲୋକଙ୍କପାଇଁ ଉଦ୍ଦିଷ୍ଟ ।

16. କାମପାଇଁ ଖାଦ୍ୟ ଯୋଜନା I.R.D.P କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ।
Answer:
କାପାପାଇଁ ଖାଦ୍ୟ ଯୋଜନା N.R.E.P, କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ।

17. N.R.E.P. ଯୋଜନାକୁ ଜବାହର ରୋଜଗାର ଯୋଜନା ସହ ମିଶାଇଦିଆଗଲା
Answer:
ଠିକ୍

18. ଜବାହର ରୋଜଗାର ଯୋଜନା କେବଳ କେନ୍ଦ୍ର ସରକାରଙ୍କ ଏକକ ଉପକ୍ରମ ।
Answer:
ଜବାହର ରୋଜଗାର ଯୋଜନା କେନ୍ଦ୍ର ଓ ରାଜ୍ୟସରକାରଙ୍କର ମିଳିତ ଉପକ୍ରମ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

1. ଦାରିଦ୍ର୍ୟରେଖା କାହାକୁ କୁହାଯାଏ ?
Answer:
ଦାରିଦ୍ର୍ୟରେଖା ସାହାଯ୍ୟରେ ସ୍ଥୂଳ ଦାରିଦ୍ର୍ୟ ଚିହ୍ନଟ କରାଯାଏ । ଜଣେ ବ୍ୟକ୍ତିକୁ ଉପଭୋଗର ଏକ ନିମ୍ନତମ ସ୍ତରରେ ପହଞ୍ଚାଇବା ପାଇଁ ଯେଉଁ ଆୟସ୍ତର ଆବଶ୍ୟକ ହୋଇଥାଏ ସେହି ଆୟକୁ ଦାରିଦ୍ର୍ୟରେଖା କୁହାଯାଏ । ପ୍ରଥମେ ବ୍ୟକ୍ତିର ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଥିବା ଖାଦ୍ୟ ଓ ଅଣଖାଦ୍ୟ ଦ୍ରବ୍ୟଗୁଡ଼ିକ ଚିହ୍ନଟ କରାଯାଏ । ପରେ ଚଳିତ ବଜାର ଦରରେ ଏହି ଦ୍ରବ୍ୟଗୁଡ଼ିକର ମୂଲ୍ୟ କଳନା କରାଯାଏ ।

ସେହି ମୂଲ୍ୟର ଦ୍ରବ୍ୟ ଆହରଣପାଇଁ ଯେଉଁ ମୁଣ୍ଡପିଛା ମାସିକ ଆୟ ଆବଶ୍ୟକ ହୋଇଥାଏ ତାହାକୁ ଦାରିଦ୍ର୍ୟ ସୀମାରେଖା କୁହାଯାଏ । ଯେଉଁ ଲୋକମାନେ ଏହି ପରିମାଣ ଆୟ କରିପାରୁ ନାହାନ୍ତି, ସେମାନଙ୍କୁ ଦାରିଦ୍ର୍ୟର ସୀମାରେଖାର ନିମ୍ନରେ ରହିଥିବାର କୁହାଯାଏ । ଅବଶ୍ୟ ଦାରିଦ୍ର୍ୟରେଖା ଦାରିଦ୍ର୍ୟର ବ୍ୟାପକତା ମାପିବାରେ ବ୍ୟବହାର କରାଯାଏ; କିନ୍ତୁ ଦାରିଦ୍ର୍ୟର ଗଭୀରତା ଏହାଦ୍ଵାରା ଜଣାପଡ଼େ ନାହିଁ ।

2. ଅର୍ଥନୈତିକ ବୈଷମ୍ୟ କ’ଣ ?
Answer:
ଭାରତରେ ମୁଖ୍ୟତଃ ତିନି ପ୍ରକାରର ଅର୍ଥନୈତିକ ବୈଷମ୍ୟ ପରିଲକ୍ଷିତ ହୁଏ । ସେଗୁଡ଼ିକ ହେଲା– (i) ସମ୍ପଭି ବଣ୍ଟନର ଅସମାନତା, (ii) ଆୟ ଓ ବ୍ୟୟରେ ଅସମାନତା ଓ (iii) ଆଞ୍ଚଳିକତା ବୈଷମ୍ୟ । ଆମ ଦେଶରେ ବହୁତ କମ୍ ଲୋକ ଦେଶର ସମ୍ପତ୍ତିର ଏକ ବଡ଼ ଭାଗର ମାଲିକ ।

ଦେଶର ଅଧିକାଂଶ କୋଠାବାଡ଼ି, ଭୂମି, ମୂଲ୍ୟବାନ ଅଳଙ୍କାର, ଅଂଶଧନ ଓ ଅନ୍ୟାନ୍ୟ ସମ୍ପଭିର ମାଲିକାନା ଅଳ୍ପ କେତେଜଣଙ୍କର ଥିଲାବେଳେ ଅଧିକାଂଶ ଲୋକ ଭୂମିହୀନ, ଗୃହହୀନ ଓ ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ଜାତୀୟ ଆୟର ଏକ ବଡ଼ ଅଂଶ ଧନୀ ଲୋକମାନେ ପାଉଥ‌ିବାବେଳେ ଏହାର ଅତି କ୍ଷୁଦ୍ର ଅଂଶ ବିଶାଳ ଆଉ ଏକ ଅର୍ଥନୈତିକ ଅସମାନତା । କେତେକ ଅଞ୍ଚଳ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ମୁଣ୍ଡପିଛା ଆୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆଗୁଆ ରହିଥିଲାବେଳେ ଅନ୍ୟ କେତେକ ଅଞ୍ଚଳ ବହୁପଛରେ ରହିଛନ୍ତି ।

3. ଜବାହର ରୋଜଗାର ଯୋଜନା କ’ଣ ?
Answer:
186 ମସିହାରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ସ୍ଵରୂପ ଜବାହର ରୋଜଗାର ଯୋଜନା ପ୍ରଣୟନ କରାଗଲା । ଏହି ଯୋଜନାରେ ଖର୍ଚ୍ଚରେ 80% କେନ୍ଦ୍ର ସରକାର ଓ 20% ରାଜ୍ୟସରକାର ବହନ କରିଥା’ନ୍ତି । ଏହା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ କାର୍ଯ୍ୟକାରୀ କରାଯାଇଥାଏ । ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ଉତ୍କଟ ରୂପ ଯୋଗୁଁ ନିର୍ମାଣ କାର୍ଯ୍ୟରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଓ ସେମାନଙ୍କର କ୍ରମାଗତ ଆୟପନ୍ଥା ସୃଷ୍ଟି ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଏତଦ୍‌ବ୍ୟତୀତ, ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଗଲା । ଏହି ଶ୍ରେଣୀର ଲୋକଙ୍କ ପାଇଁ ଇନ୍ଦିରା ଆବାସ ଗୃହ ନିର୍ମାଣ, ପ୍ରାଥମିକ ବିଦ୍ୟାଳୟ, ଗୃହନିର୍ମାଣ, ଭୂଉନ୍ନୟନ ବ୍ୟବସ୍ଥା ଓ ସେମାନଙ୍କର ଭୂମିର ଉତ୍ପାଦିକା ଶକ୍ତି ବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଏହି ଯୋଜନାରେ ଅନ୍ତୁର୍ଭୁକ୍ତ କରାଯାଇଥିଲା ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

4. ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଆତ୍ମନିଯୁକ୍ତି ପାଇଁ ତାଲିମ (TRYSEM) କ’ଣ ?
Answer:
TRYSEM 1989 ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳର ଦାରିଦ୍ର୍ୟ ଯୋଜନାର ମୁଖ୍ୟ ଲକ୍ଷ୍ୟଥୁଲା ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ଥ‌ି 18-35 ବର୍ଷ ବୟସର ଯୁଗଗୋଷ୍ଠୀ ଆତ୍ମନିଯୁକ୍ତି ପାଇଁ ସେମାନଙ୍କୁ ଆନୁଷ୍ଠାନିକଭାବେ ବୈଷୟିକ କୌଶଳ ତାଲିମ ଦେବା । ଏହି ଯୋଜନାରେ ଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଛୋଟ ଛୋଟ ଶିଳ୍ପ ବା ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିବାପାଇଁ କୌଶଳ ଶିକ୍ଷାଦେବା ସହିତ ବ୍ୟାଙ୍କରୁ ଋଣ ଆକାରରେ ଆର୍ଥିକ ସାହାଯ୍ୟ ଦିଆଯାଇଥାଏ ।

ବୈଦ୍ୟୁତିକ ଯନ୍ତ୍ରପାତିର ମରାମତି, TV, ରେଡ଼ିଓ ମରାମତି, ନଡ଼ିଆକତା କାମ, ଚମଡ଼ାକାମ, ଟ୍ରାଭେଲ୍ ଏଜେନ୍‌ସି ଇତ୍ୟାଦି ବିଭିନ୍ନ ବିଷୟରେ ତାଲିମ୍ ଦିଆଯାଇଥାଏ । ଏହି ଯୋଜନା ଅନୁସୂଚିତ ଜାତି, ଜନଜାତି ଓ ମହିଳା ପ୍ରଭୃତି ଅବହେଳିତ-ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଥାଏ । ସପ୍ତମ ଯୋଜନା କାଳରେ ଏହି ଯୋଜନାଦ୍ଵାରା 11.6 ଲକ୍ଷ ଯୁବକ-ଯୁବତୀ ଉପକୃତ ହୋଇଥିଲେ ।

5. ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ (NREP) କ’ଣ ?
Answer:
ମାନ୍ଦା କୃଷି ଋତୁରେ ଗ୍ରାମାଞ୍ଚଳରେ ଦରିଦ୍ର ଲୋକମାନଙ୍କୁ ଅତିରିକ୍ତ କର୍ମନିଯୁକ୍ତି ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଭିପ୍ରାୟ । 1977-78 ମସିହାରୁ କାର୍ଯ୍ୟକରି ଆସୁଥ‌ିବା କାମପାଇଁ ଖାଦ୍ୟ କାର୍ଯ୍ୟକ୍ରମକୁ NREP ନାମକରଣ କରାଯାଇଅଛି ।

ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଦୀର୍ଘକାଳୀନ ପ୍ରତ୍ୟକ୍ଷ ହିତସାଧନ ପାଇଁ ଅଭିପ୍ରେତ ଉତ୍ପାଦନଶୀଳ ସାମୂହିକ ପରିସମ୍ପତ୍ତି ସୃଷ୍ଟି, ଉନ୍ନୟନ ସହାୟକ ଭିତ୍ତିଭୂମିର ଦୃଢ଼ୀକରଣ, ଗ୍ରାମାଞ୍ଚଳ ଦରିଦ୍ରମାନଙ୍କୁ ସାମୂହିକ ଅଂଶ ଭାବରେ ଖାଦ୍ୟଶସ୍ୟ ଯୋଗାଇ ଦେଇ ସେମାନଙ୍କର ପୁଷ୍ଟିହୀନତା ଦୂରୀକରଣ ଓ ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଜୀବନଧାରଣର ଗୁଣାତ୍ମକ ମାନରେ ଅଭିବୃଦ୍ଧି ହାସଲପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା ।

ଏହି ଯୋଜନାରେ ମାନ୍ଦା କୃଷି ଋତୁରେ ସାମାଜିକ ବନୀକରଣ, ବିଦ୍ୟାଳୟ ଓ ଗୋଷ୍ଠୀକେନ୍ଦ୍ର, ଗୃହ, ଜଳାଶ୍ରୟ, ରାସ୍ତା, ଜଳସେଚନ ଓ ବିଦ୍ୟା ନିୟନ୍ତ୍ରଣ ସହାୟକ ନିର୍ମାଣ କାର୍ଯ୍ୟ, ପତିତ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଆଦି କାର୍ଯ୍ୟ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରାଯାଉଥିଲା । ଏହି ଯୋଜନାକୁ 1990 ମସିହାରେ ‘ଜବାହର ରୋଜଗାର ଯୋଜନା’ ସହିତ ମିଶାଇ ଦିଆଗଲା ।

6. ଗ୍ରାମ୍ୟ ଭୂମିହୀନ ନିଯୁକ୍ତି ଗାରେଣ୍ଟି ଯୋଜନା (RLEGP) କ’ଣ ?
Answer:
ଏହି କାର୍ଯ୍ୟକ୍ରମ 1983 ମସିହା ଅଗଷ୍ଟ 15 ତାରିଖ ଦିନ ପ୍ରବର୍ତ୍ତିତ କରାଗଲା । ଗ୍ରାମାଞ୍ଚଳରେ ଅଧ‌ିକ କର୍ମ ନିୟୋଜନର ସୁଯୋଗ ଓ ଉତ୍ପାଦନକାରୀ ପରିସମ୍ପଭି ସୃଷ୍ଟି କରି, ଭାରତୀୟ ଗ୍ରାମ୍ୟ ଜୀବନର ଗୁଣାତ୍ମକମାନ ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ ରହିଲା । ଏହି ଯୋଜନା ଶ୍ରମିକମାନଙ୍କ ପରିବାର ମଧ୍ୟରୁ ଜଣକୁ ନିହାତି କମ୍‌ରେ ବାର୍ଷିକ 100 ଦିନ ନିମନ୍ତେ କାମ ଯୋଗାଇବାର ଗାରେଣ୍ଟି ରଖାଗଲା ।

ଯୋଜନାଟି କେନ୍ଦ୍ର ସରକାରଙ୍କ 100 ପ୍ରତିଶତ ଆର୍ଥିକ ସାହାଯ୍ୟରେ କାର୍ଯ୍ୟକାରୀ ହେଲା । 1989 ମସିହାରେ ଉଭୟ ଜାତୀୟ ଗ୍ରାମୀଣ ନିୟୋଜନ ଯୋଜନା ଓ ଗ୍ରାମ୍ୟ ଭୂମିହୀନ ନିଯୁକ୍ତି ଗାରେଣ୍ଟି ଯୋଜନାକୁ ମିଶ୍ରଣ କରାଯାଇ ଜବାହାର ରୋଜଗାର ଯୋଜନା ପ୍ରବର୍ତ୍ତିତ କରାଗଲା । ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ଅତ୍ମକ ସରଳୀକରଣ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଶ୍ରଣ କରାଗଲା ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଆପେକ୍ଷିକ ଦାରିଦ୍ର୍ୟ ଓ ସ୍ଥୂଳ ଦାରିଦ୍ର୍ୟ ।
Answer:
ଧନୀମାନଙ୍କ ତୁଳନାରେ ଯେଉଁମାନେ ନୂନ ସେମାନଙ୍କୁ ଦରିଦ୍ର୍ୟ ବୋଲି ଅଭିହିତ କରିବାକୁ ଆପେକ୍ଷିକ ଦାରିଦ୍ର୍ୟ କୁହାଯାଏ । ଦେଶ ମଧ୍ୟରେ ବସବାସ କରୁଥିବା ବ୍ୟକ୍ତି, ଗୋଷ୍ଠୀ, ରାଜ୍ୟମାନଙ୍କୁ ଅନ୍ୟମାନଙ୍କ ତୁଳନାରେ ଦରିଦ୍ର କୁହାଯାଏ । ସେହିପରି ଭାରତକୁ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ଦରିଦ୍ର ଦେଶ ବୋଲି ବର୍ଣ୍ଣନା କରାଯାଉଛି । ଆପେକ୍ଷିକ ଦାରିଦ୍ର୍ୟ ଅସମାନତା ବା ବୈଷମ୍ୟର ଏକ ସୂଚକ ଅଟେ । ଆପେକ୍ଷିକ ଦାରିଦ୍ର୍ୟ ମଧ୍ୟ ସମ୍ପୂର୍ଣ୍ଣ ବିଲୋପ କରିବା ଅସମ୍ଭବ ।

କିନ୍ତୁ ମାନବିକ ବ୍ୟକ୍ତିତ୍ଵ ବିକାଶ ପାଇଁ ଆବଶ୍ୟକ ଜୀବନଯାପନର ମାନ ହାସଲ କରିବାରେ ଅସମର୍ଥତାକୁ ‘ସ୍ଥୂଳ ଦାରିଦ୍ର୍ୟ’ କୁହାଯାଏ । ଅନ୍ୟ ପ୍ରକାରରେ କହିଲେ ଚଳଣିର ଯେଉଁ ନିମ୍ନତମ ସ୍ତରର ମାନବୀୟ ବ୍ୟକ୍ତିତ୍ବର ସାଧାରଣ ବିକାଶ ପାଇଁ ଅନ୍ତରାୟ ସୃଷ୍ଟି ହୋଇଥାଏ, ତାହାହିଁ ହେଉଛି ସ୍ଥୂଳଦାରିଦ୍ର୍ୟ । ବ୍ୟକ୍ତି ଓ ଦେଶପାଇଁ ସ୍ଥୂଳ ଦାରିଦ୍ର୍ୟ ଅତି ଗୁରୁତ୍ୱପୂର୍ଣ । ତେଣୁ ଏହାର ସମ୍ପୂର୍ଣ୍ଣ ବିଲୋପ ଏକାନ୍ତ ଆବଶ୍ୟକା ସ୍ଥୂଳ ଦାରିଦ୍ର୍ୟକୁ ‘ଦାରିଦ୍ର୍ୟରେଖା’ ସାହାଯ୍ୟରେ ଚିହ୍ନଟ କରାଯାଏ ।

2. ଶ୍ରମପ୍ରଧାନ କୌଶଳ ଏବଂ ପୁଞ୍ଜିପ୍ରଧାନ କୌଶଳ ।
Answer:
ଯୁକ୍ତିଯୁକ୍ତ ଉତ୍ପାଦନ କୌଶଳର ଫଳପ୍ରଦ ଉପଯୋଗ ରାଷ୍ଟ୍ରରୁ ବେକାରୀ ଦୂର କରିବା ପାଇଁ ସହାୟତା ପ୍ରଦାନ କରେ । ଉତ୍ପାଦନ କୌଶଳ ଦୁଇ ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା ଶ୍ରମପ୍ରଧନା କୌଶଳ ଏବଂ ପୁଞ୍ଜିପ୍ରଧାନ କୌଶଳ । ଶ୍ରମପ୍ରଧାନ ଉତ୍ପାଦନ କୌଶଳ ଅଧ‌ିକ ଶ୍ରମିକ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଥିବା ବେଳେ ପୁଞ୍ଜିପ୍ରଧାନ କୌଶଳ ଅଧ‌ିକ ପୁଞ୍ଜିଦ୍ରବ୍ୟ ଓ କମ୍ ଶ୍ରମିକ ଉପଯୋଗ କରିଥାଏ । ଭାରତରେ ବେକାରୀ ଦାରିଦ୍ର୍ୟର ମୁଖ୍ୟ କାରଣ । ଦାରିଦ୍ର୍ୟ ନିୟନ୍ତ୍ରଣ ପାଇଁ ଗଣନିଯୁକ୍ତିର ଆବଶ୍ୟକତା ରହିଛି । ତେଣୁ ଭାରତ ଶ୍ରମପ୍ରଧାନ କୌଶଳକୁ ଅଧ‌ିକ ଉପଯୋଗ କରିବା ଉଚିତ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

3. ଅଗ୍ନ୍ୟାଦୟ ଅନ୍ନ ଯୋଜନା ଏବଂ ଜାତୀୟ କର୍ମପାଇଁ ଖାଦ୍ୟ ଯୋଜନା ।
Answer:
2000 ମସିହା ଡିସେମ୍ବର 25 ତାରିଖରୁ ଆରମ୍ଭ କରାଯାଇଥିବା ଏହି ଯୋଜନା ଅନୁସାରେ ସାଧାରଣ ବିତରଣ ବ୍ୟବସ୍ଥା ମାଧ୍ୟମରେ ଗରିବ ପରିବାରମାନଙ୍କୁ କିଲୋଗ୍ରାମ୍ ପିଛା ଦୁଇଟଙ୍କା ଦରରେ ଗହମ ଓ ତିନିଟଙ୍କା ଦରରେ ଚାଉଳ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । 2002 ମସିହା ଏପ୍ରିଲ ମାସଠାରୁ ଏହି ଯୋଜନା ମାଧ୍ୟମରେ ଦାରିଦ୍ର୍ୟରେଖା ତଳେ ଥ‌ିବା ପ୍ରତ୍ୟେକ ପରିବାରକୁ ମାସିକ 35 କିଲୋଗ୍ରାମ୍ ଲେଖାଏଁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । 2004 ମସିହା ଅଗଷ୍ଟ ପହିଲାଠାରୁ ଏହାଦ୍ଵାରା ଦୁଇକୋଟି ପରିବାର ଉଦ୍ଧୃତ ହେଉଛନ୍ତି ।

ଦେଶର 150 ଟି ଅନଗ୍ରସର ଜିଲ୍ଲାରେ ଅନୁପୂରକ ମଜୁରିଭିଭିକ ନିଯୁକ୍ତି ସୃଷ୍ଟିକୁ ଜୋରଦାର କରିବା ଲକ୍ଷ୍ୟରେ 2004 ମସିହା ନଭେମ୍ବର 14 ତାରିଖଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ମଜୁରିଭିତ୍ତିକ ନିଯୁକ୍ତି ସୃଷ୍ଟିକୁ ଜୋରଦାର କରିବା ଲକ୍ଷ୍ୟରେ 2004 ମସିହା ନଭେମ୍ବର 14 ତାରିଖଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ମଜୁରିଭିଭିକ ନିଯୁକ୍ତି ଚାହୁଁଥିବା ଏବଂ ଅଣକୁଶଳୀ ଶାରୀରିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ଥ‌ିବା ସମସ୍ତ ଦରିଦ୍ର ଲୋକଙ୍କପାଇଁ ଏହି ଯୋଜନା କାର୍ଯ୍ୟକରୁଛି ।

ଏହି ଶତପ୍ରତିଶତ କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ ଆବଶ୍ୟକ ସମସ୍ତ ଖାଦ୍ୟଶସ୍ୟ କେନ୍ଦ୍ର ସରକାର ବିନା ଦେୟରେ ରାଜ୍ୟମାନଙ୍କୁ ଯୋଗାଇ ଦେଉଛନ୍ତି । ଜିଲ୍ଲାମାନଙ୍କର ଏହି ଯୋଜନାର ପରିଚାଳନା, ସମନ୍ବୟ ଓ ତଦାରଖ ଦାୟିତ୍ଵ ଜିଲ୍ଲାପାଳମାନଙ୍କ ହାତରେ ନ୍ୟସ୍ତ କରାଯାଇଛି । କେବଳ 2004-05 ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ 2004-05 ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ 2020 କୋଟି ଟଙ୍କା ଓ 20 ଲକ୍ଷ ଟନ୍ ଖାଦ୍ୟଶସ୍ୟ ଖର୍ଚ୍ଚ କରାଯିବାର ବ୍ୟବସ୍ଥା କରାଯାଇଥିଲା ।

4. ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା ଓ ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଆଇନ 2005 ।
Answer:
କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟଦ୍ଵାରା 25 ସେପ୍ଟେମ୍ବର 2001 ମସିହାରେ ପ୍ରଣୟନ କରାଯାଇଥିଲା ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା । ଏହା ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ହୋଇଥିଲେ ହେଁ କେନ୍ଦ୍ର ଓ ରାଜ୍ୟସରକାର ଯଥାକ୍ରମେ 75 ପ୍ରତିଶତ ଓ 25 ପ୍ରତିଶତ ବ୍ୟୟଭାର ବହନ କରିଥା’ନ୍ତି । ଯୋଜନାଟି ସମ୍ପୂର୍ଣ୍ଣଭାବେ ପଞ୍ଚାୟତିରାଜ ସଂସ୍ଥାମାନଙ୍କଦ୍ୱାରା ପରିଚାଳିତ ହୋଇଥାଏ ।

ଏହା ଏକ ମଜୁରୀଭିଭିକ କର୍ମନିଯୁକ୍ତି ଯୋଜନା ଯେଉଁଥ‌ିରେ କି କୃଷି ଶ୍ରମିକ, ଅନ୍ୟାନ୍ୟ ଅଣକୁଶଳୀ ଶ୍ରମିକ, ନାମମାତ୍ର ଚାଷୀ, ମହିଳା, ଅନୁସୂଚିତ ଜାତି ଓ ଉପଜାତି, ଶାରୀରିକ ଅକ୍ଷମ ବ୍ୟକ୍ତିବିଶେଷଙ୍କ ପୂର୍ଣ୍ଣ ବୟସ୍କ ସନ୍ତାନମାନଙ୍କୁ ଅଗ୍ରାଧ୍ୟାକାର ଭିଭିରେ କର୍ମନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଇଥାଏ । ଏହି କାର୍ଯ୍ୟକ୍ରମ ଜରିଆରେ ହିତାଧ୍ୟାକାରୀମାନଙ୍କୁ ପାରିଶ୍ରମିକ ମଜୁରୀ ବାବଦରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଏ ।

ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ନିପିଡ଼ିତ ପରିବାରଗୁଡ଼ିକୁ କର୍ମନିଯୁକ୍ତି ସୁଯୋଗ ସୁନିଶ୍ଚିତ କରିବା ଲକ୍ଷ୍ୟନେଇ ଭାରତ ସରକାର 2005 ମସିହା ସେପ୍ଟେମ୍ବର ମାସ 7 ତାରିଖରେ ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଆଇନ, 2005 ରେ ଘୋଷଣା କରିଥିଲେ । ଏହି ଆଇନ ପ୍ରାଥମିକ ପର୍ଯ୍ୟାୟରେ ଦେଶର 200 ଟି ପଛୁଆ ଜିଲ୍ଲାରେ କାର୍ଯ୍ୟାରମ୍ଭ କରିଛି । ଗ୍ରାମାଞ୍ଚଳ ଢାଞ୍ଚାଗତ ସୁବିଧାର ବିକାଶ ଘଟାଉଥ‌ିବା ମଜୁରୀଭିଭିକ କର୍ମସଂସ୍ଥାନ ଜରିଆରେ ଗରିବ ଓଲାକମାନଙ୍କ ଜୀବିକା ସୁନିଶ୍ଚିତ କରିବା ହେଉଛି ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଯୋଜନା ମୂଳ ଲକ୍ଷ୍ୟ ।

ଦାରିଦ୍ର୍ୟ ସୀମାରେଖା ନିମ୍ନରେ ବାସ କରୁଥିବା ପରିବାରର ଅନ୍ତତଃ ଜଣେ ସଦସ୍ୟଙ୍କୁ ବର୍ଷକୁ ସର୍ବନିମ୍ନ 100 ଦିନର କର୍ମସଂସ୍ଥାନ ଯୋଗାଇଦେଇ ପ୍ରାକୃତିକ ସମ୍ପଦର ବିକାଶ ଘଟାଇବା ସହିତ ହିତାଧିକାରୀଙ୍କ ଆର୍ଥିକ ବିକାଶ ଘଟାଇବା ହେଉଛି ଏହି ଯୋଜନାର ଉଦ୍ଦେଶ୍ୟ । ଆହୁରି ମଧ୍ୟ ନିଜ ଗ୍ରାମର 5 କି.ମି. ପରିଧ୍ଵ ମଧ୍ଯରେ କର୍ମସଂସ୍ଥାନ ସୁନିଶ୍ଚିତ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଦାରିଦ୍ର୍ୟରେଖା କହିଲେ କ’ଣ ବୁଝ ? ଭାରତର ଦାରିଦ୍ର୍ୟର ବ୍ୟାପକତା ଓ ସାନ୍ଦ୍ରତା ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
ସ୍ଥୂଳ ଦାରିଦ୍ର୍ୟକୁ ଚିହ୍ନଟ କରିବାପାଇଁ ଏକ ମାନଦଣ୍ଡ ବ୍ୟବହାର କରାଯାଏ । ଏହି ମାନଦଣ୍ଡକୁ ‘ଦାରିଦ୍ର୍ୟରେଖା’ କୁହାଯାଏ । ଜଣେ ବ୍ୟକ୍ତିର ଉପଭୋଗର ଏକ ନିମ୍ନତମ ସ୍ତରରେ ପହଞ୍ଚାଇବାପାଇଁ ଯେଉଁ ଆୟସ୍ତର ଆବଶ୍ୟକ ହୋଇଥାଏ, ସେହି ଆୟକୁ ସାଧାରଣତଃ ଦାରିଦ୍ର୍ୟରେଖା ଆକାରରେ ପ୍ରକାଶ କରାଯାଏ । ଯେଉଁମାନଙ୍କର ଆୟ ଦାରିଦ୍ର୍ୟରେଖାଠାରୁ ନିମ୍ନରେ ରହି ଏହାକୁ ସ୍ପର୍ଶ କରିପାରେ ନାହିଁ, ସେମାନଙ୍କୁ ଗରିବ ବୋଲି ବିବେଚିତ କରାଯାଏ ।

ଦାରିଦ୍ର୍ୟରେଖା ନିର୍ଦ୍ଧାରଣପାଇଁ ପ୍ରଥମେ ବ୍ୟକ୍ତିର ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଥିବା ପଦାର୍ଥଗୁଡ଼ିକୁ ଚିହ୍ନଟ କରାଯାଏ । ଉଭୟ ଖାଦ୍ୟଦ୍ରବ୍ୟ ଓ ଅଣଖାଦ୍ୟଦ୍ରବ୍ୟ ଏହି ତାଲିକାରେ ଥାଏ; କିନ୍ତୁ ଆମ ଦେଶରେ ଖାଦ୍ୟଦ୍ରବ୍ୟର ଖର୍ଜ ଲେକାମାନଙ୍କର ମୁଖ୍ୟ ଖର୍ଚ୍ଚ ହୋଇଥିବାରୁ ଆବଶ୍ୟକ ଅଣଖାଦ୍ୟଦ୍ରବ୍ୟଗୁଡ଼ିକୁ ଦାରିଦ୍ର୍ୟରେଖା ନିର୍ଦ୍ଧାରଣ ସମୟରେ ବିଚାର କରାଯାଏ ନାହିଁ । ଏହାପରେ ଚଳିତ ବଜାର ଦରରେ ଏହି ଖାଦ୍ୟଦ୍ରବ୍ୟଗୁଡ଼ିକର ମୂଲ୍ୟ କଳନା କରାଯାଏ । ଶେଷରେ ସେହି ମୂଲ୍ୟର ଖାଦ୍ୟଦ୍ରବ୍ୟ ଆହରଣପାଇଁ ଯେଉଁ ମୁଣ୍ଡପିଛା ମାସିକ ଆୟ ଆବଶ୍ୟକ ହୋଇଥାଏ ତାହାର ଆକଳନ କରି ତାହାକୁ ଦାରିଦ୍ର୍ୟରେଖାରେ ଅଭିହିତ କରାଯାଇଥାଏ ।

ଭାରତରେ ଯୋଜନା କମିଶନ ମୁଣ୍ଡପିଛା ଦୈନିକ କ୍ୟାଲୋରୀ ଆବଶ୍ୟକତା ଅନୁସାରେ ଦାରିଦ୍ର୍ୟରେଖା ନିର୍ଦ୍ଧାରଣ କରିଥା’ନ୍ତି । ଯୋଜନା କମିଶନଙ୍କ ଅନୁସାରେ ଗ୍ରାମାଞ୍ଚଳ ଲୋକଙ୍କର ମୁଣ୍ଡପିଛା ଦୈନିକ କ୍ୟାଲୋରୀ ଆବଶ୍ୟକତା 2400 କ୍ୟାଲୋରୀ ଥିଲାବେଳେ ସହରାଞ୍ଚଳ ଲୋକଙ୍କର ମୁଣ୍ଡପିଛା ଏହି ଆବଶ୍ୟକତା 2100 କ୍ୟାଲୋରୀ ଅଟେ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଏହି କ୍ୟାଲୋରୀ ଆବଶ୍ୟକତା ପୂରଣପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୁଣ୍ଡପିଛା ମାସିକ ଟ 49.09 ଓ 56.64 ଉପଭୋଗଜନିତ ଖର୍ଚ୍ଚକୁ (1973-74 ଦରରେ) ଭାରତର ଦାରିଦ୍ର୍ୟରେଖା ବୋଲି ଯୋଜନା କମିଶନ ଘୋଷଣା କରିଥିଲେ । ପରେ ସପ୍ତମ ଯୋଜନା କାଳରେ ଦାରିଦ୍ର୍ୟରେଖାର ପୁନର୍ନିର୍ଦ୍ଧାରଣ କରାଯାଇଥିଲା । 1983-84 ମସିହାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳପାଇଁ ଦାରିଦ୍ର୍ୟରେଖାକୁ ଯଥାକ୍ରମେ ଟ 101.80 ଓ ଟ 117.50 ର ଖର୍ଚ୍ଚସ୍ତର ସହିତ ସମାନ କରି ଦିଆଗଲା । ପରେ ଏହି ଦାରିଦ୍ର୍ୟରେଖାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ 229 ଟଙ୍କା ଓ 264 ଟଙ୍କା ଖର୍ଚ୍ଚସ୍ତର ସହିତ ସମାନ କରି ଦିଆଯାଇଛି ।

ଦାରିଦ୍ର୍ୟରେଖା ମାନଦଣ୍ଡରେ ଦେଶର ଦାରିଦ୍ର୍ୟକୁ ମପାଯାଇ ଏହାର ବ୍ୟାପକତା ସମ୍ବନ୍ଧରେ ଅନେକ ତଥ୍ୟ ମିଳିପାରିଛି । ଦେଶରେ ଦରିଦ୍ରଙ୍କ ସଂଖ୍ୟା ସ୍ଥିର ନାହିଁ । କେତେବେଳେ ଏହା ବଢ଼ୁଚି ଓ କେତେବେଳେ କମୁଛି । ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଏହି ସଂଖ୍ୟାର ତାରତମ୍ୟ ରହିଛି । ବିଭିନ୍ନ ରାଜ୍ୟରେ ମଧ୍ୟ ଦାରିଦ୍ର୍ୟ ଅନୁପାତ ସମାନ ନୁହେଁ । 1960-61 ମସିହାରେ ଦେଶରେ ଦରିଦ୍ରମାନଙ୍କ ସଂଖ୍ୟା 17 କୋଟି ଥିଲା; କିନ୍ତୁ 1979-80 ମସିହା ବେଳକୁ ଏହା 33 କୋଟିକୁ ବୃଦ୍ଧିପାଇ 1987-88 ମସିହା ବେଳକୁ 31 କୋଟିକୁ ଖସିଆସିଥିଲା ।

ପୁଣି 1993-94 ମସିହା ବେଳକୁ ଏହା 35 କୋଟିରେ ପହଞ୍ଚଗଲା । ଅନ୍ୟ ପ୍ରକାରରେ କହିଲେ, 1960-61 ମସିହାରେ ଦାରିଦ୍ର୍ୟର ଅନୁପାତ 34 ଶତାଂଶ ଥିଲାବେଳେ 1979-80 ମସିହାକୁ ଏହା 48 ଶତାଂଶକୁ ବୃଦ୍ଧି ପାଇଥିଲା । ପରେ 1986- 87 ମସିହାକୁ ଏହି ଅନୁପାତ 34 ଶତାଂଶକୁ ଖସିଆସି 1987-88 ମସିହା ବେଳକୁ 39.3 ଶତାଂଶକୁ ବୃଦ୍ଧି ପାଇଥିଲା । 1993-94 ମସିହା ବେଳକୁ ଏହି ଅନୁପାତ 39 ଶତାଂଶକୁ ଖସିଆସିଲା ।

ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଦାରିଦ୍ର୍ୟ ଉପରେ ପର୍ଯ୍ୟାଲୋଚନା କଲେ ଜଣାପଡ଼େ ଯେ, ଦାରିଦ୍ର୍ୟ ଅନୁପାତର ସ୍ଥିରତା ରହୁନାହିଁ । 1972-73 ମସିହାରେ ସହରାଞ୍ଚଳରେ ଦରିଦ୍ରଙ୍କ ଅନୁପାତ 44 ଶତାଂଶ ଓ ଗ୍ରାମାଞ୍ଚଳରେ 54 ଶତାଂଶ ଥିଲାବେଳେ 1987-88 ମସିହା ବେଳକୁ ଏହା ସହରାଞ୍ଚଳରେ 40 ଶତାଂଶ ଓ ଗ୍ରାମାଞ୍ଚଳରେ 39 ଶତାଂଶ ଥିଲା । କିନ୍ତୁ 1993-94 ମସିହା ବେଳକୁ ସହରାଞ୍ଚଳରେ ଦାରିଦ୍ର୍ୟ ଅନୁପାତ 37 ଶତାଂଶକୁ ଖସିଆସିଥିବାବେଳେ ଗ୍ରାମାଞ୍ଚଳରେ ଏହି ଅନୁପାତ 41.5 ଶତାଂଶକୁ ବୃଦ୍ଧି ପାଇଛି ।

ସେହିପରି ଦେଶର ସବୁ ରାଜ୍ୟମାନଙ୍କରେ ଦରିଦ୍ରଙ୍କ ଅନୁପାତ ସମାନ ନୁହେଁ । ବିହାର, ଓଡ଼ିଶା, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ରାଜ୍ୟମାନଙ୍କରେ ଦରିଦ୍ରମାନଙ୍କ ସଂଖ୍ୟା ଯଥେଷ୍ଟ ଅଧ୍ଵ ଥିଲାବେଳେ ପଞ୍ଜାବ, ହରିଆନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୋଆ ରାଜ୍ୟମାନଙ୍କରେ ଦାରିଦ୍ର୍ୟର ପ୍ରଭାବ କମ୍ ଅନୁଭୂତ ହୁଏ । ବିହାରରେ 54.96 ଶତାଂଶ ଲୋକ ଦରିଦ୍ର । ସେହିପରି ଓଡ଼ିଶାରେ 49.56 ଶତାଂଶ, ମଧ୍ୟପ୍ରଦେଶରେ 42.52 ଶତାଂଶ, ଉତ୍ତରପ୍ରଦେଶରେ 40.56 ଶତାଂଶ ଲୋକ ଦାରିଦ୍ର୍ୟରେଖା ତଳେ ବାସକରନ୍ତି । ଅପରପକ୍ଷରେ ହିମାଚଳ ପ୍ରଦେଶରେ ୨ ଶତାଂଶ, ପଞ୍ଜାବରେ 11.7 ଶତାଂଶ, ଆନ୍ଧ୍ରପ୍ରଦେଶରେ 22 ଶତାଂଶ ଲୋକ ଦରିଦ୍ର ଅଟନ୍ତି ।

କିନ୍ତୁ ଦାରିଦ୍ର୍ୟର ଗଭୀରତାକୁ ବିଚାରକୁ ନେଲେ ଜଣାଯାଏ ଯେ, ଯେଉଁମାନେ ଦାରିଦ୍ର୍ୟର ରେଖାତଳେ ରହୁଛନ୍ତି ସେମାନେ ଗୋଟିଏ ଶ୍ରେଣୀର ଦରିଦ୍ର ନୁହଁନ୍ତି । ସେମାନଙ୍କୁ ମଧ୍ଯ ଦାରିଦ୍ର୍ୟର-ଗଭୀରତା ଭିଭିରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରିବ । ଯଦି ଏହା କରାଯାଏ, ତେବେ ଦାରିଦ୍ର୍ୟର କେତେ ପ୍ରକୋପ ତାହା ସଠିକ୍ ଆକଳନ କରାଯାଇପାରିବ ।

ଆମ ଦେଶରେ ଏପରି ଅନେକ ଦରିଦ୍ର ଅଛନ୍ତି ଯେଉଁମାନେ କି ପ୍ରତିଦିନ ମୁଠାଏ ଖାଇବାକୁ ପାଉନାହାଁନ୍ତି, ଯାହାର ମୁଣ୍ଡ ଗୁଞ୍ଜିବାକୁ କୁଢ଼ିଆଟିଏ ନାହିଁ; ଲଜ୍ଜାନିବାରଣ କରିବାପାଇଁ ଛିଣ୍ଡା ଲୁଗାଟିଏ ମଧ୍ୟ ନାହିଁ । ତେଣୁ ଭାରତର ଦାରିଦ୍ର୍ୟକୁ କେବଳ ସଂଖ୍ୟାରେ ମାପି ଦାରିଦ୍ର୍ୟ ନିରାକରଣ ଯୋଜନା ପ୍ରସ୍ତୁତ କରିବା ଉଚିତ ନୁହେଁ, ବରଂ ଦାରିଦ୍ର୍ୟର ଗଭୀରତା ଅନୁଧ୍ୟାନ କରି ନିରାକରଣ ଯୋଜନା ପ୍ରସ୍ତୁତ କଲେ ତାହା ଅଧିକ ଫଳପ୍ରଦ ହେବ ।

2. ଦାରିଦ୍ର୍ୟ କହିଲେ କ’ଣ ବୁଝ ? ଭାରତରେ ଦାରିଦ୍ର୍ୟ ଘନୀଭୂତ ହେବାର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ଦାରିଦ୍ର୍ୟ ଏକ ସାମାଜିକ ଓ ଅର୍ଥନୈତିକ ସମସ୍ୟା । ଏହା ସବୁଯୁଗରେ ରହି ଆସିଅଛି । କେବଳ ଏହାର ବ୍ୟାପକତା ଓ ଗଭୀରତାରେ ପରିବର୍ତ୍ତନ ଘଟୁଅଛି । ବର୍ତ୍ତମାନ ଏହା ଗଣଦାରିଦ୍ର୍ୟ ରୂପ ନେଇଅଛି । ପୃଥ‌ିବୀର ପ୍ରାୟ ସବୁଦେଶର ଲୋକ ଅଳ୍ପବହୁତେ ଏହାର ଶିକାର ହୋଇଛନ୍ତି । ମାନବିକ ବ୍ୟକ୍ତିତ୍ଵ ବିକାଶପାଇଁ ଆବଶ୍ୟକ ଜୀବନଯାପନର ମାନ ହାସଲ କରିବାରେ ଅସାମର୍ଥ୍ୟକୁ ‘ଦାରିଦ୍ର୍ୟ’ ବୋଲି କୁହାଯାଏ । ଦାରିଦ୍ର୍ୟର ସଂଜ୍ଞା ନିରୂପଣ କରିବାକୁ ଗଲାବେଳେ ଆପେକ୍ଷିକ ଦାରିଦ୍ର୍ୟ ଓ ସ୍ଥୂଳ ଦାରିଦ୍ର୍ୟ ମଧ୍ଯରେ ପାର୍ଥକ୍ୟ ଜାଣିବା ଆବଶ୍ୟକ ମନେହୁଏ ।

ଧନୀମାନଙ୍କ ତୁଳନାରେ ଯେଉଁମାନେ ନୂନ ସେମାନଙ୍କୁ ଆପେକ୍ଷିକ ଅର୍ଥରେ ଦରିଦ୍ର ବୋଲି କୁହାଯାଏ । ଏଠାରେ ଧନୀ ଓ ଗରିବ ହେଉଛି ଦୁଇଟି ଆପେକ୍ଷିକ ଶବ୍ଦ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ରାଜ୍ୟ ରାଜ୍ୟ ମଧ୍ୟରେ, ଦେଶ ଦେଶ ମଧ୍ୟରେ ତୁଳନା କରାଯାଇ କିଏ ଧନୀ, କିଏ ଦରିଦ୍ର ସ୍ଥିର କରାଯାଇଥାଏ । ଏଥିପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତକୁ ଏବେବି ଦରିଦ୍ର ଦେଶ ବୋଲି ବର୍ଣ୍ଣନା କରାଯାଉଛି ।

ଯେହେତୁ ଆପେକ୍ଷିକ ଦାରିଦ୍ର୍ୟ ଏକ ତୁଳନାତ୍ମକ ଚିନ୍ତାଧାରା, ତେଣୁ ଏପ୍ରକାର ଦାରିଦ୍ର୍ୟ ବିଲୋପ ହେବା ଅସମ୍ଭବ । ଅନ୍ୟପକ୍ଷରେ ଚଳଣିର ଯେଉଁ ନିମ୍ନତମ ସ୍ତରରେ ମାନବୀୟ ବ୍ୟକ୍ତିତ୍ଵର ସାଧାରଣ ବିକାଶପାଇଁ ଅନ୍ତରାୟ ସୃଷ୍ଟି ହୋଇଥାଏ, ତାହାହିଁ ହେଉଛି ସ୍ଥୂଳ ଦାରିଦ୍ର୍ୟ । ସ୍ଥୂଳ ଦାରିଦ୍ର୍ୟ ଉଭୟ ବ୍ୟକ୍ତି ଓ ଦେଶ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ସ୍ଥୂଳ ଦାରିଦ୍ର୍ୟକୁ ଚିହ୍ନଟ କରିବାପାଇଁ ‘ଦାରିଦ୍ର୍ୟରେଖା’ ମାନଦଣ୍ଡ ବ୍ୟବହାର କରାଯାଏ । ଉପଭୋଗର ଏକ ନିମ୍ନତମ ସ୍ତରରେ ପହଞ୍ଚାଇବାପାଇଁ ଯେଉଁ ଆୟସ୍ତର ଆବଶ୍ୟକ ହୋଇଥାଏ ସେହି ଆୟକୁ ସାଧାରଣତଃ ଦାରିଦ୍ର୍ୟରେଖା ଆକାରରେ ବ୍ୟକ୍ତ କରାଯାଏ । ଯେଉଁମାନଙ୍କର ଆୟ ଦାରିଦ୍ର୍ୟରେଖାଠାରୁ ନିମ୍ନରେ ରହେ, ସେମାନେ ଦରିଦ୍ର ବୋଲି ବିବେଚିତ ହୁଅନ୍ତି ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଭାରତରେ ଦାରିଦ୍ର୍ୟ ଏକ ଗଣ-ସମସ୍ୟା । ଏହା ଦେଶର ପ୍ରତ୍ୟେକ କୋଣରେ ଅନୁଭୂତ । 1993-94 ମସିହାରେ ପ୍ରାୟ 35 କୋଟି ଲୋକ ଦାରିଦ୍ର୍ୟରେଖା ତଳେ ବସବାସ କରୁଛନ୍ତି । ଏମାନଙ୍କ ମଧ୍ୟରେ ଅନେକଙ୍କୁ ଦୁଇ ଓଳି ଖାଇବାକୁ ମିଳେ ନାହିଁ, ପିନ୍ଧିବାପାଇଁ କନା ମିଳେ ନାହିଁ । ରହିବାପାଇଁ କୁଡ଼ିଆ ଖଣ୍ଡେ ମଧ୍ଯ ମିଳି ନ ଥାଏ । ଭାରତରେ ଏହାର ବ୍ୟାପକତା ଓ ଗଭୀରତା ବହୁତ ଅଧିକ । ମନରେ ପ୍ରଶ୍ନ ଉଠିପାରେ, ଆମ ଦେଶରେ ଦାରିଦ୍ର୍ୟ ଘନୀଭୂତ ହେବାର କାରଣ କ’ଣ ? ଏହାର ଗୋଟିଏ ବା ଦୁଇଟି କାରଣ ନାହିଁ । ଭାରତରେ ଦାରିଦ୍ର୍ୟର ଅନେକ କାରଣ ରହିଅଛି ଏବଂ ସେଗୁଡ଼ିକ ପରସ୍ପର ଛନ୍ଦାଛନ୍ଦି । ସେହି କାରଣଗୁଡ଼ିକ ଏହାଲା

(1) ଦ୍ରୁତ ଜନସଂଖ୍ୟା ବୃଦ୍ଧି– ଭାରତରେ ଜନସଂଖ୍ୟା ବୃଦ୍ଧିର ମାତ୍ରା ବହୁତ ଅଧିକ । ପ୍ରତିବର୍ଷ ଆମେ 1.6 କୋଟି ନୂଆ ମୁହଁ ଦେଖୁଅଛୁ । ଜନସଂଖ୍ୟା ବୃଦ୍ଧି ସଙ୍ଗେ ଖାଦ୍ୟ, ବସ୍ତ୍ର, ବାସଗୃହ, ପାନୀୟଜଳ, ସ୍ଵାସ୍ଥ୍ୟ ଇତ୍ୟାଦି ସର୍ବନିମ୍ନ ଆବଶ୍ୟକତା ଦିନକୁ ଦିନ ବଢ଼ିଚାଲିଛି । ଏହି ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ସମ୍ବଳର ଘୋର ଅଭାବ ରହିଥ‌ିବାରୁ ଅଧିକାଂଶ ଲୋକ ଏହି ଆବଶ୍ୟକତାଗୁଡ଼ିକ ପୂରଣ କରି ନ ପାରି ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ହେଉଛନ୍ତି ।

(2) ଆୟ ଓ ସମ୍ପତ୍ତି ବଣ୍ଟନରେ ଅସମାନତା- ଆମ ଦେଶରେ ଆୟ ଓ ସମ୍ପତ୍ତିର ବଣ୍ଟନରେ ଯେଉଁ ବିଷମତା ରହିଛି ତାହା ଦେଶରେ ଦରିଦ୍ରମାନଙ୍କ ସଂଖ୍ୟାବୃଦ୍ଧିର ମୁଖ୍ୟ କାରଣ । ଭୂମି, ଆୟ, ପୁଞ୍ଜି, ସମ୍ପତ୍ତି, କୋଠାବାଡ଼ି ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ବଣ୍ଟନର ଅସମାନତା ରହିଅଛି । ଦେଶରେ ମାତ୍ର ଅଳ୍ପ କେତେଜଣଙ୍କ ମାଲିକାନାରେ ଆୟ ଓ ସମ୍ପତ୍ତିର ଏକ ବଡ଼ଭାଗ ରହିଥିବାବେଳେ ଏକ ବଡ଼ଭାଗ ଲୋକମାନଙ୍କ ମାଲିକାନାରେ ସ୍ଵଳ୍ପ ଆୟ ଓ ସମ୍ପଭି ରହିଥ‌ିବାର ପରିଲକ୍ଷିତ ହୁଏ । ଫଳରେ ଅଧିକାଂଶ ଲୋକ ଦାରିଦ୍ର୍ୟରେଖା ତଳେ ନିଶ୍ଳେଷିତ ହୋଇଥା’ନ୍ତି ।

(3) ଭୂମି ଉପରେ ଚାପ – ଭୂମି ଆମ ଦେଶର ମୁଖ୍ୟ ପ୍ରାକୃତିକ ସମ୍ବଳ । ଭୂମିର ଯୋଗାଣ ଯଦି ପର୍ଯ୍ୟାପ୍ତ ହୋଇଥା’ନ୍ତା ତାହାହେଲେ ସମସ୍ତଙ୍କପାଇଁ ଯଥେଷ୍ଟ ଆୟ ସମ୍ଭବ ହୁଅନ୍ତା ଓ କେହି ଦରିଦ୍ର ହୋଇ ରହନ୍ତେ ନାହିଁ । କିନ୍ତୁ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ପାଇବା ହେତୁ ଭୂମି ଉପରେ ଅଧିକ ଚାପ ପଡ଼ିଲା । ଫଳରେ ମୁଣ୍ଡପିଛା କୃଷିଜମିର ପରିମାଣ କମିବାରେ ଲାଗିଛି । ଫଳରେ ଅନେକ ଭୂମିର ମାଲିକାନାରୁ ବଞ୍ଚିତ ହୋଇ ଦାରିଦ୍ର୍ୟରେଖା ତଳକୁ ଠେଲି ହୋଇଯାଆନ୍ତି ।

(4) ବେକାରି ସମସ୍ୟା – ନିଯୁକ୍ତିରୁହିଁ ଆୟର ସୂତ୍ରପାତ ହୋଇଥାଏ ଏବଂ ନିଯୁକ୍ତି ହ୍ରାସ ପାଇଲେ ଦାରିଦ୍ର୍ୟର ସାନ୍ଦ୍ରତା ବୃଦ୍ଧି ପାଏ । ଆମେ ଜାଣୁ ଯେ, ମାନବିକ ଶକ୍ତି ଓ ପ୍ରକୃତିଦତ୍ତ ସମ୍ବଳ ମିଳିତ ହୋଇ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି । ଏହା ଫଳରେ ଆୟର ଉତ୍ସ ସୃଷ୍ଟି ହୁଏ । ଯେତେବେଳେ ଏହି ସମ୍ବଳଦ୍ବୟ ସମସ୍ତଙ୍କପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରନ୍ତି ନାହିଁ ଓ ଚଳନୀୟ ଆୟ ସୃଷ୍ଟି କରିବାପାଇଁ ଅସମର୍ଥ ହୋଇଥାଏ ସେତେବେଳେ ଅନେକ ଲୋକ ଦାରିଦ୍ର୍ୟର ଆବର୍ତ୍ତ ଭିତରକୁ ନିକ୍ଷେପିତ ହୋଇଯାଆନ୍ତି । ଆମ ଦେଶରେ ପ୍ରାକୃତିକ ସମ୍ବଳ ଓ ମାନବିକ ସମ୍ବଳ ମିଳିତ ହୋଇ ସମସ୍ତଙ୍କପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ଅସମର୍ଥ ହେବାରୁ ଅଧିକାଂଶ ଲୋକ ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ଅଟନ୍ତି ।

(5) ମୁଦ୍ରାଢ଼ୀତିର ପ୍ରଭାବ –  ମୁଦ୍ରାଙ୍ଗୀତି ଭାରତର ଦାରିଦ୍ର୍ୟର ଅନ୍ୟ ଏକ କାରଣ । ଦିନକୁ ଦିନ ଜିନିଷପତ୍ରଗୁଡ଼ିକର ମୂଲ୍ୟବୃଦ୍ଧି ଯୋଗୁଁ ଲୋକମାନେ ସର୍ବନିମ୍ନ ସ୍ତରର ଆବଶ୍ୟକୀୟ ଦ୍ରବ୍ୟ କିଣିବାପାଇଁ ଅସମର୍ଥ ହୋଇପଡୁଛନ୍ତି । ଫଳରେ ସେମାନେ ଦାରିଦ୍ର୍ୟରେଖା ତଳକୁ ଖସିଆସୁଛନ୍ତି ।

(6) ଆଞ୍ଚଳିକ ବୈଷମ୍ୟ – ଦେଶର ସବୁ ଅଞ୍ଚଳରେ ସମପରିମାଣର ଉନ୍ନୟନ ହୋଇପାରି ନାହିଁ । କେତେକ ଅଞ୍ଚଳ ବା ରାଜ୍ୟ ଯଥେଷ୍ଟ ଉନ୍ନତ ଥିଲାବେଳେ ଅନ୍ୟ କେତେକ ପଛୁଆ ରହିଯାଇଛି । ଗୋଆ, ପଞ୍ଚାବ, ହରିଆନା, ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକ ଉନ୍ନତ । କିନ୍ତୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟସମୂହ, ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟଗୁଡ଼ିକ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବହୁତ ପଛୁଆ । ଏହି ରାଜ୍ୟଗୁଡ଼ିକର କୃଷି, ଶିଳ୍ପର ବିକାଶ ଘଟିନାହିଁ । ଫଳରେ ଏହି ରାଜ୍ୟରେ ବସବାସ କରୁଥିବା ଅଧିକାଂଶ ଲୋକେ ଦାରିଦ୍ର୍ୟର ସୀମାରେଖା ତଳେ ରହିଥା’ନ୍ତି ।

(7) ସାମାଜିକ ବ୍ୟବସ୍ଥା – ଆମ ଦେଶର ସାମାଜିକ ବ୍ୟବସ୍ଥା ଦାରିଦ୍ର୍ୟର ଆଉ ଏକ କାରଣ । ଜାତି, ବର୍ଣ୍ଣ, ପ୍ରଥା ଇତ୍ୟାଦି ଅନେକ ଅନ୍ଧବିଶ୍ୱାସ ଆମ ସମାଜରେ ଭରପୂର ହୋଇ ରହିଅଛି । ବ୍ରାହ୍ମଣର ପୁଅ ବ୍ରାହ୍ମଣ କାମ କରିବ । ସେ ସେଲୁନ୍, ଲଣ୍ଡି ବା ଅନ୍ୟ ବ୍ୟବସାୟ କରିପାରିବ ନାହିଁ । ସେହିପରି ଅନ୍ୟ ଜାତି ବା ବର୍ଣ୍ଣର ଲୋକମାନେ ନିଜର କୌଳିକ ବ୍ୟବସାୟ ଛାଡ଼ି ଅନ୍ୟ ବେଉସା କରିପାରିବେ ନାହିଁ । ଏ ପ୍ରକାର କୁସଂସ୍କାରପୂର୍ଣ୍ଣ ସାମାଜିକ ବ୍ୟବସ୍ଥା ଅର୍ଥନୈତିକ ବିକାଶରେ ଅନ୍ତରାୟ ସୃଷ୍ଟିକରେ । ଫଳରେ ଦେଶରେ ଦାରିଦ୍ର୍ୟ ବଢ଼ିଚାଲେ ।

(8) ରାଜନୈତିକ କାରଣ – ଆମ ଦେଶ ଶହଶହ ବର୍ଷ ଧରି ବିଦେଶୀମାନଙ୍କ ହାତରେ ଶାସିତ ହୋଇଆସିଅଛି । ଏହାଦ୍ୱାରା ଆମ ଦେଶର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯାଇଥିଲା । ସ୍ଵାଧୀନତା ପରେ ସମସ୍ତଙ୍କର ବିଶ୍ୱାସ ଥିଲା ଯେ, ଦେଶର ଆର୍ଥିକ ଅବସ୍ଥା ସୁଧୁରିଯିବ । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସେମିତି କିଛି ଉଲ୍ଲେଖନୀୟ ସଫଳତା ମିଳିନାହିଁ ।

ସ୍ଵାଧୀନତା ପରେ ରାଜନୈତିକ ନେତାମାନେ ଓ ଦଳମାନେ ନିଜ ନିଜର ସମ୍ପତ୍ତି ଠୁଳ କରିବାରେ ଆଗଭର ହୋଇ ପଡ଼ିଲେ । ଭୋଟ ପାଇବାପାଇଁ ଗରିବ ଲୋକମାନଙ୍କୁ ପ୍ରତାରଣା କଲେ । ଦାରିଦ୍ର୍ୟର ନିରାକରଣପାଇଁ ସେମାନେ ଆନ୍ତରିକତାର ସହିତ କାମ କଲେ ନାହିଁ । ଫଳରେ ଦାରିଦ୍ର୍ୟ ଦେଶରେ ତା’ର କାୟା ବିସ୍ତାର କରି ଚାଲିଲା ।

3. ଭାରତରେ ଦାରିଦ୍ର୍ୟ ନିରାକରଣପାଇଁ ଯେଉଁସବୁ ବିଶେଷ ନିଯୁକ୍ତି କାର୍ଯ୍ୟକ୍ରମ କାର୍ଯ୍ୟ କରି ଆସୁଅଛି, ସେଗୁଡ଼ିକୁ ଆଲୋଚନା କର ।
Answer:
ପ୍ରଥମେ ଯୋଜନାକାରୀମାନେ ବିଶ୍ଵାସ କରୁଥିଲେ ଯେ, ଅର୍ଥନୈତିକ ଅଭିବୃଦ୍ଧି ସଂଗଠିତ ହେଲେ ଆପଣାଛାଏଁ ଗରିବ ଲୋକମାନଙ୍କର ନିଯୁକ୍ତି ଓ ଜୀବନଯାପନ ସ୍ତରରେ ଉନ୍ନତି ଘଟିବ; କିନ୍ତୁ ଏହି ଧାରଣା ଭୁଲ୍ ପ୍ରମାଣିତ ହେଲା; ତେଣୁ ଗରିବ ଲୋକମାନଙ୍କୁ ନିଯୁକ୍ତିର ଅଧ‌ିକ ସୁଯୋଗ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ଦାରିଦ୍ର୍ୟରେଖା ଉପରକୁ ଉଠାଇବାପାଇଁ ବିଶେଷ କାର୍ଯ୍ୟକ୍ରମମାନ ପ୍ରବର୍ତ୍ତନ କରିବାର ଆବଶ୍ୟକତା ମନେ କରାଗଲା । କେନ୍ଦ୍ର ସରକାର ଦାରିଦ୍ର୍ୟ ନିରାକରଣପାଇଁ କେତେକ ବିଶେଷ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବାପାଇଁ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସେହି ଯୋଜନାଗୁଡ଼ିକ ହେଲା –

(1) ସମନ୍ବିତ ଗ୍ରାମ୍ୟବିକାଶ ଯୋଜନା (IRDP)– ଏହି ଯୋଜନା 1976-77 ମସିହାରେ ଆରମ୍ଭ ହୋଇଥିଲେହେଁ 1979- 80 ମସିହାବେଳକୁ ଏହା ଦେଶର ସବୁ ଉନ୍ନୟନ ବ୍ଲକ୍‌ରେ କାର୍ଯ୍ୟ କରିଥିଲା । ଗ୍ରାମାଞ୍ଚଳର ଦରିଦ୍ରମାନଙ୍କର ଉନ୍ନତିକଳ୍ପେ କାର୍ଯ୍ୟକାରୀ ହେଉଥ‌ିବା ଭିନ୍ନ ଭିନ୍ନ ପରିକଳ୍ପନାଗୁଡ଼ିକୁ ଏକତ୍ରିତ କରି ଗୋଟିଏ ଅନୁଷ୍ଠାନ ମାଧ୍ୟମରେ ସାରା ଦେଶରେ କାର୍ଯ୍ୟକାରୀ କରିବା ଥିଲା ଏହି ଯୋଜନାର ଆଭିମୁଖ୍ୟ ।

ଏହି ଯୋଜନା କୃଷି, ଉଦ୍ୟାନ, ରେଶମ ଉତ୍ପାଦନ, ପଶୁପାଳନ, ତନ୍ତୁବାୟ ଓ କ୍ଷୁଦ୍ର ବ୍ୟବସାୟ ଭଳି କାର୍ଯ୍ୟକଳାପକୁ ଉତ୍ସାହିତ କରାଯାଇ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ମୂଳୋତ୍ପାଟନ କରିବାପାଇଁ ଏକ ବଳିଷ୍ଠ ଭିତ୍ତିଭୂମି ପ୍ରସ୍ତୁତ କରିବା ଅଭିପ୍ରାୟ ରଖୁଥିଲା । IRDP ଯୋଜନାର ଖର୍ଚ୍ଚ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଭାବରେ ବହନ କରିଥା’ନ୍ତି । ଏହି ଯୋଜନାରେ ଦରିଦ୍ର ହିତାଧ୍ୟାକାରୀମାନଙ୍କୁ ଚିହ୍ନଟ କରାଯାଇ ବ୍ୟାଙ୍କ ଋଣ ଓ ସବ୍‌ସିଡ଼ି ମାଧ୍ୟମରେ ସେମାନଙ୍କର ଆତ୍ମନିଯୁକ୍ତିର ପଥ ସୁଗମ କରାଯାଏ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ଭଳି ସମାଜର ଅବହେଳିତ ବର୍ଗର ଲୋକମାନଙ୍କର ସହାୟତା କରିବାପାଇଁ ଏହି ଯୋଜନାରେ ବିଶେଷ ଧ୍ୟାନ ଦିଆଯାଇଥାଏ । ଏହି କାର୍ଯ୍ୟକ୍ରମକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ ଏହାର କାର୍ଯ୍ୟକାରିତାଦ୍ଵାରା ଆମକୁ ଯେତିକି ସୁଫଳ ମିଳିବା କଥା ତାହାହିଁ ମିଳିପାରି ନାହିଁ ।

(2) ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ (NREP)- ମାନ୍ଦା କୃଷି ଋତୁରେ ଗ୍ରାମାଞ୍ଚଳରେ ଦରିଦ୍ର ଲୋକମାନଙ୍କୁ ଅତିରିକ୍ତ କର୍ମନିଯୁକ୍ତି ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଭିପ୍ରାୟ । 1977-78 ମସିହାରୁ କାର୍ଯ୍ୟ କରି ଆସୁଥ‌ିବା କାମପାଇଁ ଖାଦ୍ୟ କାର୍ଯ୍ୟକ୍ରମକୁ NREP ନାମକରଣ କରାଯାଇଅଛି । ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଦୀର୍ଘକାଳୀନ ପ୍ରତ୍ୟକ୍ଷ ହିତସାଧନପାଇଁ ଅଭିପ୍ରେତ ଉତ୍ପାଦନଶୀଳ ସାମୂହିକ ପରିସମ୍ପତ୍ତି ସୃଷ୍ଟି, ଉନ୍ନୟନ ସହାୟକ ଭିତ୍ତିଭୂମିର ଦୃଢ଼ୀକରଣ ।

ଗ୍ରାମାଞ୍ଚଳ ଦରିଦ୍ରମାନଙ୍କୁ ମଜୁରିର ଅଂଶଭାବରେ ଖାଦ୍ୟଶସ୍ୟ ଯୋଗାଇ ଦେଇ ସେମାନଙ୍କର ପୁଷ୍ଟିହୀନତା ଦୂରୀକରଣ ଓ ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଜୀବନଧାରଣର ଗୁଣାତ୍ମକ ମାନରେ ଅଭିବୃଦ୍ଧି ହାସଲପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା । ଏହି ଯୋଜନାରେ ମାନ୍ଦା କୃଷି ଋତୁରେ ସାମାଜିକ ବନୀକରଣ, ବିଦ୍ୟାଳୟ ଓ ଗୋଷ୍ଠୀ କେନ୍ଦ୍ର, ଗୃହ, ଜଳାଶୟ, ରାସ୍ତା, ଜଳସେଚନ ଓ ବନ୍ୟାନିୟନ୍ତ୍ରଣ ସହାୟକ ନିର୍ମାଣ କାର୍ଯ୍ୟ, ପତିତ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଆଦି କାର୍ଯ୍ୟ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରାଯାଉଥିଲା ।

1980 ରୁ 1985 ମସିହା ମଧ୍ୟରେ 177437 ନିୟୁତ ମାନବ ଦିବସ ନିଯୁକ୍ତି ଏହି କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଥିଲା । ଏହି ଯୋଜନାକୁ 1990 ମସିହାରେ ‘ଜବାହାର ରୋଜଗାର ଯୋଜନା’ ସହିତ ମିଶାଇ ଦିଆଗଲା ।

(3) ଗ୍ରାମାଞ୍ଚଳ ଭୂମିହୀନ ଲୋକମାନଙ୍କ ପାଇଁ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ (RLEGP)– ଏହି କାର୍ଯ୍ୟକ୍ରମ 1983 ମସିହାରେ ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳ ଭୂମିହୀନ ଲୋକମାନଙ୍କପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପ୍ରତ୍ୟେକ ପରିବାରରୁ ଅତି କମ୍‌ରେ ଜଣେ ଲେଖାଏଁ ଲୋକକୁ ବର୍ଷକୁ 100 ଦିନ ପର୍ଯ୍ୟନ୍ତ ନିଶ୍ଚିତ ନିଯୁକ୍ତି ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

ଏହି କାର୍ଯ୍ୟକ୍ରମରେ ସାମାଜିକ ବନୀକରଣ ପ୍ରକଳ୍ପ, ଇନ୍ଦିରା ଆବାସ ଯୋଜନା ଅନ୍ତର୍ଗତ ବାସଗୃହ ନିର୍ମାଣ, ଗ୍ରାମାଞ୍ଚଳରେ ରାସ୍ତା, ସୁଲଭ ଶୌଚାଳୟ ପ୍ରତିଷ୍ଠା, ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ, କ୍ଷୁଦ୍ର ଜଳସେଚନ, ମୃତ୍ତିକା ସଂରକ୍ଷଣ ଆଦିର ନିର୍ମାଣକାର୍ଯ୍ୟ କାର୍ଯ୍ୟକାରୀ କରାଯାଉଥିଲା । ଏହି ଯୋଜନାରେ ଭୂମିହୀନ କୃଷକ, ଅନୁସୂଚିତ ଜାତି ଓ ଜନଜାତି, ଗୋତି ଶ୍ରମିକ, ମହିଳା ଶ୍ରମିକମାନଙ୍କୁ ଅଗ୍ରାଧୁକାର ଦିଆଯାଉଥିଲା । ଏହି ଯୋଜନାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଥା’ନ୍ତି । 1989 ମସିହାରେ ଏହି ଯୋଜନାକୁ ଜବାହାର ରୋଜଗାର ଯୋଜନା ସହିତ ମିଶାଇ ଦିଆଗଲା ।

(4) ଜବାହାର ରୋଜଗାର ଯୋଜନା (JRY)– ‘ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ ଓ ଗ୍ରାମାଞ୍ଚଳ ଭୂମିହୀନ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମାନ ହୋଇଥିବାରୁ 1986 ମସିହାରେ ଏ ଦୁଇଟି କାର୍ଯ୍ୟକ୍ରମକୁ ଏକତ୍ର କରି ଜବାହାର ରୋଜଗାର ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ଏହି ଯୋଜନାରେ ଖର୍ଚ୍ଚର ୫୦ ଶତାଂଶ କେନ୍ଦ୍ର ଓ 20 ଶତାଂଶ ରାଜ୍ୟ ବହନ କରିଥାଏ । ଏହି ଯୋଜନା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ କାର୍ଯ୍ୟକାରୀ ହୁଏ ।

ଗୋଷ୍ଠୀଗତ ପରିସମ୍ପତ୍ତି ସୃଷ୍ଟିପାଇଁ ଉଦ୍ଦିଷ୍ଟ ସମସ୍ତ ଗ୍ରାମ୍ୟ ନିର୍ମାଣକାର୍ଯ୍ୟ ଏହି ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ । ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ନିର୍ମାଣକାର୍ଯ୍ୟରେ ଦରିଦ୍ରମାନଙ୍କ ନିଯୁକ୍ତିକୁ ଅଗ୍ରାଧିକାର, ସେମାନଙ୍କର କ୍ରମାଗତ ଆୟପନ୍ଥା ସୃଷ୍ଟି କରୁଥିବା ନିର୍ମାଣକାର୍ଯ୍ୟକୁ ଅଗ୍ରାଧ୍ୟାକାର, ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଏ ।

ଦରିଦ୍ରତମ ଅନୁସୂଚିତ ଜାତି, ଜନଜାତି ଓ ଗୋତି ଶ୍ରମିକମାନଙ୍କପାଇଁ ‘ଇନ୍ଦିରା ଆବାସ ଗୃହ’ ନିର୍ମାଣ, ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ, ଦାରିଦ୍ର୍ୟରେଖା ତଳେ ଥ‌ିବା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ବ୍ୟକ୍ତିଗତ ଚାଷଜମିକୁ ଉଠିଆ କରିବା ବ୍ୟବସ୍ଥା, ଜଳଛାୟା ଅଞ୍ଚଳରେ ଥ‌ିବା ବ୍ୟକ୍ତିଗତ ଚାଷଜମିର ଉତ୍ପାଦିକା ଶକ୍ତି ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ଭୂଉନ୍ନୟନ କରିବା ଇତ୍ୟାଦି ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି ।

(5) ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଆତ୍ମନିଯୁକ୍ତି ପାଇଁ ତାଲିମ (TRYSEM)– ଏହି ଯୋଜନା 1989 ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ଥ‌ିବା 18-35 ବର୍ଷ ବୟସ୍କ ଯୁବଗୋଷ୍ଠୀଙ୍କ ଆତ୍ମନିଯୁକ୍ତିପାଇଁ ସେମାନଙ୍କୁ ଆନୁଷ୍ଠାନିକଭାବେ ବୈଷୟିକ କୌଶଳ ତାଲିମ ଦେବା । ଏହି ଯୋଜନାରେ ଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଛୋଟ ଛୋଟ ଶିଳ୍ପ ବା ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିବାପାଇଁ କୌଶଳ ଶିକ୍ଷାଦେବା ସହିତ ବ୍ୟାଙ୍କରୁ ଋଣ ଆକାରରେ ଆର୍ଥିକ ସାହାଯ୍ୟ ଦିଆଯାଇଥାଏ ।

ଇଲେକ୍‌ଟ୍ରିକାଲ୍ ଯନ୍ତ୍ରପାତିର ମରାମତି, TV, ରେଡ଼ିଓ ମରାମତି, ନଡ଼ିଆକତା କାମ, ଚମଡ଼ା କାମ, ଟ୍ରାଭେଲ୍ ଏଜେନ୍‌ସି ଇତ୍ୟାଦି ବିଭିନ୍ନ ବିଷୟରେ ତାଲିମ ଦିଆଯାଇଥାଏ । ଏହି ଯୋଜନା ମାଧ୍ୟମରେ ଅନୁସୂଚିତ ଜାତି, ଜନଜାତି ଓ ମହିଳା ପ୍ରଭୃତି ଅବହେଳିତ-ବର୍ଗମାନଙ୍କପାଇଁ ସ୍ଥାନ ସଂରକ୍ଷଣ କରାଯାଇଥାଏ । ସପ୍ତମ ଯୋଜନା କାଳରେ ଏହି ଯୋଜନାଦ୍ଵାରା 11.6 ଲକ୍ଷ ଯୁବକ-ଯୁବତୀ ଉପକୃତ ହୋଇଥିଲେ ।

(6) ଜାତୀୟ ସହରାଞ୍ଚଳ ଜୀବିକା ମିଶନ (NVLM) – ନେହେରୁ ରୋଜଗାର ଯୋଜନା (NRY), ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣପାଇଁ ସମନ୍ବିତ କାର୍ଯ୍ୟକ୍ରମ (PMIUPEP), ସହରାଞ୍ଚଳ ପ୍ରାଥମିକ ସେବା କାର୍ଯ୍ୟକ୍ରମ (UBSP), ଦାରିଦ୍ର୍ୟ ନିରାକରଣ କାର୍ଯ୍ୟକ୍ରମକୁ ଏକତ୍ର କରାଯାଇ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (NVLM) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା ସହରାଞ୍ଚଳ ବେକାର ଓ ଅର୍ବବେକାର ଯୁବଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତିପାଇଁ ସବୁପ୍ରକାର ସାହାଯ୍ୟ କରିବା । ଏହି ଯୋଜନାରେ ଖର୍ଚ୍ଚ ହେଉଥ‌ିବା ଅର୍ଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ 75 : 25 ହିସାବରେ ବହନ କରାଯାଇଥାଏ ।

(7) ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) – IRDP, DWCRA, TRYSEM ଯୋଜନାକୁ ଏକତ୍ର କରାଯାଇ NRLM ଯୋଜନା 2011 ମସିହାରେ ଆରମ୍ଭ କରାଯାଇଅଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳ ଯୁବଗୋଷ୍ଠୀପାଇଁ ଆତ୍ମନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି କରିବା ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଏହି ଯୋଜନାରେ ଜିଲ୍ଲା ଉନ୍ନୟନ ସଂସ୍ଥାକୁ ଅଧିକ ଶକ୍ତିଶାଳୀ କରାଯାଇଛି । ଗ୍ରାମାଞ୍ଚଳରେ ଯୁବଗୋଷ୍ଠୀମାନଙ୍କର ଦକ୍ଷତା, ସେମାନଙ୍କୁ ବୈଷୟିକ କୌଶଳ ପ୍ରଦାନ, ସେମାନଙ୍କ ଶିଳ୍ପ ଓ ପ୍ରତିଷ୍ଠାନର ଦ୍ରବ୍ୟର ବିକ୍ରୟ ଇତ୍ୟାଦି ବିଷୟରେ ଜ୍ଞାନ ପ୍ରଦାନ କରି ଆତ୍ମନିଯୁକ୍ତି ପ୍ରକ୍ରିୟାକୁ ଆହୁରି ଜୋର୍‌ସୋର୍‌ରେ ଆଗେଇ ନେଇ ଦାରିଦ୍ର୍ୟ ନିରାକରଣ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ବ ଆରୋପ କରାଯାଇଛି ।

4. ଭାରତରୁ ଦାରିଦ୍ର୍ୟ ଦୂର କରିବାପାଇଁ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମଗୁଡ଼ିକର ଆଲୋଚନା କର ।
Answer:
1970 ମସିହା ପର୍ଯ୍ୟନ୍ତ ଆମ ଦେଶର ଯୋଜନାକାରୀମାନେ ବିଶ୍ୱାସ କରି ଆସୁଛନ୍ତି ଯେ, ଅର୍ଥନୈତିକ ବିକାଶରେ ଶିଳତା ଓ ବୈଷମ୍ୟ ଦେଶର ଦାରିଦ୍ର୍ୟର ମୁଖ୍ୟ କାରଣ । ତେଣୁ ତ୍ୱରାନ୍ବିତ ଅର୍ଥନୈତିକ ବିକାଶ ଓ ବୈଷମ୍ୟର ଦୂରୀକରଣଦ୍ୱାରା ଗଣଦାରିଦ୍ର୍ୟର ବିଲୋପ ସମ୍ଭବ ହୋଇପାରିବ । ସେଣ୍ଡ୍‌ପାଇଁ ଏହି ଦୁଇ ଲକ୍ଷ୍ୟ ପୂରଣପାଇଁ ଗୁରୁତ୍ଵ ଯୋଜନାରେ ଦିଆଯାଇଥିଲା ଓ ବିଶ୍ଵାସ କରାଯାଇଥିଲା ଯେ, 1985-86 ମସିହା ସୁଦ୍ଧା ଦେଶରୁ ଦାରିଦ୍ର୍ୟ ଲୋପ ପାଇପାରିବ ।

କିନ୍ତୁ ପଞ୍ଚମ ଯୋଜନା ବେଳକୁ ଦେଖାଗଲା ଯେ, ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ତଥା ଆର୍ଥିକ ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇନାହିଁ; ତେଣୁ ପରବର୍ତୀ ଯୋଜନାଗୁଡ଼ିକରେ ଦାରିଦ୍ର୍ୟ ଦୂରୀକରଣକୁ ପ୍ରାଥମିକତା ଦିଆଗଲା ।

ଉପାୟ ଚିନ୍ତା କରାଗଲା । ପଞ୍ଚମ ଯୋଜନାରେ ମତ ପ୍ରକାଶ ପାଇଲା ଯେ, ବେକାରି ଓ ଅର୍ଥବେକାରି ସମସ୍ୟାର ସମାଧାନ କରାଯାଇ ପାରିଲେ ଦାରିଦ୍ର୍ୟ ନିରାକରଣ ହୋଇପାରିବ । ତେଣୁ ଏହି ଯୋଜନାରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାପାଇଁ ଗୁରୁତ୍ଵ ଦିଆଗଲା । ଷଷ୍ଠ ଯୋଜନାରେ ମଧ୍ୟ ଦାରିଦ୍ର୍ୟ ନିରାକରଣ ଉପରେ ଅଧ‌ିକ ଧ୍ୟାନ ଦିଆଗଲା ।

1984-85 ମସିହାକୁ ଦାରିଦ୍ର୍ୟର ଅନୁପାତ 30 ଶତାଂଶ ଓ 1994-95 ମସିହାକୁ 10 ଶତାଂଶରୁ କମ୍‌କୁ ଖସାଇ ଦେବାପାଇଁ ଲକ୍ଷ୍ୟ ରଖାଗଲା । ସେଥ‌ିପାଇଁ ନୀତି ନିର୍ଦ୍ଧାରଣ ହେଲା ଯେ –

  • ଷଷ୍ଠ ଯୋଜନାରେ ଦେଶର ଅଭିବୃଦ୍ଧି ହାର 5.2 ଶତାଂଶ ଓ ସପ୍ତମ ଯୋଜନାରେ 5.5 ଶତାଂଶକୁ ବୃଦ୍ଧି କରାଯିବାପାଇଁ ପଦକ୍ଷେପ,
  • ଆର୍ଥିକ ବୈଷମ୍ୟ ଦୂରକରିବାପାଇଁ ପଦକ୍ଷେପ ।

ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧିପାଇଁ ଯେଉଁସବୁ ପଦକ୍ଷେପମାନ ନିଆଗଲା, ସେଗୁଡ଼ିକ ହେଲା –

  • 1994- 95 ମସିହା ସୁଦ୍ଧା ପୁଞ୍ଜିନିବେଶ ହାର 26.92 ଶତାଂଶକୁ ବୃଦ୍ଧି କରିବା,
  • ବର୍ଦ୍ଧିତ ପୁଞ୍ଜି-ଉତ୍ପାଦ ଅନୁପାତ (incremental capital output ratio) ହ୍ରାସ କରି ପୁଞ୍ଜିର ଉତ୍ପାଦନଶୀଳତା ବୃଦ୍ଧି କରିବା ।

ସେହିପରି ଦେଶରେ ବୈଷମ୍ୟ ହ୍ରାସ କରିବାପାଇଁ ଅନେକ ଉପାୟର ‘ଅବତାରଣା କରାଗଲା । ସେଗୁଡ଼ିକ ହେଲା –

  • ନୂତନ ଧନ୍ଦା ସୃଷ୍ଟି ମାଧ୍ୟମରେ ଗରିବ ଲୋକମାନଙ୍କପାଇଁ ନିଯୁକ୍ତିର ଅଧ‌ିକ ସୁଯୋଗ ସୃଷ୍ଟି କରିବା,
  • ସାମାଜିକ ସେବାର ପ୍ରସାର କରିବା,
  • ଉତ୍ପାଦନ ସହାୟକ ପରିସମ୍ପତ୍ତି ହାସଲ କରିବାପାଇଁ ଗରିବ ଲୋକମାନଙ୍କୁ ଅଧିକ ଆନୁଷ୍ଠାନିକ ଋଣ ଯୋଗାଇଦେବା, ଚକବନ୍ଦୀ, ବ୍ୟକ୍ତିଗତ ଚାଷଜମିର ସର୍ବୋଚ୍ଚ ପରିମାଣ ଧାର୍ଯ୍ୟ ଓ ରୟତି ସ୍ଵତ୍ଵର ସୁରକ୍ଷା ମାଧ୍ୟମରେ ଭୂସଂସ୍କାର କାର୍ଯ୍ୟକ୍ରମକୁ ଅଧ‌ିକ ଜୋରଦାର୍ କରିବା,
  • ଅଧୁକ ଆୟ ଓ ସମ୍ପତ୍ତି ଉପରେ କରଧାର୍ଯ୍ୟ କରିବା ଓ
  • ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧିକୁ ରୋକିବା ।

ଷଷ୍ଠ ଯୋଜନାର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ସଫଳତା ଉପଲବ୍‌ କରି ଏହାର ଆଭିମୁଖ୍ୟକୁ ଆହୁରି ବ୍ୟାପକ କରିବାପାଇଁ ସପ୍ତମ ଯୋଜନା କାଳରେ ଅନେକ ନୂଆ-କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେହି କାର୍ଯ୍ୟକ୍ରମଗୁଡ଼ିକ ହେଲା –

  • ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ଲୋକମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ସାମାଜିକ ସେବା ଯୋଗାଇ ଦେବା,
  • ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଗରିବମାନଙ୍କୁ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦେଇ ଦରବୃଦ୍ଧି ପ୍ରଭାବରୁ ସେମାନଙ୍କୁ ରକ୍ଷା କରିବାର ଯୋଜନା,
  • ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ ‘ଭଳି ସମାଜର ଅତି ଦୁର୍ବଳ ଶ୍ରେଣୀର ଜନସାଧାରଣଙ୍କର ଜୀବନଯାପନର ମାନ ଉନ୍ନତ କରିବାପାଇଁ ବିଶେଷ ଧରଣର କାର୍ଯ୍ୟକ୍ରମମାନ ଓ
  • କୃଷି ଅନଗ୍ରସର ଅଞ୍ଚଳମାନଙ୍କରେ କୃଷି ବିକାଶପାଇଁ ପଦକ୍ଷେପ ।

ସେହିପରି ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣପାଇଁ ସପ୍ତମ ଯୋଜନା କାଳରେ ଅନେକ କାର୍ଯ୍ୟକ୍ରମ ହାତକୁ ମଧ୍ଯ ନିଆଯାଇଥିଲା । ସେଗୁଡ଼ିକ ହେଲା –

  • ସହରାଞ୍ଚଳ ବେକାରିମାନଙ୍କର ନିଯୁକ୍ତି ସୁଯୋଗ ସୃଷ୍ଟି,
  • ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କପାଇଁ ସୁବିଧା ସୁଯୋଗର ବ୍ୟବସ୍ଥା,
  • ଆତ୍ମନିଯୁକ୍ତ ଶ୍ରମିକମାନଙ୍କର କାର୍ଯ୍ୟଦକ୍ଷତା ଓ ରୋଜଗାର ବୃଦ୍ଧିପାଇଁ ବ୍ୟବସ୍ଥା ଓ
  • ସର୍ବନିମ୍ନ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ ପିଇବାପାଣିର ବ୍ୟବସ୍ଥା ।

ଅଷ୍ଟମ ଯୋଜନା ଆରମ୍ଭବେଳକୁ ଦାରିଦ୍ର୍ୟର ଅନୁପାତ ମଧ୍ୟ ବିଶେଷ କମି ନ ଥିଲା । ସେତେବେଳେ ଏହା 36 ଶତାଂଶ ଥୁଲା ଏବଂ ଗ୍ରାମାଞ୍ଚଳରେ ଏହି ଅନୁପାତ ଆହୁରି ଅଧିକ ଥିଲା । ତେଣୁ ଅଷ୍ଟମ ଯୋଜନା କାଳରେ ଗ୍ରାମାଞ୍ଚଳ ନିଯୁକ୍ତି ଉପରେ ଅଧ‌ିକ ଗୁରୁତ୍ଵ ଆରୋପ କରାଯାଇଥିଲା । 1996-97 ମସିହା ବେଳକୁ ଦାରିଦ୍ର୍ୟର ଅନୁପାତ 29.2 ଶତାଂଶକୁ ଖସି ଆସିଥିଲା ।

ତେଣୁ ନବମ ଯୋଜନା କାଳରେ ଏହି ଅନୁପାତକୁ 2001-02 ମସିହା ସୁଦ୍ଧା 18 ଶତାଂଶକୁ, 2006-07 ମସିହା ସୁଦ୍ଧା 18 ଶତାଂଶକୁ, 2006-07 ମସିହା ସୁଦ୍ଧା 9.5 ଶତାଂଶକୁ ଓ 2011-12 ମସିହାସୁଦ୍ଧା 4.4 ଶତାଂଶକୁ ଖସାଇ ଆଣିବାପାଇଁ ଧାର୍ଯ୍ୟ କରାଗଲା ।

ତେଣୁ ଏହି ସମୟ ମଧ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହାର ଯଥାକ୍ରମେ 7 ଶତାଂଶ, 7.5 ଶତାଂଶ ଓ 8 ଶତାଂଶକୁ ବୃଦ୍ଧି କରିବାପାଇଁ ବିଭିନ୍ନ ପଦକ୍ଷେପ ନିଆଗଲା । ସ୍ତରରେ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି । ଏସବୁ ସତ୍ତ୍ଵେ ଦାରିଦ୍ର୍ୟ ଦେଶର ଏକ ବଡ଼ ସମସ୍ୟାରୂପେ ମୁଣ୍ଡଟେକି ରହିଛି ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

5. ଭାରତରୁ ଦାରିଦ୍ର୍ୟ ନିରାକରଣ ପାଇଁ ଉଦ୍ଦିଷ୍ଟ ସାମ୍ପ୍ରତିକ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆଲୋଚନା କର ।
Answer:
ପଞ୍ଚମ ପଞ୍ଚବାର୍ଷିର୍କ ଯୋଜନାଠାରୁ ଗରିବମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହେଲା । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ କରିସାରିଲେଣି । କିନ୍ତୁ ଦାରିଦ୍ର୍ୟତାର ଚିହ୍ନ ଦେଶରୁ ଲିଭୁନାହିଁ; ବରଂ ଦାରିଦ୍ର୍ୟତାର କରୁଣ ଦୃଶ୍ୟ ଦେଖାଦେଇଛି । ତେବେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥ‌ିବା କେତୋଟି ପ୍ରମୁଖ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଛି ।

(1) ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା : ପୂର୍ବତନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରଙ୍କ ଏହା ଏକ ପ୍ରଶଂସନୀୟ ନିଯୁକ୍ତି-ଭିଭିକ ଦାରିଦ୍ର୍ୟ ନିରାକରଣ ଯୋଜନା । ଗ୍ରାମାଞ୍ଚାଳ ନିଯୁକ୍ତି ଗ୍ୟାରେଣ୍ଟି ବିଲ୍‌ – 2004 ମସିହା ଅଗଷ୍ଟ ମାସ 2005 ରେ ପାର୍ଲାମେଣ୍ଟରେ ପାସ୍ ହୋଇ, ଏହି ଯୋଜନାକୁ ଆଇନଗତ ମର୍ଯ୍ୟାଦା ମିଳିସାରିଛି ।

ଏହି ଯୋଜନା ଅନୁସାରେ ଗ୍ରାମାଞ୍ଚଳରେ ପ୍ରତି ପରିବାରର ଜଣକୁ ବର୍ଷକରେ 100 ଦିନ ନିଶ୍ଚିତ ନିଯୁକ୍ତି ଯୋଗାଇ ଦିଆଯିବାର ବ୍ୟବସ୍ଥା ଅଛି । ରାଜ୍ୟରେ ପ୍ରଚଳିତ ସର୍ବନିମ୍ନ ମଜୁରି ପାଇବାକୁ ହିତାଧିକାରୀମାନେ ଏହାର ହକ୍‌ର ଅଟନ୍ତି । କାମ ମାଗିବାର 15 ଦିନ ମଧ୍ୟରେ କାମ ନ ମିଳିଲେ ହିତାଧ୍ୟାକାରୀ ବେକାରୀ ଭତ୍ତାପାଇବାର ବ୍ୟବସ୍ଥା ରହିଛି ।

2016-17 ବଜେଟ୍‌ରେ ଏହି ଯୋଜନା ପାଇଁ ? 38.500 କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ଯୋଜନା ଆରମ୍ଭରୁ 2014-15 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ମୋଟ 2.4 ଲକ୍ଷ କୋଟି ଟଙ୍କା ବ୍ୟୟ ହୋଇଥ‌ିବା ବେଳେ ମୋଟ ନିଯୁକ୍ତି 1644 କୋଟି ଶ୍ରମଦିବସ ସୃଷ୍ଟି ହୋଇଥ‌ିବା ଆକଳନ କରାଯାଇଛି ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (National Food Security Act): ଜାତୀୟ ଖାଦ୍ୟ ନିରାପତ୍ତା ବିଲ୍ ସଂସଦର ଉଭୟ ଗୃହରେ 2013 ମସିହାରେ ପାରିତ ହେଲା ଓ ରାଷ୍ଟ୍ରପତି ଉକ୍ତ ବିଲ୍‌କୁ ସ୍ବୀକୃତ ପ୍ରଦାନ କଲା ପରେ ଆଇନର ମାନ୍ୟତା ପାଇଲା । ଏହି ଆଇନ ଅନୁଯାୟୀ ଗ୍ରାମାଞ୍ଚଳରେ 75 ପ୍ରତିଶତ ଓ ସହରାଞ୍ଚଳରେ 50 ପ୍ରତିଶତ ଗରିବ ହିତାଧ୍ୟାକାରୀଙ୍କୁ 5 କିଲୋ (ଗହମ କେ.ଜି. ପ୍ରତି 1 ଟଙ୍କା ଓ ଚାଉଳ କେ.ଜି. ପ୍ରତି 1 ଟଙ୍କା ଦରରେ) ଖାଦ୍ୟଶସ୍ୟ ଉପଲବ୍‌ଧ ହେବ ।

ସବୁଠାରୁ ଗରିବ ପରିବାର ପ୍ରତି ମାସରେ ଅତିରିକ୍ତ 10 କେ.ଜି. ଖାଦ୍ୟଶସ୍ୟ ପାଇବେ ଯାହାଦ୍ଵାରା ଅନ୍ନପୂର୍ଣ୍ଣା ଅନ୍ନ ଯୋଜନାରେ ସେମାନେ ପାଉଥ‌ିବା ଖାଦ୍ୟଶସ୍ୟ ପରିମାଣ ସୁରକ୍ଷିତ ହୋଇପାରିବ । ରାଜ୍ୟସ୍ତରରେ ଜନସଂଖ୍ୟାର ହିତାଧିକାରୀମାନଙ୍କ ଅନୁପାତ ଯୋଜନା ଆୟୋଗ ନିର୍ଦ୍ଧାରଣ କରିବେ ।

କିନ୍ତୁ ସକ୍‌ସିଡ଼୍ ପ୍ରଦାନଦ୍ୱାରା ସରକାରଙ୍କୁ ବିପୁଳ ବ୍ୟୟ ଭାର ବହନ କରିବାକୁ ପଡ଼ିବ । 2015-16 ଆର୍ଥିକ ବର୍ଷ ଏହି ବ୍ୟୟ ୡ 1,57,701 କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି ।
ବର୍ତ୍ତମାନ ସୁଦ୍ଧା 23ଟି ରାଜ୍ୟ ସରକାର ଏହି ଆଇନକୁ ଆଂଶିକ ବା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିସାରିଲେଣି । ରାଜ୍ୟସରକାରମାନେ ହିତାଧ୍ୟାକାରୀମାନଙ୍କୁ ଡିଜିଟାଲ୍ ରେସନ୍ କାର୍ଡ଼ ଯୋଗାଇ ଦେଇଛନ୍ତି ଏବଂ ପୂର୍ବର ବି.ପି.ଏଲ୍. ଓ ଏ.ପି.ଏଲ୍. ରେସନ୍ କାର୍ଡ଼କୁ ରଦ୍ଦ କରିଦିଆଯାଇଛି ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

(2) ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା (PMGAY) : 1958 ମସିହାରେ ଗ୍ରାମୀଣ ଗରିବ ବିଶେଷକରି ତଫସିଲଭୁକ୍ତ ଜାତି ଓ ଉପଜାତି ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ଇନ୍ଦିରା ଆବାସ ଯୋଜନା ଏବେ କେନ୍ଦ୍ରସରକାରଙ୍କଦ୍ବାରା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ନାମରେ ପୁନଃ ନାମକରଣ କରାଯାଇଛି ।

1993-94 ମସିହାଠାରୁ ଏହି ଯୋଜନା ଅଣତଫସିଲଭୁକ୍ତ ଜାତି ଓ ଉପଜାତିଙ୍କ ପାଇଁ ଲାଗୁ ହୋଇଥିଲା । ପରେ 1995-96 ମସିହାଠାରୁ ଏହା ସାମରିକ ଓ ଅର୍ଥ- ସାମରିକ କର୍ମଚାରୀ ଯେଉଁମାନେ କର୍ତ୍ତବ୍ୟପାଳନ ବେଳେ ଦେଶପାଇଁ ସହିଦ୍ ହୋଇଛନ୍ତି, ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେଲା । ଜିଲ୍ଲା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏହି କାର୍ଯ୍ୟକ୍ରମ ରୂପାୟନ ଦାୟିତ୍ୱ ବହନ କରିଥା’ନ୍ତି ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Odisha State Board CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର Textbook Exercise Questions and Answers.

CHSE Odisha Class 12 Odia Chapter 10 ସଭ୍ୟ ଜମିଦାର Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
କଲିକତା ଆମଦାନି ମାଲ ମଧ୍ୟରେ କିଏ ପ୍ରଧାନ ଥିଲା ?
ସବାଇଘାସ, ଧୂଆଁପତ୍ର, ହଳଦୀପତ୍ର, ତେଜପତ୍ର ।
Answer:
ଧୂଆଁପତ୍ର

Question ୨ ।
ମହାଜନ ବାବୁ ବଳରାମ ବଳଙ୍କର ଘର ଓଡ଼ିଶାର କେଉଁ ଅଞ୍ଚଳରେ ?
ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ।
Answer:
ଯାଜପୁର

Question ୩ ।
ମହାଜନ ବଳରାମ ଜଣେ ସଉଦାଗରଠାରୁ କେଉଁ ମୋହର କିଣିଥିଲେ ?
କାବୁଲୀ, ଆକବରୀ, ବର୍ଦ୍ଧମାନୀ, ସାହାଜାହାନୀ ।
Answer:
ଆକବରୀ

Question ୪।
ବାବୁ ବଳରାମଙ୍କ ଚାକରର ନାମ କ’ଣ ଥିଲା ?
ଗୋବିନ୍ଦା, ମାଧୁଆ, ପଦିଆ, ବିଦିଆ ।
Answer:
ବିଦିଆ

Question ୫।
କେଉଁ ହୁକାରେ ବାବୁ ବଳରାମ ଗୁଡ଼ାଖୁ ପିଅନ୍ତି ?
ରୂପାବନ୍ଧା, ସୁନାବନ୍ଧା, ପିତଳବନ୍ଧା, ତମ୍ବାବନ୍ଧା ।
Answer:
ରୂପାବନ୍ଧା

Question ୬।
କଲିକତାକୁ ଠିକ୍ କେଉଁ ଖଣି ବୋଲି କୁହାଯାଇଛି ?
ହରିଲୁଟ୍ ଖଣି, ଚୋରାଖଣି, ତଣ୍ଟିକଟା ଖଣି, ଗଣ୍ଠିକଟା ଖଣି ।
Answer:
ଗଣ୍ଠିକଟା ଖଣି

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୭ ।
ବାବୁ ବଳରାମ କେବଳ କେଉଁ ବ୍ରାହ୍ମଣ ହାତରୁ ଖାଉଥା’ନ୍ତି ?
ଓଡ଼ିଆ, ବଙ୍ଗାଳୀ, ବିହାରୀ, କାଶି ।
Answer:
ଓଡ଼ିଆ

Question ୮ ।
ଗୋପାଳର ନାଁ ‘ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର’ ବୋଲି କିଏ ଲେଖୁଥାଏ ?
ମୋହରୀର, ଗୁମାସ୍ତା, ମୁସ୍ତରୀ, ମେନେଜର ।
Answer:
ଗୁମାସ୍ତା

Question ୯।
ମହାପାତ୍ରେ, ବାବୁ ବଳରାମଙ୍କ ବ୍ୟବସାୟର କେତେ ଅଂଶୀଦାର ଥିଲେ ?
ଚାରିପଣୀ, ଆଠପଣୀ, ଦୁଇପଣୀ, ଛଅପଣୀ ।
Answer:
ଚାରିପଣୀ

Question ୧୦ ।
ଦେବୀ ଓଝା କିଏ ?
ସରପଞ୍ଚ, ୱାର୍ଡ଼ମେମ୍ବର, ଅବଧାନ, ଦୋକାନୀ ।
Answer:
ଅବଧାନ

Question ୧୧ ।
‘କୁସଂସ୍କାର – ବିମର୍ଦ୍ଦିନୀ’ ସଭାର ଅଧୂବେଶନ କେଉଁଦିନ ହୋଇଥାଏ ?
ରବିବାର, ସୋମବାର, ମଙ୍ଗଳବାର, ଗୁରୁବାର ।
Answer:
ମଙ୍ଗଳବାର

Question ୧୨ ।
ଶନିବାର ଦିନ କେଉଁ ସଭାର ଅଧିବେଶନ ହୋଇଥାଏ ?
ନାରୀ ମଙ୍ଗଳ କାରିଣୀ, ନାରୀ ସ୍ଵାଧୀନତା ବିବର୍ତ୍ତନୀ, ନାରୀ ସଶକ୍ତିକାରିଣୀ, କୁସଂସ୍କାର ବିମର୍ଦ୍ଦିନୀ ।
Answer:
ନାରୀ ସ୍ଵାଧୀନତା ବିବର୍ତ୍ତନୀ

Question ୧୩ ।
କେଉଁ ବେମାରୀରେ ଗୋପାଳ ଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା ?
ବସନ୍ତ, ଯକ୍ଷ୍ମା, ସନ୍ନିପାତ, ଝାଡ଼ାବାନ୍ତି ।
Answer:
ସନ୍ନିପାତ

Question ୧୪।
‘ଗଙ୍ଗାଲାଭ’ ବୋଇଲେ କ’ଣ ବୁଝ ?
ବ୍ରତ, ପୁଣ୍ୟ, ସ୍ନାନ, ମୃତ୍ୟୁ ।
Answer:
ମୃତ୍ୟୁ

Question ୧୫ ।
ଯାହାର ଧନ, ଜ୍ଞାନ ଅଛି, ସେ କ’ଣ କଲେ ତା’ ଜୀବନ ଧ୍ଵ ହୋଇଯାଏ ବୋଲି ସଭାରେ କୁହାଯାଇଥିଲା ?
ଘରେ ବସି ରହିଲେ, ବ୍ୟବସାୟ କଲେ, ଚାକିରି କଲେ, ବେକାର ହୋଇଗଲେ ।
Answer:
ଚାକିରି କଲେ

Question ୧୬ ।
କେଉଁ ନାମ ଶୁଣି ‘ନୂଆ ଜମିଦାର’ଙ୍କ ମନ ଭାରି ଖୁସି ହୋଇଥୁଲା ?
ସଭା, ସ୍କୁଲ, ଗାଆଁ, ଜମିଦାରୀ ।
Answer:
ସଭା

Question ୧୭ ।
ତାଲୁକ କିଣାଠାରୁ ରଙ୍ଗାଧର ମହାନ୍ତି କେଉଁ କାମରେ ଥିଲେ ?
ମୁଖ୍ୟ ଗୁମାସ୍ତା, ଛାମୁକରଣ, ଶେଠ ପାଞ୍ଜିଆ, ଗଦି ସରକାର ।
Answer:
ଶେଠ ପାଞ୍ଜିଆ

Question ୧୮ ।
ତାଲୁକ ମଧ୍ୟରେ କେଉଁ ଗ୍ରାମଟି ସବୁଠାରୁ ବଡ଼ ଥିଲା ?
ମଦନପୁର, ମାନପୁର, ନରଣପୁର, ଶ୍ୟାମପୁର ।
Answer:
ଶ୍ୟାମପୁର

Question ୧୯ ।
‘ନୂଆ ଜମିଦାର’ ବାବୁ ଶ୍ୟାମପୁର ଗ୍ରାମରେ କେଉଁ ଲୋକଙ୍କୁ ଖୋଜି ବସିଥିଲେ ?
ଶିକ୍ଷିତ ବେକାର, ଶିକ୍ଷିତ ସମାଜସେବୀ, ଶିକ୍ଷିତ ସମାଜ-ସଂସ୍କାରକ, ଶିକ୍ଷିତ କୁସଂସ୍କାର ବର୍ଜିତ ।
Answer:
ଶିକ୍ଷିତ କୁସଂସ୍କାର ବର୍ଜିତ

Question ୨୦ ।
ଏ ଦେଶର ଦୁଃଖଦୁର୍ଦ୍ଦଶାର କାରଣ ଲୋଡ଼ିଲେ ତାହା କେଉଁପରି ଜଣାଯିବ ବୋଲି ନୂଆ ଜମିଦାର ବକ୍ତୃତାରେ କହିଥିଲେ ?
ଡାହାଣୀ ଆଲୁଅ, ଦିନ ଆଲୁଅ, ଆତସବାଜୀ ଆଲୁଅ, ଲଣ୍ଠନ ଆଲୁଅ ।
Answer:
ଦିନ ଆଲୁଅ

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୨୧ ।
ସୁଶିକ୍ଷିତ ଜମିଦାର ମହୋଦୟଙ୍କ ପ୍ରସ୍ତାବକୁ କିଏ ଦୁତୀୟ କରିଥିଲେ ?
ଗାହ୍ଲବ ପଟ୍ଟନାୟକ, ବହୁଭ ରାୟ, ହରିବୋଲ ପଟ୍ଟନାୟକ, ରଙ୍ଗାଧର ମହାନ୍ତି ।
Answer:
ହରିବୋଲ ପଟ୍ଟନାୟକ

Question ୨୨ ।
‘ନୂଆ ଜମିଦାର’ଙ୍କ ବିବାହ ପାଇଁ କେଉଁଠାରେ କନ୍ୟା ଠିକ୍ ହୋଇଥିଲା ?
କଟକ, କଲିକତା, ବାଲେଶ୍ଵର, ଯାଜପୁର ।
Answer:
କଲିକତା

Question ୨୩ ।
କନ୍ୟାପିତା ମକ୍ରା ମଳିକ ଆସାମ ଚା’ ବଗିଚାରେ ପଦୋନ୍ନତି ପାଇ ଶେଷରେ କ’ଣ ହୋଇଥିଲା ?
ଖାନସମା, ବବୁର୍ଚି, କୁଲିସର୍ଦାର, ମେନେଜର ।
Answer:
ଖାନସମା

Question ୨୪ ।
ସାଆନ୍ତାଣୀଙ୍କର ବିଶ୍ଵାସୀ ପୋଇଲି କିଏ ?
ଫୁଲ, କନି, ରାଧୀ, ପଦୀ
Answer:
ରାଧୀ

Question ୨୫ ।
କୁମ୍ଭୀର କ୍’ଣ ଖୋଜିଥାଏ ବୋଲି କୁହାଯାଇଛି ?
ଲୁଣି ପାଣି, କାଦୁଆ ପାଣି, ଗୋଳିଆ ପାଣି, ପଙ୍କୁଆ ପାଣି ।
Answer:
ଗୋଳିଆ ପାଣି

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
କଲିକତା ବଡ଼ବଜାରରେ ବାବୁ ବଳରାମଙ୍କର ପରିଚୟ କ’ଣ ଥିଲା ?
Answer:
କଲିକତା ବଡ଼ବଜାରରେ ବାବୁ ବଳରାମଙ୍କର ପରିଚୟ ଗଦିଆନି ମହ।ଜଳ ଥିଲା

Question ୨ ।
‘ଦୋକ୍ତା’ କାରବାର କାହା ସହ ସମାନ ବୋଲି ମହାଜନେ କହିଥା’ନ୍ତି ?
Answer:
‘ଦୋକ୍ତା’ କାରବାର ଗୋଖର ସାପ ଖେଳାଇବା ସହ ସମାନ ବୋଲି ମହାଜନେ କହିଥା’ନ୍ତି ।

Question ୩ ।
କଲିକତା ମାଲ୍ ଆମଦାନି ରପ୍ତାନି କେଉଁଥ‌ିରେ ହେଉଥିଲା ?
Answer:
କଲିକତା ମାଲ୍ ଆମଦାନି ରପ୍ତାନି ବାଲେଶ୍ଵର ଜାହାଜରେ ହେଉଥିଲା ।

Question ୪।
ବଳରାମ ବଳଙ୍କର ଓଡ଼ିଶାରେ କାହିଁକି ନାମଡାକ ଥିଲା ?
Answer:
ବଳରାମ ବଳଙ୍କର ଓଡ଼ିଶାରେ ଜଣେ ଚିହ୍ନରା ଦଣ୍ଡିଦାର ଭାବରେ ନାମ ଡାକ ଥିଲା ।

Question ୫ ।
କଲିକତାରେ କେତେବେଳେ ତୋପ ପଡ଼େ ବୋଲି କୁହାଯାଇଛି ?
Answer:
କଲିକତାରେ କୁକୁଡ଼ା ଡାକ ଆଗରୁ ତୋପ ପଡ଼େ ବୋଲି କୁହାଯାଇଛି ।

Question ୬ ।
କପାଳିଆ ଲୋକକୁ କ’ଣ ମିଳିଥାଏ ବୋଲି କୁହାଯାଇଛି ?
Answer:
କପାଳିଆ ଲୋକକୁ ଆକବରୀ ମୋହର ମିଳିଥାଏ ବୋଲି କୁହାଯାଇଛି।

Question ୭ ।
କେଉଁଦିନରୁ ଦିନକୁ ଦିନ ଗୋପାଳର ଘର ବଢୁଥିଲା ?
Answer:
ପହରା ପଡ଼ିବା ଦିନରୁ ଦିନକୁ ଦିନ ଗୋପାଳର ଘର ବଢୁଥିଲା ।

Question ୮ ।
କେଉଁ କଥା ଗୋପାଳ ବେଶ୍ ଜାଣିଗଲାଣି ବୋଲି କୁହାଯାଇଛି ?
Answer:
ମାଲ କିଣାବିକା ଛକଛାକ ଗୋପାଳ ବେଶ୍ ଜାଣିଗଲାଣି ବୋଲି କୁହାଯାଇଛି ।

Question ୯ ।
ଗୋପାଳ, ବେପାରରେ ବାବୁ ବଳରାମଙ୍କର କ’ଣ ପରି ଥିଲା ?
Answer:
ଗୋପାଳ ବେପାରରେ ବାବୁ ବଳରାମଙ୍କର ଡାହାଣ ହାତ ପରିଥିଲା ।

Question ୧୦ ।
ଗଦିରେ ଗୋପାଳର ଡାକନାମ କ’ଣ ହୋଇଥିଲା ?
Answer:
ଗଦିରେ ଗୋପାଳର ଡାକନାମ ସାନବାବୁ ହୋଇଗଲା ।

Question ୧୧ ।
ବେପାରରେ ଲାଭ କେଉଁ ଜାଗାରେ ବୋଲି ମହାପାତ୍ରେ, ମହାଜନ ବଳଙ୍କୁ କହିଛନ୍ତି ?
Answer:
ବେପାରରେ ଲାଭ କିଣାଜାଗାରେ ବୋଲି ମହାପାତ୍ରେ, ମହାଜନ ବଳଙ୍କୁ କହିଛନ୍ତି ।

Question ୧୨ ।
ଗଦିର କେଉଁସବୁ କଥା ମହାପାତ୍ରଙ୍କ ହାତରେ ଥିଲା ?
Answer:
ଗଦିର ମାମଲତ ତହବିଲ କଥା ମହାପାତ୍ରଙ୍କ ହାତରେ ଥିଲା ।

Question ୧୩ ।
‘ବଳେ’, ତୁନି ହୋଇ ଗଦିରେ କ’ଣ କରିଥା’ନ୍ତି ବୋଲି କୁହାଯାଇଛି ?
Answer:
‘ବଳେ’, ତୁନି ହୋଇ ଗଦିରେ ମାଳା ଗଢ଼ାଉଥା’ନ୍ତି ବୋଲି କୁହାଯାଇଛି ।

Question ୧୪ ।
ମହାପାତ୍ରଙ୍କଠାରୁ ଅବଧାନେ କେତେ ଟଙ୍କା ପୁରସ୍କାର ପାଇଥିଲେ ?
Answer:
ମହାପାତ୍ରଙ୍କଠାରୁ ଅବଧାନେ ପାଞ୍ଚୋଟି ଟଙ୍କା ପୁରସ୍କାର ପାଇଥିଲେ ।

Question ୧୫ ।
ବଳବାବୁ ମହାଜନ ଗଦି ସାଙ୍ଗରେ କାହାର କାରବାର ଥିଲା ?
Answer:
ବଳବାବୁ ମହାଜନ ଗଦି ସାଙ୍ଗରେ ବଡ଼ ବଡ଼ ଇଂରାଜୀ ସଉଦାଗର ହାଉସ୍‌ମାନଙ୍କର କାରବାର ଥିଲା ।

Question ୧୬ ।
ଗଦିର ସରକାର କେଉଁଠାରେ ରାଜୀବବାବୁଙ୍କ ନାମ ଲେଖାଇ ଦେଇ ଆସିଥିଲେ ?
Answer:
ଗଦିର ସରକାର କୋଲ୍ଡକାଟା ଏଣ୍ଟ୍‌ ଏକାଡ଼େମୀରେ ରାଜୀବବାବୁଙ୍କ ନାମ ଲେଖାଇ ଦେଇ ଆସିଥିଲେ ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୧୭ ।
କେଉଁ କଥାଟା କଲିକତାର ନିୟମ ବୋଲି କୁହାଯାଇଛି ?
Answer:
ସଭାର ସମସ୍ତ ବ୍ୟୟ ବହନ କରିବା ସମ୍ପାଦକ ପକ୍ଷରେ ଉଚିତ କଥାଟା କଲିକତାରେ ନିୟମ ବୋଲି କୁହାଯାଇଛି।

Question ୧୮।
ପିତାଙ୍କ ମୃତ୍ୟୁରେ କେଉଁ କଥାଟା କୁସଂସ୍କାର ବୋଲି ରାଜୀବଲୋଚନ କହିଛନ୍ତି ?
Answer:
ପିତାଙ୍କ ମୃତ୍ୟୁରେ ଡକାପକାଇ କାନ୍ଦିବା ଗୋଟାଏ କୁସଂସ୍କାର ବୋଲି ରାଜୀବଲୋଚନ କହିଛନ୍ତି ।

Question ୧୯ ।
ଗୋପାଳ ଚନ୍ଦ୍ର ମହାପାତ୍ର ତିଆରି କରିଥିବା ମନ୍ଦିରରେ କେଉଁ ମୂର୍ତ୍ତି ସ୍ଥାପିତ ହୋଇଥିଲା ?
Answer:
ଗୋପାଳ ଚନ୍ଦ୍ର ମହାପାତ୍ର ତିଆରି କରିଥିବା ମନ୍ଦିରରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ସ୍ଥାପିତ ହୋଇଥିଲା ।

Question ୨୦ ।
କେଉଁ ସଂସ୍ଥାରୁ ଯେପରି ବ୍ୟବସ୍ଥା ଆସିବ, ସେପରି ବିଭା ହେବ ବୋଲି କୁହାଯାଇଛି ?
Answer:
ବିହାର ବିବାହ-ବ୍ୟୟ-ସଂକ୍ଷେପଣୀ ସଭାରୁ ଯେପରି ବ୍ୟବସ୍ଥା ଆସିବ, ସେପରି ବିଭା ହେବ ବୋଲି

Question ୨୧ ।
କଲିକତା ଗୋଟିଏ ବିଚିତ୍ର ଜାଗା ବୋଲି କାହିଁକି କୁହାଯାଇଛି ?
Answer:
କଲିକତା ଗୋଟିଏ ବିଚିତ୍ର ଜାଗା ବୋଲି କୁହାଯାଇଛି, କାରଣ ଟଙ୍କା ଦେଲେ ସେଠାରେ ମା’ ବାପା ଛଡ଼ା ସବୁ ମିଳିବ ।

Question ୨୨ ।
କଲିକତାର ମହାଜନ ସଭ୍ୟ ଜମିଦାରଙ୍କୁ ଦଶ ହଜାର ଟଙ୍କା କରଜ ଦେଇଥିଲେ କିପରି ?
Answer:
ଖୁବ୍ କାଇଦା କଟକଣାରେ ଜମିଦାରୀ ଲେଖୁଇ କଲିକତାର ମହାଜନ ସଭ୍ୟ ଜମିଦାରଙ୍କୁ ଦଶ ହଜାର ଟଙ୍କା କରଜ ଦେଇଥିଲା ।’

Question ୨୩ ।
ପୁଅ-ବୋହୂ ହାତ ଧରାଧରି ହୋଇ କୁଆଡ଼େ ବାହାରିଥିବାର କୁହାଯାଇଛି ?
Answer:
ପୁଅ-ବୋହୂ ହାତ ଧରାଧରି ହୋଇ ମା’ ସାଆନ୍ତାଣୀଙ୍କ ସହିତ ସାକ୍ଷାତ କରିବାକୁ ବାହାରିଥିବାରୁ କୁହାଯାଇଛି ।

Question ୨୪ ।
ମା’ ସ୍ଵାଆନ୍ତାଣୀ କେଉଁ କଥା ଶୁଣି ଚମକି ପଡ଼ି ଠିଆ ହୋଇଗଲେ ?
Answer:
ବୋହୂର ଗୋଡ଼ରେ ଲେଡ଼ିଜୋତା ଏଡ଼ିର ଠକ୍ ଠକ୍ ଶବ୍ଦ ଶୁଣି ମା’ ସାଆନ୍ତାଣୀ ଚମକିପଡ଼ି ଠିଆ

Question ୨୫ ।
ମା’ ସାଆନ୍ତାଣୀ ଘରୁ ବାହାରିଯାଇ କେଉଁଠି ରହିଥ‌ିର ସମ୍ବାଦ ଆସିଥିଲା ?
Answer:
ମା’ ସାଆନ୍ତାଣୀ ଘରୁ ବାହାରି ଯାଇ ପୁରୀର ମାତାମଠରେ ରହିଥିବାର ସମ୍ବାଦ ଆସିଥିଲା ।

Question ୨୬ ।
ବୋହୂ-ସାଆନ୍ତାଣୀଙ୍କୁ କେଉଁ ନାମରେ ଡାକିବାକୁ ଜମିଦାରବାବୁ ଚାହୁଁଥିଲେ ?
Answer:
ବୋହୂ-ସାଆନ୍ତାଣୀଙ୍କୁ ମିସେସ୍ ମହାପାତ୍ର ନାମରେ ଡାକିବାକୁ ଜମିଦାରବାବୁ ଚାହୁଁଥିଲେ ।

Question ୨୭ ।
ଗୋରୁଗୁହ କେଉଁଠି ଢଳାଯାଇଛି ଶୁଣି ଜମିଦାରବାବୁ ଖପା ହୋଇଥିଲେ ?
Answer:
ଗୋରୁଗୁହ ବବୁର୍ଜିଖାନାରେ ଢଳାଯାଇଛି ଶୁଣି ଜମିଦାର ବାବୁ ଖପା ହୋଇଥିଲେ ।

Question ୨୮ ।
ମିଷ୍ଟର ଓ ମିସେସ୍ ମହାପାତ୍ର ଘରେ ଆଉ ରହିପାରିଲେ ନାହିଁ କାହିଁକି ?
Answer:
ମିଷ୍ଟର ଓ ମିସେସ୍ ମହାପାତ୍ର ଡିକ୍ରୀଜାରି ପିଆଦା ଜୁଲମରେ ଆଉ ଘରେ ରହିପାରିଲେ ନାହିଁ ।

Question ୨୯ ।
ଜମିଦାରବାବୁ ପାଞ୍ଚ ଛ’ ବର୍ଷ ପରେ କ’ଣ କରୁଥିବାର ଶୁଣାଯାଇଥିଲା ?
Answer:
ଜମିଦାରବାବୁ ପାଞ୍ଚ ଛ’ ବର୍ଷ ପରେ ତାଙ୍କ ଶ୍ଵଶୁର କାମରେ ଆସାମରେ ଖାନସମାଗିରି କାମ କରୁଥିବାର ଶୁଣାଯାଇଥିଲା ।

Question ୩୦ ।
ବୋହୂ-ସାଆନ୍ତାଣୀଙ୍କ ପ୍ରକୃତ ନାମ କ’ଣ ଥିଲା ?
Answer:
ବୋହୂ-ସାଆନ୍ତାଣୀଙ୍କ ପ୍ରକୃତ ନାମ ‘ନୟନତ।ରା – ଦୁଃଖପାସୋରା’ ଥିଲା ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୧ ନମ୍ବର ।

ଗଳ୍ପ – ସଭ୍ୟ ଜମିଦାର, ଗାଳ୍ପିକ – ଫକିରମୋହନ ସେନାପତି

Question ୧।
ଧୂଆଁପତ୍ର କାରବାର ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଧୂଆଁପତ୍ର କାରବାର ବଡ଼ କଠିନ ବୋଲି କୁହାଯାଇଛି ।

Question ୨ ।
ଗୋପାଳ କିପରି କଲିକତା ଯାଇଥିଲା ?
Answer:
ଗୋପାଳକୁ ମହାଜନ ଦୟାକରି ସାଙ୍ଗରେ କଲିକତା ନେଇଯାଇଥିଲେ ।

Question ୩ ।
କଲିକତା ଗଦିରେ ଗୋପାଳ ପ୍ରଥମେ କିପରି ଥିଲା ?
Answer:
କଲିକତା ଗଦିରେ ଗୋପାଳ ଖାଉଛି ତ ଖାଉଛି, ଅଛି ତ ଅଛି, ତାକୁ କେହି ଦେଖାଶୁଣା କରିବାକୁ ନ ଥିଲେ ।

Question ୪ ।
ମୋହର ପୋଟଳା ଦେଖୁ ଗୋପାଳ କ’ଣ କରିଥିଲା ?
Answer:
ମୋହର ପୋଟଳା ଦେଖୁ ଗୋପାଳ ତାହାକୁ ହାତରେ ଧରି ବାବୁଙ୍କ ପାଖକୁ ଧାଇଁଲା ଏବଂ ବାବୁଙ୍କୁ ନ ପାଇ ତାହାକୁ ତାଙ୍କ ପଲଙ୍କ ତକିଆ ତଳେ ଥୋଇଦେଲା ।

Question ୫ ।
କୁକୁଡ଼ା ଡାକ ଆଗରୁ ଗଦିଆନ ଧାର୍ମିକ ହିନ୍ଦୁ ମହାଜନମାନେ କ’ଣ କରିଥା’ନ୍ତି ?
Answer:
କୁକୁଡ଼ା ଡାକ ଆଗରୁ ଗଦିଆନ ଧାର୍ମିକ ହିନ୍ଦୁ ମହାଜନମାନେ ଗଙ୍ଗାସ୍ନାନକୁ ବାହାରିଯା’ନ୍ତି ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୬ ।
କପାଳିଆ ଲୋକକୁ କ’ଣ ମିଳିଥାଏ ଓ ସେ ଗଲେ କ’ଣ ହୋଇଥାଏ ?
Answer:
କପାଳିଆ ଲୋକକୁ ଆକବରୀ ମୋହର ମିଳିଥାଏ ଓ ସେ ଗଲେ ଲକ୍ଷ୍ମୀ ଛାଡ଼ି ଯାଇଥାଏ ।

Question ୭ ।
ରୋଷେଇଆ ବ୍ରାହ୍ମଣ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ରୋଷେଇଆ ବ୍ରାହ୍ମଣ, ବାବୁଙ୍କ ସିନ୍ଦୁକର ତାଲା ଭାଙ୍ଗି, ସେଥୁରୁ ପାଞ୍ଚଶହ ଟଙ୍କାର ଥଳିଟା ନେଇ ଚାଲିଯାଇଥିଲା ।

Question ୮ ।
ଗୋପାଳ କେମିତି ରାନ୍ଧି ଶିଖୂଲା ବୋଲି କହିଛି ?
Answer:
ପୂଝାରୀ ରାନ୍ଧୁଥୁଲାବେଳେ ଗୋପାଳ ଦେଖୁ ଦେଖୁ ରନ୍ଧା ଶିଖୁ ବୋଲି କହିଛି ।

Question ୯ ।
ବାବୁ ବଳରାମ ଗାଁକୁ ଯାଇ ପ୍ରଥମେ ଗୋପାଳ ପାଇଁ କ’ଣ କରିଥିଲେ ?
Answer:
ବାବୁ ବଳରାମ ଗାଁକୁ ଯାଇ ପ୍ରଥମେ ଗୋଟିଏ ଘର ବନାଇ ଦେଇ, ଗୋପାଳକୁ ବିଭା କରାଇଦେଲେ ।

Question ୧୦ ।
ରନ୍ଧାବଢ଼ା ସାରି ଗୋପାଳ ଗଦିରେ କ’ଣ କରିଥାଏ ?
Answer:
ରନ୍ଧାବଢ଼ା ସାରି ଗୋପାଳ ଗଦିରେ ସବୁବେଳେ ବାବୁଙ୍କ ପାଖେ ପାଖେ ଥାଏ ଏବଂ କାମରେ ସାହାଯ୍ୟ ଉ କରିଥାଏ ।

Question ୧୧ ।
ଦିନେ ବେଳ ଉଣ୍ଡି ମହାଜନ ବଳଙ୍କୁ ମହାପାତ୍ର କ’ଣ ଜଣାଇଥିଲେ ?
Answer:
ଦିନେ ବେଳ ଉଣ୍ଡି ମହାଜନ ବଳଙ୍କୁ ମହାପାତ୍ର ଜଣାଇଲେ, ‘ଆଜ୍ଞା ବେପାର ଲାଭ ବିକା ଜାଗାରେ ନୁହେଁ, କିଣା ଜାଗାରେ ।’

Question ୧୨ ।
ସାନବାବୁଙ୍କ ସମ୍ପର୍କରେ ଅବଧାନେ ମହାପାତ୍ରକୁ କ’ଣ କହିଛନ୍ତି ?
Answer:
ସାନବାବୁଙ୍କ ସମ୍ପର୍କରେ ଅବଧାନେ ମହାପାତ୍ରଙ୍କୁ କହିଛନ୍ତି, ‘ସାନବାବୁ ଖୁବ୍ ବୁଦ୍ଧିଆ ଓ ଭାରି ପାଠୁଆ ଏବଂ ଖଡ଼ି ପାଠ, ପୋଥ୍ୟାଏଁ ସରିଲାପରେ ଆଉ ତାଙ୍କୁ ପଢ଼ାଇବାକୁ ପାଠ ନାହିଁ ।’’

Question ୧୩ ।
ରାଜୀବ ସମ୍ପର୍କରେ ସାଆନ୍ତାଣୀ ସାଆନ୍ତଙ୍କୁ କ’ଣ କହିଛନ୍ତି ?
Answer:
ରାଜୀବ ସମ୍ପର୍କରେ ସାଆନ୍ତାଣୀ ସାଆନ୍ତଙ୍କୁ କହିଛନ୍ତି, ରାଜୀବ ତାଙ୍କ ବୋଲ ନ ମାନି ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ବୁଲୁଛି ଏବଂ ତାକୁ ସାଙ୍ଗରେ ନେଇଯିବା ପାଇଁ କହିଛନ୍ତି ।

Question ୧୪ ।
ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ତାଙ୍କର କ’ଣ ଅସୁବିଧା ହୁଏ ?
Answer:
ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ଭାଷା ସମ୍ବନ୍ଧୀୟ ଅସୁବିଧା ହୋଇଥାଏ, କାରଣ ବାବୁ ଇଂରାଜୀ ଜାଣନ୍ତି ନାହିଁ, ସାହେବ ବି ଓଡ଼ିଆ ବୁଝନ୍ତି ନାହିଁ ।

Question ୧୫ ।
ବାବୁ ରାଜୀବ କେଉଁ ବିଷୟରେ ପକ୍‌କା ହୋଇଗଲେଣି ବୋଲି କୁହାଯାଇଛି ?
Answer:
ଚାରି ପାଞ୍ଚ ବର୍ଷ ଭିତରେ ଇଂରେଜୀ ପଢ଼ା ନ ହେଉ ପଛକେ ବାବୁ ରାଜୀବ ସଭାସମିତିରେ ଉପସ୍ଥିତି, ଥ୍ଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣ ବିଷୟରେ ପକ୍‌କା ହୋଇଗଲେଣି ବୋଲି କୁହାଯାଇଛି ।

Question ୧୬ ।
କେଉଁ ଦିନ ହୋଟେଲ ବାଲାର ବେଶ୍ ଆୟ ହୋଇଥାଏ ?
Answer:
ସମ୍ପାଦକ ରାଜୀବ ବାବୁ ଯେଉଁଦିନ ସଭାରେ ବକ୍ତୃତା ଦେଲାବେଳେ, ବହୁତ ହାତତାଳି ଦିଆଯାଏ, ସେହିଦିନ ହୋଟେଲବାଲାର ବେଶ୍ ଆୟ ହୋଇଥାଏ ।

Question ୧୭ ।
ରାଜୀବଙ୍କ କେଉଁ ଇଚ୍ଛା ମହାଜନ ବଳବାବୁ ସଫଳ କରିନଥିଲେ ?
Answer:
ରାଜୀବଙ୍କର ଇଚ୍ଛା ଥିଲା ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବା କୁସଂସ୍କାର, କେବଳ ସଭାଗୃହରେ ଭୋଜି, ଦରିଦ୍ରମାନଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାରେ ଚାନ୍ଦାଦେବା କାମ ମହାଜନ ବଳବାବୁ ସଫଳ କରିନଥିଲେ ।

Question ୧୮।
ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକମାନେ ନୂଆ ଜମିଦାରଙ୍କ ପାଇଁ କ’ଣ କରିଥିଲେ ?
Answer:
ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକ ନୂଆ ଜମିଦାରଙ୍କ ପାଇଁ ଗୋଟିଏ ସଭା କରିବାକୁ ସ୍ଥିର କରିଥିଲେ ।

Question ୧୯ ।
ଶାମପୁର ଗାଁଲୋକ ଓ ଗ୍ରାମପିଲାଙ୍କର ଗୋପାଳବାବୁ କି ଉପକାର କରିଥିଲେ ?
Answer:
ଶାମପୁର ଗାଁଲୋକଙ୍କୁ ଗୋପାଳବାବୁ କଲିକତାରେ ନାନା କାମରେ ଲଗାଇ ଦେଇ ରୋଜଗାର କରାଇ ଦେଉଥିଲେ ଓ ଗ୍ରାମପିଲାମାନଙ୍କୁ ଶିକ୍ଷିତ କରିବାପାଇଁ କଟକରେ ରଖୁ ପଢ଼ାଉଥିଲେ ।

Question ୨୦ ।
ନୂଆ ଜମିଦାରଙ୍କ ଆହ୍ବାନରେ ଶାମପୁର ଗ୍ରାମରେ କ’ଣ ଘଟିଥିଲା ?
Answer:
ନୂଆ ଜମିଦାରଙ୍କ ଆହ୍ଵାନରେ ଶାମପୁର ଗ୍ରାମରେ ଜମିଦାରୀ କଚେରୀ ଘରେ ଅନେକ ପ୍ରାଇମେରୀ, ଅପର ପ୍ରାଇମେରୀ ପାସ ତଥା ଛାତ୍ରବୃରି ଫେଲ, ଶିକ୍ଷିତ ସ୍ଵାଧୀନମନା ଲୋକଙ୍କୁ ନେଇ ସଭା କରାଇଲେ ।

Question ୨୧ ।
ହରିବୋଲ ବାବୁ କେଉଁ ଦୁଇଟି ସଭାର ସମ୍ପାଦକ ଥିଲେ ଓ କାହିଁକି ?
Answer:
ଜମିଦାରଙ୍କ ବିଚାରରେ ହରିବୋଲବାବୁ ଯୋଗ୍ୟ ଲୋକ ହୋଇଥିବାରୁ ସେ ‘ଜ୍ଞାନବର୍ଷିନୀ’ ଓ ‘ସ୍ତ୍ରୀ ସ୍ଵାଧୀନତାବର୍ଷିନୀ’ ସଭାର ସମ୍ପାଦକ ଥିଲେ ।

Question ୨୨ ।
ସଭାକାର୍ଯ୍ୟ ଶେଷ ହେବାକୁ ଅଧ୍ବକ ରାତ୍ରି ହୋଇଗଲେ ସଭ୍ୟମାନେ କ’ଣ କରିଥା’ନ୍ତି ?
Answer:
ସଭାକାର୍ଯ୍ୟ ଶେଷହେବାକୁ ଅଧ୍ଵ ରାତ୍ରି ହୋଇଗଲେ ସଭ୍ୟମାନେ ଘରକୁ ଯାଇପାରନ୍ତି ନାହିଁ ଓ କଚେରୀ

Question ୨୩ ।
ପଟ୍ଟନାୟକଙ୍କୁ କାହିଁକି ବରଖାସ୍ତ କରାଯାଇଥିଲା ?
Answer:
ପଟ୍ଟନାୟକ ଅଯୋଗ୍ୟ, କୁସଂସ୍କାରୀ, ସଭାର ବିଘ୍ନକାରୀ ଥିଲେ । ତେଣୁ ତାଙ୍କୁ ବରଖାସ୍ତ କରାଯାଇଥିଲା ।

Question ୨୪ ।
ନୂଆ ଜମିଦାରଙ୍କ ମଙ୍ଗଳକୃତ୍ୟ ସମ୍ପର୍କରେ ପଟ୍ଟନାୟକ ସାଆନ୍ତାଣୀଙ୍କୁ କ’ଣ କହିଛନ୍ତି ?
Answer:
ନୂଆ ଜମିଦାରଙ୍କ ମଙ୍ଗଳକୃତ୍ୟ ସମ୍ପର୍କରେ ପଟ୍ଟନାୟକ ସାଆନ୍ତାଣୀଙ୍କୁ କହିଛନ୍ତି, “ବାବୁଙ୍କ କଥାନୁସାରେ ଦେଶୀ କନ୍ୟାଗୁଡ଼ିକ ଅଶିକ୍ଷିତା, କୁସଂସ୍କାରୀ ଓ ଲୁଗାଖଣ୍ଡେ ପିନ୍ଧି ଆସେ ନାହିଁ, ତେଣୁ ତାଙ୍କପାଇଁ କଲିକତାରେ କନ୍ୟା ଠିକ୍ ହେଲାଣି ।.

Question ୨୫ ।
ପଟ୍ଟନାୟକ ନୂଆ ଜମିଦାରଙ୍କ ବିବାହ ବିଷୟରେ ଆଉ କିଛି କହିଲେ ନାହିଁ କାହିଁକି ?
Answer:
ଜମିଦାର ଯେତେବେଳେ କହିଲେ ବିହାର ବିବାହ-ବ୍ୟୟ-ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଏଲ ଚିଠି ଯାଇଛି, ସେଠାରୁ ଯେପରି ବ୍ୟବସ୍ଥା ଆସିବ, ସେପରି ବିଭାହେବ, ସେତେବେଳେ ନୂଆ ଜମିଦାରଙ୍କ ବିବାହ ବିଷୟରେ ପଟ୍ଟନାୟକ ଆଉ କିଛି କହିଲେ ନାହିଁ ।

Question ୨୬ ।
କନ୍ୟାଟିର ନାମ କ’ଣ ଥିଲା ଏବଂ ବାବୁ ରାଜୀବ ସେଠି ପ୍ରତ୍ୟକ୍ଷରେ କ’ଣ ଦେଖ‌ିଲେ ?
Answer:
କନ୍ୟାଟିର ନାମ ‘ନୟନତାରା-ଦୁଃଖପାସୋରା’ ଥିଲା ଏବଂ ରାଜୀବବାବୁ ସେଠି ପ୍ରତ୍ୟକ୍ଷରେ ଦେଖ‌ିଲେ, କନ୍ୟା ସୁନ୍ଦରୀ, ସଭ୍ୟା, ସ୍ଵାଧୀନା, ଶିକ୍ଷିତା ।

Question ୨୭ ।
‘ନୟନତାରା-ଦୁଃଖପାସୋରା’ ବିବାହପାଇଁ ତା’ର ବାପା-ମା’ କେଉଁ ଅସୁବିଧାରେ ପଡ଼ିଥିଲେ ?
Answer:
‘ନୟନତାରା-ଦୁଃଖପାସେରା’ ବାପା ମା’ର ଜାତି କୁଳ, ଦେଶର ପତ୍ତା ନ ଲାଗିବାରୁ, ସେମାନେ ଅସୁବିଧାରେ ପଡ଼ିଥିଲେ ।

Question ୨୮ ।
ପୁଅ ବୋହୂ ସାକ୍ଷାତ କରିବାକୁ ଗଲାବେଳେ ମା’ ସାଆନ୍ତାଣୀ କ’ଣ କରୁଥିଲେ ?
Answer:
ପୁଅବୋହୂ ସାକ୍ଷାତ କରିବାକୁ ଗଲାବେଳେ ମା’ ସାଆନ୍ତାଣୀ ଠାକୁରଙ୍କ ଆଗରେ ମାଳିଟି ହାତରେ ଧରି ଆଖ୍ ବୁଜି ବସି ଫୁସ୍ ଫୁସ୍ ‘ହରେକୃଷ୍ଣ, ହରେକୃଷ୍ଣ…’ ନାମ ଜପୁଥିଲେ ।

Question ୨୯ ।
‘ଲେଡ଼ିକୁ ଇନସଲ୍ଟ’ ବୋଲି ନୂଆ ଜମିଦାର କାହିଁକି କହିଥିଲେ?
Answer:
ପୁଅବୋହୂ ଶାଶୁକୁ ଦେଖ‌ିବାକୁ ଯିବାବେଳେ ବୋହୂ ପାଦରେ ଯୋତାପିନ୍ଧି ଯାଇଥିବାରୁ, ମନ୍ଦିର ଅପ୍ରତିଷ୍ଠା ହେଲାବୋଲି ଶାଶକୁ ପାଟି କରିଥିଲେ ଏବଂ ତାକୁ ବାହାର କରିଦେବାକୁ କହିଥିଲେ; ସେଥ‌ିପାଇଁ ଲେଡ଼ିକୁ ଇସଲ୍ଟ ବୋଲି ନୂଆ ଜମିଦାର କହିଥିଲେ ।

Question ୩୦ ।
ନୂଆ ଜମିଦାରଙ୍କର ଶୋଇବାକୁ ବେଳ ନଥୁଲା କାହିଁକି ?
Answer:
ନୂଆ ଜମିଦାର ରାତିସାରା ବକ୍ତୃତା ଓ ପାନାହାରରେ କାଟି ଦେଉଥ‌ିବାରୁ, ତାଙ୍କର ଶୋଇବାକୁ ବେଳ ନଥିଲା ।

Question ୩୧ ।
ମିସେସ୍ ମହାପାତ୍ର କେଉଁ କଥାରେ ହସିପକାଇ ବଡ଼ ଖୁସି ହୋଇଥା’ନ୍ତି ?
Answer:
ପୋଇଲି ଆଉ ମୂର୍ଖ ଚାକରମାନେ ମିସେସ୍ ମହାପାତ୍ର ବଦଳରେ ମିସ୍ତ୍ରୀ ମହାପାତ୍ର, କିସ୍‌ମିସ୍‌ ମହାପାତ୍ର, ଫିସ୍‌ଫିସ୍ ମହାପାତ୍ର କହିଲେ, ମିସେସ୍ ମହାପାତ୍ର ସେମାନଙ୍କ କଥାରେ ହସି ପକାଇ ବଡ଼ ଖୁସି ହୁଅନ୍ତି ।

Question ୩୨ ।
ପୋଇଲୀ ପଦୀ କାହିଁକି ଭାରି ପାଟିଟାଏ କରିଥିଲା ?
Answer:
ମିସେସ୍ ମହାପାତ୍ର ଯୋତା ମାଡ଼ି ହାଣ୍ଡିଶାଳରେ ପଶିବାରୁ ପୋଇଲୀ ପଦୀ ଭାରି ପାଟିଟାଏ କରିଥିଲା ।

Question ୩୩ ।
ସଭାର ସଭ୍ୟମାନେ ଆଉ ମିଷ୍ଟର ଓ ମିସେସ୍ ମହାପାତ୍ରଙ୍କ ନିକଟକୁ ଆସିଲେ ନାହିଁ କାହିଁକି ?
Answer:
ସଭାର ସଭ୍ୟମାନେ ଆଗରୁ ଏକଘରକିଆ ହୋଇ, ଗୋବର ପାଣି ପିଇ ଜାତିରେ ମିଶିଥିବାରୁ ସେମାନେ ଆଉ ମିଷ୍ଟର ‘ମହାପାତ୍ର ଓ ମିସେସ୍ ମହାପାତ୍ରଙ୍କ ନିକଟକୁ ଆସିଲେ ନାହିଁ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

ଗଳ୍ପ – ସଭ୍ୟ ଜମିଦାର, ଗାଳ୍ପିକ – ଫକିରମୋହନ ସୋନପତି

Question ୧ ।
କଲିକତି ଧୂଆଁପତ୍ରର ନାମ ବାଲେଶ୍ଵରୀ ବୋଲି କାହିଁକି କୁହାଯାଇଥିଲା ?
Answer:
ସେ ସମୟରେ କଲିକତାର ଧୂଆଁପତ୍ର ବାଲେଶ୍ଵର ଜାହାଜରେ ଆସୁଥିଲା । ବାଲେଶ୍ଵରରୁ ଶଗଡ଼ରେ ଉତ୍କଳର ସମସ୍ତ ସ୍ଥାନକୁ ଚାଲାଣ ହେଉଥିଲା । ସେଥିପାଇଁ ସମସ୍ତ ଉତ୍କଳରେ କଲିକତି ଧୂଆଁପତ୍ରର ନାମ ବାଲେଶ୍ଵରୀ ଥିଲା ।

Question ୨ ।
ଗୋପାଳ କିପରି ମହାଜନ ବଳରାମଙ୍କ କଲିକତା ଗଦିରେ ପହଞ୍ଚିଲା ?
Answer:
ମହାଜନ ବଳରାମ ତାଙ୍କ ଘର ଯାଜପୁରର କୌଣସି ଏକ ଗାଁକୁ ଯାଇଥିଲାବେଳେ, ଦଶବାର ବର୍ଷର ଛେଉଣ୍ଡ ପିଲା ଭାବରେ ଗୋପାଳ ଗାଁରେ ବୁଲୁଥିଲା । ଜାତି ପୁଅଟା ଅନାସ୍ଥା ହୋଇ ବୁଲୁଛି ଦେଖ୍, ମହାଜନ ଦୟାକରି ସାଙ୍ଗରେ ନେଇଥିଲେ ଓ ଗୋପାଳ କଲିକତା ଗଦିରେ ପହଞ୍ଚିଲା ।

Question ୩ ।
କେଉଁ କଥାକୁ ହେଜ ନ ଥାଇ ବାବୁ ବଳରାମ ଗଦି ବନ୍ଦକରି ଉଠି ଯାଇଥିଲେ ?
Answer:
ମହାଜନ ବାବୁ ବଳରାମ ଜଣେ ସୌଦାଗରଠାରୁ ପାଞ୍ଚଟି ଆକବରୀ ମୋହର କିଣିଥିଲେ ଏବଂ ସେଥ‌ିପାଇଁ ତାଙ୍କ ମନ ଖୁସିଥିଲା । କାରଣ ସେହି ମୋହରକୁ ବାକ୍‌ସରେ ରଖ୍ ପୂଜା କରିବାକୁ ଚାହିଁଥିଲେ । ମାତ୍ର ଅନ୍ୟମନସ୍କ ଭାବରେ ମୋହରଟିକୁ ତଳେ ଥୋଇ ଦେଇଥିଲେ ଏବଂ ସେହି କଥାକୁ ଦେହନଥାଇ ବାବୁ ବଳରାମ ଗଦି ବନ୍ଦକରି ଉଠି ଯାଇଥିଲେ ।

Question ୪ ।
କେଉଁ କଥା କଲିକତାର ସବୁ ଗଦିର ଦସ୍ତୁର ବୋଲି କୁହାଯାଇଛି ?
Answer:
ସବୁଗଦିର ଦସ୍ତୁର ହେଉଛି, ରୂପାବନ୍ଧା ହୁକାରେ ଭଡ଼ରଭଡ଼ର କରି ଗୁଡ଼ାଖୁ ପିଉଥୁଲେ ମହାଜନମାନେ । ସେମାନଙ୍କ ଆଗରେ ଦୁଇ କଡ଼ା କଣା କଉଡ଼ି ବନ୍ଧା ବ୍ରାହ୍ମଣ ହୁକା, କାୟସ୍ଥ ହୁକା, ନବଶାଖା ହୁକା କଂସା ବଇଠାରେ ଥୁଆ ହୋଇଥାଏ ।

Question ୫ ।
ବାବୁ ବଳରାମ କାହିଁକି ଗୋପାଳକୁ ଦଣ୍ଡଯାଏ ଅନାଇଥିଲେ ?
Answer:
ବାବୁ ବଳରାମ ଆକବରୀ ମୋହର ଖୋଜା ଖୋଜି କରୁଥ‌ିବା ସମୟରେ ଗୋପାଳ ହସିହସି ମୋହର ଅଛି ବୋଲି କହିଥିଲା । ବାବୁ ଧାଇଁ ଆସି ଗୋପାଳକୁ କୁଣ୍ଢାଇ ପକାଇଥିଲେ । ଗୋପାଳ ମୋହର କାଢ଼ିଦେଇ, ପାଇବାର ହାଲ୍ ସବୁ କହିବାରୁ, ଗୋପାଳର ସରଳତା ପାଇଁ ବାବୁ ବଳରାମ ଗୋପାଳକୁ ଦଣ୍ଡେଯାଏ ଅନାଇଥିଲେ ।

Question ୬ ।
ଗୋପାଳ ପ୍ରତି ବଳରାମଙ୍କ ଶ୍ରଦ୍ଧା ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଗୋପାଳ ବାବୁଙ୍କ ମୋହର ପାଇ ଦେବା ଦିନଠାରୁ, ସେ ତୁଚ୍ଛାଟାରେ ଦଶଥର ‘ଗୋପାଳରେ, ଗୋପାଳରେ’ ଡାକ ପକାଉଥିଲେ । ଭୋଜନ ସମୟରେ ଗୋପାଳ ଅବଖୁରାରେ ଜଳଥୋଇ ନ ଦେଲେ ବାବୁଙ୍କୁ ଭଲ ଲାଗେ ନାହିଁ । ବାବୁଙ୍କ ବିଡ଼ିଆ ଗୋପାଳ ଭାଙ୍ଗି ଦେଉଥିଲା ଓ ଶେଯପାରି ଦେଉଥିଲା । ବାବୁ ଗୋପାଳକୁ ଏହିପରି ଶ୍ରଦ୍ଧା କରୁଥିଲେ ।

Question ୭ ।
କେଉଁ ପରିସ୍ଥିତିରେ ଗୋପାଳ ରନ୍ଧାବଢ଼ା ଦାୟିତ୍ଵ ନେଇଥିଲା ?
Answer:
ହଠାତ୍ ଦିନେ ରୋଷେଇଆ ବ୍ରାହ୍ମଣ, ବାବୁଙ୍କ ସିନ୍ଦୂକରୁ ପାଞ୍ଚଶହ ଟଙ୍କା ଚୋରିକରି ପଳାଇ ଯାଇଥିଲା । ବାବୁ ବଙ୍ଗାଳୀ ବ୍ରାହ୍ମଣ ହାତରୁ ଖାଆନ୍ତି ନାହିଁ । ଏଡ଼େ ଚଞ୍ଚଳ ଓଡ଼ିଆ ବ୍ରାହ୍ମଣ ମିଳିବା ଅସମ୍ଭବ । ଏଭଳି ପରିସ୍ଥିତିରେ ବାବୁଙ୍କଠାରୁ ଅନୁମତି ପାଇ ଗୋପାଳ ରନ୍ଧାବଢ଼ା ଦାୟିତ୍ଵ ନେଇଥିଲା ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୮ ।
ବେପାରରେ ଗୋପାଳ କିପରି, ବାବୁଙ୍କର ଡାହାଣ ହାତ ହୋଇଥିଲା ?
Answer:
ଗୋପାଳ ରୋଷେଇ ସହିତ ମାଲ୍ କିଣାବିକାରେ ସାହାଯ୍ୟ କରୁଥିଲା । ବାବୁ ବହୁଥର ଦେଖୁଲେଣି ଗୋପାଳକୁ ବେପାରରେ କେହି ଠକି ଦେବେ ନାହିଁ । ତେଣୁ ଆଗ ଅପେକ୍ଷା ବେଶି ଦି ପଇସା ଲାଭ ହୁଏ । ଫଳରେ ଗୋପାଳ ଆଉ ରୋଷେଇଆ ନ ହୋଇ ବାବୁଙ୍କର ବେପାରରେ ଡାହାଣ ହାତ ହୋଇଥିଲା ।

Question ୯ ।
ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର କେଉଁ କଥାସବୁ ସନ୍ଧାନକରି ବୁଝିଥିଲେ ?
Answer:
ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର ସନ୍ଧାନ କରି ବୁଝିଥିଲେ, ଯଶୋର, ମୋତିହାର, ପାବନା ଅଞ୍ଚଳରୁ ଯେଉଁସବୁ ହଳଦୀ ଧୂଆଁପତ୍ର, ସରକ ଆସେ, ତାହାକୁ ଚାଷୀଠାରୁ କିଣେ ବୁଲା ବେପାରୀ, ସେ ବିକେ ପାଇକାରକୁ, ପାଇକାର ହାତରୁ କିଣେ ଗୋଦାମବାଲା, ଦଣ୍ଡିଦାର ତା’ପାଖରୁ ମାଲ କିଣି ଚାଲାଣ ଦିଏ। କଲିକତାରେ ମାଲ ପହଞ୍ଚିଲା ବେଳକୁ ତିନିଟା ହାତରେ ଲାଭ ଲାଗିଯାଏ ।

Question ୧୦ ।
ମହାପାତ୍ରଙ୍କ ଅନୁମତି ଘେନି ସାନବାବୁ ଗୋପାଳ ଚନ୍ଦ୍ର କ’ଣ କରିଥିଲେ ?
Answer:
ମହାପାତ୍ରଙ୍କ ଅନୁମତି ଘେନି ସାନବାବୁ ସିଧା ଠିକଣା ଜାଗା ଅର୍ଥାତ୍ ଚାଷୀମାନଙ୍କ ପାଖକୁ ଚାଲିଗଲେ । ମଝିରେ ଆଉ କାହାରିକୁ ନଗା ନ ରଖ୍ ଚାଷମୁଣ୍ଡରେ ଚାଷୀମାନଙ୍କଠାରୁ ସଉଦା କରିଥିଲେ । ଏହିପରି ଦୁଇବର୍ଷ କାମ କରିବାରୁ ପୂର୍ବ ଅପେକ୍ଷା ଦୁଇଗୁଣ ଲାଭ ହୋଇଥିଲା ।

Question ୧୧ ।
‘‘ବଳେ ଏବେ ତୁନି ହୋଇ ଗଦିରେ ମାଳା ଗଡ଼ାଉଥା’ନ୍ତି?’ ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଚାଷୀଙ୍କଠାରୁ ମାଲ କଣିଲାପରେ ଆଗ ଅପେକ୍ଷା ଦୁଇଗୁଣ ଲାଭ ହେଲା । ଫଳରେ ମହାପାତ୍ର ଆଉ ଚାକର ନ ହୋଇ ଲାଭରେ ଚାରିପଣୀ ଅଶୀଭାଗ ହେଲା । ଏହିପରି ପାଞ୍ଚ ସାତବର୍ଷ କାମକରି ଗଦିର ସବୁମାମଲତ ତହବିଲ ଚାବି ମହାପାତ୍ରଙ୍କ ହାତରେ ରହିଲା । ଫଳରେ ବଳେ କେବଳ ତୁନି ହୋଇ ଗଦିରେ ବସି ମାଳ ଗଡ଼ାଇଲେ ।

Question ୧୨ ।
ରାଜୀବଙ୍କ ସମ୍ପର୍କରେ ଅସଲ କଥାଟି କ’ଣ ଥିଲା ?
Answer:
ରାଜୀବଙ୍କର ପାଠପଢ଼ା ସମ୍ପର୍କରେ ଅବଧାନ ତାରିଫ୍ କରିଥିଲେ ଏବଂ ସେଠାରୁ ତାକୁ ନେଇଯିବାକୁ କହିଥିଲେ । ମାତ୍ର ଅସଲ କଥାଟି, ରାଜୀବ ଭାରି ଦୁଷ୍ଟ ଓ ଚାଟଶାଳୀରେ ବଡ଼ ଉତ୍ପାତ କରେ । ଅବଧାନଙ୍କ ସଙ୍ଗରେ ବି ସେ ତୋଖଡ଼ ମୋଖଡ଼ କରେ । ବଡ଼ଲୋକ ପୁଅ, ଜମିଦାର ପୁଅବୋଲି ଅବଧାନେ କିଛି କହିପାରନ୍ତି ନାହିଁ ବରଂ ଡରିଯ।ଥାନ୍ତି।

Question ୧୩ ।
ବାପ-ପୁଅ ଦୁହିଁଙ୍କ ମନ କାହିଁକି ଖୁସି ହୋଇଥିଲା ?
Answer:
ଗୋପାଳବାବୁ ପୁଅକୁ ପାଠ କଥା ପଚାରିବାରୁ, ପାଠ ନ ପଢ଼ୁଥିଲେ ମଧ୍ୟ ବାପାଙ୍କୁ କୌଣସି ପ୍ରକାରେ ରାଜୀବ ଭୁଲାଇ ଦେଇଥିଲା । ଇଂରାଜୀରେ ଗୋଟାଏ ପାସ୍ ଅଛି ବୋଲି ଗୋପାଳ ମହାପାତ୍ର ଶୁଣିଥିଲେ । ପୁଅକୁ କହିଲେ, ତୁ ବେଶି ବେଶି ପାସ୍‌ କରି ପକା, ଯେତେ ଟଙ୍କା ଲାଗିବ ଲାଗୁ । ଏଥରେ ବାପ-ପୁଅ ଦୁହିଁଙ୍କ ମନ ଖୁସି ହୋଇଥିଲା ।

Question ୧୪ ।
ବାବୁ ରାଜୀବଙ୍କ ଇଂରାଜୀ ପାଠପଢ଼ାର ପରବର୍ତ୍ତୀ ଘଟଣା କ’ଣ ଥିଲା ?
Answer:
ବାବୁ ରାଜୀବଙ୍କ ଇଂରାଜୀ ପାଠପଢ଼ାର ପରବର୍ତୀ ଘଟଣା, ସେ ବହୁତ ସଭାସମିତିରେ ଉପସ୍ଥିତ ହେଲା । ଥ୍ଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣରେ ପକ୍‌କା ହୋଇଗଲା । ସମାଜ ପରିବର୍ତ୍ତନ ପାଇଁ କୁସଂସ୍କାର-ବିମର୍ଦ୍ଦିନୀ’ ଓ ‘ନାରୀ ସ୍ଵାଧୀନତା ବିବର୍ଣନୀ ସଭାକରି ସବୁବ୍ୟୟକୁ ନିଜେ ବହନ କରିଥିଲା ।

Question ୧୫ ।
ପିତାଙ୍କ ମୃତ୍ୟୁପରେ ରାଜୀବଲୋଚନ କ’ଣ କହିଥିଲେ ?
Answer:
ପିତାଙ୍କ ମୃତ୍ୟୁପରେ ଡକାପକାଇ କାନ୍ଦିବା ଗୋଟାଏ କୁସଂସ୍କାର ବୋଲି ରାଜୀବ କହିଥିଲେ । ଶୋକ ପ୍ରକାଶ ଲାଗି ସଭାରେ ତିନିଦିନ ବକ୍ତୃତା ଦେବା ସହିତ ହାତରେ ଖଣ୍ଡେ କଳାକନା ସେ ବାନ୍ଧିଥିଲେ । ବ୍ରାହ୍ମଣ ଡାକି ଶ୍ରଦ୍ଧା କରିବାଟା ଗୋଟାଏ କୁସଂସ୍କାର ଏବଂ ସଭାଗୃହରେ ଭୋଜି, ଦରିଦ୍ରମାନଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାମାନଙ୍କୁ ଚାନ୍ଦା ଦିଆଯିବା କଥା ସେ କହିଥିଲେ ।

Question ୧୬ ।
ମହାଜନ ବଳବାବୁ ରାଜୀବଙ୍କ ଭବିଷ୍ୟତ ପାଇଁ କ’ଣ ଚିନ୍ତା କରିଥିଲେ ?
Answer:
ମହାଜନ ବଳବାବୁ ରାଜୀବଙ୍କୁ ପିତୃକାର୍ଯ୍ୟର ଉତ୍ତରାଧ୍ୟାକାରୀ ହେଉ ବୋଲି ଇଚ୍ଛା କରିଥିଲେ । ଯେହେତୁ ସେ ଇଂରାଜୀ ପାଠ ପଢ଼ିଛି, ସେଥ‌ିପାଇଁ ଆଶାକରିଥିଲେ, ବାପାଙ୍କ ଠାରୁ ବଳିଯିବ । ମହାଜନ ପାଖରେ ବସାଇ କାମ ଶିଖାଇବାକୁ ଲାଗିଲେ ଏବଂ ଶିଖାଇବାପାଇଁ କର୍ମଚାରୀଙ୍କୁ ଉପଦେଶ ଦେଲେ ।

Question ୧୭ ।
ବାବୁ ରାଜୀବ ଗଦିରେ ବସିବାର ପରିଣତି କ’ଣ ହୋଇଥିଲା ?
Answer:
ବାବୁ ରାଜୀବଙ୍କୁ ଗଦିରେ ବସାଇବାକୁ ଚାହିଁଲେ ମଧ୍ୟ, ତାଙ୍କର ବସିବାକୁ ମନ ନଥିଲା । ମହାଜନ ଧରାଧରି କରି ବସାଇଥିଲେ ! କାମରେ ମନ ନଥିଲା, ମଙ୍ଗଳବାର ଓ ଶନିବାର ରାତିରେ କୁଆଡ଼େ ଚାଲି ଯାଉଥିଲେ । ବଳବାବୁ ମନେ କଲେ, ହାତରେ ପାଇଟି ପଡ଼ିଲେ ହୁଏତ ବାଟକୁ ଆସିବ । ମାତ୍ର ଯେଉଁ କାମଦେଲେ, ଲାଭ ଥାଉ, ମୂଳରୁ ତ୍ରୁଟି କରିବସିଲା ।

Question ୧୮ ।
ବାବୁ ରାଜୀବଙ୍କ ମନରେ କେଉଁ କଥାଟା ଲାଖୁ ଯାଇଥିଲା ?
Answer:
ଲାଗଲାଗ ଯୋଡ଼ାଏ ସଭାରେ ସମ୍ପାଦକ ଅନୁପସ୍ଥିତ ରହିବାରୁ ସଭ୍ୟମାନେ ଅସନ୍ତୁଷ୍ଟ ହେଲେ । ଅନୁପସ୍ଥିତିର କାରଣ ସେମାନେ ଜାଣିପାରି, ସଭାରେ ସ୍ଵାଧୀନତା ବିଷୟରେ କହିଲେ, ଶିକ୍ଷିତ ଜମିଦାର ସନ୍ତାନପକ୍ଷରେ ପର ଅଧୀନରେ ଚାକିରି କରିବା ଉଚିତ ନୁହେଁ । ବକ୍ତୃତା ସହିତ କବିତା ପାଠରେ ମଧ୍ୟ ସେହି କଥା କହିଲେ । ରାଜୀବବାବୁଙ୍କ ମନରେ ଏହି କଥାଟା ଲାଗିଗଲା ।

Question ୧୯ ।
ଗଙ୍ଗାଧର ମହାନ୍ତିଙ୍କ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଗଙ୍ଗାଧର ମହାନ୍ତି ଠିକ୍ ନିରୂପିତ ବେଳରେ ନୂଆ ଜମିଦାରଙ୍କୁ ଗାଦିରେ ବସାଇ ଦେଲେ । ତାଲୁକ କିଣା ଦିନଠାରୁ ମହାନ୍ତି ଶେଠ ପାଞ୍ଜିଆ କାମରେ ଥିଲେ । ସେ ଥିଲେ ବିଶ୍ଵାସୀ, କାମିକା ଲୋକ ଓ ସାଆନ୍ତାଣୀଙ୍କର ଡାହାଣ ହାତ । ତାଙ୍କ ଯତ୍ନରେ ଜମିଦାରୀ ଖୁବ୍ ବଢ଼ିଛି । ଜମିଦାର ସବୁଦିନ କଲିକତାରେ ରହୁଥ‌ିବାରୁ, ସାଆନ୍ତାଣୀ ଏହାକୁ ଧରି ସବୁ ମାମଲତ ବୁଝୁଥିଲେ ।

Question ୨୦ ।
ନୂଆ ଜମିଦାରଙ୍କ ଆହ୍ବାନରେ ଶାମପୁର ଗ୍ରାମରେ କ’ଣ ଘଟିଥିଲା ?
Answer:
ନୂଆ ଜମିଦାରଙ୍କ ଆହ୍ବାନରେ ଶାମପୁର ଗ୍ରାମରେ ଶିକ୍ଷିତ କୁସଂସ୍କାରବର୍ଜିତ ଲୋକମାନଙ୍କୁ ନେଇ କଚେରୀ ଘରେ ସନ୍ଧ୍ୟା ସମୟରେ ପ୍ରଥମ ସଭା ବସିଥିଲା । ସେଥ‌ିରେ ଏ ଦେଶରେ ଦୁଃଖ ଦୁର୍ଦ୍ଦଶାର ମୂଳ ହେଉଛି କୁସଂସ୍କାର ଓ ନାରୀମାନଙ୍କୁ ଗୃହ କଣରେ ଲୁଚାଇ ରଖ୍ ବୋଲି କହିଥିଲେ ।

Question ୨୧ ।
ନୂଆ ଜମିଦାରଙ୍କ ଆଦ୍ୟ ବକ୍ତୃତାର ସାରମର୍ମ କ’ଣ ଥିଲା ?
Answer:
ନୂଆ ଜମିଦାରଙ୍କ ଆଦ୍ୟ ବକ୍ତୃତାର ସାରମର୍ମ ଥିଲା, ‘ଏ ଦେଶର ଦୁଃଖ ଦୁର୍ଦ୍ଦଶାର କାରଣ ହେଉଛି ମୂର୍ଖତା, କୁସଂସ୍କାର, ଅବଳା, ଭଗିନୀମାନଙ୍କୁ ଘର ଭିତରେ ଲୁଚାଇ ରଖୁ। ଏ ସମସ୍ତ ଦୂରକରିବା ସର୍ବାଗ୍ରେ ଉଚିତ ।

Question ୨୨ ।
ବାବୁ ହରିବୋଲ କାହିଁକି ଚାକିରି ଛାଡ଼ି ଦେଇଥିଲେ ?
Answer:
ବାବୁ ହରିବୋଲଙ୍କ ମତରେ, ସେ ବିଦୁପୁର ପୋଷ୍ଟ ଅଫିସରେ ସବ୍‌ ପୋଷ୍ଟ ମାଷ୍ଟର ଥିଲେ । ସେଠାକାର ପିଅନ ଓ ଅନ୍ୟାନ୍ୟ କର୍ମଚାରୀ ବଡ଼ ଚୋରଥିଲେ । ବାବୁ ସେମାନଙ୍କୁ ଶାସନ କରିବାରୁ ସେମାନେ ସରକାରୀ ତହବିଲ ଟ ୧୬୨୪ ଙ୍କା ଚୋରିକରି ବାବୁଙ୍କ ନାମରେ ଦେଲେ । ବାବୁ ବିରକ୍ତ ହୋଇ ପରଅଧୀନରୁ ଚାକିରି ଛାଡ଼ି ଦେଇଥିଲେ ।

Question ୨୩ ।
ହରିବୋଲବାବୁ କାହାର ସମ୍ପାଦକ ହୋଇଥିଲେ ଓ ତାଙ୍କ ଦାୟିତ୍ଵରେ ସଭାକାର୍ଯ୍ୟ କିପରି ଚାଲିଥିଲା ?
Answer:
ହରିବୋଲବାବୁ ଜମିଦାରଙ୍କ ଦୃଷ୍ଟିରେ ଯୋଗ୍ୟ ଲୋକ ହୋଇଥିବାରୁ, ସେ ‘ଜ୍ଞାନବର୍ଷିନୀ’ ଓ ‘ସ୍ତ୍ରୀ ସ୍ଵାଧୀନତା ବିବର୍ଷିନୀ’ ସଭାର ସମ୍ପାଦକ ହୋଇଥିଲେ । ପ୍ରତିଦିନ ସଭାକାର୍ଯ୍ୟ ଚାଲିଲା । ସଭାକାର୍ଯ୍ୟ ଶେଷହେବାକୁ ଅଧ୍ଵକ ରାତି ହେବାରୁ, ସଭ୍ୟମାନଙ୍କ ପାଇଁ କଚେରୀ ଘରେ ପାନ ଭୋଜନର ବନ୍ଦୋବସ୍ତ ହେଉଥିଲା ।

Question ୨୪ ।
ପଟ୍ଟନାୟକଙ୍କୁ ମା’ ସାଆନ୍ତାଣୀ ନୂଆ ଜମିଦାରଙ୍କ ସମ୍ପର୍କରେ କ’ଣ କହିଥିଲେ ?
Answer:
ପଟ୍ଟନାୟକଙ୍କୁ ମା’ ସାଆନ୍ତାଣୀ ନୂଆ ଜମିଦାରଙ୍କ ସମ୍ପର୍କରେ କହିଥିଲେ, ‘‘ନିଜେ ମୂର୍ଖ କିଛି ବୁଝିବାର ନାହିଁ, ମୁଲକରେ ଚୋର ରୁଣ୍ଡ, ଟିକିଏ ଧର୍ମଭାବ ଭଲଥାଆନ୍ତା । ଏ ଘରେ ପୁଣି ମଦମାଂସ । ରାଧେକୃଷ୍ଣ ରାଧେକୃଷ୍ଣ । ପଟ୍ଟନାୟକ ତୁମେ ଅଲଗା ହୋଇଯାଅ ।’’

Question ୨୫ ।
ହରିବୋଲବାବୁ ଉଭୟ ସଭା ଓ ଜମିଦାରୀ କାର୍ଯ୍ୟ କିପରି ତୁଲାଉଥିଲେ ?
Answer:
ହରିବୋଲବାବୁ ଉଭୟ ସଭା ଓ ଜମିଦାର କାର୍ଯ୍ୟ ନିର୍ଭୟରେ ତୁଲାଉଥିଲେ । ଏଣିକି ସୁନ୍ଦର କାର୍ଯ୍ୟ ସାଙ୍ଗକୁ, ଟଙ୍କାର ଅଭାବ ନ ଥିଲା । ବାଧା ଦେବାକୁ କେହି ନଥିଲେ । ଅମଲା ପଧାନମାନଙ୍କ ପ୍ରତି ସଫାହୁକୁମ, ଟଙ୍କା ଦାଖଲ । କୌଣସି ଉପାୟରେ ଖର୍ଚ୍ଚକରି ସେ ଉଭୟ ସଭା ଓ ଜମିଦାରୀ କାର୍ଯ୍ୟ ତୁଲାଉଥିଲେ ।

Question ୨୬ ।
ମା-ସାଆନ୍ତାଣୀଙ୍କ ଦିନ କିପରି କଟୁଥିଲା ?
Answer:
ମା-ସାଆନ୍ତାଣୀ ଘରୁବାହାରି ଉଆସ ଆଗରେ ଥ‌ିବା ରାଧାକୃଷ୍ଣ ମନ୍ଦିରରେ ରହିଥିଲେ । ପ୍ରତିଦିନ ସନ୍ଧ୍ୟା ସମୟରେ ବକତେ ଠାକୁର ପ୍ରସାଦ ହବିଷ୍ୟାନ୍ନ ଖାଉଥିଲେ । ପ୍ରତିଦିନ ସନ୍ଧ୍ୟାଠାରୁ ରାତି ଅଧଯାଏ ଭାଗବତ ପାଠହୁଏ । ମା’ ସାଆନ୍ତାଣୀ ଦିନଯାକ ଠାକୁର ଆଗରେ ଆଖ୍ ବୁଜି ବସି ମାଳି ଗଢ଼ାଉଥା’ନ୍ତି ।

Question ୨୭ ।
ଦେଶୀକନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକଙ୍କୁ କ’ଣ କହିଥିଲେ ?
Answer:
ଦେଶୀକନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକଙ୍କୁ କହିଥିଲେ, ‘ଦେଶୀକନ୍ୟାଗୁଡ଼ିକ ଅଶିକ୍ଷିତା କୁସଂସ୍କାର ଅସଭ୍ୟତାରେ ବୁଡ଼ିଛନ୍ତି, ଲୁଗାଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧଲଙ୍ଗଳା ହୋଇଥା’ନ୍ତି, ମୁହଁ ଢାଙ୍କି ମୂଷାପରି ଗାତରେ ଲୁଚିଥା’ନ୍ତି ।’

Question ୨୮ ।
ବରଯାତ୍ରୀ ଓ ରୋଶନ ସମ୍ପର୍କରେ ନୂଆ ଜମିଦାର ପଟ୍ଟନାୟକଙ୍କୁ କି ଉତ୍ତର ଦେଇଥିଲେ ।
Answer:
ପଟ୍ଟନାୟକ ବରଯାତ୍ରୀ ଓ ରୋଶନ କଥା କହିବାର, ନୂଆ ଜମିଦାର କହିଲେ, ତୁମମାନଙ୍କ ପରି ଅଶିକ୍ଷିତ ଲୋକ କେତେ ଜମିଦାର ଘରବୁଡ଼ାଇଲେଣି । ବିହାର ବିବାହ-ବ୍ୟୟ ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଏଲ ଚିଠି ଯାଇଛି, ସେଠାରୁ ଯେପରି ବ୍ୟବସ୍ଥା ଆସିବ, ସେହିପରି ବିଭାହେବ ।’

Question ୨୯ ।
ଖଦିରପୁର ଗାର୍ଡନରିଚରେ ବିଭାଘରର ପ୍ରସ୍ତୁତ କିପରି ଥିଲା ?
Answer:
ଖଦିରପୁର ଗାର୍ଡନରିଚରେ ଗୋଟାଏ ବଡ଼ ଦୋତାଲାଘରେ ଝାଡ଼ଲଣ୍ଡନ ଦେବାଲଗିରି ଶହେଖଣ୍ଡ ଦିନ ଆଲୁଅ ପରି ଜଳୁଥୁଲା ! ତଳେ ଗାଲିଚା ଶତରଞ୍ଜି ବିଛଣା ପଡ଼ିଥିଲା । ରାତିରେ ଦୁଇତରଫା ଖେମଟା ନାଚ ହେଉଥିଲା । ଦୀୟତା-ପୀୟତାଂ ଚାଲିଥିଲା । ଆଖପାଖ ବଜାର ଲୋକେ ଜାଣିଥିଲେ ଓଡ଼ିଶାର ଗୋଟିଏ ରାଜାପୁଅର ବିଭାଘର ।

Question ୩୦ ।
କେଉଁ କଥାରେ କନ୍ୟାର ବାପା ମା’ କିଛି କରିପାରୁ ନ ଥିଲେ ?
Answer:
କନ୍ୟାଟିକୁ ଦେଖିଲାପରେ ଜମିଦାର ବାବୁ ବିମୋହିତ ହୋଇଥିଲେ । ଚାରିଦିନ ହେଲା ବରକନ୍ୟା ମଧ୍ୟରେ ପୂର୍ବାଳାପ ଅର୍ଥାତ୍ Courtship ଚାଲିଛି । ବଗିଚଢ଼ି କେତେଜାଗା ବୁଲି ଆସିଲେଣି । କନ୍ୟା ବାପା ମା’ଙ୍କୁ ଏହା ଭଲ ଲାଗୁ ନଥୁଲେ ବି, ସେ କିଛି କରିପାରୁ ନଥିଲେ । କାଳେ ଜମିଦାର ପୁଅଟା ହାତରୁ ଖସିଯିବ, ସେହି ଡରରେ କିଛି କହି ପାରୁ ନଥିଲେ ।

Question ୩୧ ।
କନ୍ୟାର ବାପା ମା’ଙ୍କ ସମ୍ପର୍କରେ ଲେଖକ କି ପରିଚୟ ପାଇଥିଲେ ?
Answer:
କନ୍ୟାର ବାପା ମକ୍ରା ମଳିକ । ସେ ଆସାମ ଚା’ ବଗିଚାର ମେନେଜରଙ୍କ ପାଖରେ ବୁବୁର୍ଚି ଓ ପରେ ପଦୋନ୍ନତି ପାଇ ଖାନସମା ହୋଇଥିଲା । ସେହି ବଗିଚାରେ ୩୦/୪୦ ବର୍ଷ ହେଲା ସାହେବଙ୍କ ପାଖରେ ରହିଥିଲା । ଗ୍ରାମ, ଘର, ଜାତି, କୁଳ କିଛି ଜଣାନାହିଁ । ସେହିଠାରେ ଗୋଟିଏ କୁଲିଆଣୀକୁ ବିବାହ କରିଥିଲା ଏବଂ ତାଙ୍କର କନ୍ୟା ହେଉଛି ଜମିଦାରଙ୍କ ପତ୍ନୀ ।

Question ୩୨ ।
କନ୍ୟାଟିର ପାଠପଢ଼ା ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଚା’ ବଗିଚା ପାଖରେ ଗୋଟିଏ ସ୍କଟିଶ୍ ବ୍ୟାପଟିଷ୍ଟ ଅର୍ଟେନ ବାଳିକା ସ୍କୁଲ ଥିଲା ଏବଂ ସେହି ସ୍କୁଲରେ ନୟନତାରା ଦୁଃଖ ପାସୋରା ପାଠ ପଢ଼ିଥିଲା । ସ୍କୁଲରେ ସେ ଇଂରାଜୀରେ କଥାବାର୍ତ୍ତା ଶିଖିଛି, ମୋଜାବୁଣା ଶିଖୁଛି ଏବଂ ଗୀତ ନାଚ ଶିଖିଛି । ସ୍କୁଲରେ ପାଠ ପଢ଼ିଥିବାରୁ ଖୁବ୍ ସ୍ଵାଧୀନ । ପୁରୁଷମାନଙ୍କୁ ସେ ଖାତିର କରେ ନାହିଁ ।

Question ୩୩ ।
ମେନେଜର ହରିବୋଲ ବାବୁ ଖର୍ଚ୍ଚ ଟଙ୍କାର ହିସାବ ଦେଇ ପାରି ନ ଥିଲେ କାହିଁକି ?
Answer:
ମେନେଜର ହରିବୋଲ ବାବୁଙ୍କ ହାତରେ ରହିଥିଲା ତହବିଲ । ନାନା କାର୍ଯ୍ୟରେ ବ୍ୟସ୍ତ ଏବଂ ଜମିଦାରଙ୍କ ସ୍ଵାସ୍ଥ୍ୟ ନିମନ୍ତେ ସଭ୍ୟ ଦେଶ ନିୟମାନୁସାରେ ପାନର ମାତ୍ର କିଛି ବଳି ପଡ଼ିବାରୁ ଖର୍ଚ୍ଚ ଟଙ୍କାର ହିସାବ ରଖୁବାକୁ ବେଳ ପାଇ ନ ଥିଲେ, ତେଣୁ ସେ ହିସାବ ଦେଇ ପାରି ନ ଥିଲେ ।

Question ୩୪ ।
ଶାଶୁବୋହୂଙ୍କର ପ୍ରଥମ ଦେଖା କିପରି ଥିଲା ?
Answer:
ବୋହୂ ଆସିଲା ବେଳକୁ ଶାଶୁ ଠାକୁରଙ୍କ ଆଗରେ ମାଳିଟି ହାତରେ ଧରି ଆଜି ‘ହରେକୃଷ୍ଣ’ ନାମ ଜପୁଥିଲା । ସେହି ସମୟରେ ବୋହୂ ଦେଖା କରିବାକୁ ଯାଇଥିଲା । ବୋହୂ ଜୋତାର ଠକ୍ ଠକ୍ ଶବ୍ଦଶୁଣି ଶାଶୁ ଚମକି ପଡ଼ି ଠିଆ ହୋଇଗଲେ । ବୋହୂ ଟିକିଏ ହସି ହସି ‘ଓ ଆମର ପ୍ରିୟଶାଶୁ’ କହି ନମସ୍କାର ହେଲାବେଳକୁ ଶାଶୁ ପାଟିକରି ଉଠିଲେ । ଛୁ ନା ଛୁ ନା ବୋଲି କହିଥିଲେ ।

Question ୩୫ ।
ମିସେସ୍ ମହାପାତ୍ରଙ୍କ କେଉଁ କଥାରେ ଦାସୀ ପଦୀ ଏକମୁହାଁ ହୋଇ ଚାଲିଯାଇଥିଲା ?
Answer:
ମିସେସ୍ ମହାପାତ୍ର ବବୁର୍ବିଖାନା ତଦାରଖ କରିବାକୁ ଯାଇଥିଲେ । ସେହି ସମୟରେ ଦାସୀ ପଦୀ ଗୋବର କନାରେ ଚୁଲି ଲିପୁଥିଲା । ଯୋତାର ଠକ୍ ଠକ୍ ଶବ୍ଦ ଶୁଣି, ସେ ଚମକି ପାଟିଟିଏ କଲା । ‘ଆଲୋ ମୋ’ ମା’ ଲୋ ! ଆଲୋ ମୋ’ ବାପା ଲୋ ! ଯୋତାମାଡ଼ ହାଣ୍ଡିଶାଳରେ ପଶିଲା ଲୋ। ହାଣ୍ଡିଶାଳ ମାରୁଗଲା ଲୋ ।’’ କନା ଖଣ୍ଡ ଫୋପାଡ଼ି ଦେଇ ଏକମୁହାଁ ହୋଇ ଚାଲିଯାଇଥିଲା, ଆଉ ଉଆସରେ ତାକୁ କେହି କେବେ ଦେଖୁନାହିଁ ।

Question ୩୬ ।
ମିସେସ୍ ମହାପାତ୍ର ବବୁର୍ଜିଖାନାରେ କ’ଣ ସବୁ କରିଥିଲେ ?
Answer:
ମିସେସ୍ ମହାପାତ୍ର ବବୁର୍ଜିଖାନାରେ ଗୋବର ଲିପାକୁ ଦେଖ୍, ଏକାବେଳକେ ଶିଶିଏ ଲେଭଣ୍ଡର ଦେହଯାକ ଢାଳି ହୋଇଛନ୍ତି । ରାଜୀବବାବୁ କହିଲେ, ସେ ଘରେ ରୋଷେଇ ହେଲେ ଲେଡ଼ିଙ୍କୁ ଖାନା ରୁଚିବ ନାହିଁ ବାନ୍ତି କରିପକାଇବେ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ। ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
ପଠିତ ଗଳ୍ପରୁ ବାବୁ ବଳରାମ ବଳଙ୍କର ଅ।ଧୁନିକ ବ୍ୟବସାୟ ସମ୍ପର୍କରେ ଉଲ୍ଲେଖ କର ।
Answer:
ବ୍ୟାସକବି ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ଜନକ ଭାବରେ ଥିଲେ ସୁପରିଚିତ । ତାଙ୍କ ଗଛର ମୂଳ ପୃଷ୍ଠଭୂମି ଥିଲା ସମାଜ । ସେ ସମାଜର ବିଭିନ୍ନ ଦିଗକୁ ଗଳ୍ପରେ ପରିପ୍ରକାଶ କରି ସେଥୁରେ, ପରିବର୍ତ୍ତନ ଆଣିଛନ୍ତି । କଥାବସ୍ତୁକୁ ଆଗେଇ ନେବାପାଇଁ ସେ ସୁନ୍ଦର ପରିବେଶ ତିଆରି କରାଇଛନ୍ତି । ସେଭଳି ପରିବେଶ ବର୍ଣ୍ଣନାରେ ଗାଳ୍ପିକ ସେନାପତିଙ୍କର ସିଦ୍ଧହସ୍ତତାର ପରିଚୟ ଦେଇଥାଏ ।

ବଳରାମବାବୁ କଲିକତା ବଡ଼ ବଜାରର ଜଣେ ଗଦିଆନ ମହାଜନ । ଉତ୍କଳର ସମସ୍ତ ଧୂଆଁପତ୍ର ବେପାରୀଙ୍କର ସେ ଦଣ୍ଡୀଦାର । ଫଳରେ ସମସ୍ତ ମାଲ୍ ଆମଦାନି, ରପ୍ତାନି ତାଙ୍କ ହାତବାଟ ଦେଇ ଯାଉଥିଲା । ଧୂଆଁପତ୍ର ବ୍ୟବସାୟ ନୁହେଁ । ସେଥ‌ିପାଇଁ ଗାଳ୍ପିକ କହିଛନ୍ତି – ‘‘ଘୋଡ଼ାଚଢ଼ା ମହାଜନ କଥାପଦରେ ଘାସ କାଟେ – ଘାସକଟା ଘୋଡ଼ା ଚଢ଼େ । x × x । ଚିହ୍ନରା ଦଣ୍ଡିଦାର ନ ଧରି ଲୋକେ ଧୂଆଁପତ୍ର କିଣିବାକୁ ଭରସନ୍ତି ନାହିଁ । ବଳରାମ ବଳେ ଜଣେ ଚିହ୍ନରା, ଏଥ‌ିପାଇଁ ଓଡ଼ିଶାରେ ନାମ ଡାକ ।’’

ମହାଜନ ବଳରାମ ବଳ ଥରେ ନିଜ ଘର ଯାଜପୁରକୁ ଯାଇ, ଗାଁର ଛେଉଣ୍ଡ ପିଲା ଗୋପାଳକୁ ସାଙ୍ଗରେ ନେଇ ଆସିଥିଲେ । ମାତ୍ର ଗୋପାଳ ନିଜର ବୁଦ୍ଧି, କର୍ମନିଷ୍ଠା ଓ ସାଧୁତା ପାଇଁ ବଳଙ୍କର ପ୍ରିୟ ହୋଇଯାଇଥିଲା । ଗୋପାଳ ରୋଷେଇ କାମ କରିବା ସହିତ, ଧୂଆଁପତ୍ର ବ୍ୟବସାୟରେ ମହାଜନଙ୍କୁ ସାହାଯ୍ୟ କରୁଥିଲା । ଥରେ ଗୋପାଳ ସନ୍ଧାନ କରି ବୁଝିଲା, ମାଲ ତାଙ୍କ ପାଖକୁ ଆସିଲା ବେଳକୁ ତିନିଜାଗା ଲାଭ ରହିଯାଉଥିଲା । ଗୋପାଳ, ବାବୁଙ୍କଠାରୁ ସ୍ଵୀକୃତି ପାଇ ସଳଖେ ସଳଖେ ଠିକଣା ଜାଗାକୁ ଚାଲିଗଲା । ମଝିରେ ଆଉ କାହାର ସହାୟତା ନ ନେଇ ସେ ସିଧା ଚାଷୀଙ୍କ ପାଖରେ ପହଞ୍ଚିଲା ଓ ଚାଷୀଙ୍କଠାରୁ ସଉଦା କଲା । ଦୁଇବର୍ଷ ଏହିପରି କାମ କରିବାରୁ, ପୂର୍ବଠାରୁ ଦୁଇଗୁଣ ଲାଭ ହେଲା । ଫଳରେ ମହାପାତ୍ରେ ଏବେ ବଳଙ୍କର ଚାକର ନ ହୋଇ, ଲାଭରେ ଚାରିଅଣା ଅଂଶୀଭାଗୀ ।

କଥାଶିଳ୍ପୀ ଫକୀରମୋହନ ମହାଜନ ବଳରାମ ବଳଙ୍କର ଧୂଆଁପତ୍ର ବ୍ୟବସାୟ କିପରି କ୍ରମଶଃ ଉନ୍ନତି କରିଥିଲା ତାହା ଉଲ୍ଲେଖ କରିଛନ୍ତି ।

Question ୨ ।
‘ସଭ୍ୟ ଜମିଦାର’ ଗଳ୍ପ ଆଧାରରେ ଗୋପାଳର ଚରିତ୍ର ଚିତ୍ରଣ କର ।
Answer:
ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ ବ୍ୟାସକବି ଫକୀର ମୋହନ ସେନାପତି । ସେ ସମାଜର ବିଭିନ୍ନ ଦିଗକୁ ନେଇ ଗଳ୍ପ ରଚନା କରିଛନ୍ତି, କାରଣ ସମାଜ ସଂସ୍କାର ତାଙ୍କ ଗଳ୍ପ ରଚନାର ମୂଳ ଉଦ୍ଦେଶ୍ୟ । ସେ ମଧ୍ୟ କଞ୍ଚିତ ଚରିତ୍ର ମାଧ୍ୟମରେ ସମାଜକୁ ଦିଗ୍‌ଦର୍ଶନ ଦେବାକୁ ‘ଚେଷ୍ଟା କରିଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ସଭ୍ୟ ଜମିଦାର’ ରେ ଗୋପାଳକୁ ଏକ ସରଳ ଓ ଆଦର୍ଶ ଚରିତ୍ରଭାବେ ବର୍ଣ୍ଣନା କରିଛନ୍ତି ।

ଗଳ୍ପର ଆରମ୍ଭରେ ଗୋପାଳ, ମହାଜନ ବଳରାମ ବଳଙ୍କ ଦୟାରେ କଲିକତାରେ ପହଞ୍ଚିଛି । ସେଇଠି କେବଳ ଖାଇପିଇ ରହିବାପାଇଁ ଯାଇଥିଲେ ବି ସେ ନିଜର ସାଧୁ ସ୍ଵଭାବ ଓ କର୍ମପ୍ରବଣତାପାଇଁ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ପାଲଟି ଯାଇଛି । ସରଳ ସ୍ଵଭାବପାଇଁ ସେ ଆକବରୀ ମୋହର ପାଇ ମଧ୍ୟ, ସେଥିରେ ଲୋଭ କରିନାହିଁ । ବରଂ ମହାଜନଙ୍କୁ ତାହା ଧରାଇ ଦେଇ, ଜଣେ ଆଦରର ମଣିଷ ପାଲଟି ଯାଇଛି । ଯେଉଁ ସମୟରେ ମହାଜନ ରୋଷେଇଆ ବିନା ହଇରାଣ ହୋଇଛନ୍ତି, ସେତେବେଳେ ସେ ରୋଷେଇ କରି, ମହାଜନଙ୍କର ପ୍ରିୟପାତ୍ର ହୋଇଛି । କମ୍ ସମୟରେ ବାବୁଙ୍କ ମନଜାଣି ରୋଷେଇ କରିଦେବା, ବିଡ଼ିଆ ଭାଙ୍ଗିବା, ବିଛଣା ପାରିବା ସବୁକାମକୁ ହାତକୁ ନେଇ ସେ ବିଶ୍ଵାସୀ ମଣିଷ ପାଲଟି ଯାଇଛି । ଯାହାଫଳରେ ମହାଜନ ଗୋପାଳକୁ ବାବୁ ଭାବରେ ପରିଚିତ କରାଇଛନ୍ତି ।

ବ୍ୟବସାୟ କାମରେ ମଧ୍ୟ ଗୋପାଳ ବେଶ୍ ସଚ୍ଛୋଟ ଏବଂ ପରିଶ୍ରମୀ । ସେ କାହାକୁ ଠକିବାକୁ ଚେଷ୍ଟାକରେ ନାହିଁ କିମ୍ବା ଠକି ହୁଏନାହିଁ । ରୋଷେଇ ସାଙ୍ଗକୁ ବ୍ୟବସାୟ ଦେଖୁ ଦେଖୁ ସେ ପୋଖତ ବ୍ୟବସାୟୀ ପାଲଟି ଯାଇଛି । ଅନୁମାନ କରି ଜାଣିପାରିଛି, ଗୋଦାମରୁ ମାଲ୍ ଆଣି ବ୍ୟବସାୟ କରିବା ଅପେକ୍ଷା, ଚାଷୀଙ୍କଠାରୁ ମାଲ୍ ଆଣି ବିକିବା ଭଲ । ତେଣୁ ସେ ମହାଜନଙ୍କଠାରୁ ଅନୁମତି ନେଇ, ଚାଷୀମାନଙ୍କଠାରୁ ମାଲ୍ ଖରିଦ କରି ବ୍ୟବସାୟ କରିଛି । ଫଳରେ ଆଗ ଅପେକ୍ଷା ବ୍ୟବସାୟରେ ଅଧ୍ଵ ଲାଭ ହୋଇଛି । ମହାଜନଙ୍କ ଦୃଷ୍ଟିରେ ଗୋପାଳ ହେଉଛି ସଚ୍ଚା ମଣିଷ । ସେଥପାଇଁ ସେ ତା’ପାଇଁ ସବୁ ବ୍ୟବସ୍ଥା କରିଦେଇଛନ୍ତି । ମାତ୍ର ଗୋପାଳର କୌଣସିଥ୍ରେ ମନନଥାଏ । ଗାଳ୍ପିକ ଏହାକୁ ବର୍ଣ୍ଣନା କରି ଲେଖୁଛନ୍ତି, ‘ଗୋପାଳର ବଡ଼ଲୋକି ଚାଲିଚଳଣ ନାହିଁ, ଦିନରାତି କାମରେ ଲାଗିଥିଲେ ଆନନ୍ଦ । ଗଦିର ସବୁ ମାମଲତ ତହବିଲ ଚାବି ମହାପାତ୍ରଙ୍କ ହାତରେ ।’’ ଏଥିରେ କର୍ମ ପ୍ରବଣତା ମଣିଷକୁ କିପରି ଛୋଟରୁ ବଡ଼ କରିଥାଏ, ତାହା ଗେ।ପାନ ଚରିତ୍ର ମାଧ୍ୟମରେ ଦେଖ।ଇଚ୍ଛନ୍ତି ।

ଏତେଗୁଡ଼ିଏ ସୁଗୁଣର ଅଧିକାରୀ ହେଲେ ବି ସେ ନିଜର ପାରିବାରିକ ଜୀବନରେ ସଫଳ ମଣିଷ ହୋଇ ପାରିନାହିଁ । ପିତା ହିସାବରେ ପୁତ୍ର ରାଜୀବ ଲୋଚନଙ୍କ ପ୍ରତି ଯଥାର୍ଥ ନଜର ରଖ୍ ପାରିନାହିଁ । ସେହି ସୁଯୋଗରେ ପୁଅ ରାଜୀବ ଅମଣିଷ ହୋଇ ଯାଇଛି । ସେ ପୁଅକୁ ପାଠ ପଢ଼ିବା ପାଇଁ ସବୁ ବ୍ୟବସ୍ଥା କରିଦେଲେ ବି ତାହାକୁ ଠିକ୍ ରୂପେ ନିୟନ୍ତ୍ରଣ କରିପାରି ନାହାଁନ୍ତି । ଫଳରେ ତାଙ୍କ ପରେ ପୁଅ ରାଜୀବର ଘଟିଛି ଦାରୁଣ ବିପର୍ଯ୍ୟୟ ।

ମୋଟ ଉପରେ କଥାକାର ଗୋପାଳ ଚରିତ୍ର ମାଧ୍ୟମରେ ସଚ୍ଚାମଣିଷ ଜୀବନରେ କିପରି ଉନ୍ନତି କରିପାରେ, ତାହା ଦେଖାଇବାକୁ ଚେଷ୍ଟା କରିଛନ୍ତି ।

Question ୩ ।
ପଠିତ ଗଳ୍ପ ଅବଲମ୍ବନରେ ରାଜୀବଲୋଚନଙ୍କ ଉତ୍‌ଥାନ ଓ ପତନର ଚିତ୍ର ଦିଅ ।
Answer:
ଚରିତ୍ରମାନେ ହିଁ କଥାଶିଳ୍ପୀର ମାନସ ସନ୍ତାନ । କଥାଶିଳ୍ପୀ ଯାହା କହିବାକୁ ଚାହେଁ, ଯାହା ଦିଗ୍‌ଦର୍ଶନ ଦେବାକୁ ଚାହେଁ, ତାହା ସେ ଚରିତ୍ର ମାଧ୍ୟମରେ ହିଁ ପରିପ୍ରକାଶ କରେ । ସୁତରାଂ ଚରିତ୍ରମାନେ ହିଁ କଥାଶିଳ୍ପୀର ବାର୍ଭାବହ । ପୁନଶ୍ଚ ଆଧୁନିକ ଓଡ଼ିଆ ସାହିତ୍ୟର କଥାକାର ବ୍ୟାସକବି ଫକୀରମୋହନ ସେନାପତି ଜଣେ ସମାଜ ସଚେତନ କଥାଶିଳ୍ପୀ । ସମାଜର ପ୍ରତ୍ୟେକ ଦିଗ ଓ ଦୋଷତ୍ରୁଟିକୁ ସେ ତାଙ୍କର କଚ୍ଛିତ ଚରିତ୍ର ମାଧ୍ୟମରେ ହିଁ ପ୍ରକାଶ କରନ୍ତି । ତାଙ୍କର ଚରିତ୍ରମାନେ ହୋଇଯାଇଥା’ନ୍ତି ଗୋଟିଏ ଗୋଟିଏ ପ୍ରତୀକ । ଆଲୋଚ୍ୟ ଗଳ୍ପ ‘ସଭ୍ୟଜମିଦାର’ରେ କଥାକାର ତତ୍କାଳୀନ ଇଂରେଜ ଶିକ୍ଷିତ ଓ ନୂଆ ହୋଇ ଜମିଦାରୀ ଗ୍ରହଣ କରିଥିବା ବ୍ୟକ୍ତିମାନେ କିପରି ସ୍ୱେଚ୍ଛାଚାରୀ, ସଂସ୍କାର ନାମରେ କୁସଂସ୍କାରୀ, ମଦ୍ୟପ ହୋଇ ନିଜର କରୁଣ ପରିଣତିର କାରଣ ହୋଇଥିଲେ, ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

ରାଜବୀଲୋଚନ ‘ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ’ ଭଳି ପିଲାଦିନରୁ ଥିଲେ ସ୍ୱେଚ୍ଛାଚାରୀ । ଧନୀଘରର ପିଲା, ଜମିଦାରର ପୁଅ ହିସାବରେ ନିହାତି ଦୁଷ୍ଟ ସ୍ବଭାବର ଥିଲେ। ତେଣୁ ଗ୍ରାମରେ ପାଠ ପଢ଼ାଉଥ‌ିବା ଅବଧାନ କୌଣସି ପ୍ରକାର ନିଜ ପାଖରୁ ବିଦା କରିଦେବାର ଯୋଜନା କରିଛି । ରାଜୀବଲୋଚନ ସବୁପାଠ ସାରିଦେଲାଣି ଏବଂ ତା’କୁ ନେଇ ଯିବାପାଇଁ କହିବା ମୂଳରେ ରହିଛି ପ୍ରଚ୍ଛନ୍ନ ଉଦ୍ଦେଶ୍ୟ । ମାତ୍ର ରାଜୀବଙ୍କ ମା’ ଅର୍ଥାତ୍ ମା’ ସାଆନ୍ତାଣୀ ରାଜୀବଙ୍କ ସ୍ଵଭାବକୁ ଠିକ୍ ଅନୁମାନ କରି ନେଇଥିଲେ । ତେଣୁ ସେ ସ୍ଵାମୀଙ୍କୁ କହିଥିଲେ, ‘ରାଜୀବ ମୋ ବୋଲ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ । ତାକୁ ସାଙ୍ଗରେ ଘେନିଯାଅ ।’’

ରାଜୀବର ବାପା ଗୋପାଳବାବୁ ଥିଲେ ସରଳ ମଣିଷ । କର୍ମୀ ମଣିଷ । ତାଙ୍କ ସରଳତାର ସୁଯୋଗ ନେଇ ରାଜୀବ ଇଂରାଜୀ ପାଠପଢ଼ା ନାଁରେ, ସ୍ୱେଚ୍ଛାଚାରୀ ସ୍ଵଭାବ ପରିପ୍ରକାଶ କରିଛି । ପାଠପଢ଼ାକୁ ପଛରେ ପକାଇ ସଭାସମିତି, ଥୁଟର, କୁସ୍ଥାନ ଓ ସୁସ୍ଥାନ ଗମନରେ ପକ୍କା ହୋଇଯାଇଛି । ଦୁଇଟି ସଭାର ସମ୍ପାଦକ ହୋଇ କେବଳ ଅର୍ଥ ଶ୍ରାଦ୍ଧ କରିଛି ସିନା କିଛି ଲାଭ ହୋଇନାହିଁ । ଏପରିକି ବାପାଙ୍କ ମୃତ୍ୟୁପରେ ମଧ୍ଯ ତା’ର ଚେତନା ଉଦୟ ହୋଇ ନାହିଁ । ବାପାଙ୍କୁ ଶୁଦ୍ଧି ନ ହୋଇ, ବ୍ରାହ୍ମଣ ଡାକି ଶୁଦ୍ଧି ହେବାକୁ କୁସଂସ୍କାର ବୋଲି କହିଛି । ମହାଜନ ବଳବାବୁ ରାଜୀବଙ୍କୁ ପିତାଙ୍କ କାମରେ

ଲଗାଇବାକୁ ଚାହିଁଲେ ମଧ୍ୟ, ସେ ଗଦିରେ ବସି ବ୍ୟବସାୟ ବୁଝିବାକୁ ଚାହିଁନାହିଁ । ନିଜ ଗାଁକୁ ଆସି ଗୁଡ଼ାଏ ବେକାରିଆ ଯୁବକମାନଙ୍କୁ ସାଙ୍ଗରେ ଧରି ସଭାସମିତି ନାମରେ ମଦ୍ୟ ମାଂସକୁ ନିଜ ଜୀନନର ସାଥୀ କରିନେଇଛି । ପୁନଶ୍ଚ ସେ ନିଜର ମା’ ଓ ବିଶ୍ଵାସୀ ପାଞ୍ଜିଆଙ୍କ କଥାକୁ ନ ମାନି କଲିକତାରେ ବିବାହ ହେବାକୁ ଯାଇଛି । ଜମିଦାରୀକୁ ବନ୍ଧକ ଦେଇ, ଅର୍ଥଶ୍ରାଦ୍ଧ କରି ଜଣେ ଅଜ୍ଞାତ କୁଳଶିଳା ନାରୀକୁ ବିବାହ କରି ଜୀବନର ଚରମ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିଛି । ଜମିଦାରୀ ନ ବୁଝି ଚୋର, ଖଣ୍ଟଙ୍କ ହାତରେ ଦାୟିତ୍ଵ ଦେଇ ନିଜର ସର୍ବନାଶ କରିଛି । ଶେଷରେ ହାତରୁ ଜମିଦାରୀ ସାଙ୍ଗକୁ ସମସ୍ତ ଧନ ସମ୍ପଭି ଯାଇଛି । ଉପାୟ ଶୂନ୍ୟ ହୋଇ ଜମିଦାରୀ ହରାଇ, ଆସାମର ଚା’ ବଗିଚାରେ ଖାନସମା କାମକୁ ଆଦିରି ନେଇଛି ।

ଏଥ‌ିରେ ଗାଳ୍ପିକ ନବ୍ୟଶିକ୍ଷିତମାନେ କିପରି ଶିକ୍ଷାନାମରେ ନିଜର କରୁଣ ପରିଣତିର କାରଣ ହୋଇଛନ୍ତି, ସୁନ୍ଦର ଭାବରେ ଦର୍ଶାଇଛନ୍ତି ।

Question ୪ ।
‘ସଭ୍ୟ ଜମିଦାର’ ଗଳ୍ପରୁ ହରିବୋଲବାବୁଙ୍କ ଚରିତ୍ର ଚିତ୍ରଣ କର ।
Answer:
କଥାସମ୍ରାଟ ଫକୀରମୋହନ ସେନାପତି ସମାଜଜୀବନର ଯଥାର୍ଥ ରୂପକାର । ତାଙ୍କର ଗଳ୍ପ ଓ ଉପନ୍ୟାସ ହେଉଛି, ଚରିତ୍ରର ଚିତ୍ରଶାଳା । ସେ ସମାଜର ବିଭିନ୍ନ ଶ୍ରେଣୀର ଚରିତ୍ରଙ୍କୁ ଖୁବ୍ ନିକଟରୁ ଦେଖୁଛନ୍ତି ଏବଂ ସେମାନଙ୍କୁ ଗଳ୍ପରେ ପ୍ରତିନିଧ୍ଵ ଶ୍ରେଣୀୟ ଚରିତ୍ରଭାବେ ଉପସ୍ଥାପନ କରିଛନ୍ତି । ଆଲୋଚ୍ୟ ଗଳ୍ପ ‘ସଭ୍ୟ ଜମିଦାର’ରେ ହରିବୋଲ ବାବୁଙ୍କ ଭଳି ସ୍ଵାର୍ଥାନ୍ଵେଷୀ କୁଟିଳ ଚରିତ୍ରର ସଂଯୋଜନା କରାଇ ସଭ୍ୟ ଜମିଦାର ରାଜୀବଲୋଚନ ମହାପାତ୍ରଙ୍କୁ ସର୍ବସ୍ୱାନ୍ତ କରିବାର ପଥ ପରିଷ୍କାର କରାଇଛନ୍ତି ।

ରାଜୀବଲୋଚନ ଯେତେବେଳେ ଗାଁକୁ ନୂଆ ଜମିଦାର ଭାବରେ ଫେରିଛନ୍ତି, ସେତେବେଳେ ସେ ଖୋଜିଛନ୍ତି, ଗ୍ରାମରେ ଶିକ୍ଷିତ କୁସଂସ୍କାରବର୍ଜିତ ଲୋକ ଅଛନ୍ତି କି ନାହିଁ । ସେହି ସମୟରେ ତାଙ୍କ ପାଖରେ ପହଞ୍ଚିଛନ୍ତି ହରିବୋଲ ପଟ୍ଟନାୟକ । ବାବୁଙ୍କ କଥାରେ କଥା ମିଳାଇ, ବାବୁଙ୍କ କଥାକୁ ତାରିଫ କରି ହରିବୋଲ, ତାଙ୍କର ଦୃଷ୍ଟି ଆକର୍ଷଣ କରିଛି । ଫଳରେ ଜମିଦାର ବାବୁ ଭାରି ଖୁସିହୋଇ ହରିବୋଲଙ୍କର ପରିଚୟ ପଚାରିଛନ୍ତି । ହରିବୋଲଙ୍କ ଘର ସେହି ଗାଁରେ ଏବଂ ସେ ଇଂରାଜୀରେ ମାଇନର ପାସ କରିଛି । ପୂର୍ବରୁ ସେ ବିଦୁପୁର ପୋଷ୍ଟ୍ ଅଫିସ୍‌ରେ ସବ୍-ପୋଷ୍ଟମାଷ୍ଟର ଥିଲେ । ହରିବୋଲ କହନ୍ତି – ‘ଅନ୍ୟାନ୍ୟ କର୍ମଚାରୀ ଅର୍ଥାତ୍ ପିଅନମାନେ ବଡ଼ ଚୋର ଓ ଅଯୋଗ୍ୟ ଲୋକ ଥିଲେ । ସେ ସେମାନଙ୍କୁ ଶାସନ କରିବାରୁ ସେମାନେ ସରକାରୀ ତହବିଲର ଟ ୧୬୨୪ ଚୋରି କରି ତାଙ୍କ ନାମରେ ଗଡ଼ାଇଦେଲେ । ଯାହାଫଳରେ ସେ କଟକରେ ୬ ମାସ ଅଟକି ରହିଲେ ଏବଂ ପରେ ନିଘୋଷ ବୋଲି ଛାଡ଼ି ଦେଇଥିଲେ । ଏଥିରୁ ସ୍ପଷ୍ଟ ହୁଏ ଯେ ସରକାରୀ ଅର୍ଥ ତୋଷରପାତ କରି ଜେଲ୍ ଯାଇଥିଲେ ହରିବୋଲବାବୁ ।

ଜମିଦାରଙ୍କୁ କୌଣସିପ୍ରକାରେ ପ୍ରଭାବିତ କରି, ସେ ଯୋଗ୍ୟଲୋକ ଭାବରେ ‘ଜ୍ଞାନବର୍ଷିନୀ’ ଓ ‘ସ୍ତ୍ରୀ ସ୍ଵାଧୀନତା ବିବର୍ଷିନୀ’ ସଭାର ସମ୍ପାଦକ ହୋଇଥିଲେ । ପ୍ରତିଦିନ ସଭା ଶେଷରେ ସେ କଚେରୀ ଘରେ ଭୋଜନ ଓ ପାନ କରି ବେଶ୍ ଖୁସିରେ ସମୟ କଟାଇଲେ । ଟଙ୍କା ପାଇଁ ପୁରୁଣା ‘ଛାମୁକରଣ ଅଶାନ୍ତି ହେବାରୁ, ଜମିଦାରଙ୍କ ନିର୍ଦ୍ଦେଶରେ ସେ ହୋଇଗଲେ ଜମିଦାରୀ ବୁଝାସୁଝା କରିବାର ଲୋକ । ତାଙ୍କରିପାଇଁ ଜମିଦାରୀର ସ୍ଥିତି ତଳକୁ ତଳକୁ ଗଲା। ଜମିଦାରଙ୍କ ବିବାହ

କାର୍ଯ୍ୟରେ ହରିବୋଲ କିପରି ପଇସା ମାରିନେଇଥିଲେ ତାହାର ସୂଚନା ଦେଇ କଥାକାର ଲେଖୁଛନ୍ତି – ‘କରଜ ଦଶହଜାର ଟଙ୍କାରୁ କାହିଁରେ କେତେ ଟଙ୍କା ଖରଚ ହେଲା, ଆମ୍ଭେମାନେ ସେଥୁରେ ହିସାବ ଦେଇପାରିବୁ ନାହିଁ, କାରଣ ସେଥ‌ିରେ କିଛି ଲେଖାଲେଖୁ ନାହିଁ । ମେନେଜର ହରିବୋଲବାବୁଙ୍କ ହାତରେ ତହବିଲ । ନାନା କାର୍ଯ୍ୟରେ ବ୍ୟସ୍ତ ଏବଂ ଜମିଦାରଙ୍କ ସ୍ଵାସ୍ଥ୍ୟ ନିମନ୍ତେ ସଭ୍ୟ ଦେଶ ନିୟମାନୁସାରେ ପାନର ମାତ୍ରା କିଛି ବଳି ପଡ଼ିବାରୁ ଖର୍ଚ୍ଚ ଟଙ୍କାର ହିସାବ ରଖୁବାକୁ ବେଳ ନାହିଁ ।’’ ଏଥିରୁ ସ୍ପଷ୍ଟ ହୁଏ ଯେ ଜମିଦାରଙ୍କ ବିପର୍ଯ୍ୟୟ ଅନ୍ୟତମ ଖଳ ଚରିତ୍ର ହେଉଛି ହରିବୋଲ

ମୋଟ ଉପରେ କଥାକାର ସେନାପତି ହରିବୋଲବାବୁଙ୍କ ଚରିତ୍ର ସଂଯୋଜିତ କରି ସଭ୍ୟ ଜମିଦାରଙ୍କର ଅବନତି କରାଇଛନ୍ତି ଯାହାକି ସ୍ଵାଭାବିକ ମନେହୋଇଛି ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୫।
ନୂଆ ଜମିଦାରଙ୍କ ବିବାହ ସମ୍ପର୍କରେ କ’ଣ କୁହାଯାଇଛି – ଉଲ୍ଲେଖ କର ।
Answer:
ଆଧୁନିକ ଓଡ଼ିଆ କଥାସାହିତ୍ୟର ଜନକ କଥାସମ୍ରାଟ ଫକୀରମୋହନ ସେନାପତି । ସେ ସମାଜର ପ୍ରତ୍ୟେକ ସ୍ଥାନରୁ ଚରିତ୍ର ସଂଗ୍ରହ କରିଛନ୍ତି, ପ୍ରତ୍ୟେକ ଘଟଣାକୁ ଯଥାଯଥ ଚିତ୍ରଣ କରି, ସମାଜରେ କିଛିଟା ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି । ସେ ସମୟରେ ନୂତନ ଶିକ୍ଷାରେ ଶିକ୍ଷିତ ବ୍ୟକ୍ତିମାନେ ନିଜର ପରମ୍ପରା ଓ ସଂସ୍କୃତିକୁ ଏକାବେଳକେ ବଦଳାଇଦେବାକୁ ଚେଷ୍ଟା କରିଥିଲେ । ପାରମ୍ପରିକତାକୁ କୁସଂସ୍କାର ବୋଲି ଆକ୍ଷେପ କରୁଥିଲେ । ହେଉଛନ୍ତି ନୂଆ ଜମିଦାର ରାଜୀବଲୋଚନ ମହାପାତ୍ର । ସେ ନିଜର ବିବାହପାଇଁ ଆଧୁନିକ ଶିକ୍ଷିତା କନ୍ୟା ଖୋଜିଛନ୍ତି ଏବଂ ଏକ ଅଜ୍ଞାତକୁଳଶୀଳା କନ୍ୟାକୁ ବିବାହ କରି ଜୀବନର ସର୍ବସ୍ଵ ହରାଇଛନ୍ତି ।

ନୂଆ ଜମିଦାରଙ୍କ ଦେଶୀକନ୍ୟା ପସନ୍ଦ ନୁହେଁ । ତାଙ୍କ ଦୃଷ୍ଟିରେ ଦେଶୀକନ୍ୟାଗୁଡ଼ିକ ଅଶିକ୍ଷିତା, କୁସଂସ୍କାର ଓ ଅସଭ୍ୟତାରେ ବୁଡ଼ି ରହିଛନ୍ତି, ଲୁଗାଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧା ଲଙ୍ଗଳା ହୋଇଥା’ନ୍ତି, ମୁହଁ ଢାଙ୍କି ମୂଷା ପରି ବରଯାତ୍ରୀ କିଏ କିଏ ଯିବେ, କି କି ରୋଶନି କେତେ ତୟାର ହେବ ପଚାରିଥିଲେ । ବାବୁ ଏଥିରେ ଠୋ ଠୋ ହସି କହିଥିଲେ – ‘‘କୁସଂସ୍କାର ! ତୁମେ ତ ଇଂରାଜୀ ଜାଣନା, ଦେଖ୍ ବି ନାହଁ, ସଭ୍ୟ ବିବାହ କଥା କିପରି ଜାଣିବ?’’ ସେ ମଧ୍ୟ ପଟ୍ଟନାୟକଙ୍କର କୌଣସି କଥା ନ ଶୁଣି ବରଂ କହିଥିଲେ – ‘‘ବିହାର ବିବାହ-ବ୍ୟୟ – ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଏଲ୍ ଚିଠି ଯାଇଛି, ସେଠାରୁ ଯେପରି ବ୍ୟବସ୍ଥା ଆସିବ, ସେହିପରି ବିଭାହେବ ।’’

ସଭାର ସଭ୍ୟମାନଙ୍କୁ ଧରି ଜମିଦାରବାବୁ କଲିକତା ଗଲେ ବିବାହ କରିବାପାଇଁ । ଖଦିରପୁର ଗାଡ଼ନରିଚରେ ଗୋଟାଏ ବଡ଼ ଦୋତାଲା କୋଠା ନିଆଯାଇଥିଲା । ଘରେ ଝାଡ଼ ଲଣ୍ଡନ ଦେବାଲଗିରି ଶହେଖଣ୍ଡ ଦିନ ଆଲୁଅ ପରି ଜଳିଥିଲା । ତଳେ ଗାଲିଚା ବିଛଣା ସାଙ୍ଗକୁ ରାତିରେ ଖେମଟା ନାଚ ଚାଲିଥିଲା । ଏସବୁ ଆୟୋଜନ ଦେଖ୍, ଆଖପାଖ ବଜାର ଲୋକ ଜାଣିଲେ, ଓଡ଼ିଶାର ଗୋଟିଏ ରାଜାପୁଅର ବିଭାଘର ।

କନ୍ୟା ନିର୍ଣ୍ଣୟ ହେଲା । କନ୍ୟାର ନାମ ନୟନତାରା ଦୁଃଖପାସୋରା ଥିଲା । ବାବୁଙ୍କ ଦୃଷ୍ଟିରେ କନ୍ୟାଟି ସୁନ୍ଦରୀ, ସଭ୍ୟା, ସ୍ଵାଧୀନା, ଶିକ୍ଷିତା । ଜମିଦାରବାବୁ ବିମୋହିତ ହୋଇଥିଲେ । ମନେକଲେ, ସ୍ଵର୍ଗରୁ ଦେବକନ୍ୟାଟିଏ ଓହ୍ଲାଇ ଆସିଛି । ବିବାହପାଇଁ ଟଙ୍କା ଅଭାବ ପଡ଼ିବାରୁ ସେ ଦଶହଜାର ଟଙ୍କାରେ ଜମିଦାରୀ ବନ୍ଧା ପକାଇ ଧୁମ୍‌ଧାମ୍‌ରେ ବିବାହ କଲେ । ପୂର୍ବ ସଭାର ସଭ୍ୟମାନଙ୍କ ସହିତ ଖିଦିରପୁର ବଜାରର ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନାନା ପ୍ରକାର ମିଷ୍ଟାନ୍ନ, ନାନା ପ୍ରକାର ପେୟ, ଆସନ, ଦାନ୍ତଖୁଣ୍ଟା ପର୍ଯ୍ୟନ୍ତ ଠିକାଦାର ଯୋଗାଇ ଦେଇଥିଲା । ତିନିଦିନ ଯାଏ ନାଚ ତାମସା ପିଆର ଖୁବ୍ ଧୁମ୍‌ରେ ବିବାହ ଶେଷ ହୋଇଥିଲା ।

କଥାକାର ସଭ୍ୟ ଜମିଦାରଙ୍କ ବିବାହକୁ ବ୍ୟଙ୍ଗାତ୍ମକ ଭାବରେ ପ୍ରକାଶ କରିଛନ୍ତି ।

Question ୬ ।
ନୟନତାରା-ଦୁଃଖପାସୋରାଙ୍କ ଭୂମିକା ‘ସଭ୍ୟ ଜମିଦାର’ ଗଳ୍ପଟିକୁ କିପରି ବ୍ୟଙ୍ଗାତ୍ମକ କରିପାରିଛି ଉଲ୍ଲେଖ କର ।
Answer:
ବ୍ୟାସକବି ଫକୀରମୋହନ ସେନାପତି ଆଧୁନିକ କ୍ଷୁଦ୍ରଗଳ୍ପର ଆଦ୍ୟସ୍ରଷ୍ଟା । ସେ ଗଳ୍ପ ସୃଷ୍ଟିରେ ହାସ୍ୟ ଓ ବ୍ୟଙ୍ଗାତ୍ମକ ଶୈଳୀ ଉପରେ ହିଁ ଗୁରୁତ୍ଵ ଦେଇଥା’ନ୍ତି । କାରଣ ସୁସ୍ଥସମାଜ ଗଠନ ତାଙ୍କ ଗଳ୍ପ ସୃଷ୍ଟିର ମୂଳଲକ୍ଷ୍ୟ । ସୁତରାଂ ସମାଜରେ ଦେଖାଦେଇଥ‌ିବା ସ୍ୱେଚ୍ଛାଚାରୀଭାବକୁ ସେ ବ୍ୟଙ୍ଗକରି, ତାହାର ନିରାକରଣପାଇଁ ଅପେକ୍ଷା ରଖୁଛନ୍ତି ।

ସଭ୍ୟ ଜମିଦାରଙ୍କର ଈପ୍‌ସିତା ପତ୍ନୀ ନୟନତାରା -ଦୁଃଖପାସୋରା । ଜମିଦାରଙ୍କ ଦୃଷ୍ଟିରେ ସେ ସୁନ୍ଦରୀ, ସଭ୍ୟା, ସ୍ଵାଧୀନା ଓ ଶିକ୍ଷିତା, ଯାହାକୁ ଦେଖୁ ସେ ବିମୋହିତ ହୋଇଛନ୍ତି । ମନେକରିଛନ୍ତି, ସୁନ୍ଦରୀ ଦେବକନ୍ୟାଟିଏ ଓହ୍ଲାଇ ଆସିଛି । ମାତ୍ର ଏହି କନ୍ୟାପାଇଁ ଜମିଦାର ଜୀବନର ସମ୍ବଳ ଜମିଦାରୀକୁ ବନ୍ଧକ ପକାଇଛନ୍ତି ଓ ବିପର୍ଯ୍ୟୟର ପାହାଚରେ ପହଞ୍ଚିଯାଇଛନ୍ତି ।

ନୟନତାରା ଦୁଃଖପାସୋରାର ବଂଶ ସମ୍ପର୍କରେ କଥାକାର ଲେଖୁଛନ୍ତି – ‘କନ୍ୟାର ଜାତି କୁଳ ଘର ବିଷୟ କେହି ସନ୍ଧାନ କରି କିଛି ଠିକଣା ପାଇଲେ ନାହିଁ ।’’ ତାହାପରେ କଥାକାର କନ୍ୟାର ବଂଶ ସମ୍ପର୍କରେ ଯେଭଳି ବର୍ଣ୍ଣନା କରିଛନ୍ତି, ତାହା ନିହାତି ବ୍ୟଙ୍ଗାତ୍ମକ । ପୁନଶ୍ଚ ବହୁଦିନ ପରେ ଅନୁସନ୍ଧାନରୁ ଜଣାପଡ଼ିଲା ମକ୍ରା ମଳିକ ଯେକି ଖାନସମା ହୋଇ କୁଲିଆଣୀକୁ ବିବାହ କରିଛି, ତାହାରି ଝିଅ ହେଉଛି ଜମିଦାରଙ୍କ କନ୍ୟା ! ମା’ ନାମ ଦେଲେ ‘ନୟନତାରା’ ବାପା ଡାକିଲେ ‘ଦୁଃଖପାସୋରା’ । ଶେଷରେ ନାମ ହେଲା ନୟନତାରା-ଦୁଃଖପାସୋରା । ସେ ଅର୍ଟେନ୍ ବାଳିକା ସ୍କୁଲରେ ପାଠ ପଢ଼ି ନିଜକୁ ଖୁବ୍ ସ୍ଵାଧୀନା ମନେକରେ ତେଣୁ ସେ ପୁରୁଷଗୁଡ଼ାଙ୍କୁ ଖାତିର କରେ ନାହିଁ ।

ବିବାହ ପରେ ସେ ସ୍ଵାମୀ ସହିତ ଉଆସକୁ ଫେରିଲେ । ବରକନ୍ୟାଙ୍କୁ ବନ୍ଦାପନା କରିବାକୁ ପୋଇଲି, ଗ୍ରାମର ଝିଅବୋହୂ ନୂଆକୁଲାରେ ଚାଉଳ, ଦୂବ, ବରକୋଳିପତ୍ର ସହିତ ଘିଅଦୀପ ଥୋଇ ଆସିଲେ । ଶଙ୍ଖ ହୁଳହୁଳି ଶବ୍ଦ ଶୁଣି ଜମିଦାର କୁସଂସ୍କାର, ଅସଭ୍ୟତା କହିଲାବେଳେ, ସ୍ଵାମୀଙ୍କ ଦେଖାଦେଖ୍ ‘ଏହା ନିତାନ୍ତ ବଡ଼ କୁସଂସ୍କାର, ଏହା ଅସଭ୍ୟତା’’ କହି କନ୍ୟା ଠୋ ଠୋ କରି ହସିଉଠିଲେ । ଗାଁ ଭୁଆସୁଣୀଗୁଡ଼ାକ ଏସବୁ ଦେଖ୍ ଶୁଣି ଛାନିଆରେ ଡରରେ ଅଗଣାରେ କୁଲାଟା ତଳେ ଥୋଇଦେଇ ଯେ ଯାହା ଘରକୁ ପଳାଇ ଯାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ବୋହୂ ନୟନତାରା ଶାଶୂଙ୍କୁ ଦେଖାକରିବାକୁ ଠାକୁର ମନ୍ଦିରକୁ ଜୋତାପିନ୍ଧି ଯାଇଥିଲେ । ଗାଳ୍ପିକଙ୍କ ଭାଷାରେ – ‘ବୋହୂ ଟିକିଏ ହସି ହସି ଓ ଆମ୍ଭର ପ୍ରିୟ ଶାଶୂ ! ନମସ୍କାର-ନମସ୍କାର କେମନ୍ତ କର ଆପଣ କର’ କହି ହାତ ବଢ଼ାଇ ଯେମନ୍ତେ ଶାଶୁ ପାଖକୁ ଚାଲିଗଲେ, ବୁଢ଼ୀ ତ ‘ଛୁ-ନା, ଛୁ-ନା’ ଆରେ କିଏ ଅଛିରେ ମନ୍ଦିର ଅପ୍ରତିଷ୍ଠା ହେଲାରେ, ବାହାର କରି ଦିଅରେ, ବାହାର କରି ଦିଅରେ ବୋଲି ରଡ଼ି ଛାଡ଼ିଲେ ।’’ସେହିପରି ଜମିଦାର ସ୍ତ୍ରୀଙ୍କ ହାତଧରି ଭାରି ଖପାହେଲେ । କହିଲେ – ‘‘ଅସଭ୍ୟତା, ମୂର୍ଖତା, ଭାରି କୁସଂସ୍କାର । ଓହୋ ! ଲେଡ଼ିକୁ ଇନ୍ସସଲ୍ଟଟ।’’

ଜମିଦାରଙ୍କ ସ୍ତ୍ରୀଙ୍କୁ କେହି ମା’ ସାଆନ୍ତାଣୀ ବୋଲି କହିଲେ, ଜମିଦାରବାକୁ ଖପା ହୋଇ ଯାଉଥିଲେ । କହୁଥିଲେ, ମିସେସ୍ ମହାପାତ୍ର ଡାକିବାକୁ । ମାତ୍ର ପୋଇଲୀମାନେ ଓ ମୂର୍ଖ ଚାକରମାନେ ଠିକ୍‌ରି ଡାକି ପାରୁନଥିଲେ । ସେମାନଙ୍କ ମଧ୍ୟରୁ କେହି କିସ୍‌ମିସ୍‌ ମହାପାତ୍ର, କେହି ମିସ୍ତ୍ରୀ ମହାପାତ୍ର, କେହି ଫିସ୍ ଫିସ୍ ମହାପାତ୍ର କହୁଥିଲେ । ଏସବୁ ଡାକ ଶୁଣି ମିସେସ୍ ମହାପାତ୍ର ହସିପକାଇ ବଡ଼ ଖୁସି ହେଉଥିଲେ ।

ମିସେସ୍ ମହାପାତ୍ର ସକାଳୁ ସକାଳୁ ଚା’ଖାଇ ପୋଷାକ ପିନ୍ଧି ଉଆସ ଚଉପିଠି ବୁଲି ଆସୁଥିଲେ । ଦିନେ ସେ ବବୁର୍ଜି ଖାନା ତଦାରଖ କରିବାକୁ ଚାଲିଯାଇଥିଲେ। ଗାଳ୍ପିକ ଏହାକୁ ବର୍ଣନା କରି ଲେଖୁଛନ୍ତି – ‘ତେତେବେଳେ ପୋଇଲୀ ପଦୀ ହାଣ୍ଡିଏ ଗୋବର ପାଣି ଧରି କନା ଖଣ୍ଡକରେ ଚୁଲି ଲିପୁଥୁଲା, ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ଯେମିତି ମୁହଁ ବଙ୍କାଇ ପଛକୁ ଚାହିଁ ଦେଇଛି, ଭାରୀ ପାଟିଟାଏ କଲା, ‘ଆଲୋ ମୋ ମା ଲୋ ! ଆଲୋ ମୋ ବାପା ଲୋ ! ଜୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ ! ହାଣ୍ଡିଶାଳ ମାରୁଗଲା ଲୋ।’’ କନାଖଣ୍ଡକ ଫୋପାଡ଼ି ଦେଇ ଏକ ମୁହଁ ଧାଇଁ ପଳାଇଲା । ମିସେସ୍ ମହାପାତ୍ର, ‘ଉଆ, ଉଆ, ଉଆ’ କହି ଅନ୍ୟଆଡ଼କୁ ପଳାଇଲେ । ମୁହଁରେ ରୁମାଲ କାଢ଼ି ନ ଥିଲେ ହୁଏତ ସେ ବାନ୍ତିକରି ପକାଇଥା’ନ୍ତେ । ଏକାବେଳକେ ଶିଶିଏ ଲେଭେଣ୍ଡର ଦେହଯାକ ଢାଳିହେବାରୁ ଟିକିଏ ସାଷ୍ଟମ ହେଲେ । ଗୋରୁଗୃହ ବୁବର୍ଜି ଖାନାରେ ଜଳାହେଉଛି ଜାଣି, ଜମିଦାର କହିଲେ, ସେ ଘରେ ରୋଷେଇ ହେଲେ ଲେଡ଼ିଙ୍କୁ ଖାନା ରୁଚିବ ନାହିଁ, ବାନ୍ତି କରିପକାଇବେ । ଚାରିବୋତଲ ଫେନାଇଲ ଘରସାରା ଢଳାଗଲା ।’’

ଏହିପରି ବିଭିନ୍ନ ପ୍ରସଙ୍ଗରେ ନୟନତାରା -ଦୁଃଖପାସୋରାଙ୍କ ଭୂମିକା ଗଳ୍ପଟିକୁ ବ୍ୟଙ୍ଗାତ୍ମକ କରିପାରିଛି ।

Question ୭ ।
‘ସଭ୍ୟ ଜମିଦାର’ ଗଳ୍ପ ଅବଲମ୍ବନରେ ମା’ ସାଆନ୍ତାଣୀଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ ଦର୍ଶାଅ ।
Answer:
କଥାଶିଳ୍ପୀ ଫକୀରମୋହନ ସେନାପତି, ତାଙ୍କର ଗଳ୍ପରେ ସମାଜଚିତ୍ରକୁ ମୁଖ୍ୟ ଭାବରେ ଗ୍ରହଣ କରିଥିବାରୁ, ସମାଜର ବିଭିନ୍ନ ଶ୍ରେଣୀର ଚରିତ୍ରକୁ ଗଳ୍ପମାନଙ୍କରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଆଲୋଚ୍ୟ ଗଳ୍ପ ‘ସଭ୍ୟ ଜମିଦାର’ରେ ମା’ ସାଆନ୍ତାଣୀ ଅର୍ଥାତ୍ ଜମିଦାର ଗୋପାଳ ମହାପାତ୍ରଙ୍କର ଧର୍ମପତ୍ନୀଙ୍କୁ ହିଁ ବୁଝାଇଥାଏ । ମା’ ସାଆନ୍ତାଣୀ ଥିଲେ ଧର୍ମପରାୟଣା, କର୍ତ୍ତବ୍ୟପରାୟଣା ମହିଳା; ଯାହାଙ୍କୁ କି ଆଦର୍ଶସ୍ଥାନୀୟ । ଚରିତ୍ର ଭାବରେ ଗ୍ରହଣ କରାଯାଇପାରେ ।

ମା’ ସାଆନ୍ତାଣୀ ସବୁବେଳେ ବିବାହ ଦିନଠାରୁ ଗାଁରେ ରହିଥା’ନ୍ତି। ତାଙ୍କ ସମ୍ବନ୍ଧରେ କଥାକାର ଲେଖୁଛନ୍ତି – ‘‘କନ୍ୟାଟି ଯେମିତି ଦେଖିବାକୁ ତୌଡାଉଲ, ସେମିତି ଗୁଣ ।’’ ସ୍ଵାମୀ କଲିକତାରେ ରହିଥିଲେ ବି, ଅନୁପସ୍ଥିତିରେ ବିଶ୍ୱସ୍ତ ପାଞ୍ଜିଆକୁ ଧରି ଜମିଦାରୀ ଚଳାଇଥା’ନ୍ତି । ପୁଅ ରାଜୀବଲୋଚନ ବଡ଼ ହେଲା ପରେ ଦୁଷ୍ଟ ହେବାରୁ, ସେ ସ୍ଵାମୀଙ୍କୁ ସବୁ ସତକଥା କହିଦେଇଛନ୍ତି । ତାଙ୍କର ବିଶ୍ଵାସ ଥିଲା, ପୁଅର୍ଗାଠାରୁ ଦୂରରେ ରହିଲେ, ପାଠ ପଢ଼ି ଭଲ ମଣିଷ ହେବ । ସେଥ‌ିପାଇଁ ସେ ଜମିଦାରଙ୍କୁ କହିଛନ୍ତି, ‘‘ରାଜୀବ ମୋ’ ବୋଲ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ । ତାକୁ ସାଙ୍ଗରେ ଘେନିଯାଅ।’’ ଉପରୋକ୍ତ ବକ୍ତବ୍ୟରୁ ସାଆନ୍ତାଣୀଙ୍କର ସ୍ପଷ୍ଟକଥା ଓ ଆଦର୍ଶ ମା’ର କର୍ତ୍ତବ୍ୟ ବୋଲି ଧରିନେବାକୁ ପଡ଼ିବ ।

ଧର୍ମପରାୟଣା ମହିଳା ଭାବରେ, ସ୍ବାମୀଙ୍କୁ ହରାଇଲା ପରେ ସେ ସାଂସାରିକ ସୁଖରେ କିମ୍ବା ସେ ସମ୍ବନ୍ଧରେ କିଛି କହିବାକୁ ଚାହୁଁ ନଥିଲେ । ଫଳରେ ପୁରୁଣା ବିଶ୍ଵାସୀ ପଟ୍ଟନାୟକଙ୍କଠାରୁ ସୂତ୍ର ରାଜୀବଲୋଚନଙ୍କ ଅଧୋଗତି ଜାଣିଲା ପରେ ମଧ୍ୟ ସେ ବ୍ୟସ୍ତ ହୋଇନାହାଁନ୍ତି । ବରଂ ବାସ୍ତବ କଥା କହିଛନ୍ତି – ‘ନିଜେ ମୂର୍ଖ, କିଛି ବୁଝିବାର ନାହିଁ, ମୁଲକରେ ଚୋର ରୁଣ୍ଡ, ଟିକିଏ ଧର୍ମଭାବ ଭଲା ଥାଆନ୍ତା ଏହି ଘରେ ପୁଣି ମଦମାଂସ । ରାଧେକୃଷ୍ଣ, ରାଧେକୃଷ୍ଣ । ପଟ୍ଟନାୟକେ ତୁମେ ଅଲଗା ହୋଇଯାଅ ।’ ମା’ ସାଆନ୍ତାଣୀ ନିଜକୁ ଅଲଗା କରିନେଇଛନ୍ତି । ଉଆସରୁ ବାହାରିଯାଇ ମନ୍ଦିରରେ ରହିଛନ୍ତି । ପ୍ରତିଦିନ ସନ୍ଧ୍ୟା ସମୟରେ ବକତେ ଠାକୁର ପ୍ରସାଦ ହବିଷ୍ୟାନ୍ନ ତାଙ୍କର ହୋଇଛି ଖାଦ୍ୟ । ପ୍ରତିଦିନ ସନ୍ଧ୍ୟାଠାରୁ ଅଧର।ତି ଯ।ଏଁ ଭାଗବତ ପାଠହୁଏ । ମା’ ସାଆନ୍ତାଣୀ ଦିନଯାକ ଠାକୁର ଆଗରେ ବସି ମାଳି ଗଡ଼ାଉଥା’ନ୍ତି ।

ପୁଅ ବିବାହ କଲେ, ବୋହୂ ଆସିଲେ ହୁଏତ ତାଙ୍କ ଅସଜଡ଼ା ଘର ସଜାଡ଼ି ହୋଇଯିବ ବୋଲି ସେ ଆଶା କରିଥିଲେ । ମାତ୍ର ତାଙ୍କର ସେ ଆଶା ଆଶାରେ ହିଁ ରହିଯାଇଥିଲା । ପୁଅବୋହୂ ଆସିଥିଲେ ତାଙ୍କୁ ଦେଖାକରିବାପାଇଁ । ବୋହୂର ବ୍ୟବହାରରେ ସେ ଅତିଷ୍ଠ ହୋଇପଡ଼ିଥିଲେ । ମନ୍ଦିରରେ ଜୋତାମାଡ଼ି ପଶିଥିବାରୁ କହିଥିଲେ – ‘ଛୁ-ନା, ଛୁ- ନା, ଆରେ କିଏ ଅଛିରେ, ମନ୍ଦିର ଅପ୍ରତିଷ୍ଠା ହେଲାରେ, ବାହାର କରିଦିଅରେ ।’’ ସେହି ମୁହୂର୍ତ୍ତରେ ମା’ ସାଆନ୍ତାଣୀ ପୋଇଲୀ ରାଧୀ ଆଉ ଗୋଟିଏ ପୁଟୁଳି ଧରି ଘରୁ ବାହାରି ଯାଇଥିଲେ ପୁରୀ । ପୁରୀର ମାତାମଠରେ ରହି ଅବଶିଷ୍ଟ ଜୀବନ କଟାଇ ଦେଇଥିଲେ ।

ବାସ୍ତବରେ ମା’ ସାଆନ୍ତାଣୀଙ୍କ ଚରିତ୍ର ବର୍ଣ୍ଣନା ବେଶ୍ ମନୋଜ୍ଞ ଓ ହୃଦୟସ୍ପର୍ଶୀ ହୋଇଛି ।

Question ୮ ।
ଏକ ବ୍ୟଙ୍ଗାତ୍ମକ ଗଳ୍ପ ଭାବରେ ‘ସଭ୍ୟ ଜମିଦାର’ ଗଳ୍ପର ମୂଲ୍ୟାଙ୍କନ କର ।
Answer:
ଓଡ଼ିଆ ଗଳ୍ପସାହିତ୍ୟର ଆଦିନିର୍ମାତା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପରଚନାର ବିଧ୍ଵ ସ୍ବତନ୍ତ୍ର । ସେ ତାଙ୍କର ପ୍ରତ୍ୟେକଟି ଗଳ୍ପ ଓ ଉପନ୍ୟାସରେ ନିଜର ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି । ଆଲୋଚ୍ୟ ଗଳ୍ପ ‘ସଭ୍ୟ ଜମିଦାର’ ଗଳ୍ପରେ ମଧ୍ୟ ଏହି ବ୍ୟଙ୍ଗାତ୍ମକ ଦୃଷ୍ଟି ସାର୍ଥକ ଭାବରେ ପ୍ରକାଶ ପାଇଛି । କଥାକାର ଆଧୁନିକ ଶିକ୍ଷାରେ ଶିକ୍ଷିତ ହୋଇ ନିଜକୁ ସଂସ୍କାରଶୀଳ ବୋଲାଉଥିବା ସଭ୍ୟ ଜମିଦାର, ତାଙ୍କର ପତ୍ନୀ ମିସେସ୍ ମହାପାତ୍ର ଏବଂ ଜମିଦାର, ପୋଇଲୀଆଦିଙ୍କୁ ଚଳଣି ଓ ଚିନ୍ତାକୁ ନେଇ ଯେଭଳି ହାସ୍ୟ ଓ ବ୍ୟଙ୍ଗ ପ୍ରକାଶ କରିଛନ୍ତି, ତାହା ସମାଜକୁ ଯଥାର୍ଥ ଦିଗ୍‌ଦର୍ଶନ ଦେବାର ଅପେକ୍ଷା ରଖୁଥାଏ।

କରେ । ଅବଧାନଙ୍କ ସଙ୍ଗରେ ମଧ୍ୟ ଯୁକ୍ତିତର୍କ କରେ । ବଡ଼ଲୋକର ପୁଅ ବୋଲି କିଛି କହିପାରନ୍ତି ନାହିଁ । ତାହାକୁ କିପରି ବିଦା କରିବେ, ସେଥ‌ିପାଇଁ ସେ ଛଳନା କରି ଜମିଦାରଙ୍କୁ କହିଛନ୍ତି – ‘ସାନବାବୁ ଖୁବ୍ ବୁଦ୍ଧିଆ, ଭାରି ପାଠୁଆ । ଖଡ଼ିପାଠ, ପୋଥପାଠ ସବୁ ଛାଡ଼ିଲାଣି । ଆଉ ତାଙ୍କୁ ପଢ଼ାଇବାକୁ ପାଠ ନାହିଁ ।’’ ସେହିପରି କଲିକତାରେ ପାଠ ପଢ଼ିଲାବେଳେ, ରାଜୀବର ପାଠରେ ମନ ନ ଥାଏ ବରଂ ବାପାଙ୍କୁ ଠକି ସ୍ଵେଚ୍ଛାଚାରୀ ଭାବେ ବୁଲୁଥାଏ । ତାହାର ପାଠ ସମ୍ପର୍କରେ ଗାଳ୍ପିକ ଲେଖୁଛନ୍ତି – ‘ନା ବାପା ପାସ୍ ନ କଲେ ଇଂରାଜୀ ପାଠ ହୁଏ ନାହିଁ । ମହାପାତ୍ର ବି ଶୁଣିଥିଲେ, ଇଂରାଜୀରେ ଗୋଟିଏ ପାସ୍ ହୁଏ । କହିଲେ, ‘ହଁରେ, ସେ କଥା ମତେ ଜଣାଅଛି, ତୁ ବେଶି ବେଶି ପାସ୍ କରି ପକା, ଯେତେ ଟଙ୍କା ଲାଗିବ ଲାଗୁ ।’’ ବାପା ପୁଅ ଦୁହିଁଙ୍କ ମନ ଖୁସି ।

ବାପାଙ୍କ ମୃତ୍ୟୁପରେ ମହାଜନ ରାଜୀବକୁ ବାପାଙ୍କ କାମରେ ଲଗାଇଦେବାକୁ ଚାହିଁଥିଲେ । ମାତ୍ର ସଭାରେ ଆଲୋଚନା ହୋଇଥିଲା –
‘‘ଯାହାର ଅଛି ଧନ ଜ୍ଞାନ ଅଧ୍ଵ,
ଚାକିର କଲେ ତା’ ଜୀବନ ବ୍ଲକ ସ୍ଵୀକ ।’’
ସଭାରେ ଖୁବ୍ କରତାଳି ପଡ଼ିଲା । ରାଜୀବବାବୁଙ୍କ ମନରେ କଥାଟା ଲାଗଲା। ହରିବୋଲ ପଟ୍ଟନାୟକ ଅଧାପାଠୁଆ ହୋଇ, ସରକାରୀ ତହବିଲ୍‌ରୁ ଚୋରିକରି, ଜେଲ୍‌ଯାଇ ଘରେ ରହିଥିଲେ ବି, ସେ ନିଜର ପରିଚୟ ଯେପରି ଦେଇଛନ୍ତି ତାହା ନିତାନ୍ତ ବ୍ୟଙ୍ଗାତ୍ମକ । ନୂଆ ଜମିଦାର ଗାଁ କନ୍ୟାଙ୍କୁ ବିବାହ ନ କରିବେ ବୋଲି, ସେମାନଙ୍କ – ‘‘ଦେଶୀକନ୍ୟାଗୁଡ଼ା ଅଶିକ୍ଷିତା, କୁସଂସ୍କାର ଅସଭ୍ୟତାରେ ବୁଡ଼ିଛନ୍ତି, ଲୁଗାଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧାଲଙ୍ଗଳା ହୋଇଥା’ନ୍ତି, ମୁହଁ ଢାଙ୍କି ମୂଷାପରି ଗାତରେ ଲୁଚିଥା’ନ୍ତି।’’

ଜମିଦାରଙ୍କ ବିବାହ ପରେ, ବରକନ୍ୟାଙ୍କୁ ବନ୍ଦାପନା କରିବାକୁ ଆସିଥିବା ବୋହୂ ଭୁଆସୁଣୀଙ୍କ ଶଙ୍ଖ ହୁଳହୁଳି ଶୁଣି ଜମିଦାର ଭାରି ରାଗିଯାଇ ‘କୁସଂସ୍କାର, କୁସଂସ୍କାର, ଅସଭ୍ୟତା’’ କହି ଭାରି ଗୋଟାଏ ପାଟିକଲେ । ସ୍ଵାମୀଙ୍କ ଦେଖାଦେଖ୍ କନ୍ୟା ମଧ୍ୟ ‘ଏହା ନିତାନ୍ତ ବଡ଼ କୁସଂସ୍କାର ଅଛି, ଏହା ଅସଭ୍ୟତା’’ କହି ଠୋ ଠୋ କରି ହସି ଉଠିଲେ । ଗାଁ ଭୁଆସୁଣୀଗୁଡ଼ାକ ଏସବୁ ଦେଖ୍ ଶୁଣି ଛାନିଆରେ ଡରରେ ଅଗଣାରେ କୁଲାଟା ତଳେ ଥୋଇଦେଇ ଯେ, ଯାହା ଘରକୁ ପଳାଇଗଲେ । ଶାଶୁ ବୋହୂଙ୍କର ପ୍ରଥମ ସାକ୍ଷାତରେ ମଧ୍ୟ ଗାଳ୍ପିକ ବ୍ୟଙ୍ଗାତ୍ମକ ପରିବେଶ ସୃଷ୍ଟି କରିଛନ୍ତି – ‘ବୋହୂର ଗୋଡ଼ରେ ଲେଡ଼ିଜୋତା ଏଡ଼ିର ଠକ୍‌ ଠକ୍ ଶବ୍ଦ ଶୁଣି, ଚମକି ପଡ଼ି ଠିଆ ହୋଇଗଲେ । ବୋହୂ ଟିକିଏ ହସି ହସି ‘ଓ ଆମ୍ଭର ପ୍ରିୟ ଶାଶୁ ! ନମସ୍କାର-ନମସ୍କାର । କେମନ୍ତ କରି ଆପଣ କର’ କହି ହାତ ବଢ଼ାଇ ଯେମନ୍ତ ଶାଶୁ ପାଖକୁ ଚାଲିଗଲେ, ବୁଢ଼ୀ ତ ‘ଛୁ-ନା-ଛୁ-ନା-ଛୁ-ନା’ ଆରେ କିଏ ଅଛିରେ, ମନ୍ଦିର ଅପ୍ରତିଷ୍ଠା ହେଲାରେ, ବାହାର କରି ଦିଅରେ, ବାହାର କରି ଦିଅରେ’ ବୋଲି ରଡ଼ି ଛାଡ଼ିଲେ । ଜମିଦାରବାବୁ ମିସେସ୍ ମହାପାତ୍ରଙ୍କ ହାତଧରି ଭିଡ଼ି ନେଲେ । ଭାରୀ ଖପାଟାଏ ହୋଇ କହିଲେ, ଅସଭ୍ୟତା, ମୂର୍ଖତା, ଭାରି କୁସଂସ୍କାର । ଓହୋ ! ଲେଡ଼ିକୁ ଇସଲ୍‌ ।’’ ଏହିପରି ବିଭିନ୍ନ ସ୍ଥାନରେ ବ୍ୟଙ୍ଗାତ୍ମକ ଉକ୍ତି ପ୍ରକାଶ ପାଇଛି ।

ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କଲେ ‘ସଭ୍ୟ ଜମିଦାର’ ଗଳ୍ପ ଏକ ବ୍ୟଙ୍ଗାତ୍ମକ ଗଳ୍ପ ।

Question ୯।
‘ସଭ୍ୟ ଜମିଦାର’ ଗଳ୍ପରୁ ଇଂରାଜୀ ଶିକ୍ଷାର କୁପ୍ରଭାବ ଉପରେ ଆଲୋକପାତ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟରେ ପ୍ରଥମ ପର୍ଯ୍ୟାୟର ମୁଖ୍ୟ ପୁରୋଧା ଭାବରେ ଯୁଗସ୍ରଷ୍ଟା ଗାଳ୍ପିକ ଭାବରେ କଥାକାର ଫକୀରମୋହନ ସେନାପତି ଚିରସ୍ମରଣୀୟ । ସମାଜ ସଂସ୍କାର ଓ ହାସ୍ୟରସିକ ଭାବରେ ଜଣେ ସଫଳ ସ୍ରଷ୍ଟାର ଆସନ ନେଇ ସେ ଅଗଣିତ ପାଠକଙ୍କ ହୃଦୟରେ ଅଧିଷ୍ଠାନ କରିଛନ୍ତି । ଆଲୋଚ୍ୟ ‘ସଭ୍ୟ ଜମିଦାର’ ଗଳ୍ପଟି ସଂସ୍କାରଧର୍ମୀ ଏବଂ ଏଥରେ ନବ୍ୟଶିକ୍ଷିତ, ଯେଉଁମାନେ ଇଂରାଜୀ ଦୁଇଅକ୍ଷର ପଢ଼ୁଥିଲେ, ସେମାନେ ନିଜକୁ ସମାଜରେ ବଡ଼ ମନେକରୁଥିଲେ ବୋଲି ଦେଖାଇ ଦିଆଯାଇଛି । କୁସଂସ୍କାର ବଦଳାଇବାକୁ ଯାଇ ସେମାନେ ଅପସଂସ୍କାର କରୁଥିଲେ । କଥାକ।ର ସେନ।ପତି ସଭ୍ୟ ଜମିଦାର ରାଜବେଲେ।ଚନଙ୍କ ମାଧ୍ୟମରେ ଏହ। ଦେଖ।ଇଛନ୍ତି।

ସରଳ ପିତା ଗୋପାଳ ମହାପାତ୍ର, ପୁତ୍ର ରାଜୀବଙ୍କୁ କେଲ୍‌କାଟ୍ ଏଣ୍ଡ ଏକାଡ଼େମୀ ସ୍କୁଲ୍‌ରେ ନାମ ଲେଖାଇଦେଲେ । ପାଠ ପଢ଼ା ଚାଲିଛି ତ ଚାଲିଛି । ମାସକୁ ଥରେ ସ୍କୁଲ ଦରମା ଓ ବହିକିଣା ବ୍ୟତୀତ ବାପ ପୁଅଙ୍କର ଭେଟ ନଥାଏ । ଯେତେବେଳେ ଦରମା ଓ ବହିକିଣାର ଦାମ୍ ବଢ଼ିଗଲା, ସେତେବେଳେ ବାପା ପଚାରିବାରୁ ରାଜୀବ କୌଣସି ପ୍ରକାରେ ଭୁଲାଇ ଦେଇଥିଲା । ଇଂରାଜୀ ଜାଣିନଥ‌ିବା ସରଳ ବାପାମାନଙ୍କୁ ପିଲାମାନେ କିପରି ଠକି ଦେଉଥିଲେ, ତାହାକୁ ସୁନ୍ଦର ଓ ବ୍ୟଙ୍ଗାତ୍ମକଭାବେ ଗାଳ୍ପିକ ପ୍ରକାଶ କରିଛନ୍ତି ।

ରାଜୀବଙ୍କର ଚାରି ପାଞ୍ଚବର୍ଷ ପାଠପଢ଼ା ଭିତରେ ଇଂରାଜୀ ପଢ଼ା କେତେ ଦୂର ଗଲା, ତାହା କାହାକୁ ଜଣାଗଲା ନାହିଁ । କାରଣ ସେ ପାଠ ପଢ଼ା ନାଁରେ ବହୁତ ସଭାସମିତିରେ ଉପସ୍ଥିତି, ଥାଏଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣ ବିଷୟରେ ପକ୍‌କା ହୋଇଯାଇଥିଲେ । ସ୍ଵଦେଶର ଉନ୍ନତି ନାମରେ ଦୁଇଟି ସମିତି ଗଠନ କରିଥିଲେ । ସେହିସବୁ ସମିତିରେ ସେମାନେ ଆଶାନୁରୂପ କାମ ନକରି କେବଳ ଦେଖାଇ ହେଉଥିଲେ । ଯାହାଫଳରେ ବକ୍ତୃତା ଦେଇ ସେମାନେ କେବଳ ଆତ୍ମସନ୍ତୋଷ ଲାଭ କରୁଥିଲେ ।

ଇଂରାଜୀ ଶିକ୍ଷିତ ବ୍ୟକ୍ତିମାନେ, ଆମର ପାରମ୍ପରିକତାକୁ ବିଶ୍ଵାସ କରୁନଥିଲେ । ରାଜୀବଙ୍କ ବାପା ମରିଗଲେ ବି ଡକାପାରି କାନ୍ଦିବା ଗୋଟିଏ କୁସଂସ୍କାର ବୋଲି ମନେକରୁଥିଲେ । ବରଂ ସେମାନେ ପିତାଙ୍କ ମୃତ୍ୟୁରେ ହାତରେ କଳାକନା ବାନ୍ଧି ତିନିଦିନ ଧରି ବକ୍ତୃତା ଦେଉଥିଲେ । ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବାକୁ ସେମାନେ ପସନ୍ଦ କରୁନଥିଲେ । ଆଧୁନିକତା ନାମରେ ସେମାନେ ଥିଲେ ସ୍ୱେଚ୍ଛାଚାରୀ । ଘରେ ମଦ୍ୟମାଂସ ଖାଇବା, ରୋଷେଇ ଘରେ, ଠାକୁର ମନ୍ଦିରରେ ଜୋତାପିନ୍ଧି ଚାଲିବା, ଗୋବରରେ ଚୁଲିଲିପିବାକୁ ବାରଣ କରିବା ସେମାନଙ୍କର ବିଧ୍ ଥିଲା । ରାଜୀବଲୋଚନ କଲିକତାରୁ ବିବାହ କରି ଘରକୁ ଫେରିବା ପରେ ବୋହୂକୁ ବନ୍ଦାପନା କରି ଘରକୁ ଆଣିବା ଗୋଟିଏ କୁସଂସ୍କାର ବୋଲି କହି ବିରୋଧ କରିଥିଲେ ।

କଥାକାର ସଭ୍ୟ ଜମିଦାରଙ୍କ ମାଧ୍ୟମରେ ଇଂରାଜୀ ଶିକ୍ଷାର କୁପ୍ରଭାବକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ।

Additional Multiple Choice Questions (Mcqs) With Answers

Question ୧ ।
ବଳରାମଙ୍କୁ ଉତ୍କଳର ସମସ୍ତ ବେପାରୀଙ୍କର କ’ଣ ବୋଲି କୁହାଯାଇଛି ?
(i) ମଉଡ଼ମଣି
(ii) ମୁଖପାତ୍ର
(iii) ଭାଗ୍ୟନିୟନ୍ତା
(iv) ଦଣ୍ଡିଦାର
Answer:
(iv) ଦଣ୍ଡିଦାର

Question ୨ ।
ଗୋପାଳ ଚନ୍ଦ୍ର ମହାପାତ୍ର ନିଜ ତିଆରି ମନ୍ଦିରରେ କେଉଁ ଯୁଗଳ ମୂର୍ତ୍ତି ପ୍ରତିଷ୍ଠା କରାଇଥିଲେ ?
(i) ଲକ୍ଷ୍ମୀନାରାୟଣ
(ii) ଲକ୍ଷ୍ମୀନୃସିଂହ
(iii) ରାଧାକୃଷ୍ଣ
(iv) ସୀତାରାମ
Answer:
(iii) ରାଧାକୃଷ୍ଣ

Question ୩ ।
ଉତ୍କଳରେ କଲିକତି ଧୂଆଁପତ୍ରର ନାମ କ’ଣ ?
(i) ଦେ।କ୍ତ।
(ii) ଚୂନପତ୍ର
(iii) କଡ଼ାପତ୍ର
(iv) ବାଲେଶ୍ଵରୀ
Answer:
(iv) ବାଲେଶ୍ଵରୀ

Question ୪ ।
କାହାକୁ ନ ଧରି ଲୋକେ ଧୂଆଁପତ୍ର କିଣିବାକୁ ଭରସନ୍ତି ନାହିଁ ?
(i) ବେପାରି
(ii) ଖାଉଟି
(iii) ଚିହ୍ନରା ଦଣ୍ଡିଦାର
(iv) ମହାଜନ
Answer:
(iii) ଚିହ୍ନରା ଦଣ୍ଡିଦାର

Question ୫ ।
କପାଳିଆ ଲୋକକୁ କ’ଣ ମିଳିଥାଏ ?
(i) ଆକବରୀ ମୋହର
(ii) ଗଦି
(iii) ଗାଡ଼ି
(iv) ସାଥୀ
Answer:
(i) ଆକବରୀ ମୋହର

Question ୬ ।
ମା’ ସାଆନ୍ତାଣୀ କେଉଁ କଥା ଶୁଣି ଚମକି ପଡ଼ି ଠିଆ ହୋଇଗଲେ ?
(i) ଫଡ୍ ଫଡ଼୍
(ii) ଧଡ଼ ଧଡ଼୍
(iii) ଠକ୍ ଠକ୍
(iv) ଧକ୍ ଧକ୍
Answer:
(iii) ଠକ୍ ଠକ୍

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

Question ୭ ।
ଗୋପାଳର ନାଁ ‘ବାବୁ ଗୋପାଳଚନ୍ଦ୍ର ମହାପାତ୍ର’ ବୋଲି କିଏ ଲେଖୁଥାଏ ?
(i) ମୋହରିର
(ii) ଗୁମାସ୍ତା
(iii) ମୁସ୍ତରୀ
(iv) ମ୍ୟାନେଜର
Answer:
(ii) ଗୁମାସ୍ତା

Question ୮ ।
ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟରେ କେଉଁ ଭାବରେ ପରିଚିତ ?
(i) କଥା ସମ୍ରାଟ
(ii) ବ୍ୟାସକବି
(iii) ସରସ୍ଵତୀ ଫକୀରମୋହନ
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୯ ।
ନିମ୍ନୋକ୍ତ କେଉଁଟି ଫକୀରମୋହନଙ୍କ ରଚନା ନୁହେଁ ?
(i) ଲଛମା
(ii) ସ୍ମୃତି ଓ ଅନୁଭୂତି
(iii) ଗଳ୍ପସ୍ଵଳ୍ପ
(iv) ଛ’ମାଣ ଆଠଗୁଣ୍ଠ
Answer:
(ii) ସ୍ମୃତି ଓ ଅନୁଭୂତି

Question ୧୦ ।
କିଏ ଫକୀରମୋହନଙ୍କୁ ‘ସରସ୍ଵତୀ’ ସମ୍ମାନରେ ଭୂଷିତ କରିଥିଲେ ?
(i) ଖୋର୍ଦ୍ଧାର ଗଜପତି
(ii) ବାମଣ୍ଡାର ରାଜସଭା
(iii) ଇଂରେଜ ସରକାର
(iv) ମୟୂରଭଞ୍ଜର ରାଜା
Answer:
(ii) ବାମଣ୍ଡାର ରାଜସଭା

Question ୧୧ ।
ବେପାରରେ ଲାଭ କେଉଁ ଜାଗାରେ ବୋଲି ଗୋପାଳ ମହାଜନ ଦଳଙ୍କୁ କହିଛନ୍ତି ?
(i) ବିକ୍ରିବେଳେ
(ii) କିଣାଜାଗାରେ
(iii) ସୁଧ ଲଗାଇବାରେ
(iv) ମାଲ୍ ଷ୍ଟକ୍ କରି ରଖୁବାରେ
Answer:
(ii) କିଣାଜାଗାରେ

Question ୧୨ ।
ଦଳେ, ତୁନିହୋଇ ଗଦିରେ କ’ଣ କରିଥାନ୍ତି ବୋଲି କୁହାଯାଇଛି ?
(i) ଲେଖାପଢ଼ା
(ii) ମାଳ ଗଡ଼ାଇବା
(iii) ହିସାବ ଦେଖି
(iv) ଠାକୁରପୂଜା
Answer:
(ii) ମାଳ ଗଡ଼ାଇବା

Question ୧୩ ।
ମହାପାତ୍ରଙ୍କଠାରୁ ଅବଧାନେ କେତେ ଟଙ୍କା ପୁରସ୍କାର ପାଇଥିଲେ ?
(i) ଦଶ
(ii) ପାଞ୍ଚ
(iii) କୋଡ଼ିଏ
(iv) ପନ୍ଦର
Answer:
(ii) ପାଞ୍ଚ

Question ୧୪ ।
ଗଦିର ସରକାର କେଉଁଠାରେ ରାଜୀବବାବୁଙ୍କ ନାମ ଲେଖାଇ ଦେଇ ଆସିଥିଲେ ?
(i) କୋଲକାଟା ଫରେନ୍ ଏକାଡ଼େମୀ
(ii) କୋଲକାଟା ପ୍ୟାରୀମୋହନ ଏକାଡ଼େମୀ
(iii) କୋଲକାଟା ଏଣ୍ଟ୍ରି ଏକାଡ଼େମୀ
(iv) କୌଣସିଟି ନୁହେଁ
Answer:
(iii) କୋଲକାଟା ଏଣ୍ଟ୍ରି ଏକାଡ଼େମୀ

Question ୧୫ ।
ବାବୁ ରାଜୀବଲୋଚନଙ୍କଦ୍ୱାରା କଲିକତାରେ ସ୍ଥାପିତ ଦୁଇଟି ସମିତିର ନାମ କ’ଣ ?
(i) କୁସଂସ୍କାର ବିମର୍ଦ୍ଦିନୀ ଓ ନାରୀ ସ୍ଵାଧୀନତା-ବିବର୍ଷିନୀ
(ii) ଜ୍ଞାନ ବର୍ଷିନୀ ଓ ଭାଷା ଗୌରବ ବର୍ଷିନୀ
(iii) ଅବଲା ଦୁଃଖହାରିଣୀ ଓ ସ୍ତ୍ରୀ-ସ୍ଵାଧୀନତା ବିବଦ୍ଧିନୀ
(iv) କୌଣସିଟି ନୁହେଁ
Answer:
(i) କୁସଂସ୍କାର ବିମର୍ଦ୍ଦିନୀ ଓ ନାରୀ ସ୍ଵାଧୀନତା-ବିବର୍ଷିନୀ

Question ୧୬ ।
ପିତାଙ୍କ ମୃତ୍ୟୁପରେ କେଉଁକଥା କୁସଂସ୍କାର ବୋଲି ରାଜୀବଲୋଚନ କହିଛନ୍ତି
(i) ଡକା ପକାଇ କାନ୍ଦିବା
(ii) ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବା
(iii) ଅତ୍ୟେଷ୍ଟିକ୍ରିୟା କରିବା
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୧୭ ।
ନୂଆ ଜମିଦାର ରାଜୀବଲୋଚନଙ୍କ ପାଞ୍ଜିଆ କିଏ ଥିଲେ ?
(i) ଗଙ୍ଗାଧର ମହାନ୍ତି
(ii) ରଙ୍ଗାଧର ମହାନ୍ତି
(iii) ବିଶ୍ଵମ୍ଭର ମହାନ୍ତି
(iv) ସରୋଜ ରଞ୍ଜନ ମହାନ୍ତି
Answer:
(ii) ରଙ୍ଗାଧର ମହାନ୍ତି

Question ୧୮ ।
ନୂଆ ଜମିଦାର ରାଜୀବଲୋଚନଙ୍କୁ ପାଇ କିଏ ଭାରି ଖୁସି ହେଲେ ?
(i) ପାଞ୍ଜିଆ
(ii) ଗୁମାସ୍ତା
(iii) ପ୍ରଜାପାଟକ
(iv) ସମସ୍ତେ
Answer:
(iv) ସମସ୍ତେ

Question ୧୯ ।
କେଉଁ ସଂସ୍ଥାରୁ ଯେପରି ବ୍ୟବସ୍ଥା ଆସିବ ସେପରି ବିଭାହେବ ବୋଲି କୁହାଯାଇଛି ?
(i) ବିବାହ ଘଟସୂତ୍ର ଅଫିସ୍
(ii) ମାର୍ଟିମୋନିଆଲ୍ ସଭା
(iii) ବିବାହ ବ୍ୟୟ ସଂକ୍ଷେପଣୀ ସଭା
(iv) କୌଣସିଟି ନୁହେଁ
Answer:
(iii) ବିବାହ ବ୍ୟୟ ସଂକ୍ଷେପଣୀ ସଭା

Question ୨୦ ।
ଗାଁରେ ଗଠିତ ଯୋଡ଼ିଏ ସଭାର ସଂପାଦକ କିଏ ହେଲେ ?
(i) ରଙ୍ଗାଧର
(ii) ବିଶ୍ଵମ୍ବର
(iii) ହରିବୋଲ
(iv) ଗଙ୍ଗାଧର
Answer:
(iii) ହରିବୋଲ

Question ୨୧ ।
ନୟନତାରାଙ୍କ ଅଳଙ୍କାରଗୁଡ଼ିକ କିପରି ଥୁଲା ?
(i) ଅସଲି
(ii) ନକଲି
(iii) ପିତ୍ତଳ ଗିଲ୍ଟିଟି
(iv) ଇମିଟେସନ୍
Answer:
(iii) ପିତ୍ତଳ ଗିଲ୍ଟିଟି

Question ୨୨ ।
ବବୁର୍ଜିଖାନାରେ ଗୋରୁଗୃହ ଢଳାଯିବାର ପ୍ରତିକାର ସ୍ବରୂପ ଚାରିବୋତଲ କ’ଣ ଢଳାଗଲା ?
(i) ଲେଭେଣ୍ଡର
(ii) ଫିନାଇଲ୍
(iii) ଅତର
(iv) ଡେଟଲ୍
Answer:
(ii) ଫିନାଇଲ୍

(କ) ଗାଳ୍ପିକ ପରିଚିତି :

ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟର ସ୍ରଷ୍ଟା । ଏହି ଗଦ୍ୟସାହିତ୍ୟ ପାଇଁ ସେ ବିଶେଷଭାବେ ପ୍ରଶଂସିତ ଓ ସମ୍ମାନିତ । ସେ ୧୮୪୩ ମସିହାରେ ବାଲେଶ୍ଵର ଜିଲ୍ଲାର ମଲ୍ଲିକାଶପୁରଠାରେ ଜନ୍ମଗ୍ରହଣ କରିଥିଲେ ଓ ୧୯୧୮ ମସିହାରେ ଅମରପଥର ଯାତ୍ରୀ ହୋଇଥିଲେ । ଓଡ଼ିଆ ଗଳ୍ପସାହିତ୍ୟର ସେ ଆଦିସ୍ରଷ୍ଟା । ‘ଲଛମନିଆ’’ ତାଙ୍କର ସର୍ବପ୍ରଥମ ଗଳ୍ପ । କେତେକ ସମାଲୋଚକ କହନ୍ତି ଫକୀରମୋହନଙ୍କ ‘ଲଛମନିଆ’ ଭାରତୀୟ ଗଳ୍ପ ସାହିତ୍ୟରେ ସର୍ବପ୍ରଥମ ଗଳ୍ପରୂପେ ସମ୍ମାନିତ ।

ଓଡ଼ିଆ ଭାଷାସାହିତ୍ୟର ଚରମ ବିପର୍ଯ୍ୟୟ ସମୟରେ ସେନାପତି ସାଜି ଭାଷା ଓ ସାହିତ୍ୟର ସୁରକ୍ଷା କରିବା ଦିଗରେ, ଫକୀରମୋହନଙ୍କ ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ ଥିଲା । ଜନ୍ମରୁ ଫକୀରମୋହନ ଥିଲେ ଖୁବ୍ ରୋଗାକ୍ରାନ୍ତ । ବାଲ୍ୟକାଳରୁ ସେ ତାଙ୍କ ପିତା ଓ ମାତାଙ୍କୁ ହରାଇଥିଲେ ଏବଂ ଜେଜେମାଆଙ୍କ ସ୍ନେହରେ ଲାଳିତପାଳିତ ହୋଇଥିଲେ । ବହୁବାର ରୋଗଗ୍ରସ୍ତ ହୋଇଥିବା ହେତୁ ତାଙ୍କର ଜେଜେମାଆ ପିଲାଦିନରୁ ତାଙ୍କୁ ଫକୀର କରିଦେଇଥିଲେ । ସେ ମୁସଲମାନ ଫକୀରଙ୍କ ଭଳି ଭିକ୍ଷା ମାଗୁଥିଲେ ଓ ସେହିଭଳି ପୋଷାକ ପିନ୍ଧୁଥିଲେ । ସେହିଦିନଠାରୁ ସେ ଫକୀରମୋହନ ନାମରେ ପରିଚିତ ହୋଇଥିଲେ । ବାଲ୍ୟକାଳରୁ ରୋଗ, ଦୁଃଖ, ଯନ୍ତ୍ରଣା, ଅଭାବ ଓ ଯାବତୀୟ ପ୍ରତିକୂଳ ପରିସ୍ଥିତି ସହିତ ତାଙ୍କୁ ଦୃଢ଼ତାର ସହିତ ସଂଗ୍ରାମ କରିବାକୁ ହୋଇଥିଲା । ତାଙ୍କର ପ୍ରାଥମିକ ଶିକ୍ଷାଲାଭ କ୍ଷେତ୍ରରେ ମଧ୍ୟ ତାଙ୍କୁ ଘୋର ପ୍ରତିକୂଳାବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତଥାପି ବ୍ୟକ୍ତିଗତ ଉଦ୍ୟମରେ ଫକୀରମୋହନ କିଛି ବିଦ୍ୟା ଅଧ୍ୟୟନ କରିଥିଲେ । ପିଲାବେଳଠୁ ମଧ୍ୟ ତାଙ୍କୁ କେତେକ କାରଣରୁ କିଛି କର୍ମସଂସ୍ଥାନ ଗ୍ରହଣ କରିବାକୁ ପଡ଼ିଥିଲା । ଏଥିପାଇଁ ଜୀବନର ପ୍ରଥମ ପର୍ଯ୍ୟାୟରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାକିରି ଆରମ୍ଭ କରିଥିଲେ ପ୍ରଥମେ ବାଲେଶ୍ଵରରେ ଅଝାଲ ସିଲାଇଠାରୁ ଆରମ୍ଭକରି ଶିକ୍ଷକତା ଓ ଶିକ୍ଷକତାରୁ ତାଙ୍କର ବ୍ୟକ୍ତିଗତ ଉଦ୍ୟମ ହେତୁ ସେ ଓଡ଼ିଶାର ବିଭିନ୍ନ ଗଡ଼ଜାତର ଦେବାନ୍ ହୋଇପାରିଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନ ପରିଭ୍ରମଣ ହେତୁ ଜନଜୀବନ ସହିତ ତାଙ୍କର ବ୍ୟାପକ ପରିଚୟ ଘଟିଥିଲା । ଏହାଫଳରେ ସେ ଲୋକଚରିତ୍ର ଅନୁଧ୍ୟାନ କରିବାର ବିପୁଳ ପରିସର ଓ ସୁଯୋଗ ପାଇଥିଲେ । ପ୍ରକାରାନ୍ତରେ ଏହା ତାଙ୍କୁ ବାସ୍ତବଧର୍ମୀ ଓ ଯୁଗଜୟୀ ସାହିତ୍ୟ ସୃଷ୍ଟି କରିବାରେ ସହାୟତା କରିଥିଲା ।

୧୮୬୮-୬୯ ମସିହାରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଦେଖାଦେଇଥିଲା ବିବଦମାନ ପରିସ୍ଥିତି । ଇଂରେଜମାନେ କେବଳ ଓଡ଼ିଶାକୁ ବାହ୍ୟଶତ୍ରୁ ଭାବରେ ଆସିନଥିଲେ, ତାହା ସହିତ ଆସିଥିଲେ ତେଲେଙ୍ଗା ଓ ବଙ୍ଗାଳୀମାନେ । ଏମାନେ ଏ ଦେଶକୁ ଦେଶୀୟ ଶତ୍ରୁଭାବରେ ଶାସନ କରି ଚାଲିଥିଲେ । ବଙ୍ଗାଳୀମାନେ ନିଜ ନିଜର ସୁବିଧା ଦୃଷ୍ଟିରୁ ଓଡ଼ିଶା ପ୍ରଦେଶରୁ ଓଡ଼ିଆ ଭାଷାକୁ ଉଚ୍ଛେଦ କରିବାକୁ ଚିତ୍କାର କରୁଥିଲେ, ‘ଓଡ଼ିଆ ଏକଟା ସ୍ବତନ୍ତ୍ର ଭାଷା ନୟ ।’’ ଏହି ଭାଷା ବିଲୋପ ଆନ୍ଦୋଳନ କାଳରେ ବିପ୍ଳବୀ ଯୋଗଜନ୍ମା ଫକୀରମୋହନ ପ୍ରକୃତ ସେନାପତି ଭୂମିକା ଗ୍ରହଣ କରିଥିଲେ । ଓଡ଼ିଆ ଭାଷାର ପ୍ରାଣପ୍ରତିଷ୍ଠା ପାଇଁ ସେ ସାଜିଥିଲେ ସେନାପତି । ତାଙ୍କର ଅକ୍ଳାନ୍ତ ଶ୍ରମ ଓ ସାଧନା ହେତୁ ଓଡ଼ିଆ ଭାଷା ମୃତ୍ୟୁମୁଖରୁ ବଞ୍ଚିବା ସହିତ ନୂତନ ଜୀବନ ଲାଭ କରିଥିଲା । ୧୮୭୦ ମସିହାରେ ସେ ବାଲେଶ୍ଵରରୁ ‘ବାଲେଶ୍ଵର ସମ୍ବାଦବାହିକା’ ନାମକ ଏକ ପତ୍ରିକା ପ୍ରକାଶ କରିଥିଲେ । ଏହା ମାଧ୍ୟମରେ ସେ ଭାଷା ବିଲୋପ ଆନ୍ଦୋଳନ ବିରୁଦ୍ଧରେ ଦୃଢ଼ ସଂଗ୍ରାମ ଆରମ୍ଭ କରିଥିଲେ ।

ଶିକ୍ଷକତା କରୁଥିବା ସମୟରେ ସେ ଉତ୍କଳ ସାହିତ୍ୟର ବିକାଶ ଲାଗି ଧ୍ୟାନ ଦେଇଥିଲେ । ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଲିଖିତ ବଙ୍ଗଳାଗ୍ରନ୍ଥ ‘ଜୀବନ ଚରିତ’କୁ ସେ ଓଡ଼ିଆରେ ଅନୁବାଦ କରିଥିଲେ । ଏହା ହେଲା ତାଙ୍କର ପ୍ରଥମ ପୀଠ୍ୟପୁସ୍ତକ । ପରେ ପରେ ଓଡ଼ିଆ ପାଠ୍ୟପୁସ୍ତକର ଅଭାବ ଦୂର କରିବାରେ ସେ ଲାଗିପଡ଼ିଲେ । ସେ ଓଡ଼ିଆ ବ୍ୟାକରଣ ଓ ଅଙ୍କମାଳା ରଚନା କରି ଛପାଇଲେ । ୧୮୬୮ ମସିହାରେ ବାଲେଶ୍ଵରଠାରେ ସେ ପ୍ରଥମ ଛାପାଖାନା ବସାଇଲେ ଓ ‘ବୋଧଦାୟିନୀ’ ନାମକ ପତ୍ରିକା ପ୍ରକାଶ କରିଥିଲେ । ଏହାପରେ ସେ ‘ଭାରତବର୍ଷର ଇତିହାସ’ ମଧ୍ୟ ପ୍ରଣୟନ କରିଥିଲେ । ପରେ ସେ ‘ପୁଷ୍ପମାଳା’ ଓ ‘ଉପହାର’ ନାମକ କବିତାଗ୍ରନ୍ଥ ରଚନା କରିଥିଲେ । ପୁନଶ୍ଚ ସେ ରଚନା କରିଥିଲେ ‘ଉତ୍କଳ ଭ୍ରମଣଂ’ । ସେ କଟକରେ ଅବସ୍ଥାନ କରୁଥିବା ସମୟରେ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ‘ଧୂର୍ଜଟୀ’ ଛଦ୍ମ ନାମରେ ଗଳ୍ପ ଓ ଉପନ୍ୟାସ ପ୍ରକାଶ କରିବାକୁ ଲାଗିଲେ । ୧୮୯୭ ମସିହାରେ ସେ ରଚନା କଲେ ଓଡ଼ିଆ ସାହିତ୍ୟର କ୍ରାନ୍ତିକାରୀ ସାମାଜିକ ଉପନ୍ୟାସ ‘ଛ ମାଣ ଆଠଗୁଣ୍ଠ’ । ଊନବିଂଶ ଶତକର ପ୍ରଥମ ଚାରିଦଶକର ସାମାଜିକ ଜୀବନଚିତ୍ର ଏଥରେ ପ୍ରକାଶ ପାଇପାରିଛି । ୧୮୯୮ ମସିହାରେ ସେ ରଚନା କରିଥିଲେ ‘ରେବତୀ’ ନାମକ କ୍ଷୁଦ୍ରଗଳ୍ପ । ୧୯୦୩ ମସିହାରେ ସେ ରଚନା କଲେ ଐତିହାସିକ ଉପନ୍ୟାସ ‘ଲଛମା’ ।

୧୯୦୫ ମସିହାଠାରୁ ସେ ୧୯୧୮ ମସିହା ପର୍ଯ୍ୟନ୍ତ ଶାନ୍ତକାନନରେ ବସି ସାହିତ୍ୟ ସାଧନା କରିଥିଲେ । ଏହି ସମୟରେ ‘ମାମୁ’ (୧୯୧୩), ‘ପ୍ରାୟଶ୍ଚିତ୍ତ’ (୧୯୧୫), ‘ବୌଦ୍ଧାବତାର’ କାବ୍ୟ (୧୯୧୨), ‘ଧୂଳି’ (୧୯୦୯) ଓ ‘ଅବସର ବାସରେ’ ଇତ୍ୟାଦି ଗ୍ରନ୍ଥ ରଚନା କରିଥିଲେ । ଏହାବ୍ୟତୀତ ସେ ସମୟର ସାମାଜିକ ଜୀବନକୁ ନେଇ ଅନେକ ଗଳ୍ପ ରଚନା କରି ଓଡ଼ିଆ ଗଳ୍ପସାହିତ୍ୟର ନୂତନ ଭିଭିଭୂମି ପ୍ରସ୍ତୁତ କଲେ ।

ଜୀବନର ଶେଷପର୍ଯ୍ୟାୟ ପର୍ଯ୍ୟନ୍ତ ସାହିତ୍ୟ ସାଧନାକରି ଫକୀରମୋହନ ଓଡ଼ିଆ ଜାତି ଓ ସାହିତ୍ୟକୁ ବହୁଭାବରେ ସ୍ଵାଭିମାନୀ କରି ଗଢ଼ି ତୋଳିଛନ୍ତି । ୧୯୧୮ ମସିହାରେ ଏହି ଅମ୍ଳାନ ପ୍ରତିଭାର ତିରୋଧାନ ଘଟିଥିଲେ ବି, ତାଙ୍କର ସାରସ୍ଵତ ସାଧନା ତାଙ୍କୁ ଅମର କରି ରଖିବ । ତାଙ୍କ ସାହିତ୍ୟ ସାଧନାର ଅନ୍ତଃସ୍ବର ହେଉଛି ସମାଜ ସଂସ୍କାର ଓ ସମାଜ ଜୀବନରେ ସାମାଜିକ ଓ ନୈତିକ ମୂଲ୍ୟବୋଧର ପ୍ରତିଷ୍ଠା କରିବା ।

(ଖ) ଗଳ୍ପର ପୃଷ୍ଠଭୂମି :

ଫକୀରମୋହନ ସେନାପତି ଉନବିଂଶ ଶତାଦ୍ଦୀର ନୂତନ ସୃଷ୍ଠ ଜମିଦାର ଓ ମହାଜନମାନଙ୍କର ଶୋଷଣ ପ୍ରକୃତିକୁ ବିଭିନ୍ନ ଗଳ୍ପରେ ଦେଖାଇଛନ୍ତି । ପୁନଶ୍ଚ ସେହି ସମୟରେ ଲର୍ଡ଼ ମାକେଲଙ୍କର ଶିକ୍ଷାନୀତି (୧୮୩୫) ଫଳରେ ସମଗ୍ର ଭାରତବର୍ଷରେ ଇଂରାଜୀ ଶିକ୍ଷାପ୍ରତି ମୋହ ସୃଷ୍ଟି ହୋଇଛି । ଓଡ଼ିଶାରେ ଏହି ଶତାବ୍ଦୀର ଶେଷଭାଗରେ ଇଂରାଜୀ ଶିକ୍ଷା ଓ ସଭ୍ୟତାର ସମ୍ପ୍ରସାରଣ ଘଟିଛି । ଇଂରାଜୀ ଶିକ୍ଷାରେ ଶିକ୍ଷିତ ବ୍ୟକ୍ତିମାନେ ନିଜର ପରମ୍ପରା ଓ ସଂସ୍କୃତିକୁ ଭୁଲିବାକୁ ଚେଷ୍ଟା କରିଛନ୍ତି । ଆଲୋଚ୍ୟ ଗଳ୍ପରେ ଗାଳ୍ପିକ ନୂଆକରି ଗଢ଼ି ଉଠୁଥିବା ତଥାକଥିତ ଭ୍ରାନ୍ତ ମୋହଗ୍ରସ୍ତ ଇଂରାଜୀ ପଢୁଆ ସଭ୍ୟ ସମାଜକୁ ତୀବ୍ରଭାବରେ ସମାଲୋଚନା କରିଛନ୍ତି । ଗଳ୍ପର ମୁଖ୍ୟ ଚରିତ୍ର ରାଜୀବଲୋଚନ ମାଧ୍ୟମରେ ଲେଖକ ଇଂରାଜୀ ଶିକ୍ଷା ଓ ସଭ୍ୟତାର ଅପରିଣାମଦର୍ଶିତାକୁ ବିଦ୍ରୁପ କରିଛନ୍ତି । ବାବୁ ଗୋପାଳଚନ୍ଦ୍ର ମହାପାତ୍ର ନିଜେ ପାଠଶାଠ ନ ପଢ଼ିଥିଲେ ମଧ୍ୟ ଏକମାତ୍ର ପୁତ୍ର ରାଜୀବଲୋଚନକୁ ଇଂରାଜୀ ପଢ଼ାଇଛନ୍ତି । ପୁତ୍ରକୁ ଉପଦେଶ ଦେଇ କହିଛନ୍ତି, ‘‘ତୁ ବେଶି ପାଶ୍ କରି ପକା, ଯେତେ ଟଙ୍କା ଲାଗିବ ଲାଗୁ ।’’ ବିଭାଘର କଲିକତାରେ ସ୍ଥିର ହୋଇଛି । ବରଯାତ୍ରୀ ଓ ରୋଷଣି ପ୍ରସଙ୍ଗ ତାଙ୍କୁ କହିବାରୁ ସେ ଉତ୍ତର ଦେଇଛନ୍ତି – ‘‘ଅସଭ୍ୟତା, କୁସଂସ୍କାର । ତୁମେ ତ ଇଂରାଜୀ ଜାଣନା, ଦେଖି ବି ନାହଁ, ସଭ୍ୟ ବିବାହ କଥା କିପରି ଜାଣିବ ।’’ ଇଂରାଜୀ ଶିକ୍ଷା ଓ ସଭ୍ୟତାର ଭ୍ରାନ୍ତମୋହ ଏ ଦେଶର ଶିକ୍ଷିତ ଯୁବ ସମ୍ପ୍ରଦାୟକୁ କିପରି ବିପଥଗାମୀ କରିଥିଲା, ତା’ର ଦୃଷ୍ଟାନ୍ତ ‘ସଭ୍ୟ ଜମିଦାର’ ଗଳ୍ପରେ ଦେଖିବାକୁ ମିଳେ ।

(ଗ) ଗଳ୍ପର ସାରକଥା :

କଲିକତା ବଡ଼ବଜାରର ଗଦିଆ ମହାଜନ ବାବୁ ବଳରାମ ବଳ । ସେ ଥିଲେ ଉତ୍କଳର ସମସ୍ତ ବେପାରୀଙ୍କ ଦଣ୍ଡିଦାର । ଉତ୍କଳର ସମସ୍ତ ଧୂଆଁପତ୍ର ବ୍ୟବସାୟ ଅର୍ଥାତ୍ ମାଲ୍ ଆମଦାନି ଓ ରପ୍ତାନି ତାଙ୍କ ହାତଦେଇ ହେଉଥିଲା । ମାଲସବୁ କଲିକତାରୁ ଜାହାଜଯୋଗେ ବାଲେଶ୍ବର ଯାଉଥିଲା ଏବଂ ବାଲେଶ୍ଵରରୁ ଶଗଡ଼ରେ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା । ବଳରାମ ବାବୁଙ୍କର ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ଚାଲୁଥିଲା । ଯେହେତୁ ବଳରାମ ବାବୁ ଚିହ୍ନରା ଦଣ୍ଡିଦାର ଥିଲେ, ସେଥ‌ିପାଇଁ ତାଙ୍କୁ ନଧରି କେହି ଧୂଆଁପତ୍ର କିଣୁନଥିଲେ ।

ମହାଜନଙ୍କର ଘର ଥିଲା ଯାଜପୁର । ସେ ଥରେ ଗାଁକୁ ଯାଇଥିଲେ । ଗାଁରୁ ଫେରିବାବେଳେ ସାଙ୍ଗରେ ଆଣିଥିଲେ ଦଶ ବାର ବର୍ଷର ଛେଉଣ୍ଡ ପିଲାକୁ । ପିଲାଟିର ନାଁ ଗୋପାଳ । ଗୋପାଳ ଗଦିରେ ରହି ସବୁକାମ ଦେଖିଲେ ବି ତା’ ଉପରେ କେହି ଗୁରୁତ୍ଵ ଦେଉନଥିଲେ । ମାତ୍ର ଏକ ବିଶେଷ ଘଟଣାରେ ମହାଜନଙ୍କର ଗୋପାଳ ଏକାନ୍ତ ପ୍ରିୟ ହୋଇ ଯାଇଥିଲା ।

ଥରେ ମହାଜନ ସଉଦାଗର ପାଖରୁ ପାଞ୍ଚଟା ଆକବରୀ ମୋହର କିଣିଥିଲେ ସେହ ମୋହର କିଣିଲାପରେ ବାବୁଙ୍କ ମନ ଭାରି ଖୁସି । କାରଣ ସେଭଳି ମୋହରକୁ ବାକ୍‌ସରେ ରଖି ପୂଜାକଲେ ଲକ୍ଷ୍ମୀଙ୍କର ଶୁଭଦୃଷ୍ଟି ପଡ଼ିବ । ରାତି ଛ’ଘଡ଼ି ପର୍ଯ୍ୟନ୍ତ ପାରିଲେ ନାହିଁ । ପରଦିନ ସକାଳେ ନିତ୍ୟକର୍ମ ସାରି, ଗଦି ଉପରେ ବସି ବାବୁ ହୁକା ଟାଣୁଥିଲେ । ସେତେବେଳକୁ ବେଳ ଖୋଜାଖୋଜି କଥା ଶୁଣି, ଗୋପାଳ ମୋହର ପାଇଥିବା କଥା କହିଲା । ବାବୁଙ୍କ ପଲଙ୍କ ତକିଆ ତଳେ ମୋହର ଥୋଇଥିବା ଜପାମାଳି । ବାବୁଙ୍କର ଖାଇବା ପିଇବାଠାରୁ ଆରମ୍ଭକରି ଶେଯପରା ପର୍ଯ୍ୟନ୍ତ ସବୁକାମ କଲା ଗୋପାଳ । ସେହିପରି ଆଉଥରେ ରୋଷେଇଆ ବ୍ରାହ୍ମଣ ବାବୁଙ୍କ ଘରୁ ଚୋରିକରି ପଳାଇଗଲା । ବାବୁଙ୍କର ଭାରି ନିଷ୍ଠା । ବଙ୍ଗାଳୀ ବ୍ରାହ୍ମଣ ହାତରୁ ସେ ଖାଇବେ ନାହିଁ । ଓଡ଼ିଆ ବ୍ରାହ୍ମଣ ଏତେ ଶୀଘ୍ର ମିଳିବେ କେଉଁଠୁ ! ସେହି ସମୟରେ ବାବୁଙ୍କଠାରୁ ଅନୁମତି ନେଇ ଗୋପାଳ ରୋଷେଇ କଲା । ଅଳ୍ପ ସମୟରେ ପାଞ୍ଚତିଅଣ କରି ଠା ସଜାଡ଼ି ଦେଲା । ଗୋପାଳର ହାତତିଆରି ରନ୍ଧା ଖାଇ ବାବୁ ଖୁସିହେଲେ । କେବଳ ରୋଷେଇ ନୁହେଁ, ବଜାର ସଉଦାଠାରୁ ଆରମ୍ଭକରି ସବୁକାମ ଗୋପାଳ କଲା । ବାବୁ ଦେଖିଲେ ହୋଇଥିଲା ।

ଥରେ ବଳବାବୁ ଗାଁକୁ ଯାଇ ଗୋପାଳକୁ ଭଲ କନ୍ୟାଟିଏ ଦେଖି ବିଭା କରାଇଲେ । ଏଣେ ଗୋପାଳ ବାବୁ କେବଳ ରୋଷେଇଆ ହୋଇ ରହିଲା ନାହିଁ । ବ୍ୟବସାୟ କାମରେ ମଧ୍ୟ ମହାଜନଙ୍କୁ ସାହାଯ୍ୟ କଲା । ମହାଜନ ଦେଖିଲେ ଗୋପାଳ ହେବାରୁ ଧାଁ ଦଉଡ଼କୁ ପାରନ୍ତି ନାହିଁ, ସେହିସବୁ କାମ ଗୋପାଳକୁ କରିବାକୁ ପଡ଼ିଲା । କ୍ରମଶଃ ଗୋପାଳ ଆଉ ଗଦିରେ ଗୋପାଳ ହୋଇ ରହିଲା ନାହିଁ, ସେ ହୋଇଗଲା ସାନବାବୁ । ଗୋପାଳ ବ୍ୟବସାୟର ଉନ୍ନତି ପାଇଁ ସିଧାସିଧ୍ ମାଲ୍ ଚାଷୀଙ୍କଠାରୁ କିଣିଲା । ଫଳରେ ଆଗ ଅପେକ୍ଷା ଦୁଇଗୁଣ ଲାଭ ହେଲା । ମହାଜନ ଗୋପାଳକୁ ଆଉ ଚାକର କରି ରଖିଲେ ନାହିଁ, ସେ ଇଚ୍ଛା ଗୋପାଳ ବଡ଼ଲୋକ ହେଉ, ମାତ୍ର ଗୋପାଳର ମନ ବଡ଼ ଲୋକରେ ନୁହେଁ, ମନ କାମରେ । ସେ ସବୁବେଳେ ଦିନରାତି କାମରେ ଲାଗିଥାଏ । ଏଣିକି ଗୋପାଳ ହାତରେ ବ୍ୟବସାୟର ସବୁ ଦାୟିତ୍ଵ । ବାବୁ କେବଳ ଗଦିରେ ବସି ମାଳା ଗଡ଼ାଉଥା’ନ୍ତି ।

ବାବୁ ଗୋପାଳଚନ୍ଦ୍ର ମହାପାତ୍ରଙ୍କର ଗୋଟିଏ ବୋଲି ପୁଅ ରାଜୀବଲୋଚନ । ରାଜୀବଲୋଚନଙ୍କୁ ଚଉଦ ଚାଲିବାରୁ ସେ ଗାଆଁରେ ଦୁଷ୍ଟପିଲାଙ୍କ ସହିତ ମିଶି ଦୁଷ୍ଟାମି କଲା । ମା’ କଥା ମାନିଲା ନାହିଁ । ତେଣୁ ଗୋପାଳବାବୁ ପୁଅକୁ ପାଖକୁ ନେଇଆସିଲେ । ପୁଅକୁ ଆଣି ‘କେଲ୍‌କାଟାଣ୍ଟ୍‌ ଏଣ୍ଡ୍ ଏକାଡେମୀ’ ସ୍କୁଲରେ ନାମ ଲେଖାଇଦେଲେ । ବାବୁ ଗୋପାଳଙ୍କର ଇଚ୍ଛା ପୁଅ ଇଂରାଜୀ ପଢ଼ିଲେ, ତାଙ୍କୁ ବ୍ୟବସାୟରେ ସାହାଯ୍ୟ କରିବ, ଆଉ ଦୋଭାଷୀର ସାହାଯ୍ୟ ନେବାକୁ ପଡ଼ିବ ନାହିଁ । ଇଂରାଜୀ ସ୍କୁଲରେ ପୁଅର ସିନା ଗୋପାଳ ନାମ ଲେଖାଇ ଦେଲେ, ପଇସା ଖର୍ଚ୍ଚ କଲେ, ବହି କିଣିଦେଲେ, ହେଲେ ପୁଅ କ’ଣ ପଢୁଛି ସେ କଥା ବୁଝିବାକୁ ସମୟ ପାଇଲେ ନାହିଁ । ଫଳରେ ପାଞ୍ଚବର୍ଷ ପାଠପଢ଼ା ଭିତରେ ରାଜୀବ, ପାଠ କମ୍ ବରଂ ବିଭିନ୍ନ ସଭାସମିତିରେ ଯୋଗଦେଲେ । ମଙ୍ଗଳବାର ଦିନ ‘କୁସଂସ୍କାର-ବିମର୍ଦ୍ଦିନୀ’ ଓ ଶନିବାରଦିନ ‘ନାରୀ ସ୍ଵାଧୀନତା -ବିବଦ୍ଧନୀ’ ସଭାର ଅଧ୍ଵଂଶନ କରାଇଲେ ।

ନିଜେ ରାଜୀବଲୋଚନ ହେଲେ ଦୁଇ ସଭାର ସମ୍ପାଦକ । ନ କାନ୍ଦି ଏକ ଶୋକସଭାର ଆୟୋଜନ କରି ବକ୍ତୃତା ଦେଲେ । ବ୍ରାହ୍ମଣ ଡାକି ଶ୍ରାଦ୍ଧ ନ କରାଇ ଦରିଦ୍ରଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାରେ ଚାନ୍ଦା ଦେବାପାଇଁ ଇଚ୍ଛାକଲେ । ମାତ୍ର ମହାଜନଙ୍କ ପାଇଁ ଏସବୁ ହୋଇପାରିଲା ନାହିଁ । ମହାଜନ ଗୋପାଳର ପୁଅ ହିସାବରେ ଧରାଧରି କରି ରାଜୀବକୁ ବ୍ୟବସାୟରେ ପୂରାଇବାକୁ ଚେଷ୍ଟାକଲେ । ମାତ୍ର ରାଜୀବ ସଭାସମିତି ଛାଡ଼ିପାରିଲା ନାହିଁ । ଜମିଦାର ପୁଅ ହିସାବରେ ସେ ଅନ୍ୟ ପାଖରେ ଚାକିରି କରିବାପାଇଁ ଇଚ୍ଛା କଲେ ନାହିଁ । ମହାଜନ କୌଣସି ପ୍ରକାରେ ରାଜୀବଙ୍କୁ ଗାଁକୁ ପଠାଇଦେଲେ । ନୂଆ ଜମିଦାର ଆସୁଛନ୍ତି ବୋଲି ପାଞ୍ଜିଆ ଗୁମାସ୍ତାଠାରୁ ପ୍ରଜାପାଟକ ପର୍ଯ୍ୟନ୍ତ ସମସ୍ତେ ଖୁସିହେଲେ । ହେଲେ ଜମିଦାର କେତେବେଳେ ହେଲେ ଜମିଦାରୀର ହାନିଲାଭ ନବୁଝି, କେତେକ ପୁରୁଣା ପାଞ୍ଜିଆ, ସଭାସମିତି ପାଇଁ ଅର୍ଥ ଦେଇ ଦେଇ ଥକି ପଡ଼ିଲେ । ସାଆନ୍ତାଣୀଙ୍କ ପାଖରେ ଫେରାଦ ହେଲେ । ସାଆନ୍ତାଣୀ କହିଲେ ଚାଲିଯିବାକୁ । ମାତ୍ର ଜମିଦାରଙ୍କ କଥାରେ ପୁରୁଣା ପାଞ୍ଜିଆ କାମରୁ ବାହାରିଗଲେ । ଏଣିକି ସବୁ ଦାୟିତ୍ଵ ଦିଆଗଲା ହରିବୋଲ ବାବୁଙ୍କୁ । ମୁଲକର ଯେତେ ଚୋର ସମସ୍ତେ ରୁଣ୍ଡ ହୋଇ କେବଳ ଜମିଦାରଙ୍କୁ ଲୁଟିବାକୁ ଲାଗିଲେ । ଜମିଦାର ଘରେ ଚାଲିଲା ମଦ ମାଂସର କାରବାର । ଏସବୁ ଦେଖି ସାଆନ୍ତାଣୀ ଗୋପାଳବାବୁ କରିଥିବା ରାଧାକୃଷ୍ଣ ମନ୍ଦିରକୁ ଚାଲିଗଲେ ଓ ସେହିଠାରେ ଭାଗବତ ପଢ଼ା ସାଙ୍ଗକୁ ମାଳିଗଡ଼ାରେ ଦିନ ନେଲେ ।

ରାଜୀବବାବୁ ଯେକି ସଭ୍ୟ ଜମିଦାର, ଇଂରାଜୀ ଶିକ୍ଷାରେ ଶିକ୍ଷିତ ତାଙ୍କର ବିବାହ କାର୍ଯ୍ୟ ହେବାର ଯୋଜନା ହେଲା । କୁସଂସ୍କାର, ଅସଭ୍ୟତାରେ ବୁଡ଼ିଛନ୍ତି । ଲୁଗା ଖଣ୍ଡେ ପିନ୍ଧନ୍ତି ନାହିଁ, ଅଧାଲଙ୍ଗଳା ହୋଇଥା’ନ୍ତି, ମୁହଁ ଢାଙ୍କି ମୂଷା ପରି ଗାତରେ ଲୁଚିଥା’ନ୍ତି । ତେଣୁ ସେ କଲିକତା ଯାଇ ଶିକ୍ଷିତା ଝିଅକୁ ବିବାହ କରିବେ ବୋଲି ଚାହିଁଲେ । ସଭାର ସଭ୍ୟମାନଙ୍କୁ ସାଙ୍ଗରେ ନେଇ ସେ କଲିକତା ବାହାରିଗଲେ ବିବାହ କରିବାପାଇଁ । ସେଠାରେ ବେହିସାବୀ ଖର୍ଚ୍ଚକରି ଟଙ୍କା ସୁଧକୁ ଆଣି, ଏକ ଅଜ୍ଞାତକୁଳଶୀଳା କନ୍ୟାକୁ ବିବାହ ହେଲେ । କନ୍ୟାଟି ଥୁଲା ଆସାମ ଚା’ ବଗିଚାର ଖାନସମାର ଝିଅ । ଝିଅର ନାଁ ନୟନତାରା – ଦୁଃଖପାସୋରା ।

କରଜ ଦଶହଜାର ଟଙ୍କା ଆଣି କାହିଁରେ କେତେ ଖର୍ଚ୍ଚ ହେଲା, ସେସବୁ ଜାଣିବାପାଇଁ ଜମିଦାରଙ୍କର ବେଳ ମିଳିଲା ନାହିଁ; କାରଣ କୌଣସି ସମୟରେ ହାତରୁ ମଦଗ୍ଲାସ ଛାଡ଼ ଯାଉନଥିଲା । ଯାହାହେଉ ବହୁ ଖର୍ଚ୍ଚକରି ଜମିଦାର ଓ ଜମିଦାରାଣୀ ଦେଶସ୍ଥ ସଭ୍ୟମାନଙ୍କୁ ସାଙ୍ଗରେ ନେଇ ବାହୁଡ଼ିଲେ ।

CHSE Odisha Class 12 Odia Solutions Chapter 10 ସଭ୍ୟ ଜମିଦାର

ନୂଆ ବରକନ୍ୟା ଆସୁଥୁବାରୁ, ଉଆସର ପୋଇଲୀ ଓ ଭଲ ଭଲ ଘରର ବୋହୂମାନେ ଗୋଟିଏ ନୂଆକୁଲାରେ ବନ୍ଦାପନା ସାମଗ୍ରୀ ଧରି ବନ୍ଦାଇବାକୁ ଆସି ପହଞ୍ଚିଗଲେ । ମାତ୍ର ଜମିଦାର ଏହାକୁ କୁସଂସ୍କାର ଓ ଅସଭ୍ୟତା ବୋଲି କହିଲେ । ବରକଥା ଶୁଣି କନ୍ୟା ମଧ୍ୟ ଏଗୁଡ଼ାକ କୁସଂସ୍କାର ବୋଲି କହି ଠୋ ଠୋ ହସି ଉଠିବାରୁ, ବନ୍ଦାପନା କରିବାକୁ ଆସିଥିବା ଝିଅ ବୋହୂମାନେ ଛାନିଆ ହୋଇ ଯିଏ ଯାହାର ପଳାଇଗଲେ । ପୁଅ ବୋହୂ ହାତଧରା ଧରିହୋଇ ମା’ସାଆନ୍ତାଣୀଙ୍କୁ ଦେଖା କରିବାକୁ ବାହାରିଲେ । ମା’ ସେତେବେଳେ ଠାକୁରଙ୍କ ଆଗରେ ବସି ମାଳି ଗଡ଼ାଉଥିଲେ । ଲେଡ଼ି ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ସାଆନ୍ତାଣୀ ଚମକି ପଡ଼ିଲେ । ନମସ୍କାର କରିବାକୁ ବୋହୂ ହାତ ବଢ଼ାଇବାରୁ, ମା’ ସାଆନ୍ତାଣୀ ପାଟିକରି ଉଠିଲେ । ‘ଛୁ’ନା ଛୁ’ନା’ ବୋଲି ରଡ଼ି ଛାଡ଼ିଲେ । ଜମିଦାରବାକୁ ମିସେସ୍ ମହାପାତ୍ରଙ୍କ ହାତଧରି ବାହାରି ଗଲେ । ଲେଡ଼ିକୁ ଇନ୍‌ସଲ୍ଟ ବୋଲି ଆକ୍ଷେପ କଲେ । ଭାରି ଖପାଟାଏ ହୋଇ କହିଲେ – ‘‘ଅସଭ୍ୟତା, ମୂର୍ଖତା, ଭାରି କଂସସ୍କାର ।’’ ସେହି ମୁହୂର୍ଭରେ ମା’ ସାଆନ୍ତାଣୀ ବିଶ୍ୱାସୀ ପୋଇଲି ରାଧୀକୁ ନେଇ ପୁରୀ ବାହାରିଗଲେ ।

ସାଆନ୍ତାଣୀ ବାହାରିଗଲା ପରେ ଜମିଦାରବାବୁ ସ୍ଵେଚ୍ଛାଚାରୀ ଭାବରେ ସମୟ କଟାଇଲେ । ରାତିସାରା ବକ୍ତୃତା ଓ ପାନାହାରରେ ସମୟ ବିତାଇଲେ । ଦିନଯାକ ଶୋଇ ରହିଲେ । ଜମିଦାରୀର କୌଣସି କଥା ଶୁଣିଲେ ନାହିଁ ।

ଉଆସରେ କେହି ବୋହୂକୁ, ବୋହୂ ସାଆନ୍ତାଣୀ ଡାକିଲେ ଜମିଦାର ଖପା ହେଉଥିଲେ । ନାମ ଦେଇଥିଲେ ମିସେସ୍ ମହାପାତ୍ର । ପୋଇଲିମାନେ ମିସେସ୍ ମହାପାତ୍ର ନଡ଼ାକି, କିସ୍ କିସ୍ ମହାପାତ୍ର, ମିସ୍ତ୍ରୀ-ମହାପାତ୍ର, ଫିସ୍ ଫିସ୍ ମହାପାତ୍ର ଡାକିଲେ ମଧ୍ୟ ସେଥ‌ିରେ କାହାର ଆପତ୍ତି ନଥିଲା ।

ମିସେସ୍ ମହାପାତ୍ର ସକାଳୁ ଉଠି ଚା’ ଖାଇଲା ପରେ ପୋଷାକ ପିନ୍ଧି ଉଆସ ଚଉପିଠି ବଗିଚା ଆଉ ଆଗ ଦାଣ୍ଡରେ ପ୍ରାତଃ ଭ୍ରମଣ କରୁଥିଲେ । ଦିନେ ମିସେସ୍ ମହାପାତ୍ର ଜୋତା ପିନ୍ଧି ରୋଷେଇ ଘର ଦେଖିବାକୁ ଗଲେ । ସେତେବେଳେ ଜଣେ ପୋଇଲି, ଗୋବର କନାରେ ଚୁଲି ଲିପୁଥିଲା I ଜୋତାର ଠକ୍ ଠକ୍‌ ଶବ୍ଦଶୁଣି ପାଟିକରି କହିଲା – ‘ଆଲୋ ମୋ ମା’ଲୋ ! ଆଲୋ ମୋ ବାପା ଲୋ ! ଜୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ ! ହାଣ୍ଡିଶାଳ ମାରୁଗଲା ଲୋ ।’’ କନା ଖଣ୍ଡକ ଫୋପାଡ଼ି ଦେଇ ଏକମୁହାଁ ହୋଇ ପଳାଇଗଲା । ଏଣେ ମିସେସ୍ ମହାପାତ୍ର ଗୋବର ପାଣିକୁ ଦେଖି ‘ଉଆ, ଉଆ’, କହି ଅନ୍ୟ ଆଡ଼େ ପଳାଇଗଲେ, ମୁହଁରେ ରୁମାଲ ଦେଇ ନଥୁଲେ ଯେପରି ବାନ୍ତି କରି ପକାଇଥା’ନ୍ତେ । ଦେହରେ ଶିଶିଏ ଲେଭେଣ୍ଡର ଢାଳି ହେଲେ । ଜମିଦାରଙ୍କ କଥାରେ ରୋଷେଇ ଘରେ ଚାରିବୋତଲ ସରିକି ଫିନାଇଲ ଢଳାଗଲା ।

ଏହିପରି ଆଠ ଦଶ ମାସ ବେହିସାବୀ ଖର୍ଚ୍ଚ ହେବାରୁ ଜମିଦାରୀରେ ଆଉ କୌଣସି ଧନ ରହିଲା ନାହିଁ । ପ୍ରଜାମାନଙ୍କଠାରୁ ମାରିପିଟି ଆଗତୁରା ବର୍ଷକର ଖଜଣା ଆଦାୟ କଲେ ମଧ୍ୟ ତାହା ଅଣ୍ଟିଲା ନାହିଁ । ଏଣେ ଠିକ୍ ସମୟରେ ଜମିଦାରୀ କିସ୍ତି ନ ଦେବାରୁ ତାଲୁକ ନିଲାମ ହେବ ବୋଲି ଚିଠି ଆସିଲା । ଠିକ୍ ସେହିଦିନ କଲିକତା ମହାଜନ, ଦଶହଜାର ଟଙ୍କା ପାଇଁ, ଉଆସର ସବୁଜିନିଷ କ୍ରୋକ କଲା ।

ଜମିଦାରୀ ସହିତ ଉଆସ ଜିନିଷ ହାତରୁ ଚାଲିଗଲା ପରେ, ଜମିଦାର ଓ ମିସେସ୍ ମହାପାତ୍ର, ନିଜର ଗହଣା ବିକ୍ରି କରିବାକୁ ବସିଲେ । ମାତ୍ର ବିବାହ ସମୟରେ କିଣା ଯାଇଥ‌ିବା ଗହଣାଗୁଡ଼ିକ ପିତଳ, ଗିଲ୍ଟ ବୋଲି ଜଣାପଡ଼ିଲା । ଆଉ ଡିଗ୍ରୀଧାରୀ ପିଆଦା ଜୁଲମରେ ସେମାନେ ଉଆସରେ ରହିପାରିଲେ ନାହିଁ । ରାତିରେ ସେମାନେ କେଉଁଆଡ଼େ ଚାଲିଗଲେ ।

ପରେ ଜଣାପଡ଼ିଲା, ଜମିଦାର ବାବୁ ତାଙ୍କ ଶ୍ବଶୁର କାମରେ ଆସାମରେ ଖାନସମାଗିରି କରିଥିଲେ ।

CHSE Odisha Class 11 Economics Solutions Chapter 8 ଯୋଜନା

Odisha State Board CHSE Odisha Class 11 Economics Solutions Chapter 8 ଯୋଜନା Questions and Answers.

CHSE Odisha 11th Class Economics Solutions Chapter 8 ଯୋଜନା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। କେଉଁ ମସିହାରେ ଭାରତରେ ଯୋଜନା ପର୍ବ ଆରମ୍ଭ ହୋଇଥିଲା ?
(i) ୧୯୪୭
(ii) ୧୯୪୮
(iii) ୧୯୫୧
(iv) ୧୯୯୧
Answer:
(iii) ୧୯୫୧

୨। ଆମ ଦେଶରେ କେଉଁ ସଂସ୍ଥା ଯୋଜନା ପ୍ରଣୟନ କରୁଥିଲେ ?
(i) ଅର୍ଥ ମନ୍ତ୍ରଣାଳୟ
(ii) ଭାରତୀୟ ରିଜର୍ଭ ବ୍ୟାଙ୍କ
(iii) ଯୋଜନା କମିଶନ୍
(iv) ଅର୍ଥ କମିଶନ୍
Answer:
(iii) ଯୋଜନା କମିଶନ୍

୩। ଯୋଜନା କମିଶନ୍‌ର ଅଧ୍ୟକ୍ଷ କିଏ ଥିଲେ ?
(i) ରାଷ୍ଟ୍ରପତି
(ii) ଉପରାଷ୍ଟ୍ରପତି
(iii) ପ୍ରଧାନମନ୍ତ୍ରୀ
(iv) ଅର୍ଥମନ୍ତ୍ରୀ
Answer:
(iii) ପ୍ରଧାନମନ୍ତ୍ରୀ

୪। ଭାରତୀୟ ଯୋଜନାର ଏକ ମୌଳିକ ଲକ୍ଷ୍ୟ ଲେଖ ।
(i) ସ୍ୱ।ବଲମ୍ୱନଶୀଳତା ହାସଲ
(ii) ଉଚ୍ଚ ଆର୍ଥିକ ଅଭିବୃଦ୍ଧି ହାସଲ
(iii) ସାମାଜିକ ନ୍ୟାୟ ପ୍ରତିଷ୍ଠା
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

CHSE Odisha Class 11 Economics Solutions Chapter 8 ଯୋଜନା

୫। ବର୍ତ୍ତମାନ ଆମ ଦେଶରେ କେଉଁ ଯୋଜନା ପ୍ରଚଳିତ ?
(i) ଦଶମ ଯୋଜନା
(ii) ଏକାଦଶ ଯୋଜନା
(iii) ଦ୍ଵାଦଶ ଯୋଜନା
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଦ୍ବାଦଶ ଯୋଜନା

୬। ପ୍ରଥମ ଯୋଜନାରେ କେଉଁ କ୍ଷେତ୍ର ଅଗ୍ରାଧୂକାର ଲାଭ କରିଥିଲା ?
(i) ଶିଳ୍ପକ୍ଷେତ୍ର
(ii) ସେବା କ୍ଷେତ୍ର
(iii) କୃଷି କ୍ଷେତ୍ର
(iv) ଉପରୋକ୍ତ ସମସ୍ତ
Answer:
(iii) କୃଷିକ୍ଷେତ୍ର

୭। କେଉଁ ଯୋଜନାରେ ଶିଳ୍ପ କ୍ଷେତ୍ର ଅଗ୍ରାଧୁକାର ଲାଭ କରିଥିଲା ?
(i) ପ୍ରଥମ ଯୋଜନା
(ii) ଦ୍ଵିତୀୟ ଯୋଜନା
(iii) ତୃତୀୟ ଯୋଜନା
(iv) ଉପରୋକ୍ତ ସମସ୍ତ
Answer:
(ii) ଦ୍ଵିତୀୟ ଯୋଜନା

୮। ଜାତୀୟ ଯୋଜନା କମିଟି କେବେ ଗଠନ କରାଯାଇଥିଲା।
(i) ୧୯୪୭
(ii) ୧୯୪୯
(iii) ୧୯୩୭
(iv) ୧୯୫୦
Answer:
(iii) ୧୯୩୭

୯। ବମ୍ବେ ଯୋଜନାର ସମୟ କାଳ କେତେବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିଲା ।
(i) ୫ ବର୍ଷ
(ii) ୧୫ ବର୍ଷ
(iii) ୧୦ ବର୍ଷ
(iv) ୨୦ ବର୍ଷ
Answer:
(ii) ୧୫ ବର୍ଷ

୧୦। ସ୍ଥିରତା ସହିତ ବିକାଶ କେଉଁ ଯୋଜନାର ପ୍ରଧାନ ଆଭିମୁଖ୍ୟ ଥିଲା ?
(i) ତୃତୀୟ ଯୋଜନା
(ii) ପଞ୍ଚମ ଯୋଜନା
(iii) ଚତୁର୍ଥ ଯୋଜନା
(iv) ସପ୍ତମ ଯୋଜନା
Answer:
(iii) ଚତୁର୍ଥ ଯୋଜନା

୧୧। କେଉଁ ଯୋଜନାର ସମୟକାଳ ୪ ବର୍ଷ ଥିଲା ?
(i) ତୃତୀୟ ଯୋଜନା
(ii) ପଞ୍ଚମ ଯୋଜନା
(iii) ସପ୍ତମ ଯୋଜନା
(iv) ଅଷ୍ଟମ ଯୋଜନା
Answer:
(ii) ପଞ୍ଚମ ଯୋଜନା

CHSE Odisha Class 11 Economics Solutions Chapter 8 ଯୋଜନା

୧୨। ପଞ୍ଚମ ପଞ୍ଚବାର୍ଷିକ ଯୋଜନାର ପ୍ରମୁଖ ଆଭିମୁଖ୍ୟ କ’ଣ ଥିଲା ?
(i) ସ୍ଥିରତା ସହ ବିକାଶ
(ii) ସାମାଜିକ ନ୍ୟାୟ ସହ ବିକାଶ
(iii) କୃଷି ଓ ଶିଳ୍ପର ବିକାଶ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ସାମାଜିକ ନ୍ୟାୟ ସହ ବିକାଶ

୧୩। କେଉଁ ଯୋଜନା ଦାରିଦ୍ର୍ୟ ଦୂରୀକରଣ ଉପରେ ସର୍ବୋଚ୍ଚ ଗୁରୁତ୍ବ ଆରୋପ କରିଥିଲା।
(i) ଚତୁର୍ଥ ଯୋଜନା
(ii) ଷଷ୍ଠ ଯୋଜନା
(iii) ପଞ୍ଚମ ଯୋଜନା
(iv) ସପ୍ତମ ଯୋଜନା
Answer:
(iv) ସପ୍ତମ ଯୋଜନା

୧୪। ନବମ ପଞ୍ଚବାର୍ଷିକ ଯୋଜନାର ପ୍ରମୁଖ ଆଭିମୁଖ୍ୟ କ’ଣ ଥିଲା ?
(i) ସମତା ଓ ନ୍ୟାୟ ସହିତ ବିକାଶ
(ii) ସ୍ଥିରତା ସହ ବିକାଶ
(iii) ସ୍ଥିରତା ଓ ନ୍ୟାୟ ସହ ବିକାଶ
(iv) ସାମାଜିକ ନ୍ୟାୟ ସହ ବିକାଶ
Answer:
(i) ସମତା ଓ ନ୍ୟାୟ ସହିତ ବିକାଶ

୧୫। ଦଶମ ପଞ୍ଚବାର୍ଷିକ ଯୋଜନା କେବେ ପ୍ରଣୟନ କରାଗଲା ?
(i) ୨୦୦୦ ମସିହା
(ii) ୨୦୦୨ ମସିହା
(iii) ୨୦୦୧ ମସିହା
(iv) ୨୦୦୫ ମସିହା
Answer:
(ii) ୨୦୦୨ ମସିହା

CHSE Odisha Class 11 Economics Solutions Chapter 8 ଯୋଜନା

୧୬। ୧୯୪୪ ମସିହାରେ ବମ୍ବେର ଆଠ ଜଣ ଶିଳ୍ପପତି ଯେଉଁ ଯୋଜନା ଚିଠା ପ୍ରସ୍ତୁତ କରିଥିଲେ ତାହାର ନାମ କ’ଣ ଥୁଲା ?
(i) ଗାନ୍ଧିବାଦୀ ଯୋଜନା
(ii) ଜନଗଣଙ୍କ ଯୋର୍ଜନା
(iii) ବମ୍ବେ ଯୋଜନା
(iv) ସର୍ବୋଦୟ ଯୋଜନା
Answer:
(iii) ବମ୍ବେ ଯୋଜନା

୧୭ । କେଉଁ ଦେଶର ପଞ୍ଚବାର୍ଷିକ ଯୋଜନା ଭାରତରେ ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ପାଇଁ ପ୍ରେରଣା ଯୋଗାଇଥିଲା ?
(i) ଆମେରିକା
(ii) ସୋଭିଏଟ୍ ରୁଷିଆ
(iii) ଚୀନ୍
(iv) କୁ୍ୟବ
Answer:
(ii) ସୋଭିଏଟ୍ ରୁଷିଆ

୧୮। ନିମ୍ନଲିଖତଙ୍କ ମଧ୍ୟରୁ କେଉଁଟି ଭାରତୀୟ ପଞ୍ଚବାର୍ଷିକ ଯୋଜନାର ଅନ୍ୟତମ ବିଫଳତା ?
(i) ସ୍ୱ।ବଲମ୍ୱନଶୀଳତା
(ii) ଅଭିବୃଦ୍ଧି ହାରରେ ଉନ୍ନତି
(iii) ଗଣ ଦାରିଦ୍ର୍ୟ
(iv) ଜାତୀୟ ଓ ମୁଣ୍ଡପିଛା ଆୟର ଅଭିବୃଦ୍ଧି
Answer:
(iii) ଗଣ ଦାରିଦ୍ର୍ୟ

୧୯। ଭାରତୀୟ ଅର୍ଥବ୍ୟବସ୍ଥାର ନିମ୍ନ ଅଭିବୃଦ୍ଧି ହାରକୁ କିଏ ‘ହିନ୍ଦୁ ଅଭିବୃଦ୍ଧି ହାର’ ବୋଲି ଅଭିହିତ କରିଥିଲେ ?
(i) ଭି.କେ.ଆର.ଭି ରାଓ
(ii) ପ୍ରଫେସର ରାଜକ୍ରିଷ୍ଣା
(iii) ପି.ସି. ମହଲାବିଶ୍
(iv) ଏମ୍.ଏନ୍. ରାଓ
Answer:
(ii) ପ୍ରଫେସର ରାଜକ୍ରିଷ୍ଣା

୨୦ । ଏଥୁ ମଧ୍ୟରୁ କେଉଁଟି ଭାରତୀୟ ଯୋଜନାର ପ୍ରମୁଖ ଲକ୍ଷ୍ୟ ନୁହେଁ ?
(i) ଆର୍ଥନୀତିକ ଅଭିବୃଦ୍ଧି
(ii) ସାମାଜିକ ନ୍ୟାୟ ପ୍ରତିଷ୍ଠା
(iii) ଆତ୍ମନିର୍ଭରଶୀଳତା
(iv) ନାରୀ ସଶକ୍ତିକରଣ
Answer:
(iv) ନାରୀ ସଶକ୍ତିକରଣ

୨୧ । କିଏ ନୀତି ଆୟୋଗର ଅଧ୍ୟକ୍ଷ ଅଟନ୍ତି ?
(i) ରାଷ୍ଟ୍ରପତି
(iii) ପ୍ରଧାନମନ୍ତ୍ରୀ
(ii) ଉପରାଷ୍ଟ୍ରପତି
(iv) ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ
Answer:
(iii) ପ୍ରଧାନମନ୍ତ୍ରୀ

୨୨ । ବର୍ତ୍ତମାନ କେଉଁ ଅନୁଷ୍ଠାନ ଯୋଜନା ପ୍ରଣୟନର ଦାୟୀତ୍ବ ନେଇଛି ?
(i) ଅର୍ଥ ଆୟୋଗ
(ii) ଯୋଜନା ଆୟୋଗ
(iii) ନୀତି ଆୟୋଗ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ନୀତି ଆୟୋଗ

CHSE Odisha Class 11 Economics Solutions Chapter 8 ଯୋଜନା

୨୩। ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ କିଏ ଅଟନ୍ତି ?
(i) ନରେନ୍ଦ୍ର ମୋଦି
(ii) ଅରବିନ୍ଦ ପାନାଗାରିଆ
(iii) ଅମର୍ଭ ସେନ୍
(iv) ଅରୁଣ ଜେଟ୍‌ଲି
Answer:
(i) ଅରବିନ୍ଦ ପାନାଗାରିଆ

୨୪ । ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ ହେଲା ?
(i) 2012
(ii) 2013
(iii) 2014
(iv) 2015
Answer:
(i) 2012

୨୫ । ଏମାନଙ୍କ ମଧ୍ୟରୁ କିଏ ନୀତି ଆୟୋଗର ସଦସ୍ୟ ନୁହଁନ୍ତି ?
(i) ରାଜ୍ୟ ଅର୍ଥମନ୍ତ୍ରୀ
(ii) ପ୍ରଧାନମନ୍ତ୍ରୀ
(iii) ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀ
(iv) ଏମାନଙ୍କ ଭିତରୁ କେହିଁ ନୁହେଁ
Answer:
(i) ରାଜ୍ୟ ଅର୍ଥମନ୍ତ୍ରୀ

B. ଶୂନ୍ୟସ୍ଥାନ ପୂରଣ କର।

୧। ଜୟ ପ୍ରକାଶ ନାରାୟଣଙ୍କ ଉଦ୍ୟମରେ ଦେଶର ଆର୍ଥିକ ବିକାଶ ପାଇଁ ଏକ ପରିଯୋଜନା ପ୍ରସ୍ତୁତ କରିଥିଲେ, ଯାହାକି _________________ ନାମରେ ପରିଚିତ ।
Answer:
ସର୍ବୋଦୟ ଯୋଜନା

୨। ଏସ୍.ଲନ୍. ଅଗ୍ରୱାଲ୍ ଯେଉଁ ଯୋଜନା ଚିଠା ପ୍ରସ୍ତୁତ କରିଥିଲେ ତାହାର ନାମ ___________________ ।
Answer:
ଗାନ୍ଧିବାଦୀ ଯୋଜନା

୩। ଏମ୍. ଏନ୍.ରାଏ ଯେଉଁ ଯୋଜନା ଚିଠା ପ୍ରସ୍ତୁତ କରିଥିଲେ ତାହାର ନାମ ____________________ ।
Answer:
ଜନତା ଯୋଜନା

୪। ସମ୍ପ୍ରତି ଦେଶର __________________ ପଞ୍ଚବାର୍ଷିକ ଯୋଜନା ଶୁଭାରମ୍ଭ ହୋଇଛି।
Answer:
ଦ୍ଵାଦଶ

୫। ଦୁଃଖ, ଦାରିଦ୍ର୍ୟ, ରୋଗ ତଥା ଅଳ୍ପାହାରରୁ ମୁକାଳିବା ପାଇଁ _____________________ ର ଆବଶ୍ୟକତା ଉପଲବ୍‌ଧ କରାଗଲା ।
Answer:
ଅର୍ଥନୈତିକ ଯୋଜନା

୬। ପ୍ରଥମ ଯୋଜନାରେ _____________________ ଉତ୍ପାଦନ ବୃଦ୍ଧି ଉପରେ ଅଗ୍ରାଧୁକାର ଦିଆଯାଇଥିଲା ।
Answer:
କୃଷି

୭। ଦ୍ୱିତୀୟ ଯୋଜନାରେ __________________ ପ୍ରତିଷ୍ଠା କରିବା ଥିଲା ଆମ ସମ୍ବିଧାନରେ ବର୍ଣ୍ଣିତ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତିର ଏକ ବିଶେଷ ପ୍ରାବଧାନ ।
Answer:
ଶିଳ୍ପ

୮। ଦେଶରେ _______________________ ପ୍ରତିଷ୍ଠା କରିବା ଥିଲା ଆମ ସମ୍ବିଧାନରେ ବର୍ଣ୍ଣିତ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତିର ଏକ ବିଶେଷ ପ୍ରାବଧାନ ।
Answer:
ସାମାଜିକ ନ୍ୟାୟ

CHSE Odisha Class 11 Economics Solutions Chapter 8 ଯୋଜନା

୯। ________________________ ମସିହାରେ ଭାରତ ସରକାର ଯୋଜନା ଅୟୋଗ ଗଠନ କରିଥିଲେ ।
Answer:
୧୯୫୦

୧୦। ________________________ ପଞ୍ଚବାର୍ଷିକ ଯୋଜନା ଚିଠାରେ ଆୟରେ ଅସମାନତା ହ୍ରାସ ବିଷୟରେ ପ୍ରଥମଥର ପାଇଁ ଆଲୋକପାତ କରାଯାଇଥିଲା ।
Answer:
ତୃତୀୟ ପଞ୍ଚବାର୍ଷିକ,

୧୧। ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଏକ ___________________ ସମାଜ ଗଠନର ଲକ୍ଷ୍ୟ ବିଷୟ ଅବତାରଣା କରାଯାଇଥିଲା।
Answer:
ସମାଜବାଦୀ,

୧୨। ଭାରତରେ ଆର୍ଥନୀକିକ ଅଭିବୃଦ୍ଧିର କଚ୍ଛପ ଗତିକୁ ଅଧ୍ୟାପକ ରାଜକ୍ରିଷ୍ଣା __________________ ଅଭିବୃଦ୍ଧି ହାର କହି ସମାଲୋଚନା କରିଥିଲେ ।
Answer:
ହିନ୍ଦୁ

୧୩। ଯୋଜନା କାଳରେ ଅର୍ଥବ୍ୟବସ୍ଥାରେ ଯେଉଁ ଢାଞ୍ଚାଗତ ଓ ଆନୁଷ୍ଠାନିକ ପରିବର୍ତ୍ତନ ଘଟିଲା ତାହା ଫଳରେ ଜାତୀୟ ଉତ୍ପାଦକୁ ମାଧ୍ୟମିକ ଓ ___________________ କ୍ଷେତ୍ରର ଅବଦାନ ବୃଦ୍ଧି ପାଇଲା।
Answer:
ତୃତୀୟା/ସେବା

୧୪। ସ୍ଵାବଲମ୍ବନଶୀଳତା କହିଲେ ଅର୍ଥବ୍ୟବସ୍ଥାରେ ବୈଦେଶିକ ସହାୟତାର ପରିମାଣକୁ _________________ ସ୍ତରରେ ରଖୁବାକୁ ବୁଝାଇଥାଏ।
Answer:
ସର୍ବନିମ୍ନ

୧୫। ______________________ ଓ କାରିଗରୀ ବିଦ୍ୟାରେ ସଂଘଟିତ ପ୍ରଗତିକୁ ଜାଜ୍ଜ୍ବଲ୍ୟମାନ ଭାରତ ବୋଲି ମଧ୍ୟ କୁହାଯାଏ।
Answer:
ବିଜ୍ଞାନ

୧୬। ଚିରସ୍ଥାୟୀ _______________ କୁ ଭାରତୀୟ ଯୋଜନାର ଏକ ବିଫଳତା ବୋଲି କୁହାଯାଇପାରେ ।
Answer:
ଗଣଦାରିଦ୍ର୍ୟ

୧୭। ୧୯୯୧ ମସିହ ପର୍ଯ୍ୟନ୍ତ ଅନୁସୃତ ଆମ ଯୋଜନା କୌଶଳରେ ___________________ କ୍ଷେତ୍ରର ଆଧୂପତ୍ୟ ଓ ପ୍ରାଧାନ୍ୟକୁ ସ୍ଵୀକାର କରାଯାଇଥିଲା ।
Answer:
ସରକାରୀ

୧୮। ଭାରତୀୟ ଯୋଜନାଗୁଡ଼ିକର ବିଫଳତା ପାଇଁ ଏହାକୁ _________________ ଯୋଜନା ବୋଲି କୁହାଯାଏ।
Answer:
କାଗଜ

୧୯।____________________ ନୀତି ଆୟୋଗରେ ଅଧ୍ୟକ୍ଷତା କରିଥା’ନ୍ତି ।
Answer:
ପ୍ରଧାନମନ୍ତ୍ରୀ

୨୦। ନୀତି ଆୟୋଗ ___________________ ମସିହାରେ ଗଠିତ ହୋଇଥିଲା ।
Answer:
୨୦୧୫

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ

୧। ଅର୍ଥନୈତିକ ଯୋଜନା କହିଲେ ତୁମେ କ’ଣ ବୁଝ ?
Answer:
ଅର୍ଥନୈତିକ ଯୋଜନା ହେଉଛି ବହୁଳ ଅର୍ଥନୈତିକ ସମ୍ବଳର ଦାୟିତ୍ଵରେ ଥିବା କୌଣସି ନିଶ୍ଚିତ କର୍ତ୍ତୃପକ୍ଷଙ୍କ କେତେକ ସୁଚିନ୍ତିତ ଲକ୍ଷ୍ୟ ପୂରଣ ନିମିତ୍ତ ସୁଚିନ୍ତିତ ନିର୍ଦ୍ଦେଶ।

୨। ଆମ ଯୋଜନାର ଏକ ମୌଳିକ ଲକ୍ଷ୍ୟ ଉଲ୍ଲେଖ କର ।
Answer:
ଉଚ୍ଚ ଆଧ‌ିକ ଅଭିବୃଦ୍ଧି, ଭାରତୀୟ ଯୋଜନାର ଏକ ମୌଳିକ ଲକ୍ଷ୍ୟ ।

୩। ଭାରତୀୟ ଯୋଜନାର ଗୋଟିଏ ତ୍ରୁଟି ଉଲ୍ଲେଖ କର।
Answer:
ଉତ୍କଟ ଦାରିଦ୍ର୍ୟ ଭାରତୀୟ ଯୋଜନାର ଗୋଟିଏ ତ୍ରୁଟି ।

CHSE Odisha Class 11 Economics Solutions Chapter 8 ଯୋଜନା

୪। ଆର୍ଥିକ ସ୍ଵାବଲମ୍ବନଶୀଳତା କହିଲେ କ’ଣ ବୁଝ ?
Answer:
ନିଜ ଗୋଡ଼ରେ ନିଜେ ଛିଡ଼ାହେବା ଓ ବିଦେଶୀ ସାହାଯ୍ୟ ଉପରେ ମାତ୍ରାଧୂକ ନିର୍ଭରଶୀଳ ନ ହେବାକୁ ସ୍ଵାବଲମ୍ବନଶୀଳତା ବୋଲି କୁହାଯାଏ।

୫। ଭାରତରେ କେତୋଟି ଯୋଜନା ପ୍ରଚଳିତ ହୋଇସାରିଲାଣି ?
Answer:
ଭାରତରେ ବାରଟି ଯୋଜନା ହୋଇସାରିଲାଣି ।

୬ । ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନାରେ ଜାତୀୟ ଆୟର ବାର୍ଷିକ ଅଭିବୃଦ୍ଧି ଲକ୍ଷ୍ୟ କେତେ ରଖାଯାଇଛି ।
Answer:
ଦ୍ବାଦଶ ପଞ୍ଚବାର୍ଷିକ ଯୋଜନାରେ ଜାତୀୟ ଆୟର ବାର୍ଷିକ ଅଭିବୃଦ୍ଧି 9.5% ଲକ୍ଷ୍ୟ ରଖାଯାଇଛି।

୭ । କେଉଁ ଯୋଜନାରେ ଦାରିଦ୍ର୍ୟଦୂରୀକରଣ ଉପରେ ସର୍ବୋଚ୍ଚ ଗୁରୁତ୍ବ ଆରୋପ କରାଯାଇଥିଲା ?
Answer:
ସପ୍ତମ ଯୋଜନାରେ ଦାରିଦ୍ର୍ୟ ଦୂରୀକରଣ ଉପରେ ସର୍ବୋଚ୍ଚ ଗୁରୁତ୍ବ ଆରୋପ କରାଯାଇଥିଲା।

୮। ଭାରତୀୟ ଯୋଜନା ଆୟୋଗର ପ୍ରଥମ ଅଧ୍ଯକ୍ଷ କିଏ ?
Answer:
ପଣ୍ଡିତ ଜବାହରଲାଲ ନେହେରୁ ଭାରତୀୟ ଯୋଜନା ଆୟୋଗର ପ୍ରଥମ ଅଧ୍ୟକ୍ଷ ।

୯ । ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ କରାଯାଇଥିଲା ?
Answer:
ଭାରତରେ ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ୧୯୬୯ ମସିହାରେ ଆରମ୍ଭ କରାଯାଇଥିଲା।

୧୦ । କାହା ତତ୍ତ୍ଵାବଧାନରେ ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାର ଚିଠା ପ୍ରସ୍ତୁତ ହୋଇଥିଲା ?
Answer:
ପ୍ରଫେସର ପି.ସି. ମାହାଲାନୋବିସ୍‌ଙ୍କ ତତ୍ତ୍ବାବଧାନରେ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ଚିଠା ପ୍ରସ୍ତୁତ ହୋଇଥିଲା ।

୧୧ । ଶିଳ୍ପାୟନରେ ଭାରତ ପୃଥ‌ିବୀରେ କେଉଁ ସ୍ଥାନ ଗ୍ରହଣ କରିଛି ?
Answer:
ଭାରତ ଦଶମ ସ୍ଥାନ ଗ୍ରହଣ କରିଛି ।

୧୨ । ୨୦୧୧-୧୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର କେତେ ଥିଲା ?
Answer:
ଭାରତର ଅଭିବୃଦ୍ଧି ହାର 6.5 ପ୍ରତିଶତ ଥିଲା ।

୧୩। ୨୦୦୯-୧୦ ଆର୍ଥିକ ବର୍ଷରେ ପୁଞ୍ଜିଗଠନର ହାରା କେତେ ଥିଲା ?
Answer:
୨୦୦୯-୧୦ ଆର୍ଥିକ ବର୍ଷରେ ପୁଞ୍ଜିଗଠନର ହାର 31.6% ଥିଲା ?

୧୪। ୧୯୯୧ ମସିହା ଅନୁଯାୟୀ ମୁଣ୍ଡପିଛା ଦୈନିକ ଖାଦ୍ୟ ଉପଭୋଗ 471 ଗ୍ରାମ୍ ଥିଲାବେଳେ ବର୍ତ୍ତମାନ କେତେ ଅଛି ?
Answer:
୧୯୯୧ ମସିହା ଅନୁଯାୟୀ ମୁଣ୍ଡପିଛା ଦୈନିକ ଖାଦ୍ୟ ଉପଭୋଗ 471 ଗ୍ରାମ୍ ଥିଲାବେଳେ ବର୍ତ୍ତମାନ 490 ଗ୍ରାମ୍

୧୫ । ଦେଶରେ ଜି.ଡ଼ି.ପି.କୁ ଶିଳ୍ପ କ୍ଷେତ୍ରରେ ଅବଦାନ କେତେ ଅଛି ?
Answer:
ଦେଶରେ ଜି.ଡ଼ି.ପି.କୁ ଶିଳ୍ପ କ୍ଷେତ୍ରରେ ଅବଦାନ 29.2 ଅଛି ?

D. ନିମ୍ନଲିଖତ ଉତ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ। ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧ । ରାଷ୍ଟ୍ରପତି ଯୋଜନା ଆୟୋଗର ଅଧ୍ୟକ୍ଷ ଅଟନ୍ତି
Answer:
ପ୍ରଧାନମନ୍ତ୍ରୀ ଯୋଜନା ଆୟୋଗର ଅଧ୍ୟକ୍ଷ ଅଟନ୍ତି ।

CHSE Odisha Class 11 Economics Solutions Chapter 8 ଯୋଜନା

୨। ୧୯୪୮ ମସିହାରେ ଦେଶର ପ୍ରଥମ ଯୋଜନା କାର୍ଯ୍ୟକାରୀ ହୋଇଥିଲା
Answer:
୧୯୫୧ ମସିହାରେ ଦେଶର ପ୍ରଥମ ଯୋଜନା କାର୍ଯ୍ୟକାରୀ ହୋଇଥିଲା ।

୩ । ଆମ ଦେଶରେ ବର୍ତ୍ତମାନ ନବମ ଯୋଜନା ପ୍ରଚଳିତ।
Answer:
ଆମ ଦେଶରେ ବର୍ତ୍ତମାନ ଦ୍ଵାଦଶ ଯୋଜନା ପ୍ରଚଳିତ।

୪ । ପ୍ରଥମ ଯୋଜନାରେ କୃଷିବିକାଶ ଉପରେ ଅଗ୍ରାଧୁକାର ଦିଆଯାଇଥିଲା ।
Answer:
ଠିକ୍

୫। ଦଶମ ଯୋଜନାରେ ୮ ପ୍ରତିଶତ ବାର୍ଷିକ ଅଭିବୃଦ୍ଧିହାର ହାସଲ ଲକ୍ଷ୍ୟ ରହିଛି ।
Answer:
ଦଶମ ଯୋଜନାରେ ୮ ପ୍ରତିଶତ ବାର୍ଷିକ ଅଭିବୃଦ୍ଧିହାର ହାସଲ ଲକ୍ଷ୍ୟ ରହିଛି ।

୬। ଆଞ୍ଚଳିକ ବୈଷମ୍ୟତା ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥାଏ।
Answer:
ଅର୍ଥନୈତିକ ଅଭିବୃଦ୍ଧି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥାଏ।

୭ । ପ୍ରଥମ ବାର୍ଷିକ ଯୋଜନାର କାର୍ଯ୍ୟକାଳ ତିନିବର୍ଷ ଥିଲା ।
Answer:
ପ୍ରଥମ ବାର୍ଷିକ ଯୋଜନାର କାର୍ଯ୍ୟକାଳ ପାଞ୍ଚବର୍ଷ ଥିଲା ।

୮। ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନା କୃଷି ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲା
Answer:
ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ଶିଳ୍ପ ଉପରେ ସର୍ବାଧ‌ିକ ଗୁରୁତ୍ବ ଆରୋପ କରିଥିଲା ।

୯। ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ଉଭୟ କୃଷି ଓ ଶିଳ୍ପର ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
Answer:
ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ସ୍ଥିରତା ସହିତ ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ।

CHSE Odisha Class 11 Economics Solutions Chapter 8 ଯୋଜନା

୧୦। ସପ୍ତମ ଯୋଜନା ଦାରିଦ୍ର୍ୟ ଓ ବେକାରି ଦୂରିକରଣ ସହିତ ସ୍ଵାବଲମ୍ବନଶୀଳତାକୁ ମୁଖ୍ୟ ଲକ୍ଷ୍ୟ ଭାବରେ ଉପସ୍ଥାପନ କରିଥିଲା
Answer:
ଷଷ୍ଠ ଯୋଜନା ଦାରିଦ୍ର୍ୟ ଓ ବେକାରୀ ଦୂରିକରଣ ସହିତ ସ୍ଵାବଲମ୍ବନଶୀଳତାକୁ’ ମୁଖ୍ୟ ଲକ୍ଷ୍ୟ ଭାବରେ ଉପସ୍ଥାପନ କରିଥିଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

୧। ଯୋଜନାର ଆବଶ୍ୟକତା କ’ଣ ?
Answer:
ସ୍ଵାଧୀନତା ପୂର୍ବବର୍ତ୍ତୀ ଔପନିବେଶିକ ଶାସନ କାଳରେ ଭାରତର ଅର୍ଥନୈତିକ ସ୍ଥିତି ଥିଲା ଅତ୍ୟନ୍ତ ନିରାଶଜନକ। ଦେଶରେ ଶିଳ୍ପର ଭିଭି ଅତ୍ୟନ୍ତ ଦୁର୍ବଳ ଥିଲା ଏବଂ ପାରମ୍ପରିକ କୃଷିବ୍ୟବସ୍ଥାର ଚାପରେ ଲକ୍ଷ ଲକ୍ଷ କୃଷକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଥିଲେ । ତେଣୁ ସୀମିତ ସମ୍ବଳକୁ ସରକାରୀ ନିର୍ଦ୍ଦେଶରେ ସୁବିନିଯୋଗ କଲେ ବିକାଶର ଆବଶର ଆବଶ୍ୟକତା ପୂରଣ ହେବା ସଙ୍ଗେ ସଙ୍ଗେ ବିଗତ ଦୁଇଶହ ବର୍ଷର ଅଧଃପତନର ଦେଶକୁ ରକ୍ଷା କରାଯାଇପାରିବ। ସୋଭିଏଟ୍ ରୁଷିଆର ପଞ୍ଚବାର୍ଷିକ ଯୋଜନା, ଭାରତରେ ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ପାଇଁ ପ୍ରେରଣା ଯୋଗାଇ ଦେଇଥିଲା।

୨। ଉନ୍ନୟନ କୌଶଳ କହିଲେ କ’ଣ ବୁଝ ?
Answer:
ଯୋଜନାର ଅଭୀଷ୍ଟ ଲକ୍ଷ୍ୟ ପୂରଣ ପାଇଁ ଦୀର୍ଘକାଳୀନ ନୀତିର ପରିକଳ୍ପନା କରାଯାଏ, ତାହାକୁ ଉନ୍ନୟନ କୌଶଳ କୁହାଯାଏ । ଭାରତ ଭଳି ବିକାଶୋନ୍ମୁଖୀ ରାଷ୍ଟ୍ରରେ ସୀମିତ ସମ୍ବଳର ସଦୁପଯୋଗ କରିବାପାଇଁ ପ୍ରଥମେ ଦୁର୍ବଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରି ସେଥ‌ିରେ ପୁଂଜିନିବେଶକୁ ଉତ୍ସାହିତ କରିବାକୁ ପଡ଼ିଥାଏ। ଯୋଜନା ଆରମ୍ଭ କାଳରୁ ଭାରତରେ ଯେଉଁ ଉନ୍ନୟନ କୌଶଳ ଅବଲମ୍ବନ କରାଯାଇଅଛି, ସେଗୁଡ଼ିକ ହେଲା –
(୧) ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ ଏକ ବଳିଷ୍ଠ ଭିତ୍ତିଭୂମି ସୃଷ୍ଟି କରିବା,
(୨) ଶିଳ୍ପାୟନକୁ ଅଗ୍ରାଧୂକାର ଦେବା ଓ
(୩) ଖାଉଟି ଦ୍ରବ୍ୟ ଉତ୍ପାଦନକାରୀ ଶିଳ୍ପ ଉପରେ ପ୍ରାଧାନ୍ୟ ନ ଦେଇ ପୁଂଜିଦ୍ରବ୍ୟ ଉତ୍ପାଦନକାରୀ ଶିଳ୍ପର ଅଭିବୃଦ୍ଧି ପାଇଁ ଗୁରୁତ୍ବ ଆରୋପ କରିବା ।

୩। ଅର୍ଥନୈତିକ ଯୋଜନା କାହାକୁ କୁହାଯାଏ ?
Answer:
ସମ୍ବଳର ସୁବିନିଯୋଗ କରି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିମନ୍ତେ ରାଷ୍ଟ୍ର ନେଉଥ‌ିବା ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମକୁ ଯୋଜନା କୁହାଯାଏ। ଏହା ଏକ ଅର୍ଥନୈତିକ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ସମସ୍ତ ଅର୍ଥନୈତିକ ସମ୍ବଳକୁ ଆକାଂକ୍ଷିତ ଲକ୍ଷ୍ୟ ପୂରଣ ନିମିତ୍ତ ପ୍ରେରଣ କରାଯାଇପାରେ। ତେଣୁ, ଏକ ସୁକଳ୍ପିତ ଯୋଜନା ଅର୍ଥନୈତିକ ବିକାଶ ସାଧାନ ପାଇଁ ନିହାତି ଜରୁରୀ। ତେଣୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ବଳର ଶ୍ରେଷ୍ଠତମ ଉପଯୋଗ କରି ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟର ପରିପୂରଣ ପାଇଁ ରାଷ୍ଟ୍ରୟ ସରକାର ପ୍ରସ୍ତୁତ କରିଥିବା ନୀତି ହିଁ ଅର୍ଥନୈତିକ ଯୋଜନା।

୪। ଚଳିତ ଶହସ୍ରାବ୍ଦୀର ପ୍ରଥମ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ କ’ଣ ଥିଲା ?
Answer:
ଚଳିତ ଶହସ୍ରାବ୍ଦୀର ପ୍ରଥମ ପଞ୍ଚବାର୍ଷିକ ଯୋଜନା ବା ଦଶମ ପଞ୍ଚବାର୍ଷିକ ଯୋଜନା ୨୦୦୨ ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନାର ଲକ୍ଷ୍ୟ ଗୁଡ଼ିକ ହେଲା –
(୧) ଦଶମ ଯୋଜନାର ଚିଠାରେ ଜାତୀୟ ଆୟର ବାର୍ଷିକ ଅଭିବୃଦ୍ଧି ହାର ଆଠ ପ୍ରତିଶତରେ ଲକ୍ଷ୍ୟ ସ୍ଥିର କରାଯାଇଅଛି।
(୨) ମାନବୀୟ ବିକାଶ ଓ କଲ୍ୟାଣକୁ ଯୋଜନାର ମୂଳ ଲକ୍ଷ୍ୟ ବୋଲି ବର୍ଣ୍ଣନା କରାଯାଇଅଛି। ଏଥୁରେ ପ୍ରଧାନମନ୍ତ୍ରୀ ସ୍ଵାସ୍ଥ୍ୟ ଓ ଶିକ୍ଷାକୁ ବିକାଶର ଦୁଇଟି ମୁଖ୍ୟ ଆୟୁଧ ବୋଲି ଅଭିହିତ କରିଛନ୍ତି ।

୫। ଏକାଦଶ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ କ’ଣ ଥିଲା ?
Answer:
ଏକାଦଶ ପଞ୍ଚବାର୍ଷିକ ଯୋଜନା ୨୦୦୭ରେ ଆରମ୍ଭ ହୋଇଥିଲା। ଏହି ଯୋଜନାର ଲକ୍ଷ ଗୁଡ଼ିକ ହେଲା –
(୧) ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାର ହାସଲ ସହିତ ଯୋଜନା ସମାପ୍ତ ବେଳକୁ ୧୦ ପ୍ରତିଶତ ଅଭିବୃଦ୍ଧିହାର ହାସଲ କରିବା,
(୨) ଅବହେଳିତ ବର୍ଗକୁ ସମୁଚିତ ସୁବିଧା ସୁଯୋଗ ପ୍ରଦାନ କରିବା,
(୩) ନିରନ୍ତର କୃଷି ବିକାଶ,
(୪) ମାନବ ସମ୍ବଳ ପାଇଁ ଫଳପ୍ରଦ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି, ଇତ୍ୟାଦି।

CHSE Odisha Class 11 Economics Solutions Chapter 8 ଯୋଜନା

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧। ସ୍ଵାବଲମ୍ବନଶୀଳତା ଓ ଅର୍ଥନୀତିର ଆଧୁନିକୀକରଣ
Answer:
ସ୍ଵାବଲମ୍ବନଶୀଳତା ଭାରତୀୟ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏକ ସ୍ଵାବଲମ୍ବୀ ରାଷ୍ଟ୍ର ନିଜ ସମ୍ବଳର ବିନିଯୋଗ କରି ଯୋଜନାଭିଭିକ ବିକାଶ କରିପାରେ। ଏହା ବିଦେଶୀକରଣ ଓ ଅନୁଦାନ ଉପରେ ଅଧ‌ିକ ନିର୍ଭର ନ କରି ଆମଦାନି ମୂଲ୍ୟ ପ୍ରଦାନ ପାଇଁ ସକ୍ଷମ ହୋଇଥାଏ, ଯାହାକି ଆମ ପଞ୍ଚବାର୍ଷିକ ଯୋଜନାରେ ପ୍ରତିଫଳିତ ହୋଇଥିଲା।

ଅର୍ଥନୈତିକ କାର୍ଯ୍ୟକଳାପ ସବୁର ଆଧାରରେ ଦେଖାଦେଉଥ‌ିବା ଢାଞ୍ଚାଗତ ଏବଂ ଆନୁଷ୍ଠାନିକ ପରିବର୍ତ୍ତନକୁ ବୁଝାଏ । ଅର୍ଥବ୍ୟବସ୍ଥାର ଉତ୍ପାଦନ ଢାଞ୍ଚାର ବିକାଶ, କାର୍ଯ୍ୟକଳାପର ବିବିଧୀକରଣ, ପ୍ରଯୁକ୍ତିବିଦ୍ୟାର ଉନ୍ନତି ଓ ସାଂସ୍ଥାନିକ ନବ ପ୍ରବର୍ତ୍ତନ ଇତ୍ୟାଦିକୁ ଆଧୁନିକୀକରଣର ସୂଚକ ରୂପେ ଗ୍ରହଣ କରାଯାଇଥାଏ।

୨। ଉଚ୍ଚ ଆର୍ଥିକ ପ୍ରଗତି ଓ ସାମାଜିକ ନ୍ୟାୟ
Answer:
ଦେଶ ସ୍ଵାଧୀନତା ଲାଭ କଲାବେଳକୁ ଲୋକମାନଙ୍କର ଜୀବନଧାରଣର’ ମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିଲା। କୃଷି ଓ କୃଷକ, ଶ୍ରମିକ, ଗ୍ରାମ୍ୟ କାରିଗର ଓ ବୁଣାକାର, ବସ୍ତିବାସିନ୍ଦା ସମସ୍ତେ ଅତ୍ୟନ୍ତ ଦୟନୀୟ ତଥା ଅଭାବନୀୟ ଅବସ୍ଥାରେ କାଳାତିପାତ କରୁଥିଲେ । ଦେଶବାସୀଙ୍କୁ ଏହି ଅବସ୍ଥାରୁ ମୁକାଳିବା ପାଇଁ ଅର୍ଥନୈତିକ ପ୍ରଗତିର ଆବଶ୍ୟକତା ଉପଲବ୍‌ଧ କରାଗଲା। ଉଚ୍ଚ ଆର୍ଥିକ ଅଭିବୃଦ୍ଧି ହାସଲ କରି ଦେଶବାସୀଙ୍କ ଜୀବନଧାରଣର ମାନ ଉନ୍ନତ ସ୍ତରକୁ ଆଣିବା ଥଲା ପଞ୍ଚବାର୍ଷିକ ଯୋଜନାର ସର୍ବ ପ୍ରଥମ ଲକ୍ଷ୍ୟ ।

ସାମାଜିକ ନ୍ୟାୟ ପ୍ରତିଷ୍ଠାକୁ ଭାରତୀୟ ସମ୍ବିଧାନ ଏକ ରାଷ୍ଟ୍ରୀୟ ଆଭିମୁଖ୍ୟ ଭାବେ ଗ୍ରହଣ କରିଛି । ଏହାକୁ ସାକାର କରିବା ପାଇଁ ଆମ ଅର୍ଥନୈତିକ ଯୋଜନାର ଅନ୍ୟତମ ଲକ୍ଷ୍ୟ ଭାବେ ସମାଜରୁ ବୈଷମ୍ୟତା ଦୂର କରିବା, ଧନୀ ଗରିବ ଭେଦଭାବ ହ୍ରାସ କରିବା ଆଞ୍ଚଳିକ ବୈଷମ୍ୟତା ଦୂର କରିବା, ଆର୍ଥିକ କ୍ଷମତାର ବିକେନ୍ଦ୍ରୀକରଣ କରିବା ଓ ପଛୁଆବର୍ଗର ଲୋକମାନଙ୍କର ପ୍ରଗତିପାଇଁ ଉଦ୍ୟମ କରିବା ଆଦି ପ୍ରୟାସ ସ୍ଥାନ ପାଇଛି ।

୩। ସାମାଜିକ ନ୍ୟାୟ ଓ ଆଧୁନିକୀକରଣ
Answer:
ସାମାଜିକ ନ୍ୟାୟ ପ୍ରତିଷ୍ଠାକୁ ଭାରତୀୟ ସମ୍ବିଧାନ ଏକ ରାଷ୍ଟ୍ରୀୟ ଆଭିମୁଖ୍ୟ ଭାବେ ଗ୍ରହଣ କରିଛି । ଏହାକୁ ସାକାର କରିବା ପାଇଁ ଆମ ଅର୍ଥନୈତିକ ଯୋଜନାର ଲକ୍ଷ୍ୟ ଭାବେ ସମାଜରୁ ବୈଷମ୍ୟତା ଦୂର କରିବା, ଧନୀ ଗରିବ ଭେଦଭାବ ହ୍ରାସ କରିବା, ଆର୍ଥକ କ୍ଷମତାର ବିକେନ୍ଦ୍ରୀ କରଣ କରିବା, ଆଞ୍ଚଳିକ ବୈଷମ୍ୟତା ଦୂର କରିବା ଓ ପଛୁଆବର୍ଗର ଲୋକମାନଙ୍କର ପ୍ରଗତି ପାଇଁ ଉଦ୍ୟମ କରିବା ଆଦି ପ୍ରୟାସ ସ୍ଥାନ ପାଇଛି ।

ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ରହିଛି ଭୂ-ସଂସ୍କାର କାର୍ଯ୍ୟକ୍ରମ, ଗୋତିଶ୍ରମିକ ପ୍ରଥାର ଉଚ୍ଛେଦ, କୃଷି ତଥା ଅଣକୃଷି କାର୍ଯ୍ୟପାଇଁ ସର୍ବନିମ୍ନ ମଜୁରି ଇତ୍ୟାଦି ।

ଆଧୁନିକୀକରଣ କହିଲେ ଅର୍ଥନୈତିକ କାର୍ଯ୍ୟକଳାପ ସବୁର ଆଧାରରେ ଦେଖାଦେଉଥ‌ିବା ଢାଞ୍ଚାଗତ ଏବଂ ଆନୁଷ୍ଠାନିକ ପରିବର୍ତ୍ତନକୁ ବୁଝାଏ। ଅର୍ଥବ୍ୟବସ୍ଥାର ଉତ୍ପାଦନ ଢାଞ୍ଚାର ବିକାଶ, କାର୍ଯ୍ୟକଳାପର ବିବିଧୀକରଣ, ପ୍ରଯୁକ୍ତିବିଦ୍ୟାର ଉନ୍ନତି ଓ ସାଂସ୍ଥାନିକ ନବ ପ୍ରବର୍ତ୍ତନ ଇତ୍ୟାଦିକୁ ଆଧୁନିକୀକରଣର ସୂଚକ ରୂପେ ଗ୍ରହଣ କରାଯାଇଥାଏ। କୃଷିର ବିକାଶ, ଶିଳ୍ପର ପ୍ରଗତି ମୌଳିକ ଆଧାରିକ ସଂରଚନାର ବିସ୍ତାର ଏବଂ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମାଜିକ ସେବାର ଉପଲବ୍‌ଧତାଦ୍ୱାରା ହିଁ ଗୋଟିଏ ଦେଶର ଅର୍ଥବ୍ୟବସ୍ଥାର ଆଧୁନିକୀକରଣ ସମ୍ଭବ ହୋଇଥାଏ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଅର୍ଥନୈତିକ ଯୋଜନା କାହାକୁ କୁହାଯାଏ ? ଭାରତୀୟ ଯୋଜନାର ବୈଶିଷ୍ଟ୍ୟ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କର ।
Answer:
ଅର୍ଥନୈତିକ ସମସ୍ୟାର ସମାଧାନ ସହିତ ଏହାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାପାଇଁ ଯେଉଁ ନୀତି ବା ପ୍ରସ୍ତାବ ଗ୍ରହଣ କରାଯାଏ ତାହାକୁ ‘ଯୋଜନା’ କୁହାଯାଏ । ଅର୍ଥନୈତିକ ବିକାଶପାଇଁ ଯୋଜନା ଅପରିହାର୍ଯ୍ୟ । ସାମାଜିକ ଓ ଅର୍ଥନୈତିକ ବିକାଶ ଏହାର ଲକ୍ଷ୍ୟ । ଯୋଜନା ହେଉଛି ଅର୍ଥନୀତି ପରିଚାଳନାର ଏକ ନୂତନ ନୀତି, ଦାୟିତ୍ଵ ବହନର ଏକ ପରିବର୍ତ୍ତିତ ଦିଗ ।

ଅର୍ଥନୈତିକ ଅଗ୍ରାଧ‌ିକାରରେ ସ୍ବେଚ୍ଛାକୃତ ଓ ସୁଚିନ୍ତିତ ଚୟନ ହେଉଛି ଯୋଜନା । ଏହା ଅର୍ଥନୈତିକ ଓ ସାମାଜିକ ବିକାଶପାଇଁ ସରକାରଙ୍କର ଏକ କୌଶଳପୂର୍ଣ୍ଣ କାର୍ଯ୍ୟକ୍ରମ । କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରିବାପାଇଁ ଏବଂ ସମାଜର ସାମଗ୍ରିକ ମଙ୍ଗଳ ସାଧନ କରିବାପାଇଁ ଅର୍ଥନୀତି ଓ ସମାଜର ସମ୍ବଳର ଓ ଯୋଜନା ନାମରେ ଅଭିହିତ କରାଯାଏ ।

ଏକ ନିର୍ଦ୍ଦିଷ୍ଟ ସମୟସୀମା, ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ଅର୍ଥନୀତିର ପରିବେଶ ଉପରେ ଯୋଜନା ପର୍ଯ୍ୟବସିତ । ଏସବୁର ପରିବର୍ତ୍ତନ ଘଟିଲେ ଯୋଜନାର ରୂପ ଓ ଆଭିମୁଖ୍ୟ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଅର୍ଥନୀତିରେ ଘଟୁଥିବା ଉତ୍ଥାନ ପତନକୁ ନିୟନ୍ତ୍ରଣ କରିବାପାଇଁ ପ୍ରବର୍ତ୍ତିତ ଯୋଜନାକୁ ଚକ୍ରୀୟ ହ୍ରାସ- ବୃଦ୍ଧି ନିବାରକ ଯୋଜନା (Anticyclical Planning) କୁହାଯାଏ । ଅର୍ଥନୀତିର ରୂପ ଓ ମାନ ବଦଳାଇବାପାଇଁ କରାଯାଉଥିବା ଯୋଜନାକୁ ଉନ୍ନୟନ ଯୋଜନା (Development Planning) କୁହାଯାଏ ।

CHSE Odisha Class 11 Economics Solutions Chapter 8 ଯୋଜନା

ଯୋଜନାର ପରିସର :

  • ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ଆଭିମୁଖ୍ୟକୁ ଚରିତାର୍ଥ କରିବା ।
  • ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଓ ଏହା ଅଗ୍ରାଧ୍ୟାକାର ଭିତ୍ତିରେ ହାସଲ କରିବା ।
  • ଯୋଜନାର କାର୍ଯ୍ୟକାରିତା ପାଇଁ ସମ୍ବଳର ସଦୁପଯୋଗ ।
  • ଯୋଜନାର ରୂପାୟନ ନିମନ୍ତେ ବିଭିନ୍ନ ସଂସ୍ଥା ଗଠନ ।
  • ଯୋଜନାର ସଫଳତାର ଆବଶ୍ୟକୀୟ ମୂଲ୍ୟାୟନ ।

ଯୋଜନାର ବୈଶିଷ୍ଟ୍ୟ :
ଭାରତରେ ପ୍ରଣୀତ ହେଉଥ‌ିବା ଯୋଜନାର ନିମ୍ନଲିଖିତ ଲକ୍ଷଣ ବା ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ ।
(1) ଗଣତାନ୍ତ୍ରିକ – ଭାରତରେ ପ୍ରଣୟନ କରାଯାଉଥିବା ଯୋଜନା ସଂପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରସ୍ତୁତ କରାଯାଏ । ଗଣତନ୍ତ୍ର ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବା ବିଭିନ୍ନ ରାଜ୍ୟର ଲୋକପ୍ରତିନିଧ୍ ଓ କେତେକ ବିଶେଷଜ୍ଞଙ୍କ ମତାମତ ଗ୍ରହଣ କରି ସଂପୂର୍ଣ ସହମତି ଭିତ୍ତିରେ ଯୋଜନା ପ୍ରଣୟନ କରାଯାଏ ।

(2) ବିକେନ୍ଦ୍ରିତ ଯୋଜନା – ଭାରତରେ ପ୍ରଣୟନ ହେଉଥ‌ିବା ଯୋଜନା ବିକେନ୍ଦ୍ରିତ । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦେଶପାଇଁ ଯୋଜନା ପ୍ରଣୟନ କରୁଥିବାବେଳେ ରାଜ୍ୟଗୁଡ଼ିକ ନିଜ ରାଜ୍ୟପାଇଁ ଯୋଜନା ପ୍ରସ୍ତୁତ କରିଥା’ନ୍ତି । ସେହିପରି ଜିଲ୍ଲା, ସବ୍‌ଡିଭିଜନ୍‌ ଓ ପଞ୍ଚାୟତ ସ୍ତରରେ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥାଏ ।

(3) ପଞ୍ଚବାର୍ଷିକ ଯୋଜନା – ଭାରତରେ ପ୍ରତି ପାଞ୍ଚବର୍ଷରେ ଥରେ ଯୋଜନା ପ୍ରଣୟନ କରାଯାଏ । ଏହାକୁ ପଞ୍ଚବାର୍ଷିକ ଯୋଜନା କୁହାଯାଏ । 1951 ମସିହାଠାରୁ ପ୍ରଣୀତ ଏହି ପଞ୍ଚବାର୍ଷିକ ଯୋଜନା ବର୍ତ୍ତମାନ ୨ ଟି ସୋପାନ ଅତିକ୍ରମ କରି ସାରିଛି । ଏହାକୁ ପରିଚାଳନା କରିବାପାଇଁ ଯୋଜନା କମିଶନ ଓ ରାଜ୍ୟ ଯୋଜନା ବୋର୍ଡ ରହିଥାଏ । ଏହି ସଂସ୍ଥାର ସଦସ୍ୟମାନଙ୍କ ସକ୍ରିୟ ସହଯୋଗରେ ଯୋଜନା କାର୍ଯ୍ୟକାରୀ ହୋଇଥାଏ ।

(4) ଘରୋଇ ଓ ସରକାରୀ ଉଦ୍ୟୋଗର ସହାବସ୍ଥାନ ଭାରତୀୟ ଯୋଜନାରେ ସରକାରୀ ଓ ବେସରକାରୀ ଉଦ୍ୟୋଗର ସହାବସ୍ଥାନ ଘଟିଥାଏ । ଯୋଜନା ପ୍ରଣୟନ ସମୟରେ ଉଭୟ ଦିଗପ୍ରତି ଗୁରୁତ୍ବ ଆରୋପ କରାଯାଇଥାଏ ଓ କୌଣସି ଉଦ୍ୟୋଗକୁ ଅବହେଳା କରାଯାଇ ନଥାଏ । ଏହି କାରଣରୁ ଭାରତୀୟ ଅର୍ଥନୀତିକୁ ‘ମିଶ୍ରିତ ଅର୍ଥନୀତି’ କୁହାଯାଏ ।

(5) ମୌଳିକ ଲକ୍ଷ୍ୟ ହାସଲ – ଭାରତୀୟ ଯୋଜନାରେ ମୌଳିକ ଲକ୍ଷ୍ୟ ହାସଲ କାର୍ଯ୍ୟକ୍ରମ ସ୍ଥାନ ପାଇଥାଏ । ସେଗୁଡ଼ିକ ମଧ୍ୟରୁ ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି, ଆୟ ବୈଷମ୍ୟ ଦୂରୀକରଣ, କୃଷି ଓ ଶିଳ୍ପର ବିକାଶ, ବିଭିନ୍ନ ଅଞ୍ଚଳ ମଧ୍ୟରେ ସମତା ରକ୍ଷା ଆଦି ଅନ୍ୟତମ । ଏତଦ୍‌ବ୍ୟତୀତ ଅର୍ଥନୀତିର ପରିବେଶକୁ ଲକ୍ଷ୍ୟ ରଖ୍ ଅନ୍ୟ କାର୍ଯ୍ୟକ୍ରମ ସ୍ଥାନ ପାଇଥାଏ ।

ଏହି ପଞ୍ଚବାର୍ଷିକ ଯୋଜନା ସହ ଭାରତରେ ପ୍ରତି 15 ବା 20 ବର୍ଷରେ ଏକ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରାଯାଇଥାଏ । ଏହାକୁ ଦୀର୍ଘକାଳୀନ ବିକାଶମୂଳକ ଯୋଜନା (Perspective Planning) କୁହାଯାଏ ।

ଯୋଜନାର ବିଭିନ୍ନ ଦିଗ :
ବିଭିନ୍ନ ବିଷୟବସ୍ତୁର ସମାହାରରେ ଯୋଜନା ରୂପାୟିତ ହୋଇଥାଏ । ଯୋଜନାର ବିଶିଷ୍ଟ ଅଙ୍ଗଗୁଡ଼ିକ ନିମ୍ନ ପ୍ରକାର ।
(1) ଲକ୍ଷ୍ୟ ଓ ଉଦ୍ଦେଶ୍ୟ– ପ୍ରତ୍ୟେକ ଯୋଜନାରେ କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥାଏ । ଏହି ଲକ୍ଷ୍ୟ ହାସଲପାଇଁ ସୁଚିନ୍ତିତ ଚିଠା କରାଯାଇଥାଏ । ଏହି ଲକ୍ଷ୍ୟ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ହୋଇଥାଏ । ଜନସାଧାରଣଙ୍କ ଜୀବନଧାରଣର ମାନର ଉନ୍ନତିପାଇଁ କି ପ୍ରକାର ଅଥନୈତିକ, ସାମାଜିକ ଓ ରାଜନୈତିକ ସଂସ୍କାର ଲୋଡ଼ା ତାହା ଲିପିବଦ୍ଧ ହୋଇଥାଏ ଯୋଜନାରେ ।

(2) ସମୟସୀମା – ସବୁ ଲକ୍ଷ୍ୟଗୁଡ଼ିକ ସଂପୂର୍ଣ୍ଣରୂପେ ଗୋଟିଏ ନିର୍ଦ୍ଦିଷ୍ଟ କାଳରେ ହାସଲ ହୋଇପାରିବ ନାହିଁ । ତେଣୁ ଲକ୍ଷ୍ୟର ଗୁରୁତ୍ଵ ଓ ଲକ୍ଷ୍ୟ ହାସଲର ସମ୍ଭାବନା ଅନୁଯାୟୀ ଯୋଜନାର ସମୟସୀମା ନିର୍ଦ୍ଧାରଣ କରାଯାଇଥାଏ । ସାଧାରଣତଃ 5 ବା7 ବର୍ଷ ପାଇଁ ଗୋଟିଏ ଯୋଜନା ପ୍ରସ୍ତୁତ କରାଯାଇଥାଏ ଏବଂ ଏହି କାଳ ଭିତରେ କେତେ ଜାତୀୟ ଆୟ ବୃଦ୍ଧି ଘଟିବ ବା କି କି ଶିଳ୍ପ ସ୍ଥାପନ କରାଯିବ ତାହା ନିର୍ଦ୍ଧାରିତ ହୋଇଥାଏ ।

(3) ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷ – ଯୋଜନା ପ୍ରଣୟନ ଓ ତା’ର କାର୍ଯ୍ୟକରଣ ଓ ବିଶ୍ଳେଷଣ ପାଇଁ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ନଥାଏ । ସମ୍ବଳ ସଂଗ୍ରହ ଓ ଆବଣ୍ଟନ କାର୍ଯ୍ୟପାଇଁ ନିର୍ଦ୍ଦିଷ୍ଟ ସଂଗଠନ ଗଢ଼ାଯାଇଥାଏ ।

(4) ଭବିଷ୍ୟତର କାର୍ଯ୍ୟନିର୍ଘଣ୍ଟ – ଯୋଜନାରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟପ୍ରଣାଳୀ ଥାଏ । କେଉଁ କାର୍ଯ୍ୟ କେତେ ସମୟ ଭିତରେ କରିବାକୁ ହେବ ତାହା ସ୍ଥିରୀକୃତ ହୋଇଥାଏ । ଯେଉଁ କାର୍ଯ୍ୟଧାରାନୁସାରେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କଲେ ସର୍ବୋତ୍କୃଷ୍ଟ ସୁବିଧା ମିଳିବ ତାହା ଅବଲମ୍ବନ କରାଯାଇଥାଏ ।

(5) ସୁସଂଗଠିତ ପ୍ରଶାସନ – ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ସୁସଂଗଠିତ ପ୍ରଶାସନିକ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ।

(6) ଲକ୍ଷ୍ୟ ଓ ଅଗ୍ରାଧିକାର – ଯୋଜନା ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟ ଭିତରେ ଆୟବୃଦ୍ଧି, ଉତ୍ପାଦନ, କର୍ମସଂସ୍ଥାନ ସୃଷ୍ଟି କେତେ ପରିମାଣରେ ହାସଲ କରାଯିବ ତାହା ନିର୍ଦ୍ଦିଷ୍ଟ କରି କୁହାଯାଏ । ଗୁରୁତ୍ୱ ଦୃଷ୍ଟିରୁ ଲକ୍ଷ୍ୟଗୁଡ଼ିକର କ୍ରମାନ୍ୱୟ ଧାର୍ଯ୍ୟ କରାଯାଏ ।

(7) ବ୍ୟାପକ ପରିସୀମା – ଅର୍ଥନୈତିକ ଯୋଜନାର ପରିସୀମା ବ୍ୟାପକ । ଏହା ପ୍ରତିଟି ଦିଗ; ଯଥା— ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦିଗକୁ ସ୍ପର୍ଶ କରିଥାଏ । ସମାଜର ସାଧାରଣ ବର୍ଗଙ୍କର ଉନ୍ନତିପାଇଁ ଏହାର ପରିସୀମା ବ୍ୟାପକ ହୋଇଥାଏ କାରଣ ସମାଜର କଲ୍ୟାଣ ସହ ଜଡ଼ିତ ସମସ୍ତ ଅନୁଷ୍ଠାନରେ ଏହା ପୁନର୍ଗଠନ କରିଥାଏ, ଯଦ୍ବାରା କଲ୍ୟାଣ ସାଧୂ ହୁଏ ।

(8) ଯୋଜନାର ନିୟନ୍ତ୍ରଣ ଓ ସୀମାବଦ୍ଧତା – ପ୍ରତିଟି ଯୋଜନାରେ ଘରୋଇ କ୍ଷେତ୍ରକୁ ନିୟନ୍ତ୍ରିତ କରାଯାଇଥାଏ । କେଉଁ ଦ୍ରବ୍ୟ କେଉଁ ପ୍ରତିଷ୍ଠାନଦ୍ୱାରା କେତେ ପରିମାଣରେ ଉତ୍ପାଦିତ ହେବ ତାହାର ସୀମା ନିର୍ଦ୍ଧାରଣ କରିଥାଏ । ଏସବୁ ପଛରେ ସାମାଜିକ କଲ୍ୟାଣର ଉଦ୍ଦେଶ୍ୟ ରହିଥାଏ ।

CHSE Odisha Class 11 Economics Solutions Chapter 8 ଯୋଜନା

(9) ରାଷ୍ଟ୍ରୀୟ ଉଦ୍ୟୋଗର ପ୍ରସାର – ଯୋଜନା ପ୍ରଣୟନରେ ରାଷ୍ଟ୍ରୀୟ ଉଦ୍ୟୋଗଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଇଥାଏ । ଘରୋଇ କ୍ଷେତ୍ରକୁ ନିୟନ୍ତ୍ରଣରେ ରଖ୍ ସରକାରୀ ଉଦ୍ୟୋଗର ପ୍ରସାର କରାଯାଇଥାଏ । ଉପଭୋଗର ମାତ୍ରା ହ୍ରାସ କରି ସଂଚୟକୁ ପ୍ରୋତ୍ସାହିତ କରାଯାଏ ଯଦ୍ବାରା ପୁଞ୍ଜି ସଂଚୟନରେ ବୃଦ୍ଧି ଦେଖାଦିଏ । ଏହାର ପ୍ରଭବରେ ଉତ୍ପାଦନ ବୃଦ୍ଧି ଘଟେ ।

୨। ଭାରତରେ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟଗୁଡ଼ିକ ଆଲୋଚନା କର ।
Answer:
ଦେଶର ଯୋଜନା ପ୍ରଣୟନ ସମୟରେ ତାତ୍କାଳିକ ସମସ୍ୟାବଳୀକୁ ଆଖ୍ୟାଗରେ ରଖ୍ ଯୋଜନାର ଲକ୍ଷ୍ୟ ସ୍ଥିର କରାଯାଇଥାଏ । ତେଣୁ ଭାରତର ପ୍ରତ୍ୟେକ ପଞ୍ଚବାର୍ଷିକ ଯୋଜନାର ସ୍ୱଳ୍ପକାଳୀନ ଲକ୍ଷ୍ୟ ରହିଅଛି । କିନ୍ତୁ ବିଗତ ପାଞ୍ଚ ଦଶନ୍ଧିର ଯୋଜନାଗୁଡ଼ିକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଭାରତୀୟ ପଞ୍ଚବାର୍ଷିକ ଯୋଜନାରେ କେତେକ ନିର୍ଦ୍ଦିଷ୍ଟ ଦୀର୍ଘକାଳୀନ ଲକ୍ଷ୍ୟ ପୂରଣ କରିବାପାଇଁ ଉଦ୍ୟମ କରାଯାଇଅଛି । ଯୋଜନାର ସେହି ଲକ୍ଷ୍ୟଗୁଡ଼ିକ ହେଲା –

(1) ଅର୍ଥନୈତିକ ଅଭିବୃଦ୍ଧି – ସ୍ଵାଧୀନତା ପ୍ରାପ୍ତି ସମୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସ୍ଥାଣୁ ହୋଇଯାଇଥିଲା । ଅର୍ଥନୈତିକ ଅଭିବୃଦ୍ଧି ବ୍ୟତିରେକ ଦେଶର ଉନ୍ନୟନ ସମ୍ଭବ ନୁହେଁ ବୋଲି ଯୋଜନା ପ୍ରଣୟନକାରୀମାନେ ଭଲଭାବରେ ଜାଣିଥିଲେ । ତେଣୁ ଯୋଜନା ପ୍ରଣୟନକାରୀମାନେ ଅର୍ଥନୈତିକ ଅଭିବୃଦ୍ଧିକୁ ଯୋଜନାରେ ପ୍ରାଧାନ୍ୟ ଦେଇଥିଲେ ।

ଯୋଜନା ଯୁଗର ପ୍ରଥମ ତିନି ଦଶନ୍ଧି ମଧ୍ୟରେ ଦେଶର ଅର୍ଥନୈତିକ ହାରରେ ବିଶେଷ ଅଭିବୃଦ୍ଧି ଘଟିନଥିଲା । ଏହି ସମୟରେ ଦେଶର ମୋଟ ଘରୋଇ “ଉତ୍ପାଦ ବାର୍ଷିକ ହାର ମାତ୍ର 3.73 ଶତାଂଶ ଥିଲା । କିନ୍ତୁ ଏହି ହାର ଔପନିବେଶିକ ଶାସନ ସମୟର ଅଭିବୃଦ୍ଧି ହାର ଅପେକ୍ଷା ଅଧିକ ଥିଲା । 1980 ଦଶକରେ ଏହି ଅଭିବୃଦ୍ଧି ହାର ବାର୍ଷିକ 5.76 ଶତାଂଶରେ ପହଞ୍ଚି ପାରିଥିଲା । ଏହା ନିଶ୍ଚିତରୂପେ ଆମ ଯୋଜନାର ଉଲ୍ଲେଖନୀୟ ସଫଳତା ।

(2) ସ୍ଵାବଲମ୍ବନଶୀଳତା – ଯୋଜନା ଯୁଗର ଆରମ୍ଭ ପୂର୍ବରୁ ଦେଶ ବିଦେଶୀ ଶକ୍ତିମାନଙ୍କ ଉପରେ ବିଭିନ୍ନ ଦିଗରୁ ନିର୍ଭରଶୀଳ ଥିଲା । ପ୍ରଥମତଃ, ଦେଶର ଖାଦ୍ୟଦ୍ରବ୍ୟ ଉତ୍ପାଦନ ପର୍ଯ୍ୟାପ୍ତ ନ ଥ‌ିବାରୁ ବିଦେଶରୁ ଖାଦ୍ୟଦ୍ରବ୍ୟ ଆମଦାନୀ କରାଯାଇଥିଲା । ଦ୍ୱିତୀୟତଃ, ଦେଶରେ ଗୁରୁଶିଳ୍ପର ଭିତ୍ତିଭୂମି ଦୁର୍ବଳ ଥିବାରୁ ପୁଞ୍ଜିଦ୍ରବ୍ୟପାଇଁ ବିଦେଶୀ ରାଷ୍ଟ୍ରମାନଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା ।

ତୃତୀୟତଃ, ଘରୋଇ ସଞ୍ଚୟର ପରିମାଣ ସ୍ଵଳ୍ପ ହୋଇଥ‌ିବାରୁ ନିବେଶ ହାର ବୃଦ୍ଧିପାଇଁ ଆମକୁ ବୈଦେଶିକ ଋଣ ଉପରେ ନିର୍ଭର କରିବାକୁ ପଡୁଥିଲା । ଏହା ଫଳରେ ଆମେ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରୁଥିଲେ ଓ ଆମର ଅର୍ଥନୈତିକ ସାର୍ବଭୌମତ୍ବ ବିପର୍ଯ୍ୟସ୍ତ ହେଉଥିଲା । ଏହି ପରିପ୍ରେକ୍ଷୀରେ ଦେଶକୁ ବୈଦେଶିକ ଶକ୍ତିର କବଳରୁ ମୁକ୍ତ କରିବାପାଇଁ ଯୋଜନାକାରୀମାନେ ଉଦ୍ୟମ ଆରମ୍ଭ କରିଦେଲେ । ତେଣୁ ସ୍ଵାବଲମ୍ବନଶୀଳତା ଆମ ଯୋଜନାର ଆଉ ଏକ ପ୍ରଧାନ ଆଭିମୁଖ୍ୟ ବୋଲି ଧରାଗଲା ।

ଅବଶ୍ୟ ପ୍ରଥମ ଦୁଇଟି ଯୋଜନାରେ ଆତ୍ମନିର୍ଭରଶୀଳତାକୁ ବିଶେଷ ଗୁରୁତ୍ବ ଦିଆଯାଇ ନଥିଲା । କିନ୍ତୁ ତୃତୀୟ, ଚତୁର୍ଥ, ପଞ୍ଚମ ଯୋଜନା କାଳରେ ଆତ୍ମନିର୍ଭରଶୀଳତା ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରାଯାଇଥିଲା । ତୃତୀୟ ଯୋଜନାରେ କେବଳ ବାହ୍ୟ ସାହାଯ୍ୟ ଉପରେ ନିର୍ଭର ହ୍ରାସ କରିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଚତୁର୍ଥ ଯୋଜନାରେ 1971 ମସିହାସୁଦ୍ଧା ବିଦେଶରୁ ଖାଦ୍ୟଦ୍ରବ୍ୟ ଆମଦାନୀକୁ ବନ୍ଦ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା ।

ସେହିପରି ବୈଦେଶିକ ସାହାଯ୍ୟକୁ ଅଧାଅଧ୍ ହ୍ରାସ କରିବାପାଇଁ ଏହି ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପଞ୍ଚମ ଯୋଜନା କାଳରେ ରପ୍ତାନୀ ବୃଦ୍ଧି ଓ ଆମଦାନୀ ହ୍ରାସ କରାଯାଇ ବୈଦେଶିକ ବିନିମୟ ମୁଦ୍ରାର ଆବଶ୍ୟକତାକୁ ମେଣ୍ଟାଯାଇ ପାରିବ ବୋଲି ସ୍ଥିର କରାଯାଇଥିଲା ।

ଫଳରେ 1977-78 ମସିହା ସୁଦ୍ଧା ଆମ ଦେଶ ଖାଦ୍ୟଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଥିଲା । ସେହିପରି ପୁଞ୍ଜିର ଭିଭିଭୂମି ମଧ୍ଯ ଦୃଢ଼ତର ହୋଇଥିଲା । କିନ୍ତୁ ଆନ୍ତର୍ଜାତିକ ବଜାରରେ ଖଣିଜ ତୈଳର ଅହେତୁକ ଦରବୃଦ୍ଧି ହେତୁ ଭାରତର ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ହାସଲ କରିବାର ସମ୍ଭାବନା କ୍ଷୀଣ ହୋଇଯାଇଛି ।

(3) ସାମାଜିକ ନ୍ୟାୟ – ଦେଶରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରତିଷ୍ଠାକୁ ଭାରତୀୟ ସମ୍ବିଧାନ ଜାତୀୟ ଲକ୍ଷ୍ୟର ମର୍ଯ୍ୟାଦା ପ୍ରଦାନ କରିଛି । ପଞ୍ଚବାର୍ଷିକ ଯୋଜନାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପ୍ରତି ବିଭିନ୍ନ ଦିଗରୁ ଦୃଷ୍ଟି

(i) ଦେଶର ରାଜନୈତିକ ଢାଞ୍ଚାରେ ଗଣତାନ୍ତ୍ରିକ ପଦ୍ଧତିର ପ୍ରୟୋଗ – ଗଣତାନ୍ତ୍ରିକ ଯୋଜନା ପଦ୍ଧତି ହେଉଛି ଭାରତୀୟ ଯୋଜନାର ମୂଳଭିଭି । ଏହି ଯୋଜନା ପ୍ରଣୟନର ସମସ୍ତ ପ୍ରକ୍ରିୟାରେ ଲୋକମାନଙ୍କୁ ସକ୍ରିୟଭାବରେ ଜଡ଼ିତ କରାଯାଇଥାଏ । ଗଣତାନ୍ତ୍ରିକ ରାଜନୈତିକ ଆଦର୍ଶ ଭିତ୍ତିରେ ଯୋଜନା ପ୍ରଣୟନ କରିବା ସଙ୍ଗେ ସଙ୍ଗେ ଏକ ମୁକ୍ତ ଓ ଶୋଷଣମୁକ୍ତ ସମାଜ ଗଠନ କରିବା ଯୋଜନାର ମୁଖ୍ୟ ଲକ୍ଷ୍ୟ ।

(ii) ଆୟରେ ଅସମାନତା ହ୍ରାସ – ଦେଶରେ ଆୟର ବଣ୍ଟନରେ ବୈଷମ୍ୟ ଦୂର କରିବାପାଇଁ ଅଗ୍ରାଧ୍ୟାକାର ଦିଆଯାଇଛି । ଯୋଜନାକାରୀମାନଙ୍କ ମତରେ, ଦେଶରେ ସାମନ୍ତବାଦୀ ପ୍ରଥା ଯୋଗୁଁ ଆୟରେ ବ୍ୟକ୍ତିଗତ ମାଲିକାନାର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ ଇତ୍ୟାଦି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅସମାନତା ଦୂର କରାଯାଇପାରିବ ବୋଲି ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ସେହିପରି ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆୟର ଅସମାନତା ଦୂର କରିବାପାଇଁ ଗ୍ରାମାଞ୍ଚଳରେ କୃଷି ଉତ୍ପାଦିକା ଶକ୍ତି ବୃଦ୍ଧି, କୃଷିଭିଭିକ ଶିଳ୍ପ, କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟାୟନ ଆଦି କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଯୋଜନାରେ ସ୍ଥାନ ପାଇଥିଲା ନିଆଯାଇଅଛି ।

(iii) ଅର୍ଥନୈତିକ କ୍ଷମତା ବିକେନ୍ଦ୍ରୀକରଣ – ଅର୍ଥନୈତିକ କ୍ଷମତା କେନ୍ଦ୍ରୀକରଣ ପ୍ରକ୍ରିୟାର ବିଲୋପ ସାଧନ ହେଉଛି ସାମାଜିକ ନ୍ୟାୟ ପ୍ରତିଷ୍ଠାର ଅନ୍ୟ ଏକ ଆଭିମୁଖ୍ୟ । ଗ୍ରାମାଞ୍ଚଳରେ ଚାଷଜମି ବଣ୍ଟନରେ ଅସମାନତା ହେତୁ ଓ ସହରାଞ୍ଚଳରେ କେତେକ ବ୍ୟକ୍ତିଙ୍କର ଏକଚାଟିଆ ବ୍ୟବସାୟ ଯୋଗୁଁ ଦେଶର ଅର୍ଥନୈତିକ କ୍ଷମତା ମାତ୍ର କେତେଜଣ ବ୍ୟକ୍ତିଙ୍କ ହାତରେ କେନ୍ଦ୍ରୀଭୂତ ହୋଇଥିଲା । ଏହି କ୍ଷମତାର ବିକେନ୍ଦ୍ରୀକରଣପାଇଁ ଯୋଜନାରେ ମଧ୍ୟ ଅନେକ ପଦକ୍ଷେପମାନ ନିଆଯାଇଅଛି ।

(iv) ପଛୁଆ ଓ ଅବହେଳିତ ବର୍ଗର ଉନ୍ନତି – ପଛୁଆ ଓ ଅବହେଳିତ ବର୍ଗର ଲୋକମାନଙ୍କର କଲ୍ୟାଣ ଉଦ୍ୟମ ହେଉଛି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାର ଅନ୍ୟ ଏକ ଦିଗ । ଅନୁସୂଚିତ ଜାତି, ଜନଜାତିମାନଙ୍କପାଇଁ ଶିକ୍ଷାଗତ ଓ ଅର୍ଥନୈତିକ ସ୍ଵାର୍ଥର ସୁରକ୍ଷାପାଇଁ ଯୋଜନାରେ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସେହିପରି ସଂଖ୍ୟାଲଘୁ, ମହିଳା, ଶିଶୁ ଓ ଶାରୀରିକ ଅକ୍ଷମମାନଙ୍କୁ ବିଶେଷ ସାହାଯ୍ୟ ଯୋଗାଇ ଦେବାପାଇଁ ପଦକ୍ଷେପମାନେ ଯୋଜନାରେ ନିଆଯାଇଅଛି ।

(v) ‘ସାମାଜବାଦୀ ସମାଜ ଗଠନ’ – ଦେଶରେ ଏକ ‘ସମାଜବାଦୀ ସମାଜ’ ଗଠନର ଲକ୍ଷ୍ୟ ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ଲକ୍ଷ୍ୟ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ଯୋଜନାଗୁଡ଼ିକରେ ଏହି ଲକ୍ଷ୍ୟକୁ ଚରିତାର୍ଥ କରିବାପାଇଁ ଲୋକମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଉପରେ ଗୁରୁତ୍ବ ଆରୋପ କରାଯାଇ ଆସୁଅଛି ।

CHSE Odisha Class 11 Economics Solutions Chapter 8 ଯୋଜନା

୩। ନୀତି ଆୟୋଗ କ’ଣ ? ଏହାର ଯୋଜନା ଆୟୋଗ ମଧ୍ୟରେ ତୁଳନାତ୍ମକ ଆଲୋଚନା କର ।
Answer:
ଦୀର୍ଘ ଛଅ ଦଶନ୍ଧି ଧରି ଭାରତ ଅର୍ଥନୀତି ଯୋଜନାର ମଙ୍ଗ ଧରିଥିବା ଯୋଜନା ଆୟୋଗରେ ସଂସ୍କାର ଆଣି ସରକାର ଦେଶର ସମସ୍ତ ରାଜ୍ୟମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରି ଅର୍ଥନୈତିକ ବୈଷମ୍ୟ ଦୂରୀକରଣ କରିବା ପାଇଁ ଏକ ଆୟୋଗ ଗଠନ କରାଯାଇଥିଲା; ଯାହା 2015 ଜାନୁୟାରୀ ପହିଲାରେ ‘‘ନୀତି-ଆୟୋଗ’’ ନାମରେ ନାମିତ ହେଲା । ଅର୍ଥନୈତିକ ବିକାଶରେ ଦେଶର ସମସ୍ତ ରାଜ୍ୟକୁ ଭାଗିଦାର କରିବା ଏହାର ମୂଳ ଲକ୍ଷ୍ୟ ।

ନୀତି ଆୟୋଗ ଗଠନର ଉଦ୍ଦେଶ୍ୟ :
ଭାରତର ପ୍ରଧାନମନ୍ତ୍ରୀ ନୀତିଆୟୋଗର ଅଧ୍ୟକ୍ଷ ରହିବେ । ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଶାରଦ ନୀତି ଆୟୋଗର ଉପାଧ୍ୟକ୍ଷ ରହିବେ । ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଅରବିନ୍ଦ ପାନଗାରିଆ ନୀତି ଆୟୋଗର ଉପାଧ୍ଯକ୍ଷ ମନୋନିତ ହୋଇଛନ୍ତି । ନୀତି ଆୟୋଗ ଅଧୀନରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ପରିଚାଳନା ପରିଷଦର ସଭ୍ୟ ରହିବେ ।

ନୀତି ଆୟୋଗରେ ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟ କିମ୍ବା ଅଗ୍ରଣୀ ଗବେଷଣା ଅନୁଷ୍ଠାନରୁ ଦୁଇଜଣ ପଦପ୍ରଯୁକ୍ତ (Ex- officio) ଅଂଶକାଳ ସଭ୍ୟ ରହିବେ ଯେଉଁମାନଙ୍କର କାର୍ଯ୍ୟକାଳ କ୍ରମ ଭିଭିରେ ସ୍ଥିର କରାଯିବ ।
ପ୍ରଧାନମନ୍ତ୍ରୀଙ୍କଦ୍ବାରା କେନ୍ଦ୍ରମନ୍ତ୍ରୀମଣ୍ଡଳର ଚାରିଜଣ ସଦସ୍ୟ ପଦପ୍ରଯୁକ୍ତ ବଳରେ ନୀତି ଆୟୋଗକୁ ମନୋନୀତ ହେବେ । କେନ୍ଦ୍ର ସରକାରଙ୍କ ସଚିବସ୍ତରର ଜଣେ ଅଫିସର ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଏକ ନିର୍ଦ୍ଦିଷ୍ଟ ଅବଧୂ ପାଇଁ ପ୍ରଧାନମନ୍ତ୍ରୀଙ୍କଦ୍ୱାରା ନିଯୁକ୍ତ ହେବେ ।

ଏକାଧ୍ଵ ରାଜ୍ୟ / ଅଞ୍ଚଳର ନିର୍ଦ୍ଦିଷ୍ଟ ପ୍ରସଙ୍ଗ ବା ସମ୍ଭାବିତ ସମସ୍ୟାର ସମାଧାନ ପାଇଁ ଏକ ଆଞ୍ଚଳିକ ପରିଷଦ ଗଠନ ହେବ । ଏହି ପରିଷଦରେ ପ୍ରଧାନମନ୍ତ୍ରୀ ବା ତାଙ୍କଦ୍ବାରା ମନୋନୀତ ବ୍ୟକ୍ତିବିଶେଷ ଏହାର ଅଧ୍ୟକ୍ଷତା କରିବେ ଏବଂ ଏହି ପରିଷଦରେ ଉକ୍ତ ରାଜ୍ୟ ବା ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ସଦସ୍ୟ ରହିବେ । ଅର୍ଥନୀତିଜ୍ଞ ବିବେକ ଦେବରାୟ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ନୀତି ଆୟୋଗର କାର୍ଯ୍ୟ :

  • ନୀତି ଆୟୋଗ କେବଳ ସରକାରଙ୍କ ଏକ ପରାମର୍ଶଦାତା ବା ନୀତି-ଚିନ୍ତନ ଅଙ୍ଗ । ପାଣ୍ଠି ଆବଣ୍ଟନ କ୍ଷମତା ବିତ୍ତ ମନ୍ତ୍ରଣାଳୟ ଦ୍ବାରା ନିୟନ୍ତ୍ରିତ ହେବ ।
  • ନୀତି ଆୟୋଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ସଦସ୍ୟ ରହୁଥ‌ିବାରୁ ସମବାୟ ସଂଘ ଭାବରେ କାର୍ଯ୍ୟ କରିବେ ।
  • ନୀତି ଆୟୋଗର ଗଠନ ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ । ଯାହା ରାଜ୍ୟମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରିବ ।
  • ନୀତି ଆୟୋଗ ନୀତି ନିର୍ଦ୍ଧାରଣ କରେ, କିନ୍ତୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହମତିରେ କାର୍ଯ୍ୟକାରୀ ହୋଇଥାଏ ।
  • ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ନୀତି ଆୟୋଗ ରାଜ୍ୟମାନଙ୍କ ମତକୁ ବିଚାରକୁ ନେଇ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବିକେନ୍ଦ୍ରୀକରଣ ପ୍ରକ୍ରିୟାକୁ ଗୁରୁତ୍ଵ ଦେଇଥାଏ ।
  • କେନ୍ଦ୍ର-ରାଜ୍ୟ ମଧ୍ୟରେ ଉତ୍ତମ ସହଯୋଗ ଓ ଆନ୍ତଃମନ୍ତ୍ରଣାଳୟ ସମନ୍ବୟ ସ୍ଥାପନ କରିବାଦ୍ୱାରା ଏହା ଏକ ସୁସ୍ଥ ଅର୍ଥନୈତିକ ବିକାଶର ଭାଗିଦାରୀ ଲାଭ କରିବ ।
  • ନୀତି ଆୟୋଗ ଜାତୀୟ ଓ ଆନ୍ତର୍ଜାତୀୟ ବିଶାରଦମାନଙ୍କ ସହାୟତା ନେଇ ନୂତନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିଥାଏ ।

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ଅରବିନ୍ଦ ପାନଗରିଆ ବର୍ତ୍ତମାନ ନୀତି ଆୟୋଗର ଉପାଧ୍ୟକ୍ଷ ଅଟନ୍ତି । ତିନିଜଣ ପୂର୍ଣ୍ଣକାଳୀନ ସଭ୍ୟହେଲେ ଅର୍ଥନୀତିଜ୍ଞ ବିବେକ ଦେବରାୟ, ଦେଶରକ୍ଷା ଗବେଷଣା ସଂଗଠନର ପୂର୍ବତନ ମୁଖ୍ୟ ଭି.କେ.ସାରସ୍ୱତ, ପ୍ରଫେସର ରମେଶ ଚାନ୍ଦ (କୃଷି ବିଶାରଦ) ।
ନୀତି ଆୟୋଗ ଓ ଯୋଜନା ଆୟୋଗ ମଧ୍ଯରେ ତୁଳନା :
ନୀତି ଆୟୋଗ :

  • ଏହା ସରକାରଙ୍କର କେବଳ ଏକ ପରାମର୍ଶଦାତା ଅଙ୍ଗ । ପାଣ୍ଠି ଆବଣ୍ଟନ କ୍ଷମତା ବିତ୍ତ ମନ୍ତ୍ରଣାଳୟ ଉପରେ ନ୍ୟସ୍ତ ।
  • ଏହାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ସଦସ୍ୟ ରହୁଥ‌ିବାରୁ ରାଜ୍ୟମାନଙ୍କୁ ଅଧୂକ କ୍ଷମତା, ହସ୍ତାନ୍ତର କରାଯାଇଥାଏ ।
  • ରାଜ୍ୟମାନଙ୍କ ସହ ପରାମର୍ଶ କରିବା ପରେ ଚୂଡ଼ାନ୍ତ ନୀତି ପ୍ରସ୍ତୁତ ହୁଏ ।
  • ନୀତି ନିର୍ଦ୍ଧାରଣ ବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନୀତି ଲଦିଦେବାର କ୍ଷମତା ଏହାର ନାହିଁ ।
  • ନୀତି ଆୟୋଗରେ ତିନିଜଣ ପୂର୍ଣ୍ଣକାଳୀନ ସଭ୍ୟମାନଙ୍କ ସହ ଅନେକ ଆଂଶିକ ସଭ୍ୟ ଥାଆନ୍ତି ।
  • ରାଜ୍ୟମାନଙ୍କୁ ନେଇ ସମବାୟ ସଂଘୀୟ ବ୍ୟବସ୍ଥା ମାଧ୍ୟମରେ ନୀତି ପ୍ରସ୍ତୁତ କରାଯାଏ ।

CHSE Odisha Class 11 Economics Solutions Chapter 8 ଯୋଜନା

ଯୋଜନା ଆୟୋଗ :

  • ରାଜ୍ୟ ସରକାର ଓ ବିଭିନ୍ନ ମନ୍ତ୍ରଣାଳୟକୁ ପାଣ୍ଠି ଆବଣ୍ଟନ କ୍ଷମତା ଯୋଜନା ଆୟୋଗ ଦ୍ବାରା ପରିଚାଳିତ ହେଉଥାଏ ।
  • ଏହି ବ୍ୟବସ୍ଥାରେ ଜାତୀୟ ଉନ୍ନୟନ ପରିଷଦର ସଭ୍ୟ ହିସାବରେ ଓ ରାଜ୍ୟ ବାର୍ଷିକ ଯୋଜନା ବୈଠକରେ ହେଉଥ‌ିବା ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ରାଜ୍ୟମାନଙ୍କର ଭୂମିକା ସୀମାବଦ୍ଧ ହୋଇଥାଏ ।
  • ଯୋଜନା କମିଶନ ନୀତି ନିର୍ଦ୍ଧାରଣ କରିବା ପରେ ରାଜ୍ୟମାନଙ୍କ ସହ ପାଣ୍ଠି ଆବଣ୍ଟନ ସମ୍ବନ୍ଧରେ ପରାମର୍ଶ କରନ୍ତି ।
  • ଯୋଜନା ଆୟୋଗ ଏହାର ନିର୍ଦ୍ଧାରିତ ନୀତିକୁ ରାଜ୍ୟମାନଙ୍କ ଉପରେ ଲଦିଦିଏ ।
  • ଆଠଜଣ ପୂର୍ଣ୍ଣକାଳୀନ ସଦସ୍ୟଙ୍କୁ ନେଇ ଯୋଜନା ଆୟୋଗ ଗଠିତ । ଆଂଶିକ ସଭ୍ୟଙ୍କ ପାଇଁ କୌଣସି ବ୍ୟବସ୍ଥା ନ ଥାଏ ।
  • ପଞ୍ଚବାର୍ଷିକ ଯୋଜନା ମଡ଼େଲକୁ ରାଜ୍ୟ ମାନଙ୍କ ଉପରେ ଲଦି ଦିଆଯାଏ । ରାଜ୍ୟମାନଙ୍କ ପରାମର୍ଶକୁ ବିଶେଷ ଗୁରୁତ୍ୱ ଦିଆଯାଏ ନାହିଁ ।

BSE Odisha 8th Class Science Notes Chapter 13 ଧ୍ୱନି

Odisha State Board BSE Odisha 8th Class Science Notes Chapter 13 ଧ୍ୱନି will enable students to study smartly.

BSE Odisha Class 8 Science Notes Chapter 13 ଧ୍ୱନି

→ ଉପକ୍ରମ :
1. ସାଧାରଣତଃ ଆମ ଦୈନନ୍ଦିନ ଜୀବନରେ ଶବ୍ଦ ବା ‘ଧ୍ୱନି’ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ! ଆମେ ଆମର ପରିସରରେ ଧ୍ୱନି ସୃଷ୍ଟି ନକରି କଥାବାର୍ତ୍ତା ହୋଇପାରିବା ନାହିଁ । ଆମ ଚାରିପାଖରେ ଥବା ବିଭିନ୍ନ ପଶୁ ଓ ପକ୍ଷୀଙ୍କର ଶବ୍ଦ ବା ଧ୍ୱନି ଆମେ ଜାଣିପାରିବା ନାହିଁ ।
2. ବସ୍, ଟ୍ରକ୍ ଇତ୍ୟାଦି ଯାନବାହାନ ଯିବା ଆସିବାରେ ଶବ୍ଦ ସୃଷ୍ଟି ହୋଇଥାଏ । ଏହି ଶବ୍ଦର ସଂଚରଣ ବାୟୁଦ୍ୱାରା ହୋଇଥାଏ ।

ତୁମେ ନିତିଦିନିଆ ଜୀବନରେ ଶୁଣୁଥ‌ିବା ଧ୍ଵନିଗୁଡ଼ିକର ଏକ ତାଲିକାପ୍ରସ୍ତୁତ କର ।
(i) ଆମେ ପ୍ରତ୍ୟେକ ଦିନ ସକାଳେ କାଉର ‘କା’ ଶବ୍ଦ ଶୁଣିଥାଉ ।
(ii) ରାସ୍ତାରେ ଯିବାଆସିବା ସମୟରେ ପଛରୁ ଆସୁଥ‌ିବା ଅନ୍ୟ ଲୋକର ବା ଯାନର ଧ୍ଵନି ଶୁଣିଥାଉ ।
(iii) ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ପିରିୟଡ଼ ଘଣ୍ଟା ବାଜିବାର ଧ୍ୱନି ପ୍ରଦୂଷଣ ।
(iv) ରାସ୍ତାରେ ଯାତାୟତ କରୁଥିବା ବିଭିନ୍ନ ଯାନବାହାନ ଓ ପଶୁପକ୍ଷୀର ସ୍ଵରର ଧ୍ଵନି ଶୁଣିଥାଉ ।

BSE Odisha 8th Class Science Notes Chapter 13 ଧ୍ୱନି

→ କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ (Sound is Produced by a Vibrating Body) :
(i) ବିଦ୍ୟାଳୟର ପିଟାଘଣ୍ଟ ବାଜୁଥ‌ିବାବେଳେ ହାତରେ ଏହାକୁ ସ୍ପର୍ଶକଲେ, କମ୍ପନ ଅନୁଭବ କରିହୁଏ । ଠାକୁର ଘରେ ଘଣ୍ଟି ବଜାଉଥିବାବେଳେ ଘଣ୍ଟର ତଳ ଧାରକୁ ସ୍ପର୍ଶକଲେ କମ୍ପନ ଅନୁଭବ କରିହୁଏ ।

→ ତୁମପାଇଁ କାମ :
(i) ଗୋଟିଏ କଂସା ଥାଳିଆକୁ ସୁତୁଲି ଦ୍ବାରା ମୁକ୍ତ ଭାବରେ ଝୁଲାଇ ରଖ୍ ତାକୁ ଏକ ଦଣ୍ଡ ଦ୍ଵାରା ଆଘାତ କରି ସଙ୍ଗେ ସଙ୍ଗେ ଦୁଇ ମଧ୍ୟରେ ରଖାଯାଉ ।
BSE Odisha 8th Class Science Notes Chapter 13 ଧ୍ୱନି 1
(ii) କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ । ଅର୍ଥାତ୍ ଧ୍ବନି ଶୁଣାଯାଉନଥ‌ିବାବେଳେ ତାହାକୁ ସ୍ପର୍ଶକଲେ କମ୍ପନ ଅନୁଭବ କରିହେବ ନାହିଁ । ଗୋଟିଏ ରବର ବ୍ୟାଣ୍ଡକୁ ଗୋଟିଏ ପେନ୍‌ସିଲ ବାକ୍ସର ଲମ୍ବା ଦିଗରେ ଗୁଡ଼ାଇ ଦୁଇଟି ଲମ୍ବା ପେନ୍‌ସିଲ୍‌କୁ ଏହି ବ୍ୟାଣ୍ଡ ମଧ୍ୟରେ ରଖାଯାଉ । ଏହି ବ୍ୟାଣ୍ଡର ମଝି ଅଂଶକୁ ଟାଣି ଛାଡ଼ିଦେଲେ, ରବର ବ୍ୟାଣ୍ଡରେ କମ୍ପନ ସୃଷ୍ଟି ହେବ ।
(iii) ବସ୍ତୁର ଆଗପଛ କିମ୍ବା ଉପରତଳ ଗତି ଯୋଗୁଁ ହିଁ କମ୍ପନ ସୃଷ୍ଟି ହୁଏ । କମ୍ପନ ବନ୍ଦ ହେଲେ ଧ୍ଵନି ଆଦୌ ସୃଷ୍ଟି ହେବ ନାହିଁ । ଗୋଟିଏ ଜଳପୂର୍ଣ ଧାତବ ପାତ୍ରର ଗୋଟିଏ ପାର୍ଶ୍ଵକୁ ଆଘାତ କଲେ ଜଳପୃଷ୍ଠରେ ତରଙ୍ଗ ସୃଷ୍ଟି ହୁଏ । ଖାଲି ଧାତବ ପାତ୍ରକୁ ଆଘାତ କଲେ ଯେତିକି ଶବ୍ଦ ସୃଷ୍ଟି ହୁଏ, ଜଳପୂର୍ଣ ପାତ୍ରକୁ ଆଘାତ କଲେ କମ୍ ଶବ୍ଦ ହୁଏ ।
(iv) ଗୋଟିଏ କମ୍ପିତ ବସ୍ତୁରୁ ଧ୍ୱନି ସୃଷ୍ଟି ହୁଏ । କେତେକ କ୍ଷେତ୍ରରେ ଏହି କମ୍ପନକୁ ସହଜରେ ଦେଖୁହୁଏ । ଅଧିକାଂଶ କ୍ଷେତ୍ରରେ ଏହି କମ୍ପନର ଆୟାମ (Amplitude) ଏତେ ଛୋଟ ଯେ, ତାହା ଆମକୁ ଦେଖାଯାଏ ନାହିଁ । ମାତ୍ର ତାହାକୁ ଅନୁଭବ କରିହୁଏ ।

ଏବେ କେତେକ ବାଦ୍ୟଯନ୍ତ୍ରର ନାମ ଲେଖୁ ତା’ର କମ୍ପିତ ଅଂଶକୁ ଲେଖ ।
BSE Odisha 8th Class Science Notes Chapter 13 ଧ୍ୱନି 2
ଆମ ଦେଶରେ ସାଧାରଣତଃ ମୃଦଙ୍ଗ, ପର୍ଖାଜ, ଡୁଚି, ତବଲା, ଝାଞ୍ଜ, ଗିନି, ହାରମୋନିୟମ, ତାନପୁରା ଓ ଖଞ୍ଜଣି ଇତ୍ୟାଦି ବାଦ୍ୟଯନ୍ତ୍ରଗୁଡ଼ିକର ସମସ୍ତ ଅଂଶ କମ୍ପିତ ହୋଇ ଧ୍ବନି ସୃଷ୍ଟି ହୁଏ ।

ସୀତାରକୁ ଟାଣିଲେ ସୀତାରର ସମସ୍ତ ଅଂଶ ଆନ୍ଦୋଳିତ ହୁଏ । ସମୁଦାୟ ଯନ୍ତ୍ରଟି କମ୍ପିତ ହେବାରୁ ଆମେ ଧ୍ଵନି ଶୁଣିପାରୁ ଆଘାତ କଲେ ଆମେ ଯେଉଁ ଧ୍ଵନି ଶୁଣୁ ତାହା କେବଳ ଚମଡ଼ା ପୃଷ୍ଠତଳ ପାଇଁ ନୁହେଁ, ମୃଦଙ୍ଗର ସମସ୍ତ ଅଂଶ ଯୋଗୁଁ ଧ୍ବନି ସମ୍ଭବ ହୁଏ ।

→ ତୁମପାଇଁ କାମ :
ପାଞ୍ଚ ବା ଛଅଟି କାଚ ଗ୍ଲାସରେ କମ୍ ଜଳ ଉଚ୍ଚତାରୁ ଅଧ‌ିକ ଉଚ୍ଚତା ପର୍ଯ୍ୟନ୍ତ ଜଳନେଇ ଏକ ପେନ୍‌ସିଲ୍ ଦ୍ବାରା କାଚ ଗ୍ଲାସଗୁଡ଼ିକୁ ବାଡ଼େଇଲେ ସେଥୁ ମଧୁର ସ୍ୱର ଶୁଣାଯାଏ । ଏହାକୁ ‘ଜଳ ତରଙ୍ଗ’ କୁହାଯାଏ ।

→ ଶବ୍ଦ ମାନବ ଦ୍ୱାରା ଉତ୍ପାଦିତ (Sound Produced by Human beings) :
(i) ମନୁଷ୍ୟମାନେ ସ୍ୱରପେଟିକା (Larynx) ସାହାଯ୍ୟରେ ଧ୍ଵନି ସୃଷ୍ଟି କରନ୍ତି ! ଗଳାରେ ଆଙ୍ଗୁଳି ରଖୁଲେ ଏକ ସ୍ଥାନ ଉଚ୍ଚ ଜଣାପଡ଼େ । ଏହାକୁ ଆମ ଶରୀରର ସ୍ଵରବାକ୍ସ (Voice box) କହନ୍ତି । ଏହା ବାୟୁନଳୀର ଉପର ଭାଗରେ ଥାଏ ।
(ii) ଦୁଇଟି କଣ୍ଠରଜୁ (Vocal cord) ସ୍ୱରପେଟିକାର ଏପାଖରୁ ସେପାଖକୁ ଏପରିଭାବେ ଲାଗିରହି ଥାଆନ୍ତି, ଯେପରିକି ସେମାନଙ୍କ ମଧ୍ୟରେ ବାୟୁ ଯିବାପାଇଁ ଏକ ସୂକ୍ଷ୍ମରନ୍ଧ୍ର ଥାଏ ।
(iii) ଫୁସ୍‌ଫୁସ୍ ଯେତେବେଳେ ବାୟୁକୁ ଏହି ପଥଦେଇ ଠେଲେ ସେତେବେଳେ କଣ୍ଠରଜ୍ଜୁ କମ୍ପିତ ହୋଇ ଧ୍ବନି ସୃଷ୍ଟି ହୁଏ ।
(iv) କଣ୍ଠରଜ୍ଜୁ ସହ ସଂଯୁକ୍ତ ମାଂସପେଶୀ ଢିଲା ରଜ୍ଜୁ କେତେବେଳେ ପ୍ରସାରିତ ଓ କେତେବେଳେ ଟାଣିହୋଇ ରହେ ।
BSE Odisha 8th Class Science Notes Chapter 13 ଧ୍ୱନି 3

→ ତୁମପାଇଁ କାମ :
ଏକ ମାପର ଦୁଇଟି ରବର ଷ୍ଟ୍ରିପ୍ ନେଇ ଗୋଟିକୁ ଅନ୍ୟ ଉପରେ ରଖାଯାଉ । ସେମାନଙ୍କୁ ହାତରେ ଧରି ଟାଣି ଷ୍ଟ୍ରିପ୍‌ଦ୍ବୟର ମଝି ଫାଙ୍କକୁ ଫୁଙ୍କିଲେ ଏହା ମଧ୍ୟରେ ବାୟୁ ପ୍ରବାହିତ ହୋଇ ଧ୍ୱନି ସୃଷ୍ଟି ହେବ ।

BSE Odisha 8th Class Science Notes Chapter 13 ଧ୍ୱନି

କଣ୍ଠରଜ୍ଜୁ ପତଳା ହେଲେ ମଧୁର କଣ୍ଠସ୍ବର ଓ ପ୍ରସାରିତ ହେଲେ ଟାଣ କଣ୍ଠସ୍ଟର ସୃଷ୍ଟି ହୁଏ ।
ପୁରୁଷମାନଙ୍କର କଣ୍ଠରଜ୍ଜୁର ଦୈର୍ଘ୍ୟ ପ୍ରାୟ 20 ମି.ମି.; କିନ୍ତୁ ନାରୀମାନଙ୍କର କଣ୍ଠରଜୁର ଦୈର୍ଘ୍ୟ ପ୍ରାୟ 15 ମି.ମି. ପିଲାମାନଙ୍କର ଏହି ରଜ୍ଜୁ ଅତି ଛୋଟ । ଏଥ‌ିପାଇଁ ପୁରୁଷ, ନାରୀ ଓ ଛୋଟପିଲାଙ୍କର ସ୍ବର ଭିନ୍ନ ଭିନ୍ନ ହୋଇଥାଏ ।

→ ଧ୍ୱନି ସଂଚରଣ ପାଇଁ ମାଧମ ଆବଶ୍ୟକ (Souad Needs a Medium for Propagation) :
(i) ଧ୍ଵନି ଗତି କରିବାପାଇଁ ଏକ ମାଧ୍ୟମ ଆବଶ୍ୟକ । ଏହା ଶୂନ୍ୟ (Vacuum)ରେ ଗତି କରିପାରେ ନାହିଁ ।
(ii) ଧ୍ୱନି ତରଳ ପଦାର୍ଥରେ ଗତି କରିପାରେ । ଜଳଚର ପ୍ରାଣୀ ଡଲ୍‌ଫିନ୍ ଓ ତିମି ଇତ୍ୟାଦି ଜଳରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିପାରନ୍ତି ।
(iii) ଧ୍ଵନି ସମସ୍ତ କଠିନ ପଦାର୍ଥ ମଧ୍ୟରେ ଗତି କରିପାରେ ।

→ ଆମର କାନ ସାହାଯ୍ୟରେ ଆମେ ଧ୍ଵନି ଶୁଣୁ (We Hear Sound Through Our Ears) :
(i) କାନକୁ ଶ୍ରବଣ ଇନ୍ଦ୍ରିୟ କୁହାଯାଏ । ଏହାର ବାହ୍ୟ ଅଂଶର ଆକାର ଏକ କାହାଳୀପରି ।
(ii) କାନ ମଧ୍ୟରେ ଧ୍ଵନି ତରଙ୍ଗ ପ୍ରବେଶ କରି ତାହା କାନନଳୀର ଅପର ପ୍ରାନ୍ତରେ ଥ‌ିବା ବୃତ୍ତାକାର ପରଦାରେ ଆଘାତ ଦିଏ । ଏହି ପରଦାଟି ଟାଣ ଝିଲ୍ଲୀରେ ତିଆରି । ଏହାକୁ କର୍ଣ୍ଣପଟହ (Eardrum) କହନ୍ତି ।
(iii) କଣ୍ଣପଟହ ଧ୍ବନି ଶୁଣିବାରେ ପ୍ରଧାନ ଭୂମିକା ଗ୍ରହଣ କରେ ।
(iv) କର୍ଣ୍ଣପଟହ ଧ୍ଵନି କମ୍ପନକୁ ଗ୍ରହଣ କରି ଶ୍ରୁତିସ୍ନାୟୁ ସାହାଯ୍ୟରେ ମସ୍ତିଷ୍କକୁ ପଠାଏ । ମସ୍ତିଷ୍କ ଏହି କମ୍ପନକୁ ଅନୁଭବ କରେ ଏବଂ ଆମେ ଶୁଣିପାରୁ ।
BSE Odisha 8th Class Science Notes Chapter 13 ଧ୍ୱନି 4

→ କମ୍ପନର ଆୟାମ, ଆବର୍ଷକାଳ ଓ ଆବୃତ୍ତି (Asplitude, Time Periods & Frequency of a Vibration) :
(i) ଏକ ନିର୍ଦ୍ଦିଷ୍ଟ ଅବସ୍ଥାନର ଉଭୟ ପାର୍ଶ୍ଵକୁ କଣିକାଟିଏ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏପଟ ସେପଟ (to and fro) ହୋଇ ଗତି କରିବାକୁ କମ୍ପନ (Vibration) କହନ୍ତି । ଏହାକୁ ମଧ୍ୟ ଦୋଳନ ଗତି (Oscillatory motion) କୁହାଯାଏ !
(ii) ଦୋଳନ ସମୟରେ ମାଧ୍ଯ ଅବସ୍ଥାନର କୌଣସି ଗୋଟିଏ ପାର୍ଶ୍ଵକୁ କଣିକାଟିର ସର୍ବାଧ୍ଵ ବିସ୍ଥାପନକୁ ଏହାର ଆୟାମ (Amplitude) କହନ୍ତି ।
(iii) କମ୍ପିତ କଣିକାଟି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ଵକୁ ଗତିକରି ପୁନଶ୍ଚ ସେହି ପାର୍ଶ୍ଵକୁ ଫେରିଆସିବାକୁ ଏକ ପୂଣ୍ଣଦୋଳନ କହନ୍ତି ।
(iv) କୌଣସି ଦୋଳନଶୀଳ ବସ୍ତୁ ପ୍ରତି ସେକେଣ୍ଡରେ ଯେତୋଟି ପୂର୍ବ ଦୋଳନ (Oscillation) କରେ ତାକୁ ତାହାର ଆବୃତ୍ତି (Frequency) କୁହାଯାଏ । ଏହାର ଏକକ ଦୋଳନ/ସେକେଣ୍ଡ ବା ହର୍ସ ।
BSE Odisha 8th Class Science Notes Chapter 13 ଧ୍ୱନି 5
(v) ଯଦି ଗୋଟିଏ ବସ୍ତୁ । ସେକେଣ୍ଡରେ 10ଟି ପୂର୍ବ ଦୋଳନ ସଂପୂର୍ଣ୍ଣ କରେ ତେବେ ତାହାର ଆବୃତ୍ତି 10) ହର୍ସ ।
(vi) ଗୋଟିଏ ମାଧ୍ୟମରେ କମ୍ପିତ କଣିକା ଏକ ପୂର୍ଣ୍ଣଦୋଳନ କରିବାକୁ ଯେତିକି ସମୟ ନିଏ, ଆବର୍ଷକାଳ (Time period) କହନ୍ତି । ଏହାର ଏକକ ସେକେଣ୍ଡ ।

→ ଧ୍ଵନି ପ୍ରବଣତା ଏବଂ ତାରତ୍ବ (Loudness and Pitch) :
(i) ଧ୍ଵନିର ଧ୍ୱନି ପ୍ରବଣତା ଦୋଳନ ସୃଷ୍ଟି କରୁଥିବା କମ୍ପନର ଆୟାମର ବର୍ଗ ସହ ସମାନୁପାତୀ । ଧ୍ଵନି ପ୍ରବଣତାର ଏକକ ଡେସିବେଲ (dB) ।
BSE Odisha 8th Class Science Notes Chapter 13 ଧ୍ୱନି 6
75 dB ରୁ 85 dB ବିଶିଷ୍ଟ ଧ୍ୱନି ପ୍ରବଣତା ଆମର ଶରୀର ପକ୍ଷେ କ୍ଷତିକାରକ ।
(ii) ଧ୍ଵନିପ୍ରବଣତା ଧ୍ୱନି ସୃଷ୍ଟିକାରୀ କମ୍ପନର ଆୟାମ ଉପରେ ନିର୍ଭର କରେ । କମ୍ପନର ଆୟାମ ଅଧିକ ହେଲେ ଧ୍ଵନି ଉଚ୍ଚସ୍ବର ବିଶିଷ୍ଟ ଓ ଆୟାମ କମ୍ ହେଲେ ଧ୍ଵନି ନିମ୍ନସ୍ବର ବିଶିଷ୍ଟ ହୁଏ ।

BSE Odisha 8th Class Science Notes Chapter 13 ଧ୍ୱନି

→ ଧ୍ଵନିର ତୀକ୍ଷ୍ଣତା ବା ତାରତ୍ଵ (Shrillnes or Pitch)
(i) ଧ୍ୱନି ତରଙ୍ଗର ଆବୃତ୍ତି ଉପରେ ନିର୍ଭର କରେ । କମ୍ପନର ଆବୃତ୍ତି ଅଧ‌ିକ ହେଲେ ଧ୍ଵନିଟି ତୀକ୍ଷ୍ଣଣ ଓ ଆବୃତ୍ତି କମ୍ ହେଲେ ଧ୍ଵନିଟି କର୍କଶ ହୁଏ । ଉଦାହରଣସ୍ୱରୂପ, ଡ୍ରମର କମ୍ପନର ଆବୃତ୍ତି କମ୍ ହେତୁ କର୍କଶ ହୁଏ ଓ ୱିସିଲ୍‌ର ଆବୃତ୍ତି ଅଧ‌ିକ ହେତୁ ଏହା ତୀକ୍ଷ୍ଣଣ ହୁଏ ।
(ii) ଗୋଟିଏ ପକ୍ଷୀର ରାବ ଉଚ୍ଚ ପିଚ୍ ବିଶିଷ୍ଟ ଓ ସିଂହର ଗର୍ଜନ ନିମ୍ନ ପିଯୁକ୍ତ ହୋଇଥାଏ । ମାତ୍ର ଗୋଟିଏ ପକ୍ଷୀର ରାବର ଧ୍ୱନି ପ୍ରବଣତା କମ୍ ଓ ସିଂହର ଗର୍ଜନର ଧ୍ଵନିପ୍ରବଣତା ଅଧିକ । ନାରୀମାନଙ୍କର ସ୍ବରର ଆବୃତ୍ତ ପୁରୁଷମାନଙ୍କର ସ୍ବରର ଆବୃତ୍ତିଠାରୁ ଅଧିକ ହେତୁ ନାରୀମାନଙ୍କର ସ୍ବର ତୀକ୍ଷ୍ଣଣ ମାତ୍ର ପୁରୁଷମାନଙ୍କର ସ୍ବର ମୋଟା ।

→ ଶ୍ରାବ୍ୟ ଏବଂ ଅଶ୍ରାବ୍ୟ ଧ୍ଵନି (Audible and Inaudible Sounds) :
(i) ମାନବ କଣ୍ଠ 20 ହର୍ସରୁ କମ୍ ଆବୃତି ବିଶିଷ୍ଟ ଧ୍ୱନିକୁ ଶୁଣିପାରେ ନାହିଁ । ଏହି ପ୍ରକାର ଧ୍ଵନିକୁ ଅଶ୍ରାବ୍ୟ ଧ୍ବନି କୁହାଯାଏ ।
(ii) 20,000 ହର୍ସ (20,000 Hz) ବା 20 କିଲୋହର୍ସ (20kHz) ରୁ ଊର୍ଦ୍ଧ୍ବ ଆବୃତ୍ତିବିଶିଷ୍ଟ ଧ୍ବନି ମଧ୍ୟ ମାନବ କଣ୍ଠ ଶୁଣିପାରେ ନାହିଁ ।

ମାନବ କଣ୍ଠର ଶ୍ରାବ୍ୟ ଆବୃତ୍ତି ପରିସର କେବଳ 20Hzରୁ 20000 Hz 1

(iii) କୁକୁରମାନେ 50 kHz ଆବୃତ୍ତି ବିଶିଷ୍ଟ ଧ୍ବନିକୁ ଶୁଣିପାରନ୍ତି । ବାହୁଡ଼ି 100 kHz ର ଧ୍ୱନି ଶୁଣିପାରେ । ଆଜିକାଲି ବିଭିନ୍ନ ରୋଗ ଚିହ୍ନଟପାଇଁ ଯେଉଁ ଅଲ୍ଟ୍ରାସାଉଣ୍ଡ ଯନ୍ତ୍ର ବ୍ୟବହାର କରାଯାଉଛି, ସେଥୁରୁ ନିର୍ଗତ ତରଙ୍ଗର ଆବୃତ୍ତି 20 kHz ରୁ ବେଶି ।

→ ଶ୍ରୁତି ମଧୁର ଶବ୍ଦ ଓ କୋଳାହଳ (Musical sound and Noise) :
(i) ବାଦ୍ୟ ଯନ୍ତ୍ରରୁ ନିଃସୃତ ଧ୍ୱନି, କୋଇଲିର ଶବ୍ଦ ଆଦି ଆମ କାନକୁ ଆରାମ ଦିଏ । ହାର୍‌ମୋନିୟମ୍ ଓ ସୀତାରୁ ନିର୍ଗତ ଧ୍ଵନି ମଧ୍ୟ ଆମ କାନକୁ ଆରାମ ଦିଏ । ଏଗୁଡ଼ିକୁ ଶ୍ରୁତିମଧୁର ଧ୍ବନି କହନ୍ତି । ଏଗୁଡ଼ିକର ଧ୍ଵନି ପ୍ରବଣତା କମ୍ ।
(ii) ଧ୍ଵନି ପ୍ରବଣତା ଅତ୍ୟଧିକ ବୃଦ୍ଧି ହେଲେ ସେଗୁଡ଼ିକ ଶ୍ରୁତିକଟୁ ହୁଏ । ସେଗୁଡ଼ିକୁ କୋଳାହଳ କୁହାଯାଏ ।

→ ଧ୍ୱନି ପ୍ରଦୂଷଣ (Noise Pollution) :
ଧ୍ୱନି ପ୍ରଦୂଷଣର କାରଣ –
(i) ବାୟୁରେ ଥ‌ିବା ଅଦରକାରୀ ବିଭିନ୍ନ ଗ୍ୟାସ୍ ଓ କଣିକାମାନଙ୍କର ଉପସ୍ଥିତ ଯୋଗୁଁ ଧ୍ୱନି ପ୍ରଦୂଷଣ ହୁଏ ।
(ii) ପରିବେଶରେ ମାତ୍ରାଧ‌ିକ ଅଦରକାରୀ ଧ୍ୱନିର ଉପସ୍ଥିତି ଧ୍ୱନି ପ୍ରଦୂଷଣର କାରଣ ଅଟେ ।
(iii) ଗାଡ଼ିମଟରର କେଁ କାଁ ଶବ୍ଦ, କଳକାରଖାନାର ଯନ୍ତ୍ରପାତିରୁ ନିର୍ଗତ ଘର୍ଘରନାଦ, ବିଭିନ୍ନ ବିସ୍ଫୋରଣର ଧ୍ଵନି, ଆତସବାଜି ଫୁଟିବାର ଶବ୍ଦ, ଡାକବାଜିଯନ୍ତ୍ରର ଉଚ୍ଚତୀବ୍ରତା ବିଶିଷ୍ଟ ଧ୍ବନି ଆଦି ଧ୍ୱନି ପ୍ରଦୂଷଣର ମୁଖ୍ୟ କାରଣ ।
(iv) ଏହାବ୍ୟତୀତ ଘରେ ଟେଲିଭିଜନ୍ ଓ ରେଡ଼ିଓରୁ ନିଃସୃତ ଉଚ୍ଚଧ୍ବନି, ଗ୍ରାଇଣ୍ଡର ଚାଲିବାର ଶବ୍ଦ, କୁଲର୍‌ସ ବା ଶୀତତାପ ନିୟନ୍ତ୍ରକ ଯନ୍ତ୍ରରୁ ନିର୍ଗତ ଶବ୍ଦ ଧ୍ବନି ପ୍ରଦୂଷଣ କରିଥାଏ ।

→ ଧ୍ୱନି ପ୍ରଦୂଷଣର କ୍ଷତିକାରକ ପ୍ରଭାବ (Harmful Effects of Noise Pollution):
(i) ଧ୍ୱନି ପ୍ରଦୂଷଣ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଓ ବିଭିନ୍ନ ପ୍ରକାର ସ୍ନାୟବିକ ରୋଗର କାରଣ ହୋଇଥାଏ ।
(ii) ମାତ୍ରାଧ‌ିକ ଧ୍ୱନିରେ କାର୍ଯ୍ୟକଲେ ବ୍ୟକ୍ତିର ଶ୍ରବଣଶକ୍ତି ସଂପୂର୍ଣ୍ଣ ବା ଆଂଶିକ ମାତ୍ରାରେ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ।

→ (Measures to Limit Noise Pollution):
(i) ଯାନବାହନରେ ଶ୍ରୁତିମଧୁର ହଣ୍ଡି ବ୍ୟବହାର କରିବା ଆବଶ୍ୟକ ।
(ii) ବାସୋପଯୋଗୀ ସ୍ଥାନଠାରୁ ଦୂରରେ କାରଖାନାଗୁଡ଼ିକ ସ୍ଥାପନ କରିବା ଉଚିତ ।
(iii) ଗାଡ଼ିମଟରର କେଁ କାଁ ଶବ୍ଦ, କଳକାରଖାନାର ଯନ୍ତ୍ରପାତିରୁ ନିର୍ଗତ ଘର୍ଘରନାଦ, ବିଭିନ୍ନ ବିସ୍ଫୋରଣର ଧ୍ବନି, ଆତସବାଜି ଫୁଟିବାର ଶବ୍ଦ, ଡାକବାଜିଯନ୍ତ୍ରର ଉଚ୍ଚତୀବ୍ରତା ବିଶିଷ୍ଟ ଧ୍ଵନି ଆଦି ଧ୍ୱନି ପ୍ରଦୂଷଣର ମୁଖ୍ୟ କାରଣ ।
(iv) ରାସ୍ତାର ଉଭୟପାର୍ଶ୍ଵରେ ଓ ଗୃହର ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରି ଧ୍ୱନି ପ୍ରଦୂଷଣର କୁପ୍ରଭାବକୁ କମାଯାଇପାରିବ ।

BSE Odisha 8th Class Science Notes Chapter 13 ଧ୍ୱନି

→ ବିଷୟଭିତ୍ତିକ ଶବ୍ଦାବଳୀ :
BSE Odisha 8th Class Science Notes Chapter 13 ଧ୍ୱନି 7
BSE Odisha 8th Class Science Notes Chapter 13 ଧ୍ୱନି 8

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

Odisha State Board CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ Questions and Answers.

CHSE Odisha 11th Class Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନ ସହିତ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

୧ । ଭାରତରେ ନିବର୍ବାନ ପରିଚାଳନା ପାଇଁ ଥ‌ିବା ସଂସ୍ଥାର ନାମ କ’ଣ ?
(i) ନିର୍ବାଚନ ଆୟୋଗ
(ii) ନିର୍ବାଚନ ପରିଷଦ
(iii) ନିର୍ବାଚନ ସଂଘ
(iv) ନିର୍ବାଚନ ସଂସ୍ଥା
Answer:
(i) ନିର୍ବାଚନ ଆୟୋଗ

୨ । ଭାରତରେ ନିର୍ବାଚନ ଆୟୋଗ ନିମ୍ନୋକ୍ତ କେଉଁ ପ୍ରକାରର ସଂସ୍ଥା ?
(i) ସାମ୍ବିଧାନିକ
(ii) ସଂସଦୀୟ ଆଇନଦ୍ୱାରା ସୃଷ୍ଟ
(iii) ସାଧାରଣ ପ୍ରଶାସନିକ ନିଷ୍ପତ୍ତିଦ୍ଵାରା ସୃଷ୍ଟ
(iv) ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରୁ ସୃଷ୍ଟ
Answer:
(i) ସାମ୍ବିଧାନିକ

୩ । ସମ୍ବିଧାନର କେଉଁ ଅଧ୍ୟୟରେ ନିର୍ବାଚନ ଆୟୋଗ ସମ୍ପର୍କରେ ବର୍ଣ୍ଣନା ରହିଛି ?
(i) ଷୋଡ଼ଶ
(ii) ଦ୍ଵାଦଶ
(iii) ପଞ୍ଚଦଶ
(iv) ଏକାଦଶ
Answer:
(iii) ପଞ୍ଚଦଶ

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

୪ । ସମ୍ବିଧାନର କେଉଁ ଧାରାରେ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ରହିଛି ?
(i) ୩୨୨
(ii) ୩୨୧
(iii) ୩୨୪
(iv) ୩୨୬
Answer:
(iii) ୩୨୪

୫ । ରାଜନୈତିକ ଦଳମାନଙ୍କୁ କିଏ ସ୍ବୀକୃତି ଦିଅନ୍ତି ?
(i) ରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ନିର୍ବାଚନ ଆୟୋଗ
(iv) ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି
Answer:
(iii) ନିର୍ବାଚନ ଆୟୋଗ

B. ଶୂନ୍ୟସ୍ଥାନ ପୂରଣ କର ।

୧ । ___________ ନିର୍ବାଚନ ଆୟୋଗର ମୁଖ୍ୟ ଅଟନ୍ତି ।
Answer:
ମୁଖ୍ୟ ନିର୍ବାଚନ ଆୟୁକ୍ତ

୨ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ___________ ପରିଚାଳନା କରନ୍ତି ।
Answer:
ନିର୍ବାଚନ ଆୟୋଗ

୩ । ରାଜନୈତିକ ଦଳମାନଙ୍କୁ ___________ ନିର୍ବାଚନ ସଙ୍କେତ ପ୍ରଦାନ କରନ୍ତି ।
Answer:
ନିର୍ବାଚନ ଆୟୋଗ

୪ । ନିର୍ବାଚନ ଆୟୋଗର ମୋଟ ___________ ଜଣ ସଦସ୍ୟ ଅଛନ୍ତି ।
Answer:
ତିନି

୫ । ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ___________ ନିଯୁକ୍ତି ଓ ବହିଷ୍କାର କରନ୍ତି ।
Answer:
ରାଷ୍ଟ୍ରପତି

C. ଏକ ପଦ ବା ଶବ୍ଦରେ ଉତ୍ତର ଦିଅ ।

୧ । କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକା ପାଇଁ ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥା କିଏ ?
Answer:
ନିର୍ବାଚନ ଆୟୋଗ ।

୨ । ନିର୍ବାଚନରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ନିର୍ବାଚନ ଆୟୋଗ କ’ଣ ଜାରି କରିଥାଏ ?
Answer:
ଆଚରଣବିଧ୍ ।

୩ । ସାନି ନିର୍ବାଚନ କରିବାର ନିଷ୍ପତ୍ତି କିଏ ନିଏ ?
Answer:
ନିର୍ବାଚନ ଆୟୋଗ ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

D. ଭ୍ରମ ସଂଶୋଧନ କର ।

୧ । ରାଷ୍ଟ୍ରପତି ନିଜସ୍ଵ ନିଷ୍ପଭିକ୍ରମେ ନିର୍ବାଚନ ଆୟୁକ୍ତମାନଙ୍କୁ ପଦଚ୍ୟୁତ କରନ୍ତି ।
Answer:
ରାଷ୍ଟ୍ରପତି ସଂସଦର ଗୃହୀତ ପ୍ରସ୍ତାବ ଭିତ୍ତିରେ ନିର୍ବାଚନ ଆୟୁକ୍ତମାନଙ୍କୁ ପଦଚ୍ୟୁତ କରନ୍ତି ।

୨ । ଭୋଟର ତାଲିକା ସଂଶୋଧନ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ହୁଏ ।
Answer:
ଭୋଟର ତାଲିକା ସଂଶୋଧନ ନିର୍ବାଚନ ଆୟୋଗର ନିର୍ଦ୍ଦେଶରେ ହୁଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ନିର୍ବାଚନ ଆୟୋଗର କାର୍ଯ୍ୟ କ’ଣ ?
Answer:
ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅତ୍ୟନ୍ତ ସାଧୁତା ଓ ନିରପେକ୍ଷତା ସହ ବିଶ୍ୱସନୀୟ ପରିସ୍ଥିତିରେ ବ୍ୟବସ୍ଥାପିକା ନିମନ୍ତେ ନିର୍ବାଚନ ପରିଚାଳନା ପାଇଁ ଏକ ସାମ୍ବିଧାନିକ ସଂସ୍ଥାଭାବେ ନିର୍ବାଚନ ଆୟୋଗର ସୃଷ୍ଟି କରାଯାଇଛି । ଏହାର ସୁପରିଚାଳନା ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।

୨ । ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗ କିପରି ନିୟନ୍ତ୍ରଣ କରିଥାଏ ?
Answer:
ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ସ୍ବୀକୃତି, ପଞ୍ଜୀକୃତ ଓ ନିର୍ବାଚନ ସଙ୍କେତ ପ୍ରଦାନ କରିଥାଏ । ନିର୍ବାଚନରେ ସେମାନଙ୍କ ପାଇଁ ପ୍ରଣୀତ ଆଚରଣବିଧ ଉଲଂଘନ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ।

B. ଛଅଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । ନିର୍ବାଚନ ଆୟୋଗ କିପରି ଗଠିତ ହୁଏ ?
Answer:
ପ୍ରଶାସନିକ ଦକ୍ଷତା, ଅଭିଜ୍ଞତା ଓ ବିଚାରପତି ହେବାର ଯୋଗ୍ୟତା ଆଦିକୁ ଆଧାର କରି ରାଷ୍ଟ୍ରପତି ନିର୍ବାଚନ ଆୟୋଗର ତିନିଜଣ ସଦସ୍ୟଙ୍କୁ ନିଯୁକ୍ତ କରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ହିସାବରେ ମଧ୍ୟ ନିଯୁକ୍ତି ପାଇଥା’ନ୍ତି । ଏହି ସଦସ୍ୟମାନେ ୬୫ ବର୍ଷ ବୟସ ବା ୫ ବର୍ଷିଆ କାର୍ଯ୍ୟକାଳ ମଧ୍ଯରୁ ପ୍ରଥମେ ପଡ଼ୁଥ‌ିବା ବ୍ୟବସ୍ଥା ପର୍ଯ୍ୟନ୍ତ ନିଜ ପଦରେ ରହିଥା’ନ୍ତି । ସଂସଦରେ ସେମାନଙ୍କର ‘ପ୍ରମାଣିତ ଅସଦ୍ ବ୍ୟବହାର’ ବା ‘ଅଯୋଗ୍ୟତା’ କାରଣରୁ ଦୁଇ-ତୃତୀୟାଂଶ ସମର୍ଥନରେ ପ୍ରସ୍ତାବ ଗୃହୀତ ହେଲେ ରାଷ୍ଟ୍ରପତି ସମ୍ପୃକ୍ତ ଆୟୁକ୍ତଙ୍କୁ ପଦଚ୍ୟୁତ କରିଥା’ନ୍ତି । ଏହା ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ସ୍ଵାଧୀନ ଓ ନିରପେକ୍ଷତାର ସହ ଆୟୁକ୍ତମାନେ ନିଜର କାର୍ଯ୍ୟ ସମ୍ପାଦନ କରିଥା’ନ୍ତି ।

୨ । ନିର୍ବାଚନ ଆୟୋଗର ଭୂମିକା କ’ଣ ?
Answer:
କେନ୍ଦ୍ରୀୟ ସଂସଦ, ରାଜ୍ୟ ବ୍ୟବସ୍ଥାପିକା, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ନିର୍ବାଚନ ଆୟୋଗ ସମ୍ପାଦନ କରିଥାଏ । ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ, ନିର୍ବାଚନର ତାରିଖ ଓ କାର୍ଯ୍ୟକ୍ରମ ପ୍ରସ୍ତୁତି, ଭୋଟଦାନ ପାଇଁ ବ୍ୟବସ୍ଥା, ନିର୍ବାଚନ ଫଳାଫଳ ପ୍ରକାଶ, ନିର୍ବାଚନରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ଆଚରଣବିଧ୍ ପ୍ରଣୟନ ଓ କାର୍ଯ୍ୟକାରୀ କରିବାର ସମସ୍ତ ଦାୟିତ୍ଵ ନିର୍ବାଚନ ଆୟୋଗର ଅଟେ । ନିର୍ବାଚନ ପରିଚାଳନା ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି କରିବା ଏହାର ଦାୟିତ୍ଵ ଅଟେ । ନିର୍ବାଚନ ଆୟୋଗ ସାଧୁତା ଓ ନିରପେକ୍ଷତା ସହ ବିଶ୍ବସନୀୟ ଢଙ୍ଗରେ ନିର୍ବାଚନ ପରିଚାଳନା କରି ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତରେ ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଭାରତୀୟ ସମ୍ବିଧାନର ପଞ୍ଚଦଶ ଅଧ୍ୟାୟରେ ସ୍ବତନ୍ତ୍ରଭାବେ ଏକ ନିର୍ବାଚନ କମିଶନର ଗଠନ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ସଙ୍ଗଠନ ସମ୍ପର୍କରେ ସବିସ୍ତୃତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା, ସମ୍ବିଧାନ ପ୍ରଣେତାମାନଙ୍କ ଏହାକୁ ସମ୍ବିଧାନର ଏକ ଅବିଚ୍ଛେଦ୍ୟ ଅଂଶ ରୂପେ ଅନ୍ତର୍ଭୁକ୍ତ କରି ତତ୍ ସଂକ୍ରାନ୍ତୀୟ ରାଜନୈତିକ ଅଧିକାରର ସଂରକ୍ଷଣ ପ୍ରତି ଦୁର୍ବଳତାକୁ ସୂଚିତ କରିଥାଏ ।

ଶାସନ ବିଧାୟକ ସଭାର ଜନୈକ ସଦସ୍ୟ ଏଚ.ଏନ୍.କୁଞ୍ଜୁରୁଙ୍କ ମତରେ, “ଯଦି ନିର୍ବାଚନ କଳ ତ୍ରୁଟିଯୁକ୍ତ ବା ଏହାକୁ କାର୍ଯ୍ୟକାରୀ କରୁଥିବା ଲୋକମାନଙ୍କର ଚରିତ୍ର ସନ୍ଦେହମୁକ୍ତ ନୁହେଁ, ତାହାହେଲେ ଗଣତନ୍ତ୍ରର ଚେର ମଧ୍ୟ ବିଷାକ୍ତ ହୋଇଯିବ । ’’ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ପରୋକ୍ଷ ଓ ପ୍ରତିନିଧୂମୂଳକ ଅଟେ । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ରାଷ୍ଟ୍ରର କାର୍ଯ୍ୟ ପରିସରରେ ବୃଦ୍ଧିଜନିତ ଚାପ ହେତୁ ପ୍ରତ୍ୟେକ ଲୋକ ପ୍ରତ୍ୟକ୍ଷଭାବରେ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବା ଏକ ଅସମ୍ଭବ ବ୍ୟାପାର ଅଟେ ।

ଏଣୁ ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ଲୋକପ୍ରତିନିଧୂମାନଙ୍କ ଶାସନ ଅଟେ । ଏହି ଲୋକପ୍ରତିନିଧୂମାନଙ୍କର ମନୋନୟନ ପାଇଁ ନିର୍ବାଚନ ପ୍ରକ୍ରିୟାକୁ ଗ୍ରହଣ କରାଯାଇଛି । ଏଣୁ ଭାରତରେ ନିର୍ବାଚନ ସାମ୍ବିଧାନିକ ସ୍ବୀକୃତି ଲାଭ କରିଛି । ଏଥିନିମନ୍ତେ ଏକ ସ୍ବାଧୀନ ନିରପେକ୍ଷ ତଥା ସାମ୍ବିଧାନିକ ସଂସ୍ଥା ଗଠନ କରାଯାଇ ସମ୍ବିଧାନର ୩୨୪ ଧାରା ବଳରେ ଏହାକୁ ସଂସଦ ଓ ରାଜ୍ୟ ବିଧାନସଭାକୁ ନିର୍ବାଚନ ପରିଚାଳନା, ନିୟନ୍ତ୍ରଣ ତଥା ତତ୍ତ୍ୱାବଧାନ ନିମନ୍ତେ କ୍ଷମତା ପ୍ରଦାନ କରାଯାଇଛି । ଏହି ସଂସ୍ଥାକୁ ନିର୍ବାଚନ କମିଶନ କୁହାଯାଏ ।

ନିର୍ବାଚନ କମିଶନ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥାଏ । ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର ତଥା ଆଞ୍ଚଳିକ ନିର୍ବାଚନ କମିଶନରମାନଙ୍କୁ ନିଯୁକ୍ତ କରିଥା’ନ୍ତି; ମାତ୍ର ଏହି ନିଯୁକ୍ତି କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ସଂସଦୀୟ ନିୟମ ନ ଥିଲେ ରାଷ୍ଟ୍ରପତି ନିଜସ୍ବ ନିର୍ଦ୍ଦେଶନାମା ଜାରି କରିପାରନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଷ୍ଟ୍ରପତିଙ୍କର ଆସ୍ଥାଭାଜନ ଥିବା ପର୍ଯ୍ୟନ୍ତ ନିଜ ପଦରେ ରହିଥା’ନ୍ତି । ଆଞ୍ଚଳିକ ନିର୍ବାଚନ କମିଶନରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ତତ୍‌ସଂକ୍ରାନ୍ତୀୟ ରିପୋର୍ଟକୁ ରାଷ୍ଟ୍ରପତି ବିଚାରକୁ ନେଇଥା’ନ୍ତି ।

ଏହି ସଂସ୍ଥାର ସ୍ଵାଧୀନତା ରକ୍ଷା କରିବାପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ପଦଚ୍ୟୁତି ବ୍ୟବସ୍ଥାକୁ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କ ପରି ଅନୁରୂପ ଜଟିଳ ପ୍ରକୃତିସମ୍ପନ୍ନ କରାଯାଉଛି । ‘ପ୍ରମାଣିତ ଅସଦ୍ ବ୍ୟବହାର’ କିମ୍ବା ‘ଅଯୋଗ୍ୟତା’ କାରଣରୁ ସଂସଦର ଉଭୟ ସଦନଦ୍ୱାରା ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ସହ ଏକ ବହିଷ୍କାର ପ୍ରସ୍ତାବ ଗୃହୀତ ହେଲେ, ରାଷ୍ଟ୍ରପତି ସେହି ପ୍ରସ୍ତାବ ବଳରେ ତାଙ୍କୁ ପଦଚ୍ୟୁତି କରିଥା’ନ୍ତି ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ନିର୍ବାଚନ କମିଶନରଙ୍କ କାର୍ଯ୍ୟଧାରା :
(୧) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭାକୁ ନିର୍ବାଚନ କରାଯିବା ପୂର୍ବରୁ ତଥା ପ୍ରତ୍ୟେକ ଜନଗଣନା ପରେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ କରିବାର ଦାୟିତ୍ଵ ନିର୍ବାଚନ କମିଶନରଙ୍କର ଅଟେ ।
(୨) ନିର୍ବାଚନକୁ ସ୍ଵାଧୀନ ଓ ନିରପେକ୍ଷଭାବେ ପରିଚାଳନା କରିବାର ସମସ୍ତ ଦାୟିତ୍ଵ ଉକ୍ତ କମିଶନରଙ୍କ ଅଟେ ।
(୩) ନିର୍ବାଚନ ସଂକ୍ରାନ୍ତୀୟ ତାରିଖ ଓ କାର୍ଯ୍ୟକ୍ରମ ଘୋଷଣା ଉକ୍ତ କମିଶନ କରିଥାଏ ।
(୪) ନିର୍ବାଚନ ସଂକ୍ରାନ୍ତୀୟ ବନ୍ଦୋବସ୍ତ ସମ୍ବନ୍ଧରେ ଉପୁଜିଥିବା ସମସ୍ତ ଦ୍ଵହର ସମାଧାନ ପାଇଁ ନିର୍ବାଚନ କମିଶନ ଅନୁସନ୍ଧାନକାରୀଙ୍କୁ ନିଯୁକ୍ତ କରିଥା’ନ୍ତି ।
(୫) ନିର୍ବାଚନ କମିଶନ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଅନୁରୋଧ କରି ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ କର୍ମଚାରୀ ସଂଗ୍ରହ କରିଥା’ନ୍ତି ।
(୬) ନିର୍ବାଚନ କମିଶନ, ରାଜନୈତିକ ଦଳମାନଙ୍କୁ ସ୍ବୀକୃତି ତଥା ନିର୍ବାଚନ ସଙ୍କେତ ପ୍ରଦାନ ପାଇଁ ଏକ ବିଚାରାଳୟରୂପେ କାର୍ଯ୍ୟ କରିଥାଏ ।
(୭) କୌଣସି କେନ୍ଦ୍ରର ସାନି ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ଉକ୍ତ କମିଶନ ନେଇଥା’ନ୍ତି ।
(୮) ଗୋଟିଏ ରାଜ୍ୟରେ ଏକ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ଶାସନ ବଳବତ୍ତର ରହିବା ଆବଶ୍ୟକ ହେଲେ, ମୁଖ୍ୟ କମିଶନର ସେଠାରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ଏକ ସୁପାରିସପତ୍ର ଦେବା ଆବଶ୍ୟକ ।
(୯) ନିର୍ବାଚନ କମିଶନ ନିର୍ବାଚନ ସମୟରେ ରାଜନୈତିକ ଦଳ ତଥା ଜନସାଧାରଣଙ୍କ ପାଇଁ ଆଚରଣବିଧ୍ (Code of Conduct) ପ୍ରଣୟନ କରିପାରନ୍ତି । ୧୯୭୨ ମସିହାରେ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଅନୁଷ୍ଠିତ ହୋଇଥିବା ପଞ୍ଚମ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହିପରି ଏକ ଆଚରଣବିଧ୍ ପ୍ରଣୀତ ହୋଇଥିଲା । ଉକ୍ତ ଆଚରଣବିଧରେ ନିମ୍ନୋକ୍ତ ବିଷୟଗୁଡ଼ିକ ମୁଖ୍ୟ ବିଷୟ ଭାବରେ ସ୍ଥାନ ଗ୍ରହଣ କରିଛି ।

(କ) କୌଣସି ଦଳ କିମ୍ବା ପ୍ରାର୍ଥୀ, କୌଣସି ଗୋଷ୍ଠୀ ବା ଜାତି ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବେ ନାହିଁ ।
(ଖ) ଗୋଟିଏ ରାଜନୈତିକ ଦଳ ଅନ୍ୟ ଗୋଟିଏ ଦଳକୁ କେବଳ ଏହାର ନୀତି ଓ ଯୋଜନା ଦୃଷ୍ଟିକୋଣରୁ ସମାଲୋଚନା କରିପାରିବ ।
(ଗ) ଅନ୍ୟ ପ୍ରତିଯୋଗୀମାନଙ୍କ ନିର୍ବାଚନ ସଭା ଓ ଶୋଭାଯାତ୍ରାଗୁଡ଼ିକରେ ଜଣେ ପ୍ରତିଯୋଗୀ ନିଜର ସମର୍ଥକମାନଙ୍କଦ୍ୱାରା କୌଣସି ଗଣ୍ଡଗୋଳ କରିପାରିବେ ନାହିଁ ।
(ଘ) ଜଣେ ପ୍ରାର୍ଥୀ କୌଣସି ପୋଲିସ୍ ଅଧ୍ୟାକାରୀଙ୍କ ବିରୁଦ୍ଧରେ ଆପରି କରିବାକୁ ଚାହିଁଲେ ସର୍ବପ୍ରଥମେ ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଏହା କରିପାରିବେ ।
(ଙ) ଭୋଟ ସଂଗ୍ରହ ସ୍ଲୋଗାନ୍‌ରେ କିମ୍ବା ଭାଷଣରେ ଜାତିଗତ ତଥା ସାମ୍ପ୍ରଦାୟିକ ଚିନ୍ତାଧାରା ପ୍ରତିଧ୍ଵନିତ ହେବା ଉଚିତ ନୁହେଁ ।
(ଚ) ନିର୍ବାଚନ ଆଇନରେ ଉଲ୍ଲିଖତ ସମସ୍ତ ଦୁର୍ନୀତିମୂଳକ ପନ୍ଥାକୁ ପ୍ରାର୍ଥମୀନେ ସାଧୁତାର ସହ ପ୍ରତିରୋଧ କରିବା ଆବଶ୍ୟକ ।

୨ । ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାବଳୀ ଓ ଭୂମିକା ତର୍ଜମା କର ।
Answer:
ନିର୍ବାଚନ ପରିଚାଳନା, ନିୟନ୍ତ୍ରଣ ତଥା ତତ୍ତ୍ୱାବଧାନ କରିବାର ସମସ୍ତ କ୍ଷମତା ନିର୍ବାଚନ କମିଶନ ପରି ଏକ ସ୍ଵାଧୀନ ସାମ୍ବିଧାନିକ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି । ଏହା ତିନି ସଦସ୍ୟ ବିଶିଷ୍ଟ ଅଟେ । ଏହାର ଅଧ୍ୟକ୍ଷଙ୍କୁ ‘ମୁଖ୍ୟ ନିର୍ବାଚନ କମିଶନର’ କୁହାଯାଏ । ସଂସଦଦ୍ୱାରା ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତି ପ୍ରଦାନ କରିଥା’ନ୍ତି । ଏକ ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ଦେଇପାରନ୍ତି । ସଂସଦର ଉଭୟ ସଦନଦ୍ୱାରା ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ‘ପ୍ରମାଣିତ ଅସଦ୍ ବ୍ୟବହାର’ ଓ ‘ଅଯୋଗ୍ୟତା’ କାରଣରୁ ଗୃହୀତ ପ୍ରସ୍ତାବ ଭିଭିରେ ରାଷ୍ଟ୍ରପତି ତାଙ୍କୁ ପଦଚ୍ୟୁତ କରିଥା’ନ୍ତି ।

ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାବଳୀ :
(୧) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ସେ ସାମ୍ବିଧାନିକ ଓ ସଂସଦୀୟ ଆଇନ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ ଓ ସଂଶୋଧନ କରାଇଥା’ନ୍ତି ।
(୨) ସେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନା କ୍ଷେତ୍ରରେ ନିଜର ନିୟନ୍ତ୍ରଣ ଓ କର୍ତ୍ତୃତ୍ଵ ଜାରି କରିଥା’ନ୍ତି ।
(୩) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭାର କୌଣସି ସଦସ୍ୟଙ୍କ ଅଯୋଗ୍ୟତା ସମ୍ବନ୍ଧରେ ସେ ଯଥାକ୍ରମେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥା’ନ୍ତି ।
(୪) କୌଣସି ରାଜ୍ୟରେ ଏକ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ଶାସନ ବଳବତ୍ତର ରହିବା ଆବଶ୍ୟକ ହେଲେ ଉକ୍ତ ରାଜ୍ୟରେ ନିର୍ବାଚନ ସମ୍ଭବ ନୁହେଁ ବୋଲି ଏକ ସୁପାରିସପତ୍ର ସେ ରାଷ୍ଟ୍ରପତିଙ୍କୁ ଦିଅନ୍ତି ।
(୫) ସେ ରାଜନୈତିକ ଦଳକୁ ସ୍ବୀକୃତି ଦିଅନ୍ତି ଓ ସଙ୍କେତ ପ୍ରଦାନ କରନ୍ତି ଓ ବିବାଦ ସମାଧାନ କରନ୍ତି ।
(୬) ନିର୍ବାଚନ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଅନୁମତି ନେଇ ସେ ଆବଶ୍ୟକୀୟ କର୍ମଚାରୀ ସଂଗ୍ରହ କରନ୍ତି ।
(୭) ନିର୍ବାଚନ ପରିଚାଳନା ସମୟରେ ସେ ବିଭିନ୍ନ ବିବାଦର ସମାଧାନ କରନ୍ତି ।
(୮) ନିର୍ବାଚନ ଆଚରଣବିଧୂର କାର୍ଯ୍ୟକାରିତା ଉପରେ ସେ ତୀକ୍ଷ୍ଣ ନଜର ରଖନ୍ତି ।
(୯) ସେ ତାଙ୍କର କାର୍ଯ୍ୟ ସମ୍ପାଦନ ପାଇଁ ଆଞ୍ଚଳିକ କମିଶନରମାନଙ୍କୁ ନିଯୁକ୍ତି କରିବାପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ।

ଭାରତର ଉଚ୍ଚତମ ନ୍ୟାୟାଳୟ, ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନକୁ ସମ୍ବିଧାନର ଏକ ବୈଶିଷ୍ଟ୍ୟ ବୋଲି ମତ ଦେଇଛନ୍ତି । ତେଣୁ ନିର୍ବାଚନକୁ ନିର୍ମଳ କରିବା ତଥା ନିର୍ବାଚନ କଳକୁ ଜନସାଧାରଣଙ୍କୁ ସନ୍ଦେହରୁ ଊର୍ଦ୍ଧ୍ବରେ ରଖିବା ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନରଙ୍କର ପୂର୍ଣ୍ଣ ଦାୟିତ୍ଵ ରହିଛି । ତେଣୁ ରାଜନୈତିକ ଓ ପ୍ରଶାସନିକ ପ୍ରଭାବରୁ ନିଜକୁ ମୁକ୍ତ କରି ଆଇନର ପରିସର ମଧ୍ୟରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ଅଟେ ।

୩ । ଭାରତରେ ନିର୍ବାଚନ ପଦ୍ଧତିରେ ପରିଲକ୍ଷିତ ହେଉଥିବା ତ୍ରୁଟି ଓ ନିର୍ବାଚନ ସଂସ୍କାର ପାଇଁ ଦିଆଯାଉଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କର ।
Answer:
୧୯୫୧-୫୨ ମସିହାଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଭାରତରେ ଷୋହଳଟି ଲୋକସଭା ନିର୍ବାଚନ ସଂଘଟିତ ହୋଇ ସାରିଲାଣି । ଶହେ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏକ ଗଣତାନ୍ତ୍ରିକ ନିର୍ବାଚନ ପରିଚାଳନା କରିବା ସହଜ ନୁହେଁ । ଲୋକସଭା ନିର୍ବାଚନ ବ୍ୟତୀତ ପ୍ରତ୍ୟେକ ରାଜ୍ୟରେ ଅନେକ ବିଧାନସଭା ନିର୍ବାଚନ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ପାଇଁ ବହୁତ ନିର୍ବାଚନ ହୋଇଛି । ଏହା ନିଶ୍ଚିତ ଯେ ଆମ ଗଣତନ୍ତ୍ରର ଏହା ଏକ ବିଶେଷ ସଫଳତା । କିନ୍ତୁ ସମୟ ଆଗେଇବା ସଙ୍ଗେ ସଙ୍ଗେ ଆମ ନିର୍ବାଚନ ପଦ୍ଧତିରେ କେତେକ ଦୋଷ ଦେଖାଦେଇଛି, ଯାହା ଫଳରେ ଆମ ଗଣତନ୍ତ୍ରରେ କିଛି କଳାଦାଗ ଲାଗିଯାଉଛି । ଆମ ନିର୍ବାଚନ ପଦ୍ଧତିର ଦୋଷଗୁଡ଼ିକ ଏଠାରେ ଆଲୋଚନା କରାଯାଇଛି ।

(୧) ଅପେକ୍ଷାକୃତ ସଂଖ୍ୟାଗରିଷ୍ଠତା (Relative Majority) – ପ୍ରଚଳିତ ଆଇନ ଅନୁସାରେ ପ୍ରାର୍ଥୀମାନଙ୍କ ଭିତରେ ଯିଏ ଅଧ୍ବକ ଭୋଟ ପାଏ, ସେ ନିର୍ବାଚନରେ ବିଜୟୀ ହୁଏ । ଅଧିକାଂଶ କ୍ଷେତ୍ରରେ ବିଜୟୀ ପ୍ରାର୍ଥୀମାନେ ଶତକଡ଼ା ପଚାଶରୁ ଯଥେଷ୍ଟ କମ୍ ଭୋଟ ପାଇଥା’ନ୍ତି । ଅନ୍ୟ ଅର୍ଥରେ, ବିଜୟୀ ପ୍ରାର୍ଥୀ କେତେଦୂର ଭୋଟରମାନଙ୍କ ପ୍ରକୃତ ପ୍ରତିନିଧ୍, ସେ ବିଷୟରେ ସନ୍ଦେହ ଉପୁଜିଥାଏ ।

(୨) ଭୋଟ-ଆସନ ବ୍ୟବଧାନ (Vote-Seat Gap) – ଅଧିକାଂଶ ସମୟରେ ମିଳିଥିବା ଭୋଟ ଓ ମିଳିଥିବା ଆସନ ମଧ୍ୟରେ ବଡ଼ ବ୍ୟବଧାନ ଦେଖାଦେଉଛି । ଗୋଟିଏ ରାଜ୍ୟରେ ଗୋଟିଏ ଦଳ ଶତକଡ଼ା ୨୫ ଭୋଟ ପାଇ ୧୫ଟି ଲୋକସଭା ଆସନ ପାଇଥବ, କିନ୍ତୁ ଅନ୍ୟ ଏକ ଦଳ ଶତକଡ଼ା ୨୩ ଭୋଟ ପାଇ ଦୁଇଟି ଲୋକସଭା ଆସନ ପାଇଥବ । ସେହିପରି କୌଣସି ରାଜ୍ୟରେ ଗୋଟିଏ ଦଳ ଶତକଡ଼ା ୩୦ ଭୋଟ ପାଇ ୭୦ଟି ବିଧାନସଭା ଆସନ ପାଇଥବ, କିନ୍ତୁ ଅନ୍ୟ ଏକ ଦଳ ଶତକଡ଼ା ୨୬ ଭୋଟ ପାଇ ୧୫ଟି ବିଧାନସଭା ଆସନ ପାଇଥବ । ରାଜନୀତିକ ଦଳଗୁଡ଼ିକର ମିଳିଥିବା ଭୋଟ ଭାଗ ଓ ମିଳିଥିବା ଆସନ ଭାଗ ମଧ୍ଯରେ ଏହି ଅସମାନୁପାତିତା ଓ ଅସନ୍ତୁଳନ ଏକ ଅନ୍ୟାୟ ଅଟେ । କିନ୍ତୁ ଏହା ହେଉଛି ଏକ ବହୁଦଳୀୟ ପଦ୍ଧତିରେ ଏକ ଗଣତାନ୍ତ୍ରିକ ବିଡ଼ମ୍ବନା (Democratic irony) ।

(୩) ପ୍ରତିଦ୍ବନ୍ଦୀମାନଙ୍କର ଅଯଥା ସଂଖ୍ୟା ବୃଦ୍ଧି (Unnecessary Increase in the Number of Contestants) – କୌଣସି ନିର୍ବାଚନରେ ବିଜୟୀ ହେବାକୁ ଜଣେ ପ୍ରାର୍ଥୀଙ୍କୁ ଶତକଡ଼ା ପଚାଶ ଭାଗରୁ ଅଧିକ ଭୋଟ ପାଇବା ନିହାତି ଦରକାର ନୁହେଁ । ଉଦାହରଣସ୍ୱରୂପ, ସେ ଶତକଡ଼ା ତିରିଶ ଭାଗ ଭୋଟ ପାଇ ମଧ୍ଯ ବିଜୟୀ ହୋଇପାରନ୍ତି, ଯଦି ଅନ୍ୟ କୌଣସି ପ୍ରାର୍ଥୀ ସେତିକି ଭୋଟ ପାଇ ନ ଥା’ନ୍ତି । ଏହି ବ୍ୟବସ୍ଥା ଫଳରେ ପ୍ରତି ନିର୍ବାଚନ ମଣ୍ଡଳୀରେ ବହୁତ ଲୋକ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିଥା’ନ୍ତି । ଆଶା ଥାଏ, ଟିକିଏ ଚେଷ୍ଟା କଲେ ଶତକଡ଼ା ପଚିଶ ତିରିଶ ଭାଗ ଭୋଟ ପାଇବା ସମ୍ଭବ ହୋଇପାରେ ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

(୪) ସରକାରର ବୈଧତା ଏକ ପ୍ରଶ୍ନବାଚୀ (Government’s Legitimacy Questioned) – ଯେହେତୁ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟରେ ଶାସନ କରିଥିବା ବା କରୁଥିବା ରାଜନୀତିକ ଦଳ ବା ମେଣ୍ଟଗୁଡ଼ିକ ଶତକଡ଼ା ପଚାଶ ଭାଗରୁ ଯଥେଷ୍ଟ କମ୍ ଭୋଟ ପାଇ କ୍ଷମତାକୁ ଆସିଥା’ନ୍ତି, ସେହି ସରକାରଗୁଡ଼ିକର ବୈଧତା ସମ୍ବନ୍ଧରେ ଗଭୀର ସନ୍ଦେହ ଉପୁଜିଥାଏ । ଏହି ସରକାରଗୁଡ଼ିକ ଭୋଟଦାତାମାନଙ୍କର ପ୍ରକୃତ ପ୍ରତିନିଧି ହେବାକୁ କେତେଦୂର ସମର୍ଥ, ତାହା ଏକ ପ୍ରଶ୍ନବାଚୀ ହୋଇଯାଏ ।

(୫) ସ୍ଵଳ୍ପ ଭୋଟ ଦାନ (Low Voter Nurn-out) – ବିଭିନ୍ନ କାରଣରୁ ଅନେକ ଭୋଟଦାତା ଭୋଟ ଦେଉ ନାହାନ୍ତି । ଶିକ୍ଷିତ ଓ ଚାକିରିଆ ଲେକାମାନେ ନିର୍ବାଚନ ପ୍ରତି ବିମୁଖ । ଅଶିକ୍ଷିତ, ମୂର୍ଖ ଲୋକମାନଙ୍କ ଭୋଟ ଓ ସେମାନଙ୍କର ଭୋଟର ମୂଲ୍ୟ ଏକା ହୋଇଥିବାରୁ ସେମାନେ ବ୍ୟର୍ଥାତ ଅଟନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏହି କାରଣରୁ ଭୋଟ ଦିଅନ୍ତି ନାହିଁ । ଅପରପକ୍ଷରେ ଗରିବ ଲୋକେ ଗୁଜୁରାଣ ମେଣ୍ଟାଇବାରେ ଏତେ ବ୍ୟସ୍ତ ଯେ ନିର୍ବାଚନ ବିଷୟରେ ଚିନ୍ତା କରିବାକୁ ସେମାନଙ୍କର ଆଗ୍ରହ କିମ୍ବା ସମୟ ନାହିଁ । ଅଜ୍ଞତା ହେତୁ ସେମାନେ ନିର୍ବାଚନ ସମ୍ବନ୍ଧୀୟ ବହୁତ କଥା ବୁଝନ୍ତି ନାହିଁ । ପରିବାର ପୋଷଣ ପାଇଁ ଦିନରାତି ଖଟୁଥିବାରୁ ଭୋଟଦେବାକୁ ସେମାନଙ୍କ ପାଖରେ ସମୟ ନ ଥାଏ । ଅଳ୍ପ ଲୋକ ଭୋଟ ଦେଉଥିବାରୁ କମ୍ ଭୋଟ ପାଇ ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇପାରୁଛି !

(୬) ତ୍ରୁଟିପୂର୍ଣ୍ଣ ଭୋଟ ତାଲିକା (Defective Electoral Rolls) – ଅନେକ ସମୟରେ ଭୋଟ ତାଲିକାରେ ଭୁଲ ରହୁଛି । ବହୁସଂଖ୍ୟକ ଭୋଟରଙ୍କର ନାଁ ଏଥିରେ ଅନ୍ତର୍ଭୁକ୍ତ ହେଉନାହିଁ । ବେଳେବେଳେ ଅଭିଯୋଗ ହୁଏ ଯେ, ଶାସକ ଦଳ ଜାଣିଶୁଣି ବିରୋଧୀ ଦଳର ଭୋଟରମାନଙ୍କର ନାମ ଭୋଟର ତାଲିକାରୁ କାଟି ଦେଇଥାନ୍ତି । ଯେଉଁ ଅଫିସର ଓ କର୍ମଚାରୀମାନେ ଭୋଟର ତାଲିକା ତିଆରି କରିବା ଦାୟିତ୍ଵରେ ଥାଆନ୍ତି ସେମାନଙ୍କ ଅବହେଳା ହେତୁ ବି ଏହି ତାଲିକାରୁ କେତେ ପୁରୁଣା ଭୋଟରଙ୍କ ନାଁ କଟି ଯାଇଥାଏ ତ ଏହି ତାଲିକାରେ କେତେ ନୂଆ ଭୋଟରଙ୍କ ନାଁ ପଶିପାରି ନ ଥାଏ ।

(୭) ଅର୍ଥବଳ ଓ ହିଂସାର ପ୍ରୟୋଗ (Use of Money Power and Violence) — ନିର୍ବାଚନରେ ଅର୍ଥ ଓ ହିଂସାର ପ୍ରୟୋଗ ବଢି ବଢି ଚାଲିଛି । ନିର୍ବାଚନ ଏତେ ବ୍ୟୟସାପେକ୍ଷ ହେଉଛି ଯେ, କେବଳ ଧନୀମାନେ ହିଁ ନିର୍ବାଚନରେ ପ୍ରତିବୃହିତା କରିପାରିବେ । ଗରିବମାନଙ୍କ ପାଇଁ ନିର୍ବାଚନ ଲଢ଼ିବା ସ୍ୱପ୍ନ ଅଟେ । ନିର୍ବାଚନରେ ହିଂସା ପ୍ରୟୋଗରେ ବୃଦ୍ଧି ଘଟିଥିବାରୁ ଭଦ୍ରଲୋକମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଭୟ କରୁଛନ୍ତି । ବହୁସଂଖ୍ୟକ ଗୁଣ୍ଡା, ଅସାମାଜିକ ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି । ହିଂସାକୁ ଡରି ମହିଳାମାନେ ପ୍ରାର୍ଥୀ ହେବାକୁ ଡରୁଛନ୍ତି । ନିର୍ବାଚନ ପ୍ରତିଦ୍ଵନ୍ଦିତା ଦୃଷ୍ଟିରୁ ଭାରତୀୟ ଗଣବନ୍ତ୍ର ଧନୀ, ଦୁର୍ନୀତିଗ୍ରସ୍ତ ଓ ଅସାମାଜିକ ବ୍ୟକ୍ତିମାନଙ୍କର ଏକ ଆଡ୍ଡାସ୍ଥଳୀ ହେବାକୁ ବସିଲାଣି ।

(୮) ନିର୍ବାଚନ ମକଦ୍ଦମା (Election Disputes) – ଯଦି ପରାଜିତ ପ୍ରାର୍ଥୀ ଅନୁଭବ କରନ୍ତି ଯେ ବିଜୟୀ ପ୍ରାର୍ଥୀ ନିର୍ବାଚନ ନିୟମ ଭଙ୍ଗ କରିଛନ୍ତି, ତେବେ ସେ ବିଜୟୀ ପ୍ରାର୍ଥୀଙ୍କ ବିରୋଧରେ ହାଇକୋର୍ଟରେ ମକଦ୍ଦମା କରିପାରିବେ । କିନ୍ତୁ ଏହି ମକଦ୍ଦମାଗୁଡ଼ିକ ଶୀଘ ଫଇସଲା ହୋଇ ନ ଥାଏ । ଏଥିପାଇଁ ଯଥେଷ୍ଟ ସମୟ ଲାଗିଥାଏ ଓ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ (Justice delayed is justice denied) । ବେଳେବେଳେ ପରାଜିତ ପ୍ରାର୍ଥୀ ମକଦ୍ଦମାରେ ଜିତିଲେ ବି ଇତିମଧ୍ଯରେ ବହୁତ ସମୟ ଚାଲିଯାଇଥିବାରୁ ସେ-ସନ୍ତୁଷ୍ଟ ହୋଇ ନ ଥା’ନ୍ତି ।

ନିର୍ବାଚନ ସଂସ୍କାର (Electoral Reforms) :
ଭାରତରେ ନିର୍ବାଚନ ପଦ୍ଧତିକୁ ଅଧ୍ଵ ଗୁଣାତ୍ମକ ଓ ଫଳପ୍ରଦ କରିବାପାଇଁ ଅନେକ ସଂସ୍କାରାତ୍ମକ ପ୍ରସ୍ତାବ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଦ୍ୱାରା ଆଗତ ହୋଇଛି । ତନ୍ମଧ୍ୟରୁ କିଛି ଉତ୍ତମ ଓ ବାସ୍ତବବାଦୀ ପ୍ରସ୍ତାବ ଆଲୋଚିତ ହୋଇଛି ।

(୧) ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ (Reservation for women) – ମୋଟ ଭୋଟଦାତାମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧା । କିନ୍ତୁ ପ୍ରାର୍ଥୀମାନଙ୍କ ଭିତରେ ସେମାନଙ୍କ ସଂଖ୍ୟା ଶତକଡ଼ା ଦଶରୁ କମ୍ । ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ପୁରୁଷ ଆଧ୍ୟତ୍ୟ ଥିବାରୁ ମହିଳାମାନଙ୍କୁ ସମାନୁପାତିକ ଭିଭିରେ ଟିକେଟ ମିଳୁନାହିଁ । ଆଉ ଯେ ପର୍ଯ୍ୟନ୍ତ ମହିଳାମାନେ ଅଧିକ ସଂଖ୍ୟାରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନାହାନ୍ତି, ସେ ପର୍ଯ୍ୟନ୍ତ ଆମ ଗଣତନ୍ତ୍ରର ପ୍ରତିନିଧୂମୂଳକ ଗୁଣ ଦୁର୍ବଳ ଅଟେ । ଏହି ପରିପ୍ରେକ୍ଷୀରେ ପ୍ରତି ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ରଖୁବା ଏକ ନ୍ୟାୟୋଚିତ ପ୍ରସ୍ତାବ ଅଟେ ।

(୨) ନିର୍ବାଚନ ଖର୍ଚ୍ଚ ଉପରେ ନିୟନ୍ତ୍ରଣ (Control over Poll Expenses) – ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ଉପରେ ଆଇନ ମାଧ୍ୟମରେ ସିଲିଂ ରଖାଯାଇଛି । କିନ୍ତୁ ଏହା ସମସ୍ତଙ୍କୁ ଜଣା ଯେ, ଏ ସିଲିଂକୁ କୌଣସି ପ୍ରାର୍ଥୀ, ବିଶେଷତଃ କୌଣସି ଦଳୀୟ ପ୍ରାର୍ଥୀ ଓ ଧନୀ ସ୍ବାଧୀନ ପ୍ରାର୍ଥୀ ମାନି ନ ଥା’ନ୍ତି । ପ୍ରାୟ ସମସ୍ତେ ଏ ସିଲିଂକୁ ଟପିଥା’ନ୍ତି । ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ସରକାରୀ ସ୍ତରରେ ବ୍ୟବସ୍ଥା ଅଛି ଓ ଚେଷ୍ଟା ବି କରାଯାଉଛି । କିନ୍ତୁ ଏ ଯେଉଁ ଚେଷ୍ଟା କରାଯାଇଛି, ତାହା ଉପରଠାଉରିଆ । ତେଣୁ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ନିୟମକୁ ପରୀକ୍ଷା କରି ଦରକାର ପଡ଼ିଲେ ନୂଆ ନିୟମ କରାଯାଉ ଏବଂ ସେହି ନିୟମକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉ । ବର୍ତ୍ତମାନ ନିୟମକୁ ବି କଡ଼ାକଡ଼ି ଭାବେ ପାଳନ କଲେ ନିର୍ବାଚନ ପଦ୍ଧତିରେ ଯଥେଷ୍ଟ ଉନ୍ନତି ଘଟିବ ।

(୩) ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥିତ୍ଵକୁ ନିରୁତ୍ସାହ (Discouragement to Frivolous Candidates) — ନିର୍ବାଚନରେ ଅନେକ ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥୀ ଥାଆନ୍ତି । ସେମାନଙ୍କର ପ୍ରାର୍ଥୀତ୍ଵ ନିର୍ବାଚନର ଗୁଣକୁ ନଷ୍ଟ କରି ଦେଇଥାଏ । ସେମାନଙ୍କୁ ନିର୍ବାଚନ ପ୍ରଣାଳୀରୁ ବାହାରେ ରଖୂପାରିଲେ ନିର୍ବାଚନରେ ଗୁଣାତ୍ମକ ବିକାଶ ହେବ । ଏଥପାଇଁ ଦୁଇଟି କୌଶଳ ଗ୍ରହଣ କରାଯାଇପାରେ; ଯଥା –
(କ) କୌଣସି ନିର୍ବାଚନରେ ଅନ୍ତତଃ ଶତକଡ଼ା ଏକ କିମ୍ବା ଦୁଇଭାଗ ଭୋଟ ପାଇ ନ ଥିବା ପ୍ରାର୍ଥୀ ପରବର୍ତ୍ତୀ ନିର୍ବାଚନରେ ସଂଖ୍ୟା ଯଥେଷ୍ଟ କମିଯିବ ।
(ଖ) ପ୍ରାର୍ଥୀଙ୍କ ପାଇଁ ରଖାଯାଇଥିବା ଅମାନତ ଅର୍ଥର ପରିମାଣ ଯଥେଷ୍ଟ ବଢ଼ାଇ ଦେଲେ ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥୀମାନଙ୍କ ସଂଖ୍ୟା ଯଥେଷ୍ଟ କମିଯିବ ।

(୪) ଏକାଧ୍ଵ ପ୍ରତିଦ୍ବହିତା ଉପରେ କଟକଣା (Restrictions on Contesting from Several Constituencies) – ଅନେକ ନେତା ଏକାଧ୍ଵକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ଵନ୍ଦିତା କରିବା ଫଳରେ ବହୁତ ସମସ୍ୟା ସୃଷ୍ଟି ହେଉଛି । କୌଣସି ପ୍ରାର୍ଥୀ ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜୟୀ ହେଲେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ ଏବଂ ସେହି ଆସନ ପାଇଁ ଆଉଥରେ ନିର୍ବାଚନ ହେବ । ଏହା ଫଳରେ ସରକାରଙ୍କର ଅଯଥା ସମୟ ଓ ଅର୍ଥ ନଷ୍ଟ ହେଉଛି । ଏହା ଉପରେ କଟକଣା ଜାରି କରିବାକୁ ପଡ଼ିବ । ଜଣେ ଯେପରି ଗୋଟିକରୁ ଅଧିକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରିପାରିବ ନାହିଁ, ସେଥୂପାଇଁ ଆବଶ୍ୟକୀୟ ଆଇନ ପ୍ରଣୟନ କରିବାକୁ ପଡ଼ିବ ।

(୫) ନିର୍ବାଚନୀ ମକଦ୍ଦମାର ତ୍ବରିତ ଫଇସଲା (Early Settlement of Election Disputes) – ନିର୍ବାଚନ ସମ୍ବନ୍ଧୀୟ ମକଦ୍ଦମାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ପ୍ରତି ବିଧାନସଭା ଓ ଲୋକସଭା ନିର୍ବାଚନ ପରେ ସ୍ଵତନ୍ତ୍ର କୋର୍ଟ ସ୍ଥାପନ କରାଯିବା ଉଚିତ । ଏହି କୋର୍ଟର ବିଚାରପତି ଭାବେ ହାଇକୋର୍ଟର ଜଣେ ବିଚାରପତି ନଚେତ୍ କେବଳ ଏଇଥପାଇଁ ହାଇକୋର୍ଟ ବିଚାରପତିଙ୍କ ପାହ୍ୟାର ଜଣେ ସ୍ବତନ୍ତ୍ର ବିଚାରପତିଙ୍କୁ ନିଯୁକ୍ତି ଦିଆଯିବା ଉଚିତ । ତିନିମାସ ଭିତରେ ଏହି ମକଦ୍ଦମାଗୁଡ଼ିକର ଫଇସଲା ହେବା ଉଚିତ ।

(୬) ଅପରାଧୀ ଭାବରେ ଅଭିଯୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ବାରଣ (Ban on Accused Persons Contesting in Elections) — ରାଜନୀତିର ଅପରାଧୀକରଣ (Criminalisation of politics) ଭାରତୀୟ ଗଣତନ୍ତ୍ର ପାଇଁ ଏକ ବିରାଟ ବିପଦ । ବିଭିନ୍ନ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇ ମନ୍ତ୍ରୀ ବି ହେଉଛନ୍ତି ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ଏହା ଗଣତନ୍ତ୍ରର ମର୍ଯ୍ୟାଦା ଓ ସାମର୍ଥ୍ୟ ହାନି କରୁଛି । ବର୍ତ୍ତମାନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (National Democratic Front) କଂଗ୍ରେସ-ମେଣ୍ଟଦ୍ୱାରା ନିଯୁକ୍ତ ‘ଦାଗୀ’ ମନ୍ତ୍ରୀମାନଙ୍କ ବିରୋଧରେ ଆନ୍ଦୋଳନ କରୁଛି । ସେମାନଙ୍କ ଯୁକ୍ତିର ଦୁର୍ବଳତା ହେଉଛି, ଜଣେ ବ୍ୟକ୍ତି ବିଧାୟକ କିମ୍ବା ସାଂସଦ ହୋଇ ନିର୍ବାଚିତ ହେବା ପରେ ତାଙ୍କୁ ମନ୍ତ୍ରୀ ହେବାକୁ ବାରଣ କଲେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଭୋଟରମାନଙ୍କୁ ଅସମ୍ମାନ କରିବା ହେବ ।

ତେଣୁ ଅଧିକ ଯୁକ୍ତିସଙ୍ଗତ ହେବ, ଯେଉଁ ବ୍ୟକ୍ତି କୌଣସି ଅପରାଧରେ ଅଭିଯୁକ୍ତ ହୋଇଛନ୍ତି ଏବଂ ତାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ (ଅଭିଯୋଗ ପତ୍ର) ଦାଖଲ ହୋଇଛି, ମକଦ୍ଦମା ତାଙ୍କ ସପକ୍ଷରେ ଫଇସଲା ନ ହେବା ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନରେ ଭାଗ ନେଇପାରିବେ ନାହିଁ । ଏହା ଏକ ଚରମ ବ୍ୟବସ୍ଥା, କିନ୍ତୁ ରାଜନୀତିର ଅପରାଧୀକରଣ ଭଳି ଏକ ସାଂଘାତିକ ରୋଗର ନିଦାନ ପାଇଁ ଏହା ଆବଶ୍ୟକ ହୋଇପାରେ ।

(୭) କମ୍ପାନୀ ଚାନ୍ଦା ଉପରେ କଟକଣା (Restrictions on Company Donations) – ବଡ଼ ବଡ଼ କମ୍ପାନୀମାନେ ବିଭିନ୍ନ ରାଜନୀତିକ ଦଳକୁ ନିର୍ବାଚନ ଲଢ଼ିବାପାଇଁ ଚାନ୍ଦା ଦେଇଥା’ନ୍ତି । ଏହା ଗଣତନ୍ତ୍ର ପାଇଁ କ୍ଷତିକାରକ ହୋଇପାରେ, କାରଣ ଚାନ୍ଦା ନେଇଥିବା ଦଳ କ୍ଷମତାକୁ ଆସିଲେ ଚାନ୍ଦା ଦେଇଥିବା କମ୍ପାନୀକୁ ଅନୁଗ୍ରହ ଦେଖାଇପାରେ । କମ୍ପାନୀ ଓ ରାଜନୀତିକ ଦଳ ମଧ୍ୟରେ ଏହି ବନ୍ଧନ ଦେଶର ଅର୍ଥନୀତିକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ସାଧାରଣ ଲୋକର ସ୍ବାର୍ଥହାନି କରିଥାଏ ।

ଏହି ଚାନ୍ଦାକୁ ନିୟନ୍ତ୍ରଣ କରିବାକୁ କଡ଼ା ଆଇନ ପ୍ରଣୟନ ହେବା ଉଚିତ । ଗୋଟିଏ କମ୍ପାନୀ ରାଜନୀତିକ ଦଳମାନଙ୍କୁ କେତେ ଚାନ୍ଦା ଦେଇପାରିବ, ତାହା ଆଇନ ଅନୁସାରେ ଧାର୍ଯ୍ୟ ହେବା ଉଚିତ । ଏହା ଲୁକ୍କାୟିତଭାବେ କରାଯିବା ଉଚିତ ନୁହେଁ ।

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Odisha State Board BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର Textbook Exercise Questions and Answers.

BSE Odisha Class 6 Odia Solutions Chapter 17 ରାଜୋଚିତ ବ୍ୟବହାର

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ପାଠଟି ପଢ଼ିସାରିବା ପରେ ନିମ୍ନରେ ଦିଆଯାଇଥ‌ିବା ଚରିତ୍ରମାନଙ୍କର ଯେଉଁ ଉକ୍ତି ତୁମକୁ ଭଲଲାଗୁଛି, ସେହି ଉକ୍ତିଗୁଡ଼ିକୁ ଅଭିନୟ ସହ କୁହ ।
(କ) ଆଲୋକ୍‌ଜାଣ୍ଡର
(ଖ) ପୁରୁ
(ଗ) ସେଲ୍ୟୁକାସ୍
(ଘ) ସେନାପତି
Answer:
ପିଲାମାନଙ୍କୁ ଯେଉଁ ଉକ୍ତିଗୁଡ଼ିକ ଭଲଲାଗିବ, ସେମାନେ ସେହି ଉକ୍ତିଗୁଡ଼ିକୁ ଅଭିନୟ ସହ କହିବେ ।

Question ୨।
ନିମ୍ନରେ କେତେଗୁଡ଼ିଏ ଉକ୍ତି ଦିଆଯାଇଛି । ସେହି ଉକ୍ତିଗୁଡ଼ିକ କିଏ କହିଛନ୍ତି, ତାଙ୍କ ନାମ ଲେଖ ।
(କ) ‘‘ସ୍ଵର୍ଣ୍ଣପ୍ରସୂ ବୀରଭୂମି ଭାରତ । ଏ ଦେଶର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ । ଏହାର ସୁନାମ ସାରା ଜଗତରେ ପ୍ରଚାରିତ ।’’
(ଖ) ‘ସମଗ୍ର ଭାରତବର୍ଷକୁ ଜୟ କରିବା ହେଉଛି ଆମର ଅଭିପ୍ରାୟ ।’’
(ଗ) ‘‘ମୁଁ ପଣ କରୁଛି, ମୋ ଶରୀରର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ ଲଢ଼ିବି ।’’
(ଘ) ‘ଶୁଣିଥୁଲି ଏ ଦେଶର ମାଟିରେ ସୁନା ଫଳେ, ଏ ଦେଶ ଘିଅମହୁରେ ପରିପୂର୍ଣ୍ଣ ।’’
(ଚ) ‘ଅସ୍ତ୍ରହୀନ ପଶୁମାନଙ୍କ ଉପରେ ତୀର ପ୍ରୟୋଗ କରିବା ଯୁଦ୍ଧନୀତିର ବିରୁଦ୍ଧ ଅଟେ ।’’
Answer:
(କ) ପୁରୁ,
(ଖ) ଆଲେକ୍‌ଜାଣ୍ଡର,
(ଗ) ପୁରୁ,
(ଘ) ଆଲେକ୍‌ଜାଣ୍ଡର
(ଙ) ପୁରୁ
(ଚ) ସେଲ୍ୟୁକାସ୍ ।

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୩।
ନିମ୍ନରେ କେତେଗୁଡ଼ିଏ ଉକ୍ତି ଦିଆଯାଇଛି। ସେହି ଉକ୍ତିଗୁଡ଼ିକ କିଏ, କାହାକୁ, କେଉଁ ପ୍ରସଙ୍ଗରେ କହିଛି, ଲେଖ ।
(କ) ‘‘ଆମର ଲକ୍ଷ୍ୟ, ଯେକୌଣସି ଉପାୟରେ, ଯେକୌଣସି ପନ୍ଥାରେ ଯୁଦ୍ଧ ଜୟକରିବା ।’’
(ଖ) ‘ଆପଣଙ୍କର ନିର୍ଦ୍ଦେଶ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇଛି । ଭାରତୀୟ ସୈନ୍ୟବାହିନୀର ହାତୀମାନଙ୍କ ଉପରକୁ ଅସ୍ତ୍ରପ୍ରୟୋଗ କରିବା ଫଳରେ ସେମାନେ କ୍ଷତବିକ୍ଷତ ହୋଇ ପୃଷ୍ଠଭଙ୍ଗ ଦେଇ ପଳାଇ ଯାଇଛନ୍ତି ।
(ଗ) ‘‘ପୁରୁଙ୍କୁ ବନ୍ଦକରି ଆଣିବ ନାହିଁ । ପରାଜିତ ହେଲେ ମଧ୍ୟ ସେ ଜଣେ ଦେଶପ୍ରେମୀ ବୀର ।’’
(ଘ) ‘ମୁଁ ପରାଜିତ ହେଲେ ମଧ୍ୟ ଗୋଟିଏ ସ୍ଵାଧୀନ ରାଜ୍ୟର ନରପତି ।’’
(ଙ) ‘ଆଜି ମୁଁ ଅନୁଭବ କରୁଛି ଯେ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ଭାରତବର୍ଷ ପ୍ରକୃତରେ ବୀରମାନଙ୍କର ଲୀଳାଭୂମି ।’’
Answer:
(କ) ଏହି ଉକ୍ତିଟି ଆଲେକ୍‌ଜାଣ୍ଡର ସେନାପତି ସେଲ୍ୟୁକାସ୍‌ଙ୍କୁ କହିଛନ୍ତି । ସେଲ୍ୟୁକାସ୍ ଯେତେବେଳେ ଅସ୍ତହୀନ ପଶୁମାନଙ୍କ ଉପରେ ତୀର ପ୍ରୟୋଗ କରିବା ଯୁଦ୍ଧନୀତିର ବିରୁଦ୍ଧ ବୋଲି କହିଲେ, ସେତେବେଳେ ସେ ଏହା କହିଥିଲେ ।
(ଖ) ଏହି ଉକ୍ତିଟି ସେଲ୍ୟୁକାସ୍ ଆଲେକ୍‌ଜାଣ୍ଡରଙ୍କୁ କହିଛନ୍ତି । ଆଲେକ୍‌ଜାଣ୍ଡରଙ୍କ ସୁଚିନ୍ତିତ ଯୋଜନା ଯୋଗୁଁ – ବିଜୟପ୍ରାପ୍ତି ସମ୍ବାଦ ତାଙ୍କୁ ଦେଲାବେଳେ ସେ ଏହା କହିଥିଲେ ।
(ଗ) ଏହି ଭକ୍ତିଟି ଆଲେକ୍ଜାଣ୍ଡର ସେନାପତି ସେଲୁଲ୍ୟକାସ୍ ଙ୍କୁ କହିଛନ୍ତିା ସେନାପତି ସେଲ୍ୟୁକାସଙ୍କୁ ପରାଜିତ ରାଜା ପୁରୁଙ୍କୁ ତାଙ୍କ ସମ୍ମୁଖକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇ ଆଲେକ୍‌ଜାଣ୍ଡର ଏହା କହିଥିଲେ ।
(ଘ) ଏହି ଉକ୍ତିଟି ପୁରୁ ଆଲେକ୍‌ଜାଣ୍ଡରଙ୍କୁ କହିଥିଲେ । ଆଲେକ୍‌ଜାଣ୍ଡର ଯେତେବେଳେ ପୁରୁଙ୍କୁ ତାଙ୍କଠାରୁ କି ପ୍ରକାର ବ୍ୟବହାର ଆଶା କରୁଛନ୍ତି ପଚାରିଥିଲେ, ସେତେବେଳେ ସେ ଏହା କହିଥିଲେ ।
(ଡ) ଏ ଉକ୍ତିଟି ଆଲେକ୍‌ଜାଣ୍ଡର ରାଜା ପୁରୁଙ୍କୁ କହିଥିଲେ । ପରାଜିତ ହୋଇଥିଲେ ବି ପୁରୁ ଆଲେକ୍‌ଜାଣ୍ଡରଙ୍କଠାରୁ ଏ । ରାଜୋଚିତ ବ୍ୟବହାର ଆଶା କଲାବେଳେ ଆଲେକ୍‌ଜାଣ୍ଡର ଏହା କହିଥିଲେ ।

Question ୪।
ନିମ୍ନରେ ଦିଆଯାଇଥବା ଅନୁଚ୍ଛେଦଟି ପାଠକରି ସେଥୁରୁ ପ୍ରଶ୍ନ ତିଆରି କର ।
ଆତ୍ମସମର୍ପଣ ! ଆଲେକ୍‌ଜାଣ୍ଡର ଏହି ପତ୍ରରେ ମୋତେ ଲେଖୁଛନ୍ତି ଆତ୍ମ ସମର୍ପଣ କରିବାକୁ ! ସେ ଜାଣନ୍ତି ନାହିଁ, ଏହି ମହାନ୍ ଭାରତଭୂମି ହେଉଛି ବେଦ ଉପନିଷଦର ଦେଶ । ଏ ଦେଶ ରାମାୟଣ ଓ ମହାଭାରତର ଦେଶ । ଆଲେକ୍‌ଜାଣ୍ଡର ଅତିଥି ଭାବରେ ଆସିଥିଲେ ମୁଁ ତାଙ୍କୁ ସମ୍ମାନର ସହିତ ପାଛୋଟି ଆଣିଥାଆନ୍ତି । ସେ ଆସିଛନ୍ତି ଜଣେ ଆକ୍ରମଣକାରୀ ଭାବରେ, ରାଜ୍ୟ ବିସ୍ତାର କରିବାର ଅଭିଳାଷ ନେଇ, ଯୁଦ୍ଧ ନ କରି ତାଙ୍କ ନିକଟରେ ଆତ୍ମସମର୍ପଣ କରିବା ହେବ ଚରମ ଭୀରୁତା ଓ କାପୁରୁଷତା ! ଫେରିଯାଅ ଦୂତ, କହିଦିଅ ତୁମର ସମ୍ରାଟଙ୍କୁ ପୁରୁରାଜ ଏହି ମହାନ୍ ଦେଶର ସମ୍ମାନକୁ ଜଣେ ବିଦେଶୀ ଆକ୍ରମଣକାରୀର ପାଦ ତଳେ ଲୋଟାଇ ଦେବାକୁ ଚାହେଁ ନାହିଁ ।
Answer:
(୧) ଆଲେକ୍‌ଜାଣ୍ଡର ପୁରୁଙ୍କୁ ପତ୍ରରେ କ’ଣ ଲେଖୁଥିଲେ ?
(୨) ଭାରତ ଭୂମି କାହାର ଦେଶ ?
(୩) ଆଲେକ୍‌ଜାଣ୍ଡରଙ୍କୁ କିପରି ଆସିଥିଲେ ତାଙ୍କୁ ସମ୍ମାନର ସହ ପାଛୋଟି ଆଣିଥା’ନ୍ତେ ବୋଲି ପୁରୁ କହିଛନ୍ତି ?
(୪) ଆଲେକ୍‌ଜାଣ୍ଡର ଅତିଥ୍ ଭାବରେ ଆସିଥିଲେ ପୁରୁ କ’ଣ କରିଥା’ନ୍ତେ ?
(୫) ଆଲେକ୍‌ଜାଣ୍ଡର କିପରି ଭାବେ ଭାରତ ଆସିଛନ୍ତି ?
(୬) ପୁରୁଙ୍କ ମତରେ ଆଲେକ୍‌ଜାଣ୍ଡରଙ୍କ ନିକଟରେ ଆତ୍ମସମର୍ପଣ କରିବା କିପରି ହେବ ?
(୭) ଦୂତକୁ ଫେରିବାକୁ ପୁରୁ କାହିଁକି ଆଦେଶ ଦେଲେ ?
(୮) ଦୂତ ଫେରିଯାଇ ଆଲେକ୍‌ଜାଣ୍ଡରଙ୍କୁ କି ଖବର ଦେବାକୁ ପୁରୁରାଜ କହିଥିଲେ ?

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୫।
ତଳେ ଦିଆଯାଇଥ‌ିବା ପ୍ରଶ୍ନର ଉତ୍ତର ଲେଖ ।
(କ) ଆଲେକ୍‌ଜାଣ୍ଡର କେଉଁ ଦେଶର ରାଜା ଥିଲେ ?
Answer:
ଆଲେକ୍‌ଜାଣ୍ଡର ଗ୍ରୀସ୍ ଦେଶର ରାଜା ଥିଲେ ।

(ଖ) ସେ ଭାରତ ପ୍ରତି କାହିଁକି ଆକୃଷ୍ଟ ହୋଇଥିଲେ ?
Answer:
ଭାରତର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ତି । ଏହାର ସୁନାମ ସାରା ଜଗତରେ ପ୍ରଚାରିତ । ଏହାର ଧନସମ୍ପତ୍ତି ପ୍ରତି ସେ ଆକୃଷ୍ଟ ହୋଇଥିଲେ ।

(ଗ) କେଉଁ କାରଣ ଯୋଗୁଁ ଆଲେକ୍‌ଜାଣ୍ଡର ଭାରତ ଆକ୍ରମଣ କରିବା ପାଇଁ ସମର୍ଥ ହେଲେ ?
Answer:
ଭାରତ ବର୍ଷରେ ଥିବା ରାଜ୍ୟ ରାଜ୍ୟ ମଧ୍ୟରେ ଏକତା ଓ ବୁଝାମଣାର ଅଭାବ ପରିଲକ୍ଷିତ ହୋଇଥିଲା । ତେଣୁ ସେହି ସୁଯୋଗକୁ ହାତଛଡ଼ା ନ କରି ଆଲେକଜାଣ୍ଡାର ଭାରତ ଆକ୍ରମଣ କରିବାପାଇଁ ସମର୍ଥ ହୋଇଥିଲୋ ।

(ଘ) ଆଲେକ୍‌ଜାଣ୍ଡର ପିଲାଦିନୁ ଭାରତ ବିଷୟରେ କ’ଣ ଶୁଣିଥିଲେ ?
Answer:
ସ୍ଵର୍ଣ୍ଣପ୍ରସୂ ଭାରତଭୂମିର ମାଟିରେ ସୁନା ଫଳେ ଓ ଏ ଦେଶ ଘିଅ ମହୁରେ ପରିପୂର୍ଣ୍ଣ ବୋଲି ଆଲେକ୍‌ଜାଣ୍ଡର ପିଲାଦିନୁ ଭାରତ ବିଷୟରେ ଶୁଣିଥିଲେ ।

Question ୬।
ନିମ୍ନରେ ଦିଆଯାଇଥବା ଅନୁଚ୍ଛେଦରେ ବିରାମ ଚିହ୍ନ ଯୋଗକରି ଲେଖ ।
ନୀତି ନିୟମ ଆଦର୍ଶ ଇତ୍ୟାଦି ଭାରତୀୟ ସୈନ୍ୟମାନଙ୍କୁ ସାଜେ ଆମକୁ ନୁହେଁ ଆମର ଲକ୍ଷ୍ୟ ଯେକୌଣସି ଉପାୟରେ ଯେକୌଣସି ପନ୍ଥାରେ ଯୁଦ୍ଧ ଜୟ କରିବା ତୁମେ ଯାଅ ସେନାପତି ବିଳମ୍ବ କଲେ ଆମର ବିଜୟ ଆଶା ଧୂଳିସାତ୍ ହୋଇଯିବ ମୋର ଆଦେଶ କାର୍ଯ୍ୟକାରୀ କର ।
Answer:
ନୀତି, ନିୟମ, ଆଦର୍ଶ ଇତ୍ୟାଦି ଭାରତୀୟ ସୈନ୍ୟମାନଙ୍କୁ ସାଜେ, ଆମକୁ ନୁହେଁ । ଆମର ଲକ୍ଷ୍ୟ, ଯେକୌଣସି ଉପାୟରେ, ଯେକୌଣସି ପନ୍ଥାରେ ଯୁଦ୍ଧ ଜୟ କରିବା । ତୁମେ ଯାଅ ସେନାପତି, ବିଳମ୍ବ କଲେ ଆମର ବିଜୟ ଆଶା ଧୂଳିସାତ୍ ହୋଇଯିବ । ମୋର ଆଦେଶ କାର୍ଯ୍ୟକାରୀ କର ।

Question ୭।
ତଳେ ତାହାଶ ପଟେ କେତୋଟି ଅର୍ଥସୂଚକ ଭକ୍ତି ଦିଆଯାଇଚ୍ଛା ବାମପଟେ ଦିଆଯାଇଥବା ଉପଯୁକ୍ତ ଶବ୍ଦ ସହ ତାହାକୁ ମିଳାଇ ଲେଖ ।
ବିତାଡ଼ିତ – କୌଣସି ଆଶା ପୂରଣ ନ ହେବା
ହତୋତ୍ସାହ – କୌଣସି ପରିସ୍ଥିତି ବା ଘଟଣାକୁ ଦେଖୁ ଡରି ପଳାଇବା
ପ୍ରତିରୋଧ – ଯାହାକୁ ବାହାର କରି ଦିଆଯାଇଛି
ପୃଷ୍ଟଭଙ୍ଗ – ଉତ୍ସାହ ହରାଇବା
ଧୂଳିସାତ୍‌ – ବାଧାଦେବା
Answer:
ବିତାଡ଼ିତ – ଯାହାକୁ ବାହାର କରି ଦିଆଯାଇଛି
ହତୋତ୍ସାହ – ଉତ୍ସାହ ହରାଇବା
ପ୍ରତିରୋଧ – ବାଧାଦେବା
ପୃଷ୍ଟଭଙ୍ଗ – କୌଣସି ପରିସ୍ଥିତି ବା ଘଟଣାକୁ ଦେଖୁ ଡରି ପଳାଇବା
ଧୂଳିସାତ୍‌ – କୌଣସି ଆଶା ପୂରଣ ନ ହେବା

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୮।
ଏକାଙ୍କିକାଟିକୁ ଭଲଭାବରେ ପଢ଼ି ତଳେ ଦିଆଯାଇଥ‌ିବା ସୂଚନା ଅନୁଯାୟୀ ଦୁଇଟି ଲେଖାଏଁ ବାକ୍ୟ ଲେଖ ।
Answer:
(କ) ପୁରୁଙ୍କର ଦେଶପ୍ରେମ ।
(୧) ମୋ ଶରୀରର ଶେଷ ରକ୍ତବିନ୍ଦୁ ଥ‌ିବା ପର୍ଯ୍ୟନ୍ତ ମୁଁ ଲଢ଼ିବି ।
(୨) ଜନନୀ ଜନ୍ମଭୂମି ନିମନ୍ତେ ପ୍ରାଣ ଉତ୍ସର୍ଗ କରିବାପାଇଁ ସମସ୍ତ ଦେଶବାସୀଙ୍କୁ ଆହ୍ଵାନ କର ।

(ଖ) ଆଲେକ୍‌ଜାଣ୍ଡରଙ୍କର ଭାରତ ପ୍ରତି ଧାରଣା ।
(୧) ଭାରତର ମାଟିରେ ସୁନା ଫଳେ ।
(୨) ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ଭାରତବର୍ଷ ପ୍ରକୃତରେ ବୀରମାନଙ୍କର ଲୀଳାଭୂମି ।

(ଗ) ପୁରୁଙ୍କର ଆଲେକ୍‌ଜାଣ୍ଡରଙ୍କ ପ୍ରତି ଭକ୍ତି ।
(୧) ପରାଜୟକୁ ମୁଁ ସ୍ଵୀକାର କରୁଛି ।
(୨) ଜଣେ ରାଜା ଆଉ ଜଣେ ରାଜା

(ଘ) ଆଲେକ୍‌ଜାଣ୍ଡରଙ୍କର ପୁରୁଙ୍କୁ ପ୍ରଶଂସା ବାଣୀ ।
(୧) ପରାଜିତ ହେଲେ ମଧ୍ୟ ଆପଣଙ୍କର ମନୋବଳ ଦୃଢ଼ ରହିଛି।
(୨) ଆପଣ ଆଜିଠାରୁ ହେଲେ ମୋର ବନ୍ଧୁ ।

Question ୯।
ଅଭିଧାନ ଦେଖ୍ ଏହି ଶବ୍ଦଗୁଡ଼ିକର ଅର୍ଥ ଲେଖ ।
ସ୍ଵର୍ଣପ୍ରସୂ, ଧୂଳିସାତ୍‌, ବୀରାଙ୍ଗନା, ଅଭିପ୍ରାୟ, ନିକ୍ଷେପ
Answer:
ସ୍ୱର୍ଣ୍ଣପ୍ରସୂ – ସୁବର୍ଣ୍ଣ-ଉତ୍ପାଦିକା, ଅତିଶୟ ଉର୍ବରା
ଧୂଳିସାତ୍ – ମାଟିରେ ମିଶିଯିବା
ବୀରାଙ୍ଗନା – ବୀରା ନାରୀ
ଅଭିପ୍ରାୟ – ଉଦ୍ଦେଶ୍ୟ
ନିକ୍ଷେଯ – ଫିଙ୍ଗିବା

Question ୧୦।
ନିମ୍ନରେ କେତୋଟି ଶବ୍ଦ ଦିଆଯାଇଛି, ସେହି ଶବ୍ଦଗୁଡ଼ିକୁ ବ୍ୟବହାରରେ ଏକ ଅନୁଚ୍ଛେଦ ଲେଖ । ବେଦ ଉପନିଷଦ, ଘିଅମହୁ, ବୀରାଙ୍ଗନା, ସ୍ଵର୍ଣ୍ଣପ୍ରସୂ, ଶକ୍ତିଶାଳୀ, ସମ୍ମାନ, ଶେଷ ରକ୍ତବିନ୍ଦୁ
Answer:
ଭାରତ ବେଦ ଉପନିଷଦର ଦେଶ । ଏହି ସ୍ଵର୍ୟପ୍ରସୂ ବୀରଭୂମିର ବୀରମାନଙ୍କର ପରାକ୍ରମରେ ଏହା ଶକ୍ତିଶାଳୀ ହୋଇଉଠିଛି । ଏଇ ଭୂମିରେ ବୀର ଓ ବୀରାଙ୍ଗନାମାନଙ୍କର ଏକତାର ଅଭାବରୁ ପରାଜୟ ଘଟୁଛି । ପୁରୁ ରାଜା ପଣ କରିଛନ୍ତି ଯେ ତାଙ୍କ ଶରୀରର ଶେଷ ରକ୍ତବିନ୍ଦୁ ଥ‌ିବା ପର୍ଯ୍ୟନ୍ତ ସେ ଲଢ଼ିବେ । ଶେଷରେ ଦିନେ ଘିଅମହୁରେ ଭାସୁଥ‌ିବା ପୁରୁରାଜା ବିଦେଶୀ ହାତରେ ପରାଜୟ ବରଣ କରିଛନ୍ତି । ତେଣୁ ସେପରି ସ୍ଵାଭିମାନୀ ରାଜାଙ୍କୁ ଯଥୋଚିତ ସମ୍ମାନ ଦେବା ଉଚିତ ହେବ ।

ତୁମ ପାଇଁ କାମ

୧। ତୁମ ଅଞ୍ଚଳରେ ଏକତା ବଳରେ କରାଯାଇଥିବା କିଛି କାର୍ଯ୍ୟ ସମ୍ପର୍କରେ ଜାଣିଥୁଲେ ପାଞ୍ଚଟି ବାକ୍ୟରେ ଲେଖ ।
୨। ତୁମ ଗ୍ରାମରେ କିମ୍ବା ଅଞ୍ଚଳରେ ଥ‌ିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ସମ୍ପର୍କରେ ଯାହା ଜାଣିଛ ଲେଖ ।
୩। ସାଙ୍ଗମାନେ ଏକାଠି ମିଶି ଏକାଙ୍କିକାର ଯେକୌଣସି ଗୋଟିଏ ଦୃଶ୍ୟ ଅଭିନୟ କର ।

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଏହି ଏକାଙ୍କିକାରେ କାହାର ଚରିତ୍ର ମହାନ୍ ଓ କାହିଁକି ?
Answer:
ଏହି ଏକାଙ୍କିକାରେ ଆଲେକ୍‌ଜାଣ୍ଡରଙ୍କର ଚରିତ୍ର ମହାନ୍ତି । କାରଣ ଜଣେ ମହାନୁଭବ ରାଜାଭାବେ ପରାଜିତ ରାଜା ପୁରୁଙ୍କୁ ସେ ଯଥୋଚିତ ସମ୍ମାନ ଦେଇଛନ୍ତି । ତାଙ୍କୁ ବନ୍ଧୁ ଭାବରେ ଗ୍ରହଣ କରି ଶେଷରେ ତାଙ୍କୁ ତାଙ୍କର ରାଜ୍ୟ ଫେରାଇ ଦେଇଛନ୍ତି ।

(ଖ) ପୁରୁଙ୍କର ରାଜ୍ୟ କେଉଁଠାରେ ଥିଲା ?
Answer:
ବିତସ୍ତା ଓ ବିପାଶା ନଦୀ ଦ୍ଵୟର ମଧ୍ୟବର୍ତ୍ତୀ ଅଞ୍ଚଳରେ ପୁରୁଙ୍କର ରାଜ୍ୟ ଥିଲା ।

(ଗ) ଯୁଦ୍ଧ ପାଇଁ କେତେ ସୈନ୍ୟବଳ ପ୍ରସ୍ତୁତ କରିବାରୁ ପୁରୁ ଆଦେଶ ଦେଲେ ?
Answer:
ଯୁଦ୍ଧପାଇଁ ପଚାଶ ହଜାର ପଦାତିକ, ତିନିହଜାର ଅଶ୍ୱାରୋହୀ, ଏକ ହଜାର ଗଜାରୋହୀଙ୍କୁ ପ୍ରସ୍ତୁତ କରିବାକୁ ପୁରୁ ଆଦେଶ ଦେଲେ ।

(ଘ) ଯୁଦ୍ଧରେ ଜୟ କରିବା କିପରି ସହଜ ହେବ ବୋଲି ଆଲେକ୍‌ଜାଣ୍ଡର ସେନାପତିଙ୍କୁ କୌଶଳ ବତାଇଲେ ?
Answer:
ଶତ୍ରୁପକ୍ଷର ହାତୀମାନଙ୍କ ଉପରକୁ ତୀର ଓ ବର୍ଚ୍ଛା ପ୍ରୟୋଗ କଲେ ସେମାନେ କ୍ଷତ ବିକ୍ଷତ ହୋଇ ପଳାଇଯିବେ । ପଳାଇଲାବେଳେ ନିଜ ପକ୍ଷର ସୈନ୍ୟମାନଙ୍କୁ ଦଳି ଚକଟି ଦେବେ । ତା’ହେଲେ ଆଉ ଭାରତୀୟ ସୈନ୍ୟମାନେ ଆଗେଇପାରିବେ ନାହିଁ । ତେଣୁ ଯୁଦ୍ଧରେ ଜୟ କରିବା ଆମ ପକ୍ଷେ ସହଜ ହେବ । ଆଲେକ୍‌ଜାଣ୍ଡର ସେନାପତିଙ୍କୁ ଏହି କୌଶଳ ବତାଇ ଦେଲେ ।

(ଙ) ପୁରୁ କାହିଁକି ସ୍ମରଣୀୟ ହୋଇରହିବେ ?
Answer:
ନିଜର ବୀରତ୍ଵ, ସାହସିକତା ଓ ଦେଶଭକ୍ତି ପାଇଁ ପୁରୁ ଯୁଗଯୁଗକୁ ସ୍ମରଣୀୟ ହୋଇ ରହିଥ‌ିବେ ।

(ଚ) ଆଲେକ୍‌ଜାଣ୍ଡରଙ୍କର ଆକ୍ରମଣ ବାର୍ତ୍ତା ଶୁଣି ପୁରୁ ସେନାପତିଙ୍କୁ କ’ଣ କରିଥିଲେ ?
Answer:
ପୁରୁ କହିଥିଲେ ଯେ ତାଙ୍କର ରାଜ୍ୟ ଛୋଟ ହେଲେ ମଧ୍ୟ ସେ ପଛଘୁଞ୍ଚା ଦେବେ ନାହିଁ । ନିଜ ଶରୀରର ଶେଷ ରକ୍ତବିନ୍ଦୁ ଥ‌ିବାଯାଏ, ସେ ଲଢ଼େଇ କରିବେ । ଆଲେକଜାଣ୍ଡରଙ୍କୁ ଭାରତରୁ ବିତାଡ଼ିତ ନ କଲାଯାଏ ଶାନ୍ତିରେ ରହିପାରିବେ ନାହିଁ ।

(ଛ) ପୁରୁ ଆଲେକ୍‌ଜାଣ୍ଡରଙ୍କଠାରୁ କିପରି ବ୍ୟବହାର ଆଶା କରନ୍ତି ବୋଲି କହିଥିଲେ ?
Answer:
ପୁରୁ କହିଲେ ସେ ପରାଜିତ ହେଲେ ମଧ୍ୟ ଗୋଟିଏ ସ୍ଵାଧୀନ ରାଜ୍ୟର ରାଜା ଅଟନ୍ତି । ତେଣୁ ସେ ଆଲେକଜାଣ୍ଡରଙ୍କଠାରୁ ରାଜୋଚିତ ବ୍ୟବହାର ଆଶା କରନ୍ତି ବୋଲି କହିଥିଲେ ।

(ଜ) ଆଲେକ୍‌ଜାଣ୍ଡର ପୁରୁଙ୍କର ପ୍ରଶଂସା କରି କ’ଣ କହିଥିଲେ ?
Answer:
ପୁରୁଙ୍କର ପ୍ରଶଂସା କରି ଆଲେକ୍‌ଜାଣ୍ଡର କହିଥିଲେ, ‘ଧନ୍ୟ ପୁରୁରାଜ ! ଆପଣ ପ୍ରକୃତରେ ଭାରତ ମାଟିର ବୀର ସନ୍ତାନ । ଭାରତବର୍ଷ ପ୍ରକୃତରେ ବୀରମାନଙ୍କର ଲୀଳାଭୂମି, ଏହା ମୁଁ ଅନୁଭବ କରୁଛି । ପରାଜିତ ହେଲେ ମଧ୍ୟ ଆପଣଙ୍କର ମନୋବଳ ଦୃଢ଼ ରହିଛି । ଆପଣ ଆଜିଠାରୁ ମୋର ବନ୍ଧୁ ହେଲେ ।

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୨।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ‘‘ସ୍ଵର୍ଣ୍ଣପ୍ରସୂ ବୀରଭୂମି ଭାରତ । ଏ ଦେଶର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ । ଏହାର ସୁନାମ ସାରା ଜଗତରେ ପ୍ରଚାରିତ ।’’ – ଏହା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ବିତସ୍ତା ଓ ବିପାଶା ନଦୀଦ୍ଵୟର ମଧ୍ୟବର୍ତ୍ତୀ ଏକ କ୍ଷୁଦ୍ର ରାଜ୍ୟର ରାଜା ପୁରୁ । ସେ ଦରବାରରେ ଚିନ୍ତିତ ଭାବେ ପଦଚାରଣ କରୁଥ‌ିବା ବେଳେ ଦୂତ ପହଞ୍ଚି ସେନାପତିଙ୍କ ଆଗମନର ସୂଚନା ଦେଇଛନ୍ତି । ସେନାପତିଙ୍କୁ ଭିତରକୁ ଡାକିବାକୁ ପୁରୁ ଦୂତକୁ କହିଛନ୍ତି । ସେନାପତି ପହଞ୍ଚି ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡରଙ୍କ ଭାରତ ଆକ୍ରମଣ ନିମନ୍ତେ ଆଗମନର ସୂଚନା ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ରାଜ୍ୟ ଆଲେକ୍‌ଜାଣ୍ଡର ନିଜ ଅଧୀନକୁ ନେଉଥିବା କଥା ସେନାପତି କହିଛନ୍ତି । ପୁରୁ ଦୀର୍ଘ ନିଃଶ୍ବାସ ପକାଇ କହିଛନ୍ତି ଯେ ଭାରତ ସ୍ବର୍ଣପ୍ରସୂ । ଏ ଦେଶର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ । ଭାରତର ଧନସମ୍ପଦ ପ୍ରତି ଆକୃଷ୍ଟ ହୋଇ ଆଲେକ୍‌ଜାଣ୍ଡର ଭାରତ ଆସିଛନ୍ତି । ଭାରତୀୟ ରାଜାମାନଙ୍କ ମଧ୍ୟରେ ଏକତା ନାହିଁ । ସେମାନେ ପରସ୍ପର ମଧ୍ୟରେ କଳହରତ । ତେଣୁ ଆଲେକ୍‌ଜାଣ୍ଡର ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରିବାକୁ ସକ୍ଷମ ହେଉଛନ୍ତି ।

(ଖ) ଆଲେକ୍‌ଜାଣ୍ଡର ପୁରୁଙ୍କୁ କାହିଁକି ବନ୍ଧୁଭାବେ ଗ୍ରହଣ କରିଥିଲେ ?
Answer:
ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡର ପୃଥ‌ିବୀ ଜୟ କରିବାର ସ୍ବପ୍ନ ଦେଖିଥିଲେ । ସେଥ‌ିପାଇଁ ସେ ଭାରତ ଆକ୍ରମଣ କରିବାକୁ ଆସିଥିଲେ । ପୁରୁ ଥିଲେ ଏକ କ୍ଷୁଦ୍ରରାଜ୍ୟର ରାଜା । ତେଣୁ ଆଲେକ୍‌ଜାଣ୍ଡର ତାଙ୍କ ସହ ଯୁଦ୍ଧ କରିବାକୁ ଚାହିଁ ନଥୁଲେ । ପୁରୁଙ୍କୁ ଆତ୍ମସମର୍ପଣ କରିବାକୁ ସେ ଦୂତ ହାତରେ ପତ୍ର ଲେଖି ଜଣାଇଥିଲେ । ମାତ୍ର ପୁରୁ ତାଙ୍କ ପ୍ରସ୍ତାବ ଗ୍ରହଣ କରିନଥିଲେ । ଶେଷରେ ଆଲେକ୍‌ଜାଣ୍ଡରଙ୍କ ସହ ପୁରୁଙ୍କର ଯୁଦ୍ଧ ହେଲା । ପୁରୁ ଓ ତାଙ୍କ ସୈନ୍ୟବାହିନୀ ବୀରତ୍ବର ସହ ଲଢ଼ି ବିଜୟର ଦ୍ଵାରଦେଶରେ ପହଞ୍ଚି ଯାଇଥିଲେ । ଆଲେକ୍‌ଜାଣ୍ଡର ଯୁଦ୍ଧନୀତି ପାଳନ ନକରି ପୁରୁଙ୍କ ସୈନ୍ୟବାହିନୀର ହାତୀଗୁଡ଼ିକୁ ତୀର ଓ ବର୍ଚ୍ଛାଦ୍ଵାରା ଆଘାତ କରିବାକୁ ନିର୍ଦ୍ଦେଶ ଦେଲେ । ହାତୀମାନେ ଏଣେତେଣେ ପଳାୟନ କରିବାରୁ ପୁରୁ ପରାଜିତ ଓ ବନ୍ଦୀ ହେଲେ । ପରାଜିତ ପୁରୁଙ୍କୁ ଆଲେକ୍‌ଜାଣ୍ଡର ତାଙ୍କଠାରୁ କି ବ୍ୟବହାର ଚାହାଁନ୍ତି ବୋଲି ପଚାରିଥିଲେ । ପୁରୁ ରାଜୋଚିତ ବ୍ୟବହାର ଚାହାଁନ୍ତି ବୋ ଲି କହିଥିଲେ । ପୁରୁଙ୍କର ବୀରତ୍ଵ ଓ ଦୃଢ଼ ମନୋବଳ ଦେଖି ଆଲେକ୍‌ଜାଣ୍ଡର ତାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିଥିଲେ ।

(ଗ) ‘‘କାପୁରୁଷ ମୃତ୍ୟୁ ପୂର୍ବରୁ ସହସ୍ରବାର ମୃତ୍ୟୁବରଣ କରିଥାଏ ।”? –ଏକଥା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ଏକଥା ଭାରତର ଏକ କ୍ଷୁଦ୍ର ରାଜ୍ୟର ସମ୍ରାଟ୍ ପୁରୁ ତାଙ୍କ ସେନାପତିଙ୍କୁ କହିଛନ୍ତି । ସ୍ବର୍ଣ୍ଣପ୍ରସୂ ଭାରତର ଧନସମ୍ପଭିରେ ଆକୃଷ୍ଟ ହୋଇ ଗ୍ରୀସ୍ ଦେଶରୁ ଆଗେଇ ଆସିଛନ୍ତି ଆଲେକ୍‌ଜାଣ୍ଡର । ଏଭଳି ଘଡ଼ିସନ୍ଧି ମୁହୂର୍ଭରେ ଭାରତବର୍ଷର ରାଜ୍ୟ ରାଜ୍ୟ ମଧ୍ୟରେ ଏକତା ଓ ବୁଝାମଣା ନଥିବାରୁ ସେମାନଙ୍କର ପରାଜୟ ଘଟୁଛି । ପୁରୁ କିନ୍ତୁ ପ୍ରତିଜ୍ଞା କରିଛନ୍ତି ସେ ଆଲେକ୍‌ଜାଣ୍ଡରଙ୍କୁ ଭାରତ ମାଟିରୁ ବିତାଡ଼ିତ କରିବେ । ଆଲେକ୍‌ଜାଣ୍ଡରଙ୍କ ସୈନ୍ୟବଳ ଅପରିସୀମ ଓ ସେମାନେ ଯୁଦ୍ଧବିଦ୍ୟାରେ ପାରଙ୍ଗମ । ସେମାନଙ୍କୁ ପରାଜିତ କରିବା କଷ୍ଟସାଧ୍ୟ ବୋଲି ସେନାପତି କହିଛନ୍ତି । ମାତ୍ର ପୁରୁ ଏଥ‌ିରେ ହତୋତ୍ସାହିତ ନହୋଇ ଯୁଦ୍ଧପାଇଁ ପ୍ରସ୍ତୁତ ହେବାକୁ ସେନାପତିଙ୍କୁ ପରାମର୍ଶ ଦେଇଛନ୍ତି । ସେ ସେନାପତିଙ୍କୁ କହିଛନ୍ତି ଯେ କାପୁରୁଷ ମୃତ୍ୟୁପୂର୍ବରୁ ସହସ୍ର ବାର ମରିଥାଏ ।

ନାଟ୍ୟକାର ପରିଚୟ :

ସାରଦା ପ୍ରସନ୍ନ ନାୟକ (୧୯୨୬) କଟକରେ ଜନ୍ମଗ୍ରହଣ କରିଥିଲେ । ଜଣେ ନାଟ୍ୟକାର ଭାବରେ ଓଡ଼ିଶାର ପୁରପଲ୍ଲୀରେ ସେ ସୁପରିଚିତ । ତାଙ୍କ ରଚିତ ବହୁ ନାଟକ ମଧ୍ୟରୁ ‘ସୁନାମାଟି’, ‘ପରିଶୋଧ’, ‘ଲକ୍ଷ୍ମୀ’, ‘ପନ୍ଥୀ’ ଆଦି ବେଶ୍ ଲୋକପ୍ରିୟ । ଜଣେ ଗୀତିକାର ଭାବରେ ତାଙ୍କର ମଧ୍ୟ ପ୍ରସିଦ୍ଧି ରହିଛି । କଟକ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରଯୋଜକ ଭାବରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଛନ୍ତି ।

ବିଷୟ ପୂଚନା :

ଭାରତୀୟ ରାଜା ପୁରୁ ଓ ଗ୍ରୀସ୍‌ର ରାଜା ଆଲେକ୍‌ଜାଣ୍ଡରଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ପୁରୁ ପରାଜୟ ବରଣ କରିଥିଲେ । ପୁରୁ ପରାଜୟ ସ୍ବୀକାର କରିବା ପରେ ଆଲେକ୍‌ଜାଣ୍ଡର ତାଙ୍କୁ ତାଙ୍କଠାରୁ କି ପ୍ରକାର ବ୍ୟବହାର ଆଶା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ପୁରୁ ନିର୍ଭୟରେ ରାଜାଙ୍କଠାରୁ ରାଜୋଚିତ ବ୍ୟବହାର ଆଶା କରୁଛନ୍ତି ବୋଲି କହିଥିଲେ । ପୁରୁଙ୍କର ଏହି କଥା କେଇପଦରେ ଆଲେକ୍‌ଜାଣ୍ଡର ବେଶ୍ ପ୍ରଭାବିତ ହୋଇ ତାଙ୍କୁ ତାଙ୍କ ରାଜ୍ୟ ଫେରାଇ ଦେଇଥିଲେ ଓ ତାଙ୍କ ନିକଟରେ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ । ଏହି ଏକାଙ୍କିକାଟିରେ ନାଟ୍ୟକାର ଏସବୁ ବିଷୟ ସୁନ୍ଦରଭାବେ ଉପସ୍ଥାପନ କରିଛନ୍ତ୍ରା

ସାରକଥା :

ରାଜପ୍ରାସାଦ ଅଭ୍ୟନ୍ତରରେ ପୁରୁ ଓ ତାଙ୍କ ସେନାପତିଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଗ୍ରୀସ୍‌ର ରାଜା ଆଲେକ୍‌ଜାଣ୍ଡର ବୀରଭୂମି ଭାରତକୁ ଆକ୍ରମଣ କରିବାକୁ ଆସୁଥିବାରୁ ତାଙ୍କୁ ପ୍ରତିରୋଧ କରିବାପାଇଁ ରାଜା ପୁରୁ ଉପାୟ ଚିନ୍ତା କରୁଛନ୍ତି । ତା’ ସହିତ ଭାରତର ରାଜାମାନଙ୍କ ମଧ୍ୟରେ ଏକତା ନଥ‌ିବାରୁ ଅନ୍ୟ ହାତରେ ପରାଜୟ ସ୍ଵୀକାର କରିବାକୁ ପଡୁଛି ବୋଲି ସେ ଦୁଃଖରେ ସେନାପତିଙ୍କୁ କହିଛନ୍ତି । ଯାହାହେଲେ ମଧ୍ୟ ବୀର ଆଲେକ୍‌ଜାଣ୍ଡରଙ୍କୁ ଯୁଦ୍ଧରେ ସାମନା କରିବେ ବୋଲି ଦମ୍ଭରେ ପୁରୁ କହିଛନ୍ତି ।

ଆଲେକ୍‌ଜାଣ୍ଡର ଓ ତାଙ୍କର ସେନାପତି ଶତବ୍ଦୀ ନଦୀ କୂଳରେ ନିଜର ଶିବିରରେ ବସି ଆଲୋଚନା କରୁଛନ୍ତି । ପୁରୁ ଯେପରି ତାଙ୍କ ଆଗରେ ଆତ୍ମସମର୍ପଣ କରିବେ, ସେ କଥା ଦୂତ ହାତରେ ଖବର ପଠାଇବାକୁ ଚାହିଁଛନ୍ତି । ମାତ୍ର ପୁରୁ ଆତ୍ମସମର୍ପଣ ନକରି ଯୁଦ୍ଧ କରିଛନ୍ତି । ଶେଷରେ ପୁରୁ ହାରିଯାଇ ପରାଜୟ ବରଣ କରିଛନ୍ତି । ଆଲେକ୍‌ଜାଣ୍ଡର ପୁରୁଙ୍କୁ ନିଜର ଶିବିରରେ ଉପସ୍ଥିତ କରାଇ ତାଙ୍କଠାରୁ ପୁରୁ କିପରି ବ୍ୟବହାର ଚାହୁଁଛନ୍ତି ବୋଲି ପଚାରିଛନ୍ତି । ପୁରୁ ନିର୍ଭୟରେ କହିଛନ୍ତି ଯେ, ସେ ରାଜା।

ତେଣୁ ସେ ରାଜୋଚିତ ବ୍ୟବହାର ଚାହାଁନ୍ତି । ପୁରୁଙ୍କର ଏଇ ଉତ୍ତରରେ ଆଲେକ୍‌ଜାଣ୍ଡର ବେଶ୍ ପ୍ରଭାବିତ ହୋଇଛନ୍ତି । ସେ ପୁରୁ ତଥା ଭାରତବର୍ଷର ଖୁବ୍ ପ୍ରଶଂସା କରିଛନ୍ତି । ପୁରୁଙ୍କୁ ନିଜର ବନ୍ଧୁ ଭାବରେ ଗ୍ରହଣ କରିନେଇଛନ୍ତି । ନିଜର ଅହଙ୍କାରର ଫଳ ସେ ପାଇଛନ୍ତି ବୋଲି ପୁରୁଙ୍କୁ କହିଛନ୍ତି । ଶେଷରେ ପୁରୁଙ୍କର ଦେଶଭକ୍ତି, ବୀରତ୍ଵକୁ ସମ୍ମାନ ଜଣାଇଛନ୍ତି । ତାଙ୍କର ରାଜ୍ୟ ମଧ୍ୟ ତାଙ୍କୁ ଫେରାଇ ଦେଇଛନ୍ତି । ସମଗ୍ର ଭାରତବର୍ଷକୁ ଜୟ କରିବାର ଦୁରାଶା ମନରୁ ତ୍ୟାଗ କରିଛନ୍ତି ।

କଠିନ ଶବ୍ଦାର୍ଥ :

  • ବିତାଡ଼ିତ – ବହିଷ୍କୃତ, ଯାହାକୁ ବାହାର କରି ଦିଆଯାଇଛି ।
  • ପଦାତିକ – ପାଦରେ ଚାଲି ଚାଲି ଯାଉଥ‌ିବା ସୈନ୍ୟ ।
  • ହତୋତ୍ସାହ – ଉତ୍ସାହ ହରାଇବା ।
  • ପ୍ରତିରୋଧ – ବାଧା ।
  • ପୃଷ୍ଠଭଙ୍ଗ – କୌଣସି ଘଟଣାକୁ ମୁକାବିଲା କରି ନପାରି ଭୟରେ ପଛକୁ ପଳାଇବା ।
  • ଧୂଳିସାତ୍ – ମାଟିରେ ମିଶିଯିବା ।
  • ଅଭ୍ୟନ୍ତର – ଭିତର ।
  • ପଦଚାରଣ – ପାଦରେ ଚାଲିବା ।
  • ହତୋତ୍ସାହିତ – ଉତ୍ସାହ ହରାଇବା ।
  • ସ୍ଵର୍ଣପ୍ରସୂ – ସୁନା ଉତ୍ପାଦିକା, ଅତିଶୟ ଉର୍ବରା ।
  • ଅପରିସୀମ – ଅସୀମ ।
  • ଉତ୍ସର୍ଗ – ସତ୍ ଉଦ୍ଦେଶ୍ୟରେ ଅର୍ପଣ ।
  • ଆକୃଷ୍ଟ – ମୁଗ୍‌ଧ, ପ୍ରଲୁବ୍‌ଧ ।
  • ଅଭିପ୍ରାୟ – ଇଚ୍ଛା ।
  • ନିକ୍ଷେପ – ଫିଙ୍ଗିବା ।
  • ପରିତ୍ୟାଗ – ଛାଡ଼ିଯିବା ।
  • ସ୍ମରଣୀୟ – ମନେପକାଇବାର ଯୋଗ୍ୟ ।
  • ଦ୍ରୁତ – ଖୁବ୍ ଜୋର୍‌ରେ ।
  • ବୀରାଙ୍ଗନା – ବୀରା ନାରୀ ।
  • ସୁଶୃଙ୍ଖଳ – ଅତ୍ୟନ୍ତ ଶୃଙ୍ଖଳିତ ।
  • ସହସ୍ରବାର – ହଜାର ଥର ।
  • ପରାକ୍ରମୀ – ବଳଶାଳୀ ।
  • କୋଳାହଳ – ପାଟିତୁଣ୍ଡ ।
  • ନରପତି – ରାଜା ।
  • ରାଜୋଚିତ – ରାଜାନୁରୂପ ।
  • ସ୍ମରଣୀୟ – ମନେରଖୁବା ଭଳି ଘଟଣା ।

BSE Odisha 8th Class Science Notes Chapter 9 ପ୍ରାଣୀଙ୍କ ପ୍ରଜନନ

Odisha State Board BSE Odisha 8th Class Science Notes Chapter 9 ପ୍ରାଣୀଙ୍କ ପ୍ରଜନନ will enable students to study smartly.

BSE Odisha Class 8 Science Notes Chapter 9 ପ୍ରାଣୀଙ୍କ ପ୍ରଜନନ

→ଉପକ୍ରମ :
ଜୀବନଧାରଣ ପାଇଁ ପ୍ରତ୍ୟେକ ଜୀବ ଶରୀରରେ ବିଭିନ୍ନ ପ୍ରକାର ଜୀବନକ୍ରିୟା ସଙ୍ଗଠିତ ହୋଇଥାଏ । ସେହିପରି ବଂଶ ବିସ୍ତାରପାଇଁ ପ୍ରଜନନ କ୍ରିୟା ଆବଶ୍ୟକ ।

→ପ୍ରଜନନ (Reproduction):

  • ପ୍ରତ୍ୟେକ ଜୀବ ନିଜ ଭଳି ଜୀବ ସୃଷ୍ଟି କରିଥାଏ । ଏହି ପ୍ରକ୍ରିୟାକୁ ପ୍ରଜନନ ବା ଜନନ କୁହାଯାଏ ।
  • ଯେକୌଣସି ଜୀବ ଜାତିର ଧାରାବାହିକ ସ୍ଥିତି ରକ୍ଷା ପାଇଁ ପ୍ରଜନନ ଅପରିହାର୍ଯ୍ୟ ।

ତୁମପାଇଁ କାମ :
ନିମ୍ନସ୍ଥ ସାରଣୀରୁ ଆମେ କେତେକ ପ୍ରାଣୀଙ୍କ ଶାବକ ଓ ଶୂକାବସ୍ଥାର ନାମ ଜାଣିବା :
BSE Odisha 8th Class Science Notes Chapter 9 ପ୍ରାଣୀଙ୍କ ପ୍ରଜନନ 1

BSE Odisha 8th Class Science Notes Chapter 9 ପ୍ରାଣୀଙ୍କ ପ୍ରଜନନ

(iii) ଜନନର ପ୍ରକାରଭେଦ :
(a) ଅଲଙ୍ଗୀ ଜନନ
(b) ଲିଙ୍ଗୀୟ ଜନନ

→ସମଲିଙ୍ଗୀ ପ୍ରଜନନ (Asexual Reproduction):

  • ଜନନ କୋଷର ମିଳନ ନଘଟି ନୂତନ ଅପତ୍ୟ ସୃଷ୍ଟି ହେଲେ, ତାହାକୁ ଅଲିଙ୍ଗୀ ଜନନ କୁହାଯାଏ ।
  • ଉଦାହରଣ – ଏମିବାର ଦ୍ବିବିଭାଜନ ଓ ହାଇଡ୍ରାର କୋରକୋଦ୍‌ଗମ ।

→ଏମିବାର ଜନନ :

  • ଏମିବା ଏକ ଏକକୋଷୀ ପ୍ରାଣୀ ।
  • ଏହାର କୋଷରେ ଥ‌ିବା ନ୍ୟଷ୍ଟିଟି ଦୁଇଭାଗରେ ବିଭକ୍ତ ହୋଇ ଦୁଇଟି ନ୍ୟଷ୍ଟି ଗଠନ କରେ ।
  • ପରେ ଏହାର ଶରୀର ଦୁଇ ଭାଗରେ ବିଭକ୍ତ ହୁଏ ଓ ପ୍ରତ୍ୟେକ ଭାଗରେ ଗୋଟିଏ ନ୍ୟଷ୍ଟି ରହେ ।
  • ଏହିପରି ଭାବରେ ଗୋଟିଏ ମାତ୍ର ଏମିବାରୁ ଦୁଇଟି ଅପତ୍ୟ ଏମିବା ସୃଷ୍ଟି ହୁଏ ।
  • ଏହି ପ୍ରକାରର ଜନନ ପ୍ରକ୍ରିୟାକୁ ଦ୍ଵିବିଭାଜନ କୁହାଯାଏ ।

BSE Odisha 8th Class Science Notes Chapter 9 ପ୍ରାଣୀଙ୍କ ପ୍ରଜନନ 2

→ହାଇଡ୍ରାର ଜନନ :

  • ହାଇଡ୍ରାର ମାତୃଶରୀର ବୃଦ୍ଧି ହୋଇ ଗୋଟିଏ ବା ଦୁଇଟି ପ୍ରବର୍ଷ ସୃଷ୍ଟି ହୁଏ
  • ଏହି ପ୍ରବର୍ଷକୁ କୋରକ କୁହାଯାଏ ।
  • କୋରକର ବିକାଶ ଘଟେ ଏବଂ ଏହା ମାତୃ ଶରୀରରୁ ବିଚ୍ଛିନ୍ନ ହୋଇ ଅପତ୍ୟ ହାଇଡ୍ରାରେ ପରିଣତ ହୁଏ ।
  • ଅପତ୍ୟ ହାଇଡ୍ରା ଜଳରେ ସ୍ଵାଧୀନ ଜୀବନଯାପନ କରେ ।
  • ଏହି ପ୍ରକାରର ଜନନପ୍ରକ୍ରିୟାକୁ କୋରକୋଦ୍‌ଗମ କୁହାଯାଏ ।
    BSE Odisha 8th Class Science Notes Chapter 9 ପ୍ରାଣୀଙ୍କ ପ୍ରଜନନ 3

→ଲିଙ୍ଗୀୟ ଜନନ (Sexual Reproduction) :
ଜନନ କୋଷର ମିଳନ ହେବାଦ୍ୱାରା ଯୁଗ୍ମଜ ବୃଦ୍ଧିପ୍ରାପ୍ତ ହୋଇ ସେଥୁରୁ ଅପତ୍ୟ ସୃଷ୍ଟି ହେଲେ ତାହାକୁ ଲିଙ୍ଗୀୟ ଜନନ କୁହାଯାଏ ।

BSE Odisha 8th Class Science Notes Chapter 9 ପ୍ରାଣୀଙ୍କ ପ୍ରଜନନ

ଅଣ୍ଡଜ ପ୍ରାଣୀଙ୍କ ଜନନ :

  • ଯେଉଁ ପ୍ରାଣୀମାନେ ଅଣ୍ଡାରୁ ଜନ୍ମ ହୁଅନ୍ତି ସେମାନଙ୍କୁ ଅଣ୍ଡଜ ପ୍ରାଣୀ କୁହାଯାଏ ।
  • ବର୍ଷାଋତୁରେ ମାଈବେଙ୍ଗମାନେ ଡିମ୍ବ ଦିଅନ୍ତି ।
  • ଡିମ୍ବଗୁଡ଼ିକର କଠିନ ଖୋଳ ନଥ‌ିବାରୁ ପୋଖରୀ ଜଳରେ ସେଗୁଡ଼ିକ ଜେଲି ଭଳି ଭାସୁଥାନ୍ତି ।
  • ଏହି ଡିମ୍ବଗୁଡ଼ିକ ଉପରେ ପୁରୁଷ ବେଙ୍ଗର ଶୁକ୍ରାଣୁ ପଡ଼ିଲେ ସେଗୁଡ଼ିକର ସମାୟନ ଘଟେ ।
  • ଏଥ‌ିରେ ପୁଂ ଯୁଗ୍ମଜ ଓ ସ୍ତ୍ରୀ ଯୁଗ୍ମଜର ମିଳନ ଘଟି ଯୁଗ୍ମଜ ସୃଷ୍ଟି ହୁଏ ।
  • ଏହି ପ୍ରକାର ସମାୟନ ଶରୀର ବାହାରେ ହେଉଥ‌ିବା ଯୋଗୁଁ ଏହାକୁ ବହିଃସମାୟନ କୁହାଯାଏ ।
  • ମାଛ, ଷ୍ଟାର୍‌ଫିସ୍ ଭଳି ଜଳଜୀବମାନଙ୍କ ଠାରେ ଏପରି ବହିଃସମାୟନ ଦେଖାଯାଏ ।

(a) ଜରାୟୁଜ ପ୍ରାଣୀଙ୍କ ଜନନ :

  • ଯେଉଁ ପ୍ରାଣୀମାନେ ମାତୃ ଜରାୟୁରୁ ଜନ୍ମ ହୁଅନ୍ତି, ସେମାନଙ୍କୁ ଜରାୟୁଜ ପ୍ରାଣୀ କୁହାଯାଏ । ଅଥବା ଯେଉଁ ପ୍ରାଣୀମାନେ ଶାବକ ଜନ୍ମ ଦିଅନ୍ତି ସେମାନଙ୍କୁ ଜରାୟୁଜ ପ୍ରାଣୀ କୁହାଯାଏ ।
  • ଡିମ୍ବାଣୁ ( ସ୍ତ୍ରୀ ଯୁଗ୍ମଜ) ଓ ଶୁକ୍ରାଣୁ (ପୁଂ ଯୁଗ୍ମଜ) ର ମିଳନ ମାତୃଶରୀର ମଧ୍ୟରେ ଘଟୁଥ‌ିବାରୁ ଏହାକୁ ଅନ୍ତଃସମାୟନ କୁହାଯାଏ ।
  • ସମାୟନ ପରେ ଯୁଗ୍ମଜ ଗଠିତ ହୁଏ ଓ ପରେ ଏଥରେ ବିଭାଜନ ଘଟି ଏଥୁରୁ ଭୃଣ ସୃଷ୍ଟି ହୁଏ ।
  • ମଣିଷ ସମେତ ପ୍ରାୟ ସବୁ ସ୍ତନ୍ୟପାୟୀ ପ୍ରାଣୀ, ସରୀସୃପ ଓ ପକ୍ଷୀଙ୍କଠାରେ ଏପରି ଅନ୍ତଃସମାୟନ ଦେଖାଯାଏ ।

→ଭ୍ରୁଣର ବିକାଶ (Development of Embryo):

  • ସମାୟିତ ଡିମ୍ବାଣୁ ବା ଯୁଗ୍ମଜରେ ବିଭାଜନ ଘଟି କୋଷ ସଂଖ୍ୟା ବୃଦ୍ଧି ପାଏ ।
  • ଏଥୁରେ ଧୀରେ ଧୀରେ ହାତ, ଗୋଡ଼, ମୁଣ୍ଡ, ଆଖୁ, କାନ ଭଳି ଅଙ୍ଗମାନ ସୃଷ୍ଟି ହୋଇଥାଏ । ଭୃଣ ବିକାଶର ଏହି ଅବସ୍ଥାକୁ ଫିଟସ୍ (foetus) କୁହାଯାଏ ।
  • କୁକୁଡ଼ାଠାରେ ଅନ୍ତଃସମାୟନ ଘଟି ଏହାର ଡିମ୍ବନାଳୀ ଦେଇ ଯୁଗ୍ମଜ ଗତିକଲାବେଳେ ଏଥିରେ ବିଭାଜନ ଘଟିଥାଏ ।
  • ବଦ୍ଧିଷ୍ଣୁ ଭ୍ରୂଣ ଉପରେ କେତେକ ସୁରକ୍ଷାକାରୀ ଆବରଣ ସୃଷ୍ଟି ହେଲାପରେ କୁକୁଡ଼ା ଅଣ୍ଡା ଦିଏ ।
  • ଅଣ୍ଡା ଦେଲାବେଳକୁ ଭ୍ରୂଣରେ ପ୍ରାୟ 60,000 କୋଷ ସୃଷ୍ଟି ହୋଇସାରିଥାଏ । ଏହି ସମୟରେ ବାହ୍ୟ ଆବରଣଟି ବାୟୁ ସଂସ୍ପର୍ଶରେ ଆସି ଏକ କଠିନ, ଭଙ୍ଗୁର ଖୋଳପାରେ ପରିଣତ ହୋଇଥାଏ ।
  • ମାଈ କୁକୁଡ଼ା ଅଣ୍ଡାକୁ ଉଷୁମାଇବା ଯୋଗୁଁ ଭ୍ରୂଣ 3 ସପ୍ତାହ ମଧ୍ୟରେ ଚିଆଁରେ ପରିଣତ ହୁଏ ।
  • ଏହି ସମୟ ମଧ୍ୟରେ ଭ୍ରୂଣର ବିକାଶ ଘଟିଥାଏ । ପୂର୍ଣ୍ଣ ବିକାଶ ପରେ ଚିଆଁ ଖୋଳ ଭାଙ୍ଗି ବାହାରକୁ ଆସିଥାଏ ।
  • କୁମ୍ଭୀର, କଇଁଛ, ସାପ, ଏଣ୍ଡୁଅ, ଝିଟିପିଟି, ପ୍ରଜାପତି, ରେଶମକୀଟ, ପାରା, ବେଙ୍ଗ, କୁକୁଡ଼ା, ବତକ ଆଦିଙ୍କ ଭୃଣର ବିକାଶ ଅଣ୍ଡା ଭିତରେ ହୋଇଥାଏ ।
  • ଜରାୟୁଜ ପ୍ରାଣୀଙ୍କ ଅଣ୍ଡା ମା’ର ଶରୀର ଭିତରେ ଥାଏ ।

→ମେଟାମର୍ଫୋସିସ୍ (Metamorphosis):

  • ପ୍ରଜାପତି ଓ ରେଶମକୀଟର ବିକାଶର ବିଭିନ୍ନ ଅବସ୍ଥାଗୁଡ଼ିକ ହେଲା ବୟଃପ୍ରାପ୍ତ ଅବସ୍ଥା । ସେହିପରି ବେଙ୍ଗର ବିକାଶର ବିଭିନ୍ନ ଅବସ୍ଥା ବୟଃପ୍ରାପ୍ତ ଅବସ୍ଥା । – ଡିମ୍ବ, ଲାର୍ଭା (ସଂବାଳୁଆ), ପ୍ୟୁପା ଓ ହେଉଛି – ଡିମ୍ବ, ଲାର୍ଭା (ବେଙ୍ଗଫୁଲା) ଓ ବୟଃପ୍ରାପ୍ତ ଅବସ୍ଥା ।
  • ଏହି ଉଭୟ ପ୍ରାଣୀଙ୍କ ଡିମ୍ବରେ ସଞ୍ଚ (ପୀତକ)ର ପରିମାଣ ଭୃଣର ବିକାଶ ପାଇଁ ଅପେକ୍ଷାକୃତ କମ୍ ହୋଇଥ‌ିବାରୁ ଭୃଣ ଏକ ଅସଂପୂର୍ଣ୍ଣ ଅବସ୍ଥାରେ ଜାତ ହୋଇଥାଏ । ଏହି ଅସଂପୂର୍ଣ୍ଣ ବା ଭିନ୍ନ ଅବସ୍ଥାକୁ ଶୂକ ବା ଲାର୍ଭା କୁହାଯାଏ
  • ଲାର୍ଭା ସ୍ଵାଧୀନ ଭାବେ ଖାଦ୍ୟ ଗ୍ରହଣ କରେ ଏବଂ ଏହାର ବିକାଶ ସଂପୂର୍ଣ୍ଣ ହୁଏ । ତେଣୁ ବେଙ୍ଗଫୁଲା ବେଙ୍ଗରେ ଓ ସଂବାଳୁଆ ସୁନ୍ଦର ପ୍ରଜାପତି ବା ରେଶମକୀଟରେ ପରିଣତ ହୁଏ ।
  • ବେଙ୍ଗଫୁଲା କିମ୍ବା ସଂବାଳୁଆରେ ବହୁ ପରିବର୍ତ୍ତନ ଘଟି ଏହା ବୟଃପ୍ରାପ୍ତ ଅବସ୍ଥାକୁ ଆସିଥାଏ । ଏହି ପରିବର୍ତ୍ତନକୁ ରୁପାନ୍ତ୍ରିରଶ କୁହାଯାଏ ।
    ମଣିଷ କ୍ଷେତ୍ରରେ ରୂପାନ୍ତରଣ ଘଟେନାହିଁ । କାରଣ ଫିଟସ୍, ଶିଶୁ ଓ ବୟଃପ୍ରାପ୍ତ ଅବସ୍ଥାରେ ଏକାପ୍ରକାରର ଅଙ୍ଗପ୍ରତ୍ୟଙ୍ଗ ଦେଖାଯାଏ ।

→ଟେଷ୍ଟ୍ ଟ୍ୟୁବ୍ ବେବି (Test Tube Baby):

  • ଡିମ୍ବାଣୁ ଓ ଶୁକ୍ରାଣୁର ଶରୀର ବାହାରେ କୃତ୍ରିମ ଉପାୟରେ ସମାୟନ ପ୍ରକ୍ରିୟାକୁ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (In vitro fertilization – IVF) କୁହାଯାଏ ।
  • ଜରାୟୁ ମଧ୍ୟରେ ପୂର୍ଣ ବୃଦ୍ଧି ଓ ବିକାଶ ପରେ ଶିଶୁଟି ଜନ୍ମ ହୁଏ । ଏହି ପ୍ରଣାଳୀରେ ଜନ୍ମଲାଭ କରୁଥ‌ିବା ଶିଶୁକୁ ‘ଟେଷ୍ଟଟ୍ୟୁବ୍ ବେବି’ କୁହାଯାଏ ।
  • ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରବର୍ଟ ଏକ୍ୱାଡ୍‌ଙ୍କୁ 2010 ମସିହାର ଭେଷଜ ବିଜ୍ଞାନ ନୋବେଲ

→ପ୍ରତିରୂପୀକରଣ (Cloning):

  • କୋଷ, ଅଙ୍ଗ କିମ୍ବା ଜୀବ ଶରୀରର ଅବିକଳ ନକଲ ସୃଷ୍ଟିକୁ କ୍ଲୋନିଂ ବା ପ୍ରତିରୂପୀକରଣ କୁହାଯାଏ ।
  • ଡଲି ନାମକ ମେଣ୍ଢା ହେଉଛି ପ୍ରଥମ ସ୍ତନ୍ୟପାୟୀ କ୍ଲୋନ୍ ବା ପ୍ରତିରୂପ ।
  • ପ୍ରଥମେ ସ୍ଫଟିସ୍ ବ୍ଲାକ୍ ଫେସ୍ କିସମର ମେଣ୍ଢାଠାରୁ ଡିମ୍ବାଣୁ ସଂଗ୍ରହକରି ସେଥୁରୁ ନ୍ୟଷ୍ଟି ବିସ୍ଥାପନ କରାଯାଇ ଏବଂ ପରେ ଫିନ୍ ଡର୍‌ସେଟ୍ କିସମର ମେଣ୍ଢାର ପତ୍ନୀରୁ ସଂଗୃହୀତ କୋଷର ନ୍ୟଷ୍ଟି ସେଥ‌ିରେ ଅବସ୍ଥାପିତ କରାଗଲା
  • ଏହାକୁ କିଛିଦିନ ପରେ ଅନ୍ୟ ଏକ ସ୍ଫଟିସ୍ ବ୍ଲାକ୍ ଫେସ୍ ମେଣ୍ଢାର ଜରାୟୁରେ ସ୍ଥାନିତ କରାଗଲା ।
  • ଜରାୟୁରେ ଦିନ ରହିବା ପରେ ଡଲି ଜନ୍ମ ହେଲା ।
  • ଜନ୍ମରୁ ଦୁଇବର୍ଷ ପରେ ସ୍ଵାଭାବିକ ପ୍ରଜନନ ପ୍ରକ୍ରିୟାରେ ଡଲି ଏକ ଅଣ୍ଡିରା ମେଣ୍ଢାକୁ ଛୁଆ ‘ବୋନି’କୁ ଜନ୍ମ ଦେଇଥିଲା ।
  • କିନ୍ତୁ ଜନ୍ମରୁ ଡଲି ରୋଗାକ୍ରାନ୍ତ ଥିଲା । ସେଥ୍ପାଇଁ ଡଲିକୁ ରୋଗ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଡାକ୍ତରୀ ଉପାୟରେ ‘‘ସଦୟ ମୁକ୍ତି’’ ଦିଆଯାଇଥିଲା ।

BSE Odisha 8th Class Science Notes Chapter 9 ପ୍ରାଣୀଙ୍କ ପ୍ରଜନନ

→ବିଷୟଭିତ୍ତିକ ଶବ୍ଦାବଳୀ :

BSE Odisha 8th Class Science Notes Chapter 9 ପ୍ରାଣୀଙ୍କ ପ୍ରଜନନ 4
BSE Odisha 8th Class Science Notes Chapter 9 ପ୍ରାଣୀଙ୍କ ପ୍ରଜନନ 5