BSE Odisha 8th Class Maths Solutions Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ Ex 6(f)

Odisha State Board BSE Odisha 8th Class Maths Solutions Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ Ex 6(f) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ Ex 6(f)

Question 1.
ଘନମୂଳ ନିର୍ଣ୍ଣୟ କର :
(i) 343 (ii) 1000 (iii) 74088 (iv) 157464 (v) 8,000,000
ସମାଧାନ :
(i) \(\sqrt[3]{343}=\sqrt[3]{7 \times 7 \times 7}=7\)

(ii) \(\sqrt[3]{1000}=\sqrt[3]{2 \times 2 \times 2 \times 5 \times 5 \times 5}=2 \times 5=10\)

(iii) \(\sqrt[3]{74088}=\sqrt[3]{2 \times 2 \times 2 \times 3 \times 3 \times 3 \times 7 \times 7 \times 7}=2 \times 3 \times 7=42\)

(iv) \(\sqrt[3]{157464}=\sqrt[3]{2 \times 2 \times 2 \times 3 \times 3 \times 3 \times 3 \times 3 \times 3 \times 3 \times 3 \times 3}=2 \times 3 \times 3 \times 3=54\)

(v) \(\sqrt[3]{8000000}=\sqrt[3]{2 \times 2 \times 2 \times 10 \times 10 \times 10 \times 10 \times 10 \times 10}=2 \times 10 \times 10=200\)

BSE Odisha 8th Class Maths Solutions Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ Ex 6(f)

Question 2.
2744 କୁ କେଉଁ କ୍ଷୁଦ୍ରତମ ସଂଖ୍ୟାରେ ଗୁଣିଲେ, ଗୁଣଫଳ ଏକ ପୂର୍ବ ଘନସଂଖ୍ୟା ହେବ ? ଉକ୍ତ ଘନସଂଖ୍ୟାର ଘନମୂଳ ନିର୍ଣ୍ଣୟ କର ।
ସମାଧାନ :
2744 = 2 × 2 × 2 × 7 × 7 × 7 = 2³ × 7³ = (2 × 7)³
2744କୁ 1 ଦ୍ଵାରା ଗୁଣିଲେ ଗୁଣଫଳ ଏକ ଘନସଂଖ୍ୟା ହେବ ଓ ଉକ୍ତ ଘନସଂଖ୍ୟାର ଘନମୂଳ 2 × 7 = 14 ହେବ ।

Question 3.
5488 କୁ କେଉଁ କ୍ଷୁଦ୍ରତମ ସଂଖ୍ୟାଦ୍ଵାରା ଭାଗକଲେ, ଭାଗଫଳ ଏକ ପୂର୍ଣ୍ଣ ଘନସଂଖ୍ୟା ହେବ ? ଉକ୍ତ ଭାଗଫଳର ଘନମୂଳ ନିର୍ଣ୍ଣୟ କର ।
ସମାଧାନ :
5488 = 2 × 2 × 2 × 2 × 7 × 7 × 7 = (2)³ × (7)³ × 2 = (2 × 7)³ × 2
5488କୁ 2 ଦ୍ବାରା ଭାଗକଲେ ଭାଗଫଳ ଏକ ଘନସଂଖ୍ୟା ହେବ ଉକ୍ତ ଭାଗଫଳର ଘନମୂଳ 2 × 7 = 14 ହେବ ।

BSE Odisha 8th Class Maths Solutions Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ Ex 6(f)

Question 4.
ଏକ ସମଘନର ଆୟତନ 512 ଘନମିଟର ହେଲେ, ଏହାର ଭୂମିର କ୍ଷେତ୍ରଫଳ କେତେ ହେବ ?
ସମାଧାନ :
ଏକ ସମଘନର ଆୟତନ = 512 ଘନମିଟର ।
ଏହାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ = \(\sqrt[3]{512}\) ମି. = \(\sqrt[3]{2 × 2 × 2 × 2 × 2 × 2 × 2 × 2 × 2}\) = 2 × 2 × 2 = 8 ମି.
ଭୂମିର କ୍ଷେତ୍ରଫଳ = (ବାହୁର ଦୈର୍ଘ୍ୟ)² = (8 ମି)² = 64 ବର୍ଗମିଟର ।
ସମଘନର ଭୂମିର କ୍ଷେତ୍ରଫଳ 64 ବର୍ଗମିଟର ।

Question 5.
53240 କୁ କେଉଁ କ୍ଷୁଦ୍ରତମ ସଂଖ୍ୟାରେ ଭାଗକଲେ, ଭାଗଫଳ ଏକ ପୂର୍ଣ୍ଣ ଘନସଂଖ୍ୟା ହେବ ଏବଂ କେଉଁ କ୍ଷୁଦ୍ରତମ ସଂଖ୍ୟାଦ୍ଵାରା ଗୁଣିଲେ ଗୁଣଫଳ ଏକ ପୂର୍ଣ ଘନ ସଂଖ୍ୟା ହେବ ?
ସମାଧାନ :
53240 = 2 × 2 × 2 × 11 × 11 × 11 × 5 = 2³ × 11³ × 5
ସଂଖ୍ୟାଟିକୁ 5 ଦ୍ବାରା ଭାଗକଲେ ଭାଗଫଳ ଏକ ପୂର୍ଣ୍ଣ ଘନରାଶି ହେବ । ସଂଖ୍ୟାଟିକୁ 25 ଦ୍ଵାରା ଗୁଣନକଲେ ଗୁଣଫଳ ଏକ ଘନସଂଖ୍ୟା ହେବ ।

Leave a Comment