Loading [MathJax]/jax/output/HTML-CSS/config.js

CHSE Odisha Class 11 Odia Grammar ବ୍ୟାକରଣ (ପଦପ୍ରକରଣ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା)

Odisha State Board CHSE Odisha Class 11 Odia Solutions Grammar ବ୍ୟାକରଣ (ପଦପ୍ରକରଣ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା) Exercise Questions and Answers.

CHSE Odisha Class 11 Odia Grammar ବ୍ୟାକରଣ (ପଦପ୍ରକରଣ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା)

(ଗ) ବ୍ୟାକରଣ :

ପଦ ପ୍ରକରଣ :
ଶବ୍ଦ : ଭାଷାରେ କେତେଗୁଡ଼ିଏ ଧ୍ଵନି ସଂକେତ ଶୃଙ୍ଖଳିତ ଭାବେ ବ୍ୟବହୃତ ହୋଇ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କଲେ ତାହାକୁ ଶବ୍ଦ କୁହାଯାଏ ।
ପଦ : ଶବ୍ଦ ଉପଯୁକ୍ତ ରୂପରେ ଅର୍ଥ ବହନ କରି ଓ ବିଭକ୍ତିଯୁକ୍ତ ହୋଇ ବାକ୍ୟରେ ବ୍ୟବହୃତ ହେଲେ ତାହାକୁ ପଦ କୁହାଯାଏ ।
ବିଭକ୍ତିଯୁକ୍ତ ବାକ୍ୟରେ ପ୍ରୟୋଗ ହୋଇଥ‌ିବା ପଦଗୁଡ଼ିକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ; ଯଥା – ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ ଓ କ୍ରିୟା ।

ବିଶେଷ୍ୟ ପଦ :
ବାକ୍ୟରେ ବ୍ୟବହୃତ ପଦ ଯଦି କୌଣସି ନାମକୁ ବୁଝାଉଥାଏ, ତାହାକୁ ବିଶେଷ୍ୟ ପଦ କୁହାଯାଏ । ସାଧାରଣତଃ ବିଶେଷ୍ୟ ପଦଗୁଡ଼ିକର ପ୍ରଥମ ବିଭକ୍ତିରୁ ସପ୍ତମୀ ବିଭକ୍ତି ଯାଏ ପ୍ରତ୍ୟୟ ବା ଚିହ୍ନକୁ ଗ୍ରହଣ କରିବାର କ୍ଷମତା ରଖନ୍ତି । ଯଥା : ଲୋକଟି, ବିଦ୍ୟାଳୟକୁ, ଦେଶରେ, ଗ୍ରାମରୁ ଇତ୍ୟାଦି । କେତେକ ସ୍ଥଳରେ ବିଭକ୍ତି ପ୍ରତ୍ୟୟ ଉହ୍ୟ ଥାଇ ମଧ୍ୟ ଶବ୍ଦ ବିଶେଷ୍ୟ ପଦରେ, ପରିଣତ ହୋଇପାରେ । ଯଥା – କୋଣାର୍କ ସୂର୍ଯ୍ୟ(କ) ଉପାସନା ପାଇଁ ପ୍ରସିଦ୍ଧ ।
ବିଶେଷ୍ୟ ପଦଗୁଡ଼ିକ ଏହାର ଭାବ ଦୃଷ୍ଟିରୁ ୫ (ପାଞ୍ଚ) ଭାଗରେ ବିଭକ୍ତ କରାଯାଏ; ଯଥା – ନାମବାଚକ, ଜାତିବାଚକ, ବସ୍ତୁବାଚକ, ଗୁଣବାଚକ ଓ କ୍ରିୟାବାଚକ ।

(୧) ନାମବାଚକ ବିଶେଷ୍ୟ – ଯେଉଁ ବିଶେଷ୍ୟ ପଦ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ସ୍ଥାନ, ନଦୀ, ପର୍ବତ, ଦେଶ, ଗ୍ରାମ, ସହର, ଗ୍ରହ-ନକ୍ଷତ୍ର ଇତ୍ୟାଦି ନାମକୁ ବୁଝାଇଥାଏ, ସେଗୁଡ଼ିକୁ ନାମବାଚକ ବା ସଂଜ୍ଞାବାଚକ ବିଶେଷ୍ୟ କୁହାଯାଏ ଯଥା – ରାମ, କଟକ, ମିଟୁ, ନଡ଼ିଆ, ହିମାଳୟ ଇତ୍ୟାଦି ।

(୨) ଜାତିବାଚକ ବିଶେଷ୍ୟ – ଯେଉଁ ପଦ ଏକ ଗୋଷ୍ଠୀ, ସମୂହ ବା ଜାତିକୁ ବୁଝାଇଥାଏ, ତାହାକୁ ଜାତିବାଚକ
ବିଶେଷ୍ୟ କୁହାଯାଏ । ଯେଉଁ ନାମ ଏକାଧ୍ଵକ ବ୍ୟକ୍ତି ବା ସଂଜ୍ଞାବାଚକ ବିଶେଷ୍ୟର ସାଧାରଣ ନାମ, ତାହାକୁ ଜାତିବାଚକ ବିଶେଷ୍ୟ କହନ୍ତି । ବ୍ୟକ୍ତି ବା ନାମବାଚକ ବିଶେଷ୍ୟର ସମାହାର ହେଉଛି ଜାତି । ଯଥା ମଣିଷ, ନଈ, ପଶୁ, ପର୍ବତ, ବୃକ୍ଷରାଜି, ଗୋରୁ।

(୩) ବସ୍ତୁବାଚକ ବିଶେଷ୍ୟ – ଯେଉଁ ବିଶେଷ୍ୟ ପଦ କୌଣସି ବସ୍ତୁର ନାମକୁ ବୁଝାଏ, ତାହାକୁ ବସ୍ତୁବାଚକ ବିଶେଷ୍ୟ କହନ୍ତି ।
ଉଦାହରଣ – ସୁନା, ରୁପା, କାଠ, ପଥର, କୋଇଲା, ଆମ୍ବ ଓ ପଣସ ଇତ୍ୟାଦି ।

ଯେ କୌଣସି ବସ୍ତୁକୁ ଟିକି ଟିକି କରିଦେଲେ, ବା ଖଣ୍ଡ ଖଣ୍ଡ କରିଦେଲେ ଯଦି ତାହାର ସେହି ନାମ ରହେ, ତେବେ ତାହା ବସ୍ତୁବାଚକ ବିଶେଷ୍ୟ । ଯଦି ଖଣ୍ଡ ଖଣ୍ଡ ପରେ ସେହି ନାମ ରହେ ନାହିଁ, ତେବେ ତାହା ଜାତିବାଚକ ବିଶେଷ୍ୟ ।

(୪) ଗୁଣବାଚକ ବିଶେଷ୍ୟ – ଯେଉଁ ପଦଗୁଡ଼ିକ କୌଣସି ଗୁଣର ନାମକୁ ବୁଝାଇଥାଏ, ସେଗୁଡ଼ିକୁ ଗୁଣବାଚକ ବିଶେଷ୍ୟ କୁହାଯାଏ ।
ଉଦାହରଣ – ଦୟା, କ୍ଷମା, ଭକ୍ତି, ପାଣ୍ଡିତ୍ୟ, ଶ୍ରଦ୍ଧା, କରୁଣା, ସାଧୁତା ଇତ୍ୟାଦି ।

(୫) କ୍ରିୟାବାଚକ ବିଶେଷ୍ୟ – ଯେଉଁ ପଦଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ କ୍ରିୟା ବା କାର୍ଯ୍ୟର ନାମକୁ ବୁଝାଏ, ତାହାକୁ କ୍ରିୟାବାଚକ ବିଶେଷ୍ୟ କହନ୍ତି ।
ଉଦାହରଣ – ପହଁରା, ଗମନ, ପଠନ, ଦର୍ଶନ, ନିର୍ମାଣ ।
ଅନ୍ୟ ଅର୍ଥରେ କହିଲେ ଯେଉଁ କ୍ରିୟାରୁ କାଳ, ପୁରୁଷ, ବଚନ ପ୍ରଭୃତିର ଧାରଣା ଜନ୍ମେ ତାହା କ୍ରିୟାପଦ ହେଉଥ‌ିବାବେଳେ, ଯେଉଁ କ୍ରିୟାରୁ ଏସବୁ ଜଣାପଡ଼େ ନାହିଁ ତାହା କ୍ରିୟାବାଚକ ବିଶେଷ୍ୟ ହୁଏ ।

CHSE Odisha Class 11 Odia Grammar ବ୍ୟାକରଣ (ପଦପ୍ରକରଣ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା)

ପାଠ୍ୟପୁସ୍ତକଣ୍ଠ ପ୍ତଶ୍ମାବଲାଭ ଉରର :

୧। ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଶବ୍ଦ କେତେବେଳେ ପଦ ରୂପରେ ଚିହ୍ନିତ ହୁଏ ?
Solution:
ଶବ୍ଦ ଉପଯୁକ୍ତ ରୂପରେ ଅର୍ଥାତ୍ ବିଭକ୍ତିଯୁକ୍ତ ହୋଇ ବାକ୍ୟରେ ବ୍ୟବହୃତ ହେଲେ, ତାହା ପଦ ରୂପରେ ଚିହ୍ନିତ ହୁଏ ।

(ଖ) ବିଶେଷ୍ୟ ପଦ କାହାକୁ କହନ୍ତି ?
Solution:
ବାକ୍ୟ ମଧ୍ୟରେ ଥ‌ିବା ପଦ କୌଣସି ନାମକୁ ବୁଝାଇଲେ ତାହାକୁ ବିଶେଷ୍ୟ ପଦ କହନ୍ତି ।

(ଗ) ବିଶେଷ୍ୟ ପଦ କେତେ ପ୍ରକାର ?
Solution:
ବିଶେଷ୍ୟ ପଦ ପାଞ୍ଚ ପ୍ରକାର ।

(ଘ) କ୍ରିୟାବାଚକ ବିଶେଷ୍ୟ କାହାକୁ କୁହାଯାଏ ?
Solution:
ଯେଉଁ ପଦଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ କ୍ରିୟା ବା କାର୍ଯ୍ୟର ନାମକୁ ବୁଝାଏ, ତାହାକୁ କ୍ରିୟାବାଚକ ବିଶେଷ୍ୟ କହନ୍ତି |

(ଙ) ଜାତିବାଚକ ବିଶେଷ୍ୟ କାହାକୁ କହନ୍ତି ?
Solution:
କୌଣସି ପଦ ଏକ ଗୋଷ୍ଠୀ, ସମୂହ ବା ଜାତିକୁ ବୁଝାଇଲେ ତାହାକୁ ଜାତିବାଚକ ବିଶେଷ୍ୟ କୁହାଯାଏ ।

(ଚ) ଗୁଣବାଚକ ବିଶେଷ୍ୟ କ’ଣ ?
Solution:
ଯେଉଁ ପଦଗୁଡ଼ିକ କୌଣସି ଗୁଣର ନାମକୁ ବୁଝାନ୍ତି, ସେଗୁଡ଼ିକୁ ଗୁଣବାଚକ ବିଶେଷ୍ୟ କୁହାଯାଏ ।

୨। ନିମ୍ନଲିଖତ ଶବ୍ଦପୁଞ୍ଜ ମଧ୍ୟରୁ ବିଶେଷ୍ୟ ପଦଗୁଡ଼ିକୁ ଚିହ୍ନାଅ ।
(କ) ରାମ, ହିମାଳୟ, ଓ, ସେମାନେ, ଭଲ
Solution:
ବିଶେଷ୍ୟ ପଦ : ରାମ, ହିମାଳୟ, ଭଲ

(ଖ) ମଧୁର, ସୌନ୍ଦର୍ଯ୍ୟ, କୃଷ୍ଣ, ପରା, କିନ୍ତୁ
Solution:
ବିଶେଷ୍ୟ ପଦ : ମଧୁର, ସୌନ୍ଦର୍ଯ୍ୟ, କୃଷ୍ଣ

(ଗ) କୁକୁର, ସୁନା, କଲମ, ତାଙ୍କୁ, ଦୁଷ୍ଟ
Solution:
ବିଶେଷ୍ୟ ପଦ : କୁକୁର, ସୁନା, କଲମ

(ଘ) ଓଡ଼ିଶା, ଇଟା, କେଉଁଠି, କାହିଁକି,
Solution:
ବିଶେଷ୍ୟ ପଦ : ଓଡ଼ିଶା, ଇଟା

(ଙ) ନାଚୁଛି, ଦୌଡ଼ୁଛି, ଆପଣ, ଶୁଣିଲେ, ଚାଉଳ
Solution:
ବିଶେଷ୍ୟ ପଦ : ଚାଉଳ

(ଚ) ଶକ୍ତିମାନ, ପାଉଁଶିଆ, ମେଘାସନ, ସୂର୍ଯ୍ୟ, ଆଚ୍ଛା
Solution:
ବିଶେଷ୍ୟ ପଦ : ଶକ୍ତିମାନ, ମେଘାସନ, ସୂର୍ଯ୍ୟ

୩ । ରେଖାଙ୍କିତ ପଦଗୁଡ଼ିକୁ କି ପ୍ରକାର ବିଶେଷ୍ୟ ଚିହ୍ନାଅ ।
(କ) ସାରଳା ଦାସ ଓଡ଼ିଆ ଭାଷାରେ ମହାଭାରତ ରଚନା କରିଥିଲେ ।
Solution:
ସାରଳା, ମହାଭାରତ – ନାମବାଚକ ବିଶେଷ୍ୟ

(ଖ) ସାହସର ସହିତ ଅନ୍ୟାୟର ବିରୋଧ କର ।
Solution:
ସାହସ – ଗୁଣବାଚକ ବିଶେଷ୍ୟ

(ଗ) ଉତ୍କଳମଣି ଗୋପବନ୍ଧୁ ଓଡ଼ିଶାର ଗାନ୍ଧୀ ଥିଲେ ।
Solution:
ଉତ୍କଳମଣି ଗୋପବନ୍ଧୁ, ଓଡ଼ିଶା – ନାମବାଚକ ବିଶେଷ୍ୟ

(ଘ) ଟେବୁଲ ଉପରେ କଲମ ଅଛି ।
Solution:
ଟେବୁଲ, କଲମ – କାତିତାଚକ ବିଶେଷ୍ୟ

(ଙ) ଲୋଭ ମନୁଷ୍ୟର ପରମ ଶତ୍ରୁ ।
Solution:
ଲୋଭ – ଗୁଣବାଚକ ବିଶେଷ୍ୟ

(ଚ) ବାଲ୍ୟକାଳୁ ଧର୍ମ ଧନ ସଞ୍ଝା ଉଚିତ ।
Solution:
ବାଲ୍ୟକାଳୁ – ଗୁଣବାଚକ ବିଶେଷ୍ୟ

(ଜ) ହିମାଳୟ ବିଶ୍ଵର ଉଚ୍ଚତମ ପର୍ବତ
Solution:
ହିମାଳୟ – ନାମବାଚକ ବିଶେଷ୍ୟ
ପର୍ବତ – କାତିତାଚକ ବିଶେଷ୍ୟ

(ଝ) ପକ୍ଷୀ ଆକାଶରେ ଉଡ଼ନ୍ତି ।
Solution:
ପକ୍ଷୀ – କାତିତାଚକ ବିଶେଷ୍ୟ

(ଞ) ଦେବା ଠାରୁ ପୁଣ୍ୟ ନାହିଁ ।
Solution:
ଦେବା – କ୍ତିଯାବାଚକ ବିଶେଷ୍ୟ

CHSE Odisha Class 11 Odia Grammar ବ୍ୟାକରଣ (ପଦପ୍ରକରଣ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା)

୪ | ପ୍ରତ୍ୟେକ ଧାଡ଼ିରେ କେତେଗୁଡିଏ ବଣେଶ୍ୟ ପଦ ଦିଆଯାଲଛ | ସେଗୁଡ଼ିକ ମଧ୍ୟରେ ଯେ ସରକାରସ୍ ବିଶେଷ୍ୟ ନୁହେଁ ଚିହ୍ନାଇ ଦିଅ ।
(କ) ବାଘ, ନଦୀ, ମାଛ, ଗ୍ରାମ, ପାହାଡ଼, କବି, ଫକୀରମୋହନ, ଗଙ୍ଗା
Solution:
ବାଘ, ନଦୀ, ମାଛ, ଗ୍ରାମ, ପାହାଡ଼, କବି – ଜାତିବାଚକ ବିଶେଷ୍ୟ ଫକୀରମୋହନ, ଗଙ୍ଗା – ନାମବାଚକ ବିଶେଷ୍ୟ

(ଖ) କୋଣାର୍କ, ଭାରତ, ବିଷ୍ଣୁ, ବିନ୍ଧ୍ୟ, ପଥର, ସୁନା, ସୋନପୁର
Solution:
କୋଣାର୍କ, ଭାରତ, ବିଷ୍ଣୁ, ବିନ୍ଧ୍ୟ, ସୋନପୁର – ନାମବାଚକ ବିଶେଷ୍ୟ
ପଥର, ସୁନା – ବସ୍ତବାଚକ ବିଶେଷ୍ୟ

(ଗ) ମହୁ, ଚାଉଳ, ଚିନି, ଝୁଣା, କାଠ, ଟେବୁଲ
Solution:
ମହୁ, ଚାଉଳ, ଚିନି, ଝୁଣା, କାଠ – ବସ୍ତୁବାଚକ ବିଶେଷ୍ୟ
ଟେବୁଲ – ଜାତିବାଚକ ବିଶେଷ୍ୟ

(ଘ) ଆହାର, ବିଚାର, ହରିଣ, ନାଚିବା, ଉଡ଼ିବା, ବନ୍ଧନ, ଲକ୍ଷ୍ମଣ
Solution:
ଆହାର – ବସ୍ତବାଚକ ବିଶେଷ୍ୟ
ହରିଣ – କାତିବାଚଳ ବିଶେଷ୍ୟ
ନାଚିବା, ଉଡ଼ିବା, ବନ୍ଧନ, ବିଚାର – କ୍ରିୟାବାଚକ ବିଶେଷ୍ୟ
ଲଶଣ – ନାମବାଚକ ବିଶେଷ୍ୟ

(ଙ) ସାଧୁତା, ନମ୍ରତା, ବାଲ୍ୟ, କ୍ରନ୍ଦନ, ଶାନ୍ତି, କୌଶଳ,
Solution:
ସାଧୁତା, ନମ୍ରତା, ଶାନ୍ତି, କୌଶଳ, ବୁଦ୍ଧି – ଗୁଣବାଚକ ବିଶେଷ୍ୟ
କ୍ରନ୍ଦନ – କ୍ରିୟାବାଚକ ବିଶେଷ୍ୟ
ବାଲ୍ୟ – ଅବସ୍ଥା / ଗୁଣଢାଚକ ବିଶେଷ୍ୟ

୫। ନିମ୍ନୋକ୍ତ ଶବ୍ଦଗୁଡ଼ିକ କେଉଁ ଶ୍ରେଣୀର ବିଶେଷ୍ୟ ଉଲ୍ଲେଖ କର ।
ପଥର, ଗୋବିନ୍ଦ, ନମ୍ରତା, ଦୁଃଖ, ସୁଖ, ସାଧୁତା, ମହାନଦୀ, ହିମାଳୟ, କଟକ, ଗମନ, ଭୋଜନ, ବାର୍ଦ୍ଧକ୍ୟ, ସୌନ୍ଦର୍ଯ୍ୟ, ଦାରିଦ୍ର୍ୟ, ଦୟା, କ୍ଷମା, ସହର, ଦେଶ, ତେଲ
Solution:
ପଥର, ତେଲ – ବସ୍ମବାଚକ ବିଶେଶ୍ୟ
ଗୋବିନ୍ଦ, ମହାନଦୀ, ହିମାଳୟ, କଟକ – ନାମବାଚକ ବିଶେଷ୍ୟ
ନମ୍ରତା, ସାଧୁତା, ସୌନ୍ଦର୍ଯ୍ୟ, ଦୟା, କ୍ଷମା – ଗୁଣବାଚକ ବିଶେଷ୍ୟ
ଦୁଃଖ, ସୁଖ, ବାର୍ଦ୍ଧକ୍ୟ, ଦାରିଦ୍ର୍ୟ – ଗୁଣ | ଅବସ୍ଥାବାଚକ ବିଶେଷ୍ୟ
ଗମନ, ଭୋଜନ – କ୍ରିୟାବାଚକ ବିଶେଷ୍ୟ
ସହର, ଦେଶ – କାତିବାଚକ ବିଶେଷ୍ୟ

୬। ନିମ୍ନପ୍ରଦତ୍ତ ବାକ୍ୟମାନଙ୍କରେ ବିଶେଷ୍ୟ ପଦମାନଙ୍କୁ ଚିହ୍ନାଇ ଦିଅ ।
(୧) ରୁପା ଗୋଟିଏ ମୂଲ୍ୟବାନ ଧାତୁ ।
Solution:
ରୁପା – ବସ୍ତୁବାଚଳ ବିଶେଷ୍ୟ

(୨) ଆଜିକାଲି ସୁନାହାର ପିନ୍ଧି ରାସ୍ତାରେ ଯିବା ନିରାପଦ ନୁହେଁ ।
Solution:
ସୁନାହାର – କାତିବାଚକ ବିଶେଷ୍ୟ

(୩) ପାଣି ପିଇବ ଛାଣି, ପଇସା ନେବ ଗଣି ।
Solution:
ପାଣି, ପଇସା – ବସ୍ତୁବାଚକ ବିଶେଷ୍ୟ

(୪) କାଳିଦାସ କବିମାନଙ୍କ ମଧ୍ୟରେ ଶ୍ରେଷ୍ଠ ।
Solution:
କାଳିଦାସ – ଜାତିବାଚକ ବିଶେଷ୍ୟ
କଟି – କାତିବାଚକ ବିଶେଷ୍ୟ

(୫) ମହାନଦୀ ନଦୀମାନଙ୍କ ମଧ୍ୟରେ ବଡ଼ ନଦୀ ।
Solution:
ମହାନଦୀ – ନାମବାଚକ ବିଶେଷ୍ୟ
ନଦା – ଜାତିବାଚକ ବିଶେଷ୍ୟ

(୬) ମୂର୍ଖ ସମାଜରେ ଆଦର ପାଏ ନାହିଁ ।
Solution:
ମୂର୍ଖ, ସମାଜ – ଜାତିବାଚକ ବିଶେଷ୍ୟ
ଆଦର – ଗ୍ଣବାଚକ ବିଶେଯ୍ୟ

(୭) ସୁନାପିଲାକୁ ସମସ୍ତେ ଆଦର କରନ୍ତି ।
Solution:
ପିଲା – ଜାତିବାଚକ ବିଶେଷ୍ୟ
ଥାଦର – ଗୁଣବାଚକ ବିଶେଷ୍ୟ

ବିଶେଷଣ ପଦ :

ବାକ୍ୟରେ ଯେଉଁ ପଦ ବିଶେଷ୍ୟ ପଦର ଓ ବାକ୍ୟାଶର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ବା ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ ତାହାକୁ ବିଶେଷଣ କୁହାଯାଏ । ବିଶେଷଣ ପଦକୁ ନିମ୍ନ ସ୍ତକାରେ ବିଭକ୍ତ କରାଯାଲପାରେ |

(କ) ଗୁଣବାଚକ ବିଶେଷଣ –ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ଗୁଣକୁ ପ୍ରକାଶ କରେ, ତାହାକୁ
(ଖ) ଅବସ୍ଥାବାଚକ ବିଶେଷଣ – ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ଅବସ୍ଥାକୁ ବୁଝାଏ, ତାହାକୁ
ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପରିମାଣକୁ ବୁଝାଏ, ତାହାକୁ ପରିମାଣବାଚକ ବିଶେଷଣ କୁହାଯାଏ ।
(ଙ) ନିର୍ଦ୍ଦିଷ୍ଟତାବାଚକ ବିଶେଷଣ – ଯେଉଁ ବିଶେଷଣ ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ ତାହାକୁ ନିର୍ଦ୍ଦିଷ୍ଟତାବାଚକ ବିଶେଷଣ କହନ୍ତି । ଏହାକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ ।
ପୂରଣବାଚକ ବିଶେଷଣ ସଂଖ୍ୟାରୁ ଗଠିତ ହୋଇ ବିଶେଷ୍ୟର ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ । ଯଥା : ତୃତୀୟ ପୁତ୍ର, ପଞ୍ଚମ ଧାଡ଼ି ।
(ଚ) ସର୍ବନାମିକ ବିଶେଷଣ – ସର୍ବନାମରୁ ଗଠିତ ହୋଇ ବା ସର୍ବନାମ ଯେଉଁଠାରେ ବିଶେଷ୍ୟର ନିର୍ଦ୍ଦିଷ୍ଟତା ପ୍ରକାଶ କରେ, ତାହାକୁ ସର୍ବନାମିକ ବିଶେଷଣ କୁହାଯାଏ । ଏପରି ସ୍ଥଳେ ସର୍ବନାମ ଯେଉଁ ଆକୃତିରେ ରହୁପଛେ, ତା’ପରେ ବିଶେଷ୍ୟ ଥିଲେ ସର୍ବନାମିକ ବିଶେଷଣ ହୁଏ ।
(ଛ) ତୁଳନାତ୍ମକ ବିଶେଷଣ – ଦୁଇଟି ବିଶେଷଣ ମଧ୍ୟରେ ତୁଳନା ହେଲେ ମୂଳ ବିଶେଷଣକୁ ଛାଡ଼ି, ଅର୍ଥାତ୍ ଦୁଇଟି ରୂପ ତୁଳନାତ୍ମକ ବିଶେଷଣ ହୁଅନ୍ତି ।
(ଜ) କ୍ରିୟାଜ ବିଶେଷଣ – କ୍ରିୟାରୁ ଜାତ ବିଶେଷଣ ପଦକୁ କ୍ରିୟାଜ ବିଶେଷଣ କହନ୍ତି । ଏହା ବିଶେଷଣର କ୍ରିୟା-ଅବସ୍ଥାକୁ ପ୍ରକାଶ କରେ ।
(ଝ) ବିଶେଷଣର ବିଶେଷଣ – ଯେଉଁ ବିଶେଷଣ ଅନ୍ୟ ବିଶେଷଣର ପରିମାଣ ବା ଆଧ‌ିକ୍ୟ ପ୍ରକାଶ କରେ ତାହାକୁ ବିଶେଷଣର ବିଶେଷଣ କହନ୍ତି ।
(ଞ) କ୍ରିୟା ବିଶେଷଣ – ଯେଉଁ ବିଶେଷଣ ପଦ କ୍ରିୟା ପଦକୁ ବିଶେଷିତ କରେ, ତାହାକୁ କ୍ରିୟା ବିଶେଷଣ କହନ୍ତି । କ୍ରିୟା କିପରି ଭାବେ ହେଲା ଏହା ଯେଉଁ ବିଶେଷଣ ପଦଦ୍ୱାରା ସୂଚିତ ହୁଏ ତାହାକୁ ଆମେ କ୍ରିୟା ବିଶେଷଣ ରୂପେ ଚିହ୍ନିତ କରିପାରିବା । ଅନ୍ୟ ଅର୍ଥରେ କହିଲେ କ୍ରିୟାପଦ ପୂର୍ବରେ କିପରି ଲଗାଇ ପ୍ରଶ୍ନ କଲେ ଯେଉଁ ଉତ୍ତର ମିଳେ ତାହାକୁ କ୍ରିୟା ବିଶେଷଣ କୁହାଯାଏ ।
(ଟ) ସାମ୍ବନ୍ଧିକ ବିଶେଷଣ ଷଷ୍ଠୀ ବିଭକ୍ତି ଯୁକ୍ତ ହୋଇ ବିଶେଷ୍ୟ ପଦ ବିଶେଷଣ ରୂପେ ବ୍ୟବହୃତ ହେଲେ ସାମ୍ବନ୍ଧିକ ବିଶେଷଣ ହୁଏ ।
(୦) ବିଧେୟ ବିଶେଷଣ – କୌଣସି ପ୍ରକାର ବିଶେଷଣ ଯଦି ବିଶେଷ୍ୟର ପୂର୍ବରେ ବ୍ୟବହୃତ ହୁଏ, ତାହାକୁ ବିଧେୟ ବିଶେଷଣ କହନ୍ତି ।

ପାଠ୍ୟପୁସ୍ତକଣ୍ଠ ପ୍ତଶ୍ମାବଲାଭ ଉରର :

୧। ନିମ୍ନଲିଖ୍ ବାକ୍ୟମାନଙ୍କରେ ଥ‌ିବା ବିଶେଷଣ ପଦଗୁଡ଼ିକୁ ଚିହ୍ନାଅ ।
(କ) ଏହି ଆମ୍ବଟି ଅତ୍ୟନ୍ତ ମଧୁର ।
Solution:
ଏହି – ସବନାମିକ ବିଶେଷଣ
ଅତ୍ୟନ୍ତ – ବିଶେଷଣର ବିଶେଷଣ
ମଧୁର – ଗୁଣବାଚକ୍ ବିଶେଷଣ

(ଖ) କଲିକତାର ଦ୍ଵଶ୍ୟ ମନୋରଣ |
Solution:
ମନୋରମ – ବିଧେୟ ନିଶେଷଣ

(ଗ) ହରିଣୀଟି ବେଗରେ ଦୌଡ଼ୁଅଛି ।
Solution:
ବେଗରେ – କ୍ରିୟା ବିଶେଷଣ

(ଘ) ପବନ ଅତି ଧୀରେ ବହୁଅଛି ।
Solution:
ଅତି – ବିଶେଷଣର ବିଶେଷଣ
ଧୀରେ – କ୍ରିୟା ବିଶେଷଣ

(ଙ) ଣିମାଦି ପ୍ରାଞଁଲ ଭାବରେ ଛି।ତ୍ରମାନକ୍ତ ବ୍ୟାକରଣେ ଚୁଖାଲ ଦେଲୋ |
Solution:
ପ୍ରାଞ୍ଜଳ ଭାବରେ – କ୍ରିୟା ବିଶେଷଣ

(ଚ) ପିଲାଟି କାନ୍ଦି କାନ୍ଦି ଫେରିଗଲା ।
Solution:
କାନ୍ଦି କାନ୍ଦି – କ୍ରିୟା ବିଶେଷଣ

(ଛ) ଜଳ ବିନ୍ଦୁ ବିନ୍ଦୁ ପଡୁଛି ।
Solution:
ବିନ୍ଦୁ ବିନ୍ଦୁ – କ୍ରିୟା ବିଶେଷଣ

(ଜ) ଉଡ଼ନ୍ତା ଚଢ଼େଇକୁ ଧରିବା ସହଜ ନୁହେଁ ।
Solution:
ଉଡ଼ନ୍ତା – କ୍ରିୟାକ ବିଶେଷଣ

(ଝ) ରାମରାଜ୍ୟ ପ୍ରତିଷ୍ଠା କରିବା ଗାନ୍ଧୀଙ୍କ ଲକ୍ଷ୍ୟ ଥିଲା ।
Solution:
ପ୍ରତିଷ୍ଠା – କ୍ରିୟା ବିଶେଷଣ

(ଞ) ଯଦୁ ଗୋଟିଏ ମୂର୍ଖ !
Solution:
ବିଧେୟ ବିଶେଷଣ

CHSE Odisha Class 11 Odia Grammar ବ୍ୟାକରଣ (ପଦପ୍ରକରଣ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା)

୨। ନିମ୍ନ ପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଗୋଟିଏ ବାକ୍ୟରେ ଦିଅ ।
(କ) ବିଶେଷଣ ପଦ କାହାକୁ କହନ୍ତି ?
Solution:
ଯେଉଁ ପଦ ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ବା ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ, ତାହାକୁ ବିଶେଷଣ କୁହାଯାଏ ।

(ଖ) ବିଶେଷଣ ପଦ କେତେ ପ୍ରକାର ?
Solution:
ବିଶେଷଣ ପଦ ୧୨ ପ୍ରକାର ।

(ଗ) କ୍ରିୟା ବିଶେଷଣ କାହାକୁ କହନ୍ତି ?
Solution:
ଯେଉଁ ବିଶେଷଣ ପଦ କ୍ରିୟା ପଦକୁ ବିଶେଷିତ କରେ, ତାହାକୁ କ୍ରିୟା ବିଶେଷଣ କହନ୍ତି ।

(ପ) ବିଶେଷଣର ବିଶେଷଣ କ’ଣ ?
Solution:
ଯେଉଁ ବିଶେଷଣ ପଦ ଅନ୍ୟ ବିଶେଷଣ ପଦର ପରିମାଣ ବା ଆଧ‌ିକ୍ୟ ପ୍ରକାଶ କରେ, ତାହାକୁ ବିଶେଷଣର

(ଙ) ସର୍ବନାମିକ ବିଶେଷଣରୁ ଗୋଟିଏ ଉଦାହରଣ ଦିଅ ।
Solution:
ଯେ ଦେଶେ ଯାଇ ସେ ଫଳ ଖାଇ ।
ରେଖାଙ୍କିତ ପଦଦ୍ଵୟ ସର୍ବନାମିକ ବିଶେଷଣ ।

୩ । ବିଶେଷଣ କାହାକୁ କହନ୍ତି ? ଏହା କେତେ ପ୍ରକାର ଓ କ’ଣ କ’ଣ ?
Solution:
ଯେଉଁ ପଦି ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ବା ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ, ତାହାକୁ ବିଶେଷଣ କୁହାଯାଏ ।

ବିଶେଷଣ ପଦ ୧୨ ପ୍ରକାର । ଯଥା (୧) ଗୁଣବାଚକ ବିଶେଷଣ, (୨) ଅବସ୍ଥାବାଚକ ବିଶେଷଣ, (୩) ସଂଖ୍ୟାବାଚକ ବିଶେଷଣ, (୪) ପରିମାଣବାଚକ ବିଶେଷଣ, (୫) ନିର୍ଦ୍ଦିଷ୍ଟତାବାଚକ ବିଶେଷଣ, (୬) ସର୍ବନାମିକ ବିଶେଷଣ, (୭) ତୁଳନାତ୍ମକ ବିଶେଷଣ, (୮) କ୍ରିୟାଜ ବିଶେଷଣ, (୯) ବିଶେଷଣର ବିଶେଷଣ, (୧୦) କ୍ରିୟା ବିଶେଷଣ, (୧୧) ସାମ୍ବନ୍ଧିକ ବିଶେଷଣ, (୧୨) ବିଧେୟ ବିଶେଷଣ ।

୪ । ଉପଯୁକ୍ତ ବିଶେଷଣ ଦେଇ ଶୂନ୍ୟସ୍ଥାନ ପୂରଣ କର ।

(କ) ବୈଶାଖ ମାସରେ ……………………. ଖରା ହୁଏ ।
Solution:
ବୈଶାଖ ମାସରେ ଟାଣ ଖରା ହୁଏ ।

(ଖ) ମନ ………………. ଥିଲେ ଗଡ଼ିଆ ଗଙ୍ଗା ।
Solution:
ମନ ନିର୍ମଳ ଥିଲେ ଗଡ଼ିଆ ଗଙ୍ଗା ।

(ଗ) ………………… ମେଘ ବରଷେ ନାହିଁ ।
Solution:
ଗରଜିଲା ମେଘ ବରଷେ ନାହିଁ ।

(ଣ) କାମକ ଅତ୍ୟନ୍ତ୍ର ………………… ରୋଗ ।
Solution:
କାମକ ଅତ୍ୟନ୍ତ୍ର ମାରାମୂକ ରୋଗ ।

(ଙ) ଚିଲିକାର ପାଣି ………………….. ଲୁଣିଆ ।
Solution:
ଚିଲିକାର ପାଣି ଭାରି ଲୁଣିଆ |

(ଚ) ……………. ପୁଅର ଭାଗ ନାହିଁ ।
Solution:
ଶୋଇଲା ପୁଅର ଭାଗ ନାହିଁ ।

୫। ନିମ୍ନଲିଖ ବିଶେଷଣଗୁଡ଼ିକ ପରେ ଉପଯୁକ୍ତ ବିଶେଷ୍ୟ ବସାଅ ।
କ୍ଷୁଦ୍ରତମ, ଆଧୁନିକ, ଉନ୍ନତ, ବିରାଟ, ମହାନ୍, ତେଜସ୍ବିନୀ, ପ୍ରସିଦ୍ଧ
Solution:
କ୍ଷୁଦ୍ରତମ ରାଜ୍ୟ, ଆଧୁନିକ ଭାରତ, ଉନ୍ନତ ଦେଶ, ବିରାଟ ନଗର, ମହାନ୍ ବ୍ୟକ୍ତି, ତେଜସ୍ବିନୀ ନାରୀ/ମହିଳା, ପ୍ରସିଦ୍ଧ ଗ୍ରନ୍ଥ

୭ । ‘କ’ ସ୍ତମ୍ଭର ବିଶେଷ୍ୟ ପଦ ପୂର୍ବରେ ‘ଖ’ ସ୍ତମ୍ଭର ଉପଯୁକ୍ତ ବିଶେଷଣ ଯୋଗ କର ।
CHSE Odisha Class 11 Odia Grammar Img 1

୭ । ନିମ୍ନଲିଖ୍ ଶବ୍ଦଗୁଡ଼ିକ ମଧ୍ୟରୁ ବିଶେଷଣ ପଦଗୁଡ଼ିକୁ ଅଲଗା କର ।

(କ) ଓଜନ, ହରିଶ୍ଚନ୍ଦ୍ର, ପ୍ରକୃତି, ବୈଦିକ, ଆଧୁନିକ
Solution:
ବିଶେଷଣ ପଦ – ବୈଦିକ, ଆଧୁନିକ

(ଖ) ଜଗତ, ଧରୁଛି, ସୁଖୀ, ଧନୀ, ଉତ୍କଳୀୟ
Solution:
ବିଶେଷଣ ପଦ – ସୁଖୀ, ଧନୀ, ଉତ୍କଳୀୟ

(ଗ) ଘାସୁଆ, ନାଟକ, ଅଭିନୟ, ଧେତ୍, ଭୁସ୍‌ସ୍
Solution:
ବିଶେଷଣ ପଦ – ଘାସୁଆ, ଭୁସ୍‌ସ୍

(ଘ) ମଧୁର, ଯେମିତି, ସାଧୁତା, ସରଳତା, ଓ
Solution:
ବିଶେଷଣ ପଦ – ମପୁର

(ଙ) ରାଧାନାଥ, ବିନୟୀ, ଜ୍ଞାନ, ଏବଂ, ନିଷ୍ଠୁର
Solution:
ବିଶେଷଣ ପଦ – ବିନୟୀ, ନିଷ୍ଠୁର

ସର୍ବନାମ ପଦ :

ଯେଉଁ ପଦ ସାଧାରଣତଃ ବିଶେଷ୍ୟ, ବିଶେଷଣ ଓ ବାକ୍ୟାର୍ଥ ପରିବର୍ତ୍ତେ ବ୍ୟବହୃତ ହୋଇଥାଏ, ତାହାକୁ ସର୍ବନାମ
ସର୍ବନାମ ପଦକୁ ନିମ୍ନମତେ ବିଭକ୍ତ କରାଯାଇପାରେ ।
(୧) ପୁରୁଷବାଚକ ବା ବ୍ୟକ୍ତିବାଚକ ସର୍ବନାମ
(୨) ପ୍ରଶ୍ନବାଚକ ସର୍ବନାମ
(୩) ନିର୍ଦ୍ଦେଶାତ୍ମକ ସର୍ବନାମ
(୪) ଆପେକ୍ଷିକ ବା ସମ୍ବନ୍ଧବାଚକ ସର୍ବନାମ
(୫) ଅନିଶ୍ଚୟବାଚକ ସର୍ବନାମ
(୭) ସମୁଜୟୀ ସର୍ବନାମ
(୮) ଗୁରୁତ୍ବାରୋପକ ସର୍ବନାମ
(୯) ଆତ୍ମବାଚକ ସର୍ବନାମ

(୨) ପ୍ରଶ୍ନବାଚକ ସର୍ବନାମ – ଯେଉଁ ସର୍ବନାମ ବାକ୍ୟକୁ ‘ପ୍ରଶ୍ନସୂଚକ’ କରେ, ତାହାକୁ ପ୍ରଶ୍ନବାଚକ ସର୍ବନାମ କୁହାଯାଏ । ସାଧାରଣତଃ ‘କିଏ’ ‘କ’ଣ’, ‘କାହାକୁ’, ‘କାହାର’, ‘କେଉଁଠି’, ‘କେହି’ ଆଦି ପଦଗୁଡ଼ିକ ପ୍ରଶ୍ନ ପଚାରିବାରେ ବ୍ୟବହୃତ ହୁଅନ୍ତି । ତେଣୁ ଏଗୁଡ଼ିକୁ ପ୍ରଶ୍ନବାଚକ ସର୍ବନାମ କୁହାଯାଏ ।
(୩) ନିର୍ଦ୍ଦେଶାତ୍ମକ ସର୍ବନାମ – ଯେଉଁ ସର୍ବନାମ ପଦଗୁଡ଼ିକର ବ୍ୟବହାରରେ ‘ନିର୍ଦ୍ଦେଶ’ ସୂଚିତ ହୁଏ, ତାହାକୁ ନିର୍ଦ୍ଦେଶାତ୍ମକ ସର୍ବନାମ କୁହାଯାଏ ।
(୪) ସମ୍ବନ୍ଧବାଚକ ବା ଆପେକ୍ଷିକ ସର୍ବନାମ – କେତେକ ସର୍ବନାମ ବାକ୍ୟ ମଧ୍ଯରେ ଭାବର ବ୍ୟକ୍ତ ପାଇଁ ପରସ୍ପରକୁ ଅପେକ୍ଷା କରନ୍ତି । ଏଥୁରୁ କୌଣସି ଗୋଟିକର ବିନା ବାକ୍ୟର ଅର୍ଥ ସ୍ପଷ୍ଟ ହୁଏନାହିଁ । ଏପରି
(୫) ଅନିଶ୍ଚୟବାଚକ ସର୍ବନାମ – ଯେଉଁ ସର୍ବନାମଦ୍ୱାରା କୌଣସି ନିଶ୍ଚିତ ବ୍ୟକ୍ତି ବା ବସ୍ତୁର ଧାରଣା ହୁଏନାହିଁ ତାହାକୁ ଅନିଶ୍ଚୟବାଚକ ସର୍ବନାମ କୁହାଯାଏ ।
(୬) ନିର୍ଣ୍ଣୟାତ୍ମକ ସର୍ବନାମ – ଯେଉଁ ସର୍ବନାମ ପଦ ବାକ୍ୟରେ ବ୍ୟବହୃତ ହୋଇ ବିଶେଷ୍ୟ ପଦକୁ ନିର୍ଣ୍ଣୟ କରେ ତାହାକୁ ନିର୍ଣ୍ଣୟାତ୍ମକ ସର୍ବନାମ କୁହାଯାଏ ।
(୨) ସମୁଜୟୀ ସର୍ବନାମ – କୌଣସି ସର୍ବନାମ ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହୋଇ ଦୁଇଟି ବାକ୍ୟକୁ ଯୋଗକଲେ, ତାହାକୁ ସମୁଜୟୀ ସର୍ବନାମ କୁହାଯାଏ ।
(୮) ଗୁରୁତ୍ବାରୋପକ ସର୍ବନାମ – ଯେଉଁ ସର୍ବନାମ ପଦ ବିଶେଷ୍ୟ ପଦରେ ଗୁରୁତ୍ଵଆରୋପ ପାଇଁ ବ୍ୟବହୃତ ହୁଏ, ତାହାକୁ ଗୁରୁତ୍ବାରୋପକ ସର୍ବନାମ କୁହାଯାଏ |
(୯) ଆତ୍ମବାଚକ ସର୍ବନାମ – ‘ନିଜେ’, ‘ନିଜକୁ’, ‘ନିଜର’, ‘ନିଜ’, ‘ନିଜଦ୍ୱାରା’, ଆଦି ସର୍ବନାମ ପଦ ଯେତେବେଳେ ଅନ୍ୟ କୌଣସି ବ୍ୟକ୍ତି ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ, ତାହାକୁ ‘ଆତ୍ମବାଚକ ସର୍ବନାମ’ କୁହାଯାଏ ।

ପାଠ୍ୟପୁସ୍ତକଣ୍ଠ ପ୍ତଶ୍ମାବଲାଭ ଉରର :

୧। ସର୍ବନାମ ପଦ ଲଗାଇ ଅନୁଚ୍ଛେଦଟିକୁ ଶ୍ରୁତିମଧୁର କର ।
ଗୋବିନ୍ଦ ବଡ଼ ଗୁଣଗ୍ରାହୀ ଲୋକ । ଗୋବିନ୍ଦଙ୍କ ଘର ସୁନାବେଡ଼ାରେ । ଗୋବିନ୍ଦ ବନ୍ଧୁମାନଙ୍କର ଉପକାର କରନ୍ତି । ତେଣୁ ଗୋବିନ୍ଦ ବାବୁଙ୍କ ବନ୍ଧୁମାନେ ଗୋବିନ୍ଦବାବୁଙ୍କୁ ଶ୍ରଦ୍ଧା କରିବା ସହ ଭଲ ପାଆନ୍ତି ।
Solution:
ଗୋବିନ୍ଦ ବଡ଼ ଗୁଣଗ୍ରାହୀ ଲୋକ । ତାଙ୍କ ଘର ସୁନାବେଡ଼ାରେ । ସେ ବନ୍ଧୁମାନଙ୍କର ଉପକାର କରନ୍ତି । ତେଣୁ ତାଙ୍କ ବନ୍ଧୁମାନେ ତାଙ୍କୁ ଶ୍ରଦ୍ଧା କରିବା ସହ ଭଲ ପାଆନ୍ତି ।

୨। ନିମ୍ନଲିଖିତ ବାକ୍ୟମାନଙ୍କରେ ସର୍ବନାମ ପଦଗୁଡ଼ିକ ଚିହ୍ନାଇ ଦିଅ ।

(କ) ଆକାଶରେ ଚନ୍ଦ୍ର ସୁନ୍ଦର ଦିଶୁଛି । ଶିଶୁଟି ତାହା ଆଡ଼କୁ ହାତ ବଢ଼ାଇ ଡାକୁଛି ।
Solution:
ସଚନାପ ପଦ : ତାହା

(ଖ) ଭୁବନ ଓଡ଼ିଶାରେ ଏକ ବଡ଼ ଗ୍ରାମ । ଏଠାରେ ବହୁତ ଲୋକ ବାସ କରନ୍ତି ।
Solution:
ସର୍ବନାମ ପଦ : ଏଠାରେ

(ଗ) ବିଚାରପତି ଆଜି ତାଙ୍କର ରାୟ ଶୁଣାଇଲେ ।
Solution:
ସର୍ବନାମ ପଦ : ତାଙ୍କର

(ଘ) ଶିକ୍ଷକ ଛାତ୍ରକୁ ପଚାରିଲେ – ତୁମ ନାମ କଅଣ ?
Solution:
ସର୍ବନାମ ପଦ : ତୁମ

(ଙ) ଧର୍ମ ଧାର୍ମିକକୁ ରକ୍ଷା କରେ, ଏହା ଆଦୌ ଭୁଲ୍ ନୁହେଁ ।
Solution:
ସର୍ବନାମ ପଦ : ଏହା

(ଚ) ଏପରି ଲୋକ ନାହିଁ; ଯେ ସବୁବେଳେ ମିଥ୍ୟା କୁହେ ।
Solution:
ସର୍ବନାମ ପଦ : ଏପରି, ଯେ

(ଛ) ତୁମେ କ’ଣ ବିଦ୍ୟାଳୟକୁ ଯାଉଛ ?
Solution:
ସର୍ବନାମ ପଦ : ତୁମେ

(ଜ) ଆମେ କେଉଁଠି ନାଚିବା ?
Solution:
ସର୍ବନାମ ପଦ : ଆମେ, କେଉଁଠି

(ଝ) ଯାହା ପ୍ରକାଶ କରିବାକୁ ଚାହୁଁଛ ତାହା ପ୍ରକାଶ କର ।
Solution:
ସର୍ବନାମ ପଦ ; ଯାହା, ତାହା

(ଞ) ଏପରି ଲୋକ ନାହିଁ, ଯିଏ ମହାତ୍ମାଗାନ୍ଧୀଙ୍କୁ ନ ଜାଣିଛି ।
Solution:
ସର୍ବନାମ ପଦ : ଏପରି, ଯେ

(ଟ) ଯେ ଦେଶ ଯାଇ, ସେ ଫଳ ଖାଇ ।
Solution:
ସର୍ବନାମ ପଦ : ଯେ, ସେ

CHSE Odisha Class 11 Odia Grammar ବ୍ୟାକରଣ (ପଦପ୍ରକରଣ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା)

୩। ଉପଯୁକ୍ତ ସର୍ବନାମ ପଦ ଦେଇ ଶୂନ୍ୟସ୍ଥାନ ପୂରଣ କର ।
(କ) ସ୍ଵାର୍ଥପର ଲୋକ ଆଗେ ……………. ସୁଖ ଚାହେଁ ।
Solution:
ସ୍ଵାର୍ଥପର ଲୋକ ଆଗେ ତାହାର ସୁଖ ଚାହେଁ ।

(ଖ) …………….. ପୃତ୍କତରେ ଭଲମନା | ……………. ମଦୃଭ ଦିନେ ନା ଦିନେ ସମପ୍ତେ ଥନ୍ମର କରିବେ |
Solution:
ସେ ପ୍ରକୃତରେ ଉଚ୍ଚମନା । ତାହାର ମହତ୍ତ୍ବ ଦିନେ ନା ଦିନେ ସମସ୍ତେ ଅନୁଭବ କରିବେ ।

(ଗ) ଯେଉଁମାନେ ପରର ଉପକାର କରନ୍ତି, ………………. ଧନ୍ୟ ।
Solution:
ଯେଉଁମାନେ ପରର ଉପକାର କରନ୍ତି, ସେମାନେ ଧନ୍ୟ ।

(ଘ) ଏ ଘଣ୍ଟାଟି ……………….., ତାକୁ ଦେଇ ଦିଅ ।
Solution:
ଏ ଘଣ୍ଟାଟି କାହାର, ତାକୁ ଦେଇ ଦିଅ ।

୪। ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ସର୍ବନାମ ପଦ କାହାକୁ କହନ୍ତି ?
Solution:
ପେଇଁ ପଦ ସାଧାରଣଙ ବିଶେଷ୍ୟ, ବିଶେଷଣ ଓ ବାକକଥା ପରିବରେ ବ୍ୟବରେ ହୋଇଥାଏ, ତାହାକୁ ସର୍ବନାମ କୁହାଯାଏ ।

(ଖ) ସର୍ବନାମ ପଦ କେତେ ପ୍ରକାର ?
Solution:
ସର୍ବନାମ ପଦ ୯ ପ୍ରକାର ।

(ଗ) ବ୍ୟକ୍ତିବିଶେଷ ପରିବର୍ତ୍ତେ ବ୍ୟବହୃତ ହେଉଥ‌ିବା ସର୍ବନାମର ନାମ କ’ଣ ?
Solution:
ବ୍ୟକ୍ତିବିଶେଷ ପରିବର୍ତ୍ତେ ବ୍ୟବହୃତ ହେଉଥ‌ିବା ସର୍ବନାମର ନାମ ହେଉଛି ବ୍ୟକ୍ତିବାଚକ ସର୍ବନାମ ବା ପୁରୁଷବାଚକ ସବଂନାମ |

(ଘ) ପ୍ରଶ୍ନସୂଚକ ସର୍ବନାମ କାହାକୁ କୁହାଯାଏ ?
Solution:
ଯେଉଁ ସର୍ବନାମ ବାକ୍ୟକୁ ‘ପ୍ରଶ୍ନବାଚକ’ କରେ, ତାହାକୁ ପ୍ରଶ୍ନସୂଚକ ସର୍ବନାମ କୁହାଯାଏ ।

(ଙ) ଆପେକ୍ଷିକ ସର୍ବନାମକୁ ଉଦାହରଣ ଦେଇ ବୁଝାଇ ଦିଅ ।
Solution:
କେତେକ ସର୍ବନାମ ବାକ୍ୟ ମଧ୍ୟରେ ଭାବର ବ୍ୟକ୍ତି ପାଇଁ ପରସ୍ପରକୁ ଅପେକ୍ଷା କରନ୍ତି । ଏଥୁରୁ କୌଣସି ଗୋଟିକର ବିନା ବାକ୍ୟର ଅର୍ଥ ସ୍ପଷ୍ଟ ହୁଏ ନାହିଁ । ଏପରି ସର୍ବନାମକୁ ଆପେକ୍ଷିକ ସର୍ବନାମ କୁହାଯାଏ । ଉଦାହରଣ – ଯେ ପରିଶ୍ରମ କରେ, ସେ ଫଳ ପାଏ ।

ଅବ୍ୟୟ ପଦ :

ଯେଉଁ ପଦର ରୂପ, ବଚନ, କାଳ, ବିଭକ୍ତି, କାରକ, ଲିଙ୍ଗ ଆଦି ଭେଦରେ ଆଦୌ ପରିବର୍ତ୍ତନ ହୁଏନାହିଁ, ତାହାକୁ ଅବ୍ୟୟ ପଦ କୁହାଯାଏ ।
(୧) ସଂଯୋଜକ ଅବ୍ୟୟ – ଯେଉଁ ଅବ୍ୟୟ ପଦଗୁଡ଼ିକ ଦୁଇ ବା ତତୋଽଧ୍ଵକ ପଦ ବା ବାକ୍ୟକୁ ସଂଯୋଗ କରନ୍ତି ସେଗୁଡ଼ିକୁ ସଂଯୋଜକ ଅବ୍ୟୟ କୁହାଯାଏ ।
(୨) ବିଯୋଜକ ଅବ୍ୟୟ – ଯେଉଁ ଅବ୍ୟୟ ପଦଦ୍ୱାରା ଦୁଇଟି ପଦର ବା ବାକ୍ୟର ଅର୍ଥକୁ ବିୟୋଜନ ବା ଭାଗ ଭାଗ କରାଯାଏ ତାହାକୁ ବିଯୋଜକ ଅବ୍ୟୟ କହନ୍ତି ।
(୩) ପଦାନ୍ବୟୀ ଅବ୍ୟୟ ଯେଉଁ ଅବ୍ୟୟ ପଦଗୁଡ଼ିକ ଅନ୍ୟ ପଦ ସହିତ ଅନ୍ବିତ ବା ମିଳିତ ହୁଅନ୍ତି, ସେଗୁଡ଼ିକୁ ପଦାନ୍ବୟୀ ଅବ୍ୟୟ କହନ୍ତି ।
(୪) ବିଭକ୍ତିସୂଚକ ଅବ୍ୟୟ – କେତେକ ଅବ୍ୟୟ ଠିକ୍ ବିଭକ୍ତି ପରି କାର୍ଯ୍ୟ କରିଥାଆନ୍ତି । ଏଗୁଡ଼ିକୁ ବିଭକ୍ତିସୂଚକ ଅବ୍ୟୟ କୁହାଯାଏ ।
(୫) କାଳସୂଚକ / ସମୟସୂଚକ ଅବ୍ୟୟ ଯେଉଁ ଅବ୍ୟୟ କାଳ ବା ସମୟର ସୂଚନା ଦିଏ, ତାହାକୁ କାଳସୂଚକ / ସମୟସୂଚକ ଅବ୍ୟୟ କୁହାଯାଏ ।
(୬) ନିଷେଧାର୍ଥକ ଅବ୍ୟୟ – ଯେଉଁ ପଦଦ୍ୱାରା ନିଷେଧ ବା ବାରଣ ସୂଚିତ ହୁଏ, ତାହାକୁ ନିଷେଧାର୍ଥକ ଅବ୍ୟୟ କୁହାଯାଏ ।
(୭) ପରିମାଣସୂଚକ ଅବ୍ୟୟ – ଯେଉଁ ଅବ୍ୟୟ ପଦଦ୍ୱାରା ପରିମାଣ ସୂଚିତ ହୁଏ, ତାହାକୁ ପରିମାଣସୂଚକ ଅବ୍ୟୟ କହନ୍ତି ।
(୮) ସମ୍ଭାବନାସୂଚକ ଅବ୍ୟୟ – ଯେଉଁ ଅବ୍ୟୟ ପଦ ସମ୍ଭାବନା ପ୍ରକାଶ କରେ ତାହାକୁ ସମ୍ଭାବନାସୂଚକ ଅବ୍ୟୟ କହନ୍ତି ।
(୯) ବୀପ୍‌ସାର୍ଥକ ଅବ୍ୟୟ – ଯେଉଁ ଅବ୍ୟୟ ପଦଗୁଡ଼ିକ ବାରମ୍ବାର ବା ପୁନଃ ପୁନଃ ଅର୍ଥ ପ୍ରକାଶ କରେ ତାହାକୁ ବୀପ୍‌ସାର୍ଥକ ଅବ୍ୟୟ କହନ୍ତି ।

(୧୦) ସମ୍ମତିସୂଚକ ଅବ୍ୟୟ – ଯେଉଁ ପଦଦ୍ୱାରା ସ୍ୱୀକୃତି ବା ସମ୍ମତି ପ୍ରକାଶିତ ହୁଏ, ତାହାକୁ ସମ୍ମତିସୂଚକ ଅବ୍ୟୟ କୁହାଯାଏ । ଯଥା – ‘ହଁ’, ‘ଆଜ୍ଞା’, ‘ଅବଧାନ’, ‘ହୁଁ’, ‘ଅବଶ୍ୟ’, ‘ନିଶ୍ଚୟ’, ‘ଆଜ୍ଞା’ ଇତ୍ୟାଦି ।

(୧୧) ବିକଳ୍ପାର୍ଥକ ଅବ୍ୟୟ – ଯେଉଁ ଅବ୍ୟୟ ପଦ ବିକଳ୍ପର ସୂଚନା ପ୍ରଦାନ କରେ, ତାହାକୁ ବିକଳ୍ପାର୍ଥକ ଅବ୍ୟୟ ‘ବା’, ‘ଅବା’, ‘କିମ୍ବା’, ‘ଅଥବା’, ‘ନଚେତ୍’, ‘ନୋହିଲେ’, ‘ନତୁବା’ ପ୍ରଭୃତି ।

(୧୨) ସମ୍ବୋଧନସୂଚକ ଅବ୍ୟୟ – କାହାରିକୁ ଡାକିବା ବା ସମ୍ବୋଧନ କରିବା ପାଇଁ ବ୍ୟବହୃତ ଅବ୍ୟୟକୁ ସମ୍ବୋଧନସୂଚକ ଅବ୍ୟୟ କୁହାଯାଏ । ହେ, ଆହେ, ଆରେ, ଗୋ, ଲୋ, ଆଗୋ, ଇଲୋ, ବେ, ଆବେ, ହଇଗୋ….ଇତ୍ୟାଦି ।

(୧୩) ସାଦୃଶ୍ୟବୋଧକ ଅବ୍ୟୟ – ଯେଉଁ ଅବ୍ୟୟ ସାଦୃଶ୍ୟ ବୁଝାଇବା ପାଇଁ ବ୍ୟବହୃତ ହୁଏ ତାହାକୁ ‘ସାଦୃଶ୍ୟବୋଧକ’ ଅବ୍ୟୟ କୁହାଯାଏ । ଯଥା – ଯେମିତି, ସେମିତି, ଯେପରି, ସେପରି, ଯଥା, ତଥା, ଏମନ୍ତ, ଯେମନ୍ତ, ପରି, ଏପରି … ଇତ୍ୟାଦି ।

(୧୪) ଆନୁକ୍ରମିକ ବା କ୍ରମବୋଧକ ଅବ୍ୟୟ – ଯେଉଁ ଅବ୍ୟୟ ପଦଦ୍ୱାରା କାର୍ଯ୍ୟର କ୍ରମ ସମ୍ପର୍କରେ ସୂଚନା ମିଳେ ତାହାକୁ ଆନୁକ୍ରମିକ ବା କ୍ରମବୋଧକ ଅବ୍ୟୟ କୁହାଯାଏ। ଯଥା – ‘କ୍ରମେ କ୍ରମେ’, ‘ଧୀରେ ଧୀରେ’, ‘ଆସ୍ତେ ଆସ୍ତେ’, ‘ଟିକେ ଟିକେ’ ଇତ୍ୟାଦି ।

(୧୫) ଶବ୍ଦାନୁସାରୀ ବା ଧ୍ଵନ୍ୟାର୍ଥକ ଅବ୍ୟୟ – ଶବ୍ଦ ବା ଧ୍ଵନିର ଅନୁକରଣରେ ଗଠିତ ଅବ୍ୟୟଗୁଡ଼ିକୁ ଶବ୍ଦାନୁସାରୀ ବା ଧ୍ଵନ୍ୟାର୍ଥକ ଅବ୍ୟୟ କୁହାଯାଏ । ଯଥା – ‘ଠନ୍ ଠନ୍’, ‘ଟିକ୍ ଟିକ୍’, ‘ଫଡ୍‌ ଫଡ଼’, ‘ଭୋ ଭୋ’, ‘ଭୁସ୍ ଭୁସ୍’, ‘ମଟ୍ ମଟ୍’, ‘ଖଡ଼୍ ଖଡ଼୍’… ଇତ୍ୟାଦି।

(୧୬) ଭାବସୂଚକ ଅବ୍ୟୟ – ଯେଉଁ ଅବ୍ୟୟଦ୍ୱାରା ହର୍ଷ, ବିଷାଦ, ଘୃଣା, ବିସ୍ମୟ ପ୍ରଭୃତି ମନର ଭାବ ପ୍ରକାଶିତ ହୁଏ, ସେଗୁଡ଼ିକୁ ଭାବସୂଚକ ଅବ୍ୟୟ କୁହାଯାଏ । ଯଥା – ‘ଓ’, ‘ଓହୋ’, ‘ଆ’, ‘ଆହା’, ‘ବାଃ’, ‘ବାହବା’, ‘ସାବାସ’, ‘ଧେତ୍’, ‘ଇସ୍’ … ଇତ୍ୟାଦି ।

(୧୭) ପ୍ରଶ୍ନସୂଚକ ଅବ୍ୟୟ – ଯେଉଁ ଅବ୍ୟୟଦ୍ୱାରା କାହାରିକି କିଛି ପ୍ରଶ୍ନ କରାଯାଉଥବାର ଭାବ ପ୍ରକାଶିତ ହୁଏ (ସୂଚିତ ହୁଏ) ତାହାକୁ ପ୍ରଶ୍ନସୂଚକ ଅବ୍ୟୟ କୁହାଯାଏ । ଯଥା – ‘କି’, ‘କଅଣ’, ‘ପରା’, ‘କିପରି’, ‘କେମିତି’, ‘ଟି’, ‘କାହିଁକି’, ‘କିସ’, ‘କ’ଣ’, ‘କିଆଁ’… ଇତ୍ୟାଦି ।

(୧୮) ଅନୁଭୂତିସୂଚକ ଅବ୍ୟୟ – ଅନୁଭୂତିର ସୂଚନା ପ୍ରଦାନ କରୁଥିବା ଅବ୍ୟୟଗୁଡ଼ିକୁ ଅନୁଭୂତିସୂଚକ ଅବ୍ୟୟ କୁହାଯାଏ । ଯଥା – ‘ଗଲଗଲ’, ‘ସଲସଲ’, ‘କୁତୁକୁତୁ’, ‘କଲବଲ’, ‘ଛଟପଟ’, … ଇତ୍ୟାଦି ।

(୧୯) ପଦବିକାରମୂଳକ ଅବ୍ୟୟ – କେତେକ ପଦ ବିକୃତ ଭାବରେ ମୂଳପଦ ସହିତ ଯୁକ୍ତ ହୋଇ ସେହି ମୂଳ ପଦର ଅର୍ଥକୁ ନୂତନ ରୂପ ଦିଅନ୍ତି; ମାତ୍ର ସ୍ବତନ୍ତ୍ର ଭାବରେ ଏହିସବୁ ଯୁକ୍ତ ପଦର କିଛି ଅର୍ଥ ନାହିଁ । ସେମାନଙ୍କୁ ‘ଗାଁ ଗଣ୍ଡା’, ‘ପିଲାଝିଲା’, ‘ଚାକରବାକର’, ‘କନ୍ଦାକଟା’, ‘ଜମିବାଡ଼ି’, ‘ମାଛଫାଛ’, ‘ଲୁଗାପଟା’, ‘ଗପସପ’, ‘ବାସନକୁସନ’, ‘ଜମିଫମି’ … ଇତ୍ୟାଦି। ବାକ୍ୟରେ ସୌନ୍ଦର୍ଯ୍ୟ ବୃଦ୍ଧି ଓ ପ୍ରକାଶଭଙ୍ଗୀର ଚମତ୍କାରିତା ପାଇଁ ଯେଉଁସବୁ

(୨୦) ଆଳଙ୍କାରିକ ଅବ୍ୟୟ – ପଦଗୁଡ଼ିକ ବ୍ୟବହୃତ ହୁଅନ୍ତି, ସେମାନଙ୍କୁ ଆଳଙ୍କାରିକ ଅବ୍ୟୟ କୁହାଯାଏ । ଟିକି, ଟି, ତ, ମ, ପରା ପ୍ରଭୃତି ଆଳଙ୍କାରିକ ଅବ୍ୟୟ ।

(୨୧) ହେତୁବୋଧକ ଅବ୍ୟୟ ଯେଉଁ ଅବ୍ୟୟ ‘ହେତୁ’ ବା କାରଣ ପ୍ରକାଶ କରେ – ତାହାକୁ ହେତୁବୋଧକ ଅବ୍ୟୟ କୁହାଯାଏ । ଯଥା – ‘ଏଣୁ’, ‘ତେଣୁ’, ‘ସୁତରାଂ’, ‘ଅତଏବ୍’, ‘ଯେଣୁ’, … ଇତ୍ୟାଦି ।

(୨୨) ସମୁଦାୟସୂଚକ ଅବ୍ୟୟ – ସୂଚକ’ ଅବ୍ୟୟ କହନ୍ତି । ଯଥା – ‘ଓଗେର’, ‘ଇତ୍ୟାଦି’, ‘ପ୍ରଭୃତି’।

(୨୩) ଯୌଗ ପଦ୍ୟ ଅର୍ଥରେ ବ୍ୟବହୃତ ଅବ୍ୟୟ କେତେକ ଅବ୍ୟୟ ବ୍ୟବହାର ମାତ୍ରେ ଦୁଇଟି କାମ ଏକ ସମୟରେ ଘଟିଥିବାର ସୂଚନା ମିଳିଲେ ତାହାକୁ ଯୌଗ ପଦ୍ୟ ଅର୍ଥରେ ବ୍ୟବହୃତ ଅବ୍ୟୟ କୁହାଯାଏ ।

ପାଠ୍ୟପୁସ୍ତକଣ୍ଠ ପ୍ତଶ୍ମାବଲାଭ ଉରର :

୧। ନିମ୍ନୋକ୍ତ ବାକ୍ୟରେ ଥ‌ିବା ଅବ୍ୟୟ ପଦଗୁଡ଼ିକୁ ଚିହ୍ନାଅ ।
(କ) ଠନ୍ ଠକ୍ କରି ଘଣ୍ଟାରେ ଦଶଟା ବାଜିଲା ।
Solution:
ଅବ୍ୟୟ ପଦ : ଠନ୍ ଠନ୍

(ଗ) ଇସ୍ ! କି କଦର୍ଯ୍ୟ ଲୋକ !
Solution:
ଅବ୍ୟୟ ପଦ : ଇସ୍, କି

(ଘ) ଫଡ୍ ଫଡ୍‌ କରି ଚଢ଼େଇମାନେ ଉଡ଼ିଗଲେ ।
Solution:
ଅବ୍ୟୟ ପଦ : ଫଡ୍ ଫଡ଼

(ଙ) ସେଠାକୁ ବାରମ୍ବାର ଯିବା ସତ୍ତ୍ବେ କିଛି ଫଳ ହେଲାନାହିଁ ।
Solution:
ଅବ୍ୟୟ ପଦ : ବାରମ୍ବାର

(ଚ) ସତ୍ୟ ଛଡ଼ା ଜୀବନରେ ପୂର୍ଣ୍ଣତା ନାହିଁ ।
Solution:
ଅବ୍ୟୟ ପଦ : ଛଡ଼ା

(ଛ) ଯଦି ସେ ଆସିବେ ମୁଁ ଯିବି ।
Solution:
ଅବ୍ୟୟ ପଦ : ଯଦି ଅବଶ୍ୟ

(ଝ) ସର୍ବଦା ସତ୍ୟ ଉପରେ ଚାଲ ।
Solution:
ଅବ୍ୟୟ ପଦ : ସର୍ବଦା

CHSE Odisha Class 11 Odia Grammar ବ୍ୟାକରଣ (ପଦପ୍ରକରଣ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା)

୨ା ଉପଯୁକ୍ତ ଅବ୍ୟୟ ପଦ ଦେଲ ଶନ୍ୟୁନମାନ ପୂରଣ କାର |
(କ) ମଣିଷ …………………. ଅନୀତି କରିବ; ନିଶ୍ଚୟ ଦଣ୍ଡ ପାଇବ |
Solution:
ମଣିଷ ଯଦି ଅନୀତି କରିବ; ନିଶ୍ଚୟ ଦଣ୍ଡ ପାଇବ ।

(ଖ) ଗୋବିନ୍ଦ ଭୁଲ୍ କଲା, ………………. ଦଣ୍ଡ ପାଇଲା ।
Solution:
ଗୋବିନ୍ଦ ଭୁଲ୍ କଲା, ତେଣୁ ଦଣ୍ଡ ପାଇଲା ।

(ଗ) ରାମ …………… ଶ୍ୟାମ କେହି ଜଣେ ଆସିଲେ ଚଳିବ ।
Solution:
ରାମ ଶ୍ୟାମ କେହି ଜଣେ ଆସିଲେ ଚଳିବ ।

(ପ) ତା’ର ଶବ୍ଦ ଶୁଣି ମୋର କାନ ………………… ହୋଇଗଲା ।
Solution:
ତା’ର ଶବ୍ଦ ଶୁଣି ମୋର କାନ ଭାଁ ଭାଁ ହୋଇଗଲା ।

(ର୍ତ) ଜୀବନ ………………. ଯୌବନ ଚିରସ୍ଥାୟୀ ନୁହେଁ ।
Solution:
ଜୀବନ ଯୌବନ ଚିରସ୍ଥାୟୀ ନୁହେଁ ।

(ଚ) ମୁଁ ତାଙ୍କୁ ………………… ଆମ୍ବ ଦେଲି ସେ ମୋତେ ……………….. ନଡ଼ିଆ ଦେଲେ ।
Solution:
ମୁଁ ତାଙ୍କୁ ଯେତେ ଆମ୍ବ ଦେଲି ସେ ମୋତେ ସେତେ ନଡ଼ିଆ ଦେଲେ ।

୩ । ନିମ୍ନଲିଖ୍ ଅବ୍ୟୟ ପଦଗୁଡ଼ିକୁ ଲଗାଇ ବାକ୍ୟ ଗଢ଼ ।
କଲବଲ, କ୍ରମେକ୍ରମେ, ସରି, ଛି, ଠକଠକ, କାହିଁକି, ଆଲୋ, ସହିତ, ଅଥଚ, କାଳେ, ଫେର୍, ଯେତିକି, ସେତିକି, ଯେପରି, ଗାଁ’ଗଣ୍ଡା, ଗପସପ ।
Solution:
କଲବଲ – ପୁଅଟି ମାନ୍ତ କଲତଲ କରଛି |
ସରି – ରାଧା ସରି ପ୍ରେମିକା ନାହାନ୍ତି
ଛି – ଛି କରିଥିବା କଥା ଆଉ କୁହନାହିଁ ।
ଠକଠକ କବାଟ ଠକଠକ କରନାହିଁ ।
କାହିକି ତୁମେ କାହିଁକି ରାଗୁଛ ?
ଆଲୋ – ଆଲୋ ସଖି, ଆପଣା ମହତ ଆପେ ରଖି ।
ସହିତ – ତୁମେ ମୋ ସହିତ ଚାଲ ।
ଅଥଚ – ମୁଁ ବୁଝାଇଲି ଅଥଚ ସେ ବୁଝିଲା ନାହିଁ ।
ସେ କାଳେ ଆସିବ, ମୁଁ ଘରକୁ ଯିବି ।
ଫେର୍ – ମନା କଲେ ମଧ୍ୟ ସେ ଫେର୍ ଆସିଲା ।
ଯେତିକି / ସେତିକି – ଗଙ୍ଗା ଗଲି ଯେତିକି, ଫଳ ପାଇଲି ସେତିକି ।
ଯେପରି – ବାପ ଯେପରି ପୁଅ ସେପରି ।

୪ | ଉପଯୁକ୍ତ ଅବ୍ୟୟ ସାହାଯ୍ୟରେ ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭକୁ ଯୋଗକର ।
CHSE Odisha Class 11 Odia Grammar Img 2

୬। ନିମ୍ନରେ ପ୍ରଦତ୍ତ ଶବ୍ଦପୁଞ୍ଜରୁ ଅବ୍ୟୟ ପଦଗୁଡ଼ିକୁ ଅଲଗା କର ।

(କ) କିନ୍ତୁ, ମାତ୍ର, ବିଚ୍ଛେଦ, ସୌନ୍ଦର୍ଯ୍ୟ, ଗୋବିନ୍ଦ ।
Solution:
ଅବ୍ୟୟ ପଦ : କିନ୍ତୁ, ମାତ୍ର

(ଖ) ଲାଗଲାଗ, ନାହିଁ, ଉଦାର, ବନ୍ଧୁର, ବ୍ୟବସାୟ ।
Solution:
ଅବ୍ୟୟ ପଦ : ଲାଗଲାଗ, ନାହିଁ

(ଗ) କାଳେ, ତେବେ, ଅଥବା, କୃଷି, ବାଣିଜ୍ୟ, ବିଷ୍ଣୁ ।
Solution:
ଅବ୍ୟୟ ପଦ : କାଳେ, ତେବେ, ଅଥବା

(ଘ) ଆହା, ଦୁଃଖ, ରୋଗୀ, ବୁଭୁକ୍ଷୁ ।
Solution:
ଅବ୍ୟୟ ପଦ : ଆହା

(ଙ) ବିନା, ଯାତନା, ବେଦନା, ଖେଳୁଛି, ମୁଁ ।
Solution:
ଅବ୍ୟୟ ପଦ : ବିନା

କ୍ତିଯ୍ୟାଦ :

ଧାତୁରେ ପ୍ରତ୍ୟୟ ଯୋଗ ହୋଇ କ୍ରିୟାପଦ ସୃଷ୍ଟି ହୁଏ ।
କ୍ତିଯା ମ୍ନଖ୍ୟତଃ ଦ୍ଵିବିଧ –
(୧) ସମାପିକା କ୍ରିୟା
(୨) ଅସମାପିକା କ୍ରିୟା
ସମାପିକା କ୍ରିୟା – ଯେଉଁ କ୍ରିୟାର ବ୍ୟବହାରରେ ବାକ୍ୟର ଅର୍ଥ ସମ୍ପୂର୍ଣ୍ଣ ରୂପେ ପ୍ରକାଶ ପାଏ ଏବଂ ଅର୍ଥ ପ୍ରକାଶ ପାଇଁ ଅନ୍ୟ କ୍ରିୟାକୁ ଅପେକ୍ଷା କରାଯାଏ ନାହିଁ, ତାହାକୁ ସମାପିକା କ୍ରିୟା କୁହାଯାଏ ।
ଅସମାପିକା କ୍ରିୟା – ଯେଉଁ କ୍ରିୟାର ବ୍ୟବହାରଦ୍ୱାରା ବାକ୍ୟର ଅର୍ଥ ସମ୍ପୂର୍ଣ ରୂପେ ପ୍ରକାଶିତ ହୁଏ ନାହିଁ ଏବଂ ଅର୍ଥ ପ୍ରକାଶ ପାଇଁ ଅନ୍ୟ କ୍ରିୟାକୁ ଅପେକ୍ଷା କରିଥାଏ, ତାହାକୁ ଅସମାପିକା କ୍ରିୟା କହନ୍ତି ।

ଅମିଶ୍ର କ୍ରିୟା ଓ ମିଶ୍ରକ୍ରିୟା :

ଅମିଶ୍ର କ୍ରିୟା – ଗୋଟିଏ ପଦରେ ସୃଷ୍ଟ କ୍ରିୟାକୁ ଅମିଶ୍ର କ୍ରିୟା କୁହାଯାଏ ।
ମିଶ୍ର କ୍ରିୟା – ଏକାଧ୍ଵ ପଦର ମିଶ୍ରଣରେ ଗଠିତ କ୍ରିୟାପଦକୁ ମିଶ୍ରକ୍ରିୟା କୁହାଯାଏ ।

ସକର୍ମକ କ୍ରିୟା, ଅକର୍ମକ କ୍ରିୟା ଓ ଦ୍ବିକର୍ମକ କ୍ରିୟା :

କମ ଆଧାରରେ କୃପଦବକ୍ତ ଦିନିଭାଗରେ ବିଭକ୍ତ କରାଯାଏ |
(କ) ସକର୍ମକ କ୍ରିୟା (ଖ) ଅକର୍ମକ କ୍ରିୟା (ଗ) ଦ୍ବିକର୍ମକ କ୍ରିୟା ।
ସକର୍ମକ କ୍ରିୟାପଦ – ଯେଉଁ କ୍ରିୟାପଦର କର୍ମ ଥାଏ, ତାହାକୁ ସକର୍ମକ କ୍ରିୟାପଦ କୁହାଯାଏ ।
ଦ୍ବିକର୍ମକ କ୍ରିୟାପଦ – ଯେଉଁ କ୍ରିୟାପଦର ଦୁଇଟି କର୍ମ ଥାଏ ତାହାକୁ ଦ୍ବିକର୍ମକ କ୍ରିୟାପଦ କୁହାଯାଏ । ଦୁଇଟି କର୍ମ ଭିତରୁ ଗୋଟିଏ ମୁଖ୍ୟ କର୍ମ ହୋଇଥିବା ବେଳେ ଅନ୍ୟଟି ଗୌଣକର୍ମ ହୋଇଥାଏ ।

ପାଠ୍ୟପୁସ୍ତକଣ୍ଠ ପ୍ତଶ୍ମାବଲାଭ ଉରର :

୧। ନିମ୍ନଲିଖତ ବାକ୍ୟମାନଙ୍କରେ ପ୍ରଦତ୍ତ କ୍ରିୟା ଚିହ୍ନାଇ ଦିଅ ।

(କ) ଘୋଡ଼ା, ଜୋର୍‌ରେ ଦଉଡୁଛି ।
Solution:
କ୍ରିୟାପଦ : ଦଉଡ଼ୁଛି

(ଖ) କୁକୁର ଜୋର୍‌ରେ ଭୁକୁଛି ।
Solution:
କ୍ରିୟାପଦ : ଭୁକୁଛି

(ଗ) ଗୋପବନ୍ଧୁଙ୍କୁ କିଏ ନ ଜାଣେ ?
Solution:
କ୍ରିୟାପଦ : କାଣେ

(ଘ) ମାଧବୀ ଆମକୁ ଗୀତ ଶୁଣାଇଲା ।
Solution:
କ୍ରିୟାପଦ : ଗୁଣାଲିଲା

(ଙ) ଶଙ୍କରାଚାର୍ଯ୍ୟ ବଡ଼ ଜ୍ଞାନୀ ଥିଲେ ।
Solution:
କ୍ରିୟାପଦ : ଥିଲେ

(ଚ) ବାପା ମୋତେ ସାହିତ୍ୟ ବୁଝାଇଲେ ।
Solution:
କ୍ରିୟାପଦ : ତୁଟାକଲେ

(ଛ) ରାମ ଆସିଲେ ମୁଁ ଯିବି ।
Solution:
କ୍ରିୟାପଦ : ଆସିଲେ, ଯିବି

(ଜ) ଗୋବିନ୍ଦ ଧାଇଁ ଧାଇଁ ଥକି ଗଲାଣି ।
Solution:
କ୍ରିୟାପଦ : ଧାଇଁ ଧାଇଁ, ଥକି ଗଲାଣି

(ଝ) ରାଧାଶ୍ୟାମ ପଢୁ ପଢ଼ୁ ଶୋଇପଡ଼ିଲା ।
Solution:
କ୍ରିୟାପଦ : ପଢ଼ୁ ପଢ଼ୁ, ଶୋଇପଡ଼ିଲା

(ଞ) ସେ ଆସୁ, ମୁଁ ଯିବି ।
Solution:
କ୍ରିୟାପଦ : ଆସୁ, ଯିବି

CHSE Odisha Class 11 Odia Grammar ବ୍ୟାକରଣ (ପଦପ୍ରକରଣ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା)

୨। ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ସମାପିକା କ୍ରିୟା କାହାକୁ କହନ୍ତି ?
Solution:
ଯେଉଁ କ୍ରିୟାର ବ୍ୟବହାରରେ ବାକ୍ୟର ଅର୍ଥ ସମ୍ପୂର୍ଣ ରୂପେ ପ୍ରକାଶ ପାଏ ଏବଂ ଅର୍ଥ ପ୍ରକାଶ ପାଇଁ ଅନ୍ୟ କ୍ରିୟାକୁ ଅପେକ୍ଷା କରାଯାଏ ନାହିଁ, ତାହାକୁ ସମାପିକା କ୍ରିୟା କୁହାଯାଏ ।

(ଖ) ଅସମାପିକା କ୍ରିୟାର ସ୍ବରୂପ କ’ଣ ?
Solution:
ଯେଉଁ କ୍ରିୟାର ବ୍ୟବହାରଦ୍ୱାରା ବାକ୍ୟର ଅର୍ଥ ସମ୍ପୂର୍ଣ ରୂପେ ପ୍ରକାଶିତ ହୁଏ ନାହିଁ ଏବଂ ଅର୍ଥ ପ୍ରକାଶ ପାଇଁ ଅନ୍ୟ କ୍ରିୟାକୁ ଅପେକ୍ଷା କରିଥାଏ, ତାହାକୁ ଅସମାପିକା କ୍ରିୟା କୁହାଯାଏ ।

(ଗ) ସମାପିକା କ୍ରିୟାର ଉଦାହରଣଟିଏ ଦିଅ ।
Solution:
ଗାଈଟି ପଡ଼ିଆରେ ଚରୁଅଛି ।
(ଚରୁଅଛି – ସମାପିକା କ୍ରିୟା)

(ଘ) ଅସମାପିକା କ୍ରିୟାର ଉଦାହରଣଟିଏ ଦିଅ ।
Solution:
ଗୋପାଳ ଖାଇସାରି ଖେଳିବାକୁ ଯିବ।
(ଖାଇସାରି – ଅସମାପିକା କ୍ରିୟା)

୩ । ନିମ୍ନଲିଖତ ପଦମାନଙ୍କ ମଧ୍ୟରୁ ସମାପିକା ଓ ଅସମାପିକା କ୍ରିୟା ଚିହ୍ନାଅ ।
ଶୋଇଲା, ବସିଲା, ହସିଲା, ଗଲା, ଯାଉଯାଉ, ଖାଉଖାଉ, ପଢ଼ି, ନାଚି, ଖାଇ, ଶୋଇ, ବସି, ହସି, ଗାଇଲା, ଯିବି, ନେବି, ପଢ଼ିବି ।
Solution:
ସମାପିକା କ୍ରିୟା – ଶୋଇଲା, ବସିଲା, ହସିଲା, ଗଲା, ଗାଇଲା, ଯିବି, ନେବି, ପଢ଼ିବି ।
ଅସମାପିକା କ୍ରିୟା – ଯାଉଯାଉ, ଖାଉଖାଉ, ପଢ଼ି, ନାଚି, ଖାଇ, ଶୋଇ, ବସି, ହସି ।

୪। ନିମ୍ନ ଶବ୍ଦପୁଞ୍ଜମାନଙ୍କ ମଧ୍ୟରୁ କ୍ରିୟାପଦକୁ ଅଲଗା କର ।
(କ) ବାସୁଦେବ, ସୁଦର୍ଶନ, ଏବଂ, ହସୁଛି, ଦୈବ
Solution:
କ୍ରିୟାପଦ : ହସୁଛି

(ଖ) ବିଶାଳ, ସାହସୀ, ବାଳକ, ଧାଉଁଛି, ଯେଣୁ
Solution:
କ୍ରିୟାପଦ : ଧାଉଁଛି

(ଗ) କଟକ, ବାରଣାସୀ, ଲାଲ ବାହାଦୁର, ହକି,
Solution:
କ୍ରିୟାପଦ : ଖେଳୁଛି

(ଘ) କ୍ରିକେଟ, କମ୍ପ୍ୟୁଟର, ଲତା, ପଢୁଛି, ଏବଂ
Solution:
କ୍ରିୟାପଦ : ପଡୁଛି

(ଙ) ଭୋଜନ, ଗମନ, ବିଦାୟ, ଗୋପାଳ,
Solution:
କ୍ରିୟାପଦ : ଶୋଇଛି

ଅତିରିକ୍ତ ପ୍ରଣୋଉର :

୧। ନିମ୍ନଲିଖୁ ବିଶେଷ୍ୟ ପଦଗୁଡ଼ିକୁ ବିଶେଷଣ ପଦରେ ପରିଣତ କରି ବାକ୍ୟରେ ବ୍ୟବହାର କର ।
Solution:
CHSE Odisha Class 11 Odia Grammar Img 3

୨। ନିମ୍ନଲିଖୂତ ବିଶେଷଣ ପଦକୁ ବିଶେଷ୍ୟ ପଦରେ ପରିଣତ କରି ବାକ୍ୟରେ ବ୍ୟବହାର କର ।
Solution:
CHSE Odisha Class 11 Odia Grammar Img 4

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

Odisha State Board CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି Questions and Answers.

CHSE Odisha 11th Class Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ରାଷ୍ଟ୍ରର କାର୍ଯ୍ୟକଳାପ ସଂକ୍ରାନ୍ତୀୟ ____________ ତତ୍ତ୍ଵ ଅନୁସାରେ ବ୍ୟକ୍ତିକୁ ତା’ର ନିଜ କାର୍ଯ୍ୟ କରିବାକୁ ଛାଡ଼ିଦେବା ଉଚିତ ।
କିମ୍ବା, ଯେଉଁ ତତ୍ତ୍ଵ ରାଷ୍ଟ୍ରର ସର୍ବନିମ୍ନ କାର୍ଯ୍ୟକ୍ରମ ଓ ସର୍ବାଧ‌ିକ ବ୍ୟକ୍ତି ସ୍ଵାଧୀନତା ସପକ୍ଷରେ ମତଦାନ କରେ, ____________ ତତ୍ତ୍ଵ କୁହାଯାଏ ।
କିମ୍ବା, __________ ତତ୍ତ୍ଵ ଅନୁସାରେ, “ ରାଷ୍ଟ୍ର ଯେତେ କମ୍ ହସ୍ତକ୍ଷେପ କରେ, ସେତେ ଭଲ ।’’
(କ) ସମାଜବାଦ
(ଖ) ବ୍ଯକ୍ତିବାଦ
(ଗ) ଉଦାରବାଦ
(ଘ) ଗାଷାବାଦ
Answer:
(ଖ) ବ୍ଯକ୍ତିବାଦ

୨ । ବ୍ୟକ୍ତିବାଦୀ ତତ୍ତ୍ଵ ଅନୁସାରେ ରାଷ୍ଟ୍ର ଏକ ___________ ମନ୍ଦ ଅନୁଷ୍ଠାନ ।
(କ) ଜରୁରୀ
(ଖ) ଆବଶ୍ୟକୀୟ
(ଗ) ଗ୍ରହଶାୟ
(ଘ) ପରିତ୍ୟାଗଯୋଗ୍ୟ
Answer:
(ଖ) ଆବଶ୍ୟକୀୟ

୩ । ବ୍ୟକ୍ତିବାଦ ଅନୁଯାୟୀ ରାଷ୍ଟ୍ର ଏକ __________ ଓ ବ୍ୟକ୍ତି ଏକ __________ ଅଟେ ।
(କ) ମାଧ୍ଯମ, ଲକ୍ଷ୍ୟ
(ଖ) ଲକ୍ଷ୍ୟ, ମାଧ୍ୟମ
(ଗ) ଅନୁଷ୍ଠାନ, ଲକ୍ଷ୍ୟ
(ଘ) ଯନ୍ତ୍ର, ମନ୍ତ୍ର
Answer:
(କ) ମାଧ୍ଯମ, ଲକ୍ଷ୍ୟ

୪ । ଆଧୁନିକ ରାଷ୍ଟ୍ରଗୁଡ଼ିକ ___________ ରାଷ୍ଟ୍ର ଅଟନ୍ତି ।
(କ) ବ୍ଯକ୍ତିବାଦୀ
(ଖ) ସମାଜବାଦା
(ଗ) ଜନମଙ୍ଗଳ
(ଘ) ଉଦାରବାଦୀ
Answer:
(ଗ) ଜନମଙ୍ଗଳ

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

୫ । ବ୍ୟକ୍ତିବାଦୀମାନଙ୍କର ମତରେ ରାଷ୍ଟ୍ର ଏକ ___________ ଅଟେ ।
(କ) କୁ-ଆବଶ୍ୟକତା
(ଖ) ଜରୁରୀ ଆବଶ୍ୟକତା
(ଗ) ପରିତ୍ୟାଗ୍ରହୀନ ଆବଶ୍ୟକତା
(ଘ ସୁ-ଆବଶ୍ୟକତା
Answer:
(କ) କୁ-ଆବଶ୍ୟକତା

୬ । ଭାରତରେ ବାସ୍ତବ ଅର୍ଥରେ ଜଗତୀକରଣ ପ୍ରକ୍ରିୟା, ____________ ମସିହାରୁ ଆରମ୍ଭ ହେଲା ।
(କ) ୧୯୯୦
(ଖ) ୧୯୯୧
(ଗ) ୧୯୯୨
(ଘ)୨୦୦୧
Answer:
(ଖ) ୧୯୯୧

୭ । ଜଗତୀକରଣ ପ୍ରକ୍ରିୟାରେ ________, ________ ଓ ________ ସଂଗଠନର ଉପଯୋଗ କରାଯାଇଥାଏ ।
(କ) ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF), ବିଶ୍ଵ ବ୍ୟାଙ୍କ (WB) ଓ ବିଶ୍ଵବାଣିଜ୍ୟ ସଂଗଠନ (WTO)
(ଖ) ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF), ବିଶ୍ଵ ବ୍ୟାଙ୍କ (WB) ଓ ଜାତିସଂଘ (UN)
(ଗ) ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF), ବିଶ୍ଵ ବାଣିଜ୍ୟ ସଂଗଠନ (WTO) ଓ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO)।
Answer:
(କ) ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF), ବିଶ୍ଵବ୍ୟାଙ୍କ (WB) ଓ ବିଶ୍ଵ ବାଣିଜ୍ୟ ସଂଗଠନ (WTO) ।

୮। ଜଗତୀକରଣ ପାଇଁ ଜାତୀୟ ସ୍ତରରେ ___________ ଓ ___________ କ୍ଷେତ୍ର ପ୍ରସ୍ତୁତ କରନ୍ତି ।
(କ) ସମାଜବାଦ ଓ ଉଦାରବାଦ
(ଖ) ବ୍ୟବସାୟବାଦ ଓ ସମାଜବାଦ
(ଗ) ଘରୋଇକରଣ ଓ ଉଦାରୀକରଣ
(ଘ) ବ୍ୟବସାୟୀକରଣ ଓ ସାମ୍ରାଜ୍ୟବାଦୀ
Answer:
(ଗ) ଘରୋଇକରଣ ଓ ଉଦାରୀକରଣ

୯ । ଜଗତୀକରଣ ________ ରାଷ୍ଟ୍ରର ସ୍ଵରୂପ ନିର୍ଦ୍ଧାରଣ କରିଥାଏ ।
(କ) ସମାଜବାଦ
(ଖ) ଉଦାରବାଦୀ
(ଗ) ଜନମଙ୍କଳ
(ଘ) ବ୍ଯକ୍ତିବାଦୀ
Answer:
(ଗ) ଜନମଙ୍କଳ

୧୦ । ଜଗତୀକରଣ ଏକ ________ ପ୍ରତିଷ୍ଠାର ଲକ୍ଷ୍ୟ ରଖୁଥାଏ ।
(କ) ବିଶ୍ବଗ୍ରାମ
(ଖ) ସଂଘୀୟ ରାଷ୍ଟ୍ର
(ଗ) ସଂରାଷ୍ଟ୍ର
(ଘ) ବ୍ଯକ୍ତିବାଦୀ
Answer:
(କ) ବିଶ୍ବଗ୍ରାମ

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ଲେସେଜ୍ ଫେୟାର୍‌ର ଅର୍ଥ କ’ଣ ?
Answer:
ଫରାସୀ ଶବ୍ଦ ଲେସେଜ୍ ଫେୟାରର ଅର୍ଥ ବ୍ୟକ୍ତିକୁ ନିୟନ୍ତ୍ରଣମୁକ୍ତ କରି ଏକୁଟିଆ ଛାଡ଼ିଦିଅ । ଏହା ବ୍ୟକ୍ତିବାଦକୁ ସୂଚିତ କରେ ।

୨ । ବ୍ୟକ୍ତିବାଦର ମୁଖ୍ୟ ଲକ୍ଷ୍ୟ କ’ଣ ?
Answer:
ବ୍ୟକ୍ତିବାଦର ମୁଖ୍ୟ ଲକ୍ଷ୍ୟ ହେଉଛି ବ୍ୟକ୍ତିର ସ୍ଵାଧୀନତାର ପରିସରକୁ ରାଷ୍ଟ୍ରୀୟ କ୍ଷମତାର ନିୟନ୍ତ୍ରଣ ମୁକ୍ତ କରି ବ୍ୟାପକ କରିବା ଏବଂ ଶାନ୍ତିଶୃଙ୍ଖଳା ଓ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା କରି କେବଳ ପୋଲିସ୍ କର୍ମଚାରୀର ସର୍ବନିମ୍ନ କାର୍ଯ୍ୟ ରାଷ୍ଟ୍ରର କାର୍ଯ୍ୟାବଳୀରୂପେ ସୂଚିତ କରିବା ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

୩ । ଜନମଙ୍ଗଳ ରାଷ୍ଟ୍ର କ’ଣ ?
Answer:
ଯେଉଁ ରାଷ୍ଟ୍ରରେ ରାଷ୍ଟ୍ରର କ୍ଷମତା ପରିସରକୁ ଅତ୍ୟନ୍ତ ବ୍ୟାପକ କରାଯାଇ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ସମସ୍ତ କାର୍ଯ୍ୟ ସଂପାଦନର ଦାୟିତ୍ଵ ଦିଆଯାଇଥାଏ ଓ ରାଷ୍ଟ୍ର ଏକ ସାମାଜିକ କଲ୍ୟାଣ ସଂସ୍ଥା ପରି ଦାୟିତ୍ଵ ସଂପାଦନ କରେ, ସେହି ରାଷ୍ଟ୍ରକୁ ଜନମଙ୍ଗଳ ରାଷ୍ଟ୍ର କୁହାଯାଏ ।

୪ । ଜଗତୀକରଣ (Globalisation) କହିଲେ କ’ଣ ବୁଝ ?
Answer:
ଜଗତୀକରଣ ଏପରି ଏକ ପ୍ରକ୍ରିୟା ଯାହା ସମଗ୍ର ପୃଥ‌ିବୀକୁ ରାଷ୍ଟ୍ର ନିର୍ବିଶେଷରେ ଏକ ‘ବିଶ୍ଵ-ଗ୍ରାମ’ରେ ପରିଣତ କରିବାପାଇଁ ଉଦ୍ଦିଷ୍ଟ ଯେଉଁଠାରେ ଲୋକମାନଙ୍କ ମଧ୍ୟରେ ପରସ୍ପର ନିର୍ଭରଶୀଳତା ଭିତ୍ତିରେ ସାମାଜିକ ଓ ଅର୍ଥନୈତିକ ଆନ୍ତଃସଂପର୍କ ପ୍ରତିଷ୍ଠିତ ହୋଇପାରିବ । ଏହାର ଲକ୍ଷ୍ୟ ହେଉଛି ଆନ୍ତର୍ଜାତିକ ବାଣିଜ୍ୟକୁ ଅବାଧ ଓ କଟକଣାଶୂନ୍ୟ କରିଦେବା । ତଥ୍ୟ, ଦ୍ରବ୍ୟ ଓ ପୁଞ୍ଜିର ଅବାଧ ପ୍ରବାହ ମାଧ୍ୟମରେ ଜଗତୀକରଣ ପ୍ରତିଫଳିତ ହୋଇଥାଏ ।

(C) ଗୋଟିଏ ଶବ୍ଦରେ ଉତ୍ତର ଦିଅ

୧ । ଆଧୁନିକ ବ୍ୟକ୍ତିବାଦ ରାଷ୍ଟ୍ରକୁ କେଉଁ ସଂସ୍ଥା ହିସାବରେ ଗ୍ରହଣ କରେ ?
Answer:
ସଂଯୋଜନାକାରା ସଂସ୍ଥା

୨ । ପୁରାତନ ବ୍ୟକ୍ତିବାଦ ରାଷ୍ଟ୍ରକୁ କେଉଁ ଅନୁଷ୍ଠାନରୂପେ ବିବେଚନା କରେ ?
Answer:
ଆବଶ୍ୟକୟ ମଦ

୩ । ଆଧୁନିକ ରାଷ୍ଟ୍ରଗୁଡ଼ିକ ସାଧରଣତଃ କେଉଁ ପ୍ରକାରର ରାଷ୍ଟ୍ର ଅଟନ୍ତି ?
Answer:
ଜନମଙ୍କଳ

୪ । ଜଗତୀକରଣର ସର୍ବଶେଷ ଲକ୍ଷ୍ୟ କ’ଣ ?
Answer:
ବିଶୃଗ୍ର।ମ ପ୍ରତିଷ୍ଠା

୫ । କେଉଁ ତତ୍ତ୍ଵ ଉଦାରୀକରଣ ଓ ଘରୋଇକରଣକୁ ପ୍ରୋତ୍ସାହନ କରେ ?
Answer:
ଜଗତୀକରଣ

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

୬ । ବର୍ତ୍ତମାନ ଜାତିସଂଘର ସଦସ୍ୟ ସଂଖ୍ୟା କେତେ ?
Answer:
୧୯୨ (ମୋଣ୍ଟେନିଟ୍ରୋ ୨୦୦୯ ମସିହାରେ ୧୯୨ତମ ସଦସ୍ୟ)

୭ । “ ରାଷ୍ଟ୍ର ଓ ନାଗରିକ ବା ସଭ୍ୟ ସମାଜ ପରସ୍ପରର ପରିପୂରକ, ବିକଳ୍ପ ନୁହଁନ୍ତି”- ଏହି ଉକ୍ତିଟି କାହାର ?
Answer:
ସମାଜଶାସ୍ତ୍ରୀ ଆତ୍ରେ ବେଟେଲି

(D) ଭ୍ରମ ସଂଶୋଧନ କର ।

୧ । ନାଗରିକ ସମାଜ ରାଷ୍ଟ୍ର ବିରୋଧୀ ଅଟେ ।
Answer:
ନାଗରିକ ସମାଜ ରାଷ୍ଟ୍ର ବିରୋଧୀ ନୁହେଁ ।

୨ । ଆଇନର ଶାସନ, କ୍ଷମତା ପୃଥକୀକରଣ, ଗଣତାନ୍ତ୍ରିକ ଧର୍ମନିରପେକ୍ଷ ବ୍ୟବସ୍ଥା ନାଗରିକ ସମାଜର ବିକାଶ ନିମନ୍ତେ ଆବଶ୍ୟକ ନୁହେଁ।
Answer:
ଆଇନର ଶାସନ, କ୍ଷମତା ପୃଥକୀକରଣ, ଗଣତାନ୍ତ୍ରିକ ଧର୍ମନିରପେକ୍ଷ ବ୍ୟବସ୍ଥା ନାଗରିକ ସମାଜର ବିକାଶ ନିମନ୍ତେ ଆବଶ୍ୟକ ।

୩ । ଜନମଙ୍ଗଳରାଷ୍ଟ୍ର ଏକ ନକାରାତ୍ମକ ରାଷ୍ଟ୍ର ଅଟେ ।
Answer:
ଜନମଙ୍ଗଳରାଷ୍ଟ୍ର ଏକ ସକାରାତ୍ମକ ରାଷ୍ଟ୍ର ଅଟେ ।

୪ । ଜନମଙ୍ଗଳ ରାଷ୍ଟ୍ରରେ ଅମଲାତନ୍ତ୍ରର ପ୍ରାଧାନ୍ୟ ହ୍ରାସ ପାଏ ।
Answer:
ଜନମଙ୍ଗଳ ରାଷ୍ଟ୍ରରେ ଅମଲାତନ୍ତ୍ରର ପ୍ରାଧାନ୍ୟ ବୃଦ୍ଧି ପାଏ ।

୫ । ବ୍ୟକ୍ତିବାଦ ଅନୁସାରେ ରାଷ୍ଟ୍ର ଏକ ଅନାବଶ୍ୟକ ଭଲ ଅନୁଷ୍ଠାନ ।
Answer:
ବ୍ୟକ୍ତିବାଦ ଅନୁସାରେ ରାଷ୍ଟ୍ର ଏକ ଆବଶ୍ୟକୀୟ ମନ୍ଦ ଅନୁଷ୍ଠାନ ଅଟେ ।

(E) ଶୂନ୍ୟସ୍ଥାନ ପୂରଣ କର ।

୧ । __________ ଯୋଗ୍ୟତମ ହିଁ ତିଷ୍ଠି ରୁହେ ନୀତିରେ ବିଶ୍ଵାସ କରେ ।
Answer:
ବ୍ଯକ୍ତିବାଦ

୨ । ରାଷ୍ଟ୍ରର କାର୍ଯ୍ୟପରିସର ସଂପର୍କୀୟ ___________ ତତ୍ତ୍ଵ ଅର୍ଥନୈତିକ ଉଦାରବାଦରୁ ସୃଷ୍ଟି ହୋଇଛି ।
Answer:
ବ୍ଯକ୍ତିବାଦ

୩ । ___________ ରାଷ୍ଟ୍ର ପ୍ରତ୍ୟେକ ନାଗରିକକୁ ଜୀବନଧାରଣ ନିମନ୍ତେ ସର୍ବନିମ୍ନ ମାନ ଓ ସୁଯୋଗର ପ୍ରତିଶ୍ରୁତି ପ୍ରଦାନ କରେ ।
Answer:
ଜନମଙ୍କଳ

୪ । _________ ନାଗରିକ ସମାଜ ଗଠନର ଏକ ଗୁରୁତ୍ଵପୂର୍ଣ୍ଣ ଆଧାର ।
Answer:
ସାମାଜିକ ବହୁଳବାଦିତା (Social Pluralism)

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

୫ | _____________ରାଷ୍ଟ୍ର ସଭ୍ୟ ବା ନାଗରିକ ସମାଜ ପାଇଁ ଅନୁକୂଳ ।
Answer:
ଗଣତାନ୍ତ୍ରିକ, ସାମ୍ବିଧାନିକ ଓ ଧର୍ମନିରପେକ୍ଷ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି/ ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ରାଷ୍ଟ୍ରର କାର୍ଯ୍ୟାବଳୀ ବିଷୟରେ କେଉଁ ତତ୍ତ୍ବ ସର୍ବନିମ୍ନ ରାଷ୍ଟ୍ର କାର୍ଯ୍ୟ ଉପରେ ଗୁରୁତ୍ଵ ହୋଇଥାଏ ?
Answer:
ରାଷ୍ଟ୍ରର କାର୍ଯ୍ୟାବଳୀ ବିଷୟରେ ବ୍ୟକ୍ତିବାଦ ତତ୍ତ୍ଵ ସର୍ବନିମ୍ନ ରାଷ୍ଟ୍ର କାର୍ଯ୍ୟ ଉପରେ ଗୁରୁତ୍ଵ ଦେଇଥାଏ ।

୨ । ଜନମଙ୍ଗଳ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ କ’ଣ ?
Answer:
ଜନମଙ୍ଗଳ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ହେଉଛି ନାଗରିକର ଜୀବନ ଓ ଅଧିକାରର ଆଇନଗତ ସୁରକ୍ଷା, ଦେଶର ସାର୍ବଭୌମତ୍ଵ ଓ ଭୂଖଣ୍ଡୀୟ ଏକତ୍ଵର ସଂରକ୍ଷଣ ଏବଂ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହ ଆନ୍ତର୍ଜାତିକ ସଂପର୍କ ରକ୍ଷା ।

୩ । ଆନ୍ତର୍ଜାତୀୟ ଅନୁଷ୍ଠାନ ଜଗତୀକରଣକୁ କିପରି ଉତ୍ସାହିତ କରୁଛି ?
Answer:
ବିଶ୍ବକୁ ଏକତ୍ର କରିବାର ବିଧବଦ୍ଧ ଯୋଜନା ପ୍ରଥମ ବିଶ୍ଵଯୁଦ୍ଧ ପରେ ୧୯୨୦ ମସିହାରେ ଜାତିସଂଘ ପ୍ରତିଷ୍ଠା ଦ୍ଵାରା ଆରମ୍ଭ ହୋଇ ୧୯୪୫ ମସିହାରେ ମିଳିତ ଜାତିସଂଘ ପ୍ରତିଷ୍ଠାଦ୍ଵାରା ରାଜନୈତିକ ଜଗତୀକରଣକୁ ପ୍ରୋତ୍ସାହନ ଯୋଗାଉଛି । ବିଶ୍ଵବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ଵ ବାଣିଜ୍ୟ ସଙ୍ଗଠନ ଆଦି ଆନ୍ତର୍ଜାତୀୟ ସଂସ୍ଥାମାନେ ଜଗତୀକରଣ ପ୍ରକ୍ରିୟାକୁ ଉତ୍ସାହିତ କରୁଛନ୍ତି ।

୪ । ଜନମଙ୍ଗଳ ରାଷ୍ଟ୍ରକୁ କାହିଁକି ସମାଲୋଚନା କରାଯାଏ ?
Answer:
ଜନମଙ୍ଗଳ ରାଷ୍ଟ୍ର ଏକ ଅମଲାତାନ୍ତ୍ରିକ ଶାସନ ହୋଇ କରଭାର ବୃଦ୍ଧି, ଶିଳ୍ପ ସଂକୋଚନ, ବ୍ୟୟବହୁଳ ବ୍ୟବସ୍ଥା ଆଦି କାରଣରୁ ସମାଲୋଚିତ ହୋଇଥାଏ । ଏହା ଅଧିକ ଦକ୍ଷଭାବରେ କାର୍ଯ୍ୟ ସଂପାଦନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ ନାହିଁ । ଏହା ଦରିଦ୍ର ରାଷ୍ଟ୍ରମାନଙ୍କ ପାଇଁ ଉପଯୋଗୀ ନୁହେଁ ।

(B) ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ରାଷ୍ଟ୍ର ଏକ କୁ-ଆବଶ୍ୟକତା (Necessary-evil) ଅଟେ – ଆଲୋଚନା କର ।
କିମ୍ବା, ବ୍ୟକ୍ତିବାଦୀ ରାଷ୍ଟ୍ର କ’ଣ ?
Answer:
ବ୍ୟକ୍ତିବାଦ ରାଷ୍ଟ୍ରର କାର୍ଯ୍ୟପରିସର ସମ୍ପର୍କୀୟ ବିବିଧ ସିଦ୍ଧାନ୍ତ ମଧ୍ୟରୁ ଅନ୍ୟତମ ଅଟେ । ସ୍ପେନ୍‌ସର, ଆଦାମ୍ ସ୍ମିଥ୍, ଜେ.ଏସ୍. ମିଲ୍ ପ୍ରଭୃତି ଦାର୍ଶନିକମାନଙ୍କ ମଧ୍ୟରେ ରାଷ୍ଟ୍ର ବ୍ୟକ୍ତି ପାଇଁ ଅତ୍ୟନ୍ତ ସୀମିତ କାର୍ଯ୍ୟ ସମ୍ପାଦନ କରିବା ଓ ସୀମିତ ହସ୍ତକ୍ଷେପ କରିବା ନୀତିକୁ ଗ୍ରହଣ କରିବା ଉଚିତ । ଏହା ଏକ ‘ନାସ୍ତିସୂଚକ ରାଷ୍ଟ୍ର’ ଅଟେ । ଏହା ଏକ ଫରାସୀ ଶବ୍ଦ ‘ଲେସେଜ୍ ଫେୟାର’ (Laissez faire) ରୁ ଉଦ୍ଧୃତ ଯାହାର ଅର୍ଥ ବ୍ୟକ୍ତିକୁ ନିୟନ୍ତ୍ରଣମୁକ୍ତ କରି ସର୍ବାଧିକ ସ୍ଵାଧୀନତା ପ୍ରଦାନ କରିବା ।

ଏହି ତତ୍ତ୍ଵରେ ରାଷ୍ଟ୍ରକୁ ଏକ ‘କୁ-ଆବଶ୍ୟକତା’ (Necessary-evil) ରୂପେ ଚିତ୍ରଣ କରାଯାଇଥାଏ । ଯେତେବେଳ ପର୍ଯ୍ୟନ୍ତ ରାଷ୍ଟ୍ର ନିଜର ସୀମିତ ରାତ୍ରିଜଗୁଆଳି ବା ପୋଲିସ୍ କାର୍ଯ୍ୟ ସମ୍ପାଦନ କରେ ସେତେବେଳ ପର୍ଯ୍ୟନ୍ତ ଏହାର ଆବଶ୍ୟକତା ରହିଥିବାବେଳେ ନିଜର ଏହି ନିର୍ଦ୍ଧାରିତ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରି ବ୍ୟକ୍ତି ସ୍ଵତନ୍ତ୍ରତା ଉପରେ ଅଧ୍ଵକ ନିୟନ୍ତ୍ରଣ ଜାରି କଲେ ଏହା ‘କୁ’ (evil) ଅନୁଷ୍ଠାନର ରୂପ ବହନ କରିଥାଏ ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

୨ । ଜନମଙ୍ଗଳ ରାଷ୍ଟ୍ର (Welfare State) କ’ଣ ? .
Answer:
ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିବାଦ ଓ ସମାଜବାଦର ସମନ୍ବୟରେ ଗଠିତ ରାଷ୍ଟ୍ରର କାର୍ଯ୍ୟପରିସର ସମ୍ବନ୍ଧୀୟ ଏକ ସର୍ବାଦୌଗୃହିତ ବିଂଶଶତାବ୍ଦୀୟ ସିଦ୍ଧାନ୍ତ ଅଟେ । ଜି.ଡ଼ି.ଏଚ୍.କୋଲେଙ୍କ ମତରେ, ଯେଉଁ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକ ସର୍ବନିମ୍ନ ଜୀବନ ଧାରଣର ସୁବିଧା ପାଇଥାଏ, ସେହି ରାଷ୍ଟ୍ରକୁ ଜନମଙ୍ଗଳ ରାଷ୍ଟ୍ର କୁହାଯାଏ । ଏହା ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଆବଶ୍ୟକୀୟ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାଏ । ହବସନ୍‌ଙ୍କ ମତରେ, ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିର ବହୁବିଧ କଲ୍ୟାଣ ପାଇଁ ଡାକ୍ତର, ଶିକ୍ଷକ, ବ୍ୟବସାୟୀ, ବୀମା ପ୍ରତିନିଧ୍ଵ ଆଦି ସହସ୍ରାଧ‌ିକ କାର୍ଯ୍ୟ ସମ୍ପାଦନ କରିଥାଏ । ଏହି ରାଷ୍ଟ୍ର ରାଜନୈତିକ ଆନୁଗତ୍ୟର ଧାରାକୁ ସ୍ପଷ୍ଟ, ସ୍ଵତଃସ୍ଫୁର୍ତ୍ତ ଓ ସରଳ କରିଥାଏ ।

୩ । ଜନମଙ୍ଗଳ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ କ’ଣ ?
Answer:
ଜନମଙ୍ଗଳ ରାଷ୍ଟ୍ରର କାର୍ଯ୍ୟପରିସରକୁ ବାଧ୍ୟତାମୂଳକ ଓ ଇଚ୍ଛାଧୀନ ପରି ଦୁଇଭାଗରେ ବିଭକ୍ତ କରିବା ଉଚିତ ନୁହେଁ; କାରଣ ଏହା ପ୍ରତ୍ୟେକ ନାଗରିକକୁ ଜୀବନ ଧାରଣର ସର୍ବନିମ୍ନ ସୁଯୋଗ ପ୍ରଦାନ କରିଥାଏ ଯାହା ବ୍ୟକ୍ତିର ବିକାଶ ପାଇଁ ଆବଶ୍ୟକ । ତଥାପି ଜନମଙ୍ଗଳ ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ ମଧ୍ୟରେ ବ୍ୟକ୍ତିର ଜୀବନ, ସ୍ଵତନ୍ତ୍ରତା ଓ ସମ୍ପଭିର ନିରାପତ୍ତା ରକ୍ଷା, ଆଭ୍ୟନ୍ତରୀଣ ଶାନ୍ତି ଓ ଶୃଙ୍ଖଳା ରକ୍ଷା, ଦୃଢ଼ ପ୍ରତିରକ୍ଷା ବ୍ୟବସ୍ଥା ମାଧ୍ୟମରେ ଭୂଖଣ୍ଡୀୟ ଏକତ୍ଵ ଓ ସ୍ଵାଧୀନତା ରକ୍ଷା, ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟ ପ୍ରଦାନ ଆଦି ଅନ୍ୟତମ ଅଟେ ।

୪ । ଜଗତୀକରଣ (Globalisation) ର ଯଥାର୍ଥତା ପ୍ରତିପାଦନ କର ।
Answer:
ଜଗତୀକରଣର ନିମ୍ନଲିଖ୍ ଉପକାରିତା ଏହାର ଯଥାର୍ଥତାକୁ ପ୍ରତିପାଦନ କରିଥାଏ –
(i) ଜଗତୀକରଣର ଅର୍ଥ ହେଉଛି ଆନ୍ତର୍ଜାତୀୟ ବାଣିଜ୍ୟକୁ ଅବାଧ ଓ କଟକଣା ଶୂନ୍ୟ କରିଦେବା ।
(ii) ବହିର୍ବାଣିଜ୍ୟର ପ୍ରସାର, ବିଦେଶୀ ପୁଞ୍ଜି ଓ କୌଶଳ ମାଧ୍ୟମରେ ପ୍ରତ୍ୟେକ ଦେଶ ଉନ୍ନତି କରି ପୃଥବୀକୁ ଏକ ‘ ବିଶ୍ଵ ଗ୍ରାମ’ (Global Village) ରେ ପରିଣତ କରିବା ଏହାର ଲକ୍ଷ୍ୟ ଅଟେ ।
(iii) ରାଷ୍ଟ୍ରୀୟ ଅର୍ଥନୀତି, ଉତ୍ପାଦନ, ପୁଞ୍ଜି ଓ କୌଶଳ ବିନିଯୋଗ ଆଦି ପ୍ରତିଯୋଗିତାମୂଳକ ହେବା ଫଳରେ ଉପଭୋକ୍ତା ଶସ୍ତା ଓ ଉନ୍ନତମାନର ଦ୍ରବ୍ୟ ନିଜ ବଜାରରେ ପାଇପାରେ ।
(iv) ଦ୍ରୁତ ଶିଳ୍ପୀକରଣ ଫଳରେ ଅର୍ଥନୀତିର ଉନ୍ନତି ହେବା ସଙ୍ଗେ ସଙ୍ଗେ ଅଧିକ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି କରିପାରନ୍ତି ।
(v) ବିଦେଶୀ ପୁଞ୍ଜି ଓ ସର୍ବାଧୁନିକ କୌଶଳର ବିନିଯୋଗ କରି ଅନୁନ୍ନତ ଓ ବିକାଶଶୀଳ ରାଷ୍ଟ୍ରମାନେ ନିଜର ପ୍ରାକୃତିକ ଓ ମାନବ ସମ୍ବଳର ସୁଷମ ଉପଯୋଗ କରି ଅର୍ଥନୈତିକ ସମୃଦ୍ଧି ଲାଭ କରିପାରନ୍ତି |
(vi) ରାଷ୍ଟ୍ରର ଅର୍ଥନୀତି ସହ ସାଂସ୍କୃତିକ ବିକାଶ ମଧ୍ୟ ସମ୍ଭବ ହୋଇଥାଏ ।

୫ । ଜଗତୀକରଣ (Globalisation) ର କୁପ୍ରଭାବ ଦର୍ଶାଅ ।
କିମ୍ବା, ଜଗତୀକରଣର ଅପକାରିତା ବା ‘ ସମାଲୋଚନାର କାରଣ ଦର୍ଶାଅ ।
Answer:
ଜଗତୀକରଣ ନିଜର ନିମ୍ନଲିଖତ କୁ-ପ୍ରଭାବ ଯୋଗୁଁ ସମାଲୋଚିତ ହୋଇଥାଏ ।
(i) ସାମ୍ରାଜ୍ୟବାଦୀମାନେ ଭାରତ ସହ ତୃତୀୟ ବିଶ୍ଵର ଦେଶଗୁଡ଼ିକର ବଜାରକୁ ପୁନଃଦଖଲ କରିବା ଉଦ୍ଦେଶ୍ୟରେ ଉକ୍ତ ଦେଶଗୁଡ଼ିକ ଉପରେ ଏହି ନୂଆ ଧରଣର ଆର୍ଥିକ ନୀତି ଚପାଇଦେଇ ଜଗତୀକରଣର ଢାଞ୍ଚାକୁ ଜନ୍ମ ଦେଇଛନ୍ତି ବୋଲି ସମାଲୋଚନା କରାଯାଉଛି ।
(ii) ଏହା ଅର୍ଥନୈତିକ ସାମ୍ରାଜ୍ୟବାଦ ପରି ଏକ ନୂତନ ଉପନିବେଶବାଦକୁ ପ୍ରୋତ୍ସାହନ ଯୋଗାଉଛି । ସୁନିର୍ଭରଶୀଳତାକୁ ନଷ୍ଟ କରୁଛି ।
(iii) ଏହା ବିଦେଶୀ ପୁଞ୍ଜି ଓ କୌଶଳ ପ୍ରୟୋଗର ଲୋଭ ଦେଖାଇ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କଦ୍ୱାରା ଜାତୀୟ ସମ୍ପଦର ଲୁଟ୍ କରୁଛି ।
(iv) ଅମର୍ତ୍ତ୍ୟ ସେନ୍‌ଙ୍କ ପରି ଅର୍ଥନୀତି ବିଶାରଦମାନେ ଏହି ନିୟନ୍ତ୍ରଣହୀନ ଜଗତୀକରଣ ପ୍ରକ୍ରିୟା ଅର୍ଥନୈତିକ ବୈଷମ୍ୟ ସୃଷ୍ଟି କରୁଛି ବୋଲି ମତପ୍ରକାଶ କରିଛନ୍ତି ।
(v) ଏହା ଅର୍ଥନୈତିକ ଦାସତ୍ଵର ମାଧ୍ୟମରୂପେ କାର୍ଯ୍ୟ କରୁଛି ।
(vi) ଏହା ଉନ୍ନତ କୌଶଳ, ଘରୋଇକରଣ ଓ କମ୍ ରାଷ୍ଟ୍ରୀୟ ହସ୍ତକ୍ଷେପ ଉପରେ ଗୁରୁତ୍ଵ ଦେଇ ଶ୍ରମିକମାରଣ ନୀତିକୁ ସମର୍ଥନ କରୁଛି ।
(vii) ଏହା ସମାଜବାଦର ବିରୋଧୀ ଅଟେ ।

୬ । ବ୍ୟକ୍ତିବାଦର ଯଥାର୍ଥତା ବା ସପକ୍ଷ ଯୁକ୍ତି ।
Answer:
ବ୍ୟକ୍ତିବାଦ ସପକ୍ଷରେ ନିମ୍ନଲିଖତ ଯୁକ୍ତି ଏହାର ଯଥାର୍ଥତାକୁ ପ୍ରତିପଦାନ କରିଥାଏ –
(i) ବ୍ୟକ୍ତି ନିଜର ଯୋଗ୍ଯତା, ପ୍ରତିଭା, ଦକ୍ଷତା ଓ ସ୍ଵାର୍ଥର ଶ୍ରେଷ୍ଠ ବିଚାରକ ହୋଇଥିବାରୁ ତା’ର ବ୍ୟକ୍ତିତ୍ଵର ବିକାଶ ପାଇଁ ତାକୁ ସର୍ବାଧ‌ିକ ସ୍ଵାଧୀନତା ପ୍ରଦାନ କରାଯିବା ଆବଶ୍ୟକ ।
(ii) ବୈଜ୍ଞାନିକ ଯୁକ୍ତି ଅନୁସାରେ “ ଯୋଗ୍ୟତମ ହିଁ ତିଷ୍ଠି ରହିବା ଆବଶ୍ୟକ ।”
(iii) ଅର୍ଥନୈତିକ ଦୃଷ୍ଟିରୁ ଏହା ମୁକ୍ତ ପ୍ରତିଯୋଗିତାମୂଳକ ବଜାର ସୃଷ୍ଟି କରି ସୁଲଭ ମୂଲ୍ୟରେ ଅଧିକ ଉତ୍କୃଷ୍ଟ ଦ୍ରବ୍ୟ ଉପଭୋକ୍ତାକୁ ପ୍ରଦାନ କରିପାରେ ।
(iv) ବାସ୍ତବତା ଦୃଷ୍ଟିରୁ ରାଷ୍ଟ୍ରର ହସ୍ତକ୍ଷେପ ନ ରହିଲେ ‘ଅମଲାତାନ୍ତ୍ରିକ ବିଳମ୍ବ’ ଓ ‘ଦକ୍ଷତା ହ୍ରାସ’ ହୁଏ ନାହିଁ ଓ ବ୍ୟକ୍ତିର ସୃଜନଶୀଳତା ଓ ଦକ୍ଷତାର ପୂର୍ଣ୍ଣ ଉପଯୋଗ କରାଯାଇପାରେ ।

୭ । ବ୍ୟକ୍ତିବାଦର ସମାଲୋଚନା ।
Answer:
ବ୍ୟକ୍ତିବାଦକୁ ନିମ୍ନଲିଖତ କାରଣରୁ ସମାଲୋଚନା କରାଯାଇପାରେ ।
(i) ବ୍ୟକ୍ତି ଉପରେ ଅଧିକ କ୍ଷମତା ନ୍ୟସ୍ତ କରାଗଲେ ଏହାର ଅପପ୍ରୟୋଗ ଘଟିବ ଓ ବ୍ୟକ୍ତିଗତ ସ୍ଵାର୍ଥସାଧନ ଲାଗି ସର୍ବଦା କନ୍ଦଳ ଲାଗିରହିବ ।
(ii) ମୁକ୍ତ ଅର୍ଥନୈତିକ ପ୍ରତିଯୋଗିତା ଶୋଷଣକୁ ଉତ୍ସାହିତ କରେ ।
(ii) ଆଇନ ବ୍ୟକ୍ତି ସ୍ଵତନ୍ତ୍ରତାକୁ ସଙ୍କୁଚିତ କରେ ନାହିଁ ବରଂ ଏହାପାଇଁ ଆବଶ୍ୟକୀୟ ସର୍ଭ ରୂପେ କାର୍ଯ୍ୟ କରେ ।
(iv) ରାଷ୍ଟ୍ର ଏକ ଆବଶ୍ୟକୀୟ ମନ୍ଦ ଅନୁଷ୍ଠାନ ନୁହେଁ, ବରଂ ଏକ ଜନମଙ୍ଗଳ ଅନୁଷ୍ଠାନ ଅଟେ ।
(v) ବ୍ୟକ୍ତି ସର୍ବଦା ନିଜ ସ୍ଵାର୍ଥର ସର୍ବଶ୍ରେଷ୍ଠ ବିଚାରକ ନୁହେଁ ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ରାଷ୍ଟ୍ରର କାର୍ଯ୍ୟଧାରା ସଂକ୍ରାନ୍ତୀୟ ବ୍ୟକ୍ତିବାଦୀ ତତ୍ତ୍ବ (Individualism) ତର୍ଜମା କର । ଏହାର ସପକ୍ଷବାଦୀ ଯୁକ୍ତି ଏବଂ ସମାଲୋଚନାର ଭିଭିର ବିଶ୍ଳେଷଣାତ୍ମକ ଆଲୋଚନା କର ।
Answer:
ରାଷ୍ଟ୍ର ବ୍ୟକ୍ତିର ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହା ସର୍ବସମ୍ମତ ହେଲେ ମଧ୍ୟ ‘ବ୍ୟକ୍ତିର ବିକାଶ’ର ସଂଜ୍ଞା ଭିନ୍ନ ଭିନ୍ନ ହୋଇଥିବାରୁ ରାଷ୍ଟ୍ରର କାର୍ଯ୍ୟକ୍ଷେତ୍ରର ସୀମା ନିର୍ଦ୍ଧାରଣ ସମ୍ପର୍କରେ ମତ ବିଭେଦତା ଦେଖା ଦେଇଥାଏ । ରାଷ୍ଟ୍ର ରାଜନୀତି ବିଜ୍ଞାନର କେନ୍ଦ୍ର ବିଷୟ ହୋଇଥିବାରୁ ରାଷ୍ଟ୍ରର କାର୍ଯ୍ୟପରିସର ମଧ୍ୟ ରାଜନୀତି ବିଜ୍ଞାନର ଏକ ଅଧ୍ୟାୟ ଅଟେ । ରାଷ୍ଟ୍ରର କାର୍ଯ୍ୟ ସହିତ ବ୍ୟକ୍ତି ଘନିଷ୍ଠଭାବେ ସଂପୃକ୍ତ ଥିବାରୁ ଏବଂ ରାଷ୍ଟ୍ରର ସମସ୍ତ କ୍ଷମତା ବ୍ୟକ୍ତିର କଲ୍ୟାଣ ପ୍ରତି ଅଭିପ୍ରେତ ଥିବାରୁ ପ୍ରତ୍ୟେକ ବ୍ୟକ୍ତି ସେ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ।

ରାଷ୍ଟ୍ରର କାର୍ଯ୍ୟପରିସର ବ୍ୟକ୍ତିର ଆନୁଗତ୍ୟର ଧାରାକୁ ସ୍ପଷ୍ଟ କରିଥାଏ । ରାଷ୍ଟ୍ରର କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା ସମୟରେ ଏକ ସାଧାରଣ ପ୍ରଶ୍ନ ଉତ୍‌ଥାପିତ ହୋଇଥାଏ- ବ୍ୟକ୍ତି ପାଇଁ ରାଷ୍ଟ୍ରର ସ୍ଥିତି ବା ରାଷ୍ଟ୍ର ପାଇଁ ବ୍ୟକ୍ତିର ସ୍ଥିତି ଆବଶ୍ୟକ । ଜର୍ମାନ୍ ଆଦର୍ଶବାଦୀଙ୍କ ମତରେ, ରାଷ୍ଟ୍ର ପାଇଁ ବ୍ୟକ୍ତି ଉଦ୍ଦିଷ୍ଟ ଏବଂ ରାଷ୍ଟ୍ରର ବିକାଶ ଓ ଅଭିବୃଦ୍ଧି ସକାଶେ ବ୍ୟକ୍ତିକୁ ବଳିଦାନ ଦିଆଯାଇପାରେ । ଅରାଜକତାବାଦୀମାନେ ରାଷ୍ଟ୍ରର ନିୟନ୍ତ୍ରଣକୁ ବ୍ୟକ୍ତିପକ୍ଷରେ ଅହିତକର ଓ ଅସହ୍ୟରୂପେ ଅଭିହିତ କରି ଏହାର ସମ୍ପୂର୍ଣ୍ଣ ଧ୍ବଂସସାଧନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

କମ୍ୟୁନିଷ୍ଟମାନେ ରାଷ୍ଟ୍ରକୁ ପୁଞ୍ଜିପତିମାନଙ୍କଦ୍ଵାରା ବ୍ୟବହୃତ ଶୋଷଣର ଏକ ମାଧ୍ୟମରୂପେ ଗ୍ରହଣ କରି ଏକ ଶ୍ରେଣୀବିହୀନ ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା କରି ରାଷ୍ଟ୍ରର ବିଲୋପସାଧନ ପାଇଁ ମତ ଉପସ୍ଥାପନ କରିଥା’ନ୍ତି । ଗାନ୍ଧିବାଦୀମାନେ ବ୍ୟକ୍ତିର ନୈତିକତା ଓ ଆତ୍ମନିୟନ୍ତ୍ରଣ ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରି ରାଷ୍ଟ୍ରର ନିୟନ୍ତ୍ରଣ ହ୍ରାସ ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି । ବ୍ୟକ୍ତିବାଦୀମାନେ ଅତ୍ୟଧିକ ବ୍ୟକ୍ତି ସ୍ଵାଧୀନତା ସପକ୍ଷରେ ମତ ଦେଇ ରାଷ୍ଟ୍ରକୁ ଏକ ରାତ୍ରିଜଗୁଆଳି ବା ପୋଲିସ୍‌ର କାର୍ଯ୍ୟ ଅର୍ପଣ କରିବାପାଇଁ ଯୁକ୍ତି ବାଢ଼ିଥା’ନ୍ତି ।

ସେମାନଙ୍କ ରାଷ୍ଟ୍ର ‘ପୋଲିସ୍ ରାଷ୍ଟ୍ର’ ନାମରେ ଖ୍ୟାତ । ସମାଜବାଦୀମାନେ ରାଷ୍ଟ୍ରର କାର୍ଯ୍ୟପରିସରକୁ ଅତ୍ୟଧ‌ିକ ବୃଦ୍ଧିକରିବା ସପକ୍ଷରେ ମତ ଦେଇଥା’ନ୍ତି । ଏହି ସମସ୍ତ ମତବାଦକୁ ବିଶ୍ଳେଷଣ କଲେ ଗୋଟିଏ ସାଧାରଣ ନୀତିର ଅବସ୍ଥିତି ଜଣାପଡ଼େ । କେତେକ ଦାର୍ଶନିକ ବ୍ୟକ୍ତିର ସ୍ଵତନ୍ତ୍ରତାର ପରିସର ବୃଦ୍ଧି ପାଇଁ ରାଷ୍ଟ୍ରର କ୍ଷମତା ଓ କାର୍ଯ୍ୟପରିସରକୁ ସୀମିତ କରନ୍ତି ଏବଂ ଅନ୍ୟ କେତେକ ବ୍ୟକ୍ତିର ସ୍ଵତନ୍ତ୍ରତାର ପରିସର ସୀମିତ କରି ସାମୂହିକ କଲ୍ୟାଣ ଦୃଷ୍ଟିରୁ ରାଷ୍ଟ୍ରର କାର୍ଯ୍ୟପରିସରକୁ ବ୍ୟାପକ କରନ୍ତି ।

ଏଣୁ ବ୍ୟକ୍ତିର ସ୍ଵତନ୍ତ୍ରତା ଓ ରାଷ୍ଟ୍ରର କାର୍ଯ୍ୟପରିସର ବିପରୀତମୁଖୀ ଅଟନ୍ତି; କିନ୍ତୁ ବିଂଶ ଶତାବ୍ଦୀର ଆବଶ୍ୟକତା ଦୃଷ୍ଟିରୁ ବିବେଚନା କଲେ ରାଷ୍ଟ୍ରର କ୍ଷମତା ଓ କାର୍ଯ୍ୟପରିସର ବ୍ୟକ୍ତିର ସ୍ଵତନ୍ତ୍ରତାକୁ ସଙ୍କୁଚିତ କରେ ନାହିଁ; ବରଂ ବାସ୍ତବ ଓ ସାମୂହିକ କଲ୍ୟାଣସାଧନ ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରେ । ରାଷ୍ଟ୍ରର କାର୍ଯ୍ୟପରିସର ସମ୍ପର୍କୀୟ ଉପରୋକ୍ତ ଧାରଣାକୁ ନେଇ ଦୁଇଟି ମତବାଦ; ଯଥା ବ୍ୟକ୍ତିବାଦ (Individualism) ଓ ସମାଜବାଦ (Socialism) ର ଜନ୍ମ ହୋଇଛି ।

ବ୍ୟକ୍ତିବାଦୀମାନେ ରାଷ୍ଟ୍ରକୁ ଏକ ଆବଶ୍ୟକୀୟ କୁ-ସଂସ୍ଥା (Necessary-evil) ର ରୂପ ଦେଇଥା’ନ୍ତି । ସ୍ଵାର୍ଥକୈନ୍ଦ୍ରିକ ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରି ତା’ର ଜୀବନ ଓ ସ୍ଵତନ୍ତ୍ରତାର ସଂରକ୍ଷଣ ପାଇଁ ରାଷ୍ଟ୍ର ପୋଲିସ୍ ବା ରାତ୍ରିଜଗୁଆଳି ପରି କେବଳ ଶାନ୍ତିଶୃଙ୍ଖଳା ରକ୍ଷା କାର୍ଯ୍ୟ କରିବା ଉଚିତ ବୋଲି ସେମାନଙ୍କର ମତ । ହବସ୍, ଲକ୍‌, ରିକାର୍ଡୋ, ଆଡ଼ାମ୍ ସ୍ମିଥ୍, ମିଲ, ସ୍ପେନସ୍‌ର, କାଣ୍ଟ ଇତ୍ୟାଦି ବ୍ୟକ୍ତିବାଦର ସମର୍ଥକ ଅଟନ୍ତି ।

ପ୍ରାଚୀନ ଗ୍ରୀସ୍‌ରେ ସୋଫିଷ୍ଟମାନଙ୍କର ବିଚାରଧାରା ବ୍ୟକ୍ତିବାଦୀ ଥିଲା । ଷ୍ଟାଇକ୍ ବିଚାରଧାରାରେ ବ୍ୟକ୍ତିବାଦୀ ଦର୍ଶନର ପ୍ରତିଫଳନ ଦେଖିବାକୁ ମିଳେ । ଲକ୍ ଓ ରୁଷୋ ବ୍ୟକ୍ତି ସ୍ଵାଧୀନତାର ପୃଷ୍ଠପୋଷକ ଥିଲେ; କିନ୍ତୁ ଜନମତ ଉପରେ ପ୍ରତିଷ୍ଠିତ ଗଣତାନ୍ତ୍ରିକ ଶାସନର ରୂପରେଖ ସେମାନେ ନିର୍ଣ୍ଣୟ କରିଥିଲେ । ହବସ୍‌ଙ୍କ ଦର୍ଶନ ନିରଙ୍କୁଶ ରାଜତନ୍ତ୍ରକୁ ସମର୍ଥନ କରୁଥିଲେ ମଧ୍ୟ ଏହାର ଅନ୍ତଃସ୍ଵର ବ୍ୟକ୍ତିବାଦ ଅଟେ ।
ଶିଳ୍ପବିପ୍ଳବ ପରେ ବ୍ୟକ୍ତିବାଦୀ ଚିନ୍ତାଧାରାର ବ୍ୟାପକ ପ୍ରସାର ହେଲା ।

ଫ୍ରାନ୍ସର ଅର୍ଥଶାସ୍ତ୍ରବିତ୍, ଇଂଲଣ୍ଡର ଉପଯୋଗିତାବାଦୀ (Utilalitarians) ପ୍ରଭୃତି ଏହାକୁ ସମର୍ଥନ କରିଛନ୍ତି । ଉପଯୋଗିତାବାଦୀମାନେ ସର୍ବାଧ‌ିକ ବ୍ୟକ୍ତିଙ୍କର ସର୍ବାଧ‌ିକ ସୁଖ ନୀତିରେ ବିଶ୍ଵାସ କରି ରାଷ୍ଟ୍ରର କାର୍ଯ୍ୟପରିସରକୁ ସୀମିତ ରଖୁବାପାଇଁ ମତ ଦେଇଥିଲେ । ଜନ୍ ଷ୍ଟୁଆର୍ଟ ମିଲ୍ ଏହି ତତ୍ତ୍ଵର ଟାଣୁଆ ସମର୍ଥକ ଅଟନ୍ତି । ସ୍ପେନ୍ସର ଯୋଗ୍ୟତମର ଅବସ୍ଥିତି ନୀତି ପାଇଁ ରାଷ୍ଟ୍ରକୁ ମନ୍ଦ ଅନୁଷ୍ଠାନର ରୂପ ଦେଇଛନ୍ତି ।

ବ୍ୟକ୍ତିବାଦୀମାନଙ୍କ ମତରେ, ରାଷ୍ଟ୍ର ଏକ ଦରକାରୀ କ୍ଷତିକାରକ ସଂସ୍ଥା । ରାଷ୍ଟ୍ର ଦରକାରୀ, କାରଣ ରାଷ୍ଟ୍ରର କେତୋଟି କାର୍ଯ୍ୟ ଅତ୍ୟନ୍ତ ଅପରିହାର୍ଯ୍ୟ । ଏହି ଅପରିହାର୍ଯ୍ୟ କାର୍ଯ୍ୟାବଳୀ ହେଲା ତିନିପ୍ରକାରର ।
(୧) ରାଷ୍ଟ୍ର ମଧ୍ୟରେ ଆଇନଶୃଙ୍ଖଳା ରକ୍ଷା କରିବା ।
(୨) ରାଷ୍ଟ୍ରକୁ ବହିଃଆକ୍ରମଣରୁ ରକ୍ଷା କରିବା, ଏବଂ
(୩) ଆଇନ ଅନୁମୋଦିତ ଚୁକ୍ତିକୁ ରକ୍ଷାକରିବା ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

ଏହି ତିନୋଟି କାର୍ଯ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ରାଷ୍ଟ୍ର ହସ୍ତକ୍ଷେପ କଲେ ଏହା କ୍ଷତିକାରକ ସଂସ୍ଥାଭାବେ ପରିଚିତ ହେବ । କାରଣ ରାଷ୍ଟ୍ର ଯେତେ ଅଧ‌ିକରୁ ଅଧ‌ିକ କାର୍ଯ୍ୟରେ ହସ୍ତକ୍ଷେପ କରିବ, ବ୍ୟକ୍ତିର ସ୍ଵାତନ୍ତ୍ର୍ୟ ସେତେ ହ୍ରାସ ପାଇବ । ବ୍ୟକ୍ତିବାଦୀମାନେ ବ୍ୟକ୍ତିସ୍ଵାତନ୍ତ୍ର୍ୟର ନିଷ୍ଠାପର ସମର୍ଥକ ହୋଇଥିବାରୁ ସେମାନେ ରାଷ୍ଟ୍ରର କାର୍ଯ୍ୟପରିସରକୁ ସୀମିତ ରଖ୍ ବ୍ୟକ୍ତି ଉପରେ ଅଧ‌ିକ କାର୍ଯ୍ୟ ନ୍ୟସ୍ତ କରିବାକୁ ପସନ୍ଦ କରନ୍ତି ।

ଅତଏବ ବ୍ୟକ୍ତିବାଦୀମାନେ ସେଇଥପାଇଁ କହନ୍ତି ଯେ, କମ୍ ଶାସନ କରୁଥିବା ରାଷ୍ଟ୍ରହିଁ ସର୍ବୋତ୍କୃଷ୍ଟ ରାଷ୍ଟ୍ର । (That State is best State which governs the least.) । ଏହି ମତକୁ ବ୍ୟକ୍ତିସ୍ଵାତନ୍ତ୍ର୍ୟ ତତ୍ତ୍ଵ (Laissez faire theory) ବୋଲି ମଧ୍ୟ କୁହାଯାଏ ।

ଏହି ତତ୍ତ୍ଵ ସପକ୍ଷରେ ଚାରୋଟି ଯୁକ୍ତି ରହିଛି ।
(୧) ନୈତିକ ଯୁକ୍ତି – ବ୍ୟକ୍ତିବାଦୀମାନେ ମତପୋଷଣ କରନ୍ତି ଯେ ପ୍ରତ୍ୟେକ ମଣିଷ ମଧ୍ୟରେ ସୁପ୍ତ ପ୍ରତିଭାର ବିକାଶ ପାଇଁ ବ୍ୟକ୍ତି-ସ୍ଵାତନ୍ୟ ଅପରିହାର୍ଯ୍ୟ । ତେଣୁ ରାଷ୍ଟ୍ର ଅଳ୍ପ କାର୍ଯ୍ୟରେ ହସ୍ତକ୍ଷେପ କରି ବ୍ୟକ୍ତିକୁ ଅଧ‌ିକରୁ ଅଧିକ ସ୍ଵାତନ୍ତ୍ର୍ୟ ପ୍ରଦାନ କଲେ, ବ୍ୟକ୍ତି ମଧ୍ୟରେ ଥିବା ପ୍ରତିଭା ଠିକ୍ ଭାବରେ ବିକଶିତ ହେବ । ତେଣୁ ନୈତିକ ଦୃଷ୍ଟିରୁ ବ୍ୟକ୍ତିବାଦୀ ତତ୍ତ୍ଵ ଯୁକ୍ତିଯୁକ୍ତ ।

(୨) ଅର୍ଥନୈତିକ ଯୁକ୍ତି – ଅର୍ଥନୈତିକ କ୍ଷେତ୍ରରେ ବ୍ୟକ୍ତିକୁ ସ୍ଵାଧୀନତା ପ୍ରଦାନ କରାଗଲେ ପ୍ରତିଯୋଗିତାମୂଳକ ବ୍ୟବସାୟ ବୃଦ୍ଧି ପାଇବ । ତେଣୁ ରାଷ୍ଟ୍ରର ଅଧିକ ଉତ୍ପାଦନ ହେବ ଏବଂ ରାଷ୍ଟ୍ରର ଦ୍ରୁତ ଅର୍ଥନୈତିକ ବିକାଶ ସଂଘଟିତ ହେବ ।

(୩) ବୈଜ୍ଞାନିକ ଯୁକ୍ତି ଡାରଉଇନ୍‌ଙ୍କ ମତରେ, ବିବର୍ତ୍ତନବାଦ ତତ୍ତ୍ଵ କହେ ଯେ ସମାଜରେ କେବଳ ଯୋଗ୍ୟତମର ହିଁ ବଞ୍ଚିବାର ଅଧିକାର ରହିଛି । କାରଣ ଜୀବନ-ସଂଘର୍ଷର ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟକ୍ତି ହିଁ ସମାଜ ପାଇଁ ଉପଯୁକ୍ତ । ବ୍ୟକ୍ତିବାଦୀମାନେ ବ୍ୟକ୍ତି-ସ୍ଵାତନ୍ତ୍ର୍ୟ ଏବଂ ପ୍ରତିଯୋଗିତାକୁ ପ୍ରଶ୍ରୟ ଦେଇ ଯୋଗ୍ୟତମର ବଞ୍ଚିବାର ଅଧିକାରକୁ ସମର୍ଥନ କରନ୍ତି ଏବଂ ଏହା ବିଜ୍ଞାନସମ୍ମତ ବୋଲି ଯୁକ୍ତି କରନ୍ତି ।

(୪) ବାସ୍ତବବାଦୀ ଯୁଢି – ବାସ୍ତବବାଦୀ ଦୃଷ୍ଟିରୁ ଚିନ୍ତାକଲେ ଏହା ସ୍ପଷ୍ଟ ଯେ ରାଷ୍ଟ୍ର ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କଲେ କୌଣସି କାର୍ଯ୍ୟ ଉପଯୁକ୍ତଭାବରେ କରିପାରିବ ନାହିଁ । ତେଣୁ ବ୍ୟକ୍ତିକୁ କାମ କରିବାର ଅଧ‌ିକ ସୁଯୋଗ ଦେବା ବିଧେୟ ।

(୧) ବ୍ୟକ୍ତି ଉପରେ ଅଧିକ କ୍ଷମତା ନ୍ୟସ୍ତ କରାଗଲେ ଏହାର ଅପପ୍ରୟୋଗ ଘଟିବ । ବ୍ୟକ୍ତିଗତ ସ୍ଵାର୍ଥସାଧନ ଲାଗି ସର୍ବଦା କଳହ ଲାଗିରହିବ ।

(୨) ଅର୍ଥନୈତିକ କ୍ଷେତ୍ରରେ ସ୍ଵାତନ୍ତ୍ର୍ୟ ପ୍ରଦାନ କରାଗଲେ ସମାଜରେ ଦୁଇଗୋଷ୍ଠୀର ସୂତ୍ରପାତ ଘଟିବ । ଦଳେ ଧନୀରୁ ଅଧିକ ଧନୀ ହେବେ ଏବଂ ଅନ୍ୟଦଳେ ଦରିଦ୍ରରୁ ଅଧ‌ିକ ଦରିଦ୍ର ହେବେ । ଫଳତଃ, ଦରିଦ୍ର ଶ୍ରେଣୀର ଲୋକମାନଙ୍କୁ ନ୍ୟାୟ ମିଳିବ ନାହିଁ ।

(୩) ଯୋଗ୍ୟତମର ହିଁ ବଞ୍ଚିବା ଯଥାର୍ଥ କଥାଟିକୁ ସମାଜବାଦୀମାନେ ନାପସନ୍ଦ କରନ୍ତି । ଏହାଦ୍ଵାରା ଖଳପ୍ରକୃତି ଲୋକଙ୍କୁ ପ୍ରୋତ୍ସାହନ ମିଳିବ । ଅଥଚ କବି, କଳାକାର ସମାଜ ଉପରେ କରିତ୍‌କର୍ମା କଳାବଜାରୀର ଅଟ୍ଟାଳିକା ଗଢ଼ିଉଠିବ ।

(୪) ପୁନଶ୍ଚ ସମାଲୋଚକମାନେ ଯୁକ୍ତି ବାଢ଼ନ୍ତି ଯେ ରାଷ୍ଟ୍ର ଅଧ‌ିକ କାର୍ଯ୍ୟ କଲେ ବ୍ୟକ୍ତିର ସ୍ଵତନ୍ତ୍ରତା ହ୍ରାସ ପାଇବ ନାହିଁ, ବରଂ ବ୍ୟକ୍ତିସ୍ଵାତନ୍ତ୍ର୍ୟ ଏବଂ ସ୍ଵାଧୀନତା ରାଷ୍ଟ୍ରଦ୍ଵାରା ସୁରକ୍ଷା କରାଯାଇପାରିବ । ଉଦାହରଣସ୍ୱରୂପ, ଗୋଟିଏ ଦେଶର।

(୫) ସର୍ବଶେଷରେ ଏହି ତତ୍ତ୍ଵଦ୍ଵାରା ରାଷ୍ଟ୍ରରେ କୌଣସି ପ୍ରକାରର ଜନମଙ୍ଗଳ କାର୍ଯ୍ୟ ହୋଇପାରିବ ନାହିଁ । ବ୍ୟକ୍ତିମାନଙ୍କ ପାଇଲେ ସେମାନେ ନିଜ ସ୍ଵାର୍ଥସାଧନରେ ବ୍ୟସ୍ତ ରହି ସାମୂହିକ କାର୍ଯ୍ୟ ପ୍ରତି ଅବହେଳା କରିବେ ।

ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ପୁରାତନ ବ୍ୟକ୍ତିବାଦର ଲୋକପ୍ରିୟତା ହ୍ରାସ ପାଇଲା ଓ ରାଷ୍ଟ୍ରର ନିୟନ୍ତ୍ରଣ ଓ ହସ୍ତକ୍ଷେପର ମାତ୍ରା ତୀବ୍ରଭାବେ ବୃଦ୍ଧିପାଇଲା । ଅଧ୍ୟାପକ ଲାସ୍କଙ୍କ ମତରେ, ନୈତିକ ଭିତ୍ତିଭୂମିର ଦୁର୍ବଳତା ହେତୁ ଏହି ବ୍ୟକ୍ତିବାଦର ମୃତ୍ୟୁ ଆସନ୍ନ ହେଲା । ଶିଳ୍ପଭିଭିକ ପୁଞ୍ଜିବାଦର ସମସ୍ୟାକୁ ସମାଧାନ କରିବା ଏହା ପକ୍ଷରେ ସମ୍ଭବପର ହେଲା ନାହିଁ । ରାଷ୍ଟ୍ରର କ୍ଷମତା ପରିସର ଅତ୍ୟଧୂକଭାବେ ବୃଦ୍ଧିପାଇବା ହେତୁ ପ୍ରତିକ୍ରିୟା ସ୍ଵରୂପ ‘ଆଧୁନିକ ବ୍ୟକ୍ତିବାଦ’ (Modern individualism) ର ଜନ୍ମ ହେଲା ।

ଏହା ବ୍ୟକ୍ତିବାଦ ଅପେକ୍ଷା ସମାନ ଲକ୍ଷ୍ୟର ପରିତୃପ୍ତି ସାଧନ ପାଇଁ ବ୍ୟକ୍ତିମାନଙ୍କଦ୍ୱାରା ଗଠିତ ଗୋଷ୍ଠୀ (Group) ଉପରେ ଗୁରୁତ୍ଵ ଆରୋପ କଲା । ବ୍ୟକ୍ତି ରାଷ୍ଟ୍ର ମାଧ୍ୟମରେ ରାଜନୈତିକ ଦୃଷ୍ଟିରୁ ସୁସଂଯୋଜିତ ହେବା ଅପେକ୍ଷା ନିଜର ବାସ୍ତବ କାର୍ଯ୍ୟ ଦୃଷ୍ଟିରୁ ଗଠିତ ଦଳ ମଧ୍ୟରେ ସଂଯୋଜିତ ହେବା ଅଧୂକ ବଳିଷ୍ଠ ହେଲା । ମୁଖ୍ୟତଃ ଯୋଗୁଁ ଆଧୁନିକ ବ୍ୟକ୍ତିବାଦର ସ୍ଥିତି ସମ୍ଭବ ହୋଇଛି । ପ୍ରଥମତଃ, ଆଧୁନିକ ସମାଜର ବହୁମୁଖୀ ଚରିତ୍ରକୁ ସ୍ବୀକୃତି ଦିଆଯାଇଛି ଯାହା ଗୋଷ୍ଠୀ (Group) ର ସ୍ଥିତି ଗୁରୁତ୍ଵକୁ ବୃଦ୍ଧି କରିଛି | ଦ୍ଵିତୀୟତଃ, ରାଷ୍ଟ୍ରର କ୍ଷମତା ପରିସର ଗ୍ରାହାମ୍ ୱାଲାସ୍, ମିସ୍ ଫୋଲେଟ୍ ଇତ୍ୟାଦି ଅନ୍ୟତମ ଅଟନ୍ତି ।

ସେମାନେ ‘ଗୋଷ୍ଠୀ’ର ସ୍ଵାୟତ୍ତ ଶାସନ କ୍ଷମତା ପାଇଁ ଓ ରାଷ୍ଟ୍ରର ଏକଚାଟିଆ ସର୍ବୋଚ୍ଚ କ୍ଷମତା ବ୍ୟବହାର ସମାଲୋଚନା ନିମନ୍ତେ ଯୁକ୍ତି ଉପସ୍ଥାପନ କରିଥା’ନ୍ତି । ଆଧୁନିକ ବ୍ୟକ୍ତିବାଦୀମାନେ ‘ଗୋଷ୍ଠୀ’କୁ ଏକ ବାସ୍ତବ ବ୍ୟକ୍ତିତ୍ଵ ପ୍ରଦାନ କରିଛନ୍ତି ଓ ରାଷ୍ଟ୍ରର ପରସ୍ପର ପ୍ରତିଦ୍ଵନ୍ଦୀ ସ୍ଵାର୍ଥଗୋଷ୍ଠୀ ମଧ୍ୟରେ ସମାଧାନକାରୀ ଓ ସଂହତି ରକ୍ଷାକାରୀ ସଂସ୍ଥାର ଭୂମିକା ଅର୍ପଣ କରିଛନ୍ତି; କିନ୍ତୁ ବ୍ୟକ୍ତିର ଉନ୍ନତି ତଥା ବ୍ୟକ୍ତିତ୍ଵର ପ୍ରକୃତ ବିକାଶ ପାଇଁ ଅସ୍ତିସୂଚକ ପଦକ୍ଷେପ ନେବାପାଇଁ ବ୍ୟକ୍ତିବାଦୀ ରାଷ୍ଟ୍ରର ମୃତସ୍ତୁପ ଉପରେ ସମାଜବାଦୀ ରାଷ୍ଟ୍ରର ପ୍ରାସାଦ ଗଢ଼ିଉଠିଛି।

୨ । ଜନମଙ୍ଗଳ ରାଷ୍ଟ୍ର କ’ଣ ? ଏହାର ବାଧ୍ୟତାମୂଳକ ଓ ଇଚ୍ଛାଧୀନ କାର୍ଯ୍ୟାବଳୀ ଆଲୋଚନା କର । ଏହାର ଯଥାର୍ଥତା ଓ ସମାଲୋଚନାର ଭିଭିକୁ ତର୍ଜମା କର ।
Answer:
ରାଷ୍ଟ୍ରର କାର୍ଯ୍ୟପରିସର ସମ୍ପର୍କରେ ବ୍ୟକ୍ତିବାଦ (Individualism) ଓ ସମାଜବାଦ (Socialism) ତତ୍ତ୍ଵକୁ ବିଶ୍ଳେଷଣ କଲେ ସ୍ପଷ୍ଟ ହୁଏ ଯେ ବ୍ୟକ୍ତିବାଦ ରାଷ୍ଟ୍ରର କାର୍ଯ୍ୟପରିସରକୁ ଅତ୍ୟନ୍ତ ସଙ୍କୁଚିତ କରିବା ସପକ୍ଷରେ ମତ ଦେବାବେଳେ ସମାଜବାଦ ରାଷ୍ଟ୍ରକୁ ଅତ୍ୟଧ‌ିକ କ୍ଷମତା ଦେବାର ପକ୍ଷପାତୀ ଅଟେ; କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ପୂର୍ଣ୍ଣମାତ୍ରାରେ ବ୍ୟକ୍ତବାଦୀ ବା ସମ୍ପୂର୍ଣ୍ଣ ସମାଜାବାଦୀ ରାଷ୍ଟ୍ର ଦେଖ‌ିବା ବିରଳ । ଏଣୁ ମଧ୍ଯମପନ୍ଥା ସ୍ଵରୂପ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ଓ ସମାଜର ମହତ୍ତ୍ଵ ପ୍ରତିଷ୍ଠା ମଧ୍ୟରେ ସମନ୍ଵୟ ରକ୍ଷାକରି ‘ଜନମଙ୍ଗଳ ରାଷ୍ଟ୍ର’ (Welfare State) ର ଜନ୍ମ ହୋଇଛି ।

ବ୍ୟକ୍ତିବାଦୀ ରାଷ୍ଟ୍ରର ଲଗାମହୀନ ପ୍ରତିଯୋଗିତା ଓ ଲାଭଖୋର ମନୋବୃତ୍ତି ଏବଂ ସମାଜବାଦୀ ରାଷ୍ଟ୍ରର ଅଭିବୃଦ୍ଧି ହ୍ରାସ ଓ ଏକଚ୍ଛତ୍ରବାଦୀ ଶାସନ ବ୍ୟକ୍ତିର ‘ସୂକ୍ଷ୍ମ ଜୀବନ’ ପାଇଁ ଦୁର୍ବିସହ ବୋଧ ହେଲା ଓ ଏହି ଦୁଇ ଚରମ ତତ୍ତ୍ଵର ମଧ୍ୟମ ସୋପାନରୂପେ ‘ଜନକଲ୍ୟାଣ ରାଷ୍ଟ୍ର’ର ଉତ୍ପତ୍ତି ହେଲା । ଆଧୁନିକ ଜନମଙ୍ଗଳ ରାଷ୍ଟ୍ରକୁ ଟି.ଡବ୍ଲ୍ୟୁ.କେଣ୍ଟ୍ ସାମାଜିକ ସେବାକାରୀ ସଂସ୍ଥା ସହ ତୁଳନା କରିଛନ୍ତି । ଏହା ଏକ ପୋଲିସ୍ ରାଷ୍ଟ୍ରର ପୂର୍ଣ୍ଣ ବିରୋଧାଚରଣ କରି ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଆବଶ୍ୟକୀୟ ସମସ୍ତ କାର୍ଯ୍ୟ ସମ୍ପାଦନର ଦାୟିତ୍ଵ ବହନ କରିଥାଏ ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

ଜି.ଡି.ଏଚ୍. କୋଲେଙ୍କ ମତରେ, ‘ ଜନମଙ୍ଗଳ ରାଷ୍ଟ୍ର ଏପରି ଏକ ସମାଜ ଯାହାକି ପ୍ରତ୍ୟେକ ନାଗରିକକୁ ଜୀବନଧାରଣର ସର୍ବନିମ୍ନ ମାନ ଓ ସୁଯୋଗ ନିଶ୍ଚିତଭାବେ ଅର୍ପଣ କରିଥାଏ ।’’ ହବସ୍‌ଙ୍କ ମତରେ, ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିର ବହୁବିଧ କଲ୍ୟାଣ ପାଇଁ ଡାକ୍ତର, ଶିକ୍ଷକ, ବ୍ୟବସାୟୀ, ବୀମା ପ୍ରତିନିଧ୍ଵ ଇତ୍ୟାଦି ପରି ସହସ୍ରାଧିକ କାର୍ଯ୍ୟ ସମ୍ପାଦନ କରିଥାଏ । ମାକ୍ ଆଇଭର୍ ଜନମଙ୍ଗଳ ରାଷ୍ଟ୍ରର କାର୍ଯ୍ୟପରିସର ନିର୍ଦ୍ଧାରଣ କରିବାକୁ ଯାଇ ମତ ଦିଅନ୍ତି ଯେ ‘ରାଷ୍ଟ୍ରର ଉଭୟ ଅସ୍ତିସୂଚକ ଓ ନାସ୍ତିସୂଚକ କାର୍ଯ୍ୟ ହେଉଛି ଶୃଙ୍ଖଳା ପ୍ରତିଷ୍ଠା ଓ ବ୍ୟକ୍ତିର ବ୍ୟକ୍ତିତ୍ଵକୁ ସମ୍ମାନ ପ୍ରଦର୍ଶନ କରିବା ।’

ଜନମଙ୍ଗଳ ରାଷ୍ଟ୍ର ସମ୍ପୂର୍ଣ୍ଣଭାବେ ଏକବିଂଶ ଶତାବ୍ଦୀୟ ବିଷୟ ନୁହେଁ । ପୁରାତନ ଇତିହାସରେ ବଣ୍ଡିତ ରାଜା- ମହାରାଜାମାନଙ୍କର ‘ସୁବର୍ଣ୍ଣ ଯୁଗ’କୁ ବର୍ତ୍ତମାନର ଜନମଙ୍ଗଳ ରାଷ୍ଟ୍ର ସହ ତୁଳନା କରାଯାଇପାରେ; କିନ୍ତୁ ଆଧୁନିକ ଅର୍ଥରେ ଏହି ଜନମଙ୍ଗଳ ରାଷ୍ଟ୍ରର ବିକାଶ ପ୍ରଥମ ବିଶ୍ଵଯୁଦ୍ଧ ପରେ ଆରମ୍ଭ ହେଲା । ବ୍ୟକ୍ତିବାଦର ଦୋଷତ୍ରୁଟି, ଅର୍ଥନୈତିକ ଯୋଜନା, ଆନ୍ତର୍ଜାତିକ ପ୍ରତିଦ୍ବନ୍ଦିତା, ସାମ୍ୟବାଦୀ ଓ ଗଣତାନ୍ତ୍ରିକ ଶକ୍ତି ମଧ୍ୟରେ ପ୍ରତିଯୋଗିତା, ଜନମଙ୍ଗଳ ରାଷ୍ଟ୍ରର ଜନ୍ମ, ସ୍ଥିତି ଓ ବିକାଶ ପାଇଁ ଦାୟୀ ଅଟେ । ହବ୍‌ମାନ (Hobman)ଙ୍କ ମତରେ, ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିବାଦ (Individualism) ଓ ସାମ୍ୟବାଦ (Communism) ମଧ୍ୟରେ ମଧ୍ୟ-ସୋପାନରେ ଅବସ୍ଥିତ ।

ଏହା ବ୍ୟକ୍ତିବାଦୀ ତତ୍ତ୍ବ ପରି ରାଷ୍ଟ୍ର କାର୍ଯ୍ୟ-ପରିସରକୁ ଏକ ପୋଲିସ୍ ବା ରାତ୍ରିଜଗୁଆଳି ପରି କେବଳ ଶାନ୍ତି-ଶୃଙ୍ଖଳା ମଧ୍ୟରେ ସୀମିତ ରଖୁବାପାଇଁ ଦାବି କରେ ନାହିଁ କିମ୍ବା ସାମ୍ୟବାଦ ପରି ରାଷ୍ଟ୍ରକୁ ଶୋଷଣର ମାଧ୍ୟମରୂପେ ଚିତ୍ରିତ କରି ଏହା ସମ୍ପୂର୍ଣ୍ଣ ବିଲୋପସାଧନ ପାଇଁ ଯୁକ୍ତି ବାଢ଼େ ନାହିଁ; ବରଂ ଜନମଙ୍ଗଳ ରାଷ୍ଟ୍ରର ନିୟମ ଅନୁଯାୟୀ ରାଷ୍ଟ୍ରର କାର୍ଯ୍ୟପରିସର ଅସୀମିତ ହୋଇ ବ୍ୟକ୍ତିର ବହୁବିଧ କଲ୍ୟାଣ କରିବା ନିମନ୍ତେ ଏହାର ସ୍ଥିତି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ।

ଜନକଲ୍ୟାଣ ରାଷ୍ଟ୍ରର ସୃଷ୍ଟି ଅନ୍ତରାଳେ ପୃଷ୍ଠଭୂମି ବିଦ୍ୟମାନ । ଦ୍ଵିତୀୟ ବିଶ୍ଵଯୁଦ୍ଧରେ ପୃଥ‌ିବୀର ରାଷ୍ଟ୍ରଗୁଡ଼ିକ ବ୍ୟାପକ ଅର୍ଥନୈତିକ କ୍ଷୟକ୍ଷତିର ଶିକାର ହୋଇ ଏହାର ପୁନଃବିନ୍ୟାସ ପାଇଁ ସୀମିତ ସମୟ ମଧ୍ୟରେ ରାଷ୍ଟ୍ରୀୟ ନୀତି ଓ କାର୍ଯ୍ୟକ୍ରମର ଗୁରୁତ୍ଵକୁ ଅନୁଭବ କଲେ । ତେଣୁ ସମାଜବାଦୀ ତତ୍ତ୍ଵର ଅର୍ଥନୈତିକ ଯୋଜନା ଗ୍ରହଣ କରିବାପାଇଁ ସେମାନେ ବାଧ୍ଯ ନାହିଁ । ଏଣୁ ସେମାନେ ସମାଜବାଦ ଓ ବ୍ୟକ୍ତିବାଦ ମଧ୍ୟରେ ସମନ୍ଵୟ ଘଟାଇ ଜନମଙ୍ଗଳ ରାଷ୍ଟ୍ରର ଭିତ୍ତି ସ୍ଥାପନ କଲେ ।

ଏହି ରାଷ୍ଟ୍ରରେ ମୁକ୍ତ ଅର୍ଥନୀତି (Free Economy) ଓ ଆବଦ୍ଧ ଅର୍ଥନୀତି (Closed Economy) ମଧ୍ୟରେ କୌଣସି ନୀତି ସମର୍ଥନ କରାନଯାଇ ମିଶ୍ରିତ ଅର୍ଥନୀତି (Mixed Economy)କୁ ଗ୍ରହଣ କରାଯାଇଥାଏ । ପୃଥିବୀର ଅଧିକାଂଶ ରାଷ୍ଟ୍ର ଜନମଙ୍ଗଳ ରାଷ୍ଟ୍ରର ପ୍ରକୃତି ବହନ କରୁଛନ୍ତି, କାରଣ ଏହା ମାଧ୍ୟମରେ ବ୍ୟକ୍ତିର ରାଜନୈତିକ ଆନୁଗତ୍ୟର ଧାରା ସରଳ, ସ୍ପଷ୍ଟ ଓ ଅଭ୍ୟାସଗତ ହୋଇଥାଏ ।

ଜନକଲ୍ୟାଣକାରୀ ରାଷ୍ଟ୍ରର କାର୍ଯ୍ୟାବଳୀ :
ସାଂପ୍ରତିକ ବିଶ୍ଵର ପ୍ରାୟ ସମସ୍ତ ରାଷ୍ଟ୍ର ଜନକଲ୍ୟାଣ ରାଷ୍ଟ୍ରଭାବେ ପରିଚିତ । ଏହି ଆଧୁନିକ ଜନକଲ୍ୟାଣ ରାଷ୍ଟ୍ରର କାର୍ଯ୍ୟାବଳୀକୁ ପ୍ରାଧାନତଃ ଦୁଇ ଭାଗରେ ବିଭକ୍ତ କରାଯାଏ; ଯଥା- (କ) ବାଧ୍ୟତାମୂଳକ, (ଖ) ଇଚ୍ଛାଧୀନ ।

(କ) ବାଧ୍ୟତାମୂଳକ କାର୍ଯ୍ୟାବଳୀ (Compulsory Functions) :
ବାଧ୍ୟତାମୂଳକ କାର୍ଯ୍ୟାବଳୀ ରାଷ୍ଟ୍ରର ସ୍ଥିତି ପାଇଁ ଅପରିହାର୍ଯ୍ୟ । ଏହି କାର୍ଯ୍ୟଗୁଡ଼ିକୁ ସମ୍ପାଦନ ନ କଲେ ରାଷ୍ଟ୍ର ‘ରାଷ୍ଟ୍ର ’ ପଦବାଚ୍ୟ ହୋଇପାରିବ ନାହିଁ । ଏହା ପାଞ୍ଚ ପ୍ରକାରର; ଯଥା- (୧) ରାଷ୍ଟ୍ରୀୟ ନିରାପତ୍ତା, (୨) ଆଭ୍ୟନ୍ତରୀଣ ଶାନ୍ତି-ଶୃଙ୍ଖଳା, (୩) ବୈଦେଶିକ ନୀତି ନିର୍ଦ୍ଧାରଣ, (୪) ବ୍ୟକ୍ତିର ଜୀବନ ଓ ସମ୍ପତ୍ତି ରକ୍ଷା, (୫) ସ୍ଵାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା ।

(୧) ରାଷ୍ଟ୍ରୀୟ ନିରାପତ୍ତା : ଏହା ଯେକୌଣସି ରାଷ୍ଟ୍ରର ମୌଳିକ କର୍ତ୍ତବ୍ୟ । ରାଷ୍ଟ୍ର ଯଦି ବହିଃଶତ୍ରୁ ଆକ୍ରମଣର ଶିକାର ହୁଏ, ରାଷ୍ଟ୍ର ମଧ୍ୟରେ ଜୀବନଧାରଣ ବିପନ୍ନ ହେବ । ତେଣୁ ପ୍ରତ୍ୟେକ ରାଷ୍ଟ୍ର ସେନାବାହିନୀ ଅବସ୍ଥାପନ କରି ରାଷ୍ଟ୍ରୀୟ ନିରାପତ୍ତା ପ୍ରତି ଗୁରୁତ୍ଵ ଦିଅନ୍ତି ।

(୨) ଆଭ୍ୟନ୍ତରୀଣ ଶାନ୍ତି-ଶୃଙ୍ଖଳା : ରାଷ୍ଟ୍ର ଭିତରେ ଥିବା ଜନସାଧାରଣଙ୍କର ଧନଜୀବନ ସୁରକ୍ଷା ରାଷ୍ଟ୍ରର ଏକ ଅପରିହାର୍ଯ୍ୟ କାର୍ଯ୍ୟ । ଚୋର, ଡକାୟତ, ଗୁଣ୍ଡା ଆଦି ଅସାମାଜିକ ଲୋକଙ୍କ ଦାଉରୁ ନାଗରିକମାନଙ୍କୁ ରକ୍ଷା କରିବା ଲାଗି ରାଷ୍ଟ୍ର ପୋଲିସ୍ ସଂସ୍ଥା ଗଠନ କରିଛି । ପୋଲିସ୍ ମାଧ୍ୟମରେ ଆଇନ ଶୃଙ୍ଖଳା ରକ୍ଷା କରାଯାଏ । ତାଛଡ଼ା ବିଭିନ୍ନ ନ୍ୟାୟାଳୟ ମାଧ୍ୟମରେ ରାଷ୍ଟ୍ର ସମାଜର ଖଳଲୋକମାନଙ୍କୁ ଦଣ୍ଡ ଦେଇ ଉତ୍ତମ ନାଗରିକମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରେ ।

(୩) ବୈଦେଶିକ ନୀତି ନିର୍ଦ୍ଧାରଣ : ବୈଜ୍ଞାନିକ ଉଦ୍ଭାବନ ଫଳରେ ସମ୍ପ୍ରତି ପୃଥ‌ିବୀର ସମସ୍ତ ରାଷ୍ଟ୍ର ପରସ୍ପର ନିକଟବର୍ତ୍ତୀ ହେଉଛନ୍ତି ଏବଂ ସେମାନଙ୍କ ଅର୍ଥନୈତିକ ନିର୍ଭରଶୀଳତା ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ବୈଦେଶିକ ନୀତି ନିର୍ଦ୍ଧାରଣ ଆଧୁନିକ ରାଷ୍ଟ୍ରର ଏକ ଅପରିହାର୍ଯ୍ୟ କର୍ତ୍ତବ୍ୟ ହୋଇପଡ଼ିଛି । କୂଟନୈତିକ ଦୂତ ପ୍ରେରଣ ଓ ଗ୍ରହଣ, ଆନ୍ତର୍ଜାତିକ ସମସ୍ୟା ସଂକ୍ରାନ୍ତରେ ଆଲୋଚନା, ଜାତିସଂଘ ଆଦି ଆନ୍ତର୍ଜାତିକ ସଂସ୍ଥା ସହ ସମ୍ପର୍କ ସ୍ଥାପନ ଆଦି କାର୍ଯ୍ୟ ସାଂପ୍ରତିକ ପ୍ରତ୍ୟେକ ରାଷ୍ଟ୍ରର ମୌଳିକ କର୍ତ୍ତବ୍ୟ ।

(୪) ବ୍ୟକ୍ତିର ଜୀବନ ଓ ସମ୍ପତ୍ତି ରକ୍ଷା : ଚୁକ୍ତିବାଦୀ ଦାର୍ଶନିକ ଲକ୍‌ଙ୍କ ମତରେ, ବ୍ୟକ୍ତିର ଜୀବନ ଓ ସମ୍ପତ୍ତିଗତ ଅଧିକାର ପ୍ରାକୃତିକ ଅଧ୍ବକାର (Natural right) ପଦବାଚ୍ୟ । ଏହି ମୌଳିକ ଅଧୂକାରର ସଂରକ୍ଷଣ ପାଇଁ ରାଷ୍ଟ୍ରର ସୃଷ୍ଟି | ଏଣୁ ରାଷ୍ଟ୍ରର ଏହି ଅଧିକାରକୁ ପୂର୍ଣ୍ଣ ଆଇନଗତ ମର୍ଯ୍ୟାଦା ପ୍ରଦାନ କରି ଆଇନ ମାଧ୍ୟମରେ ବ୍ୟକ୍ତିର ଜୀବନ ଓ ସମ୍ପତ୍ତି ସଂରକ୍ଷଣ ପାଇଁ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ।

(୫) ସ୍ଵାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା : ଏକ ସ୍ଵାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା ଅନୁପସ୍ଥିତିରେ ବ୍ୟକ୍ତି ନ୍ୟାୟ ପାଇବା ସମ୍ଭବପର ହେବ ନାହିଁ । ଆଇନ ଓ ନ୍ୟାୟର ଶାସନ ପ୍ରତିଷ୍ଠିତ ହେବା ମଧ୍ଯ ସମ୍ଭବପର ହେବ ନାହିଁ । ବ୍ୟକ୍ତିର ଅଧୂକାରର ସଂରକ୍ଷକ ହିସାବରେ ଏହି ବିଚାର ସଂସ୍ଥା କାର୍ଯ୍ୟ କରିଥାଏ । ରାଷ୍ଟ୍ରୀୟ କ୍ଷମତାର ଅବାଞ୍ଛିତ ହସ୍ତକ୍ଷେପ ଓ ବ୍ୟକ୍ତି ସ୍ଵାତନ୍ତ୍ର୍ୟ ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା ଓ ନ୍ୟାୟ ପ୍ରଦାନ ପାଇଁ ଏକ ସ୍ଵାଧୀନ ନିରପେକ୍ଷ, ଅଣପ୍ରତିଶ୍ରୁତିବଦ୍ଧ ବିଚାର ସଂସ୍ଥାର ଭୂମିକା ଏକ ରାଷ୍ଟ୍ରର ପରିସର ମଧ୍ୟରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ।

(ଖ) ଇଚ୍ଛାଧୀନ କାର୍ଯ୍ୟାବଳୀ (Optional Functions) :
ନିମ୍ନଲିଖତ କାର୍ଯ୍ୟାବଳୀଗୁଡ଼ିକ ରାଷ୍ଟ୍ରର ଇଚ୍ଛା, ସମ୍ବଳ, ଜନମତର ଚାପ, ରାଜନୈତିକ ବ୍ୟବସ୍ଥାର ପ୍ରକୃତି, ସମୟ ଓ ପରିସ୍ଥିତିର ପରିବର୍ତ୍ତନଶୀଳ ପ୍ରକୃତି ଉପରେ ନିର୍ଭର କରି ରାଷ୍ଟ୍ରଦ୍ଵାରା ସମ୍ପାଦିତ ହୋଇଥାଏ ।

(୧) ଶିକ୍ଷାର ପ୍ରସାର : ଆଧୁନିକ ଜୀବନରେ ଶିକ୍ଷା ଏକ ଗୁରୁତ୍ଵପୂର୍ଣ୍ଣ ଦିଗ । ଏଣୁ ଜନମଙ୍ଗଳ ରାଷ୍ଟ୍ର ଏହାର ପ୍ରସାର ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥାଏ । ଶିକ୍ଷା ବୃତ୍ତିଭିତ୍ତିକ, ବୈଷୟିକ ପ୍ରକୃତିସମ୍ପନ୍ନ ହେବା ମଧ୍ୟ ଆବଶ୍ୟକ । ଶିକ୍ଷା ବ୍ୟକ୍ତିକୁ ନିଜର ଅଧିକାର ଓ କର୍ତ୍ତବ୍ୟ, ରାଜନୈତିକ ପରିବେଶ ଇତ୍ୟାଦି ସମ୍ପର୍କରେ ସଚେତନଶୀଳ କରାଇଥାଏ । ବିଦ୍ୟାଳୟ, ମହାବିଦ୍ୟାଳୟ ପ୍ରତିଷ୍ଠା, ଅନୁଦାନ ଓ ଛାତ୍ରବୃତ୍ତି ପ୍ରଦାନ ଇତ୍ୟାଦି ରାଷ୍ଟ୍ରର ଅନ୍ୟତମ କାର୍ଯ୍ୟ ଅଟେ ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

(୨) ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା : ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ବ୍ୟକ୍ତିର ଅନ୍ୟତମ ମୌଳିକ ଆବଶ୍ୟକତା ହୋଇଥିବାରୁ ଏବଂ ଏହାର ବ୍ୟାପକତା ତଥା ବିପୁଳ ବ୍ୟୟଭାର ଯୋଗୁଁ ଏହାକୁ ଘରୋଇ ସଂସ୍ଥା ଗ୍ରହଣ କରିବାକୁ ରାଜି ହେଉନଥିବା ଦୃଷ୍ଟିରୁ ରାଷ୍ଟ୍ର ଏହାର ଦାୟିତ୍ଵ ବହନ କରିଥାଏ । ରାଷ୍ଟ୍ର ରୋଗପ୍ରତିଷେଧକ ବ୍ୟବସ୍ଥା ପ୍ରଦାନ କରେ, ମାଗଣା ଚିକିତ୍ସା ବ୍ୟବସ୍ଥା ଯୋଗାଇଦିଏ ଏବଂ ପରିବାର କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଥାଏ ।

(୩) କୃଷି, ଶିଳ୍ପ ଓ ବାଣିଜ୍ୟର ବିକାଶ : କୃଷି, ଶିଳ୍ପ ଓ ବାଣିଜ୍ୟର ସାମଗ୍ରିକ ବିକାଶ ନ ହେଲେ କୌଣସି ରାଷ୍ଟ୍ରର ଅର୍ଥନୀତି ସୁସ୍ଥ ଓ ସମୃଦ୍ଧ ହୋଇପାରିବ ନାହିଁ | କୃଷିକ୍ଷେତ୍ରରେ ବିଜ୍ଞାନର ପ୍ରୟୋଗ, ଶିଳ୍ପ ପାଇଁ ପୁଞ୍ଜି, କାରିଗରୀ କୌଶଳ ଇତ୍ୟାଦି ଯୋଗାଣ ଓ ଉତ୍ପାଦିତ ଦ୍ରବ୍ୟ ପାଇଁ ବଜାର ସୃଷ୍ଟି ଏବଂ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ବାଣିଜ୍ୟ ବ୍ୟବସ୍ଥାର ବିକାଶ ରାଷ୍ଟ୍ରର ଅନ୍ୟତମ ମୁଖ୍ୟ ଦାୟିତ୍ଵରେ ପରିଣତ ହୋଇଛି ।

(୪) ଆମଦାନୀ ଓ ରପ୍ତାନି ବ୍ୟବସ୍ଥାର ନିୟନ୍ତ୍ରଣ : ରାଷ୍ଟ୍ରର ଅର୍ଥନୈତିକ ଅବସ୍ଥାର ଉନ୍ନତି ଦୃଷ୍ଟିରୁ ଆମଦାନୀ ଓ ରପ୍ତାନି ନୀତି ନିର୍ଦ୍ଧାରଣ ଓ ଏହାର ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ବ୍ୟକ୍ତିର ଅର୍ଥନୈତିକ ସ୍ଵାର୍ଥ ଦୃଷ୍ଟିରୁ ରାଷ୍ଟ୍ର ଏହି ଦାୟିତ୍ଵ ବହନ କରିଥାଏ ।

(୫) ଶ୍ରମମଙ୍ଗଳ : ସମାଜର ଶ୍ରମିକମାନଙ୍କର ମର୍ଯ୍ୟାଦା ବୃଦ୍ଧି ପାଇଁ ଏବଂ ସେମାନଙ୍କର ଜୀବନଧାରଣର ମାନ ବୃଦ୍ଧି ପାଇଁ ରାଷ୍ଟ୍ର ଅନେକ ପ୍ରକାରର ଯୋଜନା ଗ୍ରହଣ କରିଥାଏ । ଶ୍ରମ କ୍ଷେତ୍ରରେ ମାନବିକ ପରିବେଶ ପ୍ରଦାନ, ଶ୍ରମ- ସମୟ ନିର୍ଦ୍ଧାରଣ, ବେତନ ହାର ନିର୍ଦ୍ଧାରଣ, ଶ୍ରମିକମାନଙ୍କର ଶିଳ୍ପ ପରିଚାଳନାରେ ଅଂଶଗ୍ରହଣ ଇତ୍ୟାଦି ବିବିଧ କାର୍ଯ୍ୟ ଶ୍ରମିକମାନଙ୍କର ସାମୂହିକ ଉନ୍ନତି ପାଇଁ ରାଷ୍ଟ୍ରକୁ ସମ୍ପାଦନ କରିବାକୁ ପଡ଼ିଥାଏ ।

(୬) ଦାରିଦ୍ର୍ୟ ନିରାକରଣ ଆଧୁନିକ ବିଶ୍ଵରେ ଦାରିଦ୍ର୍ୟ ଏକ ଦୁରାରୋଗ୍ୟ ସଂକ୍ରାମକ ବ୍ୟାଧର ଭୂମିକା ନେଉଥ‌ିବାବେଳେ ପ୍ରତ୍ୟେକ ଜନମଙ୍ଗଳ ରାଷ୍ଟ୍ର ଦାରିଦ୍ର୍ୟ ନିରାକରଣ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା ନିମିତ୍ତ ବିଭିନ୍ନ ଯୋଜନା ସହ ଆଗେଇ ଆସିଛନ୍ତି । ପ୍ରତ୍ୟେକ ବ୍ୟକ୍ତିକୁ ଅର୍ଥନୈତିକ ସର୍ବନିମ୍ନ ଆବଶ୍ୟକତା; ଯଥା- ଖାଦ୍ୟ, ବସ୍ତ୍ର ଓ ବାସଗୃହ ପ୍ରଦାନ ଆଦି ପ୍ରତ୍ୟେକ ଜନମଙ୍ଗଳ ରାଷ୍ଟ୍ରର ମୁଖ୍ୟ ଲକ୍ଷ୍ୟରେ ପରିଣତ ହୋଇଛି । ଏହା ଦେଶରେ ଶିଳ୍ପ ପ୍ରତିଷ୍ଠା, କୃଷିର ଉନ୍ନତି, ପ୍ରାକୃତିକ ସମ୍ପଦର ସଦ୍‌ଉପଯୋଗ କରି ଏହି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିଥାଏ ।

(୭) ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ବ୍ୟବସ୍ଥା : ରାଷ୍ଟ୍ର ଏକ ସାମାଜିକ କଲ୍ୟାଣକାରୀ ସଂସ୍ଥା ହୋଇଥିବାରୁ ବୃଦ୍ଧାବସ୍ଥା, ଶାରୀରିକ ଅକର୍ମଣ୍ୟ ଅବସ୍ଥା, ବେକାରୀ, ଅସହାୟତା ଇତ୍ୟାଦି କ୍ଷେତ୍ରରେ ରାଷ୍ଟ୍ର ବ୍ୟକ୍ତିକୁ ଆବଶ୍ୟକୀୟ ସାହାଯ୍ୟ ପ୍ରଦାନ କରିଥାଏ । ଏହା ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଆଶ୍ରୟସ୍ଥଳୀ ପ୍ରଦାନ ଇତ୍ୟାଦି ବିବିଧ ବ୍ୟବସ୍ଥା ମାଧ୍ୟମରେ ବ୍ୟକ୍ତିକୁ ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ପ୍ରଦାନ କରିଥାଏ ।

(୮) ସାଧାରଣ ସେବା ପ୍ରଦାନକାରୀ ବ୍ୟବସ୍ଥା : ରାଷ୍ଟ୍ର ବିଭିନ୍ନ ସାଧାରଣ ସେବାପ୍ରଦାନକାରୀ ସଂସ୍ଥା; ଯଥା- ବିଦ୍ୟୁତ୍ ବିଭାଗ, ରେଳ ବିଭାଗ, ଡାକ ଓ ତାର ବିଭାଗ, ଦୂରଦର୍ଶନ ଓ ଆକାଶବାଣୀ ସଂସ୍ଥା ଇତ୍ୟାଦିକୁ ନିଜ ବ୍ୟକ୍ତିକୁ ବିଭିନ୍ନ ସେବା ଯୋଗାଇବାପାଇଁ ପରିଚାଳନା କରିଥାଏ । ଏହା ଲାଭ ସୃଷ୍ଟି କରୁନଥିଲେ ମଧ୍ୟ ବ୍ୟକ୍ତର । ଓ ଆବଶ୍ୟକତା ଦୃଷ୍ଟିରୁ ରାଷ୍ଟ୍ର ଏହି ସମସ୍ତ ବିବିଧ ସାଧାରଣ ସେବା ପ୍ରଦାନ କରିଥାଏ ।

(୯) ନୈତିକ ଓ ସାମାଜିକ ସଂସ୍କାର : ଗ୍ରୀନ୍‌ଙ୍କ ମତରେ, ରାଷ୍ଟ୍ରର ବ୍ୟକ୍ତିର ନୈତିକ ବିକାଶ ପାଇଁ ଆବଶ୍ୟକୀୟ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ଆଧୁନିକ ଜନମଙ୍ଗଳ ରାଷ୍ଟ୍ର ଅସ୍ପୃଶ୍ୟତା, ବେଶ୍ୟାବୃତ୍ତି, ବାଲ୍ୟବିବାହ, ବଳିଦାନ, ଅଜ୍ଞତା, ଅଶିକ୍ଷିତତା ଇତ୍ୟାଦି ଅନେକ ପ୍ରକାରର ସାମାଜିକ କୁସଂସ୍କାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ଏବଂ ଅନେକ ସମୟରେ ଆଇନ ପ୍ରଣୟନ ଓ କେତେକ କ୍ଷେତ୍ରରେ ଅସ୍ତିସୂଚକ ସଚେତନଶୀଳତା ସୃଷ୍ଟି କରି ଏଗୁଡ଼ିକର ଉଚ୍ଛେଦର ଦାୟିତ୍ଵ ବହନ କରିଛି ।

ଜନମଙ୍ଗଳ ରାଷ୍ଟ୍ରର ଯଥାର୍ଥତା : ବାସ୍ତବତା ଦୃଷ୍ଟିରୁ ବିବେଚନା କଲେ ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିତ୍ଵ ବିକାଶ ପାଇଁ ପୂର୍ଣ୍ଣ ଦାୟିତ୍ଵ ନେଉଥ‌ିବାବେଳେ ଏହାର କାର୍ଯ୍ୟାବଳୀକୁ ବାଧ୍ୟତାମୂଳକ ଓ ଇଚ୍ଛାଧୀନ ପରି ଦୁଇ ଭାଗରେ ବିଭକ୍ତ କରିବା ସମ୍ଭବ ନୁହେଁ । ଏହା ଜନମଙ୍ଗଳ ରାଷ୍ଟ୍ରର କାର୍ଯ୍ୟାବଳୀକୁ କୌଣସି ଦୃଷ୍ଟିରୁ ନିର୍ଦ୍ଦିଷ୍ଟଭାବରେ ସୂଚିତ କରିବା ସମ୍ଭବ ନୁହେଁ । ଏହା ବ୍ୟକ୍ତିର ଗତିଶୀଳ ପ୍ରକୃତି ତଥା ସମାଜର ଅଗ୍ରଗତି ସହ ପାଦ ମିଳାଇ ଚାଲିଥାଏ । ଜନମଙ୍ଗଳ ରାଷ୍ଟ୍ରରେ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ସମସ୍ତ ସୁଯୋଗ ସୃଷ୍ଟି କରାଯାଉଥିବାରୁ ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ର ପ୍ରତି ନିଜର ଅଭ୍ୟାସଗତ ଆସ୍ଥା ସ୍ପଷ୍ଟଭାବେ ପ୍ରଦାନ କରି ରାଜନୈତିକ ବ୍ୟବସ୍ଥାର ଭିଭିଭୂମି ଦୃଢ଼ କରିବା ସଙ୍ଗେ ସଙ୍ଗେ ଦକ୍ଷତା ବୃଦ୍ଧି କରିବା ଦିଗରେ ସହାୟତା ପ୍ରଦାନ କରିଥା’ନ୍ତି ।

(i) ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିର ସ୍ଥିତି ଓ ବିକାଶ ପାଇଁ ଏକ ଉପଯୁକ୍ତ ବିକଳ୍ପବିହୀନ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ ।
(ii) ଏହା ପ୍ରତ୍ୟେକ ବ୍ୟକ୍ତିକୁ ଉନ୍ନତ ଜୀବନଧାରଣର ସର୍ବନିମ୍ନ ସୁବିଧା ପ୍ରଦାନ କରିଥାଏ ।
(iii) ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳଭିଭି ରୂପେ ସାମାଜିକ ପରିବର୍ତ୍ତନ, ରାଜନୈତିକ ଆଧୁନିକୀକରଣ ଓ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ ।
(iv) ଏହା ବିଶ୍ଵ ଅର୍ଥନୀତି, ଅର୍ଥନୈତିକ ଯୋଜନା ପ୍ରଣୟନ ଓ ପ୍ରୟୋଗଦ୍ଵାରା ବ୍ୟକ୍ତି ଓ ରାଷ୍ଟ୍ରର ଅର୍ଥନୈତିକ ସମୃଦ୍ଧି ବୃଦ୍ଧି କରିପାରୁଛି ।
(v) ଏହା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଯୋଗାଯୋଗ ବ୍ୟବସ୍ଥା, ସାମାଜିକ ନିରାପତ୍ତା ବ୍ୟବସ୍ଥା ଇତ୍ୟାଦି କ୍ଷେତ୍ରରେ ସାଧାରଣ ସେବା ପ୍ରଦାନ କରି ନିଜର ସ୍ଥିତିକୁ ବଳିଷ୍ଠ କରିପାରୁଛି ।
(vi) ଏହା ସାମାଜିକ ନ୍ୟାୟ, ଅର୍ଥନୈତିକ ନ୍ୟାୟ ଓ ରାଜନୈତିକ ସଂହତି ଆଦି ଲକ୍ଷ୍ୟ ପୂରଣ କରିପାରୁଛି ।

ଜନମଙ୍ଗଳ ରାଷ୍ଟ୍ରର ସମାଲୋଚନା : ଜନମଙ୍ଗଳ ରାଷ୍ଟ୍ର ସର୍ବାଧ‌ିକ ଲୋକପ୍ରିୟ ସିଦ୍ଧାନ୍ତ ଓ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସମାଲୋଚନାରୁ ମୁକ୍ତ ନୁହେଁ-
(i) ଏହା ଏକ ବ୍ୟୟବହୁଳ ବ୍ୟବସ୍ଥା ହୋଇଥିବାରୁ ଲୋକମାନଙ୍କ ଉପରେ କରଭାର ମଧ୍ୟ ବୃଦ୍ଧି କରିଥାଏ ।
(ii) ଏହା ରାଷ୍ଟ୍ରର କାର୍ଯ୍ୟପରିସର ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ୁଥିବାରୁ ବ୍ୟକ୍ତିର ନିଜସ୍ଵ ସୃଜନଶୀଳତା, ଉଦ୍ୟୋଗୀ ମନୋବୃତ୍ତି, ମୌଳିକତା, କାର୍ଯ୍ୟ ସମ୍ପାଦନ ପାଇଁ ସ୍ଵଇଚ୍ଛା ଇତ୍ୟାଦି ବିକଶିତ ବା ପ୍ରକାଶିତ ହୋଇପାରେ ନାହିଁ ।
(iii) ବହୁବାଦୀ (Pluralist) ମାନଙ୍କ ମତରେ, କ୍ଷମତା ପରିସର ବୃଦ୍ଧି ହେତୁ ଗୋଷ୍ଠୀ (Group)ର ଭୂମିକା ସଙ୍କୁଚିତ ହୋଇଯିବ ଏବଂ ଯାହାଫଳରେ ବ୍ୟକ୍ତିର ପ୍ରକୃତ ବିକାଶ ବା ଉନ୍ନତି ସମ୍ଭବପର ହେବ ନାହିଁ।
(iv) ରାଷ୍ଟ୍ରର କ୍ଷମତା ବୃଦ୍ଧି ସରକାରଙ୍କ ଏକଚ୍ଛତ୍ରବାଦୀ ପ୍ରକୃତିକୁ ପ୍ରତିଷ୍ଠା କରିଥାଏ । ଏହା ‘ଅମଲାତାନ୍ତ୍ରିକ ଏକଚ୍ଛତ୍ରବାଦ’ (Bureaucratic Despotism)କୁ ପ୍ରୋତ୍ସାହନ ଯୋଗାଇଥାଏ । ଏହାଫଳରେ ବ୍ୟକ୍ତିଗତ ସ୍ଵାର୍ଥସାଧନ, ଦୁର୍ନୀତି, ନାଲିଫିତାର କୁପ୍ରଭାବ ଆଦିର ପ୍ରଭାବ କ୍ରମେ ବ୍ୟକ୍ତି କଲ୍ୟାଣ ସଙ୍କୁଚିତ ହୁଏ ।
(v) ମାର୍କ ହିଲଡ଼୍ (Mark Heald)ଙ୍କ ମତରେ, ଜନମଙ୍ଗଳ ରାଷ୍ଟ୍ର ‘ବ୍ୟକ୍ତି ପାଇଁ ସମ୍ମାନ ପ୍ରଦର୍ଶନ ପରିବର୍ତ୍ତେ ରାଷ୍ଟ୍ରର ଗୌରବ ବର୍ଦ୍ଧନ କରେ ।’’ ଅର୍ଥାତ୍ ଏହି ବ୍ୟବସ୍ଥାରେ ବ୍ୟକ୍ତି ଗୌଣ ହୋଇଯାଏ ।
(vi) ଜନମଙ୍ଗଳ ରାଷ୍ଟ୍ରର କ୍ଷମତା ପରିସର ଅତ୍ୟନ୍ତ ବ୍ୟାପକ ହେବାଦ୍ଵାରା ଅନେକ କାର୍ଯ୍ୟ ଯଥାର୍ଥ ଓ ଦକ୍ଷତାସମ୍ପନ୍ନଭାବେ ସମ୍ପାଦିତ ହୋଇପାରେ ନାହିଁ ।
(vii) ଜନମଙ୍ଗଳ ରାଷ୍ଟ୍ରର ସୁଯୋଗ ସୁବିଧା ଦକ୍ଷ ଓ ସମୃଦ୍ଧ ଗୋଷ୍ଠୀଙ୍କ ପାଖକୁ ଯାଏ ବୋଲି ଆର.ଏମ୍.ଟିଗ୍‌ମସ୍ ଆଦି ରାଜନୈତିକ ପ୍ରବକ୍ତାମାନଙ୍କ ମତ ଅଟେ ।

ଉପରୋକ୍ତ ସମାଲୋଚନାଗୁଡ଼ିକର ଗୁରୁତ୍ଵ ଜନମଙ୍ଗଳ ରାଷ୍ଟ୍ରର ବାସ୍ତବ ଗୁରୁତ୍ଵ ଦୃଷ୍ଟିରୁ କମ୍ ହୋଇଥିବାରୁ ମାନବର ବ୍ୟକ୍ତିତ୍ଵ ବିକାଶର ସୁବ୍ୟବସ୍ଥିତ ମାଧ୍ୟମରୂପେ ଜନମଙ୍ଗଳ ରାଷ୍ଟ୍ର ସ୍ଵୀକୃତିପ୍ରାପ୍ତ । କିନ୍ତୁ ଜନମଙ୍ଗଳ ରାଷ୍ଟ୍ରର କାର୍ଯ୍ୟାବଳୀ ବ୍ୟକ୍ତିଗତ ସ୍ଵାତନ୍ତ୍ର୍ୟ, ଜନମତ, ନୈତିକତା, ଧର୍ମ, ସାମାଜିକ ପ୍ରଥା, ପରମ୍ପରା ଓ ସଂସ୍କୃତି ଇତ୍ୟାଦିର ପ୍ରଭାବରୁ ମୁକ୍ତ ନୁହେଁ । ଏହି ସମସ୍ତ ଉପାଦାନର ପ୍ରଭାବ ଜନମଙ୍ଗଳ ରାଷ୍ଟ୍ର କାର୍ଯ୍ୟାବଳୀକୁ ବ୍ୟକ୍ତିର କଲ୍ୟାଣ ଦିଗରେ ନିର୍ଦ୍ଦେଶିତ କରିଥା’ନ୍ତି ।

୩ । ଜଗତୀକରଣ (Globalisation) କ’ଣ ? ଏହାର ପ୍ରକୃତି, ଯଥାର୍ଥତା ଓ ସମାଲୋଚନାର ଭିଭି ଆଲୋଚନା କର । ଭାରତରେ ଏହାର ସ୍ବରୂପ ସମ୍ପର୍କରେ ସୂଚନା ଦିଅ । ରାଷ୍ଟ୍ରର କାର୍ଯ୍ୟରେ ଏହାର ପ୍ରଭାବର ମୂଲ୍ୟାଙ୍କନ କର ।
Answer:
ଆଧୁନିକ ବିଜ୍ଞାନର ଉଦ୍ଭାବନ, ଶିଳ୍ପବିପ୍ଲବ ହେଲାଠାରୁ ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦର ଦ୍ରୁତ ପ୍ରସାର ଘଟିଲା ଏବଂ ଏହା ସହିତ ଶିଳ୍ପାନ୍ନତ ରାଷ୍ଟ୍ରର ଅନଗ୍ରସର ରାଜ୍ୟ ଉପରେ ଅତ୍ୟାଚାର ଓ ଶୋଷଣର ମାତ୍ରା ଅସହ୍ୟ ହୋଇଉଠିଲା । ଅନେକ ଦେଶ ସ୍ଵାଧୀନତା ହରାଇ ପରାଧୀନତାର ଗ୍ଳାନିରେ ମ୍ରିୟମାଣ ହୋଇ ଶକ୍ତିହୀନ ଓ ନିଶ୍ରଣ ହୋଇଗଲେ । କ୍ରମେ କ୍ରମେ ଦେଶ-ଦେଶ ମଧ୍ୟରେ ସନ୍ଦେହ, ବିଦ୍ବେଷ ବୃଦ୍ଧି ପାଇଲା । ବିଶ୍ଵ ମାନବିକତା ସ୍ଥାନରେ ମୁଣ୍ଡ ଟେକିଲା ଆଞ୍ଚଳିକତାବାଦ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ବିକାଶ ଫଳରେ ଦୂରତା ସଙ୍କୁଚିତ ହେଲା ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

ତଥ୍ୟଗତ, ବ୍ୟବସାୟିକ ଓ ରାଜନୈତିକ ସମ୍ପର୍କ ସମ୍ପ୍ରସାରିତ ହେଲା; ମାତ୍ର ଆତ୍ମୀୟତା ଓ ସଭାବର ଅବକ୍ଷୟ ହେଲା | ଆଧୁନିକ ଶକ୍ତିର ବହୁଳ ପ୍ରସାର, ଏକଚାଟିଆ ବାଣିଜ୍ୟର ପ୍ରଭାବ ବୃଦ୍ଧି କରି କ୍ଷୁଦ୍ର ଶିଳ୍ପ, କୁଟୀରଶିଳ୍ପର ବିଲୋପ କରିଚାଲିଲା ଏବଂ ରାସାୟନିକ ଓ ଧାତବ ଶିଳ୍ପ ସମଗ୍ର ପୃଥ‌ିବୀର ପରିବେଶକୁ ପ୍ରଦୂଷିତ କରିଦେଲା । ଏହି ପ୍ରଦୂଷଣର ଶିକାର ହୋଇଛନ୍ତି ତୃତୀୟ ବିଶ୍ଵ ତଥା ବିକାଶଶୀଳ ଏସୀୟ, ଆଫ୍ରିକୀୟ, ଲାଟିନ୍ ଆମେରିକୀୟ ଦେଶଗୁଡ଼ିକ ।

ଶିଳ୍ପସମୃଦ୍ଧ ଦେଶ ଓ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ସର୍ବଗ୍ରାସୀ ଲାଳସା ତୃତୀୟ ବିଶ୍ଵର ଜନବହୁଳ ଦେଶଗୁଡ଼ିକୁ ବିଭିନ୍ନ ଉପାୟରେ ଶୋଷଣ କରିଚାଲିଛନ୍ତି । ବିତ୍ତୀୟ ସାମ୍ରାଜ୍ୟବାଦ ଓ ବହୁରାଷ୍ଟ୍ରୀୟ କମ୍ପାନୀ ଓ ଆନ୍ତର୍ଜାତୀୟ ଅନୁଷ୍ଠାନକର୍ତ୍ତୃକ ପ୍ରଚ୍ଛନ୍ନ ନବ୍ୟ-ସାମ୍ରାଜ୍ୟବାଦ ଗରିବ ଦେଶଗୁଡ଼ିକୁ ଏପରି କବଳିତ କରି ଚାଲିଛି ଯେ ଏ ସମସ୍ତ ଦେଶର ଜନସାଧାରଣ ବିଦେଶୀ ଦ୍ରବ୍ୟର ଚାକଚକ୍ୟରେ ମୋହିତ ହୋଇ ଦୈନନ୍ଦିନ ଜୀବନ କ୍ଷେତ୍ରରେ ହନ୍ତସନ୍ତ ହେଉଛନ୍ତି ।

ଦୀର୍ଘ ୨୦ ବର୍ଷ ଧରି ମୁଦ୍ରା – ପାଣ୍ଠି, ବିଶ୍ଵ ବ୍ୟାଙ୍କ ଓ ବିଶ୍ଵ ବାଣିଜ୍ୟ ସଂସ୍ଥା ମାଧ୍ୟମରେ ଜଗତୀକରଣ (Globalisation)ର ଯେଉଁ ଢେଉ ପ୍ରବାହିତ ହେଉଛି, ସେଥୁରେ ଅବାଧ ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରସାର ଲାଭ କରିଛି ଏବଂ ତା’ର ସୁଫଳ ଲାଭ କରିଛନ୍ତି ଧନୀ ଶିଳ୍ପାନ୍ନତ ଦେଶଗୁଡ଼ିକ । କିନ୍ତୁ ଏହା ତୃତୀୟ ବିଶ୍ଵର ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଦାରିଦ୍ର୍ୟ, ବେକାରୀ ଓ ବୈଷମ୍ୟ ବୃଦ୍ଧି ଓ ସାମାଜିକ, ସାଂସ୍କୃତିକ ସଙ୍କଟ ସୃଷ୍ଟି କରି ସାଧାରଣ ଜୀବନକୁ ଦୁର୍ବିସହ କରିଦେଇଛନ୍ତି ।

ଜଗତୀକରଣର ପ୍ରକୃତି :
ଜଗତୀକରଣ (Globalisation), ଉଦାରୀକରଣ (Liberalisation) ଘରୋଇକରଣ (Privatisation) ଭିନ୍ନ ଭିନ୍ନ ଅର୍ଥବୋଧକ ଶବ୍ଦ ହେଲେ ମଧ୍ୟ ସେମାନଙ୍କର ସାଧାରଣ ଲକ୍ଷ୍ୟ ସମାନ । ଅର୍ଥନୈତିକ କ୍ଷେତ୍ରରେ ଅସମୀଚୀନ ନିୟନ୍ତ୍ରଣ ଦୂର କରି ଅର୍ଥନୈତିକ ଦୃଷ୍ଟିକୋଣରୁ ସମଗ୍ର ବିଶ୍ବକୁ ଏକ ‘ବିଶ୍ଵ-ଗ୍ରାମ’ (Global Village)ରେ ରୂପାନ୍ତରିତ କରିବା ଏହି ଶବ୍ଦଗୁଡ଼ିକର ବ୍ୟାପକ ପ୍ରୟୋଗ ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ହୋଇଥିଲେ ମଧ୍ୟ ପ୍ରଥମ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ପୃଥ‌ିବୀର ଧନିକ ରାଷ୍ଟ୍ରମାନଙ୍କର ଆର୍ଥିକ ବ୍ୟବସ୍ଥା ଉପରେ ପଡ଼ିଥିବା କୁପ୍ରଭାବରୁ ମୁକ୍ତ ହେବା ପାଇଁ ସେମାନେ ପ୍ରଥମେ ’‘ଗାଟ୍’ (GATT- General Agreement on Trade and Tariff) ଓ ପରେ ’ବିଶ୍ଵ ବାଣିଜ୍ୟ ସଂଗଠନ’ (WTO- World Trade Organisation), ‘ଆନ୍ତର୍ଜାତିକ ମୁଦ୍ରାପାଣ୍ଡି’ (IMF – International Monetary Fund), ‘ବିଶ୍ଵ ବ୍ୟାଙ୍କ’ (WB – World Bank) ଆଦି ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିଥିଲେ ଓ ଏହା ଜଗତୀକରଣ ତତ୍ତ୍ଵର ବିକାଶ ପାଇଁ ଅନୁକୂଳ କ୍ଷେତ୍ର ପ୍ରସ୍ତୁତ କରିଥିଲା।

ଜଗତୀକରଣର ଅର୍ଥ ବିଶ୍ଵ ବଜାର ସହିତ ପୃଥ‌ିବୀର ସମସ୍ତ ଦେଶର ବଜାର ଓ ଅର୍ଥନୀତିକୁ ସଂଯୋଜିତ କରିବା । ଆଣ୍ଟୋନୀ ଗିଡ଼େନ୍ସ (Anthony Giddens)ଙ୍କ ମତରେ, ‘ଜଗତୀକରଣର ଅର୍ଥ ବହୁ ଦୂରରେ ଅବସ୍ଥିତ ଜନସମୂହକୁ ବିଶ୍ବବ୍ୟାପୀ ସାମାଜିକ ସମ୍ପର୍କର ତୀବ୍ରତା ଓ ଘନତ୍ଵ ସହ ସଂଯୋଜିତ କରିବା ।’’ ରବର୍ଟସନ୍‌ଙ୍କ ଭାଷାରେ, ‘ ଜଗତୀକରଣ ବିଶ୍ଵ ସଂକୋଚନ ଓ ସାମଗ୍ରୀକଭାବେ ବିଶ୍ଵ ସଚେତନଶୀଳତା ଭାବର ପ୍ରସାର ସମ୍ପର୍କିତ ଏକ ବିଷୟ ଅଟେ ।’’

ଏଣୁ ସାଧାରଣ ଅର୍ଥରେ ଜଗତୀକରଣ ଏପରି ଏକ ପ୍ରକ୍ରିୟା ଯାହା ସମଗ୍ର ପୃଥିବୀକୁ ରାଷ୍ଟ୍ର ନିର୍ବିଶେଷରେ ଏକ ‘ବିଶ୍ଵ ଗ୍ରାମ’ରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ ଯେଉଁଠାରେ ଲୋକମାନଙ୍କ ମଧ୍ୟରେ ପରସ୍ପର ନିର୍ଭରଶୀଳତା ଭିଭିରେ ସାମାଜିକ ଓ ଅର୍ଥନୈତିକ ଅନ୍ତଃସମ୍ପର୍କ ପ୍ରତିଷ୍ଠିତ ହୋଇପାରିବ । ତଥ୍ୟ, ପୁଞ୍ଜି ଓ ଦ୍ରବ୍ୟର ଅବାଧ ପ୍ରବାହ ମାଧ୍ୟମରେ ଜଗତୀକରଣ ପ୍ରତିଫଳିତ ହୋଇଥାଏ । ଏହା ପୃଥିବୀର ବିଭିନ୍ନ ଦେଶର ସମାଜ ଓ ସଂସ୍କୃତିକୁ ପରସ୍ପରର ନିକଟତର କରିପାରିଛି ।

ଜଗତୀକରଣର ଭପାଦାନ :
(i) ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠା ପରିଚାଳନାରେ ଉଦାରବାଦୀ ନୀତିର ପ୍ରୟୋଗ ।
(ii) ମୁକ୍ତ ବାଣିଜ୍ୟ ନୀତିର ପାଳନ ।
(iii) ଜାତୀୟ ଅର୍ଥନୀତିକୁ ବିଶ୍ଵ ଅର୍ଥନୀତି ସହ ସଂଯୋଗୀକରଣ ।
(iv) ଶିଳ୍ପ, ବାଣିଜ୍ୟ ତଥା ଆର୍ଥିକ ବ୍ୟାପାରର ଘରୋଇକରଣ ମାଧ୍ୟମରେ ସୁସ୍ଥ ପ୍ରତିଯୋଗିତା ତଥା ଦକ୍ଷତାବୃଦ୍ଧି ପାଇଁ ବ୍ୟବସ୍ଥା ଗ୍ରହଣ ।
(v) ରପ୍ତାନି – ଆମଦାନୀ ବ୍ୟବସ୍ଥାରେ ଉଦାରୀକରଣ ନୀତିର ପ୍ରୟୋଗ ।
(vi) ଦ୍ରୁତ ଆଧୁନିକୀକରଣ, ବୈଷୟିକ କୌଶଳ, ପୁଞ୍ଜି ବିନିଯୋଗ ଆଦିର ଅବାଧ ପ୍ରବାହ ଓ ବିଶ୍ଵ ସହଯୋଗ ବୃଦ୍ଧି ।
(vii) ବଜାର ଅର୍ଥନୀତିର ଚାପରେ ରାଷ୍ଟ୍ରୀୟ ଅର୍ଥନୀତିର ସଂସ୍କାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ।

ରାଷ୍ଟ୍ରର କାର୍ଯ୍ୟଧାରାରେ ଜଗତୀକରଣର ପ୍ରଭାବ :
ଜଗତୀକରଣର ସମର୍ଥକମାନେ ଯୁକ୍ତି କରନ୍ତି ଯେ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ରର ସରକାରମାନେ ସେମାନଙ୍କର ଅର୍ଥନୈତିକ ବ୍ୟବସ୍ଥାକୁ ଅଧ‌ିକ ଉନ୍ମୁକ୍ତ କରିଦେବା ଫଳରେ ବିଶ୍ଵ ଅର୍ଥନୀତି ସହ ସଂଯୋଜିତ ହେବାର ସମ୍ଭାବନା ଅଧୁକ ବଳିଷ୍ଠ ହେବ ଓ ରାଷ୍ଟ୍ରୀୟ ଆର୍ଥିକ ସମୃଦ୍ଧି ସମ୍ଭବପର ହୋଇପାରିବ । ପୁଞ୍ଜି ଓ କୌଶଳର ଅବାଧ ପ୍ରବାହ ଏହି ଆର୍ଥିକ ସମୃଦ୍ଧିର ପ୍ରକ୍ରିୟାକୁ ସୁଗମ କରିବ । ରୁଗ୍ଣ ସରକାରୀ ଉଦ୍ୟୋଗର ନୂତନ ଜୀବଦାନ ସମ୍ଭବ ହେବା ସଙ୍ଗେ ସଙ୍ଗେ ନିଯୁକ୍ତି କ୍ଷେତ୍ର ପ୍ରଶସ୍ତ ହେବ ଓ ଉତ୍ପାଦନର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ଏହି ପ୍ରବକ୍ତାମାନେ ଯୁକ୍ତି ବାଢ଼ିଥା’ନ୍ତି ।

ଏହାଫଳରେ ବହୁଦେଶୀୟ କମ୍ପାନୀ (MNC – Multi-National Companies)ଗୁଡ଼ିକ ପୃଥ‌ିବୀର ବିଭିନ୍ନ ଦେଶରେ ସେମାନଙ୍କର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିବେ । ଏହା ଘରୋଇକରଣ ନୀତି ମାଧ୍ୟମରେ ହିଁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ ହୋଇପାରିବ ।

ଏଣୁ ଜଗତୀକରଣର ଲକ୍ଷ୍ୟ ହେଉଛି ଆନ୍ତର୍ଜାତୀୟ ବାଣିଜ୍ୟକୁ ଅବାଧ ଓ କଟକଣାଶୂନ୍ୟ କରିଦେବା ଯାହାଫଳରେ ସମଗ୍ର ବିଶ୍ଵର ବଜାର ମୁକ୍ତ ହୋଇଯିବ ଓ ପ୍ରତ୍ୟେକ ଦେଶର ବଜାରରେ ବିଭିନ୍ନ ଦେଶର ଦ୍ରବ୍ୟମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବତା ସୃଷ୍ଟି ହେବ । ଏହି ପ୍ରତିଦ୍ବନ୍ଦିତାମୂଳକ ମୁକ୍ତ ବଜାରର ସହାୟକ ହେଉଛି ଉଦାର ବା କୋହଳ ଅର୍ଥନୀତି, ରପ୍ତାନି ଓ ଆମଦାନୀ ଶୁଳ୍କ ହ୍ରାସ, ପୁଞ୍ଜି ଲଗାଣ ଉପରେ ନିୟନ୍ତ୍ରଣ ଉଚ୍ଛେଦ ଓ ଉତ୍ପାଦନ–ବଣ୍ଟନ କ୍ଷେତ୍ରରେ ରାଷ୍ଟ୍ର ବା ସରକାରଙ୍କ ଭୂମିକା ହ୍ରାସ ଏବଂ ସର୍ବୋପରି ଘରୋଇ ସଂସ୍ଥାମାନଙ୍କୁ ପ୍ରତି କ୍ଷେତ୍ରରେ କାର୍ଯ୍ୟ କରିବାକୁ ନିର୍ବିଚାର ଅନୁମତି ଓ ସ୍ଵାଧୀନତା ପ୍ରଦାନ।

ଜଗତୀକରଣର ଯଥାର୍ଥତା (Justification) :
(୧) ଆମଦାନୀ, ରପ୍ତାନି, ପୁଞ୍ଜି ଲଗାଣ, କୌଶଳର ବିନିଯୋଗ ଆଦି କ୍ଷେତ୍ରରେ ପ୍ରତିଦ୍ଵନ୍ଦିତା ସୃଷ୍ଟି ହେବା ଫଳରେ ଦ୍ରବ୍ୟର ଗୁଣାତ୍ମକ ମାନ ବୃଦ୍ଧି ଘଟିବ, ଦ୍ରବ୍ୟର ଦାମ୍ ହ୍ରାସ ଘଟିବ ଏବଂ ମୋଟ ଉପରେ ଉପଭୋକ୍ତା ଉପକୃତ ହେବ ।

(୨) ଗୋଟିଏ ଦେଶର ଆର୍ଥିକ ଉନ୍ନତି ପାଇଁ ଅନ୍ୟ ରାଷ୍ଟ୍ରର ପୁଞ୍ଜି ଓ ଉନ୍ନତ କୌଶଳ ବିନିଯୋଗ ହୋଇପାରିବ ।
(୩) କୌଣସି ରାଷ୍ଟ୍ରର ଶିଳ୍ପ, ପୁଞ୍ଜି ଓ କୌଶଳର ସଙ୍କଟ ରୂପକ ପଞ୍ଜୁରି ମଧ୍ୟରେ ଆବଦ୍ଧ ନରହି ଏହାର ଦ୍ରୁତ ପ୍ରସାର ଘଟିବା ଫଳରେ ଜନଜୀବନ ଧାରାରେ ଉନ୍ନତି ପରିଲକ୍ଷିତ ହେବ ।
(୪) ଉପଭୋକ୍ତା ପାଇଁ ଏକ ବୃହତ୍ ବିଶ୍ଵ ବଜାର ନିଜ ରାଷ୍ଟ୍ରର ଭୌଗୋଳିକ ସ୍ଥିତି ମଧ୍ୟରେ ସମ୍ଭବ ହୋଇପାରିବ । ଉତ୍ପାଦନରେ ଉନ୍ନତି ଓ ପ୍ରତିଯୋଗିତା ଫଳରେ ଉନ୍ନତ ଦ୍ରବ୍ୟ ଶସ୍ତାରେ ଉପଭୋକ୍ତା ପାଇପାରିବ । ଏକଚାଟିଆ ପ୍ରତିଦ୍ଵନ୍ଦିତା ଶୂନ୍ୟ ବଜାରର ଅନୁପସ୍ଥିତି ସେମାନଙ୍କୁ ଶୋଷଣରୁ ମୁକ୍ତ କରିବ ଓ ପସନ୍ଦର କ୍ଷେତ୍ରକୁ ସୁବିସ୍ତୃତ କରିଦେବ ।
(୫) ଶିଳ୍ପୀକରଣ ଓ ରୁଗ୍‌ଣ ଶିଳ୍ପର ପୁନରୁଦ୍ଧାର ଫଳରେ ନିଯୁକ୍ତି କ୍ଷେତ୍ରରେ ଅଧ‌ିକ ସୁଯୋଗ ସୃଷ୍ଟି କରାଯାଇ ବେକାରୀ ସମସ୍ୟାର ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ ।
(୬) ଗୋଟିଏ ଦେଶର ଅର୍ଥନୀତିକୁ ବିଶ୍ଵ ଅର୍ଥନୀତି ସହ ସଂଯୋଜିତ କରି ଏକ ‘ବିଶ୍ଵ-ଗ୍ରାମ’ (Global Village) ଗଠନର ସ୍ଵପ୍ନ ସାକାର କରିହେବ ।
ଜଗତୀକରଣର ସମାଲୋଚନାର ଭିଭି (Criticism) :

(୧) ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ଜେ.ଏମ୍.କିସ ମତ ଦେଇଛନ୍ତି ଯେ ବ୍ୟକ୍ତିକ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ସବୁ କ୍ଷେତ୍ରରେ ସମାନ ଓ ସହଯୋଗୀ ହୋଇନଥିବାରୁ ଦୁଇଟି ମଧ୍ୟରେ ଦ୍ଵନ୍ଦୁ ଜାତ ହେଲେ ରାଷ୍ଟ୍ରର ହସ୍ତକ୍ଷେପ ବାଞ୍ଛନୀୟ । କିନ୍ତୁ ଜଗତୀକରଣ ଫଳରେ ରାଷ୍ଟ୍ରୀୟ ନିୟନ୍ତ୍ରଣ ହ୍ରାସ ପାଇବା ବ୍ୟକ୍ତି ସ୍ୱାର୍ଥ ଦୃଷ୍ଟିରୁ ଏକ ଶୁଭ ଲକ୍ଷଣ ନୁହେଁ । ୨୦୦୦ ମସିହାର ଜାତିସଂଘର ଉନ୍ନୟନ କାର୍ଯ୍ୟକ୍ରମ ରିପୋର୍ଟରେ ପ୍ରକାଶ ପାଇଛି ଯେ ମୁକ୍ତ ବଜାର ଓ ଜଗତୀକରଣର ଉପକାର ବହୁ ଲୋକଙ୍କ ନିକଟରେ ପହଞ୍ଚି ନାହିଁ । ୨୦୦୦ ମସିହାର ବିଶ୍ଵ ଅର୍ଥନୈତିକ ବହିର୍ଦ୍ଧିଷ୍ଟି (World Economic Outlook-2000)ରେ କୁହାଯାଇଛି ଯେ ସାରା ପୃଥ‌ିବୀରେ ବୈଷମ୍ୟ ବୃଦ୍ଧି ପାଉଥିବାରୁ ଅର୍ଥନୈତିକ କାର୍ଯ୍ୟକ୍ରମ ନିଷ୍ଫଳ ହେବ, ସାମାଜିକ ବ୍ୟବସ୍ଥା ଧ୍ଵଂସ ହେବ ଓ ନୈତିକତାର ଅବକ୍ଷୟ ଘଟିବ ।

CHSE Odisha Class 11 Political Science Solutions Chapter 3 ରାଷ୍ଟ୍ରର କାର୍ଯ୍ୟଧାରାର ପ୍ରକୃତି

(୨) ଜଗତୀକରଣ ଫଳରେ ଜାତୀୟ ରାଷ୍ଟ୍ରର ସାର୍ବଭୌମତ୍ଵ ଉପରେ ନିୟନ୍ତ୍ରଣ ସୃଷ୍ଟି ହେବା ଶୁଭଙ୍କରୀ ନୁହେଁ ।
(୩) ଦେଶ-ଦେଶ ମଧ୍ୟରେ ଅବାଧ ପୁଞ୍ଜି ପ୍ରବାହ ଅର୍ଥନୀତି ଉପରେ କୁ-ପ୍ରଭାବ ପକାଉଛି । କିଛି ବର୍ଷ ତଳେ ଦେଖାଯାଇଥିବା ଏସୀୟ ବିତ୍ତୀୟ ସଙ୍କଟ ଏହାର ଉଦାହରଣ ଅଟେ । ନିକଟରେ ବିଶ୍ଵ ଅର୍ଥନୈତିକ ଆଲୋଚନା ସଂସ୍ଥା (World Economic Forum) ମତପ୍ରକାଶ କରିଛି ଯେ ‘ବିତ୍ତୀୟ ବିଶ୍ଵ ବଜାର ପାଗଳ ଭଳି କାର୍ଯ୍ୟ କରୁଛି, ସରକାରମାନଙ୍କୁ ଦୁର୍ବଳ କରିଦେଉଛି, ଜନସଂଗଠନକୁ ବାଧାଦେଇ ସାଧାରଣ ଜନତା ମନରେ ନୈରାଶ୍ୟ ସୃଷ୍ଟି କରୁଛି ।”

(୪) ଏହା ସାମ୍ରାଜ୍ୟବାଦୀ ପ୍ରକୃତିଯୁକ୍ତ ଅଟେ । ଏହା ଫଳରେ ଧନିକ ରାଷ୍ଟ୍ରମାନେ ଗରିବ ରାଷ୍ଟ୍ରମାନଙ୍କ ଉପରେ ନିଜର ଶ୍ରେଷ୍ଠତ୍ଵ ଓ କର୍ତ୍ତୃତ୍ଵ ପ୍ରତିଷ୍ଠା କରି ନିଜର ଅର୍ଥନୈତିକ ସାମ୍ରାଜ୍ୟ ପ୍ରତିଷ୍ଠା କରୁଛନ୍ତି । ଏହା ଏକ ନବ୍ୟ-ଉପନିବେଶବାଦ (Neo-Colonialism) ବୋଲି ସମାଲୋଚନା କରାଯାଉଛି ।
(୫) ଗୋଟିଏ ରାଷ୍ଟ୍ରର ପ୍ରାକୃତିକ ସମ୍ପଦ ପୁଞ୍ଜି ବିନିଯୋଗକାରୀ ରାଷ୍ଟ୍ରର ସ୍ଵାର୍ଥ ଦୃଷ୍ଟିରୁ ବିନିଯୋଗ ହେବା ଫଳରେ ହୋଇପାରିବ ନାହିଁ ।
(୬) ଜଗତୀକରଣ ଫଳରେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଅଧ‌ିକ ଉନ୍ନତ ବୈଷୟିକ କୌଶଳ ପ୍ରୟୋଗ କରୁଥିବାରୁ ଦ୍ରୁତ ଶିଳ୍ପୀକରଣ ସତ୍ତ୍ଵେ ବେକାରୀ ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ ନାହିଁ ଓ ବୈଷମ୍ୟ ସୃଷ୍ଟି ହେବ ।
(୭) ଏହା କ୍ଷୁଦ୍ର ଓ କୁଟୀରଶିଳ୍ପର ଧ୍ବଂସସାଧନ କରୁଥିବାରୁ ରାଷ୍ଟ୍ରୀୟ ଅର୍ଥନୀତି ବିପନ୍ନ ହେବ ।
(୮) ଦେଶଗୁଡ଼ିକର ଅର୍ଥନୈତିକ ଦାସତ୍ଵ (Economic Slavery) ବୃଦ୍ଧି ପାଇବ । ବହୁରାଷ୍ଟ୍ରୀୟ କମ୍ପାନୀ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ବିଶ୍ଵ ବାଣିଜ୍ୟ ସଂଗଠନ ଆଦିର କର୍ତ୍ତୃତ୍ଵ, ନିୟନ୍ତ୍ରଣ ଓ ମାଲିକାନାରେ ରାଷ୍ଟ୍ରୀୟ ଶାସନ ଓ ଅର୍ଥନୀତି ପରିଚାଳିତ ହେବ ।
(୯) ଜଗତୀକରଣ ସମାଜବାଦୀ ନୀତିର ସମ୍ପୂର୍ଣ୍ଣ ବିରୋଧୀ ଅଟେ ।
(୧୦) ଏହା ସାଧାରଣ ଉଦ୍ୟୋଗର ଘରୋଇକରଣ ପାଇଁ ଜୋର ଦେଉଥିବାରୁ ଅଧ୍ବକ ଶ୍ରମିକ ବିରୋଧୀ ହେବାର ସମ୍ଭାବନା ରହିଛି ।
(୧୧) ଲେ-ମୁଣ୍ଡେଙ୍କ ମତରେ, ‘ବିଶ୍ଵଟି ବିକ୍ରୟ ପାଇଁ ନୁହେଁ – ପୁଞ୍ଜିବାଦ ଏବେ ବଜାର ଅକ୍ତିଆର ମାଧ୍ୟମରେ ତା’ର ଶକ୍ତି ବୃଦ୍ଧି କରିଛି ।’’

ଭାରତ ଓ ଜଗତୀକରଣ : ଭାରତ ୧୯୮୦ ମସିହାରୁ ଜଗତୀକରଣ ପ୍ରକ୍ରିୟାର ବୈଷୟିକ ବିପ୍ଳବ ଧାରାକୁ ସମର୍ଥନ କରୁଥିଲେ ମଧ୍ୟ ବାସ୍ତବ ଅର୍ଥରେ ଆର୍ଥିକ ଉଦାରୀକରଣ (Economic liberalisation) ପ୍ରକ୍ରିୟା ୧୯୯୧ ମସିହାରେ ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ଦେଶର ବାହ୍ୟ ଋଣ ପରିଶୋଧ ବ୍ୟାପାରରେ ଦେଖାଦେଇଥିବା ସଂକଟରୁ ମୁକୁଳିବାପାଇଁ ଆରମ୍ଭ କରାଯାଇଥିଲା । ଏହି ବର୍ଷ ନୂତନ ଆର୍ଥିକ ନୀତି ଓ କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଥିଲା ଯାହା ବର୍ତ୍ତମାନର ଏନ୍.ଡି.ଏ. ସରକାରର ନୀତି ଓ କାର୍ଯ୍ୟକ୍ରମରେ ମଧ୍ଯ ରୂପାୟିତ ହେଉଛି ।

ଏଥିପାଇଁ ୧୯୯୧ ମସିହାରେ ଶିଳ୍ପ ସ୍ଥାପନ ପାଇଁ ଲାଇସେନ୍ସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି, ସରକାରୀ ଉଦ୍ୟୋଗର ପରିସର ସୀମିତ ରଖାଯାଇଛି । ବୈଦେଶିକ ପୁଞ୍ଜି ଓ କୌଶଳ ଆଗମନ ଓ ବିନିଯୋଗ ପ୍ରକ୍ରିୟା ଅତ୍ୟନ୍ତ ସରଳ ଓ ବ୍ୟାପକ ହୋଇଛି । ଭାରତ ଜଗତୀକରଣର ଅର୍ଥନୈତିକ ନୀତି ପ୍ରଣୟନକାରୀ ସଂସ୍ଥା ବିଶ୍ଵ ବାଣିଜ୍ୟ ସଂଗଠନ (WTO) ର ସଦସ୍ୟତା ଗ୍ରହଣ କରିଛି । ୧୯୯୫ ମସିହାରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ବର୍ତ୍ତମାନ ୧୩୯ଟି ରାଷ୍ଟ୍ରର ସଦସ୍ୟତା ପ୍ରାପ୍ତ ହୋଇ ମୁକ୍ତ ବାଣିଜ୍ୟ, ନିର୍ଦ୍ଦିଷ୍ଟ ଆମଦାନୀ ଶୁଳ୍କକ ଧାର୍ଯ୍ୟ ଓ ବାଣିଜ୍ୟ ବିବାଦର ସମାଧାନ ପାଇଁ କାର୍ଯ୍ୟ କରୁଛି ।

ଏହାର ମୁଖ୍ୟ କାର୍ଯ୍ୟାଳୟ ଜେନେଭାଠାରେ ଅବସ୍ଥିତ । ଜଗତୀକରଣ, ବହିର୍ବାଣିଜ୍ୟର ପ୍ରସାର ଓ ବିଦେଶୀ ପୁଞ୍ଜି ଲଗାଣ ମାଧ୍ୟମରେ ପ୍ରତ୍ୟେକ ରାଷ୍ଟ୍ର ଉନ୍ନତି କରିପାରିବ ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତରେ ଏହାଦ୍ଵାରା ସୁଶାସିତ ସୁଦୃଢ଼ ଦେଶ ଉପକୃତ ହେଉଥିବାବେଳେ ଦୁର୍ବଳ ଦେଶଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଅମର୍ତ୍ତ୍ୟ ସେନ୍ ଯଥାର୍ଥରେ ମତ ଦେଇଛନ୍ତି ଯେ ‘ମୁକ୍ତ ବଜାର ପ୍ରତିଦ୍ବନ୍ଦିତା ମାଧ୍ୟମରେ ବ୍ୟକ୍ତିତ୍ଵ ବିକାଶ କରିବାରେ ସହାୟକ ହେଉଥିଲେ ହେଁ ସମାଜର ସ୍ଵାର୍ଥ ଦୃଷ୍ଟିରୁ ଆବଶ୍ୟକମତେ ନିୟନ୍ତ୍ରଣ କରିବାକୁ ହେବ।

CHSE Odisha Class 11 Economics Solutions Chapter 5 ଶିଳ୍ପ

Odisha State Board CHSE Odisha Class 11 Economics Solutions Chapter 5 ଶିଳ୍ପ Questions and Answers.

CHSE Odisha 11th Class Economics Solutions Chapter 5 ଶିଳ୍ପ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଭାରତ ସରକାର ପ୍ରଥମ ଶିଳ୍ପନୀତି କେବେ ଘୋଷଣା କରିଥିଲେ ?
(i) 1947
(ii) 1956
(iii) 1948
(iv) 1950
Answer:
(iii) 1948

2. ପ୍ରଥମ ଶିଳ୍ପନୀତି ଶିଳ୍ପକୁ କେତୋଟି ଶ୍ରେଣୀରେ ବିଭକ୍ତ କଲା ?
(i) ଦୁଇଟି
(ii) ଚାରିଟି
(iii) ତିନିଟି
(iv) ପାଞ୍ଚଟି
Answer:
(ii) ଚାରିଟି

3. 1956 ମସିହା ଶିଳ୍ପନୀତି ଶିଳ୍ପକୁ କେତୋଟି ଶ୍ରେଣୀରେ ବିଭକ୍ତ କଲା ?
(i) ଦୁଇଟି
(ii) ଚାରିଟି
(iii) ତିନିଟି
(iv) ପାଞ୍ଚଟି
Answer:
(iii) ତିନିଟି

4. 1956 ମସିହା ଶିଳ୍ପନୀତି ଅନୁସୂଚୀ ‘କ’ରେ କେତୋଟି ଶିଳ୍ପ ରଖାଗଲା ?
(i) 17ଟି
(ii) 22ଟି
(iii) 20ଟି
(iv) 12ଟି
Answer:
(i) 17ଟି

5. 1956 ମସିହା ଶିଳ୍ପନୀତି ଅନୁସୂଚୀ ‘ଖ’ରେ କେତୋଟି ଶିଳ୍ପ ରଖାଗଲା ?
(i) 17ଟି
(ii) 22ଟି
(iii) 20ଟି
(iv) 12ଟି
Answer:
(iv) 12ଟି

CHSE Odisha Class 11 Economics Solutions Chapter 5 ଶିଳ୍ପ

6. କେଉଁ ଶିଳ୍ପନୀତିକୁ ଭାରତର ଅର୍ଥନୈତିକ ସମ୍ବିଧାନ ବୋଲି କୁହାଯାଏ ?
(i) 1948 ମସିହା ଶିଳ୍ପନୀତି
(ii) 1977 ମସିହା ଶିଳ୍ପନୀତି
(iii) 1956 ମସିହା ଶିଳ୍ପନୀତି
(iv) 1991 ମସିହା ଶିଳ୍ପନୀତି
Answer:
(iii) 1956 ମସିହା ଶିଳ୍ପନୀତି

7. 1991 ମସିହା ଶିଳ୍ପନୀତି କେତେ କିଲୋମିଟର ବ୍ଯସାର୍ଦ୍ଧ ମଧ୍ୟରେ ପ୍ରଦୂଷଣ ପ୍ରବଣ ଶିଳ୍ପ ପ୍ରତିଷ୍ଠାପାଇଁ ଅନୁମତି ନାହିଁ ?
(i) 20 କି.ମି.
(ii) 27 କି.ମି.
(iii) 25 କି.ମି.
(iv) 30 କି.ମି.
Answer:
(iii) 25 କି.ମି.

8. 1991 ମସିହା ଶିଳ୍ପନୀତି କ୍ଷୁଦ୍ରଶିଳ୍ପର ବିନିଯୋଗ ସୀମା କେତେକୁ ଧାର୍ଯ୍ୟ କରିଛି ?
(i) 50 ଲକ୍ଷ
(ii) 60 ଲକ୍ଷ
(iii) 55 ଲକ୍ଷ
(iv) 30 ଲକ୍ଷ
Answer:
(ii) 60 ଲକ୍ଷ

9. ନିମ୍ନୋକ୍ତ କେଉଁ ଶିଳ୍ପ ନିମନ୍ତେ ଲାଇସେନ୍ସ ବାଧ୍ୟତାମୂଳକ ନୁହେଁ ?
(i) ତମାଖୁ
(ii) ଚିନି
(iii) ପ୍ରତିରକ୍ଷା ସାମଗ୍ରୀ
(iv) ନିଶାଯୁକ୍ତ ପାନୀୟ
Answer:
(ii) ଚିନି

10. 1991 ମସିହା ଶିଳ୍ପନୀତି ଅନୁସାରେ ସର୍ବୋଚ୍ଚ ବିଦେଶୀ ନିବେଶ କେତେ ହୋଇପାରିବ ?
(i) 40 ପ୍ରତିଶତ
(ii) 50 ପ୍ରତିଶତ
(iii) 51 ପ୍ରତିଶତ
(iv) 49 ପ୍ରତିଶତ
Answer:
(iii) 51 ପ୍ରତିଶତ

CHSE Odisha Class 11 Economics Solutions Chapter 5 ଶିଳ୍ପ

11. 1991 ମସିହା ଶିଳ୍ପନୀତି କେତୋଟି ଶିଳ୍ପକୁ ରାଷ୍ଟ୍ରାୟତ୍ତ କ୍ଷେତ୍ରପାଇଁ ସଂରକ୍ଷଣ କଲା ?
(i) 17ଟି
(ii) 7ଟି
(iii) 5ଟି
(iv) 8ଟି
Answer:
(iv) 8ଟି

12. ଉଦ୍ୟୋଗୀକରଣ କହିଲେ ତୁମେ କ’ଣ ବୁଝ ?
(i) ଉଦ୍ୟୋଗୀଙ୍କ ସଂଖ୍ୟା ବୃଦ୍ଧି
(ii) ଉଦ୍ୟୋଗ ସଂଖ୍ୟା ବୃଦ୍ଧି
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଉଭୟ (i) ଓ (ii)

13. ଉଦ୍ୟୋଗୀକରଣ ଗୋଟିଏ ଉପାଦେୟତା ଦର୍ଶାଅ |
(i) ଅତ୍ମକ ଆୟ
(ii) ଅଧ୍ଵକ ନିଯୁକ୍ତି
(iii) ଅଧ୍ଵ ଉତ୍ପାଦନ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

14. 1956 ମସିହାର ଶିଳ୍ପନୀତିରେ କେତୋଟି ଶିଳ୍ପକୁ ସରକାରୀ କ୍ଷେତ୍ରପାଇଁ ସଂରକ୍ଷିତ ରଖାଯାଇଥିଲା ?
(i) 15ଟି
(ii) 16ଟି
(iii) 17ଟି
(iv) 18ଟି
Answer:
(iv) 18ଟି

CHSE Odisha Class 11 Economics Solutions Chapter 5 ଶିଳ୍ପ

B. ଶୂନ୍ୟସ୍ଥାନ ପୂରଣ କର :

1. ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ _____________________ ମସିହା ଶିଳ୍ପନୀତିର ପ୍ରଧାନ ଉପାଦାନ ଥିଲା ।
Answer:
1991

2. 1956 ମସିହାର ଶିଳ୍ପନୀତିରେ ___________________ ଟି ଶିଳ୍ପକୁ ସରକାରୀ କ୍ଷେତ୍ରପାଇଁ ସଂରକ୍ଷିତ ରଖାଯାଇଥିଲା ।
Answer:
17

3. ଶିଳ୍ପାୟନ ଫଳରେ ଶିଳ୍ପ କ୍ଷେତ୍ରରେ ଶ୍ରମର _____________________ ‘ବୃଦ୍ଧି ପାଇଥାଏ ।
Answer:
ଉତ୍ପାଦିକାଶକ୍ତି

4. ଭାରତୀୟ କୃଷିଭିତ୍ତିକ ଅର୍ଥବ୍ୟବସ୍ଥାକୁ ସମସ୍ତେ _____________________ ମାଧ୍ୟମରେ ସମାଧାନ କରାଯାଇପାରିବ ।
Answer:
ଶିଳ୍ପାୟନ

5. ଭାରତୀୟ କୃଷିଭିତ୍ତିକ ଅର୍ଥବ୍ୟବସ୍ଥାକୁ ସମସ୍ତେ _________________ ଗାଡ଼ି ଅର୍ଥବ୍ୟବସ୍ଥା ବୋଲି ବର୍ଣ୍ଣନା କରିଥାନ୍ତି ।
ଶଗଡ଼

6. _______________________ ର ବିକାଶ ବିନା କୃଷିର ଆଧୁନିକୀକରଣ ସମ୍ଭବ ହୁଏ ନାହିଁ ।
Answer:
ଶିଳ୍ପ

7. ଭାରତର ସ୍ଥାଣୁ କୃଷିବ୍ୟବସ୍ଥାକୁ ଗତିଶୀଳ କରିବାପାଇଁ _____________________ ବିକାଶ ନିତାନ୍ତ ଅପରିହାର୍ଯ୍ୟ ବୋଲି ଅର୍ଥଶାସ୍ତ୍ରୀମାନେ ମତବ୍ୟକ୍ତ କରିଥାନ୍ତି ।
Answer:
ଶିଳ୍ପ

CHSE Odisha Class 11 Economics Solutions Chapter 5 ଶିଳ୍ପ

8. ପ୍ରତିରକ୍ଷ। ଉପାଦନରେ ସ୍ୱ।ବଲମ୍ୱ। ହେବାପାଇଁ ______________________ ଅପରିହାର୍ଯ୍ୟ ହୋଇଥାଏ ।
Answer:
ଶିଳ୍ପାୟନ

9. ଶିଳ୍ପ।ୟନ _________________ପ୍ରକ୍ରିୟାକୁ ଦ୍ରୁତତର କରିଥାଏ ।
Answer:
ସହରୀକରଣ

10. ଦେଶୀୟ ଶିଳ୍ପଗୁଡ଼ିକର ମାଲିକାନ, ପରିଚାଳନା ଓ ନିୟନ୍ତ୍ରତ ସଂକ୍ରାନ୍ତରେ ସରକାର ଯେଉଁ ନୀତି, ନିୟମ ଓ ବିଧବ୍ୟବସ୍ଥାର _____________________ ରେ ପ୍ରତିଫଳିତ ହୋଇଥାଏ ।
Answer:
ଶିଳ୍ପନୀତି

11. 1948 ମସିହା ଶିଳ୍ପନୀତି ଭାରତରେ ଏକ ______________ଅର୍ଥବ୍ୟବସ୍ଥାର ଭିତ୍ତି ସ୍ଥାପନ କରିଥିଲା ।
Answer:
ମିଶ୍ରିତ

12. ଶିଳ୍ପକୁ ନିୟନ୍ତ୍ରଣମୁକ୍ତ କରି ସରକାରୀ ହସ୍ତକ୍ଷେପରୁ ରକ୍ଷା କରିବା ଏବଂ ଶିଳ୍ପର ଭବିଷ୍ୟତ୍ ପ୍ରଗତିକୁ ମୁକ୍ତ ବଜାର ପ୍ରକ୍ରିୟା ସହିତ ସଂଯୁକ୍ତ କରିବା ଥିଲା ____________________ ର ଲକ୍ଷ୍ୟ ।
Answer:
ଉଦାରୀକରଣ

13. ଉଦ୍ୟୋଗମାନଙ୍କର ଆଧୁନିକୀକରଣ, ଢାଞ୍ଚାଗତ ପରିବର୍ତ୍ତନ ଓ ବନ୍ଦ ଫଳରେ କର୍ମଶ୍ରୁତ ହେଉଥ‌ିବା ଶ୍ରମିକମାନଙ୍କୁ ପୁନଃଥଇଥାନ ଓ କ୍ଷତିପୂରଣ ପ୍ରଦାନ ଆଦି କରିବାପାଇଁ _______________ ଗଠିତ ହୋଇଥିଲା ।
Answer:
ଜାତୀୟନବୀକରଣ ପାଣ୍ଠି

14. ରାଷ୍ଟ୍ରୀୟ କ୍ଷେତ୍ର ପ୍ରତିଷ୍ଠାନରୁ ପୁଞ୍ଜି ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରି, ଏଭଳି ଶିଳ୍ପମାନଙ୍କୁ ________________________ କ୍ଷେତ୍ରପାଇଁ ଉନ୍ମୁକ୍ତ କରିବା ଥିଲା 1991 ମସିହା ଶିଳ୍ପ ନୀତିର ଅସଲ ଉଦ୍ଦେଶ୍ୟ ।
Answer:
ବେସରକାରୀ

15. ଦେଶର ଉନ୍ନତ ଅଞ୍ଚଳରେ ସ୍ଥାୟୀ ସମ୍ପତ୍ତିରେ 25 କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ସରକାରୀ ସ୍ବୀକୃତ ଅନଗ୍ରସର ଅଞ୍ଚଳରେ 75 କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରୁଥିବା ସମସ୍ତ ନୂତନ ଶିଳ୍ପ ସଂସ୍ଥାକୁ ସରକାରୀ __________________ କରିଦିଆଗଲା।
Answer:
ଅନୁମତିପତ୍ର

CHSE Odisha Class 11 Economics Solutions Chapter 5 ଶିଳ୍ପ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଭାରତର ପ୍ରଥମ ଶିଳ୍ପନୀତି କେବେ ଘୋଷଣା କଲା ?
Answer:
1948 ମସିହା ଏପ୍ରିଲ 6 ତାରିଖ ଦିନ ଭାରତର ପ୍ରଥମ ଶିଳ୍ପନୀତି ଘୋଷଣା କରାଗଲା ।

2. 1956 ମସିହା ଶିଳ୍ପନୀତି ଶିଳ୍ପକୁ କେତୋଟି ବର୍ଗରେ ବିଭକ୍ତ କଲା ?
Answer:
1956 ମସିହା ଶିଳ୍ପନୀତି ଶିଳ୍ପକୁ ତିନୋଟି ବର୍ଗରେ ବିଭକ୍ତ କଲା ।

3. 1956 ମସିହା ଶିଳ୍ପନୀତିର ଅନୁସୂଚୀ-‘ଖ’ରେ କେତୋଟି ଶିଳ୍ପ ରଖାଗଲା ?
Answer:
1956 ମସିହା ଶିଳ୍ପନୀତିର ଅନୁସୂଚୀ-‘ଖ’ରେ 12ଟି ଶିଳ୍ପ ରଖାଗଲା ।

4. 1956 ମସିହା ଶିଳ୍ପନୀତିର ପ୍ରମୁଖ ଆଭିମୁଖ୍ୟ କ’ଣ ଥିଲା ?
Answer:
ସମାଜବାଦୀ ଢାଞ୍ଚାର ସମାଜ ଗଠନ 1956 ମସିହା ଶିଳ୍ପନୀତିର ପ୍ରମୁଖ ଆଭିମୁଖ୍ୟ ଥିଲା ।

5. ନୂତନ ଶିଳ୍ପନୀତି କେବେ ଘୋଷିତ ହେଲା ?
Answer:
ନୂତନ ଶିଳ୍ପନୀତି 1991 ମସିହା ଜୁଲାଇ ମାସ 24 ତାରିଖ ଦିନ ଘୋଷିତ ହୋଇଥିଲା ।

6. ଲାଇସେନ୍ସ୍ ଆବଶ୍ୟକ କରୁଥିବା ଦୁଇଟି ଶିଳ୍ପର ନାମ ଲେଖ ।
Answer:
ଲାଇସେନ୍‌ସ୍‌ ଆବଶ୍ୟକ କରୁଥିବା ଦୁଇଟି ଶିଳ୍ପ ହେଲା— (i) ନିଶାଯୁକ୍ତ ପାନୀୟ, (ii) ତମାଖୁ ।

CHSE Odisha Class 11 Economics Solutions Chapter 5 ଶିଳ୍ପ

7. 1991 ମସିହା ଶିଳ୍ପନୀତିର ଗୋଟିଏ ଆଭିମୁଖ୍ୟ ଲେଖ ।
Answer:
1991 ମସିହା ଶିଳ୍ପନୀତିର ଗୋଟିଏ ଆଭୁମୁଖ୍ୟ ନିୟନ୍ତ୍ରଣରୁ ମୁକ୍ତ କରିବା । ହେଲା– ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅନାବଶ୍ୟକ ଅମଲା ତାନ୍ତ୍ରିକ

8. ବର୍ତ୍ତମାନ କେତୋଟି ଶିଳ୍ପପାଇଁ ଲାଇସେନ୍ସ ବାଧ୍ୟତାମୂଳକ ?
Answer:
ବର୍ତ୍ତମାନ ଟି ଶିଳ୍ପପାଇଁ ଲାଇସେନ୍ସ ବାଧ୍ୟତାମୂଳକ ।

9. 1991 ମସିହା ଶିଳ୍ପନୀତି ବିଦେଶୀ ନିବେଶକାରୀଙ୍କ କେତେ ପ୍ରତିଶତ ନିବେଶ କ୍ଷମତାର ଅଂଶଧନ ଦେଇଥିଲା ।
Answer:
1991 ମସିହା ଶିଳ୍ପନୀତି ବିଦେଶୀ ନିବେଶକାରୀଙ୍କ 51 ପ୍ରତିଶତ ନିବେଶ କ୍ଷମତାର ଅଂଶଧନ ଦେଇଥିଲା ।

10. ଅତି କ୍ଷୁଦ୍ର ଶିଳ୍ପର ବର୍ତ୍ତମାନ ବିନିଯୋଗ ସୀମା କେତେ ଟଙ୍କା ?
Answer:
ଅତି କ୍ଷୁଦ୍ରଶିଳ୍ପର ବର୍ତ୍ତମାନ ବିନିଯୋଗ ସୀମା ହେଉଛି 5 ଲକ୍ଷ ଟଙ୍କା ।

11. କେତୋଟି ଶିଳ୍ପ ରାଷ୍ଟ୍ରାୟତ୍ତ କ୍ଷେତ୍ରପାଇଁ ବର୍ତ୍ତମାନ ସଂରକ୍ଷିତ ?
Answer:
8ଟି ଶିଳ୍ପ ରାଷ୍ଟ୍ରାୟତ୍ତ କ୍ଷେତ୍ରପାଇଁ ବର୍ତ୍ତମାନ ସଂରକ୍ଷିତ ।

12. MRTP ଆଇନ୍ କେବେ ପ୍ରତ୍ୟାବର୍ତ୍ତନ କରାଯାଇଥିଲା ?
Answer:
1970 ମସିହାରେ ଆଇନ୍ MRTP ପ୍ରବର୍ତ୍ତନ କରାଯାଇଥିଲା ।

13. ଶିଳ୍ପନୀତି କହିଲେ କ’ଣ ବୁଝ ?
Answer:
ରାଷ୍ଟ୍ରରେ ଦ୍ରୁତ ଶିଳ୍ପାୟନ ତଥା ଶିଳ୍ପର ବିକାଶପାଇଁ ଯେଉଁ ନୀତି, କାର୍ଯ୍ୟକ୍ରମ ଅବଲମ୍ବନ କରାଯାଏ ତାହାକୁ ଶିଳ୍ପନୀତି କୁହାଯାଏ ।

14. 1956 ଶିଳ୍ପନୀତିରେ କେଉଁ ଶିଳ୍ପକ୍ଷେତ୍ରରେ ସରକାରଙ୍କର ଏକାଧିକାର ରହିଥିଲା ?
Answer:
ଅସ୍ତ୍ରଶାସ୍ତ୍ର, ପରମାଣୁ ଶକ୍ତି, ରେଳ ଓ ବାୟୁ ପରିବହନ ପ୍ରଭୃତି 4ଟି ଶିଳ୍ପ ସରକାରଙ୍କ ଏକାତ୍‌କାର ପରିଚାଳନାଭୁକ୍ତ ହୋଇଥିଲା ।

15. କୁଟୀର ଶିଳ୍ପ କାହାକୁ କୁହାଯାଏ ?
Answer:
ଯେଉଁ ଶିଳ୍ପ ପରିବାରର ସଦସ୍ୟମାନଙ୍କଦ୍ୱାରା ବାସଗୃହରେ ଅଳ୍ପ ପୁଞ୍ଜି ବିନିଯୋଗରେ କାର୍ଯ୍ୟକାରୀ ହୋଇଥାଏ, ତାହାକୁ କୁଟୀରଶିଳ୍ପ କୁହାଯାଏ ।

16. 1956 ଶିଳ୍ପନୀତିରେ କେଉଁ ଶ୍ରେଣୀର ଶିଳ୍ପ କେବଳ ଘରୋଇ କ୍ଷେତ୍ରଦ୍ୱାରା ପରିଚାଳିତ ହେବାର ବ୍ୟବସ୍ଥା ରହିଲା ?
Answer:
‘ଗ’ ଶ୍ରେଣୀର ଅନ୍ତର୍ଭୁକ୍ତ ଶିଳ୍ପଗୁଡ଼ିକ

17. ଶିଳ୍ପକ୍ଷେତ୍ରର ଜାତୀୟ ଆୟକୁ ଅବଦାନ କେତେ ?
Answer:
ଜାତୀୟ ଆୟକୁ ଶିଳ୍ପର ଅବଦାନ 28 ଶତାଂଶ ।

18. ଭାରତରେ ଶିଳ୍ପକ୍ଷେତ୍ରରେ କେତେ ଭାଗ ଲୋକ କାର୍ଯ୍ୟ କରନ୍ତି ?
Answer:
17.6 ଶତାଂଶ ଲୋକ ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରନ୍ତି ।

CHSE Odisha Class 11 Economics Solutions Chapter 5 ଶିଳ୍ପ

19. ମିଶ୍ରିତ ଅର୍ଥନୀତି କାହାକୁ କୁହାଯାଏ ?
Answer:
ଯେଉଁ ଅର୍ଥବ୍ୟବସ୍ଥାରେ ସରକାରୀ ଓ ବେସରକାରୀ ଉଦ୍ୟୋଗଗୁଡ଼ିକର ସହାବସ୍ଥାନ ଘଟେ, ତାହାକୁ ମିଶ୍ରିତ ଅର୍ଥନୀତି କୁହାଯାଏ ।

20. କେଉଁ ଯୋଜନାରେ ଶିଳ୍ପ ଉପରେ ଗୁରୁତ୍ଵ ଦିଆଯାଇଥିଲା ?
Answer:
ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ଶିଳ୍ପଉପରେ ଗୁରୁତ୍ଵ ଦିଆଯାଇଥିଲା ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. 1956 ଶିଳ୍ପନୀତି ଶିଳ୍ପକୁ ଚାରିଟି ଶ୍ରେଣୀରେ ବିଭକ୍ତ କଲା ।
Answer:
1956 ଶିଳ୍ପନୀତି ଶିଳ୍ପକୁ ତିନୋଟି ଶ୍ରେଣୀରେ ବିଭକ୍ତ କଲା ।

2. 1956 ଶିଳ୍ପନୀତିର ଅନୁସୂଚୀ ‘କ’ରେ 12ଟି ଶିଳ୍ପ ରହିଛି ।
Answer:
1956 ଶିଳ୍ପନୀତିର ଅନୁସୂଚୀ-‘କ’ରେ 17ଟି ଶିଳ୍ପ ରହିଛି ।

3. ଅତି କ୍ଷୁଦ୍ର ଶିଳ୍ପର ବିନିଯୋଗ ସୀମା 60 ଲକ୍ଷ ।
Answer:
ଅତି କ୍ଷୁଦ୍ର ଶିଳ୍ପର ବିନିଯୋଗ ସୀମା 5 ଲକ୍ଷ ।

4. କ୍ଷୁଦ୍ରଶିଳ୍ପ ଉନ୍ନୟନ ସଙ୍ଗଠନ କୃଷିଜାତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ପ୍ରତିଷ୍ଠା କରାଯାଇଥିଲା
Answer:
କ୍ଷୁଦ୍ରଶିଳ୍ପ ଉନ୍ନୟନ ସଙ୍ଗଠନ କୃଷିଜାତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ପ୍ରତିଷ୍ଠା କରାଯାଇଥିଲା ।

5. ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ କୃଷି କ୍ଷେତ୍ରକୁ ଋଣ ଯୋଗାଣ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିଲା ।
Answer:
ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ କ୍ଷୁଦ୍ରଶିଳ୍ପକୁ ଋଣ ଯୋଗାଣ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିଲା ।

6. 1991 ମସିହା ଶିଳ୍ପନୀତି ଅନୁସାରେ ବିଦେଶୀ ନିବେଶ ପ୍ରାପ୍ୟ ପ୍ରଦାନ ବିଭ ମନ୍ତ୍ରଣାଳୟ ଦ୍ୱାରା କରାଯିବ ।
Answer:
1991 ମସିହା ଶିଳ୍ପନୀତି ଅନୁସାରେ ବିଦେଶୀ ନିବେଶକାରୀଙ୍କ ପ୍ରାପ୍ୟ ପ୍ରଦାନ ରିଜର୍ଭ ବ୍ୟାଙ୍କଦ୍ଵାରା କରାଯିବ ।

7. 1991 ମସିହା ଶିଳ୍ପନୀତି ବିଦେଶୀ ବାଣିଜ୍ୟିକ କମ୍ପାନୀକୁ 49 ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ନିବେଶର ସୁବିଧା ଦେଲା
Answer:
1991 ମସିହା ଶିଳ୍ପନୀତି ବିଦେଶୀ ବାଣିଜ୍ୟିକ କମ୍ପାନୀକୁ 51 ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ନିବେଶର ସୁବିଧା ଦେଲା ।

8. କ୍ଷୁଦ୍ର ଶିଳ୍ପ ଉତ୍ପାଦିତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ଜାତୀୟ ହସ୍ତତନ୍ତ୍ର ଉନ୍ନୟନ କେନ୍ଦ୍ର ପ୍ରତିଷ୍ଠା କରାଗଲା ।
Answer:
କ୍ଷୁଦ୍ର ଶିଳ୍ପ ଉତ୍ପାଦିତ ଦ୍ରବ୍ୟର ବଜାର ସୃଷ୍ଟିପାଇଁ ଜାତୀୟ ହସ୍ତଶିଳ୍ପ ନିଗମ ପ୍ରତିଷ୍ଠା କରାଗଲା ।

9. ସହାୟକ ଶିଳ୍ପର ବିନିଯୋଗ ସୀମା ହେଉଛି 60 ଲକ୍ଷ ଟଙ୍କା ।
Answer:
ସହାୟକ ଶିଳ୍ପର ବିନିଯୋଗ ସୀମା ହେଉଛି 75 ଲକ୍ଷ ଟଙ୍କା ।

10. କ୍ଷୁଦ୍ରଶିଳ୍ପର ବିନିଯୋଗ ସୀମା ହେଉଛି 60 ଲକ୍ଷ ଟଙ୍କା ।
Answer:
କ୍ଷୁଦ୍ରଶିଳ୍ପର ବିନିଯୋଗ ସୀମା ହେଉଛି 25 ଲକ୍ଷ ଟଙ୍କା ।

CHSE Odisha Class 11 Economics Solutions Chapter 5 ଶିଳ୍ପ

11. କ୍ଷୁଦ୍ରଶିଳ୍ପମାନଙ୍କ ଋଣର ଚାହିଦା ପୂରଣ କରିବାପାଇଁ ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ ନାମରେ ଏକ ଶୀର୍ଷ ବ୍ୟାଙ୍କ ପ୍ରତିଷ୍ଠା କରାଗଲା
Answer:
ଠିକ୍ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି/ତିନୋଟି ବାକ୍ୟ ମଧ୍ୟରେ ଦିଅ ।

1. ଶିଳ୍ପ ଲାଇସେନ୍ସ ବ୍ୟବସ୍ଥା କ’ଣ ?
Answer:
ଶିଳ୍ପ ପ୍ରତିଷ୍ଠା, ସମ୍ପ୍ରସାରଣ ଇତ୍ୟାଦିପାଇଁ ସରକାରଙ୍କଦ୍ୱାରା ଦିଆଯାଉଥ‌ିବା ଅନୁମତି ପତ୍ରକୁ ଲାଇସେନ୍ସ କୁହାଯାଏ । ଏହି ଲାଇସେନ୍ସ ବ୍ୟବସ୍ଥା ଶିଳ୍ପମାନଙ୍କୁ ଅଯଥା ଅମଲାତାନ୍ତ୍ରିକ କଟକଣାରେ ରଖ୍ ଶିଳ୍ପବିକାଶରେ ବାଧା ସୃଷ୍ଟି କରେ । ଏହି ବ୍ୟବସ୍ଥାର ବିଲୋପ ପାଇଁ 1991 ମସିହା ଶିଳ୍ପନୀତି, ଲାଇସେନ୍ସ ମୁକ୍ତ ବ୍ୟବସ୍ଥା ଗ୍ରହଣ କଲେ ।

ନୂତନ ଶିଳ୍ପନୀତି 18ଟି ଗୁରୁତ୍ଵପୂର୍ଣ୍ଣ ଶିଳ୍ପ ବ୍ୟତୀତ ସମସ୍ତ ଶିଳ୍ପ ଉପରୁ ବାଧ୍ୟତାମୂଳକ ଲାଇସେନ୍ସ ବ୍ୟବସ୍ଥା ଉଚ୍ଛେଦ କଲା । ଏହି ଗୁରୁତ୍ଵପୂର୍ଣ୍ଣ ଶିଳ୍ପଗୁଡ଼ିକ ହେଲା– କୋଇଲା ଓ ଲିଗ୍‌ନାଇଟ୍‌, ପେଟ୍ରୋଲ ଓ ପେଟ୍ରୋଲଜାତ ଦ୍ରବ୍ୟ, ନିଶାଯୁକ୍ତ ପାନୀୟ, ଚିନି, ତମାଖୁ, ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ବିସ୍ଫୋରଣ, ପ୍ରତିରକ୍ଷା ସାମଗ୍ରୀ, ବିପଦଜ୍ଜନକ ରାସାୟନିକ ଦ୍ରବ୍ୟ ଇତ୍ୟାଦି ।

2. ଏମ୍.ଆର.ଟି.ପି. ଆଇନ୍‌ର ସଂଶୋଧନ କହିଲେ କ’ଣ ବୁଝ ?
Answer:
ଅସାଧୁ ଉପାୟ ଅବଲମ୍ବନ କରୁଥ‌ିବା କମ୍ପାନୀମାନଙ୍କୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏମ୍.ଆର.ଟି.ପି. ଆଇନ୍ ରହିଛି । ନୂତନ ଶିଳ୍ପନୀତିରେ ଭାରତୀୟ ଶିଳ୍ପ ପ୍ରଗତିରେ କ୍ଷତିକାରକ ପ୍ରଭାବ ପକାଉଥ‌ିବା! ବଡ଼ ବଡ଼ କମ୍ପାନୀମାନଙ୍କର ବିନିଯୋଗ ନିଷ୍ପଭିରେ ଏହି ଆଇନ୍ ଲାଗୁକରି କେଉଁଭଳି ଭାବେ ସରକାର ହସ୍ତକ୍ଷେପ କରିପାରିବେ ତାହା ନୂତନ ଶିଳ୍ପନୀତିରେ ସୁସ୍ପଷ୍ଟଭାବେ ଉଲ୍ଲେଖ କରାଗଲା ।

ଫଳରେ ଏମ୍.ଆର.ଟି.ପି. ଆଇନ୍‌ର ସଂଶୋଧନ କରାଗଲା । ଏହି ସଂଶୋଧ ଆଇନ୍ ଏକାଧିକାରୀ,ପ୍ରତିବନ୍ଧକକାରୀ ଓ ଅସାଧୁ ବାଣିଜ୍ୟ ବ୍ୟବସାୟୀ କାରବାରରେ ସଂଶ୍ଳିଷ୍ଟ କମ୍ପାନୀମାନଙ୍କୁ ନିୟନ୍ତ୍ରଣ ଓ ପ୍ରତିରୋଧ କରିବାପାଇଁ ଅଧ‌ିକ ଗୁରୁତ୍ବାରୋପ କରିଅଛି । ଖାଉଟିମାନଙ୍କ ସ୍ବାର୍ଥରକ୍ଷା ନିମିତ୍ତ ଏହି ସଂଶୋଧ ଆଇନ୍‌ରେ ବ୍ୟବସ୍ଥା ରଖାଯାଇଛି ।

3. ଶ୍ରମିକମାନଙ୍କ ପାଇଁ ସାମାଜିକ ନିରାପତ୍ତା କ’ଣ ?
Answer:
ରାଷ୍ଟ୍ରାୟତ୍ତ ସ୍ତରରେ ରୁଗ୍ଣ ବିବେଚିତ ହେଉଥ‌ିବା ଶିଳ୍ପ ସମୂହର ପୁନଃ ସଂସ୍ଥାପନ ପାଇଁ ଶୈଳ୍ପିକ ଓ ଆର୍ଥିକ ପୁନର୍ଗଠନ ପରିଷଦ ସହିତ ପରାମର୍ଶ କରିବା ବ୍ୟବସ୍ଥା ରଖାଗଲା ଏବଂ 1991 ମସିହା ଶିଳ୍ପନୀତିରେ, ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ, ସାଙ୍ଗଠନିକ ପରିବର୍ତ୍ତନ ଓ ବନ୍ଦ ଫଳରେ ଛଟେଇ ହେଉଥ‌ିବା ଶ୍ରମିକମାନଙ୍କର ପୁନଃ ଥଇଥାନ ଓ କ୍ଷତିପୂରଣପାଇଁ ଜାତୀୟ ନବୀକରଣ ପାଣ୍ଠିର ଗଠନ ବ୍ୟବସ୍ଥା କରାଗଲା । ଏହି ପୁନର୍ଗଠନ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ଶ୍ରମିକମାନଙ୍କ ସ୍ବାର୍ଥରକ୍ଷା ପାଇଁ ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରଚଳନ କରାଗଲା ।

4. 1991 ଶିଳ୍ପନୀତିର ଆଭିମୁଖ୍ୟଗୁଡ଼ିକ କ’ଣ ?
Answer:
1991 ମସିହା ଶିଳ୍ପନୀତିରେ ଉଦାରୀକରଣ ଓ ଘରୋଇ କରଣର ବୈଶିଷ୍ଟ୍ୟମାନ ପ୍ରତିଫଳିତ ହେଲା । ପୂର୍ବ ପ୍ରଚଳିତ ଶିଳ୍ପନୀତି ଯାହାକି ସମାଜବାଦ ଓ ରାଷ୍ଟ୍ରୀୟ ଉଦ୍ୟୋଗର ପ୍ରାଧାନ୍ୟ ଉପରେ ପର୍ଯ୍ୟବସିତ ହୋଇ ଶିଳ୍ପ ବିକାଶ ପ୍ରକ୍ରିୟାକୁ ଅମଲାତାନ୍ତ୍ରିକ ତଥା ରାଜନୈତିକ ନିୟନ୍ତ୍ରଣାଧୀନ କରି ଶିଳ୍ପ ବ୍ୟବସ୍ଥାକୁ ଲାଇସେନ୍ସ ଓ ପର୍‌ମିଟ୍ ସର୍ବସ୍ଵ କରିଥିଲା ।

ସେଥୁରୁ ଶିଳ୍ପ ଜଗତକୁ ସମ୍ପୂର୍ଣ୍ଣଭାବେ ମୁକ୍ତିକରି ଏକ ଉଦାର ତଥା ମୁକ୍ତ ଅର୍ଥବ୍ୟବସ୍ଥାକୁ ପରିବର୍ତ୍ତନ ହେବାର ସାହସିକ ପଦକ୍ଷେପ ନେବାର ପ୍ରୟାସ କରିଥିଲା । ଏହି ଶିଳ୍ପନୀତି ବୈଦେଶିକ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଇବା ଏହାର ବିଶେଷ ଲକ୍ଷ ଥିଲା । ଏହାଦ୍ଵାରା ଅଧ୍ୟରୁ ଅଧ୍ଵ ଶିଳ୍ପ ପ୍ରତିଷ୍ଠା ହୋଇପାରିବାର ଲକ୍ଷ୍ୟ ସହ ନିଯୁକ୍ତି ତଥା ଜାତୀୟ ଆୟ ବୃଦ୍ଧି ଏହି ଶିଳ୍ପନୀତିର ଅନ୍ୟତମ ଆଭିମୁଖ୍ୟ ।

F. ପାଞ୍ଚୋଟି/ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. କ୍ଷୁଦ୍ରଶିଳ୍ପ ଓ କୁଟୀର ଶିଳ୍ପ
Answer:
(i) କ୍ଷୁଦ୍ରଶିଳ୍ପ ସାଧାରଣତଃ ଏକ ସ୍ଵତନ୍ତ୍ର ଉଦ୍ୟୋଗ ଭାବରେ ସହରାଞ୍ଚଳରେ ପ୍ରତିଷ୍ଠା କରାଯାଇଥାଏ । ମାତ୍ର କୁଟୀରଶିଳ୍ପ ମୁଖ୍ୟତଃ ଗ୍ରାମାଞ୍ଚଳରେ କାର୍ଯ୍ୟ କରିଥାଏ ।

(ii) କ୍ଷୁଦ୍ରଶିଳ୍ପ ସଂଗୃହିତ କଞ୍ଚାମାଲକୁ ଯନ୍ତ୍ର ସାହାଯ୍ୟରେ ପ୍ରକ୍ରିୟାକରଣ କରିଥାଏ । ଏଥିପାଇଁ ଯନ୍ତ୍ରପାତି, ସ୍ଵତନ୍ତ୍ର ଗୃହ, ଶ୍ରମିକ ଆଦି ଉପାଦାନମାନଙ୍କର ଆବଶ୍ୟକତା ପଡ଼ିଥାଏ । ମାତ୍ର କୁଟୀରଶିଳ୍ପ ପରିବାରର ସଦସ୍ୟମାନଙ୍କଦ୍ୱାରା ନିଜ ବାସଗୃହରେ ଉତ୍ପାଦନ କରିଥାଏ । ଏଥ‌ିପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକତା ନଥାଏ ।

(iii) କ୍ଷୁଦ୍ରଶିଳ୍ପ ପାଇଁ 60 ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରାଯାଇପାରେ । ମାତ୍ର କୁଟୀର ଶିଳ୍ପପାଇଁ ସର୍ବାଧ୍ଵ 5 ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଥାଏ, 1991 ମସିହା ଶିଳ୍ପନୀତି ଅନୁଯାୟୀ ।

2. ଶିଳ୍ପ ଏବଂ ବାହ୍ୟ ପ୍ରଭାବ
Answer:
ଶିଳ୍ପର ବାହ୍ୟ ପ୍ରଭାବ ସର୍ବାଧ‌ିକ । ଏହାର ଦୃଢ଼ ଅଗ୍ର ଅନୁବନ୍ଧନ ଓ ପଶ୍ଚାତ୍ ଅନୁବନ୍ଧନ ରହିଛି । ଶିଳ୍ପର ଅଭିବୃଦ୍ଧି ଫଳରେ ପରିବହନ ବ୍ୟବସ୍ଥା, ଶକ୍ତି ଉତ୍ପାଦନ, ଶିକ୍ଷା ଯୋଗାଯୋଗ, ବ୍ୟାଙ୍କ୍ ବ୍ୟବସ୍ଥା ଇତ୍ୟାଦି କ୍ଷେତ୍ରରେ ପ୍ରଭୂତ ବିକାଶ ସାଧୁ ହୋଇଥାଏ । ନୂତନ ସହର ଓ ଶିଳ୍ପ ଜନ୍ମନିଏ । ଏହାକୁ ଶିଳ୍ପର ଅଗ୍ର ଅନୁବନ୍ଧନ କୁହାଯାଏ ।

ଠିକ୍ ସେହିପରି ଶିଳ୍ପ ଅଭିବୃଦ୍ଧିପାଇଁ କଞ୍ଚାମାଲ ଯୋଗାଣ କ୍ଷେତ୍ର ଯଥା ଖଣି, କ୍ଷୁଦ୍ର ଶିଳ୍ପ ଇତ୍ୟାଦିର ବିକାଶ ଘଟେ । ଏହାକୁ ପଶ୍ଚାତ୍ ଅନୁବନ୍ଧନ କୁହାଯାଏ । ତେଣୁ ଶିଳ୍ପର ବିକାଶ ଉଭୟ ଅଗ୍ର ଓ ପଶ୍ଚାତ୍ ଅନୁବନ୍ଧନରେ ସହାୟକ ହୋଇ ଦ୍ରୁତ ବାହ୍ୟ ପ୍ରଭାବ ଆଣିଥାଏ ।

CHSE Odisha Class 11 Economics Solutions Chapter 5 ଶିଳ୍ପ

3. ଶିଳ୍ପ ଏବଂ କୃଷିର ବିକାଶ
Answer:
ଜନସଂଖ୍ୟାର ପ୍ରବଳ ଚାପ ଭାରତୀୟ ଅର୍ଥବ୍ୟବସ୍ଥାର ଏକ ତିକ୍ତ ଅନୁଭୂତି । ଏହା ଜୋତକୁ ବିଭାଜନ ଓ ବିଖଣ୍ଡନ କରିଥାଏ । ଫଳରେ ଆଧୁନିକ କୃଷି ପଦ୍ଧତିର ଉପଯୋଗ ଅସମ୍ଭବ ହୋଇପଡ଼େ । ଭାରତୀୟ କୃଷିର ସ୍ଵଳ୍ପ ଉତ୍ପାଦିତାର ଏହା ମୁଖ୍ୟ କାରଣ । ଏହି ସମସ୍ୟାର ସମାଧାନ ଶିଳ୍ପ ବିକାଶ ଦ୍ବାରା ସମ୍ଭବ । ଶିଳ୍ପର ବିକାଶ ଫଳରେ ଲୋକମାନଙ୍କର ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତର ଘଟେ ।

ଏହା ଭୂମି ଉପରେ ଥ‌ିବା ଜନସଂଖ୍ୟାର ଚାପ ହ୍ରାସ କରେ । ଫଳରେ ଅପେକ୍ଷାକୃତ ବୃହତ୍ତର ଜୋତରେ ଆଧୁନିକ କୃଷି ପ୍ରଣାଳୀ ଉପଯୋଗ କରିବାଦ୍ୱାରା କୃଷି ଉତ୍ପାଦିତା ବୃଦ୍ଧି ଘଟେ ଏବଂ କୃଷି କ୍ଷେତ୍ରରେ ଅନୁଭୂତ ଛଦ୍ମବେଶୀ ବେକାରୀ ହ୍ରାସପାଏ । ତେଣୁ କୃଷିର ବିକାଶ କ୍ଷେତ୍ରରେ ଶିଳ୍ପର ଭୂମିକା ସ୍ପଷ୍ଟ ।

4. ଭାରତୀୟ କ୍ଷୁଦ୍ର ଶିଳ୍ପ ବ୍ୟାଙ୍କ ଏବଂ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ।
Answer:
କ୍ଷୁଦ୍ରଶିଳ୍ପୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାପାଇଁ ନୂତନ ଶିଳ୍ପନୀତି 1991 କେତେକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରଖୁଲା । କ୍ଷୁଦ୍ରଶିଳ୍ପୀମାନଙ୍କ ଋଣର ଚାହିଦା ପୂରଣ କରିବାପାଇଁ ଭାରତୀୟ କ୍ଷୁଦ୍ରଶିଳ୍ପ ବ୍ୟାଙ୍କ ନାମରେ ଏକ ଶଳ୍ପ ବ୍ୟାଙ୍କ୍ ପ୍ରତିଷ୍ଠା କରାଗଲା । ଏହି ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ଏକ ଶାଖା ରୂପେ କାର୍ଯ୍ୟ କରିବାର ବ୍ୟବସ୍ଥା ରଖାଗଲା ।

ନୂତନ ଶିଳ୍ପନୀତି 1991, କ୍ଷୁଦ୍ରଶିଳ୍ପର ବିକାଶ ନିମନ୍ତେ ଆବଶ୍ୟକୀୟ କଞ୍ଚାମାଲ ଯୋଗାଣ ଓ ଉତ୍ପାଦିତ ଦ୍ରବ୍ୟପାଇଁ ବଜାର ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କଲା । ଉତ୍ପାଦିତ ଦ୍ରବ୍ୟର ବିକ୍ରୟପାଇଁ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମକୁ ଅନୁମତି ପ୍ରଦାନ କଲା । ମୋଟ ଉପରେ କହିବାକୁ ଗଲେ, କ୍ଷୁଦ୍ରଶିଳ୍ପର ଆଧୁନିକୀକରଣ ଏବଂ ସେମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରି ଉତ୍ପାଦନ ଓ ଉତ୍ପାଦିତା ବୃଦ୍ଧିପାଇଁ ନୂତନ ଶିଳ୍ପନୀତି 1991, ସମସ୍ତ ବ୍ୟବସ୍ଥା ଗ୍ରହଣ କଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଆଲୋଚନା କର ।
Answer:
ସଂପ୍ରତି ଶିଳ୍ପାୟନ ଓ ଆର୍ଥନୀତିକ ଉନ୍ନୟନ ଏକାର୍ଥବୋଧକ ବିବେଚିତ ହେଉଛି । କାରଣ ଗୋଟିଏ ଦେଶର ପ୍ରଗତି ସେହି ଦେଶର ଶିଳ୍ପ ସମୃଦ୍ଧିରୁ ପ୍ରତୀୟମାନ ହୁଏ । ଆଧୁନିକ ଅର୍ଥଶାସ୍ତ୍ରୀମାନେ ଶିଳ୍ପାୟନକୁ ଅର୍ଥନୈତିକ ଉନ୍ନୟନର ପନ୍ଥାସ୍ବରୂପ ଗ୍ରହଣ କରିଛନ୍ତି ।

ଯୁକ୍ତରାଷ୍ଟ୍ର, ଯୁକ୍ତରାଜ୍ୟ, ଫ୍ରାନ୍ସ ଓ ଜର୍ମାନୀ ପ୍ରଭୃତି ଦେଶ ଉନ୍ନତ ଦେଶରୂପେ ପରିଚିତ ହେବାର ମୁଖ୍ୟ କାରଣ ହେଲା ସେମାନଙ୍କର ଶିଳ୍ପସମୃଦ୍ଧି, ଅନ୍ୟପକ୍ଷରେ ଶିଳ୍ପବିସ୍ତାର ଲାଭ ନ କରିଥିବାରୁ ଭାରତ, ପାକିସ୍ତାନ, ସିଂହଳ, ବର୍ମା ଓ ଚୀନ୍ ପ୍ରଭୃତି ଦେଶ ଅନୁନ୍ନତ ଦେଶରୂପେ ବିବେଚିତ ହେଉଛନ୍ତି । ଅନୁନ୍ନତ ଦେଶସମୂହ ବର୍ତ୍ତମାନ ଦେଶର ଦ୍ରୁତ ଶିଳ୍ପାୟନ କରି ବିକାଶୋନୁ ଖୀ ହେବାକୁ ଚେଷ୍ଟା ଚଳାଇଛନ୍ତି ।

ଶିଳ୍ପ କହିଲେ ବିନିର୍ମାଣ କାର୍ଯ୍ୟାବଳୀକୁ ବୁଝାଏ । ଶିଳ୍ପାୟନ ଅର୍ଥ ହେଉଛି ବିନିର୍ମାଣ ଶିଳ୍ପ ପ୍ରତିଷ୍ଠା କରିବା । ପୂର୍ବେ ଶିଳ୍ପାୟନ କହିଲେ ଯାହା ବୁଝାଯାଉଥିଲା ବର୍ତ୍ତମାନ ତାହା ଏକ ଭିନ୍ନ ରୂପ ନେଇଛି । ଅତୀତରେ ଅଳ୍ପ ପୁଞ୍ଜି ଓ ସରଳ ଯନ୍ତ୍ରପାତି ବ୍ୟବହାର କରି କ୍ଷୁଦ୍ରାୟତନ ବିଶିଷ୍ଟ ଶିଳ୍ପମାନଙ୍କରେ ଉତ୍ପାଦନ କାର୍ଯ୍ୟ କରାଯାଉଥିଲା ।

ମାତ୍ର ଊନବିଂଶ ଶତାବ୍ଦୀର ଶିଳ୍ପ ବିପ୍ଳବ ପରେ ପରେ ଶିଳ୍ପାୟନର ଧାରା ପରିବର୍ତ୍ତିତ ହୋଇଛି । ଆଧୁନିକ ଅର୍ଥରେ ଶିଳ୍ପାୟନ କହିଲେ, ଉତ୍ପାଦନ କ୍ଷେତ୍ରରେ ଉନ୍ନତ କୌଶଳ ଓ ଯନ୍ତ୍ରପାତିର ପ୍ରୟୋଗ, ବହୁଳ ପୁଞ୍ଜିର ବ୍ୟବହାର ଓ ଶ୍ରମବିଭାଜନ ପଦ୍ଧତିର ଅବଲମ୍ବନକୁ ବୁଝାଏ । ଏହି ଦୃଷ୍ଟିରୁ ବିଚାର କଲେ ଶିଳ୍ପାୟନ ହେଉଛି ଅର୍ଥନୈତିକ ଉନ୍ନୟନର ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ।

ବର୍ତ୍ତମୀନ ବିଶ୍ୱର ଅଧିକାଂଶ ଅନୁନ୍ନତ ଦେଶ ଦ୍ରୁତ ଅର୍ଥନୈତିକ ପ୍ରଗତି ହାସଲ କରିବାପାଇଁ ଶିଳ୍ପାୟନର ଆଶ୍ରୟ ନେଇଛନ୍ତି । ଭାରତରେ ଏହାର ବ୍ୟତିକ୍ରମ ହୋଇନାହିଁ । ଭାରତରେ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଦେଶରେ ଶିଳ୍ପ ବିକାଶ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଶିଳ୍ପକ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି । ଭାରତ ବର୍ତ୍ତମାନ ଶିଳ୍ପ ଜଗତରେ ପଞ୍ଚବିଂଶ ସ୍ଥାନ ଅଧ୍ୟାର କରିଛି । ତଥାପି ଭାରତକୁ ଶିଳ୍ପ ଉନ୍ନୟନ କ୍ଷେତ୍ରରେ ଆହୁରି ସୁଦୂର ପଥ ଅତିକ୍ରମ କରିବାକୁ ଅଛି । ବର୍ତ୍ତମାନ ପ୍ରଶ୍ନ ହୋଇପାରେ ଯେ ଶିଳ୍ପାୟନ ଉପରେ କାହିଁକି ଏତେ ଗୁରୁତ୍ବ ଦିଆଯାଉଛି ? ଏହାର ଉତ୍ତରରେ ନିମ୍ନଲିଖିତ –

(1) ପ୍ରାକୃତିକ ସମ୍ବଳର ବିନିଯୋଗ – ଭାରତବର୍ଷ ପ୍ରାକୃତିକ ଓ ମାନବିକ ସମ୍ବଳରେ ଭରପୂର । ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥ‌ିବାରୁ ଏଥ‌ିରେ ବିପୁଳ ପରିମାଣର କୃଷିଜ କଞ୍ଚାମାଲ; ଯଥା – ଝୋଟ, ଧୂଆଁପତ୍ର, କପା, ଆଖୁ ଓ ତୈଳବୀଜ ପ୍ରଭୃତି ପ୍ରଚୁର ପରିମାଣରେ ମିଳୁଛି । ଆମ ଦେଶରେ ଲୌହପିଣ୍ଡ, ମାଙ୍ଗାନିଜ୍, ଗ୍ରାନାଇଟ୍‌, ମାଇକା ପ୍ରଭୃତି ବିପୁଳ ପରିମାଣରେ ରହିଥ‌ିବା ଭୂ-ତତ୍ତ୍ବବିଦ୍‌ମାନେ ଗବେଷଣା ଫଳରେ ଜାଣିପାରିଛନ୍ତି । ଆମର ବନଜ ସମ୍ବଳ ସୁଦୂରପ୍ରସାରୀ; ଯେଉଁଥିରୁ କି ବନଜାତ ଦ୍ରବ୍ୟ ସଂଗ୍ରହ କରି କେତେକ ଶିଳ୍ପକୁ ଯୋଗାଇ ଦେବାର ସୁବିଧା ରହିଛି ।

ଶକ୍ତି ସମ୍ବଳରେ ଆମ ଦେଶ ସମୃଦ୍ଧ । ଆମର ଇନ୍ଧନ ସମ୍ବଳ; ଯଥା— କୋଇଲା ଓ ପେଟ୍ରୋଲ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଜଳଜ ବିଦ୍ୟୁତଶକ୍ତି ଉତ୍ପାଦନ କରିବାପାଇଁ ପ୍ରଶସ୍ତ କ୍ଷେତ୍ର ରହିଛି । ଭାରତ ଶ୍ରମ ଶକ୍ତିରେ ପୃଥ‌ିବୀରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି । ଆମ ଦେଶରେ ଏହି ସମସ୍ତ ଉପାଦାନ ଭରପୂର ହୋଇ ରହିଥ‌ିବାରୁ ତାହାର ଯଥାର୍ଥ ଉପଯୋଗପାଇଁ ଦ୍ରୁତ ଶିଳ୍ପାୟନ ଆବଶ୍ୟକ ମନେକରାଯାଉଛି ।

(2) ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି – ଦ୍ରୁତ ଶିଳ୍ପାୟନ ଜାତୀୟ ଆୟ ଓ ମୁଣ୍ଡପିଛା ଆୟକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଶିଳ୍ପାନ୍ନତ ଦେଶମାନଙ୍କରେ ମୁଣ୍ଡପିଛା ଆୟ ଅଧ‌ିକ ହୋଇଥିବା ଏହି ମତବାଦକୁ ସମର୍ଥନ କରେ । ଯେଉଁ ଦେଶମାନଙ୍କରେ ମୁଣ୍ଡପିଛା ଆୟ ସ୍ଵଳ୍ପ ସେହି ଦେଶଗୁଡ଼ିକ କୃଷିଭିତ୍ତିକ ଓ ଶିଳ୍ପଦୃଷ୍ଟିରୁ ଅନଗ୍ରସର ହୋଇଥିବା ଲକ୍ଷ୍ୟ କରାଯାଏ ।

ଶିଳ୍ପ କୃଷି ଅପେକ୍ଷା ଅଧ‌ିକ ଉତ୍ପାଦନଶୀଳ । କାରଣ ସେଥ‌ିରେ ବହୁଳ ପରିମାଣ ପୁଞ୍ଜି ଏବଂ ଆଧୁନିକ ଯନ୍ତ୍ରପାତି ଓ ବିଶେଷଜ୍ଞ କୁଶଳୀ ଶ୍ରମିକଙ୍କୁ ବ୍ୟବହାରରେ ଲଗାଯାଇପାରେ । ଏହିସବୁ ଦୃଷ୍ଟିରୁ ଭାରତର ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧିପାଇଁ ଶିଳ୍ପ ବିକାଶ ଉପରେ ଗୁରୁତ୍ବ ଆରୋପ କରାଯାଉଛି ।

CHSE Odisha Class 11 Economics Solutions Chapter 5 ଶିଳ୍ପ

(3) ଶିଳ୍ପାୟନ ଓ ନିଯୁକ୍ତି – ଭାରତରେ ବହୁସଂଖ୍ୟକ ଲୋକ ବେକାର ଅବସ୍ଥାରେ କାଳାତିପାତ କରନ୍ତି । ଗ୍ରାମାଞ୍ଚଳ ପରି ସହରାଞ୍ଚଳରେ ମଧ୍ୟ ଗଣବେକାରି ଦେଖୁବାକୁ ମିଳେ । ଗ୍ରାମାଞ୍ଚଳରେ ବେକାରି, ଅର୍ବବେକାରି ଓ ଛଦ୍ମବେଶୀ ବେକାରଙ୍କ ସଂଖ୍ୟା ଅଧିକ । ଆମ ଦେଶରେ ଜନଶକ୍ତିର ପ୍ରାୟ 70 ଶତାଂଶ ଲୋକ କୃଷିକ୍ଷେତ୍ରରେ ନିଯୁକ୍ତିର ଆଶ୍ରୟ ନେଇଥା’ନ୍ତି । 1981 ମସିହାରେ କରାଯାଇଥିବା ଜନଗଣନାରୁ ଜଣାଯାଏ ଯେ, ପ୍ରତିବର୍ଷ ପ୍ରାୟ 43 ଲକ୍ଷ ଲୋକ ଶ୍ରମବଜାରକୁ ପ୍ରବେଶ କରି ଶ୍ରମଯୋଗାଣ ବୃଦ୍ଧି କରୁଛନ୍ତି ।

ଉପସ୍ଥିତ ପରିସ୍ଥିତିରେ ଏହାର ଗୋଟିଏ ମାତ୍ର ପ୍ରତିକାର ଚିନ୍ତା କରାଯାଇପାରେ । ତାହା ହେଉଛି ଶ୍ରମଶକ୍ତିକୁ କୃଷିକ୍ଷେତ୍ରରୁ ଶିଳ୍ପକ୍ଷେତ୍ରକୁ ସ୍ଥାନାନ୍ତରିତ କରିବା । ଦେଶର ଶିଳ୍ପାୟନ କରି ସେମାନଙ୍କପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରେ । ଏହା କରାଯାଇ ପାରିଲେ ଆମେ ଦୁଇପ୍ରକାର ସୁବିଧା ଲାଭ କରିପାରୁ । ପ୍ରଥମତଃ, କୃଷିରୁ ଶିଳ୍ପକୁ ଶ୍ରମଶକ୍ତି ସ୍ଥାନାନ୍ତର ହେବା ଫଳରେ କୃଷି ଉତ୍ପାଦନଶୀଳତା ବୃଦ୍ଧି ହୁଏ । ଦ୍ଵିତୀୟତଃ, ଶିଳ୍ପବିକାଶ ହେବା ଫଳରେ ଦେଶର ଜାତୀୟ ଆୟ ବୃଦ୍ଧି ହେବା ସମ୍ଭାବନା ଥାଏ ।

(4) ଶିଳ୍ପାୟନ ଓ କୃଷି ଉନ୍ନୟନ – ଦେଶରେ ଶିଳ୍ପ ବିକାଶ କୃଷି ଉନ୍ନୟନକୁ ସାହାଯ୍ୟ କରେ । ଯନ୍ତ୍ରପାତିର ବ୍ୟବହାର ଯୋଗୁଁ କୃଷିକାର୍ଯ୍ୟ ଅପେକ୍ଷାକୃତ ସହଜ ହୁଏ । ଉନ୍ନତ କୃଷି ଯନ୍ତ୍ରପାତି ଶିଳ୍ପମାନଙ୍କରେ ନିର୍ମାଣ କରାଯାଇଥାଏ । ଉନ୍ନତ ସାର ଉତ୍ପାଦନ ଓ ଜଳସେଚନ ସୁବିଧାପାଇଁ କୃଷିଜୀବୀମାନଙ୍କୁ ଶିଳ୍ପ ଉପରେ ନିର୍ଭର କରିବାକୁ ପଡ଼େ ।

ଏହିପରି ଭାବରେ ଶିଳ୍ପବିକାଶ କୃଷିବିକାଶରେ ସହାୟକ ହୋଇଥାଏ । ସେହିପରି କୃଷି ଉନ୍ନୟନ ମଧ୍ଯ ଶିଳ୍ପ ଉନ୍ନୟନରେ ସହାୟକ ହୋଇଥାଏ । କୃଷିଜ ଉତ୍ପାଦ ଶିଳ୍ପମାନଙ୍କରେ କଞ୍ଚାମାଲରୂପେ ବ୍ୟବହୃତ ହୁଏ । ଏହିପରି ଭାବରେ କୃଷି ଓ ଶିଳ୍ପ ପରସ୍ପରକୁ ସାହାଯ୍ୟ କରି ଦେଶକୁ ଅଭିବୃଦ୍ଧି ପଥରେ ଆଗେଇ ନେଇଥା’ନ୍ତି ।

(5) ଶିଳ୍ପାୟନ ଏବଂ ଦେଶଜ ଚାହିଦା – ଆମ ଦେଶରେ ଶିଳ୍ପ ଉତ୍ପାଦପାଇଁ ଏକ ବିସ୍ତୃତ ଆଭ୍ୟନ୍ତରୀଣ ବଜାର ରହିଛି ଓ ଜନସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଶିଳ୍ପଜାତ ଦ୍ରବ୍ୟପାଇଁ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସୁତରାଂ ଦେଶର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାପାଇଁ ଶିଳ୍ପ ବିକାଶ ହେବା ଅତ୍ୟାବଶ୍ୟକ ମନେହେଉଛି । ପୁନଶ୍ଚ, ଭାରତ ପରମ୍ପରାଗତ ଭାବେ ଯେପରି ପ୍ରାଥମିକ ଦ୍ରବ୍ୟ ରପ୍ତାନୀ କରିଆସୁଥିଲା ତାହା ଉପରେ ନିର୍ଭର କରିବା ସମୀଚୀନ ହେଉନାହିଁ ।

କାରଣ ବିନିର୍ମିତ ଦ୍ରବ୍ୟ ତୁଳନାରେ କଞ୍ଚାମାଲର ଦାମ୍ ବୈଦେଶିକ ବଜାରରେ ନୂନ ହୋଇଥାଏ । ଅର୍ଥନୈତିକ ଉନ୍ନୟନ ପ୍ରକ୍ରିୟାରେ ବୈଦେଶିକ ରାଷ୍ଟ୍ରମାନେ ଆମ କଞ୍ଚାମାଲର ବିକଳ୍ପ ଦ୍ରବ୍ୟ ବ୍ୟବହାର କରିବାକୁ ଆରମ୍ଭ କଲେଣି । ତେଣୁ ଆମର ପ୍ରାଥମିକ ଦ୍ରବ୍ୟର ରପ୍ତାନୀ ବଜାର ସୀମିତ ହେବାକୁ ଆରମ୍ଭ କଲାଣି; ତାହା ସାଙ୍ଗକୁ ଆମର ମଧ୍ୟ ଶିଳ୍ପଜାତ ଦ୍ରବ୍ୟପାଇଁ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସୁତରାଂ ଏହିସବୁ କାରଣରୁ ଆମ ଦେଶରେ ଦ୍ରୁତ ଶିଳ୍ପାୟନ ଅତ୍ୟାବଶ୍ୟକ ମନେକରାଯାଉଛି ।

(6) ଶିଳ୍ପାୟନ ଓ ବୈଦେଶିକ ବଜାରର ଚାହିଦା – ବିନିର୍ମିତ ଦ୍ରବ୍ୟପାଇଁ ବୈଦେଶିକ ବଜାର ଉପରେ ନିର୍ଭରଶୀଳତା ନିରାପଦ ନୁହେଁ । ଏହା ବିଶେଷତଃ, ପ୍ରତିରକ୍ଷା ସାମଗ୍ରୀପାଇଁ ପ୍ରଯୁଜ୍ୟ । ବର୍ତ୍ତମାନ ଯେପରି ବିଭିନ୍ନ କାରଣରୁ ଆନ୍ତର୍ଜାତିକ ଉତ୍ତେଜନା ପ୍ରକାଶ ପାଉଛି ସେଥ‌ିରେ ଅନ୍ୟ ଦେଶ ଉପରେ ନିର୍ଭର କରିବା ଦେଶ ପ୍ରତି ବିପଦର କାରଣ ହୋଇପାରେ । ଏହି କାରଣରୁ ମୁଖ୍ୟତଃ ଅଧିକାଂଶ ରାଷ୍ଟ୍ର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବାରେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛନ୍ତି । ଏହି ଯୁକ୍ତି ମଧ୍ୟ ଆର୍ଥନୀତିକ ଉନ୍ନୟନପାଇଁ ପ୍ରଯୁଜ୍ୟ ।

(7) ଶିଳ୍ପାୟନ ଓ ବିସ୍ତାରର ପ୍ରଭାବ— ଶିଳ୍ପ ପ୍ରତିଷ୍ଠା ହେବା ଫଳରେ ଲୋକମାନଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହୁଏ । ସେମାନେ ନୂତନ କୌଶଳ ଓ ବୈଷୟିକ ଜ୍ଞାନ ଆହରଣ କରିବା ସୁଯୋଗ ଲାଭ କରନ୍ତି । ସେମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହୁଏ । ସୁତରାଂ ଏହିସବୁ କାରଣରୁ ଦେଶରେ ଶିଳ୍ପ ବିକାଶ ହେବା ଏକ ଜରୁରୀ ଆବଶ୍ୟକତା ରୂପେ ବିବେଚିତ ହୁଏ । ଶିଳ୍ପାୟନ ଅର୍ଥନୈତିକ ଉନ୍ନୟନର ଅନୁଚର ରୂପେ କାର୍ଯ୍ୟକରେ ।

2. ଭାରତ ସରକାରଙ୍କ 1956 ମସିହା ଶିଳ୍ପନୀତିର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
1948 ମସିହା ଶିଳ୍ପନୀତି ଦୀର୍ଘ ଆଠବର୍ଷକାଳ କାର୍ଯ୍ୟକାରୀ ହେବା ଫଳରେ ଆମ ଦେଶରେ ପ୍ରକୃତ ଶିଳ୍ପଯୁଗର ଶୁଭାରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ଦେଶରେ କେତେଗୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା; ଯଥା –
(1) 1950 ମସିହାରେ ଭାରତରେ ସମ୍ବିଧାନ ପ୍ରଣୀତ ହୋଇଥିଲା ।
(2) ସମ୍ବିଧାନରେ ନାଗରିକମାନଙ୍କୁ କେତେକ ଅଧିକାର ଓ ଦାୟିତ୍ୱ ଦିଆଯାଇଥିଲା ।
(3) ଭାରତରେ ଅର୍ଥନୈତିକ ପ୍ରଗତିପାଇଁ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
(4) ଦେଶରେ ସମାଜବାଦୀ ରାଷ୍ଟ୍ର ଢାଞ୍ଚାରେ ଏକ ସମାଜ ପ୍ରତିଷ୍ଠା କରିବାପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା ।
(5) ପ୍ରଥମ ପଞ୍ଚବାର୍ଷିକ ଯୋଜନାର ସାଫଲ୍ୟ ଉପରେ ନିର୍ଭର କରି ଉଚ୍ଚ ଅଭିଳାଷ ସମ୍ବଳିତ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ଆରମ୍ଭ କରାଯାଇଥିଲା ।
(6) ଦେଶରେ ଗୁରୁ ଓ ବୃହତ୍ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ଏହିସବୁ ଘଟଣା ସମ୍ବଳିତ ପରିବର୍ତ୍ତିତ ପରିସ୍ଥିତିକୁ ଆଖ୍ୟାଗରେ ରଖ୍ ଭାରତ ସରକାରଙ୍କ ଶିଳ୍ପନୀତିର ପରିବର୍ତ୍ତନ କରିବା ଆବଶ୍ୟକ ହୋଇଥିଲା । ସୁତରାଂ 1956 ମସିହା ଅପ୍ରେଲ ମାସରେ ଭାରତରେ ଏକ ନୂତନ ଶିଳ୍ପନୀତି ଘୋଷଣା କରାଯାଇଥିଲା ।

ନୂତନ ଶିଳ୍ପନୀତିର ଆଭିମୁଖ୍ୟ – 1956 ମସିହା ଶିଳ୍ପନୀତିର ନିମ୍ନଲିଖିତ ପ୍ରଧାନ ଲକ୍ଷ୍ୟଗୁଡ଼ିକ ଉଲ୍ଲେଖନୀୟ ।
(1)’ ଦେଶରେ ଅର୍ଥନୈତିକ ପ୍ରଗତିର ହାରକୁ ଦ୍ରୁତତର କରିବା ସଙ୍ଗେ ସଙ୍ଗେ ଶିଳ୍ପ ବିସ୍ତାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ।
(2) ଗୁରୁଶିଳ୍ପ ଓ ମଧ୍ୟବର୍ତ୍ତୀ ଶିଳ୍ପର ବିକାଶ କରିବା ।
(3) ରାଷ୍ଟ୍ରାୟତ୍ତ ସ୍ତରକୁ ସଂପ୍ରସାରଣ କରିବା ।
(4) ଏକ ବଦ୍ଧିଷ୍ଣୁ ଓ ବୃହତ୍ ମିଳିତସ୍ତର ଗଠନ କରିବା ।
(5) ଆୟ ଓ ସମ୍ପଦ ବଣ୍ଟନରେ ବୈଷମ୍ୟ ଦୂର କରିବା ।
(6) ଆୟ କେତେକ ବା ମୁଷ୍ଟିମେୟ ଲୋକଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ ହେବା ଓ ଏକଚାଟିଆ ବ୍ୟବସାୟ ବୃଦ୍ଧି ହେବାକୁ ପ୍ରତିରୋଧ କରିବା ।

CHSE Odisha Class 11 Economics Solutions Chapter 5 ଶିଳ୍ପ

ଏହି ସମସ୍ତ ଲକ୍ଷ୍ୟ ହାସଲ କରିବାପାଇଁ 1956 ଶିଳ୍ପନୀତିରେ ବ୍ୟବସ୍ଥା କରାଯାଇଥିଲା । ଶିଳ୍ପ ସମୂହ ତିନିଶ୍ରେଣୀରେ ବିଭକ୍ତ କରାଯାଇଥିଲା ଏବଂ ପ୍ରତ୍ୟେକର ସୀମାରେଖା ଚିହ୍ନିତ ହୋଇଥିଲା ।

(a) ବୃହଦାୟତନ ଶିଳ୍ପ – ପ୍ରଧାନ ପ୍ରଧାନ 17 ଗୋଟି ଶିଳ୍ପ; ଯଥା – ଅସ୍ତ୍ରଶସ୍ତ୍ର ଉତ୍ପାଦନ କରୁଥ‌ିବା ଶିଳ୍ପସଂସ୍ଥା, ଆଣବିକ ଶକ୍ତି, ଲୌହ ଓ ଇସ୍ପାତ, ଗୁରୁ ଶିଳ୍ପ ଓ ଯନ୍ତ୍ରପାତି, ଗୁରୁ ବୈଦ୍ୟୁତିକ ସାମଗ୍ରୀ, ଖଣିଜ ଦ୍ରବ୍ୟ ଓ ତୈଳ, ବ୍ୟୋମଯାନ ଓ ରେଳ ପରିବହନ ଏବଂ ଜାହାଜ ନିର୍ମାଣ ପ୍ରଭୃତି ଶିଳ୍ପକୁ ପ୍ରଥମଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଶିଳ୍ପମାନଙ୍କର ଜାତୀୟ ଗୁରୁତ୍ବ ଦୃଷ୍ଟିରୁ ସେମାନଙ୍କର ଭବିଷ୍ୟତ୍ ବିକାଶ କାର୍ଯ୍ୟକ୍ରମ ଦାୟିତ୍ଵ ସରକାରଙ୍କୁ ଦିଆଯାଇଛି ।

ଆଲୁମିନିୟମ୍ ଓ ସେହି ଜାତୀୟ ଧାତବ ଯନ୍ତ୍ରପାତି, ରାସାୟନିକ ଦ୍ରବ୍ୟ ଓ ସାର, ଔଷଧ, ସଡ଼କ ପରିବହନ ଓ ଜାହାଜ ଚଳାଚଳ ପ୍ରଭୃତି 12 ଗୋଟି ଶିଳ୍ପକୁ ଦ୍ୱିତୀୟ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଶିଳ୍ପସମୂହକୁ କାଳକ୍ରମେ ସରକାରୀ ନିୟନ୍ତ୍ରଣ ଓ ପରିଚାଳନାଧୀନ କରିବାପାଇଁ ବ୍ୟବସ୍ଥା ରହିଛି । ଏହି ପ୍ରକାର ଶିଳ୍ପ ପ୍ରତିଷ୍ଠା କରିବାରେ ସରକାରଙ୍କୁ ସାହାଯ୍ୟ କରିବାପାଇଁ ଘରୋଇ ସଂସ୍ଥାମାନଙ୍କ ଭୂମିକାକୁ ସ୍ଵୀକାର କରାଯାଇଛି । ଘରୋଇ ସ୍ତରରେ ଥ‌ିବା ଅବଶିଷ୍ଟ ଅନ୍ୟାନ୍ୟ ସମସ୍ତ ଶିଳ୍ପକୁ ତୃତୀୟ ଶ୍ରେଣୀ ପରିସରଭୁକ୍ତ କରାଯାଇଛି ।

ଏହି ସମସ୍ତ ଶିଳ୍ପର ଭବିଷ୍ୟତ୍ ବିକାଶ ଧାରାର ଦାୟିତ୍ଵ ଘରୋଇ ବ୍ୟକ୍ତିବିଶେଷଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏହି କାର୍ଯ୍ୟରେ ସହାୟକ ହେବା ପାଇଁ ସରକାର ଅର୍ଥ ଓ ଶକ୍ତି ଯୋଗାଣ ଏବଂ ପରିବହନ ସୁବିଧା ଯୋଗାଣ ଦାୟିତ୍ୱ ନେବା ବ୍ୟବସ୍ଥା କରାଯାଇଛି ।

ଶିଳ୍ପର ଉପରୋକ୍ତ ଶ୍ରେଣୀ ପ୍ରକରଣ ଯାହାହେଉନା କାହିଁକି ଧରାବନ୍ଧା ବା ସୁଦୃଢ଼ ନଥିଲା । ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସରକାର ଯେକୌଣସି କ୍ଷେତ୍ରରେ ହସ୍ତକ୍ଷେପ କରିବାର ଅଧିକାର ପ୍ରାପ୍ତ ହୋଇଥିଲେ । ସେହିପରି ପ୍ରଥମ ଶ୍ରେଣୀ ଅନ୍ତର୍ଭୁକ୍ତ ଯେକୌଣସି ଦ୍ରବ୍ୟ ବ୍ୟକ୍ତିବିଶେଷ ନିଜ ଉଦ୍ଦେଶ୍ୟରେ ଉତ୍ପାଦନ କରିବାରେ କୌଣସି ପ୍ରତିବନ୍ଧକ ନଥିଲା ।

(b) କ୍ଷୁଦ୍ରଶିଳ୍ପ – କ୍ଷୁଦ୍ରଶିଳ୍ପ ସମୂହରେ ନିଯୁକ୍ତି ସୁଯୋଗ ଅଧ‌ିକ ହୋଇଥିବା ଦୃଷ୍ଟିରୁ ଏବଂ ଆମ ଦେଶରେ ବେକାରଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥ‌ିବାରୁ 1956 ମସିହା ଶିଳ୍ପନୀତିରେ ଏହିପ୍ରକାର ଶିଳ୍ପ ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦିଆଯାଇଥିଲା । ପୁନଶ୍ଚ କ୍ଷୁଦ୍ରଶିଳ୍ପର ବିସ୍ତାର ଦେଶରେ ଜାତୀୟ ଆୟର ସୁଷମ ବଣ୍ଟନ କରିଥାଏ ଏବଂ ସ୍ଥାନୀୟ ସମ୍ବଳର ସଦୁପଯୋଗ କରିବାରେ ସହାୟକ ହୋଇଥାଏ । ପୁନଶ୍ଚ ସେମାନେ ବୃହତ୍ ଶିଳ୍ପମାନଙ୍କର ସହାୟକ ଓ ଆନୁଷଙ୍ଗିକ ଶିଳ୍ପରୂପେ କାର୍ଯ୍ୟ କରନ୍ତି ।

(c) ଶ୍ରମିକ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମ୍ପର୍କ – ଏହି ଘୋଷଣାରେ ଶିଳ୍ପମାନଙ୍କରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଉତ୍ସାହିତ କରିବାପାଇଁ ଅଧ‌ିକ ସୁବିଧା ସୁଯୋଗ ଦେବାର ଆବଶ୍ୟକତା ଉପଲବ୍ଧ କରାଯାଇଛି । ପରିଚାଳନା

(d) ଆଞ୍ଚଳିକ ବୈଷମ୍ୟ ଦୂରୀକରଣ – ଦେଶର ଅନୁନ୍ନତ ଅଞ୍ଚଳମାନଙ୍କରେ ଦ୍ରୁତ ଶିଳ୍ପାୟନ କରିବା ପାଇଁ ସରକାର ଏହିସବୁ ଅଞ୍ଚଳକୁ ଗମନାଗମନ ଓ ପରିବହନ ସୁବିଧା ଏବଂ ଶକ୍ତି ସୁବିଧା ରିହାତି ହାରରେ ଯୋଗାଇବାପାଇଁ ପ୍ରସ୍ତାବ କରାଯାଇଛି ।

(e) ବୈଷୟିକ ଓ ପରିଚାଳନାଗତ କର୍ମଚାରୀ– ଦେଶର ଶିଳ୍ପାୟନ ପ୍ରକ୍ରିୟାକୁ ଦ୍ରୁତତର କରିବାକୁ ହେଲେ ଶିଳ୍ପମାନଙ୍କୁ କୁଶଳୀ କାରିଗର ଓ ପରିଚାଳକ ଯୋଗାଇଦେବାର ଆବଶ୍ୟକତାକୁ ସ୍ଵୀକାର କରାଯାଇଛି ।

(f) ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପରିଚାଳନା – ରାଷ୍ଟ୍ରାୟତ୍ତ ସ୍ତରରେ ଶିଳ୍ପସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥ‌ିବାରୁ ସେସବୁର ସୁପରିଚାଳନା କରାଯିବା ବିଷୟ ଏହି ଘୋଷଣାରେ ବିଚାରକୁ ନିଆଯାଇଛି ଏବଂ ସେସବୁର ପରିଚାଳନା ବ୍ୟାବସାୟିକ ଭିଭିରେ କରାଯିବାପାଇଁ ନିଷ୍ପରି ନିଆଯାଇଛି ।

ସମୀକ୍ଷା – ଏହି ନୂତନ ଶିଳ୍ପନୀତିରେ ରାଷ୍ଟ୍ରାୟତ୍ତ ସ୍ତରରେ ଶିଳ୍ପ ସଂଖ୍ୟା ୨ ରୁ 29 କୁ ବୃଦ୍ଧି ପାଇଛି । ଶିଳ୍ପମାନଙ୍କୁ ଯେଉଁ ତିନିଶ୍ରେଣୀଭୁକ୍ତ କରାଯାଇଛି ତାହା ସେତେ କଠୋରଭାବେ କାର୍ଯ୍ୟକାରୀ କରାନଯାଇଥିବାରୁ ରାଷ୍ଟ୍ରାୟତ୍ତ ଶିଳ୍ପ ଓ ଘରୋଇ ଶିଳ୍ପମାନଙ୍କ ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ଘରୋଇ ସଂସ୍ଥାମାନଙ୍କୁ ଜାତୀୟକରଣ କରିବା ଭୟ ଦୂର ହେବା ସଙ୍ଗେ ସଙ୍ଗେ ଶ୍ରମିକମାନଙ୍କୁ ପରିଚାଳନାରେ ଅଂଶଗ୍ରହଣ କରିବା ସୁବିଧା ଦିଆଯାଇଛି । ପରିଶେଷରେ ଏହିସବୁ କ୍ଷୁଦ୍ରଶିଳ୍ପର ଉତ୍ପାଦନ କୌଶଳ ଉନ୍ନତ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି ।

1956 ମସିହାର ଶିଳ୍ପନୀତିରେ ଉପର୍ୟ୍ୟକ୍ତ ଅଭିନନ୍ଦନୀୟ ବୈଶିଷ୍ଟ୍ୟମାନ ଥାଇ ମଧ୍ୟ ତାହା ଅନେକ ଦୃଷ୍ଟିକୋଣରୁ ସମାଲୋଚିତ ହୋଇଛି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।
(1) ଏହି ଶିଳ୍ପନୀତିରେ ଘରୋଇ ସ୍ତରର ପରିସରକୁ ସଙ୍କୁଚିତ କରାଯାଇଛି ଓ ରାଷ୍ଟ୍ରାୟତ୍ତ ସ୍ତର ଉପରେ ପ୍ରାଧାନ୍ୟ ଦିଆଯାଇଛି ।
(2) ଘରୋଇ ସ୍ତର ଅପେକ୍ଷା ରାଷ୍ଟ୍ରାୟତ୍ତ ସ୍ତରକୁ ଅଧ୍ଵ ନମନୀୟ କରାଯାଇଛି । ଉଦାହରଣସ୍ୱରୂପ ଘରୋଇ ସ୍ତର ରାଷ୍ଟ୍ରାୟତ୍ତ ସ୍ତରର ସହଯୋଗୀ ସ୍ତରରୂପେ ବିବେଚିତ ହୋଇଛି ।
(3) ଆମର ପ୍ରଶାସନିକ ବ୍ୟବସ୍ଥାର ଆର୍ଥିକ ଚାପ ଅଧିକ ହୋଇଥିଲାବେଳେ ରାଷ୍ଟ୍ରାୟତ୍ତ ସ୍ତରରେ ସମ୍ପ୍ରସାରଣ ଦେଶ ପକ୍ଷରେ ଅଧୂକ ବ୍ୟୟବହୁଳ ହୋଇଛି ।
(4) ଘରୋଇ ସ୍ତର ଅପେକ୍ଷା ରାଷ୍ଟ୍ରାୟତ୍ତ ସ୍ତରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବାରୁ ଆମର ଶିଳ୍ପନୀତି ଗତିଶୀଳ ନହୋଇ ପାରମ୍ପରିକ ଧାରାରେ ପରିଚାଳିତ ହୋଇଛି ।
(5) ବହୁ କ୍ଷେତ୍ରରେ ଶିଳ୍ପନୀତିର ବିରୁଦ୍ଧାଚରଣ କରାଯାଉଛି । ଉଦାହରଣସ୍ୱରୂପ ରାଷ୍ଟ୍ରାୟତ୍ତ ସ୍ତରପାଇଁ ସଂରକ୍ଷିତ ହୋଇଥିବା କ୍ଷେତ୍ରମାନଙ୍କରେ ଘରୋଇ ସଂସ୍ଥାମାନଙ୍କୁ କାର୍ଯ୍ୟ କରିବାପାଇଁ ଅନୁମତି ଓ ଲାଇସେନ୍ସ ଇତ୍ୟାଦି ଦିଆଯାଇଛି । ଆଞ୍ଚଳିକ ବୈଷମ୍ୟ ଦୂର ହେବା ପରିବର୍ତ୍ତେ ଘନୀଭୂତ ହେବା ଲକ୍ଷ୍ୟ କରାଯାଉଛି ।

ବୈଦେଶିକ ବିନିଯୋଗ ଓ ସହଯୋଗକୁ ବିନା ବାଛବିଚାରରେ ବ୍ୟବହାର କରାଯାଉଥିବାରୁ ଆମର ଗଚ୍ଛିତ ବୈଦେଶିକ ପାଣ୍ଠି ଉପରେ ଗୁରୁତର ଚାପ ସୃଷ୍ଟି ହୋଇଛି । ପୁଞ୍ଜିବହୁଳ ଶିଳ୍ପ ପ୍ରତିଷ୍ଠାନକୁ ଉତ୍ସାହିତ କରାଯାଉଥିବାରୁ ନିଯୁକ୍ତି ସୁଯୋଗ ଆଶାନୁରୂପ ସମ୍ପ୍ରସାରିତ ହୋଇପାରି ନାହିଁ । ଏହିସବୁ କାରଣରୁ ଆମ ଦେଶରେ ଶିଳ୍ପନୀତିର ପୁନର୍ବିନ୍ୟାସ କରିବା ଆବଶ୍ୟକ ହୋଇଛି ।

ଉପରୋକ୍ତ ସମାଲୋଚନା ସତ୍ତ୍ବେ ଆମର ନୂଆ ଶିଳ୍ପନୀତିକୁ ଦେଶର ଅର୍ଥନୈତିକ ସମ୍ବିଧାନ ରୂପେ ବିବେଚନା କରାଯାଇପାରେ । ଏହି ଶିଳ୍ପନୀତିର ବ୍ୟବସ୍ଥାସମୂହକୁ ଦ୍ବିତୀୟ ଓ ତୃତୀୟ ପଞ୍ଚବାର୍ଷିକ ଯୋଜନାକାଳରେ ନିଷ୍ଠାର ସହିତ କାର୍ଯ୍ୟକାରୀ କରାଯାଇଛି । ‘କ’ ଶ୍ରେଣୀ ତାଲିକା ଅନ୍ତର୍ଭୁକ୍ତ ଶିଳ୍ପ;

CHSE Odisha Class 11 Economics Solutions Chapter 5 ଶିଳ୍ପ

ଯଥା— କୋଇଲା, ଲୌହ ଓ ଶକ୍ତିପ୍ରଦାୟୀ ଶିଳ୍ପମାନଙ୍କୁ ଜାତୀୟକରଣ କରାଯାଇନାହିଁ । ଅନ୍ୟପକ୍ଷରେ ସେସବୁ ଶିଳ୍ପର ସମ୍ପ୍ରସାରଣକୁ ସରକାରୀ ସାହାଯ୍ୟ ଓ ସମର୍ଥନ ଯୋଗାଇ ଦିଆଯାଇଛି । ବିଶ୍ୱବ୍ୟାଙ୍କରୁ ଆର୍ଥିକ ସାହାଯ୍ୟ ପାଇବାପାଇଁ ସରକାର ସେମାନଙ୍କୁ ସାହାଯ୍ୟ କରିଛନ୍ତି । ସରକାରଙ୍କ ଉଦ୍ୟମରେ ରାଉରକେଲା, ଭିଲାଇ ଓ ଦୁର୍ଗାପୁରଠାରେ ତିନିଗୋଟି ଲୁହା କାରଖାନା ସ୍ଥାପନ ହୋଇପାରିଛି । ବାସ୍ତବରେ ଏହି ଶିଳ୍ପନୀତି ଶିଳ୍ପ ଉନ୍ନୟନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ।

3. ଭାରତ ସରକାରଙ୍କ 1991 ମସିହାର ଶିଳ୍ପନୀତି ପୁନର୍ବିନ୍ୟାସର ଆଭିମୁଖ୍ୟ ବର୍ଣ୍ଣନା କର ।
Answer:
1990-91 ମସିହାବେଳକୁ ଦେଶର ଅର୍ଥନୈତିକ ସ୍ଥିତି ଓ ବ୍ୟବସ୍ଥାରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହେଲା । ବୈଦେଶିକ ମୁଦ୍ରାର ସଙ୍କଟ, ଶିଳ୍ପ ଉତ୍ପାଦନର ହ୍ରାସ, ମୋଟ ଘରୋଇ ଉତ୍ପାଦର ହ୍ରାସ, ସରକାରୀ ସଂସ୍ଥାଗୁଡ଼ିକର କ୍ଷତି, ଘରୋଇ ସଂସ୍ଥାଗୁଡ଼ିକର
ଦେଖାଦେଲା । ଏହି ଅବସ୍ଥାର ମୁକାବିଲାପାଇଁ ଏକ ନୂତନ ଆର୍ଥିକ ନୀତି ଘୋଷଣା କରାଗଲା । ଏହି ନୀତିର ପରିପୂରକ ଭାବରେ ଏକ ନୂତନ ଶିଳ୍ପନୀତି ମଧ୍ୟ 1991 ମସିହା ଜୁଲାଇ ମାସରେ ଘୋଷଣା କରାଗଲା । ଏହି ଶିଳ୍ପନୀତିର ମୁଖ୍ୟ ଆଭିମୁଖ୍ୟଗୁଡ଼ିକ ହେଲା –

(1) ଶିଳ୍ପ ଅନୁମତିପତ୍ର ବ୍ୟବସ୍ଥାରେ ଉଦାରୀକରଣ – ଆଗରୁ ଯେଉଁ ‘ଅନୁମତି ପତ୍ର ବ୍ୟବସ୍ଥା’ ରହିଥିଲା, ତାହା ଦ୍ରୁତ ଶିଳ୍ପାୟନ ପଥରେ ଅନ୍ତରାୟ ସୃଷ୍ଟି କରୁଥିଲା ବୋଲି ଅନୁଭବ କରାଗଲା । ତେଣୁ ଏହି ନୀତିରେ ଶିଳ୍ପଗୁଡ଼ିକୁ ଅନୁମତିପତ୍ର ବ୍ୟବସ୍ଥାରୁ ମୁକ୍ତ କରାଯିବାର ବ୍ୟବସ୍ଥା ରହିଲା । ଦେଶର ଉନ୍ନତ ଅଞ୍ଚଳମାନଙ୍କରେ ସ୍ଥାୟୀ ସମ୍ପତ୍ତିର 25 କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିଥିବା ଏବଂ ସରକାରୀ ସ୍ଵୀକୃତ ଅନଗ୍ରସର ଅଞ୍ଚଳମାନଙ୍କରେ ଏଥନିମନ୍ତେ 75 କୋଟି ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିଥିବା ବୃଦ୍ଧି ଓ ନୂତନ ଦ୍ରବ୍ୟ ଉତ୍ପାଦନପାଇଁ ସରକାରଙ୍କର ଅନୁମତିର ଆବଶ୍ୟକତା ଆଉ ରହିଲା ନାହିଁ ।

(2) ସରକାରୀ କ୍ଷେତ୍ରପାଇଁ ଉଦ୍ଦିଷ୍ଟ ଶିଳ୍ପଗୁଡ଼ିକୁ ସଂରକ୍ଷଣମୁକ୍ତ – ଏହି ଶିଳ୍ପନୀତିରେ ସରକାରୀ କ୍ଷେତ୍ରପାଇଁ ଉଦ୍ଦିଷ୍ଟ ଶିଳ୍ପଗୁଡ଼ିକୁ ସଂରକ୍ଷଣମୁକ୍ତ କରାଯାଇ ବେସରକାରୀ କ୍ଷେତ୍ରର ଅଂଶଗ୍ରହଣପାଇଁ ଦ୍ଵାର ଉନ୍ମୁକ୍ତ କରିବାର ବ୍ୟବସ୍ଥା କରାଗଲା ।

  • ଏହି ନୀତିରେ ସରକାରୀ କ୍ଷେତ୍ରରେ ଥ‌ିବା 17 ଟି ଶିଳ୍ପ ମଧ୍ୟରୁ 11 ଟି ଶିଳ୍ପ ବର୍ତ୍ତମାନ ଘରୋଇ କ୍ଷେତ୍ରପାଇଁ ଉନ୍ମକ୍ତ ରଖାଗଲା । କେବଳ ଗୁରୁତ୍ବପୂର୍ଣ, ଉଚ୍ଚମାନ ପ୍ରଯୁକ୍ତି କୌଶଳ ନିୟୋଜନ ସାପେକ୍ଷ ଭିତ୍ତିଭୂମି ସଂକ୍ରାନ୍ତୀୟ କ୍ଷେତ୍ରଗୁଡ଼ିକ ସରକାରୀ ମାଲିକାନାରେ ରହିବ ।
  • ସାଧାରଣ କ୍ଷେତ୍ର ଶିଳ୍ପଗୁଡ଼ିକରେ ସରକାର ବିନିଯୋଗ କରିଥିବା ବିପୁଳ ଅଂଶଧନର କିଛି ଅଂଶ ପ୍ରତ୍ୟର୍ପଣ କରିବାପାଇଁ ସ୍ଥିର କରାଗଲା ।
  • ଏହି ଶିଳ୍ପନୀତିରେ, ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ, ସାଙ୍ଗଠନିକ ପରିବର୍ତ୍ତନ ଓ ବନ୍ଦ ଫଳରେ ଛଟେଇ ହେଉଥ‌ିବା ଶ୍ରମିକମାନଙ୍କର ପୁନଃ ଥଇଥାନ ଓ କ୍ଷତିପୂରଣପାଇଁ ଜାତୀୟ ନବୀକରଣ ପାଣ୍ଠି (National Renewal Fund) ର ଗଠନ ବ୍ୟବସ୍ଥା କରାଗଲା ।
  • ଆଧୁନିକ ପ୍ରଯୁକ୍ତି କୌଶଳର ସ୍ୱଳ୍ପ ବିନିଯୋଗ କରୁଥିବା ସାମାଜିକ ଗୁରୁତ୍ୱହୀନ କ୍ଷୁଦ୍ରାୟତନ ବିଶିଷ୍ଟ ଶିଳ୍ପସଂସ୍ଥାଗୁଡ଼ିକରେ ପୁଞ୍ଜି ବିନିଯୋଗ ଆବଶ୍ୟକତାର ପୁନଃ ସମୀକ୍ଷା କରିବାପାଇଁ ଚିନ୍ତା କରାଗଲା ।

(3) ବିଦେଶୀ ପୁଞ୍ଜି ବିନିଯୋଗ ଓ ବୈଦେଶିକ ପ୍ରଯୁକ୍ତି କୌଶଳର ଆନୟନ ସଂକ୍ରାନ୍ତୀୟ କଟକଣା ହ୍ରାସ – ଆଗରୁ ବୈଦେଶିକ ପୁଞ୍ଜି ଓ ପ୍ରଯୁକ୍ତି କୌଶଳର ଆନୟନକୁ ସରକାର କଡ଼ାକଡ଼ି ଭାବେ ନିୟନ୍ତ୍ରଣ କରୁଥିଲେ । ଏହାପାଇଁ ସରକାରଙ୍କଠାରୁ ପ୍ରଥମେ ଅନୁମତି ନେବାକୁ ପଡୁଥିଲା । ଏହା ଦେଶରେ ଦ୍ରୁତ ଶିଳ୍ପାୟନରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ବୋଲି ଏହି ଶିଳ୍ପନୀତିରେ ଅନୁଭବ କରାଯାଇ ଏହାର ଯଥାଯଥ ପ୍ରତିକାରର ବ୍ୟବସ୍ଥା କରାଗଲା –

  • ଏଣିକି ବିଦେଶୀ କମ୍ପାନୀମାନେ ଦେଶର ଯେକୌଣସି ଶିଳ୍ପରେ ଅଂଶଧନର ଶତକଡ଼ା 51 ଭାଗ ପର୍ଯ୍ୟନ୍ତ ସରକାରଙ୍କ ବିନା ଅନୁମତିରେ ପୁଞ୍ଜି ଖଟାଇ ପାରିବେ ।
  • ଦେଶକୁ ବୈଦେଶିକ ପ୍ରଯୁକ୍ତି କୌଶଳ ଆକର୍ଷଣ କରିବାପାଇଁ ବ୍ୟବସ୍ଥାମାନ ରଖାଗଲା । ବୈଦେଶିକ ପ୍ରଯୁକ୍ତି କୌଶଳ ଆହରଣପାଇଁ ଘରୋଇ ସଂସ୍ଥାମାନେ ଅଂଶଧନର 40 ଶତାଂଶ ସରକାରଙ୍କ ବିନା ଅନୁମତିରେ ଖର୍ଚ୍ଚ କରିପାରିବେ ।
  • ଏହି ନୀତି ଅନୁସାରେ ଦିଆଯାଇଥିବା ରୟାଲଟି ବା ରାଜଭାଗ ଯଦି ଶିଳ୍ପଜାତ ଦ୍ରବ୍ୟର ଘରୋଇ ବିକ୍ରୟ ପରିମାପର ପାଞ୍ଚ-ଶତାଂଶ ଓ ରପ୍ତାନୀକୁ ଆଠ-ଶତାଂଶରୁ ଅଧିକା ନ ହୁଏ, ତାହାହେଲେ ସଂପୃକ୍ତ ଶିଳ୍ପସଂସ୍ଥାକୁ ବୈଦେଶିକ ସହଯୋଗୀମାନଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିବାର ସ୍ଵାଧୀନତା ପ୍ରଦାନ କରାଗଲା ।

(4) ବେସରକାରୀ ଶିଳ୍ପକୁ ଦିଆଯାଉଥ‌ିବା ଆନୁଷ୍ଠାନିକ ଋଣକୁ ଅଂଶଧନରେ ପରିଣତ କରିବା ବ୍ୟବସ୍ଥାର ବିଲୋପ ବେସରକାରୀ ଶିଳ୍ପ ସାଧାରଣତଃ ଅର୍ଥଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କମାନଙ୍କରୁ ଋଣ ଆଣି ସେମାନଙ୍କର ପୁଞ୍ଜି ସୁଦୃଢ଼ କରିଥା’ନ୍ତି । ପୂର୍ବରୁ ଏହି ଅର୍ଥଲଗାଣକାରୀ ସଂସ୍ଥାମାନେ ଦେଇଥିବା ଋଣକୁ ସଂପୃକ୍ତ ଶିଳ୍ପର ଅଂଶଧନରେ ପରିଣତ କରିଦେଇପାରିବେ ବୋଲି ବ୍ୟବସ୍ଥା ଥିଲା ।

ଫଳରେ ଏହି ଶିଳ୍ପସଂସ୍ଥାର ମାଲିକମାନେ ଏହାର ମାଲିକାନା ରଣଦାନକାରୀ ସଂସ୍ଥାମାନଙ୍କ ହାତକୁ ଚାଲିଯିବାର ଭୟରେ ଆତଙ୍କିତ ହେଉଥିଲେ । ଏହି ବ୍ୟବସ୍ଥା ବେସରକାରୀ କ୍ଷେତ୍ରର ସମୃଦ୍ଧିରେ ଅନ୍ତରାୟ ସୃଷ୍ଟି କରୁଛି ବୋଲି ଅନୁଭବ କରାଯାଇ ନୂତନ ଶିଳ୍ପନୀତିରେ ତାହାର ବିଲୋପପାଇଁ ବ୍ୟବସ୍ଥା ଗ୍ରହଣ କରାଗଲା ।

(5) ଏକଚାଟିଆ ବାଣିଜ୍ୟ ଅଧିର ପ୍ରୟୋଗର କଟକଣା (MRTP) ଆଇନ ବ୍ୟବସ୍ଥାରେ କୋହଳ – 1967 MRTP ଆଇନ ଅନୁସାରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧ୍ଵ ସମ୍ପତ୍ତି ଠୁଳ କରିଥିବା ଶିଳ୍ପ ସଂସ୍ଥାମାନଙ୍କଠାରେ MRTP ଆଇନ ଲାଗୁ ହେବାର ବ୍ୟବସ୍ଥା ଥିଲା ।

CHSE Odisha Class 11 Economics Solutions Chapter 5 ଶିଳ୍ପ

ଏହି ଆଇନ୍ ଅନୁସାରେ ଆୟୋଗର ବିନା ଅନୁମତିରେ ଉପରୋକ୍ତ ସଂସ୍ଥାଗୁଡ଼ିକ ନୂଆ ବ୍ୟବସାୟ ପ୍ରତିଷ୍ଠାନ କରିପାରିବେ ନାହିଁ । ଫଳରେ ଦେଶରେ ଦ୍ରୁତ ଶିଳ୍ପ ବିକାଶ ଘଟିବାରେ ମଧ୍ୟ ହେଳା ହେଉଥିଲା । କିନ୍ତୁ ନୂଆ ଶିଳ୍ପନୀତି ଅନୁସାରେ ଏହି ଶିଳ୍ପସଂସ୍ଥାମାନେ ଯେକୌଣସି ଶିଳ୍ପ ପ୍ରତିଷ୍ଠାପାଇଁ ଆଉ MRTP ଆୟୋଗର ଅନୁମତିର ଦରକାର କରିବେ ନାହିଁ ।

(6) ଶିଳ୍ପ ପ୍ରତିଷ୍ଠାନ ଅଞ୍ଚଳ ନିର୍ଦ୍ଧାରଣରେ କୋହଳ ନୀତି – ଏଣିକି ଏକ ନିୟୁତରୁ କମ୍ ଥ‌ିବା ଜନବସତିରେ ଶିଳ୍ପ ପ୍ରତିଷ୍ଠାପାଇଁ ସରକାରଙ୍କଠାରୁ କୌଣସି ଅନୁମତିର ଆବଶ୍ୟକତା ରହିଲା ନାହିଁ । ଏକ ନିୟୁତରୁ ଅଧିକ ଥିବା ଜନବସତିର 25 କି.ମି. ଦୂରରେ ଶିଳ୍ପାଞ୍ଚଳ ଗଢ଼ିଉଠିପାରିବାର ବ୍ୟବସ୍ଥା କରାଗଲା ।

CHSE Odisha Class 11 Odia Grammar ପ୍ରବନ୍ଧ

Odisha State Board CHSE Odisha Class 11 Odia Solutions Grammar ପ୍ରବନ୍ଧ Exercise Questions and Answers.

CHSE Odisha Class 11 Odia Grammar ପ୍ରବନ୍ଧ

ସମାକିନକ ଓ ସାପ୍ତତିକ ବିଶ୍ଯଯସମ୍ଭନ୍ଧ ପ୍ରତନ୍ଦ

ମଣିଷ ଜୀବନ ବଞ୍ଚେ । ସାମାଜିକ ପରିବେଷ୍ଟନୀ ଓ ସାଂସ୍କୃତିକ ଚେତନା ଭିତରେ ସେ ଜୀବନ ନିର୍ବାହ କରେ । ତା’ର ସକଳପ୍ରକାର ସମ୍ପର୍କ ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ ସହିତ ଜଡ଼ିତ । ନାନା ସମସ୍ୟା, ଆହ୍ଵାନ ଓ ପ୍ରୟୋଜନକୁ ନେଇ ପ୍ତତ୍କପ ବିଚାରଧ।ଭା ସକଳଶାଳ ଲିଖନକଲାଗ ଅଧ୍କାରାମାନରୁ ପ୍ରବନ୍ଧ ରଚନା ନିମନ୍ତେ ଅନୁପ୍ରତିତ କରିଥାଏ |

‘ପ୍ରବନ୍ଧ’ ଶବ୍ଦଟି ଇଂରାଜୀ ‘ଏସେ’ ଶବ୍ଦର ପ୍ରତିଶବ୍ଦଭାବରେ ଆମ ଭାଷାରେ ସଂସ୍କୃତାନୁସାରୀ ଶବ୍ଦଭାବରେ ପ୍ରଚଳିତ । ‘ପ୍ର’ ଉପସର୍ଗ ‘ବନ୍ଧ’ ଧାତୁରୁ ଅନ୍ (ଅ) ପ୍ରତ୍ୟୟ ଯୋଗେ ନିଷ୍ପନ୍ତ ଏହି ଶବ୍ଦର ଅର୍ଥ ପ୍ରକୃଷ୍ଟ ଭାବରେ ଅନୁବନ୍ଧିତ । ବିଭିନ୍ନ ଜ୍ଞାନ, ବିଚାର, ତର୍କ, ଯୁକ୍ତି, ଦୃଷ୍ଟାନ୍ତ ଓ ଅନୁଭବର ବିଶେଷ ଯୋଜନାବଦ୍ଧ ରଚନା ହେଉଛି ‘ପ୍ରବନ୍ଧ’ । ଭୂଗୋଳ, ଇତିହାସ, ବିଜ୍ଞାନ, ଲୋକକଳା, ଦର୍ଶନ, ସମାଜତତ୍ତ୍ବ, ମନସ୍ତତ୍ତ୍ଵ – ଯେକୌଣସି ବିଷୟକୁ ନେଇ ବର୍ଣ୍ଣନାତ୍ମକଭାବରେ ଚିନ୍ତା ଓ ଯୁକ୍ତି ବଳରେ ଲେଖାଯାଉଥିବା ଗଦ୍ୟ ରଚନାକୁ ‘ପ୍ରବନ୍ଧ’ କୁହାଯାଏ | ଭଲ ପ୍ରବନ୍ଧ ଚିନ୍ତାମୂଳକ, ତତ୍ତ୍ବଧର୍ମୀ ଓ ଯୁକ୍ତିନିଷ୍ଠ ଏବଂ ବିଷୟବସ୍ତୁ ଦିଗରୁ ପ୍ରବନ୍ଧକୁ ଚିନ୍ତାମୂଳକ, ଐତିହାସିକ, ବିଜ୍ଞାନଧର୍ମୀ, ତତ୍ତ୍ବ ଓ ଦର୍ଶନଧର୍ମୀ, ରାଜନୀତିକ, ଆର୍ଥନୀତିକ, ସାଂସ୍କୃତିକ, ସାମାଜିକ ସମସ୍ୟାଧର୍ମୀ – ଏହିପରି ନାନାଦି ଭାଗରେ ବିଭକ୍ତ କରାଯାଇପାରେ ।

ରଚନାଶୈଳୀ ଓ ଏହାର ଆବେଦନ ଦିଗରୁ ସୁସଂହତ ଓ ବୌଦ୍ଧିକ ଦୀପ୍ତିସମ୍ପନ୍ନ ପ୍ରବନ୍ଧକୁ ବସ୍ତୁନିଷ ଓ ବ୍ୟକ୍ତିନିଷ୍ଠ (Objective and Subjective) – ଏହିପରି ଦୁଇଭାଗରେ ବିଭକ୍ତ କରାଯାଏ । ବସ୍ତୁନିଷ୍ଠ ପ୍ରବନ୍ଧରେ ସାମୂହିକ ଚିନ୍ତାଧାରା ରୂପାୟିତ ହୁଏ । ବ୍ୟକ୍ତିନିଷ୍ଠ ପ୍ରବନ୍ଧରେ ଲେଖକର ତଥ୍ୟାତ୍ମକ ବିଚାର, ଦର୍ଶନ, ଚିନ୍ତା ଓ ଭାବନା ରୂପ ପାଇଥାଏ । ଚାତୁରୀ, ଅଯଥା ବର୍ଣ୍ଣନାଠାରୁ ମୁକ୍ତମନା ରହିବା, ସରଳ ଓ ସ୍ଵଚ୍ଛ ଭାଷାରେ ପ୍ରତିପାଦ୍ୟର ପରିବେଷଣ, ଉପକ୍ରମ – ବିଷୟତର୍ଜମା ଭିଭିରେ ଲେଖାଯାଇଥାଏ ।

  • ପ୍ରବନ୍ଧ ପ୍ରସ୍ତୁତି ଓ ପ୍ରଶ୍ନୋତ୍ତର (୧୫୦ ଟି ଶବ୍ଦ ମଧ୍ୟରେ)

୧ । ଛାତ୍ର ଅଶାନ୍ତି ଓ ତା’ର ନିରାକରଣ/ ଛାତ୍ର ବିଶୃଙ୍ଖଳା ।

ଯିଏ ମହତ କଥା, ସାଧାରଣରୁ ଅସାଧାରଣକୁ ଉତ୍ତୀର୍ଣ୍ଣ ହେବାର ଉପାୟ, ଅନ୍ଧାରରୁ ଆଲୋକକୁ ଯିବାର ଅଭିଳାଷ ରଖ୍ କର୍ମ ଓ ଦାୟିତ୍ବକୁ ଶାସ୍ତ୍ର ଓ ଲୋକାଚାରଭିଭିରେ ଶିକ୍ଷା କରେ ତାହାକୁ ପ୍ରକୃତ ଶିଷ୍ୟ ବା ଛାତ୍ର କୁହାଯାଏ ।

ଛାତ୍ର ଜୀବନ ଉଭୟ ବ୍ୟକ୍ତିନିଷ୍ଠ ଓ ସମୂହନିଷ୍ଠ ଜୀବନ ଗଢ଼ିବାର ମୂଳଭିତ୍ତି । ଗାନ୍ଧିଜୀଙ୍କ ମତରେ, ଛାତ୍ରମାନେ ଦେଶର ପ୍ରଗତି ଶକ୍ତି ଓ ଉନ୍ନତିର ବୀଜମନ୍ତ୍ର । ଓ୍ବାଶିଂଟନ୍‌ଙ୍କ ମତରେ, ବିଦ୍ୟାର୍ଥୀ ଗୋଟିଏ ଜାତୀୟ ଜୀବନପାଇଁ ମହତ୍ତମ ପ୍ରେରଣା । ତେଣୁ ନିଜକୁ ଠିକ୍ ସମୟରେ, ଠିକ୍‌ଭାବରେ ବିନିଯୋଗ କରି ତ୍ରିକାଳ ଅନୁସାରେ ଜ୍ଞାନ ଅର୍ଜନକରି ଏକ ଶୃଙ୍ଖଳିତ ଜୀବନ ନିର୍ମାଣ କରୁଥିବା ଛାତ୍ର ଯଥାର୍ଥରେ ଗୋଟିଏ ରାଷ୍ଟ୍ରୀୟ ଶକ୍ତିକେନ୍ଦ୍ରର ମୁଖ୍ୟ ବିନ୍ଦୁ ହୋଇଯାଏ । ଛାତ୍ର ସହିତ ଛାତ୍ର ମିଶି ଛାତ୍ରଶକ୍ତି ନିର୍ମାଣ କରନ୍ତି ଓ ଦାୟିତ୍ବବାନ୍ ଶୃଙ୍ଖଳିତ କର୍ମନିଷ୍ଠ ଛାତ୍ରଶକ୍ତି ଜାତିପ୍ରାଣରେ ବହୁମୁଖୀ ଜୀବନୀ ଶକ୍ତି ଭରିଦିଅନ୍ତି । ତେଣୁ ଯଥାର୍ଥରେ ଶୃଙ୍ଖଳିତ ଛାତ୍ର ଜୀବନହିଁ ବ୍ୟକ୍ତି ଜୀବନର ବିକାଶର ସମୟ ଜାତୀୟ ପ୍ରଗତିର ଭିତ୍ତିଭୂମି ।

  • ବିଷୟତର୍ଜମା’ ପ୍ରାୟତଃ ଛାତ୍ରଜୀବନ କିଶୋର ଓ ତାରୁଣ୍ୟ ଜୀବନର ସମନ୍ୱୟ କାଳ । ଦେଖୁବା, ବୁଝିବା, ଶିଖୁବା ଓ ଆୟତ୍ତ କରିବାର ଜ୍ଞାନପିପାସୁ ସ୍ତର ହେଉଛି ଏହି ଅବସ୍ଥା । ସଂଯତ ଉନ୍ମାଦନାହିଁ ଛାତ୍ରଙ୍କୁ ଏସବୁ କରିବାରେ ସଫଳ କରିଥାଏ । ଅସଂଯତ ଉନ୍ମାଦନା ଛାତ୍ରଙ୍କୁ ଲକ୍ଷ୍ୟଚ୍ୟୁତ କରି ତା’ର ଭବିଷ୍ୟତକୁ ଶିଥୁଳ କରିଦିଏ । ସମୂହ ଯୁବଶକ୍ତିର ଉନ୍ମାଦନା ଛାତ୍ରଶକ୍ତିରୁ ସମ୍ଭବ ହୋଇଥାଏ । ଛାତ୍ର ସଚେତନତା ଶିକ୍ଷାନୀତି, ସମାଜନୀତି, ଶାସନନୀତିକୁ ଶୃଙ୍ଖଳିତ କରେ । ଛାତ୍ରସମୂହ ବିଶୃଙ୍ଖଳିତ ଓ ସାମୟିକ ନଷ୍ଟମୁଖୀ ଅବକ୍ଷୟମାଣ ସ୍ଵାର୍ଥପିପାସା ପଛରେ ଧାଇଁଲେ ଯୌବନର ଭରାନଈ ଓ ଆଦର୍ଶ ଲକ୍ଷ୍ୟ ସେମାନଙ୍କଠାରୁ ଦୂରେଇଯାଏ କରିଦିଏ ।
    • ପାରିବାରିକ ଜୀବନରେ ଅଭାବ ଓ ଅସମତା ।
    • ଚଳଚ୍ଚିତ୍ର, ଦୂରଦର୍ଶନ, ନଗ୍ନତା, କର୍ମାଭିମୁଖୀ ଶିକ୍ଷାର ପ୍ରଭାବ ।
    • ରାଜନୀତିକ ଗୋଷ୍ଠୀ ଓ ଦଳୀୟ ରାଜନୀତିର କୁପରିଣାମଦର୍ଶୀ ପ୍ରଭାବ ।
    • ଶିକ୍ଷାନୁଷ୍ଠାନରେ ଅସାମାଜିକ କାର୍ଯ୍ୟର (ଗୁଣ୍ଡାମି, ଭଣ୍ଡାମି, କପି, ଟ୍ୟୁସନ ବୃଦ୍ଧି ହେତୁକ ଅପସଂସ୍କାର) ସମ୍ପର୍କରେ ଆସିବା !

ଏସବୁ ପ୍ରତିକୂଳ ଅବସ୍ଥା ଓ ତା’ର କାରଣକୁ ବୁଝି ଛାତ୍ର ନିଜର ଉଚ୍ଚ ଭବିଷ୍ୟ ନିମନ୍ତେ ନିରାକରଣର ଉପାୟ ନିଜେ ବାଛିନେବା ଉଚିତ । ବୁଦ୍ଧିଜୀବୀ, ଶିକ୍ଷକମଣ୍ଡଳୀ, ରାଜନେତା ଓ ସରକାର ସହିତ ଅଭିଭାବକମାନେ ଏଥୁପ୍ରତି ସ୍ଵାଧୀନ ରାଷ୍ଟ୍ରୀୟ ମହାପ୍ରବାହରେ ନିୟନ୍ତ୍ରଣ ରହେ ନାହିଁ । ସଂଯମ ଶିକ୍ଷା ପ୍ରଦାନ ଏଥ୍ନିମନ୍ତେ ଜରୁରୀ । ଶିକ୍ଷକ – ଛାତ୍ର – ଅଭିଭାବକ ସମ୍ପର୍କର ବୃଦ୍ଧି ଘଟିବା ଉଚିତ । କର୍ମାଭିମୁଖୀ, ଆଦର୍ଶାଭିମୁଖୀ, ସଂଯମ ଶିକ୍ଷାଭିଭିକ ଓ ସ୍ଵାବଲମ୍ବନଶୀଳ ହେବାର ସୂତ୍ରଥିବା ଶିକ୍ଷାଖସଡ଼ା ପ୍ରଚଳିତ ହେବା ଉଚିତ । ଛାତ୍ରଙ୍କୁ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରଖୁବା ଉଚିତ ।

ସିଦ୍ଧାନ୍ତ / ଉପସଂହାର – ଛାତ୍ର ଜୀବନ ସାଧନାର କ୍ଷେତ୍ର ହେବାପାଇଁ ପ୍ରେରଣା ସବୁଦିଗରୁ (ପରିବାରଠାରୁ ଶିକ୍ଷାକ୍ଷେତ୍ର ଓ ସରକାରୀ ପ୍ରୋତ୍ସାହନ) ମିଳିବା ଉଚିତ । ଉତ୍ତମ ଛାତ୍ରକୁ ମୂଲ୍ୟବୋଧଭିତ୍ତିକ ଶିକ୍ଷାଗ୍ରହଣ ନିମନ୍ତେ ବୃତ୍ତି, ସହଯୋଗ ଓ ସଫଳତାର ପ୍ରମାଣପତ୍ର ଯୋଗାଇଦେବା ଉଚିତ । ମୋଟଉପରେ ଭଲ ଛାତ୍ରଟିଏ ଭଲ ସମୟଟିଏ ନିଜ ପାଇଁ ତିଆରି କରେ ଓ ସମୂହ ସ୍ରୋତକୁ ଯୋଗାଇଦିଏ ।

CHSE Odisha Class 11 Odia Grammar ପ୍ରବନ୍ଧ

୨ । ଯୁବସମସ୍ୟା ଓ ତାହାର ସମାଧାନ ।

• ଭପକ୍ତମ – ମଣିଷ ଥରେ ଧରାବତରଣ କଲେ ଏକ ଗତିଶୀଳ ଆମ୍ଣକ୍ତି ନେଲ ବତି ଚାଲେ | ତା’ର ମାନସିକ, ଶାରୀରିକ, ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ବୌଦ୍ଧିକ ଶକ୍ତିର ବିକାଶ ଘଟିଲେ ସେ ଉତ୍ତମ ମଣିଷରୂପରେ ସଫଳ ଓ ପୂର୍ଣ୍ଣାଙ୍ଗ ଜୀବନଟିଏ ବଞ୍ଚେ । ଏହି କ୍ରମରେ ପ୍ରତ୍ୟେକ ମଣିଷକୁ ଚାରୋଟି ଅବସ୍ଥା ଦେଇ ଗତି କରିବାକୁ ପଡ଼େ । ଜୀବନ ପ୍ରବାହର ନେଇ ଗତିକରିଥାଏ । ପ୍ରୌଢ଼ର ଚିନ୍ତା ଓ ଯୁବକର କାର୍ଯ୍ୟଦକ୍ଷତା ସମାଜକୁ ସଙ୍କଟରହିତ ଓ ପ୍ରଗତିଶୀଳ କରେ । ଯୁବକର କାଯ୍ୟଦାନତା ଓ ପୁବଶକ୍ତିର ବିଶଲତ ଅବସ୍ଥା ପାମାଳ କାବନରେ ସଜା’ ତ।ଲଦିଏ |

• ବିଷୟତର୍ଜମା – କୈଶୋରର ଶୁଭ ଶଙ୍ଖନାଦ ପରେ ଦାୟିତ୍ୱବୋଧ, ନିଜକୁ ପରିପୂର୍ଣ୍ଣ କରି ଗଢ଼ିତୋଳିବାର ଉଚ୍ଚାଭିଳାଷ ଓ ସାଂସ୍କୃତିକ ଶୃଙ୍ଖଳା ମଧ୍ୟରେ ଯୁବାବସ୍ଥା ପ୍ରତ୍ୟେକ ନରନାରୀ ଜୀବନରେ ଆସିଥାଏ । ଯୁବାବସ୍ଥା ଜୀବନରେ ଓ ସମାଜରେ ତାରୁଣ୍ୟ । ଯୁବକ ଉଦାର ଓ ମହାମନା ହୋଇ କେବଳ କାର୍ଯ୍ୟକରେ । ଫଳରେ ଉତ୍ତମ ଭବିଷ୍ୟତଟିଏ ଗଢ଼ି ହୋଇଯାଏ ।

ଯୁବାବସ୍ଥାରେ ଯୁବକ ସତେଜମନା, ଉଚ୍ଚମନା, ସେବା – ଦୟା – କ୍ଷମା – ସଂଯମମନା ହେବା ଉଚିତ । ଅଭିଭାବକ ଓ ବୟୋଜ୍ୟେଷ୍ଠମାନେ ଯୁବକକୁ ସୌଜନ୍ୟ, ଆଦର, ଶ୍ରଦ୍ଧା ଓ ବିକାଶ ଅଭିମୁଖୀ ହେବାର ପ୍ରେରଣା ଯୋଗାଇଦେବା ଉଚିତ । କାରଣ ଯୁବକ ଅବସ୍ଥାରେ ମଣିଷ ପୁରୁଣା ଉପରେ ନୂଆ ସମ୍ଭାବନା ଗଢ଼େ । ସ୍ବପ୍ନରେ ବଞ୍ଚେ ଓ ସ୍ଵପ୍ନକୁ ବାସ୍ତବତାରେ ପରିଣତ କରେ । ଅତୀତକୁ ଭୁଲି ବର୍ତ୍ତମାନର ଆବେଗକୁ ଗଠନାତ୍ମକ କାର୍ଯ୍ୟରେ ଲଗାଇ ଯୁବକହିଁ ନିଜ ପାଇଁ ଓ ଜାତି ପାଇଁ ଅଦମ୍ୟ ପ୍ରାଣଶକ୍ତିର ପ୍ରଗତିଶୀଳ ଭବିଷ୍ୟତଟିଏ ଗଢ଼ିଥାଏ । ସେଥ‌ିପାଇଁ ବିବେକାନନ୍ଦ କହିଥିଲେ – ଯୁବମୟଂ ଜଗତଂ । ଅର୍ଥାତ୍ ଜଗତ ଯୁବକର ଉନ୍ମାଦନାରେହିଁ ଗତିକରେ ଓ ସୁନ୍ଦର ସ୍ବାସ୍ଥ୍ୟକର ହୁଏ । ଯୁବକର ଲକ୍ଷ୍ୟ ନିର୍ଦ୍ଦିଷ୍ଟ ହେବା ଉଚିତ । ବାହାବା ନେବା, ଲମ୍ବାରାସ୍ତାରେ ଲକ୍ଷ୍ୟଧରି ଚାଲିବା ଓ ରାସ୍ତାମଝିରେ ଅଟକି ନଯିବା ଯଥାର୍ଥ ଯୁବଶକ୍ତିର ଲକ୍ଷଣ । ଏଥିରେ ବ୍ୟତିକ୍ରମ ଘଟିଲେ ଯୁବଶକ୍ତି ସଙ୍କଟରେ ପଡ଼ିଯାଏ । ବନ୍ଧୁର ପରାମର୍ଶ, ସତ୍ ବ୍ୟକ୍ତିର ପ୍ରେରଣା, ଯୁବା ଓ ଯୁବତୀଙ୍କର ପାରସ୍ପରିକ ସଂଯତ ମମତା ଯୁବକକୁ ଆଗେଇ ନିଏ ।

କର୍ମାନୁସାରୀ ଶିକ୍ଷା, ଯୁଗୋପଯୋଗୀ ଶିକ୍ଷା, ନୀତିନିଷ୍ଠ ପ୍ରଯୁକ୍ତି ଓ ସୁବିଧାସୁଯୋଗ ପାଇବାଦ୍ୱାରା ଯୁବଶକ୍ତି ସଂକଟଠାରୁ ଦୂରେଇ ଦୃଢ଼ ହୋଇଉଠେ । ଅପରପକ୍ଷରେ ଆତ୍ମସଚେତନତାର ଅଭାବ, ସରକାରୀ ପ୍ରୋତ୍ସାହନର ଅଭାବ, ଅବକ୍ଷୟମାଣ ଶିକ୍ଷାଧାରା, ବେକାରୀ ସମସ୍ୟା ବୃଦ୍ଧି, ଲକ୍ଷ୍ୟପଥର ଅନିଶ୍ଚିତତା, ନିଶା-ପଶା-ଚୋରି-ସନ୍ତ୍ରାସବାଦୀ ପ୍ରେରଣା, ଭୋଗ-ବିଳାସ – ଯୁବାବସ୍ଥା ଅପସଂସ୍କାରଦ୍ୱାରା ବିନଷ୍ଟ ହୋଇଯାଏ । ଯୁବାବସ୍ଥା ସ୍ଵାସ୍ଥ୍ୟକର ନହୋଇ ପରିବାର, ସମାଜ ଓ ଜାତି ପାଇଁ ବୋଝ ହୋଇଯାଏ ।

  •  ସିଦ୍ଧାନ୍ତ/ଉପସଂହାର – ଆହା, ଯୌବନ ଥରେ ଗଲେ ଆଉ ଆସେନା, ଅଥବା ଜୀବନ ଗଢ଼ିବି ମୁଁ ଯୌବନରେ ପଙ୍‌କ୍ତିକୁ ସ୍ମରଣକୁ ଆଣି ଆତ୍ମସଚେତନତାର ସହିତ ସୁନ୍ଦର ପାରିବାରିକତା ଓ ସାମାଜିକତା ମଧ୍ୟରେ ଏକ ଆଲୋକୋପମ ଜୀବନ ବଞ୍ଚିବାପାଇଁ ଯୁବକ ଅବସ୍ଥା ବ୍ୟକ୍ତି ଜୀବନରେ ଏକ ସଂକଳ୍ପ । ଏ ସଂକଳ୍ପ ସମାଜ ନିମନ୍ତେ ଯୁବକକୁ ସଙ୍କଟର ଓ ସମସ୍ୟାର ବୋଝ ନମଣି ବରଂ ପ୍ରଗତିର ପ୍ରତୀକ ମନେକରି ନେଇଥାଏ ।

୩ । ତୁମର ଭବିଷ୍ୟତ

ଉପକ୍ରମ – ଜୀବନ ବଞ୍ଚିବାକୁ ହୁଏ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ । ଅତୀତ ଆମକୁ ଭଲମନ୍ଦ, ଠିଲ୍, ଲାଭକ୍ଷତି ଓ ଘଟଣ-ଅଘଟଣର ବିଷୟ ମନେପକାଇ ଦେଇ ସଚେତନ କରିଦିଏ । ବର୍ତ୍ତମାନର ସମସ୍ୟା ଅତୀତ ଭିଭିରେ ନିଏ । ବର୍ତ୍ତମାନର ଅଧ୍ୟାୟ ଭବିଷ୍ୟତର ସୁଖକର ଜୀବନ ବଞ୍ଚିବାର କଳ୍ପନା ଓ ସ୍ଵପ୍ନର ସମାହାର ମାତ୍ର । ଯାହାର ବର୍ତ୍ତମାନ ଦୃଢ଼ ଓ କର୍ମମୟ ତା’ର ଭବିଷ୍ୟତ ସୁଖକର । ବର୍ତ୍ତମାନ କଷ୍ଟ କଲେ ଭବିଷ୍ୟତରେ କୃଷ୍ଣ ମିଳେ । ବର୍ତ୍ତମାନ ବୁଣିଲେ ଭବିଷ୍ୟତରେ ଫସଲ କାଟିବାକୁ ହୁଏ ।

ଯାହାର ବର୍ତ୍ତମାନ ବିଶୃଙ୍ଖଳିତ ଓ କର୍ମହୀନ ତା’ର ଭବିଷ୍ୟତ ବିଭଙ୍ଗ ହେବା ନିଶ୍ଚିତ । ପ୍ରତ୍ୟେକ ମଣିଷ କୈଶୋର ଓ ଯୌବନ କାଳରେ ଉନ୍ନତ ଭବିଷ୍ୟତର ସ୍ବପ୍ନ ଦେଖେ । ଏହି ଆଶା ଓ ସ୍ବପ୍ନ ପାଇଁ ସେ କର୍ମ କରେ । କର୍ମ ଲକ୍ଷ୍ୟପୂର୍ଣ୍ଣ ହେବାଦ୍ଵାରା ଭବିଷ୍ୟତ ଗଢ଼ିହୋଇଯାଏ । ସେଥ‌ିପାଇଁ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର କହିଥିଲେ – ‘ ଭବିଷ୍ୟତର ସ୍ବାଚ୍ଛନ୍ଦ୍ୟ, ସନ୍ତୋଷ ଓ ଶାନ୍ତି ବର୍ତ୍ତମାନର ଏନ୍ତୁଡ଼ିଶାଳରେ ଥାଏ ।’’

• ବିଷୟତର୍ଜମା – ମୋର ଜୀବନରେ ମୁଁ ଭବିଷ୍ୟତକୁ ଅନାଗତ, ଅସମ୍ଭବ, କଳ୍ପନାର ବିଷୟ ଭାବରେ ବିଚାର କରିନାହିଁ । ଭବିଷ୍ୟତ ମୋପାଇଁ ମୋ ଜୀବନର ରଚନାତ୍ମକ ଲକ୍ଷ୍ୟ ଅଟେ । ମୁଁ ଭବିଷ୍ୟତର ଲକ୍ଷ୍ୟ ସ୍ଥିର କରିବାବେଳେ ମୋର ବନ୍ଧୁମାନଙ୍କର ଭବିଷ୍ୟତ ଚିନ୍ତା, ଅଭିଳାଷ ବିଷୟରେ ବିଚାର କରିଥାଏ । ମୋର ବନ୍ଧୁମାନଙ୍କ ମଧ୍ୟରୁ ଅନେକ ଇଞ୍ଜିନିୟର, ଡାକ୍ତର, ପ୍ରଶାସକ, ଅଧ୍ୟାପକ, ଶିଳ୍ପପତି, ବ୍ୟବସାୟୀ ହେବାର ସ୍ଵପ୍ନ ରଖ୍ ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରିଛନ୍ତି । ଆମର ଶିକ୍ଷକ କୁହନ୍ତି ଯାହା ହୁଅ, ଯେଉଁ କାମ କର– ଭଲରେ ନିଷ୍ଠାରେ କର । ଘାସକଟାଳି ହେବ ତ ଉତ୍ତମ ହୁଅ, ଡାକ୍ତର ହେବ ତ ଉତ୍ତମ ହୁଅ ।

ଏହି ମର୍ମରେ ମୁଁ ମୋ ଜୀବନର ଭବିଷ୍ୟତକୁ ଜଣେ ଶିକ୍ଷକଭାବରେ ନିର୍ବାହ କରିବାର ସଂକଳ୍ପ ନେଇଛି । ଶିକ୍ଷକ କହିଲେ କେବଳ ନିର୍ଦ୍ଦିଷ୍ଟ ବିଷୟରେ (ଗଣିତ | ସାହିତ୍ୟ |ସଂସ୍କୃତ | ବିଜ୍ଞାନ | ଇତିହାସ) ପେସାଦାର ଜ୍ଞାନଲାଭ କରି ଶିକ୍ଷାଦାନ ନୁହେଁ । ଶିକ୍ଷକର ଅର୍ଥ ସମୟ, ଦେଶର ଅବସ୍ଥା, ମାନବୀୟ ମୂଲ୍ୟବୋଧ, ସାଂସ୍କୃତିକ ଚେତନା, ସେବା, ଦୟା, କ୍ଷମା, କରୁଣା, ଅନେକ ଛାତ୍ରଙ୍କୁ ଲକ୍ଷ୍ୟପୂର୍ଣ୍ଣ ଜୀବନ ବଞ୍ଚିବାର ସୂତ୍ର ଓ ଦୀକ୍ଷା ଦେଇପାରେ । ଏହି ଆଦର୍ଶ ମାର୍ଗରେ ଚାଲିବା ସହିତ ଅନ୍ୟର ଜୀବନର ଲକ୍ଷ୍ୟଭାବରେ ନିର୍ବାଚନ କରିଛି – ଭଲ ଶିକ୍ଷକ, ଭଲ ଡାକ୍ତରଟିଏ ଓ ଭଲ ଇଞ୍ଜିନିୟରଟିଏ ହେବାକୁ ! ମଣିଷର ଶରୀର ଅପେକ୍ଷା ତା’ର ସୁସ୍ଥମନ ଓ ନୀରୋଗ ମାନବିକପଣ ନିର୍ମାଣ କରୁଥିବାରୁ ଶିକ୍ଷକ ଜଣେ ମହାନ୍ ଡାକ୍ତର ।

ଇଞ୍ଜିନିୟର ରାସ୍ତା-ପୋଲ-କମ୍ପ୍ୟୁଟର ଇତ୍ୟାଦି ବସ୍ତୁଗତ ନିର୍ମାଣ କରେ । ମାତ୍ର ଶିକ୍ଷକରୂପୀ ଇଞ୍ଜିନିୟର ମଣିଷ ତିଆରି କରେ । ପ୍ରଶାସକ ନିୟମ କାନୁନ୍‌ରେ ରାଜନୀତି-ଅର୍ଥନୀତିକୁ ପରିଚାଳନା କରେ । ଶିକ୍ଷକଟିଏ ମଣିଷର ଜୀବନ, ମୂଲ୍ୟବୋଧ, ସଂସ୍କୃତି ଓ ସଦ୍‌ଭାବନାକୁ ପରିଚାଳନା କରେ । ଏହି ସତ୍ୟ ପ୍ରତି ମୁଁ ବେଶ୍ ସଚେତନ ଓ ଅନୁରକ୍ତ ରହିଛି । ତେଣୁ ମୁଁ ମୋର ଭବିଷ୍ୟତକୁ ଶିକ୍ଷକର କର୍ମ-ଧର୍ମ-ଜୀବନପଣ ସହିତ ଯୋଡ଼ି ଦେଇଛି । ଭବିଷ୍ୟତରେ ମୋର ପରିଚୟ ହେବ ମୁଁ ବହୁ ସଫଳ ନରନାରୀ, ମଣିଷ, ପ୍ରଶାସକ, ଡାକ୍ତର, ଇଞ୍ଜିନିୟରଙ୍କର ଗୁରୁ । ମୋର ଭବିଷ୍ୟ ସମୟାନୁବର୍ତ୍ତିତା, ଶୃଙ୍ଖଳା ଓ ସଦ୍‌ଭାବନାର ଶିକ୍ଷାଦାନରେ ବିନିଯୋଗ ହେବ ।

ସିଦ୍ଧାନ୍ତ – ଦୋଷ ଓ ଦୁର୍ବଳତାକୁ ଆତ୍ମସମୀକ୍ଷାଦ୍ଵାରା ବୁଝି ନିଘୋଷ ଓ ସକଳ ଜୀବନ ବଞ୍ଚିବା ଓ ବଞ୍ଚିବାକୁ ଅନ୍ୟକୁ ଅତିବାହିତ ହେବ । ସୁସ୍ଥକର ଜୀବନ, ସମାଜ ଓ ସୁବ୍ୟବସ୍ଥିତ ସଂସ୍କୃତି ଗଠନରେ ମୋର ବ୍ରାତିକ ଜୀବନ ସଂକଳ୍ପନିଷ୍ଠ ହୋଇଉଠିବ ।

୪ । ପିତାମାତାଙ୍କ ପ୍ରତି ସମ୍ମାନବୋଧ

ଉପକ୍ରମ – ରାମାୟଣ କହେ ମାତା ଓ ଜନ୍ମଭୂମି ସ୍ବର୍ଗଠାରୁ ଗରୀୟସୀ । ଶ୍ରୀମଦ୍ ଭାଗବତ ମତରେ, ପିତା ସ୍ୱର୍ଗ, ପିତା ଧର୍ମ, ପିତାହିଁ ପରମ ତପସ୍ୟାର ପ୍ରତିଭୂ । ଆମ ମିଥ୍, ‘ଶ୍ରବଣ କୁମାର ଚରିତ’ କୁହେ ପିତାମାତାଙ୍କ ସେବାରେ ଜୀବନର ପିତା ଆକାଶଠାରୁ ବିଶାଳ ଓ ମାତା ଧରଣୀଠାରୁ କୋମଳ । ପିତାମାତାଙ୍କ ଆଦର, ଯତ୍ନ, ସଂକଳ୍ପ, ଦୀକ୍ଷା, ପାଳନକର୍ମ ଓ ମାର୍ଗଦର୍ଶୀ ଶିକ୍ଷା ବଳରେ ଯୁଗଯୁଗଧରି ମଣିଷ ମଧ୍ୟରୁ ଅନେକ ରାମ, କୃଷ୍ଣ, ପର୍ଶୁରାମ, ଯୀଶୁ, ଧ୍ରୁବ, ଅର୍ଜୁନ, ଯୁଧ୍ୱର, କଣ୍ଠ, ଶିବାଜୀ, ଶଙ୍କରାଚାର୍ଯ୍ୟ, ଚୈତନ୍ୟ, ମହାତ୍ମା ଗାନ୍ଧୀ, ଟଲଷ୍ଟୟ, ଆଇନଷ୍ଟାଇନ୍ ଆଦି ଜନ୍ମ ହୋଇ ସମଗ୍ର ମଣିଷ ସମାଜକୁ ଆଲୋକର ମାର୍ଗ ଓ ବିଧାନ ଦେଖାଇ ଆସିଛନ୍ତି । ପିତାମାତାଙ୍କର ସଂସ୍କାରରୁହିଁ ସଂସ୍କୃତି ସଚେତନଶୀଳ, ବିଶାଳ ଓ ଶୁଭଙ୍କର ହୋନ୍ତି ସୁଖୀ/ପିତାମାତା ଦୁଷ୍କୃତରୁ ସଭିଏଁ ହୋନ୍ତି ଦୁଃଖୀ ।’’ ପିତାମାତାଙ୍କ ପ୍ରତି ସମ୍ମାନବୋଧ ଏ କାରଣରୁ ଆମର ମହତ୍ତମ ସାଂସ୍କୃତିକ ଗୁଣ ଓ ଆଦର୍ଶର ପରିଚାୟକ ।

ବିଷୟତର୍ଜମା – ୨୦୦୫ ଡିସେମ୍ବର ମାସରେ ଲଣ୍ଡନ ଟାଇମ୍‌ସର ଏକ ସର୍ଭେ ରିପୋର୍ଟରୁ ଜଣାଯାଏ ଯେ ପାଶ୍ଚାତ୍ୟ ଜଗତରେ ବିଶେଷକରି ବସ୍ତୁବାଦୀ ଶିଳ୍ପାନ୍ନତ ରାଷ୍ଟ୍ରରେ ଶତକଡ଼ା ୬୦ ଭାଗ ସନ୍ତାନ କିଶୋର ଅବସ୍ଥାରୁ ପିତାମାତାଙ୍କଠାରୁ ଦୂରରେ ରହିବାରୁ ଏବଂ ଆଦରଯତ୍ନ ଅଭାବରୁ ରୁକ୍ଷ, ଆତ୍ମହତ୍ୟାପ୍ରବଣ, ପ୍ରଗଳ୍ପ, ଅପରାଧପ୍ରବଣ, ନିସ୍ତେଜ, ସଂକଳ୍ପରହିତ, ଲକ୍ଷ୍ୟଭ୍ରଷ୍ଟ, ପଙ୍ଗୁ ଓ କାର୍ଯ୍ୟଦକ୍ଷତା ରହିତ ହୋଇଯାଉଛନ୍ତି । ଫ୍ରାନ୍ସରେ ବୃଦ୍ଧ ଓ ବୃଦ୍ଧାଙ୍କ ସଂଖ୍ୟା ଓ ସେମାନଙ୍କ ସମସ୍ୟା ଜାତୀୟ ପ୍ରଗତିର ବାଧକ ।

କାରଣ ସେଠି ପିତାମାତାଙ୍କୁ ଦାୟିତ୍ୱ ନେବାକୁ ସନ୍ତାନମାନେ ନୈତିକମାର୍ଗରୁ ବିଚ୍ୟୁତ । ନିଉୟର୍କର ଏକ ଭାରତବର୍ଷରେ ଏବେ ଏହିପ୍ରକାର ସମସ୍ୟା ପାଶ୍ଚାତ୍ୟ ସଂସ୍କୃତି ଓ ସଭ୍ୟତାର ପ୍ରଭାବ ହେତୁ ପ୍ରାୟତଃ ଶତକଡ଼ା ୨୫ ଭାଗ ଦେଖାଦେଲାଣି । ସହରୀ ସଭ୍ୟତା, ବ୍ୟକ୍ତିବାଦୀ ଜୀବନଚର୍ଯ୍ୟା, ଚାକିରିଜୀବୀ ଜୀବନ, ବିଦେଶରେ ବୃତ୍ତିନିର୍ବାହ, ଯୌଥପରିବାରର ବିଭଙ୍ଗତା ହେତୁ କ୍ରମଶଃ ପିତାମାତାଙ୍କ ପ୍ରତି ଆମ ସାଂସ୍କୃତିକ ଜୀବନ ପ୍ରବାହରେ କର୍ତ୍ତବ୍ୟ, ସମ୍ମାନ ଓ ଦାୟିତ୍ଵ କମି କମି ଆସୁଛି ।

ଯଦିଓ ଆମ ସରକାର ବୃଦ୍ଧ ପିତାମାତାଙ୍କ ଲାଳନପାଳନ ପାଇଁ ବୃତ୍ତିଧାରୀଙ୍କୁ କରମୁକ୍ତ କରିଛନ୍ତି । ତଥାପି ଆମ ନିୟମ ହେବାଦ୍ଵାରା ସଂପ୍ରତି ପିତାମାତା ଓ ସନ୍ତାନସନ୍ତତି ମଧ୍ୟରେ ଥ‌ିବା ଶ୍ରଦ୍ଧା-ସମ୍ମାନ କ୍ରମଶଃ ଶିକୂଳ ହୋଇଯିବାର ଆଶଙ୍କା ଦେଖାଦେଇଛି । ଆମ ସାଂସ୍କୃତିକ ବ୍ୟବସ୍ଥାରେ ପିତାମାତାଙ୍କ ଦଣ୍ଡ ଓ ଆକଟ ଜୀବନ ଗଢ଼ିତୋଳେ, ଆଲୋକିତ କରେ, କୃଷ୍ଟ ଦେଇ କୃଷ୍ଣତ୍ଵର ମହାନତାରେ ପହଞ୍ଚାଏ । ଏ ବିଶ୍ବାସ କ୍ରମଶଃ ଭାଙ୍ଗିପଡୁଛି । ଲାଳନପାଳନ କରି ପିତା ବଡ଼ କରେ । ମାତା ଥନଭାଙ୍ଗି କ୍ଷୀରଦେଇ ତାକୁ ଚାଲି ଶିଖାଏ, ବଞ୍ଚେ ଶିଖାଏ, କଥା ଶିଖାଏ, ଖାଇ ଶିଖାଏ ଓ ଆଦର କରି ଆଚରଣଶୀଳ କରି ଗଢ଼େ । ଆଶା ଥବିର କାଳରେ ପୁତ୍ର କନ୍ୟା ସମ୍ମାନ ଦେବେ, ସେବା କରିବେ, ଜରାର ଯନ୍ତ୍ରଣାରୁ ମୁକ୍ତି ଦେବେ ।

ଏହି କର୍ମବୋଧ ଉପରେ ଆମ ଦେଶରେ ପିତାମାତାଙ୍କୁ ସ୍ଵୟଂ ସୃଷ୍ଟିକର୍ତ୍ତା, ଆଦିଜନକ ଓ ଆଦିମାତା ଭାବରେ ସମ୍ମାନ ଦିଆଯାଇଥାଏ । ପିତା ଥିବା ପୁଅ ସଭାରେ ହାରେ ନାହିଁ । ମାଆ ଥ‌ିବା ପୁଅର ସାହା ଭରସା ପ୍ରଚୁର । ମାତାପିତାଙ୍କୁ ସମ୍ମାନ ଦେଉଥ‌ିବା ପୁତ୍ର ଜଗତଜିତା । ପିତାମାତାଙ୍କ ଆଶିଷ ପରମପୁଣ୍ୟ ଫଳର ପ୍ରତିଭୂ । ଏପ୍ରକାର ସାଂସ୍କୃତିକ ବାସନା ଗ୍ରହଣ କରି ଆମ ଦେଶରେ ପିତାମାତାଙ୍କ ପ୍ରତି ମାନ୍ୟତାବୋଧର ଆଚରଣ ସଂପ୍ରତି ପାଶ୍ଚାତ୍ୟ ଭୂମିଖଣ୍ଡରେ ଆଦର ପାଉଥ‌ିବାବେଳେ ଆମର ଗତି ଏ ସମ୍ପର୍କରେ କେତେ ବିପରୀତ ଚିନ୍ତା କରିବାର ସମୟ ଆସିଛି । ପିତାମାତାଙ୍କ ପ୍ରତି ପୃ।ଡିମାପନ୍ଲେ ପ୍ରାଣରେ ସବଦେବତା” ଏବଂ “କାନନା ଶ୍ବଶଗାଣନ୍ୟେ ସବଂକଲ୍ୟାଣ ଲଭପଡେ” |

• ସିଦ୍ଧାନ୍ତ |ଉପସଂହାର – ଏହି ମର୍ମରେ ଗୋଟିଏ ସିଦ୍ଧାନ୍ତରେ ଆମକୁ ଉପନୀତ ହେବାକୁ ପଡ଼ିବ ଯେ ଜଗତରେ ଅର୍ଥଦେଇ, କ୍ଷମତାଦେଇ, ବୁଦ୍ଧିଦେଇ, ଜ୍ଞାନଦେଇ ସବୁ ମିଳିପାରେ– କେବଳ ମାତାପିତା ଓ ତାଙ୍କର ଶୀତଳ ଆଶିଷ ମିଳେ ନାହିଁ । ତେଣୁ ପ୍ରତ୍ୟେକଙ୍କର ଜୀବନର ଅନ୍ୟତମ ମନ୍ତ୍ର ହେଉ— ‘ପିତା ସ୍ୱର୍ଗ, ପିତା ଧର୍ମ, ପିତାହିଁ ପରମତପଃ| ପିତରି ପ୍ରୀତିମାପରେ ପ୍ରୀୟନ୍ତେ ସର୍ବଦେବତା’’ ଏବଂ ‘ଜନନୀ ଶୁଭଗାମନ୍ୟ ସର୍ବକଲ୍ୟାଣ ଲଭ୍ୟତେ’’ ।

CHSE Odisha Class 11 Odia Grammar ପ୍ରବନ୍ଧ

୫ । ଯୌତୁକର ବିଷମ ଫଳ/ ଯୌତୁକ ପ୍ରଥା ଏକ ସାମାଜିକ ବ୍ୟାଧୁ

ଉପକ୍ରମ – ବିଷୟ ତର୍ଜମା ପୂର୍ବରୁ ୨୦୦୬ ମସିହାରେ ନାରୀ ନିର୍ଯାତନାର ଜାତୀୟ ଓ ପ୍ରାଦେଶିକ ରେକର୍ଡ଼ ଉପରେ ସମ୍ୟକ୍ ଦୃଷ୍ଟିପାତ ଦିଆଯାଇପାରେ । ସର୍ବଭାରତୀୟ ସ୍ତରରେ ୮୬୭୮୦ଟି ନାରୀ ନିର୍ଯାତନା ଘଟଣା ମଧ୍ୟରୁ ୨୧୨୧୫ଟି ଯୌତୁକଜନିତ ନିର୍ଯାତନା ଓ ୮୧୫୦ଟି ବଧୂହତ୍ୟା, ବଧୂପୋଡ଼ି ଘଟଣା ସମ୍ବନ୍ଧିତ । ସେହିପରି ପ୍ରାଦେଶିକ ସ୍ତରରେ ଓଡ଼ିଶାରେ ୩୮୦୫ ଘଟଣାରୁ ୧୦୨୮ଟି ଘଟଣା ଯୌତୁକଜନିତ । ଏସବୁ ଘଟଣା ମଧ୍ୟରୁ ମାତ୍ର ଶତକଡ଼ା ୧୦ ଭାଗ ଅପରାଧୀ ଦଣ୍ଡ ଭୋଗିଛନ୍ତି । ଏହି ହିସାବ ପ୍ରମାଣ କରୁଛି ଯୌତୁକ ପ୍ରଥା ଆମର ସାମାଜିକ ଜୀବନରେ ଏକ ସଂକ୍ରାମକ ବ୍ୟାଧ, ଏକ କଳଙ୍କ ଓ ଅପସଂସ୍କାରର ପ୍ରତୀକ । ଏହା ସାମାଜିକ ଜୀବନ ଓ ବ୍ୟକ୍ତି ଜୀବନକୁ ବିଷମ ଫଳ ଦେଇ ଚାଲିଛି ।

ଦୈନିକ ସମ୍ବାଦପତ୍ରିକାର ପ୍ରତିଦିନିଆ ଅପରାଧ ଘଟଣାରେ ବଧୂ ନିର୍ଯାତନା ଓ ଯୌତୁକଜନିତ ହତ୍ୟା, ଛାଡ଼ପତ୍ର, ଜେଲ୍ ଓ ବଧୂପୋଡ଼ି ଇତ୍ୟାଦି ଘଟଣା ପ୍ରକାଶ ହୋଇ ଚାଲିଛି ଯାହା ଜଣାଇ ଦେଉଛି ଯେ ଯୌତୁକ ଆମ ମାନବିକତାର ପ୍ରସଙ୍ଗ ଓ ନାରୀ ଜାଗୃତିର ଲକ୍ଷ୍ୟକୁ ପଛକୁ ଓ ବ୍ୟବହାରସୁଲଭ ପ୍ରଦତ୍ତ ଧନ, ଦ୍ରବ୍ୟ ଓ ଉପହାର । ପରୋକ୍ଷରେ ହିନ୍ଦୁ ସଂସ୍କୃତି ଓ ଭାରତୀୟ ବୈବାହିକ ପରମ୍ପରାରେ ଏହାକୁ ପ୍ରୀତି ଓ ଶ୍ରଦ୍ଧାପଣର ସଂସ୍କାରରେ ଉପହାର ପ୍ରଦତ୍ତ ବିଧ୍ବରେ ଗ୍ରହଣ କରାଯାଇଛି ।

ଏ ବିଧୂ ଶ୍ରଦ୍ଧା ଓ ଦେବାବାଲାର କ୍ଷମତା ଭାରତୀୟ ପରମ୍ପରାରେ ଏହି ଯୌତୁକ ଆଣିବା ଓ ଦେବା ଏକ ଆତ୍ମୀୟତାର ସମ୍ବନ୍ଧ ସୂତ୍ର ଥିଲା । ବେଦୀ ଉପରେ ବର କନ୍ୟା ପରସ୍ପର ଦିଆନିଆ ହେଉଥିଲେ । ବରପକ୍ଷ କନ୍ୟାକୁ ଓ କନ୍ୟାପକ୍ଷ ବରକୁ ଉପହାର ଦେଉଥିଲେ । କେତେକ ଗୋଷ୍ଠୀରେ କନ୍ୟାପଣ ସ୍ଵରୂପ ବରପକ୍ଷ କନ୍ୟାପକ୍ଷକୁ ଉପହାର ଦେବାର ବିଧ୍ ଏବେ ବି ପ୍ରଚଳିତ । ରାମାୟଣ, ମହାଭାରତ, ଜାତକ ଗାଥାରେ ପୁରୁଷପ୍ରଧାନ ସମାଜରେ ଗୌରବ ବୃଦ୍ଧି, ପୁରୁଷର ରୋଜଗାର ସାମର୍ଥ୍ୟର ମାନ୍ୟତା ଓ ପାରିବାରିକ ସୁଖ ସମ୍ଭାବନା ଭିଭିରେ କନ୍ୟା ପିତାମାତା କନ୍ୟାଦାୟ ଉପହାର ଯୌତୁକ ରୂପରେ ଦେଉଥିଲେ । କନ୍ୟାକୁ ସୁଶୋଭନ କରିବା, କନ୍ୟାର (୧୨୦୦ରୁ ୧୮୫୦) ଯୌତୁକର ସୂତ୍ରପାତ ଘଟିଛି । ସ୍ବାଧୀନତା ପୂର୍ବରୁ ଏହା କନ୍ୟାଦାୟ ଓ କନ୍ୟାପିତାର ସାମର୍ଥ୍ୟ ଅନୁସାରେ ନିର୍ଘଣ୍ଟ ହେଉଥିଲା ।

ମାତ୍ର ୧୯୪୦ ଓ ସ୍ଵାଧୀନତୋତ୍ତର କାଳରେ ବରର ଅହମିକା ପ୍ରଦର୍ଶନ ନିମନ୍ତେ, ବର ପିତାମାତାଙ୍କ ଔଦ୍ଧତ୍ୟ ଓ ଗର୍ବ ଅନୁସାରେ ଯୌତୁକ ଦେବା ଓ ଆଣିବା ସ୍ବାଭିମାନ ପ୍ରସଙ୍ଗ ହୋଇଉଠିଛି । ଉପଯୁକ୍ତ ବନ୍ଧୁତ୍ବ ନିର୍ମାଣର ବ୍ୟଗ୍ରତା, ବ୍ୟାଧର ବୃଦ୍ଧି ଘଟାଇଛି । କନ୍ୟା ଓ କନ୍ୟା ପିତାମାତା, ଭାଇ, ପରିବାରର ନିରୀହତା ଓ ଅସହାୟତା ଝିଅ ଜନ୍ମ ଓ ଝିଅକୁ ଔପଚାରିକ ବିଧାନ ହୋଇଉଠିଛି । ବରମାନେ ଗୋରୁମୂଲପରି ଯୌତୁକ ମାଧ୍ୟମରେ କିଣାବିକା ହେଉଛନ୍ତି ।

ବରପିତାର ଔଦ୍ଧତ୍ୟ, କୁଳବଧୂକୁ ଅର୍ଥ ଓ ଦ୍ରବ୍ୟ ଦାବି କରି ଶାଶୁନଣନ୍ଦଙ୍କ ନିର୍ଯାତନା ଓ ମଧ୍ୟସ୍ଥିମାନଙ୍କର ଯୌତୁକ ଦେବାନେବା ପ୍ରସଙ୍ଗ ନିର୍ଦ୍ଧାରଣ ବେଳେ ଚଞ୍ଚକତା ଯୌତୁକକୁ କ୍ରମଶଃ ଶୋଷଣର ଓ ଜୁଇର ସ୍ମାରକୀ କରିଦେଇଛି । ଯୌତୁକ ରୂପକ ଜୁଇରେ ଶହ ଶହ ନିରୀହ କନ୍ୟାଙ୍କର ମୃତ୍ୟୁଘଟୁଛି । ଯୌତୁକ ବରପକ୍ଷର ଦାବି, କାମନା, ବାସନା, ବାଧ୍ୟ ଲାଭଫଳ ହୋଇ ଉଠୁଥ‌ିବାବେଳେ କନ୍ୟାପକ୍ଷ ପାଇଁ ଏହାର ଏକ ସଙ୍କଟ, ବ୍ୟାଧ୍ ଓ ଅପସଂସ୍କୃତିର ବିଧାନ ହୋଇଉଠିଛି ।

• ସିଦ୍ଧାନ୍ତ – ନାରୀ ଜାଗୃତି, ନାରୀ ନିର୍ଯାତନା ନିୟମ ଓ ନାରୀ ଅଧିକାର ପ୍ରତି ସଚେତନତା, ଯୁବକ- ଯୁବତୀଙ୍କର ଶିକ୍ଷାଦୀକ୍ଷାର ବୃଦ୍ଧି, ଯୁବକ-ଯୁବତୀଙ୍କ ସ୍ଵାବଲମ୍ବନଶୀଳ ଅବସ୍ଥା, ଯୁବକ-ଯୁବତୀ ମଧ୍ଯରେ ପାରସ୍ପରିକ ବୁଝାମଣାର ସମ୍ବନ୍ଧ ମଧ୍ଯରେ ବିବାହ ସଂଘଟନା, ଯୌତୁକଲୋଭୀ ଓ ଅତ୍ୟାଚାରୀଙ୍କ ପ୍ରତି ପ୍ରତ୍ୟକ୍ଷ ଦଣ୍ଡବିଧାନ ନିମନ୍ତେ ଆଇନର ପ୍ରଣୟନ ଓ ପ୍ରଚଳନ, ଲୋକନାଟକ – ପଥପ୍ରାନ୍ତ ନାଟକ – ଦୂରଦର୍ଶନ ଓ ଗଣମାଧ୍ୟମ ଇତ୍ୟାଦିର ସହଯୋଗରେ ଯୌତୁକ ପ୍ରଥାକୁ ଏକ ବିଷମୟ ଫଳଭାବରେ ନିନ୍ଦା କରିବା ଉଚିତ ।

ମୋଟଉପରେ ବରବଧୂଙ୍କ ସୁଖୀ ଦାମ୍ପତ୍ୟଜୀବନ ଯୌତୁକଲୋଭୀ ମାନସିକତା ମଧ୍ଯରେ ଏକ କଳଙ୍କ ରୂପ ନେଇଥାଏ ; ଆଧୁନିକ ସଭ୍ୟତାକୁ ବିଜ୍ଞାନର ଅବଦାନ ଅନସ୍ବୀକାର୍ଯ୍ୟ । ବର୍ତ୍ତମାନ ମାନବ ଜୀବନରେ ସୁଖ, ସମ୍ଭୋଗ, ଐଶ୍ବର୍ଯ୍ୟ ଭରିଦେଇଛି ଏହି ଆଧୁନିକ ବିଜ୍ଞାନ । ସମଗ୍ର ବିଶ୍ବର ବିଭିନ୍ନ ଘଟଣା, ବିଭିନ୍ନ ପରିସ୍ଥିତିକୁ ମନୁଷ୍ୟ ଏହି ବିଜ୍ଞାନ ବଳରେ ଖୁବ୍ ସମଗ୍ର ପୃଥ‌ିବୀରେ ଥିବା ବିଭିନ୍ନ ନେଟ୍‌ୱାର୍କ ଅନ୍ତର୍ଗତ ନାନାପ୍ରକାରର କମ୍ପ୍ୟୁଟରଗୁଡ଼ିକ ମଧ୍ୟରେ ପାରସ୍ପରିକ ସଂଯୋଗ ନେଟ୍‌ଓ୍ୱାର୍କ । ସାହିତ୍ୟିକ ଭାଷାରେ ଲେଖିଲେ ଏହାହିଁ ବିଶ୍ବ ସମ୍ବାଦ ସରବରାହ ସଂସ୍ଥାର ଯାନ୍ତ୍ରିକ କାର୍ଯ୍ୟକ୍ରମ । ଇଂରାଜୀରେ, ଏହାହିଁ World Information Exchange Technology । ଏହା ସାହାଯ୍ୟରେ ବିଶ୍ବର କୋଣାନୁକୋଣର ଖବର ଜଣେ ଘରେ ବସି ଖୁବ୍ ଶୀଘ୍ର ପାଇପାରିବ ।

ଏହି ପ୍ରକାର ବ୍ୟବସ୍ଥାର ପ୍ରଥମ ସୃଷ୍ଟିକର୍ତ୍ତା ହେଉଛି ଆମେରିକା । ୧୯୬୯ ମସିହାରେ ବିଶ୍ବରେ ସର୍ବପ୍ରଥମେ ଆମେରିକାର ପ୍ରତରପା ଦିନିଗୋଟି କମ୍ପ୍ୟୁଟର ମାପନ କରି କାମ ଆରମ୍ଭ କରାଗଲା ଓ ଆମେରିକ ଛାତ୍ରଛାତ୍ରୀମାନଙ୍କୁ ଏହି ନେଟ୍ବାର୍କରେ ଯୋଗଦେବାକୁ ଅନୁମତି ଦେବାରୁ ସମୟକ୍ରମେ ସମଗ୍ର ବିଶ୍ଵରେ ଇଣ୍ଟରନେଟ୍ ବ୍ୟବସ୍ଥା ଆରମ୍ଭ ହେଲା । ତେବେ ଇଣ୍ଟରନେଟ୍‌ର ବ୍ୟବହାର ଶିକ୍ଷା କରିବାପାଇଁ ନେଟ୍‌ଓ୍ୱାର୍କ ସଂପର୍କରେ ଧାରଣା ଥିବା ଆବଶ୍ୟକ । ସର୍ବୋପରି ଏଥପାଇଁ କମ୍ପ୍ୟୁଟର କାର୍ଯ୍ୟକ୍ରମ ଶିକ୍ଷା କରିବାକୁ ମଧ୍ୟ ପଡ଼ିବ । ବିଶ୍ଵର କମ୍ପ୍ୟୁଟର କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ସଂପର୍କ ହିଁ ନେଟ୍‌ୱାର୍କ ଭାବରେ ଜଣାଶୁଣା । କହିଲେ ଅତ୍ୟୁକ୍ତି ହେବନାହିଁ ଯେ, ଇଣ୍ଟରନେଟ୍ ହେଉଛି ସୂଚନା ଆଦାନପ୍ରଦାନର ମହାସମୁଦ୍ର । ବିଶ୍ୱ କମ୍ପ୍ୟୁଟର ନେଟ୍‌ଓ୍ବାର୍କ ବିଷୟ ଜାଣିଥୁବା ବ୍ୟକ୍ତି ହିଁ ଏହି ମହାସମୁଦ୍ରରେ ସନ୍ତରଣ କରିପାରିବ ।

ଆଧୁନିକ ବିଜ୍ଞାନରୁ ସୃଷ୍ଟ ପ୍ରଯୁକ୍ତି ବିଜ୍ଞାନର ସର୍ବୋତ୍ତମ ଅବଦାନ ହେଉଛି ଏହି ଇଣ୍ଟରନେଟ୍ । ବିଶ୍ଵ ସମ୍ବାଦ, ତଥ୍ୟ ଓ କରିଦେଇଛି । ଇଣ୍ଟରନେଟ୍ ୱେବ୍‌ସାଇଟ୍ ମାଧ୍ୟମରେ ବିଶ୍ଵର ସମ୍ବାଦ, ତଥ୍ୟ, ସୂଚନା ସଂଗୃହୀତ ହୋଇ ଇ-ମେଲ୍ ସାହାଯ୍ୟରେ କେବଳ ସମ୍ବାଦ ନୁହେଁ, ବର୍ତ୍ତମାନ ମାନବର ବିଶ୍ଵଜୀବନ ସହ ସଂପର୍କ ସ୍ଥାପନ ସମ୍ବନ୍ଧୀୟ ଯାବତୀୟ କାର୍ଯ୍ୟ ଇଣ୍ଟରନେଟ୍ ମାଧ୍ୟମରେ ହୋଇପାରୁଛି । ରେଳଯାତ୍ରା ପାଇଁ ଆଗାମୀ ଟିକେଟ୍ ପ୍ରାପ୍ତି ବ୍ୟବସ୍ଥା, ଟେଲିଫୋନ୍ ବିଲ୍ ପଇଠ ବ୍ୟବସ୍ଥା, ବିଜୁଳି କର ପଇଠ ବ୍ୟବସ୍ଥା ଏବଂ ନେଟ୍ ସପିଙ୍ଗ୍ ମାଧ୍ୟମରେ କ୍ରୟବିକ୍ରୟ ବ୍ୟବସ୍ଥା ଓ ନେଟ୍ ବ୍ୟାଙ୍କିଙ୍ଗ୍ ସାହାଯ୍ୟରେ ଅର୍ଥ ନେଣଦେଣ ବ୍ୟବସ୍ଥା କରାଯାଇପାରୁଛି । ଏପରିକି ଓଡ଼ିଶାର ପଲ୍ଲୀ ଅଞ୍ଚଳରେ ଥିବା ବ୍ୟକ୍ତି ଇଣ୍ଟରନେଟ୍ ସାହାଯ୍ୟରେ ସୁଦୂର ଆମେରିକାସୁ ନିଜର ସଂପର୍କୀୟଙ୍କୁ ଦେଖ୍, କଥାବାର୍ତ୍ତା ହୋଇପାରୁଛି । ବିଶ୍ଵମାନବ ପାଇଁ ଇଣ୍ଟରନେଟ୍‌ ତଥ୍ୟ ଓ ସମ୍ବାଦ ତଥା ସୂଚନା ସରବରାହ ହିଁ ବିଜ୍ଞାନର ସର୍ବୋତ୍ତମ ଅବଦାନ ।

ବିଶ୍ବର ବିଭିନ୍ନ ଦେଶ ତଥା କୋଣାନୁକୋଣର ଖବର ଜାଣିବା ପରେ ସମ୍ବାଦପତ୍ର ଗତିରହିତ ହେବା ସଙ୍ଗେ ସଙ୍ଗେ ବିଶ୍ବପ୍ରଗତି ଯେ ସ୍ଥିର ତଥା ନିସ୍ତେଜ ହୋଇଯିବ, ଏଥୁରେ ଅଣୁମାତ୍ର ସନ୍ଦେହର ଅବକାଶ ନାହିଁ । ଇଣ୍ଟରନେଟ୍‌ର ଅବର୍ଣ୍ଣନୀୟ ଉପକାରିତା ମଧ୍ଯରେ କିଛି ଅପକାରିତା ମଧ୍ୟ ଅଛି । ବର୍ତ୍ତମାନ ଯୁବକ, ଯୁବତୀଗଣ ଏହି ଇଣ୍ଟରନେଟ୍ କାର୍ଯ୍ୟକ୍ରମର ଦୁରୁପଯୋଗ କରି ପାରସ୍ପରିକ ସଂପର୍କ ସ୍ଥାପନ ମାଧ୍ୟମରେ ବିପଥଗାମୀ ହେଉଛନ୍ତି । ଆଉ ମଧ୍ଯ ତଥା ଦୁଷ୍ଟବୁଦ୍ଧିସଂପନ୍ନ କାର୍ଯ୍ୟକରି ମାନବ ସଭ୍ୟତାର ଦୁର୍ଗତିର କାରଣ ହେଉଛନ୍ତି । ତେବେ ଏଥିପାଇଁ ଇଣ୍ଟରନେଟ୍ ନୁହେଁ ଏହାର ଦୁରୁପଯୋଗ ହିଁ ଦାୟୀ ।

୭ । ବିଜ୍ଞାପନରେ ନାରୀ

ଉପକ୍ରମ – ବ୍ୟବସାୟିକ ସଂସ୍ଥା, ପ୍ରଚାର ସଂସ୍ଥା, ସରକାରୀ ଓ ସର୍ବସାଧାରଣ ଘୋଷଣା ନିମନ୍ତେ ବିଜ୍ଞାପନ ପ୍ରସ୍ତୁତ କରାଯାଏ । ବର୍ତ୍ତମାନର ଯୁଗ ପ୍ରଚାର, ପ୍ରସାର, ଅବଗତିକରଣର ଯୁଗ । ଅନ୍ୟମାନଙ୍କୁ କ’ଣ କହି, କ’ଣ ଦେଖାଇ, କ’ଣ ଇଙ୍ଗିତ ଦେଇ କିପରି ନିଜ ସଂପର୍କରେ ବିଜ୍ଞପ୍ତି କରିହେବ ଏବଂ ନିଜ ସଂସ୍ଥା ଓ ଆଭିମୁଖ୍ୟ ଆଡ଼କୁ ଟାଣିହେବ ତାହାହିଁ ବିଜ୍ଞାପନର ମୂଳଲକ୍ଷ୍ୟ । ପୁନଶ୍ଚ ବିଜ୍ଞାପନ ସମାଜ, ସଂସ୍କୃତି ଓ ଆଞ୍ଚଳିକ ରୁଚି ଅନୁସାରେ ତିଆରି ହୋଇଥାଏ । ସ କରେ ଅନ୍ୟକୁ ଇନ୍ଦ୍ରିୟଗ୍ରାହୀ ଆନନ୍ଦ ଦେଇ ନିଜ ସଂସ୍ଥାର ଦ୍ରବ୍ୟ ଓ ସ୍ବାତନ୍ତ୍ର୍ୟ ଦିଗକୁ ଆକର୍ଷଣ କରି ଆଣିବା ଅନ୍ୟତମ ବିଜ୍ଞାପନଜନିତ ସୂତ୍ର । ଜନତାଙ୍କୁ ରଚନାତ୍ମକଭାବେ ଆଶାବାଦୀ, ଲାଭପ୍ରଦ, ସଚେତନଶୀଳ, ଶୁଭଗ କରି ପ୍ରଭାବିତ କରିବା ବିଜ୍ଞାପନ ଅଭିପ୍ରେରଣାର ବୈଶିଷ୍ଟ୍ୟ ।

ଅନେକ ତରୁଣୀ ଏଥ୍ୟପ୍ରତି ଆକୃଷ୍ଟ ହୋଇ ଅର୍ଥ ଉପାର୍ଜନ ଓ ବୃତ୍ତିଗତ ଆଗ୍ରହ ଭିଭିରେ ଆକୃଷ୍ଟ ହୋଇଯାଉଛନ୍ତି । ଇଣ୍ଟରନେଟ୍, ଦୂରଦର୍ଶନ, ପ୍ରଚାରଭିଭିକ ପତ୍ର, ପତ୍ର-ପତ୍ରିକାର ମୁଖ୍ୟପୃଷ୍ଠା, ପ୍ରଚ୍ଛଦ, ପୃଷ୍ଠା, ଦ୍ରବ୍ୟର ବାହ୍ୟ ଆବରଣ ଉପରେ ଦୃଶ୍ୟଧର୍ମୀ ଓ ଚିତ୍ରାୟିତ ଭଙ୍ଗୀରେ, ଆକର୍ଷଣୀୟ ଚିତ୍ରାତ୍ମକ ରୀତିରେ ପ୍ରଚାର ବୋଲି (ସ୍ଲୋଗାନ୍) ଘୋଷଣା କରିବା ଏକ ଧରାବନ୍ଧା ପ୍ରସାର ଓ ପ୍ରଚାର ମାଧ୍ୟମ ହୋଇଯାଇଛି । ପୁନଶ୍ଚ ମହିଳାମାନଙ୍କୁ ନେଇ ଏହି ଧରଣର ପ୍ରଚାର ବେଶ୍ ଗ୍ରାହକ ଓ ଅନ୍ୟତମ ପରିଚୟ ସମ୍ପ୍ରତି ବିଜ୍ଞାପନର ନାରୀ ହୋଇଉଠିଲାଣି । ଲିଖ, ଚିତ୍ରିତ, ଦୃଶ୍ୟ ଓ ଶ୍ରାବ୍ୟ ବିଜ୍ଞାପନରେ ନାରୀର ରୂପକାତ୍ମକ, ଭୂମିକା ସମ୍ପର୍କରେ ଏହି ମର୍ମରେ ବିଚାର କରାଯାଇପାରେ ।

ବିଷୟତର୍ଜମା – ବିଜ୍ଞାପନର ଉଦ୍ଦେଶ୍ୟ ପ୍ରସ୍ତୁତ ଦ୍ରବ୍ୟର ମହତ୍ତ୍ବ, ସତ୍ୟ, ତଥ୍ୟ ଓ ଆବଶ୍ୟକତାକୁ ପ୍ରଚାର କରିବା ଓ ଏଥପ୍ରତି ସଚେତନତା ଓ ଉପଭୋକ୍ତାର ଆଗ୍ରହ ସୃଷ୍ଟିକରିବା । ବିଜ୍ଞାପନଦ୍ୱାରା ବିଜ୍ଞାପିତ ଦ୍ରବ୍ୟ, ଘଟଣା, ପ୍ରସଙ୍ଗ ପ୍ରତି ଶ୍ରୋତା ବା ଗ୍ରହୀତାର ଶ୍ରଦ୍ଧା ଓ ସମ୍ମାନ ବଢ଼ିଥାଏ ଓ ନାନ୍ଦନିକ ଅଭିରୁଚି ସୃଷ୍ଟି ହୋଇଥାଏ । ୨୦୦୫-୨୦୦୬ ଆର୍ଥିକ ବର୍ଷରେ ଭାରତରେ ପ୍ରାୟତଃ ୧୦ ଲକ୍ଷ ୮୦ ହଜାର ଛୋଟବଡ଼ ବିଜ୍ଞାପନ ପ୍ରକାଶ ଓ ପ୍ରସାର ପାଇଛି । ଏଥୁମଧ୍ୟରୁ ପ୍ରାୟତଃ ୬ ଲକ୍ଷରୁ ଅଧ୍ଵ ସୁଯୋଗ ଦେଇଛି । ଏଥୁରୁ ସ୍ପଷ୍ଟ ହୁଏ ଆମ ଦେଶରେ ଚାକଚକ୍ୟ ସଭ୍ୟତାର ବିକାଶ ଭିଭିରେ ନାରୀମାନେ ବିଜ୍ଞାପନର ମାଧ୍ୟମ ହୋଇପଡ଼ିଛନ୍ତି । କହିବା ବାହୁଲ୍ୟ ସମଗ୍ର ପ୍ରକାଶିତ ବିଜ୍ଞାପନର ଶତକଡ଼ା ୬୦ ଭାଗ ବିଜ୍ଞାପନ ନାରୀର ଅଙ୍ଗ ପ୍ରଦର୍ଶନ ଓ ଇନ୍ଦ୍ରିୟ ଭାବ ଉଦ୍ଦୀପକ ଚିତ୍ର, କଥା ଓ ଅଙ୍ଗଭଙ୍ଗୀ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି । ଏହି ତଥ୍ୟ ପ୍ରମାଣ କରେ ନାରୀ ତା’ର ସାମାଜିକ ସମ୍ମାନ, ସାଂସ୍କୃତିକ ମାନ୍ୟତା ଓ ସମୂହ ଆଦରଠାରୁ ଦୂରେଇ ଅର୍ଥ ଉପାର୍ଜନପାଇଁ ଖୁବ୍‌ ଆପତ୍ତିଜନକ ସ୍ତରକୁ ଅକାତରେ ଖସିଯିବାକୁ ପଶ୍ଚାତ୍‌ମନା ହେଉନାହିଁ ।

ଏହାଦ୍ୱାରା ସମୂହ ଓ ବ୍ୟକ୍ତି ଜୀବନରେ ସଂଯମ ଓ ନୈତିକତାର ଅବକ୍ଷୟ ଘଟି ବିଶୃଙ୍ଖଳା, ଅପରାଧବୋଧ, ଯାଦୃଚ୍ଛିକ ଅସ୍ବାଭାବିକ ଆଚରଣ ସହିତ ନାରୀ ପ୍ରତି ଭୋଗବାଦୀ ମାନସିକତା ବୃଦ୍ଧି ପାଉଛି । ସୀତା, ସାବିତ୍ରୀ, ଅହଲ୍ୟା, ଗାର୍ଗୀ, ଅରୁନ୍ଧତୀଙ୍କ ଦେଶରେ ଉଲଗ୍ନ ନାରୀପ୍ରବଣତା ବୃଦ୍ଧି ଘଟୁଛି ଓ ବିଜ୍ଞାପନକରଣ ସହିତ ଅର୍ଥ ଉପାର୍ଜନର ନିଶା ଏହାକୁ ପ୍ରୋତ୍ସାହିତ କରୁଛି । ଜେସିକା ଲାଲ୍ ହତ୍ୟା ଘଟଣା ପଛରେ ଏହି ମନ୍ଦ ଭୋଗବାଦୀ ପ୍ରୋତ୍ସାହିତ ବିଜ୍ଞାପନର କୁପରିଣାମ ଅଭିମୁଖୀ ମନୋବୃତ୍ତି ଯେ ରହିଛି ଏଥ‌ିରେ ଭିନ୍ନମତ ନାହିଁ । ଚାହାଣିର ଠାଣି, ବକ୍ତବ୍ୟର ଦ୍ଵିଅର୍ଥବିଶିଷ୍ଟ ଚାତୁରୀ ମଧ୍ୟରେ ନାରୀର ମାନ୍ୟତା, ଶୃଙ୍ଖଳା ଓ ତାହାପ୍ରତି ଶ୍ରଦ୍ଧା ଯେ ହ୍ରାସ ଘଟୁଛି ଏକଥା ନିଶ୍ଚିତ ସତ୍ୟ । ତଥାପି ଅର୍ଥ ଉପାର୍ଜନର ନିଶା ମଧ୍ଯରେ ନାରୀ ତା’ର ମାନ୍ୟତା ହରାଇ ବସୁଛି । ବିଶ୍ୱ ମହିଳା ଦିବସ ନାରୀକୁ ଜାୟା, ଭଗ୍ନୀ, ଜନନୀ, ସେବିକା ଓ ସହାନୁଭୂତିଶୀଳା ଉଦାରପ୍ରାଣଭାବରେ ସମ୍ମାନ ଦେବାକୁ ଆହ୍ଵାନ ଦେଇଛି । ମାତ୍ର ସିଦ୍ଧାନ୍ତ |

ଉପସଂହାର – ଏ କ୍ଷେତ୍ରରେ ବିଜ୍ଞାପନ ସହିତ ସଂପୃକ୍ତ ନାରୀ ଅବବୋଧର ମାନସିକତାକୁ ଗଠନାତ୍ମକ ଓ ସରକାରୀ ସ୍ତରରେ ଭୋଗ ଓ ଇନ୍ଦ୍ରିୟଭାବ ଉଦ୍ଦୀପ୍ତ ବିଜ୍ଞାପନ ପାଇଁ ଓ ନାରୀର ଅଙ୍ଗ ପ୍ରଦର୍ଶନର ଅଶୋଭନୀୟତା ପାଇଁ ନିୟମ ଓ ତଦାରଖ ବୋର୍ଡ଼ ନିର୍ମିତ ହେବା ଉଚିତ । ଅର୍ଥ ନୁହେଁ, ଅର୍ଥସହିତ ସମ୍ମାନ ଓ ଶ୍ରଦ୍ଧା ବିଜ୍ଞାପନ ଜରିଆରେ ମିଳିପାରେ– ଏପ୍ରକାର ଦୃଶ୍ୟ, ଶ୍ରାବ୍ୟ ଓ ଚିତ୍ରାତ୍ମକ ମଡ଼େଲିଂ କରିବାକୁ ନାରୀମାନେ ଉଚିତବୋଧ କରିବା ଉଚିତ । ଅଭିଭାବକମାନେ ବିଜ୍ଞାପନ ନିମନ୍ତେ ନିଜ କନ୍ୟା, ଜାୟା, ଭଗିନୀ ଓ ମାଆମାନଙ୍କୁ ପ୍ରଦର୍ଶନମୁଖୀ ନକରି ବରଂ ଭାବମୁଖୀ ବିଜ୍ଞାପନ ପ୍ରସ୍ତୁତି କାଳରେ ନାରୀ ଓ ବିଜ୍ଞାପନ ସଂସ୍ଥା ଉଭୟେ ଆସାଂସ୍କୃତୀକରଣ ବିଜ୍ଞାପନ ନିର୍ମାଣ ଉପରେ ଗୁରୁତ୍ଵ ଦେବା ଉଚିତ ।

CHSE Odisha Class 11 Odia Grammar ପ୍ରବନ୍ଧ

୮। ଦେଖୁଥ‌ିବା ପୁସ୍ତକମେଳା

ଉପକ୍ରମ – ଜର୍ମାନୀର ଫ୍ରାଙ୍କ୍‌ଫର୍ଟ ବହିମେଳା ହେଉ ଅଥବା କୋଲ୍‌କାତା ପୁସ୍ତକମେଳା ହେଉ କିମ୍ବା ଭୁବନେଶ୍ଵର ପୁସ୍ତକମେଳା ହେଉ – ସଂପ୍ରତି ପୁସ୍ତକ ପ୍ରଦର୍ଶନୀ ଜ୍ଞାନଧାରା ଓ ସାଂସ୍କୃତିକ ଭାବନାର ଏକ ବଳିଷ୍ଠ ଅଙ୍ଗ ହୋଇଉଠିଛି । ପୁସ୍ତକମେଳା ଦେଖ‌ିବା, ପୁସ୍ତକମେଳାର ବିବିଧ ସାରସ୍ବତ ଓ ସାଂସ୍କୃତିକ ଉତ୍ସବରେ ଯୋଗଦାନ କରିବା, ପୁସ୍ତକ କ୍ରୟ କରିବା ମଧ୍ୟରେ ପ୍ରତ୍ୟେକ ଅନୁରାଗୀ ନିଜକୁ ସମୟୋଚିତ, ଜିଜ୍ଞାସୁ, ଭାବୁକ ଓ ସଂସ୍କୃତିସମ୍ପନ୍ନ ବୋଲି କେବଳ ଭାବେ ନାହିଁ; ବରଂ ଭିତରେ ଭିତରେ ମେଳାର ପ୍ରଭାବରେ ସେ ଏପରି ସ୍ବତଃ ହୋଇଯାଇଥାଏ ।

ଭାଷାର ବିକାଶରେ ସାହିତ୍ୟର ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହା ଭାଷାକୁ ପଲ୍ଲବିତ କରିଥାଏ । ପୁସ୍ତକର ପ୍ରକାଶନ ହୋଇଥିଲା, ତାହା ବିବାଦୀୟ ଏବଂ ତା’ର ସ୍ପଷ୍ଟ ତାରିଖ ଏବେ ମଧ୍ୟ ଅଜଣା । ତେବେ କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରତିଷ୍ଠିତ ଜାତୀୟ ପୁସ୍ତକମେଳା ନ୍ୟାସ୍‌ନାଲ୍ ବୁକ୍ ଟ୍ରଷ୍ଟଦ୍ୱାରା ୧୯୭୨ ମସିହାରେ ଦିଲ୍ଲୀଠାରେ ଆରମ୍ଭ ହୋଇଥିଲା । ୧୯୭୫ରେ କଲିକତା ପୁସ୍ତକମେଳା ଏବଂ ୧୯୭୪ରେ ବମ୍ବେଠାରେ ପୁସ୍ତକମେଳା ଆରମ୍ଭ ହୋଇ ଆମ ଦେଶରେ ଜ୍ଞାନର ବିସ୍ଫୁରଣ ଅଧ୍ୟାୟ ସୃଷ୍ଟି କରିଛି ! ୟୁନୋସ୍କୋଦ୍ଵାରା ସ୍ବୀକୃତିପ୍ରାପ୍ତ ହୋଇ ଚିକାଗୋ, ବେଜିଂ, ଟୋକିଓ, ବାର୍‌ସେଲୋନା, ମେକ୍‌ସିକୋ ପୁସ୍ତକମେଳା ବିଶ୍ଵମଣିଷକୁ ଏକ ସଂସ୍କାରବୋଧ କରିତୋଳିଛି । ୧୯୮୫ ମସିହାରୁ ଏବଂ ୨୦୦୦ ମସିହାରୁ ଓଡ଼ିଶାରେ ଭୁବନେଶ୍ଵର ସମ୍ପ୍ରତି ରାଉରକେଲା, ସମ୍ବଲପୁର, ଜଗତ୍‌ସିଂହପୁର, ବାଲେଶ୍ଵର, ବ୍ରହ୍ମପୁର, ଶ୍ରୀକ୍ଷେତ୍ର ଓ ଜୟପୁରଠାରେ ପୁସ୍ତକମେଳାର ସୁଫଳ ଆମ ଭାବନାକୁ ଗଠନାତ୍ମକ କରିପାରିଛି ।

• ବିଷୟତର୍ଜମା – ଚଳିତ ୨୦୦୬ରେ ମୁଁ ରାଜଧାନୀ ପୁସ୍ତକମେଳା ଦେଖିବାର ସୁଯୋଗ ପାଇଥିଲି । ଆମ କଲେଜ ତରଫରୁ ଏକ ଶିକ୍ଷାତୃମଣ କାଯ୍ୟକ୍ତପ ରାଲଧାନା ପୁସ୍ତକମେଳା ଉଦେଶ୍ୟରେ କରାଯାଲଥିଲା | ଭାବରେ ମୁଁ ପୁସ୍ତକମେଳାରେ ପହଞ୍ଚିବା ପରେ ସେଠି ଯୋଗଦେଇଥ‌ିବା ୨୫୦ଟି ପୁସ୍ତକଭଣ୍ଡାର ବୁଲି ଦେଖିବାକୁ ପାଇଥିଲି । ଶହ ଶହ ଭାବୁକ ଓ ପାଠକ ତଥା ପୁସ୍ତକପ୍ରେମୀ ସମସ୍ତ କଳୁଷିତ ଭାବନା ଓ ଅହଂତ୍ଵକୁ ତ୍ୟାଗକରି ପୁସ୍ତକ ସହିତ ଏକାମ୍ଭୀଭୂତ ହୋଇ ଉଠୁଥ‌ିବାର ଆନନ୍ଦକର ଅନୁଭବ ମୋତେ ଏଠୁ ମିଳିଲା । ମୁଁ ଭାବିଲି ସତେ ଯେମିତି ପ୍ରତ୍ୟେକ ପୁସ୍ତକ ଅନୁରାଗୀ ଭିତରେ ମୁଁ ଓ ମୋ ଭିତରେ ସେମାନଙ୍କର ଆଗ୍ରହ ଭରିରହିଛି । ମୋର ମନେହେଲା ଆମ ରାଜ୍ୟରେ ପୁସ୍ତକଶିଳ୍ପ ବେଶ୍ ପ୍ରସାରିତ । ପୁସ୍ତକମେଳା ସବୁ ଧରଣର ଓ ସବୁ ପ୍ରକାଶନ ସଂସ୍ଥାର ପୁସ୍ତକ ଦେଖ୍, ପାଇବା, ବାଛିବା, ଲୋଡ଼ିବା ଓ କିଣିବାର ସୁଯୋଗ ଦେଉଥ‌ିବାରୁ ଏହା ଏକ ପବିତ୍ର ସ୍ଥାନ ।

ପୁସ୍ତକ ଓଡ଼ିଆ ପୁସ୍ତକ ଭିତରେ ଆମ ଜାତିର ଗୌରବ, ଐତିହ୍ୟ, ସଂସ୍କାର, ପରମ୍ପରା, ଲୋକରୁଚି, ସମୟର ବାସ୍ତବତା, ଜ୍ଞାନ, ଅବବୋଧ, ମାନବୀୟ ରୁଚି ଲୁଚିରହିଛି ଯାହାକୁ କ୍ରୟ କରି ପଢ଼ିବା ଗୁରୁତ୍ଵପୂର୍ଣ୍ଣ ଏପ୍ରକାର ଏକ ମହତ୍ତମ ଧାରଣା ମୋର ହେଲା । କଳା, ସାହିତ୍ୟ, ବିଜ୍ଞାନ, ଧର୍ମ, ରାଜନୀତି, ଅର୍ଥନୀତି, ସଂସ୍କୃତି, ନୂତତ୍ତ୍ବ, ଦର୍ଶନ, କାରିଗରୀ ବୈଷୟିକ ଜ୍ଞାନ, ପ୍ରଯୁକ୍ତି ବିଜ୍ଞାନ ଓ ଯୋଗ ଆଦି ସକଳ ଧାରଣା ଓ ଏଷଣା ଏକତ୍ର ଏହି ମେଳାରେ ସମପିଣ୍ଡିତ ହୋଇ ରହିଥିବାର ମୁଁ ଲକ୍ଷ୍ୟକଲି । ପୁସ୍ତକମେଳାରେ ବହୁବିଧ ପୁସ୍ତକ ୧୦ ଦିନ ବ୍ୟାପୀ କ୍ରୟବିକ୍ରୟ ସୁବିଧା ମଧ୍ୟରେ ମିଳୁଥିବାରୁ ବହିପ୍ରେମୀମାନେ ନିଜ ମନୋମତ ପୁସ୍ତକ ବାଛି କିଣିପାରୁଥିଲେ । ମୋର ମନେହେଲା ସତେଯେମିତି ଆଗାମୀ ବର୍ଷେ ପର୍ଯ୍ୟନ୍ତ ଏହି ମେଳାହିଁ ଆମ ଚେତନାଧର୍ମୀ ୧୦ ଖଣ୍ଡ ପୁସ୍ତକ କିଣିଲି ।

ଅଜାଙ୍କ ପାଇଁ ନୂଆ ଗୀତା ବହି ଓ ସାହିତ୍ୟ ଏକାଡ଼େମୀ ସମ୍ପାଦିତ ଭାଗବତ ଗ୍ରନ୍ଥ କ୍ରୟକଲି । ଭଉଣୀ ପାଇଁ ରୋଷେଇ ପୁସ୍ତକ ଓ ମାଆଙ୍କ ପାଇଁ ଲକ୍ଷ୍ମୀପୁରାଣ ମଧ୍ୟ କିଣିଲି । ମୋର ବଳିଷ୍ଠ ଧାରଣା ହେଲା କମ୍ପ୍ୟୁଟର ଯୁଗରେ ବି ପୁସ୍ତକର ଆକର୍ଷଣ ବଳବତ୍ତର ରହିଛି । ଓଡ଼ିଶାର ଭାବଚେତନାକୁ ବାନ୍ଧିରଖୁବା ଓ ମହତ୍ତମ ଦିଗରୁ କଳାତ୍ମକ ରୂପ ଦେଇଥ‌ିବା ବଳିଷ୍ଠ ଲେଖକମାନଙ୍କୁ ଭେଟିଲୁ । ଆମ ସମୟ ଓ ସମସ୍ୟା ପୁସ୍ତକ ପଠନରୁ ଜଣାଯାଇଥାଏ । ଭଲ ବହିଗୁଡ଼ିକ ଦୁଃଖ, ଦୁର୍ଭାଗ୍ୟ, ପ୍ରତିକୂଳ ପରିସ୍ଥିତିରେ ବନ୍ଧୁ ପରି ପ୍ରେରଣା ଓ ପରାମର୍ଶ ଦେଇଥାନ୍ତି ।

• ସିଦ୍ଧାନ୍ତ|ଉପସଂହାର – ପୁସ୍ତକମେଳା ଦର୍ଶନ ପରେ ମୋର ଏହିପରି ଏକ ବିଚିତ୍ର ଅନୁଭବ ଦୃଢ଼ ହେଲା ଯେ ଏହି ପ୍ରଦର୍ଶନୀ ଭାବନାକୁ ଏକ ଆନ୍ଦୋଳନ ଭାବରେ ( ସମଗ୍ର ଓଡ଼ିଶାର ସହରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ) ରାଜ୍ୟସାରା ଗ୍ରହଣ କରାଗଲେ ଆମେ ଓ ଆମର ପାଠଧାରା ଏକ ମାନବୀୟ ସଂସ୍କୃତିସମ୍ପନ୍ନ ମୂଲ୍ୟବୋଧର ବିକାଶ ସାଧନ କରାଇପାରନ୍ତା । ପୁସ୍ତକମେଳାର

୯ । ଜୀବନୀ ଅଧ୍ୟୟନ / ଜୀବନୀପାଠ

• ଉପକ୍ରମ – ସାଧାରଣ ଶ୍ରମଜୀବୀ ଓ କୃଷକଠାରୁ ଆରମ୍ଭ କରି ଦସ୍ୟୁ, ବଣିକ, ଶିଳ୍ପୀ, କବି, ରାଜନେତା, ଅଭିନେତା, ସନ୍ଥ, ଶିକାରୀ, ଦଳପତି ଓ ନୃପତି ସମସ୍ତଙ୍କ ଜୀବନରୁ କିଛି ନା କିଛି ଶିଖୁବାର ଅଛି । ଇଂଲଣ୍ଡୀୟ ଯୁବସମାଜ ହୋଇଛନ୍ତି, ସେମାନଙ୍କର ଜୀବନକାହାଣୀ ବହୁସଂଖ୍ୟାରେ ବିକ୍ରିତ ହେଉଅଛି । ଓଡ଼ିଶାରେ ଦସ୍ୟୁ ବିହାରୀ ନାୟକ ନିଜର ଆତ୍ମଜୀବନୀ ଲେଖ୍ ମୁଦ୍ରିତ କରିଥିଲେ ଏବଂ ସେ ପୁସ୍ତକଗୁଡ଼ିକ ମଧ୍ୟ ସେ ସମୟରେ ଯୁବସମାଜରେ ଆଦରଲାଭ କରିଥିଲା । ସୁତରାଂ ଜୀବନୀ ହେଉ ବା ଆତ୍ମଜୀବନୀ ଗ୍ରନ୍ଥ ହେଉ ତାହା ଭିତରେ କିପରି ଜଣେ ନିଜେ ବଞ୍ଚିବାକୁ ପୂର୍ଣ୍ଣାଙ୍ଗ, ଲକ୍ଷ୍ୟପୂର୍ଣ୍ଣ କରି ତୋଳିଛି ତାହାର ସୂତ୍ର ମିଳିଥାଏ । ଦେଖାଯାଏ ସାଧାରଣସ୍ତରରୁ ପ୍ରତିକୂଳ ପରିସ୍ଥିତି ଓ ଦୁର୍ଭାଗ୍ୟ ସହିତ ଲଢ଼ି ଜୀବନ ବଞ୍ଚିବା ଓ ସୌଭାଗ୍ୟର ଶିଖର ଚଢ଼ିଥିବା ମଣିଷର ଜୀବନୀ ଅଧ‌ିକ ଆକର୍ଷଣୀୟ ପ୍ରେରଣାତ୍ମକ ହୋଇଥାଏ ।

ସାଧାରଣତଃ ଜୀବନୀ ପାଠ କହିଲେ ମହାପୁରୁଷ, କର୍ମଯୋଗୀ, ନୀତିବାଦୀ, ନବଚେତନାର ଉତ୍ପାଦକ ଓ ଉଦ୍‌ଭାବକ ସିଦ୍ଧ, ମହତ୍ତମ ଜୀବନ ବଞ୍ଚିବା ବ୍ୟକ୍ତିଙ୍କ ଜୀବନ ଚରିତକୁ ଅଧ୍ୟୟନ କରିବା ପ୍ରସଙ୍ଗ ବୁଝାପଡ଼େ । ଏହି ମହତ୍ ମଣିଷମାନଙ୍କ ଜୀବନୀ ଅଧ୍ୟୟନ ବ୍ୟକ୍ତିଜୀବନକୁ ଶୃଙ୍ଖଳିତ କରେ, ସମାଜ ଜୀବନକୁ ଦିବ୍ୟଭାବନାରେ ପରିପୋଷଣ କରେ । ଏ ଧରଣର ଜୀବନୀ ଅଧ୍ୟୟନ ମଧ୍ୟରେ ପାଠକ ମହତ୍ଵ ମଣିଷଙ୍କର ପୁଣ୍ୟସାଧନା, କର୍ମସାଧନା, ତ୍ୟାଗ, ସେବା, ଆୟୋତ୍ସର୍ଗ ଓ ଦରଦୀ ଜୀବନପଣର କାହାଣୀକୁ ଜାଣିଥାଏ ଓ ତଦନୁରୂପ ଗୁଣାବଳୀର ଅନୁସରଣ କରିଥାଏ । ଅନୁସାରେ ଦଧୂ, ବିଶ୍ଵାମିତ୍ର, ବଶିଷ୍ଠ, ଧ୍ରୁବ, ପ୍ରହ୍ଲାଦ, କବୀର ଓ ନାନକଙ୍କ ଜୀବନୀ ତାଙ୍କୁ ମୋହାଚ୍ଛନ୍ନ କରିଥିଲା । ଶିବାଜୀଙ୍କ ଜୀବନୀ ସୁଭାଷ ବୋଷଙ୍କୁ ବାଟ ଦେଖାଇଥିଲା । ଏହା ପ୍ରମାଣ କରେ ମହାପୁରୁଷଙ୍କ ଜୀବନୀପାଠ ମଣିଷକୁ ମହାପୁରୁଷ ହେବାର ଜୀବନୀ ପ୍ରେରଣା ପ୍ରକୃତରେ ମାନବ ଜାତିକୁ ଆଲୋକ ଦେଖାଇ ଚାଲିଛି ।

ଏହି ଦୃଷ୍ଟିରୁ ପ୍ରତ୍ୟେକ ସାଧାରଣ ମଣିଷ ଏକ ଶୃଙ୍ଖଳିତ, ସଭ୍ୟ, ସଂସ୍କୃତିସମ୍ପନ୍ନ ଓ ଆଦର୍ଶ ଚରିତ୍ରବତ୍ତାର ଜୀବନ ବଞ୍ଚିବାପାଇଁ ମହାପୁରୁଷଙ୍କର ସଫଳତମ ଜୀବନଚରିତ ପଢ଼ିବା ଉଚିତ । ଆମ ଓଡ଼ିଆଭାଷାରେ ଗୌତମବୁଦ୍ଧ, ରାମକୃଷ୍ଣ, ଗୋବିନ୍ଦ ସିଂହ, ନାନକ, ଶଙ୍କରାଚାର୍ଯ୍ୟ, ଶିବାଜୀ, ବିବେକାନନ୍ଦ, ମହାତ୍ମାଗାନ୍ଧୀ, ଶ୍ରୀଅରବିନ୍ଦ, ଟଲଷ୍ଟୟ, ଓ୍ବାଶିଂଟନ, ନେପୋଲିୟନ, ଉତ୍କଳମଣି ଓ ମଧୁସୂଦନ ଆଦି ଯୁଗପୁରୁଷ ଓ ମହତ୍ଵପୁରୁଷଙ୍କ ଜୀବନୀ ଲେଖାଯାଇଛି ଯାହାକୁ ପାଠକରିବା ଏକାନ୍ତ ଜରୁରୀ । ସେହିପରି ଓଡ଼ିଶାର ଯୋଗଜନ୍ମା କବି, ସାଧକ, ନେତା, ସମାଜସେବୀ, ତ୍ୟାଗୀ, ସମ୍ପାଦକ, ସାମ୍ବାଦିକ, କର୍ମଯୋଗୀ, ଶିକ୍ଷକ ଇତ୍ୟାଦିଙ୍କ ଜୀବନୀ ଓ ଆତ୍ମଜୀବନୀ ଲିଖ୍ ହୋଇଛି ଯାହା ପାଠକରିବାଦ୍ଵାରା ଦୟା, କ୍ଷମା, ତ୍ୟାଗ, ନିଃସ୍ୱାର୍ଥପରତା, ସତ୍‌ଜୀବନ, ସତ୍ସଚରିତ୍ର, ସତ୍ୟଦର୍ଶୀ ଗୁଣ, ଶୃଙ୍ଖଳା ଓ କର୍ମନିଷ୍ଠତା ଆଦି ଭାବନା ବିକଶିତ ହୋଇପାରିବ । ପୁନଶ୍ଚ ଜୀବନୀପାଠଦ୍ଵାରା ମାନବୀୟ ସଦ୍‌ଗୁଣ, ସମୟ, ସଂସ୍କୃତି, ସଭ୍ୟତା, ଲୋକବୃତ୍ତିର ଯଥାର୍ଥତାକୁ ମଧ୍ୟ ପାଠକ ଅନୁଭବ କରିପାରିଥାଏ ।

ଜୀବନୀପାଠ ସମାଜ ସ୍ତରରେ ସୁସ୍ଥ ଓ ପବିତ୍ର ବାତାବରଣ ଗଢ଼ି ତୋଳିଥାଏ । ଆମ ଭାଷାରେ ଲିଖ୍ ‘କୁଳବୃଦ୍ଧ’, ‘ଶତାବ୍ଦୀର ସୂର୍ଯ୍ୟ’, ‘କର୍ମଯୋଗୀ ଗୌରୀଶଙ୍କର‘, ‘ଉତ୍କଳମଣି’, ‘ଗୌତମବୁଦ୍ଧ’ ଓ ‘ଗାନ୍ଧି ମଣିଷ’ ଭଳି ଜୀବନୀ ଏବଂ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ’, ‘କୁମ୍ଭାରଚକ’, ‘ଫକୀରମୋହନଙ୍କ ଆତ୍ମଜୀବନୀ’, ‘ମୋ ଫଟା ଡଙ୍ଗାର କାହାଣୀ’, ‘ମୋ ବାରବୁଲା ଜୀବନ’, ‘ମୋ କାହାଣୀ’, ‘ମୋ ସମୟର ଓଡ଼ିଶା’ ଇତ୍ୟାଦି ଆତ୍ମଚରିତ ଗ୍ରନ୍ଥ ଆମ ପାଠକକୁ, ଜୀବନୀ ପାଠଦ୍ଵାରା ମନର ଶକ୍ତି ବଳିଷ୍ଠ ହୁଏ ଓ ଦୃଢ଼ ସଂକଳ୍ପରେ ଜୀବନ ଓ ସମାଜ ସ୍ଵଚ୍ଛ, ଆମୋଦମୟ, ନୀତିନିଷ୍ଠ ଓ ସ୍ୱର୍ଗୀୟ ଭାବରାଶିରେ ଆଚ୍ଛନ୍ନ ହୋଇଉଠେ । ତେଣୁ ସେବା ଓ ତ୍ୟାଗର ପ୍ରତିଭା ମଦର ଟେରେସା ଯଥାର୍ଥରେ ଯାହା କହିଥିଲେ– ‘‘ଜୀବନୀ ପଢ଼ିବାଦ୍ଵାରା ସରଳ ଜୀବନ ବିଶ୍ଵଜୀବନର ହୋଇଯାଏ’– ତାହା ଏଠାରେ ଉଲ୍ଲେଖଯୋଗ୍ୟ ଓ ସ୍ମରଣଯୋଗ୍ୟ ।

CHSE Odisha Class 11 Odia Grammar ପ୍ରବନ୍ଧ

୧୦ । ଭ୍ରମଣର ଉପଯୋଗିତା

ବିସ୍ମ ତ ଅତୀତରୁ ଚଳିତ ଯୁଗ ପର୍ଯ୍ୟନ୍ତ ବିଭିନ୍ନ ବ୍ୟକ୍ତି ବିଭିନ୍ନ ଲକ୍ଷ୍ୟ ନେଇ ଦେଶପର୍ଯ୍ୟଟନ କରି ଆସିଛନ୍ତି । ଫାହିୟାନ୍, ସମ୍ବନ୍ଧୀୟ ଆନୁଷଙ୍ଗିକ ଚିନ୍ତା ଓ ଆଲୋଚନାରୁ ଜଣାଯାଇଛି ଯେ, ପର୍ଯ୍ୟଟନ ବା ଭ୍ରମଣରେ ବହୁ ଉପଯୋଗିତା ନିହିତ ରହିଅଛି ।

ଭ୍ରମଣର ମହନୀୟତା – ଅନ୍ୟ ଭୂଖଣ୍ଡ, ଦେଶଭ୍ରମଣ ବା ସ୍ଥାନଭ୍ରମଣଦ୍ୱାରା ଅସୀମ ଜ୍ଞାନଲାଭ କରାଯାଏ । ନୂତନ ଦେଶ, ନୂତନ ଗ୍ରାମ, ନୂତନ ନଗର, ନୂତନ ଭୂଖଣ୍ଡ, ନଦନଦୀ, ହ୍ରଦ, ବନ, ପର୍ବତ, କାନ୍ତାର, ସାଗର ଓ ମହାସାଗର ଦର୍ଶନରେ ଆମ୍ଭମାନଙ୍କର ପ୍ରାଣ ପୁଲକିତ ହୁଏ, ହୃଦୟ ପ୍ରଶସ୍ତ ହୁଏ, ବିପୁଳ ପରିଦର୍ଶନରେ ମନର ସଂକୀର୍ଣ୍ଣତା ଅପସରିଯାଏ, ଚିତ୍ତବଳୟ ସୁପ୍ରସାରିତ ହୁଏ, ହୃଦୟର ଦ୍ଵାର ଉନ୍ମୁକ୍ତ ହୁଏ ଏବଂ ପ୍ରାଣରେ ବିଶ୍ବଭ୍ରାତୃତ୍ଵଭାବ ଜାଗ୍ରତ ହୁଏ, ଜଡ଼ତା ଦୂର ହୁଏ । ନବ ନବ ଅନୁଭୂତି, ନବ ନବ ଅଭିଜ୍ଞତା, ନବ ନବ ଜ୍ଞାନର ଅଧିକାରୀ ହୋଇ ମନୁଷ୍ୟ ବିଜ୍ଞ ହୁଏ । ଜଳବାୟୁର ପରିବର୍ତ୍ତନରେ ତା’ର ସ୍ବାସ୍ଥ୍ୟ ଉନ୍ନତ ହୁଏ । ମନ ତା’ର ହୁଏ ଉଦାର ଓ ପ୍ରଫୁଲ୍ଲ । ଆତ୍ମା ତା’ର ଉଜ୍ଜଳ ହୁଏ । ସେ ଦୀର୍ଘଜୀବନ ଲାଭ କରେ ।

ପୁନଶ୍ଚ ଦେଶଭ୍ରମଣ, ସ୍ଥାନଭ୍ରମଣ, ଐତିହାସିକ ତୀର୍ଥଭ୍ରମଣ, ପୀଠଭ୍ରମଣ, ପ୍ରସିଦ୍ଧ ସଂସ୍ଥା ଭ୍ରମଣଦ୍ୱାରା ଜ୍ଞାନଚକ୍ଷୁ ବିସ୍ତାରିତ ହୁଏ, ଆନନ୍ଦଭାବ ମିଳେ ଓ ପ୍ରତ୍ୟକ୍ଷ ଧାରଣାରେ ହୃଦୟ ବିସ୍ତାରିତ ହୋଇଉଠେ । ଅନ୍ୟ ଜଳବାୟୁ ସହିତ ମିଶିବା, ଅନ୍ୟ ସଂସ୍କୃତି ଓ ମଣିଷ ସମାଜ ସହିତ ଯୋଡ଼ି ହୋଇଯିବାଦ୍ୱାରା ସମଯୋଜନାଭିଭିକ ଜୀବନ ବଞ୍ଚିବାର ଶିକ୍ଷା ଭ୍ରମଣରୁ ମିଳେ । ତେଣୁ ଆମ ଭାଷାରେ ଏକ ପ୍ରବଚନ ଅଛି– ‘ଯେ ପକ୍ଷୀ ଉଡ଼େ ଯେତେଦୂର ସେ ଜାଣେ ସେ ପୁର ଖବର ।’’ ପୁନଶ୍ଚ ଭ୍ରମଣରୁ ମଧ୍ୟ ଶିକ୍ଷା ମିଳେ । ସରକାରୀ ସହଯୋଗଭିଭିରେ ଏହି କାରଣରୁ ଛାତ୍ରଛାତ୍ରୀମାନେ ଅନ୍ୟ ଭୂଗୋଳ, ଅନ୍ୟ ପ୍ରାକୃତିକ ସ୍ଥାନ, ଐତିହାସିକ ସ୍ଥାନ ଇତ୍ୟାଦିକୁ ଭ୍ରମଣରେ ଯାଇ ନିଜ ବିଷୟାନୁକୂଳ ନୂତନ ଜ୍ଞାନ ଅର୍ଜନ କରିଥାନ୍ତି ।

ଭ୍ରମଣ ବା ପର୍ଯ୍ୟଟନର ଉପଯୋଗିତା ବହୁଳ ଓ ବହୁମୁଖୀ । ବିଭିନ୍ନ ଅଞ୍ଚଳ ବା ବିଭିନ୍ନ ଦେଶ ମଧ୍ୟରେ ପରିଭ୍ରମଣ କରି ସାମାଜିକ ରୀତିନୀତି ଓ ବ୍ୟବହାରବିସ୍ ସହିତ ଆମ ସମାଜର ରୀତିନୀତି ଓ ବ୍ୟବହାରବିସ୍ ତୁଳନା କରି ଆମ ସମାଜରେ ଥ‌ିବା ଦୋଷତ୍ରୁଟିଗୁଡ଼ିକୁ ଜାଣିପାରୁ ଓ ସେହି ଅନୁସାରେ ଆମେ ଆମ ସମାଜକୁ ସଂସ୍କାର କରିବାରେ ଉଦ୍ୟମଶୀଳ ହେଉ । ପର୍ଯ୍ୟଟନ କଲେ ଆମ୍ଭେମାନେ ସ୍ପଷ୍ଟଭାବରେ ଜାଣିପାରୁ ଯେ, ମନୁଷ୍ୟ ମନୁଷ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ସମସ୍ତେ ଏକ ପୃଥବୀମାତାର ସନ୍ତାନ | ଉଚ୍ଚାଟିତ ମାନବାତ୍ମା ମାନବ ସଂହତିର ଆଦର୍ଶରେ ମଙ୍ଗଳମୟ ବସୁଧା ପରିକଳ୍ପନାରେ ଯୋଡ଼ିହୋଇଯାଏ । ମଣିଷ ଅନ୍ୟ ସହିତ ନିଜକୁ ଯୋଡ଼ିଦେଇ ଅନ୍ୟର ପରିସ୍ଥିତି ସହିତ ମିଶିଯାଇ ଉଦାତ୍ତ କଣ୍ଠରେ ଗାଇପାରେ – ‘ଯେ ଦେଶ ଯାଇ | ସେ ଫଳ ଖାଇ ।’’

୧୧ । ଛାତ୍ର ଜୀବନରେ ଶୃଙ୍ଖଳା

ସମାଜ-ସୌଧର ଭିତ୍ତିଭୂମି ଯାହାର ଜୀବନ, ନୀତି-ଆଦର୍ଶର ବେଳାଭୂମିରେ ଦଣ୍ଡାୟମାନ ହୋଇ ଯେ ସତ୍ୟ-ସଂଯମର ସ୍ବପ୍ନ ଦେଖେ ଏବଂ ଯେ ‘ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍’’ ଆପ୍ତବାକ୍ୟର ଅଧିକାରୀ, ସେ ହିଁ ଛାତ୍ର । ‘ଛତ୍ରତେ ଇତି ଛାତ୍ର’– ଅର୍ଥାତ୍ ଜ୍ଞାନରୂପକ ଛତ୍ରଦ୍ୱାରା ଯେ ସମାଜକୁ ଅଜ୍ଞାନାନ୍ଧକାରରୁ ନିଷ୍କୃତି ଆଣିଦିଏ, ସେ ଛାତ୍ର । ଛାତ୍ରର ଶୈଶବ-କୈଶୋର ଶୃଙ୍ଖଳାର ଶକ୍ତ ଶୃଙ୍ଖଳରେ ଆବଦ୍ଧ । ସେ ଜାତିର ପିତା ମହାମାନବ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶନର ବ୍ରହ୍ମଚାରୀ । “Morning shows the day”ର ଭାବୋଚ୍ଛାସ ନେଇ ଛାତ୍ରର ଶୈଶବ-କୈଶୋର ଜୀବନ ଯଦି ଶୃଙ୍ଖଳିତ ଓ ସୁନିୟନ୍ତ୍ରିତ ହୁଏ, ତେବେ ଗୋଚାରଣ, ଗୋଦୋହନ ଏବଂ ଭିକ୍ଷାବୃତ୍ତି ଆଦି କାର୍ଯ୍ୟ ଅକୁଣ୍ଠିତ ଚିତ୍ତରେ କରୁଥିଲେ । ଆରୁଣି, ଏକଲବ୍ୟ, ଚରକ, ଶୁଶ୍ରୁତ, ଦେଉଥିଲେ ।

ସତ୍ୟ-ସଂଯମ-ଶୃଙ୍ଖଳାର ଭକ୍ତ ସାଜି ଗୁରୁଙ୍କ ଅଟଳ ଆଦେଶ ପାଳନ କରି ଏବଂ ନିଜର କର୍ତ୍ତବ୍ୟ ସମ୍ପାଦନ କରି କରୁଥିବା ଏକ ଦୁର୍ଲଭ ସ୍ୱର୍ଗୀୟ ଗୁଣ | ଶୃଙ୍ଖଳା ଶିକ୍ଷାର ପ୍ରଥମ ଓ ସର୍ବୋତ୍ତମ ପରିସର ହେଉଛି ପରିବାର । ଏଇଠି ଶିଶୁଟି ପ୍ରଥମ କରି ଅଭିନବ ପ୍ରକୃତିର ଶୃଙ୍ଖଳିତ ଚନ୍ଦ୍ରସୂର୍ଯ୍ୟଙ୍କର ଉଦୟରାଗ ଓ ଅସ୍ତରାଗ, ଷଡ଼ଋତୁର ଶୃଙ୍ଖଳିତ ଲୀଳା ବି ସେ ଲକ୍ଷ୍ୟ କରେ । ଫଳରେ ଜୀବନ-ଜାହ୍ନବୀର ଶୃଙ୍ଖଳା-ସ୍ରୋତରେ ସେ ଭାସି ଭାସି ଚାଲେ । ପରେ ପରେ ତା’ର ସଫଳତାର ସମୁଦ୍ର ସଙ୍ଗମ ହୁଏ । ସିଦ୍ଧିଲାଭ ପରେ ସେ ହୋଇଯାଏ ଅମୃତର ସନ୍ତାନ । ତା’ର ଶୃଙ୍ଖଳିତ ଚାଲିବା ଅଭ୍ୟାସକୁ ଲକ୍ଷ୍ୟ କରି କବି ଗାଇ

‘ଥରକୁ ଥର ପଡ଼ି ତଳେ
ଚାଲଇ ଅଭ୍ୟାସର ବଳେ ।’’

ଏହି ପରିବାରରେ ସେ ପ୍ରଥମ ଅକ୍ଷର ଶିକ୍ଷା କରେ । ପରିବାରର ଶୃଙ୍ଖଳିତ କର୍ମଯୋଜନା ସମ୍ପର୍କରେ ଶୁଣେ । ପିତାମାତାଙ୍କ ଆଚରଣ ଓ କଥାବାର୍ତ୍ତା ଶୈଳୀକୁ ଲକ୍ଷ୍ୟକରି କବି ଗାଇ ଚାଲନ୍ତି –

‘ଅମୃତ ବିନୟ ବଚନ
କହି ତୋଷିବ ଜନମନ ।’’

ଏଇଠି ସେ ଶୃଙ୍ଖଳା ରକ୍ଷା କରି ପାଠ ପଢ଼େ, ଖେଳେ ଏବଂ ସ୍ନାନ, ଭୋଜନ, ଶୟନ ଓ ଶଯ୍ୟାତ୍ୟାଗ ଆଦି କର୍ମ କରେ । କ୍ରୀଡ଼ା ପ୍ରତିଯୋଗିତାବେଳେ, ପରୀକ୍ଷା ଦେବାବେଳେ ଏବଂ ସହପାଠୀମାନଙ୍କ ସହ ମିଳାମିଶାବେଳେ, ବିଦ୍ୟାଳୟର ଉତ୍ସବ ପାଳନବେଳେ ଶୃଙ୍ଖଳା ରକ୍ଷା କରି ସେମାନେ ନାନାକଥା ଶିଖନ୍ତି । ଏଇଠି ମଧୁମକ୍ଷିକାର ମଧୁକୋଷ ଗଠନ ପରି ସେମାନେ ବିଶୃଙ୍ଖଳିତ ହୋଇ ଅନେକ ଦେଶ ଓ ଜାତି ଅତୀତରେ କାଳବକ୍ଷରେ ଧ୍ୱଂସପ୍ରାପ୍ତ ହୋଇ ଯାଇଛନ୍ତି । ଶୃଙ୍ଖଳାରୁ ରାମ, କୃଷ୍ଣ, ମହମ୍ମଦ, ବୁଦ୍ଧ, ଯୀଶୁ, ଚୈତନ୍ୟ, ଗାନ୍ଧୀ ସମାଜରେ ଜନମାନସରେ ପ୍ରେରଣାସ୍ପଦ ହୋଇପାରିଛନ୍ତି । ପରକ୍ଷଣରେ, ଆଦି ଯୁଗ ଯୁଗ ପାଇଁ ଅପସଂସ୍କାରର ଓ ଅପରିଣାମଦର୍ଶିତାର ଉଦାହରଣ ହୋଇ ରହିଯାଇଛନ୍ତି । ପିତାମାତା, ଗୁରୁଜନ ଆଦି ସମସ୍ତେ ଆଶା କରନ୍ତି ଯେ ଛାତ୍ରଟିର ନାଗରିକ ଜୀବନ ଆନନ୍ଦମୟ ହେଉ ।

କର୍ତ୍ତବ୍ୟ କ୍ଷେତ୍ରରେ ନୀତି, ନିୟମ ଓ ସମୂହ ସ୍ବାର୍ଥକୁ ଗୁରୁତ୍ଵ ଦେଇ ସେ ଶୃଙ୍ଖଳିତ ଭାବେ କର୍ତ୍ତବ୍ୟବାନ୍ ହେଉ । ଛାତ୍ରଜୀବନରେ ଶୃଙ୍ଖଳା ଜ୍ଞାନର ପ୍ରକୃତ ମୌଳିକ ଅବବୋଧ ପ୍ରତି ସଚେତନତା ରହିଲେ ପ୍ରଶସ୍ୱୀ ଛାତ୍ର ତା’ର ଭାବୀଜୀବନରେ ସମାଜରେ ‘ପାଞ୍ଚ ଜଣରେ ଜଣେ’ ହୋଇ ପ୍ରତିଷ୍ଠିତ ହେବ । ବିଦ୍ୟାଳୟରେ, ରେଳଷ୍ଟେସନରେ, ବସ୍‌ଷ୍ଟାଣ୍ଡରେ, ଡାକ୍ତରଖାନାରେ, ଖେଳପଡ଼ିଆରେ ପ୍ରତି କ୍ଷେତ୍ରରେ ଛାତ୍ର ପାଇଁ ଶୃଙ୍ଖଳାର ଆବଶ୍ୟକତା ଅନସ୍ବୀକାର୍ଯ୍ୟ । କିନ୍ତୁ ଅଧିକାଂଶ ସମୟରେ ଶୃଙ୍ଖଳା ରକ୍ଷା କାଠିକର ପାଠ ହୋଇଯାଏ ।

ଏଥିପାଇଁ ଛାତ୍ରଟିଏ ଦଳୀୟ ରାଜନୀତିଠାରୁ ଦୂରେଇ ରହିବା ଉଚିତ । ଦୋଷଯୁକ୍ତ ନହୋଇ ଦୋଷମୁକ୍ତ ହୋଇ କର୍ତ୍ତବ୍ୟପଥରେ ଅଗ୍ରସର ହେବା ବିଧେୟ । ଅଭାବ, ସଂଘର୍ଷ, ଦ୍ବନ୍ଦ୍ବ, ସାଂପ୍ରଦାୟିକତା, ଲୁଣ୍ଠନ, ଅପହରଣ ଓ ନାରୀ ନିର୍ଯାତନା ଆଦିରେ ସଂଶ୍ଳିଷ୍ଟ ହୋଇ କେତେକ ଛାତ୍ରଛାତ୍ରୀ ସାମ୍ପ୍ରତିକ ସୁତରାଂ, ପରିବାର, ବିଦ୍ୟାଳୟ ଓ ସମାଜଠାରୁ ଛାତ୍ରଛାତ୍ରୀମାନେ ଶିଖ୍ ଶୃଙ୍ଖଳା ଜ୍ଞାନ ସେମାନଙ୍କ ଜୀବନରେ ସାମାଜିକତାର ମୁକୁରରେ ପ୍ରତିବିମ୍ବିତ ହୋଇଉଠୁ । ଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କ ଜୀବନରେ ମଧୁ ବର୍ଷିଯାଉ ଏବଂ ବିନାଶ ପଥରେ ବିକାଶର ବାତ୍ୟା ବହୁ । ବିଶୃଙ୍ଖଳତା ସମୂଳେ ବିଲୁପ୍ତ ହେଉ ।

୧୨ । ମାତୃଭାଷା ଶିକ୍ଷାର ଗୁରୁତ୍ବ

ପ୍ରାକସୂଚନା –
‘ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ? (ସ୍ବଭାବକବି ଗଙ୍ଗାଧର)
ମାତୃଭୂମି ଓ ମାତୃଭାଷା ହେଉଛି ମଣିଷର ଗୋତ୍ରଗତ ଅସ୍ମିତା | ମାଆର ସମପର୍ଯ୍ୟାୟ ଏହି ଦୁଇଟି ଶକ୍ତିକୁ ଆବାଲ୍ୟରୁ ମଣିଷ ସାଥୀ କରିନେଇଥାଏ । ବଞ୍ଚିବାର, ଆଗେଇବାର ଏବଂ ଜୀବନକୁ ବୁଝିବାର ସକଳ ଜଟିଳକୁ ମାତୃଭାଷା ସରଳ, ଅପୂର୍ବ ଓ ଭାବମୟ କରିଦିଏ । ମଣିଷ ଅନ୍ୟପାଖରେ ବିସ୍ତାରିଯାଏ ଓ ବିସ୍ତାରିଦିଏ ମାତୃଭାଷାକୁ ମାଧ୍ୟମ୍ବକରି | ମାତୃଭୂମିର ଅଖଣ୍ଡ ଭାବ ଓ ସାଧନର ଅବଲମ୍ବନ ଓ ଉଦ୍‌ବୋଧନ ଶକ୍ତି ହୁଏ ମାତୃଭାଷା ।

ମାତୃଭାଷା ଜ୍ଞାନରହିତ ମଣିଷ କେବଳ ‘ମାତ୍ର’ ହୋଇଯାଏ । ଆମର ମନେରଖୁବା ଉଚିତ ମାତୃଭାଷା ଶିକ୍ଷା– ଇତିହାସ, ଭୂଗୋଳ, ବିଜ୍ଞାନ ପଢ଼ାଇବା ପରି ଏକ ସାଧାରଣ ବିଷୟଜ୍ଞାନ ନୁହେଁ; ଏହା ଏକ ଅସ୍ମିତାର ପ୍ରସଙ୍ଗ । ମାତୃଭାଷା କେବଳ ଶବ୍ଦ ଉଚ୍ଚାରଣ ବିଧାନ, ଭାବପ୍ରକାଶର ପ୍ରାଥମିକ ମାଧ୍ୟମ ନୁହେଁ । ଏହା କେବଳ ଗଳ୍ପ, ଉପନ୍ୟାସ, ନାଟକ, ପୁରାଣ ଆଦି ରଚନାର ସ୍ବରୂପ ନୁହେଁ । ଏ ଗୋଟିଏ ଜାତିର, ଗୋଟିଏ ଭୂଖଣ୍ଡର, ଗୋଟିଏ ମଣିଷ ସମଷ୍ଟିର ଅସ୍ମିତା ଓ ଜ୍ଞାନବିଜ୍ଞାନର ଜୀବାଣୁ ଶକ୍ତି ବା ବ୍ରହ୍ମଶକ୍ତି । ଏହାର ଶିକ୍ଷାଦ୍ବାରା ସମସ୍ତ ଜ୍ଞାନର ରହସ୍ୟ ନିମ୍ନମତେ ମଣିଷର ଆୟତ୍ତାଧୀନ ହୋଇଥାଏ ।

• ମାତୃଭାଷା ଶିକ୍ଷାର ଉଦ୍ଦେଶ୍ୟ ଓ ପ୍ରୟୋଜନ –
ମାତୃଭାଷା ଶିକ୍ଷାଦ୍ଵାରା ମନୁଷ୍ୟର ଚାରିପ୍ରକାର ଉଦ୍ଦେଶ୍ୟ ପରିପୂରଣ ହୋଇଥାଏ; ଯଥା – (୧) ଜ୍ଞାନାତ୍ମକ ଉଦ୍ଦେଶ୍ୟ, (୨) ଭାବାତ୍ମକ ଉଦ୍ଦେଶ୍ୟ, (୩) କୌଶଳାତ୍ମକ ଉଦ୍ଦେଶ୍ୟ ଓ (୪) ଶିକ୍ଷାଭିଭିକ ଉଦ୍ଦେଶ୍ୟ ।

(କ) ଜ୍ଞାନାତ୍ମକ ଉଦ୍ଦେଶ୍ୟ – ମାତୃଭାଷା ମଣିଷର ମନୋଭାବ ଓ ସ୍ମରଣ ଶକ୍ତିର ସର୍ବୋତ୍କୃଷ୍ଟ ମାଧ୍ୟମ । ଏହାଦ୍ଵାରା ଅତୀତର ଘଟଣାବଳୀ, ତଥ୍ୟ, ଭବିଷ୍ୟତର କଳ୍ପସୂତ୍ର ଓ ବର୍ତ୍ତମାନର ଘାଟନିକ ବାସ୍ତବତାକୁ ମନୁଷ୍ୟ ସହଜରେ ବୁଝି ମନେରଖୂପାରେ । ଜ୍ଞାନକୁ ମାତୃଭାଷା ସରଳ ବୋଧ କରାଇପାରିଥାଏ ।

(ଖ) ଭାବାତ୍ମକ ଉଦ୍ଦେଶ୍ୟ – ମଣିଷ ମୁଖ୍ୟତଃ ନଅଗୋଟି ଭାବକୁ ନେଇ ବଞ୍ଚୁଥାଏ । ବିଜ୍ଞାନୀ ମନସ୍ତତ୍ତ୍ଵବିତ୍‌ଙ୍କ ମତରେ, ମଣିଷ ବାହ୍ୟ ଓ ଅନ୍ତଃ ମନର ଭାବକୁ ନେଇ ବଞ୍ଚେ । ସାହିତ୍ୟ ମାଧ୍ୟମରେ ଦୁଃଖସୁଖ, ଭଲମନ୍ଦ, ଲାଭକ୍ଷତି, ଉତ୍କର୍ଷ – ଅପକର୍ଷ, ନିଶ୍ଚିତ ଅନିଶ୍ଚିତ, ଭକ୍ତିମୁକ୍ତି, ପାପପୁଣ୍ୟ, ବନ୍ଧୁତା – ଶତ୍ରୁତା ଆଦି ପ୍ରତ୍ୟେକ ଧରଣର ଭାବକୁ ବୁଝି ତଦନୁସାରେ ନିଜର ଜୀବନକୁ ସ୍ୱଚ୍ଛଳ, ସ୍ବଚ୍ଛନ୍ଦ ଓ ସ୍ଵାଭାବିକ ତଥା ପରିସ୍ଥିତି ଉପଯୋଗୀ କରିପାରିଥାଏ । ବିଦ୍ୟାର୍ଥୀର ଚିନ୍ତା ଓ କଳ୍ପନାଶକ୍ତିର ବିକାଶ ଘଟେ ।

CHSE Odisha Class 11 Odia Grammar ପ୍ରବନ୍ଧ

(ଗ) କୌଶଳାତ୍ମକ ଉଦ୍ଦେଶ୍ୟ – ଶିଶୁ କଥନ, ପଠନ ଓ ଲିଖନ ସହିତ ଚିନ୍ତା, ଅନୁଭୂତି ଓ ଅଭିଜ୍ଞତାକୁ ଠିକ୍‌ଭାବରେ ଯଥାର୍ଥକରି ପ୍ରକାଶ କରିବାର ଓ ଗ୍ରହଣ କରିବାର ପ୍ରୟୋଗାତ୍ମକ କୌଶଳ ମାତୃଭାଷା ଶିକ୍ଷାରୁ ପାଇପାରିଥାଏ । ଏହାଦ୍ଵାରା ମାତୃଭାଷା ଶିକ୍ଷା ଶିଶୁକୁ ଦକ୍ଷକରି ଗଢ଼ିଥାଏ । ଏହାଦ୍ଵାରା ପରିଷ୍କାର ଓ ଉଦ୍ଦେଶ୍ୟମୂଳକ ଭାବରେ ଶିଶୁ ନିଜକୁ ପ୍ରକାଶ କରିପାରିଥାଏ । ବୁଝିବା ବୁଝାଇବା ନିମନ୍ତେ ମାତୃଭାଷା ଶିକ୍ଷାର ପ୍ରାଥମିକ ଭୂମିକା ଚିନ୍ତାନାୟକମାନେ ସମର୍ଥନ କରିଛନ୍ତି । ଜନ୍ ହୁଏ, ରବୀନ୍ଦ୍ରନାଥ, ମହାତ୍ମାଗାନ୍ଧୀ, ଅରବିନ୍ଦ, ଗୋପବନ୍ଧୁ, ଇମରସନ୍, ଜେମ୍‌ସ, ମିଲ୍ ଆଦି ବିଦ୍ଵାନ୍‌ମାନେ ଏକମତ ହୋଇଛନ୍ତି ଯେ – ସକଳପ୍ରକାର ଜ୍ଞାନକୁ ଆୟତ୍ତ କରିବା ମାଧମ ହେଉଛି ମାତୃଭାଷା ଶିକ୍ଷା ।

• ଉପସଂହାର – ବର୍ତ୍ତମାନ ରୁଷ୍, ଚୀନ, ଜାପାନ, ଜର୍ମାନୀ, ଫ୍ରାନ୍ସ, ଆମେରିକା, ଆରବ ଆଦି ଦେଶରେ ନିଜ ମାତୃଭାଷାରେ ଜ୍ଞାନ ଓ ଶିକ୍ଷାଦାନ ସେସବୁ ଭୂଖଣ୍ଡକୁ ନିଜ ଭାବ ଓ ବିଜ୍ଞାନବୋଧ ଅନୁସାରେ ଆଗେଇ ନେବାରେ ସାହାଯ୍ୟ କରୁଛି । ପ୍ରାୟୋଗିକ ବିଜ୍ଞାନଭିଭିରେ ଭାରତରେ ବଙ୍ଗଳା, ତାମିଲ୍, ତେଲୁଗୁ, କନ୍ନଡ଼ ଓ ମାଲାୟାଲାମ୍ ଭାଷାରେ ଶିକ୍ଷାଧାରା 0ସ୍ତରରେ ଇଚ୍ଛାଶକ୍ତିର ଅଭାବ କ୍ରମଶଃ ଆମକୁ ପରମୁଖାପେକ୍ଷୀ କରିଦେଇଛି । ଏ କ୍ଷେତ୍ରରେ ମାତୃଭାଷା ଶିକ୍ଷାକୁ ଭାବାତ୍ମକ ପାଠ୍ୟଖସଡ଼ା ଅନୁସାରେ ପଢ଼ା ନଯାଇ ବିଜ୍ଞାନ, ସମାଜତତ୍ତ୍ବ, ନୃତତ୍ତ୍ଵ, କମ୍ପ୍ୟୁଟର ବିଧାନ, ବିଜ୍ଞାପନ କଳା, ସାମ୍ବାଦିକ କଳା, ଆଫିସିକ ବିବରଣୀ ଲିଖନ କଳା, ଭାଷଣ କଳା ଆଦି ଭିଭିରେ ପଢ଼ାଇବାର ଏକ ଗୁରୁ ଆବଶ୍ୟକତା ଦେଖାଦେଇଛି ।

୧୩ । ସନ୍ତ୍ରାସବାଦ

ଉପକ୍ରମ – ସମ୍ପ୍ରତି ସମଗ୍ର ବିଶ୍ବରେ ମାନବ ସଭ୍ୟତାର ଅଭିଶାପଭାବରେ ସନ୍ତ୍ରାସବାଦକୁ ବିବେଚନା କରାଯାଇଛି । ୨୦୦୧ ମସିହା ସେପ୍ଟେମ୍ବର ମାସ ୧୧ ତାରିଖ ‘କାଳ ମଙ୍ଗଳବାର’ ଦିନ ଆମେରିକାସ୍ଥ ବିଶ୍ଵ ବାଣିଜ୍ୟକେନ୍ଦ୍ର ଓ ପେଣ୍ଟାଗନ ଆମେରିକା, ବ୍ରିଟେନ୍, ଭାରତ, ରୁଷ୍, ଫ୍ରାନ୍ସ ଆଦି ଦେଶମାନଙ୍କର ମିଳିତ ସଂଗ୍ରାମ ଘୋଷଣା ଏବଂ ଆତଙ୍କବାଦୀ ଓସାମା ବିନ୍ ଲାଡ଼େନ୍‌ର ସନ୍ତ୍ରାସବାଦୀ ସଙ୍ଗଠନ ଅଲ୍-କୈଦା ବିପକ୍ଷରେ ଆଫଗାନିସ୍ଥାନରେ ଆମେରିକାର ଯୁଦ୍ଧ ଘନଘଟା ପ୍ରମାଣ କରିଦେଇଛି ବିଶ୍ଵକଲ୍ୟାଣର ପ୍ରଧାନ ଶତ୍ରୁ ହେଉଛି ଆତଙ୍କବାଦ ।

ଏହା ଏକ ଦୁରାରୋଗ୍ୟ ବ୍ୟାଧ୍ ଓ ପୃଥ‌ିବୀର ସୁସ୍ଥତା ପ୍ରତି ଏକ ନକାରାତ୍ମକ ଆହ୍ୱାନ । ଆଫଗାନିସ୍ଥାନ, ପାକିସ୍ତାନ, ଲିବିୟା, ସାଉଦିଆରବ, ୟେମେନ୍, ଜୋର୍ଡ଼ନ୍, ଲେବାନନ୍, ସୁଦାନ, ଭାରତ, ମାଲେସିୟା, ଉରୁଗୁଏ, ଉଗାଣ୍ଡା, ବୋସ୍‌ନିଆ, କାନାଡ଼ା ଓ ଆମେରିକା ପ୍ରଭୃତି ଦେଶରେ ବିସ୍ତାରଲାଭ କରିଥିବା ପ୍ରାୟଶଃ ୧୩୦ ଗୋଟି ସନ୍ତ୍ରାସବାଦୀ ସଙ୍ଗଠନ ଦୀର୍ଘ ୨ ଦଶନ୍ଧି ଧରି ମାନବମାରଣର ଯେଉଁ ତାଣ୍ଡବଲୀଳା ସୃଷ୍ଟି କରିଛନ୍ତି ତାହା ବିଶ୍ୱକୁ ନୈରାଶ୍ୟାଚ୍ଛନ୍ନ କରିଦେଇଛି । ଏ କ୍ଷେତ୍ରରେ ପାକିସ୍ତାନ ସନ୍ତ୍ରାସବାଦୀ ଗୋଷ୍ଠୀ, ଉଲ୍‌ଫା, ବୋଡ଼ୋ, ମାଓବାଦୀ, ନକ୍‌ସଲ୍, କାଶ୍ମୀରୀ ସନ୍ତ୍ରାସବାଦୀ ଗୋଷ୍ଠୀ ଉଲ୍ଲେଖଯୋଗ୍ୟ ।

ସଙ୍ଗଠିତ ହତ୍ୟା, ଲୁଟତରାଜ, ଅପହରଣ, ସରକାରୀ- ବେସରକାରୀ ସମ୍ପରି ନଷ୍ଟ, ଅନ୍ତର୍ଘାତୀ କାର୍ଯ୍ୟ, ବୁଦ୍ଧିଜୀବୀମାନଙ୍କୁ ହତ୍ୟା, ରୋଗଜୀବାଣୁବିଶିଷ୍ଟ ଜୈବିକ ଅସ୍ତ୍ର ପ୍ରୟୋଗ ଆଦି ଭାରତ ଏହି ଉଗ୍ରବାଦୀ ସମସ୍ୟା ବିପକ୍ଷରେ ବିଶ୍ୱସ୍ତରରେ ସ୍ବର ଉଠାଇଛି । କାଶ୍ମୀରରେ ପାକିସ୍ତାନ ଓ ଆଫଗାନିସ୍ତାନର ମୌଳବାଦୀ ଆସାମ, ଝାଡ଼ଖଣ୍ଡ, ଦାର୍ଜିଲିଂ, ନାଗାଲାଣ୍ଡ, ଆନ୍ଧ୍ର, ମହାରାଷ୍ଟ୍ର ଆଦି ରାଜ୍ୟରେ ସନ୍ତ୍ରାସବାଦୀ ସମସ୍ୟା ବିପୁଳଭାବରେ ଜାତୀୟ କ୍ଷତି ଘଟାଇ ଚାଲିଛି ।

ବିଷୟତର୍ଜମା – ଆମେରିକାରେ ସିଭିଲ୍‌ୱାର୍‌ ଚାଲିଥିବାବେଳେ ୧୮୬୧-୬୫ ମଧ୍ୟରେ କୁ-କ୍ଲ ସ୍-କ୍ଲାନ୍ ନାମକ ୧୪୮୦ ଥରରୁ ଊର୍ଦ୍ଧ୍ବ ସନ୍ତ୍ରାସବାଦୀ ଆକ୍ରମଣର ଶିକାର ହୋଇଛି । ୨୦୦୧ରେ ଆମେରିକାର ଦୂତାବାସ ଉପରେ, ବିଶ୍ବବାଣିଜ୍ୟ କେନ୍ଦ୍ର ଉପରେ, ଭାରତର ବମ୍ବେ ସହରରେ ଓ କାଶ୍ମୀର ବିଧାନସଭା ଗୃହରେ, ଅକ୍ଷରଧାମ ମନ୍ଦିରରେ, ଆମ ପାର୍ଲାମେଣ୍ଟ କରିଚାଲିଛି |

ଯଥେଷ୍ଟ ପୂର୍ବରୁ ଭାରତ ଏହାର ସମ୍ମୁଖୀନ ଓ ମୁକାବିଲା କରିଆସୁଛି । ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ପ୍ରୋତ୍ସାହନ ଦେଇ ଜାତି- ଧର୍ମ-ବର୍ଣ୍ଣ ଭେଦରେ ଅନ୍ତରୀଣ ବିବାଦ ଓ ସଂଘର୍ଷ ସୃଷ୍ଟି କରାଇ ଭାରତକୁ ଦୁର୍ବଳ କରିଦେବାକୁ ରାଷ୍ଟ୍ର ବାହାରର ଉଗ୍ରବାଦୀ ସଂଗଠନ ଅର୍ଥ-ଅସ୍ତ୍ର-ଅଇରି ଯୋଗାଇ ଦେବାର ମସୁଧା କରି ଆସିଛନ୍ତି । ପ୍ରତିବେଶୀ ପାକିସ୍ତାନ ତା’ର୍ ନିଜ ଅଞ୍ଚଳରେ କ୍ୟାମ୍ପ ହୋଇ ଭାରତର ସ୍ବର ସହିତ ଏକମତ ହେବାର ସମୟ ବର୍ତ୍ତମାନ ଉପସ୍ଥିତ । ଜଡ଼ିତ । ଆମ ସରକାର ପଞ୍ଜାବରେ ଓ ଆସାମରେ ଉଗ୍ରବାଦକୁ ଦମନ କରିଥିଲେ ମଧ୍ୟ କାଶ୍ମୀର ଉଗ୍ରବାଦ ଏବେ ଦେଶର ବୃହତ୍ତମ ସମସ୍ୟାଭାବରେ ମୁଣ୍ଡ ଟେକିଛି ।
ଆମେରିକାର ଉପସ୍ଥିତିରେ ଓ ଜାତିସଂଘର ଜ୍ଞାତରେ ମଧ୍ୟ ପାକିସ୍ତାନ ମାନବବିରୋଧୀ ଉଗ୍ରବାଦକୁ ପ୍ରେରଣା ଦେବା ଜାରି ରଖୁଛି ।

ହତ୍ୟା, ଡକାୟତି, ଅପହରଣ, ପଣବନ୍ଦୀ, ବିମାନ ଅପହରଣ, ରେଳ-ବେତାର-ଦୂରଦର୍ଶନ କେନ୍ଦ୍ର ଉପରେ ଆକ୍ରମଣ, ଆତ୍ମଘାତୀ ବୋମା ବଳରେ ବୁଦ୍ଧିଜୀବୀଙ୍କୁ ହତ୍ୟା, ମୁମ୍ବାଇ ସହରରେ ବୋମା ବିସ୍ଫୋରଣ ଆଦି ଅନ୍ତର୍ଘାତୀ କାର୍ଯ୍ୟ ଭାରତର

ବୃହତ୍ ଶକ୍ତିମାନେ ବିଶ୍ବର ପ୍ରତିସ୍ତରର ସନ୍ତ୍ରାସବାଦକୁ ସମସ୍ଵରରେ ନିନ୍ଦା ଓ ସମବିଚାରରେ ଦମନ କରିବା ଉଚିତ ।
ସନ୍ତ୍ରାସବାଦୀ ଚେତନାକୁ ସମର୍ଥନ କରୁଥିବା ରାଷ୍ଟ୍ର ପ୍ରତି ଆନ୍ତର୍ଜାତୀୟ କଟକଣା, ଲାଗୁହେବା ଉଚିତ ।
ସନ୍ତ୍ରାସବାଦୀମାନଙ୍କୁ ଏନ୍.ଜି.ଓ. ମାଧ୍ୟମରେ ବୁଝାଇଦେବା ଉଚିତ – ସେମାନେ ମଣିଷର ଓ ତାଙ୍କର କ୍ଷତିକରି
ସାମାଜିକ ନ୍ୟାୟ ଓ ସମାନ ସୁଯୋଗ ପ୍ରଦାନ କରିବା ଉପରେ ଶାସକ ଗୋଷ୍ଠୀ ଗୁରୁତ୍ୱ ଦେବା ଉଚିତ ।

୧୪ । ଓଡ଼ିଶାର ପର୍ବପର୍ବାଣି

ପ୍ତକ୍ସ୍ନୋ – “ଗୋଟିଏ ଜାତିର ମାନସିକତାର ମହାନ୍ତଉଚ୍କ୍ତ ତା’ର କାତାୟ ପବପବାଣିର ପାଲନ ଅବକାଶରେ କଣାପାଲଥାଏ | ”

“A Nation is known by its common- festivals. Festival is mirror of cultural mind of a human race.”
ମହୋତ୍ସବେଷୁ ଉଦାରବାର୍ତ୍ତାଣୀ । ଗୋଟିଏ ସାଂପ୍ରତିକ ମହାପ୍ରବାହର କାମାପ୍ ବିକାଶରେହିଁ ପରଙ୍କପଣାଣିର ରୁଭି ପୃଚଳନ ସମୟ ହୋଇଥାଏ |

ଶୃଙ୍ଖଳା ଓ ଜୀବନଧାରାର ମାନଦଣ୍ଡ ଅଟନ୍ତି । ଓଡ଼ିଶାର ବାରମାସରେ ତେରପର୍ବ ପାଳନ ବିଧିକୁ ଲକ୍ଷ୍ୟ କଲେ ମନେହୁଏ ଯେ ଏ ଜାତିର ପରମ୍ପରା ଥିଲା କର୍ତ୍ତବ୍ୟନିଷ୍ଠା, ଅବସର ବିନୋଦନ, ଭକ୍ତିଭାବନା ଦିଗରୁ ଅତି ସମୃଦ୍ଧ । ସ୍ନେହ, ପ୍ରେମ, ଆନନ୍ଦଉଲ୍ଲାସ, ମମତା, ପାରସ୍ପରିକ ସଦ୍‌ଭାବନାର ସୂଚନା ପର୍ବପର୍ବାଣିଗୁଡ଼ିକରୁ ମିଳିଥାଏ ।

ପ୍ରସଙ୍ଗତର୍ଜମା – ଓଡ଼ିଶୀ ପରମ୍ପରାର ସ୍ଵାଭିମାନର ପ୍ରତୀକ ପର୍ବପର୍ବାଣିଗୁଡ଼ିକ ଜାତୀୟ ଐକ୍ୟର ପ୍ରଚାର କରିଥାନ୍ତି । ଆସୁଛି । ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାରେ ପ୍ରତିପାଳିତ ପର୍ବପର୍ବାଣିଗୁଡ଼ିକୁ ନିମ୍ନମତେ ଶ୍ରେଣୀଭୁକ୍ତ କରାଯାଇପାରେ ।

(କ) ଶାସ୍ତ୍ରୀୟ ପର୍ବ – ଯେଉଁ ପର୍ବଗୁଡ଼ିକ ବେଦ, ଉପନିଷଦ୍, ପୁରାଣ, ବ୍ରାହ୍ମଣ୍ୟ କର୍ମ ସଂହିତା ଓ ବିବିଧ ଶାସ୍ତ୍ରୀୟ ଆଚରଣ ସଂହିତା ଅନୁସାରେ ପାଳିତ ହୋଇଥାଏ ତାହାକୁ ଶାସ୍ତ୍ରୀୟ ପର୍ବ କୁହାଯାଏ; ଯଥା – ଶୀତଳଷଷ୍ଠୀ, ଶିବ ବିବାହ, ରଥଯାତ୍ରା, ବିଜୟାଦଶମୀ, ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ଶ୍ରୀପଞ୍ଚମୀ, ଦୋଳପୂର୍ଣ୍ଣିମା ।

(ଖ) ପାରମ୍ପରିକ ଓ ସାଂପ୍ରଦାୟିକ ପର୍ବ – ଯେଉଁ ପର୍ବଗୁଡ଼ିକ ଗୋଷ୍ଠୀ ଜୀବନର ଧାରଣା ଓ ପରମ୍ପରାକୁ ନେଇ ପାରସ୍ପରିକ ସଦ୍‌ଭାବନା ଉପରେ ପାଳିତ ହୋଇଥାଏ ତାହାକୁ ଏହି ଶ୍ରେଣୀଭୁକ୍ତ କରାଯାଏ । ହୋଲି, ଦୀପାବଳୀ, ବୋଇତବନ୍ଦାଣ, କୁମାରପୂର୍ଣ୍ଣିମା, ବୁଦ୍ଧପୂର୍ଣ୍ଣିମା ଇତ୍ୟାଦି । ପର୍ଯ୍ୟବସିତ । କୋଣାର୍କର ମାଘସପ୍ତମୀ ମେଳା, ଚୈତ୍ର ମଙ୍ଗଳବାର ଓଷା, ଖୁଦୁରୁକୁଣୀ ଓଷା, କାର୍ତ୍ତିକ ପଞ୍ଚମୀ, ଭାଇଜୀଉଁତିଆ, ପେନୁ ପୂଜା, ଚଇତି ପର୍ବ, ମାଘ ଘୋଡ଼ା ପର୍ବ ଇତ୍ୟାଦି ।

(ଘ) କୃଷିଭିତ୍ତିକ ପର୍ବପର୍ବାଣି – ଓଡ଼ିଶା ଏକ ପଲ୍ଲୀଭିଭିକ ଓ ଆଧ୍ୟାତ୍ମିକ ଭାବମାନସ ଉପରେ ଆସ୍ଥାଭାଜନ ଭୂଖଣ୍ଡ । ଏ ଭୂଖଣ୍ଡର ମାନବୀୟ କର୍ମଧାରଣା ଓ ପରମ୍ପରା କୃଷିର ଲାଭକ୍ଷତି ଉପରେ ପ୍ରତିଷ୍ଠିତ । କୃଷିର ସଫଳତାକୁ ନେଇ ଯେଉଁ ପର୍ବପର୍ବାଣିଗୁଡ଼ିକ ପାଳିତ ହୁଏ ତାହା ମଧ୍ୟରେ ରଜପର୍ବ, ମାଘପୂର୍ଣ୍ଣିମା ପର୍ବ, ଜେମ୍ବଳା ପୂଜା, ନୂଆଖାଇ, କରମ୍‌ନି ପୂଜା, ଅକ୍ଷୟ ତୃତୀୟା, ଧନୁସଂକ୍ରାନ୍ତି, ଗର୍ଭଧାରଣ ସଂକ୍ରାନ୍ତି, ଲକ୍ଷ୍ମୀ-ମାଣବସା ଓ ଗହ୍ମାପୂର୍ଣ୍ଣିମା ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଏସବୁ ପର୍ବରେ ନୂଆ ବସ୍ତ୍ର ପରିଧାନ, ନୂଆ ଶସ୍ୟରେ ସୁମିଷ୍ଟ ପିଠାପଣା ଓ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ସହିତ ଗୋଷ୍ଠୀ-ଗୋଷ୍ଠୀ, ଗ୍ରାମ-ଗ୍ରାମ, ପରିବାର-ପରିବାର ମଧ୍ୟରେ ଭାବର ଆଦାନପ୍ରଦାନ ହୋଇଥାଏ ।

(ଙ) ମାନବୀୟ ପ୍ରବୃତ୍ତି ଅନୁସାରୀ ପର୍ବ – ଓଡ଼ିଶାରେ ବୃଦ୍ଧ-ବାଳକ-ଯୁବକ-ଯୁବତୀ-ଭାଇ-ଭଗ୍ନୀ ଇତ୍ୟାଦି ଲୋକବୃତ୍ତିକୁ ନେଇ ଏକ ସମବ୍ୟଥୀ ଓ ସମଭାବାନୁରାଗୀ ସଂସ୍କୃତିର ବିକାଶ କେଉଁ ଇତିହାସ ଯୁଗରୁ ସମ୍ଭବ ହୋଇଛି । ଫଳରେ ଏ ମାଟିରେ ମାନବୀୟ ଅବସ୍ଥା ଓ ପ୍ରବୃତ୍ତିକୁ ରସମୁଖର, ଆନନ୍ଦମୁଖର ଓ ପୁଲକମୟ କରିବାପାଇଁ କେତେକ ପର୍ବ ପାଳିତ ହୋଇଥାଏ । ତାହା ମଧ୍ୟରୁ କୁମାରୀମାନଙ୍କର ଭାଲୁକୁଣୀ ଓଷା, ବାଲିତୃତୀୟା ଓଷା, କୁମାରପୂର୍ଣ୍ଣିମା ବ୍ରତ, ରଜପାଳନ, ଯୁବକମାନଙ୍କର ଅଗ୍ନିଉତ୍ସବ, କାର୍ତ୍ତିକେୟ ବ୍ରତ, ପଣାସଂକ୍ରାନ୍ତି ପାଳନ ଗୁରୁତ୍ଵପୂର୍ଣ୍ଣ । ସେହିପରି ରାକ୍ଷୀପୂର୍ଣ୍ଣିମା, ଭାଇ ଜୀଉଁତିଆ, ଉନ୍ନତି କାମନାରେ ଜ୍ୟେଷ୍ଠ ପୂଜା ବିଧାନ କ୍ରମେ ପାଳିତ ହୋଇଥାଏ । ଅନୁରୂପଭାବରେ ବନ୍ଧୁତ୍ଵର ପରାକାଷ୍ଠା କ୍ରମେ ଉତ୍ତର ଓଡ଼ିଶାରେ ମକର ସଂକ୍ରାନ୍ତି ପର୍ବ ପାଳନ ମଧ୍ୟ ଉଲ୍ଲେଖନୀୟ ।

କପଫଦାର – କୈବଲ୍ୟବୋଧାତ୍ମକ ସଂସ୍କୃତିର ପରିଚାୟକଭାବରେ ଅନୁଷ୍ଠିତ ହୋଇଥାଏ । ଈଶ୍ବରଙ୍କ ପାଖରେ ନିଜର, ନିଜ ପରିବାର, ଗ୍ରାମ, ଗୋଷ୍ଠୀ ଓ ଦେଶର ମଙ୍ଗଳ କାମନାପାଇଁ ପର୍ବପର୍ବାଣିର ଆୟୋଜନ ପରମ୍ପରା ଓ ଜାତୀୟଶୃଙ୍ଖଳାର ପରିଚୟ ଦିଏ । ଓଡ଼ିଶାର ତେଣୁ ଓଡ଼ିଶାର ଗାଁଦାଣ୍ଡର ମଣିଷ ତୁଣ୍ଡରୁ ଶୁଣାଯାଏ–

” ଠାକୁର ଭିତରେ ଲଗାକୃ ଭାବ
ତା ପାଇଁ ଲାଗିଛି
ବାର ମାସରେ ତେର ପର୍ବତ | “

୧୫ । ପରିବେଶ ପ୍ରଦୂଷଣ ଓ ସୁରକ୍ଷା

ପ୍ରାକପୂତନା – ଏକ ଅଦ୍‌ଭୁତ ଐଶ୍ୱରୀୟ ଓ ମହା ପ୍ରାକୃତିକ ସର୍ଜନା । ଏହି ସୃଜନର ସର୍ବଶ୍ରେଷ୍ଠ ବୈଚିତ୍ରୀ ମନୁଷ୍ୟ । ମାତ୍ର ଏହାହିଁ ବିଚିତ୍ର ଯେ, ମନୁଷ୍ୟ ଭଲ-ମନ୍ଦ, ବିପଦ-ଆପଦ, ଶାନ୍ତ-ଅଶାନ୍ତିର ପରିଭାଷା ଜାଣି ବି ସବୁପ୍ରକାର ନକାରାତ୍ମକ ପଦକ୍ଷେପ ନେବାରୁ ‘ଆପଣା । ହସ୍ତେ ଜିହ୍ଵା ଛେଦି’ ନ୍ୟାୟରେ ନିଜ ପରିବେଶର ପ୍ରଦୂଷଣ କରୁଛି । ପରିବେଶର ପ୍ରଦୂଷଣର ପରିଣାମସ୍ୱରୂପ ଭୂଗୋଳ ବିଜ୍ଞାନୀମାନେ ମତଦିଅନ୍ତି ଯେ ଆଗାମୀ ୧୦,୦୦୦ ବର୍ଷ ମଧ୍ୟରେ ପୃଥ‌ିବୀ ମନୁଷ୍ୟ ବାସ ଉପଯୋଗୀ ହୋଇରହିବା କ୍ରମଶଃ ଅସମ୍ଭବ ହୋଇପଡ଼ିବ ।

ଜଙ୍ଗଲକ୍ଷୟ, ବିଷାକ୍ତ ଗ୍ୟାସ୍ ବ୍ୟବହାର, ଜାଳେଣିର ଅପବ୍ୟବହାର, ଯୁଦ୍ଧଜନିତ ପରିଣାମ, ଅଗ୍ନିଦାହୀ ପରିଣତି, ମୁଖ୍ୟତଃ ପରିବେଶକୁ ପ୍ରଦୂଷଣ କରୁଛି ଏବଂ ବଞ୍ଚିବାର ସାରଲ୍ୟ କ୍ରମଶଃ ଜଟିଳ ହୋଇପଡ଼ୁଛି । ପ୍ରକୃତିର ନିୟମରେ ପରିବର୍ତ୍ତନ ଘଟି ବନ୍ୟା, ବାତ୍ୟା, ଭୂକମ୍ପ, ବରଫ ତରଳି ଜଳସ୍ତରର ବୃଦ୍ଧି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟମାନ ଘଟୁଛି । ପ୍ରଦୂଷିତ ପରିବେଶ ପ୍ରତି ସଚେତନତା ହୋଇପଡ଼ିଛି ବର୍ତ୍ତମାନ ବିଶ୍ଵର ମୁଖ୍ୟ ସଙ୍କଟ ।

ବିଷୟତର୍ଜମା – ଏହି କ୍ରମରେ ପରିବେଶ ପ୍ରଦୂଷଣ ସଙ୍କଟର ଚାରିଗୋଟି ମୁଖ୍ୟ ଦିଗକୁ ସମଗ୍ର ପୃଥ‌ିବୀ ଅନୁଭବ
(୧) ବାୟୁ ପ୍ରଦୂଷଣ,
(୨) ଜଳ ପ୍ରଦୂଷଣ,
(୩) ସ୍ଥଳ ପ୍ରଦୂଷଣ, ଏବଂ
(୪) ଶବ୍ଦ ପ୍ରଦୂଷଣ

ବାୟୁ ପ୍ରଦୂଷଣଦ୍ବାରା ଅମ୍ଳଜାନ ଧାରଣାରେ ବାଧା ସୃଷ୍ଟି ହେଉଛି ଓ ମନୁଷ୍ୟର ବଞ୍ଚିବାର ସୂତ୍ର ଅଡ଼ୁଆ ହୋଇଉଠିଛି । ସ୍ଥଳ ପ୍ରଦୂଷଣଦ୍ଵାରା ଜଙ୍ଗଲକ୍ଷୟ ଘଟି ଜଳବାୟୁରେ ପରିବର୍ତ୍ତନ ଘଟୁଛି । ଋତୁଚକ୍ରରେ ବ୍ୟତିକ୍ରମ ଘଟୁଛି । ଉତ୍ତାପ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ପରିବେଶର ପ୍ରଦୂଷଣର ବିବିଧ ପରିଣାମ ଉପରେ ଆଲୋକପାତ କରାଯାଉଅଛି ।

କେବଳ ବାୟୁ ପ୍ରଦୂଷଣ ନୁହେଁ – ଜଳ, ଖାଦ୍ୟପଦାର୍ଥ ଏବଂ ମାଟି ପ୍ରଦୂଷଣ ମଧ୍ୟ ମାନବ ସ୍ଵାସ୍ଥ୍ୟ ପ୍ରତି ଘୋର କ୍ଷତି ପହଞ୍ଚାଇ ଚାଲିଛି । ଦେଶରେ ପ୍ରବାହିତ ବଡ଼ ବଡ଼ ନଦୀର ଜଳ ପ୍ରଦୂଷିତ ହେବା କାରଣରୁ ଏହା ଏବେ ପାନୀୟ ଉପଯୋଗୀ ହୋଇ ରହିନାହିଁ । ଫସଲରେ ମାତ୍ରାତ୍ମକ ବିଷାକ୍ତ କୀଟନାଶକ ଔଷଧ ପ୍ରୟୋଗ କାରଣରୁ ଶସ୍ୟ, ପନିପରିବା ଓ ଫଳମାନଙ୍କରେ କରିଦିଆଯାଇଥ‌ିବାବେଳେ, ଅଧିକ ଅମଳ ଆଶାରେ ଭାରତରେ କିନ୍ତୁ ଏହାର ପ୍ରୟୋଗ ଜୋରଦାର ଚାଲିଛି । ଯୁଗ ସହିତ ତାଳ ଦେଇ ଯେମିତି ସହରୀକରଣ ଦ୍ରୁତଗତିରେ ବଢ଼ିଚାଲିଛି, ସେହି କାରଣରୁ ଭାରତ ମଧ୍ୟ ପ୍ରଦୂଷଣ ସୃଷ୍ଟି ହେଉଥ‌ିବା ବେଶ୍ ଉଦ୍‌ବେଗଜନକ ।

CHSE Odisha Class 11 Odia Grammar ପ୍ରବନ୍ଧ

ଦିଲ୍ଲୀ ବାୟୁରେ ମିଳିଥିବା ପ୍ରଦୂଷିତ ପଦାର୍ଥର ମାତ୍ରା ୭୦୦ ମାଇକ୍ରୋଗ୍ରାମ୍ ହୋଇଥିବାବେଳେ ନ୍ୟୁୟର୍କରେ ୧୩୪ ମାଇକ୍ରୋଗ୍ରାମ୍ ଏବଂ ଲଣ୍ଡନରେ ୨୦୧ ମାଇକ୍ରୋଗ୍ରାମ୍ । ଅତଏବ ସମସ୍ତ ବିକାଶଶୀଳ ଆମ ରାଜ୍ୟର ଭୁବନେଶ୍ୱର, ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା ମଧ୍ୟ ଜଙ୍ଗଲମୟ, ପ୍ରାକୃତିକ ଖଣିଜ ପଦାର୍ଥର ଖନନ ଓ ଭାରି ଶିଳ୍ପର ଇନ୍ଧନଗ୍ୟାସ୍ ଜନିତ ପ୍ରତିକ୍ରିୟା ଦିଗରୁ ବିଶ୍ବରେ ଉତ୍ତପ୍ତ ସହରର ମାନ୍ୟତା ପାଇବାକୁ ବସିଛି ।

ବିଗତ ୧୪୪ ବର୍ଷ ମଧ୍ୟରେ (୧୮୦୦ ମସିହାରେ ଉତ୍ତାପ ବୃଦ୍ଧି ପ୍ରଥମେ ମାନବ ସମାଜକୁ ଭୟଭୀତ କରିବା ପରେ) ୧୯୯୦-୨୦୦୪ ମଧ୍ୟରେ ସର୍ବାପେକ୍ଷା ୧୦ଟି ଉତ୍ତାପ ବୃଦ୍ଧି ବର୍ଷ ରହିଛି । ୧୯୯୮, ୧୯୯୯, ୨୦୦୧, ୨୦୦୨ରେ ଉତ୍ତାପ ୫୦ ଡିଗ୍ରୀକୁ ସ୍ପର୍ଶ କରିଛି । ୧୯୯୮ରୁ ୨୦୦୪ ମଧ୍ୟରେ ପରିବେଶ ପ୍ରଦୂଷଣଜନିତ ପ୍ରତିକ୍ରିୟା ହେତୁ ସମଗ୍ର ପୃଥ‌ିବୀରେ ୧୦୮ଟି ଜଳବାୟୁଜନିତ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି । ୧୮୫୦ଟି ଦୁର୍ଲଭ ପ୍ରାଣୀଜାତି, ୪୫୦୦୦ରୁ ଊର୍ଦ୍ଧ୍ବ ବୃକ୍ଷ ପ୍ରଜାତିର ବିଲୋପ ଘଟିଛି । ମଣିଷର ଆୟୁ ସୀମା ହାରାହାରି ୪୦ ରୁ ୫୫ ମଧ୍ୟରେ ସୀମାବଦ୍ଧ ହେବାକୁ ବସିଛି । ଓଜୋନ୍‌ସ୍ତରରେ କମିଛି । ଗ୍ରୀନ୍‌ଲାଣ୍ଡର ବରଫସ୍ତରରେ ୧ ମିଟର ସ୍ତରର ବରଫ ପ୍ରାୟତଃ ତରଳିବାକୁ ଆରମ୍ଭ କରିସାରିଛି ।

ଉପସଂହାର – ପ୍ରଥମେ ଜାଣିରଖିବା ଉଚିତ ଜଳ, ବାୟୁ ଓ ସ୍ଥଳଭାଗକୁ ନେଇ ନିର୍ମିତ ପରିବେଶ ପ୍ରଦୂଷଣ ମଣିଷକୃତ । ମନୁଷ୍ୟ ଏଥପତି ରାଜନୀତି ଦିଗରୁ, କ୍ଷଣିକ ପ୍ରଗତି ଅଭିଳାଷ ଦିଗରୁ ଓ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ବିଚାର ଦିଗରୁ ସାରା ଉରପ୍ ମରକାରା ଓ ବେସରକାରୀ ସ୍ତରରେ ମସ୍ତଶପୋଗ୍ୟ |

  • କଲଂଳ ହନି
  • କଲକାରଖାନା ନିକ୍ନ୍ତଣ
  • ଯାନବାହନ ନିଯନ୍ତ୍ରଣ
  • ଗଣମାଧ୍ୟମଦ୍ଵାରା ସଚେତନତା ପୁଣି |

୧୬ । ଦୂରଦର୍ଶନ

ଯାହାର କ୍ଳାନ୍ତବିରହିତ କଂସାକବାଟ ଖୋଲିଗଲେ ଯନ୍ତ୍ରଣା-ଜହ୍ଲାଦର ମୃତ୍ୟୁ ଘଟେ, ଯାହାର ମନୋରଞ୍ଜକ ରଙ୍ଗିନ୍ ପର୍ଦାରେ ଲକ୍ଷ୍ମୀଙ୍କ ଆବିର୍ଭାବ ପରି ଜଗଜ୍ଜନଙ୍କ ମୋହଭଙ୍ଗ କରି କଲ୍ୟାଣକର ହୁଏ, ଯିଏ ଅନେକ ଅନ୍ଵେଷାର ଅଭିଧାନ ସେ ଆମର ଆଜିର ଦୂରଦର୍ଶନ । ସେ ଭରିଦିଏ ଚିତ୍ତଚାଞ୍ଚଲ୍ୟ । ସେ ଆଣିଦିଏ ନବରସର ରସାଳ ଦିବ୍ଯାନୁଭୂତି । ଏ ଯୁଗରେ ଚକ୍ଷୁ ଥାଇ ବି ନଥ‌ିବା ଭୋଗବାଦୀ, ବ୍ୟକ୍ତିବାଦୀ ଧୃତରାଷ୍ଟ୍ରମାନଙ୍କ ସଂଶୟ ସୁଧାର ନିମନ୍ତେ ଏହି ବହୁଲୋକପ୍ରିୟ ଗଣମାଧ୍ୟମ ଦୂରଦର୍ଶନ ଆଜି ସଞ୍ଜୟର ଦୁର୍ବହ ଭୂମିକାର ନିର୍ବାହକ । ଏହାର ଉପଯୋଗିତା ଅନସ୍ବୀକାର୍ଯ୍ୟ ।

ଅନେକ ଉପଭୋଗ୍ୟ ଅବଦାନର ଅଧିକାରୀ ପ୍ରାଜ୍ଞ ମାନବର ଜ୍ଞାନପିପାସା କେବେ ବି ପ୍ରଶମିତ ହେବ ନାହିଁ । ନିତ୍ୟନୂତନ ଆବିଷ୍କାର- ଉଦ୍ଭାବନ ପାଇଁ ସେ ସର୍ବଦା ଗବେଷଣାରତ । ସ୍କଟଲାଣ୍ଡର ଜନ୍ ବେୟଡ଼ ହିଁ ଦୂରଦର୍ଶନର ଜନ୍ମଦାତା । ସେ ୧୯୪୪ ଦେଇଥିଲେ । ଏହି ଦୂରଦର୍ଶନ ଆମ ଆଖୁକୁ କରେ ନିଦହରା, ମନକୁ କରେ ସ୍ୱମ୍ମିଳ, ଭାବନାକୁ କରେ ଭାବୋଦ୍ଦୀପ୍ତ ଏବଂ ଆମ କାମନାବାସନାରେ ଦିଏ ପୂର୍ଣାହୁତି । ପ୍ରଚଳନଧର୍ମୀ ଟେଲିଭିଜନ ବା ଦୂରଦର୍ଶନ କାର୍ଯ୍ୟକ୍ରମ ଭାରତରେ ୧୯୬୫ ମସିହାରେ ଅୟମାରମ୍ଭ ହେଲା । ୧୯୮୧ ମସିହାରେ ଓଡ଼ିଶାର ପ୍ରତି ପୁରପଲ୍ଲୀରେ ଏହାର ପ୍ରଦର୍ଶନ ପ୍ରସାରିତ ହେଲା । ୧୯୮୬ରୁ ୧୯୯୨ ମସିହା ମଧ୍ୟରେ ଓଡ଼ିଶାରେ ଏହାର ଦ୍ୱୈତମୁଖୀ କାର୍ଯ୍ୟଧାରାର ବିକାଶ ସମ୍ଭବ ହେଲା । କୃତ୍ରିମ ଉପଗ୍ରହ ମାଧ୍ୟମରେ ଦୂରଚିତ୍ର, ସମ୍ବାଦମାନ ପ୍ରେରଣ କରାଯାଇ ବିବିଧ ଧରଣର କାର୍ଯ୍ୟକ୍ରମ ୧୯୯୪ ମସିହାରୁ ସଂଚାରିତ ହେଲା ।

ଡିଡି-୧, ଜି-ଟିଭି, ଇ-ଟିଭି, ଷ୍ଟାର-ଟିଭି, ଡିସ୍କଭରୀ, ଡିଡି-ସ୍ପୋର୍ଟସ୍, କଲର୍ସ, ଆସ୍ଥା, ଆଜ୍‌ତକ୍ ଇତ୍ୟାଦି ଏକାଧ୍ଵ ଚାନେଲ ଦୂରଦର୍ଶନ ଜରିଆରେ ଜନରୁଚିକୁ ଗୁରୁତ୍ୱ ଦେଇ ଏକ ବିଦ୍ୟୁତ୍ ଓ ବ୍ୟାଟେରୀ ଉଭୟରେ ଚଳମାନ ହୋଇ ଉଠୁଥ‌ିବା ଦୂରଦର୍ଶନ ଇଲେକ୍ଟ୍ରୋନିକ୍‌ ବା ତଡ଼ିତ୍ ଅଣୁର ଏକ ରୂପଗ୍ରାହୀ ବେତାର ଯନ୍ତ୍ର । ଏଥରେ ଉପଲବ୍ଧ ଧ୍ଵନି ଓ ରୂପର ପ୍ରତିଫଳନ ତେଜସ୍କ୍ରିୟ ଶକ୍ତି ସାହାଯ୍ୟରେ ହିଁ ସମ୍ଭବ ହୋଇଥାଏ । ଟିଭି ‘କେନ୍ଦ୍ରର ଟିଭି ଟାୱାର ଯୋଗୁଁ ଦୂରଦର୍ଶନର ସମସ୍ତ କାରସାଦି ସମ୍ଭବପର ହୋଇଥାଏ । ସୁଦୃଶ୍ୟ ପ୍ଲାଷ୍ଟିକ୍ କଳେବର ବିଶିଷ୍ଟ ଦୂରଦର୍ଶନର କାଚଫଳକ ଉପରେ ରୁପେଲି ଚିତ୍ର କ୍ରମଶଃ ନିଷ୍ପ୍ରଭ ହେବା ସହିତ ଆକର୍ଷଣୀୟ ଅଜ୍ବଳ ରଙ୍ଗିନ୍ ଦୃଶ୍ୟପଟ୍ଟର ରୂପବିଭା ପରମ ପରିତୃପ୍ତି ଆଣିଦେଉଛି ।

ଏହା ବ୍ୟକ୍ତିର ବ୍ୟକ୍ତିତ୍ଵକୁ ବିସ୍ତାରିତ କରେ, ବିଶ୍ଵର ବିଶାଳତ୍ୱକୁ ନ୍ୟୁନ କରିଦିଏ, ଦୂରତାର ବ୍ୟବଧାନକୁ ଦୂରେଇ ଦିଏ, ମାନବୀୟ ସଂପ୍ରୀତି ଓ ସଦ୍‌ଭାବ ପ୍ରତିଷ୍ଠା କରେ ଏବଂ ସର୍ବୋପରି ଆନନ୍ଦଦାନର ଯାଦୁମନ୍ତ୍ର ବଳରେ ଚିତ୍ତବିନୋଦନ ବି କରେ । ଜ୍ଞାନର ଆହରଣ, ବିତରଣ ଏବଂ ଯଥୋଚିତ ପ୍ରୟୋଗ କରି ନିରକ୍ଷର ଜନତାର ସଖା ସାଜି ଏହା ଶିକ୍ଷାଦାନ କରେ । ସତ୍ୟର ସନ୍ଧାନ, ବିଷୟରେ ଦିବ୍ୟଗୁରୁ ଭାବରେ ଦିଗ୍‌ଦର୍ଶନ ଦେଇପାରେ ।

ୟୁ.ଜି.ସି. କାର୍ଯ୍ୟକ୍ରମ, ଇଗ୍‌ନଉ ନେଟ୍ବାର୍କ କାର୍ଯ୍ୟକ୍ରମ, ଆଞ୍ଚଳିକ ଭାଷାରେ ଯୁବ କାର୍ଯ୍ୟକ୍ରମ, ଜନଶିକ୍ଷା ଓ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ, ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ, କୃଷିଶିକ୍ଷା, ସ୍ବାସ୍ଥ୍ୟଶିକ୍ଷା, ଧର୍ମନୀତି ଆଦି ଶିକ୍ଷା ଓ ସଂସ୍କୃତିମୂଳକ କାର୍ଯ୍ୟକ୍ରମ ଏଥରେ ଉପଲବ୍ଧ ହୁଏ । ରାମାୟଣ, ମହାଭାରତ, ଶିବଚରିତ ଆଦି ପୌରାଣିକ ଏବଂ ଝାନ୍ସୀ ରାଣୀ, ଚନ୍ଦ୍ରଗୁପ୍ତ, ଶୋଭା ସୋମନାଥ କୀ ଆଦି ଐତିହାସିକ ସିରିଏଲ୍‌ ପ୍ରଚାରିତ ଓ ପ୍ରସାରିତ କରି ଦୂରଦର୍ଶନ ଆମର ଧାର୍ମିକ ଏବଂ ଐତିହ୍ୟ ପ୍ରୀତିକୁ ଜୀବନ୍ୟାସ ଦେଇପାରିଛି । ହେଉଛି । ତେଣୁ ଏଥ‌ିରେ ସ୍ୱପ୍ନ ଅଛି, ସମ୍ଭାବନା ଅଛି; ପୁଣି ଦୁଃଖ ଅଛି, ଦୁର୍ଭାବନା ବି ଅଛି ।

ଏଥରେ ସୁନ୍ଦରୀ ସୌମ୍ୟଦର୍ଶନା କ୍ରୀଡ଼ନକ ଓ ପଣ୍ୟଦ୍ରବ୍ୟ ! ଟିଭିରେ ବହୁଳଭାବେ ପ୍ରଦର୍ଶିତ ଓ ପ୍ରଚାରିତ କ୍ରିକେଟ୍ ଖେଳ ଏକ ଦୁରାରୋଗ୍ୟ ବ୍ୟାଧ ସାଜି ଆମର ଅନେକ ଶ୍ରମଦିବସକୁ ନଷ୍ଟକରେ । ଏହାରି ପାଇଁ ଆମ ଯୁବସଂପ୍ରଦାୟ ଉତ୍‌ଶୃଙ୍ଖଳିତ ଉଦ୍‌ଭ୍ରାନ୍ତ ହୁଅନ୍ତି । ଏହାରି ପାଇଁ କେତେ ସୁତରାଂ, ସୁନାମିର ମହାପ୍ରଳୟ ହେଉ ବା ରଣପ୍ରାନ୍ତରର ନାରକୀୟ ରକ୍ତାକ୍ତ ଲୀଳା ହେଉ, ବିଜ୍ଞାନୀର ବିଜ୍ଞ ଆବିଷ୍କାର ହେଉ ଅଥବା ବିଶ୍ବମାଧୁର୍ଯ୍ୟର ଐଶ୍ବର୍ଯ୍ୟ ପସରା ହେଉ; ଶିକ୍ଷା, ସଂସ୍କୃତି ଓ କଳାଭାସ୍କର୍ଯ୍ୟ, ନୃତ୍ୟ-କ୍ରୀଡ଼ା ଆଦି ପ୍ରତିଟି କ୍ଷେତ୍ରର ବାସ୍ତବ ଚିତ୍ର ପ୍ରତିଫଳନ କରାଇବାରେ ଦୂରଦର୍ଶନର ଅବଦାନ ଅନସ୍ବୀକାର୍ଯ୍ୟ । ଦୂରଦର୍ଶନର ମାର୍ଜିତ କାର୍ଯ୍ୟକ୍ରମ ଆମ ମନୋପ୍ରାଣରେ ଉଲ୍ଲାସର ତରଙ୍ଗ ଖେଳାଇ ଦେଉ । ତା’ରି ପାଇଁ ଆମ ସଂକୀର୍ଣ୍ଣ ଦୃଷ୍ଟିକୋଣ ସଂପ୍ରସାରିତ ହେଉ ।

CHSE Odisha Class 11 Odia Grammar ପତ୍ରଲିଖନ ଓ ଦରଖାସ୍ତ

Odisha State Board CHSE Odisha Class 11 Odia Solutions Grammar ପତ୍ରଲିଖନ ଓ ଦରଖାସ୍ତ Exercise Questions and Answers.

CHSE Odisha Class 11 Odia Grammar ପତ୍ରଲିଖନ ଓ ଦରଖାସ୍ତ

ପତ୍ରଲିଖନ ସମ୍ପର୍କରେ
ସାମାଜିକ, ସାଂସ୍କୃତିକ, ପାରିବାରିକ, ଆଫିସିକ, ପ୍ରଶାସନିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଜୀବନ ସ୍ତରରେ ଭାବବିନିମୟର ଅନ୍ୟତମ ଲିଖ ମାଧ୍ୟମ ହେଉଛି ପତ୍ର । ପତ୍ରଲିଖନଦ୍ୱାରା ପ୍ରେରକ ପ୍ରାପକ ଉଦ୍ଦେଶ୍ୟରେ ନିଜର କଥ୍ତବ୍ୟକୁ ସହଜ, ସରଳ ଓ ଗୋପନର ସହିତ ଲେଖୁ ବୁଝାଇ ଜଣାଇ ପାରିଥାଏ । ପତ୍ରଲିଖନ ବିଷୟକୁ ଆମ ଭାଷାରେ ଚିଟାଉ, ବାର୍ତ୍ତା, ଚିଠି, ସନ୍ଦେଶ, ସମ୍ବାଦ ଆଦି ଲିଖ୍ ପ୍ରେରଣ ଚିଠାଭାବରେ ଗ୍ରହଣ କରାଯାଏ । ଦୂତ ହାତରେ, ପାରା ଗଳାରେ, ଘୋଡ଼ାପିଠିରେ ବୁହାଯାଉଥିବା, ପ୍ରେରଣ କରାଯାଉଥିବା ପତ୍ର ଇଟାଲୀ, ଫ୍ରାନ୍ସ, ଇଂଲଣ୍ଡ ଦେଇ ଆମ ଦେଶରେ ଓ ଆମ ରାଜ୍ୟରେ ଡାକବିଭାଗଦ୍ବାରା ୧୮୫୦ ମସିହା ପରେ ବିଜ୍ଞାନସମ୍ମତ ଓ ସରକାରୀସମ୍ମତ ହୋଇ ପ୍ରଚଳିତ ହେଲା । ପତ୍ର ପ୍ରେରଣ ଏକ ଡାକୁଆ ସେବାରେ ରୂପାନ୍ତରିତ ହେଲା । ପତ୍ର ଏହି ମର୍ମରେ ହେଉଛି– ‘ଏକ ଲିଖ୍ ସମ୍ବାଦ; ଯାହା ଜଣେ ବ୍ୟକ୍ତି ବା ଅନୁଷ୍ଠାନଠାରୁ ଅନ୍ୟ ନିକଟକୁ ବକ୍ତବ୍ୟ, ମନ୍ତବ୍ୟ, ତଥ୍ୟ ପ୍ରେରଣ, ଖବର ପ୍ରଦାନ, ଅଭିମତ ଲିଖନ, ଭାବନା ଓ ସମସ୍ୟା ଅବଗତିକରଣ ପାଇଁ ପ୍ରେରଣ କରାଯାଇଥାଏ ।

ପତ୍ରର ପରିସର ବ୍ୟକ୍ତିଗତ ଦୁଃଖସୁଖଠାରୁ ଆରମ୍ଭକରି ଜାତୀୟ ସମସ୍ୟା, ସରକାରୀ ଘୋଷଣା, ବ୍ୟବସାୟିକ ବୁଝାମଣା ପର୍ଯ୍ୟନ୍ତ ସକଳ ଜୀବନ ଓ ସମାଜଧାରାର ଅବସ୍ଥା ସହିତ ସଂପୃକ୍ତ । ପତ୍ରରୁ ସମାଜ, ସମୟ, ମୂଲ୍ୟବୋଧ ଓ ସମସ୍ୟାର ଚିତ୍ର ମଧ୍ୟ ମିଳିଥାଏ । ମହାନ୍ ବ୍ୟକ୍ତିମାନଙ୍କ ପତ୍ର ସାର୍ବକାଳୀନ ମଣିଷ ସଭ୍ୟତାର ସମ୍ପଦ ଓ ପ୍ରେରଣା ହୋଇଉଠେ । ପୂରଣ କରି ନୂତନ ଚିନ୍ତାଧାରାର ମାର୍ଗ ବି ଖୋଲିଦିଏ । ତେଣୁ ପତ୍ର ଲେଖୁବା ଏକ କଳା, ଏକ ଯୁକ୍ତି, ଏକ ବିଜ୍ଞାନସମ୍ମତ ବର୍ଣ୍ଣନାର ସାରଲ୍ୟ, ଭାଷାର ସ୍ପଷ୍ଟତା ଓ ବୋଧଗମ୍ୟ ପ୍ରୀତିକର ଅର୍ଥଦ୍ୟୋତନା, ଗଠନରେ ଠିକଣା, ତାରିଖ, ସ୍ଥାନ, କାଳ, ପାତ୍ର ଓ ପୂର୍ଣ ବିବରଣୀ ପରିଷ୍କାର ଭାବରେ ପ୍ରଦାନ, ପ୍ରାପକ ଓ ପ୍ରେରକର ପରିଚିତି ଇତ୍ୟାଦି ଉତ୍ତମ ପତ୍ରର ଲବଣ |

ଆମେ ସାଧାରଣ ଜୀବନରେ ବ୍ୟବହାର କରୁଥିବା, ସମ୍ପର୍କରେ ଆସୁଥିବା ପତ୍ରଲିଖନ କଳାକୁ ମୁଖ୍ୟତଃ ବ୍ୟକ୍ତିଗତ | ଘରୋଇ ପତ୍ର, ଆବେଦନ ପତ୍ର, ଆଫିସିକ ପତ୍ର, ବାଣିଜ୍ୟିକ ପତ୍ର, ନିମନ୍ତ୍ରଣ ପତ୍ର ଓ ସମ୍ବାଦଧର୍ମୀ ପତ୍ର ଭାବରେ ୫ ବ୍ୟକ୍ତିଗତ ପତ୍ରରେ ପ୍ରେରକ ଓ ପ୍ରାପକ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ, ସମ୍ବୋଧନ, ଶ୍ରଦ୍ଧା ଓ ଭକ୍ତିବୋଧ, ଆନ୍ତରିକତା, ପରିସମାପ୍ତିରେ ସମ୍ବନ୍ଧସୂଚକ ଇତି ଓ ବିଷୟ ବର୍ଣ୍ଣନାରେ ଆତ୍ମକତାର ସ୍ବାଦ ରହିବା ଉଚିତ । ଇଷ୍ଟ ସ୍ମରଣ, ବ୍ୟକ୍ତିଗତ ସଶ୍ରଦ୍ଧାର ହୁଏ । ଆବେଦନ ପତ୍ର ସମ୍ପୂର୍ଣ୍ଣ ଆନୁଷ୍ଠାନିକ । ଏହା ଘରୋଇ ସୁଖଦୁଃଖର ଚିତ୍ର ବହନ କରିନଥାଏ ।

ସରକାରୀ କିମ୍ବା ବେସରକାରୀ ସଂସ୍ଥାର ଅଧିକାରୀମାନଙ୍କ ପାଖକୁ ଲେଖାଯାଏ । ସରକାରୀ ସମସ୍ୟା, ଆଫିସିକ ସ୍ତରରେ ଅଫିସର- କର୍ମଚାରୀ -ଆଫିସିକ କର୍ତ୍ତୃପକ୍ଷଙ୍କ ଭିତରେ ସମସ୍ୟା ସମାଧାନ ଓ ତଥ୍ୟପ୍ରେରଣ ନିମନ୍ତେ ପରସ୍ପର ମଧ୍ୟରେ ଯୋଗାଯୋଗପାଇଁ ସରକାରୀ ପତ୍ର ଓ ଅର୍ଦ୍ଧସରକାରୀ ପତ୍ର ଲେଖାଯାଇଥାଏ । ଏଧରଣର ପତ୍ରରେ ପତ୍ରାଙ୍କ, ଦିନାଙ୍କ, ବିଷୟ, ପ୍ରେରକର ଲେଖାଯାଇଥାଏ । ବାଣିଜ୍ୟିକ ପତ୍ରରେ ପୁତ୍ରର ଆରମ୍ଭରେ ପ୍ରେରକର ନାମ, ଠିକଣା, ପଦବୀ, ପତ୍ରର ମଧ୍ୟରେ ପ୍ରାପକର ନାମ, ପଦବୀ, ଠିକଣା, ପତ୍ରର ଆରମ୍ଭରେ ପତ୍ରାଙ୍କ ନମ୍ବର, ତାରିଖ, ସହାୟକ ନମୁନା ଓ ବିଷୟବସ୍ତୁର ସଂକ୍ଷିପ୍ତ ସୂଚନା ଲେଖାଯାଇ

ବିଷୟାନୁସାରୀ ବିବରଣୀ ପ୍ରସଙ୍ଗକ୍ରମେ ଲେଖାଯାଏ । ଶେଷରେ ପ୍ରାପକଙ୍କ ପ୍ରତି ସମ୍ମାନ ଭାବ, ବିଶ୍ବସ୍ତ ଭାବ, ମାନ୍ୟଭାବ ରହି ପ୍ରେରକର ନିଜସ୍ଵ ସ୍ବାକ୍ଷର ଓ ମୋହର ରହିଥାଏ । ଏ ଧରଣର ପତ୍ର ବ୍ୟବସାୟ ପରିଚାଳନା ସହିତ ସଂଶ୍ଳିଷ୍ଟ । ସଂଚାର ପ୍ରକ୍ରିୟାରେ ‘ଇ-ମେଲ୍‌’ ହୋଇପାରୁଛି । ପତ୍ର ପ୍ରସଙ୍ଗର ଆଶୁପ୍ରେରଣ ନିମନ୍ତେ ଇ-ମେଲ୍ ବିଧାନ ଆମ ବିଜ୍ଞାନସମ୍ମତ ଜୀବନର ମାନକ ପ୍ରମାଣ ହୋଇପଡ଼ିଛି । ଇ-ମେଲ୍‌ରେ ଚିଠି ସଂକ୍ଷିପ୍ତ ହେବା ଓ ମେଲ୍ ନମ୍ବର ଖାତ ଜରୁରୀ ଅଟେ । ପ୍ରଥମେ ଇ-ମେଲ୍ ଫାଇଲ୍ ନାମ, ବିଷୟ, ପ୍ରାପକ, ପ୍ରାପକଙ୍କ ଇ-ମେଲ ଫାଇଲ୍ ନାମ ଓ ନମ୍ବର ଏବଂ ପ୍ରସଙ୍ଗ କ୍ରମାନ୍ୱୟରେ ଏ ପ୍ରକାର ପତ୍ରରେ ରହି କମ୍ପ୍ୟୁଟର ମାଧ୍ୟମରେ ଇଣ୍ଟରନେଟ୍ ଜରିଆରେ ପ୍ରେରଣ ହୋଇଥାଏ ।

ନିମନ୍ତ୍ରଣ ପତ୍ର ଓ ଶୋକସମ୍ବାଦ ଆମ ପରମ୍ପରା ଓ ସଂସ୍କୃତିର ପ୍ରତୀକଭାବରେ ପ୍ରସ୍ତୁତ କରାଯାଇଥାଏ । ଭୋଜି, ସାଂସ୍କୃତିକ ଉତ୍ସବ ପାଳନ, ବିବାହ ବ୍ରତାଦି ପାରମ୍ପରିକ ବିଧାନ, ଜନ୍ମ-ମୃତ୍ୟୁ ଇତ୍ୟାଦି ଘଟଣାରେ ପ୍ରିୟଜନମାନଙ୍କୁ ଯୋଗ ଏହି ମର୍ମରେ ବିଦ୍ୟାର୍ଥୀଙ୍କ ଅବଗତି ଓ ପ୍ରସ୍ତୁତି ନିମନ୍ତେ ପ୍ରଶ୍ନୋତ୍ତର ଭିଭିରେ ପତ୍ରଲିଖନ କଳାର ନମୁନା ଜଣାଇବାକୁ ଯାଇ କେତୋଟି ବିଷୟ ଉପରେ ‘ପତ୍ରଲିଖନ’ କରାଯାଉଛି ।

CHSE Odisha Class 11 Odia Grammar ପପତ୍ରଲିଖନ ଓ ଦରଖାସ୍ତ

ପତ୍ତଳିଖନ :

୧ । ତୁମ ଜନ୍ମଦିନ ଉତ୍ସବରେ ଯୋଗଦାନ ନିମନ୍ତେ ଅନ୍ତରଙ୍ଗ ବନ୍ଧୁଙ୍କ ନିକଟକୁ ଏକ ପତ୍ର ଲେଖ ।
ବରପାଳି
୨୬ ନଭେମ୍ବର, ୨୦୧୬

ଥନ୍ତିରଲଂ ବନ୍ଧୁ ସୁଧାଣ୍ଡ,
ମୋର ଆନ୍ତରିକ ଶୁଭେଚ୍ଛା ନେବୁ । ମଉସା ଓ ଲିଖୁଭାଇଙ୍କୁ ମୋର ନମସ୍କାର ଜଣାଇଦେବୁ । ମାମାକୁ ମୋର ହୃଦୟର ସ୍ନେହ ଜଣାଇବୁ । ଅନେକ ଦିନ ହେଲା ତୋର ପତ୍ରକୁ ଅପେକ୍ଷା କରି ବସିଥିବାବେଳେ ଗତକାଲି ତାହା ପ୍ରାପ୍ତ ହେବାପରେ ମୁଁ ବହୁତ ଆନନ୍ଦିତ । ତୁ ଜାଣି ଖୁସିହେବୁ ଯେ ଆସନ୍ତା ଡିସେମ୍ବର ମାସ ୧୬ ତାରିଖ ଦିନ ମୋର ପଞ୍ଚଦଶତମ ଜନ୍ମଦିନ ପାଳିତ ହେବ । ଏହି ଅବସରରେ ସମସ୍ତ ଦୂର ଓ ନିକଟ ବନ୍ଧୁ ତଥା ଆତ୍ମୀୟ ସୃଜନମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ତୋର ଏଠାରେ ଉପସ୍ଥିତି ମୋ ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ । ଜନ୍ମଦିନ ପାଳନ ଅବସରରେ ସେଦିନ ସନ୍ଧ୍ୟାରେ ଏକ ଭଜନ ସନ୍ଧ୍ୟା ଓ କରିବେ ।

ପିଠାପଣା ସହିତ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଛି । ପାଶ୍ଚାତ୍ୟ ଶୈଳୀକୁ ସମ୍ପୂର୍ଣ୍ଣ ପରିହାର କରି ଆମ ନିଜସ୍ଵ ସଂସ୍କୃତି ଅନୁସାରେ ଏହି ଉତ୍ସବକୁ ବେଶ୍ ଆଡ଼ମ୍ବର ସହକାରରେ ପାଳନ କରାଯିବ । ମଉସାଙ୍କୁ ସଙ୍ଗରେ ଧରି ତୁ ନିଶ୍ଚୟ ୧୫ ତାରିଖ ଦିନ ଆମ ଘରେ ପହଞ୍ଚୁ । ମାମା ଆସିବା ମଧ୍ୟ ଖୁବ୍ ଗୁରୁତ୍ଵପୂର୍ଣ୍ଣ । ତୁ ଏଠାକୁ ଆସିବାପରେ ଆମେ ସମସ୍ତେ ମିଳିମିଶି ମା ସମଲେଶ୍ବରୀଙ୍କୁ ଦର୍ଶନ କରିବାକୁ ଯିବା । ଦଶମ ପରୀକ୍ଷା ଶେଷ ହେବା ପରେ ମୁଁ ମଧ୍ୟ ତମ ଘରକୁ ଯିବି । ମୋର ଏହି ପତ୍ରକୁ ନିମନ୍ତ୍ରଣ ମନେକରି ନିଶ୍ଚୟ ଆସିବୁ । ତୁ ଆସିବା ପରେ ଅନେକ ପୁରୁଣା କଥା ସବୁ ଆଲୋଚନା କରିବା । ଆଜିପାଇଁ ଏତିକିରେ ରହୁଛି ।

। ଇତି ।
ତୋର ବହୁ
ଅମିତ

CHSE Odisha Class 11 Odia Grammar Img 1

୨ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ଯୋଗଦେବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ପିତାଙ୍କ ନିକଟକୁ ପତ୍ର ଲେଖ ।

ଣହାଦନଗର ଭଲ ବିଦପାଳମ୍ନ, ରୁବନେଶ୍ଵର
୨୪ ଜୁଲାଇ ୨୦୧୬

ପରମ ପୂଜାସ୍ପଦ ବାପା,
ମୋର ଭକ୍ତିପୂତ ପ୍ରଣାମ ଗ୍ରହଣ କରିବେ । ମାଆଙ୍କୁ ମୋର ପ୍ରଣାମ ଜଣାଇଦେବେ । ମୁନିକୁ ମୋର ସ୍ନେହାଶୀର୍ବାଦ । ଗତକାଲି ଆପଣଙ୍କ ପତ୍ର ପ୍ରାପ୍ତ ହୋଇ ଘର କଥା ଜାଣିବାକୁ ପାଇଲି । ଏକ ବିଶେଷ ଆବଶ୍ୟକତା ନିମନ୍ତେ ଆପଣଙ୍କ ଅନୁମତି ଲୋଡ଼ି ଏ ପତ୍ର ଲେଖୁଛି । ସେବା ଶିକ୍ଷା ଦେବା ନିମନ୍ତେ ସରକାର ବାଳଚର ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପ୍ରଚଳନ କରାଇଛନ୍ତି । ଏଣୁ ମୁଁ ଆମ ବିଦ୍ୟାଳୟରେ ଥ‌ିବା ଏନ୍.ସି.ସି.ରେ କାର୍ଯ୍ୟ କରିବାକୁ ଇଚ୍ଛା କରୁଛି । ଏହାର କାରଣ ହେଉଛି ଏହି ପ୍ରଶିକ୍ଷଣ ମାଧ୍ୟମରେ ଶୃଙ୍ଖଳାବୋଧ ଓ ଦେଶାତ୍ମବୋଧ ଚେତନା ବୃଦ୍ଧି ପାଇଥାଏ ।

ଏହା ସହିତ ଉଚ୍ଚତର ଅଧ୍ୟୟନ କ୍ଷେତ୍ରରେ ଏବଂ ସରକାରୀ ଚାକିରୀ କ୍ଷେତ୍ରରେ ଏହି ମୁଁ ଆମ ବିଦ୍ୟାଳୟର ଏନ୍.ସି.ସି. ପ୍ରଶିକ୍ଷକଙ୍କ ଅନୁମତି ପ୍ରାପ୍ତ ହୋଇସାରିଛି । ଆପଣଙ୍କ ଅନୁମତି ପ୍ରାପ୍ତ ହେବା ପରେ ମୁଁ ଆବଶ୍ୟକ ଦେୟ ପୈଠ କରିବା ସହିତ ଏହି ସଂସ୍ଥାରେ ନାମ ଲେଖାଇବି । ବିଦ୍ୟାଳୟର ଶିକ୍ଷାଦାନ ବାହାର ସମୟରେ ଏହି ବିଷୟ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ଥ‌ିବାରୁ ମୋର ଶିକ୍ଷାଲାଭ କ୍ଷେତ୍ରରେ ଏହା କୌଣସି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ । ବିଶ୍ଵାସ । ଅନ୍ୟ ସମସ୍ତ ବିଷୟ ପରେ ଜଣାଇବି । ଆପଣଙ୍କ ଅନୁମତି ଅପେକ୍ଷାରେ –

। ଇତି ।
ଆପଣଙ୍କ ସ୍ନେହାଧୀନ ପୁତ୍ର
ରିକୁ

CHSE Odisha Class 11 Odia Grammar Img 2

୩। ତୁମ ସାନଭଉଣୀର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଅନୁରୋଧ ଜଣାଇ ସାଙ୍ଗ ନିକଟକୁ ପତ୍ର ଲେଖ ।

ବିରଜା ରୋଡ୍
ତା ୭୩ ୨୦୧୬

ପ୍ରିୟ ସୁରେଶ,
ମୋର ଶୁଭେଚ୍ଛା ଗ୍ରହଣ କରିବ । ମଉସା, ମାଉସୀ ଓ ଅନ୍ୟାନ୍ୟ ଗୁରୁଜନମାନଙ୍କୁ ମୋର ଭକ୍ତିପୂତ ପ୍ରଣତି ଜଣାଇଦେବ । ମୋର ଲେଖୁବାର କାରଣ ଏହିକି ଯେ ଆମ ଝୁନାର ବାହାଘର ସ୍ଥିର ହୋଇଯାଇଛି । ମାର୍ଚ୍ଚ ୧୭ ତାରିଖରେ ଆଉ ମାତ୍ର ୧୦ ଦିନ ପରେ ଅନୁଷ୍ଠିତ ହେବ । ବାପା ଓ ମମି ଏ ବାବଦରେ ମଉସା ଓ ମାଉସୀଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା ହୋଇ ସାରିଛନ୍ତି । ତୁମକୁ ମୋର କହିବା କଥା ହେଉଛି ତୁମେ ତାଙ୍କ ସହିତ ନିଶ୍ଚୟ ଆମ ଘରକୁ ଆସି ବିବାହ କାର୍ଯ୍ୟରେ ସାହାଯ୍ୟ କରିବ । ମୁଁ ଜାଣେ ଯେ ପରୀକ୍ଷା ନିକଟ ହେଲାଣି; ନିଶ୍ଚୟ ଅସୁବିଧା ହେବ । ତେବେ ତୁମେ ନ ଆସିଲେ ମନ ଆଦୌ ଭଲ ଲାଗିବ ନାହିଁ । ଝୁନା ମୋତେ ବାରମ୍ବାର ତାଗିଦ୍ କରିଛି । ତା’ର ଯୁକ୍ତି ସୁରେଶ ଭାଇ ଯଦି ନ ଆସିବେ ତେବେ ମୁଁ ଜାଣିବି ମୁଁ ତାଙ୍କର ଭଉଣୀ ନୁହେଁ, ସେ ମୋତେ ମିଛରେ ଭଣ୍ଡାଉଥିଲେ । ବହୁତ କାର୍ଯ୍ୟ ଅଛି । ବର୍ତ୍ତମାନ ମୁଁ ଆଉ ବିଶେଷ ଲେଖୁନି । ତୁମେ ଆସିଲେ ସବୁ ରହିଛି ।

। ଇତି ।
ତୁମର ପ୍ରିୟ ସାଙ୍ଗ
ରତିକାନ୍ତ୍ର

CHSE Odisha Class 11 Odia Grammar Img 3

୪। ମାତୃ ବିୟୋଗ ଘଟିଥିବା ଜନୈକ ବନ୍ଧୁଙ୍କ ନିକଟକୁ ଏକ ସାନ୍ତନାମୂଳକ ପତ୍ର ଲେଖ ।

ତା ୨୪ ଅକ୍ଟୋବର, ୨୦୧୬
କୋଟପାଡ଼, କୋରାପ୍ଟଟ

ପ୍ରିୟ ସାଗର,
ମୋର ଶୁଭେଚ୍ଛା ଜାଣିବୁ । ମଉସା ଓ ଅନ୍ୟ ଗୁରୁଜନମାନଙ୍କୁ ମୋର ପ୍ରଣାମ । ସାନମାନଙ୍କୁ ସ୍ନେହ । ବିନୋଦ ପାଖରୁ ଭୋର ଦୁଃଖଦ ସମ୍ବାଦ ଶ୍ମଶିଲା ପରଠାରୁ ମୁଁ ଏବଂ ପରିବାରେ ଲୋକମାନେ ପ୍ରଞ୍ଚ ଓ ସ୍ବିକ୍ମାଣ ହୋଲଯାଲଛ | ମାଇପାର ମତ୍ୟୁ ଖବର ମୋ ପାଇଁ ବିନା ମେଘେ ବଜ୍ରପାତ ତୁଲ୍ୟ ଥିଲା । ସେ ଯେ ଆଉ ଇହ ଜଗତରେ ନାହାଁନ୍ତି ଏହା ମୁଁ ବିଶ୍ବାସ କରିପାରୁନି ।

ଆମ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ସେ ଯେ ଚାଲିଯିବେ, ଏକଥା କିଏ ବା କଳ୍ପନା କରିଥିଲା । ସତରେ ବିଧାତାଙ୍କ ବିଧାନ ବଡ଼ ବିଚିତ୍ର । ମାଉସୀଙ୍କ ପରି ସ୍ନେହଶୀଳା, ଧର୍ମପ୍ରାଣା ଓ ଆଦର୍ଶ ସ୍ଥାନୀୟା ମହିଳା ଏ ସଂସାରରେ ବିରଳ । ତାଙ୍କର ବିୟୋଗ କେବଳ ତମ ପରିବାର ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ସହାସ୍ୟ ବଦନ, ମଧୁର ଓ ରସସିକ୍ତ ବଚନ ଏବେ ମଧ୍ୟ ଆଖୁ ସାମ୍ନାରେ ନାଚି ଉଠୁଛି । ତୋର ବନ୍ଧୁ ଭାବରେ ମୁଁ ତାଙ୍କଠାରୁ ଯେଉଁ ଅକପଟ ସ୍ନେହ ପାଇଛି, ଯେଉଁ ଅପତ୍ୟବୋଧ ଲାଭ କରିଛି, ତାହା ଚିରଦିନ ମୋ ହୃଦୟରେ ଜୀବନ୍ତ ହୋଇ ରହିବ । ମୁଁ ଜାଣେ ଜଣେ ଅନୁଭବୀ ହିଁ ମାତୃ- ବିୟୋଗର ଦୁଃଖକୁ ଜାଣିପାରିବ । ଏ ଶୂନ୍ୟତା ଏ ଅଭାବବୋଧ କେବଳ ତୋର ନୁହେଁ ଆମ ସମସ୍ତଙ୍କର । ଭବିତବ୍ୟ ଯାହା ତାହା ଅବଶ୍ୟ ଘଟିବ । କେହି ଏହାକୁ ଅମାନ୍ୟ କରିପାରିବେ ନାହିଁ । ମାଉସୀଙ୍କ ଅଧୁରା ସ୍ଵପ୍ନକୁ ତୋତେ ପୂରଣ କରିବାକୁ ହେବ । ଏହାହିଁ ତାଙ୍କ ପ୍ରତି ତୋର ଶ୍ରେଷ୍ଠ ଉପହାର । ପରିବାରର ଜ୍ୟେଷ୍ଠ ସନ୍ତାନ ଭାବରେ ଏହି ଦୁଃଖଦ ପରିସ୍ଥିତିର ମୁକାବିଲା କରିବା

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ । ମାଆଙ୍କର ଆତ୍ମା ସ୍ଵର୍ଗରେ ଶାନ୍ତିରେ ରହୁ । ସେହିଠାରୁ ସେ ତାଙ୍କ ଆଶୀର୍ବାଦର ଅଭୟ ହାତ ତୋ ମୁଣ୍ଡରେ ରଖି’ନ୍ତୁ । ଏତିକି ମୁଁ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଛି । ମୁଁ ତୁମ ଘରକୁ ଗଲେ ମୋ ସହିତ ଏଠାକୁ ନେଇ ଆସିବି । ବର୍ତ୍ତମାନ ପାଇଁ ରହୁଛି । ଅନ୍ୟସବୁ ସାକ୍ଷାତ୍‌ରେ ।

। ଇତି ।
ତୋର ବନ୍ଧୁ ବିବେକ

CHSE Odisha Class 11 Odia Grammar Img 4

CHSE Odisha Class 11 Odia Grammar ପପତ୍ରଲିଖନ ଓ ଦରଖାସ୍ତ

୫। ତୁମେ ପଢ଼ୁଥ‌ିବା ବିଦ୍ୟାଳୟର କେତେକ ସମସ୍ୟା ସମ୍ପର୍କରେ ଜଣାଇ ପିତାଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖ ।

ରେଭେନ୍ସା କଲେଜିଏଟ ସ୍କୁଲ
୧୦ ଅକ୍ଟୋବର, ୨୦୧୬

ପୂଜାଧାର ବାପା,
ମୋର ପ୍ରଣାମ ନେବେ । ମାଆଙ୍କୁ ଓ ସାଆନ୍ତବାପାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇବେ । ଆପଣଙ୍କ ପ୍ରେରିତ ପତ୍ର ମୁଁ ପାଇଛି । ଆମ ବିଦ୍ୟାଳୟର ପଢ଼ାପଢ଼ି ତଥା ଅନ୍ୟାନ୍ୟ ଖବର ଜାଣିବାପାଇଁ ଆପଣ ଲେଖୁଛନ୍ତି । ମୁଁ ସେ ବିଷୟରେ ଲେଖୁଛି । ଆମ ହାଇସ୍କୁଲଟିର ମାଟ୍ରିକ୍ ପରୀକ୍ଷାଫଳ ସମ୍ବନ୍ଧରେ ଯଥେଷ୍ଟ ସୁନାମ ରହିଛି । ଅନେକ ସୁଯୋଗ୍ୟ, ଅଶେଷ ବହୁତ । କିନ୍ତୁ: ଦୁଃଖର କଥା ବାପା, ଗତବର୍ଷ ଆମ ସ୍କୁଲର ବହୁଜନପ୍ରିୟ ପ୍ରଧାନ ଶିକ୍ଷକ ଅବସର ନେଇଛନ୍ତି । ଅଙ୍କ, ବିଜ୍ଞାନ ଓ ଶିକ୍ଷକଙ୍କର ଅଭାବ ରହିଛି । ସ୍କୁଲର ସର୍ବକନିଷ୍ଠ ଜଣେ ସାର୍ ଏବେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟ କରୁଛନ୍ତି । ସ୍କୁଲ ଶୈକ୍ଷିକ ପରିବେଶ ଅତ୍ୟନ୍ତ ବିଶୃଙ୍ଖଳିତ ହୋଇଯାଇଛି । ସ୍କୁଲ କମିଟି ରଖୁବା ଦୁଇଜଣ ନୂଆ ଶିକ୍ଷୟିତ୍ରୀ ଆଦୌ ପଢ଼ାଇ ଖସି ପଡ଼ିଲାଣି । ସ୍କୁଲ ଛାତ୍ରାବାସରେ ପିଲାସଂଖ୍ୟା କମି କମି ୧୬|୧୭ କୁ ଆସିଗଲାଣି । ଏଠାରେ ଖୁଆପିଆ ଓ ପଢ଼ାପଢ଼ିରେ ନାନାଦି ସମସ୍ୟା ସୃଷ୍ଟି ହେଉଛି ।

ତଥାପି ବାପା, ହତୋତ୍ସାହିତ ନ ହୋଇ ଆମେ ଚଳିତବର୍ଷର କେତେଜଣ ଭଲପିଲା ନିଜ ଉଦ୍ୟମରେ ପାଠ୍ୟ-ପ୍ରସ୍ତୁତି ଠିକ୍ ଠିକ୍ ଚଳାଇଛୁ । ଏହି ଶିକ୍ଷାୟତନର ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ମୁଁ ଆସନ୍ତା ମାଟ୍ରିକ୍ ପରୀକ୍ଷାରେ ଭଲ କରିବି ବୋଲି ଆଶା ରଖୁଛି । ସମୟ ପାଇଲେ ଜଣେ ଅଭିଭାବକ ହିସାବରେ ଆପଣ ଏହି ସମସ୍ୟା ସମ୍ବନ୍ଧରେ ଶିକ୍ଷାସଚିବଙ୍କୁ ଲେଖୁ ଜଣାଇବେ । ଚିଠି ପାଇ ଚିଠି ଦେବେ । ଆଶା କରୁଛି ଆପଣ ଓ ଅନ୍ୟମାନଙ୍କ ଦେହ ଭଲଥ । ଇତି ।

ଆପଣଙ୍କର ସ୍ନେହର ଅର୍କତା

CHSE Odisha Class 11 Odia Grammar Img 5

୧ । ସ୍କୁଲ ପଡ଼ିଆରେ ଏକ କ୍ରୀଡ଼ା ପ୍ରତିଯୋଗିତା କରିବା ନିମନ୍ତେ ପ୍ରଧାନଶିକ୍ଷକଙ୍କ ଅନୁମତି ପାଇଁ ଏକ ଦରଖାସ୍ତ ଲେଖ ।
ମାନନାୟ,
ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ, କ୍ଷେତ୍ରମୋହନ ହାଇସ୍କୁଲ, ଶାଳପଡ଼ା
ମଦ୍ରୋଦୟ ………………………………………… ସମାପେଷ୍ଟ
ବିଷୟ – କ୍ରୀଡ଼ା ପ୍ରତିଯୋଗିତା ପାଇଁ ଅନୁମତି ପ୍ରାର୍ଥନା ।
ସମୀପେଷୁ,
ଓ ନବମ ଶ୍ରେଣୀର ଛାତ୍ରମାନଙ୍କ ସହିତ ଏକ ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଆସନ୍ତା କାଲି ଅପରାହ୍ନ ୩ ଘଟିକା ସମୟରେ ଖେଳିବାକୁ ଚାହୁଁଛୁ । ଆମରି ସ୍କୁଲ ପଡ଼ିଆରେ ଖେଳ ହେବ ଏବଂ ଖେଳ ପରିଚାଳନା କରିବାପାଇଁ ଆମ ଖେଳ ଶିକ୍ଷକ ତାଙ୍କର ସଦୟ ସ୍ବୀକୃତି ଦେଇଛନ୍ତି । ଏହି ଖେଳ ହେବାଦ୍ଵାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ବୃଦ୍ଧି ପାଇବ । ଖେଳାଳିମାନେ ନିଜର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ଏବଂ ଖେଳ ଦେଖୁ ଅନ୍ୟ ଛାତ୍ରଛାତ୍ରୀମାନେ ପ୍ରଫୁଲ୍ଲିତ ହୋଇ ଉଠିବେ । ତେଣୁ ବିନୀତ ପ୍ରାର୍ଥନା କରୁକି ଆପଣ ଦୟାପରବଶ ହୋଇ ଏହି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବାପାଇଁ ଆମ୍ଭମାନଙ୍କୁ ଅନୁମତି ପ୍ରଦାନ କଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିର-ଉପକୃତ ହୋଇ ରହିବୁ ।
CHSE Odisha Class 11 Odia Grammar Img 6

୨ । ପାନୀୟ ଜଳ ପାଇଁ ତୁମ ଗ୍ରାମରେ ନଳକୂଅ ଖୋଳାଇବାକୁ ବି.ଡ଼ି.ଓ.ଙ୍କ ନିକଟକୁ ଦରଖାସ୍ତ ଲେଖ ।
ପ୍ମାନନାସ୍
ଶ୍ରୀଯୁକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ, ରଣପୁର
ମହୋଦୟ …………………………………………………. ସମୀପେଷୁ ।
(ବୃନ୍ଦାବନପୁର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଜରିଆରେ)
ବିଶପ୍ – ନଲକୁପ ଖୋଲାଲବାପାଇଁ ପ୍ତାଥନା |
ମଦ୍ରାଶସ୍,

ବିନମ୍ରତାର ସହିତ ଆମ୍ଭେ ସା: – ବ୍ରଜସୁନ୍ଦରପୁର, ପୋ:- ପିମ୍ପଲ, ଜି:- ନୟାଗଡ଼ର ଗ୍ରାମବାସୀବୃନ୍ଦ ନିମ୍ନଲିଖ୍ ବିଷୟ ପ୍ରତି ଆପଣଙ୍କର ଦଯାତ୍ର ଦ୍ୱଯ ଆକ୍ଷଣ କରୁଅଛି |

ଦୁଃଖ ଓ ପରିତାପର ବିଷୟ, ସ୍ବାଧୀନତାର ଦୀର୍ଘ ଅର୍ଦ୍ଧଶତାବ୍ଦୀ ଅତିକ୍ରାନ୍ତ ହେବା ସତ୍ତ୍ବେ ମଧ୍ୟ ଆମ ଗ୍ରାମରେ ଗୋଟିଏ ବି ଆଦର୍ଶ ସ୍ବଚ୍ଛ ନୀରଭରା ପୁଷ୍କରିଣୀ ଏଯାବତ୍ ନାହିଁ | ଅତିକ୍ଷୁଦ୍ର ଦୁଇ ତିନୋଟି ପଙ୍କ ଓ ଦଳପୂର୍ଣ୍ଣ ଜଳାଶୟ ଆମ୍ଭମାନଙ୍କର ବର୍ଷବ୍ୟାପୀ ପ୍ରତିକୂଳ ସ୍ଵାସ୍ଥ୍ୟର ଶିକାର ହେବାକୁ ପଡ଼େ । ପ୍ରାୟ ଦୁଇ ହଜାରରୁ ଅଧ‌ିକ ଲୋକସଂଖ୍ୟାବିଶିଷ୍ଟ ଆମ ଗ୍ରାମରେ ଅନ୍ୟୁନ ୨ଟି ଗଭୀର ନଳକୂପ ଖନନ କରାଯାଇ ପାରିଲେ ସବୁଦିନପାଇଁ ଆମ୍ଭେମାନେ ପାନୀୟ ଜଳ ସମସ୍ୟାରୁ ନିଷ୍କୃତି ଲାଭ କରନ୍ତୁ ।

ତେଣୁ ବିନୀତ ପ୍ରାର୍ଥନା କରୁକି, ଆପଣ ସଦୟହୃଦୟ ହୋଇ ଆମ ଗ୍ରାମର ମଧ୍ଯ ଓ ପ୍ରାନ୍ତ ଭାଗରେ ଦୁଇଟି ଗଭୀର ନଳକୂପ ଖୋଲାଲବା ପାଇଁ ମଞ୍ଜୁରୀ ପ୍ରତ।ନ କଲେ ଆମ୍ବେମାନେ ଥାପଣଙ୍କ ନିକଟରେ ନିରଭଣା ହୋଇ ରହିତୃ |
CHSE Odisha Class 11 Odia Grammar Img 7

୩। ତୁମ ଅଞ୍ଚଳରେ ଧାନଗଛରେ ପୋକ ଲାଗିଛି । ତା’ର ପ୍ରତିକାର ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ |
ମହୋଦୟ
ଣ୍ଡାୟକ କିଲ୍ଲା କ୍ୱଶି ଅଧ୍କାରା, ନବରଲଂପୁର
ମନ୍ତେଦିଯ …………………………………………………………….. ସମୀପେଷୁ ।
ବିପତ୍ତ : ଆମ ରାଲକିଆ ବ୍ଳକ୍ ଅଅଲରେ ଧାନଗଛିରେ ଲାଗିଥ୍ବା ପୋକର ଚିଦୃଟ ଓ ତା’ର ପ୍ରତକାରର ବ୍ୟବସ୍ଥା ସମ୍ପର୍କରେ କାର୍ଯ୍ୟପନ୍ଥା ପାଇଁ ପ୍ରାର୍ଥନା ।

ମହାଶମ୍ନ,
ଆମ୍ଭେ ନିମ୍ନ ସ୍ବାକ୍ଷରକାରୀଗଣ ଗ୍ରାମ: ରାଇକିଆ, ପୋ: ରାଇକିଆ, ଜି. – ନବରଙ୍ଗପୁରର ଅଧ୍ବବାସୀ ଅଟୁ । ଆମ୍ଭ ଗ୍ରାମ ନବରଙ୍ଗପୁର ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ । ଆମ୍ଭ ଗ୍ରାମରେ ପ୍ରାୟ ୫୦୦ ପରିବାର ଅଛନ୍ତି । ଆମର ଲୋକସଂଖ୍ୟା ପାଖାପାଖ୍ ୩୦୦୦ । ଏ ଅଞ୍ଚଳରେ ସମସ୍ତେ କୃଷି ଉପରେ ନିର୍ଭରଶୀଳ । ଧାନଚାଷ ହିଁ ଆମ୍ଭମାନଙ୍କର ଏକମାତ୍ର ଅବଲମ୍ବନ । ଚଳିତ ବର୍ଷ ଧାନଗଛରେ ଏକ ଅଜବ ପ୍ରକାରର ଅଚିହ୍ନା ରୋଗ ଦେଖାଦେଇଛି । ଧାନଗଛର ପତ୍ର ହଳଦିଆ ପଡ଼ି ଯାଉଛି । ପତ୍ର ମୋଡ଼ି ହୋଇଯାଉଛି ଏବଂ କ୍ରମଶଃ ଶୁଝାଇ ପରେ ସଂପୂର୍ଣ୍ଣ ମରିଯାଉଛି । ଯଦି ଏବର୍ଷ ଆମର ଧାନଚାଷ ଭଲ ନହୁଏ ତେବେ ଏ ଅଞ୍ଚଳରେ ନିଶ୍ଚୟ ମରୁଡ଼ି ପଡ଼ିଯିବ । ଏଠାରେ ଆମ ବ୍ଲକ୍‌ରେ ଥ‌ିବା ଗ୍ରାମସେବକ ଓ କୃଷି ସଂପ୍ରସାରଣ ଅଫିସର ନିଜର ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳେଇଥିଲେ ବି ଏହି ଧାନପତ୍ରଜନିତ ରୋଗ ଦୂରୀକରଣରେ ସଫଳ ହୋଇପାରୁ ନାହାନ୍ତି ।

ଏଣୁ, ଆମ୍ଭେମାନେ ବିନୀତ ପ୍ରାର୍ଥନା କରୁକି ଆପଣ ସଦୟହୃଦୟ ହୋଇ ଆମ ଆଖପାଖ ଅଞ୍ଚଳରେ ମାଟିପରୀକ୍ଷା ତ୍ପବକ ଧାନଗଛରେ ଲାଗିଥିବା ଭୋଗପୋକାରେ ପ୍ରତକଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିରୋପକୃତ ହୋଇ ରହିବୁ । ଇତି
CHSE Odisha Class 11 Odia Grammar Img 8

CHSE Odisha Class 11 Odia Grammar ପପତ୍ରଲିଖନ ଓ ଦରଖାସ୍ତ

୪। ତୁମ ଅଞ୍ଚଳରେ ମଶା ଉପଦ୍ରବକୁ କମାଇବା ନିମିତ୍ତ ମେଡ଼ିକାଲ ଅଫିସରଙ୍କୁ ଦରଖାସ୍ତ ଲେଖ ।
ମାନନାୟ
ଶ୍ରୀଯୁକ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ, ସିମୁଳିଆ, ବାଲେଶ୍ଵର
ସମୀପେଷୁ ……………………………………………………. ସମାପେଣ୍ଡ ।
ବିଷୟ ମଶା ଉପଦ୍ରବର ପ୍ରତିକାର ପାଇଁ ନିବେଦନ ।
ମହାଶୟ,
ନିବେଦନର କାରଣ ଏହିକି ଯେ ଆମ୍ଭେ ନିମ୍ନସ୍ଵାକ୍ଷରକାରୀଗଣ ଗ୍ରାମ-ରିଆ, ପୋ-ମାର୍କୋଣା, ଥା- ସିମୁଳିଆର ଅଧ୍ୟାବାସୀ ଅଟୁ । ଆମ୍ଭ ଗ୍ରାମରେ ଲୋକସଂଖ୍ୟା ପ୍ରାୟ ୫୦୦ । ଏଠାକାର ପ୍ରାୟ ୯୫% ଲୋକ କୃଷିଜୀବୀ । ଆମ୍ଭ ଗ୍ରାମରେ ମଶାଙ୍କର ଉପଦ୍ରବ ଏତେ ବଢ଼ିଯାଇଛି ଯେ ଏଠାରେ ଏକ ମାରାତ୍ମକ ପରିବେଶ ସୃଷ୍ଟି ହୋଇଛି । ମଶାଙ୍କ ଅତ୍ୟଧିକ ଦୌରାତ୍ମ୍ୟ ଯୋଗୁଁ ମେଲେରିଆ, ବ୍ରେନ୍ ମେଲେରିଆ ଓ ଫାଇଲେରିଆ ରୋଗୀଙ୍କର ସଂଖ୍ୟା ମାତ୍ରାଧ‌ିକ ହୋଇପଡ଼ିଛି । ବିଶେଷତଃ ପାଠପଢ଼ା ପିଲାମାନେ ମଶାକାମ୍ନପାରେ ର୍ଥଧ୍କ ଆକ୍ରାନ୍ତ୍ର ଦ୍ରୋଲ, ମଶାକନିତ ରୋଗରେ କଷ୍ଟ ଭୋଗଚିିନ୍ତି | ଏଣୁ ବିନୀତ ପ୍ରାର୍ଥନା କରୁକି ଆପଣ ଦୟାପରବଶ ହୋଇ ମଶାଙ୍କ ଦୌରାତ୍ମ୍ୟରୁ ଆମ ଗ୍ରାମବାସୀଙ୍କୁ ନିଃଷ୍କୃତି ଦେବାପାଇଁ ଆଶୁ ପ୍ରତିକାର ବିଧାନ କଲେ ଆମ୍ଭେମାନେ ଆପଣଙ୍କ ପ୍ରତି ସଦାନୁଗୃହୀତ ହୋଇ ରହିବୁ ।
CHSE Odisha Class 11 Odia Grammar Img 9

୫। ତୁମେ ତୁମର ସାନଭାଇ ନିକଟକୁ ଟଙ୍କା ମନିଅର୍ଡର କରିଥିଲ । ସେ ଏହି ଟଙ୍କା ପାଇନାହିଁ । ଏହି ବିଷୟ ତୁରନ୍ତ ର୍ଥନୁସାନ୍ଧ୍ୟ କରିବା ନିପନ୍ତେ କଉପଯଜ ନିକଟକୁ ଏକ ଦରଖାସ୍ତ ଲେଖ |
ମାଳନାପ୍ :
ଶ୍ରୀଯୁକ୍ତ ମହାଡ଼ାକପାଳ, ଓଡ଼ିଶା, ଭୁବନେଶ୍ଵର ।
ମହାଶୟ, ……………………………………………………. ସମାପେଣ୍ଡ ।
ଗତ ୫ । ୮ ।୨୦୧୬ ତାରିଖ ଦିନ ଭୁବନେଶ୍ଵର ୟୁନିଟ୍-୯ ପୋଷ୍ଟ ଅଫିସ୍‌ରୁ ମୁଁ ମନିଅର୍ଡ଼ର ଯୋଗୁଁ ୫୦୦ ଟଙ୍କା (ପାଞ୍ଚଶହ ଟଙ୍କା) ମୋର ସାନଭାଇ ଶ୍ରୀ ସୁମନ୍ତ କୁମାର ମହାନ୍ତି, ଗ୍ରା- ନାନପୁର, ପୋ – ନାନପୁର, ଜି – କଟକଙ୍କ ନିକଟକୁ ପଠାଇଥିଲି । ମାତ୍ର ଦୁଃଖର କଥା ଯେ, ଅନେକ ଦିନ ଅତିବାହିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଟଙ୍କା ପାଇନାହାନ୍ତି କିମ୍ବା ମୋ ନିକଟକୁ ମନିଅର୍ଡର ପ୍ରାପ୍ତି ସ୍ଵୀକାର ରସିଦ ଫେରିନାହିଁ । ପ୍ରକାଶଥାଉକି ସେହି ମନିଅର୍ଡରର ରସିଦ୍ ନମ୍ବର ୧୮୫୩, ତା ୫ । ୮ ।୨୦୧୬ ।

ଏଣ୍ନ ବିନାତ ଅନ୍ନଭୋଧ କଲେ ଟିଭୋପକତ ହେବି | ଅର୍ଥ ମିଳିବାର ସୁବନ୍ଦୋବସ୍ତ କଲେ ଚିରୋପକୃତ ହେବି ।
CHSE Odisha Class 11 Odia Grammar Img 10

ନ୍ଦ୍ୟବସାମ୍ନକ ପତ୍ର

୧। ଏକ ବ୍ୟାବସାୟିକ ସଂସ୍ଥାରେ ବିଷୟ ପ୍ରତିନିଧ୍ ହେବା ପାଇଁ ଆବେଦନ ପତ୍ର ଲେଖ ।

ତା ୧୮,୦୫.୧୬

ପ୍ରେରକ – ମହାଲକ୍ଷ୍ମୀ ଟ୍ରେଡ଼ର୍ସ, ବ୍ରହ୍ମପୁର
ପ୍ରାପ୍ତି – ପରିଚାଳକ, ସୁବର୍ଣ୍ଣା ତୈଳ ନିଗମ ଜଗତପୁର, କଟକ
ପ୍ରିୟ ମହାଶୟ,
ଆଗ୍ରହୀ ଅଛୁ । ଏହି ବ୍ୟାବସାୟିକ ଦାୟିତ୍ୱ ସମ୍ପାଦନ କରିବାପାଇଁ ଆମ୍ଭ ବ୍ୟାବସାୟିକ ପ୍ରତିଷ୍ଠାନ ‘ମହାଲକ୍ଷ୍ମୀ ଭଣ୍ଡାର’ ତରଫରୁ ଆମ୍ଭେ ସ୍ବୀକୃତି ଓ ସମ୍ମତି ପ୍ରଦାନ କରୁଅଛୁ । ଏହି ମର୍ମରେ ଜଣାଉଛୁ ଯେ ବ୍ରହ୍ମପୁର ସହରରେ ଆମର ୫୦ ଲକ୍ଷ ଅର୍ଥ ପରିମାଣର ବିବିଧ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ବିକ୍ରୟ ଭଣ୍ଡାର ରହିଛି । ଏହି ଭଣ୍ଡାର ଆଞ୍ଚଳିକ ସ୍ତରରେ ପ୍ରାୟଶଃ ୨୦୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ର ବ୍ରହ୍ମପୁର ସହରରେ ଆମ୍ଭେ ଆପଣଙ୍କ ସାମଗ୍ରୀର ପ୍ରଶଂସାସୂଚକ ବିକ୍ରୟ କରିବାପାଇଁ ଆଗ୍ରହୀ ଥ‌ିର ସମ୍ମତି ପ୍ରଦାନ କରୁଛୁ । ଏ ସମ୍ପର୍କରେ ଆର୍ଥିକ ଦେଣନେଣ ତଥା ସାମଗ୍ରୀ ଯୋଗାଣ ସମ୍ପର୍କରେ ଆମ ଭଣ୍ଡାର ଆପଣଙ୍କର ସମସ୍ତ ବ୍ୟାବସାୟିକ ବିଧାନକୁ ସସର୍ଭେ ପାଳନ କରିବା ହେବେ ।
ଯଦି ଆପଣ ଆମକୁ ଏହି କାର୍‌ପରଦାଜ ତଥା ବିତରକ ହେବାର ସୁଯୋଗ ଦେବେ ତେବେ ଆମ୍ଭେ ଆପଣଙ୍କ ପାଖରେ ଆଭାରୀ ରହିବୁ ।
ଧନ୍ୟବାଦର ସଦ୍ୱିତ ରହୁଛି |

ଏସ୍.ପି. ରାଓ
ମହାଲକ୍ଷ୍ମୀ ଟ୍ରେଡ଼ର୍ସ, ବ୍ରହ୍ମପୁର

୨। କାର୍ଯ୍ୟାଳୟର କେତେକ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଣପାଇଁ ବ୍ୟବସାୟ ପ୍ରତିଷ୍ଠାନକୁ ଅନୁରୋଧ ପତ୍ର ଲେଖ ।
ପତ୍ରାଙ୍କ ନଂ – ୧୦୦୫/୨୦୦୨|ଏଫ୍.ଡ଼ି.

ଦିନାକ – ୯. ୧. ୧୬

ପ୍ରେରକ – ଜଗଦାନନ୍ଦ ଦାସ, ମୁଖ୍ୟ ଅଫିସ୍ ଅଧିକାରୀ, ମଧୁପୁର ମହାବିଦ୍ୟାଳୟ, ଧର୍ମଶାଳା, ଯାଜପୁର
ପ୍ରାପ୍ତି – ପରିଚାଳକ, ଗୋକର୍ଣ୍ଣେଶ୍ବର ସମବାୟ ଭଣ୍ଡାର, ଧର୍ମଶାଳା
ବିଷୟ – କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ବିବିଧ ଉପକରଣ ଯୋଗାଣ ସମ୍ବନ୍ଧରେ ।

ମହାଶୟ,
ଆପଣ ଜାଣି ଖୁସିହେବେ ଯେ, ଆମ ମଧୁପୁର ମହାବିଦ୍ୟାଳୟର ପରିଚାଳନା ସମିତି ତାଙ୍କର ଅଧ୍ଵବେଶନ ନଂ ୧୦୧, ୨୮.୧.୧୬ ତାରିଖରେ ଆଗାମୀ ୨୦୧୭ (ଜାନୁଆରୀରୁ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ) ବର୍ଷ ନିମନ୍ତେ ସର୍ବମୋଟ ୨୦,୦୦୦| – (କୋଡ଼ିଏ ହଜାର) ଟଙ୍କାର ଏକ ଆର୍ଥିକ ଅଟକଳ ବିବିଧ କାର୍ଯ୍ୟାଳୟ ସାମଗ୍ରୀ କ୍ରୟ ନିମନ୍ତେ ଅନୁମୋଦନ କରିଛନ୍ତି । ଏହି କ୍ରମରେ ଆମେ ଆପଣଙ୍କ ସମବାୟ ଭଣ୍ଡାର ମାଧ୍ୟମରେ ନିମ୍ନଲିଖ୍ ଆଫିସିକ ଉପକରଣଗୁଡ଼ିକ କ୍ରୟ କରିବାକୁ ଚାହୁଁଛୁ । ତେଣୁ ଆପଣ ଉପଯୁକ୍ତ ଓ ଆପଣଙ୍କଦ୍ବାରା ଯୋଗାଇ ଦେବାର ସମ୍ଭାବନା ଥ‌ିବା ସର୍ବଶ୍ରେଷ୍ଠ ସାମଗ୍ରୀଗୁଡ଼ିକର ନମୁନା ସହିତ ଏକ କ୍ତୟବିକୃଷ୍ନିନିଡ ଅସ୍ଥିମ ଚିଠା ପ୍ରଦାନ କରିବା ହେବେ |
CHSE Odisha Class 11 Odia Grammar Img 11
CHSE Odisha Class 11 Odia Grammar Img 12
୩। କେତେକ ଦ୍ରବ୍ୟ ଯୋଗାଣପାଇଁ ଏକ ନିବିଦା ପ୍ରେରଣ ପ୍ରସ୍ତୁତି କର ।
Solution:
ପ୍ତେକେ – ସ୍ନଲଭ ଭୋଗଲାଗି ଯୋଗ
ସହିଦ ନଗର, ଭୁବନେଶ୍ୱର
ପ୍ରାପ୍ତି – ସମ୍ମାନନୀୟ ନିର୍ଦ୍ଦେଶକ
ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ଵବିଦ୍ୟାଳୟ
ଓଡ଼ିଶା ଆଞ୍ଚଳିକ ଶାଖା, ଭୁବନେଶ୍ଵର ।
ବିଶୟ – ଆଫିସିକ ଉପକରଣ ଯୋଗାଣ ସମୂର୍ଦ୍ଧିରେ |
ମହାଶୟ,
ଆପଣଙ୍କ ବିଜ୍ଞପ୍ତି ନଂ- ୧୮୨, ତା ୧୨.୨.୧୬ ଅନୁସାରେ ମୁଁ ଆପଣଙ୍କ ଅନୁଷ୍ଠାନକୁ ବିଜ୍ଞପ୍ତିରେ ଆହ୍ବାନ କରାଯାଇଥିବା ଆଫିସିକ ସାମଗ୍ରୀମାନ ଅନ୍ୟାନ୍ୟ ବିତରକମାନଙ୍କଠାରୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଆଗ୍ରହ ପ୍ରକାଶ କରୁଛି । ମୁଁ ପ୍ରତିଶ୍ରୁତି ଦେଉଛି ଯେ ସୁଲଭ ଭେରାଇଟି ଷ୍ଟୋର ନୂତନ ହୋଇ ଖୋଲା ହୋଇଥିଲେ ମଧ୍ୟ ବର୍ତ୍ତମାନର ନକଲି ବଜାର କାରବାରଠାରୁ ଏହା ସମ୍ପୂର୍ଣ୍ଣ ମୁକ୍ତ ଏବଂ ମୁଁ ଗୁଣାତ୍ମକ ସାମଗ୍ରୀ ଯଥାର୍ଥ ସର୍ଭ ବା ଗ୍ୟାରେଣ୍ଟି ସହିତ ଯୋଗାଇଦେବି । ଜିନିଷଗୁଡ଼ିକ ଆପଣଙ୍କଠାରୁ ନିର୍ଦ୍ଦେଶନାମା ପାଇବାର ସାତଦିନ ମଧ୍ୟରେ ଆପଣଙ୍କ ଭଣ୍ଡାରରକ୍ଷକଙ୍କ ପାଖରେ ପହଞ୍ଚିବ ।

ଏହି ମର୍ମରେ ଆପଣଙ୍କ ବିଜ୍ଞପ୍ତି ଅନୁସାରେ ଏକ ବିତରକ ସର୍ଭ ଚିଠା ଓ ନମୁନା ଏଥ୍ ସହିତ ପଠାଇଲି । ଏଣୁ ଯଥେଷ୍ଟ ଆଶା ଓ ଭରସା ରଖୁଛି ଯେ ନୂତନ କରି ଭେରାଇଟି ଷ୍ଟୋରଟିଏ ଖୋଲି ଆତ୍ମନିର୍ଭରଶୀଳତାର ସ୍ଵପ୍ନ ଦେଖୁଥ‌ିବା ମୋ ପରି ଏକ ଶିକ୍ଷିତ ଯୁବକକୁ ଆପଣ ସାମଗ୍ରୀ ଯୋଗାଣ କରିବାର ସୁବିଧା ପ୍ରଦାନ କରିବା ହେବେ ।

ତା ୧୫.୨,୧୬

ଆପଣନ୍ରର ବିଣ୍ଯପ୍ତ
ମାନସ ରଞ୍ଜନ ବେହେରା
ବିତାରକ – ପୁଲଭ ଲେଖାଲଟି ଯୋଗ
ସହିଦ ନଗର, ଭୁବନେଶ୍ୱର

CHSE Odisha Class 11 Odia Grammar Img 13

୪। ନିମ୍ନମାନର ଦ୍ରବ୍ୟ ଯୋଗାଣର ପ୍ରତିବାଦ ପତ୍ରଟିଏ ଲେଖ ।
Solution:
ପତ୍ର ନଂ. – ୭୧୫

ତ।ରଣ – ୧୦.୨.୧୭

ପ୍ରେରକ – କଳିଙ୍ଗ ଡିଷ୍ଟ୍ରିବ୍ୟୁଟର୍‌ସ, ଭୁବନେଶ୍ଵର
ପ୍ରାପ୍ତି – ମୁଖ୍ୟ ପରିଚାଳକ, ବର୍ଣର ରଙ୍ଗ କମ୍ପାନୀ, ମୁମ୍ବାଇ ଓଡିଶା ପରିଚାଳନା ଶାଖା – ଭୁବନେଶ୍ଵର |
ବିଯୟ – ରଲର ନକଲି ଓ ପରିମାଣଗତ କମ୍ ରହିବା ଆରିପୋଖ ପପ୍କକରେ |

ମହାଶୟ,
ଦୁଃଖର ସହିତ ଜଣାଉଛୁ ଯେ, ଏସିଆନ୍ ପେଣ୍ଟ୍, ସାଲିମାର ପେଣ୍ଟ୍, ବର୍ଜର ପେଣ୍ଟ୍, କୋଣାର୍କ ପେଣ୍ଟ୍‌ ସହିତ ଆପଣଙ୍କ ରଙ୍ଗ କମ୍ପାନୀ ସହିତ ଚୁକ୍ତିବଦ୍ଧ ହୋଇ ଆମେ ରଙ୍ଗ ବିକ୍ରୟପାଇଁ ସାମୁଦାୟିକ ବିତରକ ଦାୟିତ୍ଵ ୫ ବର୍ଷ ଧରି ତୁଲାଇ ଆସୁଛୁ । ଆପଣଙ୍କ ରଙ୍ଗର ଚାହିଦା ଭୁବନେଶ୍ବର ଆଞ୍ଚଳିକ ପରିସରରେ ବେଶ୍ ଯଥେଷ୍ଟ ଥିଲା । ମାତ୍ର ଏହି ତିନିମାସ ଧରି ଆପଣଙ୍କ କାଠରଙ୍ଗ ଓ ଗୃହ କାନ୍ଥରଙ୍ଗ ବିଷୟରେ ଗ୍ରାହକମାନେ ଅନେକ ଅଭିଯୋଗ ଆଣୁଛନ୍ତି । (୫ ଜଣ ଅଭିଯୋଗକାରୀଙ୍କ ପତ୍ର ସଂଯୁକ୍ତ କଲୁ) ବିଶେଷକରି ରଙ୍ଗର ଉଜ୍ଜଳତା, ଚିକ୍କଣତା ସହିତ ପ୍ରତି ପ୍ୟାକ୍ ଡବାରେ ଓଜନରେ କମ୍ ପରିମାଣ ରଙ୍ଗ ପେଷ୍ଟକ୍ ଓ ପୂର୍ବରୁ କ୍ରୟ କରି କ୍ଷତିରେ ପଡ଼ିଥିବା ଅସନ୍ତୁଷ୍ଟ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବାକୁ ଏହି ପତ୍ର ମାଧ୍ୟମରେ ଅନୁରୋଧ କରୁଛୁ । ଆପଣଙ୍କ ପଦକ୍ଷେପ ହିଁ ଆପଣଙ୍କ ରଙ୍ଗର ବଜାର ବିତରକ ହେବାପାଇଁ ଆଗାମୀ ଦିନରେ ଆମକୁ ସାହାଯ୍ୟ କରିବ ।
ଧନ୍ୟବାଦ ସହିତ ।

ଆପଣକ ବିଶ୍ଵପ୍ର
ମ୍ୟାନେଜର, କଳିଙ୍ଗ ଡିଷ୍ଟ୍ରିବ୍ୟୁଟର୍‌ସ
ରୁବନେଶ୍ଵର

CHSE Odisha Class 11 Odia Grammar ପପତ୍ରଲିଖନ ଓ ଦରଖାସ୍ତ

୫। ନିଜର ଆତ୍ମ ବିବରଣୀ (ବାୟୋଡାଟା) ସଂଯୋଗ କରି ଚାକିରିପାଇଁ କୌଣସି ସଂସ୍ଥାକୁ ଆବେଦନ ପତ୍ରଟିଏ ଲେଖ ।
Solution:
ସମ୍ମାନନାପ୍ ଓତିଶା ଶାଖା ପରିଚାଳନା ନିଦେଶକ,
ହିନ୍ଦୁସ୍ଥାନ ଲିଭର କମ୍ପାନୀ ।
ମହାଶୟ,
ସମ୍ମାନର ସହିତ ଲିଖ୍ ଆବେଦନ କରୁଛି ଯେ, ମୁଁ ୧୮.୧.୨୦୧୬ ତାରିଖ ଦୈନିକ ଓଡ଼ିଆ ପତ୍ରିକା ‘ସମାଜ’ରେ ପ୍ରକାଶିତ ଆପଣଙ୍କ ବିଜ୍ଞାପନ ନଂ ୧୦୧ ରୁ ଜାଣିବାକୁ ପାଇଲି ଯେ ଆପଣଙ୍କ ଓଡ଼ିଶା ଶାଖା କାର୍ଯ୍ୟାଳୟରେ ୧୦ଗୋଟି ପରିଚାଳନା ପ୍ରତିନିଧ୍ଵ ପଦବୀ ଖାଲି ରହିଛି । ଏହି ବିଜ୍ଞାପିତ ପଦବୀରେ ନିଯୁକ୍ତି ପାଇବାପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ଓ ସ୍ଥାନୀୟ ଅଭିଜ୍ଞତା ମଧ୍ୟ ରହିଛି । ଏହି ମର୍ମରେ ମୁଁ ମୋର ଆତ୍ମ-ବିବରଣୀ ନିମ୍ନମତେ ପ୍ରଦାନ କରୁଛି; ଯାହାକୁ ବିଚାରକୁ ନେଇ ମୋତେ ପ୍ରତ୍ୟକ୍ଷଭାବରେ ସାକ୍ଷାତ୍‌କାର କାର୍ଯ୍ୟକ୍ରମକୁ ଡକାଇ ମୋର ଦକ୍ଷତା ପରୀକ୍ଷଣ କରାଇବାର ଏକ ସୁଯୋଗ ମୋତେ ଦେଇ କଥ୍ତ ପଦବୀରେ ମୋତେ ନିଯୁକ୍ତ ପ୍ରଦାନ କରିବା ହେଲେ ମୁଁ ଆପଣଙ୍କ ବିଚାର ଓ ବଦାନ୍ୟ ପାଖରେ କୃତଜ୍ଞ ହୋଇ ରହିବି ।
ଧନ୍ୟବାଦର ସହିତ ।

ତା – ୨୨.୧.୧୬

ଆପଣକର ଚିଣପ୍ର
ନିର୍ମଳ ଚନ୍ଦ୍ର ପରିଡ଼ା
ପା/ପୋ – ବନମାଳିପୁର
କଗତ୍ସିଂଦ୍ୱପୁର

CHSE Odisha Class 11 Odia Grammar Img 14

୬। ଶିଳ୍ପ ସଂସ୍ଥାର ଅଧ୍ୟକ୍ଷଭାବରେ ତୁମ ସଂସ୍ଥାର କେତେକ ଅଧସ୍ତନ ପଦ ପୂରଣ ନିମିତ୍ତ ବିଜ୍ଞାପନର ନମୁନା ପ୍ରସ୍ତୁତ କରି ତାହାକୁ ଦୈନିକ ଖବରକାଗଜରେ ପ୍ରକାଶ ପାଇଁ ଅନୁରୋଧ ପତ୍ରଟିଏ ଲେଖ ।
ଶ୍ରୀ ମଦନ ମୋହନ ମୁଦୁଲି
ଅଧ୍ଯକ୍ଷ – ମଧୁକ୍ଷରା କ୍ଷୁଦ୍ର ଚିନି ଉଦ୍ୟୋଗ

ଦୂରଭାଷ – ୦୬୮୦୨୫୫୫୧୦
ଦୂରଛାପ – ୦୬୮୦୨୫୫୫୫୫

ନୂଆଗଡ଼, ଆସିକା, ଗଂଜାମ
ଚିଠି ନଂ – ଏମ୍. କେ – ୧୫୦|୧୬

ତାରିଖ – ୧୦.୨.୧୬

ଦୈନିକ ସମ୍ବାଦ ପତ୍ରିକା, କଟକ ।
ବିଷୟ – ବିଜ୍ଞାପନ ପ୍ରକାଶନ ନିମନ୍ତେ ଆଗୁଆ ନିବେଦନାତ୍ମକ ନିର୍ଦ୍ଦେଶ ଚିଠା ।
ଆପଣ ବହୁଳ ବିକ୍ରିସଂପନ୍ନ ଦୈନିକ ପତ୍ରିକା ପୃଷ୍ଠାରେ ଆମ ଶିଳ୍ପ ସଂସ୍ଥାରେ କେତେକ ପଦବୀ ନିମନ୍ତେ ଏକ ବିଜ୍ଞାପନ ପ୍ରକାଶନ କରିବାକୁ ନିବେଦନ କରୁଅଛୁ । ଆପଣଙ୍କ ପତ୍ରିକା ନିମନ୍ତେ ଅବିକଳ ବିଜ୍ଞାପନଟି ଏଥରେ ସଂଯୁକ୍ତ କରାଯାଇଛି । ବିଜ୍ଞାପନଟି ରଙ୍ଗିନ୍, ତିନିରଙ୍ଗ ବିଶିଷ୍ଟ ଓ ପତ୍ରିକାର ମୁଖ୍ୟ ପୃଷ୍ଠାର ନିମ୍ନଭାଗକୁ ଲାଗି ୧୦ ଇଞ୍ଚ । ୧୦ ଇଞ୍ଚ ସ୍ଥାନ ମଧ୍ୟରେ ପ୍ରକାଶ କରିବାକୁ ଅନୁରୋଧ କରୁଛି । ବିଜ୍ଞାପନର ଛାପା ପରିଷ୍କାର, ଆକର୍ଷଣୀୟ ଓ ସମସ୍ତ ତଥ୍ୟ ନିର୍ଭୁଲ ରହିବା ଉଚିତ । ଏଥନିମନ୍ତେ ପ୍ରକାଶନଜନିତ ଖର୍ଚ୍ଚ ଆପଣ ଅର୍ଥବିଲ୍ ଓ ବିଜ୍ଞାପନ ପ୍ରକାଶିତ ୫ କିତା ପତ୍ରିକାର କପି ସହିତ ପଠାଇବାର ସପ୍ତାହ ମଧ୍ୟରେ ଆମ ଦଯାକୁ ଚାଲାଣ ଅଥବା ବଦଳ ଅର୍ଥଲପା ଚିଠା ଭିତରେ ପଠାଳକୁ |

ତା-୧୦-୦୨-୧୬

ଥାପଣକର ବିଶ୍ୱସ୍ତ
ମବଳମୋହନ ମ୍ନଦୁଲି
ତା-୧୦-୦୨-୧୬
ଆଫିକିକ୍ ସିଲ୍‌

ସଂଯୋଗ ଚିଠା :
ବିଜ୍ଞାପନ ନଂ- ୧୦
ମଧୁଶରା ପ୍ରଦୁ ଚିନ ଉଦ୍ୟେ।ଗ
ନୂଆଗଡ଼, ଆସିକା, ଗଞ୍ଜାମ
ମଧୁକ୍ଷରା କ୍ଷୁଦ୍ର ଚିନି ଉଦ୍ୟୋଗ ଏକ ସମବାୟ ଶିଳ୍ପସଂସ୍ଥା । ଏହି ସଂସ୍ଥାରେ ନିମ୍ନଲିଖ୍ ପଦବୀଗୁଡ଼ିକ ଖାଲି ରହିଛି । ଇଚ୍ଛୁକ ଯୋଗ୍ୟତାଧାରୀ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ନିଜ ନିଜର ଆତ୍ମ-ବିବରଣୀ ସହିତ ସମସ୍ତ ପ୍ରକାର ପ୍ରମାଣ ପତ୍ରର ୩ କିତା ନକଲ ଦେଇ ଆବେଦନ କରିବା ହେବେ । ପ୍ରାର୍ଥୀ/ପ୍ରାର୍ଥନୀମାନଙ୍କୁ ଲିଖିତ ଓ ସାକ୍ଷାତ୍‌କାର ପରୀକ୍ଷା ଦେବାକୁ ପଡ଼ିବ । ଦରଖାସ୍ତ ଗ୍ରହଣର ଶେଷ ତାରିଖ ୩୦.୦୨.୧୬ । ବୟସସୀମା ୫ ବର୍ଷ କୋହଳ କରାଯିବ ।
CHSE Odisha Class 11 Odia Grammar Img 15

୭। ତୁମ କଲେଜର ବାର୍ଷିକ ଉତ୍ସବରେ ଯୋଗଦେବାପାଇଁ ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ନିମନ୍ତ୍ରଣ ପତ୍ର ଲେଖ ।
Solution:
ଣ୍ଡା କଗନାଥ ମଦ୍ରାବିଦ୍ୟାଲସି
ନୂଆପଡ଼ା ହାଟ, ଜଗତ୍‌ସିଂହପୁର ।
ପତ୍ରାଙ୍କ – ୨୧୦

ଦୃରରାଣ – ୦୬୭୨୪୨୨୨୦୦୦
ତାରିଖ – ୧୮.୦୩.୧୬

ପ୍ଟେରକ – ମାଧବାନନ୍ଦ ନସ୍ନକ
ସଭାପତି, ଛତି ସଂସଦ, ଶ୍ରାଦରନାଥ ମଦ୍ରାବିଦ୍ୟାଳୟ
ପ୍ରାପ୍ତି – ଶ୍ରୀଯୁକ୍ତ ଶାନ୍ତନୁକୁମାର ଆଚାର୍ଯ୍ୟ
ପ୍ରଖ୍ୟାତ କଥାଶିଳ୍ପୀ, ସହିଦନଗର, ଭୁବନେଶ୍ୱର, ମହୋଦୟ
ବିଷୟ – ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥ୍ ଭାବରେ ଯୋଗଦେବାପାଇଁ ଅନୁରୋଧ ପତ୍ର ।
ମଦ୍ରାଣଯ,
ନମସ୍କାର । ଆପଣଙ୍କୁ ନିମନ୍ତ୍ରଣ ଜଣାଇବାକୁ ଯାଇ ଆମେ ଅତ୍ୟନ୍ତ ଆନନ୍ଦ ଓ ସୌଭାଗ୍ୟ ମନେକରି ଅନୁରୋଧପୂର୍ବକ ଲେଖୁଅଛି ଯେ, ଆମ ମହାବିଦ୍ୟାଳୟ ତାହାର ରୌପ୍ୟଜୟନ୍ତୀ ତଥା ୨୫ ତମ ବାର୍ଷିକ ଉତ୍ସବ ଆସନ୍ତା ୨୮.୦୩. ୧୬ରିଖ ସାହିତ୍ୟିକ ଶ୍ରୀଯୁକ୍ତ ମହାପାତ୍ର ନୀଳମଣି ସାହୁ ସାଦର ସମ୍ମତି ଜଣାଇଛନ୍ତି । ଆମ ଭାଷା ସାହିତ୍ୟର ଅନ୍ୟତମ ଗୌରବୋଦ୍ଦୀପକ ଅନୁରୋଧ କରୁଅଛୁ । ଆଶା, ଆପଣ ଆମର ଅଭିଳାଷକୁ ସାଦର ସମ୍ମତି ଜଣାଇ ପୂରଣ କରିବା ହେଲେ ଆମେ ଆନନ୍ଦ ଅନୁଭବ କରିବା ସଙ୍ଗେ ସଙ୍ଗେ ଆପଣଙ୍କ ସହୃଦୟତା ନିକଟରେ ଋଣୀ ରହିବୁ ।

ତାରିଖ ୧୮.୩.୧୬
ସ୍ଥାନ – ନୂଆପଡ଼ା ହାଟ

ଆପଣକର ବିଶପ୍ତ
(ମାଧବାନନ୍ଦ ନାୟକ)
(ଛାତ୍ର ସଂସଦ ମୋହର )

୮। ରିଲିଫ୍ ବଣ୍ଟନ ପାଇଁ ଅନୁମତି ଓ ସହଯୋଗ ପ୍ରାର୍ଥନା କରି ଜିଲ୍ଲାପାଳଙ୍କୁ ଦରଖାସ୍ତ ।
Solution:
ପ୍ରାପ୍ତେଷୁ : ମାନନୀୟ ଜିଲ୍ଲାପାଳ, ଯାଜପୁର ଜିଲ୍ଲା, ଯାଜପୁର ।
(ଅଧ୍ୟକ୍ଷ, ଗୋପବନ୍ଧୁ ଚୌଧୁରୀ କଲେଜ, ରାମଚନ୍ଦ୍ରପୁର, ବରୀଙ୍କ ଜରିଆରେ)
ବିଷୟ : ବନ୍ୟାଗ୍ରସ୍ତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବାଣ୍ଟିବାପାଇଁ ଅନୁମତି ନିମନ୍ତେ ଆବେଦନ ।
ମହାଶୟ,
ଆମ୍ଭେମାନେ ସ୍ଥାନୀୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ, ରାମଚନ୍ଦ୍ରପୁରର ଜାତୀୟ ସେବା ସଂସ୍ଥାର ଛାତ୍ରଛାତ୍ରୀ । ବରୀ, ଡେରାବିସ୍, ବୋଦୁଅ, ମଇନ୍ଦା, ଅରେଇ ଓ ବାଲିଆ ଅଞ୍ଚଳରେ ବନ୍ୟା ପ୍ରଭାବିତ ଲୋକମାନଙ୍କ ମଧ୍ୟରେ ଆମେ ରିଲିଫ୍ ଆମ ସହିତ ବନ୍ୟାଞ୍ଚଳରେ ରିଲିଫ୍ ବଣ୍ଟନ ପାଇଁ ଯାଉଛନ୍ତି । ସ୍ଵେଚ୍ଛାସେବୀମାନଙ୍କ ମଧ୍ୟରେ ୨୦ ଜଣ ଛାତ୍ର ଓ ୫ ଜଣ ଛାତ୍ରୀ ରିଲିଫ୍ ପାର୍ଟି ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରୁ ତା ୧୮.୮.୨୦୧୬ ରିଖ ବୁଧବାର ଦିନ ସକାଳ ୭ଟାରୁ ବାହାରି ଯଥାକ୍ରମେ ବରୀ, ଡେରାବିସ୍, ବୋଦୁଅ, ମଇନ୍ଦା, ଅରେଇ ଦେଇ ଶେଷରେ ସାମନ୍ତସିଂହାର ବାଲିଆରେ ପହଞ୍ଚିବ । ଚୁଡ଼ା, ଚାଉଳ, ସିଝା ଆଳୁ, ଲୁଗା ଓ ପଲିଥନ୍ ନେଇ ଗୋଟିଏ ଟ୍ରକ୍ ନମ୍ବର ଓ ଆର୍ – ୦୪ ବି-୧୩୨୬ ଗନ୍ତବ୍ୟ ସ୍ଥଳରୁ ବାହାରି ଉଲ୍ଲିଖ୍ ସ୍ଥାନଦେଇ ବାଲିଆରେ ପହଞ୍ଚିବ । ଆପଣଙ୍କୁ ବିଶେଷ ଅନୁରୋଧ, ଆପଣ ରିଲିଫ୍ କାର୍ଯ୍ୟରେ ସହାୟତା କରିବାପାଇଁ ଦୁଇଜଣ କନେଷ୍ଟବଲ ଓ ଗୋଟିଏ ପାୱାର୍ ଲଞ୍ଚର ବ୍ୟବସ୍ଥା କଲେ ଆମେ ଉପକୃତ ହେବୁ । ଆପଣଙ୍କର ସଦୟ ଆଶୁ ସହଯୋଗକୁ ଅପେକ୍ଷା କରୁଛୁ ।
CHSE Odisha Class 11 Odia Grammar Img 16

୯ | ଣ୍ଠାନରେ ନପକୁପ ଖନନପାଇଁ ମଣ୍ଡକ ଭନ୍ନଯନ ଅଧ୍କାରାକ ନିକଟକୁ ଦରଖାସ୍ତ |
Solution:
ପ୍ରାପ୍ତେଯୁ : ମାନନାପ ଣ୍ଡାୟତୁ ମଣ୍ଡଳ ଉନୟନ ଅଧ୍ଯାରା
ଜରଡ଼ା, ଗଞ୍ଜାମ
(ଜରଡ଼ା ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଜରିଆରେ)
ବିନୀତ ଅନୁରୋଧ ଏହିକି, ଆମେ ଜରଡ଼ା ଗ୍ରାମର ନିମ୍ନ ସ୍ବାକ୍ଷରକାରୀ ଅଧିବାସୀଗଣ ପିଇବା ପାଣି ଜନିତ ଅସୁବିଧା ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଅଛୁ । ଆମର ପୁରୁଷୋତ୍ତମପୁର ଗ୍ରାମଟି ଜରଡ଼ା ବ୍ଲକ୍ ଅନ୍ତର୍ଗତ । ଏହି ଗ୍ରାମରେ ପ୍ରାୟ ୨୫୦୦ ଲୋକ ବାସ କରୁଛନ୍ତି । ଅଧିକାଂଶ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ଓ ମୂଲପାତି ଲାଗି ଜୀବିକା ନିର୍ବାହ କରନ୍ତି । ଆମର ପାନୀୟ ଜଳ ପାଇଁ କିଛି ସ୍ଥାୟୀ ବ୍ୟବସ୍ଥା ନାହିଁ । ଖରାଦିନେ କୂଅଗୁଡ଼ିକ ପ୍ରାୟ ଶୁଖୁଯାଏ । ପୋଖରୀରୁ ଜଳ ଆଣି ପିଇବାଦ୍ଵାରା ପ୍ରତିବର୍ଷ ହଇଜା ଆଦି ଜଳବାହିତ ରୋଗରେ ଅଧିକାଂଶ ଆକ୍ରାନ୍ତ ହୋଇଥାନ୍ତି । କହିବା ବାହୁଲ୍ୟ, ପାନୀୟ ଜଳ ସମସ୍ୟା ଏଠାରେ ଗୋଟିଏ ପ୍ରଧାନ

ଆପଣ ଆମ ଗ୍ରାମରେ ଦୁଇଟି ନଳକୂପ ବସାଇବାର ବ୍ୟବସ୍ଥା ଗ୍ରହଣ କଲେ, ଆମେ ଚିର ଉପକୃତ ହେବୁ । ଇତି ।
CHSE Odisha Class 11 Odia Grammar Img 17

୧୦ । ବିଜୁଳି ଯୋଗାଣରେ ଅନିୟମିତତା ପ୍ରତି ଦୃଷ୍ଟି ଆକର୍ଷଣ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ।
Solution:
ପ୍ରାପ୍ତେଷୁ : ନିର୍ବାହୀ ଯନ୍ତ୍ରୀ,
ରାୟଗଡ଼ା ବିଦ୍ୟୁତ୍ ଡିଭିଜନ୍, ରାୟଗଡ଼ା
ବିଷୟ : ସେରିଗୁଡ଼ା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟାହତ ସମ୍ବନ୍ଧ ।
ମହାଶୟ,
ବାଧ୍ୟହୋଇ ଆପଣଙ୍କ ଦୃଷ୍ଟିକୁ ଆଣୁଛୁ ଯେ ଦୀର୍ଘ ୧୫ ଦିନ ଧରି ସେରିଗୁଡ଼ା ଅଞ୍ଚଳରେ ବିଦ୍ୟୁତ୍ ସରବରାହରେ ଅନିୟମିତତା ଦେଖିବାକୁ ମିଳୁଛି । ଲାଇନ୍ ଅନେକ ସମୟ ଧରି ଚାଲିଯାଉଛି । କେବେ କେବେ ଲୋ-ଭୋଲ୍ଟେଜ୍ କାରଣରୁ ପଡ଼ିଥ‌ିବାରୁ ବିଦ୍ୟୁତ୍ ସରବରାହରେ ବାଧା ସୃଷ୍ଟି ହେଉଛି । ସେରିଗୁଡ଼ା ଏକ ଆଦିବାସୀବହୁଳ ଅଞ୍ଚଳ । ଛୋଟ ଛୋଟ ବ୍ୟବସାୟ କରି ଓ କୁଟୀର ଶିଳ୍ପ ଚଳାଇ ଆମେ ଜୀବିକା ଅର୍ଜନ କରିଥାଉ । ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁ ଆମର ଜୀବନ ଓ ଜୀବିକା ଉଭୟ ପ୍ରତି ବିପଦ ଦେଖାଦେଇଛି । ଏଣୁ ବିନୀତ ଅନୁରୋଧ, ଆପଣ ଯଥାଶୀଘ୍ର ଏହାର ପ୍ରତିକାର ବିଧାନ କରିବେ । ଇତି ।
CHSE Odisha Class 11 Odia Grammar Img 18
ଏହାର ଏକକିତା ନକଲ ଅଧୀକ୍ଷଣ ଯନ୍ତ୍ରୀ, ବ୍ରହ୍ମପୁର ବିଦ୍ୟୁତ୍ ମଣ୍ଡଳଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦିଆଗଲା |
ଣ୍ଠାଯାଉ

୧୧ । ନିଜ ଗ୍ରାମକୁ ରାସ୍ତା ନିର୍ମାଣ | ମରାମତିପାଇଁ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ।
ପ୍ରାପ୍ତେଷୁ : ମାନନୀୟ ନିର୍ବାହୀ ଯନ୍ତ୍ରୀ
ପୂର୍ଭ ଓ ଗୃହନିର୍ମାଣ ବିଭାଗ
କେନ୍ଦ୍ରାପଡା
ବିଷୟ : ଚାନ୍ଦୋଳଠାରୁ ଡେରାବିଶି ପର୍ଯ୍ୟନ୍ତ ପଡ଼ିଥିବା ରାସ୍ତାର ମରାମତି ସମ୍ପର୍କରେ ।
ମହାଶୟ,
ନିବେଦନର ଅଭିପ୍ରାୟ ଏହି କି ଯେ, ଚାନ୍ଦୋଳ ହାଟ (ବଜାର)ଠାରୁ ଡେରାବିଶି ପର୍ଯ୍ୟନ୍ତ ପଡ଼ିଥ‌ିବା ସଡ଼କଟି ମରାମତି ଅଭାବରୁ ଯାତ୍ରାୟାତ ପାଇଁ ଅନୁପଯୋଗୀ ହୋଇ ପଡ଼ିଛି । ଏହି ସଡ଼କରେ ଚାନ୍ଦୋଳ, ନରଣପଡ଼ା, କଅଁରପୁର, ପଣ୍ଡିତପାଟଣା ଓ ଡେରାବିଶି ଗାଁର ପ୍ରାୟ ୨୦ ହଜାର ଲୋକ ପ୍ରତିଦିନ ଯା’ଆସ କରିଥାନ୍ତି । ବିଶେଷକରି ଡେରାବିଶିଠାରେ ଥ‌ିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାପାଇଁ ଏଇଟି ଏକମାତ୍ର ରାସ୍ତା । ନିରନ୍ତର ଭାରୀ ଯାନବାହନ ଯାତାୟାତ କରିବା ଫଳରେ ରାସ୍ତାଟି ଅନେକ ତାହା ମରାମତି ହୋଇନାହିଁ ।

ନରଣପଡ଼ାଠାରେ ଥିବା କଲଭର୍ଟଟି ସମ୍ପୂର୍ଣ ଭାଙ୍ଗିଯାଇଥିଲା । ନୂଆ ପୋଲ ତିଆରି ହୋଇଥିଲେ ବି ଏହାକୁ ସଂଯୋଗ କରିବା ରାସ୍ତା ନିର୍ମାଣ ହୋଇନାହିଁ । କଅଁରପୁର ଓ ମଲ୍ଲିକେଶ୍ଵରପୁର ମଧ୍ଯରେ ରାସ୍ତାର ଅବସ୍ଥା ଶୋଚନୀୟ । ଏହି ରାସ୍ତାଟି ଉକ୍ତ ଗ୍ରାମବାସୀଙ୍କପାଇଁ ପ୍ରଧାନ ଅବଲମ୍ବନ ହୋଇଥିବାରୁ ଏହାର ମରାମତି ନିହାତି ଜରୁରୀ ହୋଇପଡ଼ିଛି । ଆମେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଲିଖ୍ ଓ ମୌ ଅଭିଯୋଗ କରିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଏଣୁ ବିନୀତ ଅନୁରୋଧ, ଆପଣ ନିଜେ ଆସି ରାସ୍ତାଟିର ଶୋଚନୀୟ ଅବସ୍ଥା ସ୍ଵଚକ୍ଷୁରେ ଦେଖୁନିଅନ୍ତୁ ଓ ଏହି ରାସ୍ତାଟିର ମରାମତି କାର୍ଯ୍ୟ ହାତକୁ ନିଅନ୍ତୁ । ଏତଦ୍ବାରା ଏ ଅଞ୍ଚଳର ଲୋକମାନେ ଆପଣଙ୍କ ନିକଟରେ ଋଣୀ ରହିବେ । ଇତି ।
CHSE Odisha Class 11 Odia Grammar Img 19

୧୨ । ପରିବେଶ ପ୍ରଦୂଷଣର ପ୍ରତିକାରପାଇଁ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ ।
ପ୍ତାପ୍ତେଯୁ : ମାନନାମ୍ନା ଅଧ୍ୟଯ, କଟକ ମଦ୍ରାନଗର ନିଗମ, କଲେ
ବିଷୟ : ପରିବେଶ ପ୍ରଦୂଷଣ ସମ୍ପର୍କରେ ଦୃଷ୍ଟି ଆକର୍ଷଣ ।
ମହାଶୟ,

ଆମ୍ଭେ କଟକ ମହାନଗର ୱାର୍ଡ଼ ନମ୍ବର ୬, ୯, ୧୦ର ବାସିନ୍ଦା କେତେକ ସ୍ପର୍ଶକାତର ବିଷୟ ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଅଛୁ । କଟକ ନଗର ପ୍ରାୟ ଏକ ହଜାର ବର୍ଷର ଏକ ପ୍ରାଚୀନ ସହର । ଏହାର ଅଧ୍ୟାସୀଙ୍କର ସଂଖ୍ୟା ପ୍ରାୟ ୧୨ ଲକ୍ଷ । ପ୍ରାଚୀନ ସହରଟିର ପରିବେଶ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି । ଆପଣଙ୍କର ଧ୍ୟାନ ଏଥ୍ୟପ୍ରତି ଆକର୍ଷଣ କରିବା ସହ ସହରର ନାଳ ନର୍ଦ୍ଦମାଗୁଡ଼ିକ ବାରମ୍ବାର ପରିଷ୍କାର ନ ହେବା ଫଳରେ ଆବର୍ଜନା ଓ ପଚାପାଣି ନିଷ୍କାସନ ହୋଇପାରୁ ନାହିଁ । ଯେଉଁଠି ଅଳିଆ ସଫା ହେଉଛି, ସେଗୁଡ଼ିକ ବୁହା ନହୋଇ ପଡ଼ି ରହିବାରୁ ବର୍ଷା ଓ ପବନରେ ପୁଣି ଯାଇ ନଳାରେ ଦୋକାନୀଠାରୁ ଆରମ୍ଭକରି ବଡ଼ ବଡ଼ ଦୋକାନରେ ପଲିଥନ୍ ବ୍ୟବହାର ପୂର୍ବପରି ରୀତିମତ ଚାଲିଛି । ପରିତ୍ୟକ୍ତ ପଲିଥନ୍ ଥଳିଗୁଡ଼ିକ ଏଣେତେଣେ ପଡ଼ି ଉଡ଼ି ପରିବେଶକୁ ଦୂଷିତ କରୁଛି ।

କରିବା ଭଳି ଲାଗୁଛି । ସାରା ସହରର ହୃତ୍‌ପିଣ୍ଡ ବେପରୁଆ ଶବ୍ଦ ପ୍ରଦୂଷଣରେ ଥରିଉଠୁଛି । ଏପରିକି ହାଇକୋର୍ଟ ଛକ, ହସ୍‌ପିଟାଲ୍ ଅଞ୍ଚଳ, କଲେଜ ଛକ ଶବ୍ଦ ପ୍ରଦୂଷଣରୁ ବାଦ୍ ଯାଇନାହିଁ । ଅବରୋଧର ଅନ୍ୟ ଏକ କାରଣ । ଏପରି ଅବସ୍ଥା ଦେଖ‌ିଲେ ସହରର କେହି ବାପ ମା’ ଥିଲା ପରି ମନେହୁଏ ନାହିଁ । ଆମେ ଅନେକଥର ସ୍ଥାନୀୟ କର୍‌ପୋରେଟର୍‌, ମହାନଗରପାଳିକାର ସ୍ୱାସ୍ଥ୍ୟ ଅଧିକାରୀ ତଥା ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଏ ବିଷୟ ଆଲୋଚନା କରିଥିଲୁ; କିନ୍ତୁ ଏଯାବତ୍ ଅବସ୍ଥାର ପରିବର୍ତ୍ତନ ଘଟିନାହିଁ । ଏଣୁ ଆପଣଙ୍କୁ ଆମର ବିନମ୍ର ଅନୁରୋଧ, ଆପଣ ଏ ବିଷୟରେ ତଦନ୍ତ କରି ବ୍ୟକ୍ତିଗତ ଉଦ୍ୟମରେ ଏହି ସମସ୍ୟାଗୁଡ଼ିକର ଆଶୁ ସମାଧାନପାଇଁ ବିହିତ ପଦକ୍ଷେପ ନେବେ । ଇତି ।
CHSE Odisha Class 11 Odia Grammar Img 20

୧୩ । ଘରପୋଡ଼ି ରିଲିଫ୍ ପ୍ରଦାନପାଇଁ ଏକ ସାମୂହିକ ଆବେଦନ ପତ୍ର ଦୈନିକ ପତ୍ରିକାରେ ପ୍ରକାଶ ପାଇଁ ଲେଖ ।
Solution:
ମାନନୀୟ,
ଶ୍ରୀଯୁକ୍ତ ଦୈନିକ ସମାଜ ପତ୍ରିକା, ବକ୍‌ସିବଜାର, କଟକର
ସମାଦଳ ମଦ୍ରୋଦୟ …………………………………….. ସମୀପେଷୁ !
ମହାଶୟ,

ଆମର ନମପାର ଗଦ୍ରଣ ଜ୍ରିଡିବେ | ପରପେତି ବିପନାମାନଙ୍ପାଇଁ ସହାସ୍ୟାଥେ ନିମ୍ନମ୍ୟାଥେ ନିମ୍ନଲିଖତ ସମ୍ବାଦଟି ଆପଣଙ୍କ ଦୈନିକ ସମାଜରେ ତୁରନ୍ତ ପ୍ରକାଶ କରିବାପାଇଁ ଆପଣଙ୍କୁ ଅନୁରୋଧ କରୁଛୁ । ଏହି ମର୍ମରେ ସର୍ବସାଧାରଣଙ୍କ ନିମନ୍ତେ ଏକ ରିଲିଫ୍ ଆବେଦନ ବିଜ୍ଞପ୍ତି ସଂଯୋଗ କରୁଛୁ ଯାହା ଆପଣଙ୍କ ପତ୍ରିକାରେ ଏକ ଆଦୃଶିଆ ସ୍ଥାନରେ ଛପାଇ ଆମ୍ଭଙ୍କୁ ଉପକୃତ କରିବା ହେବେ ।
CHSE Odisha Class 11 Odia Grammar Img 21

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

Odisha State Board CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ Questions and Answers.

CHSE Odisha 11th Class Economics Solutions Chapter 7 ବୈଦେଶିକ ବାଣିଜ୍ୟ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଭାରତୀୟ ଆମଦାନୀର ସର୍ବବୃହତ୍ ଅଂଶ ହେଉଛି –
(i) ପେଟ୍ରୋଲଜାତ ଦ୍ରବ୍ୟ
(ii) ଖାଇବାତେଲ
(iii) ସାର
(iv) ଲୁହା ଓ ଇସ୍ପାତ
Answer:
(i) ପେଟ୍ରୋଲଜାତ ଦ୍ରବ୍ୟ

2. ଭାରତୀୟ ରପ୍ତାନିର ସର୍ବବୃହତ୍ ଅଂଶ ହେଉଛି –
(i) ଝୋଟଜାତ ଦ୍ରବ୍ୟ
(ii) ମୁକ୍ତା ଓ ଅଳଙ୍କାର
(iii) ଚମଡ଼ା
(iv) ତିଆରି ପୋଷାକ
Answer:
(ii) ମୁକ୍ତା ଓ ଅଳଙ୍କାର

3. ଭାରତ କେଉ ରାଷ୍ଟ୍ରରୁ ସର୍ବାଧ‌ିକ ଆମଦାନୀ କରୁଛି ।
(i) ଜର୍ମାନୀ
(ii) ଜାପାନ
(iii) ଯୁକ୍ତରାଷ୍ଟ୍ର ଆମେରିକା
(iv) ଇଂଲଣ୍ଡ
Answer:
(iii) ଯୁକ୍ତରାଷ୍ଟ୍ର ଆମେରିକା

4. ଭାରତ ସର୍ବାଧ୍ଵ ରପ୍ତାନି କେଉଁ ରାଷ୍ଟ୍ରକୁ କରଥାଏ ?
(i) ଜର୍ମାନୀ
(ii) ଜାପାନ
(iii) ଯୁକ୍ତରାଷ୍ଟ୍ର ଆମେରିକା
(iv) ଇଂଲଣ୍ଡ
Answer:
(iii) ଯୁକ୍ତରାଷ୍ଟ୍ର ଆମେରିକା

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

5. ଭାରତ ସର୍ବାଧ୍ଵ ରପ୍ତାନି କେଉଁ ରାଷ୍ଟ୍ରକୁ କରଥାଏ ?
(i) ଯୁକ୍ତରାଷ୍ଟ୍ର ଆମେରିକା
(ii) ଜାପାନ
(iii) ଯୁକ୍ତରାଷ୍ଟ୍ର ଆମେରିକା
(iv) ଇଂଲଣ୍ଡ
Answer:
(iii) ଯୁକ୍ତରାଷ୍ଟ୍ର ଆମେରିକା

5. ଭାରତର ସର୍ବଶ୍ରେଷ୍ଠ ବାଣିଜ୍ୟ ବନ୍ଧୁ ହେଉଛି –
(i) ଯୁକ୍ତରାଷ୍ଟ୍ର ଆମେରିକା
(ii) ଚିନ୍
(iii) ସଂଯୁକ୍ତ ଆରବ
(iv) ଇଂଲଣ୍ଡ
Answer:
(ii) ଚିନ୍

6. ଅର୍ଥନୈତିକ ସହଯୋଗ ଓ ଉନ୍ନୟନ ସଙ୍ଗଠନ କେତୋଟି ରାଷ୍ଟ୍ରକୁ ନେଇ ଗଠିତ ?
(i) 8 ଟି
(ii) 11 ଟି
(iii) 10 ଟି
(iv) 21 ଟି
Answer:
(iii) 10 ଟି

7. 2002-07 ରପ୍ତାନୀ-ଆମଦାନୀ ନୀତି ବାଣିଜ୍ୟିକ ଗୃହମାନଙ୍କୁ କେତୋଟି ଶ୍ରେଣୀରେ ବିଭକ୍ତ କରିଛି ?
(i) 4 ଟି
(ii) 10 ଟି
(iii) 6 ଟି
(iv) 11 ଟି
Answer:
(i) 4 ଟି

8. ବୈଦେଶିକ ବାଣିଜ୍ୟ ଅର୍ଥ କ’ଣ ?
(i) ଦେଶ ମଧ୍ୟରେ ବାଣିଜ୍ୟ
(ii) ଦେଶ ଦେଶ ମଧ୍ୟରେ ବାଣିଜ୍ୟ
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଦେଶ ଦେଶ ମଧ୍ୟରେ ବାଣିଜ୍ୟ

9. ଭାରତର ପାରମ୍ପରିକ ରପ୍ତାନି ଦ୍ରବ୍ୟର ନାମ ହେଲା :
(i) ଚା
(ii) ରାସାୟନିକ ସାର
(iii) ଚାଉଳ
(iv) ଖଣିଜ ତୈଳ
Answer:
(i) ଚା

10. ଏଥୁମଧ୍ୟରୁ କେଉଁଟି ପୁଞ୍ଜିଦ୍ରବ୍ୟର ଉଦାହରଣ ଅଟେ ?
(i) ଯନ୍ତ୍ରପାତି
(ii) ଖାଦ୍ୟଶସ୍ୟ
(iii) ଖାଇବା ତେଲ
(iv) ମୂଲ୍ୟବାନ୍ ପଥର
Answer:
(i) ଯନ୍ତ୍ରପାତି

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

11. ଦଶମ ଯୋଜନାର ରପ୍ତାନୀ-ଆମଦାନୀ ନୀତିର ଉଦ୍ଦେଶ୍ୟ କ’ଣ ଥିଲା ?
(i) ନୂଆ ରପ୍ତାନୀଯୋଗ୍ୟ ଦ୍ରବ୍ୟ ଚିହ୍ନଟ କରିବା
(ii) ଭାରତୀୟ ଟଙ୍କାର ଅବମୂଲ୍ୟାୟନ କରିବା
(iii) ଭାରତୀୟ ଟଙ୍କାକୁ ପୂର୍ଣ୍ଣ ପରିବର୍ତ୍ତନୀୟ କରିବା
(iv) ରପ୍ତାନୀ ଉପରୁ ପରିମାଣାତ୍ମକ କଟକଣା ଉଠାଇଦେବା
Answer:
(iv) ରପ୍ତାନୀ ଉପରୁ ପରିମାଣାତ୍ମକ କଟକଣା ଉଠାଇଦେବା

12. 2003-04 ମସିହାରେ ଭାରତର ବାଣିଜ୍ୟିକ ନିଅଣ୍ଟ କେତେ ଥିଲା ?
(i) 42,069 କୋଟି ଟଙ୍କା
(ii) 36181 କୋଟି ଟଙ୍କା
(iii) 65714 କୋଟି ଟଙ୍କା
(iv) 27302 କୋଟି ଟଙ୍କା
Answer:
(iii) 65714 କୋଟି ଟଙ୍କା

B. ଶୂନ୍ୟସ୍ଥାନ ପୂରଣ କର :

1. ଦେଶର ରାଜନୈତିକ ସୀମାର ବାହାରେ ଯେଉଁ ବାଣିଜ୍ୟିକ କାରବାର ହୋଇଥାଏ, ତାହାକୁ _______________ ବାଣିଜ୍ୟ କୁହାଯାଏ ।
Answer:
ବୈଦେଶିକ

2. ଦେଶ ମ୍‌ୟରେ ଦ୍ରବ୍ୟ ଓ ସେବାର ଦେଶନେତା ସହିତ ସଂପୃକ୍ତ ବାଣିଜ୍ୟିକ କାରବାର ହୋଇଥାଏ, ତାହାକୁ ____________________ ବାଣିଜ୍ୟ କୁହାଯାଏ ।
Answer:
ଆଭ୍ୟନ୍ତରୀଣ

3. ସ୍ଵାଧୀନତା ଲାଭ ପୂର୍ବରୁ ଭାରତର ବୈଦେଶିକ ବାଣିଜ୍ୟର ପ୍ରକୃତି ଥିଲା ସ୍ଵାଭାବିକ ଭାବେ _________________ ।
Answer:
ଉପନିବେଶବାଦ

4. ଯୋଜନା ଯୁଗରେ ଆମ ରପ୍ତାନୀ ବାଣିଜ୍ୟର ମୂଲ୍ୟ ଆମ ଆମଦାନୀ ବାଣିଜ୍ୟର ମୂଲ୍ୟ ସହିତ ତାଳଦେଇ ନ ପାରିବାରୁ _______________ ର ପରିମାଣ ଦିନକୁ ଦିନ ବୃଦ୍ଧି ପାଇଲା ।
Answer:
ବାଣିଜ୍ୟିକ ନିଅଣ୍ଟ

5. ଭାରତ, ଭୂଟାନ୍, ମାଳଦ୍ୱୀପ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କା ବ୍ୟତୀତ ଅନ୍ୟ ________________________ ଦେଶ SAARCର ସଦସ୍ୟ ଅଟେ ।
Answer:
ବାଙ୍ଗଲାଦେଶ

6. 1981 ମସିହାର ଟଣ୍ଡନ୍ କମିଟି ଏକ ________________________ ପ୍ରୋତ୍ସାହନ ନୀତି ପ୍ରବର୍ତ୍ତନପାଇଁ ସୁପାରିସ କରିଥିଲେ ।
Answer:
ରପ୍ତାନୀ

7. ________________ ସଙ୍ଗଠନ ନିକଟରେ ଭାରତର ବୃହତ୍ତମ ବାଣିଜ୍ୟିକ ଅଂଶୀଦାରଭାବେ ମୁଣ୍ଡ ଟେକିଛି ।
Answer:
ଇଉରୋପୀୟ ସଂଘ

8. ବିଗତ ଯୋଜନାକାଳ ମଧ୍ୟରେ ଉଭୟ ଆମଦାନୀ ଓ ରପ୍ତାନିର ମୂଲ୍ୟବୃଦ୍ଧି ପାଇଥିଲେ ମଧ୍ୟ ଆମଦାନୀ କ୍ଷେତ୍ରରେ ଏହା ରପ୍ତ।ନି ଅପେକ୍ଷ। ____________________ ଅଟେ ।
Answer:
ଅଧ୍ଯକ

9. 2004-09 ବୈଦେଶିକ ବାଣିଜ୍ୟ ନୀତିର ମେଳିକ ଲକ୍ଷ୍ୟ ହେଲା, ବାଣିଜ୍ୟକୁ _________________ କରିବା ।
Answer:
ଦ୍ବିଗୁଣିତ

10. ଉତ୍ତମ ଗୁଣଭା ରକ୍ଷାପାଇଁ, ରପ୍ତାନୀ ଦ୍ରବ୍ୟପାଇଁ ________________ ର ବ୍ୟବସ୍ଥା କରାଯିବ ।
Answer:
ଟ୍ରେଡ଼ମାର୍କ

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

11. 2004-09 ବୈଦେଶିକ ବାଣିଜ୍ୟ ନୀତି ଆମଦାନିକୁ ଉଦାରୀକରଣ ଓ ରପ୍ତାନିକୁ ପ୍ରୋତ୍ସାହନ ଦେଇ ମୁଖ୍ୟତଃ __________________ ରପ୍ତାନି ଅଭିବୃଦ୍ଧି ଉପରେ ଗୁରୁତ୍ଵ ଦେଇଛି ।
Answer:
ଆମଦାନୀ ଭିତ୍ତିକ

12. 2004-09 ବୈଦେଶିକ ବାଣିଜ୍ୟ ନୀତିରେ ଲକ୍ଷ୍ୟ ରଖାଯାଇଥିଲା ଯେ, ପ୍ରତିବର୍ଷ ବାର୍ଷିକ ବୈଦେଶିକ ବାଣିଜ୍ୟର ଅଭିବୃଦ୍ଧିହାର ହେବ 16 ପ୍ରତିଶତ, କିନ୍ତୁ 2004-05 ଆର୍ଥିକ ବର୍ଷରେ ବୈଦେଶିକ ବାଣିଜ୍ୟର ଅଭିବୃଦ୍ଧିହାର ______________________ ପ୍ରତିଶତ ।
Answer:
24

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବାଣିଜ୍ୟିକ ମୂଲ୍ୟ କାହାକୁ କହନ୍ତି ?
Answer:
କୌଣସି ନିର୍ଦ୍ଦିଷ୍ଟ ବର୍ଷ ମଧ୍ୟ ଏକ ରାଷ୍ଟ୍ରର ସମସ୍ତ ରପ୍ତାନି ଓ ଆମଦାନିର ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ

2. ବାଣିଜ୍ୟ ସଂରଚନା କହିଲେ କ’ଣ ବୁଝ ?
Answer:
ଏକ ରାଷ୍ଟ୍ରର ରପ୍ତାନି ଏବଂ ଆମଦାନି ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା ବା ସାମାହାର କହନ୍ତି ।

3. ବାଣିଜ୍ୟ ସଂରଚନା କ’ଣ ସୂଚନା ଦିଏ ?
Answer:
ବାଣିଜ୍ୟ ସଂରଚନା ରାଷ୍ଟ୍ରର ଅଭିବୃଦ୍ଧିର ମାତ୍ରା ସୃଷ୍ଟିକରିବା ସହିତ ରାଷ୍ଟ୍ରର ଅର୍ଥନୈତିକ ଢାଞ୍ଚା ସୂଚାଇଥାଏ ।

4. ଭାରତର ଦୁଇଟି ଆମଦାନୀ ଦ୍ରବ୍ୟର ନାମ ଲେଖ ।
Answer:
ଭାରତର ଦୁଇଟି ଆମଦାନୀ ଦ୍ରବ୍ୟ ହେଲା – (i) ପେଟ୍ରୋଲଜାତ ଦ୍ରବ୍ୟ (ii) ଖାଇବାତେଲ ।

5. ଭାରତର ସର୍ବାଧ୍ଵ ରପ୍ତାନି ଓ ଆମଦାନୀ ଦ୍ରବ୍ୟର ନାମ ଲେଖ ।
Answer:
ଭାରତର ସର୍ବାଧ୍ଵ ରପ୍ତାନି ଓ ଆମଦାନି ଦ୍ରବ୍ୟ ହେଲା – (i) ମୁକ୍ତା ଓ ଅଳଙ୍କାର, (ii) ପେଟ୍ରୋଲଜାତ ଦ୍ରବ୍ୟ ।

6. ଭାରତର ଦୁଇଟି ରପ୍ତାନି ଓ ଆମଦାନି ଦ୍ରବ୍ୟର ନାମ ଲେଖ ।
Answer:
ଭାରତର ଦୁଇଟି ରପ୍ତାନି ଓ ଆମଦାନି ଦ୍ରବଣ ନାମ ହେଲା– (i) ମୁକ୍ତା ଓ ଅଳଙ୍କାର, (ii) ତିଆରି ପୋଷାକ ।

7. ବାଣିଜ୍ୟର ଦିଗ କହିଲେ କ’ଣ ବୁଝ ?
Answer:
କୌଣସି ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଥ‌ିବା ବାଣିଜ୍ୟିକ ସମ୍ପର୍କକୁ ବହିଃବାଣିଜ୍ୟର ଦିଗ କୁହାଯାଏ ।

8. କେତୋଟି ରାଷ୍ଟ୍ରକୁ ନେଇ OECD ରାଷ୍ଟ୍ର ଗଠିତ ।
Answer:
ଦଶଟି ରାଷ୍ଟ୍ରକୁ ନେଇ OECD ରାଷ୍ଟ୍ର ଗଠିତ ।

9. କେଉଁ ରାଷ୍ଟ୍ର ଭାରତର ପ୍ରମୁଖ ବାଣିଜ୍ୟିକ ବନ୍ଧୁ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ଭାରତର ପ୍ରମୁଖ ବାଣିଜ୍ୟିକ ବନ୍ଧୁ ।

10. OPEC କୁ ପୂର୍ଣ ରୂପରେ ଲେଖ ।
Answer:
ତୈଳ ଉତ୍ପାଦନକାରୀ ଓ ରପ୍ତାନିକାରୀ

11. ଦାନ-ପ୍ରଦାନ ସମତୁଳନ ସମସ୍ୟା ରାଷ୍ଟ୍ର ସମୂହ । କହିଲେ କ’ଣ ବୁଝ ?
Answer:
ଯଦି ରପ୍ତାନି ମୂଲ୍ୟ ଆମଦାନୀ ମୂଲ୍ୟଠାରୁ କହୁଏ, ରାଷ୍ଟ୍ରକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ; କାରଣ ରାଷ୍ଟ୍ରର ପ୍ରାପ୍ୟ ଦେଶ ମୂଲ୍ୟଠାରୁ କମ୍ । ଏହାକୁ ଆମଦାନପ୍ରଦାନ ସମତୁଳନ ସମସ୍ୟା ବୋଲି କୁହାଯାଏ ।

12. ଆଦାନ-ପ୍ରଦାନ ସମସ୍ୟାର ସମାଧାନପାଇଁ ଭାରତ ନେଉଥ‌ିବା ନୀତିର ନାମ କ’ଣ ?
Answer:
ଆଦାନ-ପ୍ରଦାନ ସମସ୍ୟାର ସମାଧାନପାଇଁ ଭାରତ ନେଉଥ‌ିବା ନୀତି ହେଉଛି ରପ୍ତାନି ବର୍ଶନ ଓ ଆମଦାନି ପ୍ରତିସ୍ଥାପନ ।

13. ରପ୍ତାନୀ-ଆମଦାନୀ ନୀତି 2004-09ର ଆଭିମୁଖ୍ୟ କ’ଣ ?
Answer:
ରପ୍ତାନୀ-ଆମଦାନୀ ନୀତି 2004-09ର ଆଭିମୁଖ୍ୟ ହେଲା– ବିଶ୍ଵ ବଜାରରେ ଭାରତର ବାଣିଜ୍ୟିକ ଅଂଶ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ବିଗୁଣିତ କରିବା ଏବଂ ତା ସଙ୍ଗେ ସଙ୍ଗେ ଦେଶର ନିଯୁକ୍ତି ସମ୍ଭାବନାକୁ ମଧ୍ୟ ବୃଦ୍ଧି କରିବା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

14. କେତୋଟି ଦ୍ରବ୍ୟର ରପ୍ତାନୀ ବୃଦ୍ଧିପାଇଁ 2002-07 ରପ୍ତାନୀ-ଆମଦାନୀ ନୀତି ପ୍ରୋତ୍ସାହନ ପ୍ରଦାନ କରିଛି ?
Answer:
ଯାନ୍ତ୍ରିକ ଦ୍ରବ୍ୟ, ବୈଦ୍ୟୁତିକ ଦ୍ରବ୍ୟ, ହାତବନ୍ଧା ଘଡ଼ି, ଯୋତା-ଚପଲ, ରାସାୟନିକ ଦ୍ରବ୍ୟ, ଗହଣା ଇତ୍ୟାଦି 106ଟି ଦ୍ରବ୍ୟକୁ ରପ୍ତାନୀ ପ୍ରୋତ୍ସାହନ ପ୍ରଦାନ ପାଇଁ ଚିହ୍ନଟ କରାଯାଇଥିଲା ।

15. ବାଣିଜ୍ୟିକ ଗୃହ କାହାକୁ କହନ୍ତି ?
Answer:
ଯେଉଁ ଗୁଣଗୁଡ଼ିକ ହାରାହାରି 25କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦ୍ରବ୍ୟ ରପ୍ତାନି କରୁଥ‌ିବେ, ତାହାକୁ ବାଣିଜ୍ୟିକ ଗୃହ କୁହାଯାଏ ।

16. ଦେଶୀୟ ବାଣିଜ୍ୟ କାହାକୁ କୁହାଯାଏ ?
Answer:
କୌଣସି ରାଷ୍ଟ୍ରର ଭୌଗୋଳିକ ସୀମା ମଧ୍ୟରେ କରାଯାଉଥ‌ିବା ବାଣିଜ୍ୟ କାରବାରକୁ ଦେଶୀୟ ବାଣିଜ୍ୟ କୁହାଯାଏ ।

17. ବୈଦେଶିକ ବାଣିଜ୍ୟ କହିଲେ କ’ଣ ବୁଝ ?
Answer:
କୌଣସି ଦେଶ ପୃଥ‌ିବୀର ଅନ୍ୟ ଦେଶ ସହିତ କରୁଥିବା ବାଣିଜ୍ୟ କାରବାରକୁ ବୈଦେଶିକ ବାଣିଜ୍ୟ କୁହାଯାଏ ।

18. ଆମଦାନୀ କହିଲେ କ’ଣ ବୁଝାଯାଏ ?
Answer:
କୌଣସି ଦେଶ ନିଜ ଦେଶର କୌଣସି ଦ୍ରବ୍ୟର ଚାହିଦାର ପରିପୂରଣପାଇଁ ଅନ୍ୟ ଦେଶରୁ ସେହି ଦ୍ରବ୍ୟ ଗ୍ରହଣ କରିବାକୁ ଆମଦାନୀ କୁହାଯାଏ ।

19. ରପ୍ତାନୀ କାହାକୁ କହନ୍ତି ?
Answer:
କୌଣସି ଦେଶ ନିଜ ଦେଶରେ ଉତ୍ପାଦିତ ହେଉଥ‌ିବା ଦ୍ରବ୍ୟ ଅନ୍ୟ ଦେଶକୁ ଯୋଗାଣ କଲେ ତାହାକୁ ରପ୍ତାନୀ କୁହାଯାଏ ।

20. ଦ୍ରବ୍ୟ ଆମଦାନୀର ବିଶେଷତ୍ଵ କ’ଣ ?
Answer:
ନିଜ ଦେଶରେ ସୁବିଧାରେ ଉତ୍ପାଦିତ ହୋଇପାରୁନଥିବା ଦ୍ରବ୍ୟ ବିଦେଶରୁ ସ୍ଵଳ୍ପ ମୂଲ୍ୟରେ ଗ୍ରହଣ କରି ଦେଶ ଭିତରେ ଚାହିଦା ପୂରଣ କରିବାପାଇଁ ଆମଦାନୀର ବିଶେଷତ୍ଵ ।

21. ମୁଦ୍ରାର ଅବମୂଲ୍ୟାୟନ କହିଲେ କ’ଣ ବୁଝାଯାଏ ?
Answer:
କୌଣସି ରାଷ୍ଟ୍ରର ମୁଦ୍ରାର ମୂଲ୍ୟ ଅନ୍ୟ ରାଷ୍ଟ୍ରମାନଙ୍କ ମୁଦ୍ରାର ମୂଲ୍ୟ ତୁଳନାରେ ହ୍ରାସ କରାଗଲେ ତାହାକୁ ଅବମୂଲ୍ୟାୟନ କୁହାଯାଏ ।

22. ମୁଦ୍ରାର ମୂଲ୍ୟ ଅବମୂଲ୍ୟାୟନ କରାଗଲେ ବହିର୍ବାଣିଜ୍ୟରେ କି ପ୍ରଭାବ ପଡ଼ିଥାଏ ।
Answer:
ମୁଦ୍ରାର ମୂଲ୍ୟ ଅବମୂଲ୍ୟାୟନ କରାଗଲେ ରପ୍ତାନୀ ବୃଦ୍ଧିପାଏ ।

23. ନିଅଣ୍ଟିଆ ବାଣିଜ୍ୟ କ’ଣ ?
Answer:
ଯେତେବେଳେ ଆମଦାନୀର ମୂଲ୍ୟ ରପ୍ତାନୀର ମୂଲ୍ୟଠାରୁ ଅଧିକ ହୁଏ । ତାହାକୁ ନିଅଣ୍ଟିଆ ବାଣିଜ୍ୟ କୁହାଯାଏ ।

24. ମୁଦ୍ରାର ଅବମୂଲ୍ୟାୟନଦ୍ୱାରା ଘରୋଇ ଦ୍ରବ୍ୟର ଦାମ୍‌ରେ କି ପରିବର୍ତ୍ତନ ଦେଖାଦିଏ ?
Answer:
ମୁଦ୍ରାର ଅବମୂଲ୍ୟାୟନଦ୍ୱାରା ଘରୋଇ ଦ୍ରବ୍ୟର ଦାମ୍ ବିଦେଶୀ ଦ୍ରବ୍ୟର ଦାମ୍ ତୁଳନାରେ ହ୍ରାସପାଏ ବା ଘରୋଇ ଦ୍ରବ୍ୟ ଅପେକ୍ଷାକୃତ ଶସ୍ତା ହୋଇଥାଏ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୂଲ କି ଠିକ୍ ଲେଖ ।

ରେଖାଙ୍କିତ ଅଂଶର ପରିବର୍ତ୍ତନ ନକରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।
1. ବୈଦେଶିକ ବାଣିଜ୍ୟ କହିଲେ ଦେଶ ମଧ୍ୟରେ କ୍ରୟବିକ୍ରୟ କରାଯାଉଥ‌ିବା ଦ୍ରବ୍ୟ ଓ ସବୋକୁ ବୁଝାଇଥାଏ ।
Answer:
ବୈଦେଶିକ ବାଣିଜ୍ୟ କହିଲେ ଦେଶ ଦେଶ ମଧ୍ୟରେ କ୍ରୟ ବିକ୍ରୟ କରାଯାଉଥିବା ଦ୍ରବ୍ୟ ଓ ସେବାକୁ ବୁଝାଇଥାଏ ।

2. ବୈଦେଶିକ ବାଣିଜ୍ୟ କାରବାରରେ କେବଳ ରପ୍ତାନୀ କରୁଥିବା ରାଷ୍ଟ୍ର ଉପକୃତ ହୋଇଥାଏ ।
Answer:
ବୈଦେଶିକ ବାଣିଜ୍ୟ କାରବାରରେ ଉଭୟ ରପ୍ତାନୀ ଓ ଆମଦାନୀ କରୁଥିବା ରାଷ୍ଟ୍ର ଉପକୃତ ହୋଇଥା’ନ୍ତି ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

3. ଆମଦାନୀ ମାଧ୍ୟମରେ ଦେଶର ଉଦ୍‌ବୃତ୍ତ ଉତ୍ପାଦନ ବିକ୍ରୟ ପାଇଁ ସୁଯୋଗ ସୃଷ୍ଟି ହୁଏ ।
Answer:
ରପ୍ତାନୀ ମାଧ୍ୟମରେ ଦେଶର ଉଦ୍‌ବୃତ୍ତ ଉତ୍ପାଦନ ବିକ୍ରୟ ପାଇଁ ସୁଯୋଗ ସୃଷ୍ଟି ହୁଏ ।

4. 2000-01 ଆର୍ଥିକ ବର୍ଷରେ ରପ୍ତାନୀଠାରୁ ଆମଦାନୀ କମ୍ ହୋଇଥିଲା ।
Answer:
2000-01 ଆର୍ଥିକ ବର୍ଷରେ ରପ୍ତାନୀଠାରୁ ଆମଦାନୀ ଅଧିକ ହୋଇଥିଲା ।

5. ଭାରତରେ ରପ୍ତାନୀ-ଆମଦାନୀ ଅନୁପାତ ବୃଦ୍ଧି ପାଇ ଆସୁଛି ।
Answer:
ଭାରତରେ ରପ୍ତାନୀ-ଆମଦାନୀ ଅନୁପାତ ହ୍ରାସ ପାଇ ଆସୁଛି ।

6. ରପ୍ତାନୀ ଆମଦାନୀଠାରୁ ଅଧିକ ହେଲେ ଏହା ଦେଶ ପାଇଁ ହିତକର ।
Answer:
ଠିକ୍

7. ରପ୍ତାନୀ ଆମଦାନୀଠାରୁ ଅଧ୍ଵ ହେଲେ ନିଅଣ୍ଟିଆ ବାଣିଜ୍ୟିକ ପରିସ୍ଥିତି ସୃଷ୍ଟି ହୁଏ ।
Answer:
ଆମଦାନୀ ରପ୍ତାନୀଠାରୁ ଅଧିକ ହେଲେ ନିଅଣ୍ଟିଆ ବାଣିଜ୍ୟିକ ପରିସ୍ଥିତି ସୃଷ୍ଟି ହୁଏ ।

8. ଘରୋଇ ଦ୍ରବ୍ଯ ପ୍ରତିବଦଳରେ ବିଦେଶୀ ଦ୍ରବ୍ୟର ଚାହିଦା ବୃଦ୍ଧି ଆମଦାନୀ ପ୍ରତିସ୍ଥାପନର ଉଦାହରଣ ।
Answer:
ବିଦେଶୀ ଦ୍ରବ୍ୟ ପ୍ରତିବଦଳରେ ଘରୋଇ ଦ୍ରବ୍ୟର ଚାହିଦା ବୃଦ୍ଧି ଆମଦାନୀ ପ୍ରତିସ୍ଥାପନର ଉଦାହରଣ ।

9. କୋହଳ ବାଣିଜ୍ୟ ନୀତି ଯୋଗୁଁ ଆମଦାନୀ ହ୍ରାସ ପାଇଛି ।
Answer:
କୋହଳ ବାଣିଜ୍ୟ ନୀତି ଯୋଗୁଁ ଆମଦାନୀ ବୃଦ୍ଧି ପାଇଛି ।

10. ଭାରତର ଅଧିକାଂଶ ବାଣିଜ୍ୟ ବିକାଶଶୀଳ ଦେଶମାନଙ୍କ ସହିତ ହୋଇଥାଏ ।
Answer:
ଭାରତର ଅଧିକାଂଶ ବାଣିଜ୍ୟ ବିକଶିତ ଦେଶମାନଙ୍କ ସହିତ ହୋଇଥାଏ ।

11. ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ଭାରତ ମୁଖ୍ୟତଃ କୃଷିଜାତ ଦ୍ରବ୍ୟ ରପ୍ତାନି କରୁଥିଲା ।
Answer:
ଠିକ୍ ।

12. 1981 ମସିହାର ଟଣ୍ଡନ୍ କମିଟି ଏକ ଆମଦାନୀ ପ୍ରୋତ୍ସାହକ ନୀତି ପ୍ରବର୍ତ୍ତନପାଇଁ ସୁପାରିସ୍ କରିଥିଲା ।
Answer:
1981 ମସିହାର ଟଣ୍ଡନ୍ କମିଟି ଏକ ରପ୍ତାନୀ ପ୍ରୋତ୍ସାହକ ନୀତି ପ୍ରବର୍ତ୍ତନ ପାଇଁ ସୁପାରିସ୍ କରିଥିଲା ।

13. ପେଟ୍ରୋଲିୟମ୍ ସମ୍ବନ୍ଧୀୟ ପଦାର୍ଥ ହେଉଛି ଭାରତର ଏକ ଗୁରୁତ୍ଵପୂର୍ଣ ରପ୍ତାନୀ ଦ୍ରବ୍ୟ ।
Answer:
ପେଟ୍ରୋଲିୟମ୍ ସମ୍ବନ୍ଧୀୟ ପଦାର୍ଥ ହେଉ ଭାରତର ଏକ ଆମଦାନୀ ଦ୍ରବ୍ୟ ।

14. ଆମଦାନୀକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆମ ଦେଶରେ ସ୍ବତନ୍ତ୍ର ଆର୍ଥନୀତିକ ମଣ୍ଡଳମାନ ପ୍ରତିଷ୍ଠା କରାଯାଇଛି ।
Answer:
ରପ୍ତାନୀକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆମ ଦେଶରେ ସ୍ଵତନ୍ତ୍ର ଆର୍ଥନୀତିକ ମଣ୍ଡଳମାନ ପ୍ରତିଷ୍ଠା କରାଯାଇଛି ।

15. ଭାରତ ଯୋଜନା ଯୁଗରେ ପ୍ରବେଶ କଲାବେଳେ ଏହାର ବାଣିଜ୍ୟ ନୀତି ‘ଆର୍ଥନୀତିକ ଜାତୀୟତାବାଦ’ ଓ ରପ୍ତାନୀ ପ୍ରତି ଅନାଗ୍ରହ’ ଆଦର୍ଶ ଦ୍ଵୟ ଦ୍ବାରା ଅନୁପ୍ରାଣିତ ହୋଇଥିଲା ।
Answer:
ଭାରତ ଯୋଜନା ଯୁଗରେ ପ୍ରବେଶ କଲାବେଳେ ଏହାର ବାଣିଜ୍ୟ ନୀତି ‘ଆର୍ଥନୀତିକ ଜାତୀୟତାବାଦ’ ଓ ‘ରପ୍ତାନୀ ପ୍ରତି ଅନାଗ୍ରହ’ ଆଦର୍ଶ ଦ୍ଵୟ ଦ୍ବାରା ଅନୁପ୍ରାଣିତ ହୋଇଥିଲା ।

16. ଖୋଲା ସାଧାରଣ ଲାଇସେନ୍ସ ବ୍ୟବସ୍ଥା ପୁଂଜିଦ୍ରବ୍ୟ, କଞ୍ଚାମାଲ ଓ ଯନ୍ତ୍ରପାତିର ରପ୍ତାନୀକୁ ସୁବିଧାଜନକ କରିବା ପାଇଁ ପ୍ରବର୍ତ୍ତନ କରାଯାଇଥିଲା ।
Answer:
ଖୋଲା ସାଧାରଣ ଲାଇସେନ୍ସ ବ୍ୟବସ୍ଥା ପୁଞ୍ଜିଦ୍ରବ୍ୟ, କଞ୍ଚାମାଲ୍ ଓ ଯନ୍ତ୍ରପାତିର ଆମଦାନୀକୁ ସୁବିଧାଜନକ କରିବା ପାଇଁ ପ୍ରବର୍ତ୍ତନ କରାଯାଇଥିଲା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

17. ସ୍ଵାଧୀନତା ଲାଭ ପୂର୍ବରୁ ଭାରତର ରପ୍ତାନୀ – ଆମଦାନୀ ନୀତି ଔପନିବେଶିକ ସ୍ବାର୍ଥ ସାଧନ ଉଦ୍ଦେଶ୍ୟରେ ପରିଚାଳିତ ହେଉଥିଲା ।
Answer:
ଠିକ୍ ।

E. ତିନୋଟି ବାକ୍ୟ ମଧ୍ଯରେ ନିମ୍ନଲିଖ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।

1. ବାଣିଜ୍ୟ ସଂରଚନା କ’ଣ ?
Answer:
ଏକ ରାଷ୍ଟ୍ରର ରପ୍ତାନୀ ଏବଂ ଆମଦାନୀ ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା କୁହାଯାଏ । ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ଭାରତ କେବଳ ଖାଦ୍ୟଶସ୍ୟ ଯଥା – କଫି, ଚା, ତୈଳବୀଜ, ମସଲା ଏବଂ ଚମଡ଼ା, ତୁଳାବସ୍ତ୍ର ଓ ତୂଳା ରପ୍ତାନୀ କରୁଥିଲା । ଅନ୍ୟପକ୍ଷରେ ଆମଦାନୀ ସାମଗ୍ରୀରେ ମୁଖ୍ୟତଃ ବିଭିନ୍ନ ଖାଉଟି ଦ୍ରବ୍ୟ, ମେସିନ୍, ଲୁହା ଓ ଇସ୍ପାତ ଦ୍ରବ୍ୟ ତଥା ବିଭିନ୍ନ ରାସାୟନିକ ଦ୍ରବ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ ସ୍ଵାଧୀନତାପ୍ରାପ୍ତି ପରେ ପରେ ଭାରତରେ ନିର୍ମାଣ ଯୁଗ ଆରମ୍ଭ ହେଲା ।

ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ନିମନ୍ତେ ବିଦେଶରୁ ବିଭିନ୍ନ ଯନ୍ତ୍ରପାତି, କଳକବ୍‌ଜା, ପୁଞ୍ଜିଦ୍ରବ୍ୟ ଏବଂ କେତେକ ଖାଉଟୀ ଦ୍ରବ୍ୟ ଆମଦାନୀ କରିବାକୁ ପଡ଼ିଲା । ତେଣୁ ଆମଦାନୀ ପରିମାଣରେ ବୃଦ୍ଧି ଘଟିଲା ସେହିପରି ରପ୍ତାନି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଲା । କେତେକ ପାରମ୍ପରିକ ଦ୍ରବ୍ୟ ବ୍ୟତୀତ ବିବିଧ ଅଣପାରମ୍ପରିକ ସାମଗ୍ରୀ ଦେଶ ବିଦେଶକୁ ରପ୍ତାନୀ କରିବାରେ ସମର୍ଥ ହେବାର ଦେଖାଗଲା । ତେଣୁ ସ୍ବାଧୀନତା ପରେ ଦେଶର ବୈଦେଶିକ ବାଣିଜ୍ର କ୍ଷେତ୍ରରେ ପରିମାଣାତ୍ମକ ତଥା ବିବିଧତା ଅଭିବୃଦ୍ଧି ପ୍ରତୀୟମାନ ହୁଏ ।

2. ଆମଦାନୀ ସଂରଚନା କ’ଣ ?
Answer:
ଆମଦାନୀ ବା ରପ୍ତାନୀ କଲାବେଳେ ବିବିଧ ଦ୍ରବ୍ୟ ଓ ସେବାର ପରିମାଣ ତଥା ମୂଲ୍ୟର ଗତିକୁ ବିଶ୍ଳେଷଣ କରାଯାଏ । ପରାଧୀନ ଭାରତ ଓ ସ୍ଵାଧୀନୋତ୍ତର ଭାରତର ଆମଦାନୀ ସଂରଚନାରେ ଥ‌ିବା ଦ୍ରବ୍ୟରେ ଯଥେଷ୍ଟ ଅସାମଞ୍ଜସ୍ୟ ଅନୁଭୂତ ହୁଏ । 2007-08ରେ ପେଟ୍ରୋଲ ଓ ପିଚ୍ଛିଳ ପଦାର୍ଥ, ମୁକ୍ତା, ମୂଲ୍ୟବାନ ପଥର, ଲୁହା ଓ ଇସ୍ପାତ, ସାର, ବିଭିନ୍ନ ପ୍ରକାର ପୁଞ୍ଜିଦ୍ରବ୍ୟର ଆମଦାନୀର ଅତ୍ୟଧ୍ବକ ବୃଦ୍ଧି ଘଟିଲା ।

1960-61 ମସିହା ପୂର୍ବରୁ ଦେଶ ଖାଦ୍ୟଦ୍ରବ୍ୟ ଆମଦାନୀ କରୁଥିଲା । ଏହା ଆମଦାନୀ ସଂରଚନାରେ ବିଶେଷଭାବେ ହ୍ରାସ ଘଟିଛି । ଦେଶ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଖାଉଟି ଦ୍ରବ୍ୟ ଉତ୍ପାଦନରେ ସ୍ଵାବଲମ୍ବୀ ହୋଇଥିବା କାରଣରୁ ଏପ୍ରକାର ପରିବର୍ତ୍ତନ ଦେଖାଦେଇଛି ।

3. ରପ୍ତାନୀ ସଂରଚନା କ’ଣ ?
Answer:
ଭାରତୀୟ ରପ୍ତାନୀ ବାଣିଜ୍ୟର ରୂପରେଖ ଅଧ୍ୟୟନ କଲେ ଏଥୁରେ କାଳକ୍ରମେ କୃଷି ଓ କୃଷି-ସଂଶ୍ଳିଷ୍ଟ ଦ୍ରବଣ ଗୁରୁତ୍ଵ ହ୍ରାସ ଏବଂ ପାରମ୍ପରିକ ଓ ଅଣପାରମ୍ପରିକ ଶିଳ୍ପଜାତ ଦ୍ରବ୍ୟର ଗୁରୁତ୍ଵ ବୃଦ୍ଧି ପାଇଛି । ତେଣୁ ଦେଶ ଅନୁନ୍ନତ ପ୍ରାଥମିକ ଦ୍ରବ୍ୟ ଉତ୍ପାଦନକାରୀ ସ୍ତର ଅତିକ୍ରମ କରି ଏକ ସ୍ପନ୍ଦିତ ଶିଳ୍ପ ଅର୍ଥନୀତିରେ ପରିଣତ ହୋଇପାରିଛି । ଝୋଟ, ଚା’ ଏବଂ ଅନ୍ୟାନ୍ୟ ପାରମ୍ପରିକ ଦ୍ରବ୍ୟଗୁଡ଼ିକର ରପ୍ତାନୀ ଦ୍ରୁତଗତିରେ ହ୍ରାସ ପାଇଛି । ଅନ୍ୟପକ୍ଷରେ ହସ୍ତଶିଳ୍ପ, ପୋଷାକପତ୍ର, ମେସିନ୍ ଓ ବିଭିନ୍ନ ଯାନ୍ତ୍ରିକ ଦ୍ରବ୍ୟ, ଚମଡ଼ା ଓ ଚମଡ଼ା ନିମତ ବିଭିନ୍ନ ସାମଗ୍ରୀର ରପ୍ତାନୀ ବୃଦ୍ଧି ପାଇଛି । ବର୍ତ୍ତମାନର ରପ୍ତାନୀ ସଂରଚନାରେ ମୁକ୍ତା ଓ ଅଳଙ୍କାରର ସ୍ଥାନ ସର୍ବାଗ୍ରେ ଥ‌ିବାର ଦେଖାଯାଏ ।

4. ବୈଦେଶିକ ବାଣିଜ୍ୟର ଦିଗ କହିଲେ କ’ଣ ବୁଝ ?
Answer:
ବୈଦେଶିକ ବାଣିଜ୍ୟର ଦିଗ କହିଲେ ଆମକୁ ବୁଝିବାକୁ ହେବ ଯେ କେଉଁ କେଉଁ ଦେଶ ସହିତ ଆମର ବାଣିଜ୍ୟ କାରବାର ସଂଶ୍ଳିଷ୍ଟ । ସ୍ଵାଧୀନତା ପୂବେ ଇଂଲଣ୍ଡ ଆମର ବୈଦେଶିକ ବାଣିଜ୍ୟର ପ୍ରଧାନ ଅଂଶୀଦାର ଥିଲା । ବର୍ତ୍ତମାନ ଏହା ଦ୍ରୁତ ଗତିରେ ହ୍ରାସ ପାଇଥ୍‌ବାର ଦେଖାଯାଏ । ତେବେ ବର୍ତ୍ତମାନ ଆମ ଦେଶର ବାଣିଜ୍ୟ ପୃଥ‌ିବୀର ପ୍ରାୟ 190ଟି ଦେଶ ସହିତ ସଂପୃକ୍ତ ।

ଫଳରେ ବୈଦେଶିକ ବାଣିଜ୍ୟର ଦିଗ ଅଧ୍ଵକ ବ୍ୟାପକ ତଥା ବିସ୍ତୀର୍ଣ୍ଣ ହୋଇପାରିଛି । ବର୍ତ୍ତମାନ ଆମେରିକା ଭାରତର ପ୍ରମୁଖ ବାଣିଜ୍ୟ ଅଂଶୀଦାର ଭାବେ ମୁଣ୍ଡ ଟେକିଛି । ଏଥୁସହିତ ଇଉରୋପୀୟ ରାଷ୍ଟ୍ର ସଂଘଭୁକ୍ତ ଦେଶ, ଏସିଆ ଓ ଓସିଆନିଆ, ସାର୍କ ଦେଶମାନଙ୍କ ସହିତ ପୂର୍ବ ଓ ଦକ୍ଷିଣପୂର୍ବ ଏସିଆ, ଚୀନ ଏବଂ ଆଫ୍ରିକୀୟ ଦେଶମାନଙ୍କ ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ରହିଛି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
F. ତିନୋଟି ବାକ୍ୟ ମଧ୍ଯରେ ନିମ୍ନଲିଖ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।

1. ରପ୍ତାନୀ ପ୍ରୋତ୍ସାହନ ଓ ଆମଦାନୀ ପ୍ରତିସ୍ଥାପନ ।
Answer:
ଯଦି ରପ୍ତାନୀ ମୂଲ୍ୟ ଆମଦାନୀ ମୂଲ୍ୟଠାରୁ କମ୍ ହୁଏ, ରାଷ୍ଟ୍ରକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ; କାରଣ ରାଷ୍ଟ୍ରର ପ୍ରାପ୍ୟ ଦେଶ ମୂଲ୍ୟଠାରୁ କମ୍ । ଏହାକୁ ଆଦାନ ପ୍ରଦାନ ସମତୁଳନ ସମସ୍ୟା ବୋଲି କୁହାଯାଏ । ଭାରତ ସମେତ ସମସ୍ତ ବିକାଶଶୀଳ ରାଷ୍ଟ୍ର ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଭାରତ ରପ୍ତାନୀ ବୃଦ୍ଧି ଏବଂ ଆମଦାନୀ ହ୍ରାସ କରିବାକୁ ତା’ର ଉଦ୍ୟମ ଜାରି ରଖୁଛି ।

ରପ୍ତାନୀ ବର୍ଦ୍ଧନ ଓ ଆମଦାନୀ ପ୍ରତିସ୍ଥାପନ ଆମର ଜାତୀୟ ନୀତି ହିସାବରେ ଗ୍ରହଣ କରାଯାଇଛି । ବିଦେଶର ଉତ୍ପାଦନକାରୀଙ୍କୁ ପ୍ରତିଯୋଗିତାରୁ ରକ୍ଷା କରିବା ନିମିତ୍ତ, ଭାରତୀୟ ବାଣିଜ୍ୟଭିତ୍ତିକ ଶିଳ୍ପଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ସରକାର ବିଭିନ୍ନ ପ୍ରକାରର ପ୍ରୋତ୍ସାହନମାନ ଦେବାକୁ ଆଗେଇ ଆସିଲେ । ଆମଦାନୀ ହେଉଥ‌ିବା ଦ୍ରବ୍ୟର ବିକଳ୍ପ ନିଜେ ତିଆରି କରିବାକୁ ଆମଦାନୀ ପ୍ରତିସ୍ଥାପନ କୁହାଯାଏ । ରାଷ୍ଟ୍ର ଅଧ୍ଵ ଯନ୍ତ୍ରପାତି, ପ୍ରାବିଧ‌ି ଜ୍ଞାନ ଇତ୍ୟାଦି ହାସଲ କଲେ ଆମଦାନୀ ପ୍ରତିସ୍ଥାପନ ଦ୍ରବ୍ୟ ତିଆରି କରିପାରିବ । ଏବଂ ଶିଳ୍ପର ବିକାଶ ପାଇଁ ଯନ୍ତ୍ରପାତି, କଳକବ୍‌ଜା ତଥା ଆଧୁନିକ ଜ୍ଞାନ କୌଶଳର ଆବଶ୍ୟକତା ହେଲା । ଏଣୁ ବାଣିଜ୍ୟନୀତିରେ କୋହଳ ଆମଦାନୀ ମାଧ୍ୟମରେ ରପ୍ତାନୀ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଗଲା ।

2. ଆନ୍ତର୍ଜାତିକ ବାଣିଜ୍ୟ ଓ ଆଭ୍ୟନ୍ତରୀଣ ବାଣିଜ୍ୟ
Answer:
ଦେଶର ଅର୍ଥନୈତିକ ଉନ୍ନୟନ ପ୍ରକ୍ରିୟାରେ ବୈଦେଶିକ ବାଣିଜ୍ୟର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଦେଶ ଦେଶ ମଧ୍ୟରେ ବାଣିଜ୍ୟକୁ ବୈଦେଶିକ ବାଣିଜ୍ୟ ବା ବହିର୍ବାଣିଜ୍ୟ କୁହାଯାଏ । ପ୍ରକାରନ୍ତରେ କହିଲେ ଦେଶର ରାଜନୈତିକ ସୀମାର ବାହାରେ ଯେଉଁ ବାଣିଜ୍ୟିକ କରିବାର ହୋଇଥାଏ, ତାହାକୁ ବୈଦେଶିକ ବାଣିଜ୍ୟ କୁହାଯାଏ ।

ଅର୍ଥାତ୍ ଦେଶ ଦେଶ ମଧ୍ୟରେ ଦ୍ରବ୍ୟ, ସେବା ଓ ଆର୍ଥିକ ସମ୍ବଳର ପ୍ରବାହକୁ ବୈଦେଶିକ ବାଣିଜ୍ୟ କୁହାଯାଏ । ବୈଦେଶିକ ବାଣିଜ୍ୟର ଅନ୍ୟନାମ ହେଲା ଆନ୍ତର୍ଜାତିକ ବାଣିଜ୍ୟ । ଆଭ୍ୟନ୍ତରୀଣ ବାଣିଜ୍ୟ ଦେଶ ମଧ୍ୟରେ ଦ୍ରବ୍ୟ ଓ ସେବାର ଦେଣନେଣ ସହିତ ସମ୍ପୃକ୍ତ ହୋଇଥିବାରୁ ଏହାକୁ ଆନ୍ତର୍ଜାତିକ ବାଣିଜ୍ୟଠାରୁ ପୃଥକ୍ ବୋଲି ବିବେଚନା କରାଯାଇଥାଏ ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

3 ବାଣିଜ୍ୟର ସଂରଚନା ଓ ବାଣିଜ୍ୟର ଦିଗ
Answer:
ଏକ ରାଷ୍ଟ୍ରର ରପ୍ତାନୀ ଓ ଆମଦାନୀ ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା କହନ୍ତି । ଏହାର ଧାରା ରାଷ୍ଟ୍ରର ଘରୋଇ ଉତ୍ପାଦନ ଢ଼ାଞ୍ଚାକୁ ସ୍ପଷ୍ଟ କରିଥାଏ । କୌଣସି ଏକ ଦ୍ରବ୍ୟର ଆମଦାନୀ ହ୍ରାସ, ସେହି ଦ୍ରବ୍ୟର ଉତ୍ପାଦନ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଇଥିବା କଥା ସୂଚାଏ । ପୁଞ୍ଜିଦ୍ରବ୍ୟର କ୍ରମାଗତଭାବେ ଆମଦାନୀ ବୃଦ୍ଧି ରାଷ୍ଟ୍ରର ଶିଳ୍ପକ ଅଭିବୃଦ୍ଧି ପ୍ରତିଫଳିତ କରେ ।

ତେଣୁ ବାଣିଜ୍ୟ ସଂରଚନା ରାଷ୍ଟ୍ରର ଅଭିବୃଦ୍ଧିର ମାତ୍ରା ସ୍ପଷ୍ଟ କରିବା ସହିତ ରାଷ୍ଟ୍ରର ଅର୍ଥନୈତିକ ଢାଞ୍ଚା ସୂଚାଇଥାଏ । ସ୍ଵାଧୀନତା ପରେ ଭାରତର ବୈଦେଶିକ ବାଣିଜ୍ୟ ସଂରଚନାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି । ପାରମ୍ପରିକ ଦ୍ରବ୍ୟ ଯଥା ଖାଦ୍ୟଶସ୍ୟ, ଲୁହାପଥର ଇତ୍ୟାଦିର ରପ୍ତାନୀ ହ୍ରାସ ପାଇ ଅଣପାରମ୍ପରିକ ଦ୍ରବ୍ୟ ଯଥା ରାସାୟନିକ ପଦାର୍ଥ, ଯାନ୍ତ୍ରିକ ଦ୍ରବ୍ୟ ଅଳଙ୍କାର ଇତ୍ୟାଦିର ରପ୍ତାନୀ ବୃଦ୍ଧି ପାଇଛି । ଠିକ୍ ହେସିପରି ଆମଦାନୀ କ୍ଷେତ୍ରରେ ମଧ୍ୟ ସାର, ପେଟ୍ରୋଲିୟମ୍ ଜାତ ଦ୍ରବ୍ୟ, ମୁକ୍ତା ଓ ମୂଲ୍ୟବାନ୍ ପଥର ଇତ୍ୟାଦିର ଆମଦାନୀ ବୃଦ୍ଧି ପାଇଛି ।

କୌଣସି ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଥବା ବାଣିଜ୍ୟିକ ସମ୍ପର୍କକୁ ବହିଃର୍ବାଣିଜ୍ୟର ଦିଗ କୁହାଯାଏ । ବହିଃବାଣିଜ୍ୟ ଦିଗର କୌଣସି ପରିବର୍ତ୍ତନ ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ପରିବର୍ତ୍ତନ ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ପରିବର୍ତ୍ତନକୁ ସୂଚାଏ । ସ୍ଵାଧୀନତାର ପୂର୍ବବର୍ତ୍ତୀ କାଳରେ ଭାରତର ବାଣିଜ୍ୟିକ ସମ୍ପର୍କ ମୁଖ୍ୟତଃ ବ୍ରିଟେନ୍ ଏବଂ ଏହାର ମିତ୍ର ରାଷ୍ଟ୍ରମାନଙ୍କ ସହିତ ଥିଲା । କିନ୍ତୁ ସ୍ଵାଧୀନତାପରେ ଭାରତର ବାଣିଜ୍ୟିକ ସମ୍ପର୍କ ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ସ୍ଥାପିତ ହୋଇପାରିଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଭାରତର ବାଣିଜ୍ୟ ସଂରଚନା ଆଲୋଚନା କର ।
Answer:
ଏକ ରାଷ୍ଟ୍ରର ରପ୍ତାନୀ ଏବଂ ଆମଦାନୀ ହୋଇଥିବା ସମସ୍ତ ଦ୍ରବ୍ୟକୁ ବାଣିଜ୍ୟ ସଂରଚନା ବା ସମାହାର କହନ୍ତି । ଏହାର ଧାରା ରାଷ୍ଟ୍ରର ଘରୋଇ ଉତ୍ପାଦନ ଢାଞ୍ଚାକୁ ସ୍ପଷ୍ଟ କରିଥାଏ । କୌଣସି ଏକ ଦ୍ରବ୍ୟର ଆମଦାନୀ ହ୍ରାସ, ସେହି ଦ୍ରବ୍ୟର ଉତ୍ପାଦନ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଇବା କଥା ସୂଚାଏ । ପୁଞ୍ଜିଦ୍ରବ୍ୟର କ୍ରମାଗତଭାବେ ଆମଦାନୀ ବୃଦ୍ଧି ରାଷ୍ଟ୍ରର ଶିଳ୍ପୀକ ଅଭିବୃଦ୍ଧି ପ୍ରତିଫଳିତ କରେ ତେଣୁ, ବାଣିଜ୍ୟ ସଂରଚନା ରାଷ୍ଟ୍ରର ଅଭିବୃଦ୍ଧିର ମାତ୍ରା ସ୍ପଷ୍ଟ କରିବା ସହିତ ରାଷ୍ଟ୍ରର ଅର୍ଥନୈତିକ ଢାଞ୍ଚା ସୂଚାଇଥାଏ ।

ସ୍ଵାଧୀନତା ପରେ ଭାରତର ବୈଦେଶିକ ବାଣିଜ୍ୟ ସଂରଚନାରେ ଉଲ୍ଲେଖନୀୟ ପରିବର୍ତ୍ତନ ହେଉଛି । ପାରମ୍ପରିକ ଦ୍ରବ୍ୟ ଯଥା, ହସ୍ତଶିଳ୍ପଜାତ ଦ୍ରବ୍ୟ, ଖାଦ୍ୟଶସ୍ୟ, ଲୁହାପଥର ଇତ୍ୟାଦିର ରପ୍ତାନି ହ୍ରାସପାଇ ଅଣପାରମ୍ପରିକ ଦ୍ରବ୍ୟଯଥା, ରାସାୟନିକ ପଦାର୍ଥ, ଯାନ୍ତ୍ରିକ ଦ୍ରବ୍ୟ, ଅଳଙ୍କାର ଇତ୍ୟାଦିରେ ରପ୍ତାନି ବୃଦ୍ଧିପାଇଛି । ଠିକ୍ ସେହିପରି ଆମଦାନୀ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ସାର, ପେଟ୍ରୋଲିୟମଜାତ ଦ୍ରବ୍ୟ, ମୁକ୍ତା ଓ ମୂଲ୍ୟବାନ ପଥର ଇତ୍ୟାଦିର ଆମଦାନୀ ବୃଦ୍ଧିପାଇଛି ।

ଆମଦାନୀ ସଂରଚନା :
ଭାରତର ଆମଦାନୀ ପେଡ଼ି ବିବିଧ ଦ୍ରବ୍ୟର ଏକ ସମାହାର ମାତ୍ର । ସ୍ଵାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଆମଦାନୀ ପେଡ଼ିରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୁଏ ନାହିଁ । କେତେକ ମୁଖ୍ୟ ଦ୍ରବ୍ୟର ତଳେ ଦର୍ଶାଯାଇଛି ।

(i) ଖାଦ୍ୟ ଦ୍ରବ୍ୟ ଓ ପଶୁସମ୍ପଦ – 1960-61ରେ ଖାଦ୍ୟଦ୍ରବ୍ୟ ଓ ପଶୁସମ୍ପଦର ଆମଦାନୀ ମୂଲ୍ୟ 286 କୋଟି ଟଙ୍କା ଥିଲା । ଏହା ମୋଟ ଆମଦାନିର 15.9 ପ୍ରତିଶତ । 1970-71ରେ ଏହା 242 କୋଟି ଟଙ୍କାକୁ ହ୍ରାସ ପାଇଛି, ଯାହା ମୋଟ ଆମଦାନିର 14.8 ପ୍ରତିଶତ । କିନ୍ତୁ 1980-81ରେ ଆମଦାନୀ ମୂଲ୍ୟ 280 କୋଟି ଟଙ୍କାକୁ ବୃଦ୍ଧି ପାଇଥିଲେ ମଧ୍ୟ ମୋଟ ଆମଦାନୀରେ ଏହାର ଅଂଶ ମାତ୍ର 2.2.3 ପ୍ରତିଶତ । ଏଥୁଁ ଭାରତ ଯେ ଖାଦ୍ୟ ଶସ୍ୟ ଏବଂ ପଶୁସମ୍ପଦ କ୍ଷେତ୍ରରେ ସ୍ଵାବଲମ୍ବୀ ହେବାକୁ ଯାଉଛି, ଏହା ସୁସ୍ପଷ୍ଟ ।

(ii) କଞ୍ଚାମାଲ୍ ଓ ଶିଜୋପଯୋଗୀ ମଧ୍ୟବର୍ତ୍ତୀ ଦ୍ରବ୍ୟ – କଞ୍ଚାମାଲ୍ ଓ ମଧ୍ୟବର୍ତ୍ତୀ ଦ୍ରବଣ ଆମଦାନୀ ଭାରତରେ ବୃଦ୍ଧି ପାଉଛି । 1960-61 ମସିହାରେ ଏହା ମୋଟ ଆମଦାନିର 43.2 ପ୍ରତିଶତ ଥିଲାବେଳେ 1980-81ରେ ଏହା 77.8 ପ୍ରତିଶତକୁ ବୃଦ୍ଧି ପାଇଛି । ଆମଦାନି ସଂରଚନାରେ ଏହି ଉଲ୍ଲେଖନୀୟ ପରିବର୍ତ୍ତନ ଶିଳ୍ପୀକ ଅଭିବୃଦ୍ଧି ସହିତ ଢାଞ୍ଚାଗତ ପରିବର୍ତ୍ତନର ସୂଚନା ଦିଏ ।

(କ) ଖାଇବା ତେଲ – ଖାଇବାତେଲର ଆମଦାନୀ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଥୁରୁ ଭାରତ ଯେ ଖାଇବା ତେଲ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନୁହେଁ । ତାହା ପ୍ରତିଫଳିତ ହେଉଛି । କିନ୍ତୁ ମୋଟ୍ ଆମଦାନିର ଏହା ଏକ ଗୌଣ ଅଂଶ । 1970-71ରେ ଏହା 1.7 ଶତାଂଶ ଥିବାବେଳେ 2001-02ରେ ଏହା 0.19 ଶତାଂଶକୁ ହ୍ରାସ ପାଇଛି ।

(ଖ) ପେଟ୍ରୋଲଜାତ ଦ୍ରବ୍ୟ – ପେଟ୍ରୋଲଜାତ ଦ୍ରବ୍ୟ ଭାରତୀୟ ଆମାଦାନି ପେଡ଼ିର ସର୍ବବୃହତ୍ ଅଂଶ । ପରିସଂଖ୍ୟାନ ମୁତାବକ ଏହା ଦୃତି ଗତିରେ ବୃଦ୍ଧିପାଇ ଚାଲିଛି । 1960-61 ତୁଳନାରେ ପେଟ୍ରୋଲଜାତ ଦ୍ରବ୍ୟର ଆମଦାନୀ 2001-02ରେ 612 ଗୁଣ ବୃଦ୍ଧି ପାଇଛି, ଯାହା ମୋଟ୍ ଆମଦାନିର 27 ଶତାଂଶ । ଅର୍ଥନୈତିକ ବିକାଶ ସହିତ ପେଟ୍ରୋଲଜାତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଉଥ‌ିବାରୁ ଏବଂ ନିଜସ୍ବ ଉତ୍ପାଦନ ଖୁବ୍ କମ୍ ହେଉଥ‌ିବାରୁ ଆମଦାନୀ ଉପରେ ଭାରତ ମୁଖ୍ୟତଃ ନିର୍ଭର କରି ଆସୁଛି । ବିଶ୍ୱ ବଜାରରେ ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ଆମଦାନୀ ମୂଲ୍ୟକୁ ଯଥେଷ୍ଟ ବୃଦ୍ଧି କରିଛି ।

(ଗ) ସାର – କୃଷି ଉତ୍ପାଦିକା ଶକ୍ତି ବୃଦ୍ଧିପାଇଁ ସାରର ଭୂମିକା ଗୁରୁତ୍ଵପୂର୍ଣ୍ଣ । 1970-71ରୁ 1980-81 ମଧ୍ୟରେ ଏହା 85.1 ପ୍ରତିଶତ ବୃଦ୍ଧି ପାଇଥିବାବେଳେ 1980-81ରୁ 1990-91 ମଧ୍ୟରେ ଏହା 115 ପ୍ରତିଶତ ଏବଂ 1990-91ରୁ 2001-02 ମଧ୍ଯରେ 67 ପ୍ରତିଶତ ବୃଦ୍ଧି ପାଇଛି । ଏହା ଭାରତରେ ସାର ଉତ୍ପାଦନ ବୃଦ୍ଧିର ସୂଚନା ଦିଏ ।

(ଘ) ଲୁହା ଓ ଇସ୍ପାତ – ଲୁହା ଓ ଇସ୍ପାତର ଆମଦାନି ମଧ୍ଯ ଭାରତରେ ବୃଦ୍ଧି ପାଇବାରେ ଲାଗିଛି । ରାଷ୍ଟ୍ରର ଚାହିଦା ମେଣ୍ଟାଇବାପାଇଁ ସକ୍ଷମ ହୋଇ ନ ପାରିବାରୁ ଆମଦାନୀ ଉପରେ ନିର୍ଭର କରୁଛି ।

(ଙ) ମୁକ୍ତା ଓ ମୂଲ୍ୟବାନ ପଥର – ସଂପ୍ରତି ଭାରତ ମୁକ୍ତା ଓ ମୂଲ୍ୟବାନ୍ ପଥର ଆମଦାନି କ୍ଷେତ୍ରରେ ଏକ ପ୍ରମୁଖ ରାଷ୍ଟ୍ରର ମାନ୍ୟତା ପାଇଛି । ବିଶ୍ଵ ବଜାରରେ ଭାରତୀୟ ଅଳଙ୍କାରର ବିଶେଷ ଚାହିଦା ଥ‌ିବାରୁ ମୁକ୍ତା ଓ ମୂଲ୍ୟବାନ୍ ପଥର ଆମଦାନିର ଗୁରୁତ୍ଵ ରହିଛି । 1980-81ରୁ 1990-91 ମଧ୍ୟରେ ଏହାର ଆମଦାନି 652 ପ୍ରତିଶତ ବୃଦ୍ଧି ପାଇଥିବାବେଳେ, 1990-91ରୁ 2001-02 ମଧ୍ଯରେ 490 ପ୍ରତିଶତ ବୃଦ୍ଧି ପାଇଛି ।

(iii) ପୁଞ୍ଜିଦ୍ରବ୍ୟ – ବୈଦ୍ୟୁତିକ ଓ ଅଣବୈଦ୍ୟୁତିକ ଯନ୍ତ୍ରପାତି, ପରିବହନ ଯନ୍ତ୍ରପାତି ଇତ୍ୟାଦି ପୁଞ୍ଜିଦ୍ରବ୍ୟ ଭାରତୀୟ ଆମଦାନୀର ଏକ ପ୍ରମୁଖ ଅଂଶ । ଦେଶର ଔଦ୍ୟୋଷିକ ବିକାଶ ଧାରାକୁ ଜାରି ରଖୁବାପାଇଁ ଭାରତ ଦରକାରୀ ପୁଞ୍ଜିଦ୍ରବ୍ୟ ଆମଦାନୀ କରି ଆସୁଛି। 1980-81 ରୁ 1990-91 ମଧ୍ୟରେ ପୁଞ୍ଜିଦ୍ରବ୍ୟର ଆବଦାନି ପ୍ରାୟ 448 ଶତାଂଶ ବୃଦ୍ଧି ପାଇଥ‌ିବାବେଳେ, 1990-91 ରୁ 2001-02 ମଧ୍ଯରେ 168 ଶତାଂଶ ବୃଦ୍ଧି ଘଟିଛି ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

ରପ୍ତାନି ସଂରଚନା :
ପ୍ରାକ୍ ବ୍ରିଟିଶ୍ କାଳରେ ଭାରତ କେତେକ ପାରମ୍ପରିକ ଦ୍ରବ୍ୟ ରପ୍ତାନି କରୁଥିଲା । ଏହାର ରପ୍ତାନି ପେଡ଼ିରେ କେତେକ ପ୍ରାଥମିକ ଦ୍ରବ୍ୟ ହସ୍ତତନ୍ତ୍ର ସାମଗ୍ରୀ ଇତ୍ୟାଦି ରହିଥିଲା । କିନ୍ତୁ ସ୍ବାଧୀନ ଭାରତରେ ଯୋଜନାର ଯୁଗ ଆରମ୍ଭରୁ ରପ୍ତାନି ପେଡ଼ିରେ ଥ‌ିବା ଦ୍ରବ୍ୟର ଆକାର ଓ ରଙ୍ଗ ବଦଳିବାରେ ଲାଗିଛି । ନିଜର ବିକାଶ ସହିତ ତାଳଦେଇ ଭାରତ ବିଶ୍ଵ ବଜାରର ଏକ ପ୍ରମୁଖ ଅଂଶୀଦାର ହୋଇ ପାରିଛି । ଏହାର ରପ୍ତାନି ପେଡ଼ି ଆଦି ଅନେକ ଅଣପାରମ୍ପରିକ ଦ୍ରବ୍ୟର ସମାହାର ।

(i) କୃଷି ଓ କୃଷିସହଜାତ ଦ୍ରବ୍ୟ – ସାରଣୀରୁ ଏହା ସ୍ପଷ୍ଟ ଯେ କୃଷି ଓ କୃଷି ସଦ୍‌ଜାତ ଦ୍ରବ୍ୟର ରପ୍ତାନି 1970-71ରୁ 1980-81 ମଧ୍ୟରେ 322 ପ୍ରତିଶତ ବୃଦ୍ଧି ପାଇଥିବାବେଳେ 1980-81 ରୁ 1990-91 ମଧ୍ୟରେ 200 ପ୍ରତିଶତ ଏବଂ 1990-91 ରୁ 2001-02ରେ 364 ପ୍ରତିଶତ ବୃଦ୍ଧି ପାଇଛି । କୃଷି ଓ କୃଷିଜାତ ଦ୍ରବ୍ୟର ଏହି ରପ୍ତାନି ଭାରତର ଆତ୍ମମନିର୍ଭରଶୀଳତାର ପରିଚୟ । ସତୁରୀ ଦଶକରୁ ଆରମ୍ଭ ହୋଇଥିବା ସବୁଜ ବିପ୍ଳବର ଏହା ଅବଦାନ ।

(ii) ଖଣିଜ ଦ୍ରବ୍ୟ – ଖଣିଜ ଦ୍ରବ୍ୟ ରପ୍ତାନି କ୍ଷେତ୍ରରେ ମଧ୍ୟ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି । 1960-61ରେ ରପ୍ତାନି କରୁଥ‌ିବା 84 କୋଟି ଟଙ୍କାର ଖଣିଜ ଦ୍ରବ୍ୟ 2001-02ରେ 4736 କୋଟି ଟଙ୍କାରେ ପହଞ୍ଚିଛି । ଖଣିଜ ଦ୍ରବ୍ୟମାନଙ୍କ ମଧ୍ୟରୁ ଲୁହାପଥର ଭାରତର ଏକ ମୁଖ୍ୟ ରପ୍ତାନି ଦ୍ରବ୍ୟ । ଭାରତରେ ପ୍ରଚୁର ଲୁହାପଥର ମହଜୁଦ ଥ‌ିବାରୁ ଏହା ଆଜି ଏକ ଅଣପାରମ୍ପରିକ ରପ୍ତାନି ଦ୍ରବ୍ୟ ରୂପେ ପରିଗଣିତ ହୋଇଛି ।

1960-61 ମସିହାରେ ଲୁହାପଥରର ରପ୍ତାନି ମାତ୍ର 27 କୋଟି ଟଙ୍କା ଥିବାବେଳେ 1970-71ରେ 177କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ଅଭିବୃଦ୍ଧି ହାର 333 ଶତାଂଶ । ସେହିପରି 1970-71 ରୁ 1980-81 ମଧ୍ଯରେ 158 ଶତାଂଶ, 1980-81 ରୁ 1990-91 ମଧ୍ଯରେ ଶତାଂଶ ଏବଂ 1990-91 ରୁ 2001-02 ମଧ୍ଯରେ 94 ଶତାଂଶ ଅଭିବୃଦ୍ଧି ଘଟିଛି । ଅଭ୍ର କ୍ଷେତ୍ରରେ ମଧ୍ୟ ଭାରତ ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର । 1970- 71ରୁ ଅଭ୍ରର ରପ୍ତାନି କ୍ରମାଗତ ବୃଦ୍ଧି ପାଉଛି ।

(iii) ଶିଳ୍ପଜାତ ଦ୍ରବ୍ୟ – ଏହା ବିଶ୍ଵବଜାରରେ ଭାରତୀୟ ଶିଳ୍ପଜାତ ଦ୍ରବ୍ୟର ଚାହିଦାର, ଦୃତ ବୃଦ୍ଧି ସୂଚିତ କରିବା ସଙ୍ଗେ ସଙ୍ଗେ ଭାରତର ଦୃତ ଶିଳ୍ପାୟନ ପ୍ରତିଫଳନ କରେ । ଶିଳ୍ପଜାତ ଦ୍ରବ୍ୟ ରପ୍ତାନି ପେଡ଼ିର ପ୍ରାୟ 77 ଶତାଂଶ । କେତେକ ମୁଖ୍ୟ ଶିଳ୍ପଜାତ ଦ୍ରବ୍ୟର ରପ୍ତାନି ସମ୍ବନ୍ଧରେ ନିମ୍ନରେ ଆଲୋଚନା କରାଯାଇଛି ।

(କ) ମୁକ୍ତା ଓ ଅଳଙ୍କାର – ଭାରତ ପ୍ରସ୍ତୁତ ମୁକ୍ତା ଓ ଅଳଙ୍କାର ବିଶ୍ଵ ବଜାରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଫଳରେ ଏହାର ରପ୍ତାନି 1960-61 ରୁ 2001-02 ମଧ୍ଯରେ ମାତ୍ର 1.6 କୋଟି ଟଙ୍କାରୁ ବଢ଼ି 34.845 କୋଟି ଟଙ୍କାରେ ପହଞ୍ଚିପାରିଛି । 1980-81 ପରେ ମୁକ୍ତା ଓ ଅଳଙ୍କାରର ଚାହିଦା ବିଶ୍ଵବଜାରରେ ବହୁଗୁଣିତ ହେବାରୁ ଭାରତ ତା’ର ରପ୍ତାନି ମଧ୍ୟ ଅନୁରୂପ ବୃଦ୍ଧିକରି ଚାଲିଛି । ମୁକ୍ତା ଓ ଅଳଙ୍କାରର ପରିମାଣ ଭାରତୀୟ ରପ୍ତାନି ପେଡ଼ିରେ ସର୍ବାଧ‌ିକ । 2001-02 ପରିସଂଖ୍ୟାନ ଅନୁସାରେ ଏହା ମୋଟ ରପ୍ତାନିର 16.6 ପ୍ରତିଶତ ।

(ଖ) କପା ଓ ସୂତା ବସ୍ତ୍ର – କପା ଓ ସୂତା ବସ୍ତ୍ରର ରପ୍ତାନି କ୍ରମାଗତ ବୃଦ୍‌ଧି ପାଇଥିଲେ ମଧ୍ୟ 1990-91ରୁ 2001- 02 ମଧ୍ୟରେ ହୋଇଥ‌ିବା ଅଭିବୃଦ୍ଧି ଉଲ୍ଲେଖଯୋଗ୍ୟ । ଏହି ସମୟ ମଧ୍ୟରେ ରପ୍ତି ପ୍ରାୟ 598 ପ୍ରତିଶତ ବୃଦ୍ଧି ପାଇଛି । ଏହା ମୋଟ ରପ୍ତାନିର 7 ଶତାଂଶ ।

(ଗ) ତିଆରି ପୋଷାକ – ଭାରତ ତିଆରି ପୋଷକର ରପ୍ତାନି ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି । ମୁଖ୍ୟତଃ 1990-91ରୁ 2001-02 ମଧ୍ଯରେ ଏହାର ରପ୍ତାନି 4012 କୋଟି ଟଙ୍କାରୁ ବୃଦ୍ଧିପାଇ 23,877 କୋଟି ଟଙ୍କାରେ ପହଞ୍ଚୁଅଛି । ଏହି ଅଭିବୃଦ୍ଧି ହାର 495 ଶତାଂଶ । ଏହା ମୋଟ ରପ୍ତାନିର 11.4 ଶତାଂଶ ।

(ଘ) ଚମଡ଼ା ଓ ଚମଡ଼ାଜାତ ଦ୍ରବ୍ୟ – 1970 ପରେ ଭାରତର ଚମଡ଼ା ଓ ଚମଡ଼ାଜାତ ଦ୍ରବ୍ୟର ରପ୍ତାନି ବହୁଗୁଣିତ ହୋଇଛି । 1980-81ରୁ 1990-91 ମଧ୍ୟରେ ରପ୍ତାନି 560 ଶତାଂଶ ବୃଦ୍ଧି ପାଇଥିବାବେଳେ 2001-02ରେ 250 ଶତାଂଶ ବୃଦ୍ଧି ପାଇଛି । ଏହା ମୋଟ୍ ରପ୍ତାନିର ମୂଲ୍ୟର ପ୍ରାୟ 3.5 ପ୍ରତିଶତ ।

(ଙ) ଯାନ୍ତ୍ରିକ ଦ୍ରବ୍ୟ – ଭାରତର ଶିଳ୍ପୀକ ଅଭିବୃଦ୍ଧି ତାହାକୁ ଏକ ଯନ୍ତ୍ରପାତି ରପ୍ତାନିକାରୀ ରାଷ୍ଟ୍ରର ମାନ୍ୟତା ଦେଇଛି । ଭାରତୀୟ ରାଷ୍ଟ୍ରାୟତ୍ତ ଓ ଘରୋଇ ଶିଳ୍ପ ଉନ୍ନତମାନର ଯନ୍ତ୍ରପାତି ତିଆରି କରି ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ସଙ୍ଗେ ସଙ୍ଗେ ବିଶ୍ୱବଜାରରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ସାରଣୀରୁ ଏହା ସ୍ପଷ୍ଟ ଯେ 1980-81ରୁ 1990-91 ମଧ୍ୟରେ ଯାନ୍ତ୍ରିକ ଦ୍ରବ୍ୟର ରପ୍ତାନି 368 ପ୍ରତିଶତ ବୃଦ୍ଧି ପାଇଥିବାବେଳେ 1990-91ରୁ 2001-02 ମଧ୍ଯରେ 753 ପ୍ରତିଶତ ବୃଦ୍ଧି ପାଇଛି । ଏହା ମୋଟ୍ ରପ୍ତାନି ମୂଲ୍ୟର 15.8 ପ୍ରତିଶତ ।

(4) ଖଣିଜ ତୈଳ ଓ ଲୁବ୍ରିକାଣ୍ଟ – ସାରଣୀରୁ ଏହା ସ୍ପଷ୍ଟ ଯେ 1980-81 ପରେ ଭାରତୀୟ ଖଣିଜ ତୈଳ ଓ ଲୁବ୍ରିକାଣ୍ଟର ରପ୍ତାନି ଦୃତ ଗତିରେ ବୃଦ୍ଧି ପାଇଛି । 1980-81, 1990-91 ମଧ୍ୟରେ ଏହି ବୃଦ୍ଧି 3285 ପ୍ରତିଶତ ଥିବାବେଳେ 1990-91 2001-02 ମଧ୍ୟରେ 998 ପ୍ରତିଶତ ହୋଇଛି । 1970-71 ରୁ 1980-81 ମଧ୍ୟରେ ଏହି ମାତ୍ର 115 ପ୍ରତିଶତ ଥିଲା । ଏହି ପରିସଂଖ୍ୟାନ ଭାରତ ଯେ ଖଣିଜ ତୈଳ ଓ ଲୁବ୍ରିକାଣ୍ଟ୍ ଉତ୍ପାଦନ କ୍ଷେତ୍ରରେ ଆଗେଇ ଚାଲିଛି, ତାହା ପ୍ରମାଣ ଦିଏ ।

(5) ଅନ୍ୟାନ୍ୟ ଦ୍ରବ୍ୟ – ଭାରତର ରପ୍ତାନି ପେଡ଼ିରେ ମଧ୍ୟ ଅନ୍ୟାନ୍ୟ ଦ୍ରବ୍ୟ ଦେଖିବାକୁ ମିଳେ। 1980-81 ରୁ 1990-91 ମଧ୍ୟରେ ଅନ୍ୟାନ୍ୟ ଦ୍ରବ୍ୟର ରପ୍ତାନି ଦୃତ ହ୍ରାସ ପାଇଥିଲେ ହେଁ 1990-91 ରୁ 2001-02 ମଧ୍ୟରେ 60- 96 ପ୍ରତିଶତ ବୃଦ୍ଧି ପାଇଛି । ଏହା ମୋଟ ରପ୍ତାନିର 16.2 ପ୍ରତିଶତ । ଅନ୍ୟାନ୍ୟ ଦ୍ରବ୍ୟର ଏହି ରେକର୍ଡ଼ ବୃଦ୍ଧି ନୂତନ ଆର୍ଥିକନୀତିର ପ୍ରଭାବ ।

ଉଭୟ ଆମଦାନି ଓ ରପ୍ତାନି ସଂରଚନାରୁ ଏହା ସ୍ପଷ୍ଟ ଯେ ଭାରତରେ ଢ଼ାଞ୍ଚାଗତ ପରିବର୍ତ୍ତନ ସଙ୍ଗଠିତ ହୋଇଛି । ଆମଦାନୀ ହେଉଥ‌ିବା ଦ୍ରବ୍ୟ ଉତ୍ପାଦନ କରି ଭାରତ ନିଜର ଦରକାର ମୁତାବକ ନୂତନ ଦ୍ରବ୍ୟ ଆମଦାନୀ କରି ପାରିଛି ଏବଂ ରପ୍ତାନିକୁ ବୃଦ୍ଧି କରିବାରେ ସକ୍ଷମ ହୋଇଛି ।

2. ଭାରତୀୟ ବହିଃବାଣିଜ୍ୟର ଦିଗ ସମ୍ବନ୍ଧରେ ଆଲୋକପାତ କର ।
Answer:
କୌଣସି ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଥିବା ବାଣିଜ୍ୟିକ ସମ୍ପର୍କକୁ ବହିଃବାଣିଜ୍ୟର ଦିଗ କୁହାଯାଏ । କେଉଁ ରାଷ୍ଟ୍ରଗୁଡ଼ିକୁ ଏକ ରାଷ୍ଟ୍ର ରପ୍ତାନି କରୁଛି ଏବଂ କେଉଁ ରାଷ୍ଟ୍ରରୁ ଆମଦାନି କରୁଛି, ତାହା ବହିଃବାଣିଜ୍ୟର ଦିଗହିଁ ପ୍ରତିଫଳିତ କରେ । ବହିଃବାଣିଜ୍ୟର ଦିଗହିଁ ପ୍ରତିଫଳିତ କରେ । ବହିଃବାଣିଜ୍ୟ ଦିଗର କୌଣସି ପରିବର୍ତ୍ତନ ରାଷ୍ଟ୍ରର ଅନ୍ୟାନ୍ୟ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ପରିବର୍ତ୍ତନକୁ ସୂଚାଏ ।

ଏଥୁରୁ ରାଷ୍ଟ୍ରର ରାଜନୈତିକ ଏବଂ କୁଟନୈତିକ ସମ୍ପର୍କରେ ହୋଇଥିବା ପରିବର୍ତ୍ତନ ଜଣାପଡ଼େ । ଭାରତୀୟ ବହିଃବାଣିଜ୍ୟର ଦିଗ ଭାରତର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହ ଥ‌ିବା ରାଜନୈତିକ ଓ କୁଟନୈତିକ ସମ୍ପର୍କର ପରିବର୍ତ୍ତନ ଫଳରେ ବିଭିନ୍ନ ସମୟରେ ହେଉଥିବା ମାଣିଜ୍ୟିକ ସମ୍ପର୍କର ପରିବର୍ତ୍ତନ ଉପସ୍ଥାପନା କରେ । ସ୍ଵାଧୀନତାର ପୂର୍ବବର୍ତ୍ତୀ କାଳରେ ଭାରତରେ ବାଣିଜ୍ୟିକ ସମ୍ପର୍କ ମୁଖ୍ୟତଃ ବ୍ରିଟେନ୍ ଏବଂ ଏହାର ମିତ୍ର ରାଷ୍ଟ୍ରମାନଙ୍କ ସହିତ ଥିଲା । କିନ୍ତୁ ସ୍ଵାଧୀନତାପରେ ଭାରତର ବାଣିଜ୍ୟିକ ସମ୍ପର୍କ ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ସ୍ଥାପିତ ହୋଇପାରିଛି । ଭାରତୀୟ ବହିଃବାଣିଜ୍ୟର ଦିଗ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇ ବହିଃ ବାଣିଜ୍ୟ ଇତିହାସରେ ନୂତନ ଯୁଗ ସୃଷ୍ଟି ହୋଇପାରିଛି ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

ଭାରତୀୟ ବହିଃବାଣିଜ୍ୟ ସହ ସଂଶ୍ଳିଷ୍ଟ ଥ‌ିବା ରାଷ୍ଟ୍ରମାନଙ୍କୁ ମୁଖ୍ୟତଃ ପାଞ୍ଚଟି ଗୋଷ୍ଠୀରେ ବର୍ଗିକରଣ କରାଯାଇପାରେ ।
(1) ଅର୍ଥନୈତିକ ସହଯୋଗ ଓ ଉନ୍ନୟନ ସଙ୍ଗଠନ – ଏହି ଗୋଷ୍ଠୀ ଦଶଟି ରାଷ୍ଟ୍ରର ସମାହାର । ସେମାନେ ହେଲେ ବେଲ୍‌ଜିୟମ୍, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ବ୍ରିଟେନ୍ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ୍ ।

(2) ତୈଳ ଉତ୍ପାଦନକାରୀ ଓ ରପ୍ତାନିକାରୀ ରାଷ୍ଟ୍ର ସମୂହ – ଏହି ଗୋଷ୍ଠୀରେ ମୁଖ୍ୟତଃ 4ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି । ସେମାନେ ହେଲେ – ଇରାନ୍, ଇରାକ୍, କୁଏତ୍ ଓ ସାଉଦିଆରବ । ଏହି ସମସ୍ତ ରାଷ୍ଟ୍ର ଖଣିଜ ତୈଳ ଉତ୍ପାଦନ କରି ଅନ୍ୟଦେଶକୁ ରପ୍ତାନି କରନ୍ତି ।

(3) ପୂର୍ବ ୟୁରୋପୀୟ ରାଷ୍ଟ୍ର ସମୂହ – ଏହି ଗୋଷ୍ଠୀରେ 1992-93 ପୂର୍ବବର୍ତ୍ତୀ ରୁଷିଆ ବା ସଂଯୁକ୍ତ ସୋଭିଏତ୍ ରୁଷ ରାଷ୍ଟ୍ର ସମୂହ, ରୋମାନିଆ ଆଦି ରାଷ୍ଟ୍ର ଅନ୍ତର୍ଭୁକ୍ତ ।

(4) ବିକାଶଶୀଳ ରାଷ୍ଟ୍ର ସମୂହ – ଏହି ଗୋଷ୍ଠୀ ସମସ୍ତ ବିକାଶଶୀଳ ରାଷ୍ଟ୍ର ଯଥା – ପାକିସ୍ତାନ, ବଙ୍ଗଳାଦେଶ, ଶ୍ରୀଲଙ୍କା, ସିଙ୍ଗାପୁ, ଥାଇଲାଣ୍ଡ, ସୁଦାନ୍, ତାଞ୍ଜାନିଆ ଇତ୍ୟାଦି ଏସୀୟ ଏବଂ ଆଫ୍ରିକୀୟ ରାଷ୍ଟ୍ରଙ୍କୁ ନେଇ ଗଠିତ ।

(5) ଅନ୍ୟାନ୍ୟ ରାଷ୍ଟ୍ର ସମୂହ – ଉପରୋକ୍ତ ରାଷ୍ଟ୍ର ସମୂହ ମଧ୍ୟରେ ନଥିବା ସମସ୍ତ ରାଷ୍ଟ୍ର ଏହି ଅନ୍ୟାନ୍ୟ ରାଷ୍ଟ୍ର ସମୂହ ମଧ୍ୟରେ ଅନ୍ତର୍ଭୁକ୍ତ ।

ଆମଦାନିର ଦିଗ :
ଭାରତ OECDରୁ କରୁଥିବା ଆମଦାନି ମୋଟ ଆମଦାନିର ସର୍ବାଧ‌ିକ ଅଂଶ । 1960-61ରେ ଏହା 78 ପ୍ରତିଶତ ଥ‌ିବାବେଳେ କ୍ରମାଗତ ହ୍ରାସପାଇ 2003-04ରେ 37-8 ପ୍ରତିପତରେ ପହଞ୍ଚିଛି । OPEC ଗୋଷ୍ଠୀରୁ ଆମଦାନୀ କରୁଥି 1980-81ରେ 27.8 ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବ ୟୁରୋପୀୟ ରାଷ୍ଟ୍ରରୁ ହେଉଥ‌ିବା ଆମଦାନୀ 1980-81ରେ 3.4 ପ୍ରତିଶତରୁ ବୃଦ୍ଧିପାଇ 10.3 ପ୍ରତିଶତରେ ପହଞ୍ଚିଥ‌ିବାବେଳେ 2000-01 ଏବଂ 2002-03ରେ ଯଥାକ୍ରମେ 1.3 ଏବଂ 1.6 ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

ବିକାଶଶୀଳ ରାଷ୍ଟ୍ରମାନଙ୍କଠାରୁ ହେଉଥ‌ିବା ଆମଦାନି କ୍ରମାଗତ ବୃଦ୍ଧିପାଇ 2002-03 ମସିହାରେ ମୋଟ୍ ଆମଦାନିର 20.1 ପ୍ରତିଶତ ହୋଇଛି । ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କଠାରୁ ହେଇଥ‌ିବା ଆମଦାନି ଆଶାତୀତ ବୃଦ୍ଧି ପାଇଛି । 1960-61ରେ ମୋଟ ଆମଦାନୀର ଏହା 2.2 ପ୍ରତିଶତ ଥିଲା । କିନ୍ତୁ 200-01ରେ ଏହା 36.2 ପ୍ରତିଶତ ଏବଂ 2003-0466 33.3 ପ୍ରତିଶତରେ ପହଞ୍ଚିଛି ।

ଯୁକ୍ତରାଷ୍ଟ୍ର ଆମେରିକାରୁ ହେଉଥ‌ିବା ଭାରତର ଆମଦାନୀ ସର୍ବଦା ସର୍ବାଧ୍ଵ ରହିଆସୁଥିଲେ ମଧ୍ୟ ମୋଟ ଆମଦାନୀରେ ଏହାର ଅଂଶ ହ୍ରାସ ପାଇଛି । 1960-61ରେ ଏହା 29.2 ପ୍ରତିଶତ ଥିବାବେଳେ 2003-04ରେ 5.4 ପ୍ରତିଶତକୁ ହ୍ରାସ ପାଇଛି । ସଂଯୁକ୍ତ ରାଷ୍ଟ୍ରରୁ ହେଉଥ‌ିବା ଆମଦାନି ମଧ୍ଯ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏହା ମୋଟ ଆମଦାନୀର ଦ୍ୱିତୀୟ ବୃହତ୍ ଅଂଶୀଦାର ରାଷ୍ଟ୍ର । 1980-81ରୁ ଆମଦାନୀ କ୍ଷେତ୍ରରେ ଜାପାନ୍, ଫ୍ରାନ୍ସ, ଜର୍ମାନୀ ଇତ୍ୟାଦି ରାଷ୍ଟ୍ରରେ ପ୍ରାଧାନ୍ୟ ଉପଲବ୍‌ଧ ହେଉଛି ।

ରପ୍ତାନିର ଦିଗ :
ଭାରତୀୟ ରପ୍ତାନି ଦିଗରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । OECDକୁ ଭାରତ ସର୍ବାଧ୍ଵ ରପ୍ତାନି କରିଥାଏ । 1960-61ରେ ଏହା 66.1 ଶତାଂଶ ଥିବାବେଳେ 1980-81ରେ ଏହା 46.6 ଶତାଂଶକୁ ଏବଂ 2003- 04ରେ 46.4 ଶତାଂଶକୁ ହ୍ରାସ ପାଇଥିଲେ ମଧ୍ୟ ମୋଟ ରପ୍ତାନିର ଏହା ସର୍ବାଧ‌ିକ ଅଂଶ । OPECକୁ ରପ୍ତାନି କ୍ରମାଗତ ବୃଦ୍ଧିପାଇବାର ଚିତ୍ର ସ୍ପଷ୍ଟ ହୋଇଛି । 1960-61ରେ ମୋଟ ରପ୍ତାନିର ଏହା 4.1 ଶତାଂଶ ଥିବାବେଳେ, 2003-04ରେ 15 ଶତାଂଶରେ ପହଞ୍ଚିଛି ।

କିନ୍ତୁ ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ହେଉଥ‌ିବା ରପ୍ତାନିର 1980-81ରୁ ଦୃତ ହ୍ରାସ ପାଇ 2003-04ରେ 1.8 ଶତାଂଶରେ ପହଞ୍ଚିଛି । ବିକାଶଶୀଳ ରାଷ୍ଟ୍ରମାନଭ୍ ହେଉଥ‌ିବା ଭାରତୀୟ ଉଲ୍ଲେଖଯୋଗ୍ୟ । ଭାରତୀୟ ରପ୍ତାନିର ଏହା ଅଂଶ ଲଗାତର ବୃଦ୍ଧି ପାଇବାରେ ଲାଗିଛି । 2003-04ର ପରିସଂଖ୍ୟାନ ଅନୁସାରେ ଭାରତୀୟ ରପ୍ତାନିର ଏହା 32.6 ଶତାଂଶ । ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କୁ ଭାରତୀୟ ରପ୍ତାନିର ଅଂଶ 1960-61ରେ 8.0 ଶତାଂଶ ଥିଲା । ଏହା 2000-04ରେ 4.2 ଶତାଂଶକୁ ହ୍ରାସ ପାଇଛି ।

ଯୁକ୍ତରାଷ୍ଟ୍ର ଆମେରିକା ଭାରତର ସର୍ବଶ୍ରେଷ୍ଠ ବାଣିଜ୍ୟ ବନ୍ଧୁ । 2002-03ରେ ବେଲ୍‌ଜିୟମ୍ ଓ ସଂଯୁକ୍ତ ରାଷ୍ଟ୍ର ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥ‌ିବାବେଳେ 2005-06 ଓ 2006-07ରେ ଚୀନ୍ ଓ ସଂଯୁକ୍ତ ଆରବ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ଭାରତର ବାଣିଜ୍ୟ ବନ୍ଧୁରୂପେ ଚୀନ୍ ଓ ସଂଯୁକ୍ତ ଆରବର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

3. ରପ୍ତାନି ଓ ଆମଦାନୀ ନୀତି 2002-07 ଆଲୋଚନା କର ।
Answer:
2002-07 ମସିହା ସମୟ ଅବଧୂପାଇଁ ସରକାରଙ୍କ ରପ୍ତାନ୍ତି-ଆମଦାନୀ ନୀତିର 2002 ମସିହା ମାର୍ଚ୍ଚ 31 ତାରିଖ ଦିନ ଘୋଷଣା କରାଯାଇଥିଲା । ଏହି ନୀତି ପୂର୍ବବର୍ତ୍ତୀ ରପ୍ତାନି-ଆମଦାନୀର ନୀତି ସୁଫଳକୁ ଦୃଢ଼ କରାଇବା ପାଇଁ ସଙ୍ଗେ ସଙ୍ଗେ 2007 ମସିହା ସୁଦ୍ଧା ଦେଶୀୟ ବାଣିଜ୍ୟକୁ ବିଶ୍ବବାଣିଜ୍ୟର ଏକଶତାଂଶରେ ପହଞ୍ଚାଇଦେବା ଆହ୍ୱାନର ମୁକାବିଲା କରିବାପାଇଁ ଉଦ୍ଦିଷ୍ଟ ଥିଲା ।

ଉଦାରୀକରଣ ପଦ୍ଧତିର ସରଳୀକରଣ, ଆମଦାନୀ ଓ ରପ୍ତାନିକାରୀମାନଙ୍କ ପାଇଁ କାରବାରୀ ଖର୍ଚ୍ଚ ହ୍ରାସ ଏବଂ କୃଷିଜାତ ଦ୍ରବ୍ୟ, ଚମଡ଼ା ଦ୍ରବ୍ୟ, ସୂତାବସ୍ତ୍ର, କୁଟୀର ଶିଳ୍ପ, ହସ୍ତଶିଳ୍ପ ଓ କ୍ଷୁଦ୍ରଶିଳ୍ପ ଭଳି ଦେଶର ଗଭୀର ପାରଦର୍ଶିତା ଥ‌ିବା କ୍ଷେତ୍ରମାନଙ୍କ ଉପରେ ଅଧିକ ଧ୍ୟାନଦେବା ଥିଲା ଏହି ନୂତନ ନୀତିର ମୌଳିକ ଆଦର୍ଶ । ଆମଦାନୀ ଉପରୁ ପରିମାଣାତ୍ମକ କଟକଣା ମଧ୍ୟ ଉଠାଇ ଦିଆଗଲା ।

ଗୁଣାତ୍ମକମାନେ ମାନ ନିର୍ଦ୍ଧାରଣ, ଚିହ୍ନଟ ଲେବଲ୍ ଲଗାଣ ଓ ପୁଟୁଳୀକରଣ ପ୍ରଭୃତି ଦୃଷ୍ଟିକୋଣରୁ ଆମଦାନୀ କରାଯାଉଥ‌ିବା ଦ୍ରବ୍ୟଗୁଡ଼ିକୁ ସ୍ଵଦେଶୀ ଦ୍ରବ୍ୟ ସହିତ ଗୋଟିଏ ପର୍ଯ୍ୟାୟଭୁକ୍ତ କରିବା ଫଳରେ ଆମଦାନୀ-ରପ୍ତାନି କାରବାର ସ୍ଵଚ୍ଛଦ ହେବ ବୋଲି ବିଶ୍ଵାସ କରାଗଲା । ଶୁକ୍ଳଯୋଗ୍ୟତା ଜମାଖାତା ଯୋଜନା, ଶୁକ୍ଳ ରିହାତି ଭରଣା ପ୍ରମାଣ ପତ୍ର, ଆଗୁଆ ଲାଇସେନ୍ସ ବ୍ୟବସ୍ଥା ଏବଂ ରପ୍ତାନୀ ବିବେଚନାପାଇଁ ନିବୃତ୍ତ ଆଦି ଶୁଳ୍କକୁ ପ୍ରଭାବ ଶୂନ୍ଯ କରୁଥିବା ଯୋଜନାମାନ ଚାଲୁରହିଲେ ମଧ୍ୟ ସେମାନଙ୍କୁ ସରଳ କରିଦିଆଗଲା । ଅସଲି ରପ୍ତାନିକାରୀମାନଙ୍କ ସୁବିଧା ଓ ଆବଶ୍ୟକତାକୁ ଆରେ ରଖୁ ଉପରୋକ୍ତ ଯୋଜନାଗୁଡ଼ିକୁ ବାରମ୍ବାର ସମୀକ୍ଷା କରିବାର ବ୍ୟବସ୍ଥା କରାଗଲା ।

ପ୍ରମାଣପତ୍ର ଜମାଖାତା ଯୋଜନା ସମାପ୍ତ କରିବାଭଳି କେତେକ ପଦ୍ଧତିଗତ ସରଳୀକରଣ କାର୍ଯ୍ୟକାରୀ ହେଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ସମନ୍ଵୟ ରକ୍ଷାକରାଯିବା ଫଳରେ ରପ୍ତାନୀକାରୀମାନଙ୍କୁ ପ୍ରତିଯୋଗୀ ଦରରେ ରପ୍ତାନୀ ପୂର୍ବ ଓ ରପ୍ତାନୀ ପରବର୍ତୀ ବୈଦେଶିକ ଓ ଦେଶୀୟ ମୁଦ୍ରା ଋଣ ଯୋଗାଇଦେବା ସମ୍ଭବ ହେଲା । ମର୍ଯ୍ୟାଦାବନ୍ତ ରପ୍ତାନୀକାରୀମାନଙ୍କୁ ସ୍ୱୀୟ ପ୍ରମାଣପତ୍ର ଭିଭିରେ ଲାଇସେନ୍ସ ଯୋଗାଇଦେବାର ସୁବିଧା କରିଦିଆଗଲା । 2007 ମସିହା ସୁଦ୍ଧା ଭାରତ ବିଶ୍ଵ ବାଣିଜ୍ୟର ଏକ-ଶତାଂଶ ଅଧିକାର କରିବା ଲକ୍ଷ୍ୟ ପୂରଣ କରିପାରିବ ବୋଲି ଆଶାପୋଷଣ କରାଗଲା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

  • ରପ୍ତାନିର ବାର୍ଷିକ ଲକ୍ଷ୍ୟ 80 ଶତ କୋଟି ଡଲାରକୁ ବୃଦ୍ଧି କରିବା ।
  • ବିଶ୍ଵବାଣିଜ୍ୟରେ ଭାରତର ଅଂଶ ତତ୍କାଳୀନ 0.67 ଶତାଂଶରୁ 1.0 ଶତାଂଶକୁ ବୃଦ୍ଧି କରିବା ।
  • ରପ୍ତାନୀକୁ ପରିମାଣଗତ କଟକଣାମୁକ୍ତ କରିବା ।
  • କୃଷିଜାତ ଦ୍ରବ୍ୟର ରପ୍ତାନିପାଇଁ ବିଶେଷ ପ୍ରୋତ୍ସାହନ ଯୋଗାଇଦେବା ।
  • ରପ୍ତାନିକୁ ଉତ୍ସାହିତ କରିବାପାଇଁ ‘ବିଶେଷ ଆର୍ଥନୀତିକ ମଣ୍ଡଳ’ମାନଙ୍କର ପ୍ରତିଷ୍ଠା ଉପରେ ଗୁରୁତ୍ଵ ଦେବା ।
  • ‘ଶୁଳ୍କ ଅଧିକାର ଯୋଗ୍ୟ ଜମାଖାତା’ ଏବଂ ‘ରପ୍ତାନୀ ବର୍ଷକ ପୁଞ୍ଜିଦ୍ରବ୍ୟ’ ଯୋଜନାଦ୍ଵୟକୁ ଅଧ‌ିକ କୋହଳ କରିବା ।
  • କୁଟୀର ଓ କ୍ଷୁଦ୍ରଶିଳ୍ପ ସଂସ୍ଥାମାନଙ୍କୁ ବଜାର ସୁବିଧା ଯୋଗାଁଦେବା ।
  • ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଶୁଳ୍କମୁକ୍ତ ସୁବିଧା ଯୋଗାଇଦେବାପାଇଁ ଯୋଜନାର ପରିବର୍ତ୍ତନ କରିବା ।
  • ରସାୟନ ଓ ପେଟ୍ରୋରସାୟନ ଶିଳ୍ପକୁ ଉତ୍ସାହିତ କରିବାପାଇଁ ନିବନ୍ଧନ ଦେୟ 250 ପ୍ରତିଶତ ୱାପସ ଦେବାର ବ୍ୟବସ୍ଥା କରିବା ।
  • ମୂଲ୍ୟବାନ୍ ପଥର ଓ ଗହଣା ଉପରୁ ଆମଦାନୀ ଶୁଳ୍କ ପ୍ରତ୍ୟାହାର ଓ ଲଶଇସେନ୍ସ ବ୍ୟବସ୍ଥାର ଉଚ୍ଛେଦ ଏବଂ ଗହଣା ରପ୍ତାନୀକୁ ଶୁଳ୍କ ରିହାତି ପ୍ରଦାନ ।
  • ଭାରତୀୟ ରପ୍ତାନୀପାଇଁ ନୂଆ ବଜାର ସନ୍ଧନା ଲକ୍ଷ୍ୟରେ ଆଫ୍ରିକୀୟ ଦେଶମାନତ୍ତ୍ଵ ଉପରେ ଗୁରୁତ୍ଵ ପ୍ରଦାନ ।
  • ଉତ୍ତର ପୂର୍ବାଞ୍ଚଳ, ଜାମ୍ମୁ ଓ କାଶ୍ମୀର ଆଦି ବନ୍ଧନଠାରୁ ଦୂରରେ ଥିବା ଅଞ୍ଚଳରେ ସ୍ଥାପିତ ଶିଳ୍ପ ସଂସ୍ଥାମାନଙ୍କୁ ପରିବହନ ସହାୟତା ଯୋଗାଇ ଦେବା ।
  • ବିଦେଶରେ ଶିଳ୍ପ ବନ୍ ଦକରି ତାହାକୁ ଭାରତକୁ ସ୍ଥାନାନ୍ତରିତ କରିବାର ଉଦ୍ୟମକୁ ପ୍ରୋତ୍ସାହନ ପ୍ରଦାନ କରିବା ।

4. ରପ୍ତାନୀ-ଆମଦାନୀ ନୀତି 2004-09 ଆଲୋଚନା କର ।
Answer:
ସରକାର 2004 ମସିହା ଅଗଷ୍ଟ 31 ତାରିଖ ଦିନ ଏକ ନୂତନ ବାଣିଜ୍ୟ ନୀତି ଘୋଷଣା କରିଥିଲେ । ଏହି ନୂତନ ନୀତି ଦଶମ ଯୋଜନାର ରପ୍ତାନୀ-ଆମଦାନୀ ନୀତିଠାରୁ ବିଶେଷ ଅଲଗା ହୋଇ ନଥିଲେ ମଧ୍ୟ ଏହା ସମଗ୍ର ଭାରତୀୟ ବୈଦେଶିକ ବାଣିଜ୍ୟକୁ ଏକ ସମନ୍ବିତ ଦୃଷ୍ଟିକୋଣରୁ ବିଚାର୍ କରିବା ସଙ୍ଗେ ସଙ୍ଗେ ଏହି କ୍ଷେତ୍ରର ବିକାଶପାଇଁ ଏକ ଏକୀକୃତ ଖସଡ଼ା ପ୍ରସ୍ତୁତ କରିଥିଲା ।

2009 ମସିହା ସୁଦ୍ଧା ବିଶ୍ବବାଣିଜ୍ୟରେ ଭାରତୀୟ ଅଂଶକୁ ଦୁଇଗୁଣ କରିବା ଏବଂ ନିୟୋଜନ ସୃଷ୍ଟିକୁ ଗୁରୁତ୍ଵ ଦେଇ ବାଣିଜ୍ୟ ନୀତିକୁ ଆର୍ଥନୀତିକ ଅଭିବୃଦ୍ଧିର ଅସ୍ତ୍ରରୂପେ ବ୍ୟବହାର କରିବା ଥିଲା ଏହି ନୂତନ ନୀତିର ଦ୍ବୈତ ଅଭିପ୍ରାୟ । ଏହି ନୀତିର ମୌଳିକ ଉତ୍ପାଦନଗୁଡ଼ିକ ହେଲା –

  • କୃଷି ଉତ୍ପାଦନ ରପ୍ତାନୀ ଉପରେ ଗୁରୁତ୍ବ ଆରୋପ ।
  • ପୁଞ୍ଜିଦ୍ରବ୍ୟ ଆମଦାନୀ କରିବାର ସୁବିଧା ପ୍ରଦାନ ।
  • ରତ୍ନ ଓ ଗହଣା, ହସ୍ତତନ୍ତ୍ର, ହସ୍ତକଳା, ଚମଡ଼ା ଓ ଜୋତା ଉତ୍ପାଦନ ସମ୍ପର୍କୀୟ ନିୟୋଜନ ସଘନ କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ପ୍ରଦାନ ।
  • ଉଦାର ପୁଞ୍ଜିଦ୍ରବ୍ୟ ଆମଦାନୀ ପରିକଳ୍ପନା ଅନୁଯାୟୀ କ୍ଷୁଦ୍ର ଓ ମଧ୍ୟମ ରପ୍ତାନୀକାରୀମାନଙ୍କୁ ସୁବିଧା ପ୍ରଦାନ ।
  • ତିନୋଟି ନୂଆ ରପ୍ତାନୀ ବୃଦ୍ଧି କାର୍ଯ୍ୟକ୍ରମ ରୂପାୟନର ପରିକଳ୍ପନା ।
    → ରପ୍ତାନୀକାରୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଲକ୍ଷ୍ୟରେ ‘ଲକ୍ଷ୍ୟଯୁକ୍ତ ପରିଯୋଜନା’ ରୂପାୟନର ପରିକଳ୍ପନା ।
    → ବିଶ୍ଵ ବଜାରରେ ଭାରତୀୟ ସେବାରପ୍ତାନୀପାଇଁ ଏକ ଶକ୍ତିଶାଳୀ ବ୍ୟବସାୟିକ ଛାପ ସୃଷ୍ଟି ଲକ୍ଷ୍ୟରେ ‘ଭାରତରୁ ଉଦ୍ଭବ ସେବା ଯୋଜନା’ ରୂପାୟନର ପରିକଳ୍ପନା ।
    → କୃଷିଜାତ ଦ୍ରବ୍ୟର ରପ୍ତାନୀ ବୃଦ୍ଧି କରିବା ଲକ୍ଷ୍ୟରେ ବିଶେଷ କୃଷି ଉତ୍ପାଦ ଯୋଜନା’ ରୂପାୟନର ପରିକଳ୍ପନା ।
  • ରପ୍ତାନୀକାରୀମାନଙ୍କପାଇଁ ସରଳୀକୃତ ପଦ୍ଧତି ଓ ଯୁକ୍ତିସିଦ୍ଧ ଉପାୟମାନ ଲାଗୁ କରିବା ଉପରେ ଗୁରୁତ୍ବ ଆରୋପ ।
  • ଭାରତର ରପ୍ତାନୀ ଓ ଆମଦାନୀ ବାଣିଜ୍ୟକୁ ସୁଗମ କରିବାପାଇଁ ଗୋଦାମ ଭିତ୍ତିଭୂମିର ସୃଷ୍ଟି ଉପରେ ଗୁରୁତ୍ଵ ଆରୋପ ।
  • ବୈଦେଶିକ ବାଣିଜ୍ୟର ଉନ୍ନତିପାଇଁ ଦେଶରେ ‘ମୁକ୍ତ ବାଣିଜ୍ୟ ଓ ଗୋଦାମଘର ମଣ୍ଡଳ’ମାନ ପ୍ରତିଷ୍ଠା କରିବାପାଇଁ ନିଷ୍ପଭି ।
  • ଦେଶସାରା ‘ଜୈବ-ପ୍ରଯୁକ୍ତିବିଦ୍ୟା ଉଦ୍ୟାନ’ମାନ ପ୍ରତିଷ୍ଠା କରିବାପାଇଁ ନିଷ୍ପତ୍ତି ।
  • ଦେଶରୁ ରପ୍ତାନୀ ହେଉଥ‌ିବା ସମସ୍ତ ଦ୍ରବ୍ୟ ଉପରୁ ‘ସେବାକର’ ପ୍ରତ୍ୟାହାର କରିବାପାଇଁ ନିଷ୍ପତ୍ତି ।

5. ରପ୍ତାନୀ-ଆମଦାନୀ ନୀତି 1991-92 ଆଲୋଚନା କର ।
Answer:
1991-92 ମସିହାରୁ ଭାରତର ଆର୍ଥନୀତିକ ସଂସାର ପ୍ରକ୍ରିୟା ଆରମ୍ଭ ହେଲା । ଏହା ଫଳରେ ଯେଉଁ ନୂତନ ରପ୍ତାନୀ-ଆମଦାନୀ ନୀତିର ପରିକଳ୍ପନା କରାଗଲା, ତାହା ଦେଶର ରପ୍ତାନୀ ଦକ୍ଷତା ବୃଦ୍ଧି ଉପଲକ୍ଷେ ସରଳୀକୃତ ପଦ୍ଧତି ଅନୁସରଣ ପୂର୍ବକ ଏକ ରପ୍ତାନୀ ଅନୁକୂଳ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିଥିଲା । ବାଣିଜ୍ୟିକ କଟକଣା ହଟାଇ, ବାଣିଜ୍ୟିକ ଶୁଳ୍କ ହ୍ରାସ କରି, ବାସ୍ତବବାଦୀ ବଜାରଭିଭିକ ମୁଦ୍ରା ବିନିମୟରେ ହାର ପ୍ରଚଳନ କରି ରପ୍ତାନୀକରିମାନଙ୍କୁ ସମାନ ପ୍ରୋତ୍ସାହନ ଯୋଗାଇଦେଇ ପୂର୍ବର ରପ୍ତାନୀ ବିରୋଧୀ ମାନସିକତାରୁ ମୁକ୍ତିଲାଭ କରିବା ଥିଲା ଏହି ନୀତିର ଉଦ୍ଦେଶ୍ୟ ।

ଏହି ସଂସ୍କାର ପ୍ରକ୍ରିୟା ଉଦାରୀକରଣ, ଉନ୍ମୁକ୍ତତା, ସ୍ବଚ୍ଛତା ଓ ଜଗତୀକରଣର ଭିଭିଉପରେ ପ୍ରତିଷ୍ଠିତ ହୋଇଥିଲା । ବିଶ୍ୱବଜାରରେ ଆବଶ୍ୟକତାକୁ ଆଖୁ ଆଗରେ ରଖ୍ ଭାରତୀୟ ଶିଳ୍ପର ପ୍ରତିଯୋଗିତା ସାମର୍ଥ୍ୟ ବୃଦ୍ଧି କରାଇବାପାଇଁ ରପ୍ତାନୀକୁ ଏହି ନୀତିରେ ପ୍ରାଥମିକତା ଦିଆଯାଇଥିଲା । ଏହି ନୀତିକୁ କାର୍ଯ୍ୟକାରୀ କରିବାପାଇଁ ନିଆଯାଇଥିବା ପଦକ୍ଷେପମାନଙ୍କର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।

(i) ଟଙ୍କାର ଅବ ମୂଲ୍ୟାୟନ – ଘରୋଇ ମୁଦ୍ରାର ବାହ୍ୟମୂଲ୍ୟ ହ୍ରାସ କରିବାକୁ ଅବମୂଲ୍ୟାୟନ କୁହାଯାଇଥାଏ । ଦେଶକୁ ଗୁରୁତର ବହିର୍ବାଣିଜ୍ୟ ସଙ୍କଟରୁ ଉଦ୍ଧାର କରିବାପାଇଁ 1991 ମସିହା ଜୁନ୍ ମାସରେ ଭାରତୀୟ ଟଙ୍କାର ଅବମୂଲ୍ୟାୟନ କରାଯାଇଥିଲା । ଅବମୂଲ୍ୟାୟନ ଯୋଗୁଁ ବୈଦେଶିକ ବଜାରରେ ଭାରତୀୟ ଦ୍ରବ୍ୟ ସୁଲଭ ହେବା ଫଳରେ ଆମର ରପ୍ତାନୀ ବୃଦ୍ଧି ପାଇଲା ।

CHSE Odisha Class 11 Economics Solutions Chapter 7 ବୈଦେଶିକ ବାଣିଜ୍ୟ

(ii) ଟଙ୍କାର ପରିବର୍ତ୍ତନୀୟତା – ପ୍ରଥମାବସ୍ଥାରେ ଭାରତୀୟ ଟଙ୍କାକୁ ଆଂଶିକଭାବେ ପରିବର୍ତ୍ତନୀୟ କରାଗଲା । ଏହାଫଳରେ ଭାରତୀୟ ରପ୍ତାନିକାରୀମାନେ ସେମାନଙ୍କ ବୈଦେଶିକ ମୁଦ୍ରା ଆୟର 40 ଶତାଂଶକୁ ସରକାରୀ ନିର୍ଦ୍ଧାରିତ ଦରରେ ଏବଂ ଅବଶିଷ୍ଟ 60 ଶତାଂଶକୁ ବଜାର ଦରରେ ବିକ୍ରି କରିବାକୁ କ୍ଷମ ହେଲେ । 1994 ମସିହା ଅଗଷ୍ଟ 19 ତାରିଖରୁ ଭାରତୀୟ ଟଙ୍କାକୁ ଦ୍ରବ୍ୟ ଓ ସେବା ସହିତ ସଂପୃକ୍ତ ନଗଦୀ ଖାତାରେ ସଂପୂର୍ଣ୍ଣ ପରିବର୍ତ୍ତନୀୟ କରିଦିଆଗଲା । କହିବା ବାହୁଲ୍ୟ ଯେ ଏହା ରପ୍ତାନୀପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କଲା ।

(iii) ରପ୍ତାନୀଭିତ୍ତିକ ଆମଦାନୀର ଉଦାରୀକରଣ – ଅନେକ ଦ୍ରବ୍ୟକୁ ଆମଦାନୀ ଲାଇସେନ୍ସ ଆହରଣ ପ୍ରକ୍ରିୟାରୁ ମୁକ୍ତି କରିଦିଆଗଲା । ରପ୍ତାନୀ ଆୟକୁ ଆମଦାନୀ ଉଦ୍ଦେଶରେ ବ୍ୟୟ କରିବାପାଇଁ ରପ୍ତାନୀକାରୀମାନଙ୍କୁ ଅନୁମତି ଦିଆଗଲା । ରପ୍ତାନୀଯୋଗ୍ୟ ଦ୍ରବ୍ୟ ଉତ୍ପାଦନରେ ବ୍ୟବହୃତ ସାଧନମାନଙ୍କ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରାଗଲା ।

ଆମଦାନୀ ଶୁଳ୍କକୁ ପର୍ଯ୍ୟାୟକ୍ରମେ ହ୍ରାସକରି ତାହାକୁ ଅନ୍ୟାନ୍ୟ ଦେଶରେ ପ୍ରଚଳିତ ଆମଦାନୀ ଶୁଳ୍କହାର ସହିତ ସମାନ କରିଦେବେ ବୋଲି ସରକାର ଘୋଷଣା କଲେ । ପୁଞ୍ଜି ଦ୍ରବ୍ୟର ଆମଦାନୀକୁ ଆହୁରି ଉଦାର କରାଯାଇ ତାହାକୁ ମୁକ୍ତ ସାଧାରଣ ଲାଇସେନ୍ସ ବ୍ୟବସ୍ଥାଭୁକ୍ତ କରିଦିଆଗଲା । ଅନେକ ଦ୍ରବ୍ୟକୁ ନିୟନ୍ତ୍ରିତ ଆମଦାନୀ ତାଲିକାରୁ କାଢ଼ିଆଣି ମୁକ୍ତ ସାଧାରଣ ଲାଇସେନ୍ସ ତାଲିକାଭୁକ୍ତ କରିଦିଆଗଲା । ଏହା ଆମଦାନୀର ପରିସରକୁ ବ୍ୟାପକ କରିଦେବା ସଙ୍ଗେ ସଙ୍ଗେ ତାହାକୁ ଅଧିକ ଉଦାର କରିଦେଲା ।

(iv) ନିୟନ୍ତ୍ରଣମୁକ୍ତ ରପ୍ତାନୀ ବ୍ୟବସ୍ଥା – ରପ୍ତାନୀ ଉପରେ ଥ‌ିବା ନିୟନ୍ତ୍ରଣକୁ ସର୍ବନିମ୍ନ ସ୍ତରକୁ ଖସାଇ ଦିଆଗଲା । ଏହା ଫଳରେ ମାତ୍ର କେତୋଟି ଦ୍ରବ୍ୟ ଉପରେ ରପ୍ତାନୀ କଟକଣା ଜାରି ରହିଲା । ରପ୍ତାନୀ ଶୁଳ୍ପକୁ ଆଉ ସରକାରୀ ଆୟର ଉତ୍ସ ବୋଲି ବିଚାର କରାଗଲା ନାହିଁ । ବରଂ ଏହାକୁ ଆନ୍ତର୍ଜାତିକ ବଜାରରେ ଭାରତୀୟ ରପ୍ତାନୀକାରୀମାନଙ୍କୁ ପ୍ରତିଯୋଗିତା ସାମର୍ଥ୍ୟ ବୃଦ୍ଧିର ଅସ୍ତ୍ର ବୋଲି ବିବେଚନା କରାଗଲା ।

(v) ସ୍ବତନ୍ତ୍ର ଆର୍ଥନୀତିକ ମଣ୍ଡଳ ପ୍ରତିଷ୍ଠା – ରପ୍ତାନୀକୁ ଉତ୍ସାହିତ କରିବାପାଇଁ ସରକାର ଦେଶରେ ସ୍ବତନ୍ତ୍ର ଆର୍ଥନୀତିକ ମଣ୍ଡଳମାନ ପ୍ରତିଷ୍ଠା କରିବାପାଇଁ ଘୋଷଣା କରିଛନ୍ତି । ଏହି ମଣ୍ଡଳଗୁଡ଼ିକ ରପ୍ତାନୀପାଇଁ ଆନ୍ତର୍ଜାତିକ ପ୍ରତିଯୋଗିତା ସହାୟକ ପରିବେଶ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି । ଦେଶକୁ ବୈଦେଶିକ ବିନିମୟ ମୁଦ୍ରା ପ୍ରବାହ ସୁବିଧାଜନକ କରିବାପାଇଁ ସରକାର ଏହି ମଣ୍ଡଳଗୁଡ଼ିକରେ ନାନାବିଧ ରିହାତି ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଏହି ମଣ୍ଡଳଗୁଡ଼ିକରେ ସେବାକର ଧାର୍ଯ୍ୟ ନ କରିବାପାଇଁ ଟେଲିଫୋନ୍, ଜଲାଲୀ ଓ ବୀମା ଆଦି ସେବା ପ୍ରଦାନକାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

(vi) ନିୟୋଜନ ଅଭିମୁଖୀ ପଦକ୍ଷେପ – ରପ୍ତାନୀ ବୃଦ୍ଧି ମାଧ୍ୟମରେ ଅଧିକ ନିୟୋଜନ ସୁଯୋଗ ସୃଷ୍ଟି କରିବାପାଇଁ ପୂର୍ଣ୍ଣ ବିନିଯୋଗ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । କୁଟୀରଶିଳ୍ପ, ହସ୍ତକଳା ଓ କ୍ଷୁଦ୍ରଶିଳ୍ପ ଭଳି ଏହି ଶ୍ରେଣୀର ଚିହ୍ନିତ ଶିଳ୍ପମାନଙ୍କୁ ସରକାର ଅନେକ ରପ୍ତାନୀର ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି ।

(vii) ନୂତନ ରପ୍ତାନୀଯୋଗ୍ୟ ଦ୍ରବ୍ୟମାନଙ୍କର ଚିହ୍ନଟ – ପାରମ୍ପରିକ ଓ ଅଣପାରମ୍ପରିକ ରପ୍ତାନୀଯୋଗ୍ୟ ଦ୍ରବ୍ୟ ବ୍ୟତୀତ ଅନ୍ୟ ଅନେକ ରପ୍ତାନୀଯୋଗ୍ୟ ଦ୍ରବ୍ୟ ବ୍ୟତୀତ ଅନ୍ୟ ଅନେକ ରପ୍ତାନୀଯୋଗ୍ୟ ଦ୍ରବ୍ୟକୁ ସରକାର ଚିହ୍ନଟ କରିଛନ୍ତି । ଏହିସବୁ ଦ୍ରବ୍ୟମାନଙ୍କରେ ଆମାଦନୀ ହେଉଥ‌ିବା ସାଧନର ସୀମିତ ବ୍ୟବହାର ଦୃଷ୍ଟିରୁ ସେମାନଙ୍କ ଉତ୍ପାଦନପାଇଁ ଖୁବ୍ କମ୍ ବୈଦେଶିକ ମୁଦ୍ରା ଆବଶ୍ୟକ ହୋଇଥିବାରୁ ଏମାନଙ୍କୁ ଆଦର୍ଶ ରପ୍ତାନୀ ଦ୍ରବ୍ୟ ଭାବରେ ବିବେଚନା କରାଗଲା ।

(viii) ସରକାରୀ ବାଣିଜ୍ୟିକ ସଂସ୍ଥାମାନଙ୍କ ଭୂମିକାର ପୁନନିର୍ଦ୍ଧାରଣ – ନୂତନ ରପ୍ତାନୀ-ଆମଦାନୀର ନୀତିରେ ସୁରକାରୀ ବାଣିଜ୍ୟିକ ସଂସ୍ଥାମାନଙ୍କ ଭୂମିକାର ପୁନନିର୍ଦ୍ଧାରଣ କରାଯାଇଛି । ଏଣିକି ଘରୋଇ ବାଣିଜ୍ୟିକ ସଂସ୍ଥାମାନଙ୍କ ସହିତ ପ୍ରତିଯୋଗିତା କରିବେ ବୋଲି ସେମାନଙ୍କୁ ଜଣାଇ ଦିଆଯାଇଛି ।

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

Odisha State Board CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା Questions and Answers.

CHSE Odisha 11th Class Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ରାଜନୀତି ବିଜ୍ଞାନ ଏକ __________ ବିଜ୍ଞାନ ।
(କ) ମୌଳିକ
(ଖ) ପ୍ର।ରମୃିକ
(ଗ) ସାମାଜିକ
(ଘ) ଭୌତିକ
Answer:
(ଗ) ସାମାଜିକ

୨ । ଗ୍ରୀକ୍ ଶବ୍ଦ ___________ ରୁ ରାଜନୀତି ବିଜ୍ଞାନ ଶବ୍ଦଟି ଆନୀତ ହୋଇଛି, ଯାହାର ଅର୍ଥ __________ ।
(କ) ‘ପଲିସ୍’, ନଗର-ରାଜ୍ୟ
(ଖ) ‘ଲ୍ୟାଗ’; ସ୍ଥିର
(ଗ) ‘ସିଭିଟାସ୍’, ନଗର
(ଘ) ‘ଓଫାଏଡସ୍’,
Answer:
(କ) ‘ପଲିସ୍,ନଗର-ରାଜ୍ୟ

୩ । ରାଜନୀତି ବିଜ୍ଞାନର ଜନକ ଗ୍ରୀକ୍ ଦାର୍ଶନିକ ___________ କହିଥିଲେ, “ ମନୁଷ୍ୟ ଏକ ସାମାଜିକ ପ୍ରାଣୀ ।’’
(କ) ପ୍ଲାଟୋ
(ଖ) ଗାର୍ଲର
(ଗ) ଆରିଷ୍ଟୋଟଲ୍
(ଘ) ପଲ୍ ଜ୍ୟାନେଟ
Answer:
(ଗ) ଆରିଷ୍ଟୋଟଲ୍

୪ । ରାଜନୀତି ବିଜ୍ଞାନର କେନ୍ଦ୍ର ବିଷୟବସ୍ତୁ __________ ଓ ____________ ଅଟେ |
(କ) ରାଷ୍ଟ୍ର ଓ କ୍ଷମତା
(ଖ) ରାଷ୍ଟ୍ର ଓ ସରକାର
(ଗ) ରାଜନୈତିକ ବ୍ୟବହାର ଓ ଅନୁଷ୍ଠାନ
(ଘ) ସମାଜ ଓ ରାଷ୍ଟ୍ର
Answer:
(ଖ) ରାଷ୍ଟ୍ର ଓ ସରକାର

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

୫ । ଆରିଷ୍ଟୋଟଲ୍‌ଙ୍କ ଲିଖୂତ ପୁସ୍ତକର ନାମ ___________ ।
(କ) ‘ପଲିଟିକ୍‌ସ’
(ଖ) ରିପବ୍ଲିକ୍‌ସ
(ଗ) କମ୍ୟୁନିଷ୍ଟ ମ୍ୟାନିଫେଷ୍ଟା
(ଘ) ଦାସ୍ କ୍ୟାପିଟାଲ୍
Answer:
(କ) ‘ପଲିଟିକ୍‌ସ’

୬ । “ ଦି ରିପବ୍ଲିକ୍‌ସ’’ ପୁସ୍ତକଟି ____________ ଲେଖୁଥିଲେ ।
(କ) ଆରିଷ୍ଟୋଟଲ୍
(ଖ) କାପ୍ଲାନ୍
(ଗ) ପ୍ଲାଟୋ
(ଘ) ମାକିଆଭେଲି
Answer:
(ଗ) ପ୍ଲୁଟୋ

୭ । ରାଜନୀତି ବିଜ୍ଞାନ କ୍ଷମତାର ରୂପ ପ୍ରଦାନ ଓ ଅଂଶଗ୍ରହଣରେ ଅଧ୍ୟୟନ କରେ ବୋଲି ___________ ସଂଜ୍ଞା ପ୍ରଦାନ କରିଛନ୍ତି ।
(କ) ହାରୋଲଡ୍ ଲାସ୍‌ଲ
(ଖ) କାପ୍ ଲାନ୍
(ଗ) ଇଷ୍ମନ୍
(ଘ) ଆଲମଣ୍ଡ ଓ ପାୱେଲ୍‌
Answer:
(କ) ହାରୋଲଡ୍ ଲାସ୍‌ଲ

୮ । “ ରାଜନୀତି ବିଜ୍ଞାନ ରାଷ୍ଟ୍ରରେ ଆରମ୍ଭ ଓ ରାଷ୍ଟ୍ରରେ ଶେଷ’’ ଉକ୍ତିଟି __________ ଙ୍କର ଅଟେ ।
(କ) ଗାର୍ଣୃର
(ଖ) ପଲ୍ ଜ୍ୟାନେଟ୍
(ଗ) ଲିକକ୍
(ଘ) ଲିପ୍‌ସେଟ୍
Answer:
(କ) ଗାର୍ଣୃର

୯ । ପ୍ରୟୋଗାତ୍ମକ ରାଜନୀତିକୁ _________ କୁହାଯାଏ ।
(କ) ବିଞାନ
(ଖ) କଳା
(ଗ) ଇତିହାସ
(ଘ) କଳ୍ପନାପ୍ରସୂତ
Answer:
(ଖ) କଳା

୧୦ । ରାଷ୍ଟ୍ରର କ୍ଷମତା ଓ ବ୍ୟକ୍ତି ସ୍ଵାଧୀନତା ମଧ୍ୟରେ ସମନ୍ଵୟ ରକ୍ଷା କରିବା ___________ ର ଉଦ୍ଦେଶ୍ୟ ।
(କ) ସମାଜ ବିଜ୍ଞାନ
(ଖ) ରାଜନୈତିକ ସମାଜ ବିଜ୍ଞାନ
(ଗ) ରାଜନୀତି ବିଜ୍ଞାନ
(ଘ) ରାଜନୈତିକ ଅର୍ଥନୀତି
Answer:
(ଗ) ରାଜନୀତି ବିଜ୍ଞାନ

୧୧ । ରାଜନୀତି ବିଜ୍ଞାନ ଏକ ________ କିନ୍ତୁ ରାଜନୀତି ଏକ ______ ।
(କ) ବିଜ୍ଞାନ; କଳା
(ଖ) କଳା; ବିଜ୍ଞାନ
(ଗ) ବିଜ୍ଞାନ; କୌଶଳ
(ଘ) କଳା; ଅଧ୍ୟୟନ
Answer:
(କ) ବିଜ୍ଞାନ; କଳା

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

୧୨ । ଦାର୍ଶନିକ ପଦ୍ଧତି __________ ସିଦ୍ଧାନ୍ତ ପ୍ରସ୍ତୁତ କରୁଥିବାବେଳେ ପ୍ରୟୋଗସିଦ୍ଧ ମାର୍ଗ _________ ସିଦ୍ଧାନ୍ତ ପ୍ରସ୍ତୁତ କରେ ।
(କ) କଳ୍ପନାପ୍ରସୂତ; ବୈଜ୍ଞାନିକ
(ଖ) ବୈଜ୍ଞାନିକ; କଳ୍ପନାପ୍ରସୂତ
(ଗ) ବୈଜ୍ଞାନିକ; ପ୍ରମାଣଯୋଗ୍ୟ
(ଘ) ଆଦର୍ଶ; ବାସ୍ତବ
Answer:
(କ) କଳ୍ପନାପ୍ରସୂତ; ବୈଜ୍ଞାନିକ

୧୩ । ରାଜନୀତି ବିଜ୍ଞାନ __________ ସଂପର୍କରେ ମୂଲ୍ୟବାନ୍ ଶିକ୍ଷା ପ୍ରଦାନ କରିଥାଏ ।
(କ) ନାଗରିକତା
(ଖ) ସାମାଜିକ ସଂପର୍କ
(ଗ) ସ୍ଵତନ୍ତ୍ରତା
(ଘ) କ୍ଷମତା
Answer:
(କ) ନାଗରିକତା

୧୪ । ରାଜନୀତି ସମାଜରେ __________ ର ବ୍ୟବହାରକୁ ସୂଚିତ କରେ ।
(କ) ପ୍ରଭାବ
(ଖ) କ୍ଷମତା
(ଗ) ନିୟନ୍ତ୍ରଣ
(ଘ) ତତ୍ତୂବଧାରଶ
Answer:
(ଖ) କ୍ଷମତା

୧୫ । ଆଧୁନିକ ସମୟରେ ‘ରାଷ୍ଟ୍ର’ ପରିବର୍ତ୍ତେ ___________ ର ଉପଯୋଗ ରାଜନୀତି ବିଜ୍ଞାନର ବ୍ୟାପକତାକୁ ନିର୍ଦ୍ଦେଶିତ କରିଥାଏ ।
(କ) କ୍ଷମତା
(ଖ) ଶିଷ୍ଟ ସମାଜ
(ଗ) ରାଜନୈତିକ ବ୍ୟବସ୍ଥା
(ଘ) ରାଜନୈତିକ ବ୍ୟବହାର
Answer:
(ଗ) ରାଜନୈତିକ ବ୍ୟବସ୍ଥା

B. ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ରାଜନୀତି ବିଜ୍ଞାନ କ’ଣ ?
Answer:
ରାଜନୀତି ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଯାହା ରାଷ୍ଟ୍ର ଓ ସରକାର ସମ୍ବନ୍ଧରେ ଏବଂ କ୍ଷମତାର ସଙ୍ଗଠନ ଓ ବଣ୍ଟନ ସମ୍ପର୍କରେ ଆଲୋଚନା କରେ । ବର୍ତ୍ତମାନ ଆନୁଷ୍ଠାନିକ ଓ ଆଇନଗତ ଦୃଷ୍ଟିକୋଣର ପରିବର୍ତ୍ତନ ହୋଇ ରାଜନୈତିକ ବ୍ୟବସ୍ଥା, ବ୍ୟବହାର, ଚଳଣି ଓ ପ୍ରକ୍ରିୟା ଉପରେ ବର୍ତ୍ତମାନ ଅଧ୍ଵକ ଗୁରୁତ୍ଵ ଦିଆଯାଉଛି ।

୨ । ରାଜନୈତିକ ଗତିଶୀଳତା (Political Dynamics) କ’ଣ ?
Answer:
ସରକାରର କାର୍ଯ୍ୟପଦ୍ଧତି ଓ ରାଜନୀତିର ଗତି କ୍ଷେତ୍ରରେ ପଡ଼ୁଥ‌ିବା ବିଭିନ୍ନ ପ୍ରଭାବ ଓ ଏହାକୁ ନିର୍ଦ୍ଦେଶିତ ଓ ନିୟନ୍ତ୍ରିତ କରୁଥିବା ବିଭିନ୍ନ ଅନୁଷ୍ଠାନ ସମ୍ବନ୍ଧରେ ଅଧ୍ୟୟନକୁ ରାଜନୈତିକ ଗତିଶୀଳତା କୁହାଯାଏ । ଏହି କ୍ଷେତ୍ରରେ ଜନମତ, ଚାପଗୋଷ୍ଠୀ, ରାଜନୈତିକ ଦଳ ଇତ୍ୟାଦିକୁ ଅଧ୍ୟୟନ କରାଯାଇଥାଏ ।

୩ । ରାଜନୀତିର ଅର୍ଥ କ’ଣ ?
Answer:
ରାଷ୍ଟ୍ର ଓ ସରକାରର ବାସ୍ତବ ପରିଚାଳନା ଓ ତତ୍‌ସଂକ୍ରାନ୍ତୀୟ ସଂଗଠିତ କାର୍ଯ୍ୟକଳାପକୁ ରାଜନୀତି କୁହାଯାଏ । ରାଜନୀତି ହେଉଛି କ୍ଷମତା ପାଇଁ ସଂଘର୍ଷ । ମାର୍କ୍ସବାଦୀଙ୍କ ମତରେ ରାଜନୀତି ଶ୍ରେଣୀ ସଂପର୍କ ଉପରେ ଆଧାରିତ ।

୪ । ରାଜନୈତିକ ବ୍ୟବସ୍ଥା (Political System) କ’ଣ ?
Answer:
ରାଜନୈତିକ ବ୍ୟବସ୍ଥା ରାଷ୍ଟ୍ରଠାରୁ ଏକ ବ୍ୟାପକ ଶବ୍ଦ । ଏହା ସମାଜରେ ବିଧ୍ଵବଦ୍ଧ କ୍ଷମତା ପ୍ରୟୋଗ ସହ ସଂପୃକ୍ତ ଅଟେ । ରବର୍ଟ ଡଲ୍‌ଙ୍କ ମତରେ, “ରାଜନୈତିକ ବ୍ୟବସ୍ଥା ମଣିଷମାନଙ୍କର ନିରବଚ୍ଛିନ୍ନ ସଂପର୍କ ସହ ଜଡ଼ିତ ଏନଂ ଅନେକାଂଶରେ କ୍ଷମତା, ଶାସନ ବା ପ୍ରଭୁତ୍ଵଦ୍ଵାରା ହାସଲ ହୋଇଥାଏ ।

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

(C) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧ । ରାଜନୀତି ବିଜ୍ଞାନ “ରାଷ୍ଟ୍ରରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ରାଜନୈତିକ ସଙ୍ଗଠନ ଏବଂ ରାଜନୈତିକ ତତ୍ତ୍ଵମାନଙ୍କର ଏକ ଅଧ୍ୟୟନ”- ଏହି ଉକ୍ତିଟି କାହାର ?
Answer:
ପ୍ରଫେସର ଆର୍.ଜି.ଗେଟେଲ୍ ।

୨ । “ରାଜନୀତି ବିଜ୍ଞାନ ଗୋଟିଏ ସମାଜ ପାଇଁ ମୂଲ୍ୟମାନଙ୍କର ପ୍ରାଧୁକାରିକ ବଣ୍ଟନ ସହିତ ସଂପୃକ୍ତ’- ଏହି ମତଟି କାହାର ?
Answer:
ଡେଭିଡ୍ ଇଷ୍ଟନ୍ ।

୩ । ପ୍ରାଚୀନ ରୋମ୍‌ର ଅଧୂବାସୀମାନେ ‘ପଲିସ୍’ ପରିବର୍ତ୍ତେ କେଉଁ ଶବ୍ଦର ବ୍ୟବହାର କରୁଥିଲେ ?
Answer:
ସିଭିଟାସ୍ (Civitas)

୪ । କିଏ ରାଜନୀତିକୁ ତତ୍ତ୍ଵମୂଳକ ରାଜନୀତି ଓ ବ୍ୟାବହାରିକ ରାଜନୀତି ନାମକ ଦୁଇ ଭାଗରେ ବିଭକ୍ତ କରିଥିଲେ ?
Answer:
ସାର୍ ଫ୍ରେଡ୍‌ରିକ୍ ପୁଲକ୍ ।

(D) ଭ୍ରମ ସଂଶୋଧନ କର ।

୧ । ପ୍ଲୁଟୋଙ୍କୁ ରାଜନୀତି ବିଜ୍ଞାନର ଜନକ କୁହାଯାଏ ।
Answer:
ଆରିଷ୍ଟୋଟଲ୍‌ଙ୍କୁ ରାଜନୀତି ବିଜ୍ଞାନର ଜନକ କୁହାଯାଏ ।

୨ । ‘ପଲଟିକ୍‌ସ’ (Politics) ପୁସ୍ତକଟି ସକ୍ରେଟିସ୍ ରଚନା କରିଥିଲେ ।
Answer:
‘ପଲଟିକ୍‌ସ’ ପୁସ୍ତକଟି ଆରିଷ୍ଟୋଟଲ୍ ରଚନା କରିଥିଲେ ।

୩ । ଗାର୍ଶ୍ଵରଙ୍କୁ ଆଧୁନିକ ରାଜନୀତି ବିଜ୍ଞାନର ଜନକ କୁହାଯାଏ ।
Answer:
ଇଟାଲୀ ଦାର୍ଶନିକ ନିକୋଲୋ ମାକିଆଭେଲିଙ୍କୁ ଆଧୁନିକ ରାଜନୀତି ବିଜ୍ଞାନର ଜନକ କୁହାଯାଏ ।

୪ । ଆଧୁନିକ ରାଜନୀତି ବିଜ୍ଞାନ ତତ୍ତ୍ଵମୂଳକ, ଆନୁଷ୍ଠାନିକ ଓ ମୂଲ୍ୟବୋଧଭିଭିକ ଅଟେ ।
Answer:
ଆଧୁନିକ ରାଜନୀତି ବିଜ୍ଞାନ ବିଜ୍ଞାନସମ୍ମତ, ବାସ୍ତବବାଦୀ ଓ ବ୍ୟାବହାରିକ ଅଟେ ।
(କିମ୍ବା) ପାରମ୍ପରିକ ରାଜନୀତି ବିଜ୍ଞାନ ତତ୍ତ୍ଵମୂଳକ, ଆନୁଷ୍ଠାନିକ ଓ ମୂଲ୍ୟବୋଧଭିଭିକ ଅଟେ ।

୫ । ରାଜନୀତି ବିଜ୍ଞାନ ଏକ ଭୌତିକ ବିଜ୍ଞାନ ।
Answer:
ରାଜନୀତି ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ।

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

୬ । ରାଜନୀତି ଏକ ବିଜ୍ଞାନ ।
Answer:
ରାଜନୀତି ଏକ କଳା ।

୭ । ସିଲିଙ୍କ ମତରେ “ସମାଜ ‘ବିଜ୍ଞାନ ସମସ୍ତ ସାମାଜିକ ବିଜ୍ଞାନର ଜନନୀ ଅଟେ ।”
Answer:
ଅଗଷ୍ଟ କମ୍‌ଙ୍କ ମତରେ “ସମାଜ ବିଜ୍ଞାନ ସମସ୍ତ ସାମାଜିକ ବିଜ୍ଞାନର ଜନନୀ ଅଟେ ।”

(E) ଶୂନ୍ୟସ୍ଥାନ ପୂରଶ କରା

୧ । ରାଜନୀତି ବିଜ୍ଞାନ ଏକ __________ ବିଜ୍ଞାନ ଅଟେ ।
Answer:
ସାମାଜିକ

୨ । ରାଜନୀତି ଏକ ___________ ଅଟେ ।
Answer:
କଳା ।

୩ । ରାଜନୀତି ବିଜ୍ଞାନ __________ ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ ଅଧ୍ୟୟନ କରେ
Answer:
ରାଷ୍ଟ୍ର

୪ । ଆରିଷ୍ଟୋଟଲ୍ ରାଜନୀତି ବିଜ୍ଞାନକୁ _____________ ବିଜ୍ଞାନ ବୋଲି ଆଖ୍ୟା ଦେଇଛନ୍ତି ।
Answer:
ସର୍ବଶ୍ରେଷ୍ଠ (Supreme)

୫ । ମାନବ ଏକ _________ ପ୍ରାଣୀ ।
Answer:
ସାମାଜିକ ଓ ରାଜନୈତିକ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି/ ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ରାଜନୀତି ବିଜ୍ଞାନ ଅଧ୍ୟୟନର ତାତ୍ପର୍ଯ୍ୟ ଲେଖ ।
Answer:
ରାଜନୀତି ବିଜ୍ଞାନର ଅଧ୍ୟୟନ ରାଷ୍ଟ୍ର ଓ ସରକାରର ଗଠନ, ପ୍ରକୃତି ଓ କାର୍ଯ୍ୟାବଳୀ ସମ୍ବନ୍ଧରେ ଧାରଣା ପ୍ରଦାନ କରେ, ସୁନାଗରିକ ସୃଷ୍ଟି କରେ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆନ୍ତର୍ଜାତିକ ଚିନ୍ତାଧାରା ଇତ୍ୟାଦିର ବିକାଶରେ ସାହାଯ୍ୟ କରେ ଏବଂ ଏହାର ଚରମ ଲକ୍ଷ୍ୟ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ କରିବା ଅଟେ ।

୨ । କିଏ ମନ୍ତବ୍ୟ ପ୍ରଦାନ କରିଛନ୍ତି : ‘‘ରାଜନୀତି ବିଜ୍ଞାନ ଶୀର୍ଷକ ଥାଇ ପରୀକ୍ଷା ପ୍ରଶ୍ନବଳୀକୁ ମୁଁ ଯେତେବେଳେ ଅବଲୋକନ କରେ, ମୁଁ ଦୁଃଖୁତ ହୁଏ ପ୍ରଶ୍ନଗୁଡ଼ିକ ପାଇଁ ନୁହେଁ, ବରଂ ଶୀର୍ଷକ ପାଇଁ ?’’
Answer:
ମେଟ୍‌ଲ୍ୟାଣ୍ଡ ।

୩ । ମାନବକୁ ଏକ ସାମାଜିକ ଓ ରାଜନୈତିକ ପ୍ରାଣୀ ବୋଲି କିଏ କହିଥିଲେ ?
Answer:
ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍ ।

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

୪ । ‘ରାଜନୀତିକ ବିଜ୍ଞାନ ହେଉଛି ସମାଜ ବିଜ୍ଞାନର ସେହି ଅଂଶ ଯାହାକି ରାଷ୍ଟ୍ରର ଭିଭି ଓ ସରକାରଙ୍କ ନୀତି ବିଷୟରେ ଅନୁଧ୍ୟାନ କରେ ।’’ ଏହି ଉକ୍ତିଟି କାହାର ?
Answer:
ପଲ୍ ଜ୍ୟାନେଟ୍ ।

୫ । ରାଜନୀତି ବିଜ୍ଞାନର ପ୍ରକୃତି କ’ଣ ?
Answer:
ପ୍ରକୃତି ଦୃଷ୍ଟିରୁ ରାଜନୀତି ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ହୋଇଥିଲେ ମଧ୍ୟ ସଠିକ୍ ଅର୍ଥରେ କହିଲେ ପ୍ରୟୋଗାତ୍ମକ ରାଜନୀତି ଏକ କଳା ଓ ତାତ୍ତ୍ଵିକ ରାଜନୀତି ଏକ ବିଜ୍ଞାନ ଅଟେ ।

(B) ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ରାଜନୀତି ବିଜ୍ଞାନର ଅର୍ଥ କ’ଣ ?
Answer:
ଆରିଷ୍ଟୋଟଲଙ୍କ ମତରେ, ରାଜନୀତି ବିଜ୍ଞାନ ହେଉଛି ନଗର-ରାଜ୍ୟ ସମ୍ବନ୍ଧୀୟ ବିଜ୍ଞାନ । ଏହା ଗ୍ରୀକ୍ ଶବ୍ଦ ‘ପଲିସ୍’ରୁ ଉଦ୍ଧୃତ । ରାଜନୀତି ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଯାହା ରାଷ୍ଟ୍ର ଓ ସରକାର ସମ୍ବନ୍ଧରେ ଅଧ୍ୟୟନ କରେ । ଆଧୁନିକ ବ୍ୟବହାରବାଦୀମାନଙ୍କ ମତରେ, କ୍ଷମତାର ସଙ୍ଗଠନ ଓ ବଣ୍ଟନ ସମ୍ପର୍କରେ ଏହା ଆଲୋଚନା କରେ । ବ୍ୟାପକ ଅର୍ଥରେ ଏହା ‘ମଣିଷ’ ସମ୍ପର୍କରେ ଏକ ବିଜ୍ଞାନସମ୍ମତ ଅଧ୍ୟୟନ ଅଟେ।

୨ । ରାଜନୀତି ବିଜ୍ଞାନର ଗୁରୁତ୍ଵ କ’ଣ ?
Answer:
ରାଜନୀତି ବିଜ୍ଞାନ ଅଧ୍ୟୟନଦ୍ଵାରା ରାଜନୈତିକ ବ୍ୟବସ୍ଥା, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା, କ୍ଷମତାର ସ୍ଵରୂପ ଓ ବଣ୍ଟନ, ରାଜନୈତିକ ଗତିଶୀଳତା, ବ୍ୟକ୍ତି ଓ ରାଷ୍ଟ୍ର ମଧ୍ୟରେ ସମ୍ପର୍କ, ସାଧାରଣ ପ୍ରଶାସନ ଇତ୍ୟାଦି ବିଷୟରେ ଜ୍ଞାନ ଆହରଣ କରାଯାଏ । ରାଷ୍ଟ୍ର ଓ ସରକାର ବ୍ୟକ୍ତିର ବ୍ୟକ୍ତିତ୍ଵ ସହ ସଂଯୋଜିତ ହୋଇଥିବାରୁ ରାଜନୀତି ବିଜ୍ଞାନର ସ୍ଵତନ୍ତ୍ର ବିଶେଷତ୍ଵ ରହିଛି । ଏହା ସୁନାଗରିକତା, ସ୍ଵାର୍ଥତ୍ୟାଗ, ସହଯୋଗ ଓ ସହନଶୀଳତା ଶିକ୍ଷା ଦିଏ । ସର୍ବୋପରି ରାଜନୀତି ବିଜ୍ଞାନ ଗଣତାନ୍ତ୍ରିକ ମୂଲ୍ୟବୋଧ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ କୂଟନୀତିଜ୍ଞ, ପ୍ରଶାସକ, ରାଷ୍ଟ୍ରନୀତିଜ୍ଞ ସୃଷ୍ଟି କରେ ।

୩ । “ ରାଷ୍ଟ୍ର ରାଜନୀତି ବିଜ୍ଞାନର କେନ୍ଦ୍ରୀୟ ବିଷୟବସ୍ତୁ ।”
Answer:
ରାଜନୀତି ବିଜ୍ଞାନର ଆରମ୍ଭ ନଗର-ରାଜ୍ୟମାନଙ୍କରେ ହିଁ ଘଟିଥିଲା । ପ୍ରାରମ୍ଭରୁ ରାଜନୀତି ବିଜ୍ଞାନ ରାଷ୍ଟ୍ରର ମୌଳିକ ଅବସ୍ଥା ଓ ଉନ୍ନତି ବିଷୟରେ ଆଲୋଚନା ସମ୍ପର୍କରେ ତର୍ଜମା କରିବା ଏହାର ଅନ୍ୟତମ ମୁଖ୍ୟ କରେ । ରାଷ୍ଟ୍ରର ଉତ୍ପତ୍ତି, ଉନ୍ନତି ତଥା ବିକାଶ ପ୍ରକ୍ରିୟା ଓ କାର୍ଯ୍ୟାବଳୀ ଲକ୍ଷ୍ୟ ଅଟେ । ଏଣୁ ଗାର୍ଶ୍ଵରଙ୍କ ମତରେ, ରାଜନୀତି ବିଜ୍ଞାନର ଆରମ୍ଭ ଓ ଶେଷ ରାଷ୍ଟ୍ରରେ ନିହିତ ହୋଇଛି । ଏହି କାରଣରୁ ରାଷ୍ଟ୍ରକୁ ରାଜନୀତି ବିଜ୍ଞାନର କେନ୍ଦ୍ରୀୟ ବିଷୟବସ୍ତୁରୂପେ ସ୍ଵୀକୃତି ଦିଆଯାଇଛି ।

୪ । ରାଜନୀତି ବିଜ୍ଞାନର ପରିସର କ’ଣ ?
Answer:
କେତେକ ରାଜନୀତି ବିଜ୍ଞାନୀଙ୍କ ମତରେ, ରାଜନୀତି ବିଜ୍ଞାନର ପରିସର ରାଷ୍ଟ୍ର ମଧ୍ୟରେ ସୀମିତ । ପାରମ୍ପରିକ ରାଜନୀତି ବିଜ୍ଞାନ କେବଳ ଐତିହାସିକ ଓ ଆନୁଷ୍ଠାନିକ ବିଷୟ ଅଧ୍ୟୟନ କଲାବେଳେ ଏହାର ପରିସର ରାଷ୍ଟ୍ର ଓ ସରକାର ମଧ୍ୟରେ ସୀମିତ ଥିଲା । ମାତ୍ର ଆଧୁନିକବାଦୀମାନେ ରାଜନୈତିକ ଉପାଦାନ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ପୁନଶ୍ଚ ଆନ୍ତଃବିଷୟକ ଅଧ୍ୟୟନ ଯୋଗୁଁ ରାଜନୀତି ବିଜ୍ଞାନର ପରିସର ଯଥେଷ୍ଟ ବୃଦ୍ଧି ପାଇଛି । ରାଜନୀତି ବିଜ୍ଞାନର ପରିସର ମଧ୍ୟରେ ରାଷ୍ଟ୍ର ଓ ସରକାର, ରାଜନୈତକ ଗତି ପ୍ରବର୍ତ୍ତକ, ରାଜନୈତିକ ଦର୍ଶନ, ରାଜନୀତି ତତ୍ତ୍ବ, ରାଜନୈତିକ ଅନୁଷ୍ଠାନ, ସାଧାରଣ ଆଇନ, ସାଧାରଣ ପ୍ରଶାସନ, ଆନ୍ତର୍ଜାତିକ ଅନୁଷ୍ଠାନ, ଆନ୍ତର୍ଜାତିକ ସମ୍ପର୍କ, ତୁଳନାତ୍ମକ ସରକାର ଓ ରାଜନୀତି, ବ୍ୟକ୍ତି ବନାମ ରାଷ୍ଟ୍ର ଆଦି ଅନ୍ତର୍ଭୁକ୍ତ ।

୫ । ରାଜନୀତି ବିଜ୍ଞାନ ଏକ ବିଜ୍ଞାନ ଅଟେ କି ?
Answer:
ହଁ, ରାଜନୀତି ବିଜ୍ଞାନ ଏକ ବିଜ୍ଞାନ ଅଟେ, କାରଣ ଏହା ସମାଜ, ରାଷ୍ଟ୍ର ଓ ବିଶ୍ଵର ରାଜନୈତିକ ବ୍ୟବସ୍ଥାରୂପକ ପରୀକ୍ଷାଗାରରେ ବ୍ୟକ୍ତିର ରାଜନୈତିକ ବ୍ୟବହାର ସମ୍ବନ୍ଧରେ ପରୀକ୍ଷା ନିରୀକ୍ଷା କରି ବିଭିନ୍ନ ପ୍ରମାଣଯୋଗ୍ୟ ସତ୍ୟ ଉପସ୍ଥାପନ କରିଥାଏ । ବ୍ୟକ୍ତିର ବ୍ୟବହାର ଗତିଶୀଳ ହେଲେ ମଧ୍ୟ ବୈଜ୍ଞାନିକ ପଦ୍ଧତିରେ ଏହାର ଅଧ୍ୟୟନ କରାଯାଇ ଯଥାସମ୍ଭବ ନିର୍ଭୁଲ ତଥ୍ୟ ବା ସତ୍ୟ ଉପସ୍ଥାପନ କରାଯାଇଥାଏ । ଏକ ନିର୍ଦ୍ଦିଷ୍ଟ ବିଷୟରେ ସଂଗୃହୀତ ତଥ୍ୟମାନଙ୍କ ମଧ୍ୟରେ କ୍ରିୟା ଓ ପ୍ରତିକ୍ରିୟାର ସମ୍ପର୍କ ସ୍ଥାପନ କରି ଏକ ବିଜ୍ଞାନସମ୍ମତ ଅନୁମାନ ସୃଷ୍ଟି କରାଯାଏ ଓ ଏହାର ସତ୍ୟତା ପ୍ରତିପାଦନୀୟ ବା ପରୀକ୍ଷାଯୋଗ୍ୟ ଅଟେ । ଭୌତିକ ବିଜ୍ଞାନ ପରି ଏଠାରେ ଜ୍ଞାନ ସୁଶୃଙ୍ଖଳିତ ହୋଇ ସାର୍ବଜନୀନତା ହାସଲ କରିପାରୁଥିବାରୁ ରାଜନୀତି ବିଜ୍ଞାନକୁ ‘ବିଜ୍ଞାନ’ ସଂଜ୍ଞା ଦେବାରେ କୌଣସି ବାଧା ନାହିଁ ।

୬ । ରାଜନୀତିକ ବିଜ୍ଞାନ ଏକ କଳା – ମତାମତ ପ୍ରଦାନ କର ।
Answer:
ବୈଜ୍ଞାନିକ ପଦ୍ଧତିରେ ଉପଲବ୍ଧ ସତ୍ୟକୁ ବାସ୍ତବ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପ୍ରୟୋଗ କରାଗଲେ ତାହାକୁ ‘କଳା’ କୁହାଯାଏ । ରାଜନୀତି ବିଜ୍ଞାନର ସିଦ୍ଧାନ୍ତଗୁଡ଼ିକ ବୈଜ୍ଞାନିକ ପଦ୍ଧତିରେ ସୃଷ୍ଟି ହୋଇ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରାଗଲେ ପ୍ରୟୋଗାତ୍ମକ ପ୍ରକ୍ରିୟାକୁ ‘କଳା’ କୁହାଯିବା ଯୁକ୍ତିଯୁକ୍ତ ଅଟେ । ରାଜନୈତିକ ସିଦ୍ଧାନ୍ତଗୁଡ଼ିକ ବ୍ୟକ୍ତି ଓ ରାଷ୍ଟ୍ରର ସ୍ଵାର୍ଥ ଦୃଷ୍ଟିରୁ ରାଜନୈତିକ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକାରୀ ହୋଇଥାଏ । ପ୍ରୟୋଗାତ୍ମକ ରାଜନୀତି ବିଜ୍ଞାନ ବା ରାଜନୀତିକୁ ‘କଳା’ କୁହାଯାଇଥାଏ । ରାଜନୀତିକ ପ୍ରକୃତିକୁ ନିର୍ଦ୍ଦିଷ୍ଟଭାବେ ପ୍ରକାଶ କଲେ ରାଜନୀତି ବିଜ୍ଞାନ ଏକ ବିଜ୍ଞାନ ଏବଂ ରାଜନୀତି ଏକ କଳାର ରୂପ ପାଇଥାଏ ।

୭ । ରାଜନୀତିକ ବିଜ୍ଞାନ ଏକ ସାମାଜିକ ବିଜ୍ଞାନ – ଆଲୋଚନା କର ।
Answer:
ସାମାଜିକ ବିଜ୍ଞାନରେ ମଣିଷର ସାମାଜିକ ବ୍ୟବହାରକୁ ବିଜ୍ଞାନ ସମ୍ମତ ପଦ୍ଧତିରେ ଅଧ୍ୟୟନ କରାଯାଏ । ରାଜନୀତି ବିଜ୍ଞାନ ସାମାଜିକ ବିଜ୍ଞାନର ଏକ ଅଂଶ ଯାହା ମଣିଷର ରାଜନୈତିକ ବ୍ୟବହାର, ରାଷ୍ଟ୍ରର ମୂଳଭିଭି ସରକାରର ମୂଳନୀତି ଓ କାର୍ଯ୍ୟାବଳୀ ସଂପର୍କରେ ବିଜ୍ଞାନସମ୍ମତ ପଦ୍ଧତିରେ ଅଧ୍ୟୟନ କରି ପ୍ରମାଣଯୋଗ୍ୟ ସିଦ୍ଧାନ୍ତ ଉପସ୍ଥାପନ କରେ । ଏହାର ସିଦ୍ଧାନ୍ତ ଭୌତିକ ବିଜ୍ଞାନର ସିଦ୍ଧାନ୍ତ ପରି ବଳିଷ୍ଠ ନୁହେଁ କାରଣ ଏହା ପରିବର୍ତ୍ତନଶୀଳ ବ୍ୟକ୍ତି-ବ୍ୟବହାର ଉପରେ ଆଧାରିତ ହୋଇଥାଏ । ବ୍ୟକ୍ତିର ମୌଳିକ ସାମାଜିକ ଓ ରାଜନୈତିକ ଚରିତ୍ରକୁ ଏହା ଅଧ୍ୟୟନ କରୁଥିବାରୁ ରାଜନୀତି ବିଜ୍ଞାନ ସାମାଜିକ ବିଜ୍ଞାନର ଏକ ଗୁରୁତ୍ଵପୂର୍ଣ୍ଣ ଭିଭି ଅଟେ ।

୮ । ରାଜନୀତି ବିଜ୍ଞାନ ସାମାଜିକ ପରିବର୍ତ୍ତନର ଏକ ମାଧ୍ୟମ ରୂପେ କାର୍ଯ୍ୟ କରେ – ପରୀକ୍ଷା କର ।
Answer:
ମନୁଷ୍ୟର ଆଚାର ବ୍ୟବହାର, ଚାଲିଚଳଣ, କାର୍ଯ୍ୟକଳାପ ଆଦି ପରିବର୍ତ୍ତିତ ହେଉଥ‌ିବାରୁ ସାମାଜିକ ଦୃଷ୍ଟିକୋଣ ଓ ଦୃଷ୍ଟିଭଙ୍ଗୀରେ ମଧ୍ୟ ପରିବର୍ତ୍ତନ ହେବା ସ୍ଵାଭାବିକ । ରାଜନୀତି ବିଜ୍ଞାନ ସାମାଜିକ ବିବର୍ତ୍ତନକୁ ଲକ୍ଷ୍ୟ ରଖ୍ ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣେ । ପ୍ରଚଳିକ ଆଇନ କାନୁନ୍‌ର ମଧ୍ୟ ପରିବର୍ତ୍ତନ କରାଯାଇ ନୂତନ ଆଇନ, ନୂତନ ନିୟମ ଓ ସୁଯୋଗ ସୃଷ୍ଟି କରାଯାଏ । ଏହାଦ୍ଵାରା ନୂତନ ସାମାଜିକ ମୂଲ୍ୟବୋଧର ଉଦ୍ଭବ ହୁଏ ଓ ନୂତନ ପରମ୍ପରା ସୃଷ୍ଟି ହୁଏ ।

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

(C) ପାର୍ଥକ୍ୟ ଦର୍ଶାଅ ।

୧ । ରାଜନୀତି (Politics) ଓ ରାଜନୀତି ବିଜ୍ଞାନ (Political Science) ।
Answer:
ରାଜନୀତି ଓ ରାଜନୀତି ବିଜ୍ଞାନ ମଧ୍ୟରେ ଥିବା ପାର୍ଥକ୍ୟକୁ ସାର୍ ଫ୍ରେଡ଼ରିକ୍ ପୋଲକ୍ ନିମ୍ନମତେ ପ୍ରକାଶ କରିଛନ୍ତି ।

ପ୍ରୟୋଗାତ୍ମକ ରାଜନୀତି ବା ରାଜନୀତି (Applied Politics) ରାଜନୀତି ବିଜ୍ଞାନ ବା ତାନ୍ତ୍ରିକ ରାଜନୀତି (Theoreticl Politics)
(i) ଏହା ବାସ୍ତବରେ ସରକାର ଗଠନ ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଆଲୋଚନା କରେ । (i) ଏହାଦ୍ଵାରା ରାଷ୍ଟ୍ରର ଉତ୍ପତ୍ତି, କ୍ରମବିକାଶ ଓ ରାଷ୍ଟ୍ରର ମୌଳିକ ଉପାଦାନ ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା ହୁଏ ।
(ii) ଏଥିରେ ବାସ୍ତବ କ୍ଷେତ୍ରରେ ସରକାର ନିଜର କାର୍ଯ୍ୟ ସମ୍ପାଦନ କରିଥା’ନ୍ତି | (ii) ଏଥ୍ ରେ ଶାସନତନ୍ତ୍ର ବୈଜ୍ଞାନିକ ଉପାୟରେ ଆଲୋଚନା କରାଯାଏ ।
(iii) ଏହା ପ୍ରକୃତ ଆଇନର ସୃଷ୍ଟି, କାର୍ଯ୍ୟକାରିତା ଓ ବିଚାରାଳୟର କାର୍ଯ୍ୟଧାରାକୁ ସୂଚିତ କରିଥାଏ । (iii) ଏହା ଆଇନ ପ୍ରଣୟନର ମୌଳିକ ପ୍ରକ୍ରିୟା ତଥା ଦୃଷ୍ଟିକୋଣ ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରେ ।
(iv) ଏଥୁରେ ଯୁଦ୍ଧ, ଶାନ୍ତି, କୂଟନୀତି, ଆନ୍ତର୍ଜାତିକ ଆଇନକୁ ସୃଷ୍ଟି ଓ କାର୍ଯ୍ୟକାରୀ କରାଯାଏ । (iv) ଏହା ରାଷ୍ଟ୍ର ସହ ବ୍ୟକ୍ତିର ସମ୍ପର୍କ, ଆନ୍ତର୍ଜାତିକ ସହଯୋଗ  ଇତ୍ୟାଦି ନିୟମର ବିଶ୍ଳେଷଣାତ୍ମକ ଅଧ୍ୟୟନ କରେ ।
(v) ଏହା କ୍ଷମତା ଗ୍ରହଣ ଓ ବ୍ୟବହାର ଉପରେ ଗୁରୁତ୍ଵ କରେ । (v) ଏଥୁରେ ରାଷ୍ଟ୍ର ମଧ୍ୟରେ ବାସ କରୁଥିବା ମନୁଷ୍ୟର ରାଜନୈତିକ ଓ ସାମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ରାଜନୀତି ବିଜ୍ଞାନର ସଂଜ୍ଞା, ବିକାଶ ଓ ପରିସର ଆଲୋଚନା କର ।
Answer:
ରାଜନୀତି ବିଜ୍ଞାନ ଏକ ସର୍ବଶ୍ରେଷ୍ଠ ଓ ସର୍ବୋଚ୍ଚ ବିଜ୍ଞାନରୂପେ ପରିଚିତ । ଏହାର ଶୃଙ୍ଖଳାବଦ୍ଧ ଅଧ୍ୟୟନ ଯେତିକି ପ୍ରାଚୀନ ସେତିକି ମଧ୍ଯ ଅର୍ବାଚୀନ । ପାଶ୍ଚାତ୍ୟ ଦେଶମାନଙ୍କରେ ଖ୍ରୀଷ୍ଟଙ୍କ ଜନ୍ମର ବହୁ ପୂର୍ବରୁ ସକ୍ରେଟିସ୍, ପ୍ଲାଟୋ, ଆରିଷ୍ଟୋଟଲ୍ ପ୍ରଭୃତି ପଣ୍ଡିତମାନଙ୍କ ଆଲୋଚନା ଓ ଲିଖତ କୃତିରେ ରାଜନୀତିର ଦାର୍ଶନିକ ଓ ତାତ୍ତ୍ଵିକ ଅନୁଷ୍ଠାନର ପ୍ରତିଫଳନ ଦେଖିବାକୁ ମିଳେ । ଭାରତ ପରି ପ୍ରାଚୀନ ସଭ୍ୟତାରେ ମହାଭାରତ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଇତ୍ୟାଦି ଅନକେ ଗ୍ରନ୍ଥରେ ରାଷ୍ଟ୍ର, ରାଜା ଓ ରାଜଧର୍ମ, ଶାସନର ବିଭିନ୍ନ ତତ୍ତ୍ଵ ଆଦି ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା କରାଯାଇଛି ।

ମଧ୍ୟଯୁଗୀୟ ପଣ୍ଡିତମାନେ ମଧ୍ୟ ତତ୍କାଳୀନ ରାଷ୍ଟ୍ର ଓ ସମାଜର ବିଭିନ୍ନ ଦିଗ ଉପରେ ବିଶ୍ଳେଷଣାତ୍ମକ ବିବରଣୀ ପ୍ରଦାନ କରିଯାଇଅଛନ୍ତି | ଆଧୁନିକ ଯୁଗରେ ଜାତିଭିତ୍ତିକ ସାର୍ବଭୌମ ରାଷ୍ଟ୍ର ଅଭ୍ୟୁଦୟ ଘଟିଲା ଓ ଏହାର ବିଭିନ୍ନ ଲକ୍ଷଣ ଓ ଦିଗର ତାତ୍ତ୍ଵିକ ଆଲୋଚନା ସମ୍ବଳିତ ବିଭିନ୍ନ ତଥ୍ୟ ମାକିଆଭେଲି, ଡବସ୍, ଲକ୍, ରୁଷୋ, ବେନ୍ଥାମ୍, ମିଲ, କାଣ୍ଟ, ହେଗେଲ୍ ଓ ମାର୍କସ୍‌ଙ୍କ ପରି ପାଶ୍ଚାତ୍ୟ ଦାର୍ଶନିକଙ୍କ ଲିଖତ କୃତିରେ ପ୍ରକାଶ ପାଇଲା ।

ବିଂଶ ଶତାବ୍ଦୀରେ ରାଜନୀତି ଶାସ୍ତ୍ରର ଅଧ୍ୟୟନ ପରିମାଣ ଓ ଗୁଣାତ୍ମକ ମାନ ଦୃଷ୍ଟିରୁ ଉନ୍ନତ ହୋଇଛି । ରାଷ୍ଟ୍ରନୀତିର ଏହି ବ୍ୟାପ୍ତି ଓ ସାର୍ବଜନୀନତା ଆଧୁନିକ ମନୁଷ୍ୟ ମନରେ ଏହା ପ୍ରତି ଅଶେଷ ଶ୍ରଦ୍ଧା ଓ କୌତୂହଳ ସୃଷ୍ଟି କରିବା ସ୍ଵାଭାବିକ ।

ସାମାଜିକ ମାନବର ରାଜନୈତିକ ସଚେତନଶୀଳତା ବୃଦ୍ଧି ହେବା ଫଳରେ ରାଜନୀତି, ରାଷ୍ଟ୍ର ଓ ରାଜନୀତି ବିଜ୍ଞାନର ସୃଷ୍ଟି ହେଲା । ଆରିଷ୍ଟୋଟଲ୍‌ଙ୍କ ମତରେ, “ମାନବ ଏକ ସାମାଜିକ ଓ ରାଜନୈତିକ ଜୀବ ଅଟେ ।” ଏଣୁ ରାଜନୈତିକ ବ୍ୟବହାରର ଅନୁକୂଳ ପରିସ୍ଥିତି ବ୍ୟତୀତ ମାନବର ବ୍ୟକ୍ତିତ୍ଵ ବିକାଶ ସମ୍ଭବ ନୁହେଁ । ମାର୍ଶାଲ୍ ବର୍ମନ୍‌ଙ୍କ ମତରେ, “ ତୁମେ ରାଜନୀତି ସମ୍ପର୍କରେ ଆଗ୍ରହ ପ୍ରକାଶ ନ କଲେ ମଧ୍ୟ ରାଜନୀତି ତୁମର ବ୍ୟକ୍ତିତ୍ଵ ବିକାଶର ଅନ୍ତିମ ଲକ୍ଷ୍ୟକୁ ଗ୍ରହଣ କରିଛି ।”

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

‘ରାଜନୀତି’ ଶବ୍ଦର ଉତ୍ପତ୍ତି ଓ ବିକାଶ :
ରାଜନୀତି ବିଜ୍ଞାନର କ୍ରମ ଅଭ୍ୟୁଦୟ ସମ୍ବନ୍ଧରେ ବିଶ୍ଳେଷଣ କଲେ ଏହା ଜଣାଯାଏ ଯେ ସର୍ବପ୍ରଥମେ ଗ୍ରୀସ୍ ଦେଶର ଦାର୍ଶନିକମାନେ ଏହି ‘ରାଜନୀତି’ (Politics) ଶବ୍ଦଟିକୁ ଆଧୁନିକ ଅର୍ଥରେ ବ୍ୟବହାର କରିଥିଲେ । ପ୍ରାଚୀନ ଗ୍ରୀସ୍ ଦେଶରେ ଅନେକ ‘ନଗର-ରାଜ୍ୟ’ (City States) ଥୁଲା ଓ ଏହି ନଗର-ରାଜ୍ୟଗୁଡ଼ିକ ଗ୍ରୀକ୍ ଭାଷାରେ ‘ପଲିସ୍’ (Polis) ବୋଲି କୁହାଯାଉଥିଲା । ରାଜନୀତି ଏହି ନଗର-ରାଷ୍ଟ୍ରର ବିଭିନ୍ନ ଦିଗ ଉପରେ ବୈଜ୍ଞାନିକ ବିଶ୍ଳେଷଣ କରିଥାଏ ।

ଏଣୁ ‘ରାଜନୀତି’ ଶବ୍ଦଟି ଗ୍ରୀକ୍ ଶବ୍ଦ ‘ପଲିସ୍’ ବା ନଗର-ରାଜ୍ୟରୁ ଉଦ୍ଧୃତ ହୋଇଛି । ଚତୁର୍ଥ ଶତାବ୍ଦୀରେ ଗ୍ରୀସ୍ ଦେଶର ଶତାଧ୍ଵକ ନଗର-ରାଜ୍ୟକୁ ଅଧ୍ୟୟନ କରି ତାଙ୍କର ବିଶ୍ଳେଷଣର ଫଳାଫଳକୁ ଆରିଷ୍ଟୋଟଲ୍ ‘The Politics’ ପୁସ୍ତକରେ ଲିପିବଦ୍ଧ କରିଛନ୍ତି । ମଧ୍ୟଯୁଗରେ ଏହି ନଗର-ରାଷ୍ଟ୍ରର ବିଲୟ ଘଟି ‘ଦେଶ-ରାଷ୍ଟ୍ରର’ ଅଭ୍ୟୁଦୟ ଘଟିବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟଧର୍ମର ପ୍ରସାର ସାରା ଇଉରୋପରେ ବିସ୍ତାରଲାଭ କରିଥିଲା, ତେଣୁ ସେ ସମୟରେ ରାଜନୈତିକ ଦର୍ଶନ ମୁଖ୍ୟତଃ ସମ୍ରାଟଙ୍କର କ୍ଷମତା, ସାମ୍ରାଜ୍ୟରେ ପ୍ରଜାମାନଙ୍କର କର୍ତ୍ତବ୍ୟ ଓ ଉଭୟଙ୍କର ଧର୍ମଗତ କର୍ତ୍ତବ୍ୟର ବିଶ୍ଳେଷଣ ଆଦି ବିଷୟରେ ସୀମିତ ଥିଲା ।

ଆଧୁନିକ ଯୁଗରେ ଜାତିଭିଭିକ ରାଷ୍ଟ୍ର (Nation-State) ଧୀରେ ଧୀରେ ରାଜନୈତିକ ବିଶ୍ଳେଷଣ ଓ ପର୍ଯ୍ୟାଲୋଚନାର ମୁଖ୍ୟ ବିଷୟବସ୍ତୁ ହୋଇଛି । ଏହି ପ୍ରକାର ରାଷ୍ଟ୍ରର ସଙ୍ଗଠନ; ସରକାରର ବିବିଧ ରୂପ କର୍ମପରିସର ବୃଦ୍ଧି ପାଇ ନାନା ଶାଖା ଉପଶାଖା ସୃଷ୍ଟି ହୋଇଛି । ଫଳରେ ଆଜିର ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଓ ସରକାର ମଧ୍ୟରେ ସୀମାବଦ୍ଧ ନରହି ଇତ୍ୟାଦି ଦିଗରେ ଦୃଷ୍ଟିନିକ୍ଷେପ କରିଛି । ଆଜି ଏହା ଆଧୁନିକ ମାନବର ବୌଦ୍ଧିକ ବିକାଶ ଓ ରାଜନୈତିକ ସଚେତନଶୀଳତା ପାଇଁ ଅପରିହାର୍ଯ୍ୟ ହୋଇଯାଇଛି ଏବଂ ମଣିଷକୁ ମଣିଷ ପରି ବଞ୍ଚାଇ ରଖୁବାପାଇଁ ଏକମାତ୍ର ପାଥେୟରେ ପରିଣତ କରିଛନ୍ତି ।

ରାଜନୀତି ବିଜ୍ଞାନର ସଂଜ୍ଞା :
ରାଜନୀତି ବିଜ୍ଞାନ ଏକ ବହୁପ୍ରସାରୀ ବିଷୟ ଅଟେ । ଏହା ମୁଖ୍ୟତଃ ‘ରାଷ୍ଟ୍ର ଓ ସରକାର’ ସହ ସମ୍ପୃକ୍ତ ଅଟେ । ପୁନଶ୍ଚ ତାତ୍ତ୍ଵିକ ଓ ବ୍ୟାବହାରିକ ରାଜନୀତିକୁ ରାଜନୀତି ବିଜ୍ଞାନର ଅଂଶରୂପେ ପରିଗଣିତ କରାଯାଏ । ରାଜନୀତି ବିଜ୍ଞାନ ଜାତୀୟ ଓ ଆନ୍ତର୍ଜାତୀୟ ରାଜନୈତିକ ଅନୁଷ୍ଠାନର ଗଠନ, କାର୍ଯ୍ୟକ୍ରମ ଓ ପ୍ରକାରଭେଦର ତାରତମ୍ୟ ସମ୍ବନ୍ଧରେ ମଧ୍ୟ ବିସ୍ତୃତ ଆଲୋଚନା କରିଥାଏ । ବିଭିନ୍ନ ରାଜନୀତି ବିଜ୍ଞାନୀ ରାଜନୀତି ବିଜ୍ଞାନର ନିମ୍ନଲିଖତ ସଂଜ୍ଞା ନିର୍ଦ୍ଧାରଣ କରିଛନ୍ତି ।

(୧) ପଲ୍ ଜ୍ୟାନେଟ୍ (Paul Janet) – ଫ୍ରାନ୍ସର ରାଜନୀତି ବିଜ୍ଞାନୀ ପଲ୍ ଜ୍ୟାନେଟ୍‌ଙ୍କ ମତରେ, “ ରାଜନୀତି ବିଜ୍ଞାନ ସାମାଜିକ ବିଜ୍ଞାନର ସେହି ଅଂଶ ଯାହା ରାଷ୍ଟ୍ରର ମୂଳଭିଭି ଓ ସରକାରଙ୍କ ନୀତି ସହ ସଂପୃକ୍ତ ଅଟେ ।”

(୨) ବୁଣ୍ଟଳ୍କୀ (Bluntschili) – ସୁଇଜରଲ୍ୟାଣ୍ଡର ଦାର୍ଶନିକ ବୁଷ୍ଟସ୍ଵୀଙ୍କ ମତରେ, “ ରାଷ୍ଟ୍ର ସମ୍ବନ୍ଧରେ ସମ୍ପୃକ୍ତ ରାଷ୍ଟ୍ରର ମୌଳିକ ଅବସ୍ଥା, ତା’ର ମୂଳକ ପ୍ରକୃତି, ବିଭିନ୍ନ ପରିପ୍ରକାଶର ରୂପ ଓ ଏହାର ପ୍ରଗତି ବିଷୟରେ ଦିଗ ନିର୍ଣ୍ଣୟ କରିବା ଓ ସ୍ପଷ୍ଟ ଧାରଣା ପ୍ରଦାନ କରିବାରେ ସହାୟକ ହେଉଥିବା ବିଷୟକୁ ରାଜନୀତି ବିଜ୍ଞାନ କୁହାଯାଏ ।”

(୩) ଗେଟେଲ୍ (Gettell) – “ଏହା ରାଷ୍ଟ୍ରର ଅତୀତ ସମ୍ପର୍କରେ ଏକ ଐତିହାସିକ ଅନୁସନ୍ଧାନ, ବର୍ତ୍ତମାନ ସମ୍ପର୍କରେ ଏକ ବିଶ୍ଳେଷଣାତ୍ମକ ଅଧ୍ୟୟନ ଏବଂ ରାଷ୍ଟ୍ରର ଭବିଷ୍ୟତ ସମ୍ପର୍କରେ ଏକ ନୀତି ସମର୍ଥିତ ରାଜନୈତିକ ସିଦ୍ଧାନ୍ତର

(୪) ଗିଖ୍ରୀଷ୍ଟ (Gilchrist) – “ରାଜନୀତି ବିଜ୍ଞାନ ରାଷ୍ଟ୍ର ଓ ସରକାର ସମ୍ବନ୍ଧୀୟ ସାଂପ୍ରତିକ ସମସ୍ୟାର ବିଚାର କରେ ଓ ସେମାନଙ୍କର ପ୍ରକୃତି, ଅବସ୍ଥା, ଆବିର୍ଭାବ, ଅଗ୍ରଗତି ଓ ସଙ୍ଗଠନ ବିଷୟରେ ସୂଚନା ପ୍ରଦାନ କରେ ।”

(୫) କ୍ୟାଟ୍‌ଲିନ୍ (Catlin) – “ରାଜନୀତିକ ଜୀବନ ପ୍ରବାହ ତଥା ସରକାରର ବିଭିନ୍ନ ଅଂଶର କାର୍ଯ୍ୟାବଳୀକୁ ପର୍ଯ୍ୟାଲୋଚନା କରୁଥିବା ବିଷୟକୁ ରାଜନୀତି ବିଜ୍ଞାନ କୁହାଯାଏ ।”

(୬) ସିଗ୍‌ଉଇକ୍ (Sigwick) – “ରାଜନୀତି ବିଜ୍ଞାନ ପ୍ରଧାନତଃ କେବଳ ମନସ୍ତାତ୍ତ୍ଵିକ ତଥ୍ୟ ଉପରେ ପର୍ଯ୍ୟବସିତ । ଏହା ସଭ୍ୟ ମାନବର ପରସ୍ପର ସହିତ ସମ୍ପର୍କ ଓ ସମାଜରେ ଶାସନ ଓ ଶାସିତ ମଧ୍ୟରେ ପ୍ରତିଷ୍ଠିତ ଆଦର୍ଶ ସମ୍ପର୍କ ବିଷୟରେ ଆଲୋଚନା କରେ ।”

(୭) ବ୍ରିଡ୍‌ଲେ (Bridle) – “ରାଜନୀତି ବିଜ୍ଞାନ ହେଉଛି ସର୍ବୋପରି ଏକ ବର୍ଣ୍ଣନାକାରୀ ଆଲୋଚନା, ଯେଉଁଥ‌ିରେ କି ଜାତୀୟ ରାଜନୈତିକ ଅନୁଷ୍ଠାନ, ସେମାନଙ୍କର ଅତୀତ, ଆଦର୍ଶଗତ ନୀତି, କାର୍ଯ୍ୟକାରିତା, ସେମାନଙ୍କୁ ପ୍ରଭାବିତ ଓ ନିୟନ୍ତ୍ରିତ କରୁଥିବା କାରଣସବୁ ଓ ଫଳାଫଳ ସହିତ ଜାତୀୟ ଜୀବନ ଉପରେ ତା’ର କି ପ୍ରଭାବ ରହିଛି ଓ ପଡ଼ୋଶୀ ରାଷ୍ଟ୍ର ସହିତ ସମ୍ପର୍କ ବିଷୟରେ ଆଲୋଚନା କରାଯାଇଥାଏ ।”

(୮) ଗାଣ୍ଡିର (Garner) – “ରାଷ୍ଟ୍ରର ଆରମ୍ଭ ଓ ଶେଷ ରାଷ୍ଟ୍ରରେ ହୋଇଥାଏ ।”

(୯) ଲାସ୍କି (Laski) – ‘ଏହା ରାଷ୍ଟ୍ର ଓ ସରକାର ବିଷୟରେ ଆଲୋଚନା କରେ ।”

(୧୦) ଡଃ ଲିକକ୍ (Dr. Leacock) – ଏହା ସରକାର ସମ୍ବନ୍ଧରେ ଏକ ଅଧ୍ୟୟନ ଅଟେ ।”

ଉପରୋକ୍ତ ସଂଜ୍ଞାଗୁଡ଼ିକୁ ବିଶ୍ଳେଷଣ କଲେ ଏହା ସୁସ୍ପଷ୍ଟ ହୁଏ ଯେ ରାଜନୀତି ବିଜ୍ଞାନ ରାଷ୍ଟ୍ର ସହିତ ସଂପୃକ୍ତ । କିନ୍ତୁ ଆଧୁନିକ ରାଜନୀତି ବିଜ୍ଞାନୀ ଆଲମଣ୍ଡଙ୍କ ମତରେ, “ ରାଜନୀତି ବିଜ୍ଞାନ କ୍ଷମତାର ସଙ୍ଗଠନ, ବଣ୍ଟନ ଏବଂ ପ୍ରୟୋଗ ସଂକ୍ରାନ୍ତୀୟ ଅଧ୍ୟୟନ ସହ ସମ୍ପୃକ୍ତ ।” ରାଜନୀତିକ ସଂଘ ଓ ଗୋଷ୍ଠୀର ଅଧ୍ୟୟନ କରି ନୂତନ ନୀତିର ବୟାନ କରିବା ଏହାର ସାଂପ୍ରତିକ ଆଭିମୁଖ୍ୟ । ଡେଭିଡ୍ ଇଷ୍ଟନ୍, ଗାବ୍ରିଏଲ ଆଲମଣ୍ଡ, ଜେ.ପି. ପାୱେଲ, ଲୁସିଆନ ପାଏ ଏବଂ ରବର୍ଟ ଡାଲ୍ ପ୍ରଭୃତି ପାଶ୍ଚାତ୍ୟ ରାଜନୀତି ବିଜ୍ଞାନୀମାନଙ୍କର ସାଂପ୍ରତିକ ଅଧ୍ୟୟନ କ୍ଷେତ୍ରରେ ଗୁରୁତ୍ଵପୂର୍ଣ ସମ୍ବନ୍ଧୀୟ ଅଧ୍ୟୟନ ମୁଖ୍ୟତଃ ଆଧୁନିକ ରାଜନୀତି ବିଜ୍ଞାନର ପରିସରଭୁକ୍ତ କ୍ଷମତା ଏବଂ ରାଜନୈତିକ ମାନବ (Political man) ସଂଘବଦ୍ଧ ଜୀବନରେ ବାସ୍ତବ ଭୂମିକା ଗ୍ରହଣ କରିଥାଏ ।

ଅଣପାଶ୍ଚାତ୍ୟ ଅଞ୍ଚଳ (Non Western areas) ଅର୍ଥାତ୍ ବିକାଶୋନ୍ମୁଖୀ ଅଞ୍ଚଳର ରାଜନୀତି (Politics of development areas) ଉପରେ ଅଧୁନା ଅଧୁକ ଗୁରୁତ୍ଵ ଦିଆଯାଉଛି ଇଂଲଣ୍ଡର ପ୍ରଖ୍ୟାତ ରାଜନୀତି ବିଜ୍ଞାନୀ ମାଇକେଲ ଓସ୍‌କଙ୍କ ଭାଷାରେ, “ରାଜନୈତିକ କାର୍ଯ୍ୟକ୍ଷେତ୍ରରେ ମନୁଷ୍ୟ ଏକ ଅସୀମ ସମୁଦ୍ର ଲଙ୍ଘନ କରେ ଯେଉଁଥରେ ଆଶ୍ରୟ ପାଇଁ ପୋତାଶ୍ରୟ ନାହିଁ କିମ୍ବା ଅଟକିବା ପାଇଁ ଭୂତଳ ନାହିଁ; ପୁଣି ସେଠାରେ ଆରମ୍ଭସ୍ଥଳ ନାହିଁ କି ଲକ୍ଷ୍ୟସ୍ଥଳ ନାହିଁ । ସେହି ପରିପ୍ରେକ୍ଷୀରେ କ୍ରମଭାସମାନ ଅବସ୍ଥାରେ ରହେ । ସମୁଦ୍ର ହେଉଛି ଉଭୟ ଶତ୍ରୁ ଓ ବନ୍ଧୁ ।”

ସାଂପ୍ରତିକ ରାଜନୀତି ବିଜ୍ଞାନ ହେଉଛି ଉଦାରବାଦୀ ଓ ମାର୍କସ୍‌ଦୀ, ଉଭୟ ପାଶ୍ଚାତ୍ୟ ଓ ଅଣପାଶ୍ଚାତ୍ୟ, ମୂଲ୍ୟବୋଧଜନିତ ଓ ମୂଲ୍ୟବୋଧରହିତ ଏବଂ ଉଭୟ ଆଦର୍ଶବାଦୀ ଓ ବୈଜ୍ଞାନିକ । ଆଧୁନିକ ରାଜନୀତି ବିଜ୍ଞାନ ପୁଣି ସାମାଜିକ ପରିବର୍ତ୍ତନ ଓ ସାମାଜିକ ବାସ୍ତବତାକୁ ନେଇ ପରିଚାଳିତ । ବୁଦ୍ଧିଜୀବୀମାନଙ୍କ ଭୂମିକା ରାଜନୀତି ବିଜ୍ଞାନର ପରିସରଭୁକ୍ତ ହୋଇଛି । ରାଜନୀତିର ସାଂପ୍ରତିକ ଲକ୍ଷ୍ୟ ହେଉଛି କ୍ଷମତା ଉପାଦାନର ବୈଜ୍ଞାନିକ ଅଧ୍ୟୟନ (Scientific enquiry into the phenomenon of power) ।

ସେଥ‌ିପାଇଁ ରାଜନୈତିକ ସମାଜ ବିଜ୍ଞାନ ଏବଂ ତୁଳନାତ୍ମକ ରାଜନୀତିକର ଜନ୍ମ । ରାଜନୀତି ବୋଇଲେ ଅଧୁନା ତିନିଗୋଟି ଜିନିଷକୁ ବୁଝାଏ; ଯଥା ରାଜନ ତିକ କାର୍ଯ୍ୟକଳାପ (Political Activity), ରାଜନ ତିକ ପ୍ରକ୍ରିୟା (Political Process) ରାଜନ ତିକ ଶକ୍ତି । (Political Power) ।

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

ମନୁଷ୍ୟ ଏକ ସାମାଜିକ ଓ ରାଜନୈତିକ ପ୍ରାଣୀ ବୋଲି ବହୁଦିନରୁ ଆରିଷ୍ଟୋଟଲ୍ କହିଥିଲେ । ସମାଜରେ ମନୁଷ୍ୟର ଜନ୍ମ । ସାମାଜିକ ପରିବେଷ୍ଟନୀ, ରାଜନୈତିକ ମନୁଷ୍ୟର ଚିନ୍ତାଧାରା, ଆଭିମୁଖ୍ୟ ଏବଂ ଚେତନାକୁ ପ୍ରଭାବିତ ଓ ତ୍ଵରାନ୍ଵିତ କରିଥାଏ । ସାମାଜିକ ସଂସ୍ଥା (Social system) ମଧ୍ୟରେ ରାଜନୈତିକ ସଂସ୍ଥା (Political system) ଏବଂ ଆଇନ ସଂସ୍ଥା (Legal system) ଅନ୍ତର୍ଭୁକ୍ତ । ସେ ଦୃଷ୍ଟିରୁ ବିଚାର କରିବାକୁ ହେଲେ ସାମାଜିକ ସଂସ୍ଥାକୁ ରାଜନୈତିକ ସଂସ୍ଥାର ଜନ୍ମ ।

ଆଲମଣ୍ଡଙ୍କ ଭାଷାରେ, “ ରାଜନୈତିକ ବ୍ୟବସ୍ଥା ଏକ ଅନ୍ତଃକ୍ରିୟାକଳାପ ବ୍ୟବସ୍ଥାକୁ ସୂଚିତ କରେ ଯେଉଁଥରେ ପ୍ରତ୍ୟେକ ସ୍ଵାଧୀନ ସମାଜ ଅନ୍ତଃକ୍ରିୟା ଓ ଗ୍ରହଣ କାର୍ଯ୍ୟ ସମ୍ପାଦନ କରିଥାଏ ।” (Political system is a system of interaction found in all independent society which performs the functions of interaction and adoption.”)

ତୁଳନାତ୍ମକ ରାଜନୀତିରେ ରାଷ୍ଟ୍ର ଉପରେ ଅଧିକ ଗୁରୁତ୍ଵ ଦିଆନଯାଇ ରାଜନୀତି ଓ ରାଜନୈତିକ ବ୍ୟବସ୍ଥା ଉପରେ ଅଧୁକ ଗୁରୁତ୍ଵ ଦିଆଯାଇଥାଏ । ବିଜ୍ଞାନର ଦ୍ରୁତ ଅଗ୍ରଗତି ମନୁଷ୍ୟର ଚିନ୍ତାଧାରାକୁ ବହୁ ପରିମାଣରେ ପ୍ରଭାବିତ କରୁଥିବାରୁ ତୁଳନାତ୍ମକ ରାଜନୀତିରେ ଏହାକୁ ବିଚାରକୁ ନେଇ ରାଜନୈତିକ ସିଦ୍ଧାନ୍ତ ବା ତଥ୍ୟ ବିଶ୍ଳେଷଣ କରାଯାଏ । ଦ୍ଵିତୀୟତଃ, ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଅଣପାଶ୍ଚାତ୍ୟ ଓ ଅନଗ୍ରସର ରାଷ୍ଟ୍ରମାନଙ୍କ ପ୍ରତି ରାଜନୀତି ବିଜ୍ଞାନୀମାନେ ବିଶେଷ ଆଗ୍ରହ ପ୍ରକାଶ କରୁଅଛନ୍ତି । ପୁଣି ଆନ୍ତଃବିଷୟକ ଅଧ୍ୟୟନ ଏବଂ ଗବେଷଣା (Interdisciplinary Study and Research) ରାଜନୀତି ବିଜ୍ଞାନର ଅନ୍ୟ ଏକ ସାଂପ୍ରତିକ ଓ ଅଭିନବ ଅବଦାନ ।

କ୍ଷମତା ଓ କର୍ତ୍ତୃତ୍ଵ ବିଷୟରେ ମଧ୍ୟ ରାଜନୀତି ବିଜ୍ଞାନୀମାନେ ଅଧିକ ସଚେତନ । ତେଣୁ ରାଜନୀତି ବିଜ୍ଞାନକୁ କ୍ଷମତା ବ୍ୟବହାର ସମ୍ବନ୍ଧରେ ଅଧ୍ୟୟନ (Science for study of exercise of power) ବୋଲି କୁହାଯାଏ । ପୁଣି ରାଜନୈତିକ ସଂସ୍ଥାରେ ନିଷ୍ପଭି ଗ୍ରହଣ ବିଷୟକ ଅଧ୍ୟୟନ ଗୁରୁତ୍ଵପୂର୍ଣ୍ଣ । ତାହା ମଧ୍ୟ ରାଜନୀତି ବିଜ୍ଞାନର ପରିସରଭୁକ୍ତ । ସେଥୁପାଇଁ ରାଜନୀତି ବିଜ୍ଞାନକୁ ନିଷ୍ପତ୍ତି ଗ୍ରହଣର ବିଜ୍ଞାନ (Science of decision-making) ବୋଲି କୁହାଯାଇଥାଏ । ଫଳରେ ନୂତନ ତଥ୍ୟ ତଥା ତତ୍ତ୍ଵ ସ୍ଥାପନ କରିବା ଏହାର ଅନ୍ୟତମ ଆଭିମୁଖ୍ୟ ।

ସମୟ ଥିଲା, ଯେତେବେଳେ ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଏବଂ ସରକାର ସମ୍ବନ୍ଧୀୟ ବିଜ୍ଞାନ ରୂପେ ସୀମିତ ଥିଲା । ରାଷ୍ଟ୍ରର ମୂଳଭିଭି ଏବଂ ସରକାରର ନୀତି ସମ୍ବନ୍ଧୀୟ ବିଷୟବସ୍ତୁକୁ ନେଇ ଏହାର ସଂଜ୍ଞା ନିର୍ଦ୍ଧାରଣ କରାଯାଉଥିଲା । ରାଜନୀତି ବିଜ୍ଞାନ ମୁଖ୍ୟତଃ ସମାଜ ବିଜ୍ଞାନର ଏକ ବିଶିଷ୍ଟ ଅଙ୍ଗ; କାରଣ ସମାଜର ମୁଖ୍ୟ ଘଟଣାବଳୀ ସହିତ ରାଜନୀତି ବିଜ୍ଞାନ ଓତପ୍ରୋତଭାବେ ଜଡ଼ିତ । ଏହିପରିଭାବରେ ରାଜନୀତି ବିଜ୍ଞାନ ରାଷ୍ଟ୍ରର ଉତ୍ପତ୍ତି, ଗଠନ, ସ୍ଥିତି ତଥା ସରକାର ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥାଏ ।

ରାଜନୀତି ବିଜ୍ଞାନକୁ ବିଶ୍ଳେଷଣ କରିବାକୁ ଯାଇ ଗେଟେଲ୍ କହିଅଛନ୍ତି ଯେ “ ଏହା (ରାଜନୀତି ବିଜ୍ଞାନ) ରାଷ୍ଟ୍ରର ଅତୀତ ଇତିହାସ ଅନୁସନ୍ଧାନରେ ସମସାମୟିକ ପରିସ୍ଥିତିର ବିଶ୍ଳେଷଣ କରେ ଏବଂ ଭବିଷ୍ୟତ ପାଇଁ ନୀତିଗତ ଆଲୋଚନାର କ୍ଷେତ୍ର ପ୍ରସ୍ତୁତ କରେ ଅର୍ଥାତ୍ ଏହା ଏକ ଅନୁସନ୍ଧାନ ବା ସମୀକ୍ଷଣ ଶାସ୍ତ୍ର; ଯେଉଁଥରେ କି ଅତୀତର ଶାସନ ପଦ୍ଧତି ଆମେ ଜାଣିବାକୁ ପାଉ । ଏହା ମଧ୍ୟ ପ୍ରଚଳିତ ସରକାର ପଦ୍ଧତିର ଏକ ଜ୍ଵଳନ୍ତ ନିର୍ଯ୍ୟାସ, ଉନ୍ନତ ସମ୍ମିଶ୍ରଣ ।” ଗେଟେଲ୍‌ଙ୍କ ମତ ଅନୁଯାୟୀ, ରାଜନୀତି ବିଜ୍ଞାନ ମାନବ ପ୍ରକୃତିଦ୍ଵାରା ପରିଚାଳିତ ଏବଂ ମାନବ ପ୍ରକୃତି ହିଁ ରାଜନୀତି ବିଜ୍ଞାନର ପରିସରଭୁକ୍ତ ।

ରାଜନୀତି ବିଜ୍ଞାନର ପରିସର :
(୧) ରାଜନୀତି ଦର୍ଶନ – ବିଭିନ୍ନ ଚିନ୍ତାଶୀଳ ବ୍ୟକ୍ତି ନିଜର ସମସାମୟିକ ସମାଜର ସାମାଜିକ ଓ ରାଜନୀତିକ ବ୍ୟବସ୍ଥା ସମ୍ପର୍କରେ ଯେଉଁ ନିଜସ୍ବ ଚିନ୍ତାଧାରା ପ୍ରକାଶ କରନ୍ତି ତାହାକୁ ରାଜନୀତି ଦର୍ଶନ କୁହାଯାଏ । ଏହା ଦାର୍ଶନିକମାନଙ୍କର ମୌଳିକ ଚିନ୍ତାଧାରାକୁ ପ୍ରତିଫଳିତ କରିଥାଏ । ଏହା ଉଭୟ ତାତ୍ତ୍ଵିକ ଓ ମୂଲ୍ୟବୋଧଭିଭିକ ଅଟେ । ଏହା ବିଭିନ୍ନ ରାଜନୈତିକ ମତବାଦ ଉପସ୍ଥାପନ କରିଥାଏ ।

(୨) ରାଜନୀତି ତତ୍ତ୍ଵ – ବିଭିନ୍ନ ରାଜନୈତିକ ଦାର୍ଶନିକମାନେ ନିଜସ୍ଵ ଦୃଷ୍ଟିକୋଣରୁ ବିଭିନ୍ନ ରାଜନୈତିକ ବ୍ୟବସ୍ଥା, ବ୍ୟବହାର ଇତ୍ୟାଦିକୁ ବିଶ୍ଳେଷଣ କରିଥା’ନ୍ତି । ଏକ ନିର୍ଦ୍ଦିଷ୍ଟ ବିଷୟରେ ବିଭିନ୍ନ ଦାର୍ଶନିକଙ୍କ ମତକୁ ବିଚାରକୁ ନିଆଯାଇ ଏକ ତତ୍ତ୍ଵ ବା ସିଦ୍ଧାନ୍ତ ତିଆରି କରାଯାଏ । ଏହା ରାଜନୀତି ବିଜ୍ଞାନର ଏକ ମୂଳଭିତ୍ତି । ରାଜନୈତିକ ଦର୍ଶନ ରାଜନୀତି ତତ୍ତ୍ଵ ଗଠନର ପ୍ରଥମ ପାହାଚ । ଏହା ବିଭିନ୍ନ ରାଜନୈତିକ ବିଷୟ ଯଥା ସମ୍ପର୍କରେ ବୈଜ୍ଞାନିକ ସତ୍ୟ ଉପସ୍ଥାପନ କରେ ।

(୩) ରାଜନୈତିକ ଅନୁଷ୍ଠାନ – ରାଷ୍ଟ୍ର ଓ ସରକାର ରାଜନୀତି ବିଜ୍ଞାନର କେନ୍ଦ୍ର ବିଷୟ ଅଟେ । ରାଷ୍ଟ୍ରର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଓ ସରକାରର ପ୍ରକୃତି ଓ କାର୍ଯ୍ୟକାରିତାକୁ ଅନୁଧ୍ୟାନ ରାଜନୀତି ବିଜ୍ଞାନର ମୂଳ ଲକ୍ଷ୍ୟ ଅଟେ । ଏହା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥାକୁ ଅଧ୍ୟୟନ କରିଥାଏ । ବିଂଶ ଶତାବ୍ଦୀରେ ଆନ୍ତର୍ଜାତିକବାଦର ବିକାଶ ସହିତ ଜାତିସଂଘ, ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଇତ୍ୟାଦି ଆନ୍ତର୍ଜାତିକ ଅନୁଷ୍ଠାନର ପ୍ରତିଷ୍ଠା ଓ ଗୁରୁତ୍ଵ ।

(୪) ସାମ୍ବିଧାନିକ ଆଇନ – ଗୋଟିଏ ରାଷ୍ଟ୍ରର ମେରୁଦଣ୍ଡ ରୂପେ ସମ୍ବିଧାନ ସ୍ଵୀକୃତି ପାଇଛି । ସମ୍ବିଧାନ ଦେଶର ମୌଳିକ ଆଇନର ସମ୍ମିଳିତ ପରିପ୍ରକାଶ ଅଟେ । ଏହା ରାଷ୍ଟ୍ର ଓ ବ୍ୟକ୍ତିର ସମ୍ପର୍କ, ସରକାରର କ୍ଷମତା ପରିସର ଇତ୍ୟାଦି ସମ୍ପର୍କରେ ଆଇନଗତ ସୂଚନା ଦେଇଥାଏ ।

(୫) ଆନ୍ତର୍ଜାତିକ ଆଇନ ଓ ସମ୍ପର୍କ – ଦେଶ ଓ ଦେଶ ମଧ୍ୟରେ ସମ୍ପର୍କ ନିରୂପଣ ଓ ନିର୍ଦ୍ଧାରଣ ପାଇଁ ଆନ୍ତର୍ଜାତିକ ଆଇନର ଆବଶ୍ୟକତା ରହିଛି । ଏହା ମୁଖ୍ୟତଃ ଆନ୍ତର୍ଜାତିକ ପ୍ରଥା, ପରମ୍ପରା ଓ ଚୁକ୍ତିରୁ ଜନ୍ମ ନେଇଥାଏ । ଅଧୁନା ଆନ୍ତର୍ଜାତିକ ଆଇନ ପ୍ରତି ମାନ୍ୟତା ବୃଦ୍ଧି ପାଇଛି । ଆନ୍ତର୍ଜାତିକ ସମ୍ପର୍କର ଦୃଢ଼ ଭିଭିଭୂମି ଉପରେ ବିଶ୍ଵଶାନ୍ତି, ନିରାପତ୍ତା, ପ୍ରଗତିର ଲକ୍ଷ୍ୟ ହାସଲ କରାଯାଇପାରେ । ଆନ୍ତର୍ଜାତିକ ନିର୍ଭରଶୀଳତା ବୃଦ୍ଧି ପାଉଥିବାରୁ ଏହାର ଗୁରୁତ୍ଵ ବୃଦ୍ଧି ପାଇଛି ।

(୬) ରାଜନୈତିକ ଗତିଶୀଳତା – ସରକାରଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରକ୍ରିୟାକୁ ରାଜନୈତିକ ଗତିଶୀଳତା କୁହାଯାଏ । ଏହା ମାଧ୍ୟମରେ ରାଜନୈତିକ ଦଳ, ଚାପଗୋଷ୍ଠୀ, ଜନମତ ଇତ୍ୟାଦିର ପ୍ରକୃତି ଓ ଭୂମିକାକୁ ଅଧ୍ୟୟନ କରାଯାଏ ।

(୭) ସାଧାରଣ ପ୍ରଶାସନ – ସରକାରଙ୍କ ଶାସନକାର୍ଯ୍ୟ ପରିଚାଳନା ଏକ କଳା ଅଟେ । ଏହାକୁ ସାଧାରଣ ପ୍ରଶାସନ କୁହାଯାଏ । ଲୁଥର ଗୁଲିକ୍‌ଙ୍କ ମତରେ ଯୋଜନା, ସଙ୍ଗଠନ, କମର୍ଚାରୀ ନିଯୁକ୍ତି, ନିର୍ଦ୍ଦେଶ, ସମନ୍ଵୟ, ଆୟବ୍ୟୟର ଅଟକଳ ଇତ୍ୟାଦି ବିଷୟ ସାଧାରଣ ପ୍ରଶାସନର ପରିସରଭୁକ୍ତ ଅଟେ । ଏହା ଲୁଥର ଗୁଲିକ୍‌ଙ୍କ ‘POSDCORB” ତତ୍ତ୍ଵ ମାଧ୍ୟମରେ ପ୍ରକାଶିତ ହୋଇଥାଏ ।

(୮) ତୁଳନାତ୍ମକ ସରକାର – ଆରିଷ୍ଟୋଟଲ୍ ତାଙ୍କ ସମୟର ବିଭିନ୍ନ ସମ୍ବିଧାନର ତୁଳନାତ୍ମକ ଅଧ୍ୟୟନ କରି ସରକାରର ଶ୍ରେଣୀବିଭାଗ ସମ୍ବନ୍ଧୀୟ ତତ୍ତ୍ଵ ନିର୍ଦ୍ଧାରଣ କରିଥିଲେ । ଏହା ଫଳରେ ଏକ ଆଦର୍ଶ ଓ କାର୍ଯ୍ୟକ୍ଷମ ଶାସନ ବ୍ୟବସ୍ଥାର ରୂପରେଖ ନିର୍ଣ୍ଣୟ କରାଯାଇପାରେ ।

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

(୯) ତୁଳନାତ୍ମକ ରାଜନୀତି – ଏହା ଏକବିଂଶ ଶତାବ୍ଦୀର ବିଷୟ ଅଟେ । ବିଭିନ୍ନ ରାଜନୈତିକ ବ୍ୟବସ୍ଥାର ବାସ୍ତବ କାର୍ଯ୍ୟକାରିତା ସମ୍ପର୍କରେ ଏକ ତୁଳନାତ୍ମକ ଅଧ୍ୟୟନ କରାଯାଇ ଏହାକୁ ଅଧିକ ବାସ୍ତବ ଓ ଉନ୍ନତ କରାଯାଏ ।. ରାଜନୈତିକ କ୍ଷମତା, ରାଜନୈତିକ କ୍ରିୟାକଳାପ ଓ ନିଷ୍ପଭି ଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ତୁଳନାତ୍ମକ ରାଜନୀତିର ଆଲୋଚନା କରାଯାଏ ।

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ରାଷ୍ଟ୍ର ଓ ସରକାର ସମ୍ବନ୍ଧୀୟ ବିଷୟ ରାଜନୀତିରେ ବିଜ୍ଞାନର ପରିସରଭୁକ୍ତ ଅଟେ । କିନ୍ତୁ ବ୍ୟାପକ ଦୃଷ୍ଟିକୋଣରୁ ବିଚାର କଲେ ‘ମଣିଷ’ ହିଁ ରାଜନୀତି ବିଜ୍ଞାନର ଅଧ୍ୟୟନର ବିଷୟ ଅଟେ ।

୨ । ‘ରାଜନୀତି ବିଜ୍ଞାନ ଏକ ବିଜ୍ଞାନ, କିନ୍ତୁ ରାଜନୀତି ଏକ କଳା ଅଟେ’ ଏହି ଉକ୍ତି ଭିତ୍ତିରେ ରାଜନୀତି ବିଜ୍ଞାନର ପ୍ରକୃତି ନିର୍ଦ୍ଧାରଣ କର ।
Answer:
ରାଜନୀତି ବିଜ୍ଞାନକୁ ଅନେକ ଲୋକ କଳା ବୋଲି ଅଭିହିତ କରୁଥିବାବେଳେ ଅନ୍ୟ କେତେକ ଚିନ୍ତାଶୀଳ ଲୋକ ଏହାକୁ ବିଜ୍ଞାନ ଆଖ୍ୟା ଦେଇଥାଆନ୍ତି । ଏ ସମ୍ବନ୍ଧରେ ମତଦ୍ଵୈଧ ଘଟେ । ବାସ୍ତବତଃ, ରାଜନୀତି ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଯାହା ରାଷ୍ଟ୍ର ଏବଂ ସରକାର ସମ୍ବନ୍ଧରେ ସବିଶେଷ ଜ୍ଞାନ ପ୍ରଦାନ କରିଥାଏ । ଏହା ଏକ ପରିପକ୍ବ ବିଜ୍ଞାନ ନୁହେଁ କିମ୍ବା ରାଜନୈତିକ ଗତିବିଧ‌ିର ଭବିଷ୍ୟତ ରୂପରେଖ ନିଶ୍ଚିତଭାବରେ ପ୍ରଦାନ କରିପାରିନଥାଏ ।

ପ୍ରଖ୍ୟାତ ଐତିହାସିକ ମେଟ୍‌ଲାଣ୍ଡ ଥରେ ଲେଖୁଥିଲେ, “ମୁଁ ଯେତେବେଳେ ‘ରାଜନୀତି ବିଜ୍ଞାନ’ ଶବ୍ଦ ସମ୍ବଳିତ ଶିରୋନାମା ଥିବା ପ୍ରଶ୍ନଗୁଡ଼ିକ ଦେଖେ ସେତେବେଳେ ମୁଁ ପ୍ରଶ୍ନ ପାଇଁ ନୁହେଁ, ପ୍ରଶ୍ନର ଶିରୋନାମା ପାଇଁ ଅନୁତାପ କରିଥାଏ ।” ଅର୍ଥାତ୍ ତାଙ୍କ ମତରେ, ରାଜନୀତି ବିଜ୍ଞାନ କୌଣସି ବୈଜ୍ଞାନିକ ଗୁଣରେ ଭୂଷିତ ନହୋଇ ବିଜ୍ଞାନର ନାମ ଧାରଣ କରିବା ଅବାଞ୍ଛନୀୟ ।

ରାଜନୀତି ବିଜ୍ଞାନକୁ ‘ବିଜ୍ଞାନ’ର ସଂଜ୍ଞା ନ ଦେବାର କାରଣ :
ଅଗଷ୍ଟ କମ୍‌, ବକ୍‌ଲେ, ମେଟ୍‌ଲ୍ୟାଣ୍ଡ, ବର୍କ ଆଦି ଲେଖକ ରାଜନୀତି ବିଜ୍ଞାନକୁ ‘ବିଜ୍ଞାନ’ ସଂଜ୍ଞା ଦେବାକୁ ସହମତି ପ୍ରକାଶ କରନ୍ତି ନାହିଁ । ସେମାନଙ୍କ ମତରେ, ରାଜନୀତିର ମୌଳିକ ତତ୍ତ୍ବ ଓ ସିଦ୍ଧାନ୍ତ ସମ୍ପର୍କରେ ମତ ବିଭେଦତା, ଅଧ୍ୟୟନ ଶୈଳୀରେ ବିବିଧତା, ବିଶୃଙ୍ଖଳିତ ଜ୍ଞାନ, ପରୀକ୍ଷା ନିରୀକ୍ଷା ପଦ୍ଧତିର ସୀମିତ ପ୍ରୟୋଗ, ସାର୍ବଜନୀନ ସିଦ୍ଧାନ୍ତର ଅଭାବ, ନିରପେକ୍ଷ ଗବେଷଣାରୁ ଲବ୍ଧ ଜ୍ଞାନର ଅଭାବ, କ୍ରିୟା ଓ ଫଳାଫଳ ମଧ୍ୟରେ ସମ୍ପର୍କ ସ୍ଥାପନରେ ଅସୁବିଧା, ଭବିଷ୍ୟତର ପରିକଳ୍ପନାଜନିତ ଅସୁବିଧା, ମଣିଷ ଭଳି ଏକ ଗତିଶୀଳ ଓ ସର୍ବଦା ପରିବର୍ତ୍ତନପନ୍ଥୀ ଉପାଦାନ ଉପରେ ସମ୍ପୂର୍ଣ ନିର୍ଭରଶୀଳତା ଆଦି କାରଣ ଯୋଗୁଁ ‘ବିଜ୍ଞାନ’ର ମୌଳିକ ଚରିତ୍ର ଓ ଲକ୍ଷ୍ୟ ବ୍ୟାହତ ହୋଇଥାଏ ଓ ସେହି କାରଣରୁ ରାଜନୀତି ବିଜ୍ଞାନ ‘ ବିଜ୍ଞାନ’ ସଂଜ୍ଞା ପାଇଁ ଯୋଗ୍ୟ ନୁହେଁ ।

ରାଜନୀତି ବିଜ୍ଞାନକୁ ବିଜ୍ଞାନ କହିବାର କାରଣ :
କେତେକ ବିଷୟବସ୍ତୁ ଓ ସତ୍ୟକୁ ଶୃଙ୍ଖଳିତଭାବରେ ସୁସଜ୍ଜିତ କରି ଉକ୍ତ ବିଷୟରୁ ନିଃସୃତ ସାଧାରଣ ସତ୍ୟ ଓ ତଥ୍ୟକୁ ବିଜ୍ଞାନ କୁହାଯାଏ । ଅର୍ଥାତ୍ ସୁସଜ୍ଜିତ ଓ ସୁବ୍ୟବସ୍ଥିତ ଜ୍ଞାନକୁ ବିଜ୍ଞାନ କୁହାଯାଏ । ପରିବେଷଣଯୋଗ୍ୟ ଓ ପ୍ରତିପାଦିତ ହୋଇପାରୁଥିବା ଓ ଉପଯୁକ୍ତ ପଦ୍ଧତି ଅନୁଯାୟୀ ପର୍ଯ୍ୟାଲୋଚିତ ଓ ପରୀକ୍ଷିତ ହୋଇପାରୁଥିବା ସଂକ୍ଷିପ୍ତ, ସୁସଂହତ ସମସ୍ତ ଜ୍ଞାନକୁ ବିଜ୍ଞାନ କୁହାଯାଏ । ବିଜ୍ଞାନର ଚାରିତ୍ରିକ ବିଶେଷତ୍ଵମାନଙ୍କୁ ନିମ୍ନମତେ ପ୍ରକାଶ କରାଯାଇପାରେ । ପ୍ରଥମତଃ, ବିଜ୍ଞାନ ନିର୍ଭୁଲ୍ ଓ ନିଶ୍ଚିତ ତଥ୍ୟ ପ୍ରକାଶ କରିଥାଏ ।

ଦ୍ଵିତୀୟରେ, ଏହା ଜ୍ଞାନକୁ ସୁଶୃଙ୍ଖଳିତ ଓ ସୁସଜ୍ଜିତ କରିଥାଏ । ତୃତୀୟତଃ, ଏହା ପରୀକ୍ଷିତ ତଥ୍ୟ ଉପରେ ପର୍ଯ୍ୟବସିତ । ଚତୁର୍ଥତଃ, ଏହି ତଥ୍ୟ ଉପଯୁକ୍ତ ପ୍ରଣାଳୀରେ ପ୍ରତିପାଦିତ ହୋଇଥାଏ । ପଞ୍ଚମତଃ, ଏହାର ସତ୍ୟ ଓ ତଥ୍ୟର ପ୍ରୟୋଗ କ୍ଷେତ୍ରରେ ସାର୍ବଜନୀନତା ପରିଦୃଷ୍ଟ ହୁଏ ।

ରାଜନୀତି ବିଜ୍ଞାନକୁ ନିମ୍ନଲିଖିତ ଦୃଷ୍ଟିକୋଣରୁ ‘ବିଜ୍ଞାନ’ର ପର୍ଯ୍ୟାୟଭୁକ୍ତ କରାଯାଇପାରେ । ପ୍ରଥମତଃ, ଏହା ସମାଜ, ରାଷ୍ଟ୍ର ଓ ବିଶ୍ଵର ରାଜନୈତିକ ବ୍ୟବସ୍ଥାରୂପକ ପରୀକ୍ଷାଗାରରେ ବ୍ୟକ୍ତିର ବିଭିନ୍ନ ରାଜନୈତିକ ବ୍ୟବହାର ସମ୍ବନ୍ଧରେ ପରୀକ୍ଷା-ନିରୀକ୍ଷା କରି ବିଭିନ୍ନ ସତ୍ୟ ଉପସ୍ଥାପନ କରିଥାଏ । ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଥମେ ରାଜସ୍ଥାନ ଓ ପରେ ଆନ୍ଧ୍ରପ୍ରଦେଶରେ ସଫଳଭାବେ ପରୀକ୍ଷିତ ହୋଇସାରିବା ପରେ ଏହା ଭାରତର ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଲା । ଏଣୁ ବ୍ୟକ୍ତିର ରାଜନୈତିକ ବ୍ୟବହାର ପରୀକ୍ଷାଯୋଗ୍ୟ ଅଟେ ।

ଦ୍ଵିତୀୟତଃ, ବ୍ୟକ୍ତିର ବ୍ୟବହାର ଗତିଶୀଳ ପ୍ରକୃତିସମ୍ପନ୍ନ ହୋଇଥିଲେ ମଧ୍ୟ ବୈଜ୍ଞାନିକ ପଦ୍ଧତିର ଅବଲମ୍ବନରେ ଏହାକୁ ଅଧ୍ୟୟନ କରାଯାଇ ଯଥାସମ୍ଭବ ନିର୍ଭୁଲ୍ ତଥ୍ୟ ବା ସତ୍ୟ ଉପସ୍ଥାପନ କରଯାଇଥାଏ । ତୃତୀୟତଃ ପଦାର୍ଥ ବିଜ୍ଞାନ, ରସାୟନଶାସ୍ତ୍ର ପରି ଭୌତିକ ବିଜ୍ଞାନମାନଙ୍କ ପରି ଏଠାରେ ଜ୍ଞାନକୁ ସୁଶୃଙ୍ଖଳିତ ଓ ସୁବିନ୍ୟସ୍ତ କରାଯାଇ ପ୍ରକାଶ କରାଯାଇଥାଏ । ଚତୁର୍ଥତଃ, ତଥ୍ୟମାନଙ୍କ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା କରି ସଂଗତି (Consistency) ସ୍ଥାପନ ମାଧ୍ୟମରେ ଏକ ବିଜ୍ଞାନସମ୍ମତ ଅନୁମାନ (Hypothesis) ସୃଷ୍ଟି କରାଯାଇଥାଏ ।

ପଞ୍ଚମତଃ, ରାଜନୀତି ବିଜ୍ଞାନର ସତ୍ୟ ବା ସିଦ୍ଧାନ୍ତ ସୃଷ୍ଟି କରିବାପାଇଁ ପରୀକ୍ଷାର ସୁଯୋଗ ରହିଛି । ଷଷ୍ଠତଃ, ରାଜନୀତି ବିଜ୍ଞାନର ତତ୍ତ୍ଵ ପ୍ରତିପାଦିତ (Verifiable) ହୋଇପାରେ । ସପ୍ତମତଃ, ରାଜନୀତି ବିଜ୍ଞାନର ତଥ୍ୟ ସର୍ବତ୍ର ପ୍ରଯୁଜ୍ୟ ଅଟେ । ଅଷ୍ଟମତଃ, ବର୍ତ୍ତମାନ ଗାଣିତିକ ସୂତ୍ର ପ୍ରୟୋଗ କରି ରାଜନୀତି ବିଜ୍ଞାନର ତଥ୍ୟକୁ ପ୍ରକାଶ କରାଯାଇପାରୁଛି ।

‘ରାଜନୀତି ବିଜ୍ଞାନ ଏକ ବିଜ୍ଞାନ’ ସପକ୍ଷରେ ରାଜନୀତି ବିଜ୍ଞାନୀମାନଙ୍କ ମତ :

(କ) ଗେଟେଲ୍ – ତାଙ୍କ ମତରେ, ଯେଉଁ ବିଦ୍ୟାରେ ପର୍ଯ୍ୟବେକ୍ଷଣ (Observation), ଅଭିଜ୍ଞତା (Experience), ଆଲୋଚନା (Study) ଦ୍ଵାରା ନିରୀକ୍ଷିତ ହୋଇ ପରସ୍ପର ସମ୍ପୃକ୍ତ ଓ ସଙ୍ଗତିସିଦ୍ଧ ତଥ୍ୟ ଆହରଣ କରାଯାଏ ତାକୁ ଯଦି ବିଜ୍ଞାନ କହନ୍ତି ତେବେ ରାଜନୀତି ବିଜ୍ଞାନ ନିଶ୍ଚୟ ଏକ ବିଜ୍ଞାନ ଅଟେ ।

(ଖ) ଲର୍ଡ଼ ବ୍ରାଇସୀ – ତାଙ୍କ ମତରେ, ମେଟେରୋଲୋଜି ବା ପାଗ ନିର୍ଣ୍ଣୟ ବିଜ୍ଞାନ ଯାହାର ସିଦ୍ଧାନ୍ତ ସର୍ବଦା ଯୁକ୍ତିଯୁକ୍ତ ନୁହେଁ ଏବଂ ପରିବର୍ତ୍ତନଶୀଳ, ତାହା ଯଦି ବିଜ୍ଞାନ ହୁଏ ତେବେ ଏକ ଗତିଶୀଳ ବ୍ୟକ୍ତିତ୍ଵକୁ ଅଧ୍ୟୟନ କରୁଥିବା ରାଜନୀତି ବିଜ୍ଞାନକୁ ବିଜ୍ଞାନ କୁହାଯିବା ଉଚିତ । ଲର୍ଡ଼ ବ୍ରାଇସୀଙ୍କ ମତରେ, ଯଦିଓ ମନୁଷ୍ୟର କାର୍ଯ୍ୟକଳାପ, ମନୋବୃତ୍ତି ସମସ୍ୟା ଜଟିଳ, ଅବୋଧ ତଥାପି ପୂର୍ବକାଳ ପରି ମନୁଷ୍ୟର ଗତିବିଧ‌ିରେ ସଙ୍ଗତି ଓ ସାମଞ୍ଜସ୍ୟ ରହିଛି । ସେଥୁରୁ ଆମେ ଘଟଣାବଳୀକୁ ଓ ଅଭିଜ୍ଞତାସବୁ ଭାଗ ଭାଗ ଓ ସୁସଜ୍ଜିତ କରି ସାଧାରଣ ନିୟମ ନିର୍ଦ୍ଧାରଣ କରିପାରିବା ।

(ଗ) ଆମେରିକାର ଭାନ୍ ଡାଇକ୍ (Van Dyke) – ତାଙ୍କର “Political Science – A Philosophical Analysis”, (1960) ପୁସ୍ତକରେ ମତ ଦେଇଛନ୍ତି ଯେ ବିଜ୍ଞାନର ବିଷୟ ଓ ତତ୍ତ୍ଵ ପ୍ରମାଣ ସିଦ୍ଧ ବା ପ୍ରତିପାଦନସିଦ୍ଧ (Verifiable) ସଙ୍ଗତିମୂଳକ ସାଧାରଣ ନିୟମ ନିର୍ଦ୍ଧାରକ ଅଟେ । ପ୍ରମାଣସିଦ୍ଧ ବା ପ୍ରତିପାଦନସିଦ୍ଧ ନ ହେଲେ କୌଣସି ବିଦ୍ୟା ବିଜ୍ଞାନ ପଦବାଚ୍ୟ ହୋଇପାରିବ ନାହିଁ । ତାଙ୍କ ମତରେ, “ଯେଉଁ ବିଦ୍ୟା କାରଣ ପ୍ରଦର୍ଶନ କରୁଥାଏ, ଭବିଷ୍ୟତର ଇଙ୍ଗିତ ଦେଇଥାଏ ଓ ଛୋଟ ବଡ଼ ଘଟଣା ବା ବିଷୟସମୂହର ପିରାମିଡ୍ ଉପରେ ପର୍ଯ୍ୟବସିତ ସାଧାରଣ ଚିନ୍ତାଧାରା, ଆଇନ ଓ ତତ୍ତ୍ବ ନିର୍ଦ୍ଧାରଣ କରୁଥାଏ, ତାକୁ ବିଜ୍ଞାନ କୁହାଯାଏ ।

(ଘ) କଲିଙ୍ଗଉଡୁ – ବିଜ୍ଞାନର ବହୁ ଅଜଣା ତଥ୍ୟକୁ ପ୍ରମାଣ କରାଯାଇ ଏକ ସାଧାରଣ ନୀତି ବା ତତ୍ତ୍ବ ନିର୍ଦ୍ଧାରଣ କରାଯାଇଥାଏ । ରାଜନୀତି ବିଜ୍ଞାନରେ ବ୍ୟକ୍ତିର ଗୋଷ୍ଠୀଗତ ବ୍ୟବହାରକୁ ବିଚାରକୁ ନିଆଯାଇ ପ୍ରମାଣସିଦ୍ଧ ନିୟମ ସାହାଯ୍ୟରେ ବିଭିନ୍ନ ରାଜନୈତିକ ତତ୍ତ୍ଵ ସୃଷ୍ଟି କରାଯାଉଥିବାରୁ ଏହାକୁ ନିଃସନ୍ଦେହରେ ଏକ ବିଜ୍ଞାନ କୁହାଯାଇପାରେ ।

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

ରାଜନୀତି ଏକ କଳା :
ରାଜନୀତି ଏକ କଳା ଅଟେ । ଶିଳ୍ପକଳାରେ ନିପୁଣ ବ୍ୟକ୍ତି ଉତ୍କୃଷ୍ଟ ଶିଳ୍ପ ପ୍ରସ୍ତୁତ କରିପାରେ । ସେହିପରି ରାଜନୀତିରେ ନିରନ୍ତର ବ୍ୟାପୃତ ଥିବା ବ୍ୟକ୍ତିଙ୍କ ନିପୁଣତା ଉପରେ ତାଙ୍କର କାର୍ଯ୍ୟର ସଫଳତା ନିର୍ଭର କରେ । ରାଜନୈତିକ କ୍ଷେତ୍ରରେ କୁଶଳତାହିଁ ରାଜନୈତିକ କଳା ଏବଂ ଏହି କୁଶଳତା ବିନା ରାଜନୈତିକ ସମସ୍ୟାର ସମାଧାନ ହୋଇପାରେ ନାହିଁ । ଯେହେତୁ ବ୍ୟକ୍ତି ଓ ସମାଜର ସମ୍ପର୍କ ନିୟନ୍ତ୍ରଣ କରିବାପାଇଁ କେତେକ ଧରାବନ୍ଧା ନିୟମ ଓ ପରମ୍ପରା ରହିଛି, ସେହିପରି ଉକ୍ତ ନିୟନ୍ତ୍ରଣ କିପରି ସଫଳତା ସହ କାର୍ଯ୍ୟକାରୀ ହେବ ସେଥ‌ିପାଇଁ ରାଜନୈତିକ କଳା ବା ପ୍ରୟୋଗାତ୍ମକ ବୁଦ୍ଧିର ଆବଶ୍ୟକତା ରହିଛି ।

ବୈଜ୍ଞାନିକ ତଥ୍ୟକୁ ବାସ୍ତବ କ୍ଷେତ୍ରରେ ମାନବ ସମାଜର ଉପକାର ପାଇଁ ବିନିଯୋଗ କରାଗଲେ ତାହାକୁ କଳା ବା ପ୍ରୟୋଗାତ୍ମକ ବିଜ୍ଞାନ (Applied Science) କୁହାଯାଏ । ସାମାଜିକ ବିଜ୍ଞାନୀମାନଙ୍କ ମତରେ, ରାଜନୀତି ବିଜ୍ଞାନକୁ ପ୍ରୟୋଗାତ୍ମକ ବିଜ୍ଞାନ କୁହାଯିବା ଯୁକ୍ତିଯୁକ୍ତ ଅଟେ । ଏଠାରେ ଉଭୟ ତତ୍ତ୍ଵ ଏବଂ ପ୍ରୟୋଗ କୌଶଳର ସନ୍ନିବେଶନ ଘଟିଥିବାରୁ ଏହାକୁ ପ୍ରୟୋଗାତ୍ମକ ବିଜ୍ଞାନ କୁହାଯାଏ । ଫ୍ରେଡ଼େରିକ୍ ପୁଲକ୍‌ଙ୍କ ମତରେ, ରାଜନୀତି ବିଜ୍ଞାନର ଦୁଇଟି ଦିଗ ରହିଛି; ଯଥା ତାତ୍ତ୍ଵିକ ଏବଂ ପ୍ରୟୋଗାତ୍ମକ ଦିଗ ।

ଏହାର ତାତ୍ତ୍ଵିକ ବିଭାଗରେ ବିଭିନ୍ନ ରାଜନୈତିକ ସିଦ୍ଧାନ୍ତଗୁଡ଼ିକୁ ପ୍ରକାଶ କରାଯାଉଥିବାବେଳେ ପ୍ରୟୋଗାତ୍ମକ ବିଭାଗରେ ରାଷ୍ଟ୍ର ଓ ସରକାରର ଗଠନ ପ୍ରଣାଳୀ ଓ କାର୍ଯ୍ୟକଳାପ, ସାମ୍ବିଧାନିକ ଆଇନ, ବ୍ୟବସ୍ଥାପକ ସଭାର କାର୍ଯ୍ୟାବଳୀ, ପ୍ରତିରକ୍ଷା ବାହିନୀ, ବିଚାରାଳୟର ସଙ୍ଗଠନ ପ୍ରଣାଳୀ ଓ କ୍ଷମତା ପରିସର, କୂଟନୀତି, ଆନ୍ତର୍ଜାତିକ ଅନୁଷ୍ଠାନ ଓ ଚୁକ୍ତି, ଯୁଦ୍ଧ ଓ ଶାନ୍ତି ଇତ୍ୟାଦି ବିଷୟମାନଙ୍କର ଆଲୋଚନା କୁହାଯାଏ ।

ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ହୁଏ ଯେ ରାଜନୀତିର ପ୍ରୟୋଗାତ୍ମକ ବିଭାଗକୁ କଳା ବୋଲି କୁହାଗଲେ ତା’ର ମୁଖ୍ୟ ତଥା ଆନୁଷଙ୍ଗିକ ସମସ୍ୟାର ତାତ୍ତ୍ଵିକ ବୈଜ୍ଞାନିକ ବିଶ୍ଳେଷଣଦ୍ଵାରା ଯେଉଁ ଜ୍ଞାନ ଲାଭ ହୁଏ ତାହାକୁ ବିଜ୍ଞାନ ବୋଲି କୁହାଯିବା ଉଚିତ । ଏଣୁ ରାଜନୈତିକ କଳା ଓ ରାଜନୀତି ତତ୍ତ୍ଵର ବୈଜ୍ଞାନିକ ବିଶ୍ଳେଷଣର ଅପୂର୍ବ ସମନ୍ଵୟ ରାଜନୀତି ବିଜ୍ଞାନରେ ସଙ୍ଗଠିତ ହୋଇଛି । ଏଣୁ ସଂକ୍ଷେପରେ କହିଲେ ରାଜନୀତି ବିଜ୍ଞାନ ଏକ ବିଜ୍ଞାନ ଅଟେ; କିନ୍ତୁ ରାଜନୀତି ଏକ କଳା ।

୩ । ରାଜନୀତି ବିଜ୍ଞାନ ଅଧ୍ୟୟନର ଉପାଦେୟତା ବା ତାତ୍ପର୍ଯ୍ୟ ବର୍ଣ୍ଣନା କର ।
Answer:
ରାଜନୀତି ବିଜ୍ଞାନ ଏକ ବହୁମୁଖୀ ବିଜ୍ଞାନ ଅଟେ । ମନୁଷ୍ୟର ସର୍ବବିଧ କାର୍ଯ୍ୟକଳାପ ଏହି ରାଜନୀତି ବିଜ୍ଞାନଦ୍ୱାରା ନିଶ୍ଚିତ ଓ ନିୟନ୍ତ୍ରିତ ହେବାକୁ ବାଧ୍ୟ । ବ୍ୟକ୍ତିର ବର୍ତ୍ତମାନ ଓ ଭବିଷ୍ୟତ୍‌କୁ ନିଶ୍ଚିତ ଓ ଦୃଢ଼ କରିବାପାଇଁ ରାଜନୀତି ବିଜ୍ଞାନର ଅଧ୍ୟୟନ ପ୍ରତି ଅଧ‌ିକ ଶ୍ରଦ୍ଧା ଓ ସ୍ପୃହା ଜାଗ୍ରତ ହେଉଛି । ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରୁଥିବା ତାତ୍ପର୍ଯ୍ୟ ଓ ଉପାଦେୟତାଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।

(a) ରାଜନୈତିକ ଚେତନାର ଅଭିବୃଦ୍ଧି ଘଟାଏ – ସାମାଜିକ ଜୀବନରେ ଶାନ୍ତିଶୃଙ୍ଖଳା ନ ରହିଲେ ପରିବେଶ ବିଷମୟ ହୁଏ । ଏହି ପରିବେଶରୁ ମୁକ୍ତିପାଇଁ ରାଜନୀତି ବିଜ୍ଞାନର ଆଶ୍ରୟ ନେବାକୁ ପଡ଼େ । ରାଷ୍ଟ୍ରର ବିଭିନ୍ନ କାର୍ଯ୍ୟ, ସମସ୍ୟା ଓ ସେଗୁଡ଼ିକର ସମାଧାନ ଦିଗରେ ରାଜନୀତି ବିଜ୍ଞାନ ମନୁଷ୍ୟକୁ ସଚେତନ କରିବା ସଂଗେ ସଂଗେ କର୍ମତତ୍ପର କରାଏ । ରାଷ୍ଟ୍ରର ବିଭିନ୍ନ ସମସ୍ୟା ଓ ଅଙ୍ଗ ସମ୍ପର୍କରେ ରାଜନୀତି ବିଜ୍ଞାନ ଲୋକମାନଙ୍କୁ ସମ୍ୟକ୍ ଧାରଣା ଦିଏ । ସରକାରର ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ଆଇନ ଓ ବିଭିନ୍ନ ନୀତି ବିଷୟରେ ମନୁଷ୍ୟ ରାଜନୀତି ବିଜ୍ଞାନରୁ ଜ୍ଞାନ ଅର୍ଜନ କରେ ।

(b) ଉତ୍ତମ ନାଗରିକ ସୃଷ୍ଟି – ରାଷ୍ଟ୍ରର ପ୍ରଗତିପାଇଁ ଉତ୍ତମ ନାଗରିକର ଯଥେଷ୍ଟ ଆବଶ୍ୟକତା ରହିଥାଏ । ନାଗରିକତାର ବିକାଶ କ୍ଷେତ୍ରରେ ଯେଉଁ ପ୍ରତିବନ୍ଧକମାନ ସୃଷ୍ଟି ହେବ, ସେଗୁଡ଼ିକୁ ଦୂର କରିବା ରାଷ୍ଟ୍ରର କର୍ତ୍ତବ୍ୟ । ବ୍ୟକ୍ତି ଯଦି ନିଜର କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ସଚେତନ ନରହେ, ତେବେ ତା’ର ସ୍ଵାଧୀନତା ବାଧାପ୍ରାପ୍ତ ହେବ । ଏଣୁ ରାଜନୀତି ବିଜ୍ଞାନ ପ୍ରାଥମିକ ସ୍ତରରୁ ପ୍ରତ୍ୟେକ ବ୍ୟକ୍ତିର ନାଗରିକତା ଯେପରି ବିକଶିତ ଓ ଉନ୍ନତତର ହେବ ସେ ଦିଗରେ ଚେଷ୍ଟା ଅବ୍ୟାହତ ରଖୁଛି । ନାଗରିକମାନଙ୍କ ମଧ୍ୟରେ ଦେଶପ୍ରୀତି ସହଯୋଗ ଓ ସୁସମ୍ପର୍କ ବୃଦ୍ଧିପାଇଁ ରାଜନୀତି ବିଜ୍ଞାନ ମୁଖ୍ୟ ଭୂମିକା ଗ୍ରହଣ କରେ ।

(c) ନେତୃତ୍ଵ ସୃଷ୍ଟି କରେ – ରାଷ୍ଟ୍ରର ପରିଚାଳନା, ଶାସନଗତ ଶୃଙ୍ଖଳା ଓ ପ୍ରଶାସନିକ ଦକ୍ଷତା ପାଇଁ ପ୍ରଗତିଶୀଳ ତଥା ନୂତନ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ରହିଛି । ପରିବର୍ତ୍ତନଶୀଳ ସାମାଜିକ ଓ ଆର୍ଥନୀତିକ ପରିବେଶ ସହିତ ଖାପଖୁଆଇ ଚଳିବାପାଇଁ ରାଜନୀତି ବିଜ୍ଞାନ ନାଗରିକ ଏବଂ ଶାସକମାନଙ୍କୁ ଶିକ୍ଷା ଦିଏ । ରାଜନୀତି ବିଜ୍ଞାନ ନୂତନ ନେତୃତ୍ଵ ଓ ନୂତନ ଦିଗ୍‌ଦର୍ଶନ ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହୁଏ ।

(d) ସହଯୋଗ, ସହାବସ୍ଥାନ, ସହନଶୀଳତା ଓ ସଂହତି ସ୍ଥାପନ କରେ ମନୁଷ୍ୟର ସାମାଜିକ ଜୀବନ ସହାବସ୍ଥାନ, ଶାନ୍ତି, ମୈତ୍ରୀ, ସହଯୋଗ ବୃଦ୍ଧି କରେ । ଏଥପାଇଁ ପାରସ୍ପରିକ ବୁଝାମଣା ବହୁ ପରିମାଣରେ ଦାୟୀ । ତ୍ୟାଗ ଓ ସହନଶୀଳତା ବୃଦ୍ଧି ନ ପାଇଲେ ବୁଝାମଣା ଓ ସଦ୍‌ଭାବ ପ୍ରତିଷ୍ଠା ଅସମ୍ଭବ । ଏଣୁ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବୁଝାମଣା ଓ ସହନଶୀଳତା ସୃଷ୍ଟି କରିବା ଦିଗରେ ରାଜନୀତି ବିଜ୍ଞାନ ସହାୟକ ହୁଏ ।

(e) ରାଜନୀତିକୁ ଗତିଶୀଳ କରାଏ – ପ୍ରତ୍ୟେକ ରାଷ୍ଟ୍ରର କିଛିନା କିଛି ରାଜନୀତିକ ପ୍ରକ୍ରିୟା ଥାଏ । ଏହି ପ୍ରକ୍ରିୟା ବିଭିନ୍ନ ରାଜନୀତିକ କାର୍ଯ୍ୟକଳାପଦ୍ଵାରା ଗତିଶୀଳ ହୁଏ । ଗତିଶୀଳତା ନଥିଲେ ରାଷ୍ଟ୍ର ଓ ମନୁଷ୍ୟର ଜୀବନଧାରା ସ୍ଥାଣୁ ହୋଇଥାଆନ୍ତା । ରାଜନୀତିକ ଦଳ, ଚାପଗୋଷ୍ଠୀ, ଗଣମାଧ୍ୟମ, ସଭାସମିତି, ଜନମତ ପ୍ରଭୃତି ରାଷ୍ଟ୍ରର ରାଜନୀତିକ ପ୍ରକ୍ରିୟାକୁ ସକ୍ରିୟ କରିଥାଏ । ଏହି ସକ୍ରିୟତା ମନୁଷ୍ୟର ପାରିବାରିକ, ସାମାଜିକ ତଥା ଜାତୀୟ ଜୀବନକୁ ମଧ୍ଯ ଗତିଶୀଳ କରେ ।

(f) ସାମାଜିକ ପରିବର୍ତ୍ତନର ଆୟୁଧ – ମନୁଷ୍ୟର ଚାଲିଚଳନ, କାର୍ଯ୍ୟକଳାପ, ପରିବର୍ତ୍ତିତ ହେଉଥ‌ିବାରୁ ସାମାଜିକ ଦୃଷ୍ଟିକୋଣ ତଥା ଦୃଷ୍ଟିଭଙ୍ଗୀରେ ମଧ୍ୟ ପରିବର୍ତ୍ତନ ହେବା ସ୍ଵାଭାବିକ । ରାଜନୀତି ବିଜ୍ଞାନ ସାମାଜିକ ବିବର୍ତ୍ତନକୁ ଲକ୍ଷ୍ୟ ରଖ୍ ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣେ । ପ୍ରଚଳିତ ଆଇନକାନୁନର ମଧ୍ୟ ପରିବର୍ତ୍ତନ କରାଯାଇ ନୂତନ ଆଇନ, ନୂତନ ନିୟମ, ନୂତନ ସୁଯୋଗ ସୃଷ୍ଟି କରାଯାଏ । ଏହାଦ୍ଵାରା ନୂତନ ସାମାଜିକ ମୂଲ୍ୟବୋଧର ଉଦ୍ଭବ ହୁଏ ।

(g) ଗଣତାନ୍ତ୍ରିକ ମୂଲ୍ୟବୋଧ ସୃଷ୍ଟି କରେ – ନାଗରିକ ଶାସନରେ ସକ୍ରିୟ ଅଂଶଗ୍ରହଣ ନ କରିପାରିବା ଅର୍ଥ ଶାସନ ଉତ୍ତମ ଶାସନ ନୁହେଁ । ନିଜକୁ ନିଜେ ଶାସନ କରିବା ବା ଶାସନ କାର୍ଯ୍ୟରେ ଅଂଶଗ୍ରହଣ କରିବା ମନୁଷ୍ୟର ଏକ ସହଜାତ ପ୍ରକୃତି । ଏହା ନହେଲେ ମନୁଷ୍ୟ’ ବିପ୍ଳବ କରେ । ସମାଜରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବିଚାରଧାରା ସୃଷ୍ଟିକରିବା ଓ ଗଣତାନ୍ତ୍ରିକ ଉପାଦାନଗୁଡ଼ିକର ସୁରକ୍ଷା ଓ ବିକାଶ କରିବା ଦିଗରେ ରାଜନୀତି ବିଜ୍ଞାନର ଭୂମିକା ଅନସ୍ବୀକାର୍ଯ୍ୟ । ସମାଜକୁ, ରାଷ୍ଟ୍ରକୁ ଓ ଶାସନ ବ୍ୟବସ୍ଥାକୁ ଗତିଶୀଳ କରିବାରେ ଗଣତାନ୍ତ୍ରିକ ଚିନ୍ତାଧାରା ମୁଖ୍ୟତଃ ଦାୟୀ ।

(h) ଜାତୀୟ ଓ ଆନ୍ତର୍ଜାତୀୟ ସମସ୍ୟା ସହିତ ସଂପୃକ୍ତ କରାଏ – ନିଜ ଦେଶରେ ସୃଷ୍ଟି ହେଉଥ‌ିବା ରାଜନୀତିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆନ୍ତର୍ଜାତୀୟ ରାଜନୀତିକ ଘଟଣାବଳୀର ଦାୟିତ୍ଵ ପ୍ରତ୍ୟେକ ନାଗରିକ ବର୍ତ୍ତମାନ ଅନୁଭବ କରୁଛି । ଦେଶରେ ସମ୍ବିଧାନ ପରିସର ମଧ୍ୟରେ ଆନ୍ତର୍ଜାତୀୟ ସମସ୍ୟାର ବିଭିନ୍ନ ଦିଗ ଅନୁଶୀଳନ କରି ସେଗୁଡ଼ିକର ସମାଧାନ ସୂତ୍ର ନିର୍ମିତ ହେଉଛି । ପ୍ରତ୍ୟେକ ବ୍ୟକ୍ତି ନିକଟରେ ସମଗ୍ର ମାନବ ଜାତିର ଭବିଷ୍ୟତ୍‌ ମୁଖ୍ୟ ପ୍ରଶ୍ନ ହୋ ପ୍ରଶ୍ନର ସମାଧାନ ପାଇଁ ରାଜନୀତି ବିଜ୍ଞାନହିଁ ଦିଗ୍‌ଦର୍ଶନ ଦେଉଛି ।

(i) ବିସ୍ତାରିତ ଦୃଷ୍ଟିଭଙ୍ଗୀ ସୃଷ୍ଟିରେ ସାହାଯ୍ୟ – ରାଜନୀତି ବିଜ୍ଞାନ ମାନବର ଦୃଷ୍ଟିଭଙ୍ଗୀକୁ ବିସ୍ତାରିତ କରେ । ଜାତୀୟତା, ଦେଶପ୍ରେମ ଓ ଆନ୍ତର୍ଜାତିକ ମନୋଭାବର ବିକାଶ କରି ମନୁଷ୍ୟର ସଂକୀର୍ଣ୍ଣ ମନୋଭାବକୁ ନଷ୍ଟକରେ । ତାକୁ ସହଯୋଗ, ସମନ୍ଵୟ, ସହିଷ୍ଣୁତା, ଦେଶ ଓ ମାନବ ସମାଜ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ପ୍ରେରଣା ଦିଏ । ରାଜନୀତି ବିଜ୍ଞାନର ପଠନଦ୍ଵାରା ମନୁଷ୍ୟର ଆଞ୍ଚଳିକ ମନୋଭାବ ଓ ଉଗ୍ର ଜାତୀୟତାବାଦ ପ୍ରଭୃତି ନଷ୍ଟକାରୀ ଶକ୍ତି ବିଲୁପ୍ତ ହୋଇଥାଏ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ପୃଥ‌ିବୀରେ ଥ‌ିବା ଦେଶ ଦେଶ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ଦିଗରେ ଅଗ୍ରଗତି ଆଣିବାର ପ୍ରକ୍ରିୟାପାଇଁ ଏହା ପଥ ପରିଷ୍କାର କରିଥାଏ ।

(j) ରାଜନୀତିକ ପ୍ରକ୍ରିୟାକୁ ରୂପ ଦିଏ – ରାଷ୍ଟ୍ର ମଧ୍ୟରେ ବ୍ୟକ୍ତିର ରାଜନୀତିକ ଜୀବନ ଓ ବ୍ୟବହାରରେ ଘଟୁଥ‌ିବା ପରିବର୍ତ୍ତନ ରାଜନୀତିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରୁଛି । ଏହାଦ୍ଵାରା ରାଷ୍ଟ୍ର ଶାସନ ପଦ୍ଧତି ମଧ୍ୟ ପରିବର୍ତ୍ତିତ ହେଉଛି । ରାଷ୍ଟ୍ର ଶାସନରେ ବ୍ୟକ୍ତିର ସ୍ଥାନ ଓ ଭୂମିକା ଏବେ ଆଉ ଗୌଣ ହୋଇ ରହିନାହିଁ । ଜନମତକୁ ଉପେକ୍ଷା କରି ଶାସନ କରିବା କୌଣସି ଶାସକ ପକ୍ଷେ ଏବେ ସମ୍ଭବ ନୁହେଁ । ପ୍ରାଚୀନ କ୍ଷମତା ସଂଗଠନ ପ୍ରଣାଳୀ ଅଦରକାରୀ ହୋଇ ପଡ଼ିଥ‌ିବାରୁ ବିଭିନ୍ନ କ୍ଷେତ୍ରରେ ଆନୁଷ୍ଠାନିକ ପରିବର୍ତ୍ତନ କରାଗଲାଣି । ବର୍ତ୍ତମାନର କମ୍ୟୁନିଷ୍ଟ ରାଷ୍ଟ୍ରମାନଙ୍କରେ ଘଟୁଥ‌ିବା ସଂସ୍କାର ଏହାର ଉଦାହରଣ ।

(k) ଶାନ୍ତି ପ୍ରତିଷ୍ଠା – ବିଜ୍ଞାନ ମନୁଷ୍ୟର ସାମଗ୍ରିକ ଜୀବନକୁ ବହୁ ପରିମାଣରେ ପ୍ରଭାବିତ କରୁଛି । ଏଣୁ ଚାରିଆଡ଼େ ମନୁଷ୍ୟ ଯେପରି ବସତି ସ୍ଥାପନ କରିପାରିବ ସେଥ‌ିପାଇଁ ଉଦ୍ୟମ ହେଲାଣି । ଏଥୁସହିତ ବୈଜ୍ଞାନିକମାନେ ଏପରି ମାରାତ୍ମକ ମାରଣାସ୍ତ୍ର ପ୍ରସ୍ତୁତ କଲେଣି ଯେ ମୁହୂର୍ଭକ ମଧ୍ୟରେ ପୃଥ‌ିବୀ ଧ୍ୱଂସ ହୋଇଯିବ । ଏଣୁ ସମଗ୍ର ବିଶ୍ବରେ ରାଷ୍ଟ୍ରନାୟକମାନେ ଯୁଦ୍ଧକୁ ପରିହାର କରି ଏକ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ଦିଗରେ ଅନବରତ ଉଦ୍ୟମ କରୁଛନ୍ତି । ରାଜନୀତି ବିଜ୍ଞାନ ତା’ର ବିଭିନ୍ନ ଆଦର୍ଶ ମାଧ୍ୟମରେ ଯୁଦ୍ଧ ପରିବର୍ତ୍ତେ ଶାନ୍ତି ସ୍ଥାପନ କରିବାପାଇଁ ମାନବ ସମାଜକୁ ଆହ୍ଵାନ ଜଣାଉଛି ।

CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା

ରାଜନୀତି ବିଜ୍ଞାନ ଏକ ବର୍ତ୍ତମାନ ସାମାଜିକ ବିଜ୍ଞାନରୂପେ ସୁପ୍ରତିଷ୍ଠିତ । ସମୟ ଓ ପରିସ୍ଥିତିର ପରିବର୍ତ୍ତନ ସହିତ ତାଳଦେଇ ଏହା ତା’ର ପରିସରକୁ ବୃଦ୍ଧି କରିଅଛି । ବିଭିନ୍ନ ଦିଗରୁ ଏହା ତା’ର ସୀମାକୁ ଅତିକ୍ରମ କରିବାରେ ଲାଗିଛି । ଏହା ବର୍ତ୍ତମାନ ମନୋବିଜ୍ଞାନ, ସମାଜବିଜ୍ଞାନ ଓ ନୃତତ୍ତ୍ଵ ପ୍ରଭୃତି ଅନ୍ୟ ସାମାଜିକ ବିଜ୍ଞାନର କାର୍ଯ୍ୟ ପରିସୀମାକୁ ସ୍ପର୍ଶ କଲାଣି ଜର୍ଜ ବର୍ଣ୍ଣାଡ୍ ଶ’ଙ୍କ ମତରେ, କେବଳ ରାଜନୀତି ବିଜ୍ଞାନର ଜ୍ଞାନହିଁ ମାନବ ସମାଜକୁ ଧ୍ଵଂସମୁଖରୁ ରକ୍ଷା କରିପାରିବ ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

Odisha State Board CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ Questions and Answers.

CHSE Odisha 11th Class Political Science Solutions Chapter 10 ସମ୍ବିଧାନର ଦର୍ଶନ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ___________ ସମ୍ବିଧାନର ସଂଶୋଧନ ପାଇଁ ବ୍ୟବସ୍ଥାପିକାରେ ସାଧାରଣ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେଉଥିବାବେଳେ ___________ ସମ୍ବିଧାନର ସଂଶୋଧନ ପାଇଁ ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠତାର ଆବଶ୍ୟକତା ଦେଖାଯାଏ ।
(କ) ନମନୀୟ, ଅନମନୀୟ
(ଖ) ଅନମନୀୟ, ନମନୀୟ
(ଗ) ଲିଖତ, ଅନମନୀୟ
(ଘ) ଅଲିଖତ, ନମନୀୟ
Answer:
(କ) ନମନୀୟ, ଅନମନୀୟ

୨ । ଭାରତର ସମ୍ବିଧାନର ଦର୍ପଣ ___________ ଅଟେ ।
(କ) ମୌଳିକ ଅସ୍ଵୀକାର
(ଖ) ମୌଳିକ କର୍ଭବ୍ୟ
(ଗ) ପ୍ରାକ୍‌କଥନ ବା ମୁଖବନ୍ଧ
(ଘ) ନ୍ୟାୟପାଳିକା
Answer:
(ଗ) ପ୍ରାକ୍‌କଥନ ବା ମୁଖବନ୍ଧ

୩ । ଭାରତ ସମ୍ବିଧାନରେ ___________ ଟି ଧାରା ଓ ___________ ଟି ଅନୁଚ୍ଛେଦ ଅଛି ।
(କ) ୪୦୩, ୧୦
(ଖ) ୪୦୩, ୧୨
(ଗ) ୩୯୫, ୧୦
(ଘ) ୩୯୫, ୧୨
Answer:
(ଘ) ୩୯୫, ୧୨

୪ । ଭାରତୀୟ ସମ୍ବିଧାନରେ ___________ ସ୍ତମ୍ଭ ଅଛି ।
(କ) ପାଞ୍ଚଗୋଟି
(ଖ) ଛଅଗୋଟି
(ଗ) ଚାରିଗୋଟି
(ଘ) ତିନିଗୋଟି
Answer:
(କ) ପାଞ୍ଚଗୋଟି

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୫ । ଭାରତୀୟ ନାଗରିକ ___________ ନାଗରିକତ୍ବପ୍ରାପ୍ତ ହୋଇଛି ।
(କ) ଏକକ
(ଖ) ଦ୍ବୈତ
(ଗ) ତ୍ରୟ
(ଘ) ମିଣ୍ରିତ
Answer:
(କ) ଏକକ

୬ । ଭାରତରେ ଏକ ___________ ଓ ___________ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଛି ।
(କ) ସ୍ଵାଧୀନ, ନିରପେକ୍ଷ
(ଖ) ବଶୀଭୂତ, ଧର୍ମନିରପେକ୍ଷ
(ଗ) ସ୍ଵାଧୀନ, ବିଜ୍ଞ
(ଘ) ନିରପେକ୍ଷ, ସାଧୁ
Answer:
(କ) ସ୍ଵାଧୀନ, ନିରପେକ୍ଷ

୭ । ଭାରତରେ ___________ ଭୋଟ ପ୍ରଥା ପ୍ରଚଳିତ ।
(କ) ସାର୍ବଜନୀନ ସାବାଳକ
(ଖ) ଜାତିଗତ
(ଗ) ସାଂପ୍ରଦାୟିକ
(ଘ) ଧର୍ମଗତ
Answer:
(କ) ସାର୍ବଜନୀନ ସାବାଳକ

୮ । ପଦଟି ସମ୍ବିଧାନର ଉତ୍ସ ସମ୍ପର୍କରେ ସୂଚନା ଦିଏ ।
(କ) ସମାନତା
(ଖ) ସ୍ଵତନ୍ତ୍ରତା
(ଗ) ଭ୍ରାତୃଭାବ
(ଘ) ଆମ୍ଭେ ଭାରତବାସୀ
Answer:
(ଘ) ଆମ୍ଭେ ଭାରତବାସୀ

୯ । ଭାରତ ଏକ ସାର୍ବଭୌମ ସମାଜବାଦୀ ___________ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ଅଟେ ।
(କ) ପରୋକ୍ଷ
(ଖ) ଧର୍ମନିରପେକ୍ଷ
(ଗ) ଉଦାରବାଦୀ
(ଘ) ଗାନ୍ଧିବାଦୀ
Answer:
(ଖ) ଧର୍ମନିରପେକ୍ଷ

୧୦ । ଭାରତୀୟ ସମ୍ବିଧାନ ଲୋକମାନଙ୍କୁ ___________, ___________ ଏବଂ ___________ ନ୍ୟାୟ ପ୍ରଦାନ କରିଛି ।
(କ) ସାମାଜିକ, ଅର୍ଥନୈତିକ, ରାଜନୈତିକ
(ଖ) ନୈତିକ, ଅର୍ଥନୈତିକ, ଆଇନଗତ
(ଗ) ଉଦାରବାଦୀ, ସାମାଜିକ ଆର୍ଥିକ
Answer:
(କ) ସାମାଜିକ, ଅର୍ଥନୈତିକ ଓ ରାଜନୈତିକ

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୧୧ । ଭାରତ ଗୋଟିଏ ___________ ରାଷ୍ଟ୍ର ହୋଇଥିବାରୁ ରାଷ୍ଟ୍ରଦ୍ଵାରା ପରିଚାଳିତ କୌଣସି ଶିଷ୍ଠାନୁଷ୍ଠାନରେ କୌଣସି ଧର୍ମ ସମ୍ପର୍କରେ ଶିକ୍ଷାପ୍ରଦାନ କରାଯାଇପାରିବ ନାହିଁ ।
(କ) ସମାଜବାଦୀ
(ଖ) ଧର୍ମନିରପେକ୍ଷ
(ଗ) ଉଦାରବାଦୀ
(ଘ) ଗାନ୍ଧିବାଦୀ
Answer:
(ଖ) ଧର୍ମନିରପେକ୍ଷ

୧୨ । ଭାରତରେ ___________ ଟି ରାଜ୍ୟ ଓ ___________ ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।
(କ) ୨୮, ୭
(ଖ) ୩୦, ୮
(ଗ) ୨୮, ୧୦
(ଘ) ୨୮, ୮
Answer:
(କ) ୨୮, ୭

୧୩ । ମୌଳିକ ଅଧୁକାରଗୁଡ଼ିକ ସମ୍ବିଧାନର ___________ ଭାଗରେ ଲିପିବଦ୍ଧ ହୋଇରହିଛି |
(କ) ଚତୁର୍ଥ
(ଖ) ଚତୁର୍ଥ (କ)
(ଗ) ତୃତୀୟ
(ଘ) ଏକାଦଶ
Answer:
(ଗ) ତୃତୀୟ

୧୪ । ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ସମ୍ବିଧାନର ___________ ଭାଗରେ ଲିପିବଦ୍ଧ ହୋଇ ରହିଛି |
(କ) ଚତୁର୍ଥ
(ଖ) ଚତୁର୍ଥ (କ)
(ଗ) ତୃତୀୟ
(ଘ) ଏକାଦଶ
Answer:
(କ) ଚତୁର୍ଥ

୧୫ । ସମ୍ବିଧାନର ଲକ୍ଷ୍ୟ ଓ ଆଦର୍ଶ ___________ ରେ ଲିପିବଦ୍ଧ ହୋଇ ରହିଛି ।
(କ) ମୌଳିକ ଅଧିକାର
(ଖ) ରାଷ୍ଟ୍ରନିୟାମକ ତତ୍ତ୍ଵ
(ଗ) ମୁଖବନ୍ଧ
(ଘ) ମୌଳିକ କର୍ଭବ୍ୟ
Answer:
(ଗ) ମୁଖବନ୍ଧ

୧୬ । ଭାରତୀୟ ସମ୍ବିଧାନ ଉଭୟ ___________ ଏବଂ ___________ ଅଟେ ।
(କ) ନମନୀୟ, ଉଦାରବାଦୀ
(ଖ) ସମାଜବାଦୀ, ଅନମନୀୟ
(ଗ) ଗାନ୍ଧିବାଦୀ, ନମନୀୟ
(ଘ) ନମନୀୟ ଓ ଅନମନୀୟ
Answer:
(ଘ) ନମନୀୟ ଓ ଅନମନୀୟ

୧୭ । ଭାରତ ଆକାରରେ ___________ ହେଲେ ମଧ୍ୟ ପ୍ରକାରରେ ___________ ।
(କ) ସଂଘୀୟ, ଐକିକ
(ଖ) ଐକିକ, ସଂଘୀୟ
(ଗ) ସମାଜବାଦୀ, ସଂଘୀୟ
(ଘ) ଉଦାରବାଦୀ, ଐକିକ
Answer:
(କ) ସଂଘୀୟ, ଐକିକ

୧୮ । ଦାୟିତ୍ଵଶୀଳ ସରକାର ___________ ଶାସନର ଏକ ମୁଖ୍ୟ ବୈଶିଷ୍ଟ୍ୟ ।
(କ) ରାଷ୍ଟ୍ରପତୀୟ
(ଖ) ସଂସଦୀୟ
(ଖ) ଗଣତାନ୍ତ୍ରିକ
(ଘ) ଏକଚ୍ଛତ୍ରବାଦୀ
Answer:
(ଖ) ସଂସଦୀୟ

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୧୯ । ସମ୍ବିଧାନ ସଂଣୋଧନ ପ୍ରଣୋଳା ___________ ଧାରାରେ ଲିପିବଦ୍ଧ ହୋଇ ରହିଛି ।
(କ) ୩୬୫
(ଖ) ୩୬୬
(ଗ) ୩୬୮
(ଘ) ୩୭୦
Answer:
(ଗ) ୩୬୮

୨୦ । ସମ୍ବିଧାନର ୧ ଧାରାରେ ଭାରତକୁ ଏକ ରାଜ୍ୟମାନଙ୍କର ___________ ରୂପେ ବର୍ଣ୍ଣନା କରାଯାଇଛି |
(କ) ମିଶ୍ରଣ
(ଖ) ସମ୍ମେଳନ
(ଗ) ରାଜ୍ୟ
(ଘ) ସଂଗଠନ
Answer:
(ଖ) ସମ୍ମେଳନ

୨୧ । ସମ୍ବିଧାନ ସଂଶୋଧନ କ୍ଷମତା ___________ ଠାରେ ନ୍ୟସ୍ତ କରାଯାଇଛି ।
(କ) ଉଚ୍ଚତମ ନ୍ୟାୟାଳୟ
(ଖ) ରାଷ୍ଟ୍ରପତି
(ଗ) ସଂସଦ
(ଘ) ପ୍ରଧାନମନ୍ତ୍ରୀ
Answer:
(ଗ) ସଂସଦ

୨୨ । ନିଜର କୌଣସି ରାଷ୍ଟ୍ରୀୟ ଧର୍ମ ନଥୁବାରୁ ଭାରତ ଏକ ___________ ରାଷ୍ଟ୍ର ।
(କ) ଧର୍ମନିରପେକ୍ଷ
(ଖ) ଧର୍ମଭିଭିକ
(ଗ) ଉଦାରବାଦୀ
(ଘ) ସାର୍ବଭୌମ
Answer:
(କ) ଧର୍ମନିରପେକ୍ଷ

୨୩ । ___________ ତମ ସମ୍ବିଧାନ ସଂଶୋଧନ ଆଇନ “ମୌଳିକ କର୍ତ୍ତବ୍ୟ’’ ଅଧ୍ୟାୟକୁ ସମ୍ବିଧାନର ___________ ଖଣ୍ଡରେ ଓ ___________ ଧାରାରେ ସଂଯୁକ୍ତ କରିଛି ।
(କ) ୪୨; ଚତୁର୍ଥ (କ); ୫୧ (କ)
(ଖ) ୪୪; ଚତୁର୍ଥ ; ୫୧
(ଗ) ୪୩; ତୃତୀୟ ; ୫୨ (କ)
(ଘ) ୪୨; ଚତୁର୍ଥ ; ୫୨ (କ)
Answer:
(କ) ୪୨; ଚତୁର୍ଥ (କ); ୫୧ (କ)

୨୪ । ___________ ସମ୍ବିଧାନ ଚିଠା ପ୍ରଣୟନ ସଭାର ଅଧ୍ୟକ୍ଷ ଥିଲେ ଯାହାଙ୍କୁ ‘ସମ୍ବିଧାନର ଜନକ’ ରୂପେ ଅଭିହିତ କରାଯାଇଥାଏ ।
(କ) ରାଜେନ୍ଦ୍ର ପ୍ରସାଦ
(ଖ) ମହାତ୍ମାଗାନ୍ଧୀ
(ଗ) ପଣ୍ଡିତ ଜବାହାରଲାଲ ନେହେରୁ
(ଘ) ଡ. ଭୀମରାଓ ଆମ୍ବେଦକର
Answer:
(ଘ) ଡ. ଭୀମରାଓ ଆମ୍ବେଦକର

୨୫ । ଗୋଟିଏ ସାଧାରଣତନ୍ତ୍ରରେ ରାଷ୍ଟ୍ରମୁଖ୍ୟ ___________ ।
(କ) ମନୋନୀତ
(ଖ) ବଂଶାନୁକ୍ରମିକ
(ଗ) ନିର୍ବାଚିତ
(ଘ) ସାମରିକବାହିନୀଦୄ।ରା ନିୟୁକ୍ତ
Answer:
(ଗ) ନିର୍ବାଚିତ

୨୬ । ଭାରତ ସମ୍ବିଧାନ କେବେଠାରୁ କାର୍ଯ୍ୟକାରୀ ହେଲା ?
(କ) ୧୯୪୭, ଅଗଷ୍ଟ ୧୫
(ଖ) ୧୯୪୯, ନଭେମ୍ବର ୨୬
(ଗ) ୧୯୫୦, ଜାନୁୟାରୀ ୨୬
(ଘ) ୧୯୫୦, ଜାନୁୟାରୀ ୩୦
Answer:
(ଗ) ୧୯୫୦, ଜାନୁୟାରୀ ୨୬

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ସମ୍ବିଧାନ କ’ଣ ?
Answer:
ଗେଟେଲଙ୍କ ମତରେ, “ସମ୍ବିଧାନ ମୌଳିକ ନୀତିନିୟମର ଏକ ସଂଗ୍ରହ ଅଟେ”, ଯାହାଦ୍ଵାରା ସରକାର ଓ ଶାସିତ ବା ପ୍ରଜାମାନଙ୍କ ମଧ୍ୟରେ ଆଇନଗତ ସଂପର୍କ ନିରୂପିତ ହୁଏ ଏବଂ ଯାହା ଅନୁଯାୟୀ ରାଷ୍ଟ୍ରର କ୍ଷମତା ବ୍ୟବହୃତ ହୁଏ । ଏହା ରାଷ୍ଟ୍ରର ମୌଳିକ ଆଇନ ଗ୍ରନ୍ଥ ହିସାବରେ ସରକାର, ନିୟନ୍ତ୍ରକ, ପଥପ୍ରଦର୍ଶକ, ବିବେକ ଓ ମେରୁଦଣ୍ଡରୂପେ କାର୍ଯ୍ୟକରେ ।

୨ । ନମନୀୟ ସମ୍ବିଧାନ (Flexible Constitution) କ’ଣ ?
Answer:
ଯେଉଁ ସମ୍ବିଧାନ ବ୍ୟବସ୍ଥାପିକାର ସାଧାରଣ ସଂଖ୍ୟାଗରିଷ୍ଠତା ସହ ସଂଶୋଧନ ହୋଇପାରେ ଓ ସାମ୍ବିଧାନିକ ଆଇନ ଓ ସାଧାରଣ ଆଇନ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ, ତାହାକୁ ନମନୀୟ ସମ୍ବିଧାନ କୁହାଯାଏ ।

୩ । ଅନମନୀୟ ସମ୍ବିଧାନ (Rigid Constitution) କ’ଣ ?
Answer:
ଯେଉଁ ସମ୍ବିଧାନ ବ୍ୟବସ୍ଥାପିକାର ସ୍ୱତନ୍ତ୍ର ସଂଖ୍ୟାଗରିଷ୍ଠତା ଅର୍ଥାତ୍ ଦୁଇ-ତୃତୀୟାଂଶ ସମର୍ଥନ ସହ ଜଟିଳ ପଦ୍ଧତିରେ ସଂଶୋଧୃତ ହୋଇଥାଏ ଏବଂ ସାମ୍ବିଧାନିକ ଆଇନ ଓ ସାଧାରଣ ଆଇନ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ, ତାହାକୁ ଅନମନୀୟ ସମ୍ବିଧାନ କୁହାଯାଏ ।

୪ । ‘ସାଧାରଣତନ୍ତ୍ର କ’ଣ ’ ?
କିମ୍ବା, ଭାରତକୁ କାହିଁକି ସାଧାରଣତନ୍ତ୍ର କୁହାଯାଏ ?
Answer:
ଯେଉଁ ରାଷ୍ଟ୍ରରେ ରାଷ୍ଟ୍ରମୁଖ୍ୟ ବଂଶାନୁକ୍ରମିକଭାବେ ବଛା ନ ଯାଇ ନିର୍ଦ୍ଧାରିତ ସମୟ ପାଇଁ ନିର୍ବାଚିତ ହୁଅନ୍ତି ତାହାକୁ ସାଧାରଣତନ୍ତ୍ର କୁହାଯାଏ । ଭାରତରେ ରାଷ୍ଟ୍ରମୁଖ୍ୟ ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚିତ ହେଉଥ‌ିବାରୁ ଭାରତକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ର କୁହାଯାଏ ।

୫ । ସଂସଦୀୟ ଶାସନ କହିଲେ କ’ଣ ବୁଝ ?
Answer:
ଯେଉଁ ଶାସନ ବ୍ୟବସ୍ଥାରେ ଜଣେ ନାମକୁମାତ୍ର ରାଷ୍ଟ୍ରମୁଖ୍ୟ ଏବଂ ଆଉ ଜଣେ ବାସ୍ତବ ଶାସନମୁଖ୍ୟଭାବରେ କାର୍ଯ୍ୟ କରନ୍ତି ଏବଂ ଯେଉଁ ଶାସନରେ କାର୍ଯ୍ୟପାଳିକା ସଂସ୍ଥା ନିଜର କାର୍ଯ୍ୟକଳାପ ପାଇଁ ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ ରୁହେ, ତାକୁ ସଂସଦୀୟ ଶାସନ କୁହାଯାଏ ।

(C) ଗୋଟିଏ ପଦରେ ଉତ୍ତର ଦିଅ ।

୧ । ସମ୍ବିଧାନର ଅନୁପସ୍ଥିତିରେ ରାଷ୍ଟ୍ରରେ କେଉଁ ଶାସନ ଦେଖାଯାଏ ?
Answer:
ଅରାଜକତା

୨ । ଭାରତର ଶାସନ ବିଧାୟକ ସଭାର ଅଧ୍ୟକ୍ଷ କିଏ ଥିଲେ ?
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

୩ । ଭାରତର ଚିଠା ପ୍ରଣୟନ ସମିତିର ଅଧ୍ୟକ୍ଷ କିଏ ଥିଲେ ?
Answer:
ଡକ୍ଟର ବି.ଆର୍. ଆମ୍ବେଦକର

୪ । ଭାରତକୁ କେଉଁ ସମ୍ବିଧାନ ବୋଲି ସମାଲୋଚନା କରାଯାଏ ?
Answer:
ଉଦ୍ଧୃତ ସମ୍ବିଧାନ

୫ । ଭାରତ ଏକ ଐକିକ ରାଷ୍ଟ୍ର ବୋଲି କେଉଁ ଧାରାରେ ବର୍ଣ୍ଣନା କରାଯାଇଛି ?
Answer:
ଧାରା-୧

୬ । ଭାରତ ସମ୍ବିଧାନର ଲକ୍ଷ୍ୟ, ରାଜନୈତିକ ବ୍ୟବସ୍ଥା ଆଦି ସଂପର୍କରେ ସଂକ୍ଷେପରେ ସମ୍ବିଧାନର କେଉଁ ଅଂଶରେ ବର୍ଣ୍ଣନା କରାଯାଇଛି ?
Answer:
ପ୍ରାକ୍‌କଥନ (Preamble)

୭ । କେଉଁ ସମ୍ବଧାନ ସଂଶୋଧନଦ୍ଵାରା ଭାରତରେ ଭୋଟଦାନ ବୟସକୁ ୨୧ ରୁ ୧୮କୁ ଖସାଇ ଅଣାଯାଇଛି ?
Answer:
୬୨ ସମ୍ବିଧାନ ସଂଶୋଧନ

(D) ଭ୍ରମ ସଂଶୋଧନ କର ।

୧ । ଭାରତ ସମ୍ବିଧାନ ଏକ ଅନମନୀୟ ସମ୍ବିଧାନ ଅଟେ ।
Answer:
ଭାରତ ସମ୍ବିଧାନ ଏକ ଅନମନୀୟତା ଓ ନମନୀୟତା ମଧ୍ୟରେ ସମନ୍ଵୟ ରକ୍ଷା କରୁଥିବା ଏକ ସମ୍ବିଧାନ ଅଟେ ।

୨ । ଭାରତ ସମ୍ବିଧାନରେ ୪୦୬ ଗୋଟି ଧାରା ରହିଛି ।
Answer:
ଭାରତ ସମ୍ବିଧାନରେ ୩୯୫ ଗୋଟି ଧାରା ରହିଛି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୩ । ଭାରତ ଏକ ସଂଘୀୟ ରାଷ୍ଟ୍ର ।
Answer:
ଭାରତ ଏକ ଅର୍ଥସଂଘୀୟ ରାଷ୍ଟ୍ର ।

୪ । ଭାରତ ଆକାରରେ ଐକିକ କିନ୍ତୁ ପ୍ରକୃତିରେ ସଂଘୀୟ ଅଟେ ।
Answer:
ଭାରତ ଆକାରରେ ସଂଘୀୟ କିନ୍ତୁ ପ୍ରକୃତିରେ ଐକିକ ଅଟେ ।

୫ । ସାଧାରଣ ପରିସ୍ଥିତିରେ ଭାରତ ଏକ ଐକିକ ରାଷ୍ଟ୍ର ।
Answer:
ସାଧାରଣ ପରିସ୍ଥିତିରେ ଭାରତ ଏକ ସଂଘୀୟ ରାଷ୍ଟ୍ର ।

୬ । ଭାରତରେ ଦ୍ଵୈତ ନାଗରିକତା ପ୍ରଦାନ କରାଯାଇଛି ।
Answer:
ଭାରତରେ ଏକକ ନାଗରିକତା ପ୍ରଦାନ କରାଯାଇଛି ।

୭ । ଭାରତ ସମ୍ବିଧାନ ନଭେମ୍ବର ୨୬, ୧୯୪୯ ଦିନ କାର୍ଯ୍ୟକାରୀ ହେଲା ।
Answer:
ଭାରତ ସମ୍ବିଧାନ ଜାନୁଆରୀ ୨୬, ୧୯୫୦ ଦିନ କାର୍ଯ୍ୟକାରୀ ହେଲା ।

୮ । ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ନୁହେଁ ।
Answer:
ଭାରତ ଏକ ସାଧାରଣତନ୍ତ୍ର ।

(E) ଶନ୍ୟସ୍ଥାନ ପୂରଣ କର ।

୧ । ଭାରତୀୟ ନାଗରିକକୁ ___________ ଗୋଟି ଅଧୂକାର ଓ ___________ ଗୋଟି କର୍ତ୍ତବ୍ୟ ପ୍ରଦାନ କରାଯାଇଛି ।
Answer:
୬, ୧୧

୨ । ମୌଳିକ ଅଧୂକାର ଆଇନଗତ ଦୃଷ୍ଟିରୁ ___________ ଅଟେ |
Answer:
ନ୍ୟାୟଯୋଗ୍ୟ

୩ । ଭାରତ ସମ୍ବିଧାନ ସଂଶୋଧନ ପଦ୍ଧତି ___________ ଧାରାରେ ବର୍ଣ୍ଣିତ ।
Answer:
୩୬୮

୪ । ଭାରତୀୟ ରାଷ୍ଟ୍ରସଂଘରେ ___________ ଗୋଟି ରାଜ୍ୟ ଓ ___________ ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ।
Answer:
୨୮ ଓ ୭

୫ । ଭାରତ ସମ୍ବିଧାନ ୯୨ତମ ସଂଶୋଧନ, ୨୦୦୩ ଦ୍ଵାରା ନୂତନଭାବେ କେତୋଟି ଭାଷା ସଂଯୋଗ କରାଯିବା ପରେ ଅଷ୍ଟମ ଅନୁସୂଚୀରେ ସମ୍ବିଧାନ ସ୍ଵୀକୃତ ଭାଷା ସଂଖ୍ୟା ___________ ହୋଇଛି ।
Answer:
୨୨ (ବୋଡ଼ୋ, ଡୋଗ୍ରୀ, ମୈଥୁଳି ଓ ସାନ୍ତାଳିଭାଷା ନୂତନଭାବେ ସଂଯୋଜିତ ହୋଇଛି )

୬ । ସମ୍ବିଧାନ ସଂଶୋଧନ ଆଇନରେ ୨୧(କ) ଧାରାରେ ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଶିକ୍ଷାକୁ ମାଗଣା ଓ ବାଧ୍ୟତାମୂଳକ କରାଯାଇଛି ।
Answer:
୮୬ତମ

୭ । ସମ୍ବିଧାନ ସଂଶୋଧନ ଆଇନ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସମ୍ବିଧାନିକ ସ୍ବୀକୃତି ପ୍ରଦାନ କରିଛି ।
Answer:
୭୩ତମ

୮ । ସମ୍ବିଧାନ ସଂଶୋଧନ ଆଇନକୁ ସମ୍ବିଧାନର ସଂକ୍ଷିପ୍ତ ରୂପରେଖ ବୋଲି କୁହାଯାଇଥାଏ ।
Answer:
୬୨ତମ

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ଭାରତୀୟ ସମ୍ବିଧାନ କେଉଁ ମସିହାରେ ପ୍ରଣୀତ ହେଲା ଏବଂ କେଉଁ ମସିହାଠାରୁ କାର୍ଯ୍ୟକାରୀ ହେଲା ?
Answer:
ଭାରତୀୟ ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ପ୍ରଣୀତ ହେଲା ଏବଂ ୧୯୫୦ ମସିହାଜାନୁୟାରୀ ୨୬ ତାରିଖରୁ କାର୍ଯ୍ୟକାରୀ ହେଲା ।

୨ । ସମ୍ବିଧାନର ମୁଖବନ୍ଧ କହିଲେ କ’ଣ ବୁଝ ?
Answer:
ମୁଖବନ୍ଧ କହିଲେ ସମ୍ବିଧାନର ପ୍ରାକ୍‌କଥନକୁ ବୁଝାଏ; ଯେଉଁଥରେ ସମ୍ବିଧାନର ଲକ୍ଷ୍ୟ ଓ ଦାର୍ଶନିକ ଆଭିମୁଖ୍ୟ ପ୍ରତିଫଳିତ ହୋଇଛି ।

୩ । ୪୨ତମ ସଂବିଧାନ ସଂଶୋଧନ ଫଳରେ ମୁଖବନ୍ଧରେ କ’ଣ ଯୋଗ କରାଯାଇଥିଲା ?
Answer:
୧୯୭୬ ମସିହାର ୪୨ ତମ ସମ୍ବିଧାନ ସଂଶୋଧନ ଫଳରେ ମୁଖବନ୍ଧରେ ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ଓ ‘ସଂହତି’ ନାମକ ତିନୋଟି ଶବ୍ଦ ଯୋଗ କରାଯାଇଥିଲା ।

୪ । ଭାରତୀୟ ସଂବିଧାନରେ କେଉଁ ବିଷୟଗୁଡ଼ିକ ବ୍ରିଟିଶ୍ ସମ୍ବିଧାନରୁ ଅନୁକରଣ କରାଯାଇଛି ?
Answer:
ଭାରତୀୟ ସମ୍ବିଧାନରେ ଆଇନର ଶାସନ ଓ ସଂସଦୀୟ ସରକାର ନୀତିକୁ ମୁଖ୍ୟତଃ ବ୍ରିଟିଶ୍ ସମ୍ବିଧାନରୁ ଅନୁକରଣ କରାଯାଇଛି ।

୫ । ଆମେରିକା ସମ୍ବିଧାନରୁ ମୁଖ୍ୟତଃ କେଉଁ ବିଷୟଟି ଭାରତୀୟ ସମ୍ବିଧାନ ଅନୁକରଣ କରିଛି ?
Answer:
ଆମେରିକା ସମ୍ବିଧାନରୁ ଭାରତୀୟ ସମ୍ବିଧାନ ନ୍ୟାୟିକ ପୁନରାବଲୋକନ ବ୍ୟବସ୍ଥାକୁ ଅନୁକରଣ କରିଛି ।

୬ । ଏକକ ନାଗରିକତା କହିଲେ କ’ଣ ବୁଝ ?
Answer:
ପ୍ରାଦେଶିକ ସ୍ତରରେ ନାଗରିକତା ନ ଥାଇ ବ୍ୟକ୍ତି ସମଗ୍ର ରାଷ୍ଟ୍ରସଂଘର ନାଗରିକ ହେଲେ ତାକୁ ଏକକ ନାଗରିକତା କୁହାଯାଏ ।

୭ । ମୁଖବନ୍ଧ ପାଠ କଲେ କ’ଣ ଜଣାଯାଏ ?
Answer:
ମୁଖବନ୍ଧ ପାଠକଲେ ବିଶେଷତଃ ତିନିଗୋଟି ଜିନିଷ ଜଣାଯାଏ; ଯଥା- ସମ୍ବିଧାନର ଆଦର୍ଶ ଓ ଆଭିମୁଖ୍ୟ, ସମ୍ବିଧାନର ଉତ୍ସ ଏବଂ ସମ୍ବିଧାନ ପ୍ରଣୟନର ତାରିଖ ।

୮ । କାହା ମତରେ ମୁଖବନ୍ଧର ଗମ୍ଭୀର ଘୋଷଣା, ଭାଷା ଓ ଶୈଳୀ ସମ୍ବିଧାନକୁ ପବିତ୍ର କରିଦେଇଛି ?
Answer:
ମାନ୍ୟବର ବିଚାରପତି ଶ୍ରୀ ମହାଜନଙ୍କ ମତରେ, ମୁଖବନ୍ଧର ଗମ୍ଭୀର ଘୋଷଣା, ଭାଷା ଓ ଶୈଳୀ ସମ୍ବିଧାନକୁ ପବିତ କରିଦେଇଛି ।

୯ । କିଏ ୧୯୪୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଆଭିମୁଖ୍ୟ ପ୍ରସ୍ତାବ ପେଶ୍ କରିଥିଲେ ?
Answer:
ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଆଭିମୁଖ୍ୟ ପ୍ରସ୍ତାବ ପେଶ୍ କରିଥିଲେ ।

୧୦ । କିଏ ସମ୍ବିଧାନକୁ ଭାରତର ସଂଘ ଶାସନକୁ ପ୍ରାୟକ ସଂଘ ଶାସନରୂପେ ବର୍ଣ୍ଣନା କରିଛନ୍ତି ?
Answer:
ପ୍ରଫେସର କେ. ସି. ହୁଏର ଭାରତର ସଂଘଶାସନକୁ ପ୍ରାୟକ ସଂଘ ଶାସନରୂପେ ବର୍ଣ୍ଣନା କରିଛନ୍ତି |

୧୧ । ଭାରତ ସରକାରଙ୍କଦ୍ଵାରା ଦିଆଯାଉଥବା ପଦ୍ମ ଭୂଷଣ ଏକ ଉପାଧ୍ବ କି ?
Answer:
ଏହା ଏକ ଉପାଧ୍ଵ ନୁହେଁ, ବରଂ ସମ୍ମାନସୂଚକ ଭୂଷଣ ଅଟେ ।

୧୨ । ମୌଳିକ ଅଧିକାରର ସୁରକ୍ଷା ପାଇଁ ଉଚ୍ଚ ଏବଂ ଉଚ୍ଚତମ ନ୍ୟାୟାଳୟରେ କେତୋଟି ରିଟ୍ ଅଛି ?
Answer:
ମୌଳିକ ଅଧୁକାରର ସୁରକ୍ଷା ପାଇଁ ଉଚ୍ଚ ଏବଂ ଉଚ୍ଚତମ ନ୍ୟାୟାଳୟରେ ପାଞ୍ଚଗୋଟି ରିଟ୍ ଅଛି ।

୧୩ । ସମ୍ବିଧାନ ସଂଶୋଧନରେ ରାଜ୍ୟମାନଙ୍କର କିଛି ଭୂମିକା ଅଛି କି ?
କିମ୍ବା, ଭାରତର ସମ୍ବିଧାନକୁ ସଂଶୋଧନ କରିବାର କ୍ଷମତା କାହା ଉପରେ ନ୍ୟସ୍ତ ହୋଇଛି ?
Answer:
ଭାରତର ସମ୍ବିଧାନକୁ ସଂଶୋଧନ କରିବା କ୍ଷମତା କେବଳ କେନ୍ଦ୍ରୀୟ ସଂସଦ ଉପରେ ନ୍ୟସ୍ତ ହୋଇଛି । କେବଳ ସଂଘୀୟ ବ୍ୟବସ୍ଥାର ସଂଶୋଧନ କ୍ଷେତ୍ରରେ ଅର୍ବାଧ‌ିକ ରାଜ୍ୟ ବ୍ୟବସ୍ଥାପକ ସଭାର ଅନୁମୋଦନ ଆବଶ୍ୟକ ହୋଇଥାଏ ।

୧୪ । କେଉଁ ସମ୍ବିଧାନ ପୃଥ‌ିବୀର ବୃହତ୍ତମ ଲିଖୁତ ସମ୍ବିଧାନ ଅଟେ ?
Answer:
ଭାରତର ସମ୍ବିଧାନ ପୃଥିବୀର ବୃହତ୍ତମ ଲିଖ୍ତ ସମ୍ବିଧାନ ଅଟେ ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୧୫ । ଭାରତ କାହିଁକି ଏକ ସଂଘୀୟ ରାଷ୍ଟ୍ରରୂପେ ପରିଚିତ ହୋଇଛି ?
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ର କାରଣ ଏଠାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଆବଶ୍ୟକୀୟ ଉପାଦାନ; ଯଥା – ଏକ ଲିଖୁତ ଓ ଅନମନୀୟ ସମ୍ବିଧାନ, ଦ୍ଵୈତ ଶାସନ ବ୍ୟବସ୍ଥା, କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ସାମ୍ବିଧାନିକ କ୍ଷମତାର ବଣ୍ଟନ, ଏକ ନିରପେକ୍ଷ ସ୍ଵାଧୀନ ନ୍ୟାୟପାଳିକା ଓ ଦ୍ବିସଦନୀୟତାର ଉପସ୍ଥିତି ରହିଛି ।

୧୬ । ଭାରତର ସାର୍ବଭୌମତ୍ବ କହିଲେ କ’ଣ ବୁଝ ?
Answer:
ଭାରତର ଆଭ୍ୟନ୍ତରୀଣ ସର୍ବୋଚ୍ଚ କ୍ଷମତା ଓ ବାହ୍ୟ ସମ୍ପର୍କ ରକ୍ଷା କ୍ଷେତ୍ରରେ ପୂର୍ଣ୍ଣ ସ୍ଵାଧୀନତାକୁ ଏହାର ସାର୍ବଭୌମତ୍ବ କୁହାଯାଏ ।

୧୭ । ଭାରତରେ ନୂତନ ରାଜ୍ୟ କିପରି ସୃଷ୍ଟି ହୋଇପାରିବ ?
Answer:
ଭାରତର ସଂସଦରେ ସାଧାରଣ ସଂଖ୍ୟାଗରିଷ୍ଠତାଦ୍ୱାରା ସଂଶୋଧନ କରାଗଲେ ନୂତନ ରାଜ୍ୟ ସୃଷ୍ଟି ହୋଇପାରିବ ।

୧୮ । ସୀମିତ ପ୍ରତିନିଧୁତ୍ଵ କହିଲେ କ’ଣ ବୁଝ ?
Answer:
ଯେତେବେଳେ ଶିକ୍ଷା, ସମ୍ପତ୍ତି, ଧର୍ମ, ଜାତି, ବର୍ଷ ଆଦି ଭିଭିରେ ଭୋଟଦାନର ଅଧିକାର ପ୍ରଦାନ କରାଯାଏ, ସେତେବେଳେ ସୀମିତ ପ୍ରତିନିଧୁତ୍ଵର ସମ୍ଭାବନା ସୃଷ୍ଟି ହୁଏ । ଏହା ଅଗଣତାନ୍ତ୍ରିକ ଅଟେ ।

୧୯ । ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ ?
Answer:
ଡଃ. ସଚ୍ଚିଦାନନ୍ଦ ସିହ୍ନା ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

୨୦ । ଭାରତ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେଉଁଦିନ ବସିଥିଲା ?
Answer:
ଭାରତ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ୧୯୪୬ ମସିହା ଡିସେମ୍ବର ୯ ତାରିଖ ଦିନ ବସିଥିଲା ।

୨୧ । ଭାରତ ସମ୍ବିଧାନର ଅଧିକାଂଶ ଭାଗର ପରିବର୍ତ୍ତନ ପାଇଁ କଷ୍ଟସାଧ ପଦ୍ଧତି ଅନୁସୃତ ହେଉଥ‌ିବାରୁ ମୋଟାମୋଟିଭାବେ ଭାରତୀୟ ସମ୍ବିଧାନ କେଉଁ ପ୍ରକାର ସମ୍ବିଧାନ ଅଟେ ?
Answer:
ଅନମନୀୟ ସମ୍ବିଧାନ ।

୨୨ । ସମ୍ବିଧାନ ପ୍ରଣୟନ ସଭା ଚିଠା କମିଟିର ଅଧ୍ୟକ୍ଷ କିଏ ଥିଲେ ?
Answer:
ଡଃ ଭୀମ୍ରାଓ ଆମ୍ବେଦକର ସମ୍ବିଧାନ ପ୍ରଣୟନ ଚିଠା କମିଟିର ଅଧ୍ୟକ୍ଷ ଥିଲେ ।

୨୩ । ଭାରତ ସମ୍ବିଧାନର କେଉଁଠାରେ ‘ସମାନ କାମ ପାଇଁ ସମାନ ଦରମା’ ବ୍ୟବସ୍ଥା ଦେଖିବାକୁ ମିଳେ ?
Answer:
ଭାରତ ସମ୍ବିଧାନର ଚତୁର୍ଥ ଖଣ୍ଡରେ ସ୍ଥାନିତ ରାଷ୍ଟ୍ର ନିୟାମକ ତତ୍ତ୍ଵରେ ‘ସମାନ କାମ ପାଇଁ ସମାନ ଦରମା’ ବ୍ୟବସ୍ଥା ଦେଖ‌ିବାକୁ ମିଳେ ।

୨୪ । ସାର୍ବଜନୀନ ସାବାଳକ ଭୋଟପ୍ରଥା କ’ଣ ?
Answer:
ଜାତି, ବର୍ଷ, ଧର୍ମ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ସମ୍ପରି ଆଦି ନିର୍ବିଶେଷରେ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଗୋଟିଏ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରିବାକୁ ‘ସାର୍ବଜନୀନ ସାବାଳକ ଭୋଟପ୍ରଥା’ କୁହାଯାଏ । ଭାରତ ସମ୍ବିଧାନର ୩୨୬ ଧାରାରେ ୬୨ ତମ ସମ୍ବିଧାନ ସଂଶୋଧନ ଆଇନର ସଂଶୋଧୃତ ବ୍ୟବସ୍ଥା ଅନୁଯାୟୀ ୧୮ ବର୍ଷରୁ ଊର୍ଦ୍ଧ୍ବ ଭାରତୀୟ ନାଗରିକଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରାଯାଇଛି ।

(B) ପାଞ୍ଚଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । ସମ୍ବିଧାନର ମୁଖବନ୍ଧର ତାତ୍ପର୍ଯ୍ୟ କ’ଣ ?
Answer:
ମୁଖବନ୍ଧ ସମ୍ବିଧାନର ତାତ୍ପର୍ଯ୍ୟ ସଦୃଶ; ଯେଉଁଥିରେ ସମ୍ବିଧାନର ଲକ୍ଷ୍ୟ ଓ ଦାର୍ଶନିକ ଆଭିମୁଖ୍ୟ ପ୍ରତିଫଳିତ ହୋଇଛି । ଏହା ବାସ୍ତବରେ ସମ୍ବିଧାନର ଆତ୍ମା ସଦୃଶ । ଜାତିର ଅଭୀପ୍‌ସା, ଆକାଂକ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଛି । ମୁଖବନ୍ଧ ପାଠକରି ଆମେ ସମ୍ବିଧାନର ପ୍ରକୃତି ଓ ବୈଶିଷ୍ଟ୍ୟ ସମ୍ପର୍କରେ ସମ୍ୟକ୍ ଧାରଣା ପାଇଥାଉ ଏବଂ ଏହା ସମ୍ବିଧାନର ଚାବିକାଠି ସଦୃଶ ।

୨ । ଭାରତ ସମ୍ବିଧାନର ଆକାର ଏତେ ବୃହତ୍ କାହିଁକି ?
Answer:
ଭାରତ ସମ୍ବିଧାନର ଆକାର ବଡ଼ ହେବାର ଅନେକ କାରଣ ଅଛି । ପ୍ରଥମତଃ ବିଭିନ୍ନ ଦେଶର ସମ୍ବିଧାନରୁ କିଛି ଅଂଶ ଆମେ ଉଦ୍ଧାର କରିଛୁ । ଦ୍ଵିତୀୟତଃ ୧୯୩୫ ଭାରତଶାସନ ଆଇନରୁ ଅଧିକାଂଶ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ବିଚାରାଳୟ, ନିର୍ବାଚନ, ପ୍ରଶାସନିକ ସେବା, ଭାଷା, ସଂସଦର କାର୍ଯ୍ୟପ୍ରଣାଳୀ ଆଦି ବ୍ୟବସ୍ଥାକୁ ପୂର୍ଣ୍ଣ ଅଂଶଭାବରେ ସ୍ଥାନ ଦିଆଯାଇଛି । ତୃତୀୟତଃ ତଫସିଲଭୁକ୍ତ ଜାତି ଏବଂ ଉପଜାତି ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା ଏକ ସଂଘୀୟ ବ୍ୟବସ୍ଥା । ଚତୁର୍ଥତଃ କେନ୍ଦ୍ର ଓ ରାଜ୍ୟର ସମ୍ପର୍କକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ସର୍ବଶେଷରେ ମୌଳିକ ଅଧୂକାର ଏବଂ ରାଷ୍ଟ୍ରନୀତି ନିୟାମକତତ୍ତ୍ଵ ପାଇଁ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି ହେବା ଆଦି କାରଣରୁ ଏହି ସମ୍ବିଧାନ ବୃହତ୍ ହୋଇଛି ।

୩ । ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର କି ?
Answer:
ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଭାରତକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ରଭାବରେ ବର୍ଣ୍ଣନା କରାଯାଇଛି । ଯେଉଁ ଶାସନ ବ୍ୟବସ୍ଥାରେ ମୁଖ୍ୟ କାର୍ଯ୍ୟପାଳିକା ବା ରାଷ୍ଟ୍ରମୁଖ୍ୟ ବଂଶାନୁକ୍ରମିକ ଭାବରେ ମନୋନୀତ ନହୋଇ ଏକ ସୀମିତ ସମୟପାଇଁ ଜନସାଧାରଣଙ୍କଦ୍ଵାରା ପ୍ରତ୍ୟକ୍ଷ ବା ପରୋକ୍ଷଭାବରେ ନିର୍ବାଚିତ ହୁଅନ୍ତି ତାକୁ ସାଧାରଣତନ୍ତ୍ର ରାଷ୍ଟ୍ର କୁହାଯାଏ | ଭାତରେ ରାଜତନ୍ତ୍ର ବ୍ୟବସ୍ଥାର ପ୍ରଚଳନ ନାହିଁ ଏବଂ ରାଷ୍ଟ୍ରମୁଖ୍ୟ ଭାବେ ରାଷ୍ଟ୍ରପତି ପରୋକ୍ଷଭାବେ ନିର୍ବାଚିତ ହୁଅନ୍ତି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

୪ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର କି ?
Answer:
୧୯୭୬ ମସିହାରେ ସମ୍ବିଧାନର ୪୨ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଧର୍ମନିରପେକ୍ଷ ଶବ୍ଦଟି ମୁଖବନ୍ଧରେ ସଂଯୋଗ କରାଯାଇଛି । ଭାରତବର୍ଷରେ କୌଣସି ଧର୍ମକୁ ରାଷ୍ଟ୍ରୀୟ ଧର୍ମଭାବରେ ଗ୍ରହଣ କରାଯାଇ ନାହିଁ । ଏଠାରେ ସବୁ ଧର୍ମକୁ ସମାନ ମର୍ଯ୍ୟାଦା ଦିଆଯାଏ । ବ୍ୟକ୍ତିବିଶେଷ ଯେକୌଣସି ଧର୍ମକୁ ସ୍ଵାଧୀନଭାବରେ ଗ୍ରହଣ କରି ପ୍ରଚାର ଏବଂ ପ୍ରସାର କରିପାରିବେ । ଧର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରୁଥିବାରୁ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ । ଏଠାରେ ଧର୍ମ ଉପରେ କର ବସେ ନାହିଁ କିମ୍ବା ସରକାରୀ ଶିକ୍ଷାନୁଷ୍ଠାନରେ କୌଣସି ଧର୍ମ-ଶିକ୍ଷା ଦିଆଯାଏ ନାହିଁ ।

୫ । ସାର୍ବଜନୀନ ଭୋଟି କ୍ଷମତା କ’ଣ ?
Answer:
ସମ୍ବିଧାନର ୩୨୬ ଧାରାନୁସାରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏଥିପାଇଁ ପାଶ୍ଚାତ୍ୟ ଜଗତରେ ଯୁଗଯୁଗ ଧରି ଆନ୍ଦୋଳନ କରାଯାଇଛି । ଧନ, ଶିକ୍ଷା, ଲିଙ୍ଗ, ଧର୍ମ, ଜନ୍ମସ୍ଥାନ, ଜାତି ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭୋଟକ୍ଷମତା ପାଇଛନ୍ତି । ଏହା ଭାରତକୁ ବୃହତ୍ତମ ଗଣତନ୍ତ୍ରରେ ପରିଣତ କରିଛି । ସମ୍ବିଧାନର ଏହି ବ୍ୟବସ୍ଥା ଏକ ସାହସିକ ପଦକ୍ଷେପରୂପେ ବର୍ଣ୍ଣିତ ହୋଇଛି । ୬୨ତମ ସମ୍ବିଧାନ ସଂଶୋଧନଦ୍ଵାରା ବର୍ତ୍ତମାନ ୧୮ ବର୍ଷ ବୟସ୍କ ଲୋକଙ୍କୁ ଭୋଟଦାନ କ୍ଷମତା ଦିଆଯାଇଛି ।

୬ । ସମ୍ବିଧାନର ପଞ୍ଚମ ସ୍ତମ କ’ଣ ବୁଝ ?
Answer:
ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ନିର୍ବାଚନ କମିଶନ, ଅର୍ଥ କମିଶନ, ସାଧାରଣ ପ୍ରଶାସନିକ ସେବା ଆୟୋଗ, ଅଡ଼ିଟର ଜେନେରାଲ ଏବଂ ଆଟର୍ନି ଜେନେରାଲ ଆଦି ପାଞ୍ଚୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ ହୋଇଛି । ନିର୍ବାଚନ କମିଶନ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା ମାଧ୍ୟମରେ ଗଣତନ୍ତ୍ରକୁ ବଞ୍ଚାଇ ରଖୁଛି । ଅର୍ଥ କମିଶନ ରାଜସ୍ୱର ସୁଷମ ବଣ୍ଟନ କରି ସଂଘୀୟ ରାଷ୍ଟ୍ରର ମୂଳଭିଭିକୁ ସୁଦୃଢ଼ କରିଛି ।

ସାଧାରଣ ପ୍ରଶାସନିକ ସେବା ଆୟୋଗ ଶାସନର ସୁପରିଚାଳନାପାଇଁ ଦକ୍ଷ କର୍ମଚାରୀ ନିଯୁକ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଆଟଣ୍ଡି ଜେନେରାଲ ସରକାରଙ୍କ ଆଇନ ରୂପକ ଶାସନର ବିବେକରୂପେ କାର୍ଯ୍ୟ କରୁଛି । ଅଡ଼ିଟର ଜେନେରାଲ ସାଧାରଣ ଅର୍ଥର ଜଗୁଆଳି ଅଟେ । ଏହି ସ୍ତମ୍ଭଗୁଡ଼ିକ ନୀତିନିୟମର ମଙ୍ଗ ଧରି ସମ୍ବିଧାନକୁ ସୁସ୍ଥ ଓ ସବଳ କରି ବଞ୍ଚାଇ ରଖୁଛନ୍ତି ।

୭ । ସମ୍ବିଧାନ ରାଷ୍ଟ୍ରର ଅପରିହାର୍ଯ୍ୟ ଅଙ୍ଗ ବୋଲି କାହିଁକି କୁହାଯାଏ ?
Answer:
ସମ୍ବିଧାନ ରାଷ୍ଟ୍ରର ମୌଳିକ ନୀତିଗ୍ରନ୍ଥ । ରାଷ୍ଟ୍ର ଶାସନର ମୌଳିକ ସିଦ୍ଧାନ୍ତ ଓ ଆଇନଗୁଡ଼ିକ ସମ୍ବିଧାନରେ ଲିପିବଦ୍ଧ ହୋଇଥାଏ । ଏଥିରେ ସରକାରର କ୍ଷମତା, ନାଗରିକମାନଙ୍କର ଅଧୂକାର, କର୍ଭବ୍ୟ ତଥା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସୁଚାରୁରୂପେ ନିର୍ଣ୍ଣୟ କରାଯାଇଥାଏ । ପ୍ରତ୍ୟେକ ରାଷ୍ଟ୍ରରେ ସରକାର ଗଠନ ଓ ପରିଚାଳନା ଯେଉଁ ନୀତିନିୟମ ଉପରେ ପର୍ଯ୍ୟବସିତ ସେଗୁଡ଼ିକ ସମ୍ବିଧାନରୁ ସୃଷ୍ଟି । ସେଥ୍ପାଇଁ ସମ୍ବିଧାନକୁ ରାଷ୍ଟ୍ରର ଅପରିହାର୍ଯ୍ୟ ଅଙ୍ଗ ବୋଲି କୁହାଯାଏ ।

୮ । ଭାରତବର୍ଷର ସମ୍ବିଧାନ ଅନମନୀୟ – ଏହା ସତ୍ୟ କି ?
Answer:
ଭାରତର ସମ୍ବିଧାନ ଏକ ଲିଖୁତ ସମ୍ବିଧାନ ଓ ଏହାର କେତେକ ଅଂଶ ନମନୀୟ ଓ କେତେକ ଅଂଶ ଅନମନୀୟ ଅଟେ । ସଂଘ ଶାସନ ସମ୍ବନ୍ଧୀୟ ଧାରାସମୂହ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଧାନମଣ୍ଡଳ ଓ ବିଚାରସଂସ୍ଥା, କ୍ଷମତା ବିତରଣ ତାଲିକା ଆଦି ବିଷୟ ଅନମନୀୟ ପଦ୍ଧତିରେ ସଂଶୋଧୃତ ହୋଇଥାଏ । ଏହି ସମସ୍ତ ବିଷୟ ସଂଶୋଧନ ପାଇଁ ସଂସଦର ଉପସ୍ଥିତ ସଭ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ତଥା ସମସ୍ତ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ସଭ୍ୟଙ୍କ ସମର୍ଥନ ସହ ପ୍ରସ୍ତାବଟି ଗୃହୀତ ହେବା ଆବଶ୍ୟକ ।

କେତେକ କ୍ଷେତ୍ରରେ ଅର୍ଦ୍ଧାଧ‌ିକ ରାଜ୍ୟ ବିଧାନସଭାର ଅନୁମୋଦନ ମଧ୍ୟ ଆବଶ୍ୟକ । ଏଣୁ ଭାରତୀୟ ସମ୍ବିଧାନ କେତେକାଂଶରେ ଅନମନୀୟ ଅଟେ । ଅନ୍ୟ ପକ୍ଷରେ, ସଂଘୀୟ ବିଷୟକୁ ବାଦ୍ ଦେଇ ଅନ୍ୟ ବିଷୟ କେବଳ ସଂସଦର ଅର୍ଦାତ୍ମକ ସଭ୍ୟଙ୍କ ସମର୍ଥନକ୍ରମେ ସଂଶୋଧନ କରାଯାଇ ପାରୁଥିବାରୁ ଏହା ନମନୀୟ ମଧ୍ଯ ଅଟେ । ଏଣୁ ଭାରତୀୟ ସମ୍ବିଧାନ ସମ୍ପୂର୍ଣ୍ଣ ନମନୀୟ କିମ୍ବା ଅନମନୀୟ ନୁହେଁ ।

୯ । ଭାରତୀୟ ସମ୍ବିଧାନର ସଂଶୋଧନ ପଦ୍ଧତି ସମ୍ପର୍କରେ ସୂଚନା ଦିଅ ।
Answer:
ଭାରତର ସଂସଦଦ୍ବାରା ସମ୍ବିଧାନ ସଂଶୋଧନ କରାଯାଇଥାଏ । ସମ୍ବିଧାନ ସଂଶୋଧନ ପଦ୍ଧତି ୩୬୮ ଧାରାରେ ବର୍ଣ୍ଣିତ ହୋଇଛି । ଏହି ପଦ୍ଧତି ନମନୀୟତା ଓ ଅନମନୀୟତାର ସମ୍ମିଶ୍ରଣ ଅଟେ । ଭାରତର ସମ୍ବିଧାନ ତିନିଗୋଟି ପଦ୍ଧତିରେ (୧) କେତେକ ନୀତି ସଂସଦର ସାଧାରଣ .ସଂଖ୍ୟାଗରିଷ୍ଠତା ସହ ସଂଶୋଧୃତ ହୁଏ । (୨) କେତେକ ନୀତି ସଂସଦର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ସଂଶୋଧତ ହୁଏ । (୩) କେତେକ ନୀତି ସଂସଦର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ସଂଶୋଧୂତ ହୋଇ ଅନ୍ଧାଧୁକ ରାଜ୍ୟ ବ୍ୟବସ୍ଥାପିକାଦ୍ଵାରା ଅନୁମୋଦିତ ହେବା ଆବଶ୍ୟକ । ପ୍ରଥମ ପଦ୍ଧତିଟି ନମନୀୟ ଓ ଦ୍ଵିତୀୟ ଓ ତୃତୀୟ ପଦ୍ଧତି ଅନମନୀୟ ପଦ୍ଧତି ଅଟେ ।

୧୦ । ଭାରତ କାହିଁକି ଏକ ଜନମଙ୍ଗଳ ରାଷ୍ଟ୍ର ଅଟେ ?
Answer:
ଭାରତ ସମ୍ବିଧାନର ୩୮ ଧାରାରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରୂପେ ଘୋଷଣା କରାଯାଇଛି । ଚତୁର୍ଥ ଅଧ୍ୟାୟର ରାଷ୍ଟ୍ର ନିୟାମକ ତତ୍ତ୍ଵ ନାଗରିକର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାରଙ୍କୁ ଅନେକ ନିର୍ଦ୍ଦେଶ ଦେଇଛି । ଭାରତରେ ମିଶ୍ରିତ ଅର୍ଥନୀତି, ସମାଜବାଦୀ, ଉଦାରବାଦୀ ନୀତିକୁ କାର୍ଯ୍ୟ କରାଯିବା ଫଳରେ ଏଠାରେ ନାଗରିକର ବ୍ୟକ୍ତିତ୍ଵର ପୂର୍ଣ୍ଣ ପରିପ୍ରକାଶ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଣୁ ଭାରତ ନିଃସନ୍ଦେହରେ ଏକ ଜନମଙ୍ଗଳ ରାଷ୍ଟ୍ର ଅଟେ ।

୧୧ । “ଆମ୍ଭେ ଭାରତର ଜନସାଧାରଣ” ପଦଟି ବୁଝାଇ ଦିଅ ।
Answer:
ଭାରତ ସମ୍ବିଧାନର ପ୍ରାକ୍‌କଥନ ‘ଆମ୍ଭେ ଭାରତର ଜନସାଧାରଣ’ ପଦରୁ ଆରମ୍ଭ ହୋଇଛି । ଭାରତ ସମ୍ବିଧାନର କୌଣସି ଧାରାରେ ସାମ୍ବିଧାନିକ କ୍ଷମତାର ଉତ୍ସ ସମ୍ପର୍କରେ ବର୍ଣ୍ଣନା କରାଯାଇନଥିଲେ ମଧ୍ୟ ପ୍ରାକ୍‌କଥନର ଏହି ପଦ ଭାରତୀୟ ଜନସାଧାରଣ ସମସ୍ତ କ୍ଷମତାର ଉତ୍ସବୋଲି ସୂଚନା ଦେଇଥାଏ ।

ଭାରତୀୟ ଜନସାଧାରଣ ସମ୍ବିଧାନକୁ ନିଜେ ପ୍ରସ୍ତୁତ କରି ନିଜେ ନିଜକୁ ପ୍ରଦାନ କରିଥିବାର ତଥ୍ୟ ଏଥୁରୁ ମିଳିଥାଏ । ଏହା ଭାରତରେ ‘ଜନପ୍ରିୟ ସାର୍ବଭୌମତ୍ବ’ ରହିଥିବାର ପ୍ରମାଣ ଦିଏ । ଭାରତୀୟ ସମ୍ବିଧାନ ଲୋକମାନଙ୍କର କ୍ଷମତା ଉପରେ ଆଧାରିତ ହୋଇଥିବାରୁ କୌଣସି ଜନସାଧାରଣ ବା ଅନୁଷ୍ଠାନ ଏହାର ବିଲୋପସାଧନ କରିପାରିବେ ନାହିଁ । ଏହା ଗଣତନ୍ତ୍ରର ଦୃଢ଼ଭିଭିକୁ ସୂଚିତ କରିଥାଏ ।

୧୨ । କାହିଁକି ଭାରତ ସମ୍ବିଧାନକୁ ‘ଆଇନଜୀବୀଙ୍କ ଅମରାବତୀ’ କୁହାଯାଏ ?
Answer:
ଭାରତ ସମ୍ବିଧାନ ପୃଥ‌ିବୀର ଦୀର୍ଘତମ ଲିଖ୍ ସମ୍ବିଧାନ । ସମ୍ବିଧାନ ପ୍ରଣେତାମାନେ ତତ୍କାଳୀନ ଭାରତର ପରିସ୍ଥିତି, ଭାରତୀୟମାନଙ୍କର ଦାରିଦ୍ର୍ୟ, ନିରକ୍ଷରତା ଓ ଅନଗ୍ରସରତାକୁ ବିଚାରକୁ ନେଇ ପ୍ରତ୍ୟେକ ବିଷୟ ପୂର୍ଣ୍ଣାଙ୍ଗଭାବେ ଲିଖୁତ ରୂପରେ ସମ୍ବିଧାନରେ ସ୍ଥାନିତ କରିବାକୁ ଚାହିଁଥିଲେ । ଅନ୍ୟାନ୍ୟ ସଂଘୀୟ ରାଷ୍ଟ୍ରମାନଙ୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ପୃଥକ୍ ସମ୍ବିଧାନ ବ୍ୟବସ୍ଥା ଥିଲେ ମଧ୍ୟ ଭାରତରେ ଉଭୟ ବିଷୟ ଏକ ସମ୍ବିଧାନରେ ସ୍ଥାନ ପାଇଛି ।

ବିଭିନ୍ନତା ମଧ୍ୟରେ ଏକତ୍ଵ ପ୍ରତିଷ୍ଠାପାଇଁ ବିଭିନ୍ନ ସ୍ଵାର୍ଥଗୋଷ୍ଠୀର ସ୍ଵାର୍ଥ ସଂରକ୍ଷଣ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ପୃଥ‌ିବୀର ବିଭିନ୍ନ ସମ୍ବିଧାନକୁ ଅଧ୍ୟୟନ କରାଯାଇ କେତେକ ଉତ୍ତମ ବ୍ୟବସ୍ଥାକୁ ଭାରତୀୟ ପରିବେଶରେ ଖାପଖୁଆଇ ଚାଲିବାପାଇଁ ପରିବର୍ତ୍ତନ କରାଯାଇ ସମ୍ବିଧାନରେ ସ୍ଥାନ ଦିଆଯାଇଛି । ଏହି ସମସ୍ତ ବିଷୟ ଭାରତ ସମ୍ବିଧାନକୁ ଏକ ହସ୍ତୀକାର ରୂପ ଓ ଜଟିଳ ଆଇନଗ୍ରନ୍ଥରେ ପରିଣତ କରିଛି । ସାଧାରଣ ଭାରତୀୟ ନାଗରିକ ଏହାକୁ ବୁଝିବା ସମ୍ଭବପର ନୁହେଁ ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ଓକିଲମାନଙ୍କର ଭୂମିକା ଏହାଦ୍ଵାରା ବୃଦ୍ଧି ପାଇଛି । ଏହିସବୁ ଦୃଷ୍ଟିରୁ ଆଇଭର୍ ଜେନିଙ୍ଗ୍‌ସ ଭାରତ ସମ୍ବିଧାନକୁ ସମାଲୋଚନା କରି ଓକିଲମାନଙ୍କର ସ୍ଵର୍ଗ’ (Lawyer’s Paradise) ବୋଲି ଅଭିହିତ କରିଛନ୍ତି । ସମ୍ବିଧାନ ପ୍ରଣୟନ କକ୍ଷର ଅନେକ ପ୍ରମୁଖ ସଦସ୍ୟ ଆଇନଜୀବୀ ତଥା ପ୍ରମୁଖ ରାଜନୀତିଜ୍ଞ ଥିବାରୁ ସମ୍ବିଧାନକୁ ଏପରି ଏକ ଜଟିଳ ଆଇନଗ୍ରନ୍ଥରେ ପରିଣତ କରାଯାଇଥିବାର ସମାଲୋଚନା କରାଯାଏ ।

୧୩ । କାହିଁକି ଭାରତକୁ ଏକ ସମାଜବାଦୀ ରାଷ୍ଟ୍ର କୁହାଯାଏ ?
Answer:
ଭାରତ ସମ୍ବିଧାନର ପ୍ରାକ୍‌କଥନରେ ‘ସମାଜବାଦୀ’ ଶବ୍ଦଟି ୪୨ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଯୋଗ କରାଯାଇଛି । କିନ୍ତୁ ତା’ ପୂର୍ବରୁ ମୂଳ ସମ୍ବିଧାନରେ ମଧ୍ୟ ରାଷ୍ଟ୍ର ନିୟାମକ ତତ୍ତ୍ଵରେ ସମାଜବାଦୀ ନୀତି ସ୍ଥାନିତ ହୋଇଥିଲା । ଏକ ଅର୍ଥନୈତକ ଶୋଷଣମୁକ୍ତ ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପ୍ରଦାନ କରାଯାଇପାରୁଥିବା ଏକ ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା ଭାରତୀୟ ରାଜନୈତିକ ବ୍ୟବସ୍ଥାର ଲକ୍ଷ୍ୟ ହୋଇଥିବାରୁ ଏହା ସମାଜବାଦୀ ପ୍ରକୃତିସମ୍ପନ୍ନ ଅଟେ ।

ସମାନ କାମ ପାଇଁ ଲିଙ୍ଗ ନିର୍ବିଶେଷରେ ସମାନ ମଜୁରି, ଜାତୀୟ ସମ୍ପଦର ସୁଷମ ବଣ୍ଟନ, ଶାରୀରିକ ଅକ୍ଷମ ଓ ବୃଦ୍ଧବ୍ୟକ୍ତିଙ୍କୁ ଆର୍ଥିକ ନିରାପତ୍ତା ପ୍ରଦାନ, ଆୟଗତ ବୈଷମ୍ୟ ହ୍ରାସ, ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣ ସୁଯୋଗ ଆଦି ବ୍ୟବସ୍ଥା ମାଧ୍ୟମରେ ଭାରତକୁ ଏକ ସମାଜବାଦୀ ରାଷ୍ଟ୍ରର ରୂପ ଦିଆଯାଇଛି ।

୧୪ । ସମ୍ବିଧାନର ଆବଶ୍ୟକତା ଓ ଗୁରୁତ୍ବ ଦର୍ଶାଅ ।
Answer:
ସମ୍ବିଧାନ ଗୋଟିଏ ରାଷ୍ଟ୍ରର ମୌଳିକ ଆଇନର ସମାହାର ଅଟେ । ଜେଲିନେକଙ୍କ ମତରେ, ‘ସମ୍ବିଧାନ ବିନା ଗୋଟିଏ ରାଷ୍ଟ୍ର ଅରାଜକତାର ରାଜତ୍ଵରେ ପରିଣତ ହୁଏ ।’ ଏହା ବ୍ୟକ୍ତି ଶାସନ ପରିବର୍ତ୍ତେ ଆଇନର ଶାସନ’ (Rule of Law) ପ୍ରତିଷ୍ଠା କରେ । ଏହା ସରକାରର ମୌଳିକ ନୀତି ଓ ସ୍ଵରୂପ ନିର୍ଦ୍ଧାରଣ କରି କ୍ଷମତାର ଅପବ୍ୟବହାରକୁ ପ୍ରତିରୋଧ କରିପାରେ । ଏହା ରାଷ୍ଟ୍ରର ସ୍ୱରୂପ ପ୍ରତିଫଳନ କରି ରାଷ୍ଟ୍ର ପ୍ରତି ଆନୁଗତ୍ୟର ଧାରାର ପ୍ରକୃତି ନିର୍ଦ୍ଧାରଣ କରେ ।

ଏହା ବ୍ୟକ୍ତିର ସ୍ଵତନ୍ତ୍ରତା ଓ ଅଧିକାରକୁ ଆଇନଗତ ସୁରକ୍ଷା ପ୍ରଦାନ କରିଥାଏ । ଏଣୁ ସମ୍ବିଧାନ ବିଶୃଙ୍ଖଳା ମଧ୍ୟରେ ଶୃଙ୍ଖଳା ପ୍ରତିଷ୍ଠା କରି ପ୍ରଶାସନିକ ସ୍ଥିରତା ଓ ଦକ୍ଷତା ପ୍ରଦାନ କରିଥାଏ । ଏହା ଏକ ସଭ୍ୟ ରାଷ୍ଟ୍ର ପାଇଁ ଅପରିହାର୍ଯ୍ୟ ଅଟେ । ଜେଲିଟେନ୍‌ଙ୍କ ମତରେ “ସମ୍ବିଧାନର ଅନୁପସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଅନୁଷ୍ଠାନ ଓ ଏପରିକି ନିଜେ ସରକାର ସ୍ଵେଚ୍ଛାଚାରୀ ହୋଇଯିବେ ଏବଂ ଏହା ଫଳରେ ଅରାଜକତାର ରାଜତ୍ଵ ଚାଲିବ ।”

୧୫ । ଭାରତ ଏକ ଅର୍ଥ-ସଂଘୀୟ ରାଷ୍ଟ୍ର ।
Answer:
ଭାରତ ସମ୍ବିଧାନର କୌଣସି ଧାରାରେ ଭାରତକୁ ଏକ ସଂଘୀୟ ରାଷ୍ଟ୍ରରୂପେ ଘୋଷଣା କରାଯାଇ ନଥିଲେ ମଧ୍ୟ ଏଠାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ ଯଥା- ଲିଖ୍ତ ଓ ଅନମନୀୟ ସମ୍ବିଧାନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କ୍ଷମତାର ସାମ୍ବିଧାନିକ ବଣ୍ଟନ, ସ୍ଵାଧୀନ ନ୍ୟାୟପାଳିକା ଓ ଦ୍ବିସଦନୀୟତା ଆଦି ରହିଥିବାରୁ ଭାରତ ଏକ ସଂଘୀୟ ରାଷ୍ଟ୍ର ।

କିନ୍ତୁ ଭାରତ ସମ୍ବିଧାନର ୧ ଧାରାରେ ଭାରତକୁ ରାଜ୍ୟମାନଙ୍କର ଏକ ସଖେଳନ ବୋଲି ଘୋଷଣା ରାଜ୍ୟର ସାମ୍ବିଧାନିକ ମୁଖ୍ୟ ରାଜ୍ୟପାଳ କେନ୍ଦ୍ରର ପ୍ରତିନିଧ୍ଵ ରୂପେ କାର୍ଯ୍ୟକରିବା, ଜରୁରୀ ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟପ୍ରଶାସନ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଜାରି କରିବା, ଏକକ ସମ୍ବିଧାନ ଓ ଏକକ ନାଗରିକତା ବ୍ୟବସ୍ଥା, ରାଜ୍ୟ ପ୍ରଶାସନକୁ କେନ୍ଦ୍ରୀୟ ସେବାର ଅଧିକାରୀମାନେ ନିୟନ୍ତ୍ରଣ ଓ ପରିଚାଳନ କରିବା ଇତ୍ୟାଦି କେନ୍ଦ୍ରର ପ୍ରାଧାନ୍ୟ ପ୍ରତିଷ୍ଠା କରୁଥିବାରୁ ଭାରତକୁ ଏକ ଅର୍ଥ-ସଂଘୀୟ ରାଷ୍ଟ୍ର ବୋଲି ସମାଲୋଚନା କରାଯାଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତର ସମ୍ବିଧାନ-ପ୍ରଣୟନ ସଭାର ଗଠନ ଓ କାର୍ଯ୍ୟକାରିତା ଆଲୋଚନା କର ।
Answer:
ସମ୍ବିଧାନ କେତେକ ମୌଳିକ ଆଇନର ଏକତ୍ର ପଞ୍ଜିକରଣକୁ ବୁଝାଏ ଯାହା ଗୋଟିଏ ରାଷ୍ଟ୍ରର ସରକାରର ସଙ୍ଗଠନ ଓ କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରିଥାଏ । ସମ୍ବିଧାନର ଅନୁପସ୍ଥିତିରେ ବ୍ୟକ୍ତି ସରକାରର ଦୟାର ପାତ୍ର ହୋଇଯାଏ ଏବଂ ସରକାର ଏକଚ୍ଛତ୍ରବାଦୀ ହୋଇଯିବାର ଯଥେଷ୍ଟ ସମ୍ଭାବନା ଦେଖାଯାଇଥାଏ । ତେଣୁ ପ୍ରଚଳିତ ପରିପ୍ରେକ୍ଷୀରେ ସମ୍ବିଧାନ ବିନା ରାଷ୍ଟ୍ରର ପରିକଳ୍ପନା ଅସମ୍ଭବ ଅଟେ । ସମ୍ବିଧାନ ପ୍ରତ୍ୟେକ ରାଷ୍ଟ୍ରର ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରିଥାଏ ।

ଏହି ସମ୍ବିଧାନ ଲୋକମାନଙ୍କର ରାଷ୍ଟ୍ର ପ୍ରତି ଆନୁଗତ୍ୟର ଧାରାକୁ ସ୍ୱତଃପ୍ରବୃତ୍ତ କରିବାର ପଥ ସୁଗମ କରିଥାଏ ଏବଂ ଏ ସମସ୍ତ ନିର୍ଭର କରେ ସମ୍ବିଧାନର ପ୍ରଣୟନ ବ୍ୟବସ୍ଥା ଉପରେ । ସମ୍ବିଧାନ ପ୍ରଣୟନ ସଭା ପ୍ରତିନିଧୂମୂଳକ ହେଲେ ବାସ୍ତବ ଓ ଆଦର୍ଶ ସମ୍ବିଧାନଟିଏ ପ୍ରଣୟନ କରିବା ସମ୍ଭବପର ହୋଇଥାଏ । ଭାରତୀୟମାନେ ନିଜର ସମ୍ବିଧାନ ନିଜେ ପ୍ରଣୟନ କରିବା ନିମିତ୍ତ ସର୍ବପ୍ରଥମଥର ପାଇଁ ସ୍ୱରାଜ୍ୟ ଦଳ ମାଧ୍ୟମରେ ୭, ଅପ୍ରେଲ, ୧୯୩୪ ମସିହାରେ ଦାବି କରିଥିଲେ ।

ଭାରତୀୟ ଜାତୀୟ କଂଗ୍ରେସର ଫୈଜପୁର ଅଧ୍ଵବେଶନରେ ୨୮, ଡିସେମ୍ବର, ୧୯୩୬ର ପ୍ରସ୍ତାବନା ଉପରୋକ୍ତ ଦାବିକୁ ସମର୍ଥନ କରିଥିଲା । ଏହା ସାବାଳକ ଭୋଟପ୍ରଥା ଦ୍ଵାରା ନିର୍ବାଚିତ ସମ୍ବିଧାନ ପ୍ରଣୟନ ସଭା ଗଠନପାଇଁ ଦାବି କରିଥିଲା । ମାତ୍ର ଦ୍ଵିତୀୟ ବିଶ୍ଵଯୁଦ୍ଧ ପରିପ୍ରେକ୍ଷୀରେ ଏବଂ ୧୯୩୯ ମସିହାରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ବ୍ରିଟିଶ୍ ସରକାରଙ୍କର ମନମୁଖୀ ନୀତିର ବିରୋଧ କରି ଇସ୍ତଫା ଦେଇଦେବାର ଜଟିଳ ରାଜନୈତିକ ବାତାବରଣ ମଧ୍ଯରେ ସାର ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କ ଅଧ୍ୟକ୍ଷତାରେ କ୍ରିପ୍‌ସ କମିଶନ ବ୍ରିଟିଶ୍ ସରକାରଙ୍କଦ୍ଵାରା ୧୯୪୨ ମସିହାରେ ନିଯୁକ୍ତ କରାଯାଇଥିଲା ।

ଏହି କ୍ରିପ୍‌ କମିଶନର ରିପୋର୍ଟ ଗ୍ରହଣ ବା କାର୍ଯ୍ୟକାରୀ କରାଯାଇ ନ ଥିଲେ ମଧ୍ୟ, ଏହା ପ୍ରଥମଥର ପାଇଁ ଭାରତୀୟମାନଙ୍କର ସମ୍ବିଧାନ ପ୍ରଣୟନ ଦାବିକୁ ଆନୁଷ୍ଠାନିକ ଭାବେ ସ୍ଵୀକୃତି ପ୍ରଦାନ କରିଥିଲା । ପୁନଶ୍ଚ କ୍ୟାବିନେଟ୍ ମିଶନ (Cabinet Mission) (୧୯୪୬) ଭାରତୀୟମାନଙ୍କର ଉପରୋକ୍ତ ଦାବି ପ୍ରତି ସେମାନଙ୍କର ଦୃଢ଼ ସମ୍ମତି ପ୍ରଦାନ କରିଥିଲେ, ଯଦିଓ ‘ସମ୍ବିଧାନ ପ୍ରଣୟନ ସଭା’ ଶବ୍ଦଟି ଉକ୍ତ ରିପୋର୍ଟରେ ପ୍ରୟୋଗ କରାଯାଇ ନ ଥିଲା । ଏହି ଶବ୍ଦଟି ‘ଭାରତୀୟ ସ୍ଵାଧୀନତା ଆଇନ ୧୯୪୭’ର ୮ମ ଉପଧାରାରେ କରାଗଲା ।

ସମ୍ବିଧାନ ପ୍ରଣୟନ ସଭାର ସଙ୍ଗଠନ – କ୍ୟାବିନେଟ୍ ମିଶନ (୧୯୪୬)ର ରିପୋର୍ଟ ଅନୁଯାୟୀ ୧୯୪୬ ମସିହା ନଭେମ୍ବର ମାସରେ ସମ୍ବିଧାନ ପ୍ରଣୟନ ସଭାର ଗଠନ କରାଯାଇଥିଲା । ଏହି କକ୍ଷର ଗଠନ ପାଇଁ ନିମ୍ନଲିଖତ ପ୍ରସ୍ତାବନା କ୍ୟାବିନେଟ୍ ମିଶନ ଦେଇଥିଲେ ।

(୧) ସଭାର ମୋଟ ସଭ୍ୟ ସଂଖ୍ୟା ୩୮୯ ହେବ । ଏହା ମଧ୍ୟରୁ ୨୯୨ ଜଣ ବ୍ରିଟିଶ୍-ପ୍ରଦେଶମାନଙ୍କୁ, ୪ ଜଣ ମୁଖ୍ୟ କମିଶନର୍‌ଙ୍କ ପ୍ରଦେଶମାନଙ୍କୁ ଏବଂ ୯୩ ଜଣ ଭାରତୀୟ ପ୍ରାଦେଶିକ ରାଜ୍ୟମାନଙ୍କୁ ପ୍ରତିନିଧୂତ୍ବ କରିବେ ।
(୨) ପ୍ରତ୍ୟେକ ପ୍ରଦେଶକୁ ଜନସଂଖ୍ୟାର ଅନୁପାତରେ ସମ୍ବିଧାନ ପ୍ରଣୟନ କକ୍ଷରେ ପ୍ରତିନିଧୁତ୍ଵର ସୁଯୋଗ ଦିଆଯିବ । ପ୍ରତି ୧ ନିୟୁତ ଜନସଂଖ୍ୟା ପାଇଁ ଜଣେ ପ୍ରତିନିଧ୍ଵ ରହିବେ ।
(୩) ଜନସଂଖ୍ୟାର ବିଭିନ୍ନ ସମ୍ପ୍ରଦାୟର ଅନୁପାତକୁ ବିଚାରକୁ ନିଆଯାଇ ବିଭିନ୍ନ ପ୍ରଦେଶର ସ୍ଥାନକୁ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବଣ୍ଟନ କରାଯିବ ।
(୪) ନିର୍ବାଚକମାନଙ୍କୁ ତିନିଭାଗରେ ବିଭକ୍ତ କରାଯିବ, ଯଥା –
(କ) ସାଧାରଣ (ହିନ୍ଦୁ, ଖ୍ରୀଷ୍ଟିଆନ, ଆଂଗ୍ଲୋ-ଭାରତୀୟ ଏବଂ ଭାରତୀୟ ଖ୍ରୀଷ୍ଟିଆନ୍‌ମାନେ ଏହାର ଅନ୍ତର୍ଭୁକ୍ତ ହେବେ ।)
(ଖ) ମୁସଲମାନ୍
(ଗ) ଶିଖ (କେବଳ ପଞ୍ଜାବ ପାଇଁ)

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

(୫) ଭାରତୀୟ ପ୍ରାଦେଶିକ ରାଜ୍ୟମାନଙ୍କରୁ ପ୍ରତିନିଧୁମାନେ ନିର୍ବାଚିତ ନ ହୋଇ ଦ୍ବିପାକ୍ଷିକ ଆଲୋଚନା (Negotiation) ମାଧ୍ୟମରେ ମନୋନୀତ ହେବେ । ସମ୍ବିଧାନ ପ୍ରଣୟନ ସଭାର ଗଠନ ପାଇଁ ନିର୍ବାଚନ ଜୁଲାଇ, ୧୯୪୬ରେ ଅନୁଷ୍ଠିତ ହୋଇଥିଲା । ବ୍ରିଟିଶ୍-ପ୍ରଦେଶ ଏବଂ ମୁଖ୍ୟ କମିଶନରଙ୍କ ପ୍ରଦେଶର ସମୁଦାୟ ୨୯୬ ଗୋଟି ସ୍ଥାନ ପାଇଁ ହୋଇଥିବା ନିର୍ବାଚନରୁ କଂଗ୍ରେସ ୨୧୨ଟିରେ ବିଜୟୀ ହୋଇଥିଲା; ୬୩ ଗୋଟି ସ୍ଥାନ ମୁସ୍‌ଲିମ୍ ଲିଗ୍ ଅଧୁକାର କରିଥିଲା ଏବଂ ଅବଶିଷ୍ଟ ୧୧ଟି ସ୍ଥାନ ମଧ୍ୟରୁ ୬ଟି ସ୍ଥାନର ପ୍ରତିନିଧ୍ଵ କଂଗ୍ରେସକୁ ସମର୍ଥନ କରିଥିଲେ ।

୨୧୮ଟି ପ୍ରତିନିଧ‌ିଙ୍କ ସମର୍ଥନ ପାଇଥିବା କଂଗ୍ରେସ ଦଳର ସଂଖ୍ୟାଗରିଷ୍ଠତାକୁ ମହମ୍ମଦ ଅଲ୍ଲି ଜିନ୍ନା “ପାଶବ ସଂଖ୍ୟାଗରିଷ୍ଠତା” (Brute Majority) ବୋଲି ମତ ଦେଇଥିଲେ । ନିର୍ବାଚନର ଫଳାଫଳ ମୁସ୍‌ଲିମ୍ ଲିଗ୍‌ର କ୍ୟାବିନେଟ୍ ମିଶନ୍ ଯୋଜନା ସମ୍ପର୍କୀୟ ନିଷ୍ପଭିକୁ ପରିବର୍ତ୍ତନ କରାଇ ଦେଇଥିଲା । ମୁସଲିମ୍ ଲିଗ୍ ଅଭିଯୋଗ କରିଥିଲେ ଯେ, ବ୍ରିଟିଶ୍ ସରକାର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ସମ୍ବନ୍ଧୀୟ ମୌଳିକ ପ୍ରସ୍ତାବକୁ ପରିବର୍ତ୍ତନ କରି ବିଶ୍ବାସ ଭଙ୍ଗ କରିଛନ୍ତି ।

ତେଣୁ ମୁସ୍‌ଲିମ୍ ଲିଗ୍ ସମ୍ବିଧାନ ପ୍ରଣୟନ ସଭାକୁ ବାସନ୍ଦ (Boycott) କରିଥିଲା । ମୁସ୍‌ଲିମ୍ ଲିଗ୍‌ର ଏହି ବାସନ୍ଦ ସମ୍ବିଧାନ ପ୍ରଣୟନ ସଭାର ପ୍ରତିନିଧୁତ୍ଵ ଗୁଣ କିମ୍ବା ଏହାର ଦକ୍ଷତା ହ୍ରାସ ଦିଗରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିନଥିଲା । ବରଂ ପୁରୁଖା ପ୍ରଶାସକ, ବରିଷ୍ଠ ରାଷ୍ଟ୍ରନାୟକ, ଖ୍ୟାତନାମା ଆଇନଜ୍ଞ ଓ ବିଜ୍ଞ ମନୀଷୀମାନଙ୍କ ସମାବେଶରେ ଏହା ସମୃଦ୍ଧ ଓ ଦକ୍ଷତାସମ୍ପନ୍ନ ହୋଇପାରିଥିଲା ।

କର୍ମକାରକୀୟ ପ୍ରସ୍ତାବ (Objective Resolution) – ସ୍ଵାଧୀନତା ପୂର୍ବରୁ ପ୍ରଥମଥର ପାଇଁ ଡିସେମ୍ବର ୯, ୧୯୪୬ରେ ଡଃ ସଚ୍ଚିଦାନନ୍ଦ ସିହ୍ନାଙ୍କ ଅସ୍ଥାୟୀ ଅଧ୍ଯକ୍ଷତାରେ ସମ୍ବିଧାନ ପ୍ରଣୟନ କକ୍ଷର ଅଧିବେଶନ ବସିଥିଲା । ମାତ୍ର ଡିସେମ୍ବର ୧୧, ୧୯୪୬ ଦିନ ବିହାରର ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ବଙ୍ଗଳାର ଡକ୍ଟର ହରେନ୍ଦ୍ର କୁମାର ମୁଖାର୍ଜୀ ଯଥାକ୍ରମେ ଶାସନ ବିଧାୟକ ସଭାର ସଭାପତି ଓ ଉପ-ସଭାପତି ନିର୍ବାଚିତ ହୋଇଥିଲେ ।

ସଭାର ସ୍ଥାନ ପୂରଣ ନିମିତ୍ତ ଯଦି ପ୍ରତ୍ୟକ୍ଷ ନିର୍ବାଚନ ହୋଇଥା’ନ୍ତା, ତାହାହେଲେ, ହୁଏତ ଭାରତର ବହୁ ବିଶିଷ୍ଟ ବିଜ୍ଞ ବ୍ୟକ୍ତି ଏହାର ସଭ୍ୟ ହୋଇପାରି ନ ଥା’ନ୍ତେ । ଡଃ ରାଜେନ୍ଦ୍ର ପ୍ରସାଦ ଏକ ଶ୍ରେଣୀବିହୀନ ସମାଜର ପ୍ରତିଷ୍ଠା ପାଇଁ ସର୍ବଦା ଯୁକ୍ତି ଉପସ୍ଥାପନ କରୁଥିଲେ । ଏହି ସମସ୍ତ ଆଦର୍ଶର ପ୍ରତିଫଳନ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ଵାରା ଡିସେମ୍ବର ୧୩, ୧୯୪୬ରେ ଦିଆଯାଇଥିବା ପ୍ରସ୍ତାବ – “କର୍ମକାରକୀୟ ପ୍ରସ୍ତାବ ବା ସଂକଳ୍ପ” (Objective Resolution) ମାଧ୍ୟମରେ ଘଟିଥିଲା । ଶ୍ରୀଯୁକ୍ତ ନେହେରୁଙ୍କ ଏହି “କର୍ମକାରକୀୟ ପ୍ରସ୍ତାବ” ଭାରତର ଭବିଷ୍ୟତ ରୂପରେଖ ନିର୍ଣ୍ଣୟ କରୁଥିଲା । ନିମ୍ନଲିଖତ ଲକ୍ଷଣଗୁଡ଼ିକ ବିଶ୍ଳେଷଣ କଲେ ଉପରୋକ୍ତ ପ୍ରସ୍ତାବର ଗୁରୁତ୍ଵ ଉପଲବ୍ଧି କରିହେବ ।

(୧) ଭାରତର ଜନସାଧାରଣ ସାର୍ବଭୌମ, ସ୍ଵାଧୀନ ଭାରତ, ଏହାର ପ୍ରତ୍ୟେକ ଅଞ୍ଚଳ ଏବଂ ସରକାରଙ୍କ ଅଙ୍ଗ (Organ) ମାନଙ୍କର କ୍ଷମତାର ଉତ୍ସରୂପେ କାର୍ଯ୍ୟ କରିବେ ।
(୨) ଭାରତର ପ୍ରତ୍ୟେକ ଲୋକଙ୍କୁ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ; ପଦମର୍ଯ୍ୟାଦା, ସୁବିଧା ସୁଯୋଗ ଏବଂ ଆଇନ ସମ୍ମୁଖରେ ସମାନତା, ଚିନ୍ତନ, ପ୍ରକାଶନ, ବିଶ୍ଵାସ, ପୂଜନ, ବୃତ୍ତି, ସଂଘ ଗଠନ କ୍ଷେତ୍ରରେ ସ୍ଵାଧୀନତା ସାଧାରଣ ନୈତିକତା ଓ ଆଇନର ପରିସର ମଧ୍ୟରେ ଦିଆଯିବ ।
(୩) ସଂଖ୍ୟାନ୍‌ନ ଗୋଷ୍ଠୀ, ଅନୁନ୍ନତ ଏବଂ ଆଦିବାସୀ ଅଧୁଷିତ ଅଞ୍ଚଳ ଏବଂ ଦଳିତ ଏବଂ ଅନ୍ୟାନ୍ୟ ଅନୁନ୍ନତ ସମ୍ପ୍ରଦାୟଙ୍କୁ ଉପଯୁକ୍ତ ନିରାପତ୍ତା ଦିଆଯିବ ।
(୪) ସାଧାରଣତନ୍ତ୍ର ରାଷ୍ଟ୍ରର ଭୂଖଣ୍ଡୀୟ ଏକତ୍ଵ ଏବଂ ଜଳ, ସ୍ଥଳ ଓ ଆକାଶ ଭାଗରେ, ନ୍ୟାୟ ଏବଂ ସଭ୍ୟଜାତିଙ୍କ ଆଇନ ଅନୁମୋଦିତ ନୀତିରେ, ସାର୍ବଭୌମତ୍ୱକୁ ସଂରକ୍ଷଣ କରି ରଖୁହେବ ।
(୫) ଏହି ପୁରାତନ ଜାତି ପୃଥିବୀରେ ତା’ର ସମ୍ମାନଜନକ ଏବଂ ଯଥାର୍ଥ ସ୍ଥାନ ପାଇବା ପାଇଁ ଚେଷ୍ଟା କରିବ ଏବଂ ବିଶ୍ଵ-ଶାନ୍ତି ଏବଂ ମାନବଜାତିର କଲ୍ୟାଣ ପାଇଁ ସ୍ଵତଃ ପ୍ରଚେଷ୍ଟା କରିବ ।

ପଣ୍ଡିତ ନେହେରୁଙ୍କର ଏହି ପ୍ରସ୍ତାବ ବର୍ଷବର୍ଷ ଧରି ଭାରତୀୟମାନଙ୍କୁ ସେମାନଙ୍କର ସ୍ଵାଧୀନତା ଆନ୍ଦୋଳନରେ ପ୍ରେରଣା ଦେଇ ଆସିଥୁବା ଏବଂ ସେମାନଙ୍କ ମନରେ ସ୍ଵାଧୀନତା ପ୍ରାପ୍ତିର ବହ୍ନିକୁ ପ୍ରଜ୍ଜଳନ କରିବାରେ ଘୃତ ରୂପେ ବ୍ୟବହୃତ ହେଉଥିବା ଆଦର୍ଶ, ଲକ୍ଷ୍ୟ ଓ ସ୍ଵପ୍ନକୁ ବାସ୍ତବତାର ରୂପ ଦେଇଥିଲା । ଭବିଷ୍ୟତର ସମ୍ବିଧାନ ପ୍ରଣୟନ ପାଇଁ ଏହା ଏକ ପ୍ରାରମ୍ଭିକ ଅଙ୍କନ ରୂପେ କାର୍ଯ୍ୟ କରିଥିଲା ।

କେ. ଏମ୍. ମୁନ୍‌ସି ଯଥାର୍ଥରେ ମତ ଦେଇଥିଲେ, “ ଆମର ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରର ଜନ୍ମପତ୍ରିକା (Horoscope) ଏହି ପ୍ରସ୍ତାବଦ୍ଵାରା ସୂଚିତ ହୋଇଅଛି ।’’ ନେହେରୁଙ୍କ ମତରେ “ ଏହା ଆମ ଜନସାଧାରଣଙ୍କ ଆନ୍ତରିକ ଶପଥକୁ ପ୍ରତିଫଳିତ କରୁଛି ।’’ ଏହାର ଏକ ଗଭୀର ଏବଂ ସୂକ୍ଷ୍ମ ବିଶ୍ଳେଷଣ ସମ୍ବିଧାନ ପ୍ରଣୟନ କକ୍ଷର ଅନ୍ତିମ ଲକ୍ଷ୍ୟକୁ ସୁସ୍ପଷ୍ଟ କରିଥାଏ ଯାହା ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରର ସ୍ଥାପନ ବିଷୟରେ ସ୍ଥିର-ନିର୍ଦ୍ଦିଷ୍ଟ ଥିଲା ।

ଉପରୋକ୍ତ “କର୍ମକାରକୀୟ ପ୍ରସ୍ତାବ” ଜାନୁୟାରୀ ୨୨, ୧୯୪୭ରେ ସମ୍ବିଧାନ ପ୍ରଣୟନ କକ୍ଷଦ୍ବାରା ଅନୁମୋଦିତ ଓ ଗୃହୀତ ହୋଇଥିଲା । ଏହାପରେ ନୂତନ ସମ୍ବିଧାନର ବିଭିନ୍ନ ବିଭାଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ତଥ୍ୟ ସଂକଳନ ପାଇଁ ଭିନ୍ନ ଭିନ୍ନ ବୈଷୟିକ କମିଟିମାନ ନିଯୁକ୍ତ କରାଯାଇଥିଲା । ଏହିସବୁ କମିଟିଦ୍ଵାରା ପ୍ରଦତ୍ତ ରିପୋର୍ଟକୁ ସମ୍ବିଧାନ ପ୍ରଣୟନ କକ୍ଷରେ ଆଲୋଚନା ଏବଂ ଆବଶ୍ୟକସ୍ଥଳେ ସଂଶୋଧନ କରାଯାଇ ଗୃହୀତ କରାଯାଇଥିଲା ।

ସମ୍ବିଧାନ ପ୍ରଣୟନ ସଭାର ପଦମର୍ଯ୍ୟାଦା – ଆଇନଗତ ଓ ସାମ୍ବିଧାନିକ ଦୃଷ୍ଟିକୋଣରୁ ବିଚାର କଲେ ଏହି ସଭା ଏକ ସାର୍ବଭୌମ ଅନୁଷ୍ଠାନ ନ ଥିଲା । ଏହାର ସୃଷ୍ଟି, ସ୍ଥିତି ଓ ବିଲୟ ବ୍ରିଟିଶ୍ ସରକାରଙ୍କର ନୀତି ଉପରେ ନିର୍ଭର କରୁଥିଲା । କିନ୍ତୁ ସେତେବେଳେର ରାଜନୈତିକ ପରିବେଶକ ବିଶ୍ଳେଷଣ କଲେ ଏହା ସ୍ଥିର-ନିଶ୍ଚିତ ହଏ ଯେ, ଥରେ ଏହି ସଭାର ସ୍ଥାପନା ହୋଇସାରିବା ପରେ, ପୁଣି ଏହାର ବିଲୋପସାଧନ ଘଟାଇବା ବା ଏହାର କ୍ଷମତାକୁ ସଙ୍କୁଚିତ କରିବା ବ୍ରିଟିଶ୍ ସରକାରଙ୍କ ପକ୍ଷରେ ଅସମ୍ଭବ ଥିଲା ।

ତେଣୁ ଏହାର ସାର୍ବଭୌମତ୍ବ ବିଷୟରେ ଭାରତୀୟ ଜାତୀୟ କଂଗ୍ରେସ ଦୃଢ଼ ମତ ପ୍ରଦାନ କରୁଥିବାବେଳେ ଶ୍ରୀ ଜୟକର ତଥା ମୁସ୍‌ଲିମ୍ ଲିଗ୍‌ର ଅନ୍ୟାନ୍ୟ ସଭ୍ୟମାନେ ଏହାର ପ୍ରକୃତିକୁ ଦୃଢ଼ ସମାଲୋଚନା କରୁଥିଲେ ।

ଭାରତ ବିଭାଜନ ଏବଂ ସ୍ଵାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ସମ୍ବିଧାନ ପ୍ରଣୟନ କକ୍ଷର କାର୍ଯ୍ୟ “ କର୍ମକାରକୀୟ ପ୍ରସ୍ତାବ”ର ଗୃହୀତ ଏବଂ ବିଭିନ୍ନ ସାମ୍ବିଧାନିକ ଉପ-କମିଟିର ସ୍ଥାପନ ମଧ୍ୟରେ ସୀମିତ ଥିଲା । ମୁସ୍‌ଲିମ୍ ଲିଗ୍ ସଭ୍ୟମାନଙ୍କର ବାସନ୍ଦ ନୀତି ଓ ପାକିସ୍ତାନ ସୃଷ୍ଟି ଦିଗରେ ଏକ୍‌ଜିଦିଆ ମନୋଭାବ ଫଳରେ ଭାରତୀୟ ଜାତୀୟ କଂଗ୍ରେସର ନେତାମାନେ ବାଧ୍ୟ ହୋଇଥିଲେ ପାକିସ୍ତାନର ଦାବିକୁ ମାନିନେବା ପାଇଁ ଓ ତା’ପରେ ଭାରତୀୟ ସ୍ଵାଧୀନତା ଆଇନ, ୧୯୪୭ ବ୍ରିଟିଶ ପାର୍ଲାମେଣ୍ଟଦ୍ଵାରା ଗୃହୀତ ହେଲା ।

ଏହା ଫଳରେ ସୃଷ୍ଟି ହେଲା ଭାରତ ଓ ପାକିସ୍ତାନ ପରି ଦୁଇଟି ଔପନିବେଶିକ ସ୍ଵାଧୀନତା ପ୍ରାପ୍ତ ରାଜ୍ୟ (Dominion Status) । ଏହା ଆଇନ ଭାରତର ବିଭାଜନ, ଭାରତ ଓ ପାକିସ୍ତାନ ପାଇଁ ସ୍ଵତନ୍ତ୍ର ସମ୍ବିଧାନ ପ୍ରଣୟନ ସଭାର ସୃଷ୍ଟି ଏବଂ ଭାରତର ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ ସଂଖ୍ୟାକୁ ୩୦୮କୁ ଖସି ଆସିବାପାଇଁ ମୁଖ୍ୟତଃ ଦାୟୀ ।

ସ୍ଵାଧୀନତା ଆଇନ ପ୍ରବର୍ତ୍ତନ ମାଧ୍ୟମରେ ସମ୍ବିଧାନ ପ୍ରଣୟନ ସଭାର ପଦମର୍ଯ୍ୟାଦାର ପରିବର୍ତ୍ତନ – ଭାରତସ୍ଵାଧୀନତା ଆଇନ, ୧୯୪୭ର ପ୍ରବର୍ତ୍ତନ ପରେ ଭାରତର ସମ୍ବିଧାନ ପ୍ରଣୟନ କକ୍ଷକୁ ସ୍ଵାଧୀନ ଭାରତର ପ୍ରଥମ ଅସ୍ଥାୟୀ ପାର୍ଲାମେଣ୍ଟ ରୂପେ ସ୍ଵୀକୃତି ଦିଆଯାଇଥିଲା । ଏହା ଫଳରେ ଏହି ସଭା ଏକ ସାର୍ବଭୌମ ଅନୁଷ୍ଠାନରେ ପରିଣତ ହେଲା । ୧୯୫୨ ମସିହାର ପ୍ରଥମ ସାଧାରଣ ନିର୍ବାଚନ ପରେ ନୂତନ ପାର୍ଲାମେଣ୍ଟର ଗଠନ ପର୍ଯ୍ୟନ୍ତ ଏହି ସଭା – ଏହି ସମ୍ବିଧାନ ପ୍ରଣୟନ ସଭା ଏବଂ ଏକ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା (Union Parliament) ର ଦାୟିତ୍ଵ ସମ୍ପାଦନ କରୁଥିଲା ।

ଏକ ସମ୍ବିଧାନ ପ୍ରଣୟନ ସଭାର ପରିବର୍ତ୍ତିତ ଆଇନଗତ ସ୍ଥିତି ସମ୍ପର୍କରେ ଜବାହରଲାଲ ନେହେରୁଙ୍କର ଅଗଷ୍ଟ ୧୫, ୧୯୪୭ର ମତ ଉଲ୍ଲେଖଯୋଗ୍ୟ – “ସ୍ଵାଧୀନତା ଓ କ୍ଷମତା ଦାୟିତ୍ବର ବୋଝ ମୁଣ୍ଡାଇ ଦିଏ । ଏହି ଦାୟିତ୍ଵ ଏହି ସାର୍ବଭୌମ ପ୍ରଣୟନ ସଭା ଉପରେ ନ୍ୟସ୍ତ ଯାହା ଭାରତର ଲୋକମାନଙ୍କର ମୂର୍ତ୍ତିମନ୍ତ ପ୍ରତୀକ ।”

ଚିଠାକରଣ (Drafting) କମିଟି – ଅଗଷ୍ଟ ୨୯, ୧୯୪୭ ଦିନ ସମ୍ବିଧାନ ପ୍ରଣୟନ କକ୍ଷର ଚିଠାକରଣ କମିଟିକୁ ନିଯୁକ୍ତି ଦିଆଯାଇଥିଲା । ଏହା ଡଃ ବି.ଆର. ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଥିଲା । ଏଥିରେ ଏନ୍. ଗୋପାଳସ୍ଵାମୀ ଆୟାଙ୍ଗର, ଆଲ୍ଲାଦି କ୍ରିଷ୍ଣାସ୍ଵାମୀ ଆୟାର, କେ. ଏମ୍. ମୁନ୍‌ସି, ଟି.ଟି. କ୍ରିଷ୍ଣାମାଚାରୀ, ମହମ୍ମଦ୍ ସାଦୁଲ୍ଲା, ଏନ୍. ମହାଦେବ ରାଓ ଇତ୍ୟାଦି ବ୍ୟକ୍ତିମାନେ ସଭ୍ୟରୂପେ ରହିଥିଲେ ।

ଏହି ଚିଠାକରଣ କମିଟିର ରିପୋର୍ଟ ଫେବୃୟାରୀ ୨୧, ୧୯୪୮ରେ ସଭାରେ ଉପସ୍ଥାପିତ ହୋଇଥିଲା ଏବଂ ଚିଠା ସମ୍ବିଧାନଟି ସମ୍ବିଧାନ ପ୍ରଣୟନ ସଭାରେ ନଭେମ୍ବର ୪, ୧୯୪୮ରେ ଉପସ୍ଥାପିତ କରାଯାଇଥିଲା । ଏହି ଚିଠା ସମ୍ବିଧାନଟି ସମ୍ବିଧାନ ପ୍ରଣୟନ ସଭାର ଅନୁମୋଦନ ନଭେମ୍ବର ୨୬, ୧୯୪୯ରେ ଲାଭ କରିଥିଲା; ମାତ୍ର ଜାନୁୟାରୀ ୨୬, ୧୯୫୦ ତାରିଖ ଦିନ ଏହା ବାସ୍ତବରେ କାର୍ଯ୍ୟକାରୀ ହେଲା ।

ସମ୍ବିଧାନ ପ୍ରଣୟନ କକ୍ଷର କାର୍ଯ୍ୟକାଳ – ସମ୍ବିଧାନ ପ୍ରଣୟନ ସଭାର ୧୧ଟି ଅଧୂବେଶନ ବସିଥିଲା ଏବଂ ଏହା ୧୬୫ ଦିନ କାର୍ଯ୍ୟରତ ଥୁଲା | ମୋଟ ୧୬୫ ଦିନ ମଧ୍ୟରୁ ୧୧୪ ଦିନ ଚିଠା ସମ୍ବିଧାନ ସମ୍ପର୍କୀୟ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ଥିଲା । ସରକାରୀ ଭାବରେ ଏହି ସଭାର କାର୍ଯ୍ୟ ଡିସେମ୍ବର ୯, ୧୯୪୬ରେ, ଆରମ୍ଭ ହୋଇ ନଭେମ୍ବର ୨୬, ୧୯୪୯ ଦିନ ଶେଷ ହୋଇଥିଲା । ଅର୍ଥାତ୍ ଏହା ସମୁଦାୟ ୨ ବର୍ଷ ୧୧ ମାସ ଓ ୧୮ ଦିନ କାର୍ଯ୍ୟ କରିଥିଲା । ୩୯୫ଟି ଧାରା ଓ ୮ଟି ଅନୁସୂଚୀବିଶିଷ୍ଟ ଏକ ବିରାଟ ସମ୍ବିଧାନ ପ୍ରଣୟନ କରିବା ପାଇଁ ସର୍ବମୋଟ ୬.୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ସମାଲୋଚନା – ଭାରତୀୟ ସ୍ଵାଧୀନତାକୁ ସଂରକ୍ଷଣ କରି ଶାସନ ବ୍ୟବସ୍ଥାକୁ ଏକ ସ୍ଥିର ରୂପରେଖ ଦେବା ନିମିତ୍ତ ସମ୍ବିଧାନ ପ୍ରଣୟନ ସଭାର ଦାୟିତ୍ଵ ଅନସ୍ବୀକାର୍ଯ୍ୟ ଅଟେ । ଭାରତୀୟ ଜନଜୀବନରେ ଏକ ନୂତନ ଯୁଗର ଅଭ୍ୟୁଦୟ ପାଇଁ ସମ୍ବିଧାନ ରୂପକ ଐତିହାସିକ ନଥର ସଂଯୋଜନା, ଏହି କକ୍ଷର ସଭ୍ୟଭୁକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵର ମହାନତା ଓ ପରିବ୍ୟାପ୍ତତାକୁ ସୂଚିତ କରେ । ତଥାପି ଏହା ସମାଲୋଚକମାନଙ୍କର ସମାଲୋଚନାରୁ ମୁକ୍ତ ନୁହେଁ । ସମାଲୋଚକମାନେ ମୁଖ୍ୟତଃ ନିମ୍ନଲିଖତ ଯୁକ୍ତିର ଆଶ୍ରୟ ନେଇଥା’ନ୍ତି ।

(୧) ଏହା ଏକ କଂଗ୍ରେସୀ ଚିଠା – ସମ୍ବିଧାନ ପ୍ରଣୟନ ସଭାର କଂଗ୍ରେସ ଦଳର ସଂଖ୍ୟାଧ‌ିକ ପ୍ରତିନିଧ୍ଵ ଥ‌ିବାରୁ ଏବଂ ଦଳୀୟ ହୁଇପୂର ଭୟରେ କଂଗ୍ରେସର ଅଳ୍ପ ମାନ୍ୟଗଣ୍ୟ ସଭ୍ୟଙ୍କ ଦ୍ଵାରା ଗୃହୀତ ପ୍ରସ୍ତାବ କକ୍ଷର ଅନୁମୋଦନ ଲାଭ କରୁଥିବାରୁ, ଏହି ସଭାଦ୍ଵାରା ପ୍ରଣୀତ ସମ୍ବିଧାନ କେବଳ ଗୋଟିଏ ଦଳର ଏକମୁଖୀ ଦର୍ଶନକୁ ପ୍ରତିଫଳିତ କରୁଛି ବୋଲି ସମାଲୋଚକମାନେ ଦାବି କରନ୍ତି । ଏହି ସଭାର ପରିସର ମଧ୍ୟରେ ଏକ ଦାୟିତ୍ଵସମ୍ପନ୍ନ, ଯୋଗ୍ୟ ବିରୋଧୀଦଳ ଅନୁପସ୍ଥିତ ଥିଲା, ଯାହା ସମ୍ବିଧାନର ମୂଲ୍ୟବୋଧ ସମ୍ପର୍କରେ ଭୂ-କୁଞ୍ଚୁତ କରିବାପାଇଁ ସମାଲୋଚକମାନଙ୍କୁ ସୁଯୋଗ ଦେଇଥିଲା ।

(୨) ଲୋକମାନଙ୍କର ସଠିକ୍ ପ୍ରତିନିଧୁତ୍ବ ପାଇଁ ଯଥାଯୋଗ୍ୟ ସୁଯୋଗର ଅନୁପସ୍ଥିତି – ସମ୍ବିଧାନ ପ୍ରଣୟନ କକ୍ଷ ଲୋକମାନଙ୍କର ପ୍ରକୃତ ସମର୍ଥନ ଲାଭରୁ ବଞ୍ଚିତ ଥିଲା । କାରଣ ଏହା ପ୍ରାଦେଶିକ ବ୍ୟବସ୍ଥାପକ ସଭା (Provincial Legislative Assemblies) ମାନଙ୍କର ସଭ୍ୟମାନଙ୍କଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ଗଠିତ ହୋଇଥିଲା | ଏହି ପ୍ରାଦେଶିକ ବ୍ୟବସ୍ଥାପକ ସଭାଗୁଡ଼ିକ ୧୯୪୫ ମସିହାରେ ଲୋକମାନଙ୍କର ସୀମିତ ଭୋଟଦାନ କ୍ଷମତା ମାଧ୍ୟମରେ ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ଗଠନ କରାଯାଇଥିଲା । ତେଣୁ ସମ୍ବିଧାନ ପ୍ରଣୟନ କକ୍ଷ ଏକ ବାସ୍ତବ ପ୍ରତିନିଧୁମୂଳକ ଅନୁଷ୍ଠାନ ନ ଥିଲା ।

(୩) ଦେଶୀୟ ରାଜ୍ୟ (Princely States) ମାନଙ୍କୁ ପ୍ରତିନିଧୁତ୍ଵର ସୁଯୋଗ ଦିଆଯାଇ ନ ଥିଲା – ଦେଶୀୟ ରାଜ୍ୟମାନଙ୍କରୁ ରାଜାମାନଙ୍କର ମନୋନୀତ ପ୍ରତିନିଧୁମାନଙ୍କୁ ଏହି ସଭାର ସଭ୍ୟପଦ ଦିଆଯିବା ବିଧ୍ୱଂସମ୍ମତ ଥିଲେ ମଧ୍ୟ ଏବଂ ଏହା ପାଇଁ କ୍ୟାବିନେଟ୍ ମିଶନ୍ ଯୋଜନାର ରିପୋର୍ଟରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଥିଲେ ମଧ୍ୟ, ଏହା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ନ ଥିଲା । ନିର୍ବାଚିତ ପ୍ରତିନିଧୁଙ୍କ ସ୍ଥାନରେ ମନୋନୀତ ପ୍ରତିନିଧୁମାନଙ୍କୁ ନିଆଯିବା ବ୍ୟବସ୍ଥାଦ୍ଵାରା ଭାରତର ଜନସଂଖ୍ୟାର ଶତକଡ଼ା ୪୦ ଭାଗ ବାସ୍ତବ ପ୍ରତିନିଧୂତ୍ବ ବ୍ୟବସ୍ଥାରୁ ବଞ୍ଚିତ ହୋଇଥିଲେ ।

(୪) ଗରିବ ଲୋକଙ୍କର ପ୍ରତିନିଧୁ ନୁହେଁ ବରଂ ଓକିଲମାନଙ୍କର ସମାବେଶ ଏହି କକ୍ଷରେ ଘଟିଥିଲା – ସମ୍ବିଧାନ ପ୍ରଣୟନ ସଭାରେ ଓକିଲ ଓ ରାଜନୈତିକ ବ୍ୟକ୍ତିଙ୍କର ସଂଖ୍ୟାତ୍ମକ ଉପସ୍ଥିତି ଥିଲା । ସେମାନେ ଗରିବ ଲୋକଙ୍କର ସମସ୍ୟା ଜର୍ଜରିତ ଜୀବନ ସମ୍ପର୍କରେ ଅଜ୍ଞ ଓ ବୀତସ୍ପୃହ ଥିଲେ, ଯେଉଁ ମନୋଭାବ ସମ୍ବିଧାନ ମାଧ୍ୟମରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ କରିବା ଲକ୍ଷ୍ୟର ପରିପନ୍ଥୀ ହୋଇଥିଲା ।

ଉପରୋକ୍ତ ସମାଲୋଚନାର ପାତ୍ର ହୋଇଥିବା ସମ୍ବିଧାନ ପ୍ରଣୟନ ସଭା ଯେ ନିଶ୍ଚିତ ଭାବରେ ଏକ ଦାୟିତ୍ଵସମ୍ପନ୍ନ କାର୍ଯ୍ୟର ସୂଚାରୁ ସମ୍ପାଦନ କରିଛି ତାହା ବିବାଦ ବହିର୍ଭୂତ ସିଦ୍ଧାନ୍ତ ଅଟେ । ସ୍ଵାଧୀନତା ପରବର୍ତ୍ତୀ ଭାରତର ରାଜନୈତିକ ଅସ୍ଥିରତା ଓ ବିଚ୍ଛିନ୍ନତାବାଦୀ ଶକ୍ତିର ରକ୍ତାକ୍ତ ଚୁମ୍ବନରୁ ଆମର କଷ୍ଟ ଉପାର୍ଜିତ ସ୍ଵାଧୀନତାକୁ ରକ୍ଷା କରିବାପାଇଁ ଏହାର ପ୍ରଚେଷ୍ଟା ଓ କାର୍ଯ୍ୟ ସ୍ଵାଗତଯୋଗ୍ୟ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଲୋଚନାପର୍ଯ୍ୟାଲୋଚନାର ସ୍ତର ଦେଇ ଏହା ସ୍ଵାଧୀନ ଭାରତ ପାଇଁ ଏକ ଦୃଢ଼ ମେରୁଦଣ୍ଡ – ଏକ ସୁବିନ୍ୟସ୍ତ ସମ୍ବିଧାନ ପ୍ରସ୍ତୁତ କରିଥିଲା ଏବଂ ଏହାହିଁ ହେଉଛି ଉକ୍ତ ସଭାର ପ୍ରକୃତ ମୂଲ୍ୟାଙ୍କନ ।

୨ । ଭାରତ ସମ୍ବିଧାନର ପ୍ରାକ୍‌କଥନ ବା ମୁଖବନ୍ଧ (Preamble)ର ଲକ୍ଷ୍ୟ ଓ ଆଦର୍ଶଗୁଡ଼ିକ ଆଲୋଚନା କର ।
Answer:
ମୁଖବନ୍ଧ ବା ପ୍ରସ୍ତାବନା ସମ୍ବିଧାନର ମୁଖ ସଦୃଶ । ଜାତିର ଅଭୀପ୍‌ସା, ଆକାଂକ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଅଛି । ସମ୍ବିଧାନର ପ୍ରଣେତାମାନେ ଭାରତବାସୀଙ୍କ ତରଫରୁ ସମ୍ବିଧାନ ପ୍ରଣୟନ କରି ସେହିମାନଙ୍କର ହସ୍ତରେ ଅର୍ପଣ କରିଛନ୍ତି ବୋଲି ଘୋଷଣା କରିଛନ୍ତି । ସମ୍ବିଧାନର ମୌଳିକ ଭିତ୍ତି, ନୈତିକ ଆଦର୍ଶ ତଥା ବିଶିଷ୍ଟ ବିଭବଗୁଡ଼ିକର ସଂକ୍ଷିପ୍ତ ସୂଚନା ପ୍ରସ୍ତାବନାରେ ମିଳିଥାଏ । ଏହା ସମ୍ବିଧାନର ଆତ୍ମା ସଦୃଶ ।

ଭାରତ ସମ୍ବିଧାନର ପ୍ରସ୍ତାବନାରେ କୁହାଯାଇଛି ଯେ, “ଆମେ ଭାରତବାସୀ ଦୃଢ଼ସଂକଳ୍ପବଦ୍ଧ ହୋଇ ଭାରତକୁ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ,
ସାଧାରଣତନ୍ତ୍ର ରାଷ୍ଟ୍ର ହିସାବରେ ଗଠନ କରିବାକୁ ଓ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟବିଚାର, ଚିନ୍ତା, ଅଭିବ୍ୟକ୍ତି, ବିଶ୍ଵାସ, ଧର୍ମ ଉପାସନାର ସ୍ଵାଧୀନତା, ପ୍ରତିଷ୍ଠା ଓ ସୁଯୋଗର ସମତା ଏବଂ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ଵର ବିକାଶ କରାଇବା ସଙ୍ଗେ ସଙ୍ଗେ ବ୍ୟକ୍ତିର ମର୍ଯ୍ୟାଦା ଓ ଜାତିର ଐକ୍ୟ ଓ ସଂହତି ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇ ଆମରି ଶାସନ ବିଧାୟକ ସଭାରେ ୧୯୪୯ ମସିହା ଡିସେମ୍ବର ମାସର ଆଦ୍ୟ ୨୬ ତାରିଖ ଦିନ ଏହି ସମ୍ବିଧାନକୁ ଅଙ୍ଗୀକୃତ ଅଧୁନିୟମିତ ଏବଂ ଆତ୍ମାର୍ପିତ କରୁଛୁ ।’’

(୧) ସମ୍ବିଧାନର ଉତ୍ସ :
ପ୍ରସ୍ତାବନାରେ ବ୍ୟବହାର କରାଯାଇଥିବା ‘ଆମ୍ଭେ ଭାରତବାସୀ’ ଶବ୍ଦାବଳୀ ସାର୍ବଭୌମ କ୍ଷମତା ଲୋକମାନଙ୍କଠାରେ ନ୍ୟସ୍ତ ବୋଲି ସୂଚନା ଦିଏ ।

(୨) ରାଜନୈତିକ ବ୍ୟବସ୍ଥାର ପ୍ରକୃତି :
ସାର୍ବଭୌମ ରାଷ୍ଟ୍ର : ଭାରତ ଆଭ୍ୟନ୍ତରୀଣ ଓ ବାହ୍ୟ କ୍ଷେତ୍ରରେ ନିରଙ୍କୁଶ କ୍ଷମତା ବିସ୍ତାର କରିଅଛି । ପ୍ରତ୍ୟେକ କ୍ଷେତ୍ରରେ ସରକାରଙ୍କର ନିଷ୍ପଭିକୁ ପ୍ରତ୍ୟେକ ମାନିବାକୁ ବାଧ୍ୟ ।
ଭାରତକୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ବହୁ ରାଜ୍ୟରେ ବିଭକ୍ତ କରାଯାଇଥିଲେ ମଧ୍ୟ ରାଷ୍ଟ୍ରର ଏକତା ଅକ୍ଷୁଣ୍ଣ ରହିଛି ଓ ସାର୍ବଭୌମତ୍ଵ କେନ୍ଦ୍ରୀଭୂତ ଓ ଏକୀକରଣ ହୋଇ ରହିଛି ।

ସମାଜବାଦୀ ରାଷ୍ଟ୍ର : ସମାଜବାଦୀ ରାଷ୍ଟ୍ରରେ ଧନୀଦରିଦ୍ର ମଧ୍ୟରେ ଥ‌ିବା ବୈଷମ୍ୟ ଦୂରୀକରଣ, ସବୁଶ୍ରେଣୀର ଲୋକଙ୍କ ମଧ୍ୟରେ ଜାତୀୟ ସମ୍ପଦର ବଣ୍ଟନ, ରାଷ୍ଟ୍ରଦ୍ବାରା ଉତ୍ପାଦନ ଓ ବଣ୍ଟନ ପ୍ରଣାଳୀର ନିୟନ୍ତ୍ରଣ, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ ଓ ପ୍ରତ୍ୟେକଙ୍କ ଆର୍ଥନୀତିକ ଅଭିବୃଦ୍ଧି ସାଧନ ଉପରେ ଗୁରୁତ୍ଵ ଦିଆଯାଏ ।

ଧର୍ମନିରପେକ୍ଷ ରାଷ୍ଟ୍ର : ପ୍ରସ୍ତାବନାରେ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ଗ୍ରହଣ କରାଯାଇଛି । ରାଷ୍ଟ୍ର କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ରାଷ୍ଟ୍ରୀୟ ଧର୍ମରୂପେ ଗ୍ରହଣ କରିନାହିଁ । ସବୁଧର୍ମକୁ ସମାନ ମର୍ଯ୍ୟାଦା ପ୍ରଦାନ କରିବା ରାଷ୍ଟ୍ରର ଧର୍ମ । ଭାରତର ଜଣେ ଅଧିବାସୀ ସ୍ଵାଧୀନଭାବରେ ଯେକୌଣସି ଧର୍ମକୁ ଗ୍ରହଣ କରିପାରିବ ଏବଂ ପ୍ରଚାର କରିପାରିବ । ଏଥିପାଇଁ ରାଷ୍ଟ୍ର ତରଫରୁ କୌଣସି କଟକଣା ନାହିଁ ।

ଗଣତାନ୍ତ୍ରିକ ରାଷ୍ଟ୍ର : ଭାରତର ସାର୍ବଭୌମତ୍ଵ ସର୍ବସାଧାରଣଙ୍କ ଉପରେ ନ୍ୟସ୍ତ । ଏଠାରେ ଅବାଧ ଓ ସମୟାନୁକ୍ରମିକ ନିର୍ବାଚନ ପ୍ରଚଳିତ । ସାର୍ବଜନୀନ ଭୋଟ ପ୍ରଥା ଗଣତନ୍ତ୍ରକୁ ସୁଦୃଢ଼ କରିଛି । ଆଇନର ଶାସନ, ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନ, ପ୍ରତିନିଧୂମୂଳକ ତଥା ଦାୟିତ୍ଵପୂର୍ଣ ସରକାର ପ୍ରତିଷ୍ଠା ପ୍ରଭୃତି ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

ସାଧାରଣତନ୍ତ୍ର ରାଷ୍ଟ୍ର : ଭାରତରେ ରାଜତନ୍ତ୍ରକୁ ଉପେକ୍ଷାକରି ସାଧାରଣତନ୍ତ୍ରକୁ ଗ୍ରହଣ କରାଯାଇଛି । ଭାରତର ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତି ପାଞ୍ଚବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ଉତ୍ତରାଧୁକାର ସୂତ୍ରରେ ରାଷ୍ଟ୍ରପତି ପଦବୀ ମଣ୍ଡନ କରାଯାଏ ନାହିଁ । ରାଷ୍ଟ୍ର ଶାସନର ସମସ୍ତ କ୍ଷମତା ଜନସାଧାରଣଙ୍କ ହାତରେ ନ୍ୟସ୍ତ ଥାଏ ।

(୩) ସମ୍ବିଧାନର ଲକ୍ଷ୍ୟ ଓ ଆଦର୍ଶ :
ନ୍ୟାୟ : ପ୍ରସ୍ତାବନାରେ କୁହାଯାଇଛି ଯେ ଭାରତୀୟ ନାଗରିକମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ନ୍ୟାୟ ଦିଆଯିବ । କୌଣସି ବ୍ୟକ୍ତିକୁ କୌଣସି କାରଣରୁ ନ୍ୟାୟ ପ୍ରାପ୍ତିରୁ ବଞ୍ଚିତ କରାଯିବ ନାହିଁ ।
ସ୍ବତନ୍ତ୍ରତା : ଚିନ୍ତନ, ପ୍ରକାଶନ, ପୂଜନ ଓ ବିଶ୍ଵାସର ସ୍ଵତନ୍ତ୍ରତା ପ୍ରତ୍ୟେକ ନାଗରିକ ପ୍ରାପ୍ତ ହେବେ ।
ସମାନତା : ଭାରତ ସମ୍ବିଧାନ ପ୍ରସ୍ତାବନାରେ ନାଗରିକମାନଙ୍କ ମଧ୍ୟରେ ସମତା ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖାଯାଇଛି । ଆଇନ ଦୃଷ୍ଟିରେ ସମସ୍ତେ ସମାନଭାବେ ବିଚାର କରିବା ଓ କୌଣସି ବାଛବିଚାର ନକରି ପ୍ରତ୍ୟେକ ନାଗରିକକୁ ପଦମର୍ଯ୍ୟାଦା ଓ ସୁବିଧା ସୁଯୋଗ ଉପଭୋଗ କ୍ଷେତ୍ରରେ ସମାନତା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ଭ୍ରାତୃତ୍ବ ଓ ଜାତୀୟ ଐକ୍ୟ : ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ମର୍ଯ୍ୟାଦା ବୃଦ୍ଧି କରି ରାଷ୍ଟ୍ରର ଐକ୍ୟ ଓ ସଂହତି ପ୍ରତିଷ୍ଠା କରିବାପାଇଁ ପ୍ରସ୍ତାବନାରେ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନତା ମଧ୍ୟରେ ଐକ୍ୟ ପ୍ରତିଷ୍ଠା ଏହାର ଉଦ୍ଦେଶ୍ୟ । ଭାଷା, ଧର୍ମ, ଦେଶ, ସଂସ୍କୃତି ପ୍ରଭୃତିର ବିଭିନ୍ନତା ସତ୍ତ୍ଵେ ଭାରତ ଏକ ଏବଂ ଭାରତୀୟମାନେ ଯେ ଅଭିନ୍ନ ଏହା ପ୍ରତିପାଦିତ ହୋଇଛି । ବିଭିନ୍ନ ସଂସ୍କୃତିର ମିଳନରେ ଭାରତୀୟ ସଂସ୍କୃତି ସୃଷ୍ଟି କରିବା ଓ ଭାରତକୁ ଏକ ସୁସଂହତ ଏବଂ ଦୃଢ଼ରାଷ୍ଟ୍ରରେ ପରିଣତ କରିବା ଏହାର ଲକ୍ଷ୍ୟ ।

(୪) ସମ୍ବିଧାନର ପ୍ରଣୟନ ତାରିଖ : ପ୍ରସ୍ତାବନାର ଶେଷଭାଗରେ ଥ‌ିବା ୧୯୪୯ ମସିହା ନଭେମ୍ବର ୨୬ ତାରିଖ ହେଉଛି ସମ୍ବିଧାନ ଗୃହୀତର ଦିନ । ଏହି ଦିନ ସମ୍ବିଧାନ ଶାସନ ବିଧାୟକ ସଭାଦ୍ଵାରା ଗୃହୀତ ହୋଇଥିଲା । କିନ୍ତୁ ଜାନୁୟାରୀ ୨୬, ୧୯୫୦ରେ ଏହା କାର୍ଯ୍ୟକାରୀ ହେଲା ।

ପ୍ରସ୍ତାବନାକୁ ପଣ୍ଡିତ ଠାକୁର ଦାସ ଭାର୍ଗବ ସମ୍ବିଧାନର ଆତ୍ମା ବୋଲି ବର୍ଣ୍ଣନା କରିଛନ୍ତି । ବିଶିଷ୍ଟ ରାଜନୀତି ବିଜ୍ଞାନୀ ବାର୍କରଙ୍କ ମତରେ, ଭାରତ ସମ୍ବିଧାନର ପ୍ରସ୍ତାବନାରେ ସମ୍ବିଧାନର ସାରତତ୍ତ୍ଵ ଓ ଯୁକ୍ତି ସନ୍ନିବେଶିତ ହୋଇଛି । ଏଣୁ ଏହାକୁ ସମ୍ବିଧାନର ଚାବିକାଠିରୂପେ ବର୍ଣ୍ଣନା କରାଯାଇଛି ।

୩ । ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ବା ଚାରିତ୍ରିକ ଲକ୍ଷଣ (Salient Features)ଗୁଡ଼ିକ ଆଲୋଚନା କର ।
Answer:
ସମ୍ବିଧାନ ହେଉଛି ରାଷ୍ଟ୍ରର ମୌଳିକ ନୀତିଗ୍ରନ୍ଥ । ରାଷ୍ଟ୍ର ଶାସନର ମୌଳିକ ସିଦ୍ଧାନ୍ତ ଓ ଆଇନଗୁଡ଼ିକ ସମ୍ବିଧାନରେ ପ୍ରତିଫଳିତ ହୋଇଥିବାରୁ ଏହାକୁ ରାଷ୍ଟ୍ରର ଅପରିହାର୍ଯ୍ୟ ଅଙ୍ଗ ବୋଲି କୁହାଯାଏ । ଭାରତୀୟ ସମ୍ବିଧାନ ଏକ ସମ୍ପୂର୍ଣ୍ଣ ମୌଳିକ ସୃଷ୍ଟି ନୁହେଁ । ଏହା ବିଶ୍ଵର ଅନ୍ୟାନ୍ୟ ସମ୍ବିଧାନଦ୍ଵାରା କେତେକାଂଶରେ ପ୍ରଭାବିତ ହୋଇଥିବାରୁ ସମାଲୋଚକମାନେ ଏହାକୁ ଏକ ଉଧାର ସମ୍ବିଧାନ କହନ୍ତି । ଏହି ବୃହତ୍ ସମ୍ବିଧାନକୁ ଅନୁଧ୍ୟାନ କଲେ ନିମ୍ନଲିଖିତ ବୈଶିଷ୍ଟ୍ୟମାନ ପରିଲକ୍ଷିତ ହୁଏ । କିନ୍ତୁ ଉଦ୍ଧୃତ ବିଷୟ ଭାରତୀୟ ପରିବେଶରେ ଖାପ ଖାଇବା ହିଁ ଆମର ମୌଳିକତା ।

(୧) ବୃହତ୍ ଲିଷ୍କୃତ ସମ୍ବିଧାନ : ଭାରତୀୟ ସମ୍ବିଧାନ ପୃଥ‌ିବୀର ସର୍ବବୃହତ୍ ଲିଖତ ସମ୍ବିଧାନ ଅଟେ । ଏହି ସମ୍ବିଧାନରେ ସର୍ବମୋଟ ୩୯୫ଟି ଧାରା ଏବଂ ୧୨ଟି ଅନୁସୂଚୀ ରହିଛି । ଏହାର ବିଶାଳତା ଓ ଜଟିଳତାକୁ ବିଚାରକୁ ନେଇ ଏହାକୁ ‘ଓକିଲମାନଙ୍କର ସ୍ଵର୍ଗ’ ବୋଲି ସମାଲୋଚନା କରାଯାଇଛି । ଏପରି ବିଶାଳକାୟ ହେବାର କାରଣ ହେଲା ଶାସନ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ବିଧାନ ଲିଖତଭାବରେ ରଖାଯାଇଛି, ସମ୍ବିଧାନକୁ ସ୍ପଷ୍ଟ, ସରଳ, ବୋଧଗମ୍ୟ କରାଯାଇଛି ଏବଂ କେନ୍ଦ୍ରୀୟ ତଥା ରାଜ୍ୟର ଶାସନ ପ୍ରଣାଳୀ ପୃଥକ୍‌ଭାବେ ସୂଚିତ ହୋଇଛି ।

(୨) ସାର୍ବଭୌମ, ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର : ସ୍ଵାଧୀନତା ହାସଲ ପରେ ଭାରତ ବାହ୍ୟ ଓ ଆଭ୍ୟନ୍ତରୀଣ ନିୟନ୍ତ୍ରଣରୁ ମୁକ୍ତ ହୋଇ ସର୍ବୋଚ୍ଚ ଶାସନ କ୍ଷମତାର ଅଧିକାରୀ । ଏଠାରେ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠାର ଲକ୍ଷ୍ୟ ରହିଛି । ଭାରତରେ ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥା କାର୍ଯ୍ୟ କରୁଛି ।

(୩) ଧର୍ମନିରପେକ୍ଷ ରାଷ୍ଟ୍ର : ୧୯୭୬ ମସିହାରେ ସମ୍ବିଧାନର ୪୨ ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ପରିଗଣିତ ହେଲା । ରାଷ୍ଟ୍ରରେ ଏକ ସ୍ଵତନ୍ତ୍ର ଧର୍ମ ନାହିଁ । ସବୁ ଧର୍ମପ୍ରତି ସମାନ ମର୍ଯ୍ୟାଦା ପ୍ରଦାନ କରାଯାଇଛି । ବ୍ୟକ୍ତିବିଶେଷ ସ୍ଵାଧୀନ ଭାବରେ ଧର୍ମ ଗ୍ରହଣ କରିପାରିବ, ଏଥପାଇଁ ରାଷ୍ଟ୍ର ତରଫରୁ କୌଣସି କଟକଣା ନାହିଁ । ଧର୍ମ ଉପରେ କର ବସିବା ଓ ସରକାରୀ ଶିକ୍ଷାନୁଷ୍ଠାନରେ ଧର୍ମଶିକ୍ଷା ପ୍ରଦାନକୁ ବାରଣ କରାଯାଇଛି ।

(୪) ନମନୀୟତା ଓ ଅନମନୀୟତାର ସମାହାର : ଯେଉଁ ସମ୍ବିଧାନର ସଂଶୋଧନ ପ୍ରଣାଳୀ ଅତ୍ୟନ୍ତ ସରଳ ଅର୍ଥାତ୍ ଯେଉଁ ସମ୍ବିଧାନର ବିଷୟଗୁଡ଼ିକୁ ସାଧାରଣ ଆଇନ ପ୍ରଣୟନ ପ୍ରଣାଳୀରେ ସଂସଦଦ୍ଵାରା ସଂଶୋଧନ କରାଯାଇପାରେ, ତାକୁ ନମନୀୟ ସମ୍ବିଧାନ କୁହାଯାଏ । ମାତ୍ର ଯେଉଁ ସମ୍ବିଧାନର ସଂଶୋଧନ ପଦ୍ଧତି ଅତ୍ୟନ୍ତ ଜଟିଳ ଓ କଷ୍ଟସାଧ୍ୟ ଏବଂ ସଂସଦର ଦୁଇ-ତୃତୀୟାଂଶ ସମର୍ଥନ ଓ ଅନ୍ଧାଧିକ ରାଜ୍ୟ ବ୍ୟବସ୍ଥାପିକାର ସମର୍ଥନ ସହ ସଂଶୋଧନ ହୁଏ ତାକୁ ଅନମନୀୟ ସମ୍ବିଧାନ କୁହାଯାଏ । ଭାରତୀୟ ସମ୍ବିଧାନ ପ୍ରୟୋଜନ ଅନୁଯାୟୀ ନମନୀୟ ଓ ଅନମନୀୟ ହୋଇଥିବାରୁ ଉଭୟ ପଦ୍ଧତିର ସୁବିଧା ଉପଭୋଗ କରିଥାଏ ।

(୫) ସଂସଦୀୟ ଶାସନ : ବ୍ରିଟିଶ୍ ଶାସନ ପରି ଭାରତରେ ସଂସଦୀୟ ଶାସନ ବ୍ୟବସ୍ଥା ପ୍ରଚଳିତ । କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ଏଠାରେ ପାରସ୍ପରିକ ସହଯୋଗ ମଧ୍ୟରେ କାର୍ଯ୍ୟ କରନ୍ତି । ସମସ୍ତ କାର୍ଯ୍ୟ ପାଇଁ କାର୍ଯ୍ୟପାଳିକା ବ୍ୟବସ୍ଥାପିକା ନିକଟରେ ଦାୟୀ ରୁହେ । ଭାରତର ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ଓ ପ୍ରଧାନମନ୍ତ୍ରୀ ଶାସନମୁଖ୍ୟଭାବେ କାର୍ଯ୍ୟ କରନ୍ତି । ଶାସନ କାର୍ଯ୍ୟ ପ୍ରକୃତପକ୍ଷେ ପ୍ରଧାନମନ୍ତ୍ରୀଙ୍କଦ୍ଵାରା ପରିଚାଳିତ ହୁଏ । ରାଷ୍ଟ୍ରପତି ନାମକୁମାତ୍ର ମୁଖ୍ୟ ହୋଇ ରହନ୍ତି । ଏହି ବ୍ୟବସ୍ଥା ରାଜ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ । ରାଜ୍ୟପାଳ ନାମକୁମାତ୍ର ମୁଖ୍ୟ, ମାତ୍ର ମୁଖ୍ୟମନ୍ତ୍ରୀ ପ୍ରକୃତ ଶାସନମୁଖ୍ୟ ଅଟନ୍ତି ।

(୬) ସଂଘୀୟ ଶାସନ : ଆମ ଭାରତ ୨୮ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ । ଭାରତୀୟ ସମ୍ବିଧାନ ଭାରତୀୟ ଶାସନକୁ ସଂଘୀୟ ରୂପ ପ୍ରଦାନ କରିଛି । ଏହାର ସମ୍ବିଧାନ ଏକ ଲିଷ୍କୃତ ଓ ଅନମନୀୟ ସମ୍ବିଧାନ । ଦ୍ଵୈତ ଶାସନ ବ୍ୟବସ୍ଥା, ଦ୍ଵୈତ ସରକାର ମଧ୍ୟରେ କ୍ଷମତା ବଣ୍ଟନ ଏବଂ ଏକ ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟାଳୟ ଆଦି ସଂଘୀୟ ରାଷ୍ଟ୍ରର ସମସ୍ତ ଲକ୍ଷଣ ବିଦ୍ୟମାନ ଥିବାରୁ ଏହାକୁ ଏକ ସଂଘୀୟ ରାଷ୍ଟ୍ର କୁହାଯାଏ ।

ଭାରତୀୟ ଶାସନ ବ୍ୟବସ୍ଥାର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ରର ପ୍ରାଧାନ୍ୟ ବିଶେଷଭାବରେ ଅନୁଭୂତ ହୁଏ । ଜାତୀୟ ଏକତା ଓ ସଂହତି ପ୍ରତିଷ୍ଠା କରିବାର ଲକ୍ଷ୍ୟ ନେଇ ସମ୍ବିଧାନର ପ୍ରଣେତାମାନେ ଭାରତରେ କେନ୍ଦ୍ରାଭିମୁଖୀ ସଂଘୀୟ ବ୍ୟବସ୍ଥାର ପରିକଳ୍ପନା କରିଥିଲେ ।

(୭) ମୌଳିକ ଅଧୂକାର : ସମ୍ବିଧାନର ତୃତୀୟ ପରିଚ୍ଛେଦରେ ପ୍ରତ୍ୟେକ ବ୍ୟକ୍ତିକୁ ମୌଳିକ ଅଧିକାର ପ୍ରଦାନ କରାଯାଇଛି । ଆମେରିକା ସମ୍ବିଧାନ ପରି ଆମର ମୌଳିକ ଅଧୂକାର ସମ୍ବିଧାନରେ ଲିପିବଦ୍ଧ ହୋଇଛି । ଏହାକୁ ୬ ଭାଗରେ ବିଭକ୍ତ କରାଯାଇପାରେ । ଏହା ନ୍ୟାୟଯୋଗ୍ୟ ଅଟେ ।
(୧) ସମାନତା ଅଧିକାର – (୧୪ ଧାରାରୁ ୧୮ ଧାରା)
(୨) ସ୍ଵାଧୀନତା ଅଧିକାର – (୧୯ ଧାରାରୁ ୨୨ ଧାରା)
(୩) ଶୋଷଣ ବିରୋଧରେ ଅଧୂକାର – (୨୩ ଧାରାରୁ ୨୪ ଧାରା)
(୪) ଧର୍ମଗତ ଅଧିକାର (୨୫ ଧାରାରୁ ୨୮ ଧାରା)
(୫) ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (୨୯ ଧାରାରୁ ୩୦ ଧାରା)
(୬) ସାମ୍ବିଧାନିକ ପ୍ରତିକାର ଅଧୁକାର (୩୨ ଧାରା) ଏହା ସମ୍ବିଧାନର ୧୨ ଧାରାରୁ ୩୫ ଧାରା ପର୍ଯ୍ୟନ୍ତ ବିଶଦ୍‌ଭାବରେ ଆଲୋଚନା କରାଯାଇଛି ।

(୮) ମୌଳିକ କର୍ତ୍ତବ୍ୟ – ଧାରା ୫୧(କ) : ଅଧିକାର ଓ କର୍ତ୍ତବ୍ୟ ପରସ୍ପର ଅଙ୍ଗାଙ୍ଗୀଭାବେ ଜଡ଼ିତ । ନାଗରିକମାନେ ରାଷ୍ଟ୍ରରେ ଅଧିକାର ଉପଭୋଗ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ଉନ୍ନତି ପାଇଁ କେତେକ କର୍ଭବ୍ୟ ପାଳନ କରିବା ଆବଶ୍ୟକ । ୧୯୭୬ ମସିହାରେ ହୋଇଥିବା ୪୨ତମ ସମ୍ବିଧାନ ସଂଶୋଧନ ବଳରେ ୫୧ (କ) ଧାରାରେ ୧୦ଟି ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି । ସମ୍ବିଧାନ, ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ, ସାର୍ବଭୌମତ୍ଵ ଓ ଏକତା ରକ୍ଷା, ପରିବେଶ ସୁରକ୍ଷା, ନାରୀ ମର୍ଯ୍ୟାଦା ରକ୍ଷା ଆଦି ବିଷୟ ଏଥିରେ ସ୍ଥାନ ପାଇଛି ।

(୯) ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି (୩୬ ଧାରାରୁ ୫୧ ଧାରା) : ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ରାଷ୍ଟ୍ରୀୟ ନୀତିନିୟାମକ ବା ନିର୍ଦ୍ଦେଶତତ୍ତ୍ଵ ସନ୍ନିବେଶିତ ହୋଇ ରହିଛି । ଏହା କେବଳ ନିର୍ଦ୍ଦେଶାତ୍ମକ ନୀତି ଆଇନ ନୁହେଁ । କୋର୍ଟ କଚେରିରେ ମୋକଦ୍ଦମା କରି ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଦେଶର ଶାସନ ପାଇଁ ଏହା ମୌଳିକ ନୀତିରୂପେ ଘୋଷଣା କରାଯାଇଛି । ଆଇନ ପ୍ରଣୟନ ସମୟରେ ଅଥବା ନୀତି ନିର୍ଦ୍ଧାରଣ କଲାବେଳେ ଏହି ନିର୍ଦ୍ଦେଶାବଳୀକୁ ବିଚାରକୁ ନେବା ପାଇଁ ସମ୍ବିଧାନର ପ୍ରଣେତାମାନେ ବ୍ୟବସ୍ଥା କରିଛନ୍ତି । ସମ୍ବିଧାନର ୩୬ ଧାରାରୁ ଆରମ୍ଭ ହୋଇ ୫୧ ଧାରା ପର୍ଯ୍ୟନ୍ତ ନିର୍ଦ୍ଦେଶାବଳୀ ଲିପିବଦ୍ଧ ରହିଛି ।

(୧୦) ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା : ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ସମୂହରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବାପାଇଁ କଳ୍ପନା କରାଯାଇଛି । ଏଠାରେ ରାଷ୍ଟ୍ରର ଅଧିବାସୀମାନଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯିବାପାଇଁ ପ୍ରତିଶ୍ରୁତି ଦିଆଯାଇଛି । ସାଧାରଣ ଜୀବନର ସୁରକ୍ଷା ପାଇଁ ରାଷ୍ଟ୍ର ସୁବିଧା ଅବ୍ୟାହତ ରଖୁଛି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

(୧୧) ସ୍ଵାଧୀନ ନିରପେକ୍ଷ ବିଚାର ବ୍ୟବସ୍ଥା : ଭାରତରେ ଏକ ସୁସଙ୍ଗତ, ନିରପେକ୍ଷ ଓ ସ୍ଵାଧୀନ ବିଚାର ସଂସ୍ଥା ରହିଛି । ତେଣୁ ସୁପ୍ରିମ୍ କୋର୍ଟଠାରୁ ଆରମ୍ଭ କରି ନିମ୍ନ ଅଦାଲତ ପର୍ଯ୍ୟନ୍ତ ସମସ୍ତ ବିଚାର ସଂସ୍ଥା ଏକତ୍ର ବାନ୍ଧି ହୋଇ କାର୍ଯ୍ୟ କରିଥାଆନ୍ତି । ବିଚାର ବ୍ୟବସ୍ଥାର ସ୍ଵାଧୀନତା ପାଇଁ ବିଚାରପତିମାନଙ୍କ ନିଯୁକ୍ତି, ବେତନ, ଭତ୍ତା ଓ ଚାକିରି ସର୍ଭାବଳୀ ସମ୍ବିଧାନଦ୍ୱାରା ସୁରକ୍ଷିତ ହୋଇଛି ।

(୧୨) ସାର୍ବଜନୀନ ଭୋଟ କ୍ଷମତା : ସମ୍ବିଧାନର ୩୨୬ ଧାରାନୁସାରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏଥିପାଇଁ ପାଶ୍ଚାତ୍ୟ ଜଗତରେ ଯୁଗ ଯୁଗ ଧରି ଆନ୍ଦୋଳନ ଓ ଅପେକ୍ଷା କରାଯାଇଛି । ଭାରତରେ ଧନ, ଶିକ୍ଷା, ଲିଙ୍ଗ, ଧର୍ମ, ଜନ୍ମସ୍ଥାନ, ଜାତି ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏହା ଭାରତକୁ ବୃହତ୍ତମ ଗଣତନ୍ତ୍ର କରିଦେଇଛି । ସମ୍ବିଧାନର ଏହି ବ୍ୟବସ୍ଥା ଏକ ସାହସିକ ପଦକ୍ଷେପରୂପେ ବର୍ଣ୍ଣିତ ହୋଇଛି । ୬୨ତମ ସମ୍ବିଧାନ ସଂଶୋଧନଦ୍ୱାରା ବର୍ତ୍ତମାନ ୧୮ ବର୍ଷ ବୟସ୍କ ଲୋକଙ୍କୁ ଭୋଟଦାନ କ୍ଷମତା ଦିଆଯାଇଛି ।

(୧୩) ଏକକ ନାଗରିକତ୍ବ : ଭାରତରେ ଏକକ ନାଗରିକତ୍ଵ ପ୍ରଚଳିତ । ଭାରତରେ ବାସ କରୁଥିବା ବ୍ୟକ୍ତିମାନେ ଭାରତୀୟ ନାଗରିକଭାବେ ପରିଚିତ । ଭାରତ ସମ୍ବିଧାନ ଅନୁସାରେ କୌଣସି ରାଜ୍ୟ ନାଗରିକତା ପ୍ରଦାନ କରିପାରିବ ନାହିଁ । ଅର୍ଥାତ୍ ସମସ୍ତେ ଭାରତର ନାଗରିକ ହେବେ । ଏହାଦ୍ଵାରା ଜାତୀୟ ଏକତା ଓ ସଂହତି ବୃଦ୍ଧି ପାଏ । ଯୁକ୍ତରାଷ୍ଟ୍ର ଆମେରିକାରରେ ଦ୍ଵୈତ ନାଗରିକତା ପ୍ରଚଳିତ । ସେଠାରେ ଜଣେ ବ୍ୟକ୍ତି ନିଜ ରାଜ୍ୟର ନାଗରିକ ହେବା ସଙ୍ଗେ ସଙ୍ଗେ ଆମେରିକାର ନାଗରିକ ହୋଇଥାଏ । ଏହି ବ୍ୟବସ୍ଥାଦ୍ଵାରା ଭାରତ ସଂଘୀୟ ରାଷ୍ଟ୍ରର ବିରୋଧାଚରଣ କରୁଛି । କିନ୍ତୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସଂହତିକୁ ଦୃଢ଼ କରିବାପାଇଁ ଭାରତରେ ଏ ବ୍ୟବସ୍ଥା ପ୍ରବର୍ତ୍ତନ ହୋଇଛି ।

(୧୪) ସାଧାରଣତନ୍ତ୍ର : ସାଧାରଣତନ୍ତ୍ର ରାଷ୍ଟ୍ରର ମୁଖ୍ୟ ବଂଶାନୁକ୍ରମିକ ଉତ୍ତରାଧୁକାରୀ ସୂତ୍ରରେ କ୍ଷମତା ଦଖଲ କରନ୍ତି ନାହିଁ; ବରଂ ନିର୍ବାଚନଦ୍ଵାରା କ୍ଷମତାପ୍ରାପ୍ତ ହୁଅନ୍ତି । ଆମ ଭାରତର ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତି ନିର୍ବାଚନଦ୍ଵାରା କ୍ଷମତାପ୍ରାପ୍ତ ହୁଅନ୍ତି । ଆମେରିକା ଏହି ନୀତି ଅବଲମ୍ବନ କରିଛି ।

(୧୫) ସମ୍ବିଧାନର ପାଞ୍ଚ ସ୍ତମ୍ଭ : ସମ୍ବିଧାନ ପ୍ରଧାନ ପାଞ୍ଚୋଟି ସ୍ତମ୍ଭ ଉପରେ ନ୍ୟସ୍ତ ରହିଛି; ଯଥା –
(୧) ନିର୍ବାଚନ କମିଶନ,
(୨) ଅର୍ଥ କମିଶନ,
(୩) ପବ୍ଲିକ୍ ସର୍ଭିସ୍ କମିଶନ,
(୪) ଅଡ଼ିଟର ଜେନେରାଲ,
(୫) ଆଟଣ୍ଡି ଜେନେରାଲ ।

(୧୬) ଅନ୍ୟାନ୍ୟ ବୈଶିଷ୍ଟ୍ୟ : (୧) ଦ୍ବିସଦନତା, (୨) ଜରୁରିକାଳୀନ ବ୍ୟବସ୍ଥା, (୩) ସର୍ବଭାରତୀୟ ସେବାସଂସ୍ଥା, (୪) କ୍ଷମତା ସ୍ଵତନ୍ତ୍ରୀକରଣ, (୫) ସଂଖ୍ୟାଲଘୁ ଗୋଷ୍ଠୀର ଭାଷା ଓ ସଂସ୍କୃତିର ସଂରକ୍ଷଣ, (୬) ଜାତୀୟ ଭାଷା ନିର୍ଦ୍ଧାରଣ, (୭) ସାମ୍ବିଧାନିକ ଆଚରଣ ଓ ପଦ୍ଧତି, (୮) ବୈଦେଶିକ ନୀତି ନିର୍ଦ୍ଧାରଣ, (୯) ସମ୍ବିଧାନ ସଂଶୋଧନ ବ୍ୟବସ୍ଥା, (୧୦) ତଫସିଲଭୁକ୍ତ ଜାତି ଓ ଉପଜାତିର ମଙ୍ଗଳ ବିଧାନ, (୧୧) ପ୍ରତ୍ୟେକ ରାଜ୍ୟର ଅଞ୍ଚଳ ନିର୍ଦ୍ଧାରଣ, (୧୨) ଅର୍ଥନୈତିକ କ୍ଷମତା ବିସ୍ତୃତୀକରଣ, ବାଣିଜ୍ୟ ବ୍ୟବସାୟ ବ୍ୟବସ୍ଥା, (୧୩) ଜାମ୍ମୁକାଶ୍ମୀର, ଆନ୍ଧ୍ର, ଗୁଜରାଟ, ନାଗାଲାଣ୍ଡ, ସିକିମ୍, ଆସାମ ପ୍ରଭୃତି ରାଜ୍ୟଗୁଡ଼ିକ ବିଷୟରେ ବିଶେଷ ବ୍ୟବସ୍ଥାମାନ ରହିଛି । (୧୪) ସର୍ବୋପରି ୪୨ତମ ସମ୍ବିଧାନ ସଂଶୋଧନରେ ଭାରତକୁ ସମାଜବାଦୀ ରାଷ୍ଟ୍ରରୂପେ ଘୋଷଣା କରାଯାଇ ମୁଖବନ୍ଧର ସଂଶୋଧନ କରାଯାଇଛି । (୧୫) ୭୪ତମ ସମ୍ବିଧାନ ସଂଶୋଧନଦ୍ଵାରା ପଞ୍ଚାୟତିରାଜକୁ ସ୍ବାତନ୍ତ୍ର୍ୟ, ମାନ୍ୟତା ଓ ଅର୍ଥନୈତିକ କ୍ଷମତା ଦିଆଯାଇଛି ।

ପରିଶେଷରେ ଏତିକି କୁହାଯାଇପାରେ ଯେ ଭାରତର ସମ୍ବିଧାନ ପୃଥିବୀର ସର୍ବବୃହତ୍ ଏବଂ ଏକ ମହାନ୍ ଗଣତାନ୍ତ୍ରିକ ସମ୍ବିଧାନ ଅଟେ । ଅଧ୍ୟାପକ ଜେନିଙ୍ଗ୍‌ସଙ୍କ ମତରେ, ‘ସମସ୍ତ ସମ୍ବିଧାନଗୁଡ଼ିକ ହେଉଛି ଅତୀତର ଉତ୍ତରାଧୁକାରୀ ଓ ଭବିଷ୍ୟତର ପରୀକ୍ଷାକାରୀ ।’’ ଭାରତୀୟ ସମ୍ବିଧାନର ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଅତୀତ କ୍ରମବିବର୍ତ୍ତନର ଫଳ ଓ ଭବିଷ୍ୟତର ଦିଗ୍‌ଦର୍ଶକ ।

୪ । ଭାରତୀୟ ସମ୍ବିଧାନର ସଂଶୋଧନ ପଦ୍ଧତି (Amendment Procedure) ବର୍ଣନା କର ।
Answer:
ରାଷ୍ଟ୍ରର ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ମୌଳିକ ଆଇନଗୁଡ଼ିକ ସମ୍ବିଧାନରେ ଲିପିବଦ୍ଧ ହୋଇଥାଏ । ପରିବେଶ ଓ ପରିସ୍ଥିତିର ପରିବର୍ତ୍ତନ ସହିତ ମନୁଷ୍ୟର ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଘଟୁଛି । ଏହି ପରିବର୍ତ୍ତନଗୁଡ଼ିକୁ ଦୃଷ୍ଟିରେ ରଖ୍ ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନକୁ ଆବଶ୍ୟକସ୍ଥଳେ ସଂଶୋଧନ କରାଯିବାର ବ୍ୟବସ୍ଥା କରିଥାଆନ୍ତି । ଏହାଦ୍ଵାରା ସମ୍ବିଧାନକୁ ଯୁଗୋପଯୋଗୀ କରାଯାଇପାରିବ । ଏହି ସଂଶୋଧନ ପ୍ରଣାଳୀ ସମ୍ବିଧାନର ୩୬୮ ଧାରାରେ ବର୍ଣ୍ଣନା କରାଯାଇଛି ।

ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଏହାର ସଂଶୋଧନ ପଦ୍ଧତି କେବଳ ସଂସଦଦ୍ବାରା ହିଁ ହୋଇଥାଏ । ଭାରତରେ ଏକ ଭିନ୍ନଧରଣର ସଂଘୀୟ ବ୍ୟବସ୍ଥା ପ୍ରଚଳିତ ଥିବାରୁ ସମ୍ବିଧାନର ସଂଶୋଧନ ପାଇଁ ଗୋଟିଏ ପନ୍ଥା ଅବଲମ୍ବନ ପରିବର୍ତ୍ତେ ୩ଟି ପନ୍ଥା ପ୍ରବର୍ତ୍ତନ କରାଯାଇଛି ଯାହାକି ନିମ୍ନରେ ଦିଆଗଲା ।

(୧) ପ୍ରଥମ ପଦ୍ଧତି : ସାଧାରଣ ସଂଖ୍ୟାଗରିଷ୍ଠତା ସହ ସଂଶୋଧନ : କେତେକ ବ୍ୟବସ୍ଥା ଧାରା ପାର୍ଲିଆମେଣ୍ଟର ଉପସ୍ଥିତ ସଦସ୍ୟମାନଙ୍କର ସଂଖ୍ୟାଗରିଷ୍ଠ ମତରେ ସଂଶୋଧୁତ କରାଯାଇପାରିବ; ଯଥା –
(i) ନୂଆ ରାଜ୍ୟ ଗଠନ, ନାମ ସୀମା ନିର୍ଦ୍ଧାରଣ, ସଂପୃକ୍ତ ରାଜ୍ୟ ବିଧାନମଣ୍ଡଳର ସମ୍ମତି ନେଇ ସଂଶୋଧନ କରାଯାଇପାରେ । ସମ୍ବିଧାନର ୩ ଧାରାରେ ଏହା ପର୍ଯ୍ୟବସିତ ।
(ii) ବିଧାନମଣ୍ଡଳର ଦ୍ଵିତୀୟ ସଦନ ଉଚ୍ଛେଦ କରିବା ପାଇଁ ୧୬୯ ଧାରା ଅନୁସାରେ ସଂଶୋଧନ ପ୍ରସ୍ତାବ ।
(iii) ନାଗରିକତା ଏବଂ ତାଲିକାଭୁକ୍ତ ଅଞ୍ଚଳ ବା ଉପଜାତିମାନଙ୍କ ବିଷୟରେ ସଂଶୋଧନ କରିବାକୁ ହେଲେ ସାଧାରଣ ଆଇନ ପରି ଉପସ୍ଥିତ ସଂଖ୍ୟାଗରିଷ୍ଠ ଭୋଟରେ ସଂଶୋଧନ କରାଯାଇପାରେ ।

(୨) ଦ୍ଵିତୀୟ ପଦ୍ଧତି : ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠତା ସହ ସଂଶୋଧନ : ସଂସଦର ଉଭୟ କକ୍ଷରେ ସମୁଦାୟ ସଭ୍ୟ ସଂଖ୍ୟାର ସଂଖ୍ୟାଗରିଷ୍ଠତା ଓ ଉପସ୍ଥିତ ଥିବା ସଭ୍ୟମାନଙ୍କର ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ କ୍ରମେ ଚତୁର୍ବିଂଶ ସମ୍ବିଧାନ ସଂଶୋଧନରେ ରାଷ୍ଟ୍ରପତି ଉକ୍ତ ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଧ୍ୟ ବୋଲି ବ୍ୟବସ୍ଥା କରିଛି । ଏହି ଧାରା ଅନୁସାରେ ବିଧାନମଣ୍ଡଳର ସମ୍ମତି ଦରକାର ହୁଏ ନାହିଁ । ଏହି ପ୍ରଣାଳୀଦ୍ଵାରା ସମ୍ବିଧାନର (କ) ମୌଳିକ ଅଧ୍ବକାର (ତୃତୀୟ ପରିଚ୍ଛେଦ), (ଖ) ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତି (ଚତୁର୍ଥ ପରିଚ୍ଛେଦ) ସଂଶୋଧୃତ ହୁଏ ।

(୩) ତୃତୀୟ ପଦ୍ଧତି : ସ୍ବତନ୍ତ୍ର ସଂଖ୍ୟାଗରିଷ୍ଠତା ଓ ଅର୍ଦ୍ଧାଧ‌ିକ ରାଜ୍ୟର ଅନୁମୋଦନ ସହ ସଂଶୋଧନ ତ୍ରିସ୍ତର ସମ୍ମତିଦ୍ୱାରା କରାଯାଏ । ଏହି ପଦ୍ଧତି ଅନୁସାରେ ପ୍ରଥମେ ପାର୍ଲିଆମେଣ୍ଟର ପ୍ରତ୍ୟେକ ସଦନରେ ସଦସ୍ୟଙ୍କ ସଂଖ୍ୟାର ଅର୍ଦ୍ଧାଧ‌ିକ ସମ୍ମତି ଲାଭ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସଦସ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ସଦସ୍ୟମାନଙ୍କ ସମ୍ମତି ଲାଭ କରିଥିବା ଦରକାର ଏବଂ ରାଷ୍ଟ୍ରପତିଙ୍କ ମଞ୍ଜୁରି ପାଇଁ ଏହା ଉପସ୍ଥାପିତ କରାଯାଏ । ତ୍ରିସ୍ତର ସମ୍ମତି ପଦ୍ଧତି ନିମ୍ନଲିଖତ ବ୍ୟବସ୍ଥାର ସଂଶୋଧନ ପାଇଁ ପ୍ରୟୋଗ କରାଯାଏ ।

୫୪ ଧାରା ଅନୁସାରେ ରାଷ୍ଟ୍ରପତିଙ୍କ ନିର୍ବାଚନମଣ୍ଡଳୀ ଗଠନ, ୫୫ ଧାରା ଅନୁସାରେ ନିର୍ବାଚନ ପ୍ରଣାଳୀ, ୭୩ ଧାରା ଅନୁସାରେ କେନ୍ଦ୍ର ସରକାରଙ୍କ କ୍ଷମତା, ୧୬୨ ଧାରା ଅନୁସାରେ ରାଜ୍ୟମାନଙ୍କର କ୍ଷମତା, ୨୦୧ ଧାରା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳ, ଉଚ୍ଚ ନ୍ୟାୟାଳୟ କ୍ଷମତା, ଏକାଦଶ ପରିଚ୍ଛେଦ, କେନ୍ଦ୍ର-ରାଜ୍ୟ ସମ୍ପର୍କ, ସପ୍ତମ ତାଲିକାର ଅଧୁକାର ତାଲିକାୟ, ପାର୍ଲିଆମେଣ୍ଟରେ ରାଜ୍ୟମାନଙ୍କର ପ୍ରତିନିଧୃତ୍ଵ ଏବଂ ୩୬୮ ଧାରାରେ ସମ୍ବିଧାନ ସଂଶୋଧନ ପଦ୍ଧତି ପ୍ରଣାଳୀ ଆଦି ବିଷୟବସ୍ତୁ ଏହି ତୃତୀୟ ପଦ୍ଧତିର ପରିସରଭୁକ୍ତ ।

ସଂଶୋଧନ ପ୍ରକ୍ରିୟା : ସମ୍ବିଧାନର କୌଣସି ଧାରାକୁ ସଂଶୋଧନ କରିବାକୁ ହେଲେ ସେହି ସଂକ୍ରାନ୍ତୀୟ ଏକ ବିଲ୍ ସଂସଦର ଯେକୌଣସି କକ୍ଷରେ ଆଗତ କରାଯାଏ । ବିଲ୍‌ ସେହି କକ୍ଷରେ ଗୃହୀତ ହେଲା ପରେ ଅନ୍ୟ କକ୍ଷକୁ ଆଲୋଚନା ପାଇଁ ପଠାଯାଏ । ଦ୍ଵିତୀୟ କକ୍ଷରେ ଆଲୋଚନା ପରେ ଗୃହୀତ ହେଲେ ତାହା ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ଲାଭକରି ଆଇନରେ ପରିଣତ ହୁଏ । ଯେଉଁ ସଂଶୋଧନ ରାଜ୍ୟମାନଙ୍କର ଅନୁମୋଦନ ଆବଶ୍ୟକ କରେ ତାହା ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପୂର୍ବରୁ ଅନୁମୋଦିତ ହୋଇଥାଏ । ସମ୍ବିଧାନ ପ୍ରସ୍ତାବକୁ କେନ୍ଦ୍ରକରି ସଂସଦର ଉଭୟ କକ୍ଷ ମଧ୍ୟରେ ମତପାର୍ଥକ୍ୟ ଯୋଗୁଁ ପ୍ରସ୍ତାବଟି ଅନୁମୋଦିତ ନହୋଇପାରିଲେ ତାହା ନାକଚ ହୋଇଯାଏ । ଏପର୍ଯ୍ୟନ୍ତ ଭାରତ ସମ୍ବିଧାନ ୯୨ଥର ସଂଶୋଧନ ହୋଇସାରିଲାଣି ।

CHSE Odisha Class 11 Political Science Solutions Chapter 10 ସମ୍ବିଧାନର ଦର୍ଶନ

ସମ୍ବିଧାନ ସଂଶୋଧନ ପଦ୍ଧତିର ସମାଲୋଚନା :
(i) ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିଲେ ମଧ୍ୟ ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ରାଜ୍ୟମାନଙ୍କର ପ୍ରାୟତଃ କ୍ଷମତା ନାହିଁ ।
(ii) କୌଣସି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଉପରେ ସଂସଦର ଉଭୟ ଗୃହ ମଧ୍ୟରେ ମତଭେଦ ଦେଖାଗଲେ ତାହା ଦୂର କରାଯିବାର ବ୍ୟବସ୍ଥା ନାହିଁ ।
(iii) କେତେକ କ୍ଷେତ୍ରରେ ଅର୍ଦ୍ଧାଧ‌ିକ ରାଜ୍ୟ ବିଧାନସଭାର ଅନୁମୋଦନ ଆବଶ୍ୟକ ହେଉଥିଲେ ମଧ୍ୟ ସମୟସୀମା ଧାର୍ଯ୍ୟ ହୋଇନଥିବାରୁ ରାଜ୍ୟମାନଙ୍କର ଅବହେଳା ଯୋଗୁଁ ବିଧେୟକଟି ଅକାମୀ ହୋଇଯିବାର ସମ୍ଭାବନା ରହିଛି ।
(iv) ଉଚ୍ଚତମ ନ୍ୟାୟାଳୟ ସମ୍ବିଧାନର ‘ମୌଳିକ ଗଢ଼ଣ’ (Basic Structure) ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୌଳିକ ଢାଞ୍ଚାର ପ୍ରକୃତ ସ୍ଵରୂପ ନିର୍ଦ୍ଧାରଣ ସମ୍ଭବ ହୋଇନାହିଁ ।
(v) ସୁଇଜରଲାଣ୍ଡରେ ସମ୍ବିଧାନ ସଂଶୋଧନ ପୂର୍ବରୁ ଲୋକମାନଙ୍କର ମତାମତ ଜାଣିବା ପାଇଁ ‘ଗଣଭୋଟ’ (Referendum) କରାଯାଇଥାଏ, କିନ୍ତୁ ଭାରତରେ ଏପରି କୌଣସି ବ୍ୟବସ୍ଥା ନାହିଁ ।

ସମ୍ବିଧାନ ସଂଶୋଧନ କ୍ଷମତା ଅତ୍ୟନ୍ତ ବ୍ୟାପକ ହୋଇଥିଲାବେଳେ ମିନର୍ଭା ମିଲ୍ସ ମୋକଦ୍ଦମାରେ ଉଚ୍ଚତମ ନ୍ୟାୟାଳୟର ରାୟ ଅନୁଯାୟୀ ଏହି କ୍ଷମତା ବଳରେ ସମ୍ବିଧାନର ‘ମୌଳିକ ବ୍ୟବସ୍ଥା’କୁ ସଂଶୋଧନ ବା ପରିବର୍ତ୍ତନ କରାଯିବାର କ୍ଷମତା କେନ୍ଦ୍ରୀୟ ସଂସଦର ନାହିଁ ବୋଲି ସୂଚନା ଦିଆଯାଇଛି । ତିନୋଟିଯାକ ସଂଶୋଧନ ପ୍ରଣାଳୀକୁ ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ହୁଏ ଯେ ଏଠାରେ ଉଭୟ ନମନୀୟ ଓ ଅନମନୀୟ ନୀତିର ସମାହାର ଘଟିଛି । ପ୍ରଥମ ପ୍ରଣାଳୀଟି ନମନୀୟ ହୋଇଥିବାବେଳେ ଦ୍ଵିତୀୟ ଓ ତୃତୀୟ ପ୍ରଣାଳୀ ଅନମନୀୟ ଅଟନ୍ତି । ଏଣୁ ଭାରତ ସମ୍ବିଧାନ ଇଂଲଣ୍ଡର ନମନୀୟ ନୀତି ଓ ଆମେରିକାର ଅନମନୀୟ ନୀତି ମଧ୍ୟରେ ସମନ୍ଵୟ ରକ୍ଷା କରେ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

Odisha State Board CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା Questions and Answers.

CHSE Odisha 11th Class Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

(କ) ଅର୍ଥନୈତିକ ଭିତ୍ତିଭୂମିର ବିକାଶ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ନିମ୍ନୋକ୍ତ କେଉଁଟି ଅର୍ଥନୈତିକ ଆଧାରିକ ସଂରଚନା ନୁହେଁ ?
(i) ଶକ୍ତି
(ii) ପରିବହନ
(iii) ଶିକ୍ଷା
(iv) ଯୋଗାଯୋଗ
Answer:
(iii) ଶିକ୍ଷା

2. କେଉଁ ପରିବହନ ବ୍ୟବସ୍ଥା ଭାରତର ଯାତ୍ରୀ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
(i) ରେଳ ପରିବହନ
(ii) ଜଳ ପରିବହନ
(iii) ସଡ଼କ ପରିବହନ
(iv) ଆକାଶ ପରିବହନ
Answer:
(ii) ଜଳ ପରିବହନ

3. ନିମ୍ନୋକ୍ତ କେଉଁଟି ଶକ୍ତିର ବ୍ୟବସାୟିକ ଉତ୍ସ ?
(i) କୋଇଲା
(ii) ଗୋବର
(iii) ଜାଳେଣି କାଠ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଜାଳେଣି କାଠ

4. ନିମ୍ନୋକ୍ତ କେଉଁଟି ଶକ୍ତିର ଅଣପାରମ୍ପରିକ ଉତ୍ସ ନୁହେଁ ?
(i) ସୌରଶକ୍ତି
(ii) ବିଜୁଳି ଶକ୍ତି
(iii) ପବନ ଶକ୍ତି
(iv) ଜୁଆର ଶକ୍ତି
Answer:
(i) ସୌରଶକ୍ତି

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

5. ସୁବର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ କେଉଁ କେଉଁ ମହାନଗରୀକୁ ସଂଯୋଗ କରୁଛି ?
(i) ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ
(ii) ଦିଲ୍ଲୀ, କୋଲକତା, ହାଇଦ୍ରାବାଦ, ଚେନ୍ନାଇ
(iii) ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକତା
(iv) ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, କୋଲକତା
Answer:
(ii) ଦିଲ୍ଲୀ, କୋଲକତା, ହାଇଦ୍ରାବାଦ, ଚେନ୍ନାଇ

6. ଆଧାରିକ ସଂରଚନା କେଉଁ କ୍ଷେତ୍ରପାଇଁ ସହାୟକ ହୋଇଥାଏ ?
(i) କୃଷି ବିକାଶ
(ii) ଶିଳ୍ପ ପ୍ରଗତି
(iii) ବାଣିଜ୍ୟ ବ୍ୟବସାୟ ବୃଦ୍ଧି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଶିଳ୍ପ ପ୍ରଗତି

7. ନିମ୍ନଲିଖ ମଧ୍ୟରୁ କେଉଁଟି ଅର୍ଥନୈତିକ ଆଧାରିତ ସଂରଚନା ଅଟେ ?
(i) ଶକ୍ତି
(ii) ସ୍ଵାସ୍ଥ୍ୟସେବା
(iii) ବାସଗୃହ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ସ୍ଵାସ୍ଥ୍ୟସେବା

8. କେଉଁ ଶକ୍ତି ଉତ୍ସ ଆମ ଦେଶର ପ୍ରଧାନ ଶକ୍ତି ଉତ୍ସ ଅଟେ ?
(i) ଜଳବିଦ୍ୟୁତ୍
(ii) ତାପଜ ବିଦ୍ୟୁତ୍
(iii) ଆଣବିକ ଶକ୍ତି
(iv) ସୌରଶକ୍ତି
Answer:
(ii) ତାପଜ ବିଦ୍ୟୁତ୍

9. ଦେଶର ପୂର୍ବତଟରେ କେତୋଟି ପ୍ରଧାନ ବନ୍ଦର ରହିଛି ?
(i) 12ଟି
(ii) 18ଟି
(iii) 6ଟି
(iv) 2ଟି
Answer:
(ii) 18ଟି

10. କେଉଁଟି ଅଣପାରମ୍ପରିକ ଶକ୍ତିଉତ୍ସ ଚିହ୍ନାଅ ।
(i) କୋଇଲା
(ii) ଗୋବର ଘଷି
(iii) ସୌରଶକ୍ତି
(iv) ଜଳବିଦ୍ୟୁତ୍
Answer:
(ii) ଗୋବର ଘଷି

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

11. କେଉଁ ବର୍ଷ ଭାରତରେ ରେଳ ଚଳାଚଳ ଆରମ୍ଭ ହେଲା ?
(i) 1947
(ii) 1853
(iii) 1863
(iv) 1951
Answer:
(ii) 1853

12. ଥର୍ମାଲ ଶକ୍ତି କେଉଁଥୁରୁ ସୃଷ୍ଟି ହୁଏ ?
(i) କୋଇଲା
(ii) ତୈଳ
(iii) ପ୍ରାକୃତିକ ଗ୍ୟାସ
(iv) ଉପରୋକ୍ତ ସମସ୍ତ
Answer:
(ii) ତୈଳ

13. କେଉଁ ଶକ୍ତିର କୌଣସି ପ୍ରଦୂଷଣ ଉପାଦାନ ନ ଥାଏ ?
(i) ନିଉକ୍ଲିୟର ଶକ୍ତି
(ii) ଥର୍ମାଲ୍ ଶକ୍ତି
(iii) ଜଳବିଦ୍ୟୁତ୍ ଶକ୍ତି
(iv) ଉପରୋକ୍ତ ସମସ୍ତ
Answer:
(ii) ଥର୍ମାଲ୍ ଶକ୍ତି

14. ପରିବହନ ବ୍ୟବସ୍ଥା ଶ୍ରମକୁ :
(i) ଗତିଶୀଳ କରେ
(ii) ବିଶେଷୀକରଣ କରେ
(iii) ଉଭୟ ଗତିଶୀଳ ଓ ବିଶେଷୀକରଣ କରେ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ବିଶେଷୀକରଣ କରେ

15. କେଉଁପଥ ଆନ୍ତଃରାଜ୍ୟ ସଡ଼କ ସଂଯୋଗ ସ୍ଥାପନ କରିଥାଏ ?
(i) ଜାତୀୟ
(ii) ଗ୍ରାମ୍ୟପଥ
(iii) ରାଜ୍ୟ ରାଜପଥ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଗ୍ରାମ୍ୟପଥ

16. କେଉଁ ପଥ ଜିଲ୍ଲାମାନଙ୍କର ମୁଖ୍ୟକେନ୍ଦ୍ର ସହ ସଂଯୋଗ ସ୍ଥାପନ କରେ ?
(i) ଗ୍ରାମ୍ଯପଥ
(ii) ଜାତୀୟ ରାଜପଥ
(iii) ରାଜ୍ୟ ରାଜପଥ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଜାତୀୟ ରାଜପଥ

17. ପ୍ରଧାନମନ୍ତ୍ରୀ ଭାରତ ଯୋଡ଼ା ପରିଯୋଜନା କାହା ସହିତ ସଂପୃକ୍ତ ?
(i) ନଦୀ ସଂଯୋଗୀକରଣ
(ii) ସଞ୍ଚାର
(iii) ସାମାଜିକ ସଂହତି
(iv) ରାଜପଥ ବିକାଶ
Answer:
(ii) ସଞ୍ଚାର

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

B. ଶୂନ୍ୟସ୍ଥାନ ପୂରଣ କର :

1. ଶକ୍ତି ଏକ ________________ ଆଧାରିକ ସଂରଚନା ।
Answer:
ଅର୍ଥନୀତିକ

2. ________________ ଏକ ପାରମ୍ପାରିକ ଶକ୍ତି ଉତ୍ସ ।
Answer:
କୋଇଲା

3. ଭାରତର ମୁଖ୍ୟ ବନ୍ଦରଗୁଡ଼ିକ _____________________ ଦ୍ଵାରା ପରିଚାଳିତ ହୁଏ ।
Answer:
ବନ୍ଦର ଟ୍ରଷ୍ଟ (ଭାରତ ସରକାର)

4. ବ୍ୟକ୍ତି, ପ୍ରତିଷ୍ଠାନ ଓ ଅଞ୍ଚଳ ମଧ୍ୟରେ ବାର୍ତ୍ତା, ସମ୍ବାଦ ଓ ତଥ୍ୟର ଆଦାନ ପ୍ରଦାନକୁ __________________ ବୋଲି ଅଭିହିତ କରାଯାଏ ।
Answer:
ଯୋଗାଯୋଗ

5. ପରିବହନ ମାଧ୍ଯମମାନଙ୍କ ମଧ୍ୟରେ ____________________ ପରିବହନ ହେଉଛି ସବୁଠାରୁ ସୁଲଭ ଓ ଦୁବିଧାଜନକ ।
Answer:
ଜଳ

6. ଜାତୀୟ ଅର୍ଥବ୍ୟବସ୍ଥାର ବିକାଶ ସହିତ ସମ୍ପୃକ୍ତ ପରିବହନ ବ୍ୟବସ୍ଥାମାନଙ୍କ ମଧ୍ୟରେ ________________ ପରିବହନ ବ୍ୟବସ୍ଥା ହେଉଛି ସର୍ବବୃହତ ।
Answer:
ରେଳ

7. ମଣିଷ ବା ଜିନିଷପତ୍ରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରିନେବା ପ୍ରକ୍ରିୟାକୁ ____________ କୁହାଯାଏ ।
Answer:
ପରିବହନ

8. ଜାତୀୟ ରାଜପଥର ନିର୍ମାଣ __________________ ଙ୍କ ଦାୟିତ୍ଵରେ ଥାଏ ।
Answer:
କେନ୍ଦ୍ର ସରକାର

9. ଭାରତରେ ସଚୁଦାୟ _________________ ଟି ଜାତୀୟ ରାଜପଥ ଅଛି ।
Answer:
56ଟି

10. ଭାରତର ରେଳପଥ ଏସିଆରେ _______________ ଓ ପୃଥ‌ିବୀରେ ________________ ବୃହତ୍ ।
Answer:
ବୃହତ୍ତମ, ଦ୍ଵିତୀୟ

11. ଭାରତର ରେଳସଂସ୍ଥା ଦେଶର _______________ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ।
Answer:
ସର୍ବବୃହତ୍ତମ

12. 1984-85 ରେ କଲିକତାରେ ଦେଶର ସର୍ବପ୍ରଥମ ___________________ ଟ୍ରେନ୍‌ର ଶୁଭାରମ୍ଭ ହୋଇଥିଲା ।
Answer:
ମେଟ୍ରୋ

13. ବିମାନ ଚଳାଚଳର ସୁବିଧା ପାଇଁ ଦେଶରେ _________________ ଟି ଆନ୍ତର୍ଜ।ତିକ ବିମାନ ବନ୍ଦର ରହିଛି ।
Answer:
15ଟି

14. ଦେଶରେ _________________ ଟି ଜାତୀୟ ବିମାନ ବନ୍ଦର ରହିଛି ।
Answer:
87ଟି

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

15. ଯୋଗଯୋଗର ମାଧ୍ୟମ ହିସାବରେ ଦେଶରେ _____________________ ସେବା ସବୁଠାରୁ ପୁରାତନ ତଥା ବ୍ୟାପକ ।
Answer:
ଡ।କ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଆଧାରିକ ସଂରଚନା କହିଲେ ତୁମେ କ’ଣ ବୁଝ ?
Answer:
ଯେଉଁ ମୌଳିକ ସେବା, ସୁବିଧା ଓ କାର୍ଯ୍ୟକଳାପ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରର ଆର୍ଥନୀତିକ କାର୍ଯ୍ୟାବଳୀକୁ ସହଜ ଓ ସୁଗମ କରି ଆର୍ଥନୀତିକ ଅଭିବୃଦ୍ଧିକୁ ତ୍ବରାନିତ କରେ, ତାହାକୁ ଭିଭିଭୂମି କୁହାଯାଏ ।

2. ଅର୍ଥନୈତିକ ଆଧାରିକ ସଂରଚନା କହିଲେ କ’ଣ ବୁଝ ?
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ପ୍ରତ୍ୟକ୍ଷଭାବେ ଆର୍ଥିକ ଅଭିବୃଦ୍ଧି ହାସଲରେ ସାହାଯ୍ୟ କରେ, ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ ।

3. ଭାରତରେ ଶକ୍ତିର ମୁଖ୍ୟ ଉତ୍ସ କିଏ ?
Answer:
ଥର୍ମାଲ ଶକ୍ତି ଭାରତର ଶକ୍ତିର ମୁଖ୍ୟ ଉତ୍ସ ।

4. ଗୋଟିଏ ଅଣପାରମ୍ପରିକ ଶକ୍ତିର ଉତ୍ସର ନାମ ଲେଖ ।
Answer:
ପବନଶକ୍ତି ହେଉଛି ଅଣପାରମ୍ପରିକ ଶକ୍ତି ।

5. ଆର୍ଥନୀତିକ ଭିତ୍ତିଭୂମିର ଗୋଟିଏ ଉଦାହରଣ ଦିଅ ।
Answer:
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହେଉଛି ଆର୍ଥନୀତିକ ଭିତ୍ତିଭୂମି ।

6. କେଉଁ ଉତ୍ସରୁ ବିଦ୍ୟୁତ୍ ଶକ୍ତି ସ୍ଵଳ୍ପ ମୂଲ୍ୟରେ ମିଳିଥାଏ ?
Answer:
ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ବିଦ୍ୟୁତଶକ୍ତି ସ୍ଵଳ୍ପମୂଲ୍ୟରେ ମିଳିଥାଏ ।

7. କେଉଁ ଶକ୍ତିର ଉତ୍ସରେ ପରିବେଶ ପ୍ରଦୂଷଣକାରୀ ଉପାଦାନ ନଥାଏ ?
Answer:
ଜଳବିଦ୍ୟୁତ୍ ଶକ୍ତିରେ ପରିବେଶ ପ୍ରଦୂଷଣକାରୀ ଉପାଦାନ ନଥାଏ ।

8. ରାଜ୍ୟରେ ସଡ଼କ ପରିବହନ ବ୍ୟବସ୍ଥା କେଉଁ ସଂସ୍ଥାଦ୍ୱାରା ପରିଚାଳିତ ହୋଇଥାଏ ।
Answer:
ରାଜ୍ୟ ସଡ଼କ ପରିବହନ କର୍ପୋରେସନଦ୍ୱାରା ରାଜ୍ୟରେ ସଡ଼କ ପରିବହନ ବ୍ୟବସ୍ଥା ପରିଚାଳିତ ହୋଇଥାଏ ।

9. ଜାତୀୟ ଟେଲିକମ୍ ନୀତି କେବେ ପ୍ରଣୀତ ହୋଇଥିଲା ?
Answer:
1994 ମସିହାରେ ଜାତୀୟ ଟେଲିକମ୍ ନୀତି ପ୍ରଣୀତ ହୋଇଥିଲା ।

10. P.C.O.ର ପୂରା ଅର୍ଥ କ’ଣ ?
Answer:
Public call office.

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

11. କେଉଁ ଚାରୋଟି ସହରରେ ପ୍ରଥମେ ସେଲୁଲାର ସେବା ପ୍ରଚଳନ କରାଯାଇଥିଲା ।
Answer:
ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲ୍‌କତା ସହରେ ପ୍ରଥମେ ସେଲୁଲାର ସେବା ପ୍ରଚଳନ କରାଯାଇଥିଲା ।

12. ଥର୍ମାଲ ଶକ୍ତିର ଉତ୍ସ କ’ଣ ?
Answer:
କୋଇଲା, ତୈଳ ଓ ପ୍ରାକୃତିକ ଗ୍ୟାସ୍ ହେଉଛି ଥର୍ମାଲ୍ ଶକ୍ତିର ଉତ୍ସ ।

13. O.N.G.C. ପୂରା ଅର୍ଥ କ’ଣ ?
Answer:
Oil and Natural Gas Commission.

14. N.T.P.C. ପୂରା ଅର୍ଥ କ’ଣ ?
Answer:
National Thermal power corporation.

15. TRAI ପୂରା ଅର୍ଥ କ’ଣ ?
Answer:
Telecom Regulation Authority of India.

16. TRAI କେବେ ଗଠିତ ହୋଇଥିଲା ?
Answer:
1997 ମସିହା March 25 ତାରିଖରେ TRAI ଗଠିତ ହୋଇଥିଲା ।

17. TRIAର ଏକ ଆଭିମୁଖ୍ୟ ଲେଖ ।
Answer:
ଟେଲି ଯୋଗାଯୋଗ ସେବା କ୍ଷେତ୍ରରେ ତାରିଫ ଓ ଫି ନିର୍ଦ୍ଧାରଣ ।

18. ଇ-ମେଲ୍ କ’ଣ ?
Answer:
ଇ-ମେଲ୍ ହେଉଛି ଅତ୍ୟାଧୁନିକ ଯୋଗଯୋଗ ବ୍ୟବସ୍ଥା, ଯାହା ମାଧ୍ୟମରେ ପୃଥ‌ିବୀର ଯେକୌଣସି ସ୍ଥାନକୁ ବାର୍ତ୍ତା, ଫଟୋ, ଫାଇଲ୍ କମ୍ ସମୟରେ ପ୍ରେରଣ କରିହେବ ।

19. ଫାକ୍‌ସ କ’ଣ?
Answer:
ଲିଖ୍ ବାର୍ତ୍ତା ପ୍ରେରଣ ପାଇଁ ଫାକ୍‌ସ ଏକ ଇଲେକ୍ଟ୍ରୋନିକ ମାଧ୍ୟମ, ଏହାଦ୍ୱାରା ବାର୍ଭା ଖୁବ୍ କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଥାଏ ।

20. ଭାରତରେ ପ୍ରଥମେ କେଉଁ ମସିହାରେ ଡାକସେବା ଆରମ୍ଭ ହୋଇଥିଲା ।
Answer:
ଭାରତରେ ପ୍ରଥମେ 1937 ମସିହାରେ ଡାକସେବା ଆରମ୍ଭ ହୋଇଥିଲା ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକସ୍ଥଳେ ସଂଶୋଧନ କର ।

1. ଭାରତରେ ବିଦ୍ୟୁତଶକ୍ତିମାନଙ୍କ ମଧ୍ୟରେ ଜଳବିଦ୍ୟୁତ୍‌ର ଉତ୍ପାଦନ ସବୁଠାରୁ ଅଧିକ ।
Answer:
ଭାରତରେ ବିଦ୍ୟୁତଶକ୍ତିମାନଙ୍କ ମଧ୍ୟରେ ତାପଜ ବିଦ୍ୟୁତ୍‌ର ଉତ୍ପାଦନ ସବୁଠାରୁ ଅଧିକ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

2. ଭାରତ ଖଣିଜତୈଳ ଉପଦାନରେ ଏକ ସ୍ବାବଲମ୍ବୀ ଦେଶ ।
Answer:
ଭାରତ ଖଣିଜତୈଳ ଉତ୍ପାଦାନରେ ଏକ ନିଅଣ୍ଟିଆ ଦେଶ ।

3. ଭାରତର ପ୍ରଥମ ଆଣବିକ ଶକ୍ତିକେନ୍ଦ୍ର 1969 ମସିହାରେ କୋଚୀଠାରେ ସ୍ଥାପିତ ହୋଇଥିଲା ।
Answer:
ଭାରତର ପ୍ରଥମ ଆଣବିକ ଶକ୍ତିକେନ୍ଦ୍ର 1969 ମସିହାରେ ତାରପୁରଠାରେ ସ୍ଥାପିତ ହୋଇଥିଲା ।

4.ଅଣପାରମ୍ପରିକ ଶକ୍ତିକୁ ନୂତନ ତାପଜ ବିଦ୍ୟୁତ୍ ଶକ୍ତି କୁହାଯାଏ ।
Answer:
ଅଣପାରମ୍ପରିକ ଶକ୍ତିକୁ ନୂତନ ଅକ୍ଷୟ ଶକ୍ତି କୁହାଯାଏ ।

5. ବ୍ୟକ୍ତି, ପ୍ରତିଷ୍ଠାନ ଓ ଅଞ୍ଚଳ ମଧ୍ୟରେ ବାର୍ତ୍ତା, ସମ୍ବାଦ ଓ ତଥ୍ୟର ଆଦାନ ପ୍ରଦାନକୁ ପରିବହନ ବୋଲି ଅଭିହିତ କରାଯାଏ ।
Answer:
ବ୍ୟକ୍ତି, ପ୍ରତିଷ୍ଠାନ ଓ ଅଞ୍ଚଳ ମଧ୍ୟରେ ବାର୍ତ୍ତା, ସମ୍ବାଦ ଓ ତଥ୍ୟର ଆଦାନ ପ୍ରଦାନକୁ ଯୋଗାଯୋଗ ବୋଲି ଅଭିହିତ କରାଯାଏ ।

6. ପରିବହନ ମାଧ୍ଯମମାନଙ୍କ ମଧ୍ୟରେ ସଡ଼କ ପରିବହନ ହେଉଛି ସବୁଠାରୁ ସୁଲଭ ଓ ସୁବିଧାଜନକ ।
Answer:
ପରିବହନ ମାଧ୍ଯମମାନଙ୍କ ମଧ୍ୟରେ ସଡ଼କ ପରିବହନ ହେଉଛି ସବୁଠାରୁ ସୁଲଭ ଓ ସୁବିଧାଜନକ ।

7. ଅର୍ଥବ୍ୟବସ୍ଥାରେ ଯେଉଁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ପରୋକ୍ଷଭାବେ ଆର୍ଥିକ ଅଭିବୃଦ୍ଧି ସାହାଯ୍ୟ କରେ ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ ।
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ପ୍ରତ୍ୟକ୍ଷଭାବେ ଆର୍ଥିକ ଅଭିବୃଦ୍ଧି ହାସଲରେ ସାହାଯ୍ୟ କରେ ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ ।

8. ମଣିଷ ବା ଜିନିଷପତ୍ରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରିନେବା ପ୍ରକ୍ରିୟାକୁ ଯୋଗାଯୋଗ କୁହାଯାଏ ।
Answer:
ମଣିଷ ବା ଜିନିଷପତ୍ରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରିନେବା ପ୍ରକ୍ରିୟାକୁ ପରିବହନ କୁହାଯାଏ ।

9. 1891 ମସିହାରେ କଲିକତା ଓ ଦିଲ୍ଲୀ ମଧ୍ଯରେ ପ୍ରଥମେ ତାର ସେବା ଆରମ୍ଭ ହୋଇଥିଲା ।
Answer:
1891 ମସିହାରେ କଲିକତା ଓ ଡାମଣ୍ଡ ହାର୍‌ବର୍ ମଧ୍ୟରେ ପ୍ରଥମେ ତାର୍ ସେବା ଆରମ୍ଭ ହୋଇଥିଲା ।

10. ପୃଥିବୀର ଉଚ୍ଚତମ ସଡ଼କ, ହିମାଚଳ ପ୍ରଦେଶର ମନାଲିରୁ କୁଲୁ ପର୍ଯ୍ୟନ୍ତ ଯାଇଥିବା ସଡ଼କ ।
Answer:
ପୃଥ‌ିବୀର ଉଚ୍ଚତମ ସଡ଼କ, ହିମାଚଳ ପ୍ରଦେଶର ମନାଲିରୁ ଲେହ ପର୍ଯ୍ୟନ୍ତ ଯାଇଥିବା ସଡ଼କ ।

11. ଶକ୍ତି ଏକ ସାମାଜିକ ଆଧାରିକ ସଂରଚନା ।
Answer:
ଶକ୍ତି ଏକ ଅର୍ଥନୈତିକ ଆଧାରିକ ସଂରଚନା ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

12. ସୌରଶକ୍ତି ଏକ ପାରମ୍ପାରିକ ଶକ୍ତିର ଉତ୍ସ ।
Answer:
ସୌରଶକ୍ତି ଏକ ଅଣପାରମ୍ପାରିକ ଶକ୍ତିର ଉତ୍ସ ।

E. ତିନୋଟି ବାକ୍ୟ ମଧ୍ଯରେ ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦିଅ ।

1. ଆଧାରିକ ସଂରଚନାର ଅର୍ଥ କ’ଣ ?
Answer:
ଆଧାରିକ ସଂରଚନା କେତେକ ମୌଳିକ ସୁବିଧା ସୁଯୋଗ, ସେବା ବା କାର୍ଯ୍ୟକଳାପକୁ ବୁଝାଏ, ଯାହା ଅର୍ଥବ୍ୟବସ୍ଥା ଅନ୍ତସେବା ବା କାର୍ଯ୍ୟକଳାପକୁ ବୁଝାଏ, ଯାହା ଅର୍ଥବ୍ୟବସ୍ଥା ଅନ୍ତର୍ଗତ ଅନ୍ୟାନ୍ୟ ଉପାଦାନ କ୍ଷେତ୍ରଗୁଡ଼ିକର ପ୍ରତିଷ୍ଠା, କାର୍ଯ୍ୟକାରିତା ଓ ଉନ୍ନୟନକୁ ସାହାଯ୍ୟ କରିଥାଏ । ଏହା ଉନ୍ନୟନ ପ୍ରକ୍ରିୟାକୁ ସହଜ ଓ ସୁଗମ କରିଥାଏ । ତେଣୁ ଉନ୍ନୟନ ପୂର୍ବରୁ ଏହାର ଆବଶ୍ୟକତା ରହିଥାଏ । ଉନ୍ନୟନ ପ୍ରକ୍ରିୟା ଯେପରି ସର୍ବଦା ଜାରି ରହିଥାଏ, ଆଧାରିକ ସଂରଚନା ମଧ୍ୟ ସେହିପରି ଏକ ନିତ୍ୟନୈମିତ୍ତିକ ପ୍ରକ୍ରିୟା ।

2. ଅର୍ଥନୈତିକ ଆଧାରିକ ସଂରଚନା କ’ଣ ?
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ପ୍ରତ୍ୟକ୍ଷଭାବରେ ଆର୍ଥିକ ଅଭିବୃଦ୍ଧି ହାସଲରେ ସାହାଯ୍ୟ କରେ, ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ । ଏହା ବହୁବିଧ; ଯଥା –

(କ) ଶକ୍ତି
(ଖ) ଗମନାଗମନ
(ଗ) ଯୋଗାଯୋଗ
(ଘ) ବ୍ୟାଙ୍କ୍ ଓ ବୀମା ଏବଂ
(ଙ) ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ।

ଏହାକୁ ମଧ୍ୟ ଅର୍ଥନୈତିକ ସ୍ଥାୟୀ ଫୁଜି କୁହାଯାଏ ।

3. ଆଧାରିକ ସଂରଚନାରେ ପୁଞ୍ଜିନିବେଶର ବିଶେଷ ଲକ୍ଷଣଗୁଡ଼ିକ କ’ଣ ?
Answer:
ଯଦିଓ ଆଧାରିକ ସଂରଚନା କ୍ଷେତ୍ରରେ ପୁଞ୍ଜିନିବେଶ ଏକ ମୌଳିକ ଆବଶ୍ୟକତା ବୋଲି ଧରାଯାଏ, ତଥାପି ଏହିପ୍ରକାର ପୁଞ୍ଜିନିବେଶର କେତେକ ଲକ୍ଷଣ ଦେଖାଯାଏ । ସେଗୁଡ଼ିକ ହେଲା –

(କ) ଯେକୌଣସି ଆଧାରିକ ସଂରଚନା ପ୍ରକଳ୍ପରେ ଅତ୍ୟଧିକ ପରିମାଣର ପୁଞ୍ଜିନିବେଶ କରିବାକୁ ପଡ଼େ,
(ଖ) ପ୍ରକଳ୍ପର ଆରମ୍ଭରେ ଉପାଦାନଗୁଡ଼ିକର ନିୟୋଜନ ଓ ଉତ୍ପାଦିତ ଦ୍ରବ୍ୟ ବା ସେବାର ଯୋଗାଣ ମଧ୍ଯରେ ବହୁତ ସମୟର ବ୍ୟବଧାନ,
(ଗ) ଏପ୍ରକାର କାର୍ଯ୍ୟରେ ପୁଞ୍ଜିନିବେଶ ଲାଭ ପ୍ରଣୋଦିତ ନୁହେଁ,
(ଘ) ଘରୋଇ ଉତ୍ପାଦନକାରୀମାନେ ଏ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ, କାରଣ ଏହା ଶିଘ୍ର ଲାଭ ଦେଇପାରେ ନାହିଁ ।

4. ଶକ୍ତି କ’ଣ ?
Answer:
ଅର୍ଥନୈତିକ ବିକାଶରେ ଶକ୍ତିର ଗୁରୁତ୍ଵ ନେଇ କୌଣସି ଦ୍ବିମତ ନାହିଁ । ଆର୍ଥିକ ବିକାଶ, ମାନବ କଲ୍ୟାଣ ଓ ଉଚ୍ଚମାନର ଜୀବନଧାରଣ ଲାଗି ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଶକ୍ତି ଯୋଗାଇଦେବା ଆବଶ୍ୟକ । ଏହା ମାନବ ଶ୍ରମକୁ ବହୁଗୁଣିତ କରିବା ସଙ୍ଗେ ସଙ୍ଗେ କୃଷି, ଶିଳ୍ପ ଏବଂ ସେବାର ଉତ୍ପାଦକତା ବୃଦ୍ଧି କରିଥାଏ । ତେଣୁ ଶକ୍ତିକୁ ଅଭିବୃଦ୍ଧିର ଇଞ୍ଜିନ୍ ବୋଲି କୁହାଯାଏ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

5. ପରିବହନ କ’ଣ ?
Answer:
ମଣିଷ ବା ଜିନିଷପତ୍ରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରିନେବା ପ୍ରକ୍ରିୟାକୁ ପରିବହନ କୁହାଯାଏ । ଦେଶର ଅର୍ଥବ୍ୟବସ୍ଥାରେ ଥ‌ିବା ପ୍ରାଥମିକ ଓ ମାଧ୍ଯମିକ କ୍ଷେତ୍ର ସେମାନଙ୍କ ଅଭିବୃଦ୍ଧି ନିମିତ୍ତ ପରିବହନ ସେବା ଉପରେ ନିର୍ଭରଶୀଳ । ସାମାଜିକ ପ୍ରଗତି କ୍ଷେତ୍ରରେ ପରିବହନର ଆବଶ୍ୟକତା ମଧ୍ୟ ଯଥେଷ୍ଟ ରହିଛି । ଅର୍ଥନୀତିର ବିକାଶ ସଡ଼କ ରାସ୍ତା, ରେଳପଥ ଓ ଜଳପଥର ବିକାଶ ଉପରେ ନିର୍ଭର କରେ । ସହର ସହିତ ଗ୍ରାମଗୁଡ଼ିକର ପରିବହନ ବ୍ୟବସ୍ଥାଦ୍ୱାରା ସଂଯୋଗ ସ୍ଥାପନା କରାଯାଏ । ଏଣୁ ଅର୍ଥନୀତିର ବିକାଶପାଇଁ ପରିବହନ ବ୍ୟବସ୍ଥାର ଗୁରୁତ୍ଵ ରହିଅଛି ।

6. ଯୋଗଯୋଗ ବ୍ୟବସ୍ଥା କ’ଣ ?
Answer:
ଶକ୍ତି, ବନ୍ଦର ଓ ସଡ଼କପଥର ସଂପ୍ରସାରଣ ପରି, ଯୋଗାଯୋଗ କ୍ଷେତ୍ରର ବିକାଶ ଆଧୁନିକ ଜଗତୀକରଣ ବ୍ୟବସ୍ଥାରେ ଏକାନ୍ତ ଆବଶ୍ୟକ । ଆଧୁନିକ ଅର୍ଥବ୍ୟବସ୍ଥାରେ କ୍ରେତା, ବିକ୍ରେତା ଓ ଉପଭୋକ୍ତା ମଧ୍ୟରେ ହେଉ, ଗ୍ରାମାଞ୍ଚଳ ସହରାଞ୍ଚଳ ମଧ୍ୟରେ ହେଉ ବା ଦେଶ ଦେଶ ମଧ୍ୟରେ ହେଉ, ଉନ୍ନତ ଯୋଗାଯୋଗ ସୁଯୋଗ ଥିଲେ ଆର୍ଥିକ ପ୍ରଗତି ହାସଲ ହୋଇପାରେ । ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ମଣିଷପାଇଁ ନୂତନ ଜୀବନର ସୂତ୍ରପାତ କରିଛି । ସମଗ୍ର ବିଶ୍ଵର ପରିସୀମା ଆଜି ସଙ୍କୁଚିତ ହୋଇପାରିଛି । ଯୋଗାଯୋଗ କ୍ଷେତ୍ରରେ ଭାରତ ଏକ ଉନ୍ନତ ତୃତୀୟ ବିଶ୍ଵ ରାଷ୍ଟ୍ର ।

7. ଫାକ୍‌ସ କ’ଣ?
Answer:
ଲିଖୁତ ବାର୍ତ୍ତା ପ୍ରେରଣପାଇଁ ଫାକ୍‌ସ ଏକ ଇଲେକ୍ଟ୍ରୋନିକ ମାଧ୍ୟମ । ଏହାଦ୍ୱାରା ବାର୍ଭା ଖୁବ୍ କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଥାଏ । ବାଣିଜ୍ୟ କାରବାର ପାଇଁ ଏହା ସହାୟକ । ଫାକସ୍ ଭାରତର ଦପ୍ତର, ବାଣିଜ୍ୟସ୍ଥଳୀ ଷ୍ଟକ୍ ଏକ୍ସଚେଞ୍ଜ ଇତ୍ୟାଦିରେ ଅତି ସାଧାରଣ ।

8. ଇ-ମେଲ କ’ଣ ?
Answer:
ଏହା ଭାରତରେ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା । ଇ-ମେଲ ମାଧ୍ୟମରେ ସୁବିଧାରେ ଏହି ସୁବିଧା ଉପଲବ୍ଧ । ପୃଥ‌ିବୀର ଯେକୌଣସି ସ୍ଥାନକୁ ବାର୍ତ୍ତା, ଫଟୋ, ଫାଇଲ୍ ଇତ୍ୟାଦି ତତ୍‌କ୍ଷଣାତ୍ ପ୍ରେରଣ କରିହେବ । ଏହା ମଧ୍ୟ ଭାରତରେ ଆଜି ସାଧାରଣ ଭାବରେ ଉପଲବ୍ଧ ।

E. ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଅର୍ଥନୈତିକ ଆଧାରିକ ସଂରଚନା ଓ ସାମାଜିକ ଆଧାରିକ ସଂରଚନା ।
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ମୌଳିକ ଦ୍ରବ୍ୟ, ସେବା ଓ ସୁବିଧା ପ୍ରତ୍ୟକ୍ଷଭାବେ ଆର୍ଥିକ ଅଭିବୃଦ୍ଧି ହାସଲରେ ସାହାଯ୍ୟ କରେ, ତାହାକୁ ଅର୍ଥନୈତିକ ଆଧାରିକ ସଂରଚନା କୁହାଯାଏ । ଏହା ବହୁବିଧ, ଯଥା –

(କ) ଶକ୍ତି,
(ଖ) ଗମନାଗମନ,
(ଗ) ଯୋଗଯୋ,
(ଘ) ବ୍ୟାଙ୍କ୍ ଓ ବୀମା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ।

ଅର୍ଥନୈତିକ ଆଧାରିକ ସଂରଚନାଗତ ସୁବିଧାକୁ ମଧ୍ଯ ଆର୍ଥିକ ଉତ୍ପାଦନ ନିରପେକ୍ଷ ଆଧାରିକ ସଂରଚନା କୁହାଯାଏ ।
ଅର୍ଥବ୍ୟବସ୍ଥାରେ ଯେଉଁ ସେବା, ସୁଯୋଗ ବା ପ୍ରକଳ୍ପ ପରୋକ୍ଷଭାବେ ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରେ, ତାହାକୁ ସାମାଜିକ ଆଧାରିକ ସଂରଚନା କୁହାଯାଏ । ଏହା ମଧ୍ୟ ବହୁ ପ୍ରକାରର; ଯଥା –
(କ) ଶିକ୍ଷା ଓ ତାଲିମ ବ୍ୟବସ୍ଥା,
(ଖ) ସ୍ଵାସ୍ଥ୍ୟ ସେବା,
(ଗ) ବାସଗୃହ ଯୋଗାଣ ଇତ୍ୟାଦି ।

ଏସବୁ ବ୍ୟବସ୍ଥାଦ୍ୱାରା ପରୋକ୍ଷ ଭାବରେ ଦେଶର ମୋଟ ଉତ୍ପାଦନକୁ ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

2. ବ୍ୟବସାୟିକ ଉତ୍ସ ଓ ଅଣବ୍ୟବସାୟିକ ଉତ୍ସ ।
Answer:
ଶକ୍ତିର ଯେଉଁ ଉତ୍ସକୁ ଉପଭୋକ୍ତା କ୍ରୟ କରିଥାଏ ତାହାକୁ ବ୍ୟବସାୟିକ ଉତ୍ସ କୁହାଯାଏ । ପ୍ରକାରରାନ୍ତରେ, ବ୍ୟବସାୟିକ ଉତ୍ସରୁ ମିଳୁଥିବା ଶକ୍ତି କ୍ରୟ-ବିକ୍ରୟ ହୋଇପାରେ । ଭାରତରେ ଶକ୍ତିର ତିନୋଟି ବ୍ୟବସାୟିକ ଉତ୍ସ ଦୃଷ୍ଟିଗୋଚର ହୋଇଥାଏ । ସେଗୁଡ଼ିକ ହେଲା କୋଇଲା, ଅଶୋଧ ତୈଳ ଓ ବିଦ୍ୟୁତ୍ ଶକ୍ତି ।

ଶକ୍ତିର ଅଣବ୍ୟବସାୟିକ ଉତ୍ସ ସୁଲଭ ଏବଂ ଏଥିପାଇଁ କୌଣସି ପାଉଣା ଦିଆଯାଇନଥାଏ । ଉପଭୋକ୍ତା ପାଇଁ ଏହା ଏକ ମୁକ୍ତ ପଦାର୍ଥ । ଶକ୍ତିର ଅଣବ୍ୟବସାୟିକ ଉତ୍ସ ଗୁଡ଼ିକ ହେଲା – ଜାଳେଣି କାଠ, ନଡ଼ା, କୁଣ୍ଡା, ଅଗାଡ଼ି, ଗୋବର ଇତ୍ୟାଦି ।

3. ପାରମ୍ପରିକ ଏବଂ ଅଣପାରମ୍ପରିକ ଶକ୍ତି ।
Answer:
ଉଭୟ ବ୍ୟବସାୟିକ ଓ ଅଣବ୍ୟବସାୟିକ ସମସ୍ତ ଉତ୍ସକୁ ପାରମ୍ପରିକ ଶକ୍ତି କୁହାଯାଏ । ଏହି ଉତ୍ସଗୁଡ଼ିକ ପ୍ରାଚୀନ କାଳରୁ ଶକ୍ତି ପ୍ରଦାନ କରି ଆସୁଛନ୍ତି । ସେଗୁଡ଼ିକ ସୀମିତ ଓ କ୍ଷୟଶୀଳ । ଆଧୁନିକ ଯୁଗର ଶକ୍ତି ସଙ୍କଟ ହେତୁ କେତେକ ଅସରନ୍ତି ଶକ୍ତିର ବିନିଯୋଗ କରାଯାଉଅଛି । ଏହି ଶକ୍ତିକୁ ଅଣପାରମ୍ପରିକ ଶକ୍ତି କୁହାଯାଏ । ସୌରଶକ୍ତି, ପବନ ଶକ୍ତି, ଜୁଆର ଶକ୍ତି ଇତ୍ୟାଦି ଅଣପାରମ୍ପରିକ ଶକ୍ତି ଅଟନ୍ତି ।

4. ଆଭ୍ୟନ୍ତରୀଣ ଜଳ ପରିବହନ ଓ ମହାସାଗରୀୟ ପରିବହନ ।
Answer:
ନଦୀ ଓ କେନାଲ ଆଭ୍ୟନ୍ତରୀଣ ଜଳ ପରିବହନର ଅନ୍ତର୍ଭୁକ୍ତ । ଜଳ ପରିବହନ ବିଶେଷଭାବେ କାର୍ଯ୍ୟକାରୀ ହେଉଥ‌ିବା ରାଜ୍ୟମାନଙ୍କ ମଧ୍ୟରେ ଆସାମ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ ଓ ଓଡ଼ିଶା ପ୍ରଧାନ । ଏହି ଜଳପଥରେ ମୁଖ୍ୟତଃ କୋଇଲା, ଲୁଣ, ସିମେଣ୍ଟ ବାଉଁଶ ତଥା ପେଟ୍ରୋଲ ଆଦି ଦ୍ରବ୍ୟ ନେବା ଆଣିବା କରାଯାଏ ।

ଭାରତର ସାମୁଦ୍ରିକ ବହିର୍ବାଣିଜ୍ୟ କାରବାର ମୁଖ୍ୟତଃ ଚାରିଗୋଟି ମହାସାଗରୀୟ ପରିବହନ ବ୍ୟବସ୍ଥାଦ୍ୱାରା ହୋଇଥାଏ । ଭାରତ, ଇଉରୋପ ମହାଦେଶର ଦେଶଗୁଡ଼ିକ ସହ ସୁଏଜପଥ ଦେଇ ବାଣିଜ୍ୟ ହୋଇଥାଏ । ପଶ୍ଚିମ ଆଫ୍ରିକୀୟ ଦେଶ ଏବଂ ଦକ୍ଷିଣ ଆମେରିକୀୟ ଦେଶ ସମୂହ ସହିତ ଉତ୍ତମାଈଁ ଅନ୍ତରୀପ ପଥ ଦେଇ ବାଣିଜ୍ୟ କାରବା କରାଯାଏ । ସିଙ୍ଗାପୁର ସମୁଦ୍ରପଥ (ମାଲକ୍‌କା ପ୍ରଣାଳୀ) ଦେଇ ଭାରତ ଦକ୍ଷିଣ-ପୂର୍ବ ଏସିଆ, ଜାପାନ, ଯୁକ୍ତରାଷ୍ଟ୍ର ଓ କାନାଡ଼ା ସହିତ ବାଣିଜ୍ୟ କାରବାର କରେ । ଅଷ୍ଟ୍ରେଲିଆ ପଥ ଦେଇ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ସହ ବାଣିଜ୍ୟ କାରବାର ଚାଲେ ।

5. ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ।
Answer:
ଜାତୀୟ ରାଜପଥ ଦେଶର ସଡ଼କପଥର ମୁଖ୍ୟ ଭାର ବହନ କରିଥାଏ । ଏହା ବିଭିନ୍ନ ରାଜ୍ୟର ରାଜଧାନୀ, ପ୍ରଧାନ ସହର ନିର୍ମାଣ ଓ ପରିଚାଳନା କେନ୍ଦ୍ର ସରକାରଙ୍କ ଦାୟିତ୍ଵ ଥାଏ । ଭାରତରେ ସମୁଦାୟ 56ଟି ଜାତୀୟ ରାଜପଥ ଅଛି । ରାଜ୍ୟ ରାଜପଥ ସଂପୃକ୍ତ ରାଜ୍ୟର ରାଜଧାନୀକୁ ବିଭିନ୍ନ ଜିଲ୍ଲାର ସଦରମହକୁମା, ପ୍ରଧାନ ସହର ଓ ଶିଳ୍ପକେନ୍ଦ୍ର ସହ ସଂଯୁକ୍ତ କରିଥାଏ । ପ୍ରଧାନ ଜିଲ୍ଲା ସଡ଼କ ସଂପୃକ୍ତ କରିଥାଏ । ଏହି ସଡ଼କଗୁଡ଼ିକ ରାଜ୍ୟ ସରକାର ବା ତାଙ୍କର କୌଣସି ଏଜେନ୍ସିଦ୍ୱ।ରା ପରିଚାଳିତ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. କରିଥିବା କୌଶଳଗୁଡ଼ିକ ବର୍ଣନା କର ।
Answer:
କୌଣସି ଦେଶର ଆଧାରିକ ସଂରଚନା କହିଲେ ସେହି ଦେଶର ଶକ୍ତି, ପରିବହନ ଓ ଯୋଗାଯୋଗ, ବ୍ୟାଙ୍କ ଓ ବୀମା ବ୍ୟବସ୍ଥା, ବିଜ୍ଞାନ ଓ ବୈଷୟିକ ଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ଆଦିକୁ ବୁଝାଇଥାଏ । ଆଧାରିକ ସଂରଚନାରେ ଅନ୍ତର୍ଭୁକ୍ତ ହୋଇଥିବା ଉପରୋକ୍ତ କ୍ଷେତ୍ରଗୁଡ଼ିକର ବିକାଶ କରାଯାଇ ଦେଶରେ ଉନ୍ନୟନ ପାଇଁ ଏକ ଦୃଢ଼ ଭିଭିଭୂମି ପ୍ରସ୍ତୁତ କରାଯାଇଥାଏ । କୌଣସି ଦେଶର ଉନ୍ନୟନ ପ୍ରକ୍ରିୟା ଏହିସବୁ ଭିଭିଭୂମି ଉପରେ ନିର୍ଭର କରିଥାଏ । କୃଷି ଓ ଶିଳ୍ପକ୍ଷେତ୍ର ଆଦିର ବିକାଶ ଏହି ଭିତ୍ତିଭୂମି ଉପରେ ନିର୍ଭର କରେ ।

ଆଧାରିକ ସଂରଚନା ଓ ଉନ୍ନୟନ ମଧ୍ୟରେ ଏକ ସଂଯୋଗ ରହିଛି । ଅତୀତରେ ଆଧାରିକ ସଂରଚନାର ଉନ୍ନତି ସରକାରଙ୍କ ଉପରେ ନ୍ୟସ୍ତ ଥିଲା । କାଳକ୍ରମେ ଏହା ଆଂଶିକ ଭାବରେ ବେସରକାରୀ ସଂସ୍ଥାକୁ ପ୍ରଦାନ କରାଗଲା । ନିକଟ ଅତୀତରେ ସରକାର ଭିଭିଭୂମିର ବିକାଶ ନିମନ୍ତେ ଅଗ୍ରାଧିକାର ଦେଇଛନ୍ତି । ଏହା ସତ୍ୟ ଯେ ଭିତ୍ତିଭୂମିର ବିକାଶ ନିମନ୍ତେ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

ତେଣୁ ସରକାର ଏହି ଦାୟିତ୍ୱ ବେସରକାରୀ ସଂସ୍ଥା ଉପରେ ନ୍ୟସ୍ତ କରିବାକୁ ବାଧ୍ୟ ହେଉଛନ୍ତି । ଏହି ସଂସ୍ଥାମାନ ସେମାନଙ୍କର ନିଜସ୍ବ ପୁଞ୍ଜି ନିବେଶ ଘଟାଇ ଦେଶରେ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରି ପାରିବେ । ଆଧାରିକ ସଂରଚନା ( ଭିତ୍ତିଭୂମି)ର ବିକାଶ ନିମନ୍ତେ ସରକାର ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଯାହା ନିମ୍ନରେ ବର୍ଣ୍ଣନା କରାଗଲା ।

  • ଭିତ୍ତିଭୂମିର ପ୍ରତିଷ୍ଠାପାଇଁ ସରକାର ବ୍ୟୟ ଅଟକଳ ବୃଦ୍ଧି କରିଛନ୍ତି ।(ii) ବିଦ୍ୟୁତଶକ୍ତି ନିୟମ 1910 ର ସଂଶୋଧନ କରାଯାଇ ବେସରକାରୀ ସଂସ୍ଥାମାନଙ୍କୁ ଅଂଶଗ୍ରହଣ କରିବାପାଇଁ ଅନୁମତି ଦିଆଯାଇଛି ।
  • କେନ୍ଦ୍ରୀୟ ବିଦ୍ୟୁତଶକ୍ତି ନିୟାମକ କମିଶନ ଗଠନ କରାଯାଇଛି ।
  • ବିଦ୍ୟୁତଶକ୍ତି ଉତ୍ପାଦନ ନିମନ୍ତେ ବୈଦେଶିକ ସଂସ୍ଥାକୁ 1500 କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗପାଇଁ ଅନୁମତି ପ୍ରଦାନ କରାଯାଇଛି ।
  • ଚାରିଲେନ୍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ କରାଯାଇଛି ।
  • ଜଳପଥ ଓ ବନ୍ଦର ଆଦିର ବିକାଶପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
  • ଚତୁଃକୋଣୀୟ ସମନ୍ବିତ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ଚାରୋଟି ବୃହତ୍ ସହର; ଯଥା – ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲ୍‌କାତାକୁ ସଂଯୋଗ କରାଯାଇଛି ।
  • ଆନ୍ତର୍ଜାତୀୟ ବିମାନବନ୍ଦରର ବିକାଶପାଇଁ ପଦକ୍ଷେପ ନିଆଯାଇଛି ।

ଏହି ଆଧାରିକ ସଂରଚନାର ବିକାଶପାଇଁ ଏସୀୟ ଉନ୍ନୟନ ବ୍ୟାଙ୍କ 3000 ମିଲିୟନ ଡଲାର ଋଣ ପ୍ରଦାନ କରିଛି । ଏହି ଭିତ୍ତିଭୂମିର ବିକାଶପାଇଁ ବୈଦେଶିକ ବିନିଯୋଗ ନିମନ୍ତେ ଉଦାରୀକରଣ ନୀତି ଅନୁସୃତ ହୋଇଛି ଯଦ୍ବାରା ବିଦେଶୀ ରାଷ୍ଟ୍ରମାନେ ସେମାନଙ୍କର ପୁଞ୍ଜି ବିନା କଟକଣାରେ ବିନିଯୋଗ କରିପାରିବେ ।

ଏହା କେତେକ ଗୁରୁଶିଳ୍ପ, ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ବଣ୍ଟନ, ଅଣପାରମ୍ପରିକ ଶକ୍ତି ସଂଗ୍ରହ ଓ ବଣ୍ଟନ, ରାସ୍ତାଘାଟ ନିର୍ମାଣ, ରେଳପଥ ଓ ପୋଲ ନିର୍ମାଣ ପାଇଁ ବିନିଯୋଗ କରାଯିବାର ନିୟମ ରହିଛି । କେତେକ ଶିଳ୍ପପାଇଁ ବିଦେଶୀ ପୁଞ୍ଜିର 51% ଅଂଶଧନର ବିନିଯୋଗ ପର୍ଯ୍ୟନ୍ତ ସରକାରୀ ଅନୁମୋଦନକୁ ପ୍ରତ୍ୟାହାର କରି ନିଆଯାଇଛି । ଏହି ଅଂଶଧନ ମଧ୍ଯ ରାସ୍ତାଘାଟ ଓ ପୋଲ ନିର୍ମାଣ, ପରିବହନ, ରେଳପଥ ବିକାଶପାଇଁ ବିନା ଅନୁମୋଦନରେ ବିନିଯୋଗ କରାଯାଇ ପାରିବ ।

ନିକଟରେ ଗ୍ରହଣ କରାଯାଇଥ‌ିବା ପଦକ୍ଷେପ :
1999-2000 ର ପରବର୍ତ୍ତୀ ସମୟରେ ଆଧାରିକ-ସଂରଚନା ବିକାଶ ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇଛି ଯାହା ଭିତ୍ତିଭୂମିର ବିକାଶ ଲାଗି ଉଦ୍ଦିଷ୍ଟ । ସାଧାରଣ ପଦକ୍ଷେପ – ଏହି ସାଧାରଣ ପଦକ୍ଷେପ ରୂପରେ ସରକାର କରଭାର ଲାଘବ, ପ୍ରତ୍ୟକ୍ଷ ବୈଦେଶିକ ବିନିଯୋଗ ପ୍ରସ୍ତାବ ଓ ଆମଦାନୀ ଶୁଳ୍‌କ ହ୍ରାସ ଆଦି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସାଧାରଣତଃ ଆଧାରିକ ସଂରଚନାର ପ୍ରଗତି ନିମନ୍ତେ ପଥ ପ୍ରସ୍ତୁତି କରିପାରିବ ।

(a) ବୃହତ୍ ଶକ୍ତି ପ୍ରକଳ୍ପ ସ୍ଥାପନର ଘୋଷଣା,
(b) ରାଜ୍ୟ ବିଦ୍ୟୁତ୍ ବୋର୍ଡର ପୁନର୍ଗଠନ
(c) ନୂତନ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ।

ଟେଲି ଯୋଗାଯୋଗ ବ୍ୟବସ୍ଥା –
ନୂତନ ଯୋଜନା ପ୍ରଣୟନ କରିଛନ୍ତି; ଯଥା –
(1) ଘରୋଇ ଦୂରଗାମୀ ଟେଲି ବ୍ୟବସ୍ଥା (STD) କାର୍ଯ୍ୟକାରୀ
(2) ଟେଲି
(3) ଭାରତୀୟ ଟେଲି ଯୋଗାଯୋଗ ନିୟାମକ ଯୋଗାଯୋଗ ସେବାସଂସ୍ଥା (DTS) କୁ କର୍ପୋରେସନ କରିବାର ଘୋଷଣା କର୍ତ୍ତୃପକ୍ଷ (TRAI) ପ୍ରତିଷ୍ଠା
(4) ଚାହିଦା ମୁତାବକ ଫୋନ ଯୋଗାଣର ଲକ୍ଷ୍ୟ ହାସଲ ।

ସଡ଼କ – ସରକାର ସଡ଼କ ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ତୈଳ ଉପରେ ଏକ ଲିଟର ପିଛା । ଟଙ୍କା ହାରରେ ସେସ୍ (କର) ଧାର୍ଯ୍ୟ କରିଛନ୍ତି । ଏଥୁରୁ ସଂଗୃହୀତ ଅର୍ଥ ରାସ୍ତାଘାଟର ବିକାଶ ପାଇଁ ବ୍ୟୟ କରାଯିବ । ଏହା କେନ୍ଦ୍ରୀୟ ସଡ଼କ ପାଣ୍ଠିରେ ଗଚ୍ଛିତ ରହି ସଡ଼କର ବିକାଶମୂଳକ କାର୍ଯ୍ୟରେ ବ୍ୟୟ କରାଯାଇଥାଏ । ବିଶେଷକରି ଏହା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ବିକାଶ ଉଦ୍ଦେଶ୍ୟରେ ବ୍ୟୟ କରାଯାଏ । ରାସ୍ତାଘାଟର ବିକାଶ ନିମନ୍ତେ ସରକାର ଜାତୀୟ ରାଜପଥ ବିକାଶ ପ୍ରକଳ୍ପ ଗଠନ କରିଛନ୍ତି ଯାହାର ବ୍ୟୟ ଅଟକଳ 54,000 କୋଟି ଟଙ୍କା ରଖାଯାଇଛି ।

ରେଳପଥ – ଭାରତୀୟ ରେଳବାଇର ବିକାଶପାଇଁ ସରକାର କେତେକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ରେଳଯାତ୍ରୀଙ୍କୁ ଆତିଥ୍ୟ ପ୍ରଦାନ କରିବା ଓ ଯାତ୍ରା ସମୟକୁ ଆରାମଦାୟକ କରିବା ଉଦ୍ଦେଶ୍ୟରେ ସରକାର ପର୍ଯ୍ୟଟନ ବିଭାଗ ସହ ଅନୁବନ୍ଧିତ କରାଇଛନ୍ତି । କେତେକ ବିଳାସପୂର୍ଣ୍ଣ ଆରାମଦାୟକ ଟ୍ରେନ୍‌ର ପ୍ରଚଳନ କରାଯାଇଛି ।

ବେସାମରିକ ବିମାନ ଚଳାଚଳ – ବେସାମରିକ ବିମାନ ଚଳାଚଳ ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ବିମାନ ବନ୍ଦରର ପୁନର୍ଗଠନ କରାଯାଇଛି ଏବଂ Air Port Authority of Indiaର ପୁନର୍ଗଠନ କରାଯାଇଛି ।

ସହରାଞ୍ଚଳରେ ଆଧାରିକ ସଂରଚନା – ସହରାଞ୍ଚଳରେ ଆଧାରିକ ସଂରଚନାର ବିକାଶ ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ସହରାଞ୍ଚଳରେ ଗୃହନିର୍ମାଣ ଭଳି କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହା ସହରାଞ୍ଚଳରେ ପ୍ରଗତି ଆଣିପାରିବ ।
ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ ସରକାର ଭିତ୍ତିଭୂମିର ଦୃଢ଼ୀକରଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହା ଅର୍ଥନୈତିକ ଉନ୍ନୟନପାଇଁ ସହାୟକ ହୋଇପାରିବ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

2. ଶକ୍ତିର ବିଭିନ୍ନ ଉତ୍ସଗୁଡ଼ିକ ବର୍ଣ୍ଣନା କର । ଶକ୍ତି କ୍ଷେତ୍ରରେ ଅବଲମ୍ବନ କରାଯାଇଥିବା କୌଶଳ ଓ ନୀତି ସଂପର୍କରେ ଆଲୋକପାତ କର ।
Answer:
ଶକ୍ତି ସମ୍ବଳ – ଅର୍ଥନୈତିକ ଉନ୍ନୟନ ନିମନ୍ତେ ଶକ୍ତି ଏକ ପ୍ରମୁଖ ସମ୍ବଳର ମାନ୍ୟତା ଲାଭ କରିଛି । ଦ୍ରୁତ ଶିଳ୍ପାୟନ, କୃଷିର ଯାନ୍ତ୍ରୀକରଣ ଏବଂ ପରିବହନର ଉନ୍ନୟନପାଇଁ ଶକ୍ତିକ୍ଷେତ୍ର ଅତୁଳନୀୟ ଭୂମିକା ନିର୍ବାହ କରିଥାଏ । ଘରୋଇ ଉପଭୋଗ ଓ ଆଲୋକ ବ୍ୟବସ୍ଥାପାଇଁ ଶକ୍ତି ଏକାନ୍ତ ଆବଶ୍ୟକ । ପଚାଶ ଦଶକଠାରୁ ନବେ ଦଶକ ପର୍ଯ୍ୟନ୍ତ ଶକ୍ତିର ବ୍ୟବହାର ଶତକଡ଼ା 6 ଭାଗରୁ ଅଧ୍ଵ ହାରରେ ବୃଦ୍ଧି ପାଇବାରେ ଲାଗିଛି । ଏହା ସତ୍ତ୍ବେ ବି ଭାରତରେ ମୁଣ୍ଡପିଛା ବ୍ୟବହାର ଅନ୍ୟାନ୍ୟ ଉନ୍ନତ ରାଷ୍ଟ୍ର ତୁଳନାରେ ଖୁବ୍ କମ୍ । ଭାରତରେ ଅର୍ଷାଧ୍ଵ ଲୋକଶକ୍ତିର ବ୍ୟବସାୟିକ ବ୍ୟବହାରରୁ ବଞ୍ଚିତ ହୋଇଥା’ନ୍ତି ।

ଭାରତରେ ବ୍ୟବହାର କରାଯାଉଥ‌ିବା ଶକ୍ତିର ଅନ୍ଧାତ୍ମକ ଅଂଶ ବିନା ମୂଲ୍ୟରେ ଉପଯୋଗ ହୋଇଥାଏ । ଗ୍ରାମାଞ୍ଚଳରେ କାଠ, ଗୋବର ଓ କୃଷିଜାତ ଦ୍ରବ୍ୟ; ଯଥା – ନଡ଼ା ଆଦି ଉପଯୋଗ କରି ଅଣ-ବାଣିଜ୍ୟିକ ଶକ୍ତି ବିନାମୂଲ୍ୟରେ ପାଇଥା’ନ୍ତି । ମାତ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଲବ୍‌ଧ ଶକ୍ତି ଅର୍ଥ ବିନିମୟରେ ମିଳିଥାଏ । ଏତଦ୍‌ବ୍ୟତୀତ ଜଳ ବିଦ୍ୟୁକ୍ତି ଓ ନିଉକ୍ଲିୟାର ଶକ୍ତି ମଧ୍ୟ ଅର୍ଥ ବିନିମୟରେ ମିଳି ପାରିଥାଏ ।

ତୈଳ ଓ କୋଇଲା – ଭାରତରେ ବାଣିଜ୍ୟିକ ଶକ୍ତିର ପ୍ରଧାନ ଉତ୍ସ ହେଲା ତୈଳ ଓ କୋଇଲା । ଏହା ଶତକଡ଼ା 47 ଭାଗ ଚାହିଦା ପୂରଣ କରିଥାଏ । ତୈଳ ସଂକଟ ଯୋଗୁଁ କୋଇଲାର ବହୁଳ ବ୍ୟବହାର ଶକ୍ତି ପ୍ରଦାନ କରୁଅଛି । କୋଇଲାରୁ ମିଳୁଥିବା ଶକ୍ତିକୁ ସହଜରେ ଅନ୍ୟରୂପକୁ ରୂପାନ୍ତରିତ କରାଯାଇପାରେ । ଉଦାହରଣ ସ୍ୱରୂପ କୋଇଲାରୁ ମିଳୁଥିବା ଥର୍ମାଲ୍ ଶକ୍ତି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିପାରେ । ଭାରତରେ ଉତ୍ପାଦିତ ହେଉଥ‌ିବା ବିଦ୍ୟୁତ୍ ଶକ୍ତିର ଶତକଡ଼ା 60 ଭାଗ ଏହି ଥର୍ମାଲ୍ ଶକ୍ତିରୁ ମିଳିଥାଏ ।

ବିଦ୍ୟୁତ୍ ଶକ୍ତି – ଶକ୍ତି କ୍ଷେତ୍ରରେ ବିଦ୍ୟୁତଶକ୍ତି ପ୍ରଧାନ । ଭାରତରେ ବିଦ୍ୟୁତ୍‌ଶକ୍ତିର ପରିମାଣ 2000 ମସିହା ସୁଦ୍ଧା ପ୍ରାୟ 95,000 Megawatt ରେ ପହଞ୍ଚି ସାରିଲାଣି । 1970-71 ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସ୍ଥାପନ ସାମର୍ଥ୍ୟ ହାରାହାରି ବାର୍ଷିକ ୫% ହାରରେ ବୃଦ୍ଧି ପାଉଛି । ମାତ୍ର ବିଦ୍ୟୁତ୍ ଶକ୍ତିର ଚାହିଦା ଏହି ବୃଦ୍ଧି ତୁଳନାରେ ଯଥେଷ୍ଟ ଅଧିକ ହୋଇଥ‌ିବାରୁ ଦେଶରେ ଶକ୍ତି ସଂକଟ ଲାଗି ରହିଛି । ଅନେକ ପଦକ୍ଷେପ ସତ୍ତ୍ବେ ଏହା ସାମାନ୍ୟ ହ୍ରାସ ପାଇଛି । ଏଥ‌ିପାଇଁ ସପ୍ତମ, ଅଷ୍ଟମ ଓ ନବମ ଯୋଜନା କାଳରେ ବ୍ୟୟ ଅଟକଳ ବୃଦ୍ଧି କରାଯାଇ ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ଦେଖାଦେଇଥ‌ିବା ସଂକଟକୁ କେତେକାଂଶରେ ଦୂର କରାଯାଇ ପାରିଛି ।

ଶକ୍ତି ଉତ୍ପାଦନ ବୃଦ୍ଧିପାଇଁ କୌଶଳ (Energy Strategy) – ଭାରତରେ ଉତ୍ପାଦିତ ହେଉଥ‌ିବା ଶକ୍ତିର ପ୍ରାୟ ଶତକଡ଼ା 60 ଭାଗ ଥର୍ମାଲ୍ ଶକ୍ତି ପ୍ରକଳ୍ପରୁ ହିଁ ମିଳୁଅଛି । ଅବଶିଷ୍ଟ 40) ଭାଗ ଜଳବିଦ୍ୟୁତ୍ ଓ ଆଣବିକ ଶକ୍ତି ମାଧ୍ୟମରେ ମିଳିଥାଏ । ବର୍ତ୍ତମାନର ଶକ୍ତିକ୍ଷେତ୍ରର ଦୃଶ୍ୟପଟକୁ ବିଚାର କରି ଦେଶରେ ଜଳବିଦ୍ୟୁତ୍ ପ୍ରକଳ୍ପର କ୍ଷମତା ବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ପ୍ରାୟ 74,000 MW ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇପାରିବ ।
ବିଦ୍ୟୁତ୍ ଶକ୍ତି ଉତ୍ପାଦନ ବୃଦ୍ଧି ନିମନ୍ତେ ନିମ୍ନଲିଖିତ କୌଶଳ ଅବଲମ୍ବନ କରାଯାଇଛି ।

  • ପାରମ୍ପରିକ ଶକ୍ତି ସମ୍ବଳ; ଯଥା – ତୈଳ, ପ୍ରାକୃତିକ ଗ୍ୟାସ, କୋଇଲା, ଜଳବିଦ୍ୟୁତ୍ ଓ ନିଉକ୍ଲିୟାର ଶକ୍ତିର ସଦୁପଯୋଗ ।
  • ତୈଳର ଯଥାର୍ଥ ବ୍ୟବହାର ।
  • ତୈଳଜାତୀୟ ଉତ୍ପାଦ ବିନିମୟରେ ପ୍ରାକୃତିକ ଗ୍ୟାସ୍‌ ବ୍ୟବହାର ଉପରେ ଗୁରୁତ୍ଵ ।
  • ଶକ୍ତି ସଂରକ୍ଷଣ ।
  • ବିଦ୍ୟୁତ୍ ଶକ୍ତି ବୃଦ୍ଧିପାଇଁ ଉପଯୁକ୍ତ ପଦକ୍ଷେପ ।

ଭାରତରେ ଶିଳ୍ପ ଉନ୍ନୟନ କ୍ଷେତ୍ରରେ ବିଦ୍ୟୁତ୍ଵଶକ୍ତିର ସଂକଟ ଅଧିକ ଅନୁଭୂତ ହେଉଛି । ତୈଳ ସଂକଟ ଯୋଗୁଁ ତୈଳ ଦର ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଯାହାଦ୍ୱାରା ଶକ୍ତିସଂକଟ ଦେଖାଦେଉଛି । ଏହାର ଦୂରକରଣ ପାଇଁ ଥର୍ମାଲ୍ ଶକ୍ତି ଓ ଜଳବିଦ୍ୟୁତ୍ ଉପରେ ଯଥେଷ୍ଟ ଗୁରୁତ୍ବ ଆରୋପ କରାଯାଉଛି । ଏଥୁରୁ ନିଉକ୍ଲିୟାର ଶକ୍ତି ମଧ୍ୟ ବାଦ୍ ପଡ଼ିନାହିଁ ।
ପ୍ରତିକାର – ବିଦ୍ୟୁତ୍ ଶକ୍ତି ସଂକଟରୁ ମୁକ୍ତି ପାଇବାପାଇଁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇଛି ।

  • ପୁନଃ କ୍ରିୟାଶୀଳ ହୋଇପାରୁଥ‌ିବା ବା ପୁନଃନବୀକରଣ କରାଯାଇପାରୁଥିବା ଅଣ ପାରମ୍ପରିକ ଶକ୍ତି; ଯଥା— ପବନ, ସୌର ଶକ୍ତି, ଜୈବିକ ଗ୍ୟାସ୍‌ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଦରକାର ।
  • ଦେଶୀୟ ବୈଷୟିକ ଜ୍ଞାନର ବିକାଶପାଇଁ ଏକ ସଂସ୍ଥା ପ୍ରତିଷ୍ଠା ହେବା ଉଚିତ ।
  • ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ।
  • ଶକ୍ତିର ଯଥାର୍ଥ ଉପଯୋଗପାଇଁ ଜନ ସଚେତନତା ।
  • ଅଣ ବାଣିଜ୍ୟିକ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ଵ ।

ଶକ୍ତି ନୀତି – ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଶକ୍ତିର କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ଦୃଷ୍ଟିରେ ରଖ୍, ଶକ୍ତି କ୍ଷେତ୍ରରେ ବିକାଶ ଅବଶ୍ୟମ୍ଭାବୀ ସଂସ୍ଥା। ଏଥ‌ିପାଇଁ ଆଗ୍ରହ ପ୍ରକାଶ କରିବେ । ଏଥ‌ିପାଇଁ ୦.N.G.C ର ପୁନର୍ଗଠନ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ହୋଇଥିବାରୁ ଦେଶ ଏଗୁଡ଼ିକ କାର୍ଯ୍ୟକାରୀ କରିବାକୁ ସକ୍ଷମ ହୋଇପାରୁନାହିଁ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

ଏହାର ସମ୍ମୁଖୀନ ହେବାପାଇଁ ସରକାର ବେସରକାରୀ ଉଦ୍ୟୋଗର ସହାୟତା ଲୋଡୁଛନ୍ତି । ମାତ୍ର ଦାମ୍ ସ୍ଥିରୀକୃତ ଓ ବଣ୍ଟନ କ୍ଷେତ୍ରରେ ଏକ ନୀତି ପ୍ରଣୟନର ଆବଶ୍ୟକତା ରହିଛି । କାରଣ ଉପଯୁକ୍ତ ଦାମ୍ ସ୍ଥିର କରାଗଲେ ଅନେକ ବେସରକାରୀ ସଂସ୍ଥା। ଏଥ‌ିପାଇଁ ଆଗ୍ରହ ପ୍ରକାଶ କରିବେ ।

ଏଥପାଇଁ O.N.G.C ର ପୁନର୍ଗଠନ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଏକ ସ୍ୱୟଂଶାସିତ କର୍ପୋରେସନରେ ପରିଣତ କରାଯାଇଛି । ଏସବୁ ପଦକ୍ଷେପ ସତ୍ତ୍ଵେ ଶକ୍ତି କ୍ଷେତ୍ରରେ ସେପରି ବୈପ୍ଳବିକ ପରିବର୍ତ୍ତନ ଘଟିପାରିନାହିଁ । ତଥାପି ଶକ୍ତି କ୍ଷେତ୍ରରେ ଉନ୍ନୟନପାଇଁ ଆବଶ୍ୟକତା ଥିବାରୁ ଏହାର ବିକାଶପାଇଁ କ୍ରମାଗତଭାବେ ନୂତନ ପଦକ୍ଷେପମାନ ନିଆଯାଉଛି ।

3. ଅର୍ଥନୈତିକ ଉନ୍ନୟନ କ୍ଷେତ୍ରରେ ଭାରତରେ ପରିବହନ ବ୍ୟବସ୍ଥାର ଭୂମିକା ବର୍ଣ୍ଣନା କର ।
Answer:
ଭାରତରେ ଅର୍ଥନୈତିକ ଉନ୍ନୟନପାଇଁ ପରିବହନ ବ୍ୟବସ୍ଥା ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ଏକ ଉତ୍ତମ ପରିବହନ ବ୍ୟବସ୍ଥା ଶ୍ରମ ଗତିଶୀଳତା ଓ ଦ୍ରବ୍ୟ ତଥା ଉପାଦାନ ପରିବହନରେ ଯଥେଷ୍ଟ ଭୂମିକା ଗ୍ରହଣ କରିଥାଏ । ଭାରତରେ ଚତୁଃଶ୍ରେଣୀୟ ପରିବହନ ; ଯଥା – ରେଳପଥ, ସଡ଼କପଥ, ଜଳପଥ ଓ ଆକାଶପଥ ଆଦି କାର୍ଯ୍ୟକାରୀ ହେଉଅଛି । ଏହିଚତୁଃଶ୍ରେଣୀୟ ପରିବହନ ବ୍ୟବସ୍ଥା ମାଧ୍ୟମରେ ଦେଶର କୋଣଅନୁକୋଣକୁ ସଂଯୋଗ କରାଯାଇ ପରିବହନ ବ୍ୟବସ୍ଥାକୁ ସୁଦୂରପ୍ରସାରୀ କରାଯାଇଛି ।

ରାଷ୍ଟ୍ରର ସମସ୍ତ କାର୍ଯ୍ୟ; ଯଥା – ଅର୍ଥନୈତିକ, ସାମାଜିକ, ରାଜନୈତିକ, ସାଂସ୍କୃତିକ, ପ୍ରଶାସନିକ ଏହି ପରିବହନ ବ୍ୟବସ୍ଥା ଉପରେ ସଂପୂର୍ଣ ଭାବେ ନିର୍ଭରଶୀଳ । ଏକ ସୁପରିବହନ ବ୍ୟବସ୍ଥା ନିମ୍ନୋକ୍ତ ଭାବେ ଅର୍ଥନୈତିକ ଉନ୍ନୟନ ପ୍ରକ୍ରିୟାରେ ସହାୟକ ହୋଇଥାଏ ।

(1) ଉପାଦାନ ଓ ଉତ୍ପାଦର ପରିବହନ – ପରିବହନ ବ୍ୟବସ୍ଥା ମାଧ୍ୟମରେ ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ହେଉଥିବା କଞ୍ଚାମାଲ, ଜାଳେଣି, ଯନ୍ତ୍ରପାତି ଆଦିକୁ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ପ୍ରେରଣ କରାଯାଇଥାଏ । ସେହିପରି ଉତ୍ପାଦିତ ଦ୍ରବ୍ୟର ସ୍ଥାନାନ୍ତର ମଧ୍ୟ ଏହି ବ୍ୟବସ୍ଥାଦ୍ୱାରା ସମାପିତ ହୋଇଥାଏ । ଏହିପରି ଭାବରେ ପରିବହନ ବ୍ୟବସ୍ଥା ଉତ୍ପାଦନ ବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇଥାଏ ।

(2) ଶ୍ରମ ଗତିଶୀଳତା (Labour mobility)– ଏକ ସୁପରିବହନ ବ୍ୟବସ୍ଥା କୌଣସି ଅର୍ଥନୀତିରେ ଶ୍ରମ ଗତିଶୀଳତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଯାହା ଉତ୍ପାଦନ ବୃଦ୍ଧିପାଇଁ ଆବଶ୍ୟକ । ଶ୍ରମର ଗତିଶୀଳତା ଯୋଗୁଁ ଉତ୍ପାଦନ ବୃଦ୍ଧି ପାଇଥାଏ ଓ ଶ୍ରମିକର ଉନ୍ନତି ମଧ୍ଯ ଘଟିଥାଏ । ଏତଦ୍‌ବ୍ୟତୀତ ପରିବହନ ବ୍ୟବସ୍ଥା ଶ୍ରମ ଗତିଶୀଳତା ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଶ୍ରମିକ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ଯାତ୍ରାକରି ନିଜ ଜୀବିକା ଅର୍ଜନ କରିଥାଏ ।

(3) ବିଶେଷୀକରଣ ପ୍ରକ୍ରିୟାକୁ ସହଜ କରିଥାଏ – ପରିବହନ ବ୍ୟବସ୍ଥା ଉତ୍ପାଦନ କ୍ଷେତ୍ରରେ ଭୌଗୋଳିକ ଶ୍ରମ ବିଭାଜନ ସୃଷ୍ଟି କରିଥାଏ । ଗୋଟିଏ ଅଞ୍ଚଳର ଶ୍ରମିକ ନିଜ ଇଚ୍ଛା ଅନୁସାରେ ଅନ୍ୟ ଅଞ୍ଚଳକୁ ଗତି କରିଥାଏ । ଏହାଦ୍ଵାରା ଶ୍ରମଦକ୍ଷତା ବୃଦ୍ଧିପାଏ ଏବଂ ଉତ୍ପାଦନର ପରିମାଣ ମଧ୍ୟ ବୃଦ୍ଧି ପାଇଥାଏ ।

(4) ପୂର୍ଣବଜାର ସୃଷ୍ଟି ବା ବଜାରର ବିସ୍ତାର – ପରିବହନ ବ୍ୟବସ୍ଥା ଯୋଗୁଁ ବଜାରର ବ୍ୟାପକତା ବୃଦ୍ଧିପାଏ । ବିଭିନ୍ନ ଉତ୍ପାଦନ ଦ୍ରବ୍ୟର ବଜାର ସୃଷ୍ଟି କରାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ସ୍ଥାପନ କେନ୍ଦ୍ର ଓ ବଣ୍ଟନ କେନ୍ଦ୍ର ମଧ୍ୟରେ ସଂଯୋଗ କରି ଉପଯୁକ୍ତ ଦ୍ରବ୍ୟକୁ ଉପଯୁକ୍ତ ସ୍ଥାନକୁ ପ୍ରେରଣ କରିଥାଏ ଯଦ୍ଵାରା ଦ୍ରବ୍ୟର ସଠିକ୍ ମୂଲ୍ୟାୟନ ହୋଇଥାଏ । ବିଭିନ୍ନ ଦ୍ରବ୍ୟର ଚାହିଦାକୁ ଆକଳନ କରାଯାଇ ପ୍ରେରଣ କରାଯାଏ ଯାହାକି କେବଳ ପରିବହନ ବ୍ୟବସ୍ଥାଦ୍ଵାରାହିଁ ସମ୍ଭବ ହୋଇପାରିଥାଏ ।

(5) ଦୁର୍ଗମ ସ୍ଥାନ ସହ ସଂଯୋଗ – ପରିବହନ ବ୍ୟବସ୍ଥା ମାଧ୍ୟମରେ ଅତି ଅଗମ୍ୟ ସ୍ଥାନ ସହ ସଂଯୋଗ ସ୍ଥାପନ କରିହୁଏ । ଏହାଦ୍ଵାରା କେତେକ ଅନାବିଷ୍କୃତ ସମ୍ବଳର ସନ୍ଧାନ ମିଳିଥାଏ ଯାହାକି ଦ୍ରବ୍ୟ ଉତ୍ପାଦନରେ ସହାୟକ ହୋଇଥାଏ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

(6) ଶିଳ୍ପ ଉତ୍ପାଦିତ ଦ୍ରବ୍ୟର ପ୍ରତ୍ୟକ୍ଷ ଚାହିଦା ସୃଷ୍ଟି – ଶିଳ୍ପଦ୍ବାରା ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ପ୍ରତ୍ୟକ୍ଷ ଚାହିଦା ସୃଷ୍ଟି କରିବାରେ ପରିବହନ ବ୍ୟବସ୍ଥା ବିଶେଷ ସାହାଯ୍ୟ କରିଥାଏ । ବିଭିନ୍ନ ଦ୍ରବ୍ୟ ; ଯଥା – ଯନ୍ତ୍ରପାତି, କଳକବ୍‌ଜା, ଇଞ୍ଜିନ୍, ଲୁହା ଓ ଇସ୍ପାତ ଭଳି ଦ୍ରବ୍ୟର ଏହା ପ୍ରତ୍ୟକ୍ଷ ଚାହିଦା ସୃଷ୍ଟିକରେ । ଏହାଦ୍ୱାରା ଅର୍ଥନୈତିକ ଉନ୍ନୟନ ତ୍ବରାନ୍ବିତ ହୋଇଥାଏ ।

(7) ସକାରାତ୍ମକ ଦୃଷ୍ଟିଭଙ୍ଗୀ ପ୍ରସ୍ତୁତ କରେ – ପରିବହନ ବ୍ୟବସ୍ଥାଦ୍ୱାରା ଲୋକମାନଙ୍କର କଠୋର ରକ୍ଷଣଶୀଳ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଥାଏ । ଅନ୍ୟ ଅର୍ଥରେ ଏହା ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ସୃଷ୍ଟିକରେ । ଏହା ଅନ୍ଧବିଶ୍ୱାସ, କୁସଂସ୍କାର, ଅଜ୍ଞତା ଆଦି ଦୂରକରେ ଯାହାକି ଅର୍ଥନୈତିକ ପ୍ରଗତିପାଇଁ ଏକାନ୍ତ ଅପରିହାର୍ଯ୍ୟ ।

ଉପରୋକ୍ତ ଉପସ୍ଥାପନାରୁ ପ୍ରତୀୟମାନ ହୁଏ ଯେ ଉପଯୁକ୍ତ ପରିବହନ ବ୍ୟବସ୍ଥା ଅର୍ଥନୈତିକ ଉନ୍ନୟନପାଇଁ ବିଶେଷ ଉପଯୋଗୀ । ଏହା ଅର୍ଥନୈତିକ ବିକାଶର ଏକ ଅଂଶ ସଦୃଶ । ଅର୍ଥନୈତିକ ପ୍ରଗତି ବ୍ୟତୀତ ଏହା ସାମାଜିକ ଉନ୍ନତି ଘଟାଇଥାଏ । ଏକ ସୁପରିବହନ ବ୍ୟବସ୍ଥା ବିନା ଅର୍ଥନୈତିକ ପ୍ରଗତି ଆଦୌ ସମ୍ଭବ ହୋଇପାରେ ନାହିଁ ।

4. ଭାରତୀୟ ଅର୍ଥନୀତିକୁ ରେଳବାଇର ଦାନ ବର୍ଣ୍ଣନା କର ।
କିମ୍ବା, ରେଳ ପରିବହନ ଅର୍ଥନୈତିକ ପ୍ରଗତିର ଏକ ଅଂଶବିଶେଷ– ବର୍ଣ୍ଣନା କର ।
କିମ୍ବା, ଭାରତୀୟ ଅର୍ଥନୀତିରେ ରେଳ ପରିବହନର ଉପକାରଗୁଡ଼ିକ ବର୍ଣ୍ଣନା କର ।
Answer:
ଭାରତରେ ରେଳ ପରିବହନ କେବଳ ଯେ ଏକ ସୁପରିବହନ ବ୍ୟବସ୍ଥା ଭାବରେ ଖ୍ୟାତ ତାହା ନୁହେଁ ଏହା ଜାତୀୟ ଆୟ ବୃଦ୍ଧି କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ । ଦେଶରେ ଅର୍ଥନୈତିକ ପ୍ରଗତି ହାସଲ କରାଇବାରେ ଏହା ପ୍ରଧାନ ଭୂମିକା ଗ୍ରହଣ କରିଥାଏ । ଭାରତର ଅର୍ଥନୀତିକୁ ଏହାର ଅବଦାନ ଅସୀମ ।

ଏକ ବିଶେଷ ଆଧାରିକ ସଂରଚନା ଭାବରେ ଏହା ପରିବହନ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରେ । ଭାରତରେ ରେଳ ପରିବହନର ବ୍ୟାପକତା ସାରା ପୃଥ‌ିବୀରେ ଅନନ୍ୟ ଓ ଅସାଧାରଣ । ସମଗ୍ର ଏସିଆ ମହାଦେଶରେ ଭାରତର ରେଳବିଭାଗ ସର୍ବବୃହତ୍ ନିଯୁକ୍ତି ଉତ୍ପାଦନକାରୀ ସଂସ୍ଥାର ମାନ୍ୟତା ଲାଭ କରିଛି । ଭାରତୀୟ ରେଳ ପରିବହନ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଅନେକ ଉପକାର ପ୍ରଦାନ କରିଥାଏ ଯାହା ନିମ୍ନରେ ବର୍ଣ୍ଣନା କରାଗଲା ।

(a) କୃଷି– କୃଷିର ବିକାଶ ପାଇଁ ରେଳ ପରିବହନ ବିଶେଷ ସହାୟକ ହୋଇଥାଏ । ଏହା କୃଷିଜାତ ଦ୍ରବ୍ୟର ବଜାର ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଏହାର ବିସ୍ତାର ମଧ୍ୟ କରିଥାଏ । ଦେଶର କୋଣ ଅନୁକୋଣରୁ କୃଷିଜାତ ଦ୍ରବ୍ୟର ପ୍ରବେଶ କେବଳ ରେଳବାଇ ଯୋଗୁଁ ସମ୍ଭବ ହୋଇପାରିଛି । ଅଳ୍ପ ଦାମ୍‌ରେ ଅଧିକ ଦ୍ରବ୍ୟ ପରିବହନ ରେଳ ପରିବହନର ଏକ ବିଶେଷତ୍ଵ । ଏହିକାରଣରୁ ଉତ୍ପାଦିତ କୃଷିଜାତ ଦ୍ରବ୍ୟ ଯଥାର୍ଥ ମୂଲ୍ୟରେ ଦେଶର ବିଭିନ୍ନ କୋଣରେ ବିକ୍ରି କରାଯାଇ ପାରୁଛି ।

(b) ଶିଳ୍ପ ବିକାଶ – ଶିଳ୍ପ ବିକାଶ ବା ଶିଳ୍ପାୟନ କ୍ଷେତ୍ରରେ ରେଳ ପରିବହନ ଅଗ୍ରଣୀ ଭୂମିକା ନିର୍ବାହ କରିଥାଏ । ସହଜ ସରଳ ପରିବହନ ସୁଯୋଗ ପ୍ରଦାନ କରି ଏହା ରାଷ୍ଟ୍ରରେ ଦ୍ରୁତ ଶିଳ୍ପାୟନରେ ସାହାଯ୍ୟ କରିଥାଏ । ଶିଳ୍ପ ସ୍ଥାପନ ପାଇଁ ଆବଶ୍ୟକୀୟ କଳକବ୍‌ଜା, ଯନ୍ତ୍ରପାତି ଯୋଗାଣ ରେଳପରିବହନଦ୍ୱାରା ହିଁ ସମାପିତ ହୋଇଥାଏ । ଜାଳେଣି ଯୋଗାଣ, କଞ୍ଚାମାଲ ଯୋଗାଣ ଓ ଶିଳ୍ପଜାତ ଦ୍ରବ୍ୟର ବଣ୍ଟନ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇଥାଏ । ରେଳ ପରିବହନର ପ୍ରସାର ଯୋଗୁଁ ବସ୍ତ୍ର ଶିଳ୍ପ, ଝୋଟ ଶିଳ୍ପ, ଚା’ ଓ ଅନ୍ୟାନ୍ୟ ଶିଳ୍ପର ବ୍ୟାପକ ବିସ୍ତାର ଘଟିଛି । ଏହା ରେଳ ପରିବହନର ଭାରତୀୟ ଶିଳ୍ପ ପ୍ରତି ଦାନ ।

(c) ବାଣିଜ୍ୟ ବ୍ୟବସାୟ– ବାଣିଜ୍ୟ ବ୍ୟବସାୟର ପ୍ରସାର କ୍ଷେତ୍ରରେ ରେଳବାଇର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ । ମୁଖ୍ୟତଃ କ୍ଷୟଶୀଳ ଦ୍ରବ୍ୟର ସୁପରିବହନ ଏହା ମାଧ୍ୟମରେ ହିଁ ହୋଇଥାଏ । ଫଳ, ଅଣ୍ଡା, ମାଛ, ଦୁଗ୍‌ଧଜାତ ଦ୍ରବ୍ୟ, ପନିପରିବା ଆଦିର ପରିବହନ ଏହି ରେଳପରିବହନ ଦ୍ବାରାହିଁ ସହଜରେ ହୋଇଥାଏ । ଏତଦ୍‌ବ୍ୟତୀତ, ଏହା ବହିଃବାଣିଜ୍ୟରେ ମଧ୍ୟ ସହାୟକ ହୋଇଥାଏ ।

(d) ସାମାଜିକ ଉପକାର– ରେଳ ପରିବହନର ଭାରତୀୟ ସମାଜ ପ୍ରତି ଅତୁଳନୀୟ ଦାନ ରହିଛି । ଏହା ଗ୍ରାମ ଗ୍ରାମ ମଧ୍ୟରେ ସଂଯୋଗ ସ୍ଥାପନ କରି ସେମାନଙ୍କ ମଧ୍ୟରେ ସାଂସ୍କୃତିକ ଭାବଧାରାର ଆଦାନ ପ୍ରଦାନ କରିବାରେ ସାହାଯ୍ୟ କରେ । ଭ୍ରାତୃତ୍ୱଭାବ ସୃଷ୍ଟି, ଅନ୍ଧବିଶ୍ଵାସର ମୂଳୋତ୍ପାଟନ ଓ ଜାତିପ୍ରଥା ଭଳି ସାମାଜିକ ପ୍ରତିବନ୍ଧକର ପ୍ରତିରୋଧ ରେଳ ପରିବହନ ମାଧ୍ୟମରେ ହୋଇଥାଏ ।

(e) ରାଜନୈତିକ ଓ ପ୍ରଶାସନିକ ଉପକାର– ଭାରତୀୟ ରେଳ ବ୍ୟବସ୍ଥା କେତେକ ରାଜନୈତିକ ଓ ପ୍ରଶାସନିକ ଉପକାର ପ୍ରଦାନ କରିଥାଏ । ଦେଶ ମଧ୍ୟରେ ନିରାପତ୍ତା ବ୍ୟବସ୍ଥା ଓ ବୈଦେଶିକ ଆକ୍ରମଣରୁ ନିରାପତ୍ତା ପ୍ରଦାନ ଏହାଦ୍ଵାରା କରାଯାଇଥାଏ । ଦୂରସ୍ଥାନକୁ ପୋଲିସ୍ ଓ ସେନାବାହିନୀ ପ୍ରେରଣ ଏକ ଉତ୍କୃଷ୍ଟ ଉଦାହରଣ ।

ବାସ୍ତବରେ ରେଳ ପରିବହନ ଅର୍ଥନୈତିକ ପ୍ରଗତି ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ । ଭାରତରେ ରେଳ ପରିବହନର ବ୍ୟାପକତା ଏହାର ଅର୍ଥନୈତିକ ମାନଦଣ୍ଡରେ ଉନ୍ନତି ଆଣିବାରେ ଯଥେଷ୍ଟ ସହାୟକ ହୋଇଥାଏ । ଏହା କେବଳ ଏକ ପରିବହନ ସଂସ୍ଥାରେ ଆବଦ୍ଧ ହୋଇନାହିଁ, ବରଂ ଏହା ବିଶ୍ୱର ଏକ ଅଗ୍ରଣୀ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଭାବରେ ବିବେଚିତ ।

5. ଭାରତରେ ରେଳ ପରିବହନ କ୍ଷେତ୍ରରେ ଦେଖାଦେଉଥ‌ିବା ସମସ୍ୟା ଓ ଏହାର ସମାଧାନଗୁଡ଼ିକ ବର୍ଣ୍ଣନା କର ।
କିମ୍ବା, ଭାରତରେ ରେଳ ପରିବହନ ବ୍ୟବସ୍ଥାରେ ସମସ୍ୟାଗୁଡ଼ିକ କ’ଣ ? ଏହାର ପ୍ରତିକାର କିପରି କରାଯାଇପାରିବ ?
Answer:
ନିକଟ ଅତୀତରୁ ଭାରତୀୟ ରେଳବ୍ୟବସ୍ଥା ଅନେକ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛି । ଯଦ୍ବାରା ଏହି ସରକାରୀ ସଂସ୍ଥାର ବହୁଳ କ୍ଷତି ଘଟିଛି । ଭାରତୀୟ ରେଳବ୍ୟବସ୍ଥା ସମ୍ମୁଖୀନ ହେଉଥ‌ିବା ସମସ୍ୟାଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା ।
(1) ମୁଦ୍ରାଷ୍ଟୀତିର ପ୍ରଭାବ – ଅତ୍ୟଧିକ ମୁଦ୍ରାସ୍ପତି ଭାରତୀୟ ରେଳବ୍ୟବସ୍ଥାର ଆର୍ଥିକ ଅବସ୍ଥାରେ କୁପ୍ରଭାବ ପକାଉଛି । ଏହି ବ୍ୟବସ୍ଥାରେ ବ୍ୟବହୃତ ହେଉଥ‌ିବା ଉପାଦାନ; ଯଥା— କୋଇଲା, ଡିଜେଲ୍, ଲୁହା ଓ ଇସ୍ପାତ, ସିମେଣ୍ଟ ଆଦିର ଅତ୍ୟଧ୍ୱ ଦରବୃଦ୍ଧି ଘଟିଛି ମାତ୍ର ରେଳଭଡ଼ାର ଆନୁପାତିକ ପରିବର୍ତ୍ତନ ହେଉନାହିଁ । ଏହି କାରଣରୁ ଏହି ବ୍ୟବସ୍ଥାରେ ବହୁଳ କ୍ଷତି ଘଟୁଛି ।

(2) ସାମାଜିକ ଦାୟିତ୍ଵ – ଭାରତୀୟ ରେଳବ୍ୟବସ୍ଥା କେତେକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଦାୟିତ୍ଵ ନିର୍ବାହ କରୁଛି । ଅତ୍ୟାବଶ୍ୟକୀୟ ଦ୍ରବ୍ୟର ପରିବହନରେ କମ୍ ପରିବହନ ଭଡ଼ା ଧାର୍ଯ୍ୟ, ରେଳ ପରିବହନରେ ଅନେକ ରିହାତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମାଜିକ କାର୍ଯ୍ୟପାଇଁ ରେଳବାଇରେ ଅହେତୁକ କ୍ଷତି ଘଟୁଛି । 2000 ମସିହାରେ ଆକଳନ ଅନୁସାରେ ଏହି ସଂସ୍ଥାର ପ୍ରାୟ 3000 କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇ ସାରିଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

(3) ଦକ୍ଷତାର ଅଭାବ – ଏହି ବ୍ୟବସ୍ଥାରେ ଦକ୍ଷତାର ଅଭାବ ବିଶେଷ ଭାବରେ ପରିଲକ୍ଷିତ ହେଉଛି । ସମୟାନୁକ୍ରମେ ଯାତ୍ରୀ ପରିବହନରେ ଅନିୟମିତତା, ମାଲ ପରିବହନରେ ଅସୁବିଧା, ୱାଗନ୍‌ର ଅଭାବ, ପରିବହନ ସମୟରେ ଦ୍ରବ୍ୟ ନଷ୍ଟ, କ୍ରମାଗତ ଧର୍ମଘଟ, ପରିଚାଳନାଗତ ତ୍ରୁଟି ଆଦି ରେଳବାଇର କ୍ଷତିକୁ ବହୁଗୁଣିତ କରୁଛି ଏବଂ ଏହାର କାର୍ଯ୍ୟଶୈଳୀର ଦକ୍ଷତା କ୍ଷେତ୍ରରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଯାତ୍ରୀ ପରିବହନ ହ୍ରାସ, ରେଳବାଇ ସଂପରି ନଷ୍ଟ ଏହି ବ୍ୟବସ୍ଥାରେ ସାଧାରଣ ଘଟଣାରେ ପରିଣତ ହେଲାଣି । ଏହିସବୁ କାରଣ ଯୋଗୁଁ ରେଳବ୍ୟବସ୍ଥାରେ ବ୍ୟାପକ ଘଟୁଛି । ରେଳ ବ୍ୟବସ୍ଥାରେ ଦେଖାଦେଇଥ‌ିବା ସମସ୍ୟାର ସମାଧାନ କରିବା ସହିତ ରେଳପରିବହନ କ୍ଷେତ୍ରରେ ଉନ୍ନତି ଆଣିବାପାଇଁ କେତେକ ପଦକ୍ଷେପ ଅତ୍ୟନ୍ତ ଜରୁରୀ । ଏହି ପ୍ରତିକାର ବ୍ୟବସ୍ଥା ନିମ୍ନରେ ବର୍ଣ୍ଣନା କରାଗଲା ।

(i) କାର୍ଯ୍ୟଦକ୍ଷତା ବୃଦ୍ଧି – ପ୍ରଚଳିତ ରେଳବ୍ୟବସ୍ଥାରେ ବ୍ୟାପକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ହେଲେ ଏହାର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ । ରେଳପଥର ସୁପରିଚାଳନା, ଆଧୁନିକ ସିଗ୍‌ନାଲ ବ୍ୟବସ୍ଥାର ପ୍ରଚଳନ ଓ ଏହିସବୁ କାରଣ ଯୋଗୁଁ ରେଳବ୍ୟବସ୍ଥାରେ ବ୍ୟାପକ ଘଟୁଛି ।
ଏ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ହେଲେ ରେଳପଥର ବିକାଶ ଅପରିହାର୍ଯ୍ୟ । ଏହି କାର୍ଯ୍ୟ ବେସରକାରୀ ଉଦ୍ୟମରେ କରାଗଲେ ସୁଫଳ ମିଳିବାର ଆଶା କରାଯାଏ । ତେଣୁ ଏହି କାର୍ଯ୍ୟରେ ବେସରକାରୀ ସଂସ୍ଥାକୁ ଅନୁମତି ମଳିବା ଆବଶ୍ୟକ । ଏହାହେଲେ ସରକାରୀ ଅର୍ଥ ବିନା ରେଳପଥର ବିକାଶ ସମ୍ଭବ ହୋଇପାରିବ ।

(ii) ପରିଚାଳନା କାର୍ଯ୍ୟରେ ଉନ୍ନତି – ରେଳବ୍ୟବସ୍ଥାର ପରିଚାଳନାଗତ କାର୍ଯ୍ୟରେ ଉନ୍ନତି ଆଣିବା ଆବଶ୍ୟକ । ଏହା ମଧ୍ୟରେ ରେଳପଥ ଓ ପୋଲର ଆବଶ୍ୟକ ମରାମତି, ରେଳ ଇଂଜିନ୍‌ର ଉପଯୁକ୍ତ ରକ୍ଷଣାବେକ୍ଷଣ, ବଗିଗୁଡ଼ିକର ଉନ୍ନତି ଇତ୍ୟାଦି ଅନ୍ତର୍ଭୁକ୍ତ । ଏସବୁ କାର୍ଯ୍ୟ ନିମନ୍ତେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ।

(iii) ସମୟାନୁବର୍ତ୍ତିତା – ରେଳସେବାର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଦିଗଟି ହେଲା ସମୟାନୁବର୍ତ୍ତିତା । ରେଳଚଳାଚଳର ସମୟ ନିର୍ଘଣ୍ଟ ଅନୁସାରେ ରେଳଚଳାଚଳ କରିବା ଉଚିତ । ଏହାଦ୍ଵାରା ଯାତ୍ରୀମାନଙ୍କର ରେଳ ବିଭାଗ ପ୍ରତି ବିଶ୍ଵାସ ବା ଆସ୍ଥା ବଢ଼ିଥାଏ ।

(iv) ଆର୍ଥିକ ଶୃଙ୍ଖଳା – ରେଳବ୍ୟବସ୍ଥାରେ ଦେଖାଦେଉଥ‌ିବା ଆର୍ଥିକ ବିଶୃଙ୍ଖଳା ତଥା ଅପବ୍ୟୟକୁ ରୋକିବା ଆବଶ୍ୟକ । ରେଳବ୍ୟବସ୍ଥାରେ ବ୍ୟୟ ହେଉଥ‌ିବା ଅର୍ଥପରିମାଣ ଯାତ୍ରୀ ପରିବହନ ଓ ଦ୍ରବ୍ୟ ପରିବହନ ଭଡ଼ାରୁ ଆଦାୟ କରିବା ଉଚିତ । ଏଥ‌ିପାଇଁ ଦୁର୍ନୀତିର ମୂଳୋତ୍ପାଟନର ଆବଶ୍ୟକ ରହିଛି ଯଦ୍ବାରା ରେଳବାଇର ବିକାଶ ଘଟିବା ସଙ୍ଗେ ସଙ୍ଗେ ଏହାର ଆର୍ଥିକ ଲାଭ ମଧ୍ୟ ହୋଇପାରେ ।

(v) ଉନ୍ନତ ମାନର ସେବା ପ୍ରଦାନ – ଯାତ୍ରୀ ସେବାର ଉନ୍ନତି ଘଟାଇବା ସହିତ ଉନ୍ନତ ତଥା ଆକର୍ଷିତ ସେବା ପ୍ରଦାନ ରେଳବ୍ୟବସ୍ଥାର ଅନେକ ସମସ୍ୟାର ସମାଧାନ କରେ । ଏଥ‌ିପାଇଁ ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ । ଯାତ୍ରୀମାନେ କିପରି ଭାବରେ ରେଳସେବା ସହଜରେ ଲାଭ କରିପାରିବେ ଓ ସେମାନଙ୍କର ଯାତ୍ରା କିପରି ନିରାପଦ ଓ ଆରାମଦାୟକ ହୋଇପାରିବ ଏଥପ୍ରତି ଦୃଷ୍ଟିଦେବା ଆବଶ୍ୟକ ।

ଉପରିବର୍ତ୍ତିତ ପଦକ୍ଷେପ ଗ୍ରହଣ କରାଗଲେ ଭାରତୀୟ ରେଳବ୍ୟବସ୍ଥାର ଅନେକ ସମସ୍ୟା ସମାଧାନ ହୋଇପାରିବ । ଏଥପାଇଁ ଦୃଢ଼ ମାନସିକତା ଓ କଠୋର ପଦକ୍ଷେପ ଏକାନ୍ତ ଜରୁରୀ । ଏହାଦ୍ୱାରା ରେଳବ୍ୟବସ୍ଥା ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସଭାଜନ ହୋଇପାରିବ ।

6. ସଡ଼କ ପରିବହନ ବ୍ୟବସ୍ଥାର ଭାରତୀୟ ଅର୍ଥନୀତିକୁ ଅବଦାନ କ’ଣ ବର୍ଣ୍ଣନା କର ।
କିମ୍ବା, ଭାରତୀୟ ଅର୍ଥନୀତିରେ ସଡ଼କ ପରିବହନର ଭୂମିକା ବର୍ଣ୍ଣନା କର ।
Answer:
ଅର୍ଥନୈତିକ ପ୍ରକ୍ରିୟାରେ ସଡ଼କ ପରିବହନର ବିଶେଷ ଗୁରୁତ୍ୱ ରହିଛି । ଏହା ଅର୍ଥନୀତିକୁ ବିଶେଷ ଭାବରେ ପ୍ରଭାବିତ କରିପାରେ । ଅର୍ଥନୈତିକ ବିକାଶ ଦିଗରେ ସଡ଼କ ପରିବହନ ବ୍ୟବସ୍ଥାର ଅବଦାନ ଯଥେଷ୍ଟ ଅଧିକ । ଏ ସଂପର୍କରେ ନିମ୍ନଲିଖ ବିଷୟ ଆଲୋଚନା କରାଯାଇପାରେ ।

(i) ସଡ଼କ ପରିବହନ ବ୍ୟବସ୍ଥା ଦୁର୍ଗମ ସ୍ଥାନ ସହ ସଂଯୋଗ ସ୍ଥାପନା କରି ସେହି ଅଞ୍ଚଳର ଅଧିବାସୀମାନଙ୍କୁ ସଭ୍ୟ ଓ ଶିକ୍ଷିତ କରିବାରେ ସାହାଯ୍ୟ କରେ । ସଡ଼କ ପରିବହନର ବିକାଶଦ୍ବାରା ସେହି ଦୁର୍ଗମ ଅଞ୍ଚଳର ଲୋକମାନେ ଅନ୍ୟମାନଙ୍କ ସହ ସଂପର୍କ ସ୍ଥାପନ କରି ନିଜର ଅଜ୍ଞତା ସଂପର୍କରେ ସଚେତନ ହୋଇଥା’ନ୍ତି । ଆମ ଦେଶର ଅନେକ ସ୍ଥାନକୁ ରେଳସଂଯୋଗ ସ୍ଥାପନ କରାଯାଇପାରି ନାହିଁ । ଏସବୁ କ୍ଷେତ୍ରରେ ସଡ଼କ ପରିବହନ ବ୍ୟବସ୍ଥାଦ୍ୱାରା ସେମାନଙ୍କ ସହ ସଂଯୋଗ ସ୍ଥାପନ ସମ୍ଭବ ହୋଇପାରେ ଓ ସେମାନଙ୍କର ଆର୍ଥିକ ଓ ସାମାଜିକ ଦୃଷ୍ଟିଭଙ୍ଗୀରେ ସକାରାତ୍ମକ ପରିବର୍ତ୍ତନ କରାଯାଇପାରେ ।

(ii) ଦେଶର ସଡ଼କ ପରିବହନ ବ୍ୟବସ୍ଥା ଘରୋଇ ଉତ୍ପାଦନର ପରିମାଣ ବୃଦ୍ଧି କରିବାରେ ସହାୟକ ହୋଇଥାଏ । କିନ୍ତୁ ଏହି କ୍ଷେତ୍ରରେ ଭାରତର ସଡ଼କ ପରିବହନ ବ୍ୟବସ୍ଥା ବହୁତ ପଛରେ ପଡ଼ିଯାଇଛି ।

(iii) ରେଳସେବା ତୁଳନାରେ ସଡ଼କ ପରିବହନ ସେବା ଅପେକ୍ଷାକୃତ ସହଜ ଅଟେ । ଅଳ୍ପ ସମୟ ଓ ସ୍ବଳ୍ପ ଦୂରତ୍ବର ଯାତ୍ରା ନିମନ୍ତେ ସଡ଼କ ପରିବହନ ବ୍ୟବସ୍ଥା ରେଳ ପରିବହନଠାରୁ ଅଧୂକ ଉପଯୋଗୀ । ଏହା ସମସ୍ତ ସ୍ଥାନରୁ ଯାତ୍ରୀମାନଙ୍କୁ ପରିବହନ ସେବା ପ୍ରଦାନ କରିଥାଏ ଯାହା ରେଳ ପରିବହନରେ ଦେଖ‌ିବାକୁ ମିଳିନଥାଏ ।

(iv) ରେଳ ପରିବହନ ବ୍ୟବସ୍ଥା କେବଳ ନିର୍ଦ୍ଦିଷ୍ଟ ସ୍ଥାନରୁ ଯାତ୍ରୀ ପରିବହନ କରିଥାଏ । ମାତ୍ର ସଡ଼କ ପରିବହନ ବ୍ୟବସ୍ଥା ଯାତ୍ରୀମାନଙ୍କର ସୁବିଧା ହେଉଥ‌ିବା ସ୍ଥାନମାନଙ୍କରୁ ଯାତ୍ରୀସେବା ବା ଯାତ୍ରୀ ପରିବହନ କରିବାକୁ ସକ୍ଷମ ହୋଇଥାଏ । ତେଣୁ ରେଳସେବା ତୁଳନାରେ ସଡ଼କ ପରିବହନ ବ୍ୟବସ୍ଥା ଅତ୍ୟନ୍ତ ବ୍ୟାପକ ।

(v) କୃଷିକ୍ଷେତ୍ରପାଇଁ ସଡ଼କ ପରିବହନ ବ୍ୟବସ୍ଥା ଅତ୍ୟନ୍ତ ଉପଯୋଗୀ । ଏହା କୃଷିଜାତ ଦ୍ରବ୍ୟର ପରିବହନ ବ୍ୟବସ୍ଥା ସ୍ଵଳ୍ପସମୟ ମଧ୍ୟରେ କରିପାରିଥାଏ ଏବଂ କୃଷିଜାତ ଦ୍ରବ୍ୟର ବଜାର ପ୍ରସାରିତ କରିପାରିଥାଏ । ଏହା ମଧ୍ୟ ଅନେକ ପଚନଶୀଳ ଦ୍ରବ୍ୟ; ଯଥା— ମାଛ, ଅଣ୍ଡା, ପନିପରିବା, ଦୁଗ୍‌ଧ ଜାତୀୟ ଦ୍ରବ୍ୟର ପରିବହନ ଖୁବ୍ ଶୀଘ୍ର କରିପାରେ । ଏତଦ୍‌ବ୍ୟତୀତ କୃଷିକାର୍ଯ୍ୟରେ ବ୍ୟବହୃତ ହେଉଥ‌ିବା ବିହନ, ସାର, କୀଟନାଶକ ଦ୍ରବ୍ୟର ଯୋଗାଣ ସ୍ଵଳ୍ପ ସମୟ ମଧ୍ୟରେ କରିପାରିଥାଏ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

(vi) ଶିଳ୍ପ ଉନ୍ନୟନ କ୍ଷେତ୍ରରେ ମଧ୍ୟ ସଡ଼କ ପରିବହନ ବିଶେଷ ସହାୟକ ହୋଇଥାଏ । ଦେଶରେ ବୃହତ୍ ଓ ଗୁରୁ ଶିଳ୍ପର ପ୍ରତିଷ୍ଠା ସଡ଼କ ପରିବହନ ବ୍ୟବସ୍ଥାଦ୍ଵାରା ସମାହିତ ହୋଇଥାଏ । ସେହିପରି ଶିଳ୍ପଜାତ ଦ୍ରବ୍ୟର ସରଳ ପରିବହନଦ୍ୱାରା ଏହାର ବଜାରର ସଂପ୍ରସାରଣ ଘଟିଥାଏ ଯାହା ସଡ଼କ ପରିବହନ ମାଧ୍ୟମରେ ବିଶେଷ ଭାବରେ କାର୍ଯ୍ୟକାରୀ ହୋଇଥାଏ ।

(vii) ସଡ଼କ ପରିବହନ ବ୍ୟବସ୍ଥା ମଧ୍ୟ ଜନସାଧାରଣଙ୍କୁ ବିଶେଷ ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ । ଏହା ଶ୍ରମିକମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପ୍ରଦାନ କରିଥାଏ । ଏହା ଅର୍ଥନୀତିକୁ ସଡ଼କ ପରିବହନ ବ୍ୟବସ୍ଥାର ଏକ ବିଶେଷ ଅବଦାନ ।

(viii) ପ୍ରତିରକ୍ଷା ବ୍ୟବସ୍ଥାରେ ମଧ୍ୟ ଏହି ବ୍ୟବସ୍ଥା ସୂଚାରୁରୂପେ କାର୍ଯ୍ୟ କରିଥାଏ । ଏହା ଅଗମ୍ୟସ୍ଥାନକୁ ସୈନ୍ୟ, ଅସ୍ତ୍ରଶସ୍ତ୍ର ପରିବହନ କରିପାରେ ଯାହା ରେଳପରିବହନ ବ୍ୟବସ୍ଥାରେ ଦେଖାଯାଇ ନଥାଏ ।
ବାସ୍ତବରେ ସଡ଼କ ପରିବହନ ବ୍ୟବସ୍ଥା ଅର୍ଥନୀତିର ବିକାଶ ଦିଗରେ ଅଶେଷ ସାହାଯ୍ୟ ପ୍ରଦାନ କରେ । ଅର୍ଥନୀତିର ଭିତ୍ତିଭୂମି ସୁଦୃଢ଼ କରିବାରେ ଏହି ପରିବହନ ବ୍ୟବସ୍ଥା ବିଶେଷ ସହାୟକ ହୋଇଥାଏ ।

7. ଭାରତୀୟ ଟେଲିଯୋଗଯୋଗ ନିୟାମକ କର୍ତ୍ତୃପକ୍ଷ (TRAI) ବିଷୟରେ ଆଲୋଚନା କର ।
Answer:
ଭାରତୀୟ ଟେଲିଯୋଗାଯୋଗ ନିୟାମକ କର୍ତ୍ତୃପକ୍ଷ 1991 ମସିହା ମସିହା ମାର୍ଚ୍ଚ 25 ତାରିଖରେ ଗଠନ କରାଗଲା । ଜଷ୍ଟିସ୍ S. S. Sodhi ଏହାର ପ୍ରଥମ ଚେୟାରମ୍ୟାନ ହୋଇଥିଲେ । ଏହି ସଂସ୍ଥା ଗଠନ କରି ସରକାର ଉପଭୋକ୍ତାଙ୍କ ସ୍ବାର୍ଥର ସୁରକ୍ଷା, ଟେଲିଯୋଗାଯୋଗ ଶୁଳ୍‌କ ନିର୍ଦ୍ଧାରଣ, ସମସ୍ୟାର ସମାଧାନ, ଅଭିଯୋଗ ଶୁଣାଣି, ଲାଇସେନ୍ସ ବ୍ୟବସ୍ଥା, ରାଜସ୍ଵ ନିର୍ଦ୍ଧାରଣ, ପ୍ରତିଦ୍ବନ୍ଦିତା, ଦକ୍ଷତା ବୃଦ୍ଧି ଆଦି ଦିଗ ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ଚେଷ୍ଟାକଲେ । ଏହାର ପ୍ରତିଷ୍ଠା ପରଠାରୁ ଟେଲିଯୋଗାଯୋଗ ବ୍ୟବସ୍ଥା ଅଧ୍ଵକ ଶୃଙ୍ଖଳିତ ଓ କ୍ରିୟାଶୀଳ ହୋଇପାରିଛି ।

TRAI ର ମୁଖ୍ୟ କାର୍ଯ୍ୟଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା ।

  • ନୂତନ ସେବାପ୍ରଦାନକାରୀଙ୍କୁ ଅନୁମତି ପ୍ରଦାନ ।
  • ସେବାପ୍ରଦାନକାରୀଙ୍କର ରାରାସ୍ୱ ନିର୍ଦ୍ଧାରଣ ।
  • ଲାଇସେନ୍ସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ଓ ଏଥ୍ ନିମେନ୍ତ ନୀତି ପ୍ରଣୟନ କରିବା ।
  • ଟେଲିଯୋଗଯୋଗ ସେବା କ୍ଷେତ୍ରରେ ଉପଭୋକ୍ତାଙ୍କ ସ୍ବାର୍ଥର ସୁରକ୍ଷା ପ୍ରଦାନ କରିବା ।
  • ସେବାପ୍ରଦାନକାରୀଙ୍କ ସମସ୍ୟା ଓ ଅଭିଯୋଗ ପ୍ରତି ଯତ୍ନଶୀଳ ହେବା ।
  • ଟେଲିଯୋଗାଯୋଗ ସେବାପାଇଁ ଦର ନିର୍ଦ୍ଧାରଣ କରିବା ।
  • ଉନ୍ନତମାନର ଟେଲିସେବା ପ୍ରଦାନ କରିବା ।

ଅନେକ ମୁଖ୍ୟ ସମସ୍ୟାର ସମାଧାନ ଦିଗରେ TRAI ର ଭୂମିକା ଗୁରୁତ୍ଵପୂର୍ଣ୍ଣ । ବେସରକାରୀ ସେବାପ୍ରଦାନକାରୀଙ୍କୁ ଉତ୍ତମ ପ୍ରୋତ୍ସାହନ ପ୍ରଦାନ ଦିଗରେ TRAI ଅଧିକ ଯତ୍ନଶୀଳ । ଟେଲିକମ୍ ଦର ନିର୍ଦ୍ଧାରଣ କ୍ଷେତ୍ରରେ ମଧ୍ୟ ଏହି ସଂସ୍ଥା ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏତଦ୍‌ବ୍ୟତୀତ ଉତ୍ତମମାନର ଟେଲିସେବା ପ୍ରଦାନ ପାଇଁ TRAI ଅତ୍ୟନ୍ତ କ୍ରିୟାଶୀଳ ହୋଇଛି । ଟେଲିସେବାର ଏକ ଯଥାର୍ଥ ଶୁଳ୍‌କ ନିର୍ଦ୍ଧାରଣ କରିବା TRAI ର ଏକ ମୁଖ୍ୟ କାର୍ଯ୍ୟ । ଏହାଦ୍ଵାରା ଜନସାଧାରଣ ସ୍ଵଳ୍ପ ଓ ଯଥାର୍ଥ ମୂଲ୍ୟରେ ଟେଲିଯୋଗାଯୋଗ ବ୍ୟବସ୍ଥାରେ ଜଡ଼ିତ ହୋଇ ଉତ୍ତମମାନର ସେବା ଲାଭ କରିପାରିବେ ।

ଟେଲିବ୍ୟବସ୍ଥାର ସ୍ଥାୟୀ ଉନ୍ନତି କରିବା ଓ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା TRAI ର ଅନ୍ୟ ଏକ ପ୍ରମୁଖ କାର୍ଯ୍ୟ । ଏହା ସହିତ ଏହି ବ୍ୟବସ୍ଥାରେ ବ୍ୟବହୃତ ହେଉଥ‌ିବା ଯନ୍ତ୍ରପାତି ତଦାରଖ କରିବା ସହ ଉତ୍ତମ ଯନ୍ତ୍ରାଂଶର ବ୍ୟବହାର ପାଇଁ TRAI ଅନୁମୋଦନ କରିଥାଏ । ଉପଭୋକ୍ତାଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ଏହି ସଂସ୍ଥା ଉପଭୋକ୍ତାମାନଙ୍କର ଅଭିଯୋଗ ଗ୍ରହଣ କରି ସମାଧାନର ରାସ୍ତା ଦେଖାଇଥାଏ । କୌଣସି ସେବାପ୍ରଦାନକାରୀ ବେସରକାରୀ ସଂସ୍ଥା କୌଣସି ସମସ୍ୟାର ସମ୍ମୁଖୀନ ହେଲେ TRAI ଏଥିରେ ହସ୍ତକ୍ଷେପ କରି ଏକ ସରଳ ସମାଧାନ କରିଥାଏ ।

TRAI ର କାର୍ଯ୍ୟଦକ୍ଷତାର ଏକ ଉଦାହରଣ ହେଲା S. T, D. ବ୍ୟବସ୍ଥାର ବ୍ୟାପକ ବିସ୍ତାର । ସ୍ୱଳ୍ପମୂଲ୍ୟରେ ଦେଶର ଯେକୌଣସି ସ୍ଥାନକୁ ଟେଲିଫୋନ୍ ଯୋଗେ ସଂଯୋଗ କରାଯାଇପାରେ । ବାସ୍ତବ କ୍ଷେତ୍ରରେ ଟେଲିଯୋଗାଯୋଗ ବ୍ୟବସ୍ଥାକୁ ଲୋକାଭିମୁଖୀ କରାଇବାରେ TRAI ଏକ ଯଥାର୍ଥ ଭୂମିକା ନିର୍ବାହ କରୁଛି । ଏହି ସଂସ୍ଥା ଯୋଗୁଁ ଟେଲି ବ୍ୟବସ୍ଥା ସୁଦୂରପ୍ରସାରୀ ହୋଇପାରିଛି ।

8. ଭାରତରେ ଦେଖାଦେଉଥ‌ିବା ଶକ୍ତି ସଂକଟର କାରଣ ବର୍ଣ୍ଣନା କର ।
କିମ୍ବା, ଭାରତରେ ଦେଖାଦେଉଥ‌ିବା ଶକ୍ତି ସଙ୍କଟ ସଂପର୍କରେ ଆଲୋଚନା କର ।
Answer:
ବର୍ତ୍ତମାନ ସମୟରେ ଦେଶରେ ଶକ୍ତି ସଂକଟ ଏକ ଗୁରୁତର ଆକାର ଧାରଣ କରିଛି । ବିଗତ ଚାରି ଦଶନ୍ଧି ଧରି ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲେ ହେଁ, ଶକ୍ତି ଉତ୍ପାଦନ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ହୋଇପାରି ନାହିଁ । ଗତ କେତେ ବର୍ଷଧରି ଦେଶ ଉତ୍କଟ ଶକ୍ତି ସଂକଟର ସମ୍ମୁଖୀନ ହୋଇ ଆସୁଛି । 1996-97 ମସିହାର ଏକ ଅନୁଶୀଳନରୁ ଜଣାଯାଏ ଯେ ଦେଶର ଶକ୍ତି ଚାହିଦାର 16.9% ଶକ୍ତିର ଅଭାବ ପରିଲକ୍ଷିତ ହୋଇଥିଲା । ଏହି ଶକ୍ତି ସଂକଟର କାରଣ ନିମ୍ନରେ ପ୍ରଦାନ କରାଗଲା ।

(i) କ୍ରମବର୍ଦ୍ଧିଷ୍ଣୁ ଚାହିଦା ଭାରତରେ ବିଦ୍ୟୁତ୍ ଶକ୍ତିର ଚାହିଦା ଦୀର୍ଘଦିନ ଧରି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅଶୀ ଓ ନବେ ଦଶକରେ ଏହି ବୃଦ୍ଧିର ହାର ପ୍ରାୟ ଶତକଡ଼ା ୨ ଓ 10 ଭାଗ ରହିଥିଲା । କୃଷି, ଶିଳ୍ପ ଓ ଘରୋଇ ଉପଭୋଗ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତିର ଚାହିଦାର ଅହେତୁକ ବୃଦ୍ଧି ଯୋଗୁଁ ଏହାର ଅଭାବ ବିଶେଷ ଭାବରେ ପରିଲକ୍ଷିତ ହେଉଛି ।

(ii) ସ୍ଵଚ୍ଛ ଉତ୍ପାଦନ କ୍ଷମତା – ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ବଣ୍ଟନ କ୍ଷେତ୍ରରେ ସ୍ବଚ୍ଛ ଉତ୍ପାଦନ କ୍ଷମତା ବିଶେଷ ଭାବରେ ଉପଲବ୍‌ଧ ହୋଇଥାଏ । ଭାରତରେ ଶକ୍ତି ଉତ୍ପାଦନ କ୍ଷମତା ଅତ୍ୟନ୍ତ ସ୍ଵଳ୍ପ ହୋଇଥିବାରୁ ଏହାର ଅଭାବ ପରିଲକ୍ଷିତ ହୋଇଥାଏ । ପ୍ରକଳ୍ପଗୁଡ଼ିକର ଉତ୍ପାଦନ କ୍ଷମତା 25%ରୁ 40% ମଧ୍ୟରେ ସୀମିତ । ଥର୍ମାଲ୍ ପ୍ଲାଣ୍ଟ୍ କ୍ଷେତ୍ରରେ ଉତ୍ପାଦନ କ୍ଷମତା 64.6% ରେ ସୀମିତ ରହିଥିଲା ସମୟରେ 1998 – 99 ମସିହା ପରଠାରୁ ଏହାର ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଅଛି ।

ପ୍ରକଳ୍ପଗୁଡ଼ିକ ନିଜର କ୍ଷମତାଠାରୁ କମ୍ ହାରରେ ଶକ୍ତି ଉତ୍ପାଦନ କରୁଥିବାରୁ ଏହି ସଂକଟ ବଳବତ୍ତର ରହିଛି । ପ୍ଲାଣ୍ଟୁଗୁଡ଼ିକ ଯଦି ନିଜ କ୍ଷମତାର ଶତକଡ଼ା । ଭାଗ ଉନ୍ନତି ଘଟାନ୍ତି ତେବେ ଏହା ପ୍ରାୟ 450 MW ଅଧିକ ଶକ୍ତି ଉତ୍ପାଦନରେ ସହାୟକ ହୋଇପାରିବ । ତେଣୁ ପ୍ରକଳ୍ପଗୁଡ଼ିକର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବା ଦରକାର ।

(iii) ଲକ୍ଷ୍ୟ ହାସଲ କରିବା ଦିଗରେ ବିଫଳ – ଭାରତ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି । ଏହାର ଉତ୍ପାଦନ ଲକ୍ଷ୍ୟ ଏ ପର୍ଯ୍ୟନ୍ତ ହାସଲ ହୋଇପାରି ନାହିଁ । ପ୍ରଥମ ଯୋଜନା କାଳରେ ଏହା ଲକ୍ଷ୍ୟଠାରୁ ଶତକଡ଼ା 15 ଭାଗ କମ୍ ଉତ୍ପାଦନ କରିଥିବାବେଳେ ଚତୁର୍ଥ ଯୋଜନା କାଳରେ ଏହା ଶତକଡ଼ା 50 ଭାଗକୁ ବୃଦ୍ଧି ପାଇଥିଲା । ଷଷ୍ଠ ଯୋଜନା କାଳରେ ଏହା ଶତକଡ଼ା 28 ଭାଗକୁ ହ୍ରାସ ପାଇଥିଲା । ନବମ ଯୋଜନା ଶେଷରେ ମଧ୍ୟ ଏହି ଉତ୍ପାଦନ ଲକ୍ଷ୍ୟ ହାସଲ ହୋଇପାରି ନାହିଁ । ତେଣୁ ଶକ୍ତିର ଅଭାବ ସର୍ବଦା ପରିଲକ୍ଷିତ ହେଉଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

ସପ୍ତମ ଯୋଜନା ଶେଷ ସୁଦ୍ଧା ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ 295 ବିଲିୟନ KW ରହିଥ‌ିବା ବେଳେ ଏହାଠାରୁ ପ୍ରାୟ 50 ବିଲିୟନ KW କମ୍ ଉତ୍ପାଦନ ହୋଇଥିଲା । ଅଷ୍ଟମ ଯୋଜନା କାଳରେ ମଧ୍ଯ ଧାର୍ଯ୍ୟ ଲକ୍ଷ୍ୟଠାରୁ ଶତକଡ଼ା 52 ଭାଗ କମ୍ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇଥିଲା ।

(iv) ଅନ୍ୟାନ୍ୟ ଉପାଦାନ – ବିଦ୍ୟୁତ୍ ଶକ୍ତିର ଅଭାବପାଇଁ ବିଶେଷ କାରଣ ରହିଛି । ପୁରୁଣାକାଳର ଯନ୍ତ୍ରପାତିର ବ୍ୟବହାର, ଟ୍ରାନ୍ସମିଶନରେ ଶତକଡ଼ା 20 ଭାଗ କ୍ଷତି, ଅନିୟମିତ ଭାବେ କୋଇଲା ଯୋଗାଣ ଏବଂ ଉତ୍କୃଷ୍ଟ କୋଇଲାର ଅଭାବ, ବିଶୃଙ୍ଖଳିତ ଶ୍ରମିକ, ପରିଚାଳନାଗତ ତ୍ରୁଟି, ଦକ୍ଷ ଇଂଜିନିୟର ଓ ଶ୍ରମିକମାନଙ୍କର ଅଭାବ ଇତ୍ୟାଦି ବହୁବିଧ କାରଣ ରହିଛି । ଏହି କାରଣରୁ ବିଦ୍ୟୁତ୍ ଶକ୍ତିର ଅଭାବ ଦେଖାଦେଇଥାଏ ।

ଉପରୋକ୍ତ କାରଣ ବ୍ୟତୀତ ଅନ୍ୟ କେତେକ କାରଣ ମଧ୍ୟ ବିଦ୍ୟୁତ୍ ଶକ୍ତିର ଅଭାବ ଲାଗି ଦାୟୀ । ପ୍ରଥମତଃ ବିଦ୍ୟୁତ୍ ଶକ୍ତି ଉତ୍ପାଦନପାଇଁ ସମ୍ବଳର ଅଭାବ ରହିଛି । ଏହି କାରଣରୁ ଉତ୍ପାଦନ କ୍ଷେତ୍ରରେ ଦକ୍ଷତା ସହକାରେ କାର୍ଯ୍ୟ କରିବାକୁ କେହି ଇଚ୍ଛୁକ ନୁହଁନ୍ତି । ନାମକୁ ମାତ୍ର ଶକ୍ତି ସଂରକ୍ଷଣ, ପ୍ରକଳ୍ପଗୁଡ଼ିକର ବିସ୍ତାର, ବଣ୍ଟନକ୍ଷେତ୍ରର କ୍ଷତିର ପରିଣାମ ହ୍ରାସ ଭଳି କେତେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମାତ୍ର ସମ୍ବଳର ଅଭାବ ଯୋଗୁଁ ଏସବୁରୁ କୌଣସି ସୁଫଳ ମିଳିପାରୁ ନାହିଁ । ଏହି ସମ୍ବଳର ଅଭାବ ଦୂରୀକରଣ ପାଇଁ ବେସରକାରୀ ସଂସ୍ଥାମାନଙ୍କର ପ୍ରବେଶ ନିତାନ୍ତ ଜରୁରୀ ।

ଏତଦ୍‌ବ୍ୟତୀତ ଦେଶରେ ରହିଥ‌ିବା ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ସଫଳତା ନିମ୍ନଗାମୀ ହେବାରେ ଲାଗିଛି । ଏହିସବୁ ପ୍ରକଳ୍ପଗୁଡ଼ିକରୁ ଯଥେଷ୍ଟ ପରିମାଣର ବିଦ୍ୟୁତଶକ୍ତି ଉତ୍ପାଦନ ହେଉନାହିଁ । ରାଜ୍ୟରେ ରହିଥ‌ିବା ବିଦ୍ୟୁତ୍ ଶକ୍ତି ବୋର୍ଡଗୁଡ଼ିକର କାର୍ଯ୍ୟଧାରା ସେପରି ଆଶାନୁରୂପ ହୋଇପାରୁ ନାହିଁ । ତେଣୁ ବଣ୍ଟନ ପ୍ରକ୍ରିୟାରେ କ୍ଷତି ବହୁଗୁଣିତ ହେବାରେ ଲାଗିଛି । ଏସବୁର ନିରାକରଣ ପାଇଁ ରାଜ୍ୟ ବିଦ୍ୟୁତ୍ ବୋର୍ଡର ପୁନର୍ଗଠନ କରାଯିବା ଦରକାର ।

ଦେଶରେ ଆର୍ଥିକ ସଂକଟକୁ ଦୃଷ୍ଟିରେ ରଖ୍ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଏକ ନୂତନ ଆର୍ଥିକ ନୀତି, ଉତ୍ପାଦନ ନୀତି ଓ ବଣ୍ଟନ ନୀତି ପ୍ରଣୟନ କରି କ୍ଷତିର ପରିମାଣ ହ୍ରାସ କରାଯିବା ସଙ୍ଗେ ସଙ୍ଗେ ଉତ୍ପାଦନ ବୃଦ୍ଧି ମଧ୍ୟ କରାଯାଇପାରେ ।

(ଖ) ସାମାଜିକ ଭିତ୍ତିଭୂମି/ଆଧାରିକ ସଂରଚନା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ :
1. ଦେଶର ପ୍ରଥମ ଶିକ୍ଷାନୀତି କେଉଁ ବର୍ଷ ଘୋଷିତ ହୋଇଥିଲା ?
(i) 1951
(ii) 1968
(iii) 1986
(iv) 1991
Answer:
(iii) 1968

2. ନୂତନ ଜାତୀୟ ଶିକ୍ଷାନୀତି କେଉଁ ବର୍ଷ ଘୋଷିତ ହୋଇଛି ?
(i) 1968
(ii) 1986
(iii) 2001
(iv) ଉପରୋକ୍ତ କେଉଁଟି ନୁହେଁ
Answer:
(ii) 1986

3. କେଉଁଟି ନୂତନ ଶିକ୍ଷାନୀତିର ବିଶେଷତ୍ଵ ?
(i) 10+2+3 ଶିକ୍ଷା ପଦ୍ଧତି
(ii) ବୃତ୍ତିଗତ ଶିକ୍ଷା ଉପରେ ଗୁରୁତ୍ଵ
(iii) ଆବାସିକ ବିଦ୍ୟାଳୟ ସ୍ଥାପନ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

4. ଭାରତରେ ଶିକ୍ଷା ବ୍ୟବସ୍ଥା କେଉଁ ଶିକ୍ଷା ପ୍ରତି ଅଧିକ ଅନୁକୂଳ ?
(i) ସାଧାରଣ ଶିକ୍ଷା
(ii) ବୈଷୟିକ ଶିକ୍ଷା
(iii) ଧନ୍ଦାମୂଳକ ଶିକ୍ଷା
(iv) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ
Answer:
(i) ସାଧାରଣ ଶିକ୍ଷା

5. କେଉଁ ମସିହାଠାରୁ ଦେଶରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ?
(i) 2001
(ii) 2004
(iii) 2006
(iv) 2008
Answer:
(i) 2001

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

6. ସ୍ଵାସ୍ଥ୍ୟରକ୍ଷାର ସୁଫଳ ଯୋଗାଇବାପାଇଁ ବ୍ଲକ୍‌ସ୍ତରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଟି କିଏ ?
(i) ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
(ii) ଉପକେନ୍ଦ୍ର
(iii) ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର
(iv) ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
Answer:
(iv) ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର

7. ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ କେଉଁ ମସିହାଠାରୁ କାର୍ଯ୍ୟକାରୀ ହେଉଛି ।
(i) 1951
(ii) 1991
(iii) 2001
(iv) 2004
Answer:
(iv) 2004

8. ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ କେଉଁ ମସିହାରୁ କାର୍ଯ୍ୟକରି ଆସୁଛି ?
(i) 1956
(ii) 1950
(iii) 1988
(iv) 2000
Answer:
(i) 1956

9. ଭାରତରେ କେତୋଟି IIT ରହିଛି ?
(i) 9ଟି
(ii) 7ଟି
(iii) 8ଟି
(iv) 10ଟି
Answer:
(ii) 7ଟି

10. ଗ୍ରାମାଞ୍ଚଳରେ ଥ‌ିବା କେଉଁ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ସେବା ମିଳିଥାଏ ?
(i) ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର
(ii) ଉପସ୍ଵାସ୍ଥ୍ୟ କେନ୍ଦ୍ର
(iii) ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
(iv)ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର
Answer:
(iii) ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

11. ସ୍ଵାସ୍ଥ୍ୟସେବା ହେଲା :
(i) ଆର୍ଥନୀତିକ ଭିତ୍ତିଭୂମି
(ii) ସାମାଜିକ ଭିତ୍ତିଭୂମି
(iii) ଉଭୟ ଆର୍ଥନୀତିକ ଓ ସାମାଜିକ ଭିତ୍ତିଭୂମି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ସାମାଜିକ ଭିତ୍ତିଭୂମି

12. ଜାତୀୟ ସାକ୍ଷରତା ଅଭିଜାନ କେଉଁ ମସିହାରେ ଆରମ୍ଭ ହୋଇଥିଲା ?
(i) 1991
(ii) 1986
(iii) 1984
(iv) 1988
Answer:
(iv) 1988

13. କେଉଁ ଶିକ୍ଷାନୀତିରେ ସମସ୍ତଙ୍କ ପାଇଁ ସମାନ ଶିକ୍ଷାର ସୁଯୋଗ ପ୍ରବର୍ତ୍ତନ କରାଯାଇଥିଲା ?
(i) 1968
(ii) 1951
(iii) 1986
(iv) 1956
Answer:
(i) 1968

14. 2002 ମସିହାର ଜାତୀୟ ସ୍ୱାସ୍ଥ୍ୟନୀତିରେ କେଉଁ ମସିହାସୁଦ୍ଧା ଶିଶୁ ମୃତ୍ୟୁହାର 1000 ପିଛା 30କୁ ହ୍ରାସ କରିବାପାଇଁ ପ୍ରସ୍ତାବ ରଖାଯାଇଛି ?
(i) 2008
(ii) 2009
(iii) 2010
(iv) 2012
Answer:
(iii) 2010

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

15. ଆଧାରିକ ସଂରଚନା କେଉଁ କ୍ଷେତ୍ରପାଇଁ ସହାୟକ ହୋଇଥାଏ ?
(i) ଶିଳ୍ପ
(ii) କୃଷି
(iii) ବାଣିଜ୍ୟ
(iv) ସମସ୍ତ ପ୍ରକାର
Answer:
(iv) ସମସ୍ତ ପ୍ରକାର

B. ଶୂନ୍ୟସ୍ଥାନ ପୂରଣ କର :
1 ଅର୍ଥବ୍ୟବସ୍ଥାର ଆର୍ଥିକ ପ୍ରଗତି ନିମିତ୍ତ ଅର୍ଥନୈତିକ ଆଧାରିକ ସଂରଚନା ପରି _________________ ସଂରଚନାର ମଧ୍ଯ ଉପାଦେୟତା ରହିଛି ।
Answer:
ସାମାଜିକ

2. ଶିକ୍ଷାର ପ୍ରସାର ହେଲେ ଶ୍ରମିକଙ୍କ ____________________ ବୃଦ୍ଧିପାଏ ।
Answer:
କାର୍ଯ୍ୟଦକ୍ଷତା

3. ଶିକ୍ଷା ହିଁ ____________________ ର ସହାୟକ ।
Answer:
ପ୍ରଗତି

4. ଯଦି ତୁମେ ଗୋଟିଏ ବର୍ଷପାଇଁ ଯୋଜନା କରୁଛ ତେବେ ଧାନଗଛ ଲଗାଅ, ଯଦି ପାଞ୍ଚବର୍ଷ ପାଇଁ ଯୋଜନା କରୁଛ ତେବେ ବୃକ୍ଷରୋପଣ କର ବା ଯଦି ଭବିବ୍ରତ ନିମିତ୍ତ ଯୋଜନା କରୁଛ ତେବେ ପିଲାଙ୍କୁ _____________________ ଦିଅ ।
Answer:
ଶିକ୍ଷା

5. 15ରୁ 35 ବର୍ଷର ଲୋକ, ଯେଉଁମାନେ କି ଦେଶର ଶ୍ରମଶକ୍ତି ସେମାନଙ୍କୁ ସାକ୍ଷର କରିବା ନିମିତ୍ତ ____________________ କାର୍ପ୍ୟକ୍ରମ ଜାତୀୟ ସ୍ତରରେ 1978 ମସିହାରେ ଆରମ୍ଭ କରାଯାଇଛି ।
Answer:
ପ୍ରୌଢ଼ଶିକ୍ଷା

6. ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଉତ୍ତମ ଭିତ୍ତିଭୂମି ସୁବିଧା ଯୋଗାଇଦେବା ଲକ୍ଷ୍ୟନେଇ 1987-88ରେ __________________ ଅଭିଯାନର ଶୁଭାରମ୍ଭ କରାଯାଇଥିଲା ।
Answer:
କଳାପଟା

7. ଅସୁବିଧା ବା ଅନ୍ୟ କୌଣସି କାରଣ ବଶତଃ ନିୟମିତ ଆନୁଷ୍ଠନିକ ଶିକ୍ଷା ସୁବିଧାରୁ ବଞ୍ଚତ 6 ରୁ 14 ବର୍ଷ ବୟସର ପିଲାମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟନେଇ _________________________ କାର୍ଯ୍ୟକ୍ରମ 1980-85ରେ ଆରମ୍ଭ କରାଯାଇଥିଲା ।
Answer:
ଅଣଆନୁଷ୍ଠାନିକ ଶିକ୍ଷା

8. ଗାଁ ଗହଳିର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଆଧୁନିକ ଶିକ୍ଷାଦାନ ନିମିତ୍ତ _______________________ ବିଦ୍ୟାଳୟଗୁଡ଼ିକ 1995- 96ରେ ପ୍ରତିଷ୍ଠା କରାଯାଇଥିଲା ।
Answer:
ନବୋଦୟ

9. 2010 ମସିହା ସୁଦ୍ଧା ଦେଶର ସମସ୍ତ ଲୋକଙ୍କୁ ଶିକ୍ଷା ସୁବିଧା ଯୋଗାଇଦେବାପାଇଁ _____________________ ଅଭିଯାନ ଆରମ୍ଭ କରାଯାଇଥିଲା ।
Answer:
ସର୍ବଶିକ୍ଷା

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

10. 1964 ରେ ଗଠିତ ଜାତୀୟ ଶିକ୍ଷା କମିଶନର ଅଧ୍ୟକ୍ଷ ଥିଲେ _____________________ ।
Answer:
ଡକ୍ଟର ଡି.ଏସ୍.କୋଠାରୀ

11. ମଣିଷର ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଉନ୍ନତିର ପୂର୍ଣାଙ୍ଗ ଅବସ୍ଥା ହିଁ __________________ ।
Answer:
ସୁସ୍ଥସ୍ୱାସ୍ଥ୍ୟ

12. ଦେଶର ଶ୍ରମଶକ୍ତିର ଶାରୀରିକ କାର୍ଯ୍ୟଦକ୍ଷତା ଲୋକମାନଙ୍କୁ ପ୍ରାପ୍ତ ହେଉଥ‌ିବା __________________ ସେବା ଉପରେ ଅନେକାଂଶରେ ନିର୍ଭର କରେ ।
Answer:
ସ୍ଵାସ୍ଥ୍ୟ

13. ସୁସ୍ଥ ସ୍ୱାସ୍ଥ୍ୟ ଏକ ସାମାଜିକ ଆଧାରିକ ସଂରଚନା ଭାବରେ ଦେଶର ଉତ୍ପାଦନକୁ ______________________ ଭାବରେ ସାହାଯ୍ୟ କରିଥାଏ ।
Answer:
ପରୋକ୍ଷ

14. ଭାରତ ସାର୍ବଜନୀନ ଟିକାଦାନ ମାଧ୍ୟମରେ __________________________ ରୋଗକୁ 1977 ମସିହାରୁ ପୂର୍ଣ୍ଣମାତ୍ରାରେ ନିରାକରଣ କରିପାରିବାର ଗୌରବ ହାସଲ କରିପାରିଛି ।
Answer:
ବସନ୍ତ

15. ____________________ ରୋଗକୁ 2000 ମସିହା ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣଭାବେ ଦୂରୀକରଣ କରାଯିବାର ଲକ୍ଷ୍ୟ ରଖାଯାଇଥିଲା ।
Answer:
କୁଷ୍ଠ

16. ସ୍ଵାସ୍ଥ୍ୟରକ୍ଷାର ସୁଫଳ ନିମିତ୍ତ ଦେଶର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ _________________ ଅଛି ।
Answer:
ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

17. ଉତ୍ତମ ସ୍ଵାସ୍ଥ୍ୟରକ୍ଷା ନିମିତ୍ତ ପ୍ରତି 5000 ଲୋକସଂଖ୍ୟା ପିଛା ଗୋଟିଏ ଲେଖାଏଁ _____________________ ସ୍ଥାପନା ବ୍ୟବସ୍ଥା ଅଛି ।
Answer:
ସ୍ଵାସ୍ଥ୍ୟ ଉପକେନ୍ଦ୍ର

18. ନାରୀ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ପ୍ରତି 1 ଲକ୍ଷ୍ୟ ଜନବସତି ଥିବା ଅଞ୍ଚଳରେ ଗୋଟିଏ ଗୋଟିଏ ____________________ କରାଯାଇଥାଏ ।
Answer:
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

19. ଭାରତର ଗ୍ରାମାଞ୍ଚଳରେ ପ୍ରସୂତି ଜନିତ ଓ ପ୍ରସବକାଳୀନ ମହିଳା ମୃତ୍ୟୁସଂଖ୍ୟା ସମଗ୍ର ପୃଥ‌ିବୀରେ ___________________ ।
Answer:
ସର୍ବାଧି

20. ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ସରକାର 500 ଗ୍ରାମର ଖାଦ୍ୟଶକ୍ତି ଏବଂ 25 ଗ୍ରାମ୍‌ ପ୍ରୋଟିନ୍ ପ୍ରତ୍ୟେକ ମହିଳାଙ୍କୁ ପ୍ରତିଦିନ ଦେବା ନିମିତ୍ତ __________________ ଯୋଜନା ପ୍ରଣୟନ କରିଛନ୍ତି ।
Answer:
ସ୍ଵତନ୍ତ୍ର ପୁଷ୍ଟିସାର

21. ଆମର ଜାତୀୟ ସ୍ୱାସ୍ଥ୍ୟନୀତିର ମୁଖ୍ୟ ଆଭିମୁଖ୍ୟ ହେଲା _______________________ ମସିହା ସୁଦ୍ଧା ସମସ୍ତଙ୍କୁ ସ୍ୱାସ୍ଥ୍ୟରକ୍ଷାର ସୁବିଧା ଦେବା ।
Answer:
2000

22. 2000 ମସିହା ସୁଦ୍ଧା ପ୍ରାଥମିକ ସ୍ଵାସ୍ଥ୍ୟସେବା ପଦକ୍ଷେପଦ୍ବାରା ସମସ୍ତ ପାଇଁ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା-ମୂଳକ _________________ ସନନ୍ଦରେ ଭାରତ ସ୍ବାକ୍ଷର କରିଛି ।
Answer:
ଆଲ୍‌ମା-ଆଙ୍ଗା

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

23. ଶତ ପ୍ରତିଶତ ଆନୁଷ୍ଠାନିକ ପ୍ରସୂତୀ ସେବା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କଦ୍ଵାର ___________________ ଯୋଜନା ଆରମ୍ଭ କରାଯାଇଛି ।
Answer:
ଜନନୀ ସୁରକ୍ଷା

24. _____________________ ଯୋଜନା ଅନୁଯାୟୀ ବାର୍ଷିକ 365 ଟଙ୍କାର ବୀମା ପ୍ରିମିୟମ୍‌ ଦେଇ ଗରିବ ଓ ଉପେକ୍ଷିତ 30,000 ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ ।
Answer:
ସାର୍ବଜନୀନ ସ୍ବାସ୍ଥ୍ୟ ବୀମା

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ସାମାଜିକ ଆଧାରିକ ସଂରଚନା କହିଲେ ତୁମେ କ’ଣ ବୁଝ ?
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ସେବା, ସୁଯୋଗ ପରୋକ୍ଷଭାବେ ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରେ, ତାହାକୁ ସାମାଜିକ ଆଧାରିକ ସଂରଚନା କୁହାଯାଏ; ଯଥା— ଶିକ୍ଷା ଓ ତାଲିମ ବ୍ୟବସ୍ଥା ।

2. 2001 ଜନଗଣନା ଅନୁସାରେ ଭାରତର ସାକ୍ଷରତା ହାର କେତେ ?
Answer:
2001 ଜନଗଣନା ଅନୁସାରେ ଭାରତର ସାକ୍ଷରତା ହାର 65.38 ପ୍ରତିଶତ ।

3. ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ କେଉଁ ବର୍ଷ ଆରମ୍ଭ ହୋଇଥିଲା ?
Answer:
ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ 1978 ମସିହାରୁ ଆରମ୍ଭ ହୋଇଥିଲା ।

4. ମାନବ ସମ୍ବଳ ବିକାଶ କହିଲେ କ’ଣ ବୁଝ ?
Answer:
ଯେଉଁ ପ୍ରକ୍ରିୟାରେ ଦକ୍ଷ, ବୈଷୟିକ ଜ୍ଞାନସମ୍ପନ୍ନ ଓ ଅନୁଭୂତି ସମ୍ପନ୍ନ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି କରାଯାଏ, ତାହାକୁ

5. କୋଠାରୀ କମିଶନ କେଉଁ କ୍ଷେତ୍ରପାଇଁ ପ୍ରଯୁଜ୍ୟ ?
Answer:
କୋଠାରୀ କମିଶନ ଶିକ୍ଷା ବିକାଶ ଓ ସଂସ୍କାରପାଇଁ ପ୍ରଯୁଜ୍ୟ ।

6. କୋଠରୀ କମିଶନ କେବେ ଗଠିତ ହୋଇଥିଲା ?
Answer:
1964 ମସିହା ଜୁଲାଇ 14 ତାରିଖରେ କୋଠାରୀ କମିଶନ ଗଠିତ ହୋଇଥିଲା ।

7. କୋଠାରୀ କମିଶନର ଏକ ପ୍ରସ୍ତାବ ଲେଖ ।
Answer:
ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କୋଠାରୀ କମିଶନର ଏକ ପ୍ରସ୍ତାବ ଥିଲା ।

8. କେବେ ଶିକ୍ଷାନୀତିରେ ମାଧ୍ୟମିକ ସ୍ତରରେ ବୈଷୟିକ ଶିକ୍ଷା ପ୍ରଚଳନ କରାଯାଇଥିଲା ?
Answer:
1968 ଜାତୀୟ ଶିକ୍ଷାନୀତିରେ ମାଧ୍ୟମିକ ସ୍ତରରେ ବୈଷୟିକ ଶିକ୍ଷା ପ୍ରଚଳନ କରାଯାଇଥିଲା ।

9. କେଉଁ ଶିକ୍ଷାନୀତି ଅନୁସାରେ 10+2+3 ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ?
Answer:
1986 ଶିକ୍ଷାନୀତି ଅନୁସାରେ 10+2+3 ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ।

10. କେଉଁ ଶିକ୍ଷାନୀତି ଅନୁସାରେ ଅଣଆନୁଷ୍ଠାନିକ ଶିକ୍ଷା ପ୍ରଚଳନ କରାଗଲା ?
Answer:
1986 ଶିକ୍ଷାନୀତି ଅନୁସାରେ ଅଣଆନୁଷ୍ଠାନିକ ଶିକ୍ଷା ପ୍ରଚଳନ କରାଗଲା ।

11. ସ୍ଵୟଂଶାସିତ ମହାବିଦ୍ୟାଳୟ କେଉଁ ଶିକ୍ଷାନୀତି ବଳରେ କରାଗଲା ?
Answer:
1986 ଶିକ୍ଷାନୀତି ବଳରେ ସ୍ଵୟଂଶାସିତ ମହାବିଦ୍ୟାଳୟ କରାଗଲା ।

12. କେଉଁ ଶିକ୍ଷାନୀତିରେ ତିନୋଟି ଭାଷାର ପ୍ରଚଳନ ପାଇଁ ପ୍ରସ୍ତାବ ରହିଥିଲା ?
Answer:
1968 ଶିକ୍ଷାନୀତିରେ ତିନୋଟି ଭାଷାର ପ୍ରଚଳନପାଇଁ ପ୍ରସ୍ତାବ ରହିଥିଲା ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

13. I.C.D.S. ର ପୂରା ଅର୍ଥ କ’ଣ ?
Answer:
Integrated Child Development Service.

14. ପୋଲିଓ ନିରାକରଣ ପାଇଁ କେଉଁ ଯୋଜନା କାର୍ଯ୍ୟକାରୀ ହୋଇଥିଲା ?
Answer:
Pulse Polio Programme

15. AIDS ର ପୂରା ଅର୍ଥ କ’ଣ ?
Answer:
Acquired Immune Deficiency Syndrome.

16. P.H.C ର ପୂରା ଅର୍ଥ କ’ଣ ?
Answer:
Primary Health Centre.

17. ଇନ୍ଦିରା ଆବାସ ଯୋଜନା କେବେ ପ୍ରଚଳନ କରାଗଲା ?
Answer:
1985-86 ମସିହାରେ ଇନ୍ଦିରା ଆବାସ ଯୋଜନା ପ୍ରଚଳନ କରାଗଲା ।

18. ବାଲ୍ମୀକି ଆମ୍ବେଦକର ଆବାସ ଯୋଜନା କ’ଣ ?
Answer:
ସହରାଞ୍ଚଳରେ ଗଢ଼ିଉଠୁଥ‌ିବା ବିଭିନ୍ନ ବସ୍ତିବାସିନ୍ଦା, ଯେଉଁମାନେ କି ବାସଶୂନ୍ୟ ତଥା ଗରିବ, ସେମାନଙ୍କର

19. ପ୍ରଧାନମନ୍ତ୍ରୀଙ୍କ ଗ୍ରାମୋଦ୍ୟୋଗ ଯୋଜନା କ’ଣ ?
Answer:
ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ସୀମାରେଖା ତଳେ ରହିଯାଇଥିବା ଲୋକମାନଙ୍କୁ ବାସଗୃହ ସୁବିଧା ଯୋଗାଇ ଦେବା ନିମିତ୍ତ କେନ୍ଦ୍ରସରକାର ପ୍ରଧାନମନ୍ତ୍ରୀଙ୍କ ଗ୍ରାମୋଦ୍ୟୋଗ ଯୋଜନା ପ୍ରଣୟନ କରିଛନ୍ତି ।

20. ଆଜିକାଲି କୁଷ୍ଠରୋଗ ଚିକିତ୍ସାପାଇଁ କେଉଁ ପ୍ରଣାଳୀ ଅନୁସୃତ ହେଉଛି ?
Answer:
ଆଜିକାଲି କୁଷ୍ଠରୋଗ ଚିକିତ୍ସାପାଇଁ ବହୁବିଧ ଔଷଧ ପ୍ରୟୋଗ (M.D.T.) ପ୍ରଣାଳୀ ଅନୁସୃତ ହେଉଛି ।

21. ଜାତିସଂଘର ବିଶ୍ଵ ଆବାସସ୍ଥଳ କୌଶଳ ଆଧାରରେ ଭାରତ କେଉଁ ମସିହାରେ ଜାତୀୟ ପ୍ରଣୟନ କରିଥିଲା ?
Answer:
ଜାତିସଂଘର ବିଶ୍ବ ଆବାସସ୍ଥଳ କୌଶଳ ଆଧାରରେ ଭାରତ 1988 ମସିହାରେ ଜାତୀୟ ବାସଗୃହନୀତି ପ୍ରଣୟନ କରିଥିଲା ।

22. ସ୍ୱଚ୍ଛ ଭାରତର ମିଶନ ଯୋଜନାର ଶୁଭାରମ୍ଭ କେବେ ହୋଇଥିଲା ?
Answer:
2014 ମସିହା ଅକ୍ଟୋବର ମାସ 2 ତାରିଖ ଦିନ ।

23. ଜାତୀୟ ସ୍ୱାସ୍ଥ୍ୟ ମିଶନ କେବେ ପ୍ରଚଳନ ହୋଇଥିଲା ?
Answer:
2013 ମସିହା ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

24. ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ କେବେଠାରୁ ପ୍ରଚଳନ କରାଯାଇଛି ?
Answer:
2013 ଜୁନ୍ 1 ତାରିଖଠାରୁ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକସ୍ଥଳେ ସଂଶୋଧନ କର ।
1. ସହରାଞ୍ଚଳର ଦାରିଦ୍ର୍ୟ ରେଖାତଳେ ଥ‌ିବା ପରିବାରମାନଙ୍କୁ ମାଗଣା ବାସଗୃହ ସୁବିଧା ଯୋଗାଇଦେବା ହେଉଛି ଇନ୍ଦିରା ଆବାସ ଯୋଜନାର ଉଦ୍ଦେଶ୍ୟ ।
Answer:
ସହରାଞ୍ଚଳର ଦାରିଦ୍ର୍ୟ ରେଖାତଳେ ଥ‌ିବା ପରିବାରମାନଙ୍କୁ ମାଗଣା ବାସଗୃହ ସୁବିଧା ଯୋଗାଇଦେବା ହେଉଛି ବାଲ୍ମୀକି ଆମ୍ବେଦକର ଆବାସ ଯୋଜନାର ଉଦ୍ଦେଶ୍ୟ ।

2. ବାସଗୃହ ନିର୍ମାଣ କ୍ଷେତ୍ରରେ ପୁଂଜିନିବେଶକୁ ଉତ୍ସାହ ପ୍ରଦାନ ହେଉଛି 1998 ମସିହା ଜାତୀୟ ବାସଗୃହ ନୀତିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ।
Answer:
ବାସଗୃହ ନିର୍ମାଣ କ୍ଷେତ୍ରରେ ପୁଂଜିନିବେଶକୁ ଉତ୍ସାହ ପ୍ରଦାନ ହେଉଛି 1988 ମସିହା ଜାତୀୟ ବାସଗୃହ ନୀତିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ।

3. 1982 ମସିହାର ଜାତୀୟ ସ୍ୱାସ୍ଥ୍ୟନୀତିରେ 2005 ମସିହା ସୁଦ୍ଧା ଦେଶରୁ କୁଷ୍ଠ ନିରାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
Answer:
1982 ମସିହାର ଜାତୀୟ ସ୍ଵାସ୍ଥ୍ୟନୀତିରେ 2000 ମସିହା ସୁଦ୍ଧା ଦେଶରୁ କୁଷ୍ଠ ନିରାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

4. ଦେଶର ସର୍ବତ୍ର 10 + 2 + 3 ଶିକ୍ଷାବ୍ୟବସ୍ଥା ପ୍ରବର୍ତ୍ତନ କରିବାପାଇଁ 1968 ମସିହାର ଜାତୀୟ ଶିକ୍ଷାନୀତି ସୁପାରିସ କରିଥିଲା ।
Answer:
ଦେଶର ସର୍ବତ୍ର 10 + 2 + 3 ଶିକ୍ଷାବ୍ୟବସ୍ଥା ପ୍ରବର୍ତ୍ତନ କରିବାପାଇଁ 1968 ମସିହାର ଜାତୀୟ ଶିକ୍ଷାନୀତି ସୁପାରିସ କରିଥିଲା ।

5. IGNOU ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ପ୍ରତି ଧ୍ୟାନ ଦେଇଥାଏ ।
Answer:
UGC ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ପ୍ରତି ଧ୍ୟାନ ଦେଇଥାଏ ।

6. ଅଣଆନୁଷ୍ଠାନିକ ଶିକ୍ଷା ବୟସ୍କଙ୍କପାଇଁ ଉଦ୍ଦିଷ୍ଟ ।
Answer:
ପ୍ରୌଢ଼ଶିକ୍ଷା ବୟସ୍କଙ୍କପାଇଁ ଉଦ୍ଦିଷ୍ଟ ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

7. ଭାରତରେ ଛଅଟି IIT ଅଛି ।
Answer:
ଭାରତରେ 7ଟି IIT ଅଛି ।

8. PHC ଗ୍ରାମାଞ୍ଚଳର ବିଶେଷଜ୍ଞ ଡାକ୍ତର ଥବା ସ୍ବାସ୍ଥକେନ୍ଦ୍ର ।
Answer:
CHC ଗ୍ରାମାଞ୍ଚଳର ବିଶେଷଜ୍ଞ ଡାକ୍ତର ଥ‌ିବା ସ୍ଵାସ୍ଥ୍ୟକେନ୍ଦ୍ର ।

E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ :

1. ସାମାଜିକ ଆଧାରିକ ସଂରଚନା କ’ଣ ?
Answer:
ଅର୍ଥବ୍ୟବସ୍ଥାରେ ଯେଉଁ ସେବା, ସୁଯୋଗ ପରୋକ୍ଷଭାବେ ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରେ, ତାହାକୁ ସାମାଜିକ ଆଧାରିକ ସଂରଚନା କୁହାଯାଏ । ଏହା ବହୁ ପ୍ରକାରର; ଯଥା— (କ) ଶିକ୍ଷା ଓ ତାଲିମ ବ୍ୟବସ୍ଥା, (ଖ) ସ୍ୱାସ୍ଥ୍ୟ ସେବା, (ଗ) ବାସଗୃହ ଯୋଗାଣ ଇତ୍ୟାଦି । ଏସବୁ ବ୍ୟବସ୍ଥାଦ୍ୱାରା ପ୍ରତ୍ୟକ୍ଷ ଉତ୍ପାଦନ ପ୍ରକ୍ରିୟାରେ ବିନିଯୋଗ ହେଉଥ‌ିବା ଶ୍ରମ ଭଳି ଉପାଦାନ ଅଧିକ ଉତ୍ପାଦନଶୀଳ ହୋଇ ପରୋକ୍ଷ ଭାବରେ ଦେଶର ମୋଟ ଉତ୍ପାଦନକୁ ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି ।

2. ନୂତନ ଶିକ୍ଷା ନୀତି କ’ଣ ?
Answer:
ତତ୍‌କାଳୀନ ଶିକ୍ଷା ବ୍ୟବସ୍ଥାର ବ୍ୟାପକ ସମୀକ୍ଷା ଓ ଭବିଷ୍ୟତର ଆବଶ୍ୟକତାକୁ ବିଚାରକୁ ନେଇ ଏକ ନୂତନ ଶିକ୍ଷାନୀତି 1986 ମସିହାରେ ଘୋଷିତ ହୋଇଥିଲା । ସମସ୍ତଙ୍କୁ ସମାନ ଭାବରେ ଶିକ୍ଷା ସୁବିଧା ଯୋଗାଇଦେବା ଥିଲା ଏହି ନୂତନ ଶିକ୍ଷାନୀତିର ପ୍ରଧାନ ଆଭିମୁଖ୍ୟ । ତେଣୁ ଆଦିବାସୀ, ହରିଜନ, ନାରୀ, ସଂଖ୍ୟାନ୍ୟୁନ ଓ ଭିନ୍ନକ୍ଷମାନଙ୍କୁ ଉପଯୁକ୍ତ ଶିକ୍ଷା ସୁଯୋଗ ପ୍ରଦାନ କରିବା ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରାଯାଇଥିଲା । ଦେଶର ସର୍ବତ୍ର 10+2+3 ଶିକ୍ଷାବ୍ୟବସ୍ଥା ପ୍ରବର୍ତ୍ତନପାଇଁ ଏହି ଶିକ୍ଷାନୀତି ସୁପାରିସ କରିଥିଲା । ରାଷ୍ଟ୍ର 14 ବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳକ ଓ ବାଳିକାମାନଙ୍କୁ ବାଧ୍ୟତାମୂଳକ ଭାବେ ମାଗଣାରେ ଶିକ୍ଷାଦେବା ଏବଂ ତିନିଗୋଟି ଭାଷାର ଶିକ୍ଷାଦାନ ପଦ୍ଧତି ଇତ୍ୟାଦି ।

3. ସର୍ବଶିକ୍ଷା ଅଭିଯାନ କ’ଣ ?
Answer:
ନବମ ଯୋଜନା କାଳରୁ (1997-2002) ଶିକ୍ଷା ମାନବ ସମ୍ବଳ ବିକାଶ ନିମିତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । 2001-02ରେ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖୀ ସରକାର 2010 ମସିହା ସୁଦ୍ଧା ଦେଶର ସମସ୍ତ ଲୋକଙ୍କୁ ଶିକ୍ଷା ସୁବିଧା ଯୋଗାଇଦେବାପାଇଁ ସମସ୍ତଙ୍କପାଇଁ ଶିକ୍ଷା ବା ‘ସର୍ବଶିକ୍ଷା ଅଭିଜାନ’ ଘୋଷଣା କରିଛନ୍ତି । ଏହା 6 ବର୍ଷରୁ 14 ବର୍ଷ ପର୍ଯ୍ୟନ୍ତ ଦେଶର ସମସ୍ତ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ପାଇବାର ମୌଳିକ ଅଧିକାର ଦେଇପାରିଛି । ନିଶ୍ଚିତ ଶିକ୍ଷା ଯୋଜନା ସର୍ବଶିକ୍ଷା ଅଭିଜାନର ଏକ ଅଂଶ ।

4. ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କ’ଣ ?
Answer:
ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ନିମିତ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ଏକ କେନ୍ଦ୍ରୀୟ ଯୋଜନା । ଯୋଜନା ପରିସର ଏକ ଜିଲ୍ଲା । 1994 ମସିହାରେ ଏହି ଯୋଜନା ପ୍ରଥମେ 42ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଗଲା । ଏହି ଯୋଜନା ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ସମାପନ ନକରି ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଛାଡ଼ି ଯାଉଛନ୍ତି ସେମାନଙ୍କ ସଂଖ୍ୟା 10 ପ୍ରତିଶତକୁ କମାଇବାର ଲକ୍ଷ୍ୟ ରଖାଯାଇଛି ।

5. ଅଣଆନୁଷ୍ଠାନିକ ଶିକ୍ଷା କ’ଣ ?
Answer:
ଅସୁବିଧା ବା ଅନ୍ୟକାରଣ ବଶତଃ ନିୟମିତ ଆନୁଷ୍ଠାନିକ ଶିକ୍ଷା ସୁବିଧାରୁ ବଞ୍ଚ 6ରୁ 14 ବର୍ଷ ବୟସର ପିଲାମାନଙ୍କୁ ସ୍ବାକ୍ଷର କରିବା ଲକ୍ଷ୍ୟନେଇ ଅଣଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥା ସ୍ଥାନରେ କେନ୍ଦ୍ରସରକାର ନିଶ୍ଚିତ ଶିକ୍ଷା ଯୋଜନାର ପ୍ରଚଳନ କରିଛନ୍ତି । ଏହା ଫଳରେ ପ୍ରାଥମିକ ବିଦ୍ୟାଳୟ ନଥ‌ିବା ଗ୍ରାମମାନଙ୍କରେ ନିଶ୍ଚିତ ଶିକ୍ଷା ଯୋଜନା କେନ୍ଦ୍ରମାନ ସ୍ଥାପନ କରାଯାଇଅଛି ଏବଂ ଶିକ୍ଷା ସହାୟକ ସହାୟୀକାଙ୍କ ଜରିଆରେ ପିଲାମାନଙ୍କୁ ସାକ୍ଷର କରାଯିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି ।

6. ବୃତ୍ତିଭିତ୍ତିକ ଶିକ୍ଷା କ’ଣ ?
Answer:
1988 ମସିହାରୁ ପ୍ରବର୍ତ୍ତନ କରାଯାଇଛି । ଛଅଗୋଟି ବିଷୟ ଯଥା – କୃଷି, ପଶୁପାଳନ, ମତ୍ସ୍ୟଚାଷ, ବ୍ୟବସାୟ ବାଣିଜ୍ୟ, ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଓ ଅର୍ଦ୍ଧସ୍ୱାସ୍ଥ୍ୟସେବା ଭଳି ବୃତ୍ତିଭିତ୍ତିକ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯାଇଛି । 2000 ସୁଦ୍ଧା 25 ପ୍ରତିଶତ ଛାତ୍ରଛାତ୍ରୀଙ୍କ ବୃତ୍ତିଭିତ୍ତିକ ଶିକ୍ଷାପ୍ରଦାନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।

7. କଳାପଟା ଅଭିଯାନ କ’ଣ ?
Answer:
ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଉତ୍ତମ ଭିତ୍ତିଭୂମି ସୁବିଧା ଯୋଗାଇଦେବା ଲକ୍ଷ୍ୟନେଇ 1987-88ରେ କଳାପଟା ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ସେଥ‌ିପାଇଁ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ (1) ଅନ୍ତତଃ ଦୁଇଟି ପକ୍‌କା କୋଠରୀ ଶ୍ରେଣୀଗୃହ, (2) ଅନ୍ତତଃ ଜଣେ ଶିକ୍ଷୟିତ୍ରୀଙ୍କ ସହ ଦୁଇଜଣ ଶିକ୍ଷକ, (3) ସମସ୍ତ ଆବଶ୍ୟକୀୟ ଶିକ୍ଷା ତଥା କ୍ରୀଡ଼ା ଉପକରଣ, (4) ବାଳକ ଓ ବାଳିକାମାନଙ୍କ ପାଇଁ ସ୍ଵତନ୍ତ୍ର ପାଇଖାନା ବ୍ୟବସ୍ଥା ଓ (5) କ୍ଷୁଦ୍ର ପାଠାଗାରର ସୁବନ୍ଦୋବସ୍ତ କରାଯାଇଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

8. ମାନବ ସମ୍ବଳ କହିଲେ କ’ଣ ବୁଝ ?
Answer:
କୌଣସି ଦେଶର ମାନବ ସମ୍ବଳ କହିଲେ ସେହି ଦେଶର ଅଧିବାସୀମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ, କର୍ମକୁଶଳତା, ବୁଦ୍ଧି, ଦକ୍ଷତା ଓ ଦୈହିକ ଶକ୍ତି ଆଦିକୁ ବୁଝାଇଥାଏ । ଅର୍ଥନୈତିକ ପ୍ରଗତି ନିମନ୍ତେ ମାନବ ସମ୍ବଳର ବିକାଶ ଏକାନ୍ତ ଆବଶ୍ୟକ । ମାନବ ସମ୍ବଳ ଅର୍ଥନୈତିକ ପ୍ରଗତିର ନିୟାମକ ଓ ବିକାଶର ଅନ୍ତିମ ଲକ୍ଷ୍ୟ । ଏହାର ଦୁଇଟି ଦିଗ ରହିଛି; ଯଥା— ପରିମାଣାତ୍ମକ ଓ ଗୁଣାତ୍ମକ । ଜନସଂଖ୍ୟା ବୃଦ୍ଧିଦ୍ୱାରା ଏହାର ପରିମାଣାତ୍ମକ ଦିଗଟି ପରିପୂରଣ ହୋଇପାରେ ମାତ୍ର ଏହାର ଗୁଣାତ୍ମକ ଦିଗଟି ମନୁଷ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା, ଯୋଗ୍ୟତା ଉପରେ ନିର୍ଭର କରେ ଯାହା ଅର୍ଥନୈତିକ ଉନ୍ନୟନପାଇଁ ଏକାନ୍ତ ଆବଶ୍ୟକ ।

9. ସଂକ୍ରାମକ ରୋଗ ନିୟନ୍ତ୍ରଣ କିପରି କରାଯାଇଛି ?
Answer:
ସ୍ଵାଧୀନତା ପରେ ବସନ୍ତ, ହଇଜା, ମ୍ୟାଲେରିଆ, ଯକ୍ଷ୍ମା, କୁଷ୍ଠ, କଳାଜ୍ଵର, ଏଡ୍‌ସ ଭଳି ରୋଗର ପ୍ରାଦୁର୍ଭାବ କମାଇ ଦିଆଯାଇଛି । 1977 ମସିହା ପରଠାରୁ ଭାରତରେ ବସନ୍ତ ରୋଗ ଆଉ ଦେଖାଦେଉନାହିଁ । ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ରୂପେ ଦୂରୀକରଣ କରାଯାଇ ନଥିଲେ ମଧ୍ୟ ଏହାର ପ୍ରାଦୁର୍ଭାବକୁ କମାଇ ଦିଆଯାଇଛି । ସେଥ‌ିପାଇଁ ଜାତୀୟ ମ୍ୟାଲେରିଆ ଯୋଜନା କାର୍ଯ୍ୟକ୍ରମ 1958 ମସିହାରୁ କାର୍ଯ୍ୟ କରୁଅଛି ।

ବାତନ୍ତ୍ର, କୁଷ୍ଠ, ଯକ୍ଷ୍ମା ପ୍ରଭୃତି ମାରାତ୍ମକ ରୋଗଗୁଡ଼ିକର ନିରାକରଣପାଇଁ ଜାତୀୟ ସ୍ତରରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ସେଗୁଡ଼ିକ ମଧ୍ୟ ଅନେକାଂଶରେ ସଫଳ ହୋଇଛି । ଏଡ୍‌ସ, ଗଳଗଣ୍ଡ, କଳାଜ୍ଵର, ଅନ୍ଧାରକଣା ଦୂରୀକରଣପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

10. ଗ୍ରାମୀଣ ସ୍ୱାସ୍ଥ୍ୟସେବା କ’ଣ ?
କରାଯାଇଛି । 1991 ମସିହା ସୁଦ୍ଧା ଗ୍ରାମାଞ୍ଚଳରେ 1,30,978ଟି ସ୍ୱାସ୍ଥ୍ୟକେନ୍ଦ୍ର ଉପକେନ୍ଦ୍ର, 22059ଟି ପ୍ରାଥମିକ ଓ ସହାୟକ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ 1923ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇ ଲୋକମାନଙ୍କୁ ସ୍ଵାସ୍ଥ୍ୟସେବା ଓ ପରିବାର ନିୟୋଜନ ପରାମର୍ଶ ଯୋଗାଇ ଦିଆଯାଉଛି । ଏ କ୍ଷେତ୍ରରେ 3,87,472 ଜଣ ଭିଲେଜ୍ ହେଲଥ୍ଗାଇଡ୍ କାମ କରୁଛନ୍ତି । ପାହାଡ଼ିଆ, ଆଦିବାସୀ ତଥା ହରିଜନବହୁଳ ଗ୍ରାମଗୁଡ଼ିକରେ ସ୍ବାସ୍ଥ୍ୟସେବାର ପ୍ରସାର ଘଟିଅଛି ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।
1. ପାରମ୍ପରିକ ଶିକ୍ଷା ଓ ବୃତ୍ତିଭିତ୍ତିକ ଶିକ୍ଷା ।
Answer:
ପାରମ୍ପରିକ ଶିକ୍ଷାକୁ ପ୍ରାଥମିକତା ଦିଆଯିବା ଫଳରେ ଏହାର ଦ୍ରୁତ ପ୍ରସାର ଘଟିଛି । ଏହା ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମର ପ୍ରଭାବ । ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଶିଳ୍ପ ଆଡ଼କୁ ଆକୃଷ୍ଟ କରିବାପାଇଁ ମାଗଣା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏକ କ୍ରାନ୍ତିକାରୀ ପଦକ୍ଷେପ । ଏହି ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ 6 ବର୍ଷରୁ 14 ବର୍ଷ ବୟସର ନାମଲେଖାଇଥ‌ିବା ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ପ୍ରାୟ 1500 ଲକ୍ଷ । ଉଚ୍ଚଶିକ୍ଷାମାନର ଅଭିବୃଦ୍ଧି ପାଇଁ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ 1956 ମସିହାରୁ କାର୍ଯ୍ୟକରି ଆସୁଛି ଏବଂ ଉଚ୍ଚଶିକ୍ଷାକୁ ସମସ୍ତ ନିକଟରେ ପହଞ୍ଚାଇବାପାଇଁ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।

ଭାରତର ଜାତୀୟ ଶିକ୍ଷା ନୀତି ବୃତ୍ତିଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଛି । ଶିକ୍ଷାକୁ ଅଧ୍ଵ ବୃତ୍ତିକୈନ୍ଦ୍ରିକ କରିବାପାଇଁ ଉଚ୍ଚ ମାଧ୍ୟମିକ ସ୍ତରରେ ଧନ୍ଦାମୂଳକ ଶିକ୍ଷାର ପ୍ରବର୍ତ୍ତନ କରାଯାଇଛି । ଛଅଗୋଟି ବିଷୟ ଯଥା – କୃଷି, ପଶୁପାଳନ, ମତ୍ସ୍ୟଚାଷ, ବ୍ୟବସାୟ ବାଣିଜ୍ୟ, ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଓ ଅର୍ଥସ୍ବାସ୍ଥ୍ୟସେବାର ଗୁରୁତ୍ଵକୁ ଚାହିଁ ଦେଶରେ 150 ଗୋଟି ବୃତ୍ତିଭିତ୍ତିକ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯାଇଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

2. ଅଣଆନୁଷ୍ଠାନିକ ଶିକ୍ଷା ଓ ନିଶ୍ଚିତ ଶିକ୍ଷାଯୋଜନା ।
Answer:
ଅସୁବିଧା ବା ଅନ୍ୟକୌଣସି କାରଣ ବଶତଃ ନିୟମିତ ଆନୁଷ୍ଠାନିକ ଶିକ୍ଷା ସବିଧାରୁ ବଞ୍ଚ ରୁ 14 ବର୍ଷ ବୟସର ପିଲାମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟନେଇ ଅଣଆନୁଷ୍ଠାନିକ ଶିକ୍ଷା କ୍ଷେଯୋଜନା (1980-85) କାଳରେ ଆରମ୍ଭ କରାଯାଇଥିଲା । ଯେଉଁ ପିଲାମାନେ ବିଦ୍ୟାଳୟକୁ ଆସିପାରୁନାହାନ୍ତି, ସେମାନଙ୍କୁ ନିଜ ଘରପାଖରେ ଶିକ୍ଷା ଦେବାର ବ୍ୟବସ୍ଥା ରହିଛି । ସାଧାରଣତଃ ବସ୍ତି, ଗାଁ, ପାହାଡ଼ିଆ, ଆଦିବାସୀ ଅଧୁଷିତ ଅଞ୍ଚଳରେ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁଛନ୍ତି ।

1991 ମସିହାସୁଦ୍ଧା ପ୍ରାୟ 68 ଲକ୍ଷ ପିଲା ଏହି କେନ୍ଦ୍ରଦ୍ୱାରା ଉପକୃତ ହୋଇଛନ୍ତି । ଏବେ 2004ଠାରୁ ଅଣଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥା ସ୍ଥାନରେ କେନ୍ଦ୍ରସରକାର ନିଶ୍ଚିତ ଶିକ୍ଷା ଯୋଜନାର ପ୍ରଚଳନ କରିଛନ୍ତି । ଏହା ଫଳରେ ପ୍ରାଥମିକ ବିଦ୍ୟାଳୟ ନଥ‌ିବା ଗ୍ରାମମାନଙ୍କରେ ନିଶ୍ଚିତ ଶିକ୍ଷା ଯୋଜନା କେନ୍ଦ୍ରମାନ ସ୍ଥାପନ କରାଯାଇ ଶିକ୍ଷା ସହାୟକ ସହାୟୀକାଙ୍କ ଜରିଆରେ ପିଲାମାନଙ୍କୁ ସାକ୍ଷର କରାଯିବାର ବନ୍ଦୋବସ୍ତ କରାଯାଇଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. 1950-51 ମସିହାରେ ଭାରତବର୍ଷରେ ଶିକ୍ଷାର ସ୍ଥିତି ସଂପର୍କରେ ଆଲୋକପାତ କର ।
Answer:
ସ୍ବାଧୀନତାପ୍ରାପ୍ତି ବେଳକୁ ଆମ ଦେଶର ଶିକ୍ଷାର ସ୍ଥିତି ନିମ୍ନସ୍ତରର ଥିଲା । ବ୍ରିଟିଶରମାନେ ଦେଶର ଶିକ୍ଷାବ୍ୟବସ୍ଥାକୁ ବାସ୍ତବଧର୍ମୀ କରିବାକୁ ଚେଷ୍ଟା କରି ନ ଥିଲେ । ସେମାନଙ୍କର ଉଦ୍ଦେଶ୍ୟ ଥିଲା ଯେ, ସେମାନଙ୍କୁ ଶାସନରେ ସାହାଯ୍ୟ କରିବାପାଇଁ କେତେକ ହାତଗଣତି ଇଂରାଜୀ ପଢୁଆ ଭାରତୀୟ ବ୍ୟକ୍ତି ତିଆରି କରିବା । ତେଣୁ ବ୍ରିଟିଶ୍ ଶାସନ ସମୟରେ ଆମ ଦେଶର ଶିକ୍ଷାର ବିଶେଷ କିଛି ଅଗ୍ରଗତି ହୋଇ ନ ଥିଲା । 1950-51 ମସିହାବେଳକୁ ଦେଶର ଶିକ୍ଷାବ୍ୟବସ୍ଥା କିପରି ଥୁଲା ତାହା ନିମ୍ନୋକ୍ତ ବିଶ୍ଳେଷଣରୁ ଅନୁମାନ କରିହେବ ।

(1) ଶିକ୍ଷାୟତନରେ ଛାତ୍ରଛାତ୍ରୀ ଉପସ୍ଥାନ ଅତି ନଗଣ୍ୟ – ସେତେବେଳେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭକରି ବିଶ୍ବବିଦ୍ୟାଳୟ ଶିକ୍ଷାପର୍ଯ୍ୟନ୍ତ ଶିକ୍ଷାୟତନରେ ଖୁବ୍ କମ୍‌ସଂଖ୍ୟକ ଛାତ୍ରଛାତ୍ରୀ ନାମ ଲେଖାଉଥିଲେ । 6 ରୁ 11 ବର୍ଷ ବୟସ୍କ ପିଲାମାନଙ୍କର ମାତ୍ର 43.1 ଶତାଂଶ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀରେ, 11 ରୁ 14 ବର୍ଷ ବୟସ୍କଙ୍କର 0.13 ଶତାଂଶ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ, 14ରୁ 17 ବର୍ଷ ବୟସ୍କଙ୍କର 5.3 ଶତାଂଶ ନବମ ଶ୍ରେଣୀରୁ ଏକାଦଶ ଶ୍ରେଣୀରେ ନାମ ଲେଖାଉଥ‌ିଲେ । ସେହିପରି 17 ରୁ 23 ବର୍ଷ ବୟସ୍କ ଯୁବକମାନଙ୍କ ମଧ୍ୟରୁ ମାତ୍ର 0.33 ଶତାଂଶ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ରୁ କରୁଥିଲେ । ଏସବୁ ସ୍ତରରେ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କର ସଂଖ୍ୟା ଯଥେଷ୍ଟ କମ୍ ଥିଲା ।

(2) ଶିକ୍ଷକଙ୍କ ଅଭାବ – ସେ ସମୟରେ ଶିକ୍ଷକ ପିଛା ଛାତ୍ରସଂଖ୍ୟା ବହୁତ ଅଧିକ ଥିଲା । ପ୍ରାଥମିକ ସ୍ତରରେ ଏହା 34 ଜଣ ଓ ହାଇସ୍କୁଲ ସ୍ତରରେ ଏହା 25 ଜଣ ଥିଲା । ଏଣୁ ଶିକ୍ଷାଦାନର ମାନ ନିମ୍ନସ୍ତରର ଥିଲା । ଶିକ୍ଷକମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷକ ଅଣତାଲିମପ୍ରାପ୍ତ ଶିକ୍ଷକ ହୋଇଥ‌ିବାରୁ ଶିକ୍ଷାଦାନ ସନ୍ତୋଷଜନକ ନ ଥିଲା । ଆହୁରି ମଧ୍ୟ ଶିକ୍ଷକମାନଙ୍କର ଦରମା ଓ ଚାକିରି ସର୍ତ୍ତାବଳୀ ଅନାକର୍ଷଣୀୟ ହୋଇଥିବାରୁ ମେଧାବୀ ଛାତ୍ରମାନେ ଏହି ବୃତ୍ତିପାଇଁ ଆକୃଷ୍ଟ ହେଉ ନ ଥିଲେ । ଶିକ୍ଷକମାନଙ୍କ ମଧ୍ୟରେ ମହିଳା ଶିକ୍ଷକଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା । ତେଣୁ ଶିକ୍ଷାଦାନର ମାନ ଅତ୍ୟନ୍ତ ନିକୃଷ୍ଟ ଥିଲା ।

(3) ବିଦ୍ୟାଳୟ ଗୃହ ଓ ଉପରକରଣଗୁଡ଼ିକର ଘୋର ଅଭାବ – ଶିକ୍ଷାଦାନପାଇଁ କେବଳ ଶିକ୍ଷକମାନଙ୍କର ଅଭାବ ନ ଥୁଲା, ଆହୁରି ଅଧୁକ ଅଭାବ ଥିଲା ବିଦ୍ୟାଳୟ ଗୃହ ଓ ଶିକ୍ଷାଦାନ ସରଞ୍ଜାମ । ଅନେକ ବିଦ୍ୟାଳୟର ଗୃହ ନ ଥିଲା । ପିଲାମାନେ ଗଛତଳେ, ମନ୍ଦିରମାନଙ୍କରେ ପାଠ ପଢୁଥିଲେ । ଚକ୍, କଳାପଟା ଇତ୍ୟାଦି ମୌଳିକ ଶିକ୍ଷା ଉପକରଣର ଘୋର ଅଭାବ ଥିଲା । ଲାଇବ୍ରେରୀ ଓ ପରୀକ୍ଷାଗାର ଆଦିର ଅଭାବ କଥା କହିଲେ ନ ସରେ । ଏଣୁ ଶିକ୍ଷା ପରିବେଶ ଅନାକର୍ଷଣୀୟ ହୋଇ ରହିଥିଲା ।

(4) ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପ୍ରତି ଅବହେଳା – ବ୍ରିଟିଶର୍‌ମାନେ ଦେଶରେ ସାଧାରଣ ଶିକ୍ଷାବ୍ୟବସ୍ଥା କରିଥିଲେ । ସେମାନେ ବୃତ୍ତିଗତ ତଥା ବୈଷୟିକ ଶିକ୍ଷା ପ୍ରତି ଧ୍ୟାନ ଦେଉ ନ ଥିଲେ । ଇଂଜିନିୟରିଂ, ମେଡ଼ିକାଲ, ମ୍ୟାନେଜମେଣ୍ଟ୍, ସ୍ଥପତି, କୃଷି ଇତ୍ୟାଦି ବୈଷୟିକ ଶିକ୍ଷାବ୍ୟବସ୍ଥା ବହୁତ ଅବହେଳିତ ଅବସ୍ଥାରେ ଥିଲା । 1950-51 ମସିହାବେଳକୁ ଦେଶରେ ମାତ୍ର 28 ଟି ମେଡ଼ିକାଲ କଲେଜ ଓ 4 ଟି ଡେଣ୍ଟାଲ୍ କଲେଜ ଥିଲା । ସେହିପରି ଇଂଜିନିୟରିଂ ପଢ଼ିବାପାଇଁ ମାତ୍ର 4500 ସ୍ଥାନ ଥିଲା । ସେହିପରି ନାରୀଶିକ୍ଷା ପ୍ରତି ଆଦୌ ଗୁରୁତ୍ୱାରୋପ କରାଯାଉ ନ ଥିଲା ।

(5) ବିଶ୍ବବିଦ୍ୟାଳୟ ଶିକ୍ଷା ପ୍ରତି ଅଧ୍ବକ ଧ୍ୟାନ – ଦିଆଯାଉଥିଲା । ତେଣୁ ଶିକ୍ଷା ବଜେଟ୍‌ର ଏକ ବଡ଼ ଅଂଶ ଏହି ସ୍ତରୀୟ ଶିକ୍ଷାରେ ଖର୍ଚ୍ଚ କରାଯାଉଥିଲା । ଯାହାଫଳରେ ଶିକ୍ଷାବ୍ୟବସ୍ଥା ବାସ୍ତବଧର୍ମୀ ଓ କର୍ମନିଯୁକ୍ତି ପାଇଁ ଉପାଦେୟ ହେବା ପରିବର୍ତ୍ତେ ଉଚ୍ଚଶିକ୍ଷିତ ବେକାର ଯୁବକଯୁବତୀ ଗଢ଼ିବାରେ ସହାୟକ ହେଲା ।

(6) ଉଚ୍ଚଶିକ୍ଷା କ୍ଷେତ୍ରରେ ଘୋର — ଦେଶ ସ୍ଵାଧୀନ ହେବାବେଳକୁ ଦେଶରେ ଉଚ୍ଚଶିକ୍ଷା ଲାଭପାଇଁ ମାତ୍ର 27 ଟି ବିଶ୍ଵବିଦ୍ୟାଳୟରେ 3.4 ଲକ୍ଷ ପିଲା ପଢ଼ିବାପାଇଁ ସୁଯୋଗ ଥିଲା । କିନ୍ତୁ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ପୁସ୍ତକାଗାର, ପରୀକ୍ଷାଗାର, ଗବେଷଣାଗାର, ଶିକ୍ଷା ପ୍ରକୋଷ୍ଠ ଓ ଅନ୍ୟାନ୍ୟ ଉପକରଣଗୁଡ଼ିକର ଘୋର ଅଭାବ ଥିଲା । ଏହା ବ୍ୟତୀତ ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ପାଠ୍ୟଖସଡ଼ା, ପରୀକ୍ଷା ପଦ୍ଧତି, ଶିକ୍ଷାର ମାଧ୍ଯମ, ବିଷୟବସ୍ତୁ ଇତ୍ୟାଦିର ତାରତମ୍ୟ ରହିଥ‌ିବାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶୃଙ୍ଖଳା ଦେଖାଯାଉଥିଲା । ଉଚ୍ଚଶିକ୍ଷା କର୍ମନିଯୁକ୍ତିପାଇଁ କ୍ଷେତ୍ର ସୃଷ୍ଟି କରିପାରୁ ନ ଥ‌ିବାରୁ ଅନେକ ଉଚ୍ଚଶିକ୍ଷାପ୍ରାପ୍ତ ପିଲା ବେକାର ହୋଇଯାଉଥିଲେ ।

(7) ଶିକ୍ଷାବ୍ୟବସ୍ଥାରେ ତାରତମ୍ୟ – 1950-51 ମସିହାବେଳେ ଶିକ୍ଷାବ୍ୟବସ୍ଥାରେ ଅନେକ ତାରତମ୍ୟ ଲକ୍ଷ୍ୟ କରାଯାଇଥିଲା । ସାଧାରଣତଃ ଶିକ୍ଷାନୁଷ୍ଠାନଗୁଡ଼ିକ ସହରାଞ୍ଚଳରେ ସୀମିତ ଥିଲା । ଏହି ଅନୁଷ୍ଠାନଗୁଡ଼ିକରେ ଉଚ୍ଚ ଓ ଧନୀବର୍ଗର ପିଲାମାନଙ୍କ ଉପସ୍ଥାନ ଅଧିକ ଥିଲା । ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କର ସଂଖ୍ୟା କମ୍ ଥିଲା । ଉଚ୍ଚଶିକ୍ଷାରେ ଏହିମାନଙ୍କ ହାର 1:7 ଥିଲା । ଆଦିବାସୀ, ହରିଜନ ଓ ଅନ୍ୟାନ୍ୟ ପଛୁଆବର୍ଗର ପିଲାମାନଙ୍କ ଶିକ୍ଷାପ୍ରତି ଧ୍ୟାନ ଦିଆଯାଉନଥିଲା । ଭାରତୀୟ ଭାଷା, ସଙ୍ଗୀତ, କଳା, ସ୍ଥାପତ୍ୟ, ଐତିହ୍ୟ ପ୍ରତି ଗୁରୁତ୍ଵ ଦେବା ପରିବର୍ତ୍ତେ ଇଂରାଜୀ ପାଠ ପ୍ରତି ଅଧ୍ଵ ଧ୍ୟାନ ଦିଆଯାଉଥିଲା । ତେଣୁ ଇଂରାଜୀପଢୁଆ ଉଚ୍ଚ ଓ ଧନୀବର୍ଗର ବ୍ୟକ୍ତିଙ୍କଠାରେ ଭାରତର ଶିକ୍ଷା ଓ ଶିକ୍ଷାବ୍ୟବସ୍ଥା ସୀମିତ ରହିଥିଲା ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

2. ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ କି ପ୍ରକାର ଉନ୍ନତି ସାଧୂ ହୋଇଛି ବର୍ଣ୍ଣନା କର ।
Answer:
ଦେଶର ଅଭିବୃଦ୍ଧି ସେ ଦେଶର ଶିକ୍ଷାର ମାନର ଉନ୍ନତି ବ୍ୟତିରେକ ଅସମ୍ଭବ । ସାମାଜିକ ଓ ଅର୍ଥନୈତିକ ଉନ୍ନୟନ କ୍ଷେତ୍ରରେ ଶିକ୍ଷା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ପରିତାପର ବିଷୟ, ଆମ ଦେଶ ସ୍ବାଧୀନ ହେବା ସମୟରେ ଆମ ଦେଶର ଜନସଂଖ୍ୟାର ମାତ୍ର 16.7 ଶତାଂଶ ଲୋକ ଶିକ୍ଷିତ ଥିଲେ । ଖାଲି ସେତିକି ନୁହେଁ, ସେତେବେଳର ଶିକ୍ଷା ଓ ଶିକ୍ଷାବ୍ୟବସ୍ଥା ଅତି ନିମ୍ନସ୍ତରର ଥିଲା ।

ଏପରିସ୍ଥଳେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଶିକ୍ଷାର ଉନ୍ନତି ବିନା ଭାବିବା କେବଳ ସ୍ୱପ୍ନରେ ସମ୍ଭବ । ତେଣୁ ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଶିକ୍ଷା ଓ ଶିକ୍ଷାବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ କରାଯାଇ ଏହାର ଉନ୍ନତିପାଇଁ ଅନେକ ବ୍ୟବସ୍ଥା କରାଯାଇଥିଲା । ତାହାର ଫଳସ୍ୱରୂପ ଆଜି ଭାରତର ଶିକ୍ଷାକ୍ଷେତ୍ରରେ ଯଥେଷ୍ଟ ଆୟବୃଦ୍ଧି କିପରି ଘଟିଛି ତାହା ନିମ୍ନୋକ୍ତ ବିଶ୍ଳେଷଣରୁ ଜଣାପଡ଼େ ।

(1) ସାର୍ବଜନୀନ ଶିକ୍ଷା – ସ୍ଵାଧୀନତାପ୍ରାପ୍ତି ସମୟରେ ଶିକ୍ଷା କେବଳ ଧନୀ ଓ ଉଚ୍ଚ-ଶ୍ରେଣୀର ବ୍ୟକ୍ତିଙ୍କଠାରେ ସୀମିତ ଥିଲା । ସେତେବେଳେ ମାତ୍ର 16.7 ଶତାଂଶ ଲୋକ ସାକ୍ଷର ଥିଲେ । ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାୟତନଗୁଡ଼ିକରେ ଉପସ୍ଥାନ ଅତି ନଗଣ୍ୟ ରହୁଥିଲା । କିନ୍ତୁ ଏବେ 6 ରୁ 14 ବର୍ଷ ବୟସର ପିଲାଙ୍କପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କରାଯାଇଛି, ଯାହାଫଳରେ 14 ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ଶିକ୍ଷାୟତନକୁ ଆସିବାପାଇଁ ସବୁପ୍ରକାରର ଚେଷ୍ଟା କରାଯାଇଛି ।

(2) ବୈଷୟିକ ଶିକ୍ଷାର ପ୍ରସାର – ସ୍ଵାଧୀନତା ପରେ ବୈଷୟିକ ଶିକ୍ଷାର ପ୍ରସାରପାଇଁ ଗୁରୁତ୍ୱ ଆରୋପ କରାଯାଇଛି । ଫଳରେ ମେଡ଼ିକାଲ କଲେଜ, ଇଞ୍ଜିନିୟରିଂ କଲେଜ, କୃଷି ମହାବିଦ୍ୟାଳୟ, ମ୍ୟାନେଜମେଣ୍ଟ କଲେଜ, ଆକାଉଣ୍ଟାନ୍ସି କଲେଜ ଆଦି ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଏବେ ଆମ ଦେଶରେ 230 ଇଞ୍ଜିନିୟରିଂ କଲେଜ, 146 ମେଡ଼ିକାଲ୍ କଲେଜ, 4 ଡେଣ୍ଟାଲ୍ କଲେଜ, 600 ଇଞ୍ଜିନିୟରିଂ ଡିପ୍ଲୋମା ସ୍କୁଲ, 62 ମହିଳା ଡିପ୍ଲୋମା ସ୍କୁଲ ରହିଅଛି । ଏହାବ୍ୟତୀତ ଅନେକ ମ୍ୟାନେଜମେଣ୍ଟ କଲେଜ, କୃଷି ମହାବିଦ୍ୟାଳୟ, ଆକାଉଣ୍ଟାନ୍ତି କଲେଜ ଖୋଲାଯାଇଛି ।

(3) ଧନ୍ଦାମୂଳକ ଶିକ୍ଷାର ପ୍ରସାର – ଆମ ଦେଶର ଶିକ୍ଷାବ୍ୟବସ୍ଥାକୁ କର୍ମଭିଭିକ କରିବାପାଇଁ ଅଗ୍ରାଧିକାର ଦିଆଯାଇଛି । ତେଣୁ ଉଚ୍ଚ ମାଧ୍ୟମିକ ସ୍ତରରେ ଧନ୍ଦାମୂଳକ ଶିକ୍ଷାର ବ୍ୟବସ୍ଥା 1988 ମସିହାଠାରୁ ଆରମ୍ଭ କରାଯାଇଛି । କୃଷି, ଗୋପାଳନ, କୁକୁଡ଼ାପାଳନ, ସିଲେଇ, ଫିଟର, ଇଲେକ୍‌ଟ୍ରିସିଆନ୍ ଓ ଅନ୍ୟାନ୍ୟ କିସମର ଟ୍ରେନିଂ ପିଲାମାନଙ୍କୁ ଦିଆଯିବାଦ୍ୱାରା ସେମାନଙ୍କର ନିଯୁକ୍ତିର ପରିସର ବ୍ୟାପକ ହୋଇପାରିଛି । 1991 ମସିହା ସୁଦ୍ଧା 10316 ଟି ସ୍କୁଲରେ ପ୍ରାୟ 4ଲକ୍ଷ ପିଲା ଏହିପ୍ରକାର ଶିକ୍ଷାଦ୍ବାରା ଉପକୃତ ହେଉଛନ୍ତି ।

(4) ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ବ – ଗତି କିଛି ଦଶନ୍ଧି ମଧ୍ୟରେ ବିଜ୍ଞାନ ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱାରୋପ କରାଯାଇଛି । ବିଜ୍ଞାନ ଶିକ୍ଷାର ପ୍ରସାର ଓ ମାନବୃଦ୍ଧିପାଇଁ ପ୍ରତ୍ୟେକ ସ୍କୁଲ ଓ କଲେଜରେ ଉନ୍ନତମାନର ବିଜ୍ଞାନାଗାର, ବିଜ୍ଞାନ ପୁସ୍ତକ ଓ ଅନ୍ୟାନ୍ୟ ଉପକରଣ ଯୋଗାଇ ଦିଆଯାଇଛି । ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଏଥିଲାଗି ଉପଯୁକ୍ତ ତାଲିମ୍ ପ୍ରଦାନ କରାଯାଇଛି । Central Institute of Educational Technology (CIET), State Institute of Educational Technology (SIET), National Council for Educational Research and Training (NCERT) ଭଳି ଅଗ୍ରଣୀସଂସ୍ଥାମାନେ ଏ ଦିଗରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

(5) ଉଚ୍ଚଶିକ୍ଷାର ଉନ୍ନତି – ଭାରତରେ ଉଚ୍ଚଶିକ୍ଷାର ମାନ ଉଚ୍ଚ କରିବାପାଇଁ ଅନେକ ପଦକ୍ଷେପ ନିଆଯାଇଛି । ବିଭିନ୍ନ ବିଶ୍ଵବିଦ୍ୟାଳୟମାନଙ୍କର ପାଠ୍ୟ-ଖସଡ଼ାଗୁଡ଼ିକ ସମୟାନୁଭିଭିକ ହେବା ସଙ୍ଗେ ସଙ୍ଗେ ପରୀକ୍ଷା ଓ ମୂଲ୍ୟାୟନ ପଦ୍ଧତିରେ ପରିବର୍ତ୍ତନ ହୋଇଅଛି । ଗବେଷଣା ଉପରେ ଅଧ‌ିକ ଗୁରୁତ୍ୱ ଦିଆଯିବା ସହିତ ଭାରତର ଐତିହ୍ୟ, ସଂସ୍କୃତି, ସଙ୍ଗୀତ, ଭାଷା ଇତ୍ୟାଦି ଶିକ୍ଷାର ପ୍ରସାର ହୋଇଛି । ଉଚ୍ଚଶିକ୍ଷାର ମାନ ବୃଦ୍ଧିପାଇଁ ସ୍ବୟଂଚାଳିତ ମହାବିଦ୍ୟାଳୟ, ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ(UGC), ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU), Indian Council of Social Science Research (ICSSR), Academy of Staff College (ASC) ଇତ୍ୟାଦି ପ୍ରତିଷ୍ଠାନମାନ ଗଢ଼ି ଉଠିଛି ।

(6) ପ୍ରୌଢ଼ଶିକ୍ଷା – ଦେଶରୁ ନିରକ୍ଷରତା ଦୂର କରିବାପାଇଁ ଷଷ୍ଠ ପଞ୍ଚବାର୍ଷିକ ଯୋଜନାରେ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଯୋଜନାରେ 15 – 35 ବର୍ଷ ମଧ୍ୟରେ ଅପାଠୁଆ ବୟସ୍କ ଲୋକମାନଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା ଅଛି । ଏହି କାର୍ଯ୍ୟକ୍ରମଦ୍ୱାରା ଦେଶରୁ ନିରକ୍ଷରତା ଅନେକାଂଶରେ ଦୂର କରାଯାଇଛି । 1990-91 ମସିହା ସୁଦ୍ଧାପ୍ରାୟ 2.7 ଲକ୍ଷ ପ୍ରୌଢ଼ଶିକ୍ଷା କେନ୍ଦ୍ର ଦେଶରେ କାମ କରୁଥିଲେ ।

(7) ଅଣଆନୁଷ୍ଠାନିକ ଶିକ୍ଷା – ଶିକ୍ଷାକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଦେଶରେ ଅଣଆନୁଷ୍ଠାନିକ ଶିକ୍ଷାବ୍ୟବସ୍ଥା ଷଷ୍ଠ ପଞ୍ଚବାର୍ଷିକ ଯୋଜନାରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁସାରେ 6 ରୁ 14 ବର୍ଷ ବୟସର ଯେଉଁ ପିଲାମାନେ ବିଦ୍ୟାଳୟକୁ ଆସିପାରୁନାହାନ୍ତି, ସେହିମାନଙ୍କ ନିଜ ଘର ପାଖରେ ଶିକ୍ଷାଦେବାର ବ୍ୟବସ୍ଥା ରହିଛି । ସାଧାରଣତଃ ବସ୍ତି, ଗାଁ, ପାହାଡ଼ିଆ, ଆଦିବାସୀ ଅଧୁଷିତ ଅଞ୍ଚଳରେ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁଛନ୍ତି । 1991 ମସିହା ସୁଦ୍ଧା ପ୍ରାୟ 68 ଲକ୍ଷ ପିଲା ଏହି କେନ୍ଦ୍ରଦ୍ୱାରା ଉପକୃତ ହୋଇଛନ୍ତି ।

(8) ମହିଳା ଓ ଅନଗ୍ରସର ଶ୍ରେଣୀର ପିଲାଙ୍କପାଇଁ ଶିକ୍ଷାର ସୁଯୋଗ – ସ୍ଵାଧୀନତା ପରେ ମହିଳାମାନଙ୍କ ଶିକ୍ଷା ଉପରେ ଅଗ୍ରାଧ‌ିକାର ଦିଆଯାଇଛି । ସେଥ‌ିପାଇଁ ସ୍ୱତନ୍ତ୍ର ମହିଳା ବିଦ୍ୟାଳୟ ଓ କଲେଜରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି । ସ୍ନାତକ ଶ୍ରେଣୀପର୍ଯ୍ୟନ୍ତ ସେମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ସେହିପରି ଆଦିବାସୀ ଓ ହରିଜନ ଶ୍ରେଣୀର ପିଲାଙ୍କ ଶିକ୍ଷାର ପ୍ରସାରପାଇଁ ମାଗଣା ଶିକ୍ଷା, ଷ୍ଟାଇପେଣ୍ଡ, ଆଶ୍ରମ ସ୍କୁଲ ଇତ୍ୟାଦି ବହୁ ସୁବିଧାସୁଯୋଗର ବନ୍ଦୋବସ୍ତ କରାଯାଇଅଛି।

(9) ଭାରତୀୟ କଳା ଓ ସଂସ୍କୃତି ଉପରେ ପ୍ରାଧାନ୍ୟ – ସ୍ବାଧୀନତା ପରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଓ ପରୀକ୍ଷାର ପ୍ରଚଳନ ହୋଇଅଛି । ଭାରତୀୟ ଭାଷାରେ ବହୁ ପାଠ୍ୟ-ପୁସ୍ତକ, ଅଭିଧାନ, ଭାଷାକୋଷ ଇତ୍ୟାଦି ରଚନା କରାଯାଇଛି । ଭାରତର କଳା, ସଂସ୍କୃତି, ଐତିହ୍ୟ, ସଙ୍ଗୀତ, ନାଚ, ଯୋଗ, ଚାରୁକଳା, ସାହିତ୍ୟ ଇତ୍ୟାଦି ବିଭିନ୍ନ ସ୍ତରର ପାଠ୍ୟ-ଖସଡ଼ାରେ ପ୍ରାଧାନ୍ୟ ଲାଭ କରିଅଛି ।

(10) ଜାତୀୟ ଶିକ୍ଷାନୀତି – ଭାରତର ଶିକ୍ଷାକୁ ସମୟାନୁବର୍ତୀ ଓ ଅଧୂକ ବାସ୍ତବଧର୍ମୀ କରିବାପାଇଁ ଜାତୀୟ ଶିକ୍ଷାନୀତି ବିଭିନ୍ନ ସମୟରେ ଘୋଷଣା କରାଯାଇଛି । ପ୍ରଥମେ 1968 ମସିହାରେ ମଧ୍ୟ କୋଠାରୀ କମିଶନଙ୍କ ରିପୋର୍ଟକୁ ସରକାର ଗ୍ରହଣ କରି କାର୍ଯ୍ୟକାରୀ କରିଥିଲେ । 1986 ମସିହାରେ ପୁଣି ନୂତନ ଶିକ୍ଷାନୀତି ପ୍ରଣୟନ କରାଯାଇ ଦେଶରେ ଉଚ୍ଚ ମୂଲ୍ୟବୋଧ ଶିକ୍ଷାର ପ୍ରତିଷ୍ଠାପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

3. ସ୍ଵାଧୀନତା ପରେ ଭାରତରେ ସ୍ବାସ୍ଥ୍ୟସେବାର କିପରି ଉନ୍ନତି ଘଟିଅଛି, ତାହା ସଂକ୍ଷେପରେ ବର୍ଣ୍ଣନା କର ।
Answer:
ସ୍ଵାଧୀନତାପ୍ରାପ୍ତି ସମୟରେ ଆମ ଦେଶର ସ୍ବାସ୍ଥ୍ୟସେବା ଅବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲା । ମୃତ୍ୟୁହାର, ଶିଶୁ ମୃତ୍ୟୁହାର ବହୁତ ଅଧିକ ଥିଲା । ମହାମାରୀ ଓ ସଂକ୍ରାମକ ରୋଗର ପ୍ରାଦୁର୍ଭାବ ବହୁତ ବେଶୀ ଥିଲା । ଡାକ୍ତର, ଡାକ୍ତରଖାନା, ଡାକ୍ତରୀ ଉପକରଣ, ନର୍ସମାନଙ୍କର ଘୋର ଅଭାବ ପରିଲକ୍ଷିତ ହେଉଥିଲା । ମୋଟ ଉପରେ ଦେଶର ସ୍ବାସ୍ଥ୍ୟସେବା ଅତି ନିମ୍ନସ୍ତରର ଥିଲା । କିନ୍ତୁ ସ୍ୱାଧୀନତା ପରେ ଆଉ ସେ ଅବସ୍ଥା ନାହିଁ । ଏ କ୍ଷେତ୍ରରେ ଗତ ପାଞ୍ଚ ଦଶନ୍ଧି ଧରି ଅନେକ ଉନ୍ନତି ସାଧୂତ ହୋଇଅଛି । ସ୍ଵାଧୀନତା ପରେ ବସନ୍ତ, ହଇଜା, ମ୍ୟାଲେରିଆ,

(1) ସଂକ୍ରାମକ ରୋଗଗୁଡ଼ିକର ନିୟନ୍ତ୍ରଣ ଓ ନିରାକରଣ – ସ୍ଵାଧୀନତା ପରେ ବସନ୍ତ, ହଇଜା, ମ୍ୟାଲେରିଆ, ଯକ୍ଷ୍ମା, କୁଷ୍ଠ, ବାତଜ୍ଵର, ଏଡ୍‌ସ ଭଳି ମାରାତ୍ମକ ରୋଗର ପ୍ରାଦୁର୍ଭାବ କମାଇ ଦିଆଯାଇଛି । 1977 ମସିହା ପରଠାରୁ ଭାରତରେ ବସନ୍ତ ରୋଗ ଆଉ ଦେଖାଯାଉନାହିଁ । ମ୍ୟାଲେରିଆକୁ ସମ୍ପୂର୍ଣ୍ଣରୂପେ ଦୂରୀକରଣ କରାଯାଇ ନ ଥିଲେ ମଧ୍ୟ ଏହାର ପ୍ରାଦୁର୍ଭାବକୁ କମାଇ ଦିଆଯାଇଛି । ସେଥ୍ପାଇଁ ଜାତୀୟ ମ୍ୟାଲେରିଆ ଯୋଜନା କାର୍ଯ୍ୟକ୍ରମ 1958 ମସିହାରୁ କାର୍ଯ୍ୟକାରୀ ହେଉଅଛି । ବାତଜ୍ଵର, କୁଷ୍ଠ, ଯକ୍ଷ୍ମା ପ୍ରଭୃତି ମାରାତ୍ମକ ରୋଗଗୁଡ଼ିକର ନିରାକରଣପାଇଁ ଜାତୀୟ ସ୍ତରରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ସେଗୁଡ଼ିକ ମଧ୍ୟ ଅନେକାଂଶରେ ସଫଳ ହୋଇଛି । ଏଡ୍‌ସ, ଗଳଗଣ୍ଡ, କଳାଜ୍ଵର, ଅନ୍ଧାରକଣା ଦୂରୀକରଣପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

(2) ଗ୍ରାମୀଣ ସ୍ୱାସ୍ଥ୍ୟସେବାର ଉନ୍ନତି – ସ୍ଵାଧୀନତା ପରେ ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ସ୍ଵାସ୍ଥ୍ୟସେବା ଯୋଗାଇଦେବା ଉପରେ ସର୍ବାଧ‌ିକ ଗୁରୁତ୍ବ ଆରୋପ କରାଯାଇଛି । 1991 ମସିହା ସୁଦ୍ଧା ଗ୍ରାମାଞ୍ଚଳରେ 1, 30,978ଟି ସ୍ଵାସ୍ଥ୍ୟ ଉପକେନ୍ଦ୍ର, 22059 ଟି ପ୍ରାଥମିକ ଓ ସହାୟକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ 1923ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଓ ପରିବାର ନିୟୋଜନ ପରାମର୍ଶ ଯୋଗାଇ ଦିଆଯାଉଛି । ଏ କ୍ଷେତ୍ରରେ 3,87,472 ଜଣ ଭିଲେଜ୍ ହେଲ୍‌ଥ ଗାଇଡ୍ (VHG) କାମ କରୁଛନ୍ତି । ପାହାଡ଼ିଆ, ଆଦିବାସୀ-ହରିଜନବହୁଳ ଗ୍ରାମଗୁଡ଼ିକରେ ସ୍ୱାସ୍ଥ୍ୟସେବାର ପ୍ରସାର ଘଟିଅଛି ।

(3) ଭେଷଜ ଶିକ୍ଷାର ଆଭିମୁଖ୍ୟର ପରିବର୍ତ୍ତନ – 1977-78 ମସିହା ପରଠାରୁ ଭେଷଜ ଶିକ୍ଷାର ଆଭିମୁଖ୍ୟ ବଦଳାଇ ଦିଆଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି – (i) ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ପର୍ଯ୍ୟାପ୍ତ ଉପଲବ୍‌; (ii) ଭେଷଜ ମହାବିଦ୍ୟାଳୟଗୁଡ଼ିକ ପାର୍ଶ୍ୱସ୍ଥ 3 ଟି ବ୍ଲକ୍‌ର ଅବସ୍ଥିତ ଗ୍ରାମବାସୀମାନଙ୍କ ସ୍ବାସ୍ଥ୍ୟସେବାର ଉନ୍ନତିର ଦାୟିତ୍ଵ ।

(4) ଭେଷଜ ଶିକ୍ଷା ଓ ଗବେଷଣାର ପ୍ରସାର – ସ୍ବାଧୀନତା ସମୟରେ ଆମ ଦେଶରେ ଭେଷଜ ବିଦ୍ୟାଳୟମାନଙ୍କର ସଂଖ୍ୟା ମାତ୍ର 30 ଥିଲା । କିନ୍ତୁ ବର୍ତ୍ତମାନ ଏହା 146କୁ ବୃଦ୍ଧି ପାଇଅଛି । ଏହାବ୍ୟତୀତ ଅଞ୍ଛଳ ଭାରତୀୟ ଭେଷଜ ଅନୁଷ୍ଠାନ (AIIMS), କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପରିଷଦ, କେନ୍ଦ୍ରୀୟ ଇଉନାନୀ ଗବେଷଣା ପରିଷଦ, କେନ୍ଦ୍ରୀୟ ହୋମିଓପାଥ୍ ଗବେଷଣା ପରିଷଦ, କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁଷ୍ଠାନଭଳି ପ୍ରମୁଖ ସଂସ୍ଥା ଭେଷଜ ଶିକ୍ଷା ଓ ଗବେଷଣାର ଅଗ୍ରଦୂତରୂପେ କାର୍ଯ୍ୟ କରୁଛନ୍ତି ।

(5) ସ୍ଵାସ୍ଥ୍ୟକର୍ମୀମାନଙ୍କ ସଂଖ୍ୟାବୃଦ୍ଧି – 1950-51 ମସିହା ତୁଳନାରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କର ସଂଖ୍ୟା ଯଥେଷ୍ଟ ବୃଦ୍ଧି ହୋଇଅଛି । 1991 ମସିହା ସୁଦ୍ଧା ଆମ ଦେଶରେ 3,65,000 ଡାକ୍ତର, 11,000 ଦନ୍ତ ଚିକିତ୍ସକ, 2,07,430 ନର୍ସ ଏବଂ 2,93,751 ଧାଈ କାର୍ଯ୍ୟ କରୁଛନ୍ତି । ସେହପରି ପ୍ରତି 2270 ଜଣଙ୍କପାଇଁ ଗୋଟିଏ ଡାକ୍ତର, ପ୍ରତି 7500 ବ୍ୟକ୍ତିଙ୍କପାଇଁ ଜଣେ ଦନ୍ତ ଚିକିତ୍ସକ, ପ୍ରତି 1065 ଜଣଙ୍କପାଇଁ ଗୋଟିଏ ଶଯ୍ୟା ଉପଲବ୍ଧି ହେଉଅଛି ।

କେବଳ ସେତିକି ନୁହେଁ, ଏହା ମଧ୍ଯରେ ଆମ ଦେଶର ମୃତ୍ୟୁହାର 9.2 କୁ ହ୍ରାସ ପାଇଛି । ବଞ୍ଝାର ହାରାହାରି ବୟସ 60.8 କୁ ବୃଦ୍ଧି ପାଇଛି । ଶିଶୁ ମୃତ୍ୟୁହାର 74 କୁ ହ୍ରାସ କରାଯାଇଛି । ଏସବୁ ଆଲୋଚନାରୁ ଏହା ସ୍ପଷ୍ଟ ଯେ, 1950-51 ମସିହା ପରେ ଭାରତର ସ୍ୱାସ୍ଥ୍ୟସେବାର ପ୍ରଭୂତ ଅଗ୍ରଗତି ସାଧୂତ ହୋଇଅଛି । ତଥାପି ଅନେକ ଭାରତୀୟଙ୍କପାଇଁ ଏହା ମଧ୍ୟ ଏବେ ସ୍ବପ୍ନ ହୋଇ ରହିଛି ।

4. ଭାରତର ବର୍ତ୍ତମାନର ଗ୍ରାମୀଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବର୍ଣ୍ଣନା କର ।
Answer:
ସ୍ଵାଧୀନତା ପୂର୍ବରୁ ଭାରତର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କପାଇଁ ସ୍ଵାସ୍ଥ୍ୟସେବା ଏକ ସ୍ବପ୍ନ ଭଳି ମନେହେଉଥିଲା । ସାମାନ୍ୟ ଜ୍ଵରର ଚିକିତ୍ସାପାଇଁ ସେମାନଙ୍କୁ ନାହିଁ ନ ଥ‌ିବା ଦୁର୍ଦ୍ଦଶା ଭୋଗିବାକୁ ପଡୁଥିଲା । କିନ୍ତୁ ସ୍ଵାଧୀନତା ପରବର୍ତ୍ତୀ ଅବସ୍ଥାରେ ଏହି ଦୁର୍ଦ୍ଦଶାର ପରିସମାପ୍ତି ଘଟାଇବାପାଇଁ ଅନେକ ବ୍ୟବସ୍ଥା କରାଗଲା । କିପରି ଗ୍ରାମାଞ୍ଚଳରେ ସୁବିଧାରେ ସ୍ବାସ୍ଥ୍ୟସେବା ଉପଲବ୍‌ଧ ହେବ ସେଥ‌ିପାଇଁ ଏହାକୁ ସରକାରଙ୍କର ସର୍ବନିମ୍ନ ପ୍ରୟୋଜନୀୟ ଯୋଜନା (Minimum Needs Programme) ରେ ଅନ୍ତର୍ଭୁକ୍ତ କରାଗଲା । ଗ୍ରାମାଞ୍ଚଳଗୁଡ଼ିକରେ ସ୍ବାସ୍ଥ୍ୟସେବାର ଉନ୍ନତିପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି; ସେଗୁଡ଼ିକ ହେଲା –

(1) ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (PHC) – ଏହା ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବାର କେନ୍ଦ୍ରବିନ୍ଦୁ । ଏହା ଗ୍ରାମାଞ୍ଚଳରେ ପ୍ରାଥମିକ ଚିକିତ୍ସା ଯୋଗାଇବା ସହିତ ପରିବାର ନିୟୋଜନ ପରାମର୍ଶ ଯୋଗାଇଥାଏ । ବର୍ତ୍ତମାନ ଏହି କେନ୍ଦ୍ରଗୁଡ଼ିକର ସଂଖ୍ୟା 22059 । ଅବଶ୍ୟ ଏହି କେନ୍ଦ୍ରଗୁଡ଼ିକ ଘୋର ଅବହେଳିତ ଅବସ୍ଥାରେ କାର୍ଯ୍ୟ କରୁଅଛି ।

(2) ସ୍ବାସ୍ଥ୍ୟ ଉପକେନ୍ଦ୍ର (Health sub-centres) – ପରିବାର ନିୟୋଜନ ସମ୍ବନ୍ଧୀୟ ପରାମର୍ଶ ଓ କାର୍ଯ୍ୟ କରିବା ଏହି କେନ୍ଦ୍ରଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ । 1991 ମସିହା ସୁଦ୍ଧା ଦେଶରେ 10,978ଟି ଉପକେନ୍ଦ୍ର କାର୍ଯ୍ୟ କରୁଅଛି । ଏହି କେନ୍ଦ୍ରଗୁଡ଼ିକ ମଧ୍ୟରୁ ଅନେକଙ୍କର ନିଜର ଘର, ଆବଶ୍ୟକ ଉପକରଣ ନାହିଁ ।

(3) ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) – ପ୍ରତି 1 ଲକ୍ଷ ଲୋକଙ୍କପାଇଁ 30 ଟି ଶଯ୍ୟାବିଶିଷ୍ଟ ଏହି କେନ୍ଦ୍ରଗୁଡ଼ିକ ଖୋଲାଯାଉଛି । ଏହି କେନ୍ଦ୍ରଗୁଡ଼ିକରେ ସ୍ତ୍ରୀରୋଗ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ଓ ଶଲ୍ୟ ଚିକିତ୍ସା ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇଥାଏ । ବର୍ତ୍ତମାନ 2289 ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆମ ଦେଶରେ ଅଛି ।

(4) ବହୁମୁଖୀ କର୍ମୀ ଯୋଜନା(Multipurpose Worker’s Scheme) – ସଂକ୍ରାମକ ରୋଗର ନିୟନ୍ତ୍ରଣ ଓ ନିରାକରଣପାଇଁ ଯେଉଁ କର୍ମୀମାନେ ଆଗରୁ କାମ କରୁଥିଲେ ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା । ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଗଲା । ସେମାନେ ଗ୍ରାମାଞ୍ଚଳର ଅଧ୍ବବାସୀମାନଙ୍କର ସ୍ବାସ୍ଥ୍ୟପାଇଁ ପ୍ରାଥମିକ ଡାକ୍ତରୀ ସାହାଯ୍ୟ ଓ ସୁବିଧା ଯୋଗାଇ ଦେବେ । ପ୍ରତି 500 ଲୋକଙ୍କପାଇଁ ଜଣେ ପୁରୁଷ ଓ ଜଣେ ମହିଳା କର୍ମୀ ନିଯୁକ୍ତ କରାଗଲା ।

CHSE Odisha Class 11 Economics Solutions Chapter 6 ଭିରିଭୂମି / ଆଧାରିକ ସଂରଚନା

(5) ଗ୍ରାମ୍ୟ ସ୍ବାସ୍ଥ୍ୟ ଉପଦେଷ୍ଟା (Village Health Guide) – 1977 ମସିହାରେ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତ କରାଯାଇଥିଲା । କିନ୍ତୁ ପରବର୍ତୀ ସମୟରେ ସେମାନଙ୍କୁ ଗ୍ରାମ୍ୟ ସ୍ୱାସ୍ଥ୍ୟ ଉପଦେଷ୍ଟା (Village Health Guide) ଆଖ୍ୟା ଦିଆଗଲା । ପ୍ରତି 1000 ଜଣଙ୍କପାଇଁ ଜଣେ VHG ନିଯୁକ୍ତି ପାଇଲେ । ଏମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତାଲିମ ଦିଆଗଲା । ଏମାନେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଅଧ‌ିବାସୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥା’ନ୍ତି । 1989 ମସିହା ସୁଦ୍ଧା 3,87,472 VHG ଦେଶର 4259 ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିଲେ ।

(6) ସୁପାରିସ ପତ୍ର ବ୍ୟବସ୍ଥା (Referral System) – ଗ୍ରାମାଞ୍ଚଳରେ ରୋଗୀମାନଙ୍କୁ ପ୍ରଥମେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଏ । ସେଠାରେ ରୋଗୀର ଅବସ୍ଥା ଭଲ ରହିଥିଲେ, ତାହାର ସବୁ ପ୍ରକାରର ଚିକିତ୍ସା ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଯଦି ଅବସ୍ଥାର କୌଣସି ପରିବର୍ତ୍ତନ ନ ହୋଇ ଉଦ୍‌ବେଗଜନକ ହୁଏ, ତେବେ ରୋଗୀକୁ CHC ବା ଜିଲ୍ଲା ଡାକ୍ତରଖାନା ବା ଆବଶ୍ୟକସ୍ଥଳେ ମେଡ଼ିକାଲ କଲେଜକୁ ପଠାଇବାପାଇଁ ସୁପାରିସ କରାଯିବାର ବ୍ୟବସ୍ଥା ରହିଛି । ଏଥ‌ିପାଇଁ ପ୍ରାୟ PHC ଗୁଡ଼ିକରେ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଅଛି ।

5. ଭାରତରେ ସଂକ୍ରାମକ ରୋଗର ନିୟନ୍ତ୍ରଣପାଇଁ କି କି ପ୍ରକାରର ବ୍ୟବସ୍ଥା କରାଯାଇଛି ବର୍ଣ୍ଣନା କର ।
Answer:
ସ୍ବାଧୀନତାପ୍ରାପ୍ତି ସମୟରେ ଆମ ଦେଶରେ ଅଧିକାଂଶ ଲୋକ ବସନ୍ତ, ମ୍ୟାଲେରିଆ, ବାତଜ୍ଵର, ହଇଜା, ଯକ୍ଷ୍ମା, କୁଷ୍ଠ ଇତ୍ୟାଦି ବହୁ ମାରାତ୍ମକ ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଥିଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଉଦ୍ୟମ କରାଯାଇ ଏହି ରୋଗଗୁଡ଼ିକର ପ୍ରାଦୁର୍ଭାବ ହ୍ରାସ କରାଯାଇଛି ।

(1) ବସନ୍ତ (Smallpox) – ସ୍ଵାଧୀନତା ପରେ ପରେ ସଂକ୍ରାମକ ରୋଗର ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବା ଫଳରେ 1977 ମସିହାବେଳକୁ ଆମ ଦେଶ ବସନ୍ତମୁକ୍ତ ହେଲା ବୋଲି ଘୋଷଣା କରାଗଲା ।

(2) ମ୍ୟାଲେରିଆ – ମ୍ୟାଲେରିଆ ରୋଗକୁ ସମ୍ପୂର୍ଣ୍ଣ ଦୂର କରାଯାଇ ପାରି ନ ଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇଛି । ସେଥ‌ିପାଇଁ 1958 ମସିହାରୁ ଜାତୀୟ ମ୍ୟାଲେରିଆ ନିରାକରଣ ଯୋଜନା କାର୍ଯ୍ୟ କରି ଆସୁଅଛି । ଏହାଦ୍ଵାରା ମ୍ୟାଲେରିଆର ପ୍ରାଦୁର୍ଭାବ ଅନେକାଂଶରେ ହ୍ରାସ ପାଇଥିଲେ ମଧ୍ୟ 1965 ମସିହା ପରେ ନୂଆ କିସମର ମ୍ୟାଲେରିଆର ଉଦ୍ରେକ ହେତୁ ଏହାର ନିରାକରଣ ପାଇଁ 1977 ମସିହାରେ ପରିବର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ଏପର୍ଯ୍ୟନ୍ତ ଏହା ବିରୋଧରେ ସଂଗ୍ରାମ ଜାରି ରହିଛି ।

(3) ବାତଜ୍ଵର – ଆମ ଦେଶର ଏକ-ପଞ୍ଚମାଂଶ ଲୋକ ବାତଜ୍ଵର ପ୍ରପୀଡ଼ିତ ଅଞ୍ଚଳରେ ବସବାସ କରନ୍ତି । କିନ୍ତୁ ସେମାନଙ୍କୁ ବାତଜ୍ଵରର ପ୍ରାଦୁର୍ଭାବ ରୋକିବାପାଇଁ ବିଶେଷ କିଛି ବ୍ୟବସ୍ଥା କରାଯାଇ ନ ଥିଲା । 1989 ମସିହା ସୁଦ୍ଧା 1955 ମସିହାରେ ଆରମ୍ଭ ହୋଇଥିବା ଜାତୀୟ ବାତଜ୍ଵର ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ 40 ନିୟୁତ ଲୋକଙ୍କୁ ବାତଜ୍ଵର ସୁରକ୍ଷା ପ୍ରଦାନ କରାଗଲା । ଏହାକୁ ଆହୁରି ବ୍ୟାପକ କରାଯିବାପାଇଁ ଉଦ୍ୟମ କରାଯାଉଛି ।

(4) ରାଜଯକ୍ଷ୍ମା – ଭାରତର ବହୁଲୋକ ରାଜଯକ୍ଷ୍ମା ପରି ଭୟାନକ ରୋଗରେ ପ୍ରପୀଡ଼ିତ ହୋଇଥା’ନ୍ତି । ପ୍ରତି ବର୍ଷ ଭାରତରେ 16 ଲକ୍ଷରୁ ଅଧିକ ଲୋକ ଏଥରେ ଆକ୍ରାନ୍ତ ହୋଇଥା’ନ୍ତି । ସେଥ‌ିପାଇଁ 1962 ମସିହାରେ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଯକ୍ଷ୍ମାରୋଗୀ ଚିହ୍ନଟ ଓ ଯକ୍ଷ୍ମା ପ୍ରତିରୋଧକ ବି.ସି.ଜି. ଟିକାଦାନ କାମ ହାତକୁ ନିଆଯାଇଛି । 1983-84 ମସିହାଠାରୁ ଏହି ରୋଗର ନୂତନ ଚିକିତ୍ସା ପଦ୍ଧତି ଅବଲମ୍ବନ କରି 6 ରୁ 8 ମାସ ମଧ୍ୟରେ ଲୋକଙ୍କୁ ରୋଗମୁକ୍ତ କରାଯାଇପାରୁଅଛି ।

(5) କୁଷ୍ଠରୋଗ – 1990-91 ମସିହାରେ ପ୍ରାୟ 20 ଲକ୍ଷ ଲୋକ କୁଷ୍ଠ ରୋଗରେ ପୀଡ଼ିତ ବୋଲି ଆକଳନ କରାଯାଇଛି । ଏମାନଙ୍କ ମଧ୍ୟରୁ ପ୍ରାୟ 20 ଶତାଂଶ ଶିଶୁ ଅଟନ୍ତି । ଏହି ରୋଗର ପ୍ରାଦୁର୍ଭାବ ହ୍ରାସପାଇଁ 1995 ମସିହାରୁ ଜାତୀୟ କୃଷ୍ଣ ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରୀ ହେଉଅଛି । କିନ୍ତୁ 1982 ମସିହାରେ ଏହାକୁ ଜାତୀୟ କୁଷ୍ଠ ନିବାରଣ ଯୋଜନା ଆଖ୍ୟା ଦିଆଯାଇଛି । ଏହି ଯୋଜନାରେ କୁଷ୍ଠ ରୋଗକୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରି ବହୁବିଧ ଔଷଧ ସେବନ (Multidrug therapy) ପ୍ରଣାଳୀରେ ଚିକିତ୍ସା କରାଯାଇ ନିୟନ୍ତ୍ରିତ କରାଯାଇଛି । 1990-91 ମସିହା ସୁଦ୍ଧା ପ୍ରାୟ 5 ନିୟୁତରୁ ଅଧିକ ରୋଗୀ ଏହି ରୋଗମୁକ୍ତ ହେଲେଣି ।

(6) ଏଡ୍‌ସ (AIDS) – ଏଡ୍‌ସ (Acquired Immune Deficiency Syndrome) ରୋଗ ବିଦେଶରୁ ଭାରତକୁ ସଂକ୍ରମିତ ହୋଇଛି । ଏବେ ସରକାର ଏହାର ନିୟନ୍ତ୍ରଣପାଇଁ ଅଗ୍ରାଧୁକାର ଦେଉଛନ୍ତି । ଜାତୀୟ ଏଡ୍‌ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ 1990-91 ମସିହା ସୁଦ୍ଧା 29 ଟି ରକ୍ତ ପରୀକ୍ଷାଗାର ଓ 62 ଟି ନିରୀକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି । ଏଡ୍‌ସ ରୋଗୀର ଚିହ୍ନଟ, ଲୋକମାନଙ୍କ ମଧ୍ୟରେ ଏହି ରୋଗର କାରଣ ଓ ଭୟାବହତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

(7) ଅନ୍ଧତ୍ବ ନିରାକରଣ– ଅନ୍ଧତ୍ଵ ଦେଶର ଆଉ ଏକ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା । 1980 ମସିହା ସୁଦ୍ଧା ସେମାନଙ୍କର ସଂଖ୍ୟା ୨ ନିୟୁତ ଥିଲା ବୋଲି ଏକ ଆକଳନରୁ ଜଣାପଡ଼ିଛି । ଏହାର ଦୂରୀକରଣପାଇଁ ଜାତୀୟ ଅନ୍ଧତ୍ବ ନିରାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଅଛି । ଏହି କାର୍ଯ୍ୟକ୍ରମ 1982 ମସିହାଠାରୁ ମୋତିଆବିନ୍ଦୁ (Cataract) ଅସ୍ତ୍ରୋପଚାର ମାଧ୍ୟମରେ ଏହାର ନିରାକରଣପାଇଁ ଗୁରୁତ୍ବ ଆରୋପ କରାଯାଇଛି । ଏହାସତ୍ତ୍ବେ ଏହା ଏକ ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିଅଛି ।

(8) ଗଳଗଣ୍ଡ (Goitre) – ଆମ ଦେଶରେ ପ୍ରାୟ 145 ଅୟୁତ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହା ଆୟୋଡ଼ିନ୍ ଅଭାବରୁ ହୋଇଥାଏ । ଏହାଦ୍ଵାରା ରୋଗୀ ଅକର୍ମଣ୍ୟ ହେବାର ସମ୍ଭାବନା ରହିଥାଏ । ଏହାର ସଂକ୍ରମଣରୁ ରକ୍ଷା ପାଇବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅୟୋଡ଼ିଯୁକ୍ତ ଲୁଣ ଖାଇବାପାଇଁ ଜନସାଧାରଣଙ୍କୁ ଶିକ୍ଷା ଦିଆଯାଉଅଛି ।
ଏତଦ୍‌ବ୍ୟତୀତ ହଇଜା, ଆନ୍ତଃକଜ୍ଵର, ଜଳାତଙ୍କ, ପୋଲିଓ, ଧନୁଷ୍ଟଙ୍କାର ଓ ଯୌନରୋଗ ଭଳି ସଂକ୍ରାମକ ରୋଗର ନିୟନ୍ତ୍ରଣପାଇଁ ମଧ୍ଯ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି ।

CHSE Odisha Class 11 Sociology Unit 4 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 4 ପ୍ରକ୍ରିୟା, ସ୍ତରୀକରଣ ଏବଂ ପରିବର୍ତ୍ତନ Short Answer Questions

CHSE Odisha 11th Class Sociology Unit 4 Short Answer Questions in Odia Medium

(କ) ସାମାଜିକ ପ୍ରକ୍ରିୟା (SOCIAL PROCESSES)

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ସହଯୋଗିତା କ’ଣ ବୁଝ ?
Answer:
ସହଯୋଗିତା ସାମାଜିକ ଆନ୍ତଃ-କ୍ରିୟାର ଏକ ସମ୍ବନ୍ଧକାରୀ ପ୍ରକ୍ରିୟାରୂପେ ପରିଚିତ । ସହଯୋଗିତାର ପ୍ରକୃତ ଅର୍ଥ ହେଉଛି ଏକତ୍ରିତଭାବରେ କାର୍ଯ୍ୟ ସମ୍ପାଦନ କରିବା । ଏକ ସାଧାରଣ ଲକ୍ଷ୍ୟ ବା ଉଦ୍ଦେଶ୍ୟକୁ ପୂରଣ କରିବାପାଇଁ ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କର ମିଳିତ ଉଦ୍ୟମକୁ ସହଯୋଗିତା କୁହାଯାଇଥାଏ ।

2. ସହଯୋଗିତାର ସଂଜ୍ଞା ପ୍ରଦାନ କର ।
Answer:
ଏଲଡ୍ରେଜ୍ ଏବଂ ମେରିଲ୍ (Eldredge and Merrill) ଙ୍କ ମତରେ, ‘ସହଯୋଗିତା ହେଉଛି ଏକ ସାମାଜିକ ପ୍ରକ୍ରିୟା ଯେଉଁଥରେ କି ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ଏକ ସାଧାରଣ ଲକ୍ଷ୍ୟ ପୂରଣ ନିମନ୍ତେ କାର୍ଯ୍ୟ କରିଥା’ନ୍ତି ।’’ ସହଯୋଗିତାର ଯେକୌଣସି ଦୁଇଗୋଟି ଲକ୍ଷଣ ଦର୍ଶାଅ ।

3. ସହଯୋଗିତାର ଯେକୌଣସି ଦୁଇଗୋଟି ଲକ୍ଷଣ ଦର୍ଶାଅ ।
Answer:
ସହଯୋଗିତାର ଦୁଇଗୋଟି ଲକ୍ଷଣ ହେଲା-
(i) ସଚେତନ ପ୍ରକ୍ରିୟା ଏବଂ (ii) ବ୍ୟକ୍ତିଗତ ପ୍ରକ୍ରିୟା ।

4. ଯେକୌଣସି ଚାରି ପ୍ରକାର ସହଯୋଗିତାର ନାମ ଉଲ୍ଲେଖ କର ।
Answer:
ଚାରିପ୍ରକାର ସହଯୋଗିତାର ନାମ ହେଲା-
(i) ପ୍ରତ୍ୟକ୍ଷ ସହଯୋଗିତା,
(ii) ପରୋକ୍ଷ ସହଯୋଗିତା,
(iii) ପ୍ରାଥମିକ ସହଯୋଗିତା ଏବଂ
(iv) ଗୌଣ ସହଯୋଗିତା ।

5. ପ୍ରାଥମିକ ସହଯୋଗିତା କହିଲେ ତୁମେ କ’ଣ ବୁଝ ?
Answer:
ପ୍ରାଥମିକ ସହଯୋଗିତା ପ୍ରାଥମିକ ସମୂହରେ ଦେଖ‌ିବାକୁ ମିଳିଥାଏ । ଏହିପ୍ରକାର ସହଯୋଗିତାରେ ସଦସ୍ୟମାନେ ପରସ୍ପରକୁ ସହଯୋଗ କରି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥା’ନ୍ତି । ପରିବାର ହେଉଛି ପ୍ରାଥମିକ ସହଯୋଗିତାର ଏକ କେନ୍ଦ୍ରସ୍ଥଳୀ । ପରିବାର ମଧ୍ୟରେ ପିତାମାତା ଏବଂ ସେମାନଙ୍କର ପିଲାମାନେ ପରସ୍ପରକୁ ସହଯୋଗ କରି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥା’ନ୍ତି ।

CHSE Odisha Class 11 Sociology Unit 4 Short Answer Questions in Odia Medium

6. ଗୌଣ ସହଯୋଗିତା କହିଲେ ତୁମେ କ’ଣ ବୁଝ ?
Answer:
ଏହିପ୍ରକାର ସହଯୋଗିତା ଗୌଣ ସମୂହରେ ଦେଖିବାକୁ ମିଳିଥାଏ । କାରଣ ଏହିପ୍ରକାର ସହଯୋଗିତାରେ ସହଯୋଗର ଭିଭି ସାମୂହିକ ଆଗ୍ରହ ଉପରେ ପ୍ରତିଷ୍ଠିତ । ବିଭିନ୍ନ ରାଜନୀତିକ, ଧାର୍ମିକ, ଆର୍ଥନୀତିକ ଏବଂ ଶିଳ୍ପଭିଭିକ ସଙ୍ଗଠନଗୁଡ଼ିକରେ ଏହି ଗୌଣ ସହଯୋଗିତା ପରିଲକ୍ଷିତ ହୋଇଥାଏ ।

7. ଆଂଶିକ ସହଯୋଗିତା କହିଲେ ତୁମେ କ’ଣ ବୁଝ ?
Answer:
ଏହିପ୍ରକାର ସହଯୋଗିତା ନିର୍ଦ୍ଦିଷ୍ଟ ସ୍ଵାର୍ଥ ସାଧନ ଉପରେ ପ୍ରତିଷ୍ଠିତ । ଉଦାହରଣସ୍ୱରୂପ- ଯେତେବେଳେ ନିର୍ବାଚନ ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ପରାଜିତ କରିବାପାଇଁ ଦୁଇ ବା ତତୋଽଧୂକ କ୍ଷୁଦ୍ର ରାଜନୀତିକ ଦଳ ଏକତ୍ରିତଭାବରେ କାର୍ଯ୍ୟ କରିଥା’ନ୍ତି, ତାହାକୁ ଆଂଶିକ ସହଯୋଗିତା କୁହାଯାଇଥାଏ ।

8. ଅଭିଯୋଜନ କହିଲେ ତୁମେ କ’ଣ ବୁଝ ?
Answer:
ଅଭିଯୋଜନ ଏକ ସମ୍ବନ୍ଧକାରୀ ସାମାଜିକ ପ୍ରକ୍ରିୟା । ଏହା ସଂଘର୍ଷ ସମାଧାନର ଏକ ଉତ୍କୃଷ୍ଟ ଉପାୟ । ଏକ ନିର୍ଦ୍ଦିଷ୍ଟ ପରିବେଶ ସହିତ ଖାପଖୁଆଇ ଚଳିବା ପଦ୍ଧତିକୁ ଅଭିଯୋଜନ କୁହାଯାଇଥାଏ । ଅଭିଯୋଜନ ହେଉଛି ଏକ ପ୍ରକ୍ରିୟା ଯାହା ମାଧ୍ୟମରେ କି ବିରୋଧୀ ବ୍ୟକ୍ତି ବା ସମୂହ ଏକ ସାଧାରଣ ରାଜିନାମାରେ ଉପନୀତ ହୋଇଥା’ନ୍ତି ।

9. ଅଭିଯୋଜନର ସଂଜ୍ଞା ପ୍ରଦାନ କର ।
Answer:
ଗିଲିନ୍ ଏବଂ ଗିଲିନ୍ (Gillin and Gillin) ଙ୍କ ମତରେ, ‘‘ଅଭିଯୋଜନ ଏକ ପ୍ରକ୍ରିୟା ଯାହାଦ୍ଵାରା ପ୍ରତିଯୋଗିତାରତ ଏବଂ ସଂଘର୍ଷରତ ବ୍ୟକ୍ତି ବା ସମୂହ ପ୍ରତିଯୋଗିତା, ପ୍ରତିରୋଧ ବା ସଂଘର୍ଷଦ୍ବାରା ଉପୁଜିଥ‌ିବା ଅସୁବିଧାଗୁଡ଼ିକୁ ଦୂର କରିବାପାଇଁ ପରସ୍ପର ସହିତ ସମନ୍ଵୟ ରକ୍ଷା କରିଥା’ନ୍ତି ।’’

10. ଅଭିଯୋଜନର ଯେକୌଣସି ତିନିଗୋଟି ଲକ୍ଷଣ ଦର୍ଶାଅ ।
Answer:
ଅଭିଯୋଜନର ତିନିଗୋଟି ଲକ୍ଷଣ ହେଲା-
(i) ଅଭିଯୋଜନ ହେଉଛି ସଂଘର୍ଷର ଶେଷ ପରିଣତି,
(ii) ଅଭିଯୋଜନ ଏକ ସଚୈତନିକ ପ୍ରକ୍ରିୟା,
(iii) ଅଭିଯୋଜନ ଏକ ସାର୍ବଜନୀନ ପ୍ରକ୍ରିୟା ।

11. ପ୍ରତିଯୋଗିତାର ସଂଜ୍ଞା ଦିଅ ।
Answer:
ସଦରଲାଣ୍ଡ, ଉର୍ଚ୍ଚ ଏବଂ ମାକ୍‌ୱେଲ୍‌ (Sutherland, Woodword and Max-well) ଙ୍କ ମତରେ, ‘‘ସନ୍ତୋଷ ଲାଭ ପାଇଁ ବ୍ୟକ୍ତି ବା ସମୂହଗୁଡ଼ିକ ମଧ୍ୟରେ ହେଉଥ‌ିବା ଅବୈୟକ୍ତିକ, ଅଚୈତନିକ ଏବଂ ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରତିଯୋଗିତା କୁହାଯାଏ, ଯାହାକି ସୀମିତ ଯୋଗାଣ ଫଳରେ ଯଥେଷ୍ଟ ପରିମାଣରେ ସମସ୍ତଙ୍କ ଚାହିଦାକୁ ପୂରଣ କରିପାରି ନଥାଏ ।’’

12. ପ୍ରତିଯୋଗିତାର ଚାରିଗୋଟି ବୈଶିଷ୍ଟ୍ୟ ଦର୍ଶାଅ
Answer:
ପ୍ରତିଯୋଗିତାର ଚାରିଗୋଟି ମୁଖ୍ୟ ବୈଶିଷ୍ଟ୍ୟ ହେଲା-
(i) ଅବୈତ୍ତିକ ପ୍ରକ୍ରିୟା, (ii) ଅଚୈତନିକ ପ୍ରକ୍ରିୟା, (iii) ସାର୍ବଜନୀନ ପ୍ରକ୍ରିୟା ଏବଂ (iv) ନିରବଚ୍ଛିନ୍ନ ପ୍ରକ୍ରିୟା ।

13. ଚାରିପ୍ରକାର ପ୍ରତିଯୋଗିତାର ନାମ ଉଲ୍ଲେଖ କର ।
Answer:
ଚାରିଗୋଟି ପ୍ରକାରର ପ୍ରତିଯୋଗିତାର ନାମ ହେଲା-
(i) ସାମାଜିକ ପ୍ରତିଯୋଗିତା, (ii) ଆର୍ଥନୀତିକ ପ୍ରତିଯୋଗିତା, (iii) ସାଂସ୍କୃତିକ ପ୍ରତିଯୋଗିତା ଏବଂ (iv) ପ୍ରଜାତୀୟ ପ୍ରତିଯୋଗିତା ।

14. ପ୍ରତିଯୋଗିତାର ତିନିଗୋଟି ସକାରାତ୍ମକ ବା ଅସ୍ଥିସୂଚକ (Positive) ପ୍ରକାର୍ଯ୍ୟର ନାମ ଦର୍ଶାଅ ।
Answer:
ପ୍ରତିଯୋଗିତାର ତିନିଗୋଟି ସକାରାତ୍ମକ (Posivive) ପ୍ରକାର୍ଯ୍ୟ ହେଲା-
(i) ପ୍ରତିଯୋଗିତା ବ୍ୟକ୍ତିର ପ୍ରସ୍ଥିତିକୁ ନିର୍ଦ୍ଧାରଣ କରିଥାଏ ।
(ii) ଏହା ବ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ ।
(iii) ଏହା ବ୍ୟକ୍ତିମାନଙ୍କୁ ପ୍ରତ୍ୟକ୍ଷ ସଂଘର୍ଷରୁ ନିବୃତ୍ତ କରିଥାଏ ।

15. ପ୍ରତିଯୋଗିତାର ତିନିଗୋଟି ନକାରାତ୍ମକ ବା ନାସ୍ତିସୂଚକ (Negative) ପ୍ରକାର୍ଯ୍ୟ କ’ଣ ?
Answer:
ପ୍ରତିଯୋଗିତାର ତିନିଗୋଟି ନାସ୍ତିସୂଚକ (Negative) ପ୍ରକାର୍ଯ୍ୟ କ’ଣ ?
(i) ଏହା ଆବେଗାତ୍ମକ ଏବଂ ମନସ୍ତାତ୍ତ୍ଵିକ ବିଶୃଙ୍ଖଳା ସୃଷ୍ଟି କରିଥାଏ ।
(ii) ଏହା ଶୋଷଣର ପ୍ରତୀକ ଅଟେ ।
(iii) ଏହା ବ୍ୟକ୍ତି ମନରେ ନୈରାଶ୍ୟଭାବ ସୃଷ୍ଟି କରିଥାଏ ।

CHSE Odisha Class 11 Sociology Unit 4 Short Answer Questions in Odia Medium

16. ସଂଘର୍ଷ କହିଲେ କ’ଣ ବୁଝ ?
Answer:
ସଂଘର୍ଷ ମାନବ ସମାଜରେ ଏକ ସାର୍ବଜନୀନ ପ୍ରକ୍ରିୟାରୂପେ ପରିଚିତ । ଏହି ପ୍ରକ୍ରିୟାରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ବିପର୍ଯ୍ୟସ୍ତ କରିବାପାଇଁ ହିଂସାତ୍ମକ କାର୍ଯ୍ୟରେ ସାହାଯ୍ୟ ନେଇଥାଏ । ଅନ୍ୟ ଅର୍ଥରେ, ସଂଘର୍ଷ ହେଉଛି ସେହି ପ୍ରକ୍ରିୟା ଯେଉଁଥରେ ବ୍ୟକ୍ତି ବା ସମୂହ ବିରୋଧୀ ବ୍ୟକ୍ତି ବା ସମୂହକୁ ହିଂସାତ୍ମକ ଉପାୟରେ ଦମନ କରି ନିଜ ଲକ୍ଷ୍ୟକୁ ପୂରଣ କରିବାକୁ ଚେଷ୍ଟା କରିଥାଏ ।

17. ସଂଘର୍ଷର ଚାରିଗୋଟି ବୈଶିଷ୍ଟ୍ୟ ଦର୍ଶାଅ ।
Answer:
ସଂଘର୍ଷର ଚାରିଗୋଟି ବୈଶିଷ୍ଟ୍ୟ ହେଲା- (i) ସଚୈତନିକ ପ୍ରକ୍ରିୟା, (ii) ବ୍ୟକ୍ତିଗତ ପ୍ରକ୍ରିୟା, (iii) ଅନିୟମିତ ପ୍ରକ୍ରିୟା ଏବଂ (iv) ସାର୍ବଜନୀନ ପ୍ରକ୍ରିୟା ।

18. ଅବ୍ୟକ୍ତ ସଂଘର୍ଷ (Latent conflict) କହିଲେ କ’ଣ ବୁଝ ?
Answer:
ଯେତେବେଳେ ବ୍ୟକ୍ତି ବା ସମୂହଗୁଡ଼ିକ ଖୋଲାଖୋଲିଭାବେ ସେମାନଙ୍କର ସଂଘର୍ଷ ମନୋଭାବକୁ ପ୍ରକାଶ କରି ନ ଥା’ନ୍ତି ଏବଂ ସେମାନଙ୍କର ଅସନ୍ତୋଷକୁ ଗୋପନୀୟ ରଖୁ’ନ୍ତି, ତାହାକୁ ଅବ୍ୟକ୍ତ ସଂଘର୍ଷ ବୋଲି କୁହାଯାଇଥାଏ ।

19. ପ୍ରକାଶ୍ୟ ସଂଘର୍ଷ (Overt conflict) କହିଲେ କ’ଣ ବୁଝ ?
Answer:
ଯେତେବେଳେ ବ୍ୟକ୍ତି ବା ସମୂହଗୁଡ଼ିକ ସେମାନଙ୍କର ସଂଘର୍ଷ ମନୋଭାବକୁ ମୁକ୍ତଭାବରେ ପ୍ରକାଶ କରି ପ୍ରତ୍ୟକ୍ଷ ସଂଘର୍ଷରେ ଜଡ଼ିତ ହୁଅନ୍ତି, ତାହାକୁ ପ୍ରକାଶ୍ୟ ସଂଘର୍ଷ (Over conflict) କୁହନ୍ତି । ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ସଂଘର୍ଷ, ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଏହି ପ୍ରକାଶ୍ୟ ସଂଘର୍ଷର ଅନ୍ତର୍ଭୁକ୍ତ ଅଟେ ।

20. ସଂଘର୍ଷର ତିନିଗୋଟି ଅସ୍ତିସୂଚକ ପ୍ରକାର୍ଯ୍ୟ କ’ଣ ?
Answer:
ସଂଘର୍ଷର ତିନିଗୋଟି ଅସ୍ତିସୂଚକ (Positive) ପ୍ରକାର୍ଯ୍ୟ ହେଲା-
(i) ସଂଘର୍ଷ ସାମାଜିକ ପରିବର୍ତ୍ତନ ଆଣିଥାଏ ।
(ii) ଏହା ଅନ୍ତରଙ୍ଗ ସମ୍ପର୍କ ପ୍ରତିଷ୍ଠା କରିଥାଏ ।
(iii) ଏହା ମୂଲ୍ୟବୋଧର ବାର୍ଭାବହ ଅଟେ ।

21. ସଂଘର୍ଷର ତିନିଗୋଟି ନାସ୍ତିସୂଚକ (Negative) ପ୍ରକାର୍ଯ୍ୟର ନାମ ଉଲ୍ଲେଖ କର ।
Answer:
ସଂଘର୍ଷର ତିନିଗୋଟି ନାସ୍ତିସୂଚକ ପ୍ରକାର୍ଯ୍ୟ ହେଲା-
(i) ଏହା ଅନୁତ୍ପାଦନଶୀଳ ଅଟେ ।
(ii) ଏହା ନୈତିକ ମୂଲ୍ୟବୋଧର ଅଧଃପତନ ଘଟାଇଥାଏ ।
(iii) ଏହା ସାମାଜିକ ସଂହତିକୁ ବିପର୍ଯ୍ୟସ୍ତ କରିଥାଏ ।

22. ଆତ୍ମୀକରଣ କହିଲେ କ’ଣ ବୁଝ ?
Answer:
ଆତ୍ମୀକରଣ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ସାଧାରଣ ଅଭିବୃଦ୍ଧି, ସାଧାରଣ ଲକ୍ଷ୍ୟ ଏବଂ ଆନୁଗତ୍ୟ ପ୍ରକାଶ ପାଇଥାଏ ।

23. ଆତ୍ମୀକରଣ ପ୍ରକ୍ରିୟାର ଦୁଇଗୋଟି ଗୁଣ ବା ଲକ୍ଷଣ ଉଲ୍ଲେଖ କର ।
Answer:
ଆତ୍ମୀକରଣ ପ୍ରକ୍ରିୟାର ଦୁଇଗୋଟି ଗୁଣ ବା ଲକ୍ଷଣ ହେଲା-
(i) ନିକଟବର୍ତ୍ତୀ ହେବା ପ୍ରକାର ଅନ୍ତଃକ୍ରିୟା (Approaching type of interaction)
(ii) ଅବରୋଧିତ ପାରସ୍ପରିକ କ୍ରିୟା (Unrestricted interaction)

CHSE Odisha Class 11 Sociology Unit 4 Short Answer Questions in Odia Medium

24. ‘ଆତ୍ମୀକରଣକୁ ସହାୟତା କରୁଥିବା ଦୁଇଗୋଟି କାରକର ନାମ ଲେଖ ।
Answer:
ଆତ୍ମୀକରଣକୁ ସହାୟତା କରୁଥିବା ଦୁଇଗୋଟି କାରକର ନାମ ହେଲା –
(i) ସହିଷ୍ଣୁତା (Toleration)
(ii) ସମାନ ଅର୍ଥନତିକ ସୁଯୋଗ (Equal Economic Opportunity)

25. ଆତ୍ମୀକରଣରେ ବାଧା ସୃଷ୍ଟି କରୁଥ‌ିବା ଦୁଇଗୋଟି କାରକର ନାମ ଲେଖ ।
Answer:
ଆତ୍ମୀକରଣରେ ବାଧା ସୃଷ୍ଟି କରୁଥିବା ଦୁଇଗୋଟି କାରକର ନାମ ହେଲା-
(i) ଏକାନ୍ତିକରଣ (Isolation)
(ii) ସାଂସ୍କୃତିକ ପାର୍ଥକ୍ୟ (Cultural difference)

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ସହଯୋଗିତାର ପ୍ରକାରଭେଦ ଆଲୋଚନା କର ।
Answer:
ବିଭିନ୍ନ ସମାଜବିଜ୍ଞାନ ସହଯୋଗିତାକୁ ଭିନ୍ନ ଭିନ୍ନ ବିଭାଗରେ ବିଭକ୍ତ କରିଅଛନ୍ତି । ମାକାଇଭର ଏବଂ ପେଜ୍ (MacIver and Page) ସହଯୋଗିତାକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରିଛନ୍ତି; ଯଥା- (1) ପ୍ରତ୍ୟକ୍ଷ ସହଯୋଗିତା ଏବଂ (2) ପରୋକ୍ଷ ସହଯୋଗିତା ।

(1) ପ୍ରତ୍ୟକ୍ଷ ସହଯୋଗିତା (Direct co-operation)- ଯେତେବେଳେ ବ୍ୟକ୍ତି ବା ସମୂହଗୁଡ଼ିକ ପ୍ରତ୍ୟକ୍ଷଭାବେ ପରସ୍ପରକୁ ସହଯୋଗ ପ୍ରଦାନ କରି କାର୍ଯ୍ୟ କରିଥା’ନ୍ତି, ତାହାକୁ ପ୍ରତ୍ୟକ୍ଷ ସହଯୋଗିତାର ଉଦାହରଉ ଅଟେ । ଏହି ପ୍ରକାର ସହଯୋଗିତାର ଏକ ମୁଖ୍ୟ ବୈଶିଷ୍ଟ୍ୟ ଏହି ଯେ, ଯେଉଁ କାର୍ଯ୍ୟକୁ ବ୍ୟକ୍ତି ଏକାକୀ କରିବାକୁ ଅସମର୍ଥ, ସେହି କାର୍ଯ୍ୟକୁ ଅନେକ ବ୍ୟକ୍ତି ମିଳିତ ଭାବରେ ସମ୍ପାଦନ କରିଥା’ନ୍ତି ।

(2) ପରୋକ୍ଷ ସହଯୋଗିତା (Indirect co-operation)- ଏହିପ୍ରକାର ସହଯୋଗିତାରେ ବିଭିନ୍ନ ବ୍ୟକ୍ତି ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥା’ନ୍ତି, ମାତ୍ର ସେମାନଙ୍କର ଲକ୍ଷ୍ୟ ଗୋଟିଏ ଥାଏ । ଅନ୍ୟ ଅର୍ଥରେ ଏକ ସାମୂହିକ ଲକ୍ଷ୍ୟ ପୂରଣ ନନିତ୍ତ ଲୋକମାନେ ବ୍ୟକ୍ତିଗତଭାବେ ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦନ କଲେ ତାହାକୁ ପରୋକ୍ଷ ସହଯୋଗିତା କୁହାଯାଏ । ଏହି ପରୋକ୍ଷ ସହଯୋଗିତା ଶ୍ରମବିଭାଜନ ନିୟମ ଉପରେ ପ୍ରତିଷ୍ଠିତ । ବୃହତ୍ ଶିଳ୍ପାନୁଷ୍ଠାନରେ ବିଭିନ୍ନ ଶ୍ରମିକ କଠିନ କାର୍ଯ୍ୟକୁ ପୃଥକ୍ ପୃଥକ୍ ଭାବେ ସମ୍ପାଦନ କରିଥା’ନ୍ତି । ଏହି ପ୍ରକ୍ରିୟାରେ ପ୍ରତ୍ୟକ୍ଷ ସମ୍ପର୍କ ନ ଥାଏ । ଏକ ଉଦ୍ଦେଶ୍ୟ ପୂରଣ ପାଇଁ ସେମାନେ ବିଭିନ୍ନ କାର୍ଯ୍ୟ କରିଥା’ନ୍ତି । ଏହି ପ୍ରକାର ସହଯୋଗିତା ଆଧୁନିକ ଶିଳ୍ପଭିଭିକ ସମାଜର ମୁଖ୍ୟ ବିଶେଷତ୍ଵ ।

ଏ. ଡବ୍‌ଲ୍ୟୁ. ଗ୍ରୀନ୍ (A.W.Green) ସହଯୋଗିତାକୁ ତିନିଗୋଟି ବିଭାଗରେ ବିଭକ୍ତ କରିଛନ୍ତି ।

(i) ପ୍ରାଥମିକ ସହଯୋଗିତା (Primary co-operation)- ଏହି ପ୍ରକାର ସହଯୋଗିତା ପ୍ରାଥମିକ ସମୂହ; ଯଥା- ପରିବାର, ପଡ଼ୋଶୀ ପରି ପ୍ରାଥମିକ ସମୂହରେ ପରିଦୃଷ୍ଟ ହୋଇଥାଏ । ଏହିପ୍ରକାର ସହଯୋଗିତାରେ ସ୍ଵାର୍ଥପରତାର ସ୍ଥାନ ନ ଥାଏ। ପରିବାର ମଧ୍ୟରେ ସମସ୍ତ ସଦସ୍ୟ ପରସ୍ପରକୁ ସହଯୋଗ କରି କାର୍ଯ୍ୟ କରିଥା’ନ୍ତି । ଏହି ସହଯୋଗିତା ପ୍ରାଥମିକ ସମ୍ପର୍କକୁ ସୁଦୃଢ଼ କରିଥାଏ ।

(ii) ଗୌର ସହଯୋଗିତା (Secondary co-operation)- ଗୌଣ ସହଯୋଗିତା ଗୌଣ ସମୂହରେ ଦେଖିବାକୁ ମିଳିଥାଏ । ଏହା ରାଜନୀତିକ ଦଳ, ଶ୍ରମିକ ସଂଘ, ଶିଳ୍ପସଂସ୍ଥା ଆଦିରେ ପରିଦୃଷ୍ଟ ହୋଇଥାଏ । ଏହିପ୍ରକାର ସହଯୋଗିତା ସମସ୍ତ ସଦସ୍ୟକୁ ସମାନ ସୁବିଧା ସୁଯୋଗ ଦେଇ ନ ଥାଏ ।

(iii) ଆଂଶିକ ସହଯୋଗିତା (Tertiary co-operation)- କେତେକ ସ୍ୱତନ୍ତ୍ର ପରିସ୍ଥିତିରେ ନିର୍ଦ୍ଦିଷ୍ଟ ସ୍ଵାର୍ଥ ପୂରଣ ପାଇଁ ବିଭିନ୍ନ ସମୂହ ମଧ୍ଯରେ ହେଉଥ‌ିବା ସହଯୋଗିତାକୁ ଆଂଶିକ ସହଯୋଗିତା କୁହାଯାଇଥାଏ । ନିର୍ବାଚନ ସମୟରେ ଦୁଇଗୋଟି ରାଜନୈତିକ ଦଳ ପରସ୍ପର ସହିତ ସହଯୋଗ କରି ଅନ୍ୟ ଗୋଟିଏ ବୃହତ୍ ଦଳକୁ ପରାଜିତ କରିବାକୁ ଚାହିଁଥା’ନ୍ତି । ଏହି ପ୍ରକାର ସହଯୋଗିତାକୁ ଆଂଶିକ ସହଯୋଗିତା ବୋଲି କୁହାଯାଇଥାଏ ।

2. ସହଯୋଗିତାର ମୁଖ୍ୟ ଗୁଣଗୁଡ଼ିକୁ ଆଲୋଚନା କର ।
Answer:
ଅଭିଯୋଜନର ଲକ୍ଷଣ ବା ଗୁଣଗୁଡ଼ିକୁ ନିମ୍ନମତେ ଆଲୋଚନା କରାଯାଇପାରେ ।
(i) ଏହି ସହଯୋଗିତା ଏକ ସଚୈତନିକ ପ୍ରକ୍ରିୟା ଅଟେ । ଏହି ପ୍ରକ୍ରିୟାରେ ବ୍ୟକ୍ତି ବା ସମୂହ ସଚେତନଭାବରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଏକତ୍ରିତଭାବେ କାର୍ଯ୍ୟ କରିଥା’ନ୍ତି ।
(ii) ସହଯୋଗିତା ଏକ ବ୍ୟକ୍ତିଗତ ପ୍ରକ୍ରିୟା ଅଟେ । ଏଥିରେ ବ୍ୟକ୍ତି ଏବଂ ସମୂହ ପରସ୍ପର ସହିତ ବ୍ୟକ୍ତିଗତ ସମ୍ପର୍କ ରଖୁଥା’ନ୍ତି । ସେମାନେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାପାଇଁ ଏକତ୍ରିତ ହୋଇଥା’ନ୍ତି ।
(iii) ସହଯୋଗିତା ଏକ ଧାରାବାହିକ ପ୍ରକ୍ରିୟା ଅଟେ । ଏହାର ପରିସମାପ୍ତି ଘଟି ନ ଥାଏ । ଅତୀତରେ ସମାଜରେ ଏହି ସହଯୋଗିତାର ଯଥେଷ୍ଟ ମହତ୍ତ୍ବ ପରିଲକ୍ଷିତ ହେଉଥିଲା । ବର୍ତମାନ ଏବଂ ଭବିଷ୍ୟତ ସମାଜରେ ମଧ୍ୟ ଏହି ପ୍ରକ୍ରିୟା କାର୍ଯ୍ୟ କରି ଚାଲିଥବ । ସହଯୋଗ ବିନା ଜୀବନ ସୁଖମୟ ହୋଇପାରିବ ନାହିଁ । ସହଯୋଗର ଅଭାବରେ ମନୁଷ୍ୟ ସମାଜ ବିପର୍ଯ୍ୟସ୍ତ ହୋଇପଡ଼ିବ ।
(iv) ସହଯୋଗିତା ଏକ ସାର୍ବଜନୀନ ପ୍ରକ୍ରିୟା ଅଟେ ଯାହା ସମସ୍ତ ସମୂହ, ସମସ୍ତ ସମାଜ ଏବଂ ସବୁ ଜାତିରେ ପରିଦୃଷ୍ଟ ହୋଇଥାଏ ।
(v) ସହଯୋଗିତାର ଆଉ ଏକ ବିଶେଷ ଗୁଣ ହେଉଛି ଏହି ଯେ, ଏହା ସର୍ବଦା ସାଧାରଣ ଲକ୍ଷ୍ୟ ଏବଂ ସଙ୍ଗଠିତ ଉଦ୍ୟମ (Organised effort) ନାମକ ଦୁଇଟି ଉପାଦାନ ଉପରେ ପ୍ରତିଷ୍ଠତ ।

3. ଅଭିଯୋଜନର ଲକ୍ଷଣଗୁଡ଼ିକୁ ଆଲୋଚନା କର ।
Answer:
ଅଭିଯୋଜନର ଲକ୍ଷଣ ବା ଗୁଣଗୁଡ଼ିକୁ ନିମ୍ନମତେ ଆଲୋଚନା କରାଯାଇପାରେ ।
(i) ଅଭିଯୋଜନ ସଂଘର୍ଷର ଶେଷ ପରିଣତି (Accommodation is the end result of conflict) – ଏହି ଅଭିଯୋଜନ ସଂଘର୍ଷ ବା ଦ୍ଵନ୍ଦର ଶେଷ ପରିଣତି ବା ପରିମାର୍ଜିତ ରୂପ ଅଟେ । ସଂଘର୍ଷ ସମାପ୍ତି ପରେ ଅଭିଯୋଜନ ପ୍ରକ୍ରିୟା କାର୍ଯ୍ୟ କରିଥାଏ । ଯଦି ସଂଘର୍ଷ ବା ଦ୍ଵନ୍ଦର ଆଶଙ୍କା ନ ଥାଏ, ତାହାହେଲେ ଅଭିଯୋଜନର ଆବଶ୍ୟକତା ଦରକାର ପଡ଼ି ନ
ଥାଏ ।

CHSE Odisha Class 11 Sociology Unit 4 Short Answer Questions in Odia Medium

(ii) ସଚୈତନିକ ପ୍ରକ୍ରିୟା (Conscious Process)- ଅଭି ଯୋଜନ ସଚେତନ ପ୍ରକ୍ରିୟା ଅଟେ । ମନୁଷ୍ୟ ଉଦ୍ଦେଶ୍ୟମୂଳକଭାବେ ଏହି ପ୍ରକ୍ରିୟାକୁ ଗ୍ରହଣ କରିଥାଏ । ବ୍ୟକ୍ତି ପରିସ୍ଥିତି ସମ୍ପର୍କରେ ଠିକ୍‌ଭାବେ ଉପଲବ୍ଧ ନ କରି କୌଣସି ବ୍ୟକ୍ତି ବା ସମୂହ ସହିତ ଅଭିଯୋଜନ କରି ନ ଥାଏ ।

(iii) ସାର୍ବଜନୀନ ପ୍ରକ୍ରିୟା (Universal process)- ଅଭିଯୋଜନ ଏକ ସାର୍ବଜନୀନ ପ୍ରକ୍ରିୟାଭାବେ ପରିଚିତ । ସମାଜରେ ସଂହତି ଏବଂ ସ୍ଥାୟିତ୍ଵ ରକ୍ଷା କରିବା ନିମିତ୍ତ ଏହାର ବିଶେଷ ଗୁରୁତ୍ୱ ରହିଛି । ଅଭିଯୋଜନା ପ୍ରକ୍ରିୟା ପ୍ରତ୍ୟେକ ସମାଜରେ ସବୁ ସମୟରେ ଦେଖାଯାଇଥାଏ ।

(iv) ନିରବଚ୍ଛିନ୍ନ ସାମାଜିକ ପ୍ରକ୍ରିୟା (Continuous social process)- ଅଭିଯୋଜନ ଏକ ନିରବଚ୍ଛିନ୍ନ ସାମାଜିକ ପ୍ରକ୍ରିୟାଭାବେ ମାନବ ସମାଜରେ ସର୍ବଦା ଦେଖାଯାଇଥାଏ । ଏହାର ପରିସମାପ୍ତି ଘଟି ନ ଥାଏ । ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ପ୍ରକ୍ରିୟାର ବଶବର୍ତ୍ତୀ ହୋଇଥାଏ ।

(v) ପ୍ରେମ ଏବଂ ଘୃଣାର ଏକ ସମ୍ମିଶ୍ରଣ (Mixture of love and hatred)- ଅଭିଯୋଜନ ପ୍ରେମ ଏବଂ ଘୃଣାର ଏକ ସମ୍ମିଶ୍ରଣ ଅଟେ । ପ୍ରେମ ପରସ୍ପର ମଧ୍ୟରେ ସହଯୋଗିତା ସୃଷ୍ଟି କରିଥାଏ ଏବଂ ଘୃଣା ପରସ୍ପର ମଧ୍ୟରେ ସଂଘର୍ଷର ସୂତ୍ରପାତ କରିଥାଏ । ତେଣୁ ପ୍ରକ୍ରିୟାରେ ଆମେ ପ୍ରେମ ଏବଂ ଘୃଣା ଦେଖିବାକୁ ପାଇଁଥାଉ ।

4. ପ୍ରତିଯୋଗିତାର ଲକ୍ଷଣଗୁଡ଼ିକୁ ଆଲୋଚନା କର ।
Answer:
ପ୍ରତିଯୋଗିତାର ମୁଖ୍ୟ ଲକ୍ଷଣଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।

(i) ଅବୈୟତ୍ତିକ ପ୍ରକ୍ରିୟା (Impersonal process)- ପ୍ରତିଯୋଗିତା ଏକ ବ୍ୟକ୍ତିଗତ ପ୍ରକ୍ରିୟା ନୁହେଁ । ପାର୍କ ଏବଂ ବର୍ଗେସ୍ (Park and Burgess) କହିଛନ୍ତି, ପ୍ରତିଯୋଗିତା ହେଉଛି ସାମାଜିକ ସଂସର୍ଗ ନ ଥ‌ିବା ଏକ ଆନ୍ତଃ-କ୍ରିୟା । ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିଯୋଗୀମାନେ ବ୍ୟକ୍ତିଗତ ସ୍ତରରେ ପ୍ରତିଯୋଗିତା କରି ନ ଥା’ନ୍ତି । ସେମାନଙ୍କ ଲକ୍ଷ୍ୟ ଅଭିଳଷିତ ବସ୍ତୁକୁ ଲାଭ କରିବା ।

(ii) ଅଚୈତନିକ ପ୍ରକ୍ରିୟା (Unconscious process)- ପ୍ରତି ଯୋଗିତା ଏକ ଅଚୈତନିକ ପ୍ରକ୍ରିୟା ଅଟେ । ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିଯୋଗୀମାନେ ପରସ୍ପରକୁ ଭଲଭାବେ ଜାଣି ନ ଥା’ନ୍ତି । ସମସ୍ତ ପ୍ରତିଯୋଗୀମାନଙ୍କର ଦୃଷ୍ଟିଭଙ୍ଗୀ ଏକ ସାଧାରଣ ଲକ୍ଷ୍ୟ ଉପରେ କେନ୍ଦ୍ରୀଭୂତ ହୋଇଥାଏ । ଏହାଛଡ଼ା ସେମାନେ ଅନ୍ୟ କୌଣସି ବିଷୟ ପ୍ରତି ଦୃଷ୍ଟି ଦେଇ ନ ଥା’ନ୍ତି ।

(iii) ସାର୍ବଜନୀନ ପ୍ରକ୍ରିୟା (Universal process)- ପ୍ରତିଯୋଗିତା ଏକ ସାର୍ବଜନୀନ ପ୍ରକ୍ରିୟାଭାବେ ପରିଚିତ । ଏହାର ପରିସମାପ୍ତି ଘଟି ନ ଥାଏ । ଯେହେତୁ କେତେକ ଦ୍ରବ୍ୟର ଯୋଗାଣରେ ସ୍ଵଳ୍ପ ବା ବିରଳ, ତେଣୁ ସେହି ଦ୍ରବ୍ୟର ଅଧିକାରୀ ହେବାପାଇଁ ଲୋକମାନଙ୍କ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି ହୁଏ । ଏହି ଦ୍ରବ୍ୟର ସ୍ୱଳ୍ପତା ପ୍ରତିଯୋଗିତାକୁ ସମାଜର ଏକ ଧାରାବାହିକ ବା ନିରବଚ୍ଛିନ୍ନ ପ୍ରକ୍ରିୟାରେ ପରିଣତ କରିଥାଏ ।

(v) ପ୍ରତିଯୋଗିତା ନିୟମର ବଶବର୍ତ୍ତୀ ଅଟେ (Governed by norms)- ପ୍ରତିଯୋଗିତା କେତେକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ନିୟମଦ୍ୱାରା ପରିଚାଳିତ ହୋଇଥାଏ । ସମସ୍ତ ପ୍ରତିଯୋଗୀ ଏହି ନିୟମର ବଶବର୍ତ୍ତୀ ହୋଇ କାର୍ଯ୍ୟ କରିବାପାଇଁ ହୋଇଥା’ନ୍ତି । ଏହି ନିୟମକୁ ଅବଜ୍ଞା କରିବା ଏକ ଦଣ୍ଡନୀୟ ଅପରାଧ ଅଟେ ।

5. ସଂଘର୍ଷର ଲକ୍ଷଣଗୁଡ଼ିକୁ ଆଲୋଚନା କର ।
Answer:
ସଂଘର୍ଷର କେତେକ ମୁଖ୍ୟ ଲକ୍ଷଣଗୁଡ଼ିକୁ ଆଲୋଚନା କରାଗଲା ।

(i) ସଚୈତନିକ ପ୍ରକ୍ରିୟା (Conscious process)- ସଂଘର୍ଷ ଏକ ସଚୈତନିକ ପ୍ରକ୍ରିୟାରୂପେ ପରିଚିତ । ସଂଘର୍ଷରେ ବିରୋକ୍ଷୀ ପକ୍ଷ ବା ଗୋଷ୍ଠୀମାନେ ସେମାନଙ୍କର ଦ୍ବନ୍ଦ୍ବ ବିଷୟରେ ସଚେତନ ଥା’ନ୍ତି । ସେମାନେ ସଚେତନଭାବରେ ପରସ୍ପରକୁ ପରାସ୍ତ କରିବାପାଇଁ ଚେଷ୍ଟା କରିଥା’ନ୍ତି । ରବର୍ଟ ଏବଂ ପାର୍କ (Robert and Park) ଙ୍କ ମତରେ, ସଂଘର୍ଷ ସର୍ବଦା ସଚେତନ

(ii) ବ୍ୟକ୍ତିଗତ ପ୍ରକ୍ରିୟା (Personal process)- ସଂଘର୍ଷ ଏକ ବ୍ୟକ୍ତିଗତ ପ୍ରକ୍ରିୟାଭାବେ ପରିଚିତ । ଏହି ପ୍ରକ୍ରିୟାରେ ଗତି କରଚଥିବା ଦୁଇ ବିରୋଧୀ ପକ୍ଷ ପରସ୍ପରକୁ ବ୍ୟକ୍ତିଗତଭାବେ ଜାଣିଥା’ନ୍ତି । ଏହି ସଂଘର୍ଷର ମୂଳ ଲକ୍ଷ୍ୟ ହେଉଛି ବିରୋଧୀ ପକ୍ଷକୁ ପରାଜିତ କରିବା । ତେଣୁ କୁହାଯାଇପାରେ ଯେ, ସଂଘର୍ଷ କ୍ଷେତ୍ରରେ ଦୁଇ ପକ୍ଷ ଏହି ସଂଘର୍ଷ ପ୍ରକ୍ରିୟା ସହିତ ବ୍ୟକ୍ତିଗତଭାବେ ପ୍ରକ୍ରିୟାଭାବେ ପରିଚିତ ।

(iii) ଅନିୟମିତ ପ୍ରକ୍ରିୟା (Intermittent process)- ସଂଘର୍ଷ ଏକ ଧାରାବାହିକ ପ୍ରକ୍ରିୟା ନୁହେଁ । ଏହା ଏକ ପରିସମାପ୍ତି ଘଟିଥାଏ । ତେଣୁ କୁହାଯାଇପାରେ ଯେ, ସଂଘର୍ଷ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ନୁହେଁ ।

(iv) ସାର୍ବଜନୀନ ପ୍ରକ୍ରିୟା (Universal process)- ସଂଘର୍ଷ ଏକ ସାର୍ବଜନୀନ ପ୍ରକ୍ରିୟାଭାବେ ପରିଚିତ । ମାନବ ସମାଜର ପ୍ରତି ସ୍ତରରେ ସଂଘର୍ଷ ତିଷ୍ଠ ରହିଥାଏ । କୌଣସି ସମାଜ ସଂଘର୍ଷର ପ୍ରଭାବରୁ ମୁକ୍ତ ନୁହେଁ । ମନୁଷ୍ୟର ଆତ୍ମସ୍ଵାର୍ଥ ଏବଂ ବସ୍ତୁବାଦୀ ପ୍ରବୃତ୍ତି ସଂଘର୍ଷର ସାର୍ବଜନୀନତା ପାଇଁ ମୁଖ୍ୟତଃ ଦାୟୀ ଅଟେ ।

(v) ଆବେଗମୟ ପ୍ରକ୍ରିୟା (Emotional process)- ସଂଘର୍ଷ ଏକ ଆବେଗାତ୍ମକ ପ୍ରକ୍ରିୟାରୂପେ ପରିଚିତ । ଆବେଗମୟ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ବ୍ୟକ୍ତି ବା ସମୂହ ସଂଘର୍ଷରେ ଲିପ୍ତ ରହିଥାଏ । ଯେତେବେଳେ ବ୍ୟକ୍ତି ଘୃଣା, ପରଶ୍ରୀକାତରତା ପ୍ରଭୃତି ଆବେଗମୟ ପ୍ରବୃତ୍ତିର ବଶବର୍ତ୍ତୀ ହୁଏ, ସେତେବେଳେ ସଂଘର୍ଷର ସୂତ୍ରପାତ ହୋଇଥାଏ ।

6. ପ୍ରତିଯୋଗିତା ଏବଂ ସଂଘର୍ଷ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଉଭୟ ପ୍ରତିଯୋଗିତା ଏବଂ ସଂଘର୍ଷ ସାମାଜିକ ଆନ୍ତଃକ୍ରିୟାର ବିସମ୍ବନ୍ଧକାରୀ ପ୍ରକ୍ରିୟା ମଧ୍ୟରେ ଅନ୍ତର୍ଭୁକ୍ତ ହେଲେ ସୁଦ୍ଧା ଉଭୟ ମଧ୍ୟରେ କେତେକ ପ୍ରଭେଦ ଦୃଷ୍ଟିଗୋଚର ହୋଇଥାଏ । ସାଧାରଣତଃ ପ୍ରତିଯୋଗୀମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଦେଖିବାକୁ ମିଳିଥାଏ ।

CHSE Odisha Class 11 Sociology Unit 4 Short Answer Questions in Odia Medium

(i) ପ୍ରଥମତଃ, ପ୍ରତିଯୋଗିତା ଏକ ଅବୈତ୍ତିକ ପ୍ରକ୍ରିୟା ହୋଇଥିବାବେଳେ ସଂଘର୍ଷ ଏକ ବ୍ରତ୍ତିଗତ ପ୍ରକ୍ରିୟାଭାବେ ପରିଚିତ । ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଦେଖିବାକୁ ମିଳି ନ ଥାଏ ଏବଂ ସେମାନେ ପରସ୍ପରକୁ ପ୍ରାୟ ଜାଣି ନ ଥା’ନ୍ତି, କିନ୍ତୁ ଅପରପକ୍ଷରେ ବ୍ୟକ୍ତିଗତ କାରଣକୁ ଭିତ୍ତି କରି ସଂଘର୍ଷର ସୂତ୍ରପାତ ହୋଇଥାଏ । ସଂଘର୍ଷରେ ଲିପ୍ତ ରହୁଥ‌ିବା ବ୍ୟକ୍ତି ବା ସମୂହ ପରସ୍ପରକୁ ଭଲଭାବରେ ଜାଣିଥା’ନ୍ତି ।

(ii) ଦ୍ଵିତୀୟତଃ, ପ୍ରତିଯୋଗିତା ଏକ ଅଚୈତନିକ ପ୍ରକ୍ରିୟା ହୋଇଥିବାବେଳେ ସଂଘର୍ଷ ଏକ ସଚୈତନିକ ପ୍ରକ୍ରିୟାରୂପେ ପରିଚିତ । ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିଯୋଗୀମାନେ ସେମାନଙ୍କର ଅଭିଳଷିତ ବସ୍ତୁକୁ ଲାଭ କରିବା ଛଡ଼ା ଅନ୍ୟ କୌଣସି ବିଷୟ ପ୍ରତି ସଚେତନ ନ ଥା’ନ୍ତି । ତେଣୁ ପ୍ରତିଯୋଗିତାକୁ ସମ୍ପୂର୍ଣ୍ଣରୂପେ ଏକ ଅଚୈତନିକ ପ୍ରକ୍ରିୟାରୂପେ ଧରି ନିଆଯାଇଥାଏ । କିନ୍ତୁ ଅପରପକ୍ଷରେ ସଂଘର୍ଷ ସଚୈତନିକ ସ୍ତରରେ ସୃଷ୍ଟି ହୋଇଥାଏ । ସଂଘର୍ଷରତ ବ୍ୟକ୍ତି ବା ଗୋଷ୍ଠୀ ପରସ୍ପରର କାର୍ଯ୍ୟ ପ୍ରତି ସଚେତନ ଥା’ନ୍ତି ।

(iii) ତୃତୀୟତଃ, ପ୍ରତିଯୋଗିତା ଏକ ଅବିରାମ ପ୍ରକ୍ରିୟା ହୋଇଥିବାବେଳେ ସଂଘର୍ଷ ଏକ ସବିରାମ ପ୍ରକ୍ରିୟା ଅଟେ । ପ୍ରତିଯୋଗୀତା ସମସ୍ତ ସମାଜରେ ଏବଂ ସବୁ ସମୟ ପାଇଁ ଲାଗି ରହିଥାଏ । ଏହା ଏକ ଅପରିସମାପ୍ତ ପ୍ରକ୍ରିୟାରୂପେ ପରିଚିତ । କିନ୍ତୁ ଅନ୍ୟପକ୍ଷରେ ସଂଘର୍ଷ ଆକସ୍ମିକଭାବେ ସୃଷ୍ଟ ହୁଏ ଏବଂ ଶୀଘ୍ର ଏହାର ପରିସମାପ୍ତି ଘଟିଥାଏ ।

(iv) ପ୍ରତିଯୋଗିତା ଏକ ଅହିଂସାତ୍ମକ ପ୍ରକ୍ରିୟାଭାବେ ପରିଚିତ ହେଉଥ‌ିବାବେଳେ ସଂଘର୍ଷ ଏକ ହିଂସାତ୍ମକ ପ୍ରକ୍ରିୟା ଅଟେ । ପ୍ରତିଯୋଗୀମାନେ ପ୍ରତିଯୋଗିତାର ନୀତିନିୟମଦ୍ୱାରା ଆବଦ୍ଧ । କିନ୍ତୁ ବିରୋଧ ପକ୍ଷକୁ ପରାସ୍ତ କରିବା ସଂଘର୍ଷର ମୁଖ୍ୟ ଲକ୍ଷଣ । ସଂଘର୍ଷରେ ଲିପ୍ତଥିବା ଲୋକମାନେ ସବୁ ସମୟ ପାଇଁ ହିଂସାତ୍ମକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥାଆନ୍ତି ।
(v) ସମସ୍ତ ପ୍ରତିଯୋଗୀମାନେ ପ୍ରତିଯୋଗିତାକୁ କିଛି ନା କିଛି ଉପକାର ପାଇଥା’ନ୍ତି; ମାତ୍ର ସଂଘର୍ଷରେ କେବଳ ବିଜୟୀ ଦଳ ବିଶେଷ ଲାଭବାନ୍ ହୋଇଥାଏ । ପରାଜିତ ଦଳ ବହୁ କ୍ଷତିର ସମ୍ମୁଖୀନ ହୋଇଥାଏ।
(vi) ପ୍ରତିଯୋଗିତା ସମାଜ ପାଇଁ ଖୁବ୍ ଉପଯୋଗୀ ଅଟେ । ଏହା ସମାଜର ସମ୍ପୂର୍ଣ୍ଣ ଉନ୍ନତିକୁ ତ୍ୱରାନ୍ବିତ କରିଥାଏ । ମାତ୍ର ସଂଘର୍ଷର ନାସ୍ତିସୂଚକ ପ୍ରକାର୍ଯ୍ୟ ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ।

7. ଅଭିଯୋଜନ ଏବଂ ଆତ୍ମୀକରଣ ବା ସ୍ବାଙ୍ଗୀକରଣ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ?
Answer:
(୧) ଅଭିଯୋଜନ, ଆତ୍ମୀକରଣ ପାଇଁ ସ୍ଥାନ ପ୍ରଦାନ କରେ । ଅଭିଯୋଜନରେ ସଂଘର୍ଷ ଅସ୍ଥାୟୀ ଉଚ୍ଛେଦ ହୋଇଥାଏ, ମାତ୍ର ଆତ୍ମୀକରଣରେ ଏହା ସମ୍ପୂର୍ଣ୍ଣଭାବେ ଓ ସ୍ଥାୟୀଭାବେ ଉଠିଯାଇଥାଏ । ଆତ୍ମୀକରଣ ପ୍ରକ୍ରିୟାରେ ସଂଘର୍ଷରତ ବ୍ୟକ୍ତି ବା ସମୂହ ସାମୂହିକଭାବେ ଅଂଶଗ୍ରହଣ କରିଥାଆନ୍ତି ।
(୨) ଆକସ୍ମିକଭାବେ ଅଭିଯୋଜନା ପ୍ରକ୍ରିୟା ଆରମ୍ଭ ହୋଇଥାଏ, କିନ୍ତୁ ଆତ୍ମୀକରଣ ପ୍ରକ୍ରିୟା ଧୀରେ ଧୀରେ ସ୍ଥାନ ଗ୍ରହଣ କରେ । ତେଣୁ ତୁଳନାତ୍ମକଭାବେ ଆତ୍ମୀକରଣ ଏକ ମନ୍ତର ପ୍ରକ୍ରିୟା ଅଟେ ।
(୩) ଅଭିଯୋଜନ ଏକ ସଚୈତନିକ ପ୍ରକ୍ରିୟା, ମାତ୍ର ଆତ୍ମୀକରଣ ଏକ ଅବୈତନିକ ପ୍ରକ୍ରିୟା ଅଟେ ।
(୪) ଅଭିଯୋଜନ ପ୍ରକ୍ରିୟାରେ ବ୍ୟକ୍ତି ବା ସମୂହ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଚଳିଥାଆନ୍ତି; କିନ୍ତୁ ଆତ୍ମକରଣରେ ବ୍ୟକ୍ତି ବା ସମୂହ ଅନ୍ୟର ସଂସ୍କୃତି ପ୍ରତି ସହନଶୀଳ ହୋଇ ସମମନୋଭାବ ପ୍ରଦର୍ଶନ କରିଥାଆନ୍ତି ।

(ଖ) ସାମାଜିକ ସ୍ତରୀକରଣ (SOCIAL STRATIFICATION)

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।

1. ଜାତି ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:
ହିନ୍ଦୁ ସମାଜର ସାମାଜିକ ସ୍ତରୀକରଣ ବ୍ୟବସ୍ଥାକୁ ଜାତି ବ୍ୟବସ୍ଥା କୁହାଯାଏ । ଏହି ସ୍ତରୀକୃତ ବ୍ୟବସ୍ଥାରେ ବିଭିନ୍ନ ଜାତିଗୁଡ଼ିକ ଉଚ୍ଚନୀଚ କ୍ରମରେ ସଜ୍ଜିତ ହୋଇ ରହିଥା’ନ୍ତି । ଏହା ଜନ୍ମ ବା ବଂଶ ଉପରେ ପ୍ରତିଷ୍ଠିତ ଅଟେ ।

2. ଶ୍ରେଣୀ କହିଲେ କ’ଣ ବୁଝ ?
Answer:
ସାମାଜିକ ସ୍ତରୀକରଣର ପ୍ରକାର ହେଉଛି ଶ୍ରେଣୀ । ସମାନ ସାମାଜିକ ଓ ଆର୍ଥିକ ପ୍ରତିଷ୍ଠା ଲାଭ କରିଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାରର ସାମାଜିକ ସମୂହକୁ ଶ୍ରେଣୀ କୁହାଯାଏ । ମାକାଇଭର୍‌ ଓ ପେଜ୍‌ଙ୍କ ମତରେ ‘ସାମାଜିକ ଶ୍ରେଣୀ ହେଉଛି ଏକ ସମୁଦାୟର ଯେକୌଣସି ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ଵାରା ଅନ୍ୟ ଅଂଶଠାରୁ ଚିହ୍ନିତ ହୋଇଥାଏ ।’’

3. ଲିଙ୍ଗ ବା ‘Gender’ କହିଲେ କ’ଣ ବୁଝ ?
Answer:
ଲିଙ୍ଗ ବା ‘Gender’ ମୁଖ୍ୟତଃ ପୁରୁଷ ଓ ନାରୀ ମଧ୍ୟରେ ଥ‌ିବା ସାମାଜିକ, ଆର୍ଥନୀତିକ, ରାଜନୀତିକ ଓ ସାଂସ୍କୃତିକ ଅସମାନତାକୁ ବୁଝାଇଥାଏ, ଯାହା ମାନବ ସମାଜଦ୍ୱାରା ଗଠିତ ହୋଇଥାଏ । ଏହା ସମ୍ପୂର୍ଣ୍ଣ ଭାବେ ପୁରୁଷ ପ୍ରଧାନ ସମାଜରେ ନାରୀମାନଙ୍କ ପ୍ରତି ଥିବା ନୂନ ମନୋଭାବକୁ ବୁଝାଇଥାଏ । ଏହା ଫଳରେ ମହିଳାମାନେ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚ ହୋଇଥା’ନ୍ତି ।

4. ସାମାଜିକ ସ୍ତରୀକରଣ କହିଲେ କ’ଣ ବୁଝ ?
Answer:
ସାମାଜିକ ସ୍ତରୀକରଣ କହିଲେ ସାଧାରଣତଃ ସମାଜର ବିଭିନ୍ନ ବିଭାଜନକୁ ବୁଝାଇଥାଏ । ସ୍ତରୀକରଣ ଶବ୍ଦଟି ଲାଟିନ୍ ଶବ୍ଦ ‘ଷ୍ଟାଟା’ (Strata) ରୁ ଆସିଅଛି, ଯାହାର ଅର୍ଥ ସ୍ତର । ତେଣୁ ସ୍ତରୀକରଣର ସମାଜରେ ଉଚ୍ଚ-ନୀଚ ସ୍ଥିତିକୁ ସୂଚାଇଥାଏ । ଭାରତରେ ସାମାଜିକ ସ୍ତରୀକରଣ ମୁଖ୍ୟତଃ ଜାତି ପଦ୍ଧତି ଓ ଶ୍ରେଣୀ ପଦ୍ଧତି ଉପରେ ପର୍ଯ୍ୟବସିତ ।

5. ସାମାଜିକ ସ୍ତରୀକରଣର ଲକ୍ଷଣଗୁଡ଼ିକ ଲେଖ ।
Answer:
ସାମାଜିକ ସ୍ତରୀକରଣର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା- (୧) ଏହାର ପ୍ରକୃତି ସାମାଜିକ ଅଟେ । (୨) ଏହା ପ୍ରାଚୀନ ଅଟେ । (୩) ଏହା ସର୍ବବ୍ୟାପକ ଅଟେ । (୪) ଏହା ବିଚ୍ଛିନ୍ନ ପ୍ରକାରର ଅଟେ । (୫) ଏହାର ପରିଣାମ ଥାଏ ।

CHSE Odisha Class 11 Sociology Unit 4 Short Answer Questions in Odia Medium

6. ଜାତି ବ୍ୟବସ୍ଥାର ପ୍ରକାର୍ଯ୍ୟ ଉପରେ ସଂକ୍ଷେପରେ ଲେଖ ।
Answer:
ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଅନୁଷ୍ଠାନ ଭାବେ ଜାତିବ୍ୟବସ୍ଥା ଅନେକ ପ୍ରକାର୍ଯ୍ୟ ସମ୍ପାଦନ କରିଥାଏ । ଜାତି ସମ୍ପାଦନ କରୁଥିବା ପ୍ରକାର୍ଯ୍ୟଗୁଡ଼ିକୁ ମୁଖ୍ୟତଃ ତିନି ଭାଗବରେ ବିଭକ୍ତ କରାଯାଇପାରେ; ଯଥା- (କ) ବ୍ୟକ୍ତି ଜୀବନରେ ଜାତିର ପ୍ରକାର୍ଯ୍ୟ, (ଖ) ସାମୁଦାୟିକ ଜୀବନରେ ଜାତିର ପ୍ରକାର୍ଯ୍ୟ ଏବଂ (ଗ) ସମାଜ ପାଇଁ ଜାତିର ପ୍ରକାର୍ଯ୍ୟ ।

7. ଶ୍ରେଣୀ ଉପରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ଜାତି ପରି ଶ୍ରେଣୀ ମଧ୍ୟ ଏକ ସାମାଜିକ ସ୍ତରୀକରଣ ବ୍ୟବସ୍ଥା ଅଟେ । କିନ୍ତୁ ଶ୍ରେଣୀ ବ୍ୟକ୍ତିର ସାଧଗତ ବା ଅର୍ଜିତ ବୈଷମ୍ୟ ଉପରେ ପ୍ରତିଷ୍ଠିତ ଅଟେ । ଶ୍ରେଣୀ ମୁଖ୍ୟତଃ ଶିଳ୍ପଭିତ୍ତିକ ସମାଜରେ ପରିଲକ୍ଷିତ ହୋଇଥାଏ । ଏହା ସମାନ ସାମାଜିକ ଓ ଆର୍ଥିକ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କର ଏକ ସ୍ତର ବା ସାମାଜିକ ସମୂହକୁ ବୁଝାଇଥାଏ । ଶିକ୍ଷା, ଧନ, ସମ୍ପଦ ଓ ବ୍ୟବସାୟ ଆଦି ଶ୍ରେଣୀର ନିର୍ଣ୍ଣାୟକ ଅଟନ୍ତି ।

8. ଶ୍ରେଣୀ ସଚେତନତା ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ଶ୍ରେଣୀ ସଚେତନତା ଶ୍ରେଣୀ ବ୍ୟବସ୍ଥାର ଅନ୍ୟ ଏକ ପ୍ରମୁଖ ଲକ୍ଷଣ ଅଟେ । ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସଦସ୍ୟମାନଙ୍କ ମଧ୍ୟରେ ଦେଖାଯାଉଥ‌ିବା ଏକ ଦୃଢ଼ ସଚେତନ ଭାବ ବା ଆତ୍ମିକ ଭାବନାକୁ ଶ୍ରେଣୀ ସଚେତନତା କୁହାଯାଏ । ଏହି ସଚେତନତାଦ୍ୱାରା ସେମାନେ ନିଜକୁ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସଦସ୍ୟଭାବେ ପରିଚିତ କରାଇଥା’ନ୍ତି ।

9. ଜାତି ଓ ଶ୍ରେଣୀ ମଧ୍ୟରେ ଥ‌ିବା ପାର୍ଥକ୍ୟ ସଂକ୍ଷେପରେ ଉଲ୍ଲେଖ କର ।
Answer:
(୧) ଜାତି ଏକ ବଂଶାନୁକ୍ରମିକ ଓ ଅନ୍ତର୍ବିବାହୀ ଦଳ ହୋଇଥିବାସ୍ଥଳେ ଶ୍ରେଣୀ ମୁଖ୍ୟତଃ ଏକ ଅର୍ଜିତ ପ୍ରସ୍ଥିତିଭିତ୍ତିକ ଓ ବହିଁବିବାହୀ ଦଳ ଅଟେ ।
(୨) ଜାତିର ସଂରଚନା ଅନମନୀୟ ଓ କଠୋର ହୋଇଥିବାବେଳେ ଶ୍ରେଣୀର ସଂରଚନା ନମନୀୟ ଅଟେ ।
(୩) ଜାତିର ସାମାଜିକ ସଞ୍ଚଳନତା ସ୍ଵଳ୍ପ ହୋଇଥିବାବେଳେ ଶ୍ରେଣୀରେ ସାମାଜିକ ସଞ୍ଚଳନତା ଦ୍ରୁତ ହୋଇଥାଏ ।
(୪) ଜାତିର ନିର୍ଦ୍ଦିଷ୍ଟ ବୃତ୍ତି ଥାଏ; କିନ୍ତୁ ଶ୍ରେଣୀର ସେପରି ବୃତ୍ତି ନଥାଏ ।

10. ଶ୍ରେଣୀର ସଂଜ୍ଞା ପ୍ରଦାନ କର ।
Answer:
କାର୍ଲ ମାର୍କସ୍‌ଙ୍କ ମତରେ, ‘ଜଣଙ୍କର ଶ୍ରେଣୀ ପ୍ରସ୍ଥିତି ଉତ୍ପାଦନର ଉତ୍ପାଦକ ସହ ଥ‌ିବା ଏହାର ସମ୍ପର୍କଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ଶ୍ରେଣୀ ମୁଖ୍ୟତଃ ଅଧ୍ଵକୃତ ଧନ ସମ୍ପଦ, ବୃତ୍ତି ଏବଂ ଆୟ ଆଦି ଅନେକ ଆର୍ଥିକ ମାନଦଣ୍ଡଦ୍ଵାରା ସ୍ଥିର ହୋଇଥାଏ ।’’ କିନ୍ତୁ ମାକାଇଭର ଓ ପେଜଙ୍କ ମତରେ ‘‘ସାମାଜିକ ଶ୍ରେଣୀ ହେଉଛି ଏକ ସମୁଦାୟର ଯେକୌଣସି ଏକ ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ଵାରା ଅନ୍ୟ ଅଂଶଠାରୁ ଚିହ୍ନିତ ହୋଇଥାଏ ।’’

11. ଜାତିର ସଂଜ୍ଞା ପ୍ରଦାନ କର ।
Answer:
ଜାତି ଏକ ପାରମ୍ପରିକ ଜୀବିକା ଥିବା ବଂଶାନୁକ୍ରମିକ ଅନ୍ତର୍ବିବାହୀ ଗୋଷ୍ଠୀ । ସି.ଏଚ୍.କୁଲେଙ୍କ ମତରେ, ‘‘ଯେତେବେଳେ ଗୋଟିଏ ଶ୍ରେଣୀର ସଦସ୍ୟ ପଦ କଡ଼ାକଡ଼ି ଭାବେ ଜନ୍ମଗତ ହୋଇଯାଏ, ଆମେ ତାକୁ ଜାତି କହିଥାଉ ।’’ ସେହିପରି କେଟ୍‌ରଙ୍କ ମତରେ, ‘ଜାତି ହେଉଛି ଦ୍ବିବଧ ଲକ୍ଷଣ ଥିବା ଏକ ସାମାଜିକ ସମୂହ । ପ୍ରଥମତଃ, ଏହି ଗୋଷ୍ଠୀର ସଦସ୍ୟମାନଙ୍କଠାରୁ ଜନ୍ମ ହୋଇଥ‌ିବା ବ୍ୟକ୍ତି ହିଁ ଏହାର ସଦସ୍ୟ ହୋଇପାରିବ । ଦ୍ଵିତୀୟତଃ, ଏକ ଅଲଙ୍ଘନୀୟ ସାମାଜିକ ନିୟମଦ୍ୱାରା ସଦସ୍ୟମାନଙ୍କର ନିଜ ସମୂହ ବହିର୍ଭୂତ ବିବାହକୁ ନିଷେଧ କରାଯାଇଥାଏ ।

12. ଜାତି ବ୍ୟବସ୍ଥାର ଅପକାରିତା ସମ୍ବନ୍ଧରେ ସଂକ୍ଷେପରେ ଲେଖ ।
Answer:
ଜାତି ବ୍ୟବସ୍ଥା ବ୍ୟକ୍ତି ଓ ସମାଜ ପାଇଁ ଅନେକ ପ୍ରକାର୍ଯ୍ୟ ସମ୍ପାଦନ କରୁଥିଲେ ମଧ୍ୟ ଏହାର ଅନେକ ଅପକାରିତା ଓ ଅପକାର୍ଯ୍ୟ ରହିଛି । ଜାତି ବ୍ୟବସ୍ଥା ସାମାଜିକ ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିବା ସହିତ ଆର୍ଥନୀତିକ ପ୍ରଗତିରେ ମଧ୍ୟ ବାଧା ପହଞ୍ଚାଇଥାଏ । ଜାତି ବ୍ୟବସ୍ଥା ମଧ୍ୟ ସମାଜରେ ରାଜନୀତିକ ଅସ୍ଥିରତା ସୃଷ୍ଟି କରିଥାଏ । ଏହା ମଧ୍ୟ ସାମାଜିକ ଅସମାନତାକୁ ଚିରସ୍ଥାୟୀ କରିବା ସହିତ ଅସ୍ପୃଶ୍ୟତା ସୃଷ୍ଟି କରିଥାଏ । ଜାତି ବ୍ୟବସ୍ଥାରେ ନାରୀମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥାଏ ।

13. ଜାତିର ଲକ୍ଷଣଗୁଡ଼ିକୁ ସଂକ୍ଷେପରେ ଲେଖ ।
Answer:
ପାରମ୍ପରିକ ଜୀବିକା ଗ୍ରହଣ କରୁଥିବା ବଂଶାନୁକ୍ରମିକ ଅନ୍ତର୍ବିବାହୀ ଗୋଷ୍ଠୀକୁ ଜାତି କୁହାଯାଏ ଜି.ଏସ୍. ଘୁରେ ଏବଂ ଏନ୍.କେ. ଦତ୍ତ ଜାତିର କେତେକ ସ୍ଵତନ୍ତ୍ର ଲକ୍ଷଣ ପ୍ରଦାନ କରିଛନ୍ତି; ଯଥା-
(୧) ଜାତିଭିଭିକ ସମାଜ ଅନେକ କ୍ଷୁଦ୍ର ଗୋଷ୍ଠୀରେ ବିଭାଜିତ ।
(୨) ଏକ ଜାତିଭିତ୍ତିକ ସମାଜରେ ଥ‌ିବା ସମସ୍ତ ଜାତି ଉଚ୍ଚ-ନୀଚ କ୍ରମରେ ସଜ୍ଜିତ ହୋଇ ରହିଥା’ନ୍ତି ।
(୩) ଏକ ଜାତି ବ୍ୟବସ୍ଥା। ଏହାର ସଦସ୍ୟମାନଙ୍କ ଉପରେ ଖାଦ୍ୟପାନୀୟ ଓ ସାମାଜିକ ସଂସର୍ଗ ସ୍ଥାପନ କ୍ଷେତ୍ରରେ କେତେକ କଟକଣା ଜାରି କରିଥାଏ ।
(୪) ପ୍ରତ୍ୟେକ ଜାତିର ଏକ ପାରମ୍ପରିକ ବୃତ୍ତି ଓ ଜାତି ପଞ୍ଚାୟତ ରହିଥାଏ ।

14. ଜାତି ବ୍ୟବସ୍ଥାରେ ପରିଲକ୍ଷିତ ହୋଇଥିବା ସାମ୍ପ୍ରତିକ ପରିବର୍ତ୍ତନଗୁଡ଼ିକ ସମ୍ବନ୍ଧରେ ସଂକ୍ଷେପରେ ଉଲ୍ଲେଖ କର ।
Answer:
ଏକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଅନୁଷ୍ଠାନଭାବେ ଜାତି ବ୍ୟବସ୍ଥା ପରିବର୍ତ୍ତନରୁ ବାଦ୍ ପଡ଼ିନାହିଁ । ବିଭିନ୍ନ କାରଣର ପ୍ରଭାବରେ ଜାତି ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ସମ୍ପ୍ରତି ଜାତିଭିଭିକ ସମାଜରେ ବ୍ରାହ୍ମଣମାନଙ୍କ ଗୁରୁତ୍ଵ ହ୍ରାସ ପାଇଛି । ସେହିପରି ଜାତିର ପ୍ରକାର୍ଯ୍ୟରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଲାଣି । ଜାତିର ବିବାହ ସମ୍ବନ୍ଧୀୟ ନୀତିରେ ଅନେକ ପରିବର୍ତ୍ତନ ଦେଖାଯିବା ସହିତ ବୃତ୍ତି ନିର୍ବାଚନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି ।

15. ଜାତି ପଞ୍ଚାୟତ ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ଜାତି ପଞ୍ଚାୟତ ଜାତିର ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ଅଟେ । ଜାତି ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ଜାତିର ଏକ ଜାତି ପଞ୍ଚାୟତ ଥାଏ । ଏହି ଜାତି ପଞ୍ଚାୟତ ଜାତିର ମୁରବୀ, ବୟସ୍କ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଗଠିତ । ଏହା ଜାତିର ନୀତିନିୟମ ପାଳନ ହେବା ଦେଖିବା ସହିତ ଜାତିଗତ ଗଣ୍ଡଗୋଳର ସମାଧାନ କରିଥାଏ । ଏହି ନିୟମ ଉଲ୍ଲଙ୍ଘନ କରିଥିବା ସଦସ୍ୟଙ୍କ ପ୍ରତି ଏହା ଦଣ୍ଡବିଧାନ କରିଥାଏ ।

16. ଜାତି ବ୍ୟବସ୍ଥାକୁ ପ୍ରଭାବିତ କରୁଥ‌ିବା କାରଣଗୁଡ଼ିକ ସଂକ୍ଷେପରେ ଉଲ୍ଲେଖ କର ।
Answer:
ଜାତି ବ୍ୟବସ୍ଥା ଏକ କଠୋର ବ୍ୟବସ୍ଥା ହୋଇଥିଲେ ମଧ୍ୟ ସମ୍ପ୍ରତି ଏଥ‌ିରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । କେତେଗୁଡ଼ିଏ ଶକ୍ତିଶାଳୀ କାରକ ଓ ପ୍ରତିକୂଳ ଉପାଦାନ ଯୋଗୁଁ ଏପରି ପରିବର୍ତ୍ତନ ଦେଖାଯାଇଛି । ଜାତି ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ଆଧୁନିକ ଶିକ୍ଷା, ଶିଳ୍ପୀକରଣ ଓ ସହରୀକରଣର ବ୍ୟାପକ ପ୍ରସାର, ଆଧୁନିକ ପରିବହନ, ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାର ପ୍ରସାର, ନୂତନ ସାମାଜିକ ସଂସ୍କାର ଆନ୍ଦୋଳନ, ରାଜନୈତିକ ଆନ୍ଦୋଳନ ଇତ୍ୟାଦି ପ୍ରଧାନ ଅଟେ ।

17. ଶ୍ରେଣୀର ଲକ୍ଷଣଗୁଡ଼ିକ ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ପ୍ରଦାନ କର ।
Answer:
ସମାନ ଆର୍ଥିକ ଓ ସାମାଜିକ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କର ଏକ ସ୍ତରକୁ ଶ୍ରେଣୀ କୁହାଯାଏ । ଏହାର ପ୍ରମୁଖ ଲକ୍ଷଣଗୁଡ଼ିକ ହେଉଛି- ଗୋଟିଏ ଶ୍ରେଣୀ ବ୍ୟବସ୍ଥାରେ ଶ୍ରେଣୀଗୁଡ଼ିକ ଉଚ୍ଚ-ନୀଚ କ୍ରମରେ ସଜ୍ଜିତ ହୋଇ ରହିଥା’ନ୍ତି । ପ୍ରତ୍ୟେକ ଶ୍ରେଣୀର ସଦସ୍ୟମାନଙ୍କ ମଧ୍ୟରେ ଏକ ପ୍ରକାର ଶ୍ରେଣୀ ସଚେତନତା ଥାଏ । ଶ୍ରେଣୀ ବ୍ୟବସ୍ଥାରେ ସଂରଚନା ନମନୀୟହେବା ସହିତ ଏଥ‌ିରେ ଦ୍ରୁତ ସଞ୍ଚଳନ ଦେଖାଯାଇଥାଏ । ଗୋଟିଏ ଶ୍ରେଣୀ ବ୍ୟବସ୍ଥାର ବିଭିନ୍ନ ଶ୍ରେଣୀ ସଦସ୍ୟମାନଙ୍କର ଜୀବନଶୈଳୀରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।

18. ଅର୍ଜିତ ପ୍ରସ୍ଥିତି ଉପରେ ଟିପ୍‌ପଣୀ ଲେଖ ।
Answer:
ଯେତେବେଳେ ଜଣେ ବ୍ୟକ୍ତିର ପ୍ରସ୍ଥିତି ତା’ର ଜନ୍ମଦ୍ଵାରା ସ୍ଥିର ନ ହୋଇ ତା’ର ବୃତ୍ତି ଦକ୍ଷତା ଓ କର୍ମକୁଶଳତା ଭିତ୍ତିରେ ସ୍ଥିରୀକୃତ ହୋଇଥାଏ । ତା’ର ସେହି ପ୍ରସ୍ଥିତିକୁ ଅର୍ଜିତ ପ୍ରସ୍ଥିତି କୁହାଯାଏ । ଏହା ଶ୍ରେଣୀ ବ୍ୟବସ୍ଥାର ଏକ ଲକ୍ଷଣ ଅଟେ ।

CHSE Odisha Class 11 Sociology Unit 4 Short Answer Questions in Odia Medium

19. ଜାତି ବା କାଷ୍ଟ (Caste) କ’ଣ ?
Answer:
ଜାତି ହିନ୍ଦୁ ସମାଜର ଏକ ମୌଳିକ ସାମାଜିକ ଅନୁଷ୍ଠାନ ଅଟେ । ଜାତିର ଇଂରାଜୀ ପ୍ରତିଶବ୍ଦ କାଷ୍ଟ (Caste) ପର୍ତ୍ତୁଗୀଜ ଶବ୍ଦ କାଷ୍ଠାରୁ ଆସିଅଛି ଯାହାର ଅର୍ଥ ବଂଶ, ପ୍ରଜାତି ବା ଗୋଷ୍ଠୀ । ଏହା ହିନ୍ଦୁ ସମାଜର ଏକ କ୍ଷୁଦ୍ର ସାମାଜିକ ସମୁହକୁ ବୁଝାଇଥାଏ । ଜାତି ଶବ୍ଦଟି ସଂସ୍କୃତ ଶବ୍ଦ ‘ଜାନା’ରୁ ଆସିଛି ଯାହାର ଅର୍ଥ ଜନ୍ମଦେବା । ତେଣୁ ଜନ୍ମ ଉପରେ ପର୍ଯ୍ୟବସିତ ଏକ ସମୂହକୁ ଜାତି କୁହାଯାଏ ।

(ଗ) ସାମାଜିକ ପରିବର୍ତ୍ତନ (SOCIAL CHANGE)

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ସାମାଜିକ ପରିବର୍ତ୍ତନର ସଂଜ୍ଞା ପ୍ରଦାନ କର ।
Answer:
ମାକାଇଭର୍ ଏବଂ ପେଜ୍ (MacIver and Page) ଙ୍କ ମତରେ, ‘ସମାଜବିଜ୍ଞାନୀଭାବେ ଆମ୍ଭେମାନେ ସାମାଜିକ ସମ୍ପର୍କ ସହିତ ପ୍ରତ୍ୟକ୍ଷଭାବେ ସମ୍ପୃକ୍ତ । ଏହି ସାମାଜିକ ସମ୍ପର୍କର ପରିବର୍ତ୍ତନକୁ ହିଁ କେବଳ ଆମ୍ଭେମାନେ ସାମାଜିକ ପରିବର୍ତ୍ତନଭାବେ ଅଭିହିତ କରିଥାଉ ।’’
ଏମ୍.ଡି.ଜେନ୍‌ସନ୍ (M.D. Jenson) ଙ୍କ ମତରେ, ‘ଲୋକମାନଙ୍କର କାର୍ଯ୍ୟ କରିବା ଏବଂ ଚିନ୍ତା କରିବା ପ୍ରଣାଳୀରେ ରୂପାନ୍ତରକୁ ସାମାଜିକ ପରିବର୍ତ୍ତନ କୁହାଯାଏ ।’’

2. ସାମାଜିକ ପରିବର୍ତ୍ତନର ଯେକୌଣସି ଚାରିଗୋଟି ଲକ୍ଷଣ ଦର୍ଶାଅ ।
Answer:
ସାମାଜିକ ପରିବର୍ତ୍ତନର ଚାରିଗୋଟି ଲକ୍ଷଣ ହେଲା-
(i) ସାମାଜିକ ପରିବର୍ତ୍ତନ ଏକ ସାର୍ବଜନୀନ ଘଟଣା ଅଟେ ।
(ii) ସାମାଜିକ ପରିବର୍ତ୍ତନ ସାମୁଦାୟିକ ପରିବର୍ତ୍ତନକୁ ସୂଚାଇଥାଏ ।
(iii) ସାମାଜିକ ପରିବର୍ତ୍ତନ ଏକ ଗତିଶୀଳ ପ୍ରକ୍ରିୟା ଅଟେ ।
(iv) ସାମାଜିକ ପରିବର୍ତ୍ତନ ସମ୍ବନ୍ଧରେ ଭବିଷ୍ୟବାଣୀ ଦେବା ସମ୍ଭବ ନୁହେଁ ।

3. ସାମାଜିକ ପରିବର୍ତ୍ତନର ତିନିଗୋଟି କାରକର ନାମ ଉଲ୍ଲେଖ କର ।
Answer:
ସାମାଜିକ ପରିବର୍ତ୍ତନର ତିନିଗୋଟି କାରକ ହେଲା-
(i) ଭୈତିକ କାରକ
(ii) ସାଂସ୍କୃତିକ କାରକ
(iii) ପ୍ରାଦ୍ୟୋଗିକ କାରକ

4. ସାଂସ୍କୃତିକ ବିଳମ୍ବନ ତତ୍ତ୍ଵର ମୁଖ୍ୟ ପୃଷ୍ଠପୋଷକ କିଏ ?
Answer:
ସାଂସ୍କୃତିକ ବିଳମ୍ବନ ତତ୍ତ୍ଵର ମୁଖ୍ୟ ପୃଷ୍ଠପୋଷକ ହେଉଛନ୍ତି ଡବ୍ଲ୍ୟୁ. ଏଫ୍.ଓର୍‌ବର୍ଣ୍ଣ (W.F.Ogburn) ।

5. ସାଂସ୍କୃତିକ ବିଳମ୍ବନ ଅର୍ଥ କ’ଣ ?
Answer:
ଓର୍‌ବର୍ଣ୍ଣଙ୍କ ମତରେ, ବସ୍ତୁଭିଭିକ ବା ଭୌତିକ ଏବଂ ବୱେଭର ସଂସ୍କୃତି ମଧ୍ୟରେ ସୃଷ୍ଟି ହେଉଥିବା ବ୍ୟବଧାନକୁ ସାଂସ୍କୃତିକ ବିଳମ୍ବନ (Caltural lag) କୁହାଯାଇଥାଏ ।

6. ପ୍ରଦ୍ୟୋଗ କହିଲେ ତୁମେ କ’ଣ ବୁଝ ?
Answer:
ପ୍ରଦ୍ୟୋଗ ହେଉଛି, ସମସ୍ତ ଯନ୍ତ୍ର, ଜ୍ଞାନ ଏବଂ କୌଶଳର ସମଷ୍ଟି ଯାହାଦ୍ୱାରା ମନୁଷ୍ୟ ଭୌତିକ ଏବଂ ଜୈବିକ ତଥ୍ୟଗୁଡ଼ିକୁ ଏକତ୍ରିତ କରିଥାଏ । ଅନ୍ୟ ଅର୍ଥରେ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନକୌଶଳର ପ୍ରୟୋଗକୁ ପ୍ରଦ୍ୟୋଗ ବୋଲି କୁହାଯାଇଥାଏ ।

7. ସାମାଜିକ ପରିବର୍ତ୍ତନର ମୁଖ୍ୟ ପ୍ରକ୍ରିୟାଗୁଡ଼ିକ କ’ଣ ?
Annswer:
ସାମାଜିକ ପରିବର୍ତ୍ତନର ମୁଖ୍ୟ ପ୍ରକ୍ରିୟାଗୁଡ଼ିକ ହେଲା-
(i) ସଂସ୍କୃତୀକରଣ (Sanskritization)
(ii) ପାଶ୍ଚାତ୍ୟକରଣ (Westernization)
(iii) ଆଧୁନିକୀକରଣ (Modernization)
(iv) ଧର୍ମନିରପେକ୍ଷତା (Secularization)

8. ‘ସଂସ୍କୃତୀକରଣ’ ଶବ୍ଦକୁ କିଏ ବାହାର କରିଥିଲେ ?
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ ସର୍ବପ୍ରଥମେ ତାଙ୍କ ପୁସ୍ତକ ‘କୁର୍ଗମାନଙ୍କ ଧର୍ମ ଏବଂ ସମାଜ’ରେ ‘ସଂସ୍କୃତୀକରଣ’ ଶବ୍ଦର ପ୍ରୟୋଗ କରିଥିଲେ, ଯାହାକି ୧୯୫୨ ମସିହାରେ ପ୍ରକାଶିତ ହୋଇଥିଲା ।

CHSE Odisha Class 11 Sociology Unit 4 Short Answer Questions in Odia Medium

9. ସଂସ୍କୃତୀକରଣର ସଂଜ୍ଞା ପ୍ରଦାନ କର ।
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସଙ୍କ ମତରେ, ‘ସଂସ୍କୃତୀକରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ଏକ ନିମ୍ନ ଜାତିର ହିନ୍ଦୁ ବ ଜନଜାତି ବା ଅନ୍ୟ କୌଣସି ସମୂହ ନିଜର ପ୍ରଥା, କାର୍ଯ୍ୟକଳାପ, ବିଚାରଧାରା ଏବଂ ଜୀବନଶୈଳୀକୁ ପରିବର୍ତ୍ତନ କରି ଉଚ୍ଚଜାତିର ମର୍ଯ୍ୟାଦାଲାଭ କରିବାକୁ ଚେଷ୍ଟା କରିଥା’ନ୍ତି ।’’

10. ଅଣ-ସଂସ୍କୃତୀକରଣ କହିଲେ କ’ଣ ବୁଝ ?
Answer:
ଅଣ-ସଂସ୍କୃତୀକରଣ (De-Sanskritization) କହିଲେ ସେହି ପ୍ରକ୍ରିୟାକୁ ବୁଝାଇଥାଏ, ଯେଉଁଥିରେ କି ଉଚ୍ଚଜାତିର ଲୋକମାନେ, ନିମ୍ନଜାତିର କେତେକ ବ୍ୟବହାର ଶୈଳୀକୁ ଅନୁକରଣ କରିବାର ଦେଖାଯାଇଥାଏ ।

11. ସାମାଜିକ ପରିବର୍ତ୍ତନ କହିଲେ କ’ଣ ବୁଝ ?
Answer:
ସାମାଜିକ ପରିବର୍ତ୍ତନ ଅର୍ଥ ସମାଜର ପରିବର୍ତ୍ତନ । ଅନ୍ୟ ଅର୍ଥରେ, ସାମାଜିକ ସମ୍ପର୍କ, ସାମାଜିକ ପ୍ରକ୍ରିୟା, ସଂରଚନା, ଅନୁଷ୍ଠାନ ଓ ସାମାଜିକ ସଙ୍ଗଠନର ପ୍ରତ୍ୟେକ ବିଭାଗର ପରିବର୍ତ୍ତନକୁ ସାମାଜିକ ପରିବର୍ତ୍ତନ କୁହାଯାଏ ।

12. ସଂସ୍କୃତୀକରଣ (Sanskritisation) କହିଲେ ତୁମେ କ’ଣ ବୁଝ ?
Answer:
ସଂସ୍କୃତୀକରଣ ଏକ ପ୍ରକ୍ରିୟା ଯେଉଁଥରେ ନିମ୍ନ ଜାତିର ହିନ୍ଦୁ ବା ଜନଜାତି, ଉଚ୍ଚଜାତି ବା ବିଶେଷଭାବରେ ବ୍ରାହ୍ମଣ ଜାତିର ପ୍ରଥା ପରମ୍ପରା, ଆଦର୍ଶ, କର୍ମକାଣ୍ଡ, ଜୀବନଶୈଳୀ ଇତ୍ୟାଦିକୁ ଅନୁକରଣ କରି ଉଚ୍ଚ ପ୍ରସ୍ଥିତି ଲାଭ କରିବାକୁ ଚେଷ୍ଟା କୁହାଯାଏ ।

13. ସଂସ୍କୃତୀକରଣ ଶବ୍ଦଟି କେବେ ସୃଷ୍ଟି ହୋଇଥିଲା ?
Answer:
ସଂସ୍କୃତୀକରଣ ଶବ୍ଦଟି ସର୍ବପ୍ରଥମେ ପ୍ରଫେସର ଏମ୍.ଏନ୍. ଶ୍ରୀନିବାସ (Prof. M.N. Srinivas) ଙ୍କ ଦ୍ଵାରା ୧୯୫୨ ମସିହାରେ ସୃଷ୍ଟି ହୋଇଥିଲା ।

14. ସାଂସ୍କୃତିକ ବିଳମ୍ବନର ଦୁଇଗୋଟି ଉଦାହରଣ ପ୍ରଦାନ କର ।
Answer:
(୧) ଭାରତୀୟ ସମାଜରେ ପାଶ୍ଚାତ୍ୟ ସଭ୍ୟତାର ଖାଦ୍ୟପେୟ, ବେଶଭୂଷା ଇତ୍ୟାଦିକୁ ଭାରତୀୟମାନେ ସହଜରେ ଅନୁକରଣ କରୁଥିବା ସ୍ଥଳେ, ନିଜର ହିନ୍ଦୁଧର୍ମକୁ କେବେ ପରିତ୍ୟାଗ କରିନାହାନ୍ତି ।
(୨) ସହରମାନଙ୍କରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ପାଉଥ‌ିବାବେଳେ ଏହି ଜନସଂଖ୍ୟାର ପ୍ରଭାବରେ ସୃଷ୍ଟି ବିଭିନ୍ନ ଅସାମାଜିକ କାର୍ଯ୍ୟ ବା ଅପରାଧଗୁଡ଼ିକୁ ନିୟନ୍ତ୍ରଣ କରିବାପାଇଁ ପୋଲିସ୍ ବିଭାଗର ଆଧୁନିକୀକରଣ ହୋଇପାରିନାହିଁ । ଫଳରେ ଏହା ଏକ ସାଂସ୍କୃତିକ ବିଳମ୍ବନ ସୃଷ୍ଟି କରାଉଛି ।

15. ଅଭୌତିକ ସଂସ୍କୃତିର ଦୁଇଟି ଉଦାହରଣ ପ୍ରଦାନ କର ।
Answer:
ଅଭୌତିକ ସଂସ୍କୃତିର ଦୁଇଟି ଉଦାହରଣ ହେଲା-
(୧) ଆଦର୍ଶ, ମୂଲ୍ୟବୋଧ
(୨) ପ୍ରଥା, ପରମ୍ପରା

16. କେବେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ ?
Answer:
ଅଭୌତିକ ସଂସ୍କୃତିର ଦୁଇଟି ଉଦାହରଣ ହେଲା-
(୧) ଆଦର୍ଶ, ମୂଲ୍ୟବୋଧ (୨) ପ୍ରଥା, ପରମ୍ପରା

17. ପରିବେଶକୁ ପ୍ରଦୂଷଣ ପରୁଥ‌ିବା ଦୁଇଗୋଟି କାରକର ନାମ ଲେଖ ।
Answer:
ପରିବେଶ ପ୍ରଦୂଷଣ କରୁଥିବା ଦୁଇଗୋଟି କାରକ ହେଲା-
(୧) ଦ୍ରୁତ ଶିଳ୍ପୀକରଣଦ୍ୱାରା ନିର୍ଗତ ଧୂଆଁ । (୨) ଯାନବାହନରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍

18. ପରିବେଶ ପ୍ରଦୂଷଣର ଦୁଇଗୋଟି ପ୍ରଭାବ ଲେଖ ।
Answer:
ପରିବେଶ ପ୍ରଦୂଷଣର ଦୁଇଗୋଟି ପ୍ରଭାବ ହେଲା-
(୧) ଅଙ୍ଗାରକାମ୍ଳ ଗ୍ୟାସ୍ ବାୟୁମଣ୍ଡଳର ଓଜୋନ୍‌ ସ୍ତରରେ ଗର୍ଭ ସୃଷ୍ଟିକରି ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି କରୁଛି ।
(୨) ଜଳ ପ୍ରଦୂଷଣ ପାଇଁ ମହାମାରୀ ଓ ଆମାଶୟ ରୋଗ ଆଦି ବୃଦ୍ଧି ପାଉଛି ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ସାମାଜିକ ପରିବର୍ତ୍ତନର ପ୍ରକୃତି ବିଷୟରେ ସଂକ୍ଷେପରେ ସୂଚନା ଦିଅ ।
Answer:
ସାମାଜିକ ମୂଲ୍ୟବୋଧ, ବିଚାରଧାରା, ସାମାଜିକ ସଂସ୍ଥା, ନିୟମ ଏବଂ ପ୍ରତିମାନ ପ୍ରଭୃତିରେ ପରିବର୍ତ୍ତନକୁ ସାମାଜିକ ପରିବର୍ତ୍ତନଭାବେ ଗ୍ରହଣ କରାଯାଇଥାଏ । ନିମ୍ନରେ ସାମାଜିକ ପରିବର୍ତ୍ତନର ପ୍ରକୃତି ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରାଗଲା ।

ପ୍ରଥମତଃ, ଏହି ସାମାଜିକ ପରିବର୍ତ୍ତନ ଏକ ସାର୍ବଜନୀନ ଘଟଣାରୂପେ ପରିଚିତ । ପ୍ରାଚୀନ ସମାଜଠାରୁ ଆଧୁନିକ ସମାଜ ପର୍ଯ୍ୟନ୍ତ ସାମାଜିକ ପରିବର୍ତ୍ତନ ଅହରହ ଲାଗିରହିଥାଏ । ସମସ୍ତ ସମାଜ ପରିବର୍ତ୍ତନଶୀଳ ଅଟନ୍ତି । ଏକ ସ୍ଥିର ସମାଜ ବିଷୟରେ ଆଦୌ କଳ୍ପନା କରାଯାଇ ନ ପାରେ ।

ଦ୍ବିତୀୟତଃ, ସାମାଜିକ ପରିବର୍ତ୍ତନର ବେଗ ସବୁ ସମୟରେ ଏବଂ ସବୁ ସମାଜରେ ସମାନ ନ ଥାଏ । କେତେକ ସମାଜରେ ଏହି ପରିବର୍ତ୍ତନର ବେଗ ତୀବ୍ରତର ହୋଇଥିବାବେଳେ ଅନ୍ୟ କେତେକ ସମାଜରେ ଏହା ଧୀର ଅଟେ ।

CHSE Odisha Class 11 Sociology Unit 4 Short Answer Questions in Odia Medium

ତୃତୀୟତଃ, ସାମାଜିକ ପରିବର୍ତ୍ତନ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ସମୂହର ପରିବର୍ତ୍ତନକୁ ସୂଚାଇ ନ ଥାଏ । ଏହା ସମ୍ପୂର୍ଣ୍ଣ ସମୁଦାୟ ଜୀବନ ସହିତ ସମ୍ପୃକ୍ତ ଅଟେ । ତେଣୁ ଯେଉଁ ପରିବର୍ତ୍ତନ ସମ୍ପୂର୍ଣ୍ଣ ସମୁଦାୟର ପରିବର୍ତ୍ତନଭାବେ ବିବେଚିତ ହୁଏ, ତାହା ସାମାଜିକ ପରିବର୍ତ୍ତନଭାବେ ପରିଚିତ ।

କିଭଳି ପରିବର୍ତ୍ତନ ସଂଘଟିତ ହେବ, ସେ ବିଷୟରେ କଳନା କରାଯାଇ ନ ପାରେ । କେବଳ ଏହା ଅନୁମାନ କରାଯାଇପାରେ । ପଞ୍ଚମତଃ, ଯଦିଓ ସାମାଜିକ ପରିବର୍ତ୍ତନ ସବୁକ୍ଷେତ୍ରରେ ଦେଖାଯାଇଥାଏ; ମାତ୍ର ଭୌତିକ କ୍ଷେତ୍ରରେ ଏହା ଅଧିକ ତୀବ୍ରତର ଅଟେ ।

ଷଷ୍ଠତଃ, ସାମାଜିକ ପରିବର୍ତ୍ତନ ପାଇଁ ଅନେକ କାରକ ଦାୟୀ ଅଟନ୍ତି । କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ସାମାଜିକ ପରିବର୍ତ୍ତନ ପାଇଁ ସମ୍ପୂର୍ଣ୍ଣରୂପେ ଦାୟୀ ନୁହେଁ ।

2. ସାମାଜିକ ପରିବର୍ତ୍ତନର ଭୌତିକ କାରକର ଭୂମିକା ସଂକ୍ଷେପରେ ଆଲୋଚନା କର ।
Answer:
ସାମାଜିକ ପରିବର୍ତ୍ତନ ମୁଖ୍ୟତଃ ଭୌତିକ ପରିବେଶରେ ସଂଘଟିତ ହୋଇଥାଏ । ସମୟ ସମୟରେ ପ୍ରକୃତି ସାମାଜିକ ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଦୁର୍ଭିକ୍ଷ ହେଲେ ଜନସଂଖ୍ୟା ତଥା ପାରସ୍ପରିକ ସାମାଜିକ କ୍ଷେତ୍ରରେ ନାନାପ୍ରକାର ଭୟଙ୍କର ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ସେହିପରି ହଇଜା, ମହାମାରୀ, ପ୍ଲେଗ ଆଦି ଭୟଙ୍କର ବ୍ୟସ୍‌ କୁପ୍ରଭାବ ଲୋକମାନଙ୍କର ଜୀବନ ତଥା ସାମାଜିକ ସମ୍ପର୍କ ଉପରେ ପଡ଼ିଥାଏ ।

ବଢ଼େ ଏବଂ ହଣ୍ଟିଙ୍ଗଟନ୍ (Buckle and Huntington) ଙ୍କ ମତରେ, ‘‘ଜଳବାୟୁ ସଭ୍ୟତାର ପୂର୍ଣ୍ଣବିକାଶ ଏବଂ ବିନାଶର ଏକ କାରଣ ଅଟେ ।’’ ପ୍ରାକୃତିକ ଅବସ୍ଥା ଅନୁଯାୟୀ ମନୁଷ୍ୟର ସାମାଜିକ ତଥା ଭୌତିକ ବିକାଶ ସମ୍ଭବ ହୋଇଥାଏ । ଯେଉଁଠାରେ ପ୍ରକୃତିର କରାଳ ରୂପ; ଯଥା- ଅକାଳ ବାର୍ଦ୍ଧକ୍ୟ, ଦୁର୍ଭିକ୍ଷ, ବନ୍ୟା, ବାତ୍ୟା, ଭୂମିକମ୍ପ ଆଦି ଘଟିଥାଏ, ସେଠାରେ ମନୁଷ୍ୟ ପ୍ରାକୃତିକ ଶକ୍ତିଦ୍ୱାରା ଗଭୀରଭାବେ ପ୍ରଭାବିତ ହୋଇଥାଏ ।

ଏଥିରୁ ସ୍ପଷ୍ଟ ସୂଚନା ମିଳେ ଯେ ପ୍ରାକୃତିକ ବା ଭୌତିକ କାରଣଗୁଡ଼ିକ ସାମାଜିକ ଜୀବନ ବା ସମ୍ପର୍କରେ ବୈପ୍ଳବିକ ପରିବର୍ତ୍ତନ ଆଣିଥାଏ । ଭୂଗୋଳବିମାନଙ୍କ ମତରେ, ମାନବ ସମାଜର ଅଭିବୃଦ୍ଧିପାଇଁ ଭୌତିକ ପରିବେଷ୍ଟନୀ (physical environment) ମୁଖ୍ୟତଃ ଦାୟୀ । ସିନ୍ଧୁ ସଭ୍ୟତା ଏବଂ ମିଶରୀୟ ସଭ୍ୟତାର ପ୍ରସାରପାଇଁ ଯଥାକ୍ରମେ ସିନ୍ଧୁନଦୀ ଏବଂ ନୀଳନଦୀର ଭୌତିକ ପରିବେଷ୍ଟନୀ ଦାୟୀ ଅଟେ ।

3. ସାମାଜିକ ପରିବର୍ତ୍ତନରେ ପ୍ରାଦ୍ୟୋଗିକର ପ୍ରଭାବ ସମ୍ବନ୍ଧରେ ସଂକ୍ଷେପରେ ଆଲୋଚନା କର ।
Answer:
ପ୍ରାଦ୍ୟୋଗିକ କାରକର ପ୍ରଭାବ ସମାଜର ବିଭିନ୍ନ ବିଭାଗ ଉପରେ ଅନୁଭୂତ ହୋଇଥାଏ । ଏହି ପ୍ରାଦ୍ୟୋଗିକ ପ୍ରଭାବ ବଳରେ ସମାଜରେ ଯେଉଁସବୁ ପରିବର୍ତ୍ତନ ସଂଘଟିତ ହୋଇଥାଏ, ସେଥିମଧ୍ୟରୁ କେତେକ ମୁଖ୍ୟ ପରିବର୍ତ୍ତନ ସମ୍ପର୍କରେ ନିମ୍ନରେ ସଂକ୍ଷେପରେ ସୂଚନା ପ୍ରଦାନ କରାଗଲା ।

(a) ପାରିବାରିକ ଜୀବନ ଉପରେ ପ୍ରଭାବ (Impact on family life) – ପାରିବାରିକ ଜୀବନରେ ପ୍ରାଦ୍ୟୋଗ ଗଭୀର ପ୍ରଭାବ ପକାଇଥାଏ । ଏହି ପ୍ରାଦ୍ୟୋଗିକ କାରକ ଯୋଗୁଁ ସାମାଜିକ ଗତିଶୀଳତା ବୃଦ୍ଧି ପାଇଥାଏ । ଫଳରେ ଯୌଥ ପରିବାର ବିଘଟନମୁଖୀ ହେବାର ଲକ୍ଷ୍ୟ କରାଯାଇଥାଏ । ନାରୀମାନଙ୍କର ବିଭିନ୍ନ କଳକାରଖାନାଗୁଡ଼ିକରେ କର୍ମନିଯୁକ୍ତି ସେମାନଙ୍କର ବୈବାହିକ ଜୀବନରେ ଅନେକ ପରିବର୍ତ୍ତନ ଆଣିପାରିଛି । ଆଉ ମଧ୍ଯ ପ୍ରେମ ବିବାହ (Love marriage) ଏବଂ ଆନ୍ତଃ-ଜାତି ବିବାହ (Inter-caste marriage) ପ୍ରଭୃତି ଅଧ୍ଵକଭାବେ ପରିଲକ୍ଷିତ ହେଉଛି ।

(b) ସାମାଜିକ ଜୀବନ ଉପରେ ପ୍ରଭାବ (Impact on social life) – ପ୍ରଦ୍ୟୋଗର ଉନ୍ନତି ସାମାଜିକ ଜୀବନକୁ ବିପର୍ଯ୍ୟସ୍ତ କରିଛି । ଏହା ଜାତି ପଦ୍ଧତିର ବିଲୋପ ସାଧନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ସମାଜରେ ପ୍ରଚଳିତ ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ ଏବଂ ସାମାଜିକ ମୂଲ୍ୟବୋଧ ପ୍ରଭୃତିକୁ ଏହା ପରିବର୍ତ୍ତିତ କରିବାରେ ସହାୟକ ହୋଇଛି ।

(c) ଧାର୍ମିକ ଜୀବନ ଉପରେ ପ୍ରଭାବ (Impact on religious life) – ପ୍ରୌଦ୍ୟୋଗିକ କାରଣ ଯୋଗୁଁ ଆଜି ବ୍ୟକ୍ତିର ଜ୍ଞାନ, ବିବେକ ଏବଂ ତର୍କଜ୍ଞାନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଛି । ବର୍ତ୍ତମାନ ବ୍ୟକ୍ତି ଧାର୍ମିକ ଅନ୍ଧବିଶ୍ୱାସଦ୍ୱାରା ଅନୁପ୍ରାଣିତ ହେଉନାହିଁ । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବିଭିନ୍ନ ଧାର୍ମିକ ସମୂହର ବ୍ୟକ୍ତିମାନଙ୍କର ଏକତ୍ର କାର୍ଯ୍ୟ କରିବା ଯୋଗୁଁ ଧାର୍ମିକ ବିଭେଦ ହ୍ରାସ ପାଇଁ ଧର୍ମନିରପେକ୍ଷ ଭାବର ଉଦ୍ରେକ ଘଟିଛି ।

CHSE Odisha Class 11 Sociology Unit 4 Short Answer Questions in Odia Medium

(d) ଆର୍ଥନୀତିକ ଜୀବନ ଉପରେ ପ୍ରଭାବ (Impact on economical life) – ପ୍ରାଦ୍ୟୋଗିକ ବିକାଶ ବ୍ୟକ୍ତିର ଆର୍ଥନୀତିକ ଜୀବନକୁ ପ୍ରଭାବିତ କରି ଜୀବନଧାରଣ ମାନକୁ ବୃଦ୍ଧି କରିପାରିଛି । କଳକାରଖାନାର ପ୍ରସାର ଯୋଗୁଁ ଏବଂ ଏହି କଳକାରଖାନାରେ ନୂତନ ଯନ୍ତ୍ରପାତିର ବ୍ୟବହାର ଯୋଗୁଁ ସ୍ବଳ୍ପ ସମୟ ମଧ୍ୟରେ ବହୁ ଦ୍ରବ୍ୟ ଉତ୍ପାଦିତ ହୋଇପାରୁଛି । ଫଳରେ ଏହା ଆର୍ଥନୀତିକ ପ୍ରଗତିକୁ ଉତ୍ସାହିତ କରିଛି ।

4. ସାଂସ୍କୃତିକ ବିଳମ୍ବନ ତତ୍ତ୍ଵକୁ ସଂକ୍ଷେପରେ ଆଲୋଚନା କର ।
Answer:
ସାଂସ୍କୃତିକ ବିଳମ୍ବନ ସାମାଜିକ ପରିବର୍ତ୍ତନର ଏକ ମୁଖ୍ୟ କାରଣରୂପେ ପରିଚିତ । ସାଂସ୍କୃତିକ ବିଳମ୍ବନ ତତ୍ତ୍ବରେ ମୁଖ୍ୟ ପୁରୋଧା ହେଉଛନ୍ତି ଡବ୍ଲ୍ୟୁ.ଏଫ୍.ଓଗ୍‌ବର୍ଷ (W.F.Ogburn) । ତାଙ୍କ ମତରେ, ସଂସ୍କୃତି ମୁଖ୍ୟତଃ ଦୁଇଗୋଟି ବିଭାଗରେ ବିଭକ୍ତ ଅଟେ; ଯଥା – ଭୌତିକ ବା ବସ୍ତୁଭିଭିକ ଏବଂ ଅଭୌତିକ ବା ବସ୍ଵେତ୍ତର । ଭୌତିକ ସଂସ୍କୃତି ସେହିସବୁ ଉପାଦାନକୁ ନେଇ ଗଠିତ ଯେଉଁଗୁଡ଼ିକୁ ଦେଖ୍ହୁଏ ଏବଂ ସ୍ପର୍ଶ କରିହୁଏ । ମାତ୍ର ଅଭୌତିକ ସଂସ୍କୃତି ସେହିସବୁ ଉପାଦାନକୁ ନେଇ ଗଠିତ ଯେଉଁଗୁଡ଼ିକୁ ଦେଖହୁଏ ନାହିଁ କିମ୍ବା ସ୍ପର୍ଶକରି ହୁଏ ନାହିଁ ଓରବର୍ଣ୍ଣଙ୍କ ମତରେ, ଭୌତିକ ସଂସ୍କୃତି ଅଭୌତିକ ସଂସ୍କୃତି ତୁଳନାରେ ଦୃତ ଗତିରେ ପରିବର୍ତ୍ତିତ ହୋଇଥାଏ ।

ଅଭୌତିକ ସଂସ୍କୃତିର ବେଗ ଧୀର ହୋଇଥିବାରୁ ଏହା ଭୌତିକ ସଂସ୍କୃତି ତୁଳନାରେ ପଛରେ ପଡ଼ିଯାଇଥାଏ । ଭୌତିକ ଏବଂ ଅଭୌତିକ ସଂସ୍କୃତି ମଧ୍ୟରେ ସୃଷ୍ଟି ହେଉଥ‌ିବା ବ୍ୟବଧାନକୁ ‘ସାଂସ୍କୃତିକ ବିଳମ୍ବନ’ ବୋଲି କୁହାଯାଏ । ଓରବଙ୍କର ଏକ ଉଦାହରଣ ଦେଇ କହିଛନ୍ତି, କୌଣସି ଏକ ସହରର ଜନସଂଖ୍ୟାର ବୃଦ୍ଧି ଘଟିଲେ, ଏହାକୁ ନିୟନ୍ତ୍ରଣ କରିବାପାଇଁ ପୋଲିସ୍‌ମାନଙ୍କର ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ; କିନ୍ତୁ ଯଦି ଏଥିରେ ପରିବର୍ତ୍ତନ କରା ନ ଯାଏ, ପୋଲିସ ସଂଖ୍ୟା ଜନସଂଖ୍ୟାର ପଛରେ ପଡ଼ିଯାଏ । ଏହି ପରିସ୍ଥିତିରେ ସାଂସ୍କୃତିକ ବିଳମ୍ବନ ସୃଷ୍ଟି ହୋଇଥାଏ ।

ସମାଲୋଚନା (Criticism) – ଓରବଙ୍କର ଏହି ସାଂସ୍କୃତିକ ବିଳମ୍ବନ ତତ୍ତ୍ଵକୁ କେତେକ ସମାଜବିଜ୍ଞାନୀ ସମାଲୋଚନା କରିଅଛନ୍ତି । ସେମାନେ ମତ ଦିଅନ୍ତି ଯେ –
(i) ବସ୍ତୁଭିଭିକ ଏବଂ ବସ୍ତେର୍‌ର ସଂସ୍କୃତି ମଧ୍ୟରେ ପାର୍ଥକ୍ୟ ବିଜ୍ଞାନୀ ଭିଭିକ ନୁହେଁ ।
(ii) ଭେବ୍‌ଲିନ୍ (Veblin) କୁହନ୍ତି ଯେ, ଭୌତିକ ବା ବସ୍ତୁଭିଭିକ ସଂସ୍କୃତିର ଶୀଘ୍ର ପରିବର୍ତ୍ତନ ଆସିଥାଏ । ଏହା କହିବା ଠିକ୍ ନୁହେଁ; ତାହାର କାରଣ ହେଉଛି ଯେ, ପୁଞ୍ଜିପତି ଗୋଷ୍ଠୀ ତାଙ୍କର ଆର୍ତନୀତିକ ସ୍ଥିତିକୁ ଅକ୍ଷୁର୍ଣ୍ଣ ରଖୁବା ନିମିତ୍ତ ଭୌତିକ ସଂସ୍କୃତିରେ ସଂଘଟିତ ପରିବର୍ତ୍ତନର ଦୃଢ଼ ବିରୋଧ କରିଥା’ନ୍ତି ।
(iii) ସଦରଲାଣ୍ଡ, ଉର୍ଡ଼ଙ୍କ ମତରେ, ସାଂସ୍କୃତିକ ବିଳମ୍ବନ ସିଦ୍ଧାନ୍ତର ସର୍ବଶ୍ରେଷ୍ଠ ଦୁର୍ବଳତା ହେଉଛି ଯେ, ଏହା ସାଂସ୍କୃତିକ ପରିବର୍ତ୍ତନ ପ୍ରକ୍ରିୟାକୁ ଅଧ୍ଵରୁ ଅଧିକ ସରଳ କରିଛି ।

CHSE Odisha Class 11 Sociology Unit 4 Long Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 4 ପ୍ରକ୍ରିୟା, ସ୍ତରୀକରଣ ଏବଂ ପରିବର୍ତ୍ତନ Long Answer Questions.

CHSE Odisha 11th Class Sociology Unit 4 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ସାମାଜିକ ପ୍ରକ୍ରିୟା (Social Processes)

1. ସାମାଜିକ ଜୀବନରେ ସହଯୋଗିତାର ଭୂମିକା ଆଲୋଚନା କର ।
Answer:
ସାମାଜିକ ଜୀବନରେ ସହଯୋଗିତାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହି ପ୍ରକ୍ରିୟା ଆମର ସାମାଜିକ ଜୀବନକୁ ସମୃଦ୍ଧି କରିବାରେ ଏକ ନିର୍ଣ୍ଣୟାକ ଭୂମିକା ଗ୍ରହଣ କରିଥାଏ । କୁଲେଙ୍କ ମତରେ, ମନୁଷ୍ୟ ସଭ୍ୟତାର ଇତିହାସ ହେଲା ସାମାଜିକ ସଚେତନତାର ଏବଂ ବିବେକପୂର୍ଣ୍ଣ ସହଯୋଗିତାର ଇତିହାସ । ସ୍ପିନେଜା (Spinoza) ଙ୍କ ମତରେ, ସହଯୋଗ ମନୋବୃତ୍ତି ମନୁଷ୍ୟର ଅହଂକାର ଏବଂ ଆତ୍ମବଡ଼ିମାକୁ ପ୍ରଶମିତ କରିଥାଏ ।

କ୍ରୋପୋଟ୍‌କିନ୍ (Kropotkin) ମତ ଦିଅନ୍ତି ଯେ, ସହଯୋଗିତା ମାନବ ଜୀବନ ପାଇଁ ଗୁରୁତ୍ଵପୂର୍ଣ୍ଣ । ଏହା ବ୍ୟତିରେକେ ମଣିଷର ଜୀବନଧାରଣ ଅସମ୍ଭବ ଅଟେ । ସମାଜବିଜ୍ଞାନୀମାନେ ମତ ଦିଅନ୍ତି ଯେ, ସହଯୋଗ ବିନା ମାନବ ବଞ୍ଚୁପାରିବ ନାହିଁ । ନିମ୍ନରେ ଏହି ସହଯୋଗିତାର ଭୂମିକା ବିଷୟରେ ବିଶ୍ଳେଷଣ କରାଗଲା ।

(i) ସହଯୋଗିତା ସମାଜରେ ସ୍ଥିରତା ଆଣିଥାଏ – ସ୍ଵାମୀ ଏବଂ ସ୍ତ୍ରୀର ପାରସ୍ପରିକ ସହଯୋଗିତାଦ୍ୱାରା ସନ୍ତାନ ଜନ୍ମ ନିଏ । ଫଳରେ ବଂଶର ସୁରକ୍ଷା ହୋଇଥାଏ । ଏହାଦ୍ଵାରା ବଂଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ସମାଜର ସ୍ଥିରତା ଅକ୍ଷୁଣ୍ଣ ରଖାଯାଇଥାଏ ।

(ii) ସହଯୋଗିତା ପାରସ୍ପରିକ ସାହାଯ୍ୟ ଉପରେ ପ୍ରତିଷ୍ଠିତ – ସମାଜ-ବିଜ୍ଞାନୀମାନଙ୍କ ମତରେ, ସହଯୋଗ ବିନା ମାନବ ବଞ୍ଚିପାରିବ ନାହିଁ । ଏହି ସହଯୋଗିତା ମଧ୍ଯ ପଶୁ ସମାଜରେ ଦେଖାଯାଇଥାଏ । ସହଯୋଗିତା ହେଉଛି ସାମାଜିକ ଜୀବନର ଭିତ୍ତିସ୍ତମ୍ଭ । ଜାତି ଏବଂ ଆନ୍ତର୍ଜାତିକ ସ୍ତର ପର୍ଯ୍ୟନ୍ତ ସହଯୋଗିତାର ଭୂକା ଉପଲବ୍ଧ କରାଯାଇଥାଏ । ସାମାଜିକ ଜୀବନରେ ପାରସ୍ପରିକ ସହଯୋଗ ଯେପରି ପ୍ରୟୋଜନ, ଠିକ୍ ସେହିପରି ଆନ୍ତର୍ଜାତିକ ସ୍ତରରେ ମଧ୍ୟ ପାରସ୍ପରିକ ସହଯୋଗର ଆବଶ୍ୟକତା ରହିଛି ।

CHSE Odisha Class 11 Sociology Unit 4 Long Answer Questions in Odia Medium

(iii) ସମାଜକୁ ପ୍ରଗତି ପଥରେ ଅଗ୍ରସର କରାଇଥାଏ – ସହଯୋଗିତା ସମାଜକୁ ପ୍ରଗତି ପତରେ ଅଗ୍ରସର କରିବାରେ ଏକ ଭୂମିକା ଗ୍ରହଣ କରିଥାଏ । ସହଯୋଗିତାଦ୍ୱାରା କୃଷି, ଶିଳ୍ପ, ବାଣିଜ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟାର ଉନ୍ନତି ସମ୍ଭବପର ହୋଇଥାଏ । କାରଣ ଦେଶର ଉନ୍ନତି ଏବଂ ସମୃଦ୍ଧି ଜନସାଧାରଣଙ୍କର ସକ୍ରିୟ ସହଯୋଗ ଉପରେ ନିର୍ଭର କରିଥାଏ ।

(iv) ସହଯୋଗିତା ବିନା ଲକ୍ଷ୍ୟ ପୂରଣ ସମ୍ଭବ ନୁହେଁ – ସହଯୋଗିତା ବିନା ବ୍ୟକ୍ତିଗତ ଏବଂ ସାମୂହିକ ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସହଯୋଗିତାର ଆବଶ୍ୟକତା ରହିଛି । ସହଯୋଗିତାଦ୍ୱାରା ମନୁଷ୍ୟ ମନସ୍ତାତ୍ତ୍ଵିକ ଏବଂ ଆବେଗ ସମ୍ପର୍କୀୟ ଲକ୍ଷ୍ୟ ପୂରଣ କରିଥାଏ । ବ୍ୟକ୍ତିଗତ ସ୍ତରରେ ଗୋଟିଏ ବୃହତ୍ କାର୍ଯ୍ୟକୁ ସମ୍ପୂର୍ଣ କରିବା ଏକ କଷ୍ଟକର ବ୍ୟାପାର ଅଟେ । ଯଦି ବ୍ୟକ୍ତି ପରସ୍ପରକୁ ସହଯୋଗ ଲାଭକରେ ସେ କ୍ଷେତ୍ରରେ ବୃହତ୍ କାର୍ଯ୍ୟ ଅନାୟାସରେ ସମ୍ପୂର୍ଣ୍ଣ ହୋଇଥାଏ । ସହଯୋଗଦ୍ଵାରା ତାଜମହଲ ଏବଂ କୋଣାର୍କ ମନ୍ଦିର ପରି ଐତିହାସିକ କୀର୍ତ୍ତି ନିର୍ମାଣ ସମ୍ଭବପର ହୋଇପାରିଛନ୍ତି ।

(v) ସହଯୋଗିତା ସାମାଜିକ ସୁରକ୍ଷା ପ୍ରଦାନ କରିଥାଏ – ସହଯୋଗିତା ବ୍ୟକ୍ତିକୁ ସାମାଜିକ ସୁରକ୍ଷା ପ୍ରଦାନ କରିଥାଏ । ଯେତେବେଳେ ବ୍ୟକ୍ତି ଜନ୍ମଲାଭ କରେ, ସେତେବେଳେ ସେ ସମ୍ପୂର୍ଣ୍ଣଭାବରେ ଅସହାୟ ଅବସ୍ଥାରେ ଥାଏ । ତା’ର ଶାରୀରିକ ଏବଂ ମାନସିକ ବିକାଶ ନିମିତ୍ତ ସେ ପ୍ରତିମୁହୂର୍ତ୍ତରେ ପରିବାରର ସଦସ୍ୟମାନଙ୍କର ସାହାଯ୍ୟ ଭିକ୍ଷା କରିଥାଏ । ପରିବାରର ସଦସ୍ୟମାନଙ୍କର ପ୍ରତ୍ୟକ୍ଷ ସହଯୋଗଦ୍ଵାରା କାଳକ୍ରମେ ସେ ସମାଜରେ ଏକ ସ୍ବତନ୍ତ୍ର ପ୍ରସ୍ଥିତି ପାଇବାପାଇଁ ସମର୍ଥ ହୋଇଥାଏ ।

(vi) ସାମାଜିକ ଐକ୍ୟ ପ୍ରତିଷ୍ଠା କରିଥାଏ – ସହଯୋଗିତା ଉପରେ ସାମାଜିକ ଏକତା ନିର୍ଭର କରିଥାଏ । ସହଯୋଗ ମନୋବୃତ୍ତି ବ୍ୟକ୍ତିକୁ ପାରସ୍ପରିକ ମତଭେଦକୁ ଭୁଲି ସଙ୍ଗଠିତ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ । ସହଯୋଗିତା ହେତୁ ସାମାଜିକ ବ୍ୟବସ୍ଥାର ପ୍ରତ୍ୟେକ ବିଭାଗ ପରସ୍ପର ସହିତ ସମ୍ବନ୍ଧିତ ହୋଇଥା’ନ୍ତି । ସହଯୋଗିତା ବ୍ୟକ୍ତମାନଙ୍କୁ ପରସ୍ପରର କାର୍ଯ୍ୟରେ ଭାଗ ନେବାକୁ ଯଥେଷ୍ଟ ଉତ୍ସାହ ପ୍ରଦାନ କରିଥାଏ ବୋଲି କୁହାଯାଇପାରେ ।

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟରୂପେ ପ୍ରତୀୟମାନ ହୁଏ ଯେ ସାମାଜିକ ଜୀବନରେ ସହଯୋଗିତା ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଳଂକୃତ କରିଥାଏ । କେବଳ ସହଯୋଗିତା ବଳରେ ଆଜିର ମନୁଷ୍ୟ ତା’ର ସମସ୍ତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାକୁ ସମର୍ଥ ହୋଇପାରିଛି । ଏହି ସହଯୋଗିତାର ଗୁରୁତ୍ଵକୁ ପାରିବାରିକ, ଆର୍ଥିକ, ଧାର୍ମିକ, ରାଜନୀତିକ, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ଉପଲବ୍ଧ କରାଯାଇପାରେ । ତେଣୁ ସଂକ୍ଷେପରେ କହିବାକୁ ଗଲେ ଆଜିର ସମାଜରେ ସହଯୋଗିତାର ଭୂମିକା ଅତୁଳନୀୟ ଅଟେ ।

2. ପ୍ରତିଯୋଗିତାର ପ୍ରକାରଭେଦ ବିଷୟରେ ଆଲୋଚନା କର ।
Answer:
ପ୍ରତିଯୋଗିତା ସାମାଜିକ ଆନ୍ତଃ-କ୍ରିୟାର ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟାରୂପେ ପରିଚିତ । ପ୍ରବୀଣ ସମାଜବିଜ୍ଞାନୀ ଓଗ୍‌ବର୍ଷ (Ogbum) ମତରେ, ଯୋଗାଣ ତୁଳନାରେ ଚାହିଦା ଅଧ‌ିକ ହେଲେ ପ୍ରତିଯୋଗିତା ଦେଖାଯାଇଥାଏ । ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂରଣ ନିମିତ୍ତ ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ବା ସମୂହଗୁଡ଼ିକର ପାରସ୍ପରିକ ଉଦ୍ୟମକୁ ପ୍ରତିଯୋଗିତା କୁହାଯାଇଥାଏ । କୌଣସି ସମାଜ ଏହି ପ୍ରତିଯୋଗିତାର ପରିସରରୁ ସମ୍ପୂର୍ଣ୍ଣଭାବେ ମୁକ୍ତ ନୁହେଁ । ସମାଜର ପ୍ରତ୍ୟେକ କ୍ଷେତ୍ରରେ ଏବଂ ଜୀବନର ପ୍ରତ୍ୟେକ ସ୍ତରରେ ଏହି ପ୍ରତିଯୋଗିତାର ଯଥେଷ୍ଟ ଆବଶ୍ୟକତା ରହିଛି । ନିମ୍ନରେ ପ୍ରତିଯୋଗିତାର ପ୍ରକାରଭେଦ ବିଷୟରେ ବର୍ଣ୍ଣନା କରାଯାଇଛି ।

(i) ସାମାଜିକ ପ୍ରତିଯୋଗିତା (Social competition) – ସମାଜରେ ଉଚ୍ଚ ପ୍ରସ୍ଥିତିର ଅଧିକାରୀ ହେବାପାଇଁ ଲୋକମାନେ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିଥା’ନ୍ତି । ସାଧାରଣତଃ ଦେଖାଯାଇଛି ଯେ, ମନରେ ଉଚ୍ଚ ଅଭିଳାଷ ପୋଷଣ କରି ବ୍ୟକ୍ତି ସବୁବେଳପାଇଁ ପ୍ରତିଯୋଗିତାମୂଳକ କାର୍ଯ୍ୟକଳାପରେ ଲିପ୍ତ ରହିଥାଏ । ତେଣୁ ସମାଜରେ ବ୍ୟକ୍ତିର ସାମାଜିକ ପ୍ରସ୍ଥିତି ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରତିଯୋଗିତା ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସମାଜରେ ଉଚ୍ଚ ପ୍ରସ୍ଥିତି ଅଧିକାର ପାଇଁ ଦୁଇଜଣ ବିଶେଷଜ୍ଞ ଡାକ୍ତରଙ୍କ ମଧ୍ୟରେ ହେଉଥିବା ପ୍ରତିଯୋଗିତା ସାମାଜିକ ପ୍ରତିଯୋଗିତାର ଏକ ଜ୍ଵଳନ୍ତ ଉଦାହରଣ ।

(ii) ଆର୍ଥନୀତିକ ପ୍ରତିଯୋଗିତା (Economic competition) – ଏହିପ୍ରକାର ପ୍ରତିଯୋଗିତା ଆର୍ଥନୀତିକ କ୍ଷେତ୍ରରେ ପରିଦୃଷ୍ଟ ହୋଇଥାଏ । ଏହା ସାଧାରଣତଃ ଦ୍ରବ୍ୟ ଉତ୍ପାଦନ, ଉପଭୋଗ, ବଣ୍ଟନ ଏବଂ ବିନିମୟ କ୍ଷେତ୍ରରେ ସୃଷ୍ଟି ହୋଇଥାଏ । ଦୁଇଟି ଶିଳ୍ପ ପ୍ରତିଷ୍ଠାନ ମଧ୍ୟରେ ହେଉଥିବା ପ୍ରତିଯୋଗିତା ଆର୍ଥନୀତିକ ପ୍ରତିଯୋଗିତାର ଏକ ପ୍ରକୃଷ୍ଟ ଉଦାହରଣ । ଆଧୁନିକ ଶିଳ୍ପଭିଭିକ ସମାଜରେ ଲୋକମାନଙ୍କର ବସ୍ତୁଭିଭିକ ପ୍ରବୃତ୍ତି ଆର୍ଥନୀତିକ ପ୍ରତିଯୋଗିତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

(iii) ସାଂସ୍କୃତିକ ପ୍ରତିଯୋଗିତା (Cultural competition) – ବିଭିନ୍ନ ସାଂସ୍କୃତିକ ସମୂହ ମଧ୍ଯରେ ସାଂସ୍କୃତିକ ପ୍ରତିଯୋଗିତା ଦେଖାଯାଇଥାଏ । ଏହିପ୍ରକାର ପ୍ରତିଯୋଗିତାଦ୍ୱାରା ସମାଜରେ ସାଂସ୍କୃତିକ ବିଭିନ୍ନତା ବୃଦ୍ଧି ପାଇଥାଏ । ଯେତେବେଳେ ଗୋଟିଏ ସଂସ୍କୃତି ଅନ୍ୟ ଏକ ସଂସ୍କୃତି ଉପରେ ନିଜର ଆଧ୍ୟତ୍ୟ ଜାହିର କରିବାକୁ ଚେଷ୍ଟାକରେ, ସେତେବେଳେ ସାଂସ୍କୃତିକ ପ୍ରତିଯୋଗିତା ଦୃଷ୍ଟିଗୋଚରକୁ ଆସିଥାଏ । ବର୍ତ୍ତମାନ ସମାଜରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଧାର୍ମିକ ପ୍ରତିଯୋଗିତା ଏହି ସାଂସ୍କୃତିକ ପ୍ରତିଯୋଗିତାର ଏକ ଜ୍ଵଳନ୍ତ ଉଦାହରଣ ଅଟେ ।

(iv) ପ୍ରଜାତୀୟ ପ୍ରତିଯୋଗିତା (Racial competition) – ବିଭିନ୍ନ ପ୍ରଜାତୀୟ ସମୂହ ମଧ୍ଯରେ ପରିଦୃଷ୍ଟ ହେଉଥିବା ପ୍ରତିଯୋଗିତାକୁ ପ୍ରଜାତୀୟ ପ୍ରତିଯୋଗିତା କୁହାଯାଇଥାଏ । ପ୍ରତ୍ୟେକ ପ୍ରଜାତି ନିଜର ପ୍ରଜାତୀୟ ଗୁଣଗୁଡ଼ିକୁ ଶ୍ରେଷ୍ଠ ମନେକରି ଅନ୍ୟ ପ୍ରଜାତିକୁ ହୀନ ଦୃଷ୍ଟିରେ ଦେଖୁଥା’ନ୍ତି । ଫଳରେ ଦୁଇ ପ୍ରଜାତୀୟ ସମୂହ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । ଏହି ପ୍ରଜାତୀୟ ପ୍ରତିଯୋଗିତା ଆଧୁନିକ ବିଶ୍ଵର ଏକ ମୁଖ୍ୟ ବୈଶିଷ୍ଟ୍ୟ । ଭାରତରେ ଇଣ୍ଡୋ-ଆର୍ଯ୍ୟ ପ୍ରଜାତି ଏବଂ ଦ୍ରାବିଡ଼ୀୟ ପ୍ରଜାତି ମଧ୍ୟରେ ହେଉଥିବା ପ୍ରତିଯୋଗିତା ଏହି ପ୍ରଜାତୀୟ ପ୍ରତିଯୋଗିତାର ଏକ ଉତ୍କୃଷ୍ଟ ଉଦାହରଣ । ସେହିପରି ଦକ୍ଷିଣ ଆମେରିକାରେ ‘ଶ୍ଵେତାଙ୍ଗ’ ଏବଂ ‘ନିଟ୍ରୋ’ମାନଙ୍କ ମଧ୍ୟରେ ହେଉଥିବା ପ୍ରତିଯୋଗିତା ଏହି ପ୍ରଜାତୀୟ ପ୍ରତିଯୋଗିତାର ପ୍ରକୃଷ୍ଟ ଉଦାହରଣ ।

(v) ରାଜନୀତିକ ପ୍ରତିଯୋଗିତା (Political competition) – ରାଜନୈତିକ କ୍ଷେତ୍ରରେ ପ୍ରତୀୟମାନ ହେଉଥିବା ପ୍ରତିଯୋଗିତାକୁ ରାଜନୀତିକ ପ୍ରତିଯୋଗିତା କୁହାଯାଏ । ରାଜନୀତିକ କ୍ଷମତା ହାସଲ କରିବାପାଇଁ ବିଭିନ୍ନ ଦଳ ମଧ୍ଯରେ ହେଉଥିବା ପ୍ରତିଯୋଗିତା ରାଜନୀତିକ ପ୍ରତିଯୋଗିତାର ଉଦାହରଣ ଅଟେ । ରାଜନୀତିକ ପ୍ରତିଯୋଗିତା କେବଳ ବିଭିନ୍ନ ରାଜନୀତିକ ଦଳ ମଧ୍ୟରେ ସୀମାବଦ୍ଧ ନୁହେଁ । ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ସଦସ୍ୟମାନଙ୍କ ମଧ୍ୟରେ ମଧ୍ୟ ରାଜନୀତିକ ସୁବିଧା ହାସଲପାଇଁ ପ୍ରତିଯୋଗିତା ଲାଗି ରହିଥାଏ । ଗଣତାନ୍ତ୍ରିକ ଦେଶରେ ଏହି ପ୍ରକାର ପ୍ରତିଯୋଗିତା ଲକ୍ଷ୍ୟ କରାଯାଇଥାଏ । ଆଉ ମଧ୍ଯ ଆନ୍ତର୍ଜାତୀୟ ସ୍ତରରେ ଏହି ପ୍ରତିଯୋଗିତା ପରିଦୃଷ୍ଟ ହୋଇଥାଏ ।

(vi) ବ୍ୟକ୍ତିଗତ ଏବଂ ଅର୍ବେର୍ତ୍ତିକ ପ୍ରତିଯୋଗିତା (Personal and impersonal competition) – ଯେତେବେଳେ ଜଣେ ବ୍ୟକ୍ତି ସହିତ ପ୍ରତ୍ୟକ୍ଷଭାବେ ପ୍ରତିଯୋଗିତାରେ ରତ ରୁହେ, ତାହାକୁ ବ୍ୟକ୍ତିଗତ ପ୍ରତିଯୋଗିତା କୁହାଯାଇଥାଏ । ଗିଲିନ୍ ଏବଂ ଗିଲିନ୍ (Gillin and Gillin) ଏହାକୁ ସଚୈତନିକ ପ୍ରତିଯୋଗିତାଭାବେ ଅଭିହିତ କରିଛନ୍ତି । ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିବାପାଇଁ ଏବଂ ନିର୍ଦ୍ଦିଷ୍ଟ ଖେଳରେ ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ହେଉଥିବା ପ୍ରତିଯୋଗିତା ବ୍ୟକ୍ତିଗତ ପ୍ରତିଯୋଗିତାର ପରିସରଭୁକ୍ତ ଅଟେ ।

ଅନ୍ୟପକ୍ଷରେ ଅବୈତ୍ତିକ ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ବ୍ୟକ୍ତିଗତ ସ୍ତରରେ ପ୍ରତିଯୋଗିତା କରି ନ ଥା’ନ୍ତି । ଏକ ସମୂହର ସଦସ୍ୟଭାବେ ସେମାନେ ଅନ୍ୟ ଏକ ସମୂହ ସହିତ ପ୍ରତିଯୋଗିତା କରିଥା’ନ୍ତି । ଭାରତରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍, ଶିଖ୍ ପ୍ରଭୃତି ଧାର୍ମିକ ସମୂହ ମଧ୍ଯରେ ହେଉଥିବା ପ୍ରତିଯୋଗିତା ଅବୈଲ୍ଲିକ ପ୍ରତିଯୋଗିତାଭାବେ ପରିଚିତ ।

3. ପ୍ରତିଯୋଗିତାର ପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କର ।
Answer:
ଏକ ସାମାଜିକ ପ୍ରକ୍ରିୟାଭାବେ ବ୍ୟକ୍ତି ଜୀବନରେ ପ୍ରତିଯୋଗିତାର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ପ୍ରତିଯୋଗିତା ବ୍ୟତିରେକେ ବ୍ୟକ୍ତି ଏବଂ ସମାଜର ବିକାଶ ସମ୍ଭବ ଅଟେ । ଏହା ଉଭୟ ବ୍ୟକ୍ତି ଏବଂ ସମାଜ ପାଇଁ କେତେକ ଉପକାରୀ ପ୍ରକାର୍ଯ୍ୟ ସମ୍ପାଦନ କରିଥାଏ । ବ୍ୟକ୍ତିର ସାମାଜିକ, ଅର୍ଥନୈତିକ, ଧାର୍ମିକ, ସାଂସ୍କୃତିକ ଏବଂ ରାଜନୀତିକ ଜୀବନ ପ୍ରତିଯୋଗିତାର ପରିସରକୁ ମୁକ୍ତ ନୁହେଁ । ଏଚ୍.ଟି. ମଜୁମ୍ଦାର (H.T. Mazumdar) ଏହି ପ୍ରତିଯୋଗିତାର ସମସ୍ତ ପ୍ରକାର୍ଯ୍ୟଗୁଡ଼ିକୁ ଦୁଇଟି ମୁଖ୍ୟ ବିଭାଗରେ ବିଭକ୍ତ କରିଛନ୍ତି; ଯଥା – ସକାରାତ୍ମକ ଏବଂ ନକାରାତ୍ମକ ପ୍ରକାର୍ଯ୍ୟ ।

(a) ସକାରାତ୍ମକ ପ୍ରକାର୍ଯ୍ୟ (Positive functions) :

  1. ବ୍ୟକ୍ତିର ପ୍ରସ୍ଥିତି ନିର୍ଦ୍ଧାରଣ କରିଥାଏ – ଏହି ପ୍ରତିଯୋଗିତା ସମାଜରେ ବ୍ୟକ୍ତିର ପ୍ରସ୍ଥିତିକୁ ନିର୍ଦ୍ଧାରଣ କରିଥାଏ । ଏହା ଉପଯୁକ୍ତ ବ୍ୟକ୍ତିକୁ ଉପଯୁକ୍ତ ସ୍ଥାନରେ ଅବସ୍ଥାପିତ କରିଥାଏ । ଆଉ ମଧ୍ଯ ଏହା ବ୍ୟକ୍ତିର କାର୍ଯ୍ୟକଳାପ, ପାରଦର୍ଶିତା ଆଦିକୁ ନିର୍ଦ୍ଧାରଣ କରିଥାଏ । ସମାଜରେ ବିଶେଷ ଖ୍ୟାତି ଏବଂ ଉଚ୍ଚସମ୍ମାନର ଅଧିକାରୀ ହେବାପାଇଁ ପ୍ରତିଯୋଗିତା ଲୋକମାନଙ୍କ ମଧ୍ୟରେ ଯଥେଷ୍ଟ ପ୍ରେରଣା ଯୋଗାଇଥାଏ ।
  2. ପ୍ରତ୍ୟକ୍ଷ ସଂଘର୍ଷରୁ ନିବୃତ୍ତ କରିଥାଏ – ପ୍ରତିଯୋଗିତା ବ୍ୟକ୍ତିମାନଙ୍କୁ ପ୍ରତ୍ୟକ୍ଷ ସଂଘର୍ଷରୁ ନିବୃତ୍ତ କରିଥାଏ । କେତେକ ସ୍ଵଳ୍ପ ଦ୍ରବ୍ୟର ଅଧିକାରୀ ହେବାପାଇଁ ଲୋକମାନେ ପରସ୍ପର ସହିତ ପ୍ରତିଯୋଗିତାରେ ଲିପ୍ତ ରହିଥା’ନ୍ତି । ଅନେକ ସମୟରେ ଏହା ସମାଜ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ । ଏହି ପରିସ୍ଥିତିରେ ପ୍ରତିଯୋଗିତା ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିଥାଏ । ତେଣୁ କୁହାଯାଇପାରେ ଯେ, ପ୍ରତିଯୋଗିତା ମାନବ ସମାଜକୁ ଉତ୍କୃଷ୍ଟ ଉପାୟରେ ସଙ୍ଗଠିତ କରିଥାଏ ।
  3. ସୁସ୍ଥ ପ୍ରତିଯୋଗିତା ସାମାଜିକ ଏବଂ ଆର୍ଥନୀତିକ ପ୍ରଗତିର ପ୍ରତୀକ ସ୍ଵରୂପ – ସୁସ୍ଥ ପ୍ରତିଯୋଗିତା ମାନବ କଲ୍ୟାଣର ଏକ ଅପରିହାର୍ଯ୍ୟ ଅଂଶରୂପେ ବିବେଚିତ ହୋଇଥାଏ । ସମାଜର ସମସ୍ତପ୍ରକାର ବସ୍ତୁଭିଭିକ ଏବଂ ଅବସ୍ତୁଭିତ୍ତିକ ବିକାଶ କେବଳ ମାତ୍ର ଲୋକମାନଙ୍କର ପ୍ରତିଯୋଗିତାମୂଳକ ପ୍ରବୃତ୍ତି ଯୋଗୁଁ ସମ୍ଭବପର ହୋଇଥାଏ । ପ୍ରତିଯୋଗିତା ସମାଜର ବିଜ୍ଞାନ ଏବଂ ବୈଷୟିକ ବିଦ୍ୟାର ଉନ୍ନତିକୁ ତ୍ବରାନ୍ବିତ କରିଥାଏ । ବର୍ତ୍ତମାନ ବିଭିନ୍ନ ପ୍ରକାର ବୈଜ୍ଞାନିକ ଉଦ୍ଭାବନ ଏବଂ ଆବିଷ୍କାର କେବଳ ପ୍ରତିଯୋଗିତା ଯୋଗୁଁ ସମ୍ଭବ ହୋଇଛି । ଏହା ସମସ୍ତ ବ୍ୟକ୍ତି ତଥା ସମାଜର ସମ୍ପୂର୍ଣ୍ଣ ବିକାଶ ପ୍ରକ୍ରିୟାକୁ ସମୃଦ୍ଧ କରିଥାଏ ।
  4. ବୃହତ୍ତର ସାମାଜିକ ଭାବନା ସୃଷ୍ଟି – ପ୍ରବୀଣ ସମାଜବିଜ୍ଞାନୀ କୁଲେଙ୍କ ମତରେ, ସୁସ୍ଥ ପ୍ରତିଯୋଗିତା ଏକ ବୃହତ୍ତର ସାମାଜିକ ଭାବନା ସୃଷ୍ଟି କରିଥାଏ । ଯେତେବେଳେ ଜଣେ ପ୍ରତିଯୋଗୀ ଅନ୍ୟ ଜଣେ ପ୍ରତିଯୋଗୀର ଗୁଣ ଏବଂ ବିଶେଷ ପ୍ରତିଭା ବିଷୟରେ ଧାରଣା ଆଣେ, ସେତେବେଳେ ସେ ତା’ ପ୍ରତି ଶତ୍ରୁତା ଆଚରଣ ପ୍ରଦର୍ଶନ କରିବା ପରିବର୍ତ୍ତେ ତା’ ପ୍ରତି ଗଭୀର ଶ୍ରଦ୍ଧା ଏବଂ ସମ୍ମାନ ପ୍ରଦର୍ଶନ କରିଥାଏ । ଏହା ଫଳରେ ତା’ ମନରୁ ସଂକୀର୍ଣ୍ଣତା ମନୋଭାବ ଦୂରେଇଯାଏ ଏବଂ ତା’ ମନରେ ଏକ ବିରାଟ ଭାବନାର ଉଦ୍ରେକ ହୋଇଥାଏ ।
  5. ଅଭିଜ୍ଞତାର ଉତ୍ସ – ପ୍ରତିଯୋଗିତା ମନୁଷ୍ୟ ମନରେ ନୂତନ ପ୍ରକାର ଅଭିଜ୍ଞତା ଆଣିଦେଇଥାଏ ଯାହାକି ତା’ର ପରବର୍ତ୍ତୀ ଜୀବନର ବିକାଶ ପଥରେ ଯଥେଷ୍ଟ ସାହାଯ୍ୟ କରିଥାଏ । ଏହି ନୂତନ ଅଭିଜ୍ଞତା ଭବିଷ୍ୟତରେ ମନୁଷ୍ୟର ଆଶା ପୂରଣ କରିବାରେ ସହାୟକ ହୋଇଥାଏ ।
  6. ପ୍ରତିଯୋଗୀମାନଙ୍କର ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ – ପ୍ରତିଯୋଗୀତା ପ୍ରତିଯୋଗୀମାନଙ୍କର ବ୍ୟବହାର ଏବଂ ଦୃଷ୍ଟିଭଙ୍ଗୀକୁ କେତେକ ନୀତି-ନିୟମ ମାଧ୍ୟମରେ ନିୟନ୍ତ୍ରିତ କରିଥାଏ । ପ୍ରତିଯୋଗିତା ପାଇଁ ଉଦ୍ଦିଷ୍ଟ ନୀତିନିୟମକୁ ସମ୍ମାନ ପ୍ରଦର୍ଶନ କରିବାପାଇଁ ଏହା ପ୍ରତିଯୋଗୀମାନଙ୍କୁ ନିର୍ଦ୍ଦେଶ ଦେଇଥାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

(b) ନକାରାତ୍ମକ ପ୍ରକାର୍ଯ୍ୟ (Negative functions) :
ସକାରାତ୍ମକ କାର୍ଯ୍ୟ ବ୍ୟତୀତ ପ୍ରତିଯୋଗିତା ସମାଜରେ କେତେକ ନକାରାତ୍ମକ ବା ନାସ୍ତାତ୍ମକ (negative) କାର୍ଯ୍ୟ ସମ୍ପାଦନ କରିଥାଏ । ଏହି ପ୍ରକାର୍ଯ୍ୟଗୁଡ଼ିକ ସାମାଜିକ ବିକାଶକୁ ବାଧାପ୍ରାପ୍ତ କରିଥା’ନ୍ତି। ଏଚ୍.ଟି. ମଜୁମ୍ଦାର ପ୍ରତିଯୋଗିତାର କେତେଗୁଡ଼ିଏ ନାସ୍ତାତ୍ମକ କାର୍ଯ୍ୟ ବିଷୟରେ ସୂଚନା ଦେଇଅଛନ୍ତି ।

  1. ନୈରାଶ୍ୟଭାବ ଉଦ୍ରେକ କରିଥାଏ – ପ୍ରତିଯୋଗିତା ସମୟରେ ଏହା ପ୍ରତିଯୋଗୀମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି କରିଥାଏ । ଯେତେବେଳେ ପ୍ରତିଯୋଗୀମାନେ ଆବଶ୍ୟକୀୟ ଜିନିଷଗୁଡ଼ିକୁ ପାଇବାରେ ଅସମର୍ଥ ହୁଅନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ନୈରାଶ୍ୟଭାବ ସୃଷ୍ଟି ହୋଇଥାଏ । ଉଦାହରଣସ୍ୱରୂପ – ଯଦି ଜଣେ ଛାତ୍ର ପରୀକ୍ଷାରେ ବାରମବାର ଅକୃତକାର୍ଯ୍ୟ ହୁଏ, ସେତେବେଳେ ତା’ ମନରେ ନୈରାଶ୍ୟଭାବ ସୃଷ୍ଟି ହୋଇଥାଏ ।
  2. ଏକାଧୂପତ୍ୟ (Monopoly) କୁ ବୃଦ୍ଧି କରିଥାଏ – ପ୍ରତିଯୋଗିତାର ଆଉ ଏକ ଅପକାରିତା ହେଉଛି ଯେ, ଏହା ଏକାଧୂପତ୍ୟକୁ ବୃଦ୍ଧି କରିଥାଏ । ପୁଞ୍ଜିପତି ଅର୍ଥନୀତି ବ୍ୟବସ୍ଥାରେ ଅସୀମ ପ୍ରତିଯୋଗିତା। ଏକାଧୂପତ୍ୟକୁ ସୃଷ୍ଟି କରିଥାଏ ।
  3. ସଂଘର୍ଷର ରୂପରେଖ ନେଇଥାଏ – ଅନେକ ସମୟରେ ଏହି ପ୍ରତିଯୋଗିତା ସଂଘର୍ଷର ରୂପ ଧାରଣ କରେ । ଏହି ପ୍ରତିଯୋଗିତା ଅସଙ୍ଗତ ପ୍ରକୃତି ଧାରଣ କଲେ, ତାହା ପ୍ରତିଯୋଗୀମାନଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି କରିଥାଏ । ତେଣୁ ପ୍ରତିଯୋଗିତାର ଅସଙ୍ଗତ ବ୍ୟବହାର ହେଉଛି ଏକ ମୁଖ୍ୟ ବିଶୃଙ୍ଖଳାତ୍ମକ ପରିଣାମ । ଫଳରେ ଲୋକମାନଙ୍କର ଆଶା, ଭରସା ଧୂଳିସାତ୍‌ ହେବା ସଙ୍ଗେ ସଙ୍ଗେ ଆର୍ଥନୀତିକ ବିକାଶ ବାଧାପ୍ରାପ୍ତ ହୋଇଥାଏ ।
  4. ଆବେଗାତ୍ମକ ଏବଂ ମନସ୍ତାତ୍ତ୍ଵିକ ବିଶୃଙ୍ଖଳା ସୃଷ୍ଟି କରିଥାଏ – ପ୍ରତିଯୋଗିତା ସମାଜରେ ଆବେଗାତ୍ମକ ଏବଂ ମନସ୍ତାତ୍ତ୍ଵିକ ବିଶୃଙ୍ଖଳା ସୃଷ୍ଟି କରିଥାଏ । ବେଳେବେଳେ ଏହା ପ୍ରତିଯୋଗୀମାନଙ୍କ ମନରେ ଅସୌଜନ୍ୟମୂଳକ ଏବଂ ପ୍ରତିକୂଳ ମନୋଭାବ ବୃଦ୍ଧି କରିଥାଏ । ଏହି ପ୍ରତିଯୋଗିତାଦ୍ୱାରା ବହୁ ସମୟରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ହିଂସା, କ୍ରୋଧ, ପରଶ୍ରୀକାତରତା ଏବଂ ରକ୍ତର ତାଣ୍ଡବଲୀଳା ସଂଘଟିତ ହୋଇଥାଏ ।

ଉପରୋକ୍ତ ଆଲୋଚନାରୁ ଜଣାପଡ଼େ ଯେ, ପ୍ରତିଯୋଗିତା ସମାଜରେ କେତେକ ପ୍ରକାର୍ଯ୍ୟକୁ ସମ୍ପାଦନ କରିବା ସଙ୍ଗେ ସଙ୍ଗେ କେତେକ ଅପକାର୍ଯ୍ୟକୁ ମଧ୍ଯ ସମ୍ପାଦନ କରିଥାଏ । ମାତ୍ର କୁହାଯାଇପାରେ ଯେ, ଏହି ପ୍ରତିଯୋଗିତା ସମାଜ ପାଇଁ ହିତକାରୀ ଅଟେ । କାରଣ ସୁସ୍ଥ ପ୍ରତିଯୋଗିତା ଆର୍ଥନୀତିକ ପ୍ରଗତିକୁ ତ୍ବରାନ୍ବିତ କରିଥାଏ । ପ୍ରତିଯୋଗିତା ମଧ୍ୟ ବ୍ୟକ୍ତିକୁ କଠିନ ପରିଶ୍ରମ କରିବାପାଇଁ ପ୍ରେରଣା ପ୍ରଦାନ କରିଥାଏ ।

4. ସଂଘର୍ଷର ପ୍ରକାରଭେଦ ବିଷୟରେ ଆଲୋଚନା କର ।
Answer:
ସଂଘର୍ଷ ହେଉଛି ସାମାଜିକ ସଂଗ୍ରାମର ଏକ ପରିମାର୍ଜିତ ରୂପ । ସାମାଜିକ ଆନ୍ତଃକ୍ରିୟାର ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟାରୂପେ ସଂଘର୍ଷ ପରିଚିତ । ଏହି ପ୍ରକ୍ରିୟାରେ ଗୋଟିଏ ପକ୍ଷ ଅନ୍ୟପକ୍ଷକୁ ଧ୍ବଂସ କରିବାପାଇଁ ହିଂସାତ୍ମକ କାର୍ଯ୍ୟର ସାହାଯ୍ୟ ନେଇଥାଏ । ଯେତେବେଳେ ପ୍ରତିଯୋଗୀମାନଙ୍କର ଦୃଷ୍ଟିଭଙ୍ଗୀ ପ୍ରତିଯୋଗିତାରୁ ବାହାରିଯାଇ ନିଜ ଉପରେ ସନ୍ନିବଦ୍ଧ ହୋଇଥାଏ, ସେତେବେଳେ ସଂଘର୍ଷ ଜନ୍ମ ଲାଭ କରିଥାଏ । କିଙ୍ଗସ୍କେ ଡେଭିସ୍ (Kingsley Davis) ଙ୍କ ମତରେ, ‘‘ସଂଗ୍ରାମର ଏକ ପରିମାର୍ଜିତ ରୂପକୁ ସଂଘର୍ଷ କୁହାଯାଏ ।’’

ସଂଘର୍ଷର ପ୍ରକାରଭେଦ (‘Types of conflict) :
ଗିଲିନ୍ ଏବଂ ଗିଲିନ୍ (Gillin and Gillin) ସଂଘର୍ଷକୁ ପାଞ୍ଚ ଭାଗରେ ବିଭକ୍ତ କରିଛନ୍ତି ।

ବ୍ୟକ୍ତିଗତ ସଂଘର୍ଷ (Personal conflict) : ଯେତେବେଳେ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଘୃଣା, କ୍ରୋଧ ଏବଂ ଶତ୍ରୁତା ଯୋଗୁଁ ସଂଘର୍ଷ ଦେଖାଦିଏ, ତାହାକୁ ବ୍ୟକ୍ତିଗତ ସଂଘର୍ଷ ବୋଲି କୁହାଯାଇଥାଏ । କୌଣସି ମହାବିଦ୍ୟାଳୟର ସମ୍ପାଦକ ସ୍ଥାନ ଅଳଂକୃତ କରିବାପାଇଁ ଦୁଇଜଣ ଛାତ୍ରଙ୍କ ମଧ୍ୟରେ ହେଉଥିବା ସଂଘର୍ଷ ଏହି ବ୍ୟକ୍ତିଗତ ସଂଘର୍ଷର ଏକ ଉଦାହରଣ ଅଟେ । ଏହି ପ୍ରକାର ସଂଘର୍ଷ ବ୍ୟକ୍ତିଗତ ଜୀବନ ପାଇଁ ଉପଯୋଗୀ ହେଉଥିବା ସ୍ଥଳେ ସମାଜ ପାଇଁ କ୍ଷତିକାରକ ଅଟେ ।

ପ୍ରଜାତୀୟ ସଂଘର୍ଷ (Racial conflict) : ଦୁଇ ପ୍ରଜାତୀୟ ସମୂହ ମଧ୍ୟରେ ଶ୍ରେଷ୍ଠତା ଏବଂ ଏହି ହୀନମନ୍ୟ ଭାବକୁ ଭିଭି ଯେଉଁ ସଂଘର୍ଷ ସୃଷ୍ଟି ହୁଏ, ତାହାକୁ ପ୍ରଜାତୀୟ ସଂଘର୍ଷ ବୋଲି କୁହାଯାଇଥାଏ । ଦକ୍ଷିଣ ଆମେରିକାର ଗୋରା ଏବଂ ନିଗ୍ରୋମାନଙ୍କ ମଦ୍‌ୟରେ ଏହି ପ୍ରକାର ସଂଘର୍ଷ ଦେଖାଯାଇଥାଏ ।

ଶ୍ରେଣୀ ସଂଘର୍ଷ (Class conflict) : ଶ୍ରେଣୀ ସଂଘର୍ଷ ସ୍ୱାର୍ଥ ପୂରଣ ପାଇଁ ବିଭିନ୍ନ ଶ୍ରେଣୀ ମଧ୍ଯରେ ସଂଘଟିତ ହୋଇଥାଏ । ନିଜର ସ୍ୱାର୍ଥ ପୂରଣ କରିବା ହେଉଛି ଏହି ସଂଘର୍ଷର ମୂଳ ଉଦ୍ଦେଶ୍ୟ । ଶ୍ରେଣୀ ସଂଘର୍ଷର ମୁଖ୍ୟ ପୁରୋଧା ହେଉଛନ୍ତି କାର୍ଲମାର୍କସ୍ । ତାଙ୍କ ମତରେ, ପ୍ରତ୍ୟେକ ସମାଜରେ ସବୁବେଳ ପାଇଁ ଦୁଇଟି ବିରୋଧୀ ଶ୍ରେଣୀ; ଯଥା – ଶୋଷକ ଏବଂ ଶୋଷିତ ଶ୍ରେଣୀ ଦେଖାଯାଇଥାଏ ।

ଯେତେବେଳେ ଶୋଷକ ଶ୍ରେଣୀର ନୀତିନିୟମ ଶୋଷିତ ଶ୍ରେଣୀ ପାଇଁ ଅସହାୟ ହୋଇପଡ଼େ, ସେତେବେଳେ ଶ୍ରେଣୀ ସଂଘର୍ଷ ଦେଖାଦିଏ । ତେଣୁ କୁହାଯାଇପାରେ ଯେ, ଯେତେବେଳେ ଶୋଷକ ଏବଂ ଶୋଷିତ ଗୋଷ୍ଠୀ ପରସ୍ପରର ବିରୋଧୀ ହୋଇ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ ସଂଘର୍ଷରତ ହୁଅନ୍ତି, ତାହାକୁ ଶ୍ରେଣୀ ସଂଘର୍ଷ କୁହାଯାଇଥାଏ ।

ରାଜନୀତିକ ସଂଘର୍ଷ (Political conflict) : ଯେତେବେଳେ ଗୋଟିଏ ଦେଶର ବିଭିନ୍ନ ରାଜନୀତିକ ଦଳ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୁଏ, ତାହାକୁ ରାଜନୀତିକ ସଂଘର୍ଷ ବୋଲି କୁହାଯାଇଥାଏ । କ୍ଷମତା ହାସଲ କରିବା ହେଉଛି ଏହି ସଂଘର୍ଷର ମୂଳ ଲକ୍ଷ୍ୟ । ଆଦର୍ଶଗତ ପାର୍ଥକ୍ୟ ଭିତ୍ତିରେ ଏହି ପ୍ରକାର ସଂଘର୍ଷର ସୂତ୍ରପାତ ହୋଇଥାଏ । ଭାରତରେ ବିଭିନ୍ନ ରାଜନୀତିକ ଦଳ; ଯଥା – କଂଗ୍ରେସ, ଭାରତୀୟ ଜନତା ପାର୍ଟି, କମ୍ୟୁନିଷ୍ଟ ପାର୍ଟି ପ୍ରଭୃତି ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ଯେଉଁ ସଂଘର୍ଷ ଦେଖାଯାଇଥାଏ, ତାହା ରାଜନୀତିକ ସଂଘର୍ଷର ଉଦାହରଣ ।

ଆନ୍ତର୍ଜାତୀୟ ସଂଘର୍ଷ (International conflict) : ଯେତେବେଳେ ସଂଘର୍ଷ ବିଭିନ୍ନ ଜାତି ଏବଂ ଦେଶଦେଶ ମଧ୍ୟରେ ସଂଘଟିତ ହୁଏ, ତାହାକୁ ଆନ୍ତର୍ଜାତୀୟ ସଂଘର୍ଷ କୁହାଯାଏ । କାଶ୍ମୀର ସମସ୍ୟାକୁ ଭିଭିକରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେଉଥିବା ସଂଘର୍ଷ ଏହାର ଉଦାହରଣ ଅଟେ । ଏହି ସଂଘର୍ଷ ମୁଖ୍ୟତଃ ଆନ୍ତର୍ଜାତୀୟ ସ୍ତରରେ ଦେଖାଯାଇଥାଏ । ସଂଘର୍ଷର ଉପରୋକ୍ତ ପ୍ରକାରଭେଦ ବ୍ୟତୀତ ଆଉ କେତେକ ପ୍ରକାର ସଂଘର୍ଷ ଦେଖାଦେଇଥାଏ । ସେଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।

(i) ବ୍ୟକ୍ତିଗତ ଏବଂ ସମ୍ମିଳିତ ସଂଘର୍ଷ (Personal and corporate conflict) : ଯେତେବେଳେ ସଂଘର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ସମୂହ ମଧ୍ୟରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସୀମିତ ରହେ, ତାହା ବ୍ୟକ୍ତିଗତ ସଂଘର୍ଷଭାବେ ପରିଚିତ । ଅନ୍ୟ ଅର୍ଥରେ ଈର୍ଷା, ଶତ୍ରୁତା ଏବଂ ସ୍ତ୍ରୀ ମଧ୍ୟରେ ଦୃହ, ଶିକ୍ଷକ-ଛାତ୍ରମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ଏବଂ ପିତାମାତା ଏବଂ ପିଲାମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ବ୍ୟକ୍ତିଗତ ସଂଘର୍ଷର ପରିସରଭୁକ୍ତ ଅଟେ ।

କିନ୍ତୁ ଯେତେବେଳେ ସମାଜ ମଧ୍ୟରେ ଥିବା ଗୋଟିଏ ସମୂହ ଆଉ ଏକ ସମୂହ ସହିତ ସଂଘର୍ଷରେ ଲିପ୍ତ ରୁହେ ତାହାକୁ ସମ୍ମିଳିତ ସଂଘର୍ଷ ବୋଲି କୁହାଯାଇଥାଏ । ଶ୍ରମିକ-ମାଲିକ ସଂଘର୍ଷ, ସାମ୍ପ୍ରଦାୟିକ ଦଙ୍ଗା ଏହି ସଂଘର୍ଷର ଉଦାହରଣ ଅଟେ । ଏପ୍ରକାର ସଂଘର୍ଷରେ ସାମୁହିକ ସ୍ୱାର୍ଥ ହାସଲ ପାଇଁ ବ୍ୟକ୍ତିମାନେ ଏକତ୍ରିତ ଭାବରେ ସଂଘର୍ଷ କରିଥା’ନ୍ତି ।

(ii) ଅବ୍ୟକ୍ତ ଏବଂ ପ୍ରକାଶ୍ୟ ସଂଘର୍ଷ (Latent and overt conflict) : ଅବ୍ୟକ୍ତ ସଂଘର୍ଷ କ୍ଷେତ୍ରରେ ସଂଘର୍ଷରତ ପକ୍ଷମାନେ ମାନସିକ ସ୍ତରରେ ପରସ୍ପରର କ୍ଷତିସାଧନ କରିବାକୁ ଚେଷ୍ଟା କରିଥା’ନ୍ତି । ଏହି ସଂଘର୍ଷ ପ୍ରକାଶ୍ୟରୂପେ ଅନୁଭୂତ ହୋଇ ନ ଥାଏ । ଏହା ଅପ୍ରକାଶିତ ସଂଘର୍ଷ ନାମରେ ମଧ୍ୟ ପରିଚିତ ।

କିନ୍ତୁ ଯେତେବେଳେ ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ବା ସମୂହ ମଧ୍ଯରେ ଖୋଲାଖୋଲିଭାବେ ସଂଘର୍ଷ ଦେଖାଦିଏ, ଦାହାକୁ ପ୍ରକାଶ୍ୟ ସଂଘର୍ଷ ବୋଲି କୁହାଯାଇଥାଏ । ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ସଂଘର୍ଷ ଏବଂ ଦେଶ-ଦେଶ ମଧ୍ୟରେ ଯୁଦ୍ଧ ଏହି ପ୍ରକାଶ୍ୟ ସଂଘର୍ଷର ଉଦାହରଣ ଅଟେ ।

(iii) ପ୍ରତ୍ୟକ୍ଷ ସଂଘର୍ଷ ଏବଂ ପରୋକ୍ଷ ସଂଘର୍ଷ (Direct and Indirect conflict) : ମାକାଇଭର୍‌ ଏବଂ ପେଜ୍ (Maclver and Page) ସଂଘର୍ଷକୁ ଦୁଇଭାଗରେ ବିଭକ୍ତ କରିଅଛନ୍ତି; ଯଥା – (i) ପ୍ରତ୍ୟକ୍ଷ ସଂଘର୍ଷ ଏବଂ (ii) ପରୋକ୍ଷ ସଂଘର୍ଷ ।

ଯେତେବେଳେ ବ୍ୟକ୍ତି ବା ସମୂହ ମଧ୍ଯରେ ପ୍ରତ୍ୟକ୍ଷଭାବେ ସଂଘର୍ଷ ସୃଷ୍ଟି ହୁଏ, ତାହାକୁ ପ୍ରତ୍ୟକ୍ଷ ସଂଘର୍ଷ କୁହାଯାଇଥାଏ । ଏହିପ୍ରକାର ସଂଘର୍ଷରେ ଉଭୟପକ୍ଷ ପରସ୍ପରର ଧ୍ବଂସସାଧନ କରିବାକୁ ଚେଷ୍ଟା କରିଥା’ନ୍ତି । ଯୁଦ୍ଧ, ସାମ୍ପ୍ରଦାୟିକ ଦଙ୍ଗା ଇତ୍ୟାଦି ପ୍ରତ୍ୟକ୍ଷ ସଂଘର୍ଷର ଉଦାହରଣ ଅଟେ ।

କିନ୍ତୁ ଯେତେବେଳେ ବ୍ୟକ୍ତି ବା ସମୂହଗୁଡ଼ିକ ପରୋକ୍ଷଭାବେ ପରସ୍ପରର କ୍ଷତିସାଧନ ପାଇଁ ଚେଷ୍ଟା କରିଥା’ନ୍ତି, ସେତେବେଳେ ପରୋକ୍ଷ ସଂଘର୍ଷ ସୃଷ୍ଟି ହୋଇଥାଏ । ଏହି ସଂଘର୍ଷରେ ଉଭୟପକ୍ଷ ଗୋଟିଏ ଲକ୍ଷ୍ୟ ପୂରଣ କରିବାପାଇଁ ଚେଷ୍ଟା କରିଥା’ନ୍ତି ।

CHSE Odisha Class 11 Sociology Unit 4 Long Answer Questions in Odia Medium

5. ସଂଘର୍ଷର ପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କର ।
Answer:
ସଂଘର୍ଷ ସାମାଜିକ ଆନ୍ତଃକ୍ରିୟାର ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହା ଉଭୟ ବ୍ୟକ୍ତି ଏବଂ ସମାଜ ପାଇଁ ଏକାନ୍ତ ଆବଶ୍ୟକ ଅଟେ । ସାମ୍ୟବାଦର ଜନକ କାର୍ଲମାର୍କସ (Karl Marx) କହିଛନ୍ତି, ‘ଆଜିପର୍ଯ୍ୟନ୍ତ ଧରାପୃଷ୍ଠରେ ତିଷ୍ଠିରହିଥିବା ସମସ୍ତ ସମାଜର ଇତିହାସ ହେଉଛି ଶ୍ରେଣୀ ସଂଘର୍ଷର ଇତିହାସ’ । (The history of all hitherto existing society is the history of class struggle) । ଯେତେବେଳେ ସଂଘର୍ଷର ପ୍ରକୃତି ଗଠନାତ୍ମକ ହୁଏ, ସେତେବେଳେ ଏହା ସମୁଦାୟ ଶାନ୍ତ ବାତାବରଣକୁ ବିପର୍ଯ୍ୟସ୍ତ କରି ସମାଜର ସମସ୍ତ ବିକାଶକୁ ବାଧାପ୍ରାପ୍ତ କରିଥାଏ । ସଂଘର୍ଷର ପ୍ରକାର୍ଯ୍ୟକୁ ମୁଖ୍ୟତଃ ଦୁଇଟି ବିଭାଗରେ ବିଭକ୍ତ କରି ଆଲୋଚନା କରାଯାଇପାରେ । ସେଗୁଡ଼ିକ ହେଲା –
(a) ସକାରାତ୍ମକ ବା ଅସ୍ତିସୂଚକ ପ୍ରକାର୍ଯ୍ୟ ଏବଂ
(b) ନକାରାତ୍ମକ ବା ନାସ୍ତିସୂଚକ ପ୍ରକାର୍ଯ୍ୟ ।

(a) ସକାରାତ୍ମକ ବା ଅସ୍ତିସୂଚକ ପ୍ରକାର୍ଯ୍ୟ – ପ୍ରତିଯୋଗିତା ଭଳି ସଂଘର୍ଷ ମଧ୍ଯ ସମାଜରେ କେତେକ ହିତକାରୀ ପ୍ରକାର୍ଯ୍ୟକୁ ସମ୍ପାଦନ କରିଥାଏ । ଜର୍ଜ ସିଟେଲ, ଲୁଇସ୍, ଏ. କୋଚ୍ଚର ଏବଂ ଅନ୍ୟ ସମାଜ-ବିଜ୍ଞାନୀମାନଙ୍କ ମତରେ, ସଂଘର୍ଷ ସମାଜରେ ନିମ୍ନଲିଖ ଅସ୍ତିସୂଚକ ପ୍ରକାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିଥାଏ ।

  • ସଂଘର୍ଷ ଏକତା ଏବଂ ସଂହତି ରକ୍ଷା କରିବାରେ ସହାୟକ ହୋଇଥାଏ – ସଂଘର୍ଷ ଜାତୀୟ ଏକତା ଏବଂ ସଂହତିର ଏକ ବିଳିଷ୍ଠ ମାଧ୍ୟମରୂପେ କାର୍ଯ୍ୟ କରିଥାଏ । କାରଣ ଯୁଦ୍ଧ ସମୟରେ ଦେଖାଯାଇଛି ଯେ, ଗୋଟିଏ ନିର୍ଦ୍ଦିଷ୍ଟ ଦେଶର ଜନସାଧାରଣଙ୍କ ମଧ୍ୟରେ ସହଯୋଗୀ ମନୋଭାବ ଏବଂ ସ୍ବଦେଶପ୍ରୀତି ଜନ୍ମଲାଭ କରିଥାଏ । ଏହି ସମୟରେ ଦେଶର ସମସ୍ତ ନାଗରିକ ନିଜ ମଧ୍ୟରେ ଥିବା ଭେଦଭାବକୁ ଭୁଲିଯାଇ ଉପସ୍ଥିତ ପରିସ୍ଥିତିର ମୁକାବିଲା ନିମିତ୍ତ ସରକାରଙ୍କୁ ପ୍ରତ୍ୟକ୍ଷଭାବରେ ସହଯୋଗ ପ୍ରଦାନ କରିଥା’ନ୍ତି । ଏହା ଫଳରେ ଜାତୀୟ ଏକତା ଏବଂ ସଂହତି ଦୃଢ଼ୀଭୂତ ହୋଇଥାଏ ।
  • ସଂଘର୍ଷ ସାମାଜିକ ଜୀବନରେ ସର୍ବାଙ୍ଗୀନ ଉନ୍ନତି ଆଣିଥାଏ – ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସଂଘର୍ଷର ଯଥେଷ୍ଟ ଆବଶ୍ୟକତା ରହିଛି । ସଂଘର୍ଷ ବ୍ୟତିରେକେ ବ୍ୟକ୍ତି ନିଜ ଜୀବନରେ ବିକାଶ ଆଣିବା ସମ୍ଭବପର ନୁହେଁ । ସଂଘର୍ଷ ଦେଶର ଉତ୍ପାଦନକୁ ବୃଦ୍ଧି କରିଥାଏ । ଜାତିର ସ୍ଵାଧୀନତାକୁ ଅକ୍ଷୁଣ୍ଣ ରଖେ ଏବଂ ସମସ୍ତ ଜାତୀୟ କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିଥାଏ ।
  • ସଂଘର୍ଷ ସାମାଜିକ ପରିବର୍ତ୍ତନ ଆଣିଥାଏ – ସଂଘର୍ଷ ସମାଜରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ । କାର୍ଲମାର୍କସ୍ ମତ ଦେଇଛନ୍ତି ଯେ, ସଂଘର୍ଷ ବିନା ସମାଜରେ କୌଣସି ପ୍ରକାର ପରିବର୍ତ୍ତନ ଅଣାଯାଇପାରିବ ନାହିଁ । ପୁରାତନ ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ ଏବଂ ପ୍ରଥାଗୁଡ଼ିକରେ ସଂଘର୍ଷ ଦ୍ରୁତ ପରିବର୍ତ୍ତନ ଆଣିଥାଏ ।
  • ସଂଘର୍ଷ ଆନ୍ତରିକ ସମ୍ପର୍କର ପ୍ରତିଷ୍ଠା କରିଥାଏ – ବହୁ ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ, ସଂଘର୍ଷ ଫଳରେ ବିରୋଧୀପକ୍ଷଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ପ୍ରତିଷ୍ଠିତ ହୋଇଥାଏ । ଉଦାହରଣସ୍ୱରୂପ – ବନ୍ଧୁ, ପ୍ରେମିକ-ପ୍ରେମିକା ଏବଂ ଦମ୍ପତ୍ତିଙ୍କ ମଧ୍ୟରେ ଯେଉଁ ଦ୍ବନ୍ଦ୍ବ ଏବଂ ବିରୋଧୀ ମନବୃତ୍ତି ଦେଖାଦିଏ, ଏହାଫଳରେ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ସୃଷ୍ଟି ହୋଇଥାଏ ।
  • ସଂଘର୍ଷ ସାଂସ୍କୃତିକ ପରିବର୍ତ୍ତନକୁ ତ୍ବରାନ୍ବିତ କରିଥାଏ – ଦୁଇ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ସାଂସ୍କୃତିକ ପରିବର୍ତ୍ତନର ସ୍ରୋତକୁ ପ୍ରବାହିତ କରିବାରେ ସଂଘର୍ଷ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ । ସଂଘର୍ଷ ପରେ ସଂଘର୍ଷରେ ଜଡ଼ିତ ଥିବା ଉଭୟ ପକ୍ଷ ସେମାନଙ୍କ ସଂସ୍କୃତିକୁ ସହଜରେ ବିନିମୟ କରିଥା’ନ୍ତି । ଉଦାହରଣ ସ୍ଵରୂପ – ଆଲେକ୍‌ଜାଣ୍ଡର୍‌ଙ୍କ ଭାରତ ଆକ୍ରମଣ ପରେ ଭାରତୀୟ ଏବଂ ଗ୍ରୀକ୍‌ମାନଙ୍କ ମଧ୍ୟରେ ସାଂସ୍କୃତିକ ମୂଲ୍ୟବୋଧର ଆଦାନ ପ୍ରଦାନ ସମ୍ଭବପର ହୋଇଥିଲା ।
  • ସଂଘର୍ଷ ନୂତନ ମୂଲ୍ୟବୋଧର ବାର୍ତ୍ତାବହ ଅଟେ- ସଂଘର୍ଷର ଆଉ ଏକ ସକାରାତ୍ମକ ପ୍ରକାର୍ଯ୍ୟ ହେଉଛି ଏହି ଯେ, ଏହା ନୂତନ ମୂଲ୍ୟବୋଧର ବାର୍ତ୍ତାବହଭାବେ କାର୍ଯ୍ୟ କରିଥାଏ । ସମାଜରେ ଯେତେବେଳେ ପୁରାତନ ଏବଂ ନୂତନ ମୂଲ୍ୟବୋଧ ମଧ୍ୟରେ ଦ୍ବହର ଉଦ୍ରେକ ହୁଏ, ସେତେବେଳେ ଏହି ସଂଘର୍ଷ ଜରିଆରେ ପୁରାତନ ମୂଲ୍ୟବୋଧର ବିଲୟ ଘଟି ନୂତନ ମୂଲ୍ୟବୋଧର ପ୍ରସାର ଘଟିଥାଏ । ଯାହାଫଳରେ କି ଲୋକମାନେ ପୁରାତନ ମୂଲ୍ୟବୋଧକୁ ପରିତ୍ୟାଗ କରି ଏକ ସୌହାର୍ଘ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ନୂତନ ମୂଲ୍ୟବୋଧକୁ ଗ୍ରହଣ କରିଥା’ନ୍ତି ।

(b) ନକାରାତ୍ମକ ବା ନାସ୍ତିସୂଚକ ପ୍ରକାର୍ଯ୍ୟ (Negative functions) :
କେତେକ ହିତକାରୀ ପ୍ରକାର୍ଯ୍ୟକୁ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ସଂଘର୍ଷ ମଧ୍ଯ କେତେକ ଅହିତକାରୀ ପ୍ରକାର୍ଯ୍ୟକୁ ସମ୍ପାଦନ କରିଥାଏ । ଏଗୁଡ଼ିକୁ ସଂଘର୍ଷର ଧ୍ଵଂସାତ୍ମକ କାର୍ଯ୍ୟଭାବେ ଗ୍ରହଣ କରାଯାଇଥାଏ ଯାହାକି ସମାଜର ପ୍ରଗତିକୁ ବିପର୍ଯ୍ୟସ୍ତ କରିଥାଏ । ସଂଘର୍ଷର କେତେକ ନାସ୍ତିସୂଚକ ପ୍ରକାର୍ଯ୍ୟକୁ ନିମ୍ନରେ ଆଲୋଚନା କରାଗଲା ।

  • ସଂଘର୍ଷ ଅନୁତ୍ପାଦନଶୀଳ ଅଟେ – ସଂଘର୍ଷର ଗୋଟିଏ ଅହିତକାରୀ ପ୍ରକାର୍ଯ୍ୟ ହେଉଛି ଏହି ଯେ, ଏହା ଅନୁତ୍ପାଦନଶୀଳ ଅଟେ । ସଂଘର୍ଷରେ ଲିପ୍ତ ରହିଥିବା ଦଳଗୁଡ଼ିକର ଯଥେଷ୍ଟ ଶକ୍ତି ଏବଂ ସମ୍ବଳର ଅପଚୟ ଘଟିଥାଏ । ତେଣୁ କୁହାଯାଇଛି, ସଂଘର୍ଷ ଧ୍ୱଂସର କୁହେଳିକା ସୃଷ୍ଟିକରି ଅଗଣିତ ଲୋକମାନଙ୍କୁ ଦୁଃଖ ଏବଂ ଯନ୍ତ୍ରଣାର ପରିସର ମଧ୍ୟକୁ ଠେଲିଦେଇଥାଏ ।
  • ନୈତିକ ମୂଲ୍ୟବୋଧର ଅଧଃପତନ ଘଟାଇଥାଏ – ସଂଘର୍ଷ ଫଳରେ ଲୋକମାନଙ୍କର ନୈତିକ ମୂଲ୍ୟବୋଧର ଅଧଃପତନ ଘଟିଥାଏ । ସଂଘର୍ଷ ହେତୁ ମନୁଷ୍ୟ ତା’ର ମାନସିକ ସୁଖଶାନ୍ତିକୁ ହରାଇଥାଏ । ଅନ୍ୟପକ୍ଷର ଉନ୍ନତିରେ ସେ ଈର୍ଷନ୍ବିତ ହୋଇଉଠେ । ଏହି ସଂଘର୍ଷ ଲୋକମାନଙ୍କ ମଧ୍ୟରେ ଘୃଣାଭାବ ଏବଂ ଈର୍ଷାଭାବକୁ ବୃଦ୍ଧି କରିଥାଏ । ଏହା ମନୁଷ୍ୟକୁ ଏକ ପଶୁରେ ପରିଣତ କରିଥାଏ । ଏହି ସମୟରେ ମନୁଷ୍ୟ କେଉଁଟା ଠିକ୍ ବା କେଉଁଟା ଭୁଲ କିଛି ଭାବିପାରେ ନାହିଁ । ସେ ତା’ର ନୈତିକ ମୂଲ୍ୟବୋଧକୁ ହରାଇବସେ । ତେଣୁ କୁହାଯାଇପାରେ ଯେ, ସଂଘର୍ଷ ହେତୁ ବ୍ୟକ୍ତିର ନୈତିକ ମୂଲ୍ୟବୋଧର ଅଧଃପତନ ଘଟିଥାଏ ।
  • ସାମାଜିକ ବିଘଟନ ପାଇଁ ଦାୟୀ – ସମାଜରେ ଅନବରତଭାବେ ସଂଘର୍ଷ ଲାଗିବା ଫଳରେ ସାମାଜିକ ବ୍ୟବସ୍ଥାରେ ଅସନ୍ତୁଳନ ଦେଖାଦେଇଥାଏ ଏବଂ ସମାଜ କ୍ରମେ କ୍ରମେ ବିଘଟନମୁଖୀ ହୋଇଥାଏ । କାରଣ ଯଦି ସଂଘର୍ଷ ବହୁ ସମୟ ଧରି ଲାଗିରହେ ଜାତୀୟ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିଯାଏ । ସମାଜରେ ବିଶୃଙ୍ଖଳା ଦେଖାଦେଇ ସମାଜ ଦ୍ରୁତଗତିରେ ବିଘଟନ ଆଡ଼କୁ ଗତି କରିଥାଏ ।
  • ମାନସିକ ଅଶାନ୍ତି – ସଂଘର୍ଷ ମାନସିକ ଅଶାନ୍ତି ସୃଷ୍ଟି କରିଥାଏ । ସଂଘର୍ଷରତ ବ୍ୟକ୍ତି ବା ଗୋଷ୍ଠୀ ସବୁସମୟ ପାଇଁ ଭୟ ଏବଂ ଆତଙ୍କିତ ଅବସ୍ଥାରେ ରହିବାର ଦେଖାଯାଇଥାଏ । ଫଳରେ ସେମାନଙ୍କ ମନରେ ମାନସିକ ଶାନ୍ତି ଦେଖାଦେଇ ନ ଥାଏ । ସବୁବେଳ ପାଇଁ ସେମାନେ ମାନସିକ ଅଶାନ୍ତି ଦେଇ ଗତି କରିବାର ଲକ୍ଷ୍ୟ କରାଯାଇଥାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ସଂଘର୍ଷର ସମାଜ ପାଇଁ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପ୍ରକାର୍ଯ୍ୟ ରହିଛି । ଯଦିଓ ସଂଘର୍ଷ କେତେକ ଅହିତକାରୀ କାର୍ଯ୍ୟ ସମ୍ପାଦନ କରିଥାଏ ତଥାପି ଏହାର ଗୁରୁତ୍ଵକୁ କସ୍ମିନ୍‌କାଳେ ଅସୀକାର କରାଯାଇପାରିବ ନାହିଁ । ଏକ ସାମାଜିକ ପ୍ରକ୍ରିୟାଭାବେ ସଂଘର୍ଷ ଉଭୟ ବ୍ୟକ୍ତି ଏବଂ ସମାଜ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରକାର୍ଯ୍ୟକୁ ସମ୍ପାଦନ କରିଥାଏ । ଏହି ପରିପ୍ରେକ୍ଷୀରେ କାର୍ଲମାର୍କସ୍‌ଙ୍କର ଉକ୍ତି ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ତାଙ୍କ ମତରେ, ସଂଘର୍ଷ ସମାଜର ଆତ୍ମା ସଦୃଶ ଏବଂ ସାମାଜିକ ବିକାଶ ପାଇଁ ମୁଖ୍ୟତଃ ଦାୟୀ ।

6. ସାମାଜିକ ପ୍ରକ୍ରିୟା କ’ଣ ? ସମ୍ବନ୍ଧକାରୀ ପ୍ରକ୍ରିୟାଗୁଡ଼ିକର ବିସ୍ତୃତ ଆଲୋଚନା କର ।
Answer:
ସମାଜରେ ବ୍ୟକ୍ତି-ବ୍ୟକ୍ତି, ବିଭିନ୍ନ ସମୂହ ଏବଂ ଅନୁଷ୍ଠାନ ସହିତ ସମ୍ପର୍କ ସ୍ଥାପନ କରି ଲକ୍ଷ୍ୟପୂରଣ ହୁଏ ତାହା ସାମାଜିକ ପ୍ରକ୍ରିୟା ହିସାବରେ ପରିଚିତ । ସାମାଜିକ ପ୍ରକ୍ରିୟା ମୁଖ୍ୟତଃ ଦୁଇପ୍ରକାର –
(i) ସମ୍ବନ୍ଧକାରୀ ପ୍ରକ୍ରିୟା (Associative Process)
(ii) ବି-ସମ୍ବନ୍ଧକାରୀ ପ୍ରକ୍ରିୟା (Dissociative Process)

ସମ୍ବନ୍ଧକାରୀ ପ୍ରକ୍ରିୟା ବିଶେଷତଃ ସକାରାତ୍ମକ ସାମାଜିକ କ୍ରିୟାକୁ ସମ୍ପାଦନ କରିଥାଏ । ସହଯୋଗିତା (Co – operation) ଅଭିଯୋଜନ (Accommodation) ଇତ୍ୟାଦି ମୁଖ୍ୟ ସମ୍ବନ୍ଧକାରୀ ପ୍ରକ୍ରିୟାରୂପେ ପରିଚିତ ।

ସହଯୋଗିତା (Cooperation) – Co-operation (ସହଯୋଗିତା) ଶବ୍ଦଟି ଲାଟିନ୍ ଶବ୍ଦ ‘Co’ (କୋ) ଏବଂ Operari (ଅପେରାରୀ)ର ସମ୍ମିଶ୍ରଣରୁ ସୃଷ୍ଟି । ଏହାର ଅର୍ଥ ହେଉଛି ଏକତ୍ରଭାବେ କାର୍ଯ୍ୟ କରିବା ।

ଏ.ଡବ୍‌ଲ୍ୟୁ ଗ୍ରୀନ୍ (A.W. Green) ଙ୍କ ମତରେ, “କୌଣସି କାର୍ଯ୍ୟ ସମ୍ପାଦନ କରିବାପାଇଁ କିମ୍ବା ସାଧାରଣ ଲକ୍ଷ୍ୟକୁ ପୂରଣ କରିବାପାଇଁ ଦୁଇ କିମ୍ବା ତତୋଽଧ୍ଵକ ବ୍ୟକ୍ତିଙ୍କଦ୍ୱାରା ନିରବଚ୍ଛିନ୍ନ ଏବଂ ସାଧାରଣ ଉଦ୍ୟମକୁ ସହଯୋଗିତା କୁହାଯାଏ ।’’

ସହଯୋଗିତାର ଗୁଣ (Characteristics of Co-operation) – ସହଯୋଗିତା ନିମ୍ନଲିଖ ଗୁଣର ଅଧିକାରୀ ଅଟେ ।
(i) ଏହା ଏକ ସଚୈତନିକ ପ୍ରକ୍ରିୟା (Conscious process) – ଏହା ଏକ ସଚୈତନିକ ପ୍ରକ୍ରିୟା ଅଟେ । ବ୍ୟକ୍ତି ଅନ୍ୟ ବ୍ୟକ୍ତି ଏବଂ ସମୂହର ନିକଟବର୍ତ୍ତୀ ହୋଇ ସଚୈତନିକଭାବେ କାର୍ଯ୍ୟ ସମ୍ପାଦନ କରେ ।
(ii) ବୈୟକ୍ତିକ ପ୍ରକ୍ରିୟା (Personal activity) – ବ୍ୟକ୍ତିଗତଭାବେ ସମାଜରେ ସଦସ୍ୟମାନେ ଅନ୍ୟମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଆନ୍ତି । ସେମାନେ ଏକ ପୂର୍ବବର୍ତ୍ତୀ ଯୋଜନା ଅନୁଯାୟୀ ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ସହଯୋଗିତା ଲାଭ କରି ଉଦ୍ଦେଶ୍ୟ ପୂରଣ କରିଥା’ନ୍ତି । ତେଣୁ ଏହା ଏକ ବୈୟକ୍ତିକ ପ୍ରକ୍ରିୟା ଅଟେ ।
(iii) ନିରବଚ୍ଛିନ୍ନ ପ୍ରକ୍ରିୟା (Continuous Process) – ସହଯୋଗିତା ଧାରାବାହିକଭାବେ ପରିଲକ୍ଷିତ ହୁଏ । ଏହା କ୍ଷଣସ୍ଥାୟୀ ନୁହେଁ । ସହଯୋଗିତାର ପରିସମାପ୍ତି ଘଟେ ନାହିଁ ।
(iv) ସାର୍ବଜନୀନ ପ୍ରକ୍ରିୟା (Universal Process) – ସହଯୋଗିତା ଏକ ସାର୍ବଜନୀନ ପ୍ରକ୍ରିୟା ଅଟେ । ଏହା ସବୁ ସମୟରେ ସମସ୍ତ ସମାଜରେ ଏବଂ ସବୁକ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ ।
(v) ସାଧାରଣ ଲକ୍ଷ୍ୟ (Common end) – ସହଯୋଗିତାର ଏକ ବା ଏକାଧ୍ଵକ ସାଧାରଣ ଲକ୍ଷ୍ୟ ବା ଉଦ୍ଦେଶ୍ୟ ରହିଥାଏ । ବ୍ୟକ୍ତି ବା ସମୂହ ଏହି ସାଧାରଣ ଲକ୍ଷ୍ୟପୂରଣ ଲାଗି ଏକତ୍ର କାର୍ଯ୍ୟ କରିଥାଆନ୍ତି ।

ସହଯୋଗିତାର ପ୍ରକାରଭେଦ (Types of Co-operation) – ମାକାଇଭର୍ ଏବଂ ପେଜ୍ (MacIver and Page) ସହଯୋଗିତାକୁ ଦୁଇଭାଗରେ ବିଭକ୍ତ କରିଛନ୍ତି; ଯଥା –
(i) ପ୍ରତ୍ୟକ୍ଷ ସହଯୋଗିତା (Direct Co-operation) ଓ
(ii) ପରୋକ୍ଷ ସହଯୋଗିତା (Indirect Co-operation)

CHSE Odisha Class 11 Sociology Unit 4 Long Answer Questions in Odia Medium

(i) ପ୍ରତ୍ୟକ୍ଷ ସହଯୋଗିତା (Indirect Co-operation) – ଏହା ଏକପ୍ରକାର ସହଯୋଗିତା ଯେଉଁଥରେ ବ୍ୟକ୍ତିମାନେ ଏକତ୍ରିତଭାବେ ସହଯୋଗ କରି କାର୍ଯ୍ୟକୁ ସମ୍ପାଦନ କରିଥା’ନ୍ତି । ସେମାନେ ସମସ୍ତେ ଏକ ପ୍ରକାରର କାର୍ଯ୍ୟ ସମ୍ପାଦନ କରନ୍ତି । ଏକତ୍ର ଚାଷ କରିବା, ଏକତ୍ର ଉଠାଇବା, ଏକତ୍ର ଠେଲିବା ଇତ୍ୟାଦି ପ୍ରତ୍ୟକ୍ଷ ସହଯୋଗିତାର ଉଦାହରଣ ଅଟେ ।

(ii) ପରୋକ୍ଷ ସହଯୋଗିତା (Indirect Co-operation) – ଏହି ପ୍ରକାର ସହଯୋଗିତା ସାମୂହିକ ଲକ୍ଷ୍ୟ ସାଧନ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ଭିନ୍ନ ଭିନ୍ନ ଭାବରେ ସମ୍ପାଦନ କରାଯାଇଥାଏ । ଏହା ଶ୍ରମ-ବିଭାଜନ ନିୟମ ଉପରେ ପର୍ଯ୍ୟବସିତ । କଳକାରଖାନାରେ ଶ୍ରମିକମାନେ ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ ହେବା ଏହାର ଉଦାହରଣ ଅଟେ ।

ଏହାଛଡ଼ା ଏ.ଡବ୍ଲ୍ୟୁ ଗ୍ରୀନ୍ (A.W. Green) ସହଯୋଗିତାକୁ ୩ ଭାଗରେ ବିଭକ୍ତ କରିଛନ୍ତି । ସେଗୁଡ଼କ ହେଲା –
(a) ମୌଳିକ ସହଯୋଗିତା (Primary Co-operation) – ଏହି ପ୍ରକାର ସହଯୋଗିତା ମୁଖ୍ୟତଃ ପରିବାର, ପଡ଼ୋଶୀ ପରି ପ୍ରାଥମିକ ସମୂହରେ ଦେଖିବାକୁ ମିଳିଥାଏ । ଏଥିରେ ସାମୂହିକ କଲ୍ୟାଣ ପାଇଁ ପ୍ରତ୍ୟେକ ସଦସ୍ୟ କାର୍ଯ୍ୟ କରିଥା’ନ୍ତି ।
(b) ଗୌଣ ସହଯୋଗିତା (Secondary Co-operation) – ଆଧୁନିକ ସମାଜରେ ବିଭିନ୍ନ ରାଜନୀତିକ, ଆର୍ଥନୀତିକ, ଧାର୍ମିକ, ସାମାଜିକ ଆଦି ଗୌଣ ସମୂହଗୁଡ଼ିକରେ ଗୌଣ ସହଯୋଗିତା ପରିଲକ୍ଷିତ ହୁଏ । ଏଠାରେ ବ୍ୟକ୍ତି ନିଜର ବ୍ୟକ୍ତିଗତ ଲକ୍ଷ୍ୟପୂରଣ ନିମନ୍ତେ ଅନ୍ୟମାନଙ୍କ ସହଯୋଗ ଲାଭ କରେ । ବଣିକ ସଂଘ, ଶିଳ୍ପାନୁଷ୍ଠାନ, ସରକାର ପ୍ରଭୃତି ଗୌଣ ସମୂହରେ ଏହି ସହଯୋଗିତା ପରିଲକ୍ଷିତ ହୋଇଥାଏ ।
(c) ଆଂଶିକ ସହଯୋଗିତା (Tertiary Co-operation) – କୌଣସି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବୃହତ୍ ହେଉ ବା କ୍ଷୁଦ୍ର ହେଉ ସମୂହ ପରିସ୍ଥିତି ପାଇଁ ଏହି ସହଯୋଗିତାର ଆବଶ୍ୟକତା ପଡ଼ିଥାଏ । କେତେକ ପରସ୍ଥିତିରେ ସଦସ୍ୟମାନେ ପରସ୍ପର ମଧ୍ୟରେ ବୁଝାମଣା କରି ଅନ୍ୟକୁ ସହଯୋଗ କରିଥାଆନ୍ତି । ଦୁଇଟି ରାଜନୀତିକ ଦଳ ସେମାନଙ୍କ ଆଦର୍ଶକୁ ତ୍ୟାଗକରି ପରସ୍ପର ମଧ୍ୟରେ ଚୁକ୍ତିଦ୍ଵାରା ଅନ୍ୟ ଏକ ଦଳକୁ ହରାଇବା ବା ଦୁଇଟି ଦେଶ ଏକତ୍ର ହୌ ଅନ୍ୟଦେଶକୁ ହରାଇବା ହେଉଛି ଆଂଶିକ ସହଯୋଗିତାର ଉଦାହରଣ ।

ଅଭିଯୋଜନ (Accommodation) – ଯେତେବେଳେ ପ୍ରାକୃତିକ ପରିବେଶ ସହିତ ମନୁଷ୍ୟକୁ ଖାପଖୁଆଇ ଚଳିବାକୁ ପଡ଼ିଥାଏ, ସେତେବେଳେ ଏହି ଚଳିବାର ପ୍ରକ୍ରିୟାକୁ ଅଭିଯୋଜନ ପ୍ରକ୍ରିୟା କୁହାଯାଏ । କିମ୍ବା ଯେତେବେଳେ ଦ୍ବନ୍ଦ୍ବର ପରିସମାପ୍ତି ଘଟେ, ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ସ୍ଥାପନ କରେ ସେତେବେଳେ ସେ ପ୍ରଥମେ ନିଜକୁ ଅନ୍ୟସହିତ ଖାପଖୁଆଇ ଚଳିଥାଏ । ସେତେବେଳେ ଅଭିଯୋଜନ ପ୍ରକ୍ରିୟା ଆରମ୍ଭ ହୁଏ ।

ଲୁଣ୍ଡବର୍ଗ (Lundberg) ଙ୍କ ମତରେ, “ପ୍ରତିଯୋଗିତା ଏବଂ ସଂଘର୍ଷରୁ ଉପୁଜୁଥିବା ଉତ୍ତେଜନାରୁ ରକ୍ଷାପାଇବାପାଇଁ ସମୂହରେ ଥିବା ଲୋକମାନେ ଯେଉଁ ସମଯୋଜନ କରିଥାଆନ୍ତି ତାହାକୁ ଅଭିଯୋଜନ କୁହାଯାଏ ।’’ ମାକାଇଭର୍‌ ଏବଂ ପେଜ୍ (MacIver and Page) ଙ୍କ ମତରେ, ‘ଯେଉଁ ପ୍ରକ୍ରିୟାଦ୍ଵାରା ମନୁଷ୍ୟ ତା’ର ପର୍ଯ୍ୟାବରଣ ସହିତ ସମନ୍ଵୟ ରକ୍ଷା କରିଥାଏ, ତାହାକୁ ଅଭିଯୋଜନ କୁହାଯାଏ ।

ଅଭିଯୋଜନର ଲକ୍ଷଣ (Characteristics of Accommodation) :
(i) ଏହା ଏକ ସଚେତନିକ ପ୍ରକ୍ରିୟା (Concious process) – ଯେକୌଣସି ସମୟରେ ଦୁଇଜଣ ବ୍ୟକ୍ତି, ଦୁଇଟି ସଂସ୍କୃତି ବା ଦେଶ ମଧ୍ୟରେ ଯେତେବେଳେ ସଂଘର୍ଷ ଦେଖାଯାଏ, ଶେଷରେ ସେମାନଙ୍କ ମଧ୍ୟରେ ଏକ ମୀମାଂସା ହୋଇଥାଏ, ସେତେବେଳେ ସେମାନେ ସଚେତନିକ ଭାବରେ ପରସ୍ପର ନିମନ୍ତେ ସମାଧାନର ସୂତ୍ର ବାହାର କରିଥା’ନ୍ତି ।
(ii) ସଂଘର୍ଷ ବା ଦ୍ଵହର ପରିସମାପ୍ତିର ଫଳ (End result of conflict) – ଦିନେ ନା ଦିନେ ଦୁଇଜଣ ବ୍ୟକ୍ତି, ସମୂହ, ଦୁଇଟି ସଂସ୍କୃତ ବା ଦେଶ ମଧ୍ୟରେ ଥିବା ଏକ ଦ୍ଵନ୍ଦର ପରିସମାପ୍ତି ଘଟିଥାଏ ଓ ସେମାନେ ପରସ୍ପର ସହିତ ଏକ ବୁଝାମଣା କରନ୍ତି, ସେତେବେଳେ ଅଭିଯୋଜନ ପ୍ରକ୍ରିୟା ଆରମ୍ଭ ହୁଏ । ଏହି ବୁଝାମଣା କେବଳ ଅଭିଯୋଜନ ପ୍ରକ୍ରିୟାଦ୍ଵାରା ସମ୍ଭବ ହୋଇଥାଏ ।
(iii) ଏକ ସାର୍ବଜନୀନ ପ୍ରକ୍ରିୟା (Universal process) – ଅଭିଯୋଜନ ସବୁ ସମୟରେ ସବୁ ସ୍ଥାନରେ ଦେଖ‌ିବାକୁ ମିଳେ । ଏହା ଏକ ସାର୍ବଜନୀନ ପ୍ରକ୍ରିୟା । ଲୋକମାନେ ସଦାସର୍ବଦା ସଂଘର୍ଷର ସମାଧାନ ପାଇଁ ଚେଷ୍ଟା କରିଥା’ନ୍ତି ଏବଂ ପଦକ୍ଷେପ ଗ୍ରହଣ କରିଥା’ନ୍ତି । ତେଣୁ ଏହା ପ୍ରତ୍ୟେକ ସମାଜରେ ପରିଲକ୍ଷିତ ହୋଇଥାଏ ।
(iv) ଏହା ଏକ ଅବିରାମ ପ୍ରକ୍ରିୟା (Continuous process) – ଅଭିଯୋଜନ ଅନବରତଭାବେ କାର୍ଯ୍ୟକାରୀ ହୋଇଥାଏ । ଏହା ହଠାତ୍ ଆରମ୍ଭ ହୁଏ ନାହିଁ ବା ବନ୍ଦ ହୁଏ ନାହିଁ । ବ୍ୟକ୍ତି ବା ସମୂହ ମଧ୍ଯରେ ଦ୍ଵହ ଉପୁଜିଲେ ଅଭିଯୋଜନ ପ୍ରକ୍ରିୟା ମାଧ୍ୟମରେ ଏହାର ସମାଧାନ ହୋଇଥାଏ ।
(v) ସ୍ନେହ ଓ ଘୃଣାର ସମ୍ମିଶ୍ରଣ (Mixture of Love and Hatred) – ସହଯୋଗିତାର ଆରମ୍ଭ ହେବାପରେ ଅଭିଯୋଜନ ପ୍ରକ୍ରିୟା ଆରମ୍ଭ ହୁଏ । ତେଣୁ ଏହା ଉଭୟ ଶ୍ରଦ୍ଧା ଓ ଘୃଣାର ସମ୍ମିଶ୍ରଣ ଅଟେ । ସ୍ନେହ ଓ ଭଲପାଇବାଦ୍ୱାରା ବ୍ୟକ୍ତି ପରସ୍ପରର ନିକଟତର ହୋଇଥାଏ ଓ ଅନ୍ୟକୁ ସାହାଯ୍ୟ କରେ ।

7. ସାମାଜିକ ଆନ୍ତଃକ୍ରିୟାର ବିସମ୍ବନ୍ଧକାରୀ ପ୍ରକ୍ରିୟାଗୁଡ଼ିକ ବର୍ଣନା କର ।
Answer:
ବିସମ୍ବନ୍ଧକାରୀ ପ୍ରକ୍ରିୟା ସାମାଜିକ ଆନ୍ତଃକ୍ରିୟାର ଏକ ନାଟ୍ୟାତ୍ମକ ପ୍ରକ୍ରିୟାଭାବେ ପରିଚିତ । କାରଣ ଏହା ସମାଜରେ ସୃଷ୍ଟି ହେଉଥିବା ବିଶୃଙ୍ଖଳା ଏବଂ ବିଘଟନ ପାଇଁ ମୁଖ୍ୟତଃ ଦାୟୀ । ଏହି ପ୍ରକାର ଆନ୍ତଃକ୍ରିୟା ସମାଜର ପ୍ରଗତି ଏବଂ ବିକାଶକୁ ବିପର୍ଯ୍ୟସ୍ତ କରେ । ପ୍ରତିଯୋଗିତା ଏବଂ ସଂଘର୍ଷ ଦୁଇଗୋଟି ମୁଖ୍ୟ ବିସମ୍ବନ୍ଧକାରୀ ପ୍ରକ୍ରିୟାରୂପେ ପରିଚିତ ।

ପ୍ରତିଯୋଗିତା – ପ୍ରତିଯୋଗିତା ସାମାଜିକ ଅନ୍ତଃକ୍ରିୟାର ଏକ ମୁଖ୍ୟ ବିସମ୍ବନ୍ଧକାରୀ ପ୍ରକ୍ରିୟା । ଦୁଇ ବା ତତୋଽଧ୍ୱ ବ୍ୟକ୍ତି କେତେକ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂରଣ ନିମିତ୍ତ ପରସ୍ପର ମଧ୍ୟରେ କରୁଥିବା ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରତିଯୋଗିତା କୁହାଯାଏ । ସମାଜରେ ଦ୍ରବ୍ୟର ଯୋଗାଣ ସ୍ଵଳ୍ପ ଓ ସୀମିତ ଥୁଲେ ପ୍ରତିଯୋଗିତା ଉପୁଜିଥାଏ ।

ବିସାଞ୍ଜ ଏବଂ ବିସାଞ୍ଜଙ୍କ ମତରେ, “ଏକ ଲକ୍ଷ୍ୟ ପୂରଣ ପାଇଁ ଦୁଇ ବା ତତୋଽଧ୍ଵକ ବ୍ୟକ୍ତିଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିବା ଫଳରେ ସମସ୍ତେ ଏଥିରେ ଭାଗୀଦାର ହୋଇପାରନ୍ତି ନାହିଁ ।

ପ୍ରତିଯୋଗିତାର ଲକ୍ଷଣ – ପ୍ରତିଯୋଗିତାର କେତେକ ବିଶେଷ ଲକ୍ଷଣକୁ ନିମ୍ନରେ ଆଲୋଚନା କରାଗଲା ।
(i) ବିସମ୍ବନ୍ଧକାରୀ ପ୍ରକ୍ରିୟା – ପ୍ରତିଯୋଗିତା ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟା, ଯାହା ଦୁଇ ବା ତତୋଽଧ୍ଵ ବ୍ୟକ୍ତି କିମ୍ବା ସମୂହ ମଧ୍ୟରେ ସୃଷ୍ଟି ହୋଇଥାଏ ।
(ii) ଅଚୈତନିକ ପ୍ରକ୍ରିୟା – ପ୍ରତିଯୋଗିତା ଏକ ଅବୈତିନିକ ପ୍ରକ୍ରିୟା ଅଟେ । ଏଥିରେ ପ୍ରତିଯୋଗୀମାନେ ଅଚୈତନିକଭାବେ ଲିପ୍ତ ହୋଇଥା’ନ୍ତି ଏବଂ ଅନେକ କ୍ଷେତ୍ରରେ ପରସ୍ପରକୁ ଜାଣିନଥା’ନ୍ତି । କିନ୍ତୁ ସେମାନଙ୍କର ଦୃଷ୍ଟିଭଙ୍ଗୀ ଏକ ଲକ୍ଷ୍ୟ ଉପରେ କେନ୍ଦ୍ରୀଭୂତ ହୋଇଥାଏ ।
(iii) ନିରବଚ୍ଛିନ୍ନ ପ୍ରକ୍ରିୟା – ପ୍ରତିଯୋଗିତା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା । ଉତ୍ପାଦିତ କୌଣସି ଦ୍ରବ୍ୟର ଯୋଗାଣ ସ୍ଵଳ୍ପ ହେତୁ ଲୋକମାନଙ୍କ ମଧ୍ୟରେ ସେହି ଦ୍ରବ୍ୟ ପ୍ରାପ୍ତି ପାଇଁ ଅହରହ ପ୍ରତିଯୋଗିତା ଲାଗି ରହିଥାଏ । ସମାଜରେ ସାମାଜିକ ପ୍ରସ୍ଥିତି, କ୍ଷମତା, ଧନ, ଯଶ ଓ ଖ୍ୟାତି ପାଇଁ ନିରବଚ୍ଛିନ୍ନଭାବେ ପ୍ରତିଯୋଗିତା ଲାଗି ରହିଥାଏ ।
(iv) ସାର୍ବଜନୀନ ପ୍ରକ୍ରିୟା – ପ୍ରତିଯୋଗିତା ଏକ ସାର୍ବଜନୀନ ପ୍ରକ୍ରିୟା । ଏହା ଆଦିମ ସମାଜରୁ ଆରମ୍ଭ କରି ସଭ୍ୟ, ଆଧୁନିକ ସମାଜରେ ମଧ୍ୟ ପରିଦୃଷ୍ଟ ହୁଏ ।
(v) ଅବୈୟକ୍ତିକ କ୍ରିୟାକଳାପ – ପ୍ରତିଯୋଗିତା ଏକ ଅବୈୟତ୍ତିକ କ୍ରିୟାକଳାପ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଜଣେ ପ୍ରତିଯୋଗିତାର ସମସ୍ତ ପ୍ରତିଯୋଗୀମାନଙ୍କୁ ଜାଣି ନଥାଏ । କାରଣ ବ୍ୟକ୍ତିଗତ ସମ୍ପର୍କ ଅପେକ୍ଷା ଲକ୍ଷ୍ୟ ହାସଲକୁ ପ୍ରତିଯୋଗୀତାରେ ଗୁରୁତ୍ଵ ପ୍ରଦାନ କରାଯାଇଥାଏ ।

ସଂଘର୍ଷ ବା ଦୃହ – ସଂଘର୍ଷ ସାମାଜିକ ଆନ୍ତଃକ୍ରିୟାର ଅନ୍ୟ ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟା ଅଟେ । ଯେତେବେଳେ ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ବା ସମୂହ ଯେକୌଣସି ଲକ୍ଷ୍ୟପୂରଣ ନିମିତ୍ତ ପରସ୍ପର ମଧ୍ୟରେ କଳହରେ ଲିପ୍ତ ରହନ୍ତି, ତାହାକୁ ସଂଘର୍ଷ ବା ଦ୍ବନ୍ଦ୍ବ କୁହାଯାଏ ।

ଏ.ଡବ୍‌ଲ୍ୟୁ ଗ୍ରୀନ୍‌ଙ୍କ ମତରେ, ଅନ୍ୟର ଇଚ୍ଛାକୁ ବିରୋଧ କରିବା, ବାଧାଦେବା କିମ୍ବା ଦମନ କରିବାର ସୁଚିନ୍ତିତ ଉଦ୍ୟମକୁ ସଂଘର୍ଷ କୁହାଯାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

ସଂଘର୍ଷର ଲକ୍ଷଣ – ସଂଘର୍ଷର କେତେକ ବିଶେଷ ଲକ୍ଷଣ ନିମ୍ନରେ ଆଲୋଚନା କରାଗଲା ।
(i) ବିସମ୍ବନ୍ଧକାରୀ ପ୍ରକ୍ରିୟା – ଏହା ଏକ ବିସମ୍ବନ୍ଧକାରୀ ପ୍ରକ୍ରିୟା । କାରଣ ଏହା ସମାଜରେ ଐକ୍ୟ ଏବଂ ସଂହତିକୁ ବ୍ୟାହତ କରିଥାଏ ।
(ii) ସଚୈତନିକ ପ୍ରକ୍ରିୟା – ସଂଘର୍ଷ ଏକ ସଚୈତନିକ ପ୍ରକ୍ରିୟା, ଯାହାଦ୍ୱାରା ବିବାଦୀୟ ଗୋଷ୍ଠୀମାନେ ପରସ୍ପରର ଅନିଷ୍ଠ କରିବାପାଇଁ ଚେଷ୍ଟା କରିଥା’ନ୍ତି । ଅନ୍ୟର କ୍ଷତି ଘଟାଇ ବା ଅନ୍ୟକୁ ପରାସ୍ତ କରି ପ୍ରତ୍ୟେକ ପକ୍ଷ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ଚେଷ୍ଟା କରିଥା’ନ୍ତି ।
(iii) ସଂଘର୍ଷ ଏକ ଅନିୟମିତ ପ୍ରକ୍ରିୟା – ପ୍ରତିଯୋଗିତା ପରି ସଂଘର୍ଷ ଏକ ନିୟମିତ ପ୍ରକ୍ରିୟା ନୁହେଁ । ଏହା ଏକ ଅନିୟମିତ ପ୍ରକ୍ରିୟା । ଏହା ଆକସ୍ମିକଭାବେ ହଠାତ୍ ଦେଖାଦିଏ ଏବଂ ପରେ ପରେ ଅନ୍ତର୍ଦ୍ଧାନ ହୋଇଯାଏ ।
(iv) ସଂଘର୍ଷ ଏକ ବ୍ୟକ୍ତିଗତ ପ୍ରକ୍ରିୟା – ଏହା ଏକ ବ୍ୟକ୍ତିଗତ ପ୍ରକ୍ରିୟା ଯେଉଁଥରେ ଗୋଟିଏ ପକ୍ଷର ଲକ୍ଷ୍ୟ ହେଉଛି ଅପରପକ୍ଷକୁ ପରାଜିତ କରିବା । ସଂଘର୍ଷରେ ଲିପ୍ତ ଥିବା ପକ୍ଷ ପରସ୍ପରକୁ ବ୍ୟକ୍ତିଗତଭାବେ ଜାଣିଥା’ନ୍ତି ।
(v) ସଂଘର୍ଷ ଏକ ସାର୍ବଜନୀନ ପ୍ରକ୍ରିୟା – ଏହା ଏକ ସାର୍ବଜନୀନ ପ୍ରକ୍ରିୟା । ଏହା ସବୁ ସ୍ଥାନରେ ଏବଂ ସବୁ ସମୟରେ ପରିଦୃଷ୍ଟ ହୁଏ । ପ୍ରାଚୀନ କାଳରୁ ଅଦ୍ୟାବଧୂ ଏହା ମାନବ ସମାଜରେ ଦେଖାଦେଇ ଆସୁଅଛି । ମନୁଷ୍ୟର ବସ୍ତୁବାଦୀ ପ୍ରବୃତ୍ତି ସଂଘର୍ଷର ମୁଖ୍ୟ କାରଣ ଅଟେ । କୌଣସି ସମାଜ ସଂଘର୍ଷର ପ୍ରଭାବରୁ ମୁକ୍ତ ନୁହେଁ ।
(vi) ସଂଘର୍ଷ ହେଉଛି ଆବେଗମୟ – ମନୁଷ୍ୟର ଆବେଗରୁ ସଂଘର୍ଷର ସୃଷ୍ଟି ହୁଏ । ଅନ୍ୟ ଅର୍ଥରେ ଆବେଗ ହେଉଛି ସଂଘର୍ଷର ଆଧାର । ମନୁଷ୍ୟର କେତେକ ଆବେଗ ତାକୁ ସଂଘର୍ଷ କରିବାକୁ ବାଧ୍ୟ କରିଥାଏ । ଏଥିପାଇଁ ସେ ଅସତ୍ ଓ ଅନ୍ୟାୟ ଉପାୟ ଅବଲମ୍ବନ କରିଥାଏ ।

(ଖ) ସାମାଜିକ ସ୍ତରୀକରଣ (Social Stratification)

1. ସାମାଜିକ ସ୍ତରୀକରଣ କହିଲେ କ’ଣ ବୁଝ ? ଏହାର ଲକ୍ଷଣ ଆଲୋଚନା କର ।
Answer:
ସାମାଜିକ ସ୍ତରୀକରଣ କହିଲେ ସାଧାରଣତଃ ସମାଜର ବିଭାଜନକୁ ବୁଝାଇଥାଏ । ସ୍ତରୀକରଣ ଶବ୍ଦଟି ଲାଟିନ୍ ଶବ୍ଦ ଷ୍ଟାଟା (Strata) ରୁ ଆନୀତ, ଯାହାର ଅର୍ଥ ହେଉଛି ସ୍ତର (Layer) । ତେଣୁ ସାମାଜିକ ସ୍ତରୀକରଣ ଉଚ୍ଚ ଓ ନୀଚ ସାମାଜିକ ସ୍ତରର ସ୍ଥିତିକୁ ସୂଚାଇଥାଏ । ଯେଉଁ ପ୍ରକ୍ରିୟାଦ୍ଵାରା ବ୍ୟକ୍ତି ଓ ସମୂହ ଅଳ୍ପେ ବହୁତେ ପ୍ରସ୍ଥିତିର ଉଚ୍ଚ-ନୀଚ କ୍ରମରେ ସ୍ତରୀକୃତ ହୋଇଥାଏ, ତାହାକୁ ସାମାଜିକ ସ୍ତରୀକରଣ କୁହାଯାଏ ।

ରେମଣ୍ଡ ଡବ୍ଲ୍ୟୁ ମୁରେ (Raymond W. Marray) ଙ୍କ ମତରେ, “ସାମାଜିକ ସ୍ତରୀକରଣ ସମାଜର ଏକ ସମସ୍ତରୀୟ ବିଭାଜନ, ଯାହା ସମାଜକୁ ଉଚ୍ଚ ଓ ନୀଚ ସାମାଜିକ ଏକକରେ ବିଭକ୍ତ କରିଥାଏ ।’’

ଟି.ପି. ଜିସ୍‌ବର୍ଗ (T.P. Gisbert) ଙ୍କ ମତରେ, “ସାମାଜିକ ସ୍ତରୀକରଣ ସମାଜକୁ କେତେଗୁଡ଼ିଏ ସ୍ଥାୟୀ ସମୂହ ବା ଶ୍ରେଣୀରେ ବିଭକ୍ତ କରିଥାଏ, ଯେଉଁଗୁଡ଼ିକ ପରସ୍ପର ଉତ୍କୃଷ୍ଟ ଓ ନିକୃଷ୍ଟ ସମ୍ପର୍କଦ୍ୱାରା ସଂଯୋଜିତ ହୋଇଥାଏ ।’’

ସାମାଜିକ ସ୍ତରୀକରଣ ଲକ୍ଷଣ – ଏମ୍.ଏମ୍. ଟ୍ୟୁମିନ୍ (M.M. Tumin) ସାମାଜିକ ସ୍ତରୀକରଣର ଲକ୍ଷଣଗୁଡ଼ିକୁ ନିମ୍ନମତେ ସ୍ପଷ୍ଟ କରିଛନ୍ତି ।

(୧) ଏହାର ପ୍ରକୃତି ସାମାଜିକ (It is social) – ସାମାଜିକ ସ୍ତରୀକରଣ ଅନେକ କାରଣରୁ ସାମାଜିକ ଅଟେ; ଯଥା –
(କ) ଜୈବିକ ଆଧାରରେ ବା ବୟସ, ରଙ୍ଗ ଓ ଲିଙ୍ଗଭେଦ ଭିଭିରେ ସ୍ତରୀକରଣକୁ ବୁଝାନଯାଇ ସମାଜଦ୍ୱାରା ସ୍ବୀକୃତ ପ୍ରସ୍ଥିତି ଅନୁସାରେ ଉଚ୍ଚନୀଚ କ୍ରମ ହେଉଛି ସାମାଜିକ ସ୍ତରୀକରଣ ।
(ଖ) ଏହା ସାମାଜିକ ପ୍ରତିମାନ ଏବଂ ସ୍ଵୀକୃତିଦ୍ୱାରା ପରିଚାଳିତ ହୋଇଥାଏ ।
(ଗ) ସାମାଜିକ ଶକ୍ତିର ଗତିଶୀଳ ପ୍ରକୃତି ପାଇଁ ସ୍ତରୀକରଣ ମଧ୍ଯ ଏକ ଗତିଶୀଳ ପ୍ରକୃତିର ଅଟେ ।
(ଘ) ସାମାଜିକ ସ୍ତରୀକରଣ ସର୍ବଦା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ବା ସଂସ୍ଥା ଯଥା ରାଜନୈତିକ, ପାରିବାରିକ, ଧାର୍ମିକ, ଆର୍ଥନୀତିକ, ଶିକ୍ଷାଗତ ଏବଂ ଅନ୍ୟାନ୍ୟ ସଂସ୍ଥା ସହିତ ଘନିଷ୍ଠ ଭାବରେ ସମ୍ବନ୍ଧିତ ।

(୨) ଏହା ପ୍ରାଚୀନ ଅଟେ (It is ancient) – ସ୍ତରୀକରଣ ବ୍ୟବସ୍ଥା ଏକ ପୁରୁଣା ବ୍ୟବସ୍ଥା । ଏପରିକି ଅତି ପ୍ରାଚୀନ ଆଦିମ ସମାଜରେ ଏହା ବୟସ ଓ ଲିଙ୍ଗ ଆଧାରରେ ଏହା ସମାଜରେ ପ୍ରଚଳିତ ଥିଲା । ଏପରିକି ଧନୀ ଓ ଦରିଦ୍ର, ଦୁର୍ବଳ ଏବଂ ସବଳ ଇତ୍ୟାଦି ପ୍ରାଚୀନ ସଭ୍ୟତାରେ ସ୍ତରୀକରଣ ଏକ ଉପାଦାନ ହିସାବରେ କାର୍ଯ୍ୟ କରୁଥିଲା ।

(୩) ଏହା ସର୍ବବ୍ୟାପକ ଅଟେ (It is universal) – ସାମାଜିକ ସ୍ତରୀକରଣ ଏକ ଜାଗତିକ ବ୍ୟବସ୍ଥା, ଅର୍ଥାତ୍ ପୃଥିବୀର ସମସ୍ତ ପ୍ରକାର ସମାଜରେ ଏବଂ ସବୁ ଯୁଗରେ ସ୍ତରୀକରଣ ଅଳ୍ପେ ବହୁତେ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ ।

(୪) ଏହା ବିଭିନ୍ନ ପ୍ରକାରର (It is diverse in forms) – ସାମାଜିକ ସ୍ତରୀକରଣ ସମସ୍ତ ସମାଜରେ ଏକାପରି ନଥାଏ । ବିଭିନ୍ନ ସମାଜରେ ଏବଂ ବିଭିନ୍ନ ଯୁଗରେ ଏହାର ପ୍ରକାର ଓ ସ୍ବରୂପ ଭିନ୍ନ ଭିନ୍ନ ହୋଇପାରେ । ଉଦାହରଣ ସ୍ଵରୂପ, ଭାରତରେ ବୈଦିକ ଯୁଗରେ ବର୍ଣ୍ଣ ବ୍ୟବସ୍ଥା ଏବଂ ପରବର୍ତ୍ତୀ ଅବସ୍ଥାରେ ଜାତି ବ୍ୟବସ୍ଥା ସାମାଜିକ ସ୍ତରୀକରଣର ଆଧାର ରହିଥିଲାବେଳେ, ପାଶ୍ଚାତ୍ୟ ସମାଜରେ ଶ୍ରେଣୀ ବ୍ୟବସ୍ଥା ସ୍ତରୀକରଣର ମୁଖ୍ୟ ଉପାଦାନ ଅଟେ ।

(୫) ଏହାର ପରିଣାମ ଥାଏ (It is consequential) – ସାମାଜିକ ସ୍ତରୀକରଣ ବ୍ୟକ୍ତି ତଥା ସମୂହର (କ) ଜୀବନ ସୁଯୋଗ (Life chance) ଏବଂ (ଖ) ଜୀବନଶୈଳୀରେ ପ୍ରତିଫଳିତ ହୋଇଥାଏ । ଜୀବନ ସୁଯୋଗ ହେଉଛି, ସମସ୍ତ ସୁବିଧା ବା ଅସୁବିଧା ଯାହା ବ୍ୟକ୍ତି ନିଜ ଜୀବନରେ ଉପଭୋଗ କରିଥାଏ । ଉଦାହରଣ ସ୍ଵରୂପ, ଯେଉଁ ବ୍ୟକ୍ତି ଏକ ଧନୀ ପରିବାରରେ ଜନ୍ମଲାଭ କରିଥାଏ ସେ ସୁପ୍ରତିଷ୍ଠିତ ବ୍ୟୟବହୁଳ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିପାରେ, ସୁସ୍ବାଦୁ ଉଚ୍ଚମାନର ଖାଦ୍ୟ ଖାଇପାରେ, ଭଲ ଚିକିତ୍ସକଙ୍କଦ୍ୱାରା ଚିକିତ୍ସିତ ହୋଇପାରେ, ଯେଉଁ ସମସ୍ତ ସୁବିଧା ଏକ ଗରିବ ପରିବାରର ସଦସ୍ୟଟି ପାଇପାରିନଥାଏ । ଏଥୁରେ ସ୍ପଷ୍ଟ ହୋଇଥାଏ ଯେ, ସାମାଜିକ ସ୍ତରୀକରଣ ବ୍ୟକ୍ତିର ଜୀବନରେ ସୁଯୋଗକୁ ନିର୍ଦ୍ଧାରିତ କରିଥାଏ ।

ସେହିପରି ପ୍ରତ୍ୟେକ ଶ୍ରେଣୀର ଜୀବନଶୈଳୀ ମୁଖ୍ୟତଃ ସେମାନଙ୍କର ଚାଲିଚଳଣ, ଆଚାର ବ୍ୟବହାର, ବେଶଭୂଷା, ବାସଗୃହ, ମନୋରଞ୍ଜନର ମାଧ୍ଯମ, ସାଂସ୍କୃତିକ ମୂଲ୍ୟବୋଧ ଆଧାରରେ ଅନ୍ୟ ଶ୍ରେଣୀଠାରୁ ପୃଥକ୍ । ଯେପରି ସାମାଜିକ ସ୍ତରୀକରଣ ବ୍ୟକ୍ତିର ଜୀବନ ସୁଯୋଗକୁ ନିର୍ଦ୍ଧାରିତ କରିଥାଏ, ସେହିପରି ଏହା ମଧ୍ୟ ବ୍ୟକ୍ତିର ଜୀବନଶୈଳୀ ନିର୍ଦ୍ଧାରଣ କରିଥାଏ ।

2. ଲିଙ୍ଗ (Gender) କହିଲେ କ’ଣ ବୁଝ ? ଲିଙ୍ଗଗତ ପ୍ରଭେଦତା (Gender Inequality) ସମ୍ବନ୍ଧରେ ଆଲୋଚନା କର ।
Answer:
ସାଧାରଣତଃ ଲିଙ୍ଗ (Gender) କହିଲେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ପରିବେଶରେ ଜଣେ ପୁରୁଷ ଏବଂ ମହିଳାର ଭୂମିକାରେ ଅବତୀର୍ଣ୍ଣ ହୋଇ ସମ୍ପନ୍ନ କରିଯାଉଥବା ବିଭିନ୍ନ କାର୍ଯ୍ୟ, ବ୍ୟବହାର, ଆଭିମୁଖ୍ୟ ଓ ମୂଲ୍ୟବୋଧ ଇତ୍ୟାଦିକୁ ବୁଝାଏ । ଉଦାହରଣ ସ୍ଵରୂପ, ପୁରୁଷମାନେ ଘରର ବାହ୍ୟକର୍ମ ଯଥା ବଜାର ସଉଦା, କୃଷିକାର୍ଯ୍ୟ ଇତ୍ୟାଦି କରୁଥିବାବେଳେ ମହିଳାମାନେ ଘରସଫା ଓ ରୋଷେଇ ଆଦି କାର୍ଯ୍ୟ ସମ୍ପନ୍ନ କରିଥା’ନ୍ତି ।

ପ୍ରତ୍ୟେକ ପରିବାରରେ ପୁତ୍ର ସନ୍ତାନଟିଏ ଜନ୍ମହେଲେ ଆନନ୍ଦର ଲହରୀ ଖେଳିଯାଇଥାଏ; କିନ୍ତୁ କନ୍ୟା ସନ୍ତାନଟିଏ ଜନ୍ମହେଲେ ମନରେ ବିଷାଦ ଆସିଥାଏ । ତେଣୁ ପରିବାର ଓ ପିତାମାତାମାନେ ଜନ୍ମରୁ ପୁତ୍ର ଓ କନ୍ୟା ମଧ୍ୟରେ ଭେଦଭାବ ସୃଷ୍ଟି କରିଥା’ନ୍ତି । ପୁତ୍ରମାନେ ବା ପୁରୁଷମାନେ ସବଳ ଓ କନ୍ୟା ବା ମହିଳାମାନେ ଦୁର୍ବଳ ବୋଲି ମାନିସିକତା ସମାଜରେ ଭରିରହିଥାଏ ।

ତେଣୁ ଲିଙ୍ଗ (Gender) କୁ ପୁଂଲିଙ୍ଗ (Masculine) ଏବଂ ସ୍ତ୍ରୀଲିଙ୍ଗ (Feminine) ଭାବରେ ବିଭକ୍ତ କରାଯାଇଛି । ଜନ୍ମରୁ ପୁତ୍ର ଓ କନ୍ୟା ମଧ୍ୟରେ ପାର୍ଥକ୍ୟ ଖାଦ୍ୟପେୟ, ବେଶଭୂଷା, ଚାଲିଚଳଣି ଓ କଥୋପକଥନ ଆଦିରୁ ପରିଚାଳିତ ହୋଇଥାଏ । ତେଣୁ ଲିଙ୍ଗଗତ ତାରତମ୍ୟତା ସମ୍ପୂର୍ଣ୍ଣଭାବେ ସାମାଜିକ ଅଟେ ଓ ସମାଜଦ୍ୱାରା ସୃଷ୍ଟି ହୋଇଥାଏ ।

ଲିଙ୍ଗଗତ ତାରତମ୍ୟତା କେବଳ ଭାରତବର୍ଷର ନୁହେଁ ଏହା ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ରୂପରେ ପରିଲକ୍ଷିତ ହୋଇଥାଏ । ଉଦାହରଣ ସ୍ୱରୂପ, ଇଂଲଣ୍ଡରେ ୧୯୨୮ ମସିହାରେ ଓ ଫ୍ରାନ୍ସରେ ୧୯୪୪ ମସିହାରେ ମହିଳାମାନେ ପ୍ରଥମେ ଭୋଟ ଦେବାର ଅଧିକାର ଲାଭ କଲେ । ଏହା ପୂର୍ବରୁ ସେମାନେ ଭୋଟଦାନ ଅଧିକାରରୁ ବଞ୍ଚି ଥିଲେ ।

ଭାରତ ଭଳି ପୁରୁଷପ୍ରଧାନ ସମାଜରେ ମହିଳାମାନେ ଜନ୍ମରୁ ସମସ୍ତ ପ୍ରକାର ଅଧିକାରରୁ ବଞ୍ଚିତ, କେବଳ ସନ୍ତାନ ଜନ୍ମ, ସେମାନଙ୍କ ଲାଳନ ପାଳନ, ରୋଷେଇ ଓ ଘରକୁ ସଫା ସୁତୁରା ରଖୁବା ସହ ଘରର ଚାରିକାନ୍ଥ ମଧ୍ୟରେ ମହିଳାମାନେ ଆବଦ୍ଧ ରୁହନ୍ତି । ଦେଶର ସମଗ୍ର ଜନସଂଖ୍ୟାର ଶତକଡ଼ା ୫୦ ଭାଗରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ବହୁ ପୁରାତନ କାଳରୁ ମହିଳାମାନେ ପୁରୁଷମାନଙ୍କଦ୍ୱାରା ଶୋଷିତ ଓ ଅତ୍ୟାଚାରିତ ହେଉଛନ୍ତି ।

CHSE Odisha Class 11 Sociology Unit 4 Long Answer Questions in Odia Medium

ଗ୍ରାମୀଣ ଭାରତୀୟ ମହିଳାମାନେ ସ୍ବାମୀଙ୍କୁ ଦେବତା ବୋଲି ଭାବି ସାରାଜୀବନ ସ୍ୱାମୀ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥା’ନ୍ତି । ପାରିବାରିକ ସମ୍ପତ୍ତିରେ ମଧ୍ୟ ମହିଳାମାନଙ୍କର କୌଣସି ଅସ୍କୋର ନଥାଏ । ବିଶେଷଭାବରେ ବିଧବା ମହିଳାମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅଟେ ।

ଶିକ୍ଷା କ୍ଷେତ୍ରରେ ଜନ୍ମରୁ ପୁତ୍ର ଓ କନ୍ୟାଙ୍କ ମଧ୍ୟରେ ତାରତମ୍ୟ ଦେଖାଯାଇଥାଏ । ପୁତ୍ରସନ୍ତାନକୁ ଶିକ୍ଷାର ସମସ୍ତ ସୁବିଧା ସୁଯୋଗ ମିଳୁଥିବା ସ୍ଥଳେ କନ୍ୟା ସନ୍ତାନକୁ ଏଥିରେ ବଞ୍ଚ କରାଯାଇଥାଏ । ଚାକିରି ବା ନିଯୁକ୍ତି କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ବଞ୍ଚ କରାଯାଇଥାଏ । ଯଦିଓ କେତେକାଂଶରେ ନିଯୁକ୍ତିର ସୁଯୋଗ ମିଳିଥାଏ, ତଥାପି ନିଯୁକ୍ତି ସ୍ଥଳରେ କାର୍ଯ୍ୟସମ୍ପନ୍ନ ସମୟରେ ମହିଳାମାନଙ୍କ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ଦିଆଯାଇଥାଏ ।

ଉଚ୍ଚଶିକ୍ଷା କ୍ଷେତ୍ରରେ ପୁରୁଷ ବା ପୁତ୍ରସନ୍ତାନମାନଙ୍କୁ ଅଗ୍ରାଧ୍ୟାକାର ଦିଆଯାଇଥାଏ । ଶିଶୁ ମୃତ୍ୟୁହାର କ୍ଷେତ୍ରରେ କନ୍ୟା ଶିଶୁଙ୍କର ସଂଖ୍ୟା ଅଧ୍ବକ । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରାଯାଇ, କନ୍ୟା ହୋଇଥିଲେ ଭୃଣହତ୍ୟା କରାଯାଉଛି ।

ତେଣୁ ଲିଙ୍ଗଗତ ତାରତମ୍ୟ ଏକ ପାରମ୍ପରିକ ମାନସିକତା । ଆଧୁନିକ ଶିକ୍ଷା, ସମାଜ ସଂସ୍କାର, ମହିଳାମାନଙ୍କ ପାଇଁ ପ୍ରଣୀତ ସ୍ଵତନ୍ତ୍ର ଆଇନ, ମହିଳା ସଶକ୍ତିକରଣ ଆଦି ଏହି ତାରତମ୍ୟତାର ମାନସିକତାକୁ ଦୂରୀଭୂତ କରିପାରିବ ।

3. ଭାରତୀୟ ଜାତି ପଦ୍ଧତିର ବିଭିନ୍ନ ବୈଶିଷ୍ଟ୍ୟଗୁଡ଼ିକୁ ସଂକ୍ଷେପରେ ଆଲୋଚନା କର ।
Answer:
ଜାତି ପଦ୍ଧତି ପ୍ରାଚୀନ କାଳରୁ ଭାରତୀୟ ସମାଜରେ ଏକ ଦୃଢ଼ ସ୍ତମ୍ଭ ଭାବରେ ଦଣ୍ଡାୟମାନ ହୋଇରହିଛି । ପ୍ରତ୍ୟେକ ସମାଜରେ ସାମାଜିକ ନିୟନ୍ତ୍ରଣ ପାଇଁ ଏବଂ ବ୍ୟକ୍ତିର ସାମାଜିକ ପ୍ରସ୍ଥିତିକୁ ନିର୍ଦ୍ଧାରଣ କରିବାପାଇଁ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ଭାରତରେ ଏହି ନିୟମଗୁଡ଼ିକ ଜାତି ପଦ୍ଧତିଦ୍ୱାରା ଆତ୍ମପ୍ରକାଶ ଲାଭକରିଛି ।

ଏହି ଜାତି ପଦ୍ଧତି ହେଉଛି ସାମାଜିକ ସ୍ତରୀକରଣର ଏକ ମୁଖ୍ୟ ଉତ୍ସ ଯାହାକି ସାମାଜିକ ସଂରଚନା ଉପରେ ଗଭୀର ପ୍ରଭାବ ପକାଇଥାଏ । ଜାତି ପଦ୍ଧତିକୁ ଭାରତୀୟ ସମାଜ ବ୍ୟବସ୍ଥାର ଏକ ଅଦ୍ବିତୀୟ ସାମାଜିକ ଅନୁଷ୍ଠାନରୂପେ ଅଭିହିତ କରାଯାଇଅଛି । ଏହି ସାମାଜିକ ଅନୁଷ୍ଠାନ ଧର୍ମ ଭିଭିରେ ସମାଜରେ ଶ୍ରେଣୀ ବିଭାଜନ ସୃଷ୍ଟି କରିଥାଏ ।

‘ଜାତି’ ଶବ୍ଦଟି ପର୍ତ୍ତୁଗୀଜ୍ ଶବ୍ଦ ‘କାଷ୍ଟା’ (Casta) ରୁ ଆସିଅଛି, ଯାହାର ଅର୍ଥ ‘ବଂଶ’, ‘ପ୍ରଜାତି’ (Race) କିମ୍ବା ‘ଶ୍ରେଣୀ’ । ପର୍ତ୍ତୁଗୀଜ୍‌ମାନେ ସର୍ବପ୍ରଥମେ ହିନ୍ଦୁ ସମାଜର କେତେକ କ୍ଷୁଦ୍ର ସାମାଜିକ ସମୂହକୁ ଦର୍ଶାଇବାକୁ ଯାଇ ଏହି (Casta) ଶବ୍ଦକୁ ବ୍ୟବହାର କରିଥିଲେ । ଭାରତରେ ‘Caste’ ଶବ୍ଦଟି ‘ଜାତ୍’ ‘Jat’ କିମ୍ବା ଜାତି ‘Jati’ ଭାବେ ପରିଚିତ, ଯାହାର ଅର୍ଥ (Birth) ।

ଅନ୍ୟ ଅର୍ଥରେ ‘ଜାତି’ ‘Jati’ ଶବ୍ଦଟି ସଂସ୍କୃତ ଶବ୍ଦ ‘ଜନ’ (Jana) ରୁ ଆସିଅଛି, ଯାହାର ଅର୍ଥ ‘ଜନ୍ମଲାଭ କରିବା’ (To take birth) । ତେଣୁ ଜାତି ଏକ ନିର୍ଦ୍ଦିଷ୍ଟ ସମୂହକୁ ବୁଝାଇଥାଏ, ଯାହାର ସଦସ୍ୟମାନଙ୍କର ସାମାଜିକ ସଦସ୍ୟତା ଜନ୍ମ ଉପରେ ପର୍ଯ୍ୟବସିତ ହୋଇଥାଏ । ସେମାନେ ଏକ ପାରମ୍ପରିକ ବୃତ୍ତିଦ୍ଵାରା ନିଜ ନିଜ ମଧ୍ୟରେ ଶ୍ରମ ବିଭାଜନ ସୃଷ୍ଟି କରିଥାଆନ୍ତି ।

ଜାତିର ବୈଶିଷ୍ଟ୍ୟ :
ପ୍ରଫେସର ଡକ୍ଟର ଜି.ଏସ୍. ଘୁରେ (Dr. G.S. Ghurey) ଭାରତୀୟ ଜାତି ପଦ୍ଧତିରେ କେତେଗୁଡ଼ିଏ ବୈଶିଷ୍ଟ୍ୟ ବିଷୟରେ ଆଲୋଚନା କରିଛନ୍ତି ।

(୧) ବିଭିନ୍ନ କ୍ଷୁଦ୍ର ଅଂଶରେ ସମାଜର ବିଭକ୍ତିକରଣ (Segmental division of society) :
ଡକ୍ଟର ଘୁରେଙ୍କ ମତରେ, ଜାତି ପଦ୍ଧତି ସମ୍ପୂର୍ଣ୍ଣ ସମାଜକୁ ବିଭିନ୍ନ କ୍ଷୁଦ୍ର କ୍ଷୁଦ୍ର ଅଂଶରେ ବିଭକ୍ତ କରିଛି, ଯେଉଁଥରେ ଲୋକମାନଙ୍କର ପ୍ରସ୍ଥିତି, ସାମାଜିକ କର୍ତବ୍ୟ ଏବଂ ଅଧିକାର ପରସ୍ପରଠାରୁ ପୃଥକ୍ ଅଟେ । ଏଭଳି ଏକ ସମାଜରେ ବ୍ୟକ୍ତିମାନଙ୍କ ମଧ୍ୟରେ ଜାତି ମନୋବୃତ୍ତି ଅଧିକ ପ୍ରଭାବଶାଳୀ ଅଟେ । ପ୍ରତ୍ୟେକ ଜାତି ପାଇଁ କେତେକ ସ୍ବୀକୃତିପ୍ରାପ୍ତ ନିୟମ ଏବଂ ବ୍ୟବସ୍ଥାମାନ ନିର୍ଦ୍ଧାରିତ ହୋଇଛି, ଯାହାକୁ ଲଙ୍ଘନ କଲେ ବ୍ୟକ୍ତିକୁ କଠିନ ଦଣ୍ଡ ଭୋଗିବାକୁ ପଡ଼ିଥାଏ କିମ୍ବା ସବୁଦିନ ପାଇଁ ଜାତିରୁ ବହିଷ୍କୃତ ହେବାକୁ ପଡ଼ିଥାଏ ।

ଡକ୍ଟର ଘୁରେ ମତ ଦିଅନ୍ତି ଯେ ଏହି ପଦ୍ଧତିରେ ବ୍ୟକ୍ତିର ସାମାଜିକ ସଦସ୍ୟତା ଜନ୍ମଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ତେଣୁ ନିଜ ଜାତିକୁ ପରିବର୍ତ୍ତନ କରିବା ସହଜ ନୁହେଁ । ବିପୁଳ ସମ୍ପତ୍ତି ବ୍ୟକ୍ତିର ପ୍ରସ୍ଥିତିରେ ପରିବର୍ତ୍ତନ ଆଣିପାରିବ ନାହିଁ । ଜାତି ପଦ୍ଧତିର ସୁପରିଚାଳନା ପାଇଁ ଜାତି ପଞ୍ଚାୟତ ରହିଥାଏ । ଜାତିର ନୀତିନିୟମଗୁଡ଼ିକ ଏହି ଜାତି ପଞ୍ଚାୟତଦ୍ୱାରା ସ୍ଥିରୀକୃତ ହୋଇଥାଏ । ପ୍ରତ୍ୟେକ ଜାତିର ସଦସ୍ୟମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ସାମାଜିକ ବନ୍ଧନ ଏବଂ ନୈତିକ କର୍ତ୍ତବ୍ୟଦ୍ୱାରା ଏକତା ପାଶରେ ଆବଦ୍ଧ ହୋଇଥା’ନ୍ତି । ଜାତିର ଏକ ସ୍ବତନ୍ତ୍ର ବିଶେଷତ୍ଵ ଏହି ଯେ ବ୍ୟକ୍ତିର ସାମାଜିକ ପ୍ରସ୍ଥିତି ସେ ଜନ୍ମଲାଭ କରିଥିବା ଜାତିର ପାରମ୍ପରିକ ପ୍ରସ୍ଥିତି ଉପରେ ନିର୍ଭରଶୀଳ ।

(୨) ଉଚ୍ଚ-ନିମ୍ନ କ୍ରମ (Hierachy) :
ଭାରତୀୟ ସମାଜରେ ବିଭିନ୍ନ ଜାତିଗୁଡ଼ିକ ପରସ୍ପର ସହିତ ଉଚ୍ଚ-ନିମ୍ନ କ୍ରମରେ ସଜାଡ଼ି ହୋଇ ରହିଥା’ନ୍ତି । ଏହି ଜାତିଜନିତ ସ୍ତରୀକରଣ ପଦ୍ଧତିରେ ବ୍ରାହ୍ମଣମାନେ ସାମାଜିକ ସୋପାନର ଅଗ୍ରଭାଗରେ ରହିଥା’ନ୍ତି । ବ୍ରାହ୍ମଣମାନଙ୍କ ତଳକୁ କ୍ଷତ୍ରିୟମାନଙ୍କୁ ଦ୍ୱିତୀୟ ସ୍ଥାନ, ବୈଶ୍ୟମାନଙ୍କୁ ତୃତୀୟ ସ୍ଥାନ ଏବଂ ଶୂଦ୍ରମାନଙ୍କୁ ସର୍ବନିମ୍ନ ସ୍ଥାନ ଦିଆଯାଇଅଛି । ଯେହେତୁ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଜନ୍ମ ଉପରେ ପ୍ରତିଷ୍ଠିତ, ତେଣୁ ଗୋଟିଏ ଜାତିର ଅନ୍ୟ ଜାତିକୁ ଯିବା ସମ୍ଭବପର ନୁହେଁ । କିନ୍ତୁ ଏଥିରେ କେତେକ ବ୍ୟତିକ୍ରମ ଦେଖାଯାଇଥାଏ । ଯଦିଚ ଜାତିର ଏହି ବୈଶିଷ୍ଟ୍ୟ ବର୍ତ୍ତମାନ ମଧ୍ୟ ଭାରତୀୟ ଗ୍ରାମଗୁଡ଼ିକରେ ଅନମନୀୟ ଭାବେ (rigid form) ପ୍ରଚଳିତ; କିନ୍ତୁ ବୃହତ୍ ନଗରୀଗୁଡ଼ିକରେ ଜାତିର ଏହି ବୈଶିଷ୍ଟ୍ୟଟି ତାହାର ଗୁରୁତ୍ଵ ହରାଇବାରେ ଲାଗିଛି ।

(୩) ଖାଦ୍ୟ, ପାନୀୟ ଏବଂ ସାମାଜିକ ସଂସର୍ଗଜନିତ କଟକଣା (Restrictions on food, drink and social inter-course) :
ଭାରତରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶାକୁ ଭିଭିକରି ପ୍ରତ୍ୟେକ ଜାତି କେତେଗୁଡ଼ିଏ କଟକଣା ଜାରି କରିଛି । ଉଚ୍ଚ ଜାତିର ଲୋକମାନେ ନୀଚ ଜାତିର ଲୋକମାନଙ୍କ ସହିତ ଏକତ୍ର ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ବର୍ତ୍ତମାନ ଭାରତରେ ଅନେକ ଗ୍ରାମ ଅଛି ଯେଉଁଠାରେ ଉଚ୍ଚ ଜାତିର ଲୋକମାନେ ନୀଚ ଜାତିର ଲୋକମାନଙ୍କୁ ସ୍ପର୍ଶ କରି ନ’ଥାନ୍ତି କିମ୍ବା ସେମାନଙ୍କଠାରୁ ଖାଦ୍ୟ କିମ୍ବା ଜଳ ଗ୍ରହଣ କରିନ’ଥାନ୍ତି ।

ଆଉ ମଧ୍ଯ କେଉଁ ଜାତିର ସଦସ୍ୟ କିଭଳି ପ୍ରକାର ଖାଦ୍ୟ ଭୋଜନ କରିବ ଏବଂ କେଉଁ ପ୍ରକାର ଖାଦ୍ୟକୁ ଉଚ୍ଚ ଜାତି, ନୀଚ ଜାତିଠାରୁ ଗ୍ରହଣ କରିବ, ଏଥପାଇଁ କେତେଗୁଡ଼ିଏ ଉପନିୟମ ରହିଅଛି । ଫଳସ୍ୱରୂପ ବ୍ରାହ୍ମଣମାନେ କ୍ଷତ୍ରିୟ ଗୃହରୁ ଖାଦ୍ୟ ଓ ପାନୀୟ ଗ୍ରହଣ କରି ନ ଥା’ନ୍ତି ଏବଂ ସେମାନେ ସମ୍ପୂର୍ଣ୍ଣ ଘୃତଦ୍ବାରା ରନ୍ଧନ କରାଯାଇଥିବା ଖାଦ୍ୟକୁ ଗ୍ରହଣ କରନ୍ତି । ସେହିପରି ସାମାଜିକ ମିଳାମିଶାରେ ମଧ୍ୟ କେତେକ କଟକଣା ରହିଥାଏ ।

ପବିତ୍ରତା ଏବଂ ଅପବିତ୍ର ବିଭିନ୍ନ ଜାତିର ସଦସ୍ୟମାନଙ୍କୁ ପରସ୍ପରଠାରୁ ଦୂରତ୍ୱ ରକ୍ଷା କରିବାପାଇଁ ବାଧ୍ୟ କରିଥାଏ । ଉଦାହରଣସ୍ୱରୂପ କେରଳରେ ଜଣେ ନାୟାର (Nair) ଜାତିର ଲୋକ ଜଣେ ନମ୍ବୁଦ୍ରି ବ୍ରାହ୍ମଣ ସହିତ ବାର୍ତ୍ତାଳାପ କରିପାରିବେ; କିନ୍ତୁ ତାଙ୍କୁ ସ୍ପର୍ଶ କରିପାରିବ ନାହିଁ, ସେହିପରି ଜଣେ ଟିୟନ (Tiyan) ନମ୍ବୁଦ୍ରି ବ୍ରାହ୍ମଣଠାରୁ ୩୬ ପାଦ ଦୂରରେ ଏବଂ ଜଣେ ଫୁଲୟନ (Pulayan) ନମ୍ବୁଦ୍ରି ବ୍ରାହ୍ମଣଠାରୁ ୯୬ ପାଦ ଦୂରରେ ରହି ବାର୍ତ୍ତାଳ କରିଥାଏ । ବ୍ରାହ୍ମଣ ଜାତି ବୈଶ୍ୟ କିମ୍ବା ଶୂଦ୍ର ଜାତି ସହିତ କୌଣସି ଧାର୍ମିକ କାର୍ଯ୍ୟ ସମ୍ପାଦନ କରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ସମାଜରେ ଜାତି ପଦ୍ଧତିର ଏହି ବୈଶିଷ୍ଟ୍ୟଟି ତା’ର ଗୁରୁତ୍ଵ ହରାଇ ବସିଛି ।

CHSE Odisha Class 11 Sociology Unit 4 Long Answer Questions in Odia Medium

(୪) ଅନ୍ତର୍ବିବାହ ବା ବିବାହଜନିତ କଟକଣା (Endogamy) :
ଅନ୍ତର୍ବିବାହ ହେଉଛି ସମଗ୍ର ଜାତି ପଦ୍ଧତିର କେନ୍ଦ୍ରବିନ୍ଦୁ । ୱେଷ୍ଟରମାର୍କ (Westermark) ଙ୍କ ମତରେ, ଆନ୍ତଃ-ଜାତି ବିବାହ (Inter-caste marriage) କଟକଣା ବା ଅନ୍ତର୍ବିବାହ ହେଉଛି ପ୍ରତ୍ୟେକ ଜାତିର ମୁଖ୍ୟ ଲକ୍ଷଣ । ହିନ୍ଦୁ ସମାଜରେ ଏହି ଆନ୍ତଃ-ଜାତି ବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି । ପ୍ରତ୍ୟେକ ଜାତି କେତେଗୁଡ଼ିଏ ଉପଜାତିରେ ବିଭକ୍ତ ଏବଂ ପ୍ରତ୍ୟେକ ଉପଜାତି ଗୋଟିଏ ଗୋଟିଏ ଅନ୍ତର୍ବିବାହୀ ଗୋଷ୍ଠୀରୂପେ ପରିଚିତ ।

ସଦସ୍ୟମାନେ ନିଜ ଉପଜାତି ମଧ୍ୟରେ ବିବାହ କରିଥା’ନ୍ତି । ଉପଜାତି ବାହାରେ ବିବାହ କରିବାକୁ ସୁଯୋଗ ଦିଆଯାଇ ନଥାଏ । ତେଣୁ ଏହି ଅନ୍ତର୍ବିବାହ ନିୟମର ବଶବର୍ତ୍ତୀ ହୋଇ ଜାତିର ସଦସ୍ୟମାନେ ବିବାହ ପାଇଁ ପାତ୍ରପାତ୍ରୀ ସ୍ଥିର କରିଥା’ନ୍ତି । ଜାତି ବାହାରେ ବିବାହ କଲେ ବ୍ୟକ୍ତି ଜାତି ବାସନ୍ଦର ସମ୍ମୁଖୀନ ହୋଇଥାଏ ।

(୫) କୌଳିକ ବୃତ୍ତି (Hereditary occupation) :
ଜାତି ପଦ୍ଧତିରେ ବିଭିନ୍ନ ଜାତିର ସଦସ୍ୟମାନଙ୍କ ପାଇଁ ବିଭିନ୍ନ ପ୍ରକାର ବୃତ୍ତିର ବନ୍ଦୋବସ୍ତ କରାଯାଇଥାଏ । ଏକ ନିର୍ଦ୍ଦିଷ୍ଟ ଜାତିର ସଦସ୍ୟମାନେ ସେହି ଜାତିଦ୍ଵାରା ନିର୍ଦ୍ଧାରିତ ହୋଇଥିବା ବୃଦ୍ଧିକୁ ଗ୍ରହଣ କରିଥା’ନ୍ତି । ସ୍ଵଇଚ୍ଛାରେ ଯେକୌଣସି ପେସାକୁ ଗ୍ରହଣ କରିବା ସମ୍ଭବପର ନୁହେଁ । ଅପର ପକ୍ଷରେ ଜାତିର ସଦସ୍ୟମାନେ ସେମାନଙ୍କର କୌଳିକ ବୃତ୍ତିକୁ ଗ୍ରହଣ କରିଥା’ନ୍ତି । ପ୍ରତ୍ୟେକ ଜାତିର ଏକ ବଂଶଗତ ବୃତ୍ତି ରହିଥାଏ ।

ବଂଶାନୁକ୍ରମିକ ଭାବରେ ସେହି ବୃତ୍ତିକୁ ଜାତିର ସଦସ୍ୟମାନେ ସେମାନଙ୍କର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନୁସରଣ କରିଥା’ନ୍ତି । ଉଦାହରଣସ୍ୱରୂପ, ବ୍ରାହ୍ମଣମାନେ ଧାର୍ମିକ କାର୍ଯ୍ୟରେ ପୌରୋହିତ୍ୟ କରୁଥିବାସ୍ଥଳେ କ୍ଷତ୍ରିୟମାନେ ଦେଶରକ୍ଷା କାର୍ଯ୍ୟ ସମ୍ପାଦନ କରିଥା’ନ୍ତି । କିନ୍ତୁ ବର୍ତ୍ତମାନ ଆଧୁନିକ ସମାଜରେ ବିଜ୍ଞାନର ପ୍ରଗତି ଫଳରେ ଜାତିର ଏହି ଲକ୍ଷଣରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଜାତିର ସଦସ୍ୟମାନେ ସେମାନଙ୍କର ପାରମ୍ପରିକ ବୃତ୍ତିକୁ ଅନୁସରଣ କରିବାକୁ ବାଧ୍ୟ ନୁହଁନ୍ତି ।

(୬) ବିଭିନ୍ନ ସାମାଜିକ ତଥା ଧାର୍ମିକ ସ୍ବାଧ୍ୟାକାର ଏବଂ ଅସାମର୍ଥ୍ୟ (Different civil and religious privileges and disabilities) :
ଡକ୍ଟର ଜି.ଏସ୍. ଘୁରେ (Dr. G. S. Ghurey) ଙ୍କ ମତରେ, ଭାରତୀୟ ଜାତି ପଦ୍ଧତି ସାମାଜିକ ଏବଂ ଧାର୍ମିକ ସ୍ତରୀକରଣ ଉପରେ ପର୍ଯ୍ୟବସିତ । ସମଗ୍ର ଭାରତୀୟ ସମାଜ ଦୁଇ ଭାଗରେ ବିଭକ୍ତ; ଯଥା – ଉଚ୍ଚ ଜାତି ଏବଂ ନୀଚ ଜାତି । ଜାତି ପଦ୍ଧତିରେ କଠୋର ଶୃଙ୍ଖଳା ମଧ୍ଯରେ ନୀଚ ଜାତିର ଲୋକମାନଙ୍କୁ ସବୁଦିନ ପାଇଁ ଅବହେଳିତ ଏବଂ ନିଷ୍ପେଷିତ ହେବାକୁ ପଡ଼ିଥାଏ ।

ହିନ୍ଦୁ ସମାଜରେ ବ୍ରାହ୍ମଣମାନେ ସମସ୍ତ ସୁଯୋଗର ଅଧିକାରୀ ହୋଇଥିବାବେଳେ ନୀଚ ଜାତିର ଲୋକମାନେ ସମସ୍ତ ପ୍ରକାର ଅଧିକାର ଏବଂ ସୁବିଧା ସୁଯୋଗରୁ ବଞ୍ଚ ହେବାର ଦେଖାଯାଇଥାଏ । ଏପରିକି ଶୂଦ୍ର ଜାତିର ଲୋକମାନେ ଉଚ୍ଚ ଜାତିର ଲୋକମାନଙ୍କୁ ସ୍ପର୍ଶ କରିପାରନ୍ତି ନାହିଁ । ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥାଏ । ସର୍ବସାଧାରଣ ବ୍ୟବହାର କରୁଥିବା ରାସ୍ତାଘାଟ, କୃପ, ପୋଖରୀ ପ୍ରଭୃତିରେ ସେମାନଙ୍କୁ ପ୍ରବେଶ କରିବାର ସୁଯୋଗ ଦିଆଯାଇନଥାଏ ।

ଯଦିଚ ବର୍ତ୍ତମାନ ହିନ୍ଦୁ ସମାଜରୁ ଏ ପ୍ରକାର କଟକଣାଗୁଡ଼ିକ କ୍ରମେ କ୍ରମେ ଲିଭିଯିବାରେ ଲାଗିଛି; ତଥାପି ହିନ୍ଦୁ ସମାଜର ଅତୀତର ଇତିହାସକୁ ଅନୁଧ୍ୟାନ କଲେ ଆମେ ଦେଖିବାକୁ ପାଇବା ଯେ ଏହି ଅଳ୍ପ କିଛି ବର୍ଷ ପୂର୍ବରୁ ଅସ୍ପୃଶ୍ୟ ଜାତିର ଲୋକମାନେ ବିଭିନ୍ନ ପ୍ରକାର ନିର୍ଯ୍ୟାତନାର ଶିକାର ହେଉଥିଲେ । ସେମାନଙ୍କୁ ଶିକ୍ଷାଲାଭ କରିବାର ସୁଯୋଗ ଦିଆଯାଉନଥିଲା । ସେମାନଙ୍କୁ ସାମାଜିକ, ଆର୍ଥନୀତିକ, ଧାର୍ମିକ, ସାଂସ୍କୃତିକ ଏବଂ ରାଜନୈତିକ ଅଧିକାର ଓ ସୁବିଧା ସୁଯୋଗରୁ ଦୂରେଇ ରଖାଯାଇଥିଲା ।

ଏମାନଙ୍କର ଅବସ୍ଥାକୁ ସୂଚାଇବାକୁ ଯାଇ କୌଟିଲ୍ୟ (Kautilya) କହିଛନ୍ତି, “ଜଣେ ଶୂଦ୍ର ଯଦି ଏକ ବ୍ରାହ୍ମଣ ନାରୀକୁ ଅପମାନିତ କରେ, ତେବେ ତାକୁ ଅଗ୍ନିରେ ଜୀବନ୍ତ ଦଗ୍ଧ କରାଯିବ । ଯଦି ସେ ଉଦ୍ଦେଶ୍ୟମୂଳକଭାବେ ଏକ ବ୍ରାହ୍ମଣକୁ ତିରସ୍କାର କରେ, ତେବେ ତା’ର ପ୍ରଧାନ ଅଙ୍ଗକୁ କାଟି ଦିଆଯିବ ।’’

ଉପରୋକ୍ତ ଆଲୋଚନା ଆମକୁ ସୂଚାଇ ଦିଏ ଯେ ଜାତି ପଦ୍ଧତି କେତେଗୁଡ଼ିଏ କଟକଣାକୁ ନେଇ ପରିଚାଳିତ ହେଉଥିବା କଥା ସମ୍ପୂର୍ଣ ସତ୍ୟ । କିନ୍ତୁ ଶିଳ୍ପ ଉଦ୍ୟୋଗୀକରଣ ଏବଂ ନଗରୀକରଣ ପ୍ରକ୍ରିୟା ଏବଂ ପାଶ୍ଚାତ୍ୟ ସଂସ୍କୃତି ଏବଂ ସଭ୍ୟତାର ପ୍ରଭାବ ଫଳରେ ଜାତିର ଏହି କଟକଣାଗୁଡ଼ିକ ଭାରତୀୟ ସମାଜରେ ବିଘଟନମୁଖୀ ହେବାର ଲାଗିଛନ୍ତି ।

4. ଜାତି ପଦ୍ଧତି ପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କର ।
କିମ୍ବା, ଜାତି ପଦ୍ଧତିର ବିଭିନ୍ନ ଉପକାରିତାଗୁଡ଼ିକ ଆଲୋଚନା କର ।
Answer:
ଜାତି ପଦ୍ଧତି ଭାରତୀୟ ସାମାଜିକ ବ୍ୟବସ୍ଥାରେ ଏକ ଅତୁଳନୀୟ ସ୍ଥାନ ଅଧିକାର କରିଛି । ଯେଭଳି ବିଭିନ୍ନତା ମଧ୍ୟରେ ଏକତା ହେଉଛି ଭାରତୀୟ ସମାଜର ଏକ ମୁଖ୍ୟ ବୈଶିଷ୍ଟ୍ୟ ଠିକ୍ ସେହିଭଳି ‘ଅପ୍ରକାର୍ଯ୍ୟ ମଧ୍ୟରେ ପ୍ରକାର୍ଯ୍ୟ’ ହେଉଛି ଭାରତୀୟ ଜାତି ପଦ୍ଧତିର ଏକ ମୁଖ୍ୟ ବୈଶିଷ୍ଟ୍ୟ । ଭାରତୀୟ ସମାଜରେ ଏକ ସାମାଜିକ ଅନୁଷ୍ଠାନ ଭାବେ ଜାତି ପଦ୍ଧତି ବିଭିନ୍ନ ପ୍ରକାର ପ୍ରକାର୍ଯ୍ୟକୁ ସମ୍ପାଦନ କରିଥାଏ । ଏହି ପରିପ୍ରେକ୍ଷୀରେ ଡକ୍ଟର ଜି.ଏସ୍. ଘୁରେ (Dr. G. S. Ghuery) କୁହନ୍ତି, ‘‘ଏହା ବ୍ୟକ୍ତି ପରିଚୟକୁ ସୂଚାଇଥାଏ, ପ୍ରସ୍ଥିତିକୁ ନିର୍ଦ୍ଧାରଣ କରିଥାଏ, ବ୍ୟକ୍ତି ସ୍ୱାତନ୍ତ୍ର୍ୟକୁ ଦର୍ଶାଇଥାଏ ଏବଂ ଅଧିକାର ଏବଂ କର୍ତ୍ତବ୍ୟକୁ ସାବ୍ୟସ୍ତ କରିଥାଏ ।’’

ଜାତି ପଦ୍ଧତିର ପ୍ରକାର୍ଯ୍ୟଗୁଡ଼ିକୁ ମୁଖ୍ୟତଃ ଦୁଇଗୋଟି ବିଭାଗରେ ଆଲୋଚନା କରାଯାଇପାରେ । ସେଗୁଡ଼ିକ ହେଲା –
(କ) ବ୍ୟକ୍ତିଗତ ଜୀବନରେ ଏବଂ
(ଖ) ସାମାଜିକ ଜୀବନରେ ପ୍ରକାର୍ଯ୍ୟ ।

(କ) ବ୍ୟକ୍ତିଗତ ଜୀବନରେ ଜାତି ପଦ୍ଧତିର ପ୍ରକାର୍ଯ୍ୟ (Functions of caste system from individual’s point of view) : ବ୍ୟକ୍ତିଗତ ଜୀବନରେ ଏହି ଜାତି ପଦ୍ଧତିର କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରକାର୍ଯ୍ୟ ସମ୍ପାଦିତ ହୋଇଥାଏ । ଏହି ଜାତି ପଦ୍ଧତିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସମସ୍ତ ଘଟଣା ପରିଚାଳିତ ହୋଇଥାଏ । ନିମ୍ନରେ ବ୍ୟକ୍ତିଗତ ଜୀବନରେ ଜାତି ପଦ୍ଧତିର ପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କରାଗଲା ।

(୧) ସାମାଜିକ ପ୍ରସ୍ଥିତିର ନିର୍ଦ୍ଧାରଣ (Determination of social status) : ଜାତି ପଦ୍ଧତି ବ୍ୟକ୍ତିକୁ ଏକ ନିର୍ଦ୍ଦିଷ୍ଟ ପ୍ରସ୍ଥିତି ଯୋଗାଇଥାଏ । ଯେହେତୁ ଏହି ପଦ୍ଧତି ଜନ୍ମ ଉପରେ ପ୍ରତିଷ୍ଠିତ । ତେଣୁ ଜନ୍ମଦ୍ୱାରା ବ୍ୟକ୍ତିର ସାମାଜିକ ପ୍ରସ୍ଥିତି ନିର୍ଦ୍ଧାରିତ ହୋଇଥାଏ । ବିପୁଳ ସମ୍ପତ୍ତି କିମ୍ବା ଦାରିଦ୍ର୍ୟ ବ୍ୟକ୍ତିର ଏହି ସାମାଜିକ ପ୍ରସ୍ଥିତିରେ ପରିବର୍ତ୍ତନ ଆଣିପାରିବ ନାହିଁ । ବ୍ୟକ୍ତି ଏହି ପ୍ରସ୍ଥିତିକୁ ନିଜର ଚେଷ୍ଟା କିମ୍ବା ବୁଦ୍ଧିବଳରେ ଲାଭ କରିନଥାଏ, ଅପରପକ୍ଷରେ କେବଳ ଜାତିଗତ ଜନ୍ମ ଯୋଗୁଁ ସେ ଏଭଳି ପ୍ରସ୍ଥିତିକୁ ଲାଭ କରିଥାଏ ।

ଉଦାହରଣସ୍ୱରୂପ ହିନ୍ଦୁ ସମାଜରେ ଜଣେ ବ୍ରାହ୍ମଣର ଉଚ୍ଚ ପ୍ରସ୍ଥିତିରେ ତା’ର କୌଣସି ବିଶେଷ ଗୁଣ ଯୋଗୁଁ ଲାଭ କରାଯାଇନଥାଏ; ମାତ୍ର ସେ ବ୍ରାହ୍ମଣ ପରିବାରରେ ଜନ୍ମଲାଭ କରିଥିବାରୁ ସ୍ବତଭୂର୍ତଭାବେ ସମାଜରେ ଉଚ୍ଚ ଆସନର ଅଧିକାରୀ ହୋଇଥାଏ । କୌଣସି କାରଣ ଯୋଗୁଁ ଯଦି ସେ ଜାତିରୁ ବହିଷ୍କୃତ ହୁଏ, ତେବେ ସେ ଏହି ଜନ୍ମଗତ ପ୍ରସ୍ଥିତିକୁ ହରାଇଥାଏ । ତେଣୁ କୁହାଯାଇପାରେ ଯେ ଏହି ଜାତି ପଦ୍ଧତି ପ୍ରସ୍ଥିତି (Ascribed status) ଉପରେ ପ୍ରତିଷ୍ଠିତ, ଯାହାକି ଅପରିବର୍ତ୍ତନୀୟ ଅଟେ ।

(୨) ସାମାଜିକ ନିରାପତ୍ତାର ସୁରକ୍ଷା (Provides social security) : ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜାତି ପଦ୍ଧତି ସମ୍ପୂର୍ଣ୍ଣ ସାମାଜିକ ନିରାପତ୍ତା ଯୋଗାଇଥାଏ । ଏହା ବ୍ୟକ୍ତିକୁ ଏକ ନିର୍ଦ୍ଦିଷ୍ଟ ବୃତ୍ତି ଯୋଗାଇଥାଏ ଏବଂ ବ୍ୟକ୍ତି ପାଇଁ ଏହା ଏକ ବଣିକ ସଂଘରୂପେ କାର୍ଯ୍ୟ କରେ । ବଂଶାନୁକ୍ରମିକ ବୃତ୍ତିଯୋଗୁ ବ୍ୟକ୍ତି ତା’ର ଭବିଷ୍ୟତ ବିଷୟରେ ସଚେତନ ହୋଇଥାଏ ଏବଂ କୌଣସି ପ୍ରକାର ଦୁଶ୍ଚିନ୍ତା ତା’ର ମନ ମଧ୍ୟରେ ପ୍ରବେଶ କରି ନ’ଥାଏ ।

ଆଉ ମଧ୍ୟ ଗୋଟିଏ ପ୍ରକାର ପେସାକୁ ଗ୍ରହଣ କରିବାଦ୍ୱାରା ବ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ । ଠିକ୍ ସେହିପରି ଜାତି ପଦ୍ଧତି ବ୍ୟକ୍ତ ପାଇଁ ଏକ ହିତକାରୀ ସମାଜ ଏବଂ ସ୍ୱାସ୍ଥ୍ୟ ବୀମା ଭାବେ କାର୍ଯ୍ୟ କରିଥାଏ । ଏହିଭଳି ଜାତି ପଦ୍ଧତି ବ୍ୟକ୍ତିକୁ ତା’ର ସମ୍ପୂର୍ଣ୍ଣ ଜୀବନକାଳ ପର୍ଯ୍ୟନ୍ତ ସାମାଜିକ ନିରାପତ୍ତା ଯୋଗାଇଥାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

(୩) ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟକଳାପକୁ ପରିଚାଳିତ କରିଥାଏ (Guides the individual day-to-day activities) : ପ୍ରତ୍ୟେକ ଜାତି ତା’ର ସଦସ୍ୟମାନଙ୍କର ବ୍ୟବହାର ଏବଂ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବାପାଇଁ କେତେକ ନୀତିନିୟମକୁ ନିର୍ଦ୍ଧାରିତ କରିଥାଏ, ଯେଉଁଗୁଡ଼ିକ ସଦସ୍ୟମାନଙ୍କଦ୍ୱାରା କଠୋରଭାବେ ଅନୁସରଣ କରାଯାଇଥାଏ । ଯଦି କୌଣସି ସଦସ୍ୟ ଏହା ବିରୁଦ୍ଧରେ କାର୍ଯ୍ୟ କରେ; ତେବେ ଜାତି ପଞ୍ଚାୟତଦ୍ବାରା ତାକୁ କଠିନ ଦଣ୍ଡ ଭୋଗିବାକୁ ପଡ଼ିଥାଏ ।

ପୋଷାକ ପରିଚ୍ଛଦ, ବିଭିନ୍ନ ଉତ୍ସବ ଏବଂ ପର୍ବପର୍ବାଣିଗୁଡ଼ିକରେ ପ୍ରତ୍ୟେକ ସଦସ୍ୟ ଜାତିର ବ୍ୟବହାର ପଦ୍ଧତିକୁ ଅନୁସରଣ କରିଥା’ନ୍ତି । ଏହିପରିଭାବେ ଜାତି ପଦ୍ଧତି କେତେକ ନୀତିନିୟମ ମାଧ୍ଯମରେ ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟକଳାପକୁ ପରିଚାଳିତ କରିଥାଏ ।

(୪) ମାନସିକ ନିରାପତ୍ତା ପ୍ରଦାନ (Provides mental security) : ଜାତି ପଦ୍ଧତିରେ ବ୍ୟକ୍ତିର ସାମାଜିକ ପ୍ରସ୍ଥିତି, ବୃତ୍ତି ଏବଂ ସଙ୍ଗୀ ନିର୍ବାଚନ ଇତ୍ୟାଦି ଜନ୍ମଦ୍ଵାରା ନିର୍ଦ୍ଧାରିତ ହୋଇଥିବାରୁ ବ୍ୟକ୍ତି ଜଥେଷ୍ଟ ମାନସିକ ଶାନ୍ତି ପାଇଥାଏ । କାରଣ ଏହିସବୁ ସାର୍ବଜନୀନ ଘଟଣାଗୁଡ଼ିକରେ ବ୍ୟକ୍ତିଠାରେ ମାନସିକ ଉତ୍ତେଜନା ପ୍ରକାଶ ପାଇନଥାଏ । ବ୍ୟକ୍ତି ନିର୍ଦ୍ଧାରିତ ପ୍ରସ୍ଥିତିର ଅଧ୍ବକାରୀ ହୋଇଥାଏ, ନିର୍ଦ୍ଦିଷ୍ଟ ବୃତ୍ତିକୁ ଅନୁସରଣ କରିଥାଏ ଏବଂ ନିଜ ଜାତିରୁ ସଙ୍ଗୀ ନିର୍ବାଚନ କରିଥାଏ ।

ଯାହାଫଳରେ କି ବ୍ୟକ୍ତିର ଜୀବନ ସୁଖମୟ ହୋଇଥାଏ ଏବଂ ସେ ତା’ର ଜୀବନକାଳ ମଧ୍ୟରେ ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ କରିଥାଏ । ଏହାଛଡ଼ା, ବୃଦ୍ଧ ଅକର୍ମଣ୍ୟ ଏବଂ ବ୍ୟାଧଗ୍ରସ୍ତ ଲୋକମାନଙ୍କୁ ଜାତି ପଦ୍ଧତି ସାହାଯ୍ୟ ଯୋଗାଇଥାଏ । ସେରିଙ୍ଗ (Sering) ଙ୍କ ମତରେ, ଜାତି ପଦ୍ଧତି ପରିଷ୍କାର ପରିଚ୍ଛନ୍ନତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଆବଶ୍ୟକ ସ୍ଥଳେ ହିନ୍ଦୁ ସମ୍ପ୍ରଦାୟଭୁକ୍ତ ସମୂହଗୁଡ଼ିକ ମଧ୍ୟରେ ଶୃଙ୍ଖଳାଜ୍ଞାନ ଏବଂ ଐକ୍ୟ ବନ୍ଧନ ସୃଷ୍ଟି କରିଥାଏ ।

(ଖ) ସାମାଜିକ ଜୀବନରେ ଜାତି ପଦ୍ଧତିର ପ୍ରକାର୍ଯ୍ୟ (Functions of caste system in social life) : ଜାତି ପଦ୍ଧତି ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହି ଜାତି ପଦ୍ଧତିକୁ ହିନ୍ଦୁ ସମାଜ ଗଠନର ମୁଖ୍ୟ ଆଧାର

(୧) ସଂସ୍କୃତିର ସୁରକ୍ଷା କରିଥାଏ (It preserves culture) : ଜାତିର ଏକ ମୁଖ୍ୟ ପ୍ରକାର୍ଯ୍ୟ ହେଉଛି ଏହା ସଂସ୍କୃତିର ସୁରକ୍ଷାକାରୀ ଅଟେ । ସାଧାରଣତଃ କୁହାଯାଉଅଛି ଯେ ଯଦି ଏକ ସମାଜ ତିଷ୍ଠି ରହିବାକୁ ଚାହେଁ, ତା’ହେଲେ ସେହି ସମାଜ ତା’ର ସଂସ୍କୃତିକୁ ଗୋଟିଏ ପୁରୁଷରୁ ଆଉ ଗୋଟିଏ ପୁରୁଷକୁ ହସ୍ତାନ୍ତରିତ କରିବାପାଇଁ ପ୍ରସ୍ତୁତ ରହିବା ନିହାତି ଆବଶ୍ୟକ । ଜାତି ପଦ୍ଧତି ଏଭଳି କାର୍ଯ୍ୟକୁ ସମ୍ପାଦନ କରିବାପାଇଁ ଏକ ଉତ୍କୃଷ୍ଟ ପଦ୍ଧତିରୂପେ ପରିଚିତ ।

ଜାତି ପଦ୍ଧତିରେ ବିଭିନ୍ନ ଜାତିଗତ ପ୍ରଥା ଏବଂ କାରିଗରୀ କୌଶଳଗୁଡ଼ିକ ବିଭିନ୍ନ ବୃତ୍ତିଗତ ଜାତିମାନଙ୍କଦ୍ବାରା ଗୋଟିଏ ପୁରୁଷରୁ ଆଉ ଗୋଟିଏ ପୁରୁଷକୁ ହସ୍ତାନ୍ତରିତ ହୋଇଥାଏ । ଜେ.ଏଚ୍.ହଟନ୍ (J.H. Hutton) ଙ୍କ ମତରେ, ‘ଭାରତୀୟ ସଂସ୍କୃତି ହେଉଛି ପ୍ରତ୍ୟେକ ଜାତି ସଂସ୍କୃତିର ଏକ ପରିପୂର୍ଣ୍ଣ ଏକ ସମାହାର ।’’

(୨) ସମାଜ ସଂହତିକୁ ଅକ୍ଷୁଣ୍ଣ ରଖୁଥାଏ (It integrates society) : ଏକ ବୃହତ୍ତର ସମୁଦାୟ ମଧ୍ୟରେ ବିଭିନ୍ନ ପ୍ରଜାତୀୟ, ଭାଷାଗତ, ଧର୍ମଗତ, ଜନଜାତୀୟ ସମୂହଗୁଡ଼ିକୁ ଏକତ୍ରିତ କରି ରଖିରେ ଜାତି ପଦ୍ଧତି ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ କାର୍ଯ୍ୟ କରିଥାଏ । ଆଉ ମଧ୍ଯ ଜାତି ପଦ୍ଧତି ଗୋଟିଏ ସମାଜ ମଧ୍ୟରେ ବିଭିନ୍ନ ସଂସ୍କୃତିର ଲୋକମାନଙ୍କୁ କେନ୍ଦ୍ରୀଭୂତ କରି ରଖୁବାରେ ଏକ ସ୍ଵତନ୍ତ୍ର କାରକରୂପେ କାର୍ଯ୍ୟ କରିଥାଏ । ବିଭିନ୍ନ ପ୍ରଜାତୀୟ ଏବଂ ଧର୍ମଗତ ସମୂହଗୁଡ଼ିକ ଜାତି ପଦ୍ଧତିଦ୍ଵାରା, ଭାବରେ ସଙ୍ଗଠିତ ହୋଇଥା’ନ୍ତି ଏବଂ ସେମାନେ ସମସ୍ତେ ଏକ ସାମାଜିକ ବ୍ୟବସ୍ଥାର ଅଂଶଭାବେ ନିଜକୁ ପରିଚିତ କରାଇଥା’ନ୍ତି ।

(୩) ସମାଜରେ ସ୍ଥିରତା ଆଣିଥାଏ (It brings stability in the society) : ସମାଜରେ ସ୍ଥିରତା ଆଣିବାରେ ଜାତି ପଦ୍ଧତି ସାହାଯ୍ୟ କରିଥାଏ । ହିନ୍ଦୁ ସମାଜ ତିଷ୍ଠି ରହିପାରିଛି; କାରଣ ଏହା ଜାତି ପଦ୍ଧତି ଉପରେ ପ୍ରତିଷ୍ଠିତ । ଏହା ହିନ୍ଦୁ ସମାଜକୁ ବିଭିନ୍ନ କ୍ଷୁଦ୍ର ଅଂଶରେ ବିଭକ୍ତ ହେବାରୁ ବଞ୍ଚତ କରିଛି । ଯଦିଓ ବିଭିନ୍ନ କାରଣବଶତଃ ହିନ୍ଦୁ ସମାଜ ବହୁ ସମୟ ଧରି ପ୍ରଭାବିତ ହୋଇଛି ଏବଂ କେତେକ ହିନ୍ଦୁ ମୁସଲମାନ ଏବଂ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଛନ୍ତି ତଥାପି ହିନ୍ଦୁ ସମାଜ ତା’ର ସ୍ୱତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରକ୍ତପାରିଛି; କାରଣ ଏହା ଜାତି ପଦ୍ଧତି ଉପରେ ପ୍ରତିଷ୍ଠିତ ।

(୪) ରାଜନୈତିକ ସ୍ଥିରତା ଆଣିଥାଏ (It brings political stability) : ହିନ୍ଦୁ ସମାଜ ପାଇଁ ଏହି ଜାତି ପଦ୍ଧତି ରାଜନୈତିକ ସ୍ଥିରତା ଆଣିବାରେ ସାହାଯ୍ୟ କରିଛି । ହିନ୍ଦୁମାନଙ୍କ ପାଇଁ ଏହା ଏକ ସମ୍ବିଧାନରୂପେ କାର୍ଯ୍ୟ କରିଥାଏ । ବିଗତ ୨୦୦୦ ବର୍ଷ ଧରି ଜାତି ପଦ୍ଧତି ଭାରତର ରାଜନୀତିକୁ ଗଭୀରଭାବେ ପ୍ରଭାବିତ କରିଆସୁଛି । ରଜନୀ କୋଠାରୀ (Rajani Kothari) ଙ୍କ ମତରେ, ସାର୍ବଜନୀନ ସାବାଳକ ମତଦାନ (Universal adult franchise) ପ୍ରଥା ପ୍ରବର୍ତ୍ତନ ହେବା ଫଳରେ ଜାତି ପଦ୍ଧତି ଭାରତର ରାଜନୀତିରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଆବେ ଦୁବିସ୍ (Abbe Dubois) ଙ୍କ ମତରେ, “ଜାତି ହେଉଛି ଶୃଙ୍ଖଳିତ ସରକାରର ଏକ ଦୃଢ଼ ଭିଭି, ସ୍ଵେଚ୍ଛାଚାରିତା ବିରୁଦ୍ଧରେ ଏକ ପ୍ରତିରକ୍ଷା ଶକ୍ତି, କଳା ଓ ସ୍ଥାପତ୍ୟ ସୁରକ୍ଷାର ଏକ ମାଧ୍ୟମ ଏବଂ ବିଦେଶୀ ଶତ୍ରୁମାନଙ୍କ କବଳରୁ ହିନ୍ଦୁ ସଂସ୍କୃତିର ସ୍ଵରୂପକୁ ସଂରକ୍ଷଣ କରିବାରେ ଏକ ଶକ୍ତିଶାଳୀ ଅସ୍ତ୍ର ।’’

(୫) ଭାରତୀୟ ସାମାଜିକ ସଂରଚନାର ଆଧାର (A base of Indian social structure) : ଜାତି ପଦ୍ଧତି ଭାରତୀୟ ସାମାଜିକ ସଂରଚନାର ମୂଳଭିଭିରୂପେ କାର୍ଯ୍ୟ କରିଥାଏ । ଏହା କେବଳ ବ୍ୟକ୍ତିକୁ ଏକ ନିର୍ଦ୍ଦିଷ୍ଟ ପ୍ରସ୍ଥିତି ଯୋଗାଇ ନଥାଏ; ବରଂ ସାମାଜିକ ମିଳାମିଶା ପାଇଁ ପଥ ପରିଷ୍କାର କରିଥାଏ । ଏହା ପ୍ରତ୍ୟେକ ବ୍ୟକ୍ତିକୁ ଜନ୍ମଠାରୁ ଏକ ନିର୍ଦ୍ଦିଷ୍ଟ ଜାତିର ସଦସ୍ୟରୂପେ ପରିଚିତ କରାଇଥାଏ ଏବଂ ଜୀବନର ଅବଶିଷ୍ଟ ସମୟର ମାର୍ଗ ଦେଖାଇଥାଏ ।

ଫଳରେ ସମସ୍ତ ପ୍ରକାର ହତାଶାଭାବରୁ ବ୍ୟକ୍ତି ନିଜକୁ ମୁକ୍ତ କରିଥାଏ । ଡକ୍ଟର ଭାଗବାନ ଦାସ ଜାତି ପଦ୍ଧତିକୁ ପ୍ରାଚୀନ ଭାରତର ଏକ କଳ୍ପିତ ବୈଜ୍ଞାନିକ ସମାଜବାଦ ଆଖ୍ୟା ଦେଇଛନ୍ତି । ଏହା ପ୍ରତ୍ୟେକ ବ୍ୟକ୍ତିର ଶିକ୍ଷାକୁ ନିର୍ଦ୍ଧାରଣ କରାଇଥାଏ । ଉଦାହରଣ ସ୍ୱରୂପ ବ୍ରାହ୍ମଣମାନଙ୍କର ଶିକ୍ଷା ଧାର୍ମିକ ପୂଜାବିଧ ଉପରେ ପର୍ଯ୍ୟବସିତ ହୋଇଥିବାବେଳେ କ୍ଷତ୍ରିୟମାନଙ୍କର ଶିକ୍ଷା ପ୍ରତିରକ୍ଷା ଉପରେ ପ୍ରତିଷ୍ଠିତ ।

ଉପରୋକ୍ତ ଆଲୋଚନରୁ ସ୍ପଷ୍ଟଭାବରେ ପ୍ରମାଣିତ ହୁଏ ଯେ, ଜାତି ପଦ୍ଧତି ଭାରତରେ କେତେକ ଦରକାରୀ ପ୍ରକାର୍ଯ୍ୟକୁ ସମ୍ପାଦିତ କରିଥାଏ ଏବଂ ହିନ୍ଦୁ ସାମାଜିକ ସଙ୍ଗଠନର ବିକାଶ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଆଉ ମଧ୍ୟ କୁହାଯାଇପାରେ ଯେ ବିଭିନ୍ନ ଧାର୍ମିକ, ଭାଷାଗତ ଏବଂ ପ୍ରଜାତୀୟ ସମୂହଗୁଡ଼ିକୁ ଏକତ୍ରୀକରଣ କରିବାରେ ଜାତି ପଦ୍ଧତିର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସଂକ୍ଷେପରେ କହିବାକୁ ଗଲେ ଜାତି ପଦ୍ଧତିର ଭୂମିକା ଅତି ମୌଳିକ ଯାହା କି ସାମାଜିକ କ୍ରମକୁ ନୂତନ ଆକୃତି ପ୍ରଦାନ କରିଥାଏ ।

5. ଜାତି ପଦ୍ଧତିର ଅପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କର ।
କିମ୍ବା, ଜାତି ପଦ୍ଧତିର ବିଭିନ୍ନ ଅପକାରିତାଗୁଡ଼ିକ ଆଲୋଚନା କର ।
Answer:
ଉଠ ଯଦିଚ ଜାତି ପଦ୍ଧତି ସମାଜ ପାଇଁ ଏକ ହିତକାରୀ ଅନୁଷ୍ଠାନରୂପେ କାର୍ଯ୍ୟ କରିଥାଏ, ତଥାପି ଏହା ଅନେକ ଅପକାର୍ଯ୍ୟ ମଧ୍ୟ ସମ୍ପାଦିତ କରିଥାଏ । କାଳକ୍ରମେ ଜାତିର କେତେକ ବୈଶିଷ୍ଟ୍ୟ ବିକାଶର ପ୍ରକ୍ରିୟା ଆଗରେ ପ୍ରତିବନ୍ଧକ ସୃଷ୍ଟି କଲା । ନିମ୍ନରେ ଜାତି ପଦ୍ଧତିର ବିଭିନ୍ନ ଅପକାର୍ଯ୍ୟଗୁଡ଼ିକ ଆଲୋଚନା କରାଗଲା ।

(୧) ସାମାଜିକ ବିଘଟନ (Social dis-organisation) : ଅତୀତରେ ଜାତି ପଦ୍ଧତି ସମାଜରେ ଐକ୍ୟ ସୃଷ୍ଟି କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଏହା ଥିଲା ଏକତା ପ୍ରତିଷ୍ଠା କରିବାର ଏକ ପ୍ରଧାନ ଉତ୍ସ । କିନ୍ତୁ ବର୍ତ୍ତମାନ ସମାଜରେ ଏହା ହିନ୍ଦୁମାନଙ୍କୁ ଶହ ଶହ ଉପଜାତି ସମୂହରେ ବିଭକ୍ତ କରିଅଛି । ଆଉ ମଧ୍ଯ ବଦ୍ଧିତ ଶତ୍ରୁଭାବ ଓ ଘୃଣାଭାବ, ଉଜ ଏବଂ ନୀଚ ଜାତିର ସଦସ୍ୟମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହ ଏବଂ ଶ୍ରଦ୍ଧାକୁ ସମ୍ପୂର୍ଣ୍ଣରୂପେ ଉଚ୍ଛେଦ କରିଛି ।

CHSE Odisha Class 11 Sociology Unit 4 Long Answer Questions in Odia Medium

ଉଚ୍ଚ ଜାତିର ସଦସ୍ୟ ଏବଂ ନୀଚ ଜାତି (ଯେଉଁମାନେ କି ଅସ୍ପୃଶ୍ୟରୂପେ ପରିଚିତ)ର ସଦସ୍ୟମାନଙ୍କ ମଧ୍ୟରେ ଅଧିକ ଦୂରତ୍ୱ ସୃଷ୍ଟି ହୋଇଛି ଯାହାଫଳରେ କି ଏକ ନିର୍ଦ୍ଦିଷ୍ଟ ସମୂହର ସଦସ୍ୟମାନେ ପଶୁମାନଙ୍କ ଭଳି ଜୀବନଯାପନ କରୁଅଛନ୍ତି । ଏପରିକି ଉଚ୍ଚ ଜାତି ବ୍ରାହ୍ମଣମାନେ ଶହ ଶହ କ୍ଷୁଦ୍ର ବିଭାଗରେ ବିଭକ୍ତ ହୋଇଛନ୍ତି ଏବଂ ପ୍ରତ୍ୟେକ ବିଭାଗ ଅନ୍ୟଠାରୁ ଶ୍ରେଷ୍ଠ ବୋଲି ନିଜକୁ ପରିଚିତ କରିଥାଏ । ଫଳରେ ହିନ୍ଦୁ ସମାଜ କ୍ରମେ କ୍ରମେ ବିଘଟନ ଆଡ଼କୁ ଗତି କରିବାରେ ଲାଗିଛି ।

(୨) ରାଜନୈତିକ ଅସ୍ଥିରତା (Political disunity) : ଜାତି ପଦ୍ଧତି, ଜାତିବାଦ (ନିଜ ଜାତି ପ୍ରତି ଅନ୍ଧ ଆନୁଗତ୍ୟ )କୁ ଉତ୍ସାହିତ କରିଥାଏ, ଯାହାଫଳରେ କି ହିନ୍ଦୁମାନଙ୍କୁ ଏକତା ପାଶରେ ଆବଦ୍ଧ କରିବା ସମ୍ଭବପର ହୁଏ ନାହିଁ । ଯଦି ଆମେ ଭାରତୀୟ ସମାଜର ଅତୀତ ଇତିହାସକୁ ଅନୁଧ୍ୟାନ କରୁ ଆମେ ଜାଣିବାକୁ ପାଇବା ଯେ ଏହି ଏକତାର ଅଭାବ ବିଦେଶୀମାନଙ୍କୁ ସହଜରେ ଭାରତକୁ ଆକ୍ରମଣ କରିବାପାଇଁ ନିମନ୍ତ୍ରଣ କରିଥିଲା । ଭାରତର ବିଗତ ୨୫୦୦ ବର୍ଷର ଇତିହାସ ସୂଚନା ଦିଏ ଯେ ଭାରତ ୧୨୫ ଥର ବିଦେଶୀମାନଙ୍କର ଆକ୍ରମଣ ଶିକାର ହୋଇଥିଲା ।

(୩) ଜାତୀୟ ଏକତାର ପ୍ରତିବନ୍ଧକ (Obstacle to national unity) : ଜାତି ପଦ୍ଧତି ଦେଶର ଏକତା ପଥରେ ଅନ୍ତରାୟ ସୃଷ୍ଟ କରିଆସୁଛି । ସମାଜରେ ନୀଚ ଜାତିର ସଦସ୍ୟମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବାରୁ ସେମାନେ ସଦାସର୍ବଦା ଅସନ୍ତୋଷ ପ୍ରକାଶ କରିଥା’ନ୍ତି । ଏହାଦ୍ଵାରା ଜାତୀୟ ଏକତା କ୍ଷୁଣ୍ଣ ହୋଇଥାଏ । ଡକ୍ଟର ଜି.ଏସ୍. ଘୁରେ (Dr. G.S. Ghurey) ମତ ଦିଅନ୍ତି, “ଜାତି ପଦ୍ଧତି ଜାତୀୟ ଏକତାର ବିକାଶ ପାଇଁ ଏକ ଅସୁସ୍ଥ ବାତାବରଣ ସୃଷ୍ଟି କରିଥାଏ ।’’ ଇ.ସ୍କିମ୍‌ (E. Schmidt) କହିଛନ୍ତି ଯେ, ଜାତି ପଦ୍ଧତିର ଏକ ବିୟୋଗାନ୍ତକ ପରିଣାମ ହେଉଛି ଯେ ଏହା ସାଧାରଣ ଜାତୀୟ ସଚେତନତାକୁ ପ୍ରତିରୋଧ କରିଥାଏ ।

(୪) ସାମାଜିକ ପ୍ରଗତି ଆଗରେ ପ୍ରତିବନ୍ଧକ (Obstacle to social progress) : ଜାତି ପଦ୍ଧତିର ଅନ୍ୟ ଏକ ଦୋଷ ହେଉଛି ଯେ ଏହା ଦେଶର ସାମାଜିକ ଏବଂ ଅର୍ଥନୀତିକ ପ୍ରଗତିରେ ବାଧା ସୃଷ୍ଟି କରିଥାଏ । କର୍ମତତ୍ତ୍ଵଦ୍ୱାରା ପରିଚାଳିତ ହୋଇ ବିଭିନ୍ନ ଜାତିର ସଦସ୍ୟମାନେ ଅଧିକ ମାତ୍ରାରେ ରକ୍ଷଣଶୀଳ ପ୍ରକୃତିର ହୋଇଯାଆନ୍ତି । ଏହି ରକ୍ଷଣଶୀଳ ଚିନ୍ତାଧାରା ଯୋଗୁଁ ସେମାନେ ଯେ କେବଳ ପୁରାତନ ପ୍ରଥା ଏବଂ ପରମ୍ପରାକୁ ଛାଡ଼ି ନଥା’ନ୍ତି, ଅପରପକ୍ଷରେ ସେମାନେ ନୂତନ ଆଦର୍ଶ, ମୂଲ୍ୟବୋଧ ଏବଂ ବୈଜ୍ଞାନିକ ଉଦ୍ଭାବନ ପ୍ରତି ଆଗ୍ରହ ପ୍ରକାଶ କରିଥା’ନ୍ତି । ଏହି ପରିପ୍ରେକ୍ଷୀରେ ସମାଜର ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ।

(୫) ଅସ୍ପୃଶ୍ୟତା (Untouchability) : ଜାତି ପଦ୍ଧତି ଏକ କଳଙ୍କିତ ସାମାଜିକ ବ୍ୟାଧ୍ ସୃଷ୍ଟି କରିଛି, ଯାହା ଅସ୍ପୃଶ୍ୟତା ନାମରେ ପରିଚିତ । ଜାତି ସ୍ତରୀକରଣ ପଦ୍ଧତିଦ୍ୱାରା ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ସାମାଜିକ ସୋପାନର ନିମ୍ନ ଭାଗରେ ରହି ସବୁଦିନ ପାଇଁ ଅବହେଳିତ, ଦଳିତ ଏବଂ ନିଷ୍ପେଷିତ ହୋଇଥା’ନ୍ତି । ମହାତ୍ମାଗାନ୍ଧୀ କହିଛନ୍ତି, ‘‘ଅସ୍ପୃଶ୍ୟତା ହେଉଛି ଜାତି ପଦ୍ଧତିର ଏକ କୁତ୍ସିତ ପରିପ୍ରକାଶ ଏବଂ ଈଶ୍ଵର ଏବଂ ମନୁଷ୍ୟ ଜାତି ପ୍ରତି ଏହା ଏକ ଅପରାଧ ।’’ (Untouchability is the most hateful expression of caste system and it is crime against God and man).

(୬) ଶ୍ରମ ସଞ୍ଚାଳନର ବିରୋଧ (Denial of mobility of labour) : ଜାତି ପଦ୍ଧତି ଶ୍ରମ ସଞ୍ଚାଳନକୁ ବିରୋଧ କରିଥାଏ । ଜାତିର କଠୋର ଶୃଙ୍ଖଳା ମଧ୍ୟରେ ରହି ବ୍ୟକ୍ତି ନୂତନ ପେସାକୁ ଗ୍ରହଣ କରିବାପାଇଁ ସୁଯୋଗ ପାଇନଥାଏ । ଜାତିଦ୍ୱାରା ନିର୍ଦ୍ଧାରିତ ବୃତ୍ତିକୁ ଗ୍ରହଣ କରିବା ପାଇଁ ସେ ବାଧ୍ୟ ହୋଇଥାଏ । ଫଳରେ ବହୁ ବ୍ୟକ୍ତି ନିର୍ଦ୍ଧାରିତ ବୃତ୍ତିକୁ ଅନୁସରଣ କରିବାକୁ ବାଧ୍ୟ ହୋଇ ଜୀବନରେ ବିଫଳତାର ବୋଝ ବହନ କରି ଦୁଃଖରେ ଜୀବନ ବିତାଇଥା’ନ୍ତି । ଫଳରେ ବ୍ୟକ୍ତିମାନଙ୍କଠାରେ ଆଳସ୍ୟତା ସୃଷ୍ଟି ହୋଇଥାଏ । ଆଉ ମଧ୍ୟ କେତେକ ବ୍ୟକ୍ତି ବାଧ୍ଯରେ ଏକ ନିର୍ଦ୍ଦିଷ୍ଟ ବୃତ୍ତିକୁ ଗ୍ରହଣ କରି ଏକ ଦୁଃଖପୂର୍ଣ୍ଣ ଜୀବନଯାପନ କରିଥା’ନ୍ତି ।

(୭) ଗଣତନ୍ତ୍ରର ବିରୋଧ (Opposing democracy) : ଜାତି ପଦ୍ଧତି ଗଣତନ୍ତ୍ରର ବିରୋଧୀ ଅଟେ । ଗଣତନ୍ତ୍ର ସମାନତା, ମୁକ୍ତି ଏବଂ ଭ୍ରାତୃତ୍ୱ ଉପରେ ପ୍ରତିଷ୍ଠିତ । ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ଗଣତନ୍ତ୍ର ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଥାଏ । ଅପରପକ୍ଷରେ ଜାତି ପଦ୍ଧତି ସମାଜର ସମସ୍ତ ବ୍ୟକ୍ତିଙ୍କୁ ସମାନ ଅଧିକାର ପ୍ରଦାନ କରିନଥାଏ । ଜାତି ସ୍ତରୀକରଣକୁ ଭିତ୍ତିକରି ସଦସ୍ୟମାନଙ୍କର ଅଧିକାର ନିର୍ଦ୍ଧାରିତ ହୋଇଥାଏ । ଉଦାହରଣ ସ୍ୱରୂପ ଉଚ୍ଚ ଜାତିର ସଦସ୍ୟମାନେ ସମସ୍ତ ଅଧିକାର, ସୁବିଧା ସୁଯୋଗ ଉପଭୋଗ କରୁଥିବାବେଳେ ନୀଚ ଜାତିର ସଦସ୍ୟମାନେ ନିର୍ଯ୍ୟାତନା ଭୋଗ କରନ୍ତି । ଏହା ଫଳରେ ଗଣତନ୍ତ୍ରର ମୌଳିକ ନୀତି କ୍ଷୁଣ୍ଣ ହୋଇଥାଏ ।

(୮) ମହିଳାମାନଙ୍କର ନିମ୍ନ ପ୍ରସ୍ଥିତି : ହିନ୍ଦୁ ମହିଳାମାନଙ୍କର ନିମ୍ନ ପ୍ରସ୍ଥିତି ପାଇଁ ଜାତି ପଦ୍ଧତି ଦାୟୀ । ଯଦି ଆମେ ହିନ୍ଦୁ ସମାଜର ଅତୀତର ଇତିହାସକୁ ଅନୁଧ୍ୟାନ କରିବା ତା’ ହେଲେ ଆମେ ଦେଖ‌ିବାକୁ ପାଇବା ଯେ ଏଇ ଅଳ୍ପଦିନ ପୂର୍ବରୁ ହିନ୍ଦୁ ନାରୀମାନଙ୍କୁ ଶିକ୍ଷାଲାଭ କରିବାରୁ ବଞ୍ଚତ କରି ରଖାଯାଉଥିଲା । ସେମାନଙ୍କୁ ଗୃହର ଚାରିକାନ୍ଥ ମଧ୍ୟରେ ଆବଦ୍ଧ କରି ରଖାଯାଉଥିଲା । ଯଦି ବିବାହର ପ୍ରଥମ ଦିବସରେ ସେମାନେ ବିଧବା ହେଉଥିଲେ ସେମାନଙ୍କୁ ପୁନର୍ବିବାହ କରିବାର ସୁଯୋଗ ଦିଆଯାଉନଥିଲା ।

ଅପରପକ୍ଷରେ ବଳପୂର୍ବକ ଭାବରେ ସେମାନଙ୍କୁ ମୃତ ସ୍ଵାମୀମାନଙ୍କର ଚିତାଗ୍ନିରେ ଝାସ ଦେବାକୁ ବାଧ୍ୟ କରାଯାଉଥିଲା । ପିଲାମାନଙ୍କୁ ଜନ୍ମଦେବା ଏବଂ ସ୍ଵାମୀମାନଙ୍କର ଯୌନ ଅଭିଳାଷକୁ ପୂରଣ କରିବା ସେମାନଙ୍କର ଥିଲା ମୁଖ୍ୟ କର୍ତ୍ତବ୍ୟ ।

ଉପରିଲିଖ ଆଲୋଚନା ସୂଚନା ଦିଏ ଯେ, ଜାତି ପଦ୍ଧତି ହିନ୍ଦୁସମାଜ ପାଇଁ କେତେକ ଅନିଷ୍ଟକାରୀ ପ୍ରକାର୍ଯ୍ୟ ସମ୍ପାଦନ କରିଥାଏ । ଜାତି ପଦ୍ଧତିରେ କଠୋର ଶୃଙ୍ଖଳା ମଧ୍ୟରେ କବଳିତ ହୋଇ ହିନ୍ଦୁ ସମାଜ କ୍ରମେ କ୍ରମେ ବିଘଟନମୁଖୀ ହେବାରେ ଲାଗିଛି ।

6. ଭାରତରେ ଜାତି ପଦ୍ଧତିକୁ ପ୍ରଭାବିତ କରୁଥିବା କାରକଗୁଡ଼ିକ ଆଲୋଚନା କର ।
କିମ୍ବା, ଜାତି ପଦ୍ଧତିର ବିଘଟନର କାରକଗୁଡ଼ିକ ବିଶ୍ଳେଷଣ କର ।
Answer:
ଆଧୁନିକ ଭାରତରେ କେତେକ ଶକ୍ତିଶାଳୀ କାରକଦ୍ବାରା ପ୍ରଭାବିତ ହୋଇ ଜାତି ପଦ୍ଧତିର ବୈପ୍ଳବିକ ପରିବର୍ତ୍ତନ ସଂଘଟିତ ହୋଇଅଛି । ଏହି କାରକଗୁଡ଼ିକ ଆମ ସମାଜରେ ଜାତି ପଦ୍ଧତିକୁ ଦୁର୍ବଳ କରିବାପାଇଁ ଦାୟୀ ଅଟନ୍ତି । ନିମ୍ନରେ ଜାତି ପଦ୍ଧତିକୁ ପ୍ରଭାବିତ କରୁଥିବା ମୁଖ୍ୟ କାରକଗୁଡ଼ିକ ଆଲୋଚନା କରାଗଲା ।

(୧) ଆଧୁନିକ ଶିକ୍ଷା (Modern Education) :
ଭାରତରେ ଜାତି ପଦ୍ଧତିକୁ ଦୁର୍ବଳ କରିବାରେ ଆଧୁନିକ ଶିକ୍ଷା ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଏହି ଆଧୁନିକ ଶିକ୍ଷା ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ । ଏକ ପକ୍ଷେ ଏହା ସ୍ବାଧୀନତା, ସମାନତା ଓ ଭ୍ରାତୃଭାବ ଆଦି ଗଣତାନ୍ତ୍ରିକ ଆଦର୍ଶ ଉପରେ ଗୁରୁତ୍ବ ଆରୋପ କରୁଥିବାବେଳେ, ଅପରପକ୍ଷେ ଏହା ହେତୁବାଦ ଏବଂ ପର୍ଯ୍ୟବେକ୍ଷଣ ପ୍ରଭୃତି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ସମ୍ପ୍ରସାରଣ କରିଥାଏ ।

ଏହି ଆଧୁନିକ ଶିକ୍ଷାଦ୍ବାରା ଆମ ସମାଜର ଶିକ୍ଷିତ ବ୍ୟକ୍ତିମାନେ ଜାତିପଦ୍ଧତିର ଐଶ୍ୱରିକ ମତବାଦ, ଉତ୍ତରାଧିକାରୀୟ ଅସମତା, କୌଳିକ ବୃତ୍ତି ଏବଂ କର୍ମଫଳ ପ୍ରଭୃତି ନୀତିନିୟମକୁ ଉପେକ୍ଷା କରୁଛନ୍ତି । ଆଉ ମଧ୍ଯ ଏକତ୍ର ଶିକ୍ଷାଲାଭ କରିବା ଫଳରେ ଆନ୍ତଃଜାତି ବିବାହ ପ୍ରଥା ପ୍ରତି ଯଥେଷ୍ଟ ଉତ୍ସାହ ବଢ଼ିବାରେ ଲାଗିଛି । ଏକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ଏକାଠି ବିଦ୍ୟାଲାଭ କରିବା ଫଳରେ ସମସ୍ତ ଜାତିର ବାଳକ ଓ ବାଳିକାମାନଙ୍କ ମନରୁ ଉଚ୍ଚନୀଚ ତଥା ଛୁଆ-ଅଛୁଆଁ ଭେଦଭାବ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଭାରତୀୟ ସମାଜରେ ଜାତିପ୍ରଥାର ଅଧଃପତନ ପାଇଁ ଆଧୁନିକ ଶିକ୍ଷା ଏକ ଶକ୍ତିଶାଳୀ କାରକ ଭାବେ ଦଣ୍ଡାୟମାନ ।

CHSE Odisha Class 11 Sociology Unit 4 Long Answer Questions in Odia Medium

(୨) ଶିଳ୍ପୀକରଣ (Industrialisation) :
ବର୍ତ୍ତମାନ ସମାଜ ମୁଖ୍ୟତଃ ବୈଜ୍ଞାନିକ ଜ୍ଞାନଦ୍ୱାରା ପରିଚାଳିତ । ବୈଜ୍ଞାନିକ ପ୍ରଗତି ଫଳରେ ଶିଳ୍ପୀକରଣ ସମ୍ଭବପର ହୋଇପାରିଛି । ଶିଳ୍ପୀକରଣ ପ୍ରକ୍ରିୟାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ କଳକାରଖାନାମାନ ଗଢ଼ି ଉଠିଛି । ସବୁ ଜାତିର ଲୋକମାନେ ଏହି କଳକାରଖାନାଗୁଡ଼ିକରେ ଏକତ୍ର ମିଳିମିଶି କାର୍ଯ୍ୟ କରିବାଦ୍ୱାରା ଜାତିଆଣ ମନୋଭାବ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଆଉ ମଧ୍ଯ କାର୍ଯ୍ୟକ୍ଷେତ୍ରରେ ଜନ୍ମ ଅପେକ୍ଷା ବ୍ୟବସାୟିକ ଦକ୍ଷତା ଏବଂ କର୍ମକୁଶଳତାକୁ ଅଗ୍ରାଧିକାର ଦିଆଯାଉଛି ।

ଫଳରେ ଜାତିପ୍ରଥାଦ୍ଵାରା ନିର୍ଦ୍ଧାରିତ ବୃତ୍ତିକୁ ଅନୁସରଣ ନ କରି ବିଭିନ୍ନ ଜାତିର ସଦସ୍ୟମାନେ ସ୍ୱ-ଇଚ୍ଛାରେ ଯେକୌଣସି ବୃତ୍ତିକୁ ଗ୍ରହଣ କରିପାରୁଛନ୍ତି । ଉଦାହରଣ ସ୍ଵରୂପ ବିଭିନ୍ନ କଳକାରଖାନା ଆଦିରେ ନୀଚ ଜାତିର ଲୋକମାନେ ଉଚ୍ଚ ପଦବୀରେ ଥିବାବେଳେ ଉଚ୍ଚ ଜାତିର ଲୋକମାନେ ସେମାନଙ୍କର ଅଧସ୍ତନ କର୍ମଚାରୀଭାବେ କାର୍ଯ୍ୟ କରୁଛନ୍ତି । ଏହି ପଦ୍ଧତି ଉଚ୍ଚ ଜାତିର ପରସ୍ପର ଯିବା ଆସିବା କରିବାଦ୍ୱାରା ଛୁଆଁଅଛୁଆଁ ମନୋଭାବର ବିଲୟ ଘଟିଛି ।

ଏହି ପରିପ୍ରେକ୍ଷୀରେ ଏ.ଡବ୍ଲ୍ୟୁ. ଗ୍ରୀନ୍ (A. W. Green) କୁହନ୍ତି, ‘‘ପୂର୍ବେ ନୀଚ ଜାତି ଲୋକମାନଙ୍କର ଛାୟା ସ୍ପର୍ଶଦ୍ବାରା ବ୍ରାହ୍ମଣ ନିଜକୁ ଅପବିତ୍ର ମନେକରି ଶୁଦ୍ଧ ହେବାପାଇଁ ପବିତ୍ର ଜଳରେ ସ୍ନାନ କରୁଥିଲା; କିନ୍ତୁ ଏବେ ସହର ବଜାରର ଜନଗହଳି ରାସ୍ତା ଏବଂ ବିଭିନ୍ନ ଲୋକମାନଙ୍କର କୋଳାହଳ ଭିତରେ ନୀଚ ଜାତି ଲୋକମାନଙ୍କର ଛାୟାସ୍ପର୍ଶରୁ ନିଜକୁ ଦୂରେଇ ରଖୁବା ସମ୍ଭବପର ହେଉନାହିଁ ।’’

(୩) ପୌରୀକରଣ (Urbanisation) :
ପୌରୀକରଣ ବା ନଗରୀକରଣ ହେଉଛି ଶିଳ୍ପୀକରଣର ଏକ ପ୍ରତ୍ୟକ୍ଷ ପରିଣାମ । ଯେହେତୁ ସହର ହେଉଛି ଜାତି-ଧର୍ମ-ବର୍ଣ୍ଣ-ଭାଷା ନିର୍ବିଶେଷରେ ସମସ୍ତ ଲୋକମାନଙ୍କର କେନ୍ଦ୍ରସ୍ଥଳୀ; ତେଣୁ ଏଠାରେ ଜାତିଗତ କଟକଣାଗୁଡ଼ିକୁ ପାଳନ କରିବା ସମ୍ଭବପର ହେଉନାହିଁ । ଏହାର ମୁଖ୍ୟ କାରଣ ହେଉଛି ଯେ, ସହର ବା ନଗରର ପ୍ରତ୍ୟେକ ବ୍ୟକ୍ତି ପରସ୍ପରର ଜାତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ । ବାହ୍ୟ ସଭ୍ୟତାଦ୍ୱାରା ପ୍ରଭାବିତ ହୋଇ ସହରବାସୀମାନେ ଉଚ୍ଚ-ନୀଚ ଏବଂ ଛୁଆଁ-ଅଛୁଆଁ ଭେଦଭାବକୁ ଅସ୍ବୀକାର କରୁଛନ୍ତି । ଫଳରେ କି ଜାତିପ୍ରଥାର ବିଘଟନ ସମ୍ଭବ ହୋଇପାରିଛି ।

(୪) ଧନସମ୍ପଦର ଗୁରୁତ୍ଵ (Importance of wealth) :
ଆଧୁନିକ ସମାଜରେ ଧନସମ୍ପଦ ହେଉଛି ସାମାଜିକ ପ୍ରତିଷ୍ଠାର ମୂଳଭିତ୍ତି । ବର୍ତ୍ତମାନ ଲୋକମାନେ ଏହି ଧନସମ୍ପଦ ଉପରେ ସବୁ ସମୟ ପାଇଁ ଅଧ‌ିକ ଗୁରୁତ୍ବ ଆରୋପ କରି ଚାଲିଛନ୍ତି । ପାରମ୍ପରିକ ବୃଭିଗୁଡ଼ିକୁ ପରିତ୍ୟାଗ କରି ବିଭିନ୍ନ ଜାତିର ସଦସ୍ୟମାନେ ନିଜ ଇଚ୍ଛା ଅନୁସାରେ ଯେକୌଣସି ବୃତ୍ତିକୁ ଅନୁସରଣ କରୁଛନ୍ତି । ଯେଉଁ ବ୍ୟକ୍ତି ବିପୁଳ ସମ୍ପତ୍ତିର ଅଧିକାରୀ ସେ ଯେକୌଣସି ଜାତିର ହେଉନା କାହିଁକି ସମାଜ ସେହି ବ୍ୟକ୍ତିକୁ ଯଥେଷ୍ଟ ସମ୍ମାନ ପ୍ରଦାନ କରୁଛି ।

ଜାତିପ୍ରଥାଦ୍ୱାରା ସୃଷ୍ଟି ହେଉଥିବା ସମସ୍ତ ବୃତ୍ତିଗତ କଟକଣାଗୁଡ଼ିକର ପରିସମାପ୍ତି ଘଟିଛି । ବର୍ତ୍ତମାନ ଆଧୁନିକ ସମାଜରେ ଜଣେ ଶୂଦ୍ର ବ୍ୟକ୍ତି ଯେ କି ବିପୁଳ ସମ୍ପଭିର ମାଲିକ ତା’ର ସାମାଜିକ ପ୍ରସ୍ଥିତି ଜଣେ ଦରିଦ୍ର ବ୍ରାହ୍ମଣଠାରୁ ଉଚ୍ଚରେ । ଧନସମ୍ପଦ ପ୍ରତିଯୋଗିତାରେ ଜାତିପ୍ରଥା କ୍ରମଶଃ ଦୁର୍ବଳ ହୋଇଯାଉଛି ।

(୫) ପରିବହନ ଓ ଯୋଗାଯୋଗ ମାଧ୍ୟମର ଦ୍ରୁତ ଅଗ୍ରଗତି (Rapid development of transport and communication) :
ପରିବହନ ଏବଂ ଯୋଗାଯୋଗ ମାଧ୍ୟମର ଉନ୍ନତି ଆମର ଜାତି ସଂରଚନାକୁ ଗଭୀରଭାବରେ ପ୍ରଭାବିତ କରିଛି । ଭାରତରେ ଔଦ୍ୟୋଗିକ ବିକାଶ ଯୋଗୁଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯାନବାହନଗୁଡ଼ିକର ଉଦ୍ଭାବନ ସମ୍ଭବପର ହୋଇପାରିଛି ।

ଟ୍ରେନ୍ କିମ୍ବା ବସ୍‌ରେ ଯାତାୟାତ ସମୟରେ ସମସ୍ତ ଜାତିର ଲୋକମାନେ ପରସ୍ପର ପ୍ରତି ସମାନ ପ୍ରକାର ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ସାର୍ ହର୍‌ବର୍ଟ ରିସ୍‌ (Sir Herbert Risley) କହିଛନ୍ତି, ‘ଟ୍ରେନ୍ ଖୁବ୍ କମ୍ ସମୟ ରହୁଥିବା ପ୍ଲାଟଫର୍ମରେ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ବ୍ୟକ୍ତିକୁ ତା’ର ଜାତି ବୁଝି ତା’ଠାରୁ ଖାଦ୍ୟ ପଦାର୍ଥ କ୍ରୟ କରିବା କୌଣସି ଯାତ୍ରୀ ପକ୍ଷେ ସମ୍ଭବପର ହେଉନାହିଁ ।’’

(୬) ସାମାଜିକ ସଂସ୍କାର ଆନ୍ଦୋଳନ (Social reform movement) :
ପ୍ରବୀଣ ସମାଜ ସଂସ୍କାରକ, ଯଥା – ରାଜା ରାମମୋହନ ରାୟ, ଦୟାନଦୀ ସରସ୍ୱତୀ, ସ୍ଵାମୀ ବିବେକାନନ୍ଦ ପ୍ରଭୃତି ସମାଜ ସଂସ୍କାର ଆନ୍ଦୋଳନ ମାଧ୍ୟମରେ ସମାଜରୁ ଜାତିପ୍ରଥା ଏବଂ ଅସ୍ପୃଶ୍ୟତାକୁ ଉଚ୍ଛେଦ କରିବାପାଇଁ ଉଦ୍ୟମ କରିଥିଲେ । ଆଉ ମଧ୍ୟ ବ୍ରାହ୍ମ ସମାଜ, ଆର୍ଯ୍ୟ ସମାଜ, ପ୍ରାର୍ଥନା ସମାଜ ଏବଂ ରାମକୃଷ୍ଣ ମିଶନ୍‌ର ଭୂମିକା ମଧ୍ଯ ଏ ଦିଗରେ ଉଲ୍ଲେଖଯୋଗ୍ୟ ଅଟେ । ଏହିସବୁ ସମାଜ ସଂସ୍କାର ଆନ୍ଦୋଳନଦ୍ୱାରା ପ୍ରଭାବିତ ହୋଇ ଜାତିପ୍ରଥା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ।

(୭) ରାଜନୈତିକ ଆନ୍ଦୋଳନ (Political movement) :
ଭାରତୀୟ ଜାତୀୟ ମୁକ୍ତି ଆନ୍ଦୋଳନ ଜାତି ପଦ୍ଧତିର କଠୋର ଶୃଙ୍ଖଳା ବିରୁଦ୍ଧରେ ଏକ ଦୃଢ଼ ଜନମତ ସୃଷ୍ଟି କରିଥିଲା । ସ୍ଵାଧୀନତା ପ୍ରାପ୍ତି ପରେ ମହାତ୍ମାଗାନ୍ଧୀଙ୍କଦ୍ବାରା ଏହି ଜାତିପ୍ରଥାର ମୂଳୋତ୍ପାଟନ ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଗଲା । ସେ ସବୁବେଳପାଇଁ କହୁଥିଲେ ଯେ, ମନୁଷ୍ୟ ସ୍ଵାଧୀନଭାବେ ଜନ୍ମଗ୍ରହଣ କରିଛି ଏବଂ ଈଶ୍ବରଙ୍କର ସନ୍ତାନଭାବେ ସମସ୍ତେ ସମାନ ଅଟନ୍ତି ।

ଜାତିପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ଗାନ୍ଧିଜୀ କହୁଥିଲେ, “ଅସ୍ପୃଶ୍ୟତା ହେଉଛି ଜାତିପ୍ରଥାର ଏକ କୁତ୍ସିତ ପରିପ୍ରକାଶ ଏବଂ ଏହା ଈଶ୍ଵର ଏବଂ ମନୁଷ୍ୟ ବିପକ୍ଷରେ ଏକ ଅପରାଧ ।’’ ସେ ମତ ଦେଇଥିଲେ ଯେ ଯେପର୍ଯ୍ୟନ୍ତ ଭାରତୀୟ ସମାଜରୁ ଜାତିପ୍ରଥା ଭଳି ଏକ ଅନିଷ୍ଟକର ପ୍ରଥାର ବିଲୋପ ନ ହୋଇଛି ସେପର୍ଯ୍ୟନ୍ତ ଭାରତୀୟ ସମାଜ ପ୍ରଗତିପଥରେ ଅଗ୍ରସର ହୋଇପାରିବ ନାହିଁ ।

(୮) ଆନ୍ତଃ-ଜାତି ବିବାହ ପ୍ରଥାର ପ୍ରଚଳନ (Introduction of inter-caste marriage) :
ପ୍ରାଚୀନ ସମାଜରେ ଜାତିପ୍ରଥା ବିବାହ କ୍ଷେତ୍ରରେ କେତେକ କଟକଣା ଏବଂ ନୀତିନିୟମକୁ ନିର୍ଦ୍ଧାରିତ କରିଥିଲା । ପ୍ରତ୍ୟେକ ଜାତି ଏବଂ ଉପଜାତି ଗୋଟିଏ ଅନ୍ତର୍ବିବାହୀ ଦଳ ହୋଇଥିବାରୁ ସଦ୍ୟମାନେ ନିଜ ଜାତିରେ ବିବାହ କରୁଥିଲେ ।

ହିନ୍ଦୁ ସମାଜରେ ଆନ୍ତଃଜାତି ବିବାହ ପ୍ରଥା ସମ୍ପୂର୍ଣ୍ଣରୂପେ ନିଷିଦ୍ଧ ଥିଲା; କିନ୍ତୁ ୧୯୫୫ ମସିହାର ହିନ୍ଦୁ ବିବାହ ଆଇନ ଆନ୍ତଃଜାତି ବିବାହ ପ୍ରଥାକୁ ବିଧବଦ୍ଧଭାବେ ସ୍ବୀକୃତି ପ୍ରଦାନ କରିଛି । ଏହି ଆଇନରେ ବ୍ୟବସ୍ଥା ଅଛି ଯେ, ଜଣେ ଉଚ୍ଚ ଜାତିର ପୁରୁଷ ନୀଚ ଜାତିର ସ୍ତ୍ରୀକୁ ବିବାହ କରିପାରିବ ଏବଂ ଜଣେ ନୀଚଜାତିର ପୁରୁଷ ମଧ୍ୟ ଉଚ୍ଚ ଜାତିର ସ୍ଵୀକୁ ବିବାହ କରିପାରିବ ।

ଫଳରେ ସମସ୍ତ ଜାତିର ସଦସ୍ୟମାନେ ସ୍ୱ-ଇଚ୍ଛାରେ ଯେକୌଣସି ଜାତିରେ ବିବାହ କରିପାରୁଛନ୍ତି । ଆନ୍ତଃଜାତି ବିବାହପ୍ରଥାର ପ୍ରଚଳନ ଯୋଗୁଁ ଜାତିପ୍ରଥାଦ୍ୱାରା ସୃଷ୍ଟି ହୋଇଥିବା ବିଭିନ୍ନ କଟକଣାଗୁଡ଼ିକ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଏହି ଜାତିପ୍ରଥା କ୍ରମଶଃ ଦୁର୍ବଳରୁ ଦୁର୍ବଳ ହୋଇପଡ଼ିଛି ।

(୯) ସରକାରୀ ଉଦ୍ୟମ (Governmental efforts) :
ଭାରତ ସରକାରଙ୍କଦ୍ଵାରା ଗ୍ରହଣ କରାଯାଇଥିବା କରିଛି । ଭାରତ ସ୍ୱାଧୀନତା ହେବା ପରେ ଜାତି ପଦ୍ଧତିର ବିଭିନ୍ନ ଦୋଷ ତ୍ରୁଟିଗୁଡ଼ିକୁ ଉଚ୍ଛେଦ କରିବାପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରାଯାଇଛି । ଏହାର ପ୍ରଥମ ପଦକ୍ଷେପ ହେଉଛି ୧୯୫୫ ମସିହାରେ ପ୍ରଣୀତ ‘ଅସ୍ପୃଶ୍ୟତା ଅପରାଧ ଆଇନ’ । ଏହି ଆଇନ ଅନୁସାରେ ଅସ୍ପୃଶ୍ୟତା ହେଉଛି ଏକ ଅପରାଧ ଏବଂ ଏହାକୁ ଉତ୍ସାହିତ କରୁଥିବା ବ୍ୟକ୍ତିକୁ ୬ ମାସ ଜେଲ୍‌ଦଣ୍ଡ କିମ୍ବା ୫୦୦ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ । ଭାରତୀୟ ସମ୍ବିଧାନର ନିୟମ ଅନୁସାରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷର ବ୍ୟକ୍ତିମାନଙ୍କ ମଧ୍ୟରେ କୌଣସି ପ୍ରକାର ତାରତମ୍ୟ ସୃଷ୍ଟି କରାଯାଇ ପାରିବ ନାହିଁ ।

CHSE Odisha Class 11 Sociology Unit 4 Long Answer Questions in Odia Medium

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟରୂପେ ପ୍ରତୀୟମାନ ହୁଏ ଯେ ବର୍ତ୍ତମାନ ପରିସ୍ଥିତିରେ କେତେଗୁଡ଼ିଏ ମୁଖ୍ୟ କାରକ ପ୍ରଭାବରେ ଆସି ଜାତିପ୍ରଥା କ୍ରମଶଃ ବିଘଟନମୁଖୀ ହେବାରେ ଲାଗିଛି ।

7. ଭାରତୀୟ ଜାତି ପଦ୍ଧତିରେ ସଂଘଟିତ ହେଉଥିବା ସାମ୍ପ୍ରତିକ ପରିବର୍ତ୍ତନଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
କିମ୍ବା, ଭାରତରେ ଜାତି ପଦ୍ଧତି ପରିବର୍ତ୍ତନ ମଧ୍ୟ ଦେଇ ଗତିକରୁଛି ବୋଲି ତୁମେ ଭାବୁଛ କି ? ଭାରତୀୟ ଜାତି ପଦ୍ଧତିର ବିଭିନ୍ନ ପରିବର୍ତ୍ତନଗୁଡ଼ିକୁ ବିଶ୍ଳେଷଣ କର ।
Answer:
ପରିବର୍ତ୍ତନ ହେଉଛି ପ୍ରକୃତିର ଅପରିବର୍ତ୍ତନୀୟ ନିୟମ । ଯେପରି ଏକ ମାନବ ଶିଶୁ ଜନ୍ମଲାଭ କରେ ଏବଂ କାଳକ୍ରମେ ଶୈଶବ, କୈଶୋର, ଯୁବାବସ୍ଥା ଏବଂ ବୃଦ୍ଧାବସ୍ଥାରେ ପଦାର୍ପଣ କରେ, ଠିକ୍ ସେହିଭଳି ପ୍ରତ୍ୟେକ ଅନୁଷ୍ଠାନର ଅହରହ ପରିବର୍ତ୍ତନ ଘଟିଥାଏ । ଆଧୁନିକ ସମାଜରେ ଜାତିର ବୈଶିଷ୍ଟ୍ୟ ଏବଂ ପ୍ରକାର୍ଯ୍ୟରେ କେତେକ ପରିବର୍ତ୍ତନ ସଂଘଟିତ ହୋଇଛି । ଆଧୁନିକ ଶିକ୍ଷା ଏବଂ ବୈଜ୍ଞାନିକ ଚିନ୍ତାଧାରାଦ୍ଵାରା ଅନୁପ୍ରାଣିତ ହୋଇ କ୍ରମେ କ୍ରମେ ଜାତିପଦ୍ଧତି ତା’ର କଠୋରତା ଏବଂ ରକ୍ଷଣଶୀଳ ପ୍ରବୃତ୍ତିକୁ ହରାଇ ବସିବାରେ ଲାଗିଛି । ଭାରତୀୟ ସମାଜରେ ଜାତିପଦ୍ଧତିର ସାଂପ୍ରତିକ ପରିବର୍ତ୍ତନଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(୧) ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ହ୍ରାସ (Declined superiority of brahmins) :
ଜାତିର ସାମାଜିକ ସ୍ତରୀକରଣରେ ବ୍ରାହ୍ମଣମାନଙ୍କର ସ୍ଥାନ ଶୀର୍ଷରେ ଅବସ୍ଥିତ । ଯଦିଚ ବର୍ତ୍ତମାନ ସେମାନେ ନିଜକୁ ଉଚ୍ଚ ଜାତିର ବ୍ୟକ୍ତିଭାବେ ସମାଜରେ ପରିଚିତ କରାଇଥାଆନ୍ତି, କିନ୍ତୁ ପ୍ରାଚୀନ ସମାଜ ତୁଳନାରେ ସେମାନଙ୍କର ପ୍ରତିପତ୍ତି ହ୍ରାସ ପାଇଛି । ବ୍ରାହ୍ମଣମାନେ ପୂର୍ବଭଳି ଅନ୍ୟ ଜାତିର ଲୋକମାନଙ୍କର ଉପରେ ନିଜର ଆଧୂପତ୍ୟ ଜାହିର କରିପାରୁ ନାହାନ୍ତି ।

ବିଭିନ୍ନ ଶିକ୍ଷାନୁଷ୍ଠାନ, ଅଫିସ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନ ପ୍ରଭୃତିରେ ଜନ୍ମ ଅପେକ୍ଷା ଦକ୍ଷତା ଉପରେ ଅଧ୍ଵ ଗୁରୁତ୍ଵ ଦିଆଯାଉଅଛି । ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟକୁ ପ୍ରତିଷ୍ଠିତ କରିଥିବା ଜାତି ପଦ୍ଧତି କ୍ରମଶଃ ଦୁର୍ବଳ ହୋଇଯାଉଛି । ପୁରାତନ ସମାଜ ଭଳି ବର୍ତ୍ତମାନ ସେମାନେ ପ୍ରଭାବଶାଳୀ ଜାତିଭାବେ ଉଚ୍ଚ ସାମାଜିକ ପ୍ରସ୍ଥିତିକୁ ଉପଭୋଗ କରିବାରେ ସମର୍ଥ ହୋଇପାରୁନାହାନ୍ତି ।

(୨) ଖାଦ୍ୟ, ପାନୀୟ ଏବଂ ସାମାଜିକ ସଂଘର୍ଗଜନିତ କଟକଣାରେ ପରିବର୍ତ୍ତନ (Changes in the restrictions regarding food, drink and social inter-course) :
ପୁରାତନ ସମାଜରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶାକୁ ଭିଭିକରି ପ୍ରତ୍ୟେକ ଜାତି କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ନିୟମକୁ ନିର୍ଦ୍ଧାରିତ କରିଥିଲା । ଏହିସବୁ ଜାତିଜନିତ କଟକଣାଗୁଡ଼ିକ ପ୍ରତ୍ୟେକ ଜାତିର ସଦସ୍ୟମାନଙ୍କଦ୍ୱାରା କଠୋରଭାବେ ଗ୍ରହଣ କରାଯାଉଥିଲା ।

କିନ୍ତୁ ଆଧୁନିକ ଶିକ୍ଷା ପଦ୍ଧତି ପରିବହନ ଏବଂ ଯୋଗାଯୋଗ ପଦ୍ଧତି ଜାତି ପଦ୍ଧତି ଏହିସବୁ କଟକଣାଗୁଡ଼ିକରେ ଦ୍ରୁତ ପରିବର୍ତ୍ତନ ଘଟାଇପାରିଛି । ବିଭିନ୍ନ ସ୍କୁଲ, ହୋଟେଲ, କଲେଜ ଏବଂ ଡାକ୍ତରଖାନା ପ୍ରଭୃତିରେ ସବୁ ଜାତିର ଲୋକମାନଙ୍କର ଏକତ୍ରୀକରଣ ଜାତିର ଏହି ନିୟମର ବିଲୟ ଘଟାଇଛି । ଯଦିଓ ଜାତିପ୍ରଥା ବର୍ତ୍ତମାନ ସୁଦ୍ଧା ତିଷ୍ଠିରହିଛି, କିନ୍ତୁ ତା’ର ସାମାଜିକ ମିଳାମିଶା ଥିବା ବିଭିନ୍ନ କଟକଣାଗୁଡ଼ିକର ଦ୍ରୁତ ଅବଗତି ପରିଲକ୍ଷିତ ହୋଇଛି ।

ବିଭିନ୍ନ ଜାତିର ଲୋକମାନେ କେବଳ ଯେ ଏକତ୍ର କାର୍ଯ୍ୟ କରୁଅଛନ୍ତି ସେତିକି ନୁହେଁ, ସେମାନେ ମଧ୍ୟ ଏକତ୍ର ବସି ଖାଦ୍ୟଗ୍ରହଣ କରୁଅଛନ୍ତି । ସେମାନଙ୍କ ମନରେ ଥିବା ଅସ୍ପୃଶ୍ୟତା ମନୋଭାବ କ୍ରମେ କ୍ରମେ ହ୍ରାସ ପାଇଯାଉଛି ।

(୩) ବିବାହବିସ୍‌ରେ ଥ‌ିବା କଟକଣାରେ ପରିବର୍ତ୍ତନ (Changes in the restrictions regarding marriage) :
କରିବା ଜାତିର ସଦସ୍ୟମାନଙ୍କ ମଧ୍ୟରେ ସମ୍ଭବପର ନଥିଲା । କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜ ପସନ୍ଦମୁତାବକ ପେସା ଗ୍ରହଣ କରିପାରୁଛି । ଫଳରେ ଜାତି ଏହି ବୃତ୍ତିଜନିତ କଟକଣାରେ ପରିବର୍ତ୍ତନ ଦେଖାଯାଉଛି । ସ୍ଵାଧୀନତା ପରେ ଆଇନ ମାଧ୍ୟମରେ ମଧ୍ୟ ଆମର ସରକାର ଏହି ବୃତ୍ତି ନିର୍ବାଚନରେ ଥିବା କଟକଣାଗୁଡ଼ିକୁ ସଙ୍କୁଚିତ କରିଛନ୍ତି । ଯେକୌଣସି ଜାତିର ବ୍ୟକ୍ତି ନିଜର ଦକ୍ଷତା, ଶକ୍ତି ଏବଂ ସାମର୍ଥ୍ୟ ବଳରେ ଯେକୌଣସି ବୃତ୍ତିକୁ ଅନୁସରଣ କରିପାରୁଛି ।

କିନ୍ତୁ ଏହା କହିବା ସମୀଚୀନ ନୁହେଁ ଯେ ଜାତିର ବୃତ୍ତିଗତ କଟକଣାଗୁଡ଼ିକ ସମ୍ପୂର୍ଣ୍ଣରୂପେ ଲୋପ ପାଇଛି । ଉଦାହରଣ ସ୍ଵରୂପ ଜଣେ ଦରିଦ୍ର ବ୍ରାହ୍ମଣ ତା’ର ଉତ୍କଟ ଦାରିଦ୍ର୍ୟ ସତ୍ତ୍ଵେ ମଧ୍ଯ କେବେ ଝାଡ଼ୁଦାରର କାର୍ଯ୍ୟ କରିନଥାଏ । ଠିକ୍ ସେହିଭଳି ଜଣେ ଶୂଦ୍ର ମଧ୍ୟ ବିପୁଳ ସମ୍ପତ୍ତିର ଅଧିକାରୀ ହେଲେ ସୁଦ୍ଧା କେବେହେଲେ ପୌରୋହିତ୍ୟ କାର୍ଯ୍ୟ କରିପାରେ ନାହିଁ । କିନ୍ତୁ ଏଠାରେ କୁହାଯାଇପାରେ ଯେ ଜାତିର ବୃତ୍ତିଗତ କଟକଣାଗୁଡ଼ିକ କ୍ରମଶଃ ଉଭେଇ ଯିବାରେ ଲାଗିଛି ।

(୫) ଜାତି ପ୍ରସ୍ଥିତିରେ ପରିବର୍ତ୍ତନ (Changes in caste-status) :
ଅତୀତରେ ଜାତି ପଦ୍ଧତି ଜନ୍ମଭିଭିରେ ତା’ର ସଦସ୍ୟମାନଙ୍କୁ ସାମାଜିକ ପ୍ରସ୍ଥିତି ପ୍ରଦାନ କରୁଥିଲା । ବ୍ରାହ୍ମଣମାନଙ୍କୁ ଉଚ୍ଚ-ପ୍ରସ୍ଥିତିରେ ଅବସ୍ଥାପିତ କରିଥିବାବେଳେ ଶୂଦ୍ରମାନଙ୍କୁ ନୀଚ ପ୍ରସ୍ଥିତି ପ୍ରଦାନ କରିଥିଲା । ଫଳରେ ବ୍ରାହ୍ମଣ ଜାତିର ସଦସ୍ୟମାନେ ବିଭିନ୍ନ ପ୍ରକାର ସାମାଜିକ ଏବଂ ଧାର୍ମିକ ସୁବିଧା ସୁଯୋଗଗୁଡ଼ିକୁ ଉପଭୋଗ କରୁଥିବାବେଳେ ଶୂଦ୍ରଜାତିର ବ୍ୟକ୍ତିମାନେ ସେଥୁରେ ବଞ୍ଚିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ବିଜ୍ଞାନ ଏବଂ କାରିଗରୀ ଜ୍ଞାନକୌଶଳ ଦ୍ରୁତ ଅଗ୍ରଗତି ଫଳରେ ନୀଚ ଜାତିର ଲୋକମାନଙ୍କର ସାମାଜିକ ପ୍ରସ୍ଥିତିତିରେ ଦ୍ରୁତ ପରିବର୍ତ୍ତନ ସଂଘଟିତ ହୋଇଛି ।

ଏବେ ଜନ୍ମ ପରିବର୍ତ୍ତେ ଧନସମ୍ପଦ, କ୍ଷମତା ଓ ପ୍ରତିଭା ବ୍ୟକ୍ତିର ସାମାଜିକ ପ୍ରସ୍ଥିତିକୁ ନିର୍ଦ୍ଧାରଣ କରୁଛି । କ୍ରମେ କ୍ରମେ ବ୍ରାହ୍ମଣମାନଙ୍କର ପ୍ରଥା ଆଚରଣ ଏବଂ ବିଶ୍ଵାସ ପଦ୍ଧତିକୁ ନୀଚ ଜାତିର ଲୋକମାନେ ଗ୍ରହଣ କରୁଅଛନ୍ତି । ବ୍ରାହ୍ମଣମାନଙ୍କର ଜୀବନଶୈଳୀକୁ ଅନୁସରଣ କରି ଜାତି ସ୍ତରୀକରଣରେ ସେମାନଙ୍କର ସାମାଜିକ ପ୍ରସ୍ଥିତିର ଉନ୍ନତି ପାଇଁ ଚେଷ୍ଟା କରୁଅଛନ୍ତି । ଏହି ପ୍ରକ୍ରିୟାକୁ ପ୍ରଫେସର ଏମ୍.ଏନ୍. ଶ୍ରୀନିବାସ (Prof. M,N. Srinivas) ‘ସଂସ୍କୃତିକରଣ’ (Sanskritization) ଆଖ୍ୟା ଦେଇଛନ୍ତି ।

ଆଉ ମଧ୍ୟ ସେହିଭଳି ଉଚ୍ଚ ଜାତିର ଲୋକମାନେ ଖାଦ୍ୟ, ବସ୍ତ୍ର, ବାସଗୃହ ଏବଂ ବ୍ୟବହାର ପ୍ରଭୃତିରେ ପାଶ୍ଚାତ୍ୟ ସଭ୍ୟତାର ନୀତିନିୟମକୁ ଗ୍ରହଣ କରୁଛନ୍ତି । ଏହି ପ୍ରକ୍ରିୟା ‘ପାଶ୍ଚାତ୍ୟକରଣ’ (Westernization) କୁହାଯାଏ ।

(୬) ଜାତି ସଂରଚନାରେ ପରିବର୍ତ୍ତନ (Changes in caste structure) :
ପୁରାତନ କାଳରେ ଜାତି ସଂରଚନା ଆବଦ୍ଧ (Closed) ଏବଂ ଅନମନୀୟ (Rigid) ଥିଲା । ବିଭିନ୍ନ ଜାତିର ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରଥା, ପରମ୍ପରା, ଲୋକରୀତି ଏବଂ ଲୋକନିୟମ ଥିଲା । ଏହି ନିୟମଗୁଡ଼ିକ ଏପରି ଅନମନୀୟ ଥିଲା ଯେ ନୀଚ ଜାତିର ଲୋକମାନେ ଉଚ୍ଚ ଜାତିର ଲୋକମାନଙ୍କର ଛାୟା ସ୍ପର୍ଶ କରିପାରୁ ନଥିଲେ । କିନ୍ତୁ ବର୍ତ୍ତମାନର ଜାତି ସଂରଚନା ମୁକ୍ତ (Open) ଏବଂ ନମନୀୟ (Flexible) ଭାବେ ପରିଚିତ । ବର୍ତ୍ତମାନ ଆମେ ସମସ୍ତେ ଜାତିର ଲୋକମାନଙ୍କର ଜୀବନଶୈଳୀରେ ସମାନତା ଉପଳବ୍ଧ କରିପାରୁଛୁ ।

CHSE Odisha Class 11 Sociology Unit 4 Long Answer Questions in Odia Medium

(୭) ନୀଚ ଜାତିର ଅବସ୍ଥାରେ ପରିବର୍ତ୍ତନ (Changes in the conditions of lower castes) :
ନୀଚ ଜାତିର ଲୋକମାନଙ୍କର ଅବସ୍ଥାରେ ଅନେକ ପରିବର୍ତ୍ତନ ସଂଘଟିତ ହୋଇପାରିଛି । ଅତୀତରେ ସେମାନଙ୍କର ଅବସ୍ଥା ଅତି ଶୋଚନୀୟ ଥିଲା । ସେମାନଙ୍କୁ ସମସ୍ତ ପ୍ରକାର ମୌଳିକ ଅଧିକାରରୁ ବଞ୍ଚିତ କରି ରଖାଯାଉଥିଲା । ସମାଜରେ ସେମାନଙ୍କର ଅଧିକାର ବୋଲି କିଛି ନଥିଲା । ଏହି ନୀଚ ଜାତିର ବ୍ୟକ୍ତିମାନେ ଯେଉଁମାନେ କି ହରିଜନଭାବେ ପରିଚିତ ଅନ୍ୟ ଜାତିର ଲୋକମାନଙ୍କଦ୍ୱାରା ସବୁବେଳେ ଅବହେଳିତ ଓ ନିଷ୍ପେଷିତ ହେଉଥ୍ଲେ, କିନ୍ତୁ ବର୍ତ୍ତମାନ ଅନ୍ୟ ଜାତିର ଲୋକମାନଙ୍କ ତୁଳନାରେ ହରିଜନମାନେ ଅଧ୍ଵକ ସୁବିଧା ସୁଯୋଗ ଲାଭ କରୁଛନ୍ତି ।

ବିଭିନ୍ନ ଆଇନ ପ୍ରଣୟନଦ୍ୱାରା ସେମାନଙ୍କର ପ୍ରସ୍ଥିତିରେ ଦ୍ରୁତ ଉନ୍ନତି ଅଣାଯାଇପାରିଛି । ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସେମାନଙ୍କୁ ଯଥେଷ୍ଟ ସୁବିଧା ଦିଆଯାଉଛି । ଆଉ ମଧ୍ୟ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ନୀଚ ଜାତିକୁ ସମାନ ଅଧ୍ୟାର ପ୍ରଦାନ କରାଯାଇଅଛି । ଏହା ଫଳରେ ନୀଚ ଜାତିର ଲୋକମାନେଙ୍କର ଅବସ୍ଥାରେ ପରିବର୍ତ୍ତନ ଘଟିଛି ।

ଉପରୋକ୍ତ ଆଲୋଚନା ସୂଚାଇ ଦିଏ ଯେ ଆଧୁନିକ ସମାଜରେ ଜାତି ଉଲ୍ଲେଖନୀୟ ପରିବର୍ତ୍ତନ ଆଡ଼କୁ ଆଗେଇ ଚାଲିଛି । ଉଦ୍ୟୋଗୀକରଣ, ନଗରୀକରଣ ଏବଂ ପାଶ୍ଚାତ୍ୟ ସଂସ୍କୃତି ଏବଂ ସଭ୍ୟତାର ପ୍ରଭାବ ଫଳରେ ଭାରତରେ ଜାତିପ୍ରଥା ତା’ର ଅନମନୀୟତାକୁ ହରାଇ ବସିଛି । ଯଦିଓ ଜାତିପ୍ରଥା ବର୍ତ୍ତମାନ ସମାଜରେ ବଞ୍ଚୁଛି କିନ୍ତୁ ଏହା କ୍ରମାଗତ ଭାବରେ ପରିବର୍ତ୍ତନଶୀଳ ପ୍ରକ୍ରିୟା ମଧ୍ୟରେ ଅନ୍ତର୍ଭୁକ୍ତ ।

8. ଜାତି ଓ ଶ୍ରେଣୀ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଜାତି ଓ ଶ୍ରେଣୀ ସାମାଜିକ ସଙ୍ଗଠନର ଦୁଇଟି ଅବିଚ୍ଛେଦ୍ୟ ଅଙ୍ଗ । ଜାତି ପାରମ୍ପରିକ ଅସମାନତା ଉପରେ ପ୍ରତିଷ୍ଠିତ ହୋଇଥିବାବେଳେ ଶ୍ରେଣୀ ପଦ୍ଧତି ସମାନତା ଉପରେ ପ୍ରତିଷ୍ଠିତ । ଜାତି ପଦ୍ଧତିରେ ବ୍ୟକ୍ତି ତା’ର ପିତାମାତାଙ୍କଦ୍ୱାରା ଅଧିକୃତ ପ୍ରସ୍ଥିତି ଉପରେ ନିର୍ଭର କରୁଥିବାବେଳେ ଶ୍ରେଣୀ ପଦ୍ଧତିରେ ସେ ଏକ ପ୍ରକାର ପ୍ରସ୍ଥିତିର ଅଧିକାରୀ ହୁଏ, ଯାହା ତା’ର ପିତାମାତାଙ୍କ ପ୍ରସ୍ଥିତିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ଜାତି ଏବଂ ଶ୍ରେଣୀ ଦୁଇଟି ଭିନ୍ନ ବିରୋଧୀ ସମୂହରୂପେ ପରିଚିତ ।

ଶ୍ରେଣୀ ପଦ୍ଧତିରେ ବ୍ୟକ୍ତିର ସାମାଜିକ ପ୍ରସ୍ଥିତି ପୂର୍ଣ୍ଣମାତ୍ରାରେ ତା’ର କାର୍ଯ୍ୟକଳାପ ଉପରେ ନିର୍ଭର କରିଥାଏ । କାର୍ଲମାର୍କସ୍ (Karl-Marx) ଯେ କି ସାମ୍ୟବାଦର ଆଧ୍ୟାତ୍ମିକ ଜନକରୂପେ ପରିଚିତ, ସେ ଶ୍ରେଣୀକୁ ଉତ୍ପାଦନର ଏକ ମାଧ୍ୟମ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମତ ଦିଅନ୍ତି ଯେ, ବିଭିନ୍ନ ଆର୍ଥନୀତିକ କାରକ; ଯଥା – ଧନସମ୍ପଦ, ବୃତ୍ତି ଏବଂ ଆୟ ଏକ ଶ୍ରେଣୀକୁ ନିର୍ଦ୍ଧାରଣ କରିଥାଏ । ମାକାଇଭର୍‌ (MacIver) ଏବଂ ଅନ୍ୟ ସମାଜ ବିଜ୍ଞାନୀମାନେ ଶ୍ରେଣୀକୁ ଏକ ପ୍ରସ୍ଥିତି ସମୂହରୂପେ ବର୍ଣ୍ଣନା କରିଛନ୍ତି । ମାକାଇଭର୍ ଏବଂ ପେଜ୍ (Maclver and Page) ଙ୍କ ମତରେ, “ଏକ ସାମାଜିକ ଶ୍ରେଣୀ ହେଉଛି ଏକ ଗୋଷ୍ଠୀର ଯେକୌଣସି ଅଂଶ ଯାହାକି ସାମାଜିକ ପ୍ରସ୍ଥିତିଦ୍ଵାରା ଅନ୍ୟଠାରୁ ପୃଥକ୍ ହୋଇଥାଏ ।’’

ସାଧାରଣ ଅର୍ଥରେ ଶ୍ରେଣୀ ହେଉଛି ପରିବର୍ତ୍ତନ କରିବାପାଇଁ ବ୍ୟକ୍ତିକୁ ଅନୁମତି ଦେଇଥାଏ । ବୃତ୍ତି ନିର୍ବାଚନ କ୍ଷେତ୍ରରେ ବ୍ୟକ୍ତିକୁ ଯଥେଷ୍ଟ ଉତ୍ସାହ ପ୍ରଦାନ କରିଥାଏ ଏବଂ ଉତ୍ପାଦନ କ୍ଷେତ୍ରରେ ଉଚ୍ଚ-ନୀଚ ତାରତମ୍ୟକୁ ଦୂରକରିଥାଏ ।

ଯଦିଓ ଜାତି ଏବଂ ଶ୍ରେଣୀ ଦୁଇଟି ପରସ୍ପର ବିରୋଧୀ ସମୂହଭାବେ କାର୍ଯ୍ୟ କରିଥା’ନ୍ତି, ତଥାପି ଏହି ଦୁଇ ସମୂହ ମଧ୍ୟରେ ଅନେକ ସାଦୃଶ୍ୟ ଦେଖିବାକୁ ମିଳିଥାଏ । ଜାତି ପଦ୍ଧତି ଭଳି ଶ୍ରେଣୀ ପଦ୍ଧତିରେ ପ୍ରତ୍ୟେକ ଶ୍ରେଣୀର ଏକ ନିର୍ଦ୍ଦିଷ୍ଟ ସାମାଜିକ ପ୍ରସ୍ଥିତି ଥାଏ । ଆଉ ମଧ୍ଯ ଜାତି ଭଳି ଶ୍ରେଣୀ ସମାଜରେ ବିଭିନ୍ନ ଶ୍ରେଣୀ ମଧ୍ଯରେ ଏକ ଉଚ୍ଚ-ନୀଚ କ୍ରମ ରହିଛି । ସେହି କ୍ରମଗୁଡ଼ିକ ହେଲା – ଉଚ୍ଚ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ, ନୀଚ ଶ୍ରେଣୀ, ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ, ନୀଚ ମଧ୍ୟବିତ୍ତ ଶ୍ରେଣୀ ଏବଂ ଉଚ୍ଚ-ନୀଚ ଶ୍ରେଣୀ । ଏହସିବୁ ସାମଞ୍ଜସ୍ୟ ସତ୍ତ୍ଵେ ଜାତି ଏବଂ ଶ୍ରେଣୀ ମଧ୍ୟରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।

(୧) ସ୍ତରକରଣରେ ପାର୍ଥକ୍ୟ (Difference in stratification) :
ଏକ ଜାତି ସଂରଚନାଜନିତ ସମାଜରେ ବ୍ୟକ୍ତିର ସାଧାରଣ ପ୍ରସ୍ଥିତି ତା’ର ଜନ୍ମ ଉପରେ ପ୍ରତିଷ୍ଠିତ, କିନ୍ତୁ ଏକ ଶ୍ରେଣୀ ସଂରଚନାଜନିତ ସମାଜରେ ବ୍ୟକ୍ତିର ପ୍ରସ୍ଥିତି ତା’ର ବ୍ୟକ୍ତିଗତ ପ୍ରଚେଷ୍ଟା ଏବଂ ଆର୍ଥନୀତିକ ଭିଭି ଉପରେ ପ୍ରତିଷ୍ଠିତ । ଜାତି ପଦ୍ଧତିରେ ବ୍ୟକ୍ତି ଯେଉଁ ଜାତିରେ ଜନ୍ମଲାଭ କରିଥାଏ, ସେହି ଜାତିର ପ୍ରସ୍ଥିତି ଅନୁସାରେ ତା’ର ପ୍ରସ୍ଥିତି ନିର୍ଦ୍ଧାରଣ ହୋଇଥାଏ ।

ଉଦାହରଣସ୍ୱରୂପ – ଜନ୍ମଗତ ଗୁଣ ଯୋଗୁଁ ବ୍ରାହ୍ମଣମାନେ ସମାଜରେ ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ଉଚ୍ଚ ସାମାଜିକ ପ୍ରସ୍ଥିତି ଲାଭ କରିଥା’ନ୍ତି ଏବଂ ଶୂଦ୍ରମାନେ ଜାତି ସ୍ତରୀକରଣର ନିମ୍ନ ସ୍ଥାନରେ ରହି ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚତ ହୋଇଥା’ନ୍ତି । ଅପରପକ୍ଷରେ ଶ୍ରେଣୀ ପଦ୍ଧତିର ବ୍ୟକ୍ତିର ନିଜର କାର୍ଯ୍ୟକଳାପ ଏବଂ ଧନସମ୍ପଦର ମାତ୍ରା ଯୋଗୁଁ ଶ୍ରେଣୀ ସ୍ତରୀକରଣରେ ଊର୍ଦ୍ଧ୍ବରେ କିମ୍ବା ନିମ୍ନରେ ରହିଥାଏ ।

ଉଦାହରଣ ସ୍ୱରୂପ – ଜଣେ ନୀଚ ଜାତିର ଲୋକ ଯଦି ଅତି ପ୍ରଭାବଶାଳୀ ଏବଂ ବିପୁଳ ସମ୍ପଦର ଅଧିକାରୀ ହୁଏ, ତେବେ ସେ ଶ୍ରେଣୀ ସ୍ତରୀକରଣ ସର୍ବୋଚ୍ଚ ସ୍ତାନରେ ଅବସ୍ଥାପିତ ହୋଇ ଉଚ୍ଚ ସାମାଜିକ ପ୍ରସ୍ଥିତି ଲାଭ କରିଥାଏ ।

(୨) ସଂରଚନାଜନିତ ପାର୍ଥକ୍ୟ (Difference in structure) :
ଜାତି ଏବଂ ଶ୍ରେଣୀ ମଧ୍ଯରେ ଆଉ ଗୋଟିଏ ପାର୍ଥକ୍ୟ ହେଉଛି ଯେ, ଜାତି ସଂରଚନା ଆବଦ୍ଧ (Closed) ଏବଂ ଅନମନୀୟ (Rigid) ଅଟେ । ମାତ୍ର ଅପରପକ୍ଷରେ ଶ୍ରେଣୀ ସଂରଚନା ମୁକ୍ତ (Open) ଏବଂ ନମନୀୟ (Flexible) ଅଟେ । ଜାତି ଜନ୍ମ ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଗୋଟିଏ ଜାତିରୁ ଆଉ ଗୋଟିଏ ଜାତିକୁ ପରିବର୍ତ୍ତିତ ହେବା ସମ୍ଭବ ନୁହେଁ । କିନ୍ତୁ ଶ୍ରେଣୀ ପଦ୍ଧତିରେ ଏ ପ୍ରକାର ଅବସ୍ଥା ଦେଖିବାକୁ ମିଳି ନଥାଏ । ବ୍ୟକ୍ତିର ବୃତ୍ତି, କ୍ଷମତା ଏବଂ ସମ୍ପତ୍ତିକୁ ଭିଭିକରି ତା’ର ଶ୍ରେଣୀ ନିର୍ଦ୍ଧାରଣ ହୋଇଥାଏ । ତେଣୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଗୋଟିଏ ଶ୍ରେଣୀକୁ ପରିବର୍ତ୍ତିତ ହେବା ସମ୍ଭବପର ଅଟେ ।

(୩) ବୃତ୍ତିକନିତ ପାର୍ଥକ୍ୟ (Difference in occupation) :
ଜାତି ପଦ୍ଧତିରେ ସଦସ୍ୟମାନଙ୍କ ପାଇଁ ପାରମ୍ପରିକ ବୃତ୍ତିର ବନ୍ଦୋବସ୍ତ କରାଯାଇଥାଏ । ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜର ଏହି ବଂଶଗତ ବୃତ୍ତିକୁ ଗ୍ରହଣ କରିଥାଏ । ବ୍ୟକ୍ତି ନିଜର ଇଚ୍ଛାକୃତ ବୃତ୍ତିକୁ ଗ୍ରହଣ କରିପାରି ନଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ବୃଦ୍ଧି ନିର୍ବାଚନ କ୍ଷେତ୍ରରେ କୌଣସି କଟକଣା ବା ନୀତିନିୟମ ନଥାଏ । ପରନ୍ତୁ କୁହାଯାଇପାରେ ଯେ, ଶ୍ରେଣୀ ପଦ୍ଧତିରେ ବୃତ୍ତି ବ୍ୟକ୍ତିର ଶ୍ରେଣୀ ନିର୍ଦ୍ଧାରଣ କରିଥାଏ ।

(୪) ସାମାଜିକ ଅଭ୍ୟାସଜନିତ ପାର୍ଥକ୍ୟ (Difference in social habits) :
ଖାଦ୍ୟ, ପାନୀୟ ଏବଂ ସାମାଜିକ ସଂସର୍ଗକୁ ଭିଭିକରି ଜାତି ପଦ୍ଧତିରେ ଅନେକ କଟକଣା ପରିଲକ୍ଷିତ ହୋଇଥାଏ । ଉଚ୍ଚ ଜାତିର ଲୋକମାନେ ନୀଚ ଜାତିର ଲୋକମାନଙ୍କ ଗୃହରୁ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରିନଥା’ନ୍ତି । ସାମାଜିକ ମିଳାମିଶାରେ ମଧ୍ୟ ଅନେକଗୁଡ଼ିଏ କଟକଣା ରହିଥାଏ । ଏହି ସାମାଜିକ ମିଳାମିଶାକୁ ଭିତ୍ତିକରି ଉଚ୍ଚ ଏବଂ ନୀଚ ଜାତିର ସଦସ୍ୟମାନଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶା କ୍ଷେତ୍ରରେ ସେପରି କିଛି କଟକଣା ବା ନୀତିନିୟମ ଦେଖିବାକୁ ମିଳିନଥାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

(୫) ବିବାହ ବିଧୂରେ ପାର୍ଥକ୍ୟ (Difference in marriage system) :
ବିବାହ ପ୍ରଥାକୁ ଭିତ୍ତିକରି ଜାତି ପଦ୍ଧତିରେ କେତେକ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ଯେହେତୁ ପ୍ରତ୍ୟେକ ଜାତି ଏବଂ ଉପଜାତି ଗୋଟିଏ ଗୋଟିଏ ଅନ୍ତର୍ବିବାହୀ ଦଳ, ତେଣୁ ସଦସ୍ୟମାନେ ନିଜର ଜାତି ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପନ କରିଥା’ନ୍ତି । ଜାତି ବାହାରେ ବିବାହ କଲେ ବ୍ୟକ୍ତିକୁ କଠିନ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ବିବାହ ବିସ୍‌ରେ କୌଣସି ପ୍ରକାର ନୀତିନିୟମ ଥିବାର ଆମେ ଅନୁଭବ କରିପାରିନଥାଉ । ପ୍ରତ୍ୟେକ ଶ୍ରେଣୀ ଗୋଟିଏ ଗୋଟିଏ ବହିର୍ବିବାହୀ ଦଳ ହୋଇଥିବାରୁ ଏହାର ସଦସ୍ୟମାନେ ସେମାନଙ୍କର ଇଚ୍ଛା ଅନୁସାରେ ଯେକୌଣସି ଶ୍ରେଣୀରେ ବିବାହ କରିଥା’ନ୍ତି ।

(୬) ଧାର୍ମିକ ବିଶ୍ଵାସରେ ତାରତମ୍ୟ (Difference in religious beliefs) :
ଜାତି ପଦ୍ଧତି ଅଧୂକ ମାତ୍ରାରେ ଧାର୍ମିକ ବିଶ୍ଵାସଦ୍ୱାରା ପ୍ରଭାବିତ ହୋଇଥାଏ । ଜାତିର ସଦସ୍ୟମାନେ କର୍ମଫଳ, ପୂନର୍ଜନ୍ମ ପ୍ରଭୃତିରେ ବିଶ୍ୱାସ ସ୍ଥାପନ କରି ସେମାନଙ୍କର ଧର୍ମପାଳନ କରିଥା’ନ୍ତି । ସେଥ୍‌ପାଇଁ ଜାତି ପଦ୍ଧତି ଅଧ୍ବକ ମାତ୍ରାରେ ଧର୍ମବିଶ୍ୱାସଦ୍ୱାରା ପ୍ରଭାବିତ ହୋଇଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ଧାର୍ମିକ ବିଶ୍ଵାସଦ୍ବାରା ପ୍ରଭାବିତ ହେବାର ଅନୁଭବ କରାଯାଇନଥାଏ । କାରଣ ଶ୍ରେଣୀ ପଦ୍ଧତି ଧର୍ମଦ୍ଵାରା ପରିଚାଳିତ ନୁହେଁ । ଶ୍ରେଣୀର ଅଧିକାଂଶ ସଦସ୍ୟମାନଙ୍କ ଧର୍ମ ଉପରେ ବିଶ୍ଵାସ ନଥାଏ ।

(୭) ସଞ୍ଚଳନଜନିତ ପାର୍ଥକ୍ୟ (Difference in mobility) :
ଯେହେତୁ ଜାତି ପଦ୍ଧତି ଜନ୍ମ ଉପରେ ପ୍ରତିଷ୍ଠିତ; ତେଣୁ ଗୋଟିଏ ଜାତିରୁ ଅନ୍ୟ ଗୋଟିଏ ଜାତିକୁ ସଞ୍ଚଳନ ସମ୍ଭବପର ନୁହେଁ । ଜଣେ ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ଜାତିର ନିଜକୁ ସଦସ୍ୟଭାବେ ନିଜକୁ ପରିଗଣିତ କରିଥାଏ । ତେଣୁ ପ୍ରତ୍ୟେକ ଜାତି ଏକ ଆବଦ୍ଧ ସମୂହରୂପେ ପରିଚିତ; କିନ୍ତୁ ଅପରପକ୍ଷରେ ଶ୍ରେଣୀ ପଦ୍ଧତି କ୍ଷମତା, ପ୍ରସ୍ଥିତି ଏବଂ ବୃତ୍ତି ଉପରେ ପ୍ରତିଷ୍ଠିତ ହୋଇଥ‌ିବାରୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଗୋଟିଏ ଶ୍ରେଣୀକୁ ସଞ୍ଚଳନ ସହଜରେ ସମ୍ଭବପର ହୋଇଥାଏ । ଅନ୍ୟ ନୈତିକ ଅବସ୍ଥାକୁ ଭିତ୍ତିକରି ଶ୍ରେଣୀର ସଦସ୍ୟମାନେ ନିମ୍ନରୁ ଊର୍ଦ୍ଧ୍ବକୁ କିମ୍ବା ଊର୍ଦ୍ଧ୍ବରୁ ନିମ୍ନକୁ ସହଜରେ ଗତି କରିଥା’ନ୍ତି । ତେଣୁ ପ୍ରତ୍ୟେକ ଶ୍ରେଣୀ ଗୋଟିଏ ଗୋଟିଏ ‘ମୁକ୍ତ ସମୂହ’ ରୂପେ ପରିଚିତ ।

(୮) ଚେତନାରେ ପାର୍ଥକ୍ୟ (Difference in conciousness) :
ଜାତିର ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ‘ଜାତି-ସଚେତନତା’ ଭାବ ଦେଖାଯାଇଥାଏ । ଆମ୍ଭେମାନେ ଗୋଟିଏ ଜାତିର ସଦସ୍ୟ-ଏହି ମନ୍ତ୍ରଦ୍ୱାରା ଅନୁପ୍ରାଣୀତ ହୋଇ ସମସ୍ତ ସଦସ୍ୟ ପରସ୍ପରକୁ ପ୍ରତ୍ୟକ୍ଷ ଭାବରେ ସହଯୋଗ କରିଥା’ନ୍ତି । କିନ୍ତୁ ଏ ପ୍ରକାର ଚିନ୍ତାଧାରା ଶ୍ରେଣୀର ସଦସ୍ୟମାନଙ୍କ ମଧ୍ୟରେ ଦେଖିବାକୁ ମିଳିନଥାଏ ।

(ଗ) ପରିବର୍ତ୍ତନ ପରିବର୍ତ୍ତନ (Social Change)

1. ସାମାଜିକ ପରିବର୍ତ୍ତନର ବୈଶିଷ୍ଟ୍ୟ ବା ଲକ୍ଷଣଗୁଡ଼ିକୁ ଆଲୋଚନା କର ।
Answer:
ସାମାଜିକ ପରିବର୍ତ୍ତନର କେତୋଟି ମୁଖ୍ୟ ବୈଶିଷ୍ଟ୍ୟ ବା ଲକ୍ଷଣକୁ ନିମ୍ନ ପ୍ରକାରେ ଆଲୋଚନା କରାଯାଇପାରେ ।
(i) ସାମାଜିକ ପରିବର୍ତ୍ତନ ଏକ ସାର୍ବଜନୀନ ଘଟଣା (Social change is an universal process) – ସାମାଜିକ ପରିବର୍ତ୍ତନ ପ୍ରତ୍ୟେକ ସମାଜରେ ଦେଖାଯାଇଥାଏ । ପ୍ରାଚୀନ ସମାଜଠାରୁ ଆଧୁନିକ ସମାଜ ପର୍ଯ୍ୟନ୍ତ ପରିବର୍ତ୍ତନ ସଂଘଟିତ ହୋଇଆସୁଛି । କେତେକ ସମାଜରେ ଏହି ପରିବର୍ତ୍ତନର ବେଗ ପ୍ରଖର ହେଉଥ‌ିବାବେଳେ ଆଉ କେତେକ ସମାଜରେ ଏହା ଧୀର ଓ ମନ୍ଥର ଅଟେ ।

(ii) ସାମୁଦାୟିକ ପରିବର୍ତ୍ତନ (Community change) – ଏହି ସାମାଜିକ ପରିବର୍ତ୍ତନ ସମ୍ପୂର୍ଣ୍ଣ ସମୁଦାୟର ପରିବର୍ତ୍ତନକୁ ବୁଝାଇଥାଏ । ଏହା ଜଣେ ବ୍ୟକ୍ତିର ଜୀବନ ବା ବହୁ ବ୍ୟକ୍ତିବିଶେଷଙ୍କର ଜୀବନ ସଂରୂପର ପରିବର୍ତ୍ତନକୁ ବୁଝାଇ ନଥାଏ । ଯେଉଁ ପରିବର୍ତ୍ତନଦ୍ୱାରା ସମ୍ପୂର୍ଣ୍ଣ ସମୁଦାୟ ପ୍ରଭାବିତ ହୁଏ, କେବଳ ସେହି ପରିବର୍ତ୍ତନକୁ ସାମାଜିକ ପରିବର୍ତ୍ତନ କୁହାଯାଇଥାଏ ।

(iii) ଗତିଶୀଳ ପ୍ରକ୍ରିୟା (Dynamic process) – ସାମାଜିକ ପରିବର୍ତ୍ତନ ଏକ ଗତିଶୀଳ ପ୍ରକ୍ରିୟାରୂପେ ପରିଚିତ । ମାତ୍ର ଏହାର ବେଗ ସବୁବେଳ ପାଇଁ ପ୍ରତ୍ୟେକ ସମାଜରେ ସମାନ ନ ଥାଏ । ଗ୍ରାମ୍ୟ ସମୁଦାୟ ଅପେକ୍ଷା ପୌର ସମୁଦାୟରେ ଏହାର ବେଗ ପ୍ରଖର ଅଟେ ।

(iv) ସାର୍ବଜନୀନ ନିୟମ (Universal law) – ସାମାଜିକ ପରିବର୍ତ୍ତନ ପ୍ରକୃତିର ଏକ ସାର୍ବଜନୀନ ନିୟମ ଅଟେ । ଏହା ପ୍ରାକୃତିକଭାବେ ସୃଷ୍ଟି ହୋଇଥାଏ । ଏଥ୍ନିମିତ୍ତ କୌଣସି ସୁପରିକଳ୍ପିତ ଯୋଜନା ହୋଇ ନ ଥାଏ । ଉଦାହରଣସ୍ୱରୂପ – ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ପ୍ରଭୃତି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ସାମାଜିକ ପରିବର୍ତ୍ତନ ସଂଘଟିତ ହୋଇଥାଏ । ଏହା ବ୍ୟତୀତ ସାମାଜିକ ପରିବର୍ତ୍ତନ ମାନବଦ୍ୱାରା ସୁପରିକଳ୍ପିତ ବିଧ୍ଵବଦ୍ଧ ଯୋଜନାଦ୍ଵାରା ମଧ୍ୟ ସଂଘଟିତ ହୋଇଥାଏ । ଉଦାହରଣସ୍ୱରୂପ – ଗୋଷ୍ଠୀ ଉନ୍ନୟନ ଯୋଜନା ଏବଂ ସମନ୍ବିତ ଉନ୍ନୟନ ଯୋଜନାଦ୍ୱାରା ମଧ୍ୟ ଏହା ସଂଘଟିତ ହୋଇଥାଏ ।

(v) ଭବିଷ୍ୟବାଣୀ ଦେବା ଅସମ୍ଭବ (Impossibility of prediction) – ସାମାଜିକ ପରିବର୍ତ୍ତନର ରୂପରେଖ ସମ୍ବନ୍ଧରେ ଭବିଷ୍ୟତବାଣୀ ଦେବା କଷ୍ଟକର ଅଟେ । ସାମାଜିକ ପରିବର୍ତ୍ତନର ଏପରି କୌଣସି ସ୍ବତନ୍ତ୍ର ନିୟମ ନାହିଁ, ଯାହା ଅନୁସାରେ କି ଏହାର ନିର୍ଦ୍ଦିଷ୍ଟ ଆକାର କିଭଳି ହେବ ସେ ବିଷୟରେ ଅନୁମାନ କରାଯାଇପାରିବ । ଆମେ କେବଳ ପରିବର୍ତ୍ତନ ପ୍ରବୃତ୍ତିର ଅନୁମାନ କରିପାରିବା । ମାତ୍ର ଭବିଷ୍ୟତରେ ସାମାଜିକ ସମ୍ପର୍କର ରୂପରେଖ କିପରି ହେବ ସେ ବିଷୟରେ ଆମେ ନିର୍ଦ୍ଦିଷ୍ଟଭାବେ କୌଣସି ଭବିଷ୍ୟବାଣୀ ଦେଇପାରିବା ନାହିଁ ।

(vi) ସାମାଜିକ ଜୀବନ ସହିତ ସମ୍ପୃକ୍ତ (Related with social life) – ସାମାଜିକ ପରିବର୍ତ୍ତନ ସାମାଜିକ ଜୀବନକୁ ଗଭୀରଭାବେ ପ୍ରଭାବିତ କରିଥାଏ । କାରଣ ସମାଜ ହେଉଛି ପରସ୍ପର ସହ ସମ୍ପୃକ୍ତ ଥ‌ିବା ଅଂଶଗୁଡ଼ିକର ଏକ ଗତିଶୀଳ ପଦ୍ଧତି । ଗୋଟିଏ ଅଂଶରେ ପରିବର୍ତ୍ତନ ଘଟିଲେ ଏହାର ଅନ୍ୟାନ୍ୟ ଅଂଶଗୁଡ଼ିକରେ ‘ମଧ୍ୟ ପରିବର୍ତ୍ତନ ଘଟିଥାଏ । ଉଦାହରଣସ୍ୱରୂପ – ବର୍ତ୍ତମାନ ଉଦ୍ୟୋଗୀକରଣ ଫଳରେ ଘରୋଇ ଉତ୍ପାଦନ ପଦ୍ଧତିର ଧ୍ବଂସ ସାଧନ ଘଟିଛି ।

ଘରୋଇ ବ୍ୟବସ୍ଥାର ଧ୍ବଂସ ଫଳରେ ନାରୀମାନେ ଗୃହ ବାହାରେ ବିଭିନ୍ନ କଳକାରଖାନା, ସରକାରୀ କାର୍ଯ୍ୟାଳୟ ପ୍ରଭୃତିରେ କର୍ମନିଯୁକ୍ତି ପାଇଛନ୍ତି । ସେମାନେ ବର୍ତ୍ତମାନ ଆଉ ପୁରୁଷମାନଙ୍କ ନିୟନ୍ତ୍ରଣରେ ରହିବାପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ସେମାନଙ୍କର ଅଭିବୃଦ୍ଧି, ଚିନ୍ତାଧାରା ଏବଂ ପ୍ରସ୍ଥିତି ପ୍ରଭୃତିରେ ଦ୍ରୁତ ପରିବର୍ତ୍ତନ ଘଟିଛି ।

(vii) ସାମାଜିକ ପରିବର୍ତ୍ତନ ଏକ ଜଟିଳ ଘଟଣା (Social change is a complex phenomenon) – ସାମାଜିକ ପରିବର୍ତ୍ତନ ବିଷୟରେ ମାପ କରିବା ସମ୍ଭବପର ନୁହେଁ । ଏହା ଏକ ଜଟିଳ ଘଟଣା ଅଟେ । ଭୌତିକ ବସ୍ତୁ ବା ଭୌତିକ ସଂସ୍କୃତିରେ ସଂଘଟିତ ହେଉଥ‌ିବା ପରିବର୍ତ୍ତନକୁ ଆମେ କଳନା କରିପାରିବା; ମାତ୍ର ସାମାଜିକ ମୂଲ୍ୟବୋଧ, ବିଶ୍ଵାସ ପଦ୍ଧତି ଏବଂ ବ୍ୟବହାର ସଂରୂପରେ ହେଉଥ‌ିବା ପରିବର୍ତ୍ତନକୁ ମାପ କରିବା ସମ୍ଭବପର ନୁହେଁ । ଆମେ କେବଳ ଏହିସବୁ ଦିଗର ପରିବର୍ତ୍ତନକୁ ଅନୁଭବ କରିଥାଉ ।

(viii) ବହୁକାରକର ସମଷ୍ଟି (Mixture of several factors) – ସାମାଜିକ ପରିବର୍ତ୍ତନ ଅନେକ କାରକ ଯୋଗୁଁ ସଂଘଟିତ ହୋଇଥାଏ । କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରକ ସାମାଜିକ ପରିବର୍ତ୍ତନ ପାଇଁ ସମ୍ପୂର୍ଣ୍ଣରୂପେ ଦାୟୀ ନୁହେଁ । ଏହାର ପ୍ରଧାନ କାରଣ ହେଉଛି ସାମାଜିକ ଘଟଣାଗୁଡି଼କ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି ।

(ix) ସାମାଜିକ ପରିବର୍ତ୍ତନ ସ୍ଵୟଂସିଦ୍ଧ ବା ଯୋଜନାବଦ୍ଧ ହୋଇପାରେ (Social change may be unplanned or planned) – ସାମାଜିକ ପରିବର୍ତ୍ତନ ଯୋଜନାବଦ୍ଧ ବା ଯୋଜନାବିହୀନ ହୋଇପାରେ । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ; ଯଥା – ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି ପ୍ରଭୃତି ଫଳରେ ସମାଜରେ ପରିବର୍ତ୍ତନ ସୃଷ୍ଟି ହୋଇ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଫଳରେ ସାମାଜିକ ପରିବର୍ତ୍ତନ ସଂଘଟିତ ହୋଇଥାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

ଏହିପ୍ରକାର ପରିବର୍ତ୍ତନ ଉପରେ ମନୁଷ୍ୟର କୌଣସି ନିୟନ୍ତ୍ରଣ ନ ଥାଏ । ସେହିପରି ମନୁଷ୍ୟ ଅନେକ ସମୟରେ ଇଚ୍ଛାକୃତଭାବେ କେତେକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ପ୍ରକଟ କରିଥାଏ । ଏହିପ୍ରକାର ପରିବର୍ତ୍ତନକୁ ଯୋଜନାବଦ୍ଧ ପରିବର୍ଭନ ବୋଲି କୁହାଯାଇଥାଏ । ବିଭିନ୍ନ ପଞ୍ଚବାର୍ଷିକ ଯୋଜନା, ସମାଜ କଲ୍ୟାଣ କାର୍ଯ୍ୟକ୍ରମ ପ୍ରଭୃତି ଏହି ଶ୍ରେଣୀୟ ପରିବର୍ତ୍ତନର ପରିସରଭୁକ୍ତ ଅଟେ ।

(x) ସାମାଜିକ ପରିବର୍ତ୍ତନ ଗ୍ରହଣୀୟ ବା ବର୍ଜନୀୟ ହୋଇପାରେ (Social change may be accetpted or rejected) – ସବୁପ୍ରକାର ସାମାଜିକ ପରିବର୍ତ୍ତନ ଜନସାଧାରଣଙ୍କଦ୍ବାରା ଗ୍ରହଣୀୟ ହୋଇ ନ ପାରେ । କେତେକ ପରିବର୍ତ୍ତନ ପ୍ରକ୍ରିୟାକୁ ସେମାନେ ଆଦରରେ ଗ୍ରହଣ କରୁଥିବାବେଳେ ଆଉ କେତେକ ପରିବର୍ତ୍ତନ ପ୍ରକ୍ରିୟାକୁ ଦୃଢ଼ ବିରୋଧ କରିଥା’ନ୍ତି । ସାଧାରଣତଃ ସମାଜର ରକ୍ଷଣଶୀଳ ବ୍ୟକ୍ତିମାନେ ନୂତନ ପରିବର୍ତ୍ତନକୁ ଗ୍ରହଣ କରି ନ ପାରି ଏହାର ବିରୋଧ କରିଥା’ନ୍ତି ।

2. ସାମାଜିକ ପରିବର୍ତ୍ତନର ପ୍ରାଦ୍ୟୋଗିକ କାରକ ବିଷୟରେ ଆଲୋଚନା କର ।
Answer:
ଆଧୁନିକ ସମାଜରେ ପ୍ରାଦ୍ୟୋଗିକ କାରକ ସାମାଜିକ ସଂରଚନାରେ ଦ୍ରୁତ ପରିବର୍ତ୍ତନ ଆଣିବାପାଇଁ ସମ୍ପୂର୍ଣ୍ଣରୂପେ ଦାୟୀ ଅଟେ । ବର୍ତ୍ତମାନ ଯୁଗ ବିଜ୍ଞାନ ଏବଂ କାରିଗରୀ ବିଦ୍ୟାର ଯୁଗରୂପେ ପରିଚିତ । ପ୍ରଦ୍ୟୋଗ କହିଲେ ମେସିନ୍ ବା ଯାନ୍ତ୍ରିକ ପ୍ରଚଳନକୁ ସୂଚାଇଥାଏ । ଏହି ଯାନ୍ତ୍ରିକ ପ୍ରଚଳନ ଫଳରେ ସାମାଜିକ ସଂରଚନାରେ ଆମୂଳଚୂଳ ପରିବର୍ତ୍ତନ ସଂଘଟିତ ହୋଇଥାଏ । ପ୍ରଖ୍ୟାତ ସମାଜବିଜ୍ଞାନୀ ଓରବର୍ଣ୍ଣ (Ogburn) ଙ୍କ ମତରେ, ପ୍ରଦ୍ୟୋଗ ଆମର ପରିବେଶକୁ ପରିବର୍ତ୍ତନ କରିବା ସହିତ ସମାଜକୁ ମଧ୍ୟ ପରିବର୍ତ୍ତନ କରିଥାଏ ।

ଏହି ପରିବର୍ତ୍ତନ ମୁଖ୍ୟତଃ ଭୌତିକ ପରିବେଶରେ ସଙ୍ଗଠିତ ହୋଇଥାଏ ଏବଂ ଏହା ପ୍ରଚଳିତ ସମାଜର ପ୍ରଥା ଏବଂ ସାମାଜିକ ଅନୁଷ୍ଠାନଗୁଡ଼ିକରେ ମଧ୍ୟ ପରିବର୍ତ୍ତନ ଆଣିଥାଏ ।’’ ସାଧାରଣତଃ ପ୍ରଦ୍ୟୋଗ କହିଲେ ବିଭିନ୍ନ ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ ଜ୍ଞାନକୁ ବୁଝାଇଥାଏ ।

ସାମାଜିକ ପରିବର୍ତ୍ତନର ଏହି ପ୍ରାଦ୍ୟୋଗିକ କାରକକୁ ନିମ୍ନଲିଖ୍ ବିଭାଗରେ ବିଭକ୍ତ କରି ଆଲୋଚନା କରାଯାଇପାରେ ।
(a) ଶିଳ୍ପ ଅନୁଷ୍ଠାନରେ ଯାନ୍ତ୍ରିକ ପରିବର୍ତ୍ତନ (Introduction of machines in industries) – ଶିଳ୍ପ ଅନୁଷ୍ଠାନରେ ଯନ୍ତ୍ରପାତିର ପ୍ରଚଳନ ଫଳରେ ସାମାଜିକ ବ୍ୟବସ୍ଥାରେ କେତେକ ମୌଳିକ ପରିବର୍ତ୍ତନ ସଂଘଟିତ ହୋଇଥାଏ । ସେଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।

(i) କାରଖାନା ପଦ୍ଧତିର ଜନ୍ମ (Birth of factory system) – ଶିଳ୍ପ କ୍ଷେତ୍ରରେ ଯନ୍ତ୍ରପାତିର ପ୍ରଚଳନ ଫଳରେ କଳକାରଖାନାଗୁଡ଼ିକ ଅଧ୍ଵ ମାତ୍ରାରେ ପ୍ରତିଷ୍ଠିତ ହେଲା । ଫଳରେ ବହୁଳସଂଖ୍ୟାରେ ଲୋକମାନେ କର୍ମନିଯୁକ୍ତିର ସୁଯୋଗ ପାଇଲେ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ଦ୍ରବ୍ୟ ଉତ୍ପାଦିତ ହେଲା ।

(ii) ନଗରୀକରଣ (Urbanisation) – କଳକାରଖାନାର ପ୍ରସାର ଫଳରେ ପୌର ସଭ୍ୟତାର ବିକାଶ ଘଟିଲା । ଗ୍ରାମର ଲୋକମାନେ ନଗରାଭିମୁଖୀ ହେବାରୁ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବାପାଇଁ ଦୋକାନ ବଜାର ଗଢ଼ିଉଠିଲା । ଫଳରେ ଉଦ୍ୟୋଗୀକରଣ ପୌରୀକରଣକୁ ସୃଷ୍ଟି କଲା । ପୌରୀକରଣ ଫଳରେ ବଡ଼ ବଡ଼ ସହର ସବୁ ଜନ୍ମଲାଭ କଲେ ।

(iii) ନୂତନ ଶ୍ରେଣୀର ଅଭ୍ୟୁଦୟ (Evolution of new classes) – ଉଦ୍ୟୋଗୀକରଣ ଏବଂ ନଗରୀକରଣ ପ୍ରକ୍ରିୟାର ପ୍ରଭାବ ନୂତନ ସାମାଜିକ ଶ୍ରେଣୀ ସୃଷ୍ଟି କରିବାରେ ସହାୟକ ହୋଇଛି । ବର୍ତ୍ତମାନ ସମାଜରେ ଆମେ ଦୁଇଟି ମୁଖ୍ୟ ଶ୍ରେଣୀ; ଯଥା – ପୁଞ୍ଜିପତି ଓ ଶ୍ରମିକ ଶ୍ରେଣୀ ଦେଖିବାକୁ ପାଉଛୁ । ଏହି ଦୁଇଟି ଶ୍ରେଣୀ ସେମାନଙ୍କର ଶ୍ରେଣୀ ସ୍ବାର୍ଥର ସୁରକ୍ଷା ନିମିତ୍ତ ସଙ୍ଗଠନକୁ ଦୃଢ଼ୀଭୂତ କରିବାରେ ଲାଗିଛନ୍ତି । ଫଳରେ ସମାଜରେ ଅଧୁନା ଧର୍ମଘଟ, ତାଲାବିନ୍ଦ ପ୍ରଭୃତି ଦେଖାଦେଇ ଆମର ସାମାଜିକ ଜୀବନକୁ ପରିବର୍ତ୍ତିତ କରିବାରେ ଲାଗିଛି ।

(iv) ନାରୀର ପ୍ରସ୍ଥିତିରେ ଉନ୍ନତି (Improvement in the status of women) – କଳକାରଖାନାର ପ୍ରସାର ଏବଂ ଯନ୍ତ୍ରପାତିର ପ୍ରଚଳନ ନାରୀମାନଙ୍କୁ ଯଥେଷ୍ଟ ଅଧିକାର ପ୍ରଦାନ କରିଛି । ସେମାନଙ୍କର କର୍ମନିଯୁକ୍ତି ପରିବାରର ଅର୍ଥନୀତିକୁ ସୁଦୃଢ଼ କରିବାରେ ଯଥେଷ୍ଟ ସହାୟକ ହୋଇଛି । ପ୍ରାଚୀନ ସମାଜ ତୁଳନାରେ ସେମାନେ ଅଧିକ ମାନସିକ ଶାନ୍ତି ପାଇବା ପରିଲକ୍ଷିତ ହେଉଛି ।

(b) ଯୋଗାଯୋଗ କ୍ଷେତ୍ରରେ ଉନ୍ନତି (Development of the means of communication) – ପ୍ରାଦ୍ୟୋଗିକ ବିକାଶ ଯୋଗୁଁ ଆମର ଯୋଗାଯୋଗ କ୍ଷେତ୍ରରେ ଦ୍ରୁତ ଉନ୍ନତି ସଂଘଟିତ ହୋଇଛି । ବର୍ତ୍ତମାନ ବିଭିନ୍ନ ଗଣଯୋଗାଯୋଗର ମାଧ୍ଯମ; ଯଥା – ରେଡ଼ିଓ, ଟେଲିଭିଜନ୍, ସିନେମା ଏବଂ ସମ୍ବାଦପତ୍ର ପ୍ରଭୃତି ଜରିଆରେ ଲୋକମାନେ ଦୂରଦୂରାନ୍ତରରୁ ଯେକୌଣସି ପ୍ରକାର ସୂଚନା ଅଳ୍ପ ସମୟ ମଧ୍ୟରେ ପାଇବାରେ ସମର୍ଥ ହେଉଛନ୍ତି । ଏହା ଆମର ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇ ପାରିଛି ।

(c) ପରିବହନ ମାଧ୍ୟରେ ଉନ୍ନତି (Development of the means of transport) – ବର୍ତ୍ତମାନ ପରିବହନ ବ୍ୟବସ୍ଥାରେ ଆଶ୍ଚର୍ଯ୍ୟଜନକଭାବେ ଅଗ୍ରଗତି ଘଟିଛି । ଉଡ଼ାଜାହାଜ, ମଟରଗାଡ଼ି, ସ୍ୱୟଂଚାଳିତ ଯାନ ପ୍ରଭୃତି ଅତ୍ୟାଧୁନିକ ଯାନବାହନ ଅଗ୍ରଗତି ଆମର ଆନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥାକୁ ଯଥେଷ୍ଟ ପ୍ରେରଣା ଯୋଗାଇଛି । ଫଳରେ ଦେଶ ଦେଶ ମଧ୍ୟରେ ଉଚିତ ବୁଝାମଣା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ପରସ୍ପର ପ୍ରତି ସହଯୋଗ ମନୋଭାବ ବୃଦ୍ଧି ପାଇବାରେ ଲାଗିଛି ।

(d) ନୂତନ କୃଷିକୌଶଳର ବିକାଶ (Development of new agricultural techniques) – କୃଷିକ୍ଷେତ୍ରରେ ମଧ୍ୟ ନୂତନ କୃଷିଭିତ୍ତିକ କଳକୌଶଳର ବ୍ୟବହାର ପରିଲକ୍ଷିତ ହେଉଛି । ଫଳରେ ଉତ୍ପାଦନର ମାତ୍ରା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ଅନୁପ୍ରାଣିତ ହୋଇ ଗ୍ରାମାଞ୍ଚଳର କୃଷକମାନେ ଚାଷକାର୍ଯ୍ୟରେ ଉନ୍ନତ ସାର, ବିହନ, କୀଟନାଶକ ଔଷଧ ଏବଂ ନୂତନ କୃଷିଭିତ୍ତିକ କଳକୌଶଳକୁ ପ୍ରୟୋଗ କରି ସ୍ଵଳ୍ପ ସମୟ ମଧ୍ୟରେ ଅଧିକ ଶସ୍ୟ ଅମଳ କରିବାରେ ସମର୍ଥ ହେଉଛନ୍ତି ।

ଉପରୋକ୍ତ ଆଲୋଚନାରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ପ୍ରାଦ୍ୟୋଗ ନୂତନ ସାମାଜିକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ । ତେଣୁ କୁହାଯାଇପାରେ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ପ୍ରୌଦ୍ୟୋଗର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ ଯାହାକି ସାମାଜିକ ସଂରଚନାକୁ ଏକ ନୂତନ ଦିଗ ପ୍ରଦାନ କରିଥାଏ ।

3. ସାମାଜିକ ପରିବର୍ତ୍ତନର ଜନବିବରଣ ସମ୍ବନ୍ଧୀୟ କାରକ ବିଷୟରେ ଆଲୋଚନା କର ।
Answer:
ସମାଜରେ ପରିବର୍ତ୍ତନ ସଂଘଟିତ କରିବାରେ ଏହି ଜନବିବରଣ ସମ୍ବନ୍ଧୀୟ କାରକର ମୁଖ୍ୟ ଭୂମିକା ରହିଛି । ଜନସଂଖ୍ୟାର ବୈଶିଷ୍ଟ୍ୟ ଅନୁସାରେ ସାମାଜିକ ସଙ୍ଗଠନକୁ ଏକ ବିଶେଷ ରୂପ ମିଳିଥାଏ ଏବଂ ଏହା ଅନୁସାରେ ସାମାଜିକ ସଂରଚନା ତିଆରି ହୋଇଥାଏ, ସେତେବେଳେ ଜନସଂଖ୍ୟାତ୍ମକ ବୈଶିଷ୍ଟ୍ୟରେ ପରିବର୍ତ୍ତନ ହୋଇଥାଏ ସେତେବେଳେ ସମାଜରେ ପରିବର୍ତ୍ତନ ଦେଖାଯାଇଥାଏ । ଦୁଇଗୋଟି ମୁଖ୍ୟ ଜନବିବରଣ ସମ୍ବନ୍ଧୀୟ କାରଣ ଯୋଗୁ ସମାଜରେ ପରିବର୍ତ୍ତନ ଅନିବାର୍ଯ୍ୟ ହୋଇଥାଏ ।

ପ୍ରଥମଟି ହେଲା ଜନସଂଖ୍ୟାର ଆକାରରେ ବୃଦ୍ଧି ଏବଂ ଦ୍ବିତୀୟଟି ହେଲା ଜନସଂଖ୍ୟାର ଆକାରରେ ହ୍ରାସ । ଯଦି ସମାଜରେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଏ, ତାହାହେଲେ ସେ କ୍ଷେତ୍ରରେ ଲୋକମାନଙ୍କର ଜୀବନଧାରଣର ମାନ ହ୍ରାସ ପାଇଥାଏ । ଜନସଂଖ୍ୟା ବୃଦ୍ଧିଫଳରେ ଲୋକମାନଙ୍କ ମଧ୍ୟରେ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ପାଇଁ ତୀବ୍ର ପ୍ରତିଦ୍ବନ୍ଦିତା ସୃଷ୍ଟି ହୋଇଥାଏ ।

ଜନସଂଖ୍ୟାର ବୃଦ୍ଧି ଫଳରେ ସମାଜରେ ଭିନ୍ନ ଭିନ୍ନ ପ୍ରକାରର ସାମାଜିକ ସମସ୍ୟା; ଯଥା – ଅପରାଧ, ବାଲ୍ୟ ଅପରାଧ, ଦାରିଦ୍ର୍ୟ, ବେକାରି, ଆତ୍ମହତ୍ୟା, ବେଶ୍ୟାବୃତ୍ତି, ପରିବାର ବିଘଟନ ଏବଂ ଛାଡ଼ପତ୍ର ପ୍ରଭୃତି ସମସ୍ୟା ସୃଷ୍ଟି ହୋଇଥାଏ, ଯାହାଫଳରେ ସମାଜରେ ପରିବର୍ତ୍ତନ ଦେଖାଯାଇଥାଏ । ଜନ ବିବରଣ ତତ୍ତ୍ୱବିତ୍ କୁହନ୍ତି, ଜନସଂଖ୍ୟାର ଘନତ୍ବରେ ପରିବର୍ତ୍ତନ ଘଟିଲେ ସାମାଜିକ ସମ୍ପର୍କରେ ପରିବର୍ତ୍ତନ ଦେଖାଯାଇଥାଏ ।

କାରଣ ଯେଉଁ ସ୍ଥାନରେ ଜନସଂଖ୍ୟାରେ ଘନତ୍ଵ କମ୍ ସେଠାରେ ଲୋକମାନଙ୍କ ମଧ୍ୟରେ ପ୍ରାଥମିକ ସମ୍ପର୍କ ସୃଷ୍ଟି ହୋଇଥାଏ । ଉଦାହରଣସ୍ୱରୂପ – ଗ୍ରାମ୍ୟ ସମାଜରେ ଜନସଂଖ୍ୟାର କମ୍ ଘନତ୍ଵ ଦୃଷ୍ଟିରୁ ସେଠାରେ ଲୋକମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ତଥା ବ୍ୟକ୍ତିଗତ ସମ୍ପର୍କ ସୃଷ୍ଟି ହୋଇଥାଏ । ସେହିପରି ଯେଉଁ ସ୍ଥାନରେ ଜନସଂଖ୍ୟାର ଘନତ୍ଵ ବେଶି ସେଠାରେ ଲୋକମାନଙ୍କ ମଧ୍ୟରେ ଗୌଣ ସମ୍ପର୍କ ସୃଷ୍ଟି ହୋଇଥାଏ ।

ନଗରାଞ୍ଚଳରେ ଜନସଂଖ୍ୟାର ଘନତ୍ଵ ବେଶି ଥ‌ିବାରୁ ସେଠାରେ ଲୋକମାନଙ୍କ ମଧ୍ୟରେ ପରୋକ୍ଷ ତଥା ଅବୈୟକ୍ତିକ ସମ୍ପର୍କ ସୃଷ୍ଟି ହୋଇଥାଏ ଏବଂ ଏହାଦ୍ୱାରା ସାମାଜିକ ସମ୍ପର୍କରେ ପରିବର୍ତ୍ତନ ହୋଇଥାଏ । ଯେଉଁ ସମାଜରେ ଜନସଂଖ୍ୟାର ହାର ଦ୍ରୁତଗତିରେ ବୃଦ୍ଧିପାଏ ସେଠାରେ ସରକାର ଜନସଂଖ୍ୟାର ହାର ହ୍ରାସ କରିବା ନିମିତ୍ତ ବିଭିନ୍ନ ପ୍ରକାର ଆଇନ ପ୍ରଣୟନ କରିଥା’ନ୍ତି । ଉଦାହରଣସ୍ୱରୂପ – ଭାରତବର୍ଷରେ ପ୍ରଥାକୁ ସମ୍ପୂର୍ଣ୍ଣରୂପେ ନିଷିଦ୍ଧ କରାଯାଇଛି ।

ସର୍ବନିମ୍ନ ବିବାହ ବୟସ ନିର୍ଦ୍ଧାରିତ ହୋଇଛି ଏବଂ ବିଳମ୍ବ ବିବାହକୁ ଉତ୍ସାହିତ କରାଯାଉଛି । ଏହାଦ୍ବାରା ସାମାଜିକ ସମ୍ପର୍କରେ ପରିବର୍ତ୍ତନ ପ୍ରସ୍ଫୁଟିତ ହେଉଛି । ଇମାଇଲ୍ ଦୁର୍ଖମ୍ (Emile Durkheim) ଙ୍କ ମତରେ, ଜନସଂଖ୍ୟାର ବୃଦ୍ଧି ଘଟିଲେ ସମାଜରେ ଶ୍ରମ-ବିଭାଜନ ସୃଷ୍ଟି ହୋଇଥାଏ । ଜନସଂଖ୍ୟା ବୃଦ୍ଧି ଗଭୀରଭାବରେ ଆର୍ଥନୀତିକ ଅନୁଷ୍ଠାନ ଏବଂ ସଙ୍ଗଠନଗୁଡ଼ିକ ଉପରେ ପ୍ରଭାବ ପକାଇଥାଏ ଏବଂ ଏହାଦ୍ଵାରା ସାମାଜିକ ପରିବର୍ତ୍ତନ ହୋଇଥାଏ ।

ସୁତରାଂ ଦେଶର ଜନସଂଖ୍ୟା ବୃଦ୍ଧି ସହିତ ସାମାଜିକ ପରିବର୍ତ୍ତନ ଘନିଷ୍ଠଭାବେ ସମ୍ପୃକ୍ତ । କେତେକ ସମାଜବିଜ୍ଞାନୀଙ୍କ ମତ ଅନୁସାରେ, ଜନସଂଖ୍ୟା ବୃଦ୍ଧି ଯୋଗୁଁ ସମାଜର ଆର୍ଥନୀତିକ ମେରୁଦଣ୍ଡ ବିପର୍ଯ୍ୟସ୍ତ ହୋଇପଡ଼ିଥାଏ । କିନ୍ତୁ ଅନ୍ୟକେତେକ ସମାଜ ବିଜ୍ଞାନୀଙ୍କ ମତ ଅନୁସାରେ, ଜନସଂଖ୍ୟା ବୃଦ୍ଧି ସମାଜର ଅର୍ଥନୀତିକୁ ଦୃଢ଼ୀଭୂତ କରିଥାଏ ।

କାରଣ ଏହିପ୍ରକାର ପରସ୍ଥିତିର ଆଶୁ ମୁକାବିଲା ପାଇଁ ସମାଜ ଅଧ୍ଵ ସଚେତନ ହୋଇଥାଏ ଯାହାଫଳରେ କି ଏହି ସମୟରେ ନବପ୍ରବର୍ତ୍ତନ ଏବଂ ଉଦ୍ଭାବନ ଦେଖାଦେଇ ପରିସ୍ଥିତିର ମୁକାବିଲା କରିଥାଏ; କିନ୍ତୁ ଏଠାରେ କୁହାଯାଇପାରେ ଯେ, ଜନସଂଖ୍ୟାର ଦ୍ରୁତ ବୃଦ୍ଧି ସମାଜର ଅର୍ଥନୀତିକୁ ଆଘାତ ଦେଇଥାଏ ।

CHSE Odisha Class 11 Sociology Unit 4 Long Answer Questions in Odia Medium

ସେହିପରି ଜନସଂଖ୍ୟାର ହ୍ରାସ ଘଟିଲେ ଲୋକମାନଙ୍କର ବଞ୍ଚିବାର ମାନ ବୃଦ୍ଧି ପାଇଥାଏ । ଲୋକମାନଙ୍କ ମଧ୍ୟରେ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ପାଇବାପାଇଁ ଉତ୍ତମ ସମ୍ପର୍କ ସୃଷ୍ଟି ହୋଇଥାଏ । ଜନସଂଖ୍ୟାର ହ୍ରାସଯୋଗୁଁ ପରିବାରର ଆକାର, ସ୍ଵାମୀ-ସ୍ତ୍ରୀ ସମ୍ପର୍କ, ସନ୍ତାନମାନଙ୍କର ଶିକ୍ଷା, ପରିବାରର ଆର୍ଥନୀତିକ ଅବସ୍ଥା ପ୍ରଭୃତି ବହୁ ସାମାଜିକ ଜୀବନରେ ପରିବର୍ତ୍ତନ ଘଟିଥାଏ ।

ଏଥିରୁ ସ୍ପଷ୍ଟଭାବେ ଜଣାପଡ଼େ ଯେ, ଜନସଂଖ୍ୟାର ଆକାର, ଗୁଣ ଏବଂ ଗଠନରେ ପରିବର୍ତ୍ତନ ଘଟିଲେ ସାମାଜିକ ସମ୍ପର୍କରେ ପରିବର୍ତ୍ତନ ଘଟିଥାଏ । ଏହା ସାମାଜିକ ସଙ୍ଗଠନ, ଅନୁଷ୍ଠାନ, ପ୍ରଥା ଏବଂ ପରମ୍ପରା ପ୍ରଭୃତିରେ ଦ୍ରୁତ ପରିବର୍ତ୍ତନ ଆଣିଥାଏ ।

ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ, ଜନବିବରଣ ସମ୍ବନ୍ଧୀୟ କାରକ ସମାଜରେ ପରିବର୍ତ୍ତନ ସଙ୍ଗଠିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି କାରଣଦ୍ବାରା ପ୍ରଭାବିତ ହୋଇ ସାମାଜିକ ସଂରଚନାରେ ଦ୍ରୁତ ପରିବର୍ତ୍ତନ ଦେଖାଦେଇଥାଏ ।

4. ସାମାଜିକ ପରିବର୍ତ୍ତନ କ’ଣ ? ସାମାଜିକ ପରିବର୍ତ୍ତନର ସାଂସ୍କୃତିକ କାରକମାନ ଆଲୋଚନା କର ।
Answer:
ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ । ପ୍ରତ୍ୟେକ ସମାଜ ପରିବର୍ତ୍ତନଶୀଳ ଅଟେ । କୌଣସି ସମାଜ ସ୍ଥିର ବା ସ୍ଥାଣୁ ନୁହେଁ । ଯେହେତୁ ସମାଜ ହେଉଛି ସାମାଜିକ ସମ୍ପର୍କର ଏକ ସମଷ୍ଟି; ତେଣୁ ସାମାଜିକ ପରିବର୍ତ୍ତନ କହିଲେ ସାମାଜିକ ସମ୍ପର୍କର ପରିବର୍ତ୍ତନକୁ ହିଁ ବୁଝାଇଥାଏ । ସାଧାରଣ ସଂରଚନା, ସାମାଜିକ ଅନୁଷ୍ଠାନ ଏବଂ ସାମାଜିକ ସଙ୍ଗଠନର ପ୍ରତ୍ୟେକ ବିଭାଗର ପରିବର୍ତ୍ତନକୁ ସାମାଜିକ ପରିବର୍ତ୍ତନ କୁହାଯାଇଥାଏ ।

ସଂସ୍କୃତି ସମାଜର ମୂଳପିଣ୍ଡ ଅଟେ । ଆମର ମୂଲ୍ୟବୋଧ, ବିଶ୍ଵାସ, ଧର୍ମଧାରଣା, ଆଦର୍ଶ, ପ୍ରଥା ପରମ୍ପରା ଆଦି ଉପାଦାନଗୁଡ଼ିକୁ ନେଇ ସଂସ୍କୃତି ଗଠିତ । ଏସବୁ ସାମାଜିକ ଜୀବନ ଉପରେ ଗଭୀରଭାବେ ପ୍ରଭାବ ପକାଇଥାଏ । ତେଣୁ ସେହିସବୁ ଉପାଦାନଗୁଡ଼ିକରେ ପରିବର୍ତ୍ତନ ଘଟିଥାଏ । ସାଂସ୍କୃତିକ କାରକ ସମାଜରେ ସୃଷ୍ଟି କରୁଥିବା ପରିବର୍ତ୍ତନକୁ ବିଭିନ୍ନ ବିଦ୍ଵାନ୍‌ଗଣ ଭିନ୍ନ ଭିନ୍ନ ଭାବେ ସୃଷ୍ଟି କରିଛନ୍ତି ।

ଡବ୍ଲ୍ୟୁ.ଇ.ମୁରେ (W.E. Moore) ଙ୍କ ମତରେ, ସାଂସ୍କୃତିକ ସଂଘର୍ଷ, ସାଂସ୍କୃତିକ ବିଷମଯୁକ୍ତତା, ଅନ୍ୟସଂସ୍କୃତି ଗ୍ରହଣ ତଥା ସାଂସ୍କୃତିକ ପ୍ରସାରଣ ଫଳରେ ସାମାଜିକ ପରିବର୍ତ୍ତନ ହୋଇଥାଏ । ସେହିପରି ଓଗ୍‌ବର୍ଣ୍ଣ ଏବଂ ଅନ୍ୟ କେତେକ ବିଦ୍ୱାନ୍ ସାଂସ୍କୃତିକ ବିଳମ୍ବନକୁ ସାମାଜିକ ପରିବର୍ତ୍ତନର ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି । ଏଣୁ ଯେଉଁସବୁ ସାଂସ୍କୃତିକ ସ୍ଥିତିଦ୍ୱାରା ସମାଜରେ ପରିବର୍ତ୍ତନ ସୃଷ୍ଟି ହୋଇଥାଏ ତାହାର ସଂକ୍ଷିପ୍ତ ଆଲୋଚନା କରାଯାଇଛି; ସେଗୁଡ଼ିକ ହେଲା –

(i) ସାଂସ୍କୃତିକ ସଂଘର୍ଷ (Cultural conflict) – ଭିନ୍ନ ଭିନ୍ନ ସାଂସ୍କୃତିକ ସମୂହ ପରସ୍ପରର ନିକଟ ସମ୍ପର୍କରେ ଆସିବା ଫଳରେ ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥାଏ । ଏହାକୁ ସାଂସ୍କୃତିକ ସଂଘର୍ଷ କୁହାଯାଏ । ପ୍ରତ୍ୟେକ ସାଂସ୍କୃତିକ ସଂଘର୍ଷ ସମୂହ ଅନ୍ୟ ଉପରେ ନିଜ ସଂସ୍କୃତିକୁ ଲଦି ଦେବାକୁ ଚେଷ୍ଟା କରିଥାଏ । ମାତ୍ର ଏହି ସଂଘର୍ଷରେ ଯେଉଁ ସମୂହ ବିଜୟଲାଭ କରେ, ତା’ର ସଂସ୍କୃତିକୁ ପରାଜିତ ସମୂହ, ଗ୍ରହଣ କରିବାକୁ ବାଧ୍ୟ ହୋଇଥାଏ । ଏହିପ୍ରକାର ସାଂସ୍କୃତିକ ସଂଘର୍ଷ ଯୋଗୁଁ ସମାଜରେ ଅନେକ ପରିବର୍ତ୍ତନ ଆସିଥାଏ ।

(ii) ସାଂସ୍କୃତିକ ବିଷମଯୁକ୍ତତା (Cultural Ambivalence) – ଯେତେବେଳେ ଗୋଟିଏ ସମୂହ ଅନ୍ୟ ଏକ ଭିନ୍ନ ସଂସ୍କୃତିର ଆକର୍ଷଣ ଫଳରେ ସେହି ସଂସ୍କୃତିର ଆଦର୍ଶଗୁଡ଼ିକୁ ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରିଥାଏ; ମାତ୍ର ନିଜର ମୂଳ ସଂସ୍କୃତିକୁ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନ ଥାଏ । ସେହି ପରିସ୍ଥିତିକୁ ସାଂସ୍କୃତିକ ବିଷମଯୁକ୍ତତା କୁହାଯାଏ । ଏଥ‌ିରେ ବ୍ୟକ୍ତି ନିଜର ସଂସ୍କୃତି ଏବଂ ଅନ୍ୟ ସଂସ୍କୃତି ପ୍ରତି ପ୍ରେମ ଏବଂ ଘୃଣାଭାବ ରହିଥାଏ ।

ଏପରି ସ୍ଥଳେ ବ୍ୟକ୍ତି କେଉଁ ସଂସ୍କୃତିକୁ ଛାଡ଼ିବ ଏବଂ କେଉଁଟିକୁ ଗ୍ରହଣ କରିବ ତାହା ସ୍ଥିର କରିପାରି ନଥାଏ । ସମାଜରେ ଲୋକମାନଙ୍କ ସହିତ ମିଳିମିଶି ଚଳିବାଦ୍ୱାରା କିଛି ସମୟପାଇଁ ସାଂସ୍କୃତିକ ବିଷମଯୁକ୍ତତା ସୃଷ୍ଟି ହୋଇଥାଏ । ମାତ୍ର ପରବର୍ତ୍ତୀ ଅବସ୍ଥାରେ ଏହି ସମ୍ପର୍କ ଉଭୟ ସଂସ୍କୃତିରେ ପରିବର୍ତ୍ତନ ଆଣି ସମାଜରେ ପରିବର୍ତ୍ତନ ସୃଷ୍ଟି କରିଥାଏ ।

(iii) ଅନ୍ୟ ସଂସ୍କୃତି ଗ୍ରହଣ (Aculturation) – ସମାଜରେ ପରିବର୍ତ୍ତନ ଏକ କାରକ ରୂପେ ଅନ୍ୟ ସଂସ୍କୃତି ଗ୍ରହଣ ଅନେକ ସମାଜରେ ପ୍ରମାଣିତ ହୋଇଅଛି । ଯେଉଁ ପ୍ରକ୍ରିୟାରେ ଗୋଟିଏ ସମୂହ ଅନ୍ୟ ଏକ ସମୂହର ସଂସ୍କୃତିକୁ ଗ୍ରହଣ କରିବାକୁ ଲାଗେ ତାହାକୁ ଅନ୍ୟ ସଂସ୍କୃତି ଗ୍ରହଣ ବା ପର ସଂସ୍କୃତି ଗ୍ରହଣ କୁହାଯାଏ । ଯେତେବେଳେ ଭିନ୍ନ ଭିନ୍ନ ସାଂସ୍କୃତିକ ସମୂହ ପରସ୍ପରର ନିକଟବର୍ତ୍ତୀ ହୋଇ ଦୀର୍ଘ ସମୟପର୍ଯ୍ୟନ୍ତ ଅନ୍ତଃକ୍ରିୟା କରିଥା’ନ୍ତି ସେତେବେଳେ ଅନ୍ୟ ସଂସ୍କୃତି ଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥାଏ । ଏହା ସାମାଜିକ ସଂରଚନାକୁ ପ୍ରଭାବିତ କରି ସମାଜରେ ପରିବର୍ତ୍ତନ ଆଣିଥାଏ ।

(iv) ସାଂସ୍କୃତିକ ପ୍ରସାରଣ (Cultural diffusion) – ସାଂସ୍କୃତିକ ପ୍ରସାରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ସଂସ୍କୃତି ଗୋଟିଏ ସମାଜରୁ ଅନ୍ୟ ଏକ ସମାଜକୁ ପ୍ରସାରିତ ହୋଇଥାଏ । ବ୍ୟବସାୟ ବାଣିଜ୍ୟ, ଯୁଦ୍ଧ, ସାହିତ୍ୟ, ରେଡ଼ିଓ, ଖବରକାଗଜ, ଟେଲିଭିଜନ୍, ସିନେମା, ପରିବ୍ରାଜକ ପ୍ରଭୃତି ବାହକଙ୍କଦ୍ବାରା ସାଂସ୍କୃତିକ ଉପାଦାନଗୁଡ଼ିକ ଗୋଟିଏ ସମାଜରୁ ଅନ୍ୟ ସମାଜକୁ ପ୍ରସାରିତ ହୋଇଥାଏ । ଏହାଫଳରେ ସାମାଜିକ ପରିବର୍ତ୍ତନ ସଙ୍ଗଠିତ ହୋଇଥାଏ ।

(v) ସାଂସ୍କୃତିକ ବିଳମ୍ବନ (Cultural lag) – ପ୍ରଖ୍ୟାତ ସମାଜବିଜ୍ଞାନୀ ଡବ୍ଲ୍ୟୁ. ଏଫ୍.ଓଗବର୍ଣ୍ଣ (W.F. Ogbum) ସବୁପ୍ରଥମେ ସାଂସ୍କୃତିକ ବିଳମ୍ବନ ତତ୍ତ୍ଵକୁ ନିଜ ପୁସ୍ତକ ‘ସାମାଜିକ ପରିବର୍ତ୍ତନ’ରେ ଉଲ୍ଲେଖ କରିଥିଲେ । ସେ ସଂସ୍କୃତିକୁ ବିଭକ୍ତ କରିଛନ୍ତି; ଯଥା –
(a) ଭୌତିକ ବା ବସ୍ତୁଭିଭିକ ସଂସ୍କୃତି
(b) ଅଭୌତିକ ବା ବସ୍ତେତ୍ତର ସଂସ୍କୃତି

ଓଗ୍‌ବର୍ଣ୍ଣଙ୍କ ମତରେ, ବସ୍ତୁଭିଭିକ ସଂସ୍କୃତି ବସ୍ତୁତ୍ତର ସଂସ୍କୃତି ଅପେକ୍ଷା ଦ୍ରୁତଗତିରେ ପରିବର୍ତ୍ତନ ହୋଇଥାଏ । ବସ୍ତୁଭିଭିକ ସଂସ୍କୃତି ଅପେକ୍ଷା ପଛରେ ପଡ଼ିଯାଏ ବା ବିଳମ୍ବିତ ହୋଇଥାଏ । ଫଳରେ ଉଭୟଙ୍କ ମଧ୍ୟରେ ଏକ ବ୍ୟବଧାନ ସୃଷ୍ଟି ହୋଇଥାଏ । ବସ୍ତୁଭିତ୍ତିକ ଓ ବସ୍ତୁତ୍ତର ସଂସ୍କୃତି ମଧ୍ୟରେ ଥ‌ିବା ଏହି ବିଳମ୍ବନକୁ ‘‘ସାଂସ୍କୃତିକ ବିଳମ୍ବନ’’ ଆଖ୍ୟା ଦେଇଛନ୍ତି । ସେ ଗୋଟିଏ ଉଦାହରଣ ଦେଇ କହିଛନ୍ତି ଯେ, ଗୋଟିଏ ସହରରେ ଜନସଂଖ୍ୟାରେ ଦ୍ରୁତ ବୃଦ୍ଧି ହେଲେ, ସେମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ଆନୁପାତିକ ପୋଲିସ ରହିବା ଆବଶ୍ୟକ ।

ଯଦି ଏଥ‌ିରେ କୌଣସି ପରିବର୍ତ୍ତନ କରାନଯାଏ, ପୂର୍ବଭଳି ସେମାନଙ୍କ ସଂଖ୍ୟାକୁ ସୀମିତ ରଖାଯାଏ, ତେବେ ପୋଲିସ୍ ଜନସଂଖ୍ୟାର ପଛରେ ପଡ଼ିଯାଏ । ଫଳରେ ଦୁର୍ଘଟଣା ବୃଦ୍ଧିପାଏ । ପରିବାର ଯୋଜନାରେ ବିଭିନ୍ନ ଅତ୍ୟାଧୁନିକ କୌଶଳମାନ ସୃଷ୍ଟି ହେବାରେ ଲାଗିଛି । ମାତ୍ର ଉପଯୁକ୍ତ ଶିକ୍ଷା ଅଭାବରୁ ଏହାକୁ ଲୋକମାନେ ଏତେଶୀଘ୍ର ଗ୍ରହଣ କରିବାକୁ ଇଚ୍ଛା କରୁନାହାନ୍ତି । ରେଡ଼ିଓ, ଟେଲିଭିଜନ୍ ଇତ୍ୟାଦିକୁ ମନୋରଞ୍ଜନ ମାଧ୍ୟମରୂପେ ବ୍ୟବହାର କରାଯାଉଥିଲେ ମଧ୍ୟ ଲୋକମାନେ ଏଗୁଡ଼ିକର ଶିକ୍ଷାଗତ ମାନ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି ।